We will send you 4 digit OTP to confirm your number
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ଆଉ ଗୋଟିଏ ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଡ଼ିହୋଇ ମୋତେ ଖୁସି ଅନୁଭବ ହେଉଛି । ଏହା ଭିତରେ ନିର୍ବାଚନ ପାଇଁ ଗସ୍ତ ଚାଲିଛି, କିନ୍ତୁ ଆପଣମାନଙ୍କ ଚିଠି ଓ ବାର୍ତ୍ତାଗୁଡ଼ିକ ମାଧ୍ୟମରେ ଆମେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ଗୁଡ଼ିକ ସମ୍ପର୍କରେ ପରସ୍ପର ସହ ନିଜର ଖୁସି ମଧ୍ୟ ବାଣ୍ଟୁଛୁ । ଏଥର ‘ମନ୍ କି ବାତ୍’ର ଆରମ୍ଭ ଦେଶର ଏହିଭଳି ଗୋଟିଏ ବହୁତ ବଡ଼ ଉପଲବ୍ଧିରୁ କରିବା ।
ବନ୍ଧୁଗଣ, ଭାରତ ବିଜ୍ଞାନକୁ ସର୍ବଦା ଦେଶର ପ୍ରଗତି ସହ ଯୋଡ଼ି ଦେଖିଛି । ଏହି ଚିନ୍ତାଧାରା ସହ ଆମ ବୈଜ୍ଞାନିକମାନେ ବେସାମରିକ ପରମାଣୁ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି । ସେମାନଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ରାଷ୍ଟ୍ରନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଏହାଦ୍ୱାରା ଆମର ଶିଳ୍ପ ବିକାଶ, ଶକ୍ତିକ୍ଷେତ୍ର, ସ୍ୱାସ୍ଥ୍ୟକ୍ଷେତ୍ରକୁ ବହୁତ ଲାଭ ହୋଇଛି । ଚାଷବାସଠାରୁ ଆରମ୍ଭ କରି ଆଧୁନିକ ଉଦ୍ଭାବକମାନଙ୍କୁ ମଧ୍ୟ ଭାରତର ବେସାମରିକ ପରମାଣୁ କାର୍ଯ୍ୟକ୍ରମର ବହୁତ ସାହାଯ୍ୟ କରିଛି । ବନ୍ଧୁଗଣ, ମାତ୍ର କିଛିଦିନ ପୂର୍ବେ ଆମର ପରମାଣୁ ବୈଜ୍ଞାନିକ ଗୋଟିଏ ବହୁତ ବଡ଼ ଉପଲବଧି ସହିତ ଭାରତର ଗୌରବ ବୃଦ୍ଧି କରିଛନ୍ତି । ତାମିଲନାଡୁର କଳ୍ପକ୍କମରେ ଫାଷ୍ଟ ବ୍ରେଡର ରିଆକ୍ଟର ସଙ୍କଟ ହାସଲ କରିସାରିଛି । ପ୍ରକୃତରେ, ଗୁରୁତରତା ହେଉଛି ସେହି ସ୍ଥିତି, ଯେଉଁଥିରେ ରିଆକ୍ଟର ପ୍ରଥମ ଥର ଆତ୍ମନିର୍ଭରଶୀଳ ନ୍ୟୁକ୍ଲିୟର ଶୃଙ୍ଖଳ ପ୍ରତିକ୍ରିୟାରେ ସଫଳତା ହାସଲ କରିଥାଏ । ଏହି ଅବସ୍ଥାର ଅର୍ଥ ହେଉଛି, ରିଆକ୍ଟର କାର୍ଯ୍ୟ ପର୍ଯ୍ୟାୟରେ ପହଞ୍ଚିବା । ଭାରତର ପରମାଣୁ ଶକ୍ତି ଯାତ୍ରାରେ ଏହା ଏକ ଐତିହାସିକ ମାଇଲଖୁଣ୍ଟ । ଆଉ ବଡ଼ କଥା ମଧ୍ୟ ହେଲା ଯେ, ପରମାଣୁ ରିଆକ୍ଟରଟି ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ।
ବନ୍ଧୁଗଣ, ଏହାକୁ ବ୍ରୀଡର୍ ରିଆକ୍ଟର୍ କାହିଁକି କୁହାଯାଏ ? ଏହା ପଛରେ ମଧ୍ୟ ଗୋଟିଏ କାରଣ ରହିଛି। ଏହା ଏଭଳି ଗୋଟିଏ ପ୍ରଣାଳୀ ଯାହା ଶକ୍ତି ଉତ୍ପାଦନ ସହ ଭବିଷ୍ୟତ ପାଇଁ ନୂଆ ଇନ୍ଧନ ମଧ୍ୟ ସ୍ୱୟଂ ପ୍ରସ୍ତୁତ କରିଥାଏ । ବନ୍ଧୁଗଣ, ମୋର ମାର୍ଚ୍ଚ ୨୦୨୪ର ସେହି ସମୟ ମଧ୍ୟ ମନେଅଛି, ଯେତେବେଳେ ମୁଁ କଳ୍ପକ୍କମରେ ରିଆକ୍ଟର କୋର ଲୋଡିଂର ସାକ୍ଷୀ ହୋଇଥିଲି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଭାରତର ପରମାଣୁ କାର୍ଯ୍ୟକ୍ରମରେ ନିଜର ଅମୂଲ୍ୟ ଯୋଗଦାନ ଦେଇଛନ୍ତି । ଦେଶବାସୀଙ୍କ ଜୀବନକୁ ଉନ୍ନତ ଏବଂ ସରଳ କରିବାରେ ସେମାନଙ୍କର ଏହି ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ଏଥିରୁ ବିକଶିତ ଭାରତର ଆମ ସଂକଳ୍ପକୁ ମଧ୍ୟ ଏକ ନୂତନ ଶକ୍ତି ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜି ମୁଁ ଏଭଳି ଗୋଟିଏ ଶକ୍ତି ବିଷୟରେ କହିବାକୁ ଚାହୁଁଛି, ଯାହା ଅଦୃଶ୍ୟ, କିନ୍ତୁ ଯାହା ବିନା ଆମ ଜୀବନ ଗୋଟିଏ ମୁହୂର୍ତ୍ତ ମଧ୍ୟ ଚଳିପାରିବ ନାହିଁ । ଏହି ଶକ୍ତି ଭାରତକୁ ଆଗେଇ ନେଉଛି । ଏହା ହେଉଛି ଆମର ପବନ ଶକ୍ତି । ଆମ ପ୍ରାଚୀନ ଗ୍ରନ୍ଥମାନଙ୍କରେ କୁହାଯାଇଛି ଯେ,
“ବାୟୂର୍ବା ଇତି ବ୍ୟଷ୍ଟିଃ, ବାୟୂରବୈ ସମଷ୍ଟିଃ”
ଅର୍ଥାତ୍, ବାୟୁ କେବଳ ଗୋଟିଏ ତତ୍ତ୍ୱ ନୁହେଁ, ଏହା ଜୀବନର ଶକ୍ତି, ଏହା ସମଷ୍ଟିର ଶକ୍ତି ।
ବନ୍ଧୁଗଣ, ଆଜି ଏହି ପବନ ଶକ୍ତି ଭାରତର ବିକାଶର ନୂଆ କାହାଣୀ ଲେଖି ଚାଲିଛି । ନିକଟରେ ଭାରତ ପବନ ଶକ୍ତି ଅର୍ଥାତ୍ Wind Energyରେ ବଡ଼ ଉପଲବଧି ହାସଲ କରିଛି । ଏବେ ଭାରତର ପବନ ଶକ୍ତି ଉତ୍ପାଦନ କ୍ଷମତା ୫୬ ଗିଗାୱାଟ୍ରୁ ଅଧିକ ହୋଇସାରିଛି । କେବଳ ମାତ୍ର ଗତ ଏକବର୍ଷରେ ଏଥିରେ ପ୍ରାୟ ୬ ଗିଗାୱାଟ୍ ନୂତନ କ୍ଷମତା ଯୋଡ଼ିହୋଇଛି । ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ବନ୍ଧୁଗଣ, ଆଜି ଭାରତ ପବନ ଶକ୍ତି କ୍ଷମତାରେ ସମଗ୍ର ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଏହା ଆମ ଇଞ୍ଜିନିୟର ଏବଂ ଯୁବବର୍ଗଙ୍କର ପରିଶ୍ରମ । ଏହା ଦେଶର ସାମୂହିକ ଇଚ୍ଛାଶକ୍ତିର ମଧ୍ୟ ପ୍ରତୀକ ।
ବନ୍ଧୁଗଣ, ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ ଏହିପରି ଦେଶର ଅନେକ ରାଜ୍ୟ ଏହି କ୍ଷେତ୍ରରେ ନିଜର ସଫଳତା ପ୍ରଦର୍ଶନ କରିଛନ୍ତି । ଗୁଜରାଟର କଚ୍ଛ୍, ପାଟନ୍, ବନାସକାଁଠା ଭଳି ଅଞ୍ଚଳ ଯେଉଁଠି ଆଗରୁ କେବଳ ମରୁଭୂମି ଦେଖାଯାଉଥିଲା, ଆଜି ସେଠାରେ ବଡ଼ ବଡ଼ ନବୀକରଣୀୟ ଶକ୍ତି ପାର୍କ ତିଆରି ହେଉଛି । ଏହାର ଲାଭ ଯୁବବର୍ଗଙ୍କୁ ମିଳୁଛି । ନୂଆ ସୁଯୋଗ ସୃଷ୍ଟି ହେଉଛି । ନୂଆ ନୂଆ କୌଶଳ ବିକଶିତ ହେଉଛି, ରୋଜଗାରର ନୂଆ ବାଟ ଫିଟୁଛି ।
ବନ୍ଧୁଗଣ, ଭାରତର ବିକାଶ ପାଇଁ ସୌର ଏବଂ ପବନ ଶକ୍ତିର ଆବଶ୍ୟକତା ରହିଛି । ଏହା କେବଳ ପରିବେଶ କଥା ନୁହେଁ ଏହା ଆମ ଭବିଷ୍ୟତର ସୁରକ୍ଷା । ଏଥିରେ ଆମ ସମସ୍ତଙ୍କ ଭୂମିକା ରହିଛି । ଆମକୁ ବିଜୁଳି ସଞ୍ଚୟ କରିବାକୁ ହେବ, ଆମକୁ ସ୍ୱଚ୍ଛଶକ୍ତି ଆପଣାଇବାକୁ ହେବ । ଦେଶରେ ପ୍ରତ୍ୟେକ ସ୍ତରରେ ଏଭଳି ପ୍ରଚେଷ୍ଟାର ଆବଶ୍ୟକତା ରହିଛି । କାରଣ ଏଥିରୁ ହିଁ ବଡ଼ ପରିବର୍ତ୍ତନ ହେବ ।
ବନ୍ଧୁଗଣ, ମଇ ମାସ ଗୋଟିଏ ପବିତ୍ର ଅବସରରୁ ଆରମ୍ଭ ହେବାକୁ ଯାଉଛି । କିଛିଦିନ ପରେ ଆମେ ବୁଦ୍ଧପୂର୍ଣ୍ଣିମା ପାଳନ କରିବା । ମୁଁ ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଅଗ୍ରୀମ ଶୁଭେଚ୍ଛା ଜଣାଉଛି । ଭଗବାନ ଗୌତମ ବୁଦ୍ଧଙ୍କ ଜୀବନ ସନ୍ଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ । ସେ ଆମକୁ ଶିକ୍ଷା ଦେଇଛନ୍ତି ଯେ, ଶାନ୍ତି ଆମରି ଭିତରୁ ଆରମ୍ଭ ହୋଇଥାଏ । ସେ କହିଛନ୍ତି ଯେ, ସ୍ୱୟଂ ଉପରେ ବିଜୟ ସବୁଠାରୁ ବଡ଼ ବିଜୟ । ଆଜି ବିଶ୍ୱ ଯେଉଁଭଳି ଉତ୍ତେଜନା ଏବଂ ସଂଘର୍ଷ ମଧ୍ୟ ଦେଇ ଗତି କରୁଛି, ଏଭଳି ସମୟରେ ବୁଦ୍ଧଙ୍କ ଚିନ୍ତାଧାରା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।
ବନ୍ଧୁଗଣ, ଦକ୍ଷିଣ ଆମେରିକାର ଚିଲି’ର ଗୋଟିଏ ସଂସ୍ଥା ଭଗବାନ ବୁଦ୍ଧଙ୍କ ଚିନ୍ତାଧାରାକୁ ଆଗେଇ ନେଉଛି । ଲଦାଖରେ ଜନ୍ମଗ୍ରହଣ କରିଥିବା ଡ୍ରବପୋନ୍ ଓତଜର୍ ରିନପୋଚେଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ ଚାଲିଛି । ଏହି ସଂସ୍ଥା ଧ୍ୟାନ ଏବଂ କରୁଣାକୁ ଲୋକଙ୍କ ଜୀବନ ସହିତ ଯୋଡ଼ୁଛି । କୋଚିଗୁଆଜ ଘାଟିରେ ନିର୍ମିତ ସ୍ତୂପ ଲୋକଙ୍କୁ ଶାନ୍ତିର ଅନୁଭୂତି ପ୍ରଦାନ କରୁଛି । ପ୍ରକୃତରେ ଏହା ଦେଖି ଗର୍ବ ଅନୁଭବ ହେଉଛି । ଭାରତର ପ୍ରାଚୀନ ଧାରା ବିଶ୍ୱ ଦରବାରକୁ ପହଞ୍ଚୁଛି । ଦୂରଦୂରାନ୍ତର ଲୋକେ ମଧ୍ୟ ଏହା ସହିତ ଯୋଡ଼ି ହେଉଛନ୍ତି।
ବନ୍ଧୁଗଣ, ବୌଦ୍ଧ ପରମ୍ପରା ଆମକୁ ପ୍ରକୃତି ସହ ଯୋଡ଼ିହେବା ମଧ୍ୟ ଶିଖାଉଛି । ଗୋଟିଏ ବୃକ୍ଷ ତଳେ ହିଁ ଭଗବାନ ବୁଦ୍ଧଙ୍କୁ ଜ୍ଞାନପ୍ରାପ୍ତି ହୋଇଥିଲା । ପ୍ରକୃତି ଆମ ଜୀବନର ଏକ ଅଭିନ୍ନ ଅଙ୍ଗ । ଦେଶରେ ଏହିଭଳି ପ୍ରଚେଷ୍ଟା ମଧ୍ୟ ଚାଲିଛି । କର୍ଣ୍ଣାଟକର କର୍ମା ମଠ ଏହାର ଗୋଟିଏ ଉତ୍ତମ ଉଦାହରଣ । ଏହି ମଠ ଗୋଟିଏ ଜୀବନ୍ତ ବନାଞ୍ଚଳ, ଯାହା ୧୦୦ ଏକର ଭୂମିରେ ପରିବ୍ୟାପ୍ତ । ଏହି ଜଙ୍ଗଲରେ ୭୦୦ରୁ ଅଧିକ ଦେଶୀ ବୃକ୍ଷଗୁଡ଼ିକୁ ସଂରକ୍ଷିତ କରାଯାଇଛି । ବନ୍ଧୁଗଣ, ବୁଦ୍ଧଙ୍କ ବାର୍ତ୍ତା କେବଳ ଅତୀତ ନୁହେଁ, ଏହା ଆଜି ମଧ୍ୟ ପ୍ରାସଙ୍ଗିକ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜରୁରୀ । ବୁଦ୍ଧପୂର୍ଣ୍ଣିମାର ଏହି ଅବସର ଆମକୁ ପ୍ରେରଣା ଦେଉଛି ଯେ ଆମେ ନିଜ ଜୀବନରେ ଶାନ୍ତି ବୃଦ୍ଧି କରିବା, ଦୟାଭାବ ଆପଣାଇବା ଏବଂ ସନ୍ତୁଳନ ରକ୍ଷାକରି ଆଗକୁ ବଢ଼ିବା ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତେ ଜାଣନ୍ତି ଯେ, ଆମ ଦେଶରେ ଏବେ ଜାନୁଆରୀ ୨୩, ଅର୍ଥାତ୍ ନେତାଜୀ ସୁଭାଷଙ୍କ ଜୟନ୍ତୀଠାରୁ ଆରମ୍ଭ କରି ଜାନୁଆରୀ ୩୦ ଅର୍ଥାତ୍ ଗାନ୍ଧିଜୀଙ୍କ ପୁଣ୍ୟତିଥି ପର୍ଯ୍ୟନ୍ତ ଗଣତନ୍ତ୍ର ମହୋତ୍ସବ ପାଳନ କରାଯାଉଛି । ଏହି ମହୋତ୍ସବର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା - ବିଟିଂ ରିଟ୍ରିଟ୍ । ଆଜି ମୁଁ ଆପଣମାନଙ୍କ ସହିତ ବିଟିଂ ରିଟ୍ରିଟ୍ ସମ୍ପର୍କରେ ଆଲୋଚନା କରୁଛି କାରଣ ଏହା ପଛରେ ଗୋଟିଏ ବିଶେଷ କାରଣ ରହିଛି ।
ବନ୍ଧୁଗଣ, ଆପଣମାନେ ଦେଖିଥିବେ ଏହି ଉତ୍ସବ ଭିନ୍ନ-ଭିନ୍ନ ଦଳମାନଙ୍କର ବିବିଧ ସଙ୍ଗୀତ ପରମ୍ପରାକୁ ଦର୍ଶାଇଥାଏ । ବିଗତ କିଛିବର୍ଷ ଧରି ଏଥିରେ ଭାରତୀୟ ସଙ୍ଗୀତକୁ ବିଶେଷ ଭାବେ ଅନ୍ତର୍ଭୁକ୍ତ କରାଯାଉଛି ଏବଂ ଏହା ଦେଶର ଜନସାଧାରଣଙ୍କୁ ମଧ୍ୟ ବହୁତ ଭଲ ଲାଗୁଛି । ଚଳିତ ବର୍ଷର ବିଟିଂ ରିଟ୍ରିଟ୍ ଉତ୍ସବ ମଧ୍ୟ ଖୁବ୍ ସ୍ମରଣୀୟ ଥିଲା । ବାୟୁସେନା, ସ୍ଥଳସେନା, ନୌସେନା ଏବଂ ସି.ଏ.ପି.ଏଫ୍sର ବ୍ୟାଣ୍ଡଗୁଡ଼ିକ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ।
ବନ୍ଧୁଗଣ, ଚିତ୍ତାକର୍ଷକ ସଙ୍ଗୀତ ସହ ମନମୁଗ୍ଧକର ଗଠନଗୁଡ଼ିକର ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ବାୟୁସେନା ବ୍ୟାଣ୍ଡ ଦଳ ସିନ୍ଦୂର ଫର୍ମେସନ ପ୍ରଦର୍ଶିତ କରିଥିଲେ । ନୌସେନା ଦଳ ମତ୍ସ୍ୟଯନ୍ତ୍ର ଫର୍ମେସନ କରିଥିଲେ ଏବଂ ଆର୍ମି ବ୍ୟାଣ୍ଡର ପ୍ରଦର୍ଶନରେ ବନ୍ଦେ-ମାତରମର ୧୫୦ ବର୍ଷ ଏବଂ କ୍ରିକେଟରେ ଭାରତର ସଫଳତାକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।
ବନ୍ଧୁଗଣ, ବିଟିଂ ରିଟ୍ରିଟ୍ ସରିଯିବା ପରେ, ସମସ୍ତ ପରିଶ୍ରମ, ସମସ୍ତ ଉପଲବଧି ଧୀରେ ଧୀରେ ଉଭେଇଯାଏ । କିନ୍ତୁ ଏବେ ଏହାକୁ ନେଇ ଖୁବ୍ ସୁନ୍ଦର ପ୍ରଚେଷ୍ଟା କରାଯାଇଛି । ବିଟିଂ ରିଟ୍ରିଟ୍ ସଙ୍ଗୀତ ପ୍ରଥମଥର ଲାଗି ୱେଭ୍ସ ଓଟିଟିରେ ମଧ୍ୟ ଉପଲବ୍ଧ । ଆଗାମୀ ସମୟରେ ଏହା ଅନ୍ୟାନ୍ୟ ପ୍ଲାଟଫର୍ମଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ- ଆପଣମାନେ ଏହାକୁ ନିଶ୍ଚୟ ଶୁଣନ୍ତୁ । ଆପଣ ଆମ ସଶସ୍ତ୍ର ବାହିନୀ ଓ ତାଙ୍କ ପରମ୍ପରାକୁ ନେଇ ଖୁବ୍ ଗର୍ବ ଅନୁଭବ କରିବେ ।
ବନ୍ଧୁଗଣ, ବିଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରକୃତି ସଂରକ୍ଷଣକୁ ନେଇ ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । ଏ କାହାଣୀଗୁଡ଼ିକ ଆମକୁ ନୂତନ ଆଶା ଦେଇଥାଏ ଏବଂ ଗର୍ବିତ କରିଥାଏ । ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କ ସହ କିଛି ଉଦାହରଣ ବାଣ୍ଟିବାକୁ ଚାହୁଁଛି । ଏହାକୁ ଶୁଣି ଆପଣମାନଙ୍କ ମନ ଖୁସି ହୋଇଯିବ । ସର୍ବପ୍ରଥମେ, କଚ୍ଛର ରଣ ଅଞ୍ଚଳ ବିଷୟରେ ଜାଣିବା । ବର୍ଷାଋତୁ ସରିବା ମାତ୍ରେ ଏଠିକାର ଭୂମି ଜୀବନ୍ତ ହୋଇଉଠେ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାର ଫ୍ଲାମିଙ୍ଗୋ ଏଠାକୁ ଆସନ୍ତି । ସମଗ୍ର ଅଞ୍ଚଳ ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇଉଠେ । ସେଥିପାଇଁ ଏହି ଅଞ୍ଚଳକୁ ‘ଫ୍ଲେମିଙ୍ଗୋ ସିଟି’ କୁହାଯାଏ । ଏ ପକ୍ଷୀ ଏଇଠି ବସା ବାନ୍ଧନ୍ତି ଓ ଏହିଠାରେ ହିଁ ଛୁଆମାନଙ୍କୁ ବଡ଼ କରନ୍ତି । କଚ୍ଛର ଲୋକମାନେ ଏମାନଙ୍କୁ ‘ଲାଖାଜୀଙ୍କ ବରଯାତ୍ରୀ’ ବୋଲି କହନ୍ତି । ବର୍ତ୍ତମାନ ଲାଖାଜୀଙ୍କର ଏହି ବରଯାତ୍ରୀ କଚ୍ଛର ପରିବେଶ ସୁରକ୍ଷା ଦିଗରେ ଏକ ସୁନ୍ଦର ପ୍ରତୀକ ରୂପେ ବିବେଚିତ ହେଉଛନ୍ତି ।
ବନ୍ଧୁଗଣ, ଅନ୍ୟ ଏକ ପ୍ରସଙ୍ଗ ମଣିଷ ଓ ବନ୍ୟପ୍ରାଣୀଙ୍କ ପାରସ୍ପରିକ ସହଯୋଗ ଉପରେ ଆଧାରିତ । ଏ ପ୍ରସଙ୍ଗଟି ହେଉଛି ଉତ୍ତରପ୍ରଦେଶର । ସେଠାକାର ପାର୍ବତ୍ୟାଞ୍ଚଳରେ ଫସଲ ଅମଳ ସମୟରେ ହାତୀପଲ ଗାଁ ଆଡ଼କୁ ମାଡ଼ିଆସନ୍ତି, ଯଦ୍ଦ୍ୱାରା ସଂଘର୍ଷର ଆଶଙ୍କା ଦେଖାଦିଏ । କିନ୍ତୁ, ଏବେ ୟୁପିରେ ମଧ୍ୟ ‘ଗଜମିତ୍ର’ ଭଳି ପ୍ରୟାସ ଆରମ୍ଭ ହୋଇଛି । ଗାଁର ଲୋକମାନେ ହିଁ ଟିମ୍ ତିଆରି କରି ହାତୀମାନଙ୍କ ଉପରେ ଦୃଷ୍ଟି ରଖୁଛନ୍ତି । ବେଳ ଥାଉ ଥାଉ ସେମାନେ ଲୋକମାନଙ୍କୁ ସତର୍କ କରୁଛନ୍ତି। ଏହାଦ୍ୱାରା ହାତୀ-ମନୁଷ୍ୟ ସଂଘର୍ଷ କମୁଛି ଓ ଲୋକମାନଙ୍କର ଭରସା ବଢ଼ୁଛି ।
ବନ୍ଧୁଗଣ, ମଧ୍ୟଭାରତରୁ ବି ଏକ ଭଲ ଖବର ଆସିଛି । ଛତିଶଗଡ଼ରେ ପୁଣିଥରେ କୃଷ୍ଣସାର ମୃଗ ଦେଖାଗଲେଣି । ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା, କିନ୍ତୁ ନିୟମିତ ପ୍ରଚେଷ୍ଟା କରାଗଲା, ସଂରକ୍ଷଣ ବଢ଼ାଗଲା ଯଦ୍ଦ୍ୱାରା ଆଜି ଏମାନେ ପୁଣିଥରେ ଖୋଲାପଡ଼ିଆରେ ଦୌଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ହେଉଛି ଆମ ଲୁପ୍ତ ପ୍ରାୟ ଐତିହ୍ୟର ପୁନରାଗମନ । ଏପରି ଆଶା ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ଅର୍ଥାତ୍ ଗୋଡ଼ାବଣ ପକ୍ଷୀ ସଂରକ୍ଷଣରେ ମଧ୍ୟ ଦେଖିବାକୁ ମିଳୁଛି । ଏ ପକ୍ଷୀ ଆମ ମରୁଭୂମି ଅଞ୍ଚଳର ପରିଚୟ ଥିଲେ । କିନ୍ତୁ ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଏ ପକ୍ଷୀ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ଏମାନଙ୍କ ସଂରକ୍ଷଣ ପାଇଁ ବଡ଼ ଅଭିଯାନ ଆରମ୍ଭ ହୋଇଛି । ବୈଜ୍ଞାନିକ ଉପାୟ ଅବଲମ୍ବନ କରାଯାଉଛି । ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ନୂତନ ଜୀବନର ଆରମ୍ଭ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।
ବନ୍ଧୁଗଣ, ପ୍ରକୃତି ଓ ମନୁଷ୍ୟ ଭିନ୍ନ ନୁହନ୍ତି । ଆମେ ପରସ୍ପରର ବନ୍ଧୁ । ଯେତେବେଳେ ଆମେ ପ୍ରକୃତିକୁ ବୁଝୁ, ତା’ର ସମ୍ମାନ କରୁ ଓ ତା’ସହିତ ସମତାଳରେ ଚାଲୁ, ସେତେବେଳେ ପରିବର୍ତ୍ତନ ସ୍ପଷ୍ଟ ରୂପେ ଦେଖିବାକୁ ମିଳେ । ଆଜି ଏପରି ପରିବର୍ତ୍ତନ ଦେଶର କୋଣ-ଅନୁକୋଣରୁ ନୂଆ ଆଶା ନେଇ ସାମ୍ନାକୁ ଆସିବାରେ ଲାଗିଛି ।
ମୋର ପ୍ରିୟ ଦେଶବାସୀଗଣ, ଉତ୍ତରପୂର୍ବ ହେଉଛି ଆମ ସମସ୍ତଙ୍କ ପାଇଁ ଅଷ୍ଟଲକ୍ଷ୍ମୀ । ଏଠି ପ୍ରଚୁର ପ୍ରତିଭା ରହିଛି । ଏତଦଭିନ୍ନ ଉତ୍ତରପୂର୍ବର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ । ‘ମନ୍ କି ବାତ୍’ରେ ବି ଆମେ ପ୍ରାୟତଃ ଉତ୍ତରପୂର୍ବର ଲୋକମାନଙ୍କ ଉପଲବଧି ସମ୍ପର୍କରେ ଚର୍ଚ୍ଚା କରିଆସିଛୁ । ଆଜି ସେପରି ଏକ ଉପଲବଧି ବିଷୟରେ ମୁଁ ଆପଣମାନଙ୍କ ସହ ଆଲୋଚନା କରିବି, ଆଉ ତାହା ହେଉଛି – ଉତ୍ତର-ପୂର୍ବ ବାଉଁଶ ସେକ୍ଟରୁର ସଫଳତା । ବନ୍ଧୁଗଣ, ଏକଦା ଯେଉଁ ଜିନିଷକୁ ବୋଝ ବୋଲି ବିବେଚନା କରାଯାଉଥିଲା, ଆଜି ତାହା ରୋଜଗାର, କାରବାର ଓ ନବସୃଜନକୁ ନୂଆ ଗତି ପ୍ରଦାନ କରୁଛି । ଆମ ମା’ଭଉଣୀମାନେ ହେଉଛନ୍ତି ଏହାର ସବୁଠାରୁ ବଡ଼ ଲାଭାର୍ଥୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାଉଁଶର ପରିଭାଷା ବଦଳିଯିବାରୁ କେତେ ବଡ଼ ପରିବର୍ତ୍ତନ ଆସିଛି । ବନ୍ଧୁଗଣ, ଇଂରେଜମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଆଇନ ଅନୁସାରେ ବାଉଁଶକୁ ବୃକ୍ଷ ରୂପେ ପରିଗଣିତ କରାଯାଉଥିଲା ଓ ଏହାସହ ଜଡ଼ିତ ନିୟମ ମଧ୍ୟ ଖୁବ୍ କଠୋର ଥିଲା । କୌଣସି ଜାଗାକୁ ବାଉଁଶ ନେଇଯିବା ମଧ୍ୟ କାଠିକର ପାଠ ଥିଲା । ଏହାଦ୍ୱାରା ଏଠିକାର ଲୋକମାନେ ବାଉଁଶ ସହ ଜଡ଼ିତ କୁଟୀରଶିଳ୍ପଠାରୁ ଦୂରେଇଗଲେ । ବନ୍ଧୁଗଣ, ୨୦୧୭ ମସିହାରେ ଆଇନରେ ପରିବର୍ତ୍ତନ କରି ଆମେ ବାଉଁଶକୁ ବୃକ୍ଷ ବର୍ଗରୁ ଅଲଗା କରିଦେଲୁ । ଏହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ । ଆଜି ସମଗ୍ର ଉତ୍ତରପୂର୍ବରେ ବାଉଁଶ କ୍ଷେତ୍ର ନିରନ୍ତର ଉନ୍ନତି କରିଚାଲିଛି । ଲୋକମାନେ ନିରନ୍ତର ନବସୃଜନ କରି ଏଥିରେ ମୂଲ୍ୟ ମିଶ୍ରଣ କରିଚାଲିଛନ୍ତି ।
ବନ୍ଧୁଗଣ, ତ୍ରିପୁରାର ଗୋମତୀ ଜିଲ୍ଲାର ବିଜୟ ସୂତ୍ରଧାର ଓ ଝକ୍ଟଙ୍କଗ୍ଧଷ ତ୍ରିପୁରାର ପ୍ରଦୀପ ଚକ୍ରବର୍ତ୍ତୀଙ୍କ ବିଷୟରେ ଜାଣିବା । ଏ ଦୁହେଁ ନୂଆ ଆଇନକୁ ନିଜ ପାଇଁ ଏକ ବଡ଼ ସୁଯୋଗ ବୋଲି ବିଚାର କଲେ । ତା’ପରେ ସେମାନେ ନିଜ କାମକୁ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିଲେ । ଆଜି ସେମାନେ ପୂର୍ବ ଅପେକ୍ଷା ଉତ୍କୃଷ୍ଟ ଓ ଅଧିକ ବାଉଁଶଜାତ ଦ୍ରବ୍ୟ ତିଆରି କରୁଛନ୍ତି ।
ନାଗାଲାଣ୍ଡର ଦୀମାପୁର ଓ ତା’ ପାଖାପାଖି ଅଞ୍ଚଳରେ ଏପରି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ବାଉଁଶ ସହ ଜଡ଼ିତ ଖାଦ୍ୟ ଉତ୍ପାଦରେ ମୂଲ୍ୟ ବୃଦ୍ଧି କରିଛନ୍ତି । ସେଠି ଖୋରୋଲୋ କ୍ରିଏଟିଭ୍ କ୍ରାଫ୍ଟ ଭଳି ତିମମାନେ ବି ଅଛନ୍ତି, ଯେଉଁମାନେ ବାଉଁଶର ଫର୍ନିଚର୍ ଓ ହସ୍ତଶିଳ୍ପ ଉପରେ କାମ କରୁଛନ୍ତି ।
ବନ୍ଧୁଗଣ, ମିଜୋରାମର ମାମିତ ଜିଲ୍ଲାରେ ବି ଏପରି ଟିମ ଅଛନ୍ତି, ଯେଉଁମାନେ ବାଉଁଶର ଟିସୁ କଲଚର ଓ ପଲିହାଉସ୍ ପରିଚାଳନା ଉପରେ କାର୍ଯ୍ୟ କରୁଛନ୍ତି । ସିକ୍କିମର ଗ୍ୟାଙ୍ଗଟକ୍ ନିକଟବର୍ତ୍ତୀ ଲାଗାଷ୍ଟାଲ୍ ବାଉଁଶ ଏଣ୍ଟରପ୍ରାଇଜ୍ ଦଳ ସମ୍ପର୍କରେ ମୁଁ ଜାଣିବାକୁ ପାଇଛି । ସେମାନେ ବାଉଁଶରୁ ହସ୍ତଶିଳ୍ପ, ଧୂପକାଠି, ଫର୍ନିଚର ଭିତର ଓ ସାଜସଜ୍ଜା ସାମଗ୍ରୀ ତିଆରି କରନ୍ତି ।
ବନ୍ଧୁଗଣ, ମୁଁ ଏଠି ମାତ୍ର କିଛି ଉଦାହରଣ ଦେଇଛି । ଦେଶରେ ବାଉଁଶ କ୍ଷେତ୍ରରେ ସଫଳତାର ତାଲିକା ଖୁବ୍ ଲମ୍ବା । ମୁଁ ଆପଣମାନଙ୍କୁ ନିବେଦନ କରିବି ଯେ ଆପଣମାନେ ଉତ୍ତରପୂର୍ବର ଯେକୌଣସି ବାଉଁଶ ତିଆରି ଜିନିଷ ନିଶ୍ଚୟ କିଣନ୍ତୁ । ଆପଣମାନେ ଏହାକୁ ଗିଫ୍ଟ ରୂପରେ ମଧ୍ୟ ଦେଇପାରିବେ । ଆପଣମାନଙ୍କ ଏପରି ପ୍ରଚେଷ୍ଟା ଦ୍ୱାରା ସେହି ଲୋକମାନଙ୍କର ମନୋବଳ ବଢ଼ିବ, ଯେଉଁମାନେ ବାଉଁଶ ଉତ୍ପାଦ ତିଆରି କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଦ୍ରୁତଗତିରେ ବଦଳୁଥିବା ଆଜିର ସମୟରେ ପ୍ରଯୁକ୍ତିବିଦ୍ୟା ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇସାରିଛି । ଆଜି ଆମେ ନିଜ ଅତୀତକୁ ବର୍ତ୍ତମାନ ସହ ଯୋଡ଼ିବା ଦିଗରେ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା ଦେଖିବାକୁ ପାଉ । ଏ କ୍ଷେତ୍ରରେ ବର୍ତ୍ତମାନ ଏପରି ବିକାଶ ହୋଇଛି ଯଦ୍ଦ୍ୱାରା ଶିକ୍ଷା ସହ ଜଡ଼ିତ ଓ ଇତିହାସରେ ରୁଚି ରଖୁଥିବା ଲୋକମାନେ ଖୁବ୍ ଆନନ୍ଦିତ ହେଉଛନ୍ତି । ବନ୍ଧୁଗଣ, କିଛିଦିନ ତଳେ ଭାରତୀୟ ଜାତୀୟ ଅଭିଲେଖାଗାର ଏକ ବିଶେଷ ପୋର୍ଟାଲରେ ଏକ ଅନନ୍ୟ ଡାଟାବେସ୍ ଶେୟାର କରିଛି । ଏହି ସଂସ୍ଥା ୨୦ କୋଟିରୁ ଅଧିକ ଅମୂଲ୍ୟ ଦଲିଲଗୁଡ଼ିକୁ ଡିଜିଟାଇଜ କରି ସେଗୁଡ଼ିକୁ ସାର୍ବଜନୀନ କରିଛି । ଏଗୁଡ଼ିକ ମଧ୍ୟରୁ କିଛି ଦସ୍ତାବିଜ ଖୁବ୍ ରୋଚକପୂର୍ଣ୍ଣ । ଏମାନଙ୍କ ମଧ୍ୟରେ ଭୋଜପତ୍ରରେ ଲିଖିତ ସପ୍ତମ ଶତାବ୍ଦୀର ଗିଲଗିଟ୍ ପାଣ୍ଡୁଲିପି ରହିଛି । ଏହି ପୋର୍ଟାଲରେ ଆପଣଙ୍କୁ ଅଷ୍ଟମ ଶତାବ୍ଦୀର ଏକ ରୋଚକ ଗ୍ରନ୍ଥ ଶ୍ରୀ ଭୂବାଲୟ ମଧ୍ୟ ଦେଖିବାକୁ ମିଳିବ । ଅଙ୍କ ଆଧାରିତ ଏହି ଗ୍ରନ୍ଥ ଗ୍ରିଡ୍ ରୂପରେ ଉପଲବ୍ଧ । ରାଣୀ ଲକ୍ଷ୍ମୀବାଈଙ୍କ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ ଚିଠିପତ୍ର ବି ଆପଣ ଏଠାରେ ଦେଖିବାକୁ ପାଇବେ । ଏହାଦ୍ୱାରା ୧୮୫୭ ମସିହାରେ ତାଙ୍କଦ୍ୱାରା ନିଆଯାଇଥିବା କିଛି ନିଷ୍ପତ୍ତି ସମ୍ପର୍କରେ ଜଣାପଡ଼େ; ଯାହା ତାଙ୍କ ପରାକ୍ରମକୁ ସୂଚିତ କରିଥାଏ । ଯେଉଁ ଲୋକମାନେ ନେତାଜୀ ସୁଭାଷଙ୍କର ବଡ଼ ପ୍ରଶଂସକ, ସେମାନଙ୍କ ପାଇଁ ଏଠାରେ ନେତାଜୀଙ୍କ ଜୀବନ, ଆଜାଦ ହିନ୍ଦ ଫୌଜ ଓ ତାଙ୍କ ଭାଷଣ ସହ ସମ୍ପୃକ୍ତ ଅନେକ ଡକ୍ୟୁମେଣ୍ଟଗୁଡିକ ରହିଛି । ଏଠି ଆପଣଙ୍କୁ ପଣ୍ଡିତ ମଦନମୋହନ ମାଲବୀୟ ଜୀଙ୍କ ସହ ଜଡ଼ିତ ଅନେକ ଡକ୍ୟୁମେଣ୍ଟଗୁଡିକ ବି ମିଳିବ । ଏହି ଡକ୍ୟୁମେଣ୍ଟଗୁଡିକ ଭିତରେ ଭୂର ସ୍ଥାପନା ଓ ହିନ୍ଦୀ ସାହିତ୍ୟ ସମ୍ମେଳନ ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ସୂଚନା ରହିଛି । ଏଠି ଆମ ସମ୍ବିଧାନ ସଭା ସହ ଜଡ଼ିତ ଅନେକ ଦୁର୍ଲଭ ଦସ୍ତାବିଜ ବି ଉପଲବ୍ଧ । ଆପଣ ସମସ୍ତଙ୍କୁ ମୋର ନିବେଦନ ଆପଣ www.abhilekh-patal.inକୁ ନିଶ୍ଚୟ ପରିଦର୍ଶନ କରନ୍ତୁ । ଏହା ଆପଣଙ୍କୁ ଆପଣଙ୍କ ଇତିହାସ ସମ୍ପର୍କରେ ଏକ ନିଆରା ଅନୁଭବ ପ୍ରଦାନ କରିବ ।
ବନ୍ଧୁଗଣ, ଟିକେ କଳ୍ପନା କରନ୍ତୁ ଆପଣ ସାରା ଦୁନିଆରେ ସବୁଠାରୁ ପ୍ରତିଭାଶାଳୀ ଲୋକଙ୍କ ମଧ୍ୟରେ ଅଛନ୍ତି । ଆପଣଙ୍କ ପାଖରେ ଗଣିତର ବହୁତ କଠିନ ପ୍ରଶ୍ନ ଅଛି । ଏଗୁଡ଼ିକୁ ସମାଧାନ କରିବା ପାଇଁ ସମୟ ଅଛି – କେବଳ ସାଢ଼େ ଚାରି ଘଣ୍ଟା । ଅର୍ଥାତ୍ ସମୟ ବହୁତ କମ୍ ଏବଂ ପ୍ରତିଯୋଗିତା ହେଉଛି ଅନ୍ତର୍ଜାତୀୟ, ବହୁତ କଠିନ । ଏଭଳି ପରିସ୍ଥିତିରେ ନର୍ଭସ୍ ହେବା ବହୁତ ସ୍ୱାଭାବିକ । କିନ୍ତୁ ଏହି ପରିସ୍ଥିତିରେ ଆମ ଝିଅମାନେ କମାଲ୍ କରିଦେଇଛନ୍ତି । ଚଳିତ ମାସର ଆରମ୍ଭରେ ଫ୍ରାନ୍ସର ବୋରୋଦୋରେ ୟୁରୋପୀୟ ବାଳିକା ଗଣିତ ଅଲମ୍ପିଆଡ୍ର ଆୟୋଜନ ହୋଇଥିଲା । ଗଣିତରେ ଗଭୀର ରୁଚି ରଖୁଥିବା ସ୍କୁଲ ଛାତ୍ରୀମାନଙ୍କ ପାଇଁ ଏହା ଗୋଟିଏ ବଡ଼ ପ୍ରତିଯୋଗିତା ଥିଲା । ଏହା ଦୁନିଆର ସବୁଠାରୁ ସମ୍ମାନିତ ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା । ଏହି ଅଲମ୍ପିଆଡରେ ଆମର ଝିଅମାନେ ଏପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କଲେ । ଏହି ପ୍ରତିଭାଶାଳୀ ଦଳ ପାଇଁ ମୁଁ ବହୁତ ଗର୍ବିତ । ଏମାନଙ୍କ ମଧ୍ୟରେ ମୁମ୍ବାଇର ଶ୍ରେୟା ମୁନ୍ଧଢ଼ା, ତିରୁଅନନ୍ତପୁରମର ସଞ୍ଜନା ଚାକୋ, ଚେନ୍ନାଇର ଶିବାନୀ ଭରତକୁମାର ଏବଂ କୋଲକାତାର ଶ୍ରୀମୟୀ ବେରା ସାମିଲ ହୋଇଥିଲେ । ଏଥିରେ ଆମ ଦଳ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଲା । ଶ୍ରେୟା ସ୍ୱର୍ଣ୍ଣପଦକ ପ୍ରାପ୍ତହୋଇ ଇତିହାସ ସୃଷ୍ଟି କଲେ । ସଂଜନା ରୌପ୍ୟ ପାଇଥିଲା ବେଳେ ଶିବାନୀ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ ।
ବନ୍ଧୁଗଣ, ଏହି ଅଲମ୍ପିଆଡ଼୍ ପାଇଁ ଭାରତରେ ଯେଉଁ ଚୟନ ପ୍ରକ୍ରିୟା ଅଛି ତାହା ସ୍ୱୟଂ ବହୁତ କଠିନ । ଏହାର ଏକ ବହୁସ୍ତରୀୟ ଚୟନ ପ୍ରକ୍ରିୟା ରହିଛି । ଏଥିରେ ଆଞ୍ଚଳିକ, ରାଜ୍ୟ ଏବଂ ଜାତୀୟ ସ୍ତରରେ କଠିନ ଆହ୍ୱାନକୁ ଅତିକ୍ରମ କରି ଆସିବାକୁ ପଡ଼ିଥାଏ । ଏହାପରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ଏକମାସ ପାଇଁ ଗଣିତ ପ୍ରଶିକ୍ଷଣ ଶିବିରରେ ସାମିଲ ହୁଅନ୍ତି । ଏହି ଶିବିର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ମୌଳିକ ଗବେଷଣାର ହୋମି ଭାଭା ବିଜ୍ଞାନ ଶିକ୍ଷା କେନ୍ଦ୍ରଠାରେ ଆୟୋଜିତ ହୁଏ। ଏହି ଶିବିରର ଶେଷରେ ଦଳ ଚୟନ ପାଇଁ ପରୀକ୍ଷା ହୁଏ । ଏଥିରେ ପ୍ରଦର୍ଶିତ ଦକ୍ଷତା ଅନୁସାରେ ହିଁ ଭାରତୀୟ ଦଳକୁ ଚୟନ କରାଯାଏ ।
ବନ୍ଧୁଗଣ, ପ୍ରତିବର୍ଷ ସାରାଦେଶରୁ ପ୍ରାୟ ଛଅ ଲକ୍ଷ ଛାତ୍ରୀ ଏହି ଗଣିତ ଅଲମ୍ପିଆଡ୍ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି । ସମୟ ସହିତ ଏହି ସଂଖ୍ୟା ଲଗାତାର ବଢ଼ିଚାଲିଛି । ଅର୍ଥାତ୍ ଦେଶର ଝିଅମାନଙ୍କ ମଧ୍ୟରେ ଏହି ଅଲମ୍ପିଆଡର ସଂସ୍କୃତି ଲୋକପ୍ରିୟ ହେବାରେ ଲାଗିଛି । ଏହି ପ୍ରତିଭାଶାଳୀ ବାଳିକାମାନଙ୍କୁ ସହଯୋଗ କରୁଥିବାରୁ ମୁଁ ସେମାନଙ୍କର ପିତାମାତାଙ୍କୁ ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏବେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଚାଲିଛି ଯାହା ବିଷୟରେ ପ୍ରତ୍ୟେକ ଭାରତୀୟ ଜାଣିବା ଉଚିତ । ଏହା ହେଉଛି ଜନଗଣନା ଅଭିଯାନ । ଏହା ବିଶ୍ୱର ସବୁଠାରୁ ବଡ଼ ଜନଗଣନା । ବନ୍ଧୁଗଣ ଯେଉଁ ବନ୍ଧୁମାନେ ପୂର୍ବରୁ ଏହିଭଳି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଏଥରର ଜନଗଣନାର ଅନୁଭବ ସେମାନଙ୍କ ପାଇଁ ଟିକେ ଅଲଗା ହେବ । ୨୦୨୭ର ଜନଗଣନାକୁ ଡିଜିଟାଲ କରାଯାଇଛି । ସମସ୍ତ ସୂଚନା ସିଧାସଳଖ ଡିଜିଟାଲ ମାଧ୍ୟମରେ ଭରାଯାଉଛି । ଘରଘର ବୁଲି କାମ କରୁଥିବା କର୍ମଚାରୀମାନଙ୍କ ପାଖରେ ମୋବାଇଲ୍ ଆପ୍ ଅଛି, ସେମାନେ ଆପଣଙ୍କ ସହିତ କଥାବାର୍ତ୍ତା କରି ସେଥିରେ ସୂଚନା ପୂରଣ କରିବେ । ବନ୍ଧୁଗଣ, ଏଥର ଜନଗଣନାରେ ଆପଣମାନଙ୍କର ଭାଗିଦାରୀକୁ ସହଜ କରାଯାଇଛି । ଆପଣ ନିଜେ ମଧ୍ୟ ଆପଣଙ୍କ ସୂଚନା ପୂରଣ କରିପାରିବେ । କର୍ମଚାରୀମାନଙ୍କ ଆସିବାର ୧୫ ଦିନ ପୂର୍ବରୁ ଆପଣଙ୍କ ପାଇଁ ଏହି ସୁବିଧା ପ୍ରାପ୍ତ ହେବ । ଆପଣ ନିଜର ସମୟ ଅନୁସାରେ ସୂଚନା ଭରିପାରନ୍ତି । ଯେତେବେଳେ ଆପଣ ଏହି ପ୍ରକ୍ରିୟାଟି ଶେଷ କରିବେ ସେତେବେଳେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ । ଏହି ଆଇଡି ଆପଣଙ୍କ ମୋବାଇଲ ବା ଇ-ମେଲରେ ମଧ୍ୟ ଆସୁଛି । ପରେ ଯେତେବେଳେ କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଆପଣ ଏହି ଆଇଡି ଦେଖାଇ ସୂଚନାଗୁଡ଼ିକ ନିଶ୍ଚିତ କରିପାରିବେ । ଏହାଦ୍ୱାରା ଦୁଇଥର ସୂଚନା ଦେବାର ଆବଶ୍ୟକତା ପଡ଼ିବ ନାହିଁ । ସମୟ ବି ବଞ୍ଚିବ ଏବଂ ପ୍ରକ୍ରିୟା ମଧ୍ୟ ସହଜ ହୋଇଯିବ । ବନ୍ଧୁଗଣ ଯେଉଁ ରାଜ୍ୟରେ ସ୍ୱଗଣନାର କାମ ଶେଷ ହୋଇଗଲାଣି ସେଠାରେ ଗଣନା କର୍ମଚାରୀଙ୍କ ଦ୍ୱାରା ଘରର ସୂଚୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ୨୦ ଲକ୍ଷ ପରିବାରର ଘର ସୂଚୀକରଣ କାମ ପୁରା ହୋଇଗଲାଣି । ବନ୍ଧୁଗଣ ଦେଶର ଜନଗଣନା ଖାଲି ସରକାରୀ କାମ ନୁହେଁ ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଆପଣଙ୍କର ଭାଗିଦାରୀ ବହୁତ ଆବଶ୍ୟକ । ଆପଣ ଦେଇଥିବା ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ରହେ ଏବଂ ଗୋପନ ରଖାଯାଏ, ଡିଜିଟାଲ ସୁରକ୍ଷା ସହିତ ଏଗୁଡ଼ିକୁ ସୁରକ୍ଷିତ କରାଯାଏ । ଆସନ୍ତୁ ଆମେ ସମସ୍ତେ ମିଶି ଏହି ପ୍ରକ୍ରିୟାରେ ଭାଗନେବା । ୨୦୨୭ର ଜନଗଣନାକୁ ସଫଳ କରିବା ।
ବନ୍ଧୁଗଣ, ଆମ ଦେଶରେ ଖାଇବା ପିଇବାର ପରମ୍ପରା ଖାଲି ସ୍ୱାଦ ପର୍ଯ୍ୟନ୍ତ ସୀମିତ ହୋଇନାହିଁ । ଏହି ପରମ୍ପରାର ଗୋଟିଏ ଚମତ୍କାର କଥା ହେଲା ଭାରତର ଚିଜ୍ । ଏହି କିଛିଦିନ ତଳେ ମୁଁ ଟ୍ୱିଟ୍ କରି ଗୋଟିଏ ସୂଚନା ଦେଇଥିଲି, ବ୍ରାଜିଲରେ ଆୟୋଜିତ ଗୋଟିଏ ଅନ୍ତର୍ଜାତୀୟ ଚିଜ୍ ପ୍ରତିଯୋଗିତାରେ ଭାରତୀୟ ଚିଜ୍ର ଦୁଇଟି ବ୍ରାଣ୍ଡକୁ ପ୍ରତିଷ୍ଠିତ ପୁରସ୍କାର ମିଳିଛି । ଏହି ଉପଲବଧିର ଚର୍ଚ୍ଚା ସାମାଜିକ ଗଣମାଧ୍ୟମରେ ବି ଖୁବ୍ ହୋଇଛି । ଅନେକ ଲୋକ ମୋତେ କହିଛନ୍ତି ଯେ Cheeseର ଯେଉଁ ବିବିଧତା ଅଛି ସେ ବିଷୟରେ ମଧ୍ୟ କଥା ହେବା ଉଚିତ୍ ।
ବନ୍ଧୁଗଣ, ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆସୁଛି । ଏହି କ୍ଷେତ୍ରରେ ମୂଲ୍ୟ ମିଶ୍ରଣ ହେବା ଦ୍ୱାରା ଆମର ପାରମ୍ପରିକ ସ୍ୱାଦକୁ ଏକ ନୂତନ ପରିଚୟ ମିଳିଛି । ଆଜି ଭାରତୀୟ ଚିଜ୍ ସାରା ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଜଳଖିଆ ହେଉ ବା ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରୀଭୋଜନ ସାରା ଦୁନିଆର ଥାଳିରେ ଭାରତର ସ୍ୱାଦ ପହଂଚିପାରୁଛି । ଜାମ୍ମୁ କାଶ୍ମୀରର କଲାରି ଚିଜ୍କୁ ହିଁ ନିଅନ୍ତୁ – ଏହାକୁ ‘କାଶ୍ମୀରର ମୋଜେରେଲା’ କୁହାଯାଉଛି । ଗୁଜ୍ଜର-ବକରୱାଲ ସମ୍ପ୍ରଦାୟର ଲୋକ ବଂଶାନୁକ୍ରମେ ଏହାକୁ ତିଆରି କରୁଛନ୍ତି ଏବଂ ଖାଇଆସୁଛନ୍ତି । ସେହିଭଳି ସିକ୍କିମ୍, ଅରୁଣାଚଳ ପ୍ରଦେଶ ଏବଂ ଲଦାଖରେ ‘ଛୁର୍ପି’ ବହୁତ ପ୍ରସିଦ୍ଧ । ପାର୍ବତ୍ୟାଞ୍ଚଳର ସରଳତା ଏବଂ କୋମଳତା ଏହାର ସ୍ୱାଦରେ ଅନୁଭୂତ ହୁଏ । ଏହି ଚିଜ୍ର ମୁଖ୍ୟ କଥା ହେଲା ଏହା ଚମରୀଗାଈର ଦୁଗ୍ଧରୁ ତିଆରି ହୋଇଥାଏ ।
ବନ୍ଧୁଗଣ, ମହାରାଷ୍ଟ୍ର ଓ ଗୁଜୁରାଟରେ ‘ଟୋପଲୀ ନୁ ପନିର୍’ ଯାହାକୁ ‘ସୁରତୀର Cheese’ ବୋଲି କୁହାଯାଏ; ସେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମୁଁ ଏଠାରେ କେତୋଟି ମାତ୍ର ନାମ ଉଲ୍ଲେଖ କଲି, କିନ୍ତୁ ଆମ ଦେଶରେ ସ୍ୱାଦର ଏ ଦୁନିଆ ବହୁତ ବ୍ୟାପକ । ଆଜି ଏହି ପରମ୍ପରାକୁ ଏକ ନୂତନ ଶକ୍ତି ମିଳୁଛି । ଅନେକ ଭାରତୀୟ କମ୍ପାନୀ ଏହି କ୍ଷେତ୍ରରେ ନିବେଶ କରୁଛନ୍ତି । ଆଧୁନିକ କୌଶଳ ଆସୁଛି, ଭଲ ପ୍ୟାକିଂ ବି ହେଉଛି ଏବଂ ଆମର ଉତ୍ପାଦ ବିଶ୍ୱସ୍ତରୀୟ ହୋଇ ଆଗକୁ ବଢ଼ୁଛି । ଏହାର ପରିଣାମ ସ୍ୱରୂପ ଭାରତୀୟ ଚିଜ୍ ଏବେ ଦେଶର ସୀମା ଅତିକ୍ରମ କରି ବିଶ୍ୱ ବଜାରରେ ଏବଂ ରେସ୍ତୋରାଁ ପର୍ଯ୍ୟନ୍ତ ପହଞ୍ଚିପାରିଛି । ଆଜି ଆମେମାନେ ସ୍ଥାନୀୟରୁ ବିଶ୍ୱସ୍ତରୀୟ ପର୍ଯ୍ୟନ୍ତ କଥା ହେଉଛନ୍ତି । ସେଗୁଡ଼ିକ ଭିତରେ ଭାରତୀୟ Cheeseର ଉଦାହରଣ ଆମକୁ ଭବିଷ୍ୟତର ରାସ୍ତା ଦେଖାଉଛି । ମୋର ବିଶ୍ୱାସ ଭାରତର ସ୍ୱାଦ, ଭାରତର ପରମ୍ପରା ଏବଂ ଗୁଣବତ୍ତା ବିଶ୍ୱର ଲୋକମାନଙ୍କୁ ଏକ ନୂଆ ଅନୁଭବ ଦେବ ଏବଂ ଭାରତ ସହିତ ଗୋଟିଏ ସ୍ୱତନ୍ତ୍ର ସମ୍ପର୍କ ମଧ୍ୟ ସୃଷ୍ଟି ହେବ ।
ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଦେଶର ଅନେକ ଭାଗରେ ନବବର୍ଷ ସହିତ ଅନେକ ପର୍ବପର୍ବାଣୀ ପାଳିତ ହେଲା । କିଛିଦିନ ପରେ ମେ’ ୯ ତାରିଖରେ ‘ପୋଚିଶେ ବୋଇଶାଖ’ର ଅବସରରେ ଆମେମାନେ ଗୁରୁଦେବ ଟାଗୋରଙ୍କ ଜନ୍ମଜୟନ୍ତୀ ପାଳନ କରିବା । ଗୁରୁଦେବ ବହୁ ପ୍ରତିଭାର ଅଧିକାରୀ ଥିଲେ । ସେ ଜଣେ ମହାନ ଲେଖକ ଏବଂ ଚିନ୍ତାନାୟକ ତ ଥିଲେ; ସେ ଅନେକ ସଂସ୍ଥାନର ପ୍ରତିଷ୍ଠା ମଧ୍ୟ କରିଥିଲେ । ଗୁରୁଦେବ ଟାଗୋର ଲୋକମାନଙ୍କ ପାଇଁ ଏଭଳି ଉଦ୍ୟୋଗର ସମର୍ଥକ ଥିଲେ ଯେଉଁଥିରେ ସ୍ଥାୟୀ ରୋଜଗାର ମିଳିବା ସଙ୍ଗେସଙ୍ଗେ ଗ୍ରାମର ମଧ୍ୟ କଲ୍ୟାଣ ହେବ । ଶାନ୍ତିନିକେତନର ଯାତ୍ରା ମୋ ପାଇଁ ଅବିସ୍ମରଣୀୟ । ଏ ହେଉଛି ସେହି ଅନୁଷ୍ଠାନ ଯାହାକୁ ସେ ସମ୍ପୂର୍ଣ୍ଣ ସମର୍ପଣର ସହିତ ଗଢ଼ିଥିଲେ ଏବଂ ତା’ର ବିକାଶ ମଧ୍ୟ କରିଥିଲେ । ତାଙ୍କୁ ପୁଣିଥରେ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।
ବନ୍ଧୁଗଣ, ମେ’ ମାସ ଆମକୁ ୧୮୫୭ ମସିହାର ପ୍ରଥମ ସ୍ୱାଧିନତା ସଂଗ୍ରାମ କଥା ମନେ ପକାଇଦିଏ । ମୁଁ ମା’ ଭାରତୀଙ୍କର ସମସ୍ତ ବୀର ସନ୍ତାନମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ କି ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲେ । ଏହି ସମୟ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟ ଛୁଟିର ସମୟ । ମୋର ଇଚ୍ଛା ସେମାନେ ଛୁଟିର ଭରପୁର ଆନନ୍ଦ ନିଅନ୍ତୁ ଏବଂ କିଛି ନୂଆ ଶିଖିବାର ପ୍ରୟାସ ମଧ୍ୟ କରନ୍ତୁ । ଏହି ଗ୍ରୀଷ୍ମଋତୁରେ ଆପଣମାନେ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ପୁରା ଧ୍ୟାନ ଦିଅନ୍ତୁ । ଆସନ୍ତା ମାସରେ ପୁଣି ଆପଣମାନଙ୍କ ସହିତ ଦେଖାହେବ, କିଛି ନୂଆ ବିଷୟ ଏବଂ ଦେଶବାସୀମାନଙ୍କର କିଛି ନୂତନ ଉପଲବଧି ସହିତ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ଆଉ ଗୋଟିଏ ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଡ଼ିହୋଇ ମୋତେ ଖୁସି ଅନୁଭବ ହେଉଛି । ଏହା ଭିତରେ ନିର୍ବାଚନ ପାଇଁ ଗସ୍ତ ଚାଲିଛି, କିନ୍ତୁ ଆପଣମାନଙ୍କ ଚିଠି ଓ ବାର୍ତ୍ତାଗୁଡ଼ିକ ମାଧ୍ୟମରେ ଆମେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ଗୁଡ଼ିକ ସମ୍ପର୍କରେ ପରସ୍ପର ସହ ନିଜର ଖୁସି ମଧ୍ୟ ବାଣ୍ଟୁଛୁ । ଏଥର ‘ମନ୍ କି ବାତ୍’ର ଆରମ୍ଭ ଦେଶର ଏହିଭଳି ଗୋଟିଏ ବହୁତ ବଡ଼ ଉପଲବ୍ଧିରୁ କରିବା ।
ବନ୍ଧୁଗଣ, ଭାରତ ବିଜ୍ଞାନକୁ ସର୍ବଦା ଦେଶର ପ୍ରଗତି ସହ ଯୋଡ଼ି ଦେଖିଛି । ଏହି ଚିନ୍ତାଧାରା ସହ ଆମ ବୈଜ୍ଞାନିକମାନେ ବେସାମରିକ ପରମାଣୁ କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି । ସେମାନଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ରାଷ୍ଟ୍ରନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଏହାଦ୍ୱାରା ଆମର ଶିଳ୍ପ ବିକାଶ, ଶକ୍ତିକ୍ଷେତ୍ର, ସ୍ୱାସ୍ଥ୍ୟକ୍ଷେତ୍ରକୁ ବହୁତ ଲାଭ ହୋଇଛି । ଚାଷବାସଠାରୁ ଆରମ୍ଭ କରି ଆଧୁନିକ ଉଦ୍ଭାବକମାନଙ୍କୁ ମଧ୍ୟ ଭାରତର ବେସାମରିକ ପରମାଣୁ କାର୍ଯ୍ୟକ୍ରମର ବହୁତ ସାହାଯ୍ୟ କରିଛି । ବନ୍ଧୁଗଣ, ମାତ୍ର କିଛିଦିନ ପୂର୍ବେ ଆମର ପରମାଣୁ ବୈଜ୍ଞାନିକ ଗୋଟିଏ ବହୁତ ବଡ଼ ଉପଲବଧି ସହିତ ଭାରତର ଗୌରବ ବୃଦ୍ଧି କରିଛନ୍ତି । ତାମିଲନାଡୁର କଳ୍ପକ୍କମରେ ଫାଷ୍ଟ ବ୍ରେଡର ରିଆକ୍ଟର ସଙ୍କଟ ହାସଲ କରିସାରିଛି । ପ୍ରକୃତରେ, ଗୁରୁତରତା ହେଉଛି ସେହି ସ୍ଥିତି, ଯେଉଁଥିରେ ରିଆକ୍ଟର ପ୍ରଥମ ଥର ଆତ୍ମନିର୍ଭରଶୀଳ ନ୍ୟୁକ୍ଲିୟର ଶୃଙ୍ଖଳ ପ୍ରତିକ୍ରିୟାରେ ସଫଳତା ହାସଲ କରିଥାଏ । ଏହି ଅବସ୍ଥାର ଅର୍ଥ ହେଉଛି, ରିଆକ୍ଟର କାର୍ଯ୍ୟ ପର୍ଯ୍ୟାୟରେ ପହଞ୍ଚିବା । ଭାରତର ପରମାଣୁ ଶକ୍ତି ଯାତ୍ରାରେ ଏହା ଏକ ଐତିହାସିକ ମାଇଲଖୁଣ୍ଟ । ଆଉ ବଡ଼ କଥା ମଧ୍ୟ ହେଲା ଯେ, ପରମାଣୁ ରିଆକ୍ଟରଟି ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ।
ବନ୍ଧୁଗଣ, ଏହାକୁ ବ୍ରୀଡର୍ ରିଆକ୍ଟର୍ କାହିଁକି କୁହାଯାଏ ? ଏହା ପଛରେ ମଧ୍ୟ ଗୋଟିଏ କାରଣ ରହିଛି। ଏହା ଏଭଳି ଗୋଟିଏ ପ୍ରଣାଳୀ ଯାହା ଶକ୍ତି ଉତ୍ପାଦନ ସହ ଭବିଷ୍ୟତ ପାଇଁ ନୂଆ ଇନ୍ଧନ ମଧ୍ୟ ସ୍ୱୟଂ ପ୍ରସ୍ତୁତ କରିଥାଏ । ବନ୍ଧୁଗଣ, ମୋର ମାର୍ଚ୍ଚ ୨୦୨୪ର ସେହି ସମୟ ମଧ୍ୟ ମନେଅଛି, ଯେତେବେଳେ ମୁଁ କଳ୍ପକ୍କମରେ ରିଆକ୍ଟର କୋର ଲୋଡିଂର ସାକ୍ଷୀ ହୋଇଥିଲି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଭାରତର ପରମାଣୁ କାର୍ଯ୍ୟକ୍ରମରେ ନିଜର ଅମୂଲ୍ୟ ଯୋଗଦାନ ଦେଇଛନ୍ତି । ଦେଶବାସୀଙ୍କ ଜୀବନକୁ ଉନ୍ନତ ଏବଂ ସରଳ କରିବାରେ ସେମାନଙ୍କର ଏହି ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ଏଥିରୁ ବିକଶିତ ଭାରତର ଆମ ସଂକଳ୍ପକୁ ମଧ୍ୟ ଏକ ନୂତନ ଶକ୍ତି ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜି ମୁଁ ଏଭଳି ଗୋଟିଏ ଶକ୍ତି ବିଷୟରେ କହିବାକୁ ଚାହୁଁଛି, ଯାହା ଅଦୃଶ୍ୟ, କିନ୍ତୁ ଯାହା ବିନା ଆମ ଜୀବନ ଗୋଟିଏ ମୁହୂର୍ତ୍ତ ମଧ୍ୟ ଚଳିପାରିବ ନାହିଁ । ଏହି ଶକ୍ତି ଭାରତକୁ ଆଗେଇ ନେଉଛି । ଏହା ହେଉଛି ଆମର ପବନ ଶକ୍ତି । ଆମ ପ୍ରାଚୀନ ଗ୍ରନ୍ଥମାନଙ୍କରେ କୁହାଯାଇଛି ଯେ,
“ବାୟୂର୍ବା ଇତି ବ୍ୟଷ୍ଟିଃ, ବାୟୂରବୈ ସମଷ୍ଟିଃ”
ଅର୍ଥାତ୍, ବାୟୁ କେବଳ ଗୋଟିଏ ତତ୍ତ୍ୱ ନୁହେଁ, ଏହା ଜୀବନର ଶକ୍ତି, ଏହା ସମଷ୍ଟିର ଶକ୍ତି ।
ବନ୍ଧୁଗଣ, ଆଜି ଏହି ପବନ ଶକ୍ତି ଭାରତର ବିକାଶର ନୂଆ କାହାଣୀ ଲେଖି ଚାଲିଛି । ନିକଟରେ ଭାରତ ପବନ ଶକ୍ତି ଅର୍ଥାତ୍ Wind Energyରେ ବଡ଼ ଉପଲବଧି ହାସଲ କରିଛି । ଏବେ ଭାରତର ପବନ ଶକ୍ତି ଉତ୍ପାଦନ କ୍ଷମତା ୫୬ ଗିଗାୱାଟ୍ରୁ ଅଧିକ ହୋଇସାରିଛି । କେବଳ ମାତ୍ର ଗତ ଏକବର୍ଷରେ ଏଥିରେ ପ୍ରାୟ ୬ ଗିଗାୱାଟ୍ ନୂତନ କ୍ଷମତା ଯୋଡ଼ିହୋଇଛି । ପବନ ଶକ୍ତି କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ବନ୍ଧୁଗଣ, ଆଜି ଭାରତ ପବନ ଶକ୍ତି କ୍ଷମତାରେ ସମଗ୍ର ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ଏହା ଆମ ଇଞ୍ଜିନିୟର ଏବଂ ଯୁବବର୍ଗଙ୍କର ପରିଶ୍ରମ । ଏହା ଦେଶର ସାମୂହିକ ଇଚ୍ଛାଶକ୍ତିର ମଧ୍ୟ ପ୍ରତୀକ ।
ବନ୍ଧୁଗଣ, ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ ଏହିପରି ଦେଶର ଅନେକ ରାଜ୍ୟ ଏହି କ୍ଷେତ୍ରରେ ନିଜର ସଫଳତା ପ୍ରଦର୍ଶନ କରିଛନ୍ତି । ଗୁଜରାଟର କଚ୍ଛ୍, ପାଟନ୍, ବନାସକାଁଠା ଭଳି ଅଞ୍ଚଳ ଯେଉଁଠି ଆଗରୁ କେବଳ ମରୁଭୂମି ଦେଖାଯାଉଥିଲା, ଆଜି ସେଠାରେ ବଡ଼ ବଡ଼ ନବୀକରଣୀୟ ଶକ୍ତି ପାର୍କ ତିଆରି ହେଉଛି । ଏହାର ଲାଭ ଯୁବବର୍ଗଙ୍କୁ ମିଳୁଛି । ନୂଆ ସୁଯୋଗ ସୃଷ୍ଟି ହେଉଛି । ନୂଆ ନୂଆ କୌଶଳ ବିକଶିତ ହେଉଛି, ରୋଜଗାରର ନୂଆ ବାଟ ଫିଟୁଛି ।
ବନ୍ଧୁଗଣ, ଭାରତର ବିକାଶ ପାଇଁ ସୌର ଏବଂ ପବନ ଶକ୍ତିର ଆବଶ୍ୟକତା ରହିଛି । ଏହା କେବଳ ପରିବେଶ କଥା ନୁହେଁ ଏହା ଆମ ଭବିଷ୍ୟତର ସୁରକ୍ଷା । ଏଥିରେ ଆମ ସମସ୍ତଙ୍କ ଭୂମିକା ରହିଛି । ଆମକୁ ବିଜୁଳି ସଞ୍ଚୟ କରିବାକୁ ହେବ, ଆମକୁ ସ୍ୱଚ୍ଛଶକ୍ତି ଆପଣାଇବାକୁ ହେବ । ଦେଶରେ ପ୍ରତ୍ୟେକ ସ୍ତରରେ ଏଭଳି ପ୍ରଚେଷ୍ଟାର ଆବଶ୍ୟକତା ରହିଛି । କାରଣ ଏଥିରୁ ହିଁ ବଡ଼ ପରିବର୍ତ୍ତନ ହେବ ।
ବନ୍ଧୁଗଣ, ମଇ ମାସ ଗୋଟିଏ ପବିତ୍ର ଅବସରରୁ ଆରମ୍ଭ ହେବାକୁ ଯାଉଛି । କିଛିଦିନ ପରେ ଆମେ ବୁଦ୍ଧପୂର୍ଣ୍ଣିମା ପାଳନ କରିବା । ମୁଁ ଏଥିପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଅଗ୍ରୀମ ଶୁଭେଚ୍ଛା ଜଣାଉଛି । ଭଗବାନ ଗୌତମ ବୁଦ୍ଧଙ୍କ ଜୀବନ ସନ୍ଦେଶ ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ । ସେ ଆମକୁ ଶିକ୍ଷା ଦେଇଛନ୍ତି ଯେ, ଶାନ୍ତି ଆମରି ଭିତରୁ ଆରମ୍ଭ ହୋଇଥାଏ । ସେ କହିଛନ୍ତି ଯେ, ସ୍ୱୟଂ ଉପରେ ବିଜୟ ସବୁଠାରୁ ବଡ଼ ବିଜୟ । ଆଜି ବିଶ୍ୱ ଯେଉଁଭଳି ଉତ୍ତେଜନା ଏବଂ ସଂଘର୍ଷ ମଧ୍ୟ ଦେଇ ଗତି କରୁଛି, ଏଭଳି ସମୟରେ ବୁଦ୍ଧଙ୍କ ଚିନ୍ତାଧାରା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।
ବନ୍ଧୁଗଣ, ଦକ୍ଷିଣ ଆମେରିକାର ଚିଲି’ର ଗୋଟିଏ ସଂସ୍ଥା ଭଗବାନ ବୁଦ୍ଧଙ୍କ ଚିନ୍ତାଧାରାକୁ ଆଗେଇ ନେଉଛି । ଲଦାଖରେ ଜନ୍ମଗ୍ରହଣ କରିଥିବା ଡ୍ରବପୋନ୍ ଓତଜର୍ ରିନପୋଚେଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟ ଚାଲିଛି । ଏହି ସଂସ୍ଥା ଧ୍ୟାନ ଏବଂ କରୁଣାକୁ ଲୋକଙ୍କ ଜୀବନ ସହିତ ଯୋଡ଼ୁଛି । କୋଚିଗୁଆଜ ଘାଟିରେ ନିର୍ମିତ ସ୍ତୂପ ଲୋକଙ୍କୁ ଶାନ୍ତିର ଅନୁଭୂତି ପ୍ରଦାନ କରୁଛି । ପ୍ରକୃତରେ ଏହା ଦେଖି ଗର୍ବ ଅନୁଭବ ହେଉଛି । ଭାରତର ପ୍ରାଚୀନ ଧାରା ବିଶ୍ୱ ଦରବାରକୁ ପହଞ୍ଚୁଛି । ଦୂରଦୂରାନ୍ତର ଲୋକେ ମଧ୍ୟ ଏହା ସହିତ ଯୋଡ଼ି ହେଉଛନ୍ତି।
ବନ୍ଧୁଗଣ, ବୌଦ୍ଧ ପରମ୍ପରା ଆମକୁ ପ୍ରକୃତି ସହ ଯୋଡ଼ିହେବା ମଧ୍ୟ ଶିଖାଉଛି । ଗୋଟିଏ ବୃକ୍ଷ ତଳେ ହିଁ ଭଗବାନ ବୁଦ୍ଧଙ୍କୁ ଜ୍ଞାନପ୍ରାପ୍ତି ହୋଇଥିଲା । ପ୍ରକୃତି ଆମ ଜୀବନର ଏକ ଅଭିନ୍ନ ଅଙ୍ଗ । ଦେଶରେ ଏହିଭଳି ପ୍ରଚେଷ୍ଟା ମଧ୍ୟ ଚାଲିଛି । କର୍ଣ୍ଣାଟକର କର୍ମା ମଠ ଏହାର ଗୋଟିଏ ଉତ୍ତମ ଉଦାହରଣ । ଏହି ମଠ ଗୋଟିଏ ଜୀବନ୍ତ ବନାଞ୍ଚଳ, ଯାହା ୧୦୦ ଏକର ଭୂମିରେ ପରିବ୍ୟାପ୍ତ । ଏହି ଜଙ୍ଗଲରେ ୭୦୦ରୁ ଅଧିକ ଦେଶୀ ବୃକ୍ଷଗୁଡ଼ିକୁ ସଂରକ୍ଷିତ କରାଯାଇଛି । ବନ୍ଧୁଗଣ, ବୁଦ୍ଧଙ୍କ ବାର୍ତ୍ତା କେବଳ ଅତୀତ ନୁହେଁ, ଏହା ଆଜି ମଧ୍ୟ ପ୍ରାସଙ୍ଗିକ ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜରୁରୀ । ବୁଦ୍ଧପୂର୍ଣ୍ଣିମାର ଏହି ଅବସର ଆମକୁ ପ୍ରେରଣା ଦେଉଛି ଯେ ଆମେ ନିଜ ଜୀବନରେ ଶାନ୍ତି ବୃଦ୍ଧି କରିବା, ଦୟାଭାବ ଆପଣାଇବା ଏବଂ ସନ୍ତୁଳନ ରକ୍ଷାକରି ଆଗକୁ ବଢ଼ିବା ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତେ ଜାଣନ୍ତି ଯେ, ଆମ ଦେଶରେ ଏବେ ଜାନୁଆରୀ ୨୩, ଅର୍ଥାତ୍ ନେତାଜୀ ସୁଭାଷଙ୍କ ଜୟନ୍ତୀଠାରୁ ଆରମ୍ଭ କରି ଜାନୁଆରୀ ୩୦ ଅର୍ଥାତ୍ ଗାନ୍ଧିଜୀଙ୍କ ପୁଣ୍ୟତିଥି ପର୍ଯ୍ୟନ୍ତ ଗଣତନ୍ତ୍ର ମହୋତ୍ସବ ପାଳନ କରାଯାଉଛି । ଏହି ମହୋତ୍ସବର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଲା - ବିଟିଂ ରିଟ୍ରିଟ୍ । ଆଜି ମୁଁ ଆପଣମାନଙ୍କ ସହିତ ବିଟିଂ ରିଟ୍ରିଟ୍ ସମ୍ପର୍କରେ ଆଲୋଚନା କରୁଛି କାରଣ ଏହା ପଛରେ ଗୋଟିଏ ବିଶେଷ କାରଣ ରହିଛି ।
ବନ୍ଧୁଗଣ, ଆପଣମାନେ ଦେଖିଥିବେ ଏହି ଉତ୍ସବ ଭିନ୍ନ-ଭିନ୍ନ ଦଳମାନଙ୍କର ବିବିଧ ସଙ୍ଗୀତ ପରମ୍ପରାକୁ ଦର୍ଶାଇଥାଏ । ବିଗତ କିଛିବର୍ଷ ଧରି ଏଥିରେ ଭାରତୀୟ ସଙ୍ଗୀତକୁ ବିଶେଷ ଭାବେ ଅନ୍ତର୍ଭୁକ୍ତ କରାଯାଉଛି ଏବଂ ଏହା ଦେଶର ଜନସାଧାରଣଙ୍କୁ ମଧ୍ୟ ବହୁତ ଭଲ ଲାଗୁଛି । ଚଳିତ ବର୍ଷର ବିଟିଂ ରିଟ୍ରିଟ୍ ଉତ୍ସବ ମଧ୍ୟ ଖୁବ୍ ସ୍ମରଣୀୟ ଥିଲା । ବାୟୁସେନା, ସ୍ଥଳସେନା, ନୌସେନା ଏବଂ ସି.ଏ.ପି.ଏଫ୍sର ବ୍ୟାଣ୍ଡଗୁଡ଼ିକ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ।
ବନ୍ଧୁଗଣ, ଚିତ୍ତାକର୍ଷକ ସଙ୍ଗୀତ ସହ ମନମୁଗ୍ଧକର ଗଠନଗୁଡ଼ିକର ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ବାୟୁସେନା ବ୍ୟାଣ୍ଡ ଦଳ ସିନ୍ଦୂର ଫର୍ମେସନ ପ୍ରଦର୍ଶିତ କରିଥିଲେ । ନୌସେନା ଦଳ ମତ୍ସ୍ୟଯନ୍ତ୍ର ଫର୍ମେସନ କରିଥିଲେ ଏବଂ ଆର୍ମି ବ୍ୟାଣ୍ଡର ପ୍ରଦର୍ଶନରେ ବନ୍ଦେ-ମାତରମର ୧୫୦ ବର୍ଷ ଏବଂ କ୍ରିକେଟରେ ଭାରତର ସଫଳତାକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।
ବନ୍ଧୁଗଣ, ବିଟିଂ ରିଟ୍ରିଟ୍ ସରିଯିବା ପରେ, ସମସ୍ତ ପରିଶ୍ରମ, ସମସ୍ତ ଉପଲବଧି ଧୀରେ ଧୀରେ ଉଭେଇଯାଏ । କିନ୍ତୁ ଏବେ ଏହାକୁ ନେଇ ଖୁବ୍ ସୁନ୍ଦର ପ୍ରଚେଷ୍ଟା କରାଯାଇଛି । ବିଟିଂ ରିଟ୍ରିଟ୍ ସଙ୍ଗୀତ ପ୍ରଥମଥର ଲାଗି ୱେଭ୍ସ ଓଟିଟିରେ ମଧ୍ୟ ଉପଲବ୍ଧ । ଆଗାମୀ ସମୟରେ ଏହା ଅନ୍ୟାନ୍ୟ ପ୍ଲାଟଫର୍ମଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ- ଆପଣମାନେ ଏହାକୁ ନିଶ୍ଚୟ ଶୁଣନ୍ତୁ । ଆପଣ ଆମ ସଶସ୍ତ୍ର ବାହିନୀ ଓ ତାଙ୍କ ପରମ୍ପରାକୁ ନେଇ ଖୁବ୍ ଗର୍ବ ଅନୁଭବ କରିବେ ।
ବନ୍ଧୁଗଣ, ବିଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରକୃତି ସଂରକ୍ଷଣକୁ ନେଇ ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । ଏ କାହାଣୀଗୁଡ଼ିକ ଆମକୁ ନୂତନ ଆଶା ଦେଇଥାଏ ଏବଂ ଗର୍ବିତ କରିଥାଏ । ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କ ସହ କିଛି ଉଦାହରଣ ବାଣ୍ଟିବାକୁ ଚାହୁଁଛି । ଏହାକୁ ଶୁଣି ଆପଣମାନଙ୍କ ମନ ଖୁସି ହୋଇଯିବ । ସର୍ବପ୍ରଥମେ, କଚ୍ଛର ରଣ ଅଞ୍ଚଳ ବିଷୟରେ ଜାଣିବା । ବର୍ଷାଋତୁ ସରିବା ମାତ୍ରେ ଏଠିକାର ଭୂମି ଜୀବନ୍ତ ହୋଇଉଠେ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାର ଫ୍ଲାମିଙ୍ଗୋ ଏଠାକୁ ଆସନ୍ତି । ସମଗ୍ର ଅଞ୍ଚଳ ଗୋଲାପୀ ରଙ୍ଗରେ ରଙ୍ଗୀନ ହୋଇଉଠେ । ସେଥିପାଇଁ ଏହି ଅଞ୍ଚଳକୁ ‘ଫ୍ଲେମିଙ୍ଗୋ ସିଟି’ କୁହାଯାଏ । ଏ ପକ୍ଷୀ ଏଇଠି ବସା ବାନ୍ଧନ୍ତି ଓ ଏହିଠାରେ ହିଁ ଛୁଆମାନଙ୍କୁ ବଡ଼ କରନ୍ତି । କଚ୍ଛର ଲୋକମାନେ ଏମାନଙ୍କୁ ‘ଲାଖାଜୀଙ୍କ ବରଯାତ୍ରୀ’ ବୋଲି କହନ୍ତି । ବର୍ତ୍ତମାନ ଲାଖାଜୀଙ୍କର ଏହି ବରଯାତ୍ରୀ କଚ୍ଛର ପରିବେଶ ସୁରକ୍ଷା ଦିଗରେ ଏକ ସୁନ୍ଦର ପ୍ରତୀକ ରୂପେ ବିବେଚିତ ହେଉଛନ୍ତି ।
ବନ୍ଧୁଗଣ, ଅନ୍ୟ ଏକ ପ୍ରସଙ୍ଗ ମଣିଷ ଓ ବନ୍ୟପ୍ରାଣୀଙ୍କ ପାରସ୍ପରିକ ସହଯୋଗ ଉପରେ ଆଧାରିତ । ଏ ପ୍ରସଙ୍ଗଟି ହେଉଛି ଉତ୍ତରପ୍ରଦେଶର । ସେଠାକାର ପାର୍ବତ୍ୟାଞ୍ଚଳରେ ଫସଲ ଅମଳ ସମୟରେ ହାତୀପଲ ଗାଁ ଆଡ଼କୁ ମାଡ଼ିଆସନ୍ତି, ଯଦ୍ଦ୍ୱାରା ସଂଘର୍ଷର ଆଶଙ୍କା ଦେଖାଦିଏ । କିନ୍ତୁ, ଏବେ ୟୁପିରେ ମଧ୍ୟ ‘ଗଜମିତ୍ର’ ଭଳି ପ୍ରୟାସ ଆରମ୍ଭ ହୋଇଛି । ଗାଁର ଲୋକମାନେ ହିଁ ଟିମ୍ ତିଆରି କରି ହାତୀମାନଙ୍କ ଉପରେ ଦୃଷ୍ଟି ରଖୁଛନ୍ତି । ବେଳ ଥାଉ ଥାଉ ସେମାନେ ଲୋକମାନଙ୍କୁ ସତର୍କ କରୁଛନ୍ତି। ଏହାଦ୍ୱାରା ହାତୀ-ମନୁଷ୍ୟ ସଂଘର୍ଷ କମୁଛି ଓ ଲୋକମାନଙ୍କର ଭରସା ବଢ଼ୁଛି ।
ବନ୍ଧୁଗଣ, ମଧ୍ୟଭାରତରୁ ବି ଏକ ଭଲ ଖବର ଆସିଛି । ଛତିଶଗଡ଼ରେ ପୁଣିଥରେ କୃଷ୍ଣସାର ମୃଗ ଦେଖାଗଲେଣି । ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା, କିନ୍ତୁ ନିୟମିତ ପ୍ରଚେଷ୍ଟା କରାଗଲା, ସଂରକ୍ଷଣ ବଢ଼ାଗଲା ଯଦ୍ଦ୍ୱାରା ଆଜି ଏମାନେ ପୁଣିଥରେ ଖୋଲାପଡ଼ିଆରେ ଦୌଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏହା ହେଉଛି ଆମ ଲୁପ୍ତ ପ୍ରାୟ ଐତିହ୍ୟର ପୁନରାଗମନ । ଏପରି ଆଶା ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟାର୍ଡ ଅର୍ଥାତ୍ ଗୋଡ଼ାବଣ ପକ୍ଷୀ ସଂରକ୍ଷଣରେ ମଧ୍ୟ ଦେଖିବାକୁ ମିଳୁଛି । ଏ ପକ୍ଷୀ ଆମ ମରୁଭୂମି ଅଞ୍ଚଳର ପରିଚୟ ଥିଲେ । କିନ୍ତୁ ଏକଦା ଏମାନଙ୍କ ସଂଖ୍ୟା ବହୁତ କମ୍ ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଏ ପକ୍ଷୀ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିଲେ । କିନ୍ତୁ ବର୍ତ୍ତମାନ ଏମାନଙ୍କ ସଂରକ୍ଷଣ ପାଇଁ ବଡ଼ ଅଭିଯାନ ଆରମ୍ଭ ହୋଇଛି । ବୈଜ୍ଞାନିକ ଉପାୟ ଅବଲମ୍ବନ କରାଯାଉଛି । ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ନୂତନ ଜୀବନର ଆରମ୍ଭ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ।
ବନ୍ଧୁଗଣ, ପ୍ରକୃତି ଓ ମନୁଷ୍ୟ ଭିନ୍ନ ନୁହନ୍ତି । ଆମେ ପରସ୍ପରର ବନ୍ଧୁ । ଯେତେବେଳେ ଆମେ ପ୍ରକୃତିକୁ ବୁଝୁ, ତା’ର ସମ୍ମାନ କରୁ ଓ ତା’ସହିତ ସମତାଳରେ ଚାଲୁ, ସେତେବେଳେ ପରିବର୍ତ୍ତନ ସ୍ପଷ୍ଟ ରୂପେ ଦେଖିବାକୁ ମିଳେ । ଆଜି ଏପରି ପରିବର୍ତ୍ତନ ଦେଶର କୋଣ-ଅନୁକୋଣରୁ ନୂଆ ଆଶା ନେଇ ସାମ୍ନାକୁ ଆସିବାରେ ଲାଗିଛି ।
ମୋର ପ୍ରିୟ ଦେଶବାସୀଗଣ, ଉତ୍ତରପୂର୍ବ ହେଉଛି ଆମ ସମସ୍ତଙ୍କ ପାଇଁ ଅଷ୍ଟଲକ୍ଷ୍ମୀ । ଏଠି ପ୍ରଚୁର ପ୍ରତିଭା ରହିଛି । ଏତଦଭିନ୍ନ ଉତ୍ତରପୂର୍ବର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ । ‘ମନ୍ କି ବାତ୍’ରେ ବି ଆମେ ପ୍ରାୟତଃ ଉତ୍ତରପୂର୍ବର ଲୋକମାନଙ୍କ ଉପଲବଧି ସମ୍ପର୍କରେ ଚର୍ଚ୍ଚା କରିଆସିଛୁ । ଆଜି ସେପରି ଏକ ଉପଲବଧି ବିଷୟରେ ମୁଁ ଆପଣମାନଙ୍କ ସହ ଆଲୋଚନା କରିବି, ଆଉ ତାହା ହେଉଛି – ଉତ୍ତର-ପୂର୍ବ ବାଉଁଶ ସେକ୍ଟରୁର ସଫଳତା । ବନ୍ଧୁଗଣ, ଏକଦା ଯେଉଁ ଜିନିଷକୁ ବୋଝ ବୋଲି ବିବେଚନା କରାଯାଉଥିଲା, ଆଜି ତାହା ରୋଜଗାର, କାରବାର ଓ ନବସୃଜନକୁ ନୂଆ ଗତି ପ୍ରଦାନ କରୁଛି । ଆମ ମା’ଭଉଣୀମାନେ ହେଉଛନ୍ତି ଏହାର ସବୁଠାରୁ ବଡ଼ ଲାଭାର୍ଥୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାଉଁଶର ପରିଭାଷା ବଦଳିଯିବାରୁ କେତେ ବଡ଼ ପରିବର୍ତ୍ତନ ଆସିଛି । ବନ୍ଧୁଗଣ, ଇଂରେଜମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଆଇନ ଅନୁସାରେ ବାଉଁଶକୁ ବୃକ୍ଷ ରୂପେ ପରିଗଣିତ କରାଯାଉଥିଲା ଓ ଏହାସହ ଜଡ଼ିତ ନିୟମ ମଧ୍ୟ ଖୁବ୍ କଠୋର ଥିଲା । କୌଣସି ଜାଗାକୁ ବାଉଁଶ ନେଇଯିବା ମଧ୍ୟ କାଠିକର ପାଠ ଥିଲା । ଏହାଦ୍ୱାରା ଏଠିକାର ଲୋକମାନେ ବାଉଁଶ ସହ ଜଡ଼ିତ କୁଟୀରଶିଳ୍ପଠାରୁ ଦୂରେଇଗଲେ । ବନ୍ଧୁଗଣ, ୨୦୧୭ ମସିହାରେ ଆଇନରେ ପରିବର୍ତ୍ତନ କରି ଆମେ ବାଉଁଶକୁ ବୃକ୍ଷ ବର୍ଗରୁ ଅଲଗା କରିଦେଲୁ । ଏହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ । ଆଜି ସମଗ୍ର ଉତ୍ତରପୂର୍ବରେ ବାଉଁଶ କ୍ଷେତ୍ର ନିରନ୍ତର ଉନ୍ନତି କରିଚାଲିଛି । ଲୋକମାନେ ନିରନ୍ତର ନବସୃଜନ କରି ଏଥିରେ ମୂଲ୍ୟ ମିଶ୍ରଣ କରିଚାଲିଛନ୍ତି ।
ବନ୍ଧୁଗଣ, ତ୍ରିପୁରାର ଗୋମତୀ ଜିଲ୍ଲାର ବିଜୟ ସୂତ୍ରଧାର ଓ ଝକ୍ଟଙ୍କଗ୍ଧଷ ତ୍ରିପୁରାର ପ୍ରଦୀପ ଚକ୍ରବର୍ତ୍ତୀଙ୍କ ବିଷୟରେ ଜାଣିବା । ଏ ଦୁହେଁ ନୂଆ ଆଇନକୁ ନିଜ ପାଇଁ ଏକ ବଡ଼ ସୁଯୋଗ ବୋଲି ବିଚାର କଲେ । ତା’ପରେ ସେମାନେ ନିଜ କାମକୁ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିଲେ । ଆଜି ସେମାନେ ପୂର୍ବ ଅପେକ୍ଷା ଉତ୍କୃଷ୍ଟ ଓ ଅଧିକ ବାଉଁଶଜାତ ଦ୍ରବ୍ୟ ତିଆରି କରୁଛନ୍ତି ।
ନାଗାଲାଣ୍ଡର ଦୀମାପୁର ଓ ତା’ ପାଖାପାଖି ଅଞ୍ଚଳରେ ଏପରି ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ବାଉଁଶ ସହ ଜଡ଼ିତ ଖାଦ୍ୟ ଉତ୍ପାଦରେ ମୂଲ୍ୟ ବୃଦ୍ଧି କରିଛନ୍ତି । ସେଠି ଖୋରୋଲୋ କ୍ରିଏଟିଭ୍ କ୍ରାଫ୍ଟ ଭଳି ତିମମାନେ ବି ଅଛନ୍ତି, ଯେଉଁମାନେ ବାଉଁଶର ଫର୍ନିଚର୍ ଓ ହସ୍ତଶିଳ୍ପ ଉପରେ କାମ କରୁଛନ୍ତି ।
ବନ୍ଧୁଗଣ, ମିଜୋରାମର ମାମିତ ଜିଲ୍ଲାରେ ବି ଏପରି ଟିମ ଅଛନ୍ତି, ଯେଉଁମାନେ ବାଉଁଶର ଟିସୁ କଲଚର ଓ ପଲିହାଉସ୍ ପରିଚାଳନା ଉପରେ କାର୍ଯ୍ୟ କରୁଛନ୍ତି । ସିକ୍କିମର ଗ୍ୟାଙ୍ଗଟକ୍ ନିକଟବର୍ତ୍ତୀ ଲାଗାଷ୍ଟାଲ୍ ବାଉଁଶ ଏଣ୍ଟରପ୍ରାଇଜ୍ ଦଳ ସମ୍ପର୍କରେ ମୁଁ ଜାଣିବାକୁ ପାଇଛି । ସେମାନେ ବାଉଁଶରୁ ହସ୍ତଶିଳ୍ପ, ଧୂପକାଠି, ଫର୍ନିଚର ଭିତର ଓ ସାଜସଜ୍ଜା ସାମଗ୍ରୀ ତିଆରି କରନ୍ତି ।
ବନ୍ଧୁଗଣ, ମୁଁ ଏଠି ମାତ୍ର କିଛି ଉଦାହରଣ ଦେଇଛି । ଦେଶରେ ବାଉଁଶ କ୍ଷେତ୍ରରେ ସଫଳତାର ତାଲିକା ଖୁବ୍ ଲମ୍ବା । ମୁଁ ଆପଣମାନଙ୍କୁ ନିବେଦନ କରିବି ଯେ ଆପଣମାନେ ଉତ୍ତରପୂର୍ବର ଯେକୌଣସି ବାଉଁଶ ତିଆରି ଜିନିଷ ନିଶ୍ଚୟ କିଣନ୍ତୁ । ଆପଣମାନେ ଏହାକୁ ଗିଫ୍ଟ ରୂପରେ ମଧ୍ୟ ଦେଇପାରିବେ । ଆପଣମାନଙ୍କ ଏପରି ପ୍ରଚେଷ୍ଟା ଦ୍ୱାରା ସେହି ଲୋକମାନଙ୍କର ମନୋବଳ ବଢ଼ିବ, ଯେଉଁମାନେ ବାଉଁଶ ଉତ୍ପାଦ ତିଆରି କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଦ୍ରୁତଗତିରେ ବଦଳୁଥିବା ଆଜିର ସମୟରେ ପ୍ରଯୁକ୍ତିବିଦ୍ୟା ଆମ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇସାରିଛି । ଆଜି ଆମେ ନିଜ ଅତୀତକୁ ବର୍ତ୍ତମାନ ସହ ଯୋଡ଼ିବା ଦିଗରେ ମଧ୍ୟ ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା ଦେଖିବାକୁ ପାଉ । ଏ କ୍ଷେତ୍ରରେ ବର୍ତ୍ତମାନ ଏପରି ବିକାଶ ହୋଇଛି ଯଦ୍ଦ୍ୱାରା ଶିକ୍ଷା ସହ ଜଡ଼ିତ ଓ ଇତିହାସରେ ରୁଚି ରଖୁଥିବା ଲୋକମାନେ ଖୁବ୍ ଆନନ୍ଦିତ ହେଉଛନ୍ତି । ବନ୍ଧୁଗଣ, କିଛିଦିନ ତଳେ ଭାରତୀୟ ଜାତୀୟ ଅଭିଲେଖାଗାର ଏକ ବିଶେଷ ପୋର୍ଟାଲରେ ଏକ ଅନନ୍ୟ ଡାଟାବେସ୍ ଶେୟାର କରିଛି । ଏହି ସଂସ୍ଥା ୨୦ କୋଟିରୁ ଅଧିକ ଅମୂଲ୍ୟ ଦଲିଲଗୁଡ଼ିକୁ ଡିଜିଟାଇଜ କରି ସେଗୁଡ଼ିକୁ ସାର୍ବଜନୀନ କରିଛି । ଏଗୁଡ଼ିକ ମଧ୍ୟରୁ କିଛି ଦସ୍ତାବିଜ ଖୁବ୍ ରୋଚକପୂର୍ଣ୍ଣ । ଏମାନଙ୍କ ମଧ୍ୟରେ ଭୋଜପତ୍ରରେ ଲିଖିତ ସପ୍ତମ ଶତାବ୍ଦୀର ଗିଲଗିଟ୍ ପାଣ୍ଡୁଲିପି ରହିଛି । ଏହି ପୋର୍ଟାଲରେ ଆପଣଙ୍କୁ ଅଷ୍ଟମ ଶତାବ୍ଦୀର ଏକ ରୋଚକ ଗ୍ରନ୍ଥ ଶ୍ରୀ ଭୂବାଲୟ ମଧ୍ୟ ଦେଖିବାକୁ ମିଳିବ । ଅଙ୍କ ଆଧାରିତ ଏହି ଗ୍ରନ୍ଥ ଗ୍ରିଡ୍ ରୂପରେ ଉପଲବ୍ଧ । ରାଣୀ ଲକ୍ଷ୍ମୀବାଈଙ୍କ ସହ ଜଡ଼ିତ କିଛି ମହତ୍ତ୍ୱପୂର୍ଣ୍ଣ ଚିଠିପତ୍ର ବି ଆପଣ ଏଠାରେ ଦେଖିବାକୁ ପାଇବେ । ଏହାଦ୍ୱାରା ୧୮୫୭ ମସିହାରେ ତାଙ୍କଦ୍ୱାରା ନିଆଯାଇଥିବା କିଛି ନିଷ୍ପତ୍ତି ସମ୍ପର୍କରେ ଜଣାପଡ଼େ; ଯାହା ତାଙ୍କ ପରାକ୍ରମକୁ ସୂଚିତ କରିଥାଏ । ଯେଉଁ ଲୋକମାନେ ନେତାଜୀ ସୁଭାଷଙ୍କର ବଡ଼ ପ୍ରଶଂସକ, ସେମାନଙ୍କ ପାଇଁ ଏଠାରେ ନେତାଜୀଙ୍କ ଜୀବନ, ଆଜାଦ ହିନ୍ଦ ଫୌଜ ଓ ତାଙ୍କ ଭାଷଣ ସହ ସମ୍ପୃକ୍ତ ଅନେକ ଡକ୍ୟୁମେଣ୍ଟଗୁଡିକ ରହିଛି । ଏଠି ଆପଣଙ୍କୁ ପଣ୍ଡିତ ମଦନମୋହନ ମାଲବୀୟ ଜୀଙ୍କ ସହ ଜଡ଼ିତ ଅନେକ ଡକ୍ୟୁମେଣ୍ଟଗୁଡିକ ବି ମିଳିବ । ଏହି ଡକ୍ୟୁମେଣ୍ଟଗୁଡିକ ଭିତରେ ଭୂର ସ୍ଥାପନା ଓ ହିନ୍ଦୀ ସାହିତ୍ୟ ସମ୍ମେଳନ ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ସୂଚନା ରହିଛି । ଏଠି ଆମ ସମ୍ବିଧାନ ସଭା ସହ ଜଡ଼ିତ ଅନେକ ଦୁର୍ଲଭ ଦସ୍ତାବିଜ ବି ଉପଲବ୍ଧ । ଆପଣ ସମସ୍ତଙ୍କୁ ମୋର ନିବେଦନ ଆପଣ www.abhilekh-patal.inକୁ ନିଶ୍ଚୟ ପରିଦର୍ଶନ କରନ୍ତୁ । ଏହା ଆପଣଙ୍କୁ ଆପଣଙ୍କ ଇତିହାସ ସମ୍ପର୍କରେ ଏକ ନିଆରା ଅନୁଭବ ପ୍ରଦାନ କରିବ ।
ବନ୍ଧୁଗଣ, ଟିକେ କଳ୍ପନା କରନ୍ତୁ ଆପଣ ସାରା ଦୁନିଆରେ ସବୁଠାରୁ ପ୍ରତିଭାଶାଳୀ ଲୋକଙ୍କ ମଧ୍ୟରେ ଅଛନ୍ତି । ଆପଣଙ୍କ ପାଖରେ ଗଣିତର ବହୁତ କଠିନ ପ୍ରଶ୍ନ ଅଛି । ଏଗୁଡ଼ିକୁ ସମାଧାନ କରିବା ପାଇଁ ସମୟ ଅଛି – କେବଳ ସାଢ଼େ ଚାରି ଘଣ୍ଟା । ଅର୍ଥାତ୍ ସମୟ ବହୁତ କମ୍ ଏବଂ ପ୍ରତିଯୋଗିତା ହେଉଛି ଅନ୍ତର୍ଜାତୀୟ, ବହୁତ କଠିନ । ଏଭଳି ପରିସ୍ଥିତିରେ ନର୍ଭସ୍ ହେବା ବହୁତ ସ୍ୱାଭାବିକ । କିନ୍ତୁ ଏହି ପରିସ୍ଥିତିରେ ଆମ ଝିଅମାନେ କମାଲ୍ କରିଦେଇଛନ୍ତି । ଚଳିତ ମାସର ଆରମ୍ଭରେ ଫ୍ରାନ୍ସର ବୋରୋଦୋରେ ୟୁରୋପୀୟ ବାଳିକା ଗଣିତ ଅଲମ୍ପିଆଡ୍ର ଆୟୋଜନ ହୋଇଥିଲା । ଗଣିତରେ ଗଭୀର ରୁଚି ରଖୁଥିବା ସ୍କୁଲ ଛାତ୍ରୀମାନଙ୍କ ପାଇଁ ଏହା ଗୋଟିଏ ବଡ଼ ପ୍ରତିଯୋଗିତା ଥିଲା । ଏହା ଦୁନିଆର ସବୁଠାରୁ ସମ୍ମାନିତ ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା । ଏହି ଅଲମ୍ପିଆଡରେ ଆମର ଝିଅମାନେ ଏପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କଲେ । ଏହି ପ୍ରତିଭାଶାଳୀ ଦଳ ପାଇଁ ମୁଁ ବହୁତ ଗର୍ବିତ । ଏମାନଙ୍କ ମଧ୍ୟରେ ମୁମ୍ବାଇର ଶ୍ରେୟା ମୁନ୍ଧଢ଼ା, ତିରୁଅନନ୍ତପୁରମର ସଞ୍ଜନା ଚାକୋ, ଚେନ୍ନାଇର ଶିବାନୀ ଭରତକୁମାର ଏବଂ କୋଲକାତାର ଶ୍ରୀମୟୀ ବେରା ସାମିଲ ହୋଇଥିଲେ । ଏଥିରେ ଆମ ଦଳ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଲା । ଶ୍ରେୟା ସ୍ୱର୍ଣ୍ଣପଦକ ପ୍ରାପ୍ତହୋଇ ଇତିହାସ ସୃଷ୍ଟି କଲେ । ସଂଜନା ରୌପ୍ୟ ପାଇଥିଲା ବେଳେ ଶିବାନୀ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ ।
ବନ୍ଧୁଗଣ, ଏହି ଅଲମ୍ପିଆଡ଼୍ ପାଇଁ ଭାରତରେ ଯେଉଁ ଚୟନ ପ୍ରକ୍ରିୟା ଅଛି ତାହା ସ୍ୱୟଂ ବହୁତ କଠିନ । ଏହାର ଏକ ବହୁସ୍ତରୀୟ ଚୟନ ପ୍ରକ୍ରିୟା ରହିଛି । ଏଥିରେ ଆଞ୍ଚଳିକ, ରାଜ୍ୟ ଏବଂ ଜାତୀୟ ସ୍ତରରେ କଠିନ ଆହ୍ୱାନକୁ ଅତିକ୍ରମ କରି ଆସିବାକୁ ପଡ଼ିଥାଏ । ଏହାପରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ଏକମାସ ପାଇଁ ଗଣିତ ପ୍ରଶିକ୍ଷଣ ଶିବିରରେ ସାମିଲ ହୁଅନ୍ତି । ଏହି ଶିବିର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ମୌଳିକ ଗବେଷଣାର ହୋମି ଭାଭା ବିଜ୍ଞାନ ଶିକ୍ଷା କେନ୍ଦ୍ରଠାରେ ଆୟୋଜିତ ହୁଏ। ଏହି ଶିବିରର ଶେଷରେ ଦଳ ଚୟନ ପାଇଁ ପରୀକ୍ଷା ହୁଏ । ଏଥିରେ ପ୍ରଦର୍ଶିତ ଦକ୍ଷତା ଅନୁସାରେ ହିଁ ଭାରତୀୟ ଦଳକୁ ଚୟନ କରାଯାଏ ।
ବନ୍ଧୁଗଣ, ପ୍ରତିବର୍ଷ ସାରାଦେଶରୁ ପ୍ରାୟ ଛଅ ଲକ୍ଷ ଛାତ୍ରୀ ଏହି ଗଣିତ ଅଲମ୍ପିଆଡ୍ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି । ସମୟ ସହିତ ଏହି ସଂଖ୍ୟା ଲଗାତାର ବଢ଼ିଚାଲିଛି । ଅର୍ଥାତ୍ ଦେଶର ଝିଅମାନଙ୍କ ମଧ୍ୟରେ ଏହି ଅଲମ୍ପିଆଡର ସଂସ୍କୃତି ଲୋକପ୍ରିୟ ହେବାରେ ଲାଗିଛି । ଏହି ପ୍ରତିଭାଶାଳୀ ବାଳିକାମାନଙ୍କୁ ସହଯୋଗ କରୁଥିବାରୁ ମୁଁ ସେମାନଙ୍କର ପିତାମାତାଙ୍କୁ ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏବେ ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଚାଲିଛି ଯାହା ବିଷୟରେ ପ୍ରତ୍ୟେକ ଭାରତୀୟ ଜାଣିବା ଉଚିତ । ଏହା ହେଉଛି ଜନଗଣନା ଅଭିଯାନ । ଏହା ବିଶ୍ୱର ସବୁଠାରୁ ବଡ଼ ଜନଗଣନା । ବନ୍ଧୁଗଣ ଯେଉଁ ବନ୍ଧୁମାନେ ପୂର୍ବରୁ ଏହିଭଳି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଏଥରର ଜନଗଣନାର ଅନୁଭବ ସେମାନଙ୍କ ପାଇଁ ଟିକେ ଅଲଗା ହେବ । ୨୦୨୭ର ଜନଗଣନାକୁ ଡିଜିଟାଲ କରାଯାଇଛି । ସମସ୍ତ ସୂଚନା ସିଧାସଳଖ ଡିଜିଟାଲ ମାଧ୍ୟମରେ ଭରାଯାଉଛି । ଘରଘର ବୁଲି କାମ କରୁଥିବା କର୍ମଚାରୀମାନଙ୍କ ପାଖରେ ମୋବାଇଲ୍ ଆପ୍ ଅଛି, ସେମାନେ ଆପଣଙ୍କ ସହିତ କଥାବାର୍ତ୍ତା କରି ସେଥିରେ ସୂଚନା ପୂରଣ କରିବେ । ବନ୍ଧୁଗଣ, ଏଥର ଜନଗଣନାରେ ଆପଣମାନଙ୍କର ଭାଗିଦାରୀକୁ ସହଜ କରାଯାଇଛି । ଆପଣ ନିଜେ ମଧ୍ୟ ଆପଣଙ୍କ ସୂଚନା ପୂରଣ କରିପାରିବେ । କର୍ମଚାରୀମାନଙ୍କ ଆସିବାର ୧୫ ଦିନ ପୂର୍ବରୁ ଆପଣଙ୍କ ପାଇଁ ଏହି ସୁବିଧା ପ୍ରାପ୍ତ ହେବ । ଆପଣ ନିଜର ସମୟ ଅନୁସାରେ ସୂଚନା ଭରିପାରନ୍ତି । ଯେତେବେଳେ ଆପଣ ଏହି ପ୍ରକ୍ରିୟାଟି ଶେଷ କରିବେ ସେତେବେଳେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ । ଏହି ଆଇଡି ଆପଣଙ୍କ ମୋବାଇଲ ବା ଇ-ମେଲରେ ମଧ୍ୟ ଆସୁଛି । ପରେ ଯେତେବେଳେ କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଆପଣ ଏହି ଆଇଡି ଦେଖାଇ ସୂଚନାଗୁଡ଼ିକ ନିଶ୍ଚିତ କରିପାରିବେ । ଏହାଦ୍ୱାରା ଦୁଇଥର ସୂଚନା ଦେବାର ଆବଶ୍ୟକତା ପଡ଼ିବ ନାହିଁ । ସମୟ ବି ବଞ୍ଚିବ ଏବଂ ପ୍ରକ୍ରିୟା ମଧ୍ୟ ସହଜ ହୋଇଯିବ । ବନ୍ଧୁଗଣ ଯେଉଁ ରାଜ୍ୟରେ ସ୍ୱଗଣନାର କାମ ଶେଷ ହୋଇଗଲାଣି ସେଠାରେ ଗଣନା କର୍ମଚାରୀଙ୍କ ଦ୍ୱାରା ଘରର ସୂଚୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ଏପର୍ଯ୍ୟନ୍ତ ପ୍ରାୟ ୧ କୋଟି ୨୦ ଲକ୍ଷ ପରିବାରର ଘର ସୂଚୀକରଣ କାମ ପୁରା ହୋଇଗଲାଣି । ବନ୍ଧୁଗଣ ଦେଶର ଜନଗଣନା ଖାଲି ସରକାରୀ କାମ ନୁହେଁ ଏହା ଆମ ସମସ୍ତଙ୍କର ଦାୟିତ୍ୱ । ଆପଣଙ୍କର ଭାଗିଦାରୀ ବହୁତ ଆବଶ୍ୟକ । ଆପଣ ଦେଇଥିବା ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ରହେ ଏବଂ ଗୋପନ ରଖାଯାଏ, ଡିଜିଟାଲ ସୁରକ୍ଷା ସହିତ ଏଗୁଡ଼ିକୁ ସୁରକ୍ଷିତ କରାଯାଏ । ଆସନ୍ତୁ ଆମେ ସମସ୍ତେ ମିଶି ଏହି ପ୍ରକ୍ରିୟାରେ ଭାଗନେବା । ୨୦୨୭ର ଜନଗଣନାକୁ ସଫଳ କରିବା ।
ବନ୍ଧୁଗଣ, ଆମ ଦେଶରେ ଖାଇବା ପିଇବାର ପରମ୍ପରା ଖାଲି ସ୍ୱାଦ ପର୍ଯ୍ୟନ୍ତ ସୀମିତ ହୋଇନାହିଁ । ଏହି ପରମ୍ପରାର ଗୋଟିଏ ଚମତ୍କାର କଥା ହେଲା ଭାରତର ଚିଜ୍ । ଏହି କିଛିଦିନ ତଳେ ମୁଁ ଟ୍ୱିଟ୍ କରି ଗୋଟିଏ ସୂଚନା ଦେଇଥିଲି, ବ୍ରାଜିଲରେ ଆୟୋଜିତ ଗୋଟିଏ ଅନ୍ତର୍ଜାତୀୟ ଚିଜ୍ ପ୍ରତିଯୋଗିତାରେ ଭାରତୀୟ ଚିଜ୍ର ଦୁଇଟି ବ୍ରାଣ୍ଡକୁ ପ୍ରତିଷ୍ଠିତ ପୁରସ୍କାର ମିଳିଛି । ଏହି ଉପଲବଧିର ଚର୍ଚ୍ଚା ସାମାଜିକ ଗଣମାଧ୍ୟମରେ ବି ଖୁବ୍ ହୋଇଛି । ଅନେକ ଲୋକ ମୋତେ କହିଛନ୍ତି ଯେ Cheeseର ଯେଉଁ ବିବିଧତା ଅଛି ସେ ବିଷୟରେ ମଧ୍ୟ କଥା ହେବା ଉଚିତ୍ ।
ବନ୍ଧୁଗଣ, ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆସୁଛି । ଏହି କ୍ଷେତ୍ରରେ ମୂଲ୍ୟ ମିଶ୍ରଣ ହେବା ଦ୍ୱାରା ଆମର ପାରମ୍ପରିକ ସ୍ୱାଦକୁ ଏକ ନୂତନ ପରିଚୟ ମିଳିଛି । ଆଜି ଭାରତୀୟ ଚିଜ୍ ସାରା ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଜଳଖିଆ ହେଉ ବା ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରୀଭୋଜନ ସାରା ଦୁନିଆର ଥାଳିରେ ଭାରତର ସ୍ୱାଦ ପହଂଚିପାରୁଛି । ଜାମ୍ମୁ କାଶ୍ମୀରର କଲାରି ଚିଜ୍କୁ ହିଁ ନିଅନ୍ତୁ – ଏହାକୁ ‘କାଶ୍ମୀରର ମୋଜେରେଲା’ କୁହାଯାଉଛି । ଗୁଜ୍ଜର-ବକରୱାଲ ସମ୍ପ୍ରଦାୟର ଲୋକ ବଂଶାନୁକ୍ରମେ ଏହାକୁ ତିଆରି କରୁଛନ୍ତି ଏବଂ ଖାଇଆସୁଛନ୍ତି । ସେହିଭଳି ସିକ୍କିମ୍, ଅରୁଣାଚଳ ପ୍ରଦେଶ ଏବଂ ଲଦାଖରେ ‘ଛୁର୍ପି’ ବହୁତ ପ୍ରସିଦ୍ଧ । ପାର୍ବତ୍ୟାଞ୍ଚଳର ସରଳତା ଏବଂ କୋମଳତା ଏହାର ସ୍ୱାଦରେ ଅନୁଭୂତ ହୁଏ । ଏହି ଚିଜ୍ର ମୁଖ୍ୟ କଥା ହେଲା ଏହା ଚମରୀଗାଈର ଦୁଗ୍ଧରୁ ତିଆରି ହୋଇଥାଏ ।
ବନ୍ଧୁଗଣ, ମହାରାଷ୍ଟ୍ର ଓ ଗୁଜୁରାଟରେ ‘ଟୋପଲୀ ନୁ ପନିର୍’ ଯାହାକୁ ‘ସୁରତୀର Cheese’ ବୋଲି କୁହାଯାଏ; ସେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମୁଁ ଏଠାରେ କେତୋଟି ମାତ୍ର ନାମ ଉଲ୍ଲେଖ କଲି, କିନ୍ତୁ ଆମ ଦେଶରେ ସ୍ୱାଦର ଏ ଦୁନିଆ ବହୁତ ବ୍ୟାପକ । ଆଜି ଏହି ପରମ୍ପରାକୁ ଏକ ନୂତନ ଶକ୍ତି ମିଳୁଛି । ଅନେକ ଭାରତୀୟ କମ୍ପାନୀ ଏହି କ୍ଷେତ୍ରରେ ନିବେଶ କରୁଛନ୍ତି । ଆଧୁନିକ କୌଶଳ ଆସୁଛି, ଭଲ ପ୍ୟାକିଂ ବି ହେଉଛି ଏବଂ ଆମର ଉତ୍ପାଦ ବିଶ୍ୱସ୍ତରୀୟ ହୋଇ ଆଗକୁ ବଢ଼ୁଛି । ଏହାର ପରିଣାମ ସ୍ୱରୂପ ଭାରତୀୟ ଚିଜ୍ ଏବେ ଦେଶର ସୀମା ଅତିକ୍ରମ କରି ବିଶ୍ୱ ବଜାରରେ ଏବଂ ରେସ୍ତୋରାଁ ପର୍ଯ୍ୟନ୍ତ ପହଞ୍ଚିପାରିଛି । ଆଜି ଆମେମାନେ ସ୍ଥାନୀୟରୁ ବିଶ୍ୱସ୍ତରୀୟ ପର୍ଯ୍ୟନ୍ତ କଥା ହେଉଛନ୍ତି । ସେଗୁଡ଼ିକ ଭିତରେ ଭାରତୀୟ Cheeseର ଉଦାହରଣ ଆମକୁ ଭବିଷ୍ୟତର ରାସ୍ତା ଦେଖାଉଛି । ମୋର ବିଶ୍ୱାସ ଭାରତର ସ୍ୱାଦ, ଭାରତର ପରମ୍ପରା ଏବଂ ଗୁଣବତ୍ତା ବିଶ୍ୱର ଲୋକମାନଙ୍କୁ ଏକ ନୂଆ ଅନୁଭବ ଦେବ ଏବଂ ଭାରତ ସହିତ ଗୋଟିଏ ସ୍ୱତନ୍ତ୍ର ସମ୍ପର୍କ ମଧ୍ୟ ସୃଷ୍ଟି ହେବ ।
ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଦେଶର ଅନେକ ଭାଗରେ ନବବର୍ଷ ସହିତ ଅନେକ ପର୍ବପର୍ବାଣୀ ପାଳିତ ହେଲା । କିଛିଦିନ ପରେ ମେ’ ୯ ତାରିଖରେ ‘ପୋଚିଶେ ବୋଇଶାଖ’ର ଅବସରରେ ଆମେମାନେ ଗୁରୁଦେବ ଟାଗୋରଙ୍କ ଜନ୍ମଜୟନ୍ତୀ ପାଳନ କରିବା । ଗୁରୁଦେବ ବହୁ ପ୍ରତିଭାର ଅଧିକାରୀ ଥିଲେ । ସେ ଜଣେ ମହାନ ଲେଖକ ଏବଂ ଚିନ୍ତାନାୟକ ତ ଥିଲେ; ସେ ଅନେକ ସଂସ୍ଥାନର ପ୍ରତିଷ୍ଠା ମଧ୍ୟ କରିଥିଲେ । ଗୁରୁଦେବ ଟାଗୋର ଲୋକମାନଙ୍କ ପାଇଁ ଏଭଳି ଉଦ୍ୟୋଗର ସମର୍ଥକ ଥିଲେ ଯେଉଁଥିରେ ସ୍ଥାୟୀ ରୋଜଗାର ମିଳିବା ସଙ୍ଗେସଙ୍ଗେ ଗ୍ରାମର ମଧ୍ୟ କଲ୍ୟାଣ ହେବ । ଶାନ୍ତିନିକେତନର ଯାତ୍ରା ମୋ ପାଇଁ ଅବିସ୍ମରଣୀୟ । ଏ ହେଉଛି ସେହି ଅନୁଷ୍ଠାନ ଯାହାକୁ ସେ ସମ୍ପୂର୍ଣ୍ଣ ସମର୍ପଣର ସହିତ ଗଢ଼ିଥିଲେ ଏବଂ ତା’ର ବିକାଶ ମଧ୍ୟ କରିଥିଲେ । ତାଙ୍କୁ ପୁଣିଥରେ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।
ବନ୍ଧୁଗଣ, ମେ’ ମାସ ଆମକୁ ୧୮୫୭ ମସିହାର ପ୍ରଥମ ସ୍ୱାଧିନତା ସଂଗ୍ରାମ କଥା ମନେ ପକାଇଦିଏ । ମୁଁ ମା’ ଭାରତୀଙ୍କର ସମସ୍ତ ବୀର ସନ୍ତାନମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ କି ଲୋକମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲେ । ଏହି ସମୟ ସ୍କୁଲ ପିଲାମାନଙ୍କ ପାଇଁ ମଧ୍ୟ ଛୁଟିର ସମୟ । ମୋର ଇଚ୍ଛା ସେମାନେ ଛୁଟିର ଭରପୁର ଆନନ୍ଦ ନିଅନ୍ତୁ ଏବଂ କିଛି ନୂଆ ଶିଖିବାର ପ୍ରୟାସ ମଧ୍ୟ କରନ୍ତୁ । ଏହି ଗ୍ରୀଷ୍ମଋତୁରେ ଆପଣମାନେ ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ପୁରା ଧ୍ୟାନ ଦିଅନ୍ତୁ । ଆସନ୍ତା ମାସରେ ପୁଣି ଆପଣମାନଙ୍କ ସହିତ ଦେଖାହେବ, କିଛି ନୂଆ ବିଷୟ ଏବଂ ଦେଶବାସୀମାନଙ୍କର କିଛି ନୂତନ ଉପଲବଧି ସହିତ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।
‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଏହି ମାର୍ଚ୍ଚ ମାସଟି ବିଶ୍ୱସ୍ତରରେ ଅତ୍ୟଧିକ ଗତିବିଧିପୂର୍ଣ୍ଣ ରହିଛି । ଆମ ସମସ୍ତଙ୍କର ମନେଅଛି ଯେ, ଅତୀତରେ ସମଗ୍ର ବିଶ୍ୱ କୋଭିଡ଼ ଯୋଗୁଁ ଦୀର୍ଘଦିନ ଧରି ଅନେକ ସମସ୍ୟା ଦେଇ ଗତି କରୁଥିଲା । ଆମ ସମସ୍ତଙ୍କ ଆଶା ଥିଲା ଯେ, କରୋନା ସଙ୍କଟରୁ ମୁକୁଳିବା ପରେ ବିଶ୍ୱ ନୂତନ ଭାବେ ବିକାଶର ମାର୍ଗରେ ଅଗ୍ରସର ହେବ । କିନ୍ତୁ, ବିଶ୍ୱର ଭିନ୍ନ ଭିନ୍ନ କ୍ଷେତ୍ରରେ କ୍ରମାଗତ ଭାବେ ଯୁଦ୍ଧ ଏବଂ ସଂଘର୍ଷର ପରିସ୍ଥିତି ସୃଷ୍ଟି ହୋଇ ଚାଲିଲା । ବର୍ତ୍ତମାନ ଆମ ଆଖପାଖରେ ମାସେ ଧରି ଭୀଷଣ ଯୁଦ୍ଧ ଚାଲିଛି । ଆମର ଲକ୍ଷ ଲକ୍ଷ ପରିବାରଙ୍କ ସ୍ୱଜନ ଏହି ଦେଶମାନଙ୍କରେ ରହୁଛନ୍ତି । ବିଶେଷକରି ଉପସାଗରୀୟ ଦେଶମାନଙ୍କରେ କାମ କରୁଛନ୍ତି । ମୁଁ ଗଲଫ୍ ଦେଶ ପ୍ରତି ବହୁତ କୃତଜ୍ଞ, ସେମାନେ ଏଭଳି ୧ କୋଟିରୁ ଅଧିକ ଭାରତୀୟଙ୍କୁ ସେଠାରେ ସବୁ ପ୍ରକାର ସହାୟତା ଦେଉଛନ୍ତି ।
ବନ୍ଧୁଗଣ,
ଯେଉଁ ଅଞ୍ଚଳରେ ବର୍ତ୍ତମାନ ଯୁଦ୍ଧ ଚାଲିଛି, ସେହି ଅଞ୍ଚଳ, ଆମ ଶକ୍ତି ଆବଶ୍ୟକତାର ବଡ଼ କେନ୍ଦ୍ରସ୍ଥଳ । ତେଣୁ ଏଥିଯୋଗୁଁ ସାରା ବିଶ୍ୱରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଚାଲିଛି । ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କ ସହ ରହିଥିବା ଆମର ସମ୍ପର୍କ, ଭିନ୍ନ ଭିନ୍ନ ଦେଶମାନଙ୍କରୁ ମିଳୁଥିବା ସହଯୋଗ ଏବଂ ବିଗତ ଏକ ଦଶନ୍ଧିରେ ଗଢ଼ିଉଠିଥିବା ଦେଶର ସାମର୍ଥ୍ୟ ଯୋଗୁଁ ଭାରତ ଏହି ପରିସ୍ଥିତିଗୁଡ଼ିକର କଡ଼ା ମୁକାବିଲା କରୁଛି ।
ବନ୍ଧୁଗଣ,
ଏହା ନିଶ୍ଚିତ ଭାବେ ଏକ ଆହ୍ୱାନଭରା ସମୟ । ମୁଁ ଆଜି ‘ମନ୍ କି ବାତ୍’ ମାଧ୍ୟମରେ ସମସ୍ତ ଦେଶବାସୀଙ୍କୁ ପୁଣିଥରେ ଅନୁରୋଧ କରୁଛି ଯେ, ଆମକୁ ଏକଜୁଟ ହୋଇ ଏହି ସମସ୍ୟାରୁ ବାହାରିବାକୁ ହେବ । ଯେଉଁମାନେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି, ସେମାନେ ରାଜନୀତି କରିବା ଅନୁଚିତ । ଏହା ଦେଶର ୧୪୦ କୋଟି ଦେଶବାସୀଙ୍କ ହିତ ସହ ଜଡ଼ିତ ବିଷୟ । ଏଥିରେ ସ୍ୱାର୍ଥପୂର୍ଣ୍ଣ ରାଜନୀତିର କୌଣସି ସ୍ଥାନ ନାହିଁ । ଏଭଳି ପରିସ୍ଥିତିରେ ଯେଉଁ ଲୋକମାନେ ଗୁଜବ ସୃଷ୍ଟି କରୁଛନ୍ତି, ସେମାନେ ଦେଶର ବହୁତ ବଡ଼ କ୍ଷତି କରୁଛନ୍ତି । ମୁଁ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଅନୁରୋଧ କରିବାକୁ ଚାହୁଁଛି ଯେ ସେମାନେ ସଚେତନ ରୁହନ୍ତୁ, ଗୁଜବ ଦ୍ୱାରା ପ୍ରରୋଚିତ ହୁଅନ୍ତୁ ନାହିଁ । ସରକାରଙ୍କ ତରଫରୁ ନିରନ୍ତର ଭାବେ ଯେଉଁ ସୂଚନାଗୁଡ଼ିକ ଆପଣଙ୍କୁ ଦିଆଯାଉଛି, ତାହା ଉପରେ ବିଶ୍ୱାସ କରନ୍ତୁ । ତାହାରି ଉପରେ ବିଶ୍ୱାସ କରି କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ । ପ୍ରତିଥର ଭଳି ଏଥର ମଧ୍ୟ ମୋର ବିଶ୍ୱାସ ଯେ ଦେଶର ୧୪୦ କୋଟି ଦେଶବାସୀଙ୍କ ସାମର୍ଥ୍ୟ ବଳରେ ଯେଉଁଭଳି ଆମେ ପୁରୁଣା ସଙ୍କଟକୁ ପରାସ୍ତ କରିଥିଲୁ ଏଥର ମଧ୍ୟ ଆମେ ସମସ୍ତେ ମିଶି ଏହି କଠିନ ପରିସ୍ଥିତିରୁ ବହୁତ ଭଲ ଭାବେ ମୁକୁଳିପାରିବା ।
ମୋର ପ୍ରିୟ ଦେଶବାସୀଗଣ,
ଭାରତର ଶକ୍ତି ଏହାର କୋଟି କୋଟି ଲୋକଙ୍କ ମଧ୍ୟରେ ନିହିତ । ଆଜି ‘ମନ୍ କି ବାତ୍’ରେ ଗୋଟିଏ ଏଭଳି ପ୍ରଚେଷ୍ଟା ବିଷୟରେ ଜଣାଇବାକୁ ଚାହୁଁଛି, ଯାହା ଦେଶବାସୀଙ୍କ ଜନଭାଗିଦାରୀର ଭାବନାକୁ ପ୍ରଦର୍ଶିତ କରୁଛି, ଏହି ପ୍ରଚେଷ୍ଟା ହେଉଛି – ଜ୍ଞାନ ଭାରତମ୍ ସର୍ଭେ, ଯାହାର ସମ୍ପର୍କ ଆମର ମହାନ ସଂସ୍କୃତି ଏବଂ ସମୃଦ୍ଧ ଐତିହ୍ୟ ସହ ରହିଛି । ଏହାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ରହିଥିବା ପାଣ୍ଡୁଲିପିଗୁଡ଼ିକ ସମ୍ପର୍କରେ ସୂଚନା ଏକତ୍ରିତ କରିବା । ଏହି ସର୍ଭେ ସହିତ ଯୋଡ଼ିହେବାର ଗୋଟିଏ ମାଧ୍ୟମ ହେଉଛି ଜ୍ଞାନ ଭାରତମ୍ ଆପ୍ । ଆପଣଙ୍କ ପାଖରେ ଯଦି କୌଣସି ପାଣ୍ଡୁଲିପି ରହିଛି, କିମ୍ବା ତତସମ୍ପର୍କରେ କୌଣସି ସୂଚନା ରହିଛି, ତେବେ ଏହାର ଫଟୋଚିତ୍ର ଜ୍ଞାନ ଭାରତମ୍ ଆପରେ ନିଶ୍ଚିତ ଭାବେ ଶେୟାର୍ କରନ୍ତୁ । ପ୍ରତ୍ୟେକ ପ୍ରବେଶ ସହ ଜଡ଼ିତ ସୂଚନାକୁ ଲିପିବଦ୍ଧ କରାଯିବା ପୂର୍ବରୁ ଏହାକୁ ସୁନିଶ୍ଚିତ କରାଯାଉଛି । ଏଯାବତ୍ ଅନେକ ବ୍ୟକ୍ତି ହଜାର ହଜାର ପାଣ୍ଡୁଲିପି ଏଥିରେ ଶେୟାର୍ କରିସାରିଲେଣି । ଉଦାହରଣ ସ୍ୱରୂପ, ଅରୁଣାଚଳ ପ୍ରଦେଶର ନାମସାଇ’ର ଚାଓ ନନ୍ତିସିନ୍ଧ ଲୋକାଙ୍ଗ, ତାଇ ଲିପିରେ ରହିଥିବା ପାଣ୍ଡୁଲିପି ଶେୟାର କରିଛନ୍ତି । ଅମୃତସରର ଭାଇ ଅମିତ ସିଂ ରାଣା, ଗୁରୁମୁଖୀ ଲିପିରେ ଲେଖାଥିବା ପାଣ୍ଡୁଲିପି ଶେୟାର କରିଛନ୍ତି । ଏହା ଆମର ମହାନ ଶିଖ୍ ପରମ୍ପରା ଏବଂ ପଞ୍ଜାବୀ ଭାଷା ସହ ସଂଲଗ୍ନ ଲିପି । କିଛି ସଂସ୍ଥା ତାଳପତ୍ରରେ ଲେଖାହୋଇଥିବା ପାଣ୍ଡୁଲିପି ଦେଇଛନ୍ତି । ରାଜସ୍ଥାନର ଅଭୟ ଜୈନ୍ ଗ୍ରନ୍ଥାଳୟ ତାମ୍ରଫଳକରେ ଲେଖାଯାଇଥିବା ବହୁତ ପୁରୁଣା ପାଣ୍ଡୁଲିପି ଶେୟାର କରିଛନ୍ତି । ସେହିଭଳି, ଲଦ୍ଦାଖର ହାମିସ୍ ମଠ ତିବ୍ଦତୀୟ ଭାଷାରେ ଦୁର୍ମୂଲ୍ୟ ପାଣ୍ଡୁଲିପି ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ମୁଁ ଏଠାରେ ମାତ୍ର କିଛି ଉଦାହରଣ ଦେଇଛି । ଏହି ସର୍ଭେ ଜୁନ୍ ମାସ ମଧ୍ୟଭାଗ ପର୍ଯ୍ୟନ୍ତ ଜାରି ରହିବ । ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ସଂସ୍କୃତିର ବିଭିନ୍ନ ଦିଗକୁ ଲୋକଲୋଚନକୁ ଆଣନ୍ତୁ ଏବଂ ସେୟାର୍ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ । ଦେଶର ଯୁବବର୍ଗର ଶକ୍ତି ଯେତେବେଳେ ରାଷ୍ଟ୍ରନିର୍ମାଣ ସହ ଯୋଡ଼ିହୁଏ, ତାହା ଅତ୍ୟଧିକ ସହାୟକ ହୋଇଥାଏ । ରାଷ୍ଟ୍ର ନିର୍ମାଣର ଏହି ଦାୟିତ୍ୱକୁ ନିର୍ବାହ କରିବାରେ ଗୋଟିଏ ବଡ଼ ଭୂମିକା ବହନ କରୁଛି ମୋର ଯୁବ ଭାରତ, ଅର୍ଥାତ୍ ମୋ ଭାରତ ସଙ୍ଗଠନ । ଏହି ସଂଗଠନ ଦେଶର ଯୁବବର୍ଗଙ୍କୁ ଭିନ୍ନ ଭିନ୍ନ ସକାରାତ୍ମକ ଗତିବିଧି ସହ ଯୋଡୁଛି । ନିକଟରେ ମୋ ଭାରତ ଦ୍ୱାରା ବଜେଟ୍ କ୍ୱେଷ୍ଟର ଆୟୋଜନ କରାଯାଇଥିଲା । ସାରା ଦେଶର ଯୁବବର୍ଗଙ୍କୁ ବଜେଟ ପ୍ରକ୍ରିୟା ଏବଂ ନୀତି ନିର୍ମାଣ ସହ ଯୋଡ଼ିବା ଥିଲା ଏହାର ଉଦ୍ଦେଶ୍ୟ । ଏହାର କୁଇଜ୍ରେ ସାରାଦେଶରୁ ପ୍ରାୟତଃ ୧୨ ଲକ୍ଷ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ । କୁଇଜ୍ ପରେ ପ୍ରାୟ ୧ ଲକ୍ଷ ୬୦ ହଜାର ପ୍ରତିଯୋଗୀଙ୍କୁ ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଚୟନ କରାଗଲା । ଏଥିରୁ କିଛି ପ୍ରବନ୍ଧ ପଢ଼ିବାକୁ ମଧ୍ୟ ମୋତେ ସୁଯୋଗ ମିଳିଲା । ଏଥିରୁ ଜଣାପଡୁଛି ଯେ, ମୋ ଯୁବସାଥି ଦେଶ ବିକାଶରେ ଯୋଗଦାନ କରିବା ପାଇଁ କେତେ ତତ୍ପର । ତେଲେଙ୍ଗାନାର ସୂର୍ଯ୍ୟାପେଟରୁ କୋଟଲା ରଘୁବୀର ରେଡ୍ଡି, ଉତ୍ତରପ୍ରଦେଶର ବାରାବାଙ୍କିରୁ ସୌରଭ ବୈସୱାର ଏବଂ ବିହାରର ଗୋପାଳଗଞ୍ଜରୁ ସୁମିତ କୁମାର, କୃଷକ କଲ୍ୟାଣ ସହ ଜଡ଼ିତ ପ୍ରସଙ୍ଗ ଉପରେ ଲେଖିଛନ୍ତି । ପଞ୍ଜାବର ମୋହାଲିରୁ ଆଞ୍ଚଲ୍ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ାରୁ ଓମପ୍ରକାଶ ରଥ ମହିଳାଙ୍କ ନେତୃତ୍ୱରେ ବିକାଶକୁ ଆଗେଇନେବାର ଉପାୟମାନ ସମ୍ପର୍କରେ ନିଜର ମତବ୍ୟକ୍ତ ଦେଇଛନ୍ତି । ହରିଆଣାର ଯମୁନାନଗରରୁ ‘ପ୍ରଥମ ବରାର’ ଲେଖିଛନ୍ତି ଯେ, ସବୁଜ ଏବଂ ସ୍ୱଚ୍ଛ ଭାରତ ହିଁ ସମୃଦ୍ଧ ଭାରତର ମାର୍ଗ । ଏଥିରୁ ସେମାନଙ୍କ ଗଭୀର ଚିନ୍ତାଧାରା ବିଷୟରେ ଜଣାପଡୁଛି । ଦିଲ୍ଲୀର ଶଙ୍ଖ ଗୁପ୍ତା ପ୍ରସ୍ତାବ ଦେଇଛନ୍ତି ଯେ ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭା ଚିହ୍ନଟ କରାଯିବା ପାଇଁ ଅଧିକ ପ୍ରଚେଷ୍ଟା ହେବା ଦରକାର ଆମର ଯୁବବନ୍ଧୁମାନେ ଦକ୍ଷତା ବିକାଶ ଏବଂ ବ୍ୟବସାୟ କରିବାର ସହଜତା ସମ୍ପର୍କରେ ମଧ୍ୟ ନିଜ ଚିନ୍ତାଧାରା ଶେୟାର କରିଛନ୍ତି । ମୁଁ ସେହି ସମସ୍ତ ଯୁବବନ୍ଧୁଙ୍କୁ ପ୍ରଶଂସା କରୁଛି ଯେଉଁମାନେ ନିଜ ଧାରଣା ସେୟାର କରୁଛନ୍ତି । ଏହି ଚିନ୍ତାଧାରା ଦେଶକୁ ଆଗେଇ ନେବାପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।
ମୋର ପ୍ରିୟ ଦେଶବାସୀଗଣ,
ସାରା ଦେଶର କ୍ରିକେଟପ୍ରେମୀଙ୍କ ପାଇଁ ଏହି ମାସଟି ଉଲ୍ଲାସ ଓ ଉତ୍ସାହପୂର୍ଣ୍ଣ ଥିଲା । ଭାରତ ଯେତେବେଳେ ଟି୨୦ ବିଶ୍ୱକପରେ ଐତିହାସିକ ବିଜୟ ଲାଭ କଲା, ସେତେବେଳେ ଦେଶରେ ଖୁସିର ଲହର ଖେଳିଗଲା । ନିଜ ଦଳର ଏହି ଗୌରବମୟ ସଫଳତା ଉପରେ ଆମେ ସମସ୍ତେ ବହୁତ ଗର୍ବିତ । ଗତମାସ ଶେଷ ଆଡ଼କୁ କର୍ଣ୍ଣାଟକର ହୁବଲିରେ ଗୋଟିଏ ଅତି ଚିତ୍ତାକର୍ଷକ ମୁକାବିଲା ଦେଖିବାକୁ ମିଳିଲା, ଏହି ମୁକାବିଲାରେ ବିଜୟଲାଭ କରି ଜାମ୍ମୁ କାଶ୍ମୀରର କ୍ରିକେଟ୍ ଦଳ ରଣଜୀ ଟ୍ରଫି ହାସଲ କଲା । ସବୁଠାରୁ ଖୁସିର କଥା ଯେ ପ୍ରାୟ ୭ ଦଶନ୍ଧିର ଦୀର୍ଘ ପ୍ରତୀକ୍ଷା ପରେ ଏହି ଦଳ ନିଜର ପ୍ରଥମ ରଣଜୀ ଟାଇଟଲ ହାସଲ କଲା । ଏହି ଅଭୁତପୂର୍ବ ସଫଳତା ଖେଳାଳିମାନଙ୍କର ଅନେକ ବର୍ଷର କ୍ରମାଗତ ପ୍ରଚେଷ୍ଟାର ପରିଣାମ । ଦଳର ଅଧିନାୟକ ପାରସ ଡୋଗ୍ରା ଚମତ୍କାର କୌଶଳ ପ୍ରଦର୍ଶନ କଲେ । ନିଜ ନେତୃତ୍ୱରେ ସେ ଏହି ବିଜୟରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଲେ । ଆଜି ଦେଶରେ କାଶ୍ମୀରର ଯୁବ ବୋଲର ଆକିବ୍ ନବୀଙ୍କ ପ୍ରଦର୍ଶନ ସମ୍ପର୍କରେ ମଧ୍ୟ ଆଲୋଚନା ହେଉଛି, ଯିଏ ରଣଜୀ ସିଜିନରେ ୬୦ଟି ୱିକେଟ୍ ଅକ୍ତିଆର କରିଛନ୍ତି । ଏହି ବିଜୟ ଯୋଗୁଁ ଦଳର ଖେଳାଳି ଏବଂ କୋଚିଙ୍ଗ ଷ୍ଟାଫଙ୍କ ସହ ଜାମ୍ମୁ କାଶ୍ମୀରର ଜନସାଧାରଣ ମଧ୍ୟ ଅତ୍ୟଧିକ ରୋମାଞ୍ଚିତ । କ୍ରିକେଟ ପଡିଆରେ ଏହି ପ୍ରଭାବଶାଳୀ ପ୍ରଦର୍ଶନ ପରେ ସେଠାକାର ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଉତ୍ସାହ ଆହୁରି ବୃଦ୍ଧି ପାଇଛି । ଆଗାମୀ ସମୟରେ ଏହା ଅନେକ ଯୁବକ ଯୁବତୀଙ୍କୁ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରେରଣା ଯୋଗାଇବ । ଜାମ୍ମୁକାଶ୍ମୀର ଜନସାଧାରଣଙ୍କ ମଧ୍ୟରେ କ୍ରୀଡ଼ାକୁ ନେଇ ଅଦ୍ଭୁତ ଉତ୍ସାହ ରହିଛି । ଏବେ ଏହା ବଡ଼ କ୍ରୀଡ଼ା ଆୟୋଜନର ହବ୍ ହେବାକୁ ଯାଉଥିବା ଯୋଗୁଁ ମୁଁ ଖୁସି ଅନୁଭବ କରୁଛି । ଖେଲୋ ଇଣ୍ଡିଆ ଶୀତକାଳୀନ ଖେଳ ପାଇଁ ଗୁଲମାର୍ଗ ତ ଆଗରୁ ନିଜର ପରିଚୟ ସୃଷ୍ଟି କରିସାରିଛି । ଫୁଟବଲ୍ ଭଳି ଖେଳ ମଧ୍ୟ ଏଠାକାର ଯୁବବର୍ଗଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ । ଆଗାମୀ ସମୟରେ ଜାମ୍ମୁକାଶ୍ମୀରର ଖେଳାଳିମାନଙ୍କର ବିଜୟର ଏହି ଯାତ୍ରା ଜାରି ରହିବ ବୋଲି ମୋର ଆଶା ।
ମୋର ପ୍ରିୟ ଦେଶବାସୀଗଣ,
ମୁଁ ସବୁବେଳେ କହେ ଯିଏ ଖେଳିବ ସେ ହିଁ ସର୍ବଦା ପ୍ରସ୍ଫୁଟିତ ହେବ । ମୁଁ ବହୁତ ଖୁସି କାରଣ ମୋ ଦେଶର ଯୁବକମାନେ ଏବେ ସେହି ଖେଳ ସବୁ ଅଧିକ ଭାବରେ ଖେଳୁଛନ୍ତି ଯାହାସବୁ ଆଗରୁ ଅଧିକ ଲୋକପ୍ରିୟ ନଥିଲା । ଉତ୍ତରପ୍ରଦେଶର ପ୍ରତିଭାଶାଳୀ ଆଥଲେଟ୍ ଗୁଲବୀର ସିଂହ ଏଭଳି ଏକ ଖେଳକୁ ଚମତ୍କାର ଭାବେ ଦର୍ଶାଇଥିଲେ । ସେ କିଛି ସପ୍ତାହ ପୂର୍ବରୁ ନ୍ୟୁୟର୍କ ସିଟି ହାଫ୍ ମାରାଥନରେ ତୃତୀୟ ସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଥିଲେ । ସେ ଏକ ଘଣ୍ଟାରୁ କମ୍ ସମୟରେ ହାଫ୍ ମାରାଥନ୍ ସମ୍ପୂର୍ଣ୍ଣ କରିବାରେ ପ୍ରଥମ ଭାରତୀୟ ଆଥଲେଟ୍ ହୋଇଥିଲେ । ମହିଳା ସ୍କ୍ୱାସ୍ ଖେଳାଳି ଅନାହତ ସିଂହ ସ୍କ୍ୱାସ୍ ଅନ୍ ଫାୟାର୍ ଓପନର ବୃହତ୍ ଅନ୍ତରାଷ୍ଟ୍ରୀୟ ଉପାଧି ହାସଲ କରିଥିଲେ । ମାତ୍ର ୧୭ ବର୍ଷ ବୟସରେ ସେ ଏହି ସଫଳତା ହାସଲ କରିଥିଲେ । ତତ୍ସହିତ ସେ ପିଏସଏ ବିଶ୍ୱ ରାଙ୍କିଙ୍ଗରେ ଟପ୍-୨୦ ଖେଳାଳିମାନଙ୍କ ମଧ୍ୟରେ ସର୍ବକନିଷ୍ଠ ମହିଳା ଖେଳାଳି ହୋଇଥିଲେ । ମୋତେ ଅସ୍ମିତା ଆଥଲେଟିକ୍ସ ଲିଗ୍ର ସୂଚନା ମଧ୍ୟ ମିଳିଥିଲା । ଏଥିରେ ମାର୍ଚ୍ଚ ୮ ତାରିଖ ଦିନ ମହିଳା ଦିବସ ଅବସରରେ ଅନେକ କ୍ରୀଡା ଇଭେଣ୍ଟଗୁଡିକର ଭବ୍ୟ ଆୟୋଜନ କରାଯାଇଥିଲା । ଏହି ଲିଗରେ ପ୍ରାୟ ୨ ଲକ୍ଷ ମହିଳା ଭାଗ ନେଇଥିଲେ । ମୁଁ ଏହାଦେଖି ବହୁତ ଆନନ୍ଦିତ ଯେ ଏହି କ୍ରୀଡ଼ା ପରିବର୍ତ୍ତନ ରେ ଭାରତର ନାରୀଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।
ବନ୍ଧୁଗଣ,
ମୋର ସର୍ବଦା ଆଗ୍ରହ ରହିଛି ଯେ ଆପଣମାନେ ସମସ୍ତେ ନିଜ ନିଜର ଫିଟନେସ୍ ପ୍ରତି ଧ୍ୟାନ ଦିଅନ୍ତୁ । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଏବେ ୧୦୦ ଦିନରୁ କମ୍ ସମୟ ବାକି ରହିଛି । ସମଗ୍ର ବିଶ୍ୱରେ ଯୋଗର ଆକର୍ଷଣ ବୃଦ୍ଧି ପାଇବାରେ ଲାଗିଛି । ଆଫ୍ରିକାର ଜିବୁତୀରେ ଅଲମିସ୍ ଜୀ, ତାଙ୍କର ଅରବିନ୍ଦ ଯୋଗକେନ୍ଦ୍ର ଜରିଆରେ ଯୋଗକୁ ବୃଦ୍ଧି କରିବାରେ ଲାଗିଛନ୍ତି । ସେ ସେଠାରେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଲୋକମାନଙ୍କୁ ଯୋଗ ଶିଖାଉଛନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ଇନଷ୍ଟାଗ୍ରାମ୍ କଣ୍ଟେଣ୍ଟ କ୍ରିଏଟର୍ ଯୁବରାଜ ଦୁଆଙ୍କର ପୋଷ୍ଟରେ ମୋ ରିପ୍ଲାଏ’ ଦେବା ଉପରେ କମେଣ୍ଟ କରିଛନ୍ତି । ସେ ଚାହୁଁଥିଲେ, ମୁଁ ତାଙ୍କ ପିତାଙ୍କୁ ଚିନି ଖାଇବା କମ୍ କରିବା ପାଇଁ କହେ । ମୁଁ ଭାରି ଖୁସି ଯେ ମୋ ଅନୁରୋଧର ସକାରାତ୍ମକ ପ୍ରଭାବ ତାଙ୍କ ପିତାଙ୍କ ଉପରେ ପଡ଼ିଲା । ମୁଁ ଆପଣମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଆପଣମାନେ ମଧ୍ୟ ଚିନି ଖାଇବା କମ୍ କରନ୍ତୁ । ମୁଁ ଆଗରୁ ବି କହିଛି, ଆମେ ସବୁ ଖାଇବା ତେଲକୁ ୧୦ ପ୍ରତିଶତ କମ୍ କରିବା । ଏହି ଛୋଟ ଛୋଟ ଚେଷ୍ଟା ଦ୍ୱାରା ଆପଣମାନେ ମେଦବହୁଳତା ଏବଂ ଜୀବନଶୈଳୀ ସମ୍ବନ୍ଧିତ ରୋଗରୁ ମଧ୍ୟ ମୁକ୍ତ ରହିବେ ।
ମୋର ପ୍ରିୟ ଦେଶବାସୀଗଣ,
ଗୋଟିଏ ପୁରୁଣା ଲୋକୋକ୍ତି ଅଛି, ‘କରତ କରତ ଅଭ୍ୟାସ କେ, ଜଡମତ ହୋତ ସୁଜାନ’ ଅର୍ଥାତ୍ ଆମେ ନିରନ୍ତର ଅଭ୍ୟାସ କଲେ ଅଧିକ ବୁଦ୍ଧିମାନ ହୋଇପାରିବା । ଲୋକମାନେ ଯେତେ ସକ୍ରିୟ ଭାବେ କାର୍ଯ୍ୟରେ ଭାଗ ନେବେ, ସେମାନେ ସେତେ ଭଲ ଭାବରେ ଶିଖିପାରିବେ । ମୁଁ ବେଙ୍ଗାଲୁରୁରେ ଶିକ୍ଷା ସମ୍ବନ୍ଧୀୟ ଏକ ଅନନ୍ୟ ଚେଷ୍ଟା ବିଷୟରେ ଜାଣିବାକୁ ପାଇଲି । ଏଠାରେ ଗୋଟିଏ ଟିମ ପ୍ରୟୋଗ ଶିକ୍ଷା ଗବେଷଣା ପ୍ରତିଷ୍ଠାନ କାମ କରେ । ଏହି ଟିମର ଗବେଷଣା ପ୍ରକଳ୍ପ ଉପରେ ବିଶେଷ ଧ୍ୟାନ ରହିଛି । ଏହି ଟିମ୍ ସ୍କୁଲ ସ୍ତରର ବିଜ୍ଞାନ ଶିକ୍ଷାକୁ ଲୋକପ୍ରିୟ କରିବାକୁ ଚେଷ୍ଟିତ । ସେ ‘ଅନ୍ୱେଷଣ’ ନାମକ ଏକ ପ୍ରୟୋଗ କରିଛନ୍ତି । ଏହା ମାଧ୍ୟମରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର-ଛାତ୍ରୀମାନଙ୍କୁ ରସାୟନ ବିଜ୍ଞାନ, ପୃଥିବୀ ଏବଂ ବିଜ୍ଞାନ ସୁସ୍ଥତା ପରି ବିଷୟରେ ନବସୃଜନ କରିବାକୁ ସୁଯୋଗ ମିଳୁଛି । ଏହାଦ୍ୱାରା ଛାତ୍ରମାନଙ୍କର ଗବେଷଣା ଅନୁଭବ ବୃଦ୍ଧି ପାଉଛି ଏବଂ ସେମାନଙ୍କୁ ନିଜର ପ୍ରୋଜେକ୍ଟ ପ୍ରକାଶନ କରିବାକୁ ମଧ୍ୟ ଗୋଟିଏ ପ୍ଲାଟଫର୍ମ ମିଳୁଛି ।
ବନ୍ଧୁଗଣ,
ପରୀକ୍ଷା ଉପରେ ଚର୍ଚ୍ଚା ସମୟରେ କେତେକ ଛାତ୍ର-ଛାତ୍ରୀ ମୋତେ କହିଥିଲେ ଯେ ଯଦିଓ ସେମାନେ ବିଜ୍ଞାନ ପଢ଼ିବାକୁ ଚାହାଁନ୍ତି ତଥାପି ତାଙ୍କୁ ଏହି ବିଷୟକୁ ପଢ଼ିବାକୁ ଡର ଲାଗୁଛି । ଏଥିପାଇଁ ପ୍ରୟୋଗ ଟିମର ଚେଷ୍ଟା ବହୁତ ପ୍ରଶଂସନୀୟ । ଏହା ଛାତ୍ର-ଛାତ୍ରୀଙ୍କୁ ବିଜ୍ଞାନ ପଢ଼ିବା ପାଇଁ ଓ ବ୍ୟବହାରିକ ଭାବରେ କିଛି କରି ଦେଖାଇବା ପାଇଁ ସୁଯୋଗ ଦିଏ । ଯେତେବେଳେ ଆମେ କୌଣସି କାମକୁ ନିଜେ କରି ଦେଖୁ ସେତେବେଳେ ଆମର ଜିଜ୍ଞାସା ଓ ଆଗ୍ରହ ବଢ଼େ । କିଏ ଜାଣେ, ମୋର ଏହି ଯୁବସାଥିମାନଙ୍କ ମଧ୍ୟରୁ କାଲି ଭଲ ବୈଜ୍ଞାନିକ ନ ବାହାରିବେ ।
ବନ୍ଧୁଗଣ,
ଶିକ୍ଷା ମାଧ୍ୟମରେ ନାଗା ସମୁଦାୟ, ଅତୀତକୁ ସଂରକ୍ଷିତ କରିବାକୁ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ଏକ ଚେଷ୍ଟା କରୁଛି । ଏହି ସମୁଦାୟର ଲୋକମାନେ ତାଙ୍କର ଆଦିବାସୀ ପରମ୍ପରାକୁ ବହୁତ ସମ୍ମାନ ଦିଅନ୍ତି । ସେମାନେ ସେଥିପାଇଁ ଗର୍ବ ଅନୁଭବ କରିବା ସହିତ ନିଜର ଆପ୍ରୋଚକୁ ମଧ୍ୟ ଆଧୁନିକ ରଖିଥାନ୍ତି । ନାଗା ଜନଜାତିରେ ମୋରୁଙ୍ଗ ଲର୍ଣ୍ଣିଙ୍ଗର ଏକ ପାରମ୍ପରିକ ବ୍ୟବସ୍ଥା ପୂର୍ବରୁ ଥିଲା । ଏଥିରେ ବୟସ୍କ ଲୋକମାନେ ନିଜ ଅନୁଭୂତିରୁ ଯୁବକମାନଙ୍କୁ ପାରମ୍ପରିକ ଜ୍ଞାନ, ଇତିହାସ ଓ ଜୀବନଶୈଳୀ ବିଷୟରେ କହୁଥିଲେ । ସମୟ ସହିତ ଏହି ବ୍ୟବସ୍ଥା ମୋରୁଙ୍ଗ ଶିକ୍ଷାର ଧାରଣାରେ ପରିବର୍ତ୍ତିତ ହୋଇଛି । ଏହା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଗଣିତ ଓ ବିଜ୍ଞାନ ଭଳି ବିଷୟ ପଢ଼ିବା ପାଇଁ ରୁଚି ଉତ୍ପନ୍ନ କରାଯାଉଛି । ଏଥିରେ ସମୁଦାୟର ବୟସ୍କମାନେ ସେମାନଙ୍କୁ ଗଳ୍ପ, ଲୋକଗୀତ ଓ ପାରମ୍ପରିକ ଖେଳ ସହିତ ଜୀବନ କୌଶଳ ମଧ୍ୟ ଶିଖାଉଛନ୍ତି । ଏହିପରି ଆମର ନାଗାଲାଣ୍ଡ ନିଜର ସାଂସ୍କୃତିକ ପରମ୍ପରାକୁ ସୁରକ୍ଷିତ ରଖିବା ସହିତ ପିଲାମାନଙ୍କର ଶିକ୍ଷାକୁ ବିକାଶ ଦିଗରେ ଅଗ୍ରସର କରୁଛି । ଆପଣମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ହେଉଥିବା ପ୍ରୟାସ ବିଷୟରେ ଖବର ନିଅନ୍ତୁ ଏବଂ ମୋତେ ମଧ୍ୟ ସେୟାର୍ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
ଦେଶର ଅନେକ ଭାଗରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଗଲାଣି । ଅର୍ଥାତ୍, ଏହି ସମୟରେ ଜଳ ସଂରକ୍ଷଣର ସଂକଳ୍ପକୁ ପୁନଃ ଆରମ୍ଭ କରିବାକୁ ହେବ । ଗତ ୧୧ ବର୍ଷରେ ‘ଜଳ ସଞ୍ଚୟ ଅଭିଯାନ’ ଲୋକଙ୍କୁ ବହୁତ ସଚେତନ କରିପାରିଛି । ଏହି ଅଭିଯାନ ଯୋଗୁଁ ସମଗ୍ର ଦେଶରେ ପ୍ରାୟ ୫୦ ଲକ୍ଷ କୃତ୍ରିମ ଜଳ ଅମଳ ଗଠନର ନିର୍ମାଣ ହୋଇଛି । ମୁଁ ଏହାଦେଖି ଖୁସି ଯେ ଏବେ ଜଳସଙ୍କଟ ସହିତ ସଂଗ୍ରାମ କରିବାକୁ ଗାଁ-ଗାଁରେ ସାମୂହିକ ସ୍ତରରେ ଚେଷ୍ଟା ଚାଲିଛି, କୋଉଠି ପୁରୁଣା ପୋଖରୀ ସଫା ହେଉଛି ତ, କୋଉଠି ବର୍ଷାଜଳକୁ ସଂରକ୍ଷଣ କରିବାକୁ ଚେଷ୍ଟା ଚାଲିଛି । ଅମୃତ ସରୋବର ଅଭିଯାନ ଅନ୍ତର୍ଗତ ଦେଶସାରା ପ୍ରାୟ ୭୦ ହଜାର ଅମୃତ ସରୋବର ନିର୍ମିତ ହୋଇଛି । ବର୍ଷାଋତୁ ଆସିବା ପୂର୍ବରୁ ଏହି ସରୋବରଗୁଡ଼ିକ ପରିଷ୍କାର କରିବା ଆରମ୍ଭ ହୋଇଛି । ଆଜି ମୁଁ ଆପଣମାନଙ୍କୁ କିଛି ପ୍ରେରଣାଦାୟୀ ଉଦାହରଣ ବିଷୟରେ କହିବାକୁ ଚାହୁଁଛି । ଏହି ଉଦାହରଣରୁ ସ୍ପଷ୍ଟ ହୁଏ ଯେ ଜନଭାଗିଦାରୀ ଦ୍ୱାରା ଜଳସଂରକ୍ଷଣ କାମ କେତେ ବ୍ୟାପକ ହୋଇପାରେ ।
ବନ୍ଧୁଗଣ,
ତ୍ରିପୁରାର ଜମ୍ପୁଇ ପାହାଡ଼ରେ ଥିବା ବାଙ୍ଗମୁନ୍ ଗାଁ ୩୦୦୦ ଫୁଟ ଉପରେ ରହିଛି । ଏହି ଗାଁ ପାଣିର ଭୟଙ୍କର ସଙ୍କଟର ସମ୍ମୁଖୀନ ହେଉଥିଲା । ଗ୍ରୀଷ୍ମଦିନରେ ଗ୍ରାମବାସୀମାନେ ପାଣି ପାଇଁ ଦୀର୍ଘ ଦୂରତା ଅତିକ୍ରମ କରୁଥିଲେ । ପରିଶେଷରେ ଗାଁର ଲୋକମାନେ ବର୍ଷାର ପ୍ରତ୍ୟେକ ଜଳବୁନ୍ଦାକୁ ସଂରକ୍ଷଣ କରିବାକୁ ଚେଷ୍ଟା କଲେ । ଆଜି ବାଙ୍ଗମୁନ୍ ଗାଁରେ ପ୍ରାୟ ପ୍ରତ୍ୟେକ ଘରେ ଛାତ ଉପରେ ବର୍ଷା ଜଳ ଅମଳ ବ୍ୟବସ୍ଥା ସ୍ଥାପିତ ହୋଇପାରିଛି, ଯେଉଁ ଗାଁ ଅତୀତରେ ପାଣି ପାଇଁ ଲଢ଼ୁଥିଲା ସେହି ଗାଁ ଆଜି ଜଳ ସଂରକ୍ଷଣର ଏକ ପ୍ରେରଣାଦାୟୀ ଉଦାହରଣ ହୋଇପାରିଛି ।
ବନ୍ଧୁଗଣ,
ଏହିପରି ଛତିଶଗଡ଼ର କୋରିଆ ଜିଲ୍ଲାରେ ଏକ ଅନନ୍ୟ ପ୍ରୟାସ ଦେଖିବାକୁ ମିଳିଥିଲା । ଏଠାର କୃଷକମାନେ ଖୁବ୍ ସରଳ କିନ୍ତୁ ପ୍ରଭାବଶାଳୀ ଧାରଣା ନେଇ କାମ କରିଥିଲେ । ଏଠାରେ କୃଷକମାନେ ନିଜ ନିଜର କ୍ଷେତରେ ଛୋଟ ଛୋଟ ପୋଖରୀ ଏବଂ ଶୁଖିଲା ଖାଲ କରିଥିଲେ ଯେଉଁଥିରେ ବର୍ଷାପାଣି ଖେତରେ ରହିଲା ଓ ଧିରେ ଧିରେ ମାଟି ଭିତରକୁ ପ୍ରବେଶ କଲା । ଆଜି ଏହି କ୍ଷେତ୍ରରେ ୧୨୦୦ରୁ ଅଧିକ କୃଷକ ଏହି ମଡେଲକୁ ଗ୍ରହଣ କରିସାରିଛନ୍ତି ଏବଂ ଗାଁର ଭୂତଳ ଜଳ ସ୍ତର ବହୁତ ଭଲ ହୋଇପାରିଛି । ଏହିପରି ତେଲେଙ୍ଗାନାର ମଞ୍ଚେରିଆଲ ଜିଲ୍ଲାର ମୁଧିଙ୍ଗୁଟା ଗାଁରେ ମଧ୍ୟ ଲୋକମାନେ ମିଳିମିଶି ପାଣିର ସମସ୍ୟା ଦୂର କରିଛନ୍ତି । ଗାଁର ୪୦୦ ପରିବାର ନିଜ ନିଜ ଘରେ ସୋକ୍-ପିଟ୍ ତିଆରି କରି ଜଳ ସଂରକ୍ଷଣକୁ ଜନଆନ୍ଦୋଳନରେ ପରିଣତ କରିପାରିଛନ୍ତି । ଏହାଦ୍ୱାରା ଗାଁର ଭୂତଳ ଜଳ ସ୍ତର ଖୁବ୍ ଉତ୍ତମ ହୋଇଛି; ତତ୍ସହିତ ପ୍ରଦୂଷିତ ଜଳ ଯୋଗୁଁ ହେଉଥିବା ରୋଗ ସବୁ ହ୍ରାସ ପାଇଛି ।
ମୋର ପ୍ରିୟ ଦେଶବାସୀଗଣ,
ଆମର ମତ୍ସ୍ୟଜୀବୀ ଭାଇଭଉଣୀ ଖାଲି ସମୁଦ୍ରର ଯୋଦ୍ଧା ନୁହନ୍ତି ବରଂ ଆତ୍ମନିର୍ଭର ଭାରତର ଏକ ମଜଭୁତ୍ ମୂଳଦୁଆ । ସେମାନେ ସକାଳ ହେବା ଆଗରୁ ପ୍ରଥମେ ସମୁଦ୍ର ଲହଡ଼ି ସହିତ ଯୁଦ୍ଧ କରିକରି ନିଜ ପରିବାର ସହିତ ଦେଶର ଅର୍ଥବ୍ୟବସ୍ଥାକୁ ମଜଭୁତ୍ କରିବାରେ ଲାଗିଯାନ୍ତି । ଏହିଭଳି ପରିଶ୍ରମୀ ମତ୍ସ୍ୟଜୀବୀମାନଙ୍କର ଜୀବନକୁ ଆଜି ବିଭିନ୍ନ ଦୃଷ୍ଟିରୁ ସହଜ କରାଯାଉଛି । ବନ୍ଦରମାନଙ୍କର ବିକାଶ ହେଉ ଅଥବା ମତ୍ସ୍ୟଜୀବୀମାନଙ୍କ ପାଇଁ ବୀମା ଏହିଭଳି ସରକାରଙ୍କ ଅନେକ ପ୍ରଚେଷ୍ଟା ସେମାନଙ୍କର ବହୁତ କାମରେ ଆସୁଛି । ଆମେ ଜାଣିଛୁ ଯେ ସମୁଦ୍ରରେ ସେମାନଙ୍କର ଗତିବିଧିକୁ ପାଣିପାଗର ପରିବର୍ତ୍ତନ ବହୁତ ପ୍ରଭାବିତ କରେ । ଏସବୁକୁ ଦେଖି ଟେକ୍ନୋଲୋଜି ଦ୍ୱାରା ମଧ୍ୟ ସେମାନଙ୍କୁ ପୁରା ସାହାଯ୍ୟ କରାଯାଉଛି । ମୁଁ ବହୁତ ଖୁସି ଯେ ଏହିଭଳି ପ୍ରୟାସ ଦ୍ୱାରା ଆମର ମତ୍ସ୍ୟଉତ୍ପାଦନ କ୍ଷେତ୍ର ଖାଲି ସମୃଦ୍ଧ ହେଉଛି ତାହାନୁହେଁ, ବରଂ ନୂତନ ଉତ୍ସାହ ମଧ୍ୟ ପ୍ରାପ୍ତ ହେଉଛି । ଆଜି ମତ୍ସ୍ୟପାଳନ ଏବଂ ସାମୁଦ୍ରିକ ଶୈବାଳ କ୍ଷେତ୍ରରେ ନୂତନ ସୃଜନ ହେଉଅଛି ଏବଂ ଆମର ମତ୍ସ୍ୟଜୀବୀ ଭାଇଭଉଣୀମାନେ ଆତ୍ମନିର୍ଭର ହେଉଛନ୍ତି । ଓଡ଼ିଶାର ସମ୍ବଲପୁରର ସୁଜାତା ଭୂୟାଁ ଜଣେ ଗୃହିଣୀ ଥିଲେ କିନ୍ତୁ ସେ ନୂଆ କିଛିକରି ନିଜ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଥିଲେ । ଏଥିପାଇଁ କିଛିବର୍ଷ ପୂର୍ବେ ସେ ହୀରାକୁଦ ଜଳଭଣ୍ଡାରରେ ମାଛଚାଷ ଆରମ୍ଭ କଲେ । ପ୍ରାରମ୍ଭିକ କାଳ ତାଙ୍କ ପାଇଁ ସେତେ ସହଜ ନ ଥିଲା । ଜଳବାୟୁରେ ହେଉଥିବା ପରିବର୍ତ୍ତନ, ମାଛମାନଙ୍କର ଖାଦ୍ୟବ୍ୟବସ୍ଥା ଏବଂ ଘରର ଦାୟିତ୍ୱ ସହିତ ସନ୍ତୁଳନ ରକ୍ଷା କରିବା ଭଳି ଅନେକ ଆହ୍ୱାନ ରହିଥିଲା; କିନ୍ତୁ ତାଙ୍କର ସାହସ ଦୃଢ଼ ଥିଲା । ମାତ୍ର ଦୁଇ-ତିନି ବର୍ଷ ଭିତରେ ସେ ତାଙ୍କର ପ୍ରଚେଷ୍ଟାକୁ ଗୋଟିଏ ସଫଳ ବ୍ୟବସାୟରେ ପରିଣତ କରିଦେଲେ । ଆଜି ତାଙ୍କର ସଫଳତା ସମସ୍ତ ମହିଳାମାନଙ୍କ ପାଇଁ ନୂତନ କିରଣ ସାଜିଛି ।
ବନ୍ଧୁଗଣ,
ଲାକ୍ଷାଦ୍ୱୀପରେ ମିନିକଏ’ର ହୱା ଗୁଲଜାର୍ଙ୍କ କାହାଣୀ ଆମ ମାଆ ଏବଂ ଭଉଣୀମାନଙ୍କ ମଧ୍ୟରେ ଅଦ୍ଭୁତ ସଂକଳ୍ପ ଶକ୍ତିକୁ ସାମ୍ନାକୁ ଆଣେ । ବାସ୍ତବରେ ସେ ଗୋଟିଏ ମାଛ ପ୍ରକ୍ରିୟାକରଣ ୟୁନିଟ୍ ଚଲାଉଥିଲେ । କିନ୍ତୁ ତାଙ୍କୁ ଲାଗିଲା ଯେ ପାଖରେ ଯଦି ଗୋଟିଏ ଭଲ ଶୀତଳଭଣ୍ଡାର ହୁଅନ୍ତା ତେବେ ସେ ଆହୁରି ଭଲ କରିପାରନ୍ତେ । ସେଥିପାଇଁ ସେ ଗୋଟିଏ ଶୀତଳଭଣ୍ଡାର ବସାଇବାର ନିଷ୍ପତ୍ତି ନେଲେ । ଆଜି ଏହାହିଁ ତାଙ୍କର ଶକ୍ତିରେ ପରିଣତ ହୋଇଛି । ଆଜି ସେ ଉତ୍ତମ ଯୋଜନା ସହିତ ବ୍ୟବସାୟ କରିପାରୁଛନ୍ତି ।
ବନ୍ଧୁଗଣ,
ଆଜି ଦେଶରେ ସବୁଦି ଗରୁ ପ୍ରଚେଷ୍ଟା ଚାଲିଛି, ଯେଉଁଗୁଡ଼ିକ ପ୍ରେରଣାଦାୟୀ ଅଟେ । ବେଲଗାୱିର ଶିବଲିଙ୍ଗ ସତପ୍ପା ହୁଦ୍ଦାର୍ ପାରମ୍ପରିକ ଚାଷଠାରୁ ଏକ ଭିନ୍ନ ରାସ୍ତା ଆପଣାଇଲେ । ସେଥିପାଇଁ ସେ ଗୋଟିଏ ପୋଖରୀ ଫାର୍ମ ବନାଇଲେ । ଏହି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶିକ୍ଷଣ ମଧ୍ୟ ମିଳିଲା । ଏବେ ନିଜ ପୋଖରୀରୁ ମାଛ ବିକ୍ରିକରି ସେ ଭଲ ରୋଜଗାର କରୁଛନ୍ତି । ସେଠାରେ ସାମୁଦ୍ରିକ ଶୈବାଳର ଚାହିଦାକୁ ଦେଖି ଅନେକ ଲୋକ ସାମୁଦ୍ରିକ ଶୈବାଳ ଚାଷକୁ ଆପଣାଇଛନ୍ତି । ସେଥିରୁ ସେମାନଙ୍କର ଭଲ ଲାଭ ବି ହେଉଛି । ମୁଁ ପୁଣିଥରେ ଆମର ମତ୍ସ୍ୟକ୍ଷେତ୍ର ସହିତ ଯୋଡ଼ିହୋଇଥିବା ଲୋକମାନଙ୍କୁ ସାଧୁବାଦ ଜଣାଉଛି । ଆମର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସେମାନଙ୍କର ପ୍ରୟାସ ଖୁବ୍ ପ୍ରଶଂସନୀୟ ।
ମୋର ପ୍ରିୟ ଦେଶବାସୀଗଣ,
ଯେତେବେଳେ ସମାଜ ନିଜେ ଆଗେଇଆସେ ସେତେବେଳେ ଛୋଟ ଛୋଟ ପ୍ରୟାସ ମଧ୍ୟ ବଡ଼ ବଡ଼ ପରିବର୍ତ୍ତନର ମୂଳଦୁଆ ହୋଇଯାଏ । ଆମ ଦେଶର ଭିନ୍ନ ଭିନ୍ନ କ୍ଷେତ୍ରରେ ଏହିଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି; ଯାହା ଆମକୁ ଏହି ଶିକ୍ଷା ଦିଏ । ଏଇ ନିକଟରେ ଉତ୍ତରପ୍ରଦେଶର ବାରଣାସୀରେ ଗୋଟିଏ ପ୍ରେରଣାଦାୟୀ ପ୍ରଚେଷ୍ଟା ଦେଖିବାକୁ ମିଳିଲା । ସେଠାରେ ଗୋଟିଏ ଘଣ୍ଟାରେ ୨ ଲକ୍ଷ ୫୧ ହଜାରରୁ ଅଧିକ ଚାରାରୋପଣ କରାଗଲା ଏବଂ ଗୋଟିଏ ନୂଆ ଗିନିଜ୍ ୱାର୍ଲଡ ରେକର୍ଡ ସୃଷ୍ଟି ହେଲା । ଏହି ପ୍ରଚେଷ୍ଟାର ସବୁଠାରୁ ବଡ଼କଥା ହେଲା, ଏଥିରେ ହଜାର ହଜାର ଲୋକ ଏକସଙ୍ଗେ ଯୋଗଦେଲେ । ଛାତ୍ର, ସୈନିକ, ସ୍ୱେଚ୍ଛାସେବୀ ସଙ୍ଗଠନ, ଭିନ୍ନ ଭିନ୍ନ ସଂସ୍ଥା ସମସ୍ତେ ମିଳିମିଶି ଏହି କାମକୁ ସମ୍ଭବ କରାଇଲେ । ଜନଭାଗିଦାରୀର ଏହି ସ୍ୱରୂପ ‘ଏକ୍ ପେଡ୍ ମାଁ କେ ନାମ୍’ ଅଭିଯାନ ଭିତରେ ବି ଦେଖାଯାଏ । ଏହି ଅଭିଯାନ ଦ୍ୱାରା ସାରା ଦେଶରେ କୋଟି କୋଟି ଗଛ ଲଗାଯାଇଛି ।
ବନ୍ଧୁଗଣ,
ନାଗାଲାଣ୍ଡର ଚିଜାମି ଗ୍ରାମରୁ ମଧ୍ୟ ଗୋଟିଏ ବହୁତ ପ୍ରେରଣାଦାୟୀ ପ୍ରଚେଷ୍ଟା ସାମ୍ନାକୁ ଆସେ । ଚିଜାମି ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ୧୫୦ରୁ ଅଧିକ ପ୍ରକାରର ପାରମ୍ପରିକ ବିହନକୁ ସୁରକ୍ଷିତ ରଖୁଛନ୍ତି । ଏହି ବିହନକୁ ଗୋଟିଏ କମ୍ୟୁନିଟି ସିଡ୍ ବ୍ୟାଙ୍କରେ ସଂରକ୍ଷିତ କରାଯାଉଛି; ଯାହାକୁ ଗ୍ରାମର ମହିଳାମାନେ ଚଳାଉଛନ୍ତି । ଏସବୁରେ ଧାନ, ବାଜରା, ମକା, ଡାଲି, ପନିପରିବା ଏବଂ ଅନେକ ପ୍ରକାରର ଜଡ଼ିବୁଟି ମଧ୍ୟ ରହିଛି । ଏହା ଏଭଳି ଏକ ପ୍ରଚେଷ୍ଟା ଯେଉଁଥିରେ ଜ୍ଞାନ ମଧ୍ୟ ସୁରକ୍ଷିତ, ପରମ୍ପରା ବି ଜୀବିତ ଏବଂ ଆଗାମୀ ପିଢ଼ୀ ପାଇଁ ଗୋଟିଏ ମଜଭୁତ୍ ଆଧାର ମଧ୍ୟ ପ୍ରସ୍ତୁତ ହେଉଛି । ବନ୍ଧୁଗଣ ଆଜି ଯେତେବେଳେ ଦୁନିଆ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ୱାନଗୁଡ଼ିକର ସାମ୍ନା କରୁଛି ସେତେବେଳେ ଏଭଳି ପ୍ରଚେଷ୍ଟା ଆମମାନଙ୍କୁ ଜଣାଉଛି ଯେ ସମାଧାନ କେବେହେଲେ ଦୂରରେ ନ ଥାଏ । ଅନେକ ଥର ଆମର ପାରମ୍ପରିକ ଜ୍ଞାନ ଏବଂ ମିଳିତ ପ୍ରୟାସ ଆମକୁ ମଜଭୁତ୍ ରାସ୍ତା ଦେଖାଇଥାଏ ।
ମୋର ପ୍ରିୟ ଦେଶବାସୀଗଣ,
ଆଜି ଯଦି ଆପଣ ଦେଶର କୌଣସି ଛୋଟ ବଡ଼ ସହରକୁ ଯିବେ ତେବେ ଆପଣ ଗୋଟିଏ ପରିବର୍ତ୍ତନ ନିଶ୍ଚୟ ଦେଖିପାରିବେ । ଆପଣଙ୍କୁ ଘରଗୁଡ଼ିକର ଛାତ ଉପରେ ବହୁସଂଖ୍ୟାରେ ସୋଲାର ପ୍ୟାନେଲ ଲାଗିଥିବାର ଦେଖିବାକୁ ମିଳିବ । କିଛିବର୍ଷ ପୂର୍ବେ ଏହା କାଁ ଭାଁ ଗୋଟିଏ ଦୁଇଟି ଘରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ପ୍ରଭାବ ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳୁଛି । ଏହି ଯୋଜନା ଯୋଗୁଁ ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାର ପାୟଲ୍ ମୁଞ୍ଜପାରାଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଛି । ସେ ‘ସୂର୍ଯ୍ୟ ପହଲ୍’ ମାଧ୍ୟମରେ ସୌରଶକ୍ତି ପ୍ରଯୁକ୍ତିବିଦ୍ୟା ତାଲିମ ନେଲେ ଏବଂ ଚାରିମାସର ସୋଲାର ପିଭି ଟେକ୍ନିସିଆନ୍ ପାଠ୍ୟକ୍ରମ ମଧ୍ୟ ସମ୍ପୂର୍ଣ୍ଣ କଲେ । ଏବେ ସେ ଜଣେ କୁଶଳ ସୋଲାର ଟେକ୍ନିସିଆନ୍ ହୋଇପାରିଛନ୍ତି । ପାୟଲ୍ ଏକ ସୋଲାର ଉଦ୍ୟୋଗୀ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଆଖପାଖ ଜିଲ୍ଲାରେ ସୌର ଛାତ ସ୍ଥାପନ କାମ କରୁଛନ୍ତି ଏବଂ ଏହାଦ୍ୱାରା ତାଙ୍କର ମାସକୁ ହଜାର ହଜାର ଟଙ୍କା ଆୟ ହେଉଛି ।
ବନ୍ଧୁଗଣ,
ମିରଟର ଅରୁଣ କୁମାର ମଧ୍ୟ ଏବେ ତାଙ୍କ ନିଜ ଅଞ୍ଚଳରେ ଜଣେ ଶକ୍ତି ବିତରକ ପାଲଟିଯାଇଛନ୍ତି । ନିକଟ ଅତୀତରେ ଦିଲ୍ଲୀରେ ହୋଇଥିବା କାର୍ଯ୍ୟକ୍ରମରେ ଅରୁଣ କୁମାର ଭାଗ ନେଇଥିଲେ ଏବଂ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ସେ କେବଳ ବିଜୁଳି ବିଲ୍ ସଞ୍ଚୟ କରୁନାହାନ୍ତି ବରଂ ନିଜର ବଳକା ବିଜୁଳି ଶକ୍ତି ବିକ୍ରି ମଧ୍ୟ କରୁଛନ୍ତି ।
ବନ୍ଧୁଗଣ,
ଜୟପୁରର ମୁରଲୀଧରଙ୍କ ସଫଳତା ମଧ୍ୟ କିଛି ଏହିଭଳି । ପ୍ରଥମେ ତାଙ୍କର ଚାଷକାମ ଡିଜେଲ ପମ୍ପ ଉପରେ ନିର୍ଭର କରୁଥିଲା; ଯେଉଁଥିରେ ବର୍ଷକୁ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ଯେତେବେଳେ ସେ ସୌରଚାଳିତ ପମ୍ପ ଆଣିଲେ ତାଙ୍କ ଚାଷର ପ୍ରଣାଳୀ ମଧ୍ୟ ବଦଳିଗଲା । ଏବେ ତାଙ୍କର ଆଉ ଇନ୍ଧନର ଚିନ୍ତା ନାହିଁ; ଜଳସେଚନ ଠିକ୍ ସମୟରେ ହେଉଛି ଏବଂ ତାଙ୍କର ବାର୍ଷିକ ଆୟ ମଧ୍ୟ ବୃଦ୍ଧି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ତାଙ୍କ ପରିବାର ପ୍ରଦୂଷଣମୁକ୍ତ ଶକ୍ତି ସହିତ ପୂର୍ବାପେକ୍ଷା ଉତ୍ତମ ଜୀବନଯାପନ କରୁଛନ୍ତି ।
ବନ୍ଧୁଗଣ,
‘ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା’ର ଲାଭ ଉତ୍ତର-ପୂର୍ବ କ୍ଷେତ୍ରରେ ମଧ୍ୟ ମିଳୁଛି । ତ୍ରିପୁରାରେ ରିୟାଙ୍ଗ ଜନଜାତିଙ୍କର ଅନେକ ଏଭଳି ଗାଁ ଥିଲା ଯେଉଁଠାରେ ବିଜୁଳି ଶକ୍ତିର ସମସ୍ୟା ଥିଲା । ଏବେ ସୌର କ୍ଷୁଦ୍ର-ଗ୍ରୀଡ୍ ମାଧ୍ୟମରେ ସେମାନଙ୍କର ଘର ଆଲୋକିତ ରହୁଛି । ସେଠାର ପିଲାମାନେ ଏବେ ସନ୍ଧ୍ୟା ପରେ ମଧ୍ୟ ପଢ଼ିପାରୁଛନ୍ତି, ଲୋକମାନେ ମୋବାଇଲ୍ ଚାର୍ଜ କରିପାରୁଛନ୍ତି ଏବଂ ଗାଁର ସାମାଜିକ ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଛି ।
ବନ୍ଧୁଗଣ,
ଦେଶରେ ସୌରଶକ୍ତି ବିପ୍ଳବର ଏହିଭଳି ଅନେକ ଉଦାହରଣ ଅଛି । ଆପଣ ମଧ୍ୟ ଏହି ବିପ୍ଳବରେ ଯୋଗଦିଅନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସାମିଲ୍ କରାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ ପାଇଁ ମୋତେ ପ୍ରତ୍ୟେକ ମାସରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରୁ ବହୁତ ବାର୍ତ୍ତା ମିଳୁଛି । ଏହି ବାର୍ତ୍ତାଗୁଡ଼ିକରୁ ଏକଥା ମଧ୍ୟ ଜଣାପଡୁଛି ଯେ ଦୂରଦୂରାନ୍ତ କ୍ଷେତ୍ରରେ ବସିଥିବା ଲୋକମାନେ କେତେ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମକୁ ଶୁଣନ୍ତି । ଯେତେବେଳେ ମୁଁ ଆପଣମାନଙ୍କର ପରାମର୍ଶକୁ ପଢ଼େ, ସେତେବେଳେ ମୋତେ ଲାଗେ ଯେ ଏହା ଖାଲି ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ଆମମାନଙ୍କ ଭିତରେ ଏକ ଆପୋଷ ଆଲୋଚନାର ମାଧ୍ୟମ ହୋଇପାରିଛି । ଆପଣଙ୍କ ବିଚାର, ଆପଣଙ୍କ ଅନୁଭୂତି, ଏହି କାର୍ଯ୍ୟକ୍ରମକୁ ଲଗାତାର ସୁନ୍ଦର କରିବାର ପ୍ରେରଣା ଦେଇଛି । ଆପଣ ଆପଣଙ୍କ ଆଖପାଖର ପ୍ରେରଣାଦାୟୀ କଥାଗୁଡ଼ିକୁ ଏହିଭଳି ସୂଚିତ କରୁଥାନ୍ତୁ । ହୋଇପାରେ ଆପଣଙ୍କର ଗୋଟିଏ ଛୋଟ ପ୍ରୟାସ ଅନ୍ୟ କାହା ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିପାରେ, କାହାକୁ ଆଗେଇଯିବାର ନୂତନ ସାହାସ ଦେଇପାରେ – ଏହାହିଁ ତ ରେଡ଼ିଓର ଅସଲ ଶକ୍ତି । ଏହା ଦେଶର ବିଭିନ୍ନ ଜାଗାରେ ବସିଥିବା ଲୋକମାନଙ୍କ ମଧ୍ୟରେ ଗୋଟିଏ ବିଚାର, ଗୋଟିଏ ଭାବନା ଓ ଗୋଟିଏ ଉଦେ୍ଦଶ୍ୟ ଯୋଡ଼ି ଦେଇଥାଏ । ଆସନ୍ତା ମାସରେ ପୁଣି ଭେଟିବା, କିଛି ନୂଆ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ସହିତ, କିଛି ଏହିଭଳି ପ୍ରୟାସ ସହିତ, ଯାହା ଆମକୁ ଆଗକୁ ବଢ଼ିବାକୁ ନୂତନ ଶକ୍ତି ଦେବ । ସେପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜ ପରିବାରର ଧ୍ୟାନ ରଖନ୍ତୁ – ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ ।

‘ମନ୍ କି ବାତ୍’କୁ ଆପଣଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ । ‘ମନ୍ କି ବାତ୍’ ଦେଶ ଏବଂ ଏହାର ନାଗରିକଙ୍କ ସଫଳତାକୁ ଉଜ୍ଜ୍ୱଳ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚ। ଦେଶ ସମ୍ପ୍ରତି ଦିଲ୍ଲୀରେ ଅନୁଷ୍ଠିତ ଗ୍ଲୋବାଲ୍ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ସମାନ ସଫଳତା ଦେଖିଛି। ବହୁ ଦେଶର ନେତା, ଶିଳ୍ପ ନେତା, ନବସୃଜନକାରୀ ଏବଂ ଷ୍ଟାର୍ଟ-ଅପ୍ କ୍ଷେତ୍ର ସହିତ ଜଡିତ ଲୋକମାନେ ଏଆଇ ଇମ୍ପାକ୍ଟ ଶିଖର ପାଇଁ ଭାରତ ମଣ୍ଡପମରେ ଏକାଠି ହୋଇଥିଲେ। ଏହି ଶିଖର ସମ୍ମିଳନୀ ଭବିଷ୍ୟତରେ ବିଶ୍ୱ କିପରି ଏଆଇର ଶକ୍ତିକୁ ବ୍ୟବହାର କରିବ ତାହାର ଗତିପଥରେ ଏକ ଉଲ୍ଲେଖନୀୟ ମୋଡ଼ ସାବ୍ୟସ୍ତ ହୋଇଛି।
ବନ୍ଧୁଗଣ,
ଏହି ସମ୍ମିଳନୀରେ ମୋତେ ବିଶ୍ୱର ନେତୃବୃନ୍ଦ ଏବଂ ଟେକ ସିଇଓମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିଲା । ଏଆଇ ସମ୍ମିଳନୀ ପ୍ରଦର୍ଶନୀରେ ମୁଁ ବିଶ୍ୱର ନେତାମାନଙ୍କୁ ଅନେକ ଉତ୍ପାଦ ଦେଖାଇଥିଲି । ମୁଁ ଦୁଇଟି ଉତ୍ପାଦ ବିଶେଷ ଭାବେ ଉଲ୍ଲେଖ କରିବାକୁ ଚାହୁଁଛି । ସମ୍ମିଳନୀରେ ଏହି ଦୁଇଟି ଉତ୍ପାଦ ବିଶ୍ୱର ନେତାମାନଙ୍କୁ ବହୁତ ପ୍ରଭାବିତ କରିଥିଲା । ପ୍ରଥମ ଉତ୍ପାଦ ଅମୁଲ୍ ବୁଥ୍ ଉପରେ ଥିଲା । ଏଥିରେ ଦର୍ଶାଯାଇଥିଲା ଯେ କିଭଳି ଏଆଇ ପଶୁମାନଙ୍କ ଚିକିତ୍ସା କରିବାରେ ଆମର ସାହାଯ୍ୟ କରୁଛି ଏବଂ କିଭଳି ୨୪ ଘଣ୍ଟିଆ ଏଆଇ ସହାୟତା ସାହାଯ୍ୟରେ ଚାଷୀ ନିଜର ଦୁଗ୍ଧ ଉତ୍ପାଦନ କେନ୍ଦ୍ର ଏବଂ ପଶୁମାନଙ୍କ ହିସାବ ରଖୁଛନ୍ତି ।
ବନ୍ଧୁଗଣ,
ଦ୍ୱିତୀୟ ଉତ୍ପାଦଟି ଆମ ସଂସ୍କୃତି ସହିତ ଜଡିତ ଥିଲା। ସାରା ବିଶ୍ୱର ନେତାମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ କିପରି ଆମେ ଏଆଇ ସାହାଯ୍ୟରେ ଆମର ପ୍ରାଚୀନ ଗ୍ରନ୍ଥ, ଆମର ପ୍ରାଚୀନ ଜ୍ଞାନ, ଆମର ପାଣ୍ଡୁଲିପିକୁ ସଂରକ୍ଷଣ କରୁଛୁ ଏବଂ ଆଜିର ପିଢ଼ି ସହିତ ସେଗୁଡ଼ିକୁ ଗ୍ରହଣ କରୁଛୁ।
ବନ୍ଧୁଗଣ,
ପ୍ରଦର୍ଶନୀ ସମୟରେ ପ୍ରଦର୍ଶନ ପାଇଁ ସୁଶ୍ରୁତ ସଂହିତାକୁ ଚୟନ କରାଯାଇଥିଲା । ପ୍ରଥମ ପଦକ୍ଷେପରେ ଦର୍ଶାଗଲା ଯେ କିଭଳି ଟେକ୍ନୋଲଜି ସାହାଯ୍ୟରେ ଆମେ ପାଣ୍ଡୁଲିପିଗୁଡ଼ିକର ଛବିର ମାନ ଉନ୍ନତ କରି ସେଗୁଡ଼ିକୁ ପଠନଯୋଗ୍ୟ କରୁଛୁ । ଦ୍ୱିତୀୟ ପଦକ୍ଷେପରେ ଏହି ଛବିକୁ ଯନ୍ତ୍ର ପାଇଁ ପଠନଯୋଗ୍ୟ ଲିପିରେ ପରିବର୍ତ୍ତିତ କରାଗଲା । ପରବର୍ତ୍ତୀ ପଦକ୍ଷେପରେ ଯନ୍ତ୍ର ଦ୍ୱାରା ପଠନଯୋଗ୍ୟ ଲିପିକୁ ଜଣେ ଏଆଇ ଅବତାର ପାଠ କଲା । ଆଉ ପୁଣି ପରବର୍ତ୍ତୀ ପଦକ୍ଷେପରେ ଆମେ ଏହା ମଧ୍ୟ ଦେଖାଇଲୁ ଯେ କିଭଳି ଟେକ୍ନୋଲଜି ଦ୍ୱାରା ଦୁର୍ମୂଲ୍ୟ ଭାରତୀୟ ଜ୍ଞାନ ଭାରତୀୟ ଭାଷାଗୁଡ଼ିକୁ ଏବଂ ବିଦେଶୀ ଭାଷାଗୁଡ଼ିକୁ ଅନୁବାଦିତ କରାଯାଇପାରେ । ଭାରତର ପ୍ରାଚୀନ ଜ୍ଞାନକୁ ଆଧୁନିକ ଅବତାର ମାଧ୍ୟମରେ ଜାଣିବାରେ ବିଶ୍ୱ ନେତୃବୃନ୍ଦ ବହୁତ ଆଗ୍ରହ ପ୍ରଦର୍ଶନ କରିଥିଲେ ।
ବନ୍ଧୁଗଣ,
ଏହି ସମ୍ମିଳନୀରେ ବିଶ୍ୱକୁ ଏଆଇ କ୍ଷେତ୍ରରେ ଭାରତର ଚମତ୍କାର କ୍ଷମତା ଦେଖିବାକୁ ମିଳିଲା । ଏହି ସମୟରେ ଭାରତ ତିନୋଟି ଭାରତରେ ନିର୍ମିତ ଏଆଇ ମଡେଲର ମଧ୍ୟ ଶୁଭାରମ୍ଭ କଲା । ଏହା ଏପର୍ଯ୍ୟନ୍ତ ସର୍ବବୃହତ ଏଆଇ ସମ୍ମିଳନୀ । ଏହି ସମ୍ମିଳନୀକୁ ନେଇ ଯୁବବର୍ଗଙ୍କ ଉତ୍କଣ୍ଠା ଓ ଉତ୍ସାହ ମଧ୍ୟ ବେଶ୍ ପରିଲକ୍ଷିତ ହେଉଥିଲା । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ସମ୍ମିଳନୀର ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ମୁଁ ପ୍ରାୟତଃ କହିଥାଏ ଯେ ‘ଯିଏ ଖେଳେ – ତା’ର ବିକାଶ ହୁଏ’ । ଖେଳ ଆମ ମଧ୍ୟରେ ଏକତା ବି ସୃଷ୍ଟି କରେ । ଆଜିକାଲି ଆପଣ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚଗୁଡ଼ିକ ଦେଖୁଥିବେ । ଆଉ ମୋର ଦୃଢ଼ ବିଶ୍ୱାସ ଯେ ମ୍ୟାଚ୍ ଦେଖିବା ସମୟରେ ଆପଣଙ୍କ ଦୃଷ୍ଟି କୌଣସି ନିର୍ଦ୍ଦିଷ୍ଟ କ୍ରୀଡ଼ାବିତ୍ ଉପରେ ରହୁଥିବ । ଜର୍ସୀ କୌଣସି ଅନ୍ୟ ଦେଶର ହୋଇଥିବ କିନ୍ତୁ ନାଁ ଶୁଣି ଲାଗିବ - ଆରେ ୟେ ତ ଆମରି ଦେଶର । ସେତେବେଳେ ହୃଦୟର କୌଣସି କୋଣରେ ଟିକିଏ ଖୁସି ଅନୁଭୂତ ହୁଏ । କାରଣ ସେହି ଖେଳାଳି ଭାରତୀୟ ବଂଶୋଦ୍ଭବ ହୋଇଥାଏ ଏବଂ ସେ ସେହି ଦେଶ ପାଇଁ ଖେଳୁଥାଏ ଯେଉଁଠି ତା’ର ପରିବାର ସ୍ଥାୟୀ ହୋଇରହିଛନ୍ତି । ସେ ନିଜ ଦେଶର ଜର୍ସୀ ପିନ୍ଧି ପଡ଼ିଆକୁ ଓହ୍ଲାନ୍ତି ଏବଂ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ସେହି ଦେଶର ପ୍ରତିନିଧିତ୍ୱ କରନ୍ତି । କାନାଡା ଟିମରେ ସବୁଠାରୁ ଅଧିକ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଛନ୍ତି । ଟିମର ଅଧିନାୟକ ଦିଲପ୍ରିତ୍ ବାଜ୍ୱାଙ୍କ ଜନ୍ମ ପଞ୍ଜାବର ଗୁରୁଦାସପୁରରେ ହୋଇଥିଲା । ନବଜୀତ୍ ଧାଲୀବାଲ ହେଉଛନ୍ତି ଚଣ୍ଡିଗଡ଼ର । ଏହି ସୂଚୀରେ ହର୍ଷ ଠାକର, ଶ୍ରେୟସ ମୋୱା ଭଳି ଅନେକ ନାଁ ରହିଛି, ଯେଉଁମାନେ କାନାଡା ସହିତ ଭାରତର ଗୌରବ ମଧ୍ୟ ବୃଦ୍ଧି କରୁଛନ୍ତି । ଆମେରିକା ଦଳର ଅନେକ ଚେହେରା ଭାରତର ଘରୋଇ କ୍ରିକେଟରୁ ବାହାରିଛନ୍ତି । ଆମେରିକା ଦଳର ଅଧିନାୟକ ମୋନାଙ୍କ ପଟେଲ୍ ଗୁଜୁରାଟର ଅଣ୍ଡର-୧୬ ଏବଂ ଅଣ୍ଡର-୧୮ ଦଳ ପାଇଁ ମଧ୍ୟ ଖେଳିସାରିଛନ୍ତି । ମୁମ୍ବାଇର ସୌରଭ, ହରମିତ୍ ସିଂହ, ଦିଲ୍ଲୀର ମିଲିନ୍ଦ କୁମାର – ଏମାନେ ସମସ୍ତେ ଆମେରିକା ଦଳର ଗୌରବ । ଓମାନ୍ ଦଳରେ ଆଜି ଅନେକ ଖେଳାଳି ରହିଛନ୍ତି ଯେଉଁମାନେ ପୂର୍ବରୁ ଭାରତର ବିଭିନ୍ନ ରାଜ୍ୟରେ ଖେଳିସାରିଛନ୍ତି । ଯତିନ୍ଦର ସିଂହ, ବିନାୟକ ଶୁକ୍ଲା, କରନ, ଜୟ, ଆଶିଷଙ୍କ ଭଳି ଖେଳାଳି ଓମାନ୍ କ୍ରିକେଟ୍ ଦଳକୁ ଶକ୍ତିଶାଳୀ କରିଛନ୍ତି । ନ୍ୟୁଜିଲାଣ୍ଡ, ୟୁଏଇ ଏବଂ ଇଟାଲୀର ଦଳଗୁଡ଼ିକରେ ମଧ୍ୟ ଭାରତୀୟ ବଂଶୋଦ୍ଭବ ଖେଳାଳିମାନେ ନିଜର ସ୍ଥାନ ସଂରକ୍ଷିତ କରୁଛନ୍ତି । ଏଭଳି ଅନେକ ଭାରତୀୟ ବଂଶୋଦ୍ଭବ ଖେଳାଳି ରହିଛନ୍ତି ଯେଉଁମାନେ ନିଜ ଦେଶକୁ ଗୌରବାନ୍ୱିତ କରୁଛନ୍ତି । ସେଠାକାର ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ହେଉଛନ୍ତି । ଭାରତୀୟତାର ଏହାହିଁ ତ ବିଶେଷତ୍ୱ । ଭାରତୀୟମାନେ ଯେଉଁଠିକୁ ଗଲେ ମଧ୍ୟ ନିଜର ମାତୃଭୂମି ସହିତ ଜଡ଼ିତ ହୋଇ ରହନ୍ତି ଏବଂ ନିଜର କର୍ମଭୂମି ଅର୍ଥାତ୍ ଯେଉଁ ଦେଶରେ ସେମାନେ ରହୁଛନ୍ତି ସେଠାକାର ବିକାଶରେ ମଧ୍ୟ ସହଯୋଗ କରିଥାନ୍ତି ।
ମୋର ପ୍ରିୟ ଦେଶବାସୀଗଣ,
କୌଣସି ପିତାମାତାଙ୍କ ପାଇଁ ନିଜ ସନ୍ତାନକୁ ହରାଇବାଠାରୁ ବଡ଼ ଦୁଃଖ ଆଉ କିଛି ହୋଇନପାରେ । କୁନିପିଲାଟିକୁ ହରାଇବା ଦୁଃଖ ତ ଆହୁରି କଷ୍ଟଦାୟକ । କିଛିଦିନ ପୂର୍ବେ ଆମେ କେରଳର ନିରୀହ ଝିଅ ଆଲିନ୍ ଶେରିନ୍ ଆବ୍ରାହମକୁ ହରାଇଦେଇଛୁ । ମାତ୍ର ୧୦ ମାସ ବୟସରେ ସେ ଏହି ଦୁନିଆ ଛାଡି ଚାଲିଗଲେ । କଳ୍ପନା କରନ୍ତୁ ତ – ତା’ ଆଗରେ ଏକ ଦୀର୍ଘ ଜୀବନ ଥିଲା, ଯାହା ହଠାତ୍ ଶେଷ ହୋଇଗଲା । କେତେ କେତେ ସ୍ୱପ୍ନ ଏବଂ ଖୁସି ଅସମ୍ପୂର୍ଣ୍ଣ ରହିଗଲା । ତାଙ୍କର ପିତାମାତା ଯେଉଁ କଷ୍ଟ ଦେଇ ଗତି କରୁଥିବେ, ତାକୁ ଭାଷାରେ ପ୍ରକାଶ କରାଯାଇପାରିବ ନାହିଁ । କିନ୍ତୁ ଏତେ ଗଭୀର ଯନ୍ତ୍ରଣା ସତ୍ତ୍ୱେ ଆଲିନଙ୍କର ପିତା ଅରୁଣ ଆବ୍ରାହମ୍ ଏବଂ ମା’ ଶେରିନ୍ ଏଭଳି ଗୋଟିଏ ନିଷ୍ପତ୍ତି ଗ୍ରହଣ କଲେ, ଯାହା ଯୋଗୁଁ ପ୍ରତ୍ୟେକ ଦେଶବାସୀଙ୍କ ହୃଦୟ ତାଙ୍କପ୍ରତି ସମ୍ମାନରେ ପରିପୂର୍ଣ୍ଣ ହୋଇଗଲା । ସେମାନେ ଆଲିନର ଅଙ୍ଗଦାନ ପାଇଁ ନିଷ୍ପତ୍ତି ଗ୍ରହଣ କଲେ । ମାତ୍ର ଏହି ଗୋଟିଏ ନିଷ୍ପତ୍ତିରୁ ଜଣାପଡୁଛି ଯେ ସେମାନଙ୍କ ଚିନ୍ତାଧାରା ଏବଂ ବ୍ୟକ୍ତିତ୍ୱ କେତେ ବିଶାଳ । ଏକପକ୍ଷରେ ସେମାନେ ନିଜ ଝିଅକୁ ହରାଇବାର ଶୋକରେ ବୁଡିରହିଥିଲେ ତ ଅନ୍ୟପକ୍ଷରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଭାବନା ମଧ୍ୟ ସେମାନଙ୍କ ମଧ୍ୟରେ ରହିଥିଲା । ସେମାନେ ଚାହୁଁଥିଲେ ଯେ କୌଣସି ପରିବାରକୁ ଏଭଳି କଷ୍ଟ ସହିବାକୁ ନ ପଡୁ । ଆଲିନ୍ ସେରିନ୍ ଆବ୍ରାହମ୍ ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ନାଁ ଦେଶର କମ୍ ବୟସର ଅଙ୍ଗଦାତା ସୂଚୀରେ ଲିପିବଦ୍ଧ ହୋଇଯାଇଛି । ବନ୍ଧୁଗଣ, ଆଜିକାଲି ଭାରତରେ ଅଙ୍ଗଦାନକୁ ନେଇ ସଚେତନତା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଏହାଦ୍ୱାରା ସେହିମାନଙ୍କୁ ସହାୟତା ମିଳିପାରୁଛି ଯାହାକୁ ଏହାର ଆବଶ୍ୟକତା ରହିଛି । ଏହା ସଙ୍ଗେସଙ୍ଗେ ଦେଶର ମେଡ଼ିକାଲ ଗବେଷଣା ମଧ୍ୟ ସୁଦୃଢ଼ ହୋଇପାରୁଛି । ଏହି ଦିଗରେ ଅନେକ ଅନୁଷ୍ଠାନ ଏବଂ ଲୋକ ଅସାଧାରଣ କାର୍ଯ୍ୟ କରୁଛନ୍ତି ।
ବନ୍ଧୁଗଣ,
କେରଳର ଆଲିନଙ୍କ ଭଳି ଅନେକ ଲୋକ ରହିଛନ୍ତି ଯେଉଁମାନେ ଅଙ୍ଗଦାନ ଜରିଆରେ କାହାରିକୁ ନବଜୀବନ ପ୍ରଦାନ କରିଛନ୍ତି । ଯେମିତିକି ଦିଲ୍ଲୀର ଲକ୍ଷ୍ମୀ ଦେବୀ । ସେ ଗତବର୍ଷ କେଦାରନାଥ ଯାତ୍ରା କରିଥିଲେ । ଏଥିପାଇଁ ତାଙ୍କୁ ୧୪ କିଲୋମିଟର ଟ୍ରାକିଙ୍ଗ କରିବାକୁ ପଡିଥିଲା । ଏକଥା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ସେ ଏହି ଯାତ୍ରା ହାର୍ଟ ପ୍ରତିରୋପଣ ପରେ କରିଥିଲେ । ତାଙ୍କ ହାର୍ଟ ମାତ୍ର ୧୫ ପ୍ରତିଶତ କାର୍ଯ୍ୟକ୍ଷମ ଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଜଣେ ଡୋନର ହାର୍ଟ ମିଳିଲା, ଯାହାଙ୍କର ମୃତ୍ୟୁ ହୋଇଯାଇଥିଲା । ତା’ପରେ ତ ତାଙ୍କ ଜୀବନ ହିଁ ବଦଳିଗଲା । ପଶ୍ଚିମବଙ୍ଗର ଗୌରାଙ୍ଗ ବାନାର୍ଜୀ ଦୁଇଥର ନାଥୁଲା ଯାଇଛନ୍ତି । ଏହା ସମୁଦ୍ରପତନଠାରୁ ୧୪ ହଜାର ଫୁଟ୍ ଉଚ୍ଚତାରେ ରହିଛି ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସେ ଏହି ଉପଲବଧି ଫୁସଫୁସ ପ୍ରତିରୋପଣ ପରେ ହାସଲ କରିଛନ୍ତି । ରାଜସ୍ଥାନରେ ସିକର୍ର ରାମଦେବ ସିଂହଙ୍କୁ ବୃକକ୍ ପ୍ରତିରୋପଣ କରାଇବାକୁ ପଡିଥିଲା । ଆଜି ସେ କ୍ରୀଡ଼ା କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ।
ବନ୍ଧୁଗଣ,
ଆପଣଙ୍କୁ ଏଭଳି ଅନେକଗୁଡ଼ିଏ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳିବ । ଏଥିରୁ ଏକଥା ମଧ୍ୟ ପ୍ରମାଣିତ ହୁଏ ଯେ କୌଣସି ଜଣେ ଲୋକର ଉତ୍ତମ ଗୁଣ ଯୋଗୁଁ ଅନେକ ଲୋକମାନଙ୍କର ଜୀବନ ମଧ୍ୟ ପରିବର୍ତ୍ତନ ହୋଇଯାଏ । ମୁଁ ସେହି ଲୋକମାନଙ୍କୁ ଅନ୍ତରରୁ ପ୍ରଶଂସା କରୁଛି ଯେଉଁମାନେ ଏଭଳି ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ,
ମୁଁ ଲାଲକିଲ୍ଲାରୁ ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ପଞ୍ଚପ୍ରାଣର କଥା କହିଥିଲି । ସେଥିରୁ ଗୋଟିଏ ହେଲା, ଦାସତ୍ୱର ମାନସିକତାରୁ ମୁକ୍ତି । ଆଜିକାଲି ଦେଶ ଦାସତ୍ୱ ପ୍ରଥାକୁ ପଛରେ ପକେଇ ଭାରତୀୟ ସଂସ୍କୃତି ସହିତ ଜଡ଼ିତ ଜିନିଷକୁ ମହତ୍ତ୍ୱ ଦେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆମର ରାଷ୍ଟ୍ରପତି ଭବନ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଆସନ୍ତାକାଲି, ଅର୍ଥାତ୍ ଫେବୃୟାରୀ ୨୩ ତାରିଖରେ ରାଷ୍ଟ୍ରପତି ଭବନରେ ‘ରାଜାଜୀ ଉତ୍ସବ’ ପାଳନ କରାଯିବ । ଏହି ଅବସରରେ ରାଷ୍ଟ୍ରପତି ଭବନର ମୁଖ୍ୟ ପ୍ରାଙ୍ଗଣରେ ସି. ରାଜଗୋପାଳଚାରୀଙ୍କ ପ୍ରତିମାର ଅନାବରଣ ହେବ । ସେ ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଥିଲେ । ସେ ସେହିମାନଙ୍କ ଭଳି ଥିଲେ ଯିଏକି କ୍ଷମତାକୁ ପଦ ଭଳି ନ ଦେଖି ସେବା ଦୃଷ୍ଟିରେ ଦେଖୁଥିଲେ । ସାର୍ବଜନୀନ ଜୀବନରେ ତାଙ୍କର ଆଚରଣ, ଆତ୍ମସଂଯମ ଏବଂ ସ୍ୱତନ୍ତ୍ର ଚିନ୍ତନ ଆଜି ମଧ୍ୟ ଆମ୍ଭମାନଙ୍କୁ ପ୍ରେରଣା ଯୋଗାଇଥାଏ । ଦୁର୍ଭାଗ୍ୟର ବିଷୟ ଯେ, ସ୍ୱାଧୀନତା ପରେ ମଧ୍ୟ ରାଷ୍ଟ୍ରପତି ଭବନରେ ବ୍ରିଟିଶ ପ୍ରଶାସକମାନଙ୍କର ମୂର୍ତ୍ତିଗୁଡ଼ିକ ଯଥାବତ୍ ରହିଲା । କିନ୍ତୁ ଆମ ଦେଶର ମହାନ ବରପୁତ୍ରମାନଙ୍କୁ ସ୍ଥାନ ମିଳିଲା ନାହିଁ । ରାଷ୍ଟ୍ରପତି ଭବନରେ ବ୍ରିଟିଶ ଆର୍କିଟେକ୍ଟ ଏଡ୍ୱିନ୍ ଲୁଟିଏନ୍ସଙ୍କର ପ୍ରତିମା ଲାଗିଥିଲା । ଏବେ ଏହି ପ୍ରତିମା ସ୍ଥାନରେ ରାଜାଜୀଙ୍କର ପ୍ରତିମା ସ୍ଥାନିତ ହେବ । ରାଜାଜୀ ଉତ୍ସବ ଅବସରରେ ରାଜଗୋପାଳଚାରୀଙ୍କ ଉପରେ ଆଧାରିତ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଏହି ପ୍ରଦର୍ଶନୀ ଫେବୃୟାରୀ ୨୪ ତାରିଖରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆପଣମାନେ ମଧ୍ୟ ସମୟ ବାହାର କରି ଏହାକୁ ଦେଖିବାକୁ ନିଶ୍ଚୟ ଆସିବେ ।
ମୋର ପ୍ରିୟ ଦେଶବାସୀଗଣ,
ମୁଁ ‘ମନ୍ କି ବାତ୍’ରେ ଡିଜିଟାଲ୍ ଗିରଫ ବିଷୟରେ ଆପଣମାନଙ୍କୁ ବିସ୍ତୃତ ଭାବେ କହିଛି । ଏହାପରେ ଦେଶରେ ଡିଜିଟାଲ୍ ଗିରଫ ଏବଂ ଡିଜିଟାଲ୍ ଠକେଇକୁ ନେଇ ଆମ ସମାଜରେ ବହୁତ ସଚେତନତା ସୃଷ୍ଟି ହୋଇଛି, କିନ୍ତୁ ଏବେବି ଆମ ଆଖପାଖରେ ଏଭଳି ଅନେକ ଘଟଣାମାନ ଘଟୁଛି ଯାହା ଅକ୍ଷମଣୀୟ । ନିର୍ଦୋଷ ଲୋକମାନଙ୍କୁ ଡିଜିଟାଲ୍ ଗିରଫ ଓ ଡିଜିଟାଲ୍ ଠକେଇର ଶୀକାର କରାଯାଉଛି । କେତେଥର ଜଣାପଡ଼ିଛି, କୌଣସି ବରିଷ୍ଠ ନାଗରିକଙ୍କର ପୁରା ଜୀବନର ରୋଜଗାର ଲୁଟ କରିନିଆଯାଇଛି । କେତେବେଳେ ସେହି ପଇସାକୁ ଠକିନେଇଛନ୍ତି ଯାହା ସେ ପିଲାମାନଙ୍କର ଫିସ ଦେବାପାଇଁ ଜମା କରି ରଖିଥିଲେ । ବ୍ୟବସାୟୀମାନେ ମଧ୍ୟ ଠକାମିର ଶୀକାର ହେବାର ଖବର ଆମେ ପାଉଛୁ । କେହି ଯଦି ଫୋନ୍ କରି କହେ – ମୁଁ ଜଣେ ବଡ଼ ଅଧିକାରୀ । ଆପଣଙ୍କୁ କିଛି ବିବରଣୀ ସେୟାର କରିବାକୁ ହେବ । ତା’ପରେ ନିରୀହ ଲୋକମାନେ ଏଭଳି କରିଥାନ୍ତି । ତେଣୁ ଆପଣ ସତର୍କ ଏବଂ ସଚେତନ ରହିବା ନିହାତି ଜରୁରୀ ।
ବନ୍ଧୁଗଣ,
ଆପଣ ସମସ୍ତେ କେୱାଇସି - ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ, ଅର୍ଥାତ୍ ନିଜ ଗ୍ରାହକକୁ ଜାଣନ୍ତୁ, ଏହି ପ୍ରକ୍ରିୟା ସମ୍ପର୍କରେ ତ ଜାଣିଥିବେ ? ବେଳେବେଳେ ଆପଣଙ୍କୁ ବ୍ୟାଙ୍କରୁ କେୱାଇସି ଅପଡେଟ କିମ୍ବା ରି-କେୱାଇସି କରିବାର ମେସେଜ୍ ଆସିଥାଏ, ସେତେବେଳେ ମନରେ ପ୍ରଶ୍ନ ଉଠେ – ମୁଁ ତ ଆଗରୁ କେୱାଇସି କରିଛି । ତେବେ ପୁଣି କାହିଁକି? ମୋର କହିବା କଥା, ଆପଣ ବିରକ୍ତ ହୁଅନ୍ତୁନି । ଏହା ଆପଣଙ୍କର ପଇସାର ସୁରକ୍ଷା ପାଇଁ ହିଁ ଉଦ୍ଦିଷ୍ଟ । ଆମେ ସମସ୍ତେ ଜାଣୁ, ଆଜିକାଲି ପେନସନ୍, ସବସିଡି, ବୀମା, ୟୁପିଆଇ ସବୁକିଛି ବ୍ୟାଙ୍କ ଖାତା ସହିତ ଜଡ଼ିତ । ଏହି କାରଣରୁ ବ୍ୟାଙ୍କ ବେଳେବେଳେ ରି-କେୱାଇସି କରେ, ଯାହାଦ୍ଦ୍ୱାରା ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରହିବ । ହଁ, ଏହା ସହିତ ଆପଣ ଆଉ ଗୋଟିଏ କଥା ମନେରଖିଥିବେ । ଯିଏ ଅପରାଧୀ, ସେ ମିଛ କଲ କରେ, ଏସଏମଏସ ଏବଂ ଲିଂକ ମଧ୍ୟ ପଠାଏ । ତେଣୁ, ଆମେ ସତର୍କ ରହିବା ଓ ଏଭଳି ଠକମାନଙ୍କ ଫାଶରେ ପଡିବା ନାହିଁ । କେୱାଇସି ହେଉ ବା ରି-କେୱାଇସି କେବଳ ନିଜ ବ୍ୟାଙ୍କର ଶାଖା କିମ୍ବା ଅଧିକୃତ ଆପ ଏବଂ ପ୍ରାଧିକୃତ ମାଧ୍ୟମ ଦ୍ୱାରା ହିଁ କରାଇବେ । ଓଟିପି, ଆଧାର ନମ୍ବର ବା ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସୂଚନା କାହାକୁ କେବେ ଦେବେନାହିଁ ଏବଂ ସବୁଠାରୁ ଅତି ଆବଶ୍ୟକ କଥା ଯେ ଆପଣ ପାସୱାର୍ଡକୁ ମଝିରେ ମଝିରେ ନିଶ୍ଚୟ ବଦଳାଇ ଦେଉଥିବେ । ଯେମିତି ପ୍ରତ୍ୟେକ ପାଗ ଅନୁସାରେ ଆମେ ଖାଦ୍ୟପେୟ ଓ ପରିଧାନ ବଦଳେଇଥାଉ, ଠିକ୍ ସେହିଭଳି ଆପଣ ନିୟମ କରି ମଝିରେ-ମଝିରେ ନିଜର ପାସୱାର୍ଡକୁ ବଦଳାଉଥିବେ ।
ବନ୍ଧୁଗଣ,
ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଏହି ବିଷୟରେ ‘ଆର୍ଥିକ ସାକ୍ଷରତା ସପ୍ତାହ’ ଆୟୋଜନ କରିଥିଲା । ଏହି ଆର୍ଥିକ ସାକ୍ଷରତା ଅଭିଯାନ ବର୍ଷସାରା ଜାରି ରହିବ । ଏଥିପାଇଁ, ଭାରତୀୟ ରିଜର୍ଭ ବ୍ୟାଙ୍କର ମେସେଜ ପ୍ରତି ଦୃଷ୍ଟି ଦେବେ ଏବଂ ନିଜର କେୱାଇସି ଅପଡେଟ କରୁଥିବେ ।
ମନେ ରଖନ୍ତୁ –
ସଠିକ୍ କେୱାଇସି, ସମୟାନୁସାରେ ରି-କେୱାଇସି କରି ବ୍ୟାଙ୍କଖାତା ସୁରକ୍ଷିତ ରଖନ୍ତୁ ।
ସଶକ୍ତ ନାଗରିକ ହୁଅନ୍ତୁ
କାରଣ ସଶକ୍ତ ନାଗରିକଙ୍କ ଦ୍ୱାରା ହିଁ ଦୃଢ଼ ତଥା ଆତ୍ମନିର୍ଭର ଭାରତର ଗଠନ ହୋଇଥାଏ ।
ମୋର ପ୍ରିୟ ଦେଶବାସୀଗଣ,
ଆମ କୃଷକମାନେ କେବଳ ଅନ୍ନଦାତା ନୁହଁନ୍ତି । ସେମାନେ ମାଟି ମା’ର ପ୍ରକୃତ ସାଧକ । ମାଟି କିପରି ସୁନା ହେବ, ସେକଥା ଆମେ କୃଷକଙ୍କଠାରୁ ଶିଖିବା । ଆଜିର କୃଷକ ତ ପରମ୍ପରା ଏବଂ ଟେକ୍ନୋଲଜି ଉଭୟଙ୍କୁ ସାଥିରେ ନେଇ ଚାଲେ । ମୁଁ ବହୁତ ଖୁସି ଯେ ଆମ କୃଷକମାନେ କେବଳ ଉତ୍ପାଦନ କରୁନାହାନ୍ତି, ତତସହିତ ସେମାନେ ଗୁଣାତ୍ମକତା, ମୂଲ୍ୟ ମିଶ୍ରଣ ଏବଂ ନୂଆ ବଜାର ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ଓଡ଼ିଶାର ଯୁବଚାଷୀ ହିରୋଦ ପଟେଲଙ୍କ କଥା ବାସ୍ତବିକ ବହୁତ ପ୍ରେରଣାଦାୟୀ । ପ୍ରାୟ ଆଠବର୍ଷ ପୂର୍ବରୁ ସେ ତାଙ୍କ ବାପା ଶିବଶଙ୍କର ପଟେଲଙ୍କ ସହିତ ପାରମ୍ପରିକ ଶୈଳୀରେ ଧାନଚାଷ କରୁଥିଲେ । କିନ୍ତୁ ସେ ଚାଷକାର୍ଯ୍ୟକୁ ଗୋଟିଏ ନୂତନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେ । ସେ ନିଜ ଜମିରେ ଥିବା ପୋଖରୀ ଉପରେ ଗୋଟିଏ ଶକ୍ତ ଜାଲି ଢାଞ୍ଚା ତିଆରି କଲେ । ସେଠାରେ ଲତାଜାତୀୟ ପରିବା ଲଗାଇଲେ । ପୋଖରୀ ଚତୁଃଦିଗରେ କଦଳୀ, ପିଜୁଳି ଓ ନଡ଼ିଆ ଗଛ ଲଗାଇଲେ ଏବଂ ପୋଖରୀରେ ମତ୍ସ୍ୟଚାଷ ମଧ୍ୟ ଆରମ୍ଭ କଲେ । ଏହାଦ୍ୱାରା ଗୋଟିଏ ଜାଗାରେ ପାରମ୍ପରିକ ଚାଷ ହେବା ସହିତ ପରିବା, ଫଳ ଓ ମାଛଚାଷ ମଧ୍ୟ ହେଲା । ଏଥିରୁ ଜମିର ଉତ୍ତମ ଉପଯୋଗ ହେଲା, ପାଣି ସଞ୍ଚିତ ହେଲା ଏବଂ ଅତିରିକ୍ତ ଆମଦାନୀ ମଧ୍ୟ ହେଲା । ଏବେ, ଦୂରଦୂରାନ୍ତରୁ କୃଷକମାନେ ତାଙ୍କର ମଡେଲ ଦେଖିବାକୁ ଆସୁଛନ୍ତି ।
ବନ୍ଧୁଗଣ,
କେରଳର ତ୍ରିସୂର ଜିଲ୍ଲାରେ ଗୋଟିଏ ଗାଁ ଅଛି ଯୋଉଠି ଗୋଟିଏ କ୍ଷେତରେ ୫୭୦ କିସମର ଧାନ ଲାଗିଛି । ଏଥିରେ ସ୍ଥାନୀୟ କିସମର ଧାନ ମଧ୍ୟ ଅଛି । ହର୍ବାଲ ଅଛି ଓ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରଜାତିର ଧାନ ମଧ୍ୟ ରହିଛି । ଏହା କେବଳ ଚାଷ ନୁହେଁ, ମଞ୍ଜିର ପରମ୍ପରାକୁ ସଂରକ୍ଷିତ କରିବାର ମହାଅଭିଯାନ । ଆମ କୃଷକମାନଙ୍କର ପରିଶ୍ରମର ପ୍ରଭାବ ପରିସଂଖ୍ୟାନରେ ମଧ୍ୟ ଦେଖାଯାଉଛି । ବର୍ତ୍ତମାନ ବିଶ୍ୱର ସର୍ବବୃହତ ଧାନ ଉତ୍ପାଦକ ଦେଶ ହେଉଛି ଭାରତ । ୧୫ କୋଟି ଟନରୁ ଅଧିକ ଧାନର ଉତ୍ପାଦନ ଗୋଟିଏ ଛୋଟିଆ ଉପଲବଧି ନୁହେଁ । ଆମେ ନିଜର ଆବଶ୍ୟକତା ପୂର୍ଣ୍ଣ କରୁଛୁ ଏବଂ ଦୁନିଆର ଫୁଡ୍ ବାସ୍କେଟରେ ମଧ୍ୟ ଆମର ଯୋଗଦାନ ରହିଛି ।
ବନ୍ଧୁଗଣ,
ଏବେ କୃଷି ଉତ୍ପାଦନ ଆକାଶମାର୍ଗ ଦ୍ୱାରା ଅତି ସହଜରେ ବିଦେଶରେ ପହଞ୍ଚାଯାଇପାରୁଛି । କର୍ଣ୍ଣାଟକର ନଞ୍ଜନଗୁଡ଼ କଦଳୀ, ମୈସୁରର ପାନପତ୍ର ଏବଂ ଇଣ୍ଡି ଲେମ୍ବୁକୁ ମାଳଦ୍ୱୀପ ପଠାଯାଉଛି । ଏହି ଉତ୍ପାଦଗୁଡ଼ିକ ନିଜର ସ୍ୱାଦ ଓ ଗୁଣବତ୍ତା ପାଇଁ ପରିଚିତ ଏବଂ ଏହାକୁ ଏଓ ଟ୍ୟାଗ୍ ମଧ୍ୟ ମିଳିଛି । ଆଜିର କୃଷକ ଗୁଣବତ୍ତା ଚାହେଁ, ପରିମାଣ ମଧ୍ୟ ବଢ଼ାଏ ଏବଂ ନିଜର ପରିଚୟ ମଧ୍ୟ ସୃଷ୍ଟି କରିଥାଏ।
ମୋର ପ୍ରିୟ ଦେଶବାସୀଗଣ,
ବିଗତ ବର୍ଷ ଏହି ସମୟରେ ଆୟୋଜିତ ହୋଇଥିବା ମହାକୁମ୍ଭର ଅପୂର୍ବ ଓ ମନମୋହକ ଛବି ଆପଣଙ୍କ ସ୍ମୃତିପଟଳରେ ନିଶ୍ଚୟ ଉଜ୍ଜିବିତ ଥିବ । ସଙ୍ଗମକୂଳରେ ଉପସ୍ଥିତ ଜନସମାଗମ, ଅତୁଟ ଆସ୍ଥା ଏବଂ ସ୍ନାନର ସେହି ପବିତ୍ର ମୁହୂର୍ତ୍ତରେ ମନେହେଉଥିଲା ସତେଯେମିତ ଭାରତ ନିଜର ସନାତନୀ ଚେତନା ସହ ଏକୀଭୂତ ହୋଇଉଠିଛି । ବନ୍ଧୁଗଣ, ମହାକୁମ୍ଭର ସେହି ଧାରା, ମାଘମାସର ସେହି ଶୁଭବେଳା, ଶ୍ରଦ୍ଧାର ସେହି ସ୍ନେହବୋଳା ସ୍ୱର ଯେତେବେଳେ ଉତ୍ତରରୁ ଦକ୍ଷିଣ ଆଡ଼କୁ ଅଗ୍ରସର ହୁଏ, ସେତେବେଳେ ଏକ ଭିନ୍ନ ପରିଚୟ ସୃଷ୍ଟି କରେ ।
ବନ୍ଧୁଗଣ,
କେରଳର ଭାରତପ୍ପୁଝା ନଦୀକୂଳରେ ଅବସ୍ଥିତ ତିରୁନାବାୟାଠାରେ ହଜାର ହଜାର ବର୍ଷ ଧରି ‘ମାମଂଗମ୍’ ନାମରେ ଏକ ବହୁପୁରାତନ ମହୋତ୍ସବ ପାଳିତ ହୋଇଆସୁଛି । କିଛି ଲୋକ ଏହାକୁ ମାଘ ମହୋତ୍ସବ ବା କେରଳର କୁମ୍ଭ ରୂପେ ଅଭିହିତ କରିଥାନ୍ତି । ମାଘମାସରେ ପବିତ୍ର ନଦୀରେ ସ୍ନାନ କରିବା ଏବଂ ସେହି କ୍ଷଣକୁ ଜୀବନର ଅବିସ୍ମରଣୀୟ ମୁହୂର୍ତ୍ତ କରିଦେବା ହିଁ ହେଉଛି ଏହାର ଆତ୍ମା । ସମୟ ସହିତ ଏହି ପରମ୍ପରା ସତେ ଯେପରି ଉଭେଇ ଯାଇଥିଲା । ପ୍ରାୟତଃ ୨୫୦ ବର୍ଷ ଧରି ଏହି ଆୟୋଜନ ସେହି ଭବ୍ୟତାର ସହ ହେଉନଥିଲା, ଯେମିତି ଆଗରୁ ହେଉଥିଲା । କିନ୍ତୁ ଆଜି ଆମ ଦେଶର ଐତିହ୍ୟକୁ ପୁନଃସ୍ୱୀକୃତି ମିଳିଛି, ପୁଣି ଇତିହାସ ଏକ ନୂଆ ମୋଡ଼ ନେଇଛି । ଏଥର କୌଣସି ପ୍ରଚାର-ପ୍ରସାର ବିନା କେରଳ କୁମ୍ଭର ସଫଳ ଆୟୋଜନ କରାଯାଇପାରିଛି । ଏହି ଆୟୋଜନ ସମ୍ପର୍କରେ ଲୋକମାନେ ପରସ୍ପରକୁ ଅବଗତ କରିଥିଲେ । ଜଣେ ଆଉ ଜଣକୁ କହିଥିଲା, ଏମିତି କୁହାକୁହି ଦ୍ୱାରା ହିଁ ଏ ସମ୍ପର୍କରେ ଖବର ପ୍ରଚାରିତ ହୋଇଗଲା ଓ ଦେଖୁଦେଖୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ତିରୁନାବାୟାଠାରେ ଆସି ପହଂଚିଲେ ।
ବନ୍ଧୁଗଣ
ମହାକୁମ୍ଭ ହେଉ ବା କେରଳର କୁମ୍ଭ, ଏହା କେବଳ ସ୍ନାନର ପର୍ବ ନୁହେଁ । ଏହା ଆମ ସ୍ମୃତିର ଜାଗରଣ, ସଂସ୍କୃତିର ପୁନଃସ୍ମରଣ । ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଯଦ୍ୟପି ନଦୀଗୁଡ଼ିକ ଭିନ୍ନ-ଭିନ୍ନ, କୂଳ ମଧ୍ୟ ଭିନ୍ନ-ଭିନ୍ନ, କିନ୍ତୁ ଆସ୍ଥାର ଧାରା ସବୁଠି ସେଇ ଗୋଟିଏ । ଏହାହିଁ ଭାରତ ।
ବନ୍ଧୁଗଣ,
ଆମ ଦେଶରେ ଯେଉଁମାନେ ନିଜର ସତକାର୍ଯ୍ୟରେ ଜନସାଧାରଣଙ୍କୁ ପ୍ରାଥମିକତା ପ୍ରଦାନ କରିଛନ୍ତି ଯେଉଁ ବ୍ୟକ୍ତିମାନେ ସମାଜର କଲ୍ୟାଣ ପାଇଁ କାମ କରିଛନ୍ତି, ସେମାନେ ସଦାସର୍ବଦା ଜନସାଧାରଣଙ୍କ ମନମନ୍ଦିରରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି । ଆମ୍ମା ଜୟଲଳିତା ଜୀ ସେପରି ଜଣେ ଜନପ୍ରିୟ ନେତ୍ରୀ ଥିଲେ । ଫେବୃୟାରୀ ୨୪ ତାରିଖ ହେଉଛି ତାଙ୍କ ଜନ୍ମଦିନ । ତାମିଲନାଡୁର ଜନସାଧାରଣଙ୍କ ତାଙ୍କପ୍ରତି ଥିବା ଗଭୀର ସ୍ନେହ ଏବେବି ମୋତେ ସେହି ରାଜ୍ୟ ଗସ୍ତ କରିବା ସମୟରେ ଅନୁଭବ ହୋଇଥାଏ । ଆମ୍ମା ଜୟଲଳିତାଙ୍କ କଥା ଆସିବା ମାତ୍ରେ ତାମିଲନାଡୁ ଲୋକମାନଙ୍କ ମୁହଁରେ ହସ ଫୁଟିଉଠେ । ଆମ ନାରୀଶକ୍ତିର ତ ଜୟଲଳିତାଙ୍କ ସହ ଆହୁରି ନିବିଡ଼ ସମ୍ପର୍କ ରହିଆସିଛି । ଏହାର ପ୍ରମୁଖ କାରଣ ହେଲା ସେ ଯେତେବେଳେ କ୍ଷମତାରେ ଥିଲେ ସେତେବେଳେ ମା’-ଭଉଣୀ, ଝିଅ-ବୋହୂମାନଙ୍କ ଉନ୍ନତିକଳ୍ପେ ସେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ନିମନ୍ତେ ସେ ଅନେକ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଥିଲେ । ତାଙ୍କ ଭିତରେ ଦେଶଭକ୍ତି ଭରିହୋଇ ରହିଥିଲା । ଭାରତର ସାଂସ୍କୃତିକ ଐତିହ୍ୟକୁ ନେଇ ସେ ଗର୍ବ ଅନୁଭବ କରୁଥିଲେ । ଆମ୍ମା ଜୟଲଳିତାଙ୍କ ସହ ହୋଇଥିବା ମୋର ପ୍ରତ୍ୟେକ କଥାବାର୍ତ୍ତା, ପ୍ରତ୍ୟେକ ସାକ୍ଷାତକାର ଆଜି ବି ମୋ ମନରେ ଉଜ୍ଜୀବିତ । ୨୦୦୨ ଏବଂ ୨୦୧୨ ମସିହାରେ ଗୁଜୁରାଟରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ସେ ଦୁଇଥର ମଧ୍ୟ ସାମିଲ ହୋଇଥିଲେ । ଆମେ ଦୁହେଁ ଯେତେବେଳେ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ନିର୍ବାହ କରୁଥିଲୁ ସେତେବେଳେ ସୁଶାସନ ସମ୍ପର୍କିତ ବିଷୟ ଉପରେ ପ୍ରାୟତଃ ଆମେ କଥାବାର୍ତ୍ତା ହେଉଥିଲୁ । ତାଙ୍କ ଚିନ୍ତାଧାରା ଥିଲା ଖୁବ୍ ସ୍ପଷ୍ଟ । ବିଚାରବୋଧ ବି ଥିଲା ଖୁବ୍ ମାର୍ଜିତ । ବାସ୍ତବରେ ଏହାହିଁ ଥିଲା ତାଙ୍କ ବିଶେଷତ୍ୱ । ଅନେକ ବର୍ଷ ତଳେ ପୋଙ୍ଗଲ ଅବସରରେ ମଧ୍ୟାହ୍ନଭୋଜନ ପାଇଁ ସେ ମୋତେ ଚେନ୍ନାଇ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ସ୍ନେହବୋଳା ତାଙ୍କର ସେହି ନିମନ୍ତ୍ରଣ ସେହି ଭଲପାଇବା ମୋ ପାଇଁ ସଦାସର୍ବଦା ଅବିସ୍ମରଣୀୟ ହୋଇରହିବ । ଆଉଥରେ ପୁଣି ମୁଁ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଜୟଲଳିତା ଅୱରଗଲକ୍କ,
ୟେନ ନିନୈୱାଂଜଳି-ଗଳ,
ସମୁଦାୟତ୍ତିର୍କ୍କୁ,
ଅୱର ଆଟ୍ରିୟ ସେବୈ ୟଂଡ୍ରୁମ୍ ନିନୈୱିଲ ଇରୁକ୍କୁମ ।
ଅର୍ଥାତ୍ – (ଜୟଲଳିତାଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଜନସାଧାରଣଙ୍କ ନିକଟରେ ତାଙ୍କର ତ୍ୟାଗ ଓ ସେବା ପାଇଁ ସେ ସର୍ବଦା ଅବିସ୍ମରଣୀୟ ହୋଇ ରହିବେ ।)
ମୋର ପ୍ରିୟ ଦେଶବାସୀଗଣ,
ବର୍ତ୍ତମାନ ମୁଁ ମୋର ପ୍ରତିଭାଶାଳୀ ପ୍ରିୟ କୁନି ପିଲାମାନଙ୍କ ସହ କଥାହେବି । ବିଶେଷକରି ସେହି ପିଲାମାନଙ୍କ ସହ ଯେଉଁମାନଙ୍କର ବର୍ତ୍ତମାନ ପରୀକ୍ଷା ଚାଲିଛି । ମୁଁ ଆଶା କରେ, ତୁମେମାନେ ଏଇ ମାସ ପ୍ରାରମ୍ଭରେ ଅନୁଷ୍ଠିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଥିବ । ମୁଁ ଭାବୁଛି ସେଥିରୁ ତୁମେମାନେ ନିଶ୍ଚୟ କିଛି ଶିଖିଥିବ । ସେ ଯାହା ହେଉନା କାହିଁକି, ଏହାପରେ ବି ମୁଁ ତୁମମାନଙ୍କୁ ପଚାରିବାକୁ ଚାହେଁ ଯେ ପାଠପଢ଼ା ପାଇଁ ତୁମେମାନେ ଅଧିକ ଟେନସନ୍ ନେଉନ ତ ?
ମୋର ପ୍ରିୟ ପିଲାମାନେ,
ତୁମେମାନେ ତ ପରୀକ୍ଷା ଯୋଦ୍ଧା। ମୋର ବିଶ୍ୱାସ ଯେ ତୁମେମାନେ ମନଦେଇ ପରୀକ୍ଷା ପ୍ରସ୍ତୁତିରେ ଲାଗିପଡ଼ିଥିବ । ଏପରି ସମୟରେ ମନରେ କିଛି ଆଶଙ୍କା ଜାତ ହେବା ସ୍ୱାଭାବିକ । ବେଳେବେଳେ ଲାଗେ ସବୁ ମନେରହିବ କି ରହିବନି ! ଆଉ କେତେବେଳେ ଲାଗେ ପରୀକ୍ଷାରେ ସମୟ ଅଣ୍ଟିବ ତ । ଏକଥା ପ୍ରତ୍ୟେକ ପିଢ଼ିର ପିଲାମାନେ ଅନୁଭବ କରିଆସିଛନ୍ତି, ତେଣୁ ତୁମେ ଜମା ଏକୁଟିଆ ନୁହଁ, ଏହା ଏକ ଚିରାଚରିତ ପ୍ରକ୍ରିୟା । ମନେରଖ, ତୁମ ମୂଲ୍ୟାଙ୍କନ ତୁମ ମାର୍କସିଟ୍ ଦ୍ୱାରା ହୋଇନଥାଏ । ତେଣୁ ତୁମେମାନେ ନିଜ ଉପରେ ବିଶ୍ୱାସ ରଖ । ଯାହା ପଢ଼ିଛ, ତାକୁ ମନଧ୍ୟାନ ଦେଇ ଲେଖ । ଆଉ ଯେଉଁ ପ୍ରଶ୍ନଟିର ଉତ୍ତର ତୁମକୁ ଆସିଲା ନାହିଁ, ସେହି ଗୋଟିଏ ପ୍ରଶ୍ନକୁ ନେଇ ସବୁବେଳେ ମନକୁ ଭାରାକ୍ରାନ୍ତ କରନାହିଁ । ଯେକୌଣସି ପରିସ୍ଥିତି ଆସୁନା କାହିଁକି ତୁମେମାନେ ତୁମ ପିତା-ମାତା, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହିତ କଥା ହୁଅ । ସେମାନେ ତୁମ ନମ୍ବରକୁ ଦେଖି ନୁହେଁ, ତୁମ ପ୍ରଚେଷ୍ଟାକୁ ଦେଖି ତୁମକୁ ଠଉରେଇଥାନ୍ତି । ସେ ସବୁବେଳେ ତୁମ ପରିଶ୍ରମକୁ ଦେଖି ଖୁସି ହୁଅନ୍ତି । ମୁଁ ଦୃଢ଼ନିଶ୍ଚିତ ଯେ ତୁମେମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବ ଓ ତା’ସହିତ ଜୀବନରେ ସଫଳତାର ନୂତନ କୀର୍ତ୍ତିମାନ ସ୍ଥାପନ କରିବ ।
ବନ୍ଧୁଗଣ,
ବର୍ତ୍ତମାନ ରମଜାନ ଚାଲିଛି । ମୁଁ ଏହି ପବିତ୍ର ମାସରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି । କିଛିଦିନ ପରେ ହୋଲି ବି ଆସିବ । ଅର୍ଥାତ୍ ରଙ୍ଗ, ଅବିର ଏବଂ ଆନନ୍ଦ ଉଲ୍ଲାସର ସମୟ ଆସି ଆମ ଆଗରେ ଉପନୀତ ହେବ । ଆପଣମାନେ ସମସ୍ତେ ନିଜ ପରିବାର ଓ ଆତ୍ମୀୟସ୍ୱଜନମାନଙ୍କ ସହ ମିଶି ହସଖୁସିରେ ସମସ୍ତ ପର୍ବପର୍ବାଣୀ ପାଳନ କରନ୍ତୁ । ହଁ, ଏହି ଅବସରରେ କିଛି ମନ୍ତ୍ର ସବୁବେଳେ ମନେ ରଖିଥିବେ, ଯେମିତିକି ‘ଭୋକାଲ୍ ଫର ଲୋକାଲ୍’ ଆମ ହୋଲିରେ ହେଉ ଅଥବା ଅନ୍ୟାନ୍ୟ ପର୍ବପର୍ବାଣୀରେ, ଏପରି ଅନେକ ଘରକରଣା ଓ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଆମ ଚଳଣୀ ଭିତରକୁ ପଶିଆସିଲାଣି, ଯାହାସବୁ ହେଉଛି ବିଦେଶୀ । ଏଗୁଡ଼ିକୁ ପର୍ବପର୍ବାଣୀଠାରୁ ଦୂରେଇ ରଖନ୍ତୁ । ହୋଲିରୁ ଦୂରେଇ ରଖନ୍ତୁ । ସ୍ୱଦେଶୀ ସାମଗ୍ରୀ ଆପଣାନ୍ତୁ । ମନେରଖନ୍ତୁ ଆପଣମାନେ ଯେତେବେଳେ ସ୍ୱଦେଶୀ ସାମଗ୍ରୀ କିଣୁଛନ୍ତି ସେତେବେଳେ ଆପଣ ଦେଶକୁ ଆତ୍ମନିର୍ଭରଶୀଳ କରିବାର ଅଭିଯାନରେ ମଧ୍ୟ ସହଯୋଗ କରୁଛନ୍ତି ।
ବନ୍ଧୁଗଣ,
ପ୍ରତ୍ୟେକ ମାସରେ ‘ମନ୍ କି ବାତ୍’ ପାଇଁ ଆପଣମାନଙ୍କଠାରୁ ମୋ ପାଖକୁ ଅନେକ ପ୍ରସ୍ତାବ ଆସୁଛି । ଆପଣମାନଙ୍କଠାରୁ ମିଳୁଥିବା ଏହି ବାର୍ତ୍ତାଗୁଡ଼ିକୁ ଦେଖି ଦେଶର କୋଣ-ଅନୁକୋଣରେ ଲୁକ୍କାୟିତ ଅସାମାନ୍ୟ ପ୍ରତିଭାମାନଙ୍କ ସମ୍ପର୍କରେ ସୂଚନା ମିଳିପାରୁଛି । ନିଜସ୍ୱ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜ ପାଇଁ କିଛି କରିବାର ଅନେକ ପ୍ରେରଣାଦାୟୀ ପ୍ରସଙ୍ଗ ଆପଣମାନଙ୍କ ଦ୍ୱାରା ସମଗ୍ର ଦେଶର ଜନସାଧାରଣଙ୍କ ପାଖରେ ପହଞ୍ଚିପାରିଛି। ଆପଣମାନେ ଏହିପରି ନିରନ୍ତର ପ୍ରୟାସ ଜାରି ରଖନ୍ତୁ । ମୁଁ ସବୁବେଳେ ଆପଣମାନଙ୍କ ପତ୍ରକୁ ଅପେକ୍ଷା କରିବି । ପୁଣିଥରେ ମୋ ତରଫରୁ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଆଗାମୀ ପର୍ବପର୍ବାଣୀର ଅନେକ ଅନେକ ଶୁଭକାମନା । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।
୨୦୨୬ର ଏହା ପ୍ରଥମ ‘ମନ୍ କି ବାତ୍’ । ଆସନ୍ତା କାଲି ଜାନୁଆରୀ ୨୬ ଦିନ ଆମେ ସମସ୍ତେ ସାଧାରଣତନ୍ତ୍ର ଦିବସ ପର୍ବ ପାଳନ କରିବା । ଏହି ଦିନ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଜାନୁଆରୀ ୨୬ ତାରିଖର ଏହି ଦିନଟି ଆମକୁ ସମ୍ବିଧାନ ନିର୍ମାତାମାନଙ୍କୁ ପ୍ରଣିପାତ କରିବାର ସୁଯୋଗ ଦେଇଥାଏ । ଜାନୁୟାରୀ ୨୫ର ଆଜିର ଦିନଟି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଆଜି ହେଉଛି National Voter’s Day ବା ଜାତୀୟ ମତଦାତା ଦିବସ । ମତଦାତା ହିଁ ଗଣତନ୍ତ୍ରର ଆତ୍ମା ।
ବନ୍ଧୁଗଣ,
ସାଧାରଣତଃ, ଯେତେବେଳେ କେହି ୧୮ବର୍ଷ ବୟସରେ ପହଞ୍ଚି ଭୋଟର ହୁଅନ୍ତି, ଏହାକୁ ଜୀବନର ଏକ ସାଧାରଣ ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ। କିନ୍ତୁ ବାସ୍ତବରେ ଏହି ଅବସର ଯେକୌଣସି ଭାରତୀୟର ଜୀବନର ବହୁତ ବଡ଼ ମାଇଲଖୁଣ୍ଟ ହୋଇଥାଏ । ତେଣୁ, ଆମ ଦେଶରେ ଭୋଟର ହେବା ପାଇଁ ଆମେ ଉତ୍ସବ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେପରି ଆମେ ଜନ୍ମଦିନର ଶୁଭକାମନା ଏବଂ ପାଳନ କରୁ, ସେହିପରି ଯେତେବେଳେ କୌଣସି ଯୁବକ ପ୍ରଥମ ଥର ପାଇଁ ଭୋଟର ହୁଅନ୍ତି, ସେତେବେଳେ ସମଗ୍ର ପଡ଼ୋଶୀ, ଗାଁ କିମ୍ବା ସହର ଏକାଠି ହୋଇ ତାଙ୍କୁ ଅଭିନନ୍ଦନ ଜଣାଇବା ଏବଂ ମିଠା ବଣ୍ଟନ କରିବା ଉଚିତ। ଏହା ଭୋଟଦାନ ବିଷୟରେ ସଚେତନତା ବୃଦ୍ଧି କରିବ ଏବଂ ଭୋଟର ହେବା କେତେ ଗୁରୁତ୍ୱପୂର୍ଣ୍ଣ ତାହାର ଭାବନାକୁ ଆହୁରି ଦୃଢ଼ କରିବ।
ବନ୍ଧୁଗଣ,
ଦେଶରେ ଯେଉଁମାନେ ନିର୍ବାଚନ ପ୍ରକ୍ରିୟା ସହିତ ଯୋଡ଼ିହୋଇ ରହିଥାନ୍ତି, ଯେଉଁମାନେ ଆମ ଗଣତନ୍ତ୍ରକୁ ଜୀବିତ ରଖିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥାନ୍ତି, ମୁଁ ସେ ସମସ୍ତଙ୍କୁ ବହୁତ ପ୍ରଶଂସା କରିବାକୁ ଚାହେଁ । ଆଜି ‘ମତଦାତା ଦିବସ’ ଅବସରରେ ମୁଁ ଆମ ଯୁବବନ୍ଧୁମାନଙ୍କୁ ପୁଣିଥରେ ଅନୁରୋଧ କରୁଛି ଯେ, ୧୮ ବର୍ଷ ବୟସ ପୂରଣ ହେଲେ ସେମାନେ ମତଦାତା ରୂପେ ନିଜକୁ ନିଶ୍ଚିତ ଭାବେ ପଞ୍ଜୀକୃତ କରନ୍ତୁ । ସମ୍ବିଧାନ ପ୍ରତ୍ୟେକ ନାଗରିକଠାରୁ ଯେଉଁ କର୍ତ୍ତବ୍ୟ ଭାବନା ପାଳନର ଆଶା ରଖିଛି, ଏହାଦ୍ୱାରା ସେହି ଆଶା ମଧ୍ୟ ପୂରଣ ହେବ ଏବଂ ଭାରତର ଗଣତନ୍ତ୍ର ମଧ୍ୟ ସୁଦୃଢ଼ ହେବ ।
ମୋର ପ୍ରିୟ ଦେଶବାସୀଗଣ,
ଆଜିକାଲି ମୁଁ ସାମାଜିକ ଗଣମାଧ୍ୟମରେ ଗୋଟିଏ ଆକର୍ଷଣୀୟ ଟ୍ରେଣ୍ଡ ଦେଖୁଛି । ଲୋକେ ୨୦୧୬ର ନିଜ ସ୍ମୃତିକୁ ପୁଣିଥରେ ସତେଜ କରୁଛନ୍ତି । ସେହି ଭାବନା ସହିତ ଆଜି ମୁଁ ମଧ୍ୟ ଆପଣମାନଙ୍କ ସହ ମୋର ଗୋଟିଏ ସ୍ମୃତି ବାଣ୍ଟିବାକୁ ଚାହୁଁଛି । ଦଶବର୍ଷ ପୂର୍ବେ ଜାନୁୟାରୀ ୨୦୧୬ରେ ଆମେ ଗୋଟିଏ ମହତ୍ତ୍ୱାକାଂକ୍ଷୀ ଯାତ୍ରା ଆରମ୍ଭ କରିଥିଲୁ । ସେତେବେଳେ ଏକଥା ଆମେ ଜାଣିଥିଲୁ ଯେ, ଏହି ଯାତ୍ରା ଛୋଟ ହେଉନା କାହିଁକି କିନ୍ତୁ ଯୁବପିଢ଼ୀ ପାଇଁ, ଦେଶର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେତେବେଳେ କିଛି ଲୋକ ଏକଥା ବୁଝି ମଧ୍ୟ ପାରିନଥିଲେ ଯେ ପ୍ରକୃତରେ ଏହା କ’ଣ ? ବନ୍ଧୁଗଣ, ମୁଁ ଯେଉଁ ଯାତ୍ରା କଥା କହୁଛି, ତାହା ହେଉଛି ଷ୍ଟାର୍ଟଅପ୍ ଇଣ୍ଡିଆ ଯାତ୍ରା । ଏହି ଚମତ୍କାର ଯାତ୍ରାର ହିରୋମାନେ ହେଉଛନ୍ତି ଆମ ଯୁବବନ୍ଧୁମାନେ । ନିଜର ଆରାମଦାୟକ କ୍ଷେତ୍ରରୁ ବାହାରି ସେମାନେ ଯେଉଁ ନୂତନତ୍ୱ ଆଣିଥିଲେ, ତାହା ଇତିହାସରେ ଲିପିବଦ୍ଧ ହେଉଛି।
ବନ୍ଧୁଗଣ,
ଆଜି, ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଏହି ଷ୍ଟାର୍ଟ-ଅପ୍ ଗତାନୁଗତିକ ପନ୍ଥାଠାରୁ ଭିନ୍ନ । ଆଜି ସେମାନେ ଏଭଳି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯାହା ବିଷୟରେ ୧୦ ବର୍ଷ ପୂର୍ବେ କଳ୍ପନା କରିବା ମଧ୍ୟ ଅସମ୍ଭବ ଥିଲା । ଆପଣ ଏଆଇ, ମହାକାଶ, ପରମାଣୁ ଶକ୍ତି, ଅର୍ଦ୍ଧପରିବାହୀ, ଗତିଶୀଳତା, ସବୁଜ ହାଇଡ୍ରୋଜେନ, ଜୈବ ପ୍ରଯୁକ୍ତିବିଦ୍ୟାର କଥା କୁହନ୍ତୁ; କୌଣସି ନା କୌଣସି ଭାରତୀୟ ଷ୍ଟାର୍ଟ-ଅପ୍ ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ । ମୁଁ ମୋର ସେହି ସମସ୍ତ ଯୁବବନ୍ଧୁମାନଙ୍କୁ ସାଲ୍ୟୁଟ କରୁଛି, ଯେଉଁମାନେ କୌଣସି ନା କୌଣସି ଷ୍ଟାର୍ଟ-ଅପ୍ ସହିତ ଜଡ଼ିତ କିମ୍ବା ନିଜ ଷ୍ଟାର୍ଟ-ଅପ୍ ଆରମ୍ଭ କରିବାକୁ ଚାହୁଁଛନ୍ତି ।
ବନ୍ଧୁଗଣ,
ଆଜି ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ଦେଶବାସୀଙ୍କୁ ବିଶେଷକରି ଶିଳ୍ପ ଏବଂ ଷ୍ଟାର୍ଟ-ଅପ୍ ସହ ଜଡ଼ିତ ଯୁବବନ୍ଧୁମାନଙ୍କୁ ନିଶ୍ଚିତ ଭାବେ ଗୋଟିଏ ଅନୁରୋଧ କରିବାକୁ ଚାହୁଁଛି । ଭାରତର ଅର୍ଥନୀତି ଦ୍ରୁତଗତିରେ ଅଗ୍ରସର ହେଉଛି । ଭାରତ ଉପରେ ସାରା ବିଶ୍ୱର ଦୃଷ୍ଟି ରହିଛି । ଏଭଳି ସମୟରେ ଆମ ସମସ୍ତଙ୍କ ଉପରେ ଗୋଟିଏ ବଡ଼ ଦାୟିତ୍ୱ ମଧ୍ୟ ରହିଛି । ସେହି ଦାୟିତ୍ୱଟି ହେଉଛି – ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାର । ହେବ ତ, ଚାଲିଛି, ଚଳିବ – ଏହି ଯୁଗ ସରିଗଲା, ଆସନ୍ତୁ, ଏ ବର୍ଷ ଆମେ ସମ୍ପୂର୍ଣ୍ଣ ଶକ୍ତି ସହ ଗୁଣବତ୍ତାକୁ ଅଗ୍ରାଧିକାର ଦେବା । ଆମ ସମସ୍ତଙ୍କର ଗୋଟିଏ ମନ୍ତ୍ର ହେଉ ଗୁଣବତ୍ତା, ଗୁଣବତ୍ତା ଆଉ କେବଳ ଗୁଣବତ୍ତା । କାଲି ଅପେକ୍ଷା ଆଜି ଭଲ ଗୁଣବତ୍ତା। ଆମେ ଯାହା ବି ତିଆରି କରୁଛୁ, ତା’ର ଗୁଣବତ୍ତାକୁ ଆହୁରି ଭଲ କରିବା ପାଇଁ ସଂକଳ୍ପ ନେବା । ଆମର ବୟନଶିଳ୍ପ, ପ୍ରଯୁକ୍ତିବିଦ୍ୟା, ଇଲେକ୍ଟ୍ରୋନିକ୍ସ, କିମ୍ବା ପ୍ୟାକେଜିଂ ହେଉ, ଏକ ଭାରତୀୟ ଉତ୍ପାଦର ଅର୍ଥ ଉଚ୍ଚ ଗୁଣବତ୍ତା ହେବା ଉଚିତ। ଆସନ୍ତୁ ଉତ୍କର୍ଷତାକୁ ଆମର ମାନଦଣ୍ଡ କରିବା। ଆସନ୍ତୁ ଗୁଣବତ୍ତା ସହିତ କୌଣସି ସାଲିସ ନ କରିବାକୁ ସଂକଳ୍ପ ନେବା, ଏବଂ ମୁଁ ଲାଲକିଲ୍ଲାରୁ ମଧ୍ୟ ଘୋଷଣା କରିଥିଲି, "ଶୂନ୍ୟ ତ୍ରୁଟି - ଶୂନ୍ୟ ପ୍ରଭାବ।" ଏଭଳି କରି ହିଁ ଆମେ ବିକଶିତ ଭାରତର ଯାତ୍ରାକୁ ଦ୍ରୁତଗତିରେ ଆଗେଇ ନେଇପାରିବା ।
ମୋର ପ୍ରିୟ ଦେଶବାସୀଗଣ,
ଆମ ଦେଶରେ ଲୋକ ବହୁତ ଅଭିନବ। ସମସ୍ୟାଗୁଡ଼ିକର ସମାଧାନ ଖୋଜିବା ଆମ ଦେଶବାସୀଙ୍କ ସ୍ୱଭାବ । କିଛିଲୋକ ଏହି କାମ ଷ୍ଟାର୍ଟ-ଅପ୍ଗୁଡ଼ିକ ମାଧ୍ୟମରେ କରୁଛନ୍ତି, ତ କିଛି ଲୋକ ସମାଜର ସାମୂହିକ ଉଦ୍ୟମ ଦ୍ୱାରା ରାସ୍ତା ବାହାର କରିବାର ପ୍ରଚେଷ୍ଟା କରୁଛନ୍ତି । ଏଭଳି ଏକ ପ୍ରଚେଷ୍ଟା ଉତ୍ତରପ୍ରଦେଶର ଆଜମଗଢ଼ରେ ଦେଖିବାକୁ ମିଳିଛି । ଏହି ସ୍ଥାନ ଦେଇ ବହିଯାଉଥିବା ତମସା ନଦୀକୁ ଲୋକେ ନୂଆ ଜୀବନ ପ୍ରଦାନ କରିଛନ୍ତି । ତମସା କେବଳ ଏକ ନଦୀ ନୁହେଁ, ବରଂ ଆମର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ଧାରା । ଅଯୋଧ୍ୟାରୁ ବାହାରି ଗଙ୍ଗାରେ ମିଶୁଥିବା ଏହି ନଦୀ ଦିନେ ଏହି କ୍ଷେତ୍ରର ଲୋକଙ୍କ ଜୀବନଯାପନର ଆଧାର ଥିଲା, କିନ୍ତୁ ପ୍ରଦୂଷଣ ଯୋଗୁଁ ଏହାର ନିରବଚ୍ଛିନ୍ନ ଧାରାରେ ବାଧା ସୃଷ୍ଟି ହେବାରେ ଲାଗିଥିଲା । ପଟୁମାଟି, ଅଳିଆ ଆବର୍ଜନା ଏହି ନଦୀର ପ୍ରବାହକୁ ଅଟକାଇ ଦେଇଥିଲା । ଏହାପରେ ଏଠାକାର ଲୋକେ ଏହାକୁ ଏକ ନୂତନ ଜୀବନ ଦେବାର ଅଭିଯାନ ଆରମ୍ଭ କଲେ । ନଦୀକୁ ପରିଷ୍କାର କରାଗଲା ଏବଂ ଏହାର କୂଳରେ ଛାଇ ଏବଂ ଫଳ ପ୍ରଦାନ କରୁଥିବା ବୃକ୍ଷମାନ ରୋପଣ କରାଗଲା । ସ୍ଥାନୀୟ ଲୋକେ କର୍ତ୍ତବ୍ୟ ଭାବନା ସହ ଏହି କାମରେ ଲାଗିଲେ ଏବଂ ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ନଦୀର ପୁନରୁଦ୍ଧାର ହୋଇଗଲା ।
ବନ୍ଧୁଗଣ,
ଜନଭାଗିଦାରୀର ଏଭଳି ପ୍ରଚେଷ୍ଟା ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ମଧ୍ୟ ଦେଖିବାକୁ ମିଳିଛି । ଏହା ସେହି କ୍ଷେତ୍ର ଯାହା ମରୁଡ଼ିର ଉତ୍କଟ ସମସ୍ୟା ସହ ସଂଘର୍ଷ କରିଆସିଛି । ଏଠାକାର ମାଟି ଲାଲ ଏବଂ ବାଲିଆ । ତେଣୁ ଲୋକଙ୍କୁ ଜଳାଭାବର ସମ୍ମୁଖୀନ ହେବାକୁ ପଡିଥାଏ । ଏଠାକାର ଅନେକ ଅଞ୍ଚଳରେ ଦୀର୍ଘଦିନ ଧରି ବର୍ଷା ହୋଇନଥାଏ । ଅନେକଥର ତ ଲୋକେ ଅନନ୍ତପୁରର ପରିସ୍ଥିତିକୁ ମରୁଭୂମି ସହ ତୁଳନା କରିଥାନ୍ତି । ବନ୍ଧୁଗଣ ଏ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ଜଳାଶୟଗୁଡ଼ିକୁ ପରିଷ୍କାର କରିବାକୁ ସଂକଳ୍ପ ଗ୍ରହଣ କଲେ । ତା’ପରେ ପ୍ରଶାସନର ସହଯୋଗରେ ଏଠାରେ ‘ଅନନ୍ତ ନୀରୁ ସଂରକ୍ଷଣମ୍ ପ୍ରୋଜେକ୍ଟ’ ଆରମ୍ଭ ହେଲା । ଏହି ପ୍ରଚେଷ୍ଟାରେ ୧୦ରୁ ଅଧିକ ଜଳାଶୟକୁ ଜୀବନଦାନ ମିଳିଲା । ସେହି ଜଳାଶୟଗୁଡ଼ିକରେ ଏବେ ପାଣି ଭର୍ତ୍ତି ହେବାରେ ଲାଗିଛି । ଏହା ସହିତ ୭,୦୦୦ରୁ ଅଧିକ ଗଛ ମଧ୍ୟ ଲଗାଯାଇଛି । ଅର୍ଥାତ୍ ଅନନ୍ତପୁରରେ ଜଳ ସଂରକ୍ଷଣ ସହିତ ସବୁଜିମା ମଧ୍ୟ ବୃଦ୍ଧି ପାଇଛି । ଏଠାରେ ପିଲାମାନେ ଏବେ ସନ୍ତରଣର ମଜା ମଧ୍ୟ ନେଇପାରିବେ । କହିବାକୁ ଗଲେ ଏଠାକାର ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ୍ ପୁଣିଥରେ ସରସ ସୁନ୍ଦର ହୋଇଯାଇଛି ।
ବନ୍ଧୁଗଣ,
ଆଜମଗଡ଼ ହେଉ ବା ଅନନ୍ତପୁର ବା ଦେଶର ଅନ୍ୟ କୌଣସି ସ୍ଥାନ ହେଉ, କିନ୍ତୁ ମୋତେ ଦେଖି ବଡ଼ ଆନନ୍ଦ ଲାଗେ ଯେତେବେଳେ ଲୋକମାନେ ଏକାଠି ହୋଇ କର୍ତ୍ତବ୍ୟନିଷ୍ଠ ଭାବେ ବଡ଼ ଲକ୍ଷ୍ୟ ହାସଲ କରନ୍ତି । ଲୋକମାନଙ୍କର ଭାଗିଦାରୀ ଏବଂ ସାମୂହିକତାର ଏହି ଭାବନା ହିଁ ଆମ ଦେଶର ସବୁଠାରୁ ବଡ଼ ଶକ୍ତି ।
ମୋର ପ୍ରିୟ ଦେଶବାସୀଗଣ,
ଆମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଭଜନ-କୀର୍ତ୍ତନ ଆମ ସଂସ୍କୃତିର ଆତ୍ମା ହୋଇଆସିଛି । ଆମେ ମନ୍ଦିରରେ ଭଜନ ଶୁଣିଛୁ, ବିଭିନ୍ନ କଥା ଶୁଣିଛୁ ଏବଂ ପ୍ରତି ପର୍ଯ୍ୟାୟରେ ଭକ୍ତିକୁ ଆମ ସମୟ ଅନୁଯାୟୀ ଅନୁଭବ କରିଛୁ । ଆଜିର ପିଢ଼ୀ ମଧ୍ୟ କିଛି ନୂତନ ଚମତ୍କାରିତା ଦେଖାଉଛି । ଆଜିର ଯୁବ ସମାଜ ଭକ୍ତିକୁ ନିଜର ଅନୁଭବ ଓ ଜୀବନଶୈଳୀରେ ବିନିଯୋଗ କରୁଛି । ଏହି ଭାବନାରେ ଏକ ନୂତନ ସାଂସ୍କୃତିକ ବାତାବରଣ ସୃଷ୍ଟି ହୋଇଛି । ଆପଣ ସୋସିଆଲ ମିଡିଆରେ ଏପରି ଭିଡ଼ିଓ ନିଶ୍ଚିତ ଭାବେ ଦେଖିଥିବେ । ଯୁବକମାନେ ଦେଶର ଭିନ୍ନ ଭିନ୍ନ ସହରରେ ଅଧିକ ସଂଖ୍ୟାରେ ଏକାଠି ହେଉଛନ୍ତି । ମଞ୍ଚସଜା, ଆଲୋକସଜା, ସଙ୍ଗୀତ ସବୁକିଛି ବଡ଼ ଧୂମଧାମରେ ଚାଲିଛି । ସମ୍ପୂର୍ଣ୍ଣ ପରିବେଶ କୌଣସି କନସର୍ଟରୁ ବି କମ୍ ନୁହେଁ । ସତେଯେମିତି ଗୋଟେ ବହୁତ ବଡ଼ କନସର୍ଟ ଚାଲିଛି କିନ୍ତୁ ସେଠି ଯାହା ଗାନ କରାଯାଉଛି ତାହା ପୁରା ତନ୍ମୟତା, ନିଷ୍ଠା ଓ ଲୟର ସହିତ ଭଜନର ପ୍ରତିଧ୍ୱନି । ଆଜିକାଲି ଏହାକୁ ‘ଭଜନ କ୍ଲବିଙ୍ଗ’ କୁହାଯାଉଛି । ଏହା ବିଶେଷ ଭାବେ ଜେନ୍-ଜିମାନଙ୍କ ଭିତରେ ତୀବ୍ରଗତିରେ ଲୋକପ୍ରିୟ ହେଉଛି । ଏହାଦେଖି ଖୁସି ଲାଗୁଛି ଯେ ଏହିସବୁ ଆୟୋଜନରେ ଭଜନର ମାହାତ୍ମ୍ୟ ଓ ପବିତ୍ରତା ପ୍ରତି ଭଲଭାବେ ଧ୍ୟାନ ଦିଆଯାଉଛି । ଭକ୍ତିକୁ ହାଲୁକା ରୂପେ ଗ୍ରହଣ କରାଯାଉନି । ଏଥିରେ ନା ଶବ୍ଦର ମର୍ଯ୍ୟାଦା ନଷ୍ଟ ହେଉଛି; ନା ଭାବର । ମଞ୍ଚ ଆଧୁନିକ ହୋଇପାରେ, ସଙ୍ଗୀତର ପ୍ରସ୍ତୁତି ଭିନ୍ନ ହୋଇପାରେ କିନ୍ତୁ ମୂଳ ଭାବନା ଯାହା ଥିଲା ସେୟା ହିଁ ରହିଛି । ସେଠାରେ ଆଧ୍ୟାତ୍ମିକତାର ନିରନ୍ତର ପ୍ରବାହ ଚାଲିଛି ।
ମୋର ପ୍ରିୟ ଦେଶବାସୀଗଣ,
ଆଜି ଆମର ସଂସ୍କୃତି ଓ ଉତ୍ସବ ସମ୍ପୂର୍ଣ୍ଣ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଛି । ଦୁନିଆର ପ୍ରତିଟି କୋଣରେ ଭାରତର ଉତ୍ସବଗୁଡ଼ିକ ବଡ଼ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି । ଏହିଭଳି ସାଂସ୍କୃତିକ ସ୍ପନ୍ଦନକୁ ବଜାୟ ରଖିବା ପାଇଁ ଆମ ଭାରତୀୟ ଭାଇ-ଭଉଣୀମାନଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେମାନେ ଯେଉଁଠି ବା ଥାଆନ୍ତୁ, ନିଶ୍ଚିତ ଭାବରେ ନିଜ ସଂସ୍କୃତିର ମୂଳ ଭାବନାକୁ ସଂରକ୍ଷିତ କରି ତାକୁ ଆଗକୁ ବଢ଼ାଉଛନ୍ତି । ମାଲେସିଆରେ ମଧ୍ୟ ଏହାକୁ ନେଇ ଆମ ଭାରତୀୟ ସମୁଦାୟ ବହୁ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଆପଣ ଏହାଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାଲେସିଆରେ ୫୦୦ରୁ ଅଧିକ ତାମିଲ ସ୍କୁଲ ଅଛି । ଏଠାରେ ତାମିଲ ଭାଷା ପଢ଼ାହେବା ସହିତ ଅନ୍ୟ ବିଷୟଗୁଡ଼ିକ ମଧ୍ୟ ତାମିଲରେ ପଢ଼ାଯାଉଛି । ଏହାବ୍ୟତୀତ ଏଠାରେ ତେଲୁଗୁ ଓ ପଞ୍ଜାବୀ ସହିତ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ଉପରେ ବହୁତ ଧ୍ୟାନ ଦିଆଯାଉଛି ।
ବନ୍ଧୁଗଣ,
ଭାରତ ଓ ମାଲେସିଆ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଗୋଟିଏ ସମାଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାର ନାମ ହେଲା – 'ମାଲେସିଆ ଇଣ୍ଡିଆ ହେରିଟେଜ୍ ସୋସାଇଟି'। ବିଭିନ୍ନ କାର୍ଯ୍ୟକ୍ରମ ସହିତ ଏହି ସଂସ୍ଥା ଗୋଟିଏ ଐତିହ୍ୟ ପଦଯାତ୍ରା ମଧ୍ୟ ଆୟୋଜନ କରେ । ଏଥିରେ ଉଭୟ ଦେଶକୁ ପରସ୍ପର ସହ ଯୋଡ଼ିବା ପାଇଁ ସାଂସ୍କୃତିକ ସ୍ଥଳଗୁଡ଼ିକୁ Cover କରାଯାଉଛି । ଗତମାସରେ ମାଲେସିଆରେ ‘ନାଲି ଧଡ଼ି ଶାଢ଼ୀ’ ପଦଯାତ୍ରା ଆୟୋଜନ ହୋଇଥିଲା । ବେଙ୍ଗଲର ଏହି ଶାଢ଼ୀର ଆମ ସଂସ୍କୃତି ସହିତ ବିଶେଷ ସମ୍ପର୍କ ରହିଛି । ଏହି କାର୍ଯ୍ୟକ୍ରମରେ ଏହି ଶାଢ଼ୀକୁ ସର୍ବାଧିକ ସଂଖ୍ୟାରେ ପିନ୍ଧାଯାଇଥିବାର ରେକର୍ଡ ରହିଛି, ଯାହାକୁ ମାଲେସିଆନ୍ ବୁକ୍ ଅଫ୍ ରେକର୍ଡସ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅବସରରେ ଓଡ଼ିଶୀ ନୃତ୍ୟ ଓ ବାଉଲ୍ ସଙ୍ଗୀତ ଲୋକମାନଙ୍କର ମନପ୍ରାଣ କିଣିନେଇଛି । ମୁଁ କହିପାରିବି –
ସାୟା ବରବାଙ୍ଗା / ଦେଙ୍ଗାନ ଡାୟାସ୍ପୋରା ଇଣ୍ଡିଆ / ଦି ମଲେସିୟା /
ମେରେକା ମମ୍ବାବା / ଇଣ୍ଡିଆ ଦାନ ମଲେସିଆ /ସେମାକିନ ରାପା //
(ଓଡ଼ିଆ ଅନୁବାଦ - ମୁଁ ମାଲେସିଆରେ ଭାରତୀୟ ପ୍ରବାସୀମାନଙ୍କ ପାଇଁ ଗର୍ବିତ । ସେମାନେ ଭାରତ ଓ ମାଲେସିଆ ମଧ୍ୟରେ ଅଧିକ ନିକଟତର ସମ୍ପର୍କ ସୃଷ୍ଟି କରୁଛନ୍ତି)
ମାଲେସିଆରେ ଆମ ଭାରତବାସୀମାନଙ୍କୁ ମୋର ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ,
ଆମେ ଭାରତର ଯେକୌଣସି ଭାଗକୁ ଗଲେ ମଧ୍ୟ ସେଠାରେ ଆମକୁ କିଛି ନା କିଛି ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ଘଟଣା ନିଶ୍ଚିତ ଭାବେ ଦେଖାଯାଏ । ଅନେକ ସମୟରେ ଗଣମାଧ୍ୟମର ଚାକଚକ୍ୟ ଭିତରେ ଏକଥାଗୁଡ଼ିକ ସ୍ଥାନ ପାଇପାରେନି । କିନ୍ତୁ ଏଥିରୁ ଜଣାପଡ଼େ, ଆମ ସମାଜର ପ୍ରକୃତ ଶକ୍ତି କ’ଣ ? ଏଥିରୁ ଆମର ସେହି Value Systemsର ମଧ୍ୟ ଆଭାସ ପାଇଥାଉ ଯେଉଁଥିରେ ଏକତ୍ରିତ ହେବାର ଭାବନା ସର୍ବୋପରି । ଗୁଜୁରାଟରେ ବେଚରାଜୀଙ୍କର ଚନ୍ଦନ ଗାଁର ପରମ୍ପରା ସ୍ୱତଃ ସୁନ୍ଦର । ଯଦି ମୁଁ ଆପଣଙ୍କୁ କହେ, ଏଠାର ଲୋକମାନେ, ବିଶେଷକରି ବୟସ୍କମାନେ ନିଜ ଘରେ ଖାଦ୍ୟ ପ୍ରସ୍ତୁତ କରନ୍ତି ନାହିଁ ତେବେ ଆପଣ ଆଚମ୍ବିତ ହେବେ । ଏହାର କାରଣ ହେଲା, ଗାଁର ଚମତ୍କାର Community Kitchen। ଏହି Community Kitchenରେ ପୁରା ଗାଁର ଲୋକମାନଙ୍କ ପାଇଁ ଏକାବେଳେ ଖାଦ୍ୟ ରନ୍ଧାହୁଏ ଏବଂ ସମସ୍ତେ ଏକାଠି ବସି ଖାଆନ୍ତି । ଗତ ୧୫ ବର୍ଷ ହେଲା ଏହି ପରମ୍ପରା ନିରନ୍ତର ଚାଲିଆସିଛି । କେବଳ ଏତିକି ନୁହେଁ, ଯଦି କିଏ ଅସୁସ୍ଥ ହୁଏ ତେବେ ତା’ପାଇଁ ଟିଫିନ୍ ସେବାର ମଧ୍ୟ ବ୍ୟବସ୍ଥା ଅଛି; ଅର୍ଥାତ୍ ହୋମ ଡେଲିଭରିର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଗାଁର ଏହି ସାମୂହିକ ଭୋଜନ ଦ୍ୱାରା ଲୋକମାନେ ବହୁତ ଆନନ୍ଦିତ ହୁଅନ୍ତି । ଏହି ପ୍ରୟାସ କେବଳ ଲୋକମାନଙ୍କୁ ପରସ୍ପର ସହିତ ଯୋଡ଼େନାହିଁ ବରଂ ଏହା ସେମାନଙ୍କ ମଧ୍ୟରେ ଏକ ପାରିବାରିକ ଭାବନାକୁ ମଧ୍ୟ ବୃଦ୍ଧି କରାଏ ।
ବନ୍ଧୁଗଣ,
ଭାରତର ପରିବାର ବ୍ୟବସ୍ଥା – ପରିବାର ବ୍ୟବସ୍ଥା ଆମ ପରମ୍ପରାର ଏକ ଅଭିନ୍ନ ଅଙ୍ଗ । ବିଶ୍ୱର ଅନେକ ଦେଶରେ ଏହାକୁ ବହୁତ କୌତୁହଳ ସହ ଦେଖାଯାଏ । ଅନେକ ଦେଶରେ ଏଭଳି ପରିବାର ବ୍ୟବସ୍ଥାକୁ ନେଇ ବହୁତ ସମ୍ମାନର ଭାବ ରହିଥାଏ । କିଛିଦିନ ପୂର୍ବରୁ ମୋ ଭାଇ ୟୁଏଇ ମହାମହିମ ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ ଜାୟଦ ଅଲ ନାହୟାନ ଭାରତ ଆସିଥିଲେ । ସେ ମୋତେ କହିଲେ ଯେ ୟୁଏଇ, ବର୍ଷ ୨୦୨୬କୁ ୟିଅର୍ ଅଫ ଫ୍ୟାମିଲି ବା ପାରିବାର ବର୍ଷ ରୂପେ ପାଳନ କରୁଛି । ଏହାର ଉଦ୍ଦେଶ୍ୟ ହେଲା, ସେଠାକାର ଲୋକମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ସାମୁଦାୟିକ ଭାବନା ଅଧିକରୁ ଅଧିକ ମଜଭୁତ ହେଉ । ବାସ୍ତବରେ ଏହା ଅତ୍ୟନ୍ତ ପ୍ରଶଂସନୀୟ କାର୍ଯ୍ୟ ।
ବନ୍ଧୁଗଣ,
ଯେତେବେଳେ ପରିବାର ଓ ସମାଜର ଶକ୍ତି ଏକାଠି ହୁଏ ସେତେବେଳେ ଆମେ ବହୁତ ବଡ଼ ବଡ଼ ଆହ୍ୱାନକୁ ମଧ୍ୟ ପରାଜିତ କରିପାରୁ । ମୁଁ ଅନନ୍ତନାଗର ଶେଖଗୁଣ୍ଡ ଗାଁ କଥା ଶୁଣିଛି । ଏଠାରେ ଡ୍ରଗ, ତମାଖୁ, ସିଗାରେଟ ଓ ମଦର ସମସ୍ୟା ଅତ୍ୟଧିକ ବୃଦ୍ଧି ପାଇଥିଲା । ଏସବୁ ଦେଖି ଏଠାକାର ମୀରଜାଫର ଜୀ ଏତେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଯେ, ସେ ଏହି ସମସ୍ୟାର ନିରାକରଣ ପାଇଁ ସଂକଳ୍ପ ନେଲେ । ସେ ଗାଁର ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକାଠି କଲେ । ତାଙ୍କର ଏହି ପଦକ୍ଷେପର ପ୍ରଭାବରେ ଦୋକାନୀମାନେ ତମାଖୁ ବିକ୍ରି କରିବା ବନ୍ଦ କରିଦେଲେ । ଏହି ପ୍ରଚେଷ୍ଟା ଫଳରେ ଡ୍ରଗର ବିପଦକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ିଲା ।
ବନ୍ଧୁଗଣ,
ଆମ ଦେଶରେ ଏଭଳି ଅନେକ ସଂସ୍ଥା ମଧ୍ୟ ଅଛନ୍ତି ଯେଉଁଗୁଡ଼ିକ ବର୍ଷ-ବର୍ଷ ଧରି ନିଃସ୍ୱାର୍ଥପର ଭାବେ ସମାଜସେବା କରିଆସୁଛନ୍ତି । ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ଫରୀଦପୁରରେ ଏଭଳି ଏକ ସଂସ୍ଥା ଅଛି, ଏହାର ନାମ ହେଲା – ‘ବିବେକାନନ୍ଦ ଲୋକ ଶିକ୍ଷା ନିକେତନ’ । ଏହି ସଂସ୍ଥା ଗତ ଚାରି ଦଶକରୁ ପିଲାମାନଙ୍କର ଏବଂ ବୟସ୍କ ଲୋକମାନଙ୍କର ସେବାଯତ୍ନରେ ନିୟୋଜିତ ରହିଛି । ଗୁରୁକୁଳ ପଦ୍ଧତିର ଶିକ୍ଷା ଏବଂ ଶିକ୍ଷକ ପ୍ରଶିକ୍ଷଣ ସହିତ ଏହି ସଂସ୍ଥା ସମାଜ କଲ୍ୟାଣର ଅନେକ ମହତ କାର୍ଯ୍ୟରେ ଲିପ୍ତ । ମୋର ଆଶା, ଏଭଳି ନିଃସ୍ୱାର୍ଥପର ସେବାଯତ୍ନର ମନୋଭାବ ଦେଶବାସୀଙ୍କ ମଧ୍ୟରେ ନିରନ୍ତର ଓ ଅଧିକ ସଶକ୍ତ ହେଉ ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ରେ ଆମେ ନିରନ୍ତର ସ୍ୱଚ୍ଛତା ବିଷୟରେ ଆଲୋଚନା କରିଆସୁଛୁ । ମୋତେ ଏହାଦେଖି ଗର୍ବ ହୁଏ ଯେ ଆମର ଯୁବବର୍ଗ ନିଜ ଆଖପାଖର ସ୍ୱଚ୍ଛତାକୁ ନେଇ ବହୁତ ସଜାଗ ଅଛନ୍ତି । ଅରୁଣାଚଳ ପ୍ରଦେଶରେ ହୋଇଥିବା ଅନନ୍ୟ ପ୍ରୟାସ ବିଷୟରେ ମୁଁ ସୂଚନା ପାଇଲି । ଅରୁଣାଚଳ ହେଉଛି ସେହି ଭୂମି ଯେଉଁଠି ଦେଶରେ ସବୁଠାରୁ ପ୍ରଥମେ ସୂର୍ଯ୍ୟର କିରଣ ପହଞ୍ଚିଥାଏ । ଏଠାରେ ଲୋକମାନେ ପରସ୍ପରକୁ ‘ଜୟ ହିନ୍ଦ୍’ କହି ଅଭିବାଦନ ଜଣାଇଥାନ୍ତି । ଏଠାରେ ଇଟାନଗରର ଯୁବଗୋଷ୍ଠୀ ସେହି ଅଞ୍ଚଳର ସଫେଇ ନିମନ୍ତେ ଏକଜୁଟ ହେଲେ, ଯେଉଁଠାରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଥିଲା । ଏହି ଯୁବକମାନେ ଅଲଗା ଅଲଗା ସହରରେ ସାର୍ବଜନୀନ ସ୍ଥଳଗୁଡ଼ିକର ସଫାସୁତୁରାକୁ ନିଜର ଲକ୍ଷ୍ୟ ଭାବରେ ଗ୍ରହଣ କଲେ । ଏହାପରେ ଇଟାନଗର, ନାହରଲାଗୁନ, ଦୋଇମୁଖ, ସେପ୍ପା, ପାଲିନ୍ ଏବଂ ପାସିଘାଟରେ ମଧ୍ୟ ଏହି ଅଭିଯାନ ଚାଲିଲା । ଏହି ଯୁବକମାନେ ଏପର୍ଯ୍ୟନ୍ତ ପ୍ରାୟ ୧୧ ଲକ୍ଷ କିଲୋରୁ ଅଧିକ ଅଳିଆ ଆବର୍ଜନା ସଫେଇ କରିସାରିଛନ୍ତି । ତେବେ ଭାବନ୍ତୁ ବନ୍ଧୁଗଣ, ଯୁବକମାନେ ମିଶି ୧୧ ଲକ୍ଷ କିଲୋ ଅଳିଆ ଆବର୍ଜନା ହଟାଇଲେ ।
ବନ୍ଧୁଗଣ,
ଆଉ ଏକ ଉଦାହରଣ ହେଉଛି ଆସାମର । ଆସାମର ନାଗାଓଁରେ ସେଠାକାର ପୁରୁଣା ଗଳିଗୁଡ଼ିକ ସହିତ ଲୋକମାନେ ଭାବନାତ୍ମକ ଭାବରେ ଯୋଡ଼ିହୋଇ ରହିଛନ୍ତି । ଏଠାରେ କିଛି ଲୋକ ନିଜ ଗଳିଗୁଡ଼ିକୁ ମିଶି ସଫା କରିବାର ସଂକଳ୍ପ ନେଲେ । ଧିରେ ଧିରେ ସେମାନଙ୍କ ସହିତ ଆହୁରି ଅଧିକ ଲୋକ ଯୋଡ଼ିହେଲେ । ଏହିପରି ଭାବେ ଏକ ଏପରି ଦଳ ତିଆରି ହୋଇଗଲା ଯିଏ ଗଳିଗୁଡ଼ିକରୁ ବହୁତଗୁଡ଼ିଏ ଅଳିଆ ହଟାଇଦେଲା । ବନ୍ଧୁଗଣ, ଏହିପରି ହିଁ ଏକ ଚେଷ୍ଟା ବେଙ୍ଗାଲୁରୁରେ ହେଉଛି । ବେଙ୍ଗାଲୁରୁରେ ସୋଫା ଅପଚୟ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି, ତେଣୁ କିଛି ବୃତ୍ତିଗତ ନିଜସ୍ୱ ଉପାୟରେ ଏହି ସମସ୍ୟାର ସମାଧାନ ପାଇଁ ଏକାଠି ହୋଇଛନ୍ତି।
ବନ୍ଧୁଗଣ,
ଆଜି କେତେକ ସହରରେ ଏପରି କେତେକ ଦଳ ରହିଛନ୍ତି ଯେଉଁମାନେ ଲ୍ୟାଣ୍ଡଫିଲ୍ ବର୍ଜ୍ୟବସ୍ତୁ ପୁନଃଚକ୍ରଣରେ ନିୟୋଜିତ। ଚେନ୍ନାଇରେ ଏହିପରି ହିଁ ଏକ ଟିମ ବହୁତ ଭଲ କାମ କରିଛି । ଏହିପରି ଉଦାହରଣରୁ ଜଣାପଡ଼େ ଯେ, ସ୍ୱଚ୍ଛତା ସହିତ ଯୋଡ଼ିହୋଇଥିବା ପ୍ରତ୍ୟେକ ପ୍ରୟାସ କେତେ ମହତ୍ତ୍ୱପୂର୍ଣ୍ଣ । ଆମକୁ ସ୍ୱଚ୍ଛତା ପାଇଁ ବ୍ୟକ୍ତିଗତ ଭାବରେ କିମ୍ବା ଦଳଗତ ଭାବରେ ଆମର ଚେଷ୍ଟା ବଢ଼ାଇବା ଜରୁରୀ ତେବେ ହିଁ ଆମ ସହର ଆହୁରି ସୁନ୍ଦର ହୋଇପାରିବ ।
ମୋର ପ୍ରିୟ ଦେଶବାସୀଗଣ,
ଯେତେବେଳେ ପରିବେଶ ସୁରକ୍ଷାର କଥା ଆସେ ସେତେବେଳେ ପ୍ରାୟ ଆମ ମନରେ ବଡ଼ ବଡ଼ ଯୋଜନା, ବଡ଼ ଅଭିଯାନ ଏବଂ ବଡ଼ ବଡ଼ ସଙ୍ଗଠନର କଥା ଆସେ । କିନ୍ତୁ ଅନେକ ବାର ଦେଖାଯାଏ ପରିବର୍ତ୍ତନର ଆରମ୍ଭ ବହୁତ ସାଧାରଣ ଭାବରେ ହୋଇଥାଏ । ଜଣେ ବ୍ୟକ୍ତି ଦ୍ୱାରା ଗୋଟିଏ ଅଞ୍ଚଳ ଦ୍ୱାରା ଗୋଟିଏ ପଦକ୍ଷେପ ଦ୍ୱାରା ଏବଂ ଲଗାତାର କରାଯାଉଥିବା ଛୋଟ ଛୋଟ ଚେଷ୍ଟା ଦ୍ୱାରା ମଧ୍ୟ ବଡ଼ ବଡ଼ ପରିବର୍ତ୍ତନ ଆସିଥାଏ । ପଶ୍ଚିମବଙ୍ଗର କୁଚ ବିହାର ଜିଲ୍ଲାର ବାସିନ୍ଦା ବେନୟ ଦାସଙ୍କ ପ୍ରୟାସ ଏହାର ଏକ ଉଦାହରଣ । ଗତ କେତେବର୍ଷ ଧରି ସେ ନିଜ ଜିଲ୍ଲାକୁ ସବୁଜ ସୁନ୍ଦର କରିବା ପାଇଁ ନିଜ ପ୍ରଚେଷ୍ଟାରେ କାମ ଚଳାଇଛନ୍ତି । ବେନୟ ଦାସ ଜୀ ହଜାର ହଜାର ଗଛ ଲଗାଇଛନ୍ତି । ଅନେକ ଥର ଚାରା କିଣିବା ଠାରୁ ଆରମ୍ଭ କରି ସେଗୁଡ଼ିକୁ ଲଗାଇବା ଏବଂ ସେଗୁଡ଼ିକର ଯତ୍ନ ନେବାର ସମସ୍ତ ଖର୍ଚ୍ଚ ସେ ନିଜେ ଉଠାଇଛନ୍ତି । ଆବଶ୍ୟକତା ପଡ଼ିଲେ, ସେ ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ ଏବଂ ନଗର ନିଗମ ସହିତ ମିଳିମିଶି କାମ କରିଛନ୍ତି । ତାଙ୍କର ଏହି ଚେଷ୍ଟା ଦ୍ୱାରା ରାସ୍ତାକଡ଼ରେ ସବୁଜିମା ଆହୁରି ବଢ଼ିଯାଇଛି ।
ବନ୍ଧୁଗଣ,
ମଧ୍ୟପ୍ରଦେଶର ପାନା ଜିଲ୍ଲାର ଜଗଦୀଶ ପ୍ରସାଦ ଅହିରୱାର ଜୀ, ତାଙ୍କର ପ୍ରୟାସ ମଧ୍ୟ ବହୁତ ପ୍ରଶଂସନୀୟ । ସେ ଜଙ୍ଗଲରେ ବିଟ୍-ଗାର୍ଡ ଭାବରେ କାର୍ଯ୍ୟ କରନ୍ତି। ଥରେ ଗସ୍ତରେ ଯାଉଥିବା ସମୟରେ ସେ ଅନୁଭବ କଲେ ଯେ ଜଙ୍ଗଲରେ ଉପଲବ୍ଧ ହେଉଥିବା ଅନେକ ଔଷଧୀୟ ବୃକ୍ଷର ସୂଚନା କେଉଁଠି ବି ବ୍ୟବସ୍ଥିତ ଢଙ୍ଗରେ ନାହିଁ । ଜଗଦୀଶ ଜୀ ଏହି ସୂଚନା ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ଦେବାକୁ ଚାହୁଁଥିଲେ, ସେଥିପାଇଁ ସେ ଔଷଧୀୟ ଗଛଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ଲେଖି ରଖିବା ଆରମ୍ଭ କଲେ । ସେ ୧୨୫ରୁ ଅଧିକ ଔଷଧୀୟ ବୃକ୍ଷକୁ ଚିହ୍ନଟ କଲେ । ପ୍ରତ୍ୟେକ ଚାରାର ଚିତ୍ର, ନାମ, ବ୍ୟବହାର ଏବଂ ମିଳିବାର ସ୍ଥାନର ସୂଚନା ସଂଗ୍ରହ କଲେ । ତାଙ୍କଦ୍ୱାରା ଏକତ୍ରିତ ସୂଚନାକୁ ବନବିଭାଗ ସଂକଳିତ କଲା ଏବଂ ପୁସ୍ତକ ଆକାରରେ ପ୍ରକାଶିତ ମଧ୍ୟ କଲା । ଏହି ପୁସ୍ତକରେ ଦିଆଯାଇଥିବା ସୂଚନା ଏବେ ଗବେଷକ, ଛାତ୍ର ଏବଂ ବନ ଅଧିକାରୀମାନଙ୍କର ବହୁତ କାମରେ ଆସୁଛି ।
ବନ୍ଧୁଗଣ,
ପର୍ଯ୍ୟାବରଣ ସଂରକ୍ଷଣର ଏହି ଭାବନା ଆଜି ଉଚ୍ଚସ୍ତରରେ ମଧ୍ୟ ଦେଖାଯାଉଛି । ଏହି ଭାବନାର ସହିତ ସାରାଦେଶରେ ‘ଏକ ପେଡ୍ ମାଁ କେ ନାମ୍’ ଶୀର୍ଷକ ଅଭିଯାନ ଚାଲୁଅଛି । ଏଯାଏଁ କୋଟି କୋଟି ଲୋକ ଏହି ଅଭିଯାନରେ ସାମିଲ ହୋଇସାରିଛନ୍ତି । ଏପର୍ଯ୍ୟନ୍ତ ଦେଶରେ ୨୦୦ କୋଟିରୁ ଅଧିକ ଗଛ ଲଗାଯାଇସାରିଛି । ଏଥିରୁ ଜଣାଯାଏ ଯେ ପରିବେଶ ସଂରକ୍ଷଣ ଦିଗରେ ଏବେ ଲୋକମାନେ ଅଧିକ ସଚେତନ ହେଲେଣି ଏବଂ କୌଣସି ନା କୌଣସି ରୂପରେ ନିଜର ଯୋଗଦାନ ଦେବାକୁ ଚାହୁଁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ ମୁଁ ଆପଣ ସମସ୍ତଙ୍କୁ ଆଉ ଗୋଟିଏ କଥା ପାଇଁ ବହୁତ ପ୍ରଶଂସା କରିବାକୁ ଚାହୁଁଛି – କାରଣ ହେଲା ମିଲେଟ୍ ଅର୍ଥାତ୍ ଶ୍ରୀଅନ୍ନ । ମତେ ଦେଖି ଖୁସି ଲାଗୁଛି ଯେ ଶ୍ରୀଅନ୍ନ ପ୍ରତି ଦେଶରେ ଲୋକମାନଙ୍କ ଆଗ୍ରହ ନିରନ୍ତର ବଢ଼ିଚାଲିଛି । ଏମିତି ତ ଆମେ ୨୦୨୩ ବର୍ଷଟିକୁ ମିଲେଟ୍ ବର୍ଷ ଭାବରେ ଘୋଷିତ କରିଥିଲେ । କିନ୍ତୁ ଆଜି ତିନିବର୍ଷ ପରେ ମଧ୍ୟ ଏହାକୁ ନେଇ ଦେଶ ଏବଂ ଦୁନିଆରେ ଯେଉଁ ଆବେଗ ଏବଂ ପ୍ରତିବଦ୍ଧତା ଅଛି, ତାହା ବହୁତ ଉତ୍ସାହଜନକ ।
ବନ୍ଧୁଗଣ,
ତାମିଲନାଡୁର କଲ୍ଲ-କୁରିଚି ଜିଲ୍ଲାରେ ମହିଳା ଚାଷୀମାନଙ୍କର ଗୋଟିଏ ସମୂହ ଆଜି ପ୍ରେରଣାର ସ୍ରୋତ ହୋଇପାରିଛି । ଏଠାକାର ‘ପେରିୟାପାଲୟମ୍ ମିଲେଟ୍’ ଏଫପିସି ସହିତ ପ୍ରାୟ ୮୦୦ ମହିଳା ଚାଷୀ ଯୋଗଦାନ କଲେଣି । ମିଲେଟର ବଢ଼ୁଥିବା ଲୋକପ୍ରିୟତାକୁ ଦେଖି ଏହି ମହିଳାମାନେ ମିଲେଟ୍ ପ୍ରୋସେସିଂ ୟୁନିଟ୍ ସ୍ଥାପନା କରିଛନ୍ତି । ଏବେ ସେମାନେ ମିଲେଟରୁ ପ୍ରସ୍ତୁତ ହେଉଥିବା ଉତ୍ପାଦକୁ ସିଧା ବଜାରକୁ ପଠାଉଛନ୍ତି ।
ବନ୍ଧୁଗଣ,
ରାଜସ୍ଥାନର ରାମସର୍ରେ ମଧ୍ୟ କୃଷକମାନେ ଶ୍ରୀଅନ୍ନକୁ ନେଇ ନୂଆ ପ୍ରୟୋଗ କରୁଛନ୍ତି । ଏଠାକାର ରାମସର୍ ଅର୍ଗାନିକ୍ ଫାର୍ମର ପ୍ରଡ୍ୟୁସର କମ୍ପାନୀରେ ୯୦୦ରୁ ଅଧିକ କୃଷକ ଯୋଗଦେଇଛନ୍ତି । ଏହି କୃଷକମାନେ ମୁଖ୍ୟ ରୂପରେ ବାଜରା ଚାଷ କରନ୍ତି । ଏଠାରେ ବାଜରାର ପ୍ରକ୍ରିୟାକରଣ କରି ରେଡ୍ଡୀ ଟୁ ଇଟ୍ ଲଡୁ ତିଆରି କରୁଛନ୍ତି । ବଜାରରେ ଏହାର ବେଶୀ ଚାହିଦା ରହିଛି । ଖାଲି ସେତିକି ନୁହେଁ ବନ୍ଧୁଗଣ, ମୋତେ ତ ଏକଥା ଜାଣି ବହୁତ ଖୁସି ଲାଗୁଛି ଯେ ଆଜିକାଲି ଏମିତି ଅନେକ ମନ୍ଦିର ଅଛି ଯେଉଁଠାରେ ପ୍ରସାଦରେ କେବଳ ମିଲେଟର ଉପଯୋଗ କରାଯାଉଛି । ମୁଁ ସେହି ମନ୍ଦିରଗୁଡ଼ିକର ସମସ୍ତ ବ୍ୟବସ୍ଥାପକଙ୍କୁ ସେମାନଙ୍କର ଏହି ପ୍ରଚେଷ୍ଟା ପାଇଁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ମିଲେଟ୍ସ ଶ୍ରୀଅନ୍ନରୁ ଅନ୍ନଦାତାମାନଙ୍କର ରୋଜଗାର ବଢ଼ାଇବା ସଙ୍ଗେ ସଙ୍ଗେ ଲୋକମାନଙ୍କର ସ୍ୱାସ୍ଥ୍ୟର ମଧ୍ୟ ସୁଧାରର ଗ୍ୟାରେଣ୍ଟି ହେବାକୁ ଯାଉଛି । ମିଲେଟ୍ସ ପୋଷକତତ୍ତ୍ୱରେ ଭରପୁର ହୋଇଥାଏ, ସୁପର୍ ଫୁଡ୍ ହୋଇଥାଏ । ଆମ ଦେଶରେ ଶୀତଋତୁ ତ ଖାଇବାପିଇବା ପାଇଁ ବହୁତ ଉପଯୁକ୍ତ ଲାଗେ । ଏହି ଦିନରେ ଆମମାନଙ୍କ ପାଇଁ ଶ୍ରୀଅନ୍ନ ସେବନ କରିବା ବହୁତ ଜରୁରୀ ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ରେ ଆମେ ପୁଣିଥରେ ଭିନ୍ନ ଭିନ୍ନ ବିଷୟରେ ଚର୍ଚ୍ଚା କରିବା ପାଇଁ ଆମକୁ ଅବସର ମିଳିଲା । ଏହି କାର୍ଯ୍ୟକ୍ରମ ଆମମାନଙ୍କୁ ନିଜ ଦେଶର ଉପଲବଧିକୁ ଅନୁଭବ କରିବା ଏବଂ ସେଲିବ୍ରେଟ୍ କରିବାର ସୁଯୋଗ ପ୍ରଦାନ କରିଥାଏ । ଫେବୃଆରୀରେ ଏହିଭଳି ଏକ ସୁଯୋଗ ଆସୁଅଛି । ଆସନ୍ତା ମାସରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ସାରା ବିଶ୍ୱରୁ ବିଶେଷକରି ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସହିତ ଜଡ଼ିତ ବିଶେଷଜ୍ଞମାନେ ଭାରତ ଆସିବେ । ଏହି ସମ୍ମେଳନୀ ଏଆଇ ଦୁନିଆରେ ଭାରତର ପ୍ରଗତି ଏବଂ ଉପଲବଧିଗୁଡ଼ିକୁ ଲୋକଲୋଚନକୁ ଆଣିବ । ମୁଁ ଏଥିରେ ସମ୍ମିଳିତ ହେଉଥିବା ପ୍ରତ୍ୟେକଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଆସନ୍ତାମାସର ‘ମନ୍ କି ବାତ୍’ରେ ଆମ୍ଭେମାନେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଉପରେ ନିଶ୍ଚୟ କଥାବାର୍ତ୍ତା ହେବା । ଦେଶବାସୀମାନଙ୍କର କିଛି ଅନ୍ୟ ଉପଲବ୍ଧି ବିଷୟରେ ମଧ୍ୟ ଆଲୋଚନା କରିବା । ସେପର୍ଯ୍ୟନ୍ତ ମୋତେ ‘ମନ୍ କି ବାତ୍’ରୁ ବିଦାୟ ଦିଅନ୍ତୁ । କାଲିର ଗଣତନ୍ତ୍ର ଦିବସ ପାଇଁ ପୁଣିଥରେ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।
ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣମାନଙ୍କୁ ପୁଣିଥରେ ସ୍ୱାଗତ, ଅଭିନନ୍ଦନ । ଆଉ ମାତ୍ର କିଛିଦିନ ମଧ୍ୟରେ ୨୦୨୬ ଆରମ୍ଭ ହେବାକୁ ଯାଉଛି, ଆଉ ଆଜି, ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି, ସେତେବେଳେ ମନରେ ସମଗ୍ର ବର୍ଷକର ସ୍ମୃତି ସବୁ ନାଚିଯାଉଛି - ଅନେକ ଛବି, ଅନେକ ଆଲୋଚନା, ଅନେକ ଉପଲବ୍ଧି - ଯାହା ଦେଶକୁ ଏକସୂତ୍ରରେ ବାନ୍ଧିଦେଲା । ୨୦୨୫ ଆମକୁ ଏଭଳି ଅନେକ ମୁହୂର୍ତ୍ତ ଦେଲା, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ଜାତ ହେଲା । ଦେଶର ପ୍ରତିରକ୍ଷା ଠାରୁ ଆରମ୍ଭ କରି ଖେଳପଡ଼ିଆ ପର୍ଯ୍ୟନ୍ତ, ବିଜ୍ଞାନ ପରୀକ୍ଷାଗାରଠାରୁ ନେଇ ବିଶ୍ୱର ବଡ଼ ବଡ଼ ମଞ୍ଚ ପର୍ଯ୍ୟନ୍ତ - ଭାରତ ପ୍ରତ୍ୟେକ ସ୍ଥାନରେ ନିଜର ଏକ ସୁଦୃଢ଼ ଛାପ ସୃଷ୍ଟି କଲା । ଏହି ବର୍ଷରେ ଅପରେଶନ୍ ସିନ୍ଦୁର ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ପ୍ରତୀକ ପାଲଟିଗଲା । ସାରା ବିଶ୍ୱ ସ୍ପଷ୍ଟ ଭାବେ ଦେଖିଲା ଯେ, ଆଜିର ଭାରତ ନିଜର ସୁରକ୍ଷା ପାଇଁ କୌଣସି ସାଲିସ୍ କରିବ ନାହିଁ । ଅପରେଶନ୍ ସିନ୍ଦୁର ସମୟରେ ଦେଶର କୋଣଅନୁକୋଣରୁ ମାଁ ଭାରତୀଙ୍କ ପ୍ରତି ପ୍ରେମ ଓ ସମର୍ପଣର ଛବି ସମ୍ମୁଖକୁ ଆସିଲା । ଲୋକେ ନିଜ ନିଜ ଢଙ୍ଗରେ ନିଜର ଭାବ ପ୍ରକାଶ କଲେ ।
ବନ୍ଧୁଗଣ, ଏହି ଭାବନା ସେତେବେଳେ ମଧ୍ୟ ଦେଖିବାକୁ ମିଳିଲା, ଯେତେବେଳେ ବନ୍ଦେମାତରମର ୧୫୦ ବର୍ଷ ପୂରଣ ହେଲା । ‘#VandeMataram୧୫୦’କୁ ନିଜ ବାର୍ତ୍ତା ଏବଂ ପରାମର୍ଶମାନ ପଠାଇବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି । ଏହି ଅଭିଯାନରେ ଦେଶବାସୀ ଖୁବ ଉତ୍ସାହର ସହିତ ଅଂଶଗ୍ରହଣ କଲେ ।
ବନ୍ଧୁଗଣ, ୨୦୨୫ କ୍ରୀଡ଼ା ଦୃଷ୍ଟିରୁ ମଧ୍ୟ ଗୋଟିଏ ସ୍ମରଣୀୟ ବର୍ଷ ଥିଲା । ଆମର ପୁରୁଷ କ୍ରିକେଟ୍ ଦଳ ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିଲା । ମହିଳା କ୍ରିକେଟ୍ ଦଳ ପ୍ରଥମ ଥର ବିଶ୍ୱକପ୍ ଅଧିକାର କଲେ । ଭାରତର କନ୍ୟାମାନେ Women's Blind T20 World Cup ଜିତି ଇତିହାସ ସୃଷ୍ଟି କଲେ । ଏସିଆ କପ ଟି୨୦ରେ ମଧ୍ୟ ତ୍ରିରଙ୍ଗା ଗୌରବର ସହ ଉଡ଼ିଲା । ପାରା-ଆଥଲିଟମାନେ ମଧ୍ୟ ବିଶ୍ୱ ଚମ୍ପିଆନସିପରେ ଅନେକ ପଦକ ଜିତି ଏ କଥା ପ୍ରମାଣିତ କରିଦେଲେ ଯେ, ଉତ୍ସାହ ଥିଲେ କୌଣସି ବାଧାବିଘ୍ନ ପଥରୋଧ କରିପାରେ ନାହିଁ । ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ବିରାଟ ଲମ୍ଫ ପ୍ରଦାନ କଲା । ଶୁଭାଂଶୁ ଶୁକ୍ଲା International Space Stationକୁ ପହଞ୍ଚିବାରେ ପ୍ରଥମ ଭାରତୀୟ ହେଲେ । ପରିବେଶ ସୁରକ୍ଷା ଏବଂ ବନ୍ୟଜନ୍ତୁ ସୁରକ୍ଷା ସହ ଜଡ଼ିତ ଅନେକ ପ୍ରଚେଷ୍ଟା ମଧ୍ୟ ୨୦୨୫ ପାଇଁ ପରିଚୟ ସାଜିଲା । ଭାରତରେ ଚିତାବାଘ ସଂଖ୍ୟା ମଧ୍ୟ ଏବେ ୩୦ରୁ ଅଧିକ ହୋଇଗଲାଣି । ୨୦୨୫ରେ ଆସ୍ଥା, ସଂସ୍କୃତି ଏବଂ ଭାରତର ଅଦ୍ୱିତୀୟ ଐତିହ୍ୟ ସବୁ ଏକାଠି ଦୃଷ୍ଟିଗୋଚର ହେଲା । ବର୍ଷ ଆରମ୍ଭରେ ପ୍ରୟାଗରାଜ୍ ମହାକୁମ୍ଭର ଆୟୋଜନ ସାରା ବିଶ୍ୱକୁ ଚକିତ କଲା । ବର୍ଷ ଶେଷଭାଗରେ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟକୁ ଗର୍ବରେ ପରିପୂର୍ଣ୍ଣ କଲା । ସ୍ୱଦେଶୀକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଲା । ଲୋକେ ସେହି ସାମଗ୍ରୀ କ୍ରୟ କରୁଛନ୍ତି, ଯେଉଁଥିରେ ରହିଛି କୌଣସି ଭାରତୀୟର ପରିଶ୍ରମ, ଯେଉଁଥିରେ ରହିଛି ଭାରତ ମାଟିର ମହକ । ଆଜି ଆମେ ଗର୍ବରେ କହିପାରିବା ଯେ, ୨୦୨୫ ଭାରତକୁ ଦେଇଛି ଆହୁରି ଅଧିକ ଆତ୍ମବିଶ୍ୱାସ । ଏ କଥା ମଧ୍ୟ ସତ ଯେ, ଏହି ବର୍ଷରେ ଆମକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଲା । ଏବେ ଦେଶ ୨୦୨୬ରେ ନୂତନ ଆଶା, ନୂଆ ସଂକଳ୍ପ ସହ ଅଗ୍ରସର ହେବାପାଇଁ ପ୍ରସ୍ତୁତ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ବିଶ୍ୱ ଭାରତ ଠାରୁ ଅନେକ କିଛି ଆଶା କରୁଛି । ଭାରତଠାରୁ ଆଶା କରିବାର ସବୁଠାରୁ ବଡ଼ କାରଣ ହେଲା, ଆମର ଯୁବଶକ୍ତି । ବିଜ୍ଞାନ କ୍ଷେତ୍ରରେ ଆମର ଉପଲବ୍ଧି, ନବସୃଜନ, ପ୍ରଯୁକ୍ତିବିଦ୍ୟାର ବିସ୍ତାରକୁ ଦେଖି ବିଶ୍ୱର ଅନେକ ଦେଶ ପ୍ରଭାବିତ ହୋଇଛନ୍ତି ।
ବନ୍ଧୁଗଣ, ଭାରତର ଯୁବବର୍ଗଙ୍କଠାରେ ସବୁବେଳେ କିଛି ନୂଆ କରିବାର ଉତ୍ସାହ ରହୁଛି ଏବଂ ସେମାନେ ସେତିକି ସଚେତନ ମଧ୍ୟ । ମୋର ଯୁବବନ୍ଧୁମାନେ ଅନେକ ଥର ମୋତେ ପଚାରନ୍ତି ଯେ, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ସେମାନେ ନିଜର ଯୋଗଦାନ କିଭଳି ବୃଦ୍ଧି କରିପାରିବେ ? ସେମାନେ କିଭଳି ନିଜର ଅଭିଜ୍ଞତାକୁ ଶେୟାର କରିପାରିବେ ? ଅନେକ ବନ୍ଧୁ ପଚାରନ୍ତି ଯେ, ସେମାନେ କିଭଳି ନିଜର ଚିନ୍ତାଧାରାକୁ ମୋ ସମ୍ମୁଖରେ ଉପସ୍ଥାପନ କରିପାରିବେ ? ଆମ ଯୁବବନ୍ଧୁମାନଙ୍କ ଏହି ଜିଜ୍ଞାସାର ସମାଧାନ ହେଉଛି ‘Viksit Bharat Young Leaders Dialogue’ ଗତବର୍ଷ ଏହାର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିଲା । ଏବେ କିଛିଦିନ ପରେ ଏହାର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ମାସ ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତି ଅବସରରେ ଜାତୀୟ ଯୁବ ଦିବସ ପାଳନ କରାଯିବ । ସେହି ଦିନ ‘Young Leaders Dialogue’ର ଆୟୋଜନ କରାଯିବ । ଆଉ ମୁଁ ବି ଏଥିରେ ନିଶ୍ଚୟ ସାମିଲ୍ ହେବି । ଏଥିରେ ଆମ ଯୁବବର୍ଗ ନବୋନ୍ମେଷ, ଫିଟନେସ, ଷ୍ଟାର୍ଟ ଅପ୍ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଜ ଅଭିଜ୍ଞତା ଶେୟାର୍ କରିବେ । ମୁଁ ଏହି କାର୍ଯ୍ୟକ୍ରମକୁ ନେଇ ବହୁତ ଉତ୍ସୁକ ।
ବନ୍ଧୁଗଣ, ଏହି କାର୍ଯ୍ୟକ୍ରମରେ ଆମ ଯୁବବର୍ଗର ଅଂଶଗ୍ରହଣ ବୃଦ୍ଧିପାଇବା ଦେଖି ମୋତେ ଭଲ ଲାଗିଲା । ମାତ୍ର କିଛିଦିନ ପୂର୍ବେ ଏଥିସହ ସମ୍ପର୍କିତ ଗୋଟିଏ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୫୦ ଲକ୍ଷରୁ ଅଧିକ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ । ଗୋଟିଏ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଉପରେ ନିଜର ମତାମତ ପ୍ରକାଶ କରିଥିଲେ । ଏହି ପ୍ରତିଯୋଗିତାରେ ତାମିଲନାଡ଼ୁ ପ୍ରଥମ ଏବଂ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।
ବନ୍ଧୁଗଣ, ଆଜି ଦେଶରେ ଯୁବବର୍ଗଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ନିମନ୍ତେ ନୂଆ ନୂଆ ସୁଯୋଗ ମିଳୁଛି । ଏଭଳି ଅନେକ ମଞ୍ଚ ବିକଶିତ ହେଉଛି, ଯେଉଁଠାରେ ଯୁବବର୍ଗ ନିଜର ଯୋଗ୍ୟତା ଏବଂ ରୁଚି ଅନୁସାରେ ପ୍ରତିଭା ପ୍ରଦର୍ଶନ କରିପାରିବେ । ଏଭଳି ଗୋଟିଏ ମଞ୍ଚ ହେଉଛି ସ୍ମାର୍ଟ ଇଣ୍ଡିଆ ହାକାଥନ୍ । ଏହା ଆଉ ଏକ ଏଭଳି ମାଧ୍ୟମ, ଯେଉଁଠି ଅଭିଜ୍ଞତା ଆକ୍ସନରେ ପରିବର୍ତ୍ତିତ ହୋଇଥାଏ ।
ବନ୍ଧୁଗଣ, ସ୍ମାର୍ଟ ଇଣ୍ଡିଆ ହାକାଥନ୍ – ୨୦୨୫ ଚଳିତ ମାସ ଉଦ୍ୟାପିତ ହେଲା । ଏହି ହାକାଥନ୍ ସମୟରେ ୮୦ରୁ ଅଧିକ ସରକାରୀ ବିଭାଗର ୨୭୦ରୁ ଅଧିକ ସମସ୍ୟା ଉପରେ ଛାତ୍ରଛାତ୍ରୀମାନେ କାର୍ଯ୍ୟ କଲେ । ବାସ୍ତବିକ ଜୀବନର ଆହ୍ୱାନଗୁଡ଼ିକ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଅନେକ ସମାଧାନ ଦେଲେ । ଯେମିତିକି ଟ୍ରାଫିକ୍ ସମସ୍ୟା । ଏହାକୁ ନେଇ ଯୁବବନ୍ଧୁମାନେ ‘Smart Traffic Management’ ସମ୍ପର୍କିତ ଅନେକ ରୋଚକ ସମ୍ଭାବନା ସେୟାର୍ କଲେ । ଆର୍ଥିକ ଠକେଇ ଏବଂ ଡିଜିଟାଲ୍ ଗିରଫଦାରୀ ଭଳି ଆହ୍ୱାନଗୁଡ଼ିକର ସମାଧାନ ନିମନ୍ତେ ମଧ୍ୟ ଯୁବବନ୍ଧୁମାନେ ନିଜର ଆଇଡିଆ ଶେୟାର କଲେ । ଗ୍ରାମାଞ୍ଚଳରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପାଇଁ ସାଇବର ସିକ୍ୟୁରିଟି ଫ୍ରେମୱାର୍କ ବିଷୟରେ ମଧ୍ୟ ସେମାନେ ବିଭିନ୍ନ ପ୍ରସ୍ତାବ ଦେଲେ । ଅନେକ ଯୁବବନ୍ଧୁ, କୃଷିକ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନର ସମାଧାନ ବାହାର କରିବାରେ ଲାଗି ରହିଲେ । ବନ୍ଧୁଗଣ, ଗତ ୭ରୁ ୮ ବର୍ଷରେ, ସ୍ମାର୍ଟ ଇଣ୍ଡିଆ ହାକାଥନରେ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏବଂ ୬ ହଜାରରୁ ଅଧିକ ସଂସ୍ଥା ଅଂଶଗ୍ରହଣ କରିସାରିଛନ୍ତି । ଯୁବବନ୍ଧୁମାନେ ଶହଶହ ସମସ୍ୟାର ସଫଳ ସମାଧାନ ମଧ୍ୟ ବାହାର କରିଛନ୍ତି । ଏହିଭଳି ହାକାଥନର ଆୟୋଜନ ସମୟ ସମୟରେ ହୋଇଥାଏ । ଏଥିରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବାକୁ ମୁଁ ମୋ ଯୁବବନ୍ଧୁମାନଙ୍କୁ ଅନୁରୋଧ କରୁଛି ।
ବନ୍ଧୁଗଣ, ଆଜିକାଲି ଜୀବନ Tech-Driven ହୋଇଚାଲିଛି ଏବଂ ଯେଉଁ ପରିବର୍ତ୍ତନ ସବୁ ହେବାକୁ ଶହ ଶହ ବର୍ଷ ଲାଗୁଥିଲା ସେ ସବୁ ମାତ୍ର କିଛି ବର୍ଷ ମଧ୍ୟରେ ସମ୍ଭବ ହେବା ଦେଖାଯାଉଛି । ବେଳେବେଳେ ଲୋକେ ଏ କଥାକୁ ନେଇ ବ୍ୟଗ୍ରତା ପ୍ରକାଶ କରୁଥିବା ଦେଖାଯାଉଛି ଯେ ରୋବୋଟ୍ ଯେମିତି ମନୁଷ୍ୟର ସ୍ଥାନ ନେଇ ନ ଯାଉ । ଏଭଳି ପରିବର୍ତ୍ତନଶୀଳ ସମୟରେ ମାନବ ବିକାଶ ପାଇଁ ନିଜ ଉଦ୍ୟମ ସହ ଜଡ଼ିତ ହୋଇ ରହିବା ବହୁତ ଜରୁରୀ । ଆମର ନୂତନ ପିଢ଼ି ଆମ ସଂସ୍କୃତିକୁ ନୂତନ ଚିନ୍ତାଧାରା ଏବଂ ଢଙ୍ଗରେ ଉତ୍ତମ ରୂପେ ସଂରକ୍ଷିତ କରୁଥିବା ସହ ଦେଖି ମୋତେ ବହୁତ ଖୁସି ଲାଗୁଛି ।
ବନ୍ଧୁଗଣ, ଆପଣମାନେ Indian Institute of Scienceର ନାମ ନିଶ୍ଚୟ ଶୁଣିଥିବେ । ଗବେଷଣା ଏବଂ ନବୋନ୍ମେଷ ଏହି ସଂସ୍ଥାର ପରିଚୟ । କିଛି ବର୍ଷ ପୂର୍ବେ ସେଠାକାର କିଛି ପୁରାତନ ଛାତ୍ର ଉପଲବ୍ଧି କଲେ ଯେ, ପାଠପଢ଼ା ଏବଂ ଗବେଷଣା ସହ ସଙ୍ଗୀତର ଉପସ୍ଥିତି ମଧ୍ୟ ନିହାତି ଆବଶ୍ୟକ । ଏତିକିରୁ ଆରମ୍ଭ ହେଲା ଗୋଟିଏ ଛୋଟିଆ ମ୍ୟୁଜିକ୍ କ୍ଲାସ୍ । ନା କୌଣସି ବଡ଼ ମଞ୍ଚ, ନା ବଡ଼ ବଜେଟ୍ । ଧିରେ ଧିରେ ଏହି ପ୍ରୟାସ ଗତିଶୀଳ ହେଲା ଏବଂ ଆଜି ଏହାକୁ ଆମେ ‘Geetanjali IISc’ ନାଁରେ ଜାଣିଛୁ । ଏହା ଏବେ କେବଳ କ୍ଲାସ୍ ନୁହେଁ, କ୍ୟାମ୍ପସ୍ ର ସାଂସ୍କୃତିକ କେନ୍ଦ୍ର । ଏଠାରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଅଛି, ଲୋକପରମ୍ପରା ଅଛି, ଶାସ୍ତ୍ରୀୟ ଧାରା ଅଛି, ଛାତ୍ରମାନେ ଯେଉଁଠାରେ ଏକାଠି ବସି ଅଭ୍ୟାସ କରୁଛନ୍ତି । ପ୍ରଫେସର ସାଥିରେ ବସୁଛନ୍ତି । ସେମାନଙ୍କ ପରିବାର ମଧ୍ୟ ଯୋଗ ଦେଉଛନ୍ତି । ଆଜି ୨୦୦ରୁ ଅଧିକ ଲୋକ ଏହା ସହ ଜଡ଼ିତ । ବିଶେଷ କଥା ହେଲା ଯେ, ଯେଉଁମାନେ ବିଦେଶକୁ ଚାଲିଯାଇଛନ୍ତି, ସେମାନେ ମଧ୍ୟ ଅନଲାଇନ୍ ମାଧ୍ୟମରେ ଏହ ଗ୍ରୁପ୍ ସହିତ ଯୋଡ଼ିହୋଇ ରହିଛନ୍ତି ।
ବନ୍ଧୁଗଣ ନିଜର ମୂଳ ସହିତ ଜଡ଼ିତ ରହିବାର ଏହି ପ୍ରୟାସଗୁଡ଼ିକ ଭାରତ ଭିତରେ ସୀମିତ ନୁହେଁ । ବିଶ୍ୱର ବିଭିନ୍ନ କୋଣଅନୁକୋଣ ଏବଂ ସେଠାରେ ବସବାସ କରୁଥିବା ଭାରତୀୟମାନେ ମଧ୍ୟ ନିଜର ଭୂମିକା ନିର୍ବାହ କରୁଛନ୍ତି । ଆଉ ଏକ ଉଦାହରଣ ଯାହା ଆମକୁ ଦେଶରୁ ବାହାରକୁ ନେଇଯାଏ – ସେହି ସ୍ଥାନ ହେଉଛି ‘ଦୁବାଇ’ । ସେଠାରେ ରହୁଥିବା କନ୍ନଡ଼ ପରିବାରଗୁଡ଼ିକ ନିଜକୁ ଏକ ଜରୁରୀ ପ୍ରଶ୍ନ ପଚାରିଥିଲେ - ଆମ ପିଲାମାନେ ପ୍ରଯୁକ୍ତି ଦୁନିଆରେ ଆଗକୁ ବଢ଼ୁଛନ୍ତି, କିନ୍ତୁ ସେମାନେ ନିଜ ଭାଷାଠୁ ଦୂରେଇ ଯାଉନାହାନ୍ତି ତ ? ଏଥିରୁ ସୃଷ୍ଟି ହେଲା ‘କନ୍ନଡ଼ ପାଠଶାଳା’ । ଏହା ଏହିପରି ଏକ ପ୍ରୟାସ, ଯେଉଁଠି ପିଲାମାନଙ୍କୁ ‘କନ୍ନଡ଼’ ପଢ଼ାଇବା, ଶିଖିବା, ଲେଖିବା ଏବଂ କହିବା ଶିଖାଯାଏ । ଆଜି ଏଥିସହ ହଜାରରୁ ଅଧିକ ପିଲା ଯୋଡ଼ିହୋଇଛନ୍ତି । ସତରେ, କନ୍ନଡ଼ ନାଡୁ, ନୁଡି ନମ୍ମା ହେମ୍ମେ । କନ୍ନଡ଼ର ଭୂମି ଏବଂ ଭାଷା ଆମର ଗର୍ବ ।
ବନ୍ଧୁଗଣ, ଏକ ପୁରୁଣା ଉକ୍ତି ଅଛି ‘ଇଚ୍ଛା ଥିଲେ, ଉପାୟ ଆସେ’ । ଏହି ଉକ୍ତିକୁ ପୁନର୍ବାର ସତ୍ୟ ସାବ୍ୟସ୍ତ କରି ଦେଖାଇଛନ୍ତି ମଣିପୁରର ଜଣେ ଯୁବକ ମୋଇରାଙ୍ଗଥେମ୍ ସେଠ ଜୀ । ତାଙ୍କର ବୟସ ୪୦ ବର୍ଷରୁ ମଧ୍ୟ କମ୍ । ଶ୍ରୀମାନ୍ ମୋଇରାଙ୍ଗଥେମ୍ ଜୀ ମଣିପୁରର ଯେଉଁ ଉପାନ୍ତ ଅଞ୍ଚଳରେ ରହୁଥିଲେ ସେଠାରେ ବିଦ୍ୟୁତର ବଡ଼ ସମସ୍ୟା ଥିଲା । ଏହି ଆହ୍ୱାନର ମୁକାବିଲା କରିବା ପାଇଁ ସେ Local Solution ଉପରେ ଗୁରୁତ୍ୱ ଦେଲେ ଏବଂ ତାଙ୍କୁ ଏହି ସମାଧାନ ମିଳିଥିଲା Solar Power ରୂପେ । ଏମିତିରେ ଆମ ମଣିପୁରରେ ସୌରଶକ୍ତି ଉତ୍ପାଦନ କରିବା ସହଜ । ତେଣୁ ମୋଇରାଙ୍ଗଥେମ୍ ଜୀ ସୋଲାର୍ ପ୍ୟାନେଲ ଲଗାଇବାର ଅଭିଯାନ ଚଳାଇଲେ ଏବଂ ଏହି ଅଭିଯାନ କାରଣରୁ ଆଜି ତାଙ୍କ ଅଞ୍ଚଳର ଶହଶହ ଘରେ ସୌରଶକ୍ତି ପହଞ୍ଚିପାରିଛି । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ସେ ସ୍ୱାସ୍ଥ୍ୟସେବା ଏବଂ ଜୀବନ ଜୀବିକାକୁ ଉନ୍ନତ କରିବା ପାଇଁ ସୌରଶକ୍ତିର ଉପଯୋଗ କରିଛନ୍ତି । ଆଜି ତାଙ୍କ ପ୍ରୟାସରେ ମଣିପୁରରେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ସୌରଶକ୍ତି ମିଳିପାରିଛି । ତାଙ୍କର ଏହି କାମରୁ ମଣିପୁରର ନାରୀ-ଶକ୍ତିକୁ ମଧ୍ୟ ବହୁତ ଲାଭ ମିଳିଛି । ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ କଳାକାରମାନଙ୍କୁ ବି ଏଥିରୁ ସହାୟତା ମିଳିଛି ।
ବନ୍ଧୁଗଣ, ଏବେ ସରକାର ‘ପିଏମ୍ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନା’ ଜରିଆରେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ସୋଲାର ପ୍ୟାନେଲ ଲଗାଇବା ପାଇଁ ପ୍ରାୟ ୭୫ରୁ ୮୦ ହଜାର ଟଙ୍କା ଦେଉଛନ୍ତି । ମୋଇରାଙ୍ଗଥେମ୍ ଜୀଙ୍କର ଏହି ପ୍ରୟାସଗୁଡ଼ିକ ଯଦିଓ ବ୍ୟକ୍ତିଗତ ପ୍ରଚେଷ୍ଟା, କିନ୍ତୁ ସୌରଶକ୍ତି ସହିତ ସଂପୃକ୍ତ ପ୍ରତ୍ୟେକ ଅଭିଯାନକୁ ଏହା ନୂଆ ଗତି ଦେଉଛି । ମୁଁ ‘ମନ କୀ ବାତ୍’ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତୁ ଏବେ ଜାମ୍ମୁ-କାଶ୍ମୀର ଯିବା । ମୁଁ ଜାମ୍ମୁ-କାଶ୍ମୀରର ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟ ବିଷୟରେ ଏକ କାହାଣୀ ବାଣ୍ଟିବାକୁ ଚାହୁଁଛି ଯାହା ଆପଣଙ୍କୁ ଗର୍ବରେ ଭରିଦେବ । ଜାମ୍ମୁ-କାଶ୍ମୀରର ବାରାମୂଲାରେ ଜେହାନପୋରା ନାମକ ସ୍ଥାନଟିଏ ଅଛି । ବର୍ଷବର୍ଷ ଧରି ଲୋକେ ସେଇଠି କିଛି ଉଚ୍ଚ କୁଦ ଦେଖି ଆସୁଥିଲେ । କେହି ଜାଣି ନଥିଲେ ଯେ ଏହି ସାଧାରଣ କୁଦଗୁଡ଼ିକ କ'ଣ ? ତା'ପରେ ଦିନେ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ ଦୃଷ୍ଟି ତା’ ଉପରେ ପଡ଼ିଲା । ଯେତେବେଳେ ସେହି ଅଞ୍ଚଳକୁ ନିକଟରୁ ପର୍ଯ୍ୟବେକ୍ଷଣ କରିବା ଆରମ୍ଭ କଲେ, ସେ ଅନୁଭବ କଲେ ଯେ ସେଗୁଡ଼ିକ କିଛି ଅସାଧାରଣ ଜିନିଷ । ଏହାପରେ ସେହି କୁଦଗୁଡ଼ିକର ବୈଜ୍ଞାନିକ ଅଧ୍ୟୟନ ଆରମ୍ଭ ହେଲା । ଡ୍ରୋନ୍ ସାହାଯ୍ୟରେ ଉପରୁ ଫଟୋ ଉଠାଗଲା ଏବଂ ଭୂମିର ମ୍ୟାପିଙ୍ଗ୍ କରାଗଲା । ତା’ପରେ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ ହେଲା । ଜଣାପଡିଲା ଯେ ସେଇ କୁଦଗୁଡ଼ିକ ପ୍ରାକୃତିକ ନୁହେଁ । ସେଗୁଡ଼ିକ ମନୁଷ୍ୟ ନିର୍ମିତ କୌଣସି ବଡ଼ ପ୍ରାସାଦର ଅବଶେଷ ଥିଲା । ଠିକ୍ ସେତେବେଳେ ଆଉ ଏକ ମଜାଦାର ସଂଯୋଗ ଜଣାପଡ଼ିଲା । କାଶ୍ମୀରରୁ ହଜାର ହଜାର କିଲୋମିଟର ଦୂରରେ, ଫ୍ରାନ୍ସର ଏକ ସଂଗ୍ରହାଳୟର ଅଭିଲେଖାଗାରରେ ଗୋଟିଏ ପୁରୁଣା, ଅସ୍ପଷ୍ଟ ଚିତ୍ର ଆବିଷ୍କୃତ ହେଲା । ବାରାମୂଲାର ସେହି ଚିତ୍ରରେ ତିନୋଟି ବୌଦ୍ଧସ୍ତୂପ ଦୃଶ୍ୟମାନ ହେଉଥିଲା । ଏଇଠୁ ସମୟ ଏକ ନୂଆ ମୋଡ଼ ନେଲା ଏବଂ କାଶ୍ମୀରର ଗୌରବମୟ ଅତୀତ ଆମ ସାମ୍ନାକୁ ଆସିଲା । ଏହା ପ୍ରାୟ ଦୁଇ ହଜାର ବର୍ଷ ପରିବ୍ୟାପ୍ତ ଇତିହାସ । କାଶ୍ମୀରର ଜେହାନପୋରାରେ ଥିବା ଏହି ବୌଦ୍ଧ ପରିସର ଆମକୁ କାଶ୍ମୀରର ଅତୀତ କ’ଣ ଥିଲା ଏବଂ ଏହାର ପରିଚୟ କେତେ ସମୃଦ୍ଧ ଥିଲା, ତାହା ମନେ ପକାଇଦିଏ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଏବେ ଆପଣମାନଙ୍କୁ ଭାରତରୁ ହଜାର ହଜାର କିଲୋମିଟର ଦୂରରେ ହୋଇଥିବା ଏକ ହୃଦୟସ୍ପର୍ଶୀ ପ୍ରୟାସ କଥା ବିଷୟରେ କହିବାକୁ ଚାହୁଁଛି । ଫିଜିରେ ଭାରତୀୟ ଭାଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରଶଂସନୀୟ ଉଦ୍ୟମ ହୋଇଛି । ସେଠାକାର ନୂତନ ପିଢ଼ିକୁ ତାମିଲ ଭାଷା ସହିତ ଯୋଡ଼ିବା ପାଇଁ ଅନେକ ସ୍ତରରେ ନିରନ୍ତର ପ୍ରୟାସ କରାଯାଉଛି । ଗତମାସରେ, ଫିଜିର ରାକି-ରାକି ଅଞ୍ଚଳରେ ସେଠାକାର ଏକ ସ୍କୁଲରେ ପ୍ରଥମ ଥର ପାଇଁ ତାମିଲ ଦିବସ ପାଳନ କରାଯାଇଥିଲା । ସେହି ଦିନ ପିଲାଙ୍କୁ ଏଭଳି ଏକ ମଞ୍ଚ ମିଳିଲା, ଯେଉଁଠି ସେମାନେ ଖୋଲା ହୃଦୟରେ ନିଜ ଭାଷାକୁ ନେଇ ଗର୍ବ ବ୍ୟକ୍ତ କରିଥିଲେ । ପିଲାମାନେ ତାମିଲ ଭାଷାରେ କବିତା ପାଠ କରିଥିଲେ, ଭାଷଣ ଦେଇଥିଲେ ଏବଂ ମଞ୍ଚ ଉପରେ ଆତ୍ମବିଶ୍ୱାସର ସହିତ ନିଜ ସଂସ୍କୃତିର ପ୍ରଦର୍ଶନ କରିଥିଲେ । ବନ୍ଧୁଗଣ, ତାମିଲ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଦେଶ ଭିତରେ ମଧ୍ୟ ନିରନ୍ତର କାର୍ଯ୍ୟ କରାଯାଉଛି । କିଛି ଦିନ ପୂର୍ବରୁ, ମୋର ସଂସଦୀୟ କ୍ଷେତ୍ର କାଶୀରେ ଚତୁର୍ଥ ‘କାଶୀ ତାମିଲ ସଙ୍ଗମମ୍’ ଅନୁଷ୍ଠିତ ହୋଇଥିଲା । ଏବେ, ମୁଁ ଆପଣଙ୍କୁ ଏକ ଅଡିଓ କ୍ଲିପ୍ ଶୁଣାଇବାକୁ ଯାଉଛି । ଶୁଣନ୍ତୁ ଏବଂ ଅନୁମାନ କରନ୍ତୁ ଯେ ତାମିଲ କହିବାକୁ ଚେଷ୍ଟା କରୁଥିବା ଏହି ପିଲାମାନେ କେଉଁ ଜାଗାର?
ବନ୍ଧୁଗଣ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାମିଲ ଭାଷାରେ ଏତେ ସହଜ ଭାବେ ନିଜ ବକ୍ତବ୍ୟ ପ୍ରକାଶ କରୁଥିବା ଏହି ପିଲାଏ କାଶୀର; ବାରାଣସୀର । ସେମାନଙ୍କ ମାତୃଭାଷା ହିନ୍ଦୀ, କିନ୍ତୁ ତାମିଲ ଭାଷା ପ୍ରତି ଅନୁରାଗ ସେମାନଙ୍କୁ ତାମିଲ ଶିଖିବାକୁ ପ୍ରେରଣା ଦେଇଛି । ଏ ବର୍ଷ, ବାରାଣସୀରେ ‘କାଶୀ ତାମିଲ ସଙ୍ଗମମ' ସମୟରେ, ତାମିଲ ଶିଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।
ତାମିଲ ଭାଷା ଶିଖନ୍ତୁ – ‘ତାମିଲ୍ କରାକଲମ୍' ଏହି ପ୍ରସଙ୍ଗ ଜରିଆରେ ବାରାଣସୀର ୫୦ରୁ ଅଧିକ ସ୍କୁଲରେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଚଳାଯାଇଥିଲା । ଏହାର ଫଳାଫଳ ଆମେ ଏହି ଅଡିଓ କ୍ଲିପରୁ ଶୁଣିପାରୁଛୁ ।
ବନ୍ଧୁଗଣ, ତାମିଲ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ଭାଷା । ତାମିଲ ସାହିତ୍ୟ ମଧ୍ୟ ଅତ୍ୟନ୍ତ ସମୃଦ୍ଧ । ମୁଁ ଆପଣଙ୍କୁ ‘ମନ କି ବାତ୍'ରେ ‘କାଶୀ ତାମିଲ୍ ସଙ୍ଗମମ୍’ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲି । ମୁଁ ଖୁସି ଯେ ଆଜି ଦେଶର ଅନ୍ୟ ଅଞ୍ଚଳର ପିଲା ଏବଂ ଯୁବକଯୁବତୀଙ୍କ ମଧ୍ୟରେ ବି ତାମିଲ୍ ଭାଷା ପ୍ରତି ନୂତନ ଆଗ୍ରହ ଦେଖାଯାଉଛି - ଏହା ହେଉଛି ଭାଷାର ଶକ୍ତି, ଏହା ହେଉଛି ଭାରତର ଏକତା ।
ବନ୍ଧୁଗଣ, ଆସନ୍ତା ମାସରେ ଆମେ ଦେଶର ୭୭ତମ ଗଣତନ୍ତ୍ର ଦିବସ ପାଳନ କରିବା । ଯେତେବେଳେ ବି ଏପରି ସୁଯୋଗ ଆସେ, ଆମ ହୃଦୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସମ୍ୱିଧାନ ନିର୍ମାତାଙ୍କ ପ୍ରତି କୃତଜ୍ଞତାରେ ପୂରିଉଠେ । ଆମ ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଁ ଏକ ଦୀର୍ଘ ଲଢ଼େଇ ଲଢ଼ିଛି । ଦେଶର ପ୍ରତ୍ୟେକ ଅଞ୍ଚଳର ଲୋକ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ, ସ୍ୱାଧୀନତାର ଅନେକ ନାୟକ-ନାୟିକାଙ୍କୁ ଯେଉଁ ସମ୍ମାନ ମିଳିବା କଥା, ତାହା ମିଳିନାହିଁ । ସେହିଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ଓଡ଼ିଶାର ପାର୍ବତୀ ଗିରି ଜୀ । ଜାନୁଆରୀ ୨୦୨୬ରେ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯିବ । ସେ ୧୬ ବର୍ଷ ବୟସରେ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ବନ୍ଧୁଗଣ, ସ୍ୱାଧୀନତା ଆନ୍ଦୋଳନ ପରେ, ପାର୍ବତୀ ଗିରି ସମାଜସେବା ଏବଂ ଆଦିବାସୀ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ତାଙ୍କର ପ୍ରେରଣାଦାୟକ ଜୀବନ ପ୍ରତ୍ୟେକ ପିଢ଼ିକୁ ମାର୍ଗଦର୍ଶନ କରି ଚାଲିବ ।
‘ମୁଁ ପାର୍ବତୀ ଗିରି ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।’
ବନ୍ଧୁଗଣ, ଆମ ଐତିହ୍ୟକୁ ଭୁଲି ନ ଯିବା ଆମର ଦାୟିତ୍ୱ । ଆସନ୍ତୁ ଆମେ ସ୍ୱାଧୀନତା ପ୍ରଦାନ କରିଥିବା ସେହି ନାୟକ-ନାୟିକାମାନଙ୍କ ମହାନ ଗାଥାକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା । ଆପଣମାନଙ୍କର ମନେଥିବ ଯେ ଯେତେବେଳେ ଆମ ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହୋଇଥିଲା, ସେତେବେଳେ ସରକାର ଏକ ସ୍ୱତନ୍ତ୍ର ୱେବସାଇଟ୍ ତିଆରି କରିଥିଲେ । ଏହାର ଏକ ବିଭାଗ ‘ଅନାଲୋଚିତ ନାୟକମାନଙ୍କ' ପାଇଁ ଉତ୍ସର୍ଗୀକୃତ ଥିଲା । ଆଜି ମଧ୍ୟ ଆପଣ ଏହି ୱେବସାଇଟକୁ ପରିଦର୍ଶନ କରି ସେହି ମହାନ୍ ବ୍ୟକ୍ତିତ୍ୱମାନଙ୍କ ବିଷୟରେ ଜାଣିପାରିବେ, ଯେଉଁମାନେ ଦେଶକୁ ସ୍ୱାଧୀନତା ଆଣିଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ ମାଧ୍ୟମରେ ଆମକୁ ସମାଜର କଲ୍ୟାଣ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା କରିବା ପାଇଁ ଗୋଟିଏ ସୁନ୍ଦର ଅବସର ମିଳୁଛି । ଆଜି ମୁଁ ଏଭଳି ଏକ ବିଷୟରେ କଥା ହେବାକୁ ଚାହୁଁଛି, ଯାହାକି ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡ଼ିଛି । ICMR ଅର୍ଥାତ୍ Indian Council of Medical Research ଏଇ କିଛିଦିନ ତଳେ ଏକ ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଇଛି ଯେ ନିମୋନିଆ ଏବଂ UTI ଭଳି ଅନେକ ରୋଗ ବିରୁଦ୍ଧରେ antibiotic ଔଷଧଗୁଡ଼ିକ ଦୁର୍ବଳ ସାବ୍ୟସ୍ତ ହେଉଛନ୍ତି । ଆମ ସମସ୍ତଙ୍କ ପାଇଁ ଏହା ଏକ ଚିନ୍ତାଜନକ ବିଷୟ । ରିପୋର୍ଟ ଅନୁସାରେ ଏହାର ଗୋଟିଏ ବଡ଼ କାରଣ ହେଲା ଭଲ-ମନ୍ଦ ନ ଭାବି ଲୋକମାନେ antibiotic ଔଷଧଗୁଡ଼ିକ ସେବନ କରୁଛନ୍ତି । antibiotic ସେଭଳି ଔଷଧ ନୁହେଁ, ଯାହାକୁ ମନଇଚ୍ଛା ସେବନ କରାଯିବ । ଏହାର ବ୍ୟବହାର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରିବା ଉଚିତ । ଆଜିକାଲି, ଲୋକମାନେ ମାନିନେଉଛନ୍ତି ଯେ ବାସ୍ ଗୋଟିଏ ବଟିକା ଖାଇଦିଅ ସମସ୍ତ ଅସୁବିଧା ଦୂର ହୋଇଯିବ । ଏହି କାରଣରୁ ରୋଗ ଏବଂ ସଂକ୍ରମଣଗୁଡ଼ିକ antibioticଠାରୁ ବଳବାନ୍ ଲାଗୁଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ନିଜର ଇଚ୍ଛା ଅନୁସାରେ ଔଷଧ ସେବନ କରିବା ବନ୍ଦ କରନ୍ତୁ । Antibiotic ବ୍ୟବହାର କ୍ଷେତ୍ରରେ ଏହି କଥା ପ୍ରତି ଧ୍ୟାନଦେବା ବହୁତ ଜରୁରୀ । ମୁଁ ତ କହିବି – ଔଷଧ ବ୍ୟବହାର ପାଇଁ ମାର୍ଗଦର୍ଶନ ଏବଂ antibiotic ପାଇଁ ଡାକ୍ତରଙ୍କ ପରାମର୍ଶ ବହୁତ ଜରୁରୀ । ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ।
ମୋର ପ୍ରିୟ ଦେଶବାସୀଗଣ ଆମର ପାରମ୍ପରିକ କଳା ସମାଜକୁ ସଶକ୍ତ କରିବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଆର୍ଥିକ ପ୍ରଗତି ଦିଗରେ ଏକ ବଡ଼ ମାଧ୍ୟମ ହୋଇପାରିଛି । ଆନ୍ଧ୍ରପ୍ରଦେଶର ନାରସାପୁରମ୍ ଜିଲ୍ଲାର ଲେସ୍ କ୍ରାଫ୍ଟର ଚର୍ଚ୍ଚା ଏବେ ସାରା ଦେଶରେ ବଢ଼ିଚାଲିଛି । ଏହି ଲେସ୍ କ୍ରାଫ୍ଟ କଳାଟି ପୁରୁଷ ପୁରୁଷ ଧରି ମହିଳାମାନଙ୍କ ହାତରେ ହିଁ ରହିଛି । ବହୁତ ଧୈର୍ଯ୍ୟ ଓ ନିପୁଣତାର ସହିତ ଦେଶର ନାରୀଶକ୍ତି ଏହାର ସଂରକ୍ଷଣ କରିଆସିଛି । ଆଜି ଏହି ପରମ୍ପରାକୁ ଏକ ନୂଆ ରୂପ ରଙ୍ଗ ସହିତ ଆଗେଇନେବାର ଚେଷ୍ଟା କରାଯାଉଛି । ଆନ୍ଧ୍ରପ୍ରଦେଶ ସରକାର ଏବଂ ନାବାର୍ଡ ମିଳିତ ଭାବରେ କାରିଗରମାନଙ୍କୁ ନୂଆ ନୂଆ ଡିଜାଇନ୍ ଶିଖାଉଛନ୍ତି । ଉତ୍ତମ କୌଶଳର ପ୍ରଶିକ୍ଷଣ ଦେଉଛନ୍ତି ତଥା ନୂଆ ନୂଆ ବଜାର ସହିତ ସଂଯୋଗ କରୁଛନ୍ତି । ନାର୍ସାପୁରମ୍ ଲେସକୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିଛି । ଆଜି ଏହାର ୫୦୦ରୁ ଅଧିକ ଉତ୍ପାଦ ତିଆରି ହେଉଛି ଏବଂ ଅଢ଼େଇ ଶହରୁ ଅଧିକ ଗାଁମାନଙ୍କରେ ପ୍ରାୟତଃ ୧ ଲକ୍ଷ ମହିଳାଙ୍କୁ ଏହାଦ୍ୱାରା ରୋଜଗାର ମିଳୁଛି ।
ବନ୍ଧୁଗଣ ‘ମନ୍ କି ବାତ୍’ ସେହିଭଳି ଲୋକମାନଙ୍କୁ ଆଗକୁ ଆଣିବାର ଗୋଟିଏ ମଞ୍ଚ ଯେଉଁମାନେ ତାଙ୍କର କଠିନ ପରିଶ୍ରମ ଦ୍ୱାରା ଖାଲି ପାରମ୍ପରିକ କଳାକୁ ଆଗକୁ ବଢ଼ାଉଛନ୍ତି, ତା’ନୁହେଁ ବରଂ ଏହାଦ୍ୱାରା ସ୍ଥାନୀୟ ଲୋକମାନଙ୍କୁ ସଶକ୍ତ ମଧ୍ୟ କରୁଛନ୍ତି । ମଣିପୁରର ଚୁରାଚାନ୍ଦପୁରରେ ମାର୍ଗାରେଟ୍ ରାମଥାରସିମଙ୍କର ଏହିପରି ଏକ ପ୍ରୟାସ ରହିଛି । ସେ ମଣିପୁରର ପାରମ୍ପରିକ ଉତ୍ପାଦକୁ, ସେଠାକାର ହସ୍ତଶିଳ୍ପକୁ, ବାଉଁଶ ଏବଂ କାଠରେ ତିଆରି ହୋଇଥିବା ଜିନିଷଗୁଡ଼ିକୁ, ଗୋଟିଏ ବୃହତ ଦୃଷ୍ଟିରୁ ଦେଖିଲେ ଏବଂ ତାଙ୍କର ଏହି ଦୂରଦୃଷ୍ଟି ଦ୍ୱାରା ସେ ଜଣେ ହସ୍ତଶିଳ୍ପ କଳାକାର ଭାବରେ ଲୋକଙ୍କ ଜୀବନକୁ ବଦଳାଇବାର ମାଧ୍ୟମ ହୋଇଯାଇଛନ୍ତି । ଆଜି ମାର୍ଗାରେଟ୍ ଜୀଙ୍କ ୟୁନିଟରେ ୫୦ରୁ ଅଧିକ କଳାକାର କାମ କରୁଛନ୍ତି ଏବଂ ସେମାନେ ନିଜର ପରିଶ୍ରମ ଦ୍ୱାରା ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ନିଜ ଉତ୍ପାଦର ଗୋଟିଏ ବଜାର ମଧ୍ୟ ବିକାଶ କରିଛନ୍ତି ।
ବନ୍ଧୁଗଣ, ସେନାପତି ଜିଲ୍ଲାରେ ରହୁଥିବା ଚୋଖୋନେ କ୍ରିଚେନା ଜୀ ମଧ୍ୟ ମଣିପୁରର ଆଉ ଗୋଟିଏ ଉଦାହରଣ । ତାଙ୍କର ପୁରା ପରିବାର ପାରମ୍ପରିକ କୃଷି ସହିତ ଯୋଡ଼ିହୋଇ ରହିଛନ୍ତି । କ୍ରିଚେନା ଏହି ପାରମ୍ପରିକ ଅନୁଭୂତିକୁ ଆଉଟିକେ ବଢ଼ାଇଲେ । ସେମାନେ ଫୁଲଚାଷକୁ ନିଜର ସଉକ ବନାଇଲେ । ଆଜି ସେ ଏହି କାମକୁ ଭିନ୍ନ ଭିନ୍ନ ବଜାର ସହିତ ସଂଯୁକ୍ତ କରିଛନ୍ତି ଏବଂ ନିଜ ଅଞ୍ଚଳର ସ୍ଥାନୀୟ ସମୁଦାୟକୁ ମଧ୍ୟ ସଶକ୍ତ କରୁଛନ୍ତି । ବନ୍ଧୁଗଣ, ଏହି ଉଦାହରଣ ଆମକୁ ଶିଖାଇଦିଏ ଯେ ଯଦି ପାରମ୍ପରିକ ଜ୍ଞାନକୁ ଆଧୁନିକ ଦୃଷ୍ଟିଭଙ୍ଗୀ ଦ୍ୱାରା ବଢ଼ାଇବାକୁ ଚେଷ୍ଟା କରିବା ତାହେଲେ ଏହା ଆର୍ଥିକ ପ୍ରଗତିର ଗୋଟିଏ ବଡ଼ ମାଧ୍ୟମ ହୋଇପାରିବ । ଆପଣଙ୍କ ଆଖପାଖରେ ମଧ୍ୟ ଯଦି ଏହିଭଳି ସଫଳ କାହାଣୀ ଥାଏ, ତେବେ ମୋତେ ନିଶ୍ଚୟ ସେୟାର୍ କରନ୍ତୁ ।
ବନ୍ଧୁଗଣ, ଆମ ଦେଶର ସବୁଠାରୁ ସୁନ୍ଦର କଥା ଏଇୟା ଯେ ବର୍ଷସାରା ପ୍ରତ୍ୟେକ ସମୟରେ କୌଣସି ନା କୌଣସି ଅଞ୍ଚଳରେ ଉତ୍ସବର ବାତାବରଣ ରହେ । ଭିନ୍ନ ଭିନ୍ନ ପର୍ବପର୍ବାଣୀ ତ ଅଛି, ଏହାସହିତ ବିଭିନ୍ନ ରାଜ୍ୟରେ ସ୍ଥାନୀୟ ଉତ୍ସବଗୁଡ଼ିକ ମଧ୍ୟ ଆୟୋଜିତ ହେଉଛି । ଅର୍ଥାତ୍, ଯଦି ଆପଣ ବୁଲିବାକୁ ମନ କରିବେ, ତାହେଲେ ସବୁ ସମୟରେ ଦେଶର କୌଣସି ନା କୌଣସି କୋଣରେ ନିଜର ସ୍ୱତନ୍ତ୍ର ଉତ୍ସବ ସହିତ ପର୍ବପର୍ବାଣୀ ଦେଖିବାକୁ ମିଳିବ । ଏହିଭଳି ଏକ ଉତ୍ସବ ଏବେ କଚ୍ଛ୍’ର ରଣ’ରେ ଚାଲୁଅଛି । ଏହି ବର୍ଷ କଚ୍ଛ ରଣୋତ୍ସବର ଏହି ଆୟୋଜନ ୨୩ ନଭେମ୍ବର ଠାରୁ ଆରମ୍ଭ ହୋଇଛି, ଯାହାକି ୨୦ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ସେଠାରେ କଚ୍ଛର ଲୋକସଂସ୍କୃତି, ଲୋକସଙ୍ଗୀତ, ନୃତ୍ୟ ଏବଂ ହସ୍ତଶିଳ୍ପର ବିବିଧତା ଦେଖିବାକୁ ପାଇବେ । କଚ୍ଛର ଧବଳ ରଣର ଭବ୍ୟତା ଦେଖିବା ସ୍ୱୟଂ ଏକ ସୁଖଦ ଅନୁଭୂତି । ରାତି ସମୟରେ ଯେତେବେଳେ ଧବଳ ରଣ ଉପରେ ଚାନ୍ଦିନୀ ବିଛାଡିହୋଇ ପଡ଼େ ସେତେବେଳେ ତାହାର ଦୃଶ୍ୟ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିଦିଏ । ରଣ ଉତ୍ସବର Tent City ବହୁତ ଲୋକପ୍ରିୟ । ମୁଁ ଜାଣିବାକୁ ପାଇଲି ଯେ ଗତ ଏକମାସ ମଧ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ରଣୋତ୍ସବରେ ଭାଗ ନେଇସାରିଛନ୍ତି ଏବଂ ଦେଶର କୋଣଅନୁକୋଣରୁ ଆସିଛନ୍ତି, ବିଦେଶରୁ ମଧ୍ୟ ଲୋକ ଆସିଛନ୍ତି । ଆପଣଙ୍କୁ ଯେତେବେଳେ ସୁଯୋଗ ମିଳିବ ତ ଏହିଭଳି ଉତ୍ସବରେ ନିଶ୍ଚୟ ଯୋଗଦିଅନ୍ତୁ ଏବଂ ଭାରତର ବିବିଧତାର ଆନନ୍ଦ ନିଅନ୍ତୁ
ବନ୍ଧୁଗଣ, ଏହା ହେଉଛି ୨୦୨୫ ମସିହାର ‘ମନ୍ କି ବାତ୍’ର ଶେଷ ଅଧ୍ୟାୟ, ଏବେ ଆମେ ୨୦୨୬ ମସିହାରେ ଏହିଭଳି ଉତ୍ସାହ ଏବଂ ଉଦ୍ଦୀପନାର ସହିତ, ଆତ୍ମୀୟତାର ସହିତ ନିଜ ମନର କଥା କହିବା ପାଇଁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ସହିତ ନିଶ୍ଚୟ ଏକତ୍ର ହେବା । ନୂତନ ଶକ୍ତି, ନୂତନ ବିଷୟ ଏବଂ ଦେଶବାସୀଙ୍କର ଅଗଣିତ ପ୍ରେରଣାଦାୟୀ କଥା ‘ମନ୍ କି ବାତ୍’ ମାଧ୍ୟମରେ ଆମ ସମସ୍ତଙ୍କୁ ଯୋଡିରଖୁଛି । ପ୍ରତିମାସରେ ମୋତେ ଏଭଳି ଅନେକ ବାର୍ତ୍ତା ମିଳେ, ଯେଉଁଥିରେ ‘ବିକଶିତ ଭାରତ’କୁ ନେଇ ନିଜ ନିଜର ଦୃଷ୍ଟିକୋଣକୁ ଲୋକମାନେ ମୋ ସହିତ ସେୟାର କରିଥାନ୍ତି । ଲୋକମାନଙ୍କଠାରୁ ମିଳୁଥିବା ପରାମର୍ଶ ଏବଂ ଏ ଦିଗରେ ସେମାନଙ୍କର ପ୍ରୟାସକୁ ଦେଖି ମୋର ବିଶ୍ୱାସ ଆହୁରି ଦୃଢ଼ ହେଉଛି ଯେ ‘ବିକଶିତ ଭାରତ’ ଗଠନର ଆମମାନଙ୍କର ସଂକଳ୍ପ ନିଶ୍ଚୟ ସିଦ୍ଧ ହେବ । ଏହି ବିଶ୍ୱାସ ଦିନକୁ ଦିନ ଦୃଢ଼ ହେବାରେ ଲାଗିଛି । ୨୦୨୬ ମସିହାଟି ଏହି ସଂକଳ୍ପ ସିଦ୍ଧିର ଯାତ୍ରାରେ ଗୋଟିଏ ମୁଖ୍ୟ ଭୂମିକା ଗ୍ରହଣ କରୁ, ଆପଣଙ୍କ ଓ ଆପଣଙ୍କ ପରିବାରର ଜୀବନ ଖୁସିରେ ଭରିଯାଉ, ଏହି କାମନା ସହିତ ଏହି ଅଧ୍ୟାୟରୁ ବିଦାୟ ନେବା ପୂର୍ବରୁ ନିଶ୍ଚିତ କହିବି ଯେ ‘Fit India Movement’ ଆପଣଙ୍କୁ ମଧ୍ୟ ଫିଟ୍ ରଖୁ । ଶୀତଋତୁ ବ୍ୟାୟାମ ପାଇଁ ବହୁତ ଉପଯୁକ୍ତ ସମୟ, ବ୍ୟାୟାମ ନିଶ୍ଚୟ କରନ୍ତୁ। ଆପଣ ସମସ୍ତଙ୍କୁ ୨୦୨୬ ବର୍ଷ ପାଇଁ ବହୁତ ବହୁତ ଶୁଭକାମନା । ଧନ୍ୟବାଦ । ବନ୍ଦେ ମାତରମ୍ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ‘ମନ୍ କି ବାତ୍’ରେ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ। ନଭେମ୍ବର ମାସଟି ଅନେକ ପ୍ରେରଣା ନେଇ ଆସିଛି। କିଛିଦିନ ପୂର୍ବେ ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ଦିବସ ଅବସରରେ ସେଣ୍ଟ୍ରାଲ୍ ହଲ୍ରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଲା। ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂରଣ ହେବା ଉପଲକ୍ଷେ ସାରା ଦେଶରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ଭବ୍ୟ ଶୁଭାରମ୍ଭ ହେଲା। ନଭେମ୍ବର ୨୫ ଦିନ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଧର୍ମଧ୍ୱଜା ଆରୋହଣ ହେଲା। ସେହିଦିନ କୁରୁକ୍ଷେତ୍ରର ଜ୍ୟୋତିସର୍ରେ ପାଞ୍ଚଜନ୍ୟ ସ୍ମାରକର ଲୋକାର୍ପଣ ହେଲା।
ବନ୍ଧୁଗଣ,
କିଛିଦିନ ପୂର୍ବରୁ ମୁଁ ହାଇଦ୍ରାବାଦଠାରେ ବିଶ୍ୱର ସବୁଠାରୁ ବଡ଼ ଲିପ ଇଞ୍ଜିନ୍ ଏମ୍ଆର୍ଓ ଫ୍ୟାସିଲିଟି ଉଦ୍ଘାଟନ କରିଛି। ଏୟାର କ୍ରାଫ୍ଟ ଗୁଡ଼ିକର ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍ କ୍ଷେତ୍ରରେ ଭାରତର ଏହା ଏକ ବଡ଼ ପଦକ୍ଷେ । ଗତ ସପ୍ତାହରେ ମୁମ୍ବାଇରେ ଗୋଟିଏ କାର୍ଯ୍ୟକ୍ରମ ସମୟରେ ଆଇଏନ୍ଏସ୍ ମାହେକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଗତସପ୍ତାହେ ହିଁ ଭାରତର ସ୍ପେସ୍ ଇକୋସିଷ୍ଟମକୁ ସ୍କାଏରୁଟ୍ର ଇନ୍ଫିନିଟି କ୍ୟାମ୍ପସ୍ ନୂତନ ଗତି ପ୍ରଦାନ କରିଛି। ଏହା ଭାରତର ନୂଆ ଚିନ୍ତାଧାରା, ନବସୃଜନ ଏବଂ ଯୁବଶକ୍ତିର ପ୍ରତିବିମ୍ବ ପାଲଟିଛି।
ବନ୍ଧୁଗଣ,
କୃଷିକ୍ଷେତ୍ରରେ ମଧ୍ୟ ଦେଶ ବଡ଼ ଉପଲବ୍ଧି ହାସଲ କରିଛି। ଭାରତ ୩୫୭ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରି ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିଛି। ୩୫୭ ମିଲିୟନ୍ ଟନ୍!! ୧୦ ବର୍ଷ ପୂର୍ବ ତୁଳନାରେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ୧୦୦ ମିଲିୟନ୍ ଟନ୍ ଆହୁରି ବୃଦ୍ଧି ପାଇଛି। କ୍ରୀଡ଼ା ଜଗତରେ ମଧ୍ୟ ଭାରତ ବିଜୟ ପତାକା ଉଡ଼ାଇଛି। କିଛିଦିନ ପୂର୍ବେ ହିଁ ଭାରତ ଦ୍ୱାରା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ ସମ୍ପର୍କରେ ଘୋଷଣା ହୋଇଛି। ଏସବୁ ଉପଲବ୍ଧି ଦେଶର, ଦେଶବାସୀଙ୍କର। ‘ମନ୍ କି ବାତ୍’ ଦେଶର ଜନସାଧାରଣଙ୍କ ଏଭଳିଉପଲବ୍ଧିଗୁଡ଼ିକୁ, ଲୋକଙ୍କ ମିଳିତ ପ୍ରଚେଷ୍ଟାକୁ ଜନତାଙ୍କ ସମ୍ମୁଖକୁ ଆଣିବା ପାଇଁ ଏକ ଉତ୍କୃଷ୍ଟ ମଞ୍ଚ।
ବନ୍ଧୁଗଣ,
ଯଦି ମନରେ ଦୃଢ଼ ଇଚ୍ଛା ଥାଏ, ସାମୂହିକ ଶକ୍ତି, ଦଳଗତ ଭାବେ କାର୍ଯ୍ୟ କରିବା ଉପରେ ବିଶ୍ୱାସ ରହିଥାଏ, ତଳେ ପଡ଼ି ପୁଣିଥରେ ଠିଆହେବାର ସାହସ ଥାଏ, ତେବେ କଠିନରୁ କଠିନ କାର୍ଯ୍ୟରେ ମଧ୍ୟ ସଫଳତା ନିଶ୍ଚିତ ଭାବେ ମିଳିଥାଏ। ଆପଣ ସେ ସମୟ କଥା ଚିନ୍ତା କରନ୍ତୁ, ଯେତେବେଳେ ସାଟେଲାଇଟ୍ ନ ଥିଲା, ଜିଏସ୍ ସିଷ୍ଟମ୍ ନ ଥିଲା। ନେଭିଗେଶନ୍ର କୌଣସି ସୁବିଧା ଉପଲବ୍ଧ ନ ଥିଲା। ସେତେବେଳେ ମଧ୍ୟ ଆମ ନାବିକମାନେ ବଡ଼ ବଡ଼ ଜାହାଜରେ ଜଳଯାତ୍ରା ପାଇଁ ବାହାରି ଡ଼ୁଥିଲେ ଏବଂ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚୁଥିଲେ। ଏବେ ଜଳଯାତ୍ରାରୁ ପାଦେ ଆଗେଇ ବିଶ୍ୱର ଦେଶଗୁଡ଼ିକ ମହାକାଶର ଅନନ୍ତ ଉଚ୍ଚତାକୁ ସ୍ପର୍ଶ କରୁଛନ୍ତି। ସେଠାରେ ମଧ୍ୟ ସେହି ଏକା ସମସ୍ୟା। ନା ଜିପିଏସ୍ ସିଷ୍ଟମ୍ ଅଛି, ନା ଯୋଗାଯୋଗର ସେଭଳି କିଛି ବ୍ୟବସ୍ଥା। ତା’ହେଲେ ଆମେ କେମିତି ଆଗକୁ ବଢ଼ିବା?
ବନ୍ଧୁଗଣ,
କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ମୋର ଦୃଷ୍ଟି ଆକର୍ଷିତ କଲା। ଏହି ଭିଡିଓଟି ଇସ୍ରୋର ଗୋଟିଏ ନିଆରା ଡ୍ରୋନ୍ ପ୍ରତିଯୋଗିତା ସମ୍ପର୍କିତ ଥିଲା। ଏହି ଭିଡିଓରେ ଆମ ଦେଶର ଯୁବବର୍ଗ ଏବଂ ବିଶେଷକରି ଆମ ଜେନ୍-ଜି ମଙ୍ଗଳ ଗ୍ରହ ଭଳି ପରିସ୍ଥିତିରେ ଡ୍ରୋନ୍ ଉଡ଼ାଇବାକୁ ଚେଷ୍ଟା କରୁଥିଲେ। ଡ୍ରୋନ୍ ଉଡ଼ୁଥିଲା, କିଛି ସମୟ ସନ୍ତୁଳନ ରକ୍ଷା କରି ପାରୁଥିଲା, କିନ୍ତୁ ପରେ ହଠାତ୍ ତଳକୁ ଖସି ଡ଼ୁଥିଲା। କାହିଁକି ଜାଣନ୍ତି? କାରଣ ଏଠି ଯେଉଁ ଡ୍ରୋନ୍ଗୁଡ଼ିକ ଉଡ଼ୁଥିଲା, ସେଗୁଡ଼ିକରେ ଜିଏସ୍ ସହାୟତା ଆଦୌ ଉପଲବ୍ଧ ନ ଥିଲା। ମଙ୍ଗଳ ଗ୍ରହରେ ଜିଏସ୍ ସମ୍ଭବ ନୁହେଁ। ତେଣୁ, ଡ୍ରୋନ୍କୁ କୌଣସି ସୂଚନା କିମ୍ବା ନିର୍ଦ୍ଦେଶ ବାହାରୁ ଦିଆଯାଇପାରିବ ନାହିଁ। ଡ୍ରୋନ୍ କୁ ନିଜ କ୍ୟାମେରା ଏବଂ ଇନ୍ବିଲ୍ଟ ସଫ୍ଟୱେୟାର ସହାୟତାରେ ଉଡ଼ିବାକୁ ଥିଲା। ଏହି ଛୋଟିଆ ଡ୍ରୋନ୍କୁ ଭୂମିରୁ ଚିହ୍ନିବାର ଥିଲା, ଉଚ୍ଚତା ସମ୍ପର୍କରେ ଅନୁମାନ କରିବାକୁ ଥିଲା, ସମ୍ଭାବ୍ୟ ବାଧାବିଘ୍ନର ଆକଳନ କରିବାକୁ ଥିଲା ଏବଂ ସ୍ୱୟଂ ସୁରକ୍ଷିତ ଭାବେ ଅବତରଣ କରିବାର ଉପାୟ ସ୍ଥିର କରିବାକୁ ଥିଲା। ତେଣୁ ଗୋଟିଏ ପରେ ଗୋଟିଏ ଡ୍ରୋନ୍ ଖସି ପଡ଼ୁଥିଲା।
ବନ୍ଧୁଗଣ,
ଏହି ପ୍ରତିଯୋଗିତାରେ ପୁଣେର ଯୁବବନ୍ଧୁମାନଙ୍କ ଗୋଟିଏ ଦଳ ଅଳ୍ପ କିଛି ସଫଳତା ହାସଲ କଲେ। ସେମାନଙ୍କ ଡ୍ରୋନ୍ ମଧ୍ୟ ଅନେକ ଥର ତଳେ ପଡ଼ିଲା, କ୍ରାଶ୍ ହେଲା, କିନ୍ତୁ ସେମାନେ ହାର୍ ମାନିନଥିଲେ। ଅନେକ ଥର ପ୍ରଚେଷ୍ଟା ପରେ ଏହି ଦଳର ଡ୍ରୋନ୍ ମଙ୍ଗଳ ଗ୍ରହ ଭଳି ପରିସ୍ଥିତିରେ କିଛି ସମୟ ଉଡ଼ିବାରେ ସଫଳତା ଲାଭ କଲା।
ବନ୍ଧୁଗଣ,
ଏହି ଭିଡିଓଟି ଦେଖିଲା ବେଳେ, ମୋ ମନରେ ଆଉ ଗୋଟିଏ ଦୃଶ୍ୟ ଭାସିଆସିଲା। ସେହି ଦିନ କଥା, ଯେତେବେଳେ ଚନ୍ଦ୍ରଯାନ-୨ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ସେହିଦିନ ସାରା ଦେଶ, ବିଶେଷକରି ବୈଜ୍ଞାନିକମାନେ କିଛି ମୁହୂର୍ତ୍ତ ପାଇଁ ନିରାଶ ହୋଇପଡ଼ିଥିଲେ। କିନ୍ତୁ, ବନ୍ଧୁଗଣ, ବିଫଳତା ସେମାନଙ୍କ ପଥରୋଧ କରିପା।ରିଲା ନାହିଁ। ସେହିଦିନ ସେମାନେ ଚନ୍ଦ୍ରଯାନ-୩ର ସଫଳତାର କାହାଣୀ ଲେଖିବା ଆରମ୍ଭ କରିଦେଲେ। ଏହି କାରଣ ଯୋଗୁଁ ଚନ୍ଦ୍ରଯାନ-୩ର ସଫଳ ଅବତରଣ କେବଳ ଗୋଟିଏ ମିଶନର ସଫଳତା ନ ଥିଲା। ତାହାଥିଲା ବିଫଳତାରୁ ବାହାରି ଗଢ଼ାଯାଇଥିବା ବିଶ୍ୱାସର ସଫଳତା। ଏହି ଭିଡିଓରେ ଯେଉଁ ଯୁବକମାନେ ଦେଖାଯାଉଛନ୍ତି, ସେମାନଙ୍କ ଆଖିରେ ମୋତେ ସେହି ଆତ୍ମବିଶ୍ୱାସ ଦେଖାଯାଉଥିଲା। ପ୍ରତ୍ୟେକ ଥର ଯେତେବେଳେ ମୁଁ ଆମ ଯୁବବର୍ଗଙ୍କ ନିଷ୍ଠା ଏବଂ ବୈଜ୍ଞାନିକମାନଙ୍କ ସମର୍ପଣ ଭାବ ଦେଖେଁ, ସେତେବେଳେ ମନ ଉତ୍ସାହରେ ପରିପୂର୍ଣ୍ଣ ହୋଇଯାଏ। ଯୁବବର୍ଗଙ୍କ ଏହି ନିଷ୍ଠା ବିକଶିତ ଭାରତର ବହୁତ ବଡ଼ ଶକ୍ତି।
ମୋର ପ୍ରିୟ ଦେଶବାସୀଗଣ,
ଆପଣମାନେ ମହୁର ମଧୁରତା ସହ ବେଶ୍ ପରିଚିତ ଥିବେ। କିନ୍ତୁ, ପ୍ରାୟତଃ ଆମେ ଏ କଥା ଜାଣି ପାରୁନା ଯେ, ଏହା ପଛରେ କେତେ ଲୋକଙ୍କ ପରିଶ୍ରମ ରହିଛି, କେତେ ପରମ୍ପରା ରହିଛି ଏବଂ ପ୍ରକୃତି ସହ କେତେ ସୁନ୍ଦର ତାଳମେଳ ରହିଛି।
ବନ୍ଧୁଗଣ,
ଜାମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ବଣ-ତୁଳସୀ ଯାହାର ଅନ୍ୟନାମ ସୁଲାଇ, ଏହି ସୁଲାଇ ଫୁଲରୁ ଏଠାରେ ମହୁମାଛିମାନେ ଗୋଟିଏ ନିଆରା ମହୁ ତିଆରି କରନ୍ତି। ଏହି ମହୁର ରଙ୍ଗ ଧଳା ଏବଂ ଏହା ରାମ୍ବନ୍ ସୁଲାଇ ହନି ନାମରେ ପରିଚିତ। ମାତ୍ର କିଛିବର୍ଷ ପୂର୍ବେ ରାମ୍ବନ୍ ସୁଲାଇ ହନିକୁଗ ଜିଆଇ ଟ୍ୟାଗ୍ ମିଳିଛି। ଏହାପରେ ଏହି ମହୁକୁ ସମଗ୍ର ଦେଶରେ ଗୋଟିଏ ପରିଚୟ ମିଳିଛି।
ବନ୍ଧୁଗଣ,
ଦକ୍ଷିଣ କନ୍ନଡ଼ ଜିଲ୍ଲାର ପୁତ୍ତୁର୍ରେ ସେଠାକାର ବୃକ୍ଷରାଜି ମହୁ ଉତ୍ପାଦନ ପାଇଁ ଉତ୍କୃଷ୍ଟ ବିବେଚନା କରାଯାଏ। ଏଠାରେ ଗ୍ରାମଜନ୍ୟ ନାମକ ଚାଷୀ ସଂଗଠନ ଏହି ପ୍ରାକୃତିକ ଉପହାରକୁ ଏକ ନୂତନ ଦିଗ ପ୍ରଦାନ କରୁଛି। ଗ୍ରାମଜନ୍ୟ ପକ୍ଷରୁ ଏଠାରେ ଆଧୁନିକ ପ୍ରକ୍ରିୟାକରଣ ୟୁନିଟ୍, ପରୀକ୍ଷାଗାର, ବୋତଲରେ ପ୍ୟାକିଂ, ସଂରକ୍ଷଣ ଏବଂ ଡିଜିଟାଲ୍ ଟ୍ରାକିଂ ଭଳି ସୁବିଧା ଉପଲବ୍ଧ କରାଯାଇଛି। ଏବେ ଏହି ମହୁ ର ବ୍ରାଣ୍ଡେଡ୍ ଉତ୍ପାଦ ଗାଁରୁ ସହରଯାଏ ପହଞ୍ଚୁଛି। ଏହି ପ୍ରଚେଷ୍ଟାର ଲାଭ ଅଢ଼େଇ ହଜାରରୁ ଅଧିକ ଚାଷୀଙ୍କୁ ମିଳିଛି।
ବନ୍ଧୁଗଣ,
କର୍ଣ୍ଣାଟକର ହିଁ ତୁମ୍କୁର୍ ଜିଲ୍ଲାରେ ଶିବ୍ଗଙ୍ଗା କାଲଞ୍ଜିୟା ନାମକ ସଂସ୍ଥାର ପ୍ରଚେଷ୍ଟା ମଧ୍ୟ ବହୁତ ପ୍ରଶଂସନୀୟ। ସେମାନଙ୍କ ଦ୍ୱାରା ଏଠାରେ ପ୍ରତ୍ୟେକ ସଭ୍ୟଙ୍କୁ ଆରମ୍ଭରେ ଦୁଇଟି ମହୁ ବାକ୍ସ ଦିଆଯାଇଥାଏ। ଏଭଳି କାର୍ଯ୍ୟ ଦ୍ୱାରା ସେମାନେ ଅନେକ ଚାଷୀଙ୍କୁ ନିଜ ଅଭିଯାନରେ ସାମିଲ କରି ।ରିଛନ୍ତି। ଏବେ ଏହି ସଂସ୍ଥା ସହ ଜଡ଼ିତ ଚାଷୀମାନେ ମିଶି ମହୁ ଉତ୍ପାଦନ କରୁଛନ୍ତି, ଏହାକୁ ସୁନ୍ଦର ଭାବେ ପ୍ୟାକ୍ କରି ସ୍ଥାନୀୟ ବଜାରକୁ ପହଞ୍ଚାଉଛନ୍ତି। ଏହାଦ୍ୱାରା ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ଏହିଭଳି ଅନ୍ୟ ଏକ ଉଦାହରଣ ହେଉଛି ନାଗାଲାଣ୍ଡର କ୍ଲିଫ୍ ହନି ହଂଟିଙ୍ଗ । ନାଗାଲାଣ୍ଡର ଚୋକ୍ଲାଙ୍ଗନ୍ ଗାଁରେ ଖିୟାମନି-ୟାଙ୍ଗନ୍ ଜନଜାତି ଶହ ଶହ ବର୍ଷ ଧରି ମହୁ ସଂଗ୍ରହ କାମ କରିଆସିଛନ୍ତି। ଏଠାରେ ମହୁମାଛି ଗଛ ଉପରେ ନୁହେଁ, ବରଂ ଉଚ୍ଚ ପଥର ଉପରେ ମହୁଫେଣା ତିଆରି କରିଥାଆନ୍ତି। ତେଣୁ, ମହୁ ସଂଗ୍ରହ କାର୍ଯ୍ୟ ମଧ୍ୟ ବି ଦପୂର୍ଣ୍ଣ ହୋଇଥାଏ। ତେଣୁ ଏଠାକାର ଲୋକେ ମହୁମାଛି ସହ ପ୍ରଥମେ ସୁମଧୁର ଭାବେ କଥାବାର୍ତ୍ତା କରିଥାଆନ୍ତି, ସେମାନଙ୍କଠାରୁ ଅନୁମତି ଲୋଡ଼ିଥାଆନ୍ତି। ସେମାନଙ୍କୁ ଜଣାଇଥାଆନ୍ତି ଯେ, ଆଜି ସେମାନେ ମହୁ ସଂଗ୍ରହ କରିବାକୁ ଆସିଛନ୍ତି। ଏହାପରେ ହିଁ ସେମାନେ ମହୁ ସଂଗ୍ରହ କରିଥାଆନ୍ତି।
ବନ୍ଧୁଗଣ,
ଆଜି ଭାରତ ମହୁ ଉତ୍ପାଦନରେ ନୂତନ ରେକର୍ଡ଼ ସୃଷ୍ଟି କରୁଛି। ୧୧ ବର୍ଷ ପୂର୍ବେ ଦେଶରେ ମହୁ ଉତ୍ପାଦନ ୭୬ ହଜାର ମେଟ୍ରିକ୍ ଟନ୍ ଥିଲା। ଏବେ ଏହାଦ ବୃଦ୍ଧି ପାଇ ଦେଢ଼ ଲକ୍ଷ ମେଟ୍ରିକ୍ ଟନ୍କୁ ମଧ୍ୟ ଅତିକ୍ରମ କରିଛି। ବିଗତ କିଛିବର୍ଷରେ ମହୁ ରପ୍ତାନୀ ମଧ୍ୟ ତିନିଗୁଣରୁ ଅଧିକ ବୃଦ୍ଧି ପାଇଛି। ହନି ମିଶନ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଖଦି ଗ୍ରମୋଦ୍ୟୋଗ ମଧ୍ୟ ୨ ଲକ୍ଷ ୨୫ ହଜାରରୁ ଅଧିକ ମହୁ ବାକ୍ସ ଲୋକଙ୍କୁ ବିତରଣ କରିଛନ୍ତି। ଏହାଦ୍ୱାରା ହଜାର ହଜାର ଲୋକଙ୍କୁ ରୋଜଗାରର ନୂଆ ଅବସର ମିଳିପାରିଛି। ଅର୍ଥାତ୍ ଦେଶର ବିଭିନ୍ନ ଅଞ୍ଚଳରେ ମହୁର ମଧୁରତା ବୃଦ୍ଧି ପାଇଚାଲିଛି। ଏହି ମଧୁରତା ଚାଷୀମାନଙ୍କ ଆୟ ମଧ୍ୟ ବୃଦ୍ଧି କରୁଛି।
ମୋର ପ୍ରିୟ ଦେଶବାସୀଗଣ,
ହରିୟାଣାର କୁରୁକ୍ଷେତ୍ରଠାରେ ମହାଭାରତ ଯୁଦ୍ଧ ହୋଇଥିଲା, ଏକଥା ଆମେ ସମସ୍ତେ ଜାଣିଛୁ। କିନ୍ତୁ, ଯୁଦ୍ଧର ସେହି ଅନୁଭୂତିକୁ ଏବେ ଆପଣ ସେଠାରେ ମହାଭାରତ ଅନୁଭବ କେନ୍ଦ୍ରରେ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ। ଏହି ଅନୁଭବ କେନ୍ଦ୍ରରେ ମହାଭାରତର କାହାଣୀକୁ ଥ୍ରୀ-ଡି, ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ ଏବଂ ଡିଜିଟାଲ୍ ଟେକ୍ନିକ୍ ଦ୍ୱାରା ପ୍ରଦର୍ଶିତ କରାଯାଉଛି। ନଭେମ୍ବର ୨୫ ତାରିଖ ଦିନ ଯେତେବେଳେ ମୁଁ କୁରୁକ୍ଷେତ୍ର ଯାଇଥିଲି, ସେତେବେଳେ ଏହି ଅନୁଭବ କେନ୍ଦ୍ରର ଅନୁଭୂତି ମୋତେ ଆନନ୍ଦରେ ପରିପୂର୍ଣ୍ଣ କରିଥିଲା।
ବନ୍ଧୁଗଣ,
କୁରୁକ୍ଷେତ୍ରର ବ୍ରହ୍ମ ସରୋବରରେ ଆୟୋଜିତ ଆନ୍ତର୍ଜାତିକ ଗୀତା ମହୋତ୍ସବରେ ଯୋଗଦେବା ମୋ ପାଇଁ ବହୁତ ବିଶେଷ ଥିଲା। ବିଶ୍ୱର ଅନେକ ଲୋକ ଦିବ୍ୟ ଗ୍ରନ୍ଥ ଗୀତା ଦ୍ୱାରା କିଭଳି ପ୍ରେରଣା ଲାଭ କରୁଛନ୍ତି, ତାହା ମୋତେ ବହୁତ ପ୍ରଭାବିତ କରିଥିଲା। ଏହି ମହୋତ୍ସବରେ ଇଉରୋପ ଏବଂ ସେଣ୍ଟ୍ରାଲ୍ ଏସିଆ ସହିତ ବିଶ୍ୱର ଅନେକ ଦେଶର ଲୋକେ ଅଂଶଗ୍ରହଣ କରିଥିଲେ।
ଏହି ମାସର ଆରମ୍ଭରେ ସାଉଦି ଆରବରେ ପ୍ରଥମଥର କୌଣସି ସାର୍ବଜନୀନଦ ମଞ୍ଚରେ ଗୀତାର ଉପସ୍ଥାପନା କରାଯାଇଛି। ଇଉରୋପ୍ର ଲାଟ୍ଭିଆରେ ମଧ୍ୟ ଗୋଟିଏ ସ୍ମରଣୀୟ ଗୀତା ମହୋତ୍ସବର ଆୟୋଜନ କରାଗଲା। ଏହି ମହୋତ୍ସବରେ ଲାଟ୍ଭିଆ, ଏଷ୍ଟୋନିଆ, ଲିଥୁଆନିଆ ଏବଂ ଆଲ୍ଜିରିଆର କଳାକାରମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
ବନ୍ଧୁଗଣ,
ଭାରତର ମହାନ ସଂସ୍କୃତିରେ ଶାନ୍ତି ଏବଂ କରୁଣାର ଭାବ ସର୍ବୋପରି। ଆପଣ ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା କଳ୍ପନା କରନ୍ତୁ, ଯେତେବେଳେ ଚାରିଆଡ଼େ ବିନାଶର ଭୟଙ୍କର ପରିସ୍ଥିତି ବ୍ୟାପି ରହିଥିଲା। ଏଭଳି କଠିନ ସମୟରେ ଗୁଜରାଟର ନୱାନଗରର ଜାମ୍ ସାହେବ୍, ମହାରାଜା ଦିଗ୍ବିଜୟ ସିଂ ଯେଉଁ ମହାନ କାର୍ଯ୍ୟ କରିଥିଲେ, ତାହା ଆଜି ମଧ୍ୟ ଆମକୁ ପ୍ରେରଣା ଦେଉଛି। ସେତେବେଳେ ଜାମ୍ ସାହେବ୍ କୌଣସି ସାମରିକ ଗୋଷ୍ଠୀ କିମ୍ବା ଯୁଦ୍ଧର ରଣନୀତିକୁ ନେଇ ଚିନ୍ତା କରୁନଥିଲେ। କିନ୍ତୁ ତାଙ୍କର ମୁଖ୍ୟ ଚିନ୍ତା ଥିଲା, ବିଶ୍ୱ ଯୁଦ୍ଧ ପରିସ୍ଥିତିରେ କିଭଳି ପୋଲିଶ୍ ୟେହୁଦୀ ପିଲାଙ୍କୁ ରକ୍ଷା କରିବା। ସେ ସେତେବେଳେ ଗୁଜରାଟରେ ହଜାର ହଜାର ପିଲାଙ୍କୁ ଶରଣ ଦେଇ ସେମାନଙ୍କୁ ନୂଆ ଜୀବନ ଦେଇଥିଲେ, ଯାହା ଆଜି ମଧ୍ୟ ଏକ ଉଦାହରଣ। କିଛିଦିନ ପୂର୍ବେ ଦକ୍ଷିଣ ଇସ୍ରାଏଲର ମୋଶାବ୍ ନେୱାତିମ୍ରେ ଜାମ୍ ସାହେବଙ୍କ ପ୍ରତିମୂର୍ତି ଅନାବରଣ କରାଗଲା। ଏହା ଏକ ବିଶେଷ ସମ୍ମାନ। ଗତ ବର୍ଷ ପୋଲାଣ୍ଡର ‘ୱାର ସୋ’ରେ ମୋତେ ଜାମ୍ ସାହେବ୍ଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୌଭାଗ୍ୟ ମିଳିଥିଲା। ସେହି ମୁହମର୍ତ୍ତ ମୋ ପାଇଁ ସ୍ମରଣୀୟ ହୋଇରହିବ।
ମୋର ପ୍ରିୟ ଦେଶବାସୀଗଣ,
କିଛିଦିନ ପୂର୍ବେ ମୁଁ ନାଚୁରାଲ୍ ଫାର୍ମିଂ ସମ୍ପର୍କରେ ଗୋଟିଏ ବିଶାଳ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ କୋଇମ୍ବାଟୁର ଯାଇଥିଲି। ଦକ୍ଷିଣ ଭାରତରେ ନାଚୁରାଲ୍ ଫାର୍ମିଂକୁ ନେଇ ଚାଲିଥିବା ଉଦ୍ୟମକୁ ଦେଖି ମୁଁ ବହୁତ ପ୍ରଭାବିତ ହୋଇଥିଲି। ଅନେକ ଉଚ୍ଚଶିକ୍ଷିତ ପ୍ରଫେସନାଲ ଯୁବକ, ଏବେ ନାଚୁରାଲ୍ ଫାର୍ମିଂକୁ ଆପଣାଉଛନ୍ତି। ମୁଁ ସେଠାରେ ଚାଷୀମାନଙ୍କ ସହ କଥା ହେଲି। ସେମାନଙ୍କ ଅନୁଭୂତି ଶୁଣିଲି। ନାଚୁରାଲ୍ ଫାର୍ମିଂ ଭାରତର ପୁରାତନ ପରମ୍ପରାର ଅଂଶବିଶେଷ ହୋଇ ରହିଆସିଛି ଏବଂ ଧରଣୀ ମାଁର ସୁରକ୍ଷା ପାଇଁ ଏହି ପ୍ରଣାଳୀକୁ ନିରନ୍ତର ଭାବେ ପ୍ରୋତ୍ସାହିତ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ।
ବନ୍ଧୁଗଣ,
ବିଶ୍ୱର ସର୍ବ ପୁରାତନ ଭାଷା ଏବଂ ବିଶ୍ୱର ସବୁଠାରୁ ପ୍ରାଚୀନ ସହରମାନଙ୍କ ମଧ୍ୟରୁ ଅନ୍ୟତମ, ଏହି ଦୁହିଁଙ୍କର ମିଳନ ସର୍ବଦା ଉତ୍କୃଷ୍ଟ ହୋଇଥାଏ। ମୁଁ କାଶୀ ତାମିଲ୍ ସଙ୍ଗମମ୍ କଥା କହୁଛି। ଡିସେମ୍ବର ୨ ତାରିଖରୁ କାଶୀର ନମୋ ଘାଟରେ ଚତୁର୍ଥ କାଶୀ ତାମିଲ୍ ସଙ୍ଗମମ୍ ଆରମ୍ଭ ହେବାକୁ ଯାଉଛି। ଏଥରର କାଶୀ ତାମିଲ୍ ସଙ୍ଗମମ୍ର ଥିମ୍ ବହୁତ କୌତୁହଳପ୍ରଦ - “ଲର୍ଣ୍ଣ୍ ତାମିଲ୍ – ତାମିଲ୍ କରକଲମ୍।” କାଶୀ ତାମିଲ୍ ସଙ୍ଗମମ୍ ଏହି ସମସ୍ତ ଲୋକଙ୍କ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିଯାଇଛି, ଯେଉଁମାନେ ତାମିଲ୍ ଭାଷାକୁ ଭଲ ପାଆନ୍ତି। କାଶୀ ଲୋକଙ୍କ ସହିତ ଯେତେବେଳେ ବି ଆଲୋଚନା ହୁଏ, ସେମାନେ ସବୁବେଳେ କହନ୍ତି ଯେ, କାଶୀ ତାମିଲ୍ ସଙ୍ଗମମ୍ରେ ଅଂଶଗ୍ରହଣ କରିବା ସେମାନଙ୍କୁ ବହୁତ ଭଲ ଲାଗେ। ଏଠାରେ ସେମାନଙ୍କୁ କିଛି ନୂଆ ଶିଖିବାର ଏବଂ ନୂଆ ନୂଆ ଲୋକଙ୍କୁ ଭେଟିବାର ସୁଯୋଗ ମିଳିଥାଏ। ଏଥର ମଧ୍ୟ କାଶୀର ଅଧିବାସୀମାନେ ପୂର୍ଣ୍ଣ ଉତ୍ସାହ ଉଦ୍ଦୀପନା ସହ ତାମିଲନାଡ଼ୁରୁ ଆସିବାକୁ ଥିବା ନିଜ ଭାଇ-ଭଉଣୀମାନଙ୍କୁ ସ୍ୱାଗତ କରିବାକୁ ଆଗ୍ରହର ସହ ଅପେକ୍ଷାରତ। କାଶୀ ତାମିଲ୍ ସଙ୍ଗମମ୍ରେ ଅଂଶଗ୍ରହଣ କରିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଏହାସହ ଏଭଳି ଅନ୍ୟ ମଞ୍ଚ କଥା ମଧ୍ୟ ଚିନ୍ତା କରନ୍ତୁ, ଯାହାଦ୍ୱାରା ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିବ। ଏଠାରେ ମୁଁ ପୁଣିଥରେ କହିବାକୁ ଚାହୁଁଛି :
ତମିଲ୍ କଲାଚ୍ଚାରମ୍ ଉୟୱାର୍ନଦ୍
ତମିଲ୍ ମୋଲି ଉୟୱାର୍ନଦ୍
ତମିଲ୍ ଇନ୍ଦିୟାୱିନ୍ ପେରୁମିଦମ୍ । ଅର୍ଥାତ୍
ତାମିଲ୍ ସଂସ୍କୃତି ହେଉଛି ମହାନ୍
ତାମିଲ୍ ଭାଷା ହେଉଛି ମହାନ୍
ତାମିଲ୍ ଭାରତର ଗର୍ବ।
ମୋର ପ୍ରିୟ ଦେଶବାସୀଗଣ,
ଯେତେବେଳେ ଭାରତର ସୁରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହୁଏ, ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରନ୍ତି। ଗତ ସପ୍ତାହରେ ମୁମ୍ୱଇରେ ଆଇଏନ୍ଏସ୍ ‘ମାହେ’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଲୋକଙ୍କ ମଧ୍ୟରେ ଏହାର ସ୍ୱଦେଶୀ ଡିଜାଇନ୍କୁ ନେଇ ବହୁତ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ, ପୁଡୁଚେରୀ ଓ ମାଲାବାର ଉପକୂଳର ଲୋକେ ଏହାର ନାଁ ଶୁଣି ଖୁବ୍ ଖୁସି ହୋଇଗଲେ। ପ୍ରକୃତ କଥା ହେଲା ଏହାର ‘ମାହେ’ ନାଁଟି ସେଇ ସ୍ଥାନ ମାହେର ନାମାନୁସାରେ ରଖାଯାଇଛି, ଯାହାର ଏକ ସମୃଦ୍ଧ ଐତିହାସିକ ପରମ୍ପରା ରହିଛି। କେରଳ ଓ ତାମିଲନାଡୁର ଅନେକ ଲୋକ ଲକ୍ଷ୍ୟ କରିଛନ୍ତି ଯେ ଏହି ଯୁଦ୍ଧଜାହାଜର କ୍ରେଷ୍ଟ ଉରୁମି ଓ କଲାରି ୟଟ୍ଟୁର ପାରମ୍ପରିକ ନମନୀୟ ଖଣ୍ଡା ପରି ଦେଖାଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଆମର ନୌସେନା ଅତି ଦ୍ରୁତଗତିରେ ଆତ୍ମନିର୍ଭରଶୀଳତା ଆଡକୁ ଆଗେଇ ଚାଲିଛି। ଡିସେମ୍ୱର ୪ରେ ଆମେ ନୌସେନା ଦିବସ ମଧ୍ୟ ପାଳନ କରିବାକୁ ଯାଉଛୁ। ଏହା ଆମ ସୈନିକଙ୍କର ଅଦମ୍ୟ ସାହସ ଓ ପରାକ୍ରମକୁ ସମ୍ମାନ ଜଣାଇବାର ଏକ ବିଶେଷ ଦିନ।
ବନ୍ଧୁଗଣ,
ଯେଉଁମାନେ ନୌସେନା ସମ୍ପର୍କିତ ପର୍ଯ୍ୟଟନରେ ରୁଚି ରଖନ୍ତି, ସେମାନଙ୍କ ପାଇଁ ଆମ ଦେଶରେ ବହୁତ ସ୍ଥାନ ଅଛି, ଯେଉଁଠିକି ଗଲେ ସେମାନେ ବହୁତ କିଛି ଶିଖି ।ରିବେ। ଦେଶର ପଶ୍ଚିମ ଉପକୂଳରେ ଗୁଜରାଟର ସୋମନାଥ ନିକଟରେ ଏକ ଜିଲ୍ଲା ଅଛି – ଡିଉ । ଡିଉରେ ‘ଆଇଏନ୍ଏସ୍ ଖୁଖରୀ’କୁ ଉତ୍ସର୍ଗୀକୃତ ‘ଖୁଖରୀ ମେମୋରିଆଲ ଓ ମ୍ୟୁଜିଅମ୍’ ଅଛି। ସେହି ରି ଗୋଆରେ ‘ନେଭାଲ୍ ଏଭିଏସନ୍ ମ୍ୟୁଜିଅମ୍’ ଅଛି, ଯାହା ଏସିଆର ଏକ ଅନନ୍ୟ ସଂଗ୍ରହାଳୟ। ଫୋର୍ଟ କୋଚିର ଆଇଏନ୍ଏସ୍ ଦ୍ରୋଣାଚାର୍ଯ୍ୟରେ ‘ଇଣ୍ଡିଆନ୍ ନେଭାଲ୍ ମାରିଟାଇମ୍ ମ୍ୟୁଜିଅମ୍’ ଅଛି। ଏଠାରେ ଆମ ଦେଶର ସାମୁଦ୍ରିକ ଇତିହାସ ଓ ଭାରତୀୟ ନୌସେନାର ବିକାଶକୁ ଦେଖାଯାଇପାରେ। ଶ୍ରୀବିଜୟାପୁରମ୍, ଯାହାକୁ ପୂର୍ବରୁ ପୋର୍ଟ ବ୍ଲେୟାର କୁହାଯାଉଥିଲା, ତାହାର ‘ସମୁଦ୍ରିକା – ନେଭାଲ୍ ମେରାଇନ୍ ମ୍ୟୁଜିଅମ୍’ ସେହି ଅଞ୍ଚଳର ସମୃଦ୍ଧ ଇତିହାସକୁ ସାମ୍ନାକୁ ଆଣିବା ପାଇଁଜଣାଶୁଣା। କାରୱାରର ରବୀନ୍ଦ୍ରନାଥ ଠାକୁର ବେଳାଭୂମିର ଯୁଦ୍ଧଜାହାଜ ସଂଗ୍ରହାଳୟରେ କ୍ଷେପଣାସ୍ତ୍ର ଓ ଅସ୍ତ୍ରଶସ୍ତ୍ରର ପ୍ରତିକୃତି ସବୁ ରଖାଯାଇଛି। ବିଶାଖାପାଟଣାରେ ମଧ୍ୟ ଏକ ବୁଡ଼ାଜାହାଜ, ହେଲିକପ୍ଟର ଓ ବିମାନ ସଂଗ୍ରହାଳୟ ଅଛି, ଯାହା ଭାରତୀୟ ନୌସେନା ସହିତ ଜଡ଼ିତ। ମୁଁ ଆପଣମାନଙ୍କୁ, ବିଶେଷକରି ସାମରିକ ଇତିହାସରେ ରୁଚି ରଖୁଥିବା ଲୋକଙ୍କୁ ଅନୁରୋଧ କରୁଛି ଯେ ଏହି ସଂଗ୍ରହାଳୟଗୁଡ଼ିକୁ ଦେଖିବାକୁ ନିଶ୍ଚୟ ଯାଆନ୍ତୁ।
ମୋର ପ୍ରିୟ ଦେଶବାସୀଗଣ,
ଶୀତ ଆସିଯାଇଛି ଏବଂ ଶୀତ ସହିତ ଜଡ଼ିତ ପର୍ଯ୍ୟଟନର ସମୟ ମଧ୍ୟ ଆସିଛି। ପୃଥିବୀର ଅନେକ ଦେଶ ଶୀତକାଳୀନ ପର୍ଯ୍ୟଟନକୁ ନିଜ ଅର୍ଥନୀତିର ବହୁତ ବଡ଼ ଆଧାର କରିଦେଇଛନ୍ତି। ଅନେକ ଦେଶରେ ଦୁନିଆର ସବୁଠାରୁ ସଫଳ ଶୀତକାଳୀନ ଉତ୍ସବ ଓ ଶୀତକାଳୀନ କ୍ରୀଡ଼ାର ମଡେଲ ରହିଛି। ସେମାନେ ସ୍କିଇଙ୍ଗ୍, ସ୍ନୋ-ବୋର୍ଡିଙ୍ଗ୍, ସ୍ନୋ ଟ୍ରେକିଙ୍ଗ୍, ଆଇସ୍ କ୍ଲାଇମ୍ୱିଙ୍ଗ୍ ଓ ଫ୍ୟାମିଲି ସ୍ନୋ ପାର୍କ ଭଳି ଅନୁଭୂତିକୁ ନିଜର ପରିଚୟ କରିଛନ୍ତି। ସେମାନେ ନିଜର ଶୀତ ଉତ୍ସବକୁ ମଧ୍ୟ ବିଶ୍ୱସ୍ତରୀୟ ଆକର୍ଷଣରେ ପରିଣତ କରିଛନ୍ତି।
ବନ୍ଧୁଗଣ,
ଆମ ଦେଶରେ ମଧ୍ୟ ଶୀତ ପର୍ଯ୍ୟଟନର ସବୁ ସମ୍ଭାବନା ରହିଛି। ଆମ ପାଖରେ ପାହାଡ଼ ଅଛି, ସଂସ୍କୃତି ଅଛି ଏବଂ ଦୁଃସାହସିକ କ୍ରୀଡ଼ାର ଅସୀମ ୧୦ ସମ୍ଭାବନା ଅଛି। ମୁଁ ଖୁସି ଯେ ଏବେ ଉତ୍ତରାଖଣ୍ଡର ଶୀତକାଳୀନ ପର୍ଯ୍ୟଟନ ଲୋକଙ୍କୁ ବହୁତ ଆକର୍ଷିତ କରୁଛି। ଶୀତଋତୁରେ ଔଲି, ମୁନସ୍ୟାରୀ, ଚୋପଟା ଓ ଡେୟାରା ଭଳି ସ୍ଥାନଗୁଡ଼ିକ ବହୁତ ଲୋକପ୍ରିୟ ହେଉଛି। କିଛି ସପ୍ତାହ ତଳେ ପିଥୌରାଗଡ଼ ଜିଲ୍ଲାରେ ସାଢ଼େ ୧୪ ହଜାର ଫୁଟ୍ରୁ ଅଧିକ ଉଚ୍ଚତାରେ ଅବସ୍ଥିତ ଆଦି କୈଳାସରେ ରାଜ୍ୟର ପ୍ରଥମ ହାଇଅଲଟିଚ୍ୟୁଡ୍ ଅଲଟ୍ରା ରନ୍ ମାରାଥନ୍ ଆୟୋଜନ ହୋଇଥିଲା। ଏଥିରେ ଦେଶର ୧୮ଟି ରାଜ୍ୟରୁ ୭୫୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ୬୦ କିଲୋମିଟର ଦୀର୍ଘ ‘ଆଦି କୈଳାସ ପରିକ୍ରମା ରନ୍’ ପ୍ରବଳ ଥଣ୍ଡାରେ ଭୋର ୫ଟାରେ ଆରମ୍ଭ ହୋଇଥିଲା। ଏତେ ଥଣ୍ଡା ହେଲେ ମଧ୍ୟ ଲୋକଙ୍କର ଉତ୍ସାହ ଦେଖିବା ଭଳି ଥିଲା। ଆଦି କୈଳାସ ଯାତ୍ରାରେ ଯେଉଁଠି ତିନିବର୍ଷ ପୂର୍ବେ ଦୁଇ ହଜାରରୁ କମ୍ ପର୍ଯ୍ୟଟକ ଆସୁଥିଲେ, ବର୍ତ୍ତମାନ ସେ ସଂଖ୍ୟା ୩୦ ହଜାରରୁ ଅଧିକ ହୋଇଗଲାଣି।
ବନ୍ଧୁଗଣ,
କିଛି ସପ୍ତାହ ମଧ୍ୟରେ ଉତ୍ତରାଖଣ୍ଡରେ ଶୀତକାଳୀନ କ୍ରୀଡ଼ା ଆୟୋଜନ ହେବ। ସାରା ଦେଶର ଖେଳାଳି, ଦୁଃସାହସିକ କ୍ରୀଡ଼ାପ୍ରେମୀ ଓ ଖେଳ ସହ ଜଡ଼ିତ ଲୋକେ ଏହି ଆୟୋଜନକୁ ନେଇ ଉତ୍ସାହିତ ଅଛନ୍ତି। ସ୍କିଇଙ୍ଗ୍ ହେଉ ଅବା ସ୍ନୋ-ବୋର୍ଡିଙ୍ଗ୍, ବରଫ ଉପରେ ହେଉଥିବା ଅନେକ ଖେଳର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଉତ୍ତରାଖଣ୍ଡ ଶୀତ ପର୍ଯ୍ୟଟନ ବଢ଼ାଇବା ପାଇଁ ଯୋଗାଯୋଗ ଓ ଭିତ୍ତିଭୂମି ଉପରେ ଧ୍ୟାନ ଦେଇଛି। ହୋମଷ୍ଟେ ପାଇଁ ନୂଆ ନୀତି ମଧ୍ୟ ପ୍ରସ୍ତୁତ ହୋଇଛି।
ବନ୍ଧୁଗଣ,
ଶୀତଦିନରେ ‘ୱେଡ୍ ଇନ୍ ଇଣ୍ଡିଆ’ ଅଭିଯାନର ମଧ୍ୟ ଅଲଗା ଆକର୍ଷଣ ରହେ। ଶୀତର ସୁନେଲି ଖରା ହେଉ କି ପାହାଡ଼ରୁ ଓହ୍ଲାଉଥିବା କୁହୁଡ଼ିର ଚାଦର, ଡେଷ୍ଟିନେସନ୍ ୱେଡିଙ୍ଗ୍ ପାଇଁ ପାହାଡ଼ ମଧ୍ୟ ଏବେ ବହୁତ ଲୋକପ୍ରିୟ ହେଉଛି। ଅନେକ ବିବାହ ତ ଏବେ ବିଶେଷକରି ଗଙ୍ଗାକୂଳରେ ହେଉଛି।
ବନ୍ଧୁଗଣ,
ଏବେ ଶୀତଦିନରେ ହିମାଳୟର ଉପତ୍ୟକାଗୁଡ଼ିକ ଏପରି ଅନୁଭୂତିର ଅଂଶ ହୋଇଯାଏ, ଯାହା ଜୀବନସାରା ସାଙ୍ଗରେ ରହେ। ଯଦି ଆପଣ ୧୧ ଏଥର ଶୀତଦିନେ କୌଣସି ସ୍ଥାନକୁ ଯିବାର ଯୋଜନା କରୁଛନ୍ତି, ତେବେ ହିମାଳୟର ଉପତ୍ୟକାଗୁଡ଼ିକୁ ନିଶ୍ଚୟ ବିକଳ୍ପ ରୂପେ ରଖନ୍ତୁ।
ବନ୍ଧୁଗଣ,
କିଛି ସପ୍ତାହ ତଳେ ମୁଁ ଭୂଟାନ ଯାଇଥିଲି। ଏହିଭଳି ଗସ୍ତରେ ବିଭିନ୍ନ ପ୍ରକାରର ଆଲୋଚନା ଓ ଚର୍ଚ୍ଚାର ସୁଯୋଗ ମିଳିଥାଏ। ଏହି ଯାତ୍ରାରେ ମୁଁ ଭୂଟାନର ରାଜା, ବର୍ତ୍ତମାନର ରାଜାଙ୍କ ପିତା, ଯିଏ ନିଜେ ମଧ୍ୟ ପୂର୍ବରୁ ରାଜା ଥିଲେ, ସେଠାକାର ପ୍ରଧାନମନ୍ତ୍ରୀ ଓ ଅନ୍ୟ ଲୋକଙ୍କ ସହ ସାକ୍ଷାତ କଲି। ସେତେବେଳେ ପ୍ରତ୍ୟେକଙ୍କଠାରୁ ଗୋଟିଏ କଥା ନିଶ୍ଚୟ ଶୁଣିବାକୁ ମିଳିଥିଲା – ସମସ୍ତେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ପଠାଇଥିବାରୁ ଭାରତୀୟମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଥିଲେ। ମୁଁ ଯେତେଥର ଏହା ଶୁଣିଲି, ସେତେଥର ମୋ ହୃଦୟ ଗର୍ବରେ ଫୁଲି ଉଠୁଥିଲା।
ବନ୍ଧୁଗଣ,
ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ନେଇ ଅନ୍ୟ କେତେକ ଦେଶରେ ମଧ୍ୟ ଏହିଭଳି ଉତ୍ସାହ ଦେଖିବାକୁ ମିଳିଛି। ଗତମାସରେ ହିଁ ଜାତୀୟ ସଂଗ୍ରହାଳୟରୁ ଏହି ପବିତ୍ର ଅବଶେଷକୁ ରୁଷର କଲମିକିଆକୁ ନିଆଯାଇଥିଲା। ସେଠାରେ ବୌଦ୍ଧଧର୍ମର ବିଶେଷ ମହତ୍ତ୍ୱ ଅଛି। ମୋତେ କୁହାଗଲା ଯେ ଏହାର ଦର୍ଶନ ପାଇଁ ରୁଷ୍ର ଦୂରଦୂରାନ୍ତରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ପହଞ୍ଚିଥିଲେ। ଏହି ପବିତ୍ର ଅବଶେଷକୁ ମଙ୍ଗୋଲିଆ, ଭିଏତନାମ ଓ ଥାଇଲ୍ୟାଣ୍ଡ ମଧ୍ୟ ନିଆଯାଇସାରିଛି ପ୍ରତ୍ୟେକ ସ୍ଥାନରେ ଲୋକଙ୍କର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଥାଇଲ୍ୟାଣ୍ଡର ରାଜା ମଧ୍ୟ ଦର୍ଶନ ପାଇଁ ଆସିଥିଲେ। ସମଗ୍ର ବିଶ୍ୱରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ପ୍ରତି ଏଭଳି ଗଭୀର ଆତ୍ମୀୟତା ଦେଖି ମନ ଭାବବିହ୍ୱଳ ହୋଇଯାଏ। ଏହା ଶୁଣି ବହୁତ ଭଲ ଲାଗେ ଯେ ଏଭଳି ଏକ ପ୍ରଚେଷ୍ଟା ସାରା ପୃଥିବୀବାସୀଙ୍କୁ ପରସ୍ପର ସହ ଯୋଡ଼ିବାର ମାଧ୍ୟମ ହୋଇପାରୁଛି।
ମୋର ପ୍ରିୟ ଦେଶବାସୀଗଣ,
ମୁଁ ଆପଣମାନଙ୍କୁ ସବୁବେଳେ ‘ଭୋକାଲ୍ ଫର୍ଲୋକାଲ୍’ ମନ୍ତ୍ର ସହ ଚାଲିବାକୁ କହୁଛି। କିଛିଦିନ ତଳେ ଜି-୨୦ ଶିଖର ସମ୍ମିଳନୀ ସମୟରେ ବିଶ୍ୱର ଅନେକ ନେତାଙ୍କୁ ଉପହାର ଦେବାର କଥା ଆସିଲା, ତ ମୁଁ ୧୨ ପୁଣିଥରେ କହିଲି – ‘ଭୋକାଲ ଫର ଲୋକାଲ୍’। ମୁଁ ଦେଶବାସୀଙ୍କ ତରଫରୁ ବିଶ୍ୱ ନେତୃବୃନ୍ଦଙ୍କୁ ଯେଉଁ ଉପହାର ପ୍ରଦାନ କଲି, ସେଥିରେ ଏହି ଭାବନାର ସ୍ୱତନ୍ତ୍ର ଧ୍ୟାନ ରଖାଯାଇଥିଲା। ଜି-୨୦ ସମୟରେ ମୁଁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ର ତିଙ୍କୁ ନଟରାଜଙ୍କ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲି। ଏହା ତାମିଲନାଡୁର ତାଞ୍ଜାବୁର୍ର ସାଂସ୍କୃତିକ ଐତିହ୍ୟ ସହ ଜଡ଼ିତ ଚୋଳଯୁଗୀୟ ଶିଳ୍ପକଳାର ଅଦ୍ଭୁତ ଉଦାହରଣ। କାନାଡାର ପ୍ରଧାନମନ୍ତ୍ରୀଙ୍କୁ ରୁପା ଘୋଡ଼ାର ପ୍ରତିକୃତି ଦିଆଯାଇଥିଲା। ଏହା ରାଜସ୍ଥାନର ଉଦୟପୁରର ଉତ୍କୃଷ୍ଟ ଶିଳ୍ପକଳାକୁ ପ୍ରତିଫଳିତ କରେ। ଜାପାନର ପ୍ରଧାନମନ୍ତ୍ରୀଙ୍କୁ ରୁପାର ବୁଦ୍ଧ ପ୍ରତିକୃତି ଦିଆଗଲା। ଏଥିରେ ତେଲେଙ୍ଗାନା ଓ କରିମନଗରର ପ୍ରସିଦ୍ଧ ରୂପା କାରିଗରୀର କାରୁକାର୍ଯ୍ୟ ବାରିହୁଏ। ଇଟାଲୀର ପ୍ରଧାନମନ୍ତ୍ରୀଙ୍କୁ ଫୁଲର ଆକୃତି ବିଶିଷ୍ଟ ରୌପ୍ୟଦର୍ପଣ ଉପହାର ଦିଆଯାଇଥିଲା। ଏହା ମଧ୍ୟ କରିମନଗରର ପାରମ୍ପରିକ ଧାତୁ ଶିଳ୍ପକଳାକୁ ପ୍ରଦର୍ଶିତ କରିଥାଏ। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ମୁଁ ପିତ୍ତଳର ଉରଲି ପ୍ରଦାନ କରିଥିଲି, ଯାହା କେରଳ ମନ୍ନାରର ଏକ ଉତ୍କୃଷ୍ଟ ଶିଳ୍ପ। ମୋର ଉଦ୍ଦେଶ୍ୟ ଥିଲା ଯେ ଦୁନିଆ, ଭାରତୀୟ ଶିଳ୍ପ, କଳା ଓ ପରମ୍ପରା ବିଷୟରେ ଜାଣୁ, ଏବଂ ଆମର କାରିଗରମାନଙ୍କର ପ୍ରତିଭାକୁ ବିଶ୍ୱମଞ୍ଚ ମିଳୁ।
ବନ୍ଧୁଗଣ,
ମୁଁ ଖୁସି ଯେ ‘ଭୋକାଲ ଫର୍ ଲୋକାଲ୍’ର ଭାବନାକୁ ଦେଶର କୋଟିକୋଟି ଲୋକ ନିଜ ଜୀବନର ଅଂଶ କରିନେଇଛନ୍ତି। ଏହି ବର୍ଷ ଯେତେବେଳେ ଆପଣ ଉତ୍ସବର କିଣାକିଣି ପାଇଁ ବଜାରକୁ ଯାଇଥିବେ, ତା’ହେଲେ ଗୋଟିଏ କଥା ଆପଣ ସମସ୍ତେ ଅନୁଭବ କରିଥିବେ, ଲୋକଙ୍କ ପସନ୍ଦ ଓ ଘରକୁ ଆସୁଥିବା ସାମଗ୍ରୀରେ ଏକ ସ୍ପଷ୍ଟ ସଙ୍କେତ ଦେଖାଯାଉଛି ଯେ ଦେଶ ସ୍ୱଦେଶୀ ଆଡ଼କୁ ଫେରୁଛି। ଲୋକେ ନିଜ ଇଚ୍ଛାରେ ଭାରତୀୟ ଉତ୍ପାଦ ବାଛୁଛନ୍ତି। ଏହି ପରିବର୍ତ୍ତନକୁ ଛୋଟରୁ ଛୋଟ ଦୋକାନୀ ମଧ୍ୟ ଅନୁଭବ କରିଛନ୍ତି। ଏଥର ଯୁବକମାନେ ମଧ୍ୟ ‘ଭୋକାଲ ଫର ଲୋକାଲ୍’ ଅଭିଯାନକୁ ଆଗକୁ ବଢ଼ାଇଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ବଡ଼ଦିନ ଓ ନୂଆବର୍ଷ ଉପଲକ୍ଷେ ନୂଆ କିଣାକିଣି ପର୍ବ ଆରମ୍ଭ ହୋଇଯିବ। ମୁଁ ଆପଣମାନଙ୍କୁ ପୁଣି ମନେ ପକାଇଦେଉଛି, ‘ଭୋକାଲ ଫର ଲୋକାଲ୍’ ମନ୍ତ୍ର ୧୩ ମନେରଖନ୍ତୁ, ଦେଶରେ ତିଆରି ହୋଇଥିବା ଜିନିଷ କିଣନ୍ତୁ, ଯେଉଁଥିରେ କୌଣସି ଦେଶବାସୀର ପରିଶ୍ରମ ଲାଗିଥିବ, ସେହି ଜିନିଷ ବିକ୍ରି କରନ୍ତୁ।
ମୋର ପ୍ରିୟ ଦେଶବାସୀଗଣ,
ଭାରତୀୟ କ୍ରୀଡ଼ା ଦୃଷ୍ଟିରୁ ଏହି ମାସଟି ସୁପରହିଟ୍ ରହିଛି। ଏହି ମାସର ଆରମ୍ଭ ଭାରତୀୟ ମହିଳା ଟିମ୍ ଦ୍ୱାରା ଆଇସିସି ମହିଳା ବିଶ୍ୱକପ୍ ବିଜୟରୁ ହୋଇଥିଲା। କିନ୍ତୁ ତା’ପରେ ମଧ୍ୟ ମଇଦାନରେ ଅଧିକ ଆକ୍ସନ୍ ଦେଖିବାକୁ ମିଳିଛି। କିଛିଦିନ ପୂର୍ବେ ଟୋକିଓରେ ଡିଫ୍-ଅଲିମ୍ପିକ୍ସ ହୋଇଥିଲା ଯେଉଁଠାରେ ଭାରତ ସର୍ବୋତ୍ତମ ପ୍ରଦର୍ଶନ କରି ୨୦ଟି ପଦକ ଜିତିଛି। ଆମର ମହିଳା ଖେଳାଳିମାନେ କବାଡ଼ି ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସମଗ୍ର ଟୁର୍ଣ୍ଣାମେଣ୍ଟରେ ସେମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ପ୍ରତ୍ୟେକ ଭାରତୀୟଙ୍କ ମନ ଜିଣିନେଇଛନ୍ତି। ୱାର୍ଲ୍ଡ ବକ୍ସିଂ କପ୍ ଫାଇନାଲ ରେ ମଧ୍ୟ ଆମର ଖେଳାଳିମାନଙ୍କର ପ୍ରଦର୍ଶନ ଅସାଧାରଣ ରହିଥିଲା, ଯେଉଁଥିରେ ସେମାନେ ୨୦ଟି ପଦକ ଜିତିଛନ୍ତି।
ବନ୍ଧୁଗଣ,
ଯାହା ବିଷୟରେ ଆହୁରି ଅଧିକ ଚର୍ଚ୍ଚା ହେଉଛି, ତାହା ହେଉଛି ଆମର ମହିଳା ଦଳ ବ୍ଲାଇଣ୍ଡ କ୍ରିକେଟ୍ ୱାର୍ଲ୍ଡ କପ୍ ଜିତିବା। ବଡ଼ କଥା ହେଉଛି ଆମର ଏହି ଦଳ ଗୋଟିଏ ମ୍ୟାଚ୍ ବି ନ ହାରି ଟୁର୍ଣ୍ଣାମେଣ୍ଟ ଜିତିଛି। ଦେଶବାସୀ ଏହି ଦଳର ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଗର୍ବିତ। ମୋର ଏହି ଦଳ ସହ ପ୍ରଧାନମନ୍ତ୍ରୀ ନିବାସରେ ସାକ୍ଷାତ ହୋଇଥିଲା। ସତରେ ଏହି ଦଳର ସାହସ ଓ ମନୋବଳ ଆମକୁ ବହୁତ କିଛି ଶିଖାଇଥାଏ। ଏହି ବିଜୟ ଆମ କ୍ରୀଡ଼ା ଇତିହାସର ସବୁଠାରୁ ବଡ଼ ବିଜୟଗୁଡ଼ି ମଧ୍ୟରୁ ଅନ୍ୟତମ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଇ ଚାଲିବ।
ବନ୍ଧୁଗଣ,
ଆଜିକାଲି ଆମ ଦେଶରେ ଏଣ୍ଡୁରାନ୍ସ ସ୍ପୋର୍ଟସ୍ର ଏକ ନୂଆ କ୍ରୀଡ଼ା ସଂସ୍କୃତିର ଖୁବ୍ ଜୋରରେ ଉଦୟ ହେଉଛି। ଏଣ୍ଡୁରାନ୍ସ ସ୍ପୋର୍ଟସ ମାନେ ମୋ କହିବାର ଅର୍ଥ, ଏପରି କ୍ରୀଡ଼ା କାର୍ଯ୍ୟକଳାପ, ଯେଉଁଥିରେ ଆପଣଙ୍କର ସୀମାର ପରୀକ୍ଷା ହୁଏ। କିଛିବର୍ଷ ତଳ ପର୍ଯ୍ୟନ୍ତ ମାରାଥନ୍ ଓ ବାଇକ୍ଥନ୍ ଭଳି ସ୍ୱତନ୍ତ୍ର ଇଭେଣ୍ଟ ୧୪ କେବଳ କିଛି ବିଶେଷ ଲୋକଙ୍କ ମଧ୍ୟରେ ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ବହୁତ କିଛି ବଦଳିଯାଇଛି। ମୋତେ କୁହାଯାଇଛି ଯେ ଦେଶବ୍ୟାପୀ ପ୍ରତି ମାସରେ ୧୫୦୦ରୁ ଅଧିକ ଏଣ୍ଡୁରାନ୍ସ ସ୍ପୋର୍ଟସ୍ ଆୟୋଜନ ହେଉଛି। ଏହି ଇଭେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିବା ପାଇଁ ଆଥଲେଟମାନେ ଦୂରଦୂରାନ୍ତରୁ ଯାଇଥାନ୍ତି।
ବନ୍ଧୁଗଣ,
ଏଣ୍ଡୁରାନ୍ସ ସ୍ପୋର୍ଟସର ହିଁ ଗୋଟିଏ ଉଦାହରଣ ହେଉଛି – ଆୟରନମ୍ୟାନ୍ ଟ୍ରାଏଥଲନ୍। ଆପଣ କଳ୍ପନା କରନ୍ତୁ, ଯଦି ଆପଣଙ୍କୁ କୁହାଯାଏ ଯେ ଆପଣଙ୍କ ପାଖରେ ଗୋଟିଏ ଦିନରୁ ମଧ୍ୟ କମ୍ ସମୟ ଅଛି ଏବଂ ଆପଣଙ୍କୁ ଏହି ତିନୋଟି କାମ କରିବାକୁ ପଡ଼ିବ : ସମୁଦ୍ରରେ ୪ କିଲୋମିଟର ପର୍ଯ୍ୟନ୍ତ ପହଁରିବା, ୧୮୦ କିଲୋମିଟର ସାଇକେଲ ଚଲେଇବା ଓ ପ୍ରାୟ ୪୨ କିଲୋମିଟରର ମାରାଥନ୍ ଦୌଡ଼ିବା। ତେବେ ଆପଣ ଭାବିବେ ଏହା କି ରି ସମ୍ଭବ। କିନ୍ତୁ ଦୃଢ଼ ସାହସସଂପନ୍ନ ଲୋକେ ଏହି କାମକୁ ମଧ୍ୟ ସଫଳତାର ସହ କରି ଦେଖାନ୍ତି। ତେଣୁ ଏହାକୁ ଆୟରନମ୍ୟାନ୍ ଟ୍ରାଏଥଲନ୍ କୁହାଯାଏ।
ଗୋଆରେ ନିକଟରେ ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଜିକାଲି ଏଭଳି କାର୍ଯ୍ୟକ୍ରମଗୁଡ଼ିକରେ ମଧ୍ୟ ଲୋକେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି। ଏପରି ଅନେକ ପ୍ରତିଯୋଗିତା ଅଛି, ଯାହା ଆମର ଯୁବବନ୍ଧୁମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେଉଛି। ଆଜିକାଲି ଅନେକ ଲୋକ ‘ଫିଟ୍ ଇଣ୍ଡିଆ ସନ୍ଡେଜ୍ ଅନ୍ ସାଇକଲ୍’ ଭଳି କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଏକାଠି ହେଉଛନ୍ତି। ଏସବୁ ଏପରି ଜିନିଷ ଯାହା ଦ୍ୱାରା ଫିଟନେସ୍କୁ ପ୍ରୋତ୍ସାହନ ମିଳୁଛି।
ବନ୍ଧୁଗଣ,
ଆପଣଙ୍କ ସହ ପ୍ରତି ମାସରେ ଭେଟିବା ମୋ ପାଇଁ ସବୁବେଳେ ଏକ ନୂଆ ଅଭିଜ୍ଞତା। ଆପଣଙ୍କର କାହାଣୀ, ଆପଣଙ୍କର ପ୍ରୟାସ ମୋତେ ନୂଆ ପ୍ରେରଣା ଦିଏ। ଆପଣମାନେ ବାର୍ତ୍ତାରେ ଯେଉଁ ପରାମର୍ଶ ପଠାନ୍ତି, ଯେଉଁ ଅନୁଭୂତି ବାଣ୍ଟନ୍ତି, ତାହାଦ୍ୱାରା ଏହି କାର୍ଯ୍ୟକ୍ରମରେ ଭାରତର ବିବିଧତାକୁ ସାଉଁଟିନେବାର ପ୍ରେରଣା ମିଳିଥାଏ। ଯେତେବେଳେ ଆମେ ଆସନ୍ତା ମାସରେ ଭେଟିବା, ସେତେବେଳେ ୨୦୨୫ ଶେଷ ହେବାକୁ ଯାଉଥିବ। ଦେଶର ଅଧିକାଂଶ ଅଞ୍ଚଳରେ ଏବେ ଥଣ୍ଡା ୧୫ ଆହୁରି ବଢ଼ିବ। ଶୀତଋତୁରେ ଆପଣ ନିଜର ଓ ପରିବାରର ବିଶେଷ ଯତ୍ନ ନିଅନ୍ତୁ। ଆସନ୍ତା ମାସରେ ଆମେ ନିଶ୍ଚିତ ଭାବେ କିଛି ନୂଆ ବିଷୟ, ନୂଆ ବ୍ୟକ୍ତିତ୍ୱର ଆଲୋଚନା କରିବା। ବହୁତ ବହୁତ ଧନ୍ୟବାଦ। ନମସ୍କାର।

ମୋର ପ୍ରିୟ ଦେଶବାସୀଗଣ,
ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ସାରା ଦେଶରେ ବର୍ତ୍ତମାନ ପର୍ବପର୍ବାଣୀର ଉଲ୍ଲାସ ଭରିରହିଛି । ମାତ୍ର କିଛିଦିନ ପୂର୍ବରୁ ଆମେ ଦୀପାବଳି ପାଳନ କରିଛୁ ଏବଂ ଏବେ ବହୁ ସଂଖ୍ୟାରେ ଲୋକେ ଛଠ ପୂଜାରେ ବ୍ୟସ୍ତ ରହିଛନ୍ତି । ଘରେ ଘରେ ଠେକୁଆ ନାମକ ମିଷ୍ଟାନ୍ନ ତିଆରି ଚାଲିଛି । ବିଭିନ୍ନ ସ୍ଥାନରେ ଘାଟର ସାଜସଜ୍ଜା ଚାଲିଛି । ବଜାରଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ଚାରିଆଡ଼େ ଶ୍ରଦ୍ଧା, ଭାଇଚାରା ଏବଂ ପରମ୍ପରାର ସଙ୍ଗମ ଦେଖିବାକୁ ମିଳୁଛି । ଛଠ ବ୍ରତ ପାଳନ କରୁଥିବା ମହିଳାମାନେ ଯେଉଁ ସମର୍ପଣ ଏବଂ ନିଷ୍ଠା ଭାବ ସହ ଏହି ପର୍ବ ପାଇଁ ପ୍ରସ୍ତୁତି କରନ୍ତି, ତାହା ଅତ୍ୟନ୍ତ ପ୍ରେରଣାଦାୟକ ।
ବନ୍ଧୁଗଣ,
ଛଠ ମହାପର୍ବ ସଂସ୍କୃତି, ପ୍ରକୃତି ଏବଂ ସମାଜ ମଧ୍ୟରେ ଏକ ନିବିଡ଼ ଏକତାର ପ୍ରତିବିମ୍ବ ଅଟେ । ଛଠ ଘାଟରେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକେ ଏକାସାଙ୍ଗରେ ଠିଆ ହୁଅନ୍ତି । ଏହି ଦୃଶ୍ୟ ଭାରତର ସାମାଜିକ ଏକତାର ସବୁଠାରୁ ସୁନ୍ଦର ଉଦାହରଣ । ଆପଣ ଦେଶ ବିଦେଶର ଯେକୌଣସି କୋଣଅନୁକୋଣରେ ଥାଆନ୍ତୁ, ଯଦି ସୁଯୋଗ ମିଳେ, ତେବେ ଛଠ ଉତ୍ସବରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ । ଗୋଟିଏ ଅନନ୍ୟ ଅନୁଭୂତି ସ୍ୱୟଂ ଅନୁଭବ କରନ୍ତୁ । ମୁଁ ଛଠିମାଆଙ୍କୁ ପ୍ରଣାମ କରୁଛି । ସମସ୍ତ ଦେଶବାସୀଙ୍କୁ, ବିଶେଷକରି ବିହାର, ଝାଡ଼ଖଣ୍ଡ ଏବଂ ପୂର୍ବାଞ୍ଚଳର ଲୋକମାନଙ୍କୁ ଛଠ ମହାପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ,
ପାର୍ବଣର ଏହି ଅବସରରେ ମୁଁ ଆପଣ ସମସ୍ତଙ୍କ ନାମରେ ଏକ ପତ୍ର ଲେଖି ନିଜ ଭାବନା ଆପଣମାନଙ୍କ ସହ ବାଣ୍ଟିଥିଲି । ଚିଠିରେ ମୁଁ ଦେଶର ସେହି ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଲେଖିଥିଲି, ଯାହା ଫଳରେ ଏଥର ପର୍ବପର୍ବାଣୀର ମାଧୁର୍ଯ୍ୟ ପୂର୍ବାପେକ୍ଷା ଅଧିକ ହୋଇଛି । ମୋ ଚିଠିର ଉତ୍ତରରେ ଦେଶର ଅନେକ ନାଗରିକ ନିଜ ବାର୍ତ୍ତାମାନ ପଠାଇଛନ୍ତି । ବାସ୍ତବରେ, ଅପରେସନ ସିନ୍ଦୂର ପ୍ରତ୍ୟେକ ଭାରତୀୟକୁ ଗର୍ବରେ ଭରିଦେଇଛି । ଏଥର ସେହି ଅଞ୍ଚଳରେ ମଧ୍ୟ ଖୁସିର ଆଲୋକ ଜଳୁଛି, ଯାହା ଦିନେ ମାଓବାଦୀ ଆତଙ୍କର ଅନ୍ଧକାରରେ ଆଚ୍ଛାଦିତ ହୋଇ ରହୁଥିଲା । ଲୋକେ ସେହି ମାଓବାଦୀ ଆତଙ୍କର ମୂଳୋତ୍ପାଟନ ଚାହୁଁଛନ୍ତି, ଯାହା ସେମାନଙ୍କ ସନ୍ତାନମାନଙ୍କ ଭବିଷ୍ୟତକୁ ବିପଦରେ ପକାଇ ଦେଇଥିଲା ।
ଜିଏସଟି ସଞ୍ଚୟ ଉତ୍ସବକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଏଥର ପାର୍ବଣ ଋତୁରେ ଆଉ ଗୋଟିଏ ସୁଖକର କଥା ଦେଖିବାକୁ ମିଳିଥିଲା । ବଜାରରେ ସ୍ୱଦେଶୀ ଜିନିଷର ବିକ୍ରି ବହୁ ପରିମାଣରେ ବୃଦ୍ଧି ପାଇଛି । ଲୋକେ ମୋ ପାଖକୁ ଯେଉଁସବୁ ବାର୍ତ୍ତା ପଠାଇଛନ୍ତି, ସେଥିରେ ସେମାନେ ଏଥର କି କି ସ୍ୱଦେଶୀ ଜିନିଷ କିଣିଛନ୍ତି, ତାହା ଜଣାଇଛନ୍ତି ।
ବନ୍ଧୁଗଣ,
ମୁଁ ମୋ ଚିଠିରେ ଖାଦ୍ୟରେ ତେଲର ମାତ୍ରାକୁ ୧୦ ପ୍ରତିଶତ ହ୍ରାସ କରିବାକୁ ମଧ୍ୟ ଅନୁରୋଧ କରିଥିଲି । ଏହା ପ୍ରତି ମଧ୍ୟ ଲୋକେ ବହୁତ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ବନ୍ଧୁଗଣ, ସ୍ୱଚ୍ଛତା ଏବଂ ସ୍ୱଚ୍ଛତାର ପ୍ରୟାସ, ଏ ବିଷୟରେ ମଧ୍ୟ ମୋତେ ଅନେକ ବାର୍ତ୍ତା ମିଳିଛି । ମୁଁ ଆପଣଙ୍କ ସହ ଭିନ୍ନ ଭିନ୍ନ ସହରର ଏଭଳି କାହାଣୀ କହିବାକୁ ଚାହୁଁଛି, ଯାହା ଅତ୍ୟନ୍ତ ପ୍ରେରଣାଦାୟକ । ଛତିଶଗଡର ଅମ୍ବିକାପୁରରେ ସହରରୁ ପ୍ଲାଷ୍ଟିକ ଆବର୍ଜନା ସଫା କରିବା ପାଇଁ ଗୋଟିଏ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଅମ୍ବିକାପୁରରେ ଗାର୍ବେଜ୍ କ୍ୟାଫେ ଖୋଲାଯାଇଛି । ଏଗୁଡ଼ିକ ଏମିତି କ୍ୟାଫେ ଯେଉଁଠି ପ୍ଲାଷ୍ଟିକ ଆବର୍ଜନା ପ୍ରତିବଦଳରେ ପେଟପୁରା ଖାଇବାକୁ ଦିଆଯାଉଛି । ଯଦି କୌଣସି ଲୋକ କେଜିଏ ପ୍ଲାଷ୍ଟିକ ନେଇ ସେଠାକୁ ଯାଏ, ତାହେଲେ ଦିନ ଏବଂ ରାତ୍ରିଭୋଜନ ମିଳୁଛି ଏବଂ କେହି ଅଧକିଲୋ ପ୍ଲାଷ୍ଟିକ ନେଇ ଗଲେ ଜଳଖିଆ ମିଳିଯାଉଛି । ଅମ୍ବିକାପୁର ନଗର ନିଗମ ଏହାର ପରିଚାଳନା କରୁଛି ।
ବନ୍ଧୁଗଣ,
ଏହିଭଳି ଏକ ଚମତ୍କାର କାର୍ଯ୍ୟ ବେଙ୍ଗାଲୁରୁର ଇଞ୍ଜିନିୟର କପିଲ୍ ଶର୍ମା କରିଛନ୍ତି । ବେଙ୍ଗାଲୁରୁକୁ ହ୍ରଦର ସହର କୁହାଯାଇଥାଏ ଏବଂ କପିଲ୍ ଜୀ ଏଠାରେ ହ୍ରଦଗୁଡ଼ିକୁ ନବଜୀବନ ପ୍ରଦାନର ଅଭିଯାନ ଆରମ୍ଭ କରିଛନ୍ତି । କପିଲ ଜୀଙ୍କ ଟିମ୍ ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଞ୍ଚଳର ୪୦ଟି କୂଅ ଏବଂ ୬ଟି ହ୍ରଦକୁ ପୁନର୍ଜୀବିତ କରିଦେଇଛନ୍ତି । ବିଶେଷ କଥା ହେଲା, ନିଜ ମିଶନରେ ସେ କର୍ପୋରେଟ୍ ଏବଂ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସାମିଲ କରିଛନ୍ତି । ତାଙ୍କ ସଂସ୍ଥା ବୃକ୍ଷରୋପଣ ଅଭିଯାନ ସହ ମଧ୍ୟ ସଂଯୁକ୍ତ । ବନ୍ଧୁଗଣ, ଅମ୍ବିକାପୁର ଏବଂ ବେଙ୍ଗାଲୁରୁର ଏହି ପ୍ରେରଣାଦାୟୀ ଉଦାହରଣ ଏହା ସୂଚିତ କରୁଛନ୍ତି ଯେ, ଯଦି ଇଚ୍ଛାଶକ୍ତି ଦୃଢ଼, ତେବେ ପରିବର୍ତ୍ତନ ସୁନିଚିନ୍ତ ।
ବନ୍ଧୁଗଣ,
ପରିବର୍ତ୍ତନର ଅନ୍ୟ ଏକ ପ୍ରଚେଷ୍ଟାର ଉଦାହରଣ ବିଷୟରେ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି । ଆପଣମାନେ ସମସ୍ତେ ଜାଣନ୍ତି, ଯେମିତି ପାର୍ବତ୍ୟାଞ୍ଚଳ ଏବଂ ସମତଳ ଅଞ୍ଚଳରେ ବଣଜଙ୍ଗଲ ଥାଏ । ଏହି ଜଙ୍ଗଲ ମୃତ୍ତିକାକୁ ଧରି ରଖନ୍ତି । ସେମିତି ସମୁଦ୍ରକୂଳରେ ହେନ୍ତାଳ ବନର ଗୁରୁତ୍ୱ ରହିଥାଏ । ଏହି ହେନ୍ତାଳ ବନ ସମୁଦ୍ରର ଲୁଣି ପାଣି ଏବଂ ସନ୍ତସନ୍ତିଆ ଭୂମିରେ ସୃଷ୍ଟି ହୋଇଥାଏ । ଏହା ସମୁଦ୍ରର ଇକୋ-ସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସୁନାମୀ ଅବା ସାଇକ୍ଲୋନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଏହି ହେନ୍ତାଳ ବନ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଆନ୍ତି ।
ବନ୍ଧୁଗଣ,
ଗୁଜରାଟର ବନ ବିଭାଗ ଦ୍ୱାରା ଏହି ହେନ୍ତାଳ ବନର ମହତ୍ତ୍ୱକୁ ଉପଲବ୍ଧି କରି ଗୋଟିଏ ବିଶେଷ ଅଭିଯାନ ଆରମ୍ଭ ହୋଇଛି । ୫ ବର୍ଷ ପୂର୍ବେ ବନ ବିଭାଗର ଟିମଗୁଡ଼ିକ ଅହମଦାବାଦ ନିକଟସ୍ଥ ଧୋଲେରାରେ ହେନ୍ତାଳ ଲଗାଇବା କାମ ଆରମ୍ଭ କରିଥିଲେ । ଆଜି ଧୋଲେରା ଉପକୂଳରେ ସାଢ଼େ ତିନି ହଜାର ହେକ୍ଟରରେ ହେନ୍ତାଳ ବ୍ୟାପିଯାଇଛି । ଏହି ହେନ୍ତାଳ ବନର ପ୍ରଭାବ ଆଜି ସମ୍ପୂର୍ଣ୍ଣ ଅଞ୍ଚଳରେ ଦେଖିବାକୁ ମିଳୁଛି । ସେଠାକାର ଇକୋ ସିଷ୍ଟମରେ ଡଲଫିନ୍ ସଂଖ୍ୟା ବୃଦ୍ଧି ପାଇଛି । କଙ୍କଡ଼ା ଏବଂ ଅନ୍ୟ ଜଳଜୀବଙ୍କ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ, ଏଠାରେ ବିଦେଶୀ ପକ୍ଷୀ ମଧ୍ୟ ବହୁ ସଂଖ୍ୟାରେ ଆସୁଛନ୍ତି । ଏହାଦ୍ୱାରା ସେଠାକାର ପରିବେଶ ଉପରେ ଅନୁକୂଳ ପ୍ରଭାବ ପଡ଼ିବା ସହିତ ଏଠାକାର ମତ୍ସ୍ୟ ଚାଷୀମାନଙ୍କୁ ମଧ୍ୟ ଲାଭ ହେଉଛି ।
ବନ୍ଧୁଗଣ,
ଧୋଲେରା ବ୍ୟତୀତ ଗୁଜରାଟର କଚ୍ଛରେ ମଧ୍ୟ ଆଜିକାଲି ହେନ୍ତାଳ ବୃକ୍ଷରୋପଣ ଜୋରସୋରରେ ଚାଲିଛି । ସେଠାରେ କୋରୀ କ୍ରିକ୍ରେ ମାଙ୍ଗ୍ରୋଭ୍ ଶିକ୍ଷା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି ।
ବନ୍ଧୁଗଣ,
ଏହା ହିଁ ତ ବୃକ୍ଷଲତାର ବିଶେଷତ୍ୱ । ଯେକୌଣସି ସ୍ଥାନ ହେଉ, ଏହା ପ୍ରତ୍ୟେକ ଜୀବର ଉନ୍ନତି ପାଇଁ କାମରେ ଲାଗିଥାଏ । ସେଇଥିପାଇଁ ତ ଆମ ଗ୍ରନ୍ଥମାନଙ୍କରେ କୁହାଯାଇଛି ଯେ,
ଧନ୍ୟା ମହିଋହା ୟେଭ୍ୟୋ,
ନିରାଶାଂ ୟାନ୍ତି ନାର୍ଥିନଃ । ।
ଅର୍ଥାତ୍, ସେହି ବୃକ୍ଷ ଏବଂ ବନସ୍ପତି ଧନ୍ୟ, ଯାହା କାହାରିକୁ ହତାଶ କରେ ନାହିଁ । ଆମକୁ ଦରକାର, ଆମେ ଯେକୌଣସି ଅଞ୍ଚଳରେ ବାସ କରୁଥିଲେ ମଧ୍ୟ ବୃକ୍ଷରୋପଣ କରିବା ଉଚିତ । ‘ଏକ୍ ପେଡ଼୍ ମାଁ କେ ନାମ୍’ ଅଭିଯାନକୁ ଆମକୁ ଆହୁରି ଆଗେଇ ନେବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ,
ଆପଣମାନେ ଜାଣନ୍ତି କି, ‘ମନ୍ କି ବାତ୍’ରେ ଆମେ ଯେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥାଉ, ସେଥିରେ ମୋ ପାଇଁ ସବୁଠାରୁ ଅଧିକ ସନ୍ତୁଷ୍ଟିର କଥା କ’ଣ ହୋଇଥିବ ? ସେ ବିଷୟରେ ମୁଁ ଏହା କହିବି ଯେ, ‘ମନ୍ କି ବାତ୍’ରେ ଆମେ ଯେଉଁ ସବୁ ବିଷୟ ଉପରେ ଆଲୋଚନା କରିଥାଉ ତାହାଦ୍ୱାରା ଲୋକମାନଙ୍କୁ ସମାଜ ପାଇଁ କିଛି ଭଲ, କିଛି ଅଭିନବ କାମ କରିବାକୁ ପ୍ରେରଣା ମିଳିଥାଏ । ଏହାଦ୍ୱାରା ଆମ ସଂସ୍କୃତି, ଆମ ଦେଶର ଅନେକ ଦିଗ ଲୋକଲୋଚନକୁ ଆସିଥାଏ ।
ବନ୍ଧୁଗଣ,
ଆପଣମାନଙ୍କ ମଧ୍ୟରୁ ଅନେକଙ୍କର ମନେଥିବ ଯେ, ପ୍ରାୟଃ ୫ ବର୍ଷ ପୂର୍ବେ ମୁଁ ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରଜାତିର ଶ୍ୱାନ ଅର୍ଥାତ୍ କୁକୁର ବିଷୟରେ ଆଲୋଚନା କରିଥିଲି । ଦେଶବାସୀଙ୍କ ସହ ମୁଁ ଆମ ସୁରକ୍ଷା ବାହିନୀକୁ ଅନୁରୋଧ କରିଥିଲି ଯେ, ସେମାନେ ଭାରତୀୟ ପ୍ରଜାତିର କୁକୁରଙ୍କୁ ଆପଣାନ୍ତୁ । କାରଣ, ସେମାନେ ଆମ ପରିବେଶ ଓ ପରିସ୍ଥିତିରେ ନିଜକୁ ସହଜରେ ଖାପ ଖୁଆଇ ପାରନ୍ତି । ଏକଥା ଜଣାଇବାରେ ମୋତେ ଖୁସି ଲାଗୁଛି ଯେ ଆମ ସୁରକ୍ଷା ସଂସ୍ଥାମାନେ ଏହି ଦିଗରେ ଅନେକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ବିଏସ୍ଏଫ୍ ଏବଂ ସିଆରପିଏଫ୍ ନିଜ ଦଳରେ ଭାରତୀୟ ପ୍ରଜାତିର କୁକୁରଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି । କୁକୁରମାନଙ୍କ ତାଲିମ ପାଇଁ ବିଏସ୍ଏଫର ଜାତୀୟ ତାଲିମ କେନ୍ଦ୍ର ଗୋଆଲିୟରର ଟେକନପୁରଠାରେ ରହିଛି । ଏଠାରେ ଉତ୍ତରପ୍ରଦେଶର ରାମପୁର ହାଉଣ୍ଡ୍, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ମୁଧୋଲ୍ ହାଉଣ୍ଡ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି କେନ୍ଦ୍ରରେ ତାଲିମଦାତା, ବୈଷୟିକ କୌଶଳ ଏବଂ ନୂତନ ପଦ୍ଧତି ମାଧ୍ୟମରେ କୁକୁରମାନଙ୍କୁ ଉନ୍ନତ ଧରଣର ତାଲିମ ପ୍ରଦାନ କରାଯାଉଛି । ଭାରତୀୟ ପ୍ରଜାତିର କୁକୁରମାନଙ୍କ ପାଇଁ ଟ୍ରେନିଂ ମାନୁଆଲକୁ ପୁଣିଥରେ ଲିପିବଦ୍ଧ କରାଯାଇଛି, ଯାହା ଫଳରେ ସେମାନଙ୍କ ଅନନ୍ୟ ଶକ୍ତିକୁ ଲୋକଲୋଚନକୁ ଅଣାଯାଇପାରିବ । ବେଙ୍ଗାଲୁରୁର ସିଆରପିଏଫର କୁକୁର ପ୍ରଜନନ ଏବଂ ତାଲିମ ବିଦ୍ୟାଳୟରେ ମୋଙ୍ଗରେଲ୍ସ, ମୁଧୋଲ ହାଉଣ୍ଡ, କୋମ୍ବାଇ ଏବଂ ପାଣ୍ଡିକୋନା ଭଳି ଭାରତୀୟ କୁକୁରମାନଙ୍କୁ ତାଲିମ ଦିଆଯାଉଛି।
ବନ୍ଧୁଗଣ,
ଗତବର୍ଷ ଲକ୍ଷ୍ନୌରେ ଅଲ୍ ଇଣ୍ଡିଆ ପୋଲିସ୍ ଡ୍ୟୁଟି ମିଟ୍ ଆୟୋଜିତ ହୋଇଥିଲା । ସେତେବେଳେ ରିୟା ନାମକ କୁକୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ବିଏସ୍ଏଫ୍ ଦ୍ୱାରା ତାଲିମପ୍ରାପ୍ତ ମୁଧୋଲ୍ ହାଉଣ୍ଡ ପ୍ରଜାତିର କୁକୁର । ରିୟା ଏଠାରେ ଅନେକ ବିଦେଶୀ ପ୍ରଜାତିର କୁକୁରଙ୍କୁ ପଛରେ ପକାଇ ପ୍ରଥମ ପୁରସ୍କାର ଜିତିଥିଲା ।
ବନ୍ଧୁଗଣ,
ଏବେ ବିଏସ୍ଏଫ୍ ନିଜ କୁକୁରମାନଙ୍କୁ ବିଦେଶୀ ବଦଳରେ ସ୍ୱଦେଶୀ ନାମରେ ନାମକରଣ କରିବା ପରମ୍ପରା ଆରମ୍ଭ କରିଛନ୍ତି । ଆମର ସ୍ୱଦେଶୀ ଶ୍ୱାନ ଚମତ୍କାର ସାହସ ପ୍ରଦର୍ଶନ କରିଛନ୍ତି । ଗତବର୍ଷ ଛତିଗଡ଼ର ମାଓ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ସିଆରପିଏଫର ଗୋଟିଏ ସ୍ୱଦେଶୀ କୁକୁର ଆଠ କେଜି ବିସ୍ଫୋରକ ଠାବ କରିଥିଲା । ବିଏସ୍ଏଫ୍ ଏବଂ ସିଆରପିଏଫ୍ ଏହି ଦିଗରେ ଯେଉଁ ପ୍ରଚେଷ୍ଟା କରିଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଅବଶ୍ୟ, ମୁଁ ଅକ୍ଟୋବର ୩୧ ତାରିଖକୁ ମଧ୍ୟ ଅପେକ୍ଷା କରିଛି । ଏହା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରତିବର୍ଷ ଗୁଜରାଟର ଏକତା ନଗରରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ବିଶେଷ ଉତ୍ସବର ଆୟୋଜନ ହୋଇଥାଏ । ଏଠାରେ ଏକତା ଦିବସ ପରେଡ୍ ମଧ୍ୟ ଅନୁଷ୍ଠିତ ହୋଇଥାଏ ଏବଂ ସେହି ପରେଡରେ ପୁଣିଥରେ ଭାରତୀୟ ଶ୍ୱାନମାନଙ୍କ ସାମର୍ଥ୍ୟ ପ୍ରଦର୍ଶିତ ହେବ । ଆପଣମାନେ ମଧ୍ୟ ସମୟ ବାହାର କରି ଏହାକୁ ନିଶ୍ଚୟ ଦେଖିବେ ।
ମୋର ପ୍ରିୟ ଦେଶବାସୀଗଣ,
ସର୍ଦ୍ଦାର ପଟେଲଙ୍କର ୧୫୦ତମ ଜୟନ୍ତୀ ସାରା ଦେଶ ପାଇଁ ଏକ ବିଶେଷ ଅବସର । ସର୍ଦ୍ଦାର ପଟେଲ ଆଧୁନିକ ସମୟରେ ଦେଶର ସବୁଠାରୁ ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ବିଶାଳ ବ୍ୟକ୍ତିତ୍ୱରେ ଅନେକ ଗୁଣ ଭରିରହିଥିଲା । ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ ଛାତ୍ର ଥିଲେ । ସେ ଭାରତ ଏବଂ ବ୍ରିଟେନ, ଉଭୟ ସ୍ଥାନରେ ପାଠପଢ଼ାରେ ଖୁବ ଭଲ ପ୍ରଦର୍ଶନ କରିଥିଲେ । ସେ ସେହି ସମୟର ସବୁଠାରୁ ସଫଳ ଆଇନଜୀବିମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଓକିଲାତି କ୍ଷେତ୍ରରେ ଆହୁରି ସୁନାମ ଅର୍ଜନ କରିପାରିଥାଆନ୍ତେ । କିନ୍ତୁ, ଗାନ୍ଧିଜୀଙ୍କ ଦ୍ୱାରା ପ୍ରେରିତ ହୋଇ ସେ ନିଜକୁ ସ୍ୱାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଦେଇଥିଲେ । ଖେଡ଼ା ସତ୍ୟାଗ୍ରହଠାରୁ ଆରମ୍ଭ କରି ବୋର୍ସଦ୍ ସତ୍ୟାଗ୍ରହ ପର୍ଯ୍ୟନ୍ତ ଅନେକ ଆନ୍ଦୋଳନରେ ତାଙ୍କ ଅବଦାନକୁ ଆଜି ମଧ୍ୟ ସ୍ମରଣ କରାଯାଇଥାଏ । ଅହମଦାବାଦ ପୌର ନିଗମର ପ୍ରମୁଖ ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟ ଐତିହାସିକ ଥିଲା । ସେ ସ୍ୱଚ୍ଛତା ଏବଂ ସୁଶାସନକୁ ସର୍ବୋଚ୍ଚ ଅଗ୍ରାଧିକାର ଦେଇଥିଲେ । ଉପ-ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ରୂପେ ତାଙ୍କ ଅବଦାନ ପାଇଁ ଆମେ ସମସ୍ତେ ସର୍ବଦା ତାଙ୍କ ଋଣୀ ହୋଇ ରହିବା ।
ବନ୍ଧୁଗଣ,
ସର୍ଦ୍ଦାର ପଟେଲ ଭାରତର ବ୍ୟୁରୋକ୍ରାଟିକ୍ ଫ୍ରେମୱାର୍କର ଗୋଟିଏ ସୁଦୃଢ଼ ମୂଳଦୁଆ ମଧ୍ୟ ପକାଇଛନ୍ତି । ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ସେ ଅଦ୍ୱିତୀୟ ପ୍ରୟାସ କରିଛନ୍ତି । ଅକ୍ଟୋବର ୩୧ ତାରିଖ ଦିନ ସାରା ଦେଶରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ହେବାକୁ ଥିବା ରନ୍ ଫର୍ ୟୁନିଟିରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । କେବଳ ନିଜେ ନୁହେଁ ବରଂ ସମସ୍ତଙ୍କୁ ସାଥିରେ ନେଇ ଏଥିରେ ସାମିଲ ହୁଅନ୍ତୁ । ଏହା ଏକ ପ୍ରକାର ଯୁବ ଚେତନାର ଅବସର ହେବା ଉଚିତ । ଏକତାର ଦୌଡ଼ ଆମ ଏକତାକୁ ସୁଦୃଢ଼ କରିବ । ଏହା ସେହି ମହାନ ବ୍ୟକ୍ତିଙ୍କ ପ୍ରତି ଆମ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ, ଯିଏ ସାରା ଭାରତକୁ ଏକତାର ସୂତ୍ରରେ ବାନ୍ଧିଥିଲେ ।
ମୋର ପ୍ରିୟ ଦେଶବାସୀଗଣ,
ଚା ସହିତ ମୋର ସମ୍ପର୍କ ବିଷୟରେ ଆପଣମାନେ ଭଲଭାବେ ଅବଗତ । କିନ୍ତୁ ଆଜି ମୁଁ ଭାବିଲି ଯେ, ‘ମନ୍ କି ବାତ୍’ରେ କଫି ବିଷୟରେ କାହିଁକି ଆଲୋଚନା ନ କରିବା? ଆପଣମାନଙ୍କର ମନେଥିବ, ଗତବର୍ଷ ଆମେ ‘ମନ୍ କି ବାତ୍’ରେ ଆରାକୁ କଫି ବିଷୟରେ ଆଲୋଚନା କରିଥିଲୁ । କିଛିଦିନ ପୂର୍ବେ ଓଡ଼ିଶାର ଅନେକ ଲୋକ ମୋତେ କୋରାପୁଟ କଫିକୁ ନେଇ ଅବଗତ କରାଇଲେ । ସେମାନେ ମୋତେ ଚିଠି ଲେଖି ‘ମନ୍ କି ବାତ୍’ରେ କୋରାପୁଟ୍ କଫି ବିଷୟରେ ଆଲୋଚନା କରିବାକୁ ଅନୁରୋଧ କଲେ ।
ବନ୍ଧୁଗଣ,
ମୋତେ ସୂଚନା ଦିଆଯାଇଛି ଯେ, କୋରାପୁଟ କଫିର ସ୍ୱାଦ ଅନନ୍ୟ । କେବଳ ସେତିକି ନୁହେଁ, ସ୍ୱାଦ ତ ସ୍ୱାଦ କଫି ଚାଷ ମଧ୍ୟ ଲୋକଙ୍କୁ ଲାଭବାନ କରୁଛି । କୋରାପୁଟରେ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଉକ ପାଇଁ କଫି ଚାଷ କରୁଛନ୍ତି ।
କର୍ପୋରେଟ୍ ଦୁନିଆରେ ଭଲ ଚାକିରିଟିଏ କରୁଥିଲେ; କିନ୍ତୁ ସେ କଫିକୁ ଏତେ ଭଲ ପାଆନ୍ତି ଯେ, ସେ ଏହି କ୍ଷେତ୍ରରେ ପାଦ ଦେଲେ । ଏବେ ସେ ସଫଳତାର ସହିତ ଏହି କ୍ଷେତ୍ରରେ କାର୍ଯ୍ୟରତ । ଏମିତି ଅନେକ ମହିଳା ମଧ୍ୟ ଅଛନ୍ତି ଯେଉଁମାନଙ୍କ ଜୀବନରେ କଫି ଯୋଗୁଁ ସୁଖକର ପରିବର୍ତ୍ତନ ହୋଇଛି । କଫି ଦ୍ୱାରା ସେମାନଙ୍କୁ ସମ୍ମାନ ଏବଂ ସମୃଦ୍ଧି ଉଭୟ ଲାଭ ହୋଇଛି । ଠିକ୍ କୁହାଯାଇଛି ଯେ, “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” । ବନ୍ଧୁଗଣ, ସମଗ୍ର ପୃଥିବୀରେ ଭାରତର କଫି ବହୁତ ଲୋକପ୍ରିୟ ହେଉଛି । କର୍ଣ୍ଣାଟକର ଚିକମଙ୍ଗଲୁରୁ, କୁର୍ଗ ଓ ହାସନ ହେଉ ଅବା ତାମିଲନାଡୁର ପୁଲନୀ, ଶେବରୋୟ, ନୀଳଗିରି ଓ ଆନ୍ନାମଲାଇ ଅଞ୍ଚଳ ହେଉ, କର୍ଣ୍ଣାଟକ-ତାମିଲନାଡୁ ସୀମାର ବିଲିଗିରି ଅଞ୍ଚଳ ହେଉ କିମ୍ବା କେରଳର ୱାୟନାଡ, ତ୍ରାବଣକୋର ଓ ମାଲାବାର ଅଞ୍ଚଳ ହେଉ - ଭାରତୀୟ କଫିର ବିବିଧତା ବେଶ୍ ଦର୍ଶନୀୟ । ମୋତେ କୁହାଯାଇଛି ଯେ, ଆମର ଉତ୍ତର-ପୂର୍ବ ମଧ୍ୟ କଫି ଚାଷରେ ଆଗେଇ ଚାଲିଛି । ଏହାଦ୍ୱାରା ଭାରତୀୟ କଫିର ପରିଚୟ ସମଗ୍ର ବିଶ୍ୱରେ ଆହୁରି ଦୃଢ଼ ହେଉଛି । ସେଇଥିପାଇଁ ତ କଫି ପସନ୍ଦ କରୁଥିବା ଲୋକେ କହୁଛନ୍ତି:
ଭାରତର କଫି ଏହାର ସର୍ବୋତ୍ତମ କଫି।
ଏହା ଭାରତରେ ପ୍ରସ୍ତୁତ ହୁଏ ଏବଂ ବିଶ୍ୱ ଏହାକୁ ଭଲ ପାଏ।
ମୋର ପ୍ରିୟ ଦେଶବାସୀଗଣ,
ଏବେ ‘ମନ୍ କି ବାତ୍’ରେ ଏଭଳି ଏକ ବିଷୟର ଆଲୋଚନା କରିବି, ଯାହା ଆମ ସମସ୍ତଙ୍କ ହୃଦୟର ବହୁତ ନିକଟତର । ଏହା ହେଉଛି ଆମ ରାଷ୍ଟ୍ରଗୀତ ବିଷୟରେ- ଭାରତର ରାଷ୍ଟ୍ରଗୀତ ଅର୍ଥାତ୍ ‘ବନ୍ଦେ ମାତରମ୍’ । ଏହା ଏଭଳି ଏକ ଗୀତ, ଯାହାର ପ୍ରଥମ ଶବ୍ଦ ହିଁ ଆମ ହୃଦୟରେ ଭାବନାର ଜୁଆର ଆଣିଦିଏ । ‘ବନ୍ଦେ ମାତରମ୍’ - ଏହି ଗୋଟିଏ ଶବ୍ଦରେ କେତେ ଭାବନା, କେତେ ଶକ୍ତି ରହିଛି । ସାଧାରଣ ଭାବରେ ଏହା ଆମକୁ ମା’ ଭାରତୀର ବାତ୍ସଲ୍ୟ ମମତାର ଅନୁଭବ କରାଇଥାଏ । ଏହା ଆମକୁ ଭାରତମାତାର ସନ୍ତାନ ଭାବେ ଆମର ଦାୟିତ୍ୱକୁ ସ୍ମରଣ କରାଇଦିଏ । ଯଦି କଠିନ ସମୟ ହୋଇଥାଏ, ତେବେ ‘ବନ୍ଦେ ମାତରମ୍’ ଧ୍ୱନି ୧୪୦ କୋଟି ଭାରତୀୟଙ୍କୁ ଏକତାର ଶକ୍ତିରେ ଭରିଦିଏ ।
ବନ୍ଧୁଗଣ,
ରାଷ୍ଟ୍ରଭକ୍ତି, ମାତୃଭୂମି ପ୍ରତି ପ୍ରେମ, ଏହା ଯଦି ଶବ୍ଦାତୀତ ଭାବନା ହୁଏ, ତେବେ ‘ବନ୍ଦେ ମାତରମ୍’ ତାହାର କାଳ୍ପନିକ ଭାବନାକୁ ସାକାର ସ୍ୱର ଦେଉଥିବା ଏକ ଗୀତ । ଯୁଗଯୁଗର ପରାଧୀନତାରେ ଶିଥିଳ ହୋଇପଡ଼ିଥିବା ଭାରତରେ ନୂତନ ପ୍ରାଣ ସଞ୍ଚାର କରିବା ପାଇଁ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଜୀ ଏହାକୁ ରଚନା କରିଥିଲେ । ‘ବନ୍ଦେ ମାତରମ୍’ ଯଦିଓ ଊନବିଂଶ ଶତାବ୍ଦୀରେ ଲେଖାଯାଇଥିଲା, ତଥାପି ଏହାର ଭାବନା ଭାରତର ସହସ୍ର ବର୍ଷ ପୁରୁଣା ଅମର ଚେତନା ସହ ଜଡ଼ିତ ଥିଲା । ବେଦରେ ଯେଉଁ ଭାବକୁ “ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ” ଅର୍ଥାତ୍ ପୃଥିବୀ ମୋର ମାତା ଓ ମୁଁ ତାଙ୍କର ସନ୍ତାନ ବୋଲି ଅଭିହିତ କରି ଭାରତୀୟ ସଭ୍ୟତାର ମୂଳଦୁଆ ପକାଯାଇଥିଲା । ବଙ୍କିମଚନ୍ଦ୍ର ଜୀ ‘ବନ୍ଦେ ମାତରମ୍’ ଲେଖି ମାତୃଭୂମି ଓ ତାଙ୍କ ସନ୍ତାନଙ୍କ ସେହି ସମ୍ପର୍କକୁ ଭାବ ବିଶ୍ୱରେ ଏକ ମନ୍ତ୍ର ରୂପେ ଯୋଡ଼ି ଦେଇଥିଲେ ।
ବନ୍ଧୁଗଣ,
ଆପଣମାନେ ଭାବୁଥିବେ ମୁଁ ହଠାତ୍ ‘ବନ୍ଦେ ମାତରମ୍’ ବିଷୟରେ ଏତେକଥା କାହିଁକି କହୁଛି । ପ୍ରକୃତରେ ଆଉ କିଛି ଦିନ ପରେ, ୭ ନଭେମ୍ବରରେ ଆମେ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକ ଉତ୍ସବରେ ପ୍ରବେଶ କରିବାକୁ ଯାଉଛୁ । ୧୫୦ ବର୍ଷ ପୂର୍ବେ ‘ବନ୍ଦେ ମାତରମ୍’ର ରଚନା କରାଯାଇଥିଲା ଓ ୧୮୯୬ ମସିହାରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଏହାକୁ ପ୍ରଥମେ ଗାଇଥିଲେ ।
ବନ୍ଧୁଗଣ,
‘ବନ୍ଦେ ମାତରମ୍’ ଗାନରେ କୋଟି କୋଟି ଦେଶବାସୀ ସବୁବେଳେ ରାଷ୍ଟ୍ରପ୍ରେମର ଅପାର ଉଦ୍ଦୀପନା ଅନୁଭବ କରିଥାନ୍ତି । ଆମର ପିଢ଼ିସବୁ ‘ବନ୍ଦେ ମାତରମ୍’ ଶବ୍ଦରେ ଭାରତର ଏକ ଜୀବନ୍ତ ଓ ଭବ୍ୟ ରୂପର ଦର୍ଶନ କରନ୍ତି ।
ସୁଜଲାମ୍, ସୁଫଲାମ୍, ମଲୟଜ ଶୀତଲାମ୍,
ଶସ୍ୟଶ୍ୟାମଲାମ୍, ମାତରମ୍!
ବନ୍ଦେ ମାତରମ୍!
ଆମକୁ ଠିକ୍ ଏହିଭଳି ଭାରତ ଗଢ଼ିବାକୁ ହେବ । ‘ବନ୍ଦେ ମାତରମ୍’ ଆମର ଏହି ପ୍ରୟାସରେ ସବୁବେଳେ ଆମର ପ୍ରେରଣା ହୋଇ ରହିବ । ତେଣୁ ଆମକୁ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷକୁ ମଧ୍ୟ ସ୍ମରଣୀୟ କରିବାକୁ ହେବ । ଆଗାମୀ ପିଢ଼ି ପାଇଁ ଏହି ସଂସ୍କାର ସରିତାକୁ ଆମକୁ ଆଗେଇ ନେବାକୁ ହେବ । ଆଗାମୀ ସମୟରେ ‘ବନ୍ଦେ ମାତରମ୍’ ସହ ଜଡ଼ିତ ଅନେକ କାର୍ଯ୍ୟକ୍ରମ ହେବ, ଦେଶରେ ଅନେକ ଆୟୋଜନ ହେବ । ମୁଁ ଚାହିଁବି, ଆମେ ସମସ୍ତେ ଦେଶବାସୀ ‘ବନ୍ଦେ ମାତରମ୍’ର ଗୌରବ ଗାନ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବରେ ମଧ୍ୟ ପ୍ରୟାସ କରିବା । ଆପଣମାନେ ମୋତେ #VandeMatram150 ସହିତ ନିଶ୍ଚିତ ଭାବେ ଆପଣଙ୍କର ମତାମତ ପଠାନ୍ତୁ । #VandeMatram150, ମୁଁ ଆପଣଙ୍କ ମତାମତକୁ ଅପେକ୍ଷା କରିବି ଓ ଆମେ ସମସ୍ତେ ଏହି ଅବସରକୁ ଐତିହାସିକ କରିବା ପାଇଁ କାମ କରିବା ।
ମୋର ପ୍ରିୟ ଦେଶବାସୀଗଣ,
ସଂସ୍କୃତର ନାଁ ଶୁଣିଲେ ଆମ ମନରେ ଆସେ - ଆମ ‘ଧର୍ମଗ୍ରନ୍ଥ’, ‘ବେଦ’, ‘ଉପନିଷଦ’, ‘ପୁରାଣ’, ଶାସ୍ତ୍ର, ପ୍ରାଚୀନ ଜ୍ଞାନ-ବିଜ୍ଞାନ, ଆଧ୍ୟାତ୍ମିକତା ଓ ଦର୍ଶନ । କିନ୍ତୁ ଏସବୁ ସହିତ ଏକଦା ‘ସଂସ୍କୃତ’ କଥୋପକଥନର ମଧ୍ୟ ଭାଷା ଥିଲା । ସେହି ଯୁଗରେ ଅଧ୍ୟୟନ ଓ ଗବେଷଣା ସଂସ୍କୃତରେ ହିଁ ହେଉଥିଲା । ନାଟକ ପରିବେଷଣ ମଧ୍ୟ ସଂସ୍କୃତରେ ହେଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ପରାଧୀନ କାଳଖଣ୍ଡରେ ଓ ସ୍ୱାଧୀନତା ପରେ ମଧ୍ୟ ସଂସ୍କୃତ କ୍ରମାଗତ ଉପେକ୍ଷାର ଶିକାର ହୋଇଛି । ସେଇଥିପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସଂସ୍କୃତ ପ୍ରତି ଆକର୍ଷଣ କମିଯାଇଥିଲା । କିନ୍ତୁ ବନ୍ଧୁଗଣ, ଏବେ ସମୟ ବଦଳୁଛି, ତେଣୁ ସଂସ୍କୃତର ମଧ୍ୟ ସମୟ ବଦଳୁଛି । ସଂସ୍କୃତି ଓ ସାମାଜିକ ଗଣମାଧ୍ୟମର ଦୁନିଆ ସଂସ୍କୃତକୁ ନୂଆ ଜୀବନ୍ୟାସ ଦେଇଛି । ବର୍ତ୍ତମାନ ଅନେକ ଯୁବକଯୁବତୀ ସଂସ୍କୃତକୁ ନେଇ ବହୁତ ସୁନ୍ଦର କାମ କରୁଛନ୍ତି । ଆପଣ ସାମାଜିକ ଗଣମାଧ୍ୟମକୁ ଗଲେ ଆପଣଙ୍କୁ ଏଭଳି ଅନେକ ରିଲ୍ସ ଦେଖିବାକୁ ମିଳିବ, ଯେଉଁଥିରେ ଯୁବକଯୁବତୀମାନେ ସଂସ୍କୃତରେ ଓ ସଂସ୍କୃତ ବିଷୟରେ କଥା ହେଉଥିବାର ଦେଖାଯିବେ । ଅନେକ ତାଙ୍କର ସାମାଜିକ ଗଣମାଧ୍ୟମ ଚ୍ୟାନେଲ ମାଧ୍ୟମରେ ସଂସ୍କୃତ ଶିଖାଉଛନ୍ତି । ଏପରି ଜଣେ ଯୁବ କଣ୍ଟେଣ୍ଟ କ୍ରିଏଟର ହେଲେ - ଭାଇ ୟଶ୍ ସାଲୁଣ୍ଡକେ । ୟଶଙ୍କର ବିଶେଷତ୍ୱ ହେଉଛି କି ସେ ଜଣେ କଣ୍ଟେଣ୍ଟ କ୍ରିଏଟର ଓ କ୍ରିକେଟର ମଧ୍ୟ । ସଂସ୍କୃତରେ କଥା ହେଉଥିବା ସମୟରେ କ୍ରିକେଟ ଖେଳୁଥିବା ତାଙ୍କର ରିଲ୍ସକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଆପଣ ଶୁଣନ୍ତୁ –
ବନ୍ଧୁଗଣ,
କମଳା ଓ ଜାହ୍ନବୀ, ଏହି ଦୁଇ ଭଉଣୀଙ୍କର କାମ ମଧ୍ୟ ଚମତ୍କାର । ଏହି ଦୁଇ ଭଉଣୀ ଅଧ୍ୟାତ୍ମ, ଦର୍ଶନ ଓ ସଙ୍ଗୀତ ଉପରେ କଣ୍ଟେଣ୍ଟ ତିଆରି କରନ୍ତି । ଇନଷ୍ଟାଗ୍ରାମରେ ଆଉ ଜଣେ ଯୁବକଙ୍କର ଚ୍ୟାନେଲ ଅଛି ‘ସଂସ୍କୃତ ଛାତ୍ରୋହମ୍’ । ଏହି ଚ୍ୟାନେଲ ଚଳାଉଥିବା ଯୁବବନ୍ଧୁ ସଂସ୍କୃତ ସହ ସମ୍ପୃକ୍ତ ସୂଚନା ଦେବା ସହ ସଂସ୍କୃତରେ ହାସ-ପରିହାସର ଭିଡିଓ ମଧ୍ୟ ତିଆରି କରନ୍ତି । ଯୁବକଯୁବତୀମାନେ ସଂସ୍କୃତର ଏହି ଭିଡିଓଗୁଡ଼ିକୁ ବହୁତ ପସନ୍ଦ କରନ୍ତି । ଆପଣଙ୍କ ମଧ୍ୟରୁ ଅନେକେ ସମଷ୍ଟିଙ୍କ ଭିଡିଓ ଦେଖିଥିବେ । ସମଷ୍ଟି ସଂସ୍କୃତରେ ତାଙ୍କର ଗୀତଗୁଡ଼ିକୁ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରନ୍ତି । ଆଉ ଜଣେ ଯୁବକ ହେଲେ ‘ଭାବେଶ ଭୀମନାଥନୀ’ । ଭାବେଶ ସଂସ୍କୃତ ଶ୍ଲୋକ, ଆଧ୍ୟାତ୍ମିକ ଦର୍ଶନ ଓ ସିଦ୍ଧାନ୍ତ ବିଷୟରେ ଆଲୋଚନା କରନ୍ତି ।
ବନ୍ଧୁଗଣ, ଭାଷା ଯେକୌଣସି ସଭ୍ୟତାର ମୂଲ୍ୟବୋଧ ଓ ପରମ୍ପରାର ବାହକ । ଏହି ଦାୟିତ୍ୱକୁ ସଂସ୍କୃତ ହଜାର ହଜାର ବର୍ଷ ଧରି ନିର୍ବାହ କରିଛି । ଏବେ ଏହା ଦେଖି ଖୁସି ଲାଗୁଛି, ସଂସ୍କୃତ ପାଇଁ କିଛି ଯୁବକଯୁବତୀ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ,
ଏବେ ମୁଁ ଆପଣଙ୍କୁ ଟିକେ ଫ୍ଲାସ୍ ବ୍ୟାକରେ ନେଇଯିବି । ଆପଣ କଳ୍ପନା କରନ୍ତୁ, ବିଂଶ ଶତାବ୍ଦୀର ଆରମ୍ଭ କାଳ! ସେତେବେଳେ ସ୍ୱାଧୀନତାର କୌଣସି ଆଶା ଦିଶୁନଥିଲା । ସମଗ୍ର ଭାରତରେ ଇଂରେଜମାନେ ଶୋଷଣର ସମସ୍ତ ସୀମା ଅତିକ୍ରମ କରିଥିଲେ ଓ ସେହି ସମୟରେ ହାଇଦ୍ରାବାଦର ଦେଶଭକ୍ତ ଲୋକଙ୍କ ପାଇଁ ଦମନର ସମୟ ଆହୁରି ଭୟଙ୍କର ଥିଲା । ସେମାନେ କ୍ରୂର ତଥା ନିର୍ଦ୍ଦୟ ଅତ୍ୟାଚାର ସହିବାକୁ ବାଧ୍ୟ ହେଉଥିଲେ । ଗରିବ, ବଞ୍ଚିତ ଓ ଆଦିବାସୀ ସମୁଦାୟ ଉପରେ ଅତ୍ୟାଚାରର କୌଣସି ସୀମା ନଥିଲା । ସେମାନଙ୍କର ଜମି ଛଡ଼ାଇ ନିଆଯାଉଥିଲା, ତା’ ସାଙ୍ଗକୁ ବହୁତ ଟିକସ ମଧ୍ୟ ଲଗାଯାଉଥିଲା । ଯଦି ସେମାନେ ଏହି ଅନ୍ୟାୟର ବିରୋଧ କରୁଥିଲେ, ତେବେ ସେମାନଙ୍କର ହାତ କାଟି ଦିଆଯାଉଥିଲା । ବନ୍ଧୁଗଣ, ଏପରି କଠିନ ସମୟରେ ପ୍ରାୟ କୋଡ଼ିଏ ବର୍ଷର ଜଣେ ଯୁବକ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଆଜି ଏକ ବିଶେଷ କାରଣ ପାଇଁ ମୁଁ ସେହି ଯୁବକଙ୍କ ବିଷୟରେ ଆଲୋଚନା କରୁଛି । ତାଙ୍କ ନାମ କହିବା ପୂର୍ବରୁ ମୁଁ ତାଙ୍କର ବୀରତ୍ୱର କଥା କହିବି । ବନ୍ଧୁଗଣ, ସେହି ସମୟରେ ଯେତେବେଳେ ନିଜାମ ବିରୋଧରେ ଗୋଟିଏ ଶବ୍ଦ କହିବା ମଧ୍ୟ ଅପରାଧ ଥିଲା, ସେହି ଯୁବକ ନିଜାମର ଜଣେ ଅଧିକାରୀ ସିଦ୍ଦିକୀଙ୍କୁ ଖୋଲା ଆହ୍ୱାନ ଦେଇଥିଲେ । ନିଜାମ ସିଦ୍ଦିକୀଙ୍କୁ ଚାଷୀଙ୍କର ଫସଲ ଜବତ କରିବା ପାଇଁ ପଠାଇଥିଲେ । କିନ୍ତୁ ଅତ୍ୟାଚାର ବିରୋଧୀ ଏହି ସଂଘର୍ଷରେ ସେହି ଯୁବକ ସିଦ୍ଦିକୀଙ୍କୁ ମାରିଦେଇଥିଲେ । ସେ ଗିରଫ ହେବାରୁ ମଧ୍ୟ ନିଜକୁ ରକ୍ଷା କରିବାରେ ସଫଳ ହୋଇଥିଲେ । ନିଜାମର ଅତ୍ୟାଚାରୀ ପୁଲିସମାନଙ୍କଠାରୁ ବର୍ତ୍ତି ସେହି ଯୁବକ ଶହ ଶହ କିଲୋମିଟର ଦୂର ଆସାମରେ ପହଞ୍ଚି ଯାଇଥିଲେ ।
ବନ୍ଧୁଗଣ,
ମୁଁ ଯେଉଁ ମହାପୁରୁଷଙ୍କ ବିଷୟରେ କହୁଛି ତାଙ୍କ ନାମ ହେଉଛି କୋମ୍ରମ ଭୀମ୍ । ଏବେ ୨୨ ଅକ୍ଟୋବରରେ ତାଙ୍କର ଜୟନ୍ତୀ ପାଳନ କରାଯାଇଛି । କୋମରମ୍ ଭୀମଙ୍କର ପରମାୟୁ ବେଶ୍ ଅଧିକ ନଥିଲା, ସେ ମାତ୍ର ୪୦ ବର୍ଷ ଜୀବିତ ରହିଥିଲେ; କିନ୍ତୁ ତାଙ୍କ ଜୀବନକାଳରେ ସେ ଅସଂଖ୍ୟ ଲୋକଙ୍କର, ବିଶେଷକରି ଆଦିବାସୀ ସମାଜର ହୃଦୟରେ ଅଲିଭା ଛାପ ଛାଡ଼ିଯାଇଥିଲେ । ସେ ନିଜାମ୍ ବିରୋଧରେ ସଂଘର୍ଷ କରୁଥିବା ଲୋକଙ୍କ ମଧ୍ୟରେ ନୂଆ ଶକ୍ତି ଭରି ଦେଇଥିଲେ । ସେ ତାଙ୍କର ରଣନୀତିକ କୌଶଳ ପାଇଁ ମଧ୍ୟ ଜଣାଶୁଣା ଥିଲେ । ନିଜାମର ଶାସନ ପାଇଁ ସେ ଏକ ବଡ଼ ଆହ୍ୱାନ ହୋଇ ଉଠିଥିଲେ । ୧୯୪୦ ମସିହାରେ ନିଜାମର ଲୋକମାନେ ତାଙ୍କୁ ହତ୍ୟା କରିଥିଲେ । ଯୁବକଯୁବତୀମାନଙ୍କୁ ମୋର ଅନୁରୋଧ, ସେମାନେ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ ।
କୋମରମ୍ ଭୀମ କୀ...
ନା ବିନମ୍ର ନିୱାଲୀ ।
ଆୟନ ପ୍ରଜଲ୍ ହୃଦୟାଲ୍ଲୋ...
ଏପ୍ପଟିକୀ ନିଲିଚି-ଉଁଟାରୁ ।
ଅର୍ଥାତ୍
(କୋମରମ ଭୀମଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି,
ସେ ଲୋକଙ୍କ ହୃଦୟରେ ଚିରଦିନ ରହିବେ ।)
ବନ୍ଧୁଗଣ,
ଆସନ୍ତା ମାସର ୧୫ ତାରିଖରେ ଆମେ ‘ଜନଜାତୀୟ ଗୌରବ ଦିବସ’ ପାଳନ କରିବା । ଏହା ଭଗବାନ ବିର୍ସା ମୁଣ୍ଡା ଜୀଙ୍କର ଜୟନ୍ତୀର ଏକ ଶୁଭଦିନ । ମୁଁ ଭଗବାନ ବିର୍ସା ମୁଣ୍ଡା ଜୀଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି । ଦେଶର ସ୍ୱାଧୀନତା ପାଇଁ, ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ, ସେ ଯେଉଁ କାମ କରିଥିଲେ ତାହା ଅତୁଳନୀୟ । ମୋ ପାଇଁ ସୌଭାଗ୍ୟର କଥା ଯେ ମୁଁ ଝାଡ଼ଖଣ୍ଡରେ ଭଗବାନ ବିର୍ସା ମୁଣ୍ଡା ଜୀଙ୍କ ଗାଁ ଉଲିହାତୁ ଯିବାର ସୁଯୋଗ ପାଇଥିଲି । ମୁଁ ସେଠାକାର ମାଟିକୁ ମୁଣ୍ଡରେ ଲଗାଇ ପ୍ରଣାମ କରିଥିଲି । ଭଗବାନ ବିର୍ସା ମୁଣ୍ଡା ଜୀ ଓ କୋମରମ ଭୀମଜୀଙ୍କ ପରି ଆମର ଆଦିବାସୀ ସମୁଦାୟରେ ଆହୁରି ଅନେକ ମହାପୁରୁଷ ଜନ୍ମ ନେଇଛନ୍ତି । ମୋର ଅନୁରୋଧ, ଆପଣମାନେ ସେମାନଙ୍କ ବିଷୟରେ ନିଶ୍ଚିତ ଭାବେ ପଢ଼ନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କୀ ବାତ୍’ ପାଇଁ ଆପଣମାନେ ମୋ ପାଖକୁ ପଠାଉଥିବା ଅନେକ ବାର୍ତ୍ତା ମୋତେ ମିଳିଥାଏ । ଅନେକ ଲୋକ ଏସବୁ ବାର୍ତ୍ତାରେ ନିଜ ଆଖପାଖରେ ଥିବା ପ୍ରତିଭାବାନ ଲୋକଙ୍କ ବିଷୟରେ ଆଲୋଚନା କରିଥାନ୍ତି । ଏହା ପଢ଼ି ମୋତେ ବହୁତ ଖୁସି ଲାଗେ ଯେ, ଆମର ଛୋଟ ସହର, ଗାଁଗଣ୍ଡାରେ ମଧ୍ୟ ସୃଜନଶୀଳ ଚିନ୍ତାଧାରା ଉପରେ କାମ ହେଉଛି । ଯଦି ଆପଣ ଏପରି ବ୍ୟକ୍ତି ବା ଗୋଷ୍ଠୀଙ୍କୁ ଜାଣନ୍ତି, ଯେଉଁମାନେ ସେବା ଭାବନାରେ ସମାଜକୁ ବଦଳାଇବାରେ ଲାଗିପଡ଼ିଛନ୍ତି, ତେବେ ମୋତେ ନିଶ୍ଚିତ ଭାବେ ଜଣାନ୍ତୁ । ମୁଁ ଆପଣଙ୍କ ବାର୍ତ୍ତାକୁ ସବୁଦିନ ପରି ଅପେକ୍ଷା କରିବି । ଆସନ୍ତା ମାସରେ ଆମେ ‘ମନ କୀ ବାତ୍’ର ଆଉ ଏକ ଅଧ୍ୟାୟରେ ଭେଟିବା, କିଛି ନୂଆ ବିଷୟ ସହିତ ଭେଟିବା । ସେ ପର୍ଯ୍ୟନ୍ତ ମୁଁ ବିଦାୟ ନେଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ, ଏହି କାର୍ଯ୍ୟକ୍ରମ ୧୨୫ ଅଧ୍ୟାୟ ପୂରଣ କରିସାରିଲାଣି । ଆଜି ହେଉଛି ଏହି କାର୍ଯ୍ୟକ୍ରମର ୧୨୬ତମ ଅଧ୍ୟାୟ ଏବଂ ଆଜିର ଦିନ ସହିତ କିଛି ବିଶେଷ କଥା ମଧ୍ୟ ଯୋଡ଼ି ହୋଇ ରହିଛି । ଆଜି ହେଉଛି ଭାରତର ଦୁଇ ମହାନ ବ୍ୟକ୍ତିଙ୍କ ଜୟନ୍ତୀ । ମୁଁ କହୁଛି ଶହୀଦ ଭଗତ ସିଂ ଏବଂ ଲତା ଦିଦିଙ୍କ କଥା ।
ବନ୍ଧୁଗଣ, ଅମର ଶହୀଦ ଭଗତ ସିଂ ପ୍ରତ୍ୟେକ ଭାରତବାସୀ, ବିଶେଷକରି ଦେଶର ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ନିର୍ଭୀକତା ତାଙ୍କ ସ୍ୱଭାବରେ ଭରିରହିଥିଲା । ଦେଶ ପାଇଁ ଫାଶିଖୁଣ୍ଟରେ ଝୁଲିବା ପୂର୍ବରୁ ଭଗତ ସିଂ ଇଂରେଜମାନଙ୍କୁ ଗୋଟିଏ ଚିଠି ମଧ୍ୟ ଲେଖିଥିଲେ । ସେ କହିଥିଲେ ଯେ, ମୁଁ ଚାହୁଁଛି, ଆପଣ ମୋତେ ଏବଂ ମୋର ବନ୍ଧୁମାନଙ୍କ ସହ ଯୁଦ୍ଧବନ୍ଦୀ ଭଳି ବ୍ୟବହାର କରନ୍ତୁ । ତେଣୁ, ଆମକୁ ଫାଶୀ ନୁହେଁ, ଗୁଳି କରି ହତ୍ୟା କରାଯାଉ । ଏହା ତାଙ୍କ ଅଦମ୍ୟ ସାହସର ପ୍ରମାଣ । ଭଗତ ସିଂ ଲୋକଙ୍କ କଷ୍ଟ ପ୍ରତି ବହୁତ ସମ୍ବେଦନଶୀଳ ଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବାରେ ସର୍ବଦା ଆଗଭର ରହୁଥିଲେ । ମୁଁ ଶହୀଦ ଭଗତ ସିଂଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ବନ୍ଧୁଗଣ, ଆଜି ମଧ୍ୟ ଲତା ମଙ୍ଗେଶକରଙ୍କ ଜୟନ୍ତୀ । ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତରେ ଋଚି ରଖିଥିବା କେହିବି ତାଙ୍କ ଗୀତ ଶୁଣି ଅଭିଭୂତ ନ ହୋଇ ରହିପାରିବ ନାହିଁ । ତାଙ୍କ ଗୀତରେ ସେହି ସବୁକିଛି ଅଛି, ଯାହା ମାନବୀୟ ସମ୍ବେଦନଶୀଳତାକୁ ଆନ୍ଦୋଳିତ କରିଥାଏ । ସେ ଯେଉଁ ଦେଶଭକ୍ତି ଗୀତଗୁଡ଼ିକ ଗାଇଛନ୍ତି, ସେହି ଗୀତଗୁଡ଼ିକ ଲୋକମାନଙ୍କୁ ବହୁତ ପ୍ରେରଣା ଯୋଗାଇଛି । ଭାରତର ସଂସ୍କୃତି ସହିତ ତାଙ୍କର ନିବିଡ଼ ସମ୍ପର୍କ ଥିଲା । ମୁଁ ଲତା ଦିଦିଙ୍କ ପାଇଁ ଅନ୍ତରରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ବନ୍ଧୁଗଣ, ଲତା ଦିଦି ଯେଉଁ ମହାନ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ବୀର ସାବରକର ମଧ୍ୟ ଜଣେ, ଯାହାଙ୍କୁ ସେ ତାତ୍ୟା ବୋଲି ଡାକୁଥିଲେ । ସେ ବୀର ସାବରକରଙ୍କ ଅନେକ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି ।
ଲତା ଦିଦିଙ୍କ ସହିତ ମୋର ଯେଉଁ ସ୍ନେହର ବନ୍ଧନ ଥିଲା, ତାହା ସବୁଦିନ ପାଇଁ ଅତୁଟ ରହିଥିଲା । ସେ ପ୍ରତିବର୍ଷ ମନେକରି ମୋତେ ରାକ୍ଷୀ ପଠାଉଥିଲେ । ମୋର ମନେଅଛି, ମରାଠୀ ସୁଗମ ସଙ୍ଗୀତର ମହାନ ଶିଳ୍ପୀ ସୁଧୀର ଫଡ଼କେ ସର୍ବପ୍ରଥମେ ଲତା ଦିଦିଙ୍କ ସହିତ ମୋତେ ପରିଚିତ କରାଇଥିଲେ ଏବଂ ମୁଁ ଲତା ଦିଦିଙ୍କୁ କହିଥିଲି ଯେ, ସୁଧୀର ଜୀଙ୍କ ସ୍ୱର ସଂଯୋଜନାରେ ଆପଣ ଗାଇଥିବା ଗୀତ “ଜ୍ୟୋତି କଲଶ୍ ଛଲକେ” ମୋର ଅତି ପ୍ରିୟ ।
ବନ୍ଧୁଗଣ, ଆପଣମାନେ ମଧ୍ୟ ମୋ ସହିତ ଏହାକୁ ଉପଭୋଗ କରନ୍ତୁ ।
(audio)
ମୋର ପ୍ରିୟ ଦେଶବାସୀଗଣ, ନବରାତ୍ରିର ଏହି ସମୟରେ ଆମେ ଶକ୍ତି ଉପାସନା କରିଥାଉ । ଆମେ ନାରୀ-ଶକ୍ତିର ଉତ୍ସବ ପାଳନ କରିଥାଉ । ବ୍ୟବସାୟ ଠାରୁ ଆରମ୍ଭକରି କ୍ରୀଡ଼ା ପର୍ଯ୍ୟନ୍ତ ଏବଂ ଶିକ୍ଷାଠାରୁ ଆରମ୍ଭ କରି ବିଜ୍ଞାନ ପର୍ଯ୍ୟନ୍ତ, ଯେକୌଣସି କ୍ଷେତ୍ର ଆପଣ ଦେଖନ୍ତୁ, ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛନ୍ତି । ଆଜି ସେମାନେ ଏଭଳି ଆହ୍ୱାନଗୁଡ଼ିକର ମୁକାବିଲା ମଧ୍ୟ କରୁଛନ୍ତି, ଯାହାର କଳ୍ପନା କରିବା ମଧ୍ୟ କଷ୍ଟକର । ମୁଁ ଯଦି ଆପଣଙ୍କୁ ପଚାରେ ଯେ, ଆପଣ କଣ ସମୁଦ୍ରରେ କ୍ରମାଗତ ଭାବେ ୮ ମାସ ଧରି ରହିପାରିବେ ? ଆପଣ କ’ଣ ସମୁଦ୍ରରେ ଆହୁଲା ମାରିବା ଡଙ୍ଗା ଅର୍ଥାତ ପବନର ବେଗରେ ଅଗ୍ରସର ହେଉଥିବା ଡଙ୍ଗାରେ ୫୦ ହଜାର କିଲୋମିଟର ଯାତ୍ରା କରିପାରିବେ ? ତାହା ପୁଣି ଏଭଳି ପରିସ୍ଥିତିରେ ଯେଉଁଠି ସମୁଦ୍ରରେ କେବେ ବି ପାଗ ଖରାପ ହେବାର ଆଶଙ୍କା ଥାଏ! ଏଭଳି କରିବା ଆଗରୁ ଆପଣ ହଜାରେ ଥର ଚିନ୍ତା କରିବେ । କିନ୍ତୁ ଭାରତୀୟ ନୌବାହିନୀର ଦୁଇଜଣ ସାହସୀ ଅଧିକାରୀ ନାବିକା ସାଗର ପରିକ୍ରମା ସମୟରେ ଏହା କରିଦେଖାଇଛନ୍ତି । ସାହସ ଏବଂ ଦୃଢ଼ ସଂକଳ୍ପ କାହାକୁ କୁହାଯାଏ, ତାହା ସେମାନେ ଦେଖାଇ ଦେଇଛନ୍ତି । ଆଜି ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଏହି ଦୁଇ ସାହସୀ ଅଧିକାରୀମାନଙ୍କ ସହିତ ପରିଚିତ କରାଇବାକୁ ଚାହୁଁଛି । ଜଣେ ହେଲେ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା ଏବଂ ଅନ୍ୟ ଜଣେ ହେଲେ ଲେଫ୍ଟେନାଣ୍ଟ କମାଣ୍ଡର ରୁପା । ଏହି ଦୁଇ ଅଧିକାରୀ ଫୋନଲାଇନରେ ଆମ ସହିତ ଯୋଡ଼ି ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ : ହେଲୋ . . .
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ହେଲୋ ସାର୍
ପ୍ରଧାନମନ୍ତ୍ରୀ : ନମସ୍କାର
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ନମସ୍କାର ସାର୍
ପ୍ରଧାନମନ୍ତ୍ରୀ : ତେବେ ମୋ ସହିତ ବର୍ତ୍ତମାନ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା ଏବଂ ଲେଫ୍ଟେନାଣ୍ଟ କମାଣ୍ଡର ରୁପା ଉଭୟ ଅଛନ୍ତି ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା ଏବଂ ରୁପା : ଆଜ୍ଞା, ଆମେ ଦୁହେଁ ଅଛୁ ।
ପ୍ରଧାନମନ୍ତ୍ରୀ : ହଉ, ଆପଣ ଉଭୟଙ୍କୁ ନମସ୍କାର ଏବଂ ୱଣକ୍କମ୍
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ୱଣକ୍କମ୍ ସାର୍
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ନମସ୍କାରମ୍ ସାର୍
ପ୍ରଧାନମନ୍ତ୍ରୀ : ଆଚ୍ଛା, ସର୍ବପ୍ରଥମେ ତ ଦେଶବାସୀ ଶୁଣିବାକୁ ଚାହୁଁଛନ୍ତି ଆପଣ ଦୁହିଁଙ୍କ ବିଷୟରେ, ଆପଣ ଟିକିଏ କୁହନ୍ତୁ
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ସାର୍, ମୁଁ ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା । ମୁଁ ଭାରତୀୟ ନୌବାହିନୀରେ ଲଜିଷ୍ଟିକ୍ କ୍ୟାର୍ଡରରୁ ଆସିଛି, ସାର୍ ମୁଁ ନୌବାହିନୀରେ ୨୦୧୪ରେ କମିଶନଡ ହୋଇଥିଲି । ମୋ ଘର କେରଳର କୋଝିକୋଡରେ । ସାର୍, ମୋ ବାପା ସେନାବାହିନୀରେ ଥିଲେ ଓ ମୋ ମା ଜଣେ ଗୃହିଣୀ । ମୋ ସ୍ୱାମୀ ମଧ୍ୟ ଭାରତୀୟ ନୌବାହିନୀର ଜଣେ ଅଧିକାରୀ ଆଉ ମୋ ଭଉଣୀ ଏନସିସିରେ ଚାକିରି କରୁଛନ୍ତି ।
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ଜୟହିନ୍ଦ୍ ସାର୍, ମୁଁ ଲେଫ୍ଟେନାଣ୍ଟ କମାଣ୍ଡର ରୁପା । ମୁଁ ୨୦୧୭ରେ ନାଭାଲ୍ ଆର୍ମାମେଣ୍ଟ ଇନ୍ସପେକଶନ୍ କ୍ୟାର୍ଡରରେ ଯୋଗ ଦେଇଛି । ମୋ ବାପା ତାମିଲନାଡ଼ୁ ଏବଂ ମା ପଣ୍ଡିଚେରୀର । ମୋ ବାପା Air Forceରେ ଥିଲେ । ପ୍ରକୃତରେ ପ୍ରତିରକ୍ଷା ବାହିନୀରେ ଯୋଗଦେବାର ପ୍ରେରଣା ମୋତେ ତାଙ୍କଠାରୁ ହିଁ ମିଳିଥିଲା । ମୋ ମା’ ଜଣେ ଗୃହିଣୀ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଦିଲନା ଏବଂ ରୁପା, ସାଗର ପରିକ୍ରମାରେ ଆପଣଙ୍କ ଅନୁଭୂତି ସମ୍ପର୍କରେ ମୁଁ ଏବଂ ଦେଶବାସୀ ଶୁଣିବାକୁ ଆଗ୍ରହୀ। ମୋ ଜାଣିବାରେ ତ ଏହା ନିଶ୍ଚିତ ଭାବେ ଏକ କଠିନ କାର୍ଯ୍ୟ। ଅନେକ ବାଧାବିଘ୍ନ ଆସିଥିବ, ଅନେକ କଷ୍ଟକର ପରିସ୍ଥିତି ଦେଇ ଆପଣଙ୍କୁ ଗତି କରିବାକୁ ପଡ଼ିଥିବ ?
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ଆଜ୍ଞା ସାର୍ । ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ଜୀବନରେ ଥରେ ଆମକୁ ଏଭଳି ସୁଯୋଗ ମିଳେ, ଯାହା ଆମ ଜୀବନର ଗତିପଥ ବଦଳାଇଦେଇଥାଏ । ଏହି ସର୍କମନେଭିଗେଶନ୍ ଆମ ପାଇଁ ଏଭଳି ଗୋଟିଏ ସୁଯୋଗ ଥିଲା, ଯାହା ଭାରତୀୟ ନୌବାହିନୀ ଏବଂ ଭାରତ ସରକାର ଆମକୁ ଦେଇଥିଲେ । ଏହି ଅଭିଯାନରେ ଆମେ ପ୍ରାୟଃ ୪୭,୫୦୦ କିଲୋମିଟର ଜଳଯାତ୍ରା କରିଛୁ । ଆମେ ୨୦୨୪, ଅକ୍ଟୋବର ୨ ତାରିଖ ଦିନ ଗୋଆରୁ ବାହାରିଥିଲୁ ଏବଂ ୨୦୨୫ ମେ ୨୯ ତାରିଖ ଦିନ ଫେରିଲୁ । ଏହି ଅଭିଯାନ ସମ୍ପୂର୍ଣ୍ଣ କରିବାକୁ ଆମକୁ ୨୩୮ ଦିନ ଲାଗିଲା ଏବଂ ଏହି ୨୩୮ ଦିନ ଡଙ୍ଗାରେ କେବଳ ଆମେ ଦୁହେଁ ହିଁ ଥିଲୁ ।
ପ୍ରଧାନମନ୍ତ୍ରୀ : ହଁ । ହଁ ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ଆହୁରି ସାର୍ ଏହି expedition ପାଇଁ ଆମେ ତିନିବର୍ଷ ପ୍ରସ୍ତୁତି କରିଥିଲୁ । ନେଭିଗେଶନ୍ ଠାରୁ ଆରମ୍ଭ କରି କମ୍ୟୁନିକେଶନ୍ ଇମରଜେନ୍ସୀ ଡିଭାଇସକୁ କିପରି ଅପରେଟ କରାଯାଏ, ଡାଇଭିଂ କେମିତି କରାଯାଏ, ଡଙ୍ଗାରେ ଥିବା ସମୟରେ କୌଣସି ଏମର୍ଜେନ୍ସୀ ପରିସ୍ଥିତି ସୃଷ୍ଟି ହେଲେ ଯେମିତିକି ଗରୟସମବକ୍ଷ ମେଡିକଲ ଏମର୍ଜେନ୍ସୀ କିଭଳି ଏହାକୁ ସମାଧାନ କରିହେବ, ଏସବୁ ବିଷୟରେ ଭାରତୀୟ ନୌବାହିନୀ ଆମକୁ ତାଲିମ ଦେଇଥିଲେ । ସାର୍ ଏହି ଯାତ୍ରାର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ମୁଁ କହିବାକୁ ଚାହୁଁଛି । ସାର୍, ଆମେ ପଏଣ୍ଟ ନେମୋରେ ଆମ ଜାତୀୟ ପତାକା ଉଡ଼ାଇଥିଲୁ, ପଏଣ୍ଟ ନେମୋ ବିଶ୍ୱର ସବୁଠାରୁ ଦୁର୍ଗମତମ ଅଞ୍ଚଳ । ସେଠାରୁ ନିକଟତମ ମଣିଷ ଯଦି କେଉଁଠି ଥାଆନ୍ତି, ତାହେଲେ ସେମାନେ ହେଉଛନ୍ତି ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରେ ଥିବା ଲୋକ । ସେଠାରେ ପହଞ୍ଚିବାରେ ପ୍ରଥମ ଭାରତୀୟ, ପ୍ରଥମ ଏସୀୟ ଏବଂ ବିଶ୍ୱର ପ୍ରଥମ ମଣିଷ ହେଲୁ ଆମେ । ଆମ ପାଇଁ ଏହା ଏକ ଗର୍ବର ବିଷୟ ସାର୍ ।
ପ୍ରଧାନମନ୍ତ୍ରୀ : ବାଃ! ଆପଣମାନଙ୍କୁ ଅନେକ ଅନେକ ଅଭିନନ୍ଦନ ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲନା : ଥାଙ୍କ୍ ୟୁ ସାର୍ ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ସାଥୀ ମଧ୍ୟ କିଛି କହିବାକୁ ଚାହୁଁଛନ୍ତି କି ?
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ସାର୍, ମୁଁ ଏକଥା କହିବାକୁ ଚାହୁଁଛି ଯେ, ସେଲ୍ ବୋଟରେ ବିଶ୍ୱ ପରିକ୍ରମା କରିଥିବା ଲୋକଙ୍କ ସଂଖ୍ୟା ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ଲୋକଙ୍କ ସଂଖ୍ୟାଠାରୁ ବହୁତ କମ । ପ୍ରକୃତରେ ସେଲ୍ ବୋଟରେ ଏକାକୀ ବିଶ୍ୱ ପରିକ୍ରମା କରିଥିବା ଲୋକଙ୍କ ସଂଖ୍ୟା ମହାକାଶ ଯାତ୍ରା କରିଥିବା ଲୋକଙ୍କ ଠାରୁ ମଧ୍ୟ କମ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଏତେ କଠିନ ଯାତ୍ରା ପାଇଁ ତ ଟିମ୍ ୱାର୍କର ବହୁତ ଆବଶ୍ୟକତା ହୋଇଥାଏ, ଆଉ ଟିମରେ ତ ମାତ୍ର ଆପଣ ଦୁଇଜଣ ଅଧିକାରୀ ହିଁ ଥିଲେ । ଆପଣ ଏହା କେମିତି କରିପାରିଲେ?
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ହଁ ସାର୍, ଏଭଳି ଯାତ୍ରା ପାଇଁ ଆମ ଦୁହିଁଙ୍କୁ ଏକାଠି ପରିଶ୍ରମ କରିବାକୁ ପଡ଼ୁଥିଲା । ଆଉ ଯେମିତି ଲେଫ୍ଟେନାଣ୍ଟ କମାଣ୍ଡର ଦିଲନା କହିଲେ, ବୋଟରେ କେବଳ ଆମେ ଦୁଇଜଣ ଥିଲୁ । ଆମେ ବୋଟ୍ ରିପେରର୍ ଥିଲୁ, ଇଞ୍ଜିନ୍ ମେକାନିକ୍ ଥିଲୁ । ସେଲ୍ ମେକର୍, ମେଡିକାଲ୍ ଆସିଷ୍ଟାଣ୍ଟ, କୁକ୍, କ୍ଲିନର୍, ଡାଇଭର୍, ନାଭିଗେଟର୍ ସବୁକିଛି ଦାୟିତ୍ୱ ବହନ କରିବାକୁ ପଡ଼ୁଥିଲା । ଆମେ ଏସବୁ achieve କରିବାରେ ଭାରତୀୟ ନୌବାହିନୀର ବଡ଼ ଅବଦାନ ଥିଲା । ଆମକୁ ସବୁପ୍ରକାର ତାଲିମ ଦିଆଯାଇଥିଲା । ପ୍ରକୃତରେ ସାର୍, ଆମେ ଚାରି ବର୍ଷରୁ ଏକାଠି ଜଳଯାତ୍ରା କରୁଥିଲୁ । ତେଣୁ ଆମେ ପରସ୍ପରର ସାହସ ଓ ଦୁର୍ବଳତା ସହ ଭଲଭାବେ ପରିଚିତ ଥିଲୁ । ତେଣୁ ଆମେ ସମସ୍ତଙ୍କୁ କହୁଁ ଯେ, ଆମ ବୋଟରେ ଗୋଟିଏ ଉପକରଣ ଥିଲା ଯାହା କେବେ ବି ବିଫଳ ହୋଇନି, ଆଉ ତାହା ହେଉଛି ଆମ ଟିମ୍ ୱାର୍କ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଯେତେବେଳେ ପାଗ ଖରାପ ହେଉଥିଲା, କାରଣ ସମୁଦ୍ରରେ ତ ପ୍ରାୟ ଏମିତି ହୋଇଥାଏ, ଯେଉଁଠି ପାଗର କୌଣସି ଠିକଣା ନ ଥାଏ । ଏଭଳି ପରିସ୍ଥିତିରେ ଆପଣ କ’ଣ କରୁଥିଲେ ?
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ସାର୍, ଆମର ଯାତ୍ରାରେ ଅନେକ ପ୍ରତିକୂଳ ଆହ୍ୱାନ ଥିଲା ସାର୍ । ଏହି ଅଭିଯାନରେ ଆମକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଲା । ବିଶେଷ କରି ସାର୍, ଦକ୍ଷିଣ ମହାସାଗରରେ ସବୁବେଳେ ଖରାପ ପାଗ ରହିଥାଏ । ଆମକୁ ତିନିଟି ଝଡ଼ର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଲା ଆଉ ସାର୍ ଆମର ନୌକା ମାତ୍ର ୧୭ ମିଟର ଲମ୍ବା ଓ ଚଉଡ଼ା ମାତ୍ର ୫ ମିଟର ଥିଲା । ତେଣୁ ବେଳେବେଳେ ଏଭଳି କିଛି ଲହଡ଼ି ଆସୁଥିଲା, ଯାହା ତିନି ମହଲା କୋଠାଠୁ ବି ବଡ଼ ଥିଲା ସାର୍ ଏବଂ ଆମ ଯାତ୍ରାରେ ଆମେ ଅତ୍ୟଧିକ ଗରମ ଓ ଅତ୍ୟଧିକ ଥଣ୍ଡା, ଦୁଇ ପ୍ରକାର ସ୍ଥିତିର ସମ୍ମୁଖୀନ ହୋଇଥିଲୁ ସାର୍ । ଆଣ୍ଟାର୍କଟିକାରେ ଆମେ ଯେତେବେଳେ ନୌକା ଚଳାଉଥିଲୁ, ଆମକୁ ୧ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ଓ ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପବନ, ଦୁଇଟିକୁ ଏକାସାଂଗେ ସମ୍ମୁଖୀନ ହେବାକୁ ପଡ଼ିଥିଲା । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ୬ରୁ ୭ଟି ସ୍ତରରେ ପୋଷାକ ଏକାସାଂଗେ ପିନ୍ଧୁଥିଲୁ ଏବଂ ପୂରା ଦକ୍ଷିଣ ମହାସାଗରକୁ ଆମେ ଏପରି ୭ ସ୍ତର ପୋଷାକ ପିନ୍ଧି ଅତିକ୍ରମ କରିଛୁ ସାର୍ । କେତେବେଳେ ଆମେ ଗ୍ୟାସ୍ ଷ୍ଟୋଭ୍ ନେଇ ଆମର ହାତକୁ ଗରମ କରୁଥିଲୁ ତ ଆଉ ବେଳେବେଳେ ଏପରି ପରିସ୍ଥିତି ହେଉଥିଲା ସାର୍, ଯେତେବେଳେ କି ପବନ ଆଦୌ ନଥିଲା ଏବଂ ଆମେ ପାଲକୁ ପୂରା ତଳକୁ ଖସାଇ ଭାସି ରହୁଥିଲୁ । ପ୍ରକୃତରେ ଏପରି ପରିସ୍ଥିତିରେ ଆମର ଧୈର୍ଯ୍ୟର ପରୀକ୍ଷା ହେଉଥିଲା ସାର୍ ।
ପ୍ରଧାନମନ୍ତ୍ରୀ : ଲୋକମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଦେଶର ଝିଅମାନେ ଏପରି କଷ୍ଟ ସହୁଛନ୍ତି । ଆଚ୍ଛା ଏହି ପରିକ୍ରମା ସମୟରେ ଆପଣ ବିଭିନ୍ନ ଦେଶରେ ମଧ୍ୟ ଅଟକିଥିଲେ, ସେଠାରେ କ’ଣ ଅନୁଭବ ହେଉଥିଲା, ଯେତେବେଳେ ଭାରତର ଦୁଇ ଝିଅଙ୍କୁ ଲୋକେ ଦେଖୁଥିଲେ ସେମାନଙ୍କ ମନରେ ବହୁତ କଥା ଉଙ୍କି ମାରୁଥିବ ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍ନା : ଆଜ୍ଞା ସାର୍, ଆମକୁ ବହୁତ ଭଲ ଅଭିଜ୍ଞତା ମିଳିଲା ସାର୍, ଆମେ ୮ ମାସରେ ୪ ଜାଗାରେ ଅଟକିଥିଲୁ ସାର୍, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍, ପୋର୍ଟ ଷ୍ଟାନ୍ଲେ ଏବଂ ଦକ୍ଷିଣ ଆଫ୍ରିକା ସାର୍ ।
ପ୍ରଧାନମନ୍ତ୍ରୀ : ପ୍ରତ୍ୟେକ ସ୍ଥାନରେ ହାରାହାରି କେତେ ସମୟ ଅଟକିବାକୁ ପଡ଼ୁଥିଲା?
ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍ନା : ସାର୍, ଆମେ ୧୪ ଦିନ ରହିଥିଲୁ ସାର୍, ଗୋଟିଏ ଜାଗାରେ।
ପ୍ରଧାନମନ୍ତ୍ରୀ : ଗୋଟିଏ ଜାଗାରେ ୧୪ ଦିନ ?
ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍ନା : Correct ସାର୍, ଆଉ ସାର୍ ଆମେ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଭାରତୀୟଙ୍କୁ ଦେଖିଲୁ ସାର୍ । ସେମାନେ ମଧ୍ୟ ବହୁତ ସକ୍ରିୟ ଏବଂ ଆତ୍ମବିଶ୍ୱାସର ସହ ଭାରତର ନାଁ ଉଜ୍ୱଳ କରୁଛନ୍ତି । ଆଉ ଆମକୁ ଏମିତି ଲାଗିଲା ଯେ ଆମର ସଫଳତାକୁ ସେମାନେ ନିଜର ସଫଳତା ବୋଲି ଭାବୁଥିଲେ ଏବଂ ପ୍ରତ୍ୟେକ ସ୍ଥାନରେ ଆମକୁ ଅଲଗା ଅଲଗା ଅନୁଭୂତି ମିଳିଲା, ଯେମିତିକି ଅଷ୍ଟ୍ରେଲିଆରେ । ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆନ ପାର୍ଲାମେଣ୍ଟର ବାଚସ୍ପତି ଆମକୁ ଡାକିଥିଲେ, ସେ ଆମକୁ ବହୁତ ପ୍ରେରଣା ଦେଇଥିଲେ ସାର୍, ଏବଂ ସବୁବେଳେ ଏପରି ସବୁ ଘଟଣା ଘଟୁଥିଲା ସାର୍, ଆମକୁ ବହୁତ ଗର୍ବ ଲାଗୁଥିଲା । ଆଉ ଯେତେବେଳେ ନ୍ୟୁଜିଲ୍ୟାଣ୍ଡ୍ ଗଲୁ, ସେତେବେଳେ ମାଓରୀ ଲୋକେ ଆମକୁ ସ୍ୱାଗତ କରିଥିଲେ ଏବଂ ଆମର ଭାରତୀୟ ସଂସ୍କୃତିକୁ ବହୁତ ସମ୍ମାନ ଦେଖାଇଥିଲେ ସାର୍ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାର୍, ପୋର୍ଟ ଷ୍ଟାନ୍ଲେ ଗୋଟିଏ Remote Island ସାର୍, ଯାହା ଦକ୍ଷିଣ ଆମେରିକା ନିକଟରେ ଅବସ୍ଥିତ । ସେଠାକାର ମୋଟ ଜନସଂଖ୍ୟା ମାତ୍ର ତିନି ହଜାର ପାଞ୍ଚ ଶହ ସାର୍, କିନ୍ତୁ ସେଠାରେ ଆମେ ଗୋଟିଏ ଲଘୁ ଭାରତ ଦେଖିଲୁ ଏବଂ ସେଠାରେ ୪୫ ଜଣ ଭାରତୀୟ ଥିଲେ । ସେମାନେ ଆମକୁ ନିଜର ମନେ କରିଥିଲେ ଏବଂ ଆମକୁ ଘର ପରି ଅନୁଭବ କରାଇଥିଲେ ସାର୍ ।
ପ୍ରଧାନମନ୍ତ୍ରୀ : ଆଚ୍ଛା ଦେଶର ସେହି ଝିଅମାନଙ୍କ ପାଇଁ ଆପଣ ଦୁହେଁ କି ବାର୍ତ୍ତା ଦେବାକୁ ଚାହିଁବେ, ଯେଉଁମାନେ ଆପଣଙ୍କ ପରି କିଛି ଭିନ୍ନ କରିବାକୁ ଚାହୁଁଛନ୍ତି ?
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ସାର୍, ମୁଁ ଲେଫ୍ଟନାଣ୍ଟ କମାଣ୍ଡର ରୁପା କହୁଛି । ମୁଁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଯଦି କେହି ମନଦେଇ କଠିନ ପରିଶ୍ରମ କରେ, ତେବେ ଏ ପୃଥିବୀରେ କିଛି ବି ଅସମ୍ଭବ ନୁହେଁ । ଆପଣ କେଉଁଠୁ ଆସିଛନ୍ତି, କେଉଁଠି ଜନ୍ମ ହୋଇଛନ୍ତି, ସେସବୁ କିଛି ଗୁରୁତ୍ୱ ରଖେନି । ସାର୍, ଆମ ଦୁହିଁଙ୍କର ଏଇ ଇଚ୍ଛା ଯେ ଭାରତର ଯୁବକଯୁବତୀ ଓ ମହିଳାମାନେ ବଡ଼ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଭବିଷ୍ୟତରେ ସବୁ ଝିଅ ଏବଂ ମହିଳାମାନେ ପ୍ରତିରକ୍ଷାରେ, କ୍ରୀଡ଼ାରେ, ଦୁଃସାହସିକ ଅଭିଯାନରେ ଯୋଗଦେଇ ଦେଶର ନାଁ ଉଜ୍ଜ୍ୱଳ କରନ୍ତୁ ।
ପ୍ରଧାନମନ୍ତ୍ରୀ : ଦିଲ୍ନା ଏବଂ ରୁପା, ଆପଣଙ୍କ କଥା ଶୁଣି ମୁଁ ମଧ୍ୟ ବହୁତ ଆନନ୍ଦ ଅନୁଭବ କରୁଛି ଯେ ଆପଣମାନେ କେତେ ବଡ଼ ସାହସ ଦେଖାଇଛନ୍ତି । ଆପଣ ଦୁହିଁଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ । ନିଶ୍ଚିତ ଭାବେ ଆପଣଙ୍କ କଠିନ ପରିଶ୍ରମ, ଆପଣଙ୍କ ସଫଳତା, ଆପଣଙ୍କ ଉପଲବ୍ଧି ଦେଶର ଯୁବକଯୁବତୀଙ୍କୁ ବହୁତ ପ୍ରେରଣା ଯୋଗାଇବ । ଏହିପରି ତ୍ରିରଙ୍ଗାର ସମ୍ମାନ ରଖୁଥାନ୍ତୁ, ଭବିଷ୍ୟତ ପ୍ରୟାସ ପାଇଁ ଆପଣଙ୍କୁ ମୋର ଅନେକ ଶୁଭେଚ୍ଛା ।
ଲେଫ୍ଟନାଣ୍ଟ କମାଣ୍ଡର ଦିଲ୍ନା : ଧନ୍ୟବାଦ ସାର୍ ।
ପ୍ରଧାନମନ୍ତ୍ରୀ : ବହୁତ ବହୁତ ଧନ୍ୟବାଦ । ୱଣକ୍କମ୍ । ନମସ୍କାରମ୍ ।
ଲେଫ୍ଟନାଣ୍ଟ କମାଣ୍ଡର ରୁପା : ନମସ୍କାର ସାର୍ ।
ବନ୍ଧୁଗଣ, ଆମର ପର୍ବପର୍ବାଣୀ ଭାରତର ସଂସ୍କୃତିକୁ ଜୀବନ୍ତ ରଖିଥାଏ । ଛଠ୍ ପୂଜା ଏପରି ଏକ ପବିତ୍ର ପର୍ବ, ଯାହା ଦୀପାବଳି ପରେ ଆସିଥାଏ । ସୂର୍ଯ୍ୟଦେବଙ୍କୁ ସମର୍ପିତ ଏହି ମହାପର୍ବ ବହୁତ ସ୍ୱତନ୍ତ୍ର । ଏଥିରେ ଆମେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ମଧ୍ୟ ଅର୍ଘ୍ୟ ଅର୍ପଣ କରିଥାଉ, ତାଙ୍କର ଆରାଧନା କରୁ । ଛଠ୍ ପୂଜା କେବଳ ଦେଶର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଏ ନାହିଁ, ବରଂ ସମଗ୍ର ବିଶ୍ୱରେ ଏହାର ପ୍ରଭାବ ପରିଲକ୍ଷିତ ହୁଏ । ଆଜି ଏହା ଏକ ବୈଶ୍ବିକ ପର୍ବ ଭାବେ ପାଳିତ ହେଉଛି ।
ବନ୍ଧୁଗଣ, ଆପଣମାନଙ୍କୁ ଏକଥା ଜଣାଇ ବହୁତ ଖୁସି ଲାଗୁଛି ଯେ ଭାରତ ସରକାର ମଧ୍ୟ ଛଠ୍ ପୂଜାକୁ ନେଇ ଏକ ବଡ଼ ପ୍ରୟାସ ଚଳାଇଛନ୍ତି । ଭାରତ ସରକାର ଛଠ୍ ମହାପର୍ବକୁ ୟୁନେସ୍କୋର ଇନ୍ଟାଜିବୁଲ୍ କଲ୍ଚରାଲ୍ ହେରିଟେଜ୍ ଲିଷ୍ଟ୍ ଅର୍ଥାତ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଛଠ୍ ପୂଜା ଯେତେବେଳେ ୟୁନେସ୍କୋ ତାଲିକାରେ ଅନ୍ତର୍ଭୁକ୍ତ ହେବ, ସେତେବେଳେ ବିଶ୍ୱର କୋଣ ଅନୁକୋଣର ଲୋକେ ଏହାର ଭବ୍ୟତା ଓ ଦିବ୍ୟତା ଅନୁଭବ କରିପାରିବେ ।
ବନ୍ଧୁଗଣ, କିଛିଦିନ ତଳେ ଭାରତ ସରକାରଙ୍କ ଏପରି ପ୍ରଚେଷ୍ଟା ଯୋଗୁଁ କୋଲକାତାର ଦୁର୍ଗାପୂଜା ମଧ୍ୟ ୟୁନେସ୍କୋର ଏହି ତାଲିକାର ଅଂଶ ହୋଇଛି । ଯଦି ଆମେ ଆମର ସାଂସ୍କୃତିକ ଆୟୋଜନଗୁଡ଼ିକୁ ଏପରି ବୈଶ୍ୱିକ ପରିଚୟ ଦେଇପାରିବା, ତେବେ ବିଶ୍ୱବାସୀ ସେଗୁଡ଼ିକ ବିଷୟରେ ଜାଣିବେ, ବୁଝିବେ ଏବଂ ସେଥିରେ ଅଂଶଗ୍ରହଣ କରିବା ପାଇଁ ଆଗେଇ ଆସିବେ ।
ବନ୍ଧୁଗଣ, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ । ଗାନ୍ଧିଜୀ ସବୁବେଳେ ସ୍ୱଦେଶୀକୁ ଗ୍ରହଣ କରିବା ଉପରେ ଜୋର୍ ଦେଇଥିଲେ ଏବଂ ଏଥିରେ ଖଦି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ ଖଦିର ରଙ୍ଗ କିଛି ଫିକା ପଡ଼ିଯାଇଥିଲା, କିନ୍ତୁ ଗତ ୧୧ ବର୍ଷ ମଧ୍ୟରେ ଖଦି ପ୍ରତି ଦେଶବାସୀଙ୍କର ଆକର୍ଷଣ ବହୁତ ବଢ଼ିଛି । ଗତ କିଛି ବର୍ଷ ଭିତରେ ଖଦିର ବିକ୍ରି ବହୁତ ବୃଦ୍ଧି ପାଇଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଅକ୍ଟୋବର ୨ରେ କୌଣସି ନା କୌଣସି ଖଦି ଉତ୍ପାଦ ଆପଣ ନିଶ୍ଚିତ ଭାବେ କିଣନ୍ତୁ । ଗର୍ବର ସହ କୁହନ୍ତୁ ଯେ ଏହା ସ୍ୱଦେଶୀ । ଏହାକୁ ସୋସିଆଲ୍ ମିଡିଆରେ ହ୍ୟାସ୍ଟ୍ୟାଗ୍ ଭୋକାଲ୍ ଫର୍ ଲୋକାଲ୍ ସହିତ ଶେୟାର୍ ମଧ୍ୟ କରନ୍ତୁ ।
ବନ୍ଧୁଗଣ, ଖଦି ପରି ଆମର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଜି ଆମ ଦେଶରେ ଏପରି ଅନେକ ଉଦାହରଣ ସାମ୍ନାକୁ ଆସୁଛି ଯାହା ଦର୍ଶାଉଛି ଯେ ଯଦି ପରମ୍ପରା ଓ ନବସୃଜନକୁ ଏକାଠି ଯୋଡ଼ାଯାଏ ତେବେ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିପାରେ । ଯେପରିକି ତାମିଲନାଡୁର ୟାଜ୍ ନେଚୁରାଲ୍ସ । ସେଠାରେ ଅଶୋକ ଜଗଦୀଶନ ଜୀ ଏବଂ ପ୍ରେମ ସେଲ୍ୱାରାଜ୍ ଜୀ କର୍ପୋରେଟ୍ ଚାକିରି ଛାଡ଼ି ଏକ ନୂଆ ପଦକ୍ଷେପ ନେଇଥିଲେ । ସେମାନେ ଘାସ ଓ କଦଳୀଗଛର ତନ୍ତୁରୁ ଯୋଗ ମ୍ୟାଟ୍ ତିଆରି କରିଥିଲେ, ହର୍ବାଲ୍ ରଙ୍ଗରେ କପଡ଼ାକୁ ରଙ୍ଗ କରିଥିଲେ ଏବଂ ୨୦୦ ପରିବାରକୁ ତାଲିମ ଦେଇ ସେମାନଙ୍କୁ ରୋଜଗାର ଦେଇଥିଲେ ।
ଝାଡ଼ଖଣ୍ଡର ଆଶିଷ ସତ୍ୟବ୍ରତ ସାହୁ ଜୀ ଜୋହାର୍ଗ୍ରାମ ବ୍ରାଣ୍ଡ୍ ମାଧ୍ୟମରେ ଆଦିବାସୀ ହସ୍ତତନ୍ତ ଏବଂ ପରିଧାନକୁ Global Ramp ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ତାଙ୍କ ପ୍ରୟାସ ଦ୍ୱାରା ଆଜି ଝାଡ଼ଖଣ୍ଡର ସାଂସ୍କୃତିକ ଐତିହ୍ୟକୁ ଅନ୍ୟ ଦେଶର ଲୋକେ ମଧ୍ୟ ଜାଣିବାକୁ ଆରମ୍ଭ କରିଛନ୍ତି ।
ବିହାରର ମଧୁବନୀ ଜିଲ୍ଲାର ସୁଇଟି କୁମାରୀ ଜୀ, ସେ ମଧ୍ୟ ସଙ୍କଳ୍ପ କ୍ରିଏସନ ଆରମ୍ଭ କରିଛନ୍ତି । ମିଥିଳା Paintingକୁ ସେ ମହିଳାମାନଙ୍କ ଜୀବିକାର ମାଧ୍ୟମ କରିଦେଇଛନ୍ତି । ଆଜି ୫୦୦ରୁ ଅଧିକ ଗ୍ରାମୀଣ ମହିଳା ତାଙ୍କ ସହ ଯୋଡ଼ି ହୋଇଛନ୍ତି ଓ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ସଫଳତାର ଏସବୁ ଗାଥା ଆମକୁ ଶିଖାଉଛି ଯେ ଆମ ପରମ୍ପରାରେ ଆୟର କେତେ ମାଧ୍ୟମ ଲୁଚି ରହିଛି । ଯଦି ଦୃଢ଼ ଇଚ୍ଛଶକ୍ତି ଅଛି ତେବେ ସଫଳତା ଆମଠାରୁ ଦୂରେଇ ଯାଇପାରେ ନାହିଁ ।
ମୋର ପ୍ରିୟ ଦେଶବାସୀଗଣ, ଆଗାମୀ କିଛିଦିନ ମଧ୍ୟରେ ଆମେ ବିଜୟାଦଶମୀ ପାଳନ କରିବା । ଏଥରର ବିଜୟାଦଶମୀ ମଧ୍ୟ ଅନ୍ୟ ଏକ କାରଣ ଯୋଗୁଁ ବହୁତ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସ୍ଥାପନାର ୧୦୦ ବର୍ଷ ପୂର୍ଣ୍ଣ ହେଉଛି । ଗୋଟିଏ ଶତାବ୍ଦୀର ଏ ଯାତ୍ରା ଯେତିକି ଅଦ୍ଭୁତ, ସେତିକି ଅଭୂତପୂର୍ବ ଏବଂ ସେତିକି ପ୍ରେରଣାଦାୟୀ ମଧ୍ୟ । ଆଜିଠାରୁ ୧୦୦ ବର୍ଷ ପୂର୍ବେ ଯେବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ଥାପନା ହୋଇଥିଲା, ସେତେବେଳେ ଦେଶ ଶହ ଶହ ବର୍ଷ ଧରି ପରାଧୀନତାର ବନ୍ଧନରେ ବାନ୍ଧିହୋଇ ରହିଥିଲା । ଶହ ଶହ ବର୍ଷର ଏହି ଗୋଲାମୀ ଆମର ସ୍ୱାଭିମାନ ଏବଂ ଆତ୍ମବିଶ୍ୱାସକୁ ଗଭୀର ଆଘାତ ଦେଇଥିଲା । ବିଶ୍ୱର ସବୁଠାରୁ ପ୍ରାଚୀନ ସଭ୍ୟତା ସମ୍ମୁଖରେ ପରିଚୟର ସଙ୍କଟ ଠିଆ କରାଯାଇଥିଲା । ଦେଶବାସୀ ହୀନମନ୍ୟତାର ଶୀକାର ହେଉଥିଲେ । ସେଥିପାଇଁ ଦେଶର ସ୍ୱାଧୀନତା ସଙ୍ଗେ ସଙ୍ଗେ ବୈଚାରିକ ଗୋଲାମୀରୁ ସ୍ୱାଧୀନତା ପାଇବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଥିଲା । ଏହି ସମୟରେ ପରମପୂଜ୍ୟ ଡକ୍ଟର ହେଡଗେୱାର ଜୀ ଏହି ବିଷୟରେ ଗଭୀର ଚିନ୍ତା କରିଥିଲେ ଏବଂ ଏହି ଭଗୀରଥ ପ୍ରୟାସ ପାଇଁ ସେ ୧୯୨୫ ମସିହା ପବିତ୍ର ବିଜୟାଦଶମୀ ଅବସରରେ ‘ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ’ର ସ୍ଥାପନା କଲେ । ଡକ୍ଟର ସାହେବ ବିଦାୟ ନେବାପରେ ପରମପୂଜ୍ୟ ଗୁରୁଜୀ ରାଷ୍ଟ୍ରସେବାର ଏହି ମହାଯଜ୍ଞକୁ ଆଗକୁ ବଢ଼ାଇଥିଲେ । ପରମପୂଜ୍ୟ ଗୁରଜୀ କହୁଥିଲେ - “ରାଷ୍ଟ୍ରାୟ ସ୍ୱାହା, ଇଦଂ ରାଷ୍ଟ୍ରାୟ ଇଦଂ ନ ମମ” ଅର୍ଥାତ୍, ଏହା ମୋର ନୁହେଁ, ଏହା ରାଷ୍ଟ୍ରର । ଏଥିରେ ସ୍ୱାର୍ଥର ଉପରକୁ ଉଠି ରାଷ୍ଟ୍ର ପାଇଁ ସମର୍ପଣ ଭାବ ରଖିବାର ପ୍ରେରଣା ନିହିତ ଅଛି । ଗୁରୁଜୀ ଗୋଲୱରକର ଜୀଙ୍କ ଏହି ବାକ୍ୟ ଲକ୍ଷ ଲକ୍ଷ ସ୍ୱୟଂସେବକଙ୍କୁ ତ୍ୟାଗ ଏବଂ ସେବାର ପଥ ଦେଖାଇଥିଲା । ତ୍ୟାଗ ଓ ସେବାର ଭାବନା ଏବଂ ଅନୁଶାସନର ଶିକ୍ଷା, ଏହାହିଁ ସଂଘର ପ୍ରକୃତ ଶକ୍ତି ଅଟେ । ଆଜି ଆରଏସ୍ଏସ୍ ଶହେ ବର୍ଷ ଧରି ଅବିଶ୍ରାନ୍ତ ଭାବରେ ବିନା ବାଧାରେ ରାଷ୍ଟ୍ରସେବାର କର୍ତ୍ତବ୍ୟରେ ଲାଗିରହିଛି । ଏଥିପାଇଁ ଆମେ ଦେଖୁଛୁ, ଦେଶର ଯେକୌଣସି ଜାଗାରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆରଏସ୍ଏସର ସ୍ୱୟଂସେବକମାନେ ସର୍ବପ୍ରଥମେ ସେଠାରେ ପହଞ୍ଚିଯାଉଛନ୍ତି । ଲକ୍ଷ ଲକ୍ଷ ସ୍ୱୟଂସେବକମାନଙ୍କର ଜୀବନର ପ୍ରତ୍ୟେକ କର୍ମ, ପ୍ରତ୍ୟେକ ପ୍ରଚେଷ୍ଟାରେ “ଦେଶ ପ୍ରଥମ”ର ଭାବନା ସର୍ବଦା ସର୍ବୋପରି ଦେଖାଯାଏ । ମୁଁ ରାଷ୍ଟ୍ରସେବାର ମହାଯଜ୍ଞରେ ନିଜକୁ ସମର୍ପିତ କରିଥିବା ପ୍ରତ୍ୟେକ ସ୍ୱୟଂସେବକଙ୍କୁ ନିଜର ଶୁଭକାମନା ଅର୍ପଣ କରୁଛି।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାସ ଅକ୍ଟୋବର ୭ ତାରିଖ ଦିନ ମହର୍ଷି ବାଲ୍ମିକୀ ଜୟନ୍ତୀ ପଡ଼ୁଛି । ଆମେ ସମସ୍ତେ ଜାଣୁ, ମହର୍ଷି ବାଲ୍ମିକୀ ଭାରତୀୟ ସଂସ୍କୃତିର କେତେ ବଡ଼ ଆଧାର ସ୍ତମ୍ଭ । ସେ ମହର୍ଷି ବାଲ୍ମିକୀ ହିଁ ଥିଲେ, ଯେ ଆମମାନଙ୍କୁ ଭଗବାନ ରାମଙ୍କର ଅବତାର କଥା ବିଷୟରେ ଏତେ ବିସ୍ତୃତ ଭାବରେ ପରିଚିତ କରାଇଥିଲେ । ସେ ମାନବ ଜୀବନକୁ ରାମାୟଣ ଭଳି ଅଦ୍ଭୁତ ଗ୍ରନ୍ଥ ପ୍ରଦାନ କରିଥିଲେ ।
ବନ୍ଧୁଗଣ, ରାମାୟଣରେ ନିହିତ ଭଗବାନ ରାମଙ୍କ ଆଦର୍ଶ ଏବଂ ମୂଲ୍ୟ ଯୋଗୁଁ ଆମ ଉପରେ ରାମାୟଣର ଏଭଳି ପ୍ରଭାବ ରହିଛି । ଭଗବାନ ରାମ ସେବା, ସମରସତ୍ତା ଏବଂ କରୁଣାର ସହିତ ସମସ୍ତଙ୍କୁ ହୃଦୟରେ ଲଗାଇଥିଲେ । ସେଥିପାଇଁ ଆମେ ଦେଖୁ, ମହର୍ଷି ବାଲ୍ମିକୀଙ୍କ ରାମାୟଣର ରାମ, ମାତା ଶବରୀ ଏବଂ ନିଷାଦରାଜଙ୍କ ସହିତ ସାକ୍ଷାତରେ ପୂର୍ଣ୍ଣତା ପାଆନ୍ତି । ବନ୍ଧୁଗଣ, ଏଥିପାଇଁ ଅଯୋଧ୍ୟାରେ ଯେବେ ରାମମନ୍ଦିର ନିର୍ମାଣ ହେଲା ସେତେବେଳେ ସାଥିରେ ନିଷାଦରାଜ ଏବଂ ମହର୍ଷି ବାଲ୍ମିକୀଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଗଲା । ମୋର ଆପଣମାନଙ୍କୁ ଅନୁରୋଧ, ଆପଣ ଯେତେବେଳେ ଅଯୋଧ୍ୟାର ରାମଲଲାଙ୍କର ଦର୍ଶନ କରିବାକୁ ଯାଉଛନ୍ତି, ସେତେବେଳେ ମହର୍ଷି ବାଲ୍ମିକୀ ଏବଂ ନିଷାଦରାଜଙ୍କ ମନ୍ଦିର ନିଶ୍ଚିତ ଭାବରେ ଦର୍ଶନ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, କଳା, ସାହିତ୍ୟ ଏବଂ ସଂସ୍କୃତିର ସବୁଠାରୁ ମୁଖ୍ୟ କଥାଟି ହେଲା ଯେ ଏହା କୌଣସି ସୀମାରେଖା ବା ବନ୍ଧନରେ ଜଡ଼ିତ ନୁହେଁ । ଏଗୁଡ଼ିକର ସୁଗନ୍ଧ ସମସ୍ତ ସୀମାରେଖା ଅତିକ୍ରମ କରି ଲୋକମାନଙ୍କର ହୃଦୟକୁ ଛୁଇଁଯାଏ । ଏହି ନିକଟ ଅତୀତରେ ପ୍ୟାରିସର ଗୋଟିଏ ସାଂସ୍କୃତିକ ଅନୁଷ୍ଠାନ “ସୌନ୍ତଖ ମଣ୍ଡପା” ତା’ର ୫୦ ବର୍ଷ ପୂରଣ କଲା । ଏହି କେନ୍ଦ୍ରଟି ଭାରତୀୟ ନୃତ୍ୟକୁ ଲୋକପ୍ରିୟ କରିବାରେ ନିଜର ବ୍ୟାପକ ଯୋଗଦାନ ଦେଇଥିଲା । ଏହାର ପ୍ରତିଷ୍ଠା ମିଲେନା ସାଲୱିନୀଙ୍କ ଦ୍ୱାରା ହୋଇଥିଲା । ତାଙ୍କୁ କିଛିବର୍ଷ ପୂର୍ବେ ପଦ୍ମଶ୍ରୀ ଦ୍ୱାରା ସମ୍ମାନିତ କରାଯାଇଥିଲା । ମୁଁ “ସୌନ୍ତଖ ମଣ୍ଡପା” ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ ବହୁତ ଅଭିନନ୍ଦନ ଜଣାଉଛି ଏବଂ ଭବିଷ୍ୟତର ପ୍ରୟାସ ପାଇଁ ସେମାନଙ୍କୁ ଶୁଭକାମନା ଦେଉଛି ।
ବନ୍ଧୁଗଣ, ଏବେ ମୁଁ ଆପଣଙ୍କୁ ଦୁଇଟି ଛୋଟ audio clip ଶୁଣାଉଛି, ଏଥିପ୍ରତି ଧ୍ୟାନ ଦିଅନ୍ତୁ –
#Audio Clip 1
ଏବେ ଦ୍ୱିତୀୟ ମକ୍ଷସକ୍ଟ୍ର ମଧ୍ୟ ଶୁଣନ୍ତୁ –
#Audio Clip 2
ବନ୍ଧୁଗଣ, ଏହି ସ୍ୱର ସେହି କଥାର ସାକ୍ଷୀ ଯେ ଭୂପେନ ହଜାରିକାଙ୍କ ଗୀତ ସହିତ କେମିତି ସାରା ଦୁନିଆର ଭିନ୍ନ ଭିନ୍ନ ଦେଶ ନିଜ ନିଜ ଭିତରେ ଯୋଡ଼ିହୁଅନ୍ତି । ଶ୍ରୀଲଙ୍କାରେ ଗୋଟିଏ ପ୍ରଶଂସନୀୟ ପ୍ରଚେଷ୍ଟା ହେଲା । ଏଥିରେ ଭୂପେନ୍ ଦା’ଙ୍କ ପ୍ରତିଷ୍ଠିତ ଗୀତ ‘ମନୁହେ-ମନୁହାର ବାବେ’କୁ ଶ୍ରୀଲଙ୍କାର କଳାକାରମାନେ ସିଂହଳୀ ଓ ତାମିଲ ଭାଷାରେ ଅନୁବାଦ କଲେ । ମୁଁ ଆପଣମାନଙ୍କୁ ସେହି ଅଡିଓଟି ଶୁଣାଇଲି । କିଛିଦିନ ପୂର୍ବେ ଆସାମରେ ମୋତେ ତାଙ୍କର ଜନ୍ମଶତାବ୍ଦୀ ସମାରୋହରେ ସମ୍ମିଳିତ ହେବାର ସୌଭାଗ୍ୟ ମିଳିଥିଲା । ଏହା ବାସ୍ତବରେ ଏକ ବହୁତ ସ୍ମରଣୀୟ କାର୍ଯ୍ୟକ୍ରମ ଥିଲା ।
ବନ୍ଧୁଗଣ, ଏକପକ୍ଷରେ ଆସାମ ଆଜି ଭୂପେନ୍ ହଜାରିକାଙ୍କର ଜନ୍ମଶତାବ୍ଦୀ ପାଳନ କରୁଥିବାବେଳେ ତା’ର କିଛିଦିନ ପୂର୍ବରୁ ଗୋଟିଏ ଦୁଃଖଦ ସମୟ ମଧ୍ୟ ଆସିଲା । ଜୁବିନ୍ ଗର୍ଗଙ୍କ ଅସାମୟିକ ମୃତ୍ୟୁ ଦ୍ୱାରା ଲୋକମାନେ ଶୋକ ପାଳନ କରୁଛନ୍ତି ।
ଜୁବିନ୍ ଗର୍ଗ ଏକ ପ୍ରସିଦ୍ଧ ଗାୟକ ଥିଲେ, ଯିଏକି ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଆସାମର ସଂସ୍କୃତି ସହିତ ତାଙ୍କର ବହୁତ ନିବିଡ଼ ସମ୍ପର୍କ ଥିଲା । ଜୁବିନ୍ ଗର୍ଗ ଆମ ସ୍ମୃତିରେ ସଦାସର୍ବଦା ଜୀବିତ ରହିବେ ଏବଂ ତାଙ୍କର ସଙ୍ଗୀତ ଆଗାମୀ ପିଢ଼ୀକୁ ମନ୍ତ୍ରମୁଗ୍ଧ କରିଚାଲିଥିବ ।
ଜୁବିନ୍ ଗର୍ଗ, ଆସିଲ
ଅହୋମାର୍ ହମୋସକୃତିର, ଉଜ୍ଜ୍ୱାଳ ରତ୍ନୋ ....
ଜନୋତାର ହୃଦୟାତ, ତେୟୋ ହଦାୟ ଜିୟାୟ, ଥାକିବୋ ।
ଅନୁବାଦ :
ଜୁବିନ୍ ଆସାମ ସଂସ୍କୃତିର ଏକ ଉଜ୍ଜ୍ୱଳ ରତ୍ନ ଥିଲେ । ଯଦିଓ ତାଙ୍କର ଶରୀର ବିଦାୟ ନେଇଛି, ସେ ସର୍ବଦା ଆମ ହୃଦୟରେ ବଞ୍ଚି ରହିଥିବେ ।
ବନ୍ଧୁଗଣ, କିଛିଦିନ ପୂର୍ବେ ଆମ ଦେଶ ଜଣେ ମହାନ ବିଚାରକ ଏବଂ ଚିନ୍ତାନାୟକ ଏସ୍.ଏଲ୍. ଭୈରପ୍ପା ଜୀଙ୍କୁ ହରାଇଛି । ମୋର ଭୈରପ୍ପା ଜୀଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଥିଲା ଏବଂ ଆମ ଭିତରେ ଅନେକ ସମୟରେ ଭିନ୍ନ ଭିନ୍ନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ତାଙ୍କର ରଚନା ଯୁବବର୍ଗଙ୍କ ବିଚାରକୁ ଦିଗଦର୍ଶନ ଦେଉଥିବ । କନ୍ନଡ଼ ଭାଷାରେ ଲିଖିତ ତାଙ୍କର ଅନେକଗୁଡ଼ିଏ ରଚନାର ଅନୁବାଦ ମଧ୍ୟ ଉପଲବ୍ଧ ଅଛି । ନିଜର ମୂଳଦୁଆ ଏବଂ ସଂସ୍କୃତି ଉପରେ ଗର୍ବ କରିବା ଆମ ପାଇଁ କେତେ ଜରୁରୀ ସେ ତାହା କହିଯାଇଛନ୍ତି । ମୁଁ ଏସ୍.ଏଲ୍. ଭୈରପ୍ପା ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଯୁବପିଢ଼ୀକୁ ତାଙ୍କର ଲେଖାଗୁଡ଼ିକ ପଢ଼ିବା ପାଇଁ ଅନୁରୋଧ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆଗାମୀ ଦିନରେ ଗୋଟିଏ ପରେ ଗୋଟିଏ ପର୍ବ ଏବଂ ଆନନ୍ଦର ଦିନ ଆସୁଛି । ପ୍ରତ୍ୟେକ ପର୍ବରେ ଆମେମାନେ ଖୁବ୍ କିଣାକିଣି କରନ୍ତି । ଆଉ ଏ ବର୍ଷ ତ ‘ଜିଏସଟି ସଞ୍ଚୟ ଉତ୍ସବ’ ଚାଲିଛି ।
ବନ୍ଧୁଗଣ, ଗୋଟିଏ ସଂକଳ୍ପ ନେଇ ଆପଣ ନିଜର ଉତ୍ସବଗୁଡ଼ିକୁ ଆହୁରି ବିଶେଷ କରିପାରିବେ । ଯଦି ଆମେମାନେ ଧରିନେବା ଯେ ଏଥରର ଉତ୍ସବ ଆମେ ଖାଲି ସ୍ୱଦେଶୀ ଜିନିଷଗୁଡ଼ିକ ନେଇ ପାଳନ କରିବା, ତାହେଲେ ଦେଖିବେ ଆମ ଉତ୍ସବର ଆନନ୍ଦ ଅନେକ ଗୁଣ ବଢ଼ିଯିବ । ‘ଭୋକାଲ ଫର୍ ଲୋକାଲ୍’କୁ କିଣାକିଣିର ମନ୍ତ୍ର ବୋଲି ଧରିନିଅନ୍ତୁ । ସଂକଳ୍ପ କରିନିଅନ୍ତୁ ସର୍ବଦା ପାଇଁ ଯାହା ଦେଶରେ ତିଆରି ହୋଇଛି ଆମେ ତାହାହିଁ କିଣିବା । ଯାହାକୁ ଦେଶର ଲୋକମାନେ ତିଆରି କରିଛନ୍ତି ତାହାହିଁ ଘରକୁ ନେଇଯିବା । ଯେଉଁଥିରେ କୌଣସି ଦେଶବାସୀଙ୍କ ଶ୍ରମ ରହିଛି, ସେହି ଦ୍ରବ୍ୟକୁ ବ୍ୟବହାର କରିବା । ଯେତେବେଳେ ଆମେ ଏହିଭଳି କରିବା ସେତେବେଳେ ଆମେ ଖାଲି ଜିନିଷ କିଣୁନେ, କୌଣସି ପରିବାରର ଆଶାକୁ ଘରକୁ ଆଣନ୍ତି, କୌଣସି କାରିଗରର ପରିଶ୍ରମକୁ ସମ୍ମାନ ଦିଅନ୍ତି ଏବଂ କୌଣସି ଯୁବ ଉଦ୍ୟମୀର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରନ୍ତି ।
ବନ୍ଧୁଗଣ, ଉତ୍ସବ ସମୟରେ ଆମେ ସମସ୍ତେ ନିଜ ଘର ସଫା କରିବାରେ ଲାଗିଥାଉ, କିନ୍ତୁ ସ୍ୱଚ୍ଛତା ଖାଲି ଘରର ଚାରିକାନ୍ଥ ଭିତରେ ସୀମିତ ନ ରହୁ । ଗଳି, ବସ୍ତି, ବଜାର, ଗାଁ ସବୁ ଜାଗାକୁ ସଫା ରଖିବା ଆମମାନଙ୍କର ଦାୟିତ୍ୱ ହେବା ଉଚିତ ।
ବନ୍ଧୁଗଣ, ଆମ ଦେଶରେ ଏହି ସମୟ ଉତ୍ସବର ସମୟ ହୋଇଥାଏ ଏବଂ ଦୀପାବଳୀ ଏକ ପ୍ରକାର ମହାଉତ୍ସବ ଭାବରେ ପାଳିତ ହୁଏ । ମୁଁ ଆପଣ ସମସ୍ତଙ୍କୁ ଆଗାମୀ ଦୀପାବଳୀର ବହୁତ ବହୁତ ଶୁଭକାମନା ଜଣାଉଛି କିନ୍ତୁ ତା’ସଙ୍ଗେ ସଙ୍ଗେ ମୁଁ ପୁଣିଥରେ କହିବାକୁ ଚାହେଁ ଯେ ଆମେ ଆତ୍ମନିର୍ଭରଶୀଳ ହେବା, ଦେଶକୁ ଆତ୍ମନିର୍ଭରଶୀଳ କରି ହିଁ ବିଶ୍ରାମ ନେବା ଏବଂ ଏଥିପାଇଁ ଏହାର ବାଟ ହେଲା ସ୍ୱଦେଶୀକୁ ଆପଣାଇବା ।
ବନ୍ଧୁଗଣ, ‘ମନ୍ କି ବାତ୍’ରେ ଏଥର ଏତିକି । ଆସନ୍ତା ମାସରେ ନୂଆ କଥା ଏବଂ ପ୍ରେରଣା ସହିତ ପୁଣି ଦେଖାହେବା । ଆପଣ ସମସ୍ତଙ୍କୁ ଶୁଭକାମନା । ବହୁତ ବହୁତ ଧନ୍ୟବାଦ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହି ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟମାନ ଦେଶକୁ ପରୀକ୍ଷା କରୁଛି । ବିଗତ କିଛି ସପ୍ତାହରେ ଆମେ ବନ୍ୟା ଏବଂ ଭୂସ୍ଖଳନର କରାଳ ରୂପ ଦେଖିଲୁ । କେଉଁଠି ଘର ଭାସିଗଲା ତ କେଉଁଠି ବିଲ ବୁଡ଼ିଗଲା । କେତେ କେତେ ପରିବାର ଉଜୁଡ଼ିଗଲା । ପାଣିର ପ୍ରଖର ସ୍ରୋତରେ କେଉଁଠି ପୋଲ ଭାସିଗଲା ତ କେଉଁଠି ରାସ୍ତା । ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇଗଲା । ଏହି ଘଟଣାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କୁ ଦୁଃଖିତ କରିଛି । ଯେଉଁ ପରିବାର ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି, ସେମାନଙ୍କ ଦୁଃଖ ଆମ ସମସ୍ତଙ୍କ ଦୁଃଖ । ଯେଉଁଠି ବି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲା, ସେଠାକାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମ NDRF-SDRFର ଯବାନ, ଅନ୍ୟ ସୁରକ୍ଷା ବାହିନୀ - ପ୍ରତ୍ୟେକ ଦିନରାତି ଲାଗି ରହିଲେ । ଯବାନମାନେ ବୈଷୟିକ ସହାୟତାର ସାହାଯ୍ୟ ମଧ୍ୟ ନେଲେ । ଥର୍ମାଲ କ୍ୟାମେରା, ଲାଇଫ ଡିଟେକ୍ଟର, ସ୍ନିଫର୍ ଡଗ୍ ଏବଂ ଡ୍ରୋନ୍ ସର୍ଭେଲାଂସ୍ – ଏଭଳି ଅନେକ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଗଲା । ଏହି ସମୟରେ ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଗଲା, ଆହତମାନଙ୍କୁ ଏୟାରଲିଫ୍ଟ କରାଗଲା । ବିପଦର ମୁହୁର୍ତ୍ତରେ ସେନା ସାହାଯ୍ୟକାରୀ ସାଜିଲା । ସ୍ଥାନୀୟ ଲୋକ, ସାମାଜିକ କର୍ମୀ, ଡାକ୍ତର, ପ୍ରଶାସନ, ଏଭଳି ବିପଦ ସମୟରେ ଯଥା ସମ୍ଭବ ପ୍ରଚେଷ୍ଟା କଲେ । ମୁଁ ଏଭଳି ପ୍ରତ୍ୟେକ ନାଗରିକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି, ଯିଏ ଏଭଳି କଠିନ ପରିସ୍ଥିତିରେ ମାନବିକତାକୁ ସର୍ବୋପରି ସ୍ଥାନ ଦେଇଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ବର୍ଷା ଓ ବନ୍ୟାର ଏଭଳି ପ୍ରଳୟଙ୍କରୀ ସ୍ଥିତିରେ ଜମ୍ମୁ-କଶ୍ମୀର ଦୁଇଟି ବିଶେଷ ଉପଲବ୍ଧି ହାସଲ କରିଛି । ସେ ଦିଗକୁ ଅଧିକ ଲୋକଙ୍କ ଦୃଷ୍ଟି ଯାଇ ନାହିଁ । କିନ୍ତୁ, ସେ ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଜାଣିଲେ ଆପଣ ବହୁତ ଖୁସି ଅନୁଭବ କରିବେ । ଜମ୍ମୁ-କଶ୍ମୀରର ପୁଲୱାମାର ଗୋଟିଏ ଷ୍ଟାଡିୟମରେ ରେକର୍ଡ଼ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଏଠାରେ ପୁଲୱାମାର ପ୍ରଥମ Day-Night କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେଲା । ଆଗରୁ ଏହା ହେବା ଅସମ୍ଭବ ଥିଲା, କିନ୍ତୁ ଏବେ ମୋ ଦେଶ ବଦଳୁଛି । ଏହି ମ୍ୟାଚ୍ ରୟାଲ୍ ପ୍ରିମିୟର ଲିଗର ଏକ ଅଂଶ, ଯେଉଁଥିରେ ଜମ୍ମୁ-କଶ୍ମୀରର ଭିନ୍ନ ଭିନ୍ନ ଦଳ ଅଂଶଗ୍ରହଣ କରୁଛନ୍ତି । ଏତେ ସଂଖ୍ୟାରେ ଲୋକ, ବିଶେଷକରି ଯୁବବର୍ଗ, ପୁଲୱାମାରେ ରାତ୍ରି ସମୟରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ଖେଳକୁ ଉପଭୋଗ କରୁଥିବା ଦୃଶ୍ୟ ପ୍ରକୃତରେ ଦର୍ଶନୀୟ ଥିଲା ।
ବନ୍ଧୁଗଣ, ଅନ୍ୟ ଏକ ଆୟୋଜନ, ଯାହା ଦୃଷ୍ଟି ଆକର୍ଷଣ କଲା, ତାହା ହେଉଛି ଦେଶରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲ୍ । ତାହା ମଧ୍ୟ ଶ୍ରୀନଗରର ଡାଲ୍ ହ୍ରଦରେ ହେଲା । ପ୍ରକୃତରେ, ଏଭଳି ଉତ୍ସବ ଆୟୋଜନ ପାଇଁ ଏହା କେତେ ପ୍ରକୃଷ୍ଟ ସ୍ଥାନ । ଏହାର ଉଦ୍ଦେଶ୍ୟ ହେଉଛି ଜମ୍ମୁ-କଶ୍ମୀରରେ ୱାଟର୍ ସ୍ପୋର୍ଟ୍ସକୁ ଲୋକପ୍ରିୟ କରିବା । ଏଥିରେ ସାରା ଭାରତରୁ ୮୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କଲେ । ମହିଳା ଖେଳାଳି ମଧ୍ୟ ଏଥିରେ ପଛରେ ନଥିଲେ । ସେମାନଙ୍କ ସଂଖ୍ୟା ମଧ୍ୟ ପୁରୁଷମାନଙ୍କ ସହ ପ୍ରାୟ ସମାନ ଥିଲା । ଯେଉଁ ଖେଳାଳୀମାନେ ଏଥିରେ ଅଂଶଗ୍ରହଣ କଲେ, ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ବିଶେଷକରି ମଧ୍ୟପ୍ରଦେଶକୁ ଅଭିନନ୍ଦନ ଜଣାଉଛି, ଯିଏ ଏଥିରେ ସର୍ବାଧିକ ପଦକ ଜିତିଲେ, ଏହା ତଳକୁ ରହିଲେ ହରିଆନା ଏବଂ ଓଡ଼ିଶା । ଜମ୍ମୁ-କଶ୍ମୀର ସରକାର ଏବଂ ସେଠାକାର ଲୋକଙ୍କ ଆତ୍ମୀୟତା ଭାବ ଏବଂ ଆତିଥ୍ୟକୁ ମୁଁ ବହୁତ ପ୍ରଶଂସା କରୁଛି ।
ବନ୍ଧୁଗଣ, ଏହି ଆୟୋଜନ ସହ ଜଡ଼ିତ ଅନୁଭୁତିକୁ ଆପଣଙ୍କ ନିକଟକୁ ପହଞ୍ଚାଇବା ପାଇଁ ଏଭଳି ଦୁଇଜଣ ଖେଳାଳୀଙ୍କ ସହ କଥା ହେବା ପାଇଁ ମୁଁ ଚିନ୍ତା କରିଛି, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶାର ରଶ୍ମିତା ସାହୁ ଏବଂ ଅନ୍ୟ ଜଣକ ହେଉଛନ୍ତି ଶ୍ରୀନଗରର ମୋହସୀନ୍ ଅଲି । ଆସନ୍ତୁ ଶୁଣିବା, ସେମାନେ କ’ଣ କହୁଛନ୍ତି ।
ପ୍ରଧାନମନ୍ତ୍ରୀ : ରଶ୍ମିତା ଜୀ, ନମସ୍କାର ।
ରଶ୍ମିତା : ନମସ୍କାର ସାର୍ ।
ପ୍ରଧାନମନ୍ତ୍ରୀ : ଜୟ ଜଗନ୍ନାଥ ।
ରଶ୍ମିତା : ଜୟ ଜଗନ୍ନାଥ ସାର୍ ।
ପ୍ରଧାନମନ୍ତ୍ରୀ : ରଶ୍ମିତା ଜୀ, ପ୍ରଥମେ ତ ଆପଣଙ୍କୁ କ୍ରୀଡ଼ା ଜଗତରେ ଆପଣଙ୍କ ସଫଳତା ପାଇଁ ଅନେକ ଅନେକ ଅଭିନନ୍ଦନ ।
ରଶ୍ମିତା : ଥାଙ୍କ୍ ୟୁ, ସାର୍ ।
ପ୍ରଧାନମନ୍ତ୍ରୀ : ରଶ୍ମିତା, ଆମ ଶ୍ରୋତାମାନେ ଆପଣଙ୍କ ଏବଂ ଆପଣଙ୍କ କ୍ରୀଡ଼ା ଯାତ୍ରା ବିଷୟରେ ଜାଣିବା ପାଇଁ ବହୁତ ଉତ୍କଣ୍ଠିତ । ମୁଁ ମଧ୍ୟ ବହୁତ ଆଗ୍ରହୀ । ଏ ବିଷୟରେ କୁହନ୍ତୁ।
ରଶ୍ମିତା : ସାର୍, ମୁଁ ରଶ୍ମିତା ସାହୁ ଓଡ଼ିଶାରୁ । ମୁଁ ଜଣେ କ୍ୟାନୋଇଂ ଖେଳାଳୀ । ମୁଁ ୨୦୧୭ରେ କ୍ରୀଡ଼ାଜଗତରେ ଯୋଗ ଦେଇଥିଲି । କ୍ୟାନୋଇଂ ଆରମ୍ଭ କରିଥିଲି। ମୁଁ ଜାତୀୟ ସ୍ତରରେ, ନ୍ୟାସ୍ନାଲ୍ ଚମ୍ପିୟାନସିପ୍ ଏବଂ ନ୍ୟାସନାଲ୍ ଗେମ୍ସରେ ଅଂଶଗ୍ରହଣ କରିଛି । ମୁଁ ୪୧ଟି ପଦକ ପାଇଛି, ଯେଉଁଥିରେ ୧୩ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଏବଂ ୧୪ଟି ବ୍ରୋଞ୍ଜ ପଦକ ଜିତିଛି ସାର୍ ।
ପ୍ରଧାନମନ୍ତ୍ରୀ : ଏହି ଖେଳ ପ୍ରତି କାହିଁକି ଆଗ୍ରହ ହେଲା ? ସର୍ବପ୍ରଥମେ କିଏ ଆପଣଙ୍କୁ ଏହି ଦିଗରେ ପ୍ରେରଣା ଦେଲେ ? ଆପଣଙ୍କ ପରିବାରରେ କ୍ରୀଡ଼ା ପରିବେଶ ରହିଛି କି?
ରଶ୍ମିତା : ନା ସାର୍ । ଯେଉଁ ଗାଁରୁ ମୁଁ ଆସିଛି, ସେଠାରେ କ୍ରୀଡ଼ା ପ୍ରତି ସେଭଳି କିଛି ନାହିଁ । ମୁଁ ମୋ ସାଙ୍ଗସାଥିଙ୍କ ସହିତ ପହଁରିବାକୁ ଯାଇଥିଲି । ଆମେମାନେ ପହଁରୁଥିବା ବେଳେ ଗୋଟିଏ କ୍ୟାନୋଇଂ-କାୟାକିଂ ବୋଟ୍ ସେହି ପାଖ ଦେଇ ଗଲା । ସେଇ ବିଷୟରେ ମୋର ମୋଟେ ଧାରଣା ନ ଥିଲା । ଏହା କ’ଣ ବୋଲି ମୁଁ ମୋ ସାଙ୍ଗକୁ ପଚାରିଲି । ମୋ ସାଙ୍ଗ ମୋତେ କହିଲା ଯେ, ଜଗତପୁରରେ ସାଇ ସ୍ପୋର୍ଟ୍ସ ସେଣ୍ଟର୍ ରହିଛି, ସେଠି ଏହି ଖେଳ ଖେଳାଯାଇଥାଏ । ମୁଁ ସେଠାକୁ ଯିବି । ଏ କଥାରେ ମୋ ମନରେ ମଧ୍ୟ ଗୋଟିଏ ଆଗ୍ରହ ସୃଷ୍ଟି ହେଲା । ପିଲାମାନେ କିଭଳି ଏହା ଖେଳନ୍ତି, ସେ ବିଷୟରେ ମୋର ମୋଟେ ଧାରଣା ନଥିଲା । ମୁଁ ବି ଯିବାକୁ ଚାହୁଁଛି ବୋଲି ମୁଁ ତାକୁ କହିଲି । କେମିତି ଯିବାକୁ ହେବ ବୋଲି ପଚାରିଲି । ସେଠାକୁ ଯାଇ ଏ ବିଷୟରେ ବୁଝିବାକୁ ସେ ମୋତେ ପରାମର୍ଶ ଦେଲା । ପରେ ମୁଁ ଘରକୁ ଯାଇ ବାପାଙ୍କ ଆଗରେ ମୋ ଆଗ୍ରହ ବିଷୟରେ ପ୍ରକାଶ କଲି । ବାପା ମୋତେ ନେଇ ସେଠାକୁ ଆସିଥିଲେ । ସେ ସମୟରେ ଟାଇମ୍-ଟ୍ରାଏଲ୍ ହେଉନଥିଲା । ପରେ କୋଚମାନେ କହିଲେ ଯେ, ଫେବୃଆରୀ - ମାର୍ଚ୍ଚ ମାସରେ ଟାଇମ୍-ଟ୍ରାଏଲ୍ ହୋଇଥାଏ । ଆପଣ ସେହି ସମୟରେ ଆସନ୍ତୁ। ତା ପରେ ଟ୍ରାଏଲ୍ ସମୟରେ ମୁଁ ଗଲି ।
ପ୍ରଧାନମନ୍ତ୍ରୀ : ଆଚ୍ଛା ରଶ୍ମିତା, କଶ୍ମୀରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲରେ ଆପଣଙ୍କ ନିଜ ଅନୁଭୁତି କିଭଳି ଥିଲା? କଣ ପ୍ରଥମ ଥର ପାଇଁ କାଶ୍ମୀର ଯାଇଥିଲେ ?
ରଶ୍ମିତା : ହଁ ସାର୍ । ମୁଁ ପ୍ରଥମ ଥର କଶ୍ମୀର ଯାଇଥିଲି । ସେଇଠି ପ୍ରଥମ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା । ସେଥିରେ ମୋର ଦୁଇଟି ଇଭେଣ୍ଟ ଥିଲା । ସିଙ୍ଗିଲ୍ସ ୨୦୦ ମିଟର୍ ଓ ୫୦୦ ମିଟର୍ ଡବଲ୍ସ । ଆଉ ଦୁଇଟି ଯାକରେ ମୁଁ ସ୍ୱର୍ଣ୍ଣ ପଦକ ପାଇଥିଲି ସାର୍ ।
ପ୍ରଧାନମନ୍ତ୍ରୀ : ଆରେ ବାଃ ! ଦୁଇଟିଯାକରେ ପଦକ !
ରଶ୍ମିତା : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ବହୁତ ବହୁତ ଅଭିନନ୍ଦନ ।
ରଶ୍ମିତା : ଥାଙ୍କ୍ ୟୁ ସାର୍
ପ୍ରଧାନମନ୍ତ୍ରୀ : ଆଚ୍ଛା ରଶ୍ମିତା, ୱାଟର୍ ସ୍ପୋର୍ଟ୍ସ ବ୍ୟତୀତ ଆଉ କେଉଁ କେଉଁଥିରେ ଆପଣଙ୍କର ରୁଚି ରହିଛି ?
ରଶ୍ମିତା : ସାର୍, ୱାଟର୍ ସ୍ପୋର୍ଟ୍ସକୁ ଛାଡ଼ିଦେଲେ ଦୌଡ଼ ପ୍ରତିଯୋଗିତା ମୋତେ ଭାରି ଭଲ ଲାଗେ । ଯେବେ ବି ମୁଁ ଛୁଟିରେ ଯାଏଁ, ମୁଁ ଦୌଡ଼ିବାକୁ ଯାଇଥାଏ, ମୋ ପୁରୁଣା ମଇଦାନକୁ । ପ୍ରଥମେ ମୁଁ ସେଠି ଫୁଟବଲ୍ ଖେଳିବା ଶିଖିଥିଲି । ତେଣୁ, ସେଠାକୁ ଗଲେ ମୁଁ ବହୁତ ରନିଂ କରେ ଆଉ ଅଳ୍ପ ବହୁତ ଫୁଟବଲ୍ ବି ଖେଳେ ।
ପ୍ରଧାନମନ୍ତ୍ରୀ : ମାନେ, ଖେଳ ଆପଣଙ୍କ ଶିରାପ୍ରଶିରାରେ ପରିବ୍ୟାପ୍ତ ?
ରଶ୍ମିତା : ହଁ ସାର୍ । ସ୍କୁଲରେ ପ୍ରଥମରୁ ଦଶମ ଯାଏଁ ପଢ଼ିବା ସମୟରେ ମୁଁ ଯେତେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଥିଲି, ସବୁଥିରେ ପ୍ରଥମ ସ୍ଥାନ ହାସଲ୍ କରି ଚମ୍ପିଆନ୍ ହେଉଥିଲି ।
ପ୍ରଧାନମନ୍ତ୍ରୀ : ରଶ୍ମିତା, ଯେଉଁମାନେ ଆପଣଙ୍କ ଭଳି କ୍ରୀଡ଼ାଜଗତରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ଯଦି ସେମାନଙ୍କୁ କିଛି ବାର୍ତ୍ତା ଦେବାକୁ ହୁଏ, ଆପଣ କଣ କହିବେ ?
ରଶ୍ମିତା : ସାର୍, ବହୁତ ପିଲାଙ୍କୁ ଘରୁ ବାହାରିବାକୁ ବି ଅନୁମତି ମିଳେନି । ବିଶେଷକରି ଝିଅମାନଙ୍କୁ । କିଛି ପିଲା ଅର୍ଥାଭାବରୁ ଖେଳ ଛାଡ଼ି ଦେଉଛନ୍ତି । କିନ୍ତୁ, ଏହି ଖେଲୋ ଇଣ୍ଡିଆ ଯୋଜନାରେ ବହୁତ ପିଲାଙ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ମିଳୁଛି, ଯାହା ଫଳରେ ଅନେକ ପିଲା ଆଗକୁ ଯାଇପାରୁଛନ୍ତି । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ, ଖେଳକୁ ଛାଡ଼ନ୍ତୁ ନାହିଁ । ଖେଳରେ ବହୁତ ଆଗକୁ ଯାଇପାରିବେ । ଖେଳ କେବଳ ଖେଳ ନୁହେଁ, ଏହା ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ ଏବଂ ଖେଳରେ ଉନ୍ନତି କରି ଭାରତ ପାଇଁ ପଦକ ଜିତିବା ଆମ କର୍ତ୍ତବ୍ୟ ସାର୍ ।
ପ୍ରଧାନମନ୍ତ୍ରୀ : ହଉ ରଶ୍ମିତା, ମୋତେ ବହୁତ ଭଲ ଲାଗିଲା । ଆପଣଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଏବଂ ଆପଣଙ୍କ ବାପାଙ୍କୁ ମୋର ପ୍ରଣାମ ଜଣାଇବେ, କାରଣ ଏତେ ବାଧାବିଘ୍ନ ସତ୍ତ୍ୱେ ଗୋଟିଏ ଝିଅକୁ ଆଗକୁ ବଢ଼ିବା ପାଇଁ ସେ ଏତେ ପ୍ରୋତ୍ସାହନ ଦେଲେ । ମୋର ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ।
ରଶ୍ମିତା : ଥାଙ୍କ୍ ୟୁ ସାର୍ ।
ପ୍ରଧାନମନ୍ତ୍ରୀ : ଜୟ ଜଗନ୍ନାଥ ।
ରଶ୍ମିତା : ଜୟ ଜଗନ୍ନାଥ ସାର୍ ।
ପ୍ରଧାନମନ୍ତ୍ରୀ : ମୋହସିନ ଅଲୀ ନମସ୍କାର !
ମୋହସିନ ଅଲୀ : ନମସ୍କାର ସାର୍!
ପ୍ରଧାନମନ୍ତ୍ରୀ : ମୋହସିନ ଜୀ, ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ।
ମୋହସିନ ଅଲୀ : ଧନ୍ୟବାଦ ସାର୍ ।
ପ୍ରଧାନମନ୍ତ୍ରୀ : ମୋହସିନ, ଆପଣ ପ୍ରଥମେ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ୍ ଉତ୍ସବରେ ଭାଗ ନେଇ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଆପଣଙ୍କୁ କେମିତି ଲାଗିଲା ?
ମୋହସିନ ଅଲୀ: ସାର୍, ମୁଁ ବହୁତ ଖୁସି ଅଛି । ମୁଁ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣପଦକ ଜିତିଛି, ଯାହା ଏଇଠି କାଶ୍ମୀରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ।
ପ୍ରଧାନମନ୍ତ୍ରୀ : ଲୋକଙ୍କ ମଧ୍ୟରେ କ’ଣ ଚର୍ଚ୍ଚା ହେଉଛି ?
ମୋହସିନ ଅଲୀ : ସାର୍, ବହୁତ ଚର୍ଚ୍ଚା ହେଉଛି । ମୋ ପରିବାରର ସମସ୍ତେ ଖୁସି ଅଛନ୍ତି ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ସ୍କୁଲର ଲୋକେ?
ମୋହସିନ ଅଲୀ : ସ୍କୁଲର ସମସ୍ତେ ମଧ୍ୟ ଖୁସି ଅଛନ୍ତି । କଶ୍ମୀରରେ ସମସ୍ତେ କହୁଛନ୍ତି ଆପଣ ସ୍ୱର୍ଣ୍ଣ ପଦକଧାରୀ ଖେଳାଳି ।
ପ୍ରଧାନମନ୍ତ୍ରୀ : ତା’ହେଲେ ଆପଣ ତ ଏବେ ବଡ଼ ସେଲିବ୍ରିଟି ହୋଇଗଲେ ।
ମୋହସିନ ଅଲୀ : ହଁ ସାର୍!
ପ୍ରଧାନମନ୍ତ୍ରୀ : ଆଚ୍ଛା, ୱାଟର୍ ସ୍ପୋର୍ଟସ୍ ପ୍ରତି କିଭଳି ଆଗ୍ରହ ସୃଷ୍ଟି ହେଲା ଏବଂ ଆପଣ ଏହାଦ୍ୱାରା କ’ଣ ଲାଭ ହେବା ଦେଖୁଛନ୍ତି ?
ମୋହସିନ ଅଲୀ : ପିଲା ଦିନେ ମୁଁ ଦେଖିଥିଲି ଡାଲ୍ ହ୍ରଦରେ ନୌକା ଚାଲୁଛି । ବାପା କହିଥିଲେ, ତୁ କରିବୁ ? ମୋର ବି ଆଗ୍ରହ ଥିଲା । ତା’ପରେ ମୁଁ ସେଣ୍ଟର୍କୁ ଗଲି, ମାଡାମ୍ଙ୍କ ପାଖକୁ । ବିଲ୍କିସ୍ ମାଡାମ୍ ମୋତେ ଶିଖାଇଲେ ।
ପ୍ରଧାନମନ୍ତ୍ରୀ : ଆଚ୍ଛା ମୋହସିନ, ପ୍ରଥମ ଥରପାଇଁ ୱାଟର୍ ସ୍ପୋର୍ଟସ୍ କାର୍ଯ୍ୟକ୍ରମ ଶ୍ରୀନଗରରେ, ତାହା ପୁଣି ଡାଲ୍ ହ୍ରଦରେ ହେଲା । ଦେଶର ଅନେକ ଲୋକ ଆସିଥିଲେ । ସେଠାକାର ଲୋକଙ୍କୁ କେମିତି ଲାଗିଲା ?
ମୋହସିନ ଅଲୀ: ସାର୍, ବହୁତ ଖୁସି ଲାଗିଲା । ସମସ୍ତେ କହୁଛନ୍ତି ଏହା ଏକ ଭଲ ସ୍ଥାନ, ସବୁ ଭଲ ସୁବିଧା ଅଛି । ‘ଖେଲୋ ଇଣ୍ଡିଆ’ରେ ସବୁ କିଛି ଭଲ ଥିଲା ।
ପ୍ରଧାନମନ୍ତ୍ରୀ : ତ ଆପଣ କେବେ କାଶ୍ମୀର ବାହାରକୁ ଖେଳିବାକୁ ଯାଇଛନ୍ତି ?
ମୋହସିନ ଅଲୀ: ହଁ ସାର୍, ମୁଁ ଭୋପାଳ, ଗୋଆ, କେରଳ, ହିମାଚଳ ଯାଇଛି ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଆପଣ ତ ତା’ହେଲେ ପୂରା ଭାରତ ଦେଖି ସାରିଛନ୍ତି ।
ମୋହସିନ ଅଲୀ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ସେଠାକୁ ବହୁତ ଖେଳାଳି ଆସିଥିଲେ
ମୋହସିନ ଅଲୀ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ଆପଣ ନୂଆ ବନ୍ଧୁ ତିଆରି କଲେ ନା ନାହିଁ ।
ମୋହସିନ ଅଲୀ : ସାର୍, ବହୁତ ବନ୍ଧୁ ତିଆରି କଲି । ଏକା ସାଂଗେ ବୁଲାବୁଲି କଲୁ ଡାଲ୍ ହ୍ରଦରେ, ଲାଲ୍ ଚୌକରେ, ଆମେ ସବୁ ସ୍ଥାନରେ ବୁଲିଲୁ ସାର୍, ପହଲଗାମ ବି ଯାଇଥିଲୁ । ହଁ ସାର୍, ସବୁ ଜାଗା
ପ୍ରଧାନମନ୍ତ୍ରୀ : ଦେଖନ୍ତୁ ମୁଁ ତ ଦେଖିଛି ଯେ ଜମ୍ମୁ କଶ୍ମୀରରେ Sports Talent ଅଛନ୍ତି ।
ମୋହସିନ ଅଲୀ : ହଁ ସାର୍ ।
ପ୍ରଧାନମନ୍ତ୍ରୀ :ଆମ ଜମ୍ମୁକଶ୍ମୀରର ଯୁବକଯୁବତୀ ଦେଶର ନାଁ ଉଜ୍ଜ୍ୱଳ କରିବାର ସାମର୍ଥ୍ୟ ରଖନ୍ତି ଏବଂ ଆପଣ ତାହା କରି ଦେଖାଇଛନ୍ତି ।
ମୋହସିନ ଅଲୀ : ସାର୍, ମୋର ସ୍ୱପ୍ନ ହେଉଛି ଅଲିମ୍ପିକ୍ରେ ପଦକ ଜିତିବା ।
ପ୍ରଧାନମନ୍ତ୍ରୀ : ବାଃ ସାବାସ୍ ।
ମୋହସିନ ଅଲୀ : ତାହା ହିଁ ସ୍ୱପ୍ନ ସାର୍ ।
ପ୍ରଧାନମନ୍ତ୍ରୀ : ଦେଖନ୍ତୁ ଆପଣଙ୍କଠାରୁ ଏକଥା ଶୁଣି ମୁଁ କିଭଳି ରୋମାଞ୍ଚ ଅନୁଭବ କରୁଛି।
ମୋହସିନ ଅଲୀ : ସାର୍, ମୋର ସ୍ୱପ୍ନ ହେଉଛି ଅଲିମ୍ପିକ୍ରେ ପଦକ ଜିତିବା ଆଉ ଦେଶ ପାଇଁ National Anthem ବଜାଇବା, ତାହା ହିଁ ମୋର ସ୍ୱପ୍ନ ।
ପ୍ରଧାନମନ୍ତ୍ରୀ :ମୋ ଦେଶର ଗୋଟିଏ ଶ୍ରମିକ ପରିବାରର ପୁଅ ଏତେ ବଡ଼ ସ୍ୱପ୍ନ ଦେଖୁଛି ମାନେ ଏହି ଦେଶ ନିଶ୍ଚିତ ଭାବେ ବହୁତ ଆଗକୁ ବଢ଼ିବ ।
ମୋହସିନ ଅଲୀ : ସାର୍, ବହୁତ ଆଗକୁ ବଢ଼ିବ । ମୁଁ ଭାରତ ସରକାରଙ୍କ ନିକଟରେ କୃତଜ୍ଞ ଯେ ଏଇଠି ଖେଲୋ ଇଣ୍ଡିଆ ଆୟୋଜନ କରିଛନ୍ତି । ଏଇଠି ପ୍ରଥମ ଥରପାଇଁ ହୋଇଛି ସାର୍ ।
ପ୍ରଧାନମନ୍ତ୍ରୀ : ତା’ହେଲେ ତ ଆପଣଙ୍କ ସ୍କୁଲରେ ମଧ୍ୟ ଜୟଜୟକାର ହେଉଥିବ ।
ମୋହସିନ ଅଲୀ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ହଉ ମୋହସିନ, ଆପଣଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗିଲା ଆଉ ମୋ ତରଫରୁ ଆପଣଙ୍କ ବାପାଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଇଦେବେ । କାହିଁକିନା ସେ ଶ୍ରମିକ ଭାବେ ଜୀବନଯାପନ କରି ମଧ୍ୟ ଆପଣଙ୍କ ଜୀବନକୁ ତିଆରି କରିଛନ୍ତି ଏବଂ ଆପଣ ନିଜ ବାପାଙ୍କ କଥାରେ ଆଦୌ ଆରାମ ନ କରି ଦଶ ବର୍ଷ ପର୍ଯ୍ୟନ୍ତ ସାଧନା କରିଛନ୍ତି । ଏହା ଖେଳାଳିଙ୍କ ପାଇଁ ବହୁତ ବଡ଼ ପ୍ରେରଣା ଅଟେ ଏବଂ ଆପଣଙ୍କ କୋଚଙ୍କୁ ମଧ୍ୟ ମୁଁ ବହୁତ ଶୁଭେଚ୍ଛା ଜଣାଉଛି ଯିଏ ଆପଣଙ୍କ ପାଇଁ ଏତେ ପରିଶ୍ରମ କରିଛନ୍ତି, ମୋ ତରଫରୁ ବହୁତ-ବହୁତ ଶୁଭକାମନା, ବହୁତ-ବହୁତ ଶୁଭେଚ୍ଛା ଭାଇ ।
ମୋହସିନ ଅଲୀ : ଧନ୍ୟବାଦ ସାର୍, ନମସ୍କାର ସାର୍, ଜୟ ହିନ୍ଦ୍!
ବନ୍ଧୁଗଣ, ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବନା ଦେଶର ଏକତା ଓ ପ୍ରଗତି ପାଇଁ ଅତ୍ୟନ୍ତ ଜରୁରୀ। କ୍ରୀଡ଼ା ଏଥିରେ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସେଇଥିପାଇଁ ମୁଁ କହେ ଯେ ଯିଏ ଖେଳେ, ସେ ପ୍ରସ୍ଫୁଟିତ ହେବ । ଆମ ଦେଶ ମଧ୍ୟ ଯେତିକି ଟୁର୍ଣ୍ଣାମେଣ୍ଟ ଖେଳିବ, ସେତିକି ବିକଶିତ ହେବ । ଆପଣ ଦୁଇ ଖେଳାଳିଙ୍କୁ, ଆପଣମାନଙ୍କ ବନ୍ଧୁମାନଙ୍କୁ ମୋର ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ୟୁପିଏସ୍ସି ନାଁ ତ ନିଶ୍ଚିତଭାବେ ଶୁଣିଥିବେ । ଏହି ସଂସ୍ଥା ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ ସିଭିଲ୍ ସର୍ଭିସେସ୍ର ପରୀକ୍ଷା ମଧ୍ୟ ଆୟୋଜନ କରିଥାଏ । ଆମେ ସମସ୍ତେ ସିଭିଲ୍ ସର୍ଭିସର ଟପ୍ପର୍ସମାନଙ୍କ ପ୍ରେରଣାଦାୟକ କଥା ଅନେକ ଥର ଶୁଣିଛୁ । ଏହି ଯୁବକଯୁବତୀମାନେ କଠିନ ପରିସ୍ଥିତିରେ ପଢ଼ାପଢ଼ି କରିବା ପରେ ନିଜର କଠୋର ପରିଶ୍ରମ ଦ୍ୱାରା ଏହି ସର୍ଭିସରେ ସ୍ଥାନ ପାଇଥାନ୍ତି- କିନ୍ତୁ ବନ୍ଧୁଗଣ, ୟୁପିଏସ୍ସି ପରୀକ୍ଷାର ଆଉ ଗୋଟିଏ ବାସ୍ତବତା ମଧ୍ୟ ରହିଛି । ଏଭଳି ହଜାର ହଜାର ପ୍ରାର୍ଥୀ ମଧ୍ୟ ଥାଆନ୍ତି, ଯେଉଁମାନେ ଅତ୍ୟନ୍ତ ଯୋଗ୍ୟ ହୋଇଥିଲେ ମଧ୍ୟ, ସେମାନଙ୍କର ପରିଶ୍ରମ କାହାଠାରୁ କମ୍ ନୁହେ, କିନ୍ତୁ ଅଳ୍ପ ପାର୍ଥକ୍ୟରେ ସେମାନେ ଅନ୍ତିମ ତାଲିକା ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ନାହିଁ । ଏହି ପ୍ରାର୍ଥୀମାନଙ୍କୁ ଦ୍ୱିତୀୟ ଥର ପରୀକ୍ଷା ଦେବାପାଇଁ ନୂଆ କରି ପ୍ରସ୍ତୁତି କରିବାକୁ ପଡ଼େ । ସେଥିରେ ସେମାନଙ୍କ ଅର୍ଥ ଓ ସମୟ ଉଭୟ ଖର୍ଚ ହୋଇଥାଏ । ସେଥିପାଇଁ ଏବେ ଏଭଳି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରାଯାଇଛି, ଯାହାର ନାମ ହେଉଛି ‘ପ୍ରତିଭା ସେତୁ’ ।
‘ପ୍ରତିଭା ସେତୁ’ରେ ସେହି ପ୍ରାର୍ଥୀମାନଙ୍କର ଡାଟା ରଖାଯାଇଛି, ଯେଉଁମାନେ ୟୁପିଏସ୍ସିର ବିଭିନ୍ନ ପରୀକ୍ଷାର ସବୁ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଛନ୍ତ, କିନ୍ତୁ ଶେଷ merit listରେ ସେମାନଙ୍କର ନାମ ଆସିପାରି ନାହିଁ । ଏହି ପୋର୍ଟାଲରେ ୧୦ ହଜାରରୁ ଅଧିକ ଏପରି ପ୍ରତିଭାବାନ ଯୁବକଯୁବତୀଙ୍କର ଡାଟାବ୍ୟାଙ୍କ ରହିଛି । କେହି Civil Services ପାଇଁ ପ୍ରସ୍ତୁତ କରୁଥିଲେ, କେହି ଇଞ୍ଜିନିୟରିଂ ସର୍ଭିସରେ ଯିବାକୁ ଚାହୁଁଥିଲେ, କିଏ ମେଡିକାଲ୍ ସର୍ଭିସରେ ସବୁ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ଶେଷରେ ତାଙ୍କର ସିଲେକ୍ସନ ହୋଇପାରି ନ ଥିଲେ, ଏଭଳି ସବୁ ପ୍ରାର୍ଥୀଙ୍କ ତଥ୍ୟ ଏବେ ‘ପ୍ରତିଭା ସେତୁ’ ପୋର୍ଟାଲରେ ଉପଲବ୍ଧ କରାଯାଇଛି । ଏହି ପୋର୍ଟାଲ୍ ମାଧ୍ୟମରେ ପ୍ରାଇଭେଟ କମ୍ପାନୀଗୁଡ଼ିକ ଏହି ପ୍ରତିଭାବାନ ଛାତ୍ରମାନଙ୍କର ତଥ୍ୟ ନେଇ ସେମାନଙ୍କୁ ନିଯୁକ୍ତି ଦେଇପାରିବେ । ବନ୍ଧୁଗଣ, ଏହି ଉଦ୍ୟମର ଫଳାଫଳ ମଧ୍ୟ ଆସିବା ଆରମ୍ଭ ହୋଇଯାଇଛି । ଶହଶହ ପ୍ରାର୍ଥୀ ଏହି ପୋର୍ଟାଲ ସାହାର୍ଯ୍ୟରେ ତୁରନ୍ତ ନିଯୁକ୍ତି ପାଇଛନ୍ତି ଏବଂ ଯେଉଁ ଯୁବକ ଯୁବତୀ ଅଳ୍ପକରେ ରହିଯାଇଛନ୍ତି, ସେମାନେ ଏବେ ନୂଆ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି । ଭାରତରେ ଲୁଚି ରହିଥିବା ସମ୍ଭାବନା ଉପରେ ବିଶ୍ୱର ନଜର ରହିଛି । ଏହି ସହିତ ଜଡ଼ିତ ଏକ ସୁଖଦ ଅଭିଜ୍ଞତା ବିଷୟରେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି । ଆପଣମାନେ ଜାଣିଛନ୍ତି ଯେ ଆଜିକାଲି ପଡ଼କାଷ୍ଟ୍ର ବହୁତ ଫ୍ୟାସନ୍ ରହିଛି । ବିଭିନ୍ନ ପ୍ରସଙ୍ଗ ସହିତ ଜଡ଼ିତ ପଡ଼କାଷ୍ଟ୍କୁ ବିଭିନ୍ନ ପ୍ରକାରର ଲୋକ ଦେଖନ୍ତି ଓ ଶୁଣନ୍ତି । ବିଗତ ଦିନରେ ମୁଁ ମଧ୍ୟ କେତେକ ପଡ଼କାଷ୍ଟ୍ରେ ଭାଗ ନେଇଥିଲି । ଏମିତି ଏକ ପଡ଼କାଷ୍ଟ୍ ଦୁନିଆର ବହୁତ ଫେମସ୍ ପଡ଼କାଷ୍ଟର୍ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ହୋଇଥିଲା । ସେହି ପଡ଼କାଷ୍ଟ୍ରେ ବିଭିନ୍ନ ବିଷୟ ଆଲୋଚନା ହୋଇଥିଲା ଓ ସାରା ପୃଥିବୀର ଲୋକ ମଧ୍ୟ ଶୁଣିଥିଲେ ଏବଂ ଯେତେବେଳେ ପଡ଼କାଷ୍ଟ୍ ଉପରେ ଚର୍ଚ୍ଚା ହେଉଛି, ତ କଥାରେ କଥାରେ ମୁଁ ଏଭଳି ଏକ ବିଷୟ ଉଠାଇଥିଲି । ଜର୍ମାନୀର ଜଣେ କ୍ରୀଡ଼ାବିତ୍ ସେହି ପଡ଼କାଷ୍ଟ୍ ଶୁଣିଥିଲେ ଏବଂ ମୁଁ ସେଥିରେ ଯେଉଁ କଥା କହିଥିଲି ସେଥିରେ ତାଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଗଲା । ସେ ସେହି ବିଷୟ ସହିତ ଏତେ କନେକସନ୍ ହୋଇଗଲେ ଯେ ପ୍ରଥମେ ସେହି ବିଷୟ ଉପରେ ଗବେଷଣା କଲେ ଏବଂ ପୁଣି ଜର୍ମାନୀର ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କଲେ । ସେ ଗୋଟିଏ ଚିଠି ଲେଖି ଜଣାଇଥିଲେ ଯେ ସେ ସେହି ବିଷୟକୁ ନେଇ ଭାରତ ସହିତ ଯୋଡ଼ିହେବାକୁ ଚାହୁଁଛନ୍ତି । ଆପଣମାନେ ଭାବୁଥିବେ ଯେ ମୋଦୀ ଜୀ ପଡ଼କାଷ୍ଟ୍ରେ ଏପରି କି କଥା କହିଲେ, ଯାହା ଜର୍ମାନୀର ଜଣେ ଖେଳାଳିଙ୍କୁ ପ୍ରେରଣା ଦେଲା । ଏହା କେଉଁ ବିଷୟ ଥିଲା- ମୁଁ ଆପଣଙ୍କୁ ମନେ ପକାଇ ଦେଉଛି, ମୁଁ ପଡ଼କାଷ୍ଟରେ କଥାରେ କଥାରେ ମଧ୍ୟପ୍ରଦେଶର ଶହଡୋଲ୍ର ଫୁଟବଲର Craze ସହିତ ଜଡ଼ିତ ଗୋଟିଏ ଗାଁ କଥା ବର୍ଣ୍ଣନା କରିଥିଲି । ପ୍ରକୃତରେ ଦୁଇ ବର୍ଷ ତଳେ ମୁଁ ଶହଡୋଲ୍ ଯାଇଥିଲି, ସେଠାକାର ଫୁଟବଲ ଖେଳାଳୀ.ଙ୍କୁ ଭେଟିଥିଲି । ପଡ଼କାଷ୍ଟରେ ଗୋଟିଏ ପ୍ରଶ୍ନର ଉତ୍ତରରେ ମୁଁ ଶହଡୋଲ୍ର ଫୁଟବଲ ଖେଳାଳିଙ୍କ ସମ୍ପର୍କରେ କହିଥିଲି । ଏକଥା ଜର୍ମାନୀର ଫୁଟବଲ ଖେଳାଳି ଓ କୋଚ୍ ଡିଟ୍ମାର୍ ବାୟରସ୍ଡୋର୍ଫର୍ ମଧ୍ୟ ଶୁଣିଥିଲେ । ଶହଡୋଲ୍ର ଯୁବ ଫୁଟବଲ ଖେଳାଳିମାନଙ୍କ ଜୀବନ ଯାତ୍ରା ତାଙ୍କୁ ବହୁତ ପ୍ରଭାବିତ କରିବା ସହ ପ୍ରେରଣା ଦେଇଥିଲା । ସତରେ କେହି କଳ୍ପନା ମଧ୍ୟ କରିନଥିଲେ ଯେ ସେଠାକାର ପ୍ରତିଭାଶାଳୀ ଫୁଟବଲ ଖେଳାଳିମାନେ ମଧ୍ୟ ଅନ୍ୟ ଦେଶର ଦୃଷ୍ଟି ଆକର୍ଷଣ କରିପାରିବେ । ଏବେ ଜର୍ମାନୀର ଏହି ପ୍ରଶିକ୍ଷକ ଶହଡୋଲ୍ର କେତେକ ଖେଳାଳିଙ୍କୁ ଜର୍ମାନୀର ଏକ ଏକାଡେମୀରେ ତାଲିମ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାପରେ ମଧ୍ୟପ୍ରଦେଶ ସରକାର ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି । ଖୁବଶୀଘ୍ର ଶହଡୋଲ୍ର ଆମର କିଛି ଯୁବ ବନ୍ଧୁ Training Course ପାଇଁ ଜର୍ମାନୀ ଯିବେ । ଏହା ଦେଖି ମୋତେ ବହୁତ ଖୁସି ଲାଗୁଛି ଯେ ଭାରତରେ ଫୁଟବଲର ଲୋକପ୍ରିୟତା ନିରନ୍ତର ବୃଦ୍ଧି ପାଉଛି । ମୁଁ ଫୁଟବଲପ୍ରେମୀଙ୍କୁ ଅନୁରୋଧ କରୁଛି ଯେ ସମୟ ମିଳିଲେ ସେମାନେ ଶହଡୋଲ୍ ନିଶ୍ଚୟ ଯାଆନ୍ତୁ ଏବଂ ସେଠାରେ ହେଉଥିବା Sports Revolutionକୁ ନିକଟରୁ ଦେଖନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ସୁରତରେ ରହୁଥିବା ଜିତେନ୍ଦ୍ର ସିଂ ରାଠୋଙ୍କ ସମ୍ପର୍କରେ ଜାଣିଲେ ଆପଣଙ୍କୁ ଗୋଟିଏ ସୁଖଦ ଅନୁଭୂତି ଆସିବ । ଆପଣଙ୍କ ମନ ଗର୍ବରେ ଭରିଉଠିବ । ଜିତେନ୍ଦ୍ର ସିଂ ରାଠୋର୍ ହେଉଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ, ଆଉ ସେ ଏଭଳି ଏକ ଅଦ୍ଭୁତ ପ୍ରୟାସ କରିଛନ୍ତି ଯାହାକି ପ୍ରତ୍ୟେକ ଦେଶଭକ୍ତ ପାଇଁ ଗୋଟିଏ ପ୍ରେରଣାର ଉତ୍ସ । ଗତ କେତେବର୍ଷ ଧରି ସେ ସେହି ଯବାନମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରୁଛନ୍ତି ଯେଉଁମାନେ ଭାରତମାତାର ରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଆଜି ତାଙ୍କ ପାଖରେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସହିଦ୍ ହୋଇଥିବା ହଜାର ହଜାର ବୀର ସୈନିକମାନଙ୍କ ବିଷୟରେ ସୂଚନା ଗଚ୍ଛିତ ଅଛି । ତାଙ୍କ ପାଖରେ ସହିଦମାନଙ୍କର ହଜାର ହଜାର ଫଟୋ ମଧ୍ୟ ଅଛି । ଥରେ ଜଣେ ସହିଦଙ୍କର ପିତା କହିଥିବା କଥା ତାଙ୍କ ହୃଦୟକୁ ଛୁଇଁଯାଇଥିଲା । ସହିଦଙ୍କ ପିତା କହିଥିଲେ ‘ପୁଅ ଗଲା ତ କ’ଣ ହେଲା, ଦେଶ ତ ସୁରକ୍ଷିତ ଅଛି ନା!’ ଏହି ଗୋଟିଏ କଥା ଜିତେନ୍ଦ୍ର ସିଂ ଜୀଙ୍କ ମନରେ ଦେଶଭକ୍ତିର ଏକ ଅଦ୍ଭୁତ ଉନ୍ମାଦନା ଭରିଦେଲା । ଆଜି ସେ ଅନେକ ସହିଦ୍ ପରିବାରଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସେ ପ୍ରାୟ ଅଢ଼େଇ ହଜାର ସହିଦଙ୍କ ପିତାମାତାଙ୍କର ଚରଣଧୂଳି ମଧ୍ୟ ନିଜ ପାଖରେ ଆଣି ରଖିଛନ୍ତି । ଏହା ସଶସ୍ତ୍ର ସେନା ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଏବଂ ଆକର୍ଷଣର ଜୀବନ୍ତ ଉଦାହରଣ । ଜିତେନ୍ଦ୍ର ଜୀଙ୍କ ଜୀବନ ଆମକୁ ଦେଶଭକ୍ତିର ବାସ୍ତବ ଶିକ୍ଷା ଦେଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆପଣ ଦେଖିଥିବେ, ପ୍ରାୟ ଘରଗୁଡ଼ିକର ଛାତ ଉପରେ, ବଡ଼ ବଡ଼ କୋଠା ଉପରେ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସୋଲାର ପ୍ୟାନେଲ୍ ଚକଚକ୍ କରିବାର ଦେଖାଯାଉଛି । ଏବେ ଲୋକମାନେ ତା’ର ମହତ୍ତ୍ୱକୁ ବୁଝୁଛନ୍ତି ଏବଂ ଖୋଲା ମନରେ ତାକୁ ଆପଣାଉଛନ୍ତି । ଆମ ଦେଶ ଉପରେ ସୂର୍ଯ୍ୟଦେବଙ୍କ ଏତେ କୃପା ଅଛି, ତେବେ ଆମେ କାହିଁକି ତାଙ୍କଦ୍ୱାରା ପ୍ରଦତ୍ତ ଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ ନ କରିବା ।
ବନ୍ଧୁଗଣ, ସୋଲାର ପାୱାର ଦ୍ୱାରା କୃଷକମାନଙ୍କର ଜୀବନ ମଧ୍ୟ ବଦଳୁଛି । ସେହି କ୍ଷେତ, ସେହି ପରିଶ୍ରମ, ସେହି କୃଷକ, କିନ୍ତୁ ଏବେ ପରିଶ୍ରମର ଫଳ ଅନେକ ବେଶୀ । ଏହି ପରିବର୍ତ୍ତନ ସୋଲାର ପମ୍ପ ଦ୍ୱାରା ଏବଂ ସୋଲାର୍ ରାଇସ୍ ମିଲ୍ ଦ୍ୱାରା ହେଇପାରୁଛି । ଆଜି ଦେଶର ଅନେକ ରାଜ୍ୟରେ ଶହ ଶହ ସୋଲାର୍ ରାଇସ୍ ମିଲ୍ ବସିସାରିଲାଣି । ଏହି ସୋଲାର ରାଇସ୍ ମିଲଗୁଡ଼ିକ କୃଷକମାନଙ୍କର ଆୟ ସଙ୍ଗେ ସଙ୍ଗେ ତାଙ୍କ ଚେହେରାର ଚମକ ମଧ୍ୟ ବଢ଼େଇ ଦେଇଛନ୍ତି ।
ବନ୍ଧୁଗଣ, ବିହାରର ଦେବକୀ ଜୀ ସୋଲାର ପମ୍ପ ଦ୍ୱାରା ଗାଁର ଭାଗ୍ୟ ବଦଳାଇ ଦେଇଛନ୍ତି । ମୁଜାଫରପୁରର ରତନପୁରା ଗ୍ରାମର ବାସିନ୍ଦା ଦେବକୀ ଜୀଙ୍କୁ ଲୋକମାନେ ଏବେ ଶ୍ରଦ୍ଧାରେ “ସୋଲାର୍ ଦିଦି” ବୋଲି କହୁଛନ୍ତି । ଦେବକୀ ଜୀଙ୍କ ଜୀବନ ଏତେ ସହଜ ନ ଥିଲା । କମ୍ ବୟସରେ ବିବାହ ହୋଇଯାଇଥିଲା, ଛୋଟିଆ କ୍ଷେତ ଖଣ୍ଡେ, ଚାରିଟି ପିଲାଙ୍କ ଦାୟିତ୍ୱ ଏବଂ ଭବିଷ୍ୟତ ଅନ୍ଧକାର ଭଳି ଥିଲା । କିନ୍ତୁ ତାଙ୍କ ଧୈର୍ଯ୍ୟ କେବେହେଲେ ଭାଙ୍ଗିନାହିଁ । ସେ ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀ ସହିତ ମିଶିଲେ ଏବଂ ସେଇଠି ତାଙ୍କୁ ସୋଲାର ପମ୍ପ ବିଷୟରେ ଜାଣିବାକୁ ମିଳିଲା । ସେ ସୋଲାର ପମ୍ପ ଆଣିବା ପାଇଁ ଚେଷ୍ଟା କଲେ ଏବଂ ସେଥିରେ ସଫଳ ମଧ୍ୟ ହେଲେ । ସୋଲାର ଦିଦିଙ୍କ ସୋଲାର ପମ୍ପ ଏହାପରେ ଗ୍ରାମର ଚିତ୍ର ବଦଳାଇ ଦେଇଥିଲା, ଯେଉଁଠାରେ ପ୍ରଥମେ ମାତ୍ର କିଛି ଏକର ଜମିରେ ଜଳସେଚନ ହୋଇପାରୁଥିଲା, ଏବେ ସୋଲାର ଦିଦିଙ୍କ ସୋଲାର ପମ୍ପ ଦ୍ୱାରା ୪୦ ଏକରରୁ ଅଧିକ ଜମିରେ ପାଣି ପହଞ୍ଚିପାରିଛି । ସୋଲାର ଦିଦିଙ୍କ ଏହି ଅଭିଯାନ ସହିତ ଗାଁର ଅନ୍ୟ କୃଷକମାନେ ଯୋଡ଼ିହୋଇଛନ୍ତି । ତାଙ୍କର ଫସଲ ଶସ୍ୟଶ୍ୟାମଳା ହେଲା ଏବଂ ଆମଦାନୀ ବଢ଼ିବାକୁ ଲାଗିଲା ।
ବନ୍ଧୁଗଣ, ପ୍ରଥମେ ଦେବକୀ ଜୀଙ୍କ ଜୀବନ ଚାରିକାନ୍ଥ ଭିତରେ ସୀମିତ ହୋଇଥିଲା । କିନ୍ତୁ ଆଜି ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ନିଜର କାମ କରୁଛନ୍ତି, ସୋଲାର ଦିଦି ହୋଇ ପଇସା ରୋଜଗାର କରୁଛନ୍ତି ଏବଂ ତା’ଠାରୁ ଆହୁରି ଭଲ କଥା ହେଲା ସେ କୃଷକମାନଙ୍କ ଠାରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ନେଉଛନ୍ତି । ଏବେ ସାରା ଗାଁରେ ତାଙ୍କୁ ବହୁତ ସମ୍ମାନ ମିଳୁଛି । ତାଙ୍କର ପରିଶ୍ରମ ଓ ଦୂରଦୃଷ୍ଟି ଦେଖାଇଦେଲା ଯେ ସୌରଶକ୍ତି ଖାଲି ବିଜୁଳିର ସାଧନ ନୁହେଁ ବରଂ ଏହା ଗାଁ-ଗାଁରେ ନୂତନ ଆଲୋକ ଖେଳାଇଲା ଭଳି ଏକ ନୂତନ ଶକ୍ତି ମଧ୍ୟ ।
ମୋର ପ୍ରିୟ ଦେଶବାସୀଗଣ, ୧୫ ସେପ୍ଟେମ୍ବରକୁ ଭାରତର ମହାନ ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟା ଜୀଙ୍କ ଜନ୍ମଦିନ । ଏହି ଦିନକୁ ଆମେ ଇଞ୍ଜିନିୟର୍ସ ଡେ ଭାବରେ ପାଳନ କରୁଛୁ । ଇଞ୍ଜିନିୟରମାନେ କେବଳ ମେସିନ୍ ବନାନ୍ତି ନାହିଁ, ସେମାନେ ସ୍ୱପ୍ନକୁ ବାସ୍ତବରେ ବଦଳାଇବାର କର୍ମଯୋଗୀ ଅଟନ୍ତି । ମୁଁ ଭାରତର ସମସ୍ତ ଇଞ୍ଜିନିୟରମାନଙ୍କୁ ପ୍ରଶଂସା କରୁଛି । ସେମାନଙ୍କୁ ଶୁଭକାମନା ଜଣାଉଛି ।
ବନ୍ଧୁଗଣ, ସେପ୍ଟେମ୍ବର ମାସରେ ହିଁ ଭଗବାନ ବିଶ୍ୱକର୍ମାଙ୍କ ପୂଜାର ପବିତ୍ର ଅବସର ଆସୁଅଛି । ୧୭ ସେପ୍ଟେମ୍ବରକୁ ବିଶ୍ୱକର୍ମା ଜୟନ୍ତୀ । ଏହିଦିନଟି ଆମର ସେହି ବିଶ୍ୱକର୍ମା ବନ୍ଧୁମାନଙ୍କ ପ୍ରତି ସମର୍ପିତ ହେବ ଯେ ପାରମ୍ପରିକ ଶିଳ୍ପ କୌଶଳ ଏବଂ ଜ୍ଞାନବିଜ୍ଞାନକୁ ସଦାସର୍ବଦା ଗୋଟିଏ ପିଢ଼ିଠାରୁ ଅନ୍ୟ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି । ଆମର ବୁଣାକାର, କମାର, ବଣିଆ, କୁମ୍ଭାର, ମୂର୍ତ୍ତି କାରିଗର, ବଢ଼େଇ ମିସ୍ତ୍ରୀ ସଦାସର୍ବଦା ଭାରତର ସମୃଦ୍ଧିର ମୂଳଦୁଆ ହୋଇରହିଛନ୍ତି । ଆମର ଏହି ବିଶ୍ୱକର୍ମା ବନ୍ଧୁମାନଙ୍କ ସାହାଯ୍ୟ ପାଇଁ ସରକାର ବିଶ୍ୱକର୍ମା ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ।
ବନ୍ଧୁଗଣ, ଏବେ ମୁଁ ଆପଣଙ୍କୁ ଗୋଟିଏ ବଙ୍କୟସକ୍ଟ କ୍ସରମକ୍ଟକ୍ସୟସଦ୍ଭଶ ଶୁଣାଇବାକୁ ଚାହୁଁଛି ।
୰୰୰୰
“ଏ ଯାହା ଆପଣ ମାନପତ୍ରରେ ଲେଖିଛନ୍ତି କି ରାଜ୍ୟମାନଙ୍କ ସମ୍ପର୍କରେ ମୁଁ ଯାହାକିଛି କଲି ବା ହାଇଦ୍ରାବାଦ ବିଷୟରେ ଆମ ସରକାର ଯାହାକିଛି କଲେ, ଠିକ୍ କଲେ, କିନ୍ତୁ ଆପଣ ଜାଣନ୍ତି ଯେ, ହାଇଦ୍ରାବାଦର କଥା କିଛି ଭିନ୍ନ । ଆମେ କଲୁ କିନ୍ତୁ ସେଥିରେ ବହୁତ କଷ୍ଟ ହୋଇଛି । ଅନ୍ୟ ସମସ୍ତ ରାଜ୍ୟ ସହିତ, ସମସ୍ତ ରାଜକୁମାରମାନଙ୍କୁ ଆମେ କଥା ଦେଇଥିଲୁ କି ଭାଇ ଅନ୍ୟ ରାଜକୁମାର ବା ରାଜାଙ୍କ କ୍ଷେତ୍ରରେ ଆମେମାନେ ଭୁଲ୍ ନିଷ୍ପତ୍ତି ନେବୁନାହିଁ । ସମସ୍ତଙ୍କ ବିଷୟରେ ଏକାସାଥିରେ ଯାହା ନିଷ୍ପତ୍ତି ହେଉଛି ତାହା ସେମାନଙ୍କ ପାଇଁ ମଧ୍ୟ ଲାଗୁହେବ । କିନ୍ତୁ ସେମାନଙ୍କ ପାଇଁ ଆମେ ସେଠାରେ ଅଲଗା ବୁଝାମଣା କଲୁ ।”
୰୰୰୰
ବନ୍ଧୁଗଣ, ଏହି ସ୍ୱର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଥିଲା । ହାଇଦ୍ରାବାଦର ଘଟଣା ଉପରେ ତାଙ୍କ ସ୍ୱରରେ ଯେଉଁ କ୍ଷୋଭ ଅଛି, ତାକୁ ଆପଣମାନେ ଅନୁଭବ କରିପାରିବେ । ଆସନ୍ତା ସେପ୍ଟେମ୍ବର ମାସରେ ଆମେମାନେ Hyderabad Liberation Day ମଧ୍ୟ ପାଳନ କରିବା । ଏ ହେଉଛି ସେହି ମାସ ଯେତେବେଳେ ଆମେ ସେ ସମସ୍ତ ବୀରମାନଙ୍କ ସାହସକୁ ସ୍ମରଣ କରୁ । ଯେଉଁମାନେ ‘ଅପରେସନ୍ ପୋଲୋ’ରେ ଅଂଶଗ୍ରହଣ କରିଥିଲେ । ଆପଣମାନେ ଜାଣନ୍ତି ଯେ ଯେତେବେଳେ ଅଗଷ୍ଟ ୧୯୪୭ରେ ଭାରତକୁ ସ୍ୱାଧୀନତା ମିଳିଲା, ସେତେବେଳେ ହାଇଦ୍ରାବାଦ ଏକ ଭିନ୍ନ ସ୍ଥିତିରେ ଥିଲା । ନିଜାମ ଏବଂ ରାଜାରାଜୁଡ଼ାଙ୍କର ଅତ୍ୟାଚାର ଦିନକୁ ଦିନ ବଢ଼ିଚାଲିଥିଲା । ତ୍ରିରଙ୍ଗା ପତାକା ଉଡ଼ାଇଲେ କିମ୍ବା ବନ୍ଦେ ମାତରମ୍ କହିଲେ ମଧ୍ୟ ଲୋକମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା । ମହିଳା ଏବଂ ଗରିବଙ୍କ ଉପରେ ଅତ୍ୟାଚାର କରାଯାଉଥିଲା । ସେହି ସମୟରେ ବାବାସାହେବ ଆମ୍ବେଦକର ମଧ୍ୟ ଚେତାବନୀ ଦେଇଥିଲେ ଯେ ସମସ୍ୟା ବହୁତ ବଢ଼ି ବଢ଼ି ଯାଉଛି । ଶେଷରେ ସର୍ଦ୍ଦାର ପଟେଲ ମାମଲାକୁ ନିଜ ହାତକୁ ନେଲେ ଏବଂ ସେ ସରକାରଙ୍କୁ ‘ଅପରେସନ୍ ପୋଲୋ’ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଇଲେ । ରେକର୍ଡ ସମୟ ଭିତରେ ଆମର ସୈନିକମାନେ ହାଇଦ୍ରାବାଦକୁ ନିଜାମଙ୍କ ଏକଛତ୍ରବାଦୀ ଶାସନରୁ ମୁକ୍ତ କରାଇଲେ ଏବଂ ତାକୁ ଭାରତ ସହ ମିଶାଇଦେଲେ । ସାରା ଦେଶ ଏହି ସଫଳତା ଉତ୍ସବ ପାଳନ କଲା ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ଦୁନିଆର ଯେକୌଣସି ଜାଗାକୁ ଚାଲିଯାଆନ୍ତୁ ସେଠାରେ ଆପଣଙ୍କୁ ଭାରତୀୟ ସଂସ୍କୃତିର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ଏବଂ ଏ ପ୍ରଭାବ କେବଳ ଦୁନିଆର ବଡ଼ ବଡ଼ ସହର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହାକୁ ଛୋଟ ଛୋଟ ସହରରେ ମଧ୍ୟ ଦେଖାଯାଇପାରିବ । ଇଟାଲୀର ଗୋଟେ ଛୋଟ ସହର ହେଉଛି କେମ୍ପ-ରୋତୋଁଦୋରେ ଏହିଭଳି ଦେଖିବାକୁ ମିଳେ । ଏଠାରେ ମହର୍ଷି ବାଲ୍ମିକୀଙ୍କର ପ୍ରତିମାର ଅନାବରଣ କରାଗଲା । ଏହି କାର୍ଯ୍ୟକ୍ରମରେ ସେଠାକାର ସ୍ଥାନୀୟ ମେୟରଙ୍କ ସହିତ ସେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହେଲେ । କେମ୍ପ-ରୋତୋଁଦୋରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକମାନେ ମହର୍ଷି ବାଲ୍ମିକୀଙ୍କ ପ୍ରତିମା ସ୍ଥାପନ କରାଯାଇଥିବାରୁ ବହୁତ ଖୁସି ହୋଇଛନ୍ତି । ମହର୍ଷି ବାଲ୍ମିକୀଙ୍କ ସନେ୍ଦଶ ଆମ ସମସ୍ତଙ୍କୁ ବହୁତ ପ୍ରେରଣା ଦେଇଥାଏ ।
ବନ୍ଧୁଗଣ, ଏହି ମାସ ଆରମ୍ଭରେ କାନାଡ଼ାର ମିସିସାଗାରେ ପ୍ରଭୁ ଶ୍ରୀରାମଙ୍କ ୫୧ ଫୁଟ ଉଚ୍ଚ ପ୍ରତିମାର ମଧ୍ୟ ଅନାବରଣ କରାଯାଇଛି । ଏହି ଆୟୋଜନକୁ ନେଇ ସେଠାରେ ଲୋକମାନଙ୍କ ଭିତରେ ବହୁତ ଉତ୍ସାହ ଥିଲା । ସୋସିଆଲ୍ ମିଡିଆରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରତିମାର ଭିଡ଼ିଓ ଖୁବ୍ ସେୟାର୍ କରାଗଲା ।
ବନ୍ଧୁଗଣ, ରାମାୟଣ ଏବଂ ଭାରତୀୟ ସଂସ୍କୃତି ପ୍ରତି ଏ ପ୍ରେମ ଏବେ ଦୁନିଆର ପ୍ରତ୍ୟେକ କୋଣରେ ପହଞ୍ଚୁଛି । ଋଷର ଗୋଟିଏ ପ୍ରସିଦ୍ଧ ସ୍ଥାନ ହେଲା ଭ୍ଲାଦିଭୋଷ୍ଟୋକ । ବହୁତ ଲୋକ ଏହାକୁ ଏଭଳି ସ୍ଥାନ ଭାବରେ ଜାଣନ୍ତି ଯେଉଁଠାରେ ଶୀତଦିନେ ତାପମାତ୍ରା ମାଇନସ୍ ୨୦ ଡିଗ୍ରୀରୁ ମାଇନସ୍ ୩୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିଆସେ । ଏ ମାସରେ ଭ୍ଲାଦିଭୋଷ୍ଟୋକରେ ଗୋଟିଏ ନିଆରା ପ୍ରଦର୍ଶନୀ ଲାଗିଲା । ଏଥିରେ ଋଷୀୟ ପିଲାମାନଙ୍କ ଦ୍ୱାରା ରାମାୟଣର ଅଲଗା ଅଲଗା ଥିମ ଉପରେ ଅଙ୍କାଯାଇଥିବା ପେଟିଂଗକୁ ମଧ୍ୟ Showcase କରାଗଲା । ଏଠାରେ ଗୋଟିଏ ପ୍ରତିଯୋଗିତାର ମଧ୍ୟ ଆୟୋଜନ ହୋଇଥିଲା । ଦୁନିଆର ଭିନ୍ନ ଭିନ୍ନ ପ୍ରାନ୍ତରେ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ବଢ଼ୁଥିବାର ଦେଖି ବାସ୍ତବରେ ବହୁତ ଖୁସି ଲାଗୁଛି ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଏଥର ପାଇଁ ଏତିକି । ବର୍ତ୍ତମାନ ସାରାଦେଶରେ ଗଣେଶ ଉତ୍ସବର ଧୁମ୍ ଲାଗିଛି । ଆଗାମୀ ଦିନମାନଙ୍କରେ ଅନେକଗୁଡ଼ିଏ ଉତ୍ସବ ପାଳିତ ହେବ । ଏହି ଉତ୍ସବମାନଙ୍କରେ ଆପଣମାନେ ସ୍ୱଦେଶୀ ଜିନିଷକୁ କେବେବି ଭୁଲିବେ ନାହିଁ । ଉପହାର ତାହା ହେଉ, ଯାହା ଭାରତରେ ତିଆରି ହୋଇଥିବ, ପିନ୍ଧିବା ତାହା ଯାହା ଭାରତରେ ବୁଣାଯାଇଛି, ସାଜସଜ୍ଜା ମଧ୍ୟ ସେହିଭଳି କରିବା ଯେଉଁଥିରେ ଭାରତ ତିଆରି ଜିନିଷ ଲାଗୁଥିବ, ଆଲୋକସଜ୍ଜା ମଧ୍ୟ ଭାରତ ତିଆରି ସାମଗ୍ରୀରେ ହେଉ । ଆଉ ଏଭଳି ଅନେକ କିଛି, ଜୀବନର ପ୍ରତ୍ୟେକଟି ଆବଶ୍ୟକତାରେ ସବୁକିଛି ସ୍ୱଦେଶୀ ହେଉ । ଗର୍ବର ସହ କହିବା ଏହା ସ୍ୱଦେଶୀ – ଗର୍ବର ସହ କହିବା ଏହା ସ୍ୱଦେଶୀ – ଗର୍ବର ସହ କହିବା ଏହା ସ୍ୱଦେଶୀ । ଏହି ଭାବନା ନେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଗୋଟିଏ ମନ୍ତ୍ର ‘ଭୋକାଲ ଫର୍ ଲୋକାଲ୍’, ଗୋଟିଏ ରାସ୍ତା ‘ଆତ୍ମନିର୍ଭର ଭାରତ’, ଗୋଟିଏ ଲକ୍ଷ୍ୟ ‘ବିକଶିତ ଭାରତ’ ।
ବନ୍ଧୁଗଣ, ଏହି ଖୁସି ମନେଇବା ଭିତରେ ଆପଣମାନେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ । କାରଣ ଯେଉଁଠାରେ ସ୍ୱଚ୍ଛତା ଥାଏ ସେଠାରେ ଉତ୍ସବର ଆନନ୍ଦ ମଧ୍ୟ ବଢ଼ିଯାଇଥାଏ । ବନ୍ଧୁଗଣ, ‘ମନ୍ କି ବାତ୍’ ପାଇଁ ମୋତେ ଏହିଭଳି ବହୁସଂଖ୍ୟାରେ ନିଜ ନିଜର ବାର୍ତ୍ତା ପଠାଉଥାନ୍ତୁ । ଆପଣଙ୍କର ପ୍ରତ୍ୟେକଟି ପରାମର୍ଶ ଏହି କାର୍ଯ୍ୟକ୍ରମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ । ଆପଣଙ୍କ ଫିଡବ୍ୟାକ୍ ମୋ ପାଖକୁ ନିଶ୍ଚୟ ପଠାନ୍ତୁ । ଆସନ୍ତା ଥର ଯେତେବେଳେ ଭେଟିବା ସେତେବେଳେ ଆହୁରି ନୂଆ ନୂଆ ବିଷୟରେ ଚର୍ଚ୍ଚା ହେବ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆଉ ଥରେ ଦେଶର ସଫଳତା ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ କଥା ହେବା । ଗତ କିଛି ସପ୍ତାହରେ କ୍ରୀଡ଼ା ହେଉ, ବିଜ୍ଞାନ ହେଉ କିମ୍ବା ସଂସ୍କୃତି ହେଉ, ବହୁତ କିଛି ଏମିତି ହୋଇଛି, ଯାହା ଉପରେ ପ୍ରତ୍ୟେକ ଭାରତବାସୀ ଗର୍ବିତ । ଏବେ ନିକଟରେ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶରୁ ଫେରିବାକୁ ନେଇ ଦେଶରେ ବହୁତ ଚର୍ଚ୍ଚା ହେଲା । ଶୁଭାଂଶୁ ଯେମିତି ପୃଥିବୀପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଲେ, ଲୋକେ ଉତ୍ସାହିତ ହୋଇଉଠିଲେ । ପ୍ରତ୍ୟେକ ହୃଦୟରେ ଖୁସିର ଲହରି ଖେଳିଗଲା । ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ହୋଇଗଲା । ମୋର ମନେଅଛି, ଯେତେବେଳେ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ହୋଇଥିଲା, ସେତେବେଳେ ଦେଶରେ ଗୋଟିଏ ନୂଆ ବାତାବରଣ ସୃଷ୍ଟି ହୋଇଥିଲା । ବିଜ୍ଞାନକୁ ନେଇ, ମହାକାଶକୁ ନେଇ ପିଲାମାନଙ୍କ ମନରେ ଏକ ନୂଆ ଜିଜ୍ଞାସା ମଧ୍ୟ ଜାଗ୍ରତ ହୋଇଥିଲା । ଏବେ ଛୋଟ ଛୋଟ ପିଲାମାନେ କହୁଛନ୍ତି, ଆମେ ବି ମହାକାଶକୁ ଯିବୁ । ଆମେ ବି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବୁ – ମହାକାଶ ବିଜ୍ଞାନୀ ହେବୁ ।
ବନ୍ଧୁଗଣ, ଆପଣ INSPIRE-MANAK ଅଭିଯାନର ନାମ ଶୁଣିଥିବେ । ଏହା ପିଲାମାନଙ୍କ ନବୋନ୍ମେଷକୁ ପ୍ରୋତ୍ସାହିତ କରିବାର ଅଭିଯାନ ଅଟେ । ଏଥିରେ ପ୍ରତ୍ୟେକ ସ୍କୁଲରୁ ୫ ଜଣ ପିଲାଙ୍କୁ ବଛାଯାଇଥାଏ । ପ୍ରତ୍ୟେକ ପିଲା ଏକ ନୂଆ ଚିନ୍ତାଧାରା (ଆଇଡିଆ) ନେଇ ଆସିଥାଏ । ଏଥିରେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ପିଲା ଯୋଡ଼ି ହୋଇ ସାରିଛନ୍ତି ଏବଂ ଚନ୍ଦ୍ରଯାନ-୩ ପରେ ତ ଏମାନଙ୍କ ସଂଖ୍ୟା ଦୁଇଗୁଣା ହୋଇଯାଇଛି । ଦେଶରେ space start-ups ଗୁଡ଼ିକର ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ପାଞ୍ଚବର୍ଷ ପୂର୍ବରୁ ୫୦ରୁ ବି କମ start-ups ଥିଲା । ଆଜି କେବଳ ମହାକାଶ କ୍ଷେତ୍ରରେ ଏହି ସଂଖ୍ୟା ୨୦୦ରୁ ଅଧିକ ହୋଇଗଲାଣି ।
ବନ୍ଧୁଗଣ, ଆସନ୍ତା ମାସ ଅର୍ଥାତ ଅଗଷ୍ଟ ୨୩ ତାରିଖ ଦିନ ହେଉଛି ଜାତୀୟ ମହାକାଶ ଦିବସ (National Space Day) । ଆପଣ ଏହାକୁ କିଭଳି ଭାବେ ପାଳନ କରିବେ, କୌଣସି ନୂଆ କଥା ଚିନ୍ତା କରିଛନ୍ତି କି ? ମୋତେ ନମୋ ଆପରେ ନିଶ୍ଚୟ ମେସେଜ୍ ପଠାଇବେ ।
ବନ୍ଧୁଗଣ, ଏକବିଂଶ ଶତାବ୍ଦୀର ଭାରତରେ ଆଜି ବିଜ୍ଞାନ ଏକ ନୂଆ ଶକ୍ତି ସହ ଅଗ୍ରସର ହେଉଛି । କିଛିଦିନ ପୂର୍ବେ, ଆମ ଛାତ୍ରମାନେ International Chemistry Olympiadରେ ପଦକ ଜିତିଛନ୍ତି । ଦେବେଶ ପଙ୍କଜ୍, ସନ୍ଦିପ କୁଚି, ଦେବଦତ୍ତ ପ୍ରିୟଦର୍ଶୀ ଏବଂ ଉଜ୍ଜ୍ୱଳ କେଶରୀ – ଏହି ଚାରିଜଣ ଭାରତର ନାମ ଗୌରବାନ୍ୱିତ କରିଛନ୍ତି । ଗଣିତର ଦୁନିଆରେ ମଧ୍ୟ ଭାରତ ନିଜର ପରିଚୟକୁ ଆହୁରି ମଜଭୁତ କରିଛି । ଅଷ୍ଟ୍ରେଲିଆରେ ହୋଇଥିବା International Chemistry Olympiadରେ ଆମ ଛାତ୍ରଛାତ୍ରୀମାନେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି ।
ବନ୍ଧୁଗଣ, ଆସନ୍ତା ମାସରେ ମୁମ୍ବାଇରେ Astronomy ଏବଂ Astrophysics Olympiad ହେବାକୁ ଯାଉଛି । ଏଥିରେ ୬୦ରୁ ଅଧିକ ଦେଶର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ବୈଜ୍ଞାନିକମାନେ ମଧ୍ୟ ଯୋଗଦେବେ । ଏହା ଏପର୍ଯ୍ୟନ୍ତର ସର୍ବବୃହତ ଅଲମ୍ପିଆଡ୍ ହେବ । ଦେଖିବାକୁ ଗଲେ, ଭାରତ ବର୍ତ୍ତମାନ ଅଲିମ୍ପିକ୍ ଏବଂ ଅଲମ୍ପିଆଡ୍ ଉଭୟ ପାଇଁ ଆଗକୁ ବଢ଼ୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିବା ଭଳି ଆଉ ଏକ ଖବର ଆସିଛି ୟୁନେସ୍କୋରୁ । ୟୁନେସ୍କୋ ୧୨ଟି ମରହଟ୍ଟା ଦୁର୍ଗକୁ ବିଶ୍ୱ ଐତିହ୍ୟ ସ୍ଥଳୀ ରୂପେ ମାନ୍ୟତା ଦେଇଛି । ୧୧ଟି ଦୁର୍ଗ ମହାରାଷ୍ଟ୍ରରେ, ଗୋଟିଏ ତାମିଲନାଡ଼ୁରେ । ପ୍ରତ୍ୟେକ ଦୁର୍ଗ ସହିତ ଇତିହାସର ଗୋଟିଏ ଗୋଟିଏ ପୃଷ୍ଠା ଜଡ଼ିତ । ପ୍ରତ୍ୟେକ ପଥର ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ହୋଇରହିଛି । ସଲହେର୍ ଦୁର୍ଗ-ଯେଉଁଠାରେ ମୋଗଲମାନଙ୍କର ପରାଜୟ ହୋଇଥିଲା, ଶିବନେରୀ- ଯେଉଁଠାରେ ଛତ୍ରପତି ଶିବାଜୀ ମହାରାଜ ଜନ୍ମଗ୍ରହଣ କରିଥିଲେ, ଏଭଳି ଦୁର୍ଗ, ଯାହାକୁ ଶତ୍ରୁ ଭେଦ କରିପାରିଲେ ନାହିଁ । ଖାନ୍ଦେରୀ ଦୁର୍ଗ – ସମୁଦ୍ର ମଧ୍ୟରେ ନିର୍ମିତ ଏକ ଅଦ୍ଭୁତ ଦୁର୍ଗ । ଶତ୍ରୁମାନେ ତାଙ୍କୁ ଅଟଳାଇବାକୁ ଚାହୁଁଥିଲେ, କିନ୍ତୁ ଶିବାଜୀ ମହାରାଜ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇଲେ । ପ୍ରତାପଗଢ଼ ଦୁର୍ଗ – ଯେଉଁଠାରେ ଅଫଜଲ୍ ଖାନ୍ ଉପରେ ବିଜୟ ପ୍ରାପ୍ତ ହୋଇଥିଲା, ସେହି ଗାଥାର ପ୍ରତିଧ୍ୱନି ଆଜି ବି ଦୁର୍ଗର ପ୍ରାଚୀରରେ ରହିଛି । ବିଜୟ ଦୁର୍ଗ – ଯେଉଁଥିରେ ଗୁପ୍ତ ସୁଡ଼ଙ୍ଗ ଥିଲା । ଛତ୍ରପତି ଶିବାଜୀ ମହାରାଜଙ୍କ ଦୂରଦୃଷ୍ଟିର ପ୍ରମାଣ ଏହି ଦୁର୍ଗରୁ ହିଁ ମିଳିଥାଏ । ମୁଁ କିଛିବର୍ଷ ପୂର୍ବରୁ ରାଇଗଡ ଗସ୍ତ କରିଥିଲି । ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା ସମ୍ମୁଖରେ ପ୍ରଣିପାତ କରିଥିଲି । ଏହି ଅନୁଭୂତି ଆଜୀବନ ମୋ ସହିତ ରହିବ ।
ବନ୍ଧୁଗଣ, ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ଅଦ୍ଭୁତ ଦୁର୍ଗ ଅଛି, ଯେଉଁଗୁଡ଼ିକ ଆକ୍ରମଣ ସହିଛି, ପ୍ରତିକୂଳ ପାଗର ସାମ୍ନା କରିଛି, କିନ୍ତୁ ଆତ୍ମସମ୍ମାନକୁ କେବେବି ନୁଆଁଇବାକୁ ଦେଇନାହିଁ । ରାଜସ୍ଥାନର ଚିତ୍ତୋରଗଡ଼ ଦୁର୍ଗ, କୁମ୍ଭଲଗଢ଼ ଦୁର୍ଗ, ରଣଥମ୍ଭୋର ଦୁର୍ଗ, ଆମେର ଦୁର୍ଗ ... ଜୈସଲମେର ଦୁର୍ଗ ତ ବିଶ୍ୱପ୍ରସିଦ୍ଧ । କର୍ଣ୍ଣାଟକର ଗୁଲବର୍ଗା ଦୁର୍ଗ ମଧ୍ୟ ବହୁତ ବଡ଼ । ଚିତ୍ରଦୁର୍ଗ କିଲ୍ଲାର ବିଶାଳତା ମଧ୍ୟ ଆପଣଙ୍କୁ କୌତୁହଳରେ ଭରିଦେବ, ଯେ ସେ ସମୟରେ ଏହି ଦୁର୍ଗ କିଭଳି ନିର୍ମିତ ହୋଇଥିବ!
ବନ୍ଧୁଗଣ, ଉତ୍ତରପ୍ରଦେଶର ବାନ୍ଦାଠାରେ ରହିଛି କାଲିଂଜର୍ କିଲ୍ଲା । ମହମୁଦ ଗଜନୀ ଅନେକ ଥର ଏହି ଦୁର୍ଗ ଉପରେ ଆକ୍ରମଣ କରିଥିଲା, କିନ୍ତୁ ପ୍ରତ୍ୟେକ ଥର ବିଫଳ ହୋଇଥିଲା । ବୁନ୍ଦେଲଖଣ୍ଡରେ ଏଭଳି ଅନେକ ଦୁର୍ଗ ରହିଛି – ଗୋଆଲିୟର, ଝାନ୍ସୀ, ଦତିୟା, ଅଜୟଗଢ଼, ଗଢ଼କୁଣ୍ଡାର୍, ଚନ୍ଦେରୀ । ଏହି ଦୁର୍ଗଗୁଡ଼ିକ କେବଳ ଇଟା-ପଥର ନୁହେଁ, ଏଗୁଡ଼ିକ ଆମ ସଂସ୍କୃତିର ପ୍ରତୀକ । ସଂସ୍କାର ଏବଂ ସ୍ୱାଭିମାନ ଆଜି ମଧ୍ୟ ଏହି ଦୁର୍ଗଗୁଡ଼ିକର ସୁଉଚ୍ଚ ପ୍ରାଚୀରରୁ ପ୍ରତୀୟମାନ ହେଉଛି । ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି – ଏହି ଦୁର୍ଗଗୁଡ଼ିକୁ ଭ୍ରମଣ କରନ୍ତୁ, ନିଜ ଇତିହାସକୁ ଜାଣନ୍ତୁ, ଗର୍ବ ଅନୁଭବ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ କଳ୍ପନା କରନ୍ତୁ । ଭୋର ସମୟ, ବିହାରର ମୁଜାଫରପୁର ସହର, ତାରିଖ ହେଉଛି ୧୯୦୮ ମସିହା ଅଗଷ୍ଟ ୧୧ । ପ୍ରତ୍ୟେକ ଗଳି, ପ୍ରତ୍ୟେକ ଛକରେ ସେହି ସମୟରେ ଚଳପ୍ରଚଳ ଅଟକିଯାଇଥିଲା । ଲୋକଙ୍କ ଆଖିରେ ଅଶ୍ରୁ ଭରି ରହିଥିଲା, କିନ୍ତୁ ହୃଦୟରେ ଜଳୁଥିଲା ବହ୍ନି । ଲୋକମାନେ ଜେଲକୁ ଘେରି ରହିଥିଲେ, ଯେଉଁଠାରେ ଜଣେ ୧୮ ବର୍ଷର ଯୁବକ, ଇଂରେଜମାନଙ୍କ ବିରୁଦ୍ଧରେ ନିଜ ଦେଶପ୍ରେମ ପ୍ରକାଶ କରିବାର ମୂଲ୍ୟ ଦେଉଥିଲା । ଜେଲ୍ ଭିତରେ, ଇଂରେଜ ଅଧିକାରୀମାନେ, ଜଣେ ଯୁବକକୁ ଫାଶୀ ଦେବାପାଇଁ ପ୍ରସ୍ତୁତି ଚଳାଇଥିଲେ । ସେହି ଯୁବକର ମୁହଁରେ ଭୟ ନ ଥିଲା, ବରଂ ସେ ଗର୍ବରେ ପରିପୂର୍ଣ୍ଣ ଥିଲା - ସେହି ଗର୍ବ, ଯାହା ଦେଶ ପାଇଁ ପ୍ରାଣ ଦେବାକୁ ଚାହୁଁଥିବା ବ୍ୟକ୍ତି ମଧ୍ୟରେ ଥାଏ । ସେହି ବୀର, ସେହି ସାହସୀ ଯୁବକ ଥିଲେ ଖୁଦିରାମ ବୋଷ । ମାତ୍ର ୧୮ ବର୍ଷ ବୟସରେ ସେ ସେହି ସାହସ ଦେଖାଇଥିଲେ, ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ସେତେବେଳେ ଖବରକାଗଜଗୁ ଡ଼ିକରେ ପ୍ରକାଶ ପାଇଥିଲା – “ଖୁଦିରାମ ବୋଷ ଯେତେବେଳେ ଫାଶୀଖୁଣ୍ଟ ଆଡ଼କୁ ଅଗ୍ରସର ହେଲେ, ତାଙ୍କ ମୁହଁରେ ହସ ଥିଲା” । ଏହିପରି ଅସଂଖ୍ୟ ବଳିଦାନ ପରେ ଶହ ଶହ ବର୍ଷର ତପସ୍ୟା ପରେ ଆମକୁ ସ୍ୱାଧୀନତା ମିଳିଥିଲା । ଦେଶପ୍ରେମୀମାନେ ନିଜ ରକ୍ତରେ ସ୍ୱାଧୀନତା ଆନ୍ଦୋଳନକୁ ସିଞ୍ଚନ କରିଥିଲେ ।
ବନ୍ଧୁଗଣ, ଏଇଥିପାଇଁ ହିଁ ତ ଅଗଷ୍ଟ ମାସ ହେଉଛି କ୍ରାନ୍ତିର ମାସ । ଅଗଷ୍ଟ ୧ ତାରିଖ ହେଉଛି ବାଲ୍ ଗଙ୍ଗାଧର ତିଲକଙ୍କ ପୁଣ୍ୟତିଥି । ଏହି ଅଗଷ୍ଟ ମାସ ୮ ତାରିଖରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତା’ପରେ ଆସେ ଅଗଷ୍ଟ ୧୫, ଆମର ସ୍ୱାଧୀନତା ଦିବସ । ଆମେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଉ, ସେମାନଙ୍କଠାରୁ ପ୍ରେରଣା ପ୍ରାପ୍ତ କରୁ, କିନ୍ତୁ ବନ୍ଧୁଗଣ, ଆମ ସ୍ୱାଧୀନତା ସହିତ ଦେଶ ବିଭାଜନର କଷ୍ଟ ମଧ୍ୟ ଜଡ଼ିତ । ତେଣୁ ଆମେ ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରୁ ।
ମୋର ପ୍ରିୟ ଦେଶବାସୀଗଣ, ୧୯୦୫ ମସିହା ଅଗଷ୍ଟ ୭ ତାରିଖ ଦିନ ଆଉ ଗୋଟିଏ ବିପ୍ଳବ (କ୍ରାନ୍ତି) ଆରମ୍ଭ ହୋଇଥିଲା । ଏହା ସ୍ୱଦେଶୀ ଆନ୍ଦୋଳନ, ସ୍ଥାନୀୟ ଉତ୍ପାଦ ବିଶେଷକରି ହ୍ୟାଣ୍ଡଲୁମକୁ ଏକ ନୂଆ ଶକ୍ତି ଦେଇଥିଲା । ଏହାର ସ୍ମୃତି ସ୍ୱରୂପ ଦେଶ ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ National Handloom Day ପାଳନ କରିଥାଏ । ଚଳିତ ବର୍ଷ ଅଗଷ୍ଟ ୭ ତାରିଖ ଦିନ Handloom Day ପାଳନର ୧୦ ବର୍ଷ ପୂରଣ ହେଉଛି । ସ୍ୱାଧୀନତା ସଂଗ୍ରାମ ସମୟରେ ଯେମିତି ଆମ ଖଦି ସ୍ୱାଧୀନତା ଆନ୍ଦୋଳନକୁ ନୂଆ ଶକ୍ତି ଦେଇଥିଲା, ସେହିପରି ଆଜି ଯେତେବେଳେ ଦେଶ, ବିକଶିତ ଭାରତ ହେବା ଦିଗରେ ଅଗ୍ରସର ହେଉଛି, ସେତେବେଳେ ବୟନ କ୍ଷେତ୍ର ଦେଶର ଶକ୍ତି ପାଲଟୁଛି । ଏହି ୧୦ ବର୍ଷରେ ଦେଶର ବିଭିନ୍ନ ଅଞ୍ଚଳରେ ଏହି କ୍ଷେତ୍ର ସହିତ ଜଡ଼ିତ ଲକ୍ଷ ଲକ୍ଷ ଲୋକ, ସଫଳତାର ଅନେକ ଗାଥା (କାହାଣୀ) ଲେଖିଛନ୍ତି । ମହାରାଷ୍ଟ୍ରର ପୈଠନ୍ ନାମକ ଗାଁର କବିତା ଧବଲେ ପ୍ରଥମେ ଗୋଟିଏ ଛୋଟ ରୁମରେ କାମ କରୁଥିଲେ । ଜାଗା ବି ନ ଥିଲା କି ସୁବିଧା ବି ନ ଥିଲା । ସରକାରଙ୍କଠାରୁ ସାହାଯ୍ୟ ମିଳିଲା । ଏବେ ତାଙ୍କ ପ୍ରତିଭାର ବିକାଶ ହୋଇଛି । ସେ ତିନିଗୁଣ ଅଧିକ ରୋଜଗାର କରୁଛନ୍ତି । ନିଜେ ତିଆରି କରୁଥିବା ପୈଠଣୀ ଶାଢ଼ୀ ବିକ୍ରି କରୁଛନ୍ତି । ଓଡ଼ିଶାର ମୟୂରଭଞ୍ଜରେ ମଧ୍ୟ ସଫଳତାର ଏହିଭଳି ଏକ କାହାଣୀ ରହିଛି । ଏଠାରେ ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀକୁ ପୁନର୍ଜୀବିତ କରିଛନ୍ତି । ଏବେ ଏହି ମହିଳାମାନେ ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଏମାନେ କେବଳ ବସ୍ତ୍ର ତିଆରି କରୁନାହାନ୍ତି, ନିଜର ପରିଚୟ ମଧ୍ୟ ସୃଷ୍ଟି କରୁଛନ୍ତି । ବିହାର ନାଳନ୍ଦାର ନବୀନ କୁମାରଙ୍କ ଉପଲବଧି ମଧ୍ୟ ପ୍ରେରଣାଦାୟକ । ତାଙ୍କ ପରିବାର ପିଢ଼ି ପିଢ଼ି ଧରି ଏହି କାମ ସହିତ ଜଡ଼ିତ । କିନ୍ତୁ ସବୁଠାରୁ ଭଲ କଥା ହେଉଛି ଯେ, ତାଙ୍କ ପରିବାର ଏବେ ଏହି କ୍ଷେତ୍ରରେ ଆଧୁନିକତାକୁ ମଧ୍ୟ ଆପଣେଇଛନ୍ତି । ଏବେ ତାଙ୍କ ପିଲାମାନେ Handloom Technology ବିଷୟରେ ଶିକ୍ଷା ଗ୍ରହଣ କରୁଛନ୍ତି । ବଡ଼ ବଡ଼ ବ୍ରାଣ୍ଡରେ କାମ କରୁଛନ୍ତି । ଏହି ପରିବର୍ତ୍ତନ କେବଳ ଗୋଟିଏ ପରିବାରକୁ ନୁହେଁ, ଏହା ଆଖପାଖର ଅନେକ ପରିବାରକୁ ଆଗକୁ ବଢ଼ାଉଛି ।
ବନ୍ଧୁଗଣ, ବୟନ ଭାରତର କେବଳ ଗୋଟିଏ କ୍ଷେତ୍ର ନୁହେଁ, ଏହା ଆମ ସାଂସ୍କୃତିକ ବିବିଧତାର ଏକ ଉଦାହରଣ ମଧ୍ୟ ଅଟେ । ଆଜି ବୟନ ଶିଳ୍ପ ଏବଂ ପୋଷାକ ବଜାର ଅତି ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି ଏବଂ ଏହି ବିକାଶର ସବୁଠାରୁ ସୁନ୍ଦର କଥା ହେଉଛି ଯେ ଗାଁର ମହିଳାମାନେ, ସହରର ଡିଜାଇନର୍, ବୟସ୍କ ବୁଣାକାର ଏବଂ ଷ୍ଟାର୍ଟ-ଅପ୍ ଆରମ୍ଭ କରୁଥିବା ଆମ ଯୁବକମାନେ - ସମସ୍ତେ ମିଶି ଏହାକୁ ଆଗକୁ ବଢ଼ାଉଛନ୍ତି । ଆଜି ଭାରତରେ ୩ ହଜାରରୁ ଅଧିକ textile ଷ୍ଟାର୍ଟ-ଅପ୍ ସକ୍ରିୟ ରହିଛି । ଅନେକ ଷ୍ଟାର୍ଟ-ଅପ୍ ଭାରତର ହ୍ୟାଣ୍ଡଲୁମ ପରିଚୟକୁ global height ଦେଇଛନ୍ତି ।
ବନ୍ଧୁଗଣ, ୨୦୪୭ର ବିକଶିତ ଭାରତର ରାସ୍ତା ଆତ୍ମନିର୍ଭରଶୀଳତା ଦେଇ ଗତି କରୁଛି ଏବଂ ଆତ୍ମନିର୍ଭର ଭାରତର ସବୁଠାରୁ ବଡ଼ ଆଧାର ହେଉଛି Vocal for Local । ଯେଉଁ ଜିନିଷଗୁଡ଼ିକ ଭାରତରେ ତିଆରି ହୋଇଛି, ଯାହାକୁ ତିଆରି କରିବାରେ କୌଣସି ଭାରତୀୟର ଝାଳ ବହିଛି, ତାହା ହିଁ କିଣନ୍ତୁ ଏବଂ ତାହା ହିଁ ବିକ୍ରି କରନ୍ତୁ । ଏହା ଆମର ସଂକଳ୍ପ ହେବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, ଭାରତର ବିବିଧତାର ସବୁଠାରୁ ସୁନ୍ଦର ଝଲକ ଆମର ଲୋକଗୀତ ଏବଂ ପରମ୍ପରାରେ ମିଳିଥାଏ ଏବଂ ଏହାର ଅଂଶ ହେଉଛି ଆମର ଭଜନ ଓ କୀର୍ତ୍ତନ । କିନ୍ତୁ ବନାଗ୍ନି ସମ୍ପର୍କରେ କୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିବା କଥା ଆପଣମାନେ କେବେ ଶୁଣିଛନ୍ତି କି ? ବୋଧହୁଏ, ଆପଣମାନେ ଏକଥାକୁ ବିଶ୍ୱାସ କରି ନ ପାରନ୍ତି, କିନ୍ତୁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଏକ ଅଦ୍ଭୁତ କାର୍ଯ୍ୟ ଚାଲିଛି । ଏଠାରେ ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ ନାମକ ଏକ ଦଳ ଅଛି । ଭକ୍ତି ସହିତ ଏହି ଦଳ ଆଜି ପରିବେଶ ସୁରକ୍ଷାର ମନ୍ତ୍ର ମଧ୍ୟ ଜପୁଛି । ଏହି ପଦକ୍ଷେପର ପ୍ରେରଣା ହେଉଛନ୍ତି ପ୍ରମିଳା ପ୍ରଧାନ । ଜଙ୍ଗଲ ଏବଂ ପରିବେଶର ସୁରକ୍ଷା ପାଇଁ ସେ ପାରମ୍ପରିକ ଗୀତରେ ନୂଆ ଶବ୍ଦ, ନୂଆ ବାର୍ତ୍ତା ଯୋଡ଼ିଲେ । ତାଙ୍କ ଦଳ ଗାଁ ଗାଁ ବୁଲିଲା । ଜଙ୍ଗଲରେ ଲାଗୁଥିବା ନିଆଁରୁ କେତେ କ୍ଷତି ହୁଏ, ତାହା ସେ ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଇଲେ । ଏହି ଉଦାହରଣ ଆମକୁ ଏ କଥା ମନେପକାଇ ଦିଏ ଯେ, ଆମ ଲୋକ ପରମ୍ପରାଗୁଡ଼ିକ କୌଣସି ପୁରୁଣା ଯୁଗର ଜିନିଷ ନୁହେଁ, ଏଥିରେ ଆଜି ବି ସମାଜକୁ ଦିଗଦର୍ଶନ ଦେବାର ଶକ୍ତି ରହିଛି।
ମୋର ପ୍ରିୟ ଦେଶବାସୀଗଣ, ଭାରତର ସଂସ୍କୃତିର ଏକ ବଡ଼ ଆଧାର ହେଉଛି ଆମ ପର୍ବପର୍ବାଣୀ ଏବଂ ପରମ୍ପରା, କିନ୍ତୁ ଆମ ସଂସ୍କୃତିର ଜୀବନୀଶକ୍ତିର ଆଉ ଗୋଟିଏ ଦିଗ ରହିଛି । ଏହା ହେଉଛି, ନିଜର ବର୍ତ୍ତମାନ ଏବଂ ନିଜ ଇତିହାସକୁ ଡକ୍ୟୁମେଣ୍ଟ କରି ରଖିବା । ଆମର ପ୍ରକୃତ ଶକ୍ତି ହେଉଛି ସେହି ଜ୍ଞାନ, ଯାହା ଶହ ଶହ ବର୍ଷ ଧରି ପାଣ୍ଡୁଲିପି ବା ମାନ୍ୟୁସ୍କ୍ରିପ୍ଟ ରୂପରେ ସଂରକ୍ଷିତ ହୋଇ ରହିଛି । ଏହି ପାଣ୍ଡୁଲିପିଗୁଡ଼ିକରେ ବିଜ୍ଞାନ ଅଛି, ଚିକିତ୍ସା ପଦ୍ଧତି ଅଛି, ସଙ୍ଗୀତ ଅଛି, ଦର୍ଶନ ଅଛି, ଏବଂ ସବୁଠାରୁ ବଡ଼ କଥା ହେଉଛି, ସେହି ଚିନ୍ତନ, ଯାହା ମାନବତାର ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରେ ।
ବନ୍ଧୁଗଣ, ଏହିପରି ଅସାଧାରଣ ଜ୍ଞାନକୁ, ଏହି ପରମ୍ପରାକୁ ସାଇତି ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ଆମ ଦେଶରେ ପ୍ରତ୍ୟେକ କାଳଖଣ୍ଡରେ ଏପରି ଲୋକ ହୋଇଛନ୍ତି, ଯେଉଁମାନେ ଏହାକୁ ନିଜର ସାଧନା କରିନେଇଛନ୍ତି । ସେହିପରି ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ହେଉଛନ୍ତି – ତାମିଲନାଡ଼ୁର ତାଞ୍ଜାଭୁରର ମଣିମାରନ୍ ଜୀ । ତାଙ୍କୁ ଲାଗିଲା ଯେ, ଯଦି ଆଜିର ପିଢ଼ି ତାମିଲ ପାଣ୍ଡୁଲିପି ପଢ଼ିବା ଶିଖିବ ନାହିଁ, ତେବେ ଆଗାମୀ ସମୟରେ ଏହି ଅମୂଲ୍ୟ ଐତିହ୍ୟ ହଜିଯିବ । ସେଥିପାଇଁ ସେ ସନ୍ଧ୍ୟାରେ କ୍ଲାସ୍ ଆରମ୍ଭ କଲେ । ଯେଉଁଠି ଛାତ୍ର, ଚାକିରି କରୁଥିବା ଯୁବକ, ଗବେଷକ – ସମସ୍ତେ ଏଠାକୁ ଆସି ଶିଖିବାକୁ ଲାଗିଲେ । ମଣିମାରନ୍ ଜୀ ଲୋକମାନଙ୍କୁ ଶିଖାଇଲେ ଯେ, ‘tamil suvadiyiyal’ ଅର୍ଥାତ palm leaf manuscripts ପଢ଼ିବା ଓ ବୁଝିବାର ବିଧି କ’ଣ । ଆଜି ଅନେକ ପ୍ରୟାସରେ ଅନେକ ଛାତ୍ର ଏହି ବିଦ୍ୟାରେ ପାରଙ୍ଗମ ହୋଇସାରିଛନ୍ତି । କିଛି ଛାତ୍ର ତ ଏହି ପାଣ୍ଡୁଲିପିଗୁଡ଼ିକର ଆଧାରରେ ପାରମ୍ପରିକ ଔଷଧ ପ୍ରଣାଳୀ ଉପରେ ଗବେଷଣା ମଧ୍ୟ ଆରମ୍ଭ କରିଦେଇଛନ୍ତି । ବନ୍ଧୁଗଣ, ଭାବନ୍ତୁ, ଯଦି ଏଭଳି ପ୍ରୟାସ ଦେଶବ୍ୟାପୀ ହୁଏ, ତେବେ ଆମର ପୁରାତନ ଜ୍ଞାନ କେବଳ କାନ୍ଥରେ ସୀମିତ ହୋଇ ରହିବ ନାହିଁ ବରଂ ଏହା ନୂଆ ପିଢ଼ିର ଚେତନାର ଅଂଶ ହୋଇଯିବ । ଏହି ଚିନ୍ତାଧାରାରୁ ପ୍ରେରିତ ହୋଇ ଭାରତ ସରକାର ଚଳିତ ବର୍ଷର ବଜେଟରେ ଏକ ଐତିହାସିକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି । ‘Gyan Bharatam Mission’ ଅଧୀନରେ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକୁ Digitise କରାଯିବ । ତା ପରେ ଗୋଟିଏ National Digital Repository ତିଆରି କରାଯିବ, ଯେଉଁଠି ସାରା ବିଶ୍ୱର ବିଦ୍ୟାର୍ଥୀ, ଗବେଷକ, ଭାରତର ଜ୍ଞାନ ପରମ୍ପରା ସହିତ ଯୋଡ଼ି ହୋଇପାରିବେ । ମୋର ମଧ୍ୟ ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଯଦି ଆପଣ ଏଭଳି କୌଣସି ପ୍ରଚେଷ୍ଟାରେ ଜଡ଼ିତ, କିମ୍ବା ଜଡ଼ିତ ହେବାକୁ ଚାହୁଁଛନ୍ତି, ତେବେ My Gov କିମ୍ବା ସଂସ୍କୃତି ମନ୍ତ୍ରଣାଳୟ ସହ ନିଶ୍ଚିତ ଭାବେ ଯୋଗାଯୋଗ କରନ୍ତୁ । କାରଣ, ଏହା କେବଳ ପାଣ୍ଡୁଲିପି ନୁହେଁ, ଏଗୁଡ଼ିକ ଭାରତର ଆତ୍ମାର ସେହି ଅଧ୍ୟାୟ, ଯାହାକୁ ଆମକୁ ଆଗାମୀ ପିଢ଼ିମାନଙ୍କୁ ପଢ଼ାଇବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କ ଆଖ ପାଖରେ କେତେ ପ୍ରକାରର ପକ୍ଷୀ ଅଛନ୍ତି, ଚଢ଼େଇ ଅଛନ୍ତି ବୋଲି ଆପଣଙ୍କୁ ପ୍ରଶ୍ନ କରାଯାଏ, ତାହେଲେ ଆପଣ କ’ଣ କହିବେ ? ବୋଧହୁଏ, ଏହା ଯେ ମୋତେ ୫-୬ଟି ପକ୍ଷୀ ଦେଖାଯାଆନ୍ତି – କିଛି ଜଣାଶୁଣା ଥାଆନ୍ତି, କିଛି ଅଜଣା । କିନ୍ତୁ, ଏହା ଜାଣିବା ବହୁତ ରୋଚକ ହୋଇଥାଏ ଯେ, ଆମ ଆଖପାଖରେ ପକ୍ଷୀମାନଙ୍କ କେଉଁ କେଉଁ ପ୍ରଜାତି ବାସ କରନ୍ତି । ସମ୍ପ୍ରତି ଏଭଳି ଏକ ଉତ୍କୃଷ୍ଟ ପ୍ରୟାସ ହୋଇଛି, ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ । ସାଧାରଣତଃ ଏହି ଅଞ୍ଚଳ ନିଜ Rhinos ବା ଗଣ୍ଡାମାନଙ୍କ ପାଇଁ ପ୍ରସିଦ୍ଧ - କିନ୍ତୁ ଏଥର ଆଲୋଚନାର ବିଷୟ ହୋଇଛି ଏଠାକାର ଘାସ ପଡ଼ିଆ ଏବଂ ସେଥିରେ ରହୁଥିବା ଚଢ଼େଇମାନେ । ଏଠାରେ ପ୍ରଥମ ଥର ପାଇଁ Grassland Bird Census ବା ତୃଣଭୂମି ପକ୍ଷୀଗଣନା ହୋଇଛି । ଆପଣମାନେ ଜାଣି ଖୁସି ହେବେ ଯେ, ଏହି Census ଯୋଗୁଁ ୪୦ରୁ ଅଧିକ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି । ଏଥିରେ ଅନେକ ବିରଳ ପକ୍ଷୀ ମଧ୍ୟ ରହିଛନ୍ତି । ଆପଣ ଭାବୁଥିବେ, ଏତେ ପକ୍ଷୀ କିପରି ଚିହ୍ନଟ ହେଲେ ? ଏଥିରେ ଟେକ୍ନୋଲୋଜି ଚମତ୍କାର କାମ କରି ଦେଖାଇଲା । ଗଣନା କରୁଥିବା ଦଳ ଶବ୍ଦ ରେକର୍ଡ଼ କରିବା ପାଇଁ ଯନ୍ତ୍ର ଲଗାଇଲେ । ତା’ପରେ କମ୍ପ୍ୟୁଟର ଦ୍ୱାରା ସେହି ଶବ୍ଦଗୁଡ଼ିକର ବିଶ୍ଲେଷଣ କରାଗଲା । ଏ.ଆଇ.ର ବ୍ୟବହାର କରାଗଲା । କେବଳ ଶବ୍ଦରୁ ହିଁ ପକ୍ଷୀଙ୍କୁ ଚିହ୍ନଟ କରାଗଲା । ତାହା ପୁଣି ସେମାନଙ୍କୁ ବିଚଳିତ ନକରି । ଭାବନ୍ତୁ ତ! ଟେକ୍ନୋଲଜି ଏବଂ ସମ୍ବେଦନଶୀଳତା ଯେତେବେଳେ ଏକାଠି ହୋଇଯାଏ, ସେତେବେଳେ ପ୍ରକୃତିକୁ ବୁଝିବା କେତେ ସହଜ ହୋଇଯାଏ । ଆମେ ଏଭଳି ପ୍ରଚେଷ୍ଟାଗୁଡ଼ିକୁ ପ୍ରୋତ୍ସାହିତ କରିବା ଉଚିତ, ଯାହା ଫଳରେ ଆମେ ନିଜ ଜୈବବିବିଧତା ସହ ପରିଚିତ ହୋଇପାରିବା ଏବଂ ଆଗାମୀ ପିଢ଼ିକୁ ମଧ୍ୟ ଏହା ସହ ଯୋଡ଼ିପାରିବା ।
ମୋର ପ୍ରିୟ ଦେଶବାସୀଗଣ, ବେଳେବେଳେ ସବୁଠୁ ବଡ଼ ଆଲୋକ ସେହିଠାରୁ ସୃଷ୍ଟି ହୁଏ, ଯେଉଁଠାରେ ଅନ୍ଧାରର ସବୁଠାରୁ ଅଧିକ ରାଜୁତି ଥାଏ । ଏହିଭଳି ଏକ ଉଦାହରଣ ହେଉଛି, ଝାଡ଼ଖଣ୍ଡର ଗୁମଲା ଜିଲ୍ଲାର । ଦିନ ଥିଲା, ଯେତେବେଳେ ଏହି ଅଞ୍ଚଳ ମାଓବାଦୀ ହିଂସା ପାଇଁ ପରିଚିତ ଥିଲା । ବାସିଆ ବ୍ଲକର ଗାଁଗୁଡ଼ିକ ଜନଶୂନ୍ୟ ହୋଇ ଚାଲିଥିଲା । ଲୋକେ ଭୟରେ ଜୀବନ ବିତାଉଥିଲେ । ରୋଜଗାରର କୌଣସି ସମ୍ଭାବନା ଦେଖାଯାଉ ନଥିଲା । ଜମିଗୁଡ଼ିକ ପଡ଼ିଆ ପଡ଼ିଥିଲା ଏବଂ ଯୁବକମାନେ ପଳାୟନ କରୁଥିଲେ । କିନ୍ତୁ, ତାପରେ ପରିବର୍ତ୍ତନର ଏକ ବହୁତ ଶାନ୍ତ ଏବଂ ଧୈର୍ଯ୍ୟରେ ପରିପୂର୍ଣ୍ଣ ଶୁଭାରମ୍ଭ ହେଲା । ଓମପ୍ରକାଶ ସାହୁ ନାମକ ଜଣେ ଯୁବକ ହିଂସାର ମାର୍ଗ ଛାଡ଼ିଦେଲେ । ସେ ମାଛଚାଷ ଆରମ୍ଭ କଲେ । ତା’ପରେ ନିଜ ଭଳି ଅନେକ ସାଥିଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କଲେ । ତାଙ୍କର ଏହି ପ୍ରଚେଷ୍ଟାର ପ୍ରଭାବ ମଧ୍ୟ ପଡ଼ିଲା । ଯେଉଁମାନେ ପୂର୍ବରୁ ବନ୍ଧୁକ ଧରିଥିଲେ, ସେମାନେ ଏବେ ମାଛଧରା ଜାଲ ଧରିଛନ୍ତି ।
ବନ୍ଧୁଗଣ, ଓମପ୍ରକାଶ ସାହୁଙ୍କର ଆରମ୍ଭ ସହଜ ନ ଥିଲା । ଏହାର ବିରୋଧ ହେଲା, ତାଙ୍କୁ ଧମକ ମିଳିଲା, କିନ୍ତୁ ତାଙ୍କର ସାହସ ଭାଙ୍ଗିଲା ନାହିଁ । ଯେତେବେଳେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଆସିଲା, ତାଙ୍କୁ ଏକ ନୂତନ ଶକ୍ତି ମିଳିଲା । ସରକାରଙ୍କଠାରୁ ତାଲିମ ମିଳିଲା, ଜଳାଶୟ ନିର୍ମାଣ ପାଇଁ ସାହାଯ୍ୟ ମିଳିଲା, ଦେଖୁ ଦେଖୁ ଗୁମଲାରେ ମତ୍ସ୍ୟ ବିପ୍ଳବର ସୂତ୍ରପାତ ହୋଇଗଲା । ଆଜି ବାସିଆ ବ୍ଲକର ୧୫୦ରୁ ଅଧିକ ପରିବାର ମାଛଚାଷ ସହ ଯୋଡ଼ି ହୋଇସାରିଛନ୍ତି । ଅନେକେ ତ ଏମିତି ଅଛନ୍ତି, ଯିଏ ଦିନେ ନକ୍ସଲି ସଂଗଠନରେ ଥିଲେ, ଏବେ ସେମାନେ ଗାଁରେ ହିଁ, ସସମ୍ମାନ ଜୀବନଯାପନ କରୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି । ଗୁମଲାର ଏହି ଯାତ୍ରା ଆମକୁ ଶିକ୍ଷା ଦେଉଛି ଯେ, ଯଦି ରାସ୍ତା ଠିକ୍ ଥାଏ ଏବଂ ମନରେ ବିଶ୍ୱାସ ରହିଥାଏ, ତାହେଲେ ସର୍ବାଧିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିକାଶର ପ୍ରଦୀପ ପ୍ରଜ୍ଜ୍ୱଳିତ ହୋଇପାରେ ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ଜାଣନ୍ତି କି ? ଅଲିମ୍ପିକ ପରେ ସବୁଠାରୁ ବଡ଼ କ୍ରୀଡ଼ା ଆୟୋଜନ କ’ଣ ? ଏହାର ଉତ୍ତର ହେଉଛି – ‘World Police and Fire Games’ । ସମଗ୍ର ବିଶ୍ୱର ପୋଲିସ କର୍ମୀ, ଅଗ୍ନି ଯୋଦ୍ଧା, ପ୍ରତିରକ୍ଷା ସହ ଜଡ଼ିତ ବ୍ୟକ୍ତିମାନଙ୍କ ମଧ୍ୟରେ ହେଉଥିବା sports tournament (କ୍ରୀଡ଼ା ପ୍ରତିଯୋଗିତା) । ଏଥର ଏହି ଗ୍ଧ tournament ଆମେରିକାରେ ଆୟୋଜିତ ହୋଇଥିଲା ଏବଂ ଭାରତ ଏଥିରେ ଇତିହାସ ସୃଷ୍ଟି କରିଦେଲା । ଭାରତ ପ୍ରାୟ ୬୦୦ ପଦକ ଜିତିଲା । ୭୧ଟି ଦେଶ ମଧ୍ୟରେ ଆମେ ଶୀର୍ଷ ତିନୋଟି ସ୍ଥାନ ମଧ୍ୟରେ ରହିଲୁ । ସେହି ୟୁନିଫର୍ମଧାରୀମାନଙ୍କ ପରିଶ୍ରମ ଫଳପ୍ରଦ ହେଲା, ଯେଉଁମାନେ ଦିନରାତି ଦେଶ ପାଇଁ ଠିଆ ହୁଅନ୍ତି । ଆମର ଏହି ବନ୍ଧୁମାନେ ଏବେ ଖେଳପଡ଼ିଆରେ ମଧ୍ୟ ପତାକା ଉଡ଼ାଉଛନ୍ତି । ମୁଁ ସମସ୍ତ ଖେଳାଳି ଏବଂ କୋଚିଂ ଟିମକୁ ଅଭିନନ୍ଦନ ଜଣାଉଛି । ବାସ୍ତବରେ ଆପଣଙ୍କ ପାଇଁ ଏହା ମଧ୍ୟ ଜାଣିବା ରୋଚକ ହେବ ଯେ, ୨୦୨୯ ମସିହାରେ ଏହି କ୍ରୀଡ଼ା ଭାରତରେ ଆୟୋଜିତ ହେବ । ସାରା ବିଶ୍ୱରୁ ଖେଳାଳିମାନେ ଆମ ଦେଶକୁ ଆସିବେ । ଆମେ ସେମାନଙ୍କୁ ଭାରତର ଆତିଥ୍ୟ ପ୍ରଦର୍ଶନ କରିବା ଏବଂ ନିଜ କ୍ରୀଡ଼ା ସଂସ୍କୃତି ସହ ପରିଚିତ କରାଇବା ।
ବନ୍ଧୁଗଣ, ବିଗତ ଦିନରେ ମୁଁ ଅନେକ ଯୁବ କ୍ରୀଡ଼ାବିତ ଏବଂ ସେମାନଙ୍କ ଅଭିଭାବକମାନଙ୍କ ବାର୍ତ୍ତା ପାଇଛି । ସେଥିରେ “ଖେଲୋ ଭାରତ ନୀତି ୨୦୨୫”କୁ ବହୁତ ପ୍ରଶଂସା କରାଯାଇଛି । ଏହି ନୀତିର ଲକ୍ଷ୍ୟ ସ୍ପଷ୍ଟ । ଭାରତକୁ sporting super power କରିବା । ଗାଁ, ଗରିବ ଏବଂ ଝିଅମାନେ ଏହି ନୀତିର ପ୍ରାଥମିକତା । ସ୍କୁଲ ଏବଂ କଲେଜ୍ ବର୍ତ୍ତମାନ ଖେଳକୁ ଦୈନନ୍ଦିନ ଜୀବନର ଅଂଶ କରିବେ । ଖେଳ ସହ ଜଡ଼ିତ ଷ୍ଟାର୍ଟ-ଅପ୍ସ - ତାହା sports managements ହେଉ କିମ୍ବା manufacturing ସହ ଜଡ଼ିତ ହେଉ, ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରାଯିବ । ଭାବନ୍ତୁ, ଯେତେବେଳେ ଦେଶର ଯୁବକ ନିଜେ ତିଆରି କରିଥିବା racket, bat, ball ସହ ଖେଳିବ ସେତେବେଳେ ଆତ୍ମନିର୍ଭରତା ମିଶନକୁ କେତେ ବଡ଼ ଶକ୍ତି ମିଳିବ! ବନ୍ଧୁଗଣ, ଖେଳ team spirit ସୃଷ୍ଟି କରିଥାଏ । ଏହା ଫିଟନେସ୍, ଆତ୍ମବିଶ୍ୱାସ ଏବଂ ଏକ ମଜଭୁତ ଭାରତ ନିର୍ମାଣର ମାର୍ଗ ଅଟେ। ତେଣୁ, ବହୁତ ଖେଳନ୍ତୁ, ବହୁତ ବିକଶିତ ହୁଅନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, କିଛି ଲୋକଙ୍କୁ ବେଳେ ବେଳେ କୌଣସି କାମ ଅସମ୍ଭବ ଭଳି ଲାଗିଥାଏ । ଲାଗେ, ଏମିତି କ’ଣ ହୋଇପାରିବ ? କିନ୍ତୁ, ସାରା ଦେଶ ଯେବେ ଗୋଟିଏ ଚିନ୍ତାଧାରା ବହନ କରି ଏକାଠି ହୋଇଯାଏ, ସେତେବେଳେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ । ସ୍ୱଚ୍ଛ ଭାରତ ମିଶନ୍ ଏହାର ସବୁଠାରୁ ବଡ଼ ଉଦାହରଣ । ଖୁବଶୀଘ୍ର ଏହି ଅଭିଯାନକୁ ୧୧ ବର୍ଷ ପୂରିବ । କିନ୍ତୁ, ଏହାର ଶକ୍ତି ଓ ଏହାର ଆବଶ୍ୟକତା ପୂର୍ବଭଳି ହିଁ ରହିଛି । ଏହି ୧୧ ବର୍ଷ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ୍ ଏକ ଜନ ଆନ୍ଦୋଳନ ପାଲଟିଯାଇଛି । ଲୋକମାନେ ଏହାକୁ ନିଜର କର୍ତ୍ତବ୍ୟ ବୋଲି ମାନନ୍ତି ଆଉ ଏହାହିଁ ତ ପ୍ରକୃତ ଜନଭାଗୀଦାରୀ ।
ବନ୍ଧୁଗଣ, ପ୍ରତିବର୍ଷ ହେଉଥିବା ସ୍ୱଚ୍ଛ ସର୍ବେକ୍ଷଣ ଏହି ଭାବନାକୁ ଆହୁରି ବଢ଼ାଇଛି । ଏହି ବର୍ଷ ଦେଶର ୪,୫୦୦ରୁ ଅଧିକ ସହର ଏବଂ ଅଞ୍ଚଳ ଏଥିରେ ଜଡ଼ିତ ହେଲେ । ୧୫ କୋଟିରୁ ଅଧିକ ଲୋକ ଏଥିରେ ଭାଗ ନେଲେ, ଯାହା କୌଣସି ସାଧାରଣ କଥା ନୁହେଁ । ଏହା ସ୍ୱଚ୍ଛ ଭାରତର ସ୍ୱର ।
ବନ୍ଧୁଗଣ, ସ୍ୱଚ୍ଛତାକୁ ନେଇ ଆମ ସହର, ଆମ ଅଞ୍ଚଳ ନିଜର ଆବଶ୍ୟକତା ଏବଂ ପରିବେଶ ଅନୁସାରେ ଅଲଗା-ଅଲଗା ଉପାୟରେ କାମ କରୁଛନ୍ତି । ଆଉ ଏହାର ପ୍ରଭାବ କେବଳ ଏହି ସହର ମଧ୍ୟରେ ସୀମିତ ହୋଇ ରହିନାହିଁ । ସାରା ଦେଶ ଏହି ଉପାୟଗୁଡ଼ିକ ଅବଲମ୍ବନ କରୁଛି । ଉତ୍ତରାଖଣ୍ଡରେ କିର୍ତିନଗରର ଲୋକେ ପାହାଡ଼ରେ waste managementର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ସେହିପରି ମାଙ୍ଗାଲୁରୁରେ ଟେକ୍ନୋଲଜି ସାହାଯ୍ୟରେ organic waste managementର କାମ ଚାଲିଛି । ଅରୁଣାଚଳରେ ଗୋଟିଏ ଛୋଟ ସହର ହେଉଛି ରୋଇଂ । ଦିନ ଥିଲା, ଯେତେବେଳେ ଏଠାରେ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି waste management ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା । ଏଠାକାର ଲୋକମାନେ ଏହାର ଦାୟିତ୍ୱ ନେଲେ । ‘Green Roing Initiative’ ଆରମ୍ଭ ହେଲା ଆଉ ତା’ପରେ ରିସାଇକେଲ୍ ୱେଷ୍ଟରୁ ପୁରା ଗୋଟିଏ ପାର୍କ ତିଆରି କରିଦିଆଗଲା । ସେହିପରି କରାଡ଼ରେ, ବିଜୟୱାଡ଼ାରେ water managementର ଅନେକ ନୂତନ ଉଦାହରଣ ସୃଷ୍ଟି ହୋଇଛି । ଅହମଦାବାଦରେ ରିଭର୍ ଫ୍ରଣ୍ଟ ଉପରେ ସଫେଇ କାର୍ଯ୍ୟ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ବନ୍ଧୁଗଣ, ଭୋପାଲର ଗୋଟିଏ ଟିମର ନାମ ହେଉଛି ସକାରାତ୍ମକ ସୋଚ୍ । ଏଥିରେ ୨୦୦ ମହିଳା ଅଛନ୍ତି । ଏମାନେ କେବଳ ସଫେଇ କରନ୍ତି ନାହିଁ, ଚିନ୍ତାଧାରା ମଧ୍ୟ ବଦଳାନ୍ତି । ଏକାଠି ମିଶି ସହରର ୧୭ଟି ପାର୍କ ସଫା କରିବା, କପଡ଼ା ବ୍ୟାଗ୍ ବାଂଟିବା – ଏମାନଙ୍କ ପ୍ରତ୍ୟେକ ପଦକ୍ଷେପ ଗୋଟିଏ ବାର୍ତ୍ତା । ଏଭଳି ପ୍ରୟାସ ଯୋଗୁଁ ହିଁ ଭୋପାଳ ମଧ୍ୟ ଏବେ ସ୍ୱଚ୍ଛ ସର୍ବେକ୍ଷଣରେ ବହୁତ ଆଗକୁ ଆସିଲାଣି । ଲଖନଉର ଗୋମତି ନଦୀ ଟିମର ଉଲ୍ଲେଖ ମଧ୍ୟ ଜରୁରୀ । ୧୦ ବର୍ଷ ହେଲା ପ୍ରତି ରବିବାର ନ ଥକି, ନ ଅଟକି ଏହି ଟିମର ଲୋକେ ସ୍ୱଚ୍ଛତା କାର୍ଯ୍ୟରେ ଲାଗିଛନ୍ତି । ଛତିଶଗଢ଼ର ବିଲହାର ଉଦାହରଣ ମଧ୍ୟ ଚମକପ୍ରଦ । ଏଠାରେ ମହିଳାମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ତାଲିମ ଦିଆଗଲା, ଆଉ ସେମାନେ ମିଶି ସହରର ଚିତ୍ର ବଦଳାଇଦେଲେ । ଗୋଆର ପାଣାଜୀ ସହରର ଉଦାହରଣ ମଧ୍ୟ ପ୍ରେରଣାଦାୟକ । ସେଠାରେ ବର୍ଜ୍ୟ ପଦାର୍ଥଗୁଡ଼ିକୁ ୧୬ଟି ଶ୍ରେଣୀରେ ପୃଥକ କରାଯାଏ । ଏହାର ନେତୃତ୍ୱ ମଧ୍ୟ ମହିଳାମାନେ କରୁଛନ୍ତି । ପଣଜୀକୁ ତ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିଛି । ବନ୍ଧୁଗଣ, ସ୍ୱଚ୍ଛତା କେବଳ ଗୋଟିଏ ସମୟର ବା ଗୋଟିଏ ଦିନର କାମ ନୁହେଁ । ଯେତେବେଳେ ଆମେ ବର୍ଷରେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେବା, ସେତେବେଳେ ହିଁ ଦେଶ ସ୍ୱଚ୍ଛ ରହିପାରିବ ।
ବନ୍ଧୁଗଣ, ଶ୍ରାବଣର ଫୁଆରା ମଧ୍ୟରେ ଦେଶ ପୁଣିଥରେ ପର୍ବପର୍ବାଣୀର ଜାକଜମକରେ ସଜେଇ ହେବାକୁ ଯାଉଛି । ଆଜି ହେଉଛି ହରିଆଲି ତୀଜ୍ ପର୍ବ । ତା ପରେ ନାଗ ପଞ୍ଚମୀ ଓ ରକ୍ଷା ବନ୍ଧନ, ତା’ପରେ ଜନ୍ମାଷ୍ଟମୀ - ଆମ ନଟଖଟିଆ କାହ୍ନାର ଜନ୍ମ ଉତ୍ସବ । ଏହି ସମସ୍ତ ପର୍ବ ଆମ ଭାବାବେଗ ସହ ଜଡ଼ିତ । ଏହା ଆମକୁ ପ୍ରକୃତି ସହ ସଂଯୋଗ ଏବଂ ସନ୍ତୁଳନର ବାର୍ତ୍ତା ଦିଏ । ଆପଣ ସମସ୍ତଙ୍କୁ ଏହି ପବିତ୍ର ପର୍ବଗୁଡ଼ିକର ଅନେକ ଶୁଭେଚ୍ଛା । ମୋର ପ୍ରିୟ ବନ୍ଧୁଗଣ, ନିଜର ଚିନ୍ତାଧାରା ଓ ଅନୁଭୂତି ବାଣ୍ଟୁଥାଆନ୍ତୁ । ଆସନ୍ତା ମାସରେ ପୁଣି ଦେଶବାସୀଙ୍କ କିଛି ନୂଆ ଉପଲବ୍ଧି ଏବଂ ପ୍ରେରଣା ସହିତ ଭେଟିବା । ନିଜର ଯତ୍ନ ନିଅନ୍ତୁ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।
ମୋର ପ୍ରିୟ ଦେଶବାସୀଗଣ, ଯେବେ କେହି ତୀର୍ଥଯାତ୍ରା ପାଇଁ ବାହାରେ, ସେତେବେଳେ ପ୍ରଥମେ ଗୋଟିଏ ହିଁ ଭାବନା ମନକୁ ଆସିଥାଏ, “ଚଲୋ ବୁଲାୱା ଆୟା ହେ” । ଏହି ଭାବନା ଆମର ଧାର୍ମିକ ଯାତ୍ରା ଗୁଡ଼ିକର ଆତ୍ମା । ଏହି ଯାତ୍ରାଗୁଡ଼ିକ ଶରୀରର ଅନୁଶାସନର, ମନର ପବିତ୍ରତାର, ପାରସ୍ପରିକ ପ୍ରେମ ଏବଂ ଭାଇଚାରାର, ଭଗବାନଙ୍କ ସହିତ ଯୋଡ଼ି ହେବାର ମାଧ୍ୟମ ଅଟେ । ଏମାନଙ୍କ ବ୍ୟତୀତ, ଏହି ଯାତ୍ରାଗୁଡ଼ିକର ଆଉ ଗୋଟିଏ ବଡ଼ ବିଶେଷତ୍ୱ ରହିଛି । ଏହି ଧାର୍ମିକ ଯାତ୍ରାଗୁଡ଼ିକ ସେବା କରିବାର ସୁଯୋଗର ଏକ ମହାଅନୁଷ୍ଠାନ ମଧ୍ୟ ହୋଇଥାଏ । ଯେକୌଣସି ଯାତ୍ରା ଅନୁଷ୍ଠିତ ହେବା ସମୟରେ ଯେତେ ଲୋକ ଏହି ଯାତ୍ରାରେ ସାମିଲ ହୁଅନ୍ତି ତା’ଠାରୁ ଅଧିକ ଲୋକ ତୀର୍ଥଯାତ୍ରୀମାନଙ୍କ ସେବା କାର୍ଯ୍ୟରେ ଲାଗିଥାନ୍ତି । ଅନେକ ସ୍ଥାନରେ ଅନ୍ନଛତ୍ର ଖୋଲା ଯାଇଥାଏ । ଲୋକେ ରାସ୍ତାକଡ଼ରେ ଜଳଛତ୍ର ମଧ୍ୟ ଖୋଲିଥାନ୍ତି । ସେବା ଭାବନା ଦ୍ୱାରା ହିଁ ସ୍ୱାସ୍ଥ୍ୟ ଶିବିର ଏବଂ ସୁବିଧାଗୁଡ଼ିକର ବ୍ୟବସ୍ଥା କରାଯାଇଥାଏ । ଅନେକ ଲୋକ ନିଜ ଖର୍ଚ୍ଚରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଧର୍ମଶାଳା ଏବଂ ରହିବା ପାଇଁ ବ୍ୟବସ୍ଥା କରିଥାନ୍ତି ।
ବନ୍ଧୁଗଣ, ଦୀର୍ଘ ସମୟ ପରେ କୈଳାସ ମାନସରୋବର ଯାତ୍ରାର ପୁଣିଥରେ ଶୁଭାରମ୍ଭ ହୋଇଛି । କୈଳାସ ମାନସରୋବର ଅର୍ଥାତ୍ ଭଗବାନ ଶିବଙ୍କ ଧାମ । ହିନ୍ଦୁ, ବୌଦ୍ଧ, ଜୈନ, ପ୍ରତ୍ୟେକ ପରମ୍ପରାରେ କୈଳାସକୁ ଶ୍ରଦ୍ଧା ଏବଂ ଭକ୍ତିଭାବର କେନ୍ଦ୍ର ରୂପେ ଗ୍ରହଣ କରାଯାଇଛି । ବନ୍ଧୁଗଣ, ଜୁଲାଇ ୩ ତାରିଖଠାରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି ଏବଂ ପବିତ୍ର ଶ୍ରାବଣ ମାସ ମଧ୍ୟ ପାଖେଇ ଆସିଲାଣି । ଏଇ ଦିନେ ପୂର୍ବରୁ ଆମେ ଭଗବାନ ଜଗନ୍ନାଥଙ୍କର ରଥଯାତ୍ରାର ମଧ୍ୟ ଅବଲୋକନ କଲୁ । ଓଡ଼ିଶା ହେଉ, ଗୁଜରାଟ ହେଉ କିମ୍ବା ଦେଶର କୌଣସି ଅନ୍ୟ ଭାଗ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଏହି ଯାତ୍ରାଗୁଡ଼ିକ ‘ଏକ ଭାରତ - ଶ୍ରେଷ୍ଠ ଭାରତ’ର ଭାବନାର ପ୍ରତିବିମ୍ବ ଅଟେ । ଆମେ ଯେତେବେଳେ ଶ୍ରଦ୍ଧାଭାବ ସହ, ପୂର୍ଣ୍ଣ ସମର୍ପଣ ଏବଂ ପୂର୍ଣ୍ଣ ଶୃଙ୍ଖଳା ସହିତ ଆମର ଧାର୍ମିକ ଯାତ୍ରା ଶେଷ କରିଥାଉ ସେତେବେଳେ ଏହାର ଫଳପ୍ରାପ୍ତି ମଧ୍ୟ ହୋଇଥାଏ । ମୁଁ ଯାତ୍ରାଗୁଡ଼ିକରେ ଅଂଶଗ୍ରହଣ କରୁଥିବା ସମସ୍ତ ଭାଗ୍ୟବାନ ଶ୍ରଦ୍ଧାଳୁମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଯେଉଁମାନେ ସେବାଭାବନା ସହ ଏହି ଯାତ୍ରାଗୁଡ଼ିକୁ ସଫଳ ଏବଂ ସୁରକ୍ଷିତ କରିବାରେ ଲାଗିଛନ୍ତି ସେମାନଙ୍କୁ ମଧ୍ୟ ମୁଁ ସାଧୁବାଦ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଏବେ ମୁଁ ଆପଣମାନଙ୍କୁ ଦେଶର ଦୁଇଟି ଏଭଳି ଉପଲବଧି ବିଷୟରେ ଜଣାଇବାକୁ ଚାହୁଁଛି, ଯାହା ଆପଣଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେବ । ଏହି ଉପଲବଧିଗୁଡ଼ିକ ବିଷୟରେ ବୈଶ୍ୱିକ ସଂସ୍ଥାମାନେ ଆଲୋଚନା କରୁଛନ୍ତି । WHO ଅର୍ଥାତ୍ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଏବଂ ILO ଅର୍ଥାତ୍ ‘International Labour Organisation’ ଦେଶର ଏହି ଉପଲବଧିଗୁଡ଼ିକୁ ଭରପୂର ପ୍ରଶଂସା କରିଛନ୍ତି । ପ୍ରଥମ ଉପଲବଧି ତ ଆମ ସ୍ୱାସ୍ଥ୍ୟ ସହ ଜଡ଼ିତ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକେ ଆଖିର ଗୋଟିଏ ବିଶେଷ ରୋଗ ବିଷୟରେ ଶୁଣିଥିବେ । ଯାହା ହେଉଛି – Trachoma । ଏହି ରୋଗ ବ୍ୟାକଟେରିଆ ଦ୍ୱାରା ବ୍ୟାପିଥାଏ । ଦିନ ଥିଲା ଯେବେ ଏହି ରୋଗ ଦେଶର ଅନେକ ଅଂଶରେ ଗୋଟିଏ ସାଧାରଣ କଥା ଥିଲା । ଯତ୍ନ ନ ନେଲେ, ଏହି ରୋଗରେ ଧିରେ ଧିରେ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥାଏ । Trachomaର ମୂଳୋତ୍ପାଟନ କରିବା ପାଇଁ ଆମେ ସଂକଳ୍ପ ଗ୍ରହଣ କଲୁ ଏବଂ ମୁଁ ଆନନ୍ଦର ସହ ଆପଣମାନଙ୍କୁ ଜଣାଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ଥାତ୍ WHO ଭାରତକୁ Trachoma ମୁକ୍ତ ଘୋଷିତ କରିଛି । ଭାରତ ଏବେ Trachoma ମୁକ୍ତ ଦେଶ ହୋଇଯାଇଛି । ଏହା ସେହି ଲକ୍ଷ ଲକ୍ଷ ଲୋକଙ୍କ ପରିଶ୍ରମର ଫଳ, ଯେଉଁମାନେ କ୍ଲାନ୍ତ ନ ହୋଇ, ଅଟକି ନ ଯାଇ ଏହି ରୋଗ ସହ ସଂଗ୍ରାମ କଲେ । ଏହି ସଫଳତାର ଶ୍ରେୟ ଆମର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ଯାଉଛି । ‘ସ୍ୱଚ୍ଛଭାରତ ଅଭିଯାନ’ ଦ୍ୱାରା ମଧ୍ୟ ଏହାର ଦୂରୀକରଣରେ ସହାୟତା ମିଳିଲା । ‘ଜଳ ଜୀବନ ମିଶନ’ର ମଧ୍ୟ ଏହି ସଫଳତାରେ ବଡ଼ ଅବଦାନ ରହିଛି । ଆଜି ଯେତେବେଳେ ଘରେ ଘରେ ନଳ ଯୋଗେ ବିଶୁଦ୍ଧ ଜଳ ପହଞ୍ଚୁଛି ସେତେବେଳେ ଏଭଳି ରୋଗର ବିପଦ ହ୍ରାସ ପାଇଛି । ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ WHO ମଧ୍ୟ ଏହାକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ଏହି ରୋଗ ବିରୁଦ୍ଧରେ ସଂଗ୍ରାମ କରିବା ସହ ଏହାର ମୂଳ କାରଣଗୁଡ଼ିକୁ ମଧ୍ୟ ଦୂର କରିପାରିଛି ।
ବନ୍ଧୁଗଣ, ଆଜି ଭାରତରେ ଅଧିକାଂଶ ଲୋକେ କୌଣସି ନା କୌଣସି Social Protection Benefitର ଲାଭ ଉଠାଉଛନ୍ତି ଏବଂ ନିକଟ ଅତୀତରେ ‘International Labour Organisation’ର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଆସିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ୬୪ ପ୍ରତିଶତରୁ ଅଧିକ ଲୋକଙ୍କୁ ଏବେ କୌଣସି ନା କୌଣସି Social Protection Benefit ନିଶ୍ଚିତ ଭାବେ ମିଳୁଛି । ସାମାଜିକ ସୁରକ୍ଷା – ଏହା ବିଶ୍ୱର ସବୁଠାରୁ ବଡ଼ କଭରେଜ୍ ମଧ୍ୟରୁ ଅନ୍ୟତମ । ଆଜି ଦେଶର ପ୍ରାୟ ୯୫ କୋଟି ଲୋକ କୌଣସି ନା କୌଣସି ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଉଛନ୍ତି, କିନ୍ତୁ, ୨୦୧୫ ପର୍ଯ୍ୟନ୍ତ ୨୫ କୋଟିରୁ ବି କମ୍ ଲୋକଙ୍କ ଯାଏଁ ସରକାରୀ ଯୋଜନାଗୁଡ଼ିକ ପହଂଚିପାରୁଥିଲା ।
ବନ୍ଧୁଗଣ, ଭାରତରେ ସ୍ୱାସ୍ଥ୍ୟଠାରୁ ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଦେଶ saturationର ଭାବନା ସହ ଆଗକୁ ବଢ଼ିଚାଲିଛି । ଏହା ସାମାଜିକ ନ୍ୟାୟର ମଧ୍ୟ ଏକ ଉତ୍ତମ ଛବି । ଏହି ସଫଳତାଗୁଡ଼ିକ ଏକ ନୂତନ ବିଶ୍ୱାସ ସୃଷ୍ଟି କରିଛନ୍ତି ଯେ ଆଗାମୀ ସମୟ ଆହୁରି ଉତ୍ତମ ହେବ, ପ୍ରତ୍ୟେକ ପଦକ୍ଷେପରେ ଭାରତ ଆହୁରି ସଶକ୍ତ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଜନ-ଭାଗିଦାରୀର ଶକ୍ତି ଦ୍ୱାରା, ବଡ଼-ବଡ଼ ବିପଦର ମୁକାବିଲା କରାଯାଇପାରେ । ମୁଁ ଆପଣମାନଙ୍କୁ ଗୋଟିଏ ଅଡିଓ ଶୁଣାଉଛି, ଏହି ଅଡିଓରେ ଆପଣମାନେ ସେହି ବିପଦର ଭୟାବହତାର କଳ୍ପନା କରିପାରିବେ । ସେହି ବିପଦ କେତେ ବଡ଼ ଥିଲା, ତାହା ପ୍ରଥମେ ଶୁଣନ୍ତୁ, ବୁଝନ୍ତୁ ।
ଅଡିଓ – ମୋରାରଜୀ ଭାଇ ଦେଶାଇ
(ଦୁଇବର୍ଷ ପର୍ଯ୍ୟନ୍ତ ଇଏ ଯେଉଁ ଅତ୍ୟାଚାର ହେଲା, ଅତ୍ୟାଚାର ତ ୫-୭ ବର୍ଷ ପୂର୍ବରୁ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏହା ଚରମ ପରିସ୍ଥିତିରେ ପହଂଚିଯାଇଛି ଦୁଇବର୍ଷ ମଧ୍ୟରେ, ଯେତେବେଳେ ଏମରଜେନ୍ସି ଲୋକମାନଙ୍କ ଉପରେ ଲଦି ଦିଆଗଲା ଏବଂ ଲୋକଙ୍କ ସହ ଅମାନବୀୟ ବ୍ୟବହାର କରାଗଲା । ଲୋକଙ୍କ ସ୍ୱାଧୀନତାର ଅଧିକାର ଛଡ଼ାଇ ନିଆଗଲା । ସମ୍ବାଦପତ୍ରର ମଧ୍ୟ କୌଣସି ସ୍ୱାଧୀନତା ରହିଲା ନାହିଁ । ନ୍ୟାୟାଳୟଗୁଡ଼ିକୁ ଦୁର୍ବଳ କରିଦିଆଗଲା ଏବଂ ଯେଉଁଭଳି ଢଙ୍ଗରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ କାରାଗାରରେ ବନ୍ଦୀ କରିଦିଆଗଲା ଏବଂ ପ୍ରଶାସନ ତରଫରୁ ମନମୁଖୀ କାର୍ଯ୍ୟ ଚାଲିଥିଲା, ଏହାର ଉଦାହରଣ ବିଶ୍ୱର ଇତିହାସରେ ମଧ୍ୟ ମିଳିବା କଠିନ ।)
ବନ୍ଧୁଗଣ, ଏହା ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମାନ ମୋରାରଜୀ ଭାଇ ଦେଶାଇଙ୍କ ସ୍ୱର। ସେ ସଂକ୍ଷେପରେ, କିନ୍ତୁ ବହୁତ ସ୍ପଷ୍ଟ ଭାବେ ଜରୁରୀକାଳୀନ ପରିସ୍ଥିତି ବିଷୟରେ କହିଥିଲେ । ଆପଣମାନେ କଳ୍ପନା କରନ୍ତୁ, ସେହି ସମୟଟି କେମିତି ଥିଲା! ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ଲୋକେ କେବଳ ଆମ ସମ୍ବିଧାନର ହତ୍ୟା କରିନଥିଲେ ବରଂ ନ୍ୟାୟପାଳିକାକୁ ମଧ୍ୟ ନିଜର ଦାସ କରି ରଖିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ସେତେବେଳେ ଲୋକଙ୍କୁ ବହୁତ ନିର୍ଯାତନା ଦିଆଯାଇଥିଲା । ଏହାର ଏପରି ଅନେକ ଉଦାହରଣ ଅଛି, ଯାହାକୁ କେବେ ମଧ୍ୟ ଭୁଲିହେବନାହିଁ । ଜର୍ଜ ଫର୍ଣ୍ଣାଣ୍ଡେଜ୍ ସାହେବଙ୍କୁ ଶିକୁଳିରେ ବାନ୍ଧି ଦିଆଯାଇଥିଲା । ଅନେକ ଲୋକଙ୍କୁ କଠୋର ନିର୍ଯାତନା ଦିଆଯାଇଥିଲା । ‘ମିସା’ ଅଧୀନରେ ଯେ କୌଣସି ବ୍ୟକ୍ତିକୁ ଏପରି ଗିରଫ କରାଯାଉଥିଲା । ଛାତ୍ରମାନଙ୍କୁ ମଧ୍ୟ ହଇରାଣ କରାଯାଇଥିଲା । ଅଭିବ୍ୟକ୍ତିର ସ୍ୱାଧୀନତାର ମଧ୍ୟ କଣ୍ଠରୋଧ କରାଯାଇଥିଲା ।
ବନ୍ଧୁଗଣ, ସେହି ସମୟରେ ଯେଉଁ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା, ସେମାନଙ୍କ ଉପରେ ଏପରି ଅମାନବୀୟ ଅତ୍ୟାଚାର କରାଯାଇଥିଲା; କିନ୍ତୁ ଏହା ଭାରତର ଜନତାର ଶକ୍ତି, ସେମାନେ ନଇଁଲେ ନାହିଁ କି ଭାଙ୍ଗିପଡ଼ିଲେ ନାହିଁ ଏବଂ ଗଣତନ୍ତ୍ର ସହିତ କୌଣସି ସାଲିସକୁ ଗ୍ରହଣ କରିଲେ ନାହିଁ । ଶେଷରେ ଜନତା-ଜନାର୍ଦ୍ଦନଙ୍କ ଜୟ ହେଲା- ଜରୁରୀକାଳୀନ ପରିସ୍ଥିତି ହଟାଇ ଦିଆଗଲା ଓ ଜରୁରୀକାଳୀନ ପରିସ୍ଥିତି ଲଗାଇଥିବା ଲୋକେ ହାରିଗଲେ । ବାବୁ ଜଗଜୀବନ ରାମ ଜୀ ଏ ବିଷୟରେ ଅତ୍ୟନ୍ତ ଦୃଢ଼ ଭାବେ ନିଜର ମତ ରଖିଥିଲେ ।
----ଅଡିଓ----
(ଭାଇ ଓ ଭଉଣୀମାନେ, ପୂର୍ବ ନିର୍ବାଚନ, ଏକ ନିର୍ବାଚନ ନ ଥିଲା । ଏହା ଭାରତର ଜନତାଙ୍କର ଏକ ମହାନ ଅଭିଯାନ ଥଲା । ସେହି ସମୟର ପରିସ୍ଥିତିକୁ ବଦଳାଇଦେବା, ଏକଛତ୍ରବାଦର ଧାରାକୁ ମୋଡ଼ିଦେବା ଏବଂ ଭାରତରେ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବାର ଏକ ଅଭିଯାନ ଥିଲା ।)
ଅଟଳ ଜୀ ମଧ୍ୟ ସେହି ସମୟରେ ନିଜର ନିଆରା ଶୈଳୀରେ ଯାହା କହିଥିଲେ, ତାହା ଆମେ ନିଶ୍ଚିତ ଭାବେ ଶୁଣିବା ଉଚିତ-
----ଅଡିଓ----
(ଭାଇ ଓ ଭଉଣୀମନେ ଦେଶରେ ଯାହା ଘଟିଥିଲା, ତାହାକୁ କେବଳ ନିର୍ବାଚନ କହିହେବ ନାହିଁ । ଏକ ଶାନ୍ତିପୂର୍ଣ୍ଣ ବିପ୍ଳବ ଘଟିଥିଲା । ଲୋକଶକ୍ତିର ଲହରୀ ଗଣତନ୍ତ୍ରର ହତ୍ୟାକାରୀମାନଙ୍କୁ ଇତିହାସର ଆବର୍ଜନା କୁଣ୍ଡରେ ଫୋପାଡ଼ି ଦେଇଛି)
ବନ୍ଧୁଗଣ, କିଛିଦିନ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ ହୋଇଛି । ଆମେ ଦେଶବାସୀ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିଛୁ । ଆମେ ସର୍ବଦା ସେହି ସମସ୍ତ ଲୋକଙ୍କୁ ସ୍ମରଣ କରିବା ଉଚିତ, ଯେଉଁମାନେ ଜରୁରୀକାଳୀନ ପରିସ୍ଥିତିର ଦୃଢ଼ ଭାବେ ମୁକାବିଲା କରିଥିଲେ । ଏହା ଆମକୁ ଆମ ସମ୍ବିଧାନକୁ ସଶକ୍ତ ରଖିବା ପାଇଁ ନିରନ୍ତର ସଜାଗ ରହିବାକୁ ପ୍ରେରଣା ଦେଇଥିାଏ ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଗୋଟିଏ ଚିତ୍ରର କଳ୍ପନା କରନ୍ତୁ । ସକାଳର ସୂର୍ଯ୍ୟକିରଣ ପାହାଡ଼ଗୁଡ଼ିକୁ ଛୁଇଁ ଯାଉଛି, ଧୀରେଧୀରେ ଆଲୋକ ସମତଳ ଅଞ୍ଚଳ ଆଡ଼କୁ ବଢ଼ୁଛି ଏବଂ ସେହି ଆଲୋକ ସହ ବଢ଼ୁଛି ଫୁଟବଲପ୍ରେମୀଙ୍କ ଦଳ । ସିଟି ବାଜୁଛି ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ପଡ଼ିଆ ତାଳି ଓ ସ୍ଲୋଗାନରେ ଗୁଞ୍ଜରିତ ହେଉଛି । ପ୍ରତ୍ୟେକ ପାସ୍, ପ୍ରତ୍ୟେକ ଗୋଲ୍ ସହିତ ଲୋକଙ୍କ ଉତ୍ସାହ ବଢ଼ୁଛି । ଆପଣ ଭାବୁଥିବେ ଯେ ଏହା କୋଉ ସୁନ୍ଦର ଦୁନିଆ ? ବନ୍ଧୁଗଣ, ଏହି ଚିତ୍ର ହେଉଛି ଆସାମର ଏକ ପ୍ରମୁଖ ଅଞ୍ଚଳ ବୋଡ଼ୋଲାଣ୍ଡ୍ର ବାସ୍ତବତା । ବୋଡ଼ୋଲାଣ୍ଡ୍ ଆଜି ନିଜର ଏକ ନୂଆ ରୂପ ସହିତ ଦେଶ ଆଗରେ ଛିଡ଼ା ହୋଇଛି । ଏଠାରେ ଯୁବକଯୁବତୀଙ୍କର ଯେଉଁ ଶକ୍ତି ଓ ଆତ୍ମବିଶ୍ୱାସ ଅଛି ତାହା ଫୁଟବଲ ପଡ଼ିଆରେ ସବୁଠୁ ଅଧିକ ଦେଖାଯାଏ । ବୋଡ଼ୋ ଟେରିଟୋରିଆଲ୍ ଏରିଆରେ ବୋଡ଼ୋଲାଣ୍ଡ୍ ସିଇଏମ୍ କପ୍ର ଆୟୋଜନ ହେଉଛି । ଏହା କେବଳ ଏକ ଟୁର୍ଣ୍ଣାମେଣ୍ଟ୍ ନୁହେଁ, ଏହା ଏକତା ଓ ଆଶାର ଉତ୍ସବ ହୋଇସାରିଛି । ୩ ହଜାର ୭ ଶହରୁ ଅଧିକ ଦଳ, ପ୍ରାୟ ୭୦ ହଜାର ଖେଳାଳି ଏବଂ ସେମାନଙ୍କ ମଧ୍ୟରେ ଆମ ଝିଅମାନଙ୍କର ବଡ଼ ସଂଖ୍ୟାରେ ଅଂଶଗ୍ରହଣ । ଏହି ତଥ୍ୟସବୁ ବୋଡ଼ୋଲାଣ୍ଡ୍ରେ ବଡ଼ ପରିବର୍ତ୍ତନର କାହାଣୀ କହୁଛି । ବୋଡ଼ୋଲାଣ୍ଡ୍ ଏବେ ଦେଶର ଖେଳ ମାନଚିତ୍ରରେ, ଖେଳ ମ୍ୟାପ୍ରେ ନିଜର ଚମକକୁ ଆହୁରି ବଢ଼ାଉଛି ।
ବନ୍ଧୁଗଣ, ଗୋଟଏ ସମୟ ଥିଲା ଯେତେବେଳେ ସଂଘର୍ଷ ହିଁ ସେଠାକାର ପରିଚୟ ଥିଲା । ସେତେବେଳେ ସେଠାରେ ଯୁବକଯୁବତୀଙ୍କ ପାଇଁ ରାସ୍ତା ସୀମିତ ଥିଲା; କିନ୍ତୁ ଆଜି ସେମାନଙ୍କ ଆଖିରେ ନୂଆ ସ୍ୱପ୍ନ ଅଛି ଏବଂ ହୃଦୟରେ ଆତ୍ମନିର୍ଭରଶୀଳ ହେବାର ସାହସ ଅଛି । ସେଠାରୁ ବାହାରିଥିବା ଫୁଟବଲ ଖେଳାଳିମାନେ ଏବେ ବଡ଼ ସ୍ତରରେ ନିଜର ପରିଚୟ ତିଆରି କରୁଛନ୍ତି । ହାଲିଚରଣ ନାରଜାରୀ, ଦୁର୍ଗା ବୋରୋ, ଅପୂର୍ଣ୍ଣା ନାରଜାରୀ, ମନବୀର ବସୁମତାରୀ- ଏସବୁ କେବଳ ଫୁଟବଲ ଖେଳାଳିଙ୍କ ନାଁ ନୁହେଁ- ଏମାନେ ସେହି ନୂଆ ପିଢ଼ିର ପରିଚୟ, ଯେଉଁମାନେ ବୋଡ଼ୋଲାଣ୍ଡ୍କୁ ପଡ଼ିଆରୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକେ ସୀମିତ ସମ୍ବଳରେ ଅଭ୍ୟାସ କରିଛନ୍ତି, ଅନେକେ କଠିନ ପରିସ୍ଥିତି ମଧ୍ୟରେ ନିଜର ରାସ୍ତା ତିଆରି କରିଛନ୍ତି, ଏବଂ ଆଜି ଏମାନଙ୍କ ନାଁ ନେଇ ଦେଶର ଅନେକ ଛୋଟ ପିଲା ନିଜ ସ୍ୱପ୍ନ ଦେଖିବା ଆରମ୍ଭ କରୁଛନ୍ତି ।
ବନ୍ଧୁଗଣ, ଯଦି ଆମେ ଆମର ସାମର୍ଥ୍ୟ ବଢ଼ାଇବାକୁ ଚାହୁଁ, ତେବେ ପ୍ରଥମେ ଆମକୁ ଆମର ଫିଟନେସ୍ ଓ ସୁସ୍ଥତା ଉପରେ ଧ୍ୟାନ ଅଧିକ ଦେବାକୁ ହେବ । ବନ୍ଧୁଗଣ, ଫିଟନେସ୍ ପାଇଁ, ମୋଟାପଣ କମାଇବା ପାଇଁ ମୋର ଏକ ପରାମର୍ଶ ଆପଣଙ୍କର ମନେଅଛି ନା ! ଖାଦ୍ୟରେ ୧୦% ତେଲ କମ୍ କରନ୍ତୁ, ମୋଟାପଣ ହ୍ରାସ କରନ୍ତୁ । ଯେତେବେଳେ ଆପଣ ଫିଟ୍ ରହିବେ, ସେତେବେଳେ ଜୀବନରେ ଆହୁରି ଅଧିକ ସୁପର୍ହିଟ୍ ହେବେ ।
ମୋର ପ୍ରିୟ ଦେଶବାସୀଗଣ, ଆମର ଭାରତ ଯେପରି ନିଜର ଆଞ୍ଚଳିକ, ଭାଷାଗତ ଓ ସାଂସ୍କୃତିକ ବିବିଧତା ପାଇଁ ଜଣାଶୁଣା, ସେହିପରି କଳା, ଶିଳ୍ପ ଓ କୌଶଳର ବିବିଧତା ମଧ୍ୟ ଆମ ଦେଶର ଏକ ବଡ଼ ବୈଶିଷ୍ଟ୍ୟ । ଆପଣ ଯେଉଁ ଅଞ୍ଚଳକୁ ଯିବେ, ସେଇଠି କିଛି ନା କିଛି ସ୍ୱତନ୍ତ୍ର ଓ ସ୍ଥାନୀୟ ଜିନିଷ ବିଷୟରେ ଜାଣିବାକୁ ପାଇବେ । ଆମେ ପ୍ରାୟତଃ ‘ମନ୍ କି ବାତ୍’ରେ ଦେଶର ଏପରି ଅନନ୍ୟ ଉତ୍ପାଦ ବିଷୟରେ କଥା ହେଇଥାଉ । ଏପରି ଏକ ଉତ୍ପାଦ ହେଉଛି ମେଘାଳୟର ଏରି ସିଲ୍କ । ଏହାକୁ କିଛି ଦିନ ପୂର୍ବେ ଜିଆଇ ଟ୍ୟାଗ୍ ମିଳିଛି । ଏରି ସିଲ୍କ ମେଘାଳୟ ପାଇଁ ଏକ ଐତିହ୍ୟ ଭଳି । ଏଠାରେ ଜନଜାତି, ବିଶେଷ କରି ଖାସି ସମାଜର ଲୋକେ ପିଢ଼ି ପରେ ପିଢ଼ି ଏହାର ସଂରକ୍ଷଣ କରିଛନ୍ତି ଏବଂ ନିଜର କୌଶଳ ଦ୍ୱାରା ଏହାକୁ ସମୃଦ୍ଧ ମଧ୍ୟ କରିଛନ୍ତି । ଏହି ସିଲ୍କର ଏପରି ବୈଶିଷ୍ଟ୍ୟ ଅଛି, ଯାହା ଏହାକୁ ଅନ୍ୟ କପଡ଼ାଠାରୁ ଭିନ୍ନ କରିଥାଏ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ତିଆରି ପଦ୍ଧତି, ଏହି ସିଲ୍କକୁ ଯେଉଁ ରେଶମ କୀଟସବୁ ତିଆରି କରନ୍ତି, ତାହା ପାଇବା ପାଇଁ କୀଟମାନଙ୍କୁ ମରାଯାଏ ନାହିଁ, ତେଣୁ ଏହାକୁ ଅହିଂସା ସିଲ୍କ ମଧ୍ୟ କୁହାଯାଏ । ଆଜି ବିଶ୍ୱରେ ଏପରି ଉତ୍ପାଦଗୁଡ଼ିକର ଚାହିଦା ଦ୍ରୁତ ଗତିରେ ବଢ଼ୁଛି, ଯେଉଁଥିରେ ହିଂସା ନାହିଁ ଏବଂ ପ୍ରକୃତି ଉପରେ ଏହାର କୌଣସି କୁପ୍ରଭାବ ପଡ଼େ ନାହିଁ; ତେଣୁ ମେଘାଳୟର ଏରି ସିଲ୍କ ବିଶ୍ୱ ବଜାର ପାଇଁ ଏକ ଉପଯୁକ୍ତ ଉତ୍ପାଦ । ଏହାର ଆଉ ଏକ ନିଆରା କଥା ହେଲା ଏହି ସିଲ୍କ ଶୀତଦିନେ ଗରମ ରଖେ ଏବଂ ଗରମ ଦିନେ ଥଣ୍ଡା ଦେଇଥାଏ । ଏହି ବିଶେଷତ୍ୱ ଏହାକୁ ଅଧିକାଂଶ ସ୍ଥାନ ପାଇଁ ଉପଯୋଗୀ କରିଥାଏ । ମେଘାଳୟର ମହିଳାମାନେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି ପରମ୍ପରାକୁ ଆହୁରି ବଡ଼ ସ୍ତରରେ ଆଗେଇ ନେଉଛନ୍ତି । ଏରି ସିଲ୍କକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ମୁଁ ମେଘାଳୟର ଲୋକଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣ ମଧ୍ୟ ଏରି ସିଲ୍କରେ ତିଆରି ପୋଷାକଗୁଡ଼ିକୁ ନିଶ୍ଚିତ ଭାବେ ପିନ୍ଧିଦେଖନ୍ତୁ, ଆଉ ହଁ- ଖଦି, ହସ୍ତତନ୍ତ, ହସ୍ତଶିଳ୍ପ, ଭୋକାଲ୍ ଫର୍ ଲୋକାଲ୍, ଏଗୁଡ଼ିକୁ ମଧ୍ୟ ଆପଣଙ୍କୁ ସର୍ବଦା ମନେ ରଖିବାକୁ ହେବ । ଗ୍ରାହକ ଭାରତରେ ତିଆରି ଉତ୍ପାଦ ହିଁ କିଣନ୍ତୁ, ଏବଂ ବ୍ୟବସାୟୀ ଭାରତରେ ତିଆରି ଉତ୍ପାଦ ହିଁ ବିକ୍ରି କରନ୍ତୁ, ତେବେଯାଇ ‘ଆତ୍ମନିର୍ଭର ଭାରତ ଅଭିଯାନ’କୁ ନୂଆ ଶକ୍ତି ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, Women Led Developmentର ମନ୍ତ୍ର ଭାରତର ନୂଆ ଭବିଷ୍ୟତ ଗଢ଼ିବା ପାଇଁ ପ୍ରସ୍ତୁତ ଅଛି । ଆମର ମାଆ, ଭଉଣୀ, ଝିଅମାନେ ଆଜି କେବଳ ନିଜ ପାଇଁ ନୁହେଁ, ବରଂ ସମଗ୍ର ସମାଜକୁ ନୂଆ ଦିଗ ଦେଖାଉଛନ୍ତି । ଆପଣ ତେଲଙ୍ଗାନା ଭଦ୍ରାଚଳମର ମହିଳାମାନଙ୍କ ସଫଳତା ବିଷୟରେ ଜାଣିଲେ ଆପଣଙ୍କୁ ମଧ୍ୟ ଭଲ ଲାଗିବ । ଏହି ମହିଳାମାନେ ଏକଦା କ୍ଷେତରେ ମୂଲ ଲାଗୁଥିଲେ । ରୋଜଗାର ପାଇଁ ଦିନସାରା ପରିଶ୍ରମ କରୁଥିଲେ । ଆଜି ସେହି ମହିଳାମାନେ ଶ୍ରୀଅନ୍ନ, ମିଲେଟରୁ ବିସ୍କୁଟ ତିଆରି କରୁଛନ୍ତି । ‘ଭଦ୍ରାଦ୍ରୀ ମିଲେଟ ମ୍ୟାଜିକ୍’ ନାମରେ ଏହି ବିସ୍କୁଟ ହାଇଦ୍ରାବାଦରୁ ଲଣ୍ଡନ ପର୍ଯ୍ୟନ୍ତ ପହଞ୍ଚୁଛି । ଭଦ୍ରାଚଳମର ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇ ତାଲିମ ନେଇଛନ୍ତି ।
ବନ୍ଧୁଗଣ, ଏହି ମହିଳାମାନେ ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେମାନେ ‘ଗିରି ସାନିଟାରୀ ପ୍ୟାଡ଼୍’ ତିଆରି ଆରମ୍ଭ କରିଛନ୍ତି । ମାତ୍ର ତିନି ମାସରେ ୪୦,୦୦୦ ପ୍ୟାଡ଼ ତିଆରି କରି ସେମାନେ ସ୍କୁଲ୍ ଓ ଆଖପାଖର ଅଫିସ୍ଗୁଡ଼ିକରେ ପହଞ୍ଚାଇଛନ୍ତି- ତା’ ବି ଖୁବ୍ ସୁଲଭ ମୂଲ୍ୟରେ ।
ବନ୍ଧୁଗଣ, କର୍ଣ୍ଣାଟକ କଲବୁର୍ଗୀର ମହିଳାମାନଙ୍କର ଉପଲବ୍ଧି ମଧ୍ୟ ଚମତ୍କାର । ସେମାନେ ବାଜରାରେ ତିଆରି ରୁଟିକୁ ଏକ ବ୍ରାଣ୍ଡ୍ରେ ପରିଣତ କରିଛନ୍ତି । ସେମାନେ ଯେଉଁ ସମବାୟ ସଂସ୍ଥା ଗଠନ କରିଛନ୍ତି, ସେଥିରେ ପ୍ରତିଦିନ ତିନି ହଜାରରୁ ଅଧିକ ରୁଟି ତିଆରି ହେଉଛି । ଏହି ରୁଟିର ବାସ୍ନା ଏବେ କେବଳ ଗାଁ ଭିତରେ ସୀମିତ ନାହିଁ । ବେଙ୍ଗାଲୁରୁରେ ସ୍ୱତନ୍ତ୍ର କାଉଣ୍ଟର ଖୋଲି ସାରିଛି । ଅନ୍ଲାଇନ ଫୁଡ଼ ପ୍ଲାଟଫର୍ମରେ ଅର୍ଡର ଆସୁଛି । କଲବୁର୍ଗୀର ରୁଟି ଏବେ ବଡ଼ ସହରର ରୋଷେଇ ଘରେ ପହଞ୍ଚୁଛି । ଏହାର ଅତ୍ୟନ୍ତ ଚମତ୍କାର ପ୍ରଭାବ ଏହି ମହିଳାମାନଙ୍କ ଉପରେ ପଡ଼ିଛି, ସେମାନଙ୍କ ଆୟ ବଢ଼ୁଛି ।
ବନ୍ଧୁଗଣ, ଭିନ୍ନ ଭିନ୍ନ ରାଜ୍ୟର ଏହି କଥାଗୁଡ଼ିକ ମଧ୍ୟରେ ଭିନ୍ନ ଭିନ୍ନ ଚେହେରା ମଧ୍ୟ ଅଛି । କିନ୍ତୁ ସେଗୁଡ଼ିକର ତେଜ ଗୋଟିଏ ପ୍ରକାର । ଏହି ତେଜ ଆତ୍ମବିଶ୍ୱାସର, ଆତ୍ମନିର୍ଭରଶୀଳତାର । ଏପରି ଏକ ଚେହେରା ହେଉଛନ୍ତି, ମଧ୍ୟପ୍ରଦେଶର ସୁମା ଉଇକେ, ସୁମା ଜୀଙ୍କର ପ୍ରୟାସ ଖୁବ୍ ପ୍ରଶଂସନୀୟ । ସେ ବାଲାଘାଟ ଜିଲ୍ଲାର କଟଙ୍ଗୀ ବ୍ଲକରେ, ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗଦେଇ ଛତୁଚାଷ ଏବଂ ପଶୁପାଳନ ପାଇଁ ପ୍ରଶିକ୍ଷଣ ନେଲେ । ଏହିଥିରୁ ତାଙ୍କୁ ଆତ୍ମନିର୍ଭରଶୀଳତାର ରାସ୍ତା ମିଳିଗଲା । ସୁମା ଉଇକେଙ୍କର ଆୟ ବଢ଼ିବା ସଙ୍ଗେ ସଙ୍ଗେ ସେ ତାଙ୍କର କାର୍ଯ୍ୟର ବିସ୍ତାର ମଧ୍ୟ କଲେ । ଛୋଟ ଛୋଟ ପ୍ରୟାସରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ‘ଦିଦି କ୍ୟାଣ୍ଟିନ୍’ ଏବଂ ‘Thermal Therapy Centre’ ପର୍ଯ୍ୟନ୍ତ ପହଂଚିଲାଣି । ଦେଶର କୋଣ ଅନୁକୋଣରେ ଏଭଳି ଅଗଣିତ ମହିଳା ନିଜର ଏବଂ ଦେଶର ଭାଗ୍ୟ ପରିବର୍ତ୍ତନ କରୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଗତ କିଛିଦିନ ତଳେ ଭିଏତନାମର ଅନେକ ଲୋକ ମୋତେ ବିଭିନ୍ନ ମାଧ୍ୟମରେ ନିଜ ନିଜର ବାର୍ତ୍ତା ପ୍ରେରଣ କରିଥିଲେ । ଏହି ବାର୍ତ୍ତାର ପ୍ରତ୍ୟେକ ଧାଡ଼ିରେ ଶ୍ରଦ୍ଧା ଥିଲା, ଆତ୍ମୀୟତା ଥିଲା । ସେମାନଙ୍କର ଭାବନା ମନକୁ ଛୁଇଁଲା ଭଳି ଥିଲା । ସେହି ଲୋକମାନେ ତାଙ୍କୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ ବା ‘Relics’ର ଦର୍ଶନ କରାଇଥିବାରୁ ଭାରତକୁ ନିଜର କୃତଜ୍ଞତା ପ୍ରକାଶ କରୁଥିଲେ । ସେମାନଙ୍କ ଶବ୍ଦରେ ଯେଉଁ ଭାବ ଥିଲା, ତାହା କୌଣସି ଔପଚାରିକ ଧନ୍ୟବାଦରୁ ଅଧିକ ଥିଲା ।
ବନ୍ଧୁଗଣ, ମୂଳତଃ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷର ଅନୁସନ୍ଧାନ ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲା ଅନ୍ତର୍ଗତ ନାଗାର୍ଜୁନକୋଣ୍ଡାରେ ହୋଇଥିଲା । ଏହି ସ୍ଥାନର ବୌଦ୍ଧଧର୍ମ ସହିତ ଗଭୀର ସମ୍ପର୍କ ରହିଛି । କୁହାଯାଏ, ସମୟ ଥିଲା ଏହି ସ୍ଥାନରେ ଶ୍ରୀଲଙ୍କା ଏବଂ ଚୀନ ସହିତ ଦୂରଦୂରାନ୍ତରୁ ଲୋକମାନେ ରୁଣ୍ଡ ହେଉଥିଲେ ।
ବନ୍ଧୁଗଣ, ଗତ ମାସରେ ଭଗବାନ ବୁଦ୍ଧଙ୍କ ଏହି ପବିତ୍ର ଅବଶେଷକୁ ଭାରତରୁ ଭିଏତନାମ ନିଆଯାଇଥିଲା । ସେଠାକାର ଭିନ୍ନ ଭିନ୍ନ ୯ଟି ଜାଗାରେ ଏହାକୁ ଜନସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଥିଲା । ଭାରତର ଏହି ପଦକ୍ଷେପ ଭିଏତନାମ ପାଇଁ ଏକ ପ୍ରକାର ରାଷ୍ଟ୍ରୀୟ ପର୍ବରେ ପରିଣତ ହୋଇଗଲା । ଆପଣମାନେ କଳ୍ପନା କରିପାରିବେ ପ୍ରାୟ ୧୦ କୋଟି ଜନସଂଖ୍ୟାର ଦେଶ ଭିଏତନାମରେ ଦେଢ଼କୋଟିରୁ ଅଧିକ ଲୋକ ଭଗବାନ ବୁଦ୍ଧଙ୍କର ପବିତ୍ର ଅବଶେଷର ଦର୍ଶନ କଲେ । ସାମାଜିକ ଗଣମାଧ୍ୟମରେ ଯେଉଁ ଚିତ୍ର ଓ ଭିଡ଼ିଓ ମୁଁ ଦେଖିଲି, ସେଥିରୁ ମୋର ଅନୁଭବ ହେଲା କି ଶ୍ରଦ୍ଧାର କୌଣସି ସୀମା ନ ଥାଏ । ବର୍ଷା ହେଉ, ପ୍ରଚଣ୍ଡ ଖରା ହେଉ ଲୋକମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ାହୋଇ ରହିଲେ । ବାଳକ, ବୃଦ୍ଧ, ଦିବ୍ୟାଙ୍ଗମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଭାବବିଭୋର ଥିଲେ । ଭିଏତନାମର ରାଷ୍ଟ୍ରପତି, ଉପପ୍ରଧାନମନ୍ତ୍ରୀ, ବରିଷ୍ଠ ମନ୍ତ୍ରୀଗଣ, ପ୍ରତ୍ୟେକ ନତମସ୍ତକ ଥିଲେ । ଏହି ଯାତ୍ରା ପ୍ରତି ସେଠାକାର ଲୋକମାନଙ୍କର ସମ୍ମାନ ଭାବ ଏତେ ଗଭୀର ଥିଲା ଯେ ଭିଏତନାମ ସରକାର ଏହି କାର୍ଯ୍ୟକ୍ରମକୁ ଆଉ ୧୨ ଦିନ ପାଇଁ ବଢ଼ାଇବାର ଅନୁରୋଧ କରିଥିଲେ ଏବଂ ଭାରତ ଏହାକୁ ଆନନ୍ଦର ସହିତ ସ୍ୱୀକାର କଲା ।
ବନ୍ଧୁଗଣ, ଭଗବାନ ବୁଦ୍ଧଙ୍କ ବିଚାରରେ ଏଭଳି ଶକ୍ତି ଅଛି ଯାହା ଦେଶ, ବିଭିନ୍ନ ସଂସ୍କୃତି ଏବଂ ଲୋକମାନଙ୍କୁ ଏକସୂତ୍ରରେ ବାନ୍ଧିପାରେ । ଏହା ପୂର୍ବରୁ ଭଗବାନ ବୁଦ୍ଧଙ୍କର ପବିତ୍ର ଅବଶେଷକୁ ଥାଇଲାଣ୍ଡ ଓ ମଙ୍ଗୋଲିଆ ନିଆଯାଇଥିଲା ଏବଂ ସେଠି ମଧ୍ୟ ଏହିଭଳି ଶ୍ରଦ୍ଧାର ଭାବ ଦେଖାଯାଇଥିଲା। ମୋର ଆପଣମାନଙ୍କୁ ଅନୁରୋଧ ଯେ ଆପଣମାନେ ନିଜ ରାଜ୍ୟର ବୌଦ୍ଧସ୍ଥଳୀଗୁଡ଼ିକୁ ଅବଶ୍ୟ ଯାତ୍ରା କରନ୍ତୁ । ଏହା ଏକ ଆଧ୍ୟାତ୍ମିକ ଅନୁଭୂତି ହେବା ସଙ୍ଗେସଙ୍ଗେ ଆମର ସାଂସ୍କୃତିକ ଐତିହ୍ୟ ସହିତ ଓତଃପ୍ରୋତ ହେବାର ଏକ ସୁନ୍ଦର ଅବସର ମଧ୍ୟ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଆମେ ସମସ୍ତେ ‘ବିଶ୍ୱ ପରିବେଶ ଦିବସ’ ପାଳନ କଲେ । ମୋତେ ଆପଣମାନଙ୍କର ହଜାର ହଜାର ବାର୍ତ୍ତା ମିଳିଲା । ଅନେକ ଲୋକ ତାଙ୍କ ଆଖପାଖର ସେହି ସାଥିମାନଙ୍କ ବିଷୟରେ ଜଣାଇଲେ ଯେଉଁମାନେ ଏକା ଏକା ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଥିଲେ ଏବଂ ପରେ ତାଙ୍କ ସହିତ ସାରା ସମାଜ ଯୋଗଦେଇଥିଲା । ସମସ୍ତଙ୍କର ଏହି ଯୋଗଦାନ ଆମ ପୃଥିବୀ ପାଇଁ ଏକ ବଡ଼ ଶକ୍ତିରେ ପରିଣତ ହୋଇଛି । ପୁନେର ଶ୍ରୀ ରମେଶ ଖରମାଲେଙ୍କର କାମକୁ ଜାଣି ଆମକୁ ବହୁତ ପ୍ରେରଣା ମିଳିବ । ସପ୍ତାହର ଶେଷରେ ଯେତେବେଳେ ଲୋକମାନେ ଆରାମ କରନ୍ତି ରମେଶ ଜୀ ଏବଂ ତାଙ୍କ ପରିବାର କୋଦାଳ ଏବଂ ଫାଉଡ଼ା ନେଇ ବାହାରିପଡ଼ନ୍ତି । ଜାଣିଛନ୍ତି କୁଆଡ଼େ ? ଜୁନ୍ନର୍ ପାହାଡ ଆଡକୁ । ଖରା ହେଉ ବା ଯେତେ ଉଚ୍ଚ ଚଢ଼ିବାକୁ ପଡୁ, ସେମାନଙ୍କର ପାଦ ଅଟକେ ନାହିଁ । ସେମାନେ ଲଟାବୁଦା ସଫା କରନ୍ତି, ପାଣି ଅଟକାଇବା ପାଇଁ ଟ୍ରେଞ୍ଚ ଖୋଳନ୍ତି ଏବଂ ମଞ୍ଜି ପୋତନ୍ତି । ମାତ୍ର ୨ ମାସରେ ସେମାନେ ୭୦ ଟ୍ରେଞ୍ଚ ଖୋଳିଦେଲେ । ରମେଶ ଜୀ କେତେଗୁଡ଼ିଏ ଛୋଟ ଛୋଟ ପୋଖରୀ ଖୋଳିଛନ୍ତି, ଶହଶହ ଗଛ ଲଗାଇଛନ୍ତି, ସେ ଏକ Oxygen Park ମଧ୍ୟ କରୁଛନ୍ତି । ଫଳ ଏମିତି ହେଲା ଯେ ଏଠାକୁ ଏବେ ଚଢ଼େଇମାନେ ଫେରିବାକୁ ଲାଗିଲେଣି, ବନ୍ୟଜୀବମାନେ ନୂଆକରି ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ।
ବନ୍ଧୁଗଣ, ପରିବେଶ ପାଇଁ ଗୁଜୁରାଟର ଅହମ୍ମଦାବାଦ ସହରରେ ଆଉ ଗୋଟିଏ ନୂଆ ଉଦ୍ୟମ ଦେଖିବାକୁ ମିଳିଛି । ନଗର ନିଗମ ଏଠାରେ ‘Mission for Million Trees’ ଅଭିଯାନ ଆରମ୍ଭ କରିଛି । ଉଦ୍ଦେଶ୍ୟ ହେଉଛି – ଲକ୍ଷ ଲକ୍ଷ ଗଛ ଲଗାଇବା । ଏହି ଅଭିଯାନର ଗୋଟିଏ ବିଶେଷ କଥା ହେଲା ‘ସିନ୍ଦୁର ବନ’ । ଏହି ବନ Operation Sindoorର ବୀରମାନଙ୍କ ପ୍ରତି ସମର୍ପିତ । ସିନ୍ଦୁରର ଚାରା ସେହି ବାହାଦୂରମାନଙ୍କ ସ୍ମୃତିରେ ଲଗାଯାଉଛି, ଯେଉଁମାନେ ଦେଶ ପାଇଁ ନିଜର ସବୁକିଛି ସମର୍ପି ଦେଇଛନ୍ତି । ଏଠାରେ ଆଉ ଏକ ଅଭିଯାନକୁ ନୂତନ ଗତି ପ୍ରଦାନ କରାଯାଉଛି । ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନରେ ଦେଶରେ କୋଟି କୋଟି ଗଛ ଲଗାଯାଇ ସାରିଲାଣି । ଆପଣମାନେ ମଧ୍ୟ ନିଜ ନିଜ ଗାଁ ବା ସହରରେ ଏହି ଅଭିଯାନରେ ନିଶ୍ଚୟ ଭାଗ ନିଅନ୍ତୁ। ଗଛ ଲଗାନ୍ତୁ, ପାଣି ବଞ୍ଚାନ୍ତୁ, ପୃଥିବୀର ସେବା କରନ୍ତୁ, କାହିଁକି ନା ଆମେ ପ୍ରକୃତିକୁ ବଞ୍ଚାଇବା ତ ବାସ୍ତବରେ ଆମେ ନିଜର ଭବିଷ୍ୟତ ବଂଶଧରମାନଙ୍କୁ ସୁରକ୍ଷିତ କରିପାରିବା ।
ବନ୍ଧୁଗଣ, ମହାରାଷ୍ଟ୍ରର ଗୋଟିଏ ଗାଁ ମଧ୍ୟ ସୁନ୍ଦର ଉଦାହରଣଟିଏ ସୃଷ୍ଟି କରିଛି । ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଏକ ଗ୍ରାମପଞ୍ଚାୟତ ହେଉଛି ‘ପାଟୋଦା’ । ଏହା Carbon Neutral ଗ୍ରାମପଞ୍ଚାୟତ ଅଟେ । ଏହି ଗାଁରେ କେହି ନିଜ ଘର ବାହାରେ ଅଳିଆ ପକାନ୍ତି ନାହିଁ । ପ୍ରତ୍ୟେକ ଘରୁ ଅଳିଆ ଏକତ୍ର କରିବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଏହି ଗାଁରେ ଖରାପ ପାଣିକୁ ଶୁଦ୍ଧ କରିବାର ବ୍ୟବସ୍ଥା ମଧ୍ୟ ଅଛି । ପରିଷ୍କାର ନ ହୋଇ କୌଣସି ପାଣି ନଦୀକୁ ଛଡ଼ାଯାଉନାହିଁ । ଏଠାରେ ଘଷି ଜାଳି ଅନ୍ତିମ ସଂସ୍କାର କରାଯାଏ ଏବଂ ସେହି ପାଉଁଶ ନେଇ ସ୍ୱର୍ଗତ ଲୋକର ନାମରେ ଗଛଟିଏ ଲଗାଯାଏ । ଏହି ଗାଁରେ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଦେଖିଲା ଭଳି । ଛୋଟ ଛୋଟ ଅଭ୍ୟାସ ଯେତେବେଳେ ସାମୂହିକ ସଂକଳ୍ପରେ ପରିଣତ ହୁଏ, ସେତେବେଳେ ବଡ଼ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଯାଏ ।
ମୋର ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ସମସ୍ତଙ୍କର ଧ୍ୟାନ International Space Centre ଉପରେ ରହିଛି । ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିଛି । କାଲି ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହିତ ମୋର କଥାବାର୍ତ୍ତା ହୋଇଥିଲା । ଆପଣମାନେ ଏହା ନିଶ୍ଚିତ ଶୁଣିଥିବେ । ଶୁଭାଂଶୁକୁ ଏବେ ଆଉ କିଛିଦିନ International Space Centreରେ ରହିବାକୁ ପଡ଼ିବ । ଏହି ଅଭିଯାନ ବିଷୟରେ ଆମେ ଅଧିକା କଥାବାର୍ତ୍ତା ହେବା, କିନ୍ତୁ, ‘ମନ୍ କି ବାତ୍’ର ପରବର୍ତ୍ତୀ ଅଧ୍ୟାୟରେ ।
ଏବେ ଏହି ଅଧ୍ୟାୟରୁ ଆପଣମାନଙ୍କଠାରୁ ବିଦାୟ ନେବାର ସମୟ ହେଉଛି । କିନ୍ତୁ ବନ୍ଧୁଗଣ, ଯାଉ ଯାଉ ମୁଁ ଆପଣମାନଙ୍କୁ ଗୋଟିଏ ବିଶିଷ୍ଟ ଦିନକୁ ମନେ ପକାଇଦେବାକୁ ଚାହେଁ । ୧ ଜୁଲାଇ, ମାନେ ପହରଦିନ ଆମେ ଦୁଇଟି ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୃତ୍ତିକୁ ସମ୍ମାନ ଜଣାଇବା, ସେମାନେ ହେଲେ ଆମର ଡାକ୍ତର ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ଏମାନେ ସମାଜର ଏପରି ଦୁଇଟି ସ୍ତମ୍ଭ ଅଟନ୍ତି ଯେଉଁମାନେ ଆମ ଜୀବନକୁ ଉନ୍ନତ କରି ଗଢ଼ିତୋଳନ୍ତି । ଡାକ୍ତର ହେଉଛନ୍ତି ଆମର ସ୍ୱାସ୍ଥ୍ୟର ରକ୍ଷକ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେଉଛନ୍ତି ଆମ ଆର୍ଥିକ ଜୀବନର ମାର୍ଗଦର୍ଶକ । ସମସ୍ତ ଡାକ୍ତର ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ମୋର ଅନେକ ଅନେକ ଶୁଭକାମନା ।
ବନ୍ଧୁଗଣ, ଆପଣମାନଙ୍କ ପରାମର୍ଶକୁ ମୁଁ ସଦାସର୍ବଦା ଅପେକ୍ଷା କରିଥାଏ । ‘ମନ୍ କି ବାତ୍’ର ଆଗାମୀ ଅଧ୍ୟାୟ ଆପଣମାନଙ୍କର ଏହି ପରାମର୍ଶ ଦ୍ୱାରା ଆହୁରି ସମୃଦ୍ଧ ହେବ । ପୁଣି ସାକ୍ଷାତ ହେବ, ନୂଆ କଥା, ନୂତନ ପ୍ରେରଣା ଏବଂ ଦେଶବାସୀମାନଙ୍କର ନୂତନ ଉପଲବଧି ସହିତ । ବହୁତ ବହୁତ ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।
ବନ୍ଧୁଗଣ, ଅପରେଶନ୍ ସିନ୍ଦୂର କେବଳ ଗୋଟିଏ ସୈନ୍ୟ ଅଭିଯାନ ନୁହେଁ, ଏହା ଆମ ସଂକଳ୍ପ, ସାହସ ଏବଂ ପରିବର୍ତ୍ତିତ ହେଉଥିବା ଭାରତର ଛବି ଏବଂ ଏହି ଛବି ସାରା ଦେଶକୁ ଦେଶ-ଭକ୍ତିର ଭାବନାରେ ଭରି ଦେଇଛି, ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇ ଦେଇଛି । ଆପଣମାନେ ଲକ୍ଷ୍ୟ କରିଥିବେ – ଦେଶର ଅନେକ ସହରରେ, ଗାଁମାନଙ୍କରେ, ଛୋଟ ଛୋଟ ଇଲାକାରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା । ହଜାର ହଜାର ଲୋକେ ହାତରେ ତ୍ରିରଙ୍ଗା ଧରି ଦେଶର ସେନାବାହିନୀ ପ୍ରତି ସମ୍ମାନ ଏବଂ ଅଭିନନ୍ଦନ ପ୍ରଦର୍ଶନ ପାଇଁ ବାହାରିପଡ଼ିଲେ । ଅନେକ ସହରରେ ସିଭିଲ୍ ଡିଫେନ୍ସ ଭଲେଣ୍ଟିୟର୍ ହେବା ପାଇଁ ବହୁ ସଂଖ୍ୟାରେ ଯୁବବର୍ଗ ଏକଜୁଟ୍ ହୋଇଗଲେ ଆଉ ଆମେ ଦେଖିଲୁ, ଚଣ୍ଡିଗଡ଼ର ଭିଡିଓଗୁଡ଼ିକ ବେଶ୍ ଲୋକପ୍ରିୟ ହୋଇଥିଲା । ସାମାଜିକ ଗଣମାଧ୍ୟମରେ କବିତା ରଚନା ହେଉଥିଲା, ସଂକଳ୍ପ ସଙ୍ଗୀତ ଗାନ କରାଯାଉଥିଲା । ଛୋଟ ଛୋଟ ପିଲାମାନେ ଚିତ୍ର ଆଙ୍କିଥିଲେ, ଯାହା ପଛରେ ରହିଥିଲା ବଡ଼ ବଡ଼ ବାର୍ତ୍ତା । ମାତ୍ର ତିନିଦିନ ପୂର୍ବେ ମୁଁ ବିକାନେର୍ ଯାଇଥିଲି । ସେଠାରେ ପିଲାମାନେ ମୋତେ ଏଭଳି ଗୋଟିଏ ଚିତ୍ର ଉପହାରରେ ଦେଲେ । ଅପରେଶନ୍ ସିନ୍ଦୂର ଦେଶବାସୀଙ୍କୁ ଏଭଳି ଭାବେ ପ୍ରଭାବିତ କରିଛି ଯେ, ଅନେକ ପରିବାର ଏହାକୁ ନିଜ ଜୀବନର ଅଂଶ କରିଦେଇଛନ୍ତି । ବିହାରର କଟିହାରରେ, ୟୁପିର କୁଶିନଗରରେ, ଆହୁରି ଅନେକ ସହରରେ ସେହି ସମୟରେ ଜନ୍ମଗ୍ରହଣ କରିଥିବା ଶିଶୁମାନଙ୍କ ନାଁ ସିନ୍ଦୂର ରଖାଯାଇଛି ।
ବନ୍ଧୁଗଣ, ଆମ ଯବାନମାନେ ଆତଙ୍କବାଦର ଆଡ୍ଡାଗୁଡ଼ିକୁ ଧ୍ୱଂସ କଲେ, ଏହା ତାଙ୍କର ଅଦମ୍ୟ ସାହସ ଥିଲା ଆଉ ଏହା ସହିତ ସମ୍ମିଳିତ ଥିଲା ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ଜ୍ଞାନକୌଶଳର ଶକ୍ତି । ସେଥିରେ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ଥିଲା । ଆମ ଇଞ୍ଜିନିୟର, ଆମ ଟେକ୍ନିସିଆନ୍ ପ୍ରତ୍ୟେକଙ୍କ ସ୍ୱେଦ ଏହି ବିଜୟରେ ସମ୍ମିଳିତ । ଏହି ଅଭିଯାନ ପରେ ସାରା ଦେଶରେ ଭୋକାଲ୍ ଫର୍ ଲୋକାଲକୁ ନେଇ ଗୋଟିଏ ନୂତନ ଶକ୍ତି ଦୃଷ୍ଟିଗୋଚର ହେଉଛି । ଅନେକ କଥା ମନକୁ ଛୁଁଇଯାଇଥାଏ । ଜଣେ ବାପା-ମାଆ କହିଲେ, - ଏବେ ଆମେ ଆମ ପିଲାମାନଙ୍କ ପାଇଁ କେବଳ ଭାରତରେ ତିଆରି ଖେଳଣା ହିଁ କିଣିବୁ । ଦେଶଭକ୍ତିର ଆରମ୍ଭ ଶୈଶବରୁ ହିଁ ହେବ । କିଛି ପରିବାର ଶପଥ କରିଛନ୍ତି ଯେ, ପରବର୍ତ୍ତୀ ଛୁଟିଦିନ ଆମେ ଦେଶର କୌଣସି ଗୋଟିଏ ସୁନ୍ଦର ସ୍ଥାନରେ ହିଁ ଅତିବାହିତ କରିବୁ । ଅନେକ ଯୁବକ-ଯୁବତୀ ୱେଡ୍ ଇନ୍ ଇଣ୍ଡିଆର ସଂକଳ୍ପ ଗ୍ରହଣ କରିଛନ୍ତି, ସେମାନେ ଭାରତରେ ହିଁ ବିବାହ ଆୟୋଜନ କରିବେ । କେହି କେହି ଏ କଥା ମଧ୍ୟ କହିଛନ୍ତି ଯେ, ଏଥର ଆମେ ଯାହା ଉପହାର ଦେବୁ, ତାହା କୌଣସି ଭାରତୀୟ ଶିଳ୍ପୀ ହାତରେ ହିଁ ତିଆରି ହୋଇଥିବ ।
ବନ୍ଧୁଗଣ, ଏହାହିଁ ତ ହେଉଛି ଭାରତର ପ୍ରକୃତ ଶକ୍ତି । ଜନ-ମନର ଏକତା, ଜନ-ଭାଗିଦାରୀ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ଆସନ୍ତୁ, ଏହି ଅବସରରେ ଗୋଟିଏ ସଂକଳ୍ପ ଗ୍ରହଣ କରିବା - ଆମେ ଆମ ଜୀବନରେ ଯଥାସମ୍ଭବ, ଦେଶରେ ନିର୍ମିତ ବସ୍ତୁଗୁଡ଼ିକୁ ହିଁ ଅଗ୍ରାଧିକାର ଦେବା । ଏହା କେବଳ ଅର୍ଥନୈତିକ ଆତ୍ମନିର୍ଭରତା କଥା ନୁହେଁ, ଏହା ହେଉଛି ରାଷ୍ଟ୍ରନିର୍ମାଣରେ ଅଂଶଗ୍ରହଣର ଭାବନା । ଆମର ଗୋଟିଏ ପଦକ୍ଷେପ, ଭାରତର ପ୍ରଗତିରେ ବହୁତ ବଡ଼ ଯୋଗଦାନ ହୋଇପାରିବ ।
ବନ୍ଧୁଗଣ, ବସରେ କୌଣସି ସ୍ଥାନକୁ ଯିବାଆସିବା କେତେ ସାଧାରଣ କଥା । କିନ୍ତୁ, ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ଗାଁ ବିଷୟରେ ଜଣାଇବାକୁ ଚାହୁଁଛି, ଯେଉଁଠି ପ୍ରଥମ କରି ଗୋଟିଏ ବସ ପହଂଚିଛି । ବର୍ଷ ବର୍ଷ ଧରି ସେଠାକାର ଲୋକେ ଏହି ଦିନଟିକୁ ଅପେକ୍ଷା କରିଥିଲେ । ବସଟି ଯେତେବେଳେ ପ୍ରଥମ ଥର ଗାଁକୁ ପହଂଚିଲା, ଲୋକେ ଢୋଲ-ନାଗରା ବଜାଇ ଏହାକୁ ସ୍ୱାଗତ କରିଥିଲେ । ବସ୍ ଦେଖି ସେମାନଙ୍କ ଖୁସି କହିଲେ ନ ସରେ । ଗାଁରେ ପକ୍କା ରାସ୍ତା ଥିଲା, ଲୋକମାନଙ୍କ ଆବଶ୍ୟକତା ଥିଲା, କିନ୍ତୁ ଆଗରୁ ଏଠାରେ କେବେହେଲେ ବସ୍ ଚାଲିପାରି ନ ଥିଲା । କାରଣ, ଏହି ଗାଁ ମାଓବାଦୀ ହିଂସାରେ ପ୍ରଭାବିତ ଥିଲା । ଏହି ଗାଁ ରହିଛି ମହାରାଷ୍ଟ୍ରର ଗଢ଼ଚିରୌଲି ଜିଲ୍ଲାରେ, ଆଉ ଏହି ଗାଁର ନାଁ ହେଉଛି କାଟେଝରୀ । କାଟେଝରୀରେ ହୋଇଥିବା ଏହି ପରିବର୍ତ୍ତନ ଆଖପାଖର ସମସ୍ତ ଅଞ୍ଚଳରେ ଅନୁଭୂତ ହେଉଛି । ଏବେ ଏଠାରେ ପରିସ୍ଥିତି ଦ୍ରୁତଗତିରେ ସାଧାରଣ ହେବାରେ ଲାଗିଛି । ମାଓବାଦ ବିରୁଦ୍ଧରେ ମିଳିତ ସଂଗ୍ରାମ ଫଳରେ ଏବେ ଏଭଳି ଅଞ୍ଚଳରେ ମଧ୍ୟ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ହେଲାଣି । ବସ୍ ଆସିବା ଯୋଗୁଁ ସେମାନଙ୍କ ଜୀବନ ବହୁତ ସହଜ ହୋଇଯିବ ବୋଲି ଗାଁ ଲୋକେ କହୁଛନ୍ତି ।
ବନ୍ଧୁଗଣ, ‘ମନ୍ କି ବାତ୍’ରେ ଆମେ ଛତିଶଗଡ଼ରେ ଆୟୋଜିତ ହୋଇଥିବା ବସ୍ତର୍ ଅଲିମ୍ପିକ୍ସ ଏବଂ ମାଓବାଦ ପ୍ରଭାବିତ ଅଞ୍ଚଳରେ ବିଜ୍ଞାନାଗାର ସମ୍ପର୍କରେ ଆଲୋଚନା କରିସାରିଛୁ । ଏଠାକାର ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ବିଶେଷ ଆଗ୍ରହ ରହିଛି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଏଭଳି ପ୍ରଚେଷ୍ଟାରୁ ଜଣାପଡ଼ୁଛି ଯେ, ଏହି ଅଞ୍ଚଳରେ ବାସ କରୁଥିବା ଲୋକେ କେତେ ସାହସୀ! ଏହି ଲୋକେ ଅନେକ ଆହ୍ୱାନର ମୁକାବିଲା କରି ନିଜ ଜୀବନକୁ ସରସ ସୁନ୍ଦର କରିବାର ମାର୍ଗ ଚୟନ କରିଛନ୍ତି । ଏକଥା ଜାଣି ମଧ୍ୟ ମୋତେ ବହୁତ ଖୁସି ଲାଗିଲା ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାରେ ଦନ୍ତେୱାଡ଼ା ଜିଲ୍ଲାର ପରୀକ୍ଷାଫଳ ଖୁବ ଭଲ ହୋଇଛି । ପ୍ରାୟଃ ୯୫ ପ୍ରତିଶତ ପାସହାର ସହିତ ଦଶମ ଶ୍ରେଣୀର ପରୀକ୍ଷାରେ ଏହି ଜିଲ୍ଲା ଶୀର୍ଷ ସ୍ଥାନ ହାସଲ୍ କରିଥିବା ସ୍ଥଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏହି ଜିଲ୍ଲା ଛତିଶଗଡ଼ରେ ଷଷ୍ଠ ସ୍ଥାନ ଅଧିକାର କରିଛି । ଚିନ୍ତା କରନ୍ତୁ ତ! ଯେଉଁ ଦନ୍ତେୱାଡ଼ାରେ ଦିନେ ମାଓବାଦ ଚରମସୀମାରେ ଥିଲା, ସେଠାରେ ଆଜି ଶିକ୍ଷାର ପତାକା ଉଡ଼ୁଛି । ଏଭଳି ପରିବର୍ତ୍ତନ ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ ।
ମୋର ପ୍ରିୟ ଦେଶବାସୀଗଣ, ଏବେ ମୁଁ ଲାୟନ୍ ବା ସିଂହମାନଙ୍କ ସହ ଜଡ଼ିତ ଗୋଟିଏ ଭଲ ଖବର ଆପଣମାନଙ୍କୁ ଦେବାକୁ ଚାହୁଁଛି । ବିଗତ ମାତ୍ର ପାଞ୍ଚ ବର୍ଷରେ ଗୁଜରାଟର ଗିରରେ ସିଂହମାନଙ୍କ ସଂଖ୍ୟା ୬୭୪ରୁ ବୃଦ୍ଧି ପାଇ ୮୯୧ ହୋଇଯାଇଛି । Six Hundred Seventy Four eê Eight Hundred Ninety One ! ସିଂହଗଣନା ପରେ ସାମନାକୁ ଆସିଥିବା ଏହି ସିଂହମାନଙ୍କ ଏହି ସଂଖ୍ୟା ବହୁତ ଉତ୍ସାହଜନକ । ବନ୍ଧୁଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଏକଥା ଜାଣିବାକୁ ଚାହୁଁଥିବେ ଯେ, Animal census ବା ପଶୁଗଣନା ହୁଏ କେମିତି ? ଏହା ବହୁତ ଆହ୍ୱାନମୂଳକ କାର୍ଯ୍ୟ । ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ସିଂହ ଗଣନା ୧୧ଟି ଜିଲ୍ଲାରେ ୩୫ ହଜାର ବର୍ଗ କିଲୋମିଟର ଅଞ୍ଚଳରେ କରାଯାଇଥିଲା । ଗଣନା ପାଇଁ ଦଳ ଦିନରାତି ୨୪ ଘଣ୍ଟା ଏହି ଅଞ୍ଚଳ ଉପରେ ଦୃଷ୍ଟି ରଖିଥିଲେ । ଏହି ସମ୍ପୂର୍ଣ୍ଣ ଅଭିଯାନରେ verification ଏବଂ ମକ୍ସକ୍ଟଗ୍ଦଗ୍ଦ cross verification ଉଭୟ କରାଯାଇଥିଲା । ଏହାଦ୍ୱାରା ସଠିକ ଭାବେ ସିଂହ ଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ।
ବନ୍ଧୁଗଣ, Asiatic ସିଂହମାନଙ୍କର ସଂଖ୍ୟାରେ ବୃଦ୍ଧି ଏକଥା ଦର୍ଶାଉଛି ଯେ, ସମାଜରେ ownership ଭାବନା ଦୃଢ଼ ହେଲେ ଏହାର ପରିଣାମ କେତେ ସୁନ୍ଦର ହୋଇଥାଏ । କିଛି ଦଶନ୍ଧି ପୂର୍ବେ ଗିରରେ ପରିସ୍ଥିତି ବହୁତ ଆହ୍ୱାନରେ ପରିପୂର୍ଣ୍ଣ ଥିଲା । କିନ୍ତୁ, ସେଠାକାର ଲୋକେ ମିଶି ଏଭଳି ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଲେ । ସେଠାରେ ଆଧୁନିକ ଜ୍ଞାନକୌଶଳ ସହ ବିଶ୍ୱରେ ଅନୁସରଣ କରାଯାଉଥିବା ସର୍ବୋତ୍ତମ କୌଶଳ ପ୍ରୟୋଗ କରାଗଲା । ଇତି ମଧ୍ୟରେ ଗୁଜରାଟ ଏଭଳି ପ୍ରଥମ ରାଜ୍ୟ ହେଲା, ଯେଉଁଠାରେ ବହୁସଂଖ୍ୟାରେ ବନ ଅଧିକାରୀ ପଦବୀରେ ମହିଳାମାନଙ୍କୁ ନିଯୁକ୍ତ କରାଗଲା । ଆଜି ଆମେ ଯେଉଁ ପରିଣାମ ଦେଖୁଛୁଁ, ସେଥିରେ ସମସ୍ତଙ୍କର ଅବଦାନ ରହିଛି । ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଆମକୁ ସର୍ବଦା ଏହିଭଳି ସଚେତନ ଏବଂ ସତର୍କ ରହିବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ମାତ୍ର ଦୁଇ-ତିନି ଦିନ ପୂର୍ବେ, ମୁଁ ପ୍ରଥମ Rising North East Summitକୁ ଯାଇଥିଲି । ତା’ପୂର୍ବରୁ ଆମେ ଉତ୍ତର ପୂର୍ବାଞ୍ଚଳର ସାମର୍ଥ୍ୟକୁ ସମର୍ପିତ ଅଷ୍ଟଲକ୍ଷ୍ମୀ ମହୋତ୍ସବ ମଧ୍ୟ ପାଳନ କରିଥିଲୁ । ଉତ୍ତର ପୂର୍ବାଞ୍ଚଳର କଥା କିଛି ନିଆରା । ସେଠାକାର ସାମର୍ଥ୍ୟ, ସେଠାକାର ପ୍ରତିଭା - ପ୍ରକୃତରେ ବେଶ୍ ଚମତ୍କାର । କ୍ରାଫ୍ଟ ଫାଇବର୍ସ ବିଷୟରେ ଗୋଟିଏ ମଜାଦାର କାହାଣୀ ମୋ ନଜରକୁ ଆସିଛି । କ୍ରାଫ୍ଟ ଫାଇବର୍ସ, କେବଳ ଗୋଟିଏ ବ୍ରାଣ୍ଡ ନୁହେଁ, ଏହି ସିକ୍କିମର ପରମ୍ପରା, ବୟନ କଳା, ଏବଂ ଆଜିର ଫ୍ୟାସନ୍ ଚିନ୍ତାଧାରା – ଏସବୁର ଗୋଟିଏ ସୁନ୍ଦର ମିଶ୍ରଣ । ଏହାକୁ ଆରମ୍ଭ କରିଥିଲେ ଡ. ଚେୱାଙ୍ଗ୍ ନୋର୍ବୁ ଭୁଟିୟା । ସେ ପେସାରେ ଜଣେ ପ୍ରାଣୀ ଚିକିତ୍ସକ ଏବଂ ହୃଦୟରେ ସିକିମ ସଂସ୍କୃତିର ଜଣେ ପ୍ରକୃତ ବ୍ରାଣ୍ଡ୍ ଆମ୍ବାସାଡର୍ । ସେ ଭାବିଲେ ତନ୍ତକାମକୁ କାହିଁକି ଏକ ନୂଆ ରୂପ ଦିଆନଯିବ! ଏବଂ ଏହି ଚିନ୍ତାଧାରାରୁ କ୍ରାଫ୍ଟ ଫାଇବର୍ସ ଜନ୍ମ ନେଇଥିଲା । ସେ ପାରମ୍ପରିକ ବୟନ ଶିଳ୍ପକୁ ଆଧୁନିକ ଫେସନ ସହିତ ମିଶ୍ରଣ କଲେ ଏବଂ ଏହାକୁ ଏକ ସାମାଜିକ ଉଦ୍ୟୋଗରେ ପରିଣତ କଲେ । ଏବେ ସେଠାରେ କେବଳ ପୋଷାକ ତିଆରି ହେଉନାହିଁ, ଅନେକ ଜୀବନ ମଧ୍ୟ ତିଆରି ହେଉଛି । ସେମାନେ ସ୍ଥାନୀୟ ଲୋକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରୁଛନ୍ତି, ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରୁଛି । ଗାଁର ବୁଣାକାର, ପଶୁପାଳକ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏକାଠି କରି ଡକ୍ଟର ଭୂଟିଆ ନିଯୁକ୍ତିର ନୂଆ ରାସ୍ତା ତିଆରି କରିଛନ୍ତି । ଆଜି ସ୍ଥାନୀୟ ମହିଳା ଏବଂ କାରିଗରମାନେ ନିଜ ନିଜ କୌଶଳ ଦ୍ୱାରା ଭଲ ଟଙ୍କା ରୋଜଗାର କରୁଛନ୍ତି । କ୍ରାଫ୍ଟ ଫାଇବରର ଶାଲ୍, ଷ୍ଟୋଲ୍, ଗ୍ଲୋଭ୍ସ, ମୋଜା, ସବୁକିଛି ସ୍ଥାନୀୟ ହସ୍ତତନ୍ତରେ ତିଆରି ହେଉଛି । ଏଥିରେ ବ୍ୟବହୃତ ପଶମ, ସିକିମର ଠେକୁଆ ଓ ମେଣ୍ଢାଙ୍କଠାରୁ ମିଳିଥାଏ । ରଙ୍ଗଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ପ୍ରାକୃତିକ- କୌଣସି ରାସାୟନିକ ପଦାର୍ଥ ନାହିଁ, କେବଳ ପ୍ରକୃତିର ରଙ୍ଗ । ଡକ୍ଟର ଭୂଟିଆ ସିକିମର ପାରମ୍ପରିକ ବୟନ କଳା ଓ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଛନ୍ତି । ପରମ୍ପରା ସହିତ ଯେତେବେଳେ ଆବେଗକୁ ଯୋଡ଼ାଯାଏ, ତାହା ବିଶ୍ୱକୁ କିଭଳି ଆକର୍ଷିତ କରିପାରେ, ଡକ୍ଟର ଭୂଟିଆଙ୍କ କାର୍ଯ୍ୟ ସେ କଥା ଆମକୁ ଶିଖାଏ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ଆପଣଙ୍କୁ ଜଣେ ଚମତ୍କାର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଚାହୁଁଛି ଯିଏ ଜଣେ କଳାକାର ଏବଂ ଜୀବନ୍ତ ପ୍ରେରଣା । ନାଁ ତାଙ୍କର ଜୀବନ ଜୋଶୀ, ବୟସ ୬୫ ବର୍ଷ । ଏବେ କଳ୍ପନା କରନ୍ତୁ, ଯାହାଙ୍କ ନାମରେ ହିଁ ଜୀବନ ଅଛି, ସେ କେତେ ଜୀବନ୍ତ ହୋଇନଥିବେ । ଜୀବନ ଜୀ ଉତ୍ତରାଖଣ୍ଡର ହଲ୍ଦୱାନିରେ ରହନ୍ତି । ପିଲାଦିନେ ପୋଲିଓ ତାଙ୍କ ଗୋଡ଼ର ଶକ୍ତି ଛଡ଼ାଇ ନେଇଥିଲା, କିନ୍ତୁ ପୋଲିଓ ତାଙ୍କର ସାହସ ଛଡ଼ାଇ ନେଇପାରିଲା ନାହିଁ । ତାଙ୍କ ଚାଲିବାର ଗତି ଧୀର ହୋଇଗଲା ସତ, କିନ୍ତୁ ତାଙ୍କ ମନ କଳ୍ପନାର ପ୍ରତ୍ୟେକ ଉଡ଼ାଣରେ ଉଡ଼ିଚାଲିଲା । ଏହି ଉଡ଼ାଣରେ ଜୀବନ ଜୀ ଏକ ଅନନ୍ୟ କଳାକୁ ଜନ୍ମ ଦେଲେ, ଯାହାର ନାଁ ରଖିଲେ ‘ବଗେଟ୍’ । ଏଥିରେ ସେ ପାଇନ ଗଛରୁ ପଡ଼ିଥିବା ଶୁଖିଲା ଛାଲିରୁ ସୁନ୍ଦର କଳାକୃତି ତିଆରି କରନ୍ତି । ସେହି ଛାଲି, ଯାହାକୁ ଲୋକମାନେ ସାଧାରଣତଃ ଅଦରକାରୀ ବୋଲି ଭାବନ୍ତି, ଜୀବନ ଜୀଙ୍କ ହାତକୁ ଆସିବା ମାତ୍ରେ ତାହା ଏକ ଐତିହ୍ୟ ପାଲଟିଯାଏ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଉତ୍ତରାଖଣ୍ଡ ମାଟିର ସୁଗନ୍ଧ ରହିଛି । କେତେବେଳେ ଏହା ପାହାଡ଼ର ଲୋକବାଦ୍ୟଯନ୍ତ୍ର ତ ଆଉ କେତେବେଳେ ଏହା ଏପରି ଅନୁଭବ ହୁଏ ସତେ ଯେପରି ପାହାଡ଼ର ଆତ୍ମା ସେହି କାଠରେ ପ୍ରବେଶ କରିଛି । ଜୀବନ ଜୀ’ଙ୍କ କାମ କେବଳ ଏକ କଳା ନୁହେଁ, ଏହା ଏକ ସାଧନା । ସେ ଏହି କଳାରେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଜୀବନ ଜୋଶୀଙ୍କ ଭଳି କଳାକାର ଆମକୁ ମନେ ପକାଇ ଦିଅନ୍ତି ଯେ ପରିସ୍ଥିତି ଯାହା ହେଉନା କାହିଁକି ଯଦି ଉଦ୍ଦେଶ୍ୟ ଦୃଢ଼ ଅଛି, ତେବେ ଅସମ୍ଭବ ବୋଲି କିଛି ନାହିଁ । ତାଙ୍କ ନାମ ଜୀବନ ଏବଂ ସେ ପ୍ରକୃତରେ ଜୀବନ ଜିଇବାର ଅର୍ଥ କ’ଣ ତାହା ଦେଖାଇ ଦେଇଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଅନେକ ମହିଳା ଅଛନ୍ତି ଯେଉଁମାନେ କେବଳ କ୍ଷେତ ନୁହେଁ ଉଚ୍ଚ ଆକାଶକୁ ମଧ୍ୟ ନିଜ କର୍ମକ୍ଷେତ୍ର ରୂପେ ବାଛିଛନ୍ତି । ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି । ଏବେ ଗାଁର ମହିଳାମାନେ ଡ୍ରୋନ୍ଦିଦି ସାଜି ଡ୍ରୋନ୍ ଉଡ଼ାଉଛନ୍ତି ଏବଂ କୃଷିକ୍ଷେତ୍ରରେ ନୂଆ ବିପ୍ଳବ ଆଣୁଛନ୍ତି ।
ବନ୍ଧୁଗଣ, ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲାରେ ଯେଉଁ ମହିଳାମାନଙ୍କୁ କିଛି ଦିନ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା ଆଜି ସେହି ମହିଳାମାନେ ଡ୍ରୋନ୍ ସାହାଯ୍ୟରେ ୫୦ ଏକର ଜମିରେ ଔଷଧ ସିଞ୍ଚନର କାମ ଶେଷ କରୁଛନ୍ତି । ସକାଳେ ତିନି ଘଣ୍ଟା, ସନ୍ଧ୍ୟାରେ ଦୁଇ ଘଣ୍ଟା, ବାସ୍ କାମ ଶେଷ । ସୂର୍ଯ୍ୟର ଉତ୍ତାପ ନାହିଁ, ବିଷାକ୍ତ ରାସାୟନିକ ପଦାର୍ଥର ବିପଦ ନାହିଁ । ବନ୍ଧୁଗଣ, ଗାଁ ଲୋକେ ମଧ୍ୟ ଏହି ପରିବର୍ତ୍ତନକୁ ସହୃଦୟ ଗ୍ରହଣ କରିଛନ୍ତି । ଏବେ ଏହି ମହିଳାମାନେ ‘ଡ୍ରୋନ୍ ଅପରେଟର’ ଭାବେ ନୁହନ୍ତି, ବରଂ ‘Sky Warriors’ ଭାବରେ ଜଣାଶୁଣା । ଏହି ମହିଳାମାନେ ଆମକୁ କହୁଛନ୍ତି- ଯେତେବେଳେ ପ୍ରଯୁକ୍ତି ବିଦ୍ୟା ଏବଂ ଦୃଢ଼ ନିଷ୍ପତ୍ତି ଏକାଠି ହୁଏ ସେତେବେଳେ ପରିବର୍ତ୍ତନ ସୁନିଶ୍ଚିତ ।
ମୋର ପ୍ରିୟ ଦେଶବାସୀଗଣ, ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଇଁ ଆଉ ମାସେରୁ ବି କମ୍ ସମୟ ବାକି ଅଛି । ଏହି ଅବସର ଆମକୁ ମନେ ପକାଇ ଦିଏ ଯେ ଯଦି ଆପଣ ଏବେ ବି ଯୋଗରୁ ଦୂରରେ ଅଛନ୍ତି, ତେବେ ଏବେ ଯୋଗ ସହିତ ଯୋଡ଼ି ହୁଅନ୍ତୁ । ଯୋଗ ଆପଣଙ୍କ ଜୀବନଯାପନ ଶୈଳୀକୁ ବଦଳାଇଦେବ । ବନ୍ଧୁଗଣ, ୨୧ ଜୁନ ୨୦୧୫ରେ ‘ଯୋଗ ଦିବସ’ ଆରମ୍ଭ ହେବା ପରଠାରୁ ନିରନ୍ତର ଏହାର ଆକର୍ଷଣ ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ମଧ୍ୟ ‘ଯୋଗ ଦିବସ’କୁ ନେଇ ସମଗ୍ର ବିଶ୍ୱର ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଯାଉଛି । ବିଭିନ୍ନ ଅନୁଷ୍ଠାନ ସେମାନଙ୍କର ପ୍ରସ୍ତୁତି କଥା ଜଣାଉଛନ୍ତି । ବିଗତ ବର୍ଷଗୁଡ଼ିକର ଫଟୋଗୁଡ଼ିକ ବହୁତ ପ୍ରେରଣା ଦେଇଛି । ଆମେ ଦେଖିଛୁ ଯେ କିଛି ବର୍ଷ ମଧ୍ୟରେ ବିଭିନ୍ନ ଦେଶର ଲୋକେ ଯୋଗଚେନ୍ କରିଛନ୍ତି ଏବଂ ଯୋଗରିଙ୍ଗ୍ ତିଆରି କରିଛନ୍ତି । ଏଭଳି ବହୁତ ଚିତ୍ର ଅଛି ଯେଉଁଥିରେ ଚାରି ପିଢ଼ି ଏକାଠି ଯୋଗ କରୁଛନ୍ତି । ଅନେକ ଲୋକ ଯୋଗ ପାଇଁ ନିଜର ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ବାଛିଥିଲେ । ଆପଣମାନେ ମଧ୍ୟ ଏଥର ଯୋଗ ଦିବସକୁ କିଛି ଆକର୍ଷଣୀୟ ଉପାୟରେ ପାଳନ କରିବା ବିଷୟରେ ଚିନ୍ତା କରିପାରିବେ ।
ବନ୍ଧୁଗଣ, ଆନ୍ଧ୍ରପ୍ରଦେଶ ସରକାର ଯୋଗଆନ୍ଧ୍ର ଅଭିଯାନ ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ସମଗ୍ର ରାଜ୍ୟରେ ଯୋଗ ସଂସ୍କୃତିକୁ ବିକଶିତ କରିବା । ଏହି ଅଭିଯାନ ଅଧୀନରେ ଯୋଗ କରୁଥିବା ୧୦ ଲକ୍ଷ ଲୋକଙ୍କ ପାଇଁ ଏକ ପୁଲ୍ ତିଆରି କରାଯାଉଛି । ଏ ବର୍ଷ ମୁଁ ବିଶାଖାପାଟଣାରେ ‘ଯୋଗ ଦିବସ’ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛି । ମୁଁ ଜାଣି ଖୁସି ଯେ ଏଥର ମଧ୍ୟ ଆମର ଯୁବବନ୍ଧୁମାନେ ଦେଶର ଐତିହ୍ୟ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଯୋଗ କରିବାକୁ ଯାଉଛନ୍ତି । ଅନେକ ଯୁବକଯୁବତୀ ନୂତନ ରେକର୍ଡ ସୃଷ୍ଟି କରିବାକୁ ଏବଂ ଯୋଗ ଶୃଙ୍ଖଳର ଏକ ଅଂଶ ହେବାକୁ ପ୍ରତିଜ୍ଞା କରିଛନ୍ତି । ଆମର କର୍ପୋରେଟଗୁଡ଼ିକ ମଧ୍ୟ ଏଥିରେ ପଛରେ ନାହାନ୍ତି । କିଛି ଅନୁଷ୍ଠାନ କାର୍ଯ୍ୟାଳୟରେ ହିଁ ଯୋଗାଭ୍ୟାସ ପାଇଁ ଏକ ଅଲଗା ସ୍ଥାନ ବାଛିଛନ୍ତି । କିଛି ଷ୍ଟାର୍ଟଅପ୍ ‘ଅଫିସ୍ ଯୋଗ ସମୟ’ ସ୍ଥିର କରିଛନ୍ତି । ଏପରି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ଗାଁକୁ ଯାଇ ଯୋଗ ଶିଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ସ୍ୱାସ୍ଥ୍ୟ ଓ ଫିଟନେସ୍ ପ୍ରତି ଲୋକଙ୍କର ଏହି ସଚେତନତା ମୋତେ ଆନନ୍ଦ ଦେଉଛି ।
ବନ୍ଧୁଗଣ, ‘ଯୋଗ ଦିବସ’ ସହିତ ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ଏପରି କିଛି ଘଟିଛି ଯାହା ବିଷୟରେ ଜାଣି ଆପଣମାନେ ବହୁତ ଖୁସି ହେବେ । ଗତକାଲି, ଅର୍ଥାତ ୨୪ ମେ’ରେ W.H.Oର ମହାନିର୍ଦେଶକ ତଥା ମୋର ବନ୍ଧୁ TULSI BHAIଙ୍କ ଉପସ୍ଥିତିରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ସହିତ ଇଣ୍ଟରନେସନାଲ୍ କ୍ଲାସିଫିକେସନ ଅଫ୍ ହେଲ୍ଥ ଇଣ୍ଟର୍ଭେନ୍ସନ୍ସ ଅଧୀନରେ ଏକ ଉତ୍ସର୍ଗୀକୃତ ପାରମ୍ପରିକ ଔଷଧ ମୋଡ୍ୟୁଲ୍ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପଦକ୍ଷେପ ବୈଜ୍ଞାନିକ ଉପାୟରେ ସମଗ୍ର ବିଶ୍ୱରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ‘ଆୟୁଷ’କୁ ପହଞ୍ଚାଇବାରେ ସାହାଯ୍ୟ କରିବ ।
ବନ୍ଧୁଗଣ, ଆପଣ ସ୍କୁଲ୍ରେ ବ୍ଲାକ୍ବୋର୍ଡ ଦେଖିଥିବେ, କିନ୍ତୁ ଏବେ କିଛି ସ୍କୁଲ୍ରେ ‘ସୁଗାର୍ ବୋର୍ଡ’ ଲଗାଯାଉଛି-ବ୍ଲାକ୍ବୋର୍ଡ ନୁହେଁ, ସୁଗାର୍ବୋର୍ଡ! ସିବିଏସ୍ଇର ଏହି ନିଆରା ପଦକ୍ଷେପର ଲକ୍ଷ୍ୟ ହେଉଛି ପିଲାଙ୍କ ଭିତରେ ଚିନି ଖାଇବା ବିଷୟରେ ସଚେତନତା ସୃଷ୍ଟି କରିବା । କେତେ ଚିନି ଖାଇବା ଉଚିତ ଏବଂ କେତେ ଚିନି ସେମାନେ ଖାଉଛନ୍ତି ତାହା ଜାଣି ପିଲାମାନେ ନିଜେ ଠିକ୍ ବିକଳ୍ପ ବାଛିବା ଆରମ୍ଭ କରିଛନ୍ତି । ଏହା ଏକ ଅନନ୍ୟ ପ୍ରୟାସ ଏବଂ ଏହାର ପ୍ରଭାବ ମଧ୍ୟ ବହୁତ ସକାରାତ୍ମକ ହେବ । ଏହା ପିଲାଦିନରୁ ସୁସ୍ଥ ଜୀବନଶୈଳୀ ଅଭ୍ୟାସକୁ ଆପଣାଇବାରେ ବହୁତ ସହାୟକ ହୋଇପାରିବ । ଏହାକୁ ଅନେକ ଅଭିଭାବକ ପ୍ରଶଂସା କରିଛନ୍ତି ଏବଂ ମୋ ମତରେ ଏପରି ପଦକ୍ଷେପ ଅଫିସ୍, କ୍ୟାଣ୍ଟିନ ଏବଂ ଅନୁଷ୍ଠାନଗୁଡ଼ିକରେ ମଧ୍ୟ ନିଆଯିବା ଉଚିତ । ଅନ୍ତତଃ ଯଦି ସ୍ୱାସ୍ଥ୍ୟ ଭଲ ତ ସବୁକିଛି ଠିକ୍ । ଫିଟ୍ ଇଣ୍ଡିଆ ହିଁ ଷ୍ଟ୍ରଙ୍ଗ୍ ଇଣ୍ଡିଆର ମୂଳଦୁଆ ।
ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛ ଭାରତ କଥା ଆସିବ ଏବଂ ‘ମନ୍ କୀ ବାତ୍’ର ଶ୍ରୋତା ପଛୁଆ ହୋଇଯିବେ ଏହା କ’ଣ ସମ୍ଭବ! ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ସମସ୍ତେ ନିଜନିଜ ସ୍ତରରେ ଏହି ଅଭିଯାନକୁ ମଜଭୁତ କରୁଛନ୍ତି । କିନ୍ତୁ ଆଜି ମୁଁ ଆପଣଙ୍କୁ ଏପରି ଏକ ଉଦାହରଣ ବିଷୟରେ କହିବାକୁ ଚାହୁଁଛି ଯେଉଁଠି ସ୍ୱଚ୍ଛତାର ସଂକଳ୍ପ ପାହାଡ଼ ଭଳି ଆହ୍ୱାନକୁ ମଧ୍ୟ ପରାସ୍ତ କରିଥିଲା । ଆପଣ ଭାବନ୍ତୁ, କୌଣସି ବ୍ୟକ୍ତି ବରଫାବୃତ ପାହାଡ଼ ଉପରକୁ ଚଢ଼ୁଛି, ଯେଉଁଠି ନିଃଶ୍ୱାସ ନେବା କଷ୍ଟକର ଓ ପାଦେପାଦେ ଜୀବନ ପ୍ରତି ବିପଦ, ତଥାପି ସେହି ବ୍ୟକ୍ତିଜଣକ ସେହି ସ୍ଥାନର ସଫେଇ କରିବାରେ ବ୍ୟସ୍ତ । ଆମର ଆଇଟିବିପି ଦଳର ସଦସ୍ୟମାନେ ଠିକ୍ ଏପରି କିଛି ହିଁ କରିଛନ୍ତି । ଏହି ଦଳଟି ମାଉଣ୍ଟ ମାକାଲୁ ଭଳି ପୃଥିବୀର ସବୁଠାରୁ କଠିନ ଶୃଙ୍ଗ ଉପରକୁ ଚଢ଼ିବାକୁ ଯାଇଥିଲା । କିନ୍ତୁ ବନ୍ଧୁଗଣ ସେମାନେ କେବଳ ପର୍ବତାରୋହଣ କରିନଥିଲେ ସେମାନେ ନିଜର ଲକ୍ଷ୍ୟ ସହିତ ସ୍ୱଚ୍ଛତା ଭଳି ଆଉ ଗୋଟିଏ ମିଶନକୁ ଯୋଡ଼ିଦେଲେ । ଶୀର୍ଷଦେଶର ପାଖାପାଖି ଯେଉଁ ଆବର୍ଜନା ସବୁ ପଡ଼ିଥିଲା ସେମାନେ ତାକୁ ସଫାକରିବାର ଦାୟିତ୍ୱ ନେଲେ । ଆପଣମାନେ କଳ୍ପନା କରନ୍ତୁ ତ ୧୫୦ କିଲୋରୁ ଅଧିକ non-biodegradable waste ଏହି ଟିମର ସଦସ୍ୟମାନେ ନିଜ ସହିତ ତଳକୁ ନେଇଆସିଥିଲେ । ଏତେ ଉଚ୍ଚତାରେ ସଫାଇ କରିବା କୌଣସି ସହଜ କାମ ନୁହେଁ । କିନ୍ତୁ ଦେଖାଯାଏ, ଯେଉଁଠି ସଂକଳ୍ପ ଥାଏ, ସେଠି ରାସ୍ତା ଆପେ ଆପେ ତିଆରି ହୋଇଯାଏ ।
ବନ୍ଧୁଗଣ, ଏହା ସହିତ ଜଡ଼ିତ ଆଉ ଗୋଟିଏ ଜରୁରୀ ବିଷୟ ହେଲା – Paper waste ଏବଂ recycling । ଆମ ଘର ଏବଂ ଅଫିସରେ ପ୍ରତିଦିନ ଅନେକ aper waste ବାହାରିଥାଏ । ଆମେ ହୁଏତ ଏହାକୁ ଗୋଟେ ସାଧାରଣ କଥା ବୋଲି ଭାବୁ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦେଶର landfill wasteର ହାରାହାରି ଏକଚତୁର୍ଥାଂଶ ଭାଗ କାଗଜ ସହିତ ସମ୍ବନ୍ଧିତ । ପ୍ରତ୍ୟେକ ବ୍ୟକ୍ତି ଏ ଦିଗରେ ନିଶ୍ଚୟ ଚିନ୍ତାକରୁ – ଏହା ଆଜିର ଆବଶ୍ୟକତା । ମୁଁ ଜାଣି ବହୁତ ଖୁସି ଯେ ଭାରତର ଅନେକଗୁଡ଼ିଏ Start-Up ଏହି କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ବିଶାଖାପାଟଣା, ଗୁରୁଗ୍ରାମ ଭଳି ଅନେକ ସହରରେ ଅନେକ Start-Up paper recyclingର ଅଭିନବ ଉପାୟ ଆପଣାଇଛନ୍ତି । କେହି recycle କାଗଜରୁ packaging board ତିଆରି କରୁଛନ୍ତି, ଆଉ କେହି digital ଉପାୟରେ ଖବରକାଗଜ କ୍ସରମଚ୍ଚମକ୍ଷସଦ୍ଭଶକୁ ସହଜସାଧ୍ୟ କରୁଛି । ଜାଲନା ଭଳି ସହରରେ କେତେକ Start-Upକୁ ଶତପ୍ରତିଶତ recycled materialeê packaging roll ଏବଂ paper core ତିଆରି କରୁଛନ୍ତି । ଆପଣ ଏହାମଧ୍ୟ ଜାଣି ପ୍ରେରଣା ପାଇବେ ଯେ, ଏକ ଟନ୍ କାଗଜର recycling ହେବାଦ୍ୱାରା ୧୭ଟି ଗଛ କଟାହେବାରୁ ରକ୍ଷା ହୋଇପାରିବ ଏବଂ ହଜାର ହଜାର ଲିଟର ପାଣି ସଞ୍ଚୟ ହୋଇପାରିବ । ଆପଣ ଭାବନ୍ତୁ, ଯଦି ପର୍ବତାରୋହୀମାନେ ଏତେ କଠିନ ପରିସ୍ଥିତିରେ ଆବର୍ଜନା ଆଣିପାରୁଛନ୍ତି ତାହେଲେ ଆମକୁ ମଧ୍ୟ ନିଜ ଘରେ ବା କାର୍ଯ୍ୟାଳୟରେ କାଗଜକୁ ଅଲଗା କରି recycling କରିବାରେ ନିଜ ନିଜର ଯୋଗଦାନ ନିଶ୍ଚୟ ଦେବା ଉଚିତ । ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ଭାବିବ ଯେ ଦେଶ ପାଇଁ ମୁଁ ଅଧିକ ଭଲ କାମ କ’ଣ କରିପାରିବି ସେତେବେଳେ ଆମେ ମିଳିମିଶି ବଡ଼ ପରିବର୍ତ୍ତନ ଆଣିପାରିବା ।
ବନ୍ଧୁଗଣ, ବିଗତ ଦିନମାନଙ୍କରେ ଖେଲୋ ଇଣ୍ଡିଆ ଗେମ୍ସ ବହୁତ ଚମକପ୍ରଦ ରହିଥିଲା । ଖେଲୋ ଇଣ୍ଡିଆ ସମୟରେ ବିହାରର ପାଞ୍ଚଟି ସହରରେ ଖେଳ ଆୟୋଜିତ ହୋଇଥିଲା । ସେଠାରେ ବିଭିନ୍ନ ବିଭାଗର ଖେଳଗୁଡ଼ିକ ହୋଇଥିଲା । ସାରା ଭାରତରୁ ପ୍ରାୟ ୫,୦୦୦ରୁ ଅଧିକ ଖେଳାଳି ସେଠାରେ ଯୋଗଦେଇଥିଲେ । ଏହି ଖେଳାଳିମାନେ ବିହାରର sporting spirit ଏବଂ ଲୋକମାନଙ୍କଠାରୁ ମିଳିଥିବା ଆତ୍ମୀୟତାର ବହୁତ ପ୍ରଶଂସା କରିଛନ୍ତି ।
ବନ୍ଧୁଗଣ, ବିହାରର ମାଟି ବହୁତ ସ୍ୱତନ୍ତ୍ର ଅଟେ, ଏହି ଆୟୋଜନରେ ଏଠାରେ କିଛି ଅଭିନବ ଘଟଣା ଘଟିଥିଲା । ଏହା ଖୋଲୋ ଇଣ୍ଡିଆ ୟୁଥ୍ ଗେମ୍ସର ପ୍ରଥମ ଆୟୋଜନ ଥିଲା, ଯାହା Olympic channel ମାଧ୍ୟମରେ ସାରା ଦୁନିଆ ଦେଖିଲା । ସାରା ବିଶ୍ୱର ଲୋକମାନେ ଆମର ଯୁବ ଖେଳାଳିମାନଙ୍କର ପ୍ରତିଭାକୁ ଦେଖିଲେ ଏବଂ ପ୍ରଶଂସା କଲେ । ମୁଁ ସମସ୍ତ ପଦକ ବିଜେତାମାନଙ୍କୁ ବିଶେଷକରି ଶ୍ରେଷ୍ଠ ତିନି ବିଜେତା – ମହାରାଷ୍ଟ୍ର, ହରିଆନା ଏବଂ ରାଜସ୍ଥାନକୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, ଏ ବର୍ଷ ଖେଲୋ ଇଣ୍ଡିଆରେ ସର୍ବମୋଟ ୨୬ଟି ରେକର୍ଡ ହୋଇଛି । ଭାରୋତ୍ତଳନ ପ୍ରତିଯୋଗିତାରେ ମହାରାଷ୍ଟ୍ରର ଅସ୍ମିତା ଧୋନେ, ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ ଏବଂ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସମସ୍ତଙ୍କ ହୃଦୟକୁ ଜିତିନେଇଥିଲା । ସେହିଭଳି ମହାରାଷ୍ଟ୍ରର ସାଇରାଜ ପରଦେଶୀ ତିନୋଟି ରେକର୍ଡ ସ୍ଥାପିତ କରିନେଲେ । ଆଥଲେଟିକରେ ଉତ୍ତରପ୍ରଦେଶର କାଦିର ଖାନ୍, ଶେଖ୍ ଜିଶାନ୍ ଏବଂ ରାଜସ୍ଥାନର ହଂସରାଜ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହିଥର ବିହାର ମଧ୍ୟ ୩୬ଟି ପଦକ ଅଧିକାର କରିଥିଲା । ବନ୍ଧୁଗଣ, ଯିଏ ଖେଳେ, ସେ ପ୍ରସ୍ଫୁଟିତ ହୁଏ । ଯୁବ କ୍ରୀଡ଼ା ପ୍ରତିଭାମାନଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ବହୁତ ଗୁରୁତ୍ୱ ରଖିଥାଏ । ଏହିଭଳି ଆୟୋଜନ ଭାରତୀୟ ଖେଳର ଭବିଷ୍ୟତକୁ ଆହୁରି ସୁନ୍ଦର କରିବ ।
ମୋର ପ୍ରିୟ ଦେଶବାସୀଗଣ, ୨୦ ମଇକୁ ‘ବିଶ୍ୱ ମହୁମାଛି ଦିବସ’ ଭାବେ ପାଳନ କରାଗଲା, ଅର୍ଥାତ୍ ଏକ ଏଭଳି ଦିନ ଯାହା ଆମକୁ ମନେ ପକାଇଦିଏ ଯେ ମହୁ ଖାଲି ମିଠା ନୁହେଁ, ବରଂ ସ୍ୱାସ୍ଥ୍ୟ, ସ୍ୱରୋଜଗାର ଏବଂ ଆତ୍ମନିର୍ଭରଶୀଳତାର ଏକ ଉଦାହରଣ ଅଟେ । ଗତ ୧୧ ବର୍ଷ ମଧ୍ୟରେ ମହୁମାଛି ପାଳନ ଦ୍ୱାରା ଭାରତରେ ଏକ Sweet Revolution ଆରମ୍ଭ ହୋଇଛି । ଆଜିଠାରୁ ୧୦-୧୧ ବର୍ଷ ପୂର୍ବେ ଭାରତରେ ବର୍ଷକୁ ପ୍ରାୟ ୭୦-୭୫ ହଜାର ମେଟ୍ରିକ ଟନ୍ ମହୁ ଉତ୍ପାଦିତ ହେଉଥିଲା । ଆଜି ଏହା ବଢ଼ି ପାଖାପାଖି ୧ ଲକ୍ଷ ୨୫ ହଜାର ଟନରେ ପହଞ୍ଚିପାରିଛି । ଅର୍ଥାତ୍ ମହୁ ଉତ୍ପାଦନରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ହୋଇଛି । ମହୁ ଉତ୍ପାଦନ ଏବଂ ରପ୍ତାନୀରେ ଆମେ ଦୁନିଆର ଏକ ଅଗ୍ରଣୀ ଦେଶ ଭାବେ ଗଣା ହେଲୁଣି । ବନ୍ଧୁଗଣ, ଏହି ସକାରାତ୍ମକ ପରିବର୍ତ୍ତନରେ ‘ରାଷ୍ଟ୍ରୀୟ ମଧୁମକ୍ଷୀ ପାଳନ’ ଏବଂ ‘ସହଦ୍ ମିଶନ’ର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ମାଧ୍ୟମରେ ମହୁମାଛି ପାଳନ ସହ ସଂଯୁକ୍ତ ହଜାର ହଜାର କୃଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି, ଉପକରଣ ଦିଆଯାଇଛି ଏବଂ ସେମାନଙ୍କୁ ବଜାର ସହିତ ସିଧା ସମ୍ପୃକ୍ତ କରାଯାଇଛି ।
ବନ୍ଧୁଗଣ, ଏହି ପରିବର୍ତ୍ତନ ଖାଲି ପରିସଂଖ୍ୟାନରେ ନୁହେଁ, ବରଂ ଏହି ଗାଁ ମାଟିରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଛତିଶଗଡ଼ର କୋରିଆ ଜିଲ୍ଲାର ଗୋଟିଏ ଉଦାହରଣ ଅଛି, ଏଠାକାର ଆଦିବାସୀ କୃଷକମାନେ ‘ସୋନ୍ ହନି’ ନାମକ ଏକ ଶୁଦ୍ଧ ଜୈବିକ ମହୁ ବ୍ରାଣ୍ଡ ବନାଇଛନ୍ତି । ଆଜି ଏହି ମହୁ GeM ସମେତ ଅନେକ Online Portal ମାଧ୍ୟମରେ ବିକ୍ରି ହେଉଛି, ଅର୍ଥାତ୍ ଗାଁର ପରିଶ୍ରମ ଏବେ ଗ୍ଲୋବାଲ ହୋଇଛି । ସେହିଭଳି ଉତ୍ତରପ୍ରଦେଶ, ଗୁଜରାଟ, ଜାମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗ ଏବଂ ଅରୁଣାଞ୍ଚଳ ପ୍ରଦେଶରେ ହଜାର ହଜାର ମହିଳା ଏବଂ ଯୁବକ ଏବେ ମହୁ ଉଦ୍ୟୋଗୀ ହୋଇପାରିଛନ୍ତି । ବନ୍ଧୁଗଣ, ଏବେ ଖାଲି ମହୁର ପରିମାଣ ନୁହେଁ, ବରଂ ଏହାର ଶୁଦ୍ଧତା ଉପରେ ମଧ୍ୟ କାମ ହେଉଛି । କେତେକ Start-up ଏବେ AI ଏବଂ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ମହୁର ଗୁଣବତ୍ତାକୁ ପ୍ରମାଣିତ କରୁଛନ୍ତି । ଆପଣ ଭବିଷ୍ୟତରେ ଯେବେ ମହୁ କିଣିବେ ସେତେବେଳେ ଏହି ମହୁ ଉଦ୍ୟୋଗୀମାନଙ୍କ ଦ୍ୱାରା ତିଆରି ହେଉଥିବା ମହୁକୁ ନିଶ୍ଚୟ ଆପଣାନ୍ତୁ, କିଛି ସ୍ଥାନୀୟ କୃଷକ ଏବଂ କିଛି ମହିଳା ଉଦ୍ୟମୀଙ୍କଠାରୁ ମଧ୍ୟ ମହୁ କିଣିବାକୁ ଚେଷ୍ଟା କରନ୍ତୁ । କାରଣ ମହୁର ପ୍ରତିଟି ବୁନ୍ଦାରେ ଖାଲି ସ୍ୱାଦ ନାହିଁ, ଭାରତର ପରିଶ୍ରମ ଏବଂ ଆକାଂକ୍ଷା ମଧ୍ୟ ମିଶି ରହିଛି । ମହୁର ଏହି ମଧୁରତା - ଆତ୍ମନିର୍ଭର ଭାରତର ସ୍ୱାଦ ଅଟେ ।
ବନ୍ଧୁଗଣ, ଯେତେବେଳେ ଆମେ ମହୁ ସହିତ ସଂଯୁକ୍ତ ଦେଶମାନଙ୍କର ପ୍ରଚେଷ୍ଟା ବିଷୟରେ ଚର୍ଚ୍ଚା କରୁଛୁ ସେତେବେଳେ ମୁଁ ଆପଣମାନଙ୍କୁ ଆଉ ଗୋଟିଏ ଉଦ୍ୟମ ବିଷୟରେ କହିବାକୁ ଚାହୁଁଛି । ଏହା ଆମକୁ ମନେ ପକାଇଦିଏ ଯେ ମହୁମାଛିର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଆମ ଚାଷ ଏବଂ ଆଗାମୀ ବଂଶଧରମାନଙ୍କ ପାଇଁ ମଧ୍ୟ ଏକ ଦାୟିତ୍ୱ ଅଟେ । ପୁନେ ସହରର ଗୋଟିଏ ଉଦାହରଣ ଦେଖିବା, ଯେଉଁଠି ଗୋଟିଏ Housing Societyରେ ଗୋଟିଏ ମହୁଫେଣାକୁ ହଟାଇ ଦିଆଗଲା – ଏହା ହୁଏତ ସୁରକ୍ଷା କାରଣରୁ କିମ୍ବା ଭୟ ଯୋଗୁଁ ହୋଇଥାଇପାରେ । କିନ୍ତୁ ଏହି ଘଟଣାଟି ଜଣେ ଲୋକକୁ କିଛି ଭାବିବା ପାଇଁ ବାଧ୍ୟ କରିଥିଲା । ଅମିତ୍ ନାମକ ଜଣେ ଯୁବକ ସ୍ଥିର କଲେ ଯେ ମାଛିମାନଙ୍କୁ ନ ହଟାଇ, ସେମାନଙ୍କୁ ବଞ୍ଚାଇବାକୁ ପଡ଼ିବ । ସେ ନିଜେ ଶିଖିଲେ, ମହୁମାଛିମାନଙ୍କ ଉପରେ ଗବେଷଣା କଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜ ସହିତ ଯୋଡ଼ିବା ଆରମ୍ଭ କଲେ । ଧୀରେ ଧୀରେ ସେ ଗୋଟିଏ ଦଳ ଗଠନ କଲେ, ଯାହାର ନାମ ରଖିଲେ Bee Friends, ଅର୍ଥାତ୍ ‘ମହୁମାଛି-ମିତ୍ର’ । ଆଜି ଏହି Bee Friends ମହୁଫେଣାଗୁଡ଼ିକୁ ସୁରକ୍ଷିତ ଭାବରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରିଦେଉଛନ୍ତି । ଉଦ୍ଦେଶ୍ୟ ହେଲା ଲୋକମାନଙ୍କ ପାଇଁ ବିପଦ ନ ହେଉ ଏବଂ ମହୁମାଛିମାନେ ଜୀବିତ ରୁହନ୍ତୁ । ଅମିତ୍ ବାବୁଙ୍କର ଏହି ପ୍ରଚେଷ୍ଟାର ପ୍ରଭାବ ମଧ୍ୟ ଅତି ଉତ୍ସାହଜନକ ହେଲା । ମହୁମାଛିମାନଙ୍କର କଲୋନୀ ବଂଚିରହିଲା । ମହୁ ଉତ୍ପାଦନ ମଧ୍ୟ ବଢ଼ିଚାଲିଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକମାନଙ୍କ ମଧ୍ୟରେ ସଚେତନତା ମଧ୍ୟ ବଢ଼ିଛି । ଏହି ପ୍ରଚେଷ୍ଟା ଆମମାନଙ୍କୁ ଶିକ୍ଷାଦିଏ ଯେ ଯେତେବେଳେ ଆମ ପ୍ରକୃତି ସହିତ ତାଳମେଳ ରଖି କାମ କରିବା, ତେବେ ତାହାର ଲାଭ ସମସ୍ତଙ୍କୁ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଏଥର ପାଇଁ ଏତିକି, ଆପଣ ଏହିଭଳି ଦେଶର ଲୋକମାନଙ୍କର ଉପଲବଧି ଏବଂ ସମାଜ ପାଇଁ ସେମାନଙ୍କର ପ୍ରଚେଷ୍ଟା ଆଦି ମୋତେ ପଠାଉଥାନ୍ତୁ । ‘ମନ୍ କି ବାତ୍’ର ଆଗାମୀ ଅଧ୍ୟାୟରେ ପୁଣି ଭେଟିବା, କିଛି ନୂଆ ବିଷୟ ଏବଂ ଦେଶବାସୀମାନଙ୍କର ନୂତନ ଉପଲବଧି ସମ୍ବନ୍ଧରେ ଚର୍ଚ୍ଚା କରିବା । ମୁଁ ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲି । ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।
ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଯେଉଁ ଆକ୍ରୋଶ ଭାବ ରହିଛି, ସାରା ବିଶ୍ୱରେ ସେହି ଆକ୍ରୋଶ ରହିଛି । ଏହି ଆତଙ୍କବାଦୀ ଆକ୍ରମଣ ପରେ କ୍ରମାଗତ ଭାବେ ସାରା ବିଶ୍ୱରୁ ସମବେଦନା ବାର୍ତ୍ତାମାନ ଆସିବାରେ ଲାଗିଛି । ବିଶ୍ୱର ଅନେକ ନେତା ମତେ ଫୋନ୍ କରିଛନ୍ତି, ଚିଠି ଲେଖିଛନ୍ତି, ବାର୍ତ୍ତା ପଠେଇଛନ୍ତି । ଏହି ଜଘନ୍ୟ ଢଙ୍ଗରେ କରାଯାଇଥିବା ଆତଙ୍କବାଦୀ ଆକ୍ରମଣକୁ ସମସ୍ତେ ଘୋର ନିନ୍ଦା କରିଛନ୍ତି । ସେମାନେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ସମଗ୍ର ବିଶ୍ୱ, ଆତଙ୍କବାଦ ବିରୁଦ୍ଧରେ, ଆମ ସଂଗ୍ରାମରେ, ୧୪୦ କୋଟି ଭାରତୀୟଙ୍କ ସାଥିରେ ରହିଛି । ପୀଡ଼ିତ ପରିବାରମାନଙ୍କୁ ମୁଁ ପୁଣିଥରେ ଭରସା ଦେଉଛି ଯେ, ସେମାନେ ନ୍ୟାୟ ପାଇବେ, ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଏହି ଆକ୍ରମଣର ଦୋଷୀମାନଙ୍କୁ ଏବଂ ଏହି ଷଡ଼ଯନ୍ତ୍ର ରଚନାକାରୀମାନଙ୍କୁ କଠୋରତମ ଜବାବ ଦିଆଯିବ ।
ବନ୍ଧୁଗଣ, ଦୁଇଦିନ ପୂର୍ବେ ଆମେ ଦେଶର ଜଣେ ମହାନ ବୈଜ୍ଞାନିକ ଡ. କେ. କସ୍ତୁରୀରଙ୍ଗନ ଜୀଙ୍କୁ ହରାଇଛୁ । ଯେବେ ବି କସ୍ତୁରୀରଙ୍ଗନଙ୍କ ସହ ସାକ୍ଷାତ ହେଉଥିଲା, ସେ ଆମ ଭାରତର ଯୁବବର୍ଗଙ୍କ ପ୍ରତିଭା, ଆଧୁନିକ ଶିକ୍ଷା, ମହାକାଶ-ବିଜ୍ଞାନ ଭଳି ବିଷୟଗୁଡ଼ିକ ଉପରେ ଅନେକ ଆଲୋଚନା କରୁଥିଲେ । ବିଜ୍ଞାନ, ଶିକ୍ଷା ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ଶିଖରକୁ ନେବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ନେତୃତ୍ୱରେ ଇସ୍ରୋକୁ ଗୋଟିଏ ନୂତନ ପରିଚୟ ମିଳିଲା । ତାଙ୍କ ମାର୍ଗଦର୍ଶନରେ ମହାକାଶ କାର୍ଯ୍ୟକ୍ରମରେ ଯାହା ଉନ୍ନତି ହେଲା, ତାହାଦ୍ୱାରା ଭାରତର ପ୍ରଚେଷ୍ଟାକୁ ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ହେଲା । ଭାରତ ଆଜି ଯେଉଁ ଉପଗ୍ରହଗୁଡ଼ିକ ବ୍ୟବହାର କରୁଛି, ସେଗୁଡ଼ିକ ମଧ୍ୟରୁ ଅନେକକୁ ଡ. କସ୍ତୁରୀରଙ୍ଗନଙ୍କ ତତ୍ତ୍ୱାବଧାନରେ ହିଁ ଆରମ୍ଭ କରାଯାଇଥିଲା । ତାଙ୍କ ବ୍ୟକ୍ତିତ୍ୱ କିଛି ଏଭଳି ଥିଲା, ଯାହାଠାରୁ ଏବେର ଯୁବପିଢ଼ି କିଛି ଶିଖିପାରିବେ । ସେ ସର୍ବଦା ନବସୃଜନ ((innovation)କୁ ଗୁରୁତ୍ୱ ଦେଉଥିଲେ । କିଛି ନୂଆ ଶିଖିବା, ଜାଣିବା ଏବଂ ନୂଆ କରିବାର ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରେରଣାଦାୟକ । ଡ. କେ. କସ୍ତୁରୀରଙ୍ଗନ ଦେଶର ନୂତନ ଶିକ୍ଷାନୀତି ପ୍ରସ୍ତୁତ କରିବାରେ ମଧ୍ୟ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଡ. କସ୍ତୁରୀରଙ୍ଗନ ଏକବିଂଶ ଶତାବ୍ଦୀର ଆଧୁନିକ ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି forward looking educationର ଚିନ୍ତାଧାରା ନେଇଆସିଥିଲେ । ଦେଶର ନିଃସ୍ୱାର୍ଥ ସେବା ଏବଂ ରାଷ୍ଟ୍ରନିର୍ମାଣରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ । ମୁଁ ଡ. କେ. କସ୍ତୁରୀରଙ୍ଗନ ଜୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଚଳିତ ଏପ୍ରିଲ ମାସରେ ଆର୍ଯ୍ୟଭଟ୍ଟ ଉପଗ୍ରହ launchingକୁ ୫୦ ବର୍ଷ ପୂରିଛି । ଆଜି ଯେତେବେଳେ ଆମେ ପଛକୁ ଚାହୁଁଛୁ, ୫୦ ବର୍ଷର ଏହି ଯାତ୍ରାକୁ ମନେ ପକାଉଛୁ – ସେତେବେଳେ ଲାଗୁଛି ଯେ, ଆମେ ଏକ ଦୀର୍ଘପଥ ଅତିକ୍ରମ କରିଛୁ । ମହାକାଶରେ ଭାରତର ସ୍ୱପ୍ନର ଏହି ଯାତ୍ରା ଦିନେ ଆମ ସାହସ ଯୋଗୁଁ ହିଁ ଆରମ୍ଭ ହୋଇଥିଲା । ଦେଶ ପାଇଁ କିଛି କରିବାର ଉତ୍ସାହ ରହିଥିବା କିଛି ଯୁବ ବୈଜ୍ଞାନିକ - ଯାହାଙ୍କ ପାଖରେ ନ ଥିଲା ଆଜି ଭଳି ଆଧୁନିକ ସୁବିଧା-ସୁଯୋଗ, ନା ତାଙ୍କର ହାତପାଆନ୍ତାରେ ଥିଲା ବିଶ୍ୱସ୍ତରୀୟ ଜ୍ଞାନକୌଶଳ - ଯଦି କିଛି ଥିଲା, ତାହାଥିଲା ପ୍ରତିଭା, ନିଷ୍ଠା, ପରିଶ୍ରମ ଏବଂ ଦେଶ ପାଇଁ କିଛି କରିବାର ଉତ୍ସାହ । ଶଗଡ଼ ଓ ସାଇକେଲରେ ସମ୍ବେଦନଶୀଳ ଉପକରଣ ନିଜେ ବହନ କରି ନେଇଯାଉଥିବା ଆମ ବୈଜ୍ଞାନିକମାନଙ୍କ ଫଟୋଚିତ୍ର ଆପଣମାନେ ମଧ୍ୟ ଦେଖିଥିବେ । ସେହି ନିଷ୍ଠା ଏବଂ ଦେଶସେବା ଭାବନାର ଫଳ ହେଉଛି ଆଜିର ଏହି ବିରାଟ ପରିବର୍ତ୍ତନ । ଭାରତ ଆଜି ଏକ ବିଶ୍ୱ ମହାକାଶ ଶକ୍ତିରେ ପରିଣତ ହୋଇସାରିଛି । ୧୦୪ଟି ଉପଗ୍ରହକୁ ଏକସଙ୍ଗେ ପ୍ରେରଣ କରି ଆମେ ରେକର୍ଡ଼ ସୃଷ୍ଟି କରିଛୁ । ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବା ପ୍ରଥମ ଦେଶ ହେଇପାରିଛୁ । ଭାରତ Mars Orbiter Mission Launch କରିଛି ଏବଂ ଆମେ ଆଦିତ୍ୟ - ଏଲ୍୧ ମିଶନ ମାଧ୍ୟମରେ ସୂର୍ଯ୍ୟର ଯଥେଷ୍ଟ ନିକଟକୁ ପହଂଚିପାରିଛୁ । ଭାରତ ଆଜି ସାରାବିଶ୍ୱରେ ସବୁଠାରୁ ଅଧିକ cost effective ଅଥଚ ସଫଳ ମହାକାଶ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛି । ବିଶ୍ୱର ଅନେକ ଦେଶ ନିଜ ଉପଗ୍ରହ ଓ ମହାକାଶ ଅଭିଯାନ ପାଇଁ ଇସ୍ରୋର ସାହାଯ୍ୟ ଲୋଡ଼ୁଛନ୍ତି ।
ବନ୍ଧୁଗଣ, ଆମେ ଯେତେବେଳେ ଇସ୍ରୋ ଦ୍ୱାରା କୌଣସି ଉପଗ୍ରହ ପ୍ରେରଣର ଦୃଶ୍ୟ ଦେଖୁଁ, ସେତେବେଳେ ଆମେ ଗର୍ବ ଅନୁଭବ କରୁ । ସେହି ଅନୁଭୂତି ମୋର ହେଇଥିଲା, ଯେତେବେଳେ ମୁଁ ୨୦୧୪ରେ PSLV-C-23 ପ୍ରେରଣର ସାକ୍ଷୀ ହେଇଥିଲି । ୨୦୧୯ରେ ଚନ୍ଦ୍ରଯାନ-୨ର ଅବତରଣ ସମୟରେ ମଧ୍ୟ ମୁଁ ଇସ୍ରୋର ବାଙ୍ଗାଲୁରୁ କେନ୍ଦ୍ରରେ ଉପସ୍ଥିତ ଥିଲି । ସେତେବେଳେ ଚନ୍ଦ୍ରଯାନକୁ ଆଶାନୁଯାୟୀ ସଫଳତା ମିଳିନଥିଲା । ବୈଜ୍ଞାନିକମାନଙ୍କ ପାଇଁ ତାହା ଏକ କଷ୍ଟଦାୟକ ମୁହୂର୍ତ୍ତ ଥିଲା । କିନ୍ତୁ ମୁଁ ନିଜ ଆଖିରେ ବୈଜ୍ଞାନିକମାନଙ୍କ ଧୈର୍ଯ୍ୟ ଏବଂ କିଛି କରିବାର ଉତ୍ସାହ ମଧ୍ୟ ଦେଖିପାରୁଥିଲି । ଆଉ, କିଛିବର୍ଷ ପରେ ସାରା ବିଶ୍ୱ ଦେଖିଲା, କିଭଳି ସେହି ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩କୁ ସଫଳ କରିଦେଖାଇଲେ ।
ବନ୍ଧୁଗଣ, ଭାରତ ଏବେ ନିଜ ମହାକାଶ କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦେଇଛି । ଆଜି ଅନେକ ଯୁବବନ୍ଧୁ ସ୍ପେସ୍ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି । ଦଶବର୍ଷ ପୂର୍ବେ ଏହି କ୍ଷେତ୍ରରେ ମାତ୍ର ଗୋଟିଏ କମ୍ପାନୀ ଥିଲା । କିନ୍ତୁ ଆଜି ଦେଶରେ ୩୨୫ରୁ ଅଧିକ ସ୍ପେଶ୍ ଷ୍ଟାର୍ଟଅପ୍ କାର୍ଯ୍ୟରତ । ଆଗାମୀ ସମୟ ମହାକାଶରେ ଅନେକ ନୂତନ ସମ୍ଭାବନା ନେଇଆସୁଛି । ଭାରତ ନୂତନ ଶିଖରକୁ ସ୍ପର୍ଶ କରିବ । ଦେଶ ଗଗନଯାନ, SpaDeX ଏବଂ Chandrayaan-4 ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ପ୍ରସ୍ତୁତିରେ ଲାଗିଛି । ଆମେ Venus Orbiter Mission ଏବଂ Mars Lander Mission ଉପରେ ମଧ୍ୟ କାମ କରୁଛୁ । ଆମ ମହାକାଶ ବୈଜ୍ଞାନିକମାନେ ନିଜର ନବସୃଜନ ମାଧ୍ୟମରେ ଦେଶବାସୀଙ୍କୁ ଆହୁରି ଗର୍ବିତ କରିବାକୁ ଯାଉଛନ୍ତି ।
ବନ୍ଧୁଗଣ, ଗତ ମାସ ମ୍ୟାଁମାରରେ ଘଟିଥିବା ଭୂମିକମ୍ପର ଭୟାବହ ଚିତ୍ର ଆପଣମାନେ ନିଶ୍ଚୟ ଦେଖିଥିବେ । ଭୂମିକମ୍ପ ଯୋଗୁଁ ସେଠାରେ ବଡ଼ଧରଣର କ୍ଷୟକ୍ଷତି ହେଲା । ଭଗ୍ନାବଶେଷ ତଳେ ଫସିରହିଥିବା ଲୋକଙ୍କ ପ୍ରତ୍ୟେକଟି ନିଃଶ୍ୱାସ, ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ ଥିଲା । ତେଣୁ, ଭାରତ, ମ୍ୟାଁମାରର ଆମ ଭାଇ-ଭଉଣୀଙ୍କ ପାଇଁ ତୁରନ୍ତ ଅପରେଶନ୍ ବ୍ରହ୍ମା ଆରମ୍ଭ କଲା । ବାୟୁସେନାର ଉଡ଼ାଜାହାଜ ଠାରୁ ଆରମ୍ଭ କରି ନୌସେନାର ଜାହାଜ ଯାଏଁ, ମ୍ୟାଁମାରର ସାହାଯ୍ୟ ପାଇଁ ବାହାରିପଡ଼ିଲେ । ଭାରତୀୟ ଦଳ ସେଠାରେ ଗୋଟିଏ ଅସ୍ଥାୟୀ ଡାକ୍ତରଖାନା ତିଆରି କଲା । ଇଞ୍ଜିନିୟରମାନଙ୍କ ଗୋଟିଏ ଦଳ ଗୁରୁତ୍ୱପୂର୍ଣ୍ଣ କୋଠାବାଡ଼ି ଏବଂ ଭିତ୍ତିଭୂମିର ହେଇଥିବା କ୍ଷତିର ଆକଳନ କରିବାରେ ସାହାଯ୍ୟ କଲା । ଭାରତୀୟ ଦଳ ସେଠାରେ କମ୍ବଳ, ତମ୍ବୁ, ସ୍ଲିପିଂ ବ୍ୟାଗ୍, ଔଷଧ, ଖାଦ୍ୟସାମଗ୍ରୀ ସହ ଆହୁରି ଅନେକ କିଛି ଯୋଗାଇଦେଲା । ଏହି ସମୟରେ ଭାରତୀୟ ଦଳକୁ ସେଠାକାର ଲୋକେ ବହୁତ ପ୍ରଶଂସା କଲେ ।
ବନ୍ଧୁଗଣ, ଏ ସଙ୍କଟ ସମୟରେ ସାହସ, ଧୈର୍ଯ୍ୟ ଓ ବୁଦ୍ଧିମତ୍ତାର ଅନେକ ହୃଦୟସ୍ପର୍ଶୀ ଉଦାହରଣ ସାମ୍ନାକୁ ଆସିଥିଲା । ଭାରତୀୟ ଦଳ ଜଣେ ୭୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ଉଦ୍ଧାର କରିଛି, ଯିଏ ଭଗ୍ନସ୍ତୂପ ତଳେ ୧୮ ଘଣ୍ଟା ଧରି ଫସିରହିଥିଲେ । ଯେଉଁମାନେ ଏବେ ଟିଭିରେ ‘ମନ୍ କି ବାତ୍’ ଦେଖୁଛନ୍ତି, ସେମାନେ ସେହି ବୟସ୍କ ମହିଳାଙ୍କ ମୁହଁ ମଧ୍ୟ ଦେଖିପାରୁଥିବେ । ଭାରତରୁ ଯାଇଥିବା ଦଳ ତାଙ୍କର ଅମ୍ଳଜାନ ସ୍ତରକୁ ସ୍ଥିର ରଖିବା ଠାରୁ ଆରମ୍ଭ କରି ହାଡ଼ଭଙ୍ଗା ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ । ଯେତେବେଳେ ସେହି ବୃଦ୍ଧାଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଲା, ସେ ଆମ ଦଳକୁ ବହୁତ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ ଭାରତୀୟ ଉଦ୍ଧାରକାରୀ ଦଳ ଯୋଗୁଁ ତାଙ୍କୁ ନୂଆ ଜୀବନ ମିଳିଛି । ଅନେକ ଲୋକ ଆମ ଦଳକୁ କହିଥିଲେ ଯେ ତାଙ୍କ ଯୋଗୁଁ ସେମାନେ ନିଜର ବନ୍ଧୁ ଓ ସମ୍ପର୍କୀୟମାନଙ୍କୁ ଖୋଜିପାଇଛନ୍ତି ।
ବନ୍ଧୁଗଣ, ଭୂମିକମ୍ପ ପରେ ମ୍ୟାଁମାର୍ର ମାଣ୍ଡ୍ଲେସ୍ଥିତ ଏକ Monastryରେ ମଧ୍ୟ ଅନେକ ଲୋକ ଫସିରହିଥିବା ଆଶଙ୍କା ଥିଲା । ଆମର ବନ୍ଧୁମାନେ ସେଠାରେ ମଧ୍ୟ ସହାୟତା ଓ ଉଦ୍ଧାର ଅଭିଯାନ ଚଳାଇଥିଲେ, ଯେଉଁଥିପାଇଁ ସେମାନେ ବୌଦ୍ଧଭିକ୍ଷୁ ମାନଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଥିଲେ । ଆମେ ‘ଅପରେସନ ବ୍ରହ୍ମା’ରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କ ପାଇଁ ଗର୍ବିତ । ଆମର ପରମ୍ପରା, ଆମର ସଂସ୍କାର ‘ବସୁଧୈବ କୁଟୁମ୍ବକମ୍’ର ଭାବନା- ସମଗ୍ର ବିଶ୍ୱ ଗୋଟିଏ ପରିବାର । ସଙ୍କଟ ସମୟରେ ବିଶ୍ୱ-ବନ୍ଧୁ ରୂପେ ଭାରତର ତତ୍ପରତା ଓ ମାନବିକତା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଆମର ପରିଚୟ ପାଲଟିଛି ।
ବନ୍ଧୁଗଣ, ମୁଁ ଆଫ୍ରିକାର ଇଥିଓପିଆରେ ପ୍ରବାସୀ ଭାରତୀୟମାନଙ୍କର ଏକ ନୂତନ ପ୍ରୟାସ ବିଷୟରେ ଜାଣିପାରିଛି । ଇଥିଓପିଆରେ ରହୁଥିବା ଭାରତୀୟମାନେ ଜନ୍ମରୁ ହୃଦ୍ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଚିକିତ୍ସା ପାଇଁ ଭାରତ ପଠାଇବାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଭଳି ଅନେକ ଶିଶୁଙ୍କୁ ଭାରତୀୟ ପରିବାରମାନେ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି । ଯଦି କୌଣସି ଶିଶୁର ପରିବାର ଆର୍ଥିକ ସମସ୍ୟା ଯୋଗୁଁ ଭାରତ ଆସିବାରେ ଅସମର୍ଥ, ତେବେ ଆମର ଭାରତୀୟ ଭାଇଭଉଣୀମାନେ ତା’ର ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଉଦ୍ଦେଶ୍ୟ ହେଉଛି ଗୁରୁତର ରୋଗରେ ଜର୍ଜରିତ ଇଥିଓପିଆର ପ୍ରତ୍ୟେକ ଅଭାବଗ୍ରସ୍ତ ଶିଶୁଙ୍କୁ ଉତ୍ତମ ଚିକିତ୍ସା ମିଳୁ । ପ୍ରବାସୀ ଭାରତୀୟଙ୍କର ଏହି ଉତ୍ତମ କାର୍ଯ୍ୟକୁ ଇଥିଓପିଆରେ ପ୍ରଚୁର ପ୍ରଶଂସା ମିଳୁଛି । ଆପଣମାନେ ଜାଣନ୍ତି ଯେ ଭାରତର ଡାକ୍ତରୀ ଚିକିତ୍ସାରେ ନିରନ୍ତର ଉନ୍ନତି ହେଉଛି । ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଏହାର ଲାଭ ଉଠାଉଛନ୍ତି ।
ବନ୍ଧୁଗଣ, କିଛିଦିନ ତଳେ ଭାରତ ଆଫଗାନିସ୍ତାନର ଲୋକଙ୍କ ପାଇଁ ବହୁ ପରିମାଣରେ ଟିକା ପଠାଇଛି । ଏହି ଟିକା ଜଳାତଙ୍କ, ଧନୁଷ୍ଟଙ୍କାର, ହେପାଟାଇଟିସ୍ ବି ଓ ଇନ୍ଫ୍ଲୁଏଞ୍ଜା ଭଳି ବିପଜ୍ଜନକ ରୋଗଗୁଡ଼ିକଠାରୁ ରକ୍ଷା କରିବ । ଭାରତ ଏ ସପ୍ତାହରେ ନେପାଳ ଅନୁରୋଧରେ ସେଠାକୁ ଔଷଧ ଓ ଟିକାର ବଡ଼ ଭଣ୍ଡାର ପଠାଇଛି । ଏହାଦ୍ୱାରା ଥାଲାସେମିଆ ଓ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ରୋଗୀଙ୍କର ଉତ୍ତମ ଚିକିତ୍ସା ସୁନିଶ୍ଚିତ ହୋଇପାରିବ । ଯେତେବେଳେ ମାନବତାର ସେବାର କଥା ଆସେ, ଭାରତ ସର୍ବଦା ଏଥିରେ ଆଗରେ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ପ୍ରତ୍ୟେକ ଆବଶ୍ୟକତାରେ ସର୍ବଦା ଆଗରେ ରହିବ ।
ବନ୍ଧୁଗଣ, ଆମେ ଏବେ ବିପର୍ଯ୍ୟୟ ପରିଚାଳନା ବିଷୟରେ କଥା ହେଉଥିଲେ । ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଉଛି- ଆପଣଙ୍କର ସତର୍କତା, ଆପଣଙ୍କର ସଚେତନତା । ଏହି ସତର୍କତାରେ ଏବେ ଆପଣଙ୍କୁ ଆପଣଙ୍କ ମୋବାଇଲ୍ର ଏକ ସ୍ୱତନ୍ତ୍ର ଆପ୍ ସାହାଯ୍ୟ କରିପାରିବ । ଏହି ଆପ୍ ଆପଣଙ୍କୁ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଫସି ରହିବାଠାରୁ ରକ୍ଷା କରିପାରିବ ଏବଂ ଏହାର ନାମ ହେଉଛି ‘ସଚେତ୍’ । ‘ସଚେତ୍’ ଆପ୍କୁ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା (ଏନ୍ଡିଏମ୍ଏ) ପ୍ରସ୍ତୁତ କରିଛି । ବନ୍ୟା, ଘୂର୍ଣ୍ଣିବାତ୍ୟା, ଭୂସ୍ଖଳନ, ସୁନାମି, ବନାଗ୍ନି, ହିମସ୍ଖଳନ, ଝଡ଼ତୋଫାନ କିମ୍ବା ବଜ୍ରପାତ ଭଳି ବିପର୍ଯ୍ୟୟ ହେଉ, ସଚେତ୍ ଆପ୍ ଆପଣଙ୍କୁ ସବୁ ପ୍ରକାର ସୂଚନା ଦେଇ ଓ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥାଏ । ଏହି ଆପ୍ ମାଧ୍ୟମରେ ଆପଣ ପାଣିପାଗ ବିଭାଗ ସହିତ ଜଡ଼ିତ ତାଜା ସୂଚନା ପାଇପାରିବେ । ବିଶେଷ କଥା ହେଉଛି ‘ସଚେତ୍’ ଆପ୍ ଆଞ୍ଚଳିକ ଭାଷାରେ ମଧ୍ୟ ଅନେକ ସୂଚନା ଉପଲବ୍ଧ କରାଇଥାଏ । ଆପଣ ମଧ୍ୟ ଏହି ଆପ୍ର ଲାଭ ଉଠାନ୍ତୁ ଏବଂ ଆପଣଙ୍କର ଅନୁଭୂତି ଆମ ସହିତ ନିଶ୍ଚିତ ଭାବେ ବାଣ୍ଟନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେ ସମଗ୍ର ବିଶ୍ୱରେ ଭାରତର ପ୍ରତିଭାର ପ୍ରଶଂସା ଦେଖୁଛୁ । ଭାରତର ଯୁବକଯୁବତୀମାନେ ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣ ବଦଳାଇ ଦେଇଛନ୍ତି । ଯେକୌଣସି ଦେଶର ଯୁବକମାନଙ୍କର ଆଗ୍ରହ କେଉଁ ଦିଗରେ ରହିଛି, ସେଥିରୁ ଦେଶର ଭବିଷ୍ୟତ କିପରି ହେବ ସୂଚନା ମିଳିଥାଏ । ଆଜି ଭାରତର ଯୁବକମାନେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ଆଡ଼କୁ ଅଗ୍ରସର ହେଉଛନ୍ତି । ଯେଉଁ ଅଞ୍ଚଳଗୁଡ଼ିକ ପୂର୍ବରୁ ପଛୁଆ ଓ ଅନ୍ୟ କାରଣରୁ ପରିଚିତ ଥିଲା, ସେଠାରେ ମଧ୍ୟ ଯୁବକଯୁବତୀମାନେ ଏପରି ଉଦାହରଣ ପ୍ରସ୍ତୁତ କରିଛନ୍ତି ଯାହା ଆମକୁ ନୂଆ ଆତ୍ମବିଶ୍ୱାସ ଦେଇଥାଏ । ଛତିଶଗଡ଼ର ଦନ୍ତେୱାଡ଼ାର ବିଜ୍ଞାନ କେନ୍ଦ୍ର ଆଜିକାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆଗରୁ ଦନ୍ତେୱାଡ଼ା କେବଳ ହିଂସା ଓ ଅଶାନ୍ତି ପାଇଁ ଜଣାଶୁଣା ଥିଲା, କିନ୍ତୁ ଏବେ ସେଠାରେ ଏକ ବିଜ୍ଞାନ କେନ୍ଦ୍ର ପିଲାମାନଙ୍କ ପାଇଁ ଓ ସେମାନଙ୍କ ପିତାମାତାଙ୍କ ପାଇଁ ଆଶାର ନୂଆ କିରଣ ହୋଇଛି । ଏହି ବିଜ୍ଞାନ କେନ୍ଦ୍ରକୁ ଯିବାକୁ ପିଲାଏ ବହୁତ ପସନ୍ଦ କରୁଛନ୍ତି । ସେମାନେ ଏବେ ନୂଆ ମେସିନ ତିଆରି କରିବାଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନୂଆ ଉତ୍ପାଦ ତିଆରି କରିବା ଶିଖୁଛନ୍ତି । ସେମାନଙ୍କୁ ଥ୍ରୀଡି ପ୍ରିଣ୍ଟର୍ ଓ ରୋବୋଟିକ୍ କାର୍ ସହିତ ଅନ୍ୟାନ୍ୟ ନୂତନ ଜିନିଷ ବିଷୟରେ ଜାଣିବାର ସୁଯୋଗ ମିଳିଛି । କିଛିଦିନ ତଳେ ମୁଁ ଗୁଜରାଟ ସାଇନ୍ସ ସିଟିରେ ମଧ୍ୟ ବିଜ୍ଞାନ ଗ୍ୟାଲେରୀଗୁଡ଼ିକର ଉଦ୍ଘାଟନ କରିଥିଲି । ଏହି ଗ୍ୟାଲେରୀଗୁଡ଼ିକରୁ ସଙ୍କେତ ମିଳେ ଯେ ଆଧୁନିକ ବିଜ୍ଞାନର ସମ୍ଭାବନା କ’ଣ, ବିଜ୍ଞାନ ଆମପାଇଁ କେତେ କ’ଣ କରିପାରିବ । ମୋତେ ସୂଚନା ମିଳିଛି ଯେ ଏହି ଗ୍ୟାଲେରୀ ସବୁକୁ ନେଇ ସେଠାକାର ଶିଶୁମାନଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ବିଜ୍ଞାନ ଓ ନବସୃଜନ ପ୍ରତି ବଢ଼ୁଥିବା ଏହି ଆଗ୍ରହ ନିଶ୍ଚିତ ଭାବେ ଭାରତକୁ ନୂଆ ଉଚ୍ଚତାକୁ ନେଇଯିବ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ଆମର ୧୪୦ କୋଟି ନାଗରିକ, ସେମାନଙ୍କର ସାମର୍ଥ୍ୟ ଏବଂ ସେମାନଙ୍କର ଇଚ୍ଛାଶକ୍ତି । ଯେତେବେଳେ କୋଟିକୋଟି ଲୋକ ଏକତ୍ର କୌଣସି ଅଭିଯାନରେ ଯୋଗ ଦିଅନ୍ତି, ତାହାର ପ୍ରଭାବ ବହୁତ ବଡ଼ ହୋଇଥାଏ । ଏହାର ଏକ ଉଦାହରଣ ହେଉଛି ‘ମାଆ ନାଁରେ ଗଛଟିଏ’- ଏହି ଅଭିଯାନ ସେହି ମାଆଙ୍କ ନାମରେ, ଯିଏ ଆମକୁ ଜନ୍ମ ଦେଇଛନ୍ତି ଓ ଏହା ସେହି ଧରିତ୍ରୀ ମାତାଙ୍କ ପାଇଁ ମଧ୍ୟ ଯିଏ ଆମକୁ ନିଜ କୋଳରେ ଧରି ରଖିଛନ୍ତି । ବନ୍ଧୁଗଣ, ଜୁନ ୫ରେ ‘ବିଶ୍ୱ ପରିବେଶ ଦିବସ’ରେ ଏହି ଅଭିଯାନର ଏକ ବର୍ଷ ପୂରଣ ହେଉଛି । ଏହି ବର୍ଷକ ମଧ୍ୟରେ ଏ ଅଭିଯାନ ଅଧୀନରେ ସମଗ୍ର ଦେଶରେ ମାଆଙ୍କ ନାମରେ ୧୪୦ କୋଟିରୁ ଅଧିକ ଚାରାରୋପଣ କରାଯାଇଛି । ଆପଣ ମଧ୍ୟ ଏହି ଅଭିଯାନର ଭାଗୀଦାର ହୁଅନ୍ତୁ, ଯାହା ଫଳରେ ଏକବର୍ଷ ପୂର୍ଣ୍ଣ ହେବାପରେ ଆପଣଙ୍କ ଅଂଶଗ୍ରହଣକୁ ନେଇ ଆପଣ ଗର୍ବ କରିପାରିବେ ।
ବନ୍ଧୁଗଣ, ଗଛଠାରୁ ଶୀତଳତା ମିଳେ, ଗଛ ଛାଇରେ ଗରମରୁ ମୁକ୍ତି ମିଳେ, ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ କିଛିଦିନ ତଳେ ମୁଁ ଏହାସହିତ ଜଡ଼ିତ ଏକ ଖବର ଦେଖିଲି, ଯାହା ମୋର ଦୃଷ୍ଟି ଆକର୍ଷଣ କରିଥିଲା । ଗୁଜରାଟର ଅହମଦାବାଦ ସହରରେ ବିଗତ କିଛି ବର୍ଷ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଗଛ ଲଗାଯାଇଛି । ଏସବୁ ଗଛ ଅହମ୍ମଦାବାଦରେ ସବୁଜ ଅଞ୍ଚଳକୁ ବହୁତ ବଢ଼ାଇ ଦେଇଛନ୍ତି । ଏହା ସହିତ ସାବରମତୀ ନଦୀକୂଳରେ River Front ସ୍ଥାପିତ ହେବାଦ୍ୱାରା ଏବଂ କାଙ୍କରିଆ ହ୍ରଦ ପରି କିଛି ହ୍ରଦମାନଙ୍କର ପୁନନିର୍ମାଣ ଦ୍ୱାରା ଏଠାରେ ଜଳାଶୟଗୁଡ଼ିକର ସଂଖ୍ୟା ମଧ୍ୟ ବଢ଼ିଯାଇଛି । ଏବେକାର news reports କହେ ଯେ ଗତ କିଛିବର୍ଷ ଭିତରେ ଅହମ୍ମଦାବାଦ ବିଶ୍ୱ ତାପମାନ ସହିତ ଲଢ଼ୁଥିବା ପ୍ରମୁଖ ସହରମାନଙ୍କ ମଧ୍ୟରେ ଗୋଟିଏ ହୋଇଛି । ଏହି ପରିବର୍ତ୍ତନ ଫଳରେ ବାତାବରଣରେ ଆସିଥିବା ଶୀତଳତାକୁ ସେଠାକାର ଲୋକମାନେ ଅନୁଭବ କରୁଛନ୍ତି । ଅହମ୍ମଦାବାଦରେ ଲାଗିଥିବା ଗଛଗୁଡ଼ିକ ସେଠାରେ ଗୋଟିଏ ନୂତନ ଖୁସିର ବାତାବରଣ ସୃଷ୍ଟି କରିବାର କାରଣ ହୋଇପାରିଛି । ମୋର ଆପଣମାନଙ୍କୁ ପୁନଃ ଅନୁରୋଧ କରିବାକୁ ଚାହେଁ ଯେ, ପୃଥିବୀର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ନିମନ୍ତେ ଏବଂ ନିଜର ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ନିଶ୍ଚୟ ଗଛ ଲଗାନ୍ତୁ ‘ଏକ ପେଡ୍ – ମା’ କେ ନାମ୍’ ।
ବନ୍ଧୁଗଣ, ଗୋଟିଏ ପୁରୁଣା ଲୋକଉକ୍ତି ଅଛି ‘ଯହାଁ ଚାହ୍ଅ – ୱହାଁ ରାହ୍’ ଅର୍ଥାତ୍ ଇଚ୍ଛା ଥିଲେ ଉପାୟ ନିଶ୍ଚୟ ମିଳିବ । ଯେତେବେଳେ ଆମେ କିଛି ଗୋଟିଏ ନୂଆ କରିବାର ସଂକଳ୍ପ କରିନିଅନ୍ତି ସେତେବେଳେ ଲକ୍ଷ୍ୟପ୍ରାପ୍ତି ନିଶ୍ଚୟ ହୁଏ । ଆପଣମାନେ ପାହାଡ଼ରେ ଅମଳ ହେଉଥିବା ସେଓ ତ ଖୁବ୍ ଖାଇଥିବେ । କିନ୍ତୁ ଯଦି ମୁଁ ପଚାରେ ଯେ ଆପଣ କର୍ଣ୍ଣାଟକର ସେଓର ସ୍ୱାଦ ଚାଖିଛନ୍ତି କି ? ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଆମେ ଜାଣିଥାଉ ଯେ ପାହାଡ଼ିଆ ଅଞ୍ଚଳରେ ହିଁ ସେଓର ଉତ୍ପାଦନ ହୋଇଥାଏ । କିନ୍ତୁ କର୍ଣ୍ଣାଟକର ବାଗଲକୋଟର ଅଧିବାସୀ ଶ୍ରୀ ଶୈଳ ତେଲୀ ଜୀ ଏବେ ସମତଳ ଭୂମିରେ ସେଓ ଉତ୍ପାଦନ କରିପାରିଛନ୍ତି । ତାଙ୍କ ଗାଁ କୁଲାଲୀରେ ୩୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ମଧ୍ୟ ସେଓ ଗଛ ଗୁଡ଼ିକରେ ସେଓ ଫଳିବାକୁ ଲାଗିଲାଣି । ବାସ୍ତବରେ ଶ୍ରୀ ଶୈଳ ତେଲୀଙ୍କର ଚାଷବାସରେ ଆଗ୍ରହ ଥିଲା ସେ ସେଓ ଉତ୍ପାଦନ କରି ଦେଖିବାକୁ ଚେଷ୍ଟା କଲେ ଏବଂ ଏଥିରେ ତାଙ୍କୁ ସଫଳତା ମଧ୍ୟ ମିଳିଲା । ଆଜି ସେ ଲଗାଇଥିବା ସେଓ ଗଛ ଗୁଡ଼ିକରେ ପ୍ରଚୁର ପରିମାଣର ସେଓ ଉତ୍ପାଦନ ହେଉଛି ଯାହା ବିକ୍ରୟ ଦ୍ୱାରା ସେ ଭଲ ରୋଜଗାର ମଧ୍ୟ ପାଉଛନ୍ତି ।
ବନ୍ଧୁଗଣ, ଯେତେବେଳେ ସେଓ ବିଷୟରେ ଚର୍ଚ୍ଚା ହେଉଛି ତ ଆପଣ କିନ୍ନୌରୀ ସେଓର ନାମ ନିଶ୍ଚୟ ଶୁଣିଥିବେ । ସେଓ ପାଇଁ ପ୍ରସିଦ୍ଧ କିନ୍ନୌରରେ କେସର ଉତ୍ପାଦନ ହେବାକୁ ଲାଗିଲାଣି । ସାଧାରଣ ଭାବରେ ହିମାଚଳରେ କେସର ଚାଷ ଖୁବ୍ କମ୍ ହେଉଥିଲା । କିନ୍ତୁ ଏବେ କିନ୍ନୌର ସୁନ୍ଦର ସାଙ୍ଗଲା ଘାଟିରେ ମଧ୍ୟ କେସର ଚାଷ ହେବାକୁ ଲାଗିଲାଣି । ଏଭଳି ଆଉ ଏକ ଉଦାହରଣ କେରଳର ୱାୟନାଡରେ ମଧ୍ୟ ଦେଖାଯାଏ । ଏଠାରେ ମଧ୍ୟ କେସର ଉତ୍ପାଦନରେ ସଫଳତା ମିଳିଛି । ଏବଂ ୱାୟନାଡରେ ଏହି କେସର କୌଣସି କ୍ଷେତ ବା ମାଟିରେ ନୁହେଁ ବରଂ Aeroponics Technique ଦ୍ୱାରା ଉତ୍ପାଦନ କରାଯାଉଛି । ଲିଚୁ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କିଛି ଏହିଭଳି ଆଶ୍ଚର୍ଯ୍ୟଜନକ ଫଳ ମିଳିଛି । ଆମେ ତ ଶୁଣିଆସୁଛୁ ଯେ ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ଲିଚୁ ଉତ୍ପାଦିତ ହୁଏ । କିନ୍ତୁ ଏବେ ଲିଚୁର ଉତ୍ପାଦନ ଦକ୍ଷିଣ ଭାରତ ଏବଂ ରାଜସ୍ଥାନରେ ମଧ୍ୟ ହେଉଛି । ତାମିଲନାଡୁର ଶ୍ରୀ ତିରୁ ବିରା ଅରାସୁ, କଫିଚାଷ କରୁଥିଲେ । କୋଡ଼ାଇକେନାଲରେ ସେ ଲିଚୁର ଗଛ ଲଗାଇଲେ ଏବଂ ତାଙ୍କର ୭ ବର୍ଷର ପରିଶ୍ରମ ପରେ ଏବେ ସେହି ଗଛଗୁଡ଼ିକରେ ଫଳ ଫଳିବାକୁ ଲାଗିଲାଣି । ଲିଚୁ ଉତ୍ପାଦନରେ ମିଳିଥିବା ଏହି ସଫଳତା ଆଖପାଖର ଅନ୍ୟ କୃଷକମାନଙ୍କୁ ମଧ୍ୟ ପ୍ରେରିତ କରିଛି । ରାଜସ୍ଥାନରେ ଜିତେନ୍ଦ୍ର ସିଂହ ରାଣାୱତଙ୍କୁ ଲିଚୁ ଉତ୍ପାଦନରେ ସଫଳତା ମିଳିଛି । ଏ ସମସ୍ତ ଉଦାହରଣ ଖୁବ୍ ପ୍ରେରଣାଦାୟକ । ଯଦି ଆମେ କିଛି ନୂଆ କରିବାକୁ ଲକ୍ଷ୍ୟ ରଖୁ ଏବଂ ଅସୁବିଧା ସତ୍ତ୍ୱେ ବି ସେଥିରେ ଲାଗିରହୁ ତେବେ ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଏପ୍ରିଲ ମାସର ଶେଷ ରବିବାର । କିଛିଦିନ ପରେ ମଇ ମାସ ଆରମ୍ଭ ହେବାକୁ ଯାଉଛି । ମୁଁ ଆପଣମାନଙ୍କୁ ଆଜିଠାରୁ ପାଖାପାଖି ୧୦୮ ବର୍ଷ ପୂର୍ବକୁ ନେଇଯାଉଛି । ବର୍ଷ ୧୯୧୭, ଏପ୍ରିଲ ଓ ମଇ ମାସ ଏହି ଦୁଇ ମାସ ଦେଶର ସ୍ୱାଧୀନତା ପାଇଁ ଏକ ଅପୂର୍ବ ସଂଗ୍ରାମ ଲଢ଼ାଯାଇଥିଲା । ଇଂରେଜମାନଙ୍କର ଅତ୍ୟାଚାର ଶେଷସୀମାରେ ଥିଲା । ଗରିବ, ବଂଚିତ ଏବଂ କୃଷକମାନଙ୍କର ଶୋଷଣ ଅମାନବୀୟ ସ୍ତରକୁ ମଧ୍ୟ ଟପିଯାଇଥିଲା । ବିହାରର ଉର୍ବର ମାଟିରେ ଏହି ଇଂରେଜମାନେ କୃଷକମାନଙ୍କୁ ନୀଳଚାଷ କରିବାକୁ ବାଧ୍ୟ କରୁଥିଲେ । ନୀଳଚାଷ କରିବା ଦ୍ୱାରା କୃଷକମାନଙ୍କର ଜମି ଅନୁର୍ବର ହୋଇଯାଉଥିଲା । କିନ୍ତୁ ଇଂରେଜ ଶାସକମାନେ ଏଥିପ୍ରତି ଧ୍ୟାନ ଦେଉନଥିଲେ । ଏଭଳି ପରିସ୍ଥିତିରେ ୧୯୧୭ ମସିହାରେ ଗାନ୍ଧିଜୀ ବିହାରର ଚମ୍ପାରନରେ ପହଂଚିଥିଲେ । କୃଷକମାନେ ଗାନ୍ଧିଜୀଙ୍କୁ କହିଲେ - ଆମ ଜମି ନଷ୍ଟ ହୋଇଯାଉଛି, ଖାଇବା ପାଇଁ ଖାଦ୍ୟ ମିଳୁନି । ଲକ୍ଷ ଲକ୍ଷ କୃଷକମାନଙ୍କର ସେହି ପୀଡ଼ା ଦେଖି ଗାନ୍ଧିଜୀଙ୍କ ମନରେ ଏକ ସଂକଳ୍ପ ଜାଗ୍ରତ ହେଲା । ସେହିଠାରୁ ଚମ୍ପାରଣର ଐତିହାସିକ ସତ୍ୟାଗ୍ରହ ଆରମ୍ଭ ହେଲା । ‘ଚମ୍ପାରଣ ସତ୍ୟାଗ୍ରହ’ ବାପୁଙ୍କର ଭାରତରେ ପ୍ରଥମ ବଡ଼ ପ୍ରୟୋଗ ଥିଲା । ବାପୁଙ୍କ ସତ୍ୟାଗ୍ରହ ଦ୍ୱାରା ପୁରା ଇଂରେଜ ଶାସନ ଦୋହଲିଗଲା । ଇଂରେଜମାନେ ନୀଳଚାଷ କରିବା ପାଇଁ କୃଷକମାନଙ୍କୁ ବାଧ୍ୟ କରିବାର ଆଇନକୁ ସ୍ଥଗିତ କରିବାକୁ ବାଧ୍ୟ ହେଲେ । ଏହା ଏକ ଏଭଳି ବିଜୟ ଥିଲା ଯାହାକି ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ନୂତନ ବିଶ୍ୱାସ ଜାଗ୍ରତ କଲା । ଆପଣମାନେ ଜାଣିଥିବେ ଏହି ସତ୍ୟାଗ୍ରହରେ ବିହାରର ଆଉ ଜଣେ ସୁପୁତ୍ରଙ୍କର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଯେକି ସ୍ୱାଧୀନତା ପରେ ଦେଶର ପ୍ରଥମ ରାଷ୍ଟ୍ରପତି ହେଲେ ସେହି ମହାନ ବିଭୂତି ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ । ସେ ଚମ୍ପାରଣ ସତ୍ୟାଗ୍ରହ ଉପରେ ‘Satyagraha in Champaran’ ନାମକ ପୁସ୍ତକ ମଧ୍ୟ ରଚନା କରିଥିଲେ । ଏହି ପୁସ୍ତକ ସମସ୍ତ ଯୁବବର୍ଗ ପଢ଼ିବା ଉଚିତ । ଭାଇ ଓ ଭଉଣୀମାନେ, ଏପ୍ରିଲ ମାସ ସହିତ ସ୍ୱାଧୀନତା ସଂଗ୍ରାମର ଅନେକ ଅଭୁଲା ସ୍ମୃତି ଯୋଡ଼ିହୋଇରହିଛି । ଏପ୍ରିଲ ମାସ ୬ ତାରିଖରେ ହିଁ ଗାନ୍ଧିଜୀଙ୍କର ‘ଦାଣ୍ଡିଯାତ୍ରା’ ସମାପ୍ତ ହୋଇଥିଲା । ୧୨ ମାର୍ଚ୍ଚରୁ ଆରମ୍ଭ ହୋଇ ୨୪ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯାତ୍ରା ଇଂରେଜମାନଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା । ଏପ୍ରିଲ ମାସରେ ହିଁ ଜାଲିୟାଁୱାଲାବାଗ ନରସଂହାର ହୋଇଥିଲା । ପଞ୍ଜାବର ମାଟି ଉପରେ ଏହି ରକ୍ତରଞ୍ଜିତ ଇତିହାସର ଚିହ୍ନ ଆଜି ମଧ୍ୟ ମହଜୁଦ ଅଛି ।
ବନ୍ଧୁଗଣ କିଛିଦିନ ମଧ୍ୟରେ, ମଇ ୧୦ ତାରିଖକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ବର୍ଷପୂର୍ତ୍ତି ମଧ୍ୟ ଆସୁଅଛି । ସ୍ୱାଧୀନତାର ସେହି ପ୍ରଥମ ସଂଗ୍ରାମରେ ଯେଉଁ ଶିଖା ଉଠିଥିଲା ଆଗକୁ ଯାଇ ତାହା ଲକ୍ଷ ଲକ୍ଷ ସେନାନୀମାନଙ୍କ ପାଇଁ ମଶାଲ ପାଲଟିଯାଇଥିଲା । ଏବେ ଏପ୍ରିଲ ୨୬ ତାରିଖରେ ଆମେ ୧୮୫୭ ବିଦ୍ରୋହର ମହାନ ନାୟକ ବାବୁ ବୀର କୁୱଁର ସିଂହ ଜୀଙ୍କ ପୁଣ୍ୟତିଥି ମଧ୍ୟ ପାଳନ କରିଥିଲୁ। ବିହାରର ଏହି ମହାନ ସେନାନୀଙ୍କ ଜୀବନ ସାରା ଦେଶ ପାଇଁ ପ୍ରେରଣାର ଉତ୍ସ । ଆମକୁ ଏହିଭଳି ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅମର ପ୍ରେରଣାକୁ ଜୀବିତ ରଖିବାକୁ ପଡିବ । ସେମାନଙ୍କଠାରୁ ଆମକୁ ଶକ୍ତି ମିଳେ, ଯାହା ଆମର ଅମୃତକାଳର ସଂକଳ୍ପକୁ ଏକ ନୂତନ ଶକ୍ତି ପ୍ରଦାନ କରେ ।
ବନ୍ଧୁଗଣ, ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାରେ ଆପଣମାନେ ଏହି କାର୍ଯ୍ୟକ୍ରମ ସହିତ ଏକ ଆତ୍ମୀକ ସମ୍ପର୍କ ସୃଷ୍ଟି କରିଛନ୍ତି । ଦେଶବାସୀଗଣ ଯେଉଁ ଉପଲବଧିକୁ ଅନ୍ୟମାନଙ୍କୁ ଜଣାଇବାକୁ ଚାହାଁନ୍ତି ତାକୁ ‘ମନ୍ କି ବାତ୍’ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାନ୍ତି । ଆସନ୍ତା ମାସରେ ଆମେ ପୁଣି ମିଶିକରି ଦେଶର ବିବିଧତା, ଗୌରବଶାଳୀ ପରମ୍ପରା ଏବଂ ନୂତନ ଉପଲବ୍ଧିଗୁଡ଼ିକ ବିଷୟରେ କଥାହେବା । ଆମେ ସେହିଭଳି ଲୋକମାନଙ୍କ ବିଷୟରେ ଜାଣିବା ଯେଉଁମାନେ ନିଜର ସମର୍ପଣ ଏବଂ ସେବା ଭାବନା ଦ୍ୱାରା ସମାଜରେ ପରିବର୍ତ୍ତନ ଆଣିପାରୁଛନ୍ତି । ପ୍ରତ୍ୟେକ ଥର ଭଳି ଆପଣ ମୋତେ ଆପଣଙ୍କ ବିଚାର ଏବଂ ପରାମର୍ଶ ପଠାନ୍ତୁ । ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।
ପ୍ରଧାନମନ୍ତ୍ରୀ – (କନ୍ନଡ଼ ଭାଷାରେ) – ସମସ୍ତଙ୍କୁ ଉଗାଦି ଉତ୍ସବର ଶୁଭେଚ୍ଛା । (ହିନ୍ଦୀ ଅନୁବାଦ) ପରବର୍ତ୍ତୀ ବାର୍ତ୍ତା ହେଉଛି-
ପ୍ରଧାନମନ୍ତ୍ରୀ – (ତେଲୁଗୁ ଭାଷାରେ) – ସମସ୍ତଙ୍କୁ ଉଗାଦି ଉତ୍ସବର ଶୁଭେଚ୍ଛା । (ହିନ୍ଦୀ ଅନୁବାଦ) ଆଉ ଗୋଟିଏ ଚିଠିରେ ଲେଖାହେଇଛି –
ପ୍ରଧାନମନ୍ତ୍ରୀ – (କୋଙ୍କଣୀ ଭାଷାରେ) – ସଂସାର ପାଡ଼ୱା ଉପଲକ୍ଷେ ଶୁଭେଚ୍ଛା । (ହିନ୍ଦୀ ଅନୁବାଦ) ପରବର୍ତ୍ତୀ ବାର୍ତ୍ତାରେ ଲେଖାହେଇଛି –
ପ୍ରଧାନମନ୍ତ୍ରୀ – (ମରାଠୀ ଭାଷାରେ) – ଗୁଡି ପାଡ଼ୱା ଅବସରରେ ଆନ୍ତରିକ ଶୁଭେଚ୍ଛା । (ହିନ୍ଦୀ ଅନୁବାଦ)
ଆମର ଜଣେ ବନ୍ଧୁ ଲେଖିଛନ୍ତି –
ପ୍ରଧାନମନ୍ତ୍ରୀ – (ମାଲାୟାଲମ୍ ଭାଷାରେ) – ସମସ୍ତଙ୍କୁ ବିଷୁ ପର୍ବର ଶୁଭେଚ୍ଛା (ହିନ୍ଦୀ ଅନୁବାଦ)
ଆଉ ଗୋଟିଏ ବାର୍ତ୍ତା ରହିଛି –
ପ୍ରଧାନମନ୍ତ୍ରୀ – (ତାମିଲ୍ ଭାଷାରେ) – ସମସ୍ତଙ୍କୁ ନବବର୍ଷ ପୁଥାଣ୍ଡୁ ଉପଲକ୍ଷେ ଶୁଭେଚ୍ଛା (ହିନ୍ଦୀ ଅନୁବାଦ)
ବନ୍ଧୁଗଣ, ଆପଣ ଏକଥା ତ ବୁଝିସାରିଥିବେ ଯେ ଏସବୁ ଭିନ୍ନ ଭିନ୍ନ ଭାଷାରେ ପଠାଯାଇଥିବା ଶୁଭେଚ୍ଛା ବାର୍ତ୍ତା । କିନ୍ତୁ ଆପଣ କ’ଣ ଏହାର କାରଣ ଜାଣନ୍ତି ? ଏହାହିଁ ତ ସେହି ବିଶେଷ କଥା ଯାହା ଆଜି ମୁଁ ଆପଣମାନଙ୍କ ସହିତ ବାଣ୍ଟିବା ପାଇଁ ଚାହୁଁଛି । ଆମ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆଜି ଏବଂ ଆଗାମୀ କିଛିଦିନ ମଧ୍ୟରେ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି ଏବଂ ଏହାସବୁ ହେଉଛି ସେହି ନୂତନ ବର୍ଷ ଓ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ଅଭିନନ୍ଦନ ବାର୍ତ୍ତା । ସେଇଥିପାଇଁ ଲୋକେ ମୋତେ ବିଭିନ୍ନ ଭାଷାରେ ଶୁଭେଚ୍ଛା ବାର୍ତ୍ତାମାନ ପଠାଇଛନ୍ତି ।
ବନ୍ଧୁଗଣ, ଆଜି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଉଗାଦି ପର୍ବ ଖୁବ ଉତ୍ସାହର ସହିତ ପାଳନ କରାଯାଉଛି । ଆଜି ହିଁ ମହାରାଷ୍ଟ୍ରରେ ଗୁଡ଼ି ପାଡ଼ୱା ପାଳନ କରାଯାଉଛି । ବିବିଧତାରେ ଭରା ଆମ ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଆଗାମୀ କିଛି ଦିନ ମଧ୍ୟରେ ବିଭିନ୍ନ ପର୍ବ ପାଳନ କରାଯିବ, ଯେମିତିକି ଆସାମରେ ରୋଙ୍ଗାଲି ବିହୁ, ପଶ୍ଚିମବଙ୍ଗରେ ପୋଇଲା ବୋଇଶାଖ୍, କାଶ୍ମୀରରେ ନବରେହ୍ ଉତ୍ସବ ପାଳନ କରାଯିବ । ସେହିଭଳି, ଏପ୍ରିଲ୍ ୧୩ରୁ ୧୫ ତାରିଖ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ପର୍ବପର୍ବାଣୀର ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିବ । ଏସବୁକୁ ନେଇ ଉତ୍ସାହ ଦେଖାଯିବା ସହ ଇଦ୍ ମଧ୍ୟ ଆସିଗଲାଣି । ଅର୍ଥାତ, ଏହି ମାସଟି ସାରା ହେଉଛି ପର୍ବପର୍ବାଣୀର ମାସ । ମୁଁ ଦେଶବାସୀଙ୍କୁ ଏହିସବୁ ଉତ୍ସବ ଉପଲକ୍ଷେ ଅନେକ ଅନେକ ଶୁଭକାମନା ଜଣାଉଛି । ଆମର ଏହି ଉତ୍ସବଗୁଡ଼ିକ ଭିନ୍ନ ଭିନ୍ନ ଅଞ୍ଚଳର ଥିବା ସତ୍ତ୍ୱେ ଭାରତର ବିବିଧତା କିଭଳି ଏକ ସୂତ୍ରରେ ବନ୍ଧା, ତାହା ଦର୍ଶାଉଛନ୍ତି । ଏକତାର ଏହି ଭାବନାକୁ ଆମକୁ ନିରନ୍ତର ଭାବେ ସୁଦୃଢ଼ କରିଚାଲିବାକୁ ହେବ ।
ବନ୍ଧୁଗଣ, ଯେତେବେଳେ ପରୀକ୍ଷା ଆସିଥାଏ, ସେତେବେଳେ ଯୁବବନ୍ଧୁମାନଙ୍କ ସହିତ ମୁଁ ପରୀକ୍ଷା ପେ ଚର୍ଚ୍ଚା କରିଥାଏ । ଏବେ ପରୀକ୍ଷାଗୁଡ଼ିକ ସରିଯାଇଛି । ଅନେକ ବିଦ୍ୟାଳୟରେ ତ ପୁଣିଥରେ କ୍ଲାସ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି । ତା’ପରେ ଗ୍ରୀଷ୍ମ ଅବକାଶ ମଧ୍ୟ ହେବ । ପିଲାମାନେ ଏହି ସମୟକୁ ଆଗ୍ରହର ସହିତ ଅପେକ୍ଷା କରିଥାଆନ୍ତି । ମୋତେ ତ ମୋର ପିଲାଦିନ କଥା ମନେପଡ଼ୁଛି, ଯେତେବେଳେ ମୁଁ ମୋ ସାଙ୍ଗମାନଙ୍କ ସହ ମିଶି ଦିନସାରା କିଛି ନା କିଛି ଦୁଷ୍ଟାମୀ କରୁଥିଲୁ । କିନ୍ତୁ ତା ସହିତ ଆମେ କିଛି ଗଠନମୂଳକ କାମ ମଧ୍ୟ କରୁଥିଲୁ, କିଛି ଶିଖୁଥିଲୁ । ଖରାଦିନେ ଦିନ ବଡ଼ ହୋଇଥାଏ । ଏହି ସମୟରେ ପିଲାଙ୍କ ପାଖରେ କରିବାକୁ ବହୁତ କିଛି ଥାଏ । କିଛି ନୂଆ ସଉକ ବା ହବିକୁ ଆପଣେଇବା ସହ ନିଜର କଳାକୌଶଳକୁ ଆହୁରି ଉନ୍ନତ କରିବାର ଏହା ପ୍ରକୃଷ୍ଟ ସମୟ । ଆଜି ପିଲାମାନଙ୍କ ପାଇଁ ଏଭଳି ପ୍ଲାଟଫର୍ମର ଅଭାବ ନାହିଁ, ଯେଉଁଠି ସେମାନେ ବହୁତ କିଛି ଶିଖିପାରିବେ । ଯେମିତିକି କୌଣସି ସଂସ୍ଥା କାରିଗରି କୌଶଳ ସମ୍ପର୍କୀୟ ଶିବିର ଆୟୋଜନ କରୁଥିବ, ତେବେ ପିଲାମାନେ ସେଠାରେ ଆପ୍ ପ୍ରସ୍ତୁତ କରିବା ସହ ଓପେନ୍ ସୋର୍ସ ସଫ୍ଟୱେୟାର ବିଷୟରେ ଜାଣିପାରିବେ । କେଉଁଠି ପରିବେଶ କଥା ହେଉ, ମଞ୍ଚ ନାଟକ ହେଉ, ଲିଡରସିପ୍ କଥା ହେଉ, ଏମିତି ବିଭିନ୍ନ ବିଷୟର ପାଠ୍ୟକ୍ରମ ଆୟୋଜିତ ହୋଇଥାଏ । ପିଲାମାନେ ଏଥିରେ ଯୋଗ ଦେଇପାରିବେ । ଏମିତି ଅନେକ ବିଦ୍ୟାଳୟ ମଧ୍ୟ ରହିଛି, ଯେଉଁଠି ବକ୍ତୃତା କିମ୍ବା ଅଭିନୟର ଶିକ୍ଷା ମଧ୍ୟ ଦିଆଯାଇଥାଏ, ଏସବୁ ପିଲାମାନଙ୍କର ବହୁତ କାମରେ ଲାଗିଥାଏ । ଏସବୁ ବ୍ୟତୀତ ଆପଣମାନଙ୍କ ପାଖରେ ଏହି ଛୁଟିଦିନମାନଙ୍କରେ ସ୍ଥାନେ ସ୍ଥାନେ ଚାଲିଥିବା ସ୍ୱେଚ୍ଛାସେବୀ କାର୍ଯ୍ୟ, ସେବା କାର୍ଯ୍ୟ ଆଦିରେ ଯୋଗ ଦେବାର ମଧ୍ୟ ସୁଯୋଗ ରହିଛି । ଏଭଳି କାର୍ଯ୍ୟକ୍ରମଗୁଡ଼ିକୁ ନେଇ ମୋର ଗୋଟିଏ ବିଶେଷ ଅନୁରୋଧ ରହିଛି । ଯଦି କୌଣସି ସଂସ୍ଥା, କୌଣସି ବିଦ୍ୟାଳୟ କିମ୍ବା ସାମାଜିକ ସଂସ୍ଥା କିମ୍ବା ବିଜ୍ଞାନ କେନ୍ଦ୍ର ଆଦି ଏଭଳି Summer Activities ଆୟୋଜନ କରୁଥାଆନ୍ତି, ତାହେଲେ ସେଗୁଡ଼ିକୁ #MyHolidaysରେ ନିଶ୍ଚିତ ଭାବେ ଶେୟାର କରନ୍ତୁ । ଏହାଦ୍ୱାରା ସାରା ଦେଶର ପିଲା ଏବଂ ସେମାନଙ୍କ ପିତାମାତାଙ୍କୁ ଏ ବିଷୟରେ ସହଜରେ ସୂଚନା ମିଳିପାରିବ ।
ମୋର ଯୁବବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କ ସହିତ ମାଇ ଭାରତର ସେହି ବିଶେଷ କ୍ୟାଲେଣ୍ଡର ସମ୍ପର୍କରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଛି, ଯାହାକୁ ଏହି Summer Vacationକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହି କ୍ୟାଲେଣ୍ଡରର ଗୋଟିଏ କପି ବର୍ତ୍ତମାନ ମୋ ସାମନାରେ ରହିଛି । ମୁଁ ଏହି କ୍ୟାଲେଣ୍ଡରରୁ କିଛି ନିଆରା ପ୍ରଚେଷ୍ଟାଗୁଡ଼ିକୁ ଶେୟାର କରିବାକୁ ଚାହୁଁଛି । ଯେମିତିକି ମାଇ ଭାରତର study tourରେ ଆପଣ ଏ କଥା ଜାଣିପାରିବେ ଯେ, ଆମ ଜନଔଷଧି କେନ୍ଦ୍ରଗୁଡ଼ିକ କିଭଳି ଭାବେ କାର୍ଯ୍ୟ କରୁଛି । ଆପଣମାନେ vibrant villageର ଅଭିଯାନର ଅଂଶ ହୋଇ ସୀମାନ୍ତ ଗାଁଗୁଡ଼ିକରେ କିଛି ନିଆରା ଅନୁଭୂତି ସାଉଁଟିପାରନ୍ତି । ତା’ସହିତ ସେଠାକାର ସଂସ୍କୃତି ଏବଂ କ୍ରୀଡା କାର୍ଯ୍ୟକଳାପରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରନ୍ତୁ । ସେହିଭଳି, ଆମ୍ବେଦକର ଜୟନ୍ତୀ ଅବସରରେ ପଦଯାତ୍ରାରେ ସାମିଲ ହୋଇ ଆପଣ ସମ୍ବିଧାନର ମୂଲ୍ୟବୋଧକୁ ନେଇ ସଚେତନତା ସୃଷ୍ଟି କରିପାରନ୍ତି । ପିଲାମାନଙ୍କୁ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ମୋର ବିଶେଷ ଅନୁରୋଧ ଯେ, ସେମାନେ ଛୁଟି ସମୟର ସେମାନଙ୍କ ଅନୁଭୁତିକୁ #HolidayMemoriesରେ ନିଶ୍ଚିତ ଭାବେ ଶେୟାର୍ କରନ୍ତୁ । ମୁଁ ଆପଣଙ୍କ ଅନୁଭୂତିକୁ ଆଗାମୀ ‘ମନ୍ କି ବାତ୍’ରେ ସାମିଲ କରିବା ପାଇଁ ଚେଷ୍ଟା କରିବି ।
ମୋର ପ୍ରିୟ ଦେଶବାସୀଗଣ, ଖରାଦିନ ଆରମ୍ଭ ହେବାମାତ୍ରେ ପ୍ରତି ସହର, ପ୍ରତି ଗାଁରେ ଜଳ ସଂଚୟ କରିବାର ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଅନେକ ରାଜ୍ୟରେ ଜଳ ଅମଳ ସହ ଜଡ଼ିତ କାର୍ଯ୍ୟ, ଜଳ ସଂରକ୍ଷଣ ସମ୍ପର୍କୀୟ କାର୍ଯ୍ୟ ଗତିଶୀଳ ହେଲାଣି । ଜଳଶକ୍ତି ମନ୍ତ୍ରଣାଳୟ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏହି ଦିଗରେ କାର୍ଯ୍ୟ କରୁଛନ୍ତି । ଦେଶରେ ହଜାର ହଜାର କୃତ୍ରିମ ଜଳାଶୟ, ଚେକ୍ ଡ୍ୟାମ୍, ବୋରୱେଲ୍ ରିଚାର୍ଜ, କମ୍ୟୁନିଟି ସୋକ୍ ପିଟର ନିର୍ମାଣ ଚାଲିଛି । ପ୍ରତିବର୍ଷ ପରି ଏଥର ମଧ୍ୟ, ‘catch the rain’ ଅଭିଯାନ ପାଇଁ କାର୍ଯ୍ୟ ଆରମ୍ଭ ହେଲାଣି । ଏହି ଅଭିଯାନ ସରକାରଙ୍କର ନୁହେଁ, ବରଂ ଏହା ସମାଜର, ଜନସାଧାରଣଙ୍କର । ଜଳ ସଂରକ୍ଷଣ ସହ ଅଧିକରୁ ଅଧିକ ଲୋକଙ୍କୁ ସମ୍ପୃକ୍ତ କରିବା ପାଇଁ, ଜଳସଂଚୟ ଜନ-ଭାଗିଦାରୀ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି । ଯେଉଁ ପ୍ରାକୃତିକ ସମ୍ବଳ ଆମକୁ ମିଳିଛି, ସେଗୁଡ଼ିକୁ ଆଗାମୀ ପିଢ଼ିକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିବା ହିଁ ଏହାର ଏକମାତ୍ର ଉଦ୍ଦେଶ୍ୟ ।
ବନ୍ଧୁଗଣ, ବର୍ଷାଜଳକୁ ସଂରକ୍ଷଣ କରି ଆମେ ବହୁତ ଜଳ ନଷ୍ଟ ହେବାରୁ ରଖିପାରିବା । ବିଗତ କିଛି ବର୍ଷରେ ଏହି ଅଭିଯାନ ମାଧ୍ୟମରେ ଦେଶର ଅନେକ ଅଞ୍ଚଳରେ ଜଳ ସଂରକ୍ଷଣକୁ ନେଇ ଅଭୂତପୂର୍ବ କାର୍ଯ୍ୟ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗତ ୭-୮ ବର୍ଷରେ ନୂଆ କରି ଖୋଳାଯାଇଥିବା ଜଳାଶୟ, ପୋଖରି ଏବଂ ଅନ୍ୟ water recharge structure ଦ୍ୱାରା ୧୧ ବିଲିୟନ୍ କ୍ୟୁବିକ୍ ମିଟର୍ ଠାରୁ ମଧ୍ୟ ଅଧିକ ଜଳ ସଂରକ୍ଷିତ ହୋଇପାରିଛି । ଆପଣ ଭାବୁଥିବେ ଯେ ୧୧ ବିଲିୟନ୍ କ୍ୟୁବିକ୍ ମିଟର୍ ପାଣି ଅର୍ଥାତ କେତେ ପାଣି ?
ବନ୍ଧୁଗଣ, ଭାକ୍ରାନଙ୍ଗଲ୍ ଡ୍ୟାମରେ ଯେତେ ପାଣି ଜମା ହୋଇ ରହିଥାଏ, ତାହାର ଫଟୋଚିତ୍ର ତ ଆପଣମାନେ ନିଶ୍ଚୟ ଦେଖିଥିବେ । ଏହି ପାଣିରୁ ସୃଷ୍ଟି ହୋଇଥାଏ ଗୋବିନ୍ଦ ସାଗର ହ୍ରଦ । ଏହି ହ୍ରଦର ଲମ୍ବ ୯୦ କିଲୋମିଟରରୁ ଅଧିକ । ଏହି ହ୍ରଦରେ ୯ରୁ ୧୦ ବିଲିୟନ୍ କ୍ୟୁବିକ୍ ମିଟର୍ ବା ତା’ଠାରୁ ଅଧିକ ଜଳ ସଂରକ୍ଷିତ ହୋଇପାରେ ନାହିଁ । ମାତ୍ର ୯ରୁ ୧୦ ବିଲିୟନ୍ କ୍ୟୁବିକ୍ ମିଟର୍! କିନ୍ତୁ, ଦେଶବାସୀ ନିଜର ଛୋଟ ଛୋଟ ପ୍ରଚେଷ୍ଟା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରେ ୧୧ ବିଲିୟନ୍ କ୍ୟୁବିକ୍ ମିଟର୍ ପାଣି ସଂଚୟର ବ୍ୟବସ୍ଥା କରିଦେଲେ! ଏହା ଏକ ଚମତ୍କାର କଥା ନୁହେଁ କି ?
ବନ୍ଧୁଗଣ, ଏ ଦିଗରେ କର୍ଣ୍ଣାଟକର ଗଡଗ ଜିଲାର ଲୋକେ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛନ୍ତି । କିଛି ବର୍ଷ ପୂର୍ବେ ସେଠାକାର ଦୁଇଟି ଗାଁର ହ୍ରଦ ସମ୍ପୂର୍ଣ୍ଣ ଶୁଖିଗଲା । ଏପରି ଏକ ସମୟ ଆସିଲା, ଯେତେବେଳେ ପଶୁମାନଙ୍କ ପାଇଁ ମଧ୍ୟ ପିଇବା ପାଣି ନ ଥିଲା । ଧୀରେ ଧୀରେ ହ୍ରଦଟି ଘାସ ଓ ବୁଦାରେ ପରିପୂର୍ଣ୍ଣ ହୋଇଗଲା; କିନ୍ତୁ ଗାଁର କିଛି ଲୋକ ହ୍ରଦକୁ ପୁନର୍ଜୀବିତ କରିବାର ନିଷ୍ପତ୍ତି ନେଲେ ଓ କାମରେ ଲାଗିପଡ଼ିଲେ । ଆଉ ଯେମିତି କୁହାଯାଏ, “ଯେଉଁଠି ଇଚ୍ଛା, ସେଇଠି ଉପାୟ ।’’ ଗାଁ ଲୋକଙ୍କ ପ୍ରୟାସ ଦେଖି, ପାଖରେ ଥିବା ସାମାଜିକ ସଂଗଠନଗୁଡ଼ିକ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ । ସବୁ ଲୋକ ମିଶି ଅଳିଆ ଓ କାଦୁଅ ସଫା କଲେ ଏବଂ କିଛି ସମୟ ପରେ ହ୍ରଦ ଅଞ୍ଚଳ ସମ୍ପୂର୍ଣ୍ଣ ପରିଷ୍କାର ହୋଇଗଲା । ଏବେ ଲୋକେ ବର୍ଷାଋତୁକୁ ଅପେକ୍ଷା କରିଛନ୍ତି । ସତରେ ଏହା ‘କ୍ୟାଚ୍ ଦି ରେନ୍’ ଅଭିଯାନର ଏକ ଚମତ୍କାର ଉଦାହରଣ । ବନ୍ଧୁଗଣ, ଆପଣମାନେ ମଧ୍ୟ ସାମୂହିକ ସ୍ତରରେ ଏପରି ପ୍ରୟାସରେ ଯୋଗ ଦେଇପାରିବେ । ଏହି ଜନଆନ୍ଦୋଳନକୁ ଆଗକୁ ନେବାପାଇଁ ଆପଣଙ୍କୁ ଏବେଠାରୁ ଯୋଜନା ଆରମ୍ଭ କରିବାକୁ ପଡ଼ିବ, ଏବଂ ଆପଣଙ୍କୁ ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ- ଯଦି ସମ୍ଭବ ହୁଏ ଗ୍ରୀଷ୍ମଋତୁରେ ଆପଣଙ୍କ ଘର ସାମ୍ନାରେ ମାଠିଆରେ ଥଣ୍ଡା ପାଣି ନିଶ୍ଚିତ ରଖନ୍ତୁ । ଆପଣଙ୍କ ଘରର ଛାତ କିମ୍ବା ବାରଣ୍ଡାରେ ପକ୍ଷୀମାନଙ୍କ ପାଇଁ ପାଣି ରଖନ୍ତୁ । ଏହି ପୁଣ୍ୟକାମ କରିବା ପରେ ଦେଖିବେ ଆପଣଙ୍କୁ କେତେ ଭଲ ଲାଗିବ ।
ବନ୍ଧୁଗଣ, ଏବେ ‘ମନ୍ କୀ ବାତ୍’ରେ ଉତ୍ସାହର କଥା! ବିଭିନ୍ନ ଆହ୍ୱାନ ସତ୍ତ୍ୱେ ଉତ୍ସାହ ଦେଖାଇବାର କଥା । କିଛିଦିନ ତଳେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ପାରାଗେମଠାରେ ଖେଳାଳିମାନେ ପୁଣିଥରେ ସେମାନଙ୍କର ସମର୍ପଣ ଓ ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ଏଥର ଆଗ ଅପେକ୍ଷା ଅଧିକ ଖେଳାଳି ଏହି ଖେଳଗୁଡ଼ିକରେ ଭାଗ ନେଇଥିଲେ । ଏହା ଦର୍ଶାଉଛି ଯେ ପାରା ସ୍ପୋର୍ଟସ୍ କେତେ ଲୋକପ୍ରିୟ ହେଉଛି । ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ସେମାନଙ୍କର ଚମତ୍କାର ପ୍ରୟାସ ପାଇଁ ମୁଁ ଅଭିନନ୍ଦନ ଜଣାଉଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ ମୁଁ ହରିୟାଣା, ତାମିଲନାଡୁ ଓ ଉତ୍ତରପ୍ରଦେଶର ଖେଳାଳିମାନଙ୍କୁ ଶୁଭକାମନା ଜଣାଉଛି । ଏହି ଖେଳଗୁଡ଼ିକରେ, ଆମର ଦିବ୍ୟାଙ୍ଗ ଖେଳାଳିମାନେ ୧୮ଟି ଜାତୀୟ ରେକର୍ଡ ମଧ୍ୟ କରିଥିଲେ; ଯେଉଁଥିରୁ ୧୨ଟି ଆମର ମହିଳା ଖେଳାଳିଙ୍କ ନାମରେ ଥିଲା । ଏହି ବର୍ଷ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ବାହୁ କୁସ୍ତିଯୋଦ୍ଧା ଜୋବି ମାଥ୍ୟୁ ମୋ ପାଖକୁ ଏକ ଚିଠି ଲେଖିଛନ୍ତି । ମୁଁ ତାଙ୍କ ଚିଠିରୁ କିଛି ଅଂଶ ପଢ଼ି ଶୁଣାଇବାକୁ ଚାହୁଁଛି । ସେ ଲେଖିଛନ୍ତି- “ପଦକ ଜିତିବା ବହୁତ ସ୍ୱତନ୍ତ୍ର, କିନ୍ତୁ ଆମର ସଂଘର୍ଷ କେବଳ ପୋଡ଼ିୟମରେ ଠିଆହେବା ପର୍ଯ୍ୟନ୍ତ ସୀମିତ ନୁହେଁ । ଆମେ ପ୍ରତିଦିନ ଏକ ଯୁଦ୍ଧ ଲଢ଼ୁ । ଜୀବନ ଆମକୁ ଅନେକ ପ୍ରକାରେ ପରୀକ୍ଷା କରେ, ବହୁତ କମ୍ ଲୋକ ଆମର ସଂଘର୍ଷକୁ ବୁଝନ୍ତି । ଏହାସତ୍ତ୍ୱେ, ଆମେ ସାହସର ସହିତ ଆଗକୁ ବଢ଼ୁ । ଆମେ ଆମର ସ୍ୱପ୍ନ ପୂରଣ କରିବା ପାଇଁ କଠିନ ପରିଶ୍ରମ କରୁ । ଆମେ ବିଶ୍ୱାସ କରୁ ଯେ ଆମେ କାହାଠାରୁ କମ୍ ନୋହୁ ।’’
ବାଃ! ଜୋବି ମାଥ୍ୟୁ, ଆପଣ ବହୁତ ସୁନ୍ଦର ଲେଖିଛନ୍ତି, ଚମତ୍କାର ଲେଖିଛନ୍ତି । ଏହି ଚିଠି ପାଇଁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଜୋବି ମାଥ୍ୟୁ ଓ ଆମର ସମସ୍ତ ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣମାନଙ୍କ ପ୍ରୟାସ ଆମ ପାଇଁ ବହୁତ ବଡ଼ ପ୍ରେରଣା ।
ବନ୍ଧୁଗଣ, ଦିଲ୍ଲୀରେ ଆଉ ଏକ ସୁନ୍ଦର କାର୍ଯ୍ୟକ୍ରମ ଲୋକମାନଙ୍କୁ ବହୁତ ପ୍ରେରଣା ଦେଇଛି ଓ ଉତ୍ସାହରେ ଭରିଦେଇଛି । ଏକ ଅଭିନବ ଚିନ୍ତାଧାରା ଭାବରେ ପ୍ରଥମ ଥର ପାଇଁ ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍ ଆୟୋଜନ କରାଯାଇଥିଲା । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୫ ହଜାର ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କର ଲକ୍ଷ୍ୟ ସମାନ ଥିଲା- ଫିଟ୍ ରହିବା ଏବଂ ଫିଟନେସ୍ ବିଷୟରେ ସଚେତନତା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧୀୟ ସୂଚନା ମଧ୍ୟ ମିଳିଥିଲା । ମୋର ଅନୁରୋଧ ଯେ ଆପଣମାନେ ଆପଣଙ୍କ ଅଞ୍ଚଳରେ ମଧ୍ୟ ଏପରି କାର୍ଣ୍ଣିଭାଲ୍ ଆୟୋଜନ କରନ୍ତୁ । ଏହି ପ୍ରୟାସରେ ମାଇ ଭାରତ ଆପଣଙ୍କ ପାଇଁ ବହୁତ ସହାୟକ ହୋଇପାରିବ ।
ବନ୍ଧୁଗଣ, ଆମର ସ୍ୱଦେଶୀ ଖେଳଗୁଡ଼ିକ ଏବେ ଲୋକପ୍ରିୟ ସଂସ୍କୃତିର ଏକ ଅଂଶ ପାଲଟୁଛନ୍ତି । ଆପଣମାନେ ସମସ୍ତେ ପ୍ରସିଦ୍ଧ ରାପର୍ ହନୁମାନକାଇଣ୍ଡ୍ଙ୍କୁ ତ ଜାଣିଥିବେ । ଆଜିକାଲି ତାଙ୍କର ନୂଆ ଗୀତ ‘ରନ୍ ଇଟ୍ ଅପ୍’ ବହୁତ ପ୍ରସିଦ୍ଧ ହେଉଛି । ଏଥିରେ କଲାରିପାୟଟ୍ଟୁ, ଗତ୍କା ଓ ଥାଙ୍ଗ୍-ତା ଭଳି ଆମର ପାରମ୍ପରିକ ସାମରିକ କଳା ଅନ୍ତର୍ଭୁକ୍ତ । ମୁଁ ହନୁମାନକାଇଣ୍ଡ୍ଙ୍କୁ ଅଭିନନ୍ଦନ ଜଣାଉଛି ଯେ ତାଙ୍କ ପ୍ରୟାସ ଦ୍ୱାରା ବିଶ୍ୱବାସୀ ଆମର ପାରମ୍ପରିକ ସାମରିକ କଳା ବିଷୟରେ ଜାଣିପାରୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ପ୍ରତି ମାସରେ ମୁଁ MyGov ଏବଂ NaMo Appରେ ଆପଣମାନଙ୍କଠାରୁ ବହୁତ ବାର୍ତ୍ତା ପାଏ । ଅନେକ ବାର୍ତ୍ତା ମୋ ହୃଦୟକୁ ଛୁଇଁଥାଏ ତ ଆଉ କିଛି ମୋତେ ଗର୍ବିତ କରାଏ । ଅନେକ ସମୟରେ ଏହି ବାର୍ତ୍ତାଗୁଡ଼ିକରେ ଆମର ସଂସ୍କୃତି ଓ ପରମ୍ପରା ବିଷୟରେ ଅସାଧାରଣ ସୂଚନା ଥାଏ । ଏଥର ଯେଉଁ ବାର୍ତ୍ତାଗୁଡ଼ିକ ମୋର ଦୃଷ୍ଟି ଆକର୍ଷଣ କରିଥିଲା ମୁଁ ତା’ ବିଷୟରେ ଆପଣଙ୍କୁ ଜଣାଇବାକୁ ଚାହୁଁଛି । ବାରାଣସୀର ଅଥର୍ବ କପୁର, ମୁମ୍ବାଇର ଆର୍ଯ୍ୟଶ ଲିଖା ଓ ଅତ୍ରେୟ ମାନ୍ ନିକଟରେ ମୋର ମରିସସ୍ ଯାତ୍ରା ଉପରେ ନିଜର ଭାବନା ଲେଖି ପଠାଇଛନ୍ତି । ସେମାନେ ଲେଖିଛନ୍ତି ଯେ ଏହି ଯାତ୍ରା ସମୟରେ ସେମାନେ ଗୀତ୍ ଗୱଇଙ୍କ ପ୍ରଦର୍ଶନକୁ ବହୁତ ଉପଭୋଗ କରିଥିଲେ । ପୂର୍ବ ଉତ୍ତରପ୍ରଦେଶ ଏବଂ ବିହାରରୁ ମିଳିଥିବା ଅନେକ ଚିଠିରେ ମୁଁ ସମାନ ଭାବନା ଦେଖିଛି । ମରିସସ୍ରେ ଗୀତ୍ ଗୱଇଙ୍କ ସୁନ୍ଦର ପ୍ରଦର୍ଶନ ସମୟରେ ମୁଁ ଯାହା ଅନୁଭବ କଲି ତାହା ପ୍ରକୃତରେ ଅତି ଚମତ୍କାର ଥିଲା ।
ବନ୍ଧୁଗଣ, ଯେତେବେଳେ ଆମେ ମୂଳ ସହିତ ଯୋଡ଼ି ହୋଇ ରହିଥାଉ, ଯେତେ ବଡ଼ ଝଡ଼ ଆସିଲେ ମଧ୍ୟ ତାହା ଆମର କ୍ଷତି କରିପାରେ ନାହିଁ । କଳ୍ପନା କରନ୍ତୁ, ପ୍ରାୟ ୨୦୦ ବର୍ଷ ପୂର୍ବେ ଭାରତରୁ ଅନେକ ଲୋକ ଗିରମିଟିଆ ଶ୍ରମିକ ଭାବେ ମରିସସ୍ ଯାଇଥିଲେ । ଆଗକୁ କ’ଣ ହେବ କେହି ଜାଣିନଥିଲେ । କିନ୍ତୁ ସମୟ ବିତିବା ସହିତ ସେମାନେ ସେଠାରେ ବସବାସ କରି ରହିଗଲେ । ସେମାନେ ମରିସସ୍ରେ ନିଜର ଏକ ବଡ଼ ପରିଚୟ ତିଆରି କଲେ । ସେମାନେ ନିଜର ଐତିହ୍ୟକୁ ସଂରକ୍ଷଣ କଲେ ଏବଂ ନିଜ ମୂଳ ସହିତ ଯୋଡ଼ି ହୋଇ ରହିଲେ । କେବଳ ମରିସସ୍ ଏଭଳି ଉଦାହରଣ ନୁହେଁ । ଗତବର୍ଷ ଯେତେବେଳେ ମୁଁ ଗାୟାନା ଯାଇଥିଲି, ସେଠାକାର ଚୌତାଲ୍ ପ୍ରଦର୍ଶନ ମଧ୍ୟ ମୋତେ ବହୁତ ପ୍ରଭାବିତ କରିଥିଲା ।
ବନ୍ଧୁଗଣ, ଏବେ ମୁଁ ଆପଣମାନଙ୍କ ପାଇଁ ଏକ ଅଡିଓ ଶୁଣଉଛି ।
.... ଅଡିଓ କ୍ଲିପ୍ ଫିଜି ....
ଆପଣମାନେ ନିଶ୍ଚୟ ଭାବୁଥିବେ ଯେ ଏହା ତ ଆମ ଆମ ଦେଶର କୋଉ ଅଞ୍ଚଳର କଥା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ସମ୍ପର୍କ ଫିଜି ସହିତ ଅଛି । ଏହା ଫିଜିର ବହୁତ ଲୋକପ୍ରିୟ ‘ଫଗ୍ୱା ଚୌତାଲ୍’ । ଏହି ଗୀତ ଓ ସଂଗୀତ ପ୍ରତ୍ୟେକଙ୍କ ଭିତରେ ଉତ୍ସାହ ଭରିଦିଏ । ମୁଁ ଆପଣମାନଙ୍କୁ ଆଉ ଏକ ଅଡିଓ କ୍ଲିପ୍ ଶୁଣଉଛି ।
... ଅଡିଓ କ୍ଲିପ୍ ସୁରିନାମ୍....
ଏହି ଅଡିଓଟି ହେଉଛି ସୁରିନାମର ‘ଚୌତାଲ୍’ । ଟିଭିରେ ଏହି କାର୍ଯ୍ୟକ୍ରମ ଦେଖୁଥିବା ଦେଶବାସୀ ସୁରିନାମର ରାଷ୍ଟ୍ରପତି ଏବଂ ମୋର ବନ୍ଧୁ ଚାନ୍ ସନ୍ତୋଖି ଜୀଙ୍କୁ ଏହା ଉପଭୋଗ କରୁଥିବାର ଦେଖିପାରିବେ । ବୈଠକ ଓ ଗୀତର ଏହି ପରମ୍ପରା ତ୍ରିନିଦାଦ ଓ ଟୋବାଗୋରେ ମଧ୍ୟ ଖୁବ୍ ଲୋକପ୍ରିୟ । ଏହିସବୁ ଦେଶର ଲୋକେ ରାମାୟଣ ବହୁତ ପଢ଼ନ୍ତି । ଫଗ୍ୱା ଏଠାରେ ବହୁତ ଲୋକପ୍ରିୟ ଏବଂ ସମସ୍ତ ଭାରତୀୟ ପର୍ବପର୍ବାଣୀ ଖୁବ୍ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରାଯାଏ । ତାଙ୍କର ଅନେକ ଗୀତ ଭୋଜପୁରୀ, ଅବଧି କିମ୍ବା ମିଶ୍ରିତ ଭାଷାରେ ଅଛି, ବେଳେବେଳେ ବ୍ରଜ ଏବଂ ମୈଥିଳୀ ମଧ୍ୟ ବ୍ୟବହାର କରନ୍ତି । ଏହି ଦେଶଗୁଡ଼ିକରେ ଆମର ପରମ୍ପରାକୁ ସଂରକ୍ଷଣ କରୁଥିବା ସମସ୍ତେ ପ୍ରଶଂସାର ପାତ୍ର ।
ବନ୍ଧୁଗଣ, ବିଶ୍ୱରେ ଏପରି ଅନେକ ସଂଗଠନ ଅଛି ଯେଉଁଗୁଡ଼ିକ ବର୍ଷବର୍ଷ ଧରି ଭାରତୀୟ ସଂସ୍କୃତିର ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଏପରି ଏକ ସଂଗଠନ ହେଉଛି ‘ସିଙ୍ଗାପୁର ଇଣ୍ଡିଆନ ଫାଇନ୍ ଆର୍ଟସ ସୋସାଇଟି’ । ଭାରତୀୟ ନୃତ୍ୟ, ସଙ୍ଗୀତ ଏବଂ ସଂସ୍କୃତିର ସଂରକ୍ଷଣରେ ନିୟୋଜିତ ଏହି ସଂଗଠନ ନିଜର ଗୌରବମୟ ୭୫ ବର୍ଷ ପୂରଣ କରିଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ଥର୍ମନ ଶନମୁଗରତ୍ନମ୍ ଜୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଏହି ସଂଗଠନର ପ୍ରୟାସକୁ ବହୁତ ପ୍ରଶଂସା କରିଥିଲେ । ମୁଁ ଏହି ଟିମ୍କୁ ବହୁତ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ, ‘ମନ୍ କି ବାତ୍’ରେ ଦେଶବାସୀଙ୍କ ସଫଳତା ସହିତ ଆମେ ପ୍ରାୟ ସାମାଜିକ ବିଷୟରେ ବି ଚର୍ଚ୍ଚା କରିଥାନ୍ତି । ଅନେକ ସମୟରେ ଆହ୍ୱାନଗୁଡ଼ିକ ଉପରେ ମଧ୍ୟ ଚର୍ଚ୍ଚା ହୁଏ । ଏଥର ‘ମନ୍ କି ବାତ୍’ରେ ମୁଁ ଏଭଳି ଏକ ଆହ୍ୱାନ ସମ୍ବନ୍ଧରେ କହିବାକୁ ଚାହୁଁଛି ଯାହା ସିଧା ଆମ ସମସ୍ତଙ୍କ ସହିତ ଯୋଡ଼ିହୋଇଛି । ଏହି ଆହ୍ୱାନ ହେଉଛି ‘Textile Waste’ । ଆପଣ ଭାବୁଥିବେ ଯେ, ‘Textile Waste’ ରୂପରେ ଏ ନୂଆ ଶତ୍ରୁଟି ପୁଣି କେଉଁଠୁ ଆସିଲା? ବାସ୍ତବରେ ‘Textile Waste’ ସାରା ବିଶ୍ୱ ପାଇଁ ଏବେ ଗୋଟିଏ ନୂତନ ଚିନ୍ତାର କାରଣ ହୋଇପଡ଼ିଛି । ଆଜିକାଲି ସାରା ବିଶ୍ୱରେ ପୁରୁଣା କପଡ଼ାକୁ ଯଥାଶୀଘ୍ର ହଟାଇ ନୂଆ କପଡ଼ା ନେବାର ଚଳଣୀ ବଢ଼ୁଛି । ଆପଣ କେବେ ଭାବିଛନ୍ତି କି ଯେଉଁ ପୁରୁଣା କପଡ଼ାଗୁଡ଼ିକୁ ଆପଣ ପିନ୍ଧିବା ଛାଡ଼ିଦେଉଛନ୍ତି ସେଗୁଡ଼ିକ କ’ଣ ହେଉଛି ? ଏହି ଗୁଡ଼ିକ ହିଁ ‘Textile Waste’ରେ ପରିଣତ ହେଉଛି । ଏ ବିଷୟରେ ଅନେକଗୁଡ଼ିଏ ବିଶ୍ୱସ୍ତରୀୟ ଅନୁସନ୍ଧାନ ହେଉଛି । ଗୋଟିଏ ଅନୁସନ୍ଧାନରେ ଜାଣିବାକୁ ମିଳିଛି ଯେ ମାତ୍ର ଏକ ପ୍ରତିଶତରୁ ବି କମ୍ ‘Textile Waste’କୁ ନୂଆ କପଡ଼ାରେ ପୁନଃବ୍ୟବହାରଯୋଗ୍ୟ କରାଯାଉଛି – ଏକ ପ୍ରତିଶତରୁ ବି ମଧ୍ୟ କମ୍ ! ଭାରତ ଦୁନିଆର ତୃତୀୟ ଦେଶ ଯେଉଁଠି ସବୁଠାରୁ ଅଧିକ କପଡ଼ା ଆବର୍ଜନା ବାହାରୁଛି । ଅର୍ଥାତ୍ ଆମ ପାଖରେ ମଧ୍ୟ ବହୁତ ବଡ଼ ଆହ୍ୱାନ ରହିଛି । କିନ୍ତୁ ମୁଁ ଖୁସି ଯେ ଆମ ଦେଶରେ ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଅନେକ ପ୍ରଶଂସନୀୟ ପ୍ରୟାସ କରାଯାଉଛି । ଅନେକ ଭାରତୀୟ ଷ୍ଟାର୍ଟ-ଅପ୍ସ କପଡ଼ା ପୁନରୁଦ୍ଧାର ସୁବିଧା ଉପରେ କାମ ଆରମ୍ଭ କରିଛନ୍ତି । ଏଭଳି ଅନେକ ଦଳ ଅଛନ୍ତି, ଯେଉଁମାନେ ଆମର ଆବର୍ଜନାକୁ ବାଛୁଥିବା ଭାଇ ଭଉଣୀମାନଙ୍କର ସଶକ୍ତିକରଣ ପାଇଁ ମଧ୍ୟ କାମ କରୁଛନ୍ତି । ଅନେକ ଯୁବ ବନ୍ଧୁମାନେ Sustainable ଫ୍ୟାଶନର ଚେଷ୍ଟାରେ ଲାଗିଛନ୍ତି । ସେମାନେ ପୁରୁଣା କପଡ଼ା ଏବଂ ଜୋତା-ଚପଲ ଆଦିକୁ ପୁନଃବ୍ୟବହାରଯୋଗ୍ୟ କରି ଗରିବଙ୍କ ପାଖରେ ପହଞ୍ଚାଉଛନ୍ତି । କପଡ଼ା ଆବର୍ଜନାରୁ ସାଜସଜ୍ଜାର ଜିନିଷ, ହ୍ୟାଣ୍ଡବ୍ୟାଗ୍, ପ୍ରସାଧନ ସାମଗ୍ରୀ ଏବଂ ଖେଳନା ଭଳି ଅନେକ ଜିନିଷ ତିଆରି କରାଯାଉଛି । ଅନେକଗୁଡ଼ିଏ ସଂସ୍ଥା ଆଜିକାଲି ‘Circular Fashion Brand’କୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ନୂଆ ନୂଆ ‘Rental Platform’ ମଧ୍ୟ ଖୋଲୁଅଛି, ଯେଉଁଠି ବିଭିନ୍ନ ଡିଜାଇନର କପଡ଼ା ଭଡ଼ାରେ ମିଳିପାରୁଛି । କେତେକ ସଂସ୍ଥା ପୁରୁଣା କପଡ଼ାଗୁଡ଼ିକୁ ନେଇ ତାକୁ ପୁନଃବ୍ୟବହାରଯୋଗ୍ୟ କରୁଛନ୍ତି ଏବଂ ଗରିବମାନଙ୍କ ପାଖରେ ପହଞ୍ଚାଉଛନ୍ତି ।
ବନ୍ଧୁଗଣ Textile Waste ନିରାକରଣ କରିବାରେ କେତେକ ସହର ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛି । ହରିୟାଣାର ପାନିପଥ କପଡ଼ା ପୁନଃଚକ୍ରଣ କ୍ଷେତ୍ରରେ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଉଭାହେଇଛି । ଅଭିନବ ବୈଷୟିକ ସମାଧାନର ସହର ଭାବେ ଜଣାଶୁଣା ବେଙ୍ଗାଲୁରୁ ମଧ୍ୟ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି । ଏଠାରେ ଅଧାରୁ ଅଧିକ Textile Wasteକୁ ଜମା କରାଯାଏ, ଯାହାକି ଆମର ଅନ୍ୟ ସହରମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ । ସେହିଭଳି ତାମିଲନାଡୁର ତିରୁପୁର ବର୍ଜ୍ୟଜଳ ପରିଚାଳନା ଏବଂ ଅକ୍ଷୟଶକ୍ତି ମାଧ୍ୟମରେ Textile Waste ପରିଚାଳନାରେ ଯୋଗଦେଇଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଫିଟନେସ୍ ସଙ୍ଗେ ସଙ୍ଗେ ଗଣତିର ମଧ୍ୟ ଏକ ବଡ଼ ଭୂମିକା ଆସିଗଲାଣି । ଗୋଟିଏ ଦିନରେ କେତେ ପାଦ ଚାଲିଲେ ତା’ର ଗଣତି, ଗୋଟିଏ ଦିନରେ କେତେ କ୍ୟାଲୋରୀ ଖାଇଲେ ତା’ର ଗଣତି, କେତେ କ୍ୟାଲୋରୀ ନଷ୍ଟ କଲେ ତା’ର ଗଣତି, ଏତେ ପ୍ରକାର ଗଣତି ଭିତରେ ଆଉ ଗୋଟିଏ ଗଣତି ମଧ୍ୟ ଆରମ୍ଭ ହୋଇଗଲାଣି । ଆନ୍ତର୍ଜାତିକ ଯୋଗଦିବସର ଗଣତି । ଯୋଗ ଦିବସ ପାଇଁ ଏବେ ୧୦୦ ଦିନରୁ ମଧ୍ୟ କମ୍ ସମୟ ଅଛି । ଯଦି ଆପଣ ନିଜ ଜୀବନରେ ଏପର୍ଯ୍ୟନ୍ତ ଯୋଗକୁ ସାମିଲ କରିନାହାନ୍ତି ତେବେ ଏବେ ନିଶ୍ଚୟ କରିଦିଅନ୍ତୁ, ଏବେବି ଡେରି ହେଇନି । ୧୦ ବର୍ଷ ପୂର୍ବେ ୨୦୧୫, ୨୧ ଜୁନରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏବେତ ଏହି ଦିବସଟି ଯୋଗର ଏକ ବିରାଟ ମହୋତ୍ସବର ରୂପ ଗ୍ରହଣ କଲାଣି । ଏହା ମାନବ ଜାତିକୁ ଭାରତର ଏଭଳି ଏକ ଅମୂଲ୍ୟ ଉପହାର, ଯାହାକି ଭବିଷ୍ୟତ ବଂଶଧରମାନଙ୍କର ବହୁତ କାମରେ ଆସିବ । ୨୦୨୫ ମସିହାର ଯୋଗଦିବସର ଥିମ୍ ରଖାଯାଇଛି, ‘Yoga for One Earth and One Health’ । ଅର୍ଥାତ୍ ଆମେ ଯୋଗ ମାଧ୍ୟମରେ ସମଗ୍ର ବିଶ୍ୱକୁ ସୁସ୍ଥ ରଖିବାର କାମନା କରୁଛୁ ।
ବନ୍ଧୁଗଣ, ଆମ ସମସ୍ତଙ୍କ ପାଇଁ ଗୋଟିଏ ଗର୍ବର କଥା ହେଲା ଆଜି ଆମର ଯୋଗ ଏବଂ ପାରମ୍ପରିକ ଔଷଧକୁ ନେଇ ସାରା ଦୁନିଆରେ ଜିଜ୍ଞାସ ବଢ଼ୁଛି । ବହୁସଂଖ୍ୟାରେ ଯୁବକମାନେ ଯୋଗ ଏବଂ ଆୟୁର୍ବେଦକୁ ସୁସ୍ଥ ରହିବାର ଏକ ଉତ୍ତମ ମାଧ୍ୟମ ମାନି ଏହାକୁ ଗ୍ରହଣ କରୁଛନ୍ତି ଯେପରିକି ଦକ୍ଷିଣ ଆମେରିକାର ଦେଶ ଚିଲି । ସେଠାରେ ଆୟୁର୍ବେଦ ଅତି ଦ୍ରୁତଗତିରେ ଲୋକପ୍ରିୟ ହେବାରେ ଲାଗିଛି । ଗତବର୍ଷ ମୋର ବ୍ରାଜିଲ ଯାତ୍ରା ସମୟରେ ମୁଁ ଚିଲିର ରାଷ୍ଟ୍ରପତିଙ୍କୁ ଭେଟିଥିଲି । ଆୟୁର୍ବେଦର ଏହି ଲୋକପ୍ରିୟତାକୁ ନେଇ ଆମ ଭିତରେ ଖୁବ୍ ଚର୍ଚ୍ଚା ହୋଇଥିଲା । ମୋତେ ସୋମୋସ୍ ଇଣ୍ଡିଆ ନାମକ ଗୋଟିଏ ଦଳ ବିଷୟରେ ଖବର ମିଳିଛି । ସ୍ପାନିସରେ ଏହାର ଅର୍ଥ ହେଉଛି – We are India ଏହି ଦଳ ପ୍ରାୟ ଏକ ଦଶକ ଧରି ଯୋଗ ଏବଂ ଆୟୁର୍ବେଦକୁ ପ୍ରୋତ୍ସାହନ ଦେବାରେ ଲାଗିଛନ୍ତି । ସେମାନେ ଚିକିତ୍ସା ସଙ୍ଗେସଙ୍ଗେ ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦେଉଛନ୍ତି । ସେମାନେ ଆୟୁର୍ବେଦ ଏବଂ ଯୋଗ ସମ୍ବନ୍ଧିତ ସୂଚନାଗୁଡ଼ିକୁ ସ୍ପାନିସ୍ ଭାଷାରେ ଅନୁବାଦ ମଧ୍ୟ କରୁଛନ୍ତି । ଯଦି ଗତବର୍ଷର କଥା ଦେଖିବା ତେବେ ସେମାନଙ୍କର ଭିନ୍ନ ଭିନ୍ନ ଇଭେଣ୍ଟ ଓ ପାଠ୍ୟକ୍ରମରେ ପ୍ରାୟ ୯ ହଜାର ଲୋକ ଭାଗ ନେଇଥିଲେ । ଏହି ଦଳ ସହିତ ସମ୍ପୃକ୍ତ ଲୋକମାନଙ୍କୁ ସେମାନଙ୍କର ଏହି ପ୍ରୟାସ ପାଇଁ ମୁଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ ‘ମନ୍ କି ବାତ୍’ରେ ଏବେ ଗୋଟିଏ ଖଟାମିଠା ଏବଂ ଓଲଟପାଲଟ ପ୍ରଶ୍ନ! ଆପଣ କେବେ ଫୁଲମାନଙ୍କ ଯାତ୍ରା ସମ୍ବନ୍ଧରେ ଭାବିଛନ୍ତି କି! ଗଛଲତାରେ ଫୁଟୁଥିବା କିଛି ଫୁଲର ଯାତ୍ରା ମନ୍ଦିର ପର୍ଯ୍ୟନ୍ତ ହୋଇଥାଏ । କିଛି ଫୁଲ ଘରକୁ ସୁନ୍ଦର କରନ୍ତି, କିଛି ଅତର ରୂପରେ ଚାରିଆଡ଼େ ସୁଗନ୍ଧ ବିତରଣ କରନ୍ତି । କିନ୍ତୁ ଆଜି ମୁଁ ଆପଣମାନଙ୍କୁ ଫୁଲର ଆଉ ଗୋଟିଏ ଯାତ୍ରା ବିଷୟରେ କହିବି । ଆପଣ ମହୁଆ ଫୁଲ ସମ୍ବନ୍ଧରେ ନିଶ୍ଚୟ ଶୁଣିଥିବେ । ଆମ ଗାଁମାନଙ୍କରେ ଏବଂ ବିଶେଷକରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାର ମହତ୍ତ୍ୱ ଭଲ ଭାବରେ ଜାଣନ୍ତି । ଦେଶର ଅନେକ ଭାଗରେ ଏବେ ମହୁଆ ଫୁଲର ଯାତ୍ରା ଗୋଟିଏ ନୂଆ ରାସ୍ତାରେ ବାହାରିପଡ଼ିଛି । ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ ମହୁଆ ଫୁଲରୁ କୁକିଜ୍ ତିଆରି ହେଉଛି । ରାଜଖୋହ ଗାଁର ଚାରି ଭଉଣୀଙ୍କ ପ୍ରୟାସରେ ଏହି କୁକିଜ୍ ବହୁତ ଲୋକପ୍ରିୟ ହେଉଛି । ଏହି ମହିଳାମାନଙ୍କର ଉତ୍ସାହକୁ ଦେଖି ଗୋଟିଏ ବଡ଼ କମ୍ପାନୀ ଏମାନଙ୍କୁ ଫ୍ୟାକ୍ଟ୍ରିରେ କାମ କରିବାର ପ୍ରଶିକ୍ଷଣ ଦେଲା । ତାଙ୍କଠାରୁ ପ୍ରେରଣା ପାଇ ଗ୍ରାମର ଅନେକ ମହିଳା ଏମାନଙ୍କ ସହିତ ମିଶିଛନ୍ତି । ଏମାନଙ୍କ ଦ୍ୱାରା ପ୍ରସ୍ତୁତ ମହୁଆ କୁକିଜର ଚାହିଦା ଖୁବ୍ ବଢ଼ୁଛି । ତେଲଙ୍ଗାନାର ଆଦିଲାବାଦ ଜିଲ୍ଲାରେ ମଧ୍ୟ ଦୁଇ ଭଉଣୀ ମହୁଆ ଫୁଲ ଉପରେ ଏକ ନୂଆ ପରୀକ୍ଷଣ କରିଛନ୍ତି । ସେମାନେ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ସେମାନଙ୍କ ଖାଦ୍ୟରେ ଆଦିବାସୀ ସଂସ୍କୃତିର ମହକ ମଧ୍ୟ ରହିଛି ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଏକ ସୁନ୍ଦର ଫୁଲ ବିଷୟରେ କହିବାକୁ ଚାହୁଁଛି ଏବଂ ଏହି ଫୁଲର ନାଁ ହେଲା ‘କୃଷ୍ଣ କମଳ’ । ଆପଣ ଗୁଜୁରାଟର ଏକତା ନଗରରେ ଷ୍ଟାଚୁ୍ୟ ଅଫ୍ ୟୁନିଟିକୁ ଦେଖିବାକୁ ଯାଇଛନ୍ତି କି? ଷ୍ଟାଚ୍ୟୁ ଅଫ ୟୁନିଟିର ଆଖପାଖରେ ଆପଣଙ୍କୁ ଏ କୃଷ୍ଣକମଳ ବହୁସଂଖ୍ୟାରେ ଦେଖିବାକୁ ମିଳିବ । ଏ ଫୁଲ ପର୍ଯ୍ୟଟକମାନଙ୍କ ମନ ମୋହିନିଏ । ଏହି କୃଷ୍ଣକମଳ ଏକତାନଗରର ଆରୋଗ୍ୟ ବନ, ଏକତା ନର୍ସରୀ, ବିଶ୍ୱ ବନ ଏବଂ ମିୟାୱାକି ଜଙ୍ଗଲରେ ଆକର୍ଷଣର କେନ୍ଦ୍ର ପାଲଟିଯାଇଛି । ଏଠାରେ ଯୋଜନାବଦ୍ଧ ଭାବରେ ଲକ୍ଷ ଲକ୍ଷ ସଂଖ୍ୟାରେ କୃଷ୍ଣକମଳର ଚାରା ଲଗାଯାଇଛି । ଆପଣ ମଧ୍ୟ ଯଦି ଆପଣଙ୍କ ଆଖପାଖରେ ଦେଖନ୍ତି ସେଠାରେ ମଧ୍ୟ ଫୁଲର ଏହିଭଳି ମନଛୁଆଁ ଯାତ୍ରା ଦେଖିପାରିବେ । ଆପଣ ନିଜ ଅଞ୍ଚଳର ଫୁଲର ଏହିଭଳି ନିଆରା ଯାତ୍ରା ସମ୍ପର୍କରେ ମୋତେ ବି ଲେଖନ୍ତୁ ।
ମୋର ପ୍ରିୟ ବନ୍ଧୁଗଣ, ଆପଣ ମୋତେ ସବୁଦିନ ଭଳି ନିଜ ବିଚାର, ଅନୁଭବ ଏବଂ ସୂଚନାଗୁଡ଼ିକ ଜଣାନ୍ତୁ, ହେଇପାରେ ଆପଣଙ୍କ ଆଖପାଖରେ କିଛି ଏମିତି ହେଉଥିବ ଯାହା ଆପଣମାନଙ୍କୁ ସାଧାରଣ ଲାଗିଲେ ମଧ୍ୟ ଅନ୍ୟମାନଙ୍କ ପାଇଁ ବହୁତ ରୋଚକ ବା ନୂଆ ହେଇଥିବ । ଆସନ୍ତା ମାସରେ ଆମେ ପୁଣି ଭେଟିବା ଏବଂ ଦେଶବାସୀମାନଙ୍କର ସେହି କଥାଗୁଡ଼ିକର ଚର୍ଚ୍ଚା କରିବା ଯାହା ଆମକୁ ପ୍ରେରଣାରେ ଭରିଦେବ । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।
ବନ୍ଧୁଗଣ, ଆଗାମୀ କିଛିଦିନ ମଧ୍ୟରେ ଆମେ ଜାତୀୟ ବିଜ୍ଞାନ ଦିବସ ପାଳନ କରିବାକୁ ଯାଉଛୁ । ଆମ ପିଲାମାନଙ୍କର, ଯୁବବର୍ଗଙ୍କ ବିଜ୍ଞାନରେ ଗଭୀର ରୁଚି ରହିଥିବା କଥା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାକୁ ନେଇ ମୋ ପାଖରେ ଗୋଟିଏ ଆଇଡିଆ ରହିଛି, ଯାହାକୁ ଆପଣ “One Day as a Scientist” ବୋଲି କହିପାରନ୍ତି । ଅର୍ଥାତ୍, ଆପଣ ନିଜର ଗୋଟିଏ ଦିନ ବୈଜ୍ଞାନିକ ରୂପେ ଅତିବାହିତ କରି ଦେଖନ୍ତୁ । ଆପଣ ନିଜ ସୁବିଧା ଅନୁସାରେ, ନିଜ ଇଚ୍ଛା ଅନୁସାରେ ଯେ କୌଣସି ଦିନଟିକୁ ଚୟନ କରନ୍ତୁ । ସେ ଦିନ ଆପଣ କୌଣସି ଗବେଷଣାଗାର, ପ୍ଲାନେଟୋରିୟମ୍ କିମ୍ବା ମହାକାଶ କେନ୍ଦ୍ର ଭଳି ସ୍ଥାନକୁ ନିଶ୍ଚୟ ଯାଆନ୍ତୁ । ଏହାଦ୍ୱାରା ବିଜ୍ଞାନକୁ ନେଇ ଆପଣଙ୍କ ମନରେ ଜିଜ୍ଞାସା ଆହୁରି ବୃଦ୍ଧି ପାଇବ । ମହାକାଶ ଓ ବିଜ୍ଞାନ ଭଳି ଅନ୍ୟ ଏକ କ୍ଷେତ୍ର ରହିଛି, ଯେଉଁଠି ଭାରତ ଦୃତ ଗତିରେ ନିଜର ପରିଚୟ ସୃଷ୍ଟି କରିବାରେ ଲାଗିଛି । ଏହି କ୍ଷେତ୍ର ହେଉଛି ଏ.ଆଇ. - ଆର୍ଟିଫିଶିଆଲ୍ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ନିକଟରେ ଏ.ଆଇ. ସମ୍ପର୍କିତ ଗୋଟିଏ ବଡ଼ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ମୁଁ ପ୍ୟାରିସ୍ ଯାଇଥିଲି । ସେଠାରେ ବିଶ୍ୱବାସୀ ଏହି କ୍ଷେତ୍ରରେ ଭାରତର ଅଗ୍ରଗତିକୁ ନେଇ ବହୁତ ପ୍ରଶଂସା କରୁଥିଲେ । ଆମ ଦେଶର ଲୋକେ ଆଜି ଏ.ଆଇ.ର ବ୍ୟବହାର କେଉଁ ପ୍ରକାର କରୁଛନ୍ତି, ଏହାର ଉଦାହରଣ ମଧ୍ୟ ଆମକୁ ଦେଖିବାକୁ ମିଳୁଛି । ଏଇ ଯେମିତି, ତେଲଙ୍ଗାନାର ଆଦିଲାବାଦରେ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ହେଉଛନ୍ତି ଥୋଡ଼ାସମ୍ କୈଳାଶ ଜୀ । ଡିଜିଟାଲ୍ ଗୀତ-ସଙ୍ଗୀତରେ ତାଙ୍କର ଋଚି ଆମର ଅନେକ ଆଦିବାସୀ ଭାଷାକୁ ଜୀବିତ ରଖିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି । ସେ ଏ.ଆଇ. ଟୁଲ୍ସ ସାହାଯ୍ୟରେ କୋଲାମୀ ଭାଷାରେ ସ୍ୱର ସଂଯୋଜନା କରି ଚମତ୍କାର କାର୍ଯ୍ୟ କରିଦେଖାଇଛନ୍ତି । ସେ ଏ.ଆଇ.ର ବ୍ୟବହାର କୋଲାମୀ ବ୍ୟତୀତ ଅନ୍ୟ କେତେକ ଭାଷାରେ ଗୀତ ପ୍ରସ୍ତୁତ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଟ୍ରାକଗୁଡ଼ିକ ଆମ ଆଦିବାସୀ ଭାଇଭଉଣୀମାନଙ୍କୁ ଖୁବ ଭଲ ଲାଗୁଛି । ମହାକାଶ କ୍ଷେତ୍ର ହେଉ କି ଏ.ଆଇ., ଆମ ଯୁବବର୍ଗର ଏଥିରେ କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ଗୋଟିଏ ନୂତନ ବିପ୍ଳବକୁ ଜନ୍ମ ଦେଉଛି । ନୂଆ ନୂଆ ଜ୍ଞାନକୌଶଳର ପ୍ରୟୋଗ ଓ ବ୍ୟବହାର କରିବାରେ ଭାରତର ଲୋକେ କାହାଠୁ କମ ନୁହନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ହେଉଛି ଆନ୍ତର୍ଜାତିକ ମହିଳା ଦିବସ । ଏହା ଆମର ନାରୀଶକ୍ତିକୁ ସମ୍ମାନ ଜଣାଇବାର ଗୋଟିଏ ବିଶେଷ ଅବସର । ଦେବୀ ମହାତ୍ମ୍ୟରେ କୁହାଯାଇଛି –
ବିଦ୍ୟାଃ ସମସ୍ତାଃ ତବ ଦେବୀ ଭେଦାଃ
ସ୍ତ୍ରୀୟଃ ସମସ୍ତା ସକଲା ଜଗତ୍ସୁ ।
ଅର୍ଥାତ୍ ସମସ୍ତ ବିଦ୍ୟା, ଦେବୀଙ୍କର ହିଁ ଭିନ୍ନ ଭିନ୍ନ ସ୍ୱରୁପର ପରିପ୍ରକାଶ ଏବଂ ଜଗତର ସମସ୍ତ ନାରୀ-ଶକ୍ତିରେ ମଧ୍ୟ ତାଙ୍କରି ପ୍ରତିରୂପ ରହିଛି । ଆମ ସଂସ୍କୃତିରେ କନ୍ୟାମାନଙ୍କ ସମ୍ମାନ ସର୍ବୋପରି । ଦେଶର ମାତୃଶକ୍ତି ଆମର ସ୍ୱାଧୀନତା ସଂଗ୍ରାମରେ ଏବଂ ସମ୍ବିଧାନ ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସମ୍ବିଧାନ ସଭାରେ ଆମର ଜାତୀୟ ପତାକା ଉପସ୍ଥାପନ କରି ହଂସା ମେହେତା ଜୀ ଯାହା କହିଥିଲେ, ମୁଁ ତାଙ୍କରି ସ୍ୱରରେ ଆପଣ ସମସ୍ତଙ୍କ ସହ ତାହା ଶେୟାର କରୁଛି ।
# AUDIO :
It is in the fitness of things that this first flag that will fly over this august house should be a gift from the women of India. We have dawn the saffron colour; we have fought, suffered and sacrificed in the cause of our country’s freedom. 4 We have today attained our goal. In presenting this symbol of our freedom, we once more offer our services to the nation. We pledge ourselves to work for a great India, for building up a nation that will be a nation among nations. We pledge ourselves for a working for a greater cause to maintain the freedom that we have achieved.
ବନ୍ଧୁଗଣ, ହଂସା ମେହେତା ଆମ ଜାତୀୟ ପତାକା ନିର୍ମାଣ ଠାରୁ ଆରମ୍ଭ କରି ଏହା ପାଇଁ ବଳିଦାନ ଦେଇଥିବା ଦେଶର ସମସ୍ତ ମହିଳାମାନଙ୍କ ଅବଦାନକୁ ଉପସ୍ଥାପିତ କରିଥିଲେ । ସେ କହିଥିଲେ ଯେ, ଆମ ତ୍ରିରଙ୍ଗାରେ ରହିଥିବା ଗେରୁଆ ରଙ୍ଗ ଯୋଗୁଁ ଏହି ଭାବନା ଜାଗ୍ରତ ହେଉଛି । ଆମ ନାରୀଶକ୍ତି ଭାରତକୁ ସଶକ୍ତ ଏବଂ ସମୃଦ୍ଧ କରିବାରେ ନିଜର ବହୁମୂଲ୍ୟ ଯୋଗଦାନ ଦେବ ବୋଲି ତାଙ୍କର ବିଶ୍ୱାସ ରହିଥିଲା । ଆଜି ତାଙ୍କ କଥା ସତ୍ୟ ପ୍ରମାଣିତ ହେଉଛି । ଯେକୌଣସି କ୍ଷେତ୍ରକୁ ଦେଖିଲେ ସେଥିରେ ମହିଳାମାନଙ୍କ ବ୍ୟାପକ ଅବଦାନ ଆପଣଙ୍କ ଦୃଷ୍ଟିଗୋଚର ହେବ । ବନ୍ଧୁଗଣ, ଏଥର ମହିଳା ଦିବସରେ ମୁଁ ଏଭଳି କିଛି ଆରମ୍ଭ କରିବାକୁ ଯାଉଛି, ଯାହା ଆମ ନାରୀଶକ୍ତି ପ୍ରତି ସମର୍ପିତ ହେବ । ଏହି ବିଶେଷ ଅବସରରେ ମୁଁ ମୋର Social Media Account, ଯେମିତିକି ଏକ୍ସ, ଇନଷ୍ଟାଗ୍ରାମକୁ ଦିନକ ପାଇଁ କିଛି ପ୍ରେରଣାଦାୟୀ ମହିଳାମାନଙ୍କୁ ସମର୍ପିତ କରିବାକୁ ଯାଉଛି । ଏଭଳି ମହିଳା, ଯେଉଁମାନେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଛନ୍ତି, Innovation କରିଛନ୍ତି, ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମାର୍ଚ୍ଚ ୮ ତାରିଖ ଦିନ ସେମାନେ ନିଜ କାର୍ଯ୍ୟ ଏବଂ ଅନୁଭୂତିକୁ ଦେଶବାସୀଙ୍କ ସହ ବାଣ୍ଟିବେ । ଏହା ପଛେ ମୋ ପ୍ଲାଟଫର୍ମ ହୋଇଥାଉ, କିନ୍ତୁ ସେଠାରେ ତାଙ୍କ ଅଭିଜ୍ଞତା, ତାଙ୍କ ଆହ୍ୱାନ ଏବଂ ଉପଲବ୍ଧି ସମ୍ପର୍କରେ ଆଲୋଚନା ହେବ । ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କୁ ଏହି ସୁଯୋଗ ମିଳୁ, ତାହେଲେ ନମୋ ଆପରେ ସୃଷ୍ଟି କରାଯାଇଥିବା ବିଶେଷ ଫୋରମ୍ ମାଧ୍ୟମରେ ଏହି ପ୍ରୟୋଗର ଅଂଶୀଦାର ହୁଅନ୍ତୁ ଏବଂ ମୋ ଏକ୍ସ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ନିଜ କଥା ସାରା ବିଶ୍ୱ ଆଗରେ ଉପସ୍ଥାପିତ କରନ୍ତୁ, ତେବେ ଆସନ୍ତୁ, ଏଥର ମହିଳା ଦିବସରେ ଆମେ ସମସ୍ତେ ମିଶି ଅଦମ୍ୟ ନାରୀଶକ୍ତିକୁ ସେଲିବ୍ରେଟ୍ କରିବା, ସମ୍ମାନ ଜଣାଇବା, ପ୍ରଣାମ କରିବା ।
ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କ ମଧ୍ୟରୁ ଅନେକେ ଏମିତି ଥିବେ, ଯିଏ ଉତ୍ତରାଖଣ୍ଡରେ ହୋଇଥିବା ଜାତୀୟ କ୍ରୀଡ଼ାର ରୋମାଞ୍ଚକାରୀ ମୁହୂର୍ତ୍ତର ମଜା ଉଠାଇଥିବେ । ସାରା ଦେଶର ୧୧,୦୦୦ରୁ ଅଧିକ କ୍ରୀଡ଼ାବିତ୍ ଏଥିରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିଲେ । ଏହି ଆୟୋଜନ ଦେବଭୂମୀର ଏକ ନୂତନ ସ୍ୱରୂପ ଉପସ୍ଥାପିତ କଲା । ଉତ୍ତରାଖଣ୍ଡ ଏବେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଏକ ଅନନ୍ୟ ଶକ୍ତି ଭାବେ ସମ୍ମୁଖକୁ ଆସୁଛି । ଉତ୍ତରାଖଣ୍ଡର ଖେଳାଳୀମାନେ ମଧ୍ୟ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଉତ୍ତରାଖଣ୍ଡ ଏଥର ସପ୍ତମ ସ୍ଥାନରେ ରହିଲା । ଏହା ହିଁ ତ କ୍ରୀଡ଼ାର ଶକ୍ତି, ଯାହା ଲୋକମାନଙ୍କୁ ଏବଂ ସାମୂହିକ ଭାବେ ସାରା ରାଜ୍ୟର କାୟାକଳ୍ପ ପରିବର୍ତ୍ତନ କରିଥାଏ । ଏହାଦ୍ୱାରା ଭବିଷ୍ୟତ ପିଢ଼ି ପ୍ରେରିତ ହେବା ସଙ୍ଗେ ସଙ୍ଗେ culture of excellence ମଧ୍ୟ ବୃଦ୍ଧି ପାଇଥାଏ।
ବନ୍ଧୁଗଣ, ଆଜି ସମଗ୍ର ଦେଶରେ ଏସବୁ କ୍ରୀଡ଼ା ପ୍ରଦର୍ଶନ ସମ୍ପର୍କରେ ବହୁତ ଚର୍ଚ୍ଚା ଚାଲିଛି । ଏସବୁ କ୍ରୀଡ଼ା ମଧ୍ୟରେ ସବୁଠୁ ଅଧିକ ସ୍ୱର୍ଣ୍ଣପଦକ ଜିଣିଥିବା ସର୍ଭିସେସର ଦଳକୁ ମୋର ବହୁତ ବହୁତ ଅଭିନନ୍ଦନ । ରାଷ୍ଟ୍ରୀୟ କ୍ରୀଡ଼ାରେ ଭାଗ ନେଇଥିବା ପ୍ରତ୍ୟେକ ଖେଳାଳିଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି । ଆମର ବହୁତ ଖେଳାଳି ‘ଖେଲୋ ଇଣ୍ଡିଆ’ ଅଭିଯାନରୁ ବାହାରିଛନ୍ତି । ହିମାଚଳ ପ୍ରଦେଶର ସାୱନ ବରୱାଲ, ମହାରାଷ୍ଟ୍ରର କିରଣ ମାତ୍ରେ, ତେଜସ୍ ଶିର୍ସେ, ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜୀ, ସମସ୍ତେ ଦେଶକୁ ନୂଆ ଆଶା ଦେଇଛନ୍ତି । ଉତ୍ତରପ୍ରଦେଶର ଜାଭଲିନ ଫିଙ୍ଗାଳି ସଚିନ୍ ଯାଦବ, ହରିୟାଣାର ହାଇଜମ୍ପର୍ ପୂଜା ଓ କର୍ଣ୍ଣାଟକର ସନ୍ତରଣକାରୀ ଧିନିଧି ଦେସିଂଘୁ ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ଏମାନେ ତିନିଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥରର ରାଷ୍ଟ୍ରୀୟ କ୍ରୀଡ଼ାରେ କିଶୋର ବୟସର ଚାମ୍ପିଅନଙ୍କ ସଂଖ୍ୟା ବିସ୍ମୟକର । ୧୫ ବର୍ଷର ସୁଟର ଗେଭିନ ଏଣ୍ଟନି, ୟୁପିର ହ୍ୟାମର୍ ଥ୍ରୋ ଖେଳାଳି ୧୬ ବର୍ଷର ଅନୁଷ୍କା ଯାଦବ, ମଧ୍ୟପ୍ରଦେଶର ୧୯ ବର୍ଷର ପୋଲ୍ଭଲ୍ଟର ଦେବ କୁମାର ମୀନା ପ୍ରମାଣିତ କରିଛନ୍ତି ଯେ ଭାରତର କ୍ରୀଡ଼ା ଭବିଷ୍ୟତ ବହୁତ ପ୍ରତିଭାବାନ ପିଢ଼ି ହାତରେ ରହିଛି । ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ା ଏହା ମଧ୍ୟ ଦେଖାଇ ଦେଲା ଯେ କେବେ ପରାଜୟକୁ ମାନୁନଥିବା ଲୋକେ ନିଶ୍ଚିତ ଭାବେ ବିଜୟୀ ହୁଅନ୍ତି । ସହଜରେ କିଏ ଚାମ୍ପିଅନ୍ ହୁଏନାହିଁ । ମୋତେ ଖୁସି ଲାଗୁଛି ଯେ ଆମର ଯୁବ ଆଥ୍ଲେଟ୍ମାନଙ୍କ ନିଷ୍ଠା ଓ ଶୃଙ୍ଖଳା ଯୋଗୁଁ ଭାରତ ଆଜି ଗ୍ଲୋବାଲ୍ ସ୍ପୋର୍ଟିଙ୍ଗ୍ ପାୱାର୍ହାଉସ୍ ହେବା ଦିଗରେ ଦ୍ରୁତ ଅଗ୍ରସର ହେଉଛି ।
ମୋର ପ୍ରିୟ ଦେଶବାସୀଗଣ, ଡେରାଡୁନରେ ରାଷ୍ଟ୍ରୀୟ କ୍ରୀଡ଼ାର ଉଦ୍ଘାଟନ ଅବସରରେ ମୁଁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଠାଇଥିଲି, ଯାହା ଦେଶରେ ଏକ ନୂଆ ଚର୍ଚ୍ଚା ଆରମ୍ଭ କରିଛି । ଏହି ବିଷୟଟି ହେଉଛି ‘ଓବେସିଟି’ ବା ମେଦବହୁଳତା । ଏକ ଫିଟ୍ ଓ ସୁସ୍ଥ ଦେଶ ହେବାପାଇଁ ଆମକୁ ମେଦବହୁଳତା ସମସ୍ୟାକୁ ଦୂର କରିବାକୁ ହେବ । ଏକ ଅନୁଧ୍ୟାନ ଅନୁଯାୟୀ ଆଜି ପ୍ରତ୍ୟେକ ଆଠ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମେଦବହୁଳତାର ସମସ୍ୟା ଭୋଗୁଛନ୍ତି । ବିଗତ ବର୍ଷଗୁଡ଼ିକରେ ମେଦବହୁଳତାର ମାମଲା ଦୁଇଗୁଣ ହୋଇଯାଇଛି, କିନ୍ତୁ ଏହାଠାରୁ ମଧ୍ୟ ଅଧିକ ଚିନ୍ତାର କଥା ହେଲା ପିଲାଙ୍କ ଭିତରେ ବି ମେଦବହୁଳତା ସମସ୍ୟା ଚାରିଗୁଣ ବଢ଼ିଯାଇଛି । ଡବ୍ଲୁ୍ୟଏଚ୍ଓର ତଥ୍ୟ କହୁଛି ଯେ ୨୦୨୨ରେ ସମଗ୍ର ପୃଥିବୀରେ ପ୍ରାୟ ଅଢ଼େଇ ଶହ କୋଟି ଲୋକ ଅଧିକ ଓଜନର ଥିଲେ, ଅର୍ଥାତ ସେମାନଙ୍କର ଆବଶ୍ୟକତାଠୁ ବହୁତ ଅଧିକ ଓଜନ ଥିଲା । ଏହି ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ଓ ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରୁଛି ଯେ ଅନ୍ତତଃ ଏପରି ହେଉଛି କାହିଁକି ? ଅଧିକ ଓଜନ ବା ମେଦ ବହୁଳତା ଅନେକ ପ୍ରକାରର ଅସୁବିଧାକୁ, ରୋଗକୁ ମଧ୍ୟ ଜନ୍ମ ଦେଇଥାଏ । ଆମେ ସମସ୍ତେ ମିଶି ଛୋଟ ଛୋଟ ପ୍ରୟାସ ଦ୍ୱାରା ଏହି ଆହ୍ୱାନର ମୁକାବିଲା କରିପାରିବା, ଯେଉଁଭଳି ମୁଁ ଗୋଟିଏ ଉପାୟ କହିଥିଲି “ଖାଦ୍ୟରେ ତେଲ ଦଶ ପ୍ରତିଶତ କମ୍ କରିବା’’ । ଆପଣ ସ୍ଥିର କରିନିଅନ୍ତୁ ଯେ ପ୍ରତ୍ୟେକ ମାସରେ ଦଶ ପ୍ରତିଶତ ତେଲ କମ୍ ବ୍ୟବହାର କରିବେ । ତେଲ କିଣିବା ସମୟରେ ଏବେ ଦଶ ପ୍ରତିଶତ କମ୍ ହିଁ କିଣିବେ । ଏହା ମେଦହୁଳତା କମ୍ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ମୁଁ ଆଜି ‘ମନ୍ କୀ ବାତ୍’ରେ ଏ ବିଷୟରେ କେତେକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି । ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଜୀଙ୍କଠୁ ଆରମ୍ଭ କରିବା, ଯିଏ ନିଜେ ସଫଳତାର ସହ ମେଦବହୁଳତାକୁ ନିୟନ୍ତ୍ରଣ କରି ଦେଖାଇଛନ୍ତି ।
ନୀରଜ ଚୋପ୍ରାଙ୍କ ଅଡ଼ିଓ......
ସମସ୍ତଙ୍କୁ ନମସ୍କାର, ମୁଁ ନୀରଜ ଚୋପ୍ରା ଆଜି ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ‘ମନ୍ କୀ ବାତ୍’ରେ ଏଥର ଓବେସିଟି ସମ୍ପର୍କରେ ଆଲୋଚନା କରିଛନ୍ତି, ଯାହା ଆମ ଦେଶର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ମୁଁ ଏକଥା ସହ ନିଜକୁ ମଧ୍ୟ ଯୋଡ଼ିପାରୁଛି, କାହିଁକିନା ଯେତେବେଳେ ମୁଁ ଗ୍ରାଉଣ୍ଡ୍କୁ ଯିବା ଆରମ୍ଭ କରିଥିଲି ତ ସେହି ସମୟରେ ମଧ୍ୟ ମୋର ବହୁତ ମେଦବହୁଳତା ରହିଥିଲା ଆଉ ଯେତେବେଳେ ମୁଁ ତାଲିମ ନେବା ଆରମ୍ଭ କଲି, ଭଲ ଖାଦ୍ୟ ଖାଇବା ଆରମ୍ଭ କଲି ତ ସ୍ୱାସ୍ଥ୍ୟରେ ବହୁତ ସୁଧାର ଆସିଲା । ଏହାପରେ ଯେତେବେଳେ ମୁଁ ଜଣେ ପ୍ରଫେସନାଲ୍ ଆଥଲେଟ୍ ହୋଇଗଲି ତ ସେଥିରେ ମଧ୍ୟ ତାହା ମୋତେ ବହୁତ ସାହାଯ୍ୟ କଲା । ଏଥିସହ ମୁଁ କହିବାକୁ ଚାହୁଁଛି ଯେ ଯେଉଁ ବାପାମାଆମାନେ ଅଛନ୍ତି ସେମାନେ ନିଜେ ମଧ୍ୟ କିଛି ନା କିଛି ଆଉଟ୍ଡୋର୍ ସ୍ପୋର୍ଟସ୍ ଖେଳନ୍ତୁ ଆଉ ନିଜ ପିଲାଙ୍କୁ ମଧ୍ୟ ନେଇଯାଆନ୍ତୁ ଆଉ ଏକ ଭଲ ସୁସ୍ଥ ଜୀବନଶୈଳୀ ତିଆରି କରନ୍ତୁ, ଭଲ ଖାଆନ୍ତୁ ଏବଂ ନିଜ ଶରୀରକୁ ଏକ ଘଣ୍ଟା ବା ଦିନକ ଭିତରେ ଆପଣ ଯେତେ ବି ସମୟ ଦେଇପାରିବେ ବ୍ୟାୟାମ ପାଇଁ ଦିଅନ୍ତୁ । ମୁଁ ଆଉ ଗୋଟିଏ କଥା କହିବାକୁ ଚାହିଁବି, ନିକଟରେ ଆମର ପ୍ରଧାନମନ୍ତ୍ରୀ ଜୀ କହିଥିଲେ ଯେ ଖାଦ୍ୟରେ ବ୍ୟବହାର ହେଉଥିବା ତେଲକୁ ଦଶ ପ୍ରତିଶତ ପର୍ଯ୍ୟନ୍ତ କମ୍ କରନ୍ତୁ, କାହିଁକିନା ଅନେକ ସମୟରେ ଆମେ ବହୁତ ତେଲିଆ ଜିନିଷ ଖାଇ ଦେଉ, ଯାହାଦ୍ୱାରା ମେଦବହୁଳତା ଉପରେ ବହୁତ ପ୍ରଭାବ ପଡ଼ିଥାଏ । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଏସବୁ ଜିନିଷରୁ ଦୂରରେ ରହନ୍ତୁ ଆଉ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଏହା ଆପଣମାନଙ୍କୁ ଅନୁରୋଧ କରୁଛି ଏବଂ ଏକାଠି ମିଳିମିଶି ଆମେ ନିଜ ଦେଶକୁ ମଧ୍ୟ ଉପରକୁ ଉଠାଇବା, ଧନ୍ୟବାଦ ।
ନୀରଜ ଜୀ ବହୁତ ବହୁତ ଧନ୍ୟବାଦ । ଜଣାଶୁଣା ଆଥଲେଟ୍ ନିଖତ୍ ଜରିନ୍ ଜୀ ମଧ୍ୟ ଏ ବିଷୟରେ ନିଜ ମତ ରଖିଛନ୍ତି:
ଅଡିଓ....
ହାଏ...ମୋ ନାଁ ନିଖତ୍ ଜରିନ ଆଉ ମୁଁ ଦୁଇ ଥରର ୱାଲ୍ର୍ଡ ବକ୍ସିଙ୍ଗ୍ ଚାମ୍ପିଅନ୍ । ଯେପରିକି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ‘ମନ୍ କୀ ବାତ୍’ରେ ଓବେସିଟିକୁ ନେଇ କହିଛନ୍ତି ଏବଂ ମୁଁ ଭାବୁଛି ଯେ ଏହା ଏକ ଜାତୀୟ ସମସ୍ୟା । ଆମକୁ ନିଜର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାର ଅଛି, କାରଣ ମେଦବହୁଳତା ଯେତେ ଶୀଘ୍ର ବ୍ୟାପିଚାଲିଛି ଆମର ଭାରତରେ, ତାକୁ ଆମେ ରୋକିବା ଦରକାର, ଆଉ ଚେଷ୍ଟା କରିବା ଦରକାର ଯେ ଆମଦ୍ୱାରା ଯେତିକି ହୋଇପାରିବ ସେତିକି ସୁସ୍ଥ ଜୀବନଶୈଳୀକୁ ଆପଣାଇବା । ମୁଁ ନିଜେ ଜଣେ ଆଥଲେଟ୍ ହୋଇ ଚେଷ୍ଟା କରେ ଯେ ମୁଁ ନିୟମିତ ସ୍ୱାସ୍ଥ୍ୟକର ଆହାର ଗ୍ରହଣ କରେ, କାରଣ ଯଦି ମୁଁ ଭୁଲ୍ରେ ବି ଅସ୍ୱାସ୍ଥ୍ୟକର ଭୋଜନ ଖାଇଦିଏ କିମ୍ବା ମୁଁ ତେଲିଆ ଜିନିଷ ଖାଇଦିଏ ତେବେ ସେଥିଯୋଗୁଁ ମୋର ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ିଥାଏ ଆଉ ମୁଁ ରିଙ୍ଗ୍ରେ ଶୀଘ୍ର ଥକିଯାଏ । ତେଣୁ ମୁଁ ଚେଷ୍ଟା କରିଥାଏ ଯେ ମୁଁ ଯେତିକି ହୋଇପାରିବ ଖାଇବା ତେଲ ଭଳି ଜିନିଷକୁ କମ୍ ବ୍ୟବହାର କରିବି ଏବଂ ତା’ ପରିବର୍ତ୍ତେ ସ୍ୱାସ୍ଥ୍ୟକର ଆହାର ଉପରେ ଧ୍ୟାନ ଦେବି ଆଉ ଦୈନିକ ଶାରୀରିକ ବ୍ୟାୟାମ କରିବି । ଏହାଦ୍ୱାରା ମୁଁ ସବୁବେଳେ ଫିଟ୍ ରହିଥାଏ ଏବଂ ମୁଁ ଭାବୁଛି ଯେ ଆମ ଭଳି ସାଧାରଣ ଲୋକ, ଯେଉଁମାନେ ସବୁଦିନ କାମକୁ ଯାଆନ୍ତି ଏବଂ ମୁଁ ଭାବୁଛି ପ୍ରତ୍ୟେକ ଲୋକଙ୍କୁ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ଦରକାର ଆଉ କିଛି ନା କିଛି ଦୈନିକ ଶାରୀରିକ କାର୍ଯ୍ୟ କରିବା ଆବଶ୍ୟକ; ଯାହାଦ୍ୱାରା ଆମେ ହୃଦ୍ଘାତ ଓ କର୍କଟ ଭଳି ରୋଗଗୁଡ଼ିକରୁ ଦୂରରେ ରହିପାରିବା ଓ ନିଜକୁ ନିଜେ ସୁସ୍ଥ ରଖିବା, କାହିଁକିନା ଆମେ ସୁସ୍ଥ ତ ଭାରତ ସୁସ୍ଥ ।
ସତରେ ନିଖତ୍ ଜୀ କେତେକ ବହୁତ ଭଲ କଥା କହିଲେ । ଆସନ୍ତୁ ଏବେ ଶୁଣିବା ଡ. ଦେବୀ ଶେଟ୍ଟି ଜୀ କ’ଣ କହୁଛନ୍ତି । ଆପଣ ସମସ୍ତେ ଜାଣନ୍ତି, ସେ ଜଣେ ବହୁତ ପ୍ରତିଷ୍ଠିତ ଡାକ୍ତର । ସେ ଏ ବିଷୟକୁ ନେଇ ନିରନ୍ତର କାର୍ଯ୍ୟ କରୁଛନ୍ତି ।
ଅଡିଓ....
ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ବହୁତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ମେଦବହୁଳତା ନେଇ ସଚେତନତା ସୃଷ୍ଟି କରୁଥିବାରୁ ଧନ୍ୟବାଦ ଜଣାଉଛି । ଆଜି ମେଦବହୁଳତା କେବଳ ଛୋଟିଆ ସମସ୍ୟା ହୋଇ ରହିନାହିଁ; ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ ହୋଇସାରିଛି । ଆଜିର ଯୁବପିଢ଼ିଙ୍କ ମଧ୍ୟରୁ ଅଧିକାଂଶ ମୋଟା ହୋଇଯାଉଛନ୍ତି । ଆଜି ମେଦବହୁଳତାର ମୁଖ୍ୟ କାରଣ ହୋଇଛି ନିମ୍ନମାନର ଖାଦ୍ୟ ଖାଇବା, ବିଶେଷକରି ଭାତ, ରୁଟି ଓ ଚିନି ଭଳି କାର୍ବୋହାଇଡ୍ରେଟ୍ ଅଧିକ ଥିବା ଜିନିଷ ଖାଇବା ଏବଂ ଖାଦ୍ୟରେ ବହୁତ ପରିମାଣର ତେଲ ବ୍ୟବହାର କରିବା । ମେଦବହୁଳତା ହୃଦ୍ରୋଗ, ଉଚ୍ଚ ରକ୍ତଚାପ, ଫ୍ୟାଟି ଲିଭର୍ ଓ ଅନ୍ୟାନ୍ୟ ବଡ଼ ବଡ଼ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଥାଏ । ତେଣୁ ଯୁବପିଢ଼ିଙ୍କୁ ମୋର ଉପଦେଶ ହେଲା, ବ୍ୟାୟାମ ଆରମ୍ଭ କର, ଆହାର ଉପରେ ନିୟନ୍ତ୍ରଣ ରଖ ଓ ସର୍ବଦା ନିଜକୁ କର୍ମପ୍ରବଣ କର ଏବଂ ନିଜ ଓଜନ ଉପରେ ଦୃଷ୍ଟି ରଖ । ଆଉ ଥରେ ମୁଁ ଆପଣମାନଙ୍କର ସମସ୍ତଙ୍କର ସୁଖୀ ସୁସ୍ଥ ଭବିଷ୍ୟତ କାମନା କରି ରହୁଛି । ଈଶ୍ୱର ମଙ୍ଗଳ କରନ୍ତୁ ।
ବନ୍ଧୁଗଣ, ଖାଦ୍ୟରେ ତେଲର କମ୍ ବ୍ୟବହାର ଏବଂ ମେଦବହୁଳତା ଦୂର କରିବା ଖାଲି ବ୍ୟକ୍ତିଗତ ରୁଚି ନୁହେଁ ବରଂ ପରିବାର ପ୍ରତି ଆମର ଏକ ଦାୟିତ୍ୱ ମଧ୍ୟ । ଖାଦ୍ୟପେୟରେ ତେଲର ବହୁଳ ବ୍ୟବହାର ହୃଦରୋଗ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ରୋଗର କାରଣ ହୋଇପାରେ । ନିଜ ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ କରି ଆମେମାନେ ଆମର ଭବିଷ୍ୟତକୁ ସୁଦୃଢ଼, ସୁସ୍ଥ ତଥା ରୋଗମୁକ୍ତ କରିପାରିବା । ସେଥିପାଇଁ ଆଉ ଡେରି ନ କରି ଏ ଦିଗରେ ଆମକୁ ପ୍ରୟାସ କରିବାକୁ ପଡ଼ିବ । ଏହାକୁ ଆମେ ଜୀବନରେ ପ୍ରତିଫଳିତ କରିବା ଉଚିତ । ଆମେ ସମସ୍ତେ ମିଶି ଖେଳ ଖେଳରେ ଏହାକୁ ବହୁତ ପ୍ରଭାବଶାଳୀ ଢଙ୍ଗରେ କରିପାରିବା । ଯେମିତିକି ମୁଁ ‘ମନ୍ କି ବାତ୍’ର ଆଜିର ଅଧ୍ୟାୟ ପରେ ୧୦ ଜଣ ଲୋକଙ୍କୁ ଅନୁରୋଧ କରିବି, ଆହ୍ୱାନ କରିବି କି ଆପଣମାନେ ନିଜ ଖାଦ୍ୟରେ ତେଲକୁ ୧୦ ପ୍ରତିଶତ କମ୍ କରିପାରିବେ କି ? ତା’ସଙ୍ଗେ ସଙ୍ଗେ ଏକଥା ମଧ୍ୟ ଅନୁରୋଧ କରିବି ଯେ ଆପଣ ମଧ୍ୟ ଆହୁରି ୧୦ ଜଣ ଲୋକଙ୍କୁ ଏହିଭଳି ଆହ୍ୱାନ ଦିଅନ୍ତୁ । ମୋର ବିଶ୍ୱାସ, ଏହାଦ୍ୱାରା ମେଦବହୁଳତା ସହିତ ଲଢ଼ିବା ବହୁତ ସହଜ ହେବ ।
ବନ୍ଧୁଗଣ, Asiatic Lion, Hangul, Pygmy Hogs ଏବଂ Lion tailed Macaque ଏହି ଚାରୋଟି ମଧ୍ୟରେ କ’ଣ ସମାନତା ଦେଖିବାକୁ ମିଳେ ଆପଣମାନେ ଜାଣନ୍ତି କି? ତା’ର ଉତ୍ତର ହେଲା ଏସବୁ ପୃଥିବୀର ଅନ୍ୟ କୌଣସିଠାରେ ଦେଖାଯାନ୍ତି ନାହିଁ । କେବଳ ଆମ ଦେଶରେ ହିଁ ଦେଖାଯାନ୍ତି । ବାସ୍ତବରେ ଆମ ଦେଶରେ ବନସ୍ପତି ଏବଂ ଜୀବଜନ୍ତୁମାନଙ୍କ ମଧ୍ୟରେ ଗୋଟିଏ Vibrant Eco-system ରହିଛି ଏବଂ ଏହି ବନ୍ୟଜୀବମାନେ ଆମର ଇତିହାସ ଏବଂ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଅନେକ ଜୀବଜନ୍ତୁ ଆମ ଦେବୀଦେବତାମାନଙ୍କର ବାହନ ଭାବରେ ଦେଖିବାକୁ ମିଳନ୍ତି । ମଧ୍ୟଭାରତରେ ଅନେକ ଜନଜାତି ବାଘେଶ୍ୱରଙ୍କ ପୂଜା କରନ୍ତି । ମହାରାଷ୍ଟ୍ରରେ ‘ବାଘୋବା’ ପୂଜନର ପରମ୍ପରା ରହିଆସିଛି । ଭଗବାନ ଆୟପ୍ପାଙ୍କର ମଧ୍ୟ ବାଘ ସହିତ ବହୁତ ଗଭୀର ସମ୍ପର୍କ ରହିଛି । ସୁନ୍ଦରବନରେ ବୋନବିବିଙ୍କ ପୂଜାଅର୍ଚ୍ଚନା ହୁଏ, ଯାହାଙ୍କର ବାହନ ହେଉଛି ବାଘ । କର୍ଣ୍ଣାଟକରେ ହୁଲି ୱେଶା, ତାମିଲନାଡୁର ପୁଲି ଏବଂ କେରଳର ପୁଲିକଲି ଭଳି ଅନେକ ସାଂସ୍କୃତିକ ନୃତ୍ୟ ଅଛି, ଯାହା ପ୍ରକୃତି ଏବଂ ବନ୍ୟଜୀବମାନଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ । ମୁଁ ଆମର ଆଦିବାସୀ ଭାଇଭଉଣୀମାନଙ୍କ ପ୍ରତି ମଧ୍ୟ ଗଭୀର କୃତଜ୍ଞତା ଜ୍ଞାପନ କରିବି । କାରଣ ସେମାନେ ବନ୍ୟଜନ୍ତୁ ସୁରକ୍ଷା ସହ ଜଡ଼ିତ କାମରେ ଉତ୍ସାହର ସହିତ ଭାଗ ନେଉଛନ୍ତି । କର୍ଣ୍ଣାଟକର ବିଆର୍ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ବାଘଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଏହାର ଶ୍ରେୟ ସୋଲିଗା ଜନଜାତିକୁ ଯାଉଛି, ଯେଉଁମାନେ ବାଘକୁ ପୂଜା କରନ୍ତି । ଏମାନଙ୍କ ଯୋଗୁଁ ଏହି ଅଞ୍ଚଳରେ ପଶୁ-ମଣିଷ ସଂଘର୍ଷ ନାହିଁ କହିଲେ ଚଳେ । ଗୁଜୁରାଟରେ ବି ଲୋକମାନଙ୍କର ଗିର୍ ଅଭୟାରଣ୍ୟରେ ଏସିଆଟିକ୍ ସିଂହର ସୁରକ୍ଷା ଏବଂ ସଂରକ୍ଷଣରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ପ୍ରକୃତି ସହିତ ସହାବସ୍ଥାନ କ’ଣ ସେମାନେ ଏହା ଦୁନିଆକୁ ଦେଖାଇଦେଇଛନ୍ତି । ବନ୍ଧୁଗଣ, ଏହିଭଳି ପ୍ରୟାସ ଯୋଗୁଁ ଗତ କେତେବର୍ଷ ମଧ୍ୟରେ ବାଘ, କଲରାପତରିଆ ବାଘ, Asiatic Lions, ଗଣ୍ଡା ଏବଂ ବାରାସିଂହାମାନଙ୍କର ସଂଖ୍ୟା ଦ୍ରୁତ ଗତିରେ ବଢ଼ିଛି ଏବଂ ଭାରତରେ ବନ୍ୟଜୀବମାନଙ୍କର ବିବିଧତା କେତେ ସୁନ୍ଦର ତାହା ମଧ୍ୟ ପ୍ରଣିଧାନଯୋଗ୍ୟ । Asiatic Lions ଦେଶର ପଶ୍ଚିମ ଭାଗରେ ଦେଖିବାକୁ ମିଳୁଥିବା ବେଳେ ପୂର୍ବ, ମଧ୍ୟ ଏବଂ ଦକ୍ଷିଣ ଭାଗରେ ବାଘ ଦେଖିବାକୁ ମିଳିଥାନ୍ତି । ସେହିଭଳି ଗଣ୍ଡା ଉତ୍ତର-ପୂର୍ବ ଭାଗରେ ଦେଖାଯାଆନ୍ତି । ଭାରତର ପ୍ରତ୍ୟେକ ଭାଗ କେବଳ ପ୍ରକୃତି ପାଇଁ ସମ୍ବେଦନଶୀଳ ସେକଥା ନୁହେଁ, ବରଂ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ମଧ୍ୟ ଅଙ୍ଗୀକାରବଦ୍ଧ । ମୁଁ ଅନୁରାଧା ରାଓ ଜୀଙ୍କ ବିଷୟରେ ଜାଣିବାକୁ ପାଇଛି, ଅନେକ ପୀଢ଼ି ଧରି ଆଣ୍ଡାମାନ ନିକୋବର ଦ୍ୱୀପ ସହିତ ତାଙ୍କର ସମ୍ପର୍କ ରହିଛି । ଅନୁରାଧା ଜୀ କମ୍ ବୟସରୁ ପଶୁ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଦେଇଥିଲେ । ତିନି ଦଶନ୍ଧି ଧରି ସେ ହରିଣ ଏବଂ ମୟୂର ସୁରକ୍ଷାକୁ ଏକ ମିଶନ ଭାବେ ଗ୍ରହଣ କରିଛନ୍ତି । ଏଠାକାର ଲୋକମାନେ ତ ତାଙ୍କୁ ‘ଡିଅର ଓମ୍ୟାନ୍’ ଭାବରେ ଡାକନ୍ତି । ଆସନ୍ତା ମାସର ଆରମ୍ଭରେ ଆମ୍ଭେମାନେ ବନ୍ୟପ୍ରାଣୀ ଦିବସ ପାଳନ କରିବା । ମୋର ଅନୁରୋଧ ଆପଣ ନିଶ୍ଚିତ ବନ୍ୟଜୀବ ସଂରକ୍ଷଣ ସହିତ ଜଡ଼ିତ ଲୋକମାନଙ୍କର ଉତ୍ସାହବର୍ଦ୍ଧନ କରନ୍ତୁ । ମୋ ପାଇଁ ଏହା ଖୁସିର ବିଷୟ ଯେ ଏବେ ଏ କ୍ଷେତ୍ରରେ କେତେକ ଷ୍ଟାର୍ଟ-ଅପ୍ ମଧ୍ୟ ଆଗକୁ ଆସିଛନ୍ତି ।
ବନ୍ଧୁଗଣ, ବର୍ତ୍ତମାନ ବୋର୍ଡ ପରୀକ୍ଷାର ସମୟ । ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଅର୍ଥାତ୍ Exam Warriors ମାନଙ୍କୁ ତାଙ୍କର ପରୀକ୍ଷା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ କୌଣସି ଚାପ ନ ନେଇ ସକାରାତ୍ମକ ମନୋବୃତ୍ତି ସହିତ ପରୀକ୍ଷା ଦିଅନ୍ତୁ । ପ୍ରତିବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମୁଁ ଆମର Exam Warriors ମାନଙ୍କ ସହିତ ପରୀକ୍ଷା ସମ୍ବନ୍ଧିତ ଭିନ୍ନ ଭିନ୍ନ ବିଷୟରେ କଥା ହୁଏ । ମୁଁ ବହୁତ ଖୁସି ଯେ ଏବେ ଏହି କାର୍ଯ୍ୟକ୍ରମ ଏକ ସଂସ୍ଥାଗତ ରୂପ ନେବାକୁ ଯାଉଛି, Institutionalise ହେଉଛି । ଏହାସହିତ ନୂଆ ନୂଆ ବିଶେଷଜ୍ଞମାନେ ମଧ୍ୟ ଯୋଗଦେବାରେ ଲାଗିଛନ୍ତି । ଏହି ବର୍ଷ ଆମେ ଗୋଟିଏ ନୂଆ ଫର୍ମାଟରେ ‘ପରୀକ୍ଷା ପେ ଚର୍ଚ୍ଚା’ କରିବାର ପ୍ରୟାସ କଲୁ । ବିଶେଷଜ୍ଞମାନଙ୍କ ସହିତ ୮ଟି ଅଲଗା ଅଲଗା ଅଧ୍ୟାୟ ମଧ୍ୟ ସାମିଲ କରାଗଲା । ଆମେ ମୋଟାମୋଟି ପରୀକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଏବଂ ମାନସିକ ସ୍ୱାସ୍ଥ୍ୟ ସହିତ ଖାଦ୍ୟପେୟ ଭଳି ବିଷୟରେ ମଧ୍ୟ ଚର୍ଚ୍ଚା କଲୁ । ଗତବର୍ଷ ଟପରମାନେ ମଧ୍ୟ ନିଜ ନିଜର ବିଚାର ଏବଂ ଅନୁଭୂତି ସମସ୍ତଙ୍କ ସହିତ ବାଣ୍ଟିଥିଲେ । ଅନେକ ଯୁବକ ତାଙ୍କର ବାପା-ମାଆ ଏବଂ ଶିକ୍ଷକମାନେ ମଧ୍ୟ ଏ ବିଷୟରେ ମୋତେ ପତ୍ର ଲେଖିଛନ୍ତି । ସେମାନେ କହିଛନ୍ତି ଯେ, ଏହି ଫର୍ମାଟ ସେମାନଙ୍କୁ ବହୁତ ଭଲ ଲାଗିଲା, କାରଣ ଏଥିରେ ସବୁ ବିଷୟରେ ବିସ୍ତୃତ ଭାବରେ ଚର୍ଚ୍ଚା କରାଗଲା । ଇନଷ୍ଟାଗ୍ରାମରେ ମଧ୍ୟ ଆମର ଯୁବବନ୍ଧୁମାନେ ଏହି ଅଧ୍ୟାୟଗୁଡ଼ିକୁ ବହୁସଂଖ୍ୟାରେ ଦେଖିଛନ୍ତି । ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ସୁନ୍ଦର ନର୍ସରୀରେ ଆୟୋଜିତ ହେବା ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ବହୁତ ପସନ୍ଦ ହୋଇଛି । ମୋର ଯେଉଁ ଯୁବବନ୍ଧୁମାନେ ‘ପରୀକ୍ଷା ପେ ଚର୍ଚ୍ଚା’ର ଏହି ଅଧ୍ୟାୟଗୁଡ଼ିକୁ ଏଯାଏଁ ଦେଖିପାରିନାହାନ୍ତି ସେମାନେ ଏହାକୁ ନିଶ୍ଚିତ ଦେଖନ୍ତୁ । ଏହିସବୁ ଅଧ୍ୟାୟଗୁଡ଼ିକ NamoAppରେ ମଧ୍ୟ ଉପଲବ୍ଧ । ଆମ Exam Warriors ମାନଙ୍କୁ ପୁଣିଥରେ ମୋର ସନ୍ଦେଶ ହେଉଛି “Be happy and stress free”.
ମୋର ପ୍ରିୟ ସାଥୀଗଣ, ‘ମନ୍ କି ବାତ୍’ରେ ଏଥର ଏତିକି । ଆଗାମୀ ମାସରେ ପୁଣି ନୂଆ ନୂଆ ବିଷୟ ସହିତ ‘ମନ୍ କି ବାତ୍’ କରିବା । ଆପଣମାନେ ମୋତେ ନିଜର ପତ୍ର, ନିଜର ସନ୍ଦେଶ ପ୍ରେରଣ କରନ୍ତୁ । ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ୨୦୨୫ର ପ୍ରଥମ ‘ମନ୍ କି ବାତ୍’ । ଆପଣମାନେ ଗୋଟିଏ କଥା ନିଶ୍ଚୟ ଲକ୍ଷ୍ୟ କରିଥିବେ । ପ୍ରତି ଥର ‘ମନ୍ କି ବାତ୍’ ମାସର ଶେଷ ରବିବାର ଦିନ ହୋଇଥାଏ । କିନ୍ତୁ ଏଥର, ଆମର ଗୋଟିଏ ସପ୍ତାହ ପୂର୍ବରୁ . . . ଚତୁର୍ଥ ରବିବାର ପରିବର୍ତ୍ତେ ତୃତୀୟ ରବିବାର ଦିନ ସାକ୍ଷାତ ହେଉଛି । କାରଣ, ଆସନ୍ତା ସପ୍ତାହ ରବିବାର ଦିନ ହେଉଛି ସାଧାରଣତନ୍ତ୍ର ଦିବସ । ମୁଁ ସମସ୍ତ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ, ଏଥରର ସାଧାରଣତନ୍ତ୍ର ଦିବସର ଅନେକ ବିଶେଷତ୍ୱ ରହିଛି । ଏହା ଭାରତୀୟ ଗଣତନ୍ତ୍ରର ୭୫ତମ ବାର୍ଷିକୀ ଅଟେ । ଚଳିତ ବର୍ଷ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେଉଛି । ମୁଁ ସମ୍ବିଧାନ ସଭାର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଆମକୁ ଆମ ପବିତ୍ର ସମ୍ବିଧାନ ପ୍ରଦାନ କରିଛନ୍ତି । ସମ୍ବିଧାନ ସଭା ସମୟରେ ଅନେକ ବିଷୟ ଉପରେ ସୁଦୀର୍ଘ ଆଲୋଚନା ହୋଇଥିଲା । ସେହି ଆଲୋଚନା, ସମ୍ବିଧାନ ସଭାର ସଭ୍ୟମାନଙ୍କ ଚିନ୍ତାଧାରା, ସେମାନଙ୍କ ବାଣୀ, ଆମର ଏକ ବହୁତ ବଡ଼ ସମ୍ପତି । ‘ମନ୍ କି ବାତ୍’ ରେ ଆଜି ଆପଣମାନଙ୍କୁ କିଛି ମହାନ ନେତାମାନଙ୍କ ମୂଳ ସ୍ୱର ଶୁଣାଇବାକୁ ପ୍ରୟାସ କରିଛି ।
ବନ୍ଧୁଗଣ, ସମ୍ବିଧାନ ସଭା ଯେତେବେଳେ ନିଜ କାର୍ଯ୍ୟ ଆରମ୍ଭ କଲା, ସେତେବେଳେ ବାବାସାହେବ ଆମ୍ବେଦକର ମିଳିତ ସହଯୋଗ ସମ୍ପର୍କରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ । ତାଙ୍କର ସେହି କଥନ ଇଂରାଜୀରେ ରହିଛି । ଏହାର ଗୋଟିଏ ଅଂଶ ମୁଁ ଆପଣମାନଙ୍କୁ ଶୁଣାଉଛି ।
“So far as the ultimate goal is concerned, I think none of us need have any apprehensions. None of us need have any doubt, but my fear which I must express clearly is this, our difficulty as I said is not about the ultimate future. Our difficulty is how to make the heterogeneous mass that we have today, take a decision in common and march in a cooperative way on that road which is bound to lead us to unity. Our difficulty is not with regard to the ultimate; our difficulty is with regard to the beginning.”
ବନ୍ଧୁଗଣ, ବାବାସାହେବ ଏକଥା ଉପରେ ଗୁରୁତ୍ୱ ଦେଉଥିଲେ ଯେ, ସମ୍ବିଧାନ ସଭା, ମିଳିତ ଭାବେ, ଏକମତ ସହ ମିଶିକରି ସମସ୍ତଙ୍କ ହିତ ପାଇଁ କାର୍ଯ୍ୟ କରୁ । ମୁଁ ଆପଣଙ୍କୁ ସମ୍ବିଧାନ ସଭାର ଆଉ ଗୋଟିଏ ଅଡିଓ କ୍ଲିପ୍ ଶୁଣାଉଛି । ଏହି ସ୍ୱର ହେଉଛି ଡ. ରାଜେନ୍ଦ୍ର ପ୍ରସାଦଙ୍କର, ଯିଏ ସମ୍ବିଧାନ ସଭାର ମୁଖ୍ୟ ଥିଲେ । ଆସନ୍ତୁ ଶୁଣିବା ଡ. ରାଜେନ୍ଦ୍ର ପ୍ରସାଦଙ୍କ ସ୍ୱର –
“Our history shows us and our culture teaches us that we are and have always been peace loving. Our empire and our conquests have been of a different kind. We have never tried to shackle others in chains, be they of iron or gold. We have bound others with us by a silk thread that is stronger than iron chains but more beautiful and pleasant and that bond is of religion, culture and knowledge. We will continue to tread the same path and we have only one desire and wish; that wish is… we can help in establishing happiness and peace in the world and give the world the infallible weapons of truth and non-violence which have brought us freedom today. There is something in our life and culture that has given us the strength to survive despite the blows of time. If we keep our ideals before us, we will be able to offer a great service to the world.”
ବନ୍ଧୁଗଣ, ଡ. ରାଜେନ୍ଦ୍ର ପ୍ରସାଦ ମାନବୀୟ ମୂଲ୍ୟବୋଧ ପ୍ରତି ଦେଶର ପ୍ରତିବଦ୍ଧତା କଥା କହିଥିଲେ । ଏବେ ମୁଁ ଆପଣଙ୍କୁ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱର ଶୁଣାଉଛି । ସେ ସୁଯୋଗର ସମାନତା ବିଷୟ ଉତ୍ଥାପନ କରଛନ୍ତି । ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ କହିଥିଲେ –
“I hope sir that we shall go ahead with our work in spite of all difficulties and thereby help to create that great India which will be the motherland of not this community or that, not this class or that, but of every person, man, woman and child inhabiting in this great land irrespective of race, caste, creed or community. Everyone will have an equal opportunity, so that he or she can develop himself or herself according to best talent and serve the great common motherland of India.”
ବନ୍ଧୁଗଣ, ମୁଁ ଆଶା କରୁଛି, ଆପଣଙ୍କୁ ମଧ୍ୟ ସମ୍ବିଧାନ ସଭାର ବିତର୍କ ମଧ୍ୟରୁ ଏହି ମୂଳ ସ୍ୱରସବୁ ଶୁଣି ଭଲ ଲାଗିଥିବ । ଆମେ ଦେଶବାସୀ, ଏହି ଚିନ୍ତାଧାରାରୁ ପ୍ରେରଣା ଗ୍ରହଣ କରି, ଏଭଳି ଭାରତ ନିର୍ମାଣ ପାଇଁ କାମ କରିବାକୁ ହେବ, ଯାହାକୁ ନେଇ ଆମ ସମ୍ବିଧାନ ନିର୍ମାତାମାନେ ମଧ୍ୟ ଗର୍ବିତ ହେବେ ।
ବନ୍ଧୁଗଣ, ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୫ ତାରିଖ ହେଉଛି ଜାତୀୟ ମତଦାତା ଦିବସ । ଏହି ଦିନଟି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ, ଏହି ଦିନ ଭାରତୀୟ ନିର୍ବାଚନ ଆୟୋଗର ପ୍ରତିଷ୍ଠା ହୋଇଥିଲା ... Election Commission। ଆମ ସମ୍ବିଧାନ ନିର୍ମାତାଗଣ ସମ୍ବିଧାନରେ ଆମ ନିର୍ବାଚନ ଆୟୋଗକୁ ଏବଂ ଗଣତନ୍ତ୍ରରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବହୁତ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଦେଶରେ ଯେତେବେଳେ ୧୯୫୧-୫୨ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା, ସେତେବେଳେ “ଏ ଦେଶରେ କ’ଣ ଗଣତନ୍ତ୍ର ଜୀବିତ ରହିପାରିବ!” ସେ କଥାକୁ ନେଇ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା । କିନ୍ତୁ ଆମ ଗଣତନ୍ତ୍ର ସମସ୍ତ ଆଶଙ୍କାକୁ ଭୁଲ ପ୍ରମାଣିତ କଲା । ଯେତେହେଲେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ବିଗତ ଦଶନ୍ଧିମାନଙ୍କରେ ମଧ୍ୟ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି, ସମୃଦ୍ଧ ହୋଇଛି । ମୁଁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯିଏ ସମୟ ସମୟରେ ଆମ ନିର୍ବାଚନ ପ୍ରକ୍ରିୟାକୁ ଆଧୁନିକ କରିଛନ୍ତି, ସୁଦୃଢ଼ କରିଛନ୍ତି । ଜନଶକ୍ତିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ବୈଷୟିକ ଶକ୍ତିକୁ ବ୍ୟବହାର କରିଛନ୍ତି । ନିରପେକ୍ଷ ନିର୍ବାଚନ ପାଇଁ ତାଙ୍କର ସମର୍ପଣ ଭାବ ଯୋଗୁଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି – ସେ ଅଧିକରୁ ଅଧିକ ସଂଖ୍ୟାରେ ନିଜର ମତାଧିକାରକୁ ଉପଯୋଗ କରନ୍ତୁ, ସର୍ବଦା କରନ୍ତୁ ଏବଂ ଦେଶର ଗଣତାନ୍ତ୍ରିକ ପ୍ରଣାଳୀର ଅଂଶବିଶେଷ ହୁଅନ୍ତୁ ଏବଂ ଏହି ପ୍ରଣାଳୀକୁ ସଶକ୍ତ ମଧ୍ୟ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ପ୍ରୟାଗରାଜରେ ମହାକୁମ୍ଭର ଶୁଭାରମ୍ଭ ହୋଇସାରିଛି । ଚିରସ୍ମରଣୀୟ ଜନସ୍ରୋତ, ଅକଳ୍ପନୀୟ ଦୃଶ୍ୟ ଏବଂ ସମାନତାର ଅସାଧାରଣ ସଙ୍ଗମ! ଏଥର କୁମ୍ଭରେ ଅନେକ ଦିବ୍ୟ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହି କୁମ୍ଭ ଉତ୍ସବ ବିବିଧତାରେ ଏକତାର ଉତ୍ସବ ପାଳନ କରିଥାଏ । ସଙ୍ଗମର ବାଲୁକା ରାଶିରେ ସାରା ଭାରତର, ସମଗ୍ର ବିଶ୍ୱର ଲୋକେ ଏକତ୍ରିତ ହୋଇଥାଆନ୍ତି । ହଜାର ହଜାର ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାରେ ନ ଥାଏ କୌଣସି ଭେଦଭାବ, ନଥାଏ ଜାତିବାଦ । ଏଥିରେ ଭାରତର ଦକ୍ଷିଣାଂଚଳରୁ ଲୋକେ ଆସନ୍ତି, ଭାରତର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳରୁ ଲୋକେ ମଧ୍ୟ ଆସିଥାଆନ୍ତି । କୁମ୍ଭରେ ଧନୀ-ଗରିବ ସମସ୍ତେ ଏକ ହୋଇଯାଆନ୍ତି । ସମସ୍ତେ ସଙ୍ଗମରେ ବୁଡ଼ ପକାନ୍ତି, ଅନ୍ନଛତ୍ରରେ ଏକାଠି ଭୋଜନ କରନ୍ତି, ପ୍ରସାଦ ସେବନ କରନ୍ତି । ସେଇଥିପାଇଁ ତ କୁମ୍ଭ ହେଉଛି ଏକତାର ମହାକୁମ୍ଭ । କୁମ୍ଭର ଆୟୋଜନ ଆମକୁ ଏକଥା ମଧ୍ୟ ସୂଚାଇ ଥାଏ ଯେ, ଆମ ପରମ୍ପରା ଗୁଡ଼ିକ କିଭଳି ସମଗ୍ର ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖୁଛି । ଉତ୍ତରରୁ ଦକ୍ଷିଣ ଯାଏଁ ସମସ୍ତଙ୍କ ବିଶ୍ୱାସ ଏବଂ ଏହାର ପାଳନ ଏକାଭଳି ରହିଛି । ଗୋଟିଏ ପଟେ ପ୍ରୟାଗରାଜ୍, ଉଜ୍ଜୟିନୀ, ନାସିକ ଏବଂ ହରିଦ୍ୱାରରେ କୁମ୍ଭର ଆୟୋଜନ ହୋଇଥାଏ, ସେହିପରି, ଦକ୍ଷିଣାଞ୍ଚଳରେ ଗୋଦାବରୀ, କୃଷ୍ଣା, ନର୍ମଦା ଏବଂ କାବେରୀ ନଦୀତଟରେ ମଧ୍ୟ ପୁଷ୍କରମ୍ ଅନୁଷ୍ଠିତ ହୋଇଥାଏ । ଏହି ଉଭୟ ପର୍ବ ଆମ ପବିତ୍ର ନଦୀଗୁଡ଼ିକ ସହ, ଏହାପ୍ରତି ରହିଥିବା ଆସ୍ଥା ସହ ଜଡ଼ିତ । ସେହିଭଳି, କୁମ୍ଭକୋଣମ୍ ଠାରୁ ତିରୁକ୍କଡ଼-ୟୂର୍, କୁଡ଼୍-ୱାସଲ୍ ଠାରୁ ତିରୁଚେରାଇ ପର୍ଯ୍ୟନ୍ତ ଏଭଳି ଅନେକ ମନ୍ଦିର ରହିଛି ଯାହାର ପରମ୍ପରା କୁମ୍ଭ ସହ ଜଡ଼ିତ ।
ବନ୍ଧୁଗଣ, ଏଥର କୁମ୍ଭରେ ବିଶେଷ ଭାବେ ଯୁବବର୍ଗ ଅଂଶଗ୍ରହଣ କରିଥିବା ଆପଣମାନେ ସମସ୍ତେ ଲକ୍ଷ୍ୟ କରିଥିବେ । ଏଥିରେ ସେମାନଙ୍କ ଭାଗନେବା ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି ଏବଂ ଏକଥା ମଧ୍ୟ ସତ୍ୟ ଯେ, ଯେତେବେଳେ ଯୁବ ପିଢ଼ି, ନିଜ ସଭ୍ୟତା ସହ ଗର୍ବର ସହ ଯୋଡ଼ି ହୋଇଥାଏ, ସେତେବେଳେ ଏହାର ମୂଳଦୂଆ ଆହୁରି ସୁଦୃଢ଼ ହୋଇଥାଏ । ଆଉ ସେତେବେଳେ ତା’ର ସ୍ୱର୍ଣ୍ଣିମ ଭବିଷ୍ୟତ ମଧ୍ୟ ସୁନିଶ୍ଚିତ ହୋଇଯାଇଥାଏ । ଏଥର ଆମେ କୁମ୍ଭର ଡିଜିଟାଲ୍ ଫୁଟପ୍ରିଣ୍ଟସ୍ ମଧ୍ୟ ବ୍ୟାପକ ଭାବରେ ଦେଖିପାରୁଛୁ । କୁମ୍ଭର ଏହି ବୈଶ୍ୱିକ ଲୋକପ୍ରିୟତା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ ।
ବନ୍ଧୁଗଣ, କିଛିଦିନ ତଳେ ହିଁ ପଶ୍ଚିମବଙ୍ଗରେ ‘ଗଙ୍ଗା ସାଗର ମେଳା’ର ମଧ୍ୟ ସୁନ୍ଦର ଆୟୋଜନ ହୋଇଛି । ପବିତ୍ର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ଏହି ମେଳାରେ ସମଗ୍ର ପୃଥିବୀର ଲକ୍ଷ ଲକ୍ଷ ଭକ୍ତ ବୁଡ଼ ପକାଇଛନ୍ତି । ‘କୁମ୍ଭ’, ‘ପୁଷ୍କରମ୍’ ଓ ‘ଗଙ୍ଗା ସାଗର ମେଳା’- ଆମର ଏଇ ପର୍ବ, ଆମର ସାମାଜିକ ଘନିଷ୍ଠତାକୁ, ସଦ୍ଭାବକୁ, ଏକତାକୁ ବଢ଼ାଇବାର ପର୍ବ । ଏହି ପର୍ବ ଭାରତୀୟଙ୍କୁ ଭାରତର ପରମ୍ପରା ସହିତ ଯୋଡ଼ିଥାଏ ଏବଂ ଆମ ଶାସ୍ତ୍ର ଯେମିତି ସଂସାରରେ ଧର୍ମ, ଅର୍ଥ, କାମ, ମୋକ୍ଷ, ଚାରିଟି ଉପରେ ଗୁରୁତ୍ୱ ଦେଇଛି ଠିକ୍ ସେମିତି ଆମର ପର୍ବ ଓ ପରମ୍ପରା ମଧ୍ୟ ଆଧ୍ୟାତ୍ମିକ, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ପ୍ରତ୍ୟେକ ପକ୍ଷକୁ ସଶକ୍ତ କରିଥାନ୍ତି ।
ବନ୍ଧୁଗଣ, ଆମେ ଏଇ ମାସରେ ‘ପୌଷ ଶୁକ୍ଳ ଦ୍ୱାଦଶୀ’ ଦିନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପର୍ବର ପ୍ରଥମ ବାର୍ଷିକୀ ପାଳନ କରିଛୁ । ଏ ବର୍ଷ ‘ପୌଷ ଶୁକ୍ଳ ଦ୍ୱାଦଶୀ’ ୧୧ ଜାନୁଆରୀରେ ପଡ଼ିଥିଲା । ଏହି ଦିନ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ରାମଲାଲାଙ୍କ ସାକ୍ଷାତ ଦର୍ଶନ କରି ତାଙ୍କ ଆଶୀର୍ବାଦ ଗ୍ରହଣ କଲେ । ପ୍ରାଣ ପ୍ରତିଷ୍ଠାର ଏହି ଦ୍ୱାଦଶୀ, ଭାରତର ସାଂସ୍କୃତିକ ଚେତନାର ପୁନଃପ୍ରତିଷ୍ଠାର ଦ୍ୱାଦଶୀ । ସେଇଥିପାଇଁ ପୌଷ ଶୁକ୍ଳ ଦ୍ୱାଦଶୀର ଏହି ଦିନ ଏକ ପ୍ରକାରର ପ୍ରତିଷ୍ଠା-ଦ୍ୱାଦଶୀ ଦିବସ ପାଲଟିଯାଇଛି । ଆମକୁ ବିକାଶର ରାସ୍ତାରେ ଚାଲିବା ବେଳେ ଏହିପରି ନିଜର ଐତିହ୍ୟ ଗୁଡ଼ିକୁ ସଂରକ୍ଷିତ କରିବା ସହିତ, ସେଗୁଡ଼ିକରୁ ପ୍ରେରଣା ନେଇ ଅଗ୍ରସର ହେବା ଦରକାର ।
ମୋର ପ୍ରିୟ ଦେଶବାସୀଗଣ, ୨୦୨୫ ଆରମ୍ଭରେ ହିଁ ଭାରତ ମହାକାଶ କ୍ଷେତ୍ରରେ କେତେକ ଐତିହାସିକ ସଫଳତା ହାସଲ କରିଛି । ଆଜି ଏକଥା ଜଣାଇବା ବେଳେ ମୋତେ ଗର୍ବ ଲାଗୁଛି ଯେ ଜଣେ ଭାରତୀୟ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ ବେଙ୍ଗାଲୁରୁର ପିକ୍ସେଲ୍ ଭାରତର ପ୍ରଥମ ଘରୋଇ ସାଟେଲାଇଟ୍ କନ୍ଷ୍ଟେଲେସନ - ‘ଫାୟାର୍ଫ୍ଲାଏ’କୁ ସଫଳତାର ସହ ଆରମ୍ଭ କରିଛି । ଏହି ସାଟେଲାଇଟ୍ କନ୍ଷ୍ଟେଲେସନ ପୃଥିବୀର ସବୁଠୁ ହାଇ ରିଜୋଲ୍ୟୁସନ ହାଇପର୍ ସ୍ପେକ୍ଟ୍ରାଲ୍ ସାଟେଲାଇଟ୍ କନ୍ଷ୍ଟେଲେସନ ଅଟେ । ଏହି ସଫଳତା କେବଳ ଭାରତକୁ ଆଧୁନିକ ମହାକାଶ ପ୍ରଯୁକ୍ତିରେ ଅଗ୍ରଣୀ କରିନାହିଁ ବରଂ ଏହା ଆତ୍ମନିର୍ଭର ଭାରତ ଦିଗରେ ଏକ ବଡ଼ ପଦକ୍ଷେପ । ଏହି ସଫଳତା ଆମର ଘରୋଇ ମହାକାଶ କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ନବସୃଜନର ପ୍ରତୀକ । ମୁଁ ଏହି ସଫଳତା ପାଇଁ ପିକ୍ସେଲ୍ ଟିମ୍, ଇସ୍ରୋ ଓ ଇନ୍-ସ୍ପେସ୍ର ଟିମକୁ ସମଗ୍ର ଦେଶ ତରଫରୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, କିଛିଦିନ ତଳେ ଆମର ବୈଜ୍ଞାନିକମାନେ ମହାକାଶ କ୍ଷେତ୍ରରେ ହିଁ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଆମ ବୈଜ୍ଞାନିକମାନେ ଉପଗ୍ରହର ସ୍ପେସ୍ ଡକିଙ୍ଗ୍ କରାଇଛନ୍ତି । ଯେତେବେଳେ ମହାକାଶରେ ମହାକାଶଯାନ ଯୋଡ଼ାଯାଏ, ସେହି ପ୍ରକ୍ରିୟାକୁ ସ୍ପେସ୍ ଡକିଙ୍ଗ୍ କୁହାଯାଏ । ଏହି ପ୍ରଯୁକ୍ତି ମହାକାଶରେ ସ୍ପେସ୍ ଷ୍ଟେସନ ପର୍ଯ୍ୟନ୍ତ ସପ୍ଲାଏ ପଠାଇବା ଓ କ୍ରିଉ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି ।
ବନ୍ଧୁଗଣ, ଆମର ବୈଜ୍ଞାନିକ ମହାକାଶରେ ଚାରା ଉତ୍ପାଦନ ଓ ସେଗୁଡ଼ିକୁ ଜୀବିତ ରଖିବାର ପ୍ରୟାସ ମଧ୍ୟ କରୁଛନ୍ତି । ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନେ lobia (ଲୋବିଆ) ମଞ୍ଜିକୁ ବାଛିଥିଲେ । ଡିସେମ୍ବର ୩୦ରେ ପଠାଯାଇଥିବା ଏହି ମଞ୍ଜି ମହାକାଶରେ ହିଁ ଗଜା ହୋଇଛି । ଏହା ଏକ ବହୁତ ପ୍ରେରଣାଦାୟକ ଗବେଷଣା, ଯାହା ଭବିଷ୍ୟତରେ ମହାକାଶରେ ପନିପରିବା ଉତ୍ପାଦନର ରାସ୍ତା ଖୋଲିବ । ଏହା ଦେଖାଇ ଦେଇଛି ଯେ ଆମର ବୈଜ୍ଞାନିକମାନେ କେତେ ଦୂରଦର୍ଶୀ ବିଚାର ସହିତ କାର୍ଯ୍ୟ କରୁଛନ୍ତି ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଉ ଗୋଟିଏ ପ୍ରେରଣାଦାୟକ ଉଦ୍ୟମ ସମ୍ପର୍କରେ କହିବାକୁ ଚାହୁଁଛି । ଆଇଆଇଟି ମାଡ୍ରାସର ଏକ୍ସଟେମ୍ କେନ୍ଦ୍ର ମହକାଶରେ ମାନୁଫାକ୍ଚରିଙ୍ଗ୍ ପାଇଁ ନୂଆ ପ୍ରଯୁକ୍ତି ଦିଗରେ କାମ କରୁଛି । ଏହି କେନ୍ଦ୍ର ମହାକାଶରେ ଥ୍ରୀଡି ପ୍ରିଣ୍ଟେଡ୍ ବିଲ୍ଡିଂସ୍, ମେଟାଲ୍ ଫୋମ୍ସ ଓ ଅପ୍ଟିକାଲ୍ ଫାଇବର୍ସ ଭଳି ପ୍ରଯୁକ୍ତି ଉପରେ ଗବେଷଣା କରୁଛି । ଏହି କେନ୍ଦ୍ର ବିନା ପାଣିରେ କଂକ୍ରିଟ୍ ନିର୍ମାଣ ଭଳି ବୈପ୍ଳବିକ ପଦ୍ଧତିର ମଧ୍ୟ ବିକାଶ କରୁଛି । ଏକ୍ସଟେମ୍ର ଏହି ଗବେଷଣା ଭାରତର ଗଗନଯାନ ମିଶନ ଓ ଭବିଷ୍ୟତର ସ୍ପେସ୍ ଷ୍ଟେସନକୁ ଶକ୍ତିଶାଳୀ କରିବ । ଏହାଦ୍ୱାରା ମାନୁଫାକ୍ଚରିଙ୍ଗରେ ଆଧୁନିକ ପ୍ରଯୁକ୍ତିର ନୂଆ ରାସ୍ତା ମଧ୍ୟ ଖୋଲିବ ।
ବନ୍ଧୁଗଣ, ଏହି ସମସ୍ତ ସଫଳତା ଏହାର ପ୍ରମାଣ ଯେ ଭାରତର ବୈଜ୍ଞାନିକ ଓ ଉଦ୍ଭାବକମାନେ ଭବିଷ୍ୟତ ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ କେତେ ଦୂରଦର୍ଶୀ । ଆମ ଦେଶ ଆଜି ମହାକାଶ ପ୍ରଯୁକ୍ତିରେ ନୂଆ କୀର୍ତ୍ତି ସ୍ଥାପନ କରୁଛି । ମୁଁ ଭାରତର ବୈଜ୍ଞାନିକ, ଉଦ୍ଭାବକ ଓ ଯୁବ ଉଦ୍ୟୋଗୀମାନଙ୍କୁ ସମଗ୍ର ଦେଶ ପକ୍ଷରୁ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ଅନେକ ଥର ମଣିଷ ଓ ପଶୁଙ୍କ ଭିତରେ ଅଦ୍ଭୁତ ପ୍ରକାର ବନ୍ଧୁତାର ଫଟୋ ଦେଖିଥିବେ, ଆପଣ ପଶୁମାନଙ୍କର ବିଶ୍ୱସ୍ତତାର କାହାଣୀ ଶୁଣିଥିବେ । ପୋଷା ହେଉ କି ଜଙ୍ଗଲରେ ରହୁଥିବା ପଶୁ, ମଣିଷ ସହିତ ତାଙ୍କର ସମ୍ପର୍କ ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦିଏ । ପଶୁମାନେ କହିପାରନ୍ତିନି ସିନା, ସେମାନଙ୍କ ଭାବନାକୁ, ସେମାନଙ୍କ ହାବଭାବକୁ ମଣିଷ ଅନାୟାସରେ ଠଉରାଇନିଏ । ପଶୁମାନେ ମଧ୍ୟ ମଣିଷର ଭାଷା ବୁଝନ୍ତି, ତାକୁ ପାଳନ କରନ୍ତି । ମୁଁ ଆପଣମାନଙ୍କୁ ଆସାମର ଏକ ଉଦାହରଣ ଦେବାକୁ ଚାହୁଁଛି । ଆସାମର ଗୋଟିଏ ଜାଗା ହେଉଛି ‘ନୌଗାଓଁ’ । ‘ନୌଗାଓଁ’ ଆମ ଦେଶର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ମଧ୍ୟ । ଏହି ସ୍ଥାନଟି ବହୁତ ସୁନ୍ଦର । ଏଠାରେ ହାତୀମାନଙ୍କର ଏକ ବଡ଼ ରହଣୀସ୍ଥଳ ମଧ୍ୟ ଅଛି । ପୂର୍ବରୁ ଏହି ଅଞ୍ଚଳରେ ଅନେକ ଘଟଣା ଦେଖାଯାଉଥିଲା, ଯେଉଁଥିରେ ହାତୀପଲ ଫସଲ ନଷ୍ଟ କରୁଥିଲେ, ଚାଷୀମାନେ ହଇରାଣ ହେଉଥିଲେ; ଫଳରେ ଆଖପାଖ ପ୍ରାୟ ୧୦୦ଟି ଗାଁର ଲୋକ ବହୁତ ଚିନ୍ତିତ ଥିଲେ, କିନ୍ତୁ ଗ୍ରାମବାସୀ ହାତୀମାନଙ୍କର ବିବଶତା ମଧ୍ୟ ବୁଝିପାରୁଥିଲେ । ସେମାନେ ଜାଣିଥିଲେ ଯେ ହାତୀମାନେ ନିଜର ଭୋକ ମେଣ୍ଟାଇବା ପାଇଁ କ୍ଷେତକୁ ଆସୁଛନ୍ତି, ତେଣୁ ଗ୍ରାମବାସୀ ଏହାର ସମାଧାନ ବାହାର କରିବା କଥା ଚିନ୍ତା କଲେ । ଗ୍ରାମବାସୀ ଗୋଟିଏ ଦଳ ତିଆରି କଲେ, ଯାହାର ନାଁ ଥିଲା ‘ହାତୀ ବନ୍ଧୁ’ । ହାତୀ ବନ୍ଧୁମାନେ ବିଚାରବିମର୍ଶ କରି ପ୍ରାୟ ୮୦୦ ବିଘା ପତିତ ଜମିରେ ଏକ ନିଆରା ପ୍ରୟାସ କଲେ । ଏହି ଗ୍ରାମବାସୀ ମିଳିମିଶି ନାପିଏର୍ ଘାସ ଚାଷ କଲେ । ଏହି ଘାସକୁ ହାତୀମାନେ ବହୁତ ପସନ୍ଦ କରିଥାନ୍ତି । ଏହାର ପ୍ରଭାବ ଏଭଳି ପଡ଼ିଲା ଯେ ହାତୀମାନେ ଆଉ କ୍ଷେତ ଆଡ଼କୁ ଯିବା କମ୍ କରିଦେଲେ । ଏହା ହଜାର ହଜାର ଗ୍ରାମବାସୀଙ୍କ ପାଇଁ ବହୁତ ଆଶ୍ୱାସନାର କଥା ଥିଲା । ସେମାନଙ୍କର ଏହି ଉଦ୍ୟମ ହାତୀମାନଙ୍କୁ ମଧ୍ୟ ଖୁବ୍ ଭଲ ଲାଗିଲା ।
ବନ୍ଧୁଗଣ, ଆମ ସଂସ୍କୃତି ଓ ଐତିହ୍ୟ ଆମ ଆଖପାଖର ପଶୁପକ୍ଷୀମାନଙ୍କୁ ଭଲ ପାଇବା ଶିଖାଇଥାଏ । ଏହା ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର କଥା ଯେ ଗତ ଦୁଇମାସ ଭିତରେ ଆମ ଦେଶରେ ଦୁଇଟି ନୂଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି । ଏଥିରୁ ଗୋଟିଏ ହେଲା ଛତିଶଗଡ଼ର ଗୁରୁ ଘାସିଦାସ-ତମୋର-ପିଙ୍ଗଲା ଟାଇଗର୍ ରିଜର୍ଭ ଓ ଦ୍ୱିତୀୟଟି ହେଉଛି ଏମ୍ପିର ରାତାପାନି ଟାଇଗର୍ ରିଜର୍ଭ ।
ମୋର ପ୍ରିୟ ଦେଶବାସୀଗଣ, ସ୍ୱାମୀ ବିବେକାନନ୍ଦ ଜୀ କହିଥିଲେ, ଯେଉଁ ବ୍ୟକ୍ତି ଭିତରେ ବିଚାରକୁ ନେଇ ଆବେଗ ରହିଥାଏ, ସେ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଏ । କୌଣସି ବିଚାରକୁ ସଫଳ କରିବାକୁ ହେଲେ ଆମର Passion ଏବଂ Dedication ସବୁଠୁ ଜରୁରୀ ହୋଇଥାଏ । ସଂପୂର୍ଣ୍ଣ ଯତ୍ନ ଓ ଉତ୍ସାହ ଦ୍ୱାରା Innovation, Creativity ଓ ସଫଳତାର ରାସ୍ତା ଅବଶ୍ୟ ବାହାରିଥାଏ । କିଛିଦିନ ତଳେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମୋତେ ‘ବିକଶିତ ଭାରତ୍ ୟଙ୍ଗ୍ ଲିଡର୍ସ ଡାଏଲଗ୍’ରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ମିଳିଥିଲା । ସେଠାରେ ମୁଁ ଦେଶର କୋଣ ଅନୁକୋଣରୁ ଆସିଥିବା ଯୁବବନ୍ଧୁମାନଙ୍କ ସହିତ ପୁରା ଦିନ ବିତାଇଥିଲି । ଯୁବକଯୁବତୀମାନେ ଷ୍ଟାର୍ଟଅପ୍ସ, ସଂସ୍କୃତି, ମହିଳା, ଯୁବ ଓ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରକୁ ନେଇ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ମୋ ପାଇଁ ବହୁତ ସ୍ମରଣୀୟ ଥିଲା ।
ବନ୍ଧୁଗଣ, ଏଇ କିଛିଦିନ ତଳେ ଷ୍ଟାର୍ଟ-ଅପ ଇଣ୍ଡିଆକୁ ୯ ବର୍ଷ ପୂରଣ ହେଲା । ଆମ ଦେଶରେ ଯେତିକି ଷ୍ଟାର୍ଟ-ଅପ୍ସ ୯ ବର୍ଷରେ ହୋଇଛନ୍ତି ସେଗୁଡ଼ିକ ଭିତରୁ ଅଧାରୁ ଅଧିକ ଟାୟାର-୨ ଏବଂ ଟାୟାର-୩ ବର୍ଗର ସହରରୁ ଆସିଛନ୍ତି । ଯେତେବେଳେ ଆମେ ଏହା ଶୁଣୁଛେ ସେତେବେଳେ ପ୍ରତ୍ୟେକ ଭାରତୀୟର ମନ ଆନନ୍ଦିତ ହୋଇଯାଉଛି । ଅର୍ଥାତ୍ ଆମର ଷ୍ଟାର୍ଟ-ଅପ୍ Cultureର କେବଳ ବଡ଼ ସହର ପର୍ଯ୍ୟନ୍ତ ସୀମିତ ନାହିଁ । ଆଉ ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଛୋଟ ଛୋଟ ସହରର ଷ୍ଟାର୍ଟ-ଅପ୍ସଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକରେ ଆମର ଝିଅମାନେ ନେତୃତ୍ୱ ନେଉଛନ୍ତି । ଯେତେବେଳେ ଶୁଣିବାକୁ ମିଳୁଛି ଯେ ଅମ୍ବାଲା, ହିସାର, କାଙ୍ଗଡା, ଚେଙ୍ଗଲପଟ୍ଟୁ, ବିଳାସପୁର, ଗ୍ୱାଲିୟର ଏବଂ ୱାସିମ୍ ଭଳି ସହରଗୁଡ଼ିକରେ ଷ୍ଟାର୍ଟ-ଅପର କେନ୍ଦ୍ର ସୃଷ୍ଟି ହେଉଛି; ସେତେବେଳେ ମନ ଆନନ୍ଦରେ ପୂରିଉଠୁଛି । ନାଗାଲାଣ୍ଡ ଭଳି ରାଜ୍ୟରେ ଗତବର୍ଷ ଷ୍ଟାର୍ଟ-ଅପ୍ସର ପଞ୍ଜୀକରଣ ସଂଖ୍ୟା ୨୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । Waste Management, Non-Renewable Energy, Biotechnology ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ସ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ଏଗୁଡ଼ିକ ପାରମ୍ପରିକ କ୍ଷେତ୍ର ନୁହେଁ କିନ୍ତୁ ଆମର ଯୁବବନ୍ଧୁମାନେ ମଧ୍ୟ ପାରମ୍ପରିକ ଠାରୁ ଆହୁରି ଆଗକୁ ଚିନ୍ତା କରୁଛନ୍ତି । ସେଥିପାଇଁ ସଫଳତା ବି ମିଳୁଛି ।
ବନ୍ଧୁଗଣ, ୧୦ ବର୍ଷ ପୂର୍ବେ କେହି ଜଣେ ଯଦି ଷ୍ଟାର୍ଟ-ଅପ୍ ଆରମ୍ଭ କରିବାକୁ କହୁଥିଲା ସେତେବେଳେ ତାକୁ ନାନା ପ୍ରକାର କଥା ଶୁଣିବାକୁ ମିଳୁଥିଲା । କିଏ କହୁଥିଲା ଆରେ ଏ ଷ୍ଟାର୍ଟ-ଅପ୍ ଗୋଟେ କ’ଣ? ଆଉ କିଏ କହୁଥିଲା ଏଥିରେ କିଛି ହେଇପାରିବ ନାହିଁ ! କିନ୍ତୁ ଆଜି ଦେଖନ୍ତୁ, ଗୋଟିଏ ଦଶକରେ କେତେ ବଡ଼ ପରିବର୍ତ୍ତନ ଆସିଗଲା । ଆପଣ ମଧ୍ୟ ଭାରତରେ ସୃଷ୍ଟି ହେଉଥିବା ନୂଆ ନୂଆ ସୁଯୋଗର ଲାଭ ଉଠାନ୍ତୁ । ଯଦି ଆପଣ ନିଜ ଉପରେ ବିଶ୍ୱାସ ରଖିବେ ତେବେ ଆପଣଙ୍କ ସ୍ୱପ୍ନ ମଧ୍ୟ ବହୁତ ଆଗକୁ ଯାଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, ନିଷ୍ଠାର ସହିତ ନିଃସ୍ୱାର୍ଥ ଭାବନା ନେଇ କରାଯାଇଥିବା କାମର ଚର୍ଚ୍ଚା ଦୂରଦୂରାନ୍ତ ଯାଏଁ ପହଞ୍ଚିଯାଇଥାଏ । ଆଉ ଆମର ‘ମନ୍ କି ବାତ୍’ ତ ଏହାର ବହୁତ ବଡ଼ ପ୍ଲାଟଫର୍ମ । ଆମର ଏତେ ବଡ଼ ଦେଶ ଯେ ଦୂରଦୂରାନ୍ତ ସ୍ଥାନରେ ଯଦି କେହି ଭଲ କାମ କରୁଛି, କର୍ତ୍ତବ୍ୟ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦେଉଛି ତେବେ ତା’ର ପ୍ରୟାସକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଗୋଟିଏ ଖୁବ୍ ଭଲ ମଞ୍ଚ । ଅରୁଣାଚଳ ପ୍ରଦେଶର ଦୀପକ ନାବାମ ଜୀ ସେବାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଦୀପକ ଜୀ ଏଠାରେ ଲିଭିଂ ହୋମ୍ ଚଳାଉଛନ୍ତି; ଯେଉଁଠାରେ ମାନସିକ ଭାବରେ ଅସୁସ୍ଥ, ଶାରୀରିକ ଅସମର୍ଥ ଲୋକ ଏବଂ ବୟସ୍କ ଲୋକଙ୍କ ସେବା କରାଯାଉଛି । ଏଠାରେ ଡ୍ରଗ୍ସର ଶୀକାର ହୋଇଥିବା ଲୋକମାନଙ୍କୁ ମଧ୍ୟ ଯତ୍ନ କରାଯାଉଛି । ଦୀପକ ଜୀ କୌଣସି ସାହାଯ୍ୟ ବିନା ସମାଜର ବଞ୍ଚିତ ଲୋକମାନଙ୍କୁ, ହିଂସାପୀଡ଼ିତ ପରିବାରଗୁଡ଼ିକୁ ଏବଂ ଗୃହହୀନ ଲୋକଙ୍କୁ ଆଶ୍ରୟ ଦେବାର ଅଭିଯାନ ଆରମ୍ଭ କରିଛନ୍ତି । ଆଜି ତାଙ୍କର ସେବା ଗୋଟିଏ ସଂସ୍ଥାର ରୂପ ନେଇସାରିଛି । ଆଜି ତାଙ୍କର ସଂସ୍ଥା ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛି । ଲାକ୍ଷାଦ୍ୱୀପର କାୱାର୍ତ୍ତି ଦ୍ୱୀପରେ ନର୍ସ ଭାବେ କାମ କରୁଥିବା କେ. ହିଙ୍ଗଡୁମ୍ବି ଜୀଙ୍କ କାମ ମଧ୍ୟ ବହୁତ ପ୍ରେରଣାଦାୟକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ୧୮ ବର୍ଷ ପୂର୍ବେ ସରକାରୀ ଚାକିରିରୁ ସେବାନିବୃତ୍ତ ହୋଇସାରିଛନ୍ତି । କିନ୍ତୁ ଆଜି ମଧ୍ୟ ସେହିଭଳି କରୁଣା ଏବଂ ସ୍ନେହର ସହିତ ଲୋକଙ୍କ ସେବାରେ ଲାଗିରହିଛନ୍ତି; ଯେମିତି ସେ ପୂର୍ବରୁ କରୁଥିଲେ । ସେହି ଲାକ୍ଷାଦ୍ୱୀପର କେ.ଜି. ମହମ୍ମଦ ଜୀଙ୍କ ପ୍ରୟାସ ମଧ୍ୟ ଅଦ୍ଭୁତ । ତାଙ୍କ ପରିଶ୍ରମ ଦ୍ୱାରା ମିନିକଏ ଦ୍ୱୀପର ସାମୁଦ୍ରିକ ଇକୋସିଷ୍ଟମ ମଜଭୁତ୍ ହେଉଛି । ପରିବେଶ ସୁରକ୍ଷା ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ସେ ଅନେକ ଗୀତ ଲେଖିଛନ୍ତି । ଲାକ୍ଷାଦ୍ୱୀପ ସାହିତ୍ୟ କଳା ଏକାଡେମୀ ତରଫରୁ ତାଙ୍କୁ ଉତ୍ତମ ଲୋକସଙ୍ଗୀତ ପୁରସ୍କାର ମଧ୍ୟ ମିଳିସାରିଛି । କେ.ଜି. ମହମ୍ମଦ୍ ଅବସର ଗ୍ରହଣ କରିବା ପରେ ମଧ୍ୟ ସେଠାକାର ସଂଗ୍ରହାଳୟ ସହିତ ମିଶି କାମ କରୁଛନ୍ତି ।
ବନ୍ଧୁଗଣ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ମଧ୍ୟ ଆଉ ଗୋଟିଏ ବଡ଼ ଖବର ଅଛି । ନିକୋବର ଜିଲ୍ଲାରେ Virgin Coconut Oilକୁ ନିକଟରେ ଜିଆଇ ଟ୍ୟାଗ୍ ମିଳିଛି । Virgin Coconut Oilକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଆଉ ଗୋଟିଏ ନୂତନ ପ୍ରୟାସ ମଧ୍ୟ କରାଯାଇଛି । ଏହି ତେଲ ଉତ୍ପାଦନ କରୁଥିବା ମହିଳାମାନଙ୍କୁ ସଂଗଠିତ କରି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଉଛି, ସେମାନଙ୍କୁ ମାର୍କେଟିଂଗ ଏବଂ ବ୍ରାଣ୍ଡିଂ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଉଛି । ଏହା ଆମର ଆଦିବାସୀ ସମୁଦାୟକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ । ମୋର ବିଶ୍ୱାସ ଅଛି ଯେ ଭବିଷ୍ୟତରେ ନିକୋବରର Virgin Coconut Oil ସାରା ବିଶ୍ୱରେ ବେଶ୍ ପ୍ରସିଦ୍ଧି ଲାଭ କରିବ ଏବଂ ଏଥିରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିବ ଆଣ୍ଡାମାନ୍ ଏବଂ ନିକୋବରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ।
ମୋର ପ୍ରିୟ ଦେଶବାସୀଗଣ, କ୍ଷଣକ ପାଇଁ ଆପଣମାନେ ଗୋଟିଏ ଦୃଶ୍ୟର କଳ୍ପନା କରନ୍ତୁ – କୋଲକାତାରେ ଜାନୁଆରୀର ସମୟ । ଦ୍ୱିତୀୟ ବିଶ୍ୱଯୁଦ୍ଧ ତା’ର ଚରମସୀମାରେ ପହଞ୍ଚିଛି ଏଣେ ଭାରତରେ ଇଂରେଜମାନଙ୍କ ବିରୁଦ୍ଧରେ କ୍ରୋଧ ମଧ୍ୟ ଶିଖର ଛୁଇଁଛି । ସେହି କାରଣରୁ ସହରର କୋଣ ଅନୁକୋଣରେ ପୋଲିସ ମୁତୟନ କରାଯାଇଛି । କୋଲକାତାର ମଝା-ମଝି ଗୋଟିଏ ଘରର ଚାରିପାଖେ ପୁଲିସ ମୁତୟନ ଅଧିକ କଡ଼ାକଡ଼ି ହୋଇଛି । ୟା’ଭିତରେ ଲମ୍ବା ବ୍ରାଉନ୍ କୋଟ୍, ପ୍ୟାଣ୍ଟ ଏବଂ କଳାଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଗୋଟିଏ ବଙ୍ଗଳାରୁ କାରରେ ବାହାରକୁ ବାହାରୁଛି । ଅନେକଗୁଡ଼ିଏ ମଜଭୁତ୍ ସୁରକ୍ଷାର ବଳୟକୁ ଭେଦକରି ସେ ଗୋମୋ ନାମକ ରେଳଷ୍ଟେସନରେ ପହଞ୍ଚିଯାଉଛି । ଏହି ଷ୍ଟେସନଟି ଏବେ ଝାଡ଼ଖଣ୍ଡରେ । ଏଠାରୁ ଗୋଟିଏ ଟ୍ରେନ୍ ଧରି ସେ ଆଗକୁ ବାହାରିଯାଉଛି । ଏହାପରେ ଆଫଗାନିସ୍ଥାନ ହୋଇ ସେ ଯାଇ ୟୁରୋପରେ ପହଞ୍ଚିଯାଉଛି ଏବଂ ଏସବୁ କଥା ଇଂରେଜ ଶାସନର ଅଭେଦ୍ୟ ସୁରକ୍ଷାବଳୟ ସତ୍ତ୍ୱେ ସମ୍ଭବ ହେଉଛି ।
ବନ୍ଧୁଗଣ, ଏ କାହାଣୀ ଆପଣମାନଙ୍କୁ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗୁଥିବ । ଆପଣଙ୍କୁ ଲାଗୁଥିବ ଯେ ଏତେ ସତ୍ସାହସ ଦେଖାଉଥିବା ଲୋକଟି କେଉଁ ଦେଶର ମାଟିରେ ଗଢ଼ା ହୋଇଥିବ! ବାସ୍ତବରେ ଏହି ବ୍ୟକ୍ତି ଜଣକ ଅନ୍ୟ କେହି ନ ଥିଲେ, ଆମ ଦେଶର ମହାନ ବିଭୂତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହିଁ ଥିଲେ । ୨୩ ଜାନୁୟାରୀ, ତାଙ୍କର ଜନ୍ମଜୟନ୍ତୀକୁ ଆମେ ‘ପରାକ୍ରମ ଦିବସ’ ଭାବରେ ପାଳନ କରୁଛନ୍ତି । ତାଙ୍କର ଶୌର୍ଯ୍ୟ ସହିତ ଜଡ଼ିତ ଏହି ଗାଥାରେ ମଧ୍ୟ ଅନେକ ପରାକ୍ରମର ଝଲକ ଦେଖିବାକୁ ମିଳେ । କିଛିବର୍ଷ ପୂର୍ବେ ମୁଁ ତାଙ୍କର ସେହି ଘରକୁ ଯାଇଥିଲି ଯେଉଁଠାରୁ ସେ ଇଂରେଜମାନଙ୍କ ଆଖିରେ ଧୂଳିଦେଇ ଖସିଯାଇଥିଲେ । ତାଙ୍କର ସେହି କାର୍ ଆଜିବି ସେଇଠି ଅଛି । ତାହା ମୋ ପାଇଁ ଏକ ବିଶେଷ ଅନୁଭବ । ସୁବାଷ ବାବୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ସାହସ ତାଙ୍କ ସ୍ୱଭାବର ଅଂଶ ଥିଲା । ଖାଲି ସେତିକି ନୁହେଁ ସେ ଖୁବ୍ କୁଶଳ ପ୍ରଶାସକ ମଧ୍ୟ ଥିଲେ । ମାତ୍ର ୨୭ ବର୍ଷ ବୟସରେ ସେ କୋଲକାତା କର୍ପୋରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଥିଲେ ତା’ପରେ ସେ ମେୟରର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ଜଣେ ପ୍ରଶାସକ ଭାବରେ ମଧ୍ୟ ସେ ଅନେକ ବଡ଼ କାମ କରିଯାଇଛନ୍ତି । ପିଲାମାନଙ୍କ ପାଇଁ ସ୍କୁଲ, ଗରିବ ପିଲାମାନଙ୍କ ପାଇଁ ଦୁଗ୍ଧର ବ୍ୟବସ୍ଥା ଏବଂ ସ୍ୱଚ୍ଛତାକୁ ନେଇ ତାଙ୍କର ଅନେକ ପ୍ରୟାସ ଆଜି ବି ଲୋକଙ୍କୁ ମନେପଡେ । ନେତାଜୀ ସୁଭାଷଙ୍କ ରେଡ଼ିଓ ସହିତ ମଧ୍ୟ ବହୁତ ଗଭୀର ସମ୍ପର୍କ ଥିଲା । ସେ ଆଜାଦ ହିନ୍ଦ ରେଡ଼ିଓର ସ୍ଥାପନା କରିଥିଲେ; ଯେଉଁଥିରେ ତାଙ୍କ କଥା ଶୁଣିବାକୁ ଲୋକମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲେ । ତାଙ୍କ ସମ୍ବୋଧନ ଦ୍ୱାରା ବିଦେଶୀ ଶାସନ ବିରୁଦ୍ଧରେ ସଂଗ୍ରାମକୁ ଏକ ନୂତନ ଶକ୍ତି ମିଳୁଥିଲା । ଆଜାଦ ହିନ୍ଦ୍ ରେଡ଼ିଓରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁରେ ନିଉଜ ବୁଲେଟିନ୍ ସବୁ ପ୍ରସାରଣ କରାଯାଉଥିଲା । ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଣାମ ଜଣାଉଛି । ସାରାଦେଶର ଯୁବକମାନଙ୍କୁ ମୋର ପରାମର୍ଶ ଯେ ସେମାନେ ତାଙ୍କ ବିଷୟରେ ଅଧିକରୁ ଅଧିକ ପଢ଼ନ୍ତୁ ଏବଂ ତାଙ୍କ ଜୀବନରୁ ନିରନ୍ତର ପ୍ରେରଣା ନିଅନ୍ତୁ ।
ବନ୍ଧୁଗଣ, ‘ମନ୍ କି ବାତ୍’ର ଏହି କାର୍ଯ୍ୟକ୍ରମ, ପ୍ରତ୍ୟେକ ଥର ମୋତେ ରାଷ୍ଟ୍ରର ସାମୂହିକ ପ୍ରୟାସ ସହିତ, ଆପଣମାନଙ୍କ ସାମୂହିକ ଇଚ୍ଛାଶକ୍ତି ସହିତ ଯୋଡ଼ୁଛି । ପ୍ରତି ମାସରେ ମୋତେ ଅଧିକ ସଂଖ୍ୟକ ଆପଣଙ୍କ ପରାମର୍ଶ, ଆପଣଙ୍କ ମତାମତ ମିଳୁଛି ଏବଂ ପ୍ରତ୍ୟେକ ଥର ଏହି ମତାମତକୁ ଦେଖି ବିକଶିତ ଭାରତର ସଂକଳ୍ପ ଉପରେ ମୋର ବିଶ୍ୱାସ ଆହୁରି ବଢ଼ୁଛି । ଆପଣମାନେ ସମସ୍ତେ ଏହିଭଳି ନିଜ ନିଜ କାମ ଦ୍ୱାରା ଭାରତକୁ ସର୍ବଶ୍ରେଷ୍ଠ କରି ଗଢ଼ିବାର ପ୍ରଚେଷ୍ଟା କରୁଥାନ୍ତୁ । ଏଥରର ‘ମନ୍ କି ବାତ୍’ରେ ଆଜି ଏତିକି । ଆସନ୍ତା ମାସରେ ଭାରତବାସୀଙ୍କ ଉପଲବ୍ଧି, ସଂକଳ୍ପ ଏବଂ ସିଦ୍ଧିର ନୂତନ କାହାଣୀକୁ ନେଇ ପୁଣି ଭେଟିବା । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ୨୦୨୫ ବର୍ଷ ଆମ ଦ୍ୱାରଦେଶରେ ଉପନୀତ । ୨୬ ଜାନୁଆରୀ ୨୦୨୫ ଦିନ ଆମ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେବାକୁ ଯାଉଛି । ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର କଥା । ଆମ ସମ୍ବିଧାନ ନିର୍ମାତାଗଣ ଆମକୁ ଯେଉଁ ସମ୍ବିଧାନ ଅର୍ପଣ କରିଯାଇଛନ୍ତି, ତାହା ସବୁ ପରିସ୍ଥିତିରେ ଠିକ୍ ପ୍ରମାଣିତ ହୋଇଛି । ସମ୍ବିଧାନ ଆମକୁ ପଥ ପ୍ରଦର୍ଶିତ କରୁଥିବା ଆଲୋକ ପୁଞ୍ଜ, ଏହା ଆମ ମାର୍ଗଦର୍ଶକ । ଭାରତର ସମ୍ବିଧାନ ଯୋଗୁଁ ହିଁ ଆଜି ମୁଁ ଏଠାରେ ଉପସ୍ଥିତ ହୋଇ ଆପଣଙ୍କ ସହ ଭାବ ବିନିମୟ କରିପାରୁଛି । ଏ ବର୍ଷ ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସଠାରୁ ଏକବର୍ଷ ବ୍ୟାପୀ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦେଶର ନାଗରିକମାନଙ୍କୁ ସମ୍ବିଧାନର ଐତିହ୍ୟ ସହ ସଂଯୋଜିତ କରିବା ପାଇଁ constitution75.com ନାମରେ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ସୃଷ୍ଟି କରାଯାଇଛି । ଏଥିରେ ଆପଣ ସମ୍ବିଧାନର ମୁଖବନ୍ଧ ପାଠ କରି ନିଜ ଭିଡିଓ ଅପଲୋଡ୍ କରିପାରିବେ । ଭିନ୍ନ ଭିନ୍ନ ଭାଷାରେ ସମ୍ବିଧାନ ପଢ଼ି ପାରିବେ । ସମ୍ବିଧାନ ବିଷୟରେ ପ୍ରଶ୍ନ ମଧ୍ୟ ପଚାରି ପାରିବେ । ଏହି ୱେବସାଇଟ୍ ପରିଦର୍ଶନ କରି ଏଥିରେ ଅଂଶଗ୍ରହଣ କରିବା ପାଇଁ ମୁଁ ‘ମନ୍ କି ବାତ୍’ର ଶ୍ରୋତା, ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ, କଲେଜରେ ପଢ଼ୁଥିବା ଯୁବବର୍ଗ ସମସ୍ତଙ୍କୁ ଅନୁରୋଧ କରୁଛି ।
ବନ୍ଧୁଗଣ, ଆସନ୍ତା ମାସ ୧୩ ତାରିଖ ଠାରୁ ପ୍ରୟାଗରାଜରେ ମହାକୁମ୍ଭ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି । ଏବେ ସେଠାରେ ସଙ୍ଗମକୁଳରେ ଜୋରଦାର୍ ପ୍ରସ୍ତୁତି ଚାଲିଛି । ମୋର ମନେ ଅଛି, ଏଇ କିଛି ଦିନ ତଳେ ଯେତେବେଳେ ମୁଁ ପ୍ରୟାଗରାଜ୍ ଯାଇଥିଲି, ସେତେବେଳେ ହେଲିକପ୍ଟରରୁ ସମ୍ପୂର୍ଣ୍ଣ କୁମ୍ଭ କ୍ଷେତ୍ର ଦେଖି ମନ ଆନନ୍ଦିତ ହୋଇଯାଇଥିଲା । ଏତେ ବିଶାଳ ! ଏତେ ସୁନ୍ଦର ! ଏତେ ଭବ୍ୟ !
ବନ୍ଧୁଗଣ, ମହାକୁମ୍ଭର ବିଶେଷତ୍ୱ କେବଳ ଏହାର ବିଶାଳତା ନୁହେଁ । କୁମ୍ଭର ବିଶେଷତ୍ୱ ଏହାର ବିବିଧତାରେ ମଧ୍ୟ ରହିଛି । ଏହି ଆୟୋଜନରେ କୋଟି କୋଟି ଲୋକ ଏକତ୍ରିତ ହୁଅନ୍ତି । ଲକ୍ଷ ଲକ୍ଷ ସାଧୁ ସନ୍ଥ, ହଜାର ହଜାର ପରମ୍ପରା, ଶହ ଶହ ସମ୍ପ୍ରଦାୟ, ଅନେକ ଆଖଡ଼ା, ସମସ୍ତେ ଏହି ଆୟୋଜନରେ ଅଂଶଗ୍ରହଣ କରନ୍ତି । ଏହି କୁମ୍ଭମେଳାରେ କେବେ କୌଣସି ଭେଦଭାବ ନ ଥାଏ । ନା ଏଠି କେହି ବଡ଼, ନା କେହି ସାନ । ବିବିଧତା ମଧ୍ୟରେ ଏକତାର ଏଭଳି ଦୃଶ୍ୟ ବିଶ୍ୱରେ ଆଉ କେଉଁଠି ବି ଦେଖିବାକୁ ମିଳେନାହିଁ । ତେଣୁ ଆମ କୁମ୍ଭ ଏକତାର ମହାକୁମ୍ଭ ମଧ୍ୟ ହୋଇଥାଏ । ଏଥରର ମହାକୁମ୍ଭ ମଧ୍ୟ ଏକତାର ମହାକୁମ୍ଭର ମନ୍ତ୍ରକୁ ସଶକ୍ତ କରିବ । କୁମ୍ଭରେ ଅଂଶଗ୍ରହଣ କରିବା ସହ ଏକତାର ଏହି ସଂକଳ୍ପକୁ ମଧ୍ୟ ନିଜ ସହ ନେଇ ଫେରିବା ପାଇଁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ । ଆମେ ସମାଜରେ ବିଭାଜନ ଓ ବିଦ୍ୱେଷର ଭାବନାକୁ ନଷ୍ଟ କରିବାର ସଂକଳ୍ପ ମଧ୍ୟ ଗ୍ରହଣ କରିବା । ସଂକ୍ଷେପରେ କହିବାକୁ ହେଲେ ମୁଁ ଏତିକି କହିବି . . .
ମହାକୁମ୍ଭର ଏଇ ସନ୍ଦେଶ, ଏକ୍ ହେଉ ସାରା ଦେଶ ।
ମହାକୁମ୍ଭର ଏଇ ସନ୍ଦେଶ, ଏକ୍ ହେଉ ସାରା ଦେଶ ।
ଆଉ ଅନ୍ୟ ଭାଷାରେ କହିବାକୁ ଗଲେ, କହିବି . . .
ଗଙ୍ଗାର ଧାରା ବହୁ ନିରନ୍ତର, ବିଭାଜିତ ନ ହେଉ ସମାଜ ଆମର ।
ଗଙ୍ଗାର ଧାରା ବହୁ ନିରନ୍ତର, ବିଭାଜିତ ନ ହେଉ ସମାଜ ଆମର ।
ବନ୍ଧୁଗଣ, ଏଥର ପ୍ରୟାଗରାଜରେ ଦେଶ ବିଦେଶର ଶ୍ରଦ୍ଧାଳୁ ଡିଜିଟାଲ୍ ମହାକୁମ୍ଭର ମଧ୍ୟ ସାକ୍ଷୀ ହେବେ । ଡିଜିଟାଲ୍ ନେଭିଗେସନ୍ ସାହାର୍ଯ୍ୟରେ ଆପଣମାନେ ବିଭିନ୍ନ ଘାଟ, ମନ୍ଦିର, ସାଧୁସନ୍ଥଙ୍କ ଆଖଡ଼ା ପର୍ଯ୍ୟନ୍ତ ପହଂଚିବାର ରାସ୍ତା ପାଇପାରିବେ । ଏହି ନେଭିଗେସନ୍ ସିଷ୍ଟମ୍ ଆପଣଙ୍କୁ ପାର୍କିଂ ସ୍ଥଳ ପର୍ଯ୍ୟନ୍ତ ପହଂଚିବା ପାଇଁ ମଧ୍ୟ ସାହାର୍ଯ୍ୟ କରିବ । କୁମ୍ଭ ଆୟୋଜନରେ ପ୍ରଥମ ଥର ପାଇଁ ଏ.ଆଇ. ଚାଟବୋଟର ବ୍ୟବହାର ହେବ । ଏ.ଆଇ. ଚାଟବୋଟ୍ ମାଧ୍ୟମରେ ୧୧ଟି ଭାରତୀୟ ଭାଷାରେ କୁମ୍ଭ ସମ୍ପର୍କିତ ସୂଚନା ପ୍ରାପ୍ତ କରାଯାଇପାରିବ । ଏହି ଚାଟବୋଟରେ text ଟାଇପ୍ କରି କିମ୍ବା ନିଜେ କହି ଯେକୌଣସି ପ୍ରକାର ସାହାଯ୍ୟ ପାଇଁ ଅନୁରୋଧ କରିପାରିବେ । ସମ୍ପୂର୍ଣ୍ଣ ମେଳା କ୍ଷେତ୍ରଟି ଏ.ଆଇ. ଶକ୍ତିଯୁକ୍ତ କ୍ୟାମେରାର ନଜରରେ ରହିବ । କୁମ୍ଭରେ ଯଦି କେହି ନିଜ ପ୍ରିୟପରିଜନଙ୍କ ଠାରୁ ନିଖୋଜ ହୋଇଥାଆନ୍ତି, ତାହେଲେ ଏହି କ୍ୟାମେରା ଗୁଡ଼ିକ ସାହାର୍ଯ୍ୟରେ ସେମାନଙ୍କୁ ଠାବ କରିବାରେ ମଧ୍ୟ ସାହାଯ୍ୟ ମିଳିବ । ଶ୍ରଦ୍ଧାଳୁମାନେ ଡିଜିଟାଲ୍ ଲଷ୍ଟ ଆଣ୍ଡ ଫାଉଣ୍ଡ ସେଂଟରର ସୁବିଧା ମଧ୍ୟ ପାଇପାରିବେ । ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ ମାଧ୍ୟମରେ ହିଁ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଟୁର୍ ପ୍ୟାକେଜ୍, ରହିବା ସୁବିଧା ଏବଂ ହୋମଷ୍ଟେ ବିଷୟରେ ସୂଚନା ପ୍ରଦାନ କରାଯିବ । ମହାକୁମ୍ଭ ଯାତ୍ରା କଲେ ଆପଣମାନେ ମଧ୍ୟ ଏହି ସୁବିଧା ଗୁଡ଼ିକର ଲାଭ ଉଠାଇ ପାରିବେ । ଆଉ ହଁ, #ଏକତା କା ମହାକୁମ୍ଭ ରେ ନିଜର ସେଲ୍ଫି ନିଶ୍ଚୟ ଅପଲୋଡ୍ କରିବେ ।
ବନ୍ଧୁଗଣ, ମନ୍ କି ବାତ୍ ଅର୍ଥାତ୍ ଏମକେବିରେ ଏଥର କେଟିବି କଥା । ଅଧିକାଂଶ ବୟସ୍କ ଲୋକେ କେଟିବି ବିଷୟରେ ଜାଣିନଥିବେ । କିନ୍ତୁ, ପିଲାମାନଙ୍କୁ ଥରେ ପଚାରନ୍ତୁ, କେଟିବି ସେମାନଙ୍କ ମଧ୍ୟରେ ସୁପରହିଟ୍ । କେଟିବି ମାନେ କ୍ରିଷ, ତ୍ରିଶ୍ ଆଉ ବାଲ୍ଟିବୟ । ହୁଏତ ଆପଣ ଜାଣିଥିବେ, ଏହା ପିଲାମାନଙ୍କ ମନପସନ୍ଦର ଆନିମେଶନ୍ ସିରିଜ୍ ଏବଂ ଏହାର ନାଁ କେଟିବି-ଭାରତ ହେଁ ହମ୍ । ଏବେ ଏହାର ଦ୍ୱିତୀୟ ସିଜିନ୍ ମଧ୍ୟ ଆସିଗଲାଣି । ଏହି ତିନୋଟି ଆନିମେଶନ୍ କ୍ୟାରେକ୍ଟର ଆମକୁ ଭାରତର ସ୍ୱାଧୀନତା ସଂଗ୍ରାମର ସେହି ନାୟକ-ନାୟିକାମାନଙ୍କ ବିଷୟରେ ଜଣାଉଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ଅଧିକ ଆଲୋଚନା ହୁଏ ନାହିଁ । ନିକଟ ଅତୀତରେ ଏହାର ସିଜିନ-ଟୁ ଏକ ନିଆରା ଢଙ୍ଗରେ ଗୋଆରେ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ଉଦଘାଟିତ ହେଲା । ସବୁଠାରୁ ସୁନ୍ଦର କଥା ହେଉଛି, ଏହି ସିରିଜ୍ କେବଳ ଅନେକ ଭାରତୀୟ ଭାଷାରେ ନୁହେଁ, ବରଂ ବିଦେଶୀ ଭାଷାରେ ମଧ୍ୟ ପ୍ରସାରିତ ହେଉଛି । ଏହାକୁ ଦୂରଦର୍ଶନ ସହ ଅନ୍ୟ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଦେଖାଯାଇପାରିବ ।
ବନ୍ଧୁଗଣ, ଆମ ଆନିମେଶନ୍ ଫିଲ୍ମ, ଚଳଚ୍ଚିତ୍ର, ଟେଲିଭିଜନ ସିରିଆଲ ଗୁଡ଼ିକର ଲୋକପ୍ରିୟତା ଏହା ଦର୍ଶାଉଛି ଯେ, ଭାରତର କ୍ରିଏଟିଭ୍ ଇଣ୍ଡଷ୍ଟ୍ରି ବା ସୃଜନାତ୍ମକ ଶିଳ୍ପରେ କେତେ କ୍ଷମତା ଭରିରହିଛି ! ଏହି ଶିଳ୍ପର କେବଳ ଦେଶର ଉନ୍ନତିରେ ଏକ ବଡ଼ ଯୋଗଦାନ ରହିଛି ତାହା ନୁହେଁ ବରଂ ଆମ ଅର୍ଥନୀତିକୁ ମଧ୍ୟ ଏହା ନୂତନ ଶିଖରକୁ ନେଇଯାଉଛି । ଆମ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପ ବହୁତ ବିଶାଳ । ଦେଶର ଅନେକ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ଚାଲିଛି, କ୍ରିଏଟିଭ୍ କଂଟେଟ୍ ମଧ୍ୟ ସୃଷ୍ଟି କରାଯାଉଛି । ମୁଁ ଆମ ଚଳଚ୍ଚିତ୍ର ଏବଂ ମନୋରଞ୍ଜନ ଶିଳ୍ପ ଜଗତକୁ ଏଥିପାଇଁ ଅଭିନନ୍ଦନ ଜଣାଉଛି, କାରଣ, ଏହା ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନାକୁ ସଶକ୍ତ କରିଛି ।
ବନ୍ଧୁଗଣ, ୨୦୨୪ରେ ଆମେ ଚଳଚ୍ଚିତ୍ର ଦୁନିଆର ଅନେକ ମହାନ ବ୍ୟକ୍ତିତ୍ୱମାନଙ୍କର ୧୦୦ତମ ଜୟନ୍ତୀ ପାଳନ କରୁଛୁ । ଏହି ମହାନ କଳାକାରମାନେ ଭାରତୀୟ ସିନେମାକୁ ବିଶ୍ୱସ୍ତରରେ ପରିଚିତ କରାଇଲେ । ରାଜକାପୁରଜୀ ନିଜ ଚଳଚ୍ଚିତ୍ର ମାଧ୍ୟମରେ ବିଶ୍ୱକୁ ଭାରତର Soft Power ସହ ପରିଚିତ କରାଇଲେ । ରଫି ସାହେବଙ୍କ ସ୍ୱରରେ ଏଭଳି କୁହୁକ ଭରି ରହିଥିଲା, ଯାହା ପ୍ରତ୍ୟେକ ହୃଦୟକୁ ସ୍ପର୍ଶ କରୁଥିଲା । ତାଙ୍କ ସ୍ୱର ଅତି ଚମତ୍କାର ଥିଲା । ଭକ୍ତି ଗୀତ ହେଉ, ରୋମାଣ୍ଟିକ୍ ଗୀତ କିମ୍ବା ଦୁଃଖଭରା ଗୀତ - ପ୍ରତ୍ୟେକ ଭାବାବେଗକୁ ସେ ନିଜ ସ୍ୱରରେ ଜୀବନ୍ତ କରିଦେଉଥିଲେ । ଜଣେ କଳାକାର ରୂପରେ ତାଙ୍କର ମହନୀୟତାର ଅନୁମାନ ଏହି କଥାରୁ କରିହେବ ଯେ, ଆଜିର ଯୁବପିଢ଼ି ମଧ୍ୟ ତାଙ୍କ ଗୀତଗୁଡ଼ିକୁ ସେତିକି ମନଧ୍ୟାନ ଦେଇ ଶୁଣୁଛନ୍ତି । ଏହାହିଁ ତ ହେଉଛି କାଳାତୀତ କଳାର ପରିଚୟ । ଅକ୍କିନେନୀ ନାଗେଶ୍ୱର ରାଓ ଗାରୁ ତେଲୁଗୁ ସିନେମାକୁ ନୂତନ ଶିଖରରେ ପହଞ୍ଚାଇଛନ୍ତି । ତାଙ୍କ ଚଳଚ୍ଚିତ୍ର ଗୁଡ଼ିକ ଭାରତୀୟ ପରମ୍ପରା ଏବଂ ମୂଲ୍ୟବୋଧକୁ ଖୁବ ଭଲଭାବେ ପ୍ରତିଫଳିତ କରୁଛି । ତପନ ସିହ୍ନାଙ୍କ କଥାଚିତ୍ର ଗୁଡ଼ିକ ସମାଜକୁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଛି । ତାଙ୍କ ଚଳଚ୍ଚିତ୍ର ଗୁଡ଼ିକରେ ସାମାଜିକ ଚେତନା ଏବଂ ରାଷ୍ଟ୍ରୀୟ ଏକତାର ବାର୍ତ୍ତା ରହୁଥିଲା । ଏହି ମନିଷୀମାନଙ୍କ ଜୀବନ ଆମର ସମଗ୍ର ଚଳଚ୍ଚିତ୍ର ଜଗତ ପାଇଁ ପ୍ରେରଣାର ଉତ୍ସ ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଉ ଗୋଟିଏ ଖୁସି ଖବର ଦେବାକୁ ଚାହୁଁଛି । ଭାରତର ସୃଜନାତ୍ମକ ପ୍ରତିଭା ବା କ୍ରିଏଟିଭ୍ ଟାଲେଣ୍ଟ ବିଶ୍ୱ ଆଗରେ ଉପସ୍ଥାପିତ କରିବାର ଗୋଟିଏ ବଡ଼ ସୁଯୋଗ ଆସୁଛି । ଆସନ୍ତା ବର୍ଷ ଆମ ଦେଶରେ ପ୍ରଥମ ଥର ପାଇଁ ୱାର୍ଲଡ୍ ଅଡିଓ ଭିଜୁଆଲ୍ ଏଂଟରଟେନମେଣ୍ଟ ସମିଟ୍ ଅର୍ଥାତ୍ ୱେଭସ ସମିଟର ଆୟୋଜନ ହେବାକୁ ଯାଉଛି । ଆପଣମାନେ ଦାଭୋସ୍ ବିଷୟରେ ଶୁଣିଥିବେ, ଯେଉଁଠାରେ ବିଶ୍ୱର ଆର୍ଥିକ ଜଗତର ମହାରଥିମାନେ ଏକତ୍ରିତ ହୋଇଥାଆନ୍ତି । ସେହିଭଳି ୱେଭସ ସମିଟରେ ସାରା ବିଶ୍ୱର ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ମହାରଥି, ସୃଜନ ଜଗତର ବ୍ୟକ୍ତିବିଶେଷ ଭାରତକୁ ଆସିବେ । ଏହି ସମ୍ମିଳନୀ ଭାରତକୁ ଗ୍ଲୋବାଲ୍ କଣ୍ଟେଟ୍ କ୍ରିଏଶନର ହବ୍ କରିବା ଦିଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସୂଚନା ଦେବାରେ ମୁଁ ଗର୍ବ ଅନୁଭବ କରୁଛି ଯେ, ଏହି ସମ୍ମିଳନୀ ପାଇଁ ପ୍ରସ୍ତୁତିରେ ଆମ ଦେଶର ୟଙ୍ଗ୍ କ୍ରିଏଟର୍ସ ବା ନୂତନ ସୃଜନଶୀଳ ପ୍ରତିଭାମାନେ ଖୁବ ଉତ୍ସାହର ସହିତ ଲାଗି ପଡ଼ିଛନ୍ତି । ଆମେ ୫ ଟ୍ରିଲିଅନ୍ ଡଲାର୍ ଇକୋନମୀ ଦିଗକୁ ଅଗ୍ରସର ହେଉଥିବା ସମୟରେ ଆମ କ୍ରିଏଟର୍ ଇକୋନମୀ ଏକ ନୂତନ ଶକ୍ତି ପ୍ରଦାନ କରୁଛି । ମୁଁ ଭାରତର ସମଗ୍ର ମନୋରଞ୍ଜନ ଏବଂ ସୃଜନାତ୍ମକ ଶିଳ୍ପକୁ ଅନୁରୋଧ କରୁଛି - ଆପଣ ଯୁବ-ପ୍ରତିଭା ହୁଅନ୍ତୁ କିମ୍ବା ପ୍ରତିଷ୍ଠିତ କଳାକାର, ବଲିଉଡ୍ ସହ ଜଡ଼ିତ ହୋଇଥାଆନ୍ତୁ କିମ୍ବା ଆଞ୍ଚଳିକ ସିନେମା ଜଗତ ସହ, ଟେଲିଭିଜନ ଶିଳ୍ପର ପେଶାଗତ ବ୍ୟକ୍ତି ହୋଇଥାଆନ୍ତୁ କିମ୍ବା ଆନିମେଶନ୍ ବିଶେଷଜ୍ଞ, ଗେମିଂ ସହ ଜଡ଼ିତ ଥାଆନ୍ତୁ ବା ଏଂଟରଟେନମେଣ୍ଟ ଟେକ୍ନୋଲଜିର ଇନ୍ନୋଭେଟର୍ ହେଇଥାଆନ୍ତୁ - ଆପଣ ସମସ୍ତେ ୱେଭସ ସମ୍ମିଳନୀରେ ଭାଗ ନିଅନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତେ ଜାଣନ୍ତି ଯେ ଭାରତୀୟ ସଂସ୍କୃତିର ଆଲୋକ ଆଜି କିଭଳି ପୃଥିବୀର କୋଣ ଅନୁକୋଣରେ ବିଛାଡ଼ି ହୋଇ ପଡ଼ୁଛି । ଆଜି ମୁଁ ଆପଣଙ୍କୁ ତିନି ମହାଦ୍ୱୀପରୁ ଏଭଳି ପ୍ରୟାସଗୁଡ଼ିକ ବିଷୟରେ କହିବି, ଯାହା ଆମ ସାଂସ୍କୃତିକ ଐତିହ୍ୟର ବୈଶ୍ୱିକ ବିସ୍ତୃତିର ସାକ୍ଷୀ । ସେମାନେ ପରସ୍ପରଠାରୁ ବହୁତ ଦୂରରେ, କିନ୍ତୁ ଭାରତକୁ ଜାଣିବାରେ ଓ ଆମ ସଂସ୍କୃତିରୁ ଶିଖିବା କ୍ଷେତ୍ରରେ ସେମାନଙ୍କ ଆଗ୍ରହ ଉଦ୍ଦୀପନା ସମାନ ।
ବନ୍ଧୁଗଣ, ପେଣ୍ଟିଙ୍ଗ୍ସ ଯେତେ ବେଶୀ ରଙ୍ଗୀନ ହୋଇଥାଏ ସେତିକି ସୁନ୍ଦର ଦେଖାଯାଇଥାଏ । ଆପଣଙ୍କ ମଧ୍ୟରୁ ଯେଉଁମାନେ ଟିଭି ମାଧ୍ୟମରେ ‘ମନ୍ କୀ ବାତ୍’ ସହ ଯୋଡ଼ି ହୋଇଛନ୍ତି, ସେମାନେ ଏବେ କିଛି ପେଣ୍ଟିଙ୍ଗ୍ସକୁ ଟିଭିରେ ଦେଖି ମଧ୍ୟ ପାରିବେ । ଏସବୁ ପେଣ୍ଟିଙ୍ଗ୍ସରେ ଆମର ଦେବାଦେବୀ, ନୃତ୍ୟକଳା ଓ ମହାପୁରୁଷମାନଙ୍କୁ ଦେଖି ଆପଣଙ୍କୁ ବହୁତ ଭଲ ଲାଗିବ । ଏଥିରେ ଆପଣଙ୍କୁ ଭାରତରେ ଦେଖାଯାଉଥିବା ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ଆଉ ବହୁତ କିଛି ଦେଖିବାକୁ ମିଳିବ । ଏଥିରେ ତାଜମହଲର ଏକ ସୁନ୍ଦର ଚିତ୍ର ମଧ୍ୟ ସାମିଲ୍ ହୋଇଛି, ଯାହାକୁ ୧୩ ବର୍ଷର ଝିଅଟିଏ ଆଙ୍କିଛି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଦିବ୍ୟାଙ୍ଗ ଝିଅଟି ନିଜ ପାଟିରେ ଏହି ଚିତ୍ରଟିକୁ ତିଆରି କରିଛି । ସବୁଠୁ ବଡ଼କଥା ହେଲା ଯେ ଏହାର ଚିତ୍ରଶିଳ୍ପୀ ଜଣକ ଭାରତର ନୁହନ୍ତି, ସେ ଇଜିପ୍ଟର ଜଣେ ବିଦ୍ୟାର୍ଥୀ । କିଛି ସପ୍ତାହ ତଳେ ଇଜିପ୍ଟର ପ୍ରାୟ ୨୩ ହଜାର ଛାତ୍ରଛାତ୍ରୀ ଏକ ପେଣ୍ଟିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଠାରେ ସେମାନଙ୍କୁ ଭାରତର ସଂସ୍କୃତି ଓ ଦୁଇ ଦେଶର ଐତିହାସିକ ସମ୍ପର୍କକୁ ବର୍ଣ୍ଣନା କରୁଥିବା ପେଣ୍ଟିଂ କରିବାର ଥିଲା । ମୁଁ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଯୁବକଯୁବତୀଙ୍କୁ ପ୍ରଶଂସା କରୁଛି । ସେମାନଙ୍କ ସୃଜନଶୀଳତାର ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ ।
ବନ୍ଧୁଗଣ, ଦକ୍ଷିଣ ଆମେରିକାର ଏକ ଦେଶ ହେଉଛି ପାରାଗୁଏ । ସେଠାରେ ରହୁଥିବା ଭାରତୀୟଙ୍କ ସଂଖ୍ୟା ହଜାରେରୁ ବେଶି ହେବନାହିଁ । ପାରାଗୁଏରେ ଏକ ଚମତ୍କାର ପ୍ରୟାସ ହେଉଛି । ସେଠାକାର ଭାରତୀୟ ଦୂତାବାସରେ ଏରିକା ହ୍ୟୁବର ମାଗଣା ଆୟୁର୍ବେଦ ପରାମର୍ଶ ଦିଅନ୍ତି । ଆୟୁର୍ବେଦ ପରାମର୍ଶ ନେବାପାଇଁ ଏବେ ତାଙ୍କ ନିକଟକୁ ବହୁ ସ୍ଥାନୀୟ ଲୋକ ଆସୁଛନ୍ତି । ଏରିକା ହ୍ୟୁବର୍ ଇଂଜିନିୟରିଂ ପଢ଼ିଛନ୍ତି ସତ, କିନ୍ତୁ ତାଙ୍କର ମନ ଆୟୁର୍ବେଦରେ ରହିଛି । ସେ ଆୟୁର୍ବେଦ ସହ ସଂପୃକ୍ତ ପାଠ୍ୟକ୍ରମ ପଢ଼ିଥିଲେ ଓ ସମୟକ୍ରମେ ସେ ସେଥିରେ ପାରଙ୍ଗମ ହୋଇପାରିଲେ ।
ବନ୍ଧୁଗଣ, ଏହା ଆମ ପାଇଁ ବହୁତ ଗର୍ବର କଥା ଯେ ପୃଥିବୀର ସବୁଠୁ ପ୍ରାଚୀନ ଭାଷା ତାମିଲ ଏବଂ ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବିତ । ବିଶ୍ୱର ବହୁ ଦେଶରେ ଏହାକୁ ଶିଖୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଛି । ଗତ ମାସର ଶେଷରୁ ଫିଜିରେ ଭାରତ ସରକାରଙ୍କ ସହଯୋଗରେ ତାମିଲ୍ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗତ ୮୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଫିଜିରେ ତାଲିମପ୍ରାପ୍ତ ଶିକ୍ଷକ ତାମିଲ୍ ଶିଖାଉଛନ୍ତି । ଆଜି ଫିଜିର ଛାତ୍ରଛାତ୍ରୀମାନେ ତାମିଲ ଭାଷା ଓ ସଂସ୍କୃତିକୁ ଶିଖିବା ପାଇଁ ଆଗ୍ରହୀ ଥିବା ଜାଣି ମୋତେ ବହୁତ ଖୁସି ଲାଗିଛି ।
ବନ୍ଧୁଗଣ, ଏ କଥା, ଏ ଘଟଣା କେବଳ ସଫଳତାର କାହାଣୀ ନୁହେଁ । ଏହା ଆମ ସାଂସ୍କୃତିକ ଐତିହ୍ୟର ଗାଥା ମଧ୍ୟ । ଏହି ଉଦାହରଣ ଆମକୁ ବହୁତ ଗର୍ବିତ କରିଥାଏ । କଳାରୁ ଆୟୁର୍ବେଦ ପର୍ଯ୍ୟନ୍ତ ଓ ଭାଷାରୁ ସଂଗୀତ ପର୍ଯ୍ୟନ୍ତ ଭାରତରେ ଏତେ ବିଷୟ ଅଛି, ଯାହା ପୃଥିବୀ ସାରା ବ୍ୟାପି ଚାଲିଛି ।
ବନ୍ଧୁଗଣ, ଏ ଶୀତ ଋତୁରେ ସମଗ୍ର ଦେଶରେ ବିଭିନ୍ନ କ୍ରୀଡ଼ା ଓ ଫିଟ୍ନେସ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମୁଁ ଖୁସି ଯେ ଲୋକେ ଫିଟ୍ନେସ୍କୁ ନିଜ ଦିନଚର୍ଯ୍ୟାରେ ସାମିଲ୍ କରୁଛନ୍ତି । କାଶ୍ମୀରରେ ସ୍କିଙ୍ଗ୍ ଠାରୁ ଗୁଜରାଟର ଗୁଡ଼ିଉଡ଼ା ପର୍ଯ୍ୟନ୍ତ, ସବୁ ସ୍ଥାନରେ ଖେଳର ଉତ୍ସାହ ଦେଖିବାକୁ ମିଳୁଛି । #SundayOnCycle I #CyclingTuesday ଭଳି ଅଭିଯାନ ଦ୍ୱାରା ସାଇକଲ ଚାଳନାକୁ ପ୍ରୋତ୍ସାହନ ମିଳୁଛି ।
ବନ୍ଧୁଗଣ, ମୁଁ ଆପଣଙ୍କୁ ଏଭଳି ଏକ ନିଆରା କଥା କହିବାକୁ ଚାହୁଁଛି ଯାହା ଆମ ଦେଶରେ ଆସିଥିବା ପରିବର୍ତ୍ତନ ଓ ଯୁବବନ୍ଧୁମାନଙ୍କର ଉତ୍ସାହ ଉଦ୍ଦୀପନାର ପ୍ରତୀକ । ଆପଣ ଜାଣନ୍ତି କି ଆମର ବସ୍ତରରେ ଏକ ଅନନ୍ୟ ଅଲିମ୍ପିକ୍ ଆରମ୍ଭ ହୋଇଛି ! ଆଜ୍ଞା ହଁ, ପ୍ରଥମ ଥର ଆୟୋଜିତ ବସ୍ତର ଅଲିମ୍ପିକ୍ ଦ୍ୱାରା ବସ୍ତରରେ ଏକ ନୂଆ ବିପ୍ଳବ ଜନ୍ମ ନେଉଛି । ମୋ ପାଇଁ ବହୁତ ଖୁସିର କଥା ଯେ ବସ୍ତର ଅଲିମ୍ପିକର ସ୍ୱପ୍ନ ସାକାର ହୋଇଛି । ଆପଣଙ୍କୁ ମଧ୍ୟ ଜାଣିବା ପରେ ବହୁତ ଖୁସି ଲାଗିବ ଯେ ଏହା ଏଭଳି ଏକ ଅଞ୍ଚଳରେ ହେଉଛି, ଯାହା ଏକଦା ମାଓବାଦୀ ହିଂସାଗ୍ରସ୍ତ ଅଞ୍ଚଳ ଥିଲା । ବସ୍ତର ଅଲିମ୍ପିକର ମାସ୍କଟ୍ ହେଉଛି ‘ବଣ ମଇଁଷି’ ଓ ‘ପାହାଡ଼ୀ ମଇନା’ । ଏଥିରେ ବସ୍ତରର ସମୃଦ୍ଧ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ । ଏହି ବସ୍ତର କ୍ରୀଡ଼ା ମହାକୁମ୍ଭର ମୂଳ ମନ୍ତ୍ର ହେଉଛି-
‘କର୍ସାୟ ତା ବସ୍ତର୍ ବରସାଏ ତା ବସ୍ତର୍’ ଅର୍ଥାତ ‘ଖେଳିବ ବସ୍ତର୍-ଜିତିବ ବସ୍ତର୍’ ।
ପ୍ରଥମ ଥର ହିଁ ବସ୍ତର ଅଲିମ୍ପିକ୍ରେ ୭ଟି ଜିଲାର ଏକ ଲକ୍ଷ ୬୫ ହଜାର ଖେଳାଳି ଭାଗ ନେଇଛନ୍ତି । ଏହା କେବଳ ଏକ ପରିସଂଖ୍ୟାନ ନୁହେଁ- ଏହା ଆମ ଯୁବକଯୁବତୀଙ୍କର ସଂକଳ୍ପର ଗୌରବ ଗାଥା ବହନ କରେ । ଆଥ୍ଲେଟିକ୍ସ, ତୀରଚାଳନା, ବ୍ୟାଡ଼ମିଣ୍ଟନ, ଫୁଟବଲ, ହକି, ଭାରୋତ୍ତୋଳନ, କରାଟେ, କବାଡ଼ି, ଖୋ ଖୋ ଓ ଭଲିବଲ୍- ପ୍ରତ୍ୟେକ ଖେଳରେ ଆମର ଯୁବପିଢ଼ି ନିଜ ପ୍ରତିଭାର ପତାକା ଉଡ଼ାଇଛନ୍ତି । କାରୀ କଶ୍ୟପ୍ ଜୀଙ୍କ କାହାଣୀ ମୋତେ ଖୁବ୍ ପ୍ରେରଣା ଦେଇଥାଏ । ଏକ ଛୋଟିଆ ଗାଁରୁ ଆସିଥିବା କାରୀ ଜୀ ତୀରଚାଳନାରେ ରୌପ୍ୟପଦକ ଜିତିଛନ୍ତି । ସେ କହନ୍ତି, “ବସ୍ତର ଅଲିମ୍ପିକ୍ ମୋତେ କେବଳ ଖେଳ ପଡ଼ିଆ ଦେଇନାହିଁ, ଜୀବନରେ ଆଗକୁ ବଢ଼ିବାର ସୁଯୋଗ ଦେଇଛି ।” ସୁକ୍ମା-ର ପାୟଲ୍ କୱାସି ଜୀଙ୍କ କଥା ବେଶ୍ ପ୍ରେରଣାଦାୟକ । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ପାୟଲ୍ ଜୀ କହନ୍ତି “ଅନୁଶାସନ ଓ କଠିନ ପରିଶ୍ରମ ଦ୍ୱାରା ଯେ କୌଣସି ଲକ୍ଷ୍ୟ ହାସଲ କରିବା ସମ୍ଭବ” । ସୁକମା-ର ଦୋରନାପାଲ୍-ର ପୁନେମ୍ ସନ୍ନା ଜୀଙ୍କ କଥା ତ ନୂଆ ଭାରତର ପ୍ରେରଣାଦାୟକ କାହାଣୀ । ଏକଦା ନକ୍ସଲଙ୍କ ଦ୍ୱାରା ପ୍ରଭାବିତ ପୁନେମ୍ ଜୀ ଆଜି ହ୍ୱିଲ୍ଚେୟାରରେ ଦୌଡ଼ି ପଦକ ଜିତୁଛନ୍ତି । ତାଙ୍କର ସାହସ ଓ ଧୈର୍ଯ୍ୟ ସଭିଙ୍କ ପାଇଁ ବଡ଼ ପ୍ରେରଣା । କୋଡ଼ାଗାଓଁର ତୀରନ୍ଦାଜ ରଂଜୁ ସୋରୀ ଜୀଙ୍କୁ ‘ବସ୍ତର ୟୁଥ୍ ଆଇକନ’ ଭାବେ ବଛାଯାଇଛି । ତାଙ୍କର କହିବା କଥା ହେଲା- ବସ୍ତର ଅଲିମ୍ପିକ୍ ଉପାନ୍ତ ଅଞ୍ଚଳର ଯୁବକଯୁବତୀଙ୍କୁ ଜାତୀୟ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ଦେଉଛି ।
ବନ୍ଧୁଗଣ, ବସ୍ତର ଅଲିମ୍ପିକ୍ କେବଳ ଏକ କ୍ରୀଡ଼ା ଆୟୋଜନ ନୁହେଁ । ଏହା ଏଭଳି ଏକ ମଞ୍ଚ, ଯେଉଁଠି ବିକାଶ ଓ କ୍ରୀଡ଼ାର ସଂଗମ ହେଉଛି; ଯେଉଁଠି ଆମର ଯୁବପିଢ଼ି ନିଜ ପ୍ରତିଭାକୁ ଆହୁରି ଚମକାଉଛନ୍ତି ଓ ଏକ ନୂଆ ଭାରତର ନିର୍ମାଣ କରୁଛନ୍ତି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି ଯେ
-ନିଜ ଅଞ୍ଚଳରେ ଏଭଳି କ୍ରୀଡ଼ା ଆୟୋଜନ ପାଇଁ ପ୍ରୋତ୍ସାହନ ଦିଅନ୍ତୁ
- #ଖେଲେଗା ଭାରତ୍-ଜିତେଗା ଭାରତ୍ ଜରିଆରେ ନିଜ ଅଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କ କାହାଣୀକୁ ଅନ୍ୟମାନଙ୍କ ସହ ବାଣ୍ଟନ୍ତୁ
-ସ୍ଥାନୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ
ମନେ ରଖନ୍ତୁ, କ୍ରୀଡ଼ା ଦ୍ୱାରା କେବଳ ଶାରୀରିକ ବିକାଶ ହୁଏ ନାହିଁ, ବରଂ ଏହି ସ୍ପୋର୍ଟସ୍ମେନ୍ ସ୍ପିରିଟ୍ ସମାଜକୁ ଯୋଡ଼ିବାର ମଧ୍ୟ ଏକ ସଶକ୍ତ ମାଧ୍ୟମ । ତେଣୁ ବହୁତ ଖେଳନ୍ତୁ-ଖୁସି ରୁହନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଭାରତର ଦୁଇଟି ବଡ଼ ଉପଲବ୍ଧି ଆଜି ବିଶ୍ୱର ଧ୍ୟାନ ଆକର୍ଷଣ କରୁଛି । ଏହାକୁ ଶୁଣି ଆପଣ ମଧ୍ୟ ନିଜକୁ ଗର୍ବିତ ଅନୁଭବ କରିବେ । ଏହି ଦୁଇଟି ସଫଳତା ସ୍ୱାସ୍ଥ୍ୟ କ୍ଷେତ୍ରରେ ମିଳିଛି । ପ୍ରଥମ ଉପଲବ୍ଧି ମିଳିଛି ମେଲେରିଆ ବିରୋଧରେ ଲଢ଼େଇରେ । ମେଲେରିଆ ରୋଗ ଚାରି ହଜାର ବର୍ଷ ଧରି ମଣିଷ ପାଇଁ ଏକ ବଡ଼ ସମସ୍ୟା ହୋଇ ରହିଆସିଛି । ସ୍ୱାଧୀନତା ସମୟରେ ବି ଏହା ସବୁଠୁ ବଡ଼ ସମସ୍ୟା ମଧ୍ୟରୁ ଥିଲା ଅନ୍ୟତମ । ମାସକରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କର ଜୀବନ ନେଉଥିବା ସମସ୍ତ ସଂକ୍ରାମକ ରୋଗ ମଧ୍ୟରେ ମେଲେରିଆର ସ୍ଥାନ ତୃତୀୟ । ଆଜି ମୁଁ ସନ୍ତୋଷର ସହ କହିପାରିବି ଯେ ଦେଶବାସୀ ମିଳିମିଶି ଏହି ସମସ୍ୟାର ଦୃଢ଼ ମୁକାବିଲା କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ - WHOର ରିପୋର୍ଟ କହେ ଯେ ଭାରତରେ ୨୦୧୫ରୁ ୨୦୨୩ ମଧ୍ୟରେ ମେଲେରିଆ ଏବଂ ଏହାଦ୍ୱାରା ହୋଇଥିବା ମୃତ୍ୟୁ ଶତକଡ଼ା ୮୦ ଭାଗ କମିଯାଇଛି । ଏହା କୌଣସି ଛୋଟ ଉପଲବଧି ନୁହେଁ । ସବୁଠାରୁ ବଡ଼କଥା ହେଲା ଏହି ସଫଳତା ଜନସାଧାରଣଙ୍କ ସହଯୋଗ ଯୋଗୁଁ ମିଳିଛି । ଭାରତର କୋଣ ଅନୁକୋଣରୁ, ପ୍ରତ୍ୟେକ ଜିଲ୍ଲାରୁ କେହି ନା କେହି ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ଏହି ଚାରିବର୍ଷ ପୂର୍ବେ ଆସାମର ଜୋରହଟ୍ ଜିଲ୍ଲାର ଚା’ବଗିଚାମାନଙ୍କରେ ମେଲେରିଆ ଲୋକମାନଙ୍କର ଦୁଃଶ୍ଚିନ୍ତାର ଏକ ବଡ଼ କାରଣ ହୋଇଥିଲା । କିନ୍ତୁ ଏବେ ଏହାର ମୂଳୋତ୍ପାଟନ ପାଇଁ ଚା’ବଗିଚାରେ ରହୁଥିବା ଲୋକମାନେ ଏକଜୁଟ୍ ହେଲେ, ଫଳରେ ଏଥିରେ ବହୁ ପରିମାଣରେ ସଫଳତା ମିଳିବାକୁ ଲାଗିଲା । ତାଙ୍କର ଏହି ପ୍ରୟାସରେ ସେମାନେ ଟେକ୍ନୋଲୋଜି ସହିତ ସାମାଜିକ ଗଣମାଧ୍ୟମର ମଧ୍ୟ ବହୁଳ ବ୍ୟବହାର କଲେ । ସେହିପରି ହରିଆନାର କୁରୁକ୍ଷେତ୍ର ଜିଲ୍ଲା ମେଲେରିଆ ନିୟନ୍ତ୍ରଣ ଦିଗରେ ଏକ ଆଦର୍ଶ ପ୍ରଦର୍ଶନ କଲା । ଏଠାରେ ମେଲେରିଆର ମନିଟରିଂ ପାଇଁ ଜନଭାଗିଦାରୀ ଅତ୍ୟନ୍ତ ସଫଳ ହେଲା । ପଥପ୍ରାନ୍ତ ନାଟକ ତଥା ରେଡ଼ିଓ ମାଧ୍ୟମରେ ଏହିଭଳି ସନ୍ଦେଶ ଉପରେ ଜୋର୍ ଦିଆଗଲା । ଯାହା ଫଳରେ ମଶାମାନଙ୍କର ପ୍ରଜନନ କମ୍ କରିବାରେ ଖୁବ୍ ସହାୟତା ମିଳିଲା । ସାରା ଦେଶରେ ଏହିଭଳି ପ୍ରୟାସ କରିବା ଦ୍ୱାରା ଆମେ ମେଲେରିଆ ବିରୁଦ୍ଧରେ ଲଢ଼େଇକୁ ତୀବ୍ର କରିପାରିଛୁ ।
ବନ୍ଧୁଗଣ, ନିଜର ସଚେତନତା ଏବଂ ସଂକଳ୍ପଶକ୍ତି ଦ୍ୱାରା ଆମେ କ’ଣ କ’ଣ ହାସଲ କରିପାରିବା ତା’ର ଦ୍ୱିତୀୟ ଉଦାହରଣ ହେଲା କ୍ୟାନସର ସହିତ ଲଢ଼େଇ । ଦୁନିଆର ପ୍ରସିଦ୍ଧ ମେଡ଼ିକାଲ ପତ୍ରିକା ‘LANCET’ର ଅଧ୍ୟୟନ ବାସ୍ତବରେ ଆମ ଭିତରେ ବହୁତ ଆଶା ଜାଗ୍ରତ କରେ । ଏହି ପତ୍ରିକା ଅନୁସାରେ ଏବେ ଭାରତରେ ଠିକ୍ ସମୟରେ କ୍ୟାନସରର ଚିକିତ୍ସାର ସମ୍ଭାବନା ଖୁବ୍ ବଢ଼ିଯାଇଛି । ଠିକ୍ ସମୟରେ ଚିକିତ୍ସାର ଅର୍ଥ କ୍ୟାନସର ରୋଗୀର ଚିକିତ୍ସା ୩୦ ଦିନ ଭିତରେ ଆରମ୍ଭ ହୋଇଯିବା ଦରକାର । ଏ ଦିଗରେ ‘ଆୟୁଷ୍ମାନ୍ ଭାରତ ଯୋଜନା’ ଅତି ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଯୋଜନା ଯୋଗୁଁ ଶତକଡ଼ା ୯୦ ଭାଗ କ୍ୟାନସର ରୋଗୀ ଠିକ୍ ସମୟରେ ନିଜର ଚିକିତ୍ସା ଆରମ୍ଭ କରିପାରିଛନ୍ତି । ଏହା ସମ୍ଭବ ହେବାର କାରଣ ପ୍ରଥମେ ପଇସା ଅଭାବରେ ଗରିବ ରୋଗୀ କ୍ୟାନସରର ପରୀକ୍ଷା ଏବଂ ତା’ର ଚିକିତ୍ସା ପାଇଁ ପଛଘୁଞ୍ଚା ଦେଉଥିଲେ । ଏବେ ଆୟୁଷ୍ମାନ ଭାରତ ଯୋଜନା ସେମାନଙ୍କ ପାଇଁ ବଡ଼ ସମ୍ବଳ ହୋଇଛି । ଏବେ ସେମାନେ ନିଜର ଚିକିତ୍ସା ପାଇଁ ଆଗେଇ ଆସୁଛନ୍ତି । ‘ଆୟୁଷ୍ମାନ ଭାରତ ଯୋଜନା’ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଥିବା ଆର୍ଥିକ ଅସୁବିଧାକୁ ବହୁ ପରିମାଣରେ କମ୍ କରିପାରିଛି । ଆହୁରି ଭଲ କଥା ହେଲା ଆଜିକାଲି ଲୋକମାନେ ଠିକ ସମୟରେ କ୍ୟାନସର ଚିକିତ୍ସା ପାଇଁ ବେଶ୍ ସଚେତନ । ଏହି ସଫଳତା ପାଇଁ ଆମର ସ୍ୱାସ୍ଥ୍ୟସେବା ପ୍ରଣାଳୀ, ଡାକ୍ତର, ନର୍ସ ତଥା ଟେକ୍ନିକାଲ କର୍ମଚାରୀମାନଙ୍କର ଯେତିକି ଭୂମିକା ରହିଛି ମୋ ନାଗରିକ ଭାଇଭଉଣୀମାନଙ୍କର ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତଙ୍କ ପ୍ରୟାସ ଦ୍ୱାରା କ୍ୟାନସରକୁ ହରାଇବାର ସଂକଳ୍ପ ଅଧିକ ଦୃଢ଼ ହୋଇଛି । ଯେଉଁମାନେ ସଚେତନତା ସୃଷ୍ଟି କରିବାରେ ବିଶେଷ ଯୋଗଦାନ ଦେଇଛନ୍ତି, ଏହି ସଫଳତାର ଶ୍ରେୟ ସେମାନଙ୍କର । କ୍ୟାନସରକୁ ମୁକାବିଲା କରିବାର ଗୋଟିଏ ମନ୍ତ୍ର ହେଲା Awareness, Action ଏବଂ Assurance । Awareness ଅର୍ଥାତ୍ କ୍ୟାନସର୍ ଲକ୍ଷଣ ପ୍ରତି ସଚେତନତା, Action ଅର୍ଥାତ୍ ଠିକ୍ ସମୟରେ ପରୀକ୍ଷା ଏବଂ ଚିକିତ୍ସା, Assurance ଅର୍ଥାତ୍ ରୋଗୀମାନଙ୍କ ପାଇଁ ସମସ୍ତ ସହାୟତା ଉପଲବ୍ଧ କରାଇବାର ବିଶ୍ୱାସ । ଆସନ୍ତୁ ଆମେ ସମସ୍ତେ ମିଶି କ୍ୟାନସର ବିରୁଦ୍ଧରେ ଏହି ଲଢ଼େଇକୁ ଦ୍ରୁତଗତିରେ ଆଗେଇନେବା ଏବଂ ଅଧିକରୁ ଅଧିକ ରୋଗୀଙ୍କୁ ସାହାଯ୍ୟ କରିବା ।
ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ଆପଣଙ୍କୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଏଭଳି ପ୍ରୟାସ ବିଷୟରେ କହିବାକୁ ଚାହୁଁଛି, ଯାହା କମ୍ ପାଣି ଏବଂ କମ୍ ସଂସାଧନ ସତ୍ତ୍ୱେ ସଫଳତାର ନୂତନ କାହାଣୀ ଲେଖୁଛି । ଏହା ହେଉଛି କଳାହାଣ୍ଡିର ‘ସବଜି କ୍ରାନ୍ତି’ ବା ପରିବା ବିପ୍ଳବ । ସମୟ ଥିଲା ଯେଉଁଠି କୃଷକ ପଳାୟନ କରିବାକୁ ବାଧ୍ୟ ହେଉଥିଲା ଆଜି ସେଇଠି କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକ୍ ଏକ ପରିବା ଭଣ୍ଡାରରେ ପରିଣତ ହୋଇଛି । ଏ ପରିବର୍ତ୍ତନ କିପରି ଆସିଲା ? ଏହାର ଆରମ୍ଭ ମାତ୍ର ୧୦ ଜଣ କୃଷକଙ୍କ ଗୋଟିଏ ଛୋଟିଆ ସମୂହ ଦ୍ୱାରା ହୋଇଥିଲା । ସେମାନେ ମିଳିମିଶି ଗୋଟିଏ FPO ବା କିଷାନ୍ ଉତ୍ପାଦକ ସଂଗଠନ ସ୍ଥାପନ କଲେ, ଚାଷରେ ଆଧୁନିକ କୌଶଳ ପ୍ରୟୋଗ କରିବା ଆରମ୍ଭ କଲେ ଏବଂ ଆଜି ସେମାନଙ୍କର ଏହି FPO କୋଟି କୋଟି ଟଙ୍କାର କାରବାର କରୁଛି । ଆଜି ୨୦୦ରୁ ଅଧିକ କୃଷକ ଏହି FPO ସହ ଯୋଡ଼ି ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪୫ ଜଣ ମହିଳା ଚାଷୀ ମଧ୍ୟ ଅଛନ୍ତି । ଏହି ଲୋକମାନେ ମିଶି ୨୦୦ ଏକର ଜମିରେ ବିଲାତି ବାଇଗଣ ଚାଷ କରୁଛନ୍ତି ଏବଂ ୧୫୦ ଏକର ଜମିରେ କଲରା ଉତ୍ପାଦନ କରୁଛନ୍ତି । ଏବେ ଏହି FPOର ବାର୍ଷିକ କାରବାର ରାଶି ଦେଢ଼ କୋଟିରୁ ଅଧିକ ହୋଇଗଲାଣି । ଆଜି କଳାହାଣ୍ଡିର ପରିବା ଖାଲି ଓଡ଼ିଶାରେ ନୁହେଁ, ବରଂ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ପହଞ୍ଚୁଛି ଏବଂ ସେଠିକାର କୃଷକମାନେ ଏବେ ଆଳୁ ଏବଂ ପିଆଜ ଚାଷର ନୂତନ ପ୍ରଣାଳୀ ଶିଖୁଛନ୍ତି ।
ବନ୍ଧୁଗଣ, କଳାହାଣ୍ଡିର ଏହି ସଫଳତା ଆମକୁ ଶିଖଉଛି ଯେ ସଂକଳ୍ପ, ଶକ୍ତି ଏବଂ ସାମୂହିକ ପ୍ରଚେଷ୍ଟା ଦ୍ୱାରା କ’ଣ କରାଯାଇ ନ ପାରେ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି :-
- ନିଜ ଅଞ୍ଚଳରେ FPO ଗଠନକୁ ଉତ୍ସାହିତ କରନ୍ତୁ ।
- କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ସହିତ ଯୋଡ଼ିହୁଅନ୍ତୁ ଏବଂ ସେଗୁଡ଼ିକୁ ମଜଭୁତ୍ କରନ୍ତୁ ।
ମନେରଖନ୍ତୁ – ଛୋଟିଆ ପ୍ରୟାସରୁ ମଧ୍ୟ ବଡ଼ ପରିବର୍ତ୍ତନ ସମ୍ଭବ ହୁଏ । ଖାଲି ଆମର ଦୃଢ଼ ସଂକଳ୍ପ ଏବଂ ସାମୂହିକ ଭାବନାର ଆବଶ୍ୟକତା ରହିଛି ।
ବନ୍ଧୁଗଣ, ଆଜିର ‘ମନ୍ କି ବାତ୍’ରେ ଆମେ ଶୁଣିଲେ, କେମିତି ଆମ ଭାରତ ବିବିଧତାରେ ଏକତା ସହ ଆଗକୁ ବଢ଼ୁଛି । ସେ ଖେଳପଡ଼ିଆ ହେଉ ବା ବିଜ୍ଞାନ, ସ୍ୱାସ୍ଥ୍ୟ ହେଉ ଅବା ଶିକ୍ଷା - ପ୍ରତ୍ୟେକ କ୍ଷେତ୍ରରେ ଭାରତ ନୂତନ ଶିଖରକୁ ଛୁଇଁ ଚାଲିଛି । ଆମେମାନେ ଗୋଟିଏ ପରିବାର ଭଳି ମିଳିମିଶି ପ୍ରତ୍ୟେକ ଆହ୍ୱାନର ସାମ୍ନା କଲେ ଏବଂ ସଫଳ ହେଲେ । ୨୦୧୪ରୁ ଆରମ୍ଭ ହୋଇଥିବା ‘ମନ୍ କି ବାତ୍’ର ୧୧୬ତମ ଅଧ୍ୟାୟରେ ମୁଁ ଦେଖିଛି ଯେ ‘ମନ୍ କି ବାତ୍’ ଦେଶର ସାମୂହିକ ଶକ୍ତିର ଗୋଟିଏ ଜୀବନ୍ତ ଦସ୍ତାବିଜ ହୋଇଯାଇଛି । ଆପଣମାନେ ସମସ୍ତେ ଏହି କାର୍ଯ୍ୟକ୍ରମକୁ ଆପଣାର କରିଛନ୍ତି । ପ୍ରତିମାସରେ ଆପଣମାନେ ନିଜର ବିଚାର ଏବଂ ପ୍ରୟାସ ସମ୍ବନ୍ଧରେ ମୋତେ ଜଣାଇଛନ୍ତି । କେତେବେଳେ କେଉଁ Young Innovatorର ଚିନ୍ତାଧାରା ପ୍ରଭାବିତ କରିଛି ତ କେତେବେଳେ କୌଣସି ଝିଅର ସଫଳତା ଆମକୁ ଗୌରବାନ୍ୱିତ କରିଛି । ଏହା ଆପଣ ସମସ୍ତଙ୍କର ସହଭାଗିତା ଯାହା ଦେଶର କୋଣ ଅନୁକୋଣରୁ ସକରାତ୍ମକ ଶକ୍ତିକୁ ଏକାଠି କରିଛି । ‘ମନ୍ କି ବାତ୍’ ଏହି ସକରାତ୍ମକ ଶକ୍ତିର ବିସ୍ତାରର ମଞ୍ଚ ହୋଇପାରିଛି । ଏବେ ୨୦୨୫ ପାଖେଇ ଆସିଲାଣି । ଆସନ୍ତା ବର୍ଷ ‘ମନ୍ କି ବାତ୍’ ମାଧ୍ୟମରେ ଆମେ ଆହୁରି ପ୍ରେରଣାଦାୟୀ ପ୍ରୟାସଗୁଡ଼ିକୁ ସାମିଲ୍ କରିବା । ମୋର ବିଶ୍ୱାସ ଯେ ଦେଶବାସୀଙ୍କ ସକାରାତ୍ମକ ଭାବନା ଏବଂ ନୂତନ ଚିନ୍ତାଧାରା ଦ୍ୱାରା ଭାରତ ଏକ ନୂତନ ଶିଖରକୁ ଛୁଇଁପାରିବ । ଆପଣ ନିଜ ଆଖପାଖର ନିଆରା ପ୍ରୟାସ ଗୁଡ଼ିକୁ #Mannkibaatରେ ପଠାନ୍ତୁ । ମୁଁ ଜାଣିଛି ଯେ ଆସନ୍ତା ବର୍ଷର ପ୍ରତ୍ୟେକ ‘ମନ୍ କି ବାତ୍’ରେ ଆମ ପାଖରେ ପରସ୍ପରକୁ ଜଣେଇବା ପାଇଁ ବହୁତ କିଛି ଥିବ । ଆପଣମାନଙ୍କୁ ୨୦୨୫ର ବହୁତ ବହୁତ ଶୁଭକାମନା । ସୁସ୍ଥ ରୁହନ୍ତୁ ଖୁସି ରୁହନ୍ତୁ, Fit India Movementରେ ଆପଣ ମଧ୍ୟ ଯୋଗଦିଅନ୍ତୁ ଏବଂ ନିଜକୁ ସୁସ୍ଥ ରଖନ୍ତୁ । ଜୀବନରେ ପ୍ରଗତି କରନ୍ତୁ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନର କଥା, ଅର୍ଥାତ, ଦେଶର ମିଳିତ ପ୍ରୟାସର କଥା, ଦେଶର ଉପଲବ୍ଧିଗୁଡ଼ିକର କଥା, ଲୋକମାନଙ୍କର ସାମର୍ଥ୍ୟର କଥା । ମନର କଥା ଅର୍ଥାତ, ଦେଶର ଯୁବବର୍ଗଙ୍କ ସ୍ୱପ୍ନ, ଦେଶର ନାଗରିକମାନଙ୍କ ଆକାଂକ୍ଷାର କଥା । ମୁଁ ମାସକଯାକ ‘ମନ୍ କି ବାତ୍’କୁ ଅପେକ୍ଷା କରିଥାଏ, ଯାହାଦ୍ୱାରା ଆପଣମାନଙ୍କ ସହିତ ସିଧା କଥାବାର୍ତ୍ତା କରିପାରିବି । କେତେ କେତେ ବାର୍ତ୍ତା, କେତେ ମେସେଜ୍! ଅଧିକରୁ ଅଧିକ ବାର୍ତ୍ତାଗୁଡ଼ିକୁ ପଢ଼ିବା, ଆପଣମାନଙ୍କ ପରାମର୍ଶ ଉପରେ ଚିନ୍ତା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାଏ ।
ବନ୍ଧୁଗଣ, ଆଜି ଗୋଟିଏ ବିଶେଷ ଦିନ । ଆଜି ହେଉଛି, ଏନସିସି ଦିବସ । ଏନସିସି କଥା ପଡ଼ିଲେ, ଆମକୁ ସ୍କୁଲ, କଲେଜ ଦିନ ମନେ ପଡ଼ିଯାଏ । ମୁଁ ନିଜେ ମଧ୍ୟ ଏନସିସି କ୍ୟାଡେଟ୍ ଥିଲି, ତେଣୁ, ପୂର୍ଣ୍ଣ ବିଶ୍ୱାସ ସହ ମୁଁ କହିପାରେ ଯେ, ଏଥିରୁ ପ୍ରାପ୍ତ ଅନୁଭବ ମୋ ପାଇଁ ଅମୂଲ୍ୟ । ଏନସିସି ଯୁବବର୍ଗଙ୍କ ମଧ୍ୟରେ ଶୃଙ୍ଖଳା, ନେତୃତ୍ୱ ଏବଂ ସେବା ଭାବନା ସୃଷ୍ଟି କରିଥାଏ । ଆପଣମାନେ ନିଜ ଆଖପାଖରେ ଦେଖିଥିବେ, ଯେତେବେଳେ କୌଣସି ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୁଏ, ଯେମିତିକି ବନ୍ୟା, ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣା, ସେଠାରେ ସାହାର୍ଯ୍ୟ କାର୍ଯ୍ୟ ପାଇଁ ଏନସିସି କ୍ୟାଡେଟମାନେ ନିଶ୍ଚିତ ଭାବେ ଉପସ୍ଥିତ ଥାଆନ୍ତି । ଆଜି ଦେଶରେ ଏନସିସିକୁ ସୁଦୃଢ଼ କରିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ ଚାଲିଛି । ୨୦୧୪ରେ ପ୍ରାୟଃ ୧୪ ଲକ୍ଷ ଯୁବକ-ଯୁବତୀ ଏନସିସି ସହିତ ଜଡ଼ିତ ଥିଲେ । ଏବେ ୨୦୨୪ରେ ୨୦ ଲକ୍ଷରୁ ଅଧିକ ଯୁବକ-ଯୁବତୀ ଏନସିସି ସହିତ ଜଡ଼ିତ ହୋଇଛନ୍ତି । ପୂର୍ବ ସମୟ ତୁଳନାରେ ଆହୁରି ପାଂଚ ହଜାର ନୂଆ ସ୍କୁଲ-କଲେଜମାନଙ୍କରେ ଏବେ ଏନସିସିର ସୁବିଧା ହୋଇଯାଇଛି । ଆଉ ସବୁଠାରୁ ବଡ଼ କଥା ହେଲା, ପୂର୍ବରୁ ଏନସିସିରେ ଝିଅ କ୍ୟାଡେଟମାନଙ୍କ ସଂଖ୍ୟା ପ୍ରାୟଃ ଶତକଡ଼ା ୨୫ ଭାଗ ପାଖାପାଖି ରହୁଥିଲା, କିନ୍ତୁ ଏବେ ଏନସିସିରେ ଝିଅ କ୍ୟାଡେଟମାନଙ୍କ ସଂଖ୍ୟା ପ୍ରାୟଃ ୪୦ ପ୍ରତିଶତ ହୋଇଯାଇଛି । ସୀମାରେ ବାସ କରୁଥିବା ଯୁବବର୍ଗଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଏନସିସିରେ ସାମିଲ କରିବାର ଅଭିଯାନ ମଧ୍ୟ ନିରନ୍ତର ଭାବେ ଜାରି ରହିଛି । ଅଧିକରୁ ଅଧିକ ସଂଖ୍ୟାରେ ଏନସିସିରେ ଯୋଗ ଦେବା ପାଇଁ ମୁଁ ଯୁବବର୍ଗଙ୍କୁ ଅନୁରୋଧ କରୁଛି । ଆପଣମାନେ ଦେଖିବେ, ଯେ କୌଣସି କ୍ୟାରିୟରକୁ ଗଲେ, ଏନସିସି ଯୋଗୁଁ ଆପଣଙ୍କୁ ନିଜ ବ୍ୟକ୍ତିତ୍ୱ ନିର୍ମାଣରେ ବହୁତ ସହାୟତା ମିଳିବ ।
ବନ୍ଧୁଗଣ, ବିକଶିତ ଭାରତ ନିର୍ମାଣରେ ଯୁବବର୍ଗଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯୁବ ମନ ଯେତେବେଳେ ଏକଜୁଟ୍ ହୋଇ ଦେଶର ଭବିଷ୍ୟତ ଯାତ୍ରାକୁ ନେଇ ବିଚାର କରନ୍ତି, ଚିନ୍ତନ କରନ୍ତି, ସେତେବେଳେ ନିଶ୍ଚିତ ଭାବେ ଏହାର ଉଚିତ ମାର୍ଗ ମିଳିଥାଏ । ଆପଣମାନେ ଜାଣନ୍ତି ଯେ, ଜାନୁଆରୀ ୧୨ ତାରିଖ, ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଦେଶରେ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଆସନ୍ତା ବର୍ଷ ସ୍ୱାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ କରାଯିବ । ଏଥର ଏହା ବହୁତ ସ୍ୱତନ୍ତ୍ର ଭାବେ ପାଳନ କରାଯିବ । ଏହି ଅବସରରେ ଜାନୁଆରୀ ୧୧ ଓ ୧୨ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମରେ ଯୁବ ଚିନ୍ତାଧାରାର ମହାକୁମ୍ଭ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ନାମ ରଖାଯାଇଛି – ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ । ସାରା ଭାରତରୁ କୋଟି କୋଟି ଯୁବକ-ଯୁବତୀ ଏଥିରେ ଅଂଶଗ୍ରହଣ କରିବେ । ଗାଁ, ବ୍ଲକ୍, ଜିଲ୍ଲା, ରାଜ୍ୟ ଏବଂ ସେଠାରୁ ବଛାଯାଇଥିବା ଏଭଳି ଦୁଇ ହଜାର ଯୁବକ-ଯୁବତୀ ଭାରତ ମଣ୍ଡପମରେ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ପାଇଁ ଏକାଠି ହେବେ । ଆପଣମାନଙ୍କର ମନେଥିବ ଯେ, ମୁଁ ଲାଲକିଲ୍ଲାର ପ୍ରାଚୀରରୁ ଏଭଳି ଯୁବକ-ଯୁବତୀଙ୍କୁ ରାଜନୀତି କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଆହ୍ୱାନ କରିଥିଲି, ଯାହାଙ୍କ ପରିବାରର କୌଣସି ବ୍ୟକ୍ତି କିମ୍ବା ପରିବାରର ରାଜନୈତିକ ପୃଷ୍ଠଭୂମି ନ ଥିବ । ସେହିଭଳି ଏକ ଲକ୍ଷ ନବ-ଯୁବକ-ଯୁବତୀଙ୍କୁ ରାଜନୀତି ସହ ଯୋଡ଼ିବା ପାଇଁ ଦେଶରେ ଅନେକ ବିଶେଷ ଅଭିଯାନ ଆରମ୍ଭ କରାଯିବ । ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ମଧ୍ୟ ଏଭଳି ଏକ ପ୍ରୟାସ । ଦେଶ-ବିଦେଶରୁ ବିଶେଷଜ୍ଞମାନେ ଏଥିରେ ଯୋଗଦେବେ । ଏଥିରେ ଅନେକ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ବ୍ୟକ୍ତିତ୍ୱ ମଧ୍ୟ ଉପସ୍ଥିତ ରହିବେ । ମୁଁ ମଧ୍ୟ ଏଥିରେ ଅଧିକରୁ ଅଧିକ ସମୟ ଉପସ୍ଥିତ ରହିବି । ଯୁବକ-ଯୁବତୀମାନେ ସେମାନଙ୍କ ଚିନ୍ତାଧାରାକୁ ସିଧାସଳଖ ଆମ ଆଗରେ ପ୍ରକାଶ କରିବାର ସୁଯୋଗ ପାଇବେ । ଏହି ଚିନ୍ତାଧାରାକୁ ନେଇ ଦେଶ କିଭଳି ଆଗକୁ ଯାଇପାରିବ ? କେମିତି ଗୋଟିଏ ନିର୍ଭରଯୋଗ୍ୟ ରୋଡ଼ମ୍ୟାପ୍ ତିଆରି ହୋଇପାରିବ ? ଏହାର ଗୋଟିଏ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ତାହେଲେ, ଆପଣମାନେ ମଧ୍ୟ ପ୍ରସ୍ତୁତ ହୋଇଯାଆନ୍ତୁ, ଯେଉଁମାନେ ଦେଶର ଭବିଷ୍ୟତ ଗଢ଼ିବାକୁ ଯାଉଛନ୍ତି, ଯେଉଁମାନେ ଦେଶର ଭବିଷ୍ୟତ ପିଢ଼ି, ସେମାନଙ୍କ ପାଇଁ ଏହା ଏକ ବହୁତ ବଡ଼ ସୁଯୋଗ । ଆସନ୍ତୁ, ଏକାଠି ମିଶି ଦେଶ ଗଢ଼ିବା, ଦେଶକୁ ବିକଶିତ କରିବା ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆମେ ପ୍ରାୟତଃ ଏଭଳି ଯୁବକ-ଯୁବତୀଙ୍କ ବିଷୟରେ ଆଲୋଚନା କରିଥାଉଁ, ଯେଉଁମାନେ ନିଃସ୍ୱାର୍ଥପର ଭାବରେ ସମାଜ ପାଇଁ କାମ କରୁଛନ୍ତି । ଏଭଳି ଅନେକ ଯୁବକ-ଯୁବତୀ ଅଛନ୍ତି, ଯେଉଁମାନେ ଲୋକମାନଙ୍କ ଛୋଟ ଛୋଟ ସମସ୍ୟାର ସମାଧାନ ବାହାର କରିବାରେ ଲାଗିଛନ୍ତି । ଆଖପାଖରେ ଦେଖିଲେ ଏଭଳି କେତେ ଲୋକଙ୍କୁ ଆମେ ପାଇବା, ଯେଉଁମାନଙ୍କୁ କିଛି ନା କିଛି ସାହାଯ୍ୟର ଆବଶ୍ୟକତା ରହିଛି, କିଛି ସୂଚନାର ଆବଶ୍ୟକତା ରହିଛି । ଏକଥା ଜାଣି ମୋତେ ଖୁସି ଲାଗିଲା ଯେ, କିଛି ଯୁବକ ଗୋଟିଏ ସମୂହ ଗଠନ କରି ଏଭଳି କାର୍ଯ୍ୟ ମଧ୍ୟ କରିଛନ୍ତି । ଯେମିତିକି ଲକ୍ଷ୍ନୌର ବାସିନ୍ଦା ବୀରେନ୍ଦ୍ର । ସେ ବରିଷ୍ଠ ନାଗରିକମାନଙ୍କୁ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ କାମରେ ସାହାଯ୍ୟ କରୁଛନ୍ତି । ଆପଣମାନେ ଜାଣନ୍ତି ଯେ, ସମସ୍ତ ପେନସନଧାରୀମାନଙ୍କୁ ବର୍ଷକୁ ଥରେ ଲାଇଫ୍ ସାର୍ଟିଫିକେଟ୍ ଦେବାକୁ ପଡ଼ିଥାଏ । ୨୦୧୪ ଯାଏ ଏହାର ପ୍ରକ୍ରିୟା ଏଭଳି ଥିଲା ଯେ, ସେହି ବରିଷ୍ଠ ନାଗରିକମାନଙ୍କୁ ନିଜେ ବ୍ୟାଙ୍କକୁ ଯାଇ ଏହା ଦାଖଲ କରିବାକୁ ପଡ଼ୁଥିଲା । ଏହାଦ୍ୱାରା ସେହି ବରିଷ୍ଠ ନାଗରିକମାନଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବ ତାହା ଆପଣ କଳ୍ପନା କରିପାରୁଥିବେ । ଏବେ ଏହି ବ୍ୟବସ୍ଥା ବଦଳିଯାଇଛି । ଏବେ ଡିଜିଟାଲ୍ ଲାଇଫ ସାର୍ଟିଫିକେଟ୍ ଦିଆଯିବା ଯୋଗୁଁ ଏହି ପ୍ରକ୍ରିୟା ଖୁବ ସହଜ ହୋଇଯାଇଛି । ଏବେ ଏହି ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ୁ ନାହିଁ । ଟେକ୍ନୋଲଜି ଯୋଗୁଁ ବରିଷ୍ଠ ନାଗରିକମାନଙ୍କୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିରେ ବୀରେନ୍ଦ୍ରଙ୍କ ପରି ଯୁବକଙ୍କ ବହୁତ ବଡ଼ ଭୂମିକା ରହିଛି । ସେ ନିଜ ଅଂଚଳର ବରିଷ୍ଠ ନାଗରିକମାନଙ୍କୁ ଏହା ବିଷୟରେ ସଚେତନ କରାଉଛନ୍ତି । କେବଳ ସେତିକି ନୁହେଁ, ସେ ବରିଷ୍ଠ ନାଗରିକମାନଙ୍କୁ Tech-Sevy କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଏହିଭଳି ପ୍ରଚେଷ୍ଟାମାନ ଯୋଗୁଁ ଆଜି ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୦ ଲକ୍ଷକୁ ଟପିଯାଇଛି । ଏଥିରେ ଦୁଇ ଲକ୍ଷରୁ ଅଧିକ ଏଭଳି ଲୋକ ଅଛନ୍ତି, ଯେଉଁମାନଙ୍କ ବୟସ ୮୦ ବର୍ଷରୁ ମଧ୍ୟ ବେଶୀ ।
ବନ୍ଧୁଗଣ, ଅନେକ ସହରରେ ଯୁବବର୍ଗ ବରିଷ୍ଠ ନାଗରିକମାନଙ୍କୁ ଡିଜିଟାଲ୍ ବିପ୍ଳବରେ ଅଂଶୀଦାର କରାଇବା ପାଇଁ ମଧ୍ୟ ଆଗେଇ ଆସୁଛନ୍ତି । ଭୋପାଲର ମହେଶ ନିଜ ସାହିର ଅନେକ ବରିଷ୍ଠ ନାଗରିକମାନଙ୍କୁ ମୋବାଇଲ ମାଧ୍ୟମରେ ଟଙ୍କା ଦେବା ଶିଖାଇଛନ୍ତି । ଏହି ବରିଷ୍ଠ ନାଗରିକମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ତ ଥିଲା, କିନ୍ତୁ ଏହାର ସଦୁପଯୋଗ ସମ୍ପର୍କରେ ଶିଖାଇବା ପାଇଁ କେହି ନ ଥିଲେ । ବରିଷ୍ଠ ନାଗରିକମାନଙ୍କୁ ଡିଜିଟାଲ୍ ଆରେଷ୍ଟର ବିପଦରୁ ରକ୍ଷା କରିବା ପାଇଁ ମଧ୍ୟ ଅନେକ ଯୁବକ-ଯୁବତୀ ଆଗେଇ ଆସିଛନ୍ତି । ଅହମଦାବାଦର ରାଜୀବ ଲୋକଙ୍କୁ ଡିଜିଟାଲ୍ ଆରେଷ୍ଟର ବିପଦ ସମ୍ପର୍କରେ ସଚେତନ କରୁଛନ୍ତି । ‘ମନ୍ କି ବାତ୍’ର ଗତ ଅଧ୍ୟାୟରେ ମୁଁ ଡିଜିଟାଲ ଆରେଷ୍ଟ ବିଷୟରେ ଆଲୋଚନା କରିଥିଲି । ଏଭଳି ଅପରାଧର ଶିକାର ଅଧିକାଂଶ ବରିଷ୍ଠ ନାଗରିକମାନେ ହିଁ ହେଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଏ ବିଷୟରେ ସଚେତନ କରାଇବା ଏବଂ ସାଇବର୍ ଫ୍ରଡକୁ ରକ୍ଷା ପାଇବା ପାଇଁ ସାହାଯ୍ୟ କରିବା ଆମର ଦାୟିତ୍ୱ । ଡିଜିଟାଲ୍ ଆରେଷ୍ଟ ଭଳି ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ – ଏକଥା ଆମକୁ ଲୋକଙ୍କୁ ବାରମ୍ବାର ବୁଝାଇବାକୁ ହେବ । ଏହା ସମ୍ପୂର୍ଣ୍ଣ ମିଛ, ଲୋକଙ୍କୁ ଫସାଇବାର ଗୋଟିଏ ଷଡ଼ଯନ୍ତ୍ର । ଆମ ଯୁବ ସାଥିମାନେ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ସହ ଭାଗ ନେବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଉଥିବାରୁ ମୁଁ ଖୁସି ଅନୁଭବ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ପିଲାମାନଙ୍କ ପାଠପଢ଼ାକୁ ନେଇ ଅନେକ ପ୍ରକାର ପ୍ରୟୋଗ କରାଯାଉଛି । ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ, ପୁସ୍ତକ ପ୍ରତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । କୁହାଯାଏ ଯେ, ପୁସ୍ତକ ମନୁଷ୍ୟର ସର୍ବୋତମ ବନ୍ଧୁ । ଏହି ବନ୍ଧୁତ୍ୱକୁ ସୁଦୃଢ଼ କରିବା ପାଇଁ ପୁସ୍ତକାଳୟ ଠାରୁ ଅଧିକ ଭଲ ସ୍ଥାନ କ’ଣ ବା ହୋଇପାରେ ? ମୁଁ ଚେନ୍ନାଇର ଗୋଟିଏ ଉଦାହରଣ ଆପଣମାନଙ୍କ ସହିତ ଶେୟାର କରୁବାକୁ ଚାହୁଁଛି । ଏଠାରେ ପିଲାମାନଙ୍କ ପାଇଁ ଏଭଳି ଗୋଟିଏ ପୁସ୍ତକାଳୟ ପ୍ରସ୍ତୁତ କରାଯାଇଛି, ଯାହା ସୃଜନଶୀଳତା ଓ ଶିକ୍ଷାର କେନ୍ଦ୍ର ପାଲଟି ଯାଇଛି । ଏହା ପ୍ରକୃତ୍ ଅରିୱଗମ୍ ନାମରେ ପରିଚିତ । ଏଭଳି ପାଠାଗାର କରିବାର ଚିନ୍ତାଧାରା ହେଉଛି ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସହ ଜଡ଼ିତ ଶ୍ରୀରାମ ଗୋପାଳନଙ୍କ ଅବଦାନ । ବିଦେଶରେ ନିଜ କାର୍ଯ୍ୟ କରିବା ସମୟରେ ସେ ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ସଂସାର ସହ ଜଡ଼ିତ ଥିଲେ । କିନ୍ତୁ, ଏହା ସହ ସେ ପିଲାମାନଙ୍କ ମଧ୍ୟରେ ପଢ଼ିବା ଓ ଶିଖିବାର ଅଭ୍ୟାସ ବିକଶିତ କରିବା ଦିଗରେ ମଧ୍ୟ ଚିନ୍ତା କରୁଥିଲେ । ଭାରତ ପ୍ରତ୍ୟାବର୍ତ୍ତନ ପରେ ସେ “ପ୍ରକୃତ୍ ଅରିୱଗମ୍”କୁ ପ୍ରସ୍ତୁତ କଲେ । ଏଠାରେ ତିନି ହଜାରରୁ ମଧ୍ୟ ଅଧିକ ବହି ରହିଛି, ଯାହାକୁ ପଢ଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ବହୁତ ଆଗ୍ରହ ପ୍ରକାଶ ପାଉଛି । ବହି ଛଡ଼ା ଏହି ପାଠାଗାରରେ ହେଉଥିବା ଅନେକ ଗତିବିଧି ମଧ୍ୟ ପିଲାମାନଙ୍କୁ ଆକର୍ଷିତ କରୁଛି । କାହାଣୀ କଥନ ହେଉ, କଳା ଶିକ୍ଷାଦାନ ହେଉ, ସ୍ମୃତିଶକ୍ତି ତାଲିମ କ୍ଲାସ୍ ହେଉ, ରୋବୋଟିକ୍ସ ଲେସନ୍ ହେଉ କିମ୍ବା ପବ୍ଲିକ୍ ସ୍ପିକିଙ୍ଗ୍ ହେଉ, ଏଠାରେ ପ୍ରତ୍ୟେକଙ୍କ ପାଇଁ କିଛି ନା କିଛି ନିଶ୍ଚୟ ରହିଛି, ଯାହା ସେମାନଙ୍କୁ ପସନ୍ଦ ଆସୁଛି ।
ବନ୍ଧୁଗଣ, ହାଇଦ୍ରାବାଦରେ ‘ଫୁଡ଼ ଫର୍ ଥଟ୍ ଫାଉଣ୍ଡେସନ’ ଅନେକ ଚମତ୍କାର ପାଠାଗାର ତିଆରି କରିଛି । ପିଲାଙ୍କୁ ଅଧିକରୁ ଅଧିକ ବିଷୟ ଉପରେ ପ୍ରକୃତ ସୂଚନା ପ୍ରଦାନ ସହ ପଢ଼ିବା ପାଇଁ ବହି ମିଳୁ ବୋଲି ଏମାନେ ମଧ୍ୟ ଚେଷ୍ଟା କରୁଛନ୍ତି । ବିହାର ଗୋପାଳଗଞ୍ଜର ‘ପ୍ରୟୋଗ ଲାଇବ୍ରେରୀ’ ସମ୍ପର୍କରେ ତ ଆଖପାଖ ଅନେକ ସହରରେ ଚର୍ଚ୍ଚା ହେଉଛି । ଏହି ପାଠାଗାରରେ ପ୍ରାୟ ୧୨ଟି ଗାଁର ଯୁବକଯୁବତୀଙ୍କୁ ବହି ପଢ଼ିବାର ସୁବିଧା ମିଳୁଛି । ଏଥିସହିତ ଏହି ପାଠାଗାର, ପଢିବାରେ ସହାୟତା କରୁଥିବା ଅନ୍ୟ ଜରୁରୀ ସୁବିଧା ମଧ୍ୟ ଯୋଗାଇ ଦେଇଥାଏ । ଏଭଳି କେତେକ ପାଠାଗାର ମଧ୍ୟ ଅଛି, ଯାହା ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକର ପ୍ରସ୍ତୁତିରେ ଛାତ୍ରଛାତ୍ରୀଙ୍କୁ ବେଶ୍ ସାହାଯ୍ୟ କରିଆସୁଛନ୍ତି । ଏହା ଦେଖି ସତରେ ବହୁତ ଖୁସି ଲାଗୁଛି ଯେ ସମାଜକୁ ଶକ୍ତିଶାଳୀ କରିବାରେ ଆଜି ପାଠାଗାରର ସୁନ୍ଦର ଉପଯୋଗ ହୋଇପାରୁଛି । ଆପଣ ମଧ୍ୟ ବହି ସହ ବନ୍ଧୁତା ବଢ଼ାନ୍ତୁ, ଆଉ ଦେଖନ୍ତୁ, ଆପଣଙ୍କ ଜୀବନରେ କିଭଳି ପରିବର୍ତ୍ତନ ଆସୁଛି ।
ମୋର ପ୍ରିୟ ଦେଶବାସୀଗଣ, ଗତକାଲିର ଠିକ୍ ପୂର୍ବ ରାତିରେ ହିଁ ମୁଁ ଦକ୍ଷିଣ ଆମେରିକୀୟ ଦେଶ ଗୟାନାରୁ ଫେରିଛି । ଭାରତରୁ ହଜାର ହଜାର କିଲୋମିଟର ଦୂର ଗୟାନାରେ ମଧ୍ୟ ଏକ ‘କ୍ଷୁଦ୍ର ଭାରତ’ ବସବାସ କରୁଛି । ଆଜିଠାରୁ ପ୍ରାୟ ୧୮୦ ବର୍ଷ ତଳେ ଭାରତର ଲୋକଙ୍କୁ ଖେତରେ ଶ୍ରମିକ ହେବା ପାଇଁ, ଅନ୍ୟ କାମ ପାଇଁ ଗୟାନା ନିଆଯାଇଥିଲା । ଆଜି ସେଠାରେ ଭାରତୀୟ ବଂଶୋଦ୍ଭବ ଲୋକେ ରାଜନୀତି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି ଭଳି ପ୍ରତ୍ୟେକ କ୍ଷେତ୍ରରେ ଗୟାନାର ନେତୃତ୍ୱ ନେଉଛନ୍ତି । ଗୟାନାର ରାଷ୍ଟ୍ରପତି ଡ. ଇର୍ଫାନ ଅଲି ମଧ୍ୟ ଜଣେ ଭାରତୀୟ ବଂଶଜ, ଯିଏ ନିଜର ଭାରତୀୟ ଐତିହ୍ୟକୁ ନେଇ ଗର୍ବ କରନ୍ତି । ଯେତେବେଳେ ମୁଁ ଗୟାନାରେ ଥିଲି, ସେତେବେଳେ ମୋ ମନରେ ଏକ ବିଚାର ଆସିଥିଲା, ଯାହାକୁ ମୁଁ ‘ମନ୍ କୀ ବାତ୍’ରେ ଆପଣଙ୍କ ସହ ବାଣ୍ଟୁଛି । ଗୟାନା ଭଳି ପୃଥିବୀର ଡଜନେ ଦେଶରେ ଲକ୍ଷଲକ୍ଷ ଭାରତୀୟ ବସବାସ କରନ୍ତି । ବହୁବର୍ଷ ଆଗରୁ ପ୍ରାୟ, ୨୦୦-୩୦୦ ବର୍ଷ ପୂର୍ବର, ସେମାନଙ୍କ ପୂର୍ବପୁରୁଷଙ୍କର ନିଜର କାହାଣୀସବୁ ରହିଛି । ଆପଣ ଏଭଳି କାହାଣୀଗୁଡ଼ିକୁ କ’ଣ ଖୋଜିପାରିବେ ଯେ କିଭଳି ଭାରତୀୟ ପ୍ରବାସୀମାନେ ଭିନ୍ନ ଭିନ୍ନ ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ! ସେମାନେ କିଭଳି ସେଠାକାର ସ୍ୱାଧୀନତା ପାଇଁ ସଂଗ୍ରାମରେ ଭାଗ ନେଇଛନ୍ତି ! କିଭଳି ସେମାନେ ନିଜର ଭାରତୀୟ ଐତିହ୍ୟକୁ ବଞ୍ଚାଇ ରଖିଛନ୍ତି ? ମୁଁ ଚାହେଁ ଯେ ଆପଣ ଏଭଳି ସତ୍ୟ କାହାଣୀଗୁଡ଼ିକର ଅନୁସନ୍ଧାନ କରନ୍ତୁ, ସେଗୁଡ଼ିକୁ ମୋ ସହିତ ସେୟାର କରନ୍ତୁ । ଆପଣମାନେ ଏହି କାହାଣୀଗୁଡ଼ିକୁ ନମୋ ଆପ୍ରେ କିମ୍ବା ମାଇଗଭ୍ରେ #Indiandiasporastories ସହିତ ମଧ୍ୟ ଶେୟାର୍ କରିପାରିବେ ।
ବନ୍ଧୁଗଣ, ଆପଣମାନଙ୍କୁ ଓମାନରେ ଚାଲୁଥିବା ଏକ ଅସାଧାରଣ ପ୍ରକଳ୍ପ ମଧ୍ୟ ବହୁତ ଆକର୍ଷଣୀୟ ମନେହେବ । ଅନେକ ଶତାବ୍ଦୀ ଧରି ବହୁ ଭାରତୀୟ ପରିବାର ଓମାନରେ ରହିଆସୁଛନ୍ତି । ସେଥିରୁ ଅଧିକାଂଶ ଗୁଜରାଟର କଚ୍ଛରୁ ଯାଇ ସେଠାରେ ବସବାସ କରୁଛନ୍ତି । ଏହି ଲୋକେ ବଣିଜବେପାରରେ ମହତ୍ତ୍ୱପୂର୍ଣ୍ଣ ସଂଯୋଗ ସ୍ଥାପନ କରିଥିଲେ । ଆଜି ମଧ୍ୟ ସେମାନଙ୍କ ପାଖରେ ଓମାନୀ ନାଗରିକତା ଅଛି, କିନ୍ତୁ ତାଙ୍କ ଶିରାପ୍ରଶିରାରେ ଭାରତୀୟତା ରହିଛି । ଓମାନରେ ଭାରତୀୟ ଦୂତାବାସ ଓ ଭାରତର ଜାତୀୟ ଅଭିଲେଖାଗାର ସହଯୋଗରେ ଏକ ଦଳ ଏହି ପରିବାରଗୁଡ଼ିକର ଇତିହାସର ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ହଜାର ହଜାର ନଥିପତ୍ର ସଂଗ୍ରହ ହୋଇସାରିଛି । ଏହା ମଧ୍ୟରେ ଡାଏରି, ହିସାବ ଖାତା, ଲେଜର୍, ଚିଠିପତ୍ର ଓ ଟେଲିଗ୍ରାମ ଅନ୍ତର୍ଭୁକ୍ତ । ଏଥିମଧ୍ୟରେ ୧୮୩୮ ମସିହାର କିଛି ଦସ୍ତାବିଜ୍ ମଧ୍ୟ ରହିଛି । ଏହି ଦସ୍ତାବିଜ୍ ଅନେକ ଆବେଗରେ ଭରପୂର । ବହୁ ବର୍ଷ ପୂର୍ବେ ଯେତେବେଳେ ସେମାନେ ଓମାନରେ ପହଞ୍ଚିଥିଲେ, ସେମାନେ କିଭଳି ଜୀବନ ବଞ୍ଚିଲେ, କିପରି ସୁଖଦୁଃଖର ସାମନା କଲେ ଏବଂ ଓମାନର ଲୋକଙ୍କ ସହ ସେମାନଙ୍କର ସମ୍ପର୍କ କିପରି ଆଗକୁ ବଢ଼ିଲା- ଏସବୁ କଥା ଏହି ଦସ୍ତାବିଜ୍ରେ ରହିଛି । ‘Oral History Project’ ଏହି ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର । ଏହି ଅଭିଯାନରେ ସେଠାକାର ବରିଷ୍ଠ ଲୋକେ ନିଜ ନିଜର ଅଭିଜ୍ଞତା ବିଷୟରେ କହିଛନ୍ତି । ଲୋକମାନେ ସେଠାକାର ଜୀବନଶୈଳୀ ସହିତ ଜଡ଼ିତ ବିଭିନ୍ନ କଥାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ।
ବନ୍ଧୁଗଣ, ଠିକ୍ ଏହିପରି ଏକ Oral History Project ଭାରତରେ ମଧ୍ୟ ଚାଲିଛି । ଏହି ପ୍ରକଳ୍ପ ଅଧୀନରେ ଇତିହାସପ୍ରେମୀମାନେ ଦେଶ ବିଭାଜନ ସମୟରେ ପୀଡ଼ିତଙ୍କ ଅନୁଭୂତିକୁ ସଂଗ୍ରହ କରିଛନ୍ତି । ଏବେ ଦେଶରେ ଏଭଳି ଲୋକଙ୍କ ସଂଖ୍ୟା କମିଗଲାଣି, ଯେଉଁମାନେ ବିଭାଜନର ବିଭୀଷିକା ଦେଖିଛନ୍ତି । ଏହି କାରଣରୁ ଏହି ପ୍ରୟାସ ଅଧିକ ଗୁରୁତ୍ୱପୂର୍ଣ୍ଣ ପାଲଟିଯାଇଛି ।
ବନ୍ଧୁଗଣ, ଯେଉଁ ଦେଶ, ଯେଉଁ ସ୍ଥାନ, ନିଜର ଇତିହାସକୁ ସଂରକ୍ଷିତ କରେ, ତା’ର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହେ । ଏହି ଭାବନାକୁ ଧରି ଗୋଟିଏ ପ୍ରୟାସ ହୋଇଛି ଯେଉଁଥିରେ ଗାଁର ଇତିହାସକୁ ସଂରକ୍ଷିତ ରଖିବା ପାଇଁ ଏକ ଡାଇରେକ୍ଟୋରୀ ତିଆରି କରାଯାଇଛି । ସାମୁଦ୍ରିକ ଯାତ୍ରାରେ ପ୍ରାଚୀନ ଭାରତର ସାମର୍ଥ୍ୟ ସହିତ ଜଡ଼ିତ ପ୍ରମାଣଗୁଡ଼ିକୁ ସଂରକ୍ଷିତ ରଖିବାର ଅଭିଯାନ ମଧ୍ୟ ଦେଶରେ ଚାଲିଛି । ଏହି ପରିପ୍ରେକ୍ଷୀରେ ଲୋଥଲରେ ଏକ ବହୁତ ବଡ଼ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଉଛି । ଏହା ବ୍ୟତୀତ, କୌଣସି ପାଣ୍ଡୁଲିପି ହେଉ, କୌଣସି ଐତିହାସିକ ଦସ୍ତାବିଜ୍ ହେଉ, କୌଣସି ହସ୍ତଲିଖିତ ରଚନା ହେଉ, ଯଦି ଆପଣଙ୍କ ଦୃଷ୍ଟିକୁ ଆସୁଛି ତେବେ ଆପଣ ତାକୁ ମଧ୍ୟ ଭାରତର ଜାତୀୟ ଅଭିଲେଖାଗାର ସହାୟତାରେ ସଂରକ୍ଷିତ କରିପାରିବେ ।
ବନ୍ଧୁଗଣ, ସ୍ଲୋଭାକିଆରେ ହେଉଥିବା ଠିକ୍ ଏହିଭଳି ଏକ ପ୍ରୟାସ ସମ୍ପର୍କରେ ମୁଁ ଜାଣିବାକୁ ପାଇଛି, ଯାହା ଆମ ସଂସ୍କୃତିର ସଂରକ୍ଷଣ କରିବା ଓ ତାକୁ ଆଗକୁ ବଢ଼ାଇବା ସହ ସମ୍ପୃକ୍ତ । ସେଠାରେ ପ୍ରଥମ ଥର ପାଇଁ ସ୍ଲୋଭାକ୍ ଭାଷାରେ ଆମ ଉପନିଷଦଗୁଡ଼ିକର ଅନୁବାଦ କରାଯାଇଛି । ଏଭଳି ପ୍ରଚେଷ୍ଟାରୁ ଭାରତୀୟ ସଂସ୍କୃତିର ବୈଶ୍ୱିକ ପ୍ରଭାବ ସମ୍ପର୍କରେ ମଧ୍ୟ ଜଣାପଡ଼େ । ଆମ ସମସ୍ତଙ୍କ ପାଇଁ ଏହା ଗର୍ବର କଥା ଯେ ପୃଥିବୀସାରା ଏପରି କୋଟିକୋଟି ଲୋକ ଅଛନ୍ତି, ଯାହାଙ୍କ ହୃଦୟରେ ଭାରତ ପ୍ରତି ଖୁବ୍ ଶ୍ରଦ୍ଧା ରହିଛି ।
ମୋର ପ୍ରିୟ ଦେଶବାସୀଗଣ, ଏବେ ମୁଁ ଆପଣଙ୍କ ନିକଟରେ ଦେଶର ଏଭଳି ଏକ ଉପଲବ୍ଧି କଥା କହିବାକୁ ଚାହୁଁଛି ଯାହାକୁ ଶୁଣି ଆପଣ ଖୁସି ହୋଇଯିବେ ଓ ଗୌରବାନ୍ୱିତ ମଧ୍ୟ ହେବେ; ଆଉ ଯଦି ଆପଣ ଏ ବିଷୟରେ ଅବଗତ ନୁହଁନ୍ତି, ତେବେ ବୋଧହୁଏ ଆପଣଙ୍କର ପଶ୍ଚାତାପ ମଧ୍ୟ ହେବ । କିଛି ମାସ ତଳେ ଆମେ ‘ମାଆ ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ କରିଥିଲୁ । ଏହି ଅଭିଯାନରେ ସାରା ଦେଶର ଲୋକ ବହୁତ ଉତ୍ସାହରେ ଭାଗ ନେଇଛନ୍ତି । ଏହା କହିବାବେଳକୁ ମୋତେ ବହୁତ ଖୁସି ଲାଗୁଛି ଯେ ଏହି ଅଭିଯାନ ଶହେ କୋଟି ଚାରା ଲଗାଇବାର ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ଅତିକ୍ରମ କରିଛି । ଶହେ କୋଟି ଗଛ...ତା’ ବି ମାତ୍ର ପାଞ୍ଚ ମାସ ଭିତରେ- ଏହା ଆମ ଦେଶବାସୀଙ୍କ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ହିଁ ସମ୍ଭବ ହୋଇଛି । ଏଥିସହ ସଂପୃକ୍ତ ଆଉ ଗୋଟିଏ କଥା ଜାଣି ଆପଣ ଗର୍ବ ଅନୁଭବ କରିବେ । ‘ମାଆ ପାଇଁ ଗଛଟିଏ’ ଅଭିଯାନ ଏବେ ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ବ୍ୟାପି ଚାଲିଛି । ମୁଁ ଯେତେବେଳେ ଗୟାନାରେ ଥିଲି, ସେଠାରେ ମଧ୍ୟ ଏହି ଅଭିଯାନର ସାକ୍ଷୀ ହୋଇଥିଲି । ସେଠାରେ ମୋ ସହିତ ଗୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି, ତାଙ୍କ ପତ୍ନୀଙ୍କ ମାଆ ଓ ପରିବାରର ବାକି ସଦସ୍ୟ ‘ମାଆ ପାଇଁ ଗଛଟିଏ’ ଅଭିଯାନରେ ସାମିଲ୍ ହୋଇଥିଲେ ।
ବନ୍ଧୁଗଣ, ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଏହି ଅଭିଯାନ କ୍ରମାଗତ ଜାରି ରହିଛି । ମଧ୍ୟ ପ୍ରଦେଶର ଇନ୍ଦୋରରେ ‘ମାଆ ପାଇଁ ଗଛଟିଏ ଅଭିଯାନରେ ଚାରା ରୋପଣର ରେକର୍ଡ ହୋଇଛି । ସେଠାରେ ୨୪ ଘଣ୍ଟାରେ ୧୨ ଲକ୍ଷରୁ ଅଧିକ ଚାରା ଲଗାଯାଇଥିଲା । ଏହି ଅଭିଯାନ ଯୋଗୁଁ ଇନ୍ଦୋରର ରେବତୀ ପାହାଡ଼ର ବନ୍ଧ୍ୟା ଅଞ୍ଚଳ ଏବେ ହରିତ୍ ଅଞ୍ଚଳରେ ବଦଳିଯିବ । ରାଜସ୍ଥାନର ଜୈସଲମେରରେ ଏହି ଅଭିଯାନ ଦ୍ୱାରା ଏକ ନିଆରା ରେକର୍ଡ ହୋଇଛି । ସେଠାକାର ମହିଳାଙ୍କର ଏକ ଦଳ ଏକ ଘଣ୍ଟାରେ ୨୫ ହଜାର ଚାରା ଲଗାଇଥିଲେ । ମାଆମାନେ ମାଆ ନାଁରେ ଚାରା ଲଗାଇଲେ ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଲେ । ସେଠାରେ ଗୋଟିଏ ସ୍ଥାନରେ ପାଞ୍ଚ ହଜାରରୁ ଅଧିକ ଲୋକ ମିଶି ଚାରା ରୋପଣ କରିଥିଲେ- ଏହା ମଧ୍ୟ ଏକ ରେକର୍ଡ । ‘ମାଆ ପାଇଁ ଗଛଟିଏ’ ଅଭିଯାନରେ ଅନେକ ସାମାଜିକ ସଂସ୍ଥା ସ୍ଥାନୀୟ ଆବଶ୍ୟକତା ଅନୁସାରେ ଚାରା ରୋପଣ କରୁଛନ୍ତି । ଯେଉଁଠି ଚାରା ରୋପଣ କରାଯାଉଛି, ସେଠାକାର ସମଗ୍ର ପରିସଂସ୍ଥା ବ୍ୟବସ୍ଥା ପରିବେଶ ଅନୁକୂଳ ଏବଂ ବିକଶିତ ହେଉ ବୋଲି ସେମାନେ ଚେଷ୍ଟା ଜାରି ରଖିଛନ୍ତି । ସେଥିପାଇଁ ଏହି ସଂସ୍ଥାଗୁଡ଼ିକ କେଉଁଠି ଔଷଧୀୟ ଚାରା ଲଗାଉଛନ୍ତି ତ ଆଉ କେଉଁଠି ପକ୍ଷୀଙ୍କ ବସା ପାଇଁ ଗଛ ଲଗାଉଛନ୍ତି । ବିହାରରେ “ଜୀବିକା ସ୍ୱୟଂ ସହାୟିକା ଗୋଷ୍ଠୀ’ର ମହିଳାମାନେ ୭୫ ଲକ୍ଷ ଗଛ ଲଗାଇବାର ଅଭିଯାନ ଚଳାଇଛନ୍ତି । ଏହି ମହିଳାଙ୍କର ଲକ୍ଷ୍ୟ ହେଲା ଫଳଦାୟୀ ଗଛ ଲଗାଇବା, ଯାହାଦ୍ୱାରା ଭବିଷ୍ୟତରେ ସେଥିରୁ କିଛି ଆୟ ମଧ୍ୟ କରାଯାଇପାରିବ ।
ବନ୍ଧୁଗଣ, ଏହି ଅଭିଯାନରେ ଯୋଗଦେଇ ଯେକୌଣସି ବ୍ୟକ୍ତି ନିଜ ମା’ଙ୍କ ନାମରେ ଗଛଟିଏ ଲଗାଇପାରିବ । ଯଦି ମା’ ସାଥୀରେ ଅଛନ୍ତି ତାହେଲେ ତାଙ୍କୁ ସାଙ୍ଗରେ ନେଇ ଆପଣ ଗଛ ଲଗାଇପାରିବେ । ଯଦି ନାହାନ୍ତି ତାଙ୍କ ଫଟୋକୁ ସାଥୀରେ ନେଇ ଆପଣ ଏହି ଅଭିଯାନର ଅଂଶୀଦାର ହୋଇପାରିବେ । ଗଛ ସହିତ ନିଜର ସେଲ୍ଫି ମଧ୍ୟ mygov.inରେ ଆପଣ ପୋଷ୍ଟ କରିପାରିବେ । ମା’ ଆମମାନଙ୍କ ପାଇଁ ଯାହା କରେ ତା’ର ଋଣ ଆମେ କେବେ ବି ଶୁଝିପାରିବା ନାହିଁ କିନ୍ତୁ ମା’ଙ୍କ ନାମରେ ଗଛଟିଏ ଲଗାଇ ଆମେ ତାଙ୍କର ଉପସ୍ଥିତିକୁ ସଦାସର୍ବଦା ଜୀବନ୍ତ ରଖିପାରିବା ।
ମୋର ପ୍ରିୟ ଦେଶବାସୀଗଣ ଆପଣମାନେ ସମସ୍ତେ ପିଲାଦିନେ ଘରଚଟିଆକୁ ନିଜ ଘରର ଛାତ ଉପରେ ପାଖ ଗଛରେ କିଚିରିମିଚିରି କରୁଥିବାର ନିଶ୍ଚୟ ଦେଖିଥିବେ । ଘରଚଟିଆକୁ ତାମିଲ ଏବଂ ମାଲୟାଲମ୍ ଭାଷାରେ କୁରୁୱି, ତେଲଗୁରେ ପିଚ୍ଚୁକା ଏବଂ କନ୍ନଡ଼ ଭାଷାରେ ଗୁବ୍ବୀ କୁହାଯାଏ । ପ୍ରତ୍ୟେକ ଭାଷା ସଂସ୍କୃତିରେ ଘରଚଟିଆକୁ ନେଇ କଥା କାହାଣୀ ଶୁଣିବାକୁ ମିଳେ । ଆମ ଆଖପାଖର ଜୈବ ବିବିଧତାକୁ ବଜାୟ ରଖିବାରେ ଘରଚଟିଆର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କିନ୍ତୁ ଆଜି ସହରମାନଙ୍କରେ ଘରଚଟିଆ ଦେଖିବା ବଡ଼ କଷ୍ଟକର । ସହରୀକରଣର ବୃଦ୍ଧି ଯୋଗୁଁ ଘରଚଟିଆ ଆମଠାରୁ ଦୂରକୁ ଚାଲିଯାଇଛି । ବର୍ତ୍ତମାନ ପିଢ଼ୀର ଅନେକ ପିଲା ଅଛନ୍ତି ଯେଉଁମାନେ ଘରଚଟିଆକୁ ଖାଲି ଚିତ୍ର ବା ଭିଡ଼ିଓରେ ଦେଖିଛନ୍ତି । ଏଭଳି ପିଲାମାନଙ୍କ ଜୀବନରେ ଏହି ସୁନ୍ଦର ପକ୍ଷୀଟିକୁ ଫେରାଇ ଆଣିବା ପାଇଁ କିଛି ନିଆରା ପ୍ରୟାସ କରାଯାଉଛି । ଚେନ୍ନାଇର କୁଡ଼ୁଗଲ ଟ୍ରଷ୍ଟ ଘରଚଟିଆର ବଂଶ ବଢ଼ାଇବା ପାଇଁ ସ୍କୁଲ ପିଲାମାନଙ୍କୁ ନିଜ ଅଭିଯାନରେ ସାମିଲ କରିଛନ୍ତି । ଘରଚଟିଆ ଆମର ନିତ୍ୟନୈମିତ୍ତିକ ଜୀବନରେ କେତେ ମହତ୍ତ୍ୱପୂର୍ଣ୍ଣ ଏହି କଥା ଅନୁଷ୍ଠାନର ଲୋକମାନେ ସ୍କୁଲଗୁଡ଼ିକୁ ଯାଇ ପିଲାମାନଙ୍କୁ ବୁଝାଉଛନ୍ତି । ଏହି ଅନୁଷ୍ଠାନ ପିଲାମାନଙ୍କୁ ଘରଚଟିଆ ବସା ତିଆରି କରିବାର ତାଲିମ୍ ଦେଇଥାଏ । ଏଥିପାଇଁ ଅନୁଷ୍ଠାନର ଲୋକମାନେ ପିଲାମାନଙ୍କୁ କାଠର ଗୋଟିଏ ଛୋଟିଆ ଘର ତିଆରି କରିବା ଶିଖାଇଛନ୍ତି । ଏଥିରେ ଘରଚଟିଆର ରହିବା ଏବଂ ଖାଇବାର ବ୍ୟବସ୍ଥା କରାଯାଉଛି । ଏହା ଏଭଳି ଏକ ଘର ଯାହାକୁ ଯେକୌଣସି କୋଠାଘରର ବାହାର କାନ୍ଥରେ ରଖାଯାଇପାରିବ ଅଥବା ଗଛ ଉପରେ ମଧ୍ୟ ଲଗାଯାଇପାରିବ । ପିଲାମାନେ ଏହି ଅଭିଯାନରେ ଉତ୍ସାହର ସହିତ ଭାଗନେଲେ ଏବଂ ଘରଚଟିଆ ପାଇଁ ବହୁଳ ସଂଖ୍ୟାରେ ବସା ତିଆରି କରିବା ଆରମ୍ଭ କରିଦେଲେ । ଗଛ ଚାରିପାଶ୍ୱର୍ ମଧ୍ୟରେ ଅନୁଷ୍ଠାନଟି ଘରଚଟିଆ ପାଇଁ ଏହିଭଳି ୧୦,୦୦୦ ବସା ତିଆରି କରିଛି । କୁଡୁଗଲ ଟ୍ରଷ୍ଟର ଏହି ପ୍ରୟାସ ଦ୍ୱାରା ଆଖପାଖ ଅଞ୍ଚଳରେ ଘରଚଟିଆର ସଂଖ୍ୟା ବଢ଼ିବା ଆରମ୍ଭ ହୋଇଯାଇଛି । ଆପଣ ମଧ୍ୟ ଯଦି ନିଜ ଆଖପାଖରେ ଏହିଭଳି ପ୍ରୟାସ କରିବେ ତାହାଲେ ନିଶ୍ଚିତ ଭାବରେ ଘରଚଟିଆ ଆମ ଜୀବନର ଅଙ୍ଗ ହୋଇପାରିବ ।
ବନ୍ଧୁଗଣ, କର୍ଣ୍ଣାଟକ ରାଜ୍ୟର ମହୀଶୂରର ଗୋଟିଏ ଅନୁଷ୍ଠାନ ପିଲାମାନଙ୍କ ପାଇଁ ‘Early Bird’ ନାମକ ଅଭିଯାନ ଆରମ୍ଭ କରିଛି । ଏହି ସଂସ୍ଥା ପିଲାମାନଙ୍କୁ ପକ୍ଷୀମାନଙ୍କ ବିଷୟରେ ଜଣାଇବା ପାଇଁ ଗୋଟିଏ ବିଶେଷ ଲାଇବ୍ରେରୀ ଚଳାଉଛନ୍ତି । ଖାଲି ଏତିକି ନୁହେଁ ପିଲାମାନଙ୍କ ମଧ୍ୟରେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ‘Nature Education Kit’ ତିଆରି କରିଛନ୍ତି । ଏହି କିଟରେ ପିଲାମାନଙ୍କ ପାଇଁ ଗପବହି, ଖେଳ, ଆକ୍ଟିଭିଟି ସିଟ୍ ଏବଂ jig-saw puzzles ରହିଛି । ଏହି ଅନୁଷ୍ଠାନ ସହରର ପିଲାମାନଙ୍କୁ ଗାଁକୁ ନେଇ ଯାଉଛନ୍ତି ଏବଂ ସେମାନଙ୍କୁ ପକ୍ଷୀମାନଙ୍କ ବିଷୟରେ ଶିକ୍ଷା ଦେଉଛି ଏହି ସଂସ୍ଥାର ପ୍ରୟାସ ଯୋଗୁଁ ପିଲାମାନେ ପକ୍ଷୀମାନଙ୍କର ଅନେକ ପ୍ରଜାତିକୁ ଚିହ୍ନିବାରେ ଲାଗିଲେଣି । ‘ମନ୍ କି ବାତ୍’ର ଶ୍ରୋତାମାନେ ମଧ୍ୟ ଏହିଭଳି ଚେଷ୍ଟା ଦ୍ୱାରା ପିଲାମାନଙ୍କ ଭିତରେ ନିଜ ଚତୁଃପାଦିଗକୁ ଦେଖିବା, ବୁଝିବାର ଅଲଗା ଦୃଷ୍ଟିକୋଣ ବିକଶିତ କରିପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଦେଖିଥିବେ କେହି ଯଦି ‘ସରକାରୀ ଅଫିସ୍’ ବୋଲି କହେ ତାହାଲେ ଆପଣଙ୍କ ମନରେ ଫାଇଲଗଦାର ଚିତ୍ର ଆସିଯାଉଛି । ଆପଣ ଫିଲ୍ମମାନଙ୍କରେ ମଧ୍ୟ ଏଭଳି କିଛି ଦେଖିଥିବେ । ସରକାରୀ ଅଫିସରେ ଏହି ଫାଇଲଗଦା ସମ୍ପର୍କରେ ଅନେକ ଥଟ୍ଟାମଜାର କାହାଣୀ ଶୁଣିବାକୁ ମିଳେ, ଅନେକ କାହାଣୀ ଲେଖା ବି ଯାଇଛି । ବର୍ଷ ବର୍ଷ ଧରି ଏହି ଫାଇଲଗୁଡ଼ିକ ଅଫିସରେ ପଡ଼ି ପଡ଼ି ସେଥିରେ ଧୂଳି ଭର୍ତ୍ତି ହୋଇଯାଇଥାଏ, ସେଠି ଆବର୍ଜନା ସୃଷ୍ଟି ହୋଇଥାଏ – ଏହିଭଳି ଦଶକ ଦଶକର ପୁରୁଣା ଫାଇଲ୍ ଏବଂ Scrapକୁ ହଟାଇବା ପାଇଁ ଗୋଟିଏ ବିଶେଷ ସ୍ୱଚ୍ଛତା ଅଭିଯାନ କରାଗଲା । ଆପଣ ଜାଣି ଖୁସିହେବେ ଯେ ସରକାରୀ ବିଭାଗଗୁଡ଼ିକରେ ଏହି ଅଭିଯାନର ଅଭୂତ ପରିଣାମ ଦେଖିବାକୁ ମିଳିଲା । ସଫାସୁତୁରା ହେବାଦ୍ୱାରା ଅଫିସରେ ବହୁତ ଜାଗା ଖାଲି ହୋଇଗଲା । ଏହାଦ୍ୱାରା ଅଫିସରେ କାମ କରୁଥିବା ଲୋକମାନଙ୍କ ଭିତରେ ଗୋଟିଏ ମାଲିକାନାର ଭାବ ମଧ୍ୟ ସୃଷ୍ଟି ହେଲା । ନିଜର କାମ କରୁଥିବା ଜାଗାକୁ ସ୍ୱଚ୍ଛ ରଖିବାର ଦାୟିତ୍ୱବୋଧ ମଧ୍ୟ ତାଙ୍କଠାରେ ଦେଖାଯାଇଛି ।
ବନ୍ଧୁଗଣ, ଆପଣମାନେ ଅନେକ ସମୟରେ ଆମର ମୁରବୀ ଲୋକମାନଙ୍କୁ ଏକଥା କହିବା ଶୁଣିଥିବେ ଯେ ଯେଉଁଠାରେ ସ୍ୱଚ୍ଛତା ଅଛି ସେହିଠାରେ ଲକ୍ଷ୍ମୀଙ୍କର ନିବାସ ହୋଇଥାଏ । ଆମ ଏଠାରେ ‘ଆବର୍ଜନାରୁ ସୁନା’ର ବିଚାର ଅତ୍ୟନ୍ତ ପ୍ରାଚୀନ । ଦେଶର ଅନେକ ଭାଗରେ ଯୁବକମାନେ ବେକାର ହୋଇପଡ଼ିଥିବା ଜିନିଷଗୁଡ଼ିକୁ ନେଇ ‘ଆବର୍ଜନାରୁ ସୁନା’ ଅର୍ଜନ କରୁଛନ୍ତି । ବିଭିନ୍ନ ପ୍ରକାରର Innovation କରୁଛନ୍ତି । ଏହାଦ୍ୱାରା ସେମାନେ ପଇସା ରୋଜଗାର କରିବା ସଙ୍ଗେ ସଙ୍ଗେ ରୋଜଗାରର ସାଧନ ମଧ୍ୟ ବିକଶିତ କରୁଛନ୍ତି । ଏହି ଯୁବକମାନେ ନିଜ ପ୍ରୟାସରେ sustainable lifestyleକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ମୁମ୍ବାଇର ଦୁଇଜଣ ଝିଅଙ୍କର ପ୍ରୟାସ ବାସ୍ତବରେ ଖୁବ୍ ପ୍ରେରଣାଦାୟକ । ଅକ୍ଷରା ଏବଂ ପ୍ରକୃତି ନାମକ ଏହି ଝିଅ ଦୁଇଜଣ କତରନ୍ ଫ୍ୟାସନ୍ ସାମଗ୍ରୀ ତିଆରି କରୁଛନ୍ତି । ଆପଣ ମଧ୍ୟ ଜାଣନ୍ତି ଯେ କପଡ଼ା କାଟିବା ଏବଂ ସିଲେଇ କରିବା ସମୟରେ ଯେଉଁ କତରନ୍ ବାହାରୁଛି ତାକୁ ବେକାର ଭାବି ଫୋପାଡିଦିଆଯାଏ । ଅକ୍ଷରା ଏବଂ ପ୍ରକୃତିଙ୍କ ଟିମ୍ ସେହି କପଡାର ଆବର୍ଜନାରୁ ଫେସନ୍ ଉତ୍ପାଦରେ ପରିବର୍ତ୍ତିତ କରିଦେଉଛନ୍ତି । ଏହି କଟା କପଡାରୁ ତିଆରି ହେଉଥିବା ଟୋପି, ବ୍ୟାଗ୍ ଇତ୍ୟାଦି ହାତକୁ ହାତ ବିକ୍ରି ହୋଇଯାଉଛି ।
ବନ୍ଧୁଗଣ, ସଫାସୁତୁରାକୁ ନେଇ ଉତ୍ତରପ୍ରଦେଶର କାନପୁରରେ ମଧ୍ୟ ଭଲ ପଦକ୍ଷେପ ନିଆଯାଉଛି । ଏଠାରେ କିଛି ଲୋକ ପ୍ରାତଃଭ୍ରମଣରେ ଯାଆନ୍ତି ଏବଂ ଗଙ୍ଗାଘାଟରେ ବିଛାଡ଼ିହୋଇ ପଡ଼ିଥିବା ପ୍ଲାଷ୍ଟିକ୍ ଏବଂ ଅନ୍ୟ ଆବର୍ଜନାକୁ ଉଠାଇ ନିଅନ୍ତି । ଏହି ସମୂହକୁ ‘Kanpur Ploggers Group’ ନାମ ଦିଆଯାଇଛି । ଏହି ଅଭିଯାନର ଆରମ୍ଭ କେତେଜଣ ବନ୍ଧୁ ମିଶିକି କରିଥିଲେ । ଧିରେ ଧିରେ ଏହା ଜନଭାଗିଦାରୀର ଏକ ବଡ଼ ଅଭିଯାନ ହୋଇଗଲା । ସହରର ଅନେକ ଲୋକ ଏହି କାର୍ଯ୍ୟରେ ଯୋଗଦେଇଛନ୍ତି । ଏହାର ସଦସ୍ୟମାନେ ଏବେ ଦୋକାନ ଏବଂ ଘରମାନଙ୍କରୁ ମଧ୍ୟ ଆବର୍ଜନା ଉଠାଇବାକୁ ଲାଗିଲେଣି । ଏହି ଆବର୍ଜନାରୁ Recycle Plantରେ tree guard ତିଆରି କରାଯାଉଛି । ଅର୍ଥାତ୍ ଏହି ଗ୍ରୁପର ଲୋକେ ଆବର୍ଜନାରୁ ତିଆରି ହୋଇଥିବା tree guard ଦ୍ୱାରା ଚାରାର ସୁରକ୍ଷା ମଧ୍ୟ କରନ୍ତି ।
ବନ୍ଧୁଗଣ, ଛୋଟ ଛୋଟ ପ୍ରୟାସ ଦ୍ୱାରା କିଭଳି ବଡ଼ ସଫଳତା ମିଳୁଛି ଆସାମର ଇତିଶା ମଧ୍ୟ ତା’ର ଏକ ଉଦାହରଣ । ଇତିଶାର ପଢ଼ାଲେଖା ଦିଲ୍ଲୀ ଏବଂ ପୁନେରେ ହୋଇଛି । ଇତିଶା କର୍ପୋରେଟ ଦୁନିଆର ଜାକଜମକ ତ୍ୟାଗକରି ଅରୁଣାଚଳର ସାଙ୍ଗତି ଘାଟିକୁ ସଫା କରିବାରେ ଲାଗିଛନ୍ତି । ପର୍ଯ୍ୟଟକମାନଙ୍କ ଯୋଗୁଁ ସେଠାରେ ଅନେକ ପ୍ଲାଷ୍ଟିକ ଆବର୍ଜନା ଜମା ହେଉଥିଲା । ସେଠାକାର ନଦୀ ଯାହା ଦିନେ ଖୁବ୍ ସଫା ଥିଲା ସେ ଏହି ପ୍ଲାଷ୍ଟିକ ଆବର୍ଜନା ଯୋଗୁଁ ପ୍ରଦୂଷିତ ହୋଇଯାଇଥିଲା । ଏହାକୁ ସଫା କରିବା ପାଇଁ ଇତିଶା ସ୍ଥାନୀୟ ଲୋକମାନଙ୍କ ସହିତ ମିଶି କାମ କରୁଛନ୍ତି । ତାଙ୍କ ଗ୍ରୁପର ଲୋକମାନେ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସଚେତନ କରୁଛନ୍ତି ଏବଂ ପ୍ଲାଷ୍ଟିକ ଆବର୍ଜନାକୁ ସଂଗ୍ରହ କରିବା ପାଇଁ ସମ୍ପୂର୍ଣ୍ଣ ଉପତ୍ୟକାରେ ବାଉଁଶରେ ତିଆରି ଡଷ୍ଟବିନମାନ ରଖିଛନ୍ତି ।
ବନ୍ଧୁଗଣ, ଏହିଭଳି ପ୍ରୟାସରୁ ଭାରତର ସ୍ୱଚ୍ଛତା ଅଭିଯାନକୁ ଗତି ମିଳିଛି । ଏହା ନିରନ୍ତର ଚାଲୁଥିବା ଏକ ଅଭିଯାନ । ଆପଣଙ୍କ ଆଖପାଖରେ ମଧ୍ୟ ଏହିଭଳି କାମ ନିଶ୍ଚୟ ହେଉଥିବ । ଆପଣ ଏହିଭଳି ପ୍ରୟାସଗୁଡ଼ିକ ସମ୍ବନ୍ଧରେ ମୋତେ ନିଶ୍ଚୟ ଲେଖି ଜଣାନ୍ତୁ ।
ବନ୍ଧୁଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆଜିପାଇଁ ଏତିକି । ମୁଁ ମାସ ସାରା ଆପଣମାନଙ୍କ ପ୍ରତିକ୍ରିୟା, ପତ୍ର ଏବଂ ପରାମର୍ଶଗୁଡ଼ିକୁ ଅପେକ୍ଷା କରି ରହୁଛି । ପ୍ରତିମାସରେ ଆପଣମାନଙ୍କଠାରୁ ମିଳୁଥିବା ପରାମର୍ଶ ମୋତେ ଆହୁରି ଭଲ କରିବାର ପ୍ରେରଣା ଦିଏ । ଆସନ୍ତା ମାସରେ ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଆମେ ପୁଣି ଭେଟିବା । ସେ ପର୍ଯ୍ୟନ୍ତ ଆପଣ ସମସ୍ତ ଦେଶବାସୀଙ୍କୁ ମୋର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ।
ବନ୍ଧୁଗଣ, ଭାରତ ପ୍ରତ୍ୟେକ ଯୁଗରେ କିଛି ନା କିଛି ଆହ୍ୱାନର ସମ୍ମୁଖୀନ ହୋଇଛି ଏବଂ ପ୍ରତ୍ୟେକ ଯୁଗରେ ଏଭଳି ଅସାଧାରଣ ଭାରତବାସୀ ଜନ୍ମଗ୍ରହଣ କଲେ, ଯିଏ ଏହି ଆହ୍ୱାନଗୁଡ଼ିକର ମୁକାବିଲା କଲେ । ଆଜିର ‘ମନ୍ କି ବାତ୍’ରେ ମୁଁ ସାହସ ଏବଂ ଦୂରଦୃଷ୍ଟିସମ୍ପନ୍ନ ସେହିଭଳି ଦୁଇଜଣ ମହାନାୟକଙ୍କ ବିଷୟରେ ଆଲୋଚନା କରିବି । ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରିବାକୁ ଦେଶ ସ୍ଥିର କରିଛି । ଅକ୍ଟୋବର ୩୧ ତାରିଖରୁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହା ପରେ ନଭେମ୍ବର ୧୫ ତାରିଖଠାରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହି ଦୁଇ ମହାପୁରୁଷ ଭିନ୍ନ ଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଉଭୟଙ୍କ ଦୂରଦୃଷ୍ଟି ସମାନ ଥିଲା - “ଦେଶର ଏକତା” ।
ବନ୍ଧୁଗଣ, ବିଗତ ବର୍ଷମାନଙ୍କରେ ଦେଶର ଏଭଳି ମହାନ ନାୟକ-ନାୟିକାମାନଙ୍କ ଜୟନ୍ତୀକୁ ନୂତନ ଉଦ୍ଦୀପନା ସହ ପାଳନ କରି ନୂତନ ପିଢ଼ିକୁ ନୂତନ ପ୍ରେରଣା ମିଳିଛି । ଆପଣମାନଙ୍କର ମନେଥିବ, ଆମେ ଯେତେବେଳେ ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ କରିଥିଲୁ, ସେତେବେଳେ କେତେ ବିଶେଷ ଆୟୋଜନ ହୋଇଥିଲା । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଠାରୁ ଆରମ୍ଭ କରି ଆଫ୍ରିକାର ଛୋଟିଆ ଗାଁ ପର୍ଯ୍ୟନ୍ତ ବିଶ୍ୱବାସୀ ଭାରତର ସତ୍ୟ ଏବଂ ଅହିଂସାର ବାର୍ତ୍ତାକୁ ହୃଦୟଙ୍ଗମ କଲେ, ଏ ସମ୍ପର୍କରେ ଜାଣିଲେ ଏବଂ ଏହାକୁ ଅନୁସରଣ କଲେ । ଯୁବବର୍ଗଠାରୁ ଆରମ୍ଭ କରି ବୟସ୍କମାନଙ୍କ ଯାଏଁ, ଭାରତୀୟଙ୍କଠାରୁ ବିଦେଶୀ ଯାଏଁ, ପ୍ରତ୍ୟେକେ ଗାନ୍ଧିଜୀଙ୍କ ଉପଦେଶକୁ ନୂତନ ସନ୍ଦର୍ଭରେ ଗ୍ରହଣ କଲେ । ନୂତନ ବୈଶ୍ୱିକ ପରିସ୍ଥିତିରେ ସେ ସମ୍ପର୍କରେ ଜ୍ଞାନଲାଭ କଲେ । ଯେତେବେଳେ ଆମେ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ କଲୁ, ସେତେବେଳେ ଦେଶର ଯୁବବର୍ଗ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିକୁ ନୂତନ ଭାବେ ପରିଭାଷିତ କଲେ । ଏହି ଯୋଜନାଗୁଡ଼ିକ ଆମକୁ ଏହି ଅନୁଭୂତି ପ୍ରଦାନ କଲେ ଯେ, ଆମ ମହାପୁରୁଷଗଣ ଅତୀତ ଗର୍ଭରେ ବିଲୀନ ହୋଇଯାଆନ୍ତି ନାହିଁ । ବରଂ ସେମାନଙ୍କ ଜୀବନ ଆମର ବର୍ତ୍ତମାନକୁ ଭବିଷ୍ୟତର ପଥ ପ୍ରଦର୍ଶିତ କରେ ।
ବନ୍ଧୁଗଣ, ଯଦିଓ ସରକାର ଏହି ମହାପୁରୁଷମାନଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, କିନ୍ତୁ ଆପଣମାନଙ୍କ ସହଭାଗିତା ହିଁ ଏହି ଅଭିଯାନରେ ପ୍ରାଣସଂଚାର କରିବ, ଏହାକୁ ଜୀବନ୍ତ କରିବ । ଏହି ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଲୌହମାନବ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଆପଣଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ #Sardar150ରେ ଶେୟାର କରନ୍ତୁ ଏବଂ ଧରତୀ-ଆବା ବିର୍ସା ମୁଣ୍ଡାଙ୍କ ପ୍ରେରଣାକୁ #BirsaMunda150 ଜରିଆରେ ବିଶ୍ୱବାସୀଙ୍କ ସମ୍ମୁଖକୁ ଆଣନ୍ତୁ । ଆସନ୍ତୁ, ଏକାଠି ମିଶି ଏହି ଉତ୍ସବକୁ ଭାରତର ବିବିଧତାରେ ଏକତାର ଉତ୍ସବରେ ପରିଣତ କରିବା । ଏହାକୁ ପରମ୍ପରାରୁ ବିକାଶର ଉତ୍ସବରେ ପରିଣତ କରିବା ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କୁ ସେ ଦିନ ନିଶ୍ଚୟ ମନେଥିବ, ଯେତେବେଳେ ଛୋଟା ଭୀମର ପ୍ରସାରଣ ଟିଭି ପରଦାରେ ଆରମ୍ଭ ହୋଇଥିଲା । ପିଲାମାନେ ତ ଏହା କେବେ ବି ଭୁଲିପାରିନଥିବେ । ଛୋଟା ଭୀମକୁ ନେଇ କେତେ ଉତ୍ସାହ ଥିଲା !! ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ଢୋଲକପୁରର ଢୋଲ କେବଳ ଭାରତ ନୁହେଁ, ବରଂ ଅନ୍ୟ ଦେଶର ପିଲାମାନଙ୍କ ପାଇଁ ମଧ୍ୟ ଆକର୍ଷଣ ସାଜିଛି । ସେହିପରି ଆମର ଅନ୍ୟାନ୍ୟ ଆନିମେଟେଡ୍ ସିରିଆଲ୍ କ୍ରିଷ୍ଣା, ହନୁମାନ, ମୋଟୁ-ପତଲୁକୁ ପସନ୍ଦ କରୁଥିବା ଦର୍ଶକ ମଧ୍ୟ ସାରା ବିଶ୍ୱରେ ରହିଛନ୍ତି । ଭାରତର ଆନିମେଶନ୍ ଚରିତ୍ର, ଏଠାକାର ଆନିମେଶନ୍ ଚଳଚ୍ଚିତ୍ର ଏହାର ବିଷୟବସ୍ତୁ ଏବଂ ସୃଜନଶୀଳତା ଯୋଗୁଁ ସାରାବିଶ୍ୱରେ ଆଦର ଲାଭ କରୁଛି । ଆପଣମାନେ ଦେଖିଥିବେ ଯେ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସିନେମା ପରଦା ଯାଏଁ, ଗେମିଂ କନ୍ସୋଲରୁ ଆରମ୍ଭ କରି ଭର୍ଚୁଆଲ ରିଆଲିଟି ଯାଏଁ – ସବୁଠି ଆନିମେଶନ୍ ରହିଛି । ଆନିମେଶନ୍ ଦୁନିଆରେ ଭାରତ ନୂତନ ବିପ୍ଳବ ସୃଷ୍ଟି କରିବା ମାର୍ଗରେ ଅଗ୍ରସର ହେଉଛି । ଭାରତର ଗେମିଂ ସ୍ପେସ୍ ମଧ୍ୟ ଦ୍ରୁତଗତିରେ ବିସ୍ତାର ଲାଭ କରିଚାଲିଛି । ଭାରତୀୟ ଖେଳ ମଧ୍ୟ ଆଜିକାଲି ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି । କିଛିମାସ ପୂର୍ବରୁ ମୁଁ ଭାରତର ଅଗ୍ରଣୀ ଗେମରମାନଙ୍କ ସହିତ ସାକ୍ଷାତ କରିଥିଲି । ସେତେବେଳେ ମୋତେ ଭାରତୀୟ ଖେଳର ଆଶ୍ଚର୍ଯ୍ୟଜନକ ସୃଜନଶୀଳତା ଏବଂ ଗୁଣବତ୍ତାକୁ ବୁଝିବାର ସୁଯୋଗ ମିଳିଥିଲା । ପ୍ରକୃତରେ, ଦେଶରେ ସୃଜନଶୀଳ ଶକ୍ତିର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି । ଆନିମେଶନ୍ ଦୁନିଆରେ ମେଡ୍ ଇନ୍ ଇଣ୍ଡିଆ କିମ୍ବା ମେଡ୍ ବାୟ ଇଣ୍ଡିଆନ୍ସ ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି । ଆପଣମାନେ ଏକଥା ଜାଣି ଖୁସିହେବେ ଯେ, ଆଜି ଭାରତର ପ୍ରତିଭାଶାଳୀମାନେ ବିଦେଶୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି । ଏବେକାର ସ୍ପାଇଡରମ୍ୟାନ୍ ହେଉ କିମ୍ବା ଟ୍ରାନ୍ସଫର୍ମର୍ସ ହେଉ, ଏହି ଦୁଇ ଚଳଚ୍ଚିତ୍ରରେ ଲୋକେ ହରିନାରାୟଣ ରାଜୀବଙ୍କ ଅବଦାନକୁ ବହୁ ପ୍ରଶଂସା କରିଛନ୍ତି । ଭାରତର ଆନିମେଶନ୍ ଷ୍ଟୁଡିଓ ଡିଜ୍ନୀ ଓ ୱାର୍ଣ୍ଣର୍ ବ୍ରଦର୍ସ ଭଳି ବିଶ୍ୱର ସୁପ୍ରସିଦ୍ଧ ପ୍ରଡକ୍ସନ କମ୍ପାନୀ ସହ କାମ କରୁଛନ୍ତି ।
ବନ୍ଧୁଗଣ, ଆଜି ଆମ ଯୁବବର୍ଗ ଆମ ସଂସ୍କୃତିର ଝଲକ ରହିଥିବା Original ଇଣ୍ଡିଆନ୍ କଂଟେଂଟ୍ ପ୍ରସ୍ତୁତ କରୁଛନ୍ତି । ଯାହାକୁ ସମଗ୍ର ବିଶ୍ୱବାସୀ ଦେଖୁଛନ୍ତି । ଆନିମେଶନ୍ ସେକ୍ଟର ଆଜି ଏଭଳି ଗୋଟିଏ ଶିଳ୍ପରେ ପରିଣତ ହୋଇଛି, ଯାହା ଅନ୍ୟ ଶିଳ୍ପଗୁଡ଼ିକୁ ଶକ୍ତି ପ୍ରଦାନ କରୁଛି । ଯେମିତିକି, ଆଜିକାଲି ଭିଆର୍ ଟୁରିଜିମ୍ ବହୁତ ଖ୍ୟାତି ଅର୍ଜନ କରିବାରେ ଲାଗିଛି । ଆପଣ ଭର୍ଚୁଆଲ୍ ଟୁର୍ ବା ଆଭାସୀ ପର୍ଯ୍ୟଟନ ମାଧ୍ୟମରେ ଅଜନ୍ତାର ଗୁମ୍ଫାକୁ ଦେଖିପାରିବେ, କୋଣାର୍କ ମନ୍ଦିର ପରିସରରେ ଭ୍ରମଣ କରିପାରନ୍ତି କିମ୍ବା ବାରାଣସୀର ଘାଟର ଆନନ୍ଦକୁ ଅନୁଭବ କରିପାରନ୍ତି । ଏସବୁ ଭିଆର ଆନିମେଶନ୍ ଭାରତର କ୍ରିଏଟର୍ସମାନେ ପ୍ରସ୍ତୁତ କରିଛନ୍ତି । ଭିଆର ଜରିଆରେ ଏହି ସ୍ଥାନଗୁଡ଼ିକୁ ଦେଖିବା ପରେ ଅନେକ ଲୋକ ବାସ୍ତବରେ ଏହି ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଛନ୍ତି । ଅର୍ଥାତ, ପର୍ଯ୍ୟଟନ ସ୍ଥଳର ଆଭାସୀ ପରିଦର୍ଶନ ଲୋକଙ୍କ ମନରେ ସେହି ସ୍ଥାନ ପରିଦର୍ଶନର ଆଗ୍ରହ ସୃଷ୍ଟି କରିବାର ଏକ ମାଧ୍ୟମ ପାଲଟିଛି । ଆଜି ଏହି କ୍ଷେତ୍ରରେ ଆନିମେଟରମାନଙ୍କ ସହିତ କଥାକାର, ଲେଖକ, ପ୍ରଚ୍ଛଦପଟ ସ୍ୱର ବିଶେଷଜ୍ଞ, ସଙ୍ଗୀତଜ୍ଞ, Game Developers, ଆଭାସୀ ବାସ୍ତବିକତା ବିଶେଷଜ୍ଞମାନଙ୍କ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ତେଣୁ, ନିଜର ସୃଜନଶୀଳତାର ବିକାଶ ପାଇଁ ମୁଁ ଭାରତୀୟ ଯୁବବର୍ଗଙ୍କୁ ଆହ୍ୱାନ କରୁଛି । କିଏ ଜାଣେ, ବିଶ୍ୱର ପରବର୍ତ୍ତୀ ସୁପରହିଟ୍ ଆନିମେଶନ୍ ଆପଣଙ୍କ କମ୍ପ୍ୟୁଟରରୁ ସୃଷ୍ଟି ହୋଇପାରେ! ହୁଏତ ପରବର୍ତ୍ତୀ ଭାଇରାଲ୍ ଗେମ୍ ଆପଣଙ୍କ ସୃଜନ ହୋଇପାରେ! ଶିକ୍ଷାତ୍ମକ ଆନିମେଶନରେ ଆପଣଙ୍କ ନବସୃଜନ ବଡ଼ ସଫଳତା ଲାଭ କରିପାରେ । ଚଳିତ ଅକ୍ଟୋବର ୨୮ ତାରିଖ, ଅର୍ଥାତ୍ ଆସନ୍ତା କାଲି ବିଶ୍ୱ ଆନିମେଶନ୍ ଦିବସ ମଧ୍ୟ ପାଳିତ ହେବାକୁ ଯାଉଛି । ଆସନ୍ତୁ, ଆମେ ସମସ୍ତେ ଭାରତକୁ ଗ୍ଲୋବାଲ୍ ଆନିମେଶନ୍ ପାୱାର ହାଉସରେ ପରିଣତ କରିବାକୁ ସଂକଳ୍ପ ଗ୍ରହଣ କରିବା ।
ମୋର ପ୍ରିୟ ଦେଶବାସୀଗଣ, ସଫଳତାର ମନ୍ତ୍ର ପ୍ରଦାନ କରି ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ – କୌଣସି ଏକ ବିଚାରଧାରା (ବା ଆଇଡିଆ) ଗ୍ରହଣ କରନ୍ତୁ । ସେହି ବିଚାରଧାରାକୁ ନିଜ ଜୀବନରେ ସମାହିତ କରିଦିଅନ୍ତୁ । ସଦାସର୍ବଦା ସେ ବିଷୟରେ ଚିନ୍ତା କରନ୍ତୁ, ତାହାର ସ୍ୱପ୍ନ ଦେଖନ୍ତୁ ତାହାକୁ ନିଜ ଜୀବନର ଅଙ୍ଗ କରିନିଅନ୍ତୁ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ମଧ୍ୟ ସଫଳତାର ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିଛି । ଏହି ଅଭିଯାନ ଆମ ସାମୂହିକ ଚେତନାର ଅଂଶ ପାଲଟିଯାଇଛି । ନିରନ୍ତର ଭାବେ, ପ୍ରତିମୁହୂର୍ତ୍ତରେ ଏହା ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛି । ଆତ୍ମନିର୍ଭରତା କେବଳ ଆମର ନୀତି ନୁହେଁ, ଆମର Passionରେ ପରିଣତ ହୋଇସାରିଲାଣି । ବେଶୀ ନୁହେଁ, ମାତ୍ର ୧୦ ବର୍ଷ ପୂର୍ବ କଥା । ସେତେବେଳେ ଯଦି କେହି କହୁଥିଲା ଯେ, କୌଣସି ଜଟିଳ କାରିଗରୀ କୌଶଳକୁ ଭାରତରେ ବିକଶିତ କରାଯାଉ, ଏକଥା ଉପରେ କିଛି ଲୋକ ବିଶ୍ୱାସ କରୁନଥିଲେ ତ କିଛି ଏହାକୁ ପରିହାସ କରୁଥିଲେ । କିନ୍ତୁ ଆଜି ସେହି ଲୋକେ ଦେଶର ସଫଳତାକୁ ଦେଖି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ଆତ୍ମନିର୍ଭର ହୋଇଚାଲିଛି ଭାରତ, ପ୍ରତ୍ୟେକ କ୍ଷେତ୍ରରେ କରିଚାଲିଛି ଚମତ୍କାର ପ୍ରଦର୍ଶନ । ଆପଣମାନେ ଚିନ୍ତା କରନ୍ତୁ, ଦିନେ ମୋବାଇଲ୍ ଫୋନ୍ ଆମଦାନୀ କରୁଥିବା ଭାରତ, ଆଜି, ବିଶ୍ୱର ଦ୍ୱିତୀୟ ସର୍ବବୃହତ ଉତ୍ପାଦନକାରୀ ହୋଇଯାଇଛି । ଦିନେ, ବିଶ୍ୱରେ ସର୍ବାଧିକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଥିବା ଭାରତ, ଆଜି ୮୫ଟି ଦେଶକୁ ରପ୍ତାନୀ ମଧ୍ୟ କରୁଛି । ମହାକାଶ ବିଜ୍ଞାନରେ ଭାରତ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିପାରିଥିବା ପ୍ରଥମ ଦେଶ ହୋଇଯାଇଛି । ଆଉ ଗୋଟିଏ କଥା ତ ମୋତେ ସବୁଠୁ ଭଲ ଲାଗେ ଯେ, ଆତ୍ମନିର୍ଭରଶୀଳତାର ଏହି ଅଭିଯାନ, ଏବେ କେବଳ ସରକାରୀ ଅଭିଯାନ ହୋଇ ରହିନାହିଁ, ଏବେ ଆତ୍ମନିର୍ଭର ଭାରତ ଅଭିଯାନ, ଗୋଟିଏ ଜନଆନ୍ଦୋଳନରେ ପରିଣତ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ଏହା ସଫଳତା ଲାଭ କରିଚାଲିଛି । ଯେମିତିକି ଚଳିତ ମାସରେ ଲଦ୍ଦାଖର ହାନଲେରେ ଆମେ ଏସିଆର ସବୁଠାରୁ ବଡ଼ ଇମେଜିଂ ଟେଲିସ୍କୋପ MACE ବା ଚିତ୍ର-ଉତ୍ତୋଳନକାରୀ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଉଦଘାଟନ କରିଛୁ । ଏହା ୪୩୦୦ ମିଟର ଉଚ୍ଚତାରେ ଅବସ୍ଥିତ । ଏହାର ବିଶେଷତ୍ୱ କ’ଣ – ଜାଣିଛନ୍ତି କି ? ଏହା ଭାରତରେ ନିର୍ମିତ । ଚିନ୍ତା କରନ୍ତୁ, ଯେଉଁଠି ତାପମାତ୍ରା ମାଇନସ୍ ୩୦ ଡିଗ୍ରୀ, ଯେଉଁଠି ଅମ୍ଳଜାନର ଅଭାବ ରହିଛି, ସେଠାରେ ଆମର ବୈଜ୍ଞାନିକ ଏବଂ ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ତାହା କରିଦେଖାଇଛନ୍ତି, ଯାହା ଏସିଆର କୌଣସି ଦେଶ କରିନାହାନ୍ତି । ହାନଲେର ଦୂରବୀକ୍ଷଣ ଯନ୍ତ୍ର ହୁଏତ ଦୂର ଦୁନିଆକୁ ଦେଖୁଛି, କିନ୍ତୁ ଆମକୁ ଦର୍ଶାଉଛି – ଆତ୍ମନିର୍ଭର ଭାରତର ଶକ୍ତି ।
ବନ୍ଧୁଗଣ, ମୁଁ ଚାହୁଁଚି ଯେ ଆପଣ ମଧ୍ୟ ଗୋଟିଏ କାମ ନିଶ୍ଚିତ ଭାବେ କରନ୍ତୁ । ଆତ୍ମନିର୍ଭର ଭାରତର ଅଧିକରୁ ଅଧିକ ଉଦାହରଣ, ଏବଂ ଏଭଳି ପ୍ରୟାସଗୁଡ଼ିକ ସମ୍ପର୍କରେ ଶେୟାର୍ କରନ୍ତୁ । ନିଜ ନିଜ ଆଖପାଖରେ କ’ଣ ସବୁ ନୂଆ Innovation ଦେଖୁଛନ୍ତି, କେଉଁ ସ୍ଥାନୀୟ ଷ୍ଟାର୍ଟଅପ୍ ଆପଣଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଛି, ଏହି ତଥ୍ୟକୁ #AatmanirbharInnovation ସହ ସାମାଜିକ ଗଣମାଧ୍ୟମରେ ଲେଖନ୍ତୁ ଏବଂ ଆତ୍ମନିର୍ଭର ଭାରତର ଉତ୍ସବ ପାଳନ କରନ୍ତୁ । ଏ ପାର୍ବଣ ଋତୁରେ ତ ଆମେ ସମସ୍ତେ ଆତ୍ମନିର୍ଭର ଭାରତର ଏହି ଅଭିଯାନକୁ ଅଧିକ ମଜଭୁତ କରିଥାଉ । ଆମେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ସହିତ ନିଜର କିଣାକିଣି କରିଥାଉ । ଏହା ହେଉଛି ନୂଆ ଭାରତ, ଯେଉଁଠି ଅସମ୍ଭବ ହେଉଛି କେବଳ ଏକ ଆହ୍ୱାନ, ଯେଉଁଠି ମେକ୍ ଇନ୍ ଇଣ୍ଡିଆ ଏବେ ମେକ୍ ଫର୍ ଦି ୱାର୍ଲଡ ହୋଇଯାଇଛି, ଯେଉଁଠି ପ୍ରତ୍ୟେକ ନାଗରିକ ଜଣେ ଜଣେ Innovator, ଯେଉଁଠି ପ୍ରତ୍ୟେକ ଆହ୍ୱାନ ଏକ ସୁଯୋଗ । ଆମକୁ କେବଳ ଯେ ଭାରତକୁ ଆତ୍ମନିର୍ଭର କରିବାର ନାହିଁ, ବରଂ ନିଜ ଦେଶକୁ ଉଦ୍ଭାବନର ବିଶ୍ୱଶକ୍ତି ଭାବେ ମଜଭୁତ କରିବାର ଅଛି ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣଙ୍କୁ ଏକ ଅଡିଓ ଶୁଣାଉଛି ।
ଟ୍ରାନ୍ସକ୍ରିପ୍ସନ ଅଡିଓ ବାଇଟ୍
ଠକ କଲର୍ ୧ : ହେଲୋ
ପୀଡ଼ିତ : ସାର୍ ନମସ୍ତେ ସାର୍
ଠକ କଲର୍ ୧ : ନମସ୍ତେ
ପୀଡ଼ିତ : ସାର୍, କହନ୍ତୁ ସାର୍
ଠକ କଲର୍ ୧ : ଦେଖନ୍ତୁ ଆପଣ ଏ ଯେଉଁ ଏଫ୍ଆଇର୍ ନମ୍ବର ମୋତେ ପଠାଇଛନ୍ତି, ଏହି ନମ୍ବର ବିରୋଧରେ ୧୭ଟି ଅଭିଯୋଗ ଆମ ପାଖରେ ଅଛି, ଆପଣ ଏହି ନମ୍ବର ବ୍ୟବହାର କରୁଛନ୍ତି କି ?
ପୀଡ଼ିତ : ମୁଁ ଏହାକୁ ବ୍ୟବହାର କରେନି ସାର୍
ଠକ କଲର୍ ୧ : ଏବେ କୋଉଠୁ କଥା ହେଉଛନ୍ତି ?
ପୀଡ଼ିତ : ସାର୍ କର୍ଣ୍ଣାଟକ ସାର୍, ଏବେ ଘରେ ଅଛି ସାର୍
ଠକ କଲର୍ ୧ : ଓକେ, ଆପଣ ନିଜର ଷ୍ଟେଟ୍ମେଣ୍ଟ୍ ରେକର୍ଡ କରନ୍ତୁ ଯେପରିକି ଏହି ନମ୍ବରକୁ ବ୍ଲକ୍ କରିହେବ। ଭବିଷ୍ୟତରେ ଯେପରିକି ଆପଣଙ୍କର କିଛି ଅସୁବିଧା ହେବନାହିଁ, ଓକେ
ପୀଡ଼ିତ : ହଁ ସାର୍
ଠକ କଲର୍ ୧ : ଏବେ ମୁଁ ଆପଣଙ୍କୁ କନେକ୍ଟ୍ କରୁଛି, ଇଏ ଆପଣଙ୍କର ଇନ୍ଭେଷ୍ଟିଗେସନ ଅଫିସର୍ । ଆପଣ ନିଜର ଷ୍ଟେଟ୍ମେଣ୍ଟ ରେକର୍ଡ କରନ୍ତୁ ଯେଭଳି ଏହି ନମ୍ବରକୁ ବ୍ଲକ୍ କରିଦିଆଯିବ, ଓକେ
ପୀଡ଼ିତ : ହଁ ସାର୍
ଠକ କଲର୍ ୧ : ହଁ ଆଜ୍ଞା କହନ୍ତୁ, କ’ଣ ମୁଁ କାହା ସହ କଥା ହଉଛି ? ଆପଣଙ୍କ ଆଧାର କାର୍ଡ ମୋତେ ଦେଖାନ୍ତୁ, ଭେରିଫାଏ କରିବା ପାଇଁ ... କହନ୍ତୁ
ପୀଡ଼ିତ : ସାର୍ ମୋ ପାଖରେ ଏବେ ନାହିଁ ସାର୍ ଆଧାର କାର୍ଡ ସାର୍...ପ୍ଲିଜ୍ ସାର୍
ଠକ କଲର୍ ୧ : ଆପଣଙ୍କର ଫୋନ୍ରେ ଅଛି କି ?
ପୀଡ଼ିତ : ନା ସାର୍
ଠକ କଲର୍ ୧ : ଫୋନରେ ଆଧାର କାର୍ଡର କୌଣସି ଫଟୋ ନାହିଁ କି ?
ପୀଡ଼ିତ : ନାହିଁ ସାର୍
ଠକ କଲର୍ ୧ : ନମ୍ବର ମନେ ଅଛି ଆପଣଙ୍କର ?
ପୀଡ଼ିତ : ନାଇଁ ସାର୍, ନମ୍ବର ବି ମନେ ନାହିଁ ସାର୍
ଠକ କଲର୍ ୧ : ଆମକୁ କେବଳ ଭେରିଫାଏ କରିବାର ଅଛି, ଓକେ, କେବଳ ଭେରିଫାଏ କରିବା ପାଇଁ
ପୀଡ଼ିତ : ନା ସାର୍
ଠକ କଲର୍ ୧ : ଆପଣ ଡରନ୍ତୁନି ଡରନ୍ତୁନି, ଯଦି କିଛି ଭୁଲ୍ କରିନାହାନ୍ତି ତାହେଲେ ଆପଣ ଡରନ୍ତୁନି
ପୀଡ଼ିତ : ହଁ ସାର୍ ହଁ ସାର୍
ଠକ କଲର୍ ୧ : ଆପଣଙ୍କ ପାଖରେ ଆଧାର କାର୍ଡ ଅଛି ତ ମୋତେ ଦେଖାନ୍ତୁ ଭେରିଫାଏ କରିବା ପାଇଁ
ପୀଡ଼ିତ : ନା ସାର୍ .. ନା ସାର୍ .. ମୁଁ ଗାଁକୁ ଆସିଛି ସାର୍ .. ସେଇଠି ଘରେ ଅଛି ସାର୍
ଠକ କଲର୍ ୧ : ଓକେ
ଦ୍ୱିତୀୟ ସ୍ୱର : ମେ ଆଇ କମ୍ ଇନ୍ ସାର୍
ଠକ କଲର୍ ୧ : କମ୍ ଇନ୍
ଠକ କଲର୍ ୨ : ଜୟ ହିନ୍ଦ୍
ଠକ କଲର୍ ୧ : ଜୟ ହିନ୍ଦ୍
ଠକ କଲର୍ ୧ : ଏ ଲୋକର One sided ଭିଡିଓ କଲ୍ ରେକର୍ଡ କର ପ୍ରୋଟୋକଲ୍ ଅନୁସାରେ ... ଓକେ
//////////
ଏଇ ଅଡିଓ କେବଳ ସୂଚନା ପାଇଁ ନୁହେଁ, ଏହା କୌଣସି ମନୋରଞ୍ଜନଧର୍ମୀ ଅଡିଓ ନୁହେଁ, ଏକ ଗଭୀର ଚିନ୍ତାକୁ ନେଇ ଏହି ଅଡିଓ ଆସିଛି । ଆପଣ ଏବେ ଯେଉଁ କଥାବାର୍ତ୍ତା ଶୁଣିଲେ, ତାହା ଏକ ଡିଜିଟାଲ୍ ଆରେଷ୍ଟ୍ର ଠକେଇ ଅଟେ । ଏହି କଥାବାର୍ତ୍ତା ଜଣେ ପୀଡ଼ିତ ଓ ଠକ ମଧ୍ୟରେ ହୋଇଥିଲା । ଡିଜିଟାଲ୍ ଆରେଷ୍ଟ୍ ଠକେଇରେ ଫୋନ୍ କରୁଥିବା ଠକ କେବେ ପୁଲିସ, ସିବିଆଇ, କେବେ ନାର୍କୋଟିକ୍ସ ତ ଆଉ କେବେ ଆର୍ବିଆଇ, ଏଭଳି ବିଭିନ୍ନ ପ୍ରକାରର ଅଧିକାରୀର ମିଛ ପରିଚୟ ଦେଇ ବଡ଼ ଆତ୍ମବିଶ୍ୱାସର ସହ କଥା ହୋଇଥାନ୍ତି । ‘ମନ୍ କି ବାତ୍’ର ବହୁତ ଶ୍ରୋତା ମୋତେ କହିଛନ୍ତି ଯେ ଏ ନେଇ ନିଶ୍ଚିତ ଭାବେ ଚର୍ଚ୍ଚା କରାଯିବା ଦରକାର । ଆସନ୍ତୁ, ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ଏହି ଠକାମି କରୁଥିବା ଲୋକେ କିପରି କାମ କରନ୍ତି; ଏହି ବିପଦଜନକ ଖେଳ କ’ଣ? ଆପଣ ନିଜେ ବୁଝିବା ଜରୁରୀ ଆଉ ଅନ୍ୟକୁ ବୁଝାଇବା ମଧ୍ୟ ସେତିକି ଆବଶ୍ୟକ । ପ୍ରଥମ କୌଶଳରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସବୁକୁ ସେମାନେ ସଂଗ୍ରହ କରନ୍ତି ଯେମିତିକି – “ଆପଣ ଗତମାସରେ ଗୋଆ ଯାଇଥିଲେ କି ନାହିଁ ? ଆପଣଙ୍କ ଝିଅ ଦିଲ୍ଲୀରେ ପଢ଼ୁଛି କି ନାହିଁ ?” ସେମାନେ ଆପଣଙ୍କ ବିଷୟରେ ଏତେ ତଥ୍ୟ ସଂଗ୍ରହ କରନ୍ତି ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଦ୍ୱିତୀୟ କୌଶଳରେ ସରକାରୀ କାର୍ଯ୍ୟାଳୟ ପରି Set up ଏବଂ Uniform ପ୍ରଦର୍ଶନ କରି ଭୟର ପରିବେଶ ସୃଷ୍ଟି କରିଥାନ୍ତି ତଥା ଆଇନର ବିଭିନ୍ନ ଧାରାର ଆଳରେ ସେମାନେ ଆପଣଙ୍କୁ ଫୋନରେ କଥାରେ କଥାରେ ଏତେ ଡରାଇ ଦେବେ ଯେ ଆପଣ ଚିନ୍ତା ବି କରିପାରିବେ ନାହିଁ । ଶେଷରେ ଆରମ୍ଭ ହୁଏ ତୃତୀୟ କୌଶଳ, ସମୟ ଚାପର ପ୍ରୟୋଗ ଯେମିତିକି, “ଏବେ ନିଷ୍ପତ୍ତି ନେବାକୁ ହେବ, ନଚେତ୍ ଆପଣଙ୍କୁ ଗିରଫ ହେବାକୁ ପଡ଼ିବ ।” ଏ ଲୋକେ ପୀଡ଼ିତ ଉପରେ ଏତେ ମନୋବୈଜ୍ଞାନିକ ଚାପ ପକାନ୍ତି ଯେ ସେ ଅସହାୟ ହୋଇପଡ଼େ । ଡିଜିଟାଲ୍ ଆରେଷ୍ଟ୍ ଭୟର ଶିକାର ହେଉଥିବା ଲୋକଙ୍କ ମଧ୍ୟରେ ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ବୟସର ବ୍ୟକ୍ତି ଥାଆନ୍ତି । ଲୋକେ ଡରିଯାଇ ନିଜର କଷ୍ଟ ଅର୍ଜିତ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । କେବେ ବି ଆପଣଙ୍କ ପାଖକୁ ଯଦି ଏଭଳି କଲ୍ ଆସେ, ତେବେ ଆପଣଙ୍କୁ ଡରିବାର ନାହିଁ । ଆପଣ ଜାଣିବା ଦରକାର ଯେ କୌଣସି ତଦନ୍ତକାରୀ ସଂସ୍ଥା ଫୋନ୍କଲ୍ ବା ଭିଡିଓ କଲ୍ରେ ଏହିଭଳି ପଚରାଉଚୁରା କେବେ ବି କରନ୍ତି ନାହିଁ । ମୁଁ ଆପଣଙ୍କୁ ଡିଜିଟାଲ୍ ସୁରକ୍ଷାର ତିନିଟି ପଦକ୍ଷେପ ସମ୍ପର୍କରେ କହୁଛି । ଏହି ତିନିଟି ପଦକ୍ଷେପ ହେଲା- ଅଟକିଯାଆନ୍ତୁ-ଭାବନ୍ତୁ-ଆକ୍ସନ ନିଅନ୍ତୁ । କଲ୍ ଆସିବା କ୍ଷଣି ‘ଅଟକିଯାନ୍ତୁ’- ବିଚଳିତ ହୁଅନ୍ତୁ ନାହିଁ, ଶାନ୍ତ ରହନ୍ତୁ, ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, କାହାକୁ ନିଜର ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ, ସମ୍ଭବ ହେଲେ ସ୍କ୍ରିନ୍ ସଟ୍ ନିଅନ୍ତୁ ଓ ରେକର୍ଡିଂ ନିଶ୍ଚିତ କରନ୍ତୁ । ଏହାପରେ ଆସେ ଦ୍ୱିତୀୟ ପଦକ୍ଷେପ । ପ୍ରଥମ ପଦକ୍ଷେପ ଥିଲା, ‘ଅଟକିଯାଆନ୍ତୁ’, ଦ୍ୱିତୀୟ ପଦକ୍ଷେପ ହେଲା ‘ଭାବନ୍ତୁ’ । କୌଣସି ସରକାରୀ ସଂସ୍ଥା ଫୋନ୍ରେ ଏଭଳି ଧମକ ଦିଏନାହିଁ କି ଭିଡିଓ କଲ୍ରେ ପଚରାଉଚୁରା କରେ ନାହିଁ କିମ୍ବା ଏଭଳି ଟଙ୍କା ମାଗେ ନାହିଁ । ଯଦି ଡର ଲାଗୁଛି ତ ଭାବନ୍ତୁ ଯେ କିଛି ଗଡ଼ବଡ଼ ଅଛି । ଏ ତ ଗଲା ପ୍ରଥମ ଏବଂ ଦ୍ୱିତୀୟ ପଦକ୍ଷେପ କଥା, ଏବେ ମୁଁ କହୁଛି ତୃତୀୟ ପଦକ୍ଷେପ ସମ୍ପର୍କରେ । ପ୍ରଥମ ପଦକ୍ଷେପରେ ମୁଁ କହିଲି ‘ଅଟକି ଯାଆନ୍ତୁ’, ଦ୍ୱିତୀୟରେ ମୁଁ କହିଲି ‘ଭାବନ୍ତୁ’, ଆଉ ତୃତୀୟରେ କହୁଛି- ‘ଆକ୍ସନ ନିଅନ୍ତୁ’ । ଜାତୀୟ ସାଇବର୍ ହେଲ୍ପଲାଇନ ୧୯୩୦କୁ ଡାଏଲ୍ କରନ୍ତୁ, cybercrime.gov.inରେ ରିପୋର୍ଟ କରନ୍ତୁ, ପରିବାର ଓ ପୁଲିସକୁ ସୂଚନା ଦିଅନ୍ତୁ, ପ୍ରମାଣ ସୁରକ୍ଷିତ ରଖନ୍ତୁ । ‘ଅଟକନ୍ତୁ’, ପରେ ‘ଭାବନ୍ତୁ’, ତା’ପରେ ଆକ୍ସନ୍ ନିଅନ୍ତୁ । ଏହି ତିନୋଟି ପଦକ୍ଷେପ ଆପଣଙ୍କ ଡିଜିଟାଲ୍ ସୁରକ୍ଷାର କବଚ ହୋଇପାରିବ ।
ବନ୍ଧୁଗଣ, ମୁଁ ପୁଣିଥରେ କହୁଛି ଯେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ବ୍ୟବସ୍ଥା ଆଇନରେ ନାହିଁ, ଏହା କେବଳ ଏକ ଫ୍ରଡ୍, ଏକ ଠକେଇ, ମିଛ, ବଦମାସ୍ମାନଙ୍କର ଗୋଷ୍ଠୀ ଅଛି ଏବଂ ଯେଉଁମାନେ ଏଭଳି କରୁଛନ୍ତି ସେମାନେ ସମାଜର ଶତ୍ରୁ । ଡିଜିଟାଲ୍ ଆରେଷ୍ଟ୍ ନାଁରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ନେସନାଲ୍ ସାଇବର୍ କୋ-ଅର୍ଡିନେସନ ସେଣ୍ଟର୍ ପ୍ରତିଷ୍ଠା କରାଯାଇଛି । ସଂସ୍ଥାଗୁଡ଼ିକ ପକ୍ଷରୁ ଏପରି ଠକେଇ କରୁଥିବା ହଜାର ହଜାର ଭିଡିଓ କଲିଂ ଆଇଡିକୁ ବ୍ଲକ୍ କରାଯାଇଛି । ଲକ୍ଷଲକ୍ଷ ସିମ୍ କାର୍ଡ, ମୋବାଇଲ୍ ଫୋନ୍ ଓ ବ୍ୟାଙ୍କ୍ ଖାତାକୁ ମଧ୍ୟ ବ୍ଲକ୍ କରାଯାଇଛି । ସଂସ୍ଥାଗୁଡ଼ିକ ତ ନିଜ କାମ କରୁଛନ୍ତି, କିନ୍ତୁ ଡିଜିଟାଲ୍ ଆରେଷ୍ଟ୍ ନାଁରେ ହେଉଥିବା ଠକେଇରୁ ରକ୍ଷା ପାଇବାକୁ ହେଲେ ସମସ୍ତେ ସଚେତନ ହେବା ନିହାତି ଜରୁରୀ; ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ । ଯେଉଁମାନେ ଏଇଭଳି ସାଇବର ଠକେଇର ଶିକାର ହୋଇଛନ୍ତି, ସେମାନେ ଅଧିକରୁ ଅଧିକ ଲୋକଙ୍କୁ ଏ ବିଷୟରେ ଜଣାଇବା ଦରକାର । ଆପଣ ସଚେତନତା ପାଇଁ #SafeDigitalIndiaର ପ୍ରୟୋଗ କରିପାରିବେ । ମୁଁ ସ୍କୁଲ୍ ଓ କଲେଜଗୁଡ଼ିକୁ ମଧ୍ୟ କହିବି ଯେ ସାଇବର ଠକେଇ ବିରୋଧୀ ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରନ୍ତୁ । ସମାଜରେ ସମସ୍ତଙ୍କ ପ୍ରୟାସରେ ହିଁ ଆମେ ଏହି ଆହ୍ୱାନର ମୁକାବିଲା କରିପାରିବା ।
ମୋର ପ୍ରିୟ ଦେଶବାସୀଗଣ, ଆମର ବହୁତ ସ୍କୁଲ୍ପିଲା କାଲିଗ୍ରାଫି ଅର୍ଥାତ ସୁନ୍ଦର ହସ୍ତାକ୍ଷରରେ ବହୁତ ରୁଚି ରଖନ୍ତି । ଏହା ମାଧ୍ୟମରେ ଆମର ଲେଖା ସଫା, ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ଆଜି ଜାମ୍ମୁକାଶ୍ମୀରରେ ସ୍ଥାନୀୟ ସଂସ୍କୃତିକୁ ଲୋକପ୍ରିୟ କରିବା ପାଇଁ ଏହାର ଉପଯୋଗ ହେଉଛି । ସେଠାକାର ଅନନ୍ତନାଗର ଫିରଦୌସା ବଶିର୍ ଜୀ କାଲିଗ୍ରାଫିରେ ଦକ୍ଷତା ହାସଲ କରିଛନ୍ତି, ଏହା ଜରିଆରେ ସେ ସ୍ଥାନୀୟ ସଂସ୍କୃତିର ବିଭିନ୍ନ ଦିଗକୁ ଲୋକଲୋଚନକୁ ଆଣୁଛନ୍ତି । ଫିର୍ଦୌସା ଜୀଙ୍କ କାଲିଗ୍ରାଫି ସ୍ଥାନୀୟ ଲୋକଙ୍କୁ, ବିଶେଷକରି ଯୁବପିଢ଼ିକୁ ଆକର୍ଷିତ କରୁଛି । ଉଧମପୁରର ଗୋରିନାଥ୍ ଜୀ ମଧ୍ୟ ଠିକ୍ ଏଇଭଳି ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଗୋଟିଏ ଶତାବ୍ଦୀରୁ ଅଧିକ ପୁରୁଣା ସାରଙ୍ଗୀ ମାଧ୍ୟମରେ ଡୋଗରା ସଂସ୍କୃତି ଓ ପରମ୍ପରାର ବିଭିନ୍ନ ରୂପକୁ ସାଇତିବାରେ ଲାଗିଛନ୍ତି । ସାରଙ୍ଗୀର ଧୁନ୍ ସହିତ ସେ ନିଜ ସଂସ୍କୃତି ସହିତ ଜଡ଼ିତ ପ୍ରାଚୀନ କାହାଣୀ ଓ ଐତିହାସିକ ଘଟଣାଗୁଡ଼ିକୁ ଅତି ମନଛୁଆଁ ଭାବରେ କହୁଛନ୍ତି । ଦେଶର ଭିନ୍ନ ଭିନ୍ନ ଭାଗରେ ଆପଣଙ୍କୁ ଏଭଳି ଅନେକ ଅସାଧାରଣ ଲୋକ ମିଳିଯିବେ ଯେଉଁମାନେ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ପାଇଁ ଆଗେଇ ଆସିଛନ୍ତି । ଡି. ବୈକୁଣ୍ଠମ୍ ପ୍ରାୟ ୫୦ ବର୍ଷ ଧରି ଚେରିୟାଲ୍ ଲୋକକଳାକୁ ଲୋକପ୍ରିୟ କରିବା ପାଇଁ ଲାଗିପଡ଼ିଛନ୍ତି । ତେଲଙ୍ଗାନା ରାଜ୍ୟ ସହ ଜଡ଼ିତ ଏହି କଳାକୁ ଆଗେଇନେବା ପାଇଁ ସେ ଅଦ୍ଭୁତ ପ୍ରୟାସ କରୁଛନ୍ତି । ଚୋରିୟାଲ୍ ପେଣ୍ଟିଂ ତିଆରି କରିବାର ପ୍ରକ୍ରିୟା ଅତ୍ୟନ୍ତ ନିଆରା । ଏହା ଗୋଟିଏ Scroll ରୂପରେ କାହାଣୀଗୁଡ଼ିକୁ ସାମନାକୁ ଆଣେ । ଏଥିରେ ଆମ ଇତିହାସ ଓ ପୁରାଣର ସମ୍ପୂର୍ଣ୍ଣ ଝଲକ ଦେଖିବାକୁ ମିଳେ । ଛତିଶଗଡ଼ ନାରାୟଣପୁର ନିବାସୀ ବୁଟଲୁରାମ ମାଥରା ମହାଶୟ ଅବୁଝମାଡ଼ିଆ ଜନଜାତିର ଲୋକକଳାକୁ ସଂରକ୍ଷିତ କରିବାରେ ଲାଗିପଡ଼ିଛନ୍ତି । ଗତ ଚାରି ଦଶନ୍ଧିରୁ ସେ ତାଙ୍କର ଏହି ଅଭିଯାନରେ ଲାଗିଛନ୍ତି । ତାଙ୍କର ଏହି କଳା ‘ବେଟୀ ବଚାଓ, ବେଟୀ ପଢ଼ାଓ’ ଏବଂ ସ୍ୱଚ୍ଛ ଭାରତ ଭଳି ଅଭିଯାନ ସହିତ ଲୋକମାନଙ୍କୁ ଯୋଡ଼ିବାରେ ମଧ୍ୟ ବହୁତ ସହାୟକ ହୋଇଛି ।
ବନ୍ଧୁଗଣ, କାଶ୍ମୀର ବରଫାବୃତ ପାହାଡ଼ଠାରୁ ଆରମ୍ଭକରି ଛତିଶଗଡ଼ର ଜଙ୍ଗଲ ପର୍ଯ୍ୟନ୍ତ ଆମର କଳା ଏବଂ ସଂସ୍କୃତି କେମିତି ନୂଆ ନୂଆ ରଙ୍ଗରେ ଉଦ୍ଭାସିତ ହୋଇଛି ଆମେ ଏବେ ସେ ବିଷୟରେ କଥାହେଉଥିଲେ, କିନ୍ତୁ ଏହି କଥା ଏଇଠି ଶେଷ ହେଉନି । ଆମର ଏହି କଳାର ସୁଗନ୍ଧ ଦୂରଦୂରାନ୍ତ ଯାଏ ବିସ୍ତାର ହେଉଛି । ବିଶ୍ୱର ଭିନ୍ନ ଭିନ୍ନ ଦେଶର ଲୋକମାନେ ଭାରତୀୟ କଳା ଓ ସଂସ୍କୃତି ଦ୍ୱାରା ମନ୍ତ୍ରମୁଗ୍ଧ ହେଉଛନ୍ତି । ମୁଁ ଯେତେବେଳେ ଆପଣମାନଙ୍କୁ ଉଧମପୁରରେ ଗୁଞ୍ଜରି ଉଠୁଥିବା ସାରଙ୍ଗୀ କଥା କହୁଥିଲି, ସେତେବେଳେ ମନେପଡୁଥିଲା ଯେ କେମିତି ହଜାର ହଜାର ମାଇଲ୍ ଦୂରରେ ଋଷର ସହର ୟାକୁଟସ୍କରେ ମଧ୍ୟ ଭାରତୀୟ କଳାର ମଧୁର ଧ୍ୱନି ଗୁଞ୍ଜରିତ ହେଉଛି । କଳ୍ପନା କରନ୍ତୁ ତ, ଭୀଷଣ ଶୀତରେ, ମାଇନସ ୬୫ ଡିଗ୍ରୀ ତାପମାତ୍ରା, ଚାରିଆଡ଼େ ବରଫର ଧଳା ଚାଦର, ଆଉ ସେଠାକାର ଗୋଟିଏ ମଞ୍ଚରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଦେଖୁଛନ୍ତି – କାଳିଦାସଙ୍କର “ଅଭିଜ୍ଞାନ ଶାକୁନ୍ତଳମ୍” । ଆପଣ ଭାବିପାରୁଛନ୍ତି ? ଦୁନିଆର ସବୁଠୁଁ ଥଣ୍ଡା ସହର ୟାକୁଟସ୍କରେ ଭାରତୀୟ ସାହିତ୍ୟର ମାଧୁର୍ଯ୍ୟ । ଏ ଖାଲି କଳ୍ପନା ନୁହେଁ, ଆମକୁ ଗର୍ବ ଓ ଆନନ୍ଦରେ ଅଭିଭୂତ କଲାଭଳି ନିଚ୍ଛକ ସତ୍ୟ ।
ବନ୍ଧୁଗଣ କିଛି ସପ୍ତାହ ପୂର୍ବରୁ ମୁଁ ଲାଓସ୍ ମଧ୍ୟ ଯାଇଥିଲି । ସେ ନବରାତ୍ରିର ସମୟ ଥିଲା ଏବଂ ମୁଁ ସେଠାରେ କିଛି ଅଦ୍ଭୁତ କଥା ଦେଖିଲି । ସ୍ଥାନୀୟ କଳାକାରମାନେ “ଫଲକ୍ ଫଲମ୍” ପରିବେଷଣ କରୁଥିଲେ – ‘ଲାଓସର ରାମାୟଣ’ । ତାଙ୍କ ଆଖିରେ ସେହିଭଳି ଭକ୍ତି ଥିଲା, ସ୍ୱରରେ ସେହି ସମର୍ପଣ ଥିଲା ଯେମିତି ଆମମାନଙ୍କର ଆମ ରାମାୟଣ ପ୍ରତି ଥାଏ । ସେହିଭଳି କୁୱେତରେ ଶ୍ରୀ ଅବଦୁଲ୍ଲା ଅଲବାରୁନ୍ ରାମାୟଣ ଓ ମହାଭାରତର ଅରବୀ ଭାଷାରେ ଅନୁବାଦ କରିଛନ୍ତି । ଏହି କାମଟି ଖାଲି ଅନୁବାଦ ନୁହେଁ, ବରଂ ଦୁଇଟି ମହାନ୍ ସଂସ୍କୃତି ମଧ୍ୟରେ ଏକ ସଂଯୋଗ ସେତୁ । ତାଙ୍କର ଏହି ପ୍ରୟାସ ଆରବ୍ ଜଗତରେ ଭାରତୀୟ ସାହିତ୍ୟ ପ୍ରତି ଏକ ନୂତନ ଭାବଧାରା ସୃଷ୍ଟି କରୁଛି । ପେରୁରେ ଆଉ ଏକ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ – ଏରଲିନ୍ଦା ଗାର୍ସିଆ ସେଠାକାର ଯୁବବର୍ଗଙ୍କୁ ଭାରତନାଟ୍ୟମ୍ ଶିକ୍ଷା ଦେଉଛନ୍ତି ଏବଂ ମାରିଆ ବାଲଦେସ୍ ଓଡ଼ିଶୀ ନୃତ୍ୟର ପ୍ରଶିକ୍ଷଣ ଦେଉଛନ୍ତି । ଏହି କଳାଗୁଡ଼ିକ ଦ୍ୱାରା ପ୍ରଭାବିତ ହୋଇ ଦକ୍ଷିଣ ଆମେରିକାର ଅନେକ ଦେଶରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ପ୍ରବଳ ଆକର୍ଷଣ ଦେଖାଯାଉଛି ।
ବନ୍ଧୁଗଣ, ବିଦେଶ ଭୂମିରେ ଭାରତର ଏହି ଉଦାହରଣ ଦର୍ଶାଇଦିଏ ଯେ ଭାରତୀୟ ସଂସ୍କୃତିର ଶକ୍ତି ଅଦ୍ଭୁତ । ଏହା କ୍ରମାଗତ ଭାବରେ ବିଶ୍ୱକୁ ନିଜ ଆଡ଼କୁ ଆକର୍ଷିତ କରିଚାଲିଛି ।
“ଯେଉଁଠି ଅଛି କଳା, ସେଇଠି ଅଛି ଭାରତ”
“ଯେଉଁଠି ଅଛି ସଂସ୍କୃତି, ସେଇଠି ଅଛି ଭାରତ ।”
ଆଜି ସାରା ବିଶ୍ୱର ଲୋକ ଭାରତକୁ ଜାଣିବାକୁ ଚାହୁଁଛନ୍ତି, ଭାରତର ଲୋକମାନଙ୍କୁ ଜାଣିବାକୁ ଚାହୁଁଛନ୍ତି । ତେଣୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ ଯେ ଆପଣଙ୍କ ଆଖପାଖର ସାଂସ୍କୃତିକ ଘଟଣାଗୁଡ଼ିକୁ #CulturalBridgesରେ ସେୟାର୍ କରନ୍ତୁ । ଏହିଭଳି ଉଦାହରଣଗୁଡ଼ିକ ଆମେ ‘ମନ୍ କି ବାତ୍’ରେ ଭବିଷ୍ୟତରେ ବି ଆଲୋଚନା କରିବା ।
ମୋର ପ୍ରିୟ ଦେଶବାସୀଗଣ, ଦେଶର ଅନେକାଂଶରେ ଶୀତଋତୁ ଆରମ୍ଭ ହୋଇଗଲାଣି, କିନ୍ତୁ Fitnesse Passion, Fit Indiae Spirit– ଏସବୁର କୌଣସି ଋତୁରେ କିଛି ଫରକ୍ ପଡ଼େନି । ଯାହାର ଫିଟ୍ ରହିବାର ଅଭ୍ୟାସ ଅଛି ସେ ଶୀତ, ଗ୍ରୀଷ୍ମ, ବର୍ଷା କିଛି ବି ଦେଖେନି । ମୁଁ ଖୁସି ଯେ ଭାରତର ଲୋକମାନେ ଏବେ ଫିଟନେସ ପ୍ରତି ଖୁବ୍ ସଚେତନ ହେଲେଣି । ଆପଣମାନେ ମଧ୍ୟ ଦେଖୁଥିବେ ଯେ ଆପଣଙ୍କ ଆଖପାଖର ପାର୍କମାନଙ୍କରେ ଲୋକମାନଙ୍କ ସଂଖ୍ୟା ବଢ଼ୁଛି । ପାର୍କରେ ବୁଲୁଥିବା ବୟସ୍କ, ନବଯୁବକ ଏବଂ ଯୋଗ କରୁଥିବା ପରିବାରମାନଙ୍କୁ ଦେଖି ମୋତେ ବହୁତ ଖୁସି ଲାଗେ । ମୋର ମନେଅଛି, ଯୋଗଦିବସରେ ମୁଁ ଯେତେବେଳେ ଶ୍ରୀନଗରରେ ଥିଲି, ବର୍ଷା ସତ୍ତ୍ୱେ ବି ଅନେକ ଲୋକ ଯୋଗ ପାଇଁ ଏକତ୍ରିତ ହୋଇଥିଲେ । ଏହି କିଛିଦିନ ତଳେ ଶ୍ରୀନଗରରେ ଯେଉଁ ମାରାଥନ୍ ହେଲା, ସେଥିରେ ମଧ୍ୟ ମୋତେ ଫିଟନେସ ପ୍ରତି ସେହିଭଳି ଉତ୍ସାହ ଦେଖିବାକୁ ମିଳିଲା । ଫିଟ୍ ଇଣ୍ଡିଆର ଏହି ଭାବନା ଏବେ ଏକ ଗଣଆନ୍ଦୋଳନରେ ପରିଣତ ହେଲାଣି ।
ବନ୍ଧୁଗଣ, ଆମର ସ୍କୁଲଗୁଡ଼ିକ ପିଲାମାନଙ୍କର ଫିଟନେସ ପ୍ରତି ଏବେ ଅଧିକ ଧ୍ୟାନ ଦେଉଛନ୍ତି – ଏହାଦେଖି ମଧ୍ୟ ମୋତେ ବହୁତ ଭଲ ଲାଗୁଛି । Fit India 15 School hours ମଧ୍ୟ ଗୋଟିଏ ଅଭିନବ ପ୍ରୟାସ । ସ୍କୁଲଗୁଡ଼ିକ ନିଜର ପ୍ରଥମ ପିରିୟଡର ଉପଯୋଗ ଭିନ୍ନ ଭିନ୍ନ ଫିଟନେସ କାର୍ଯ୍ୟକଳାପ ପାଇଁ କରୁଛନ୍ତି । ଅନେକ ସ୍କୁଲରେ କେଉଁଦିନ ପିଲାମାନଙ୍କୁ ଯୋଗ ଅଭ୍ୟାସ କରାଯାଉଛି, ପୁଣି କେଉଁଦିନ ଏରୋବିକ୍ସର ଶିକ୍ଷା ଦିଆଯାଉଛି, କେତେବେଳେ କ୍ରୀଡ଼ା କୌଶଳ ଉପରେ ବି କାମ ହେଉଛି । କେଉଁଦିନ ଖୋଖୋ, କବାଡ଼ି ଆଦି ପାରମ୍ପରିକ ଖେଳ ଶିଖାଯାଉଛି, ଆଉ ଏସବୁର ପ୍ରଭାବ ମଧ୍ୟ ବହୁତ ବଢ଼ିଆ ହେଉଛି । ଉପସ୍ଥାନ ମଧ୍ୟ ଭଲ ରହୁଛି, ପିଲାମାନଙ୍କର ମନଯୋଗ ଭଲ ରହୁଛି ଏବଂ ତାଙ୍କୁ ମଜା ବି ଲାଗୁଛି ।
ବନ୍ଧୁଗଣ, ମୁଁ ସୁସ୍ଥତାର ଏହି ଶକ୍ତିକୁ ସବୁଠାରେ ଦେଖୁଛି । ‘ମନ୍ କି ବାତ୍’ର ବହୁତ ଶ୍ରୋତାମାନେ ମଧ୍ୟ ସେମାନଙ୍କର ଅନୁଭୂତି ମୋତେ ଜଣାଇଛନ୍ତି । କିଛି ଲୋକ ତ ବହୁତ ଋଚିପୂର୍ଣ୍ଣ ପ୍ରୟୋଗ କରୁଛନ୍ତି । ଉଦାହରଣ Family Fitness hour ଅର୍ଥାତ୍ ଗୋଟିଏ ପରିବାର ପ୍ରତ୍ୟେକ ସପ୍ତାହରେ ଗୋଟିଏ ଘଣ୍ଟା Family Fitness Activity ପାଇଁ ରଖୁଛନ୍ତି । ଆଉ ଗୋଟିଏ ଉଦାହରଣ ହେଲା – Indigenous Games Revival, ଅର୍ଥାତ୍ କେତେକ ପରିବାର ପିଲାମାନଙ୍କୁ ପାରମ୍ପରିକ ଖେଳ ଖେଳାଉଛନ୍ତି । ଆପଣ ମଧ୍ୟ ଆପଣଙ୍କ Fitness Routine ସମ୍ବନ୍ଧୀୟ ଅନୁଭୂତିକୁ #FitIndia ନାମରେ ସୋସିଆଲ ମିଡିଆରେ ନିଶ୍ଚୟ ସେୟାର୍ କରନ୍ତୁ । ମୁଁ ଦେଶର ଲୋକମାନଙ୍କୁ ଗୋଟିଏ ଜରୁରୀ ସୂଚନା ଦେବାକୁ ଚାହେଁ । ଏ ବର୍ଷ ୩୧ ଅକ୍ଟୋବର ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଦିନରେ ହିଁ ଦୀପାବଳୀ ପଡ଼ୁଛି । ଆମେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଇଁ ‘Run for Unity’ର ଆୟୋଜନ ମଧ୍ୟ କରନ୍ତି । ଦୀପାବଳୀ ଯୋଗୁଁ ଏ ବର୍ଷ ୨୯ ଅକ୍ଟୋବର ମଙ୍ଗଳବାର ଦିନ ‘Run for Unity’ ଆୟୋଜନ କରାଯିବ । ମୋର ଅନୁରୋଧ ବହୁସଂଖ୍ୟାରେ ଏଥିରେ ଯୋଗଦାନ କରନ୍ତୁ – ଦେଶର ଏକତାର ମନ୍ତ୍ର ସହିତ ଫିଟନେସର ମନ୍ତ୍ରକୁ ମଧ୍ୟ ସବୁଆଡ଼େ ପ୍ରଚାର କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜିପାଇଁ ଏତିକି । ଆପଣ ନିଜର ମତାମତ ନିଶ୍ଚୟ ପଠାନ୍ତୁ । ଏ ହେଉଛି ଉତ୍ସବର ସମୟ । ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଧନତେରସ୍, ଦୀପାବଳୀ, ଛଟପୂଜା, ଗୁରୁନାନକ ଜୟନ୍ତୀ ଏବଂ ସମସ୍ତ ପର୍ବ ପାଇଁ ବହୁତ ଶୁଭକାମନା । ଆପଣମାନେ ସମସ୍ତେ ଉତ୍ସାହର ସହିତ ଉତ୍ସବ ପାଳନ କରନ୍ତୁ – ଭୋକାଲ ଫର ଲୋକାଲ ମନ୍ତ୍ରକୁ ମନେରଖନ୍ତୁ । ଚେଷ୍ଟା କରନ୍ତୁ ଯେମିତି ପର୍ବ ସମୟରେ ଆପଣଙ୍କ ଘରକୁ ସ୍ଥାନୀୟ ଦୋକାନୀମାନଙ୍କଠାରୁ ସାମଗ୍ରୀ ଆସିବ । ପୁଣିଥରେ ଆପଣ ସମସ୍ତଙ୍କୁ ଆଗାମୀ ପର୍ବଗୁଡ଼ିକର ବହୁତ ବହୁତ ଅଭିନନ୍ଦନ । ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।
ବନ୍ଧୁଗଣ, ମୁଁ ଆଜି ଦୂରଦର୍ଶନ, ପ୍ରସାରଭାରତୀ ଏବଂ ଆକାଶବାଣୀ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଶଂସା କରୁଛି । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ‘ମନ୍ କି ବାତ୍’ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି । ମୁଁ ବିଭିନ୍ନ ଟିଭି ଚ୍ୟାନେଲ, ଆଞ୍ଚଳିକ ଟିଭି ଚ୍ୟାନେଲମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି, ଯେଉଁମାନେ ଏହାର ନିୟମିତ ଭାବେ ପ୍ରସାରଣ କରିଛନ୍ତି । ‘ମନ୍ କି ବାତ୍’ ମାଧ୍ୟମରେ ଆମେ ଯେଉଁ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପିତ କଲୁ, ସେଗୁଡ଼ିକୁ ନେଇ ଅନେକ ମିଡିଆ ହାଉସ୍ ଅଭିଯାନ ଚଳାଇଲେ । ମୁଁ ଛାପା ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି, ଯିଏ ଏହାକୁ ଘରକୁ ଘର ପହଞ୍ଚାଇଲେ । ମୁଁ ସେହି ୟୁ-ଟ୍ୟୁବରମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯେଉଁମାନେ ‘ମନ୍ କି ବାତ୍’କୁ ନେଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଦେଶର ୨୨ଟି ଭାଷା ସମେତ ୧୨ଟି ବିଦେଶୀ ଭାଷାରେ ମଧ୍ୟ ଶୁଣାଯାଇପାରିବ । କୌଣସି ଶ୍ରୋତା ‘ମନ୍ କି ବାତ୍’କୁ ନିଜ ଆଞ୍ଚଳିକ ଭାଷାରେ ଶୁଣିଥିବା କଥା କହିଲେ ମୋତେ ଆହୁରି ଖୁସି ଲାଗୁଛି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏକଥା ଜାଣିଥିବେ ଯେ, ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଉପରେ ଆଧାରିତ ଗୋଟିଏ କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯେଉଁଥିରେ ଯେକୌଣସି ବ୍ୟକ୍ତି ଅଂଶଗ୍ରହଣ କରିପାରିବେ । ମାଇଗଭ୍.ଇନ୍ କୁ ଯାଇ ଆପଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ଏବଂ ପୁରସ୍କାର ମଧ୍ୟ ଜିତିପାରିବେ । ପବିତ୍ର ମନ ଓ ସମ୍ପୂର୍ଣ୍ଣ ସମର୍ପଣ ଭାବନା ସହିତ ମୁଁ ଏହିଭଳି ଭାବରେ ଭାରତର ଲୋକଙ୍କ ମହାନତାର ପ୍ରଶଂସା କରିବା ପାଇଁ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପୁଣିଥରେ ଆପଣ ସମସ୍ତଙ୍କ ଠାରୁ ଆଶୀର୍ବାଦ କାମନା କରୁଛି । ଦେଶର ସାମୁହିକ ଶକ୍ତିକୁ ଆମେ ସମସ୍ତେ ଏହିଭଳି ଭାବରେ ସେଲିବ୍ରେଟ୍ କରିଚାଲିବା! – ଏହା ହିଁ ଈଶ୍ୱରଙ୍କ ନିକଟରେ, ଜନତା-ଜନାର୍ଦ୍ଦନଙ୍କ ନିକଟରେ ମୋର ପ୍ରାର୍ଥନା ।
ମୋର ପ୍ରିୟ ଦେଶବାସୀଗଣ, ବିଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । ବର୍ଷାଋତୁ ଆମକୁ ମନେ ପକାଇ ଦେଉଛି ଯେ, ଜଳ ସଂରକ୍ଷଣ କରିବା କେତେ ଜରୁରୀ! ବର୍ଷାଦିନେ ସଂଚୟ କରିଥିବା ପାଣି ଜଳ ସଙ୍କଟ ସମୟରେ ବହୁତ ସାହାଯ୍ୟକାରୀ ହୋଇଥାଏ । ଏହା ହିଁ ହେଉଛି ‘କ୍ୟାଚ୍ ଦ ରେନ୍’ ଭଳି ଅଭିଯାନ ପଛର ଭାବନା । ଜଳ ସଂରକ୍ଷଣକୁ ନେଇ ଅନେକ ଲୋକ ନୂଆ ନୂଆ ପ୍ରଚେଷ୍ଟା କରୁଥିବାରୁ ମୁଁ ଖୁସି ଅନୁଭବ କରୁଛି । ଏଭଳି ଗୋଟିଏ ପ୍ରଚେଷ୍ଟା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଝାନସୀଠାରେ । ଆପଣମାନେ ଜାଣିଛନ୍ତି ଯେ, ଝାନସୀ ବୁନ୍ଦେଲଖଣ୍ଡର ଏକ ଅଞ୍ଚଳ, ଏବଂ ଜଳାଭାବ ଏଠାକାର ଏକ ସମସ୍ୟା । ଝାନ୍ସିରେ କିଛି ମହିଳାମାନେ ଘୁରାରୀ ନଈକୁ ନୂତନ ଜୀବନ ପ୍ରଦାନ କରିଛନ୍ତି । ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ । ସେମାନେ ଜଳସାଥି ରୂପେ ଏହି ଅଭିଯାନର ନେତୃତ୍ୱ ଗ୍ରହଣ କରିଛନ୍ତି । ଏହି ମହିଳାମାନେ ମୃତପ୍ରାୟଃ ହୋଇପଡ଼ିଥିବା ଘୁରାରୀ ନଦୀକୁ ଏଭଳି ପୁନର୍ଜୀବିତ କରିଛନ୍ତି, ଯାହାର କେହି କେବେ କଳ୍ପନା କରିନଥିବେ । ଏହି ଜଳସାଥିମାନେ ବସ୍ତାରେ ବାଲି ଭର୍ତ୍ତିକରି ଚେକଡ୍ୟାମ ତିଆରି କଲେ, ବର୍ଷାଜଳକୁ ନଷ୍ଟ ହେବାରୁ ରକ୍ଷା କଲେ ଏବଂ ନଦୀକୁ ଜଳରେ ପରିପୂର୍ଣ୍ଣ କରିଦେଲେ । ଏହି ମହିଳାମାନେ ଶହ ଶହ ଜଳାଶୟ ନିର୍ମାଣ ଏବଂ ସେଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟରେ ଉତ୍ସାହର ସହିତ ସହଯୋଗ କଲେ । ଏହାଦ୍ୱାରା ଏହି ଅଞ୍ଚଳର ଲୋକଙ୍କ ଜଳକଷ୍ଟ ଦୂର ହେବା ସହ ସେମାନଙ୍କ ମୁହଁରେ ହସ ମଧ୍ୟ ଫେରିଆସିଛି ।
ବନ୍ଧୁଗଣ, କେଉଁଠି ନାରୀଶକ୍ତି ଜଳଶକ୍ତି ବୃଦ୍ଧି କରୁଛି, ତ କେଉଁଠି ପୁଣି ଜଳଶକ୍ତି ନାରୀଶକ୍ତିକୁ ସୁଦୃଢ଼ କରୁଛି । ମଧ୍ୟପ୍ରଦେଶର ଦୁଇଟି ଅତ୍ୟନ୍ତ ପ୍ରେରଣାଦାୟୀ ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି । ଏଠାକାର ଡିଣ୍ଡୋରୀର ରୟପୁରା ଗାଁରେ ଗୋଟିଏ ବଡ଼ ପୋଖରୀ ନିର୍ମାଣ ହେବା ଯୋଗୁଁ ଭୂତଳ ଜଳସ୍ତର ବହୁମାତ୍ରାରେ ବୃଦ୍ଧି ପାଇଛି । ଏହାଦ୍ୱାରା ଏହି ଗାଁର ମହିଳାମାନେ ଲାଭାନ୍ୱିତ ହୋଇଛନ୍ତି । ଏଠାକାର ଶାରଦା ଆଜୀବିକା ସ୍ୱୟଂ ସହାୟକ ସମୂହ ସହ ଜଡ଼ିତ ମହିଳାମାନଙ୍କୁ ମତ୍ସ୍ୟପାଳନର ଏକ ନୂଆ ବ୍ୟବସାୟ ମଧ୍ୟ ମିଳିଯାଇଛି । ଏହି ମହିଳାମାନେ ଫିଶ୍ ପାର୍ଲର ମଧ୍ୟ ଆରମ୍ଭ କରିଛନ୍ତି, ଯେଉଁଠି ହେଉଥିବା ମାଛ ବିକ୍ରୟ ଦ୍ୱାରା ସେମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଉଛି । ମଧ୍ୟପ୍ରଦେଶର ଛତରପୁରର ମହିଳାମାନଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ । ଏଠାକାର ଖୋଁପ୍ ନାମକ ଗାଁର ଗୋଟିଏ ବଡ଼ ପୋଖରୀ ଯେତେବେଳେ ଶୁଖିବାକୁ ବସିଲା, ସେତେବେଳେ ଏହି ମହିଳାମାନେ ଏହାକୁ ପୁନର୍ଜୀବିତ କରିବା ପାଇଁ ଅଣ୍ଟା ଭିଡ଼ିଲେ । ହରି ବଗିୟା ସ୍ୱୟଂ ସହାୟତା ସମୂହର ଏହି ମହିଳାମାନେ ଏହି ପୋଖରୀରୁ ବହୁ ପରିମାଣରେ ପଙ୍କ ବାହର କଲେ । ପୋଖରୀରୁ ଉଦ୍ଧାର କରାଯାଇଥିବା ପଙ୍କକୁ ଅନୁର୍ବର ଜମିରେ ପକାଇ ଫଳ ବଗିଚା ସୃଷ୍ଟି କଲେ । ଏହି ମହିଳାମାନଙ୍କ ପରିଶ୍ରମ ଯୋଗୁଁ କେବଳ ଯେ ପୋଖରୀ ଜଳପୂର୍ଣ୍ଣ ହେଲା ତାହା ନୁହେଁ, ବରଂ ଫସଲ ଉତ୍ପାଦନ ମଧ୍ୟ ଯଥେଷ୍ଟ ଅଧିକ ହେଲା । ଦେଶର କୋଣ ଅନୁକୋଣରେ ଜଳ ସଂରକ୍ଷଣ ପାଇଁ ଚାଲିଥିବା ଏଭଳି ପ୍ରଚେଷ୍ଟା ଜଳ ସଙ୍କଟକୁ ଦୂର କରିବାରେ ନିଶ୍ଚୟ ସହାୟକ ହେବ । ଆପଣମାନେ ମଧ୍ୟ ଆପଣଙ୍କ ଆଖପାଖରେ ହେଉଥିବା ଏଭଳି କାର୍ଯ୍ୟରେ ସାମିଲ ହେବେ ବୋଲି ମୋର ବିଶ୍ୱାସ ।
ମୋର ପ୍ରିୟ ଦେଶବାସୀଗଣ, ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ସୀମାନ୍ତବର୍ତ୍ତୀ ଗାଁ ହେଉଛି ଝାଲା । ଯେଉଁଠାରେ ଯୁବବର୍ଗ ନିଜ ଗାଁକୁ ସ୍ୱଚ୍ଛ ରଖିବା ପାଇଁ ଏକ ବିଶେଷ ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନେ ନିଜ ଗାଁରେ ‘ଧନ୍ୟବାଦ ପ୍ରକୃତି’ ବା ଥାଙ୍କ୍ ୟୁ ନେଚର୍ ଅଭିଯାନ ଚଳାଇଛନ୍ତି । ଏହା ଅଧୀନରେ ଗାଁରେ ପ୍ରତିଦିନ ଦୁଇ ଘଣ୍ଟା ସଫେଇ କାର୍ଯ୍ୟ କରାଯାଉଛି । ଗାଁର ରାସ୍ତାଘାଟରେ ପଡ଼ିଥିବା ଅଳିଆକୁ ସଂଗ୍ରହ କରି, ତାହାକୁ ଗାଁ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଯାଉଛି । ଏହାଦ୍ୱାରା ଝାଲା ଗାଁଟି ମଧ୍ୟ ସ୍ୱଚ୍ଛ ହେଉଛି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ବୃଦ୍ଧି ପାଉଛି । ଚିନ୍ତା କରନ୍ତୁ, ଯଦି ପ୍ରତ୍ୟେକ ଗାଁ, ସାହି ବସ୍ତି ନିଜ ଅଞ୍ଚଳରେ ଥାଙ୍କୟୁ ଅଭିଯାନ ଆରମ୍ଭ କରନ୍ତି, ତାହେଲେ କେତେ ବଡ଼ ପରିବର୍ତ୍ତନ ସମ୍ଭବ ହେଇଯିବ!
ବନ୍ଧୁଗଣ, ସ୍ୱଚ୍ଛତାକୁ ନେଇ ପୁଡୁଚେରି ସମୁଦ୍ରକୂଳରେ ମଧ୍ୟ ବଡ଼ ଧରଣର ଅଭିଯାନ ଚାଲିଛି । ସେଠାରେ ରମ୍ୟା ଜୀ ନାମକ ମହିଳା ମାହେ ମ୍ୟୁନିସିପାଲଟି ଓ ତା’ର ଆଖପାଖ ଅଞ୍ଚଳର ଯୁବକଯୁବତୀଙ୍କ ଏକ ଦଳର ନେତୃତ୍ୱ ନେଉଛନ୍ତି । ଏହି ଦଳର ଲୋକେ ନିଜ ପ୍ରଚେଷ୍ଟାରେ ମାହେ ଅଞ୍ଚଳ ଓ ବିଶେଷକରି ସେଠାକାର ବେଳାଭୂମିଗୁଡ଼ିକୁ ସଂପୂର୍ଣ୍ଣ ରୂପେ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି ।
ବନ୍ଧୁଗଣ, ମୁଁ ଏଠାରେ କେବଳ ଦୁଇଟି ପ୍ରୟାସ ବିଷୟରେ ଆଲୋଚନା କରିଛି, କିନ୍ତୁ ଆମ ଆଖପାଖକୁ ଯଦି ଦେଖିବା, ତେବେ ଦେଶର ସବୁ ଅଞ୍ଚଳରେ ‘ସ୍ୱଚ୍ଛତା’କୁ ନେଇ କିଛି ନା କିଛି ନିଆରା ପ୍ରୟାସ ନିଶ୍ଚିତ ଭାବେ ଜାରି ରହିଛି । କିଛିଦିନ ପରେ ଆସୁଥିବା ୨ ଅକ୍ଟୋବରରେ ‘ସ୍ୱଚ୍ଛ ଭାରତ ମିଶନ’ର ଦଶବର୍ଷ ପୂରଣ ହେଉଛି । ଏହି ଅବସରରେ ସେହି ଲୋକମାନେ ଅଭିନନ୍ଦନୀୟ, ଯେଉଁମାନେ ଏହାକୁ ଭାରତୀୟ ଇତିହାସର ଏତେ ବଡ଼ ଜନ-ଆନ୍ଦୋଳନରେ ପରିଣତ କରିଦେଇଛନ୍ତି । ଏହା ମହାତ୍ମା ଗାନ୍ଧୀ ଜୀଙ୍କ ପ୍ରତି ମଧ୍ୟ ପ୍ରକୃତ ଶ୍ରଦ୍ଧାଞ୍ଜଳି, ଯିଏ ଆଜୀବନ ଏହି ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥିଲେ ।
ବନ୍ଧୁଗଣ, ଆଜି ଏହି ‘ସ୍ୱଚ୍ଛ ଭାରତ ମିଶନ’ର ସଫଳତା ଯୋଗୁଁ ହିଁ ‘ୱେଷ୍ଟ୍ ଟୁ ୱେଲ୍ଥ’ର ମନ୍ତ୍ର ଲୋକପ୍ରିୟ ହେଉଛି । ଲୋକେ ‘ରିଡ୍ୟୁସ୍, ରିୟୁଜ୍ ଓ ରିସାଇକଲ୍’ ଉପରେ ଆଲୋଚନା କରୁଛନ୍ତି, ଏହାର ଉଦାହରଣ ଦେଉଛନ୍ତି । ଏବେ କେରଳର କୋଝିକୋଡ଼ରେ ଏଭଳି ଏକ ସୁନ୍ଦର ପ୍ରୟାସ ସମ୍ପର୍କରେ ମତେ ଜାଣିବାକୁ ମିଳିଛି । ସେଠାରେ ଚଉସ୍ତରୀ ବର୍ଷୀୟ ସୁବ୍ରମଣ୍ୟମ୍ ଜୀ ୨୩ ହଜାରରୁ ଅଧିକ ଚଉକିର ମରାମତି କରି ସେଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରିପାରିଛନ୍ତି । ଲୋକେ ତାଙ୍କୁ ‘ରିଡ୍ୟୁସ୍, ରିୟୁଜ୍ ଓ ରିସାଇକଲ୍’, ଅର୍ଥାତ ଟ୍ରିପଲ୍ ଆର୍ ଚାମ୍ପିଅନ ମଧ୍ୟ କହନ୍ତି । ତାଙ୍କର ଏହି ନିଆରା ପ୍ରୟାସକୁ କୋଝିକୋଡ଼ ସିଭିଲ୍ ଷ୍ଟେସନ, ପିଡବ୍ଲ୍ୟୁଡି ଓ ଏଲ୍ଆଇସି କାର୍ଯ୍ୟାଳୟରେ ଆମେ ଦେଖିପାରିବା ।
ବନ୍ଧୁଗଣ, ସ୍ୱଚ୍ଛତାକୁ ନେଇ ଜାରି ଅଭିଯାନ ସହିତ ଆମକୁ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ପଡ଼ିବ ଓ ଏହା ଏଭଳି ଏକ ଅଭିଯାନ ଯାହା କୌଣସି ଦିନକର ନୁହେଁ କି ବର୍ଷକର ନୁହେଁ, ଏହା ଯୁଗଯୁଗ ଧରି ନିରନ୍ତର କରିବା ଭଳି କାର୍ଯ୍ୟ । ଏହି ‘ସ୍ୱଚ୍ଛତା’ ଯେ ପର୍ଯ୍ୟନ୍ତ ଆମର ସ୍ୱଭାବରେ ପରିଣତ ନ ହୋଇଛି ସେ ପର୍ଯ୍ୟନ୍ତ ଚାଲୁରଖିବା ଭଳି କାମ । ମୋର ଆପଣମାନଙ୍କୁ ସଭିଙ୍କୁ ଅନୁରୋଧ ଯେ ଆପଣ ମଧ୍ୟ ନିଜର ପରିବାର, ବନ୍ଧୁବାନ୍ଧବ, ପଡ଼ୋଶୀ ବା ସହକର୍ମୀଙ୍କ ସହ ମିଶି ସ୍ୱଚ୍ଛତା ଅଭିଯାନରେ ଭାଗୀଦାର ହୁଅନ୍ତୁ । ମୁଁ ପୁଣିଥରେ ‘ସ୍ୱଚ୍ଛ ଭାରତ ମିଶନ’ର ସଫଳତା ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ନିଜର ଐତିହ୍ୟ ପାଇଁ ଗର୍ବ କରୁ; ଆଉ ମୁଁ ସବୁବେଳେ କହେ ‘ବିକାଶ ଭି-ବିରାସତ୍ ଭି’ । ଏହି କାରଣରୁ ନିକଟରେ ମୋର ଆମେରିକା ଗସ୍ତର ଏକ ସ୍ୱତନ୍ତ୍ର ବିଷୟକୁ ନେଇ ମୋ ନିକଟକୁ ବହୁତ ବାର୍ତ୍ତା ଆସୁଛି । ଆମର ପ୍ରାଚୀନ କଳାକୃତିକୁ ଫେରାଇ ଆଣିବାକୁ ନେଇ ପୁଣିଥରେ ବହୁତ ଚର୍ଚ୍ଚା ହେଉଛି । ମୁଁ ଏହାକୁ ନେଇ ଆପଣମାନଙ୍କ ଭାବାବେଗକୁ ବୁଝିପାରୁଛି ଓ ‘ମନ୍ କୀ ବାତ୍’ର ଶ୍ରୋତାଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇବାକୁ ଚାହୁଁଛି ।
ବନ୍ଧୁଗଣ, ମୋର ଆମେରିକା ଗସ୍ତ ସମୟରେ ଆମେରିକୀୟ ସରକାର ଭାରତକୁ ପ୍ରାୟ ୩୦୦ ପ୍ରାଚୀନ କଳାକୃତି ଫେରାଇ ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ବାଇଡେନ ଆତ୍ମୀୟତା ଦେଖାଇ ଡେଲାୱେର୍ର ନିଜ ଘରେ ସେଥିରୁ କେତେକ କଳାକୃତିକୁ ମୋତେ ଦେଖାଇଥିଲେ । ଫେରାଇଥିବା କଳାକୃତି ଟେରାକୋଟା, ପଥର, ହାତୀଦାନ୍ତ, କାଠ, ତମ୍ବା ଓ କଂସା ଇତ୍ୟାଦିରେ ନିର୍ମିତ । ଏଥିରୁ କେତେକ ତ ଚାରିହଜାର ବର୍ଷ ପୁରୁଣା । ଚାରି ହଜାର ବର୍ଷ ପୁରୁଣା କଳାକୃତିଠୁ ଆରମ୍ଭ କରି ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ରହିଥିବା କଳାକୃତିଗୁଡ଼ିକୁ ଆମେରିକା ଫେରାଇଛି- ଏଥିରେ ଫୁଲଦାନି, ଦେବଦେବୀଙ୍କ ଟେରାକୋଟା ପଟ୍ଟିକା, ଜୈନ ତୀର୍ଥଙ୍କରମାନଙ୍କ ପ୍ରତିମା, ଭଗବାନ ବୁଦ୍ଧ ଓ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଅନ୍ତର୍ଭୁକ୍ତ । ଫେରାଯାଇଥିବା ଜିନିଷ ମଧ୍ୟରେ ପଶୁଙ୍କର କେତେକ ଆକୃତି ମଧ୍ୟ ରହିଛି । ପୁରୁଷ ଓ ମହିଳାଙ୍କ ଆକୃତିବିଶିଷ୍ଟ ଜାମ୍ମୁକାଶ୍ମୀରର ଟେରାକୋଟା ଟାଇଲ୍ସ ତ ବହୁତ ଆକର୍ଷଣୀୟ । ଏହା ମଧ୍ୟରେ କଂସା ନିର୍ମିତ ଭଗବାନ ଶ୍ରୀ ଗଣେଶଙ୍କ ପ୍ରତିମା ମଧ୍ୟ ରହିଛି, ଯାହା ଦକ୍ଷିଣ ଭାରତର । ଫେରାଯାଇଥିବା ଜିନିଷ ମଧ୍ୟରେ ଅଧିକ ସଂଖ୍ୟାରେ ଭଗବାନ ବିଷ୍ଣୁଙ୍କ ଛବି ମଧ୍ୟ ରହିଛି । ଏହା ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଭାରତ ସହ ସଂପୃକ୍ତ । ଏହି କଳାକୃତିକୁ ଦେଖି ଜଣାପଡ଼େ ଯେ ଆମର ପୂର୍ବଜ ସୂକ୍ଷ୍ମ କାରୁକାର୍ଯ୍ୟକୁ କେତେ ଧ୍ୟାନ ଦେଉଥିଲେ । କଳାକୁ ନେଇ ସେମାନଙ୍କ ମଧ୍ୟରେ ନିପୁଣତା ବେଶ୍ ଚମତ୍କାର ଥିଲା । ଏହା ମଧ୍ୟରୁ ବହୁ କଳାକୃତି ଚୋରା ଚାଲାଣ ଓ ଅନ୍ୟ ଅବୈଧ ଉପାୟରେ ଦେଶ ବାହାରକୁ ନିଆଯାଇଥିଲା- ଏହା ଏକ ଗୁରୁତର ଅପରାଧ, ଏକ ପ୍ରକାର ଏହା ନିଜର ଐତିହ୍ୟକୁ ଶେଷ କରିଦେବା ଭଳି, କିନ୍ତୁ ଏ କଥାରେ ମୁଁ ଖୁସି ଯେ ଗତ ଏକ ଦଶନ୍ଧି ମଧ୍ୟରେ ଏଭଳି ଅନେକ କଳାକୃତି, ଏବଂ ଆମର ବହୁତ ପ୍ରାଚୀନ ଐତିହ୍ୟକୁ ସ୍ୱଦେଶକୁ ଫେରାଇ ଅଣାଯାଇଛି । ଏ ଦିଗରେ ବର୍ତ୍ତମାନ ଭାରତ ବହୁ ଦେଶ ସହିତ ମିଶି କାମ କରୁଛି । ମୋର ବିଶ୍ୱାସ ଯେ ଯେତେବେଳେ ଆମେ ନିଜର ଐତିହ୍ୟକୁ ନେଇ ଗର୍ବ କରୁ ଦୁନିଆ ମଧ୍ୟ ତାକୁ ସମ୍ମାନ ଦେଇଥାଏ, ଏବଂ ତା’ର ଫଳଶ୍ରୁତି ହେଉଛି ଆଜି ବିଶ୍ୱର ଅନେକ ଦେଶ ଏଠାରୁ ନିଆଯାଇଥିବା ଏପରି କଳାକୃତିଗୁଡ଼ିକୁ ଆମକୁ ଫେରାଇ ଦେଉଛନ୍ତି ।
ମୋର ପ୍ରିୟ ବନ୍ଧୁଗଣ, ମୁଁ ଯଦି ପଚାରିବି କୌଣସି ଶିଶୁ କୋଉ ଭାଷାରେ ସବୁଠୁ ସହଜରେ ଓ ଶୀଘ୍ର ଶିଖିପାରିବ- ତେବେ ଆପଣଙ୍କ ଉତ୍ତର ହେବ ‘ମାତୃଭାଷା’ । ଆମ ଦେଶରେ ପ୍ରାୟ କୋଡ଼ିଏ ହଜାର ଭାଷା ଏବଂ ଉପଭାଷା ରହିଛି ଏସବୁ କାହାର ନା କାହାର ମାତୃଭାଷା । ଏପରି କେତେକ ଭାଷା ଅଛି, ଯାହାର ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ କମ୍, କିନ୍ତୁ ଆପଣ ଜାଣି ଖୁସି ହେବେ ଯେ ସେହି ଭାଷାଗୁଡ଼ିକର ସୁରକ୍ଷା ପାଇଁ ବର୍ତ୍ତମାନ ନିଆରା ପ୍ରୟାସ କରାଯାଉଛି । ଏପରି ଏକ ଭାଷା ହେଉଛି ଆମର ‘ସାନ୍ତାଳୀ’ ଭାଷା । ସାନ୍ତାଳୀକୁ ଡିଜିଟାଲ୍ ନବସୃଜନ ସାହାଯ୍ୟରେ ନୂଆ ପରିଚୟ ଦେବାର ଅଭିଯାନ ଆରମ୍ଭ କରାଯାଇଛି । ଆମ ଦେଶର ଅନେକ ରାଜ୍ୟରେ ରହୁଥିବା ସାନ୍ତାଳ ଜନଜାତି ସମ୍ପ୍ରଦାୟର ଲୋକେ ସାନ୍ତାଳୀ ଭାଷା କହନ୍ତି । ଭାରତ ବ୍ୟତୀତ ବାଂଲାଦେଶ, ନେପାଳ ଓ ଭୂଟାନରେ ମଧ୍ୟ ସାନ୍ତାଳୀ ଭାଷା କହୁଥିବା ଆଦିବାସୀ ସମ୍ପ୍ରଦାୟ ଅଛନ୍ତି । ସାନ୍ତାଳୀ ଭାଷାର ଅନଲାଇନ ପରିଚୟ ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ମୟୂରଭଞ୍ଜରେ ରହୁଥିବା ଶ୍ରୀମାନ ରାମଜୀତ ଟୁଡୁ ଏକ ଅଭିଯାନ ଚଳାଇଛନ୍ତି । ରାମଜୀତ ଜୀ ଏପରି ଏକ ଡିଜିଟାଲ୍ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷାର ସାହିତ୍ୟକୁ ପଢ଼ିହେବ ଏବଂ ସାନ୍ତାଳୀ ଭାଷାରେ ଲେଖାଯାଇପାରିବ । ପ୍ରକୃତରେ କିଛିବର୍ଷ ତଳେ ଯେତେବେଳେ ରାମଜୀତ ଜୀ ମୋବାଇଲ୍ ଫୋନ୍ ବ୍ୟବହାର ଆରମ୍ଭ କଲେ, ସେ ଦୁଃଖିତ ହେଲେ ଯେ ଏଥିରେ ନିଜ ମାତୃଭାଷାରେ ସେ ବାର୍ତ୍ତା ପଠାଇପାରୁନାହାନ୍ତି! ଏହାପରେ ସେ ‘ସାନ୍ତାଳୀ ଭାଷା’ର ଲିପି ‘ଅଲ୍ଚିକି’କୁ ଟାଇପ୍ କରିବାର ସମ୍ଭାବନାଗୁଡ଼ିକୁ ଖୋଜିବାକୁ ଲାଗିଲେ । ନିଜର କିଛି ବନ୍ଧୁଙ୍କ ସହାୟତାରେ ସେ ‘ଅଲ୍ଚିକି’ରେ ଟାଇପ୍ କରିବାର ପ୍ରଯୁକ୍ତି ବିକଶିତ କରିପାରିଲେ । ଆଜି ତାଙ୍କ ପ୍ରଚେଷ୍ଟାରେ ସାନ୍ତାଳୀ ଭାଷାରେ ରଚିତ ଲେଖା ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିପାରୁଛି ।
ବନ୍ଧୁଗଣ, ଯେତେବେଳେ ଆମର ଦୃଢ଼ସଂକଳ୍ପ ସହିତ ସାମୂହିକ ଭାଗୀଦାରିତାର ମିଳନ ଘଟିଥାଏ, ସେତେବେଳେ ସମଗ୍ର ସମାଜ ପାଇଁ ଅଦ୍ଭୁତ ପରିଣାମ ସାମ୍ନାକୁ ଆସେ । ଏହାର ସଦ୍ୟତମ ଉଦାହରଣ ହେଉଛି ‘ମାଆ ପାଇଁ ଗଛଟିଏ’ ଅଭିଯାନ । ଏହା ଏକ ଅଭୂତପୂର୍ବ ଅଭିଯାନ, ଯେଉଁଥିରେ ଜନଭାଗୀଦାରିତାର ଉଦାହରଣ ବାସ୍ତବିକ ପ୍ରେରଣାଦାୟକ । ପରିବେଶ ସୁରକ୍ଷାକୁ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରେ ଲୋକେ ଚମତ୍କାରିତା ଦେଖାଇଛନ୍ତି । ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନା-ଲକ୍ଷ୍ୟଠାରୁ ବହୁ ଅଧିକ ଚାରାରୋପଣ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ଅଭିଯାନରେ ଉତ୍ତରପ୍ରଦେଶରେ ୨୬ କୋଟିରୁ ଅଧିକ ଚାରା ଲଗାଯାଇଛି । ଗୁଜରାଟର ଲୋକେ ମଧ୍ୟ ୧୫ କୋଟିରୁ ଅଧିକ ଚାରା ରୋପଣ କରିଛନ୍ତି । ରାଜସ୍ଥାନରେ କେବଳ ଅଗଷ୍ଟ ମାସରେ ହିଁ ୬ କୋଟିରୁ ଅଧିକ ଚାରା ଲଗାଯାଇଛି । ଦେଶର ହଜାର ହଜାର ବିଦ୍ୟାଳୟ ମଧ୍ୟ ଏହି ଅଭିଯାନରେ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି ।
ବନ୍ଧୁଗଣ, ଆମ ଦେଶରେ ବୃକ୍ଷରୋପଣ ଅଭିଯାନ ସହ ସମ୍ବନ୍ଧିତ ଅନେକ ଉଦାହରଣ ମନକୁ ଆସୁଛି । ଏହିଭଳି ଏକ ଉଦାହରଣ ହେଉଛି ତେଲେଙ୍ଗାନାର କେ.ଏନ୍. ରାଜଶେଖରଜୀଙ୍କ କଥା । ଗଛ ଲଗାଇବା ପାଇଁ ତାଙ୍କର ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ଚକିତ କରିଛି । ପ୍ରାୟ ଚାରିବର୍ଷ ତଳେ ସେ ଗଛ ଲଗାଇବାର କାର୍ଯ୍ୟ ଆରମ୍ଭ କଲେ । ସେ ସ୍ଥିରକଲେ ଯେ ପ୍ରତିଦିନ ଗୋଟିଏ ଗଛ ନିଶ୍ଚୟ ଲଗାଇବେ । ସେ ଏହି କାର୍ଯ୍ୟକୁ ଏକ କଠୋର ବ୍ରତ ଭଳି ପାଳନ କଲେ । ସେ ଏଯାଏ (ଦେଢ଼ ହଜାର)ରୁ ଅଧିକ ଗଛ ଲଗାଇସାରିଛନ୍ତି । ସବୁଠୁ ବଡ଼କଥା ହେଲା ଏ ବର୍ଷ ଗୋଟିଏ ଦୁର୍ଘଟଣାର ଶୀକାର ହୋଇ ମଧ୍ୟ ସେ ନିଜର ସଂକଳ୍ପରୁ ହଟିନାହାଁନ୍ତି । ମୁଁ ଏହିଭଳି ସମସ୍ତ ପ୍ରୟାସକୁ ହୃଦୟରୁ ପ୍ରଶଂସା କରୁଛି । ଆପଣମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି କି “ଏକ ପେଡ୍ ମାଁ କେ ନାମ” ଭଳି ଏହି ପବିତ୍ର ଅଭିଯାନରେ ଆପଣ ନିଶ୍ଚିତ ଭାବେ ଯୋଗଦିଅନ୍ତୁ ।
ମୋର ପ୍ରିୟ ସାଥିଗଣ, ଆପଣମାନେ ଦେଖିଥିବେ, ଆମ ଆଖପାଖର କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ବିପଦ ବେଳେ ଧୈର୍ଯ୍ୟହରା ହୁଅନ୍ତି ନାହିଁ ବରଂ ସେଥିରୁ କିଛି ଶିକ୍ଷା ପାଇଥାନ୍ତି । ଏଇଭଳି ଜଣେ ମହିଳା ହେଉଛନ୍ତି ସୁବାଶ୍ରୀ ଯିଏକି ନିଜ ଚେଷ୍ଟାରେ ଅନେକ ପ୍ରକାର ଦୁର୍ଲଭ ଏବଂ ଉପଯୋଗୀ ଜଡ଼ିବୁଟିର ଗୋଟିଏ ଅଦ୍ଭୁତ ବଗିଚା ତିଆରି କରିଛନ୍ତି । ସେ ତାମିଲନାଡୁର ମଦୁରାଇରେ ରହନ୍ତି । ଏମିତିରେ ତ ସେ ଜଣେ ଶିକ୍ଷୟିତ୍ରୀ, କିନ୍ତୁ ଔଷଧିୟ ବୃକ୍ଷ ତଥା Medical Herbs ପ୍ରତି ତାଙ୍କର ଗଭୀର ଆକର୍ଷଣ ରହିଛି । ତାଙ୍କର ଏହି ଆକର୍ଷଣ ସେତେବେଳେ ସୃଷ୍ଟି ହୋଇଥିଲା, ଯେବେ ଅଶି ଦଶକରେ ତାଙ୍କ ପିତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ସେତେବେଳେ ପାରମ୍ପରିକ ଜଡ଼ିବୁଟି ତାଙ୍କ ପିତାଙ୍କ ଶରୀର ଆରୋଗ୍ୟ କରିବାରେ ବହୁତ ସାହାଯ୍ୟ କରିଥିଲା । ଏଇ ଘଟଣା ପରେ ସେ ପାରମ୍ପରିକ ଔଷଧି ତଥା ଜଡ଼ିବୁଟି ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କଲେ । ଆଜି ମଦୁରାଇର ବେରିଚିୟୁର ଗ୍ରାମରେ ତାଙ୍କର ଅନୁପମ Herbal Garden ଅଛି । ଏହି ବଗିଚାରେ ପ୍ରାୟ ପାଞ୍ଚଶହରୁ ଅଧିକ ଦୁର୍ଲ୍ଲଭ ଔଷଧୀୟ ବୃକ୍ଷ ରହିଛି । ନିଜର ଏହି ବଗିଚାଟିକୁ ତିଆରି କରିବାରେ ସେ କଠିନ ପରିଶ୍ରମ କରିଛନ୍ତି । ଗୋଟିଏ ଗୋଟିଏ ଚାରା ଖୋଜିବାରେ ସେ ବହୁଦୂର ଯାତ୍ରା କରିଛନ୍ତି, ସୂଚନା ସଂଗ୍ରହ କରିଛନ୍ତି ଏବଂ ଅନେକଥର ଅନ୍ୟ ଲୋକମାନଙ୍କର ସାହାଯ୍ୟ ମଧ୍ୟ ନେଇଛନ୍ତି । କୋଭିଡ୍ ସମୟରେ ସେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଜଡ଼ିବୁଟି ଲୋକମାନଙ୍କୁ ଯୋଗାଇଥିଲେ । ଆଜି ତାଙ୍କର Herbal Garden ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକ ଆସୁଛନ୍ତି । ସେ ସମସ୍ତଙ୍କୁ ଔଷଧିୟ ବୃକ୍ଷଗୁଡ଼ିକ ବିଷୟରେ ସୂଚନା ଦେବା ସଙ୍ଗେ ସଙ୍ଗେ ତା’ର ଉପଯୋଗ ବିଷୟରେ ମଧ୍ୟ ବତେଇ ଦିଅନ୍ତି । ସୁବାଶ୍ରୀ ଆମର ସେଇ ପାରମ୍ପରିକ ଧରୋହରକୁ ଆଗକୁ ବଢ଼ାଉଛନ୍ତି ଯାହା ଶହ ଶହ ବର୍ଷ ଧରି ଆମ ସଂସ୍କୃତିର ଅଙ୍ଗ ହୋଇ ରହିଆସିଛି । ତାଙ୍କର Herbal Garden ଆମର ଅତୀତକୁ ଭବିଷ୍ୟତ ସହିତ ଯୋଡିବାର କାମ କରୁଛି । ତାଙ୍କୁ ମୋର ବହୁତ ବହୁତ ଶୁଭକାମନା ।
ବନ୍ଧୁଗଣ, ସମୟର ପରିବର୍ତ୍ତନ ସହିତ ଆମ କାମର ପ୍ରକୃତି ମଧ୍ୟ ବଦଳିଯାଉଛି ଏବଂ ନୂଆ ନୂଆ ସେକ୍ଟର ମୁଣ୍ଡ ଟେକୁଛନ୍ତି । ଯେମିତିକି Gaming, Animation, Reel making, Film making କିମ୍ବା Poster making । ଯଦି ଏଗୁଡ଼ିକ ମଧ୍ୟରୁ କୌଣସି ଏକ କୌଶଳରେ ଆପଣ ଭଲ ପ୍ରଦର୍ଶନ କରିପାରନ୍ତି ତେବେ ଆପଣଙ୍କ ପ୍ରତିଭାକୁ ବହୁତ ବଡ଼ ମଞ୍ଚ ମଳିପାରେ । ଯଦି ଆପଣ କୌଣସି ଏକ ବ୍ୟାଣ୍ଡ ସହିତ ଜଡ଼ିତ ବା କମ୍ୟୁନିଟି ରେଡିଓ ପାଇଁ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ବଡ଼ ସୁଯୋଗ ରହିଛି । ଆପଣଙ୍କ ପ୍ରତିଭା ଏବଂ ସୃଜନଶୀଳତାକୁ ବଢ଼ାଇବା ପାଇଁ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ “Create in India” ଥିମ୍ ନାମରେ ପଚିଶଗୋଟି ଆହ୍ୱାନର ଆରମ୍ଭ କରିଛନ୍ତି । ଏହି ଆହ୍ୱାନଗୁଡ଼ିକ ଆପଣମାନଙ୍କୁ ନିଶ୍ଚୟ ମନଛୁଆଁ ଲାଗିବ । କିଛି ଆହ୍ୱାନ ତ ଶିକ୍ଷା, ସଙ୍ଗୀତ ଏବଂ ଏପରିକି Anti-Piracy ଉପରେ ମଧ୍ୟ Focus କରାଯାଇଛି । ଏହି ଆୟୋଜନରେ ଅନେକଗୁଡ଼ିଏ ବୃତ୍ତିଗତ ଅନୁଷ୍ଠାନ ମଧ୍ୟ ଯୋଗଦେଇଛନ୍ତି, ଯେଉଁମାନେ କି ଏହି ଆହ୍ୱାନଗୁଡ଼ିକୁ ପୁରା ସହଯୋଗ ଦେଉଛନ୍ତି । ଏଥିରେ ଯୋଗ ଦେବାପାଇଁ ଆପଣ wavesindia.orgରେ ମଧ୍ୟ ଲଗଇନ କରିପାରିବେ । ସାରା ଦେଶର Creatorମାନଙ୍କୁ ମୋର ବିଶେଷ ଅନୁରୋଧ ଯେ ସେମାନେ ଏଥିରେ ଯୋଗଦିଅନ୍ତୁ ଏବଂ ନିଜର Creativityକୁ ଉଜାଗର କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଭିଯାନର ୧୦ ବର୍ଷ ପୂରଣ ହେଉଛି । ଏହି ଅଭିଯାନର ସଫଳତାରେ ଦେଶର ବଡ଼ ବଡ଼ ଶିଳ୍ପଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନୀମାନଙ୍କର ମଧ୍ୟ ଅବଦାନ ରହିଛି । ମୁଁ ମେକ୍ ଇନ୍ ଇଣ୍ଡିଆ କଥା ହିଁ କହୁଛି । ଆଜି ମୋତେ ଏହାଦେଖି ବହୁତ ଖୁସି ମିଳୁଛି ଯେ ଗରିବ, ମଧ୍ୟମବର୍ଗ ଏବଂ MSMEକୁ ମଧ୍ୟ ଏହି ଅଭିଯାନରେ ବହୁତ ଲାଭ ମିଳୁଛି । ଏହି ଅଭିଯାନ ପ୍ରତ୍ୟେକ ବର୍ଗର ଲୋକଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି । ଆଜି ଭାରତ manufacturing Power house ହୋଇପାରିଛି ଏବଂ ଦେଶର ଯୁବଶକ୍ତି ପାଇଁ ସାରା ଦୁନିଆର ଦୃଷ୍ଟି ଆଜି ଆମପ୍ରତି ଆକର୍ଷିତ । ଅଟୋମୋବାଇଲ୍ ହେଉ, ହେଉ, Textiles ହେଉ, Aviation ହେଉ Electronics ହେଉ ଅଥବା Defence ହେଉ, ପ୍ରତି ସେକ୍ଟରରେ ଦେଶର ରପ୍ତାନୀ ଲଗାତର ବଢ଼ିଚାଲିଛି । ଦେଶରେ ବିଦେଶୀ ପୁଞ୍ଜିନିବେଶର ବୃଦ୍ଧି ମଧ୍ୟ ଆମ ମେକ୍ ଇନ୍ ଇଣ୍ଡିଆର ସଫଳତାର କଥା କହୁଛି । ଆଜି ଆମ୍ଭେ ମୁଖ୍ୟତଃ ଦୁଇଟି ବିଷୟରେ Focus କରୁଛୁ । ପ୍ରଥମଟି ହେଲା ‘ଗୁଣବତ୍ତା’, ଅର୍ଥାତ୍ ଆମ ଦେଶରେ ତିଆରି ସମସ୍ତ ଜିନିଷ ବିଶ୍ୱସ୍ତରୀୟ ହେଉ । ଦ୍ୱିତୀୟଟି ହେଲା ‘ଭୋକାଲ ଫୋର୍ ଲୋକାଲS’ ଅର୍ଥାତ୍ ସ୍ଥାନୀୟ ଜିନିଷକୁ ଅଧିକରୁ ଅଧିକ ମହତ୍ତ୍ୱ ଦିଆଯାଉ । ‘ମନ୍ କି ବାତ୍’ରେ ଆମେ #MyProductMyPride ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେଲେ ଦେଶର ଲୋକମାନଙ୍କର କେମିତି ଲାଭ ହୁଏ, ଏହାକୁ ଗୋଟିଏ ଉଦାହରଣ ଦ୍ୱାରା ବୁଝାଯାଇପାରେ ।
ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ Textileର ଗୋଟିଏ ପୁରୁଣା ପରମ୍ପରା ହେଉଛି “ଭଣ୍ଡାରା ଟସର୍ ସିଲ୍କ ହ୍ୟାଣ୍ଡଲୁମ୍” । ଟସର୍ ସିଲ୍କ ନିଜର ଡିଜାଇନ, ରଙ୍ଗ ଏବଂ ମଜଭୁତି ପାଇଁ ଜଣାଶୁଣା । ଭଣ୍ଡାରାର କେତେକ ଅଞ୍ଚଳରେ ପ୍ରାୟ ପଚାଶରୁ ଅଧିକ ‘ସେଲଫ୍ ହେଲ୍ପ ଗୃପ୍’ ଏହାକୁ ସଂରକ୍ଷିତ କରିବା କାମରେ ଲାଗିଛନ୍ତି । ଏତେ ସଂଖ୍ୟକ ମହିଳାମାନଙ୍କର ବହୁତ ବଡ଼ ଯୋଗଦାନ ପାଇଁ ଏହି ସିଲ୍କ ଶୀଘ୍ର ଲୋକପ୍ରିୟ ହେଉଛି ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସଶକ୍ତ କରୁଛି । ଏହାହିଁ ତ ମେକ୍ ଇନ୍ ଇଣ୍ଡିଆର ଆତ୍ମା ।
ସାଥିଗଣ, ପର୍ବପର୍ବାଣୀର ଏହି ଋତୁରେ ଆପଣମାନେ ପୁଣି ଆପଣଙ୍କର ପୁରୁଣା ସଂକଳ୍ପ ମଧ୍ୟ ପୁନରାବୃତ୍ତି କରନ୍ତୁ । କିଛି ବି କିଣିବେ ତ ତାହା ମେକ୍ ଇନ୍ ଇଣ୍ଡିଆ ହୋଇଥିବା ଦରକାର, କିଛି ବି ଉପହାର ଦିଅନ୍ତୁ ତାହା ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ହୋଇଥିବା ଦରକାର । ଖାଲି ମାଟିର ଦୀପ କିଣିବାଟା ହିଁ ଭୋକଲ ଫୋର୍ ଲୋକଲ ନୁହେଁ । ଆପଣଙ୍କ ଅଞ୍ଚଳରେ ତିଆରି ହେଉଥିବା ସ୍ଥାନୀୟ ଉତ୍ପାଦକୁ ମଧ୍ୟ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଦରକାର । ଯେକୌଣସି ଉତ୍ପାଦ ଯାହାକୁ ତିଆରି କରିବାରେ ଭାରତର କୌଣସି କାରିଗରର ଝାଳ ବୋହିଛି, ଯାହା ଭାରତ ଭୂମିରେ ତିଆରି ହୋଇଛି – ସେ ହେଉଛି ଆମର ଗର୍ବ - ଆମକୁ ଏହି ଗୌରବ ସଦାସର୍ବଦା ବଜାୟ ରଖିବାକୁ ହେବ ।
ସାଥିଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗିଲା । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର ମତାମତ ଏବଂ ପରାମର୍ଶ ମୋତେ ନିଶ୍ଚୟ ପଠାଇବେ । ମୋତେ ଆପଣଙ୍କ ପତ୍ର ଏବଂ ସନ୍ଦେଶର ପ୍ରତୀକ୍ଷା ରହିଲା । ମାତ୍ର ଆଉ କିଛିଦିନ ପରେ ଉତ୍ସବର ଋତୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରଠାରୁ ଏହା ଆରମ୍ଭ ହେବ । ସେଇଠୁ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ପୂଜାପାଠ, ବ୍ରତ ଉତ୍ସବ, ଆନନ୍ଦଉଲ୍ଲାସର ବାତାବରଣ ଚାରିଆଡ଼େ ଲାଗିରହିବ । ଆସନ୍ତା ପର୍ବଗୁଡ଼ିକ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନେ ସମସ୍ତେ ନିଜର ପରିବାର ଏବଂ ପ୍ରିୟଜନଙ୍କ ସହିତ ଉତ୍ସବର ଖୁବ୍ ଆନନ୍ଦ ନିଅନ୍ତୁ ତଥା ଅନ୍ୟମାନଙ୍କୁ ମଧ୍ୟ ଆପଣଙ୍କ ଆନନ୍ଦରେ ସହଭାଗୀ କରାନ୍ତୁ । ଆସନ୍ତା ମାସର ‘ମନ୍ କି ବାତ୍’ରେ ଅନ୍ୟ କିଛି ନୂଆ ବିଷୟକୁ ନେଇ ଆପଣମାନଙ୍କ ସହ କଥାହେବି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।
ବନ୍ଧୁଗଣ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ ଦେଶର ଯୁବବର୍ଗଙ୍କୁ ଅନେକ ଲାଭ ହୋଇଛି । ତେଣୁ, ଆଜି ‘ମନ୍ କି ବାତ୍’ରେ ମହାକାଶ କ୍ଷେତ୍ର ସହ ଜଡ଼ିତ କିଛି ଯୁବବନ୍ଧୁଙ୍କ ସହିତ କଥା ହେବା ପାଇଁ ମୁଁ ଚିନ୍ତା କଲି । ମୋ ସହିତ କଥା ହେବାପାଇଁ ସ୍ପେସଟେକ୍ ଷ୍ଟାର୍ଟ-ଅପ୍ ଗ୍ୟାଲେକ୍ସାଇର ଟିମ୍ ଯୋଡ଼ି ହୋଇଛନ୍ତି । ଏହି ଷ୍ଟାର୍ଟ-ଅପକୁ ଆଇ.ଆଇ.ଟି. ମାଡ୍ରାସର ପୂର୍ବତନ ଛାତ୍ରମାନେ ଆରମ୍ଭ କରିଥିଲେ । ଏହି ସମସ୍ତ ଯୁବବନ୍ଧୁ ଆଜି ଆମ ସହିତ ଫୋନଲାଇନରେ ଉପସ୍ଥିତ ଅଛନ୍ତି – ସୁୟଶ, ଡେନିଲ୍, ରକ୍ଷିତ, କିଶନ୍ ଆଉ ପ୍ରନିତ । ଆସନ୍ତୁ ଏହି ଯୁବବନ୍ଧୁମାନଙ୍କ ଅନୁଭୂତି ସମ୍ପର୍କରେ ଜାଣିବା ।
ପ୍ରଧାନମନ୍ତ୍ରୀ : ହ୍ୟାଲୋ !
ସମସ୍ତ ଯୁବବନ୍ଧୁ : ହ୍ୟାଲୋ !
ପ୍ରଧାନମନ୍ତ୍ରୀ : ନମସ୍କାର . . .
ସମସ୍ତ ଯୁବବନ୍ଧୁ (ଏକସଙ୍ଗେ) : ନମସ୍କାର ସାର୍ . . .
ପ୍ରଧାନମନ୍ତ୍ରୀ : ବନ୍ଧୁମାନେ, ଏକଥା ଦେଖି ମୋତେ ଖୁସି ଲାଗୁଛି ଯେ, ଆଇ.ଆଇ.ଟି. ମାଡ୍ରାସରେ ଥିବାବେଳେ ଆପଣମାନଙ୍କ ବନ୍ଧୁତା ଆଜି ବି ବେଶ୍ ମଜଭୁତ ହୋଇରହିଛି । ସେଇଥିପାଇଁ ଆପଣମାନେ ମିଶି GalaxEye ଆରମ୍ଭ କରିବାକୁ ନିଷ୍ପତ୍ତି କଲେ । ଆଜି ମୁଁ ସେ ବିଷୟରେ ବି ଟିକିଏ ଜାଣିବାକୁ ଚାହୁଁଛି । ସେ ସମ୍ପର୍କରେ କୁହନ୍ତୁ । ତା ସହିତ ଏ କଥା ବି କୁହନ୍ତୁ ଯେ, ଆପଣମାନଙ୍କ ଜ୍ଞାନକୌଶଳ ଦ୍ୱାରା ଦେଶର କେତେ ଲାଭ ହେବାକୁ ଯାଉଛି ।
ସୁୟଶ : ଆଜ୍ଞା, ମୋ ନାଁ ସୁୟଶ୍ । ଆପଣ ଯାହା କହିଲେ, ଆମେ ସମସ୍ତେ ଆଇ.ଆଇ.ଟି. ମାଡ୍ରାସରେ ପରସ୍ପର ସହ ପରିଚିତ ହେଲୁ । ସେଇଠି ଆମେ ସମସ୍ତେ ପାଠ ପଢ଼ୁଥିଲୁ । ଅଲଗା ଅଲଗା ଶ୍ରେଣୀରେ ଥିଲୁ । ସେହିଠାରୁ ଇଂଜିନିୟରିଂ ପାସ୍ କଲୁ । ସେହି ସମୟରେ ଆମେ ଚିନ୍ତାକଲୁ ଯେ, ହାଇପରଲୁପ୍ ନାମକ ଗୋଟିଏ ପ୍ରୋଜେକ୍ଟ ରହିଛି, ଯାହା ଆମେ ମିଶିକରି କରିବାକୁ ଚିନ୍ତା କରିଥିଲୁ । ସେହି ସମୟରେ ଆମେ ଗୋଟିଏ ଟିମ୍ ଗଠନ କରି ତାହାର ନାଁ ଦେଲୁ “ଆବିଷ୍କାର ହାଇପରଲୁପ୍” । ଏହାକୁ ନେଇ ଆମେ ଆମେରିକା ମଧ୍ୟ ଯାତ୍ରା କଲୁ । ସେହି ବର୍ଷ ଆମ ଦଳଟି ଏସିଆରୁ ଏକମାତ୍ର ଦଳ ଭାବେ ଯାଇଥିଲା ଏବଂ ସେଠାରେ ଆମେ ଜାତୀୟ ପତାକା ଉଡ଼ାଇଥିଲୁ । ସମଗ୍ର ବିଶ୍ୱରୁ ଆସିଥିବା ପ୍ରାୟଃ ଦେଢ଼ ହଜାର ଦଳରୁ ଆମ ଦଳ ଶ୍ରେଷ୍ଠ ୨୦ଟି ଦଳ ମଧ୍ୟରେ ସ୍ଥାନ ପାଇଥିଲା ।
ପ୍ରଧାନମନ୍ତ୍ରୀ : ଯାହାହେଉ, ଆଗକୁ ଶୁଣିବା ପୂର୍ବରୁ ପ୍ରଥମେ ଏଥିପାଇଁ ଅଭିନନ୍ଦନ ଜଣାଉଛି ।
ସୁୟଶ : ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସେହି ଉପଲବ୍ଧି ସମୟରେ ଆମମାନଙ୍କର ବନ୍ଧୁତା ଆହୁରି ଦୃଢ଼ ହେଲା, ଆଉ ଏହିଭଳି କଠିନ ପ୍ରୋଜେକ୍ଟ କରିବା ପାଇଁ ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି ହେଲା । ସେହି ସମୟରେ ୨୦୨୦ରେ spaceXକୁ ଦେଖି ମହାକାଶ କ୍ଷେତ୍ରକୁ ଆପଣ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଥିବା ଘଟଣା ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା । ଏହାକୁ ନେଇ ଆମ ମନରେ ବହୁତ ଉତ୍ସାହ ଥିଲା । ଆମେ କ’ଣ ତିଆରି କରୁଛୁ ଏବଂ ଏହାର ଲାଭ କ’ଣ, ସେ ବିଷୟରେ କହିବା ପାଇଁ ମୁଁ ରକ୍ଷିତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ।
ରକ୍ଷିତ : ଆଜ୍ଞା, ମୋ ନାଁ ରକ୍ଷିତ୍ । ଏହି ଜ୍ଞାନକୌଶଳ ଦ୍ୱାରା ଆମର କ’ଣ ଲାଭ ହେବ, ତା ଉତ୍ତର ମୁଁ ଦେଉଛି ।
ପ୍ରଧାନମନ୍ତ୍ରୀ : ରକ୍ଷିତ୍, ଆପଣ ଉତ୍ତରାଖଣ୍ଡର କେଉଁ ଅଂଚଳରୁ ଆସିଛନ୍ତି?
ରକ୍ଷିତ : ସାର୍, ମୁଁ ଅଲମୋଡାର ବାସିନ୍ଦା ।
ପ୍ରଧାନମନ୍ତ୍ରୀ : ମାନେ, ସେହି ବାଲ୍ ମିଠେଇର ସହରରୁ ଆସିଛନ୍ତି ?
ରକ୍ଷିତ : ଆଜ୍ଞା ହଁ, ସେହି ମିଠେଇ ମୋର ଅତି ପ୍ରିୟ ।
ପ୍ରଧାନମନ୍ତ୍ରୀ : ଆମର ଯେଉଁ ଲକ୍ଷ ସେନ୍ ରହିଛନ୍ତି, ସେ ମୋତେ ସବୁବେଳେ ସେହି ମିଠା ପଠାନ୍ତି । ହଉ ରକ୍ଷିତ, ଏଥର କୁହନ୍ତୁ ।
ରକ୍ଷିତ : ସାର୍, ଆମର ଏହି ଜ୍ଞାନକୌଶଳ ଦ୍ୱାରା ମହାକାଶରୁ ବାଦଲକୁ ଭେଦକରି ପୃଥିବୀକୁ ପରିଷ୍କାର ଭାବେ ଦେଖିହେବ । ରାତି ସମୟରେ ମଧ୍ୟ ଏହାଦ୍ୱାରା ଦେଖାଯାଇପାରିବ । ତେଣୁ, ଏହାଦ୍ୱାରା ଆମେ ପ୍ରତିଦିନ ଦେଶର ଯେକୌଣସି ଅଞ୍ଚଳର ସ୍ପଷ୍ଟ ଚିତ୍ର ଉତୋଳନ କରିପାରିବା ଏବଂ ଏଥିରୁ ଯାହା ତଥ୍ୟ ମିଳିବ, ତାହାର ଉପଯୋଗ ଆମେ ଦୁଇଟି କ୍ଷେତ୍ରରେ ବିକାଶ ଦିଗରେ କରିପାରିବା । ପ୍ରଥମଟି ହେଲା, ଭାରତକୁ ଅତ୍ୟନ୍ତ ସୁରକ୍ଷିତ କରିବା । ଆମ ଦେଶର ସୀମା, ସାଗର, ମହାସାଗର ଉପରେ ଆମେ ପ୍ରତିଦିନ ନଜର ରଖିପାରିବା । ଆମ ଶତ୍ରୁମାନଙ୍କ ଗତିବିଧି ଉପରେ ନଜର ରଖିପାରିବା ଏବଂ ଆମ ସଶସ୍ତ୍ର ବାହିନୀକୁ ଗୁପ୍ତତଥ୍ୟ ଯୋଗାଇପାରିବା । ଦ୍ୱିତୀୟଟି ହେଲା, ଭାରତର କୃଷକମାନଙ୍କୁ ସଶକ୍ତ କରିବା । ଆମେ ଗୋଟିଏ ପ୍ରଡକ୍ଟ ତିଆରି କରିସାରିଛୁ, ଯାହା ଭାରତର ଚିଙ୍ଗୁଡ଼ି ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହା ମହାକାଶରୁ ସେମାନଙ୍କ ପୋଖରୀର ଜଳର ମାନ ପରୀକ୍ଷା କରିପାରିବ । ଏଥିପାଇଁ ଏବେ ହେଉଥିବା ଖର୍ଚ୍ଚର ଦଶଭାଗରୁ ଭାଗେ ଖର୍ଚ୍ଚ ହେବ । ଆଗକୁ ଆମେ ସାରା ବିଶ୍ୱ ପାଇଁ ଉତ୍ତମ ମାନର ଉପଗ୍ରହଭିତ୍ତିକ ତଥ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛୁ, ବିଶ୍ୱ ତାପାୟନ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆମକୁ ତଥ୍ୟ ଯୋଗାଇବ ।
ପ୍ରଧାନମନ୍ତ୍ରୀ : ମାନେ, ଆପଣଙ୍କ ଦଳ ଜୟ ଯବାନ ସହ ଜୟ କିଷାନ ମଧ୍ୟ କରିବାକୁ ଯାଉଛି ।
ରକ୍ଷିତ : ହଁ ଆଜ୍ଞା, ନିଶ୍ଚିତ ଭାବେ ।
ପ୍ରଧାନମନ୍ତ୍ରୀ : ବନ୍ଧୁଗଣ, ଆପଣମାନେ ଏତେ ଭଲ କାମ କରୁଛନ୍ତି । ତେବେ, ମୁଁ ଏକଥା ବି ଜାଣିବାକୁ ଚାହୁଁଛି ଯେ, ଆପଣଙ୍କର ଏହି ଜ୍ଞାନକୌଶଳର ସଠିକତା କେତେ ମାତ୍ରାରେ ରହିଛି ?
ରକ୍ଷିତ : ସାର୍, ଆମେ ୫୦ ସେଣ୍ଟିମିଟର ଠାରୁ ବି କମ୍ ରିଜୋଲ୍ୟୁଶନକୁ ଯାଇପାରିବା । ଆଉ ଗୋଟିଏ ଥରରେ ଆମେ ୩୦୦ ବର୍ଗ କିଲୋମିଟର ଅଞ୍ଚଳର ଫଟୋ ଉଠାଇପାରିବା ।
ପ୍ରଧାନମନ୍ତ୍ରୀ : ମୁଁ ଭାବୁଛି, ଦେଶବାସୀ ଯେତେବେଳେ ଏକଥା ଶୁଣିବେ, ସେମାନେ ବହୁତ ଗର୍ବ ଅନୁଭବ କରିବେ । ତେବେ ମୁଁ ଆଉ ଗୋଟିଏ କଥା ପଚାରିବାକୁ ଚାହୁଁଛି ।
ରକ୍ଷିତ : ଆଜ୍ଞା ।
ପ୍ରଧାନମନ୍ତ୍ରୀ : ସ୍ପେସ୍ ଇକୋସିଷ୍ଟମ୍ ବହୁତ Vibrant ହେଇଚାଲିଛି । ଆପଣଙ୍କ ଦଳ ଏଥିରେ କି ପ୍ରକାର ପରିବର୍ତ୍ତନ ଦେଖୁଛି?
କିଶନ୍ : ମୋ ନାଁ କିଶନ୍ । GalaxEyeର ଆରମ୍ଭ ହେବା ପରେ ଆମେ ଓଘ-ଝଚଇଉର ଆସିବା ଦେଖିଛୁ । ଅନେକଗୁଡ଼ିଏ ନୀତି ମଧ୍ୟ ପ୍ରଣୟନ ହୋଇଛି, ଯେମିତିକି geo-Spatial ଡାଟା ନୀତି ଆଉ ଭାରତ ମହାକାଶ ନୀତି. . . ବିଗତ ତିନିବର୍ଷରେ ଆମେ ଅନେକଗୁଡ଼ିଏ ପରିବର୍ତ୍ତନ ଦେଖିଛୁ । ଅନେକ ପ୍ରଣାଳୀ, ଭିତ୍ତିଭୂମି, ସୁବିଧା ଇସ୍ରୋ ଦ୍ୱାରା ଖୁବ ଭଲଭାବେ ଉପଲବ୍ଧ କରାଯାଇଛି । ଯେମିତିକି, ଆମେ ଇସ୍ରୋକୁ ଯାଇ ଆମ ହାର୍ଡ଼ୱେୟାରକୁ ପରୀକ୍ଷା କରିପାରିବା ବାଟ ଏବେ ଖୁବ ସହଜ ହୋଇଯାଇଛି । ତିନିବର୍ଷ ପୂର୍ବେ ଏସବୁ ଏତେ ସହଜ ନ ଥିଲା । ଆମ ପାଇଁ, ଆମ ଷ୍ଟାର୍ଟଅପ୍ ପାଇଁ ଏବଂ ଆମଭଳି ଅନ୍ୟ ଷ୍ଟାର୍ଟଅପଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ସହାୟକ ହେଲା । ଏବେକାର ଏଫ୍.ଡି.ଆଇ. ପଲିସି ଏବଂ ସୁବିଧା ଉପଲବ୍ଧ ହେବା ଯୋଗୁଁ ଷ୍ଟାର୍ଟଅପଗୁଡ଼ିକ ପାଇଁ ଏହା ଆହୁରି ଉତ୍ସାହଜନକ ହୋଇପାରିଛି । ଏହାଦ୍ୱାରା ସେମାନେ ସହଜରେ ଉନ୍ନତି କରିପାରିବେ, ଯେଉଁଠି ଆଗକୁ ବଢ଼ିବା ଆଗରୁ ବହୁତ ବ୍ୟୟସାପେକ୍ଷ ଏବଂ ସମୟସାପେକ୍ଷ ଥିଲା । କିନ୍ତୁ, ଏବେକାର ନୀତି ଏବଂ IN-SPACe ଆସିବା ପରେ ଷ୍ଟାର୍ଟଅପମନଙ୍କ ପାଇଁ ବହୁତ କିଛି ସହଜ ହୋଇଯାଇଛି । ମୋ ବନ୍ଧୁ ଡେନିଲ୍ ଚାୱଡ଼ା ମଧ୍ୟ ଏ ସମ୍ପର୍କରେ କିଛି କହିବାକୁ ଚାହୁଁଛନ୍ତି ।
ପ୍ରଧାନମନ୍ତ୍ରୀ : କୁହନ୍ତୁ ଡେନିଲ୍ . . .
ଡେନିଲ୍ : ସାର୍, ଆଉ ଗୋଟିଏ କଥା ଆମେ ଲକ୍ଷ୍ୟ କରିଛୁ । ଇଂଜିନିୟରିଂ ଛାତ୍ରମାନଙ୍କ ଚିନ୍ତାଧାରାରେ ମଧ୍ୟ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛୁ । ସେମାନେ ଆଗରୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛା କରୁଥିଲେ ଏବଂ ସେହିଠାରେ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । କିନ୍ତୁ ଏବେ ଭାରତରେ ଗୋଟିଏ ସ୍ପେସ୍ ଇକୋ ସିଷ୍ଟମ୍ ଖୁବ ଭଲ ଭାବେ ବିକଶିତ ହୋଇସାରିଲାଣି । ତେଣୁ ସେମାନେ ଭାରତକୁ ଫେରି ଏହି ଇକୋ ସିଷ୍ଟମର ଅଂଶ ହେବାକୁ ଚାହୁଁଛନ୍ତି । ଏ ସମ୍ପର୍କରେ ଏହି ଭଲ ତଥ୍ୟଟିଏ ମିଳିଛି । ଆମ ନିଜ କମ୍ପାନୀରେ ମଧ୍ୟ କିଛି ବିଦେଶ ଫେରନ୍ତା ବ୍ୟକ୍ତି କାମ କରୁଛନ୍ତି ।
ପ୍ରଧାନମନ୍ତ୍ରୀ : ମୁଁ ଭାବୁଛି, କିଶନ୍ ଆଉ ଡେନିଲ୍, ଆପଣ ଦୁହେଁ ଯେଉଁ ଦିଗ ସମ୍ପର୍କରେ କହିଲେ, ସେକଥା ଆଡ଼କୁ ଅନେକ ଲୋକଙ୍କ ଦୃଷ୍ଟି ପଡ଼ିନଥିବ । କୌଣସି କ୍ଷେତ୍ରରେ ଯେତେବେଳେ ସଂସ୍କାର ହୁଏ, ସେତେବେଳେ ଏହାର ବହୁବିଧ ପ୍ରଭାବ ପଡ଼ିଥାଏ । ଅନେକ ଲୋକଙ୍କୁ ଏହାଦ୍ୱାରା ଲାଭ ହୋଇଥାଏ ଯାହା ଆପଣ କହିଲେ . . . ଆପଣ ସେହି କ୍ଷେତ୍ରରେ ରହିଥିବାରୁ ଏହା ଆପଣଙ୍କୁ ଦୃଷ୍ଟିକୁ ଆସିଛି, ଏବଂ ଆପଣ ଲକ୍ଷ୍ୟ ମଧ୍ୟ କରିଛନ୍ତି ଯେ ଦେଶର ଯୁବବର୍ଗ ଏବେ ଏହିଠାରେ ହିଁ ରହି ନିଜ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି, ନିଜ ପ୍ରତିଭାକୁ ବିନିଯୋଗ କରିବାକୁ ଚାହୁଁଛନ୍ତି । ଆପଣ ବହୁତ ଭଲକଥା ଲକ୍ଷ୍ୟ କରିଛନ୍ତି । ମୁଁ ଆଉ ଗୋଟିଏ କଥା ପଚାରିବାକୁ ଚାହୁଁଛି । ଷ୍ଟାର୍ଟଅପ୍ ଏବଂ ମହାକାଶ କ୍ଷେତ୍ରରେ ସଫଳତା ଅର୍ଜନ କରିବାକୁ ଚାହୁଁଥିବା ଯୁବବନ୍ଧୁମାନଙ୍କୁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
ପ୍ରନିତ୍ : ମୁଁ ପ୍ରନିତ୍ କହୁଛି ଆଉ ମୁଁ ପ୍ରଶ୍ନର ଉତ୍ତର ଦେବି ।
ପ୍ରଧାନମନ୍ତ୍ରୀ : ହଁ ପ୍ରନିତ୍, କୁହନ୍ତୁ ।
ପ୍ରନିତ୍ : ସାର୍, ମୁଁ ମୋର କିଛି ବର୍ଷର ଅଭିଜ୍ଞତାରୁ ଦୁଇଟି କଥା କହିବାକୁ ଚାହୁଁଚି । ପ୍ରଥମ କଥା ହେଲା ଯଦି ନିଜର ଷ୍ଟାର୍ଟ ଅପ୍ କରିବାର ଅଛି ତ ବର୍ତ୍ତମାନ ସୁଯୋଗ ରହିଛି, କାହିଁକିନା ସମଗ୍ର ପୃଥିବୀରେ ଭାରତ ଆଜି ସେହି ଦେଶ ପାଲଟିଛି ଯାହା ବିଶ୍ୱର ସବୁଠୁ ଦ୍ରୁତ ବିକାଶ କରୁଥିବା ଅର୍ଥନୀତି, ଆଉ ଏହାର ଅର୍ଥ ହେଲା ନିଜ ପାଖରେ ସୁବିଧାସୁଯୋଗ ବହୁତ ରହିଛି । ଯେପରିକି ମୁଁ ୨୪ ବର୍ଷ ବୟସରେ ଏହାଭାବି ଗର୍ବ ଅନୁଭବ କରୁଛି ଯେ ଆସନ୍ତା ବର୍ଷ ଆମର ଏକ ଉପଗ୍ରହ ଛଡ଼ାଯିବ; ଯାହାର ଆଧାରରେ ଆମର ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ଓ ସେଥିରେ ଆମର ଏକ ଛୋଟିଆ ଅବଦାନ ରହିଛି । ଏଭଳି କେତେକ ଜାତୀୟ ପ୍ରଭାବଶାଳୀ ପ୍ରକଳ୍ପରେ କାମ କରିବାକୁ ମିଳିଲା । ଏହା ଏପରି ଏକ ଉଦ୍ୟୋଗ ଏବଂ ଏପରି ଏକ ସମୟ, ଯେଉଁ ସମୟରେ ମହାକାଶ ଉଦ୍ୟୋଗ ଆରମ୍ଭ ହେଉଛି । ତେଣୁ ମୁଁ ନିଜର ଯୁବବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ଏ ସୁଯୋଗ କେବଳ ପ୍ରଭାବର ନୁହେଁ, ବରଂ ତାଙ୍କ ନିଜର ଆର୍ଥିକ ବିକାଶର ଏବଂ ଏକ ବୈଶ୍ୱିକ ସମସ୍ୟା ସମାଧାନ କରିବାର । ଆମେ ନିଜ ନିଜ ଭିତରେ ଏକଥା ଆଲୋଚନା କରୁ ଯେ ପିଲାବେଳେ ଆମେ କହୁଥିଲୁ ଯେ ବଡ଼ ହୋଇ ଅଭିନେତା ହେବୁ, କ୍ରୀଡ଼ାବିତ୍ ହେବୁ, ତ ଏଇଠି ଏଭଳି କିଛି ଘଟିଥାଏ, କିନ୍ତୁ ଆଜି ଆମେ ଶୁଣୁଛୁ କିଏ କହୁଛି ଯେ ମୁଁ ବଡ଼ ହେବାପରେ ଏଣ୍ଟର୍ପ୍ରିନିଅର୍ ହେବି, ମହାକାଶ ଉଦ୍ୟୋଗରେ କାମ କରିବି । ଏହା ଆମ ପାଇଁ ବହୁତ ଗର୍ବର ମୁହୂର୍ତ୍ତ ଯେ ଆମେ ଏହି ପୁରା ପରିବର୍ତ୍ତନରେ ଏକ ଛୋଟିଆ ଭୂମିକା ନିଭାଉଛୁ ।
ପ୍ରଧାନମନ୍ତ୍ରୀ : ବନ୍ଧୁଗଣ, ଗୋଟିଏ ପ୍ରକାର ପ୍ରନିତ୍, କିଶନ, ଡେନିଲ୍, ରକ୍ଷିତ୍, ସୁୟଶ ଆପଣମାନଙ୍କ ବନ୍ଧୁତା ଯେତିକି ନିବିଡ଼ ଆପଣଙ୍କ ଷ୍ଟାର୍ଟଅପ୍ ମଧ୍ୟ ସେତିକି ମଜଭୁତ୍ । ସେଇଥିପାଇଁ ତ ଆପଣମାନେ ଏଭଳି ଚମତ୍କାର କାର୍ଯ୍ୟ କରୁଛନ୍ତି । କିଛିବର୍ଷ ତଳେ ମୋତେ ଆଇଆଇଟି-ମାଡ୍ରାସ୍ ଯିବାର ସୁଯୋଗ ମିଳିଥିଲା ଏବଂ ମୁଁ ସେହି ଅନୁଷ୍ଠାନର ଉତ୍କର୍ଷକୁ ନିଜେ ଅନୁଭବ କରିଥିଲି । ଆଉ ଏମିତିରେ ବି ଆଇଆଇଟି ବିଷୟରେ ସମଗ୍ର ପୃଥିବୀରେ ଏକ ସମ୍ମାନଜନକ ଭାବନା ରହିଛି ଏବଂ ସେଇଠୁ ବାହାରୁଥିବା ଆମ ଲୋକେ ଯେତେବେଳେ ଭାରତ ପାଇଁ କାମ କରନ୍ତି ତ ନିଶ୍ଚିତ ଭାବେ କିଛି ନା କିଛି ଭଲ ଅବଦାନ ଦିଅନ୍ତି । ଆପଣ ସମସ୍ତଙ୍କୁ ଏବଂ ମହାକାଶ କ୍ଷେତ୍ରରେ କାମ କରୁଥିବା ଅନ୍ୟ ସମସ୍ତ ଷ୍ଟାର୍ଟଅପ୍ଗୁଡ଼ିକୁ ମୋର ବହୁତ ବହୁତ ଶୁଭକାମନା, ଆଉ ଆପଣ ପାଞ୍ଚଜଣଙ୍କ ସହିତ କଥାହୋଇ ମୋତେ ବହୁତ ଭଲ ଲାଗିଲା । ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ ।
ସୁୟଶ : ଥ୍ୟାଙ୍କ୍ ୟୁ ସୋ ମଚ୍ ।
ମୋର ପ୍ରିୟ ଦେଶବାସୀଗଣ, ଏ ବର୍ଷ ମୁଁ ଲାଲ୍କିଲାରୁ କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବା ଏକ ଲକ୍ଷ ଯୁବକଯୁବତୀଙ୍କୁ ରାଜନୈତିକ ବ୍ୟବସ୍ଥା ସହିତ ଯୋଡ଼ିହେବା ପାଇଁ ଆହ୍ୱାନ କରିଛି । ମୋର ଏ କଥାକୁ ନେଇ ବହୁତ ପ୍ରତିକ୍ରିୟା ଆସିଛି । ଏଥିରୁ ଜଣାପଡ଼ୁଛି ଯେ କେତେ ଅଧିକ ସଂଖ୍ୟାରେ ଆମର ଯୁବପିଢ଼ି ରାଜନୀତିକୁ ଆସିବା ପାଇଁ ପ୍ରସ୍ତୁତ ଅଛନ୍ତି । ବାସ୍ ସେମାନଙ୍କୁ ଠିକ୍ ସୁଯୋଗ ଓ ଉଚିତ ମାର୍ଗଦର୍ଶନ ଆବଶ୍ୟକ । ଏ ବିଷୟରେ ମୋତେ ସମଗ୍ର ଦେଶର ଯୁବକଯୁବତୀଙ୍କଠାରୁ ଚିଠି ମଧ୍ୟ ମିଳିଛି । ସୋସିଆଲ୍ ମିଡିଆରେ ମଧ୍ୟ ବହୁତ ପ୍ରତିକ୍ରିୟା ମିଳୁଛି । ଲୋକେ ବିଭିନ୍ନ ପ୍ରକାରର ପରାମର୍ଶ ଲେଖି ମୋ ପାଖକୁ ପଠାଇଛନ୍ତି । କେତେକ ଯୁବକଯୁବତୀ ଚିଠିରେ ଲେଖଛନ୍ତି ଯେ ଏହା ତାଙ୍କପାଇଁ ସତକୁ ସତ ଅକଳ୍ପନୀୟ । ଦାଦା ବା ମାତାପିତାଙ୍କର କୌଣସି ରାଜନୈତିକ ଇତିହାସ ନ ଥିବା କାରଣରୁ ସେମାନେ ଇଚ୍ଛା କଲେ ମଧ୍ୟ ରାଜନୀତିକୁ ଆସିପାରୁ ନ ଥିଲେ । କେତେକ ଯୁବକଯୁବତୀ ଲେଖିଛନ୍ତି ଯେ ତାଙ୍କ ନିକଟରେ ତୃଣମୂଳ ସ୍ତରରେ କାମ କରିବାର ଭଲ ଅଭିଜ୍ଞତା ରହିଛି, ତେଣୁ ସେମାନେ ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହାୟତା କରିପାରିବେ । କେତେଜଣ ଏଇଆ ବି ଲେଖିଛନ୍ତି ଯେ ପରିବାରବାଦୀ ରାଜନୀତି ନୂଆ ପ୍ରତିଭାଙ୍କୁ ଦମନ କରିଥାଏ । କେତେକ ଯୁବକଯୁବତୀ କହିଛନ୍ତି ଯେ ଏହି ଉଦ୍ୟମ ଦ୍ୱାରା ଆମ ଗଣତନ୍ତ୍ର ଅଧିକ ଶକ୍ତିଶାଳୀ ହେବ । ଏଇ ବିଷୟରେ ପରାମର୍ଶ ପଠାଇଥିବାରୁ ମୁଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ମୋର ଆଶା ଯେ ବର୍ତ୍ତମାନ ଆମର ସାମୂହିକ ପ୍ରୟାସ ଦ୍ୱାରା କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବା ଏଭଳି ଯୁବକଯୁବତୀମାନେ ମଧ୍ୟ ରାଜନୀତିରେ ପ୍ରବେଶ କରିବେ, ସେମାନଙ୍କ ଅଭିଜ୍ଞତା, ଏବଂ ସେମାନଙ୍କ ଉତ୍ସାହ ଦେଶର କାମରେ ଲାଗିବ ।
ବନ୍ଧୁଗଣ, ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ସମାଜର ପ୍ରତ୍ୟେକ କ୍ଷେତ୍ରରୁ ଏଭଳି ଅନେକ ଲୋକ ଆସିଥିଲେ ଯାହାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା । ସେମାନେ ଭାରତର ସ୍ୱାଧୀନତା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ । ଆଜି ଆମକୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ପୁଣିଥରେ ସେହି ଭାବନାର ଆବଶ୍ୟକତା ରହିଛି । ମୁଁ ମୋର ସମସ୍ତ ଯୁବସାଥୀମାନଙ୍କୁ କହିବି ଯେ ସେମାନେ ଏହି ଅଭିଯାନ ସହ ନିଶ୍ଚିତ ଭାବେ ଯୋଡ଼ି ହୁଅନ୍ତୁ । ଆପଣଙ୍କର ଏହି ପଦକ୍ଷେପ ନିଜର ଓ ଦେଶର ଭବିଷ୍ୟତ ପରିବର୍ତ୍ତନକାରୀ ହେବ ।
ମୋର ପ୍ରିୟ ଦେଶବାସୀଗଣ, ‘ହର୍ ଘର୍ ତ୍ରିରଙ୍ଗା ଔର୍ ପୂରା ଦେଶ୍ ତ୍ରିରଙ୍ଗା’, ଏଥର ଏହି ଅଭିଯାନ ତା’ର ସର୍ବୋଚ୍ଚ ଶିଖର ସ୍ପର୍ଶ କରିଥିଲା । ଦେଶର କୋଣଅନୁକୋଣରୁ ଏହି ଅଭିଯାନ ସହିତ ସଂପୃକ୍ତ ଅନେକ ଚମତ୍କାର ଚିତ୍ର ଦେଖିବାକୁ ମିଳିଛି । ଆମେ ଘରେ ତ୍ରିରଙ୍ଗା ଉଡ଼ୁଥିବା ଦେଖିଲେ- ସ୍କୁଲ୍, କଲେଜ, ବିଶ୍ୱବିଦ୍ୟାଳୟରେ ତ୍ରିରଙ୍ଗା ଦେଖିଲେ । ଲୋକେ ନିଜ ଦୋକାନରେ, କାର୍ଯ୍ୟାଳୟରେ ତ୍ରିରଙ୍ଗା ଲଗାଇଲେ, ଲୋକେ ନିଜ ଡେସ୍କଟପ୍, ମୋବାଇଲ୍ ଏବଂ ଗାଡ଼ିରେ ମଧ୍ୟ ତ୍ରିରଙ୍ଗା ଲଗାଇଲେ । ଯେତେବେଳେ ଲୋକେ ଏକାସାଂଗେ ଯୋଡ଼ି ହୋଇ ନିଜର ଭାବନା ପ୍ରକଟ କରନ୍ତି, ସେତେବେଳେ ପ୍ରତ୍ୟେକ ଅଭିଯାନ ଏହିପରି ସଫଳ ହୁଏ । ଏବେ ଆପଣ ନିଜ ଟିଭି ସ୍କ୍ରିନ୍ରେ ଯେଉଁ ଚିତ୍ର ଦେଖୁଛନ୍ତି, ଏହା ଜାମ୍ମୁକାଶ୍ମୀର ଅନ୍ତର୍ଗତ ରିୟାସିର । ଏଠାରେ ୭୫୦ ମିଟର ଲମ୍ବ ପତାକା ସହିତ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରାଯାଇଥିଲା ଏବଂ ଏହି ଶୋଭାଯାତ୍ରା ପୃଥିବୀର ସବୁଠୁ ଉଚ୍ଚ ଚିନାବ ରେଲ୍ୱେ ବ୍ରିଜ୍ରେ ବାହାର କରାଯାଇଥିଲା । ଯିଏ ବି ଏହି ଚିତ୍ରକୁ ଦେଖିଛି ତା’ର ମନ ଖୁସିରେ ନାଚିଉଠିଛି । ଶ୍ରୀନଗରର ଡାଲ୍ ହ୍ରଦରେ ମଧ୍ୟ ତ୍ରିରଙ୍ଗା ଯାତ୍ରାର ମନୋମୁଗ୍ଧକର ଚିତ୍ର ଆମେ ସମସ୍ତେ ଦେଖିଲେ । ଅରୁଣାଚଳ ପ୍ରଦେଶର ଇଷ୍ଟ୍ କାମେଙ୍ଗ୍ ଜିଲାରେ ମଧ୍ୟ ୬୦୦ ଫୁଟ ଲମ୍ବର ତ୍ରିରଙ୍ଗା ସହ ଶୋଭାଯାତ୍ରା ବାହାର କରାଯାଇଥିଲା । ସେହିପରି ଦେଶର ଅନ୍ୟ ରାଜ୍ୟରେ ସବୁ ବୟସର ଲୋକେ ଏଭଳି ତ୍ରିରଙ୍ଗା ଶୋଭାଯାତ୍ରାଗୁଡ଼ିକରେ ସାମିଲ୍ ହୋଇଥିଲେ । ସ୍ୱାଧୀନତା ଦିବସ ଏବେ ଏକ ସାମାଜିକ ପର୍ବରେ ରୂପାନ୍ତରିତ ହୋଇଚାଲିଛି, ଏହା ଆପଣ ମଧ୍ୟ ଅନୁଭବ କରିଥିବେ । ଲୋକେ ନିଜ ଘରକୁ ତ୍ରିରଙ୍ଗା ମାଳାରେ ସଜାଇଥାନ୍ତି । ‘ସ୍ୱୟଂ ସହାୟକ ଗୋଷ୍ଠୀ’ ସହିତ ସଂପୃକ୍ତ ମହିଳାମାନେ ଲକ୍ଷ ଲକ୍ଷ ପତାକା ତିଆରି କରନ୍ତି । ଇ-କମର୍ସ ପ୍ଲାଟଫର୍ମରେ ତ୍ରିରଙ୍ଗାରେ ରଙ୍ଗାୟିତ ଜିନିଷପତ୍ରର ବିକ୍ରି ବଢ଼ିଯାଏ । ସ୍ୱାଧୀନତା ଦିବସ ଅବସରରେ ଦେଶର ପ୍ରତି କୋଣ ଅନୁକୋଣରେ, ଜଳ-ସ୍ଥଳ-ଆକାଶ- ସବୁ ସ୍ଥାନରେ ଆମ ଜାତୀୟ ପତାକାର ତିନି ରଙ୍ଗ ଦୃଶ୍ୟମାନ ହୋଇଥାଏ । ହର୍ ଘର୍ ତ୍ରିରଙ୍ଗା ୱେବ୍ସାଇଟ୍ରେ ପାଞ୍ଚ କୋଟିରୁ ଅଧିକ ସେଲ୍ଫି ମଧ୍ୟ ପୋଷ୍ଟ୍ କରାଯାଇଛି । ଏହି ଅଭିଯାନ ସମଗ୍ର ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ଦେଇଛି ଓ ଏହାହିଁ ‘ଏକ ଭାରତ୍-ଶ୍ରେଷ୍ଠ୍ ଭାରତ’ର ନିଦର୍ଶନ ।
ମୋର ପ୍ରିୟ ଦେଶବାସୀଗଣ, ମଣିଷ ଓ ପଶୁଙ୍କ ମଧ୍ୟରେ ପ୍ରେମ ଉପରେ ଆପଣ ଅନେକ ଚଳଚ୍ଚିତ୍ର ଦେଖିଥିବେ! କିନ୍ତୁ ଗୋଟିଏ ବାସ୍ତବ କାହାଣୀ ଆଜିକାଲି ଆସାମରେ ଚର୍ଚ୍ଚା ସୃଷ୍ଟି କରିଛି । ଆସାମର ତିନସୁକିଆ ଜିଲାର ଛୋଟିଆ ଗାଁ ବାରେକୁରିରେ ମୋରାନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଏବଂ ଏହି ଗାଁରେ ରହନ୍ତି ‘ହୁଲାକ୍ ଗିବନ’, ଏକ ମାଙ୍କଡ଼ର ପ୍ରଜାତି ଯାହାଙ୍କୁ ସେଠାରେ ‘ହୋଲୋ ବନ୍ଦର୍’ କୁହାଯାଏ । ହୁଲାକ୍ ଗିବନ ସେହି ଗାଁକୁ ହିଁ ନିଜର ଘର କରିଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁର ଲୋକଙ୍କର ହୁଲାକ୍ ଗିବନଙ୍କ ସହିତ ବହୁତ ଗଭୀର ସମ୍ବନ୍ଧ ରହିଛି । ଗ୍ରାମବାସୀ ଆଜି ମଧ୍ୟ ନିଜର ପାରମ୍ପରିକ ପ୍ରଥାକୁ ପାଳନ କରୁଛନ୍ତି । ତେଣୁ ସେମାନେ ସେସବୁ କାମ କରୁଛନ୍ତି ଯାହାଦ୍ୱାରା ଗିବନ୍ଙ୍କ ସହିତ ସେମାନଙ୍କର ସମ୍ପର୍କ ଆହୁରି ସୁଦୃଢ଼ ହେବ । ସେମାନେ ଯେତେବେଳେ ଅନୁଭବ କଲେ ଯେ ଗିବନ୍ମାନଙ୍କୁ କଦଳୀ ବହୁତ ପସନ୍ଦ, ତ ସେମାନେ କଦଳୀ ଚାଷ ମଧ୍ୟ ଆରମ୍ଭ କରିଦେଲେ । ଏହାଛଡ଼ା ସେମାନେ ସ୍ଥିର କଲେ ଯେ ଗିବନଙ୍କ ଜନ୍ମ ଓ ମୃତ୍ୟୁ ସହିତ ସମ୍ପୃକ୍ତ ରୀତିନୀତିକୁ ଠିକ୍ ସେମିତି ପାଳନ କରିବେ, ଯେପରିକି ସେମାନେ ଆପଣାର ଲୋକଙ୍କ ପାଇଁ କରନ୍ତି । ସେମାନେ ଗିବନମାନଙ୍କୁ ବିଭିନ୍ନ ନାଁ ମଧ୍ୟ ଦେଇଛନ୍ତି । ନିକଟରେ ଗିବନଙ୍କ ପାଖଦେଇ ବିଦ୍ୟୁତ୍ ତାର ଯାଇଥିବା କାରଣରୁ ସେମାନଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡ଼ୁଥିଲା । ତେଣୁ ଏହି ଗାଁର ଲୋକେ ସରକାରଙ୍କୁ ଏ ବିଷୟ ଜଣାଇଲେ ଏବଂ ଖୁବ୍ଶୀଘ୍ର ଏହାର ସମାଧାନର ରାସ୍ତା ମଧ୍ୟ ବାହାର କରାଗଲା । ମୋତେ କୁହାଯାଇଛି ଯେ ଏବେ ଏହି ଗିବନମାନେ ଫଟୋ ପାଇଁ ପୋଜ୍ ମଧ୍ୟ ଦେଉଛନ୍ତି ।
ବନ୍ଧୁଗଣ, ପଶୁମାନଙ୍କ ପ୍ରତି ପ୍ରେମ କ୍ଷେତ୍ରରେ ଆମ ଅରୁଣାଚଳ ପ୍ରଦେଶର ଯୁବ ସାଥୀମାନେ ମଧ୍ୟ ପଛରେ ନାହାଁନ୍ତି । ଅରୁଣାଚଳର ଆମର କିଛି ଯୁବବନ୍ଧୁମାନେ 3-ଡି ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜିର ବ୍ୟବହାର ଆରମ୍ଭ କରିଛନ୍ତି – ଜାଣିଛନ୍ତି କାହିଁକି ? କାରଣ ସେମାନେ ଶିଙ୍ଗ ଆଉ ଦାନ୍ତ ପାଇଁ ବନ୍ୟଜୀବମାନଙ୍କୁ ଶୀକାର ହେବାରୁ ବଞ୍ଚାଇବା ପାଇଁ ଚାହାଁନ୍ତି । ନାବମ ବାପୁ ଏବଂ ଶିଖା ନାନାଙ୍କ ନେତୃତ୍ୱରେ ଏହି ଟିମ୍ ପଶୁମାନଙ୍କର ଭିନ୍ନ ଭିନ୍ନ ଅଙ୍ଗର 3-ଡି ପ୍ରିଣ୍ଟିଙ୍ଗ୍ କରନ୍ତି । ପଶୁମାନଙ୍କର ଦାନ୍ତ ହେଉ ବା ଶିଙ୍ଗ ହେଉ ଏସବୁ 3-ଡି ପ୍ରିଣ୍ଟିଙ୍ଗ୍ ଦ୍ୱାରା ତିଆରି ହୁଏ । ଏଥିରୁ ପୁଣି ଡ୍ରେସ୍ ଓ ଟୋପି ଭଳି ଜିନିଷଗୁଡ଼ିକ ତିଆରି କରାଯାଏ । ଏହା ଏକ ଆଶ୍ଚର୍ଯ୍ୟଜନକ ବିକଳ୍ପ ଯେଉଁଥିରେ Bio-degradable materials ର ପ୍ରୟୋଗ କରାଯାଏ । ଏଭଳି ଏକ ଅଦ୍ଭୁତ ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ମୁଁ ତ କହିବି ଯେ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଷ୍ଟାର୍ଟ ଅପ୍ ଆଗକୁ ଆସୁ ଯାହା ଫଳରେ ଆମର ପଶୁମାନଙ୍କର ରକ୍ଷାହେବା ସଙ୍ଗେ ସଙ୍ଗେ ପରମ୍ପରା ମଧ୍ୟ ପ୍ରଚଳିତ ରହିପାରିବ ।
ମୋର ପ୍ରିୟ ଦେଶବାସୀଗଣ, ମଧ୍ୟପ୍ରଦେଶର ଝାବୁଆରେ ଏଭଳି କିଛି ବଢ଼ିଆ କାମ ହେଉଛି ଯାହା ଆପଣମାନେ ଜାଣିବା ନିହାତି ଦରକାର । ସେଠାରେ ଆମ ସଫାଇକର୍ମୀ ଭାଇଭଉଣୀମାନେ କମାଲ୍ କରି ଦେଖାଇଛନ୍ତି । ଏହି ଭାଇଭଉଣୀମାନେ “ଆବର୍ଜ୍ଜନାରୁ ଧନ” ଉକ୍ତିଟିକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି । ଏହି ଦଳଟି ଝାବୁଆର ଏକ ପାର୍କରେ ବର୍ଜ୍ୟବସ୍ତୁରୁ ସୁନ୍ଦର ସୁନ୍ଦର କଳାକୃତି ତିଆରି କରିଛନ୍ତି । ଏହି କାମ ପାଇଁ ସେମାନେ ଆଖପାଖରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଅର୍ଥାତ୍ ବ୍ୟବହାର ହୋଇଥିବା ବୋତଲ୍ ଟାୟାର୍ ଏବଂ ପାଇପ୍ ଆଦି ଏକତ୍ରିତ କରନ୍ତି । ଏହି କଳାକୃତିଗୁଡ଼ିକରେ ହେଲିକପ୍ଟର, କାର୍ ଏବଂ ତୋପ ମଧ୍ୟ ତିଆରି କରୁଛନ୍ତି । ଅତି ସୁନ୍ଦର ଝୁଲୁଥିବା ଫୁଲଦାନୀ ମଧ୍ୟ ତିଆରି ହୋଇଥାଏ । ବ୍ୟବହାର ହୋଇସାରିଥିବା ଟାୟାର ବ୍ୟବହାର କରି ଏଠାରେ ଆରାମଦାୟକ ବେଞ୍ଚ ମଧ୍ୟ ତିଆରି କରାଯାଇଛି । ସଫାଇ କର୍ମଚାରୀମାନଙ୍କର ଏହି ଦଳ ଏଠାରେ Reduce, Reuse ଏବଂ Recycle ମନ୍ତ୍ରକୁ ଆପଣେଇ ନେଇଛନ୍ତି । ଏସବୁକୁ ଦେଖିବା ପାଇଁ ସ୍ଥାନୀୟ ଲୋକମାନେ ତଥା ଆଖପାଖ ଜିଲ୍ଲାର ଲୋକମାନେ ମଧ୍ୟ ଏଠାକୁ ଆସୁଛନ୍ତି ।
ବନ୍ଧୁଗଣ, ମୁଁ ଖୁସି ଯେ ଆଜି ଆମ ଦେଶର ଅନେକ ଷ୍ଟାର୍ଟଅପ୍ ଟିମ୍ ପରିବେଶର ଉନ୍ନତି ପାଇଁ ଏଭଳି ପ୍ରୟାସମାନ କରିଚାଲିଛନ୍ତି । E-conscious ନାମକ ଟିମ୍ ଅଛି, ଯିଏକି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ଉପଯୋଗ କରି ପରିବେଶ ଅନୁକୂଳ ଉତ୍ପାଦ ତିଆରି କରୁଛି । ଆମର ପର୍ଯ୍ୟଟନସ୍ଥଳ ବିଶେଷକରି ପାହାଡ଼ି ଅଞ୍ଚଳରେ ପଡ଼ିଥିବା ଆବର୍ଜନାକୁ ଦେଖି ସେମାନଙ୍କ ମନରେ ଏଭଳି ଆଇଡିଆ ଆସିଲା । ଏହିଭଳି ଲୋକମାନଙ୍କର ଆଉ ଏକ ଦଳ “ଇକୋକାରୀ” ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି । ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ବିଭିନ୍ନ ପ୍ରକାର ସୁନ୍ଦର ଜିନିଷ ତିଆରି କରୁଛନ୍ତି ।
ବନ୍ଧୁଗଣ, Toy Recycling ମଧ୍ୟ ଏଇଭଳି ଏକ କ୍ଷେତ୍ର ଯେଉଁଥିରେ ଆମେ ମିଳିମିଶି କାମ କରିପାରିବା । ଆପଣମାନେ ଜାଣିଛନ୍ତି ଯେ ଅନେକ ପିଲା ଖୁବଶୀଘ୍ର ଗୋଟିଏ ଖେଳନାରୁ ବୋର୍ ହୋଇଯାଆନ୍ତି । ସେଇଭଳି ଏମିତି ପିଲା ମଧ୍ୟ ଅଛନ୍ତି ଯେଉଁମାନେ ସେଇ ଖେଳନା ପାଇଁ ଆଗ୍ରହ ରଖିଥାନ୍ତି । ଏଭଳି ଖେଳନା ଯେଉଁଥିରେ ଏବେ ଆପଣଙ୍କ ପିଲା ଖେଳୁନାହାଁନ୍ତି, ସେଗୁଡ଼ିକୁ ଆପଣ ଏଭଳି ଜାଗାରେ ଦେଇପାରନ୍ତି ଯେଉଁଠି ତା’ର ଉପଯୋଗ ହୋଇପାରିବ । ଏ ମଧ୍ୟ ପରିବେଶ ରକ୍ଷାର ଏକ ଭଲ ବାଟ । ଆମେ ସମସ୍ତେ ମିଶି ଏଭଳି ଚେଷ୍ଟା କଲେ ପରିବେଶ ସୁରକ୍ଷା ସଙ୍ଗେ ସଙ୍ଗେ ଦେଶ ମଧ୍ୟ ଆଗକୁ ବଢ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଏଇ କିଛିଦିନ ପୂର୍ବେ ଅଗଷ୍ଟ ୧୯ ତାରିଖ ଦିନ ଆମେମାନେ ରକ୍ଷାବନ୍ଧନ ପର୍ବ ପାଳନ କଲେ । ସେହିଦିନ ସାରା ଦୁନିଆରେ ବିଶ୍ୱ ସଂସ୍କୃତ ଦିବସ ମଧ୍ୟ ପାଳନ କରାଗଲା । ଆଜି ମଧ୍ୟ ଦେଶ-ବିଦେଶରେ ଲୋକମାନଙ୍କର ସଂସ୍କୃତ ଭାଷା ପ୍ରତି ବିଶେଷ ଆକର୍ଷଣ ଦେଖାଯାଉଛି । ବିଶ୍ୱର ଅନେକ ଦେଶରେ ସଂସ୍କୃତ ଭାଷାକୁ ନେଇ ବିଭିନ୍ନ ପ୍ରକାରର ଗବେଷଣା ଏବଂ ପ୍ରୟୋଗ କରାଯାଉଛି । ପରବର୍ତ୍ତୀ କଥା କହିବା ପୂର୍ବରୁ ମୁଁ ଆପଣମାନଙ୍କ ପାଇଁ ଗୋଟିଏ ଛୋଟିଆ ଅଡିଓ କ୍ଲିପ୍ ପ୍ଲେ କରୁଛି ।
# # # Audio Clip # # #
ବନ୍ଧୁଗଣ, ଏହି ଅଡିଓର ସମ୍ବନ୍ଧ ୟୁରୋପର ‘ଲିଥୁଏନିଆ’ ନାମକ ଦେଶ ସହିତ ରହିଛି । ସେଠାକାର ଜଣେ ପ୍ରଫେସର ୱିତିଶ୍ ୱିବୁନାସ୍ ଗୋଟିଏ ନିଆରା ପ୍ରୟାସ କଲେ ଏବଂ ତା’ର ନାଁ ଦେଲେ – ‘ସଂସ୍କୃତ ଅନ୍ ଦ ରିଭରସ୍’ । କିଛି ଲୋକଙ୍କର ଗୋଟିଏ ଦଳ ସେଠାକାର ନୋରିସ୍ ନଦୀକୂଳରେ ଜମାହୋଇ ବେଦ ଏବଂ ଗୀତାର ପଠନ କଲେ । ଏଠାରେ ଗତ କିଛିବର୍ଷ ହେଲା ଏଭଳି ପ୍ରୟାସ ନିରନ୍ତର ଚାଲିଛି । ଆପଣମାନେ ମଧ୍ୟ ସଂସ୍କୃତର ବିକାଶ ପାଇଁ ଏଭଳି ପ୍ରୟାସଗୁଡ଼ିକ ଲୋକଲୋଚନକୁ ଆଣନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆମ ସମସ୍ତଙ୍କ ଜୀବନରେ ଫିଟନେସର ଅନେକ ମହତ୍ତ୍ୱ ରହିଛି । ଫିଟ୍ ରହିବା ପାଇଁ ଆମକୁ ଆମର ଖାଇବା ପିଇବା, ଚାଲିଚଳନ ସବୁଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପଡ଼େ । ଲୋକମାନଙ୍କୁ ଫିଟନେସ୍ ପ୍ରତି ସଚେତନ କରାଇବା ପାଇଁ ହିଁ ‘ଫିଟ୍ ଇଣ୍ଡିଆ ଅଭିଯାନ’ ଆରମ୍ଭ କରାଯାଇଛି । ସୁସ୍ଥ ରହିବା ପାଇଁ ଆଜି ସବୁ ବୟସର, ସବୁ ଶ୍ରେଣୀର ଲୋକମାନେ ଯୋଗକୁ ଆପଣାଉଛନ୍ତି । ଲୋକମାନେ ଭୋଜନଥାଳିରେ ଏବେ ପରଫୁଡ୍ ମିଲେଟ୍ ଅର୍ଥାତ୍ ଶ୍ରୀଅନ୍ନକୁ ସ୍ଥାନ ଦେବାକୁ ଲାଗିଲେଣି । ଏହି ସମସ୍ତ ପ୍ରୟାସର ଉଦ୍ଦେଦଶ୍ୟ ହେଲା – ସବୁ ପରିବାର ସୁସ୍ଥ ରହୁ ।
ବନ୍ଧୁଗଣ, ଆମ ପରିବାର, ଆମ ସମାଜ ଆଉ ଆମ ଦେଶ ଏ ସମସ୍ତଙ୍କର ଭବିଷ୍ୟତ ଆମ ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ ଏବଂ ପିଲାମାନଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ ଅତି ଜରୁରୀ ଆବଶ୍ୟକତା ହେଲା ସେମାନଙ୍କୁ ଠିକ୍ ପୋଷଣ ମିଳୁ । ପିଲାମାନଙ୍କର ପୋଷଣ ଦେଶର ପ୍ରାଥମିକତା । ସେମାନଙ୍କ ପୋଷଣ ପ୍ରତି ବର୍ଷସାରା ଆମର ଧ୍ୟାନ ରହୁଛି କିନ୍ତୁ ଗୋଟିଏ ମାସ ଦେଶ ଏ ବିଷୟରେ ବିଶେଷ ଧ୍ୟାନ ଦେଇଥାଏ । ଏଥିପାଇଁ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ପାଳନ କରାଯାଏ । ପୋଷଣ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିବା ପାଇଁ ପୋଷଣ ମେଳା, ଏନିମିଆ ଶିବିର, ନବଜାତ ଶିଶୁମାନଙ୍କର ଘରକୁ ପରିଦର୍ଶନ, ସେମିନାର, ୱେବିନାର ଆଦି ଅନେକ ଆୟୋଜନ କରାଯାଇଥାଏ । କେତେକ ସ୍ଥାନରେ ଅଙ୍ଗନବାଡ଼ି ଯୋଜନାରେ ମା, ଶିଶୁ ଏବଂ କମିଟିର ମଧ୍ୟ ସ୍ଥାପନ କରାଯାଇଛି । ଏହି କମିଟିଗୁଡ଼ିକ କୁପୋଷଣଯୁକ୍ତ ଶିଶୁ, ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କର ମା’ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିୟମିତ ନଜରରେ ରଖାଯାଏ ଏବଂ ସେମାନଙ୍କ ପୋଷଣର ବ୍ୟବସ୍ଥା କରାଯାଏ । ଗତବର୍ଷ ପୋଷଣ ଅଭିଯାନକୁ ନୂତନ ଶିକ୍ଷାନୀତି ସହିତ ମଧ୍ୟ ସଂଯୁକ୍ତ କରାଯାଇଛି । “ପୋଷଣ୍ ଭି, ପଢ଼ାଇ ଭି” ଏହି ଅଭିଯାନ ମାଧ୍ୟମରେ ପିଲାମାନଙ୍କର ସନ୍ତୁଳିତ ବିକାଶ ଉପରେ ଧ୍ୟାନକେନ୍ଦ୍ରିତ କରାଯାଇଛି । ଆପଣ ମଧ୍ୟ ଆପଣଙ୍କ ଅଞ୍ଚଳରେ ପୋଷଣ ପ୍ରତି ସଚେତନତା ଅଭିଯାନରେ ଯୋଗଦେବା ଉଚିତ । ଆପଣଙ୍କର ଏହି ଛୋଟିଆ ପ୍ରୟାସ ଦ୍ୱାରା କୁପୋଷଣ ବିରୁଦ୍ଧରେ ଏହି ଲଢ଼େଇକୁ ବହୁତ ସାହାଯ୍ୟ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ଏଥର ‘ମନ୍ କି ବାତ୍’ରେ ଏତିକି । ‘ମନ୍ କି ବାତ୍’ ମାଧ୍ୟମରେ ଆପଣମାନଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗୁଛି । ଲାଗୁଛି ସତେ ଯେମିତି ମୁଁ ମୋର ପରିବାର ଲୋକଙ୍କ ସହିତ ବସି ଏକ ହାଲ୍କା ଫୁଲ୍କା ବାତାବରଣରେ ମୋ ମନର କଥା ବ୍ୟକ୍ତ କରୁଛି । ଆପଣମାନଙ୍କ ମନ ସହିତ ଯୋଡ଼ିହେଉଛି । ଆପଣମାନଙ୍କ ମତାମତ, ଆପଣଙ୍କ ପ୍ରସ୍ତାବ ମୋ ପାଇଁ ବହୁତ ମୂଲ୍ୟବାନ । କିଛିଦିନ ମଧ୍ୟରେ ଅନେକ ପର୍ବପର୍ବାଣୀ ଆସିବ । ସେସବୁ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଜନ୍ମାଷ୍ଟମୀ ଉତ୍ସବ ମଧ୍ୟ ଆସୁଛି । ଆସନ୍ତା ମାସର ଆରମ୍ଭରେ ଗଣେଶ ଚତୁର୍ଥୀ ପର୍ବ ମଧ୍ୟ ପଡ଼ିବ । ‘ଓଣମ୍’ ଉତ୍ସବ ମଧ୍ୟ ନିକଟତର ହେଲାଣି । ‘ମିଲାଦ୍ ଉନ୍ ନବୀ’ ପାଇଁ ମଧ୍ୟ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ ଏ ମାସ ୨୯ ତାରିଖରେ ତେଲୁଗୁ ଭାଷା ଦିବସ ମଧ୍ୟ ପାଳିତ ହେବ । ଏହା ବାସ୍ତବରେ ଗୋଟିଏ ଅଦ୍ଭୁତ ଭାଷା । ମୁଁ ଦୁନିଆର ସମସ୍ତ ତେଲୁଗୁଭାଷୀ ଲୋକମାନଙ୍କୁ ତେଲୁଗୁ ଭାଷାଦିବସର ଶୁଭକାମନା ଜଣାଉଛି ।
ପ୍ରପଞ୍ଚ ବ୍ୟାପ୍ତଙ୍ଗା ଉନ୍ନ,
ତେଲୁଗୁ ବାରିକି,
ତେଲୁଗୁ ଭାଷା ଦିନୋତ୍ସବ ଶୁଭାକାଂକ୍ଷିଲୁ ।
ବନ୍ଧୁଗଣ, ମୁଁ ଆପଣ ସମସ୍ତଙ୍କ ଏହି ବର୍ଷାଋତୁରେ ସାବଧାନ ରହିବା ସଙ୍ଗେ ସଙ୍ଗେ ‘Catch the rain movement’ରେ ଯୋଗଦେବାର ଅନୁରୋଧକୁ ଦୋହରାଉଛି । ମୁଁ ଆପଣ ସମସ୍ତଙ୍କୁ ‘ଏକ୍ ପେଡ଼୍ ମାଁ କେ ନାମ୍’ ଅଭିଯାନକୁ ମଧ୍ୟ ମନେ ପକାଇ ଦେବାକୁ ଚାହେଁ । ଅଧିକରୁ ଅଧିକ ଗଛ ଲଗାନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରେରଣା ଦିଅନ୍ତୁ । ଆଗାମୀ ଦିନରେ ପ୍ୟାରିସରେ ପାରାଅଲମ୍ପିକ୍ ମଧ୍ୟ ଆରମ୍ଭ ହେବ । ଆମର ଦିବ୍ୟାଙ୍ଗ ଭାଇଭଉଣୀମାନେ ସେଠାରେ ପହଞ୍ଚିଛନ୍ତି ଶହେ ଚାଳିଶ କୋଟି ଭାରତୀୟ ନିଜର ଆଥଲେଟ୍ ଏବଂ ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି । ଆପଣମାନେ ମଧ୍ୟ #Cheer4Bharat ମାଧ୍ୟମରେ ନିଜର ଖେଳାଳିମାନଙ୍କୁ ଉତ୍ସାହିତ କରନ୍ତୁ । ଆସନ୍ତା ମାସରେ ଆମେ ପୁଣିଥରେ ଭେଟିବା ଏବଂ ଅନେକ ବିଷୟରେ ଚର୍ଚ୍ଚା କରିବା । ସେପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ । ବହୁତ୍ ବହୁତ୍ ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣଙ୍କୁ ସ୍ୱାଗତ, ଅଭିନନ୍ଦନ । ଏବେ ସମଗ୍ର ବିଶ୍ୱରେ ପ୍ୟାରିସ୍ ଅଲମ୍ପିକ୍ସ ଚର୍ଚ୍ଚାରେ ରହିଛି । ଅଲମ୍ପିକ୍ସ ଆମ ଖେଳାଳିମାନଙ୍କୁ ବିଶ୍ୱସ୍ତରରେ ତ୍ରିରଙ୍ଗା ଉଡ଼ାଇବାର ସୁଯୋଗ ଦେଇଥାଏ, ଦେଶ ପାଇଁ କିଛି କରିବାର ସୁଯୋଗ ପ୍ରଦାନ କରିଥାଏ । ଆପଣମାନେ ମଧ୍ୟ ଆମ ଖେଳାଳିମାନଙ୍କ ଉତ୍ସାହ ବର୍ଦ୍ଧନ କରନ୍ତୁ, Cheer for Bharat !!
ବନ୍ଧୁଗଣ, କ୍ରୀଡ଼ା ଜଗତର ଏହି ଅଲମ୍ପିକ୍ସ ଭିନ୍ନ, କିଛିଦିନ ପୂର୍ବରୁ ଗଣିତ ଜଗତରେ ମଧ୍ୟ ଗୋଟିଏ ଅଲମ୍ପିକ୍ସ ଅନୁଷ୍ଠିତ ହୋଇଯାଇଛି – International Mathematics Olympiad. ଏହି ଅଲିମ୍ପିଆଡରେ ଭାରତର ପ୍ରତିଯୋଗୀମାନେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ ଆମ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଚାରୋଟି ସ୍ୱର୍ଣ୍ଣପଦକ ଏବଂ ଗୋଟିଏ ରୌପ୍ୟପଦକ ଜିତିଛି । International Mathematics Olympiad – ଏଥିରେ ୧୦୦ରୁ ଅଧିକ ଦେଶର ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିଥାନ୍ତି ଏବଂ ମୋଟ ପଦକ ତାଲିକାରେ ଆମ ଦଳ ସର୍ବଶ୍ରେଷ୍ଠ ପାଞ୍ଚଟି ଦଳ ମଧ୍ୟରେ ସ୍ଥାନ ପାଇବାରେ ସଫଳତା ଲାଭ କରିଛି । ଦେଶର ନାଁ ଉଜ୍ଜ୍ୱଳ କରିଥିବା ଏହି ଛାତ୍ରମାନଙ୍କ ନାମ ହେଉଛି - ପୁଣେର ଆଦିତ୍ୟ ଭେଙ୍କଟ ଗଣେଶ, ସେହି ପୁଣେର ସିଦ୍ଧାର୍ଥ ଚୋପ୍ଡ଼ା, ଦିଲ୍ଲୀର ଅର୍ଜୁନ ଗୁପ୍ତା, ଗ୍ରେଟର୍ ନଏଡାର କନବ ତଲୱାର, ମୁମ୍ବାଇର ରୁଷିଲ୍ ମାଥୁର୍ ଏବଂ ଗୁଆହାଟିର ଆନନ୍ଦୋ ଭାଦୁରୀ ।
ବନ୍ଧୁଗଣ, ଆଜି ‘ମନ୍ କି ବାତ୍’ରେ ମୁଁ ଏହି ଯୁବ ବିଜେତାମାନଙ୍କୁ ବିଶେଷ ଭାବେ ନିମନ୍ତ୍ରିତ କରିଛି । ଏମାନେ ସମସ୍ତେ ବର୍ତ୍ତମାନ ଫୋନ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ : ନମସ୍କାର ବନ୍ଧୁଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି । କେମିତି ଅଛନ୍ତି ?
ଛାତ୍ରମାନେ: ଭଲ ଅଛୁଁ ସାର୍ ।
ପ୍ରଧାନମନ୍ତ୍ରୀ : ଆଚ୍ଛା ବନ୍ଧୁଗଣ, ‘ମନ୍ କି ବାତ୍’ ମାଧ୍ୟମରେ ଦେଶବାସୀ ଆପଣମାନଙ୍କ ଅନୁଭୂତି ସମ୍ପର୍କରେ ଜାଣିବା ପାଇଁ ବହୁତ ଉତ୍କଣ୍ଠିତ । ମୁଁ ଆରମ୍ଭ କରୁଛି ଆଦିତ୍ୟ ଏବଂ ସିଦ୍ଧାର୍ଥଙ୍କଠାରୁ । ଆପଣମାନେ ପୁଣେରେ ଅଛନ୍ତି । ପ୍ରଥମେ ମୁଁ ଆପଣମାନଙ୍କ ଠାରୁ ହିଁ ଆରମ୍ଭ କରୁଛି । ଅଲମ୍ପିଆଡ୍ ସମୟରେ ଆପଣଙ୍କ ଅନୁଭୂତି ସମ୍ପର୍କରେ ଆମ ସମସ୍ତଙ୍କୁ କୁହନ୍ତୁ ।
ଆଦିତ୍ୟ : ପିଲାଦିନୁ ଗଣିତରେ ମୋର ରୁଚି ଥିଲା । ଷଷ୍ଠ ଶ୍ରେଣୀରେ ମୋ ଶିକ୍ଷକ ଓମପ୍ରକାଶ ସାର୍ ମୋତେ ଗଣିତ ପଢ଼ାଉଥିଲେ । ଗଣିତରେ ମୋର ଆଗ୍ରହକୁ ସେ ବୃଦ୍ଧି କରିଥିଲେ । ମୋତେ ଶିଖିବାକୁ ମିଳିଲା ଆଉ ମୋତେ ସୁଯୋଗ ମିଳିଲା ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ବନ୍ଧୁ କ’ଣ କହିବାକୁ ଚାହୁଁଛନ୍ତି ?
ସିଦ୍ଧାର୍ଥ : ସାର୍, ପୁଣେରୁ ମୁଁ ସିଦ୍ଧାର୍ଥ କହୁଛି । ମୁଁ ଏଥର ଦ୍ୱାଦଶ ଶ୍ରେଣୀ ପାସ୍ କରିଛି । ଏହା ମୋର IMO ର ଦ୍ୱିତୀୟ ଅନୁଭୂତି ଥିଲା । ମୋର ମଧ୍ୟ ପିଲାଦିନୁ ଗଣିତ ପ୍ରତି ଆଗ୍ରହ ଥିଲା । ମୁଁ ଯେତେବେଳେ ଆଦିତ୍ୟ ସହିତ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି, ସେତେବେଳେ ଓମପ୍ରକାଶ ସାର୍ ଆମ ଦୁହିଁଙ୍କୁ ତାଲିମ ଦେଇଥିଲେ । ତାହା ଆମକୁ ବହୁତ ସାହାଯ୍ୟ କରିଥିଲା । ଏବେ ମୁଁ କଲେଜରୁ CMIରେ ଅଂଶଗ୍ରହଣ କରିବାକୁ ଯାଉଛି । ଏବେ ଗଣିତ ଓ ସି.ଏସ. ପଢ଼ୁଛି ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ମୋତେ ସୂଚନା ଦିଆଯାଇଛି ଯେ, ଅର୍ଜୁନ ବର୍ତ୍ତମାନ ଗାନ୍ଧିନଗରରେ ଅଛନ୍ତି ଆଉ କନବ୍ ଗ୍ରେଟର୍ ନଏଡାରେ ହିଁ ରହୁଛନ୍ତି । ଅର୍ଜୁନ ଆଉ କନବ୍, ଆମେ ଅଲମ୍ପିଆଡ୍ ବିଷୟରେ ଆଲୋଚନା କଲୁ । କିନ୍ତୁ ଆପଣ ଦୁହେଁ ଆମକୁ ନିଜର ପ୍ରସ୍ତୁତି ସହ ଜଡ଼ିତ କିଛି ବିଷୟ ଆଉ କିଛି ବିଶେଷ ଅନୁଭୂତି ସମ୍ପର୍କରେ କହିଲେ ଆମ ଶ୍ରୋତାମାନଙ୍କୁ ଭଲ ଲାଗିବ ।
ଅର୍ଜୁନ : ନମସ୍କାର ସାର୍, ଜୟହିନ୍ଦ୍ । ମୁଁ ଅର୍ଜୁନ କହୁଛି ।
ପ୍ରଧାନମନ୍ତ୍ରୀ : ଜୟହିନ୍ଦ୍, ଅର୍ଜୁନ ।
ଅର୍ଜୁନ : ମୁଁ ଦିଲ୍ଲୀରେ ରହୁଛି । ମୋ ମା’ ଶ୍ରୀମତି ଆଶା ଗୁପ୍ତା ହେଉଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପିକା, ଆଉ ମୋ ବାପା ଶ୍ରୀ ଅମିତ ଗୁପ୍ତା ଜଣେ ଚାଟାର୍ଡ଼ ଆକାଉଂଟାଣ୍ଟ । ଆମ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେଉଥିବାରୁ ମୁଁ ନିଜକୁ ବହୁତ ଗୌରବାନ୍ୱିତ ମନେକରୁଛି । ସର୍ବପ୍ରଥମେ, ମୋ ସଫଳତାର ଶ୍ରେୟ ମୁଁ ମୋ ପିତା-ମାତାଙ୍କୁ ଦେବାକୁ ଚାହୁଁଛି । ମୁଁ ଭାବୁଛି ଯେ, କୌଣସି ପରିବାରରେ ଜଣେ ସଭ୍ୟ ଯଦି ଏଭଳି କୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥାଆନ୍ତି, ତାହେଲେ ତାହା ପଛରେ କେବଳ ସେହି ସଭ୍ୟଙ୍କ ପରିଶ୍ରମ ନୁହେଁ, ବରଂ ସାରା ପରିବାରର ପରିଶ୍ରମ ରହିଥାଏ । ବସ୍ତୁତଃ, ଆମ ପ୍ରଶ୍ନପତ୍ରରେ ତିନୋଟି ପ୍ରଶ୍ନ ଥାଏ ଓ ସେଥିପାଇଁ ସାଢ଼େ ଚାରିଘଣ୍ଟା ସମୟ ଦିଆଯାଇଥାଏ । ମାନେ, ଗୋଟିଏ ପ୍ରଶ୍ନ ପାଇଁ ଦେଢ଼ଘଣ୍ଟା । ତେଣୁ, ଆମେ ଜାଣିଥାଉଁ ଯେ, ଗୋଟିଏ ପ୍ରଶ୍ନର ସମାଧାନ ପାଇଁ ଆମ ହାତରେ କେତେ ସମୟ ରହିଛି । ଘରେ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ବେଳେବେଳେ ଗୋଟିଏ ପ୍ରଶ୍ନକୁ ସମାଧାନ କରିବା ପାଇଁ ଗୋଟିଏ ଦିନ, ଏପରିକି ୩ ଦିନ ମଧ୍ୟ ଲାଗିଥାଏ । ଏଥିପାଇଁ ଆମକୁ ଅନଲାଇନ୍ ପ୍ରଶ୍ନ ଖୋଜିବାକୁ ପଡ଼ିଥାଏ । ଆମେ ଗତବର୍ଷର ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ସମାଧାନ ପାଇଁ ମଧ୍ୟ ଚେଷ୍ଟା କରୁ । ଆମେ ଯେତେ ଅଧିକ ପରିଶ୍ରମ କରିଚାଲୁ, ଆମ ଅଭିଜ୍ଞତା ସେତେ ବଢ଼ି ବଢ଼ି ଚାଲିଥାଏ । ସବୁଠାରୁ ବଡ଼ କଥା ହେଲା, ଆମ ସମାଧାନ କରିବାର କ୍ଷମତା ବୃଦ୍ଧି ପାଏ, ଯାହା ଆମକୁ କେବଳ ଗଣିତ ନୁହେଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିଥାଏ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, କନବ୍ ମୋତେ କୌଣସି ବିଶେଷ ଅନୁଭୂତି ସମ୍ପର୍କରେ କହିପାରିବ ? ଏପରି କିଛି ବିଶେଷ ପ୍ରସ୍ତୁତି କରିବାକୁ ପଡ଼େ, ଯାହା ଜାଣିଲେ ଆମ ଯୁବବନ୍ଧୁମାନେ ବେଶୀ ଖୁସି ହେବେ ।
କନବ୍ ତଲୱାର : ମୋ ନାଁ କନବ୍ ତଲୱାର । ମୁଁ ଗ୍ରେଟର୍ ନଏଡା ଉତ୍ତରପ୍ରଦେଶରେ ରହୁଛି । ମୁଁ ଏକାଦଶ ଶ୍ରେଣୀର ଛାତ୍ର । ଗଣିତ ମୋର ପ୍ରିୟ ବିଷୟ । ପିଲାଦିନୁ ମୋତେ ଗଣିତ ଖୁବ ଭଲ ଲାଗେ । ପିଲାଦିନେ ମୋ ବାପା ମୋତେ puzzles ଗୁଡ଼ିଏ ସମାଧାନ ପାଇଁ ଦେଉଥିଲେ । ଯାହାଦ୍ୱାରା ମୋ ଆଗ୍ରହ ବଢ଼ିଚାଲିଲା । ମୁଁ ସପ୍ତମ ଶ୍ରେଣୀରୁ ଅଲମ୍ପିଆଡ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲି । ଏଥିରେ ମୋର ଭଉଣୀଙ୍କର ବହୁତ ବଡ଼ ଅବଦାନ ରହିଛି । ମୋ ବାପା-ମା ମଧ୍ୟ ସବୁବେଳେ ମୋତେ ସାହାଯ୍ୟ କରିଛନ୍ତି । HBCSE ଏହି ଅଲମ୍ପିଆଡର ଆୟୋଜନ କରିଥାଏ । ଏହା ଏକ ପାଞ୍ଚଟି ସ୍ତର ବିଶିଷ୍ଟ ପ୍ରକ୍ରିୟା । ଗତବର୍ଷ ଅଳ୍ପ ବ୍ୟବଧାନ ପାଇଁ ମୁଁ ଦଳରେ ସାମିଲ ହୋଇପାରି ନ ଥିଲି । ଏଥିପାଇଁ ମୋ ମନରେ ବହୁତ ଦୁଃଖ ଥିଲା । ସେତେବେଳେ ମୋ ବାପା-ମା ମୋତେ କହିଥିଲେ ଯେ, ହୁଏତ ଆମେ ଜିତିବା, ନହେଲେ ଶିଖିବା । ଯାତ୍ରା ମହତ୍ତ୍ୱ ରଖିଥାଏ, ସଫଳତା ନୁହେଁ । ତେଣୁ ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, Love what you do and do what you love - ନିଜ କାମକୁ ଭଲ ପାଅ, ଆଉ ଯାହା ଭଲପାଅ ତାହା ହିଁ କର । ଯାତ୍ରା ଗୁରୁତ୍ୱପୂର୍ଣ୍ଣ, ସଫଳତା ନୁହେଁ – ନିଜ ବିଷୟକୁ ଭଲ ପାଇଲେ ଓ ଯାତ୍ରାକୁ ଉପଭୋଗ କରିଚାଲିଲେ ଆମକୁ ସଫଳତା ମିଳୁଥିବ ।
ପ୍ରଧାନମନ୍ତ୍ରୀ : କନବ୍, ଆପଣଙ୍କ ରୁଚି ଗଣିତରେ, କିନ୍ତୁ କଥା ଏମିତି କହୁଛନ୍ତି, ଯେମିତି ସାହିତ୍ୟରେ ବି ଆପଣଙ୍କ ରୁଚି ରହିଛି !
କନବ୍ ତଲୱାର: ହଁ ଆଜ୍ଞା, ପିଲାଦିନେ ମୁଁ ବକ୍ତୃତା ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରୁଥିଲି ।
ପ୍ରଧାନମନ୍ତ୍ରୀ : ହଉ, ଚାଲନ୍ତୁ ଏଥର ଆନନ୍ଦଙ୍କ ସହିତ କଥା ହେବା । ଆନନ୍ଦ, ଆପଣ ଏବେ ଗୁଆହାଟିରେ ଅଛନ୍ତି, ଆଉ ଆପଣଙ୍କ ସାଥି ଋଷିଲ୍ ମୁମ୍ବାଇରେ । ଆପଣ ଦୁହିଁଙ୍କୁ ମୋର ଗୋଟିଏ ପ୍ରଶ୍ନ । ଦେଖନ୍ତୁ, ମୁଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ତ କରିଥାଏ, ତା’ଛଡ଼ା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥାଏ । ବହୁତ ଛାତ୍ରଙ୍କୁ ଗଣିତ ନାଁ ଶୁଣିଲେ ବହୁତ ଭୟ ଲାଗେ । ଏହାର ନାଁ ଶୁଣି ହିଁ ସେମାନେ ଛାନିଆ ହୋଇଯାଆନ୍ତି । ଆପଣ କୁହନ୍ତୁ, ଗଣିତକୁ କିପରି ନିଜର ବନ୍ଧୁ କରିହେବ ?
ଋଷିଲ୍ ମାଥୁର: ସାର୍, ମୁଁ ଋଷିଲ୍ ମାଥୁର କହୁଛି । ଛୋଟବେଳେ ଯେତେବେଳେ ଆମକୁ ସଂଖ୍ୟାଗୁଡ଼ିକୁ ଯୋଗ କରିବା ଶିଖାହୁଏ, ସେତେବେଳେ ଆମକୁ କ୍ୟାରି ଫରର୍ୱାର୍ଡ଼ ବିଷୟରେ ଶିଖାହୁଏ । କିନ୍ତୁ କାହିଁକି କ୍ୟାରି ଫରର୍ୱାର୍ଡ଼ କରାଯାଏ, ସେ ବିଷୟରେ ଆମକୁ କେହି କହନ୍ତି ନାହିଁ । ଆମେ ଯେତେବେଳେ ଚକ୍ରବୃଦ୍ଧି ସୁଧ ବିଷୟରେ ପଢ଼ୁ, ଆମେ କେବେହେଲେ ଏ କଥା ପଚାରୁନି ଯେ, ଚକ୍ରବୃଦ୍ଧି ସୁଧର ସୂତ୍ର କେଉଁଠୁ ଆସିଲା । ମୁଁ ଜାଣିବାରେ, ଗଣିତ ପ୍ରକୃତରେ ଚିନ୍ତାକରି କୌଣସି ସମସ୍ୟାର ସମାଧାନ ବାହାର କରିବାର ଗୋଟିଏ କଳା । ତେଣୁ ମୋତେ ଲାଗେ ଯେ, ଆମେ ଗଣିତରେ ଗୋଟିଏ ନୂଆ ପ୍ରଶ୍ନ ଯୋଡ଼ିଦେଲେ, ପ୍ରଶ୍ନ ଉଠେ ଯେ, ଆମେ କାହିଁକି ଏଭଳି କଲୁ ? ଏହା ଏମିତି କାହିଁକି ହେଉଛି ? ତେଣୁ ମୋ ମତରେ, ଏମିତି ଚିନ୍ତା କଲେ, ଲୋକଙ୍କର ଗଣିତରେ ଆଗ୍ରହ ବହୁତ ବୃଦ୍ଧି ପାଇବ । କୌଣସି ଜିନିଷ ଆମେ ବୁଝି ନ ପାରିଲେ, ତା ପ୍ରତି ଆମ ମନରେ ଭୟ ସୃଷ୍ଟି ହୋଇଥାଏ । ତା ଛଡ଼ା ସମସ୍ତେ ଭାବନ୍ତି ଯେ, ଗଣିତ ଗୋଟିଏ ଲଜିକାଲ୍ ବିଷୟ । କିନ୍ତୁ ଗଣିତରେ ସୃଜନଶୀଳତାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ, ସୃଜନଶୀଳତା ଯୋଗୁଁ ହିଁ ଆମେ ଗତାନୁଗତିକ ବାଟ ଛାଡ଼ି କିଛି ନୂତନ ସମାଧାନ କଥା ଚିନ୍ତା କରିପାରିବା, ଯାହା ଅଲମ୍ପିଆଡରେ ବହୁତ ଉପଯୋଗୀ ହୋଇଥାଏ । ତେଣୁ ଗଣିତରେ ଆଗ୍ରହ ବୃଦ୍ଧି କରିବାରେ ମ୍ୟାଥ୍ ଅଲମ୍ପିଆଡର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ।
ପ୍ରଧାନମନ୍ତ୍ରୀ : ଆନନ୍ଦ, ଆପଣ କିଛି କହିବାକୁ ଚାହୁଁଛନ୍ତି କି ?
ଆନନ୍ଦ ଭାଦୁରୀ: ନମସ୍କାର ପିଏମ୍ ସାର୍ । ଗୁଆହାଟିରୁ ମୁଁ ଆନନ୍ଦ ଭାଦୁରୀ କହୁଛି । ମୁଁ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାସ୍ କରିଛି । ମୁଁ ଷଷ୍ଠ – ସପ୍ତମ ଶ୍ରେଣୀରେ ସ୍ଥାନୀୟ ଅଲମ୍ପିଆଡରେ ଅଂଶଗ୍ରହଣ କରୁଥିଲି । ସେଇଠୁ ମୋ ଆଗ୍ରହ ସୃଷ୍ଟି ହେଲା । ଏହା ମୋର ଦ୍ୱିତୀୟ IMO ଥିଲା । ମୋତେ ଦୁଇଟିଯାକ IMO ବହୁତ ଭଲ ଲାଗିଲା । ମୁଁ ଋଷିଲଙ୍କ ସହ ଏକମତ । ମୁଁ ଏକଥା କହିବାକୁ ଚାହୁଁଛି ଯେ, ଯେଉଁମାନଙ୍କୁ ଗଣିତକୁ ଭୟ ଲାଗେ, ସେମାନଙ୍କୁ ଧୈର୍ଯ୍ୟର ବହୁତ ଆବଶ୍ୟକତା ରହିଛି । କାରଣ ଗଣିତ ପଢ଼ାଇଲା ବେଳେ ଆମକୁ ଗୋଟିଏ ସୂତ୍ର ଦିଆଯାଏ, ତାକୁ ମୁଖସ୍ଥ କରିବାକୁ ହୁଏ, ପୁଣି ସେହି ସୂତ୍ର ପ୍ରୟୋଗ କରି ସେହିଭଳି ଶହେଟି ପ୍ରଶ୍ନ ସମାଧାନ କରିବାକୁ ହୋଇଥାଏ । କିନ୍ତୁ, ସୂତ୍ରଟି ବୁଝିହେଲା କି ନାହିଁ, ତାହା ଦେଖାଯାଏ ନାହିଁ । କେବଳ ସମାଧାନ କରିଚାଲ, କରିଚାଲ । ଏଭଳି ମୁଖସ୍ଥ କରିଥିବା ସୂତ୍ର ଯଦି ପରୀକ୍ଷା ସମୟରେ ମନେ ନ ପଡ଼ିଲା, ତାହେଲେ କ’ଣ କରିବ ? ତେଣୁ, ମୁଁ କହିବି ଯେ, ଫର୍ମୁଲା ବା ସୂତ୍ରକୁ ବୁଝ, ଯେଉଁକଥା ଋଷିଲ୍ କହୁଥିଲା । ତା’ପରେ ଧୈଯ୍ୟର ସହ ଦେଖ । ଯଦି ଫର୍ମୁଲା ଠିକ ଭାବେ ବୁଝିଯାଇଛ, ତାହେଲେ ଶହେଟି ପ୍ରଶ୍ନର ସମାଧାନ କରିବା ଦରକାର ପଡ଼ିବନି । ଗୋଟିଏ ଦୁଇଟି ପ୍ରଶ୍ନ ସମାଧାନ କଲେ ହେଇଯିବ । ଆଉ ଗଣିତକୁ ଭୟ କରିବା ଦରକାର ନାହିଁ ।
ପ୍ରଧାନମନ୍ତ୍ରୀ ଜୀ: ଆଦିତ୍ୟ ଆଉ ସିଦ୍ଧାର୍ଥ, ଆପଣମାନେ ଯେତେବେଳେ ଆରମ୍ଭରୁ କଥା ହେଉଥିଲେ ସେତେବେଳେ ଠିକରେ କଥାବାର୍ତ୍ତା ହୋଇପାରି ନ ଥିଲା । ଏବେ ଏ ସମସ୍ତ ବନ୍ଧୁମାନଙ୍କୁ ଶୁଣିବା ପରେ ଆପଣଙ୍କୁ ମଧ୍ୟ ନିଶ୍ଚିତ ଲାଗୁଥିବ ଯେ ଆପଣ ମଧ୍ୟ କିଛି କହିବା ପାଇଁ ଚାହୁଁଥିବେ । ଏବେ କ’ଣ ଆପଣ ନିଜର ଅନୁଭବ ଭଲଭାବେ ଶେୟାର୍ କରିପାରିବେ ?
ସିଦ୍ଧାର୍ଥ : ବହୁତ୍ କଥା ଅନେକ ଦେଶମାନଙ୍କ ସହିତ ଆଲୋଚନା କରିଥିଲି । ଅନେକ ସଂସ୍କୃତି ରହିଥିଲା ଏବଂ ବହୁତ ଭଲ ଥିଲା ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା, ଯୋଗାଯୋଗ, ଆଉ ଅନେକ ବିଖ୍ୟାତ ଗଣିତଜ୍ଞ ମଧ୍ୟ ଥିଲେ ।
ପ୍ରଧାନମନ୍ତ୍ରୀ ଜୀ: ହଁ, ଆଦିତ୍ୟ ।
ଆଦିତ୍ୟ : ବହୁତ ବଢ଼ିଆ ଅଭିଜ୍ଞତା ଥିଲା, ଆଉ ଆମକୁ ସେମାନେ ବାଥ୍ ସିଟି ବୁଲାଇ ଦେଖାଇଥିଲେ । ଆଉ ବହୁତ ଭଲ ଭଲ ଦୃଶ୍ୟ ଦେଖିଥିଲୁ, ପାର୍କକୁ ନେଇଥିଲେ ଆଉ ଆମକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ମଧ୍ୟ ନେଇଥିଲେ । ତାହା ଖୁବ୍ ଭଲ ଅନୁଭବ ଥିଲା ।
ପ୍ରଧାନମନ୍ତ୍ରୀ ଜୀ: ଚାଲନ୍ତୁ ବନ୍ଧୁଗଣ, ଆପଣମାନଙ୍କ ସହିତ କଥାହୋଇ ମତେ ବହୁତ୍ ଭଲ ଲାଗିଲା । ଆଉ ମୁଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, କାହିଁକିନା ମୁଁ ଜାଣେ ଯେ ଏହିଭଳି ଖେଳ ପାଇଁ ନିଜର ଲକ୍ଷ୍ୟକୁ ବହୁତ କେନ୍ଦ୍ରିତ କରିବାକୁ ପଡ଼ିଥାଏ; ବୁଦ୍ଧି ଖର୍ଚ୍ଚ କରିବାକୁ ହେଇଥାଏ, ଆଉ ପରିବାରର ଲୋକେ ମଧ୍ୟ ବେଳେବେଳେ ବିରକ୍ତ ହୁଅନ୍ତି- ଏ କ’ଣ ଗୁଣନ-ହରଣ, ଗୁଣନ-ହରଣ କରିଚାଲିଛ । କିନ୍ତୁ ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା । ଆପଣମାନେ ଦେଶର ସମ୍ମାନ ବଢ଼ାଇଛନ୍ତି, ନାଁ ବଢ଼ାଇଛନ୍ତି । ଧନ୍ୟବାଦ ବନ୍ଧୁଗଣ ।
ଛାତ୍ରଛାତ୍ରୀ : ଥ୍ୟାଙ୍କ୍ ୟୁ, ଧନ୍ୟବାଦ ।
ପ୍ରଧାନମନ୍ତ୍ରୀ ଜୀ: ଥ୍ୟାଙ୍କ୍ ୟୁ ।
ଛାତ୍ରଛାତ୍ରୀ : ଥ୍ୟାଙ୍କ୍ ୟୁ ସାର୍, ଜୟ ହିନ୍ଦ୍ ।
ପ୍ରଧାନମନ୍ତ୍ରୀ ଜୀ: ଜୟ ହିନ୍ଦ୍- ଜୟ ହିନ୍ଦ୍ ।
ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା । ‘ମନ୍ କୀ ବାତ୍’ ସହିତ ଯୋଡ଼ିହେବା ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ମୋର ବିଶ୍ୱାସ ଯେ ଗଣିତର ଏହି ଯୁବ ମହାରଥୀମାନଙ୍କୁ ଶୁଣିବା ପରେ ଖୁସିରେ ଗଣିତ କଷିବା ପାଇଁ ଅନ୍ୟ ଯୁବକଯୁବତୀମାନଙ୍କୁ ପ୍ରେରଣା ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ, ଏବେ ମୁଁ ସେହି ବିଷୟ କହିବାକୁ ଚାହୁଁଛି, ଯାହାକୁ ଶୁଣି ପ୍ରତ୍ୟେକ ଭାରତବାସୀ ଗର୍ବିତ ହେବେ । କିନ୍ତୁ ଏ ସମ୍ପର୍କରେ କହିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଆପଣ କ’ଣ ଚରାଇଦେଓ ମୈଦାମ୍ ନାଁ ଶୁଣିଛନ୍ତି ? ଯଦି ଶୁଣିନାହାନ୍ତି, ତେବେ, ଏବେ ଆପଣ ଏହି ନାଁ ବାରମ୍ବାର ଶୁଣିବେ, ଆଉ ବଡ଼ ଉତ୍ସାହର ସହିତ ଅନ୍ୟକୁ ମଧ୍ୟ କହିବେ । ଆସାମର ଚରାଇଦେଓ ମୈଦାମ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳରେ ସାମିଲ କରାଯାଉଛି । ଏହି ତାଲିକାରେ ଏହା ଭାରତର ୪୩ତମ, କିନ୍ତୁ ଉତ୍ତର-ପୂର୍ବର ପ୍ରଥମ ଐତିହ୍ୟ ସ୍ଥଳ ।
ବନ୍ଧୁଗଣ, ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଉଙ୍କିମାରୁଥିବ ଯେ ଚରାଇଦେଓ ମୈଦାମ୍ ପ୍ରକୃତରେ କ’ଣ, ଆଉ ଏହାର ନାଁ କାହିଁକି ସ୍ୱତନ୍ତ୍ର । ଚରାଇଦେଓର ଅର୍ଥ ହେଉଛି ସାଇନିଂ ସିଟି ଅନ୍ ଦି ହିଲ୍ସ ଅର୍ଥାତ୍ ପାହାଡ଼ ଉପରେ ଅବସ୍ଥିତ ଏକ ଉଜ୍ଜ୍ୱଳ ସହର । ଏହା ଅହୋମ ରାଜବଂଶର ପ୍ରଥମ ରାଜଧାନୀ ଥିଲା । ଅହୋମ ରାଜବଂଶର ଲୋକେ ନିଜ ପୂର୍ବପୁରୁଷଙ୍କ ମରଶରୀର ଓ ସେମାନଙ୍କର ମୂଲ୍ୟବାନ୍ ଜିନିଷପତ୍ରକୁ ପାରମ୍ପରିକ ଭାବେ ମୈଦାମ୍ରେ ରଖୁଥିଲେ । ମୈଦାମ୍, ସ୍ତୂପ ଭଳି ଏକ ଢାଞ୍ଚା, ଯାହାର ଉପର, ମାଟିରେ ଢଙ୍କା ହୋଇଥାଏ ଏବଂ ତଳେ ଗୋଟିଏ ବା ତା’ଠୁ ଅଧିକ କୋଠରି ରହିଥାଏ । ଏହି ମୈଦାମ୍ ହେଉଛି ଅହୋମ୍ ସାମ୍ରାଜ୍ୟର ଦିବଂଗତ ରାଜା ଏବଂ ଗଣ୍ୟମାନ୍ୟ ଲୋକଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ । ନିଜ ପୂର୍ବପୁରୁଷଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଏହି ପଦ୍ଧତି ଅସାଧାରଣ । ଏହି ସ୍ଥାନରେ ସାର୍ବଜନୀନ ପୂଜା ମଧ୍ୟ ହେଇଥାଏ ।
ବନ୍ଧୁଗଣ, ଅହୋମ ସାମ୍ରାଜ୍ୟ ସମ୍ପର୍କରେ ଦ୍ୱିତୀୟ ତଥ୍ୟ ଆପଣଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦବ । ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ କରି ଏହି ସାମ୍ରାଜ୍ୟ ଊନବିଂଶ ଶତାବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ରହିଥିଲା । ଏତେ ଦୀର୍ଘ କାଳଖଣ୍ଡ ପର୍ଯ୍ୟନ୍ତ ଗୋଟିଏ ସାମ୍ରାଜ୍ୟ ତିଷ୍ଠି ରହିବା ବହୁତ ବଡ଼ କଥା । ବୋଧହୁଏ ଅହୋମ ସାମ୍ରାଜ୍ୟର ସିଦ୍ଧାନ୍ତ ଓ ବିଶ୍ୱାସ ଏତେ ମଜବୁତ ଥିଲା ଯେ ତାହା ଏହି ରାଜବଂଶକୁ ଏତେ ସମୟ ଧରି ଅକ୍ଷୁଣ୍ଣ ରଖିଥିଲା । ମୋର ମନେପଡ଼ୁଛି ଯେ, ଚଳିତ ବର୍ଷ ମାର୍ଚ୍ଚ ୯ ତାରିଖରେ ମତେ ଅଦମ୍ୟ ସାହସ ଓ ଶୌର୍ଯ୍ୟର ପ୍ରତୀକ, ମହାନ ଅହୋମ୍ ଯୋଦ୍ଧା ଲସିତ୍ ବୋରଫୁକନଙ୍କ ସର୍ବୋଚ୍ଚ ପ୍ରତିମାର ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଅହୋମ୍ ସମ୍ପ୍ରଦାୟ ଆଧ୍ୟାତ୍ମିକ ପରମ୍ପରା ପାଳନ କରି ମତେ ଏକ ଅଲଗା ଅଭିଜ୍ଞତା ମିଳିଥିଲା । ଲସିତ ମୈଦାମରେ ଅହୋମ ସମ୍ପ୍ରଦାୟର ପୂର୍ବପୁରୁଷଙ୍କୁ ସମ୍ମାନ ଅର୍ପଣର ସୌଭାଗ୍ୟ ମିଳିବା ମୋ ପାଇଁ ବହୁତ ବଡ଼ କଥା । ଏବେ ଚରାଇଦେଓ ମୈଦାମ୍ ବିଶ୍ୱ ଐତିହ୍ୟ ସ୍ଥଳ ହେବାର ଅର୍ଥ ହେଉଛି ସେଠାକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ । ଆପଣ ମଧ୍ୟ ଭବିଷ୍ୟତରେ ନିଜର ପର୍ଯ୍ୟଟନ ଯୋଜନାରେ ଏହି ସ୍ଥଳକୁ ନିଶ୍ଚିତ ଭାବେ ଅନ୍ତର୍ଭୁକ୍ତ କରିବେ ।
ବନ୍ଧୁଗଣ, ନିଜ ସଂସ୍କୃତି ଉପରେ ଗର୍ବ କରୁଥିବା ଦେଶ ହିଁ ଅଗ୍ରଗାମୀ ହୋଇଥାଏ । ଭାରତରେ ମଧ୍ୟ ଏହିଭଳି ଅନେକ ପ୍ରୟାସ ହେଉଛି । ଏପରି ଏକ ପ୍ରୟାସ ହେଉଛି ପ୍ରୋଜେକ୍ଟ ପରୀ ... ଏବେ ଆପଣ ପରୀ ନାଁ ଶୁଣି ଦ୍ୱନ୍ଦରେ ପଡ଼ନ୍ତୁ ନାହିଁ । ଏହି ପରୀ ସ୍ୱର୍ଗୀୟ କଳ୍ପନା ସହିତ ସଂପୃକ୍ତ ନୁହେଁ, ବରଂ ପୃଥିବୀକୁ ସ୍ୱର୍ଗରେ ପରିଣତ କରୁଛି । ପରୀ, ଅର୍ଥାତ ପବ୍ଲିକ୍ ଆର୍ଟ ଅଫ୍ ଇଣ୍ଡିଆ । ପ୍ରୋଜେକ୍ଟ ପରୀ, ପବ୍ଲିକ୍ ଆର୍ଟକୁ ଲୋକପ୍ରିୟ କରିବା ପାଇଁ ଉଦୀୟମାନ୍ କଳାକାରମାନଙ୍କୁ ଗୋଟିଏ ମଞ୍ଚକୁ ଆଣିବାର ଏକ ବଡ଼ ମାଧ୍ୟମ ପାଲଟୁଛି । ଆପଣ ଦେଖିଥିବେ ... ରାସ୍ତା କଡ଼ରେ, କାନ୍ଥରେ, ଅଣ୍ଡର୍ପାସ୍ରେ ବହୁତ ସୁନ୍ଦର ଚିତ୍ରସବୁ ଅଙ୍କା ହେଇଥାଏ । ଏହି ଚିତ୍ର ଓ କଳାକୃତିକୁ ଏହି କଳାକାରମାନେ ଆଙ୍କିଥାନ୍ତି, ଯେଉଁମାନେ ପରୀ ସହିତ ଜଡ଼ିତ ଅଛନ୍ତି । ଏହାଦ୍ୱାରା ଆମର ସାର୍ବଜନୀନ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟ ତ ବଢ଼ିଥାଏ, ତା’ ସଂଗେସଂଗେ ଆମର ସଂସ୍କୃତିକୁ ଆହୁରି ଅଧିକ ଲୋକପ୍ରିୟ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ଦିଲ୍ଲୀର ଭାରତ ମଣ୍ଡପମ୍କୁ ହିଁ ଉଦାହରଣ ଭାବେ ନିଅନ୍ତୁ । ଏଠାରେ ସମଗ୍ର ଦେଶର ଅଦ୍ଭୁତ କଳାକୃତି ଆପଣଙ୍କୁ ଦେଖିବାକୁ ମିଳିବ । ଦିଲ୍ଲୀର କେତେକ ଅଣ୍ଡର୍ପାସ୍ ଓ ଫ୍ଲାଇଓଭର୍ରେ ମଧ୍ୟ ଆପଣ ଏହିଭଳି ସୁନ୍ଦର ସୁନ୍ଦର ପବ୍ଲିକ୍ ଆର୍ଟ ଦେଖିବାକୁ ପାଇବେ । ମୁଁ କଳା ଓ ସଂସ୍କୃତିପ୍ରେମୀଙ୍କୁ ଅନୁରୋଧ କରିବି ଯେ ସେମାନେ ମଧ୍ୟ ପବ୍ଲିକ ଆର୍ଟ ଉପରେ ଅଧିକ କାମ କରନ୍ତୁ । ଏହା ଆମକୁ ଗର୍ବିତ ହେବାର ସୁଖଦ ଅନୁଭୂତି ପ୍ରଦାନ କରିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ, ଏବେ କଥା ‘ରଂଗର’ । ଏଭଳି ରଂଗର ଯାହା ହରିଆନା ରୋହତକ ଜିଲାର ଅଢେଇ ଶହରୁ ଅଧିକ ମହିଳାଙ୍କ ଜୀବନକୁ ସମୃଦ୍ଧିର ରଂଗରେ ଭରିଦେଇଛି । ହସ୍ତତନ୍ତ ଶିଳ୍ପ ସହିତ ସଂପୃକ୍ତ ଏହି ମହିଳାମାନେ ପ୍ରଥମେ ଛୋଟଛୋଟ ଦୋକାନ ଓ ଛୋଟମୋଟ କାମ କରି ଗୁଜୁରାଣ ମେଣ୍ଟାଉଥିଲେ; କିନ୍ତୁ ପ୍ରତ୍ୟେକଙ୍କ ଭିତରେ ଆଗକୁ ବଢ଼ିବାର ଇଚ୍ଛା ତ ରହିଥାଏ । ସେଥିପାଇଁ ସେମାନେ ‘ଉନ୍ନତି ସ୍ୱୟଂ ସହାୟକ ଗୋଷ୍ଠୀ’ ସହିତ ଯୋଡ଼ି ହେବାକୁ ନିଷ୍ପତ୍ତି ନେଲେ ଏବଂ ଏହି ଗୋଷ୍ଠୀ ସହିତ ଯୋଡ଼ିହୋଇ ସେମାନେ ବ୍ଲକ୍ ପ୍ରିଣ୍ଟିଂ ଓ ରଂଗ କରିବାର ତାଲିମ ହାସଲ କଲେ । କପଡ଼ା ଉପରେ ରଂଗର ଯାଦୁ ଦେଖାଉଥିବା ଏହି ମହିଳାମାନେ ଆଜି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏମାନଙ୍କ ଦ୍ୱାରା ତିଆରି ବେଡ୍ କଭର୍, ଶାଢ଼ୀ ଓ ଓଢ଼ଣୀର ବଜାରରେ ବହୁତ ଚାହିଦା ରହିଛି ।
ବନ୍ଧୁଗଣ, ରୋହତକର ଏହି ମହିଳାଙ୍କ ଭଳି ଦେଶର ଭିନ୍ନ ଭିନ୍ନ ଅଞ୍ଚଳର କାରିଗର ହସ୍ତତନ୍ତକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ହଉ ବା ମଧ୍ୟପ୍ରଦେଶର ମାହେଶ୍ୱରୀ ଶାଢ଼ୀ, ମହାରାଷ୍ଟ୍ରର ପୈଠାଣି ହଉ ବା ବିଦର୍ଭର ହ୍ୟାଣ୍ଡ୍ ବ୍ଲକ୍ ପ୍ରିଣ୍ଟ୍ସ, ହିମାଚଳର ଭୁଟ୍ଟିକୋର ଶାଲ୍ ଓ ଉଲ୍ କପଡ଼ା ହଉ ଅଥବା ଜାମ୍ମୁକାଶ୍ମୀରର କନି ଶାଲ୍ ହଉ, ଦେଶର କୋଣ ଅନୁକୋଣରେ ହସ୍ତତନ୍ତ କାରିଗରଙ୍କ କାମ ଲୋକଙ୍କ ପ୍ରିୟ ହେଇଯାଇଛି । ଆଉ ଆପଣ ଏହା ତ ନିଶ୍ଚୟ ଜାଣିଥିବେ ଯେ କିଛି ଦିନ ପରେ ଅଗଷ୍ଟ ୭ରେ ଆମେ ‘ଜାତୀୟ ହସ୍ତତନ୍ତ ଦିବସ’ ପାଳନ କରିବା । ଆଜିକାଲି ଯେଉଁଭଳି ହସ୍ତତନ୍ତ ଉତ୍ପାଦ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ତାହା ସତରେ ବହୁତ ସଫଳ ଆଉ ଅସାଧାରଣ । ଏବେ ତ ଅନେକ ଘରୋଇ କମ୍ପାନୀ ମଧ୍ୟ ଏଆଇ ମାଧ୍ୟମରେ ହସ୍ତତନ୍ତ ଉତ୍ପାଦ ଓ ସଷ୍ଟେନେବଲ୍ ଫ୍ୟାସନକୁ ପ୍ରୋତ୍ସାହନ ଦେଉଛନ୍ତି । କୋଷା ଏଆଇ, ହ୍ୟାଣ୍ଡ୍ଲୁମ୍ ଇଣ୍ଡିଆ, ଡି-ଜଙ୍କ୍, ନୋଭାଟାକ୍ସ, ବ୍ରହ୍ମପୁତ୍ର ଫେବଲ୍ସ, ଏଭଳି ଅନେକ ଷ୍ଟାର୍ଟଅପ୍ ମଧ୍ୟ ହସ୍ତତନ୍ତ ଉତ୍ପାଦକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଏହାକୁ ଦେଖି ମତେ ବହୁତ ଖୁସି ଲାଗୁଛି ଯେ ବହୁତ ଲୋକ ନିଜର ସ୍ଥାନୀୟ ଉତ୍ପାଦକୁ ଲୋକପ୍ରିୟ କରିବାରେ ଲାଗିପଡ଼ିଛନ୍ତି । ଆପଣ ମଧ୍ୟ ନିଜର ସ୍ଥାନୀୟ ଜିନିଷକୁ ‘ହ୍ୟାଶ୍ଟ୍ୟାଗ୍ ମାଇଁ ପ୍ରଡକ୍ଟ ମାଇଁ ପ୍ରାଇଡ୍’ ନାମରେ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରନ୍ତୁ । ଆପଣଙ୍କର ଏହି ଛୋଟିଆ ପ୍ରୟାସ ବହୁ ଲୋକଙ୍କ ଜୀବନକୁ ବଦଳାଇ ଦେବ ।
ବନ୍ଧୁଗଣ, ହସ୍ତତନ୍ତ ସହିତ ଖଦି କଥା ମଧ୍ୟ କହିବାକୁ ଚାହିଁବି । ଆପଣମାନଙ୍କ ଭିତରେ ଏଭଳି କିଛି ଲୋକ ଥିବେ ଯେଉଁମାନେ ଆଗରୁ କେବେ ଖଦି ଜିନିଷ ବ୍ୟବହାର କରିନଥିବେ, କିନ୍ତୁ ଆଜି ବହୁତ ଗର୍ବର ସହ ଖଦି ପିନ୍ଧୁଥିବେ । ଏ କଥା ଜାଣି ମତେ ବହୁତ ଖୁସି ଲାଗୁଛି ଯେ ଖଦି ଗ୍ରାମୋଦ୍ୟୋଗର ବ୍ୟବସାୟ ପ୍ରଥମ ଥରପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଇଯାଇଛି । ଭାବନ୍ତୁ, ଦେଢ଼ ଲକ୍ଷ କୋଟି ଟଙ୍କା !! ଆଉ ଜାଣନ୍ତି ଖଦି ବିକ୍ରି କେତେ ବଢ଼ିଛି ? ୪୦୦ ପ୍ରତିଶତ । ଖଦିର, ହସ୍ତତନ୍ତର, ଏହି ବର୍ଦ୍ଧିତ ବିକ୍ରି, ବହୁସଂଖ୍ୟକ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରୁଛି । ଏହି ଉଦ୍ୟୋଗ ସହିତ ସବୁଠୁ ବେଶୀ ମହିଳାମାନେ ସଂପୃକ୍ତ ଅଛନ୍ତି, ତେଣୁ ସବୁଠୁ ବେଶୀ ଲାଭ ମଧ୍ୟ ସେମାନଙ୍କୁ ମିଳୁଛି । ମୋର ଆପଣଙ୍କୁ ଆଉ ଗୋଟିଏ ଅନୁରୋଧ ଯେ ଆପଣଙ୍କ ପାଖରେ ବିଭିନ୍ନ ପ୍ରକାରର ପୋଷାକପତ୍ର ଥିବ ଏବଂ ଆପଣ ଏ ପର୍ଯ୍ୟନ୍ତ ଯଦି ଖଦି ପୋଷାକ କିଣି ନଥିବେ, ତେବେ ଏ ବର୍ଷଠୁ କିଣିବା ଆରମ୍ଭ କରିଦିଅନ୍ତୁ । ଅଗଷ୍ଟ ମାସ ତ ଆସିଯାଇଛି । ଏହା ସ୍ୱାଧୀନତା ମିଳିବାର ମାସ, ବିପ୍ଳବର ମାସ । ଏହାଠୁ ବଢ଼ିଆ ସୁଯୋଗ ଆଉ କ’ଣ ହେଇପାରେ ଖଦି କିଣିବା ପାଇଁ ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ରେ ମୁଁ ଅନେକ ସମୟରେ Drugs ସମସ୍ୟା ସମ୍ପର୍କରେ ଆଲୋଚନା କରିଛି । ଆଜିକାଲି ପ୍ରତ୍ୟେକ ପରିବାର ଚିନ୍ତିତ ଯେ ତାଙ୍କ ପିଲା Drugs କବଳରେ ପଡ଼ିନଯାଉ । ଏବେ ଏଇଭଳି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର କେନ୍ଦ୍ର ଖୋଲିଛନ୍ତି - ଯାହାର ନାଁ ହେଲା ‘ମାନସ୍’ । Drugs ବିରୁଦ୍ଧରେ ଲଢ଼େଇ ପାଇଁ ଏହା ଏକ ବଡ଼ ପଦକ୍ଷେପ । ଏଇ କିଛିଦିନ ତଳେ ହିଁ ମାନସର helpline ଆଉ Portalକୁ Lunch କରାଯାଇଛି । ସରକାର ଏକ ଟୋଲ୍ ଫ୍ରି ନମ୍ବର ‘୧୯୩୩’ ଆରମ୍ଭ କରିଛନ୍ତି । ଏହି ନମ୍ବରରେ କଲ୍ କରି ଯେକୌଣସି ବ୍ୟକ୍ତି ଜରୁରୀ ପରାମର୍ଶ ନେଇପାରିବେ କିମ୍ବା rehabilitation ସମ୍ପର୍କୀୟ ସୂଚନା ପାଇପାରିବେ । ଯଦି କାହା ପାଖରେ Drugs ସମ୍ବନ୍ଧିତ କିଛି ଅନ୍ୟ ସୂଚନା ବି ଥାଏ, ତେବେ ଏହି ନମ୍ବରରେ କଲକରି Narcotics Control Bureauକୁ ସୂଚନାଟି ଜଣାଇପାରିବେ । ମାନସ୍ ଲୋକଙ୍କଠାରୁ ପଇଥିବା ପ୍ରତ୍ୟେକଟି ସୂଚନାକୁ ଗୋପନୀୟ ରଖେ । ନିଶାମୁକ୍ତ ଭାରତ ଗଠନରେ ଲାଗିପଡ଼ିଥିବା ପ୍ରତ୍ୟେକ୍ ଲୋକ, ସବୁ ପରିବାର, ସମସ୍ତ ସଂସ୍ଥାମାନଙ୍କୁ ମୋର ଅନୁରୋଧ ଯେ ଆପଣମାନେ ମାନସ୍ ହେଲ୍ପଲାଇନର ସମ୍ପୂର୍ଣ୍ଣ ଉପଯୋଗ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, କାଲି ସାରା ଦୁନିଆରେ Tiger Day ପାଳନ କରାଯିବ । ଭାରତରେ ତ ବାଘ ଆମମାନଙ୍କ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ । ଆମେ ସମସ୍ତେ ବାଘ ସମ୍ବନ୍ଧୀୟ କଥା ଓ କାହାଣୀ ଶୁଣି ଶୁଣି ବଡ଼ ହେଇଛେ । ବାଘ ସହିତ କେମିତି ତାଳମେଳ ରଖି ଚଳିହବ ସେକଥା ଜଙ୍ଗଲ ପାଖାପାଖି ଥିବା ଗାଁମାନଙ୍କରେ ପ୍ରାୟ ସମସ୍ତେ ଜାଣନ୍ତି । ଆମ ଦେଶରେ ଏମିତି ଅନେକ ଗାଁ ଅଛି ଯେଉଁଠି ମଣିଷ ଓ ବାଘ ଭିତରେ ମୁହାଁମୁହିଁ ହବାର ସ୍ଥିତି କେବେବି ଆସେନି । କିନ୍ତୁ ଯେଉଁଠି ଏଭଳି ସ୍ଥିତି ଆସିଥାଏ, ସେଠାକାର ଲୋକମାନେ ମଧ୍ୟ ବାଘ ସଂରକ୍ଷଣ ଦିଗରେ ଅଭୂତପୂର୍ବ ପ୍ରୟାସ କରୁଛନ୍ତି । ଜନ-ସହଭାଗିତାର ଏହିଭଳି ଏକ ପ୍ରୟାସ ହେଲା “କୁଲହାଢୀ ବନ୍ଦ ପଞ୍ଚାୟତ” । ରାଜସ୍ଥାନର ରଣଥୋମ୍ବରରେ ଆରମ୍ଭ ହୋଇଥିବା “କୁଲହାଢୀ ବନ୍ଦ ପଞ୍ଚାୟତ” ଅଭିଯାନ ବହୁତ ମନଛୁଆ । ସ୍ଥାନୀୟ ଜନସମୁଦାୟ ଶପଥ ନେଇଛନ୍ତି ଯେ ଜଙ୍ଗଲକୁ କୁରାଢ଼ୀ ନେଇ ଯିବେନାହିଁ କିମ୍ବା ଗଛ କାଟିବେ ନାହିଁ । ଏହି ଗୋଟିଏ ନିଷ୍ପତ୍ତି ଦ୍ୱାରା ଏଠାକାର ଜଙ୍ଗଲଗୁଡ଼ିକ ପୁଣି ସବୁଜ ଶ୍ୟାମଳ ହୋଇଉଠୁଛନ୍ତି ଏବଂ ବାଘମାନଙ୍କ ପାଇଁ ଭଲ ବାତାବରଣ ସୃଷ୍ଟି ହେଇପାରୁଛି ।
ସାଥିଗଣ, ମହାରାଷ୍ଟ୍ରର ତାଡ଼ୋବା ଅନ୍ଧାରୀ ବାଘ ସଂରକ୍ଷଣ କେନ୍ଦ୍ର ବାଘମାନଙ୍କର ଏକ ପ୍ରମୁଖ ଆଶ୍ରୟସ୍ଥଳ । ଏଠାକାର ସ୍ଥାନୀୟ ଜନସମୁଦାୟ ବିଶେଷକରି ଗୋଣ୍ଡ୍ ଏବଂ ମାନା ଆଦିବାସୀ ସମ୍ପ୍ରଦାୟର ଆମର ଭାଇଭଉଣୀମାନେ Eco Tourism ଦିଗକୁ ଦ୍ରୁତ ଗତିରେ ଅଗ୍ରସର ହେଉଛନ୍ତି । ସେମାନେ ଜଙ୍ଗଲ ଉପରେ ନିଜର ନିର୍ଭରଶୀଳତାକୁ କମ୍ କରିଦେଇଛନ୍ତି ଯଦ୍ୱାରା ଏଠାରେ ବାଘମାନଙ୍କର ଚଳପ୍ରଚଳ ବଢ଼ିପାରିବ । ଆନ୍ଧ୍ରପ୍ରଦେଶର ନେଲ୍ଲାମଲାଇ ପାହାଡ଼ରେ ରହୁଥିବା ଚେଞ୍ଚୁ ଆଦିବାସୀ ସମ୍ପ୍ରଦାୟର ପ୍ରୟାସ ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ । ସେମାନେ Tiger Trackers ଭାବରେ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବନ୍ୟଜନ୍ତୁମାନଙ୍କ ସମ୍ପର୍କରେ ପ୍ରତିଟି ସୂଚନା ସଂଗ୍ରହ କରିଛନ୍ତି । ତା’ ସାଥିରେ ମଧ୍ୟ ସେମାନେ ଏ କ୍ଷେତ୍ରରେ ଚାଲୁଥିବା ଅବୈଧ ଗତିବିଧିଗୁଡ଼ିକ ଉପରେ ମଧ୍ୟ ନଜର ରଖିଛନ୍ତି । ସେହିଭଳି ଉତ୍ତରପ୍ରଦେଶର ପିଲିଭିତ୍ରେ ଚାଲୁଥିବା ‘ବାଘମିତ୍ର’ କାର୍ଯ୍ୟକ୍ରମ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ଲୋକମାନଙ୍କୁ ବାଘମିତରେ ଭାବରେ କାମ କରିବାର ପ୍ରଶିକ୍ଷଣ ଦିଆଯାଉଛି । ମଣିଷ ଓ ବାଘମାନଙ୍କ ମଧ୍ୟରେ ମୁହାଁମୁହିଁ ହବାର ପରିସ୍ଥିତି ଯେପରି ନ ହବ, ସେ ଦିଗରେ ଏହି ବାଘମିତ୍ରମାନେ ଧ୍ୟାନ ରଖନ୍ତି । ଦେଶର ଭିନ୍ନ ଭିନ୍ନ ଅଂଶରେ ଏହିଭଳି ଅନେକ ପ୍ରୟାସ ଜାରି ରହିଛି । ମୁଁ ଏଠି କେତୋଟି ପ୍ରୟାସ କଥା କହିଲି କିନ୍ତୁ ମୁଁ ବହୁତ ଖୁସି ଯେ ଏ ଦିଗରେ ଜନ-ସହଭାଗିତା ବାଘ ସଂରକ୍ଷଣ କ୍ଷେତ୍ରରେ ବହୁତ କାମରେ ଆସୁଛି । ଏହିଭଳି ପ୍ରୟାସଗୁଡ଼ିକ ଯୋଗୁଁ ହିଁ ଭାରତରେ ବାଘମାନଙ୍କର ସଂଖ୍ୟା ପ୍ରତିବର୍ଷ ବଢ଼ୁଛି । ଆପଣମାନେ ଏକଥା ଜାଣି ଖୁସି ଏବଂ ଗର୍ବ ଅନୁଭବ କରିବେ ଯେ ସାରା ଦୁନିଆରେ ଯେତିକି ବାଘ ଅଛନ୍ତି ତା’ର ଶତକଡ଼ା ସତୁରୀ ଭାଗ ବାଘ ଆମ ଦେଶରେ ଅଛନ୍ତି । ଭାବି ଦେଖନ୍ତୁ ତ, ସତୁରୀ ପ୍ରତିଶତ ବାଘ!! ସେଥିପାଇଁ ତ ଆମ ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ବାଘ ଅଭୟାରଣ୍ୟ ଅଛି ।
ବନ୍ଧୁଗଣ, ବାଘ ବଢ଼ିବା ସଙ୍ଗେ ସଙ୍ଗେ ଆମ ଦେଶରେ ଜଙ୍ଗଲ ଅଞ୍ଚଳର ମଧ୍ୟ ଦ୍ରୁତ ଅଭିବୃଦ୍ଧି ହେଉଛି । ଏ କ୍ଷେତ୍ରରେ ମଧ୍ୟ ସାମୂହିକ ପ୍ରୟାସ ଦ୍ୱାରା ବଡ଼ ସଫଳତା ମିଳୁଛି । ଗତ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କ ସହିତ ‘ଏକ ପେଡ୍ ମାଁ କେ ନାମ୍’ ବିଷୟରେ ଚର୍ଚ୍ଚା କରିଥିଲି । ମୁଁ ଖୁସି ଯେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବହୁସଂଖ୍ୟାରେ ଲୋକ ଏହି ଅଭିଯାନରେ ଯୋଗ ଦେଉଛନ୍ତି । ଏଇ କିଛିଦିନ ପୂର୍ବେ ସ୍ୱଚ୍ଛତା ପାଇଁ ପ୍ରସିଦ୍ଧ ଇନ୍ଦୋରରେ ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମ ହେଲା । ସେଠାରେ ‘ଏକ ପେଡ୍ ମାଁ କେ ନାମ୍’ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଚାରାରୋପଣ କରାଗଲା । ନିଜ ମା’ ନାଁରେ ଗଛଟିଏ ଲଗାଇବାର ଏହି ଅଭିଯାନରେ ଆପଣ ବି ଯୋଗ ଦିଅନ୍ତୁ ଏବଂ ସେଲ୍ଫି ନେଇ Social Mediaରେ ପୋଷ୍ଟ କରନ୍ତୁ । ଏହି ଅଭିଯାନ ସହିତ ଯୋଗଦେଲେ ଆପଣଙ୍କୁ ଆପଣ ମା’ ଓ ଧରିତ୍ରୀ ମା’ ଦୁହିଁଙ୍କ ପାଇଁ କିଛି Special କଲାଭଳି ଅନୁଭବ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ୧୫ ତାରିଖ ଆଉ ବେଶୀ ଦିନ ନାହିଁ । ଅଗଷ୍ଟ ସହିତ ଆଉ ଗୋଟିଏ ଅଭିଯାନ ମଧ୍ୟ ଯୋଡ଼ି ହୋଇଯାଇଛି । ‘ହର୍ ଘର ତ୍ରିରଙ୍ଗା ଅଭିଯାନ’ । ଗତ କେତେବର୍ଷ ଧରି ତ ପୁରା ଦେଶରେ ‘ହର ଘର୍ ତ୍ରିରଙ୍ଗା ଅଭିଯାନ’ ପାଇଁ ସମସ୍ତଙ୍କର ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି । ଗରିବ ହଉ, ଧନୀ ହଉ, ଛୋଟ ଘର ହଉ ବା ବଡ଼ ଘର ହଉ ସମସ୍ତେ ତ୍ରିରଙ୍ଗା ଉଡ଼େଇ ଗର୍ବ ଅନୁଭବ କରୁଛନ୍ତି । ତ୍ରିରଙ୍ଗା ସହିତ ସେଲ୍ଫି ନେଇ Social Mediaରେ ପୋଷ୍ଟ କରିବାର Craze ମଧ୍ୟ ଦେଖାଯାଉଛି । ଆପଣମାନେ ଧ୍ୟାନ ଦେଇଥିବେ, ଯେତେବେଳେ କଲୋନୀ ବା Societyର ଗୋଟିଏ ଗୋଟିଏ ଘର ଉପରେ ତ୍ରିରଙ୍ଗା ଉଡ଼ିବା ଆରମ୍ଭ କରୁଛି, ସେତେବେଳେ ଦେଖୁ ଦେଖୁ ଅନ୍ୟ ଘରମାନଙ୍କରେ ମଧ୍ୟ ତ୍ରିରଙ୍ଗା ଉଡ଼ିବା ଆରମ୍ଭ ହେଇଯାଉଛି । ଅର୍ଥାତ୍ ‘ହର୍ ଘର ତ୍ରିରଙ୍ଗା ଅଭିଯାନ’ ତ୍ରିରଙ୍ଗାର ସମ୍ମାନର ଗୋଟିଏ ନିଆରା ଉତ୍ସବରେ ପରିଣତ ହେଇଗଲାଣି । ୟାକୁ ନେଇ ଏବେ ତ ବିଭିନ୍ନ ପ୍ରକାରର ଇନୋଭେସନ ବି ହବାକୁ ଲାଗିଲାଣି । ଅଗଷ୍ଟ ୧୫ ଆସୁ ଆସୁ ଘରେ, ଅଫିସଫରେ, କାରରେ, ତ୍ରିରଙ୍ଗା ଲଗାଇବା ପାଇଁ ବିଭିନ୍ନ ପ୍ରକାରର ଉତ୍ପାଦ ଦେଖିବାକୁ ମିଳିଲାଣି । କିଛି ଲୋକ ତ ନିଜ ନିଜର ବନ୍ଧୁ ଓ ପଡ଼ୋଶୀମାନଙ୍କୁ ମଧ୍ୟ ତ୍ରିରଙ୍ଗା ବାଣ୍ଟୁଛନ୍ତି । ତ୍ରିରଙ୍ଗାକୁ ନେଇ ଏ ଉଲ୍ଲାସ, ଏ ଉତ୍ସାହ ପରସ୍ପରକୁ ଯୋଡ଼ିବାର କାମ କରୁଛି ।
ବନ୍ଧୁଗଣ, ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ଆପଣ ‘harghartiranga.com’ରେ ତ୍ରିରଙ୍ଗା ସହିତ ଆପଣଙ୍କ ସେଲ୍ଫି ନିଶ୍ଚୟ upload କରିବେ । ମୁଁ ଆପଣଙ୍କୁ ଆଉ ଗୋଟିଏ କଥା ମନେପକେଇ ଦବାକୁ ଚାହେଁ । ପ୍ରତିବର୍ଷ ଅଗଷ୍ଟ ୧୫ ପୂର୍ବରୁ ଆପଣମାନେ ମୋତେ ଅନେକ ପ୍ରସ୍ତାବ ଦେଇଥାନ୍ତି । ଏ ବର୍ଷ ମଧ୍ୟ ଆପଣଙ୍କ ପ୍ରସ୍ତାବ ନିଶ୍ଚୟ ପଠାନ୍ତୁ । MyGov Kò´û NaMoAppùe ମଧ୍ୟ ଆପଣ ନିଜର ପ୍ରସ୍ତାବ ପଠାଇପାରନ୍ତି । ମୁଁ ଅଗଷ୍ଟ ୧୫ର ସମ୍ବୋଧନରେ ଆପଣମାନଙ୍କର ପ୍ରସ୍ତାବକୁ ସାମିଲ କରିବାକୁ ଚେଷ୍ଟା କରିବି ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହ କଥାହେଇ ମୋତେ ବହୁତ ଭଲ ଲାଗିଲା । ଦେଶର ନୂଆ ଉପଲବଧି ସହିତ ଜନ-ସହଭାଗିତାର ନୂତନ ପ୍ରୟାସ ସହିତ ଆରମାସରେ ପୁଣି ଭେଟିବା । ଆପଣ ‘ମନ୍ କି ବାତ୍’ ପାଇଁ ମଧ୍ୟ ଆପଣଙ୍କ ମତାମତ ନିଶ୍ଚୟ ପଠାନ୍ତୁ । ଆଗାମୀ ଦିନରେ ଅନେକ ପର୍ବ ମଧ୍ୟ ଆସୁଛି । ସମସ୍ତ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଶୁଭକାମନା । ଆପଣ ନିଜ ପରିବାର ସହିତ ମିଶି ପର୍ବପର୍ବାଣୀର ଆନନ୍ଦ ନିଅନ୍ତୁ । ଦେଶ ପାଇଁ କିଛି ନା କିଛି କରିବାର ଶକ୍ତି ନିରନ୍ତର ଜାରି ରଖନ୍ତୁ । ବହୁତ ବହୁତ୍ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସେହି ଦିନ ଉପନୀତ, ଯାହା ପାଇଁ ଆମେ ଫେବୃଆରୀ ମାସ ଠାରୁ ପ୍ରତୀକ୍ଷାରତ ଥିଲୁ । ମୁଁ ‘ମନ୍ କି ବାତ୍’ ଜରିଆରେ ପୁଣିଥରେ ଆପଣମାନଙ୍କ ଗହଣକୁ, ନିଜ ପରିବାରବର୍ଗଙ୍କ ଗହଣକୁ ଆସିଛି । ଗୋଟିଏ ସୁନ୍ଦର ଉକ୍ତି ରହିଛି - “ଇତି ବିଦା ପୁନର୍ମିଳନାୟ” – ଏହାର ଅର୍ଥ ମଧ୍ୟ ସେତିକି ସୁନ୍ଦର – ମୁଁ ବିଦାୟ ନେଉଛି, ପୁଣିଥରେ ଭେଟିବା ପାଇଁ । ମନରେ ଏହି ଭାବନା ବହନ କରି ମୁଁ ଫେବୃଆରୀ ମାସରେ ଆପଣମାନଙ୍କୁ କହିଥିଲି ଯେ, ନିର୍ବାଚନ ଫଳାଫଳ ପରେ ପୁଣି ଭେଟିବି । ଆଉ ଆଜି ‘ମନ୍ କି ବାତ୍’ ସହିତ ମୁଁ ପୁଣି ଆପଣମାନଙ୍କ ଗହଣରେ ଉପସ୍ଥିତ । ଆଶା କରୁଛି, ଆପଣ ସମସ୍ତେ ଭଲ ଥିବେ । ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବ ଏବେ ତ ମୌସୁମୀ ମଧ୍ୟ ଆସିଗଲାଣି । ମୌସୁମୀ ଯେବେ ଆସେ, ମନ ମଧ୍ୟ ଆନନ୍ଦିତ ହୋଇଯାଏ । ଆଜିଠୁ ପୁଣି ଥରେ ଆମେ ‘ମନ୍ କି ବାତ୍’ରେ ଏଭଳି ଦେଶବାସୀମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ନିଜ କାର୍ଯ୍ୟ ଦ୍ୱାରା ସମାଜ ଓ ଦେଶର ପରିସ୍ଥିତିକୁ ଉନ୍ନତ କରୁଛନ୍ତି । ଆମେ ଆଲୋଚନା କରିବା - ଆମ ସମୃଦ୍ଧ ସଂସ୍କୃତି, ଗୌରବପୂର୍ଣ୍ଣ ଇତିହାସ ଏବଂ ବିକଶିତ ଭାରତର ପ୍ରଚେଷ୍ଟା ସମ୍ପର୍କରେ ।
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।
ବନ୍ଧୁଗଣ, ଆଜି ମୁଁ ଦେଶବାସୀମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିବାକୁ ଚାହୁଁଛି କାରଣ ସେମାନେ ଆମ ସମ୍ବିଧାନ ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ନିଜର ଅତୁଟ ବିଶ୍ୱାସ ଦୋହରାଇଛନ୍ତି । ୨୦୨୪ ନିର୍ବାଚନ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ ଥିଲା । ବିଶ୍ୱର କୌଣସି ଦେଶରେ ଏତେ ବଡ଼ ନିର୍ବାଚନ କେବେହେଲେ ଅନୁଷ୍ଠିତ ହୋଇନାହିଁ, ଯେଉଁଥିରେ ୬୫ କୋଟି ଲୋକ ମତଦାନ କରିଛନ୍ତି । ମୁଁ ନିର୍ବାଚନ ଆୟୋଗ ଏବଂ ମତଦାନ ପ୍ରକ୍ରିୟା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ୩୦ ଜୁନ୍ - ଆଜିର ଏହି ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଟିକୁ ଆମ ଆଦିବାସୀ ଭାଇଭଉଣୀମାନେ ହୁଲ୍ ଦିବସ ଭାବେ ପାଳନ କରିଥାନ୍ତି । ଏହି ଦିନଟି ବୀର ସିନ୍ଧୋ-କାହ୍ନୁଙ୍କ ଅଦମ୍ୟ ସାହସ ସହିତ ଜଡ଼ିତ, ଯିଏ ବିଦେଶୀ ଶାସକମାନଙ୍କ ଅତ୍ୟାଚାରର ଘୋର ବିରୋଧ କରିଥିଲେ । ବୀର ସିନ୍ଧୋ-କାହ୍ନୁ ହଜାର ହଜାର ସାନ୍ତାଳୀ ବନ୍ଧୁମାନଙ୍କୁ ଏକଜୁଟ କରି ପୂର୍ଣ୍ଣପ୍ରାଣରେ ଇଂରେଜମାନଙ୍କ ମୁକାବିଲା କରିଥିଲେ । ଏହା କେବେ ଘଟିଥିଲା ଜାଣିଛନ୍ତି କି ? ଏହା ଘଟିଥିଲା ୧୮୫୫ ମସିହାରେ, ଅର୍ଥାତ୍ ୧୮୫୭ରେ ଘଟିଥିବା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମଠାରୁ ମଧ୍ୟ ଦୁଇବର୍ଷ ଆଗରୁ ଘଟିଥିଲା ଏହି ଘଟଣା । ସେତେବେଳେ ଝାଡ଼ଖଣ୍ଡର ସାନ୍ତାଳ ପ୍ରଗଣାରେ ଆମ ଆଦିବାସୀ ଭାଇଭଉଣୀମାନେ ବିଦେଶୀ ଶାସକମାନଙ୍କ ବିରୁଦ୍ଧରେ ହତିଆର ଉଠାଇଥିଲେ । ଆମ ସାନ୍ତାଳୀ ଭାଇଭଉଣୀମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ, ସେମାନଙ୍କ ଉପରେ ଅନେକ ପ୍ରକାର କଟକଣା ମଧ୍ୟ ଲଗାଇ ଦେଇଥିଲେ । ଏହି ସଂଗ୍ରାମରେ ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି ବୀର ସିନ୍ଧୋ ଏବଂ କାହ୍ନୁ ଶହୀଦ ହୋଇଯାଇଥିଲେ । ଝାଡ଼ଖଣ୍ଡ ମାଟିର ଏହି ଅମର ସୁପୁତ୍ରମାନଙ୍କ ବଳିଦାନ ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି । ଆସନ୍ତୁ ଶୁଣିବା, ଏମାନଙ୍କୁ ସମର୍ପିତ ସାନ୍ତାଳୀ ଗୀତର କିଛି ଅଂଶ ।
(Audio Clip)
ମୋର ପ୍ରିୟ ବନ୍ଧୁଗଣ, ଯଦି ମୁଁ ଆପଣଙ୍କୁ ପ୍ରଶ୍ନ କରେ ଯେ, ଦୁନିଆର ସବୁଠାରୁ ଅମୂଲ୍ୟ ସମ୍ପର୍କ କେଉଁଟି ? ତା’ହେଲେ ଆପଣ ନିଶ୍ଚୟ କହିବେ – ମା’ । ଆମ ସମସ୍ତଙ୍କ ଜୀବନରେ ମା’ଙ୍କ ସ୍ଥାନ ସବୁଠୁ ଉପରେ ଥାଏ । ମା’ ସବୁ ଦୁଃଖ ସହି ନିଜ ପିଲାମାନଙ୍କୁ ଲାଳନ-ପାଳନ କରିଥାଏ । ପ୍ରତ୍ୟେକ ମା’ ନିଜ ସନ୍ତାନକୁ ବହୁତ ସ୍ନେହ କରିଥାଏ । ଜନ୍ମଦାତ୍ରୀ ମା’ର ସେହି ସ୍ନେହ ଆମ ସମସ୍ତଙ୍କ ଉପରେ ଗୋଟିଏ ଋଣ ସଦୃଶ ହୋଇଥାଏ, ଯାହାକୁ କେହି ଶୁଝିପାରେନା । ମୁଁ ଭାବୁଥିଲି ଯେ, ମା’ଙ୍କୁ ତ ଆମେ କିଛି ଦେଇପାରିବା ନାହିଁ ! ହେଲେ ତା’ପାଇଁ କିଛି କରିପାରିବା କି ? ଏହି ଚିନ୍ତାଧାରାକୁ ଆଧାର କରି ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସଠାରୁ ଗୋଟିଏ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ନାମ ହେଉଛି - “ମା’ଙ୍କ ନାମରେ ଗୋଟିଏ ବୃକ୍ଷ” । ମୁଁ ମଧ୍ୟ ମୋ ମାଆଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗଛ ଲଗାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ, ବିଶ୍ୱର ସମସ୍ତ ଦେଶର ଜନସାଧାରଣଙ୍କୁ ଅନୁରୋଧ କରିଛି ଯେ, ସେମାନେ ନିଜ ମା’ଙ୍କ ସହ ମିଶି କିମ୍ବା ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗଛ ନିଶ୍ଚୟ ଲଗାନ୍ତୁ । ଏଥିଯୋଗୁଁ ମା’ଙ୍କ ସ୍ମୃତିରେ କିମ୍ବା ତାଙ୍କ ସମ୍ମାନରେ ବୃକ୍ଷରୋପଣର ଏହି ଅଭିଯାନ ତୀବ୍ର ଗତିରେ ଅଗ୍ରସର ହେଉଥିବା ଦେଖି ମୁଁ ବହୁତ ଖୁସି ଅନୁଭବ କରୁଛି । ଲୋକେ ନିଜ ମା’ଙ୍କ ସହିତ କିମ୍ବା ତାଙ୍କ ଫଟୋ ସହ ବୃକ୍ଷରୋପଣ କରୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରୁଛନ୍ତି । ଧନୀ ହୁଅନ୍ତୁ କି ଗରିବ, ଜଣେ କର୍ମଜୀବି ମହିଳା ହୁଅନ୍ତୁ ବା ଗୃହିଣୀ, ସମସ୍ତେ ନିଜ ମା’ଙ୍କ ପାଇଁ ବୃକ୍ଷରୋପଣ କରୁଛନ୍ତି । ଏହି ଅଭିଯାନ ସମସ୍ତଙ୍କୁ ନିଜ ମା’ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ସମାନ ସୁଯୋଗ ପ୍ରଦାନ କରିଛି । ସେମାନେ ନିଜ ଫଟୋଗୁଡ଼ିକୁ #Plant4Mother ଏବଂ #ଏକ୍ପପେଡ଼ପମାଁପକେପନାମ୍ ସହ ଶେୟାର୍ କରି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ।
ବନ୍ଧୁଗଣ, ଏହି ଅଭିଯାନ ଦ୍ୱାରା ଆଉ ଗୋଟିଏ ଲାଭ ହେବ । ଧରିତ୍ରୀ ମଧ୍ୟ ମାଁ ଭଳି ଆମ ଯତ୍ନ ନେଇଥାଏ । ମାଟି ମାଆ ହିଁ ଆମ ସମସ୍ତଙ୍କ ଜୀବନର ଆଧାର । ତେଣୁ ମାଟି ମାଆର ଯତ୍ନ ନେବା ଆମମାନଙ୍କର ମଧ୍ୟ କର୍ତ୍ତବ୍ୟ ଅଟେ । ମା’ଙ୍କ ନାମରେ ବୃକ୍ଷରୋପଣ ଦ୍ୱାରା ମାଆ ତ ସମ୍ମାନିତ ହେବେ, ଏହାଛଡ଼ା ମାଟି ମାଆର ମଧ୍ୟ ସୁରକ୍ଷା ହେବ । ବିଗତ ଦଶନ୍ଧିରେ ଭାରତରେ ସମସ୍ତଙ୍କ ପ୍ରଚେଷ୍ଟା ଫଳରେ ଜଙ୍ଗଲ କ୍ଷେତ୍ରର ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି । ଅମୃତ ମହୋତ୍ସବ ସମୟରେ ସମଗ୍ର ଦେଶରେ ୬୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇଛି । ସେହିଭଳି ଏଥର ମା’ଙ୍କ ନାମରେ ବୃକ୍ଷରୋପଣ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରାବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, ମୌସୁମୀ ଦେଶର ବିଭିନ୍ନ ଭାଗକୁ ଅଗ୍ରସର ହୋଇ ନିଜର ରଙ୍ଗ ଦେଖାଇ ଚାଲିଛି । ଆଉ, ବର୍ଷାଋତୁରେ ସମସ୍ତଙ୍କ ଘରେ ଯେଉଁ ଜିନିଷଟି ଖୋଜାହୁଏ ତାହା ହେଉଛି ଛତା । ‘ମନ୍ କି ବାତ୍’ରେ ଆଜି ମୁଁ ଆପଣମାନଙ୍କୁ ଗୋଟିଏ ବିଶେଷ ପ୍ରକାର ଛତା ବିଷୟରେ କହିବାକୁ ଚାହୁଁଛି । ଏହି ଛତା ତିଆରି ହୁଏ ଆମ କେରଳରେ । ସେମିତି ବି କେରଳର ସଂସ୍କୃତିରେ ଛତାର ବିଶେଷ ଗୁରୁତ୍ୱ ରହିଛି । ସେଠାରେ ଅନେକ ପରମ୍ପରା ଏବଂ ବିଧିବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ହୋଇଥାଏ ଛତା । କିନ୍ତୁ ମୁଁ ଯେଉଁ ଛତା କଥା କହିବାକୁ ଯାଉଛି ତାହା ହେଲା କାର୍ଥୁମ୍ବୀ ଛତା । ଆଉ ଏହା ତିଆରି କରାଯାଏ କେରଳର ଅଟ୍ଟାପଡ଼ିରେ । ଏହି ରଙ୍ଗୀନ ଛତାଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଏହାର ବିଶେଷତ୍ୱ ହେଲା, ଏହାକୁ କେରଳର ଆମ ଆଦିବାସୀ ଭଉଣୀମାନେ ତିଆରି କରନ୍ତି । ଆଜି ସାରାଦେଶରେ ଏହି ଛତାର ଚାହିଦା ବୃଦ୍ଧି ପାଇଛି । ଅନଲାଇନରେ ମଧ୍ୟ ଏହା ବିକ୍ରି ହେଉଛି । ‘ୱଟ୍ଟାଲକ୍କୀ ସହକାରୀ କୃଷି ସମବାୟ ସମିତି’ର ତତ୍ତ୍ୱାବଧାନରେ ଏହି ଛତାଗୁଡ଼ିକ ତିଆରି କରାଯାଉଛି । ଏହି ସମିତିର ନେତୃତ୍ୱ କରୁଛନ୍ତି ଆମ ନାରୀଶକ୍ତି । ମହିଳାମାନଙ୍କ ନେତୃତ୍ୱରେ ଅଟ୍ଟାପଡ଼ିର ଆଦିବାସୀମାନେ ଅଂତ୍ରପ୍ରିନିଉରସିପର ଗୋଟିଏ ଚମତ୍କାର ଉଦାହରଣ ସୃଷ୍ଟି କରିଛନ୍ତି । ଏହି ସମିତିଟି ଗୋଟିଏ ବାଉଁଶ ହସ୍ତଶିଳ୍ପ ୟୁନିଟ୍ ମଧ୍ୟ ପ୍ରତିଷ୍ଠା କରିଛି । ଏବେ ସେମାନେ ଗୋଟିଏ ରିଟେଲ୍ ଆଉଟଲେଟ୍ ଏବଂ ଗୋଟିଏ ପାରମ୍ପରିକ କ୍ୟାଫେ ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ କେବଳ ନିଜ ଛତା ଏବଂ ଅନ୍ୟାନ୍ୟ ଉତ୍ପାଦନ ବିକ୍ରୟ କରିବା ନୁହେଁ, ବରଂ ସେମାନେ ବିଶ୍ୱକୁ ନିଜ ପରମ୍ପରା ଓ ସଂସ୍କୃତି ସହିତ ମଧ୍ୟ ପରିଚିତ କରାଉଛନ୍ତି । ଆଜି କାର୍ଥୁମ୍ବୀ ଛତା କେରଳର ଗୋଟିଏ ଛୋଟ ଗାଁ ଠାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କମ୍ପାନୀ ପର୍ଯ୍ୟନ୍ତ ଯାତ୍ରା ଅତିକ୍ରାନ୍ତ କରିସାରିଲାଣି । ଲୋକାଲ୍ ପାଇଁ ଭୋକାଲ୍ ହେବାର ଏହାଠାରୁ ଭଲ ଉଦାହରଣ ଆଉ କ’ଣ ହୋଇପାରେ ?
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାସର ଏଇ ସମୟରେ ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହୋଇଯାଇଥିବ । ମୋର ବିଶ୍ୱାସ ଯେ ଆପଣମାନେ ମଧ୍ୟ ଅଲିମ୍ପିକ୍ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଉତ୍ସାହ ବଢ଼ାଇବା ପାଇଁ ଅପେକ୍ଷା କରିଥିବେ । ମୁଁ ଭାରତୀୟ ଦଳକୁ ଅଲିମ୍ପିକ୍ କ୍ରୀଡ଼ା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆମ ସମସ୍ତଙ୍କ ମନରେ ଟୋକିଓ ଅଲିମ୍ପିକ୍ସର ସ୍ମୃତି ଏବେ ମଧ୍ୟ ସତେଜ ରହିଛି । ଟୋକିଓରେ ଆମର ଖେଳାଳିଙ୍କ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିଣିନେଇଥିଲା । ଟୋକିଓ ଅଲିମ୍ପିକ୍ସ ପରଠାରୁ ହିଁ ଆମର ଆଥଲେଟ୍ମାନେ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରସ୍ତୁତିରେ ଆନ୍ତରିକତାର ସହ ଲାଗିପଡ଼ିଥିଲେ । ସମସ୍ତ ଖେଳାଳିଙ୍କୁ ମିଶାଇଦେଲେ ତ ଏମାନେ ପ୍ରାୟ ନଅ ଶହ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହା ବହୁତ ବଡ଼ ସଂଖ୍ୟା ଅଟେ ।
ବନ୍ଧୁଗଣ, ପ୍ୟାରିସ୍ ଅଲିମ୍ପିକ୍ସରେ ଆପଣଙ୍କୁ କେତେକ କଥା ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ । ବନ୍ଧୁକ ଚାଳନାରେ ଆମ ଖେଳାଳିମାନଙ୍କର ପ୍ରତିଭା ଆହୁରି ଉଜ୍ଜ୍ୱଳ ହୋଇଚାଲିଛି । ଟେବୁଲ୍ ଟେନିସ୍ରେ ପୁରୁଷ ଓ ମହିଳା ଉଭୟ ଦଳ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଭାରତୀୟ ଶଟ୍ଗନ୍ ଦଳରେ ଆମର ଶୁଟର୍ ଝିଅମାନେ ମଧ୍ୟ ସାମିଲ୍ ହୋଇଛନ୍ତି । ଏଥର କୁସ୍ତି ଓ ଅଶ୍ୱାରୋହଣରେ ଆମ ଦଳର ଖେଳାଳି ସେହି ଶ୍ରେଣୀରେ ମଧ୍ୟ ପ୍ରତିଯୋଗିତା କରିବେ, ଯେଉଁଥିରେ ଆଗରୁ ସେମାନେ କେବେ ଭାଗ ନେଇନଥିଲେ । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏଥର ଆମକୁ କ୍ରୀଡ଼ାରେ ଅଲଗା ସ୍ତରର ରୋମାଞ୍ଚ ଦେଖିବାକୁ ମିଳିବ । ଆପଣଙ୍କର ମନେଥିବ ଯେ କିଛିମାସ ତଳେ ବିଶ୍ୱ ପାରା ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ଆମର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ସେହିପରି ଚେସ୍ ଓ ବ୍ୟାଡ଼ମିଣ୍ଟନରେ ମଧ୍ୟ ଆମର ଖେଳାଳିମାନେ ବିଜୟ ପତାକା ଉଡ଼ାଇଥିଲେ । ଏବେ ସମଗ୍ର ଦେଶ ଆଶା କରୁଛି ଆମର କ୍ରୀଡ଼ାବିତ୍ ଅଲିମ୍ପିକ୍ସରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିବେ । ଏହି କ୍ରୀଡ଼ାଗୁଡ଼ିକରେ ପଦକ ମଧ୍ୟ ଜିତିବେ, ଆଉ ଦେଶବାସୀଙ୍କ ହୃଦୟ ମଧ୍ୟ ଜିଣିବେ । ଆଗାମୀ ଦିନରେ, ମୋତେ ଭାରତୀୟ ଦଳ ସହ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିବ । ମୁଁ ଆପଣମାନଙ୍କ ତରଫରୁ ସେମାନଙ୍କର ଉତ୍ସାହବର୍ଦ୍ଧନ କରିବି । ଆଉ ହଁ ... ଏଥର ଆମର ହ୍ୟାଶ୍ଟ୍ୟାଗ୍ #Cheer4Bharat ରହିଛି । ଏହି ହ୍ୟାଶ୍ଟ୍ୟାଗ୍ ଜରିଆରେ ଆମକୁ ନିଜର ଖେଳାଳିମାନଙ୍କର ଉତ୍ସାହ ବଢ଼ାଇବାର ଅଛି ... ସେମାନଙ୍କର ଉତ୍ସାହ ସବୁବେଳେ ବଢ଼ାଇବାକୁ ହେବ । ଗତିକୁ ବଜାୟ ରଖିବାକୁ ହେବ ... ଆପଣଙ୍କ ଏହି ଗତି ... ଭାରତର ମ୍ୟାଜିକ୍, ଦୁନିଆକୁ ଦେଖାଇବାରେ ସାହାଯ୍ୟ କରିବ ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣ ସମସ୍ତଙ୍କ ପାଇଁ ଏକ ଛୋଟିଆ ଅଡିଓ କ୍ଲିପ୍ ପ୍ଲେ କରୁଛି ।
ଅଡ଼ିଓ କ୍ଲିପ .....
ଏହି ରେଡିଓ କାର୍ଯ୍ୟକ୍ରମକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନା ! ତ ଆସନ୍ତୁ, ଆପଣଙ୍କୁ ମଧ୍ୟ ଏହା ପଛର ସମ୍ପୂର୍ଣ୍ଣ କାହାଣୀ କହିଦିଏ । ପ୍ରକୃତରେ ଏହା କୁଏତ୍ ରେଡିଓର ଏକ ପ୍ରସାରଣର କ୍ଲିପ୍ । ଏବେ ଆପଣ ଭାବୁଥିବେ କୁଏତ୍ର କଥା ତ ପଡ଼ିଛି ସେଇଠି ହିନ୍ଦୀ କୁଆଡ଼ୁ ଆସିଲା ? ପ୍ରକୃତ କଥା ହେଲା କୁଏତ୍ ସରକାର ନିଜର ଜାତୀୟ ରେଡିଓରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି; ଆଉ ତା’ ବି ହିନ୍ଦୀରେ । ‘କୁଏତ୍ ରେଡିଓ’ରେ ପ୍ରତି ରବିବାର ଏହାର ପ୍ରସାରଣ ଅଧଘଣ୍ଟା ପାଇଁ କରାଯାଏ । ଏଥିରେ ଭାରତୀୟ ସଂସ୍କୃତିର ଭିନ୍ନଭିନ୍ନ ରଙ୍ଗ ଅନ୍ତର୍ଭୁକ୍ତ ହୋଇଥାଏ । ଆମର ଚଳଚ୍ଚିତ୍ର ଓ କଳା ଜଗତ ସହିତ ସମ୍ପୃକ୍ତ ଆଲୋଚନା ସେଠାକାର ଭାରତୀୟ ସମୁଦାୟ ମଧ୍ୟରେ ବେଶ୍ ଲୋକପ୍ରିୟ । ମତେ ତ ଏହା ବି କୁହାଯାଇଛି ଯେ କୁଏତ୍ର ସ୍ଥାନୀୟ ଲୋକେ ମଧ୍ୟ ଏଥିରେ ବହୁତ ଆଗ୍ରହ ପ୍ରକାଶ କରୁଛନ୍ତି । ମୁଁ କୁଏତ୍ ସରକାର ଓ ସେଠାକାର ଜନସାଧାରଣଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି, ଯେଉଁମାନେ ଏହି ସୁନ୍ଦର ଉଦ୍ୟମ କରିଛନ୍ତି ।
ବନ୍ଧୁଗଣ, ଆଜି ସମଗ୍ର ବିଶ୍ୱରେ ଆମ ସଂସ୍କୃତିର ଯେଭଳି ଗୌରବଗାନ ହେଉଛି, ସେଥିରେ କୋଉ ଭାରତୀୟ ବା ଖୁସି ନ ହେବ ! ଏଇ ଯେମିତି, ତୁର୍କମେନିସ୍ତାନରେ ଏ ବର୍ଷ ମେ ମାସରେ ସେଠାକାର ରାଷ୍ଟ୍ରୀୟ କବିଙ୍କ ୩୦୦ତମ ଜନ୍ମ-ଜୟନ୍ତୀ ପାଳନ କରାଗଲା । ଏହି ଅବସରରେ ତୁର୍କମେନିସ୍ତାନର ରାଷ୍ଟ୍ରପତି ବିଶ୍ୱର ୨୪ ଜଣ ପ୍ରସିଦ୍ଧ କବିଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ । ଏଥିରେ ଗୋଟିଏ ପ୍ରତିମୂର୍ତ୍ତି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଜୀଙ୍କର ମଧ୍ୟ ରହିଛି । ଏହା ଗୁରୁଦେବଙ୍କ ସମ୍ମାନ, ଭାରତର ମଧ୍ୟ ସମ୍ମାନ । ସେହିଭଳି ଜୁନ୍ ମାସରେ ଦୁଇ କ୍ୟାରେବିୟାନ୍ ଦେଶ ସୁରିନାମ ଓ ସେଣ୍ଟ୍ ଭିନ୍ସେଣ୍ଟ ଆଣ୍ଡ୍ ଦି ଗ୍ରେନାଡ଼ିନ୍ ନିଜର ଭାରତୀୟ ଐତିହ୍ୟକୁ ସମ୍ପୂର୍ଣ୍ଣ ଉତ୍ସାହ ଉଦ୍ଦୀପନା ସହ ପାଳନ କରିଥିଲେ । ସୁରିନାମରେ ଭାରତୀୟ ସମୁଦାୟ ପ୍ରତିବର୍ଷ ୫ ଜୁନ୍ରେ ଇଣ୍ଡିଆନ ଆରାଇଭାଲ୍ ଡେ୍ ଓ ପ୍ରବାସୀ ଦିବସ ପାଳନ କରନ୍ତି । ଏଠାକାର ବହୁତ ଲୋକ ହିନ୍ଦୀ ସହିତ ଭୋଜପୁରୀ ମଧ୍ୟ କହିଥାନ୍ତି । ସେଣ୍ଟ୍ ଭିନ୍ସେଣ୍ଟ୍ ଆଣ୍ଡ୍ ଦି ଗ୍ରେନାଡ଼ିନରେ ରହୁଥିବା ଆମର ଭାରତୀୟ ବଂଶୋଦ୍ଭବ ଭାଇଭଉଣୀଙ୍କ ସଂଖ୍ୟା ପ୍ରାୟ ଛଅ ହଜାର । ସେମାନେ ନିଜ ଐତିହ୍ୟକୁ ନେଇ ବହୁତ ଗର୍ବ କରନ୍ତି । ଜୁନ ୧ ତାରିଖରେ ଏମାନେ ସମସ୍ତେ ଇଣ୍ଡିଆନ ଏରାଇଭାଲ୍ ଡେ’କୁ ଯେଉଁଭଳି ଧୁମ୍ଧାମ୍ରେ ପାଳନ କଲେ, ସେଥିରୁ ଏହି ଭାବନା ସ୍ପଷ୍ଟ ପରିଲକ୍ଷିତ ହୁଏ । ସମଗ୍ର ବିଶ୍ୱରେ ଭାରତୀୟ ଐତିହ୍ୟ ଓ ସଂସ୍କୃତିର ଯେତେବେଳେ ଏଭଳି ବିସ୍ତୃତି ଦେଖିବାକୁ ମିଳେ, ସେତେବେଳେ ପ୍ରତ୍ୟେକ ଭାରତୀୟ ଗର୍ବିତ ହୁଅନ୍ତି ।
ବନ୍ଧୁଗଣ, ଏହି ମାସରେ ସମଗ୍ର ବିଶ୍ୱ ଦଶମ ଯୋଗ ଦିବସକୁ ସଂପୂର୍ଣ୍ଣ ଉତ୍ସାହ ଉଦ୍ଦୀପନା ସହ ପାଳନ କରିଛି । ମୁଁ ମଧ୍ୟ ଜାମ୍ମୁକାଶ୍ମୀରର ଶ୍ରୀନଗରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲି । କାଶ୍ମୀରର ଯୁବକମାନଙ୍କ ସହ ଝିଅ ତଥା ଭଉଣୀମାନେ ମଧ୍ୟ ଯୋଗ ଦିବସରେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଯୋଗ ଦିବସର ଆୟୋଜନ ଯେତିକି ଆଗକୁ ବଢ଼ୁଛି, ନୂଆନୂଆ ରେକର୍ଡ ସୃଷ୍ଟି ହୋଇଚାଲିଛି । ସାରା ପୃଥିବୀରେ ଯୋଗ ଦିବସ ଅନେକ ଚମତ୍କାର ଉପଲବଧି ହାସଲ କରିଛି । ସାଉଦି ଆରବରେ ପ୍ରଥମ ଥର ଜଣେ ମହିଳା ଅଲ୍ ହନୌଫ୍ ସାଦ୍ ଜୀ କମନ୍ ଯୋଗ ପ୍ରୋଟୋକଲ୍ର ନେତୃତ୍ୱ ନେଇଥିଲେ । ପ୍ରଥମ ଥର ଜଣେ ସାଉଦି ମହିଳା କୌଣସି ମୁଖ୍ୟ ଯୋଗ ସେସନକୁ ସଞ୍ଚାଳନ କରିଥିଲେ । ଇଜିପ୍ଟରେ ଏଥର ଯୋଗ ଦିବସରେ ଏକ ଫଟୋ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ନୀଳନଦୀ କୂଳରେ, ଲୋହିତ ସାଗରର ବେଳାଭୂମିରେ ଓ ପିରାମିଡ ସମ୍ମୁଖରେ ଯୋଗ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଛବି ବହୁତ ଲୋକପ୍ରିୟ ହୋଇଥିଲା । ନିଜର ମାର୍ବଲ୍ ବୁଦ୍ଧ ପ୍ରତିମୂର୍ତ୍ତି ପାଇଁ ପ୍ରସିଦ୍ଧ ମ୍ୟାଁମାର୍ର ମାରାଭିଜୟା ପାଗୋଡ଼ା କମ୍ପ୍ଲେକ୍ସ ବିଶ୍ୱରେ ବେଶ୍ ଜଣାଶୁଣା । ଏଠାରେ ମଧ୍ୟ ୨୧ ଜୁନରେ ଚମତ୍କାର ଯୋଗ ସେସନ ଆୟୋଜିତ ହୋଇଥିଲା । ବାହାରିନରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏକ ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇଥିଲା । ଶ୍ରୀଲଙ୍କାର ୟୁନେସ୍କୋ ଐତିହ୍ୟସ୍ଥଳ ପାଇଁ ବିଖ୍ୟାତ ଗଲ୍ ଫୋର୍ଟରେ ମଧ୍ୟ ଏକ ସ୍ମରଣୀୟ ଯୋଗ ସେସନ୍ ହୋଇଥିଲା । ଆମେରିକାର ନ୍ୟୁୟର୍କ ସ୍ଥିତ ଅବଜରଭେସନ ଡେକ୍ରେ ମଧ୍ୟ ଲୋକେ ଯୋଗ କରିଥିଲେ । ମାର୍ଶାଲ୍ ଦ୍ୱୀପରେ ମଧ୍ୟ ପ୍ରଥମ ଥର ବହୁତ ବଡ଼ ଯୋଗଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରାଷ୍ଟ୍ରପତି ଜୀ ମଧ୍ୟ ଭାଗନେଇଥିଲେ । ଭୁଟାନର ଥିମ୍ପୁରେ ମଧ୍ୟ ଏକ ବଡ଼ ଯୋଗ ଦିବସ କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ତୋବଗେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଅର୍ଥାତ ପୃଥିବୀର କୋଣ ଅନୁକୋଣରେ ଲୋକେ ଯୋଗ କରୁଥିବାର ବର୍ଣ୍ଣାଢ଼୍ୟ ଦୃଶ୍ୟ ଆମେ ସମସ୍ତେ ଦେଖିଲୁ । ମୁଁ ଯୋଗ ଦିବସରେ ଭାଗ ନେଇଥିବା ସମସ୍ତ ବନ୍ଧୁମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ମୋର ଆପଣଙ୍କ ପାଖରେ ଗୋଟିଏ ପୁରୁଣା ଅନୁରୋଧ ମଧ୍ୟ ରହିଛି । ଯୋଗକୁ ଆମେ କେବଳ ଦିନିକିଆ ଅଭ୍ୟାସ କରିବା ନାହିଁ । ଆପଣ ନିୟମିତ ଯୋଗ କରନ୍ତୁ । ଏହାଦ୍ୱାରା ଆପଣ ନିଜ ଜୀବନରେ ସକାରାତ୍ମକ ପରିବର୍ତ୍ତନକୁ ନିଶ୍ଚୟ ଅନୁଭବ କରିବେ ।
ବନ୍ଧୁଗଣ, ଭାରତର ଅନେକଗୁଡ଼ିଏ ଉତ୍ପାଦ ଅଛି ଯେଉଁଗୁଡ଼ିକର ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ଭାରତର ଏହିଭଳି କିଛି ସ୍ଥାନୀୟ ଉତ୍ପାଦକୁ ଆମେ ଯେତେବେଳେ Global ହେବାର ଦେଖୁ, ସେତେବେଳେ ମନ ଗର୍ବରେ ପୁରିଉଠିବା ସ୍ୱାଭାବିକ । ଆରାକୁ କଫି ଆମର ସେହିଭଳି ଏକ ଉତ୍ପାଦ । ଆନ୍ଧ୍ରପ୍ରଦେଶର ଅଲ୍ଲୁରୀ ସୀତାରାମ ରାଜୁ ଜିଲ୍ଲାରେ ଏହାର ଉତ୍ପାଦନ ବହୁ ପରିମାଣରେ ହୁଏ । ଏହା ନିଜର Rich flavour ଏବଂ aroma ପାଇଁ ପ୍ରସିଦ୍ଧ । ଆରାକୁ କଫିକୁ ଏଭଳି ଉଚ୍ଚସ୍ଥାନ ପ୍ରାପ୍ତ କରାଇବାରେ ଗିରିଜନ Co-operativeର ବିଶେଷ ଭୂମିକା ରହିଛି । ଏହି ସଂସ୍ଥା ଏଠାକାର କୃଷକ ଭାଇଭଉଣୀମାନଙ୍କୁ ଏକତ୍ର କରିବାର କାମ କଲା ଏବଂ ସେମାନଙ୍କୁ ଆରାକୁ କଫିର ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଲା । ଏହାଦ୍ୱାରା ଏହି କୃଷକମାନଙ୍କର ରୋଜଗାର ମଧ୍ୟ ବହୁତ ବଢ଼ିଗଲା । କୋଣ୍ଡା, ଦୋରା ଆଦିବାସୀମାନଙ୍କୁ ମଧ୍ୟ ୟା’ଦ୍ୱାରା ଅଧିକା ଲାଭ ମିଳିଲା । ରୋଜଗାର ସଙ୍ଗେ ସଙ୍ଗେ ସେମାନେ ଏକ ସମ୍ମାନଜନକ ଜୀବନଯାପନ କରୁଛନ୍ତି । ମୋର ମନେଅଛି ଥରେ ବିଶାଖାପାଟଣାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଗାରୁଙ୍କ ସହିତ ମୋତେ ଏହି କଫିର ସ୍ୱାଦ ନେବାର ସୁଯୋଗ ମିଳିଥିଲା । ତା’ର ଟେଷ୍ଟ କଥା କ’ଣ କହିବି ? ଏ କଫି ତ ବହୁତ ବଢ଼ିଆ । ଆରାକୁ କଫିକୁ ଅନେକ ବିଶ୍ୱସ୍ତରୀୟ ପୁରସ୍କାର ମଧ୍ୟ ମିଳିଛି । ଦିଲ୍ଲୀରେ ଆୟୋଜିତ ହୋଇଥିବା ଏ-୨୦ ସମ୍ମିଳନୀରେ ମଧ୍ୟ ଏହି କଫି ବେଶ ଆଦୃତ ହୋଇଥିଲା । ଆପଣଙ୍କୁ ଯେବେବି ସୁଯୋଗ ମିଳିବ ଆପଣ ନିଶ୍ଚିତ ଭାବେ ଆରାକୁ କଫିର ଆନନ୍ଦ ନିଅନ୍ତୁ ।
ସାଥିଗଣ, ଲୋକାଲ ଉତ୍ପାଦକୁ ଗ୍ଲୋବାଲ ବନେଇବାରେ ଆମ ଜାମ୍ମୁ କାଶ୍ମୀରର ଲୋକମାନେ ମଧ୍ୟ ପଛରେ ନାହାଁନ୍ତି । ଗତମାସରେ ଜାମ୍ମୁ କାଶ୍ମୀରର ଲୋକମାନେ ଯାହା କରିଦେଖାଇଛନ୍ତି ତାହା ସାରା ଦେଶର ଲୋକମାନଙ୍କ ପାଇଁ ଏକ ଉଦାହରଣ । ଏଠାକାର ପୁଲୱାମାରୁ Snow Peasର ପ୍ରଥମ ଛେକ ଲଣ୍ଡନ ପଠାଯାଇଛି । କିଛି ଲୋକଙ୍କ ମନରେ ଗୋଟିଏ ଆଇଡିଆ ଆସିଲା ଯେ କାଶ୍ମୀରରେ ଉତ୍ପାଦିତ ହେଉଥିବା exotic vegetablesକୁ କାହିଁକି ବିଶ୍ୱ ମାନଚିତ୍ରରେ ସ୍ଥାପିତ କରାନଯିବ ...... ବେଶ୍ ଆଉ କ’ଣ କହିବା ... ଚକୁରା ଗାଁର ଅବଦୁଲ୍ ରସିଦ ମୀର ଜୀ ଏଥିପାଇଁ ସର୍ବପ୍ରଥମେ ଆଗେଇ ଆସିଲେ । ସେ ଗ୍ରାମର ଅନ୍ୟ କୃଷକମାନଙ୍କ ଜମିକୁ ଏକାଠି କରି Snow Peas ଚାଷ କରିବା ଆରମ୍ଭ କଲେ ଏବଂ ଦେଖୁଦେଖୁ Snow Peas କାଶ୍ମୀରରୁ ଯାଇ ଲଣ୍ଡନରେ ପହଂଚିବା ଆରମ୍ଭ କରିଦେଲା । ଏହି ସଫଳତା ଜାମ୍ମୁ କାଶ୍ମୀରର ଲୋକମାନଙ୍କ ପାଇଁ ସମୃଦ୍ଧିର ଦ୍ୱାର ଖୋଲିଦେଇଛି । ଆମ ଦେଶରେ ଏହିଭଳି ନିଆରା ଉତ୍ପାଦମାନଙ୍କର ଅଭାବ ନାହିଁ । ଆପଣ ଏହି ଉତ୍ପାଦଗୁଡ଼ିକୁ #MyProductsMyPrideରେ ନିଶ୍ଚୟ ସେୟାର୍ କରନ୍ତୁ । ମୁଁ ଏହି ବିଷୟ ଉପରେ ଆସନ୍ତା ‘ମନ୍ କି ବାତ୍’ରେ ନିଶ୍ଚୟ ଚର୍ଚ୍ଚା କରିବି ।
ମମ ପ୍ରିୟାଃ ଦେଶବାସୀନଃ
ଅଦ୍ୟ ଅହଂ କିଂଚିତ୍ ଚର୍ଚ୍ଚା ସଂସ୍କୃତ ଭାଷାୟାଂ ଆରଭେ ।
ଆପଣମାନେ ଭାବୁଥିବେ ଯେ ମୁଁ ‘ମନ୍ କି ବାତ୍’ରେ ହଠାତ୍ ସଂସ୍କୃତରେ କାହିଁକି କହୁଛି ? ଏହାର କାରଣ ହେଲା ଆଜି ସଂସ୍କୃତ ସହ ସମ୍ବନ୍ଧିତ ଗୋଟିଏ ବିଶେଷ ପ୍ରସଙ୍ଗ । ଆଜି ଜୁନ୍ ୩୦ ତାରିଖରେ ଆକାଶବାଣୀର ସଂସ୍କୃତ ବୁଲେଟିନ୍ ତା’ର ପଚାଶ ବର୍ଷ ପୂରଣ କରୁଛି । ପଚାଶ ବର୍ଷ ଭିତରେ ଏହି ବୁଲେଟିନ ଅଗଣିତ ଲୋକଙ୍କୁ ସଂସ୍କୃତ ସହିତ ବାନ୍ଧିରଖିଛି । ମୁଁ All India Radio ପରିବାରକୁ ଏଥିପାଇଁ ଅଭିନନ୍ଦନ ଜଣାଉଛି ।
ସାଥିଗଣ, ପ୍ରାଚୀନ ଭାରତୀୟ ଜ୍ଞାନ ଓ ବିଜ୍ଞାନର ପ୍ରଗତି କ୍ଷେତ୍ରରେ ସଂସ୍କୃତର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମେ ସଂସ୍କୃତକୁ ସମ୍ମାନ ଦେବା ତଥା ନିଜର ଦୈନନ୍ଦିନ ଜୀବନରେ ସଂସ୍କୃତକୁ ସ୍ଥାନ ଦେବା – ଏହାହିଁ ହେଉଛି ଆଜିର ଆବଶ୍ୟକତା । ଆଜିକାଲି ବେଙ୍ଗାଲୁରୁର କେତେକ ଲୋକ ଏହିଭଳି ଏକ ପ୍ରୟାସ କରୁଛନ୍ତି । ବେଙ୍ଗାଲୁରୁରେ କଽନ ପାର୍କ ନାମରେ ଗୋଟିଏ ପାର୍କ ଅଛି । ଏଠାକାର ଲୋକମାନେ ଏହି ପାର୍କରେ ଏକ ନୂତନ ପରମ୍ପରା ଆରମ୍ଭ କରିଛନ୍ତି । ଏଠାରେ ସପ୍ତାହରେ ଗୋଟିଏ ଦିନ ପ୍ରତ୍ୟେକ ରବିବାର ବାଳକ ଯୁବକ ଓ ବୟସ୍କ ଲୋକମାନେ ଏକାଠି ହୋଇ ନିଜ ନିଜ ଭିତରେ ସଂସ୍କୃତରେ କଥାବାର୍ତ୍ତା ହେଉଛନ୍ତି । ଖାଲି ସେତିକି ନୁହେଁ ଏଠି ସଂସ୍କୃତରେ ବିତର୍କର କେତେକ ସଂପାନ ମଧ୍ୟ ଆୟୋଜିତ ହେଉଛି । ସେମାନେ ଏହି ପ୍ରୟାସର ନାଁ ଦେଇଛନ୍ତି “ସଂସ୍କୃତ Weekend” । ସମଷ୍ଟି ଗୁବିଜୀ ଏକ ସଂସ୍କୃତ ୱେବସାଇଟ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି କିଛିଦିନ ଆଗରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବେଙ୍ଗାଲୁରୁବାସୀମାନଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଛି । ଆମେ ସବୁ ଯଦି ଏହିଭଳି ପ୍ରୟାସରେ ଯୋଗଦେବା ତାହେଲେ ଆମକୁ ବିଶ୍ୱର ଏହି ପ୍ରାଚୀନ ତଥା ବୈଜ୍ଞାନିକ ଭାଷାରୁ ବହୁତ କିଛି ଶିଖିବାକୁ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହିତ ଯୋଗଦେଇ ବହୁତ ଭଲ ଲାଗିଲା । ଏବେ ଏହା ଆଗଭଳି ଲଗାତାର ଜାରି ରହିବ । ଆଜିଠାରୁ ଗୋଟିଏ ସପ୍ତାହ ପରେ ପବିତ୍ର ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ମହାପ୍ରଭୁ ଜଗନ୍ନାଥଙ୍କ କୃପା ସମସ୍ତ ଦେଶବାସୀମାନଙ୍କ ଉପରେ ସଦାସର୍ବଦା ଥାଉ – ମୁଁ ଏହି କାମନା କରୁଛି । ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହୋଇଗଲାଣି ଏବଂ ଆଉ କେତୋଟି ଦିନ ପରେ ‘ପଣ୍ଢରପୁର ବାରୀ’ ମଧ୍ୟ ଆରମ୍ଭ ହୋଇଯିବ । ଏହି ଯାତ୍ରାଗୁଡ଼ିକରେ ଯୋଗଦେଉଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ମୁଁ ଶୁଭକାମନା ଜଣାଉଛି । ଆଗକୁ କଚ୍ଛୀ ନବବର୍ଷ ଆଷାଢ଼ୀ ବିଜ୍ ପର୍ବ ମଧ୍ୟ ଆସୁଛି । ଏହି ପର୍ବପର୍ବାଣୀ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ସକାରାତ୍ମକ ଜନଭାଗିଦାରୀର ଏହି ପ୍ରୟାସଗୁଡ଼ିକୁ ଆପଣମାନେ ମୋ ସହିତ ନିଶ୍ଚୟ ବାଣ୍ଟୁଥିବେ । ମୁଁ ଆସନ୍ତା ମାସରେ ଆପଣମାନଙ୍କ ସହିତ ପୁଣି ଯୋଗଦେବାକୁ ପ୍ରତୀକ୍ଷା କରୁଛି । ସେ ପର୍ଯ୍ୟନ୍ତ ଆପଣମାନେ ନିଜର ଓ ନିଜ ପରବିାର ପ୍ରତି ଧ୍ୟାନ ଦିଅନ୍ତୁ । ବହୁତ ବହୁତ ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ୧୧୦ତମ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ । ପ୍ରତିଥର ପରି ଏଥର ମଧ୍ୟ ଆମକୁ ଆପଣଙ୍କ ବହୁତଗୁଡ଼ିଏ ପ୍ରସ୍ତାବ, ପରାମର୍ଶ ଏବଂ ମତାମତ ମିଳିଛି ଆଉ ପ୍ରତିଥର ପରି ଏହି ଅଧ୍ୟାୟରେ ମଧ୍ୟ ସେଗୁଡ଼ିକରୁ କେଉଁ କେଉଁ ବିଷୟକୁ ସାମିଲ୍ କରାଯିବ ତାହା ଆହ୍ୱାନ ସୃଷ୍ଟି କରିଛି । ମୋତେ ସକାରାତ୍ମକତାରେ ଭରପୂର ଏକରୁ ବଳି ଅନେକ ଇନପୁଟ୍ ମିଳିଛି । ଏସବୁରେ ଏଭଳି ଅନେକ ଦେଶବାସୀଙ୍କ ବିଷୟରେ ଉଲ୍ଲେଖ ରହିଛି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଆଶାର କିରଣ ସଦୃଶ ସେମାନଙ୍କ ଜୀବନକୁ ଉନ୍ନତ କରିବାରେ ଲାଗିଛନ୍ତି ।
ବନ୍ଧୁଗଣ, ମାତ୍ର କିଛିଦିନ ପରେ ମାର୍ଚ୍ଚ ୮ ତାରିଖ ଦିନ ଆମେ ମହିଳା ଦିବସ ପାଳନ କରିବାକୁ ଯାଉଛୁ । ଏହି ବିଶେଷ ଦିନଟି ଦେଶର ବିକାଶ ଯାତ୍ରାରେ ନାରୀ ଶକ୍ତିର ଯୋଗଦାନକୁ ସମ୍ମାନ କରିବାର ଦିବସ । ମହାକବି ଭାରତିୟାର କହିଛନ୍ତି ଯେ – ବିଶ୍ୱ ସେଦିନ ସମୃଦ୍ଧ ହେବ, ଯେଉଁଦିନ ମହିଳାମାନଙ୍କୁ ସମାନ ସୁଯୋଗ ମିଳିବ । ଆଜି ଭାରତର ନାରୀଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତିର ନୂତନ ଶିଖରକୁ ସ୍ପର୍ଶ କରୁଛି । କିଛିବର୍ଷ ପୂର୍ବେ ଏ କଥା କିଏ ଚିନ୍ତା କରିଥିଲା ଯେ ଆମ ଦେଶରେ ଗାଁରେ ରହୁଥିବା ମହିଳାମାନେ ମଧ୍ୟ ଡ୍ରୋନ୍ ଉଡ଼ାଇବେ! କିନ୍ତୁ ଆଜି ଏହା ସମ୍ଭବ ହୋଇପାରିଛି । ଆଜିକାଲି ତ ଗାଁ ଗାଁରେ ଡ୍ରୋନ୍ ଦିଦିଙ୍କ ବିଷୟରେ ଏତେ ଆଲୋଚନା ହେଉଛି ଯେ, ସମସ୍ତଙ୍କ ମୁଖରୁ ନମୋ ଡ୍ରୋନ୍ ଦିଦି, ନମୋ ଡ୍ରୋନ୍ ଦିଦି ଶୁଣାଯାଉଛି । ସମସ୍ତେ ଏମାନଙ୍କ ବିଷୟରେ ଆଲୋଚନା କରୁଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ବିରାଟ ଜିଜ୍ଞାସା ସୃଷ୍ଟି ହୋଇଛି । ତେଣୁ, ମୁଁ ଭାବିଲି ଯେ, ଏଥର ‘ମନ୍ କି ବାତ୍’ରେ ଜଣେ ଡ୍ରୋନ୍ ଦିଦିଙ୍କ ସହିତ ଆଳାପ-ଆଲୋଚନା କରାଯାଉ । ଆମ ସହିତ ବର୍ତ୍ତମାନ ଯୋଡ଼ିହୋଇଛନ୍ତି ଉତ୍ତରପ୍ରଦେଶ – ସୀତାପୁରର ନମୋ ଡ୍ରୋନ୍ ଦିଦି ସୁନିତା ଜୀ । ଆସନ୍ତୁ, ତାଙ୍କ ସହିତ କଥା ହେବା ।
ମୋଦି ଜୀ : ସୁନୀତା ଜୀ, ଆପଣଙ୍କୁ ନମସ୍କାର କରୁଛି ।
ସୁନୀତା ଦେବୀ : ସାର୍, ନମସ୍କାର ।
ମୋଦି ଜୀ : ଆଚ୍ଛା, ସୁନୀତା ଜୀ, ପ୍ରଥମେ ମୁଁ ଆପଣଙ୍କ ବିଷୟରେ ଏବଂ ଆପଣଙ୍କ ପରିବାର ବିଷୟରେ ଜାଣିବାକୁ ଚାହୁଁଛି । ସେ ବିଷୟରେ ଅଳ୍ପ କିଛି କୁହନ୍ତୁ ।
ସୁନୀତା ଦେବୀ : ସାର୍, ଆମ ପରିବାରରେ ଆମର ଦୁଇଟି ସନ୍ତାନ ଅଛନ୍ତି, ମୁଁ, ମୋ ସ୍ୱାମୀ ଆଉ ମୋ ମା’ ଅଛନ୍ତି ।
ମୋଦି ଜୀ : ଆପଣ କେତେ ପାଠ ପଢ଼ିଛନ୍ତି?
ସୁନୀତା ଦେବୀ : ସାର୍, ବି.ଏ. ଫାଇନାଲ୍ ଯାଏଁ ।
ମୋଦି ଜୀ : ଆପଣ କ’ଣ କରନ୍ତି?
ସୁନୀତା ଦେବୀ : ଆଜ୍ଞା, ଆମେ ଚାଷବାସ କରୁ ।
ମୋଦି ଜୀ : ଆଚ୍ଛା ସୁନୀତା ଜୀ, ଡ୍ରୋନ୍ ଦିଦି ହେବାର ଆପଣଙ୍କ ଯାତ୍ରା କିଭଳି ଆରମ୍ଭ ହେଲା? ଆପଣଙ୍କୁ କେଉଁଠୁ ତାଲିମ ମିଳିଲା, କଣ ସବୁ ପରିବର୍ତ୍ତନ ହେଲା, ଆରମ୍ଭରୁ ମୁଁ ଜାଣିବାକୁ ଚାହୁଁଛି ।
ସୁନୀତା ଦେବୀ : ଆଜ୍ଞା, ଆମ ତାଲିମ ଆହ୍ଲାବାଦର ଫୁଲ୍ପୁର୍ ଇଫ୍କୋ କମ୍ପାନୀରେ ହୋଇଥିଲା, ଆମକୁ ସେହିଠାରୁ ହିଁ ତାଲିମ ମିଳିଛି ।
ମୋଦି ଜୀ : ତା ଆଗରୁ ଆପଣ ଡ୍ରୋନ୍ ବିଷୟରେ କେବେ ଶୁଣିଥିଲେ?
ସୁନୀତା ଦେବୀ : ସାର୍ ଆଗରୁ ଏ ବିଷୟରେ ଶୁଣି ନ ଥିଲି । ଥରେ ସୀତାପୁରର କୃଷିବିଜ୍ଞାନ କେନ୍ଦ୍ରରେ ଦେଖିବାକୁ ପାଇଲି । ସେଇଠି ପ୍ରଥମ ଥର ମୁଁ ଡ୍ରୋନ୍ ଦେଖିଲି ।
ମୋଦି ଜୀ : ସୁନୀତା ଜୀ, ମୁଁ ଏ କଥା ବୁଝିବାକୁ ଚାହୁଁଛି – ଯେମିତିକି ପ୍ରଥମ ଦିନ, ଆପଣ ସେଠାକୁ ଗଲେ...
ସୁନୀତା ଦେବୀ : ଆଜ୍ଞା...
ମୋଦି ଜୀ : ପ୍ରଥମ ଦିନ ଆପଣଙ୍କୁ ଡ୍ରୋନ୍ ଦେଖାଇଥିବେ, ପରେ କଳାପଟାରେ କିଛି ପଢ଼େଇଥିବେ, କାଗଜରେ କିଛି ପଢ଼େଇଥିବେ, ତା’ପରେ ଯାଇ ପଡ଼ିଆକୁ ନେଇ ଅଭ୍ୟାସ କରାଇଥିବେ! କ’ଣ ସବୁ ହୋଇଥିଲା, ସେ ବିଷୟରେ ଆପଣ ବିସ୍ତୃତ ଭାବେ ମୋତେ ବର୍ଣ୍ଣନା କରି ବୁଝାଇପାରିବେ କି?
ସୁନୀତା ଦେବୀ : ହଁ ଆଜ୍ଞା, ଆମେ ଯେଉଁଦିନ ଯାଇଥିଲୁ, ତା’ପରଦିନ ଠାରୁ ଆମ ତାଲିମ ଆରମ୍ଭ ହୋଇଥିଲା। ପ୍ରଥମେ ଥ୍ୟୋରୀ ପଢ଼ାଗଲା, ଦୁଇ ଦିନ କ୍ଲାସ୍ ହେଲା । କ୍ଲାସ୍ରେ ଡ୍ରୋନ୍ର ବିଭିନ୍ନ ଅଂଶ, ଏହାକୁ କିଭଳି ଚାଳନା କରାଯାଏ, ଏ ସବୁ ବିଷୟରେ ଥ୍ୟୋରୀରେ ପଢ଼ାଗଲା । ତୃତୀୟ ଦିନ ଆମର ଗୋଟିଏ ପରୀକ୍ଷା ହୋଇଥିଲା । ତା ପରେ କମ୍ପ୍ୟୁଟରରେ ମଧ୍ୟ ଗୋଟିଏ ପରୀକ୍ଷା ହୋଇଥିଲା । ମାନେ ପ୍ରଥମେ କ୍ଲାସ୍ ହେଲା ଆଉ ତା’ପରେ ପରୀକ୍ଷା ହେଲା । ତା’ପରେ ଆମମାନଙ୍କୁ ପ୍ରାକ୍ଟିକାଲ୍ ଶିଖାଗଲା – ଡ୍ରୋନ୍ କେମିତି ଉଡ଼ାହୁଏ, ଏହାକୁ କିଭଳି ନିୟନ୍ତ୍ରଣ କରାଯାଏ, ପ୍ରାକ୍ଟିକାଲରେ ଏହିସବୁ କଥା ଶିକ୍ଷା ଦିଆଗଲା ।
ମୋଦି ଜୀ : ହେଲେ ଡ୍ରୋନ୍ ଦ୍ୱାରା କ’ଣ କରାଯିବ, ତାହା କେମିତି ଶିଖାଗଲା?
ସୁନୀତା ଦେବୀ : ସାର୍, ଡ୍ରୋନ୍ ଏଭଳି କାମ କରିବ – ଯେମିତିକି ଫସଲ ବଢ଼ୁଛି, ଆଉ ସେତେବେଳେ ବର୍ଷାଦିନ ଚାଲିଛି । ସେତେବେଳେ ବିଲରେ ପଶିବାରେ ବି ବହୁତ ଅସୁବିଧା ହୁଏ । ଏଭଳି ପରିସ୍ଥିତିରେ କୃଷକ ବି ଭିତରକୁ କେମିତି ଯିବେ? ସେତେବେଳେ ଏହାଦ୍ୱାରା ଚାଷୀମାନଙ୍କୁ ବହୁତ ଲାଭ ହେବ । ବିଲବାଡ଼ି ଭିତରକୁ ବି ଯିବା ଦରକାର ପଡ଼ିବନି । ଆମେ ମୂଲିଆ ଲଗାଇ ଯୋଉ କାମ କରୁଛୁ, ତାହା ମଂଚା ଉପରେ ଛିଡ଼ା ହେଇ ଡ୍ରୋନ୍ ସାହାଯ୍ୟରେ କରିପାରିବା । ବିଲରେ ଯଦି ସେମିତି କୌଣସି ବିଷାକ୍ତ ପୋକଜୋକ ଥାଆନ୍ତି ସେଥିରୁ ମଧ୍ୟ ଆମକୁ ସୁରକ୍ଷା ମିଳିବ । ଚାଷୀମାନଙ୍କୁ ମଧ୍ୟ ଏହା ଖୁବ୍ ଭଲ ଲାଗୁଛି । ସାର୍, ଏ ଯାଏଁ ଆମେ ୩୫ ଏକର ଜମି ଉପରେ ସ୍ପ୍ରେ କରିସାରିଲୁଣି ।
ମୋଦି ଜୀ : ତା’ମାନେ ଚାଷୀମାନେ ବି ଏହାର ଲାଭ ସମ୍ପର୍କରେ ବୁଝିଲେଣି?
ସୁନୀତା ଦେବୀ : ହଁ ଆଜ୍ଞା, ଚାଷୀମାନେ ମଧ୍ୟ ଏଥିରେ ବହୁତ ସନ୍ତୋଷ ଅନୁଭବ କରୁଛନ୍ତି । ସେମାନଙ୍କୁ ମଧ୍ୟ ଏହା ବେଶ୍ ଭଲ ଲାଗୁଛି । ସମୟ ମଧ୍ୟ କମ୍ ଲାଗୁଛି । ସବୁ ସୁବିଧା ବିଷୟରେ ଆମେ ନିଜେ ବ୍ୟବସ୍ଥା କରୁଛୁ । ପାଣି, ଔଷଧ – ସବୁ କିଛି ସାଙ୍ଗରେ ରଖୁଛୁ । ସେମାନଙ୍କୁ କେବଳ ଆମକୁ ତାଙ୍କର ଜମିର ସୀମା କହିବାକୁ ପଡ଼ୁଛି । ଅଧଘଣ୍ଟାରେ ସବୁ କାମ ସାରି ଦେଉଛି ।
ମୋଦି ଜୀ : ଡ୍ରୋନ୍ ଦେଖିବାକୁ ବି ଅନେକ ଲୋକ ଆସୁଥିବେ?
ସୁନୀତା ଦେବୀ : ହଁ ଆଜ୍ଞା, ବହୁତ ଭିଡ଼ ହେଉଛି । ଡ୍ରୋନ୍ ଦେଖିବାକୁ ବହୁତ ଲୋକ ଚାଲିଆସୁଛନ୍ତି । ବଡ଼ ବଡ଼ ଚାଷୀମାନେ ଆମ ଫୋନ୍ ନମ୍ବର ମଧ୍ୟ ପଚାରି ବୁଝୁଛନ୍ତି । କହୁଛନ୍ତି, ଆମେ ବି ସ୍ପ୍ରେ ପାଇଁ ଆପଣଙ୍କୁ ଡାକିବୁ ।
ମୋଦି ଜୀ : ବହୁତ ଭଲ କଥା । କାରଣ, ମୋର ଗୋଟିଏ ମିଶନ୍ ରହିଛି – ଲକ୍ଷପତି ଦିଦି ସୃଷ୍ଟି କରିବାର। ଆଜି ଯଦି ଦେଶଯାକର ଭଉଣୀମାନେ ଶୁଣୁଛନ୍ତି, ଯେ ଜଣେ ଡ୍ରୋନ୍ ଦିଦି ପ୍ରଥମ ଥର ମୋ ସହିତ କଥା ହେଉଛନ୍ତି । ଏହା ଉପରେ ଆପଣ କ’ଣ କହିବେ?
ସୁନୀତା ଦେବୀ : ଆଜି ଯେମିତି ମୁଁ ଏଠାରେ ଜଣେ ମାତ୍ର ଡ୍ରୋନ୍ ଦିଦି ରହିଛି, ସେମିତି ହଜାର ହଜାର ଭଉଣୀମାନେ ଆଗେଇ ଆସନ୍ତୁ ଓ ଆଉ ମୋ ଭଳି ଡ୍ରୋନ୍ ଦିଦି ହୁଅନ୍ତୁ । ବର୍ତ୍ତମାନ ମୁଁ ଏକା ଅଛି, କିନ୍ତୁ ଆଗାମୀ ଦିନରେ ମୋ ସହିତ ମୋ ଭଳି ହଜାର ହଜାର ଲୋକ ଠିଆ ହୋଇଥିବେ, ସେତେବେଳେ ବହୁତ ଭଲ ଲାଗିବ । ଆମେ ସମସ୍ତେ ଡ୍ରୋନ୍ ଦିଦି ନାଁରେ ପରିଚିତ ହେବୁ ।
ମୋଦି ଜୀ : ହଉ, ସୁନୀତା ଜୀ, ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ । ନମୋ ଡ୍ରୋନ୍ ଦିଦିମାନେ ଦେଶରେ କୃଷିକୁ ଆଧୁନିକୀକରଣ କରିବାର ବହୁତ ବଡ଼ ମାଧ୍ୟମ ସାଜିଛନ୍ତି । ମୋ ତରଫରୁ ଅନେକ ଅନେକ ଶୁଭକାମନା ।
ସୁନୀତା ଦେବୀ : ଥ୍ୟାଙ୍କ୍ ୟୁ, ଥ୍ୟାଙ୍କ୍ ୟୁ ସାର୍ ।
ମୋଦି ଜୀ : ଥ୍ୟାଙ୍କ୍ ୟୁ ।
ବନ୍ଧୁଗଣ, ଦେଶରେ ଆଜି ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ନାରୀଶକ୍ତି ପଛୁଆ ହୋଇ ରହିଛି । ଆଉ ଗୋଟିଏ କ୍ଷେତ୍ର, ଯେଉଁଠି ମହିଳାମାନେ ନିଜର ସୁନ୍ଦର ନେତୃତ୍ୱ କ୍ଷମତା ପ୍ରଦର୍ଶନ କରିଛନ୍ତି, ତାହା ହେଉଛି ପ୍ରାକୃତିକ ଉପାୟରେ ଚାଷ, ଜଳ ସଂରକ୍ଷଣ ଏବଂ ସ୍ୱଚ୍ଛତା । ରାସାୟନିକ ଦ୍ରବ୍ୟ ଦ୍ୱାରା ଆମ ଧରିତ୍ରୀ ମାଆକୁ ଯେଉଁ କଷ୍ଟ ହେଉଛି, ଯେଉଁ ପୀଡ଼ା ହେଉଛି, ଯେଉଁ ଯନ୍ତ୍ରଣା ହେଉଛି - ଆମ ଧରିତ୍ରୀ ମା କୁ ରକ୍ଷା କରିବା ଦିଗରେ ଆମର ମାତୃଶକ୍ତି ବହୁତ ବଡ଼ ଭୂମିକା ନିର୍ବାହ କରୁଛି । ଦେଶର କୋଣ-ଅନୁକୋଣରେ ମହିଳାମାନେ ଏବେ ପ୍ରାକୃତିକ ଉପାୟରେ ଚାଷକୁ ସମୃଦ୍ଧ କରିଚାଲିଛନ୍ତି । ଦେଶରେ ଯଦି ଆଜି ଜଳ ଜୀବନ ମିଶନ୍ ଜରିଆରେ ଏତେ କାମ ହେଉଛି, ତାହେଲେ ତା ପଛରେ ଜଳ ସମିତିଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି । ଏହି ଜଳ ସମିତିଗୁଡ଼ିକର ନେତୃତ୍ୱ ମହିଳାମାନଙ୍କ ହାତରେ ହିଁ ରହିଛି । ଏହାକୁ ଛାଡ଼ି ମଧ୍ୟ ମା-ଭଉଣୀମାନେ ଜଳ ସଂରକ୍ଷଣ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଚାଲିଛନ୍ତି । ମୋ ସହିତ ଫୋନ୍ ଲାଇନରେ ସେହିଭଳି ଜଣେ ମହିଳା ଅଛନ୍ତି – କଲ୍ୟାଣୀ ପ୍ରଫୁଲ୍ଲ ପାଟିଲ୍। ସେ ମହାରାଷ୍ଟ୍ରର ବାସିନ୍ଦା । ଆସନ୍ତୁ, କଲ୍ୟାଣୀ ପ୍ରଫୁଲ୍ଲ ପାଟିଲଙ୍କ ସହିତ କଥା ହୋଇ ତାଙ୍କ ଅନୁଭୁତି ସମ୍ପର୍କରେ ଜାଣିବା –
ପ୍ରଧାନମନ୍ତ୍ରୀ : ନମସ୍କାର କଲ୍ୟାଣୀ ଜୀ ।
କଲ୍ୟାଣୀ ଦେବୀ : ନମସ୍କାର ଆଜ୍ଞା, ନମସ୍କାର ।
ପ୍ରଧାନମନ୍ତ୍ରୀ : କଲ୍ୟାଣୀ ଜୀ, ପ୍ରଥମେ ଆପଣ ନିଜ ବିଷୟରେ, ନିଜ ପରିବାର ଓ କାମଧନ୍ଦା ସମ୍ପର୍କରେ କିଛି କୁହନ୍ତୁ ।
କଲ୍ୟାଣୀ ଦେବୀ : ସାର୍, ମୁଁ ମାଇକ୍ରୋବାୟୋଲଜିରେ ଏମ.ଏସ୍.ସି. କରିଛି । ଘରେ ମୋ ସ୍ୱାମୀ, ମୋ ଶାଶୂ ଆଉ ମୋର ଦୁଇଟି ପିଲା ଅଛନ୍ତି । ତିନିବର୍ଷ ଧରି ମୁଁ ମୋ ଗ୍ରାମପଞ୍ଚାୟତରେ କାମ କରୁଛି ।
ପ୍ରଧାନମନ୍ତ୍ରୀ : ଆଉ ତା’ପରେ କ’ଣ ଚାଷବାସରେ ଲାଗିପଡ଼ିଛନ୍ତି? କାରଣ ଆପଣଙ୍କ ପାଖରେ ଆବଶ୍ୟକ ଜ୍ଞାନ ରହିଛି, ଏ ବିଷୟରେ ଆପଣ ପାଠ ମଧ୍ୟ ପଢ଼ିଛନ୍ତି, ଆଉ ଏବେ ଚାଷବାସ କରୁଛନ୍ତି । ଆପଣ କ’ଣ ସବୁ ନୂଆ ପରୀକ୍ଷାନିରୀକ୍ଷା କରିଛନ୍ତି?
କଲ୍ୟାଣୀ ଦେବୀ : ସାର୍, ମୁଁ ଦଶ ପ୍ରକାର ଉଦ୍ଭିଦକୁ ମିଶାଇ ସେଥିରୁ ଜୈବିକ ସିଂଚନ ତିଆରି କରିଛି । କାରଣ କୀଟନାଶକ ସିଞ୍ଚନ କରିବା ଦ୍ୱାରା ଆମର ଉପକାରୀ କୀଟ ମଧ୍ୟ ନଷ୍ଟ ହୋଇଯାଉଛନ୍ତି ଆଉ ଆମ ମାଟି ମଧ୍ୟ ପ୍ରଦୂଷିତ ହେଉଛି । ରାସାୟନିକ ପଦାର୍ଥ ପାଣିରେ ମିଶିବା ଦ୍ୱାରା ଆମ ଶରୀରରେ ମଧ୍ୟ ଏହାର କ୍ଷତିକାରକ ଉପାଦାନ ଦେଖିବାକୁ ମିଳୁଛି । ତେଣୁ ଆମେ ଏହି ରାସାୟନିକ ପଦାର୍ଥଗୁଡ଼ିକୁ ଯଥାସମ୍ଭବ କମ ମାତ୍ରାରେ ବ୍ୟବହାର କରିବା ଉଚିତ ।
ପ୍ରଧାନମନ୍ତ୍ରୀ : ଅର୍ଥାତ୍, ଆପଣ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଉପାୟରେ ଚାଷ ଆଡ଼କୁ ଯାଉଛନ୍ତି?
କଲ୍ୟାଣୀ ଦେବୀ : ଆଜ୍ଞା ହଁ, ଆମର ଯେଉଁ ପାରମ୍ପରିକ ଚାଷ ପଦ୍ଧତି ରହିଛି, ଗତବର୍ଷ ଆମେ ସେମିତି ହିଁ ଚାଷ କରିଥିଲୁ ।
ପ୍ରଧାନମନ୍ତ୍ରୀ : ପ୍ରାକୃତିକ ଉପାୟରେ ଚାଷ କରିବାରେ ଆପଣଙ୍କ ଅନୁଭୁତି କିଭଳି ରହିଲା?
କଲ୍ୟାଣୀ ଦେବୀ : ସାର୍, ଆମର ମହିଳାମାନଙ୍କୁ ଏଥିରେ ବହୁତ କମ ଖର୍ଚ୍ଚ କରିବାକୁ ପଡ଼ିଲା, ଉତ୍ପାଦନ ମଧ୍ୟ (ଭଲ ହେଲା), ଏହି ଉପାୟରେ ଆମେ ବିନା କୀଟନାଶକରେ ଚାଷ କଲୁ । କାରଣ, ଆଜିକାଲି କର୍କଟ ରୋଗର ପ୍ରାଦୁର୍ଭାବ ଯେଭଳି ଦେଖାଗଲାଣି । ସହରାଞ୍ଚଳରେ ତ ରହିଛି, କିନ୍ତୁ ଆଜିକାଲି ଗ୍ରାମାଞ୍ଚଳରେ ମଧ୍ୟ ଏହାର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେଣୁ ଭବିଷ୍ୟତରେ ପରିବାରଗୁଡ଼ିକୁ ସୁରକ୍ଷିତ ରଖିବାକୁ ହେଲେ ଏହି ବାଟ ଆପଣେଇବା ନିହାତି ଆବଶ୍ୟକ । ତେଣୁ, ମହିଳାମାନେ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରଦର୍ଶନ କରି ଏ ଦିଗରେ ସକ୍ରିୟ ସହଯୋଗ କରୁଛନ୍ତି ।
ପ୍ରଧାନମନ୍ତ୍ରୀ : ଆଚ୍ଛା କଲ୍ୟାଣୀ ଜୀ, ଆପଣ ଜଳ ସଂରକ୍ଷଣ ଦିଗରେ ବି କିଛି କାମ କରିଛନ୍ତି କି? ସେଥିରେ ଆପଣ କି କାମ କରିଛନ୍ତି?
କଲ୍ୟାଣୀ ଦେବୀ : ହଁ ସାର୍, ରେନ୍ ୱାଟର୍ ହାର୍ଭେଷ୍ଟିଂ (ବର୍ଷାଜଳ ସଂରକ୍ଷଣ) ଦିଗରେ ବି କରିଛି । ଆମର ଯେତେସବୁ ସର୍ବସାଧାରଣ କୋଠାବାଡ଼ି ରହିଛି, ଯେମିତିକି ପ୍ରାଥମିକ ବିଦ୍ୟାଳୟ ହେଉ, ଅଙ୍ଗନବାଡ଼ି କେନ୍ଦ୍ର ହେଉ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ହେଉ, ସେଠାରେ ଛାତ ଉପରେ ପଡ଼ୁଥିବା ବର୍ଷାଜଳକୁ ଆମେ ଗୋଟିଏ ଜାଗାରେ ଏକତ୍ର କରୁଛୁ । ରିଚାର୍ଜ ଶାଫ୍ଟ ଜରିଆରେ, ବର୍ଷାଜଳ ମାଟିରେ ଭେଦି ଭୂଗର୍ଭକୁ ଯିବା ଉଚିତ । ତେଣୁ ଆମେ ଆମ ଗାଁରେ ୨୦ଟି ରିଚାର୍ଜ ଶାଫ୍ଟ ତିଆରି କରିଛୁ । ତା ଛଡ଼ା ଆହୁରି ୫୦ଟି ରିଚାର୍ଜ ଶାଫ୍ଟ ପାଇଁ ଅନୁମୋଦନ ମଧ୍ୟ ମିଳିସାରିଲାଣି । ଖୁବ୍ ଶୀଘ୍ର ତା’ପାଇଁ ମଧ୍ୟ କାମ ଆରମ୍ଭ ହୋଇଯିବ ।
ପ୍ରଧାନମନ୍ତ୍ରୀ : ହଉ, କଲ୍ୟାଣୀ ଜୀ, ଆପଣଙ୍କ ସହିତ କଥା ହୋଇ ବହୁତ ଖୁସି ଲାଗିଲା । ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ।
କଲ୍ୟାଣୀ ଦେବୀ : ସାର୍ ଧନ୍ୟବାଦ । ସାର୍ ଧନ୍ୟବାଦ । ଆପଣଙ୍କ ସହିତ କଥା ହୋଇ ମୋତେ ବି ବହୁତ ଖୁସି ଲାଗିଲା । ମୋ ଜୀବନ ସମ୍ପୂର୍ଣ୍ଣ ରୂପେ ସାର୍ଥକ ହେଲା ବୋଲି ମୁଁ ଭାବୁଛି ।
ପ୍ରଧାନମନ୍ତ୍ରୀ : ବାସ୍, ଏମିତି ସେବା କରିଚାଲିଥାଆନ୍ତୁ । ଆପଣଙ୍କର ତ ନାଁ ହିଁ କଲ୍ୟାଣୀ । ତେଣୁ କଲ୍ୟାଣ ତ ଆପଣଙ୍କୁ କରିବାକୁ ହିଁ ହେବ । ଧନ୍ୟବାଦ । ନମସ୍କାର ।
କଲ୍ୟାଣୀ ଦେବୀ : ଧନ୍ୟବାଦ ସାର୍ । ଧନ୍ୟବାଦ ।
ବନ୍ଧୁଗଣ, ସୁନୀତା ଜୀ ହୁଅନ୍ତୁ କି କଲ୍ୟାଣୀ ଜୀ, ଭିନ୍ନ ଭିନ୍ନ କ୍ଷେତ୍ରରେ ନାରୀ-ଶକ୍ତିର ସଫଳତା ବହୁତ ପ୍ରେରଣାଦାୟକ। ମୁଁ ପୁଣିଥରେ ଆମର ନାରୀ-ଶକ୍ତିର ଏହି ସାହସକୁ ହୃଦୟର ସହ ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆମ ସମସ୍ତଙ୍କ ଜୀବନରେ ପ୍ରଯୁକ୍ତିବିଦ୍ୟାର ମହତ୍ତ୍ୱ ବହୁତ ବଢ଼ିଯାଇଛି । ମୋବାଇଲ ଫୋନ୍, ଡିଜିଟାଲ୍ ଗେଜେଟ୍ ଆମ ସଭିଙ୍କ ଜୀବନରେ ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । କିନ୍ତୁ ଆପଣ କ'ଣ କଳ୍ପନା କରିପାରିବେ ଯେ ଡିଜିଟାଲ୍ ଗେଜେଟ୍ ସାହାଯ୍ୟରେ ଏବେ ବନ୍ୟପ୍ରାଣୀଙ୍କ ସହିତ ସମନ୍ୱୟ ସ୍ଥାପନ କରିବାରେ ମଧ୍ୟ ସହାୟତା ମିଳୁଛି । କିଛିଦିନ ପରେ, ମାର୍ଚ୍ଚ ୩ ତାରିଖ ହେଉଛି "ବିଶ୍ୱ ବନ୍ୟପ୍ରାଣୀ ଦିବସ' । ଏହି ଦିନଟିକୁ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ପାଳନ କରାଯାଇଥାଏ । ଚଳିତ ବର୍ଷ ବିଶ୍ୱ ବନ୍ୟପ୍ରାଣୀ ଦିବସର Themeରେ ଡିଜିଟାଲ୍ ଇନ୍ନୋଭେସନକୁ ସର୍ବାଗ୍ରେ ରଖାଯାଇଛି । ଆପଣ ଜାଣି ଖୁସିହେବେ ଯେ ଆମ ଦେଶର ଅଲଗା ଅଲଗା ଅଞ୍ଚଳରେ ବନ୍ୟପ୍ରାଣୀଙ୍କର ସୁରକ୍ଷା ପାଇଁ ପ୍ରଯୁକ୍ତିବିଦ୍ୟାର ବହୁତ ଉପଯୋଗ ହେଉଛି । ଗତ କିଛିବର୍ଷ ଭିତରେ ସରକାରଙ୍କ ଉଦ୍ୟମରେ ଦେଶରେ ବାଘଙ୍କ ସଂଖ୍ୟା ବଢ଼ିଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ବାଘଙ୍କ ସଂଖ୍ୟା ଅଢ଼େଇ ଶହରୁ ଅଧିକ ହୋଇଛି । ଚନ୍ଦ୍ରପୁର ଜିଲାରେ ମଣିଷ ଓ ବାଘଙ୍କ ମଧ୍ୟରେ ସଂଘର୍ଷ କମ୍ କରିବା ପାଇଁ କୃତ୍ରିମ ମେଧାର ସାହାଯ୍ୟ ନିଆଯାଉଛି । ଏଠାରେ ଗାଁ ଓ ଜଙ୍ଗଲ ସୀମାରେ କ୍ୟାମେରା ଲଗାଯାଇଛି । ଯେତେବେଳେ କୌଣସି ବାଘ ଗାଁ ନିକଟକୁ ଆସେ ସେତେବେଳେ କୃତ୍ରିମ ମେଧା ସହାୟତାରେ ସ୍ଥାନୀୟ ଲୋକଙ୍କୁ ମୋବାଇଲରେ ସତର୍କ ସୂଚନା ମିଳିଯାଏ । ଆଜି ଏହି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଆଖପାଖର ୧୩ଟି ଗାଁରେ ଏହି ବ୍ୟବସ୍ଥା ଦ୍ୱାରା ଲୋକଙ୍କର ବହୁତ ସୁବିଧା ହୋଇଯାଇଛି ଓ ବାଘଙ୍କୁ ମଧ୍ୟ ସୁରକ୍ଷା ମିଳୁଛି ।
ବନ୍ଧୁଗଣ, ଆଜି ଯୁବ ଉଦ୍ୟୋଗୀମାନେ ମଧ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ନୂଆନୂଆ ଇନୋଭେସନ ସାମ୍ନାକୁ ଆଣୁଛନ୍ତି । ଉତ୍ତରାଖଣ୍ଡର ରୁଡ଼କିରେ ରୋଟର ପ୍ରିସିସନ୍ ଗ୍ରୁପ୍ସ ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ ସହଯୋଗରେ ଏଭଳି ଡ୍ରୋନ୍ ତିଆରି କରିଛି, ଯାହାଦ୍ୱାରା କେନ୍ ନଦୀରେ ଘଡ଼ିଆଳ ପ୍ରଜାତିର କୁମ୍ଭୀରଙ୍କ ଉପରେ ନଜର ରଖିବାରେ ସହାୟତା ମିଳୁଛି । ସେହିପରି ବେଙ୍ଗାଲୁରୁର ଏକ କମ୍ପାନୀ "ବଘିରା' ଓ "ଗରୁଡ଼' ନାମକ ଆପ୍ ପ୍ରସ୍ତୁତ କରିଛି । ବଘିରା ଆପ୍ ଦ୍ୱାରା ଜଙ୍ଗଲ ସଫାରି ବେଳେ ବାହନର ବେଗ ଓ ଅନ୍ୟ ଗତିବିଧି ଉପରେ ନଜର ରଖାଯାଇପାରିବ । ଦେଶର ଅନେକ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଏହାର ଉପଯୋଗ ହେଉଛି । କୃତ୍ରିମ ମେଧା ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଉପରେ ଆଧାରିତ ଗରୁଡ଼ ଆପ୍କୁ କୌଣସି ସିସିଟିଭିରେ ସଂଯୋଗ କଲେ ତାକ୍ରାଳିକ ସତର୍କ ସୂଚନା ମିଳିପାରୁଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ଏହିଭଳି ପ୍ରତ୍ୟେକ ଉଦ୍ୟମ ଦ୍ୱାରା ଆମ ଦେଶର ଜୈବବିବିଧତା ଆହୁରି ସମୃଦ୍ଧ ହେଉଛି ।
ବନ୍ଧୁଗଣ, ଭାରତରେ ତ ପ୍ରକୃତି ସହିତ ସମନ୍ୱୟ ସ୍ଥାପନ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ ରହିଆସିଛି । ଆମେ ହଜାର ହଜାର ବର୍ଷ ଧରି ପ୍ରକୃତି ଓ ବନ୍ୟପ୍ରାଣୀଙ୍କ ସହିତ ସହାବସ୍ଥାନ ରଖି ରହିଆସିଛୁ । ଯଦି ଆପଣ କେବେ ମହାରାଷ୍ଟ୍ରର ମେଲଘାଟ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ଯାଆନ୍ତି ତ ସେଠାରେ ସ୍ୱୟଂ ଏହାକୁ ଅନୁଭବ କରିପାରିବେ । ଏହି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ନିକଟରେ ଖଟକଲି ଗାଁରେ ରହୁଥିବା ଆଦିବାସୀ ପରିବାର ସରକାରଙ୍କ ସହାୟତାରେ ନିଜ ଘରକୁ ହୋମ୍ ଷ୍ଟେ'ରେ ବଦଳାଇ ଦେଇଛନ୍ତି । ଏହା ସେମାନଙ୍କ ଆୟର ବହୁତ ବଡ଼ ସାଧନ ହେଉଛି । ଏହି ଗାଁରେ ରହୁଥିବା କୋରକୁ ଜନଜାତିର ପ୍ରକାଶ ଜାମକର ଜୀ ନିଜର ଦୁଇ ହେକ୍ଟର ଜମିରେ ସାତଟି କୋଠରି ଥିବା ହୋମ୍ ଷ୍ଟେ ନିର୍ମାଣ କରିଛନ୍ତି । ସେଠାରେ ରହୁଥିବା ପର୍ଯ୍ୟଟକଙ୍କ ଖାଦ୍ୟପାନୀୟର ବ୍ୟବସ୍ଥା ତାଙ୍କ ପରିବାର ହିଁ କରିଥାଏ । ନିଜ ଘର ଆଖପାଖରେ ସେ ଔଷଧୀୟ ଗଛ ସହିତ ଆମ୍ବ ଓ କଫି ଗଛ ମଧ୍ୟ ଲଗାଇଛନ୍ତି । ଏହାଦ୍ୱାରା ପର୍ଯ୍ୟଟକଙ୍କ ଆକର୍ଷଣ ତ ବଢ଼ୁଛି, ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହୋଇଛି ।
ମୋର ପ୍ରିୟ ଦେଶବାସୀଗଣ, ଆମେ ଯେତେବେଳେ ପଶୁପାଳନ କଥା ହେଉ ତ ପ୍ରାୟ ଗାଈମଇଁଷି ପର୍ଯ୍ୟନ୍ତ ଆସି ଅଟକିଯାଉ । କିନ୍ତୁ ଛେଳି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଶୁଧନ, ଯାହା ବିଷୟରେ ସେତିକି ଆଲୋଚନା ହୁଏ ନାହିଁ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଅନେକ ଲୋକ ଛେଳିପାଳନ ସହିତ ସଂପୃକ୍ତ ଅଛନ୍ତି । ଓଡ଼ିଶାର କଳାହାଣ୍ଡିରେ ଛେଳି ପାଳନ ଗାଁ ଲୋକଙ୍କର ଜୀବିକା ସହିତ ସେମାନଙ୍କ ଜୀବନ ସ୍ତରକୁ ଉପରକୁ ଆଣିବାରେ ମଧ୍ୟ ଏକ ବଡ଼ ମାଧ୍ୟମ ପାଲଟୁଛି । ଏହି ଉଦ୍ୟମ ପଛରେ ଜୟନ୍ତୀ ମହାପାତ୍ର ଜୀ ଓ ତାଙ୍କ ପତି ବୀରେନ ସାହୁ ଜୀଙ୍କ ବଡ଼ ନିଷ୍ପତ୍ତି ରହିଛି । ଏହି ଦୁଇଜଣ ବେଙ୍ଗାଲୁରୁରେ ମେନେଜମେଣ୍ଟ ପ୍ରଫେସନାଲ୍ ଥିଲେ, କିନ୍ତୁ ସେମାନେ ସେଠାରୁ ବିରତି ନେଇ କଳାହାଣ୍ଡିର ସାଲେଭଟା ଗାଁକୁ ଆସିବାର ନିଷ୍ପତ୍ତି ନେଲେ । ସେମାନେ ଏପରି କିଛି କରିବାକୁ ଚାହୁଁଥିଲେ ଯାହାଦ୍ୱାରା ସେଠାକାର ଗ୍ରାମାଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ତ ହେବ, ତା'ସହିତ ସେମାନେ ସଶକ୍ତ ମଧ୍ୟ ହୋଇପାରିବେ । ସେବା ଓ ସମର୍ପଣରେ ପୂର୍ଣ୍ଣ ନିଜର ଏହି ଭାବନା ସହିତ ସେମାନେ ମାଣିକାସ୍ତୁ ଏଗ୍ରୋ ସ୍ଥାପନ କଲେ ଏବଂ ଚାଷୀଙ୍କ ସହିତ କାମ ଆରମ୍ଭ କରିଦେଲେ । ଜୟନ୍ତୀ ଜୀ ଓ ବୀରେନ୍ ଜୀ ସେଠାରେ ଏକ ନିଆରା ମାଣିକାସ୍ତୁ ଛେଳି ବ୍ୟାଙ୍କ୍ ମଧ୍ୟ ଖୋଲିଛନ୍ତି । ସେମାନେ ଗୋଷ୍ଠୀଗତ ଭାବେ ଛେଳି ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି । ସେମାନଙ୍କ ଛେଳିଗୋଠରେ ପ୍ରାୟ କେଇ ଡଜନ ଛେଳି ଅଛନ୍ତି । ମାଣିକାସ୍ତୁ ଛେଳି ବ୍ୟାଙ୍କ ଜରିଆରେ ସେମାନେ ଚାଷୀଙ୍କ ପାଇଁ ଏକ ସମଗ୍ର ବ୍ୟବସ୍ଥା ତିଆରି କରିଛନ୍ତି । ତା' ମାଧ୍ୟମରେ ଚାଷୀଙ୍କୁ ୨୪ ମାସ ପାଇଁ ୨ଟି ଛେଳି ଦିଆଯାଏ । ୨ ବର୍ଷରେ ଛେଳି ୯ରୁ ୧୦ଟି ଛୁଆ ଜନ୍ମ କରନ୍ତି, ସେଥିରୁ ୬ଟି ଛୁଆଙ୍କୁ ବ୍ୟାଙ୍କ ରଖେ ଓ ବାକି ଛୁଆଙ୍କୁ ସେହି ପରିବାରକୁ ଦେଇଦିଆଯାଏ ଯିଏ ସେଗୁଡ଼ିକୁ ପାଳନ କରନ୍ତି । କେବଳ ସେତିକି ନୁହେଁ, ଛେଳିଙ୍କ ଲାଳନପାଳନ ପାଇଁ ଜରୁରୀ ସେବାଯତ୍ନ ମଧ୍ୟ ପ୍ରଦାନ କରାଯାଏ । ଆଜି ୫୦ଟି ଗାଁର ୧୦୦୦ରୁ ଅଧିକ ଚାଷୀ ଏହି ଦମ୍ପତିଙ୍କ ସହ ଯୋଡ଼ି ହୋଇଛନ୍ତି । ତାଙ୍କ ସହାୟତାରେ ଗାଁର ଲୋକେ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଗତି କରୁଛନ୍ତି । ଏହାଦେଖି ମୋତେ ଖୁସି ଲାଗୁଛି ଯେ ବିଭିନ୍ନ କ୍ଷେତ୍ରରେ ସଫଳ ପେସାଦାରମାନେ ଛୋଟ ଚାଷୀଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ନୂଆନୂଆ ଉପାୟ ଆପଣାଉଛନ୍ତି । ତାଙ୍କର ଏହି ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟକ ଅଟେ ।
ମୋର ପ୍ରିୟ ଦେଶବାସୀଗଣ, ଆମ ସଂସ୍କୃତିର ଶିକ୍ଷା ହେଉଛି- "ପରମାର୍ଥ ପରମୋ ଧର୍ମଃ' ଅର୍ଥାତ ଅନ୍ୟର ସାହାଯ୍ୟ କରିବା ହିଁ ସବୁଠୁ ବଡ଼ କର୍ତ୍ତବ୍ୟ । ଏହି ଭାବନାକୁ ନେଇ ଚାଲୁଥିବା ଆମର ଦେଶରେ ଅଗଣିତ ଲୋକ ନିଃସ୍ୱାର୍ଥ ଭାବନାରେ ଅନ୍ୟର ସେବା କରିବାରେ ନିଜ ଜୀବନକୁ ସମର୍ପିତ କରିଦେଇଥାନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବିହାର ଭୋଜପୁରର ଭୀମ ସିଂହ ଭବେଶ ଜୀ । ନିଜ ଅଞ୍ଚଳର ମୁସହର ଜାତିର ଲୋକଙ୍କ ମଧ୍ୟରେ ତାଙ୍କ କାର୍ଯ୍ୟର ବହୁତ ଚର୍ଚ୍ଚା ହୋଇଥାଏ । ସେଇଥିପାଇଁ ମୁଁ ଭାବିଲି ଯେ ଆଜି ତାଙ୍କ ସମ୍ପର୍କରେ ଆପଣଙ୍କ ସଂଗେ କିଛି ଆଲୋଚନା କରିବି । ବିହାରରେ ମୁସହର ଏକ ଅତ୍ୟନ୍ତ ବଞ୍ଚିତ ସମ୍ପ୍ରଦାୟ ଅଟେ, ବହୁତ ଗରିବ ସମ୍ପ୍ରଦାୟ । ଭୀମ ସିଂହ ଭବେଶ ଜୀ ଏହି ସମ୍ପ୍ରଦାୟର ପିଲାଙ୍କର ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି, ଯେପରିକି ସେମାନଙ୍କର ଭବିଷ୍ୟ ଉଜ୍ୱଳ ହୋଇପାରିବ । ସେ ମୁସହର ଜାତିର ପ୍ରାୟ ୮ ହଜାର ପିଲାଙ୍କର ସ୍କୁଲ୍ରେ ନାଁ ଲେଖାଇଛନ୍ତି । ସେ ଏକ ବଡ଼ ପାଠାଗାର ଖୋଲିଛନ୍ତି, ଯାହାଦ୍ୱାରା ପିଲାଙ୍କୁ ପଢ଼ାଲେଖା ପାଇଁ ଭଲ ସୁବିଧା ମିଳିପାରୁଛି । ଭୀମ ସିଂହ ଜୀ ନିଜ ସମ୍ପ୍ରଦାୟ ସଦସ୍ୟଙ୍କର ଜରୁରୀ ଦସ୍ତାବିଜ୍ ତିଆରିରେ, ସେମାନଙ୍କର ଫର୍ମ ପୂରଣ କରିବାରେ ମଧ୍ୟ ସହାୟତା କରନ୍ତି । ଏହାଦ୍ୱାରା ଜରୁରୀ ସମ୍ବଳ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପହଞ୍ଚ ଆହୁରି ସହଜ ହୋଇପାରିଛି । ଲୋକଙ୍କର ସ୍ୱାସ୍ଥ୍ୟ କିଭଳି ଭଲ ରହିବ, ସେଥିପାଇଁ ସେ ୧୦୦ରୁ ଅଧିକ ଚିକିତ୍ସା ଶିବିର ଆୟୋଜନ କରିଛନ୍ତି । ଯେତେବେଳେ କରୋନାର ମହାସଙ୍କଟ ଆସିଥିଲା, ସେତେବେଳେ ଭୀମ ସିଂହ ଜୀ ନିଜ ଅଞ୍ଚଳର ଲୋକଙ୍କୁ ଟିକା ନେବାପାଇଁ ମଧ୍ୟ ବହୁତ ପ୍ରୋତ୍ସାହିତ କରିଥିଲେ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଭୀମ ସିଂହ ଭବେଶ ଜୀଙ୍କ ଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏଭଳି ସମାଜ ପାଇଁ ଉତ୍ତମ କାର୍ଯ୍ୟ କରିବାରେ ଲାଗିପଡ଼ିଛନ୍ତି । ଜଣେ ଦାୟିତ୍ୱବାନ ନାଗରିକ ଭାବେ ଆମେ ଏହିପରି ନିଜ କର୍ତ୍ତବ୍ୟର ପାଳନ କରିବା ଯାହା ଏକ ସଶକ୍ତ ରାଷ୍ଟ୍ର ନିର୍ମାଣରେ ବହୁତ ସାହାଯ୍ୟକାରୀ ସାବ୍ୟସ୍ତ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଭାରତର ସୌନ୍ଦର୍ଯ୍ୟ ତା’ର ବିବିଧତା ଏବଂ ଆମ ସଂସ୍କୃତିର ଭିନ୍ନ ଭିନ୍ନ ରଙ୍ଗ ମଧ୍ୟରେ ସମାହିତ । ଏହା ଦେଖି ମୋତେ ବହୁତ ଖୁସି ଲାଗେ ଅନେକ ଲୋକ ଭାରତୀୟ ସଂସ୍କୃତିର ସଂରକ୍ଷଣ ତଥା ତା’ର ସୌନ୍ଦର୍ଯ୍ୟ ରକ୍ଷା ଦିଗରେ ଦୃଢ଼ ପ୍ରୟାସ କରିଚାଲିଛନ୍ତି । ଏହିଭଳି ଲୋକ ଆପଣଙ୍କୁ ଭାରତର ପ୍ରତ୍ୟେକ ଅଞ୍ଚଳରେ ଦେଖିବାକୁ ମିଳିବେ । ଏମାନଙ୍କ ମଧ୍ୟରେ ଭାଷା କ୍ଷେତ୍ରରେ କାମ କରୁଥିବା ଲୋକମାନେ ବହୁସଂଖ୍ୟାରେ ଦେଖିବାକୁ ମିଳିବେ । ଜାମ୍ମୁକାଶ୍ମୀରର ଗାନ୍ଦରବଲ୍ ଅଞ୍ଚଳର ମହମ୍ମଦ ମାନ ଶାହ୍ ଜଣେ ଏପରି ଲୋକ ଯିଏ ଗତ ତିନିଦଶନ୍ଧି ଧରି ଗୋଜରୀ ଭାଷାକୁ ସଂରକ୍ଷିତ କରିବାର ପ୍ରଚେଷ୍ଟାରେ ଲାଗିରହିଛନ୍ତି । ସେ ଗୁଜ୍ଜର ବକରୱାଲ୍ ସମ୍ପ୍ରଦାୟ ଲୋକ ଯାହାକି ଏକ ଜନଜାତୀୟ ସମ୍ପ୍ରଦାୟ । ତାଙ୍କୁ ପିଲାଦିନେ ପାଠ ପଢ଼ିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା, ସେ ଦିନକୁ ୨୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯାଉଥିଲେ । ଏହିଭଳି ପରିସ୍ଥିତି ଭିତରେ ସେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ କରିଥିଲେ । ଏହିଭଳି ଭାବରେ ତାଙ୍କର ନିଜ ଭାଷାକୁ ସଂରକ୍ଷିତ କରିବାର ସଂକଳ୍ପ ଦୃଢ଼ ହୋଇଥିଲା ।
ସାହିତ୍ୟ କ୍ଷେତ୍ରରେ ମାନଶାହଙ୍କ କାର୍ଯ୍ୟର ପରିସର ଏତେ ବଡ଼ ଯେ ସେଗୁଡ଼ିକୁ ସଂଗ୍ରହ କରିବାକୁ ପ୍ରାୟ ୫୦ଟି ସଂସ୍କରଣ କରିବାକୁ ପଡ଼ିଲା । ଏଥିରେ ଅନେକ କବିତା ଏବଂ ଲୋକଗୀତ ମଧ୍ୟ ରହିଛି । ସେ ଅନେକ ପୁସ୍ତକର ଅନୁବାଦ ମଧ୍ୟ ଗୋଜରୀ ଭାଷାରେ କରିଛନ୍ତି । ସାଥିଗଣ, ଅରୁଣାଚଳ ପ୍ରଦେଶ ତିରପ ଅଞ୍ଚଳର ବନବଙ୍ଗ ଲୋସୁଜୀ ଜଣେ ଶିକ୍ଷକ । ସେ ବାଂଚୋ ଭାଷାର ପ୍ରସାର କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଏହି ଭାଷା ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଓ ଆସାମର କେତେକ ଅଞ୍ଚଳରେ ପ୍ରଚଳିତ । ସେ ଗୋଟିଏ ଭାଷା ବିଦ୍ୟାଳୟ (LanguageSchool) ପ୍ରତିଷ୍ଠା କରିଛନ୍ତି । ତା’ଛଡ଼ା ସେ ବାଂଚୋ ଭାଷାର ଗୋଟିଏ ଲିପି ମଧ୍ୟ ପ୍ରସ୍ତୁତ କରିଛନ୍ତି। ବାଂଚୋ ଭାଷା ବିଲୁପ୍ତ ନ ହେବାକୁ ଦେଇ ରକ୍ଷା କରିବାକୁ ସେ ଆଗାମୀ ପିଢ଼ୀର ପିଲାମାନଙ୍କୁ ବାଂଚୋ ଭାଷା ଶିଖାଉଛନ୍ତି ।
ସାଥିଗଣ, ଆମ ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୀତ ଏବଂ ନୃତ୍ୟ ମାଧ୍ୟମରେ ଆମ ସଂସ୍କୃତି ଏବଂ ଭାଷାକୁ ସଂରକ୍ଷିତ କରିବା କାମରେ ଲାଗିପଡ଼ିଛନ୍ତି । କର୍ଣ୍ଣାଟକର ଭେଙ୍କପ୍ପା ଅମ୍ବାଜୀ ସୁଗେତ୍କରଙ୍କ ଜୀବନ ମଧ୍ୟ ଏ ବିଷୟରେ ଅତ୍ୟନ୍ତ ପ୍ରେରଣାଦାୟୀ । ଏଠାକାର ବାଗଲକୋଟ୍ର ନିବାସୀ ସୁଗେତ୍ କରଜୀ ଜଣେ ଲୋକସଂଗୀତଗାୟକ । ସେ ପ୍ରାୟ ଏକହଜାରରୁ ଅଧିକ ଗୋଂଧଲୀ ଗୀତ ଗାଇଛନ୍ତି, ତା’ସଙ୍ଗେ ସଙ୍ଗେ ଏହି ଭାଷାରେ ଗପଗୁଡ଼ିକର ମଧ୍ୟ ଖୁବ୍ ପ୍ରଚାର ପ୍ରସାର କରିଛନ୍ତି । ସେ ବିନା ପଇସାରେ ଶହ ଶହ ପିଲାଙ୍କୁ ତାଲିମ୍ ମଧ୍ୟ ଦେଇଛନ୍ତି । ଭାରତରେ ଏଭଳି ଉତ୍ସାହ ଏବଂ ଉଦ୍ଦୀପନା ଭରା ଅନେକ ଲୋକ ଅଛନ୍ତି ଯେଉଁମାନେ ଆମ ସଂସ୍କୃତିକୁ ନିରନ୍ତର ସମୃଦ୍ଧ କରିବାରେ ଲାଗିଛନ୍ତି । ଆପଣମାନେ ମଧ୍ୟ ଏମାନଙ୍କଠାରୁ ପ୍ରେରଣା ନେଇ, ନିଜସ୍ୱ କିଛି କରିବାର ପ୍ରୟାସ କରନ୍ତୁ । ଆପଣଙ୍କୁ ବହୁତ ଆତ୍ମସନ୍ତୋଷ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ଦୁଇଦିନ ଆଗରୁ ମୁଁ ବାରାଣସୀରେ ଥିଲି ଏବଂ ସେଠି ମୁଁ ଗୋଟିଏ ବହୁତ ବଢ଼ିଆ ଫଟୋ ପ୍ରଦର୍ଶନୀ ଦେଖିଲି । କାଶୀ ତଥା ଆଖପାଖ ଅଞ୍ଚଳର ଯୁବବର୍ଗ ଯେଉଁଭଳି ମୁହୂର୍ତ୍ତ ସବୁ Capture କରିଛନ୍ତି ସେଗୁଡ଼ିକ ଅଦ୍ଭୁତ । ଏଥିରେ ବହୁତ ଫଟୋ ଏଭଳି ଅଛି ଯାହାକି Mobile କ୍ୟାମେରାରେ ଉଠାଯାଇଥିଲା । ବାସ୍ତବରେ ଆଜି ଯାହାପାଖରେ ମୋବାଇଲ୍ ଅଛି, ସେ ଗୋଟିଏ ବଡ଼ Content Creator ବନିଯାଇଛି । ଲୋକମାନଙ୍କୁ ନିଜର ପ୍ରତିଭା ଓ କୌଶଳ ପ୍ରଦର୍ଶନ କରିବାରେ Social Media ବହୁତ ସହାୟକ ହୋଇପାରୁଛି। ଭାରତର ଆମ ଯୁବବନ୍ଧୁମାନେ Content Creation କ୍ଷେତ୍ରରେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ସେ ଯେକୌଣସି Social Media Platform ହେଉ ନା କାହିଁକି ସବୁଠି ଭିନ୍ନ ଭିନ୍ନ ବିଷୟରେ ଅଲଗା ଅଲଗା Content Share କରୁଥିବା ଆମ ଯୁବବନ୍ଧୁମାନେ ମିଳିଯିବେ । ପର୍ଯ୍ୟଟନ ହେଉ, Social Cause ହେଉ, ଜନଭାଗିଦାରୀ ହେଉ ବା କୌଣସି ପ୍ରେରଣାଦାୟୀ ଜୀବନଯାତ୍ରା ହେଉ, ଏସବୁ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର Contents ସାମାଜିକ ଗଣମାଧ୍ୟମରେ ଉପଲବ୍ଧ। Content Create କରୁଥିବା ଆଜିକାଲିର ଯୁବବର୍ଗଙ୍କର ସ୍ୱର ଆଜି ବହୁତ ପ୍ରଭାବଶାଳୀ ହୋଇପଡ଼ିଛି । ସେମାନଙ୍କର ପ୍ରତିଭାକୁ ସମ୍ମାନ ଜଣାଇବା ପାଇଁ ଦେଶରେ National Creators Award ଆରମ୍ଭ କରାଯାଇଛି । ଏହାଦ୍ୱାରା ଭିନ୍ନ ଭିନ୍ନ ବର୍ଗରେ ସେହି Change Makers ମାନଙ୍କୁ ସମ୍ମାନିତ କରାଯିବାର ପ୍ରସ୍ତୁତି କରାଯାଇଛି, ଯେଉଁମାନେ ସାମାଜିକ ପରିବର୍ତ୍ତନର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେବା ନିମନ୍ତେ Technologyର ଉପଯୋଗ କରୁଛନ୍ତି । ଏହି Contest, MyGovରେ ଚାଲିଛି । ମୁଁ Content Creatorମାନଙ୍କୁ ଏଥିରେ ଯୋଗଦେବାକୁ ଅନୁରୋଧ କରୁଛି । ଆପଣ ମଧ୍ୟ ଯଦି ଏଭଳି Content Creatorଙ୍କୁ ଜାଣିଛନ୍ତି, ତେବେ ସେମାନଙ୍କୁ ଘବଗ୍ଧସକ୍ଟଦ୍ଭବକ୍ଷ ଉକ୍ସରବଗ୍ଧକ୍ଟକ୍ସଗ୍ଦ ଇଙ୍ଗବକ୍ସୟ ପାଇଁ ନିଶ୍ଚୟ ମନୋନୀତ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଖୁସି ଯେ ଏଇ କିଛିଦିନ ତଳେ ନିର୍ବାଚନ କମିଶନ ଏକ ଅଭିଯାନ ଆରମ୍ଭ କରିଛନ୍ତି । “ମେରା ପହଲା ଭୋଟ୍ – ଦେଶ୍ କେ ଲିଏ” । ଏହା ମାଧ୍ୟମରେ ବିଶେଷକରି First Time Voterମାନଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ଆହ୍ୱାନ କରାଯାଇଛି । ଉତ୍ସାହ ଓ ଉର୍ଜାରେ ପରିପୂର୍ଣ୍ଣ ନିଜର ଯୁବଶକ୍ତି ପାଇଁ ଭାରତ ଗର୍ବିତ । ଆମର ଯୁବବନ୍ଧୁମାନେ ନିର୍ବାଚନ ପ୍ରକ୍ରିୟାରେ ଯେତିକି ଭାଗୀଦାର ହେବେ ତା’ର ଫଳ ଦେଶ ପାଇଁ ସେତିକି ଲାଭଦାୟକ ହେବ । ମୁଁ ମଧ୍ୟ First Time Voterମାନଙ୍କୁ ଅନୁରୋଧ କରିବି ଯେ ସେମାନେ ରେକର୍ଡ ସଂଖ୍ୟାରେ ଭୋଟ ଦିଅନ୍ତୁ । ଅଠରବର୍ଷର ହେଲାପରେ ଆପଣଙ୍କୁ ଅଷ୍ଟାଦଶ (ଅଠରତମ) ଲୋକସଭା ପାଇଁ ସଦସ୍ୟ ନିର୍ବାଚିତ କରିବାର ଅଧିକାର ମିଳିଛି । ଅର୍ଥାତ୍ ଏହି ଅଷ୍ଟାଦଶ ଲୋକସଭା ମଧ୍ୟ ଯୁବ ଆକାଂକ୍ଷାର ପ୍ରତୀକ ହେବ । ଏଥିପାଇଁ ଆପଣଙ୍କ ଭୋଟ୍ର ମହତ୍ତ୍ୱ ଆହୁରି ବଢ଼ିଯାଇଛି । ସାଧାରଣ ନିର୍ବାଚନର ଏହି ବାତାବରଣ ଭିତରେ ଆପଣ ଯୁବବର୍ଗ ଖାଲି ରାଜନୈତିକ ଗତିବିଧିରେ ଭାଗ ନେବେ ସେତିକି ନୁହେଁ, ବରଂ ଏହି ସମୟରେ ଚର୍ଚ୍ଚା ଏବଂ ବିତର୍କକୁ ନେଇ ମଧ୍ୟ ସଚେତନ ରୁହନ୍ତୁ । ଆଉ ମନେ ରଖିବେ – “ମୋର ପ୍ରଥମ ଭୋଟ – ଦେଶ ପାଇଁ” । ମୁଁ ଦେଶର Influencerମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ - ସେମାନେ ଖେଳଜଗତର ହୁଅନ୍ତୁ, ଫିଲ୍ମ ଜଗତ ବା ସାହିତ୍ୟ ଜଗତର ହୁଅନ୍ତୁ, ଅନ୍ୟ ପ୍ରଫେସନ୍ର ହୁଅନ୍ତୁ କିମ୍ବା ଆମ Instagram ଓ YouTubeର influencer ହୁଅନ୍ତୁ – ସେମାନେ ମଧ୍ୟ ଏହି ଅଭିଯାନରେ ଅଧିକରୁ ଅଧିକ ଭାଗ ନିଅନ୍ତୁ ଏବଂ ଆମ First Time Voterଙ୍କୁ Motivate କରନ୍ତୁ ।
ସାଥିଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆଜିପାଇଁ ଏତିକି । ଦେଶରେ ଲୋକସଭା ନିର୍ବାଚନର ବାତାବରଣ ସୃଷ୍ଟି ହେଲାଣି । ସମ୍ଭବତଃ ମାର୍ଚ୍ଚ ମାସରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯିବ । ଏହା ‘ମନ୍ କି ବାତ୍’ର ବହୁତ ବଡ଼ ସଫଳତା ଯେ ବିଗତ ଶହେଦଶ ଅଧ୍ୟାୟ ମଧ୍ୟରେ ଆମେ ଏହାକୁ ସରକାରର ଛାୟାଠାରୁ ମଧ୍ୟ ଦୂରେଇ ରଖିଛୁ । ‘ମନ୍ କି ବାତ୍’ରେ ଦେଶର ସାମୂହିକ ଶକ୍ତିର କଥା ହୋଇଥାଏ, ଦେଶର ଉପଲବଧିର କଥା ହୋଇଥାଏ । ଏକ ପ୍ରକାର ଏହା ‘ଲୋକମାନଙ୍କର, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମ’ ଅଟେ । ତଥାପି ରାଜନୈତିକ ମର୍ଯ୍ୟାଦାର ପାଳନ କରି ଲୋକସଭା ନିର୍ବାଚନର ଏହି ଦିନଗୁଡ଼ିକରେ ଏବେ ଆଗାମୀ ତିନିମାସ ପାଇଁ ‘ମନ୍ କି ବାତ୍’ର ପ୍ରସାରଣ ହେବନାହିଁ । ଏଥର ଯେବେ ଆପଣମାନଙ୍କ ସାଥିରେ ‘ମନ୍ କି ବାତ୍’ରେ କଥୋପକଥନ ହେବ, ତାହା ‘ମନ୍ କି ବାତ୍’ର ୧୧୧ତମ ଅଧ୍ୟାୟ ହେବ । ଆରଥର ‘ମନ୍ କି ବାତ୍’ର ଆରମ୍ଭ ଯଦି ୧୧୧ର ଶୁଭସଂଖ୍ୟା ସହିତ ଆରମ୍ଭ ହେବ ତ ୟା’ଠାରୁ ଭଲ ଆଉ କ’ଣ ହୋଇପାରେ । କିନ୍ତୁ ସାଥିଗଣ, ଆପଣମାନଙ୍କୁ ମୋର ଗୋଟିଏ କାମ କରିବାକୁ ହେବ । ‘ମନ୍ କି ବାତ୍’ ସିନା ତିନିମାସ ପାଇଁ ବନ୍ଦ ହେବ, କିନ୍ତୁ ଦେଶର ଉପଲବଧିଗୁଡ଼ିକ କ’ଣ ବନ୍ଦ ହେବ, ସେଥିପାଇଁ ଆପଣମାନେ ‘ମନ୍ କି ବାତ୍’ hastag(#) ସହିତ ସମାଜ ଓ ଦେଶର ଉପଲବଧିଗୁଡ଼ିକୁ Social Mediaରେ ପୋଷ୍ଟ କରନ୍ତୁ । କିଛି ସମୟ ପୂର୍ବରୁ ଜଣେ ଯୁବକ ମୋତେ ଗୋଟିଏ ଭଲ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବଟି ଥିଲା - ‘ମନ୍ କି ବାତ୍’ର ଏ ଯାଏଁ ହୋଇଥିବା ଅଧ୍ୟାୟଗୁଡ଼ିକରୁ ଛୋଟ ଛୋଟ ଭିଡିଓ, YouTube Shorts ରୂପରେ କ୍ଟ୍ରକ୍ଟଗ୍ଦଗ୍ଧ କରିବା ଉଚିତ । ଏଥିପାଇଁ ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଅନୁରୋଧ କରିବି କି ଏଭଳି shortକୁ ଖୁବ୍ ଶେୟାର କରନ୍ତୁ ।
ସାଥିଗଣ, ଆରଥର ଯେତେବେଳେ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବ, ସେତେବେଳେ ନୂତନ ଶକ୍ତି ଓ ନୂଆ ସୂଚନା ସହିତ ଆପଣମାନଙ୍କୁ ଭେଟିବି । ଆପଣମାନେ ନିଜର ଧ୍ୟାନ ରଖନ୍ତୁ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହାହେଉଛି ୨୦୨୪ର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ । ଅମୃତ କାଳରେ ରହିଛି ଏକ ନୂତନ ଉତ୍ସାହ, ନୂତନ ଉଦ୍ଦୀପନା । ଦୁଇଦିନ ପୂର୍ବରୁ ଆମେ ସମସ୍ତେ ଦେଶବାସୀ ୭୫ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବର ସହ ପାଳନ କରିଛୁ । ଚଳିତ ବର୍ଷ ଆମ ସମ୍ବିଧାନକୁ ମଧ୍ୟ ୭୫ ବର୍ଷ ପୂରଣ ହେବାକୁ ଯାଉଛି ଏବଂ ସର୍ବୋଚ୍ଚ ନ୍ୟାୟାଳୟର ମଧ୍ୟ ୭୫ ବର୍ଷ ପୂରଣ ହେବ । ଆମ ଗଣତନ୍ତ୍ରର ଏହି ପର୍ବ ଗଣତନ୍ତ୍ରର ଜନନୀ ରୂପେ ଭାରତକୁ ଆହୁରି ସଶକ୍ତ କରୁଛି । ଭାରତର ସମ୍ବିଧାନ ଏତେ ଗଭୀର ମାନସ ମନ୍ଥନ ପରେ ସୃଷ୍ଟି କରାଯାଇଛି ଯେ, ଏହାକୁ ଏକ ଜୀବନ୍ତ ଦସ୍ତାବିଜ କୁହାଯାଉଛି । ଏହି ସମ୍ବିଧାନର ମୂଳ ଲେଖାର ତୃତୀୟ ଅଧ୍ୟାୟରେ ଭାରତର ନାଗରିକମାନଙ୍କର ମୌଳିକ ଅଧିକାର ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଏବଂ ଏକଥା ମଧ୍ୟ ଋଚିପୂର୍ଣ୍ଣ ଯେ, ତୃତୀୟ ଅଧ୍ୟାୟ ଆରମ୍ଭରେ ଆମର ସମ୍ବିଧାନ ନିର୍ମାତାଗଣ ଭଗବାନ ରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ଛବିକୁ ସ୍ଥାନ ଦେଇଥିଲେ । ପ୍ରଭୁ ରାମଙ୍କ ଶାସନ, ଆମ ସମ୍ବିଧାନ ନିର୍ମାତାମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା, ତେଣୁ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ମୁଁ “ଦେବ ରୁ ଦେଶ” କଥା କହିଥିଲି। ରାମଙ୍କଠାରୁ ରାଷ୍ଟ୍ର କଥା କହିଥିଲି ।
ବନ୍ଧୁଗଣ,
ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦେଶର କୋଟି କୋଟି ଲୋକଙ୍କୁ ସତେ ଯେମିତି ଗୋଟିଏ ସୂତ୍ରରେ ବାନ୍ଧି ଦେଇଥିଲା । ସମସ୍ତଙ୍କ ଭାବନା ଏକ, ସମସ୍ତଙ୍କ ଭକ୍ତି ଏକ, ସମସ୍ତଙ୍କ ମୁଖରେ ରାମ, ସମସ୍ତଙ୍କ ହୃଦୟରେ ଥିଲେ ରାମ । ଦେଶର ଅନେକ ଲୋକ ଏହି ସମୟରେ ରାମଙ୍କ ଭଜନ ଗାନ କରି ତାହାକୁ ଶ୍ରୀ ରାମଙ୍କ ଚରଣରେ ସମର୍ପିତ କରିଥିଲେ । ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ସମଗ୍ର ଦେଶ ରାମଜ୍ୟୋତି ପ୍ରଜ୍ଜ୍ୱଳିତ କରି ଦୀପାବଳୀ ପାଳନ କରିଥିଲା । ଏହି ସମୟରେ ଦେଶ ଏକତାର ଶକ୍ତି ଦେଖିଲା, ଯାହା ବିକଶିତ ଭାରତର ଆମର ସଂକଳ୍ପର ମଧ୍ୟ ଏକ ବଡ଼ ଆଧାର । ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ, ମକର ସଂକ୍ରାନ୍ତି ଠାରୁ ଜାନୁଆରୀ ୨୨ ଯାଏଁ ଏକ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଉ । ଲକ୍ଷ ଲକ୍ଷ ଲୋକେ ସଶ୍ରଦ୍ଧ ଭାବରେ ଯୋଡ଼ିହୋଇ ନିଜ ନିଜ ଅଞ୍ଚଳରେ ଥିବା ଧାର୍ମିକ ସ୍ଥାନଗୁଡ଼ିକରେ ସଫେଇ ଅଭିଯାନ ଚଳାଇଥିବାରୁ ମୋତେ ଭଲ ଲାଗିଲା । ଅନେକ ଲୋକ ମୋତେ ଏହାର ଛବିଗୁଡ଼ିକ ପଠାଇଛନ୍ତି, ଭିଡିଓମାନ ପଠାଇଛନ୍ତି । ଏହି ଭାବନା ବାଧାପ୍ରାପ୍ତ ନ ହେଉ, ଏହି ଅଭିଯାନ ଅଟକି ନ ଯାଉ । ଏକତାର ଏହି ଶକ୍ତି, ଆମ ଦେଶକୁ ସଫଳତାର ନୂତନ ଶିଖରକୁ ପହଞ୍ଚାଇବ ।
ମୋର ପ୍ରିୟ ଦେଶବାସୀଗଣ,
ଏଥର ଜାନୁଆରୀ ୨୬ର ପରେଡ୍ ବହୁତ ଅନନ୍ୟ ଥିଲା । କିନ୍ତୁ ସବୁଠାରୁ ଅଧିକ ଆଲୋଚନା, ପରେଡ୍ରେ ନାରୀ ଶକ୍ତିକୁ ନେଇ ହୋଇଥିଲା । ଯେତେବେଳେ କର୍ତ୍ତବ୍ୟ ପଥ ଉପରେ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ଦିଲ୍ଲୀ ପୋଲିସ୍ର ମହିଳା ଦଳ ପାଦ ସହ ପାଦ ମିଳାଇ ଚାଲିଲେ, ସେତେବେଳେ ସମସ୍ତେ ଗର୍ବ ଅନୁଭବ କଲେ। ମହିଳା ବ୍ୟାଣ୍ଡର ମାର୍ଚ୍ଚ ଦେଖି, ସେମାନଙ୍କ ମଧ୍ୟରେ ରହିଥିବା ସୁନ୍ଦର ତାଳମେଳ ଦେଖି, ଦେଶବିଦେଶର ଲୋକେ ଆନନ୍ଦିତ ହୋଇ ଉଠିଲେ । ଏଥର ପରେଡ୍ରେ ମାର୍ଚ୍ଚିଂ କରିଥିବା ୨୦ଟି ଦଳ ମଧ୍ୟରୁ ୧୧ଟି ଦଳ କେବଳ ମହିଳାମାନଙ୍କର ହିଁ ଥିଲା । ପ୍ରଜ୍ଞାପନ ମେଢ଼ଗୁଡ଼ିକରେ ଅଂଶଗ୍ରହଣ କରିଥିବା କଳାକାର ମଧ୍ୟ ମହିଳାମାନେ ହିଁ ଥିଲେ । ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା ସେଥିରେ ମଧ୍ୟ ପ୍ରାୟ ଦେଢ଼ ହଜାର ଝିଅ ଅଂଶଗ୍ରହଣ କରିଥିଲେ । ଅନେକ ମହିଳା କଳାକାର ଶଙ୍ଖ, ନାଦସ୍ୱରମ୍ ଏବଂ ନାଗଡ଼ା ଭଳି ଭାରତୀୟ ବାଦ୍ୟଯନ୍ତ୍ର ବଜାଉଥିଲେ । ଡିଆର୍ଡିଓ ତରଫରୁ ଅଂଶଗ୍ରହଣ କରିଥିବା ପ୍ରଜ୍ଞାପନ ମେଢ଼ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେଥିରେ ଦର୍ଶାଯାଇଥିଲା ଯେ, କିଭଳି ନାରୀଶକ୍ତି ଜଳ, ସ୍ଥଳ, ଆକାଶ, ସାଇବର୍ ଏବଂ ମହାକାଶ, ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ସୁରକ୍ଷା ଯୋଗାଉଛନ୍ତି । ଏକବିଂଶ ଶତାବ୍ଦୀର ଭାରତ ଏହିଭଳି ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ର ସହ ଆଗକୁ ବଢ଼ିଚାଲିଛି ।
ବନ୍ଧୁଗଣ,
ଆପଣମାନେ କିଛିଦିନ ପୂର୍ବରୁ ହିଁ ଅର୍ଜୁନ ପୁରସ୍କାର ସମାରୋହକୁ ମଧ୍ୟ ଦେଖିଥିବେ । ସେଥିରେ ରାଷ୍ଟ୍ରପତି ଭବନରେ ଦେଶର ଅନେକ କୃତି ଖେଳାଳୀ ଏବଂ ଆଥଲେଟ୍ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଠାରେ ମଧ୍ୟ ଯେଉଁ ଗୋଟିଏ କଥା ଜନସାଧାରଣଙ୍କୁ ଆକୃଷ୍ଟ କଲା, ତାହା ଥିଲା ଅର୍ଜୁନ ପୁରସ୍କାର ପାଇଥିବା ଝିଅମାନେ ଏବଂ ସେମାନଙ୍କ ଜୀବନଯାତ୍ରା । ଏଥର ୧୩ ଜଣ ମହିଳା କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ମହିଳା କ୍ରୀଡ଼ାବିତ୍ମାନେ ଅନେକ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଭାରତକୁ ଗୌରବାନ୍ୱିତ କରିଥିଲେ । ଶାରୀରିକ ଆହ୍ୱାନ, ଆର୍ଥିକ ଆହ୍ୱାନ ଏହି ସାହସୀ ଏବଂ ପ୍ରତିଭାଶାଳୀ ଖେଳାଳୀମାନଙ୍କ ଆଗରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରିଲାନି । ପରିବର୍ତ୍ତିତ ହେଉଥିବା ଭାରତରେ ପ୍ରତ୍ୟେକ କ୍ଷେତ୍ରରେ ଆମ ଝିଅମାନେ, ଦେଶର ମହିଳାମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଆଉ ଗୋଟିଏ କ୍ଷେତ୍ର ଅଛି, ଯେଉଁଠି ମହିଳାମାନେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ଆଜି ଦେଶରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି ଏବଂ ସେମାନଙ୍କ କାର୍ଯ୍ୟ ପରିସର ମଧ୍ୟ ବହୁତ ବିସ୍ତାର ଲାଭ କରିଛି । ସେଦିନ ଆଉ ବେଶୀ ଦୂର ନୁହେଁ, ଯେବେ ଗାଁ ଗାଁରେ ବିଲବାଡ଼ିରେ ଆପଣମାନେ ନମୋ ଡ୍ରୋନ୍ ଦିଦିମାନଙ୍କୁ ଡ୍ରୋନ୍ ସାହାଯ୍ୟରେ ଚାଷକାର୍ଯ୍ୟରେ ସହାୟତା କରୁଥିବା ଦେଖିପାରିବେ । ଉତ୍ତରପ୍ରଦେଶର ବେହେରାଇଚ୍ଠାରେ ସ୍ଥାନୀୟ ବସ୍ତୁଗୁଡ଼ିକୁ ବ୍ୟବହାର କରି ଜୈବିକ ସାର ଏବଂ ଜୈବ କୀଟନାଶକ ତିଆରି କରାଯାଉଥିବା ଖବର ମୋ ଦୃଷ୍ଟିକୁ ଆସିଛି । ସ୍ୱୟଂ ସହାୟତା ଗୋଷ୍ଠୀ ସହ ଜଡ଼ିତ ନିବିୟା ବେଗମ୍ପୁର ଗାଁର ମହିଳାମାନେ ଗାଈର ଗୋବର, ନିମ୍ବପତ୍ର ଓ ଅନେକ ପ୍ରକାର ଔଷଧୀୟ ବୃକ୍ଷକୁ ମିଶାଇ ଜୈବିକ ସାର ତିଆରି କରୁଛନ୍ତି । ସେହିଭଳି ଏହି ମହିଳାମାନେ ଅଦା, ରସୁଣ, ପିଆଜ ଓ ଲଙ୍କା ବାଟି ଜୈବିକ କୀଟନାଶକ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହି ମହିଳାମାନେ ମିଶି ଉନ୍ନତି ଜୈବିକ ଇକାଈ ନାମରେ ଗୋଟିଏ ସଂସ୍ଥା ଗଢ଼ିଛନ୍ତି । ଏହି ସଂସ୍ଥା ଜୈବ ଉତ୍ପାଦଗୁଡ଼ିକୁ ତିଆରି କରିବାରେ ସେମାନଙ୍କ ସହାୟତା କରୁଛି । ସେମାନଙ୍କ ଦ୍ୱାରା ତିଆରି ଜୈବିକ ଖତ ଏବଂ ଜୈବ କୀଟନାଶକର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏବେ ଆଖପାଖର ୬ ହଜାରରୁ ଅଧିକ ଚାଷୀ ସେମାନଙ୍କର ଜୈବ ଉତ୍ପାଦ କ୍ରୟ କରୁଛନ୍ତି । ଏହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଏହି ମହିଳାମାନଙ୍କ ଆୟ ବୃଦ୍ଧି ପାଇଛି, ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇଛି ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ରେ ଆମେ ଏହିଭଳି ଦେଶବାସୀମାନଙ୍କ ପ୍ରଚେଷ୍ଟାକୁ ଲୋକଲୋଚନକୁ ଆଣିଥାଉ, ଯେଉଁମାନେ ନିଃସ୍ୱାର୍ଥ ଭାବରେ ସମାଜକୁ ଦେଶକୁ ସଶକ୍ତ କରିବାରେ କାର୍ଯ୍ୟରତ । ଏଭଳି ପରିସ୍ଥିତିରେ, ତିନିଦିନ ପୂର୍ବରୁ ଦେଶରେ ପଦ୍ମ ପୁରସ୍କାରର ଘୋଷଣା କରାଯାଇଥିବାବେଳେ ‘ମନ୍ କି ବାତ୍’ରେ ସେହିଭଳି ଲୋକଙ୍କ ବିଷୟରେ ଆଲୋଚନା ହେବା ସ୍ୱାଭାବିକ । ଚଳିତ ଥର ମଧ୍ୟ ଏଭଳି ଅନେକ ଦେଶବାସୀଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି, ଯେଉଁମାନେ ସର୍ବନିମ୍ନ ସ୍ତରରେ କାର୍ଯ୍ୟକରି ସମାଜରେ ବଡ଼ ବଡ଼ ପରିବର୍ତନ କରିବାକୁ ଉଦ୍ୟମ କରିଛନ୍ତି । ଏହି ପ୍ରେରଣାଦାୟୀ ବ୍ୟକ୍ତିମାନଙ୍କ ଜୀବନଯାତ୍ରା ସମ୍ପର୍କରେ ଜାଣିବା ପାଇଁ ସମଗ୍ର ଦେଶରେ ବହୁତ ଉତ୍କଣ୍ଠା ପରିଲକ୍ଷିତ ହେଲା । ଗଣମାଧ୍ୟମର ଶୀର୍ଷ ଖବର ଠାରୁ ଦୂରରେ ଥିବା, ଖବରକାଗଜର ମୁଖ୍ୟ ପୃଷ୍ଠାଠାରୁ ଦୂରରେ ଥିବା ଏହି ବ୍ୟକ୍ତିଗଣ ଲୋକଲୋଚନକୁ ନ ଆସି ସମାଜସେବାରେ ନିଜକୁ ନିୟୋଜିତ କରି ରଖିଥିଲେ । ହୁଏତ ସେମାନଙ୍କ ବିଷୟରେ ଆମକୁ ପୂର୍ବରୁ କିଛି ଦେଖିବାକୁ କିମ୍ବା ଶୁଣିବାକୁ ମିଳି ନ ଥାଇ ପାରେ, କିନ୍ତୁ ପଦ୍ମ ସମ୍ମାନର ଘୋଷଣା ପରେ ଏଭଳି ଲୋକମାନଙ୍କ ବିଷୟରେ ଚାରିଆଡ଼େ ଆଲୋଚନା ଚାଲିଛି। ଲୋକେ ସେମାନଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଆଗ୍ରହୀ ହେଉଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି । ପଦ୍ମ ପୁରସ୍କାର ଲାଭ କରିଥିବା ଏହି ଅଧିକାଂଶ ଲୋକେ ନିଜ ନିଜ କ୍ଷେତ୍ରରେ ବହୁତ ନିଆରା କାମ କରୁଛନ୍ତି । ଯେମିତିକି କେହି ଆମ୍ବୁଲାନ୍ସ ସେବା ଯୋଗାଇଦେଉଛି, ତ କେହି ନିରାଶ୍ର୍ରୟମାନଙ୍କ ପାଇଁ ଆଶ୍ରୟର ବ୍ୟବସ୍ଥା କରୁଛି । ଏମିତି ମଧ୍ୟ କିଛି ରହିଛନ୍ତି, ଯେଉଁମାନେ ହଜାର ହଜାର ବୃକ୍ଷରୋପଣ କରି ପ୍ରକୃତିର ସୁରକ୍ଷା ପାଇଁ ପ୍ରୟାସରତ । ଏମିତି ଜଣେ ଅଛନ୍ତି, ଯିଏ ଧାନର ୬୫୦ରୁ ଅଧିକ କିସମକୁ ସଂରକ୍ଷିତ କରିବା କାମ କରିିଛନ୍ତି । ଏମିତି ଜଣେ ମଧ୍ୟ ଅଛନ୍ତି, ଯିଏ ନିଶାଦ୍ରବ୍ୟ ଓ ମଦ୍ୟପାନର କୁଅଭ୍ୟାସକୁ ରୋକିବା ପାଇଁ ସମାଜରେ ସଚେତନତା ସୃଷ୍ଟି କରୁଛନ୍ତି । ଅନେକ ଲୋକେ ତ ସ୍ୱୟଂ ସହାୟତା ଗୋଷ୍ଠୀ, ବିଶେଷକରି ନାରୀ ଶକ୍ତି ଅଭିଯାନରେ ଲୋକମାନଙ୍କୁ ସମ୍ମିଳିତ କରିବା କାର୍ଯ୍ୟରେ ଲାଗିଛନ୍ତି । ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୩୦ ଜଣ ମହିଳା ଥିବାରୁ ଦେଶବାସୀ ମଧ୍ୟ ବହୁତ ଖୁସି ଅନୁଭବ କରୁଛନ୍ତି । ଏହି ମହିଳାମାନେ ସର୍ବନିମ୍ନ ସ୍ତରରେ କାମ କରି, ନିଜ କାର୍ଯ୍ୟ ବଳରେ ସମାଜ ଏବଂ ଦେଶକୁ ଆଗେଇ ନେଉଛନ୍ତି ।
ବନ୍ଧୁଗଣ, ପଦ୍ମ ସମ୍ମାନ ପ୍ରାପ୍ତ କରିଥିବା ପ୍ରତ୍ୟେକଙ୍କର କାର୍ଯ୍ୟ ଦେଶବାସୀଙ୍କ ପାଇଁ ପ୍ରେରଣାଦାୟୀ । ଏଥର ସମ୍ମାନ ଲାଭ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ଅଧିକ, ଯେଉଁମାନେ ଶାସ୍ତ୍ରୀୟ ନୃତ୍ୟ, ଶାସ୍ତ୍ରୀୟ ସଙ୍ଗୀତ, ଲୋକନୃତ୍ୟ, ମଞ୍ଚ ଏବଂ ଭଜନ ଗାୟନରେ ଦେଶକୁ ଗୌରବାନ୍ୱିତ କରୁଛନ୍ତି । ପ୍ରାକୃତ, ମାଳବୀ ଏବଂ ଲମ୍ବାଡ଼ୀ ଭାଷାରେ ଅନେକ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି । ବିଦେଶର ମଧ୍ୟ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି, ଯେଉଁମାନଙ୍କ କାର୍ଯ୍ୟ ଦ୍ୱାରା ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ନୂତନ ଶିଖର ସ୍ପର୍ଶ କରୁଛି । ଏଥିରେ ଫ୍ରାନ୍ସ, ତାଇୱାନ୍, ମେକ୍ସିକୋ ଏବଂ ବାଂଲାଦେଶର ନାଗରିକ ମଧ୍ୟ ଅନ୍ତର୍ଭୁକ୍ତ ।
ବନ୍ଧୁଗଣ,
ମୁଁ ବହୁତ ଖୁସି ଯେ ଗତ ଏକ ଦଶନ୍ଧି ମଧ୍ୟରେ ପଦ୍ମ ସମ୍ମାନର ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବଦଳିଯାଇଛି । ଏବେ ଏହା ପିପୁଲ୍ସ ପଦ୍ମ ହୋଇସାରିଛି । ପଦ୍ମ ସମ୍ମାନ ପ୍ରଦାନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି । ଏବେ ଏଥିପାଇଁ ଲୋକଙ୍କ ନିକଟରେ ନିଜକୁ ମଧ୍ୟ ନାମାଙ୍କିତ କରିବାର ସୁଯୋଗ ରହିଛି । ଏହି କାରଣରୁ ଏଥର ୨୦୧୪ ତୁଳନାରେ ୨୮ ଗୁଣ ଅଧିକ ନାମାଙ୍କନ ମିଳିଥିଲା । ଏଥିରୁ ଜଣାପଡ଼େ ଯେ ପଦ୍ମ ସମ୍ମାନର ପ୍ରତିଷ୍ଠା, ତା'ର ବିଶ୍ୱସନୀୟତା, ସେଥିପ୍ରତି ସମ୍ମାନ ପ୍ରତିବର୍ଷ ବୃଦ୍ଧି ପାଉଛି । ମୁଁ ପଦ୍ମ ସମ୍ମାନ ପାଇଥିବା ସମସ୍ତଙ୍କୁ ପୁଣିଥରେ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ,
କୁହାଯାଏ ଯେ ପ୍ରତ୍ୟେକଙ୍କ ଜୀବନରେ ଏକ ଲକ୍ଷ୍ୟ ଥାଏ, ପ୍ରତ୍ୟେକ ଏହି ଲକ୍ଷ୍ୟକୁ ପୂର୍ଣ୍ଣ କରିବାକୁ ଜନ୍ମ ନେଇଥାନ୍ତି । ଏଥିପାଇଁ ଲୋକେ ସଂପୂର୍ଣ୍ଣ ନିଷ୍ଠାପର ଭାବେ ନିଜ କର୍ତ୍ତବ୍ୟ ପାଳନ କରିଥାନ୍ତି । ଆମେ ଦେଖିଛୁ ଯେ କିଏ ସମାଜସେବା ମାଧ୍ୟମରେ, କିଏ ସେନାରେ ଯୋଗଦେଇ, କିଏ ଆଗାମୀ ପିଢ଼ିକୁ ପାଠ ପଢ଼ାଇ ନିଜ କର୍ତ୍ତବ୍ୟ ପାଳନ କରିଥାଏ; କିନ୍ତୁ ବନ୍ଧୁଗଣ, ଆମ ଭିତରେ ଏଭଳି କିଛି ଲୋକ ମଧ୍ୟ ଥାଆନ୍ତି, ଯେଉଁମାନେ ଜୀବନର ଅନ୍ତ ପରେ ମଧ୍ୟ, ସମାଜ ପ୍ରତି ନିଜ ଦାୟିତ୍ୱ ତୁଲାଇଥାନ୍ତି ଓ ଏଥିପାଇଁ ତାଙ୍କର ମାଧ୍ୟମ ହୋଇଥାଏ ଅଙ୍ଗଦାନ । ଗତ କିଛିବର୍ଷ ମଧ୍ୟରେ ଦେଶରେ ଏକ ହଜାରରୁ ଅଧିକ ଲୋକ ଏଭଳି ଥିଲେ, ଯେଉଁମାନେ ନିଜ ମୃତ୍ୟୁ ପରେ ନିଜ ଅଙ୍ଗଦାନ କରିଛନ୍ତି । ଏହି ନିଷ୍ପତ୍ତି ସହଜ ହୋଇନଥାଏ, କିନ୍ତୁ ଏଭଳି ନିଷ୍ପତ୍ତି ଅନେକ ଜୀବନକୁ ବଞ୍ଚାଇ ଦେଇଥାଏ । ମୁଁ ସେହି ପରିବାରଗୁଡ଼ିକୁ ମଧ୍ୟ ପ୍ରଶଂସା କରୁଛି, ଯେଉଁମାନେ ନିଜ ଆତ୍ମୀୟଙ୍କର ଅନ୍ତିମ ଇଚ୍ଛାକୁ ସମ୍ମାନ ଦେଇଛନ୍ତି । ଆଜି, ଦେଶରେ ବହୁତ ସଂଗଠନ ଏ କ୍ଷେତ୍ରରେ ପ୍ରେରଣାଦାୟକ ପ୍ରୟାସ କରୁଛନ୍ତି । କେତେକ ସଂଗଠନ, ଲୋକଙ୍କୁ ଅଙ୍ଗଦାନ ପାଇଁ ସଚେତନ କରାଉଛନ୍ତି, କେତେକ ସଂସ୍ଥା ଅଙ୍ଗଦାନ ପାଇଁ ଇଚ୍ଛୁକ ଲୋକଙ୍କ ପଞ୍ଜୀକରଣ କରିବାରେ ସହାୟତା କରୁଛନ୍ତି । ଏପରି ପ୍ରୟାସ ଦ୍ୱାରା ଦେଶରେ ଅଙ୍ଗଦାନ ପ୍ରତି ସକାରାତ୍ମକ ପରିବେଶ ତିଆରି ହୋଇଛି ଓ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯାଉଛି ।
ମୋର ପ୍ରିୟ ଦେଶବାସୀଗଣ,
ଏବେ ମୁଁ ଆପଣଙ୍କୁ ଭାରତର ଏପରି ଏକ ଉପଲବ୍ଧି କଥା କହିବାକୁ ଯାଉଛି, ଯାହାଦ୍ୱାରା ରୋଗୀଙ୍କର ଜୀବନ ସହଜ ହୋଇଯିବ, ସେମାନଙ୍କ ସମସ୍ୟା କିଛିଟା କମ୍ ହେବ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏପରି ଥିବେ, ଯାହାଙ୍କର ଚିକିତ୍ସାରେ ଆୟୁର୍ବେଦ, ସିଦ୍ଧ ବା ୟୁନାନି ଚିକିତ୍ସା ପଦ୍ଧତି ବେଶ୍ ସହାୟତା କରିଥିବ । କିନ୍ତୁ ଏହି ପଦ୍ଧତିରେ ଚିକିତ୍ସିତ ଲୋକଙ୍କୁ ସେତେବେଳେ ସମସ୍ୟା ହୋଇଥାଏ, ଯେତେବେଳେ ଏହି ପଦ୍ଧତିର କୌଣସି ଅନ୍ୟ ଡାକ୍ତରଙ୍କ ନିକଟକୁ ସେମାନେ ଯାଇଥାନ୍ତି । ଏହି ଚିକିତ୍ସା ପଦ୍ଧତିରେ ରୋଗର ନାମ, ଚିକିତ୍ସା, ଔଷଧ ପାଇଁ ସମାନ ପ୍ରକାରର ଭାଷା ବ୍ୟବହାର ହୋଇ ନଥାଏ । ପ୍ରତ୍ୟେକ ଚିକିତ୍ସକ ନିଜ ଢଙ୍ଗରେ ରୋଗର ନାମ ଓ ଚିକିତ୍ସା ପଦ୍ଧତି ଲେଖିଥାନ୍ତି । ଫଳରେ ଅନ୍ୟ ଚିକିତ୍ସକ ଏହାକୁ ବୁଝିବା ଅନେକ ସମୟରେ କଷ୍ଟକର ହୋଇପଡ଼େ । ଦଶନ୍ଧି ଧରି ଚାଲିଆସୁଥିବା ଏହି ସମସ୍ୟାର ଏବେ ସମାଧାନ ଖୋଜାଯାଇଛି । ମୁଁ ଏହା ଜଣାଇବାବେଳେ ଖୁସି ଲାଗୁଛି ଯେ ଆୟୁଷ ମନ୍ତ୍ରଣାଳୟ ଆୟୁର୍ବେଦ, ସିଦ୍ଧ ଓ ୟୁନାନୀ ଚିକିତ୍ସା ସହିତ ସଂପୃକ୍ତ ତଥ୍ୟ ଓ ଶବ୍ଦାବଳୀର ବର୍ଗୀକରଣ କରିଛି, ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସହାୟତା ଯୋଗାଇଛି । ଉଭୟଙ୍କ ପ୍ରୟାସରେ ଆୟୁର୍ବେଦ, ୟୁନାନୀ ଓ ସିଦ୍ଧ ଚିକିତ୍ସାରେ ରୋଗ ଓ ଚିକିତ୍ସା ସହିତ ସଂପୃକ୍ତ ଶବ୍ଦାବଳୀକୁ କୋଡିଂ କରାଯାଇଛି । ଏହି କୋଡିଂ ସାହାଯ୍ୟରେ ଏବେ ସମସ୍ତ ଡାକ୍ତର ପ୍ରେସ୍କ୍ରିପ୍ସନ ବା ନିଜର ଚିଠାରେ ସମାନ ଭାଷାରେ ଲେଖିବେ। ଏହାର ଗୋଟିଏ ଲାଭ ହେବ ଯେ ଯଦି ଆପଣ ସେହି ଚିଠା ନେଇ ଅନ୍ୟ ଡାକ୍ତରଙ୍କ ନିକଟକୁ ଯିବେ, ତେବେ ସେହି ଡାକ୍ତରଙ୍କୁ ତା'ର ପୂରା ତଥ୍ୟ ସେହି ଚିଠାରୁ ହିଁ ମିଳିଯିବ । ଆପଣଙ୍କ ରୋଗ, ଚିକିତ୍ସା, କୋଉ କୋଉ ଔଷଧ ଚାଲିଛି, କେବେଠୁ ଚିକିତ୍ସା ଚାଲିଛି, ଆପଣଙ୍କୁ କେଉଁ ଜିନିଷ ପ୍ରତି ଆଲର୍ଜି ଅଛି, ଏସବୁ ଜାଣିବା ପାଇଁ ସେହି ଚିଠା ସାହାଯ୍ୟ କରିବ । ଏହାର ଆଉ ଏକ ଲାଭ ସେହି ଲୋକଙ୍କୁ ମିଳିବ, ଯେଉଁମାନେ ଗବେଷଣା କାର୍ଯ୍ୟ ସହିତ ସଂପୃକ୍ତ ଅଛନ୍ତି । ଅନ୍ୟ ଦେଶର ବୈଜ୍ଞାନିକଙ୍କୁ ମଧ୍ୟ ରୋଗ, ଔଷଧ ଏବଂ ତା' ପ୍ରଭାବର ସଂପୂର୍ଣ୍ଣ ତଥ୍ୟ ମିଳିଯିବ । ଗବେଷଣା ଅଗ୍ରଗତି କଲେ ଏବଂ ଅନେକ ବୈଜ୍ଞାନିକ ଏକାଠି ଯୋଡ଼ିହେଲେ ଏହି ଚିକିତ୍ସା ପଦ୍ଧତି ଆହୁରି ଭଲ ପରିଣାମ ଦେବ ଓ ଲୋକଙ୍କର ସେଥିପ୍ରତି ଆଗ୍ରହ ବଢ଼ିବ । ମୋର ବିଶ୍ୱାସ ଯେ ଆୟୁଷ ପଦ୍ଧତିଗୁଡ଼ିକ ସହିତ ସଂପୃକ୍ତ ଆମର ଚିକିତ୍ସକ ଏହି କୋଡିଂକୁ ଯଥାଶୀଘ୍ର ଆପଣାଇବେ ।
ମୋର ବନ୍ଧୁଗଣ,
ଯେତେବେଳେ ଆୟୁଷ ଚିକିତ୍ସା ପଦ୍ଧତି କଥା କହୁଛିି ତ ମୋ ଦୃଷ୍ଟି ସମ୍ମୁଖକୁ ୟାନୁଙ୍ଗ ଜାମୋହ ଲେଗୋଙ୍କ ଚିତ୍ର ଚାଲିଆସୁଛି । ସୁଶ୍ରୀ ୟାନୁଙ୍ଗ୍ ଅରୁଣାଚଳ ପ୍ରଦେଶର ବାସିନ୍ଦା ଓ ସେ ଜଣେ ହର୍ବାଲ୍ ଔଷଧୀୟ ବିଶେଷଜ୍ଞ । ସେ ଆଦିମ ଜନଜାତିଙ୍କ ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ପୁନର୍ଜୀବିତ କରିବା ପାଇଁ ବହୁତ କାମ କରିଛନ୍ତି । ଏହି ଅବଦାନ ପାଇଁ ତାଙ୍କୁ ଏଥର ପଦ୍ମ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । ସେହିଭଳି ଏଥର ଛତିଶଗଡ଼ର ହେମଚନ୍ଦ ମାଂଝୀଙ୍କୁ ମଧ୍ୟ ପଦ୍ମ ସମ୍ମାନ ମିଳିଛି । ବୈଦ୍ୟରାଜ ହେମଚନ୍ଦ ମାଂଝୀ ମଧ୍ୟ ଆୟୁଷ ଚିକିତ୍ସା ପଦ୍ଧତି ସହାୟତାରେ ଲୋକଙ୍କର ଚିକିତ୍ସା କରିଥାନ୍ତି । ଛତିଶଗଡ଼ର ନାରାୟଣପୁରରେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସେ ଗରିବ ରୋଗୀଙ୍କର ସେବା କରିଆସୁଛନ୍ତି । ଆମ ଦେଶରେ ଆୟୁର୍ବେଦ ଓ ଚେରମୂଳି ଔଷଧର ଯେଉଁ ଭଣ୍ଡାର ଲୁଚି ରହିଛି, ତା'ର ସଂରକ୍ଷଣରେ ସୁଶ୍ରୀ ୟାନୁଙ୍ଗ ଓ ହେମଚନ୍ଦ ଜୀଙ୍କ ଭଳି ଲୋକଙ୍କର ବଡ଼ ଭୂମିକା ରହିଛି ।
ମୋର ପ୍ରିୟ ଦେଶବାସୀଗଣ,
"ମନ୍ କୀ ବାତ୍” ଜରିଆରେ ମୋର ଓ ଆପଣମାନଙ୍କର ଯେଉଁ ସଂପର୍କ ଗଢ଼ିଉଠିଛି ତାହା ଗୋଟିଏ ଦଶନ୍ଧି ପୁରୁଣା ହୋଇସାରିଛି । ସୋସିଆଲ୍ ମିଡିଆ ଓ ଇଣ୍ଟରନେଟ୍ର ଏହି ଯୁଗରେ ମଧ୍ୟ ରେଡିଓ ସମଗ୍ର ଦେଶକୁ ଯୋଡ଼ିବାର ଏକ ସଶକ୍ତ ମାଧ୍ୟମ । ରେଡିଓର ଶକ୍ତି କିଭଳି ପରିବର୍ତ୍ତନ ଆଣିପାରେ, ଏହାର ଏକ ନିଆରା ଉଦାହରଣ ଛତିଶଗଡ଼ରେ ଦେଖିବାକୁ ମିଳିଛି । ଗତ ପ୍ରାୟ ୭ ବର୍ଷ ଧରି ଏଠାରେ ରେଡିଓରେ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି, ଯାହାର ନାମ ‘ହମର୍ ହାଥୀ- ହମର୍ ଗୋଠ୍' । ନାଁ ଶୁଣି ଆପଣଙ୍କୁ ଲାଗିପାରେ ଯେ ରେଡିଓ ଓ ହାତୀର କି ସଂପର୍କ ହୋଇପାରେ; କିନ୍ତୁ ଏହା ହିଁ ତ ରେଡ଼ିଓର ବିଶେଷତ୍ୱ । ଛତିଶଗଡ଼ରେ ଆକାଶବାଣୀର ଚାରିଟି କେନ୍ଦ୍ର ଅମ୍ବିକାପୁର, ରାୟପୁର, ବିଳାସପୁର ଓ ରାୟଗଡ଼ରୁ ପ୍ରତି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ ଓ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଛତିଶଗଡ଼ର ଜଙ୍ଗଲ ଓ ତା' ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ବଡ଼ ଧ୍ୟାନର ସହିତ ଏହି କାର୍ଯ୍ୟକ୍ରମକୁ ଶୁଣନ୍ତି । ‘ହମର୍ ହାଥୀ-ହମର୍ ଗୋଠ୍' କାର୍ଯ୍ୟକ୍ରମରେ ହାତୀପଲ ଜଙ୍ଗଲର କେଉଁ ଅଞ୍ଚଳ ଦେଇ ଯାତାୟାତ କରୁଛନ୍ତି ତାହା ଜଣାଇ ଦିଆଯାଏ । ଏହି ତଥ୍ୟ ଏଠାକାର ଲୋକଙ୍କର ବହୁତ କାମରେ ଆସେ । ଲୋକଙ୍କୁ ରେଡିଓରୁ ହାତୀପଲ ଯାତାୟାତର ତଥ୍ୟ ମିଳିବା କ୍ଷଣି ସେମାନେ ସତର୍କ ହୋଇଯାଆନ୍ତି । ଯେଉଁ ରାସ୍ତା ଦେଇ ହାତୀପଲ ଯାତାୟାତ କରନ୍ତି, ସେଠାକୁ ଯିବାର ବିପଦ ଟଳିଯାଏ । ଏହାଦ୍ୱାରା ଗୋଟିଏ ପଟେ ହାତୀପଲ ଦ୍ୱାରା କ୍ଷତିର ସମ୍ଭାବନା କମିଯାଏ ଏବଂ ଅନ୍ୟପଟେ ହାତୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାରେ ସହାୟତା ମିଳିଥାଏ । ଏହି ତଥ୍ୟର ଉପଯୋଗ ଦ୍ୱାରା ଭବିଷ୍ୟତରେ ହାତୀଙ୍କ ସଂରକ୍ଷଣରେ ମଧ୍ୟ ସହାୟତା ମିଳିବ । ଏଠାରେ ସୋସିଆଲ୍ ମିଡିଆ ଜରିଆରେ ମଧ୍ୟ ଲୋକଙ୍କୁ ହାତୀଙ୍କ ସହିତ ସଂପୃକ୍ତ ସୂଚନା ଦିଆଯାଉଛି । ଏହାଦ୍ୱାରା ଜଙ୍ଗଲ ଆଖପାଖରେ ରହୁଥିବା ଲୋକଙ୍କୁ ହାତୀଙ୍କ ସହ ତାଳମେଳ ରଖିବା ସହଜ ହୋଇଯାଇଛି । ଦେଶର ଅନ୍ୟ ବନାଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଛତିଶଗଡ଼ର ଏହି ନିଆରା ପ୍ରୟାସ ଏବଂ ତା'ର ଅଭିଜ୍ଞତାର ଲାଭ ଉଠାଇପାରିବେ ।
ମୋର ପ୍ରିୟ ଦେଶବାସୀଗଣ,
ଏହି ଜାନୁୟାରୀ ପଚିଶ ତାରିଖରେ ଆମେ ସମସ୍ତେ ଜାତୀୟ ମତଦାତା ଦିବସ ପାଳନ କରିଥିଲେ । ଏହା ଆମର ଗୌରବଶାଳୀ ଗଣତାନ୍ତ୍ରିକ ପରମ୍ପରା ପାଇଁ ଏକ ମୁଖ୍ୟ ଦିବସ । ଆଜି ଦେଶରେ ପ୍ରାୟ ଛୟାନବେ କୋଟି ମତଦାତା ଅଛନ୍ତି । ଏହି ସଂଖ୍ୟା କେତେ ବଡ଼ ତାହା ଆପଣମାନେ ଜାଣନ୍ତି? ଏହା ଆମେରିକାର ସର୍ବମୋଟ ଜନସଂଖ୍ୟାର ବି ପ୍ରାୟ ତିନିଗୁଣ । ଏହା ୟୁରୋପର ମୋଟ ଜନସଂଖ୍ୟାର ମଧ୍ୟ ଦେଢ଼ଗୁଣ ହେବ । ଯଦି ଆମେ ମତଦାନ କେନ୍ଦ୍ର କଥା ବିଚାର କରିବା ତେବେ ତା’ର ସଂଖ୍ୟା ପ୍ରାୟ ସାଢ଼େ ଦଶଲକ୍ଷ ହେବ । ଭାରତର ପ୍ରତ୍ୟେକ ନାଗରିକ ଯେମିତି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିପାରିବେ, ସେଥିପାଇଁ ଆମ ନିର୍ବାଚନ କମିଶନ ଭାରତର ଏପରି ସ୍ଥାନରେ ମଧ୍ୟ ମତଦାନ କେନ୍ଦ୍ର ସ୍ଥାପନ କରୁଛନ୍ତି ଯେଉଁଠିକାର ଭୋଟର ସଂଖ୍ୟା ମାତ୍ର ଏକ । ମୁଁ ନିର୍ବାଚନ କମିଶନଙ୍କ ପ୍ରଶଂସା କରିବାକୁ ଚାହେଁ କାରଣ ସେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଜଭୁତ୍ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
ସାଥିଗଣ,
ଆଜି ଦେଶ ପାଇଁ ଖୁସିର କଥା ଯେ ଦୁନିଆର ଅନ୍ୟ ଦେଶମାନଙ୍କରେ ଯେତେବେଳେ (Voting Percentage) ମତଦାନର ପ୍ରତିଶତ କମୁଛି ସେତେବେଳେ ଆମ ଦେଶରେ ମତଦାନ ପ୍ରତିଶତ ବଢ଼ି ବଢ଼ି ଚାଲିଛି । ୧୯୫୧-୫୨ରେ ଯେତେବେଳେ ଦେଶରେ ପ୍ରଥମଥର ନିର୍ବାଚନ ହୋଇଥିଲା, ସେତେବେଳେ ପ୍ରାୟ ପଇଁଚାଳିଶ ପ୍ରତିଶତ ଲୋକ ହିଁ ମତଦାନ କରିଥିଲେ । ଆଜି ଏହି ସଂଖ୍ୟା ଅନେକ ବଢ଼ିଯାଇଛି । ଦେଶରେ ଖାଲି ମତଦାତା ସଂଖ୍ୟା ବଢ଼ିଛି ତା’ନୁହେଁ ବରଂ turnout ମଧ୍ୟ ବଢ଼ିଛି । ଆମ ଯୁବ ଭୋଟରମାନଙ୍କର ପଞ୍ଜୀକରଣ ପାଇଁ ଅଧିକ ସୁଯୋଗ ମିଳୁ, ସେଥିପାଇଁ ସରକାର ଆଇନରେ ପରିବର୍ତ୍ତନ କରିଛନ୍ତି । ମୋତେ ଦେଖି ଖୁସିଲାଗୁଛି ଯେ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସାମୂହିକ ସ୍ତରରେ ମଧ୍ୟ ଅନେକ କାମ ହେଉଛି । କେଉଁଠି ଲୋକମାନେ ଘର ଘର ଯାଇ ଲୋକମାନଙ୍କୁ ଭୋଟ ବିଷୟରେ ବୁଝାଉଛନ୍ତି । କେଉଁଠି କେଉଁଠି ଚିତ୍ରକଳା ମାଧ୍ୟମରେ, ଆଉ କେଉଁଠି ପଥପ୍ରାନ୍ତ ନାଟକ ମାଧ୍ୟମରେ ଯୁବ ସମ୍ପ୍ରଦାୟକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରାଯାଉଛି । ଏହିଭଳି ପ୍ରତ୍ୟେକ ପ୍ରୟାସ ଆମର ଲୋକତନ୍ତ୍ରର ଉତ୍ସବରେ ଭିନ୍ନ ଭିନ୍ନ ରଙ୍ଗ ଭରିଦେଉଛି । ମୁଁ ‘ମନ୍ କି ବାତ୍’ ମାଧ୍ୟମରେ First time voter ମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ଭୋଟର ଲିଷ୍ଟରେ ନିଜର ନାମ ପଞ୍ଜୀକରଣ ଅବଶ୍ୟ କରନ୍ତୁ । National Voter Service Portal ଏବଂ Voter Helpline App ମାଧ୍ୟମରେ ସେମାନେ ଏହି କାମ ସହଜରେ ପୂର୍ଣ୍ଣ କରିପାରିବେ । ଆପଣ ସଦାବେଳେ ମନେ ରଖନ୍ତୁ ଯେ ଆପଣଙ୍କର ଗୋଟିଏ ଭୋଟ ଏ ଦେଶର ଭାଗ୍ୟ ବଦଳାଇ ଦେଇପାରେ, ଦେଶର ଭାଗ୍ୟ ନିର୍ମାଣ କରିପାରେ ।
ମୋର ପ୍ରିୟ ଦେଶବାସୀଗଣ,
ଆଜି ଜାନୁୟାରୀ ୨୮ ତାରିଖରେ ଭାରତର ଏଭଳି ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମଜୟନ୍ତୀ ପଡୁଛି ଯେଉଁମାନେ ଭିନ୍ନ ଭିନ୍ନ ସମୟରେ ଦେଶଭକ୍ତିର ଉଦାହରଣ ସୃଷ୍ଟି କରିଯାଇଛନ୍ତି । ଆଜି ଦେଶ ପଞ୍ଜାବକେଶରୀ ଲାଲା ଲଜପତ୍ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି । ଲାଲାଜୀ ସ୍ୱାଧୀନତା ସଂଗ୍ରାମର ଜଣେ ଏଭଳି ସେନାନୀ ଥିଲେ ଯିଏକି ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ନିଜର ଜୀବନକୁ ଆହୂତି ଦେଇଦେଇଥିଲେ । ଲାଲାଜୀଙ୍କର ବ୍ୟକ୍ତିତ୍ୱକୁ ଖାଲି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ସୀମିତ କରାଯାଇପାରିବନି । ସେ ବହୁତ ଦୂରଦର୍ଶୀ ଥିଲେ । ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ କେତେଗୁଡ଼ିଏ ଅନ୍ୟ ସଂସ୍ଥାର ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଖାଲି ବିଦେଶୀମାନଙ୍କୁ ଦେଶରୁ ବାହାର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ତା’ନୁହେଁ ବରଂ ଦେଶକୁ ଆର୍ଥିକ ଦୃଷ୍ଟିରୁ ମଜଭୁତ୍ କରି ଗଢ଼ିବାର ଦୂରଦୃଷ୍ଟି ମଧ୍ୟ ତାଙ୍କ ଚିନ୍ତନର ମୁଖ୍ୟ ଅଂଶ ଥିଲା । ତାଙ୍କର ବିଚାର ଏବଂ ତାଙ୍କର ବଳିଦାନ ଭଗତସିଂହଙ୍କୁ ବହୁତ ପ୍ରଭାବିତ କରିଥିଲା । ଆଜି ଫିଲ୍ଡ ମାର୍ଶାଲ ଜେନେରାଲ କେ.ଏମ୍. କାରିୟାପ୍ପାଙ୍କୁ ମଧ୍ୟ ଶ୍ରଦ୍ଧାପୂର୍ବକ ପ୍ରଣାମ କରିବାର ଦିନ । ସେ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ କାଳରେ ଆମ ସୈନ୍ୟବାହିନୀର ନେତୃତ୍ୱ ନେଇ ବୀରତ୍ୱର ଉଦାହରଣ ସ୍ଥାପନ କରିଥିଲେ । ଆମ ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ।
ମୋର ପ୍ରିୟ ଦେଶବାସୀଗଣ,
ଆଜି କ୍ରୀଡ଼ା ଜଗତରେ ମଧ୍ୟ ଭାରତ ନିତ୍ୟ ନୂତନ ଉଚ୍ଚତାକୁ ଛୁଇଁବାରେ ଲାଗିଛି । ଖେଳଦୁନିଆରେ ଆଗେଇବା ପାଇଁ ନିହାତି ଜରୁରୀ କଥା ହେଉଛି ଖେଳାଳିମାନଙ୍କୁ ଅଧିକରୁ ଅଧିକ ଖେଳିବାର ସୁଯୋଗ ମିଳିବା ଉଚିତ ଏବଂ ଦେଶରେ ଭଲ ଭାବରେ କ୍ରୀଡା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବା ଉଚିତ । ଏହି ଭାବନା ଅନୁସାରେ ଆଜି ଭାରତରେ ନୂଆ ନୂଆ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି । ଏଇ କିଛିଦିନ ତଳେ ଚେନ୍ନଇରେ “ଖେଲୋ ଇଣ୍ଡିୟା ୟୁଥ୍ ଗେମ୍ସ”ର ଉଦଘାଟନ ମଧ୍ୟ କରାଗଲା । ଏଥିରେ ସାରାଦେଶର ପାଞ୍ଚହଜାରରୁ ଅଧିକ ଆଥଲେଟ ଭାଗ ନେଉଛନ୍ତି । ମୁଁ ଖୁସି ଯେ ଆଜି ଭାରତରେ ନିୟମିତ ଭାବେ ଏଇଭଳି ପ୍ଲାଟଫର୍ମ ପ୍ରସ୍ତୁତ ହେଉଛି ଯେଉଁଥିରେ ଖେଳାଳିମାନଙ୍କୁ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାର ସୁଯୋଗ ମିଳୁଛି । ଏହିଭଳି ଗୋଟିଏ ମାଧ୍ୟମ ହେଉଛି ବିଚ୍ ଗେମ୍ସ ଯାହାର ଆୟୋଜନ ଡିୟୁଠାରେ କରାଯାଇଥିଲା । ଆପଣମାନେ ଜାଣନ୍ତି ଡିୟୁ ସୋମନାଥର ପାଖାପାଖି ଏକ କେନ୍ଦ୍ରଶାସିତ ଅଞ୍ଚଳ । ଏହି ବର୍ଷର ଆରମ୍ଭରେ ହିଁ ଡିୟୁରେ ବିଚ୍ ଗେମ୍ସ ଆୟୋଜନ କରାଯାଇଥିଲା । ଏହା ଭାରତର ପ୍ରଥମ Multi Sports Beach Games ଥିଲା । ଏଥିରେ Tug of War, Sea Swimming, Pencaksilat, ମଲ୍ଖମ୍ବ Beach Volleyball, ବିଚ୍ କବାଡ଼ି, Beach Soccer ଏବଂ Beach Boxing ଭଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ପ୍ରତ୍ୟେକ ପ୍ରତିଯୋଗୀକୁ ନିଜର ପ୍ରତିଭା ପ୍ରଦର୍ଶନର ପୂର୍ଣ୍ଣ ସୁଯୋଗ ମିଳିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ଏଭଳି ରାଜ୍ୟରୁ ଖେଳାଳିମାନେ ଯୋଗଦେଇଥିଲେ, ଯେଉଁମାନଙ୍କର ସମୁଦ୍ର ସହିତ ସାମାନ୍ୟ ସମ୍ପର୍କ ମଧ୍ୟ ନାହିଁ। ଏହି tournamentରେ ସବୁଠାରୁ ଅଧିକ ପଦକ ବି ମଧ୍ୟପ୍ରଦେଶ ଜିତିଥିଲା, ଯେଉଁଠି କୌଣସି ବେଳାଭୂମି ନାହିଁ । ଖେଳ ପ୍ରତି ଏହିଭଳି ମନୋଭାବ ଯେକୌଣସି ଦେଶକୁ ଖେଳଦୁନିଆର ସମ୍ରାଟ (ସର୍ବଶ୍ରେଷ୍ଠ ଦେଶ) ଭାବେ ଗଢ଼ିତୋଳିପାରେ ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ରେ ଏଥରକ ମୋ ସାଥିରେ ଏତିକି । ଫେବୃୟାରୀ ମାସରେ ଆପଣମାନଙ୍କ ସାଥେ ପୁଣିଥରେ କଥାହେବି । ଦେଶର ଲୋକମାନଙ୍କର ସାମୂହିକ ପ୍ରୟାସ ଦ୍ୱାରା, ବ୍ୟକ୍ତିଗତ ପ୍ରୟାସ ଦ୍ୱାରା ଦେଶ କେମିତି ଆଗକୁ ବଢ଼େ, ସେ ବିଷୟକୁ ହିଁ କେନ୍ଦ୍ରିତ ((focus) କରାଯିବ । ସାଥିଗଣ କାଲି ଅଣତିରିଶ ତାରିଖ ସକାଳ ଏଗାରଟା ବେଳେ ଆମେ “ପରୀକ୍ଷା ପେ ଚର୍ଚ୍ଚା” ମଧ୍ୟ କରିବା । “ପରୀକ୍ଷା ପେ ଚର୍ଚ୍ଚା”ର ଏହା ୭ମ ସଂସ୍କରଣ ହେବ । ଏହା ଏଭଳି କାର୍ଯ୍ୟକ୍ରମ ଯାହାକୁ ମୁଁ ସବୁବେଳେ ପ୍ରତୀକ୍ଷା କରିଥାଏ । ଏଥିରେ ମୋତେ ଛାତ୍ରଛାତ୍ରୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଥାଏ ଏବଂ ମୁଁ ସେମାନଙ୍କର ଚାପକୁ କମ୍ କରିବାର ପ୍ରୟାସ ମଧ୍ୟ କରିଥାଏ । ଗତ ସାତବର୍ଷ ଭିତରେ “ପରୀକ୍ଷା ପେ ଚର୍ଚ୍ଚା” ଶିକ୍ଷା ଏବଂ ପରୀକ୍ଷା ସହିତ ସମ୍ବନ୍ଧିତ ଅନେକ ବିଷୟରେ ଆଲୋଚନା କରିବାର ଗୋଟିଏ ଭଲ ମାଧ୍ୟମ ହୋଇପାରିଛି । ମୁଁ ଖୁସି ଯେ ଏ ବର୍ଷ ପ୍ରାୟ ୨ କୋଟି ୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ପଞ୍ଜିକରଣ କରିଛନ୍ତି ଏବଂ ନିଜର ଇନପୁଟ ମଧ୍ୟ ଦେଇଛନ୍ତି । ମୁଁ ଆପଣମାନଙ୍କୁ ଜଣାଇଦେବାକୁ ଚାହେଁ ଯେ ଦୁଇହଜାର ଅଠର ମସିହାରେ ଯେତେବେଳେ ମୁଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲି ସେତେବେଳେ ଏହି ସଂଖ୍ୟା କେବଳ ବାଇଶ ହଜାର ଥିଲା । ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଏବଂ ପରୀକ୍ଷାର ଚାପ ସମ୍ବନ୍ଧରେ ସଚେତନତା ପାଇଁ ଅନେକ ଅଭିନବ ପ୍ରୟାସ କରାଯାଇଛି । ମୁଁ ଆପଣମାନଙ୍କୁ ବିଶେଷକରି ଯୁବବର୍ଗ ଓ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରୁଛି କି କାଲି ରେକର୍ଡ଼ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ମୋତେ ମଧ୍ୟ ଆପଣମାନଙ୍କ ସହିତ କଥାହୋଇ ବହୁତ ଭଲ ଲାଗିବ । ଏତିକି କହି ମୁଁ ‘ମନ୍ କି ବାତ୍’ର ଆଜିର ଅଧ୍ୟାୟରୁ ବିଦାୟ ନେଉଛି । ଖୁବ୍ଶୀଘ୍ର ପୁଣି ଭେଟିବା, ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’, ହେଉଛି ଆପଣମାନଙ୍କ ସହ ଭେଟିବାର ଗୋଟିଏ ଶୁଭ ଅବସର । ନିଜ ପରିବାରଜନଙ୍କ ସହିତ ସାକ୍ଷାତ ହେଲେ ତାହା କେତେ ସୁଖକର ହୋଇଥାଏ, କେତେ ସନ୍ତୋଷପ୍ରଦ ହୋଇଥାଏ, ‘ମନ୍ କି ବାତ୍’ ମାଧ୍ୟମରେ ଆପଣମାନଙ୍କୁ ଭେଟି ମୁଁ ଏହା ଅନୁଭବ କରିଆସିଛି । ଆଉ ଆଜି ଆମର ଏହି ମିଳିତ ଯାତ୍ରାର ଏହା ୧୦୮ତମ ଅଧ୍ୟାୟ । ଆମମାନଙ୍କ ପାଇଁ ୧୦୮ ସଂଖ୍ୟାର ଗୁରୁତ୍ୱ, ଏହାର ପବିତ୍ରତା ଗୋଟିଏ ଗହନ ଅଧ୍ୟୟନର ବିଷୟ । ଜପାମାଳିରେ ୧୦୮ଟି ମାଳି, ୧୦୮ ଥର ଜପ, ୧୦୮ଟି ଦିବ୍ୟ କ୍ଷେତ୍ର, ମନ୍ଦିରମାନଙ୍କରେ ୧୦୮ଟି ପାହାଚ, ୧୦୮ ଘଣ୍ଟି, ୧୦୮ ସଂଖ୍ୟାଟି ଅସୀମ ବିଶ୍ୱାସ ସହ ଜଡ଼ିତ । ସେଥିପାଇଁ ‘ମନ୍ କି ବାତ୍’ର ୧୦୮ତମ ଅଧ୍ୟାୟ ମୋ ପାଇଁ ବିଶେଷ ଗୁରତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ୧୦୮ଟି ଅଧ୍ୟାୟରେ ଆମେ ଜନସହଭାଗୀତାର କେତେ ଉଦାହରଣ ଦେଖିଲୁ, ସେମାନଙ୍କ ଠାରୁ ପ୍ରେରଣା ଲାଭ କଲୁ । ଏହି ସୋପାନରେ ପହଂଚିବା ପରେ ଆମକୁ ନୂଆକରି, ନୂତନ ଶକ୍ତି ସହିତ ଏବଂ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ସଂକଳ୍ପ ନେବାକୁ ହେବ । ଏହା ମଧ୍ୟ ଗୋଟିଏ ସୁଖକର ସଂଯୋଗ ଯେ, ଆସନ୍ତା କାଲିର ସୂର୍ଯ୍ୟୋଦୟ ୨୦୨୪ର ପ୍ରଥମ ସୂର୍ଯ୍ୟୋଦୟ ହେବ । ଆମ୍ଭେମାନେ ୨୦୨୪ରେ ପ୍ରବେଶ କରିସାରିଥିବା । ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଅନେକ ଅନେକ ଶୁଭକାମନା ।
ବନ୍ଧୁଗଣ, ‘ମନ୍ କି ବାତ୍’ ଶୁଣୁଥିବା ଅନେକ ଲୋକ ମୋତେ ଚିଠି ମାଧ୍ୟମରେ ନିଜ ନିଜ ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ଲେଖିଛନ୍ତି । ଚଳିତ ବର୍ଷ ଆମ ଦେଶ ଅନେକ ବିଶେଷ ଉପଲବ୍ଧି ହାସଲ କରିଛି । ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଶକ୍ତି । ଅନେକ ବର୍ଷର ପ୍ରତୀକ୍ଷା ପରେ ଏ ବର୍ଷ ନାରୀ ଶକ୍ତି ବନ୍ଦନ ଅଧିନିୟମ (ଆଇନ୍) ଗୃହୀତ ହୋଇଛି । ଭାରତ ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଥିବାରୁ ଅନେକ ଲୋକ ନିଜ ପତ୍ର ମାଧ୍ୟମରେ ଖୁସି ପ୍ରକାଶ କରିଛନ୍ତି । ଅନେକ ଲୋକ ମୋତେ ଜି-୨୦ ସମ୍ମିଳନୀର ସଫଳତା କଥା ମନେପକାଇଛନ୍ତି । ବନ୍ଧୁଗଣ, ଆଜି ଭାରତର କୋଣ ଅନୁକୋଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ବିକଶିତ ଭାରତର ଭାବନାରେ ଏବଂ ଆତ୍ମନିର୍ଭରତାର ଭାବନାରେ ଭରପୂର । ୨୦୨୪ରେ ମଧ୍ୟ ଏହି ଭାବନା ଓ ଗତିଶୀଳତାକୁ ଆମକୁ ବଜାୟ ରଖିବାକୁ ହେବ । ଦିପାବଳୀରେ ହୋଇଥିବା ରେକର୍ଡ଼ ବ୍ୟବସାୟ ଏହା ପ୍ରମାଣିତ କରିଦେଇଛି ଯେ, ପ୍ରତ୍ୟେକ ଭାରତୀୟ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ ଗୁରୁତ୍ୱ ଦେଉଛନ୍ତି ।
ବନ୍ଧୁଗଣ, ଏବେ ମଧ୍ୟ ବହୁତ ଲୋକ ମୋତେ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ବାର୍ତ୍ତାମାନ ପଠାଉଛନ୍ତି । ମୋ ଭଳି ଆପଣମାନେ ମଧ୍ୟ ଆମ ବୈଜ୍ଞାନିକ, ବିଶେଷକରି ମହିଳା ବୈଜ୍ଞାନିକମାନଙ୍କୁ ନେଇ ଗର୍ବ ଅନୁଭବ କରୁଥିବେ ବୋଲି ମୋର ବିଶ୍ୱାସ ।
ବନ୍ଧୁଗଣ, ଯେତେବେଳେ ନାଟୁ-ନାଟୁକୁ ଓସ୍କାର ପୁରସ୍କାର ମିଳିଲା, ସେତେବେଳେ ସାରା ଦେଶ ଖୁସିରେ ନାଚିଉଠିଥିଲା । “ଦି ଏଲିଫେଣ୍ଟ ହୁଇସ୍ପରର୍ସ” ସମ୍ମାନିତ ହେବାକଥା ଶୁଣି କିଏ ବା ଖୁସି ନ ହେଲା? ଏହା ମାଧ୍ୟମରେ ସାରା ବିଶ୍ୱ ଭାରତର ସୃଜନଶୀଳତାକୁ ଦେଖିଲା ଏବଂ ପରିବେଶ ସହ ଆମ ସମ୍ପର୍କ ବିଷୟରେ ବୁଝିଲା । ଏ ବର୍ଷ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଆମ କ୍ରୀଡ଼ାବିତ୍ମାନେ ଉତ୍ତମ ପ୍ରଦର୍ଶନ କଲେ । ଏସିଆନ୍ ଗେମ୍ସରେ ଆମ ଖେଳାଳୀମାନେ ୧୦୭ ଏବଂ ଏସିଆନ୍ ପାରା-ଗେମ୍ସରେ ୧୧୧ ପଦକ ଜିତିଲେ । କ୍ରିକେଟ୍ ବିଶ୍ୱକପ୍ରେ ଭାରତୀୟ ଖେଳାଳୀମାନେ ସେମାନଙ୍କ ପ୍ରଦର୍ଶନ ଦ୍ୱାରା ସଭିଙ୍କ ହୃଦୟ ଜିଣିନେଲେ । ଅଣ୍ଡର୍ ୧୯ ଟି-୨୦ ବିଶ୍ୱକପ୍ରେ ଆମ ମହିଳା କ୍ରିକେଟ୍ ଦଳର ବିଜୟ ଅତ୍ୟନ୍ତ ପ୍ରେରଣାଦାୟକ । ଅନେକ ଖେଳରେ ଖେଳାଳୀମାନଙ୍କ ଉପଲବ୍ଧି ଦେଶକୁ ଗୌରବାନ୍ୱିତ କଲା । ୨୦୨୪ରେ ପ୍ୟାରିସ୍ରେ ଅଲମ୍ପିକ ଖେଳର ଆୟୋଜନ ହେବାକୁ ଯାଉଛି, ଯେଉଁଥିପାଇଁ ସାରା ଦେଶ ଆମ ଖେଳାଳୀମାନଙ୍କ ଉତ୍ସାହ ବର୍ଦ୍ଧନ କରୁଛି ।
ବନ୍ଧୁଗଣ, ଆମେ ଯେତେବେଳେ ବି ଏକାଠି ମିଶି ଚେଷ୍ଟା କଲୁ, ତାହା ଆମ ଦେଶର ବିକାଶ ଯାତ୍ରା ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇଛି । ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ମେରି ମାଟି ମେରା ଦେଶ୍ ଭଳି ଅଭିଯାନର ସଫଳତାକୁ ଅନୁଭବ କଲୁ । ଏଥିରେ କୋଟି କୋଟି ଲୋକଙ୍କ ଅଂଶଗ୍ରହଣର ସାକ୍ଷୀ ହୋଇପାରିଲୁ । ୭୦ ହଜାର ଅମୃତ ସରୋବରର ନିର୍ମାଣ ମଧ୍ୟ ଆମର ସମ୍ମିଳିତ ଉପଲବ୍ଧି ଅଟେ ।
ବନ୍ଧୁଗଣ, ଯିଏ ଦେଶର ନବସୃଜନକୁ ଗୁରୁତ୍ୱ ଦିଏନି, ତାହାର ବିକାଶ ବାଧାପ୍ରାପ୍ତ ହୁଏ ବୋଲି ମୁଁ ବିଶ୍ୱାସ କରେ । ଭାରତ ଏକ ନବସୃଜନର ହବ୍ରେ ପରିଣତ ହେବା, ଏ କଥାର ପ୍ରମାଣ ଦିଏ ଯେ ଆମେ ଅଟକିବୁ ନାହିଁ । ୨୦୧୫ରେ ଆମେ ଗ୍ଲୋବାଲ୍ ଇନ୍ନୋଭେଶନ୍ ଇଣ୍ଡେକ୍ସରେ (ବିଶ୍ୱ ଅଭିନବତ୍ୱ ସୂଚକାଙ୍କରେ) ୮୧ତମ ସ୍ଥାନରେ ରହିଥଲୁ । ଆଜି ଏଥିରେ ଆମେ ୪୦ତମ ସ୍ଥାନରେ ରହିଛୁ । ଏ ବର୍ଷ ଭାରତରେ ପ୍ୟାଟେଣ୍ଟ ପାଇଁ କରାଯାଇଥିବା ଆବେଦନ ସଂଖ୍ୟା ଅଧିକ ଥିଲା, ଯେଉଁଥିରେ ପ୍ରାୟଃ ୬୦ ପ୍ରତିଶତ ଘରୋଇ ପାଣ୍ଠିରୁ ଥିଲା । କ୍ୟୁ.ଏସ. ଏସିଆ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଙ୍ଗ୍ରେ ଏଥର ସବୁଠାରୁ ଅଧିକ ସଂଖ୍ୟାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଯୋଗଦେଲେ । ଏହି ଉପଲବ୍ଧିଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ଗଲେ ତାହା ଅସରନ୍ତି ହେବ । ଏହା ତ ଭାରତର ସାମର୍ଥ୍ୟର କେବଳ ଗୋଟିଏ ଝଲକ୍ । ଦେଶର ଏହି ସଫଳତାଗୁଡ଼ିକରୁ, ଦେଶର ଲୋକଙ୍କ ଏହି ଉପଲବ୍ଧିଗୁଡ଼ିକରୁ ଆମେ ପ୍ରେରଣା ଗ୍ରହଣ କରିବା, ଗର୍ବ କରିବା, ନୂତନ ସଂକଳ୍ପ ଗ୍ରହଣ କରିବା । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ୨୦୨୪ ପାଇଁ ଶୁଭେଚ୍ଛା ଜଣାଉଛି ।
ମୋର ପରିବାରଜନ, ଭାରତକୁ ନେଇ ଚାରିଆଡ଼େ ଦେଖାଦେଇଥିବା ଆଶା ଓ ଉତ୍ସାହ ସମ୍ପର୍କରେ ଏବେ ଆମେ ଆଲୋଚନା କଲୁ - ଏହି ଆଶା ଓ ଉତ୍ସାହ ବହୁତ ଆନନ୍ଦଦାୟକ । ଭାରତ ବିକଶିତ ହେଲେ ଏହାର ସବୁଠାରୁ ଅଧିକ ଲାଭ ଯୁବବର୍ଗଙ୍କୁ ହିଁ ହେବ । କିନ୍ତୁ, ଯୁବବର୍ଗ ଏହାର ଲାଭ ତେବେ ହିଁ ଉଠାଇପାରିବେ ଯଦି ସେମାନେ ଫିଟ୍ (ଶାରୀରିକ ଭାବେ ସୁସ୍ଥ) ଥିବେ । ଆଜିକାଲି ଆମେ ଦେଖୁଛୁ ଯେ, ଲାଇଫ୍ଷ୍ଟାଇଲ୍ ରିଲେଟେଡ୍ ଡିଜିଜ୍ (ଜୀବନଶୈଳୀ ଜନିତ ରୋଗ) ବିଷୟରେ ଅନେକ କଥା କୁହାଯାଉଛି । ଏହା ଆମ ସମସ୍ତଙ୍କ ପାଇଁ, ବିଶେଷକରି ଯୁବବର୍ଗଙ୍କ ପାଇଁ ଅଧିକ ଚିନ୍ତାର ବିଷୟ । ଏଥର ‘ମନ୍ କି ବାତ୍’ ପାଇଁ ମୁଁ ଆପଣ ସମସ୍ତଙ୍କୁ ଫିଟ୍ ଇଣ୍ଡିଆ ସହିତ ଜଡ଼ିତ ବିଚାର ପଠାଇବା ପାଇଁ ଅନୁରୋଧ କରିଥିଲି । ଆପଣମାନଙ୍କ ପ୍ରତ୍ୟୁତ୍ତର ମୋତେ ଉତ୍ସାହରେ ପରିପୂର୍ଣ୍ଣ କରିଛି । ନମୋ ଆପ୍ରେ ଷ୍ଟାର୍ଟ-ଅପ୍ମାନେ ମଧ୍ୟ ବହୁସଂଖ୍ୟାରେ ମୋତେ ସେମାନଙ୍କ ମତାମତ ପଠାଇଛନ୍ତି । ସେମାନେ ସେମାନଙ୍କର ଅନେକ ପ୍ରକାର ନିଆରା ପ୍ରଚେଷ୍ଟା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ବନ୍ଧୁଗଣ, ଭାରତର ଉଦ୍ୟମ ଯୋଗୁଁ ୨୦୨୩କୁ ଆନ୍ତର୍ଜାତିକ କ୍ଷୁଦ୍ରଶସ୍ୟ ବର୍ଷ ଭାବେ ପାଳନ କରାଗଲା । ଏହାଦ୍ୱାରା ଏହି କ୍ଷେତ୍ରରେ କର୍ମରତ ଷ୍ଟାର୍ଟ-ଅପ୍ମାନେ ଅନେକ ସୁଯୋଗ ପାଇଛନ୍ତି । ଲକ୍ଷ୍ନୌରେ ଆରମ୍ଭ ହୋଇଥିବା କିରୋଜ୍ ଫୁଡ୍ସ, ପ୍ରୟାଗରାଜ୍ର ‘ଗ୍ରାଣ୍ଡମା ମିଲେଟ୍ସ’ ଏବଂ ନ୍ୟୁଟ୍ରାସ୍ୟୁଟିକାଲ ରିଚ୍ ଅର୍ଗାନିକ ଇଣ୍ଡିଆ ଭଳି ଅନେକ ଷ୍ଟାର୍ଟ-ଅପ୍ ଏଥିରେ ଅନ୍ତର୍ଭୁକ୍ତ । ଆଲ୍ପିନୋ ହେଲ୍ଥ ଫୁଡ୍ସ, ଆର୍ବୋରିଆଲ ଏବଂ କିରୋଜ୍ ଫୁଡ୍ସ ସହିତ ଜଡ଼ିତ ଯୁବବର୍ଗ ପୁଷ୍ଟିକର ଖାଦ୍ୟର ବିକଳ୍ପ ବିଷୟରେ ନୂଆ ନୂଆ ଇନ୍ନୋଭେଶନ୍ ମଧ୍ୟ କରିଚାଲିଛନ୍ତି । ଜନସାଧାରଣଙ୍କୁ ନିଜ ପସନ୍ଦର ଡାଏଟ୍ ବାଛିବାରେ କିଭଳି ସେମାନେ ସାହାଯ୍ୟ କରୁଛନ୍ତି ତାହା ବେଙ୍ଗାଲୁରୁର ଅନ୍ବକ୍ସ୍ ହେଲ୍ଥ ସହ ଜଡ଼ିତ ଯୁବବର୍ଗ ମୋତେ ଜଣାଇଛନ୍ତି । ଶାରୀରିକ ସ୍ୱାସ୍ଥ୍ୟକୁ ନେଇ ଯେଉଁଭଳି ଭାବେ ଆଗ୍ରହ ବୃଦ୍ଧି ପାଇଚାଲିଛି, ତାହାଦ୍ୱାରା ଏହି କ୍ଷେତ୍ର ସହ ଜଡ଼ିତ କୋଚ୍ ଏବଂ ତାଲିମ ପ୍ରଦାନକାରୀଙ୍କ ଚାହିଦା ମଧ୍ୟ ବୃଦ୍ଧି ପାଉଛି । ଜୋଗୋ ଟେକ୍ନୋଲଜିଜ୍ ଭଳି ଷ୍ଟାର୍ଟ-ଅପ୍ମାନେ ଏହି ଚାହିଦାକୁ ପୂରଣ କରିବାରେ ସାହାଯ୍ୟ କରୁଛନ୍ତି ।
ବନ୍ଧୁଗଣ, ଆଜିକାଲି ଶାରୀରିକ ସ୍ୱାସ୍ଥ୍ୟ ଏବଂ ଉତ୍ତମ ଜୀବନ ବିଷୟରେ ତ ଅନେକ ଆଲୋଚନା ହେଉଛି, କିନ୍ତୁ ଏହା ସହିତ ଜଡ଼ିତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ମାନସିକ ସ୍ୱାସ୍ଥ୍ୟ । ମୁମ୍ବାଇର ଇନ୍ଫି-ହିଲ୍ ଏବଂ ୟୋର୍-ଦୋସ୍ତ ଭଳି ଷ୍ଟାର୍ଟ-ଅପ୍ମାନେ ମାନସିକ ସ୍ୱାସ୍ଥ୍ୟ ଏବଂ ଜୀବନକୁ ଉତ୍ତମ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । କେବଳ ସେତିକି ନୁହେଁ, ଏଥିପାଇଁ ଆଜିକାଲି କୃତ୍ରିମ ବୁଦ୍ଧିମତା ଭଳି ଜ୍ଞାନକୌଶଳ ମଧ୍ୟ ପ୍ରୟୋଗ କରାଯାଉଛି । ବନ୍ଧୁଗଣ, ଏଠାରେ ମୁଁ ମାତ୍ର କିଛି ଷ୍ଟାର୍ଟ-ଅପ୍ର ନାମ ଉଲ୍ଲେଖ କରିପାରିବି, କାରଣ ଏହି ସୂଚି ବହୁତ ଲମ୍ବା । ଫିଟ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ଇନ୍ନୋଭେଟିଭ୍ ହେଲ୍ଥ କେୟାର ଷ୍ଟାର୍ଟ-ଅପ୍ମାନଙ୍କ ବିଷୟରେ ମୋତେ ନିଶ୍ଚୟ ଲେଖି ଜଣାଇବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ମୁଁ ଆପଣମାନଙ୍କ ସହିତ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ କହୁଥିବା ଜଣାଶୁଣା ବ୍ୟକ୍ତିବିଶେଷମାନଙ୍କ ଅନୁଭୁତି ମଧ୍ୟ ଶେୟାର କରିବାକୁ ଚାହୁଁଛି ।
ଏହି ପ୍ରଥମ ବାର୍ତ୍ତାଟି ହେଉଛି ସଦ୍ଗୁରୁ ଜଗ୍ଗୀ ବାସୁଦେବଙ୍କର । ସେ ଫିଟ୍ନେସ୍, ବିଶେଷକରି ଫିଟ୍ନେସ୍ ଅଫ୍ ମାଇଣ୍ଡ ବା ମାନସିକ ସ୍ୱାସ୍ଥ୍ୟକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି ।
*****AUDIO*****
‘ମନ୍ କି ବାତ୍’ରେ ମାନସିକ ସ୍ୱାସ୍ଥ୍ୟ ଉପରେ କହିବା ଆମ ପାଇଁ ସୌଭାଗ୍ୟର ବିଷୟ ।
Mental illnesses and how we keep our neurological system are very directly related. How alert static free and disturbance free we keep neurological system will decide how pleasant we feel within ourselves? What we call as peace, love, joy, blissfulness, agony, depression, ecstasies all have a chemical and neurological basis. Pharmacology is essentially trying to fix the chemical imbalance within the body by adding chemicals from outside. Mental illnesses are being managed this way but we must realise that taking chemicals from outside in the form of medications is necessary when one is in extreme situation. Working for an internal mental health situation or working for an equanimous chemistry within ourselves, a chemistry of peacefulness, joyfulness, blissfulness is something that has to be brought into every individual’s life into the cultural life of a society and the Nations around the world and the entire humanity. It’s very important we understand our mental health, our sanity is a fragile privilege- we must protect it, we must nurture it. For this, there are many levels of practices in the Yogik system completely internalize processes that people can do as simple practices with which they can bring certain equanimity to their chemistry and certain calmness to their neurological system. The technologies of inner wellbeing are what we call as the Yogik sciences. Let’s make it happen.
ସାଧାରଣତଃ ସଦ୍ଗୁରୁଜୀ ଏଭଳି ଚମତ୍କାର ଢଙ୍ଗରେ ନିଜ କଥାପ୍ରକାଶ କରିବା ପାଇଁ ସର୍ବବିଦିତ ।
ଆସନ୍ତୁ, ଏବେ ପ୍ରସିଦ୍ଧ କ୍ରିକେଟ ଖେଳାଳି ହରମନପ୍ରୀତ୍ କୌର୍ ଜୀଙ୍କୁ ଶୁଣିବା ।
नमस्कार | मैं अपने देशवासियों को ‘मन की बात’ के माध्यमसे कुछ कहना चाहती हूं | माननीय प्रधानमंत्री श्री नरेंद्र मोदी जी केfit India की पहल मुझे अपने fitness मंत्र आप सभी के साथshare करने के लिए प्रोत्साहित किया है | आप सभी को मेरापहला suggestion यही है ‘one cannot out-train a bad diet’. इसका अर्थ ये है कि आप कब खाते हो और क्या खाते होइसके बारे में आपको बहुत सावधान रहना होगा | हाल ही मेंमाननीय प्रधानमंत्री मोदी जी ने सभी को बाजरा खाने के लिएencourage किया है | जो की immunity बढ़ाता है और टिकाऊखेती करने में सहायता करता है और पचाने में भी आसान है | regular exercise और 7 घंटे की पूरी नींद body के लिए बहुतजरूरी है और fit रहने के लिए मदद करती है | इसके लिए बहुतdiscipline and consistency की जरुरत होगी | जब आपकोइसका result मिलने लग जाएगा तो आप daily खुद हीexercise करना start कर दोगे | मुझे आप सबसे बात करने औरअपना fitness मंत्र share करने का अवसर देने के लिए माननीयप्रधानमंत्री जी का बहुत धन्यवाद |
ହର୍ମନପ୍ରୀତ୍ ଜୀଙ୍କ ଭଳି ପ୍ରତିଭାଶାଳୀ ଖେଳାଳିଙ୍କ କଥା ନିଶ୍ଚିତ ଭାବେ ଆପଣମାନଙ୍କୁ ପ୍ରେରଣା ଦେବ ।
ଆସନ୍ତୁ, ଗ୍ରାଣ୍ଡମାଷ୍ଟର୍ ବିଶ୍ୱନାଥନ ଆନନ୍ଦ ଜୀଙ୍କୁ ଶୁଣିବା । ଆମେ ସମସ୍ତେ ଜାଣୁ ଯେ ତାଙ୍କ ଖେଳ ଚେସ୍ ପାଇଁ ମାନସିକ ସୁସ୍ଥତା କେତେ ଗୁରୁତ୍ୱପୂର୍ଣ୍ଣ ।
*****AUDIO*****
Namaste, I am Vishwanathan Anand you have seen me play Chess and very often I am asked, what is your fitness routine? Now Chess requires a lot of focus and patience, so I do the following which keeps me fit and agile. I do yoga two times a week, I do cardio two times a week and two times a week, I focus on flexibility, stretching, weight training and I tend to take one day off per week. All of these are very important for chess. You need to have the stamina to last 6 or 7 hours of intense mental effort, but you also need to be flexible to able to sit comfortably and the ability to regulate your breath to calm down is helpful when you want to focus on some problem, which is usually a Chess game. My fitness tip to all ‘Mann Ki Baat’ listeners would be to keep calm and focus on the task ahead. The best fitness tip for me absolutely the most important fitness tip is to get a good night sleep. Do not start sleeping for four and five hours a night, I think seven or eight is a absolute minimum so we should try as hard as possible to get good night sleep, because that is when the next day you are able to get through the day in calm fashion. You don’t make impulsive decisions; you are in control of your emotions. For me sleep is the most important fitness tip.
ଆସନ୍ତୁ, ଏବେ ଅକ୍ଷୟ କୁମାର ଜୀଙ୍କୁ ଶୁଣିବା ।
*****AUDIO*****
नमस्कार, मैं हूं अक्षय कुमार सबसे पहले तो मैं हमारेआदरणीय प्रधानमंत्री जी का बहुत शुक्रिया करता हूं कि उनके‘मन की बात’ में मुझे भी अपने ‘मन की बात’ आपको कह पानेका एक छोटा सा मौका मिला | आप लोग जानते हैं कि मैं fitness के लिए जितना passionate हूं उससे भी कई ज्यादा passionate हूं natural तरीके से fit रहने के लिए | मुझे ना ये fancy gym सेज्यादा पसंद है बाहर swimming करना, badminton खेलना, सीढ़ियाँ चढ़ना, मुद्गर से कसरत करना, अच्छा हेल्दी खाना, जैसेमेरा यह मानना है कि शुद्ध घी अगर सही मात्रा में खाया जाए तोहमें फायदा करता है | लेकिन मैं देखता हूं कि बहुत से young लड़के लड़कियां इस वजह सेघी नहीं खाते कि कही वो मोटे ना होजाए | बहुत जरूरी है कि हम यह समझे कि क्या हमारी fitness के लिए अच्छा है और क्या बुरा है | Doctors की सलाह से आपअपना lifestyle बदलो ना कि किसी फिल्म स्टार की body देखकर | Actor screen पर जैसे दिखते हैं वैसे तो कई बार होतेभी नहीं हैं | कई तरह के filter और special effects use होते हैंऔर हम उसे देखकर अपने शरीर को बदलने के लिए गलत तरीकेshortcut का इस्तेमाल करना शुरू कर देते हैं | आजकल इतनेसारे लोग steroid लेकर यह six pack eight pack इसके लिएचल पड़ते हैं | यार ऐसे shortcut से body ऊपर से फूल जाती हैलेकिन अंदर से खोखली रह जाती है | आप लोग याद रखिएगाकी shortcut can cut your life short | आपको shortcut नहींlong lasting fitness चाहिए | दोस्तों fitness एक तरह कीतपस्या हैं | Instant coffee या दो मिनट का noodles नहीं हैं | इस नए साल में अपने आप से वादा करो no chemicals, no shortcut कसरत, योग, अच्छा खाना, वक्त पर सोना, थोड़ाmeditation और सबसे जरूरी, जैसे आप दिखते हो ना, उसेखुशी से accept करो | आज के बाद filter वाली life नहीं, fitter वाली life जियो| take care. जय महाकाल |
ଏ କ୍ଷେତ୍ରରେ ଆହୁରି ଅନେକ ଷ୍ଟାର୍ଟଅପ୍ ଅଛି, ତେଣୁ ମୁଁ ଭାବିଲି ଯେ ଜଣେ ଯୁବ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କର ମଧ୍ୟ ଚର୍ଚ୍ଚା କରାଯାଉ, ଯିଏ ଏ କ୍ଷେତ୍ରରେ ଖୁବ୍ ଭଲ କାମ କରୁଛନ୍ତି ।
*****AUDIO*****
नमस्कार, मेरा नाम ऋषभ मल्होत्रा है और मैं बेंगलुरु का रहनेवाला हूं | मुझे यह जानकर बेहद खुशी हुई कि ‘मन की बात’ मेंfitness पर चर्चा हो रही है | मैं खुद fitness की दुनिया से belongकरता हूं और बेंगलुरु में हमारा एक start-up है जिसका नाम है‘तगड़ा रहो’ | हमारा start-up भारत के पारंपरिक व्यायाम कोआगे लाने के लिए बनाया गया है | भारत के पारंपरिक व्यायाम मेंएक बहुत ही अद्भुत व्यायाम है जो है ‘गदा व्यायाम’ और हमारापूरा focus गदा और मुग्दर व्यायाम पर ही है | लोगों को जानकरआश्चर्य होता है कि आप गदा से सारी training कैसे कर लेते हैं |मैं यह बताना चाहूंगा कि गदा व्यायाम हजारों साल पुराना व्यायामहै और ये हजारों सालों से भारत में चलता आ रहा है | आपने इसेछोटे बड़े अखाड़ों में देखा होगा और हमारे start-up के माध्यम सेहम इसे एक आधुनिक form में वापस लेकर आए हैं | हमें पूरे देशसे बहुत प्यार मिला है बहुत अच्छा response मिला है | ‘मन कीबात’ के माध्यम से मैं यह बताना चाहूंगा कि इसके अलावा भीभारत में बहुत से ऐसे प्राचीन व्यायाम है health और fitness सेrelated विधि है, जो हमें अपनानी चाहिए और दुनिया में आगे भीसिखानी चाहिए | मैं fitness की दुनिया से हूँ तो आपको एकpersonal tip देना चाहूँगा | गदा व्यायाम से आप अपना बल, अपनी ताकत, अपना posture और अपनी breathing को भीठीक कर सकते हैं, तो, गदा व्यायाम को अपनाए और इसे आगेबढ़ाएं | जय हिंद |
ବନ୍ଧୁଗଣ, ସମସ୍ତେ ନିଜ ନିଜ ବିଚାର ଉପସ୍ଥାପନ କରିଛନ୍ତି, କିନ୍ତୁ ସମସ୍ତଙ୍କର ମନ୍ତ୍ର ଗୋଟିଏ- \"ସୁସ୍ଥ ରହନ୍ତୁ ଫିଟ୍ ରହନ୍ତୁ' । ୨୦୨୪ ଆରମ୍ଭ କରିବା ପାଇଁ ଆପଣଙ୍କ ପାଖରେ ନିଜର ଫିଟ୍ନେସ୍ଠୁ ବଳି ବଡ଼ ସଙ୍କଳ୍ପ ଆଉ କ'ଣ ହେଇପାରେ ।
ମୋର ପରିବାରଜନ, କିଛିଦିନ ତଳେ କାଶୀରେ ଏକ ପରୀକ୍ଷଣ ହୋଇଥିଲା, ଯାହା ବିଷୟରେ \"ମନ୍ କୀ ବାତ୍'ର ଶ୍ରୋତାଙ୍କୁ ମୁଁ ନିଶ୍ଚିତ କହିବାକୁ ଚାହିଁବି । ଆପଣ ଜାଣନ୍ତି ଯେ କାଶୀ-ତାମିଲ ସଙ୍ଗମମ୍ରେ ଭାଗ ନେବା ପାଇଁ ହଜାରହଜାର ଲୋକ ତାମିଲନାଡୁରୁ କାଶୀ ଯାଇଥିଲେ । ସେଠାରେ ମୁଁ ସେହି ଲୋକଙ୍କ ସହିତ କଥାବାର୍ତ୍ତା କରିବା ପାଇଁ କୃତ୍ରିମ ମେଧାଯୁକ୍ତ ଏଆଇ ଟୁଲ୍ ଭାଷିଣୀର ପ୍ରଥମ ଥର ପାଇଁ ସାର୍ବଜନୀନ ଉପଯୋଗ କରିଥିଲି । ମୁଁ ମଞ୍ଚରେ ହିନ୍ଦୀରେ ଉଦ୍ବୋଧନ ଦେଉଥିଲି, କିନ୍ତୁ ଏଆଇ ଟୁଲ୍ ଭାଷିଣୀ ଦ୍ୱାରା ସେଠାରେ ଉପସ୍ଥିତ ତାମିଲନାଡୁର ଲୋକଙ୍କୁ ମୋର ଉଦ୍ବୋଧନ ସେହି ସମାନ ସମୟରେ ତାମିଲ ଭାଷାରେ ଶୁଣାଯାଉଥିଲା । କାଶୀ-ତାମିଲ ସଂଗମମ୍କୁ ଆସିଥିବା ଲୋକେ ଏଭଳି ପରୀକ୍ଷଣ ଦ୍ୱାରା ବହୁତ ଉତ୍ସାହିତ ହୋଇପଡ଼ିଥିବା ଦେଖାଗଲା । ଆଉ ସେହିଦିନ ଦୂରରେ ନାହିିଁ, ଯେତେବେଳେ କୌଣସି ଗୋଟିଏ ଭାଷାରେ ଉଦ୍ବୋଧନ ଦେଉଥିବା ସମୟରେ ଜନତା ଯୁଗପତ୍ ସେହି ଭାଷଣକୁ ନିଜ ଭାଷାରେ ଶୁଣିପାରିବେ । ଚଳଚ୍ଚିତ୍ରରେ ମଧ୍ୟ ଏହା ହେବ, ଯେତେବେଳେ ଜନତା ସିନେମା ହଲ୍ରେ ଏଆଇ ସାହାଯ୍ୟରେ ଯୁଗପତ୍ ଅନୁବାଦ ଶୁଣିପାରିବେ । ଆପଣ ଅନୁମାନ କରିପାରୁଥିବେ ଯେ ଯେତେବେଳେ ଏହି ପ୍ରଯୁକ୍ତି ଆମର ସ୍କୁଲ୍, ଆମର ଡାକ୍ତରଖାନା, ଆମର ଅଦାଲତରେ ବ୍ୟାପକ ଭାବେ ବ୍ୟବହାର କରାଯିବାକୁ ଲାଗିବ, ସେତେବେଳେ କେତେ ବଡ଼ ପରିବର୍ତ୍ତନ ଆସିବ। ମୁଁ ଆଜିର ଯୁବପିଢ଼ିଠାରୁ ଆଶା କରିବି ଯେ ତତ୍କାଳ ଅନୁବାଦ ସହିତ ସଂପୃକ୍ତ ଏଆଇ ଟୁଲ୍କୁ ଆହୁରି ଶକ୍ତିଶାଳୀ କରନ୍ତୁ, ତାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରନ୍ତୁ ।
ସାଥିଗଣ, ପରିବର୍ତ୍ତିତ ହେଉଥିବା ସମୟରେ ଆମକୁ ଆମ ଭାଷାସବୁକୁ ବଞ୍ଚାଇବାକୁ ପଡ଼ିବ ଏବଂ ସେଗୁଡ଼ିକ ସଂବର୍ଦ୍ଧନ ମଧ୍ୟ କରିବାକୁ ପଡ଼ିବ । ଏବେ ମୁଁ ଆପଣମାନଙ୍କୁ ଝାଡ଼ଖଣ୍ଡର ଏକ ଆଦିବାସୀ ଗାଁର କଥା କହିବାକୁ ଚାହୁଁଛି । ଏହି ଗ୍ରାମଟି ନିଜର ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷାଦେବାକୁ ଗୋଟିଏ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ଗଢ଼ୱା ଜିଲାର ମଙ୍ଗଲୋ ଗ୍ରାମରେ ପିଲାମାନଙ୍କୁ ‘କୁଡ଼ୁଖ୍’ ଭାଷାରେ ଶିକ୍ଷା ଦିଆଯାଉଛି । ଏହି ସ୍କୁଲର ନାଁ ହେଉଛି “କାର୍ତ୍ତିକ ଉରାଓଁ ଆଦିବାସୀ କୁଡ଼ୁଖ୍ ସ୍କୁଲ” । ଏହି ସ୍କୁଲରେ ତିନିଶହ ଆଦିବାସୀ ପିଲା ପଢ଼ୁଛନ୍ତି । କୁଡ଼ୁଖ୍ ଭାଷା ଓରାଓଁ ଆଦିବାସୀ ସମ୍ପ୍ରଦାୟର ମାତୃଭାଷା ଅଟେ । କୁଡୁଖ୍ ଭାଷାର ‘ତୋଲଙ୍ଗ୍ ସିକି’ ନାମକ ନିଜସ୍ୱ ଲିପି ମଧ୍ୟ ଅଛି । ଏ ଭାଷାଟି ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଥିଲା, ଯାହାକୁ ବଞ୍ଚାଇବା ଏହି ସମ୍ପ୍ରଦାୟର ଲୋକେ ପିଲାମାନଙ୍କୁ ନିଜ ଭାଷାରେ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସ୍କୁଲ ଆରମ୍ଭ କରିଥିବା ଅରବିନ୍ଦ ଉରାଓଁ କହନ୍ତି ଯେ ଆଦିବାସୀ ପିଲାମାନଙ୍କୁ ଇଂରାଜୀରେ ପଢ଼ାଇବାରେ ବଡ଼ ଅସୁବିଧା ହେଉଥିଲା । ସେଥିପାଇଁ ସେ ଗାଁର ପିଲାମାନଙ୍କୁ ନିଜ ମାତୃଭାଷାରେ ପଢ଼ାଇବା ଆରମ୍ଭ କଲେ । ତାଙ୍କର ଏହି ପ୍ରୟାସର ଭଲ ପରିଣାମ ଦେଖି ଗ୍ରାମବାସୀମାନେ ମଧ୍ୟ ତାଙ୍କସହିତ ମିଶିଗଲେ । ନିଜ ଭାଷାରେ ପଢ଼ାଇବାର ଫଳସ୍ୱରୂପ ପିଲାମାନଙ୍କର ଶିକ୍ଷାଗ୍ରହଣର ଗତି ମଧ୍ୟ ବଢ଼ିଲା । ଆମ ଦେଶର ଅନେକ ପିଲା ଭାଷାଗତ ଅସୁବିଧା ଯୋଗୁଁ ମଝିରେ ପାଠ ଛାଡ଼ି ଦେଇଥାନ୍ତି । ଏଭଳି ଅସୁବିଧାଗୁଡ଼ିକୁ ଦୂର କରିବାରେ ଜାତୀୟ ଶିକ୍ଷାନୀତି ମଧ୍ୟ ସହାୟକ ହେଉଛି । ଆମର ପ୍ରୟାସ ହେଲା, ଭାଷା କୌଣସି ବି ପିଲାର ଶିକ୍ଷା ଓ ବିକାଶ କ୍ଷେତ୍ରରେ ବାଧା ନ ହେବା ଉଚିତ ।
ବନ୍ଧୁଗଣ, ଆମର ଭାରତଭୂମିକୁ ପ୍ରତି କାଳଖଣ୍ଡରେ ଆମର ସୁଲକ୍ଷଣଯୁକ୍ତ କନ୍ୟାମାନେ ଗୌରବମଣ୍ଡିତ କରିଛନ୍ତି । ସାବିତ୍ରୀବାଈ ଫୁଲେ ଏବଂ ରାଣୀ ୱେଲୁ ନାଚିୟାର ହେଉଛନ୍ତି ଆମର ଏହିଭଳି ଦୁଇ ଅନୁପମ ବ୍ୟକ୍ତିତ୍ୱ । ତାଙ୍କର ବ୍ୟକ୍ତିତ୍ୱ ଏଭଳି ଦୁଇ ଦୁଇଟି ଆଲୋକଶିଖା ଯାହା ପ୍ରତ୍ୟେକ ଯୁଗରେ ନାରୀଶକ୍ତିକୁ ଆଗକୁ ବଢ଼ିବାର ମାର୍ଗଦର୍ଶନ ଦେବ । ଆଜିଠାରୁ ମାତ୍ର କିଛିଦିନ ପରେ ଜାନୁୟାରୀ ୩ ତାରିଖ ଦିନ ଆମେମାନେ ଏହି ଦୁଇଜଣଙ୍କର ଜନ୍ମଜୟନ୍ତୀ ପାଳନ କରିବା । ସାବିତ୍ରୀବାଈ ଫୁଲେଙ୍କ ନାମ ଆସିବାମାତ୍ରେ ସର୍ବପ୍ରଥମେ ଶିକ୍ଷା ଓ ସମାଜ ସଂସ୍କାର କ୍ଷେତ୍ରକୁ ତାଙ୍କର ଅବଦାନ ବିଷୟ ଆମ ମନକୁ ଆସେ । ମହିଳା ଓ ବଞ୍ôଚତମାନଙ୍କର ଶିକ୍ଷା ପାଇଁ ସେ ସଦାସର୍ବଦା ସ୍ୱର ଉତ୍ତୋଳନ କରିଛନ୍ତି । ସେ ତାଙ୍କ ସମୟରେ ବହୁତ ଆଗରେ ଥିଲେ ଏବଂ କୁପ୍ରଥାଗୁଡ଼ିକ ବିରୁଦ୍ଧରେ ସର୍ବଦା ସ୍ୱରୋତ୍ତଳନ କରୁଥିଲେ । ଶିକ୍ଷା ଦ୍ୱାରା ସମାଜର ସଶକ୍ତିକରଣ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା । ମହାତ୍ମା ଫୁଲେଜୀଙ୍କ ସାଥିରେ ମିଶି ସେ ଝିଅମାନଙ୍କ ପାଇଁ ଅନେକ ସ୍କୁଲ ଗଢ଼ିତୋଳିଥିଲେ । ସେ ସଦାବେଳେ ଲୋକମାନଙ୍କୁ ଆବଶ୍ୟକ ସମୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତଥା ପ୍ରକୃତି ସହିତ ମଧ୍ୟ ସହାବସ୍ଥାନ କରିବାର ପ୍ରେରଣା ଦେଉଥିଲେ । ସେ କେତେ ଦୟାଳୁ ଥିଲେ ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବନି । ଯେତେବେଳେ ମହାରାଷ୍ଟ୍ରରେ ଦୁର୍ଭିକ୍ଷ ପଡ଼ିଲା ସେତେବେଳେ ସାବିତ୍ରୀବାଈ ଓ ମହାତ୍ମା ଫୁଲେ ପୀଡ଼ିତମାନଙ୍କ ସାହାଯ୍ୟ ପାଇଁ ନିଜ ଘରର ଦରଜା ଖୋଲିଦେଇଥିଲେ । ସାମାଜିକ ନ୍ୟାୟ କ୍ଷେତ୍ରରେ ଏଭଳି ଉଦାହରଣ ଖୁବ୍ ବିରଳ । ଯେତେବେଳେ ସେଠାରେ ପ୍ଲେଗ୍ ରୋଗର ଭୟ ବ୍ୟାପିଥିଲା, ସେତେବେଳେ ସେ ନିର୍ଭୟରେ ରୋଗୀସେବା ପାଇଁ ଆଗେଇ ଆସିଥିଲେ । ସେହି ସମୟରେ ସେ ନିଜେ ରୋଗର କବଳରେ ପଡ଼ିଯାଇଥିଲେ । ମାନବତା ପ୍ରତି ସମର୍ପିତ ତାଙ୍କର ଜୀବନ ଆଜି ବି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିଛନ୍ତି ।
ବନ୍ଧୁଗଣ, ବିଦେଶୀ ଶାସନ ବିରୁଦ୍ଧରେ ସଂଗ୍ରାମ କରିଥିବା ଦେଶର ଅନେକ ମହାନ ବ୍ୟକ୍ତିିମାନଙ୍କ ମଧ୍ୟରେ ରାଣୀ ବେଲୁ ନାଚିୟାର ମଧ୍ୟ ଅନ୍ୟତମ ଥିଲେ । ତାମିଲନାଡ଼ୁର ମୋର ଭାଇ ଭଉଣୀମାନେ ତାଙ୍କୁ ଆଜି ମଧ୍ୟ ବୀରା ମଂଗଇ ଅର୍ଥାତ୍ ବୀର ନାରୀ ଭାବରେ ସ୍ମରଣ କରନ୍ତି । ଇଂରେଜମାନଙ୍କ ବିରୁଦ୍ଧରେ ରାଣୀ ବେଲୁ ନାଚିୟାର ଯେଉଁ ପରାକ୍ରମ ଦେଖାଇଥିଲେ ତାହା ବହୁତ ପ୍ରେରଣାଦାୟୀ । ଇଂରେଜମାନେ ଶିବଗଙ୍ଗା ସାମ୍ରାଜ୍ୟର ଆକ୍ରମଣ ସମୟରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ଯିଏକି ସେଠାକାର ରାଜା ଥିଲେ । ରାଣୀ ବେଲୁ ନାଚିୟାର ଏବଂ ତାଙ୍କ ଝିଅ କୌଣସିପ୍ରକାରେ ସେମାନଙ୍କ କବଳରୁ ଖସିଆସିଥିଲେ । ନିଜର ସଂଗଠନ ଗଢ଼ିବା ଏବଂ ମରୁଦୁ ବ୍ରଦର୍ସ ଅର୍ଥାତ୍ ନିଜର କମାଣ୍ଡରମାନଙ୍କୁ ଏକତ୍ର କରି ସୈନ୍ୟବାହିନୀ ଗଢ଼ିବାରେ କେତେବର୍ଷ ଲାଗିରହିଲେ । ତା’ପରେ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ଏବଂ ଦୃଢ଼ସଂକଳ୍ପ, ଶକ୍ତି ଓ ସାହସର ସହିତ ସଂଗ୍ରାମ କଲେ । ରାଣୀ ବେଲୁ ନାଚିୟାରଙ୍କ ନାମ ସେହିଭଳି କିଛି ବିରଳ ଲୋକଙ୍କ ମଧ୍ୟରେ ଗଣାଯାଏ ଯେ କି ସର୍ବପ୍ରଥମ ନିଜ ସେନାବାହିନୀ ଭିତରେ ଇକ୍ଷକ୍ଷ ଡକ୍ଟଜ୍ଞରଦ୍ଭ ଏକ୍ସକ୍ଟଙ୍କକ୍ଟ୍ର ଗଢ଼ିତୋଳିଥିଲେ । ମୁଁ ଏହି ଦୁଇ ବୀରାଙ୍ଗନାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।
ମୋର ପରିବାର ଜନ, ଗୁଜରାଟରେ ‘ଡାୟରା’ ପରମ୍ପରା ଅଛି । ସାରାରାତି ହଜାର ହଜାର ଲୋକ ଡାୟରାରେ ଅଂଶଗ୍ରହଣ କରି ମନୋରଂଜନ ସଙ୍ଗେ ସଙ୍ଗେ ଜ୍ଞାନ ଅର୍ଜନ କରିଥାନ୍ତି । ଏହି ଡାୟରାରେ ଲୋକସଙ୍ଗୀତ, ଲୋକସାହିତ୍ୟ ଏବଂ ହାସ୍ୟର ତ୍ରିବେଣୀ ସମସ୍ତଙ୍କ ମନକୁ ଆନନ୍ଦରେ ଭରିଦେଇଥାଏ । ଏହି ଡାୟରାର ଜଣେ ପ୍ରସିଦ୍ଧ କଳାକାର ହେଉଛନ୍ତି ଭାଇ ଜଗଦୀଶ ତ୍ରିବେଦୀ ଜୀ । ହାସ୍ୟ କଳାକାର ଭାବରେ ଭାଇ ଜଗଦୀଶ ତ୍ରିବେଦୀ ତିରିଶ ବର୍ଷରୁ ଅଧିକ ସମୟ ଧରି ନିଜର ସୁନାମ ବଜାୟ ରଖିଛନ୍ତି । ଏଇ କିଛିଦିନ ତଳେ ମୋତେ ଭାଇ ଜଗଦୀଶ ତ୍ରିବେଦୀଙ୍କର ଗୋଟିଏ ପତ୍ର ମିଳିଲା, ତା’ସହିତ ସେ ତାଙ୍କର ଗୋଟିଏ ବହି ମଧ୍ୟ ପଠେଇଛନ୍ତି । ବହିଟିର ନାଁ ହେଲା – ‘Social Audit of Social Service’ö । ଏହି ବହିଟି ଭିନ୍ନ ସ୍ୱାଦର ଅଟେ । ଏଥିରେ ହିସାବ କିତାବ ଲେଖାହୋଇଛି । ଦେଖିବାକୁ ଗଲେ ଏହା ଏକ ପ୍ରକାର Balance Sheet ହେବ । ଗତ ଛଅବର୍ଷ ଭିତରେ ଭାଇ ଜଗଦୀଶ ତ୍ରିବେଦୀ ଜୀଙ୍କର କେଉଁ କେଉଁ କାର୍ଯ୍ୟକ୍ରମରେ କେତେ ଆୟ ହୋଇଛି ଏବଂ ତାହା କେଉଁଠି କେଉଁଠି ଖର୍ଚ୍ଚ ହୋଇଛି ତା’ର ସମ୍ପୂର୍ଣ୍ଣ ହିସାବ ଏହି ବହିରେ ଅଛି । ଏହି Balance Sheet ଗୋଟିକ ଏଥିପାଇଁ ନିଆରା ଯେ, ସେ ନିଜର ସମ୍ପୂର୍ଣ୍ଣ ଆୟକୁ ସ୍କୁଲ, ହସ୍ପିଟାଲ, ଲାଇବ୍ରେରୀ ଦିବ୍ୟାଙ୍ଗମାନଙ୍କ ସହ ସମ୍ପୃକ୍ତ ସଂସ୍ଥା ଆଦି ସମାଜସେବା କ୍ଷେତ୍ରରେ ଖର୍ଚ୍ଚ କରିଦେଇଛନ୍ତି । ପୁରା ୬ ବର୍ଷର Balance Sheet ରହିଛି । ବହିଟିରେ ଗୋଟିଏ ସ୍ଥାନରେ ଲେଖାହୋଇଛି ଯେ ୨୦୨୨ ବର୍ଷରେ ତାଙ୍କର କାର୍ଯ୍ୟକ୍ରମରୁ ଆୟ ହୋଇଛି ଦୁଇକୋଟି ପଇଁତିରିଶ ଲକ୍ଷ ଅଣାଅଶି ହଜାର ଛଅଶହ ଚଉସ୍ତରୀ ଟଙ୍କା ଏବଂ ସେ ସ୍କୁଲ, ହସପିଟାଲ, ଲାଇବ୍ରେରୀ ଆଦି ଉପରେ ଖର୍ଚ୍ଚ କରିଛନ୍ତି ଦୁଇକୋଟି ପଇଁତିରିଶ ଲକ୍ଷ ଅଣାଅଶି ହଜାର ଛଅଶହ ଚଉସ୍ତରୀ ଟଙ୍କା । ସେ ଗୋଟିଏ ଟଙ୍କା ମଧ୍ୟ ନିଜ ପାଖରେ ରଖିନାହାନ୍ତି । ୟା’ପଛରେ ମଧ୍ୟ ଗୋଟିଏ ବିଚିତ୍ର କଥା ରହିଛି । କଥାଟି ଏମିତି ଯେ ଥରେ ଭାଇ ଜଗଦୀଶ ତ୍ରିବେଦୀ କହିଥିଲେ – ୨୦୧୭ ମସିହାରେ ଯେତେବେଳେ ତାଙ୍କୁ ପଚାଶ ବର୍ଷ ହୋଇଯିବ ତା’ପରଠାରୁ ତାଙ୍କ କାର୍ଯ୍ୟକ୍ରମରୁ ହେଉଥିବା ଆୟକୁ ସେ ଆଉ ଘରକୁ ନେବେନାହିଁ ବରଂ ସମାଜସେବା ପାଇଁ ଖର୍ଚ୍ଚ କରିବେ । ୨୦୧୭ ଠାରୁ ଆଜି ପର୍ଯ୍ୟନ୍ତ ସେ ପ୍ରାୟ ଆଠ କୋଟି ପଚସ୍ତରୀ ଲକ୍ଷ ଟଙ୍କା ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରିସାରିଲେଣି । ଜଣେ ହାସ୍ୟ କଳାକାର ନିଜ କଥା ମାଧ୍ୟମରେ ସମସ୍ତଙ୍କୁ ହସିବାକୁ ଖୋରାକ ଯୋଗାଇଥାନ୍ତି । କିନ୍ତୁ ତା’ଭିତରେ କେତେ ସମ୍ବେଦନା ଥାଏ ତାହା ଭାଇ ଜଗଦୀଶ ତ୍ରିବେଦୀ ଜୀଙ୍କ ଜୀବନରୁ ଜଣାପଡ଼ିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କ ପାଖରେ ତିନୋଟି ph.d. ଡିଗ୍ରୀ ଅଛି । ସେ ପଚସ୍ତରୀଟି ପୁସ୍ତକ ରଚନା କରିସାରିଛନ୍ତି ଯେଉଁଥିରୁ କେତେକକୁ ପୁରସ୍କାର ବି ମିଳିଛି । ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ସେ ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି । ମୁଁ ଭାଇ ଜଗଦୀଶ ତ୍ରିବେଦୀଙ୍କୁ ତାଙ୍କର ସାମାଜିକ କାର୍ଯ୍ୟ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି ।
ମୋର ପରିବାରଜନ, ଅଯୋଧ୍ୟାରେ ରାମମନ୍ଦିରକୁ ନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି । ଲୋକମାନେ ନିଜ ନିଜର ଭାବନାକୁ ଭିନ୍ନ ଭିନ୍ନ ଭାବରେ ବ୍ୟକ୍ତ କରୁଛନ୍ତି । ଆପଣମାନେ ଦେଖୁଥିବେ ଗତ କିଛିଦିନ ଭିତରେ ଶ୍ରୀରାମ ଓ ଅଯୋଧ୍ୟାକୁ ନେଇ ଅନେକ ଗୀତ, ନୂଆ ଭଜନ ଆଦି ପ୍ରସ୍ତୁତ ହୋଇଛି । ବହୁତ ଲୋକ ନୂଆ ନୂଆ କବିତା ବି ଲେଖୁଛନ୍ତି । ଏଥିରେ ବଡ଼ ବଡ଼ ଅନୁଭବୀ କଳାକାରମାନେ ତ ଅଛନ୍ତି ହେଲେ ନୂଆ ନୂଆ ଲେଖୁଥିବା ଅନେକ ବନ୍ଧୁମାନେ ମଧ୍ୟ ମନକୁ ଆକର୍ଷିତ କଲାଭଳି ଭଜନଗୁଡ଼ିଏ ଲେଖିଛନ୍ତି । କିଛି ଗୀତ ଆଉ ଭଜନକୁ ମୁଁ ବି ମୋ Social Mediaରେ share କରିଛି । ଏମିତି ଲାଗୁଛି କି କଳାଜଗତ ନିଜର ଅନୁପମ ଶୈଳୀରେ ଏହି ଐତିହାସିକ ମୁହୂର୍ତ୍ତର ସହଭାଗୀ ହେଉଛି । ମୋ ମନରେ ଗୋଟିଏ କଥା ଆସୁଛି - ଆମେ ସମସ୍ତେ ଏଭଳି ସମସ୍ତ ରଚନାକୁ ଗୋଟିଏ Common hashtag ସହିତ Share କରନ୍ତେ । ମୋର ଆପଣମାନଙ୍କୁ ଅନୁରୋଧ ଯେ ହ୍ୟାଶଟ୍ୟାଗ୍ ଶ୍ରୀରାମ ଭଜନ (^ (#SriRam bhajan)) ମାଧ୍ୟମରେ ଆପଣ ନିଜର ରଚନାକୁ Social Media ରେ share କରନ୍ତୁ । ଏହି ସଂକଳନଟି ଭାବ ଆଉ ଭକ୍ତିର ଏଭଳି ପ୍ରବାହଟିଏ ହେବ ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଶ୍ରୀରାମମୟ ହୋଇଯିବେ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କି ବାତ୍’ରେ ମୋ ସହିତ ବାସ୍ ଏତିକି । ୨୦୨୪ ଏବେ ମାତ୍ର କେତେ ଘଣ୍ଟା ଦୂରରେ । ଭାରତର ଉପଲବଧିଗୁଡ଼ିକ ପ୍ରତ୍ୟେକ ଭାରତବାସୀର ଉପଲବଧି । ଆମେମାନେ ପଞ୍ଚପ୍ରାଣକୁ ଧ୍ୟାନକରି ଭାରତର ବିକାଶ ପାଇଁ ନିରନ୍ତର ଲାଗିରହିବା ଦରକାର । ଆମେ ଯାହା ବି କାମ କରୁ, ଯେକୌଣସି ସିଦ୍ଧାନ୍ତ ନେଉ; ଆମର ସର୍ବପ୍ରଥମ ବିଚାର ଏହାହିଁ ହେବା ଦରକାର ଯେ - ଏଥିରୁ ଦେଶକୁ କ’ଣ ମିଳିବ, ଦେଶର କ’ଣ ଲାଭ ହେବ । ରାଷ୍ଟ୍ର ହିଁ ପ୍ରଥମ – Nation First ଏହାଠାରୁ ବଡ଼ କୌଣସି ମନ୍ତ୍ର ନାହିଁ। ଏହି ମନ୍ତ୍ରର ଅନୁସରଣ କରି ଆମେ ଭାରତୀୟ ଆମ ଦେଶକୁ ବିକଶିତ କରି ଗଢ଼ିବା, ଆତ୍ମନିର୍ଭରଶୀଳ କରିବା । ଆପଣମାନେ ସମସ୍ତେ ୨୦୨୪ରେ ସଫଳତାର ଶୀର୍ଷକୁ ପ୍ରାପ୍ତ ହୁଅନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ, ଲସଗ୍ଧ ରୁହନ୍ତୁ, ଖୁବ୍ ଆନନ୍ଦରେ ରୁହନ୍ତୁ – ଏହାହିଁ ମୋର ପ୍ରାର୍ଥନା । ପୁଣି ୨୦୨୪ରେ ଆମେ ପୁଣିଥରେ ଦେଶର ଲୋକମାନଙ୍କ ନୂତନ ଉପଲବଧି ବିଷୟରେ ଚର୍ଚ୍ଚା କରିବା । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣଙ୍କୁ ସ୍ୱାଗତ । ଏହି ନଭେମ୍ବର ୨୬କୁ ଆମେ କେବେହେଲେ ଭୁଲିପାରିବାନି । ଆଜିର ଦିନରେ ହିଁ ଦେଶ ଉପରେ ସବୁଠାରୁ ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ମୁମ୍ବାଇକୁ, ସମଗ୍ର ଦେଶକୁ ଦୋହଲାଇ ଦେଇଥିଲେ । କିନ୍ତୁ ଏହା ଭାରତର ସାମର୍ଥ୍ୟ ଯେ, ଆମେ ସେହି ଆକ୍ରମଣକୁ ପ୍ରତିହତ କଲୁ ଏବଂ ଏବେ ସମ୍ପୂର୍ଣ୍ଣ ସାହସର ସହିତ ଆତଙ୍କବାଦକୁ ମଧ୍ୟ ଦମନ କରିଚାଲିଛୁ । ମୁମ୍ବାଇ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ଆକ୍ରମଣରେ ଆମର ଯେଉଁ ବୀରମାନେ ଶହୀଦ ହୋଇଥିଲେ, ଆଜି ଦେଶ ସେମାନଙ୍କୁ ସ୍ମରଣ କରୁଛି ।
ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।
ବନ୍ଧୁଗଣ, ଆମେ ସମସ୍ତେ ଜାଣୁ ଯେ, ଏହି ସମ୍ବିଧାନ ପ୍ରଣୟନରେ ୨ ବର୍ଷ ୧୧ ମାସ ୧୮ ଦିନ ସମୟ ଲାଗିଥିଲା । ଶ୍ରୀ ସଚ୍ଚିଦାନନ୍ଦ ସିହ୍ନା ସମ୍ବିଧାନ ସଭାର ସବୁଠାରୁ ବୟସ୍କ ସଭ୍ୟ ଥିଲେ । ୬୦ରୁ ଅଧିକ ଦେଶର ସମ୍ବିଧାନଗୁଡ଼ିକର ଅଧ୍ୟୟନ ଏବଂ ସୁଦୀର୍ଘ ଆଲୋଚନା ପରେ ଆମ ସମ୍ବିଧାରର ଡ୍ରାଫ୍ଟ ତିଆରି ହୋଇଥିଲା । ଡ୍ରାଫ୍ଟ ତିଆରି ହେବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବା ପୂର୍ବରୁ ସେଥିରେ ୨,୦୦୦ ରୁ ଅଧିକ ସଂଶୋଧନ କରାଯାଇଥିଲା । ୧୯୫୦ ମସିହାରେ ସମ୍ବିଧାନ କାର୍ଯ୍ୟକାରୀ ହେବାପରେ ମଧ୍ୟ ଆଜିପର୍ଯ୍ୟନ୍ତ ମୋଟ ୧୦୬ ଥର ସମ୍ବିଧାନରେ ସଂଶୋଧନ କରାଯାଇଛି । ସମୟ, ପରିସ୍ଥିତି, ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାର ଭିନ୍ନ ଭିନ୍ନ ସମୟରେ ଏଥିରେ ସଂଶୋଧନ କଲେ । କିନ୍ତୁ ଏହା ଦୁର୍ଭାଗ୍ୟର ବିଷୟ ଯେ, ସମ୍ବିଧାନରେ ପ୍ରଥମ ସଂଶୋଧନ ଫ୍ରିଡମ୍ ଅଫ୍ ସ୍ପିଚ୍ ଏବଂ ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ର ଅଧିକାରକୁ ସୀମିତ କରିବା ପାଇଁ କରାଯାଇଥିଲା । ଅନ୍ୟପକ୍ଷରେ ସମ୍ବିଧାନର ୪୪ତମ ସଂଶୋଧନ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଇଥିଲା ।
ବନ୍ଧୁଗଣ, ଏହା ମଧ୍ୟ ବହୁତ ପ୍ରେରଣାଦାୟକ ଯେ, ସମ୍ବିଧାନ ସଭାର କିଛି ସଭ୍ୟଙ୍କୁ ମନୋନୀତ କରାଯାଇଥିଲା, ଯେଉଁଥିରେ ୧୫ ଜଣ ମହିଳା ଥଲେ । ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟା ହଂସା ମେହେତା ମହିଳାମାନଙ୍କ ଅଧିକାର ଏବଂ ସେମାନଙ୍କ ପାଇଁ ନ୍ୟାୟ ସପକ୍ଷରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ସେତେବେଳେ ଭାରତ ସେଭଳି କିଛି ଦେଶମାନଙ୍କ ସହ ସମକକ୍ଷ ଥିଲା, ଯେଉଁଠି ସମ୍ବିଧାନ ଜରିଆରେ ମହିଳାମାନଙ୍କୁ ମତଦାନର ଅଧିକାର ଦିଆଯାଇଥିଲା । ରାଷ୍ଟ୍ର ଗଠନରେ ଯଦି ସମସ୍ତଙ୍କ ଯୋଗଦାନ ରହିବ, ତେବେ ଯାଇ ସମସ୍ତଙ୍କ ବିକାଶ ହୋଇପାରିବ । ସମ୍ବିଧାନ ନିର୍ମାତାମାନଙ୍କ ସେହି ଦୂରଦୃଷ୍ଟିକୁ ଅନୁସରଣ କରି ଏବେ ଭାରତର ସଂସଦ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହୀତ କରିଥିବାରୁ ମୁଁ ସନ୍ତୋଷ ଅନୁଭବ କରୁଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମ ଗଣତନ୍ତ୍ରର ସଂକଳ୍ପ ଶକ୍ତିର ଏକ ଉଦାହରଣ । ଏହା ବିକଶିତ ଭାରତରେ, ଆମର ସଂକଳ୍ପକୁ ଗତିଶୀଳ କରିବାରେ ମଧ୍ୟ ସେତିକି ସହାୟକ ହେବ ।
ମୋର ପରିବାରଜନ, ଜନତା ଯେତେବେଳେ ରାଷ୍ଟ୍ର ଗଠନର ନେତୃତ୍ୱ ଗ୍ରହଣ କରିନିଅନ୍ତି, ସେତେବେଳେ ବିଶ୍ୱର କୌଣସି ଶକ୍ତି ସେହି ଦେଶକୁ ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରିପାରେନି । ଆଜି ଭାରତରେ ମଧ୍ୟ ଅନେକ ପରିବର୍ତ୍ତନର ନେତୃତ୍ୱ ୧୪୦ କୋଟି ଜନତା ହିଁ କରୁଥିବା ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେଉଛି । ଏହାର ଗୋଟିଏ ପ୍ରତ୍ୟକ୍ଷ ଉଦାହରଣ ଆମେ ଏହି ପାର୍ବଣ ଋତୁରେ ଦେଖିବାକୁ ପାଇଲୁ । ଗତ ମାସରେ ‘ମନ୍ କି ବାତ୍’ରେ ମୁଁ ଭୋକାଲ୍ ଫର୍ ଲୋକାଲ୍ ଅର୍ଥାତ ସ୍ଥାନୀୟ ଉତ୍ପାଦିତ ବସ୍ତୁଗୁଡ଼ିକ କ୍ରୟ କରିବା ଉପରେ ଗୁରୁତ୍ୱ ଦେଇଥିଲି । ବିଗତ କିଛିଦିନ ମଧ୍ୟରେ ହିଁ ଦୀପାବଳୀ, ଭ୍ରାତୃଦ୍ୱିତୀୟା ଏବଂ ଛଟ୍ ପର୍ବରେ ଦେଶରେ ଚାରି ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱର କାରବାର ହୋଇଛି ଏବଂ ଏହି ସମୟରେ ଭାରତରେ ନିର୍ମିତ ବସ୍ତୁଗୁଡ଼ିକ କିଣିବାରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏବେ ତ ପିଲାମାନେ ମଧ୍ୟ ଦୋକାନରେ କିଛି କିଣିବା ସମୟରେ ଦେଖୁଛନ୍ତି ଯେ ଏହା ଉପରେ ମେଡ୍ ଇନ୍ ଇଣ୍ଡିଆ ଲେଖା ହୋଇଛି କି ନାହିଁ । କେବଳ ସେତିକି ନୁହେଁ, ଅନ୍ଲାଇନ୍ ଜିନିଷ କ୍ରୟ ସମୟରେ ମଧ୍ୟ ଲୋକେ ସେଥିରେ କଂଟ୍ରି ଅଫ୍ ଅରିଜିନ୍ ଦେଖିବା ଭୁଲୁନାହାନ୍ତି ।
ବନ୍ଧୁଗଣ, ଯେମିତି ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା ପାଲଟିଛି, ସେହିଭଳି ଭୋକାଲ୍ ଫର୍ ଲୋକାଲ୍ ର ସଫଳତା ବିକଶିତ ଭାରତ – ସମୃଦ୍ଧ ଭାରତର ଦ୍ୱାର ଉନ୍ମୁକ୍ତ କରୁଛି । ଭୋକାଲ୍ ଫର୍ ଲୋକାଲ୍ ର ଏହି ଅଭିଯାନ ସାରା ଦେଶର ଅର୍ଥନୀତିକୁ ଦୃଢ଼ତା ପ୍ରଦାନ କରୁଛି । ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ହେଉଛି ରୋଜଗାରର ଗ୍ୟାରେଂଟି । ଏହା ହେଉଛି ବିକାଶର ଗ୍ୟାରେଣ୍ଟି, ଏହି ଦେଶର ସନ୍ତୁଳିତ ବିକାଶର ଗ୍ୟାରେଣ୍ଟି । ଏହାଦ୍ୱାରା ସହରୀ ଏବଂ ଗ୍ରାମାଞ୍ଚଳର ଲୋକେ ଉଭୟେ ସମାନ ସୁଯୋଗ ପାଉଛନ୍ତି । ଏହାଦ୍ୱାରା ସ୍ଥାନୀୟ ଉତ୍ପାଦିତ ବସ୍ତୁଗୁଡ଼ିକ ମୂଲ୍ୟଯୁକ୍ତ ହେବାର ମାର୍ଗ ମଧ୍ୟ ପ୍ରଶସ୍ତ ହେଉଛି । ଆଉ, ଯଦି ବିଶ୍ୱ ଅର୍ଥନୀତିରେ କିଛି ପରିବର୍ତ୍ତନ ହେଉଛି, ସେତେବେଳେ ଭୋକାଲ୍ ଫର୍ ଲୋକାଲ୍ ର ମନ୍ତ୍ର ଆମ ଅର୍ଥନୀତିକୁ ସୁରକ୍ଷା ମଧ୍ୟ ପ୍ରଦାନ କରୁଛି ।
ବନ୍ଧୁଗଣ, ଭାରତରେ ନିର୍ମିତ ବସ୍ତୁଗୁଡ଼ିକ ପ୍ରତି ଏହି ଭାବନା କେବଳ ପର୍ବପର୍ବାଣୀ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ । ବାହାଘର ଋତୁ ଆରମ୍ଭ ହୋଇସାରିଛି । କିଛି ବ୍ୟବସାୟ ସଂଗଠନ ଏହା ଅନୁମାନ କରୁଛନ୍ତି ଯେ, ଏହି ସମୟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇପାରେ । ବାହାଘର ପାଇଁ କିଣାକିଣି ସମୟରେ ମଧ୍ୟ ଆପଣମାନେ ଭାରତରେ ତିଆରି ଜିନିଷ କିଣିବା ଉପରେ ହିଁ ଗୁରୁତ୍ୱ ଦିଅନ୍ତୁ । ଆଉ ହଁ, ବାହାଘର କଥା ଯେତେବେଳେ ପଡ଼ିଛି, ସେତେବେଳେ କହୁଛି ଯେ, ଗୋଟିଏ କଥା ଅନେକ ଦିନରୁ ମୋତେ ବହୁତ ବ୍ୟଥିତ କରୁଛି । ମୋ ମନର ବେଦନା କଥା ମୋ ପରିବାରଜନଙ୍କୁ କହିବିନି ତ ଆଉ କାହାକୁ କହିବି? ଆପଣ ଚିନ୍ତା କରନ୍ତୁ, ଆଜିକାଲି କିଛି ପରିବାର ଦ୍ୱାରା ବିଦେଶକୁ ଯାଇ ବିବାହ କରିବାର ପରମ୍ପରା ସୃଷ୍ଟି ହୋଇଚାଲିଛି । ଏଭଳି କରିବା କ’ଣ ନିହାତି ଜରୁରୀ? ଭାରତ ମାଟିରେ, ଭାରତର ଲୋକଙ୍କ ଗହଣରେ ଯଦି ଆମେ ବିବାହ ଉତ୍ସବ ପାଳନ କରିବା, ତାହେଲେ ଦେଶର ଧନ ଦେଶ ଭିତରେ ହିଁ ରହିବ । ଦେଶର ଲୋକେ ଆପଣଙ୍କ ବିବାହୋତ୍ସବରେ କିଛି ନା କିଛି ସେବା କରିବାର ସୁଯୋଗ ପାଇବେ । କ୍ଷୁଦ୍ର, ଗରିବ ଲୋକେ ମଧ୍ୟ ଆପଣଙ୍କ ବିବାହୋତ୍ସବ କଥା ନିଜ ପିଲାମାନଙ୍କୁ କହିବେ । ଭୋକାଲ୍ ଫର୍ ଲୋକାଲ୍ ର ଏହି ମିଶନ୍କୁ ଆପଣ ଆହୁରି ଗତିଶୀଳ କରିପାରିବେ କି? ବିବାହାଦି ଉତ୍ସବ ଆମେ ଆମରି ଦେଶରେ କାହିଁକି ପାଳନ ନ କରିବା? ହୁଏତ, ଆଜି ଆପଣ ଚାହୁଁଥିବା ଭଳି ବ୍ୟବସ୍ଥା ଆପଣଙ୍କୁ ମିଳି ନ ପାରେ, କିନ୍ତୁ ଏଭଳି ଆୟୋଜନ କରିଚାଲିଲେ ସେହିଭଳି ବ୍ୟବସ୍ଥା ମଧ୍ୟ ଦେଶରେ ବିକଶିତ ହେବାରେ ଲାଗିବ । ଏହା ବହୁତ ବଡ଼ ପରିବାର ସହିତ ଜଡ଼ିତ ବିଷୟ । ମୁଁ ଆଶା କରୁଛି ଯେ, ମୋ ମନର ଏହି ବେଦନା ସେହି ବଡ଼ ବଡ଼ ପରିବାର ନିକଟରେ ନିଶ୍ଚିତ ଭାବେ ପହଂଚିବ ।
ମୋର ପରିବାରଜନ, ଏହି ପାର୍ବଣ ଋତୁରେ ଆଉ ଗୋଟିଏ ବଡ଼ ଟ୍ରେଣ୍ଡ ଦେଖିବାକୁ ମିଳିଲା । କ୍ରମାଗତ ଭାବେ ଦ୍ୱିତୀୟ ବର୍ଷରେ ମଧ୍ୟ ଦୀପାବଳୀ ସମୟରେ ଟଙ୍କା ଦିଆନିଆ କରି ଜିନିଷ କ୍ରୟ କରିବାର ପରମ୍ପରା ଧିରେ ଧିରେ ହ୍ରାସ ପାଇ ଚାଲିଛି । ଅର୍ଥାତ୍, ଲୋକେ ଏବେ ଅଧିକରୁ ଅଧିକ ଡିଜିଟାଲ୍ ପେମେଣ୍ଟ କରୁଛନ୍ତି । ଏକଥା ମଧ୍ୟ ଅତ୍ୟନ୍ତ ଉତ୍ସାହଜନକ । ଆପଣ ଆଉ ଗୋଟିଏ କାମ କରିପାରିବେ । ଆପଣ ସ୍ଥିର କରନ୍ତୁ ଯେ, ମାସେ ପର୍ଯ୍ୟନ୍ତ ଆପଣ କେବଳ ୟୁପିଆଇ କିମ୍ବା ଅନ୍ୟ କୌଣସି ଡିଜିଟାଲ୍ ମାଧ୍ୟମରେ ହିଁ ଟଙ୍କା ପ୍ରଦାନ କରିବେ, ନଗଦ କାରବାର କରିବେ ନାହିଁ । ଭାରତରେ ଡିଜିଟାଲ ବିପ୍ଳବ ଏହାକୁ ସମ୍ଭବ କରିସାରିଛି । ଆଉ, ମାସେ ପରେ ଆପଣମାନେ ମୋତେ ଏ ସମ୍ପର୍କରେ ନିଜର ଅନୁଭୂତି ଏବଂ ନିଜର ଫଟୋଟିଏ ନିଶ୍ଚୟ ପଠାନ୍ତୁ । ମୁଁ ଆପଣମାନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଉଛି ।
ମୋର ପରିବାରଜନ, ଆମର ଯୁବବନ୍ଧୁମାନେ ଦେଶକୁ ଆଉ ଗୋଟିଏ ବଡ଼ ଖୁସି ଖବର ପ୍ରଦାନ କରିଛନ୍ତି, ଯାହା ଆମ ସମସ୍ତଙ୍କୁ ଗର୍ବିତ କରୁଛି । ଇଣ୍ଟେଲିଜେନ୍ସ, ଆଇଡିଆ ଓ ଇନ୍ନୋଭେସନ୍ - ଆଜି ଭାରତୀୟ ଯୁବବର୍ଗର ପରିଚୟ ପାଲଟିଛି । ତା’ସହିତ ଟେକ୍ନୋଲଜି ଯୋଗହେବା ଫଳରେ ଲୋକମାନଙ୍କର ବୌଦ୍ଧିକ କ୍ଷମତା ନିରନ୍ତର ଭାବେ ବୃଦ୍ଧି ପାଇଚାଲିଛି । ଏହା ଦେଶର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏକଥା ଜାଣି ଆପଣଙ୍କୁ ଖୁସି ଲାଗିବ ଯେ, ୨୦୨୨ରେ ଭାରତୀୟମାନଙ୍କ ପ୍ୟାଟେଂଟ ଆବେଦନରେ ୩୧ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ୱାର୍ଲଡ୍ ଇଂଟେଲେକ୍ଚୁଆଲ ପ୍ରପର୍ଟି ଅର୍ଗାନାଇଜେସନ୍ ଗୋଟିଏ ଅତି କୌତୂହଳପ୍ରଦ ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ, ପ୍ୟାଟେଣ୍ଟ ଫାଇଲ୍ କରିବାରେ ଅଗ୍ରଣୀ ୧୦ଟି ଦେଶମାନଙ୍କ କ୍ଷେତ୍ରରେ ମଧ୍ୟ ଆଗରୁ ଏଭଳି ଦେଖାଯାଇନାହିଁ । ଏହି ସୁନ୍ଦର ଉପଲବ୍ଧି ପାଇଁ ମୁଁ ମୋର ଯୁବବନ୍ଧୁମାନଙ୍କୁ ଅନେକ ଅଭିନନ୍ଦନ ଜଣାଉଛି । ମୁଁ ମୋର ଯୁବବନ୍ଧୁମାନଙ୍କୁ ଭରସା ଦେବାକୁ ଚାହୁଁଛି ଯେ, ଦେଶ ପ୍ରତି ମୁହୁର୍ତ୍ତରେ ଆପଣମାନଙ୍କ ସହିତ ରହିଛି । ସରକାର ଯେଉଁ ପ୍ରାଶାସନିକ ଏବଂ ଆଇନଗତ ସଂଶୋଧନ କରିଛନ୍ତି, ଏହା ପରେ ଆଜି ଆମ ଯୁବବର୍ଗ ଏକ ନୂତନ ଶକ୍ତି ସହ ବିରାଟ ସ୍ତରରେ ଇନ୍ନୋଭେସନ୍ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ୧୦ ବର୍ଷ ପୂର୍ବର ପରିସଂଖ୍ୟାନ ସହ ତୁଳନା କଲେ, ଆଜି ଆମ ପ୍ୟାଟେଣ୍ଟକୁ ୧୦ ଗୁଣ ଅଧିକ ମଞ୍ଜୁରୀ ମିଳୁଛି। ଆମେ ସମସ୍ତେ ଜାଣୁ ଯେ, ପ୍ୟାଟେଣ୍ଟ ଯୋଗୁଁ କେବଳ ଦେଶର ଇଂଟେଲେକଚୁଆଲ୍ ପ୍ରପର୍ଟି ବୃଦ୍ଧି ପାଏ, ତାହା ନୁହେଁ, ବରଂ ଏହାଦ୍ୱାରା ନୂଆ ନୂଆ ସୁଯୋଗର ଦ୍ୱାର ମଧ୍ୟ ଉନ୍ମୁକ୍ତ ହୋଇଥାଏ । କେବଳ ସେତିକି ନୁହେଁ, ଏହା ଆମର ଷ୍ଟାର୍ଟ-ଅପ୍ ଗୁଡ଼ିକର ଶକ୍ତି ଏବଂ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ । ଆଜି ଆମ ସ୍କୁଲ ପିଲାମାନଙ୍କ ମଧ୍ୟରେ ବି ଇନ୍ନୋଭେସନ୍ର ଚିନ୍ତାଧାରା ବୃଦ୍ଧି ପାଇଚାଲିଛି । ଅଟଲ୍ ଟିଂକରିଂ ଲ୍ୟାବ୍, ଅଟଲ୍ ଇନ୍ନୋଭେସନ୍ ମିଶନ୍, କଲେଜଗୁଡ଼ିକ ମଧ୍ୟରେ ଇନ୍କ୍ୟୁବେଶନ୍ ସେଣ୍ଟର, ଷ୍ଟାର୍ଟ-ଅପ୍ ଇଣ୍ଡିଆ ଅଭିଯାନ, ଏଭଳି ନିରନ୍ତର ପ୍ରଚେଷ୍ଟାଗୁଡ଼ିକର ପରିଣାମ ଆଜି ଦେଶବାସୀମାନଙ୍କ ସମ୍ମୁଖରେ ରହିଛି । ଏହା ମଧ୍ୟ ଭାରତର ଯୁବଶକ୍ତି, ଭାରତର ଇନ୍ନୋଭେସନ୍ କ୍ଷମତାର ପ୍ରତ୍ୟକ୍ଷ ଉଦାହରଣ । ଏହି ଉତ୍ସାହର ସହିତ ଅଗ୍ରସର ହେବାଦ୍ୱାରା ହିଁ ଆମେ ବିକଶିତ ଭାରତର ସଂକଳ୍ପକୁ ପ୍ରାପ୍ତ କରି ଦେଖାଇବୁ । ତେଣୁ ମୁଁ ବାରମ୍ବାର କହୁଛି ଜୟ ଯବାନ୍, ଜୟ କିସାନ୍, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ।
ମୋର ପ୍ରିୟ ଦେଶବାସୀଗଣ, ଆପଣଙ୍କର ମନେଥିବ ଯେ କିଛିଦିନ ତଳେ "ମନ୍ କି ବାତ୍”ରେ ମୁଁ ଭାରତର କେତେକ ବଡ଼ ବଡ଼ ମେଳା ଉପରେ ଆଲୋଚନା କରିଥିଲି । ସେତେବେଳେ ଏପରି ଏକ ପ୍ରତିଯୋଗିତାର ବିଚାର ମନକୁ ଆସିଥିଲା, ଯେଉଁଥିରେ ଲୋକେ ମେଳା ସହିତ ସଂପୃକ୍ତ ଫଟୋଗୁଡ଼ିକୁ ଅନ୍ୟମାନଙ୍କୁ ଦେଖାଇବେ। ସଂସ୍କୃତି ମନ୍ତ୍ରଣାଳୟ ଏହାକୁ ନେଇ ମେଳା ମୋମେଣ୍ଟ୍ସ କଣ୍ଟେଷ୍ଟ୍ର ଆୟୋଜନ କରିଥିଲେ । ଆପଣ ଜାଣି ଖୁସିହେବେ ଯେ ଏଥିରେ ହଜାର ହଜାର ଲୋକ ଭାଗ ନେଇଥିଲେ ଏବଂ ବହୁତ ଲୋକ ପୁରସ୍କାର ମଧ୍ୟ ଜିତିଥିଲେ । କୋଲକାତାରେ ରହୁଥିବା ରାଜେଶ ଧର ଜୀ "ଚରକ ମେଳା”ରେ ବେଲୁନ ଓ ଖେଳଣା ବିକାଳିର ଅଦ୍ଭୁତ ଫଟୋ ପାଇଁ ପୁରସ୍କାର ଜିତିଥିଲେ । ଏହି ମେଳା ବଙ୍ଗଳାର ଗ୍ରାମାଞ୍ଚଳରେ ବହୁତ ଲୋକପ୍ରିୟ। ବାରାଣସୀର ହୋଲିକୁ Showcase କରିବା ପାଇଁ ଅନୁପମ ସିଂହ ଜୀଙ୍କୁ ମେଳା ପୋଟ୍ରେଟ୍ସର ପୁରସ୍କାର ମିଳିଥିଲା । ଅରୁଣ କୁମାର ନଲିମେଲା ଜୀ କୁଲସାଇ ଦଶହରା ସହିତ ସଂପୃକ୍ତ ଏକ ଆକର୍ଷଣୀୟ ଦିଗକୁ ଦେଖାଇଥିବାରୁ ପୁରସ୍କୃତ ହୋଇଥିଲେ । ସେହିପରି ପଣ୍ଢର୍ପୁରର ଭକ୍ତିଭାବକୁ ଦେଖାଉଥିବା ଫଟୋ ସବୁଠୁ ଅଧିକ ପସନ୍ଦ କରାଯାଇଥିବା ଫଟୋ ଭିତରେ ଅନ୍ତର୍ଭୁକ୍ତ ଥିଲା, ଯାହାକୁ ମହାରାଷ୍ଟ୍ରର ହିଁ ଜଣେ ଭଦ୍ରବ୍ୟକ୍ତି ଶ୍ରୀମାନ ରାହୁଲ ଜୀ ପଠାଇଥିଲେ । ଏହି ପ୍ରତିଯୋଗିତାରେ ବହୁତ ଚିତ୍ର, ମେଳାରେ ମିଳୁଥିବା ସ୍ଥାନୀୟ ବ୍ୟଞ୍ଜନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏଥିରେ ପୁରୁଲିଆରେ ରହୁଥିବା ଆଲୋକ ଅବିନାଶ ଜୀଙ୍କ ଫଟୋ ପୁରସ୍କାର ଜିତିଥିଲା । ସେ ଗୋଟିଏ ମେଳା ସମୟରେ ବଙ୍ଗଳାର ଗ୍ରାମାଞ୍ଚଳର ଖାଦ୍ୟପାନୀୟକୁ ଦେଖାଇଥିଲେ । ପ୍ରନବ ବସାକ ଜୀଙ୍କ ସେହି ଫଟୋ ମଧ୍ୟ ପୁରସ୍କୃତ ହୋଇଥିଲା, ଯେଉଁଥିରେ ଭଗୋରିୟା ମହୋତ୍ସବ ସମୟରେ ମହିଳାମାନେ କୁଲ୍ଫି ଖାଇବାର ଆନନ୍ଦ ନେଉଥିଲେ । ରୁମେଲା ଜୀ ଛତିଶଗଡ଼ର ଜଗଦଲପୁରରେ ଗୋଟିଏ ଗାଁର ମେଳାରେ ଭଜିୟା ଖାଉଥିବା ମହିଳାମାନଙ୍କର ଫଟୋ ପଠାଇଥିଲେ, ଏହାକୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ବନ୍ଧୁଗଣ, "ମନ୍ କି ବାତ୍” ମାଧ୍ୟମରେ ଆଜି ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସ୍କୁଲ୍, ପ୍ରତ୍ୟେକ ପଞ୍ଚାୟତକୁ, ମୁଁ ଆହ୍ୱାନ ଦେଉଛି ନିରନ୍ତର ସେମାନେ ଏହିପରି ପ୍ରତିଯୋଗିତାମାନ ଆୟୋଜନ କରନ୍ତୁ । ଆଜିକାଲି ତ ସୋସିଆଲ୍ ମିଡ଼ିଆର ଏତେ ଶକ୍ତି ଯେ ଟେକ୍ନୋଲୋଜି ଓ ମୋବାଇଲ ଘରେ ଘରେ ରହିଛି । ଆପଣଙ୍କ ଲୋକାଲ୍ ପର୍ବ ହେଉ ବା ଜିନିଷ, ସେଗୁଡ଼ିକୁ ଆପଣ ଏହି ଉପାୟରେ ଗ୍ଲୋବାଲ୍ ମଧ୍ୟ କରିପାରିବେ ।
ବନ୍ଧୁଗଣ, ଗାଁ ଗାଁରେ ହେଉଥିବା ମେଳା ଭଳି ଆମର ଏଠି ବିଭିନ୍ନ ନୃତ୍ୟର ମଧ୍ୟ ନିଜର ଐତିହ୍ୟ ରହିଛି । ଝାଡ଼ଖଣ୍ଡ, ଓଡ଼ିଶା, ବଙ୍ଗଳାର ଆଦିବାସୀବହୁଳ ଅଞ୍ଚଳରେ ଏକ ବହୁତ ପ୍ରସିଦ୍ଧ ନୃତ୍ୟ ଅଛି, ଯାହାକୁ ଛଉ ବୋଲି କୁହାଯାଏ । ୧୫ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ "ଏକ୍ ଭାରତ ଶ୍ରେଷ୍ଠ୍ ଭାରତ”ର ଭାବନା ସହିତ ଶ୍ରୀନଗରରେ ଛଉ ପର୍ବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ଛଉ ନୃତ୍ୟକୁ ଉପଭୋଗ କରିଥିଲେ । ଶ୍ରୀନଗରର ଯୁବପିଢ଼ିଙ୍କୁ ଛଉ ନୃତ୍ୟର ତାଲିମ ଦେବାପାଇଁ ଏକ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥିଲା । ସେହିପରି କିଛି ସପ୍ତାହ ତଳେ କଠୁଆ ଜିଲ୍ଲାରେ "ବସୋହଲି ଉତ୍ସବ” ଆୟୋଜିତ ହୋଇଥିଲା । ଏହି ସ୍ଥାନଟି ଜାମ୍ମୁଠାରୁ ଦେଢ଼ ଶହ କିଲୋମିଟର ଦୂର । ଏହି ଉତ୍ସବରେ ସ୍ଥାନୀୟ କଳା, ଲୋକନୃତ୍ୟ ଓ ପାରମ୍ପରିକ ରାମଲୀଳାର ଆୟୋଜନ କରାଯାଇଥିଲା ।
ବନ୍ଧୁଗଣ, ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟକୁ ସାଉଦି ଆରବରେ ମଧ୍ୟ ଅନୁଭବ କରାଯାଇଛି । ଏହି ମାସରେ ସାଉଦି ଆରବରେ “ସଂସ୍କୃତ ଉତ୍ସବ” ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ସ୍ୱୟଂ ଏକ ବହୁତ ନିଆରା କାର୍ଯ୍ୟକ୍ରମ ଥିଲା, କାରଣ ଏହି ସମଗ୍ର କାର୍ଯ୍ୟକ୍ରମଟି ସଂସ୍କୃତରେ ହୋଇଥିଲା । ଆଲୋଚନା, ସଂଗୀତ, ନୃତ୍ୟ, ସବୁକିଛି ସଂସ୍କୃତରେ, ଏଥିରେ ସେଠାକାର ସ୍ଥାନୀୟ ଲୋକ ମଧ୍ୟ ଭାଗ ନେଇଥିବା ଦେଖାଯାଇଥିଲା ।
ମୋର ପରିବାରଜନ, "ସ୍ୱଚ୍ଛ ଭାରତ” ଏବେ ସମଗ୍ର ଦେଶର ପ୍ରିୟ ବିଷୟ ହୋଇଯାଇଛି । ମୋର ତ ପ୍ରିୟ ବିଷୟ ସର୍ବଦା ହୋଇ ରହିଆସିଛି ଏବଂ ଏ ସମ୍ପର୍କରେ ମୁଁ ଯେତେବେଳେ ବି କିଛି ଖବର ପାଏ ମୋ ମନ ସେହି ଆଡ଼କୁ ଚାଲିଯାଏ ଆଉ ସ୍ୱାଭାବିକ ଭାବେ ତାହା “ମନ୍ କି ବାତ୍”ରେ ସ୍ଥାନ ପାଏ । ସ୍ୱଚ୍ଛ ଭାରତ ଅଭିଯାନ ପରିଷ୍କାର ପରିଚ୍ଛନ୍ନତା ଓ ସାର୍ବଜନୀନ ସ୍ୱଚ୍ଛତାକୁ ନେଇ ଲୋକଙ୍କର ଭାବନାକୁ ବଦଳାଇ ଦେଇଛି । ଏହି ଉଦ୍ୟମ ଆଜି ଜାତୀୟ ଭାବନାର ପ୍ରତୀକ ହୋଇସାରିଛି, ଯାହା କୋଟି କୋଟି ଦେଶବାସୀଙ୍କ ଜୀବନକୁ ଉତ୍ତମ କରିପାରିଛି । ଏହି ଅଭିଯାନ ଭିନ୍ନ ଭିନ୍ନ ଅଞ୍ଚଳର ଲୋକ, ବିଶେଷକରି ଯୁବପିଢ଼ିକୁ ସାମୂହିକ ଭାଗୀଦାରିତା ପାଇଁ ପ୍ରେରଣା ଦେଇଛି । ଏହିପରି ଏକ ପ୍ରଶଂସନୀୟ ପ୍ରୟାସ ସୁରତରେ ଦେଖିବାକୁ ମିଳିଛି । ଯୁବକଯୁବତୀଙ୍କର ଏକ ଦଳ ଏଠାରେ “ପ୍ରୋଜେକ୍ଟ ସୁରତ” ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ସୁରତକୁ ଏପରି ଏକ ମଡେଲ୍ ସହର ଭାବେ ବିକଶିତ କରିବା, ଯାହା ପରିଷ୍କାର ପରିଚ୍ଛନ୍ନତା ଓ ସ୍ଥାୟୀ ବିକାଶର ସବୁଠୁ ଭଲ ଉଦାହରଣ ହୋଇପାରିବ। “ସଫାଇ ସନ୍ଡେ” ନାମରେ ଆରମ୍ଭ ହୋଇଥିବା ଏହି ପ୍ରୟାସରେ ସୁରତର ଯୁବକଯୁବତୀ ପ୍ରଥମେ ସର୍ବସାଧାରଣ ସ୍ଥାନ ଓ ଡୁମାସ୍ ବେଳାଭୂମିର ସଫେଇ କରୁଥିଲେ । ପରେ ସେମାନେ ତାପୀ ନଦୀ କୂଳରେ ସଫେଇ କାର୍ଯ୍ୟରେ ମନୋନିବେଶ କଲେ ଓ ଆପଣ ଜାଣି ଖୁସିହେବେ ଯେ ଦେଖୁଦେଖୁ ଏଥିରେ ସଂପୃକ୍ତ ଲୋକଙ୍କ ସଂଖ୍ୟା ୫୦ ହଜାରକୁ ଟପିଯାଇଛି । ଲୋକଙ୍କଠାରୁ ମିଳୁଥିବା ସମର୍ଥନ ଦ୍ୱାରା ଦଳର ଆତ୍ମବିଶ୍ୱାସ ବଢ଼ିଛି । ଏହାପରେ ସେମାନେ ଅଳିଆ ଆବର୍ଜନା ଏକତ୍ର କରିବାର କାର୍ଯ୍ୟ ମଧ୍ୟ ଆରମ୍ଭ କଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦଳ ଲକ୍ଷ ଲକ୍ଷ କିଲୋ ଅଳିଆ ହଟାଇଛନ୍ତି । ସର୍ବନିମ୍ନ ସ୍ତରରେ କରାଯାଉଥିବା ଏହିଭଳି ପ୍ରୟାସ ବହୁତ ବଡ଼ ପରିବର୍ତ୍ତନକାରୀ ହୋଇଥାଏ ।
ବନ୍ଧୁଗଣ, ଗୁଜରାଟରୁ ଆଉ ଏକ ସୂଚନା ଆସିଛି । କିଛି ସପ୍ତାହ ତଳେ ସେଠାକାର ଅମ୍ବାଜୀରେ "ଭାଦରବୀ ପୂନମ୍ ମେଳା”ର ଆୟୋଜନ କରାଯାଇଥିଲା । ଏହି ମେଳାକୁ ୫୦ ଲକ୍ଷରୁ ଅଧିକ ଲୋକ ଆସିଥିଲେ । ଏହି ମେଳା ପ୍ରତିବର୍ଷ ହୋଇଥାଏ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଲା ଯେ ମେଳାକୁ ଆସିଥିବା ଲୋକେ ଗବ୍ବର ପାହାଡ଼ର ଏକ ବଡ଼ ଅଞ୍ଚଳରେ ସଫେଇ ଅଭିଯାନ ଚଳାଇଥିଲେ । ମନ୍ଦିର ଆଖପାଖର ସମଗ୍ର ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଏହି ଅଭିଯାନ ବହୁତ ପ୍ରେରଣାଦାୟକ ।
ବନ୍ଧୁଗଣ, ମୁଁ ସବୁବେଳେ କହେ ଯେ ସ୍ୱଚ୍ଛତା କୌଣସି ଗୋଟିଏ ଦିନ ବା ସପ୍ତାହର ଅଭିଯାନ ନୁହେଁ, ବରଂ ଏହା ଜୀବନସାରା ଚାଲିବାର କାର୍ଯ୍ୟ । ଆମେ ନିଜର ଆଖପାଖରେ ଏପରି ଲୋକଙ୍କୁ ମଧ୍ୟ ଦେଖୁ, ଯେଉଁମାନେ ନିଜର ସମଗ୍ର ଜୀବନ ସ୍ୱଚ୍ଛତା ସହିତ ସଂପୃକ୍ତ ବିଷୟ ଉପରେ ବିନିଯୋଗ କରିଛନ୍ତି । ତାମିଲନାଡୁର କୋଏମ୍ବାଟୁର ନିବାସୀ ଲୋଗାନାଥନ ଜୀ ମଧ୍ୟ ଅସାଧାରଣ ଅଟନ୍ତି । ପିଲାଦିନେ ଗରିବ ପିଲାମାନଙ୍କର ଫଟା କପଡ଼ାକୁ ଦେଖି ସେ ପ୍ରାୟ ବିମର୍ଷ ହୋଇଯାଉଥିଲେ । ଏହାପରେ ସେ ଏପରି ପିଲାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଜ୍ଞା କଲେ ଓ ନିଜ ଆୟର ଗୋଟିଏ ଭାଗ ସେମାନଙ୍କ ପାଇଁ ଦାନ କରିବାକୁ ଆରମ୍ଭ କରିଦେଲେ । ଯେତେବେଳେ ଟଙ୍କା ଅଭାବ ହେଉଥିଲା ଲୋଗାନାଥନ ଜୀଙ୍କୁ ଶୌଚାଳୟରେ ମଧ୍ୟ ସଫା କାମ କରିବାକୁ ପଡ଼ୁଥିଲା, ଯେପରିକି ଗରିବ ପିଲାମାନଙ୍କୁ ସାହାଯ୍ୟ କରାଯାଇପାରିବ । ସେ ଗତ ୨୫ ବର୍ଷ ଧରି ସମ୍ପୂର୍ଣ୍ଣ ସମର୍ପିତ ଭାବ ନେଇ ଏହି କାର୍ଯ୍ୟରେ ଲାଗିପଡ଼ିଛନ୍ତି ଏବଂ ଏ ପର୍ଯ୍ୟନ୍ତ ୧୫୦୦ରୁ ଅଧିକ ପିଲାଙ୍କୁ ସାହାଯ୍ୟ କରିସାରିଛନ୍ତି । ମୁଁ ପୁଣିଥରେ ଏପରି ପ୍ରୟାସର ପ୍ରଶଂସା କରୁଛି । ଦେଶସାରା ହେଉଥିବା ଏହିଭଳି ଅନେକ ପ୍ରୟାସ ଆମକୁ କେବଳ ପ୍ରେରଣା ଦିଏ ନାହିଁ, ବରଂ କିଛି ନୂଆ କରିବାକୁ ମଧ୍ୟ ଇଚ୍ଛାଶକ୍ତି ଜାଗ୍ରତ କରାଏ ।
ମୋର ପରିବାରଜନ, ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ଆହ୍ୱାନ ଭିତରୁ ଗୋଟିଏ ହେଲା “ଜଳ ସୁରକ୍ଷା”। ଜଳ ସଂରକ୍ଷଣ କରିବା ଜୀବନକୁ ବଞ୍ଚାଇବାଠୁ ଆଦୌ କମ୍ ନୁହେଁ । ଯେତେବେଳେ ଆମେ ସାମୂହିକତାର ଏହି ଭାବନା ସହିତ କୌଣସି କାର୍ଯ୍ୟ କରୁ, ସେତେବେଳେ ସଫଳତା ମିଳିବା ନିଶ୍ଚିତ । ଏହାର ଏକ ଉଦାହରଣ ଦେଶର ପ୍ରତି ଜିଲାରେ ତିଆରି ହେଉଥିବା “ଅମୃତ ସରୋବର” ମଧ୍ୟ । “ଅମୃତ ମହୋତ୍ସବ” ସମୟରେ ଭାରତରେ ଯେଉଁ ୬୫ ହଜାରରୁ ଅଧିକ “ଅମୃତ ସରୋବର” ନିର୍ମାଣ କରାଯାଇଛି, ତାହା ଆଗାମୀ ପିଢ଼ି ପାଇଁ ଲାଭଦାୟକ ହେବ । ଏବେ ଆମର ଏହା ମଧ୍ୟ ଦାୟିତ୍ୱ ଯେ ଯେଉଁଠି “ଅମୃତ ସରୋବର” ହୋଇଛି, ତା'ର ନିରନ୍ତର ରକ୍ଷଣାବେକ୍ଷଣ କରିବା, ଯେପରିକି ତାହା ଜଳ ସଂରକ୍ଷଣର ପ୍ରମୁଖ ଉତ୍ସ ହୋଇ ରହିଥିବ ।
ବନ୍ଧୁଗଣ, ଜଳ ସଂରକ୍ଷଣ ସମ୍ବନ୍ଧରେ ଏଇ ଆଲୋଚନା ଭିତରେ ମୋତେ ଗୁଜରାଟର ‘ଅମରେଲି’ରେ ହୋଇଥିବା ଜଳ ଉତ୍ସବ କଥା ଜଣାପଡ଼ିଲା । ଗୁଜରାଟରେ ବାରମାସ ଧରି ପ୍ରବାହିତ ନଦୀର ଅଭାବ ରହିଛି । ତେଣୁ ଲୋକମାନଙ୍କୁ ବର୍ଷାପାଣି ଉପରେ ଅଧିକ ନିର୍ଭର କରିବାକୁ ପଡ଼େ । ଗତ ୨୦-୨୫ ବର୍ଷ ଭିତରେ ସରକାର ଏବଂ ସାମାଜିକ ସଂଗଠନମାନଙ୍କ ପ୍ରୟାସ ଯୋଗୁଁ ସେଠାକାର ସ୍ଥିତିରେ ପରିବର୍ତ୍ତନ ଆସିଛି ଏବଂ ସେଥିପାଇଁ ଜଳ ଉତ୍ସବର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଅମରେଲିରେ ହୋଇଥିବା ଜଳ ଉତ୍ସବ ମାଧ୍ୟମରେ ଲୋକମାନଙ୍କ ଭିତରେ ଜଳ ସଂରକ୍ଷଣ ଏବଂ ହ୍ରଦଗୁଡ଼ିକର ସଂରକ୍ଷଣ ଦିଗରେ ସଚେତନତା ବୃଦ୍ଧି କରାଯାଇଥାଏ । ଏଥିରେ Water Sports କୁ ମଧ୍ୟ ଉତ୍ସାହିତ କରାଗଲା ଏବଂ Water Security ବିଷୟରେ ବିଶେଷଜ୍ଞମାନଙ୍କ ମଧ୍ୟରେ ଚର୍ଚ୍ଚା କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକମାନଙ୍କ ତ୍ରିରଙ୍ଗା Water Fountain ଖୁବ୍ ପସନ୍ଦ ହୋଇଥିଲା । ଏହି ଜଳ ଉତ୍ସବର ଆୟୋଜନ ସୁରତର ଖ୍ୟାତନାମା ହୀରାବ୍ୟବସାୟୀ ସାବଜୀ ଭାଇ ଢୋଲକିଆ ଫାଉଣ୍ଡେସନ କରିଥିଲା । ଏଥିରେ ଯୋଗଦାନ କରିଥିବା ସବୁ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଜଳ ସଂରକ୍ଷଣ ଦିଗରେ ଏହିଭଳି କାର୍ଯ୍ୟକ୍ରମ ପାଇଁ ଶୁଭକାମନା ଜଣାଉଛି ।
ମୋର ପରିବାରଜନ, ଆଜି ସାରା ଦୁନିଆରେ କୌଶଳ ବିକାଶର ମହତ୍ତ୍ୱକୁ ସ୍ୱୀକାର କରାଯାଉଛି । ଯେତେବେଳେ ଆମେ କାହାରିକୁ ଗୋଟିଏ କୌଶଳ ଶିଖାଉଛୁ, ସେତେବେଳେ ତାକୁ ଖାଲି କୁଶଳତା ନୁହେଁ ତା’ ସାଥିରେ ରୋଜଗାରର ଗୋଟିଏ ମାଧ୍ୟମ ମଧ୍ୟ ମିଳିଯାଉଛି । ଯେତେବେଳେ ମୁଁ ଜାଣିଲି ଯେ ଗୋଟିଏ ସଂସ୍ଥା ଗତ ଚାରିଦଶନ୍ଧି ଧରି ଦକ୍ଷତା ବିକାଶ କାମରେ ଲାଗିଛି, ମୋତେ ଆହୁରି ଖୁସି ଲାଗିଲା । ଏହି ସଂସ୍ଥାଟି ହେଉଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଏବଂ ତା’ର ନାମ ହେଉଛି ‘ବେଲ୍ଜିପୁରମ୍ ୟୁଥ୍ କ୍ଲବ’ । ଦକ୍ଷତା ବିକାଶ ଉପରେ ଧ୍ୟାନକେନ୍ଦ୍ରିତ କରି ‘ବେଲ୍ଜିପୁରମ୍ ୟୁଥ୍ କ୍ଲବ’ ପ୍ରାୟ ସାତହଜାର ମହିଳାଙ୍କୁ ସଶକ୍ତ କରିପାରିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଆଜି ନିଜ ବଳରେ କିଛି କାମ କରିପାରୁଛନ୍ତି । ଏହି ସଂସ୍ଥା ଶିଶୁ ଶ୍ରମିକ ଭାବେ କାମ କରୁଥିବା ପିଲାମାନଙ୍କୁ ମଧ୍ୟ କିଛି ନା କିଛି କୌଶଳ ଶିଖେଇ ସେମାନଙ୍କୁ ଦୁର୍ଗତିରୁ ଉଦ୍ଧାର କରିବାରେ ସାହାଯ୍ୟ କରିଛନ୍ତି । ‘ବେଲ୍ଜିପୁରମ୍ ୟୁଥ କ୍ଲବ୍’ର ସଭ୍ୟମାନେ କୃଷକ ଉତ୍ପାଦନ ସଂଘ ବା FPO ସହିତ ଜଡ଼ିତ କୃଷକମାନଙ୍କୁ କୌଶଳ ପ୍ରଶିକ୍ଷଣ ଦେଇଛନ୍ତି ଯାହାଦ୍ୱାରା ଅନେକ କୃଷକ ସଶକ୍ତ ହୋଇପାରିଛନ୍ତି । ଏହି ୟୁଥ୍ କ୍ଲବ୍ ସ୍ୱଚ୍ଛତା ସମ୍ପର୍କରେ ମଧ୍ୟ ଗାଁ ଗାଁରେ ସଚେତନତା ସୃଷ୍ଟି କରୁଛନ୍ତି । ଏମାନେ ଅନେକ ଶୌଚାଳୟ ନିର୍ମାଣରେ ମଧ୍ୟ ସହାୟତା କରିଛନ୍ତି । ଦକ୍ଷତା ବିକାଶ ପାଇଁ ଏହି ସଂସ୍ଥା ସହ ସମ୍ପୃକ୍ତ ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ପ୍ରଶଂସା କରୁଛି । ଆଜି ଦେଶର ଗାଁ ଗାଁରେ ଦକ୍ଷତା ବିକାଶ ପାଇଁ ଏହିଭଳି ସାମାଜିକ ପ୍ରୟାସର ଆବଶ୍ୟକତା ଅଛି ।
ସାଥିଗଣ, ଯେତେବେଳେ କୌଣସି ଗୋଟିଏ ଲକ୍ଷ୍ୟ ପାଇଁ ସାମୂହିକ ପ୍ରୟାସ ହୁଏ ସେତେବେଳେ ସଫଳତାର ହାର ମଧ୍ୟ ଆହୁରି ଅଧିକ ହୋଇଥାଏ । ମୁଁ ଆପଣମାନଙ୍କୁ ଲଦ୍ଦାଖ୍ର ଗୋଟିଏ ପ୍ରେରଣାଦାୟକ ଉଦାହରଣ ଶୁଣାଇବାକୁ ଚାହେଁ । ଆପଣମାନେ ‘ପଶ୍ମିନା’ ଶାଲ୍ ସମ୍ପର୍କରେ ତ ଶୁଣିଥିବେ ନିଶ୍ଚୟ । ବିଗତ କିଛିଦିନ ଧରି ଲଦ୍ଦାଖୀ ପଶମିନା ସମ୍ପର୍କରେ ବହୁତ ଚର୍ଚ୍ଚା ହେଉଛି । ଲଦ୍ଦାଖୀ ପଶମିନା Looms of Laddakh ନାମରେ ସାରା ଦୁନିଆର ବଜାରରେ ପହଞ୍ଚିଗଲାଣି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାକୁ ତିଆରି କରିବାରେ ୧୫ଟି ଗାଁର ପ୍ରାୟ ୪୫୦ରୁ ଅଧିକ ମହିଳା ସାମିଲ୍ ହୋଇଛନ୍ତି । ଆଗରୁ ସେମାନେ ନିଜ ଗାଁର ଏହି ଉତ୍ପାଦଗୁଡ଼ିକୁ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ହିଁ ବିକ୍ରି କରୁଥିଲେ । କିନ୍ତୁ ଆଜିର ଏଇ ଊସଶସଗ୍ଧବକ୍ଷ ଭାରତର ଯୁଗରେ ସେମାନଙ୍କ ଦ୍ୱାରା ତିଆରି ଏହି ଜିନିଷଗୁଡ଼ିକ ସାରା ବିଶ୍ୱର ଭିନ୍ନ ଭିନ୍ନ ବଜାରମାନଙ୍କରେ ପହଞ୍ôଚବାରେ ଲାଗିଲାଣି । ଅର୍ଥାତ ଆମର ଲୋକାଲ ଏବେ ଗ୍ଲୋବାଲ ହେଉଛି ଏବଂ ୟା’ଦ୍ୱାରା ଏହି ମହିଳାମାନଙ୍କର ରୋଜଗାର ମଧ୍ୟ ବଢ଼ିଛି ।
ସାଥିଗଣ, ନାରୀଶକ୍ତିର ଏହିଭଳି ସଫଳତା ଆଜି ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳୁଛି । ଏହିଭଳି କଥାଗୁଡ଼ିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି, ଆଉ ଏକଥା କହିବା ପାଇଁ ‘ମନ କି ବାତ୍’ଠାରୁ ବଢ଼ିଆ ମାଧ୍ୟମ ଆଉ କ’ଣ ହୋଇପାରେ? ତେଣୁ ଆପଣମାନେ ମଧ୍ୟ ଏହିଭଳି କଥାଗୁଡ଼ିକୁ ମୋ ସହିତ ସେୟାର କରନ୍ତୁ । ମୁଁ ମଧ୍ୟ ସେଗୁଡ଼ିକୁ ଆପଣମାନଙ୍କୁ ଜଣାଇବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବି ।
ମୋର ପରିବାରଜନ, ‘ମନ୍ କି ବାତ୍’ରେ ଆମେ ଏହିଭଳି ସାମୂହିକ ପ୍ରୟାସଗୁଡ଼ିକ ସମ୍ବନ୍ଧରେ ଚର୍ଚ୍ଚା କରିଆସୁଛୁ9। ଯାହାଦ୍ୱାରା ସମାଜରେ ବଡ଼ ବଡ଼ ପରିବର୍ତ୍ତନ ହୋଇପାରୁଛି । ‘ମନ୍ କି ବାତ୍’ର ଆଉ ଗୋଟିଏ ଉପଲବଧି ହେଉଛି, ଏହା ଘରେ ଘରେ ରେଡ଼ିଓକୁ ଅଧିକ ଲୋକପ୍ରିୟ କରାଇଦେଇଛି । MyGov ମାଧ୍ୟମରେ ମୋତେ ଉତ୍ତରପ୍ରଦେଶ ‘ଅମରୋହା’ର ରାମସିଂହ ବୌଦ୍ଧଙ୍କ ଗୋଟିଏ ପତ୍ର ମିଳିଛି । ରାମ ସିଂହଜୀ ଗତ କେତେ ଦଶନ୍ଧି ଧରି ରେଡ଼ିଓ ସଂଗ୍ରହ କରିବାରେ ଲାଗିଛନ୍ତି । ସେ କହନ୍ତି ଯେ ‘ମନ୍ କି ବାତ୍’ ଆରମ୍ଭ ହେବା ପରଠାରୁ ତାଙ୍କର ରେଡ଼ିଓ ମ୍ୟୁଜିୟମ୍ ପ୍ରତି ଲୋକମାନଙ୍କର ଉତ୍ସୁକତା ଅଧିକ ବଢ଼ିଯାଇଛି । ଏହିଭଳି ‘ମନ୍ କି ବାତ୍’ ଦ୍ୱାରା ପ୍ରେରିତ ହୋଇ ଅହମ୍ମଦାବାଦ ନିକଟସ୍ଥ ତୀର୍ଥଧାମ ପ୍ରେରଣାତୀର୍ଥ ଗୋଟିଏ ସୁନ୍ଦର ପ୍ରଦର୍ଶନୀ ଲଗାଇଛନ୍ତି । ଏଥିରେ ଦେଶବିଦେଶର ଶହେରୁ ଅଧିକ Antique Radioରଖାଯାଇଛି । ଏଠାରେ ‘ମନ୍ କି ବାତ୍’ର ଆଜିପର୍ଯ୍ୟନ୍ତ ହୋଇଥିବା ସମସ୍ତ ଅଧ୍ୟାୟକୁ ଶୁଣାଯାଇପାରିବ । ଆହୁରି ଅନେକ ଉଦାହରଣ ଅଛି ଯେଉଁଥିରୁ ‘ମନ୍ କି ବାତ୍’ ଦ୍ୱାରା ଉତ୍ସାହିତ ହୋଇ ଲୋକମାନେ କେମିତି ନିଜେ କିଛି କରିବାରେ କ୍ଷମ ହୋଇଛନ୍ତି ତାହା ଜଣାପଡ଼ିବ । ଏହିଭଳି ଏକ ଉଦାହରଣ ହେଉଛି କର୍ଣ୍ଣାଟକର ଚାମରାଜନଗରର ବର୍ଷାଜୀଙ୍କ କଥା ଯିଏ କି ‘ମନ୍ କି ବାତ୍’ ଦ୍ୱାରା ପ୍ରେରିତ ହୋଇ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛନ୍ତି । କାର୍ଯ୍ୟକ୍ରମର ଗୋଟିଏ ଅଧ୍ୟାୟ ଦ୍ୱାରା ପ୍ରେରିତ ହୋଇ ସେ କଦଳୀରୁ ଜୈବିକ ସାର ତିଆରି କରିବାର କାମ ଆରମ୍ଭ କଲେ । ପ୍ରକୃତି ପ୍ରତି ବହୁତ ଆକର୍ଷିତ ଥିବା ବର୍ଷାଜୀଙ୍କର ଏ ଉଦ୍ୟମ ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ନେଇ ଆସିଛି।
ମୋର ପରିବାରଜନ, ଆସନ୍ତାକାଲି ୨୭ ନଭେମ୍ବର ଦିନ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଏହି ଦିନ ଦେବ ଦୀପାବଳୀ ମଧ୍ୟ ପାଳନ କରାଯାଏ । ମୋର ତ ଇଚ୍ଛା ହୁଏ ଯେ ମୁଁ କାଶୀର ଦେବ ଦୀପାବଳୀ ଉତ୍ସବ ନିଶ୍ଚୟ ଦେଖନ୍ତି । କିନ୍ତୁ ଏଥର ତ ମୁଁ ବନାରସ୍ ଯାଇପାରୁନି, ହେଲେ ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ବନାରସ୍ର ଲୋକମାନଙ୍କୁ ଶୁଭକାମନା ଜଣାଉଛି । ଏଥର ମଧ୍ୟ କାଶୀର ଘାଟମାନଙ୍କରେ ଲକ୍ଷ ଲକ୍ଷ ଦୀପ ଜଳାହେବ, ଭବ୍ୟ ଆରତି ହେବ, 'ଲେଜର ସୋ' ହେବ, ଦେଶବିଦେଶରୁ ଲକ୍ଷ ଲକ୍ଷ ଲୋକ ‘ଦେବ ଦୀପାବଳୀ’ର ଆନନ୍ଦ ଅନୁଭବ କରିବେ ।
ସାଥିଗଣ, କାଲି ପୂର୍ଣ୍ଣିମା ଦିନ ହିଁ ଗୁରୁନାନକ ଦେବଙ୍କର ପ୍ରକାଶ ପର୍ବ । ଗୁରୁ ନାନକଜୀଙ୍କ ଅମୂଲ୍ୟ ସନ୍ଦେଶ ଖାଲି ଭାରତ ନୁହେଁ ସାରା ଦୁନିଆ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ଏବଂ ପ୍ରାସଙ୍ଗିକ ମଧ୍ୟ । ଏହା ଆମକୁ ସାତ୍ୱିକତା, ସଦ୍ଭାବନା ସହିତ ଦୁନିଆ ପ୍ରତି ସମର୍ପିତ ହେବାପାଇଁ ମଧ୍ୟ ପ୍ରେରଣା ଦେଇଥାଏ । ଗୁରୁନାନକ ଦେବଜୀ ସେବା ଭାବନା, ସେବା କାର୍ଯ୍ୟର ଯେଉଁ ଶିକ୍ଷା ଦେଇଛନ୍ତି, ଆମର ଶିଖ୍ ଭାଇ ଭଉଣୀମାନେ ସାରା ବିଶ୍ୱରେ ତା’ର ପାଳନ କରୁଥିବାର ଦେଖାଯାଏ । ମୁଁ ‘ମନ୍ କି ବାତ୍’ର ସମସ୍ତ ଶ୍ରୋତାମାନଙ୍କୁ ଗୁରୁନାନକ ଦେବଙ୍କର ପ୍ରକାଶ ପର୍ବ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ।
ମୋର ପରିବାରଜନ, ‘ମନ୍ କି ବାତ୍’ରେ ମୋ ସହିତ ଏଥର ଏତିକି । ଦେଖୁ ଦେଖୁ ୨୦୨୩ ସମାପ୍ତ ହେବାକୁ ଯାଉଛି, ଆଉ ଆମ୍ଭେମାନେ ସବୁଥର ଭଳି ଏଥର ମଧ୍ୟ ଭାବୁଛୁ ଯେ, ଆରେ ଏତେ ବଡ଼ ବର୍ଷଟା ଏତେ ଶୀଘ୍ର ସରିଗଲା । କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ଏ ବର୍ଷଟି ଭାରତ ପାଇଁ ଅସୀମ ଉପଲବଧିର ବର୍ଷ ଥିଲା । ଭାରତର ଉପଲବଧି ହେଉଛି ପ୍ରତ୍ୟେକ ଭାରତୀୟର ଉପଲବଧି । ମୁଁ ଖୁସି ଯେ ‘ମନ୍ କି ବାତ୍’ ଏହି ଉପଲବଧିଗୁଡ଼ିକୁ ସମସ୍ତଙ୍କ ଆଗକୁ ନେଇଯିବାର ଗୋଟିଏ ସଶକ୍ତ ମାଧ୍ୟମ ହୋଇଛି । ଆସନ୍ତାଥର ଦେଶବାସୀମାନଙ୍କର ବହୁତ ସଫଳତାଗୁଡ଼ିକ ବିଷୟରେ ଆପଣମାନଙ୍କ ସହିତ ଚର୍ଚ୍ଚା ହେବ । ସେପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ । ବହୁତ୍ ବହୁତ୍ ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ଏହି ଅଧ୍ୟାୟ ଏଭଳି ସମୟରେ ହେଉଛି, ଯେତେବେଳେ ସାରା ଦେଶରେ ଉତ୍ସବର ବାତାବରଣ ରହିଛି । ଆପଣ ସମସ୍ତଙ୍କୁ ଆଗାମୀ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଅଭିନନ୍ଦନ ।
ବନ୍ଧୁଗଣ, ଉତ୍ସବର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଦିଲ୍ଲୀର ଗୋଟିଏ ଖବରରୁ ହିଁ ମୁଁ ‘ମନ୍ କି ବାତ୍’କୁ ଆରମ୍ଭ କରିବାକୁ ଚାହୁଁଛି । ଏହି ମାସ ଆରମ୍ଭରେ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ରେକର୍ଡ଼ ସଂଖ୍ୟକ ଖଦି ବସ୍ତ୍ର ବିକ୍ରି ହୋଇଛି । ଏଠାରେ କନଟ୍ ପ୍ଲେସ୍ରେ ମାତ୍ର ଗୋଟିଏ ଖଦି ଷ୍ଟୋର୍ରେ ଗୋଟିଏ ଦିନରେ ଲୋକେ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବସ୍ତ୍ର କିଣିଛନ୍ତି । ଚଳିତ ମାସରେ ଚାଲିଥିବା ଖଦି ମହୋତ୍ସବ ପୁଣିଥରେ ଏହାର ସମସ୍ତ ପୁରୁଣା ରେକର୍ଡ଼ ଭଙ୍ଗ କରିଦେଇଛି । ଆଉ ଗୋଟିଏ କଥା ଜାଣି ଆପଣଙ୍କୁ ବହୁତ ଭଲ ଲାଗିବ, ଦଶବର୍ଷ ଆଗରୁ ଯେଉଁ ଖଦି ଉତ୍ପାଦଗୁଡ଼ିକର ବିକ୍ରି ବଡ଼ କଷ୍ଟରେ ୩୦ ହଜାର କୋଟି ଟଙ୍କାରୁୁ ମଧ୍ୟ କମ ରହୁଥିଲା, ଏବେ ଏହା ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ହୋଇଯାଇଛି । ଖଦି ବିକ୍ରୟ ବୃଦ୍ଧି ପାଇବାର ଅର୍ଥ ହେଲା ଏହାର ଲାଭ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଖକୁ ପହଂଚୁଛି । ଏହି ବିକ୍ରୟର ଲାଭ ଆମ ବୁଣାକାର, ହସ୍ତଶିଳ୍ପ କାରିଗର, ଆମ ଚାଷୀ, ଆୟୁର୍ବେଦିକ ଗୁଳ୍ମ ଲଗାଉଥିବା କୁଟୀର ଉଦ୍ୟୋଗୀ - ସମସ୍ତଙ୍କୁ ମିଳୁଛି । ଆଉ, ଏହାହିଁ ତ ହେଉଛି, ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଶକ୍ତି । ଧିରେ ଧିରେ ଆପଣ ସମସ୍ତ ଦେଶବାସୀଙ୍କ ସମର୍ଥନ ଏଥି ପ୍ରତି ବୃଦ୍ଧି ପାଇଚାଲିଛି ।
ବନ୍ଧୁଗଣ, ଆଜି ମୁଁ ମୋର ଆଉ ଗୋଟିଏ ଅନୁରୋଧ ଆପଣମାନଙ୍କ ଆଗରେ ଦୋହରାଇବାକୁ ଚାହୁଁଛି । ଅତ୍ୟନ୍ତ ଆନ୍ତରିକତାର ସହ ଦୋହରାଇବାକୁ ଚାହୁଁଛି । ଆପଣ ଯେତେବେଳେ ବି କୌଣସି ପର୍ଯ୍ୟଟନ, ତୀର୍ଥାଟନ ଉଦ୍ଦେଶ୍ୟରେ ଯାଉଛନ୍ତି, ସେତେବେଳେ ସେଠାକାର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଜିନିଷମାନ ନିଶ୍ଚୟ କିଣନ୍ତୁ । ଆପଣ ନିଜର ସେହି ଯାତ୍ରାର ସମୁଦାୟ ବଜେଟ୍ରୁ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣିବା ପାଇଁ କିଛି ଅଂଶ ନିର୍ଦ୍ଧାରିତ କରିବାକୁ ଅଗ୍ରାଧିକାର ଦିଅନ୍ତୁ । ୧୦ ପ୍ରତିଶତ ହେଉ, ୨୦ ପ୍ରତିଶତ ହେଉ, ଯେତିକି ଆପଣଙ୍କୁ ସୁବିଧା ହେଉଛି, ଲୋକାଲ୍ ଉତ୍ପାଦ କିଣିବାରେ ଏହାକୁ ଖର୍ଚ୍ଚ କରନ୍ତୁ ଏବଂ ସେହି ସ୍ଥାନରେ ହିଁ ଖର୍ଚ୍ଚ କରନ୍ତୁ ।
ବନ୍ଧୁଗଣ, ପ୍ରତିଥର ପରି ଏଥର ମଧ୍ୟ, ଆମ ପର୍ବପର୍ବାଣୀରେ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆମ ଅଗ୍ରାଧିକାର ରହୁ । ଆମେ ମିଶିକରି ସେହି ସ୍ୱପ୍ନକୁ ପୂରଣ କରିବା । ଆମର ସ୍ୱପ୍ନ ହେଉଛି ଆତ୍ମନିର୍ଭର ଭାରତ । ଏଥର ସେହିଭଳି ବସ୍ତୁ ଦ୍ୱାରା ଘରକୁ ଆଲୋକିତ କରନ୍ତୁ, ଯେଉଁଥିରେ ମୋର କୌଣସି ଦେଶବାସୀର ସ୍ୱେଦର ମହକ ଥିବ, ମୋ ଦେଶର କୌଣସି ଯୁବକର ପ୍ରତିଭା ଥିବ, ସେହି ଜିନିଷ ତିଆରି ହେବାରେ ମୋ ଦେଶବାସୀ ରୋଜଗାର ପାଇଥିବେ! ଆମ ଦୈନନ୍ଦିନ ଆବଶ୍ୟକତାର ଯେକୌଣସି ଜିନିଷ ହେଉ, ଆମେ କେବଳ ଲୋକାଲ୍ ହିଁ କିଣିବା । କିନ୍ତୁ ଆଉ ଗୋଟିଏ କଥା ଉପରେ ଆପଣଙ୍କୁ ଦୃଷ୍ଟି ଦେବାକୁ ହେବ । ଭୋକାଲ୍ ଫର୍ ଲୋକାଲ୍ର ଏହି ଭାବନା କେବଳ ଉତ୍ସବ ସମୟର କିଣାକିଣି ମଧ୍ୟରେ ସୀମିତ ନୁହେଁ, କାରଣ ମୁଁ ଦେଖିଛି ଯେ, ଦୀପାବଳୀ ପାଇଁ ମାଟି ଦୀପ କିଣି ସେ କଥାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖନ୍ତି ଭୋକାଲ୍ ଫର୍ ଲୋକାଲ୍ । ଆରେ ନା! ଇଏ ତ କେବଳ ଆରମ୍ଭ ମାତ୍ର । ଆମକୁ ଆହୁରି ବହୁତ ଆଗକୁ ଯିବାକୁ ହେବ । ଜୀବନର ପ୍ରତ୍ୟେକ ଆବଶ୍ୟକତା - ଏବେ ଆମ ଦେଶରେ ସବୁ କିଛି ଉପଲବ୍ଧ । ଏହି ଦୃଷ୍ଟିଭଙ୍ଗୀ କେବଳ ଉଠାଦୋକାନୀ ଏବଂ ଛୋଟ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ଯାଏଁ ସୀମିତ ନୁହେଁ । ଭାରତ ଆଜି ବିଶ୍ୱର ସବୁଠାରୁ ବଡ଼ ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାକୁ ଯାଉଛି । ଅନେକ ବଡ଼ ବଡ଼ ବ୍ରାଣ୍ଡ ଏଠାରେ ହିଁ ତାଙ୍କ ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି । ଆମେ ଯଦି ସେହି ପ୍ରଡକ୍ଟଗୁଡ଼ିକୁ ଆପଣାଇବା ତାହେଲେ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରା ପ୍ରୋତ୍ସାହିତ ହେବ । ଏହା ମଧ୍ୟ ପ୍ରକାରାନ୍ତରେ ଭୋକାଲ୍ ଫର୍ ଲୋକାଲ୍ର ଅନୁସରଣ । ଆଉ ହଁ, ଏଭଳି ପ୍ରଡକ୍ଟ କ୍ରୟ କରିବା ସମୟରେ ଆମ ଦେଶର ଗୌରବ ୟୁ.ପି.ଆଇ. ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଦ୍ୱାରା ନେଣଦେଣ କରିବା ପାଇଁ ଆଗ୍ରହୀ ହେବେ, ଏହାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବେ । ଆଉ, ସେହି ବସ୍ତୁ କିମ୍ବା ସେହି କାରିଗର ସହିତ ଉଠାଇଥିବା ସେଲ୍ଫିକୁ ନମୋ ଆପ୍ରେ ମୋ ସହ ଶେୟାର କରିବେ, ଆଉ ତାହା ବି ମେଡ୍ ଇନ୍ ଇଣ୍ଡିଆ- ସ୍ମାର୍ଟଫୋନ ଦ୍ୱାରା । ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ କିଛିକୁ ମୁଁ ସାମାଜିକ ଗଣମାଧ୍ୟମରେ ଶେୟାର କରିବି, ଯାହାଫଳରେ ଅନ୍ୟମାନେ ମଧ୍ୟ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଅନୁପ୍ରାଣିତ ହେବେ ।
ବନ୍ଧୁଗଣ, ଯଦି ଆପଣ ଭାରତରେ ନିର୍ମିତ, ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟଗୁଡ଼ିକ ସହିତ ଦୀପାବଳୀ ପାଳନ କରିବେ, ନିଜ ପରିବାରର ପ୍ରତ୍ୟେକ ଛୋଟ-ବଡ଼ ଆବଶ୍ୟକତା ଲୋକାଲ୍ ଜିନିଷ ଦ୍ୱାରା ପୂରଣ କରିବେ, ତାହେଲେ ଦୀପାବଳୀର ଚମକ ତ ଆହୁରି ବଢ଼ିଯିବ, ତା ସହିତ ସେହି କାରିଗରମାନଙ୍କ ଜୀବନରେ ଗୋଟିଏ ନୂତନ ଦୀପାବଳୀ ଆସିବ, ଜୀବନରେ ଏକ ନବପ୍ରଭାତ ଆସିବ, ସେମାନଙ୍କ ଜୀବନ ସରସ-ସୁନ୍ଦର ହେବ । ଭାରତକୁ ଆତ୍ମନିର୍ଭର କରନ୍ତୁ । ମେକ୍ ଇନ୍ ଇଣ୍ଡିଆ ହିଁ ବାଛନ୍ତୁ, ଯାହାଫଳରେ ଆପଣଙ୍କ ସହିତ ଆହୁରି କୋଟି କୋଟି ଲୋକଙ୍କ ଦୀପାବଳୀ ମଧ୍ୟ ସୁନ୍ଦର ହେବ, ଆନନ୍ଦଦାୟକ ହେବ, ଉଜ୍ଜ୍ୱଳ ହେବ, ଉତ୍ସାହଜନକ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ୩୧ ତାରିଖ ହେଉଛି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ । ସେହିଦିନ ଆମେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳନ କରିଥାଉଁ । ଆମେ ଭାରତବାସୀ, ଅନେକ କାରଣରୁ ତାଙ୍କୁ ସ୍ମରଣ କରିଥାଉଁ ଏବଂ ସଶ୍ରଦ୍ଧ ପ୍ରଣାମ କରିଥାଉଁ । ସବୁଠାରୁ ବଡ଼ କାରଣ ହେଉଛି ଦେଶର ୫୮୦ରୁ ଅଧିକ ଦେଶୀୟ ରାଜ୍ୟଗୁଡ଼ିକୁ ଯୋଡ଼ିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି । ଆମେ ଜାଣୁ ଯେ, ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଏକତା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥର ଏହି ସମାରୋହ ବ୍ୟତୀତ, ଦିଲ୍ଲୀଠାରେ କର୍ତ୍ତବ୍ୟପଥରେ ଗୋଟିଏ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଆପଣଙ୍କ ମନେ ଥିବ, ବିଗତ ଦିନରେ ମୁଁ ଦେଶର ପ୍ରତ୍ୟେକ ଗାଁରୁ ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିବା ପାଇଁ ଅନୁରୋଧ କରିଥିଲି । ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରାଯିବା ପରେ ସେଗୁଡ଼ିକୁ କଳସରେ ରଖାଗଲା ଏବଂ ଅମୃତ କଳସ ଯାତ୍ରାର ଆୟୋଜନ କରାଗଲା । ଦେଶର କୋଣ ଅନୁକୋଣରୁ ସଂଗୃହିତ ଏହି ମାଟି, ଏହି ହଜାର ହଜାର ଅମୃତ କଳସ ଯାତ୍ରା ଏବେ ଦିଲ୍ଲୀ ପହଂଚିବ । ଏହି ଦିଲ୍ଲୀରେ ସେହି ମାଟିକୁ ଗୋଟିଏ ବିରାଟ ଭାରତ କଳସରେ ପକାଯିବ ଏବଂ ସେହି ପବିତ୍ର ମାଟିରେ ଦିଲ୍ଲୀରେ ଅମୃତ ବାଟିକାର ନିର୍ମାଣ ହେବ । ଏହା ଦେଶର ରାଜଧାନୀର ହୃଦୟରେ ଅମୃତ ମହୋତ୍ସବର ଭବ୍ୟ ଐତିହ୍ୟ ରୂପେ ରହିଥିବ । ଅକ୍ଟୋବର ୩୧ ତାରିଖ ଦିନ ହିଁ ସମଗ୍ର ଦେଶରେ ବିଗତ ଅଢ଼େଇ ବର୍ଷ ଧରି ଚାଲିଥିବା ଆଜାଦୀ କା ଅମୃତ ମହୋତ୍ସବର ସମାପନ ହେବ । ଆପଣ ସମସ୍ତେ ମିଶି ଏହାକୁ ବିଶ୍ୱର ସବୁଠାରୁ ଦୀର୍ଘ ସମୟ ଧରି ଚାଲିଥିବା ମହୋତ୍ସବମାନଙ୍କ ମଧ୍ୟରେ ଅନନ୍ୟ କରିଦେଲେ । ଆମ ସୈନିକମାନଙ୍କ ସମ୍ମାନ ହେଉ କି ହର୍ ଘର୍ ତିରଙ୍ଗା, ସ୍ୱାଧୀନତାର ଅମୃତ ମହୋତ୍ସବରେ ଲୋକେ ନିଜର ସ୍ଥାନୀୟ ଇତିହାସକୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରିଛନ୍ତି । ଏହି ସମୟରେ ସାମୁଦାୟିକ ସେବାର ମଧ୍ୟ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିଛି ।
ବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କୁ ଆଉ ଗୋଟିଏ ଖୁସି ଖବର ଶୁଣାଉଛି, ବିଶେଷକରି ମୋର ଯୁବବର୍ଗର ପୁଅ-ଝିଅମାନଙ୍କୁ, ଯେଉଁମାନଙ୍କ ମନରେ ଦେଶ ପାଇଁ କିଛି କରିବାର ଉତ୍ସାହ ଭରିରହିଛି, ସ୍ୱପ୍ନ ରହିଛି, ସଂକଳ୍ପ ରହିଛି। ଏହି ଖୁସି ଖବର ଦେଶବାସୀମାନଙ୍କ ପାଇଁ ତ ନିଶ୍ଚିତ ଭାବେ ଉଦ୍ଦିଷ୍ଟ, କିନ୍ତୁ ମୋର ଏହି ଯୁବବନ୍ଧୁମାନଙ୍କ ପାଇଁ ବିଶେଷଭାବେ ରହିଛି । ଦୁଇ ଦିନ ପରେ ହିଁ, ଅକ୍ଟୋବର ୩୧ ତାରିଖରେ, ସର୍ଦ୍ଦାର ସାହେବଙ୍କ ଜନ୍ମଦିନରେ ହିଁ ଗୋଟିଏ ବହୁତ ବଡ଼ ଜାତୀୟସ୍ତରର ସଂଗଠନର ମୂଳଦୁଆ ପଡ଼ିବାକୁ ଯାଉଛି । ଏହି ସଂଗଠନର ନାମ ହେଉଛି “ମେରା ଯୁବା ଭାରତ” ବା ମାଇ୍ ଭାରତ । ମାଇ୍ ଭାରତ ସଂଗଠନ ଭାରତର ଯୁବବର୍ଗଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନ ଆୟୋଜନରେ ନିଜର ସକ୍ରିୟ ଭୂମିକା ତୁଲାଇବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ବିକଶିତ ଭାରତର ନିର୍ମାଣରେ ଭାରତର ଯୁବ ଶକ୍ତିକୁ ଏକଜୁଟ୍ କରିବାର ଗୋଟିଏ ଅନନ୍ୟ ପ୍ରୟାସ । “ମେରା ଯୁବା ଭାରତ”ର ୱେବ୍ସାଇଟ୍ MYBharat ମଧ୍ୟ ଆରମ୍ଭ ହେବାକୁ ଯାଉଛି ।
ମୁଁ ଯୁବପିଢ଼ିଠାରୁ ଆଶା କରିବି, ବାରମ୍ବାର ଚାହିଁବି ଯେ, ଆପଣ ସମସ୍ତେ ମୋ ଦେଶର ନବଯୁବକ, ଆପଣ ସମସ୍ତେ ମୋ ଦେଶର ପୁଅଝିଅ MYBharat.Gov.inରେ ପଞ୍ଜିକରଣ କରନ୍ତୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ Sign Up କରନ୍ତୁ । ଅକ୍ଟୋବର ୩୧ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧିଜୀଙ୍କ ପୁଣ୍ୟତିଥି । ମୁଁ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପରିବାରଜନ, ଆମର ସାହିତ୍ୟ, ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନାକୁ ପ୍ରଗାଢ଼ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ ଭିତରୁ ଗୋଟିଏ । ମୁଁ ଆପଣଙ୍କୁ ତାମିଲନାଡୁର ଗୌରବଶାଳୀ ଐତିହ୍ୟ ସହିତ ସଂପୃକ୍ତ ଦୁଇଟି ବହୁତ ପ୍ରେରଣାଦାୟୀ ପ୍ରୟାସ ବିଷୟରେ କହିବାକୁ ଚାହୁଁଛି । ମୋତେ ପ୍ରସିଦ୍ଧ ତାମିଲ ଲେଖିକା ଭଉଣୀ ଶିବଶଙ୍କରୀଜୀଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଛି । ସେ ଏକ ପ୍ରକଳ୍ପ କରିଛନ୍ତି- Knit India, Through Literature ଏହାର ଅର୍ଥ ହେଲା- ସାହିତ୍ୟ ଦ୍ୱାରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବା ଓ ଯୋଡ଼ିବା । ସେ ଏହି ପ୍ରକଳ୍ପ ଉପରେ ଗତ ୧୬ ବର୍ଷ ଧରି କାମ କରୁଛନ୍ତି । ଏହି ପ୍ରକଳ୍ପ ଜରିଆରେ ସେ ୧୮ଟି ଭାରତୀୟ ଭାଷାରେ ରଚିତ ସାହିତ୍ୟର ଅନୁବାଦ କରୁଛନ୍ତି । ସେ ଅନେକ ଥର କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଓ ଇମ୍ଫାଲ୍ରୁ ଜୈସଲମେର୍ ପର୍ଯ୍ୟନ୍ତ ସମଗ୍ର ଦେଶ ଭ୍ରମଣ କରିଛନ୍ତି, ଯଦ୍ଦ୍ୱାରା ଭିନ୍ନ ଭିନ୍ନ ରାଜ୍ୟର ଲେଖକ ଓ କବିଙ୍କର ସାକ୍ଷାତକାର ନେଇପାରିବେ । ଶିବଶଙ୍କରୀଜୀ ବିଭିନ୍ନ ଜାଗାକୁ ଯାତ୍ରା କରିଛନ୍ତି, ସେ ଯାତ୍ରାର ବିବରଣୀ ସହିତ ଏହାକୁ ପ୍ରକାଶ କରିଛନ୍ତି । ଏହା ତାମିଲ ଓ ଇଂରାଜୀ ଦୁଇଟି ଭାଷାରେ ରହିଛି । ଏହି ପ୍ରକଳ୍ପରେ ଚାରିଟି ବଡ଼ଭାଗ ରହିଛି ଓ ପ୍ରତ୍ୟେକ ଭାଗ ଭାରତର ଅଲଗା ଅଲଗା ଅଂଶକୁ ସମର୍ପିତ ହୋଇଛି । ତାଙ୍କର ଏହି ସଙ୍କଳ୍ପଶକ୍ତି ପାଇଁ ମୋତେ ଗର୍ବ ଅନୁଭବ ହେଉଛି ।
ବନ୍ଧୁଗଣ, କନ୍ୟାକୁମାରୀର ଥିରୁ ଏ.କେ. ପେରୁମଲ୍ ଜୀଙ୍କ କାମ ମଧ୍ୟ ବହୁତ ପ୍ରେରଣାଦାୟକ । ସେ ତାମିଲନାଡୁରେ ଯେଉଁ ଗଳ୍ପକଥନର ପରମ୍ପରା ରହିଛି ତା’ର ସଂରକ୍ଷଣ ପାଇଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେ ନିଜର ଏହି ମିଶନରେ ଗତ ୪୦ ବର୍ଷ ଧରି ଲାଗିଛନ୍ତି । ଏଥିପାଇଁ ସେ ତାମିଲନାଡୁର ଭିନ୍ନ ଭିନ୍ନ ଜାଗାକୁ ଯାତ୍ରା କରନ୍ତି ଓ ଲୋକକଳାର ବିଭିନ୍ନ ସ୍ୱରୂପର ଅନ୍ୱେଷଣ କରି ତାକୁ ନିଜ ପୁସ୍ତକରେ ସାମିଲ କରିଥାନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଏ ପର୍ଯ୍ୟନ୍ତ ଏପରି ପ୍ରାୟ ୧୦୦ ଖଣ୍ଡ ବହି ଲେଖିସାରିଲେଣି । ଏହାଛଡ଼ା ପେରୁମଲଜୀଙ୍କର ଆଉ ଏକ ଆଗ୍ରହ ରହିଛି । ତାମିଲନାଡୁର ମନ୍ଦିର ସଂସ୍କୃତି ସମ୍ପର୍କରେ ଗବେଷଣା କରିବା ତାଙ୍କର ବହୁତ ପସନ୍ଦ । ସେ ଚମଡ଼ା କଣ୍ଢେଇ ଉପରେ ମଧ୍ୟ ବହୁତ ଗବେଷଣା କରିଛନ୍ତି, ଯାହାର ଲାଭ ସେଠାକାର ସ୍ଥାନୀୟ ଲୋକକଳାକାରଙ୍କୁ ମିଳିଛି । ଶିବଶଙ୍କରୀଜୀ ଓ ଏ.କେ. ପେରୁମଲଜୀଙ୍କ ପ୍ରୟାସ ପ୍ରତ୍ୟେକଙ୍କ ପାଇଁ ଏକ ଉଦାହରଣ । ନିଜ ସଂସ୍କୃତିକୁ ସୁରକ୍ଷିତ ରଖୁଥିବା ଏଭଳି ପ୍ରତ୍ୟେକ ପ୍ରୟାସ ପାଇଁ ଭାରତ ଗର୍ବିତ, ଯାହା ଆମର ଜାତୀୟ ଏକତାକୁ ମଜଭୁତ କରିବା ସହିତ ଦେଶର ନାମ, ଦେଶର ମାନ, ସବୁକିଛିକୁ ବଢ଼ାଇଥାଏ ।
ମୋର ପରିବାରଜନ, ଆଗାମୀ ନଭେମ୍ବର ୧୫ରେ ସମଗ୍ର ଦେଶ ଜନଜାତି ଗୌରବ ଦିବସ ପାଳନ କରିବ । ଏହି ସ୍ୱତନ୍ତ୍ର ଦିବସ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀ ସହିତ ସଂପୃକ୍ତ । ଭଗବାନ ବିର୍ସାମୁଣ୍ଡା ଆମ ସମସ୍ତଙ୍କ ହୃଦୟରେ ବାସ କରନ୍ତି । ପ୍ରକୃତ ସାହସ କ’ଣ ଓ ନିଜ ସଙ୍କଳ୍ପଶକ୍ତି ଉପରେ ଦୃଢ଼ ରହିବା କାହାକୁ କହନ୍ତି ତାହା ଆମେ ତାଙ୍କ ଜୀବନରୁ ଶିଖିପାରିବା । ସେ ବିଦେଶୀ ଶାସନକୁ କେବେ ସ୍ୱୀକାର କରିନଥିଲେ । ସେ ଏପରି ଏକ ସମାଜର ପରିକଳ୍ପନା କରିଥିଲେ, ଯେଉଁଠି ଅନ୍ୟାୟର କୌଣସି ସ୍ଥାନ ନ ଥିଲା । ସେ ଚାହୁଁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନ ଓ ସମାନତାର ଜୀବନ ମିଳୁ । ଭଗବାନ ବିର୍ସାମୁଣ୍ଡା ପ୍ରକୃତି ସହିତ ସଦ୍ଭାବ ରଖିବା ଉପରେ ମଧ୍ୟ ସବୁବେଳେ ଗୁରୁତ୍ୱ ଦେଉଥିଲେ । ଆଜି ମଧ୍ୟ ଆମେ ଦେଖିପାରିବା ଯେ ଆମର ଆଦିବାସୀ ଭାଇଭଉଣୀ ପ୍ରକୃତିର ରକ୍ଷଣାବେକ୍ଷଣ ଓ ତା’ର ସଂରକ୍ଷଣ ପାଇଁ ସବୁଦିଗରୁ ସମର୍ପିତ ଅଛନ୍ତି । ଆମ ସମସ୍ତଙ୍କ ପାଇଁ, ଆମର ଆଦିବାସୀ ଭାଇଭଉଣୀଙ୍କର ଏହି କାମ ବହୁତ ବଡ଼ ପ୍ରେରଣାଦାୟକ ଅଟେ ।
ବନ୍ଧୁଗଣ, ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୩୦ ମଧ୍ୟ ଗୋବିନ୍ଦ ଗୁରୁଜୀଙ୍କ ପୁଣ୍ୟତିଥି । ଆମର ଗୁଜରାଟ ଓ ରାଜସ୍ଥାନର ଆଦିବାସୀ ଓ ବଞ୍ଚିତ ସମୁଦାୟଙ୍କ ଜୀବନରେ ଗୋବିନ୍ଦ ଗୁରୁଜୀଙ୍କ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଗୋବିନ୍ଦ ଗୁରୁଜୀଙ୍କୁ ମଧ୍ୟ ମୁଁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ନଭେମ୍ବର ମାସରେ ଆମେ ମାନଗଡ଼ ନରସଂହାରର ବାର୍ଷିକୀ ପାଳନ କରୁ । ମୁଁ ସେହି ନରସଂହାରରେ ଶହୀଦ୍ ମାଆ ଭାରତୀଙ୍କ ସମସ୍ତ ସନ୍ତାନସନ୍ତତିଙ୍କୁ ପ୍ରଣାମ କରୁଛି ।
ବନ୍ଧୁଗଣ, ଭାରତବର୍ଷରେ ଆଦିବାସୀ ଯୋଦ୍ଧାଙ୍କର ଏକ ସମୃଦ୍ଧ ଇତିହାସ ରହିଛି । ଏହି ଭାରତଭୂମିରେ ମହାନ ତିଲକା ମାଝୀ ଅନ୍ୟାୟ ବିରୋଧରେ ତୂର୍ଯ୍ୟନାଦ କରିଥିଲେ । ଏହି ମାଟିରେ ସିଦ୍ଧୋ-କାହ୍ନୁ ସମାନତାର ସ୍ୱର ଉଠାଇଥିଲେ । ଟଂଟ୍ୟାଭିଲ୍ଙ୍କ ଭଳି ଜନଯୋଦ୍ଧା, ଆମର ଧରିତ୍ରୀରେ ଜନ୍ମ ନେଇଥିବାରୁ ଆମେ ଗର୍ବିତ । ଆମେ ସହିଦ ବୀର ନାରାୟଣ ସିଂହଙ୍କୁ ଶ୍ରଦ୍ଧାର ସହିତ ମନେ ପକାଉ, ଯିଏ କଠିନ ପରିସ୍ଥିତିରେ ନିଜ ଲୋକଙ୍କ ସହିତ ଛିଡ଼ା ହୋଇଥିଲେ । ବୀରରାମଜୀଗୋଣ୍ଡ ହୁଅନ୍ତୁ, ବୀରଗୁଣ୍ଡାଧୁର ହୁଅନ୍ତୁ ବା ଭୀମା ନାୟକ ହୁଅନ୍ତୁ, ସେମାନଙ୍କର ସାହସ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ । ଅଲ୍ଲୁରୀ ସୀତାରାମ ରାଜୁ ଆଦିବାସୀ ଭାଇଭଉଣୀଙ୍କ ଭିତରେ ଯେଉଁ ଜ୍ୟୋତି ପ୍ରଜ୍ୱଳନ କରିଥିଲେ, ତାଙ୍କୁ ଦେଶ ଆଜି ମଧ୍ୟ ମନେ ପକାଇଥାଏ । ଉତ୍ତର ପୂର୍ବରେ କିୟାଙ୍ଗ୍ ନୋବାଙ୍ଗ୍ ଓ ରାଣୀ ଗାଇଦିନ୍ଲ୍ୟୁଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କଠାରୁ ଆମକୁ ବହୁତ ପ୍ରେରଣା ମିଳିଥାଏ । ଆଦିବାସୀ ସମାଜରୁ ହିଁ ଦେଶକୁ ରାଜମୋହିନୀ ଦେବୀ ଓ ରାଣୀ କମଳାପତିଙ୍କ ଭଳି ବୀରାଙ୍ଗନା ମିଳିଥିଲା । ଦେଶ ଏ ସମୟରେ ଆଦିବାସୀ ସମାଜକୁ ପ୍ରେରଣା ଦେଇଥିବା ରାଣୀ ଦୁର୍ଗାବତୀଜୀଙ୍କ ୫୦୦ତମ ଜୟନ୍ତୀ ପାଳନ କରୁଛି । ମୋର ଆଶା ଯେ ଦେଶର ଅଧିକରୁ ଅଧିକ ଯୁବକ ଯୁବତୀ ନିଜ ଅଞ୍ଚଳର ମହାନ ଆଦିବାସୀ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଜାଣିବେ ଓ ତାଙ୍କଠାରୁ ପ୍ରେରଣା ହାସଲ କରିବେ । ଦେଶ ନିଜର ଆଦିବାସୀ ସମାଜ ନିକଟରେ କୃତଜ୍ଞ, ଯେଉଁମାନେ ରାଷ୍ଟ୍ରର ସ୍ୱାଭିମାନ ଓ ଉତ୍ଥାନକୁ ସର୍ବଦା ସର୍ବୋଚ୍ଚ ସ୍ଥାନ ଦେଇଆସିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ପର୍ବପର୍ବାଣୀର ଏହି ଋତୁରେ, ଏବେ ଦେଶରେ କ୍ରୀଡ଼ାର ମଧ୍ୟ ବିଜୟ ପତାକା ଉଡ଼ୁଛି । ବିଗତ ଦିନରେ ଏସୀୟକ୍ରୀଡ଼ା ପରେ ପାରାଏସୀୟ କ୍ରୀଡ଼ାରେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍ ଚମତ୍କାର ସଫଳତା ଅର୍ଜନ କରିଛନ୍ତି । ଏହି କ୍ରୀଡ଼ାରେ ଭାରତ ୧୧୧ଟି ପଦକ ଜିଣି ନୂଆ ଇତିହାସ ସୃଷ୍ଟି କରିଛି । ମୁଁ ପାରାଏସୀୟ କ୍ରୀଡ଼ାରେ ଭାଗନେଇଥିବା ସମସ୍ତ କ୍ରୀଡ଼ାବିତ୍ଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ସାଥୀଗଣ, ମୁଁ Special Olympics World Summer Games ପ୍ରତି ଆପଣମାନଙ୍କ ଧ୍ୟାନ ଆକର୍ଷିତ କରିବାକୁ ଚାହେଁ । ଏହାର ଆୟୋଜନ ବର୍ଲିନ୍ରେ ହୋଇଥିଲା । ଏହି ଖେଳ ଆମର ବୌଦ୍ଧିକ ଦୃଷ୍ଟିରୁ ଅକ୍ଷମ ଆଥଲେଟ୍ମାନଙ୍କର ଅଦ୍ଭୁତ କ୍ଷମତାକୁ ଲୋକଲୋଚନକୁ ଆଣେ । ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ପଚସ୍ତରୀ ସ୍ୱର୍ଣ୍ଣପଦକ ସହିତ ଦୁଇଶହ ପଦକ ଜିତିଥିଲେ । Roller Scating ହେଉ, Beach Volley Ball ହେଉ ବା ଫୁଟବଲ ହେଉ ବା Lawn Tennis ହେଉ, ଭାରତୀୟ ଖେଳାଳିମାନେ ମେଡାଲ ବୃଷ୍ଟି କରିଦେଇଥିଲେ । ଏହି ପଦକ ବିଜେତାମାନଙ୍କର ଜୀବନଯାତ୍ରା ଖୁବ୍ ପ୍ରେରଣାଦାୟକ । ହରିୟାନାର ରଣବୀର ସୈନି ଗଲ୍ଫରେ ସ୍ୱର୍ଣ୍ଣପଦକ ପାଇଛନ୍ତି । ବାଲ୍ୟକାଳରୁ Autism ରୋଗ ସହିତ ସଂଗ୍ରାମ କରୁଥିବା ରଣବୀରଙ୍କ ଉତ୍ସାହକୁ କୌଣସି ବି ବାଧା କମ୍ କରିପାରିନଥିଲା । ତାଙ୍କ ମା’ତ ଏମିତି କହନ୍ତି ଯେ ଆଜି ପରିବାରର ସମସ୍ତେ ଗଲ୍ଫ ଖେଳାଳୀ ବନିଯାଇଛନ୍ତି । ପୁଡୁଚେରୀର ୧୬ ବର୍ଷୀୟ ଟି.ବିଶାଲ୍ ଚାରୋଟି ପଦକ ଜିତିଛନ୍ତି । ଗୋଆର ସିୟା ସରୋଦେ Power liftingରେ ଦୁଇଟି ସ୍ୱର୍ଣ୍ଣପଦକ ସହିତ ଚାରୋଟି ପଦକ ପ୍ରାପ୍ତ ହୋଇଛନ୍ତି । ମାତ୍ର ନଅବର୍ଷ ବୟସରେ ନିଜ ମା’କୁ ହରେଇଥିଲେ ବି ସେ ନିଜକୁ ନିରାଶ ହେବାକୁ ଦେଇନାହାଁନ୍ତି । ଛତିଶଗଡ଼, ଦୁର୍ଗର ନିବାସୀ ଅନୁରାଗ ପ୍ରସାଦ Power lifting ରେ ତିନୋଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟପଦକ ପ୍ରାପ୍ତ କରିଛନ୍ତି । ସେହିଭଳି ଝାଡ଼ଖଣ୍ଡର ଇନ୍ଦୁପ୍ରକାଶଙ୍କ କଥା ମଧ୍ୟ ଖୁବ୍ ପ୍ରେରଣାଦାୟୀ ଯିଏକି ସାଇକେଲ ଚାଳନାରେ ଦୁଇଟି ପଦକ ଜିତିପାରିଛନ୍ତି । ବହୁତ ସାଧାରଣ ପରିବାରରୁ ଆସିଥିବା ଇନ୍ଦୁ କେବେ ବି ଦରିଦ୍ରତାକୁ ନିଜ ସଫଳତା କ୍ଷେତ୍ରରେ ଅନ୍ତରାୟ ଭାବରେ ଦେଖିନାହାଁନ୍ତି । ମୋର ବିଶ୍ୱାସ ଏହି ଭାରତୀୟ ଖେଳାଳିମାନଙ୍କର ସଫଳତା ବୌଦ୍ଧିକ ଅକ୍ଷମତା ସହିତ ସଂଗ୍ରାମ କରୁଥିବା ଅନ୍ୟ ପିଲା ଓ ପରିବାରମାନଙ୍କୁ ମଧ୍ୟ ଉତ୍ସାହିତ କରିବ । ଆପଣ ସମସ୍ତଙ୍କୁ ମୋର ପ୍ରାର୍ଥନା ଯେ ଆପଣଙ୍କ ଗାଁ ବା ଆପଣଙ୍କ ଗାଁର ଆଖପାଖରେ ଏଭଳି ଯେଉଁ ପିଲାମାନେ ଏହି ଖେଳରେ ଭାଗ ନେଇଛନ୍ତି କିମ୍ବା ବିଜୟୀ ହୋଇଛନ୍ତି, ଆପଣ ସପରିବାର ତାଙ୍କ ପାଖକୁ ଯାଆନ୍ତୁ । ତାଙ୍କୁ ବଧେଇ ଜଣାନ୍ତୁ ଏବଂ ସେମାନଙ୍କ ସାଥୀରେ କିଛି ସମୟ କାଟନ୍ତୁ । ଆପଣମାନଙ୍କୁ ଏକ ନୂତନ ଅନୁଭବ ମିଳିବ । ପରମାତ୍ମା ସେମାନଙ୍କ ମଧ୍ୟରେ ଏଭଳି ଶକ୍ତି ଭରିଦେଇଛନ୍ତି ଯେ ଆପଣମାନଙ୍କୁ ମଧ୍ୟ ସେଗୁଡ଼ିକୁ ଅବଲୋକନ କରିବାର ସୁଯୋଗ ମିଳିବ । ନିଶ୍ଚୟ ଯିବାକୁ ଅନୁରୋଧ ।
ମୋର ପ୍ରିୟ ପରିବାରଜନ ଆପଣ ସମସ୍ତେ ଗୁଜରାଟର ତୀର୍ଥକ୍ଷେତ୍ର ଅମ୍ବାଜୀ ମନ୍ଦିର ବିଷୟରେ ଅବଶ୍ୟ ଶୁଣିଥିବେ । ଏହା ଏକ ମହତ୍ତ୍ୱପୂର୍ଣ୍ଣ ଶକ୍ତିପୀଠ । ଦେଶବିଦେଶର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା’ ଅମ୍ବେଙ୍କ ଦର୍ଶନ କରିବାକୁ ଆସନ୍ତି । ଗବ୍ବର ପର୍ବତ ଦେଇ ଏଠାକୁ ଯାଇଥିବା ରାସ୍ତାରେ ଆପଣ ଯୋଗମୁଦ୍ରା ଏବଂ ବିଭିନ୍ନ ଆସନରେ ଥିବା ଅନେକ ପ୍ରତିମା ଦେଖିବାକୁ ପାଇବେ । ଏହି ପ୍ରତିମାଗୁଡ଼ିକର ବିଶେଷତ୍ୱ ଆପଣ ଜାଣନ୍ତି କି? ବାସ୍ତବରେ ଏସବୁ ବର୍ଜ୍ୟବସ୍ତୁରୁ ତିଆରି ହୋଇଥିବା ସ୍ଥାପତ୍ୟ ଅଟନ୍ତି । ଏଗୁଡ଼ିକ ପୁରୁଣା ବସ୍ତୁ ଓ ପଦାର୍ଥରୁ ତିଆରି ହୋଇଥିଲେ ମଧ୍ୟ ଖୁବ ଆକର୍ଷଣୀୟ । ଅର୍ଥାତ୍ ଏହି ପ୍ରତିମାଗୁଡ଼ିକ ବ୍ୟବହାର ପରେ ଫୋପାଡ଼ି ଦିଆଯାଇଥିବା ପୁରୁଣା ଜିନିଷରୁ ହିଁ ତିଆରି ହୋଇଛି । ଅମ୍ବାଜୀ ଶକ୍ତିପୀଠରେ ଦେବୀମା’ଙ୍କର ଦର୍ଶନ ସହିତ, ଏହି ପ୍ରତିମାଗୁଡ଼ିକ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପଡ଼ିଛନ୍ତି । ଏହି ପ୍ରୟାସର ସଫଳତାକୁ ଦେଖି ମୋ ମନରେ ମଧ୍ୟ ଗୋଟିଏ ପ୍ରେରଣା ସୃଷ୍ଟି ହେଉଛି । ଆମ ଦେଶରେ ଅନେକ ଏମିତି ଲୋକ ଅଛନ୍ତି । ଯେଉଁମାନେ ବର୍ଜ୍ୟବସ୍ତୁରୁ ଏହିଭଳି କଳାକୃତି ମାନ ତିଆରି କରିପାରନ୍ତି । ଗୁଜରାଟ ସରକାରଙ୍କୁ ମୁଁ ପରାମର୍ଶ ଦେଉଛି କି ସେ ଏକ ପ୍ରତିଯୋଗିତାର ଆୟୋଜନ କରନ୍ତୁ ଏବଂ ଏହିଭଳି ଲୋକମାନଙ୍କୁ ଆମନ୍ତ୍ରିତ କରନ୍ତୁ । ଏହି ପ୍ରୟାସ ଗବ୍ବର ପର୍ବତକୁ ଆକର୍ଷଣୀୟ କରିବା ସଙ୍ଗେସଙ୍ଗେ ସାରା ଦେଶରେ ‘Waste to Wealth’ ଅଭିଯାନ ପାଇଁ ଲୋକମାନଙ୍କୁ ଅନୁପ୍ରାଣିତ କରିବ ।
ବନ୍ଧୁଗଣ, ଯେତେବେଳେ ବି ସ୍ୱଚ୍ଛଭାରତ ଓ ‘Waste to Wealth’ ର କଥା ଆସେ ସେତେବେଳେ ଆମକୁ ଦେଶର କୋଣଅନୁକୋଣରୁ ଅଗଣିତ ଉଦାହରଣ ଦେଖିବାକୁ ମିଳୁଛି । ଆସାମର କାମରୂପ୍ Metropolitan Districtରେ ଅକ୍ଷର ଫୋରମ ନାମକ ଗୋଟିଏ ସ୍କୁଲ, ପିଲାମାନଙ୍କ ମଧ୍ୟରେ Sustainable Developmentର ଭାବନା ଜାଗ୍ରତ କରିବାର, ସଂସ୍କାରର ଏକ ନିରନ୍ତର କାମ କରୁଛି । ଏଠାରେ ପଢ଼ୁଥିବା ବିଦ୍ୟାର୍ଥୀମାନେ ପ୍ରତି ସପ୍ତାହରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏକାଠି କରୁଛନ୍ତି, ଯାହାର ଉପଯୋଗ Eco friendly ଇଟା ଏବଂ ଚାବିର ଚେନ୍ ଭଳି ସାମଗ୍ରୀ ତିଆରି କରିବାରେ ହୋଇଥାଏ । ଏଠାରେ ଛାତ୍ରଛାତ୍ରୀମାନଙ୍କୁ Recycling ଏବଂ Plastic Waste ରୁ ଉତ୍ପାଦଗୁଡ଼ିକ ତିଆରି କରିବା ଶିଖାଯାଏ । କମ୍ ବୟସରୁ ପରିବେଶ ପ୍ରତି ଏହି ସଚେତନତା ଏହି ପିଲାମାନଙ୍କୁ ଦେଶର ଜଣେ କର୍ତ୍ତବ୍ୟନିଷ୍ଠ ନାଗରିକ ଭାବରେ ଗଢ଼ିତୋଳିବାରେ ବହୁତ ସହାୟକ ହେବ ।
ମୋର ପରିବାରଜନ, ଆଜି ଜୀବନର କୌଣସି ଏମିତି କ୍ଷେତ୍ର ନାହିଁ ଯେଉଁଠି ଆମକୁ ନାରୀଶକ୍ତିର ସାମର୍ଥ୍ୟ ଦେଖିବାକୁ ନ ମିଳୁଛି । ଆଜିର ସମୟରେ ଯେତେବେଳେ ପ୍ରତ୍ୟେକ ସ୍ତରରେ ତାଙ୍କର ଉପଲବଧିଗୁଡ଼ିକୁ ପ୍ରଶଂସା କରାଯାଉଛି, ସେତେବେଳେ ଆମକୁ ‘ଭକ୍ତିର ଶକ୍ତି’କୁ ଦେଖେଇ ଦେଉଥିବା ଜଣେ ଏଭଳି ମହିଳା ସନ୍ଥଙ୍କୁ ମଧ୍ୟ ମନେ ରଖିବାକୁ ପଡ଼ିବ, ଯାହାଙ୍କ ନାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାହୋଇ ରହିଛି । ଦେଶ ଏ ବର୍ଷ ମହାନ୍ ସନ୍ଥ ମୀରାବାଈଙ୍କର ପାଞ୍ଚଶହ ପଚିଶତମ ଜନ୍ମ-ଜୟନ୍ତୀ ପାଳନ କରୁଛି । ସେ ସାରା ଦେଶର ଲୋକମାନଙ୍କ ପାଇଁ ଅନେକ ଦୃଷ୍ଟିରୁ ଏକ ପ୍ରେରଣାଶକ୍ତି ହୋଇ ରହିଛନ୍ତି । ଯଦି କାହାର ସଙ୍ଗୀତରେ ରୁଚି ଥାଏ ତେବେ ସେ ହେଉଛନ୍ତି ସଙ୍ଗୀତ ପ୍ରତି ସମର୍ପଣର ଗୋଟିଏ ବଡ଼ ଉଦାହରଣ । ଯଦି କେହି କବିତାକୁ ଭଲପାଉଥିବ ତେବେ ଭକ୍ତିରସରେ ରସାଣିତ ମୀରାବାଈଙ୍କ ଭଜନ ତାଙ୍କ ଭିନ୍ନ ଏକ ଆନନ୍ଦ ଦିଏ । ଯଦି କେହି ଦୈବୀଶକ୍ତିରେ ବିଶ୍ୱାସ ରଖିଥାନ୍ତି ତେବେ ମୀରାବାଈ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଲୀନ ହୋଇଯିବା ତାଙ୍କପାଇଁ ଏକ ବଡ଼ ପ୍ରେରଣା ହୋଇପାରିବ । ମୀରାବାଈ ସନ୍ଥ ରବିଦାସଙ୍କୁ ନିଜର ଗୁରୁ ମାନୁଥିଲେ । ସେ କହୁଥିଲେ :-
“ଗୁରୁ ମିଲିୟା ରୈଦାସ, ଦିହ୍ନି ଜ୍ଞାନ କୀ ଗୁଟ୍କୀ ।”
ଦେଶର ମା’, ଭଉଣୀ ଏବଂ ଝିଅମାନଙ୍କ ପାଇଁ ମୀରାବାଈ ଆଜି ମଧ୍ୟ ପ୍ରେରଣାର ଉତ୍ସ । ସେ କାଳଖଣ୍ଡରେ ମଧ୍ୟ ସେ ନିଜର ଅନ୍ତରାତ୍ମାର କଥାକୁ ହିଁ ଶୁଣୁଥିଲେ ଏବଂ ରୂଢ଼ିବାଦୀ ଧାରଣାଗୁଡ଼ିକର ବିରୋଧରେ ଠିଆହୋଇଥିଲେ। ଜଣେ ସନ୍ଥ ଭାବରେ ମଧ୍ୟ ସେ ଆମ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି । ସେ ତତ୍କାଳୀନ ଭାରତୀୟ ସମାଜ ଏବଂ ସଂସ୍କୃତିକୁ ସଶକ୍ତ କରିବାକୁ ଆଗେଇ ଆସିଥିଲେ ଯେତେବେଳେ ଦେଶ ନାନା ପ୍ରକାର ଆକ୍ରମଣର ସାମନା କରୁଥିଲା । ସରଳତା ଏବଂ ସାଧା ଜୀବନରେ କେତେ ଶକ୍ତି ଥାଏ ତାହା ଆମକୁ ମୀରାବାଈଙ୍କ ଜୀବନକାଳରୁ ହିଁ ଦେଖିବାକୁ ମିଳେ । ମୁଁ ସନ୍ଥ ମୀରାବାଈଙ୍କୁ ପ୍ରଣାମ ଜଣାଉଛି ।
ମୋର ପ୍ରିୟ ପରିବାରଜନ, ଆଜିର ‘ମନ୍ କି ବାତ୍’ରେ ଏତିକି । ଆପଣମାନଙ୍କ ସହିତ ହେଉଥିବା ପ୍ରତ୍ୟେକ ବାର୍ତ୍ତାଳାପ ମୋତେ ନୂତନ ଶକ୍ତିରେ ଭରିଦେଉଛି । ଆପଣମାନଙ୍କ ସନ୍ଦେଶରେ ଆତ୍ମବିଶ୍ୱାସ ଓ ସକାରାତ୍ମକତାର ଅନେକ କଥା ମୋ ପାଖରେ ପହଞ୍ଚୁଛି । ମୁଁ ଆପଣମାନଙ୍କୁ ପୁନଃ ଅନୁରୋଧ କରୁଛି କି ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଜୋର୍ ଦିଅନ୍ତୁ । ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣନ୍ତୁ, ଲୋକାଲ୍ ପାଇଁ ଭୋକାଲ୍ ହୁଅନ୍ତୁ । ଯେମିତି ନିଜର ଘରକୁ ସ୍ୱଚ୍ଛ ରଖୁଛନ୍ତି ସେହିଭଳି ନିଜର ଗାଁ ଓ ସହରକୁ ସ୍ୱଚ୍ଛ ରଖନ୍ତୁ । ଆପଣମାନେ ଜାଣନ୍ତି ଯେ ଅକ୍ଟୋବର ୩୧ ତାରିଖ ସରଦାର ସାହେବଙ୍କ ଜୟନ୍ତୀକୁ ଦେଶ ଏକତା ଦିବସ ଭାବରେ ପାଳନ କରୁଛି । ଦେଶର ଅନେକ ସ୍ଥାନରେ Run for Unity କାର୍ଯ୍ୟକ୍ରମ ହେଉଛି । ଆପଣମାନେ ମଧ୍ୟ ଅକ୍ଟୋବର ୩୧ ତାରିଖ ଦିନ Run for Unity କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ । ଆପଣମାନେ ମଧ୍ୟ ବହୁତ ଅଧିକ ସଂଖ୍ୟାରେ ଭାଗ ନିଅନ୍ତୁ, ଏକତାର ସଂକଳ୍ପକୁ ମଜଭୁତ କରନ୍ତୁ । ମୁଁ ପୁଣିଥରେ ଆପଣମାନଙ୍କୁ ଆଗାମୀ ପର୍ବଗୁଡ଼ିକ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣମାନେ ସମସ୍ତେ ପରିବାର ସହ ଖୁସି ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ଏହାହିଁ ମୋର କାମନା । ଆଉ ଦୀପାବଳୀ ସମୟରେ ଏମିତି କିଛି ଭୁଲ୍ ହୋଇନଯାଉ ଯଦ୍ଦ୍ୱାରା ଅଗ୍ନିକାଣ୍ଡ ହୋଇପାରେ । କାହାରି ଜୀବନରେ ଯଦି ବିପଦ ଆସିଲା ତ ଆପଣ ନିଶ୍ଚୟ ସହଯୋଗ କରନ୍ତୁ, ନିଜେ ସତର୍କ ରୁହନ୍ତୁ ଏବଂ ଅନ୍ୟକୁ ସଚେତନ କରାନ୍ତୁ । ବହୁତ ବହୁତ ଶୁଭକାମନା – ବହୁତ ବହୁତ ଧନ୍ୟବାଦ ।

ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି: ପ୍ରଧାନମନ୍ତ୍ରୀ
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ସମ୍ପର୍କରେ ଆପଣମାନଙ୍କ ସହ ଭାବବିନିମୟ କରିବାର ସୁଯୋଗ ମିଳିଛି । ବିଗତ ଦିନରେ ସବୁଠାରୁ ଅଧିକ ଚିଠି, ବାର୍ତ୍ତା ଆଦି ଯାହା ମୋତେ ମିଳିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ରିତ । ପ୍ରଥମ ପ୍ରସଙ୍ଗଟି ହେଲା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଲା ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନ । ଦେଶର ପ୍ରତ୍ୟେକ ଭାଗରୁ ସମାଜର ପ୍ରତ୍ୟେକ ବର୍ଗରୁ, ସବୁ ବୟସର ଲୋକଙ୍କର ଅସଂଖ୍ୟ ଚିଠି ମୋତେ ମିଳିଛି । ଯେତେବେଳେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିଲା, ସେତେବେଳେ କୋଟି କୋଟି ଲୋକ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଘଟଣାର ପ୍ରତିଟି ମୁହୁର୍ତ୍ତର ସାକ୍ଷୀ ହେଉଥିଲେ । ଇସ୍ରୋର ୟୁ-ଟ୍ୟୁବ୍ ଲାଇଭ୍ ଚ୍ୟାନେଲ୍ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଘଟଣାକୁ ଦେଖିଲେ, ଯାହା ଏକ ରେକର୍ଡ଼ । ଏଥିରୁ ଜଣାପଡ଼ୁଛି ଯେ, ଚନ୍ଦ୍ରଯାନ-୩ ସହ କୋଟି କୋଟି ଭାରତୀୟଙ୍କ କେତେ ଗଭୀର ଭାବାବେଗ ଜଡ଼ିତ ହୋଇରହିଛି । ଚନ୍ଦ୍ରଯାନର ଏହି ସଫଳତା ପରେ ଦେଶରେ ଏବେ ଗୋଟିଏ ସୁନ୍ଦର କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯାହାକୁ ଚନ୍ଦ୍ରଯାନ-୩ ମହାକୁଇଜ୍ ନାମରେ ନାମିତ କରାଯାଇଛି । ମାଇ ଗଭ୍ ପୋର୍ଟାଲ୍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିସାରିଲେଣି । ମାଇ ଗଭ୍ ଆରମ୍ଭ ହେବାପରେ କୌଣସି କୁଇଜ୍ ପ୍ରତିଯୋଗିତାରେ ଏହା ସର୍ବାଧିକ ଅଂଶଗ୍ରହଣ । ଯଦି ଆପଣ ଏ ଯାଏଁ ଏଥିରେ ଅଂଶଗ୍ରହଣ କରିନାହାନ୍ତି, ତାହେଲେ ବିଳମ୍ବ ନ କରି ଏଥିରେ ଅଂଶଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏଥିପାଇଁ ଆଉ ମାତ୍ର ଛଅ ଦିନ ସମୟ ଅଛି । ଏହି କୁଇଜ୍ରେ ନିଶ୍ଚୟ ଭାଗ ନିଅନ୍ତୁ ।
ମୋର ପରିବାରଜନ,
ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ଭାରତ ମଣ୍ଡପମ୍ ସ୍ୱୟଂ ପ୍ରସିଦ୍ଧି ଲାଭ କରିସାରିଛି । ଲୋକେ ଏହାସହିତ ସେଲ୍ଫି ଉଠାଉଛନ୍ତି ଏବଂ ଗର୍ବର ସହିତ ଏହାକୁ ପୋଷ୍ଟ ମଧ୍ୟ କରୁଛନ୍ତି । ଭାରତ ଏହି ସମ୍ମିଳନୀରେ ଆଫ୍ରିକାନ୍ ୟୁନିଅନ୍କୁ ଜି-୨୦ର ଏକ ପୂର୍ଣ୍ଣାଙ୍ଗ ସଦସ୍ୟ ରୂପେ ସାମିଲ କରାଇ ନିଜର ସଶକ୍ତ ନେତୃତ୍ୱର ପରିଚୟ ଦେଇଛି। ଆପଣମାନେ ଜାଣିଥିବେ, ଭାରତ ଯେତେବେଳେ ବହୁତ ସମୃଦ୍ଧ ଦେଶ ଥିଲା, ସେହି ଯୁଗରେ ଆମ ଦେଶ ଓ ବିଶ୍ୱରେ ସିଲ୍କ ରୁଟ୍ ବିଷୟରେ ବହୁତ ଆଲୋଚନା ହେଉଥିଲା । ଏହି ସିଲ୍କ ରୁଟ୍ ବ୍ୟବସାୟ ବାଣିଜ୍ୟର ବହୁତ ବଡ଼ ମାଧ୍ୟମ ଥିଲା । ଏବେ ଆଧୁନିକ ଯୁଗରେ ଭାରତ ଆଉ ଏକ ଇକନମିକ୍ କରିଡର୍ ସମ୍ପର୍କରେ ଜି-୨୦ରେ ପ୍ରସ୍ତାବ ଦେଇଛି । ଏହା ହେଉଛି ଇଣ୍ଡିଆ- ମିଡିଲ୍ ଇଷ୍ଟ – ୟୁରୋପ ଇକନମିକ୍ କରିଡର୍ । ଏହି କରିଡର୍ ଆଗାମୀ ଶହ ଶହ ବର୍ଷ ଧରି ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି ଏବଂ ଇତିହାସ ଏହାକୁ ସର୍ବଦା ମନେ ରଖିବ ଯେ ଏହି କରିଡର୍ ର ସୂତ୍ରପାତ ଭାରତ ଭୂମିରେ ହୋଇଥିଲା ।
ବନ୍ଧୁଗଣ,
ଜି-୨୦ ସମୟରେ ଭାରତର ଯୁବଶକ୍ତି ଯେଉଁଭଳି ଭାବରେ ଏହି ଆୟୋଜନ ସହ ଜଡ଼ିତ ହେଲେ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିବାର ଆବଶ୍ୟକତା ରହିଛି । ବର୍ଷତମାମ ଦେଶର ଅନେକ ବିଶ୍ୱ ବିଦ୍ୟାଳୟମାନଙ୍କରେ ଜି-୨୦ ସମ୍ପର୍କିତ କାର୍ଯ୍ୟକ୍ରମମାନ ଆୟୋଜିତ ହେଲା । ଏବେ ଏହି କ୍ରମରେ ଦିଲ୍ଲୀରେ ଆଉ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଜି-୨୦ ୟୁନିଭର୍ସିଟି କନେକ୍ଟ ପ୍ରୋଗ୍ରାମ୍ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଦେଶର ଲକ୍ଷ ଲକ୍ଷ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପରସ୍ପରର ସଂସ୍ପର୍ଶରେ ଆସିବେ । ଏଥିରେ ଆଇଆଇଟି, ଆଇଆଇଏମ୍, ଏନ୍ଆଇଟି ଏବଂ ମେଡିକାଲ୍ କଲେଜ୍ ଭଳି ଅନେକ ପ୍ରତିଷ୍ଠିତ ସଂସ୍ଥାନ ମଧ୍ୟ ଅଂଶଗ୍ରହଣ କରିବେ । ଯଦି ଆପଣ କଲେଜ୍ ଛାତ୍ର, ତାହେଲେ ୨୬ ସେପ୍ଟେମ୍ବର ଦିନ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ନିଶ୍ଚୟ ଦେଖିବେ, ଯଦି ସମ୍ଭବ ତା ହେଲେ ଏଥିରେ ଅଂଶଗ୍ରହଣ କରନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଭାରତର ଭବିଷ୍ୟତ, ଯୁବବର୍ଗର ଭବିଷ୍ୟତ ଉପରେ ଏଥିରେ ଅନେକ ଋଚିପୂର୍ଣ୍ଣ କଥା ରହିବ । ମୁଁ ନିଜେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେବି । ମୁଁ ମଧ୍ୟ ଆମ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବାକୁ ଉତ୍କଣ୍ଠିତ ।
ମୋର ପରିବାରଜନ, ଆଜିଠାରୁ ଦୁଇ ଦିନ ପରେ ସେପ୍ଟେମ୍ବର ୨୭ ତାରିଖ ଦିନ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯିବ । ପର୍ଯ୍ୟଟନକୁ କିଛି ଲୋକ କେବଳ ଭ୍ରମଣ ଭାବେ ଦେଖନ୍ତି, କିନ୍ତୁ ପର୍ଯ୍ୟଟନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରୋଜଗାର ସହିତ ଜଡ଼ିତ । କୁହାଯାଏ ଯେ, ସବୁଠାରୁ କମ ବିନିଯୋଗରେ ସର୍ବାଧିକ ରୋଜଗାର ଯଦି କୌଣସି କ୍ଷେତ୍ର ସୃଷ୍ଟି କରୁଥାଏ, ତାହା ହେଉଛି ପର୍ଯ୍ୟଟନ କ୍ଷେତ୍ର । ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ଯେ କୌଣସି ଦେଶର ଭାବମୂର୍ତ୍ତି (ଗୁଡ୍ୱିଲ୍) ଏହା ପ୍ରତି ଆକର୍ଷଣ ସୃଷ୍ଟି କରିଥାଏ । ବିଗତ ବର୍ଷମାନଙ୍କରେ ଭାରତ ପ୍ରତି ଆକର୍ଷଣ ବହୁଳ ଭାବେ ବୃଦ୍ଧି ପାଇଛି । ଜି-୨୦ ର ସଫଳ ଆୟୋଜନ ପରେ ବିଶ୍ୱର ଲୋକଙ୍କ ଆଗ୍ରହ ଭାରତ ପ୍ରତି ବୃଦ୍ଧି ପାଇଛି ।
ବନ୍ଧୁଗଣ, ଜି-୨୦ ରେ ଏକ ଲକ୍ଷରୁ ଅଧିକ ପ୍ରତିନିଧି ଭାରତକୁ ଆସିଲେ । ସେମାନେ ଏଠାକାର ବିବିଧତା, ଭିନ୍ନ ଭିନ୍ନ ପରମ୍ପରା, ଭଳିକି ଭଳି ଖାଦ୍ୟପେୟ ଓ ଆମ ଐତିହ୍ୟ ସହ ପରିଚିତ ହେଲେ । ଏଠାକୁ ଆସିଥିବା ପ୍ରତିନିଧିମାନେ ନିଜ ସହ ଯେଉଁ ସୁନ୍ଦର ଅନୁଭୂତି ନେଇ ଯାଇଛନ୍ତି, ଏହାଦ୍ୱାରା ପର୍ଯ୍ୟଟନ ଆହୁରି ବୃଦ୍ଧି ପାଇବ । ଆପଣମାନେ ଜାଣିଛନ୍ତି ଯେ, ଭାରତରେ ଏକରୁ ବଳି ଆରେକ ୱାର୍ଲଡ଼ ହେରିଟେଜ୍ ସାଇଟ୍ ମଧ୍ୟ ରହିଛି ଏବଂ ଏହାର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । କିଛିଦିନ ପୂର୍ବେ ଶାନ୍ତି ନିକେତନ ଏବଂ କର୍ଣ୍ଣାଟକର ପବିତ୍ର ହୋଏଶାଳା ମନ୍ଦିରକୁ ୱାର୍ଲଡ଼ ହେରିଟେଜ୍ ସାଇଟ୍ ଭାବେ ଘୋଷଣା କରାଯାଇଛି । ମୁଁ ଏହି ସୁନ୍ଦର ଉପଲବ୍ଧି ପାଇଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ମୋତେ ୨୦୧୮ ମସିହାରେ ଶାନ୍ତି ନିକେତନ ଯିବାର ସୁଯୋଗ ମିଳିଥିଲା । ଶାନ୍ତି ନିକେତନ ସହ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର ଗଭୀର ସମ୍ପର୍କ ଥିଲା । ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଶାନ୍ତି ନିକେତନର ମହାନ୍ ବାଣୀ ସଂସ୍କୃତର ଗୋଟିଏ ପ୍ରାଚୀନ ଶ୍ଳୋକରୁ ଗ୍ରହଣ କରିଥିଲେ । ସେହି ଶ୍ଳୋକଟି ହେଉଛି –
ଯତ୍ର ବିଶ୍ୱମ୍ ଭବତ୍ୟେକ ନୀଡ଼ମ୍
ଅର୍ଥାତ୍, ଯେଉଁଠି ଗୋଟିଏ ଛୋଟିଆ ବସାରେ ସାରା ସଂସାର ସମାହିତ ହୋଇପାରେ ।
କର୍ଣ୍ଣାଟକର ଯେଉଁ ହୋଏଶାଳା ମନ୍ଦିରକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସୂଚୀରେ ସାମିଲ୍ କରିଛି ତାହା ତ୍ରୟୋଦଶ ଶତାବ୍ଦିର ସୁନ୍ଦର କାରୁକାର୍ଯ୍ୟ ପାଇଁ ସୁପ୍ରସିଦ୍ଧ । ୟୁନେସ୍କୋ ଦ୍ୱାରା ଏହି ମନ୍ଦିରକୁ ମାନ୍ୟତା ମିଳିବା ମନ୍ଦିର ନିର୍ମାଣର ଭାରତୀୟ ପରମ୍ପରାର ମଧ୍ୟ ସମ୍ମାନ ଅଟେ । ଭାରତରେ ଏବେ ସମୁଦାୟ ୱାର୍ଲ୍ଡ ହେରିଟେଜ୍ ପ୍ରପର୍ଟିର ମୋଟ ସଂଖ୍ୟା ୪୨ ହେଲାଣି । ଆମର ଅଧିକରୁ ଅଧିକ ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନଗୁଡ଼ିକ ପାଇଁ ୱାର୍ଲଡ ହେରିଟେଜ୍ ଭାବେ ମାନ୍ୟତା ପ୍ରାପ୍ତ କରିବା ପାଇଁ ଭାରତ ପ୍ରୟାସରତ । ଆପଣମାନେ ଯେ କୌଣସି ଜାଗାକୁ ବୁଲିବାକୁ ଯିବାକୁ ଯୋଜନା କରନ୍ତୁ, ସେଠାରେ ଭାରତର ବିବିଧତାର ଅବଲୋକନ କରିବାକୁ ଆପଣମାନଙ୍କୁ ମୋର ଅନୁରୋଧ । ଆପଣ ଭିନ୍ନ ଭିନ୍ନ ରାଜ୍ୟର ସଂସ୍କୃତି ସମ୍ପର୍କରେ ଜାଣନ୍ତୁ, ହେରିଟେଜ୍ ସାଇଟ୍ସଗୁଡ଼ିକୁ ଦେଖନ୍ତୁ । ଏହାଦ୍ୱାରା ଆପଣ ନିଜ ଦେଶର ଗୌରବପୂର୍ଣ୍ଣ ଇତିହାସ ସମ୍ପର୍କରେ ତା ଜାଣିବାକୁ ପାଇବେ, ଏହାଛଡ଼ା ଆପଣ ସ୍ଥାନୀୟ ଲୋକଙ୍କ ଆୟ ବୃଦ୍ଧିର ମଧ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବେ।
ମୋର ପରିବାରଜନ, ଭାରତୀୟ ସଂସ୍କୃତି ଏବଂ ଭାରତୀୟ ସଙ୍ଗୀତ ଏବେ ଗ୍ଲୋବାଲ୍ ହୋଇସାରିଛି । ସାରା ବିଶ୍ୱର ଲୋକଙ୍କ ଆଗ୍ରହ ଏଥିପ୍ରତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଛୋଟ ଝିଅର ଏକ ସୁନ୍ଦର କୃତିର ଗୋଟିଏ ଛୋଟ ଅଡିଓ ଆପଣମାନଙ୍କୁ ଶୁଣାଉଛି . . .
### (MKB EP 105 AUDIO Byte 1)###
ଏହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଗଲେ ନା? କେତେ ମଧୁର ସ୍ୱର! ପ୍ରତ୍ୟେକ ଶବ୍ଦରେ ଯେଉଁ ଭାବ ଭରିରହିଛି ସେଥିରେ ଈଶ୍ୱରଙ୍କ ପ୍ରତି ତାଙ୍କର ଶ୍ରଦ୍ଧାକୁ ଆମେ ଅନୁଭବ କରିପାରିବା । ଯଦି ମୁଁ କହେ ଯେ, ଏହି ସୁମଧୁର ସ୍ୱର ହେଉଛି ଜର୍ମାନୀର ଜଣେ ଝିଅର, ତା’ହେଲେ ଆପଣ ଆହୁରି ଅଧିକ ଆଶ୍ଚର୍ଯ୍ୟାନ୍ୱିତ ହେବେ । ଏହି ଝିଅଙ୍କ ନାଁ ହେଉଛି କେସ୍ମି । ୨୧ ବର୍ଷୀୟ କେସ୍ମୀ ଆଜିକାଲି ଇନ୍ଷ୍ଟାଗ୍ରାମରେ ଖୁବ ଚହଳ ସୃଷ୍ଟି କରିଛନ୍ତି। ଜର୍ମାନୀରେ ବାସ କରୁଥିବା କେସ୍ମୀ କେବେହେଲେ ଭାରତକୁ ଆସିନାହାନ୍ତି, କିନ୍ତୁ ଭାରତୀୟ ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ଯିଏ କେବେହେଲେ ଭାରତକୁ ଦେଖିନାହାନ୍ତି, ତାଙ୍କର ଭାରତୀୟ ସଙ୍ଗୀତ ପ୍ରତି ଏହି ଆକର୍ଷଣ ନିଶ୍ଚିତଭାବେ ପ୍ରେରଣାଦାୟକ । ଜନ୍ମରୁ ହିଁ କେସ୍ମିଙ୍କର ଦୃଷ୍ଟିଶକ୍ତି ନାହିଁ, କିନ୍ତୁ ଏହା ତାଙ୍କ ଅସାଧାରଣ ଉପଲବ୍ଧିରେ ପ୍ରତିବନ୍ଧକ ହୋଇପାରିନି । ସଙ୍ଗୀତ ଓ ସୃଜନଶୀଳତାକୁ ନେଇ ତାଙ୍କ ମନରେ ଏଭଳି ଆବେଗ ଥିଲା ଯେ ପିଲାଦିନରୁ ହିଁ ସେ ଗାଇବା ଆରମ୍ଭ କରିଦେଇଥିଲେ । ମାତ୍ର ତିନିବର୍ଷ ବୟସରୁ ହିଁ ସେ ଆଫ୍ରିକାନ୍ ଡ୍ରମିଂ ଆରମ୍ଭ କରିଦେଇଥିଲେ । ମାତ୍ର ୫-୬ ବର୍ଷ ହେବ, ସେ ଭାରତୀୟ ସଙ୍ଗୀତ ସହ ପରିଚିତ ହୋଇଛନ୍ତି । ଭାରତୀୟ ସଙ୍ଗୀତ ତାଙ୍କୁ ଏତେ ଆକର୍ଷିତ କରିଛି ଯେ ସେ ସମ୍ପୂର୍ଣ୍ଣ ଭାବେ ଏଥିରେ ମଜ୍ଜିଯାଇଛନ୍ତି । ସେ ତବଲା ବାଦନ ମଧ୍ୟ ଶିଖିଛନ୍ତି । ସବୁଠାରୁ ପ୍ରେରଣାଦାୟୀ କଥା ହେଲା ଯେ ସେ ଅନେକ ଭାରତୀୟ ଭାଷାରେ ଗାଇବାରେ ପାରଙ୍ଗମ ହୋଇସାରିଛନ୍ତି । ସଂସ୍କୃତ, ହିନ୍ଦୀ, ମାଲାୟାଲାମ୍, ତାମିଲ୍, କନ୍ନଡ଼ ହେଉ କି ଆସାମୀ, ବଙ୍ଗଳା, ମରାଠୀ, ଉର୍ଦ୍ଦୁ ହେଉ ସେ ଏହି ସବୁ ଭାଷାରେ ନିଜ କଣ୍ଠଦାନ କରିଛନ୍ତି । ଆପଣମାନେ କଳ୍ପନା କରପାରୁଥିବେ, ଯଦି କୌଣସି ଅଜଣା ଭାଷାର ଦୁଇ-ତିନି ଧାଡ଼ି କହିବାକୁ ହେଲେ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ, କିନ୍ତୁ କେସ୍ମୀଙ୍କ ପାଇଁ ଏସବୁ ଯେମିତି ଅତି ସାଧାରଣ କଥା । ଆପଣମାନଙ୍କ ପାଇଁ ମୁଁ ଏଠାରେ ସେ ଗାଇଥିବା ଗୋଟିଏ କନ୍ନଡ଼ ଗୀତ ଶେୟାର କରୁଛି ।
ଅଡିଓ ବାଇଟ୍ ୨
ଭାରତୀୟ ସଂସ୍କୃତି ଓ ସଂଗୀତକୁ ନେଇ ଜର୍ମାନୀର କେସ୍ମୀଙ୍କ ଏହି ଆବେଗକୁ ମୁଁ ହୃଦୟର ସହିତ ପ୍ରଶଂସା କରୁଛି । ତାଙ୍କର ଏହି ପ୍ରୟାସ ପ୍ରତ୍ୟେକ ଭାରତୀୟଙ୍କୁ ଅଭିଭୂତ କରିବ ।
ମୋର ପରିବାରଜନ, ଆମ ଦେଶରେ ଶିକ୍ଷାକୁ ସବୁବେଳେ ଏକ ସେବା ରୂପେ ଦେଖାଯାଏ । ମୋତେ ଉତ୍ତରାଖଣ୍ଡର ଏପରି କେତେକ ଯୁବକ ଯୁବତୀଙ୍କ ସମ୍ପର୍କରେ ସୂଚନା ମିଳିଛି, ଯେଉଁମାନେ ଏହି ଭାବନା ସହିତ ପିଲାଙ୍କ ଶିକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ନୈନିତାଲ ଜିଲ୍ଲାର କେତେକ ଯୁବକ ଯୁବତୀ ପିଲାଙ୍କ ପାଇଁ ନିଆରା ଘୋଡ଼ା ପାଠାଗାର ଆରମ୍ଭ କରିଛନ୍ତି । ଏହି ପାଠାଗାରର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହାରି ଜରିଆରେ ପିଲାମାନଙ୍କ ପାଖରେ ପୁସ୍ତକ ପହଞ୍ଚୁଛି ଏବଂ କେବଳ ସେତିକି ନୁହେଁ, ଏହି ସେବା ସଂପୂର୍ଣ୍ଣ ମାଗଣା । ଏ ପର୍ଯ୍ୟନ୍ତ ନୈନିତାଲର ୧୨ଟି ଗାଁକୁ ଏହି ପାଠାଗାରର ସୁବିଧା ରହିଛି । ପିଲାମାନଙ୍କର ଶିକ୍ଷା ସହିତ ଜଡ଼ିତ ଏହି ମହତ୍ କାମରେ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ଲୋକେ ମଧ୍ୟ ବାହାରୁଛନ୍ତି । ଏହି ଘୋଡ଼ା ପାଠାଗାର ଜରିଆରେ ପ୍ରୟାସ କରାଯାଉଛି ଯେ ଦୂରଦୂରାନ୍ତରର ଗାଁଗୁଡ଼ିକରେ ରହୁଥିବା ପିଲାଙ୍କୁ ସ୍କୁଲ୍ ପଢ଼ାବହି ବ୍ୟତୀତ କବିତା, ଗପ ଓ ନୈତିକଶିକ୍ଷାର ବହି ପଢ଼ିବାର ସୁଯୋଗ ମିଳୁ । ଏହି ନିଆରା ପାଠାଗାର ପିଲାଙ୍କୁ ମଧ୍ୟ ଖୁବ୍ ଭଲ ଲାଗୁଛି ।
ବନ୍ଧୁଗଣ, ମୋତେ ହାଇଦରାବାଦରେ ପାଠାଗାର ସହିତ ସଂପୃକ୍ତ ଏପରି ଏକ ନିଆରା ପ୍ରୟାସ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି । ଏଠାରେ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ଝିଅ ଆକର୍ଷଣା ସତୀଶ ଚମତ୍କାର କାର୍ଯ୍ୟ କରିଛନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ମାତ୍ର ୧୧ ବର୍ଷ ବୟସରେ ସେ ପିଲାଙ୍କ ପାଇଁ ଗୋଟିଏ ଦୁଇଟି ନୁହେଁ, ବରଂ ସାତ ସାତଟି ପାଠାଗାର ଚଳାଉଛନ୍ତି । ଆକର୍ଷଣାଙ୍କୁ ଦୁଇବର୍ଷତଳେ ଏ ନେଇ ପ୍ରେରଣା ମିଳିଥିଲା, ଯେତେବେଳେ ସେ ନିଜ ବାପାମାଆଙ୍କ ସହିତ ଗୋଟିଏ କର୍କଟରୋଗ ଚିକିତ୍ସାକେନ୍ଦ୍ରକୁ ଯାଇଥିଲେ । ତାଙ୍କର ବାପା ସାହାଯ୍ୟ ଦରକାର ହେଉଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେଠାକୁ ଯାଇଥିଲେ । ପିଲାମାନେ ସେଠାରେ ତାଙ୍କୁ ‘କଲରିଂବୁକ୍ସ’ ଦେବାକୁ କହିଥିଲେ ଏବଂ ଏକଥା ତାଙ୍କ ପ୍ରାଣପ୍ରିୟ ଝିଅର ହୃଦୟକୁ ଏତେ ଛୁଇଁଗଲା ଯେ ସେ ବିଭିନ୍ନ ପ୍ରକାରର ପୁସ୍ତକ ଏକାଠି କରିବାକୁ ପ୍ରତିଜ୍ଞା କଲେ । ସେ ନିଜର ଆଖାପାଖ ପଡ଼ୋଶୀ ଘର, ବନ୍ଧୁବାନ୍ଧବ ଓ ସାଥୀମାନଙ୍କଠାରୁ ବହି ଜମାକରିବା ଆରମ୍ଭ କରିଦେଲେ ଓ ଆପଣଙ୍କୁ ଏହାଜାଣି ଖୁସି ଲାଗିବ ଯେ ପ୍ରଥମ ପାଠାଗାର ସେହି କର୍କଟ ଚିକିତ୍ସାକେନ୍ଦ୍ର ପିଲାମାନଙ୍କ ପାଇଁ ଖୋଲାଗଲା । ଅଭାବୀ ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ଜାଗାରେ ଏହି ଝିଅଟି ଏ ପର୍ଯ୍ୟନ୍ତ ଯେଉଁ ସାତଟି ପାଠାଗାର ଖୋଲିଛି, ସେଥିରେ ଏବେ ପ୍ରାୟ ୬ ହଜାର ପୁସ୍ତକ ରହିଛି । ଛୋଟିଆ ଆକର୍ଷଣା ଯେଉଁଭଳି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ବଡ଼ କାମ କରୁଛନ୍ତି, ତାହା ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟକ ।
ବନ୍ଧୁଗଣ, ଏକଥା ସତ, ଆଜିର ଯୁଗ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ E-Books ଯୁଗ, ତଥାପି ପୁସ୍ତକ ଆମ ଜୀବନରେ ଗୋଟିଏ ଭଲ ବନ୍ଧୁର ଭୂମିକା ନିର୍ବାହ କରେ, ସେଥିପାଇଁ ପିଲାମାନଙ୍କୁ ବହି ପଢ଼ିବା ପାଇଁ ଆମେ ପ୍ରେରଣା ଯୋଗାଇବା ଆବଶ୍ୟକ ।
ମୋର ପରିବାର ଜନ, ଆମ ଶାସ୍ତ୍ରରେ କୁହାଯାଇଛି-
ଜୀବେଷୁକରୁଣାଚାପି, ମୈତ୍ରୀତେଷୁବିଧୀୟତାମ୍ ।
ଅର୍ଥାତ, ଜୀବମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କର ଏବଂ ସେମାନଙ୍କୁ ନିଜର ମିତ୍ରକର । ଆମର ତ ଅଧିକାଂଶ ଦେବଦେବୀଙ୍କର ବାହନ ପଶୁପକ୍ଷୀ ଅଟନ୍ତି । ବହୁ ଲୋକ ମନ୍ଦିର ଯାଆନ୍ତି, ଭଗବାନଙ୍କ ଦର୍ଶନ କରନ୍ତି, କିନ୍ତୁ ଯେଉଁ ଜୀବଜନ୍ତୁ ତାଙ୍କର ବାହନ ହୋଇଥାନ୍ତି, ସେମାନଙ୍କ ଆଡ଼କୁ ସେତିକି ଦୃଷ୍ଟି ଦିଅନ୍ତି ନାହିଁ । ଏହି ଜୀବଜନ୍ତୁ ଆମର ଆସ୍ଥାର କେନ୍ଦ୍ରରେ ତ ରହିବା ଉଚିତ, ଆମକୁ ସେମାନଙ୍କୁ ଯଥାସମ୍ଭବ ସୁରକ୍ଷା ମଧ୍ୟ ଦେବା ଦରକାର । ବିଗତ କିଛିବର୍ଷ ମଧ୍ୟରେ ଦେଶରେ ବାଘ, ସିଂହ, କଲରାପତରିଆ ଓ ହାତୀଙ୍କ ସଂଖ୍ୟାରେ ଉତ୍ସାହଜନକ ବୃଦ୍ଧି ଦେଖାଯାଇଛି । ଅନେକ ପ୍ରକାରର ପ୍ରୟାସ ମଧ୍ୟ ନିରନ୍ତର ଜାରି ରହିଛି, ଯେପରିକି ଏହି ଧରିତ୍ରୀ ଉପରେ ବସବାସ କରୁଥିବା ଅନ୍ୟ ଜୀବଜନ୍ତୁମାନଙ୍କୁ ବଞ୍ଚାଯାଇପାରିବ । ରାଜସ୍ଥାନର ପୁଷ୍କରରେ ମଧ୍ୟ ଏପରି ଏକ ନିଆରା ପ୍ରୟାସ କରାଯାଉଛି । ଏଠାରେ ସୁଖଦେବ ଭଟ୍ଟ ଜୀ ଓ ତାଙ୍କ ଦଳ ମିଶି ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଲାଗିପଡ଼ିଛନ୍ତି ଆଉ ଜାଣନ୍ତି ତାଙ୍କ ଦଳର ନାମ କ’ଣ? ତାଙ୍କ ଦଳର ନାମ ହେଉଛି – କୋବ୍ରା । ଏହି ଭୟଙ୍କର ନାମ ଏଇଥିପାଇଁ ରଖାଯାଇଛି, କାରଣ ତାଙ୍କ ଦଳ ଏହି ଅଞ୍ଚଳରେ ଭୟଙ୍କର ସାପଗୁଡ଼ିକୁ ଉଦ୍ଧାର କରିବାର କାର୍ଯ୍ୟ ମଧ୍ୟ କରିଥାଏ । ଏହି ଦଳରେ ବହୁତ ଲୋକ ସଂପୃକ୍ତ ଅଛନ୍ତି, ଯେଉଁମାନେ କେବଳ ଗୋଟିଏ ଫୋନ୍କଲ୍ରେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି ଓ ନିଜ ଅଭିଯାନରେ ଲାଗିପଡ଼ନ୍ତି । ସୁଖଦେବ ଜୀଙ୍କ ଏହି ଦଳ ଏ ପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ବିଷାକ୍ତ ସାପଙ୍କ ଜୀବନରକ୍ଷା କରିଛନ୍ତି । ଏହି ପ୍ରୟାସ ଦ୍ୱାରା ଯେଉଁଠି ଲୋକଙ୍କର ବିପଦ ଦୂର ହୋଇଛି, ସେଇଠି ପ୍ରକୃତିର ସୁରକ୍ଷା ମଧ୍ୟ ହେଉଛି । ଏହି ଦଳ ଅନ୍ୟ ରୋଗିଣା ପଶୁଙ୍କ ସେବାକାର୍ଯ୍ୟ ମଧ୍ୟ କରୁଛି ।
ବନ୍ଧୁଗଣ, ତାମିଲନାଡୁର ଚେନ୍ନଇରେ ଅଟୋଚାଳକ ଏମ୍. ରାଜେନ୍ଦ୍ର ପ୍ରସାଦ ଜୀ ମଧ୍ୟ ଏକ ନିଆରା କାମ କରୁଛନ୍ତି । ସେ ଗତ ୨୫-୩୦ ବର୍ଷ ଧରି ପାରାମାନଙ୍କ ସେବାକାର୍ଯ୍ୟରେ ଲାଗିଛନ୍ତି । ତାଙ୍କ ନିଜ ଘରେ ୨୦୦ରୁ ଅଧିକ ପାରା ଅଛନ୍ତି । ପକ୍ଷୀମାନଙ୍କର ଭୋଜନ, ପାଣି, ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସବୁ ଜିନିଷର ସେ ସଂପୂର୍ଣ୍ଣ ଧ୍ୟାନ ରଖନ୍ତି । ଏଥିରେ ତାଙ୍କର ବହୁତ ଟଙ୍କା ଖର୍ଚ୍ଚ ହୁଏ, କିନ୍ତୁ ସେ ନିଜ କାମ ପାଇଁ ଉତ୍ସର୍ଗୀକୃତ । ବନ୍ଧୁଗଣ, ଲୋକଙ୍କୁ ସତ୍ ଉଦ୍ଦେଶ୍ୟ ରଖି ଏଭଳି କାମ କରୁଥିବା ଦେଖି ସତକୁ ସତ ବହୁତ ଶାନ୍ତି ମିଳେ, ବହୁତ ଖୁସି ଲାଗେ । ଯଦି ଆପଣଙ୍କୁ ମଧ୍ୟ ଏପରି କିଛି ନିଆରା ପ୍ରୟାସ ସମ୍ପର୍କରେ ସୂଚନା ମିଳେ, ତେବେ ସେ ସମ୍ପର୍କରେ ନିଶ୍ଚୟ ଶେୟାର୍ କରନ୍ତୁ ।
ମୋର ପ୍ରିୟ ପରିବାରଜନ, ସ୍ୱାଧୀନତାର ଏହି ଅମୃତକାଳ, ଦେଶ ପାଇଁ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟକାଳ ମଧ୍ୟ ଅଟେ । ନିଜର କର୍ତ୍ତବ୍ୟକୁ ତୁଲାଇବା ଦ୍ୱାରା ହିଁ ଆମେ ନିଜର ଲକ୍ଷ୍ୟକୁ ହାସଲ କରିପାରିବା, ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା । କର୍ତ୍ତବ୍ୟର ଭାବନା ଆମ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ । ୟୁପିର ସମ୍ଭଲ୍ରେ, ଦେଶ କର୍ତ୍ତବ୍ୟ ଭାବନାରଏପରି ଏକ ଦୃଷ୍ଟାନ୍ତ ଦେଖିଛି ଯାହାକୁ ମୁଁ ଆପଣଙ୍କ ସହିତ ମଧ୍ୟ ଶେୟାର୍ କରିବାକୁ ଚାହୁଁଛି । ଆପଣ ଭାବନ୍ତୁ ତ ୭୦ରୁ ବେଶୀ ଗାଁ, ହଜାର ହଜାର ଲୋକ ଆଉ ସମସ୍ତେ ମିଶି ଗୋଟିଏ ଲକ୍ଷ୍ୟରେ, ଗୋଟିଏ ଧ୍ୟେୟର ପ୍ରାପ୍ତି ପାଇଁ ଏକାଠି ହୁଅନ୍ତି, ଲାଗିପଡ଼ନ୍ତି । ଏପରି କମ୍ ଘଟେ, କିନ୍ତୁ ସମ୍ଭଲ୍ର ଲୋକେ ଏହାକରି ଦେଖାଇଛନ୍ତି । ଏହି ଲୋକେ ମିଳିମିଶି ଜନଭାଗିଦାରୀ ଓ ସାମୂହିକତାର ବହୁତ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରକୃତରେ, ଏହି ଅଞ୍ଚଳରେ କେଇ ଦଶନ୍ଧି ତଳେ ‘ସୋତ୍’ ନାମକ ନଦୀଟିଏ ଥିଲା । ଅମରୋହାରୁ ଆରମ୍ଭ ହୋଇସମ୍ଭଲ୍ ଦେଇ ବଦାୟୁଁ ପର୍ଯ୍ୟନ୍ତ ବହୁଥିବା ଏହି ନଦୀ ଏକଦା ଏହି ଅଞ୍ଚଳରେ ଜୀବନଦାୟିନୀ ରୂପେ ପ୍ରସିଦ୍ଧ ଥିଲା । ଏହି ନଦୀରେ ଅନବରତ ଜଳ ପ୍ରବାହିତ ହେଉଥିଲା, ଯାହା ଏଠାକାର ଚାଷୀମାନଙ୍କ ଚାଷର ମୁଖ୍ୟ ଆଧାର ଥିଲା । ସମୟକ୍ରମେ ନଦୀର ପ୍ରବାହ କମ୍ ହୋଇଗଲା, ନଦୀ ଯେଉଁ ରାସ୍ତାରେ ବହୁଥିଲା ସେଠାରେ ଜବରଦଖଲ ହେଲା ଓ ଏହି ନଦୀ ବିଲୁପ୍ତ ହୋଇଗଲା । ନଦୀକୁ ମାଆ ମନେକରୁଥିବା ଆମ ଦେଶରେ, ସମ୍ଭଲ୍ର ଜନସାଧାରଣ ଏହି ସୋତ୍ ନଦୀକୁ ମଧ୍ୟ ପୁନର୍ଜୀବିତ କରିବାକୁ ପ୍ରତିଜ୍ଞା କଲେ । ଗତବର୍ଷ ଡିସେମ୍ବରରେ ୭୦ରୁ ଅଧିକ ଗ୍ରାମ ପଞ୍ଚାୟତ ମିଶି ସୋତ୍ ନଦୀର କାୟା ପରିବର୍ତ୍ତନ କାମ ଆରମ୍ଭ କଲେ । ଗ୍ରାମପଞ୍ଚାୟତର ଲୋକେ ଏହି କାର୍ଯ୍ୟରେ ସରକାରୀ ବିଭାଗଗୁଡ଼ିକୁ ମଧ୍ୟ ନିଜ ସାଂଗରେ ନେଲେ । ଆପଣଙ୍କୁ ଏହାଜାଣି ଖୁସି ଲାଗିବ ଯେ ବର୍ଷର ପ୍ରଥମ ୬ ମାସରେ ହିଁ ଏହି ଲୋକେ ନଦୀର ୧୦୦ କିଲୋମିଟରରୁ ଅଧିକ ପୁନରୁଦ୍ଧାର କରିଥିଲେ । ଯେତେବେଳେ ବର୍ଷାଦିନ ଆରମ୍ଭ ହେଲା, ସେତେବେଳେ ଏଠାକାର ଲୋକଙ୍କ ପରିଶ୍ରମର ସୁଫଳ ଦେଖିବାକୁ ମିଳିଲା ଓ ସୋତ୍ ନଦୀ ଜଳପୂର୍ଣ୍ଣ ହୋଇଗଲା । ଏଠାକାର ଚାଷୀଙ୍କୁ ଏହା ଖୁସି ହେବାପାଇଁ ଏକ ସୁଯୋଗ ସୃଷ୍ଟି କରିଛି । ଲୋକେ ନଦୀକୂଳରେ ୧୦,୦୦୦ରୁ ଅଧିକ ବାଉଁଶ ଗଛ ମଧ୍ୟ ଲଗାଇଛନ୍ତି, ଯେପରିକି ଏହାର କୂଳ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ନଦୀର ଜଳରେ ତିରିଶ ହଜାରରୁ ଅଧିକ ଗମ୍ବୁସିଆ ମାଛ ଛଡ଼ାଯାଇଛି, ଯେପରିକି ମଶା ବଂଶବିସ୍ତାର କରିପାରିବେ ନାହିଁ । ବନ୍ଧୁଗଣ, ସୋତ୍ ନଦୀର ଉଦାହରଣ ଆମକୁ ଜଣାଇଥାଏ ଯେ ଯଦି ଆମେ ପ୍ରତିଜ୍ଞା କରିବା ତା’ହେଲେ ବଡ଼ରୁ ବଡ଼ ସମସ୍ୟାକୁ ମଧ୍ୟ ଅତିକ୍ରମ କରି ଏକ ବଡ଼ ପରିବର୍ତ୍ତନ ଆଣିପାରିବା । ଆପଣ ମଧ୍ୟ କର୍ତ୍ତବ୍ୟପଥରେ ଚାଲି ନିଜ ଆଖପାଖରେ ଏପରି ବହୁତ ପରିବର୍ତ୍ତନର ମାଧ୍ୟମ ହୋଇପାରିବେ ।
ମୋର ପରିବାରଜନ, ଯେତେବେଳେ ଲକ୍ଷ୍ୟ ଦୃଢ଼ ଥାଏ ଆଉ କିଛି ଶିଖିବାର ଦୃଢ଼ ଇଚ୍ଛାଶକ୍ତି ଥାଏ, ସେତେବେଳେ କୌଣସି କାମ କରିବା ଅସମ୍ଭବ ହୋଇନଥାଏ । ପଶ୍ଚିମବଙ୍ଗର ଶ୍ରୀମତୀ ଶକୁନ୍ତଳା ସରଦାର ଏହି କଥାକୁ ସମ୍ପୂର୍ଣ୍ଣ ପ୍ରମାଣ କରି ଦେଖାଇଛନ୍ତି । ଆଜି ସେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ଶକୁନ୍ତଳା ଜୀ ହେଉଛନ୍ତି ଜଙ୍ଗଲ ମହଲ୍ର ଶାତନାଲା ଗ୍ରାମର ଜଣେ ଅଧିବାସୀ । ତାଙ୍କର ପରିବାର ଦୀର୍ଘ ସମୟ ଧରି ମଜୁରୀ ଖଟି ପେଟ ପୋଷୁଥିଲେ । ସେଥିରେ ତାଙ୍କ ପରିବାରର ପାଳନ ପୋଷଣ ବି ଅସମ୍ଭବ ଥିଲା । ସେ ଗୋଟିଏ ନୂଆ ରାସ୍ତାଟିଏ ବାଛିନେଲେ ଏବଂ ସେଥିରେ ସଫଳତା ଲାଭକରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ । ସେ ଏଭଳି ସଫଳତା କେମିତି ପାଇଲେ, ସେ କଥା ଆପଣମାନେ ନିଶ୍ଚୟ ଜାଣିବାକୁ ଚାହିଁବେ । ତା’ର ଜବାବ ହେଉଛି – ଗୋଟିଏ ସିଲେଇ ମେସିନ୍ । ଗୋଟିଏ ସିଲେଇ ମେସିନ୍ ସାହାଯ୍ୟରେ ସେ ଶାଳପତ୍ରଗୁଡ଼ିକୁ ନେଇ ବହୁତ ସୁନ୍ଦର ଡିଜାଇନ୍ କରିବା ଆରମ୍ଭ କରିଦେଲେ । ତାଙ୍କର ଏହି କଳାକୌଶଳ ତାଙ୍କ ପୁରା ପରିବାରର ଜୀବନ ବଦଳେଇଦେଲା । ତାଙ୍କ ଦ୍ୱାରା ନିର୍ମିତ ଏହି ଅଭୁତପୂର୍ବ ହସ୍ତଶିଳ୍ପର ଚାହିଦା ଦିନକୁ ଦିନ ବଢ଼ିଚାଲିଲା । ଶକୁନ୍ତଳା ଦେବୀଙ୍କର ଏହି କୁଶଳତା ଖାଲି ତାଙ୍କ ଜୀବନକୁ ବଦଳେଇଦେଲା – ସେତିକି ନୁହେଁ, ବରଂ ଶାଳପତ୍ର ସଂଗ୍ରହ କରୁଥିବା ଅନେକ ଲୋକଙ୍କ ଜୀବନରେ ମଧ୍ୟ ବୈବର୍ତ୍ତନିକ ପରିବର୍ତ୍ତନ ଆଣିଦେଲା । ଏବେ ସେ ଅନେକ ମହିଳାଙ୍କୁ ଟ୍ରେନିଂ ଦେବାର କାମ ମଧ୍ୟ ଆରମ୍ଭ କରିଛନ୍ତି । ଆପଣମାନେ କଳ୍ପନା କରିପାରୁଥିବେ ଯେ ଦିନେ ମଜୁରୀ ଉପରେ ନିର୍ଭର କରି ଚଳୁଥିବା ଗୋଟିଏ ପରିବାର ଆଜି କେମିତି ଅନ୍ୟମାନଙ୍କୁ ରୋଜଗାର ପାଇଁ ପ୍ରେରିତ କରିପାରୁଛି । ସେମାନେ ଦିନମଜୁରୀ ଉପରେ ନିର୍ଭର କରୁଥିବା ନିଜର ପରିବାରକୁ ନିଜ ଗୋଡ଼ରେ ଠିଆ କରାଇ ପାରିଛନ୍ତି । ଏହାଦ୍ୱାରା ସେମାନଙ୍କ ପରିବାରକୁ ଅନ୍ୟ ଜିନିଷ ଉପରେ ଧ୍ୟାନ ଦେବାର ସୁଯୋଗ ମିଳୁଛି । ଆଉ ଗୋଟିଏ କଥା ହେଉଛି, ଶକୁନ୍ତଳାଙ୍କର ସ୍ଥିତି ଟିକେ ଠିକ୍ ହେଲାପରଠାରୁ ଏବେ ସେ ସଞ୍ଚୟ କରିବା ମଧ୍ୟ ଆରମ୍ଭ କରିଦେଲେଣି । ନିଜ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ କରିବା ଉଦ୍ଦେଶ୍ୟରେ ଏବେ ସେ ଜୀବନବୀମା ଯୋଜନାରେ ମଧ୍ୟ ଅର୍ଥ ବିନିଯୋଗ କଲେଣି । ଶକୁନ୍ତଳା ଦେବୀଙ୍କର ଏହି ଉତ୍ସାହ ପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ଭାରତର ଲୋକମାନେ ଏହିଭଳି ପ୍ରତିଭାରେ ପରିପୂର୍ଣ୍ଣ ହୋଇ ରହିଛନ୍ତି - ଆପଣ ତାଙ୍କୁ ସୁଯୋଗ ଦିଅନ୍ତୁ । ଦେଖିବେ, ସେ କେମିତି କମାଲ୍ କରି ଦେଖେଇବେ ।
ମୋର ପରିବାରଜନ, ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀ ସମୟର ସେହି ଦୃଶ୍ୟକୁ କେହି କ’ଣ କେବେ ଭୁଲିପାରିବ – ଯେତେବେଳେ ବିଶ୍ୱର ଅନେକ ନେତା ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଏକାସାଥିରେ ରାଜଘାଟରେ ପହଞ୍ଚିଥିଲେ । ସାରା ବିଶ୍ୱରେ ବାପୁଜୀଙ୍କର ବିଚାରର ଆଜି ବି କେତେ ପ୍ରାସଙ୍ଗିକତା ରହିଛି – ଏହା ହେଉଛି ତା’ର ଏକ ବଡ଼ ପ୍ରମାଣ । ଗାନ୍ଧି ଜୟନ୍ତୀ ଉପଲକ୍ଷେ ସାରାଦେଶରେ ସ୍ୱଚ୍ଛତା ସମ୍ବନ୍ଧିତ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି – ଏଥିପାଇଁ ମୁଁ ଅତ୍ୟନ୍ତ ଖୁସି । କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ “ସ୍ୱଚ୍ଛତା ହିଁ ସେବା ଅଭିଯାନ” ଖୁବ ଜୋରସୋରରେ ଚାଲିଛି । Indian Swachhata Leagueରେ ବହୁତ ସହଭାଗିତା ଦେଖାଯାଉଛି । ଆଜି ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ - ୧ ଅକ୍ଟୋବର ଅର୍ଥାତ ରବିବାର ସକାଳ ୧୦ଟା ବେଳେ ସ୍ୱଚ୍ଛତା ଉପରେ ଗୋଟିଏ ବହୁତ ବଡ଼ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଆପଣମାନେ ମଧ୍ୟ କିଛି ସମୟ ବାହାର କରି ସ୍ୱଚ୍ଛତା ସହ ଜଡ଼ିତ ଏହି ଅଭିଯାନରେ ସାମିଲ ହୁଅନ୍ତୁ । ଆପଣ ନିଜର ଗଳି, ଆଖପାଖ ସ୍ଥାନ, ପାର୍କ, ନଦୀ, ସରୋବର ଅଥବା ଅନ୍ୟ ସାର୍ବଜନିକ ସ୍ଥାନରେ ଏହି ସ୍ୱଚ୍ଛତା ଅଭିଯାନରେ ଯୋଗ ଦେଇପାରନ୍ତି । ଯେଉଁଠି ଅମୃତ ସରୋବର ନିର୍ମାଣ ହୋଇଛି ସେଠିତ ସ୍ୱଚ୍ଛତା କାର୍ଯ୍ୟ ଅବଶ୍ୟ କରିବାକୁ ହେବ । ସ୍ୱଚ୍ଛତାର ଏହି କାର୍ଯ୍ୟାଞ୍ଜଳି ହିଁ ଗାନ୍ଧିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ମୁଁ ଆପଣଙ୍କୁ ପୁଣିଥରେ ମନେ ପକେଇଦେବାକୁ ଚାହେଁ ଯେ ଏ ବର୍ଷ ଗାନ୍ଧି ଜୟନ୍ତୀରେ ଖଦୀର କୌଣସି ଗୋଟିଏ ଉତ୍ପାଦ ନିଶ୍ଚୟ କିଣନ୍ତୁ ।
ମୋର ପରିବାରଜନ, ଆମ ଦେଶରେ ଉତ୍ସବର ଋତୁ ଆରମ୍ଭ ହୋଇଗଲାଣି । ଆପଣ ସମସ୍ତଙ୍କ ଘରେ କିଛି ଗୋଟିଏ ନୂଆ କିଣିବାର ଯୋଜନା ହେଉଥିବ । କେହି କେହି ନବରାତ୍ର ସମୟରେ ନିଜର ଶୁଭକାମ ଆରମ୍ଭ କରିବାକୁ ଅପେକ୍ଷା କରିଥିବେ । ଆନନ୍ଦ ଓ ଉତ୍ସାହର ଏହି ବାତାବରଣ ମଧ୍ୟରେ ଆପଣମାନେ Vocal for Localର ମନ୍ତ୍ରଟିକୁ ମଧ୍ୟ ମନେରଖିବେ ନିଶ୍ଚୟ । ଯେତେଦୂର ସମ୍ଭବ ଆପଣ ଭାରତରେ ତିଆରି ଜିନିଷଗୁଡ଼ିକ କିଣନ୍ତୁ, ଭାରତୀୟ ଉତ୍ପାଦଗୁଡ଼ିକୁ ବ୍ୟବହାର କରନ୍ତୁ ଏବଂ Made in India ପଦାର୍ଥଗୁଡ଼ିକ ହିଁ ଉପହାର ଦିଅନ୍ତୁ । ଆପଣଙ୍କର ଏହି ଛୋଟିଆ ଖୁସିଟି, ଅନ୍ୟ ଏକ ପରିବାର ପାଇଁ ଗୋଟିଏ ବଡ଼ ଖୁସିର କାରଣ ହୋଇପାରିବ । ଆପଣ ଯେଉଁ ଭାରତୀୟ ଜିନିଷଟି କିଣିବେ ତା’ର ଲାଭ ସିଧା ଆମର ଶ୍ରମିକ, କାରିଗର, ଶିଳ୍ପୀ ଏବଂ ଅନ୍ୟ ବିଶ୍ୱକର୍ମା ଭାଇଭଉଣୀମାନଙ୍କୁ ମିଳିବ । ଆଜିକାଲି ତ ଅନେକ Start ups ଦ୍ୱାରା ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରାଯାଉଛି । ଆପଣ ଯଦି ସ୍ଥାନୀୟ ଜିନିଷ କିଣିବେ ତେବେ Start ups ର ଏହି ଯୁବକମାନଙ୍କର ଲାଭ ହେବ ।
ମୋର ପ୍ରିୟ ପରିବାରଜନ, ‘ମନ୍ କି ବାତ୍’ରେ ଆଜିପାଇଁ ଏତିକି । ଆସନ୍ତା ଥର ‘ମନ୍ କି ବାତ୍’ରେ ଆପଣମାନଙ୍କୁ ଭେଟିଲା ବେଳକୁ ନବରାତ୍ରି ଓ ଦଶହରା ବିତିଯାଇଥିବ । ଉତ୍ସବର ଏହି ଋତୁରେ ଆପଣମାନେ ମଧ୍ୟ ସମ୍ପୂର୍ଣ୍ଣ ଉତ୍ସାହର ସହିତ ସମସ୍ତ ପର୍ବ ପାଳନ କରନ୍ତୁ, ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହୁ – ଏହାହିଁ ମୋର କାମନା । ଏହି ପର୍ବଗୁଡ଼ିକ ପାଇଁ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ନୂଆ ବିଷୟ ସହିତ, ଦେଶବାସୀଙ୍କର ନୂତନ ସଫଳତାଗୁଡ଼ିକ ସହିତ ଆପଣଙ୍କ ସାଥିରେ ପୁଣି ସାକ୍ଷାତ ହେବ । ଆପଣଙ୍କ ସନ୍ଦେଶ ମୋତେ ନିଶ୍ଚୟ ପଠାଇବେ, ଆପଣଙ୍କର ଅନୁଭୂତି ମଧ୍ୟ ଜଣେଇବାକୁ ଭୁଲିବେନି । ମୁଁ ଅପେକ୍ଷା କରିବି । ବହୁତ ବହୁତ ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଅଗଷ୍ଟ ମାସର ଅଧ୍ୟାୟରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଅତୀତରେ କେବେ ଶ୍ରାବଣ ମାସରେ ଦୁଇ ଦୁଇ ଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ହୋଇଥିବା ମୋର ମନେ ପଡ଼ୁନି, କିନ୍ତୁ ଏଥର ତାହା ହେଉଛି । ଶ୍ରାବଣ ଅର୍ଥାତ୍ ମହାଦେବଙ୍କ ମାସ, ଉତ୍ସବ ଏବଂ ଉଲ୍ଲାସର ମାସ । ଚନ୍ଦ୍ରଯାନର ସଫଳତା ଏହି ଉତ୍ସବର ଖୁସିକୁ ବହୁ ଗୁଣ ବୃଦ୍ଧି କରିଦେଇଛି । ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠକୁ ପହଂଚିବାର ତିନି ଦିନରୁ ଅଧିକ ସମୟ ହେଲାଣି । ଏହା ଏତେ ବଡ଼ ସଫଳତା ଯେ, ଏହା ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ତାହା କମ୍ ହେବ । ଆଜି ଆପଣଙ୍କ ସହିତ କଥା ହେଉଥିବାବେଳେ ମୋର ଗୋଟିଏ ପୁରୁଣା କବିତାର କିଛି ପଂକ୍ତି ମନେ ପଡ଼ୁଛି . . .
ଆକାଶରେ ମୁଣ୍ଡ ଉଠାଇ
ଘନ ମେଘଖଣ୍ଡକୁ ଭେଦି
ଆଲୋକର ସଂକଳ୍ପ ନେଇ
ଆକାଶେ ସୂରୁଜ ଆସିଛି ଉଇଁ ।
ଦୃଢ଼ ସଂକଳ୍ପ ସହ ଆଗେଇ
ପ୍ରତିକୂଳତାକୁ ବାଟରୁ ହଟେଇ
ଅନ୍ଧକାରକୁ ଦେବାକୁ ଦୂରେଇ
ଆକାଶେ ସୂରୁଜ ଆସିଛି ଉଇଁ ।
ଆକାଶରେ ମୁଣ୍ଡ ଉଠାଇ
ଘନ ମେଘକୁ ଦେବାକୁ ଉଡ଼ାଇ
ଆକାଶେ ସୂରୁଜ ଆସିଛି ଉଇଁ ।
ମୋ ପରିବାରଜନ, ଅଗଷ୍ଟ ୨୩ ତାରିଖ ଦିନ ଭାରତ ଏବଂ ଏହାର ଚନ୍ଦ୍ରଯାନ ଏହା ପ୍ରମାଣିତ କରିଦେଇଛନ୍ତି ଯେ, ଜହ୍ନ ଉପରେ ମଧ୍ୟ ସଂକଳ୍ପର ସୂର୍ଯ୍ୟୋଦୟ ହୋଇଥାଏ । ଚନ୍ଦ୍ରଯାନ ଅଭିଯାନ ନୂତନ ଭାରତରେ ସେହି ଉତ୍ସାହର ପ୍ରତୀକ ପାଲଟିଯାଇଛି, ଯିଏ ପ୍ରତ୍ୟେକ ପରିସ୍ଥିତିରେ ବିଜୟ ହାସଲ୍ କରିବାକୁ ଚାହେଁ, ଏବଂ ପ୍ରତ୍ୟେକ ପରିସ୍ଥିତିରେ କିପରି ବିଜୟ ହାସଲ କରିବାକୁ ହୁଏ ତାହା ଜାଣେ ।
ବନ୍ଧୁଗଣ, ଏହି ଅଭିଯାନର ଗୋଟିଏ ଦିଗ ଏଭଳି ମଧ୍ୟ ଥିଲା, ଯାହା ବିଷୟରେ ଆଜି ମୁଁ ବିଶେଷ ଭାବେ ଆପଣଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛି । ଆପଣମାନଙ୍କର ମନେଥିବ, ଏଥର ଲାଲକିଲ୍ଲାରୁ ମୁଁ କହିଛି ଯେ, ଆମକୁ ୱିମେନ୍ ଲେଡ୍ ଡେଭେଲପ୍ମେଂଟ୍ କୁ ଜାତୀୟ ଚରିତ୍ର ରୂପେ ସଶକ୍ତ କରିବାକୁ ହେବ । ଯେଉଁଠି ମହିଳା ଶକ୍ତିର ସାମର୍ଥ୍ୟ ଯୋଡ଼ି ହୋଇଯାଏ, ସେଠାରେ ଅସମ୍ଭବକୁ ମଧ୍ୟ ସମ୍ଭବ କରିହୁଏ । ଭାରତର ଚନ୍ଦ୍ରଯାନ ଅଭିଯାନ, ନାରୀଶକ୍ତିର ମଧ୍ୟ ଏକ ଜ୍ୱଳନ୍ତ ଉଦାହରଣ । ଏହି ସମ୍ପୂର୍ଣ୍ଣ ଅଭିଯାନରେ ଅନେକ ମହିଳା ବୈଜ୍ଞାନିକ ଏବଂ ଯନ୍ତ୍ରୀ ସିଧାସଳଖ ଭାବେ ଯୋଡ଼ି ହୋଇ ରହିଛନ୍ତି । ସେମାନେ ଭିନ୍ନ ଭିନ୍ନ ପ୍ରଣାଳୀର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରକଳ୍ପ ପରିଚାଳକ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛନ୍ତି । ଭାରତର ଝିଅମାନେ ଏବେ ଅନନ୍ତ ପ୍ରତୀତ ହେଉଥିବା ମହାକାଶର ଆହ୍ୱାନକୁ ମଧ୍ୟ ସାମ୍ନା କରୁଛନ୍ତି । କୌଣସି ଦେଶର ଝିଅମାନେ ଯଦି ଉଚ୍ଚାକାଂକ୍ଷୀ ହୋଇଯାଆନ୍ତି, ତାହେଲେ ସେହି ଦେଶକୁ ବିକଶିତ ହେବାକୁ କିଏ ବା ରୋକିପାରିବ?
ବନ୍ଧୁଗଣ, ଆମେ ଏତେ ଉଚ୍ଚକୁ ଏଥିପାଇଁ ଯାତ୍ରା କରିଛୁ, କାରଣ ଆଜି ଆମର ସ୍ୱପ୍ନ ମଧ୍ୟ ବଡ଼ ଏବଂ ଆମର ପ୍ରଚେଷ୍ଟା ମଧ୍ୟ ବଡ଼ ଧରଣର ହୋଇଛି । ଚନ୍ଦ୍ରଯାନ-୩ର ସଫଳତାରେ ଆମ ବୈଜ୍ଞାନିକମାନଙ୍କ ସହିତ ଅନ୍ୟ କିଛି କ୍ଷେତ୍ରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତ ଯନ୍ତ୍ରାଂଶ ଏବଂ ବୈଷୟିକ ଆବଶ୍ୟକତାଗୁଡ଼ିକୁ ପୂର୍ଣ୍ଣ କରିବାରେ ଅନେକ ଦେଶବାସୀଙ୍କ ଅବଦାନ ରହିଛି । ସମସ୍ତଙ୍କ ପ୍ରଚେଷ୍ଟା ମିଳିତ ହେଲା, ତେଣୁ ସଫଳତା ମଧ୍ୟ ମିଳିଲା । ଏହାହିଁ ଚନ୍ଦ୍ରଯାନ-୩ର ସବୁଠାରୁ ବଡ଼ ସଫଳତା । ଆଗକୁ ମଧ୍ୟ ଆମ ମହାକାଶ କ୍ଷେତ୍ର ସମସ୍ତଙ୍କ ମିଳିତ ଉଦ୍ୟମରେ ଏଭଳି ଅଗଣିତ ସଫଳତା ହାସଲ କରିବ ବୋଲି ମୁଁ କାମନା କରୁଛି ।
ମୋର ପରିବାରଜନ, ସେପ୍ଟେମ୍ବର ମାସଟି ଭାରତର ସାମର୍ଥ୍ୟର ସାକ୍ଷୀ ହେବାକୁ ଯାଉଛି । ଆଗାମୀ ମାସରେ ଆୟୋଜିତ ହେବାକୁ ଥିବା ଜି-୨୦ ନେତାମାନଙ୍କ ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ଏହି ଆୟୋଜନରେ ଅଂଶଗ୍ରହଣ କରିବା ପାଇଁ ୪୦ଟି ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଅନେକ ବୈଶ୍ୱିକ ସଂସ୍ଥା ରାଜଧାନୀ ଦିଲ୍ଲୀକୁ ଆସୁଛନ୍ତି । ଜି-୨୦ ସମ୍ମିଳନୀର ଇତିହାସରେ ଏହା ଆଜି ପର୍ଯ୍ୟନ୍ତର ସର୍ବବୃହତ ଭାଗିଦାରୀ ହେବ । ନିଜର ଅଧ୍ୟକ୍ଷତାର କାର୍ଯ୍ୟକାଳ ସମୟରେ ଭାରତ ଜି-୨୦କୁ ଆହୁରି ସର୍ବବ୍ୟାପୀ (ଇନ୍କ୍ଲୁସିଭ) ମଂଚରେ ପରିଣତ କରିଦେଇଛି । ଭାରତର ନିମନ୍ତ୍ରଣ ଯୋଗୁଁ ହିଁ ଆଫ୍ରିକାନ ୟୁନିୟନ ଜି-୨୦ରେ ଯୋଗ ଦେଇଛି ଏବଂ ଆଫ୍ରିକାର ଲୋକଙ୍କ ସ୍ୱର ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ମଂଚ ପର୍ଯ୍ୟନ୍ତ ପହଂଚିପାରିଛି । ବନ୍ଧୁଗଣ, ଗତବର୍ଷ ବାଲିରେ ଭାରତକୁ ଜି-୨୦ର ଅଧ୍ୟକ୍ଷତାର ଦାୟିତ୍ୱ ମିଳିବା ପର ଠାରୁ ଏ ଯାଏଁ ଏତେସବୁ ଘଟିଛି, ଯାହା ଆମକୁ ଗୌରବାନ୍ୱିତ କରୁଛି । ଦିଲ୍ଲୀରେ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନର ପରମ୍ପରାକୁ ଭଙ୍ଗ କରି ଆମେ ଏହାକୁ ଦେଶର ଭିନ୍ନ ଭିନ୍ନ ସହରକୁ ନେଇଗଲୁ । ଦେଶର ୬୦ଟି ସହରରେ ଏହା ସହିତ ଜଡ଼ିତ ପ୍ରାୟଃ ୨୦୦ଟି ବୈଠକର ଆୟୋଜନ କରାଗଲା । ଜି-୨୦ର ପ୍ରତିନିଧିମାନେ ଯେଉଁଠାକୁ ବି ଗଲେ, ସେଠାରେ ଜନସାଧାରଣ ଉତ୍ସାହର ସହିତ ସେମାନଙ୍କୁ ସ୍ୱାଗତ ଜଣାଇଲେ। ଏହି ପ୍ରତିନିଧିମାନେ ଆମ ଦେଶର ବିବିଧତାକୁ ଦେଖି, ଆମର ଜାଜ୍ଜ୍ୱଲ୍ୟମାନ (ଭାଇବ୍ରାଣ୍ଟ) ଗଣତନ୍ତ୍ରକୁ ଦେଖି ଗଭୀର ଭାବେ ପ୍ରଭାବିତ ହେଲେ । ଭାରତରେ ଅନେକ ସମ୍ଭାବନା ଭରି ରହିଥିବା କଥା ମଧ୍ୟ ସେମାନେ ଅନୁଭବ କଲେ ।
ବନ୍ଧୁଗଣ, ଜି-୨୦ରେ ଆମ ଅଧ୍ୟକ୍ଷତା, ଜନସାଧାରଣଙ୍କ ଅଧ୍ୟକ୍ଷତା ଅଟେ, ଯେଉଁଥିରେ ଜନଭାଗିଦାରୀର ଚିନ୍ତାଧାରା ସର୍ବାଗ୍ରେ ରହିଛି । ଜି-୨୦ର ୧୧ଟି ଏନ୍ଗେଜମେଂଟ୍ ଗ୍ରୁପରେ ଆକାଡେମିଆ, ସିଭିଲ ସୋସାଇଟି, ଯୁବବର୍ଗ, ମହିଳା, ଆମ ସାଂସଦ, ଉଦ୍ୟମୀ ଏବଂ ସହରାଂଚଳ ପ୍ରଶାସନ ସହିତ ଜଡ଼ିତ ଲୋକେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ । ଏହାକୁ ନେଇ ସାରା ଦେଶରେ ଯେଉଁସବୁ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି, ସସବୁ ସହିତ ପ୍ରାୟଃ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଲୋକେ ଜଡ଼ିତ । ଜନସହଭାଗୀତାର ଆମର ଏହି ପ୍ରଚେଷ୍ଟାରେ ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ବିଶ୍ୱ ରେକର୍ଡ଼ ମଧ୍ୟ ସୃଷ୍ଟି ହୋଇଛି । ବାରାଣାସୀଠାରେ ହୋଇଥିବା ଜି-୨୦ କ୍ୱିଜ୍ରେ ୮୦୦ଟି ବିଦ୍ୟାଳୟର ଏକ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ କରିବା ଗୋଟିଏ ନୂତନ ବିଶ୍ୱ ରେକର୍ଡ଼ । ଅପରପକ୍ଷରେ ଲମ୍ବାନୀ କାରିଗରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କଲେ । ୪୫୦ ଜଣ କାରିଗର ପ୍ରାୟଃ ୧୮୦୦ ୟୁନିକ୍ ପ୍ୟାଚେସ୍ର ଆଶ୍ଚର୍ଯ୍ୟଜନକ ସଂଗ୍ରହ ସୃଷ୍ଟି କରି ନିଜର ଅନନ୍ୟ କୌଶଳର ପରିଚୟ ପ୍ରଦାନ କରିଥିଲେ । ଜି-୨୦ରେ ଆସିଥିବା ପ୍ରତ୍ୟେକ ପ୍ରତିନିଧି କଳା କ୍ଷେତ୍ରରେ ଆମ ଦେଶର ବିବିଧତାକୁ ଦେଖି ବହୁତ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ସୁରତରେ ମଧ୍ୟ ଏହିଭଳି ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କରାଗଲା । ସେଠାରେ ଆୟୋଜିତ ଶାଢ଼ୀ ୱାକାଥନ୍ରେ ୧୫ଟି ରାଜ୍ୟର ୧୫,୦୦୦ ମହିଳା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଯୋଗୁଁ ସୁରତର ବସ୍ତ୍ର ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିବା ସହିତ ଭୋକାଲ୍ ଫର୍ ଲୋକାଲ୍ ମଧ୍ୟ ଶକ୍ତିଶାଳୀ ହେଲା ଏବଂ ଲୋକାଲ୍, ଗ୍ଲୋବାଲ୍ ହେବାର ମାର୍ଗ ମଧ୍ୟ ସୃଷ୍ଟି ହେଲା । ଶ୍ରୀନଗରରେ ଜି-୨୦ ବୈଠକ ଶେଷ ହେବା ପରେ କାଶ୍ମୀରରେ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବହୁମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେଉଛି । ସମସ୍ତ ଦେଶବାସୀଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ଆସନ୍ତୁ, ଆମେ ସମସ୍ତେ ମିଶି ଜି-୨୦ ସମ୍ମିଳନୀକୁ ସଫଳ କରିବା, ଦେଶର ଗୌରବ ବୃଦ୍ଧି କରିବା ।
ମୋର ପରିବାରଜନ, ‘ମନ୍ କି ବାତ୍’ର ଅଧ୍ୟାୟରେ ଆମେ ଆମ ଯୁବପିଢ଼ିର ସାମର୍ଥ୍ୟ ବିଷୟରେ ପ୍ରାୟତଃ ଆଲୋଚନା କରିଥାଉଁ । କ୍ରୀଡ଼ା ଆଜି ଏଭଳି ଗୋଟିଏ କ୍ଷେତ୍ର, ଯେଉଁଠି ଆମ ଯୁବବନ୍ଧୁମାନେ ନିରବଚ୍ଛିନ୍ନ ଭାବେ ନୂଆ ନୂଆ ସଫଳତା ହାସଲ କରିଚାଲିଛନ୍ତି । ‘ମନ୍ କି ବାତ୍’ରେ ଆଜି ମୁଁ ଏଭଳି ଗୋଟିଏ ଟୁର୍ଣ୍ଣାମେଂଟ୍ ବିଷୟରେ ଆଲୋଚନା କରିବାକୁ ଚାହୁଁଛି ଯେଉଁଥିରେ ନିକଟ ଅତୀତରେ ଆମ କ୍ରୀଡ଼ାବିତ୍ମାନେ ଦେଶର ଗୌରବକୁ ବୃଦ୍ଧି କରିଛନ୍ତି । ମାତ୍ର କିଛିଦିନ ପୂର୍ବରୁ ଚୀନ୍ରେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସର ଆୟୋଜନ ହୋଇଥିଲା । ଏହି କ୍ରୀଡ଼ାରେ ଭାରତ ଆଜି ପର୍ଯ୍ୟନ୍ତର ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଆମ ଖେଳାଳିମାନେ ମୋଟ ୨୬ଟି ପଦକ ଜିତିଲେ, ଯେଉଁଥିରେ ୧୧ଟି ସ୍ୱର୍ଣ୍ଣପଦକ ଥିଲା । ଏ କଥା ଜାଣି ଆପଣ ଖୁସି ଅନୁଭବ କରିବେ ଯେ, ୧୯୫୯ରୁ ଆଜି ପର୍ଯ୍ୟନ୍ତ ଯେତେ ୟୁନିଭର୍ସିଟି ଗେମ୍ସର ଆୟୋଜନ ହୋଇଛି, ସେ ସବୁଥିରେ ମିଳିଥିବା ମୋଟ ପଦକ ସଂଖ୍ୟା ହେଉଛି ମାତ୍ର ୧୮ । ଏତେ ଦଶନ୍ଧିରେ ମାତ୍ର ୧୮ଟି, ଅଥଚ ଏଥର ଆମ ଖେଳାଳିମାନେ ୨୬ଟି ପଦକ ଜିତିପାରିଛନ୍ତି । ତେଣୁ, ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ପଦକ ଜିତିଥିବା କିଛି ଯୁବ କ୍ରୀଡ଼ାବିତ୍, ଛାତ୍ର ବର୍ତମାନ ଫୋନ୍ ଲାଇନ୍ରେ ମୋ ସହିତ ଯୋଡ଼ି ହୋଇଛନ୍ତି । ପ୍ରଥମେ ମୁଁ ଏମାନଙ୍କ ସମ୍ପର୍କରେ ଆପଣଙ୍କୁ କିଛି ସୂଚନା ଦେଉଛି । ଉତ୍ତରପ୍ରଦେଶର ବାସିନ୍ଦା ପ୍ରଗତି ତୀରଚାଳନା ପ୍ରତିଯୋଗିତାରେ ପଦକ ଜିତିଛନ୍ତି । ଆସାମର ଅମ୍ଳାନ ଆଥ୍ଲେଟିକ୍ସରେ ପଦକ ଜିତିଛନ୍ତି । ଉତ୍ତରପ୍ରଦେଶର ପ୍ରିୟଙ୍କା ରେସ୍ ୱାକ୍ରେ ପଦକ ଜିତିଛନ୍ତି । ମହାରାଷ୍ଟ୍ରର ଅଭିଦନ୍ୟା ବନ୍ଧୁକଚାଳନାରେ ପଦକ ଜିତିଛନ୍ତି ।
ପ୍ରଗତି : ସାର୍,
ମୋଦିଜୀ : ମୋର ପ୍ରିୟ ଯୁବ ଖେଳାଳୀଗଣ, ନମସ୍କାର ।
ଖେଳାଳିମାନେ : ଆଜ୍ଞା ନମସ୍କାର ।
ମୋଦିଜୀ : ଆପଣମାନଙ୍କ ସହିତ କଥା ହେବାରେ ମୋତେ ବହୁତ ଭଲ ଲାଗୁଛି । ସର୍ବପ୍ରଥମେ ମୁଁ ଭାରତର ବିଶ୍ୱବିଦ୍ୟାଳୟମାନଙ୍କରେ ଚୟନ କରାଯାଇଥିବା ଦଳ - ଆପଣମାନଙ୍କୁ - ଯିଏ ଭାରତର ନାଁକୁ ଗୌରବାନ୍ୱିତ କରିଛନ୍ତି, ଅଭିନନ୍ଦନ ଜଣାଉଛି । ଆପଣମାନେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ନିଜ ପ୍ରଦର୍ଶନ ମାଧ୍ୟମରେ ପ୍ରତ୍ୟେକ ଦେଶବାସୀକୁ ଗୌରବାନ୍ୱିତ କରିଦେଇଛନ୍ତି । ତେଣୁ, ପ୍ରଥମେ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ।
ପ୍ରଗତି, ଆମର ବାର୍ତ୍ତାଳାପ ମୁଁ ଆପଣଙ୍କ ଠାରୁ ଆରମ୍ଭ କରୁଛି । ପ୍ରଥମେ ଆପଣ ମୋତେ ଏ କଥା କହନ୍ତୁ ଯେ, ଦୁଇଟି ପଦକ ଜିତିକରି ଆପଣ ଏଠାରୁ ଯିବାପରେ ସେଠାରେ ଏତେ ବଡ଼ ବିଜୟ ମିଳିବ ବୋଲି ଚିନ୍ତା କରିଥିଲେ କି? ଏବେ କ’ଣ ଅନୁଭବ କରୁଛନ୍ତି?
ପ୍ରଗତି : ସାର୍, ମୁଁ ବହୁତ ଗର୍ବ ଅନୁଭବ କରୁଥିଲି, ମୋ ଦେଶର ପତାକାକୁ ଏତେ ଉଚ୍ଚରେ ଉଡ଼ାଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଥରେ ସ୍ୱର୍ଣ୍ଣପଦକ ପାଇଁ ହେଉଥିବା ମୁକାବିଲାରେ ହାରିଯାଇଥିବାରୁ ଅନୁତାପ କରୁଥିଲି । କିନ୍ତୁ ଦ୍ୱିତୀୟ ଥର କୌଣସିମତେ ଜିତିବା ପାଇଁ ମନରେ ଦୃଢ଼ସଂକଳ୍ପ କରୁଥିଲି । ପ୍ରତ୍ୟେକ ପରିସ୍ଥିତିରେ ଆମ ଦେଶର ପତାକାକୁ ସବୁଠାରୁ ଉଚ୍ଚରେ ରଖିବା ପାଇଁ ମନସ୍ଥ କରିଥିଲି । ଶେଷରେ ଯେତେବେଳେ ଆମେ ମୁକାବିଲାରେ ବିଜୟ ହାସଲ କଲୁ, ସେତେବେଳେ ସେହି ପୋଡିୟମ୍ ଉପରେ ହିଁ ଆମେ ଅତି ଆନନ୍ଦରେ ଏହାକୁ ସେଲିବ୍ରେଟ୍ କରିଥିଲୁ । ସେହି ମୂହୁର୍ତ୍ତଟି ଖୁବ୍ ସୁନ୍ଦର ଥିଲା । ଏତେ ଗର୍ବ ଅନୁଭବ ହେଉଥିଲା, ଯାହାର ତୁଳନା ନାହିଁ ।
ମୋଦିଜୀ : ପ୍ରଗତି, ଆପଣଙ୍କୁ ତ ଅନେକ ଶାରୀରିକ ଅସୁବିଧା ଭୋଗ କରିବାକୁ ପଡ଼ିଥିଲା । ସେଥିରୁ ମଧ୍ୟ ଆପଣ ମୁକୁଳି ପାରିଲେ । ଏ କଥା ଦେଶର ଯୁବବର୍ଗଙ୍କ ପାଇଁ ବଡ଼ ପ୍ରେରଣାଦାୟକ । କ’ଣ ହୋଇଥିଲା ଆପଣଙ୍କର?
ପ୍ରଗତି : ସାର୍, ୫ ମେ ୨୦୨୦ରେ, ମତେ ସାର୍ ବ୍ରେନ୍ ହେମରେଜ୍ ହେଇଥିଲା । ମୁଁ ଭେଣ୍ଟିଲେଟରରେ ଥିଲି । ମୁଁ ବଞ୍ଚିବି ନା ନାହିଁ ଆଉ ବଞ୍ଚିବି ତ କେମିତି ବଞ୍ଚିବି, ତା'ର ଠିକ୍ଠିକଣା ନଥିଲା । କିନ୍ତୁ ଏତିକି ତ ଥିଲା, ମୋ ଭିତରେ ସାହସ ଥିଲା ଯେ ମୋତେ ଫେରିବାର ଅଛି, ପଡ଼ିଆରେ ଠିଆ ହେବାର ଅଛି, ତୀରଚାଳନା ପାଇଁ । ମୋର ଜୀବନ ବଞ୍ଚିଛି ତ ସବୁଠୁ ବଡ଼ ହାତ ଭଗବାନଙ୍କର ଅଛି, ତା'ପରେ ଡାକ୍ତରଙ୍କର ଆଉ ତୀରଚାଳନାର ।
ମୋଦି ଜୀ : ଆମ ସହିତ ଅମ୍ଳାନ ମଧ୍ୟ ଅଛନ୍ତି । ଅମ୍ଳାନ, ଆପଣଙ୍କର ଆଥ୍ଲେଟିକ୍ସ ପ୍ରତି ଏତେ ଅଧିକ ରୁଚି କିପରି ବଢ଼ିଲା ସେକଥା ଟିକିଏ କହନ୍ତୁ ।
ଅମ୍ଳାନ : ଆଜ୍ଞା ନମସ୍କାର ସାର୍
ମୋଦି ଜୀ : ନମସ୍କାର । ନମସ୍କାର ।
ଅମ୍ଳାନ : ସାର୍, ଆଥ୍ଲେଟିକ୍ସ ପ୍ରତି ତ ଆଗରୁ ସେତେ ରୁଚି ନ ଥିଲା । ପ୍ରଥମେ ଫୁଟବଲ ପ୍ରତି ବେଶି ଥିଲା; କିନ୍ତୁ ମୋ ଭାଇର ଜଣେ ସାଙ୍ଗ, ସେ ମତେ କହିଲା କି ଅମ୍ଳାନ ତୁ ଆଥ୍ଲେଟିକ୍ସରେ, ପ୍ରତିଯୋଗିତାକୁ ଯିବା ଉଚିତ । ତ ମୁଁ ଭାବିଲି, ହଉ ଠିକ୍ ଅଛି । ପ୍ରଥମେ ଯେତେବେଳେ ମୁଁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଲି ମୁଁ ସେଥିରେ ହାରିଗଲି । ମୋତେ ସେହି ପରାଜୟ ଆଦୌ ଭଲ ଲାଗିଲାନି । ଏପରି କରୁକରୁ ମୁଁ ଆଥ୍ଲେଟିକ୍ସକୁ ଆସିଗଲି । ପୁଣି ଏମିତି ହିଁ ଧୀରେଧୀରେ ଏବେ ମଜା ଲାଗୁଛି । ଏମିତି ହିଁ ମୋର୍ ରୁଚି ବଢ଼ିଗଲା ।
ମୋଦି ଜୀ : ଅମ୍ଳାନ, ଅଧିକ ଅଭ୍ୟାସ କୋଉଠି କରିଛନ୍ତି ସେ ବିଷୟରେ ଟିକେ କହନ୍ତୁ ।
ଅମ୍ଳାନ : ମୁଁ ହାଇଦ୍ରାବାଦରେ ହିଁ ଅଧିକ ଅଭ୍ୟାସ କରିଛି; ସାଇ ରେଡ୍ଡି ସାର୍ଙ୍କ ଅଧୀନରେ । ତା' ପରେ ଭୁବନେଶ୍ୱରକୁ ଗଲି ତ ସେଇଠି ମୋର ପେସାଦାର ଖେଳ ଆରମ୍ଭ ହେଲା ସାର୍ ।
ମୋଦି ଜୀ : ଆଚ୍ଛା ଆମ ସାଂଗରେ ପ୍ରିୟଙ୍କା ମଧ୍ୟ ଅଛନ୍ତି । ପ୍ରିୟଙ୍କା, ଆପଣ ୨୦ କିଲୋମିଟର ରେସ୍ ୱାକ୍ ଦଳର ସଦସ୍ୟ ଥିଲେ । ସମଗ୍ର ଦେଶ ଆଜି ଆପଣଙ୍କୁ ଶୁଣୁଛି, ଆଉ ସେମାନେ ଏହି କ୍ରୀଡ଼ା ସମ୍ପର୍କରେ ଜାଣିବାକୁ ଚାହାନ୍ତି । ଆପଣ କହନ୍ତୁ ଯେ ଏଥିପାଇଁ କୋଉ ପ୍ରକାରର କୌଶଳର ଆବଶ୍ୟକତା ଥାଏ । ଆଉ ଆପଣଙ୍କ କ୍ୟାରିୟର୍ କୋଉଠୁ ଆସି କୋଉଠି ପହଞ୍ଚିଛି?
ପ୍ରିୟଙ୍କା : ମୋ ଭଳିଆ ଲୋକ ପାଇଁ ଇଭେଣ୍ଟ୍ରେ ବହୁତ କଷ୍ଟକର, କାହିଁକିନା ଆମର ପାଞ୍ଚଜଣ ବିଚାରକ ଠିଆ ହୋଇଥାନ୍ତି । ଯଦି ଆମେ ଭାଗ ବି ନେଉ ତେବେ ମଧ୍ୟ ସେମାନେ ଆମକୁ ବାହାର କରିଦେବେ କିମ୍ବା ଟିକିଏ ରାସ୍ତାରୁ ଯଦି ବାହାରିଯିବ, ଜମ୍ପ୍ ଆସିଯିବ ତେବେ ମଧ୍ୟ ଆମକୁ ବାହାର କରିଦିଅନ୍ତି । କିମ୍ବା ଆମେ ଯଦି ଆଣ୍ଠୁ ବଙ୍କା କରୁ ତେବେ ବି ଆମକୁ ବାହାର କରି ଦିଅନ୍ତି ଏବଂ ମତେ ତ ଦୁଇଟି ଚେତାବନୀ ବି ମିଳିଥିଲା । ତା'ପରେ ମୁଁ ନିଜର ଗତି ଉପରେ ଏତେ ନିୟନ୍ତ୍ରଣ କଲି ଯେ କୋଉଠି ନା କୋଉଠି ମତେ ଅନ୍ତତଃ ଦଳ ପାଇଁ ପଦକ ତ ଏଇଠୁ ଜିତିବାର ଅଛି; କାହିଁକିନା ଆମେ ଦେଶପାଇଁ ଏଠାକୁ ଆସିଛୁ ଆଉ ଆମକୁ ଖାଲି ହାତରେ ଫେରିବାର ନାହିଁ ।
ମୋଦି ଜୀ : ଆଜ୍ଞା, ବାପା, ଭାଇ ସମସ୍ତେ ଠିକ୍ ଅଛନ୍ତି?
ପ୍ରିୟଙ୍କା : ଆଜ୍ଞା ହଁ, ସବୁ ଭଲ । ମୁଁ ତ ସମସ୍ତଙ୍କୁ କହେ ଯେ ଆପଣ, ଆମମାନଙ୍କୁ ଏତେ ପ୍ରେରଣା ଦିଅନ୍ତି ଯେ, ସତରେ ସାର୍, ବହୁତ ଭଲ ଲାଗୁଛି, କାହିଁକିନା ୱାର୍ଲଡ ୟୁନିଭର୍ସିଟି ଭଳି ଖେଳକୁ, ଭାରତରେ ଏତେ ଗୁରୁତ୍ୱ ବି ଦିଆଯାଏନି; କିନ୍ତୁ ଏବେ ଏତେ ସମର୍ଥନ ମିଳୁଛି ଯେ ଏହି କ୍ରୀଡ଼ା ବିଷୟରେ ମଧ୍ୟ ଟ୍ୱିଟ୍ ଦେଖିବାକୁ ମିଳୁଛି; ପ୍ରତ୍ୟେକ ଲୋକ ଟ୍ୱିଟ୍ କରୁଛନ୍ତି ଯେ ଆମେ ଏତେ ପଦକ ଜିତିଲୁ, ତ ବହୁତ ଭଲ ଲାଗୁଛି ଯେ ଅଲିମ୍ପିକ୍ସ ଭଳିଆ ଏହାକୁ ମଧ୍ୟ ଏତେ ପ୍ରୋତ୍ସାହନ ମିଳୁଛି ।
ମୋଦି ଜୀ : ପ୍ରିୟଙ୍କା, ମୋ ତରଫରୁ ଅଭିନନ୍ଦନ । ଆପଣ ନାଁ ଉଜ୍ଜ୍ୱଳ କରିଛନ୍ତି । ଆସନ୍ତୁ ଆମେ ଅଭିଦନ୍ୟାଙ୍କ ସହ କଥା ହେବା ।
ଅଭିଦନ୍ୟା : ନମସ୍ତେ ସାର୍ ।
ମୋଦି ଜୀ : ନିଜ ସମ୍ପର୍କରେ କିଛି କହନ୍ତୁ ।
ଅଭିଦନ୍ୟା : ସାର୍ ମୁଁ କୋହ୍ଲାପୁର, ମହାରାଷ୍ଟ୍ର ବାସିନ୍ଦା । ମୁଁ ବନ୍ଧୁକଚାଳନା ପ୍ରତିଯୋଗିତାରେ ୨୫ ମିଟର ସ୍ପୋର୍ଟସ୍ ପିସ୍ତଲ ଆଉ ୧୦ ମିଟର ଏୟାର୍ ପିସ୍ତଲ୍, ଉଭୟରେ ଭାଗ ନିଏ । ମୋର ବାପାମାଆ ଉଭୟ ହାଇସ୍କୁଲ୍ ଶିକ୍ଷକ, ତ ମୁଁ ୨୦୧୫ରେ ପ୍ରଥମେ ବନ୍ଧୁକ ଚାଳନା ଆରମ୍ଭ କଲି । ଯେତେବେଳେ ମୁଁ ବନ୍ଧୁକ ଚାଳନା ଆରମ୍ଭ କଲି, ସେତେବେଳେ କୋହ୍ଲାପୁରରେ ସେତିକି ସୁବିଧାସୁଯୋଗ ମିଳୁନଥିଲା । ବସ୍ରେ ବଡ଼ଗାଓଁରୁ କୋହ୍ଲାପୁର ଯିବାପାଇଁ ଦେଢ଼ଘଣ୍ଟା ଲାଗେ, ଫେରିବା ପାଇଁ ଆଉ ଦେଢ଼ଘଣ୍ଟା, ଏବଂ ଚାରିଘଣ୍ଟା ତାଲିମ୍, ତ ଏମିତିରେ, ୬-୭ ଘଣ୍ଟା ଯିବାଆସିବା ଆଉ ତାଲିମରେ ଯାଉଥିଲା । କେବେକେବେ ମୁଁ ସ୍କୁଲ୍ ବି ଯାଇପାରୁ ନଥିଲି; ତ ମୋ ବାପାମା' କହିଲେ ଯେ ଝିଅ, ତୁ ଗୋଟାଏ କାମ କର, ଆମେ ତତେ ଶନିବାର-ରବିବାର ଶୁଟିଂ ରେଞ୍ଜ ନେଇକି ଯିବୁ, ଆଉ ବାକି ସମୟ ତୁ ଅନ୍ୟାନ୍ୟ ଖେଳ ଖେଳେ । ମୁଁ ବହୁତ ଗୁଡ଼ାଏ ଖେଳ ଖେଳୁଥିଲି ଛୋଟବେଳେ, କାହିଁକିନା ମୋର ବାପାମା' ଉଭୟଙ୍କର କ୍ରୀଡ଼ାରେ ରୁଚି ଥିଲା, କିନ୍ତୁ ସେମାନେ କିଛି କରିପାରିନଥିଲେ; ଆର୍ଥିକ ଅବସ୍ଥା ସେତେ ଭଲ ନଥିଲା ଆଉ ଏ ବିଷୟରେ ସେତେ ଜ୍ଞାନ ମଧ୍ୟ ନଥିଲା । ତେଣୁ ମୋ ମାଆଙ୍କର ବଡ଼ ସ୍ୱପ୍ନ ଥିଲା ଯେ ମୁଁ ଦେଶର ପ୍ରତିନିଧିତ୍ୱ କରିବା ଉଚିତ ଆଉ ଦେଶ ପାଇଁ ପଦକ ମଧ୍ୟ ଜିତିବା ଦରକାର। ମୁଁ ତାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଛୋଟବେଳୁ ଖେଳକୁଦରେ ରୁଚି ରଖିଲି ଆଉ ମୁଁ ତାଏକ୍ୱୋଣ୍ଡୋ ମଧ୍ୟ କଲି । ସେଥିରେ ମଧ୍ୟ ମୁଁ ବ୍ଲାକ୍ବେଲ୍ଟ ଏବ ବକ୍ସିଂ, ଜୁଡୋ, ଫେନ୍ସିଂ ଆଉ ଡିସ୍କସ୍ ଥ୍ରୋ ଭଳି ବହୁତ ଗୁଡ଼ାଏ କ୍ରୀଡ଼ାରେ ଭାଗ ନେବାପରେ ମୁଁ ୨୦୧୫ରେ ବନ୍ଧୁକ ଚାଳନାକୁ ଆସିଲି । ପୁଣି ୨-୩ ବର୍ଷ ମୁଁ ବହୁତ ସଂଘର୍ଷ କଲି ଏବଂ ପ୍ରଥମ ଥର ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍ସିପ୍ ପାଇଁ ମାଲେସିଆ ଯିବାକୁ ମନୋନୀତ ହେଲି । ସେଥିରେ ମୋର କାଂସ୍ୟପଦକ ଜିତିଲି, ତ ସେଇଠୁ ପ୍ରକୃତରେ ମତେ ଉତ୍ସାହ ମିଳିଲା । ତା'ପରେ ମୋ ସ୍କୁଲ୍ ମୋ ପାଇଁ ଗୋଟିଏ ଶୁଟିଂ ରେଞ୍ଜ୍ ତିଆରି କଲା । ମୁଁ ସେଇଠି ତାଲିମ୍ ନେଲି ଆଉ ମତେ ସେମାନେ ତାଲିମ ପାଇଁ ପୁଣେ ପଠାଇଦେଲେ । ସେଇଠି ଗଗନ ନାରଙ୍ଗ ସ୍ପୋର୍ଟସ୍ ଫାଉଣ୍ଡେସନ ଅଛି "ଗନ୍ ଫର୍ ଗ୍ଲୋରି” ସେଇଠି ତାଲିମ ନେଉଛି । ଏବେ ଗଗନ ସାର୍ ମତେ ବହୁତ ପ୍ରୋତ୍ସାହିତ କରୁଛନ୍ତି ଏବଂ ମୋ ଖେଳକୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରୁଛନ୍ତି ।
ମୋଦି ଜୀ : ଆଚ୍ଛା, ଆପଣ ଚାରିଜଣ ମତେ କିଛି କହିବାକୁ ଯଦି ଚାହାନ୍ତି ମୁଁ ଶୁଣିବାକୁ ଚାହୁଁଛି । ପ୍ରଗତି ହୁଅନ୍ତୁ, ଅମ୍ଳାନ ହୁଅନ୍ତୁ, ପ୍ରିୟଙ୍କା ହୁଅନ୍ତୁ ବା ଅଭିଦନ୍ୟା ହୁଅନ୍ତୁ । ଆପଣ ସମସ୍ତେ ମୋ ସହିତ ସମ୍ପର୍କରେ ଅଛନ୍ତି ତ କିଛି କହିବାର ଥିଲେ ମୁଁ ନିଶ୍ଚୟ ଶୁଣିବି ।
ଅମ୍ଳାନ : ସାର୍, ମୋର ଗୋଟିଏ ପ୍ରଶ୍ନ ଅଛି ସାର୍ ।
ମୋଦି ଜୀ : ଆଜ୍ଞା
ଅମ୍ଳାନ : ଆପଣଙ୍କୁ କୋଉ କ୍ରୀଡ଼ା ସବୁଠୁ ବେଶି ଭଲ ଲାଗେ ସାର୍?
ମୋଦି ଜୀ : କ୍ରୀଡ଼ା ଜଗତରେ ଭାରତକୁ ଆହୁରି ଆଗକୁ ଯିବାର ଅଛି ଏବଂ ଏଥିପାଇଁ ମୁଁ ଏସବୁ ଜିନିଷକୁ ବହୁତ ଗୁରୁତ୍ୱ ଦେଉଛି । କିନ୍ତୁ ହକି, ଫୁଟବଲ, କବାଡ଼ି, ଖୋ-ଖୋ, ଏସବୁ ଆମର ମାଟି ସହିତ ସମ୍ପୃକ୍ତ ଖେଳ । ଏଥିରେ ତ ଆମେ ପଛରେ ପଡ଼ିବା କଥା ନୁହଁ ଏବଂ ମୁଁ ଦେଖୁଛି ଯେ ତୀରଚାଳନାରେ ଆମ ଲୋକେ ବହୁତ ଭଲ କରୁଛନ୍ତି । ବନ୍ଧୁକ ଚାଳନାରେ ମଧ୍ୟ ଭଲ କରୁଛନ୍ତି । ଆଉ ଦ୍ୱିତୀୟ କଥା, ମୁଁ ଦେଖୁଛି ଯେ ଆମର ଯୁବପିଢ଼ି ଭିତରେ, ଏପରିକି ପରିବାରରେ ମଧ୍ୟ କ୍ରୀଡ଼ା ପ୍ରତି ଆଗରୁ ଯେଉଁ ଭାବ ଥିଲା ଏବେ ତାହା ନାହିଁ । ଆଗରୁ ପିଲାମାନେ ଖେଳିବାକୁ ଗଲେ ସେମାନଙ୍କୁ ମନା କରାଯାଉଥିଲା; ଆଉ ଏବେ ସମୟ ବହୁତ ବଦଳିଛି ଏବଂ ଆପଣମାନେ ଯେଉଁ ସଫଳତା ନେଇ ଆସୁଛନ୍ତି ତାହା ସମସ୍ତ ପରିବାରକୁ ପ୍ରେରଣା ଦେଇଥାଏ । ପ୍ରତ୍ୟେକ କ୍ରୀଡ଼ାରେ ଯେଉଁଠିକୁ ବି ଆମ ପିଲାଏ ଯାଆନ୍ତି ଦେଶପାଇଁ କିଛି ନା କିଛି କରିକି ଆସନ୍ତି । ଆଉ ଏ ଖବର ଆଜି ଦେଶରେ ଗୁରୁତ୍ୱର ସହ ପ୍ରସାରଣ ମଧ୍ୟ କରାଯାଏ, ଅନ୍ୟମାନଙ୍କୁ କୁହାଯାଏ ଏବଂ ସ୍କୁଲ୍ କଲେଜରେ ଚର୍ଚା ମଧ୍ୟ ହୁଏ । ସେ ଯାହାହେଉ, ମୋତେ ବହୁତ ଭଲ ଲାଗିଲା; ମୋ ତରଫରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ବଧେଇ । ବହୁତ ଶୁଭକାମନା ।
ଯୁବ ଖେଳାଳି : ବହୁତ ବହୁତ ଧନ୍ୟବାଦ । ଥ୍ୟାଙ୍କ୍ ୟୁ ସାର୍ । ଧନ୍ୟବାଦ ।
ମୋଦି ଜୀ : ଧନ୍ୟବାଦ । ନମସ୍କାର ।
ମୋର ପରିବାରଜନ, ଏଥର ୧୫ ଅଗଷ୍ଟ ଅବସରରେ ଦେଶ "ସବ୍କା ପ୍ରୟାସ'ର ସାମର୍ଥ୍ୟ ଦେଖିଲା । ସମସ୍ତ ଦେଶବାସୀଙ୍କ ପ୍ରୟାସ "ହର୍ ଘର୍ ତିରଙ୍ଗା ଅଭିଯାନ'କୁ ବାସ୍ତବରେ "ହର୍ ମନ୍ ତିରଙ୍ଗା ଅଭିଯାନ”ରେ ପରିଣତ କରିଦେଲା । ଏହି ଅଭିଯାନ ସମୟରେ ଅନେକ ରେକର୍ଡ ବି ହେଲା । ଦେଶବାସୀ କୋଟିକୋଟି ସଂଖ୍ୟାରେ ତ୍ରିରଙ୍ଗା କିଣିଲେ । ଦେଢ଼ ଲକ୍ଷ ଡାକଘର ଜରିଆରେ ପ୍ରାୟ ଦେଢ଼ କୋଟି ତ୍ରିରଙ୍ଗା ବିକ୍ରି କରାଯାଇଥିଲା । ଏହାଦ୍ୱାରା ଆମର ଶ୍ରମିକ, ବୁଣାକାରମାନଙ୍କୁ, ବିଶେଷ କରି ମହିଳାମାନଙ୍କର ଶହଶହ କୋଟି ଟଙ୍କା ଆୟ ମଧ୍ୟ ହେଲା । ତ୍ରିରଙ୍ଗା ସହ ସେଲ୍ଫି ପୋଷ୍ଟ୍ କରିବାରେ ମଧ୍ୟ ଏଥର ଦେଶବାସୀ ନୂଆ ରେକର୍ଡ ସୃଷ୍ଟି କଲେ । ଗତବର୍ଷ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରାୟ ୫ କୋଟି ଦେଶବାସୀ ତ୍ରିରଙ୍ଗା ସହିତ ସେଲ୍ଫି ପୋଷ୍ଟ୍ କରିଥିଲେ । ଏ ବର୍ଷ ଏହି ସଂଖ୍ୟା ୧୦ କୋଟିରୁ ଅଧିକ ହୋଇଛି ।
ବନ୍ଧୁଗଣ, ଏବେ ଦେଶରେ ଦେଶଭକ୍ତିର ଭାବନାକୁ ଜାଗ୍ରତ କରୁଥିବା ଅଭିଯାନ "ମୋ ମାଟି ମୋ ଦେଶ” ଜୋର୍ସୋର୍ରେ ଚାଲିଛି । ସେପ୍ଟେମ୍ବର ମାସରେ ଦେଶର ଗାଁ ଗାଁରେ, ପ୍ରତ୍ୟେକ ଘରୁ ମାଟି ଜମା କରିବାର ଅଭିଯାନ ଚାଲିବ । ଦେଶର ପବିତ୍ର ମାଟି ହଜାର ହଜାର ଅମୃତ କଳସରେ ଜମା କରାଯିବ । ଅକ୍ଟୋବର ଶେଷରେ ହଜାରହଜାର ଅମୃତ କଳସ ଯାତ୍ରା ସହିତ ଦେଶର ରାଜଧାନୀ ଦିଲ୍ଲୀରେ ପହଞ୍ଚିବ । ଏହି ମାଟିରେ ହିଁ ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ କରାଯିବ । ମୋର ବିଶ୍ୱାସ ଯେ ପ୍ରତ୍ୟେକ ଦେଶବାସୀଙ୍କ ପ୍ରୟାସ ଏହି ଅଭିଯାନକୁ ମଧ୍ୟ ସଫଳ କରିବ ।
ମୋର ପରିବାରଜନ, ଏଥର ମତେ ସଂସ୍କୃତ ଭାଷାରେ ଅନେକ ପତ୍ର ମିଳିଛି । ତା’ର କାରଣ ହେଲା ଶ୍ରାବଣ ମାସର ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯାଏ ।
ସର୍ବେଭ୍ୟଃ ବିଶ୍ୱ-ସଂସ୍କୃତ-ଦିବସସ୍ୟ ହାର୍ଦ୍ୟଃ ଶୁଭକାମନାଃ
ଆପଣ ସମସ୍ତଙ୍କୁ ବିଶ୍ୱ ସଂସ୍କୃତ ଦିବସର ବହୁତ ବହୁତ ଅଭିନନ୍ଦନ । ଆମେ ସବୁ ଜାଣନ୍ତି ଯେ ସଂସ୍କୃତ ଦୁନିଆର ସବୁଠାରୁ ପ୍ରାଚୀନ ଭାଷାମାନଙ୍କ ମଧ୍ୟରୁ ଗୋଟିଏ । ଏହାକୁ ଅନେକ ଆଧୁନିକ ଭାଷାର ଜନନୀ ବୋଲି ମଧ୍ୟ କୁହାଯାଏ । ସଂସ୍କୃତ ନିଜର ପ୍ରାଚୀନତା ସଙ୍ଗେ ସଙ୍ଗେ ନିଜର ବୈଜ୍ଞାନିକତା ଏବଂ ବ୍ୟାକରଣ ପାଇଁ ମଧ୍ୟ ପ୍ରସିଦ୍ଧ । ଭାରତରେ ଅନେକ ପ୍ରାଚୀନ ଜ୍ଞାନକୁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସଂସ୍କୃତ ଭାଷାରେ ହିଁ ସଂରକ୍ଷିତ କରାଯାଇଛି । ଯୋଗ, ଆୟୁର୍ବେଦ ଏବଂ ଦର୍ଶନଶାସ୍ତ୍ର ଭଳି ବିଷୟ ଉପରେ ଗବେଷଣା କରୁଥିବା ଲୋକମାନେ ଏବେ ଅଧିକରୁ ଅଧିକ ସଂସ୍କୃତ ଶିଖୁଛନ୍ତି । ଅନେକ ସଂସ୍ଥାନ ମଧ୍ୟ ଏ ଦିଗରେ ବହୁତ ଭଲ କାମ କରୁଛନ୍ତି । ଯଥା – Sanskrit Promotion Foundation, Sanskrit for Yog, Sanskrit for Ayurveda ଏବଂ Sanskrit for Buddhism ଆଦି ଅନେକ ପାଠ୍ୟକ୍ରମ କରାଉଛନ୍ତି । ସଂସ୍କୃତ ଭାରତୀ ଲୋକମାନଙ୍କୁ ସଂସ୍କୃତ ଶିଖାଇବାର ଅଭିଯାନ ଚଳାଉଛି । ଏଥିରେ ଆପଣମାନେ ୧୦ ଦିନିଆ ସଂସ୍କୃତ ସମ୍ଭାଷଣ ଶିବିରରେ ଭାଗ ନେଇପାରିବେ । ମୁଁ ଖୁସି ଯେ ଏବେ ଲୋକମାନଙ୍କ ଭିତରେ ସଂସ୍କୃତକୁ ନେଇ ସଚେତନତା ଏବଂ ଗର୍ବଭାବ ବଢ଼ିଛି । ୟା ପଛରେ ବିଗତ ବର୍ଷମାନଙ୍କରେ ଦେଶର ବିଶେଷ ଯୋଗଦାନ ମଧ୍ୟ ରହିଛି । ଯେମିତିକି ତିନୋଟି ସଂସ୍କୃତ Deemed Universityକୁ ଦୁଇ ହଜାର କୋଡ଼ିଏରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଛି । ବିଭିନ୍ନ ସହରରେ ସଂସ୍କୃତ ବିଶ୍ୱବିଦ୍ୟାଳୟମାନଙ୍କ ଅନ୍ତର୍ଗତ ଅନେକ କଲେଜ ଏବଂ ସଂସ୍ଥାନ ପରିଚାଳିତ ହେଉଛି । ଆଇଆଇଟି ଏବଂ ଆଇଆଇଏମ ଭଳି ଅନୁଷ୍ଠାନମାନଙ୍କରେ ସଂସ୍କୃତ କେନ୍ଦ୍ରଗୁଡ଼ିକ ବହୁତ ଲୋକପ୍ର୍ରିୟ ହୋଇପାରୁଛି ।
ବନ୍ଧୁଗଣ, ପ୍ରାୟତଃ ଆପଣ ଗୋଟିଏ କଥା ନିଶ୍ଚୟ ଅନୁଭବ କରିଥିବେ ଯେ (ମୂଳ) ବା ଜଡ଼ ସହିତ ଯୋଡ଼ିହେବା, ଆମ ସଂସ୍କୃତି ସହିତ ଯୋଡ଼ିହେବାରେ ଆମ ପରମ୍ପରାର ବଡ଼ ସଶକ୍ତ ମାଧ୍ୟମ ହେଉଛି ଆମର ମାତୃଭାଷା । ଯେତେବେଳେ ଆମେ ଆମ ମାତୃଭାଷା ସହିତ ଯୋଡ଼ିହେଉ ସେତେବେଳେ ଆମେ ସହଜରେ ଆମ ସଂସ୍କୃତି ସହିତ ମଧ୍ୟ ଯୋଡ଼ି ହୋଇଯାଉ । ନିଜ ସଂସ୍କାର ସହିତ ଯୋଡ଼ି ହୋଇଯାଉ, ନିଜ ପରମ୍ପରା ସହିତ ଯୋଡ଼ି ହୋଇଯାଉ, ନିଜର ଚିରପୁରାତନ ଭବ୍ୟ ବୈଭବ ସହିତ ମଧ୍ୟ ଯୋଡ଼ି ହୋଇଯାଉ । ସେହିଭଳି ଦେଶର ଆଉ ଏକ ମାତୃଭାଷା ହେଉଛି, ଗୌରବଶାଳୀ ତେଲୁଗୁ ଭାଷା । ଅଗଷ୍ଟ ୨୯ ତାରିଖରେ ତେଲୁଗୁ ଦିବସ ପାଳନ କରାଯିବ ।
ଅନ୍ଦରିକୀ ତେଲଗୁ ଭାଷା ଦିନୋତ୍ସବ ଶୁଭାକାଂକ୍ଷଲୁ ।
ଆପଣ ସମସ୍ତଙ୍କୁ ତେଲଗୁ ଦିବସର ଅନେକ ଅନେକ ଅଭିନନ୍ଦନ । ତେଲୁଗୁ ଭାଷାର ସାହିତ୍ୟ ଓ ଐତିହ୍ୟ ଭିତରେ ଭାରତୀୟ ସଂସ୍କୃତିର ବହୁତ ଅମୂଲ୍ୟ ରତ୍ନ ଲୁଚିରହିଛନ୍ତି । ତେଲୁଗୁର ଏହି ଐତିହ୍ୟର ଲାଭ ଦେଶକୁ ପ୍ରାପ୍ତ ହେଉ, ସେଥିପାଇଁ ଅନେକ ପ୍ରୟାସ କରାଯାଉଛି ।
ମୋର ପ୍ରିୟ ପରିବାରଜନ, ‘ମନ୍ କି ବାତ୍’ର ଅନେକ ଅଧ୍ୟାୟରେ ଆମେ ପର୍ଯ୍ୟଟନ ବିଷୟରେ କଥା ହୋଇଛନ୍ତି । ଗୋଟିଏ ଜିନିଷ ବା ସ୍ଥାନକୁ ନିଜ ଆଖିରେ ଦେଖିବା, ବୁଝିବା ଏବଂ ତା’ସହିତ କିଛି ସମୟ ବିତେଇବା ଗୋଟିଏ ଅଲଗା ଅନୁଭୂତି ହେଇଥାଏ । କେହିଜଣେ ସମୁଦ୍ର ବିଷୟରେ କେବେବି ବର୍ଣ୍ଣନା କରୁନା’ କାହିଁକି, ଆମେ ସମୁଦ୍ରକୁ ନ ଦେଖିଲେ ତା’ର ବିଶାଳତା ଅନୁଭବ କରିପାରିବା ନାହିଁ । କେହି ହିମାଳୟ ବିଷୟରେ ଯେତେ ବି ବଖାଣିଲେ ମଧ୍ୟ ଆମେ ତାକୁ ନ ଦେଖିଲାଯାଏଁ ତା’ର ସୁନ୍ଦରତାର ଆକଳନ କରିପାରିବା ନାହିଁ । ସେଥିପାଇଁ ମୁଁ ପ୍ରାୟ ଆପଣମାନଙ୍କୁ କହିଥାଏ ଯେ ଯେତେବେଳେ ସୁଯୋଗ ମିଳୁଛି, ଆମ ଦେଶର ସୌନ୍ଦର୍ଯ୍ୟ, ନିଜ ଦେଶର ବିଭିନ୍ନତାକୁ ଦେଖିବାକୁ ଯିବା ଉଚିତ୍ । ଅନେକ ସମୟରେ ଆଉଗୋଟେ କଥା ମଧ୍ୟ ଦେଖାଯାଏ ଯେ’ ଆମେ ଦୁନିଆର କୋଣଅନୁକୋଣ ଯେତେ ଦେଖିଆସିଥିଲେ ମଧ୍ୟ ଆମ ନିଜ ସହର ବା ରାଜ୍ୟର ଅନେକ ସୁନ୍ଦର ସ୍ଥାନ ବିଷୟରେ ଆମେ ଅଜଣା ଥାଉ ।
ଅନେକ ସମୟରେ ଏଭଳି ଦେଖାଯାଏ ଯେ’ ଲୋକ ନିଜ ସହରର ଐତିହାସିକ ସ୍ଥଳ ବିଷୟରେ ବିଶେଷ ଜାଣିନଥାନ୍ତି । ଧନ୍ପାଲ୍ଜୀଙ୍କ ସହିତ ମଧ୍ୟ ଏହିଭଳି କିଛି ହୋଇଥିଲା । ଧନ୍ପାଲ୍ ଜୀ ବେଙ୍ଗାଲୁରୁର Transport Officeରେ ଡ୍ରାଇଭର ଭାବରେ କାମ କରୁଥିଲେ । ପ୍ରାୟ ୧୭ ବର୍ଷ ପୂର୍ବରୁ ତାଙ୍କୁ Sight Seeing ବିଭାଗରେ ଦାୟିତ୍ୱ ମିଳିଥିଲା । ଲୋକ ଏହାକୁ ବେଙ୍ଗାଲୁରୁ ଦର୍ଶିନୀ ନାମରେ ଜାଣନ୍ତି । ଧନ୍ପାଲ୍ ଜୀ ପର୍ଯ୍ୟଟକମାନଙ୍କୁ ସହରର ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇଯାଉଥିଲେ । ଏହିଭଳି ଏକ Tripରେ ଯାଉଥିଲାବେଳେ ଜଣେ ପର୍ଯ୍ୟଟକ ତାଙ୍କୁ ପଚାରିଲେ ବେଙ୍ଗାଲୁରୁରେ ଟ୍ୟାଙ୍କକୁ “ସ୍ୟାଙ୍କୀଟ୍ୟାଙ୍କ” କାହିଁକି କୁହାଯାଏ? ତାଙ୍କୁ ବହୁତ ଖରାପ ଲାଗିଲା । କାରଣ ଏହାର ଉତ୍ତର ତାଙ୍କୁ ଜଣାନଥିଲା । ତେଣୁ ସେ ନିଜ ଜ୍ଞାନ ବଢ଼ାଇବା ଉପରେ ଧ୍ୟାନ ଦେଲେ । ନିଜ ଐତିହ୍ୟ ସମ୍ବନ୍ଧରେ ଜାଣିବାର ପ୍ରବଳ ଚେଷ୍ଟା ଭିତରେ ତାଙ୍କୁ ଅନେକ ପଥର ଏବଂ ଶିଳାଲେଖ ମିଳିଲା । ଏହି କାମରେ ଧନ୍ପାଲ୍ ଜୀଙ୍କର ମନ ଏଭଳି ଲାଗିଗଲା ଯେ’ ସେ epigraphy ଅର୍ଥାତ୍ ଶିଳାଲେଖ ସମ୍ବନ୍ଧୀୟ ଜ୍ଞାନ ବିଷୟରେ ଡିପ୍ଲୋମା ମଧ୍ୟ କରିନେଲେ । ଯଦିଓ ଏବେ ସେ Retired ହୋଇସାରିଲେଣି, ତଥାପି ବେଙ୍ଗାଲୁରୁର ଇତିହାସ ଗବେଷଣା କରିବାର ତାଙ୍କର ସଉକ ଆଜି ମଧ୍ୟ ରହିଛି ।
ବନ୍ଧୁଗଣ! ବ୍ରାୟନ୍ ଡ଼ି ଖାରପ୍ରନ୍ଙ୍କ ବିଷୟରେ କହିବାକୁ ମୋତେ ଆଜି ବହୁତ ଖୁସି ଲାଗୁଛି । ସେ ମେଘାଳୟରେ ରହନ୍ତି ଏବଂ ସ୍ଫେଲିଓଲୋଜୀ ବିଷୟରେ ତାଙ୍କର ଅଦ୍ଭୁତ ଉତ୍ସାହ ରହିଛି । ସରଳ ଭାଷାରେ କହିଲେ ତା’ର ଅର୍ଥ ହେଉଛି ଗୁମ୍ଫାଗୁଡ଼ିକ ବିଷୟରେ ଅଧ୍ୟୟନ କରିବା । ଅନେକ ବର୍ଷ ପୂର୍ବରୁ ତାଙ୍କ ଭିତରେ ଏହି ଆଗ୍ରହ ସୃଷ୍ଟି ହେଲା – ଯେତେବେଳେ ସେ କେତେଗୁଡ଼ିଏ ଗପବହି ପଢ଼ିଲେ । ୧୯୬୪ରେ ଜଣେ ସ୍କୁଲ ଛାତ୍ର ଭାବରେ ସେ ତାଙ୍କର ପ୍ରଥମ Exploration କଲେ । ୧୯୯୦ ମସିହାରେ ନିଜ ବନ୍ଧୁଙ୍କ ସହିତ ମିଶି ଗୋଟିଏ Association ସ୍ଥାପନା କଲେ ଏବଂ ଏହା ମାଧ୍ୟମରେ ମେଘାଳୟର ଅଜଣା ଗୁମ୍ଫାଗୁଡ଼ିକର ଅନୁସନ୍ଧାନ ଆରମ୍ଭ କଲେ । ଦେଖୁ ଦେଖୁ ନିଜ ଟିମ୍ ସହିତ ସେ ମେଘାଳୟର ୧୭୦୦ରୁ ଅଧିକ ଗୁମ୍ଫା ଆବିଷ୍କାର କଲେ ଏବଂ ନିଜ ରାଜ୍ୟକୁ World Cave Map (ବିଶ୍ୱ ଗୁମ୍ଫା ମାନଚିତ୍ର)ରେ ସ୍ଥାନିତ କରିପାରିଲେ । ଭାରତର ସବୁଠାରୁ ଳମ୍ବା ଏବଂ ଗଭୀର ଗୁମ୍ଫାମାନଙ୍କ ମଧ୍ୟରୁ କେତେକ ମେଘାଳୟ ରାଜ୍ୟରେ ଅବସ୍ଥିତ ବ୍ରାୟନ୍ ଜୀ ଏବଂ ତାଙ୍କର ଦଳ Cave fauna ଅର୍ଥାତ୍ ଗୁମ୍ଫାର ଜୀବଜନ୍ତୁମାନଙ୍କ ବିଷୟରେ ଡକ୍ୟୁମେଣ୍ଟ ତିଆରି କଲେ ଯାହା ଦୁନିଆର ଅନ୍ୟ କୌଣସି ସ୍ଥାନରେ ଦେଖାଯାଏ ନାହିଁ । ମୁଁ ଏହି ସମ୍ପୂର୍ଣ୍ଣ ଟିମ୍ର ପ୍ରଚେଷ୍ଟାକୁ ପ୍ରଶଂସା କରୁଛି ଏବଂ ଏହାସହିତ ମୋର ଅନୁରୋଧ ଆପଣମାନେ ମେଘାଳୟର ଗୁମ୍ଫାଗୁଡ଼ିକ ବୁଲିବାର ଯୋଜନା ଅବଶ୍ୟ କରନ୍ତୁ ।
ମୋର ପ୍ରିୟ ପରିବାରଜନ; ଆପଣମାନେ ସମସ୍ତେ ଜାଣନ୍ତି ଯେ’ ଗୋପାଳନ କ୍ଷେତ୍ର ଆମ ଦେଶର କ୍ଷେତ୍ରମାନଙ୍କ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆମର ମାଆ-ଭଉଣୀମାନଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆଣିବାରେ ଏହି କ୍ଷେତ୍ରର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଇ କିଛିଦିନ ତଳେ ମୋତେ ଗୁଜୁରାଟର ବନାସ୍ ଡାଏରୀର ଏକ ଉତ୍ସାହଜନକ ପ୍ରୟାସ ସମ୍ବନ୍ଧରେ ଜାଣିବାକୁ ମିଳିଲା ବନାସ୍ ଡାଏରୀ ଏସିଆର ସବୁଠାରୁ ବଡ଼ ଡାଏରୀର ମାନ୍ୟତା ପାଇଛି । ଏଠାରେ ପ୍ରତିଦିନ ହାରାହାରି ୭୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ ହୋଇଥାଏ । ତା’ପରେ ଏହାକୁ ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଏ । ଏଠାକାର ଦୁଗ୍ଧ ଅନ୍ୟ ରାଜ୍ୟରେ ଯଥାସମୟରେ ପହଞ୍ଚାଇବା ପାଇଁ ଆଜିଯାଏ ଟ୍ୟାଙ୍କର ବା Milk Trainର ସାହାଯ୍ୟ ନିଆଯାଉଥିଲା । କିନ୍ତୁ ଏଥିରେ ମଧ୍ୟ କିଛି କମ୍ ଅସୁବିଧା ନ ଥିଲା । ପ୍ରଥମତଃ Loading ଏବଂ Unloadingରେ ବହୁତ ସମୟ ଲାଗୁଥିଲା ତଥା ଅନେକ ଥର ଦୁଗ୍ଧ ଖରାପ ବି ହୋଇଯାଉଥିଲା । ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ଗୋଟିଏ ନୂଆ ପ୍ରୟାସ କଲା । Railwayଦ୍ୱାରା ପାଲନପୁର୍ଠାରୁ ନ୍ୟୁ ରେୱାଡ଼ୀ ପର୍ଯ୍ୟନ୍ତ Truck-on-Track ସୁବିଧା ଆରମ୍ଭ କରାଗଲା । ଏଥିରେ ଦୁଗ୍ଧଭର୍ତ୍ତି ଟ୍ରକକୁ ସିଧା ଟ୍ରେନରେ ଚଢ଼ାଇ ଦିଆଗଲା । ଅର୍ଥାତ୍ ପରିବହନର ବହୁତ ବଡ଼ ଅସୁବିଧା ଦୂର ହେଲା । Truck-on-Track ବ୍ୟବସ୍ଥାର ପରିଣାମ ବହୁତ ସନ୍ତୋଷଜନକ ହେଲା । ପ୍ରଥମେ ଯେଉଁ ଦୁଗ୍ଧକୁ ପହଞ୍ଚାଇବା ପାଇଁ ତିରିଶ ଘଣ୍ଟା ସମୟ ଲାଗୁଥିଲା, ଏବେ ତାହା ଅଧାରୁ କମ୍ ସମୟ ଭିତରେ ପହଞ୍ଚିପାରୁଛି । ଏହାଦ୍ୱାରା ଇନ୍ଧନରୁ ହେଉଥିବା ପ୍ରଦୂଷଣ କମ୍ ହେବା ସଙ୍ଗେ ସଙ୍ଗେ ଇନ୍ଧନ ବାବଦ ଖର୍ଚ୍ଚ ମଧ୍ୟ କମ୍ ହେଉଛି । ଫଳରେ ଟ୍ରକ୍ ଡ୍ରାଇଭରମାନଙ୍କର ମଧ୍ୟ ଲାଭ ହୋଇଛି । ସେମାନଙ୍କ ଜୀବନ ଧାରଣର ମାନ ମଧ୍ୟ ସହଜ ହୋଇପାରିଛି ।
ବନ୍ଧୁଗଣ; ସମୂହ ପ୍ରଚେଷ୍ଟା ମାଧ୍ୟମରେ ଆମର ଡାଏରୀଗୁଡ଼ିକ ମଧ୍ୟ ଆଧୁନିକ ଭାବନା ସହିତ ଆଗକୁ ଆଗେଇଚାଲିଛି । ବନାସ୍ ଡାଇରୀ ପରିବେଶ ସଂରକ୍ଷଣ ଦିଗରେ ମଧ୍ୟ କିପରି ଅଗ୍ରଗତି କରିଛି ସିଡ୍ୱାଲ୍ ବୃକ୍ଷରୋପଣ ଅଭିଯାନରୁ ତା’ର ପରିଚୟ ମିଳିଥାଏ । ବାରାଣାସୀ Milk ୟୁନିୟନ୍ ଆମ ଡାଇରୀ ଫାର୍ମରମାନଙ୍କର ଆୟ ବଢ଼ାଇବା ପାଇଁ Manure Management ଉପରେ କାମ କରୁଛି । କେରଳର ମାଲାବାର Milk ୟୁନିୟନ ଡାଇରୀର ପ୍ରଚେଷ୍ଟା ମଧ୍ୟ ଅତ୍ୟନ୍ତ ନିଆରା । ଏହା ପଶୁମାନଙ୍କର ରୋଗ ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ବିକଶିତ କରିବା କାର୍ଯ୍ୟରେ ଲାଗିଛି ।
ବନ୍ଧୁଗଣ, ଆଜି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋପାଳନକୁ ବିଭିନ୍ନ ଦିଗରେ ପ୍ରୟୋଗ କରୁଛନ୍ତି । ରାଜସ୍ଥାନର କୋଟାରେ ଡାଇରୀ ଫାର୍ମ କରିଥିବା ଅମନ୍ପ୍ରୀତ୍ ସିଂଙ୍କ ବିଷୟରେ ଆପଣମାନେ ଜାଣିବା ନିହାତି ଉଚିତ । ସେ ଗୋପାଳନ ସଙ୍ଗେ ସଙ୍ଗେ ବାୟୋଗ୍ୟାସ୍ ଉପରେ ମଧ୍ୟ ଧ୍ୟାନକେନ୍ଦ୍ରିତ କଲେ ଏବଂ ଦୁଇଟି ବାୟୋଗ୍ୟାସ୍ ପ୍ଲାଣ୍ଟ ଲଗାଇଲେ । ଏହାଦ୍ୱାରା ତାଙ୍କର ବିଜୁଳିଶକ୍ତି ପାଇଁ ଲାଗୁଥିବା ଖର୍ଚ୍ଚ ପ୍ରାୟତଃ ୭୦ ପ୍ରତିଶତ କମିଗଲା । ତାଙ୍କର ଏହି ପ୍ରୟାସ ସାରାଦେଶର ଗୋପାଳକମାନଙ୍କୁ ପ୍ରେରିତ କରିବ । ଆଜି ଅନେକ ବଡ଼ ବଡ଼ ଗୋପାଳନ ସଂସ୍ଥା ବାୟୋଗ୍ୟାସ୍ ଉପରେ ଧ୍ୟାନକେନ୍ଦ୍ରିତ କରୁଛନ୍ତି । ଏହିଭଳି Community driven value addition ବହୁତ ଉତ୍ସାହଜନକ । ମୋର ବିଶ୍ୱାସ, ଦେଶରେ ଏହିଭଳି ଧାରା ନିରନ୍ତର ଜାରି ରହିବ ।
ମୋର ପରିବାରଜନ; ‘ମନ୍ କି ବାତ୍’ରେ ଆଜିପାଇଁ ଏତିକି । ଏବେ ପର୍ବପର୍ବାଣୀର ଋତୁ ମଧ୍ୟ ଆସିଗଲାଣି । ଆପଣ ସମସ୍ତଙ୍କୁ ରକ୍ଷାବନ୍ଧନର ଅଗ୍ରୀମ ଶୁଭକାମନା । ପର୍ବପର୍ବାଣୀ ଏବଂ ଆନନ୍ଦ ସମୟରେ ଆମେ Vocal-for-Local ର ମନ୍ତ୍ରକୁ ଭୁଲିବା ଉଚିତ ନୁହେଁ । ‘ଆତ୍ମନିର୍ଭର ଭାରତ’ ଅଭିଯାନ ପ୍ରତ୍ୟେକ ଦେଶବାସୀର ଅଭିଯାନ । ଯେତେବେଳେ ଉତ୍ସବର ବାତାବରଣ ଅଛି ସେତେବେଳେ ଆସ୍ଥା ସହିତ ଆମେ ସ୍ଥାନ ତଥା ତା’ର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ତ ରଖିବା; କିନ୍ତୁ ତାହା ସବୁଦିନ ପାଇଁ ରଖିବା । ଆରଥରକୁ ପୁଣି ଆପଣମାନଙ୍କ ସହିତ ‘ମନ୍ କି ବାତ୍’ ହେବ, କିଛି ନୂଆ ବିଷୟ ସହିତ ପୁଣି ସାକ୍ଷାତ ହେବ । ଆମେ ଦେଶବାସୀଙ୍କର କିଛି ନୂତନ ପ୍ରୟାସ ଏବଂ ତା’ର ସଫଳତାର ଚର୍ଚ୍ଚା ମନଭରି କରିବା । ସେପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ।
ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଜୁଲାଇ ମାସ ଅର୍ଥାତ୍ ମୌସୁମୀର ମାସ, ବର୍ଷାର ମାସ । ଗତ କିଛିଦିନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଦ୍ବେଗ ଏବଂ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ଯମୁନା ସମେତ ଅନେକ ନଦୀରେ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପାର୍ବତ୍ୟ ଅଞ୍ଚଳରେ କିଛି ଭୂସ୍ଖଳନର ଘଟଣା ମଧ୍ୟ ଘଟିଛି । ଏହି ସମୟ ମଧ୍ୟରେ ଦେଶର ପଶ୍ଚିମାଞ୍ଚଳ, ବିଶେଷକରି ଗୁଜରାଟର ପୂର୍ବ ଭାଗରେ କିଛିଦିନ ପୂର୍ବରୁ ବାତ୍ୟା ବିପର୍ଯ୍ୟୟ ମଧ୍ୟ ଆସିଥିଲା । କିନ୍ତୁ ବନ୍ଧୁଗଣ, ସାମୁହିକ ପ୍ରଚେଷ୍ଟାର ଶକ୍ତି କ’ଣ, ଏଭଳି ବିପର୍ଯ୍ୟୟଗୁଡ଼ିକ ସମୟରେ ମଧ୍ୟ ଦେଶବାସୀମାନେ ତାହା ପୁଣିଥରେ ଦେଖାଇଦେଇଛନ୍ତି । ସ୍ଥାନୀୟ ଲୋକେ, ଆମ ଏନ୍ଡିଆର୍ଏଫ୍ର ଯବାନ୍ମାନେ, ସ୍ଥାନୀୟ ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦିନ ରାତି ପରିଶ୍ରମ କରି ଏଭଳି ବିପର୍ଯ୍ୟୟଗୁଡ଼ିକର ମୁକାବିଲା କରିଛନ୍ତି । ଯେକୌଣସି ବିପତ୍ତିର ମୁକାବିଲା କରିବାରେ ଆମର ସାମର୍ଥ୍ୟ ଏବଂ ସମ୍ବଳର ବିଶେଷ ଭୂମିକା ରହିଥାଏ । କିନ୍ତୁ ଏହାସହିତ ଆମ ସମ୍ବେଦନଶୀଳତା ଏବଂ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବାର ମନୋଭାବ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସର୍ବଜନ ହିତାୟର ଏହି ଭାବନା ଭାରତର ପରିଚୟ ଆଉ ଭାରତର ଶକ୍ତି ମଧ୍ୟ ଅଟେ ।
ବନ୍ଧୁଗଣ, ବର୍ଷାଦିନର ଏହି ସମୟ ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ସୃଷ୍ଟି କରାଯାଇଥିବା ୬୦ ହଜାରରୁ ଅଧିକ ଅମୃତ ସରୋବରର ଶୋଭା ମଧ୍ୟ ବୃଦ୍ଧି ପାଇଛି । ଆହୁରି ୫୦ ହଜାରରୁ ଅଧିକ ଅମୃତ ସରୋବର ସୃଷ୍ଟି କରିବାର କାର୍ଯ୍ୟ ଜାରି ରହିଛି। ଆମ ଦେଶବାସୀ ସମ୍ପୂର୍ଣ୍ଣ ସଚେତନତା ଏବଂ ଦାୟିତ୍ୱ ସହ ଜଳ ସଂରକ୍ଷଣ ପାଇଁ ନୂଆ ନୂଆ ପ୍ରଚେଷ୍ଟା କରୁଛନ୍ତି । ଆପଣମାନଙ୍କର ମନେଥିବ, କିଛିଦିନ ପୂର୍ବେ ମୁଁ ମଧ୍ୟପ୍ରଦେଶର ଶେହେଡଲ୍କୁ ଯାଇଥିଲି । ସେଠାରେ ପକରିୟା ଗାଁର ଆଦିବାସୀ ଭାଇ-ଭଉଣୀମାନଙ୍କ ସହିତ ମୋର ସାକ୍ଷାତ ହୋଇଥିଲା । ପ୍ରକୃତି ଏବଂ ଜଳ ସଂରକ୍ଷଣକୁ ନେଇ ମଧ୍ୟ ମୋର ସେମାନଙ୍କ ସହିତ ଆଲୋଚନା ହୋଇଥିଲା । ଏବେ ମୋତେ ଖବର ମିଳିଛି ଯେ, ପକରିୟା ଗାଁର ଆଦିବାସୀ ଭାଇ-ଭଉଣୀମାନେ ଏ ଦିଗରେ କାମ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏଠାରେ, ପ୍ରଶାସନ ସହଯୋଗରେ, ଲୋକମାନେ ପ୍ରାୟଃ ଶହେଟି କୁଅଁକୁ ୱାଟର୍ ରିଚାର୍ଜ ସିଷ୍ଟମ୍ରେ ପରିବର୍ତିତ କରିଦେଇଛନ୍ତି । ବର୍ଷାଜଳ ଏବେ ଏହି କୁଅଁମାନଙ୍କ ମଧ୍ୟକୁ ଯାଉଛି ଆଉ କୁଅଁ ମଧ୍ୟ ଦେଇ ଏହା ଭୂମି ମଧ୍ୟକୁ ପ୍ରବେଶ କରୁଛି । ଏହାଦ୍ୱାରା ଏହି ଅଞ୍ଚଳର ଭୂତଳ ଜଳସ୍ତର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବ । ଗ୍ରାମବାସୀମାନେ ଏହି ସମ୍ପୂର୍ଣ୍ଣ ଅଂଚଳର ପ୍ରାୟଃ ୮୦୦ କୁଅଁକୁ ରିଚାର୍ଜ ପାଇଁ ବ୍ୟବହାର କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି । ଏହିଭଳି ଏକ ଉତ୍ସାହବର୍ଦ୍ଧକ ଖବର ଉତରପ୍ରଦେଶରୁ ଆସିଛି । କିଛିଦିନ ପୂର୍ବେ, ଉତରପ୍ରଦେଶରେ ମାତ୍ର ଗୋଟିଏ ଦିନରେ ୩୦ କୋଟି ବୃକ୍ଷରୋପଣର ରେକର୍ଡ଼ ସୃଷ୍ଟି କରାଯାଇଛି । ଏହି ଅଭିଯାନର ଶୁଭାରମ୍ଭ ରାଜ୍ୟ ସରକାର କରିଥିଲେ, ଏବଂ ସେଠାକାର ଜନସାଧାରଣ ଏହାକୁ ସମ୍ପୂର୍ଣ୍ଣ କଲେ । ଏଭଳି ପ୍ରଚେଷ୍ଟା ଜନ-ସହଭାଗିତା ସହ ଜନ-ଜାଗୃତିର ମଧ୍ୟ ବଡ଼ ଉଦାହରଣ । ମୁଁ ଚାହୁଁଛି ଯେ, ଆମେ ସମସ୍ତେ ମଧ୍ୟ ବୃକ୍ଷରୋପଣ ଓ ଜଳ ସଂରକ୍ଷଣର ଏହି ପ୍ରଚେଷ୍ଟାରେ ଅଂଶଗ୍ରହଣ କରିବା ।
ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲିଛି । ସଦାଶିବ ମହାଦେବଙ୍କ ସାଧନା-ଆରାଧନା ସହିତ ଶ୍ରାବଣ ମାସଟି ସବୁଜିମା ଓ ଖୁସିର ଅବସର ହୋଇଥାଏ । ତେଣୁ, ଶ୍ରାବଣ ମାସର ଅଧ୍ୟାତ୍ମିକ ଗୁରୁତ୍ୱ ରହିଥିବା ବେଳେ ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ ଏହାର ବହୁତ ଗୁରୁତ୍ୱ ରହିଛି । ଶ୍ରାବଣର ଦୋଳିଖେଳ, ଶ୍ରାବଣର ମେହେନ୍ଦି, ଶ୍ରାବଣ ମାସରେ ପାଳନ କରାଯାଉଥିବା ପର୍ବପର୍ବାଣୀ – ମାନେ, କହିବାକୁ ଗଲେ ଶ୍ରାବଣର ଅର୍ଥ ହିଁ ହେଉଛି ଆନନ୍ଦ ଓ ଉଲ୍ଲାସ ।
ବନ୍ଧୁଗଣ, ଆମର ଏହି ଆସ୍ଥା ଏବଂ ଏହି ପରମ୍ପରାଗୁଡ଼ିକର ଆଉ ଗୋଟିଏ ଦିଗ ମଧ୍ୟ ରହିଛି । ଆମର ଏହି ପର୍ବପର୍ବାଣୀ ଏବଂ ପରମ୍ପରାଗୁଡ଼ିକ ଆମକୁ ଗତିଶୀଳ କରାଇଥାଏ । ଶ୍ରାବଣରେ ଶିବ ଆରାଧନା ପାଇଁ କେତେ କେତେ ଭକ୍ତ ଜଳାଭିଷେକ ପାଇଁ କାଉଡ଼ି ଧରି ଯାତ୍ରା କରିଥାନ୍ତି । ଶ୍ରାବଣ ମାସ ଯୋଗୁଁ ଏହି ଦିନମାନଙ୍କରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ଏ କଥା ଶୁଣି ଆପଣମାନେ ମଧ୍ୟ ଖୁସି ହେବେ ଯେ, ବାରାଣସୀ ପହଞ୍ଚୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ରେକର୍ଡ଼ ଭଙ୍ଗ କରିବାକୁ ବସିଲାଣି । ଏବେ କାଶୀରେ ପ୍ରତି ବର୍ଷ ୧୦ କୋଟିରୁ ଅଧିକ ପର୍ଯ୍ୟଟକ ପହଞ୍ଚୁଛନ୍ତି । ଅଯୋଧ୍ୟା, ମଥୁରା, ଉଜ୍ଜୟିନୀ ଭଳି ତୀର୍ଥ କ୍ଷେତ୍ରମାନଙ୍କରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଉଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଗରିବମାନଙ୍କୁ ରୋଜଗାର ମିଳୁଛି ଏବଂ ସେମାନେ ଜୀବିକା ଉପାର୍ଜନ କରିପାରୁଛନ୍ତି । ଏସବୁ ଆମ ସାଂସ୍କୃତିକ ଜନଜାଗରଣର ପରିଣାମ । ଏହା ଦେଖିବା ପାଇଁ ଏବେ ତ ସାରା ଦୁନିଆରୁ ଲୋକେ ଆମ ତୀର୍ଥକ୍ଷେତ୍ରଗୁଡ଼ିକୁ ଆସୁଛନ୍ତି । ଏହିଭଳି ଦୁଇଜଣ ଆମେରିକୀୟ ବନ୍ଧୁମାନଙ୍କ ବିଷୟରେ ମୁଁ ଜାଣିବାକୁ ପାଇଛି, ଯିଏ କାଲିଫର୍ଣ୍ଣିଆରୁ ଅମରନାଥ ଯାତ୍ରା ପାଇଁ ଆସିଥିଲେ । ଏହି ବିଦେଶୀ ଅତିଥିମାନେ ଅମରନାଥ ଯାତ୍ରା ସମ୍ପର୍କରେ ସ୍ୱାମୀ ବିବେକାନନ୍ଦଙ୍କ ଅନୁଭୂତି ବିଷୟରେ କେଉଁଠି ଶୁଣିଥିଲେ । ଏଥିରୁ ସେମାନେ ଏତେ ପ୍ରେରିତ ହେଲେ ଯେ, ସ୍ୱୟଂ ଅମରନାଥ ଯାତ୍ରା ପାଇଁ ଚାଲିଆସିଲେ । ସେମାନେ ଏହାକୁ ଭଗବାନ ଭୋଳାନାଥଙ୍କ ଆଶୀର୍ବାଦ ବୋଲି ମନେ କରୁଛନ୍ତି । ଏହାହିଁ ଭାରତର ବିଶେଷତ୍ୱ ଯେ, ଇଏ ସମସ୍ତଙ୍କୁ ସ୍ୱୀକାର କରିଥାଏ, ସମସ୍ତଙ୍କୁ କିଛି ନା କିଛି ଦେଇଥାଏ । ଏହିଭଳି ଜଣେ ଫ୍ରାନ୍ସର ମୂଳବାସିନ୍ଦା ମହିଳା ହେଉଛନ୍ତି ଶାର୍ଲୋଟ୍ ସୋପାଁ । ବିଗତ ଦିନରେ ମୋର ଫ୍ରାନ୍ସ ଗସ୍ତ ସମୟରେ ତାଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଶାର୍ଲୋଟ୍ ସୋପାଁ ଜଣେ ଯୋଗାଭ୍ୟାସୀ, ଜଣେ ଯୋଗ ଶିକ୍ଷୟିତ୍ରୀ ଆଉ ତାଙ୍କ ବୟସ ୧୦୦ ବର୍ଷରୁ ବି ଅଧିକ । ସେ ଜୀବନର ଶତକ ପାର କରିସାରିଛନ୍ତି । ସେ ବିଗତ ୪୦ ବର୍ଷ ଧରି ଯୋଗାଭ୍ୟାସ କରୁଛନ୍ତି । ସେ ନିଜ ସ୍ୱାସ୍ଥ୍ୟ ଏବଂ ନିଜର ଶତାୟୂ ହେବାର ଶ୍ରେୟ ଯୋଗାଭ୍ୟାସକୁ ହିଁ ଦେଉଛନ୍ତି । ସେ ବିଶ୍ୱରେ ଭାରତର ଯୋଗ ବିଜ୍ଞାନ ଏବଂ ଏହାର ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ପାଲଟିଯାଇଛନ୍ତି । ତାଙ୍କଠାରୁ ପ୍ରତ୍ୟେକ ଲୋକ ପ୍ରେରଣା ଗ୍ରହଣ କରିବା ଉଚିତ । ଆମେ କେବଳ ନିଜର ଐତିହ୍ୟକୁ ଅଙ୍ଗୀକାର କରିବା ତାହା ନୁହେଁ ବରଂ ଦାୟିତ୍ୱର ସହିତ ଏହାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିବା । ମୋତେ ଖୁସି ଲାଗୁଛି ଯେ, ଏହିଭଳି ଏକ ପ୍ରୟାସ ଏବେ ଉଜ୍ଜୟିନୀରେ ଚାଲିଛି । ଏଠାରେ ଦେଶର ୧୮ ଜଣ ଚିତ୍ରଶିଳ୍ପୀ ପୁରାଣ ଉପରେ ଆଧାରିତ ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି । ଏହି ଚିତ୍ରଗୁଡ଼ିକ ବୁନ୍ଦି ଶୈଳୀ, ନାଥ୍ଦ୍ୱାରା ଶୈଳୀ, ପାହାଡ଼ି ଶୈଳୀ ଏବଂ ଅପଭ୍ରଂଶ ଶୈଳୀ ଭଳି ଅନେକ ବିଶିଷ୍ଟ ଶୈଳୀରେ ଅଙ୍କାଯାଉଛି । ଏଗୁଡ଼ିକୁ ଉଜ୍ଜୟିନୀର ତ୍ରିବେଣୀ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯିବ । ଅର୍ଥାତ, କିଛିଦିନ ପରେ ଆପଣ ଯେତେବେଳେ ଉଜ୍ଜୟିନୀ ଯିବେ, ସେତେବେଳେ ମହାକାଳଙ୍କ ମହାଲୋକ ସହିତ ଆପଣ ଆଉ ଗୋଟିଏ ଦିବ୍ୟ ସ୍ଥାନର ଦର୍ଶନ ଲାଭ କରିପାରିବେ।
ବନ୍ଧୁଗଣ, ଉଜ୍ଜୟିନୀରେ ଅଙ୍କିତ ହେଉଥିବା ଏହି ଚିତ୍ରକଳା କଥା କହିବା ପ୍ରସଙ୍ଗରେ ମୋତେ ଆଉ ଗୋଟିଏ ନିଆରା ଚିତ୍ରକଳା କଥା ମନେପଡ଼ୁଛି । ଏହି ଚିତ୍ରକଳାକୁ ରାଜ୍କୋଟ୍ର ଜଣେ ଚିତ୍ରଶିଳ୍ପୀ ପ୍ରଭାତ ସିଂ ମୋଡ୍ଭାଇ ବାରହାଟ୍ ପ୍ରସ୍ତୁତ କରିଥିଲେ । ଏହି ଚିତ୍ରକଳା ଛତ୍ରପତି ବୀର ଶିବାଜୀ ମହାରାଜଙ୍କ ଜୀବନର ଗୋଟିଏ ପ୍ରସଙ୍ଗ ଉପରେ ଆଧାରିତ । ଛତ୍ରପତି ଶିବାଜୀ ମହାରାଜ ରାଜ୍ୟାଭିଷେକ ପରେ ନିଜ କୁଳଦେବୀ ତୁଳଜା ମାତାଙ୍କ ଦର୍ଶନ କରିବାକୁ ଯିବା ସମୟରେ କିଭଳି ପରିସ୍ଥିତି ଥିଲା, ତାହା ଶିଳ୍ପୀ ପ୍ରଭାତ ଭାଇ ଏଥିରେ ଦର୍ଶାଇଛନ୍ତି । ନିଜ ପରମ୍ପରା, ନିଜର ସନ୍ତକଗୁଡ଼ିକୁ ଜୀବନ୍ତ ରଖିବାକୁ ହେଲେ ସେଗୁଡ଼ିକର ଯତ୍ନ ନେବାକୁ ହୋଇଥାଏ, ସେଗୁଡ଼ିକ ପାଳନ କରିବାକୁ ପଡ଼ିଥାଏ, ପରବର୍ତ୍ତୀ ପିଢ଼ିକୁ ଶିଖାଇବାକୁ ହୋଇଥାଏ । ଆଜିକାଲି ଏ ଦିଗରେ ଅନେକ ପ୍ରୟାସ ହେଉଥିବାରୁ ମୁଁ ଖୁସି ଅନୁଭବ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ପ୍ରାୟତଃ ଯେତେବେଳେ ଇକୋଲଜି, ଫ୍ଲୋରା-ଫୌନା, ବାୟୋ-ଡାଇଭର୍ସିଟି ଭଳି ଶବ୍ଦ ଶୁଣାଯାଏ, ସେତେବେଳେ ସେତେବେଳେ ଅନେକ ଲୋକ ଭାବନ୍ତି ଯେ ଏଗୁଡ଼ିକ କିଛି ବିଶେଷ ବିଷୟ, ଏସବୁ ଏଥିସହିତ ଜଡ଼ିତ ବିଶେଷଜ୍ଞମାନଙ୍କ ବିଷୟ । କିନ୍ତୁ ସେଭଳି କିଛି ନାହିଁ । ଯଦି ପ୍ରକୃତରେ ଆମେ ପ୍ରକୃତିକୁ ଭଲ ପାଉଁଛୁ, ତାହେଲେ ଆମେ ନିଜର ଛୋଟ ପ୍ରଚେଷ୍ଟା ମାଧ୍ୟମରେ ବି ବହୁତ କିଛି କରିପାରିବା । ତାମିଲନାଡ଼ୁର ୱାଡାୱଲ୍ଲୀର ଜଣେ ସାଥୀ ହେଉଛନ୍ତି ସୁରେଶ ରାଘବନ୍ । ରାଘବନ୍ ଚିତ୍ର ଆଙ୍କିବାକୁ ଭଲ ପାଆନ୍ତି । ଆପଣମାନେ ଜାଣନ୍ତି ଯେ ଏହା କଳା ଓ କ୍ୟାନ୍ଭାସ୍ ସହ ଜଡ଼ିତ କାମ । କିନ୍ତୁ ରାଘବନ୍ ସ୍ଥିର କଲେ ଯେ ସେ ନିଜ ଚିତ୍ରକଳା ମାଧ୍ୟମରେ ଗଛଲତା ଏବଂ ଜୀବଜନ୍ତୁମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ରଖିବେ । ସେ ବିଭିନ୍ନ ବୃକ୍ଷଲତାର ଚିତ୍ର ଆଙ୍କି ଏହା ସମ୍ପର୍କରେ ତଥ୍ୟର ଡକ୍ୟୁମେଣ୍ଟେସନ୍ କରୁଛନ୍ତି । ଏଯାବତ୍ ସେ ଅନେକ ପଶୁ-ପକ୍ଷୀ ଓ ଗଛଲତାର ଚିତ୍ର ଆଙ୍କିସାରିଲେଣି, ଯେଉଁମାନଙ୍କ ପ୍ରଜାତି ବିଲୁପ୍ତ ହେବାକୁ ବସିଲାଣି । କଳା ମାଧ୍ୟମରେ ପ୍ରକୃତିର ସେବା କରିବାର ଏହି ଅନନ୍ୟ ଉଦାହରଣ ପ୍ରକୃତରେ ଅତି ଅଦ୍ଭୁତ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ଆପଣଙ୍କୁ ଆଉ ଗୋଟିଏ ମଜାଦାର କଥା କହିବାକୁ ଚାହୁଁଛି । କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଏକ ଅଦ୍ଭୁତ ଉନ୍ମାଦନା ଦେଖାଗଲା । ଆମେରିକା ଆମକୁ ଶହେରୁ ଅଧିକ ଦୁର୍ଲଭ ଓ ପ୍ରାଚୀନ କଳାକୃତି ଫେରାଇ ଦେଇଛି । ଏହି ଖବର ଜଣାପଡ଼ିବା ପରେ ସାମାଜିକ ଗଣମାଧ୍ୟମରେ ଏସବୁ କଳାକୃତିକୁ ନେଇ ବହୁତ ଚର୍ଚ୍ଚା ହେଲା । ଯୁବପିଢ଼ି ଭିତରେ ଏହି ଐତିହ୍ୟ ପାଇଁ ଗର୍ବ ଭାବ ଦେଖାଗଲା । ଭାରତକୁ ଫେରିଥିବା ଏହି କଳାକୃତିସବୁ ଅଢ଼େଇ ହଜାର ବର୍ଷଠୁ ନେଇ ଅଢ଼େଇ ଶହ ବର୍ଷ ଯାଏଁ ପୁରୁଣା । ଆପଣଙ୍କୁ ଏହା ମଧ୍ୟ ଜାଣି ଖୁସି ଲାଗିବ ଯେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳ ସହିତ ଏସବୁ ଦୁର୍ଲଭ ଜିନିଷର ସମ୍ପର୍କ ରହିଛି । ଏସବୁକୁ ଟେରାକୋଟା, ପଥର, ଧାତୁ ଓ କାଠ ବ୍ୟବହାର କରି ତିଆରି କରାଯାଇଛି । ଏଥିମଧ୍ୟରୁ ତ ଏପରି କେତୋଟି ଜିନିଷ ଅଛି, ଯାହା ଆପଣଙ୍କୁ ବିସ୍ମିତ କରିଦେବ । ଆପଣ ସେଗୁଡ଼ିକୁ ଦେଖିଲେ ଦେଖିକି ରହିଯିବେ । ଏଥିରେ ଏକାଦଶ ଶତାବ୍ଦୀର ଗୋଟିଏ ସୁନ୍ଦର ସ୍ୟାଣ୍ଡ୍ଷ୍ଟୋନ୍ ସ୍ଥାପତ୍ୟ ମଧ୍ୟ ଆପଣଙ୍କୁ ଦେଖିବାକୁ ମିଳିବ । ଏହା ନୃତ୍ୟ କରୁଥିବା ଏକ ଅପ୍ସରାର କଳାକୃତି, ଯାହାର ସମ୍ବନ୍ଧ ମଧ୍ୟପ୍ରଦେଶ ସହିତ ରହିଛି । ଚୋଳଯୁଗର ଅନେକ ମୂର୍ତ୍ତି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଦେବୀ ଓ ଭଗବାନ ମୁର୍ଗନଙ୍କ ପ୍ରତିମା ତ ଦ୍ୱାଦଶ ଶତାବ୍ଦୀର ଏବଂ ତାମିଲନାଡୁର ବିଭବଶାଳୀ ସଂସ୍କୃତି ସହିତ ଏହା ସଂପୃକ୍ତ । ଭଗବାନ ଗଣେଶଙ୍କର ପ୍ରାୟ ଏକ ହଜାର ବର୍ଷ ପୁରୁଣା କାଂସ୍ୟ ପ୍ରତିମା ମଧ୍ୟ ଭାରତକୁ ଫେରାଇ ଦିଆଯାଇଛି । ଲଳିତାସନରେ ଉପବେଶନ କରିଥିବା ଉମା-ମହେଶ୍ୱରଙ୍କ ଏକ ମୂର୍ତ୍ତି ଏକାଦଶ ଶତାବ୍ଦୀର ବୋଲି କୁହାଯାଏ, ଯେଉଁଥିରେ ସେମାନେ ଦୁହେଁ ନନ୍ଦୀ ଉପରେ ବସିଛନ୍ତି । ପଥରରେ ନିର୍ମିତ ଜୈନ ତୀର୍ଥଙ୍କରଙ୍କର ଦୁଇଟି ମୂର୍ତ୍ତି ମଧ୍ୟ ଭାରତକୁ ଫେରିଆସିଛି । ଭଗବାନ ସୂର୍ଯ୍ୟଦେବଙ୍କ ଦୁଇଟି ପ୍ରତିମା ମଧ୍ୟ ଆପଣଙ୍କର ମନ ମୋହିନେବ । ଏଥିମଧ୍ୟରୁ ଗୋଟିଏ ବାଲୁକାପଥରରେ ତିଆରି ହୋଇଛି । ଫେରାଇ ଦିଆଯାଇଥିବା ଜିନିଷ ମଧ୍ୟରେ କାଠରେ ତଆରି ଏକ ପ୍ୟାନେଲ୍ ରହିଛି ଯାହା ସମୁଦ୍ର ମନ୍ଥନ କାହାଣୀକୁ ଦର୍ଶାଇଥାଏ । ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଏହି ପ୍ୟାନେଲର ସମ୍ବନ୍ଧ ଦକ୍ଷିଣ ଭାରତ ସହିତ ରହିଛି ।
ବନ୍ଧୁଗଣ, ଏଠାରେ ମୁଁ ବହୁତ କମ୍ ନାଁ ହିଁ ନେଇଛି, କିନ୍ତୁ ଯଦି ଦେଖିବେ ଏହି ତାଲିକା ବହୁତ ଲମ୍ବା । ମୁଁ ଆମେରିକା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯିଏ ଆମର ଏହି ବହୁମୂଲ୍ୟ ଐତିହ୍ୟକୁ ଫେରାଇଛନ୍ତି । ୨୦୧୬ ଓ ୨୦୨୧ରେ ମଧ୍ୟ ମୁଁ ଯେତେବେଳେ ଆମେରିକା ଗସ୍ତ କରିଥିଲି, ସେତେବେଳେ ମଧ୍ୟ ଅନେକ କଳାକୃତି ଭାରତକୁ ଫେରାଇ ଦିଆଯାଇଥିଲା । ମୋର ବିଶ୍ୱାସ ଯେ ଏଭଳି ପ୍ରୟାସ ଦ୍ୱାରା ଆମର ସାଂସ୍କୃତିକ ଐତିହ୍ୟର ଚୋରି ରୋକିବାର ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ସଚେତନତା ବଢ଼ିବ । ଏହାଦ୍ୱାରା ଆମର ସମୃଦ୍ଧ ଐତିହ୍ୟ ସହିତ ଦେଶବାସୀଙ୍କର ସଂପୃକ୍ତି ଆହୁରି ଗଭୀର ହେବ ।
ମୋର ପ୍ରିୟ ଦେଶବାସୀଗଣ, ଦେବଭୂମି ଉତ୍ତରାଖଣ୍ଡର କେତେଜଣ ମାଆଭଉଣୀ ମୋତେ ଯେଉଁ ପତ୍ର ଲେଖିଛନ୍ତି, ତାହା ଭାବୁକ କରିଦେବା ଭଳି । ସେମାନେ ନିଜର ପୁଅକୁ, ନିଜର ଭାଇକୁ, ବହୁତ ଆଶୀର୍ବାଦ ଦେଇଛନ୍ତି । ସେମାନେ ଲେଖିଛନ୍ତି ଯେ ସେମାନେ କେବେ କଳ୍ପନା କରିନଥିଲେ ଯେ ଆମର ସାଂସ୍କୃତିକ ଐତିହ୍ୟ ଥିବା ଭୋଜପତ୍ର ତାଙ୍କର ଜୀବିକାର୍ଜନର ସାଧନ ହୋଇପାରିବ । ଆପଣ ଭାବୁଥିବେ ଯେ ଘଟଣାଟା କ'ଣ?
ବନ୍ଧୁଗଣ, ମୋତେ ଏହି ପତ୍ର ଲେଖିଛନ୍ତି ଚମୋଲି ଜିଲାର ନୀତୀ-ମାଣା ଘାଟିର ମହିଳାମାନେ । ଏହି ମହିଳାମାନେ ଗତବର୍ଷ ଅକ୍ଟୋବର ମାସରେ ମୋତେ ଭୋଜପତ୍ରରେ ଏକ ନିଆରା କଳାକୃତି ଉପହାର ଦେଇଥିଲେ । ଏହି ଉପହାର ପାଇ ମୁଁ ମଧ୍ୟ ବହୁତ ଅଭିଭୂତ ହୋଇଥିଲି । ଅନ୍ତତଃ ଆମର ଏଇଠି ପ୍ରାଚୀନ କାଳରୁ ଆମ ଶାସ୍ତ୍ର ଓ ଗ୍ରନ୍ଥମାନ ଏହି ଭୋଜପତ୍ରରେ ହିଁ ଲେଖାଯାଉଥିଲା । ମହାଭାରତ ମଧ୍ୟ ଏହି ଭୋଜପତ୍ରରେ ଲେଖାଯାଇଥିଲା । ଆଜି, ଦେବଭୂମିର ଏହି ମହିଳାମାନେ ଏହି ଭୋଜପତ୍ରରେ ଖୁବ୍ ସୁନ୍ଦର ସୁନ୍ଦର କଳାକୃତି ଓ ସ୍ମୃତିଚିହ୍ନ ତିଆରି କରୁଛନ୍ତି । ମାଣା ଗାଁକୁ ଗସ୍ତ ସମୟରେ ମୁଁ ସେମାନଙ୍କର ଏହି ନିଆରା ପ୍ରୟାସର ପ୍ରଶଂସା କରିଥିଲି । ମୁଁ ଦେବଭୂମିକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଯାତ୍ରା ସମୟରେ ଅଧିକରୁ ଅଧିକ ସ୍ଥାନୀୟ ଜିନିଷ କିଣନ୍ତୁ । ସେଠାରେ ଏହାର ବହୁତ ପ୍ରଭାବ ପଡ଼ିଛି । ଆଜି ଭୋଜପତ୍ରର ଉତ୍ପାଦକୁ ଏଠାକୁ ଆସୁଥିବା ତୀର୍ଥଯାତ୍ରୀ ବହୁତ ପସନ୍ଦ କରୁଛନ୍ତି ଏବଂ ଏହାକୁ ଭଲ ଦାମ୍ଦେଇ ମଧ୍ୟ କିଣୁଛନ୍ତି । ଭୋଜପତ୍ରର ଏହି ପ୍ରାଚୀନ ଐତିହ୍ୟ ଉତ୍ତରାଖଣ୍ଡର ମହିଳାମାନଙ୍କ ଜୀବନରେ ଖୁସିର ନୂଆ ନୂଆ ରଂଗ ଭରିଦେଉଛି । ମୁଁ ଏହା ଜାଣି ମଧ୍ୟ ଖୁସି ହେଲି ଯେ ଭୋଜପତ୍ରରେ ନୂଆ ନୂଆ ଜିନିଷ ତିଆରି କରିବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ତାଲିମ ଦେଉଛି ।
ରାଜ୍ୟ ସରକାର ଭୋଜପତ୍ରର ଦୁର୍ଲଭ ପ୍ରଜାତିଗୁଡ଼ିକର ସଂରକ୍ଷଣ ପାଇଁ ମଧ୍ୟ ଅଭିଯାନ ଆରମ୍ଭ କରିଛି । ଯେଉଁ ଅଞ୍ଚଳଗୁଡ଼ିକୁ କେବେ ଦେଶର ଶେଷସୀମା ବୋଲି ଧରାଯାଉଥିଲା, ସେଗୁଡ଼ିକୁ ଏବେ ଦେଶର ପ୍ରଥମ ଗାଁ ବୋଲି ଧରାଯାଇ ବିକାଶ ହେଉଛି । ଏହି ପ୍ରୟାସ ନିଜର ପରମ୍ପରା ଓ ସଂସ୍କୃତିର ସୁରକ୍ଷା ସହିତ ଆର୍ଥିକ ସମୃଦ୍ଧିର ମାଧ୍ୟମ ମଧ୍ୟ ପାଲଟୁଛି ।
ମୋର ପ୍ରିୟ ଦେଶବାସୀଗଣ, "ମନ କୀ ବାତ୍”ରେ ମୋତେ ଏଥର ଏପରି ବହୁତ ପତ୍ର ମିଳିଛି, ଯାହା ମନକୁ ବହୁତ ସନ୍ତୋଷ ଦେଇଥାଏ । ଏହି ଚିଠିକୁ ସେହି ମୁସଲମାନ ମହିଳାମାନେ ଲେଖିଛନ୍ତି, ଯେଉଁମାନେ ନିକଟରେ ହଜ୍ ଯାତ୍ରା ଶେଷକରି ଫେରିଛନ୍ତି । ସେମାନଙ୍କର ଏହି ଯାତ୍ରା ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର । ଏମାନେ ସେହି ମହିଳା, ଯେଉଁମାନେ ହଜ୍ ଯାତ୍ରା କୌଣସି ପୁରୁଷ ସହଯୋଗୀ ବା ମେହରମ୍ଙ୍କ ବିନା ପୂର୍ଣ୍ଣ କରିଛନ୍ତି ଏବଂ ଏହି ସଂଖ୍ୟା ପଚାଶ ଶହେ ନୁହେଁ, ବରଂ ୪ ହଜାରରୁ ଅଧିକ । ଏହା ଏକ ବଡ଼ ପରିବର୍ତ୍ତନ । ପ୍ରଥମେ ମୁସଲମାନ ମହିଳାମାନଙ୍କୁ ବିନା ମେହରମ୍ରେ “ହଜ୍”' କରିବାକୁ ଅନୁମତି ନ ଥିଲା । ମୁଁ “ମନ୍ କୀ ବାତ୍” ମାଧ୍ୟମରେ ସାଉଦି ଆରବ ସରକାରଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଦେଉଛି । ବିନା ମେହରମ୍ ହଜ୍ରେ ଯାଉଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମହିଳା ସଂଯୋଜିକା ନିଯୁକ୍ତ କରାଯାଇଥିଲା ।
ବନ୍ଧୁଗଣ, ବିଗତ କିଛି ବର୍ଷରେ ହଜ ନୀତିରେ ଯେଉଁ ପରିବର୍ତ୍ତନ କରାଯାଇଛି, ତା'ର ବହୁତ ପ୍ରଶଂସା କରାଯାଉଛି । ଆମର ମୁସଲମାନ ମାଆଭଉଣୀମାନେ ଏ ସମ୍ପର୍କରେ ମୋତେ ବହୁତ କିଛି ଲେଖିଛନ୍ତି । ଏବେ ଅଧିକରୁ ଅଧିକ ଲୋକଙ୍କୁ ହଜ୍ରେ ଯିବାକୁ ସୁଯୋଗ ମିଳୁଛି । ହଜ୍ ଯାତ୍ରାରୁ ଫେରିଥିବା ଲୋକେ, ବିଶେଷକରି ଆମର ମାଆଭଉଣୀମାନେ ଚିଠି ଲେଖି ଯେଉଁ ଆଶୀର୍ବାଦ ଦେଇଛନ୍ତି, ତାହା ସ୍ୱୟଂ ବହୁତ ପ୍ରେରଣାଦାୟକ ।
ମୋର ପ୍ରିୟ ଦେଶବାସୀଗଣ, ଜାମ୍ମୁକାଶ୍ମୀରରେ ମ୍ୟୁଜିକାଲ୍ ନାଇଟ୍ ହେଉ, ଅଧିକ ଉଚ୍ଚରେ ବାଇକ୍ ର୍ୟାଲି ହେଉ, ଚଣ୍ଡିଗଡ଼ର ସ୍ଥାନୀୟ କ୍ଲବ୍ ହେଉ ଅଥବା ପଞ୍ଜାବର ବହୁତଗୁଡ଼ିଏ କ୍ରୀଡ଼ା ସଂଘ ହୁଅନ୍ତୁ, ଏହା ଶୁଣି ମନେହୁଏ ଯେ ମନୋରଞ୍ଜନର କଥା କୁହାଯାଉଛି, ରୋମାଞ୍ଚକ କଥା କୁହାଯାଉଛି । କିନ୍ତୁ କଥାଟା କିଛି ଅଲଗା, ଏହି ଆୟୋଜନ ଗୋଟିଏ “ସାଧାରଣ କାରଣ” ସହିତ ସଂପୃକ୍ତ ଏବଂ ଏହି ସାଧାରଣ କାରଣଟି ହେଉଛି Drugs ବିରୋଧରେ ସଚେତନତା ଅଭିଯାନ । ଜାମ୍ମୁକାଶ୍ମୀରର ଯୁବକଯୁବତୀମାନଙ୍କୁ Drugsରୁ ରକ୍ଷା କରିବା ପାଇଁ ଅନେକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଏଠାରେ, ମ୍ୟୁଜିକାଲ୍ ନାଇଟ୍, ବାଇକ୍ ର୍ୟାଲି ଭଳି କାର୍ଯ୍ୟକ୍ରମ ହେଉଛି । ଚଣ୍ଡିଗଡ଼ରେ ଏହି ବାର୍ତ୍ତାକୁ ପ୍ରଚାର କରିବା ପାଇଁ ସ୍ଥାନୀୟ କ୍ଲବ୍ଗୁଡ଼ିକୁ ଏଥିସହ ଯୋଡ଼ାଯାଇଛି । ସେମାନେ ଏହାକୁ “ଭାଦା” କ୍ଲବ୍ କହୁଛନ୍ତି । ଭାଦା ଅର୍ଥାତ ଭିକ୍ଟରି ଏଗେନ୍ଷ୍ଟ ଡ୍ରଗ୍ସ ଏବ୍ୟୁଜ୍ । ପଞ୍ଜାବରେ ଅନେକ କ୍ରୀଡ଼ା ସଂଘ ପ୍ରତିଷ୍ଠା କରାଯାଇଛି, ଯେଉଁମାନେ ଫିଟ୍ନେସ୍ ଉପରେ ଦୃଷ୍ଟି ଦେଉଛନ୍ତି ଏବଂ ନିଶାମୁକ୍ତି ପାଇଁ ସଚେତନତା ଅଭିଯାନ ଚଳାଉଛନ୍ତି । ନିଶା ବିରୋଧୀ ଅଭିଯାନରେ ଯୁବକଯୁବତୀମାନଙ୍କର କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ବହୁତ ଉତ୍ସାହଜନକ । ଏହି ପ୍ରୟାସ, ଭାରତରେ ନିଶା ବିରୋଧରେ ଅଭିଯାନକୁ ବହୁତ ଶକ୍ତି ଦେଇଛି । ଆମକୁ ଦେଶର ଭାବୀ ପିଢ଼ିକୁ ରକ୍ଷା କରିବାର ଅଛି, ତ ସେମାନଙ୍କୁ Drugs ଠାରୁ ଦୂରରେ ରଖିବାକୁ ହିଁ ହେବ । ଏହି ଭାବନା ସହ ୧୫ ଅଗଷ୍ଟ ୨୦୨୦ରେ “ନିଶାମୁକ୍ତ ଭାରତ ଅଭିଯାନ” ଆରମ୍ଭ କରାଯାଇଥିଲା । ଏହି ଅଭିଯାନ ସହିତ ୧୧ କୋଟିରୁ ଅଧିକ ଲୋକଙ୍କୁ ଯୋଡ଼ାଯାଇଥିଲା । ଦୁଇ ସପ୍ତାହ ତଳେ ହିଁ ଭାରତ ଊକ୍ସଙ୍କଶଗ୍ଦ ବିରୋଧରେ ବହୁତ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରାୟ ଦେଢ଼ ଲକ୍ଷ କିଲୋ ନିଶାଦ୍ରବ୍ୟକୁ ଜବତ କରିବା ପରେ ସେଗୁଡ଼ିକୁ ନଷ୍ଟ କରିଦିଆଯାଇଛି । ଭାରତ ୧୦ ଲକ୍ଷ କିଲୋ ନିଶାଦ୍ରବ୍ୟକୁ ନଷ୍ଟ କରିବାର ନିଆରା ରେକର୍ଡ ମଧ୍ୟ କରିଛି । ଏହି ନିଶାଦ୍ରବ୍ୟର ମୂଲ୍ୟ ୧୨୦୦୦ କୋଟି ଟଙ୍କାରୁ ମଧ୍ୟ ଅଧିକ ଥିଲା । ମୁଁ ସେହି ସମସ୍ତଙ୍କୁ ପ୍ରଶଂସା କରିବାକୁ ଚାହୁଁଛି ଯେଉଁମାନେ ନିଶାମୁକ୍ତିର ଏହି ମହତ୍ ଅଭିଯାନରେ ସାମିଲ ହୋଇଛନ୍ତି । ନିଶା ପ୍ରତି ଆସକ୍ତି କେବଳ ପରିବାର ନୁହେଁ, ବରଂ ସମଗ୍ର ସମାଜ ପାଇଁ ବଡ଼ ସମସ୍ୟା ପାଲଟିଯାଏ । ଏପରି ସ୍ଥଳେ ଏହି ବିପଦ ଯେପରି ସବୁଦିନ ପାଇଁ ଶେଷ ହୋଇଯିବ ସେଥିପାଇଁ ଜରୁରୀ ହେଉଛି ଆମେ ସମସ୍ତେ ଏକଜୁଟ ହୋଇ ଏ ଦିଗରେ ଅଗ୍ରସର ହେବା ।
ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ Drugs ଏବଂ ଯୁବପୀଢ଼ୀ ସମ୍ପର୍କରେ ଚର୍ଚ୍ଚା ହେଉଛି ସେଇଠି ମୁଁ ଆପଣମାନଙ୍କୁ ମଧ୍ୟପ୍ରଦେଶର ଗୋଟିଏ ପ୍ରେରଣାଦାୟୀ ଯାତ୍ରା ବିଷୟରେ କହିବାକୁ ଚାହେଁ । ଏଇ ପ୍ରେରଣାଦାୟୀ ଯାତ୍ରା ହେଲା ମିନି ବ୍ରାଜିଲ୍ର । ଆପଣମାନେ ଭାବୁଥିବେ ମଧ୍ୟପ୍ରଦେଶରେ ମିନି ବ୍ରାଜିଲ୍ କୁଆଡ଼ୁ ଆସିଗଲା, ସେଇତ ହେଉଛି କଥା । ମଧ୍ୟପ୍ରଦେଶର ସହଡୋଲ୍ର ଗୋଟିଏ ଗାଁ ହେଉଛି ବିଚାରପୁର । ସେହି ବିଚାରପୁରକୁ ମିନି ବ୍ରାଜିଲ୍ ବୋଲି କୁହାଯାଏ । ମିନି ବ୍ରାଜିଲ୍ ଏଥିପାଇଁ କାରଣ ଏଇ ଗାଁଟି ଏବେ ଉଦୀୟମାନ ଫୁଟବଲ ଖେଳାଳିମାନଙ୍କର ଗଡ଼ ପାଲଟିଯାଇଛି । ଏଇ କିଛି ସପ୍ତାହ ପୂର୍ବରୁ ମୁଁ ଯେବେ ସହଡୋଲ୍ ଯାଇଥିଲି, ସେଠାରେ ଏହିଭଳି ଅନେକ ଫୁଟବଲ ଖେଳାଳିମାନଙ୍କ ସହିତ ସାକ୍ଷାତ ହୋଇଥିଲା । ମୁଁ ଭାବିଲି ଏ ବିଷୟରେ ଆମର ଦେଶବାସୀ ବିଶେଷକରି ଯୁବକ ବନ୍ଧୁମାନେ ଜାଣିବା ଉଚିତ ।
ବନ୍ଧୁଗଣ, ବିଚାରପୁର ଗାଁ ମିନି ବ୍ରାଜିଲରେ ପରିଣତ ହେବାର ଏଇ ଯାତ୍ରା ଦୁଇ ବା ଅଢ଼େଇ ଦଶକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ବିଚାରପୁର ଗାଁ ଚୋରାମଦ କାରବାର ପାଇଁ ବଦନାମ ଥିଲା । ନିଶାର କବଳରେ କବଳିତ ହୋଇଥିଲା । ଏଭଳି ବାତାବରଣ ସେଠାକାର ଯୁବକମାନଙ୍କ ପାଇଁ ବହୁତ କ୍ଷତିକାରକ ହେଉଥିଲା । ଜଣେ ପୂର୍ବତନ ଜାତୀୟ ସ୍ତରର ଖେଳାଳି ତଥା କୋଚ୍ ରଇସ୍ ଅହମ୍ମଦ ଏଇ ଯୁବକମାନଙ୍କର ପ୍ରତିଭାକୁ ଚିହ୍ନିଲେ । ରଇସ୍ଙ୍କ ପାଖରେ ସେମିତି ବିଶେଷ କିଛି ସଂସାଧନ ନ ଥିଲା । ତଥାପି ସେ ଖୁବ୍ ଆଗ୍ରହର ସହିତ ଯୁବକମାନଙ୍କୁ ଫୁଟବଲ ଶିଖାଇବା ଆରମ୍ଭ କଲେ । କିଛିବର୍ଷ ଭିତରେ ଏଠାରେ ଫୁଟବଲ ଏତେ ପ୍ରସିଦ୍ଧ ହୋଇଗଲା ଯେ ଫୁଟବଲ ହିଁ ଏଇ ଗାଁର ପରିଚୟ ହୋଇଗଲା । ଏବେ ଏଠାରେ ‘ଫୁଟବଲ ବିପ୍ଳବ’ ନାମରେ ଗୋଟିଏ କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ଫୁଟବଲ ଖେଳ ପ୍ରତି ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଏତେ ସଫଳ ହେଲା ଯେ ବିଚାରପୁରରୁ ରାଜ୍ୟ ଏବଂ ଜାତୀୟ ସ୍ତରର ପ୍ରାୟ ଚାଳିଶରୁ ଅଧିକ ଖେଳାଳି ବାହାରିପାରିଛନ୍ତି । ଏଇ ‘ଫୁଟବଲ ବିପ୍ଳବ’ ଏବେ ଧିରେ ଧିରେ ସମଗ୍ର ଅଞ୍ଚଳରେ ବ୍ୟାପିବାରେ ଲାଗିଛି । ସହଡୋଲ୍ ଏବଂ ତା’ ଆଖପାଖ ଏକ ବଡ଼ ଅଞ୍ଚଳରେ ପ୍ରାୟ ବାରଶହ ଫୁଟବଲ କ୍ଲବ ଗଢ଼ିଉଠିଛି । ଏଠାରେ ବହୁ ସଂଖ୍ୟାରେ ଖେଳାଳି ବାହାରିଛନ୍ତି ଯେଉଁମାନେ ଏବେ ଜାତୀୟ ସ୍ତରରେ ଖେଳୁଛନ୍ତି । ଫୁଟବଲର ଅନେକ ବଡ଼ ବଡ଼ ପୂର୍ବ ଖେଳାଳି ଏବଂ କୋଚ୍ମାନେ ଏଠାରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆପଣ ଭାବନ୍ତୁ ତ, ଗୋଟିଏ ଆଦିବାସୀ ଅଞ୍ଚଳ ଯାହା ଦିନେ ଚୋରା ମଦ ପାଇଁ ପ୍ରସିଦ୍ଧ ଥିଲା, ନିଶା ପାଇଁ ବଦନାମ୍ ଥିଲା, ଆଜି ତାହା ଦେଶର ଫୁଟବଲ ନର୍ସରୀ ଭାବରେ ପରିଚିତ ହୋଇପାରିଛି । ସେଥିପାଇଁ କୁହାଯାଏ ଜହାଁ ଚାହ, ୱହାଁ ରାହ ଅର୍ଥାତ ଇଚ୍ଛା ଥିଲେ ଉପାୟ ଆପେ ଆପେ ମିଳିଯାଏ । ଆମ ଦେଶରେ ପ୍ରତିଭାର ଅଭାବ ନାହିଁ । ଆବଶ୍ୟକତା ହେଉଛି ତାଙ୍କୁ ଖୋଜିବା ଆଉ ମାଜିବା । ତା’ପରେ ହିଁ ସେହି ଯୁବକମାନେ ଦେଶର ନାଁ ଉଜ୍ଜ୍ୱଳ କରନ୍ତି ଏବଂ ବିକାଶକୁ ଦିଗଦର୍ଶନ ଦେଇଥାନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ସମସ୍ତେ ପୂର୍ଣ୍ଣ ଉତ୍ସାହର ସହିତ ‘ଅମୃତ ମହୋତ୍ସବ’ ପାଳନ କରୁଛନ୍ତି । ଅମୃତ ମହୋତ୍ସବ କାଳରେ ଦେଶରେ ପାଖାପାଖି ଦୁଇଲକ୍ଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକ ଏକୁ ଆରେକ ସୁନ୍ଦର ରଙ୍ଗରେ ରଙ୍ଗୀନ ଏବଂ ବିବିଧତାରେ ପରିପୂର୍ଣ୍ଣ ଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକର ଗୋଟିଏ ବିଶେଷ ସୁନ୍ଦର କଥା ହେଲା – ଏସବୁରେ ରେକର୍ଡ଼ ସଂଖ୍ୟକ ଯୁବବର୍ଗ ଭାଗ ନେଇଥିଲେ । ଏହା ମାଧ୍ୟମରେ ଆମ ଯୁବପୀଢ଼ୀକୁ ଆମର ମହାନ ବିଭୂତିମାନଙ୍କ ବିଷୟରେ ବହୁତ କିଛି ଜାଣିବାକୁ ମିଳିଲା । ଦେଖିବାକୁ ଗଲେ ଏହି କାର୍ଯ୍ୟକ୍ରମର ପ୍ରଥମ କେତେମାସ ମଧ୍ୟରେ ଜନଭାଗିଦାରୀର ଅନେକ ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା । ସେହିଭଳି ଗୋଟିଏ କାର୍ଯ୍ୟକ୍ରମ ଥିଲା - ଦିବ୍ୟାଙ୍ଗ ଲେଖକମାନଙ୍କ ପାଇଁ “Writer’s meet”ର ଆୟୋଜନ । ଏଥିରେ ରେକର୍ଡସଂଖ୍ୟକ ଲୋକଙ୍କ ସହଭାଗିତା ଦେଖିବାକୁ ମିଳିଲା । ସେହିଭଳି ଆନ୍ଧ୍ରପ୍ରଦେଶର ତିରୁପତିଠାରେ “ଜାତୀୟ ସଂସ୍କୃତ ସମ୍ମିଳନୀ” ଆୟୋଜିତ ହୋଇଥିଲା । ଆମ ଇତିହାସରେ ଦୁର୍ଗ ବା Fortଗୁଡ଼ିକର କେତେ ମହତ୍ତ୍ୱ ରହିଛି ତାହା ଆମେ ସମସ୍ତେ ଜାଣନ୍ତି । ଏହାକୁ ଦର୍ଶାଇବାର ଗୋଟିଏ ଅଭିଯାନ “ଦୁର୍ଗ ଏବଂ କାହାଣୀ” ଅର୍ଥାତ୍ ଦୁର୍ଗ ସହିତ ଜଡ଼ିତ କାହାଣୀଗୁଡ଼ିକ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରିଥିଲେ ।
ବନ୍ଧୁଗଣ, ଆଜି ଯେତେବେଳେ ଦେଶର ଚାରିଆଡ଼େ ଅମୃତ ମହୋତ୍ସବର ଗୁଞ୍ଜରଣ ହେଉଛି ଏବଂ ୧୫ ଅଗଷ୍ଟ ମଧ୍ୟ ପାଖେଇ ଆସୁଛି, ଏବେ ଦେଶରେ ଆହୁରି ଗୋଟିଏ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଶହୀଦ୍ ବୀର ଏବଂ ବୀରାଙ୍ଗନାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଅଭିଯାନ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସାରା ଦେଶର ଅମର ବଳିଦାନୀଙ୍କର ସ୍ମୃତିରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ବିଭୂତିମାନଙ୍କ ସ୍ମୃତିରେ ଦେଶର ଲକ୍ଷ ଲକ୍ଷ ଗ୍ରାମପଞ୍ଚାୟତରେ ବିଶେଷ ଶିଳାଲେଖ ସ୍ଥାପନ କରାଯିବ । ଏଇ ଅଭିଯାନ ମଧ୍ୟରେ ସାରାଦେଶରେ ଅମୃତ କଳଶ ଯାତ୍ରା ମଧ୍ୟ ଆୟୋଜିତ ହେବ । ଦେଶର ଗାଁ ଗାଁ ଏବଂ କୋଣ ଅନୁକୋଣରୁ ୭୫୦୦ କଳସରେ ମାଟି ନେଇ ଏ ଯାତ୍ରା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପହଞ୍ôଚବ । ୭୫୦୦ କଳସରେ ଆସିଥିବା ମାଟି ଓ ଗଛର ଚାରାକୁ ମିଶାଇ War Memorial ସମ୍ମୁଖରେ ଅମୃତ ବାଟିକାର ନିର୍ମାଣ କରାଯିବ । ଏହି ଅମୃତ ବାଟିକା, ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ଭବ୍ୟ ପ୍ରତୀକ ହୋଇପାରିବ । ମୁଁ ଗତବର୍ଷ ଲାଲକିଲ୍ଲା ଉପରୁ ଆଗାମୀ ୨୫ ବର୍ଷର ଅମୃତକାଳ ପାଇଁ ‘ପଞ୍ଚପ୍ରାଣ’ କଥା କହିଥିଲି । ‘ମୋ ମାଟି ମୋ ଦେଶ’ ଅଭିଯାନରେ ଅଂଶଗ୍ରହଣ କରି ଆମେ ଏଇ ପଞ୍ଚପ୍ରାଣକୁ ପୂର୍ଣ୍ଣ କରିବାର ଶପଥ ମଧ୍ୟ ଗ୍ରହଣ କରିବା । ଆପଣମାନେ ସମସ୍ତେ ଦେଶର ପବିତ୍ର ମାଟିକୁ ହାତମୁଠାରେ ଧରି ଶପଥ ନେବାର ସେଲଫିକୁ yuva.gov.inରେ ନିଶ୍ଚିତ ଭାବେ ଅପଲୋଡ କରନ୍ତୁ । ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ଯେମିତି ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ପାଇଁ ପୁରା ଦେଶ ଏକତ୍ର ହୋଇଥିଲା, ସେହିଭଳି ଏ ବର୍ଷ ମଧ୍ୟ ଆମକୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ପଡ଼ିବ ଏବଂ ଏହି ପରମ୍ପରାକୁ ନିୟମିତ ଆଗକୁ ବଢ଼ାଇବାକୁ ହେବ । ଏହି ପ୍ରୟାସଗୁଡ଼ିକରୁ ଆମେ ନିଜର କର୍ତ୍ତବ୍ୟବୋଧକୁ ନିଜେ ଜାଣିପାରିବା । ଦେଶର ସ୍ୱାଧୀନତା ପାଇଁ ଦିଆଯାଇଥିବା ଅସଂଖ୍ୟ ବଳିଦାନକୁ ହୃଦ୍ବୋଧ କରିବା ଏବଂ ସ୍ୱାଧୀନତାର ମୂଲ୍ୟକୁ ଅନୁଭବ କରିବା । ସେଥିପାଇଁ ପ୍ରତ୍ୟେକ ଦେଶବାସୀ ଏହି ପ୍ରୟାସରେ ଯୋଗଦେବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜି ଏତିକି । ଏଇ କିଛିଦିନ ପରେ ଆମେମାନେ ୧୫ ଅଗଷ୍ଟ, ସ୍ୱାଧୀନତାର ଏହି ମହାନ ପର୍ବରେ ଅଂଶଗ୍ରହଣ କରିବା । ଦେଶର ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ସମସ୍ତଙ୍କୁ ସର୍ବଦା ମନେରଖିବା । ସେମାନଙ୍କ ସ୍ୱପ୍ନକୁ ପୁରା କରିବା ପାଇଁ ଆମକୁ ଦିନରାତି ପରିଶ୍ରମ କରିବାକୁ ପଡ଼ିବ । ‘ମନ୍ କି ବାତ୍’ ଦେଶବାସୀଙ୍କର ଏହି ପରିଶ୍ରମ ଓ ସେମାନଙ୍କ ସାମୂହିକ ପ୍ରୟାସକୁ ସାମନାକୁ ଆଣିବାର ଏକ ମାଧ୍ୟମ ମାତ୍ର । ଆସନ୍ତା ମାସରେ କିଛି ନୂଆ ବିଷୟକୁ ନେଇ ଆପଣମାନଙ୍କ ସହ ସାକ୍ଷାତ ହେବ । ବହୁତ ବହୁତ ଧନ୍ୟବାଦ୍ ନମସ୍କାର |

ମୋର ପ୍ରିୟ ଦେଶବାସୀଗଣ,
ନମସ୍କାର । ‘ମନ୍ କି ବାତ୍’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ ବୃଦ୍ଧି ପାଇଚାଲିବ।
ବନ୍ଧୁଗଣ,
ଅନେକ ଲୋକ କହିଥାନ୍ତି ଯେ, ଜଣେ ପ୍ରଧାନମନ୍ତ୍ରୀ ହିସାବରେ ମୁଁ ଏଇ ଭଲ କାମ କଲି, ସେଇ ବଡ଼ କାମଟିଏ କଲି । ‘ମନ୍ କି ବାତ୍’ର ଅନେକ ଶ୍ରୋତା ନିଜ ଚିଠିରେ ବହୁତ ପ୍ରଶଂସା କରିଥାଆନ୍ତି । କେହି କହନ୍ତି ଏ କାମ କଲି, କେହି କହନ୍ତି ସେ କାମ କଲି, ସେ କାମଟି ଖୁବ ଭଲ ହେଲା, ଏଇ କାମଟି ଭଲ ହେଲା, କିନ୍ତୁ ମୁଁ ଯେତେବେଳେ ଭାରତର ସାଧାରଣ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟା, ସେମାନଙ୍କ ପରିଶ୍ରମ, ସେମାନଙ୍କ ଇଚ୍ଛାଶକ୍ତିକୁ ଦେଖେ, ସେତେବେଳେ ସ୍ୱୟଂ ଅଭିଭୂତ ହୋଇଯାଏ । ବଡ଼ରୁ ବଡ଼ ଲକ୍ଷ୍ୟ ହେଉ, କଠିନରୁ କଠିନ ଆହ୍ୱାନ ହେଉ, ଭାରତର ଜନସାଧାରଣଙ୍କ ସାମୂହିକ ବଳ, ସାମୂହିକ ଶକ୍ତି ପ୍ରତ୍ୟେକ ଆହ୍ୱାନର ସମାଧାନର ସୂତ୍ର ବାହାର କରିଦେଉଛି । ଏଇ ମାତ୍ର ଦୁଇ ତିନି ଦିନ ଆଗରୁ ଯାହା ଆମେ ଦେଖିଲୁ, ଯେ ଦେଶର ପଶ୍ଚିମ ସୀମାରେ କେତେ ବଡ଼ ବାତ୍ୟା ସଂଘଟିତ ହେଲା । କ୍ଷିପ୍ର ଗତିରେ ପବନ, ମୂସଳଧାରରେ ବର୍ଷା । ବିପର୍ଯ୍ୟୟ ବାତ୍ୟା କଚ୍ଛ୍ ଅଂଚଳରେ କେତେ ଯେ କ୍ଷୟକ୍ଷତି ଘଟାଇଲା! କିନ୍ତୁ କଚ୍ଛ୍ର ଲୋକେ ଯେଉଁ ସାହସ ଏବଂ ପ୍ରସ୍ତୁତି ସହ ଏହି ବିପଜ୍ଜନକ ବାତ୍ୟାର ମୁକାବିଲା କଲେ, ତାହା ମଧ୍ୟ ସେତିକି ଅଭୂତପୂର୍ବ । ମାତ୍ର ଦୁଇ ଦିନ ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ କଚ୍ଛର ଲୋକେ ସେମାନଙ୍କର ନବବର୍ଷ ପାଳନ କରିବାକୁ ଯାଉଛନ୍ତି । ଆଷାଢ଼ ଦ୍ୱିତୀୟାକୁ କଚ୍ଛ୍ ଅଞ୍ଚଳରେ ବର୍ଷାଋତୁର ପ୍ରାରମ୍ଭ ଭାବେ ଗ୍ରହଣ କରାଯାଉଥିବା ବେଳେ ଏହି ସମୟରେ ବର୍ଷା ଏକ ସଂଯୋଗ । ମୁଁ ଅନେକ ବର୍ଷ ଧରି କଚ୍ଛ୍ ଯିବା ଆସିବା କରିଛି । ସେଠାକାର ଲୋକଙ୍କ ସେବା କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଛି । ତେଣୁ କଚ୍ଛ୍ର ଲୋକଙ୍କ ଧୈର୍ଯ୍ୟ ସାହସ ଏବଂ ଜିଜ୍ଞାସା ସହ ମୁଁ ଭଲ ଭାବେ ପରିଚିତ । ଦୁଇ ଦଶନ୍ଧି ପୂର୍ବେ ବିନାଶକାରୀ ଭୂମିକମ୍ପ ଦ୍ୱାରା ପ୍ରଭାବିତ କଚ୍ଛ୍ ବିଷୟରେ କୁହାଯାଉଥିଲା ଯେ, ଏହା ପୁଣି କେବେ ଉଠିପାରିବନି, ଆଜି ସେହି ଜିଲ୍ଲା ଦେଶରେ ଦ୍ରୁତ ଗତିରେ ବିକାଶ ଲାଭ କରୁଥିବା ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ। ବାତ୍ୟା ବିପର୍ଯ୍ୟୟ ଯେଉଁ ବିନାଶ ଘଟାଇଛି, ସେଥିରୁ ମଧ୍ୟ କଚ୍ଛବାସୀ ଶୀଘ୍ର ମୁକ୍ତ ହୋଇଯିବେ ବୋଲି ମୋର ବିଶ୍ୱାସ ।
ବନ୍ଧୁଗଣ,
ପ୍ରାକୃତିକ ବିପତ୍ତି ଉପରେ କାହାରି ନିୟନ୍ତ୍ରଣ ନ ଥାଏ । କିନ୍ତୁ, ବିଗତ ବର୍ଷମାନଙ୍କରେ ଭାରତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଯେଉଁ ଶକ୍ତି ବିକଶିତ କରିଛି, ତାହା ଆଜି ଉଦାହରଣ ସୃଷ୍ଟି କରୁଛି । ପ୍ରାକୃତିକ ବିପତ୍ତିଗୁଡ଼ିକର ମୁକାବିଲା କରିବାର ଗୋଟିଏ ବଡ଼ ଉପାୟ ହେଲା - ପ୍ରକୃତିର ସଂରକ୍ଷଣ । ବର୍ତମାନ ପରିସ୍ଥିତିରେ ବର୍ଷାଋତୁରେ ଏହି କାର୍ଯ୍ୟ ପ୍ରତି ଆମର ଦାୟିତ୍ୱ ଆହୁରି ବଢ଼ିଯାଉଛି । ସେଇଥିପାଇଁ ଦେଶ ଆଜି କ୍ୟାଚ୍ ଦି ରେନ୍ ଭଳି ଅଭିଯାନଗୁଡ଼ିକ ଜରିଆରେ ସମଷ୍ଟିଗତ ଉଦ୍ୟମ କରୁଛି । ଗତ ମାସରେ ‘ମନ୍ କି ବାତ୍’ରେ ହିଁ ଆମେ ଜଳ ସଂରକ୍ଷଣ ସହିତ ଜଡ଼ିତ ଷ୍ଟାର୍ଟ-ଅପ୍ ବିଷୟରେ ଆଲୋଚନା କରିଥିଲୁ । ଏଥର ମଧ୍ୟ ମୋତେ ପତ୍ର ଦ୍ୱାରା ଏଭଳି ଅନେକ ଲୋକଙ୍କ ବିଷୟରେ ଅବଗତ କରାଯାଇଛି, ଯେଉଁମାନେ ପ୍ରତ୍ୟେକଟି ଜଳବିନ୍ଦୁ ସଂରକ୍ଷଣ ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ଏହିଭଳି ଜଣେ ସାଥି ହେଉଛନ୍ତି, ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ତୁଳସୀରାମ ଯାଦବ । ତୁଳସୀରାମ ଯାଦବ ହେଉଛନ୍ତି ଲୁକତରା ଗ୍ରାମପଂଚାୟତର ମୁଖ୍ୟ । ବାନ୍ଦା ଓ ବୁନ୍ଦେଲ୍ଖଣ୍ଡ ଅଂଚଳରେ ପାଣିର ସମସ୍ୟା ବିଷୟରେ ଆପଣମାନେ ସମସ୍ତେ ଜାଣନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ତୁଳସୀରାମ୍ ଗାଁ ଲୋକଙ୍କୁ ଏକାଠି କରି ସେହି ଅଂଚଳରେ ୪୦ରୁ ଅଧିକ ପୋଖରୀ ଖୋଳାଇଛନ୍ତି । ବିଲ ପାଣି ବିଲରେ ଆଉ ଗାଁ ପାଣି ଗାଁରେ, ଏହି ନିୟମକୁ ତୁଳସୀରାମ ନିଜ ଅଭିଯାନର ଆଧାର କରିଛନ୍ତି । ତାଙ୍କରି ପରିଶ୍ରମ ଫଳରେ ଆଜି ତାଙ୍କ ଗ୍ରାମର ଭୂତଳ ଜଳ ସ୍ତରରେ ଉନ୍ନତି ଦେଖାଦେଉଛି । ସେହିଭଳି ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଲୋକେ ମିଶି ଗୋଟିଏ ବିଲୁପ୍ତ ନଦୀକୁ ପୁନର୍ଜୀବିତ କରିଛନ୍ତି । ବହୁଦିନ ପୂର୍ବେ ଏଠାରେ ନୀମ୍ ନାମକ ଗୋଟିଏ ନଦୀ ପ୍ରବାହିତ ହେଉଥିଲା । କାଳକ୍ରମେ ଏହି ନଦୀ ବିଲୁପ୍ତ ହୋଇଗଲା । କିନ୍ତୁ ସ୍ଥାନୀୟ ସ୍ମୃତି ଏବଂ ଲୋକକଥାଗୁଡ଼ିକରେ ଏହି ନଦୀର ଚର୍ଚ୍ଚା ସର୍ବଦା ହେଉଥିଲା । ଶେଷରେ ଲୋକେ ନିଜର ଏହି ପ୍ରାକୃତିକ ଐତିହ୍ୟକୁ ପୁନର୍ଜୀବିତ କରିବାକୁ ମନସ୍ଥ କଲେ । ଜନସାଧାରଣଙ୍କ ମିଳିତ ଉଦ୍ୟମ ଫଳରେ ନୀମ୍ ନଦୀ ଏବେ ପୁଣି ଥରେ ଜୀବନ୍ତ ହେବାରେ ଲାଗିଛି । ନଦୀର ଉଦ୍ଗମ ସ୍ଥଳକୁ ଅମୃତ ସରୋବର ଭାବେ ମଧ୍ୟ ବିକଶିତ କରାଯାଉଛି ।
ବନ୍ଧୁଗଣ,
ଏହି ନଦୀ, କେନାଲ୍, ପୋଖରୀ – ଏଗୁଡ଼ିକ କେବଳ ଜଳସ୍ରୋତ ନୁହେଁ, ବରଂ ଏଗୁଡ଼ିକ ସହ ଯୋଡ଼ି ହୋଇଥାଏ ଜୀବନର ରଙ୍ଗ ଏବଂ ଅନେକ ଭାବାବେଗ । ଏଭଳି ଗୋଟିଏ ଦୃଶ୍ୟ କିଛି ଦିନ ଆଗରୁ ଦେଖିବାକୁ ମିଳିଲା ମହାରାଷ୍ଟ୍ରରେ । ଏହି ଅଂଚଳ ପ୍ରାୟତଃ ମରୁଡ଼ିଗ୍ରସ୍ତ ହୋଇ ରହିଥାଏ । ପାଂଚ ଦଶନ୍ଧିର ପ୍ରତୀକ୍ଷା ପରେ ଏଠାରେ ଏବେ ନୀଲ୍ୱାଣ୍ଡେ ଡ୍ୟାମ୍ର କେନାଲ କାମ ସମ୍ପୂର୍ଣ୍ଣ ହେବାକୁ ଯାଉଛି । କିଛି ଦିନ ପୂର୍ବେ ଟେଷ୍ଟିଂ ସମୟରେ କେନାଲ୍ରେ ପାଣି ଛଡ଼ାଯାଇଥିଲା । ସେହି ସମୟର ଦୃଶ୍ୟ ପ୍ରକୃତରେ ହୃଦୟସ୍ପର୍ଶୀ ଥିଲା । ଗାଁ ଲୋକେ ଏମିତି ଆନନ୍ଦରେ ମାତିଥିଲେ, ସତେ ଯେମିତି ହୋଲି ବା ଦୀପାବଳୀର ପର୍ବ ଆସିଗଲା ।
ବନ୍ଧୁଗଣ,
ଯେହେତୁ ପରିଚାଳନା କଥା ପଡ଼ିଛି, ତେଣୁ ମୁଁ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କୁ ମଧ୍ୟ ସ୍ମରଣ କରୁଛି । ଛତ୍ରପତି ଶିବାଜୀ ମହାରାଜଙ୍କ ବୀରତ୍ୱ ସହ ତାଙ୍କ ଶାସନ ପଦ୍ଧତି ଏବଂ ପରିଚାଳନାଗତ ଦକ୍ଷତାରୁ ମଧ୍ୟ ଅନେକ କିଛି ଶିଖିବାକୁ ମିଳିଥାଏ । ବିଶେଷକରି, ଜଳ ପରିଚାଳନା ଏବଂ ନୌବାହିନୀକୁ ନେଇ ଛତ୍ରପତି ଶିବାଜୀ ମହାରାଜ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ସେସବୁ ଆଜି ମଧ୍ୟ ଭାରତୀୟ ଇତିହାସର ଗୌରବ ବୃଦ୍ଧି କରୁଛି । ସେ ନିର୍ମାଣ କରିଥିବା ଜଳଦୁର୍ଗ ଏତେ ଶତାବ୍ଦୀ ପରେ ମଧ୍ୟ ସମୁଦ୍ର ମଧ୍ୟରେ ଆଜି ବି ଗୌରବ ସହ ଦଣ୍ଡାୟମାନ ରହିଛନ୍ତି । ଚଳିତ ମାସ ଆରମ୍ଭରେ ହିଁ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକର ୩୫୦ ବର୍ଷ ପୂରଣ ହୋଇଛି । ଏହି ଅବସରକୁ ଏକ ବଡ଼ ପର୍ବ ରୂପେ ପାଳନ କରାଯାଉଛି । ଏହି ସମୟରେ ମହାରାଷ୍ଟ୍ରର ରାୟଗଢ଼ କିଲ୍ଲାରେ ଏ ସମ୍ପର୍କିତ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ମୋର ମନେ ଅଛି, ଅନେକ ବର୍ଷ ପୂର୍ବେ ୨୦୧୪ରେ ମୋତେ ରାୟଗଢ଼ ଯିବାର, ସେହି ପବିତ୍ର ଭୂମିକୁ ପ୍ରଣାମ କରିବାର ସୌଭାଗ୍ୟ ମିଳିଥିଲା । ଏହି ଅବସରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପରିଚାଳନା କୌଶଳ ବିଷୟରେ ଜ୍ଞାନ ଲାଭ କରିବା ଆମ ସମସ୍ତଙ୍କ କର୍ତବ୍ୟ । ଏହାଦ୍ୱାରା ଆମ ଅନ୍ତରରେ ଆମର ଐତିହ୍ୟକୁ ନେଇ ଗର୍ବଭାବ ଜାଗ୍ରତ ହେବ ଏବଂ ଆମ ଭବିଷ୍ୟତ କର୍ତବ୍ୟ ସମ୍ପର୍କରେ ମଧ୍ୟ ପ୍ରେରଣା ମିଳିବ ।
ମୋର ପ୍ରିୟ ଦେଶବାସୀଗଣ,
ଆପଣମାନେ ରାମାୟଣର ସେହି ଛୋଟ ଗୁଣ୍ଡୁଚିମୂଷା ବିଷୟରେ ତ ନିଶ୍ଚୟ ଶୁଣିଥିବେ, ଯିଏ ରାମସେତୁ ନିର୍ମାଣରେ ସହାୟତା ପାଇଁ ଆଗେଇ ଆସିଥିଲା । କହିବାର ତାତ୍ପର୍ଯ୍ୟ ହେଲା ଯେ, ମନୋଭାବ ଯଦି ସ୍ୱଚ୍ଛ, ଉଦ୍ୟମ ଯଦି ନିଷ୍ଠାପର ହୁଏ, ତେବେ କୌଣସି ଲକ୍ଷ୍ୟ ଅସାଧ୍ୟ ହୋଇ ରହେନା । ଭାରତ ମଧ୍ୟ ଆଜି ଏହିଭଳି ସ୍ୱଚ୍ଛ ମନୋଭାବ ସହ ଗୋଟିଏ ବହୁତ ବଡ଼ ଆହ୍ୱାନର ମୁକାବିଲା କରୁଛି । ଏହି ଆହ୍ୱାନଟି ହେଲା – ଟି.ବି. ଯାହାକୁ ଯକ୍ଷ୍ମା ରୋଗ ମଧ୍ୟ କୁହାଯାଏ । ୨୦୨୫ ସୁଦ୍ଧା ଭାରତକୁ ଟି.ବି. ମୁକ୍ତ କରିବା ପାଇଁ ଦେଶ ସଂକଳ୍ପ ଗ୍ରହଣ କରିଛି । ଲକ୍ଷ୍ୟ ନିଶ୍ଚିତ ଭାବେ ବହୁତ ବଡ଼ । ଦିନ ଥିଲା, ଯେତେବେଳେ ଯକ୍ଷ୍ମା ରୋଗ ହୋଇଥିବା କଥା ଜଣାପଡ଼ିଲେ ପରିବାର ଲୋକେ ମଧ୍ୟ ଦୂରେଇ ଯାଉଥିଲେ, କିନ୍ତୁ ଆଜି ଯକ୍ଷ୍ମା ରୋଗୀକୁ ପରିବାରର ସଭ୍ୟ ଭାବେ ଗ୍ରହଣ କରି ତାକୁ ସହାୟତା କରାଯାଉଛି । ଏହି ଯକ୍ଷ୍ମା ରୋଗର ମୂଳୋତ୍ପାଟନ କାର୍ଯ୍ୟ ନିକ୍ଷୟ ମିତ୍ରମାନେ ନିଜ ହାତକୁ ନେଇଛନ୍ତି । ଦେଶରେ ବହୁ ସଂଖ୍ୟାରେ ବିଭିନ୍ନ ସାମାଜିକ ସଂସ୍ଥା ନିକ୍ଷୟ ମିତ୍ର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗାଁ-ଗହଳିରେ, ପଞ୍ଚାୟତରେ, ହଜାର ହଜାର ଲୋକେ ନିଜେ ଆଗେଇ ଆସି ଯକ୍ଷ୍ମା ରୋଗୀମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଅନେକ ପିଲାମାନେ ମଧ୍ୟ ଯକ୍ଷ୍ମାରୋଗୀଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି । ଏହି ଜନଭାଗୀଦାରୀ ହିଁ ଏହି ଅଭିଯାନର ସବୁଠୁ ବଡ଼ ଶକ୍ତି । ଏହି ଭାଗୀଦାରୀ ଯୋଗୁଁ ଆଜି ଆମ ଦେଶରେ ୧୦ ଲକ୍ଷରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇସାରିଲାଣି ଏବଂ ଏହି ପୂଣ୍ୟ କାର୍ଯ୍ୟ କରିଛନ୍ତି ପ୍ରାୟଃ ୮୫ ହଜାର ନିକ୍ଷୟ ମିତ୍ର । ଦେଶର ଅନେକ ସରପଞ୍ଚ ଓ ଗାଁ ମୁଖିଆମାନେ ମଧ୍ୟ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ଅଂଟା ଭିଡ଼ିଛନ୍ତି ।
ନୈନିତାଲ୍ର ଗୋଟିଏ ଗାଁର ନିକ୍ଷୟ ମିତ୍ର ଶ୍ରୀଯୁକ୍ତ ଦୀକର୍ ସିଂ ମେୱାଡ଼ି ଛଅ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେହିଭଳି କିନ୍ନୌର୍ର ଗୋଟିଏ ଗ୍ରାମପଞ୍ଚାୟତର ମୁଖ୍ୟ ନିକ୍ଷୟ ମିତ୍ର ଶ୍ରୀଯୁକ୍ତ ଜ୍ଞାନ ସିଂ ମଧ୍ୟ ନିଜ ବ୍ଲକ୍ରେ ଟିବି ରୋଗୀମାନଙ୍କୁ ସମସ୍ତ ଆବଶ୍ୟକ ସହାୟତା ଉପଲବ୍ଧ କରାଇବାରେ ଲାଗିଛନ୍ତି । ଭାରତକୁ ଯକ୍ଷ୍ମାମୁକ୍ତ କରିବା ଅଭିଯାନରେ ଆମର ପିଲାମାନେ ଏବଂ ଯୁବବନ୍ଧୁମାନେ ମଧ୍ୟ ପଛରେ ନାହାନ୍ତି । ହିମାଚଳ ପ୍ରଦେଶର ଉନାର ୭ ବର୍ଷର ଝିଅ ନଳିନୀ ସିଂଙ୍କ ଚମତ୍କାରିତାର କଥା ଶୁଣନ୍ତୁ । ଝିଅ ନଳିନୀ ନିଜ ପକେଟ୍ ଖର୍ଚ୍ଚରୁ ଯକ୍ଷ୍ମା ରୋଗୀଙ୍କର ସହାୟତା କରୁଛନ୍ତି । ପିଲାମାନେ ପଇସା ସଂଗ୍ରହ ଘଡ଼ିକୁ କେତେ ଭଲ ପାଆନ୍ତି ତାହା ଆପଣମାନେ ଜାଣନ୍ତି । କିନ୍ତୁ ମଧ୍ୟପ୍ରଦେଶର କଟ୍ନୀ ଜିଲ୍ଲାର ୧୩ ବର୍ଷ ବୟସ୍କା ମୀନାକ୍ଷୀ ଏବଂ ପଶ୍ଚିମ ବଙ୍ଗର ଡାୟମଣ୍ଡ ହାର୍ବର୍ର ୧୧ ବର୍ଷ ବୟସ୍କ ବଶ୍ୱର ମୁଖାର୍ଜୀ ଏମାନେ ଦୁହେଁ ଅନ୍ୟ ପିଲାମାନଙ୍କ ଠାରୁ କିଛି ଭିନ୍ନ । ଏହି ଦୁଇ ଜଣ ନିଜ ଘଡ଼ିରେ ସଂଚୟ କରିଥିବା ପଇସା ମଧ୍ୟ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନରେ ଲଗାଇ ଦେଇଛନ୍ତି । ଏହି ସମସ୍ତ ଉଦାହରଣ ଭାବପ୍ରବଣତାରେ ଭରି ରହିଥିବା ସଙ୍ଗେ ସଙ୍ଗେ ପ୍ରେରଣାଦାୟୀ ମଧ୍ୟ । କମ ବୟସରେ ମଧ୍ୟ ବଡ଼ ଚିନ୍ତାଧାରା ବହନ କରୁଥିବା ଏହି ସମସ୍ତ ପିଲାମାନଙ୍କର ମୁଁ ଆନ୍ତରିକ ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ,
ଆମ ଭାରତବାସୀଙ୍କର ସ୍ୱଭାବ ଯେ ଆମେ ସର୍ବଦା ନୂଆ ବିଚାରକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଥାଉ । ଆମେ ଆମ ଜିନିଷକୁ ଭଲ ପାଉ ଓ ନୂଆ ଜିନିଷକୁ ମଧ୍ୟ ଗ୍ରହଣ କରୁ । ଏହାର ଏକ ଉଦାହରଣ ହେଉଛି- ଜାପାନୀ ପଦ୍ଧତି ମିୟାୱାକି । ଯଦି କୌଣସି ଜାଗାର ମାଟି ଉର୍ବର ହୋଇରହିନାହିଁ, ତେବେ ମିୟାୱାକି ପଦ୍ଧତି ସେହି ଅଞ୍ଚଳକୁ ପୁଣିଥରେ ସବୁଜ ସୁନ୍ଦର କରିବା ପାଇଁ ବହୁତ ଭଲ ଉପାୟ । ମିୟାୱାକି ଜଙ୍ଗଲ ଦ୍ରୁତଗତିରେ ପରିବ୍ୟାପ୍ତ ହୋଇଥାଏ ଏବଂ ଦୁଇ-ତିନି ଦଶନ୍ଧି ଭିତରେ ଜୈବ ବିବିଧତାର କେନ୍ଦ୍ର ପାଲଟିଯାଏ । ଏବେ ଭାରତର ବିଭିନ୍ନ ଅଞ୍ଚଳରେ ଏହାର ଦ୍ରୁତ ପ୍ରସାର ହୋଇଚାଲିଛି । ଆମର ଏଠି କେରଳର ଜଣେ ଶିକ୍ଷକ ଶ୍ରୀମାନ ରାଫି ରାମନାଥ ଜୀ ଏହି ଉପାୟ ଦ୍ୱାରା ଗୋଟିଏ ଅଞ୍ଚଳର ଚିତ୍ରକୁ ହିଁ ବଦଳାଇ ଦେଇଛନ୍ତି । ପ୍ରକୃତରେ, ରାମନାଥ ଜୀ ନିଜର ଛାତ୍ରଛାତ୍ରୀଙ୍କୁ, ପ୍ରକୃତି ଓ ପରିବେଶ ସମ୍ପର୍କରେ ଭଲଭାବେ ବୁଝାଇବାକୁ ଚାହୁଁଥିଲେ । ସେଥିପାଇଁ ସେ ଏକ ଔଷଧୀୟ ଉଦ୍ୟାନ ତିଆରି କରିଦେଲେ । ତାଙ୍କର ଏହି ଉଦ୍ୟାନ ଏବେ ଜୈବବିବିଧତା ଅଞ୍ଚଳ ହୋଇସାରିଛି । ତାଙ୍କର ଏହି ସଫଳତା ତାଙ୍କୁ ଆହୁରି ଅଧିକ ପ୍ରେରଣା ଦେଇଛି । ଏହା ପରେ ରାଫି ଜୀ ମିୟାୱାକି ପଦ୍ଧତି ଦ୍ୱାରା ଏକ ମିନି ଫରେଷ୍ଟ୍, ଅର୍ଥାତ ଛୋଟ ଜଙ୍ଗଲ ତିଆରି କରିଛନ୍ତି ଏବଂ ଏହାର ନାମ ଦେଇଛନ୍ତି "ବିଦ୍ୟା ବନମ୍” । ଏତେ ସୁନ୍ଦର ନାଁ ତ ଜଣେ ଶିକ୍ଷକ ହିଁ ରଖିପାରିବେ- "ବିଦ୍ୟା ବନମ୍” । ରାମନାଥ ଜୀଙ୍କ ଏହି "ବିଦ୍ୟା ବନମ୍”ର ଛୋଟିଆ ଜାଗାରେ ୧୧୫ ପ୍ରକାରର ୪୫୦ରୁ ଅଧିକ ଗଛ ଲଗାଯାଇଛି । ତାଙ୍କର ଛାତ୍ରଛାତ୍ରୀମାନେ ସେଗୁଡ଼ିକର ରକ୍ଷଣାବେକ୍ଷଣ କରିବା ପାଇଁ ସାହାଯ୍ୟ କରିଥାନ୍ତି । ଏହି ସୁନ୍ଦର ଜାଗାକୁ ଦେଖିବା ପାଇଁ ଆଖପାଖର ସ୍କୁଲପିଲା, ସାଧାରଣ ନାଗରିକଙ୍କ ବହୁତ ଭିଡ଼ ଜମେ । ମିୟାୱାକି ଜଙ୍ଗଲକୁ ଯେ କୌଣସି ଜାଗାରେ, ଏପରିକି ସହରଗୁଡ଼ିକରେ ମଧ୍ୟ ସହଜରେ ତିଆରି କରାଯାଇପାରେ । କିଛିଦିନ ପୂର୍ବରୁ ମୁଁ ଗୁଜରାଟର କେୱଡ଼ିଆ, ଏକତାନଗରରେ, ମିୟାୱାକି ଜଙ୍ଗଲର ଉଦ୍ଘାଟନ କରିଥିଲି । କଚ୍ଛରେ ମଧ୍ୟ ୨୦୦୧ରେ ଭୂମିକମ୍ପ ବେଳେ ମୃତକଙ୍କ ସ୍ମୃତି ପାଇଁ ମିୟାୱାକି ପଦ୍ଧତିରେ ସ୍ମୃତିବନ ତିଆରି କରାଯାଇଛି । କଚ୍ଛ ଭଳି ଜାଗାରେ ଏହା ସଫଳ ହେବା ଘଟଣାରୁ ଜଣାପଡ଼େ ଯେ କଠିନରୁ କଠିନ ପ୍ରାକୃତିକ ପରିବେଶରେ ମଧ୍ୟ ଏହି ପଦ୍ଧତି କେତେ ପ୍ରଭାବଶାଳୀ ହୋଇପାରିବ । ସେହିଭଳି, ଅମ୍ବାଜୀ ଓ ପାୱାଗଢ଼ରେ ମଧ୍ୟ ମିୟାୱାକି ପଦ୍ଧତିରେ ଚାରାରୋପଣ କରାଯାଇଛି । ମତେ ସୂଚନା ମିଳିଛି ଯେ ଲକ୍ଷ୍ନୌର ଅଲିଗଞ୍ଜରେ ମଧ୍ୟ ଏକ ମିୟାୱାକି ଉଦ୍ୟାନ ପ୍ରସ୍ତୁତ କରାଯାଉଛି । ଗତ ଚାରିବର୍ଷ ମଧ୍ୟରେ ମୁମ୍ବଇ ଓ ଏହାର ଆଖପାଖ ଅଞ୍ଚଳରେ ଏପରି ୬୦ରୁ ଅଧିକ ଜଙ୍ଗଲ ତିଆରି କରାଯାଇଛି । ଏବେ ତ ଏହି ପଦ୍ଧତିକୁ ସମଗ୍ର ବିଶ୍ୱରେ ପସନ୍ଦ କରାଯାଉଛି । ସିଙ୍ଗାପୁର, ପ୍ୟାରିସ୍, ଅଷ୍ଟ୍ରେଲିଆ, ମାଲେସିଆ ଭଳି ବହୁ ଦେଶରେ ଏହାକୁ ବଡ଼ ଆକାରରେ ଉପଯୋଗ କରାଯାଉଛି । ମୁଁ ଦେଶବାସୀଙ୍କୁ, ବିଶେଷ କରି, ସହରରେ ରହୁଥିବା ଲୋକଙ୍କୁ, କହିବି ଯେ ସେମାନେ ମିୟାୱାକି ପଦ୍ଧତି ସମ୍ପର୍କରେ ଜାଣିବା ପାଇଁ ନିଶ୍ଚୟ ଚେଷ୍ଟା କରନ୍ତୁ । ଏହା ଜରିଆରେ ଆପଣ ନିଜର ଧରିତ୍ରୀ ଓ ପ୍ରକୃତିକୁ ସବୁଜସୁନ୍ଦର ଓ ସ୍ୱଚ୍ଛ କରିବାରେ ଅମୂଲ୍ୟ ଯୋଗଦାନ ଦେଇପାରିବେ ।
ମୋର ପ୍ରିୟ ଦେଶବାସୀଗଣ,
ଆଜିକାଲି ଆମ ଦେଶରେ ଜାମ୍ମୁକାଶ୍ମୀରର ଖୁବ୍ ଚର୍ଚ୍ଚା ହେଉଛି । କେବେ କ୍ରମବର୍ଦ୍ଧିଷ୍ଣୁ ପର୍ଯ୍ୟଟନ କାରଣରୁ ତ ଆଉ କେବେ ଜି-୨୦ର ଭବ୍ୟ ଆୟୋଜନ କାରଣରୁ । କିଛିଦିନ ତଳେ ମୁଁ ‘ମନ୍ କୀ ବାତ୍'ରେ ଆପଣଙ୍କୁ କହିଥିଲି ଯେ କାଶ୍ମୀରର ‘ନାଦ୍ରୁ'କୁ କିଭଳି ଦେଶ ବାହାରେ ମଧ୍ୟ ପସନ୍ଦ କରାଯାଉଛି । ଏବେ ଜାମ୍ମୁକାଶ୍ମୀରର ବାରାମୂଳା ଜିଲାର ଲୋକେ ଗୋଟାଏ ଚମତ୍କାର କରିଦେଖାଇଛନ୍ତି । ବାରାମୂଳାରେ ଚାଷକାମ ତ ବହୁତ ଆଗରୁ ହୋଇଆସୁଛି, କିନ୍ତୁ ଏଠାରେ ଖିରର ଅଭାବ ରହିଥାଏ । ବାରାମୂଳାର ଲୋକେ ଏହି ସମସ୍ୟାକୁ ଏକ ସୁଯୋଗ ରୂପେ ଗ୍ରହଣ କଲେ । ଏଠାରେ ବହୁତ ସଂଖ୍ୟାରେ ଲୋକେ ଡେୟରି କାମ ଆରମ୍ଭ କଲେ । ଏହି କାର୍ଯ୍ୟ ପାଇଁ ସବୁଠୁ ଆଗ ଏଠାକାର ମହିଳାମାନେ ବାହାରିଲେ । ସେମିତି ଜଣେ ଭଉଣୀ ହେଉଛନ୍ତି- ଇଶରତ୍ ନବୀ । ଇଶରତ୍ ଜଣେ ଗ୍ରାଜୁଏଟ୍ ଓ ସେ "ମିର୍ ସିଷ୍ଟର୍ସ ଡେୟରି ଫାର୍ମ” ଆରମ୍ଭ କରିଛନ୍ତି । ତାଙ୍କର ଡେୟରି ଫାର୍ମରେ ପ୍ରତିଦିନ ପ୍ରାୟ ଦେଢ଼ ଶହ ଲିଟର ଖିର ବିକ୍ରି ହେଉଛି । ସେହିପରି ସୋପାରର ଜଣେ ସାଥୀ ହେଉଛନ୍ତି ୱସିମ ଅନାୟତ । ୱସିମଙ୍କ ପାଖରେ ଦୁଇ ଡଜନରୁ ଅଧିକ ପଶୁ ଅଛନ୍ତି ଓ ସେ ପ୍ରତିଦିନ ଦୁଇ ଶହ ଲିଟରରୁ ଅଧିକ ଖିର ବିକ୍ରି କରୁଛନ୍ତି । ଆଉ ଜଣେ ଯୁବକ ଆବିଦ ହୁସୈନ ମଧ୍ୟ ଡେୟରି କାମ କରୁଛନ୍ତି । ତାଙ୍କ କାମ ମଧ୍ୟ ଖୁବ୍ ଆଗକୁ ବଢ଼ୁଛି । ଏପରି ଲୋକଙ୍କ ପରିଶ୍ରମ ଫଳରେ ଆଜି ବାରାମୂଳାରେ ପ୍ରତିଦିନ ସାଢେ ୫ ଲକ୍ଷ ଲିଟର ଖିର ଉତ୍ପାଦନ ହୋଇପାରୁଛି । ସମଗ୍ର ବାରାମୂଳା ଏକ ନୂଆ ଶ୍ୱେତବିପ୍ଳବର ପରିଚୟ ତିଆରି କରିବାରେ ଲାଗିଛି । ଗତ ଅଢ଼େଇ ତିନି ବର୍ଷରେ ଏଠାରେ ୫୦୦ ରୁ ଅଧିକ ଡେୟରି ୟୁନିଟ୍ ଗଢ଼ିଉଠିଛି । ବାରାମୂଳାର ଡେୟରି ଶିଳ୍ପ ଏହାର ସାକ୍ଷୀ ଯେ ଆମ ଦେଶର ପ୍ରତ୍ୟେକ ଅଞ୍ଚଳ କେତେ ସମ୍ଭାବନାରେ ଭରପୂର । କୌଣସି ଅଞ୍ଚଳର ଲୋକଙ୍କର ସାମୂହିକ ଇଚ୍ଛାଶକ୍ତି ଯେ କୌଣସି ଲକ୍ଷ୍ୟକୁ ହାସଲ କରି ଦେଖାଇପାରିବ ।
ମୋର ପ୍ରିୟ ଦେଶବାସୀଗଣ,
ଏହି ମାସରେ କ୍ରୀଡ଼ାଜଗତରୁ ଭାରତ ପାଇଁ ଅନେକ ବଡ଼ ଖୁସି ଖବର ଆସିଛି । ଭାରତୀୟ ଦଳ ପ୍ରଥମ ଥର ପାଇଁ ମହିଳା କନିଷ୍ଠ ଏସିଆ କପ୍ ଜିତି ତ୍ରିରଙ୍ଗାର ସମ୍ମାନ ବଢ଼ାଇଛନ୍ତି । ଏହି ମାସରେ ଆମର ପୁରୁଷ ହକି ଦଳ ମଧ୍ୟ କନିଷ୍ଠ ଏସିଆ କପ୍ରେ ବିଜୟୀ ହୋଇଛି । ଏଥିସହ ଆମେ ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ସବୁଠୁ ଅଧିକ ବିଜୟ ହାସଲ କରିଥିବା ଦଳ ପାଲଟିଯାଇଛୁ । ଜୁନିଅର୍ ଶୁଟିଂ ୱାର୍ଲଡକପ୍ରେ ମଧ୍ୟ ଆମର କନିଷ୍ଠ ଦଳ ଚମତ୍କାରିତା ଦେଖାଇଛନ୍ତି । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନ ହାସଲ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଯେତିକି ସ୍ୱର୍ଣ୍ଣପଦକ ଥିଲା, ସେଥିରୁ ୨୦ ପ୍ରତିଶତ କେବଳ ଭାରତ ହାସଲ କରିଛି । ଏହି ଜୁନ୍ ମାସରେ ଏସିଆନ୍ ଅଣ୍ଡର୍ ଟ୍ୱେଣ୍ଟି ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଭାରତ, ପଦକ ତାଲିକାରେ, ୪୫ଟି ଦେଶ ମଧ୍ୟରେ ଶ୍ରେଷ୍ଠ ତିନିରେ ରହିଥିଲା ।
ବନ୍ଧୁଗଣ,
ଦିନ ଥିଲା ଯେତେବେଳେ ଆମକୁ ଆର୍ନ୍ତଜାତିକ ପ୍ରତିଯୋଗିତା ସମ୍ପର୍କରେ ସୂଚନା ତ ମିଳୁଥିଲା, କିନ୍ତୁ ସେଥିରେ ପ୍ରାୟତଃ ଭାରତର ନାଁ ଦେଖିବାକୁ ମିଳୁନଥିଲା । କିନ୍ତୁ, ଆଜି, ମୁଁ କେବଳ ବିଗତ କେଇ ସପ୍ତାହର ସଫଳତାର କଥା ଯଦି କହେ, ତେବେ ବି ଏହାର ତାଲିକା ଦୀର୍ଘ ହୋଇଯିବ । ଏହା ଆମ ଯୁବପିିଢ଼ିର ପ୍ରକୃତ ଶକ୍ତି । ଏପରି ଅନେକ କ୍ରୀଡ଼ା ଓ ପ୍ରତିଯୋଗିତା ରହିଛି, ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ନିଜର ଉପସ୍ଥିତିକୁ ଦର୍ଶାଉଛି । ଯେପରିକି ଲଙ୍ଗ୍ ଜମ୍ପ୍ରେ ଶ୍ରୀ ଶଙ୍କର ମୂରଲୀ ପ୍ୟାରିସ୍ ଡାଏମଣ୍ଡ୍ ଲିଗ୍ ଭଳି ପ୍ରତିଷ୍ଠିତ ପ୍ରତିଯୋଗିତାରେ ଦେଶ ପାଇଁ କାଂସ୍ୟ ପଦକ ଆଣିଛନ୍ତି । ଏହା ଏହି ପ୍ରତିଯୋଗିତାରେ ଭାରତର ପ୍ରଥମ ପଦକ। ଏପରି ଏକ ସଫଳତା ଆମର ଅଣ୍ଡର୍ ସେଭେଣ୍ଟିନ୍ ୱିମେନ୍ ରେସ୍ଲିଂ ଟିମ୍ କିର୍ଗିସ୍ତାନରେ ହାସଲ କରିଛନ୍ତି । ମୁଁ ଦେଶର ଏହି ସମସ୍ତ କ୍ରୀଡ଼ାବିତ୍, ତାଙ୍କର ପିତାମାତା ଓ ପ୍ରଶିକ୍ଷକ, ସମସ୍ତଙ୍କୁ ସେମାନଙ୍କର ପ୍ରୟାସ ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ,
ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶର ଏହି ସଫଳତା ପଛରେ ଜାତୀୟ ସ୍ତରରେ ଆମ ଖେଳାଳିମାନଙ୍କର କଠିନ ପରିଶ୍ରମ ରହିଥାଏ । ଆଜି ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଏକ ନୂଆ ଉତ୍ସାହର ସହିତ କ୍ରୀଡ଼ା ଆୟୋଜନ ହେଉଛି । ଏହାଦ୍ୱାରା ଖେଳାଳିମାନଙ୍କୁ ଖେଳିବା, ଜିତିବା ଓ ପରାଜୟରୁ ଶିଖିବାର ସୁଯୋଗ ମିଳୁଛି । ଯେପରିକି, ଏବେ ଉତ୍ତରପ୍ରଦେଶରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ ହୋଇଥିଲା । ଏଥିରେ ଯୁବକଯୁବତୀମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଏହି କ୍ରୀଡ଼ାରେ ଆମର ଯୁବକଯୁବତୀମାନେ ଏଗାରଟି ରେକର୍ଡ ଭଙ୍ଗ କଲେ । ଏହି କ୍ରୀଡ଼ାରେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଏବଂ କର୍ଣ୍ଣାଟକର ଜୈନ ବିଶ୍ୱବିଦ୍ୟାଳୟ, ପଦକ ତାଲିକାର ପ୍ରଥମ ତିନିଟି ସ୍ଥାନରେ ରହିଥିଲେ ।
ବନ୍ଧୁଗଣ,
ଏପରି ଟୁର୍ଣ୍ଣାମେଣ୍ଟର ଆଉ ଗୋଟିଏ ବଡ଼ ଦିଗ ହେଉଛି ଏଥିରୁ ଯୁବ କ୍ରୀଡ଼ାବିତ୍ମାନଙ୍କର ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସେ । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ନୌଚାଳନା ପ୍ରତିଯୋଗିତାରେ ଆସାମର କଟନ୍ ବିଶ୍ୱବିଦ୍ୟାଳୟର ଅନ୍ୟତମ ରାଜକୁମାର ଏପରି ପ୍ରଥମ ଦିବ୍ୟାଙ୍ଗ କ୍ରୀଡ଼ାବିତ୍, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ । ବର୍କତୁଲ୍ଲାହ ବିଶ୍ୱବିଦ୍ୟାଳୟର ନିଧି ପୱେୟା ଆଣ୍ଠୁରେ ଗୁରୁତର ଆହତ ହେବା ସତ୍ତ୍ୱେ ଶଟ୍ପୁଟ୍ରେ ସ୍ୱର୍ଣ୍ଣପଦକ ଜିତିବାରେ ସଫଳ ହୋଇଥିଲେ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ଶୁଭମ୍ ଭଣ୍ଡାରେ ଗୋଡ଼ରେ ଆଘାତପ୍ରାପ୍ତ ହେବାରୁ ଗତବର୍ଷ ବେଙ୍ଗଲୁରୁରେ ନିରାଶ ହୋଇଥିଲେ, କିନ୍ତୁ ଏଥର ସେ ଷ୍ଟିପଲ୍ଚେଜ୍ରେ ସ୍ୱର୍ଣ୍ଣପଦକଧାରୀ ହୋଇଛନ୍ତି । ବର୍ଦ୍ଦୱାନ ବିଶ୍ୱବିଦ୍ୟାଳୟର ସରସ୍ୱତୀ କୁଣ୍ଡୁ ନିଜ କବାଡ଼ି ଦଳର ଅଧିନାୟିକା । ସେ ଅନେକ ସମସ୍ୟାକୁ ଅତିକ୍ରମ କରି ଏହି ସ୍ଥାନରେ ପହଞ୍ଚିଛନ୍ତି । ଉତ୍ତମ ପ୍ରଦର୍ଶନ କରୁଥିବା ବହୁତ ଆଥ୍ଲେଟ୍ଙ୍କୁ ଟପ୍ସ ଯୋଜନାରେ ମଧ୍ୟ ବହୁତ ସହାୟତା ମିଳୁଛି । ଆମର ଖେଳାଳିମାନେ ଯେତିକି ଖେଳିବେ, ସେତିକି ପ୍ରସ୍ଫୁଟିତ ହେବେ ।
ମୋର ପ୍ରିୟ ଦେଶବାସୀଗଣ,
ଏବେ ୨୧ ଜୁନ୍ ବି ଆସିଯାଉଛି । ଏଥର ମଧ୍ୟ ବିଶ୍ୱର କୋଣ ଅନୁକୋଣରେ ଲୋକମାନେ ଆନ୍ତର୍ଜାତୀୟ ଯୋଗ ଦିବସକୁ ଉତ୍ସୁକତାର ସହିତ ଚାହିଁବସିଛନ୍ତି । ଏ ବର୍ଷ ଯୋଗଦିବସର ବିଷୟବସ୍ତୁ ହେଲା – – Yoga for Vasudhaiba Kutumbakam ଅର୍ଥାତ୍ ‘ଏକ ବିଶ୍ୱ-ଏକ ପରିବାର’ ଭାବରେ ସମସ୍ତଙ୍କର ମଙ୍ଗଳ ପାଇଁ ଯୋଗ । ଏହା ଯୋଗର ସେହି ଭାବନାକୁ ବ୍ୟକ୍ତକରେ ଯାହା ସମସ୍ତଙ୍କ ସହିତ ଯୁକ୍ତ ହୋଇ ସମସ୍ତଙ୍କୁ ସାଥିରେ ନେଇ ଆଗେଇଯିବାର ପ୍ରେରଣା ଦିଏ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦେଶର କୋଣ ଅନୁକୋଣରେ ଯୋଗଦିବସ ସମ୍ବନ୍ଧିତ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ।
ବନ୍ଧୁଗଣ,
ଏ ବର୍ଷ ମୋତେ ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେଉଥିବା ଯୋଗଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ମୁଁ ଦେଖୁଛି, ସାମାଜିକ ଗଣମାଧ୍ୟମରେ ମଧ୍ୟ ଯୋଗଦିବସକୁ ନେଇ ଗୋଟିଏ ଅଦ୍ଭୁତ ଉତ୍ସାହ ଭରି ରହିଛି ।
ବନ୍ଧୁଗଣ,
ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣ ନିଜ ଜୀବନରେ ଯୋଗକୁ ଆପଣେଇ ନିଅନ୍ତୁ, ଏହାକୁ ନିଜ ଦିନଚର୍ଯ୍ୟାର ଅଙ୍ଗ ହିସାବରେ ମାନି ନିଅନ୍ତୁ । ଯଦି ଏବେ ବି ଆପଣମାନେ ଯୋଗ ସହ ଯୁକ୍ତ ହୋଇନାହାନ୍ତି ତେବେ ଆସନ୍ତା ଜୁନ୍ ୨୧ ତାରିଖ ହେଉଛି ଆପଣଙ୍କ ପାଇଁ ଗୋଟିଏ ଉତ୍ତମ ସୁଯୋଗ । ଯୋଗ ପାଇଁ ତ ସେମିତି କିଛି ଜାକଯମକର ଆବଶ୍ୟକତା ନାହିଁ । ଦେଖନ୍ତୁ ଯେତେବେଳେ ଆପଣମାନେ ଯୋଗ ସହ ଯୋଡ଼ିହେବେ ସେତେବେଳେ ଆପଣଙ୍କ ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆସିବ ।
ମୋର ପ୍ରିୟ ଦେଶବାସୀଗଣ,
ପରଦିନ ଅର୍ଥାତ୍ ଜୁନ୍ ୨୦ ତାରିଖ ଐତିହାସିକ ରଥଯାତ୍ରାର ଦିନ । ସାରା ସଂସାରରେ ରଥଯାତ୍ରାର ଏକ ବିଶିଷ୍ଟ ପରିଚୟ ରହିଛି । ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବହୁତ ଯାକଜକମରେ ରଥଯାତ୍ରା ଆୟୋଜିତ ହୁଏ । ଓଡ଼ିଶାର ପୁରୀରେ ଆୟୋଜିତ ରଥଯାତ୍ରା ସ୍ୱୟଂ ଏକ ଅଦ୍ଭୁତ ମହୋତ୍ସବ । ମୁଁ ଯେତେବେଳେ ଗୁଜରାଟରେ ଥିଲି, ସେତେବେଳେ ମୋତେ ଅହମ୍ମଦାବାଦରେ ହେଉଥିବା ବିଶାଳ ରଥଯାତ୍ରାରେ ଯୋଗଦେବାର ସୁଯୋଗ ମିଳୁଥିଲା । ଏହି ରଥଯାତ୍ରାଗୁଡ଼ିକରେ ଦେଶର ପ୍ରତ୍ୟେକ ବର୍ଗର ଲୋକ, ପ୍ରତ୍ୟେକ ସମାଜର ଲୋକମାନେ ଯେଭଳି ଉତ୍ସାହର ସହିତ ଭାଗ ନିଅନ୍ତି ତାହା ସ୍ୱତଃ ଅନୁକରଣୀୟ । ଆମର ଆସ୍ଥା ସହିତ ଏହା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମଧ୍ୟ ଏକ ପ୍ରତିବିମ୍ବ । ଏହି ପବିତ୍ର, ପୁଣ୍ୟ ଅବସରରେ ଆପଣମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା ଜଣାଉଛି । ଭଗବାନ ଜଗନ୍ନାଥ ସମସ୍ତ ଦେଶବାସୀମାନଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ଓ ସୁଖସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହାହିଁ ମୋର କାମନା ।
ବନ୍ଧୁଗଣ,
ଭାରତୀୟ ପରମ୍ପରା ଏବଂ ସଂସ୍କୃତି ସହିତ ବିଜଡ଼ିତ ଉତ୍ସବ ବିଷୟରେ ଚର୍ଚ୍ଚା ସଙ୍ଗେ ସଙ୍ଗେ ମୁଁ ଭାରତୀୟ ରାଜଭବନଗୁଡ଼ିକରେ ଆୟୋଜିତ ହେଉଥିବା ମନଛୁଆଁ ଉତ୍ସବଗୁଡ଼ିକ ବିଷୟରେ ନିଶ୍ଚୟ ଆଲୋଚନା କରିବି । ଏବେ ଦେଶରେ ରାଜଭବନଗୁଡ଼ିକ ସାମାଜିକ ଏବଂ ବିକାଶ କାର୍ଯ୍ୟଗୁଡ଼ିକ ସହିତ ପରିଚିତ ହେବାକୁ ଲାଗିଲେଣି। ଆଜି ଆମର ରାଜଭବନଗୁଡ଼ିକ ଟି.ବି.ମୁକ୍ତ ଭାରତ ଅଭିଯାନ, ପ୍ରାକୃତିକ କୃଷି ସହିତ ଜଡ଼ିତ ଅଭିଯାନ ଆଦିର ଧ୍ୱଜାବାହକ ହେବାକୁ ଲାଗିଲେଣି । ଏହି କିଛିଦିନ ପୂର୍ବେ ଗୁଜରାଟ ହେଉ, ଗୋଆ ହେଉ, ତେଲେଙ୍ଗାନା, ମହାରାଷ୍ଟ୍ର ବା ସିକ୍କିମ ହେଉ, ଏହି ରାଜ୍ୟମାନଙ୍କର ସ୍ଥାପନା ଦିବସକୁ ଭିନ୍ନ ଭିନ୍ନ ରାଜଭବନମାନଙ୍କରେ ଯେଭଳି ଉତ୍ସାହର ସହିତ ପାଳନ କରାଗଲା ତାହା ସ୍ୱୟଂ ଗୋଟିଏ ଗୋଟିଏ ଉଦାହରଣ । ଏହା ଏକ ଉତ୍ତମ ପ୍ରଚେଷ୍ଟା ଯାହା “ଏକ ଭାରତ-ଶ୍ରେଷ୍ଠ ଭାରତ”ର ଭାବନାକୁ ସଶକ୍ତ କରେ ।
ବନ୍ଧୁଗଣ,
ଭାରତ ହେଉଛି ଗଣତନ୍ତ୍ରର ଜନନୀ Mother of Democracy। ଆମେ ଆମର ଗଣତାନ୍ତ୍ରିକ ଆଦର୍ଶକୁ ସର୍ବୋପରି ମାନିଥାଉ, ସମ୍ବିଧାନକୁ ସର୍ବୋପରି ମାନୁ, ତେଣୁ ଜୁନ୍ ୨୫ ତାରିଖକୁ ଆମେ କେବେ ବି ଭୁଲିପାରିବୁନି । ଏ ହେଉଛି ସେହିଦିନ ଯେଉଁଦିନ ଆମ ଦେଶ ଉପରେ Emergency ଲଦି ଦିଆଯାଇଥିଲା। ତାହା ଭାରତ ଇତିହାସର ଏକ କଳା ଅଧ୍ୟାୟ ଥିଲା । ଲକ୍ଷ ଲକ୍ଷ ଲୋକ ଦୃଢ଼ ଭାବରେ Emergencyକୁ ବିରୋଧ କରିଥିଲେ । ଗଣତନ୍ତ୍ରର ସମର୍ଥକମାନଙ୍କ ଉପରେ ସେ ସମୟରେ ଏତେ ଅତ୍ୟାଚାର କରାଯାଇଥିଲା, ଏତେ ଯାତନା ଦିଆଯାଇଥିଲା ଯେଉଁ ବିଷୟରେ ଭାବିଲେ ଆଜି ବି ଦେହ ଶୀତେଇଉଠେ । ଏହି ଅତ୍ୟାଚାର ବିଷୟରେ, ପୁଲିସ୍ ଓ ପ୍ରଶାସନ ଦ୍ୱାରା ଦିଆଯାଇଥିବା ଦଣ୍ଡ ବିଷୟରେ ଅନେକଗୁଡ଼ିଏ ପୁସ୍ତକ ରଚନା କରାଯାଇଛି । “ସଂଘର୍ଷ ମେଁ ଗୁଜରାତ” ନାମକ ଏକ ପୁସ୍ତକ ଲେଖିବାର ସୁଯୋଗ ମୋତେ ବି ସେତେବେଳେ ମିଳିଥିଲା । ଏଇ କିଛିଦିନ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ଉପରେ ଲେଖାହୋଇଥିବା ଗୋଟିଏ ବହି ମୁଁ ଦେଖିବାକୁ ପାଇଲି ଯାହାର ଶୀର୍ଷକ ହେଲା – Torture of Political Prisoners in India. Emergency ସମୟରେ ଛପାହୋଇଥିବା ଏହି ପୁସ୍ତକରେ ତତ୍କାଳୀନ ସରକାର ଗଣତନ୍ତ୍ରର ରକ୍ଷକମାନଙ୍କ ଉପରେ କରିଥିବା କ୍ରୂରତମ ବ୍ୟବହାର ସମ୍ପର୍କରେ ଉଲ୍ଲେଖ ଅଛି । ଏହି ପୁସ୍ତକରେ ଅନେକଗୁଡ଼ିଏ Case Study ରହିଛି, ବହୁତଗୁଡ଼ିଏ ଚିତ୍ର ମଧ୍ୟ ଅଙ୍କିତ ହୋଇଛି । ମୁଁ ଚାହେଁ ଯେ ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଦେଶର ସ୍ୱାଧୀନତାକୁ ବିପଦରେ ପକାଇଥିବା ଏହି ଅପରାଧ ବିଷୟରେ ମଧ୍ୟ ଜାଣିବା ଉଚିତ । ଯାହାଦ୍ୱାରା ଆଜିର ଯୁବପିଢ଼ୀ ପାଇଁ ଗଣତନ୍ତ୍ରର ଅର୍ଥ ଓ ତା’ର ବିଶେଷତ୍ୱକୁ ଜାଣିବା ଆହୁରି ସହଜ ହେବ ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ ରଙ୍ଗବେରଙ୍ଗ ମୋତିମାନଙ୍କ ଦ୍ୱାରା ସଜାହୋଇଥିବା ଗୋଟିଏ ସୁନ୍ଦର ମାଳ ଯାହାର ପ୍ରତ୍ୟେକଟି ମୋତି ସ୍ୱୟଂ ସ୍ୱତନ୍ତ୍ର ଏବଂ ଅମୂଲ୍ୟ । ଏହି କାର୍ଯ୍ୟକ୍ରମର ପ୍ରତ୍ୟେକ ଅଧ୍ୟାୟ ବହୁତ ଜୀବନ୍ତ ହୋଇପାରିଛି । ଆମ ମଧ୍ୟରେ ସାମୂହିକ ଭାବନା ସଙ୍ଗେ ସଙ୍ଗେ ସମାଜ ପ୍ରତି କର୍ତ୍ତବ୍ୟଭାବ ଏବଂ ସେବାଭାବ ଜାଗ୍ରତ କରେ । ଏଠାରେ ସେହି ବିଷୟଗୁଡ଼ିକ ଉପରେ ଖୋଲାଖୋଲି ଆଲୋଚନା ହୁଏ ଯେଉଁଗୁଡ଼ିକ ବିଷୟରେ ଆମକୁ ସାଧାରଣତଃ କମ୍ ପଢ଼ିବା ଶୁଣିବାକୁ ମିଳେ । ଆମେ ପ୍ରାୟ ଦେଖିଛେ ‘ମନ୍ କି ବାତ୍’ରେ କୌଣସି ଏକ ବିଷୟରେ ଆଲୋଚନା ହେବାପରେ ଅନେକ ଦେଶବାସୀଙ୍କୁ ନୂତନ ପ୍ରେରଣା ମିଳିଥାଏ । ଏଇ ଅଳ୍ପଦିନ ତଳେ ମୋତେ ଦେଶର ପ୍ରସିଦ୍ଧ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଆନନ୍ଦାଶଙ୍କର ଜୟନ୍ତଙ୍କର ଗୋଟିଏ ଚିଠି ମିଳିଲା । ନିଜ ପତ୍ରରେ ସେ ‘ମନ୍ କି ବାତ୍’ର ସେହି ଅଧ୍ୟାୟ ବିଷୟରେ ଲେଖିଛନ୍ତି ଯେଉଁଥିରେ ଆମେ Story telling ବିଷୟରେ ଚର୍ଚ୍ଚା କରିଥିଲେ । ସେହି କାର୍ଯ୍ୟକ୍ରମରେ ଆମେ ଏହି କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କର ପ୍ରତିଭାକୁ ଚିହ୍ନି ସ୍ୱୀକାର କରିଥିଲେ । ‘ମନ୍ କି ବାତ୍’ର ସେହି କାର୍ଯ୍ୟକ୍ରମ ଦ୍ୱାରା ପ୍ରେରିତ ହୋଇ ଆନନ୍ଦାଶଙ୍କର ଜୟନ୍ତ ‘କୁଟ୍ଟୀ କାହାନୀ’ ପ୍ରସ୍ତୁତ କରିଛନ୍ତି । ଏହା ପିଲାମାନଙ୍କ ପାଇଁ ଭିନ୍ନ ଭିନ୍ନ ଭାଷାର କାହାଣୀମାନଙ୍କର ଏକ ଉତ୍ତମ ସଂଗ୍ରହ । ଏହି ପ୍ରୟାସ ଏଥିପାଇଁ ମଧ୍ୟ ଉତ୍ତମ ଯେ, ଏହାଦ୍ୱାରା ଆମର ପିଲାମାନଙ୍କର ନିଜ ସଂସ୍କୃତି ପ୍ରତି ଆକର୍ଷଣ ଆହୁରି ଗଭୀର ହୋଇଥାଏ । ସେ ଏହି କାହାଣୀଗୁଡ଼ିକର କିଛି ଉତ୍ସାହଜନକ ଭିଡ଼ିଓ ନିଜର ୟୁ ଟ୍ୟୁବ ଚ୍ୟାନେଲ ରେ ମଧ୍ୟ ଅପଲୋଡ଼ କରିଛନ୍ତି । ମୁଁ ଆନନ୍ଦାଶଙ୍କର ଜୟନ୍ତଙ୍କର ଏହି ପ୍ରଚେଷ୍ଟା ବିଷୟରେ ଏଥିପାଇଁ ବିଶେଷଭାବେ ଆଲୋଚନା କଲି ଯେ ଏହାଦେଖି ମତେ ବହୁତ ଭଲ ଲାଗିଲା । କିଭଳି ଭାବରେ ଦେଶବାସୀଙ୍କର ଭଲକାମ ଅନ୍ୟକୁ ମଧ୍ୟ ପ୍ରେରିତ କରୁଛି । ଏଥିରୁ ଶିକ୍ଷାଲାଭ କରି ସେ ମଧ୍ୟ ନିଜର କଳାକୌଶଳ ଦ୍ୱାରା ଦେଶ ଏବଂ ସମାଜ ପାଇଁ କିଛି ଭଲ କରିବାର ଚେଷ୍ଟା କରନ୍ତି । ଏହାହିଁ ତ ଆମ ଭାରତବାସୀମାନଙ୍କର ସାମୂହିକ ଶକ୍ତି, ଯାହା ଦେଶର ପ୍ରଗତି ପାଇଁ ନୂତନ ଶକ୍ତି ଯୋଗାଇଥାଏ ।
ମୋର ପ୍ରିୟ ଦେଶବାସୀଗଣ,
ଏଥର ‘ମନ୍ କି ବାତ୍’ରେ ମୋ ସହିତ ଏତିକି, ଆସନ୍ତାଥର ନୂତନ ବିଷୟ ନେଇ ଆପଣଙ୍କ ସହ ପୁଣି ସାକ୍ଷାତ ହେବ । ବର୍ଷା ସମୟ, ତେଣୁ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ସନ୍ତୁଳିତ ଭୋଜନ କରନ୍ତୁ ଏବଂ ସୁସ୍ଥ ରହନ୍ତୁ । ହଁ, ଯୋଗ ନିଶ୍ଚୟ କରନ୍ତୁ । ଏବେ ସ୍କୁଲଗୁଡ଼ିକରେ ଗ୍ରୀଷ୍ମଛୁଟି ମଧ୍ୟ ସମାପ୍ତ ହେବାକୁ ଯାଉଛି । ମୁଁ ପିଲାମାନଙ୍କୁ କହିବି ଯେ Homework last ଦିନ ପର୍ଯ୍ୟନ୍ତ pending ରଖନ୍ତୁ ନାହିଁ । କାମ ଶେଷ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏଥର ‘ମନ୍ କି ବାତ୍’ର ଏହି ଅଧ୍ୟାୟ, ଦ୍ୱିତୀୟ ଶତକର ଶୁଭାରମ୍ଭ । ଗତ ମାସରେ ଆମେ ସମସ୍ତେ ଏହାର ସ୍ୱତନ୍ତ୍ର ଶତକକୁ ଆନନ୍ଦରେ ପାଳନ କଲୁ । ଆପଣମାନଙ୍କ ଅଂଶଗ୍ରହଣ ହିଁ ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଶକ୍ତି । ୧୦୦ତମ ଅଧ୍ୟାୟର ପ୍ରସାରଣ ସମୟରେ ସାରା ଦେଶ ଏକ ପ୍ରକାର ଗୋଟିଏ ସୂତ୍ରରେ ବାନ୍ଧି ହୋଇଯାଇଥିଲା । ସଫେଇ କାର୍ଯ୍ୟରେ ଲିପ୍ତ ଆମ ଭାଇଭଉଣୀ ହୁଅନ୍ତୁ କିମ୍ବା ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହାରଥିମାନେ, ‘ମନ୍ କି ବାତ୍’ ସମସ୍ତଙ୍କୁ ଏକାଠି କରିପାରିଛି । ଆପଣମାନେ ସମସ୍ତେ ‘ମନ୍ କି ବାତ୍’ ପ୍ରତି ଯେଉଁ ଆତ୍ମୀୟତା ଏବଂ ସ୍ନେହଭାବ ପ୍ରଦର୍ଶିତ କରିଛନ୍ତି, ତାହା ଅଭୁତପୂର୍ବ ଏବଂ ଭାବବିହ୍ୱଳକାରୀ । ଯେତେବେଳେ ‘ମନ୍ କି ବାତ୍’ର ପ୍ରସାରଣ ହେଲା, ସେତେବେଳେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ଟାଇମ୍ ଜୋନ୍ ଥିଲା, କେଉଁଠି ସଞ୍ଜ ନଇଁ ଆସୁଥିଲା, ତ କେଉଁଠି ଥିଲା ରାତ୍ରିର ବିଳମ୍ବିତ ପ୍ରହର । ଏହାସତ୍ୱେ ଲୋକେ ୧୦୦ତମ ଅଧ୍ୟାୟଟି ଶୁଣିବାକୁ ସମୟ ବାହାର କଲେ । ମୁଁ ହଜାର ହଜାର ମାଇଲ ଦୂରରେ ଥିବା ନ୍ୟୁଜିଲାଣ୍ଡର ସେହି ଭିଡିଓଟି ଦେଖିଲି, ଯେଉଁଥିରେ ଜଣେ ଶତାୟୂ ମାତା ତାଙ୍କ ଆଶୀର୍ବାଦ ପ୍ରଦାନ କରୁଥାନ୍ତି । ‘ମନ୍ କି ବାତ୍’କୁ ନେଇ ଦେଶବିଦେଶର ଲୋକେ ସେମାନଙ୍କ ମତ ଉପସ୍ଥାପିତ କରିଛନ୍ତି । ଅନେକ ଲୋକେ ଏହାର ଗଠନମୂଳକ ବିଶ୍ଲେଷଣ ମଧ୍ୟ କରିଛନ୍ତି । ‘ମନ୍ କି ବାତ୍’ରେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ ହେଉଥିବା ଆଲୋଚନାକୁ ଲୋକେ ପସନ୍ଦ କରିଛନ୍ତି । ଆପଣମାନଙ୍କର ଏହି ଆଶୀର୍ବାଦ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ସାଦର ଧନ୍ୟବାଦ ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ,
ବିଗତ ଦିନମାନଙ୍କରେ ‘ମନ୍ କି ବାତ୍’ରେ ଆମେ କାଶୀ-ତାମିଲ୍ ସଙ୍ଗମମ୍, ସୌରାଷ୍ଟ୍ର-ତାମିଲ ସଙ୍ଗମମ୍ ବିଷୟରେ ଆଲୋଚନା କରିଛୁ । କିଛିଦିନ ପୂର୍ବେ ବାରାଣସୀ ଠାରେ କାଶୀ-ତେଲୁଗୁ ସଙ୍ଗମମ୍ ମଧ୍ୟ ଅନୁଷ୍ଠିତ ହେଲା । ଏକ ଭାରତ-ଶ୍ରେଷ୍ଠ ଭାରତର ଭାବଧାରାକୁ ଶକ୍ତିଶାଳୀ କରୁଥିବା ଏଭଳି ଆଉ ଗୋଟିଏ ନିଆରା ପ୍ରଚେଷ୍ଟା ଦେଶରେ ଆୟୋଜିତ ହେଲା । ଏହି ପ୍ରଚେଷ୍ଟା ହେଉଛି ଯୁବ ସଙ୍ଗମ । ମୁଁ ଚିନ୍ତାକଲି, ଯେଉଁମାନେ ଏହି ନିଆରା ପ୍ରଚେଷ୍ଟାରେ ଅଂଶଗ୍ରହଣ କରିଛନ୍ତି, ଏ ବିଷୟରେ ସେମାନଙ୍କୁ ହିଁ ବିସ୍ତୃତ ଭାବେ କାହିଁକି ନ ପଚାରିବା? ତେଣୁ, ବର୍ତମାନ ମୋ ସହିତ ଫୋନ୍ ଲାଇନ୍ରେ ଯୋଡ଼ି ହୋଇଛନ୍ତି ଯୁବଗୋଷ୍ଠୀର ଦୁଇ ଜଣ ସଦସ୍ୟ - ଜଣେ ହେଲେ ଅରୁଣାଚଳ ପ୍ରଦେଶର ଗ୍ୟାମର୍ ନ୍ୟୋକୁମ୍ ଏବଂ ଅନ୍ୟଜଣକ ହେଲେ ବିହାରର ଝିଅ ବିଶାଖା ସିଂ । ଆସନ୍ତୁ, ପ୍ରଥମେ ଆମେ ଗ୍ୟାମର୍ ନ୍ୟୋକୁମ୍ଙ୍କ ସହିତ କଥା ହେବା ।
ପ୍ରଧାନମନ୍ତ୍ରୀ : ଗ୍ୟାମର୍ ବାବୁ, ନମସ୍କାର ।
ଗ୍ୟାମର୍ ନ୍ୟୋକୁମ୍ : ନମସ୍କାର ମୋଦିଜୀ ।
ପ୍ରଧାନମନ୍ତ୍ରୀ : ଗ୍ୟାମର୍ ବାବୁ, ପ୍ରଥମେ ମୁଁ ଆପଣଙ୍କ ବିଷୟରେ କିଛି ଜାଣିବାକୁ ଚାହୁଁଛି ।
ଗ୍ୟାମର୍ ନ୍ୟୋକୁମ୍ : ମୋଦିଜୀ, ସର୍ବପ୍ରଥମେ ମୁଁ ଆପଣଙ୍କ ଏବଂ ଭାରତ ସରକାରଙ୍କ ପ୍ରତି ଅନେକ କୃତଜ୍ଞତା ପ୍ରକାଶ କରୁଛି, କାରଣ ଆପଣ ନିଜର ଅତି ମୂଲ୍ୟବାନ ସମୟରୁ କିଛି ବାହାର କରି ମୋ ସହିତ କଥା ହେଲେ ଏବଂ ମୋତେ କିଛି କହିବାର ସୁଯୋଗ ଦେଲେ । ମୁଁ ନ୍ୟାସନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲଜି, ଅରୁଣାଚଳ ପ୍ରଦେଶର ମେକାନିକାଲ୍ ଇଞ୍ଜିନିୟରିଂର ପ୍ରଥମ ବର୍ଷର ଛାତ୍ର ।
ପ୍ରଧାନମନ୍ତ୍ରୀ : ଆଉ, ପରିବାରରେ ବାପା କ’ଣ କରନ୍ତି ?
ଗ୍ୟାମର୍ ନ୍ୟୋକୁମ୍ : ଆଜ୍ଞା, ମୋ ବାପା ଛୋଟ ବ୍ୟବସାୟ କରନ୍ତି, ତା ଛଡ଼ା କିଛି ଚାଷ କାମ ବି କରନ୍ତି ।
ପ୍ରଧାନମନ୍ତ୍ରୀ : ଯୁବ ସଙ୍ଗମ ବିଷୟରେ ଆପଣ କେମିତି ଜାଣିଲେ, ଯୁବ ସଙ୍ଗମରେ କେଉଁଠିକୁ ଗଲେ, କେମିତି ଗଲେ, କଣ ସବୁ ହେଲା?
ଗ୍ୟାମର୍ ନ୍ୟୋକୁମ୍ : ମୋଦିଜୀ, ଯୁବ ସଙ୍ଗମ ବିଷୟରେ ମୋତେ ଆମ ଇନ୍ଷ୍ଟିଟ୍ୟୁଟ୍ ନିଟ୍ ତରଫରୁ ସୂଚନା ଦେଇ କୁହାଗଲା ଯେ ଆପଣ ସେଥିରେ ଭାଗ ନେଇପାରିବେ । ତେଣୁ ମୁଁ ଇଣ୍ଟରନେଟ୍ରେ ଟିକିଏ ଖୋଜାଖୋଜି କଲି । ମୁଁ ଜାଣିଲି ଯେ, ଇଏ ଗୋଟିଏ ଖୁବ ଭଲ କାର୍ଯ୍ୟକ୍ରମ, ଯେଉଁଥିରେ ମୋତେ ଏକ ଭାରତ-ଶ୍ରେଷ୍ଠ ଭାରତର ଚିନ୍ତାଧାରାରେ ଯୋଗଦାନ ଦେବାର ସୁଯୋଗ ମିଳିବ ଏବଂ ମୋତେ କିଛି ନୂଆ କଥା ଶିଖିବାର ସୁଯୋଗ ମିଳିବ । ତେଣୁ, ତୁରନ୍ତ ସେ ୱେବ୍ସାଇଟ୍ କୁ ଯାଇ ମୁଁ ମୋ ନାମ ପଞ୍ଜିକୃତ କଲି । ମୋର ଅନୁଭୁତି ଖୁବ ଆନନ୍ଦଦାୟକ, ଖୁବ ସୁନ୍ଦର ଥିଲା ।
ପ୍ରଧାନମନ୍ତ୍ରୀ : ଆପଣଙ୍କୁ କ’ଣ କିଛି ଚୟନ କରିବାର ଥିଲା?
ଗ୍ୟାମର୍ ନ୍ୟୋକୁମ୍ : ମୋଦିଜୀ, ଯେତେବେଳେ ମୁଁ ୱେବ୍ସାଇଟ୍ଟି ଖୋଲିଲି, ସେଥିରେ ଅରୁଣାଚଳର ଲୋକଙ୍କ ପାଇଁ ଦୁଇଟି ବିକଳ୍ପ ଥିଲା । ପ୍ରଥମଟି ଥିଲା ଆନ୍ଧ୍ରପ୍ରଦେଶ, ଯେଉଁଥିରେ ଆଇଆଇଟି ତିରୁପତି ଥିଲା, ଆଉ ଦ୍ୱିତୀୟଟି ଥିଲା ସେଂଟ୍ରାଲ୍ ୟୁନିଭର୍ସିଟି, ରାଜସ୍ଥାନ । ମୁଁ ରାଜସ୍ଥାନକୁ ମୋର ପ୍ରଥମ ପସନ୍ଦ ଏବଂ ଆଇଆଇଟି ତିରୁପତିକୁ ଦ୍ୱିତୀୟ ପସନ୍ଦ ରୂପେ ବାଛିଥିଲି । ରାଜସ୍ଥାନ ପାଇଁ ମୋତେ ଅନୁମତି ମିଳିଥିଲା । ତେଣୁ ମୁଁ ରାଜସ୍ଥାନ ଯାଇଥିଲି ।
ପ୍ରଧାନମନ୍ତ୍ରୀ : ଆପଣ କ’ଣ ପ୍ରଥମଥର ପାଇଁ ରାଜସ୍ଥାନ ଯାଇଥିଲେ? କେମିତି ଥିଲା ଆପଣଙ୍କ ରାଜସ୍ଥାନ ଯାତ୍ରା?
ଗ୍ୟାମର୍ ନ୍ୟୋକୁମ୍ : ହଁ, ମୁଁ ପ୍ରଥମଥର ପାଇଁ ଅରୁଣାଚଳ ପ୍ରଦେଶ ବାହାରକୁ ଯାଇଥିଲି । ରାଜସ୍ଥାନର କିଲ୍ଲା ଏବଂ ସେସବୁକୁ ମୁଁ ତ କେବଳ ଫିଲ୍ମ ଆଉ ଫୋନ୍ରେ ଦେଖିଥିଲି । ପ୍ରଥମଥରର ମୋର ଏହି ଯାତ୍ରା ଖୁବ ଭଲ ଥିଲା । ସେଠାକାର ଲୋକମାନେ ବହୁତ ଭଲ । ସେମାନେ ଆମକୁ ମଧ୍ୟ ଖୁବ ଆଦର କଲେ । ମୋତେ ବହୁତ କିଛି ନୂଆ କଥା ଶିଖିବାକୁ ମିଳିଲା । ମୋତେ ରାଜସ୍ଥାନର ବଡ଼ ବଡ଼ ହ୍ରଦ ଆଉ ସେଠାକାର ଲୋକେ କରୁଥିବା ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳିଲା, ଯେଉଁ ବିଷୟରେ ମୁଁ ଆଗରୁ କିଛି ଜାଣିନଥିଲି । ତେଣୁ, ମୋର ରାଜସ୍ଥାନ ଯାତ୍ରା ଆଉ ଏହି କାର୍ଯ୍ୟକ୍ରମ ଉଭୟ ଖୁବ ଭଲ ଥିଲା ।
ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ଆପଣଙ୍କୁ ସବୁଠୁ ବଡ଼ ଲାଭ ଏହା ହେଲା ଯେ, ଅରୁଣାଚଳ ବୀରମାନଙ୍କ ଭୂମି, ଆଉ ରାଜସ୍ଥାନ ମଧ୍ୟ ବୀରମାନଙ୍କ ଭୂମି । ରାଜସ୍ଥାନର ଅନେକ ଲୋକ ସେନାବାହିନୀରେ ରହିଛନ୍ତି । ଅରୁଣାଚଳ ପ୍ରଦେଶ ସୀମାରେ ଯେଉଁ ସୈନିକମାନେ କର୍ତବ୍ୟରତ, ସେମାନଙ୍କ ମଧ୍ୟରେ କେବେ ଯଦି କେହି ରାଜସ୍ଥାନର ବ୍ୟକ୍ତିଙ୍କ ସହିତ ଆପଣଙ୍କ ଦେଖାହୁଏ, ତାହେଲେ ଆପଣ ନିଶ୍ଚୟ ତାଙ୍କ ସହିତ କଥା ହେବେ, କହିବେ ଯେ, ମୁଁ ରାଜସ୍ଥାନ ଯାଇଥିଲି । ସେଠି ମୋ ଅନୁଭୂତି ଖୁବ ଭଲ ଥିଲା । ଏହା କହିବା ମାତ୍ରେ, ଆପଣଙ୍କର ତାଙ୍କ ସହିତ ଘନିଷ୍ଠତା ତ ଖୁବ ବଢ଼ିଯିବ । ଆଚ୍ଛା, ଆପଣ ସେଠି କିଛି ସାମଞ୍ଜସ୍ୟ ମଧ୍ୟ ଦେଖିବାକୁ ପାଇଥିବେ, ଯେଉଁଠି ଆପଣ ଅନୁଭବ କରିଥିବେ ଯେ, ଅରୁଣାଚଳରେ ବି ତ ଏମିତି ହିଁ ଅଛି?
ଗ୍ୟାମର୍ ନ୍ୟୋକୁମ୍ : ମୋଦିଜୀ, ଗୋଟିଏ ସାମଞ୍ଜସ୍ୟ, ଯାହା ମୁଁ ଦେଖିଲି ତାହା ହେଉଛି ଦେଶପ୍ରେମ । ଏକ ଭାରତ-ଶ୍ରେଷ୍ଠ ଭାରତର ଦୃଷ୍ଟିଭଙ୍ଗୀ ଆଉ ଅନୁଭୁତି, ଯାହା ମୁଁ ଦେଖିଲି, କାରଣ ଅରୁଣାଚଳରେ ମଧ୍ୟ ଲୋକେ ନିଜେ ଭାରତୀୟ ଭାବେ ଗର୍ବ ଅନୁଭବ କରନ୍ତି, ଆଉ ରାଜସ୍ଥାନରେ ମଧ୍ୟ ନିଜ ମାତୃଭୂମିକୁ ନେଇ ଲୋକେ ଗର୍ବ ଅନୁଭବ କରନ୍ତି, ତାହା ମୁଁ ସବୁଠୁ ଅଧିକ ଦେଖିବାକୁ ପାଇଲି । ବିଶେଷକରି ଯୁବ ପିଢ଼ିରେ, କାରଣ ସେଠି ମୁଁ ଅନେକ ଯୁବବନ୍ଧୁଙ୍କ ସହିତ ଭାବ-ବିନିମୟ କଲି, ଆଉ ମୋତେ ଏହି ସାମଞ୍ଜସ୍ୟ ଦେଖାଗଲା । ନିଜ ଦେଶ ପାଇଁ କିଛି କରିବାର ଚିନ୍ତାଧାରା, ଦେଶ ପ୍ରୀତି, ଏ କଥା ମୋତେ ଉଭୟ ରାଜ୍ୟରେ ସମାନ ରହିଥିବା ଜଣାଗଲା ।
ପ୍ରଧାନମନ୍ତ୍ରୀ : ସେଠି ଯେଉଁ ସାଙ୍ଗସାଥୀଙ୍କ ସହିତ ପରିଚୟ ହେଲା, ସେମାନଙ୍କ ସହିତ ଭାବ ବଢ଼ାଇଲେ ନା ଫେରିଆସି ସେମାନଙ୍କୁ ଭୁଲିଗଲେ?
ଗ୍ୟାମର୍ ନ୍ୟୋକୁମ୍ : ନା, ସେମାନଙ୍କ ସହିତ ପରିଚୟ ବୃଦ୍ଧି ହେଇଛି ।
ପ୍ରଧାନମନ୍ତ୍ରୀ : ତେବେ, ଆପଣ ସାମାଜିକ ଗଣମାଧ୍ୟମରେ ସକ୍ରିୟ କି?
ଗ୍ୟାମର୍ ନ୍ୟୋକୁମ୍ : ହଁ ମୋଦିଜୀ, ମୁଁ ସେଥିରେ ସକ୍ରିୟ ରହିଛି ।
ପ୍ରଧାନମନ୍ତ୍ରୀ : ତାହେଲେ ଆପଣ ଗୋଟିଏ ବ୍ଲଗ୍ ଲେଖିବା ଉଚିତ । ଯୁବ ସଙ୍ଗମର ଆପଣଙ୍କ ଅନୁଭୂତି କେମିତି ଥିଲା, ଆପଣ କେମିତି ସେଥିରେ ନିଜକୁ ପଞ୍ଜିକୃତ କଲେ, ରାଜସ୍ଥାନର ଆପଣଙ୍କ ଅନୁଭୁତି କେମିତି ଥିଲା, ଯାହାଫଳରେ ସାରା ଦେଶର ଯୁବବର୍ଗ ଏ କଥା ଜାଣିପାରିବେ ଯେ, ଏକ ଭାରତ-ଶ୍ରେଷ୍ଠ ଭାରତର ମହାତ୍ମ୍ୟ କ’ଣ, ଏହି ଯୋଜନାଟି କ’ଣ । ଯୁବବନ୍ଧୁମାନେ କିଭଳି ଏହାର ଲାଭ ଉଠାଇପାରିବେ, ନିଜର ସମସ୍ତ ଅନୁଭୁତିକୁ ନେଇ ଆପଣ ବ୍ଲଗ୍ ଲେଖିବା ଉଚିତ, ଯାହାଦ୍ୱାରା ଅନେକ ଲୋକଙ୍କୁ ଲାଭ ହେବ ।
ଗ୍ୟାମର୍ ନ୍ୟୋକୁମ୍ : ହଁ ଆଜ୍ଞା, ମୁଁ ନିଶ୍ଚୟ ଲେଖିବି ।
ପ୍ରଧାନମନ୍ତ୍ରୀ : ଗ୍ୟାମର୍ ବାବୁ, ଆପଣଙ୍କ ସହିତ କଥା ହୋଇ ବହୁତ ଭଲ ଲାଗିଲା । ଆପଣଙ୍କ ଭଳି ସମସ୍ତ ଯୁବବର୍ଗ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ । କାରଣ, ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ ଜୀବନରେ ଆଉ ଦେଶର ଜୀବନରେ ମଧ୍ୟ । ତେବେ ମୋର ଅନେକ ଅନେକ ଶୁଭକାମନା, ଧନ୍ୟବାଦ ।
ଗ୍ୟାମର୍ ନ୍ୟୋକୁମ୍ : ମୋଦିଜୀ, ଆପଣଙ୍କୁ ମଧ୍ୟ ଧନ୍ୟବାଦ ।
ପ୍ରଧାନମନ୍ତ୍ରୀ : ନମସ୍କାର ଭାଇ ।
ବନ୍ଧୁଗଣ, ଅରୁଣାଚଳର ଲୋକେ ଏତେ ଆତ୍ମୀୟ ହୋଇଥାନ୍ତି ଯେ ସେମାନଙ୍କ ସହ କଥା ହେଲେ ମୋତେ ବହୁତ ଖୁସି ଲାଗେ । ଯୁବସଙ୍ଗମରେ ଗ୍ୟାମର ଜୀଙ୍କ ଅନୁଭୂତି ତ ଚମତ୍କାର ଥିଲା । ଆସନ୍ତୁ, ଏବେ ବିହାରର ଝିଅ ବିଶାଖା ସିଂହଙ୍କ ସହିତ କଥା ହେବା ।
ପ୍ରଧାନମନ୍ତ୍ରୀ : ବିଶାଖା ଜୀ, ନମସ୍କାର ।
ବିଶାଖା : ସର୍ବପ୍ରଥମେ ତ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଜୀଙ୍କୁ ମୋର ପ୍ରଣାମ ଏବଂ ମୋ ସହିତ ସମସ୍ତ ପ୍ରତିନିଧିଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ପ୍ରଣାମ ।
ପ୍ରଧାନମନ୍ତ୍ରୀ : ଆଚ୍ଛା ବିଶାଖା ଜୀ, ପ୍ରଥମେ ନିଜ ସମ୍ପର୍କରେ କହନ୍ତୁ । ତା'ପରେ ମୋତେ ଯୁବସଙ୍ଗମ ବିଷୟରେ ମଧ୍ୟ ଜାଣିବାର ଅଛି ।
ବିଶାଖା : ମୁଁ ବିହାରର ସାସାରାମ ନାମକ ସହରର ନିବାସୀ ଅଟେ ଏବଂ ମୋତେ ଯୁବସଙ୍ଗମ ସମ୍ପର୍କରେ ସର୍ବପ୍ରଥମେ ଆମ କଲେଜର ହ୍ୱାଟସଆପ୍ ଗ୍ରୁପ୍ର ମେସେଜ ଜରିଆରେ ସୂଚନା ମିଳିଥିଲା । ତ ତା'ପରେ ମୁଁ ଏହା ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲି ଏବଂ ଏହା କ'ଣ ବୋଲି ବିଶଦ୍ ଭାବେ ଖୋଜି ବାହାର କଲି । ତ ମୁଁ ଜାଣିପାରିଲି ଯେ ଏହା ପ୍ରଧାନମନ୍ତ୍ରୀ ଜୀଙ୍କର ଏକ ଯୋଜନା "ଏକ୍ ଭାରତ ଶ୍ରେଷ୍ଠ ଭାରତ' ଜରିଆରେ ଯୁବସଙ୍ଗମ ଅଟେ । ଏହାପରେ ମୁଁ ଆବେଦନ କଲି ଏବଂ ଯେତେବେଳେ ମୁଁ ଆବେଦନ କଲି ମୁଁ ଏଥିରେ ଯୋଗଦେବାକୁ ବହୁତ ଉତ୍ସୁକ ଥିଲି, କିନ୍ତୁ ଯେତେବେଳେ ମୁଁ ସେଠାରୁ ବୁଲି ତାମିଲନାଡୁ ଯାଇ ଫେରିଆସିଲି ଆଉ ସେହି ଯେଉଁ ବୁଲାବୁଲି ସୁଯୋଗ ମୁଁ ପାଇଲି ତା'ପରେ ମୁଁ ଏବେ ବହୁତ ବେଶୀ ଗର୍ବିତ ଯେ ମୁଁ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲି, ଆଉ ମୁଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବହୁତ ଖୁସି ଓ ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି ଯେ ଆପଣ ଆମ ଭଳି ଯୁବକଯୁବତୀଙ୍କ ପାଇଁ ଏତେ ଚମତ୍କାର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ଯାହାଦ୍ୱାରା ଆମେ ଭାରତର ବିଭିନ୍ନ ଅଞ୍ଚଳର ସଂସ୍କୃତିକୁ ନିଜର କରିପାରିବା ।
ପ୍ରଧାନମନ୍ତ୍ରୀ : ବିଶାଖା ଜୀ, ଆପଣ କ'ଣ ପଢ଼ନ୍ତି?
ବିଶାଖା : ମୁଁ କମ୍ପ୍ୟୁଟର ସାଇନ୍ସ ଇଂଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ରୀ ।
ପ୍ରଧାନମନ୍ତ୍ରୀ : ଆଚ୍ଛା ବିଶାଖା ଜୀ, ଆପଣଙ୍କୁ କୋଉ ରାଜ୍ୟକୁ ଯିବାର ଅଛି, କାହା ସହିତ ଯୋଡ଼ିହେବାର ଅଛି, ସେହି ନିଷ୍ପତ୍ତି କିପରି ନେଲେ?
ବିଶାଖା : ଯେତେବେଳେ ମୁଁ ଏହି ଯୁବସଙ୍ଗମ ବିଷୟରେ ଗୁଗଲରେ ସର୍ଚ୍ଚ କରିବା ଆରମ୍ଭ କଲି, ସେତେବେଳେ ମୁଁ ଜାଣିପାରିଲି ଯେ ବିହାରର ପ୍ରତିନିଧିମାନଙ୍କୁ ତାମିଲନାଡ଼ୁର ପ୍ରତିନିଧିମାନଙ୍କ ସହିତ ଏକ୍ସଚେଞ୍ଜ୍ କରାଯାଉଛି । ତାମିଲନାଡୁ ଆମ ଦେଶର ଏକ ବହୁତ ବଳିଷ୍ଠ ସଂସ୍କୃତିସମ୍ପନ୍ନ ରାଜ୍ୟ ଆଉ ସେତେବେଳେ ଏକଥା ମଧ୍ୟ ମୁଁ ଜାଣିଲି ଯେ ବିହାର ଲୋକଙ୍କୁ ତାମିଲନାଡୁ ପଠାଯାଉଛି ଓ ଏହା ମଧ୍ୟ ମୋତେ ନିଷ୍ପତ୍ତି ନେବାରେ ବହୁତ ବେଶୀ ସାହାଯ୍ୟ କରିଥିଲା ଯେ ମୁଁ ଫର୍ମ ଭରିବା ଆଉ ସେଠାକୁ ଯିବା ଉଚିତ ନା ନାହିଁ ଏବଂ ମୁଁ ସତରେ ଆଜି ବହୁତ ବେଶୀ ଗୌରବାନ୍ୱିତ ଅନୁଭବ କରୁଛି ଯେ ମୁଁ ଏଥିରେ ଅଂଶଗ୍ରହଣ କରିଛି ଏବଂ ମୁଁ ବହୁତ ଖୁସି ।
ପ୍ରଧାନମନ୍ତ୍ରୀ : ଆପଣ ପ୍ରଥମ ଥର ତାମିଲନାଡୁ ଗଲେ?
ବିଶାଖା : ଆଜ୍ଞା, ମୁଁ ପ୍ରଥମ ଥର ଯାଇଥିଲି ।
ପ୍ରଧାନମନ୍ତ୍ରୀ : ଆଚ୍ଛା, କୌଣସି ସ୍ମୃତି ବିଷୟରେ ଯଦି ଆପଣ କିଛି କହିବାକୁ ଚାହିଁବେ ତ କ\'ଣ କହିବେ? ଦେଶର ଯୁବକଯୁବତୀମାନେ ଆପଣଙ୍କୁ ଶୁଣୁଛନ୍ତି ।
ବିଶାଖା : ଆଜ୍ଞା, ସଂପୂର୍ଣ୍ଣ ଯାତ୍ରା ହିଁ ମୋ ପାଇଁ ବହୁତ ଚମତ୍କାର ଥିଲା । ପ୍ରତ୍ୟେକ ମୋଡ଼ରେ ଆମେ ବହୁତ ଭଲକଥା ଶିଖିଲୁ । ମୁଁ ତାମିଲନାଡୁ ଯାଇ ବହୁତ ଭଲ ବନ୍ଧୁ ପାଇଛି । ସେଠାକାର ସଂସ୍କୃତିକୁ ଆପଣାର କରିଛି । ସେଠାକାର ଲୋକଙ୍କୁ ମୁଁ ଭେଟିଥିଲି, କିନ୍ତୁ ସେଠାରେ ଯାହା ସବୁଠୁ ବେଶି ମୋତେ ଭଲ ଲାଗିଲା ତାହାହେଉଛି ପ୍ରଥମ କଥା ତ ଇସ୍ରୋ ଯିବାକୁ କାହାକୁ ସୁଯୋଗ ମିଳିନଥାଏ ଆଉ ଆମେ ପ୍ରତିନିଧି ଥିଲୁ ବୋଲି ଇସ୍ରୋ ଯିବାକୁ ଆମକୁ ସୁଯୋଗ ମିଳିଥିଲା । ଦ୍ୱିତୀୟ କଥା ସବୁଠୁ ଭଲ ଥିଲା ଯେ ଆମେ ଯେତେବେଳେ ରାଜଭବନ ଗଲୁ ଏବଂ ଆମେ ତାମିଲନାଡୁର ରାଜ୍ୟପାଳଙ୍କୁ ମଧ୍ୟ ଭେଟିଲୁ ତ ସେହି ଦୁଇଟି ମୁହୂର୍ତ୍ତ ଯାହ ଥିଲା ମୋ ପାଇଁ ବହୁତ ଭଲ ଥିଲା ଏବଂ ମୋତେ ଏପରି ଲାଗୁଛି ଯେ ଯେଉଁ ବୟସରେ ଆମେ ଅଛୁ ଆମକୁ ସେହିପରି ସୁଯୋଗ ମିଳିନଥାଏ ଯାହା ଯୁବସଙ୍ଗମ ଜରିଆରେ ମିଳିଛି । ତ ଏହା ବହୁତ ସୁନ୍ଦର ଓ ଅଭୁଲା ମୁହୂର୍ତ୍ତ ଥିଲା ମୋ ପାଇଁ ।
ପ୍ରଧାନମନ୍ତ୍ରୀ : ବିହାରରେ ତ ଖାଇବାର ଶୈଳୀ ଅଲଗା, ତାମିଲନାଡୁରେ ଖାଇବା ଶୈଳୀ ଅଲଗା ।
ବିଶାଖା : ଆଜ୍ଞା ।
ପ୍ରଧାନମନ୍ତ୍ରୀ : ତ ସେଇଟା ପୂରା ଠିକ୍ ହେଇଯାଇଥିଲା?
ବିଶାଖା : ଆମେ ଯେତେବେଳେ ସେଠାକୁ ଗଲୁ, ତ ତାମିଲନାଡୁରେ ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା, ଇଡ୍ଲି, ସାମ୍ଭର୍, ଉତ୍ତପମ୍, ବଡ଼ା, ଉପମା ଏସବୁ ଆମକୁ ପରଷାଗଲା ଆଉ ପ୍ରଥମେ ଯେତେବେଳେ ମୁଁ ଖାଇଲି ତ ସେଇଟା ବହୁତ ଭଲ ଲାଗିଲା । ସେଠାକାର ଖାଦ୍ୟ ବହୁତ ସ୍ୱାସ୍ଥ୍ୟକର, ପ୍ରକୃତରେ ବହୁତ ସୁଆଦିଆ ଆଉ ବହୁତ ଭଲ ଓ ଆମର ଉତ୍ତର ଭାରତର ଖାଦ୍ୟ ତାହାଠାରୁ ବହୁତ ଅଲଗା ତେଣୁ ମୋତେ ସେଠାକାର ଖାଦ୍ୟ ମଧ୍ୟ ବହୁତ ଭଲ ଲାଗିଲା ଆଉ ସେଠାକାର ଲୋକେ ମଧ୍ୟ ବହୁତ ଭଲ ଲାଗିଲେ ।
ପ୍ରଧାନମନ୍ତ୍ରୀ : ତ ଏବେ ତ ତାମିଲନାଡୁରେ ବନ୍ଧୁ ମଧ୍ୟ ମିଳିଯାଇଥିବେ?
ବିଶାଖା : ଆଜ୍ଞା! ଆମେ ସେଇଠି ଏନ୍ଆଇଟି ତ୍ରିଚିରେ ରହିଥିଲୁ, ତା'ପରେ ଆଇଆଇଟି ମାଡ୍ରାସରେ, ତ ସେଇ ଦୁଇ ସ୍ଥାନର ଛାତ୍ରଛାତ୍ରୀଙ୍କ ସହିତ ମୋର ବନ୍ଧୁତା ହୋଇଗଲା । ଏହାବ୍ୟତୀତ ମଝିରେ ଗୋଟିଏ ସିଆଇଆଇର ସ୍ୱାଗତ ଉତ୍ସବ ଥିଲା ଆଉ ସେଠାକୁ ସେହି ଆଖପାଖ କଲେଜର ବହୁତ ଛାତ୍ରଛାତ୍ରୀ ଆସିଥିଲେ । ତ ସେଠାରେ ଆମେ ସେହି ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟ ମିଳାମିଶା କରିଥିଲୁ ଏବଂ ମୋତେ ସେମାନଙ୍କ ସହ ମିଶି ବହୁତ ଭଲ ଲାଗିଲା । ବହୁତ ପିଲା ତ ମୋର ବନ୍ଧୁ ଥିଲେ । ଆଉ କିଛି ପ୍ରତିନିଧିଙ୍କୁ ମଧ୍ୟ ଭେଟିଥିଲୁ, ଯେଉଁମାନେ ତାମିଲନାଡ଼ୁର ପ୍ରତିନିଧି ଭାବେ ବିହାର ଆସୁଥିଲେ ଓ ସେମାନଙ୍କ ସହିତ ମଧ୍ୟ ଆମେ କଥାବାର୍ତ୍ତା କରିଥିଲୁ ଏବଂ ଆମେ ଏବେ ମଧ୍ୟ ନିଜନିଜ ଭିତରେ କଥା ହେଉ ଆଉ ମୋତେ ବହୁତ ଭଲ ଲାଗେ।
ପ୍ରଧାନମନ୍ତ୍ରୀ : ତ ବିଶାଖା ଜୀ, ଆପଣ ଗୋଟିଏ ବ୍ଲଗ୍ ଲେଖନ୍ତୁ ଆଉ ସୋସିଆଲ୍ ମିଡିଆରେ, ଆପଣଙ୍କର ପୂରା ଅଭିଜ୍ଞତାକୁ, ପ୍ରଥମରେ ଏହି ଯୁବସଙ୍ଗମର ପୁଣି "ଏକ୍ ଭାରତ ଶ୍ରେଷ୍ଠ ଭାରତ”ର ଏବଂ ତା'ପରେ ତାମିଲନାଡୁରେ ଯେଉଁ ଆତ୍ମୀୟତା ମିଳିଲା ଆଉ ଯେମିତି ଆପଣଙ୍କର ସ୍ୱାଗତ-ସତ୍କାର ହେଲା, ତାମିଲ ଲୋକଙ୍କର ଶ୍ରଦ୍ଧା ମିଳିଲା, ଏସବୁ କଥା ଲେଖି ଦେଶକୁ ଆପଣ ଜଣାନ୍ତୁ । କ’ଣ ଆପଣ ଲେଖିବେ ତ?
ବିଶାଖା : ଆଜ୍ଞା ନିଶ୍ଚୟ ।
ପ୍ରଧାନମନ୍ତ୍ରୀ : ତେବେ ମୋ ତରଫରୁ ଆପଣଙ୍କୁ ବହୁତ ଶୁଭକାମନା ଆଉ ବହୁତ ବହୁତ ଧନ୍ୟବାଦ ।
ବିଶାଖା : ଆଜ୍ଞା, ବହୁତ ବହୁତ ଧନ୍ୟବାଦ । ନମସ୍କାର ।
ଗ୍ୟାମର ଏବଂ ବିଶାଖା ଆପଣଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା । ଯୁବସଙ୍ଗମରେ ଆପଣ ଯାହା ଶିଖିଛନ୍ତି, ତାହା ଆଜୀବନ ଆପଣଙ୍କ ସାଂଗରେ ରହୁ । ଏହା ମୋର ଆପଣଙ୍କ ପାଇଁ ଶୁଭକାମନା ।
ବନ୍ଧୁଗଣ, ଭାରତର ଶକ୍ତି ଏହାର ବିବିଧତାରେ ରହିଛି । ଆମ ଦେଶରେ ଦେଖିବା ପାଇଁ ବହୁତ କିଛି ରହିଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରଣାଳୟ "ଯୁବସଙ୍ଗମ” ନାମକ ସୁନ୍ଦର କାର୍ଯ୍ୟକ୍ରମଟିଏ ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ଜନସଂପର୍କକୁ ବଢ଼ାଇବା ସହିତ ଦେଶର ଯୁବକଯୁବତୀମାନଙ୍କୁ ପରସ୍ପର ସହିତ ମିଳାମିଶା କରିବାର ସୁଯୋଗ ପ୍ରଦାନ କରିବା । ବିଭିନ୍ନ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏଥିସହ ଯୋଡ଼ାଯାଇଛି । “ଯୁବସଙ୍ଗମ” ରେ ଯୁବକଯୁବତୀମାନେ ଅନ୍ୟ ରାଜ୍ୟର ସହର ଓ ଗାଁକୁ ଯାଆନ୍ତି, ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଲୋକଙ୍କ ସହିତ ଭେଟିବାର ସୁଯୋଗ ମିଳିଥାଏ । ଯୁବସଙ୍ଗମର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୨୦୦ ଯୁବକଯୁବତୀ ଦେଶର ୨୨ଟି ରାଜ୍ୟକୁ ଗସ୍ତ କରିସାରିଛନ୍ତି । ଯେଉଁ ଯୁବକଯୁବତୀ ଏଥିରେ ଅଂଶଗ୍ରହଣ କରୁଛନ୍ତି, ସେମାନେ ପ୍ରତ୍ୟେକ ନିଜ ସହିତ ଏପରି ସ୍ମୃତି ଧରି ଫେରୁଛନ୍ତି, ଯାହା ଜୀବନସାରା ସେମାନଙ୍କ ହୃଦୟରେ ରହିଯିବ । ଆମେ ଦେଖିଛୁ ଯେ ଅନେକ ବଡ଼ କମ୍ପାନୀର ସିଇଓ, ବିଜିନେସ୍ ଲିଡର୍, ସେମାନେ ବ୍ୟାଗ୍-ପ୍ୟାକର୍ସଙ୍କ ଭଳି ଭାରତରେ ସମୟ କାଟିଛନ୍ତି । ମୁଁ ଯେତେବେଳେ ଅନ୍ୟ ଦେଶର ନେତୃବୃନ୍ଦଙ୍କୁ ଭେଟେ, ସେମାନେ ମଧ୍ୟ ଅନେକ ଥର କହନ୍ତି ଯେ ସେମାନେ ନିଜର ଯୁବାବସ୍ଥାରେ ଭାରତକୁ ବୁଲିବା ପାଇଁ ଆସିଥିଲେ । ଆମ ଭାରତରେ ଏତେ ସବୁ ଜାଣିବା ଆଉ ଦେଖିବାର ଅଛି ଯେ ଆପଣଙ୍କର ଉତ୍ସୁକତା ସବୁଥର ବଢ଼ିବଢ଼ି ହିଁ ଯିବ । ମୋର ଆଶା ଯେ ଏହି ରୋମାଞ୍ଚକ ଅଭିଜ୍ଞତାକୁ ଜାଣିବା ପରେ ଆପଣ ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଯିବାପାଇଁ ପ୍ରେରଣା ପାଇବେ ।
ମୋର ପ୍ରିୟ ଦେଶବାସୀଗଣ, ଏଇ କିଛିଦିନ ତଳେ ମୁଁ ଜାପାନର ହିରୋସୀମାରେ ଥିଲି । ସେଠାରେ ମୋତେ “Peace Memorial Museum” ଦେଖିବାର ସୁଯୋଗ ମିଳିଲା । ଏହା ଭାବପ୍ରବଣ କରିଦେଲା ଭଳି ଏକ ଅନୁଭୂତି ଥିଲା । ଆମେ ଯେତେବେଳେ ଇତିହାସର ସ୍ମୃତିଗୁଡ଼ିକୁ ସାଇତି କରିରଖୁ ତାହା ଆମର ଆଗାମୀ ବଂଶଧରମାନଙ୍କୁ ବହୁତ ସାହାଯ୍ୟ କରେ । କେବେ କେବେ Museumରେ ଆମକୁ ଗୋଟିଏ ଗୋଟିଏ ନୂଆ ଶିକ୍ଷା ମିଳେ । ହେଲେ ଅନେକଥର ଆମକୁ ବହୁତ କିଛି ଶିଖିବାକୁ ବି ମିଳିଥାଏ । କିଛିଦିନ ପୂର୍ବରୁ ଭାରତରେ International Museum Expo ଆୟୋଜିତ ହୋଇଥିଲା ଏଥିରେ ପୃଥିବୀର ବାରଶହ ମ୍ୟୁଜିୟମର ବିଶେଷତାଗୁଡ଼ିକ ପ୍ରଦର୍ଶିତ ହୋଇଥିଲା । ଆମ ଭାରତରେ ଭିନ୍ନ ଭିନ୍ନ ପ୍ରକାରର ଏମିତି ଅନେକ Museum ଅଛି । ସେଗୁଡିକ ଆମ ଅତୀତ ସହିତ ଜଡ଼ିତ ଅନେକ ବିଷୟ ପ୍ରଦର୍ଶିତ କରିଥାଆନ୍ତି । ଯେମିତିକି ଗୁରୁଗ୍ରାମ୍ରେ ଗୋଟିଏ ନିଆରା ସଂଗ୍ରହାଳୟ ଅଛି ଯାହା Museo Camera ଭାବରେ ଜଣାଶୁଣା । ଏଠାରେ ୧୮୬୦ ପରବର୍ତ୍ତୀ କାଳର ପ୍ରାୟ ଆଠହଜାରରୁ ଅଧିକ କ୍ୟାମେରା ସଂଗ୍ରହ କରି ରଖାଯାଇଛି । ତାମିଲନାଡୁର Museum of Possibilityକୁ ଆମ ଦିବ୍ୟାଙ୍ଗ ଲୋକମାନଙ୍କୁ ଧ୍ୟାନରେ ରଖି ଗଢ଼ାଯାଇଛି । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ବସ୍ତୁ ସଂଗ୍ରହାଳୟ ଏଭଳି ଏକ ମ୍ୟୁଜିୟମ୍ ଯେଉଁଠାରେ ସତୁରୀ ହଜାରରୁ ଅଧିକ ବସ୍ତୁ ସଂଗ୍ରହ କରି ରଖାଯାଇଛି । ୨୦୧୦ ମସିହାରେ ସ୍ଥାପିତ Indian Memory Project ହେଉଛି ଏକ ପ୍ରକାର ଅନଲାଇନ ମ୍ୟୁଜିଅମ ଯାହାକି ସାରା ସଂସାରରୁ ସଂଗୃହୀତ ଚିତ୍ର ଏବଂ କାହାଣୀଗୁଡ଼ିକ ମାଧ୍ୟମରେ ଭାରତର ଗୌରବଶାଳୀ ଇତିହାସର କଡ଼ି ଗୁଡ଼ିକୁ ସଂଯୁକ୍ତ କରିବା କାମରେ ଲାଗିଛି । ଦେଶ ବିଭାଜନର ବିଭୀଷିକା ସହିତ ଜଡ଼ିତ ସ୍ମୃତିଗୁଡ଼ିକୁ ଉଜାଗର କରିବାର ପ୍ରୟାସ କରିଚାଲିଛି । ବିଗତ ବର୍ଷମାନଙ୍କରେ ଆମେମାନେ ଭାରତରେ ମଧ୍ୟ ନୂଆ ପ୍ରକାରର Museum ଓ ସ୍ମାରକୀଗୁଡ଼ିକ ଗଢ଼ିଉଠିବାର ଦେଖୁଛୁ । ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଭାଇଭଉଣୀମାନଙ୍କର ଯୋଗଦାନକୁ ଭିତ୍ତିକରି ୧୦ଟି ନୂଆ Museum ତିଆରି ହେଉଛି । କଲିକତାର ଭିକ୍ଟୋରିଆ Memorialର ବିପ୍ଳବୀ ଭାରତ ଗ୍ୟାଲେରୀ ହେଉ ବା ଜଲିଆଁୱାଲାବାଗ୍ Memorialର ପୁନରୁଦ୍ଧାର ହେଉ, ଦେଶର ସମସ୍ତ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ PM Museum ମଧ୍ୟ ଆଜି ଦିଲ୍ଲୀର ଶୋଭାବର୍ଦ୍ଧନ କରୁଛି । ଦିଲ୍ଲୀରେ ହିଁ National War Memorial ଆଉ ପୋଲିସ ମେମୋରିଆଲକୁ ପ୍ରତିଦିନ ବହୁତ ଲୋକ ସହୀଦମାନଙ୍କୁ ସମ୍ମାନ ଦେବାକୁ ଆସୁଛନ୍ତି । ଐତିହାସିକ ଦାଣ୍ଡିଯାତ୍ରା ପ୍ରତି ସମର୍ପିତ ଦାଣ୍ଡି Museum ହେଉ ଅଥବା Statue of Unity Museum ହେଉ, ଭାବୁଛି ମୁଁ ଏଇଠି ଅଟକିଯିବା ଉଚିତ, କାରଣ ସାରାଦେଶରେ ମ୍ୟୁଜିୟମମାନଙ୍କର ଏକ ଦୀର୍ଘ ତାଲିକା ଅଛି । ଆଉ ସମସ୍ତ Museumମାନଙ୍କ ବିଷୟରେ ସୂଚନା ଏକତ୍ରିତ କରି ଗୋଟିଏ ସଂକଳନ ମଧ୍ୟ କରାଯାଇଛି । Museumଟି କେଉଁ Theme ଉପରେ ଆଧାରିତ, ସେଠାରେ କିଭଳି ବସ୍ତୁ ରଖାଯାଇଛି, ତା’ର Contact details ଇତ୍ୟାଦି ଏ ସମସ୍ତ ଏହି ଅନଲାଇନ ଡିରେକ୍ଟୋରୀ ରେ ସମାହିତ ହୋଇଛି । ମୋର ଆପଣମାନଙ୍କୁ ଅନୁରୋଧ, ଆପଣ ସମୟ ସୁବିଧା ଦେଖି ଏହି Museumଗୁଡ଼ିକୁ ଦେଖିବାକୁ ଯାଆନ୍ତୁ । ସେଠାକାର ଆକର୍ଷଣୀୟ ଚିତ୍ରଗୁଡ଼ିକୁ # (ହ୍ୟାସ୍ଟ୍ୟାଗ୍) Museum Memoryରେ Share କରିବାକୁ ବି ଭୁଲନ୍ତୁ ନାହିଁ । ଏହାଦ୍ୱାରା ଆମର ଗୌରବଶାଳୀ ସଂସ୍କୃତି ସହିତ ଆମ ଭାରତୀୟମାନଙ୍କର ସମ୍ବନ୍ଧ ଆହୁରି ମଜଭୁତ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ଗୋଟିଏ ଲୋକକଥା ବାରମ୍ବାର ଶୁଣିଥିବା ଯେ - “ବିନ୍ ପାନୀ ସବ୍ ଶୁନ୍” । ପାଣି ବିନା ଜୀବନ ପ୍ରତି ସଂକଟ ତ ରହିଥାଏ, ବ୍ୟକ୍ତି ଏବଂ ଦେଶର ବିକାଶ ମଧ୍ୟ ବନ୍ଦ ହୋଇଯାଏ । ଭବିଷ୍ୟତର ଏହି ଆହ୍ୱାନକୁ ଧ୍ୟାନରେ ରଖି ଆଜି ଦେଶର ପ୍ରତ୍ୟେକ ଜିଲ୍ଲାରେ ପଚସ୍ତରୀଟି ଅମୃତ ସରୋବର ନିର୍ମାଣ କରାଯାଉଛି । ଆମର ଅମୃତ ସରୋବରଗୁଡ଼ିକ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ ଯେ ଏଗୁଡ଼ିକ ଆଜାଦିର ଅମୃତ କାଳରେ ନିର୍ମିତ ହେଉଛନ୍ତି ଏବଂ ଏଥିସହିତ ଲୋକମାନଙ୍କର ଅମୃତ ପ୍ରୟାସ ମଧ୍ୟ ସଂଯୁକ୍ତ ଅଛି । ଆପଣ ଜାଣି ଖୁସିହେବେ ଯେ ଅଦ୍ୟାବଧି ପଚାଶ ହଜାରରୁ ଊର୍ଦ୍ଧ୍ୱ ଅମୃତ ସରୋବର ନିର୍ମାଣ ହୋଇସାରିଲାଣି । ଜଳ ସଂରକ୍ଷଣ ଦିଗରେ ଏହା ଏକ ବହୁତ ବଡ଼ ପଦକ୍ଷେପ ।
ବନ୍ଧୁଗଣ, ପ୍ରତ୍ୟେକ ଗ୍ରୀଷ୍ମଋତୁରେ ଆମେମାନେ ଏହିଭଳି ପାଣି ବିଷୟରେ ଚର୍ଚ୍ଚା କରିଥାନ୍ତି । ଏଥର ମଧ୍ୟ ଏ ବିଷୟରେ କଥା ହେବା କିନ୍ତୁ ଏଥର ଆମେ ଜଳ ସଂରକ୍ଷଣ ସମ୍ପର୍କିତ ଷ୍ଟାର୍ଟଅପ ଗୁଡ଼ିକ ବିଷୟରେ ଚର୍ଚ୍ଚା କରିବା । ଗୋଟିଏ ଷ୍ଟାର୍ଟଅପ ହେଲା - Fluxgen ଏହି ଷ୍ଟାର୍ଟଅପ ଓ IOT enabled ଟେକନିକ୍ ମାଧ୍ୟମରେ ଜଳ ପରିଚାଳନା ପାଇଁ ବିକଳ୍ପ ଦେଇଥାଏ । ଏହି ଟେକନିକ୍ ଜଳ ବ୍ୟବହାରର Patterns ଜଣାଇବା ସହିତ ପାଣିର ଉପଯୁକ୍ତ ବ୍ୟବହାର ଦିଗରେ ସାହାଯ୍ୟ କରିବ । ଆହୁରି ଗୋଟିଏ ଷ୍ଟାର୍ଟଅପ ହେଲା LivNSense । ଏହା Artificial Intelligenceର ଏବଂ Machine learning ଆଧାରିତ ପ୍ଲାଟଫର୍ମ ଅଟେ । ଏହା ସାହାଯ୍ୟରେ ଜଳ ଆବଣ୍ଟନର ଉପଯୁକ୍ତ ଦେଖାଚାହାଁ କରାଯାଇପାରିବ । କେଉଁଠି କେତେ ପାଣି ନଷ୍ଟ ହେଉଛି ତାହା ମଧ୍ୟ ଏହି ପ୍ରଣାଳୀରେ ଜାଣିହେବ । ଆଉ ଗୋଟିଏ ଷ୍ଟାର୍ଟଅପ ହେଲା କୁମ୍ଭୀ କାଗଜ (Kumbhi Kagaz) । ଏହି କୁମ୍ଭୀ କାଗଜ ହେଉଛି ଏପରି ଏକ ବିଷୟ ଯାହା ଆପଣମାନଙ୍କର ମଧ୍ୟ ଖୁବ୍ ପସନ୍ଦ ହେବ ବୋଲି ମୋର ବିଶ୍ୱାସ । କୁମ୍ଭୀ କାଗଜ ଷ୍ଟାର୍ଟଅପଟି ଗୋଟିଏ ବିଶେଷ କାମ ଆରମ୍ଭ କରିଛି । ଏହା ନାଗଦଳ ଆଦିରୁ କାଗଜ ତିଆରି କରିବା କାମ କରୁଛି । ବିଭିନ୍ନ ପ୍ରକାର ଦଳ ଯାହା ଜଳର ପ୍ରବାହ ଦିଗରେ ସମସ୍ୟା ସୃଷ୍ଟି କରିଥାଏ ଏବେ ସେଥିରୁ କାଗଜ ତିଆରି ହେଲାଣି ।
ବନ୍ଧୁଗଣ,
କେତେକ ଯୁବକ ଯେତେବେଳେ ନବୋନ୍ମେଷ ଓ ପ୍ରଯୁକ୍ତି ମାଧ୍ୟମରେ କାମ କରୁଥିବା ବେଳେ କେତେକ ଏଭଳି ଯୁବକ ମଧ୍ୟ ଅଛନ୍ତି ଯେଉଁମାନେ ସମାଜକୁ ସଚେତନ କରିବାର ଅଭିଯାନରେ ଲାଗିପଡ଼ିଛନ୍ତି । ଉଦାହରଣ ସ୍ୱରୂପ ଛତିଶଗଡ଼ର ବାଲୋଦ ଜିଲାର ଯୁବକଗଣ । ଏଠାକାର ଯୁବକମାନେ ଜଳ ସଂରକ୍ଷଣ ପାଇଁ ଗୋଟିଏ ଅଭିଯାନ ଆରମ୍ଭ କରିଛନ୍ତି । ଏମାନେ ଘରକୁ ଘର ଯାଇ ଲୋକମାନଙ୍କୁ ଜଳ ସଂରକ୍ଷଣ ଦିଗରେ ସଚେତନ କରାଉଛନ୍ତି । ଯେଉଁ ବିବାହ ଉତ୍ସବ ଆଦି ଆୟୋଜିତ ହେଉଛି ଏହି ଯୁବକମାନେ ସେଠାକୁ ଯାଇ ଜଳର ଦୁରୂପଯୋଗକୁ କେମିତି ରୋକାଯାଇପାରିବ ସେ ବିଷୟରେ ସୂଚନା ଦିଅନ୍ତି । ପାଣିର ସଦୁପଯୋଗ ଦିଗରେ ଏକ ପ୍ରେରଣାଦାୟୀ ପ୍ରୟାସ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ମଧ୍ୟ ହେଉଛି । ଖୁଣ୍ଟିର ଲୋକମାନେ ଜଳ ସଂକଟରୁ ରକ୍ଷା ପାଇବା ପାଇଁ ବାଲିଅଖାର ବନ୍ଧ ତିଆରି କରୁଛନ୍ତି । ଏହି ବନ୍ଧ ଦ୍ୱାରା ପାଣି ଏକତ୍ରିତ ହେବାଦ୍ୱାରା ସେଠାରେ ପନିପରିବା ମଧ୍ୟ ଉତ୍ପାଦନ ହେବାକୁ ଲାଗିଲାଣି । ଏହାଦ୍ୱାରା ଲୋକମାନଙ୍କର ଆମଦାନୀ ମଧ୍ୟ ବଢ଼ୁଛି ଏବଂ ଅଞ୍ଚଳର ଆବଶ୍ୟକତା ମଧ୍ୟ ପୂରଣ ହେଉଛି ।
ଜନଭାଗିଦାରୀର କୌଣସି ପ୍ରୟାସ କେମିତି ପରିବର୍ତ୍ତନକୁ ସାଥିରେ ନେଇଆସେ ଖୁଣ୍ଟି ଏହାର ଏକ ଆକର୍ଷଣୀୟ ଉଦାହରଣ ହୋଇପାରିଛି । ମୁଁ ଏଠାକାର ଲୋକମାନଙ୍କୁ ଏହି ପ୍ରୟାସ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।
ମୋର ପ୍ରିୟ ଦେଶବାସୀଗଣ, ୧୯୬୫ର ଯୁଦ୍ଧ ସମୟରେ ଆମର ପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଜୀ ‘ଜୟ ଜବାନ’ ‘ଜୟ କିଷାନ’ ସ୍ଲୋଗାନ ଦେଇଥିଲେ । ପରେ, ଅଟଳ ଜୀ ଏଥିସହିତ ଜୟ ବିଜ୍ଞାନକୁ ଯୋଡ଼ିଦେଇଥିଲେ । କିଛିବର୍ଷ ପୂର୍ବେ ଦେଶର ବୈଜ୍ଞାନିକମାନଙ୍କ ସହିତ କଥା ହେଲାବେଳେ ମୁଁ ‘ଜୟ ଅନୁସନ୍ଧାନ’ କଥା କହିଥିଲି । ‘ମନ୍ କି ବାତ୍’ରେ ଆଜି ଏହିଭଳି ଏକ ବ୍ୟକ୍ତିର କଥା, ଏକ ସଂସ୍ଥାର କଥା କହିବି ଯିଏ ‘ଜୟ ଜୱାନ୍’ ‘ଜୟ କିଷାନ୍’ ‘ଜୟ ବିଜ୍ଞାନ’ ଓ ‘ଜୟ ଅନୁସନ୍ଧାନ’ ଏହି ଚାରୋଟି ଯାକର ପ୍ରତିବିମ୍ବ ଅଟନ୍ତି । ସେ ସଜ୍ଜନ ଜଣକ ମହାରାଷ୍ଟ୍ରର ଶ୍ରୀମାନ୍ ଶିବାଜୀ ସାମ୍ରାଓ ଡୋଲେ । ଶିବାଜୀ ଡୋଲେ ନାଶିକ ଜିଲ୍ଲାର ଗୋଟିଏ ଛୋଟିଆ ଗାଆଁରେ ବାସ କରନ୍ତି । ସେ ଗୋଟିଏ ଗରିବ ଆଦିବାସୀ କୃଷକ ପରିବାରର ଲୋକ ଏବଂ ଜଣେ ପୂର୍ବସୈନିକ ମଧ୍ୟ । ସେନାବାହିନୀରେ ଥାଇ ସେ ନିଜର ଜୀବନ ଦେଶସେବାରେ ଲଗାଇଥିଲେ । ସେବାନିବୃତ୍ତି ପରେ ସେ କିଛି ନୂଆ ଶିଖିବାର ନିଷ୍ପତ୍ତି ନେଲେ ଏବଂ କୃଷିରେ ଡିପ୍ଲୋମା କଲେ, ଅର୍ଥାତ୍ ସେ ‘ଜୟ ଜୱାନ୍’ଠାରୁ ‘ଜୟ କିଷାନ୍’ ଆଡ଼କୁ ଅଗ୍ରସର ହେଲେ । ଏବେ ପ୍ରତିମୁହୂର୍ତ୍ତରେ ସେ ଚେଷ୍ଟା କରୁଛନ୍ତି ଯେ କୃଷିକ୍ଷେତ୍ରରେ ସେ କେମିତି ଅଧିକରୁ ଅଧିକ ଯୋଗଦାନ କରିବେ । ତାଙ୍କର ଏହି ଅଭିଯାନରେ ୨୦ଜଣ ଲୋକଙ୍କୁ ନେଇ ଏକ ଛୋଟ ଟିମ୍ ଗଠନ କଲେ ଏବଂ କିଛି ପୂର୍ବ ସୈନିକଙ୍କୁ ଏଥିରେ ସାମିଲ କଲେ । ତା’ପରେ ଏହି ଟିମ୍ Venkateswar Co-operative Power and Agro Processing Limited ନାମକ ଏକ ସମବାୟ ସଂସ୍ଥାର ପରିଚାଳନା ନିଜ ହାତକୁ ନେଲେ । ଏହି ସମବାୟ ସଂସ୍ଥାଟି ନିଷ୍କ୍ରିୟ ହୋଇପଡ଼ିଥିଲା । ସେ ତାକୁ ପୁନର୍ଜୀବିତ କରିବାର ଦାୟିତ୍ୱ ନେଲେ । ଦେଖୁ ଦେଖୁ ଆଜି Venkateswar Co-operativeର ବିସ୍ତାର କେତେ ଜିଲ୍ଲାକୁ ବ୍ୟାପିଗଲାଣି । ଏବେ ଏହି ଟିମ୍ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କାମ କରୁଛି । ପ୍ରାୟ ୧୮୦୦୦ ଲୋକ ଏହି ସଂସ୍ଥା ସହ ସଂଯୁକ୍ତ ହେଲେଣି ଯେଉଁମାନଙ୍କ ଭିତରେ ଅନେକ ସଂଖ୍ୟାରେ ପୂର୍ବ ସୈନିକ ମଧ୍ୟ ଅଛନ୍ତି । ନାସିକର ମାଲେଗାଓଁରେ ଏହି ଟିମ୍ର ସଦସ୍ୟମାନେ ୫୦୦ ଏକରରୁ ଅଧିକ ଜମିରେ Agro farming କରୁଛନ୍ତି । ଏହି ଟିମ୍ ଜଳ ସଂରକ୍ଷଣ ପାଇଁ ମଧ୍ୟ ଅନେକ ସରୋବର ନିର୍ମାଣ କରିବାରେ ଲାଗିଛନ୍ତି । ବିଶେଷ କଥାଟି ହେଲା ଏମାନେ ଜୈବିକ ଚାଷ ଏବଂ ଗୋ-ପାଳନ ମଧ୍ୟ ଆରମ୍ଭ କରିଛନ୍ତି । ଏମାନେ ଉତ୍ପାଦନ କରିଥିବା ଅଙ୍ଗୁରକୁ ଏବେ ୟୁରୋପକୁ ରପ୍ତାନୀ କରାଯାଉଛି । ଏହି ଟିମ୍ର ଦୁଇଟି ବଡ଼ ବିଶେଷତ୍ୱ ମୋର ଧ୍ୟାନ ଆକର୍ଷଣ କରିଛି, ସେଗୁଡ଼ିକ ହେଲା ‘ଜୟ ବିଜ୍ଞାନ’ ଏବଂ ‘ଜୟ ଅନୁସନ୍ଧାନ’ । ଏହାର ସଦସ୍ୟମାନେ ପ୍ରଯୁକ୍ତି ଏବଂ Modern Agropracticesର ଅଧିକରୁ ଅଧିକ ଉପଯୋଗ କରୁଛନ୍ତି । ଦ୍ୱିତୀୟ ବିଶେଷତ୍ୱଟି ହେଲା – ଏମାନେ ରପ୍ତାନୀ ପାଇଁ ଆବଶ୍ୟକ ବିଭିନ୍ନ ସାର୍ଟିଫିକେସନ ଉପରେ ମଧ୍ୟ ଜୋର୍ ଦେଉଛନ୍ତି । ‘ସମବାୟରୁ ସମୃଦ୍ଧି’ର ଭାବନା ସହ କାମ କରୁଥିବା ଏହି ଟିମ୍କୁ ମୁଁ ପ୍ରଶଂସା କରୁଛି । ଏହି ପ୍ରୟାସ ଦ୍ୱାରା ବହୁସଂଖ୍ୟାର ଲୋକଙ୍କର ସଶକ୍ତିକରଣ ହୋଇପାରିଛି ଖାଲି ସେତିକି ନୁହେଁ; ଜୀବିକା ଅର୍ଜନର ଅନେକ ସାଧନ ବି ସୃଷ୍ଟି ହୋଇଛି । ମୋର ବିଶ୍ୱାସ, ଏହି ପ୍ରୟାସ ‘ମନ୍ କି ବାତ୍’ର ସମସ୍ତ ଶ୍ରୋତାଙ୍କୁ ପ୍ରେରିତ କରିବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ମେ’ ୨୮ ତାରିଖ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସାୱରକରଙ୍କ ଜୟନ୍ତୀ। ତାଙ୍କର ତ୍ୟାଗ, ସାହସ ଏବଂ ସଂକଳ୍ପ ଶକ୍ତି ସମ୍ବଳିତ ଗାଥାଗୁଡ଼ିକ ଆଜି ବି ଆମ ସମସ୍ତଙ୍କୁ ପ୍ରେରିତ କରେ । ମୁଁ ସେଦିନକୁ ଭୁଲିପାରିବିନି ଯେତେବେଳେ ମୁଁ ଆଣ୍ଡାମାନର ସେହି କୋଠରୀକୁ ଯାଇଥିଲି ଯେଉଁଠାରେ ସାୱରକର କଳାପାଣି ଦଣ୍ଡ ଭୋଗିଥିଲେ । ସାୱରକରଙ୍କର ବ୍ୟକ୍ତିତ୍ୱ ଦୃଢ଼ତା ଓ ବିଶାଳତାରେ ସମାହିତ ଥିଲା । ତାଙ୍କର ନିର୍ଭୀକ ଏବଂ ସ୍ୱାଭିମାନୀ ସ୍ୱଭାବକୁ ଗୋଲାମୀର ମାନସିକତା କେବେ ବି ସ୍ପର୍ଶ କରିନଥିଲା । ଖାଲି ସ୍ୱାଧିନତା ଆନ୍ଦୋଳନ ନୁହେଁ, ସାମାଜିକ ସମାନତା ଏବଂ ସାମାଜିକ ନ୍ୟାୟ ପାଇଁ ମଧ୍ୟ ବୀର ସାୱରକର ଯାହାକିଛି କରିଥିଲେ ତାହା ଆଜି ମଧ୍ୟ ସ୍ମରଣୀୟ ହୋଇରହିଛି ।
ବନ୍ଧୁଗଣ, କିଛିଦିନ ପରେ ଜୁନ୍ ୪ ତାରିଖରେ ସନ୍ଥ କବୀର ଦାଶଙ୍କର ମଧ୍ୟ ଜୟନ୍ତୀ ପାଳିତ ହେବ । କବୀର ଦାଶ ଆମକୁ ଯେଉଁ ମାର୍ଗଦର୍ଶନ ଦେଇଯାଇଛନ୍ତି, ତାହା ମଧ୍ୟ ସେତିକି ପ୍ରାସଙ୍ଗିକ । କବୀର ଦାଶ କହୁଥିଲେ –
“କବୀରା କୁଆଁ ଏକ ହେ, ପାନୀ ଭରେ ଅନେକ –
ବର୍ତ୍ତନ ମେଁ ହି ଭେଦ୍ ହେ ପାନୀ ସବମେଁ ଏକ ।”
ଅର୍ଥାତ୍ କୂଅ ପାଖକୁ ଭିନ୍ନ ଭିନ୍ନ ଲୋକ ପାଣି ନେବାପାଇଁ ଆସନ୍ତି, କିନ୍ତୁ କୂଅ କୌଣସି ଭେଦଭାବ ରଖେନାହିଁ । ସେହି ଗୋଟିଏ ପାଣି ସମସ୍ତ ପାତ୍ରରେ ଥାଏ । ସନ୍ଥ କବୀର ସମାଜରେ ବିଭାଜନ ସୃଷ୍ଟି କରୁଥିବା ପ୍ରତ୍ୟେକ କୁପ୍ରଥାର ବିରୋଧ କରୁଥିଲେ । ସମାଜକୁ ଜାଗ୍ରତ କରିବାର ପ୍ରୟାସ କରିଥିଲେ । ଆଜି, ଦେଶ ଯେତେବେଳେ ବିକଶିତ ହେବାର ସଂକଳ୍ପ ନେଇ ଆଗେଇଚାଲିଛି, ସେତେବେଳେ ସନ୍ଥ କବୀରଙ୍କଠାରୁ ପ୍ରେରଣା ନେଇ ସମାଜକୁ ସଶକ୍ତ କରିବାର ପ୍ରୟାସକୁ ଆମେ ଆହୁରି ବଢ଼ାଇବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ;
ଏବେ ମୁଁ ଆପଣମାନଙ୍କୁ ଦେଶର ଜଣେ ମହାନ ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ କହିବାକୁ ଯାଉଛି ଯିଏକି ରାଜନୀତି ଏବଂ ଫିଲ୍ମଜଗତରେ ନିଜର ପ୍ରତିଭା ବଳରେ ଅଲିଭା ଚିହ୍ନ ଛାଡ଼ିଯାଇଛନ୍ତି । ସେହି ମହାନ ବ୍ୟକ୍ତିଙ୍କ ନାମ ହେଲା ଏନ୍.ଟି. ରାମାରାଓ ଯାହାକୁ ଆମେସବୁ ଏନ୍.ଟି.ଆର୍ ନାମରେ ଜାଣନ୍ତି । ଆଜି ଏନ୍.ଟି.ଆର୍ଙ୍କର ଶହେତମ ଜୟନ୍ତୀ । ନିଜର ବହୁମୁଖୀ ପ୍ରତିଭା ବଳରେ ସେ ଖାଲି ତେଲୁଗୁ ସିନେମାର ମହାନାୟକ ହୋଇଥିଲେ ତା’ନୁହେଁ; ବରଂ ସେ କୋଟି କୋଟି ଲୋକଙ୍କର ହୃଦୟକୁ ଜୟ କରିଥିଲେ । ସେ ତିନିଶହରୁ ଅଧିକ ଫିଲ୍ମରେ କାମ କରିଥିଲେ ବୋଲି ଆପଣ ଜାଣନ୍ତି କି? ଅନେକ ଐତିହାସିକ ଚରିତ୍ରକୁ ନିଜର ଅଭିନୟ ବଳରେ ଜୀବନ୍ତ କରିଦେଇଥିଲେ । ଭଗବାନ କୃଷ୍ଣ, ରାମ ଏବଂ ଏହିଭଳି ଅନ୍ୟ ବହୁତ ଭୂମିକାରେ ଏନ୍.ଟି.ଆର୍ଙ୍କ ଅଭିନୟକୁ ଲୋକମାନେ ଏତେ ପସନ୍ଦ କରୁଥିଲେ ଯେ ଆଜିବି ତାଙ୍କୁ ମନେପକାଉଛନ୍ତି । ସିନେମା ଜଗତ ସଙ୍ଗେ ସଙ୍ଗେ ରାଜନୀତିରେ ମଧ୍ୟ ଏନ୍.ଟି.ଆର୍ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏ କ୍ଷେତ୍ରରେ ମଧ୍ୟ ତାଙ୍କୁ ଲୋକମାନଙ୍କର ଭରପୂର ସ୍ନେହ ଏବଂ ଆଶୀର୍ବାଦ ମିଳିଥିଲା । ଦେଶଦୁନିଆର ଲକ୍ଷ ଲକ୍ଷ ଲୋକଙ୍କର ହୃଦୟରେ ରାଜ କରୁଥିବା ଏନ୍.ଟି. ରାମାରାଓଙ୍କୁ ମୁଁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ; ‘ମନ୍ କି ବାତ୍’ରେ ଆଜି ଏତିକି ଆରଥର କିଛି ନୂଆ ବିଷୟ ସହିତ ଆପଣମାନଙ୍କ ପାଖକୁ ଆସିବି । ସେତେବେଳକୁ କିଛି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଆହୁରି ଅଧିକ ବଢ଼ିଯାଇଥିବ । କେଉଁଠି କେଉଁଠି ବର୍ଷା ମଧ୍ୟ ଆରମ୍ଭ ହୋଇଯିବ । ଆପଣମାନେ ପାଣିପାଗର ପ୍ରତ୍ୟେକ ପରିସ୍ଥିତିରେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ୨୧ ଜୁନକୁ ଆମେ ବିଶ୍ୱ ଯୋଗଦିବସ ରୂପେ ମଧ୍ୟ ପାଳନ କରିବା । ସେଥିପାଇଁ ଦେଶବିଦେଶରେ ପ୍ରସ୍ତୁତି ଚାଲିଛି । ଆପଣମାନେ ମଧ୍ୟ ଏହି ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କର ‘ମନ୍ କି ବାତ୍’ ମୋ ପାଖକୁ ଲେଖନ୍ତୁ । ଅନ୍ୟ କୌଣସି ବିଷୟରେ ଯଦି ଅନ୍ୟ କୌଣସି ସୂଚନା ଆପଣଙ୍କୁ ମିଳେ, ତେବେ ତାହା ମୋତେ ଜଣାଇବେ । ଆପଣମାନଙ୍କ ପରାମର୍ଶର ଅଧିକାଂଶ କଥା ‘ମନ୍ କି ବାତ୍’ରେ ରଖିବାକୁ ମୁଁ ପ୍ରୟାସ କରେ । ଅପାଣ ସମସ୍ତଙ୍କୁ ପୁଣିଥରେ ବହୁତ ବହୁତ ଧନ୍ୟବାଦ । ପୁଣି ଆରମାସରେ ଦେଖାହେବ । ସେପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ।
ନମସ୍କାର ।

ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ନାମ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ହେଉଛି ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ । ମୋତେ ଆପଣମାନଙ୍କର ହଜାର ହଜାର ଚିଠି ମିଳିଛି, ଲକ୍ଷ ଲକ୍ଷ ବାର୍ତ୍ତା ମିଳିଛି ଆଉ ମୁଁ ଚେଷ୍ଟା କରିଛି ଅଧିକରୁ ଅଧିକ ଚିଠି ପଢ଼ିବାକୁ, ଦେଖିବାକୁ ଆଉ ବାର୍ତ୍ତା ଗୁଡ଼ିକୁ ବୁଝିବାକୁ । ଆପଣମାନଙ୍କ ଚିଠି ପଢ଼ୁ ପଢ଼ୁ ଅନେକଥର ମୁଁ ଭାବବିହ୍ୱଳ ହୋଇପଡ଼ିଛି, ମନ ଭାବାବେଗରେ ଭରିଯାଇଛି, ଭାବନାର ସ୍ରୋତରେ ବହିଯାଇଛି ଆଉ ପୁଣି ନିଜକୁ ସମ୍ଭାଳିଛି । ଆପଣମାନେ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ପାଇଁ ମୋତେ ଅଭିନନ୍ଦନ ଜଣାଇଛନ୍ତି କିନ୍ତୁ ଆନ୍ତରିକତାର ସହ କହୁଛି ଯେ, ପ୍ରକୃତରେ ଅଭିନନ୍ଦନର ପାତ୍ର ହେଉଛନ୍ତି ଆପଣ ସମସ୍ତ ‘ମନ୍ କି ବାତ୍’ର ଶ୍ରୋତାଗଣ, ଆମର ଦେଶବାସୀଗଣ । ‘ମନ୍ କି ବାତ୍’ ହେଉଛି କୋଟି କୋଟି ଭାରତୀୟମାନଙ୍କ ମନର କଥା, ସେମାନଙ୍କ ଭାବନାର ପରିପ୍ରକାଶ ।
ବନ୍ଧୁଗଣ, ୨୦୧୪ ଅକ୍ଟୋବର ୩ ତାରିଖ, ସେଦିନ ଥିଲା ବିଜୟା ଦଶମୀ ପର୍ବ । ଆଉ ଆମେ ସମସ୍ତେ ମିଶି ବିଜୟା ଦଶମୀ ଦିନ ‘ମନ୍ କି ବାତ୍’ର ଯାତ୍ରା ଆରମ୍ଭ କରିଥିଲୁ । ବିଜୟା ଦଶମୀ, ଅର୍ଥାତ, ମନ୍ଦ ଉପରେ ଭଲର ବିଜୟ । ‘ମନ୍ କି ବାତ୍’ ମଧ୍ୟ ଦେଶବାସୀଙ୍କ ଭଲ ଗୁଣର, ସକାରାତ୍ମକତାର ଗୋଟିଏ ନିଆରା ପର୍ବ ପାଲଟିଗଲା। ଏହା ଗୋଟିଏ ଏଭଳି ପର୍ବ, ଯାହା ପ୍ରତି ମାସରେ ପଡ଼େ, ଆଉ ଯାହାକୁ ଆମେ ସମସ୍ତେ ପ୍ରତୀକ୍ଷା କରିଥାଉଁ । ଆମେ ଏଥିରେ ସକାରାତ୍ମକତାର ଜୟଗାନ କରୁଁ । ଆମେ ଏଥିରେ ଜନଭାଗୀଦାରିତାର ମଧ୍ୟ ଜୟଗାନ କରିଥାଉଁ । ବେଳେ ବେଳେ ବିଶ୍ୱାସ ହୁଏନି ଯେ, ‘ମନ୍ କି ବାତ୍’କୁ ଏତେ ମାସ, ଏତେ ବର୍ଷ ପୁରିଗଲା । ଏହାର ପ୍ରତ୍ୟେକଟି ଅଧ୍ୟାୟ ଥିଲା ସ୍ୱତନ୍ତ୍ର । ପ୍ରତିଥର ନୂଆ ଉଦାହରଣର ନୂତନତ୍ୱ, ପ୍ରତ୍ୟେକ ଥର ଦେଶବାସୀଙ୍କ ନୂଆ ନୂଆ ସଫଳତାର କଥା । ‘ମନ୍ କି ବାତ୍’ରେ ଦେଶର କୋଣ-ଅନୁକୋଣରୁ ଲୋକେ ଯୋଡ଼ି ହେଲେ, ପ୍ରତ୍ୟେକ ବୟସର ଲୋକ ଯୋଡ଼ିହେଲେ । ବେଟି ବଚାଓ-ବେଟି ପଢ଼ାଓ କଥା ହେଉ, ସ୍ୱଚ୍ଛ ଭାରତ ଆନ୍ଦୋଳନ ହେଉ, ଖଦିକୁ ଭଲ ପାଇବା କଥା ହେଉ ବା ପ୍ରକୃତିର କଥା, ସ୍ୱାଧୀନତାର ଅମୃତ ମହୋତ୍ସବ କିମ୍ବା ଅମୃତ ସରୋବର କଥା ହେଉ – ମନ୍ କି ବାତ୍ ଯେଉଁ ପ୍ରସଙ୍ଗ ସହ ଯୋଡ଼ି ହେଲା ତାହା ଗୋଟିଏ ଜନ ଆନ୍ଦୋଳନରେ ପରିଣତ ହେଲା, ଆଉ ଆପଣମାନେ ହିଁ ଏହାକୁ ଜନ ଆନ୍ଦୋଳନ କରିଦେଲେ । ମୁଁ ଯେତେବେଳେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହିତ ‘ମନ୍ କି ବାତ୍’ର ଅଧ୍ୟାୟଟି କରିଥିଲି, ସେତେବେଳେ ସାରା ବିଶ୍ୱରେ ଏହା ଉପରେ ଆଲୋଚନା ହୋଇଥିଲା ।
ବନ୍ଧୁଗଣ, ମୋ ପାଇଁ ତ ‘ମନ୍ କି ବାତ୍’ ହେଉଛି ଅନ୍ୟମାନଙ୍କ ଗୁଣକୁ ପୂଜା କରିବା ସଦୃଶ ଥିଲା । ମୋର ଜଣେ ମାର୍ଗଦର୍ଶକ ଥିଲେ – ଶ୍ରୀ ଲକ୍ଷ୍ମଣରାଓ ଇନାମ୍ଦାର୍ । ମୁଁ ତାଙ୍କୁ ଓକିଲ ସାହେବ ବୋଲି ସମ୍ବୋଧନ କରୁଥିଲି । ସେ ସବୁବେଳେ କହୁଥିଲେ ଯେ, ଆମେ ଅନ୍ୟମାନଙ୍କ ଗୁଣକୁ ପୂଜା କରିବା ଉଚିତ । ସମ୍ମୁଖରେ ଯେ କେହି ବି ଥାଉ, ଆପଣଙ୍କ ସପକ୍ଷବାଦୀ ଥାଉ କି ଆପଣଙ୍କ ବିରୋଧୀ, ଆମେ ତାଙ୍କଠାରେ ରହିଥିବା ସଦ୍ଗୁଣକୁ ଜାଣିବା ଏବଂ ସେଗୁଡ଼ିକୁ ଶିଖିବାର ପ୍ରଚେଷ୍ଟା କରିବା ଉଚିତ । ତାଙ୍କର ଏହି କଥା ମୋତେ ସର୍ବଦା ପ୍ରେରଣା ଦେଇଆସିଛି । ‘ମନ୍ କି ବାତ୍’ ଅନ୍ୟମାନଙ୍କ ସଦ୍ଗୁଣଗୁଡ଼ିକୁ ଶିଖିବାର ଗୋଟିଏ ବହୁତ ବଡ଼ ମାଧ୍ୟମ ପାଲଟିଯାଇଛି ।
ମୋର ପ୍ରିୟ ଦେଶବାସୀଗଣ, ଏହି କାର୍ଯ୍ୟକ୍ରମ ମୋତେ କେବେହେଲେ ଆପଣମାନଙ୍କଠୁ ଦୂରେଇ ଯିବାକୁ ଦେଇନାହିଁ । ମୋର ମନେ ଅଛି, ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଜନସାଧାରଣଙ୍କ ସହିତ ସ୍ୱାଭାବିକ ଭାବେ ଦେଖାସାକ୍ଷାତ ହୋଇପାରୁଥିଲା । ମୁଖ୍ୟମନ୍ତ୍ରୀଙ୍କ କାମ ଏବଂ କାର୍ଯ୍ୟକାଳରେ ଏଭଳି ଦେଖାସାକ୍ଷାତର ବହୁତ ସୁଯୋଗ ମିଳିଥାଏ । କିନ୍ତୁ ୨୦୧୪ରେ ଦିଲ୍ଲୀ ଆସିବା ପରେ ମୁଁ ଦେଖିଲି ଯେ, ଏଠାକାର ଜୀବନ ତ ସମ୍ପୂର୍ଣ୍ଣ ଭିନ୍ନ । କାମର ରୂପ ଭିନ୍ନ, ଦାୟିତ୍ୱ ଭିନ୍ନ, ସ୍ଥିତି ଆଉ ପରିସ୍ଥିତିର ବନ୍ଧନ, ସୁରକ୍ଷାର ବିଶାଳ ବ୍ୟବସ୍ଥା, ନିର୍ଦ୍ଧାରିତ ସମୟସୀମା! ଆରମ୍ଭରେ କିଛି ଅଲଗା ଅନୁଭବ କରୁଥିଲି, ଟିକିଏ ଏକାକୀପଣ ଲାଗୁଥିଲା । ୫୦ ବର୍ଷ ଆଗରୁ ମୁଁ ମୋ ନିଜ ଘର ଏଥିପାଇଁ ଛାଡ଼ି ନ ଥିଲି ଯେ, ଦିନେ ନିଜ ଦେଶବାସୀଙ୍କ ସହିତ ହିଁ ସମ୍ପର୍କ ରକ୍ଷା କରିବା କଷ୍ଟକର ହୋଇପଡ଼ୁ! ଯେଉଁ ଦେଶବାସୀ ମୋର ସବୁକିଛି, ସେମାନଙ୍କ ସହିତ ସମ୍ପର୍କ ଛିନ୍ନ କରି ମୁଁ ବଞ୍ଚିପାରିନଥାନ୍ତି । ‘ମନ୍ କି ବାତ୍’ ମୋତେ ଏହି ଆହ୍ୱାନର ସମାଧାନ ଯୋଗାଇଦେଲା । ସାଧାରଣ ଲୋକଟିଏ ସହ ଯୋଡ଼ିହେବାର ରାସ୍ତା ଦେଖାଇଦେଲା । କାର୍ଯ୍ୟଭାର ଏବଂ ପ୍ରୋଟୋକଲ୍ ବ୍ୟବସ୍ଥା ମଧ୍ୟରେ ହିଁ ସୀମିତ ହୋଇ ରହିଲା ଏବଂ ଜନସାଧାରଣଙ୍କ ଭାବାବେଗ, କୋଟି କୋଟି ଜନସାଧାରଣଙ୍କ ସହିତ ମୋର ଭାବନା, ବିଶ୍ୱର ଅତୁଟ ଅଂଶ ପାଲଟିଗଲା । ପ୍ରତି ମାସରେ ମୁଁ ଦେଶର ଲୋକଙ୍କ ହଜାର ହଜାର ବାର୍ତା ପଢ଼ିଥାଏଁ, ପ୍ରତି ମାସରେ ମୁଁ ଦେଶବାସୀଙ୍କ ଏକଠୁ ବଳି ଆରେକ ଚମତ୍କାର ସ୍ୱରୂପର ଦର୍ଶନ କରିଥାଏ । ମୁଁ ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗର ପରାକାଷ୍ଠାର ଦର୍ଶନ କରିଥାଏଁ, ତାହାକୁ ଅନୁଭବ କରିଥାଏ । ଆପଣମାନଙ୍କ ଠାରୁ ଟିକିଏ ବି ଦୂରରେ ଥିବା ଭଳି ମୋତେ ଲାଗେନି । ମୋ ପାଇଁ ‘ମନ୍ କି ବାତ୍’ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ମୋ ପାଇଁ ଗୋଟିଏ ଆସ୍ଥା, ପୂଜା, ଉପାସନା । ଲୋକେ ଯେମିତି ଈଶ୍ୱରଙ୍କ ପୂଜା କରିବାକୁ ଯିବା ସମୟରେ ଭୋଗରାଗ ନେଇ ଯାଆନ୍ତି, ମୋ ପାଇଁ ‘ମନ୍ କି ବାତ୍’ ଈଶ୍ୱର ରୂପୀ ଜନତା-ଜନାର୍ଦ୍ଦନଙ୍କ ଚରଣରେ ନୈବେଦ୍ୟ ଅର୍ପଣ ସ୍ୱରୂପ । ‘ମନ୍ କି ବାତ୍’ ମୋ ମନର ଆଧ୍ୟାତ୍ମିକ ଯାତ୍ରା ପାଲଟିଯାଇଛି ।
‘ମନ୍ କି ବାତ୍’ ସ୍ୱ ରୁ ସମଷ୍ଟିର ଯାତ୍ରା, ମନ୍ କି ବାତ୍ ଅହମ୍ ରୁ ବୟମ୍ ର ଯାତ୍ରା ।
ମୁଁ ନୁହେଁ, ବରଂ ତୁ ହି ଏହାର ସଂସ୍କାର ସାଧନା ।
ଆପଣ କଳ୍ପନା କରନ୍ତୁ, ମୋର କୌଣସି ଦେଶବାସୀ ଯଦି ଚାଳିଶ ବର୍ଷ ଧରି ନିର୍ଜନ ପାହାଡ଼ ଏବଂ ଟାଙ୍ଗରା ଭୂଇଁରେ ଗଛ ଲଗାଉଛି, କେତେ କେତେ ଲୋକ ତିରିଶ ବର୍ଷ ଧରି ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ପୋଖରୀ ଖନନ କରୁଛନ୍ତି, ସେଗୁଡ଼ିକୁ ସଫା କରୁଛନ୍ତି, କେହି ୨୫-୩୦ ବର୍ଷ ହେଲା ଗରିବ ପିଲାଙ୍କୁ ପାଠ ପଢ଼ାଉଛି, କେହି ଗରିବମାନଙ୍କ ଚିକିତ୍ସାରେ ସାହାଯ୍ୟ କରୁଛି, କେତେଥର ‘ମନ୍ କି ବାତ୍’ରେ ଏମାନଙ୍କ ବିଷୟରେ ଉଲ୍ଲେଖ କରିବା ସମୟରେ ମୁଁ ଭାବବିହ୍ୱଳ ହୋଇଉଠିଛି । ଆକାଶବାଣୀର ବନ୍ଧୁମାନଙ୍କୁ ଅନେକଥର ଏହାକୁ ପୁନର୍ବାର ରେକର୍ଡ଼ କରିବାକୁ ପଡ଼ିଛି । ଆଜି ବିଗତ ଦିନର ଅନେକ କଥା ଆଖି ଆଗରେ ନାଚି ଉଠୁଛି । ଦେଶବାସୀମାନଙ୍କର ଏହି ପ୍ରଚେଷ୍ଟାଗୁଡ଼ିକ ମୋତେ ଅନବରତ ଭାବେ ଏଥିରେ ନିଜକୁ ସମ୍ପୃକ୍ତ କରିରଖିବାର ପ୍ରେରଣା ଯୋଗାଇଛି ।
ବନ୍ଧୁଗଣ, ‘ମନ୍ କି ବାତ୍’ରେ ଆମେ ଯେଉଁମାନଙ୍କ ବିଷୟରେ ଉଲ୍ଲେଖ କରିଥାଉଁ, ସେମାନେ ସମସ୍ତେ ଆମ ହିରୋ, ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଜୀବନ୍ତ କରିଦେଇଛନ୍ତି । ଆଜି ଆମେ ଯେତେବେଳେ ଶହେତମ ଅଧ୍ୟାୟରେ ପହଞ୍ଚିଛୁ, ସେତେବେଳେ ଆମେ ପୁଣିଥରେ ଏହି ହିରୋମାନଙ୍କ ପାଖକୁ ଯାଇ ସେମାନଙ୍କ ଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ଇଚ୍ଛା ହେଉଛି । ଆଜି ଆମେ କିଛି ବନ୍ଧୁଙ୍କ ସହିତ କଥା ହେବା ପାଇଁ ଚେଷ୍ଟା ମଧ୍ୟ କରିବା ।
ମୋ ସହିତ ଯୋଡ଼ି ହେଉଛନ୍ତି, ହରିଆନାର ଭାଇ ଶ୍ରୀ ସୁନୀଲ ଜଗ୍ଲାନ୍ । ମୋ ମନରେ ତାଙ୍କ କଥାର ପ୍ରଭାବ ଏଥିପାଇଁ ପଡ଼ିଲା ଯେ, ହରିଆନାରେ ଲିଙ୍ଗ ଅନୁପାତ ବିଷୟରେ ବହୁତ ଆଲୋଚନା ହେଉଥିଲା ଏବଂ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ମୁଁ ହରିଆନାରୁ ହିଁ ଆରମ୍ଭ କରିଥିଲି । ଇତି ମଧ୍ୟରେ ଯେତେବେଳେ ସୁନୀଲଙ୍କ ସେଲ୍ଫି ୱିଥ୍ ଡଟର୍ କ୍ୟାମ୍ପେନ୍ ଉପରେ ମୋ ନଜର ପଡ଼ିଲା, ମୋତେ ବହୁତ ଭଲ ଲାଗିଲା । ମୁଁ ମଧ୍ୟ ତାଙ୍କ ଠାରୁ ଶିଖିଲି ଓ ଏହାକୁ ‘ମନ୍ କି ବାତ୍’ରେ ଅନ୍ତର୍ଭୁକ୍ତ କଲି । ଦେଖୁ ଦେଖୁ ସେଲ୍ଫି ୱିଥ୍ ଡଟର୍ ଗୋଟିଏ ବିଶ୍ୱବ୍ୟାପୀ ଅଭିଯାନରେ ପରିବର୍ତିତ ହୋଇଗଲା । ଏଥିରେ ପ୍ରକୃତ ପ୍ରସଙ୍ଗ ସେଲ୍ଫି ନ ଥିଲା, ପ୍ରଯୁକ୍ତିବିଦ୍ୟା ମଧ୍ୟ ନ ଥିଲା, ଏଥିରେ ଝିଅକୁ ପ୍ରାଧାନ୍ୟ ଦିଆଯାଇଥିଲା । ଜୀବନରେ ଝିଅର ସ୍ଥାନ କେତେ ଉଚ୍ଚ ହୋଇଥାଏ, ଏହି ଅଭିଯାନରୁ ତାହାର ମଧ୍ୟ ପରିପ୍ରକାଶ ହେଲା । ସେହିଭଳି ଅନେକ ପ୍ରଚେଷ୍ଟାର ସୁଫଳ ହେଉଛି ଆଜି ହରିଆନାରେ ଲିଙ୍ଗ ଅନୁପାତରେ ହୋଇଥିବା ଉନ୍ନତି । ଆସନ୍ତୁ, ଆଜି ସୁନୀଲଜୀଙ୍କ ସହିତ ଟିକିଏ କଥା ହେଇଯିବା ।
ପ୍ରଧାନମନ୍ତ୍ରୀ :ନମସ୍କାର ସୁନୀଲ ଜୀ,
ସୁନୀଲ :ନମସ୍କାର ସାର୍, ଆପଣଙ୍କ ସ୍ୱର ଶୁଣି ମୋ ଖୁସି ବହୁଗୁଣିତ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ :ସୁନୀଲଜୀ, ସେଲ୍ଫି ୱିଥ୍ ଡଟର୍ କୁ ସମସ୍ତେ ମନେ ରଖିଛନ୍ତି . . . ଏବେ ଯେତେବେଳେ ପୁଣି ଥରେ ଏ ବିଷୟରେ ଆଲୋଚନା ହେଉଛି ସେତେବେଳେ ଆପଣଙ୍କୁ କେମିତି ଲାଗୁଛି?
ସୁନୀଲ : ପ୍ରଧାନମନ୍ତ୍ରୀ ମହାଶୟ, ପ୍ରକୃତରେ ଆପଣ ଆମ ରାଜ୍ୟ ହରିଆନାର ପାନିପତ୍ରୁ ଝିଅମାନଙ୍କ ଓଠରେ ହସ ଫୁଟାଇବାକୁ ଯେଉଁ ଚତୁର୍ଥ ଯୁଦ୍ଧ ଆରମ୍ଭ କରିଥିଲେ, ତାହାକୁ ଆପଣଙ୍କ ନେତୃତ୍ୱରେ ସାରା ଦେଶ ଜୟ କରିବାକୁ ଚେଷ୍ଟା କରିଛି, ପ୍ରକୃତରେ ଏହା ମୋ ପାଇଁ, ପ୍ରତ୍ୟେକ କନ୍ୟାର ପିତା ଓ କନ୍ୟାମାନଙ୍କୁ ସ୍ନେହ କରୁଥିବା ମା’ମାନଙ୍କ ପାଇଁ ବହୁତ ବଡ଼ କଥା ।
ପ୍ରଧାନମନ୍ତ୍ରୀ: ସୁନୀଲ ଜୀ, ଆପଣଙ୍କ ଝିଅମାନେ ଏବେ କେମିତି ଅଛନ୍ତି? ଆଜିକାଲି କଣ କରୁଛନ୍ତି?
ସୁନୀଲ : ଆଜ୍ଞା, ମୋ ଦୁଇଟି ଝିଅ ହେଉଛନ୍ତି ନନ୍ଦନୀ ଏବଂ ୟାଚିକା । ଜଣେ ସପ୍ତମ ଶ୍ରେଣୀରେ ପଢ଼ୁଛି ଆଉ ଜଣେ ଚତୁର୍ଥ ଶ୍ରେଣୀରେ ପଢ଼ୁଛି । ଦୁହେଁ ଆପଣଙ୍କୁ ବହୁତ ପ୍ରଶଂସା କରନ୍ତି । ସେମାନେ ନିଜ ସହପାଠୀମାନଙ୍କ ଦ୍ୱାରା ଆପଣଙ୍କ ଉଦ୍ଦେଶ୍ୟରେ ଥ୍ୟାଙ୍କ ୟୂ ପ୍ରାଇମ୍ ମିନିଷ୍ଟର ଲେଖି ଚିଠି ପଠାଇଥିଲେ ।
ପ୍ରଧାନମନ୍ତ୍ରୀ: ବାଃ ! ବାଃ ! ହଉ, ଝିଅମାନଙ୍କୁ ଆପଣ ମୋର ଏବଂ ମନ୍ କି ବାତ୍ ର ଶ୍ରୋତାମାନଙ୍କ ତରଫରୁ ଅନେକ ଆଶୀର୍ବାଦ ପ୍ରଦାନ କରିବେ ।
ସୁନୀଲ : ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣଙ୍କ ଯୋଗୁଁ ଦେଶର ଝିଅମାନଙ୍କ ମୁଖମଣ୍ଡଳରେ ଅନବରତ ଖୁସି ବୃଦ୍ଧି ପାଇଚାଲିଛି ।
ପ୍ରଧାନମନ୍ତ୍ରୀ: ଅନେକ ଅନେକ ଧନ୍ୟବାଦ, ସୁନୀଲଜୀ ।
ସୁନୀଲ : ଧନ୍ୟବାଦ, ଆଜ୍ଞା ।
ବନ୍ଧୁଗଣ, ମୁଁ ଏ କଥାରେ ବହୁତ ଖୁସି ଯେ "ମନ୍ କୀ ବାତ'ରେ ଆମେ ଦେଶର ନାରୀ ଶକ୍ତିର ଶହଶହ ପ୍ରେରଣାଦାୟକ ଗାଥା ସମ୍ପର୍କରେ ଆଲୋଚନା କରିଛୁ । ଆମର ସେନା ହେଉ ଅଥବା କ୍ରୀଡ଼ାଜଗତ ହେଉ, ମୁଁ ଯେତେବେଳେ ମଧ୍ୟ ମହିଳାଙ୍କ ଉପଲବ୍ଧି ଉପରେ ଆଲୋଚନା କରିଛି, ସେତେବେଳେ ତା'ର ବହୁତ ପ୍ରଶଂସା କରାଯାଇଛି । ଯେପରିକି ଆମେ ଛତିଶଗଡ଼ ଦେଉର ଗାଁର ମହିଳାମାନଙ୍କ କଥା ଚର୍ଚା କରିଥିଲୁ । ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଗାଁର ଛକ, ସଡ଼କ ଓ ମନ୍ଦିରଗୁଡ଼ିକରେ ସଫେଇ ଅଭିଯାନ ଚଳାଇ ଥାଆନ୍ତି । ସେହିପରି ତାମିଲନାଡ଼ୁର ସେହି ଆଦିବାସୀ ମହିଳାମାନେ, ଯେଉଁମାନେ ହଜାର ହଜାର ଟୋରାକୋଟା ପରିବେଶ ଅନୁକୂଳ କପ୍ ରପ୍ତାନି କରିଛନ୍ତି, ସେମାନଙ୍କଠାରୁ ମଧ୍ୟ ଦେଶ ବହୁତ ପ୍ରେରଣା ପାଇଛି। ତାମିଲନାଡ଼ୁରେ ହିଁ ୨୦ ହଜାର ମହିଳା ଏକାଠି ମିଶି ଭେଲ୍ଲୋରର ନାଗ ନଦୀକୁ ପୁନର୍ଜୀବିତ କରିଥିଲେ । ଏପରି ଅନେକ ଅଭିଯାନକୁ ଆମର ନାରୀ ଶକ୍ତି ନେତୃତ୍ୱ ଦେଇଛନ୍ତି ଏବଂ "ମନ୍ କୀ ବାତ୍” ସେମାନଙ୍କ ପ୍ରୟାସକୁ ସାମ୍ନାକୁ ଆଣିବାର ମଞ୍ଚ ପାଲଟିଛି ।
ବନ୍ଧୁଗଣ, ଏବେ ଆମ ସହ ଫୋନ୍ ଲାଇନରେ ଆଉ ଜଣେ ଭଦ୍ରବ୍ୟକ୍ତି ଅଛନ୍ତି । ୟାଙ୍କ ନାଁ ମଞ୍ଜୁର ଅହମଦ । "ମନ୍ କୀ ବାତ”ରେ ଜାମ୍ମୁକାଶ୍ମୀରର ପେନ୍ସିଲ୍ ସ୍ଲେଟ୍ ସମ୍ପର୍କରେ କହିବା ବେଳେ ମଞ୍ଜୁର ଅହମଦଙ୍କ କଥା ପଡ଼ିଥିଲା ।
ପ୍ରଧାନମନ୍ତ୍ରୀ ଜୀ : ମଞ୍ଜୁର ଜୀ, ଆପଣ କେମିତି ଅଛନ୍ତି?
ମଞ୍ଜୁର ଜୀ: ଧନ୍ୟବାଦ ଆଜ୍ଞା...ବହୁତ ଭଲ ଅଛି ଆଜ୍ଞା ।
ପ୍ରଧାନମନ୍ତ୍ରୀ ଜୀ : "ମନ୍ କୀ ବାତ”ର ଏହି ୧୦୦ତମ ଅଧ୍ୟାୟରେ ଆପଣଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗୁଛି ।
ମଞ୍ଜୁର ଜୀ : ଧନ୍ୟବାଦ ଆଜ୍ଞା ।
ପ୍ରଧାନମନ୍ତ୍ରୀ ଜୀ : ଆଚ୍ଛା, ଏହି ପେନ୍ସିଲ୍-ସ୍ଲେଟ୍ବାଲା କାମ କେମିତି ଚାଲୁଛି?
ମଞ୍ଜୁର ଜୀ : ବହୁତ ବଢ଼ିଆ ଚାଲୁଛି ଆଜ୍ଞା, ବହୁତ ବଢ଼ିଆ । ଯେଉଁଦିନଠୁ ଆପଣ ଆଜ୍ଞା ମୋ କଥା "ମନ୍ କୀ ବାତ”ରେ କହିଲେ, ସେବେଠୁ ବହୁତ କାମ ବଢ଼ିଯାଇଛି ଆଜ୍ଞା ଆଉ ଅନ୍ୟମାନଙ୍କର ରୋଜଗାର ମଧ୍ୟ ଏଇଠି ବହୁତ ବଢ଼ିଯାଇଚି ଏଇ କାମରେ ।
ପ୍ରଧାନମନ୍ତ୍ରୀ ଜୀ : ଏବେ କେତେ ଲୋକଙ୍କୁ ରୋଜଗାର ମିଳୁଥିବ?
ମଞ୍ଜୁର ଜୀ : ଏବେ ମୋ ପାଖରେ ୨୦୦ରୁ ଅଧିକ ଅଛନ୍ତି...
ପ୍ରଧାନମନ୍ତ୍ରୀ ଜୀ : ଆରେ ବାଃ! ମତେ ବହୁତ ଖୁସି ଲାଗୁଛି ।
ମଞ୍ଜୁର ଜୀ : ଆଜ୍ଞା ସାର୍...ଆଜ୍ଞା ସାର୍...ଏବେ ମାସେ ଦି\' ମାସ ଭିତରେ ଏହାକୁ ଆହୁରି ବଢ଼ାଇବାକୁ ଯାଉଛି ଆଉ ୨୦୦ ଲୋକଙ୍କ ରୋଜଗାର ବଢ଼ିଯିବ ସାର୍ ।
ପ୍ରଧାନମନ୍ତ୍ରୀ ଜୀ : ବାଃ ବାଃ! ଦେଖନ୍ତୁ ମଞ୍ଜୁର ଜୀ....
ମଞ୍ଜୁର ଜୀ : ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ ଜୀ : ମୋର ପୂରା ମନେ ଅଛି ଆଉ ସେହି ଦିନ ଆପଣ ମୋତେ କହିଥିଲେ ଯେ ଏହା ଏପରି କାମ ଯାହାର ନା ପରିଚୟ ଅଛି, ନା ନିଜର ପରିଚୟ ଅଛି ଏବଂ ଆପଣଙ୍କୁ ବହୁତ କଷ୍ଟ ମଧ୍ୟ ହେଉଥିଲା ଆଉ ଏହି କାରଣରୁ ଆପଣଙ୍କର ବଡ଼ ସମସ୍ୟା ହେଉଥିଲା । ସେକଥା ବି ଆପଣ କହୁଥିଲେ, କିନ୍ତୁ ଏବେ ତ ଆପଣଙ୍କର ପରିଚୟ ତିଆରି ହୋଇଯାଇଛି ଆଉ ୨୦୦ରୁ ବେଶି ଲୋକଙ୍କୁ ରୋଜଗାର ଦେଉଛନ୍ତି ।
ମଞ୍ଜୁର ଜୀ : ଆଜ୍ଞା ସାର୍...ଆଜ୍ଞା ସାର୍
ପ୍ରଧାନମନ୍ତ୍ରୀ ଜୀ : ଏବେ ନୂଆ ଭାବେ ବଢ଼ାଇ ଆହୁରି ୨୦୦ ଲୋକଙ୍କୁ ରୋଜଗାର ଦେବେ, ଏହା ତ ଆପଣ ବହୁତ ଖୁସି ଖବର ଦେଲେ ।
ମଞ୍ଜୁର ଜୀ : ଏପରିକି ସାର୍, ଏଠାକାର ଯୋଉ ଚାଷୀମାନେ ଅଛନ୍ତି...ସାର୍ ସେମାନଙ୍କ ମଧ୍ୟ ଏଥିରେ ବହୁତ ବେଶି ଲାଭ ମିଳୁଛି ସାର୍ ସେବେଠୁ । ଗୋଟିଏ ଗଛକୁ ୨୦୦୦ ଟଙ୍କା ବିକୁଥିଲେ, ଏବେ ସେଇ ଗଛ ୫୦୦୦ ପର୍ଯ୍ୟନ୍ତ ପହଞ୍ଚିଯାଇଛି ସାର୍ । ସେବେଠୁ ଏତେ ଚାହିଦା ବଢ଼ିଯାଇଛି ଏଥିରେ ଆଉ ଏଥିରେ ନିଜର ବି ପରିଚୟ ହୋଇଯାଇଛି । ଏଥିରେ ବହୁତ ଅର୍ଡର୍ ନିଜ ପାଖରେ ଅଛି ସାର୍ । ଏବେ ମୁଁ ଆଗକୁ ମାସେ ଦି' ମାସ ଭିତରେ ଆହୁରି ବଢ଼ାଇ ଆଉ ଦୁଇ-ଅଢ଼େଇ ଶହ ଦୁଇ ଚାରିଟି ଗାଁରେ ଯେତେ ବି ପୁଅଝିଅ ଅଛନ୍ତି ଏଥିରେ ଆଡ଼ଜଷ୍ଟ୍ ହୋଇପାରିବେ । ସେମାନଙ୍କର ମଧ୍ୟ ଦୈନନ୍ଦିନ ଜୀବିକା ଚାଲିପାରିବ ସାର୍ ।
ପ୍ରଧାନମନ୍ତ୍ରୀ ଜୀ :ଦେଖନ୍ତୁ ମଞ୍ଜୁର ଜୀ, ଭୋକାଲ୍ ଫର୍ ଲୋକାଲ୍ର ଶକ୍ତି କେତେ ବହୁତ ଆପଣ ବାସ୍ତବରେ ତାହା କରି ଦେଖାଇ ଦେଇଛନ୍ତି ।
ମଞ୍ଜୁର ଜୀ : ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ ଜୀ : ମୋ ତରଫରୁ ଆପଣଙ୍କୁ ଆଉ ଗାଁର ସମସ୍ତ ଚାଷୀଙ୍କୁ ଏବଂ ଆପଣଙ୍କ ସହିତ କାମ କରୁଥିବା ସମସ୍ତ ସାଥୀମାନଙ୍କୁ ମଧ୍ୟ ମୋ ତରଫରୁ ବହୁତ ବହୁତ ଶୁଭକାମନା...ଧନ୍ୟବାଦ ଭାଇ ।
ମଞ୍ଜୁର ଜୀ : ଧନ୍ୟବାଦ ସାର୍ ।
ବନ୍ଧୁଗଣ, ଆମ ଦେଶରେ ଏପରି ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ପରିଶ୍ରମ ବଳରେ ହିଁ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ମୋର ମନେଅଛି, ବିଶାଖାପଟ୍ଟନମ୍ର ଭେଙ୍କଟ ମୁରଲୀ ପ୍ରସାଦ ଜୀ ଏକ ଆତ୍ମନିର୍ଭର ଭାରତର ଚାର୍ଟ ଶେୟାର୍ କରିଥିଲେ । ସେ କହିଥିଲେ ଯେ ସେ କିଭଳି ଅଧିକରୁ ଅଧିକ ଭାରତୀୟ ଜିନିଷ ବ୍ୟବହାର କରିବେ । ଯେତେବେଳେ ବେତିଆର ପ୍ରମୋଦ ଜୀ ଏଲ୍ଇଡି ବଲ୍ବ ତିଆରି କରିବାର ଛୋଟ ୟୁନିଟ୍ ଖୋଲିଲେ ବା ଗଢ଼ମୁକ୍ତେଶ୍ୱରର ସନ୍ତୋଷ ଜୀ ଦରି ତିଆରିର କାମ କଲେ, "ମନ୍ କୀ ବାତ” ହିଁ ସେମାନଙ୍କ ଉତ୍ପାଦକୁ ସମସ୍ତଙ୍କ ସାମ୍ନାକୁ ଆଣିବାର ମାଧ୍ୟମ ହୋଇଥିଲା । ଆମେ ମେକ୍ ଇନ୍ ଇଣ୍ଡିଆର ଅନେକ ଉଦାହରଣଠୁ ନେଇ ମହାକାଶ ଷ୍ଟାଟ୍ର୍ଅପ୍ ପର୍ଯ୍ୟନ୍ତ ଆଲୋଚନା "ମନ୍ କୀ ବାତ୍”ରେ କରିଛୁ ।
ବନ୍ଧୁଗଣ, ଆପଣଙ୍କର ମନେ ଥିବ କିଛି ଅଧ୍ୟାୟ ପୂର୍ବରୁ ମୁଁ ମଣିପୁରର ଭଉଣୀ ବିଜୟଶାନ୍ତି ଦେବୀଙ୍କ କଥା ମଧ୍ୟ କହିଥିଲି । ବିଜୟଶାନ୍ତି ପଦ୍ମ ତନ୍ତୁରେ କପଡ଼ା ତିଆରି କରନ୍ତି । "ମନ୍ କୀ ବାତ୍”ରେ ତାଙ୍କର ଏହି ନିଆରା ପରିବେଶ ଅନୁକୂଳ ଚିନ୍ତା କଥା ମଧ୍ୟ ଆଲୋଚନା ହୋଇଥିଲା ତ ତାଙ୍କର କାମ ଆହୁରି ଲୋକପ୍ରିୟ ହୋଇଗଲା। ଆଜି ବିଜୟଶାନ୍ତି ଫୋନ୍ରେ ଆମ ସହ ଅଛନ୍ତି ।
ପ୍ରଧାନମନ୍ତ୍ରୀ ଜୀ : ନମସ୍ତେ ବିଜୟଶାନ୍ତି ଜୀ! ଆପଣ କେମିତି ଅଛନ୍ତି?
ବିଜୟଶାନ୍ତି ଜୀ : ଆଜ୍ଞା ମୁଁ ଭଲ ଅଛି ।
ପ୍ରଧାନମନ୍ତ୍ରୀ ଜୀ : ଆଉ ଆପଣଙ୍କ କାମ କେମିତି ଚାଲିଛି?
ବିଜୟଶାନ୍ତି ଜୀ : ସାର୍..ଏବେ ମୁଁ ମୋର ୩୦ ଜଣ ମହିଳା ସାଥୀଙ୍କ ସହିତ କାମ କରୁଛି ।
ପ୍ରଧାନମନ୍ତ୍ରୀ ଜୀ : ଏତେ କମ୍ ସମୟ ଭିତରେ ଆପଣ ୩୦ ଜଣିଆ ଦଳରେ ପହଂଚିଯାଇଛନ୍ତି!
ବିଜୟଶାନ୍ତି ଜୀ : ହଁ ସାର୍, ଏ ବର୍ଷ ମଧ୍ୟ ମୋ ଅଂଚଳର ଆହୁରି ୧୦୦ ଜଣ ମହିଳାଙ୍କୁ ନେଇ କାମକୁ ବଢ଼ାଇବି
ପ୍ରଧାନମନ୍ତ୍ରୀ ଜୀ : ତା'ହେଲେ ଆପଣଙ୍କ ଲକ୍ଷ୍ୟ ୧୦୦ ଜଣ ମହିଳା
ବିଜୟଶାନ୍ତି ଜୀ : ହଁ! ୧୦୦ ଜଣ ମହିଳା
ପ୍ରଧାନମନ୍ତ୍ରୀ ଜୀ : ଆଉ ଏବେ ଲୋକେ ଏହି ପଦ୍ମ ନାଡ଼ ତନ୍ତୁ କଥା ଭଲଭାବେ ଜାଣିସାରିଲେଣି ।
ବିଜୟଶାନ୍ତି ଜୀ : ହଁ ସାର୍ । ପ୍ରଧାନମନ୍ତ୍ରୀଙ୍କ "ମନ୍ କୀ ବାତ୍” କାର୍ଯ୍ୟକ୍ରମରୁ ସମସ୍ତେ ପଦ୍ମ ତନ୍ତୁ ବିଷୟରେ ଜାଣିଗଲେ ।
ପ୍ରଧାନମନ୍ତ୍ରୀ ଜୀ : ସେଇଥିପାଇଁ ତ ଏହା ଏତେ ଲୋକପ୍ରିୟ ।
ବିଜୟଶାନ୍ତି ଜୀ : ହଁ ସାର୍ । ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପାଇଁ ସମସ୍ତେ ପଦ୍ମ ତନ୍ତୁ ବିଷୟରେ ଜାଣିଗଲେ ।
ପ୍ରଧାନମନ୍ତ୍ରୀ ଜୀ : ତ ଏବେ ଆପଣ ବଜାର ମଧ୍ୟ ପାଇଯାଇଥିବେ?
ବିଜୟଶାନ୍ତି ଜୀ : ହଁ, ମୁଁ ଆମେରିକାରେ ମଧ୍ୟ ଗୋଟିଏ ବଜାର ପାଇଛି । ସେମାନେ ଏକାବେଳକେ ବହୁତ କିଣିବାକୁ ଚାହାନ୍ତି, କିନ୍ତୁ ଏ ବର୍ଷଠାରୁ ମୁଁ ଆମେରିକାକୁ ବି ପଠାଇବାକୁ ଚାହୁଁଛି ।
ପ୍ରଧାନମନ୍ତ୍ରୀ ଜୀ : ତ ଏବେ ଆପଣ ଜଣେ ରପ୍ତାନିକାରୀ?
ବିଜୟଶାନ୍ତି ଜୀ : ହଁ ସାର୍, ଏଇ ବର୍ଷଠାରୁ ମୁଁ ଆମର ଭାରତରେ ତିଆରି ପଦ୍ମ ତନ୍ତୁର ଜିନିଷ ରପ୍ତାନି କରିବି ।
ପ୍ରଧାନମନ୍ତ୍ରୀ ଜୀ : ତ ମୁଁ ଯେତେବେଳେ ଭୋକାଲ୍ ଫର୍ ଲୋକାଲ୍ କହୁଥିଲି ଆଉ ଏବେ ଲୋକାଲ୍ ଫର୍ ଗ୍ଲୋବାଲ୍ ।
ବିଜୟଶାନ୍ତି ଜୀ : ହଁ ସାର୍, ମୁଁ ମୋ ଉତ୍ପାଦକୁ ସମଗ୍ର ବିଶ୍ୱରେ ପହଂଚାଇବାକୁ ଚାହେଁ
ପ୍ରଧାନମନ୍ତ୍ରୀ ଜୀ : ତ ଅଭିନନ୍ଦନ ଆଉ ଆପଣଙ୍କ ପାଇଁ ଶୁଭକାମନା ।
ବିଜୟଶାନ୍ତି ଜୀ : ଧନ୍ୟବାଦ ସାର୍ ।
ପ୍ରଧାନମନ୍ତ୍ରୀ ଜୀ : ଧନ୍ୟବାଦ, ଧନ୍ୟବାଦ ବିଜୟଶାନ୍ତି ।
ବିଜୟଶାନ୍ତି ଜୀ : ଧନ୍ୟବାଦ ସାର୍ ।
ବନ୍ଧୁଗଣ, ‘ମନ୍ କି ବାତ୍’ର ଆଉ ଏକ ବିଶେଷତ୍ୱ ରହିଛି । ‘ମନ୍ କି ବାତ୍’ ମାଧ୍ୟମରେ ବହୁ ଜନଆନ୍ଦୋଳନ ଜନ୍ମ ନେଇଛି ଏବଂ ଗତିଶୀଳ ମଧ୍ୟ ହୋଇଛି । ଯେପରିକି ଆମର ଖେଳଣା, ଆମର Toy Industry କୁ ପୁଣିଥରେ ସ୍ଥାପିତ କରିବା ପାଇଁ ଆମର Mission ‘ମନ୍ କି ବାତ୍’ କାର୍ଯ୍ୟକ୍ରମରୁ ହିଁ ପ୍ରାରମ୍ଭ ହୋଇଥିଲା । ଭାରତୀୟ ପ୍ରଜାତିର କୁକୁର ଆମର ଦେଶୀ କୁକୁର । ତାଙ୍କୁ ନେଇ ଜନସଚେତନତା ବଢ଼ାବାର ପ୍ରାରମ୍ଭ ମଧ୍ୟ ‘ମନ୍ କି ବାତ୍’ ହିଁ କରିଥିଲା ଆଉ ଏକ ଜନସଚେତନତା ଆରମ୍ଭ କରିଥିଲୁ ଯେ ଆମେ ଗରିବ ଓ କ୍ଷୁଦ୍ର ଦୋକାନୀମାନଙ୍କ ସାଙ୍ଗରେ ମୂଲାମୂଲି କରିବା ନାହିଁ, ଝଗଡ଼ା କରିବା ନାହିଁ । ଯେତେବେଳେ “ହର ଘର ତ୍ରିରଙ୍ଗା”ର ଜନଜାଗରଣ ଆରମ୍ଭ ହୋଇଥିଲା ସେତେବେଳେ ମଧ୍ୟ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ଏହି ସଂକଳ୍ପ ସହିତ ଯୋଡ଼ିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହିଭଳି ଅନେକ ଉଦାହରଣ, ସମାଜରେ ପରିବର୍ତ୍ତନର କାରଣ ହୋଇପାରିଛି । ସମାଜକୁ ଏହିପରି ଭାବେ ପ୍ରେରଣା ଦେବାପାଇଁ ମଧ୍ୟ ସଂକଳ୍ପ ଧାରଣ କରିଛନ୍ତି ଶ୍ରୀ ପ୍ରଦୀପ ସାଙ୍ଗୱାନ୍ । ‘ମନ୍ କି ବାତ୍’ରେ ଆମେ ଶ୍ରୀ ପ୍ରଦୀପ ସାଙ୍ଗୱାନ୍ଙ୍କ ‘ହିଲିଙ୍ଗ ହିମାଳୟଜ୍ ଅଭିଯାନ’ର ଚର୍ଚ୍ଚା କରିଥିଲୁ । ସେ ଆମ ସହିତ ଏବେ ଫୋନ୍ଲାଇନ୍ରେ ଯୋଡ଼ିହୋଇଛନ୍ତି ।
ମୋଦୀଜୀ : ପ୍ରଦୀପଜୀ ନମସ୍କାର ।
ପ୍ରଦୀପ ଜୀ : ସାର୍, ଜୟ ହିନ୍ଦ୍ ।
ମୋଦୀଜୀ : ଜୟ ହିନ୍ଦ୍, ଜୟ ହିନ୍ଦ୍, ଭାଇ! କେମିତି ଅଛନ୍ତି ଆପଣ?
ପ୍ରଦୀପ ଜୀ : ସାର୍, ବହୁତ ବଢ଼ିଆ । ଆପଣଙ୍କ ସ୍ୱର ଶୁଣିବା ପରେ ଆହୁରି ବଢ଼ିଆ ଲାଗୁଛି ।
ମୋଦୀଜୀ : ଆପଣ ହିମାଳୟକୁ ଐରବକ୍ଷ କରିବା ପାଇଁ ଚିନ୍ତନ କଲେ ।
ପ୍ରଦୀପ ଜୀ : ହଁ, ସାର୍ ।
ମୋଦୀଜୀ : ଆପଣ ଅଭିଯାନ ବି ଆରମ୍ଭ କଲେ । ଆଜିକାଲି ଆପଣଙ୍କର ମବଜ୍ଞକ୍ଟ୍ରବସଶଦ୍ଭ କେମିତି ଚାଲିଛି?
ପ୍ରଦୀପ ଜୀ : ସାର୍, ବହୁତ ଭଲଭାବେ ଚାଲିଛି । ୨୦୨୦ରୁ ତ ଆମର କାର୍ଯ୍ୟ ଏତେମାତ୍ରାରେ ଉତ୍ସାହପ୍ରଦ ଅଛି – ଯେମିତି ଧରିନିଅନ୍ତୁ ଆମେ ପାଂଚବର୍ଷରେ ପୂର୍ଣ୍ଣ ହେଉଥିବା କାର୍ଯ୍ୟ ଏବେ ଗୋଟିଏ ବର୍ଷରେ ହୋଇଯାଉଛି ।
ମୋଦୀଜୀ : ଆରେ ବାଃ .... ।
ପ୍ରଦୀପ ଜୀ : ହଁ, ହଁ ସାର୍ । ଏ ଅଭିଯାନ ଆରମ୍ଭ ସମୟରେ ମୁଁ ବହୁତ nervous ଥିଲି ଏପରିକି ଭୟ ବି ଲାଗୁଥିଲା । ଏଇଥିପାଇଁ ଯେ ସାରା ଜୀବନ ଏଭଳି କାର୍ଯ୍ୟକୁ ମୁଁ କରିପାରିବି ନା ନାହିଁ, ହେଲେ କିଛି କିଛି ସମର୍ଥନ ମିଳିଲା ଏବଂ ୨୦୨୦ ଯାଏଁ ଆମେ ବହୁତ ସଂଘର୍ଷ ବି କରୁଥିଲୁ, ଆମ ସାଙ୍ଗରେ ବହୁତ କମ୍ ଲୋକ ଯୋଡିହେଉଥିଲେ, ଏମିତି ବି ବହୁତ ଲୋକ ଆମକୁ ସନର୍ଥନ କରିପାରୁ ନ ଥିଲେ । ଆମର ଏ ପ୍ରକାର ଅଭିଯାନକୁ ଅନେକ ଗୁରୁତ୍ୱ ମଧ୍ୟ ଦେଉନଥିଲେ । ମାତ୍ର ୨୦୨୦ ପରେ ଯେତେବେଳେ ‘ମନ୍ କି ବାତ୍’ରେ ଆପଣ ଆମ କାର୍ଯ୍ୟକ୍ରମର ସୂଚନା ଦେବା ସହ କହିଲେ ତ ସବୁକିଛି ଯେମିତି ବଦଳିଗଲା । ଅର୍ଥାତ୍, ପ୍ରଥମେ ପ୍ରଥମେ ଆମେ ବର୍ଷସାରା ୬ରୁ ୭ଟି Cleaning drive କରିପାରୁଥିଲୁ, ବେଶୀରେ ବେଶୀ ୧୦ଟି Cleaning drive କରିବା ସମ୍ଭବ ହେଉପାରୁଥିଲା । କିନ୍ତୁ ଆଜିର ତାରିଖରେ ଆମେ daily basis ରେ ପାଞ୍ଚ ଟନ୍ ମଇଲାକୁ ଏକତ୍ର କରିପାରୁଛୁ, ବିଭିନ୍ନ Locationରୁ .. ।
ମୋଦୀଜୀ : ଆରେ ବାଃ ...
ପ୍ରଦୀପ ଜୀ : ‘ମନ୍ କି ବାତ୍’ରେ ଆମର ଅଭିଯାନ କଥା ପ୍ରସଙ୍ଗକ୍ରମେ ଚର୍ଚ୍ଚା ହେବାପରେ ଆପଣ ସାର ବିଶ୍ୱାସ କରନ୍ତୁ ଯେ ମୁଁ ସେତେବେଳ ପର୍ଯ୍ୟନ୍ତ ଏ କାର୍ଯ୍ୟକୁ ଛାଡିବାକୁ ଯାଉଥିଲି। କିନ୍ତୁ ଏହାପରେ ବହୁତ ପରିବର୍ତନ ଘଟିବାକୁ ଲାଗିଲା ମୋର ଜୀବନଯାତ୍ରାରେ । ଦେଖୁ ଦେଖୁ କାର୍ଯ୍ୟଧାରା ଏତେ ବ୍ୟାପକ ହୋଇଉଠିଲା ଯାହା ଆମେ କେବେ ଚିନ୍ତା ମଧ୍ୟ କରିପାରି ନ ଥିଲୁ । So,I’m really thankful ଆପଣଙ୍କ ପାଖରେ ଯେ କେଜାଣି ଆପଣ ଆମପରି ଲୋକଙ୍କୁ କେମିତି ଖୋଜି ଖୋଜି ବାହାରକୁ ନେଇଆସନ୍ତି । ଆମେ ତ ଲୋକଲୋଚନର ବାହାରେ ଏତେ ଦୂରନ୍ତ ବକ୍ସରବରେ କାମ କରୁ । ହିମାଳୟ କ୍ଷେତ୍ରରେ ବସି ବସି ଆମେ ଆମର କାମରେ ଲାଗିଥାଉ । ଆମକୁ ବା କିଏ କାହିଁକି ଜାଣିବ – ଏ ପ୍ରକାର altitudeରେ ଆମେ କାର୍ଯ୍ୟରତ ଥାଉ । ହେଲେ ଦେଖନ୍ତୁ, ଆପଣ ଆମମାନଙ୍କୁ ଖୋଜି ଖୋଜି ପାଇଗଲେ । ଆମମାନଙ୍କର କାର୍ଯ୍ୟକୁ ଆପଣ ସାରାଦୁନିଆ ସାମ୍ନାକୁ ନେଇଆସିଲେ । ତ, ଏହା ମୋ ପାଇଁ ବହୁତ emotional moment ଥିଲା ସେତେବେଳେ ବି ଓ ଆଜି ବି ଯେ ମୁଁ ଆଜି ମୋ ଦେଶର ପ୍ରଥମ ସେବକଙ୍କ ସହ କଥାବାର୍ତା ହୋଇପାରୁଛି । ମୋ ପାଇଁ ଏହାଠୁ ବଳି ସୌଭାଗ୍ୟର ବିଷୟ ଆଉ କ’ଣ ହୋଇପାରିବ ।
ମୋଦୀଜୀ : ପ୍ରଦୀପ ଜୀ! ଆପଣ ତ ପ୍ରକୃତରେ ଦେଖିବାକୁ ଗଲେ ହିମାଳୟର ଶିଖର ପ୍ରଦେଶରେ ସାଧନାରତ ଅଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣଙ୍କ ନାମ ଉଚ୍ଚାରଣମାତ୍ରେ ଲୋକମାନଙ୍କୁ ସ୍ମରଣ ଆସିଯିବ ଯେ ଆପଣ କିଭଳି ଭାବେ କଠିନ ପରିଶ୍ରମ କରି ହିମାଳୟ ପର୍ବତର ସ୍ୱଚ୍ଛତା ଅଭିଯାନରେ ଲାଗିପଡ଼ିଛନ୍ତି ।
ପ୍ରଦୀପ ଜୀ : ହଁ ସାର୍ ।
ମୋଦୀଜୀ : ଆଉ ଆପଣ ଯେଭଳି କହୁଥିଲେ ଯେ ଏବେ ତ ଆପଣଙ୍କର ବହୁତ ବଡ ଦଳ ହୋଇଯାଇଛି ଏବଂ ଏତେ ବଡ଼ ମାତ୍ରାରେ ଆପଣ ପ୍ରତିଦିନ କାର୍ଯ୍ୟରତ ଅଛନ୍ତି ।
ପ୍ରଦୀପ ଜୀ : ହଁ .. ସାର୍ ।
ମୋଦୀଜୀ : ଏବଂ ମୋର ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ଯେ ଆପଣଙ୍କର ଏହି ପ୍ରଚେଷ୍ଟା ଫଳରେ, ଆପଣଙ୍କର ଚର୍ଚ୍ଚା ଶୁଣିବା ପରେ, ଏବେ କେତେ ଯେ ପର୍ବତାରୋହୀ ସ୍ୱଚ୍ଛତା ଅଭିଯାନରେ ଯୋଡ଼ିହୋଇ photo post କରିବାକୁ ଲାଗିଲେଣି ।
ପ୍ରଦୀପ ଜୀ : ହଁ ସାର୍ .. ବହୁତ ।
ମୋଦୀଜୀ : ଏହା ତ ବହୁତ ଭଲ କଥା, ଆପଣଙ୍କ ପରି ସାଥୀମାନଙ୍କର ସତ୍ପ୍ରୟାସ କାରଣରୁ “Waste is also a Wealth”ର ଭାବନା ଏବେ ଲୋକମାନଙ୍କର ମନମସ୍ତିଷ୍କରେ ରହିବା ସହ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଆଗଭର ହେଉଛନ୍ତି । ହିମାଳୟ ଯାହା ଆମ ଭାରତର ଗର୍ବ ଓ ଗୌରବ, ତାକୁ ରକ୍ଷା କରିବା, ମର୍ଯ୍ୟାଦା ଦେବା ଓ ସାଧାରଣ ଜନତା ସହ ହିମାଳୟକୁ ଯୋଡ଼ିନେବାର ପ୍ରୟାସ ସତରେ ପ୍ରଶଂସନୀୟ । ପ୍ରଦୀପଜୀ, ମୋତେ ବହୁତ ଭଲ ଲାଗିଲା । ବହୁତ ବହୁତ ଧନ୍ୟବାଦ ଭାଇ ।
ପ୍ରଦୀପ ଜୀ : Thank you sir, Thank you so much,, ଜୟ ହିନ୍ଦ୍ ।
ମୋଦୀଜୀ : ବନ୍ଧୁଗଣ, ଆଜି ସମଗ୍ର ଦେଶରେ Tourism ବହୁତ ତୀବ୍ର ବେଗରେ Grow କରୁଛି । ଆମ ଦେଶର ପ୍ରାକୃତିକ ସଂସାଧନ ହେଉ, ନଦୀ, ପାହାଡ଼, ପୁଷ୍କରିଣୀ ଅବା ଆମର ଗୌରବମୟ ତୀର୍ଥସ୍ଥଳ, ଏ ସମସ୍ତ ସ୍ଥାନକୁ ସ୍ୱଚ୍ଛ ରଖିବା ବହୁତ ଆବଶ୍ୟକ । ଏସବୁ Tourism Industryକୁ ବହୁତ ସାହାଯ୍ୟ କରିବେ । ପର୍ଯ୍ୟଟନର ସ୍ୱଚ୍ଛତା ସହିତ ଆମେ Incredible India Movement ମଧ୍ୟ ଅନେକଥର ଚର୍ଚ୍ଚା କରିଛୁ । ଏହି movement ଦ୍ୱାରା ପ୍ରଥମଥର ପାଇଁ ଲୋକମାନଙ୍କୁ ଏଭଳି ଅନେକ ସ୍ଥାନଗୁଡ଼ିକ ବିଷୟରେ ଜଣାପଡ଼ିଲା ଯାହା ସେମାନଙ୍କ ଆଖପାଖରେ ହିଁ ଥିଲା । ମୁଁ ସବୁବେଳେ କୁହେ ଯେ ଆମେ ବିଦେଶର Tourism ଯିବା ପୂର୍ବରୁ ଆମ ଦେଶର ଅତିକମ୍ରେ ୧୫ଟି destinationକୁ ନିଶ୍ଚିତ ଭାବେ ବୁଲିଯିବା ଦରକାର । ଏଭଳି destination ବାଛିବା ପୂର୍ବରୁ ଏହା ବି ଧ୍ୟାନ ରଖିବା ଉଚିତ ଯେ ଆପଣ ଯେଉଁ ରାଜ୍ୟରେ ନିବାସୀ ସେଠାକାର ନୁହେଁ ବରଂ ଅନ୍ୟ ରାଜ୍ୟର Tourist Desination କୁ ବୁଲିଯିବା ଉଚିତ । ଏହିପରି ଭାବେ ଆମେ ସ୍ୱଚ୍ଛ ସିଆଚୀନ୍, Single use Plastic ଓ e-waste ପରି ଗମ୍ଭୀର ବିଷୟରେ ଲଗାତାର ଭାବେ ଚର୍ଚ୍ଚା କରିଛୁ । ଆଜି ପୁରା ଦୁନିଆ ପରିବେଶର ଯେଉଁ issue କୁ ନେଇ ଏତେମାତ୍ରାରେ ବିବ୍ରତ ଓ ଚିନ୍ତିତ, ତା’ର ସମାଧାନ ଦିଗରେ ‘ମନ୍ କି ବାତ୍’ର ଏଭଳି ପ୍ରୟାସ ନିଶ୍ଚିତ ରୂପେ ଗୁରୁତ୍ୱ ବହନ କରେ ।
ସାଥୀଗଣ, ‘ମନ୍ କି ବାତ୍’କୁ ନେଇ ମୋତେ ଏଇଥର ଗୋଟିଏ ବିଶେଷ ବାର୍ତ୍ତା UNESCOର DG ଔଦ୍ରେ ଆଜୁଲେ (Audrey Azoulay)ଙ୍କ ପାଖରୁ ଆସିଛି । ସେ ସମଗ୍ର ଦେଶବାସୀଙ୍କୁ “ଶହେ ଏପିସୋଡ” (100th Episodes)ର ଏହି ଭବ୍ୟ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି । ଏହାସହିତ, ସେ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ଆସନ୍ତୁ, ଆମେ ପ୍ରଥମେ UNESCOe DGଙ୍କ ‘ମନ୍ କି ବାତ୍’ ଶୁଣିବା ।
# Audio (UNESCO DG) #
DG UNESCO: ନମସ୍କାର, ପ୍ରିୟ ପ୍ରଧାନମନ୍ତ୍ରୀ ମହୋଦୟ, ରେଡ଼ିଓ ପ୍ରସାରଣ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟରେ ଭାଗନେବାର ସୁଯୋଗ ପାଇଥିବାରୁ ୟୁନେସ୍କୋ ତରଫରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ୟୁନେସ୍କୋ ଏବଂ ଭାରତର ଏକ ସୁଦୀର୍ଘ ଅନୁରୂପ ଇତିହାସ ରହିଛି । ଆମ ଲକ୍ଷ୍ୟର ସମସ୍ତ ଦିଗ ଯଥା ଶିକ୍ଷା, ବିଜ୍ଞାନ, ସଂସ୍କୃତି ଏବଂ ସୂଚନା ଆଦିର ବିକାଶ କ୍ଷେତ୍ରରେ ଆମର ଏକ ଦୃଢ଼ ସହଭାଗିତା ରହିଆସିଛି। ଆଜିର ଏହି ଅବସରରେ ମୁଁ ଶିକ୍ଷାର ଗୁରୁତ୍ୱ ଉପରେ କହିବାକୁ ଚାହୁଁଛି । ୨୦୩୦ ମସିହା ସୁଦ୍ଧା ବିଶ୍ୱର ସମସ୍ତ ଲୋକଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ ପହଂଚାଇବାର ଲକ୍ଷ୍ୟନେଇ ୟୁନେସ୍କୋ ସହ ତା’ର ସଦସ୍ୟ ରାଷ୍ଟ୍ରମାନେ କାମ କରିଆସୁଛନ୍ତି । ଏହି ଲକ୍ଷ୍ୟ ପୂର୍ତି ପାଇଁ ପୃଥିବୀର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ ଆମକୁ କିଛି ମାର୍ଗଦର୍ଶନ ଦେଇପାରିବ, ସେ ବିଷୟରେ ଆପଣ ଆଲୋକପାତ କରିବେ କି? ୟୁନେସ୍କୋ ମଧ୍ୟ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ଦିଗରେ କାମ କରିଆସୁଛି । ଭାରତ ଏ ବର୍ଷ G20 ଦେଶଗୁଡ଼ିକର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟ ପାଇଁ ଦିଲ୍ଲୀକୁ ବିଶ୍ୱସ୍ତରୀୟ ନେତାମାନନଙ୍କର ଆଗମନ ହେବ । ମହାଶୟ, ଶିକ୍ଷା ଓ ସଂସ୍କୃତିକୁ ଏହି ଅନ୍ତର୍ଜାତୀୟ ଏଜେଣ୍ଡାର ଶୀର୍ଷ ସ୍ଥାନରେ ରଖିବାକୁ ଭାରତ କିଭଳି ପ୍ରୟାସ କରୁଛି? ଏହି ସୁଯୋଗ ପାଇଥିବାରୁ ମୁଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ଦେବା ସଙ୍ଗେ ଆପଣଙ୍କ ମାଧ୍ୟମରେ ଭାରତୀୟ ଜନସାଧାରଣଙ୍କୁ ଅଶେଷ ଶୁଭକାମନା ଜଣାଉଛି । ଖୁବ୍ଶୀଘ୍ର ଆପଣଙ୍କ ସହ ସାକ୍ଷାତ ହେବ, ବହୁତ ବହୁତ ଧନ୍ୟବାଦ ।
PM Modi : ଧନ୍ୟବାଦ ମହାଶୟା । ୧୦୦ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଥା ହୋଇ ମୁଁ ଆନନ୍ଦ ଅନୁଭବ କରୁଛି । ଆପଣ ଶିକ୍ଷା ଏବଂ ସଂସ୍କୃତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିବାରୁ ମୁଁ ବିଶେଷ ଭାବେ ଖୁସି ।
ବନ୍ଧୁଗଣ; UNESCOର DG ମହାଶୟା Education ଏବଂ Cultural Prevention ଅର୍ଥାତ୍ ଶିକ୍ଷା ଓ ସଂସ୍କୃତିର ସଂରକ୍ଷଣ ଦିଗରେ ଭାରତର ପ୍ରୟାସ ବିଷୟ ଜାଣିବାକୁ ଚାହିଁଛନ୍ତି । ଏ ଦୁଇଟିଯାକ ବିଷୟ ‘ମନ୍ କି ବାତ୍’ର ପସନ୍ଦର ବିଷୟ ରହିଆସିଛି ।
ଶିକ୍ଷା ଓ ସଂସ୍କୃତିର କଥା ହେଉ ବା ତା’ର ସଂରକ୍ଷଣ ବା ସଂବର୍ଦ୍ଧନର କଥା ହେଉ, ଏହା ସର୍ବଦା ଭାରତର ପରମ୍ପରା ହୋଇଆସିଛି । ଏ ଦିଗରେ ଆଜି ଦେଶ ଯେଉଁଭଳି କାମ କରୁଛି ତାହା ବାସ୍ତବରେ ବହୁତ ପ୍ରଶଂସନୀୟ । ରାଷ୍ଟ୍ରୀୟ ଶିକ୍ଷାନୀତି ହେଉ, ଆଂଚଳିକ ଭାଷା ମାଧ୍ୟମରେ ଶିକ୍ଷାଦାନର ବିକଳ୍ପ ହେଉ ଅଥବା ଶିକ୍ଷା ଓ ପ୍ରଯୁକ୍ତିର ଏକତ୍ରୀକରଣ ହେଉ, ଆପଣଙ୍କୁ ଏହିଭଳି ଅନେକ ପ୍ରୟାସ ଦେଖିବାକୁ ମିଳିବ । ବହୁ ବର୍ଷ ପୂର୍ବେ ଗୁଜରାଟରେ ଗୁଣାତ୍ମକ ଶିକ୍ଷା ଦେବାପାଇଁ ଏବଂ Drop Out ହାର କମ୍ କରିବା ପାଇଁ “ଗୁଣୋତ୍ସବ ଏବଂ ଶାଳାପ୍ରବେଶୋତ୍ସବ” ଭଳି କାର୍ଯ୍ୟକ୍ରମ ଜନଭାଗିଦାରୀର ଏକ ଅଦ୍ଭୁତ ଉଦାହରଣ ହୋଇପାରିଥିଲା । ‘ମନ୍ କି ବାତ୍’ରେ ମୁଁ ଏହିଭଳି ଅନେକ ଲୋକଙ୍କ ପ୍ରୟାସକୁ Highlight କରିଛି ଯେଉଁମାନେ କି ନିଃସ୍ୱାର୍ଥ ଭାବରେ ଶିକ୍ଷା ପାଇଁ କାମ କରୁଛନ୍ତି । ଆପଣଙ୍କର ମନେଥିବ, ଥରେ ମୁଁ ଓଡ଼ିଶାରେ ଠେଲାଗାଡ଼ିରେ ଚା’ ବିକୁଥିବା ସ୍ୱର୍ଗତଃ ଡି. ପ୍ରକାଶ ରାଓଙ୍କ କଥା ଆଲୋଚନା କରିଥିଲି, ଯିଏକି ଗରିବ ପିଲାମାନଙ୍କ ପଢ଼ାଇବାର ମିଶନରେ ଲାଗିପଡ଼ିଥିଲେ । ଝାଡ଼ଖଣ୍ଡର ଏକ ଗାଁରେ ଡିଜିଟାଲ ଲାଇବ୍ରେରୀ ଚଳାଉଥିବା ସଂଜୟ କୁମାରଙ୍କ କଥା ହେଉ ବା କୋଭିଡ ସମୟରେ e-learning ମାଧ୍ୟମରେ ଅନେକ ପିଲାମାନଙ୍କୁ ସାହାଯ୍ୟ କରୁଥିବା ହେମଲତ N.K. ହୁଅନ୍ତୁ, ଏହିଭଳି ଅନେକ ଶିକ୍ଷକଙ୍କ ଉଦାହରଣ ମୁଁ ‘ମନ୍ କି ବାତ୍’ରେ ଦେଇଛି । ମୁଁ ସାଂସ୍କୃତିକ ସଂରକ୍ଷଣର ପ୍ରୟାସକୁ ସର୍ବଦା ‘ମନ୍ କି ବାତ୍’ରେ ସ୍ଥାନ ଦେଇଛି ।
ଲାକ୍ଷାଦ୍ୱୀପର Kummel brothers Challengers Club ହେଉ ଅଥବା କର୍ଣ୍ଣାଟକର “କ୍ୱେମଶ୍ରୀ ଜୀ କଳା ଚେତନା” ଭଳି ମଂଚ ହେଉ, ଦେଶର କୋଣ ଅନୁକୋଣରୁ ଲୋକମାନେ ଚିଠି ମାଧ୍ୟମରେ ମୋତେ ଏହିଭଳି ଉଦାହରଣଗୁଡ଼ିକ ପଠାଇଛନ୍ତି । ଦେଶଭକ୍ତିମୂଳକ ଗୀତ, ନାନାବାୟା ଗୀତ ଏବଂ ରଙ୍ଗୋଲୀ – ଏହି ତିନୋଟି ପ୍ରତିଯୋଗିତା ବିଷୟରେ ମଧ୍ୟ ମୁଁ ଉଲ୍ଲେଖ କରିଥିଲି । ଆପଣମାନେ ଧ୍ୟାନ ଦେଇଥିବେ, ଥରେ ମୁଁ ସାରା ଦେଶର Story teller ମାନଙ୍କ ସହିତ Story telling ମାଧ୍ୟମରେ ଶିକ୍ଷାଦାନର ଭାରତୀୟ ପରମ୍ପରା ଉପରେ ଚର୍ଚ୍ଚା କରିଥିଲି । ମୋର ଅତୁଟ ବିଶ୍ୱାସ ଯେ ସାମୂହିକ ପ୍ରୟାସ ଦ୍ୱାରା ବହୁତ ବଡ଼ ପରିବର୍ତନ ଆସିପାରିବ । ଏ ବର୍ଷ ଆମେ ଯେତେବେଳେ ସ୍ୱାଧୀନତାର ଅମୃତକାଳରେ ଆଗେଇ ଚାଲିଛନ୍ତି, ତା’ସହିତ G-20 ର ଅଧ୍ୟକ୍ଷତା ମଧ୍ୟ କରୁଛନ୍ତି । ଏହା ବି ଏକ କାରଣ ଯାହାଦ୍ୱାରା ଶିକ୍ଷା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ (Global Culture)ବୈଶ୍ୱିକ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଆମର ସଂକଳ୍ପ ଆହୁରି ମଜଭୁତ ହୋଇପାରିଛି ।
ମୋର ପ୍ରିୟ ଦେଶବାସୀଗଣ ଆମ ଉପନିଷଦର ଗୋଟିଏ ମନ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ଆମ ମନକୁ ପ୍ରେରଣା ଦେଇଆସିଛି ।
ଚରୈବତି ଚରୈବତି ଚରୈବତି
ଅର୍ଥାତ୍ ନିରନ୍ତର ଚାଲୁଥାଅ, ଚାଲୁଥାଅ, ଚାଲୁଥାଅ ।
ଆଜି ଏହି ଚରୈବତିର ଭାବନା ସହିତ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟ ପୂର୍ଣ୍ଣ କରୁଛୁ । ଭାରତର ସାମାଜିକ ବିବିଧତାକୁ ମଜଭୁତ୍ କରିବାରେ ‘ମନ୍ କି ବାତ୍’ କୌଣସି ମାଳାର ସେହି ସୂତାର କାର୍ଯ୍ୟ କରିଥାଏ, ଯାହା ସମ୍ପୂର୍ଣ୍ଣ ମାଳାରେ ଥିବା ପ୍ରତିଟି ମାଳିକୁ ବାନ୍ଧିରଖିଥାଏ । ପ୍ରତି ଅଧ୍ୟାୟରେ ଦେଶବାସୀମାନଙ୍କ ସେବା ଓ ସାମର୍ଥ୍ୟ ଅନ୍ୟକୁ ପ୍ରେରଣା ଦେଇଆସିଛି । ଏହି କାର୍ଯ୍ୟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ବ୍ୟକ୍ତିଟି ପାଇଁ ପ୍ରେରଣା ହୋଇଥାଏ । କହିବାକୁ ଗଲେ ‘ମନ୍ କି ବାତ୍’ର ପ୍ରତ୍ୟେକଟି ଅଧ୍ୟାୟ ଆଗାମୀ ଅଧ୍ୟାୟ ପାଇଁ ଭିତିଭୂମି ପ୍ରସ୍ତୁତ କରେ । ‘ମନ୍ କି ବାତ୍’ ସବୁବେଳେ ସଦ୍ଭାବନା, ସେବା ଭାବନା ଓ କର୍ତବ୍ୟ ଭାବନାକୁ ନେଇ ଆଗକୁ ଚାଲିଛି । ସ୍ୱାଧୀନତାର ଅମୃତ କାଳରେ ଏହି ସକାରାତ୍ମକ ଭାବ ଦେଶକୁ ଆଗେଇନେବ, ଏକ ନୂତନ ଉଚ୍ଚତାରେ ପହଞ୍ଚାଇଦେବ ଏବଂ ମୁଁ ବହୁତ ଖୁସି ଯେ ‘ମନ୍ କି ବାତ୍’ରୁ ଯେଉଁ ଶୁଭାରମ୍ଭ ହୋଇଛି ତାହା ଦେଶର ଏକ ନୂତନ ପରମ୍ପରାରେ ପରିଣତ ହୋଇଛି । ଏକ ଏଭଳି ପରମ୍ପରା ଯେଉଁଥିରେ ଆମକୁ ‘ସବ୍ କା ପ୍ରୟାସ୍’ର ଭାବନା ଦେଖିବାକୁ ମିଳୁଛି ।
ବନ୍ଧୁଗଣ, ମୁଁ ଆଜି ଆକାଶବାଣୀର ବନ୍ଧୁମାନଙ୍କୁ ବି ଧନ୍ୟବାଦ ଦେବି ଯେଉଁମାନେ ବହୁତ ଧୈର୍ଯ୍ୟର ସହିତ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ରେକର୍ଡ଼ କରୁଛନ୍ତି । ସେଇ ଅନୁବାଦକମାନେ ଯେଉଁମାନେ ବହୁତ କମ୍ ସମୟରେ ତୀବ୍ର ଗତିରେ ‘ମନ୍ କି ବାତ୍’କୁ ବିଭିନ୍ନ ଆଂଚଳିକ ଭାଷାରେ ଅନୁବାଦ କରୁଛନ୍ତି ମୁଁ ସେମାନଙ୍କ ନିକଟରେ ମଧ୍ୟ ଋଣୀ । ମୁଁ ଦୂରଦର୍ଶନ ତଥା MyGov ର ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି । ସାରାଦେଶର TVChannels, Electronic Media ର ଲୋକମାନେ ଯେଉଁମାନେ ବିନା Commercial Break ରେ ‘ମନ୍ କି ବାତ୍’କୁ ଦେଖାଉଛନ୍ତି ସେମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ବ୍ୟକ୍ତ କରୁଛି ଏବଂ ପରିଶେଷରେ ମୁଁ ସେମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ‘ମନ୍ କି ବାତ୍’ର ନେତୃତ୍ୱ ନେଇଆସିଛନ୍ତି – ଭାରତର ଲୋକ, ଭାରତ ଉପରେ ଆସ୍ଥା ରଖିଥିବା ଲୋକ । ଏସବୁ କିଛି ଆପଣମାନଙ୍କ ପ୍ରେରଣା ଓ ଶକ୍ତି ଦ୍ୱାରା ସମ୍ଭବ ହୋଇପାରଛି ।
ବନ୍ଧୁଗଣ, ଏମିତି ବି ମୋ ମନରେ ଆଜି ଏତେକଥା କହିବାକୁ ଅଛି ଯେ ସେସବୁ ପାଇଁ ସମୟ ଓ ଶବ୍ଦ ଦୁଇଟା ଯାକର ଅଭାବ ଅନୁଭୂତ ହେଉଛି । କିନ୍ତୁ ମୋର ବିଶ୍ୱାସ ଅଛି ଯେ ଆପଣମାନେ ମୋର ଭାବକୁ ବୁଝିବେ ମୋର ଭାବନାକୁ ମଧ୍ୟ ବୁଝିବେ । ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ‘ମନ୍ କି ବାତ୍’ ମାଧ୍ୟମରେ ଆପଣଙ୍କ ମଧ୍ୟରେ ଅଛି ଏବଂ ଆପଣଙ୍କ ମଧ୍ୟରେ ରହିବି । ଆଗାମୀ ମାସରେ ପୁଣି ସାକ୍ଷାତ ହେବ । ପୁଣି ନୂଆ ବିଷୟ ଓ ନୂଆ ସୂଚନା ସହିତ ଦେଶବାସୀମାନଙ୍କର ସଫଳତାକୁ ପାଳନ କରିବା । ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଏବଂ ନିଜର ତଥା ନିଜ ଲୋକମାନଙ୍କର ଧ୍ୟାନ ରଖନ୍ତୁ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଆଜି ଏହି ଆଲୋଚନାକୁ ଆରମ୍ଭ କରିବା ସମୟରେ ମନରେ ଅନେକ ଭାବନା ଉଙ୍କି ମାରୁଛି । ଆମର ଓ ଆପଣଙ୍କର ‘ମନ୍ କି ବାତ୍’ର ଏହି ସମ୍ପର୍କ ୯୯ ତମ ସୋପାନରେ ଆସି ପହଂଚିଛି । ସାଧାରଣତଃ ଆମେ ଶୁଣିବାକୁ ପାଉଁ ଯେ, ୯୯ର ଏହି ସ୍ଥାନଟି ବହୁତ କଠିନ ହୋଇଥାଏ । କ୍ରିକେଟରେ ତ ନର୍ଭସ୍ ନାଇଂଟିଜ୍ କୁ ଅତ୍ୟନ୍ତ କଠିନ ସ୍ତର ମନେ କରାଯାଇଥାଏ । କିନ୍ତୁ ଯେଉଁଠି ଭାରତର ଜନ ଜନଙ୍କର ମନର କଥା ହେଉଥାଏ, ସେଠାକାର ପ୍ରେରଣା କିଛି ଭିନ୍ନ ହୋଇଥାଏ । ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟକୁ ନେଇ ଦେଶର ଜନସାଧାରଣଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଥିବାରୁ ମୁଁ ଖୁସି ଅନୁଭବ କରୁଛି । ମୋ ପାଖକୁ ଅନେକ ବାର୍ତା ଆସୁଛି, ଫୋନ କଲ ଆସୁଛି । ଆଜି ଯେତେବେଳେ ଆମେ ସ୍ୱାଧୀନତାର ଅମୃତକାଳ ପାଳନ କରୁଛୁ, ନୂତନ ସଂକଳ୍ପ ସହିତ ଆଗକୁ ବଢ଼ୁଛୁ, ସେତେବେଳେ ୧୦୦ତମ ‘ମନ୍ କି ବାତ୍’କୁ ନେଇ ଆପଣଙ୍କ ପରାମର୍ଶ ଏବଂ ଚିନ୍ତାଧାରାକୁ ଜାଣିବା ପାଇଁ ମୁଁ ମଧ୍ୟ ବହୁତ ଉତ୍ସୁକ । ଆପଣଙ୍କ ଏଭଳି ପରାମର୍ଶଗୁଡ଼ିକୁ ଜାଣିବା ପାଇଁ ମୁଁ ମଧ୍ୟ ବହୁତ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଅବଶ୍ୟ ସବୁବେଳେ ଏଗୁଡ଼ିକ ପାଇଁ ପ୍ରତୀକ୍ଷା ରହିଥାଏ, କିନ୍ତୁ ଏଥର ଟିକିଏ ଅଧିକ ରହିଛି । ଆପଣଙ୍କର ଏହି ପରାମର୍ଶ ଆଉ ବିଚାର ହିଁ ଏପ୍ରିଲ ୩୦ ତାରିଖ ଦିନ ହେବାକୁ ଥିବା ‘ମନ୍ କି ବାତ୍’କୁ ଆହୁରି ସ୍ମରଣୀୟ କରିଦେବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ କି ବାତ୍’ରେ ଆମେ ଏଭଳି ହଜାର ହଜାର ଲୋକଙ୍କ ବିଷୟରେ ଆଲୋଚନା କରିଛୁ, ଯେଉଁମାନେ ଅନ୍ୟମାନଙ୍କ ସେବା ପାଇଁ ନିଜର ଜୀବନକୁ ସମର୍ପିତ କରିଦେଇଥାଆନ୍ତି । ଏଭଳି ଅନେକ ଲୋକ ଥାଆନ୍ତି, ଯେଉଁମାନେ ଝିଅମାନଙ୍କ ଶିକ୍ଷା ପାଇଁ ନିଜର ସାରା ପେନ୍ସନ୍ ଖର୍ଚ୍ଚ କରିଦେଇଥାଆନ୍ତି । କେହି ନିଜ ଜୀବନଯାକର ଉପାର୍ଜନକୁ ପରିବେଶ ଓ ପ୍ରାଣୀ ସେବା ପାଇଁ ସମର୍ପିତ କରିଦେଇଥାଏ । ଆମ ଦେଶରେ ପରମାର୍ଥକୁ ଏତେ ଉଚ୍ଚ ସ୍ଥାନ ଦିଆଯାଇଛି ଯେ, ଅନ୍ୟମାନଙ୍କ ସୁଖ ପାଇଁ ଲୋକେ ନିଜର ସର୍ବସ୍ୱ ଦାନ କରିବାରେ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେଇଥିପାଇଁ ତ ଆମକୁ ପିଲାଦିନେ ଶିବି ଓ ଦଧିଚିଙ୍କ ଭଳି ଦେହ-ଦାନୀଙ୍କ କାହାଣୀ କୁହାଯାଇଥାଏ।
ବନ୍ଧୁଗଣ, ଆଧୁନିକ ଚିକିତ୍ସା ବିଜ୍ଞାନର ଏହି ସମୟରେ ଅଙ୍ଗ ଦାନ କୌଣସି ବ୍ୟକ୍ତିକୁ ଜୀବନ ଦାନ କରିବାର ଗୋଟିଏ ବହୁତ ବଡ଼ ମାଧ୍ୟମ ହୋଇସାରିଛି । କୁହାଯାଏ ଯେ, ଯଦି ଜଣେ ବ୍ୟକ୍ତି ମୃତ୍ୟୁ ପରେ ନିଜର ଶରୀର ଦାନ କରେ, ତେବେ ସେଥିରୁ ୮ ରୁ ୯ ଜଣଙ୍କୁ ଗୋଟିଏ ନୂଆ ଜୀବନ ମିଳିବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଦେଶରେ ଆଜି ଅଙ୍ଗଦାନ ପ୍ରତି ସଚେତନତା ବୃଦ୍ଧି ହେଉଥିବା ସନ୍ତୋଷଜନକ କଥା । ୨୦୧୩ରେ ଆମ ଦେଶରେ ଅଙ୍ଗଦାନର ମାମଲା ସଂଖ୍ୟା ୫ ହଜାରରୁ ବି କମ ଥିବାବେଳେ, ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୫ ହଜାରରୁ ଅଧିକ ହୋଇଯାଇଛି । ଅଙ୍ଗଦାନ କରୁଥିବା ଲୋକେ ଏବଂ ତାଙ୍କ ପରିବାରବର୍ଗ ପ୍ରକୃତରେ ବହୁତ ପୁଣ୍ୟ କାର୍ଯ୍ୟ କରିଛନ୍ତି ।
ବନ୍ଧୁଗଣ, ଏଭଳି ପୁଣ୍ୟକାର୍ଯ୍ୟ କରୁଥିବା ଲୋକଙ୍କ ମନର କଥା ଜାଣିବା ଏବଂ ତାହାକୁ ଦେଶବାସୀଙ୍କ ସହ ଶେୟାର କରିବା ପାଇଁ ମଧ୍ୟ ବହୁତ ଦିନରୁ ମୋର ଇଚ୍ଛା ଥିଲା । ତେଣୁ, ‘ମନ୍ କି ବାତ୍’ରେ ଆଜି ଆମ ସହିତ ସୁନ୍ଦର କଣ୍ଢେଈ ଭଳି ଜଣେ କୁନି ଝିଅର ବାପା-ମାଆ ଆମ ସହିତ ଯୋଡ଼ି ହେବାକୁ ଯାଉଛନ୍ତି । ବାପାଙ୍କ ନାଁ ହେଉଛି ସୁଖବୀର ସିଂ ସାନ୍ଧୁ ଏବଂ ମାଆଙ୍କ ନାଁ ହେଉଛି ସୁପ୍ରିତ କୌର । ଏହ ପରିବାର ପଞ୍ଜାବର ଅମୃତସରଠାରେ ରହୁଛନ୍ତି । ଅନେକ ଦିନ ପରେ ଗୋଟିଏ ଖୁବ ସୁନ୍ଦର କଣ୍ଡେଈ ଭଳି ଝିଅ ପାଇ ବାପା-ମାଆଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥିଲା । ଘର ଲୋକେ ସ୍ନେହରେ ତା ନାଁ ରଖିଥିଲେ ଅବାବତ୍ କୌର । ଅବାବତ୍ ର ଅର୍ଥ ଅନ୍ୟମାନଙ୍କ ସେବା ସହ ଜଡ଼ିତ, ଅନ୍ୟମାନଙ୍କ କଷ୍ଟ ଦୂର କରିବା ସହ ଜଡ଼ିତ । ଯେତେବେଳେ ଅବାବତ୍ ମାତ୍ର ୩୯ ଦିନର ହୋଇଥିଲା, ସେତେବେଳେ ସେ ଏହି ଦୁନିଆ ଛାଡ଼ି ଚାଲିଗଲା । କିନ୍ତୁ ସୁଖବୀର ସିଂ ସାନ୍ଧୁ, ତାଙ୍କ ସ୍ତ୍ରୀ ସୁପ୍ରିତ କୌର ଏବଂ ତାଙ୍କ ପରିବାରବର୍ଗ ଗୋଟିଏ ପ୍ରେରଣାଦାୟୀ ନିଷ୍ପତି ଗ୍ରହଣ କଲେ । ଏହି ନିଷ୍ପତିଟି ଥିଲା ୩୯ ଦିନ ବୟସ୍କ ଝିଅର ଅଙ୍ଗଦାନର, ଅର୍ଗାନ ଡୋନେସନରେ। ଆମ ସହିତ ବର୍ତମାନ ଫୋନ୍ ଲାଇନ୍ରେ ରହିଛନ୍ତି ସୁଖବୀର ସିଂ ଏବଂ ତାଙ୍କ ଶ୍ରୀମତି । ଆସନ୍ତୁ, ତାଙ୍କ ସହିତ କଥା ହେବା ।
ପ୍ରଧାନମନ୍ତ୍ରୀ - ସୁଖବୀର ଜୀ , ନମସ୍କାର ।
ସୁଖବୀର ସିଂ - ନମସ୍କାର, ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ । ସତ୍ ଶ୍ରୀ ଅକାଲ୍ ।
ପ୍ରଧାନମନ୍ତ୍ରୀ - ସତ୍ ଶ୍ରୀ ଅକାଲ୍ ଆଜ୍ଞା, ସତ୍ ଶ୍ରୀ ଅକାଲ୍ । ସୁଖବୀର ଜୀ, ମୁଁ ଆଜି ‘ମନ୍ କି ବାତ୍’ ବିଷୟରେ ଚିନ୍ତା କରୁଥିଲି, ସେତେବେଳେ ମୋତେ ଲାଗିଲା ଯେ, ଅବାବାତ୍ର କଥା ଏତେ ପ୍ରେରଣାଦାୟକ ଯେ, ତାହାକୁ ଆପଣଙ୍କ ମୁହଁରୁ ଶୁଣିବି । କାରଣ କୌଣସି ଘରେ ଝିଅର ଜନ୍ମ ଅନେକ ସ୍ୱପ୍ନ, ଅନେକ ଖୁସି ନେଇ ଆସିଥାଏ। କିନ୍ତୁ, ଝିଅ ଏତେ କମ ଦିନରେ ଚାଲିଯିବାର କଷ୍ଟ କେତେ ଭୟଙ୍କର ହୋଇଥିବ ସେ କଥା ମଧ୍ୟ ମୁଁ ଅନୁମାନ କରିପାରୁଛି । ଆପଣ ଯାହା ନିଷ୍ପତି ଗ୍ରହଣ କଲେ, ସେ ବିଷୟରେ ସମସ୍ତ କଥା ମୁଁ ଜାଣିବାକୁ ଚାହୁଁଛି ।
ସୁଖବୀର ସିଂ - ସାର୍, ଭଗବାନ ତ ଆମକୁ ଗୋଟିଏ ଭଲ ସନ୍ତାନ ଦେଇଥିଲେ, ସୁନ୍ଦର କଣ୍ଢେଇ ଭଳି ଝିଅଟିଏ ଆମ ଘରକୁ ଆସିଥିଲା । ତାର ଜନ୍ମ ହେଲା ପରେ ଆମେ ଜାଣିପାରିଲୁ ଯେ, ତା ମସ୍ତିଷ୍କରେ ନାଡ଼ିଗୁଡ଼ିକ ଏଭଳି ଭାବେ ଛନ୍ଦି ହୋଇରହିଛି, ଯାହାଫଳରେ ତାର ହୃଦୟର ଆକାର ବଡ଼ ହୋଇଚାଲିଛି । ସୁସ୍ଥ ଦେଖାଯାଉଥିବା ଏତେ ସୁନ୍ଦର ଝିଅଟିର ଏଭଳି ସମସ୍ୟା ରହିଥିବା କଥା ଜାଣି ଆମକୁ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ଲାଗିଲା । ଆରମ୍ଭର ୨୪ ଦିନ ତ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ରହିଲା । ହଠାତ୍ ତା ହୃଦୟ କାମ କରିବା ବନ୍ଦ କରିଦେଲା । ଆମେ ତୁରନ୍ତ ତାକୁ ଡାକ୍ତରଖାନାକୁ ନେଇଗଲୁ । ସେଠାରେ ଡାକ୍ତରମାନେ ତାକୁ ରିଭାଇଭ୍ ତ କରିଦେଲେ କିନ୍ତୁ ତାର କ’ଣ ଅସୁବିଧା ହୋଇଛି, ତାହା ବୁଝିବାରେ ସମୟ ଲାଗିଲା । ଏତେ ଛୋଟ ପିଲାର ହଠାତ୍ ହୃଦଘାତ ଭଳି ବିରାଟ ସମସ୍ୟା ଦେଖାଦେଲା । ତେଣୁ ଆମେ ତାକୁ ଚିକିତ୍ସା ପାଇଁ ପିଜିଆଇ ଚଣ୍ଡିଗଡ଼କୁ ନେଇଗଲୁ । ସେଠାରେ ଶିଶୁଟି ସାହସର ସହିତ ଚିକିତ୍ସା ପାଇଁ ସଂଘର୍ଷ କଲା । କିନ୍ତୁ ଏତେ କମ ବୟସରେ ଏଭଳି ବ୍ୟାଧିର ଚିକିତ୍ସା ସମ୍ଭବ ନ ଥିଲା । ତାକୁ ରିଭାଇଭ୍ କରିବା ପାଇଁ ଡାକ୍ତରମାନେ ଅନେକ ଚେଷ୍ଟା କଲେ । ପିଲାଟି ଛଅ ମାସର ହୋଇଗଲେ ତାର ଅସ୍ତ୍ରୋପଚାର କଥା ଚିନ୍ତା କରାଯାଇ ପାରିଥାଆନ୍ତା । କିନ୍ତୁ ଈଶ୍ୱରଙ୍କ ଇଚ୍ଛା କିଛି ଭିନ୍ନ ଥିଲା । ସେ ମାତ୍ର ୩୯ ଦିନର ହୋଇଥିବା ବେଳେ ଡାକ୍ତର କହିଲେ ଯେ, ପୁଣି ଥରେ ତାର ହୃଦଘାତ ହୋଇଛି । ଏଥର ଆଶା ବହୁତ କମ୍ । ତେଣୁ ଆମେ ଦୁହେଁ ସ୍ୱାମୀ, ସ୍ତ୍ରୀ ଏହି ନିଷ୍ପତି ନେଲୁ କାହିଁକିନା ଆମେ ତାକୁ ସାହସର ସହିତ ମୁକାବିଲା କରିବା ଦେଖିଥିଲୁ । ବାରମ୍ବାର ଲାଗୁଥିଲା ସେ ଏବେ ଚାଲିଯିବ କିନ୍ତୁ ସେ ପୁଣି ରିଭାଇଭ୍ କରୁଥିଲା । ସେତେବେଳେ ଆମକୁ ଲାଗିଲା ଯେ, ଏହି ଶିଶୁଟି ଏଠିକି ଆସିବା ପଛରେ ହୁଏତ କିଛି ଉଦ୍ଦେଶ୍ୟ ରହିଛି । ସେମାନେ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ଆଶା ତ୍ୟାଗ କରିଦେଲେ, ସେତେବେଳେ ଆମେ ଦୁହେଁ ଶିଶୁଟିର ଅଙ୍ଗଦାନ କରିବାର ନିଷ୍ପତି ଗ୍ରହଣ କଲୁ । ଏହାଦ୍ୱାରା ହୁଏତ ଆଉ କାହା ଜୀବନ ଆଲୋକିତ ହୋଇପାରେ । ତା ପରେ ଆମେ ପିଜିଆଇ ର ଆଡମିନିଷ୍ଟ୍ରେଟିଭ୍ ବ୍ଲକ ସହ ଯୋଗାଯୋଗ କଲୁ । ସେମାନେ ଆମକୁ ପରାମର୍ଶ ଦେଇ କହିଲେ ଯେ, ଏତେ ଛୋଟ ଶିଶୁଟିର କେବଳ କିଡନି ହିଁ ସଂଗ୍ରହ କରାଯାଇପାରେ । ପରମାତ୍ମା ସାହସ ଦେଲେ । ଗୁରୁ ନାନକ ସାହେବଙ୍କ ଚିନ୍ତାଧାରା ମଧ୍ୟ ଏହିଭଳି। ଏ କଥା ଚିନ୍ତା କରି ଆମେ ନିଷ୍ପତି ନେଲୁ ।
ପ୍ରଧାନମନ୍ତ୍ରୀ – ଗୁରୁମାନଙ୍କ ଶିକ୍ଷାକୁ ଆପଣ ବାସ୍ତବ କରି ଦେଖାଇଲେ । ସୁପ୍ରିତ ଜୀ ଅଛନ୍ତି କି? ତାଙ୍କ ସହିତ କଥା ହୋଇପାରିବି ?
ସୁଖବୀର ସିଂ - ଆଜ୍ଞା ।
ସୁପ୍ରିତ - ହ୍ୟାଲୋ . . .
ପ୍ରଧାନମନ୍ତ୍ରୀ - ସୁପ୍ରିତ ଜୀ, ମୁଁ ଆପଣଙ୍କୁ ପ୍ରଣାମ କରୁଛି ।
ସୁପ୍ରିତ - ନମସ୍କାର ଆଜ୍ଞା, ନମସ୍କାର । ସାର୍, ଇଏ ଆମ ପାଇଁ ଗର୍ବର ବିଷୟ ଯେ ଆପଣ ଆମ ସହିତ କଥା ହେଉଛନ୍ତି ।
ପ୍ରଧାନମନ୍ତ୍ରୀ - ଆପଣ ଏତେ ବଡ଼ କାମ କରିଛନ୍ତି । ଆଉ ମୁଁ ମନେ କରୁଛି ଯେ, ଦେଶ ଯେତେବେଳେ ଏ କଥା ଶୁଣିବ, ସେତେବେଳେ ଅନେକ ଲୋକ ଅନ୍ୟ ଲୋକଙ୍କ ଜୀବନ ବଂଚାଇବା ପାଇଁ ଆଗେଇ ଆସିବେ । ଅବାବତ୍ର ଅବଦାନ ବହୁତ ବଡ଼ ।
ସୁପ୍ରିତ - ସାର୍ ଏଭଳି ନିଷ୍ପତି ଗ୍ରହଣ କରିବା ପାଇଁ ସାହସ ହୁଏତ ଗୁରୁ ନାନକ ବାଦଶାହ୍ ଜୀଙ୍କ କରୁଣାରୁ ହିଁ ମିଳିଲା ।
ପ୍ରଧାନମନ୍ତ୍ରୀ - ଗୁରୁଙ୍କ କୃପା ବିନା ତ କିଛି ସମ୍ଭବ ନୁହେଁ ।
ସୁପ୍ରିତ - ହଁ ଆଜ୍ଞା, ଠିକ୍ କଥା ।
ପ୍ରଧାନମନ୍ତ୍ରୀ - ସୁଖବୀର ଜୀ, ଆପଣ ଯେତେବେଳେ ଡାକ୍ତରଖାନାରେ ଥିବେ ଆଉ ଡାକ୍ତର ଆପଣଙ୍କୁ ଏଭଳି ଗୋଟିଏ ଖବର ଦେଇଥିବେ, ସେଭଳି ପରିସ୍ଥିତିରେ ବି ଆପଣ ଏବଂ ଆପଣଙ୍କ ପତ୍ନୀ ଗୋଟିଏ ସୁସ୍ଥ ମନରେ ଏତେ ବଡ଼ ନିଷ୍ପତି ଗ୍ରହଣ କଲେ । ଏହା ଅବଶ୍ୟ ଗୁରୁଙ୍କ ବାଣୀର ପ୍ରଭାବ ଯେ ଆପଣଙ୍କ ମନରେ ଏତେ ଉଦାର ଭାବନା ସୃଷ୍ଟି ହେଲା ଏବଂ ଅବାବତ୍ର ଅର୍ଥ ଯାହା ସାଧାରଣ ଭାଷାରେ ସାହାଯ୍ୟକାରୀ ହୋଇଥାଏ, ତାହା ଏକ ବାସ୍ତବତା ହେଲା । ସେହି ମୁହୁର୍ତର କଥା ମୁଁ ଶୁଣିବାକୁ ଚାହୁଁଛି ।
ସୁଖବୀର ସିଂ - ସାର୍, ଆମର ପରିବାରର ଜଣେ ବନ୍ଧୁ ହେଉଛନ୍ତି ପ୍ରିୟା ଜୀ । ସେ ମଧ୍ୟ ନିଜ ଅଙ୍ଗ ଦାନ କରିଥିଲେ, ଯାହା ଆମକୁ ପ୍ରେରଣା ଯୋଗାଇଥିଲା । ସେତେବେଳେ ଆମେ ଭାବିଲୁ ଯେ, ଶରୀର ତ ପଂଚତତ୍ୱରେ ବିଲୀନ ହୋଇଯିବ । ଯେତେବେଳେ କେହି ମୃତ୍ୟବରଣ କରେ, ତା ଶରୀରକୁ ଅଗ୍ନି ସଂସ୍କାର କରାଯାଏ କିମ୍ବା କବର ଦିଆଯାଏ । କିନ୍ତୁ ତା ଅଙ୍ଗ ଯଦି କାହା କାମରେ ଲାଗେ, ତାହେଲେ ଏହା ନିଶ୍ଚିତ ଭାବେ ଏକ ପୂଣ୍ୟକାର୍ଯ୍ୟ । ସେତେବେଳେ ଆମେ ବହୁତ ଗର୍ବ ଅନୁଭବ କଲୁ, ଯେତେବେଳେ ଡାକ୍ତର ଆମକୁ ଜଣାଇଲେ ଯେ, ଆପଣଙ୍କ ଝିଅ ଦେଶର ସର୍ବକନିଷ୍ଠ ଅଙ୍ଗଦାତା ହୋଇପାରିଛି, ଯାହାର ଅଙ୍ଗ ସଫଳତାର ସହ ଅନ୍ୟଠାରେ ପ୍ରତିରୋପଣ କରାଯାଇପାରିଛି । ତେଣୁ ଆମର ମଥା ଗର୍ବରେ ଉଚ୍ଚା ହୋଇଗଲା । ଆମେ ପିତା-ମାତା ଏତେ ଦିନଯାଏ କୌଣସି ସୁନାମ ଅର୍ଜନ କରିପାରି ନ ଥିଲୁ, ଅଥଚ, ଏହି କୁନି ଝିଅଟି ଆସି ଏତେ କମ୍ ଦିନରେ ଆମକୁ ସୁନାମ ଦେଇ ଚାଲିଗଲା। ଆଉ ତାଠୁ ବଡ଼ କଥା ହେଲା ଯେ, ତାହାରି ବିଷୟରେ ଆଜି ଆପଣଙ୍କ ସହିତ କଥାବାର୍ତା ହୋଇପାରିଲୁ । ଆମେ ଗର୍ବ ଅନୁଭବ କରୁଛୁ ।
ପ୍ରଧାନମନ୍ତ୍ରୀ- ସୁଖବୀର ଜୀ, ଆଜି ଆପଣଙ୍କ ଝିଅର କେବଳ ଗୋଟିଏ ଅଙ୍ଗ ଜୀବିତ ଅଛି, ଏମିତି ଆଦୌ ନୁହେଁ । ଆପଣଙ୍କ ଝିଅ ମାନବିକତାର ଅମରଗାଥାରେ ଅମରଯାତ୍ରୀ ପାଲଟିଯାଇଛି । ନିଜ ଶରୀରର ଏକ ଅଂଶ ମାଧ୍ୟମରେ ସେ ଆଜି ବି ଆମ ଗହଣରେ ଉପସ୍ଥିତ ରହିଛି । ଏହି ମହତର କାର୍ଯ୍ୟ ପାଇଁ ମୁଁ ଆପଣଙ୍କୁ ଏବଂ ଆପଣଙ୍କର ଧର୍ମପତ୍ନୀଙ୍କୁ ତଥା ଆପଣଙ୍କର ପୁରା ପରିବାରର ଭୁରି ଭୁରି ପ୍ରଶଂସା କରୁଛି ।
ସୁଖବୀର ସିଂ - Thank you Sir.
ପ୍ରଧାନମନ୍ତ୍ରୀ - ସାଥୀଗଣ, ଅଙ୍ଗଦାନ ପାଇଁ ସବୁଠୁ ବଡ଼ ସାହସିକତା ହେଉଛି ଯେ ସଂସାର ଛାଡ଼ିବା ପୂର୍ବରୁ ବି ଆମଦ୍ୱାରା କାହାରି ନା କାହାରି ଉପକାର ହୋଇଯାଉ, କାହାରି ନା କାହାରି ଜୀବନ ବଂଚିଯାଉ । ଯେଉଁ ବ୍ୟକ୍ତିମାନେ ଅଙ୍ଗଦାନର ପ୍ରତୀକ୍ଷା କରିଥାନ୍ତି ସେମାନେ ଅନୁଭବ କରିଥାନ୍ତି ଯେ ଅପେକ୍ଷାର ପ୍ରତ୍ୟେକଟି ମୁହୂର୍ତ ସହ ସମୟ ବିତାଇବା କେତେ କଷ୍ଟଦାୟକ ହୋଇଥାଏ ଏବଂ ଏମିତି ଘଡ଼ିସନ୍ଧି ମୁହୂର୍ତରେ ଯେତେବେଳେ କୌଣସି ସହୃଦୟ ବ୍ୟକ୍ତି ଅଙ୍ଗଦାନ ବା ଦେହଦାନ କରିବାକୁ ଆଗେଇଆସେ ତ ସେ ବ୍ୟକ୍ତି ଭିତରେ ଆମକୁ ଈଶ୍ୱରଙ୍କର ସ୍ୱରୂପ ଦର୍ଶନ ହୋଇଥାଏ । ଝାଡ଼ଖଣ୍ଡରେ ନିବାସ କରୁଥିବା ସ୍ନେହଲତା ଚୌଧୁରୀ ମଧ୍ୟ ଏଇମିତି ଥିଲେ ଯିଏ ଈଶ୍ୱରଙ୍କ ସ୍ୱରୂପରେ ଅନ୍ୟମାନଙ୍କୁ ଜୀବନ ପ୍ରଦାନ କରିଥିଲେ । ୬୩ ବର୍ଷୀୟା ସ୍ନେହଲତା ଚୌଧୁରୀଜୀ ନିଜର Heart, Kidney ଏବଂ Liver ଦାନ କରିଦେଇଗଲେ । ଆଜିର ଏହି ‘ମନ୍ କି ବାତ୍’ରେ ତାଙ୍କର ପୁଅ ଭାଇ ଅଭିଜିତ ଚୌଧୁରୀ ଆମ ସାଙ୍ଗରେ ଅଛନ୍ତି । ଆସନ୍ତୁ ତାଙ୍କଠୁ ଆମେ କିଛି ଶୁଣିବା ।
ପ୍ରଧାନମନ୍ତ୍ରୀ - ଅଭିଜିତ ଜୀ, ନମସ୍କାର ।
ଅଭିଜିତ୍ - ପ୍ରଣାମ ସାର୍ ।
ପ୍ରଧାନମନ୍ତ୍ରୀ - ଅଭିଜିତ୍ ଜୀ, ଆପଣ ଜଣେ ଏଭଳି ମା’ର ସନ୍ତାନ, ଯିଏ ଆପଣଙ୍କୁ ଜନ୍ମ ଦେଇ ଏକପ୍ରକାର ଜୀବନ ପ୍ରଦାନ ତ କରିଛନ୍ତି, କିନ୍ତୁ ନିଜର ମୃତ୍ୟୁ ପରେ ବି ଆପଣଙ୍କର ମା’ ଅନେକ ଲୋକଙ୍କୁ ଜୀବନ ପ୍ରଦାନ କରିଯାଇଛନ୍ତି । ଜଣେ ପୁତ୍ର ଭାବରେ ଅଭିଜିତ୍ଜୀ ଆପଣ ତ ନିଶ୍ଚୟ ଗର୍ବ ଅନୁଭବ କରୁଥିବେ!
ଅଭିଜିତ୍ - ହଁ, ସାର୍ ନିଶ୍ଚୟ ଗର୍ବ ଲାଗୁଛି ।
ପ୍ରଧାନମନ୍ତ୍ରୀ - ଆପଣ, ନିଜ ମାତାଙ୍କ ବିଷୟରେ ଆମକୁ କିଛି କୁହନ୍ତୁ । କିଭଳି ପରିସ୍ଥିତିରେ ସେ ଅଙ୍ଗଦାନ ର ନିଷ୍ପତି ନେଇଥିଲେ ।
ଅଭିଜିତ୍ - ଝାଡ଼ଖଣ୍ଡରେ ଗୋଟିଏ ଛୋଟିଆ ଗାଁର ନାଁ ହେଉଛି ସରାଇକେଲା । ସେଠାରେ ମୋର ବାପା, ମା’ ଦୁହେଁ ରହୁଥିଲେ । ଗତ ପଚିଶ ବର୍ଷ ହେଲା ସେମାନେ ଦୁହେଁ ଲଗାତାର Morning Walk କରୁଥିଲେ ଏବଂ ନିଜର ଅଭ୍ୟାସ ଅନୁସାରେ ଭୋର୍ ୪ଟାରୁ Morning Walk ପାଇଁ ଘରୁ ବାହାରିଥିଲେ । ସେତେବେଳେ ଜଣେ ମୋଟର ସାଇକେଲ ବାଲା ପଛପାଖରୁ ମା’କୁ ଜୋରରେ ଧକ୍କା ଦେଲା । ମା’ତଳେ ପଡ଼ିଗଲା ଏବଂ ତା’ର ମୁଣ୍ଡରେ ଜୋର୍ରେ ଆଘାତ ଲାଗିଗଲା । ଆମେ ତୁରନ୍ତ ତାଙ୍କୁ ସରାଇକେଲାର ସଦର ଡାକ୍ତରଖାନାକୁ ନେଇଗଲୁ । ଡାକ୍ତର ସାହେବ ବ୍ୟାଣ୍ଡେଜ ବାନ୍ଧିଲେ । କିନ୍ତୁ ରକ୍ତ ବୋହିବା ବନ୍ଦ ହେଉନଥିଲା । ମା’କୁ କୌଣସି Sence ମଧ୍ୟ ନ ଥିଲା । ଆମେ ତୁରନ୍ତ ମା’ଙ୍କୁ Tata Main Hospitalକୁ ନେଇଗଲୁ । ସେଠାରେ ତାଙ୍କର ସର୍ଜରୀ କରାଗଲା । ୪୮ ଘଂଟାର Observation ପରେ ଡାକ୍ତର କହିଲେ ଯେ ଏଠାରେ Chance ବହୁତ କମ୍ ଅଛି । ଆମେ ମା’କୁ Airlift କରି AIIMS, Delhiକୁ ନେଇଆସିଲୁ । ଏଠାରେ ପ୍ରାୟ ୭-୮ ଦିନ ଧରି ତାଙ୍କର ସବୁପ୍ରକାର ଚିକିତ୍ସା ଚାଲିଲା । ଏହାପରେ position ଟିକେ ଠିକ୍ ଥିଲା ମାତ୍ର ଅଚାନକ ଭାବେ ତାଙ୍କର ରକ୍ତଚାପ ବହୁତ କମିଗଲା । ଏହାପରେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କର Brain Death ହୋଇଯାଇଛି । ସେତେବେଳେ ଡାକ୍ତର ସାହେବ ପ୍ରୋଟୋକଲ୍ ସହ ଆମକୁ ଅଙ୍ଗଦାନ ସମ୍ପର୍କରେ କହୁଥିଲେ । ଆମେ ସେହି ମୁହୂର୍ତରେ ହୁଏତ ବାପାଙ୍କୁ ଅଙ୍ଗଦାନ ବିଷୟରେ ଆଦୌ କହିପାରି ନ ଥାନ୍ତୁ କାରଣ ଆମକୁ ଲାଗୁଥିଲା ଯେ ଅଙ୍ଗଦାନ କଥାକୁ ଆଦୌ ସେ ଗ୍ରହଣ କରିପାରିବେ ନାହିଁ । ତେଣୁ ଆମେ ଯତ୍ପରୋନାସ୍ତି ତାଙ୍କୁ ଅନ୍ୟପ୍ରକାରରେ ଅଙ୍ଗଦାନ ବିଷୟରେ ଡାକ୍ତର କହୁଥିବା କଥା କହିଲୁ । ସେ ତୁରନ୍ତ କହିଲେ : ହଁ-ହଁ ..... ତୋ ମା’ର ବହୁତ ଇଚ୍ଛା ଥିଲା ଅଙ୍ଗଦାନ ପାଇଁ । ଆମେ ତା’ର ଇଚ୍ଛାକୁ ନିଶ୍ଚୟ ପୂରଣ କରିବା । ସେ ସମୟରେ ଆମେ ବହୁତ ଦୁଃଖି ଓ ମ୍ରିୟମାଣ ହୋଇପଡ଼ିଥିଲୁ ଯେ ମା’ ଆଉ ବଂଚିପାରିବ ନାହିଁ କିନ୍ତୁ ଯେତେବେଳେ ଅଙ୍ଗଦାନର ଚର୍ଚ୍ଚା ଆରମ୍ଭ ହୋଇଗଲା ତ ଆମ ମନରେ ଛାଇଯାଇଥିବା ନିରାଶା ଗୋଟିଏ positive sideକୁ ସ୍ଥାନାନ୍ତର ହୋଇଗଲା ଏବଂ ଆମେ positive environmentକୁ ଚାଲିଆସିଲୁ । ଏହିପରି ଭାବେ ବିଚାର-ଆଲୋଚନା ଭିତରେ ରାତି ୮ଟା ବେଳେ ଆମର counsellsing ହେଲା । ତା’ପରଦିନ ଆମେ ମା’ର ଅଙ୍ଗଦାନ କରିଦେଲୁ । ଏହି ମହତ୍ କାର୍ଯ୍ୟ ପଛରେ ମା’ଙ୍କର ବହୁତ ଉଚ୍ଚ ଭାବନା ରହିଥିଲା । ଆଗରୁ ବି ସେ ନେତ୍ରଦାନ ପରି ଅଙ୍ଗଦାନ ଆଦି ସାମାଜିକ କାର୍ଯ୍ୟରେ ବହୁତ ସକ୍ରିୟ ଥିଲେ । ବୋଧହୁଏ ତା’ର ସେହି ଚିନ୍ତନ ଫଳରେ ଆମେ ଏଡ଼େ ମହାନ୍ କାର୍ଯ୍ୟକୁ ତୁଲାଇପାରିଲୁ । ମୋର ବାପାଙ୍କର decission making ବ୍ୟକ୍ତିତ୍ୱ ହିଁ ଆମକୁ ଏଭଳି କାର୍ଯ୍ୟ ତୁଲାଇବାରେ ପ୍ରେରଣା ଯୋଗାଇଥିଲା ।
ପ୍ରଧାନମନ୍ତ୍ରୀ - ମା’ଙ୍କର Organ Donation ଦ୍ୱାରା କେତେ ଲୋକ ଉପକୃତ ହେଲେ?
ଅଭିଜିତ୍ - ମା’ଙ୍କର Heart, ଦୁଇଟି Kidney, Liver ଏବଂ ଦୁଇ ଆଖି ଆମେ donate କରିଥିଲୁ। ସର୍ବମୋଟ୍ ଭାବେ ଚାରିଜଣଙ୍କୁ ନୂଆ ଜୀବନ ପ୍ରାପ୍ତ ହେଲା ଓ ଦୁଇଜଣ ଦୃଷ୍ଟିଶକ୍ତି ଫେରିପାଇଲେ ।
ପ୍ରଧାନମନ୍ତ୍ରୀ - ଅଭିଜିତ ଜୀ, ଆପଣଙ୍କର ମା’ ଓ ଆପଣଙ୍କର ବାପା, ଦୁହେଁ ଆମ ସମସ୍ତଙ୍କ ପାଇଁ ନମସ୍ୟ । ମୁଁ ତାଙ୍କୁ ପ୍ରଣାମ କରୁଛି । ଆପଣଙ୍କ ବାପା ଏଭଳି ଦୃଢ଼ନିଶ୍ଚୟ ହୋଇ ଏତେ ବଡ଼ ନିର୍ଣ୍ଣୟ ନେଇ ଆପଣଙ୍କ ପରିବାରର ଯେଭଳି ନେତୃତ୍ୱ ନେଲେ ତାହା ବାସ୍ତବରେ ବହୁତ ପ୍ରେରଣାଦାୟୀ । ମା’ ତ ସତରେ ମା’ ହିଁ ହୋଇଥାଏ। ମା’ ଆପଣାଛାଏଁ ଏକ ପ୍ରେରଣାର ପ୍ରତିମୂର୍ତି । କିନ୍ତୁ ମା’ ନିଜର ଆଗାମୀ ବଂଶଧରଙ୍କ ପାଇଁ ଯେଉଁ ପରମ୍ପରା ପରିବାରବର୍ଗଙ୍କୁ ଦେଇଥାଏ ତାହା ପିଢ଼ି ପିଢ଼ି ଧରି ଏକ ଶକ୍ତି ଭାବରେ ଆମକୁ ଦୃଢ଼ୀଭୂତ କରିଥାଏ । ଅଙ୍ଗଦାନ କ୍ଷେତ୍ରରେ ଆପଣଙ୍କ ମା’ଙ୍କର ପ୍ରେରଣା ଆଜି ସାରା ଦେଶରେ ସଂଚରିଯାଉଛି । ଆପଣଙ୍କର ଏଭଳି ପବିତ୍ର କାର୍ଯ୍ୟ ପାଇଁ ମୁଁ ଆପଣଙ୍କର ସମଗ୍ର ପରିବାରକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଅଭିଜିତ୍ ଜୀ, ଧନ୍ୟବାଦ । ଆପଣଙ୍କର ବାପାଙ୍କୁ ମୋର ପ୍ରଣାମ ନିଶ୍ଚୟ ଜଣାଇଦେବ ।
ଅଭିଜିତ୍ - ନିଶ୍ଚୟ, ନିଶ୍ଚୟ, ଧନ୍ୟବାଦ ସାର
ପ୍ରଧାନମନ୍ତ୍ରୀ - ବନ୍ଧୁଗଣ, ୩୯ ଦିନର ଅବାବତ୍ କୌର ହୁଅନ୍ତୁ ବା ୬୩ ବର୍ଷୀୟା ସ୍ନେହଲତା ଚୌଧୁରୀ, ଏମାନଙ୍କ ପରି ଦାନବୀର ହିଁ ଆମକୁ ଜୀବନର ମହତ୍ୱ ସମ୍ପର୍କରେ ବୁଝାଇଦିଅନ୍ତି । ଆମ ଦେଶର ଆଜି ବହୁତ ଅଧିକ ସଂଖ୍ୟାରେ ଏହିଭଳି ଲୋକ ଅଛନ୍ତି ଯେଉଁମାନେ ସୁସ୍ଥ ଜୀବନର ଆଶା ନେଇ ଅଙ୍ଗଦାନର ପ୍ରତୀକ୍ଷାରେ କାଳାତିପାତ କରୁଛନ୍ତି । ମୋତେ ସନ୍ତୋଷ ମିଳୁଛି ଯେ ଅଙ୍ଗଦାନକୁ ଆହୁରି ସରଳ ଓ ଉତ୍ସାହିତ କରିବା ଦିଗରେ ସମଗ୍ର ଦେଶରେ ଏକକ policy ଉପରେ କାର୍ଯ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟମାନଙ୍କର domicile ସମ୍ପର୍କିତ ସର୍ତକୁ ହଟାଇଦେବା ପାଇଁ ମଧ୍ୟ ନିର୍ଣ୍ଣୟ ନିଆଯାଇଛି । ଅର୍ଥାତ୍ ଏବେ ଦେଶର କୌଣସି ବି ରାଜ୍ୟକୁ ଯାଇ ରୋଗୀ ଅଙ୍ଗ ପ୍ରାପ୍ତ କରିବା ପାଇଁ କ୍ସରଶସଗ୍ଦଗ୍ଧରକ୍ସ କରିପାରିବ । ସରକାରଙ୍କ ତରଫରୁ ଅଙ୍ଗଦାନ ପାଇଁ ୬୫ ବର୍ଷରୁ କମ୍ ଆୟୁ ସୀମାକୁ ମଧ୍ୟ ସମାପ୍ତ କରିବା ଦିଗରେ ନିର୍ଣ୍ଣୟ ନିଆଯାଇଛି । ଏହିପରି ପ୍ରଚେଷ୍ଟା ମଧ୍ୟରେ ମୁଁ ସମଗ୍ର ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ କ୍ଟକ୍ସଶବଦ୍ଭ ୟକ୍ଟଦ୍ଭକ୍ଟକ୍ସ, ଅଧିକରୁ ଅଧିକ ସଂଖ୍ୟାରେ ଆଗକୁ ଆସନ୍ତୁ । ଆପଣମାନଙ୍କର ଗୋଟିଏ ନିଷ୍ପତି ଅନେକ ଲୋକଙ୍କର ଜୀବନକୁ ବଂଚାଇପାରିବ । ଜୀବନ ଗଢ଼ିପାରିବ ।
ମୋର ପ୍ରିୟ ଦେଶବାସୀ, ଏହାହେଉଛି ପବିତ୍ର ନବରାତ୍ରର ସମୟ । ଶକ୍ତି ଉପାସନାର ସମୟ । ଆଜି, ଭାରତର ଯେଉଁ ସାମର୍ଥ୍ୟବାନ ସ୍ୱରୂପ ନୂଆ ଭାବରେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇ ଉଦ୍ଭାସିତ ହେବାରେ ଲାଗିଛି, ତହିଁରେ ବହୁତ ବଡ଼ ଭୂମିକା ନାରୀଶକ୍ତିର ହିଁ ରହିଛି । ଏତେ ସମୟ ଭିତରେ ଏଇମିତି ଅନେକ ଉଦାହରଣ ଆମ ସାମ୍ନାରେ ଉପସ୍ଥିତ ହୋଇସାରିଛି । ଆପଣମାନେ ସୋସିଆଲ ମିଡ଼ିଆରେ ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବଙ୍କୁ ନିଶ୍ଚୟ ଦେଖିଥିବେ । ସୁରେଖାଜୀ, ଏକ ନୂତନ କୀର୍ତିମାନ ସ୍ଥାପନ କରି ବନେ୍ଦ ଭାରତ ଏକ୍ସପ୍ରେସ୍ର ପ୍ରଥମ ମହିଳା ଲୋକୋ ପାଇଲଟ୍ ହୋଇପାରିଛନ୍ତି । ଏହି ମାସରେ producer ଗୁନୀତ୍ ମୋଂଗା ଏବଂ director କାର୍ତିକୀ ଗୋଁଜାଲ୍ବିସ୍ ତାଙ୍କର documentary “Elephant Whispers” ପାଇଁ Oscar ଜିତି ଭାରତବର୍ଷର ନାଁକୁ ଗୌରବମଣ୍ଡିତ କରିଛନ୍ତି । ଦେଶ ପାଇଁ ଆଉ ଏକ ଉପଲବ୍ଧି Bhaba Atomic Research Centreର Scientist ଭଉଣୀ ଜ୍ୟୋତିର୍ମୟୀ ମହାନ୍ତି ମଧ୍ୟ ହାସଲ କରିଛନ୍ତି । ଜ୍ୟୋତିର୍ମୟୀଜୀ Chemistry ଏବଂ Chemical Engineering Fieldର IUPACର ବିଶେଷ Award ପାଇଛନ୍ତି । ଏହି ବର୍ଷର ପ୍ରାରମ୍ଭରେ ହିଁ ଭାରତର Under-19 ମହିଳା କ୍ରିକେଟ୍ ଟିମ୍ T-20 World Cup ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଯଦି ଆପଣମାନେ ରାଜନୀତି ଆଡ଼େ ଆଖି ପକାଇବେ, ତେବେ ନାଗାଲାଣ୍ଡରେ ଏକପ୍ରକାର ନୂତନ ଅଧ୍ୟାୟ ଆରମ୍ଭ ହୋଇଯାଇଛି । ନାଗାଲାଣ୍ଡରେ ୭୫ ବର୍ଷ ଭିତରେ ପ୍ରଥମଥର ପାଇଁ ଦୁଇଜଣ ମହିଳା ବିଧାୟକ ବିଜୟଲାଭ କରି ବିଧାନସଭା ପହଂଚିଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କୁ ନାଗାଲାଣ୍ଡର ସରକାରରେ ମନ୍ତ୍ରୀପଦ ମଧ୍ୟ ପ୍ରାପ୍ତ ହୋଇଛି ଅର୍ଥାତ୍ ରାଜ୍ୟବାସୀଙ୍କୁ ପ୍ରଥମଥର ପାଇଁ ଜଣେ ମହିଳା ମନ୍ତ୍ରୀ ମଧ୍ୟ ମିଳିଛି ।
ବନ୍ଧୁଗଣ, କିଛିଦିନ ପୂର୍ବରୁ ମୋର ସାକ୍ଷାତ୍ ସେହି ଦୁଃସାହସୀ ଝିଅମାନଙ୍କ ସହ ହୋଇଥିଲା ଯେଉଁମାନେ ତୁର୍କୀର ବିନାଶକାରୀ ଭୂମିକମ୍ପ ପରେ ସେଠାକାର ପୀଡ଼ିତ ଲୋକମାନଙ୍କର ସାହାଯ୍ୟ ପାଇଁ ପହଂଚିଥିଲେ । ଏମାନେ ସମସ୍ତେ NDRF ଦଳରେ ସାମିଲ ଥିଲେ । ତାଙ୍କର ସାହସ ଏବଂ କୁଶଳତାପୂର୍ଣ୍ଣ କାର୍ଯ୍ୟଶୈଳୀକୁ ସାରା ବିଶ୍ୱ ପ୍ରଶଂସା କରୁଛି । ଭାରତ UN Mission ପରି ଶାନ୍ତିସେନାରେ Women-only Platoon ମଧ୍ୟ ସ୍ଥାପନ କରିସାରିଛି ।
ଆଜି, ଦେଶର ଝିଅମାନେ ଆମର ତିନୋଟିଯାକ ସେନାବାହିନୀରେ ନିଜର ଶୌର୍ଯ୍ୟ ଓ ସାହସର ପ୍ରଦର୍ଶନ କରିଚାଲିଛନ୍ତି । Group Captian ଶାଲିଜା ଧାମୀ Combat Unitରେ Command Appointment ପାଇଥିବା ପ୍ରଥମ ମହିଳା ବାୟୁସେନା ଅଧିକାରୀ ହୋଇପାରିଛନ୍ତି । ତାଙ୍କ ପାଖରେ ପାଖାପାଖି ୩ ହଜାର ଘଂଟାର flying experiece ରହିଛି । ସେହିପରି ଭାରତୀୟ ସେନାର ସାହସୀ captain ଶିବା ଚୌହାନ୍ ସିଆଚିନ୍ରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ଅଧିକାରୀ ଅଟନ୍ତି । ସିଆଚିନ୍ରେ ଯେଉଁଠି ପାରଦ ମାଇନସ୍ ସିକ୍ସଟି (-୬୦) ଡିଗ୍ରୀ ପର୍ଯ୍ୟନ୍ତ ଖସିଆସେ । ସେଠାରେ ଶିବା ତିନିମାସ ପର୍ଯ୍ୟନ୍ତ ଅବସ୍ଥାପିତ ରହିବେ ।
ବନ୍ଧୁଗଣ, ଏହି ସୂଚୀ ଏତେ ଲମ୍ବା ଯେ ଏଠାରେ ସମସ୍ତଙ୍କର ଚର୍ଚ୍ଚା କରିବା ସମ୍ଭବପର ନୁହେଁ । ଏହିପରି ସମସ୍ତ ମହିଳା, ଆମର ଝିଅମାନେ ଆଜି ଭାରତ ଏବଂ ଭାରତର ସ୍ୱପ୍ନ ତଥା ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିଚାଲିଛନ୍ତି । ନାରୀଶକ୍ତିର ଏହି ଉର୍ଜ୍ଜା ହିଁ ବିକଶିତ ଭାରତର ପ୍ରାଣବାୟୁ ।
ମୋର ପ୍ରିୟ ଦେଶବାସୀଗଣ, ବର୍ତମାନ ସମୟରେ ସମଗ୍ର ବିଶ୍ୱରେ ସ୍ୱଚ୍ଛ ଉର୍ଜା, renewable engergyର ଖୁବ୍ ଚର୍ଚ୍ଚା ହେଉଛି । ମୁଁ, ଯେତେବେଳେ ବିଶ୍ୱର ବିଭିନ୍ନ ବ୍ୟକ୍ତିତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରେ, ସେତେବେଳେ ସେମାନେ renewable engergy କ୍ଷେତ୍ରରେ ଭାରତର ଅଭୂତପୂର୍ବ ସଫଳତା ବିଷୟରେ ନିଶ୍ଚୟ ଚର୍ଚ୍ଚା କରନ୍ତି। ବିଶେଷକରି, ଭାରତ ସୌର ଶକ୍ତି କ୍ଷେତ୍ରରେ ଯେଉଁ କ୍ଷୀପ୍ରଗତିରେ ଆଗକୁ ବଢ଼ିଚାଲିଛି, ତାହା ଏକ ବିରାଟ ଉପଲବଧି ନିଶ୍ଚୟ ।
ଭାରତର ଲୋକମାନେ ତ ଶତାବ୍ଦୀ ଶତାବ୍ଦୀ ଧରି ସୂର୍ଯ୍ୟଙ୍କ ସହିତ ସମ୍ବନ୍ଧ ରଖିଆସିଛନ୍ତି । ଆମ ଦେଶରେ ସୂର୍ଯ୍ୟଙ୍କର ଶକ୍ତିକୁ ନେଇ ଯେଉଁ ବୈଜ୍ଞାନିକ ମତ ରହିଛି, ସୂର୍ଯ୍ୟ ଉପାସନାର ଯେଉଁ ପରମ୍ପରା ଅଛି, ଅନ୍ୟ ଦେଶରେ ସେଭଳି ବହୁତ କମ୍ ଦେଖାଯାଏ । ମୁଁ ବହୁତ ଖୁସି ଯେ ଆଜି ପ୍ରତ୍ୟେକ ଦେଶବାସୀ ସୌରଶକ୍ତିର ମହତ୍ୱକୁ ବୁଝିବା ସଙ୍ଗେ ସଙ୍ଗେ clean energy କ୍ଷେତ୍ରରେ ନିଜର ଯୋଗଦାନ ଦେବାକୁ ଚାହୁଁଛି । ‘ସବକା ପ୍ରୟାସ’ର ଏହି ଉତ୍ସାହ ଆଜି ଭାରତର ସୌର ମିଶନକୁ ଆଗକୁ ନେଇଚାଲିଛି । ମହାରାଷ୍ଟ୍ର ପୁନେର ଗୋଟିଏ ଉତମ ପ୍ରୟାସ ପ୍ରତି ମୋର ଧ୍ୟାନ ଆକର୍ଷିତ ହୋଇଛି । ଏଠାକାର MSR Oiive Housing Societyର ଲୋକମାନେ ସ୍ଥିର କରିଛନ୍ତି ଯେ ସେମାନେ ସୋସାଇଟିରେ ପିଇବା ପାଣି, Lift ଏବଂ ଲାଇଟ ଆଦି ସାମୂହିକ ଭାବେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡ଼ିକୁ ଏବେ Solar Envery ଦ୍ୱାରା ଚଲାଇବେ । ତା’ପରେ ସୋସାଇଟିର ସମସ୍ତେ ମିଶି ସୌର ପ୍ୟାନେଲ ଲଗାଇଲେ । ଏବେ ଏହି ସୌର ପ୍ୟାନେଲ ଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ ନବେହଜାର କିଲୋୱାଟ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେଉଛି । ୟାଦ୍ୱାରା ପ୍ରତିମାସରେ ପ୍ରାୟ ଚାଳିଶ ହଜାର ଟଙ୍କା ସଂଚୟ ହୋଇପାରୁଛି । ଏହି ସଂଚୟର ଲାଭ Societyର ସବୁ ଲୋକ ପାଉଛନ୍ତି ।
ବନ୍ଧୁଗଣ, ପୁନେ ଭଳି ଦାମନ୍-ଦୀବ୍ରେ ଯେଉଁ ଦୀବ୍ ଅଛି, ଯାହା ଗୋଟିଏ ସ୍ୱତନ୍ତ୍ର ଜିଲ୍ଲା, ସେଠାକାର ଲୋକମାନେ ଗୋଟିଏ ଅଦ୍ଭୁତ କାମ କରି ଦେଖାଇଛନ୍ତି । ଆପଣମାନେ ଜାଣିଥିବେ ଦୀବ୍ ସୋମନାଥର ପାଖରେ ଅବସ୍ଥିତ । ଦୀବ୍ ଭାରତର ପ୍ରଥମ ଜିଲ୍ଲା ଯେଉଁଠି ଦିନବେଳା ଶତପ୍ରତିଶତ କାମ Clean Energy ଦ୍ୱାରା କରାଯାଉଛି । ଦୀବ୍ର ଏହି ସଫଳତାର ମୂଳମନ୍ତ୍ର ହେଉଛି ‘ସବକା ପ୍ରୟାସ’ । ସମୟ ଥିଲା ଏଠି ବିଜୁଳି ଉତ୍ପାଦନର ସଂସାଧନ ଗୋଟିଏ ଆହ୍ୱାନ ଥିଲା । ଲୋକମାନେ ଏହି ଆହ୍ୱାନର ମୁକାବିଲା ପାଇଁ ସୌରଶକ୍ତିକୁ ବାଛିଲେ । ଏଠାରେ ପଡ଼ିଥିବା ଅନୁର୍ବର ଜମି ତଥା ଅନେକ କୋଠା ଉପରେ ସୌର ପ୍ୟାନେଲ ଲଗାହେଲା । ଏଠାରେ ଦିନରେ ଯେତିକି ବିଦ୍ୟୁତ ଶକ୍ତି ଆବଶ୍ୟକ, ତା’ଠାରୁ ଅଧିକ ଶକ୍ତି ଏହି ପ୍ୟାନେଲଗୁଡ଼ିକ ଦ୍ୱାରା ଉତ୍ପାଦିତ ହେଉଛି । ଏହି ସୌର ପ୍ରକଳ୍ପ ଦ୍ୱାରା ବିଦ୍ୟୁତ ଶକ୍ତି କିଣିବାରେ ଖର୍ଚ୍ଚ ହେଉଥିବା ଧନରୁ ପ୍ରାୟ ବାଉନ କୋଟି ଟଙ୍କାର ସଂଚୟ ହୋଇପାରୁଛି । ଏହାଦ୍ୱାରା ପରିବେଶର ସୁରକ୍ଷା ମଧ୍ୟ ହୋଇପାରୁଛି ।
ବନ୍ଧୁଗଣ, ପୁନେ ଏବଂ ଦୀବ୍ର ଲୋକମାନେ ଯାହା କରିଦେଖାଇଲେ, ସେଭଳି ପ୍ରୟାସ ଦେଶର ଆହୁରି ଅନେକ ସ୍ଥାନରେ ମଧ୍ୟ ଜାରି ରହିଛି । ଆମେ ଭାରତୀୟମାନେ ପରିବେଶ ଏବଂ ପ୍ରକୃତିକୁ ନେଇ କେତେ ସମ୍ବେଦନଶୀଳ ଏବଂ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଆମେ କେତେ ସଚେତନ ତାହା ଏହି ପ୍ରୟାସରୁ ଜଣାପଡ଼େ । ଏ ପ୍ରକାରର ସମସ୍ତ ପ୍ରୟାସକୁ ମୁଁ ହୃଦୟରୁ ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ସମୟ ସହିତ ତାଳଦେଇ, ସ୍ଥିତି ପରିସ୍ଥିତି ଅନୁସାରେ ଅନେକ ପରମ୍ପରା ବିକଶିତ ହୁଏ । ଏହି ପରମ୍ପରାଗୁଡ଼ିକ ଆମ ସଂସ୍କୃତିର ସାମର୍ଥ୍ୟକୁ ବଢ଼ାଇବା ସଙ୍ଗେ ସଙ୍ଗେ ନିତ୍ୟ ନୂତନ ପ୍ରାଣଶକ୍ତି ମଧ୍ୟ ପ୍ରଦାନ କରିଥାଏ । କିଛିମାସ ପୂର୍ବରୁ କାଶୀରେ ଏହିଭଳି ଏକ ପରମ୍ପରା ଆରମ୍ଭ ହୋଇଛି କାଶୀ-ତାମିଲ ସଂଗମ୍ ଦ୍ୱାରା କାଶୀ ଏବଂ ତାମିଲଭାଷୀ କ୍ଷେତ୍ର ମଧ୍ୟରୁ ଶହ ଶହ ବର୍ଷଧରି ରହିଆସିଥିବା ଐତିହାସିକ ଏବଂ ସାଂସ୍କୃତିକ ସମ୍ବନ୍ଧଗୁଡ଼ିକ Celebrate କରାଗଲା। ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବନା ଆମ ଦେଶକୁ ମଜଭୁତ୍ କରୁଛି । ଆମେମାନେ ଜଣେ ଅନ୍ୟଜଣଙ୍କ ବିଷୟରେ ଜାଣୁଛେ, ଶିଖୁଛେ ଫଳରେ ଏକତାର ଭାବନା ପ୍ରଗାଢ଼ ହେଉଛି। ଏକତାର ଏହିଭଳି ଉତ୍ସାହ ସହିତ ଆସନ୍ତା ମାସରେ ଗୁଜରାଟର ବିଭିନ୍ନ ଭାଗରେ “ସୌରାଷ୍ଟ୍ର-ତାମିଲ ସଂଗମମ୍” ଅପ୍ରେଲ ୧୭ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ‘ମନ୍ କି ବାତ୍’ର ଶ୍ରୋତାମାନେ ନିଶ୍ଚୟ ଭାବୁଥିବେ ଯେ ଗୁଜରାଟର ସ୍ୱରାଷ୍ଟ୍ର ସହ ତାମିଲନାଡ଼ୁର କ’ଣ ସମ୍ବନ୍ଧ ରହିଛି? ବାସ୍ତବରେ ଶହ ଶହ ବର୍ଷ ପୂର୍ବେ ସୌରାଷ୍ଟ୍ରର ଅନେକ ଲୋକ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ । ଆଜି ବି ଏମାନଙ୍କୁ ସୌରାଷ୍ଟ୍ରୀ ତାମିଲ୍ ବୋଲି କୁହାଯାଏ । ସେମାନଙ୍କର ଖାଦ୍ୟପେୟ, ଚାଲିଚଳନ, ସାମାଜିକ ସଂସ୍କାର ଆଦିରେ ଆଜି ମଧ୍ୟ କେଉଁଠି କେମିତି ସୌରାଷ୍ଟ୍ରର ଝଲକ ଦେଖିବାକୁ ମିଳେ । ଏହି ଆୟୋଜନକୁ ନେଇ ତାମିଲନାଡୁର ଅନେକ ଲୋକ ମୋ ନିକଟକୁ ପ୍ରଶଂସାଭରା ଚିଠିଗୁଡ଼ିଏ ଲେଖିଛନ୍ତି । ମଦୁରାଇରେ ରହୁଥିବା ଜୟଚନ୍ଦ୍ରନଜୀ ବହୁତ ଭାବୁକ ହୋଇ ଚିଠିଟିଏ ଲେଖିଛନ୍ତି । ସେ ଲେଖିଛନ୍ତି - “ହଜାର ବର୍ଷ ପରେ, କେହିଜଣେ ପ୍ରଥମକରି ସୌରାଷ୍ଟ୍ର-ତାମିଲର ଏହି ସମ୍ବନ୍ଧ ବିଷୟ ମନେପକାଇଛି, ସୌରାଷ୍ଟ୍ରରୁ ଆସି ତାମିଲନାଡୁରେ ବସବାସ କରୁଥିବା ଏହି ଲୋକମାନଙ୍କ କଥା ପଚାରିଛି ।” ଜୟଚନ୍ଦ୍ରନଜୀଙ୍କର ଏଇକଥା, ହଜାର ହଜାର ତାମିଲ ଭାଇଭଉଣୀମାନଙ୍କର ଅଭିବ୍ୟକ୍ତି ।
ବନ୍ଧୁଗଣ, ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ମୁଁ ଆସାମ ସହିତ ଯୋଡ଼ିହୋଇଥିବା ଗୋଟିଏ କଥା କହିବାକୁ ଚାହେଁ । ଏ ମଧ୍ୟ ‘ଏକ୍ ଭାରତ – ଶ୍ରେଷ୍ଠ ଭାରତ’ର ଭାବନାକୁ ମଜଭୁତ୍ କରେ । ଆପଣମାନେ ଜାଣନ୍ତି ଯେ ଆମେ ବୀର ଲାସିତ ବୋରଫକନ ଜୀଙ୍କର ଚାରିଶହତମ ଜୟନ୍ତୀ ପାଳନ କରୁଛୁ । ବୀର ଲାସିତ ବୋରପୁକନ୍ ଅତ୍ୟାଚାରୀ ମୋଗଲ ସାମ୍ରାଜ୍ୟ କବଳରୁ ଗୁଆହାଟୀକୁ ମୁକ୍ତ କରିଥିଲେ । ଆଜି ଦେଶ ଏହି ମହାନ୍ ଯୋଦ୍ଧାଙ୍କର ଅଦମ୍ୟ ସାହସ ସହିତ ପରିଚିତ ହେଉଛି । କିଛିଦିନ ପୂର୍ବରୁ ଲାସିତ ବୋର ଫୁକନଙ୍କ ଜୀବନୀ ଉପରେ ଆଧାରିତ ପ୍ରବନ୍ଧ ଲେଖନ ଅଭିଯାନ ଆୟୋଜିତ ହୋଇଥିଲା । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ପଇଁଚାଳିଶ ଲକ୍ଷ ଲୋକ ଏଥିପାଇଁ ପ୍ରବନ୍ଧମାନ ପଠେଇଥିଲେ । ଆପଣ ଏକଥା ଜାଣି ଆହୁରି ଖୁସି ହେବେ ଯେ ଏବେ ଏହା ଗିନିଜ୍ ରେକର୍ଡ଼ ହୋଇସାରିଛି । ସବୁଠାରୁ ବଡ଼ ଏବଂ ପ୍ରସନ୍ନତାର କଥା ହେଲା – ବୀରଲାସିତ ବୋରଫୁକନଙ୍କ ବିଷୟରେ ଏ ଯେଉଁ ପ୍ରବନ୍ଧଗୁଡ଼ିକ ଲେଖାହେଲା ସେଗୁଡ଼ିକ ତେଇଶଟି ଭିନ୍ନ ଭିନ୍ନ ଭାଷାରେ ଲେଖାଯାଇଛି । ଏଗୁଡ଼ିକ ମଧ୍ୟରେ ଅସମୀୟା ଭାଷାକୁ ଛାଡ଼ି ହିନ୍ଦୀ, ଇଂରାଜୀ, ବଙ୍ଗଳା, ବୋଡ଼ୋ, ନେପାଳୀ, ସଂସ୍କୃତ, ସାଁତାଲୀ ଆଦି ଭାଷାଗୁଡ଼ିକରେ ଲୋକମାନେ ପ୍ରବନ୍ଧ ପଠାଇଛନ୍ତି । ଏହି ପ୍ରୟାସରେ ଭାଗନେଇଥିବା ସବୁ ଲୋକଙ୍କୁ ମୁଁ ହୃଦୟର ସହ ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ କାଶ୍ମୀର ବା ଶ୍ରୀନଗର କଥା ଉଠେ, ସର୍ବପ୍ରଥମେ ତା’ର ସୁନ୍ଦର ପାହାଡ଼ ପର୍ବତ ଓ ଡାଲ ହ୍ରଦର ଚିତ୍ର ଆମ ଆଖି ଆଗକୁ ଆସେ । ଆମେ ସମସ୍ତେ ଡାଲ୍ ହ୍ରଦର ଶୋଭା ଦର୍ଶନ କରିବାକୁ ଚାହୁଁ, କିନ୍ତୁ ଡାଲ୍ ହ୍ରଦ ବିଷୟରେ ଆଉ ଗୋଟେ ବିଶିଷ୍ଟ କଥା ଅଛି । ଡାଲ୍ ହ୍ରଦ ତା’ର ସ୍ୱାଦିଷ୍ଟ Lotous Steams- ପଦ୍ମ ନାଡ଼ ଓ ପଦ୍ମ କାକୁଡ଼ି ପାଇଁ ମଧ୍ୟ ପ୍ରସିଦ୍ଧ । ଏହାକୁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ଜାଣନ୍ତି । କାଶ୍ମୀରରେ ଏହାକୁ ‘ନାଦରୁ’ କୁହାଯାଏ । କାଶ୍ମୀରର ନାଦରୁର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଚାହିଦାକୁ ଦେଖି ଡାଲ୍ ହ୍ରଦରେ ‘ନାଦରୁ’ ଚାଷ କରୁଥିବା କୃଷକମାନେ ଗୋଟିଏ FPO ଗଠନ କରିଛନ୍ତି । ଏହି EPOରେ ପ୍ରାୟ ଦୁଇଶହ ପଚାଶ କୃଷକ ଯୋଗଦେଇଛନ୍ତି । ଆଜି ଏହି କୃଷକମାନେ ନିଜର ନାଦରୁକୁ ବିଦେଶକୁ ରପ୍ତାନୀ କରିବା ଆରମ୍ଭ କଲେଣି । ଏଇ କିଛିଦିନ ତଳେ ଏହି କୃଷକମାନେ ଦୁଇଛେକ ନାଦରୁ UPEକୁ ରପ୍ତାନୀ କରିଛନ୍ତି । ଏହି ସଫଳତା ପାଇଁ କାଶ୍ମୀରର ସୁନାମ ବଢ଼ିବା ସଙ୍ଗେ ସଙ୍ଗେ ଶହଶହ କୃଷକଙ୍କ ଆମଦାନୀ ମଧ୍ୟ ବଢ଼ିଛି।
ବନ୍ଧୁଗଣ, କାଶ୍ମୀର ଲୋକମାନଙ୍କର କୃଷି ସହିତ ଜଡ଼ିତ ଆଉ ଗୋଟିଏ ପ୍ରୟାସ ମଧ୍ୟ ଏବେ ସଫଳତାର ବାସ୍ନା ଖେଳାଇ ଦେଇଛି । ଆପଣମାନେ ଭାବୁଥିବେ ଯେ ମୁଁ ସଫଳତାକୁ ବାସ୍ନା କାହିଁକି କହୁଛି? କଥାଟି ତ ବାସ୍ନା ବା ସୁଗନ୍ଧର ହିଁ କଥା ନା! ବାସ୍ତବରେ ଜାମ୍ମୁକାଶ୍ମୀରର ଡୋଡା ଜିଲ୍ଲାର ଗୋଟିଏ ଗାଁ ହେଉଛି ‘ଭଦର୍ୱା’ । ଏଠାକାର କୃଷକମାନେ ଦଶକ ଦଶକ ଧରି ମକ୍କା ଚାଷ କରିଆସୁଥିଲେ । କିନ୍ତୁ କିଛି କୃଷକ କିଛି ଅଲଗା କରି ଦେଖାଇବାକୁ ଭାବିଲେ । ସେମାନେ Floriculture ଅର୍ଥାତ୍ ଫୁଲଚାଷ କରିବା ପାଇଁ ଉଦ୍ୟମ କଲେ । ଆଜି ଏଠାକାର ପ୍ରାୟ ଅଢ଼େଇ ହଜାର କୃଷକ Lavender ଚାଷ କରୁଛନ୍ତି । ସେମାନଙ୍କୁ କେନ୍ଦ୍ର ସରକାରଙ୍କ aroma missionରୁ ସାହାଯ୍ୟ ମଧ୍ୟ ମିଳିଛି। ଏହି ନୂଆ ଚାଷ କୃଷକମାନଙ୍କର ଆମଦାନୀକୁ ବହୁତ ବଢ଼େଇଦେଇଛି ଏବଂ ଆଜି Lavender ସଙ୍ଗେ ସଙ୍ଗେ ଏମାନଙ୍କ ସଫଳତାର ସୁଗନ୍ଧ ମଧ୍ୟ ବହୁଦୂର ଯାଏ ବିସ୍ତୃତ ହୋଇପାରିଛି ।
ବନ୍ଧୁଗଣ, ଯେତେବେଳେ କାଶ୍ମୀର କଥା ଉଠେ, ପଦ୍ମଫୁଲ କଥା ଉଠେ, ଫୁଲର କଥା ଉଠେ, ସୁଗନ୍ଧର କଥା ଉଠେ ସେତେବେଳେ ପଦ୍ମ ଉପରେ ବିରାଜମାନ କରୁଥିବା ମା’ ଶାରଦାଙ୍କ ସ୍ମୃତି ଜାଗ୍ରତ ହେବା ତ ସ୍ୱାଭାବିକ କଥା । କିଛିଦିନ ପୂର୍ବରୁ ହିଁ କୁପ୍ୱାଡ଼ାରେ ମା’ ଶାରଦାଙ୍କର ଭବ୍ୟ ମନ୍ଦିରର ଲୋକାର୍ପଣ ହୋଇଛି । ଏ ମନ୍ଦିର ସେହି ରାସ୍ତାରେ ନିର୍ମାଣ କରାଯାଇଛି, ଯେଉଁ ବାଟଦେଇ ଦିନେ ଶାରଦା ପୀଠର ଦର୍ଶନ କରିବାକୁ ଲୋକେ ଯାଉଥିଲେ । ସ୍ଥାନୀୟ ଲୋକମାନେ ଏହି ମନ୍ଦିର ନିର୍ମାଣରେ ବହୁତ ସାହାଯ୍ୟ କରିଛନ୍ତି । ମୁଁ ଜାମ୍ମୁକାଶ୍ମୀରର ଲୋକମାନଙ୍କୁ ଏହି ଶୁଭକାର୍ଯ୍ୟ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଏଥର ‘ମନ୍ କି ବାତ୍’ ଏତିକି । ଆସନ୍ତାଥର ଆପଣମାନଙ୍କ ସହିତ ‘ମନ୍ କି ବାତ୍’ର ଶହେତମ ଅଧ୍ୟାୟରେ ସାକ୍ଷାତ ହେବ । ଆପଣମାନେ ସମସ୍ତେ ନିଜର ପରାମର୍ଶ ନିଶ୍ଚୟ ପଠାନ୍ତୁ । ଏହି ମାର୍ଚ୍ଚ ମାସରେ ଆମେମାନେ ହୋଲିଠାରୁ ଆରମ୍ଭ କରି ନବରାତ୍ରି ପର୍ଯ୍ୟନ୍ତ ଅନେକ ପର୍ବ ଓ ଉତ୍ସବରେ ବ୍ୟସ୍ତ ରହିଲେ । ପବିତ୍ର ରମଜାନ୍ ମାସ ମଧ୍ୟ ଆରମ୍ଭ ହୋଇଗଲାଣି । ଆଉ କେତୋଟି ଦିନ ପରେ ଶ୍ରୀରାମ ନବମୀର ମହାନ୍ ପର୍ବ ମଧ୍ୟ ଆସିବ । ତା’ପରେ ପରେ ମହାବୀର ଜୟନ୍ତୀ Good Friday ଏବଂ Easter ମଧ୍ୟ ଆସିବ । ଅପ୍ରେଲ ମାସରେ ଆମେମାନେ ଭାରତର ଦୁଇଜଣ ମହାପୁରୁଷଙ୍କର ଜନ୍ମଦିନ ମଧ୍ୟ ପାଳନ କରୁ । ଏ ଦୁଇଜଣ ହେଲେ ମହାତ୍ମା ଜ୍ୟୋତିବା ଫୁଲେ ଏବଂ ବାବାସାହେବ ଆମ୍ବେଦକର । ଏ ଦୁଇ ମହାପୁରୁଷ ସମାଜରୁ ଭେଦଭାବ ଦୂର କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଆଜି ସ୍ୱାଧୀନତାର ଅମୃତ କାଳରେ ଆମେମାନେ ଏଭଳି ମହାପୁରୁଷଙ୍କଠାରୁ ଶିକ୍ଷା ଏବଂ ନିରନ୍ତର ପ୍ରେରଣା ନେବା ଉଚିତ । ଆମେମାନେ ନିଜର କର୍ତବ୍ୟକୁ ସବୁଠାରୁ ଆଗରେ ରଖିବା ଉଚିତ । ବନ୍ଧୁଗଣ କେତେକ ସ୍ଥାନରେ କରୋନା ମଧ୍ୟ ବଢ଼ୁଛି । ତେଣୁ ଆପଣମାନେ ସମସ୍ତେ ସାବଧାନ ରହିବା ଉଚିତ, ସ୍ୱଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଆସନ୍ତା ମାସରେ ‘ମନ୍ କି ବାତ୍’ର ୧୦୦ତମ ଅଧ୍ୟାୟରେ ଆମେମାନେ ପୁଣି ଭେଟିବା, ସେପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ । ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ର ଏହି ୯୮ତମ ଅଧ୍ୟାୟରେ ଆପଣ ସମସ୍ତଙ୍କ ସାଙ୍ଗରେ ମିଶି ମୋତେ ବହୁତ ଖୁସି ଲାଗୁଛି । ଶତକ ଦିଗକୁ ଅଗ୍ରସର ହେଉଥିବା ଏହି ଯାତ୍ରାରେ ‘ମନ୍ କି ବାତ୍’କୁ ଆପଣ ସମସ୍ତେ ଜନସହଭାଗିତାର ପରିପ୍ରକାଶର ଅଦ୍ଭୁତ ମଞ୍ଚ କରିଦେଇଛନ୍ତି । ପ୍ରତି ମାସ, ଲକ୍ଷ ଲକ୍ଷ ବାର୍ତା ମାଧ୍ୟମରେ ଅନେକ ଲୋକଙ୍କ ମନର କଥା ମୋ ପାଖକୁ ପହଞ୍ଚୁଛି। ନିଜର ମନର ଶକ୍ତିକୁ ତ ଆପଣମାନେ ଜାଣନ୍ତି, ଠିକ ସେହିପରି, ସମାଜର ଶକ୍ତିରେ ଦେଶର ଶକ୍ତି କିଭଳି ବୃଦ୍ଧି ପାଇଥାଏ, ଏହା ଆମେ ‘ମନ୍ କି ବାତ୍’ର ବିଭିନ୍ନ ଅଧ୍ୟାୟରେ ଦେଖିଛୁ, ବୁଝିଛୁ ଆଉ ମୋର ଅନୁଭୂତି ହେଲା ଆମେ ଏହାକୁ ଗ୍ରହଣ ମଧ୍ୟ କରିଛୁ । ମୋର ସେହି ଦିନଟି ମନେଅଛି, ଯେବେ ଆମେ ‘ମନ୍ କି ବାତ୍’ରେ ଭାରତର ପାରମ୍ପରିକ ଖେଳଗୁଡ଼ିକୁ ପ୍ରୋତ୍ସାହିତ କରିବା ବିଷୟରେ କଥା ହୋଇଥିଲୁ । ଆଉ ସଙ୍ଗେ ସଙ୍ଗେ ଏହି ଭାରତୀୟ ଖେଳଗୁଡ଼ିକ ସହିତ ଯୋଡ଼ି ହେବା ପାଇଁ, ସେଗୁଡ଼ିକୁ ଶିଖିବା ପାଇଁ ଏବଂ ସେଥିରେ ହଜିଯିବା ପାଇଁ ସମଗ୍ର ଦେଶରେ ଗୋଟିଏ ଲହରି ସୃଷ୍ଟି ହୋଇଥିଲା । ‘ମନ୍ କି ବାତ୍’ରେ ଯେତେବେଳେ ଭାରତୀୟ ଖେଳଣାଗୁଡ଼ିକ ବିଷୟରେ ଆଲୋଚନା ହେଲା, ସେତେବେଳେ ଦେଶର ଲୋକେ ତୁରନ୍ତ ଏହାକୁ ଆଗେଇନେଲେ । ଏବେ ତ ଭାରତୀୟ ଖେଳଣାଗୁଡ଼ିକ ପାଇଁ ଏମିତି ଏକ ଆକର୍ଷଣ ସୃଷ୍ଟି ହୋଇଛି ଯେ, ବିଦେଶରେ ମଧ୍ୟ ଏସବୁର ଚାହିଦା ବଢ଼ିଚାଲିଛି। ‘ମନ୍ କି ବାତ୍’ରେ ଆମେ ଯେତେବେଳେ କାହାଣୀ କହିବାର ଭାରତୀୟ ଢଙ୍ଗ ସମ୍ପର୍କରେ କଥା ହେଲୁ, ସେତେବେଳେ ଏହାର ଖ୍ୟାତି ମଧ୍ୟ ଦୂର-ଦୂରାନ୍ତକୁ ବ୍ୟାପିଗଲା । ଲୋକେ କାହାଣୀ କହିବାର ଭାରତୀୟ ଢଙ୍ଗ ଆଡ଼କୁ ଅଧିକରୁ ଅଧିକ ଆକର୍ଷିତ ହେବାକୁ ଲାଗିଲେ ।
ବନ୍ଧୁଗଣ,
ଆପଣମାନଙ୍କର ମନେଥିବ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅର୍ଥାତ ଏକତା ଦିବସ ଅବସରରେ ‘ମନ୍ କି ବାତ୍’ରେ ଆମେ ତିନୋଟି ପ୍ରତିଯୋଗିତା କଥା କହିଥିଲୁ । ଏହି ପ୍ରତିଯୋଗିତାଗୁଡ଼ିକ ଦେଶଭକ୍ତି ଗୀତ ରଚନା, ନାନାବାୟା ଗୀତ ରଚନା ଏବଂ ରଙ୍ଗୋଲି ଅଙ୍କନ ଉପରେ ଆଧାରିତ ଥିଲା । ଏ କଥା କହିବାରେ ମୋତେ ଖୁସି ଲାଗୁଛି ଯେ, ସମଗ୍ର ଦେଶର ୭୦୦ରୁ ଅଧିକ ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ଲୋକେ ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି । ପିଲା, ବୟସ୍କ ବ୍ୟକ୍ତି, ବରିଷ୍ଠ ଲୋକେ, ସମସ୍ତେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରି ୨୦ରୁ ଅଧିକ ଭାଷାରେ ନିଜର କୃତିମାନ ପଠାଇଛନ୍ତି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଜଣେ ଜଣେ ଚମ୍ପିଆନ୍, କଳାର ସାଧକ । ନିଜ ଦେଶର ବିବିଧତା ଏବଂ ସଂସ୍କୃତି ପ୍ରତି ଆପଣମାନଙ୍କ ହୃଦୟରେ କେତେ କେତେ ପ୍ରେମ ଭରି ରହିଛି, ତାହା ଆପଣମାନେ ଦର୍ଶାଇଛନ୍ତି ।
ବନ୍ଧୁଗଣ,
ଆଜି ଏହି ଅବସରରେ ମୋତେ ଲତା ମଙ୍ଗେଶକର, ଲତା ଦିଦିଙ୍କ କଥା ମନେପଡ଼ିବା ବହୁତ ସ୍ୱାଭାବିକ । କାରଣ, ଯେଉଁଦିନ ଏହି ପ୍ରତିଯୋଗିତାମାନ ଆରମ୍ଭ ହୋଇଥିଲା, ସେହିଦିନ ଲତା ଦିଦି ଟ୍ୱିଟ୍ କରି ଏହି ପ୍ରଥାଗୁଡ଼ିକ ସହ ନିଶ୍ଚିତ ଭାବେ ଯୋଡ଼ି ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ ।
ବନ୍ଧୁଗଣ,
ନାନାବାୟା ଗୀତ ରଚନାରେ ପ୍ରଥମ ପୁରସ୍କାରର ବିଜେତା ହେଉଛନ୍ତି, କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ବି.ଏମ. ମଞ୍ଜୁନାଥ । ତାଙ୍କୁ ଏହି ପୁରସ୍କାର କନ୍ନଡ଼ ଭାଷାରେ ତାଙ୍କଦ୍ୱାରା ରଚିତ ନାନାବାୟା ଗୀତ ମଲଗୁ କନ୍ଦା ପାଇଁ ମିଳିଛି । ତାଙ୍କ ମାଆ ଓ ଜେଜେମା’ ଗାଉଥିବା ନାନାବାୟା ଗୀତଗୁଡ଼ିକରୁ ଏହାକୁ ଲେଖିବା ପାଇଁ ତାଙ୍କୁ ପ୍ରେରଣା ମିଳିଛି । ଏହାକୁ ଶୁଣିଲେ ଆପଣଙ୍କୁ ମଧ୍ୟ ଖୁସି ଲାଗିବ ।
ଶୋଇପଡ଼, ଶୋଇପଡ଼ ମୋ ଧନ,
ଶୋଇପଡ଼ ମୋ କୁଳ ନନ୍ଦନ ।
ହେଲାଣି ଅନ୍ଧାର, ଗଲାଣି ଦିନ,
ନିଦ୍ରାଦେବୀଙ୍କ ହେବ ଆଗମନ । ।
ତାରାଭରା ବଗିଚାରୁ ସିଏ
ଆଣିବେ ସପନ ତୋଳି
ଶୋଇପଡ଼ ଧନ ଶୋଇପଡ଼
ତୁ ଆଉ ନ କର ଅଳି । ।
ଆସାମର କାମରୂପ୍ ଜିଲ୍ଲାର ବାସିନ୍ଦା ଦିନେଶ ଗୋୱାଲା ଏହି ପ୍ରତିଯୋଗିତାରେ ଦ୍ୱିତୀୟ ପୁରସ୍କାର ଲାଭ କରିଛନ୍ତି । ସେ ଯେଉଁ ନାନାବାୟା ଗୀତଟି ଲେଖିଛନ୍ତି, ସେଥିରେ ସେଠାକାର ମାଟି ଏବଂ ଧାତୁ ପାତ୍ର ତିଆରି କରୁଥିବା କାରିଗରମାନଙ୍କ ଲୋକପ୍ରିୟ ଶିଳ୍ପକଳାର ଛାପ ରହିଛି ।
କୁମ୍ଭାର ଦାଦା ଆସିଛନ୍ତି, ହାତେ ଧରି ତାଙ୍କ ମୁଣି,
ଆସ ଦେଖିବା ଆସ ଦେଖିବା, ଆସିଛନ୍ତି କିସ ଆଣି?
ମୁଣିରେ ଥିଲା ତାଙ୍କ ହାତଗଢ଼ା, ସୁନ୍ଦର ଏକ ଗିନା
ଆମ ଝିଅ ପଚାରେ, ଦାଦା, ଇଏ ଗଢ଼ିଲ କେମିତିକିନା?
ଗୀତ ଏବଂ ନାନାବାୟା ଗୀତ ଭଳି ରଙ୍ଗୋଲି ଅଙ୍କନ ପ୍ରତିଯୋଗିତା ମଧ୍ୟ ଲୋକଙ୍କ ଦ୍ୱାରା ବହୁତ ଆଦୃତ ହେଲା। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ଏକରୁ ବଳି ଆରେକ ସୁନ୍ଦର ରଙ୍ଗୋଲି ଆଙ୍କି ପଠାଇଲେ । ଏଥିରେ ପୁରସ୍କାର ପାଇଥିବା ପ୍ରତିଯୋଗୀ ହେଲେ ପଞ୍ଜାବର କମଲ୍ କୁମାର । ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଅମର ବୀର ଶହିଦ ଭଗତ ସିଂଙ୍କ ସୁନ୍ଦର ରଙ୍ଗୋଲି ଆଙ୍କିଥିଲେ । ମହାରାଷ୍ଟ୍ରର ସାଙ୍ଗ୍ଲିର ସଚିନ୍ ନରେନ୍ଦ୍ର ଅବସାରୀ ନିଜ ରଙ୍ଗୋଲିରେ ଜାଲିଆନାୱାଲାବାଗ୍, ସେଠାରେ ଘଟିଥିବା ନରସଂହାର ଏବଂ ଶହିଦ ଉଧମ୍ ସିଂହଙ୍କ ବୀରତ୍ୱକୁ ଦର୍ଶାଇଲେ । ଗୋଆ ନିବାସୀ ଗୁରୁଦତ ୱାଂଟେକର୍ ରଙ୍ଗୋଲିରେ ଗାନ୍ଧିଜୀଙ୍କ ଚିତ୍ର ଆଙ୍କିଥିବାବେଳେ ପୁଡୁଚେରୀର ମାଲାତିସେଲ୍ଭମ୍ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଅନେକ ମହାନ ସଂଗ୍ରାମୀମାନଙ୍କୁ ନିଜ ଚିତ୍ରାଙ୍କନର କେନ୍ଦ୍ରରେ ରଖିଥିଲେ ।
ଦେଶାତ୍ମବୋଧକ ଗୀତ ରଚନା ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ପ୍ରତିଯୋଗୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଟି.ବିଜୟ ଦୁର୍ଗା । ସେ ତେଲୁଗୁ ଭାଷାରେ ନିଜ ରଚନା ପଠାଇଥିଲେ । ସେ ନିଜ ଅଂଚଳର ସୁବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ନରସିମା ରେଡ୍ଡି ଗାରୁଙ୍କ ଠାରୁ ଅନେକ ପ୍ରେରଣା ଲାଭ କରିଛନ୍ତି । ବିଜୟ ଦୁର୍ଗା ପଠାଇଥିବା ଗୀତର ଏହି ଅଂଶ ଆପଣମାନେ ମଧ୍ୟ ଶୁଣନ୍ତୁ ।
ରେନାଡ଼ୁ ପ୍ରାନ୍ତର ସୂରୁଜ
ହେ ବୀର ନରସିଂହ !
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଙ୍କୁର ତୁମେ, ଅଙ୍କୁଶ ତୁମେ,
ଇଂରେଜମାନଙ୍କ ଅନ୍ୟାୟ ଅତ୍ୟାଚାର ଦେଖି ତୁମେ,
ତାତିଲା ରକତ ତୁମର !
ରେନାଡ଼ୁ ପ୍ରାନ୍ତର ସୂରୁଜ
ହେ ବୀର ନରସିଂହ !
ତେଲୁଗୁ ପରେ ଏବେ ମୁଁ ଆପଣମାନଙ୍କୁ ମୈଥିଲି ଭାଷାର ଗୋଟିଏ ସଙ୍ଗୀତାଂଶ ଶୁଣାଉଛି । ଏହାକୁ ପଠାଇଛନ୍ତି ଦୀପକ ବତ୍ସ । ସେ ମଧ୍ୟ ଏହି ପ୍ରତିଯୋଗିତାରେ ପୁରସ୍କାର ଲାଭ କରିଛନ୍ତି ।
ଭାରତ ବିଶ୍ୱର ଗୌରବ, ହେ ଭାଇ
ଆମ ଏହି ଦେଶ ମହାନ,
ତିନି ପଟେ ସାଗର ଘେରିଛି
ଉତରେ କୈଳାଶ ଶକ୍ତିମାନ ।
ଗଙ୍ଗା, ଯମୁନା, କୃଷ୍ଣ, କାବେରୀ,
କୋଶୀ, କମଳା ବଲାନ୍
ଆମ ଏହି ଦେଶ ମହାନ,
ତ୍ରିରଙ୍ଗାରେ ଆମ ପ୍ରାଣ . . .
ବନ୍ଧୁଗଣ, ଆଶା କରୁଛି, ଆପଣମାନଙ୍କୁ ଏହା ଭଲ ଲାଗିଥିବ । ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କ ତାଲିକା ବହୁତ ଲମ୍ବା । ଆପଣମାନେ ସଂସ୍କୃତି ମନ୍ତ୍ରଣାଳୟର ୱେବ୍ସାଇଟ୍କୁ ଯାଇ, ଏସବୁକୁ ସପରିବାରେ ଦେଖନ୍ତୁ ଓ ଶୁଣନ୍ତୁ । ଆପଣମାନଙ୍କୁ ବହୁତ ପ୍ରେରଣା ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ଯଦି ବନାରସ୍ କଥା ପଡ଼େ, ସେହେନାଈ କଥା ପଡ଼େ, ଉସ୍ତାଦ ବିସମିଲ୍ଲାହ୍ ଖାଁଙ୍କ କଥା ଉଠେ, ତାହେଲେ ସେ ଦିଗକୁ ମୋ ଦୃଷ୍ଟି ପଡ଼ିବା ସ୍ୱାଭାବିକ । କିଛି ଦିନ ପୂର୍ବେ ଉସ୍ତାଦ ବିସମିଲ୍ଲାହ୍ ଖାନ୍ ଯୁବ ପୁରସ୍କାର ପ୍ରଦାନ କରାଗଲା । ଏହି ପୁରସ୍କାର ସଙ୍ଗୀତ ଏବଂ ପର୍ଫର୍ମିଂ ଆର୍ଟ୍ସ କ୍ଷେତ୍ରରେ ଉଦୀୟମାନ ପ୍ରତିଭାଶାଳୀ କଳାକାରମାନଙ୍କୁ ଦିଆଯାଇଥାଏ । ଏହା କଳା ଏବଂ ସଙ୍ଗୀତ ଜଗତର ଲୋକପ୍ରିୟତା ବୃଦ୍ଧିକରିବା ସହିତ ଏହାର ସମୃଦ୍ଧିରେ ନିଜର ଯୋଗଦାନ ଦେଉଛନ୍ତି । ଏଥିରେ ସେହି କଳାକାରମାନେ ମଧ୍ୟ ରହିଛନ୍ତି, ଯେଉଁମାନେ ସେହି ବାଦ୍ୟଯନ୍ତ୍ରଗୁଡ଼ିକୁ ନୂତନ ଜୀବନଦାନ ଦେଇଛନ୍ତି, ଯେଉଁଗୁଡ଼ିକର ଲୋକପ୍ରିୟତା ସମୟ ସହ ହ୍ରାସ ହୋଇଚାଲିଥିଲା । ଏବେ ଆପଣମାନେ ଏହି ଟ୍ୟୁନ୍ (ସ୍ୱର) କୁ ମନ ଦେଇ ଶୁଣନ୍ତୁ . . .
(ଜୟଦୀପ ମୁଖାର୍ଜୀଙ୍କ ସୂରସିଙ୍ଗାର୍ ବାଦନ)
ଏହା କେଉଁ ବାଦ୍ୟଯନ୍ତ୍ରର ଧ୍ୱନି, ଆପଣମାନେ ଜାଣିଛନ୍ତି କି? ହୁଏତ ଆପଣ ଜାଣିନଥାଇପାରନ୍ତି । ଏହି ବାଦ୍ୟଯନ୍ତ୍ରର ନାମ ହେଉଛି ସୂର୍ସିଙ୍ଗାର୍ ଏବଂ ଏହାର ସ୍ୱର ସଂଯୋଜନା କରିଛନ୍ତି ଜୟଦୀପ୍ ମୁଖାର୍ଜୀ । ଉସ୍ତାଦ ବିସମିଲ୍ଲାହ୍ ଖାନ ପୁରସ୍କାରରେ ସମ୍ମାନିତ ଯୁବକମାନଙ୍କ ମଧ୍ୟରୁ ଜୟଦୀପ ଅନ୍ୟତମ । ବିଗତ ୫୦ ଓ ୬୦ ଦଶନ୍ଧି ପରବର୍ତୀ ସମୟରୁ ଏହି ବାଦ୍ୟଯନ୍ତ୍ରର ଧ୍ୱନି ଶୁଣିପାରିବା ଦୁର୍ଲ୍ଲଭ ହୋଇଯାଇଥିଲା । କିନ୍ତୁ ଜୟଦୀପ ସୂରସିଙ୍ଗାରକୁ ପୁଣିଥରେ ଲୋକପ୍ରିୟ କରାଇବାରେ ପ୍ରାଣପଣେ ଲାଗିଛନ୍ତି । ସେହିଭଳି ଭଉଣୀ ଉପ୍ପଲପୁ ନାଗମଣିଙ୍କ ଉଦ୍ୟମ ମଧ୍ୟ ବହୁତ ପ୍ରେରଣାଦାୟୀ, ଯାହାଙ୍କୁ ମେଣ୍ଡୋଲିନ୍ରେ କର୍ଣ୍ଣାଟକୀ ବାଦ୍ୟସଙ୍ଗୀତ ପାଇଁ ଏହି ପୁରସ୍କାର ଦିଆଯାଇଛି । ସେହିଭଳି, ସଂଗ୍ରାମ ସିଂ ସୁହାସ ଭଣ୍ଡାରେଙ୍କୁ ୱାର୍କରୀ କୀର୍ତନ ପାଇଁ ଏହି ପୁରସ୍କାର ମିଳିଛି । ଏହି ତାଲିକାରେ କେବଳ ସଙ୍ଗୀତ ଶିଳ୍ପୀ ନାହାନ୍ତି, ବରଂ ଭି. ଦୁର୍ଗା ଦେବୀ ନୃତ୍ୟର ଗୋଟିଏ ପ୍ରାଚୀନ ଶୈଳୀ କରକଟ୍ଟମ୍ ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହି ପୁରସ୍କାରର ଅନ୍ୟ ଜଣେ ବିଜେତା ରାଜକୁମାର ନାୟକ ତେଲେଙ୍ଗାନାର ୩୧ଟି ଜିଲ୍ଲାରେ ୧୦୧ ଦିନ ଧରି ଚାଲୁଥିବା ପେରିନି ଓଡିସିର ଆୟୋଜନ କରିଥିଲେ। ଆଜି ଲୋକେ ତାଙ୍କୁ ପେରିନି ରାଜକୁମାର ନାମରେ ଚିହ୍ନିବାରେ ଲାଗିଛନ୍ତି । ପେରିନି ନାଟ୍ୟମ୍ ଭଗବାନ ଶିବଙ୍କୁ ସମର୍ପିତ ଏକ ନୃତ୍ୟ, ଯାହା କାକତିୟ ବଂଶର ରାଜତ୍ୱ ସମୟରେ ଖୁବ ଲୋକପ୍ରିୟ ଥିଲା । ଆଜିର ତେଲେଙ୍ଗାନା ସହିତ ଏହି ରାଜବଂଶର ସମ୍ପର୍କ ରହିଛି । ଅନ୍ୟ ଜଣେ ପୁରସ୍କାର ବିଜେତା ହେଉଛନ୍ତି ସାଇଖୌମ୍ ସୂରଚନ୍ଦ୍ର ସିଂ । ସେ ମୈତେଇ ପୁଙ୍ଗ୍ ବାଦ୍ୟଯନ୍ତ୍ର ତିଆରି କରିବାରେ ତାଙ୍କର ନୈପୁଣ୍ୟ ପାଇଁ ବେଶ ପରିଚିତ । ଏହା ମଣିପୁରର ଏକ ବାଦ୍ୟଯନ୍ତ୍ର । ପୂରଣ ସିଂ ଜଣେ ଦିବ୍ୟାଙ୍ଗ କଳାକାର, ଯିଏ ରାଜୁଲା-ମଲୁଶାହି, ନ୍ୟୌଲି, ହୁଡ଼୍କା ବୋଲ୍, ଜାଗର୍ ଭଳି ବିଭିନ୍ନ ସଙ୍ଗୀତକୁ ଲୋକପ୍ରିୟ କରୁଛନ୍ତି । ସେ ଏସବୁର ଅନେକ ଅଡିଓ ରେକର୍ଡ଼ିଂ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଉତରାଖଣ୍ଡର ଲୋକସଙ୍ଗୀତରେ ନିଜର ପ୍ରତିଭା ପ୍ରଦର୍ଶିତ କରି ପୂରଣ ସିଂ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ସମୟର ସୀମାକୁ ଦୃଷ୍ଟିରେ ରଖି ଯଦିଓ ଏଠାରେ ମୁଁ ସମସ୍ତ ପୁରସ୍କାର ବିଜେତାମାନଙ୍କ ବିଷୟରେ ଆଲୋଚନା କରିପାରୁନାହିଁ, କିନ୍ତୁ ଆପଣମାନେ ସେମାନଙ୍କ ବିଷୟରେ ନିଶ୍ଚୟ ପଢ଼ିବେ ବୋଲି ମୋର ବିଶ୍ୱାସ । ଏହି ସମସ୍ତ କଳାକାର ପର୍ଫମିଂ ଆର୍ଟସକୁ ଆହୁରି ଲୋକପ୍ରିୟ କରିବାରେ ତୃଣମୂଳ ସ୍ତରରେ ସମସ୍ତଙ୍କୁ ପ୍ରେରିତ କରିଚାଲିଥିବେ ବୋଲି ମୋର ଆଶା ।
ମୋର ପ୍ରିୟ ଦେଶବାସୀଗଣ,
ଦୃତ ଗତିରେ ଉନ୍ନତି କରିଚାଲିଥିବା ଆମ ଦେଶରେ ଡିଜିଟାଲ ଇଣ୍ଡିଆର ଶକ୍ତି କୋଣ ଅନୁକୋଣରେ ଦେଖାଯାଉଛି । ଡିଜିଟାଲ ଇଣ୍ଡିଆର ଶକ୍ତିକୁ ଘରକୁ ଘର ପହଂଚାଇବାରେ ଭିନ୍ନ ଭିନ୍ନ ଆପ୍ ଗୁଡ଼ିକର ବଡ଼ ଭୂମିକା ରହିଥାଏ । ଏହିଭଳି ଗୋଟିଏ ଆପ୍ ହେଉଛି ଇ-ସଂଜୀବନୀ । ଏହି ଆପ୍ ମାଧ୍ୟମରେ ଟେଲି-କନ୍ସଲ୍ଟେଶନ୍, ଅର୍ଥାତ, ଦୂରରେ ଥାଇ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଡାକ୍ତରଙ୍କଠାରୁ ନିଜ ବ୍ୟାଧି ସମ୍ପର୍କରେ ପରାମର୍ଶ ପାଇପାରିବେ । ଏହି ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଏବେ ୧୦ କୋଟିରୁ ଉର୍ଦ୍ଧ୍ୱ ହେଲାଣି । ଆପଣ କଳ୍ପନା କରିପାରୁଥିବେ, ଭିଡିଓ କନ୍ଫରେନ୍ସ ମାଧ୍ୟମରେ ୧୦ କୋଟି ପରାମର୍ଶ !! ରୋଗୀ ଓ ଚିିକିତ୍ସକଙ୍କ ମଧ୍ୟରେ ଅଦ୍ଭୁତ ସମ୍ପର୍କ ! ଏହା ଏକ ବହୁତ ବଡ଼ ଉପଲବ୍ଧି । ଏହି ଉପଲବ୍ଧି ପାଇଁ ମୁଁ ସମସ୍ତ ଡାକ୍ତର ଏବଂ ଏହି ସୁବିଧାର ଲାଭ ଉଠାଉଥିବା ସମସ୍ତ ରୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଭାରତର ଜନସାଧାରଣ, ଜ୍ଞାନକୌଶଳକୁ କିଭଳି ନିଜ ଜୀବନର ଅଂଶବିଶେଷ କରିନେଇଛନ୍ତି, ଏହା ଏ କଥାର ଏକ ଜୀବନ୍ତ ଉଦାହରଣ । ଆମେ ଲକ୍ଷ୍ୟ କରିଛୁ ଯେ, କରୋନା କାଳରେ ଇ-ସଂଜୀବନୀ ଆପ୍ ମାଧ୍ୟମରେ ଟେଲି-କନ୍ସଲ୍ଟେଶନ୍ ଜନସାଧାରଣଙ୍କ ପାଇଁ ଗୋଟିଏ ବଡ଼ ବରଦାନ ରୂପେ ପ୍ରମାଣିତ ହୋଇଥିଲା । ‘ମନ୍ କି ବାତ୍’ରେ ଏ ବିଷୟରେ ଜଣେ ଡାକ୍ତର ଓ ଜଣେ ରୋଗୀଙ୍କ ସହିତ କଥା ହୋଇ ସେ କଥାକୁ ଆପଣଙ୍କ ଯାଏ ପହଂଚାଇବା ପାଇଁ ମୋର ମଧ୍ୟ ଇଚ୍ଛା ହେଲା । ଆମେ ଏକଥା ଜାଣିବା ପାଇଁ ଚେଷ୍ଟା କରିବା ଯେ, ଟେଲି କନ୍ସଲ୍ଟେଶନ୍, ଲୋକଙ୍କ ପାଇଁ କେତେ ପ୍ରଭାବଶାଳୀ ହୋଇଛି । ଆମ ସହିତ ରହିଛନ୍ତି ସିକ୍କିମର ଡାକ୍ତର ମଦନମଣି । ସେ ସିକ୍କିମର ବାସିନ୍ଦା, କିନ୍ତୁ ସେ ଧାନ୍ବାଦରୁ ଏମ.ବି.ବି.ଏସ୍. ପାଶ କରିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମ୍.ଡି. କରିଛନ୍ତି । ସେ ଗ୍ରାମାଂଚଳର ଅନେକ ଲୋକଙ୍କୁ Tele-consultation ମାଧ୍ୟମରେ ପରାମର୍ଶ ଦେଇସାରିଛନ୍ତି ।
ପ୍ରଧାନମନ୍ତ୍ରୀ ଜୀ - ନମସ୍କାର .... ନମସ୍କାର ମଦନମଣିଜୀ ।
ଡା. ମଦନମଣି - ନମସ୍କାର ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ମୁଁ ନରେନ୍ଦ୍ର ମୋଦୀ କହୁଛି ......
ଡା. ମଦନମଣି - ଆଜ୍ଞା, ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ଆପଣ ତ ବନାରସ୍ରେ ପଢ଼ିଛନ୍ତି ..... ।
ଡା. ମଦନମଣି - ହଁ ସାର୍ ...... ମୁଁ ବନାରସରେ ପଢ଼ିଛି ।
ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର Medical Education ସେଇଠି ହେଲା?
ଡା. ମଦନମଣି - ଆଜ୍ଞା, ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ଆପଣ ଯେତେବେଳେ ବନାରସରେ ଥିଲେ, ସେ ସମୟର ବନାରସ ତ ଦେଖିଥିଲେ, ଆଜିର ପରିବର୍ତ୍ତିତ ବନାରସ କେବେ ଦେଖିବାକୁ ଗଲେଣି କି ନାହିଁ?
ଡା. ମଦନମଣି - ପ୍ରଧାନମନ୍ତ୍ରୀ ମହୋଦୟ, ଯେବେଠୁଁ ମୁଁ ସିକ୍କିମ୍ ଆସିଲିଣି ସେବେଠୁଁ ଆଉ ଯାଇପାରିନି। କିନ୍ତୁ ଶୁଣିଛି ଯେ ବନାରସ ବହୁତ ବଦଳିଗଲାଣି ।
ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କର ବନାରସ ଛାଡ଼ିବା କେତେବର୍ଷ ହେଇଗଲାଣି?
ଡା. ମଦନମଣି - ୨୦୦୬ରୁ ବନାରସ ଛାଡ଼ିଲିଣି ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ଓହୋ ..... ତାହେଲେ ତ ଆପଣ ଜରୁର ଆସିବା ଉଚିତ ।
ଡା. ମଦନମଣି - ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା, ମୁଁ କିନ୍ତୁ ଫୋନ୍ କରିଥିଲି ଯେ ଆପଣ ତ ସିକିମ୍ ଭିତରେ ଦୂର ଦୂରାନ୍ତର ପାହାଡ଼ ଅଞ୍ଚଳରେ ରହି ଲୋକମାନଙ୍କୁ Tele Consultation ମାଧ୍ୟମରେ ସେବା ଦେଇଆସୁଛନ୍ତି ।
ଡା. ମଦନମଣି - ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ମୁଁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ଆପଣଙ୍କ ଅନୁଭୂତି ଶୁଣାଇବାକୁ ଚାହୁଁଛି ।
ଡା. ମଦନମଣି - ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କ ଅନୁଭୂତି ବିଷୟରେ ମୋତେ କିଛି କୁହନ୍ତୁ?
ଡା. ମଦନମଣି - ପ୍ରଧାନମନ୍ତ୍ରୀ ମହୋଦୟ, ମୋର ଅନୁଭୂତି ବହୁତ ଭଲ । ସିକିମ୍ରେ ଖୁବ୍ ନିକଟରେ ଥିବା PHCକୁ ଯିବାକୁ ହେଲେ ଗାଡ଼ିରେ ଲୋକମାନଙ୍କ ଅତିକମ୍ରେ ଶହେ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଯିବାପରେ ବି ଡାକ୍ତରଙ୍କ ସାକ୍ଷାତ ମିଳିବା ନ ମିଳିବାର ସମସ୍ୟା ମଧ୍ୟ ଅଛି ତେଣେ Tele Consultation ଜରିଆରେ ଲୋକମାନେ ଆମ ସହିତ ସିଧା ସମ୍ପର୍କ କରିପାରନ୍ତି । ଦୂରଦୂରାନ୍ତର ଲୋକମାନେ ମଧ୍ୟ । Health and Wellness କେନ୍ଦ୍ରଗୁଡ଼ିକରେ ଯେଉଁ CHOମାନେ ଅଛନ୍ତି ସେମାନେ ଆମ ସହିତ ଲୋକମାନଙ୍କୁ କନେକ୍ଟ କରେଇ ଦିଅନ୍ତି । ଲୋକମାନଙ୍କର ପୁରୁଣା ରୋଗ ଏବଂ ତା’ର ବର୍ତମାନର ସ୍ଥିତି ବିଷୟରେ ଆମକୁ ସବୁକଥା ଅବଗତ କରାଇଦିଅନ୍ତି ।
ପ୍ରଧାନମନ୍ତ୍ରୀ ଜୀ - ତା’ମାନେ Document transfer କରେଇ ଦିଅନ୍ତି ....?
ଡା. ମଦନମଣି - ଆଜ୍ଞା ..... Document transfer କରିଦିଅନ୍ତି, ଆଉ ଯଦି କିଛି କାରଣରୁ transfer ନ ହୋଇପାରେ ତେବେ ସେମାନେ ଆମକୁ ପଢ଼ି ଶୁଣାଇଦିଅନ୍ତି ।
ପ୍ରଧାନମନ୍ତ୍ରୀ ଜୀ - ସେଠାକାର Wellness Centre ଡାକ୍ତର ହିଁ କହିଦିଅନ୍ତି?
ଡା. ମଦନମଣି - ହଁ ସାର୍, Wellness Centreରେ ଯେଉଁ CHO ବା Community Health Officer ଥାଆନ୍ତି ।
ପ୍ରଧାନମନ୍ତ୍ରୀ ଜୀ - ଆଉ ଯେଉଁ ରୋଗୀ ସେ ଆପଣଙ୍କୁ ତା’ର ଅସୁବିଧାଗୁଡ଼ିକ ସିଧା କହିଥାଏ ନା?
ଡା. ମଦନମଣି - ଆଜ୍ଞା Patient ନିଜେ ମଧ୍ୟ ତା’ର ଅସୁବିଧାଗୁଡ଼ିକୁ ଆମକୁ କହିଥାଏ । ଆମେ ପୁରୁଣା ରେକର୍ଡ ଦେଖି, ଯଦି କିଛି ନୂଆ କଥା ଜାଣିବା ଆମପାଇଁ ଦରକାର ଥାଏ ଯେପରିକି କାହାରି Chest Auscultate କରିବାକୁ ପଡ଼ିବ ତ ତା’ର ପାଦ ଫୁଲିଛି କି ନାହିଁ । ଯଦି CHO ନ ଦେଖିଥାଏ ତେବେ ଆମେ ତାକୁ କହୁ ଯେ ପାଦ ଫୁଲିଛି କି ନାହିଁ ଯାଇ ଦେଖ ... ଆଖି ଦେଖି ଆନିମିଆ ଅଛି କି ନାହିଁ କୁହ । ଯଦି ତା’ର କାଶ ହେଉଥାଏ ତେବେ ତା’ ଛାତିକୁ Auscultate କରି ଆଉ କେମିତିକା Sound ଆସୁଛି କୁହ । ଏଇଭଳି .....
ପ୍ରଧାନମନ୍ତ୍ରୀ ଜୀ - ଆପଣ Voice କଲ୍ରେ କଥା ହୁଅନ୍ତି, କି Video Call ବି ଉପଯୋଗ କରନ୍ତି?
ଡା. ମଦନମଣି - Video Call ମଧ୍ୟ କରିଥାଉ ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ତା’ହେଲେ ଆପଣ Y Patient ବି ଦେଖିପାରନ୍ତି?
ଡା. ମଦନମଣି - Patient କୁ ବି ଦେଖିପାରୁ ସାର୍ ।
ପ୍ରଧାନମନ୍ତ୍ରୀ ଜୀ - Patient କୁ ସେତେବେଳେ କେମିତି Feeling ଆସେ?
ଡା. ମଦନମଣି - Patient କୁ ଭଲ feeling ଆସେ ସାର୍ । କାରଣ ସେ ଡାକ୍ତରଙ୍କୁ ପାଖରୁ ଦେଖିଲାଭଳି ଅନୁଭବ କରେ । ତା’ର ଔଷଧ ବଢ଼େଇବାକୁ ପଡ଼ିବ କି କମେଇବାକୁ ପଡ଼ିବ ସେ ବିଷୟରେ ତା’ର Confusion ଥାଏ । ସିକିମ୍ରେ ସାଧାରଣତଃ ଡାଇବେଟିସ୍ ଓ Hypertension ରୋଗୀମାନେ ବେଶୀ ଆସନ୍ତି । ଡାଇବେଟିସ୍ ବା Hypertension ଗୋଟିଏ ଔଷଧକୁ ବଢ଼େଇବା ବା କମାଇବା ପାଇଁ ତାଙ୍କୁ ଡାକ୍ତର ପାଇବାକୁ ଅନେକ ଦୂର ଯିବାକୁ ପଡ଼ିଥାଏ । କିନ୍ତୁ Tele Consultation ଦ୍ୱାରା ଡାକ୍ତର ତାଙ୍କୁ ସେଇଠି ହିଁ ମିଳିଯାଇଥାନ୍ତି ଆଉ ଔଷଧ ମଧ୍ୟ Health and Wellness Centre ଉରଦ୍ଭଗ୍ଧକ୍ସର ଦ୍ୱାରା ମାଗଣାରେ ଉପଲବ୍ଧ ହୋଇଥାଏ । ସେ ସେଠାରୁ ଔଷଧ ମଧ୍ୟ ନେଇକରି ଯାଏ ।
ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା, ମଦନମଣି ଜୀ, ଆପଣ ତ ଜାଣିଛନ୍ତି ଯେ Patient ମାନଙ୍କର ସ୍ୱଭାବ ହେଲା ଡାକ୍ତର ନ ଦେଖିଲା ପର୍ଯ୍ୟନ୍ତ ସେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଆଉ ଡାକ୍ତରଙ୍କୁ ମଧ୍ୟ ଲାଗେ ଯେ Patientକୁ ଟିକେ ଦେଖିବାକୁ ପଡ଼ିବ । ଏବେ ସବୁ କାମ Tele Consultation ମାଧ୍ୟମରେ ହୋଇପାରୁଛି । ଏ କ୍ଷେତ୍ରରେ ଡାକ୍ତରଙ୍କୁ କେମିତି ଅନୁଭବ ହୁଏ ଆଉ Patient ବି କେମିତି feel କରେ?
ଡା. ମଦନମଣି - ଆମକୁ ଲାଗେ କି ଆମେ Patient କୁ ଟିକେ ଦେଖିବା ଦରକାର, ତେଣୁ ଆମକୁ ଯାହା ଯାହା ଦେଖିବା ଦରକାର ତାହା ଆମେ CHOଙ୍କୁ କହି ଠସୟରକ୍ଟ ମାଧ୍ୟମରେ ଦେଖିନେଉ । କେବେ କେବେ Video ମଧ୍ୟ Patientରେ ପାଖକୁ ଆସି ନିଜର ଅସୁବିଧା ରହିଛି ମନେକରନ୍ତୁ କାହାରି ଚର୍ମରୋଗର ସମସ୍ୟା ଅଛି ତ ସେ ଆମକୁ Video ଦ୍ୱାରା ଦେଖାଇପାରେ । ଫଳରେ ତାକୁ ମଧ୍ୟ ସନ୍ତୋଷ ଲାଗେ ।
ପ୍ରଧାନମନ୍ତ୍ରୀ ଜୀ - ଆଉ ତା’ର ଚିକିତ୍ସା କରିବା ପରେ ତାକୁ ସନ୍ତୋଷ ମିଳେ? କ’ଣ ଅନୁଭବ କରନ୍ତି? Patient ଭଲ ହେଉଛନ୍ତି?
ଡା. ମଦନମଣି - ଆଜ୍ଞା ବହୁତ ସନ୍ତୋଷ ଲାଗେ । ଆମକୁ ବି ଖୁସି ଲାଗେ ସାର୍ । କାରଣ ମୁଁ ଏବେ ସ୍ୱାସ୍ଥ୍ୟ ବିଭାଗରେ ଅଛି ଏବଂ ତା’ସଙ୍ଗେ ସଙ୍ଗେ Tele Consultation ମଧ୍ୟ କରୁଛି । ଫାଇଲ୍ କାମ ସାଥେ ସାଥେ ମୁଁ Patient ବି ଦେଖିବା ବହୁତ ଭଲ ଓ ସୁଖଦ ଅନୁଭବ ସାର୍ ।
ପ୍ରଧାନମନ୍ତ୍ରୀ ଜୀ - Tele Consultation ମାଧ୍ୟମରେ ଆପଣ ଆଭରେଜ୍ କେତେ Patient ଦେଖିପାରୁଛନ୍ତି?
ଡା. ମଦନମଣି - ଏପର୍ଯ୍ୟନ୍ତ ମୁଁ ପାଞ୍ଚ ଶହ ଛତିଶ Patient ଦେଖିଲିଣି ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ଓହୋ ...... ତାହେଲେ ଆପଣଙ୍କୁ ଏଥିରେ ବହୁତ ଦକ୍ଷତା ହାସଲ ହୋଇଗଲାଣି ।
ଡା. ମଦନମଣି - ସାର୍, ଦେଖିବାକୁ ଖୁବ୍ ଭଲ ଲାଗୁଛି ।
ପ୍ରଧାନମନ୍ତ୍ରୀ ଜୀ - ଠିକ୍ ଅଛି, ମୁଁ ଆପଣଙ୍କୁ ଶୁଭକାମନା ଜଣାଉଛି । ଏହି technologyର ଉପଯୋଗ କରି ଆପଣ ସିକିମ୍ର ଦୂରଦୂରାନ୍ତରେ ଥିବା ଜଙ୍ଗଲ ଓ ପାହାଡ଼ରେ ରହୁଥିବା ଲୋକମାନଙ୍କର ଏତେବଡ଼ ସେବା କରୁଛନ୍ତି । ଆହୁରି ମଧ୍ୟ ଖୁସିର କଥା ଯେ ଆମ ଦେଶର ଦୂରଦୂରାନ୍ତ ଅଞ୍ଚଳରେ technologyର ଏତେ ଭଲ ଉପଯୋଗ ହୋଇପାରୁଛି । ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ।
ଡା. ମଦନମଣି - ଧନ୍ୟବାଦ୍ ସାର୍ ।
ବନ୍ଧୁଗଣ,
E-Sanjeevani App ଡାକ୍ତରମାନଙ୍କୁ କେତେ ସହାୟକ ହୋଇପାରୁଛି, ଡାକ୍ତର ମଦନମଣିଙ୍କ କଥାରୁ ତାହା ସ୍ପଷ୍ଟ ଜାଣିହେଲା । ଡାକ୍ତର ମଦନଙ୍କ ପରେ ପରେ ଆମେ ଏବେ ଆଉଜଣେ ମଦନଙ୍କୁ ଭେଟିବା । ଏ ହେଉଛନ୍ତି ଉତ୍ତରପ୍ରଦେଶ ଚନ୍ଦୋଲୀ ଜିଲ୍ଲାର ବାସିନ୍ଦା ମଦନମୋହନ ଲାଲ୍ । ସଂଯୋଗର କଥା ଯେ ଚନ୍ଦୋଲି ମଧ୍ୟ ବନାରସର ପାଖାପାଖି ଜାଗା । ଆସନ୍ତୁ ମଦନମୋହନଙ୍କଠାରୁ ଜାଣିବା ଜଣେ Patient ହିସାବରେ E-Sanjeevaniକୁ ନେଇ ତାଙ୍କର ଅନୁଭୂତି କ’ଣ?
ପ୍ରଧାନମନ୍ତ୍ରୀ ଜୀ - ମଦନମୋହନ ଜୀ ପ୍ରଣାମ ।
ମଦନମୋହନ - ନମସ୍କାର, ନମସ୍କାର ସାହେବ ।
ପ୍ରଧାନମନ୍ତ୍ରୀ ଜୀ - ନମସ୍କାର, ମୁଁ ଶୁଣୁଛି ଆପଣ ଜଣେ ଡାଏବେଟିସ୍ ରୋଗୀ?
ମଦନମୋହନ - ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ଆଉ ଆପଣ Technology ସାହାଯ୍ୟରେ Tele-Consultation ଦ୍ୱାରା ନିଜ ରୋଗ ଚିକିତ୍ସା କରାଉଛନ୍ତି?
ମଦନମୋହନ - ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ଜଣେ Patient ହିସାବରେ ତଥା ଜଣେ ପୀଡ଼ିତ ଭାବେ ମୁଁ ଆପଣଙ୍କ ଅନୁଭବ ଜାଣିବାକୁ ଚାହୁଁଛି ତଥା ଲୋକମାନଙ୍କୁ ଜଣାଇବାକୁ ଚାହୁଁଛି ଯେ କେମିତି ଗାଁ ଗହଳର ଲୋକମାନେ ମଧ୍ୟ technology ଉପଯୋଗ କରି ଉପକୃତ ହୋଇପାରୁଛନ୍ତି । ଟିକେ କୁହନ୍ତୁ ତ ଆପଣ କେମିତି ଏସବୁ କରୁଛନ୍ତି?
ମଦନମୋହନ ଜୀ-ସାର୍, କଥା ହେଲା ଘରଠାରୁ Hospital ଦୂରରେ । ତେଣୁ ଡାଏବେଟିସ୍ ହେଲାପରେ ମୋତେ ୫-୬ କିଲୋମିଟର ଦୂର ଯାଇ ଚିକିତ୍ସା କରାଇବାକୁ ପଡୁଥିଲା । ଆପଣଙ୍କ ଦ୍ୱାରା ଯେବେଠାରୁ ଏଇ ବ୍ୟବସ୍ଥା ପ୍ରଚଳନ ହେଲା ଏବେ ମୁଁ ଏଇ ପାଖକୁ ଯାଉଛି, ମୋର ପରୀକ୍ଷା ହେଉଛି, ବାହାରେ ରହୁଥିବା ଡାକ୍ତରଙ୍କ ସାଥିରେ ଆମକୁ କଥାବାର୍ତ୍ତା କରେଇ ଦିଆଯାଉଛି ଆଉ ଔଷଧ ବି ମିଳିଯାଉଛି । ୟା ଦ୍ୱାରା ଆମର ବଡ଼ ଉପକାର ହେଉଛି । ଅନ୍ୟ ଲୋକମାନଙ୍କର ମଧ୍ୟ ଲାଭ ହେଉଛି ।
ପ୍ରଧାନମନ୍ତ୍ରୀ ଜୀ - ଆପଣଙ୍କୁ ସବୁବେଳେ ଜଣେ ଡାକ୍ତର ଦେଖୁଛନ୍ତି ନାଁ ଡାକ୍ତର ବଦଳ ହେଉଛନ୍ତି ।
ମଦନମୋହନ ଜୀ - ସେ ଯଦି ଜାଣିପାରନ୍ତିନି ତାହେଲେ ଡାକ୍ତରଙ୍କୁ ଦେଖାଇଦିଅନ୍ତି । ସେ ହିଁ କଥା ହୋଇ ଅନ୍ୟ ଡାକ୍ତରଙ୍କୁ ଆମକୁ ଦେଖାଇଦିଅନ୍ତି ।
ପ୍ରଧାନମନ୍ତ୍ରୀ ଜୀ - ଆଉ ଡାକ୍ତର ଆପଣଙ୍କୁ ଯେଉଁ ପରାମର୍ଶ ଦିଅନ୍ତି ତାଦ୍ୱାରା ଆପଣଙ୍କର ପୁରା ଲାଭ ହୁଏ?
ମଦନମୋହନ ଜୀ - ଆମର ଉପକାର ହୁଏ । ଆମର ବହୁତ ଉପକାର ହୁଏ । ଗାଁର ଲୋକମାନଙ୍କୁ ମଧ୍ୟ ତା’ଦ୍ୱାରା ଉପକାର ମିଳେ । ସମସ୍ତେ ଯାଇ ସେଠି ପଚାରନ୍ତି, ଭାଇ! ମୋର BP ଅଛି, ମୋର Sugar ଅଛି, ଟେଷ୍ଟ କର, ଦେଖ ଆଉ ଔଷଧ ଦିଅ । ଆଗରୁ ତ ପାଞ୍ଚ ଛଅ କିଲୋମିଟର ଯାଉଥିଲୁ, ଲମ୍ବା ଲାଇନ୍ ଲାଗୁଥିଲା, Pathology ରେ ବି ଲାଇନ୍ ଲାଗିଯାଏ – ଗୋଟା ଗୋଟା ଦିନ ବି ନଷ୍ଟ ହୋଇଯାଉଥିଲା ।
ପ୍ରଧାନମନ୍ତ୍ରୀ ଜୀ - ଅର୍ଥାତ୍, ଆପଣଙ୍କର ସମୟ ବି ନଷ୍ଟ ହୋଇନଥାନ୍ତା ।
ମଦନମୋହନ ଜୀ - ଆଉ ଟଙ୍କା ମଧ୍ୟ ବ୍ୟୟ ହେଉଥିଲା, ଏଠାରେ କିନ୍ତୁ ନିଃଶୁଳ୍କରେ ସବୁ ସେବା ମିଳିପାରୁଛି ।
ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା, ଯେତେବେଳେ ଆପଣ ନିଜ ସାମ୍ନାରେ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତି ତ ମନରେ ଏକ ବିଶ୍ୱାସ ଆସେ । ଚାଲ ଭାଇ, ଡାକ୍ତର ତ ଅଛନ୍ତି ସେ ମୋର ନାଡ଼ି ଦେଖିଦେଇଛନ୍ତି, ମୋର ଆଖି ଦେଖିଦେଇଛନ୍ତି, ମୋର ଜିଭକୁ ବି check କରିନେଇଛନ୍ତି । ଏସବୁ ପରେ ଏକ ଅଲଗା ପ୍ରକାରର feelings ଆସେ । ଏବେ ଏ ପ୍ରକାର Tele Consultation କଲେ ସେପ୍ରକାର ସନ୍ତୋଷ ଭାବ କ’ଣ ଆପଣଙ୍କୁ ଆସେ?
ମଦନମୋହନ ଜୀ -ହଁ, ସନ୍ତୋଷ ଲାଗେ । ସେମାନେ ଆମର ନାଡିକୁ ଧରୁଛନ୍ତି, ପରୀକ୍ଷା କରୁଛନ୍ତି, ଏଭଳି ଅନୁଭବ ତ ହୁଏ ଏବଂ ଶରୀରକୁ ମଧ୍ୟ ଖୁସି ଲାଗେ ଯେ ଭାଇ, ଏତେ ବଢ଼ିଆ ବ୍ୟବସ୍ଥା ଆପଣ ତିଆରିଛନ୍ତି ଯେ ଆଗରୁ ଆମକୁ ବହୁତ ଦୁଃଖ, କଷ୍ଟ ସହି ଦୂର ଜାଗାକୁ ଯିବାକୁ ହେଉଥିଲା, ଗାଡିଭଡା ଦେବାକୁ ପଡୁଥିଲା । ସେଠାରେ ଲାଇନ୍ ଲଗାଇବାକୁ ପଡୁଥିଲା । ଆଉ ଏବେ ତ ସବୁ ସୁବିଧା ଆମକୁ ଘରେ ବସି ହିଁ ମିଳିଯାଉଛି ।
ପ୍ରଧାନମନ୍ତ୍ରୀ ଜୀ - ଆଚ୍ଛା ଠିକ୍ ଅଛି ମଦନମୋହନ ଜୀ, ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ବୟସର ଏହି ଅବସ୍ଥାରେ ପହଞ୍ଚି ମଧ୍ୟ ଆପଣ technologyକୁ ଶିଖୁଛନ୍ତି, technologyର ଉପଯୋଗ କରୁଛନ୍ତି । ଏକଥା ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ, ଯଦ୍ଦ୍ୱାରା ଲୋକମାନଙ୍କର ଅଯଥା ସମୟ ବି ନଷ୍ଟ ହେବନାହିଁ, ଅର୍ଥ ବି ବ୍ୟୟ ହେବନାହିଁ ଏବଂ ସେମାନଙ୍କୁ ଯାହା ବି ମାର୍ଗଦର୍ଶନ ମିଳୁଛି ତହିଁରେ ଔଷଧ ଦ୍ୱାରା ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ଭଲ ଭାବରେ ହୋଇପାରିବ ।
ମଦନମୋହନ ଜୀ - ହଁ, ଏଇୟା ନୁହେଁ ତ ଆଉ କ’ଣ?
ପ୍ରଧାନମନ୍ତ୍ରୀ ଜୀ - ହଉ, ମଦନମୋହନ ଜୀ, ଆପଣଙ୍କୁ ମୋର ବହୁତ ବହୁତ ଶୁଭେଚ୍ଛା ।
ମଦନମୋହନ ଜୀ - ବନାରସକୁ ତ ଆପଣ କାଶୀ ବିଶ୍ୱନାଥ ଷ୍ଟେସନ କରିଦେଲେ । development କରିଦେଲେ । ଆପଣଙ୍କୁ ଆମ ତରଫରୁ ବହୁତ ବହୁତ ଶୁଭକାମନା ।
ପ୍ରଧାନମନ୍ତ୍ରୀ ଜୀ - ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି । ଆରେ .... ଆମେ କ’ଣ କରୁଛୁ! ପ୍ରକୃତରେ ବନାରସର ଲୋକମାନେ ହିଁ ବନାରସକୁ ଗଢ଼ିଛନ୍ତି । ନ ହେଲେ, ମୁଁ ତ ମା’ ଗଙ୍ଗାର ସେବା ପାଇଁ ମା’ ଗଙ୍ଗା ମୋତେ ଡାକିଛି ବୋଲି ଆସିଛି । ଆଉ କିଛି ନୁହେଁ । ଠିକ୍ ଅଛି, ବହୁତ ବହୁତ ଶୁଭକାମନା ଓ ଶୁଭେଚ୍ଛା ଆପଣଙ୍କୁ । ପ୍ରଣାମ ।
ମଦନମୋହନ ଜୀ - ନମସ୍କାର ସାର୍ ।
ପ୍ରଧାନମନ୍ତ୍ରୀ ଜୀ - ନମସ୍କାର ।
ସାଥୀଗଣ, ଦେଶର ସାମାନ୍ୟ ମାନବଙ୍କ ପାଇଁ, ମଧ୍ୟମବର୍ଗଙ୍କ ପାଇଁ, ପାହାଡ଼ିଆ ତଥା ପାର୍ବତୀୟ ଅଂଚଳରେ ରହୁଥିବା ଲୋକମାନଙ୍କ ପାଇଁ “E-Sanjeevani” ନାଁରେ ଜୀବନକୁ ସୁରକ୍ଷା ଦେଉଥିବା ଗୋଟିଏ App ତିଆରି ଚାଲିଛି । ଏହାହେଉଛି ଭାରତର digital କ୍ରାନ୍ତିର ଶକ୍ତି ଏବଂ ଏହାର ପ୍ରଭାବ ଆଜି ଆମେ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ପାଉଛେ । ଭାରତରେ UPIର ଶକ୍ତିକୁ ମଧ୍ୟ ଆପଣ ସମସ୍ତେ ଜାଣିଛନ୍ତି । ସଂସାରର ଅନେକ ଦେଶ UPI ପ୍ରତି ଆକର୍ଷିତ ହେଉଛନ୍ତି । କିଛିଦିନ ତଳେ ହିଁ ଭାରତ ଓ ସିଙ୍ଗାପୁର ମଧ୍ୟରେ UPI Pay Now Link Lunch କରାଗଲା । ଏବେ ସିଙ୍ଗାପୁର ଓ ଭାରତର ଲୋକେ ନିଜର ମୋବାଇଲ ଫୋନ୍ରେ ସେହିପ୍ରକାର ଭାବେ ଟଙ୍କା ନେଣଦେଣ କରୁଛନ୍ତି ଯେମିତି ସେମାନେ ନିଜ ନିଜ ଦେଶ ଭିତରେ କରୁଛନ୍ତି । ମୋତେ ବହୁତ ଖୁସି ଲାଗୁଛି ଯେ ଲୋକେ ଏହି UPIର ଲାଭ ଉଠାଇବା ଆରମ୍ଭ କରିନେଲେଣି ।
ଭାରତର E-Sanjeevani App ହେଉ ବା UPI, ଏହା Ease of livingକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ସାହାଯ୍ୟକାରୀ ସାବ୍ୟସ୍ତ ହେଉଛି ।
ମୋର ପ୍ରିୟ ଦେଶବାସୀ,
ଯେତେବେଳେ କୌଣସି ଦେଶର ବିଲୁପ୍ତ ହୋଇଯାଉଥିବା କୌଣସି ପକ୍ଷୀର ପ୍ରଜାତିକୁ, କୌଣସି ଜୀବଜନ୍ତୁଙ୍କୁ ବଞ୍ଚାଇ ଦିଆଯାଏ ତ ସାରା ଦୁନିଆରେ ଏକଥାର ଚର୍ଚ୍ଚା ହୁଏ । ଆମ ଦେଶରେ ଏମିତି ମହାନ ପରମ୍ପରାମାନ ମଧ୍ୟ ରହିଛି, ଯାହା ଲୁପ୍ତ ହୋଇଯାଇଥିଲା, ଲୋକଙ୍କର ମନ ମସ୍ତିଷ୍କରୁ ତାହା ଲିଭିଯାଇଥିଲା । କିନ୍ତୁ ବର୍ତମାନ ଏ ପ୍ରକାର ପରମ୍ପରାକୁ ଲୋକଙ୍କ ସାହାଯ୍ୟ ସହଯୋଗର ଶକ୍ତି ବଳରେ ପୁନଃଜୀବିତ କରିବାକୁ ପ୍ରଚେଷ୍ଟା କରାଯାଉଛି । ତ, ଏହାର ଚର୍ଚ୍ଚା କରିବା ପାଇଁ “ମନ୍ କି ବାତ୍”ଠାରୁ ଉତ୍କୃଷ୍ଟ ମଂଚ ଆଉ କ’ଣ ଆମକୁ ମିଳିପାରିବ? ଏବେ ମୁଁ ଯାହା ଆପଣଙ୍କୁ କହିବାକୁ ଯାଉଛି, ତାହା ଜାଣିବା ପରେ ସତରେ ଆପଣମାନେ ବହୁତ ଆନନ୍ଦିତ ହେବେ, ନିଜର ପରମ୍ପରା ଐତିହ୍ୟ ଉପରେ ଗର୍ବ ଅନୁଭବ କରିବେ । ଆମେରିକାରେ ରହୁଥିବା ଶ୍ରୀମାନ କଂଚନ ବାନାର୍ଜୀ ପରମ୍ପରାର ସଂରକ୍ଷଣ ପାଇଁ ଜଡ଼ିତ ହୋଇଥିବା ଏପରି ଏକ ଅଭିଯାନ ପ୍ରତି ମୋର ଧ୍ୟାନ ଆକର୍ଷଣ କରିଛନ୍ତି । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।
ସାଥୀଗଣ,
ପଶ୍ଚିମବଙ୍ଗରେ ହୁଗ୍ଲୀ ଜିଲ୍ଲାର ବାଁସ୍ବେରିଆରେ ଏଇ ମାସ “ତ୍ରିବେଣୀ କୁମ୍ଭୋମହୋତ୍ସବ”ର ଆୟୋଜନ ହୋଇଥିଲା । ଏଠାରେ ଆଠଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ, ହେଲେ କ’ଣ ଆପଣ ଜାଣନ୍ତି ଯେ ଏହା ଏତେ ମହତ୍ୱପୂର୍ଣ୍ଣ କ’ଣ ପାଇଁ? ମହତ୍ୱପୂର୍ଣ୍ଣ ଏଇଥିପାଇଁ ଯେ ଏହି ପ୍ରଥାକୁ ୭୦୦ ବର୍ଷ ପରେ ପୁନଃଜୀବିତ କରାଯାଇଛି । ଏମିତିରେ ଦେଖିବାକୁ ଗଲେ ଏହି ପରମ୍ପରା ହେଉଛି ହଜାରେ ବର୍ଷର ପୁରୁଣା ପରମ୍ପରା । କିନ୍ତୁ ଦୁର୍ଭାଗ୍ୟବଶତଃ ୭୦୦ ବର୍ଷ ପୂର୍ବେ ବଙ୍ଗଳାର ତ୍ରିବେଣୀରେ ହେଉଥିବା ଏହି ମହୋତ୍ସବ ବନ୍ଦ ହୋଇଯାଇଥିଲା । ଏହି ପରମ୍ପରାକୁ ଭାରତ ସ୍ୱାଧୀନତା ପାଇବା ପରେ ପରେ ହିଁ ଆରମ୍ଭ କରାଯିବାର ଥିଲା ମାତ୍ର ତାହା ବି ସମ୍ଭବ ହୋଇପାରିଲା ନାହିଁ । ଦୁଇବର୍ଷ ପୂର୍ବେ ସ୍ଥାନୀୟ ବାସିନ୍ଦା ଓ “ତ୍ରିବେଣୀ କୁମ୍ଭ ପରିଚାଳନା ସମିତି” ମାଧ୍ୟମରେ ଏହି ମହୋତ୍ସବ ପୁଣିଥରେ ଆରମ୍ଭ ହୋଇଛି । ମୁଁ ଏହି ଆୟୋଜନରେ ଯୋଡ଼ିହୋଇଥିବା ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି । ଆପଣମାନେ କେବଳ ଗୋଟିଏ ପରମ୍ପରାକୁ ଜୀବିତ କରୁନାହାନ୍ତି ବରଂ ଆପଣମାନେ ଭାରତର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ରକ୍ଷା କରୁଛନ୍ତି ।
ସାଥୀଗଣ, ପଶ୍ଚିମବଙ୍ଗରେ ତ୍ରିବେଣୀକୁ ଶତାବ୍ଦୀ ଶତାବ୍ଦୀ ସମୟରୁ ଏକ ପବିତ୍ର ପୀଠସ୍ଥଳୀ ରୂପେ ସମସ୍ତେ ଜାଣିଛନ୍ତି । ଏହି ପୀଠର ଉଲ୍ଲେଖ ବିଭିନ୍ନ ମଙ୍ଗଳକାବ୍ୟ, ବୈଷ୍ଣବ ସାହିତ୍ୟ, ଶାକ୍ତ ସାହିତ୍ୟ ଏବଂ ଅନ୍ୟାନ୍ୟ ବଙ୍ଗଳା ସାହିତ୍ୟିକ କୃତିରେ ମଧ୍ୟ ଦେଖିବାକୁ ମିଳିଥାଏ । ବିଭିନ୍ନ ଐତିହାସିକ ତଥ୍ୟ ସାମଗ୍ରୀରୁ ଜଣାପଡ଼େ ଯେ ଦିନେ ଏହି କ୍ଷେତ୍ର ସଂସ୍କୃତ, ଶିକ୍ଷା ଓ ଭାରତୀୟ ସଂସ୍କୃତିର କେନ୍ଦ୍ର ଥିଲା । ଅନେକ ସାଧୁସନ୍ଥ ଏହି ସ୍ଥାନକୁ ମାଘସଂକ୍ରାନ୍ତିରେ କୁମ୍ଭସ୍ନାନ ପାଇଁ ପବିତ୍ର ସ୍ଥାନ ବୋଲି ବିଶ୍ୱାସ କରନ୍ତି । ତ୍ରିବେଣୀରେ ଆପଣମାନଙ୍କୁ ଅନେକ ଗଙ୍ଗାଘାଟ, ଶିବମନ୍ଦିର ଏବଂ ଟେରାକୋଟାର ବାସ୍ତୁଶିଳ୍ପରେ ସଜ୍ଜିତ ପ୍ରାଚୀନ ପ୍ରାସାଦ ଦେଖିବାକୁ ମିଳିଯିବ । ତ୍ରିବେଣୀର ପରମ୍ପରା ଓ ଐତିହ୍ୟକୁ ପୁନଃସ୍ଥାପନା କରିବା ଓ କୁମ୍ଭ ପରମ୍ପରାର ଗୌରବକୁ ପୁନଃଜୀବିତ କରିବା ପାଇଁ ଏଠାରେ ବିଗତ ବର୍ଷ କୁମ୍ଭମେଳାର ଆୟୋଜନ କରାଯାଇଥିଲା । ସାତ ଶତାବ୍ଦୀ ପରେ ତିନିଦିନ ଧରି ଆୟୋଜିତ ଏହି କୁମ୍ଭ ମହାସ୍ନାନ ଓ ମେଳା ଏ ଅଂଚଳରେ ଏକ ନୂତନ ଶକ୍ତି ସଂଚାର କରିଛି । ତିନିଦିନ ଧରି ପ୍ରତ୍ୟହ ଅନୁଷ୍ଠିତ ହେଉଥିବା ଗଙ୍ଗା ଆରତୀ, ରୁଦ୍ରାଭିଷେକ ଏବଂ ଯଜ୍ଞରେ ବହୁତ ସଂଖ୍ୟାରେ ଲୋକମାନେ ସାମିଲ ହେଉଥିଲେ । ଏହିଥର ଅନୁଷ୍ଠିତ ମହୋତ୍ସବରେ ବିଭିନ୍ନ ଆଶ୍ରମ, ମଠ ଏବଂ ଆଖଡ଼ା ମଧ୍ୟ ସମ୍ମିଳିତ ହୋଇଥିଲେ । ବଙ୍ଗାଳୀ ପରମ୍ପରା ସହ ଜଡ଼ିତ କୀର୍ତନ, ବାଉଲ୍, ଗୌଡୀୟ ନୃତ୍ୟ, ସ୍ତ୍ରୀ-ଖୋଲ, ପୋଟେର୍ ଗାନ୍, ଛଉ-ନାଚ ସନ୍ଧ୍ୟା କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ର ଥିଲା । ଆମର ଯୁବସମାଜକୁ ଆମ ଦେଶର ସ୍ୱର୍ଣ୍ଣର୍ିମ ଅତୀତ ସହ ଯୋଡ଼ିବା ପାଇଁ ଏହା ଏକ ପ୍ରଶଂସନୀୟ ପ୍ରୟାସ ଥିଲା । ଭାରତରେ ଏହିଭଳି ଅନେକ ପ୍ରକାର ପ୍ରଥା ରହିଛି ଯାହାକୁ ପୁନଃଜୀବିତ କରିବାର ଆବଶ୍ୟକତା ରହିଛି । ମୋର ଆଶା, ଏହା ଉପରେ ହେଉଥିବା ଆଲୋଚନା, ଲୋକମାନଙ୍କୁ ଏ ଦିଗରେ ନିଶ୍ଚୟ ପ୍ରେରଣା ଯୋଗାଇବ ।
ମୋର ପ୍ରିୟ ଦେଶବାସୀଗଣ;
ସ୍ୱଚ୍ଛ ଭାରତ ଅଭିଯାନରେ ଆମ ଦେଶରେ ଜନତାଙ୍କ ଅଂଶଗ୍ରହଣର ଅର୍ଥ ଏବେ ଯେମିତି ବଦଳିଗଲାଣି । ଦେଶରେ କେଉଁଠି ବି କିଛି ସ୍ୱଚ୍ଛତା ସମ୍ବନ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲେ ଲୋକମାନେ ସ୍ୱତଃ ମୋ ପାଖରେ ଖବର ପହଞ୍ଚାଇଦିଅନ୍ତି । ଏମିତିରେ ମୋର ଧ୍ୟାନ ଆକର୍ଷିତ ହୋଇଛି ହରିୟାଣାର ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱଚ୍ଛତା ଅଭିଯାନ ଉପରେ । ହରିୟାଣାରେ ଗୋଟିଏ ଗାଁ ନାଁ ହେଉଛି – “ଦୁଲ୍ହେଡୀ” । ଏଠିକାର ଯୁବକମାନେ ନିଷ୍ପତ୍ତି ନେଲେ ଯେ ଭିବାନୀ ସହରକୁ ସେମାନେ ସ୍ୱଚ୍ଛତା ଆଧାରରେ ଉଦାହରଣୀୟ କରିବେ । ସେମାନେ “ଯୁବ ସ୍ୱଚ୍ଛତା ଏବଂ ଜନସେବା ସମିତି” ନାମରେ ଏକ ସଂଗଠନ ଗଢ଼ିଲେ । ଏହି ସମିତିରେ ଜଡ଼ିତ ହୋଇଥିବା ଯୁବକମାନେ ଭୋର୍ ୪ଟାରେ ଭିବାନୀ ସହରରେ ପହଂଚିଯାନ୍ତି । ସହରର ଅଲଗା ଅଲଗା ଜାଗାରେ ଏମାନେ ସମସ୍ତେ ମିଶି ସଫେଇ ଅଭିଯାନ ଚଳେଇ ରଖନ୍ତି । ଏହି ଯୁବକମାନେ ଏପର୍ଯ୍ୟନ୍ତ ସହରର ଅଲଗା ଅଲଗା ସ୍ଥାନରୁ ଅନେକ ଟନ୍ ବର୍ଜ୍ୟବସ୍ତୁ ସଫା କରିସାରିଲେଣି ।
ବନ୍ଧୁଗଣ;
ସ୍ୱଚ୍ଛ ଭାରତ ଅଭିଯାନର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ହେଉଛି Waste to Wealth.. ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଭଉଣୀ କମଳା ମହାରଣା ଗୋଟିଏ ସ୍ୱୟଂ ସହାୟିକା ଗୋଷ୍ଠୀ ଚଳାନ୍ତି । ଏହି ଗୋଷ୍ଠୀର ମହିଳାମାନେ କ୍ଷୀର ପ୍ୟାକେଟ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ପ୍ୟାକିଂ ସାମଗ୍ରୀକୁ ସଂଗ୍ରହ କରି ଟୋକେଇ, ମୋବାଇଲ ଷ୍ଟାଣ୍ଡ ଆଜି ଜିନିଷ ନିର୍ମାଣ କରୁଛନ୍ତି । ଏମାନଙ୍କ ପାଇଁ ଏହା ସ୍ୱଚ୍ଛତା ସହିତ ଆମଦାନୀର ଏକ ମାଧ୍ୟମ ରୂପେ ମଧ୍ୟ ପରିଗଣିତ ହେଉଛି । ଯଦି ଆମେ ଦୃଢ଼ସଂକଳ୍ପ ନେବା, ତା’ହେଲେ ସ୍ୱଚ୍ଛ ଭାରତ ଅଭିଯାନରେ ନିଜର ବହୁତ ବଡ଼ ଯୋଗଦାନ ଦେଇପାରିବା । ଅତିକମ୍ରେ ପ୍ଲାଷ୍ଟିକ୍ର ବ୍ୟାଗ ସ୍ଥାନରେ କପଡ଼ା ବ୍ୟାଗ୍ର ସଂକଳ୍ପ ଆମ ସମସ୍ତଙ୍କୁ ନେବା ହିଁ ଉଚିତ୍ । ଆପଣମାନେ ଦେଖିବେ, ଆପଣଙ୍କର ଏହି ସଂକଳ୍ପ ଆପଣଙ୍କୁ କେତେ ସନ୍ତୋଷ ପ୍ରଦାନ କରିବ, ତା’ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।
ମୋର ପ୍ରିୟ ଦେଶବାସୀଗଣ; ଆଜି ଆମେ ଆପଣମାନଙ୍କ ସହ ମିଶି ପୁଣିଥରେ ଅନେକ ପ୍ରେରଣାଦାୟୀ ବିଷୟରେ କଥାବାର୍ତ୍ତା ହେଲେ । ପରିବାରବର୍ଗଙ୍କ ସହ ବସି ଶୁଣିଲେ ଓ ତାକୁ ମଧ୍ୟ ଦିନସାରା ଗୁଣୁଗୁଣାଇବା । ଆମେ ଦେଶ ପ୍ରତି କର୍ତ୍ତବ୍ୟ ପରାୟଣତାର ଯେତିକି ଚର୍ଚ୍ଚା କରୁଛୁ ଆମକୁ ସେତିକି ଶକ୍ତିପ୍ରାପ୍ତ ହେଉଛି । ଏହି ଶକ୍ତି ପ୍ରବାହ ସାଙ୍ଗରେ ଚାଲିଚାଲି ଆଜି ଆମେ “ମନ୍ କି ବାତ୍”ର ୯୮ତମ ଅଧ୍ୟାୟ ପର୍ଯ୍ୟନ୍ତ ପହଂଚିଗଲେଣି । ଆଜିଠାରୁ କିଛିଦିନ ପରେ ହିଁ ହୋଲିର ଉତ୍ସବ ଆସିବ । ଆପଣ ସମସ୍ତଙ୍କୁ ହୋଲିର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆମେ ଆମର ଉତ୍ସବକୁ Vocal for Local ଆଧାରରେ ପାଳନ କରିଥାଉ । ନିଜ ନିଜର ଅନୁଭବକୁ ମୋ ସହ Share କରିବାକୁ ଆଦୌ ଭୁଲିବେ ନାହିଁ । ସେତେଦିନ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ । ଆସନ୍ତାଥର ଆମେମାନେ ପୁଣିଥରେ ନୂଆ ବିଷୟ ସହ କଥାବାର୍ତ୍ତା ହେବା ।
ବହୁତ ବହୁତ ଧନ୍ୟବାଦ ।
ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହା ୨୦୨୩ର ପ୍ରଥମ ‘ମନ୍ କି ବାତ୍’ ହୋଇଥିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ୯୭ତମ ଅଧ୍ୟାୟ । ଆପଣ ସମସ୍ତଙ୍କ ସହିତ ପୁଣିଥରେ କଥା ହୋଇ ମୋତେ ବହୁତ ଖୁସି ଲାଗୁଛି । ପ୍ରତିବର୍ଷ ଜାନୁଆରୀ ମାସଟି ବହୁତ ଘଟଣାବହୁଳ ହୋଇଥାଏ । ଏହି ମାସରେ ୧୪ ଜାନୁଆରୀ ପାଖାପାଖି ଉତ୍ତରରୁ ଦକ୍ଷିଣ ଯାଏଁ ଓ ପୂର୍ବରୁ ପଶ୍ଚିମ ଯାଏଁ ସାରା ଦେଶରେ ଉତ୍ସବର ଯାକଯମକ ଥାଏ। ଏହାପରେ ଦେଶ ନିଜର ଗଣତନ୍ତ୍ର ଉତ୍ସବ ମଧ୍ୟ ପାଳନ କରିଥାଏ। ଏଥର ମଧ୍ୟ ଗଣତନ୍ତ୍ର ଦିବସର ଅନେକ ଉଚ୍ଚପ୍ରଶଂସା ହେଉଛି। ଜୈସଲମେରରୁ ପୁଲକିତ ମୋତେ ଲେଖିଛନ୍ତି ଯେ, ଜାନୁଆରୀ ୨୬ର ପରେଡ୍ ସମୟରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକମାନଙ୍କୁ ଦେଖି ବହୁତ ଭଲ ଲାଗିଲା । କାନପୁରରୁ ଜୟା ଲେଖିଛନ୍ତି ଯେ, ପରେଡରେ ସାମିଲ ହୋଇଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକରେ ଭାରତୀୟ ସଂସ୍କୃତିର ବିଭିନ୍ନ ରୂପକୁ ଦେଖି ଆନନ୍ଦ ଅନୁଭବ ହେଲା । ଏହି ପରେଡରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ମହିଳା ଓଟ ସବାର୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମହିଳା ଦଳର ମଧ୍ୟ ଉଚ୍ଚ ପ୍ରଶଂସା ହେଉଛି ।
ବନ୍ଧୁଗଣ, ଦେହରାଦୁନର ବତ୍ସଲ୍ ମୋତେ ଲେଖିଛନ୍ତି ଯେ, ଜାନୁଆରୀ ୨୫ ତାରିଖକୁ ମୁଁ ସର୍ବଦା ପ୍ରତୀକ୍ଷା କରିଥାଏ, କାରଣ ସେହି ଦିନ ପଦ୍ମ ପୁରସ୍କାର ଘୋଷିତ ହୋଇଥାଏ । ୨୫ ତାରିଖର ସନ୍ଧ୍ୟା କାଳ ହିଁ ମୋର ୨୬ ଜାନୁଆରୀର ଉତ୍ସାହକୁ ଆହୁରି ବଢ଼ାଇ ଦେଇଥାଏ । ତୃଣମୂଳ ସ୍ତରରେ ନିଜ ସମର୍ପଣ ଏବଂ ସେବା ଭାବନା ହେତୁ ଉପଲବ୍ଧି ହାସଲ କରିଥିବା ଲୋକଙ୍କୁ - ପିପୁଲ୍ସ ପଦ୍ମକୁ ନେଇ ମଧ୍ୟ ଅନେକ ଲୋକ ନିଜର ଭାବନାର ପରିପ୍ରକାଶ କରିଛନ୍ତି । ଏଥର ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜନଜାତି ସମୁଦାୟ ଏବଂ ଜନଜାତୀୟ ଜୀବନ ସହ ଜଡ଼ିତ ଲୋକଙ୍କର ପ୍ରତିନିଧିତ୍ୱ ବେଶ ଭଲ ରହିଛି । ଜନଜାତୀୟ ଜୀବନ ସହରର ଧାଁ-ଦୌଡ଼ ଠାରୁ ଭିନ୍ନ ହୋଇଥାଏ । ଏହା ସମ୍ମୁଖରେ ରହିଥିବା ଆହ୍ୱାନ ମଧ୍ୟ ଭିନ୍ନ ଥାଏ । ଏହାସତ୍ୱେ ଜନଜାତୀୟ ସମାଜ, ନିଜର ପରମ୍ପରାଗୁଡ଼ିକୁ ସଂରକ୍ଷିତ ରଖିବା ପାଇଁ ସର୍ବଦା ତତ୍ପର ରହିଥାନ୍ତି । ଜନଜାତୀୟ ସମୁଦାୟ ସହିତ ଯୋଡ଼ିହୋଇଥିବା ବସ୍ତୁଗୁଡ଼ିକର ସଂରକ୍ଷଣ ଏବଂ ସେଗୁଡ଼ିକ ଉପରେ ଗବେଷଣାର ପ୍ରଚେଷ୍ଟା ମଧ୍ୟ ହୋଇଛି । ତଦନୁସାରେ ଟୋଟୋ, ହୋ, କୁଇ, କୁୱି ଓ ମାଣ୍ଡା ଭଳି ଜନଜାତୀୟ ଭାଷାଗୁଡ଼ିକ ଉପରେ କାର୍ଯ୍ୟ କରୁଥିବା ଅନେକ ମହାନୁଭବଙ୍କୁ ପଦ୍ମ ପୁରସ୍କାର ମିଳିଛି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଧାନିରାମ ଟୋଟୋ, ଜାନୁମ୍ ସିଂ ସୋୟ ଏବଂ ବି. ରାମକୃଷ୍ଣ ରେଡ୍ଡିଙ୍କ ନାମ ସହ ତ ଏବେ ସାରା ଦେଶ ପରିଚିତ ହୋଇସାରିଲାଣି । ସିଦ୍ଧି, ଜାର୍ୱା ଏବଂ ଓଙ୍ଗେ ଭଳି ଆଦିମ ଜନଜାତିଙ୍କ ସହିତ କାମ କରୁଥିବା ଲୋକଙ୍କୁ ମଧ୍ୟ ଏଥର ସମ୍ମାନିତ କରାଯାଇଛି । ଯେମିତିକି – ହୀରାବାଈ ଲୋବି, ରତନ ଚନ୍ଦ୍ର କାର ଏବଂ ଈଶ୍ୱର ଚନ୍ଦ୍ର ବର୍ମା । ଜନଜାତୀୟ ସମୁଦାୟ ଆମ ଭୂମି, ଆମ ପରମ୍ପରାର ଅଭିନ୍ନ ଅଙ୍ଗ ହୋଇ ରହିଆସିଛନ୍ତି । ଦେଶ ଓ ସମାଜର ବିକାଶରେ ସେମାନଙ୍କ ଅବଦାନ ଖୁବ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ମାନ ନୂତନ ପିଢ଼ିକୁ ମଧ୍ୟ ପ୍ରେରଣା ଯୋଗାଇବ । ଚଳିତ ବର୍ଷ ପଦ୍ମ ପୁରସ୍କାରର ଧ୍ୱନି ସେହି ଅଂଚଳମାନଙ୍କରେ ମଧ୍ୟ ଶୁଣାଯାଉଛି, ଯାହା ନକ୍ସଲ ପ୍ରଭାବିତ ଥିଲା । ନିଜର ପ୍ରଚେଷ୍ଟାରେ ନକ୍ସଲ ପ୍ରଭାବିତ ଅଂଚଳରେ ପଥଚ୍ୟୁତ ହୋଇଥିବା ଯୁବକମାନଙ୍କୁ ଠିକ ବାଟ ଦେଖାଇଥିବା ଲୋକଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିପାଇଁ କାଁକେରରେ କାଠ ଉପରେ ଖୋଦେଇ କାମ କରୁଥିବା ଅଜୟ କୁମାର ମଣ୍ଡାୱି ଏବଂ ଗଡଚିରୋଲିର ପ୍ରସିଦ୍ଧ ଝାଡ଼ିପଟ୍ଟି ରଙ୍ଗଭୂମି ସହ ଜଡ଼ିତ ପର୍ଶୁରାମ କୋମାଜୀ ଖୁଣେଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି । ସେହିଭଳି ଉତର-ପୂର୍ବାଂଚଳରେ ନିଜ ସଂସ୍କୃତିର ସୁରକ୍ଷାରେ ଲାଗିଥିବା ରାମକୁଈୱାଙ୍ଗ୍ବେ ନିଉମେ, ବିକ୍ରମ ବାହାଦୂର ଜମାତିଆ ଏବଂ କରମା ୱାଙ୍ଗଚୁଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି।
ବନ୍ଧୁଗଣ, ଏଥର ପଦ୍ମ ପୁରସ୍କାରରେ ସମ୍ମାନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଏଭଳି ଅନେକ ଲୋକ ସାମିଲ ହୋଇଛନ୍ତି, ଯେଉଁମାନେ ସଙ୍ଗୀତ ଜଗତକୁ ସମୃଦ୍ଧ କରିଛନ୍ତି । ସଙ୍ଗୀତ କାହାକୁ ବା ଭଲ ନ ଲାଗେ? ପ୍ରତ୍ୟେକଙ୍କର ସଙ୍ଗୀତର ପସନ୍ଦ ଅଲଗା ଅଲଗା ଥାଇପାରେ, କିନ୍ତୁ ସଙ୍ଗୀତ ସମସ୍ତଙ୍କ ଜୀବନର ଅଂଶ ହୋଇଥାଏ । ଏଥର ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସେମାନେ ରହିଛନ୍ତି, ଯେଉଁମାନେ, ସନ୍ତୁର୍, ବମହୁମ, ଦ୍ୱିତାରା ଭଳି ଆମ ପାରମ୍ପରିକ ବାଦ୍ୟଯନ୍ତ୍ରର ମୂର୍ଚ୍ଛନାକୁ ପ୍ରସାରିତ କରିବାରେ ସିଦ୍ଧହସ୍ତ । ଗୁଲାମ ମହମ୍ମଦ ଜାସ୍, ମୋଆ ସୁ-ପୋଙ୍ଗ୍, ରି-ସିଂବୋର୍ କୁର୍କା-ଲାଙ୍ଗ୍, ମୁନି ୱେଙ୍କଟପ୍ପା ଏବଂ ମଙ୍ଗଲ୍ କାନ୍ତି ରାୟ ଏଭଳି କେତେ ଯେ ନାଁ ରହିଛି, ଯାହାଙ୍କ ବିଷୟରେ ଚାରିଆଡ଼େ ଚର୍ଚ୍ଚା ହେଉଛି ।
ବନ୍ଧୁଗଣ, ପଦ୍ମ ପୁରସ୍କାର ପାଇଥିବା ଅନେକ ବ୍ୟକ୍ତି, ଆମ ଗହଣରେ ରହିଥିବା ସେହି ସାଥୀ, ଯେଉଁମାନେ ସର୍ବଦା ଦେଶକୁ ସର୍ବୋପରି ରଖିଛନ୍ତି । ରାଷ୍ଟ୍ର ପ୍ରଥମେ - ଏହି ସିଦ୍ଧାନ୍ତ ପ୍ରତି ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ସେମାନେ ସେବା ଭାବନା ସହ ନିଜ କାମରେ ଲାଗି ରହିଲେ ଏବଂ ଏହାପାଇଁ ସେମାନେ କେବେହେଲେ କୌଣସି ପୁରସ୍କାର ଆଶା କରିନାହାନ୍ତି । ସେମାନେ ଯାହାଙ୍କ ପାଇଁ କାମ କରୁଛନ୍ତି, ସେମାନଙ୍କ ମୁଖମଣ୍ଡଳରେ ଝଲସୁଥିବା ସନ୍ତୁଷ୍ଟି ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର । ଏଭଳି ସମର୍ପିତ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରିବା ଦ୍ୱାରା ଆମ ଦେଶବାସୀଙ୍କ ଗୌରବ ବୃଦ୍ଧି ପାଇଛି । ଯଦିଓ ମୁଁ ସମସ୍ତ ପଦ୍ମ ପୁରସ୍କାର ବିଜେତାମାନଙ୍କ ନାମ ଏଠାରେ କହିପାରୁନାହିଁ, କିନ୍ତୁ ପଦ୍ମ ପୁରସ୍କାର ପାଇଥିବା ଏହି ମହାନୁଭାବମାନଙ୍କ ପ୍ରେରଣାଦାୟୀ ଜୀବନ ବିଷୟରେ ବିସ୍ତୃତ ଭାବେ ଜାଣିବା ଏବଂ ଅନ୍ୟମାନଙ୍କୁ ଜଣାଇବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ବନ୍ଧୁଗଣ, ଆଜି ଯେତେବେଳେ ଆମେ ‘ଆଜାଦି କେ ଅମୃତ୍ ମହୋତ୍ସବ’ କାଳରେ ଗଣତନ୍ତ୍ର ଦିବସ ସମ୍ପର୍କରେ ଆଲୋଚନା କରୁଛୁଁ, ସେତେବେଳେ ମୁଁ ଏଠାରେ ଗୋଟିଏ ଚିତାକର୍ଷକ ବହି ବିଷୟରେ ମଧ୍ୟ ଆଲୋଚନା କରିବି । ମାତ୍ର କିଛି ସପ୍ତାହ ପୂର୍ବେ ମୋତେ ମିଳିଥିବା ଏହି ବହିରେ ଗୋଟିଏ ବହୁତ ଆକର୍ଷଣୀୟ ବିଷୟ ଉପରେ ଆଲୋଚନା କରାଯାଇଛି । ଏହି ବହିର ନାଁ ହେଉଛି - ଇଣ୍ଡିଆ-ଦି ମଦର୍ ଅଫ୍ ଡେମୋକ୍ରେସି । ଏଥିରେ ଅନେକ ଭଲ ଭଲ ପ୍ରବନ୍ଧ ରହିଛି । ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଏବଂ ଆମେ ଭାରତୀୟମାନେ ଏ କଥାକୁ ନେଇ ମଧ୍ୟ ଗର୍ବ କରୁ ଯେ, ଆମ ଦେଶ ଗଣତନ୍ତ୍ରର ଜନ୍ମଦାତା ମଧ୍ୟ ଅଟେ । ଗଣତନ୍ତ୍ର ଆମ ରକ୍ତରେ ପ୍ରବାହିତ, ଆମ ସଂସ୍କୃତିରେ ନିହିତ - ଶହ ଶହ ବର୍ଷ ଧରି ଏହା ଆମ କାର୍ଯ୍ୟପ୍ରଣାଳୀର ମଧ୍ୟ ଏକ ଅଭିନ୍ନ ଅଙ୍ଗ ହୋଇ ରହିଆସିଛି । ସ୍ୱଭାବତଃ ଆମେ ଏକ ଗଣତାନ୍ତ୍ରିକ ସମାଜ । ଡ. ଆମ୍ବେଦକର, ବୌଦ୍ଧ ଭିକ୍ଷୁ ସଂଘର ତୁଳନା ଭାରତୀୟ ସଂସଦ ସହିତ କରିଥିଲେ । ସେ ତାହାକୁ ଏଭଳି ଗୋଟିଏ ସଂସ୍ଥା ବୋଲି କହିଥିଲେ, ଯେଉଁଠାରେ ମୋସନ୍ସ, ରିଜୋଲୁ୍ୟସନ୍ସ, କୋରମ୍, ଭୋଟିଂ ଏବଂ ଭୋଟଗଣତି ପାଇଁ ଅନେକ ନିୟମ ଥିଲା । ଭଗବାନ ବୁଦ୍ଧଙ୍କୁ ଏହାର ପ୍ରେରଣା ସେହି ସମୟର ରାଜନୈତିକ ବ୍ୟବସ୍ଥାରୁ ମିଳିଥିବ ବୋଲି ବାବାସାହେବ ମନେକରୁଥିଲେ ।
ତାମିଲନାଡ଼ୁର ଗୋଟିଏ ଛୋଟ ଅଥଚ ଚର୍ଚ୍ଚିତ ଗାଁ ହେଉଛି ଉତିରମେରୁର। ଏଠାକାର ୧୧୦୦ – ୧୨୦୦ ବର୍ଷ ପୁରାତନ ଗୋଟିଏ ଶିଳାଲିପି ସାରା ବିଶ୍ୱକୁ ଆଚମ୍ଭିତ କରୁଛି । ଏହି ଶିଳାଲିପି ଗୋଟିଏ ଛୋଟ ସମ୍ବିଧାନ ସଦୃଶ । ଗ୍ରାମସଭାର ପରିଚାଳନା କିଭଳି ହେବା ଉଚିତ ଏବଂ ଏହାର ସଭ୍ୟମାନଙ୍କ ଚୟନ ପ୍ରକ୍ରିୟା କିଭଳି ହେବା ଉଚିତ, ତାହା ଏଥିରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଆମ ଦେଶର ଇତିହାସରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଆଉ ଗୋଟିଏ ଉଦାହରଣ ରହିଛି - ଦ୍ୱାଦଶ ଶତାବ୍ଦୀର ଭଗବାନ ବସବେଶ୍ୱରଙ୍କ ଅନୁଭବ ମଣ୍ଡପମ୍ । ଏଠାରେ ମୁକ୍ତ ବିତର୍କ ଏବଂ ଆଲୋଚନାକୁ ପ୍ରୋତ୍ସାହିତ କରାଯାଉଥିଲା । ଏ କଥା ଜାଣି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ଏହା ମାଗ୍ନା କାର୍ଟା ଠାରୁ ମଧ୍ୟ ପୂର୍ବ ଘଟଣା । ୱାରଙ୍ଗଲକାକତୀୟ ବଂଶର ରାଜାମାନଙ୍କର ଗଣତାନ୍ତ୍ରିକ ପରମ୍ପରାମାନ ମଧ୍ୟ ବହୁତ ପ୍ରସିଦ୍ଧ ଥିଲା । ଭକ୍ତି ଆନ୍ଦୋଳନ ପଶ୍ଚିମ ଭାରତରେ ଗଣତନ୍ତ୍ର ସଂସ୍କୃତିକୁ ଆଗେଇ ନେଇଥିଲା । ବହିରେ ଶିଖ୍ ପନ୍ଥର ଗଣତାନ୍ତ୍ରିକ ଭାବନା ଉପରେ ମଧ୍ୟ ଗୋଟିଏ ପ୍ରବନ୍ଧ ରହଛି ଯାହା ଗୁରୁ ନାନକ ଦେବଜୀଙ୍କ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିବା ନିଷ୍ପତିଗୁଡ଼ିକ ଉପରେ ଆଲୋକପାତ କରୁଛି । ମଧ୍ୟଭାରତର ଓରାଓଁ ଏବଂ ମୁଣ୍ଡା ଜନଜାତିମାନଙ୍କରେ କମ୍ୟୁନିଟି ଡ୍ରିଭେନ୍ ଓ କନ୍ସେନସସ୍ ଡ୍ରିଭେନ ନିଷ୍ପତ୍ତି ଉପରେ ମଧ୍ୟ ଏହି ବହିରେ ଉପାଦେୟ ତଥ୍ୟ ରହିଛି । ଏହି ବହିଟି ପଢ଼ିବା ପରେ ଆପଣ ଅନୁଭବ କରିବେ ଯେ, କିଭଳି ଦେଶର ପ୍ରତ୍ୟେକ ଭାଗରେ ଶହ ଶହ ବର୍ଷ ଧରି ଗଣତନ୍ତ୍ରର ଭାବନା ପ୍ରବାହିତ ହୋଇଆସିଛି । ମଦର୍ ଅଫ୍ ଡେମୋକ୍ରାସି ରୂପେ ଆମେ ଅନବରତ ଭାବେ ଏହି ବିଷୟ ଉପରେ ଗଭୀର ଭାବେ ଚିନ୍ତା କରିବା ଉଚିତ, ଆଲୋଚନା ମଧ୍ୟ କରିବା ଉଚିତ ଏବଂ ବିଶ୍ୱକୁ ଅବଗତ ମଧ୍ୟ କରାଇବା ଉଚିତ । ଏହାଦ୍ୱାରା ଦେଶରେ ଗଣତନ୍ତ୍ରର ଭାବନା ଆହୁରି ସୁଦୃଢ଼ ହେବ ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଯଦି ଆପଣମାନଙ୍କୁ ପଚାରେ ଯେ, ଯୋଗ ଦିବସ ଏବଂ ଆମର ବିଭିନ୍ନ କ୍ଷୁଦ୍ର ଶସ୍ୟ ବା ମିଲେଟ୍ସରେ କ’ଣ ସାଧାରଣ ରହିଛି, ତାହେଲେ ଆପଣ ଭାବିପାରନ୍ତି ଯେ, ଏ ଦୁଇଟାକୁ କ’ଣ ତୁଳନା କରିହେବ? କିନ୍ତୁ ଯଦି ମୁଁ କହେ ଯେ, ଏହି ଦୁଇଟି ମଧ୍ୟରେ ବହୁତ କିଛି ସାଧାରଣ ରହିଛି, ତା’ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ ମିଳିତ ଜାତିସଂଘ ଉଭୟ ଆନ୍ତର୍ଜାତିକ ଯୋଗ ଦିବସ ଏବଂ କ୍ଷୁଦ୍ର ଶସ୍ୟ ପାଇଁ ଆନ୍ତର୍ଜାତିକ ବର୍ଷ ପାଳନ କରିବାର ନିଷ୍ପତି ଭାରତର ପ୍ରସ୍ତାବ ପରେ ହିଁ ଗ୍ରହଣ କରିଛି । ଦ୍ୱିତୀୟ କଥା ହେଲା ଯେ, ଯୋଗ ମଧ୍ୟ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଓ ମିଲେଟ୍ସର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃତୀୟ କଥାଟି ଆହୁରି ଗୁରୁତ୍ୱପୂର୍ଣ୍ଣ । ଉଭୟ ଅଭିଯାନରେ ଜନସହଯୋଗିତା ଯୋଗୁଁ ଏକ ପ୍ରକାର ବିପ୍ଳବ ସୃଷ୍ଟି ହୋଇଛି । ଜନସାଧାରଣ ଯେଉଁଭଳି ଭାବେ ବ୍ୟାପକ ସ୍ତରରେ ସକ୍ରିୟ ଅଂଶଗ୍ରହଣ କରି ଯୋଗ ଓ ଫିଟନେସକୁ ନିଜ ଜୀବନର ଅଂଶ କରିଦେଇଛନ୍ତି, ସେହିଭଳି ଭାବେ ମିଲେଟ୍ସକୁ ମଧ୍ୟ ଲୋକେ ବ୍ୟାପକଭାବେ ଆପଣାଇଲେଣି । ଲୋକେ ଏବେ ମିଲେଟ୍ସକୁ ନିଜ ଖାଦ୍ୟରେ ସାମିଲ କଲେଣି । ଏହି ପରିବର୍ତନର ବହୁତ ବଡ଼ ପ୍ରଭାବ ମଧ୍ୟ ଦେଖାଗଲାଣି । ଏହାଦ୍ୱାରା ଏକପକ୍ଷରେ ସେହି କ୍ଷୁଦ୍ରଚାଷୀମାନେ ବହୁତ ଉତ୍ସାହିତ ହୋଇଛନ୍ତି ଯେଉଁମାନେ ପାରମ୍ପରିକ ଭାବେ ମିଲେଟ୍ସ ଚାଷ କରୁଥିଲେ । ବିଶ୍ୱ ଏବେ ସେମାନଙ୍କ ଶସ୍ୟର ମୂଲ୍ୟ ବୁଝିପାରିଥିବାରୁ ସେମାନେ ଏବେ ବହୁତ ଖୁସି । ଅପରପକ୍ଷରେ ଏଫ୍ପିଓ ଏବଂ ଉଦ୍ୟୋଗୀମାନେ ମିଲେଟ୍ସକୁ ବଜାରକୁ ପହଂଚାଇବା ଏବଂ ଏହାକୁ ଜନସାଧାରଣଙ୍କୁ ଉପଲବ୍ଧ କରାଇବାର ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି ।
ଆନ୍ଧ୍ରପ୍ରଦେଶର ନନ୍ଦ୍ୟାଲ୍ ଜିଲ୍ଲାର ବାସିନ୍ଦା କେ.ଭି. ରାମା ସୁବ୍ବା ରେଡ୍ଡି ମିଲେଟ୍ସ ସକାଶେ ଗୋଟିଏ ଭଲ ଦରମାର ଚାକିରି ଛାଡ଼ିଦେଲେ । ମା’ଙ୍କ ହାତତିଆରି ମିଲେଟ୍ସର ବ୍ୟଞ୍ଜନଗୁଡ଼ିକର ସ୍ୱାଦ ତାଙ୍କୁ ଏଭଳି ଆକୃଷ୍ଟ କରିଥିଲା ଯେ, ସେ ନିଜ ଗାଁରେ ବାଜରା ପ୍ରକ୍ରିୟାକରଣ ଉଦ୍ୟୋଗ ହିଁ ପ୍ରତିଷ୍ଠା କରିଦେଲେ । ସୁବ୍ବା ରେଡ୍ଡି ଲୋକଙ୍କୁ ବାଜରାର ଲାଭ ସମ୍ପର୍କରେ ମଧ୍ୟ କହୁଛନ୍ତି ଏବଂ ଏହାକୁ ସହଜରେ ଉପଲବ୍ଧ ମଧ୍ୟ କରାଉଛନ୍ତି । ମହାରାଷ୍ଟ୍ରରେ ଅଲିବାଗ ନିକଟରେ କେନାଡ଼ ଗ୍ରାମର ବାସିନ୍ଦା ଶର୍ମିଳା ଅସ୍ୱାଲ ବିଗତ ୨୦ ବର୍ଷରୁ ମିଲେଟ୍ସ ଉତ୍ପାଦନରେ ନିଆରା ଢଙ୍ଗରେ ଯୋଗଦାନ ଦେଇଛନ୍ତି । ସେ ଚାଷୀମାନଙ୍କୁ ସ୍ମାର୍ଟ ଏଗ୍ରିକଲଚର ବିଷୟରେ ତାଲିମ ଦେଉଛନ୍ତି । ତାଙ୍କ ପ୍ରଚେଷ୍ଟା ଦ୍ୱାରା କେବଳ ମିଲେଟ୍ସର ଉତ୍ପାଦନ ବୃଦ୍ଧି ପାଇଛି ତାହା ନୁହେଁ, ବରଂ ଚାଷୀମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି ।
ଯଦି ଆପଣଙ୍କୁ ଛତିଶଗଡ଼ର ରାୟଗଡ଼ ଯିବାର ସୁଯୋଗ ମିଳେ, ତାହେଲେ ସେଠାକାର ମିଲେଟ୍ସ କ୍ୟାଫେକୁ ନିଶ୍ଚୟ ଯିବେ । ମାତ୍ର କିଛି ମାସ ପୂର୍ବେ ଆରମ୍ଭ ହୋଇଥିବା ଏହି ମିଲେଟ୍ସ କ୍ୟାଫେରେ ଚକୁଳି, ଦୋସା, ମୋମୋସ୍, ପିଜ୍ଜା ଏବଂ ମାଂଚୁରିୟାନ୍ ଭଳି ବ୍ୟଞ୍ଜନ ଖୁବ ଲୋକପ୍ରିୟ ହେବାରେ ଲାଗିଛି ।
ଆପଣଙ୍କୁ ଆଉ ଗୋଟିଏ କଥା ପଚାରିବି? ଆପଣମାନେ ଏଣ୍ଟରପ୍ରିନିୟର୍ ଶବ୍ଦଟି ଶୁଣିଥିବେ । କିନ୍ତୁ ଆପଣ କେବେ ମିଲେଟ୍-ପ୍ରେନିୟର୍ସ ଶବ୍ଦଟି ଶୁଣିଛନ୍ତି କି? ଓଡ଼ିଶାର ମିଲେଟ୍-ପ୍ରେନିୟର୍ସ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛନ୍ତି । ଆଦିବାସୀ ଜିଲ୍ଲା ସୁନ୍ଦରଗଡ଼ର ପ୍ରାୟଃ ଦେଢ଼ ହଜାର ମହିଳାମାନଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ, ଓଡ଼ିଶା ମିଲେଟ୍ସ ମିଶନ୍ ସହିତ ଜଡ଼ିତ । ଏଠାରେ ମହିଳାମାନେ ମିଲେଟ୍ସରେ କୁକିଜ୍, ରସଗୋଲା, ଗୋଲାପଜାମୁ ଏବଂ କେକ୍ ମଧ୍ୟ ତିଆରି କରୁଛନ୍ତି । ବଜାରରେ ଏହାର ଚାହିଦା ବହୁତ ବଢ଼ୁଥିବାରୁ ମହିଳାମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଇଚାଲିଛି ।
କର୍ଣ୍ଣାଟକର କଲବୁର୍ଗୀରେ ଅଳନ୍ଦ ଭୁତାଇ ମିଲେଟ୍ସ ଫାର୍ମର୍ସ ପ୍ରୋଡ୍ୟୁସର୍ସ କମ୍ପାନୀ ଗତ ବର୍ଷ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମିଲେଟ୍ସ ରିସର୍ଚ୍ଚ ତତ୍ତ୍ବାବଧାନରେ କାମ ଆରମ୍ଭ କଲା । ଏଠାକାର ଖାଖ୍ରା, ବିସ୍କୁଟ୍ ଏବଂ ଲଡ଼ୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । କର୍ଣ୍ଣାଟକର ହିଁ ବିଦର୍ ଜିଲ୍ଲାରେ ହୋଲ୍ସୁର ମିଲେଟ୍ ପ୍ରଡ୍ୟୁସର କମ୍ପାନୀ ସହିତ ଜଡ଼ିତ ମହିଳାମାନେ ମିଲେଟ୍ସ ଚାଷ ସହିତ ଏହାର ଅଟା ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହାଦ୍ୱାରା ସେମାନଙ୍କ ଆୟରେ ବହୁତ ବୃଦ୍ଧି ଘଟିଛି । ଜୈବିକ ଚାଷ ସହ ଜଡ଼ିତ ଛତିଶଗଡ଼ର ସନ୍ଦିପ ଶର୍ମାଙ୍କ ଏଫ୍ପିଓ ସହିତ ଏବେ ୧୨ଟି ରାଜ୍ୟର ଚାଷୀ ଯୋଡ଼ିହୋଇଛନ୍ତି । ବିଳାସପୁରର ଏହି ଏଫପିଓ ଆଠ ପ୍ରକାରର ମିଲେଟ୍ସ ଅଟା ଏବଂ ଏହାର ବ୍ୟଞ୍ଜନ ତିଆରି କରୁଛି।
ବନ୍ଧୁଗଣ, ଆଜି ଭାରତର କୋଣ-ଅନୁକୋଣରେ ଜି-୨୦ର ସମ୍ମିଳନୀ କ୍ରମାନ୍ୱୟରେ ଆୟୋଜିତ ହେଉଛି ଏବଂ ଦେଶର ପ୍ରତ୍ୟେକ କୋଣରେ ଯେଉଁଠାରେ ଜି-୨୦ ର ସମ୍ମିଳନୀ ହେଉଛି, ସେଠାରେ ମିଲେଟ୍ସରେ ତିଆରି ପୁଷ୍ଟିକର ଏବଂ ସୁଆଦିଆ ବ୍ୟଞ୍ଜନ ସେଥିରେ ସାମିଲ ହୋଇରହୁଛି । ଏଠାରେ ବାଜରାରେ ତିଆରି ଖେଚୁଡ଼ି, ଚୁଡ଼ା, କ୍ଷୀରି ଏବଂ ରୁଟି ସହିତ ମାଣ୍ଡିଆରେ ତିଆରି କ୍ଷୀରି, ପୁରୀ ଏବଂ ଦୋସା ଭଳି ବ୍ୟଞ୍ଜନ ପରଷାଯାଉଛି । ଜି-୨୦ର ସମସ୍ତ ଆୟୋଜନ ସ୍ଥଳମାନଙ୍କରେ ମିଲେଟ୍ସ ପ୍ରଦର୍ଶନୀରେ ମିଲେଟ୍ସରେ ତିଆରି ହେଲ୍ଥ ଡ୍ରିଙ୍କ୍, ସିରିଆଲ୍ସ ଏବଂ ନୁଡୁଲ୍ସକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ସାରା ବିଶ୍ୱରେ ଏହାର ଲୋକପ୍ରିୟତା ବଢ଼ାଇବା ପାଇଁ ଇଣ୍ଡିଆନ ମିଶନମାନ ମଧ୍ୟ ପ୍ରୟାସ କରୁଛନ୍ତି । ଆପଣମାନେ କଳ୍ପନା କରିପାରନ୍ତି ଯେ, ଦେଶର ଏହି ପ୍ରୟାସ ଏବଂ ବିଶ୍ୱରେ ବୃଦ୍ଧି ପାଉଥିବା ମିଲେଟ୍ସର ଚାହିଦା, ଆମ କ୍ଷୁଦ୍ର ଚାଷୀମାନଙ୍କୁ କେତେ ଶକ୍ତି ପ୍ରଦାନ କରିବ । ଏହା ଦେଖି ମଧ୍ୟ ମୋତେ ଭଲ ଲାଗୁଛି ଯେ, ମିଲେଟ୍ସରେ ଆଜି ଯେତେ ନୂଆ ନୂଆ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେଲାଣି, ତାହାକୁ ଯୁବ ପିଢ଼ି ମଧ୍ୟ ପସନ୍ଦ କରୁଛି । ଇଂଟରନ୍ୟାସନାଲ ଇୟର୍ ଅଫ୍ ମିଲେଟ୍ସର ଏଭଳି ଚମକ୍ରାର ପ୍ରାରମ୍ଭ ଏବଂ ଏହାକୁ କ୍ରମାଗତ ଭାବେ ଆଗକୁ ବଢ଼ାଇ ଚାଲିବା ପାଇଁ ମୁଁ ‘ମନ୍ କି ବାତ୍’ର ସମସ୍ତ ଶ୍ରୋତାମାନଙ୍କୁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ଆପଣଙ୍କୁ କେହି ଟୁରିଷ୍ଟ୍ ହବ୍ ଗୋଆ କଥା କହେ, ତ ଆପଣଙ୍କ ମନରେ କି ଭାବନା ଆସେ? ସ୍ୱାଭାବିକ ଭାବରେ ଗୋଆର ନାମ ଆସିଲେ ହିଁ ସବୁଠୁ ଆଗ ଏଠାକାର ସୁନ୍ଦର ସମୁଦ୍ରତଟ, ବେଳାଭୂମି ଓ ମନପସନ୍ଦର ଖାଦ୍ୟପାନୀୟ ଆଡ଼କୁ ଦୃଷ୍ଟି ଚାଲିଯାଏ । କିନ୍ତୁ ଗୋଆରେ ଏହି ମାସରେ ଏପରି କିଛି ହେଲା, ଯାହା ବହୁତ ଚର୍ଚ୍ଚାରେ ରହିଛି । ଆଜି ‘ମନ୍ କୀ ବାତ୍’ରେ ମୁଁ ଏହାକୁ ଆପଣଙ୍କ ସହ ବାଂଟିବାକୁ ଚାହୁଁଛି । ଗୋଆରେ ହୋଇଥିବା ଏହି କାର୍ଯ୍ୟକ୍ରମ ହେଉଛି ‘ପର୍ପଲ୍ ଫେଷ୍ଟ୍’ । ଏହି ଉତ୍ସବ ୬ରୁ ୮ ଜାନୁଆରୀ ପର୍ଯ୍ୟନ୍ତ ପଣଜୀରେ ଆୟୋଜିତ ହୋଇଥିଲା । ଦିବ୍ୟାଙ୍ଗମାନଙ୍କର କଲ୍ୟାଣକୁ ନେଇ ଏହା ସ୍ୱୟଂ ଏକ ଅନନ୍ୟ ପ୍ରୟାସ ଥିଲା । ପର୍ପଲ୍ ଫେଷ୍ଟ୍ କେତେ ବଡ଼ ସୁଯୋଗ ଥିଲା, ଏହାକୁ ଆପଣ ଏଇଥିରୁ ଅନୁମାନ କରିପାରିବେ ଯେ ଏଥିରେ ୫୦ ହଜାରରୁ ବି ଅଧିକ ଆମର ଭାଇଭଉଣୀ ଯୋଗଦେଇଥିଲେ । ଏଠାକୁ ଆସିଥିବା ଲୋକ ଏହି କଥାକୁ ନେଇ ରୋମାଂଚିତ ଥିଲେ ଯେ ସେମାନେ ଏବେ ‘ମିରାମାର୍ ବିଚ୍’ ବୁଲିବାର ଭରପୁର ଆନନ୍ଦ ନେଇପାରିବେ । ପ୍ରକୃତରେ ‘ମିରାମାର୍ ବିଚ୍’ ଆମର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ପାଇଁ ଗୋଆର ସୁଲଭ ସମୁଦ୍ରତଟ ମଧ୍ୟରୁ ଗୋଟିଏ ହୋଇଗଲା । ଏଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଟେବୁଲ୍ ଟେନିସ ଟୁର୍ଣ୍ଣାମେଣ୍ଟ, ମାରାଥନ ପ୍ରତିଯୋଗିତା ସହିତ ଏକ ଦୃଷ୍ଟିବାଧିତ ଓ ଶ୍ରବଣବାଧିତ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା । ଏଠାରେ ନିଆରା ପକ୍ଷୀ ଦର୍ଶନ କାର୍ଯ୍ୟକ୍ରମ ବ୍ୟତୀତ ଗୋଟିଏ ଚଳଚ୍ଚିତ୍ର ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା, ଯେପରିକି ଆମର ସମସ୍ତ ଦିବ୍ୟାଙ୍ଗ ଭାଇଭଉଣୀ ଓ ପିଲାଏ ଏହାର ପୂରା ଆନନ୍ଦ ଉଠାଇପାରିବେ । ପର୍ପଲ୍ ଫେଷ୍ଟର ଗୋଟିଏ ସ୍ୱତନ୍ତ୍ର କଥା ହେଲା ଏଥିରେ ଦେଶର ଘରୋଇ କ୍ଷେତ୍ର ମଧ୍ୟ ଭାଗୀଦାର ହୋଇଥିଲା । ତାଙ୍କ ପକ୍ଷରୁ ଏପରି ଦ୍ରବ୍ୟର ପ୍ରଦର୍ଶନ କରାଯାଇଥିଲା, ଯାହା ଦିବ୍ୟାଙ୍ଗ ଅନୁକୂଳ । ଏହି ଉତ୍ସବରେ ଦିବ୍ୟାଙ୍ଗ କଲ୍ୟାଣ ପ୍ରତି ସଚେତନତା ବୃଦ୍ଧିର ଅନେକ ପ୍ରୟାସ ଦେଖିବାକୁ ମିଳିଥିଲା । ପର୍ପଲ୍ ଫେଷ୍ଟକୁ ସଫଳ କରିବା ପାଇଁ, ମୁଁ, ଏଥିରେ ଭାଗ ନେଇଥିବା ସବୁ ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ଏଥିସହ ସେହି ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ଅଭିନନ୍ଦନ କରୁଛି, ଯେଉଁମାନେ ଏହାକୁ ଆୟୋଜନ କରିବା ପାଇଁ ଦିନରାତି ଏକ କରିଦେଇଥିଲେ । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆମର ‘ଆକ୍ସେସିବୁଲ୍ ଇଣ୍ଡିଆ’ କଳ୍ପନାକୁ ସାକାର କରିବା ଦିଗରେ ଏହିଭଳି ଅଭିଯାନ ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଏବେ ‘ମନ୍ କୀ ବାତ୍’ରେ ମୁଁ ଏପରି ଏକ ବିଷୟରେ ଆଲୋଚନା କରିବି, ଯେଉଁଥିରେ ଆପଣଙ୍କୁ ଆନନ୍ଦ ଆସିବ, ଗର୍ବ ମଧ୍ୟ ହେବ ଏବଂ ମନ କହି ଉଠିବ- ବାଃ ଭାଇ ବାଃ! ଦିଲ୍ ଖୁସ୍ ହୋ ଗୟା! ଦେଶର ସବୁଠୁ ପୁରୁଣା ବିଜ୍ଞାନ ସଂସ୍ଥା ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଅର୍ଥାତ ଆଇଆଇଏସ୍ ଏକ ଚମକ୍ରାର ଉଦାହରଣ ଉପସ୍ଥାପିତ କରୁଛି । ‘ମନ୍ କୀ ବାତ୍’ରେ ମୁଁ ପୂର୍ବରୁ ଏ ସମ୍ପର୍କରେ ଆଲୋଚନା କରିସାରିଛି ଯେ କିପରି ଏହି ସଂସ୍ଥା ପ୍ରତିଷ୍ଠା ପଛରେ ଭାରତର ଦୁଇ ମହାନ ବ୍ୟକ୍ତି ଜାମସେଦଜୀ ଟାଟା ଓ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣା ରହିଛି, ତ ଆପଣଙ୍କୁ ଓ ମୋତେ ଖୁସି ଓ ଗର୍ବ ଦେବା ଭଳି କଥା ହେଲା ୨୦୨୨ ବର୍ଷରେ ଏହି ସଂସ୍ଥା ନାଁରେ ମୋଟ ୧୪୫ଟି ପେଟେଣ୍ଟ ଦର୍ଜ ହୋଇଛି । ଏହାର ଅର୍ଥ ହେଲା ପ୍ରତି ୫ ଦିନରେ ୨ଟି ପେଟେଣ୍ଟ। ଏହି ରେକର୍ଡ ସ୍ୱୟଂ ଅଦ୍ୱିତୀୟ। ଏହି ସଫଳତା ପାଇଁ ମୁଁ ଆଇଆଇଏସ୍ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ବନ୍ଧୁଗଣ, ଆଜି ପେଟେଣ୍ଟ ଫାଇଲିଂରେ ଭାରତର ସ୍ଥାନ ସପ୍ତମ ଓ ଟ୍ରେଡମାର୍କରେ ପଞ୍ଚମ। କେବଳ ପେଟେଣ୍ଟ କଥା ଯଦି କହିବା, ତେବେ ଗତ ୫ ବର୍ଷ ମଧ୍ୟରେ ଏଥିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଗ୍ଲୋବାଲ୍ ଇନ୍ନୋଭେସନ ଇଣ୍ଡେକ୍ସରେ ଭାରତର ରାଙ୍କରେ ବହୁତ ଉନ୍ନତି ଆସିଛି ଏବଂ ଏବେ ଏହା ୪୦ତମ ସ୍ଥାନରେ ପହଂଚିଛି, ଯେତେବେଳେ କି ୨୦୧୫ରେ ଭାରତ ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସରେ ୮୦ ନମ୍ବରରୁ ବି ପଛରେ ରହିଥିଲା । ଆଉ ଗୋଟିଏ ମଜା କଥା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି । ଭାରତରେ ଗତ ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ଦେଶୀ ପେଟେଣ୍ଟ ଫାଇଲିଂ ସଂଖ୍ୟା ବିଦେଶୀ ଫାଇଲିଂ ଠାରୁ ଅଧିକ ହୋଇଥିବା ଦେଖାଯାଇଛି । ଏହା ଭାରତର କ୍ରମବର୍ଦ୍ଧିଷ୍ଣୁ ବୈଜ୍ଞାନିକ ସାମର୍ଥ୍ୟକୁ ମଧ୍ୟ ପ୍ରଦର୍ଶିତ କରିଥାଏ ।
ବନ୍ଧୁଗଣ, ଆମେ ସମସ୍ତେ ଜାଣୁ ଯେ ଏକବିଂଶ ଶତାବ୍ଦୀର ବୈଶ୍ୱିକ ଅର୍ଥନୀତିରେ ଜ୍ଞାନ ହିଁ ସର୍ବୋପରି । ମୋର ବିଶ୍ୱାସ ଯେ ଭାରତର Techadeର ସ୍ୱପ୍ନ ଆମର ଉଦ୍ଭାବକ ଓ ସେମାନଙ୍କ ପେଟେଣ୍ଟର ସାମର୍ଥ୍ୟ ବଳରେ ନିଶ୍ଚୟ ସାକାର ହେବ । ଏଥିରେ ଆମେ ସମସ୍ତେ ନିଜ ଦେଶରେ ପ୍ରସ୍ତୁତ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ସାମଗ୍ରୀର ସଂପୂର୍ଣ୍ଣ ଲାଭ ଉଠାଇପାରିବା ।
ମୋର ପ୍ରିୟ ଦେଶବାସୀଗଣ, ନମୋ ଆପରେ ମୁଁ ତେଲଙ୍ଗାନାର ଇଞ୍ଜିନିୟର ବିଜୟ ଜୀଙ୍କ ଏକ ପୋଷ୍ଟ୍ ଦେଖିଲି । ଏଥିରେ ବିଜୟ ଜି ଇ-ଆବର୍ଜନା ସମ୍ପର୍କରେ ଲେଖିଛନ୍ତି । ବିଜୟ ଜୀ ଚାହାନ୍ତି ଯେ ମୁଁ ‘ମନ୍ କୀ ବାତ୍’ରେ ଏ ସମ୍ପର୍କରେ ଆଲୋଚନା କରିବି । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ମଧ୍ୟ ଆମେ ‘ୱେଷ୍ଟ୍ ଟୁ ୱେଲଥ୍’ ଅର୍ଥାତ ‘ଆବର୍ଜନାରୁ ସୁନା’ ସମ୍ପର୍କରେ ଆଲୋଚନା କରିଛୁ; କିନ୍ତୁ ଆସନ୍ତୁ ଆଜି, ଏହା ସହିତ ସଂପୃକ୍ତ ଇ-ଆବର୍ଜନା ସମ୍ପର୍କରେ ଆଲୋଚନା କରିବା ।
ବନ୍ଧୁଗଣ, ଆଜି ପ୍ରତ୍ୟେକ ଘରେ ମୋବାଇଲ୍ ଫୋନ୍, ଲାପଟପ, ଟାବଲେଟ୍ ଭଳି ଡିଭାଇସ୍ ସାଧାରଣ ହୋଇଯାଇଛି। ସମଗ୍ର ଦେଶରେ ଏଗୁଡ଼ିକର ସଂଖ୍ୟା କୋଟିକୋଟି ହେବ । ଆଜିର ସର୍ବାଧୁନିକ ଡିଭାଇସ୍ ଭବିଷ୍ୟତର ଇ-ଆବର୍ଜନ ପାଲଟିଥାଏ । ଯେତେବେଳେ ମଧ୍ୟ କେହି ନୂଆ ଡିଭାଇସ କିଣେ ବା ନିଜର ପୁରୁଣା ଡିଭାଇସ୍କୁ ବଦଳାଏ, ସେତେବେଳେ ଦୃଷ୍ଟି ଦେବା ଜରୁରୀ ଯେ ତାକୁ ଠିକ୍ଭାବେ ଡିସ୍କାର୍ଡ କରାଯାଇଛି ନା ନାହିଁ । ଯଦି ଇ-ଆବର୍ଜନାକୁ ଠିକଭାବେ ବି ନଷ୍ଟ କରାଯାଇ ନାହିଁ, ତେବେ ଏହା ଆମ ପରିବେଶର ମଧ୍ୟ କ୍ଷତି କରିପାରେ । କିନ୍ତୁ ଯଦି ସାବଧାନତାପୂର୍ବକ ଏପରି କରାଯାଏ, ତେବେ ଏହା ରିସାଇକଲ୍ ଓ ରିୟୁଜର ସର୍କୁଲାର୍ ଇକୋନୋମିର ବହୁତ ବଡ଼ ଶକ୍ତି ହୋଇପାରିବ । ଜାତିସଂଘର ଏକ ରିପୋର୍ଟରେ କୁହାଯାଇଥିଲା ଯେ ପ୍ରତିବର୍ଷ ୫୦ ନିୟୁତ ଟନ ଇ-ଆବର୍ଜନା ଫିଙ୍ଗାଯାଉଛି । ଆପଣ ଅନୁମାନ କରିପାରିବେ ଯେ ଏହା କେତେ ହୋଇଥିବ? ମାନବ ଇତିହାସରେ ଯେତିକି ବ୍ୟାବସାୟିକ ବିମାନ ତିଆରି ହୋଇଛି, ସେହି ସବୁର ଓଜନକୁ ଯଦି ମିଶାଇ ଦିଆଯାଏ, ତା’ହେଲେ ମଧ୍ୟ ଯେତିକି ଇ-ଆବର୍ଜନା ବାହାରୁଛି, ତା’ ସହ ସମାନ ହେବ ନାହିଁ । ଏହା ଏପରି ଯେ ଯେପରି ପ୍ରତି ସେକେଣ୍ଡରେ ୮୦୦ ଲାପଟପ ଫିଙ୍ଗିଦିଆଯାଉଛି । ଆପଣ ଜାଣି ଚମକି ପଡ଼ିବେ ଯେ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଇ-ଆବର୍ଜନାରୁ ପ୍ରାୟ ୧୭ ପ୍ରକାରର ମୂଲ୍ୟବାନ ଧାତୁ ବାହାର କରାଯାଇପାରିବ । ଏଥିରେ ସୁନା, ରୁପା, ତମ୍ବା ଓ ନିକେଲ୍ ଅନ୍ତର୍ଭୁକ୍ତ। ଏହି କାରଣରୁ ଇ-ଆବର୍ଜନାର ସଦୁପଯୋଗ କରିବା ‘ଆବର୍ଜନାରୁ ସୁନା’ ତିଆରି କରିବାଠୁ କମ୍ ନୁହେଁ । ଆଜି ଏପରି ଷ୍ଟାର୍ଟଅପ୍ସଗୁଡ଼ିକର ଅଭାବ ନାହିଁ, ଯାହା ଏ କ୍ଷେତ୍ରରେ ଅଭିନବ କାର୍ଯ୍ୟ କରୁଛନ୍ତି । ଆଜି, ପ୍ରାୟ ୫୦୦ ଇ-ଆବର୍ଜନା ରିସାଇକ୍ଲର୍ସ୍ ଏହି କ୍ଷେତ୍ର ସହିତ ସଂପୃକ୍ତ ଅଛନ୍ତି ଏବଂ ବହୁତ ନୂଆ ଉଦ୍ୟୋଗୀଙ୍କୁ ମଧ୍ୟ ଏଥିସହ ଯୋଡ଼ାଯାଉଛି । ଏହି କ୍ଷେତ୍ର ହଜାର ହଜାର ଲୋକଙ୍କୁ ସିଧାସଳଖ ରୋଜଗାର ମଧ୍ୟ ଦେଇଛି । ବେଙ୍ଗାଲୁରୁର ଇ-ପରିସରା ଏପରି ଏକ ପ୍ରୟାସରେ ଲାଗିଛି । ଏହା ପ୍ରିଂଟେଡ୍ ସର୍କିଟ୍ ବୋର୍ଡର ମୂଲ୍ୟବାନ ଧାତୁକୁ ଅଲଗା କରିବାର ସ୍ୱଦେଶୀ ପ୍ରଯୁକ୍ତି ବିକଶିତ କରିଛି । ସେହିଭଳି ମୁମ୍ବଇରେ କାର୍ଯ୍ୟ କରୁଥିବା ଇକୋରିକୋ ମୋବାଇଲ୍ ଆପ୍ ସାହାଯ୍ୟରେ ଇ-ଆବର୍ଜନା ସଂଗ୍ରହ କରିବାର ବ୍ୟବସ୍ଥା ପ୍ରସ୍ତୁତ କରିଛି । ଉତରାଖଣ୍ଡର ରୁଡ଼କିର ଏଟେରୋ ରିସାଇକ୍ଲିଂ ତ ଏ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଅନେକ ପେଟେଣ୍ଡ୍ ହାସଲ କରିଛି । ଏହା ନିଜର ଇ-ଆବର୍ଜନା ରିସାଇକ୍ଲିଂ ଟେକ୍ନୋଲୋଜି ପ୍ରସ୍ତୁତ କରି ସୁନାମ ଅର୍ଜନ କରିଛି । ଭୋପାଳରେ ମୋବାଇଲ୍ ଆପ୍ ଓ ୱେବ୍ସାଇଟ୍ ‘କବାଡ଼ିବାଲା’ ଜରିଆରେ ଟନଟନ ଇ-ଆବର୍ଜନା ସଂଗ୍ରହ କରାଯାଉଛି । ଏହିଭଳି ଅନେକ ଉଦାହରଣ ରହିଛି । ଏ ସବୁ ଭାରତକୁ ଗ୍ଲୋବାଲ୍ ରିସାଇକ୍ଲିଂ ହବ୍ ନିର୍ମାଣ କରିବାରେ ସାହାଯ୍ୟ କରୁଛନ୍ତି; କିନ୍ତୁ ଏପରି ଉଦ୍ୟମର ସଫଳତା ପାଇଁ ଗୋଟିଏ ଜରୁରୀ ସର୍ତ ମଧ୍ୟ ରହିଛି, ତାହା ହେଲା ଇ-ଆବର୍ଜନାକୁ ବିନଷ୍ଟ କରିବାର ସୁରକ୍ଷିତ ଉପଯୋଗୀ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ବାରମ୍ବାର ସଚେତନ କରିବାକୁ ପଡ଼ିବ । ଇ-ଆବର୍ଜନା କ୍ଷେତ୍ରରେ କାମ କରୁଥିବା ଲୋକେ କହନ୍ତି ଯେ ଏବେ ପ୍ରତିବର୍ଷ କେବଳ ୧୫-୧୭ ପ୍ରତିଶତ ଇ-ଆବର୍ଜନାକୁ ହିଁ ରିସାଇକଲ୍ କରାଯାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତନ ଓ ଜୈବବିବିଧତାର ସଂରକ୍ଷଣ ନେଇ ବହୁତ ଚର୍ଚ୍ଚା ହେଉଛି । ଏ ଦିଗରେ ଭାରତର ଠୋସ୍ ପ୍ରୟାସ ସମ୍ପର୍କରେ ଆମେ କ୍ରମାଗତ ଆଲୋଚନା କରିଆସିଛୁ । ଭାରତ ନିଜର ଆର୍ଦ୍ରଭୂମି ପାଇଁ ଯେଉଁ କାମ କରିଛି, ତାହା ଜାଣି ଆପଣଙ୍କୁ ମଧ୍ୟ ବହୁତ ଭଳ ଲାଗିବ । କେତେକ ଶ୍ରୋତା ଭାବୁଥିବେ ଯେ ଆର୍ଦ୍ରଭୂମି କ’ଣ? ଆର୍ଦ୍ରଭୂମି ସ୍ଥଳ ଅର୍ଥାତ ସେହି ସ୍ଥାନ ଯେଉଁଠି ଫସଫସିଆ ମାଟି ଥିବା ଭୂଇଁରେ ବର୍ଷସାରା ପାଣି ଜମି ରହେ । କିଛି ଦିନ ପରେ, ୨ ଫେବୃଆରୀରେ ହିଁ ବିଶ୍ୱ ଆର୍ଦ୍ରଭୂମି ଦିବସ । ଆମ ଧରିତ୍ରୀର ଅସ୍ତିତ୍ୱ ପାଇଁ ଆର୍ଦ୍ରଭୂମି ବହୁତ ଜରୁରୀ, କାହିଁକିନା ଏହା ଉପରେ ଅନେକ ପକ୍ଷୀ, ଜୀବଜନ୍ତୁ ନିର୍ଭର କରନ୍ତି। ଏହା ଜୈବବିବିଧତାକୁ ସମୃଦ୍ଧ କରିବା ସହ ବନ୍ୟା ନିୟନ୍ତ୍ରଣ ଓ ଭୂତଳ ଜଳ ପୁନର୍ଭରଣା କରିବାକୁ ମଧ୍ୟ ସୁନିଶ୍ଚିତ କରିଥାଏ। ଆପଣମାନଙ୍କ ଭିତରୁ ବହୁତ ଲୋକ ଜାଣିଥିବେ ଯେ ରାମସର ସ୍ଥଳ ଏପରି ଆର୍ଦ୍ରଭୂମି, ଯାହାର ଆନ୍ତର୍ଜାତିକ ଗୁରୁତ୍ୱ ରହିଛି । ଆର୍ଦ୍ରଭୂମି ଯେ କୌଣସି ଦେଶର ହୋଇଥାଉ ନା କାହିଁକି, ସେଥିପାଇଁ ତାକୁ ଅନେକ ମାପଦଣ୍ଡ ପୂରଣ କରିବାକୁ ହୋଇଥାଏ । ତା’ ହେଲେ ହିଁ ତାକୁ ରାମସର୍ ସ୍ଥଳ ଭାବେ ଘୋଷିତ କରାଯାଏ । ରାମସର ସ୍ଥଳରେ ୨୦,୦୦୦ ବା ତା’ଠୁ ଅଧିକ ଜଳପକ୍ଷୀ ରହିବା ବାଂଛନୀୟ । ସ୍ଥାନୀୟ ମତ୍ସ୍ୟ ପ୍ରଜାତି ମଧ୍ୟ ଅଧିକ ସଂଖ୍ୟାରେ ରହିବା ଜରୁରୀ । ସ୍ୱାଧୀନତାର ୭୫ ବର୍ଷରେ, ଅମୃତ ମହୋତ୍ସବ ଅବସରରେ ରାମସର ସ୍ଥଳ ସହିତ ସଂପୃକ୍ତ ଏକ ଭଲ ତଥ୍ୟ ଆପଣଙ୍କ ସହିତ ବାଣ୍ଟିବାକୁ ଚାହୁଁଛି । ଆମ ଦେଶରେ ଏବେ ମୋଟ ରାମସର ସ୍ଥଳ ସଂଖ୍ୟା ୭୫ ହୋଇଯାଇଛି, ଯେତେବେଳେ ୨୦୧୪ ପୂର୍ବରୁ ଦେଶରେ ମାତ୍ର ୨୬ ରାମସର ସ୍ଥଳ ରହିଥିଲା । ଏଥିପାଇଁ ସ୍ଥାନୀୟ ଅଧିବାସୀ ଅଭିନନ୍ଦନର ପାତ୍ର ଅଟନ୍ତି, ଯେଉଁମାନେ ଏହି ଜୈବବିବିଧତାକୁ ସଂରକ୍ଷିତ କରି ରଖିଛନ୍ତି । ଏହା ପ୍ରକୃତି ସହିତ ସଦ୍ଭାବପୂର୍ବକ ରହିବାର ଆମର ଯୁଗଯୁଗର ପୁରାତନ ସଂସ୍କୃତି ଓ ପରମ୍ପରାର ମଧ୍ୟ ସମ୍ମାନ । ଭାରତର ଏହି ଆର୍ଦ୍ରଭୂମି ଆମର ପ୍ରାକୃତିକ ସାମର୍ଥ୍ୟର ମଧ୍ୟ ଉଦାହରଣ । ଓଡ଼ିଶାର ଚିଲିକା ହ୍ରଦରୁ ୪୦ରୁ ଅଧିକ ଜଳପକ୍ଷୀ ପ୍ରଜାତିକୁ ଆଶ୍ରୟ ଦେବା ପାଇଁ ଜଣାଶୁଣା । କଇବୁଲ୍-ଲମଜାଓ, ଲୋକଟାକୋ ଜଳାଶୟ ହରିଣଙ୍କ ଏକମାତ୍ର ପ୍ରାକୃତିକ ଆବାସସ୍ଥଳୀ ଧରାଯାଏ । ତାମିଲନାଡୁର ୱେଡନ୍ଥାଙ୍ଗଲକୁ ୨୦୨୨ରେ ରାମସର୍ ସ୍ଥଳ ଘୋଷଣା କରାଯାଇଥିଲା । ଏଠାକାର ପକ୍ଷୀଙ୍କୁ ସୁରକ୍ଷା ଦେବାର ଶ୍ରେୟ ସେଠାକାର ଚାଷୀମାନଙ୍କର । କାଶ୍ମୀରର ପଂଜାଥ ନାଗ ସମ୍ପ୍ରଦାୟ ବାର୍ଷିକ ଫ୍ରୁଟ୍ ବ୍ଲୋସମ୍ ଫେଷ୍ଟିଭାଲ୍ ଅବସରରେ ଗୋଟିଏ ଦିନକୁ ସ୍ୱତନ୍ତ୍ର ଭାବେ ଗାଁର ଝରଣାକୁ ସଫେଇ କରିବା ପାଇଁ ରଖାଯାଏ । ବିଶ୍ୱର ରାମସର ସ୍ଥଳ ମଧ୍ୟରେ ଅଧିକାଂଶ ନିଆରା ସାଂସ୍କୃତିକ ଐତିହ୍ୟ ମଧ୍ୟ ଅଛି। ମଣିପୁରର ଲୋକଟାକୋ ଓ ପବିତ୍ର ହ୍ରଦ ରେଣୁକା ସହିତ ସେଠାକାର ସଂସ୍କୃତିର ଗଭୀର ସମ୍ପର୍କ ରହିଛି । ସେହିଭଳି ସାମ୍ଭାରର ସମ୍ପର୍କ ମାଆ ଦୁର୍ଗାଙ୍କ ଅବତାର ଶାକମ୍ଭରୀ ଦେବୀଙ୍କ ସହିତ ରହିଛି । ଭାରତରେ ଆର୍ଦଭୂମିର ଏହି ବିସ୍ତୃତି ସେହି ଲୋକଙ୍କ କାରଣରୁ ସମ୍ଭବ ହୋଇପାରୁଛି, ଯେଉଁମାନେ ରାମସର ସ୍ଥଳର ଆଖପାଖରେ ରହୁଛନ୍ତି । ମୁଁ, ଏହି ସମସ୍ତ ଲୋକଙ୍କୁ ବହୁତ ପ୍ରଶଂସା କରୁଛି, ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କ ତରଫରୁ ସେମାନଙ୍କୁ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଏଥର ଆମ ଦେଶରେ, ବିଶେଷ କରି ଉତର ଭାରତରେ, ଖୁବ୍ ଶୀତ ଅନୁଭୂତ ହେଉଛି। ଏହି ଥଣ୍ଡାରେ ଲୋକେ ପାହାଡ ଉପରେ ତୁଷାରପାତର ମଜା ମଧ୍ୟ ନେଉଛନ୍ତି । ଜାମ୍ମୁକାଶ୍ମୀରରୁ କେତେକ ଚିତ୍ର ଆସିଛି, ଯାହା ପୂରା ଦେଶର ମନ ମୋହିନେଇଛି । ସାମାଜିକ ଗଣମାଧ୍ୟମରେ ତ ସମଗ୍ର ପୃଥିବୀର ଲୋକ ଏହି ଚିତ୍ରଗୁଡ଼ିକୁ ପସନ୍ଦ କରୁଛନ୍ତି । ତୁଷାରପାତ କାରଣରୁ ଆମର କାଶ୍ମୀର ଉପତ୍ୟକା ପ୍ରତିବର୍ଷ ଭଳି ଏଥର ମଧ୍ୟ ବହୁତ ସୁନ୍ଦର ହୋଇଯାଇଛି । ବନିହାଲରୁ ବଡ଼ଗାମ ଯାଉଥିବା ଟ୍ରେନର ଭିଡିଓକୁ ମଧ୍ୟ ଲୋକେ ବିଶେଷ କରି ପସନ୍ଦ କରୁଛନ୍ତି। ସୁନ୍ଦର ତୁଷାରପାତ, ଚାରିଆଡ଼େ ଧଳା ଚାଦର ଭଳି ବରଫ । ଲୋକେ କହୁଛନ୍ତି ଯେ ଏହି ଦୃଶ୍ୟ ପରୀରାଇଜର କାହାଣୀ ପରି ମନେହେଉଛି । କେତେକ ଲୋକ କହୁଛନ୍ତି ଯେ ଏହା କୌଣସି ବିଦେଶର ନୁହେଁ, ବରଂ ନିଜ ଦେଶରେ ଥିବା କାଶ୍ମୀରର ଚିତ୍ର ।
ଜଣେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଲେଖିଛନ୍ତି ଯେ ‘ସ୍ୱର୍ଗ କ’ଣ ଆଉ ଏହାଠୁ ଅଧିକ ସୁନ୍ଦର ହେବ?’ ଏକଥା ପୂରା ସତ, ସେଇଥିପାଇଁ ତ କାଶ୍ମୀରକୁ ଭୂ-ସ୍ୱର୍ଗ କୁହାଯାଏ । ଆପଣ ମଧ୍ୟ ଏହି ଚିତ୍ରଗୁଡ଼ିକୁ ଦେଖି କାଶ୍ମୀର ଭ୍ରମଣରେ ଯିବା ପାଇଁ ନିଶ୍ଚୟ ଭାବୁଥିବେ । ମୁଁ ଚାହିଁବି ଯେ ଆପଣ, ନିଜେ ଯାଆନ୍ତୁ ଓ ନିଜର ବନ୍ଧୁବାନ୍ଧବଙ୍କୁ ମଧ୍ୟ ନିଅନ୍ତୁ । କାଶ୍ମୀରର ବରଫାବୃତ ପାହାଡ଼, ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଆହୁରି ବହୁତ କିଛି ଦେଖିବାକୁ-ଜାଣିବାକୁ ରହିଛି । ଯେପରିକି କାଶ୍ମୀରର ସୟଦାବାଦରେ ଶୀତକାଳୀନ କ୍ରୀଡ଼ା ଆୟୋଜିତ ହୋଇଛି । ଏହି କ୍ରୀଡ଼ାର ମୁଖ୍ୟପ୍ରସଙ୍ଗ ଥିଲା ବରଫ କ୍ରିକେଟ୍ । ଆପଣ ଭାବୁଥିବେ ଯେ ବରଫ କ୍ରିକେଟ୍ ତ ବହୁତ ରୋମାଂଚକ ଖେଳ ହୋଇଥିବ । ଆପଣ ପୂରା ଠିକ୍ ଭାବୁଛନ୍ତି । କାଶ୍ମୀରର ଯୁବକ ବରଫ ଉପରେ କ୍ରିକେଟ ଖେଳକୁ ଆହୁରି ମଧ୍ୟ ଆକର୍ଷଣୀୟ କରିଦିଅନ୍ତି । ଏହା ଜରିଆରେ କାଶ୍ମୀରର ଏପରି ଯୁବ ଖେଳାଳିଙ୍କର ଅନ୍ୱେଷଣ କରାଯାଏ, ଯେଉଁମାନେ ଭବିଷ୍ୟତରେ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇ ଖେଳିପାରିବେ । ଏହା ମଧ୍ୟ ଏକ ପ୍ରକାର ଖେଲୋ ଇଣ୍ଡିଆ ଆନେ୍ଦାଳନର ବିସ୍ତୃତି ଅଟେ । କାଶ୍ମୀରରେ, ଯୁବପିଢ଼ି ମଧ୍ୟରେ ଖେଳକୁ ନେଇ ବହୁତ ଉତ୍ସାହ ବଢ଼ୁଛି । ଆଗାମୀ ସମୟରେ ଏମାନଙ୍କ ମଧ୍ୟରୁ ଅନେକ ଯୁବକଯୁବତୀ ଦେଶପାଇଁ ପଦକ ଜିତିବେ, ତ୍ରିରଙ୍ଗା ଉଡ଼ାଇବେ । ମୋର ଆପଣମାନଙ୍କୁ ପରାମର୍ଶ ରହିବ ଯେ ଆସନ୍ତା ଥର ଯେତେବେଳେ ଆପଣ କାଶ୍ମୀର ଯାତ୍ରାର ଯୋଜନା କରିବେ, ସେତେବେଳେ ଏହିଭଳି ଆୟୋଜନ ଦେଖିବା ପାଇଁ ସମୟ ବାହାର କରିବେ । ଏହି ଅନୁଭବ ଆପଣଙ୍କ ଯାତ୍ରାକୁ ଆହୁରି ସ୍ମରଣୀୟ କରିଦେବ ।
ମୋର ପ୍ରିୟ ଦେଶବାସୀଗଣ, ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ଆମର ପ୍ରଚେଷ୍ଟା ନିରନ୍ତର ଜାରି ରହିବା ଉଚିତ । ଗଣତନ୍ତ୍ର ଶକ୍ତିଶାଳୀ ହୁଏ ‘ଜନ-ଭାଗିଦାରୀରେ’, ‘ସମସ୍ତଙ୍କ ପ୍ରୟାସରେ’, ‘ଦେଶ ପ୍ରତି ନିଜନିଜର କର୍ତବ୍ୟ ତୁଲାଇବାରେ’, ଏବଂ ମୁଁ ଖୁସି ଯେ ଆମର ‘ମନ୍ କୀ ବାତ୍’, ଏପରି କର୍ତବ୍ୟନିଷ୍ଠ ସେନାନୀଙ୍କର ଗୁରୁତ୍ୱପୂର୍ଣ୍ଣ ସ୍ୱର । ଆସନ୍ତା ଥର ପୁଣିଥରେ ଭେଟ ହେବ ଏପରି କର୍ତବ୍ୟନିଷ୍ଠ ଲୋକଙ୍କର ମଜାଦାର ଓ ପ୍ରେରଣାଦାୟକ ଗାଥା ସହିତ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆମେ ‘ମନ୍ କି ବାତ୍’ର ୯୬ତମ ଅଧ୍ୟାୟରେ ଏକାଠି ହୋଇଛୁ। ‘ମନ୍ କି ବାତ୍’ର ଆଗାମୀ ଅଧ୍ୟାୟ ୨୦୨୩ର ପ୍ରଥମ ଅଧ୍ୟାୟ ହେବ । ଆପଣମାନେ ଯେଉଁ ବାର୍ତ୍ତାମାନ ପଠାଇଛନ୍ତି ସେଥିରେ ସରିଯାଉଥିବା ୨୦୨୨ ବିଷୟରେ କହିବା ପାଇଁ ବହୁତ ଅନୁରୋଧ କରିଛନ୍ତି। ଅତୀତର ଅବଲୋକନ ହିଁ ତ ସର୍ବଦା ଆମକୁ ବର୍ତ୍ତମାନ ଏବଂ ଭବିଷ୍ୟତର ପ୍ରସ୍ତୁତି ପାଇଁ ପ୍ରେରଣା ଦେଇଥାଏ । ୨୦୨୨ରେ ଦେଶର ଲୋକଙ୍କ ସାମର୍ଥ୍ୟ, ସେମାନଙ୍କ ସହଯୋଗ, ସେମାନଙ୍କ ସଙ୍କଳ୍ପ, ସେମାନଙ୍କ ସଫଳତାର ବ୍ୟାପକତା ଏତେ ଅଧିକ ଥିଲା ଯେ ‘ମନ୍ କି ବାତ୍’ରେ ସେସବୁଗୁଡ଼ିକୁ ସାମିଲ୍ କରିବା କଷ୍ଟକର ହେବ । ୨୦୨୨ ପ୍ରକୃତରେ ଅନେକ ଅର୍ଥରେ ବହୁତ ପ୍ରେରଣାଦାୟୀ ଥିଲା, ଚମତ୍କାର ଥିଲା । ଏହି ବର୍ଷ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂର୍ଣ୍ଣ କଲା ଏବଂ ଏହି ବର୍ଷ ଅମୃତକାଳର ଶୁଭାରମ୍ଭ ହେଲା । ଏହି ବର୍ଷ ଦେଶ ଅଧିକ ଗତିଶୀଳ ହେଲା, ସମସ୍ତ ଦେଶବାସୀ ଏକକୁ ଆରେକ ବଳି କାମ କଲେ । ୨୦୨୨ର ବିଭିନ୍ନ ସଫଳତା ଆଜି ସମଗ୍ର ବିଶ୍ୱରେ ଭାରତ ପାଇଁ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛି । ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତିର ସ୍ଥାନ ହାସଲ କରିବା, ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ୨୨୦ କୋଟି ଟିକାଦାନର ଅବିଶ୍ୱସନୀୟ ସଂଖ୍ୟା ପାର୍ କରିବାର ରେକର୍ଡ ସୃଷ୍ଟି କରିବା, ୨୦୨୨ ଅର୍ଥାତ୍ ଭାରତ ଦ୍ୱାରା ୪୦୦ ବିଲିୟନ୍ ଡଲାରର ଚମତ୍କାର ରାଶିର ଦ୍ରବ୍ୟ ରପ୍ତାନୀ କରିବା, ୨୦୨୨ ଅର୍ଥାତ୍ ଦେଶର ପ୍ରତ୍ୟେକଙ୍କ ଦ୍ୱାରା ଆତ୍ମନିର୍ଭର ଭାରତର ସଂକଳ୍ପକୁ ଆପଣାଇବା, ଜୀଇଁ କରି ଦେଖାଇବା, ୨୦୨୨ଅର୍ଥାତ୍ ଭାରତର ପ୍ରଥମ ସ୍ୱଦେଶୀ Aircraft Carrier INS Vikrantକୁ ସ୍ୱାଗତ କରିବା, ୨୦୨୨ ଅର୍ଥାତ୍ ମହାକାଶ, ଡ୍ରୋନ୍ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶ୍ରେଷ୍ଠତା ହାସଲ କରିବା, ୨୦୨୨ ଅର୍ଥାତ୍ ପ୍ରତି କ୍ଷେତ୍ରରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନର ବର୍ଷ ଥିଲା । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ - ତାହା ରାଜ୍ୟଗୋଷ୍ଠୀ କ୍ରୀଡ଼ା ହେଉ କିମ୍ବା ଆମର ମହିଳା ହକି ଟିମ୍ର ବିଜୟ ହେଉ, ଆମର ଯୁବବର୍ଗ ଶ୍ରେଷ୍ଠତା ପ୍ରଦର୍ଶନ କଲେ ।
ବନ୍ଧୁଗଣ ଏସବୁ ସହିତ ୨୦୨୨କୁ ଆଉ ଗୋଟିଏ କାରଣ ଯୋଗୁଁ ସବୁବେଳେ ସ୍ମରଣ କରାଯିବ । ଏହାହେଉଛି ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବଧାରାର ବିସ୍ତାର । ଦେଶର ଲୋକେ ଏକତା ଓ ଏକଜୁଟତାକୁ ପାଳନ କରିବା ପାଇଁ ଅନେକ ଭିନ୍ନ ଧରଣର ଆୟୋଜନ କଲେ । ଗୁଜୁରାଟର ମାଧବପୁର ମେଳା ହେଉ, ଯେଉଁଠି ରୁକ୍ମିଣୀ ବିବାହ ଏବଂ ଭଗବାନ କୃଷ୍ଣଙ୍କ ପୂର୍ବୋତ୍ତର ସହ ସମ୍ପର୍କକୁ ପାଳନ କରାଯାଇଥାଏ କିମ୍ବା କାଶୀ-ତାମିଲ ସଙ୍ଗମମ୍ ହେଉ, ଏହି ପର୍ବଗୁଡ଼ିକରେ ଏକତାର ଅନେକ ରଙ୍ଗ ଦେଖିବାକୁ ମିଳିଲା । ୨୦୨୨ରେ ଦେଶବାସୀମାନେ ଆଉ ଏକ ଅମର ଇତିହାସ ସୃଷ୍ଟି କରିଦେଲେ । ଅଗଷ୍ଟ ମାସରେ ଚାଲିଥିବା ‘ହର୍ ଘର୍ ତିରଙ୍ଗା’ ଅଭିଯାନକୁ କିଏବା ଭୁଲିପାରେ? ସେହି ମୁହୂର୍ତ୍ତରେ ଦେଶବାସୀଙ୍କର ରୋମ ଟାଙ୍କୁରି ଉଠୁଥିଲା । ସ୍ୱାଧୀନତାର ୭୫ ବର୍ଷର ଏହି ଅଭିଯାନରେ ସମଗ୍ର ଦେଶ ତ୍ରିରଙ୍ଗାମୟ ହୋଇଯାଇଥିଲା । ୬ କୋଟିରୁ ଅଧିକ ଲୋକେ ତ୍ରିରଙ୍ଗା ସାଥୀରେ ନିଜର ସେଲ୍ଫି ମଧ୍ୟ ପଠାଇଲେ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଆଗାମୀ ବର୍ଷ ମଧ୍ୟ ଏହିଭଳି ଭାବରେ ଚାଲିବ - ଅମୃତକାଳର ମୂଳଦୁଆକୁ ଆହୁରି ସୁଦୃଢ଼ କରିବ ।
ବନ୍ଧୁଗଣ, ଏହି ବର୍ଷ ଭାରତକୁ G-20 ସମୂହର ଅଧ୍ୟକ୍ଷତାର ଦାୟିତ୍ୱ ମଧ୍ୟ ମିଳିଛି । ଗତଥର ଏ ବିଷୟରେ ମୁଁ ବିସ୍ତୃତ ଭାବେ ଆଲୋଚନା ମଧ୍ୟ କରିଥିଲି । ୨୦୨୩ରେ ଆମକୁ G-20ର ଉତ୍ସାହକୁ ନୂତନ ଶିଖରକୁ ନେଇଯିବାକୁ ହେବ । ଏହି ଆୟୋଜନକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ସାରା ବିଶ୍ୱରେ ଆଡମ୍ବର ସହ ବଡ଼ଦିନ ପର୍ବ ମଧ୍ୟ ପାଳନ କରାଯାଉଛି । ଏହା ଯୀଶୁଖ୍ରୀଷ୍ଟଙ୍କ ଜୀବନ, ତାଙ୍କଦ୍ୱାରା ଦିଆଯାଇଥିବା ଶିକ୍ଷାଗୁଡ଼ିକୁ ମନେପକାଇବାର ଦିନ । ମୁଁ ଆପଣ ସମସ୍ତଙ୍କୁ ବଡ଼ଦିନ ଉପଲକ୍ଷେ ଅନେକ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ, ଆଜି ମଧ୍ୟ ଆମ ସମସ୍ତଙ୍କ ଶ୍ରଦ୍ଧେୟ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନ । ସେ ଜଣେ ମହାନ ରାଜନେତା ଥିଲେ । ଯିଏ ଦେଶକୁ ଅସାଧାରଣ ନେତୃତ୍ୱ ପ୍ରଦାନ କରିଥିଲେ । ପ୍ରତ୍ୟେକ ଭାରତବାସୀଙ୍କ ହୃଦୟରେ ତାଙ୍କପାଇଁ ଏକ ବିଶେଷ ସ୍ଥାନ ରହିଛି । ମତେ କୋଲକାତାରୁ ଆସ୍ଥାଙ୍କର ଗୋଟିଏ ଚିଠି ମିଳିଛି । ଏହି ଚିଠିରେ ସେ ନିକଟ ଅତୀତରେ କରିଥିବା ତାଙ୍କର ଦିଲ୍ଲୀଯାତ୍ରା ସମ୍ପର୍କରେ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ସେହି ସମୟରେ ସେ PM Museum ଦେଖିବା ପାଇଁ ସମୟ ବାହାର କଲେ । ଏହି Museumରେ ତାଙ୍କୁ ଅଟଳ ଜୀଙ୍କର Gallery ଖୁବ୍ ଭଲ ଲାଗିଲା । ଅଟଳ ଜୀଙ୍କ ସହିତ ସେଠାରେ ଉଠାଇଥିବା ଫଟୋ ତ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିଯାଇଛି । ଅଟଳ ଜୀଙ୍କ ଗ୍ୟାଲେରୀରେ ଆମେ ଦେଶ ପାଇଁ ତାଙ୍କର ବହୁମୂଲ୍ୟ ଅବଦାନର ଝଲକ ଦେଖିପାରିବା । ଭିତ୍ତିଭୂମି ହେଉ, ଶିକ୍ଷା ଆଉ ନ ହେଲେ ବିଦେଶ ନୀତି, ସେ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ନୂତନ ଶିଖରକୁ ନେଇଯାଇଥିଲେ । ମୁଁ ପୁଣିଥରେ ଅଟଳ ଜୀଙ୍କୁ ସହୃଦୟ ପ୍ରଣାମ କରୁଛି ।
ବନ୍ଧୁଗଣ, ଆସନ୍ତାକାଲି ଡିସେମ୍ବର ୨୬ ତାରିଖ ଦିନ ହେଉଛି ‘ବୀର ବାଲ୍ ଦିବସ’, ଆଉ ମତେ ଏହି ଅବସରରେ ଦିଲ୍ଲୀରେ ସାହେବଜାଦା ଜୋରାବର ସିଂହଜୀ ଏବଂ ସାହେବଜାଦା ଫତେ ସିଂହଜୀଙ୍କ ବଳିଦାନ ପାଇଁ ସମର୍ପିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ମିଳିବ । ଦେଶ ସାହେବଜାଦା ଏବଂ ମାତା ଗୁଜ୍ରୀଙ୍କ ବଳିଦାନକୁ ସର୍ବଦା ମନେରଖିବ ।
ମୋର ପ୍ରିୟ ଦେଶବାସୀଗଣ, ଆମର କୁହାଯାଏ ଯେ -
ସତ୍ୟମ୍ କିମ୍ ପ୍ରମାଣମ୍, ପ୍ରତ୍ୟକ୍ଷମ୍ କିମ୍ ପ୍ରମାଣମ୍ ।
ଅର୍ଥାତ୍ ସତ୍ୟକୁ ପ୍ରମାଣର ଆବଶ୍ୟକତା ନ ଥାଏ, ଯାହା ପ୍ରତ୍ୟକ୍ଷ ତାକୁ ମଧ୍ୟ ପ୍ରମାଣର ଆବଶ୍ୟକତା ପଡ଼ିନଥାଏ। କିନ୍ତୁ କଥା ଯେତେବେଳେ ଆଧୁନିକ ଚିକିତ୍ସାବିଜ୍ଞାନର ହୋଇଥାଏ ତେବେ ସେଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ପ୍ରମାଣ ବା Evidence । ଶହଶହ ବର୍ଷ ଧରି ଭାରତୀୟ ଜୀବନର ଅଂଶ ହୋଇ ରହିଆସିଥିବା ଯୋଗ ଏବଂ ଆୟୁର୍ବେଦ ଭଳି ଆମର ଶାସ୍ତ୍ର Evidence based Medicineର ଅଭାବ ସବୁବେଳେ ଗୋଟିଏ ଆହ୍ୱାନ ହୋଇ ଉଭା ହୋଇଛି - ପରିଣାମ ମିଳିଥାଏ, କିନ୍ତୁ ଏହାର ପ୍ରମାଣ ନ ଥାଏ । କିନ୍ତୁ, Evidence based research ରଯୁଗରେ ଏବେ ଯୋଗ ଏବଂ ଆୟୁର୍ବେଦ, ଆଧୁନିକ ଯୁଗର ପରୀକ୍ଷାନିରୀକ୍ଷାରେ ଠିକ୍ ପ୍ରମାଣିତ ହେଉଥିବାରୁ ମୁଁ ଆନନ୍ଦିତ । ଆପଣମାନେ ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ବିଷୟରେ ନିଶ୍ଚୟ ଶୁଣିଥିବେ । ଏହି ସଂସ୍ଥା Research, Innovation ଏବଂ Cancer Care କ୍ଷେତ୍ରରେ ବହୁତ ସୁନାମ ଅର୍ଜନ କରିଛି । ଏହି ସେଣ୍ଟର ଦ୍ୱାରା କରାଯାଇଥିବା ଗୋଟିଏ Intensive Researchରେ ଏକଥା ଦେଖିବାକୁ ମିଳିଛି ଯେ Breast Cancer ରୋଗୀଙ୍କ ପାଇଁ ଯୋଗ ଅତ୍ୟନ୍ତ ପ୍ରଭାବଶାଳୀ । ଟାଟା ମେମୋରିଆଲ ସେଣ୍ଟର ନିଜର ରିସର୍ଚ୍ଚର ଫଳାଫଳକୁ ଆମେରିକାରେ ଅନୁଷ୍ଠିତ ବହୁଚର୍ଚ୍ଚିତ Breast Cancer Conferenceରେ ଉପସ୍ଥାପିତ କରିଛନ୍ତି । ଏହି ଫଳାଫଳ ବିଶ୍ୱର ବଡ଼ ବଡ଼ ବିଶେଷଜ୍ଞମାନଙ୍କ ଦୃଷ୍ଟି ଆକର୍ଷିତ କରିଛି । କାରଣ ରୋଗୀମାନେ କିପରି ଲାଭାନ୍ୱିତ ହେଲେ ତାହା Tata Memorial Centre ପ୍ରମାଣ ସହ ଉପସ୍ଥାପିତ କରିଛି । ସେଣ୍ଟର କରିଥିବା ରିସର୍ଚ୍ଚ ଅନୁଯାୟୀ ନିୟମିତ ଯୋଗାଭ୍ୟାସ ଦ୍ୱାରା Breast Cancerର ରୋଗୀଙ୍କଠାରେ ରୋଗର ପୁନଃଆକ୍ରମଣ ଏବଂ ମୃତ୍ୟୁର ବିପଦରେ ୧୫ ପ୍ରତିଶତ ହ୍ରାସ ହୋଇଛି । ଭାରତୀୟ ପାରମ୍ପରିକ ଚିକିତ୍ସାରେ ଏହା ପ୍ରଥମ ଉଦାହରଣ, ଯାହାକୁ ପାଶ୍ଚାତ୍ୟ ମାନଦଣ୍ଡରେ କଡାକଡି ଭାବେ ପରୀକ୍ଷା କରାଯାଇଛି । ତା’ସହିତ ଏହାହେଉଛି ପ୍ରଥମ ଅଧ୍ୟୟନ ଯେଉଁଥିରେ Breast Cancer ଦ୍ୱାରା ପ୍ରଭାବିତ ମହିଳାମାନଙ୍କ ମଧ୍ୟରେ ଯୋଗ ଦ୍ୱାରା ଜୀବନ ସ୍ତର ଉନ୍ନତ ହେବାର ଜଣାପଡିଛି । ଏହାର ଦୂରଗାମୀ ଲାଭ ମଧ୍ୟ ନଜରକୁ ଆସିଛି । ଟାଟା ମେମୋରିଆଲ ସେଣ୍ଟର ନିଜ ଅଧ୍ୟୟନର ଫଳାଫଳକୁ ପ୍ୟାରିସ୍ରେ ଅନୁଷ୍ଠିତ ୟୁରୋପିଆନ୍ ସୋସାଇଟି ଅଫ୍ ମେଡିକାଲ ଅନ୍କୋଲୋଜିର ସମ୍ମିଳନୀରେ ଉପସ୍ଥାପିତ କରିଛନ୍ତି ।
ବନ୍ଧୁଗଣ, ଆଜିର ଯୁଗରେ ଭାରତୀୟ ଚିକିତ୍ସା ପଦ୍ଧତିଗୁଡ଼ିକ ଯେତେ ଅଧିକ Evidence-based ହେବ, ସାରା ବିଶ୍ୱରେ ଏହାର ଗ୍ରହଣୀୟତା ସେତିକି ବୃଦ୍ଧି ପାଇବ । ଏହି ଚିନ୍ତାଧାରା ସହ ଦିଲ୍ଲୀର ଏମ୍ସରେ ମଧ୍ୟ ଏକ ପ୍ରୟାସ ଜାରି ରହିଛି । ଏଠାରେ ଆମର ପାରମ୍ପରିକ ଚିକିତ୍ସା ପ୍ରଣାଳୀଗୁଡ଼ିକୁ ପ୍ରମାଣିତ କରିବା ପାଇଁ ୬ ବର୍ଷ ପୂର୍ବେ ସେଣ୍ଟର ଫର୍ ଇନ୍ଟିଗ୍ରେଟିଭ୍ ମେଡିସିନ୍ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠା କରାଯାଇଛି । ଏଥିରେ ସଦ୍ୟତମ ଆଧୁନିକ କୌଶଳ ଏବଂ ଗବେଷଣା ପ୍ରଣାଳୀର ଉପଯୋଗ କରାଯାଉଛି । ଏହି କେନ୍ଦ୍ର ପୂର୍ବରୁ ପ୍ରତିଷ୍ଠିତ ଆନ୍ତର୍ଜାତିକ ଜର୍ଣ୍ଣାଲରେ ୨୦ଟି ଲେଖା ପ୍ରକାଶିତ କରିସାରିଛି । ଆମେରିକାନ୍ କଲେଜ ଅଫ୍ କାର୍ଡିଓଲୋଜିର ଜର୍ଣ୍ଣାଲରେ ପ୍ରକାଶିତ ଗୋଟିଏ ଲେଖାରେ syncope (ସିଙ୍କପି)ରେ ପୀଡ଼ିତ ରୋଗୀମାନଙ୍କୁ ଯୋଗ ଦ୍ୱାରା ହେଉଥିବା ଲାଭ ସମ୍ପର୍କରେ ସୂଚନା ଦିଆଯାଇଛି । ସେହିଭଳି ନ୍ୟୁରୋଲୋଜି ଜର୍ଣ୍ଣାଲର ଲେଖାରେ ମାଇଗ୍ରେନ୍ରେ ଯୋଗ ଦ୍ୱାରା ହେଉଥିବା ଲାଭ ସମ୍ପର୍କରେ କୁହାଯାଇଛି । ଏହାଛଡ଼ା ଅନ୍ୟ ଅନେକ ରୋଗରେ ମଧ୍ୟ ଯୋଗ ଦ୍ୱାରା ହେଉଥିବା ଉପକାର ବିଷୟରେ ଅଧ୍ୟୟନ ଚାଲିଛି । ଯେମିତିକି ହୃଦ୍ରୋଗ, ଅବସାଦ ବା ଡିପ୍ରେସନ୍, ନିଦ୍ରାହୀନତା ଏବଂ ଗର୍ଭାବସ୍ଥା ସମୟରେ ମହିଳାମାନଙ୍କଠାରେ ଦେଖାଯାଉଥିବା ସମସ୍ୟା ।
ବନ୍ଧୁଗଣ କିଛିଦିନ ପୂର୍ବେ ହିଁ ମୁଁ ୱାର୍ଲଡ ଆୟୁର୍ବେଦ କଂଗ୍ରେସ ଆୟୋଜନ ସମୟରେ ଗୋଆରେ ଥିଲି । ଏଥିରେ ୪୦ରୁ ଅଧିକ ଦେଶର ପ୍ରତିନିଧିମାନେ ସାମିଲ ହୋଇଥିଲେ ଏବଂ ଏଠାରେ ୫୫୦ରୁ ଅଧିକ Scientific Papers ଉପସ୍ଥାପିତ କରାଗଲା । ଭାରତ ସହ ସାରା ବିଶ୍ୱର ପ୍ରାୟ ୨୧୫ କମ୍ପାନୀମାନେ ଏଠାରେ ପ୍ରଦର୍ଶନୀରେ ନିଜର ଉତ୍ପାଦକୁ ପ୍ରଦର୍ଶିତ କରିଥିଲେ । ଚାରିଦିନ ବ୍ୟାପୀ ଏହି ପ୍ରଦର୍ଶନୀରେ ଏକଲକ୍ଷରୁ ଅଧିକ ଲୋକ ଆୟୁର୍ବେଦ ସହ ଜଡ଼ିତ ହେବାର ନିଜର ଅନୁଭୂତିକୁ ଉପଭୋଗ କରିଥିଲେ । ଆୟୁର୍ବେଦ କଂଗ୍ରେସରେ ମଧ୍ୟ ମୁଁ ସାରା ବିଶ୍ୱରୁ ଆସିଥିବା ଆୟୁର୍ବେଦ ବିଶେଷଜ୍ଞଙ୍କ ସମ୍ମୁଖରେ Evidence based research ପାଇଁ ନିବେଦନକୁ ଦୋହରାଇଥିଲି । କରୋନା ବିଶ୍ୱବ୍ୟାପୀ ମହାମାରୀର ଏହି ସମୟରେ ଯେଉଁଭଳି ଭାବରେ ଆମେ ଯୋଗ ଏବଂ ଆୟୁର୍ବେଦର ଶକ୍ତିକୁ ଅନୁଭବ କରିପାରୁଛୁ, ଏଥିରେ ଏହାସହିତ ଜଡ଼ିତ Evidence based research ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ଯୋଗ, ଆୟୁର୍ବେଦ ଏବଂ ଆମର ପାରମ୍ପରିକ ଚିକିତ୍ସା ପ୍ରଣାଳୀ ସହ ଜଡ଼ିତ ଏଭଳି ପ୍ରଚେଷ୍ଟାଗୁଡ଼ିକ ସମ୍ପର୍କରେ ଆପଣଙ୍କ ପାଖରେ କୌଣସି ସୂଚନା ଥିଲେ ତାହାକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଭାବେ ସେୟାର କରିବା ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ବିଗତ କିଛିବର୍ଷ ଧରି ଆମେ ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡ଼ିତ ଅନେକ ବଡ଼ ବଡ଼ ସମସ୍ୟା ଉପରେ ବିଜୟଲାଭ କରିଛୁ । ଏହାର ସମ୍ପୂର୍ଣ୍ଣ ଶ୍ରେୟ ଆମର ମେଡିକାଲ ବିଶେଷଜ୍ଞ, ବୈଜ୍ଞାନିକଗଣ ଏବଂ ଦେଶବାସୀଙ୍କ ଇଚ୍ଛାଶକ୍ତିକୁ ଯାଉଛି । ଆମେ ଭାରତରୁ ବସନ୍ତ ରୋଗ, ପୋଲିଓ ଏବଂ ‘ଗିନି ୱାର୍ମ’ ଭଳି ରୋଗଗୁଡ଼ିକୁ ଲୋପକରି ଦେଖାଇଦେଇଛୁ ।
ଆଜି ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ମୁଁ ଆଉ ଗୋଟିଏ ଆହ୍ୱାନ ବିଷୟରେ ଜଣାଇବାକୁ ଚାହୁଁଛି ଯାହା ଏବେ ବିଲୁପ୍ତିର ସୀମାରେ ରହିଛି । ଏହି ଆହ୍ୱାନ, ଏହି ରୋଗ ହେଉଛି – ‘କାଲାଜାର’ । ଏହି ରୋଗର ଜୀବାଣୁ Sand Fly କାମୁଡିବା ଦ୍ୱାରା ବ୍ୟାପିଥାଏ । ଯେତେବେଳେ କେହି ‘କାଲାଜାର’ ରୋଗରେ ପୀଡିତ ହୋଇଥାଏ ସେତେବେଳେ ତାକୁ ମାସ ମାସ ଧରି ଜ୍ୱର ହୋଇଥାଏ, ଶରୀରରେ ରକ୍ତର ଅଭାବ ହୋଇଥାଏ, ଦେହ ଦୁର୍ବଳ ହୋଇଯାଇଥାଏ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ । ଏହି ରୋଗ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ କାହାରିକୁ ମଧ୍ୟ ହୋଇପାରେ । କିନ୍ତୁ ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ‘କାଲାଜାର’ ନାମକ ଏହି ରୋଗ ଏବେ ଦ୍ରୁତ ଗତିରେ ଲୋପ ପାଇଚାଲିଛି । କିଛିବର୍ଷ ପୂର୍ବ ଯାଏଁ ‘କାଲାଜାର’ର ପ୍ରକୋପ ୪ଟି ରାଜ୍ୟର ୫୦ରୁ ଅଧିକ ଜିଲ୍ଲାରେ ବ୍ୟାପକ ଭାବେ ଦେଖାଯାଉଥିଲା । କିନ୍ତୁ ଏବେ ଏହି ରୋଗ ବିହାର ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ମଧ୍ୟରେ ସୀମିତ ହୋଇ ରହିଯାଇଛି । ବିହାର-ଝାଡ଼ଖଣ୍ଡର ଲୋକଙ୍କ ସାମର୍ଥ୍ୟ, ସେମାନଙ୍କ ସଚେତନତା, ଏହି ୪ଟି ଜିଲ୍ଲାରୁ ମଧ୍ୟ ‘କାଲାଜାର’କୁ ଲୋପ କରିବାରେ ସରକାରଙ୍କ ପ୍ରଚେଷ୍ଟାରେ ସହଯୋଗ କରିବ ବୋଲି ମୋର ବିଶ୍ୱାସ । ‘କାଲାଜାର’ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ୨ଟି କଥା ଉପରେ ବିଶେଷ ଦୃଷ୍ଟି ଦେବାପାଇଁ ମୁଁ ଅନୁରୋଧ କରୁଛି । ପ୍ରଥମଟି ହେଉଛି, Sand Fly ଉପରେ ନିୟନ୍ତ୍ରଣ, ଏବଂ ଦ୍ୱିତୀୟଟି ହେଲା, ତୁରନ୍ତ ଏହି ରୋଗକୁ ଚିହ୍ନଟ କରି ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରିବା । ‘କାଲାଜାର’ର ଚିକିତ୍ସା ସହଜ ଏବଂ ଏହାର ଚିକିତ୍ସା ପାଇଁ ଲାଗୁଥିବା ଔଷଧଗୁଡ଼ିକ ମଧ୍ୟ ବହୁ ପ୍ରଭାବଶାଳୀ ହୋଇଥାଏ । ଆପଣଙ୍କୁ କେବଳ ସତର୍କ ରହିବାକୁ ହେବ । ଜ୍ୱର ହେଲେ ଅବହେଳା କରନ୍ତୁ ନାହିଁ ଏବଂ Sand Flyକୁ ବିନାଶ କରୁଥିବା ଔଷଧଗୁଡ଼ିକ ମଧ୍ୟ ସିଞ୍ଚନ କରୁଥାନ୍ତୁ । ଟିକିଏ ଚିନ୍ତା କରନ୍ତୁ, ଯେତେବେଳେ ଆମ ଦେଶ ‘କାଲାଜାର’ମୁକ୍ତ ହୋଇଯିବ, ତାହା ଆମପାଇଁ କେତେ ଖୁସିର କଥା ହେବ! ‘ସବ୍କା ପ୍ରୟାସ’ର ଏହି ଚିନ୍ତାଧାରା ଦ୍ୱାରା ଆମେ ଭାରତକୁ ୨୦୨୫ ଯାଏଁ ଯକ୍ଷ୍ମାମୁକ୍ତ କରିବା ପାଇଁ ମଧ୍ୟ କାମ କରୁଛୁ । ଆପଣମାନେ ଦେଖିଥିବେ, ବିଗତ ଦିନରେ ଯେତେବେଳେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଆରମ୍ଭ ହେଲା, ସେତେବେଳେ ହଜାର ହଜାର ଲୋକ ଯକ୍ଷ୍ମାରୋଗୀଙ୍କ ସାହାଯ୍ୟ ପାଇଁ ଆଗେଇଆସିଲେ । ଏହି ଲୋକେ ନିକ୍ଷ୍ୟୟ ମିତ୍ର ହୋଇ ଯକ୍ଷ୍ମାରୋଗୀଙ୍କ ଯତ୍ନ ନେଉଛନ୍ତି ଏବଂ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି । ଜନସେବା ଏବଂ ଜନଭାଗିଦାରୀର ଏହି ଶକ୍ତି ପ୍ରତ୍ୟେକ କଷ୍ଟସାଧ୍ୟ ଲକ୍ଷ୍ୟକୁ ପ୍ରାପ୍ତକରି ଦେଖାଉଛି ।
ମୋର ପ୍ରିୟ ଦେଶବାସୀଗଣ, ମାଆ ଗଙ୍ଗାଙ୍କ ସହ ଆମ ପରମ୍ପରା ଓ ସଂସ୍କୃତିର ଅତୁଟ ସମ୍ପର୍କ ରହିଛି । ଗଙ୍ଗା ଜଳ ଆମ ଜୀବନଧାରାର ଅଭିନ୍ନ ଅଙ୍ଗ ଏବଂ ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି:
ନମାମି ଗଙ୍ଗେ ତବ ପାଦ ପଙ୍କଜଂ
ସୁର ଅସୁରୈଃ ବନ୍ଦିତ ଦିବ୍ୟରୂପମ୍ ।
ଭୂକ୍ତିମ୍ ଚ ମୁକ୍ତିମ୍ ଚ ଦଦାସି ନିତ୍ୟମ୍
ଭାବ ଅନୁସାରେଣ ସଦା ନରାଣାମ୍ । ।
ଅର୍ଥାତ ହେ ମା ଗଙ୍ଗା! ଆପଣ, ନିଜର ଭକ୍ତମାନଙ୍କୁ, ସେମାନଙ୍କ ଭାବ ଅନୁରୂପ ସାଂସାରିକ ସୁଖ, ଆନନ୍ଦ ଓ ମୋକ୍ଷ ପ୍ରଦାନ କରନ୍ତି । ସମସ୍ତେ ଆପଣଙ୍କ ପବିତ୍ର ଚରଣର ବନ୍ଦନା କରନ୍ତି । ମୁଁ ମଧ୍ୟ ଆପଣଙ୍କ ପବିତ୍ର ଚରଣରେ ପ୍ରଣିପାତ କରୁଛି । ଏପରିସ୍ଥଳେ ଯୁଗଯୁଗ ଧରି କଳକଳ ନାଦରେ ବହୁଥିବା ମାଆ ଗଙ୍ଗାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ବଡ଼ ଦାୟିତ୍ୱ । ଏହି ଉଦ୍ଦେଶ୍ୟରେ, ଆଠ ବର୍ଷ ତଳେ ଆମେ ‘ନମାମି ଗଙ୍ଗେ ଅଭିଯାନ’ ଆରମ୍ଭ କରିଥିଲୁ । ଆମ ସମସ୍ତଙ୍କ ପାଇଁ ଏହା ଗୌରବର କଥା ଯେ ଭାରତର ଏହି ଉଦ୍ୟମକୁ ଆଜି ସମଗ୍ର ବିଶ୍ୱରେ ପ୍ରଶଂସା ମିଳୁଛି । ଜାତିସଂଘ ‘ନମାମି ଗଙ୍ଗେ’ ମିଶନକୁ, ପରିସଂସ୍ଥାକୁ ପୁନରୁଦ୍ଧାର କରୁଥିବା ପୃଥିବୀର ଶ୍ରେଷ୍ଠ ଦଶଟି ଉଦ୍ୟମରେ ଅନ୍ତର୍ଭୁକ୍ତ କରିଛି । ଏହା ଆହୁରି ମଧ୍ୟ ଖୁସିର କଥା ଯେ ସମଗ୍ର ବିଶ୍ୱର ୧୬୦ଟି ଏଭଳି ଉଦ୍ୟମ ମଧ୍ୟରେ ‘ନମାମି ଗଙ୍ଗେ’କୁ ଏହି ସମ୍ମାନ ମିଳିଛି ।
ବନ୍ଧୁଗଣ, ‘ନମାମି ଗଙ୍ଗେ’ ଅଭିଯାନର ସବୁଠୁ ବଡ଼ ଶକ୍ତି ଲୋକଙ୍କ ନିରନ୍ତର ସହଭାଗିତା । ‘ନମାମି ଗଙ୍ଗେ’ ଅଭିଯାନରେ, ଗଙ୍ଗା ପ୍ରହରୀ ଓ ଗଙ୍ଗା ଦୂତମାନଙ୍କର ବଡ଼ ଭୂମିକା ଅଛି । ସେମାନେ ଚାରାରୋପଣ, ଘାଟ ସଫେଇ, ଗଙ୍ଗା ଆଳତୀ, ପଥପ୍ରାନ୍ତ ନାଟକ, ପେଣ୍ଟିଙ୍ଗ ଓ କବିତା ମାଧ୍ୟମରେ ସଚେତନତା ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି । ଏହି ଅଭିଯାନ ଦ୍ୱାରା ଜୈବ ବିବିଧତାରେ ମଧ୍ୟ ବହୁତ ସୁଧାର ଦେଖାଯାଉଛି । ହିଲ୍ସା ମାଛ, ଗଙ୍ଗା ଡଲ୍ଫିନ ଓ କଇଁଛର ବିଭିନ୍ନ ପ୍ରଜାତିଗୁଡ଼ିକର ସଂଖ୍ୟା ବହୁତ ବୃଦ୍ଧି ପାଇଛି । ଗଙ୍ଗାର ପରିସଂସ୍ଥା ସ୍ୱଚ୍ଛ ହେବା ଦ୍ୱାରା ଜୀବିକାର ଅନ୍ୟ ସୁଯୋଗ ମଧ୍ୟ ବଢ଼ୁଛି । ଏଠାରେ ମୁଁ “ଜଳଜ ଆଜୀବିକା ମଡେଲ୍’ର କଥା କହିବାକୁ ଚାହିଁବି, ଯାହା ଜୈବ ବିବିଧତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହି ପର୍ଯ୍ୟଟନ-ଆଧାରିତ ନୌକା ସଫାରିଗୁଡ଼ିକୁ ୨୬ଟି ସ୍ଥାନରେ ଉଦ୍ଘାଟନ କରାଯାଇଛି । ‘ନମାମି ଗଙ୍ଗେ’ ମିଶନର ବିସ୍ତାର, ତା’ର ପରିସର ନଦୀର ସଫେଇଠାରୁ ବହୁତ ବଡ଼ । ଏହା, ଯେଉଁଠି, ଆମର ଇଚ୍ଛାଶକ୍ତି ଓ ଅବିରତ ପ୍ରୟାସର ଏକ ପ୍ରତ୍ୟକ୍ଷ ପ୍ରମାଣ, ସେଇଠି ଏହା ପରିବେଶ ସଂରକ୍ଷଣ ଦିଗରେ ବିଶ୍ୱକୁ ଏକ ନୂଆ ରାସ୍ତା ଦେଖାଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ଆମର ସଙ୍କଳ୍ପ ଶକ୍ତି ମଜଭୁତ ହୋଇଥାଏ, ସେତେବେଳେ ବଡ଼ରୁ ବଡ଼ ଆହ୍ୱାନ ମଧ୍ୟ ସହଜ ହୋଇଯାଏ । ଏହାର ଉଦାହରଣ ରଖିଛନ୍ତି ସିକ୍କିମର ଥେଗୁ ଗାଁର ‘ସଙ୍ଗେ ଶେର୍ପା ଜୀ’ । ସେ ଗତ ୧୪ ବର୍ଷ ଧରି ୧୨ ହଜାର ଫୁଟରୁ ମଧ୍ୟ ଅଧିକ ଉଚ୍ଚ ସ୍ଥାନରେ ପରିବେଶ ସୁରକ୍ଷା କାମରେ ଲାଗିଛନ୍ତି । ସଙ୍ଗେ ଜୀ ସାଂସ୍କୃତିକ ଓ ପୌରାଣିକ ମହତ୍ୱ ରହିଥିବା ସୋମ୍ଗୋ ହ୍ରଦକୁ ପରିଷ୍କାର ରଖିବାର କଷ୍ଟ ଉଠାନ୍ନ୍ି । ସେ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ଏହି ଗ୍ଲେସିୟର୍ ହ୍ରଦର ରଙ୍ଗରୂପକୁ ହିଁ ବଦଳାଇଦେଇଛନ୍ତି । ୨୦୦୮ରେ ସଙ୍ଗେ ଶେର୍ପା ଜୀ ଯେତେବେଳେ ଏହି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଦେଖୁଦେଖୁ ତାଙ୍କର ଏହି ଭଲ କାମରେ ଯୁବକ ଯୁବତୀ ଓ ଗ୍ରାମବାସୀଙ୍କ ସହାୟତା ସହିତ ପଂଚାୟତର ସହଯୋଗ ମଧ୍ୟ ମିଳିବାକୁ ଲାଗିଲା । ଆଜି ଆପଣ ଯଦି ସୋମ୍ଗୋ ହ୍ରଦକୁ ଦେଖିବାକୁ ଯିବେ, ତେବେ ସେଠାରେ ଚାରିଆଡ଼େ ଆପଣଙ୍କୁ ବଡ଼ ବଡ଼ ଆବର୍ଜନାକୁଣ୍ଡ ଦେଖିବାକୁ ମିଳିବ । ସେଠାରେ ଜମା ହୋଇଥିବା ମଇଳା ଆବର୍ଜନାକୁ ଏବେ ରିସାଇକ୍ଲିଂ ପାଇଁ ପଠାଯାଉଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କପଡ଼ାରେ ତିଆରି ଆବର୍ଜନାରଖା ବ୍ୟାଗ୍ ମଧ୍ୟ ଦିଆଯାଏ, ଯେପରିକି ସେମାନେ ବର୍ଜ୍ୟବସ୍ତୁକୁ ଇଆଡ଼େ ସିଆଡ଼େ ଫିଙ୍ଗିବେ ନାହିଁ । ବର୍ତ୍ତମାନ ସଂପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ହୋଇସାରିଥିବା ଏହି ହ୍ରଦକୁ ଦେଖିବାକୁ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ସୋମ୍ଗୋ ହ୍ରଦର ସୁରକ୍ଷାର ଏହି ନିଆରା ପ୍ରୟାସ ପାଇଁ ସଙ୍ଗେ ଶେର୍ପା ଜୀଙ୍କୁ ଅନେକ ସଂସ୍ଥା ସମ୍ମାନିତ ମଧ୍ୟ କରିଛନ୍ତି । ଏପରି ଏକ ପ୍ରଚେଷ୍ଟା କାରଣରୁ ଆଜି ସିକ୍କିମ୍କୁ ଭାରତର ସବୁଠୁ ସ୍ୱଚ୍ଛ ରାଜ୍ୟ ମଧ୍ୟରେ ଗଣାଯାଉଛି । ମୁଁ ସଙ୍ଗେ ଶେର୍ପା ଜୀ ଏବଂ ତାଙ୍କର ବନ୍ଧୁମାନଙ୍କ ସହ ସମଗ୍ର ଦେଶର ପରିବେଶ ସୁରକ୍ଷା ଭଳି ସୁନ୍ଦର କାର୍ଯ୍ୟରେ ବ୍ରତୀ ଥିବା ଲୋକଙ୍କୁ ମଧ୍ୟ ହୃଦୟର ସହ ପ୍ରଶଂସା କରୁଛି ।
ବନ୍ଧୁଗଣ, ମୁଁ ଖୁସି ଯେ ଆଜି ‘ସ୍ୱଚ୍ଛ ଭାରତ ମିଶନ’ ପ୍ରତ୍ୟେକ ଭାରତୀୟଙ୍କ ମନରେ ଓତପ୍ରୋତ ଭାବେ ଜଡ଼ିତ ହୋଇସାରିଛି । ୨୦୧୪ ମସିହାରେ ଏହି ଜନ ଆନ୍ଦୋଳନ ଆରମ୍ଭ ହେବା ସହିତ ଏହାକୁ ନୂଆ ଉଚ୍ଚତାକୁ ନେବା ପାଇଁ ଲୋକେ ଅନେକ ନିଆରା ପ୍ରୟାସ ସବୁ କରିଛନ୍ତି ଏବଂ ଏହି ପ୍ରୟାସ କେବଳ ସମାଜ ଭିତରେ ନୁହେଁ, ବରଂ ସରକାରଙ୍କ ଭିତରେ ମଧ୍ୟ ହେଉଛି । କ୍ରମାଗତ ଏସବୁ ପ୍ରୟାସର ପରିଣାମ ହେଉଛି- ଅଳିଆ ଆବର୍ଜନା ହଟିବା କାରଣରୁ, ଅଦରକାରୀ ଜିନିଷ ହଟିବା କାରଣରୁ, କାର୍ଯ୍ୟାଳୟରେ ବହୁତ ଜାଗା ଖୋଲା ହୋଇଯାଏ ଓ ନୂଆ ସ୍ଥାନ ମିଳିଥାଏ । ପୂର୍ବରୁ ସ୍ଥାନ ଅଭାବରୁ ଦୂର ଜାଗାରେ ଭଡ଼ାରେ କାର୍ଯ୍ୟାଳୟ ଖୋଲିବାକୁ ପଡ଼ୁଥିଲା । ଆଜିକାଲି ସଫାସୁତୁରା କାରଣରୁ ଏତେ ଜାଗା ମିଳିଯାଉଛି ଯେ, ଏବେ ଗୋଟିଏ ସ୍ଥାନରେ ହିଁ ସବୁ ଦପ୍ତର କାର୍ଯ୍ୟ କରୁଛି । ବିଗତ ଦିନରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ମୁମ୍ବଇରେ, ଅହମଦାବାଦରେ, କୋଲକାତାରେ, ସିଲଂରେ, ଅନେକ ସହରରେ ନିଜର କାର୍ଯ୍ୟାଳୟରେ ଯଥେଷ୍ଟ ପ୍ରୟାସ କରାଗଲା ଏବଂ ସେହି କାରଣରୁ ଆଜି ତା’ର ଦୁଇ-ଦୁଇ, ତିନି-ତିନି ମହଲା, ସଂପୂର୍ଣ୍ଣ ରୂପେ ନୂଆ କରି କାମରେ ଆସିପାରିଲା, ନୂଆ ସ୍ଥାନ ମିଳିଗଲା । ଏହା ସ୍ୱୟଂ ସ୍ୱଚ୍ଛତା କାରଣରୁ ଆମ ସମ୍ବଳର ସର୍ବାଧିକ ବ୍ୟବହାରର ଉତମ ଅଭିଜ୍ଞତା । ସମାଜରେ ମଧ୍ୟ, ଗାଁ ଗାଁ, ସହର ସହରରେ ମଧ୍ୟ, ସେହିଭଳି କାର୍ଯ୍ୟାଳୟରେ ମଧ୍ୟ, ଏହି ଅଭିଯାନ ଦେଶ ପାଇଁ ସବୁ ଦିଗରୁ ଉପଯୋଗୀ ସାବ୍ୟସ୍ତ ହେଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ନିଜର କଳା-ସଂସ୍କୃତିକୁ ନେଇ ଏକ ନୂଆ ସଚେତନତା ଆସୁଛି, ଏକ ନୂଆ ଚେତନା ଜାଗ୍ରତ ହେଉଛି । ‘ମନ କୀ ବାତ୍’ରେ, ଆମେ, ପ୍ରାୟ ଏପରି ଉଦାହରଣଗୁଡ଼ିକର ଚର୍ଚା ମଧ୍ୟ କରିଥାଉ । ଯେପରିକି କଳା, ସାହିତ୍ୟ ଓ ସଂସ୍କୃତି ସମାଜର ସାମୂହିକ ପୁଞ୍ଜି, ସେହିପରି ସେଗୁଡ଼ିକୁ, ଆଗକୁ ବଢ଼ାଇବାର ଦାୟିତ୍ୱ ମଧ୍ୟ ସମଗ୍ର ସମାଜର । ଏପରି ଏକ ସଫଳ ପ୍ରୟାସ ଲାକ୍ଷାଦ୍ୱୀପରେ ହେଉଛି । ଏଠାକାର କଳ୍ପେନୀ ଦ୍ୱୀପରେ ଏକ କ୍ଲବ ଅଛି- କୁମେଲ୍ ବ୍ରଦର୍ସ ଚ୍ୟାଲେଞ୍ଜର୍ସ କ୍ଲବ । ଏହି କ୍ଲବ ଯୁବକଯୁବତୀମାନଙ୍କୁ ସ୍ଥାନୀୟ ସଂସ୍କୃତି ଓ ପାରମ୍ପରିକ କଳାର ସଂରକ୍ଷଣ ପାଇଁ ପ୍ରେରିତ କରିଥାଏ । ଏଠାରେ ଯୁବକଯୁବତୀଙ୍କୁ ସ୍ଥାନୀୟ କଳା କୋଲକଲି, ପରିଚାକଲି, କିଲିପ୍ପାଟ୍ଟ୍ ଓ ପାରମ୍ପରିକ ଗୀତର ତାଲିମ ଦିଆଯାଏ । ଅର୍ଥାତ ପୁରୁଣା ଐତିହ୍ୟ, ନୂଆ ପିଢ଼ି ହାତରେ ସୁରକ୍ଷିତ ହେଉଛି, ଆଗକୁ ବଢ଼ୁଛି ଏବଂ ବନ୍ଧୁଗଣ, ମୋତେ ଖୁସି ଲାଗୁଛି ଯେ ଏହି ପ୍ରକାରର ପ୍ରୟାସ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ହେଉଛି । ଏଇ ନିକଟରେ ହିଁ ଦୁବାଇରୁ ଖବର ଆସିଛି ଯେ ସେଠାକାର କଲାରି କ୍ଲବ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ନିଜର ନାଁ ସାମିଲ କରିଛି । ଯେ କେହି ଭାବିପାରେ ଯେ ଦୁବାଇର କ୍ଲବ ରେକର୍ଡ କଲା ତ ଏଥିରେ ଭାରତ ସହ ତା’ର କ’ଣ ସମ୍ବନ୍ଧ? ପ୍ରକୃତରେ, ଏହି ରେକର୍ଡ, ଭାରତର ପ୍ରାଚୀନ ମାର୍ଶାଲ୍ ଆର୍ଟ କଲାରିପୟଟ୍ଟୁ ସହିତ ସମ୍ପୃକ୍ତ । ଏହି ରେକର୍ଡ ଏକାସଂଗେ ସର୍ବାଧିକ ଲୋକଙ୍କ ଦ୍ୱାରା କଲାରି ପ୍ରଦର୍ଶନ ଦ୍ୱାରା ହୋଇଛି । ଦୁବାଇର କଲାରି କ୍ଲବ ଦୁବାଇ ପୁଲିସ ସହ ମିଶି ଏହି ଯୋଜନା କରିଥିଲା ଏବଂ ୟୁଏଇର ଜାତୀୟ ଦିବସରେ ପ୍ରଦର୍ଶନ କରିଥିଲା । ଏହି ଆୟୋଜନରେ ୪ ବର୍ଷର ପିଲାଠୁ ଆରମ୍ଭ କରି ୬୦ ବର୍ଷ ବୟସର ଲୋକେ କଲାରିରେ ନିଜନିଜ କୌଶଳର ଚମତ୍କାର ପ୍ରଦର୍ଶନ କରିଥିଲେ । ଭିନ୍ନ ଭିନ୍ନ ପିଢ଼ି କିପରି ଏକ ପ୍ରାଚୀନ ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି, ପୂରା ମନୋଯୋଗରେ ବଢ଼ାଉଛନ୍ତି, ଏହା ତା’ର ଶ୍ରେଷ୍ଠ ଉଦାହରଣ ।
ବନ୍ଧୁଗଣ, ‘ମନ କୀ ବାତ୍’ର ଶ୍ରୋତାମାନଙ୍କୁ ମୁଁ କର୍ଣ୍ଣାଟକର ଗଡକ ଜିଲାରେ ରହୁଥିବା କ୍ୱେମ୍ଶ୍ରୀ ଜୀଙ୍କ ସମ୍ପର୍କରେ ଜଣାଇବାକୁ ଚାହୁଁଛି । କ୍ୱେମ୍ଶ୍ରୀ ଦକ୍ଷିଣରେ କର୍ଣ୍ଣାଟକର କଳା-ସଂସ୍କୃତିକୁ ପୁନର୍ଜୀବିତ କରିବା ମିଶନରେ ଗତ ୨୫ ବର୍ଷ ଧରି ଅନବରତ ଲାଗିଛନ୍ତି । ଆପଣ କଳ୍ପନା କରିପାରୁଥିବେ ଯେ ତାଙ୍କର ତପସ୍ୟା କେତେ ବଡ଼ । ପ୍ରଥମେ ତ ସେ ହୋଟେଲ୍ ମ୍ୟାନେଜ୍ମେଣ୍ଟ ବୃତ୍ତି ସହିତ ସଂପୃକ୍ତ ଥିଲେ । କିନ୍ତୁ, ନିଜର ସଂସ୍କୃତି ଓ ପରମ୍ପରା ସହିତ ତାଙ୍କର ଏତେ ଗଭୀର ଆସକ୍ତି ଥିଲା ଯେ ସେ ଏହାକୁ ନିଜର ମିଶନ କରିଦେଲେ । ସେ ‘କଳା ଚେତନା’ ନାମରେ ଏକ ମଞ୍ଚ ଗଢ଼ିଲେ । ଏହି ମଞ୍ଚ, ଆଜି କର୍ଣ୍ଣାଟକର, ଏବଂ ଦେଶ-ବିଦେଶର କଳାକାରମାନଙ୍କର, ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଏଥିରେ ସ୍ଥାନୀୟ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ସୃଜନଶୀଳ କାମ ମଧ୍ୟ ଅନ୍ତର୍ଭୁକ୍ତ ।
ବନ୍ଧୁଗଣ, ନିଜର କଳା-ସଂସ୍କୃତି ପ୍ରତି ଦେଶବାସୀଙ୍କର ଏହି ଉତ୍ସାହ ‘ନିଜ ଐତିହ୍ୟ ଉପରେ ଗର୍ବ’ର ଭାବନାର ହିଁ ପ୍ରକଟିକରଣ । ଆମ ଦେଶରେ ତ ପ୍ରତି କୋଣ ଅନୁକୋଣରେ ଏପରି କେତେ ରଙ୍ଗ ପଡ଼ିରହିଛି । ଆମେ ମଧ୍ୟ ସେଗୁଡ଼ିକୁ ସାଜସଜ୍ଜା ଓ ସଂରକ୍ଷିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରିବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, ଦେଶର ଅନେକ ଅଞ୍ଚଳରେ ବାଉଁଶରେ ଅନେକ ସୁନ୍ଦର ଓ ଉପଯୋଗୀ ଜିନିଷ ତିଆରି କରାଯାଏ । ବିଶେଷ ଭାବେ ଆଦିବାସୀ ଅଞ୍ଚଳରେ ବାଉଁଶର ଦକ୍ଷ କାରିଗର, ଦକ୍ଷ କଳାକାର ଅଛନ୍ତି । ଯେବେଠୁ ଦେଶରେ ବାଉଁଶ ସମ୍ବନ୍ଧୀୟ ଇଂରେଜ ଅମଳର ଆଇନକୁ ବଦଳାଯାଇଛି, ଏହାର ଏକ ବଡ଼ ବଜାର ଗଢ଼ିଉଠିଛି । ମହାରାଷ୍ଟ୍ରର ପାଲ୍ଘର ଭଳି ଅଂଚଳରେ ମଧ୍ୟ ଆଦିବାସୀ ସମାଜର ଲୋକେ ବାଉଁଶରୁ ଅନେକ ସୁନ୍ଦର ଜିନିଷ ତିଆରି କରନ୍ତି । ବାଉଁଶରେ ତିଆରି ବାକ୍ସ, ଚଉକି, ଚା’ଦାନି, ଟୋକେଇ, ଓ ଟ୍ରେ ଭଳି ଜିନିଷ ଖୁବ୍ ଲୋକପ୍ରିୟ ହେଉଛି । କେବଳ ସେତିକି ନୁହେଁ, ଏହି ଲୋକେ ବାଉଁଶ ଘାସରୁ ସୁନ୍ଦର କପଡ଼ା ଓ ସାଜସଜ୍ଜାର ଜିନିଷ ମଧ୍ୟ ତିଆରି କରନ୍ତି । ଏହାଦ୍ୱାରା ଆଦିବାସୀ ମହିଳାଙ୍କୁ ରୋଜଗାର ମିଳୁଛି, ଏବଂ ସେମାନଙ୍କ କଳାନୈପୁଣ୍ୟକୁ ପରିଚୟ ମଧ୍ୟ ମିଳୁଛି ।
ବନ୍ଧୁଗଣ, କର୍ଣ୍ଣାଟକର ଏକ ଦମ୍ପତି ଗୁଆ ତନ୍ତୁରେ ତିଆରି ଅନେକ ନିଆରା ଜିନିଷ ଆନ୍ତର୍ଜାତିକ ବଜାରରେ ବିକ୍ରି କରୁଛନ୍ତି । କର୍ଣ୍ଣାଟକ ଶିବମୋଗାର ଏହି ଦମ୍ପତି ହେଉଛନ୍ତି ଶ୍ରୀମାନ ସୁରେଶ ଓ ତାଙ୍କ ପତ୍ନୀ ଶ୍ରୀମତୀ ମୈଥିଳୀ । ଏମାନେ ଗୁଆ ତନ୍ତୁରେ ଟ୍ରେ, ପ୍ଲେଟ୍ ଓ ହାତବ୍ୟାଗ୍ଠୁ ଆରମ୍ଭ କରି ଅନେକ ସାଜସଜ୍ଜାର ଜିନିଷ ତିଆରି କରୁଛନ୍ତି । ଏହି ତନ୍ତୁରେ ତିଆରି ଚପଲ୍ ମଧ୍ୟ ଆଜି ବହୁତ ଲୋକଙ୍କର ପସନ୍ଦ ହେଉଛି । ତାଙ୍କ ପ୍ରସ୍ତୁତ ଜିନିଷପତ୍ର ଆଜି ଲଣ୍ଡନ ଓ ଇଉରୋପର ବଜାରମାନଙ୍କରେ ବିକ୍ରି ହେଉଛି । ଏହା ହିଁ ତ ଆମର ପ୍ରାକୃତିକ ସମ୍ବଳ ଓ ପାରମ୍ପରିକ ଦକ୍ଷତାର ଚମତ୍କାରିତା, ଯାହା ସମସ୍ତଙ୍କର ପସନ୍ଦ ହେଉଛି । ଭାରତର ଏହି ପାରମ୍ପରିକ ଜ୍ଞାନ ମଧ୍ୟରେ ବିଶ୍ୱ ଧାରଣକ୍ଷମ ଭବିଷ୍ୟତର ରାସ୍ତା ଦେଖୁଛି । ଆମେ, ନିଜେ ମଧ୍ୟ ଏ ଦିଗରେ ଅଧିକରୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ଆମେ ନିଜେ ମଧ୍ୟ ଏପରି ସ୍ୱଦେଶୀ ଓ ସ୍ଥାନୀୟ ଜିନିଷ ବ୍ୟବହାର କରିବା ଏବଂ ଅନ୍ୟକୁ ମଧ୍ୟ ଏହା ଉପହାର ଦେବା । ଏହାଦ୍ୱାରା ଆମର ପରିଚୟ ମଜଭୁତ ହେବ, ସ୍ଥାନୀୟ ଅର୍ଥବ୍ୟବସ୍ଥା ମଧ୍ୟ ମଜଭୁତ ହେବ ଏବଂ ବହୁ ଲୋକଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଏବେ ଆମେ ଧୀରେଧୀରେ ‘ମନ୍ କୀ ବାତ’ର ଶହେତମ ଅଧ୍ୟାୟର ଅଭୂତପୂର୍ବ ପର୍ଯ୍ୟାୟ ଆଡ଼କୁ ଅଗ୍ରସର ହେଉଛୁ । ମୋତେ ଅନେକ ଦେଶବାସୀଙ୍କଠାରୁ ଚିଠି ମିଳିଛି, ଯେଉଁଥିରେ ସେମାନେ ଶହେତମ ଅଧ୍ୟାୟ ସମ୍ପର୍କରେ ବଡ଼ ଜିଜ୍ଞାସା ପ୍ରକାଶ କରିଛନ୍ତି । ଶହେତମ ଅଧ୍ୟାୟରେ ଆମେ କି କଥା ହେବା, ତାକୁ କିପରି ସ୍ୱତନ୍ତ୍ର କରିବା, ସେଥିପାଇଁ ଆପଣମାନେ ନିଜ ନିଜର ପରାମର୍ଶ ପଠାଇଲେ ମୋତେ ବହୁତ ଖୁସି ଲାଗିବ । ଆସନ୍ତା ଥର ଆମେ ୨୦୨୩ ରେ ଭେଟିବା । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବର୍ଷ ୨୦୨୩ ପାଇଁ ଶୁଭକାମନା ଜଣାଉଛି । ଏହି ବର୍ଷ ମଧ୍ୟ ଦେଶପାଇଁ ସ୍ୱତନ୍ତ୍ର ହେଉ, ଦେଶ ନୂଆ ଉଚ୍ଚତାକୁ ଛୁଉଁ, ଆମ ସମସ୍ତଙ୍କୁ ମିଶି ସଂକଳ୍ପ ନେବାର ଅଛି, ତାକୁ ସାକାର ମଧ୍ୟ କରିବାର ଅଛି । ବର୍ତ୍ତମାନ ବହୁତ ଲୋକ ଛୁଟି କଟାଇବା moodରେ ଅଛନ୍ତି । ଆପଣ ପବପର୍ବାଣୀର, ଏହି ଅବସରଗୁଡ଼ିକର ଖୁବ୍ ମଜା ନିଅନ୍ତୁ, କିନ୍ତୁ ଟିକିଏ ସତର୍କ ମଧ୍ୟ ରହନ୍ତୁ । ଆପଣ ମଧ୍ୟ ଦେଖୁଛନ୍ତି ଯେ ପୃଥିବୀର ଅନେକ ଦେଶରେ କରୋନା ବଢ଼ୁଛି, ସେଥିପାଇଁ ଆମକୁ ମାସ୍କ ପିନ୍ଧିବା ଓ ହାତ ଧୋଇବା ପରି ସାବଧାନତାଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଆମେ ସାବଧାନ ରହିବା ତ ସୁରକ୍ଷିତ ମଧ୍ୟ ରହିବା ଏବଂ ଆମର ଖୁସିବାସିରେ କୌଣସି ବାଧା ଉପୁଜିବ ନାହିଁ । ଏଥିସହ, ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏହା ହେଉଛି ୯୫ତମ ଅଧ୍ୟାୟ । ଆମେ ଦୃତ ଗତିରେ ‘ମନ୍ କି ବାତ୍’ର ଶତକ ଦିଗକୁ ଅଗ୍ରସର ହେଉଛୁ । ଏହି କାର୍ଯ୍ୟକ୍ରମ ମୋ ପାଇଁ ୧୩୦ କୋଟି ଦେଶବାସୀଙ୍କ ସହିତ ଯୋଡ଼ି ହେବାର ଆଉ ଏକ ମାଧ୍ୟମ । ପ୍ରତ୍ୟେକ ଅଧ୍ୟାୟ ପୂର୍ବରୁ ଗାଁରୁ, ସହରରୁ ଆସିଥିବା ବହୁସଂଖ୍ୟକ ଚିଠିଗୁଡ଼ିକୁ ପଢ଼ିବା, ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କ ଅଡିଓ ମେସେଜ ଶୁଣିବା, ମୋ ପାଇଁ ଏହା ଏକ ଆଧ୍ୟାତ୍ମିକ ଅନୁଭୂତି ଭଳି ହୋଇଥାଏ ।
ବନ୍ଧୁଗଣ, ଆଜିର କାର୍ଯ୍ୟକ୍ରମକୁ ମୁଁ ଗୋଟିଏ ନିଆରା ଉପହାର ବିଷୟରେ ଆଲୋଚନା ସହ ଆରମ୍ଭ କରିବାକୁ ଚାହୁଁଛି । ତେଲେଙ୍ଗାନାର ରାଜନ୍ନା ସିର୍ସିଲ୍ଲା ଜିଲ୍ଲାରେ ଜଣେ ବୁଣାକାର ଭାଇ ଅଛନ୍ତି - ୟେଲ୍ଧି ହରିପ୍ରସାଦ ଗାରୁ । ସେ ଜି-୨୦ର ଏହି ଲୋଗୋ ନିଜ ହାତରେ ବୁଣି ମୋ ପାଖକୁ ପଠାଇଛନ୍ତି । ଏହି ଅନୁପମ ଉପହାର ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ରହିଗଲି । ହରିପ୍ରସାଦଜୀ ନିଜ କଳାରେ ଏତେ ସିଦ୍ଧହସ୍ତ ଯେ, ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ହରିପ୍ରସାଦଜୀ ହାତ ବୁଣା ଏହି ଜି-୨୦ର ଲୋଗୋ ସହିତ ମୋତେ ଗୋଟିଏ ଚିଠି ମଧ୍ୟ ପଠାଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଆସନ୍ତା ବର୍ଷ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିବା ଭାରତ ପାଇଁ ବଡ଼ ଗୌରବର କଥା । ଦେଶର ଏହି ଉପଲବ୍ଧିର ଖୁସିରେ ସେ ଜି-୨୦ର ଏହି ଲୋଗୋ ନିଜ ହାତରେ ତିଆରି କରିଛନ୍ତି । ବୟନର ଏହି ନିଖୁଣ କଳା ସେ ତାଙ୍କ ପିତାଙ୍କଠାରୁ ଉତରାଧିକାର ସୂତ୍ରରେ ପାଇଛନ୍ତି ଏବଂ ଏବେ ସେ ଏଥିରେ ସମ୍ପୂର୍ଣ୍ଣ ଭାବେ ନିମଗ୍ନ ରହିଛନ୍ତି ।
ବନ୍ଧୁଗଣ, ମାତ୍ର କିଛି ଦିନ ପୂର୍ବରୁ ହିଁ ମୋତେ ଜି-୨୦ ଲୋଗୋ ଏବଂ ଭାରତର ଏହି ପ୍ରେସିଡେନ୍ସି ୱେବ୍ସାଇଟ୍ର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିଲା । ଗୋଟିଏ ସର୍ବସାଧାରଣ ପ୍ରତିଯୋଗିତା ମାଧ୍ୟମରେ ଏହି ଲୋଗୋଟି ବଛାଯାଇଥିଲା । ମୋତେ ଯେତେବେଳେ ହରିପ୍ରସାଦ ଗାରୁଙ୍କ ଦ୍ୱାରା ପ୍ରେରିତ ଏହି ଉପହାରଟି ମିଳିଲା, ସେତେବେଳେ ମୋ ମନକୁ ଆଉ ଗୋଟିଏ କଥା ଆସିଲା । ତେଲେଙ୍ଗାନାର କୌଣସି ଜିଲ୍ଲାରେ ବସିଥିବା ବ୍ୟକ୍ତିଟିଏ ମଧ୍ୟ ନିଜକୁ ଯେମିତି ଜି-୨୦ ସମ୍ମିଳନୀ ସହ ସଂଶ୍ଳିଷ୍ଟ ବୋଲି ମନେକରୁଛି । ଏହା ଦେଖି ମୋତେ ବହୁତ ଭଲ ଲାଗିଲା । ଆଜି ହରିପ୍ରସାଦ ଗାରୁଙ୍କ ଭଳି ଅନେକ ଲୋକେ ମୋତେ ଚିଠିରେ ଲେଖିଛନ୍ତି ଯେ, ଦେଶକୁ ଏତେବଡ଼ ସମ୍ମିଳନୀର ଆୟୋଜନ କରିବାର ସୁଯୋଗ ମିଳିଥିବାରୁ ସେମାନଙ୍କ ଛାତି ଗର୍ବରେ ଫୁଲିଉଠୁଛି । ମୁଁ ଆପଣମାନଙ୍କ ସହିତ ପୁଣେର ବାସିନ୍ଦା ସୁବ୍ବା ରାଓ ଚିଲ୍ଲାରା ଏବଂ କୋଲକାତାର ତୁଷାର ଜଗମୋହନ ମହାଶୟଙ୍କ ପଠାଇଥିବା ବାର୍ତ୍ତା ସମ୍ପର୍କରେ ମଧ୍ୟ ଆଲୋଚନା କରିବି । ଏମାନେ ଜି-୨୦ କୁ ନେଇ ଭାରତର ପ୍ରୋ-ଆକ୍ଟିଭ ପ୍ରଚେଷ୍ଟାକୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି ।
ବନ୍ଧୁଗଣ, ଜି-୨୦ରେ ସମଗ୍ର ବିଶ୍ୱ ଜନସଂଖ୍ୟାର ଦୁଇ-ତୃତୀୟାଂଶ, ବିଶ୍ୱ ବାଣିଜ୍ୟରେ ତିନି-ଚତୁର୍ଥାଂଶ ଏବଂ ବିଶ୍ୱର ଜି.ଡି.ପି. ରେ ୮୫ ପ୍ରତିଶତ ଭାଗିଦାରୀ ରହିଛି । ଆପଣ କଳ୍ପନା କରିପାରୁଥିବେ ଯେ, ଭାରତ ଆଜିଠୁ ୩ ଦିନ ପରେ ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ଏତେ ବିରାଟ ଗୋଷ୍ଠୀର, ଏତେ ସମର୍ଥ ଗୋଷ୍ଠୀର ସଭାପତିତ୍ୱ କରିବାକୁ ଯାଉଛି । ଭାରତ ପାଇଁ, ପ୍ରତ୍ୟେକ ଭାରତବାସୀ ପାଇଁ ଏହା କେତେ ବଡ଼ ସୁଯୋଗଟିଏ ଆଣିଛି! ଏହାର ଗୁରୁତ୍ୱ ଏଥିପାଇଁ ଆହୁରି ବଢ଼ିଯାଉଛି, କାରଣ ଭାରତକୁ ଏହି ଦାୟିତ୍ୱ ସ୍ୱାଧୀନତାର ଅମୃତକାଳରେ ମିଳିଛି ।
ବନ୍ଧୁଗଣ, ଜି-୨୦ର ସଭାପତିତ୍ୱ ଆମ ପାଇଁ ଗୋଟିଏ ବଡ଼ ସୁଯୋଗ ରୂପେ ଆସିଛି । ଆମକୁ ଏହି ସୁଯୋଗର ସମ୍ପୂର୍ଣ୍ଣ ଉପଯୋଗ କରି ଗ୍ଲୋବାଲ୍ ଗୁଡ୍, ବିଶ୍ୱକଲ୍ୟାଣ ଉପରେ ଦୃଷ୍ଟି କେନ୍ଦ୍ରିତ କରିବାକୁ ପଡ଼ିବ । ଶାନ୍ତି ହେଉ କି ଏକତା, ପରିବେଶକୁ ନେଇ ସମ୍ବେଦନଶୀଳତା କଥା ହେଉ କିମ୍ବା ସଷ୍ଟେନେବୁଲ ଡେଭଲପ୍ମେଂଟ ବା ପୋଷଣୀୟ ବିକାଶ କଥା ହେଉ, ଏ ସବୁର ସମାଧାନ ଭାରତ ପାଖରେ ରହିଛି । ଆମେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି, ୱାନ୍ ଫ୍ୟୁଚର୍ର ଯେଉଁ ଥିମ୍ ଦେଇଛୁ, ତାହା ଦ୍ୱାରା ବସୁଧୈବ କୁଟୁମ୍ବକମ୍ ପ୍ରତି ଆମର ଅଙ୍ଗୀକାରବଦ୍ଧତାର ପରିପ୍ରକାଶ ହେଉଛି । ଆମେ ସର୍ବଦା କହିଆସିଛୁ –
ଓଁ ସର୍ବେଷାଂ ସ୍ୱସ୍ତିର୍ଭବତୁ ।
ସର୍ବେଷାଂ ଶାନ୍ତିର୍ଭବତୁ ।
ସର୍ବେଷାଂ ପୂର୍ଣ୍ଣଂଭବତୁ ।
ସର୍ବେଷାଂ ମଙ୍ଗଳଂଭବତୁ ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ।
ଅର୍ଥାତ, ସମସ୍ତଙ୍କ କଲ୍ୟାଣ ହେଉ, ସମସ୍ତଙ୍କୁ ଶାନ୍ତି ଲାଭ ହେଉ, ସମସ୍ତଙ୍କୁ ପୂର୍ଣ୍ଣତା ମିଳୁ ଏବଂ ସମସ୍ତଙ୍କର ମଙ୍ଗଳ ହେଉ । ଆଗାମୀ ଦିନରେ ଦେଶର ବିଭିନ୍ନ ଭାଗରେ ଜି-୨୦ ସମ୍ପର୍କୀୟ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ସମୟରେ ବିଶ୍ୱର ଅନେକ ଭାଗରୁ ଲୋକଙ୍କୁ ଆପଣଙ୍କ ରାଜ୍ୟକୁ ଆସିବାର ସୁଯୋଗ ମିଳିବ । ଆପଣ ଏଠାକାର ସଂସ୍କୃତିର ବିବିଧ ଓ ବିଶିଷ୍ଟ ରଙ୍ଗକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବେ ବୋଲି ମୋର ଭରସା । ଆପଣଙ୍କୁ ଏ କଥା ମଧ୍ୟ ମନେ ରଖିବାକୁ ହେବ ଯେ, ଏବେ ସେ ଜଣେ ଡେଲିଗେଟ୍ ଭାବେ ଆସିଥାଇପାରନ୍ତି, କିନ୍ତୁ ସେ ଆମ ପାଇଁ ଭବିଷ୍ୟତର ଜଣେ ପର୍ଯ୍ୟଟକ ମଧ୍ୟ । ଆପଣ ସମସ୍ତଙ୍କୁ ମୋର ଆଉ ଗୋଟିଏ ଅନୁରୋଧ - ବିଶେଷକରି ଯୁବବନ୍ଧୁମାନଙ୍କୁ - ଯେ, ହରିପ୍ରସାଦ ଗାରୁଙ୍କ ଭଳି ଆପଣମାନେ ମଧ୍ୟ ଜି-୨୦ ସହିତ କୌଣସି ନା କୌଣସି ରୂପରେ ନିଶ୍ଚୟ ଜଡ଼ିତ ହୁଅନ୍ତୁ । ଜାମା ଉପରେ ଜି-୨୦ର ଭାରତୀୟ ଲୋଗୋ, ବହୁତ ସୁନ୍ଦର ଓ ଷ୍ଟାଇଲ୍ରେ ଛପାଯାଇପାରେ । ମୁଁ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ, ସେମାନେ ନିଜ ନିଜ ଅନୁଷ୍ଠାନରେ ଜି-୨୦ ସମ୍ପର୍କୀୟ ଆଲୋଚନା ଚକ୍ର, ପ୍ରତିଯୋଗିତା ଆଦିର ଆୟୋଜନ ପାଇଁ ସୁଯୋଗ ସୃଷ୍ଟି କରନ୍ତୁ । ଆପଣ ଜି୨୦.ଇନ୍ ୱେବ୍ସାଇଟ୍ କୁ ଗଲେ ନିଜ ରୁଚି ଅନୁସାରେ ସେଠାରେ ଆପଣଙ୍କୁ ଅନେକ କିଛି ମିଳିଯିବ ।
ମୋର ପ୍ରିୟ ଦେଶବାସୀଗଣ, ନଭେମ୍ବର ୧୮ ତାରିଖ ଦିନ ଦେଶ ମହାକାଶ କ୍ଷେତ୍ରରେ ଏକ ନୂତନ ଇତିହାସ ସୃଷ୍ଟି ହେବା କଥା ଦେଖିଲା । ସେ ଦିନ ଭାରତ ନିଜର ପ୍ରଥମ ଏଭଳି ରକେଟ୍ ମହାକାଶକୁ ପ୍ରେରିତ କଲା, ଯାହାକୁ ଭାରତର ଘରୋଇ କ୍ଷେତ୍ର ପ୍ରସ୍ତୁତ କରିଥିଲା । ଏହି ରକେଟ୍ର ନାମ ହେଉଛି – ବିକ୍ରମ-ଏସ୍ । ଶ୍ରୀହରିକୋଟାରୁ ସ୍ୱଦେଶୀ ସ୍ପେସ୍ ଷ୍ଟାର୍ଟ-ଅପ୍ ର ଏହି ପ୍ରଥମ ରକେଟ୍ର ଐତିହାସିକ ଉଡ଼ାଣ ସହ, ପ୍ରତ୍ୟେକ ଭାରତୀୟର ମସ୍ତକ ଗର୍ବରେ ଉଚ୍ଚ ହୋଇଗଲା ।
ବନ୍ଧୁଗଣ, ବିକ୍ରମ୍ –ଏସ୍ ରକେଟ୍ର ଅନେକ ବିଶେଷତ୍ୱ ରହିଛି । ଅନ୍ୟ ରକେଟ୍ ତୁଳନାରେ ଏହା ହାଲୁକା ଓ ଶସ୍ତା ମଧ୍ୟ । ଏହାର ଡେଭଲପମେଣ୍ଟ କଷ୍ଟ୍ ମହାକାଶ ଅଭିଯାନ ସହିତ ଜଡ଼ିତ ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ କମ । କମ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଷ୍ଟାଣ୍ଡାର୍ଡ଼ ସ୍ପେସ୍ ଟେକ୍ନୋଲଜିରେ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି । ଏହି ରକେଟ୍ ତିଆରିରେ ଆଉ ଏକ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏହି ରକେଟ୍ର କିଛି ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ଥ୍ରୀ-ଡି PRIN ଦ୍ୱାରା ତିଆରି କରାଯାଇଛି । ବାସ୍ତବରେ, ବିକ୍ରମ-ଏସ୍ ର ଲଂଚ୍ ମିଶନ୍ର ପ୍ରାରମ୍ଭ ବୋଲି ଯେଉଁ ନାମକରଣ କରାଯାଇଛି, ତାହା ସମ୍ପୂର୍ଣ୍ଣ ଭାବେ ଉପଯୁକ୍ତ । ଏହା ଭାରତରେ ଘରୋଇ ମହାକାଶ କ୍ଷେତ୍ର ପାଇଁ ଏକ ନୂତନ ଯୁଗର ଉଦୟର ପ୍ରତୀକ । ଏହା ଦେଶରେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏକ ନୂଆ ଯୁଗର ଅୟମାରମ୍ଭ । ଆପଣ କଳ୍ପନା କରିପାରୁଥିବେ, ଯେଉଁ ପିଲାମାନେ ଦିନେ କାଗଜରେ ଉଡ଼ାଜାହାଜ ତିଆରି କରି ଉଡ଼ାଉଥିଲେ, ଏବେ ସେମାନଙ୍କୁ ଭାରତରେ ହିଁ ଉଡ଼ାଜାହାଜ ତିଆରି କରିବାର ସୁଯୋଗ ମିଳୁଛି । ଆପଣ କଳ୍ପନା କରିପାରୁଥିବେ, ଯେଉଁ ପିଲାମାନେ ଦିନେ ଆକାଶରେ ଜହ୍ନ-ତାରା ଦେଖି ସେଗୁଡ଼ିକର ଚିତ୍ର ଆଙ୍କୁଥିଲେ, ଏବେ ଭାରତରେ ହିଁ ସେମାନଙ୍କୁ ରକେଟ୍ ତିଆରି କରିବାର ସୁଯୋଗ ମିଳିଲାଣି । ମହାକାଶ କୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦେବା ପରେ ଯୁବବର୍ଗଙ୍କ ଏହି ସ୍ୱପ୍ନଗୁଡ଼ିକ ସାକାର ହେବାରେ ଲାଗିଛି । ରକେଟ୍ ତିଆରି କରୁଥିବା ଏହି ଯୁବବର୍ଗ ସତେ ଯେମିତି କହୁଛନ୍ତି – ସ୍କାଏ ଇଜ୍ ନଟ୍ ଦି ଲିମିଟ୍ ।
ବନ୍ଧୁଗଣ, ଭାରତ ମହାକାଶ କ୍ଷେତ୍ରରେ ନିଜ ସଫଳତା ଏହାର ପଡ଼ୋଶୀ ଦେଶମାନଙ୍କ ସହ ମଧ୍ୟ ବାଣ୍ଟିଚାଲିଛି । ଗତକାଲି ହିଁ ଭାରତ ଗୋଟିଏ ଉପଗ୍ରହ ପ୍ରେରଣ କରିଛି, ଯାହାକୁ ଭାରତ ଓ ଭୁଟାନ ମିଶିକରି ତିଆରି କରିଛନ୍ତି । ଏହି ଉପଗ୍ରହ ଖୁବ ଉନ୍ନତ ରିଜଲ୍ୟୁସନ୍ର ଫଟୋ ପଠାଇବ, ଯାହାଦ୍ୱାରା ଭୁଟାନକୁ ନିଜର ପ୍ରାକୃତିକ ସମ୍ବଳ ପରିଚାଳନାରେ ସାହାଯ୍ୟ ମିଳିବ । ଏହି ଉପଗ୍ରହ ପ୍ରେରଣ ଭାରତ ଓ ଭୁଟାନ ମଧ୍ୟରେ ରହିଥିବା ଦୃଢ଼ ସମ୍ପର୍କର ପ୍ରତିବିମ୍ବ ।
ବନ୍ଧୁଗଣ, ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ‘ମନ୍ କି ବାତ’ର ବିଗତ କିଛି ଅଧ୍ୟାୟଗୁଡ଼ିକରେ ଆମେ ମହାକାଶ, ଜ୍ଞାନକୌଶଳ, ଇନ୍ନୋଭେସନ୍ ବା ନବସୃଜନ ଉପରେ ସବିଶେଷ ଆଲୋଚନା କରିଛୁ । ଏହାର ଦୁଇଟି ବିଶେଷ କାରଣ ରହିଛି । ପ୍ରଥମଟି ହେଲା ଯେ ଆମ ଯୁବବର୍ଗ ଏହି କ୍ଷେତ୍ରରେ ଖୁବ ଭଲ କାମ କରୁଛନ୍ତି । ସେମାନେ ବଡ଼ କଥା ଚିନ୍ତା କରୁଛନ୍ତି ଏବଂ ବଡ଼ ବଡ଼ ଉପଲବ୍ଧି ହାସଲ କରୁଛନ୍ତି । ଏବେ ସେମାନେ ଆଉ ଛୋଟ ଛୋଟ ଉପଲବ୍ଧିଗୁଡ଼ିକରେ ସନ୍ତୁଷ୍ଟ ହେଉନାହାନ୍ତି । ଦ୍ୱିତୀୟ କଥା ହେଲା, ଇନ୍ନୋଭେସନ୍ ଓ ଭାଲ୍ୟୁ କ୍ରିଏସନ୍ର ଏହି ରୋମାଂଚକର ଯାତ୍ରାରେ ସେମାନେ ନିଜର ଅନ୍ୟ ଯୁବବନ୍ଧୁ ଏବଂ ଷ୍ଟାର୍ଟ-ଅପ୍ ମାନଙ୍କୁ ମଧ୍ୟ ଉତ୍ସାହିତ କରୁଛନ୍ତି ।
ବନ୍ଧୁଗଣ, ଆମେ ଯେତେବେଳେ ପ୍ରଯୁକ୍ତି ସହିତ ସଂପୃକ୍ତ ନବସୃଜନ କଥା କହୁଛୁ, ସେତେବେଳେ ଡ୍ରୋନ୍କୁ କିପରି ଭୁଲିପାରିବା ? ଡ୍ରୋନ୍ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କିଛିଦିନ ପୂର୍ବେ ଆମେ ଦେଖିଲୁ ଯେ ହିମାଚଳ ପ୍ରଦେଶର କିନ୍ନୌରରେ କିପରି ଡ୍ରୋନ୍ ଜରିଆରେ ସେଓ ପରିବହନ କରାଗଲା । କିନ୍ନୌର ହିମାଚଳର ଦୂର-ସୁଦୂରବର୍ତୀ ଜିଲା ଏବଂ ସେଠାରେ ଏହି ଋତୁରେ ପ୍ରବଳ ବରଫପାତ ହୋଇଥାଏ । ଏତେ ବରଫପାତ ମଧ୍ୟରେ ସପ୍ତାହ ସପ୍ତାହ ଧରି ରାଜ୍ୟର ଅନ୍ୟ ଅଂଚଳ ସହିତ କିନ୍ନୌରର ଯୋଗାଯୋଗ ସଂପର୍କ ବଡ଼ କଷ୍ଟସାଧ୍ୟ ହୋଇଯାଏ । ଏପରି ସ୍ଥଳେ ସେଠାରୁ ସେଓ ପରିବହନ ମଧ୍ୟ ସେତିକି କଠିନ ହୋଇଥାଏ । ଏବେ ଡ୍ରୋନ୍ ପ୍ରଯୁକ୍ତିରେ ହିମାଚଳର ସ୍ୱାଦିଷ୍ଟ କିନ୍ନୌରୀ ସେଓ ଲୋକଙ୍କ ନିକଟରେ ଆହୁରି ଶୀଘ୍ର ପହଂଚିବାରେ ଲାଗିବ । ଏହାଦ୍ୱାରା ଆମର ଚାଷୀ ଭାଇଭଉଣୀମାନଙ୍କର ଖର୍ଚ କମ୍ ହେବ- ସେଓ ଠିକ୍ ସମୟରେ ମଣ୍ଡିରେ ପହଂଚିବ, ସେଓ ଖରାପ ହେବା କମିଯିବ ।
ବନ୍ଧୁଗଣ, ଆଜି ଆମର ଦେଶବାସୀ ନିଜନିଜର ନବସୃଜନ ଦ୍ୱାରା ସେହି ଜିନିଷଗୁଡ଼ିକୁ ମଧ୍ୟ ସମ୍ଭବ କରୁଛନ୍ତି, ଆଗରୁ ଯାହାର କଳ୍ପନା ମଧ୍ୟ କରାଯାଇପାରୁ ନଥିଲା । ଏହାକୁ ଦେଖି କାହାକୁ ବା ଖୁସି ନ ଲାଗିବ? ବିଗତ କିଛି ବର୍ଷ ମଧ୍ୟରେ ଆମ ଦେଶ ଉପଲବ୍ଧିର ଏକ ଦୀର୍ଘ ଯାତ୍ରା କରିଛି । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆମେ ଭାରତୀୟ ଓ ବିଶେଷ କରି ଆମର ଯୁବପିଢ଼ି ଏବେ ଅଟକିଯିବେ ନାହିଁ ।
ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କ ପାଇଁ ଗୋଟିଏ ଛୋଟ କ୍ଲିପ୍ ଶୁଣାଇବାକୁ ଯାଉଛି...
୰୰ ଗୀତ ୰୰
ଆପଣମାନେ ଏହି ଗୀତକୁ କେବେ ନା କେବେ ନିଶ୍ଚୟ ଶୁଣିଥିବେ । ଅନ୍ତତଃ ଏହା ତ ବାପୁଙ୍କ ପସନ୍ଦର ଗୀତ; କିନ୍ତୁ ଯଦି ମୁଁ ଏହା କହିବି ଯେ ଏହାର ସୁରକାର ଗାୟକ ଗ୍ରୀସ୍ର, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ! ଆଉ ଏ କଥା ଆପଣଙ୍କୁ ଗର୍ବିତ ମଧ୍ୟ କରିବ । ଏହି ଗୀତକୁ ଗାଇଥିବା ଗ୍ରୀସ୍ର ଗାୟକ ହେଉଛନ୍ତି ‘କନ୍ଷ୍ଟାଂଟିନସ୍ କଲାଇଜୀ’ । ସେ ଏହାକୁ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମଜୟନ୍ତୀ ସମାରୋହ ଅବସରରେ ଗାଇଥିଲେ । କିନ୍ତୁ ଆଜି ମୁଁ ତାଙ୍କ ବିଷୟରେ ଅନ୍ୟ କୌଣସି କାରଣରୁ ଆଲୋଚନା କରୁଛି । ତାଙ୍କ ମନରେ ଭାରତ ଓ ଭାରତୀୟ ସଂଗୀତକୁ ନେଇ ଅଦ୍ଭୁତ ପ୍ରକାରର ଆବେଗ ରହିଛି । ଭାରତ ସହିତ ତାଙ୍କର ଏତେ ଆସକ୍ତି ରହିଛି ଯେ ଗତ ୪୨ ବର୍ଷ ଭିତରେ ସେ ପ୍ରାୟ ପ୍ରତିବର୍ଷ ଭାରତ ଆସିଛନ୍ତି । ସେ ଭାରତୀୟ ସଂଗୀତର ମୂଳ, ଭିନ୍ନ ଭିନ୍ନ ଭାରତୀୟ ସାଂଗୀତିକ ବ୍ୟବସ୍ଥା, ବିବିଧ ପ୍ରକାରର ରାଗ, ତାଳ ଓ ଲୟ ସହିତ ବିଭିନ୍ନ ଘରାନା ସମ୍ପର୍କରେ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ଭାରତୀୟ ସଂଗୀତର ଅନେକ ମହାନ ବ୍ୟକ୍ତିଙ୍କର ଅବଦାନ ସମ୍ପର୍କରେ ଅଧ୍ୟୟନ କରିଛନ୍ତି, ଭାରତର ଶାସ୍ତ୍ରୀୟ ନୃତ୍ୟର ଭିନ୍ନ ଭିନ୍ନ ଦିଗକୁ ନେଇ ମଧ୍ୟ ସେ ଅତି ନିକଟରୁ ପରଖିଛନ୍ତି । ଭାରତ ସହିତ ସଂପୃକ୍ତ ନିଜର ଏହି ସମଗ୍ର ଅନୁଭବକୁ ଏବେ ସେ ଏକ ପୁସ୍ତକରେ ବହୁତ ସୁନ୍ଦର ଭାବେ ଉଲ୍ଲେଖ କରିଛନ୍ତି । ଇଣ୍ଡିଆନ ମ୍ୟୁଜିକ୍ ନାମକ ତାଙ୍କର ଏହି ପୁସ୍ତକରେ ପ୍ରାୟ ୭୬୦ଟି ଫଟୋ ରହିଛି । ସେଥିରୁ ଅଧିକାଂଶ ଫଟୋ ସେ ନିଜେ ଉଠାଇଛନ୍ତି । ଅନ୍ୟ ଦେଶରେ ଭାରତୀୟ ସଂସ୍କୃତିକୁ ନେଇ ଏପରି ଉତ୍ସାହ ଓ ଆକର୍ଷଣ ସତରେ ଖୁବ୍ ଆନନ୍ଦଦାୟକ ।
ବନ୍ଧୁଗଣ, କିଛି ସପ୍ତାହ ତଳେ ଆଉ ଏକ ଖବର ଆସିଥିଲା ଯାହା ଆମକୁ ଗର୍ବିତ କରିଦେବ । ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ଗତ ୮ ବର୍ଷ ମଧ୍ୟରେ ଭାରତରୁ ସାଂଗୀତିକ ବାଦ୍ୟଯନ୍ତ୍ରର ରପ୍ତାନି ସାଢ଼େ ତିନି ଗୁଣ ବଢ଼ିଯାଇଛି । ଇଲେକ୍ଟ୍ରିକାଲ୍ ବାଦ୍ୟଯନ୍ତ୍ର କଥା କହିବା ତ, ଏସବୁର ରପ୍ତାନି ୬୦ ଗୁଣ ବଢ଼ିଛି । ଏଥିରୁ ଜଣାପଡ଼ୁଛି ଯେ ଭାରତୀୟ ସଂସ୍କୃତି ଓ ସଂଗୀତର ଆକର୍ଷଣ ସମଗ୍ର ପୃଥିବୀରେ ବଢ଼ୁଛି । ଆମେରିକା, ଜର୍ମାନୀ, ଫ୍ରାନ୍ସ, ଜାପାନ ଓ ବ୍ରିଟେନ ଭଳି ବିକଶିତ ଦେଶ ହେଉଛନ୍ତି ଭାରତୀୟ ବାଦ୍ୟଯନ୍ତ୍ରଗୁଡ଼ିକର ସବୁଠୁ ବଡ଼ କ୍ରେତା । ଆମ ସଭିଙ୍କ ପାଇଁ ସୌଭାଗ୍ୟର କଥା ହେଉଛି ଆମ ଦେଶରେ ସଂଗୀତ, ନୃତ୍ୟ ଓ କଳାର ଏଭଳି ଏକ ସମୃଦ୍ଧ ଐତିହ୍ୟ ରହିଛି ।
ବନ୍ଧୁଗଣ, ମହାମନୀଷୀ କବି ଭର୍ତୃହରିଙ୍କୁ ଆମେ ସମସ୍ତେ ତାଙ୍କ ଦ୍ୱାରା ରଚିତ ‘ନୀତି ଶତକ’ ପାଇଁ ଜାଣୁ । ଗୋଟିଏ ଶ୍ଳୋକରେ ସେ କହନ୍ତି ଯେ କଳା, ସଂଗୀତ ଓ ସାହିତ୍ୟ ସହିତ ଆମର ସଂପୃକ୍ତି ମାନବତାର ଅସଲ ପରିଚୟ । ବାସ୍ତବରେ, ଆମର ସଂସ୍କୃତି ଏହାକୁ ମାନବତ୍ୱରୁ ମଧ୍ୟ ଊର୍ଦ୍ଧ୍ୱକୁ ଦେବତ୍ୱ ପର୍ଯ୍ୟନ୍ତ ନେଇଯାଏ । ବେଦ ମଧ୍ୟରେ ସାମବେଦକୁ ତ ଆମର ବିବିଧ ସଂଗୀତର ସ୍ରୋତ ବୋଲି କୁହାଯାଇଛି । ମାଆ ସରସ୍ୱତୀଙ୍କ ବୀଣା ହେଉ, ଭଗବାନ ଶ୍ରୀକୃଷ୍ଣଙ୍କ ବଂଶୀ ହେଉ, ବା ଭୋଳାନାଥଙ୍କ ଡମ୍ବରୁ ହେଉ, ଆମର ଦେବଦେବୀ ମଧ୍ୟ ସଂଗୀତରୁ ଅଲଗା ହୋଇ ରହିନାହାନ୍ତି । ଆମେ ଭାରତୀୟମାନେ ସବୁ କଥାରେ ସଂଗୀତକୁ ଖୋଜି ହିଁ ଥାଉ । ତାହା ନଦୀର କଳକଳ ନାଦ ହେଉ, ବର୍ଷାବିନ୍ଦୁର ଶବ୍ଦ ହେଉ, ପକ୍ଷୀର କଳରବ ହେଉ ବା ପବନର ସ୍ୱରଗୁଞ୍ଜନ, ଆମ ସଭ୍ୟତାରେ ଚାରିଆଡ଼େ ସଂଗୀତର ଉପସ୍ଥିତି । ଏହି ସଂଗୀତ କେବଳ ଶରୀରକୁ ଶାନ୍ତି ପ୍ରଦାନ କରେ ନାହିଁ, ବରଂ ମନକୁ ମଧ୍ୟ ଆନନ୍ଦିତ କରିଥାଏ । ସଂଗୀତ ଆମ ସମାଜକୁ ମଧ୍ୟ ଯୋଡ଼ିଥାଏ । ଯଦି ଭାଙ୍ଗଡ଼ା ଓ ଲାୱଣିରେ ଉତ୍ସାହ ଓ ଆନନ୍ଦର ଭାବ ରହିଛି, ତ ରବୀନ୍ଦ୍ର ସଂଗୀତ ଆମର ଆତ୍ମାକୁ ଆହ୍ଲାଦିତ କରିଥାଏ । ସମଗ୍ର ଦେଶର ଆଦିବାସୀମାନଙ୍କର ଅଲଗା ଅଲଗା ପ୍ରକାରର ସଂଗୀତ ପରମ୍ପରା ରହିଛି । ଏହା ଆମକୁ ପରସ୍ପର ସହିତ ମିଳିମିଶି ଏବଂ ପ୍ରକୃତି ସହିତ ରହିବା ପାଇଁ ପ୍ରେରଣା ଦେଇଥାଏ ।
ବନ୍ଧୁଗଣ, ଆମର ବିଭିନ୍ନ ପ୍ରକାରର ସଂଗୀତ କେବଳ ଆମ ସଂସ୍କୃତିକୁ ସମୃଦ୍ଧ କରି ନାହିଁ, ବରଂ ପୃଥିବୀର ବିଭିନ୍ନ ସଂଗୀତ ଉପରେ ମଧ୍ୟ ଏହାର ଅଲିଭା ସ୍ୱାକ୍ଷର ଛାଡ଼ିଯାଇଛି । ଭାରତୀୟ ସଂଗୀତର ଖ୍ୟାତି ବିଶ୍ୱର କୋଣଅନୁକୋଣରେ ବ୍ୟାପିସାରିଛି। ମୁଁ ଆପଣମାନଙ୍କୁ ଆଉ ଗୋଟିଏ ଅଡିଓ କ୍ଲିପ୍ ଶୁଣାଉଛି ।
୰୰ ଗୀତ ୰୰
ଆପଣ ଭାବୁଥିବେ ଯେ ଘର ପାଖ କୌଣସି ମନ୍ଦିରରେ ଭଜନକୀର୍ତନ ଚାଲୁଛି । କିନ୍ତୁ ଏହି ସ୍ୱର ମଧ୍ୟ ଆପଣଙ୍କ ନିକଟକୁ ଭାରତଠାରୁ ହଜାର ହଜାର ମାଇଲ୍ ଦୂରରେ ଅବସ୍ଥିତ ଦକ୍ଷିଣ ଆମେରିକୀୟ ଦେଶ ଗୁୟେନାରୁ ଆସିଛି । ଊନବିଂଶ ଓ ବିଂଶ ଶତାବ୍ଦୀରେ ବହୁ ସଂଖ୍ୟାରେ ଆମ ଏଠାକାର ଲୋକ ଗୁୟେନା ଚାଲିଯାଇଥିଲେ । ସେମାନେ ଏଠାରୁ ଭାରତର ଅନେକ ପରମ୍ପରାକୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ । ଉଦାହରଣ ସ୍ୱରୂପ, ଆମେ ଭାରତରେ ଯେପରି ହୋଲି ପାଳନ କରୁ, ଗୁୟେନାରେ ମଧ୍ୟ ହୋଲିର ରଙ୍ଗରେ ଲୋକେ ରଞ୍ଜିନ ହୁଅନ୍ତି । ଯେଉଁଠି ହୋଲିର ରଙ୍ଗ ଥାଏ, ସେଇଠି ଫଗୱା, ଅର୍ଥାତ ଫଗୁଆ ସଂଗୀତ ମଧ୍ୟ ଥାଏ । ଗୁୟେନାର ଫଗ୍ୱାରେ ଭଗବାନ ରାମ ଓ ଭଗବାନ କୃଷ୍ଣଙ୍କ ସହିତ ସଂପୃକ୍ତ ବିବାହ ଗୀତ ଗାଇବା ସେଠାକାର ଏକ ସ୍ୱତନ୍ତ୍ର ପରମ୍ପରା । ଏହି ଗୀତକୁ ଚୌତାଲ୍ କୁହାଯାଏ । ଏଗୁଡ଼ିକୁ ସେହିପ୍ରକାରର ଧୂନ୍ ଓ ଉଚ୍ଚ ସ୍ୱରରେ ଗାନ କରାଯାଏ, ଯେପରି ଆମର ଏଠାରେ ହୋଇଥାଏ । କେବଳ ସେତିକି ନୁହେଁ, ଗୁୟେନାରେ ଚୌତାଲ୍ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଏହିଭଳି ଅନେକ ଭାରତୀୟ, ବିଶେଷତଃ ପୂର୍ବ ଉତର ପ୍ରଦେଶ ଓ ବିହାରର ଲୋକେ ଫିଜି ମଧ୍ୟ ଯାଇଥିଲେ । ସେମାନେ ପାରମ୍ପରିକ ଭଜନ-କୀର୍ତ୍ତନ ଗାଉଥିଲେ, ଯେଉଁଥିରେ ମୁଖ୍ୟତଃ ରାମଚରିତ ମାନସର ଦୋହା ଥାଏ । ସେମାନେ ଫିଜିରେ ମଧ୍ୟରେ ଭଜନକୀର୍ତ୍ତନ ସହିତ ସଂପୃକ୍ତ ଅନେକ ମଣ୍ଡଳୀ ଗଠନ କଲେ । ଫିଜିରେ ରାମାୟଣ ମଣ୍ଡଳୀ ନାମରେ ଆଜି ମଧ୍ୟ ଦୁଇ ହଜାରରୁ ଅଧିକ ଭଜନ-କୀର୍ତ୍ତନ ମଣ୍ଡଳୀ ରହିଛି । ଏସବୁକୁ ଆଜି ପ୍ରତ୍ୟେକ ଗାଁଗହଳିରେ ଦେଖାଯାଇପାରିବ । ମୁଁ ତ ଏଠାରେ କେବଳ ଅଳ୍ପ କିଛିର ଉଦାହରଣ ଦେଇଛି । ଯଦି ଆପଣ ସମଗ୍ର ପୃଥିବୀରେ ଦେଖିବେ, ତେବେ ଭାରତୀୟ ସଂଗୀତକୁ ଭଲ ପାଉଥିବା ଲୋକଙ୍କର ଏହି ତାଲିକା ବହୁତ ଲମ୍ବା ।
ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ସର୍ବଦା ଏଥିପାଇଁ ଗର୍ବ କରିଥାଉ ଯେ ଆମ ଦେଶ ଦୁନିଆର ସମସ୍ତ ପ୍ରାଚୀନ ପରମ୍ପରାର ଆବାସ । ଏଣୁ ଏ କ୍ଷେତ୍ରରେ ଆମର ଦାୟିତ୍ୱ ହେଲା, ଆମେ ଆମର ପରମ୍ପରା ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷିତ ରଖିବା, ତା’ର ସମ୍ବର୍ଦ୍ଧନ କରିବା ତଥା ଯଦି ସମ୍ଭବ ତାକୁ ଆଗକୁ ବଢ଼ାଇବା । ଏହିଭଳି ଏକ ପ୍ରଶଂସନୀୟ କାମ ଆମ ପୂର୍ବୋତର କ୍ଷେତ୍ରର ଏକ ରାଜ୍ୟ ନାଗାଲାଣ୍ଡର କେତେକ ବନ୍ଧୁ କରୁଛନ୍ତି । ସେମାନଙ୍କର ଏହି ପ୍ରଚେଷ୍ଟା ମୋତେ ବହୁତ ଭଲ ଲାଗିଲା । ତେଣୁ ମୁଁ ଭାବିଲି ଏହାକୁ ମୁଁ ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କ ସହ ସେୟାର କରିବି ।
ବନ୍ଧୁଗଣ, ନାଗାଲାଣ୍ଡର ସାମାଜିକ ଜୀବନଶୈଳୀ, ସେମାନଙ୍କର କଳାସଂସ୍କୃତି ଓ ସଙ୍ଗୀତ ସମସ୍ତଙ୍କୁ ଆକର୍ଷିତ କରେ । ଏହା ଆମ ଦେଶର ଗୌରବମୟ ସଂସ୍କୃତିର ଅଭିନ୍ନ ଅଙ୍ଗ । ନାଗାଲାଣ୍ଡର ଅଧିବାସୀମାନଙ୍କ ଜୀବନ ତଥା କୌଶଳ ଏକ ସ୍ଥିର ଜୀବନଶୈଳୀ ପାଇଁ ବହୁତ ମହତ୍ୱପୂର୍ଣ୍ଣ । ଏହି ପରମ୍ପରା ତଥା କୌଶଳକୁ ଆଗାମୀ ବଂଶଧରମାନଙ୍କ ପାଇଁ ଜୀବିତ ରଖିବାର ଲକ୍ଷ୍ୟନେଇ ସେଠାକାର ଲୋକମାନେ ଲିଡି-କ୍ରୋ-ୟୁ ନାମକ ଏକ ସଂସ୍ଥା ଗଠନ କରିଛନ୍ତି । ନାଗା ସଂସ୍କୃତିର ଯେଉଁ ସୁନ୍ଦର ପରମ୍ପରାଗୁଡ଼ିକ ଲୁପ୍ତପ୍ରାୟ ହୋଇଯାଉଥିଲା ‘ଲିଡି-କ୍ରୋ-ୟୁ’ ସଂସ୍ଥା ସେଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ ଲାଗିପଡ଼ିଛି । ଉଦାହରଣ ସ୍ୱରୂପ, ନାଗା ଲୋକସଙ୍ଗୀତ ସ୍ୱୟଂ ଏକ ବହୁ ସମୃଦ୍ଧ ବିଭାଗ । ଏହି ସଂସ୍ଥା ନାଗା ସଙ୍ଗୀତର ଆଲବମ୍ସ ପ୍ରସ୍ତୁତ କରିବାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସେମାନେ ଲୋକସଙ୍ଗୀତ, ଲୋକନୃତ୍ୟ ଆଦି ପାଇଁ କର୍ମଶାଳାମାନ ମଧ୍ୟ ଆୟୋଜିତ କରୁଛନ୍ତି । ଯୁବବର୍ଗକୁ ଏହିସବୁ କଳାଗୁଡ଼ିକର ପ୍ରଶିକ୍ଷଣ ବି ଦିଆଯାଉଛି । ଖାଲି ଏତିକି ନୁହେଁ ନାଗାଲାଣ୍ଡର ପାରମ୍ପରିକ ପୋଷାକ ବନେଇବା, କପଡ଼ା ବୁଣିବା, ସିଲେଇ ଆଦି କାମ କରିବାର ପ୍ରଶିକ୍ଷଣ ମଧ୍ୟ ଯୁବବର୍ଗକୁ ଦିଆଯାଉଛି । ପୂର୍ବୋତର କ୍ଷେତ୍ରରେ ବାଉଁଶରୁ ମଧ୍ୟ ଅନେକ ପ୍ରକାରର ଜିନିଷ ତିଆରି ହେଉଛି । ନୂଆପିଢ଼ିର ଯୁବକମାନଙ୍କୁ ବାଉଁଶର ଜିନିଷଗୁଡ଼ିକ ଉତ୍ପାଦନ କରିବାର କଳା ମଧ୍ୟ ଶିଖାଯାଉଛି । ଏହାଦ୍ୱାରା ଯୁବକମାନେ ନିଜ ସଂସ୍କୃତି ସହିତ ଜଡ଼ିତ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ରୋଜଗାରର ନୂଆ ନୂଆ ଅବସର ମଧ୍ୟ ମିଳିପାରୁଛି । ନାଗା ଲୋକସଂସ୍କୃତି ବିଷୟରେ ଅଧିକରୁ ଅଧିକ ଲୋକ ଜାଣନ୍ତୁ ସେଥିପାଇଁ ମଧ୍ୟ ଲିଡି-କ୍ରୋ-ୟୁ ର ଲୋକେ ପ୍ରୟାସ କରୁଛନ୍ତି ।
ବନ୍ଧୁଗଣ, ଆପଣଙ୍କ ଅଞ୍ଚଳରେ ମଧ୍ୟ ଏହିଭଳି ସାଂସ୍କୃତିକ ବିଭାଗ ଓ ପରମ୍ପରା ରହିଥିବ। ଆପଣମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ଏହିଭଳି ପ୍ରଚେଷ୍ଟା କରିପାରିବେ । ଆପଣଙ୍କ ଜାଣିବାରେ ଯଦି କୌଣସି ସ୍ଥାନରେ ଏହିଭଳି ନୂତନ ପ୍ରୟାସ ହୋଇଥିବ ତେବେସେ ବିଷୟରେ ଆବଶ୍ୟକ ସୂଚନା ମୋତେ ଅବଶ୍ୟ ପଠାନ୍ତୁ । ମୋର ପ୍ରିୟ ଦେଶବାସୀଗଣ, ଆମର ଏଠାରେ କୁହାଯାଇଛି –
“ବିଦ୍ୟାୟାଧନଂ, ସର୍ବ ଧନ ପ୍ରଧାନମ୍” ।
ଅର୍ଥାତ୍ କେହି ଯଦି ବିଦ୍ୟାଦାନ କରୁଛି ତ ସେ ସମାଜର ହିତ ପାଇଁ ସବୁଠାରୁ ବଡ଼ କାମ କରୁଛି । ଶିକ୍ଷା କ୍ଷେତ୍ରରେ ପ୍ରଜ୍ୱଳିତ କରାଯାଇଥିବା ଗୋଟିଏ ଛୋଟ ଦୀପ ମଧ୍ୟ ସମଗ୍ର ସମାଜକୁ ଆଲୋକିତ କରିପାରେ । ମୋ ପାଇଁ ଅତ୍ୟନ୍ତ ଆନନ୍ଦର କଥା ଯେ, ଆଜି ସାରା ଦେଶରେ ଏହିଭଳି ଅନେକ ପ୍ରୟାସ କରାଯାଉଛି । ବାଂସା ହେଉଛି ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୭୦-୮୦ କିଲୋମିଟର ଦୂର ହରଦୋଇର ଏକ ଗ୍ରାମ । ଏହି ଗାଁର ଯତୀନ୍ ଲଲିତ ସିଂହଙ୍କ ବିଷୟରେ ମୁଁ ଜାଣିବାକୁ ପାଇଛି ଯେ ସେ ଶିକ୍ଷାର ଆଲୋକ ଜାଳିବା ଦିଗରେ ବ୍ରତୀ ହୋଇଛନ୍ତି । ଯତୀନ୍ଜୀ ଦୁଇବର୍ଷ ପୂର୍ବେ ଏଠାରେ ସାମୂହିକ ପାଠାଗାର ଏବଂ ସଂସାଧନ କେନ୍ଦ୍ର ସ୍ଥାପିତ କରିଥିଲେ । ତାଙ୍କ ଏହି କେନ୍ଦ୍ରରେ ହିନ୍ଦୀ ଏବଂ ଇଂରାଜୀ ସାହିତ୍ୟ, କମ୍ପ୍ୟୁଟର, Law ଏବଂ ଅନେକ ପ୍ରତିଯୋଗିତା ପରୀକ୍ଷା ସମ୍ବନ୍ଧୀୟ ପ୍ରାୟ ତିନିହଜାରରୁ ଅଧିକ ପୁସ୍ତକ ଗଚ୍ଛିତ ଅଛି । ଏହି ଲାଇବ୍ରେରୀରେ ଛୋଟ ଛୋଟ ପିଲାମାନଙ୍କର ପସନ୍ଦକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ । ଏଠାରେ ଉପଲବ୍ଧ Comics ବହି ତଥା ଶିକ୍ଷାପ୍ରଦ ଖେଳନାଗୁଡ଼ିକ ପିଲାମାନଙ୍କୁ ବହୁତ ଆକର୍ଷିତ କରେ । ଛୋଟ ଛୋଟ ପିଲାମାନେ ଖେଳ ମାଧ୍ୟମରେ ବହୁତ କିଛି ଶିଖିବାକୁ ଏଠାକୁ ଆସନ୍ତି । ପାଠପଢ଼ା ଅଫଲାଇନ୍ ହେଉ ବା Online ହେଉ, ସବୁକ୍ଷେତ୍ରରେ ପିଲାମାନଙ୍କୁ ଗାଇଡ୍ କରିବା ପାଇଁ ଏଠାରେ ପ୍ରାୟ ଚାଳିଶଜଣ ସ୍ୱେଚ୍ଛାସେବୀ ଅଛନ୍ତି । ପ୍ରତିଦିନ ପ୍ରାୟ ଅଶୀ ଛାତ୍ରଛାତ୍ରୀ ଏହି ଲାଇବ୍ରେରୀକୁ ପଢ଼ିବାକୁ ଆସନ୍ତି ।
ସାଥିଗଣ, ଝାଡ଼ଖଣ୍ଡର ସଂଜୟ କଶ୍ୟପ ମଧ୍ୟ ଗରିବ ପିଲାମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଲାଗିପଡ଼ିଛନ୍ତି । ନିଜ ଛାତ୍ର ଜୀବନରେ ସଂଜୟଙ୍କୁ ପୁସ୍ତକର ଅଭାବ ବହୁଭାବରେ ବ୍ୟଥିତ କରିଥିଲା । ତେଣୁ ସେ ମନେମନେ ସଂକଳ୍ପ କରିନେଲେ ଯେ ପୁସ୍ତକର ଅଭାବ ପାଇଁ ସେ ପିଲାମାନଙ୍କ ଜୀବନକୁ ଅନ୍ଧକାରମୟ ହେବାକୁ ଦେବେନି । ତାଙ୍କର ଏହି ମିଶନପାଇଁ ଆଜି ସେ ଝାଡ଼ଖଣ୍ଡର ଅନେକଗୁଡ଼ିଏ ଜିଲ୍ଲାର ପିଲାମାନଙ୍କ ଭିତରେ Library Man ଭାବରେ ପରିଚିତ ହୋଇପାରିଛନ୍ତି । ସଂଜୟ ଜୀ ଯେତେବେଳେ ନିଜ ଚାକିରି ଜୀବନ ଆରମ୍ଭ କଲେ, ସେତେବେଳେ ସେ ତାଙ୍କ ନିଜର ପୈତୃକ ଗ୍ରାମରେ ପ୍ରଥମ Library ସ୍ଥାପିତ କରିଥିଲେ । ଚାକିରିକାଳ ଭିତରେ ତାଙ୍କର ଯେଉଁ ଯେଉଁ ସ୍ଥାନକୁ ବଦଳି ହେଲା, ସେଠାରେ ବି ସେ ଗରିବ ଓ ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ Library ଖୋଲିବା ଅଭିଯାନରେ ଲାଗିପଡ଼ିଲେ । ଏହିଭଳି ସେ ଝାଡ଼ଖଣ୍ଡର ଅନେକ ଜିଲ୍ଲାରେ ପିଲାମାନଙ୍କ ପାଇଁ Libraryଖୋଲିପାରିଛନ୍ତି । ଖସଭକ୍ସବକ୍ସଚ୍ଚ ଖୋଲିବାର ତାଙ୍କର ଏହି ମିଶନ ଆଜି ଏକ ସାମାଜିକ ଆନ୍ଦୋଳନର ରୂପ ନେଲାଣି । ସଂଜୟ ଜୀ ଅବା ଯତୀନ୍ ଜୀ, ତାଙ୍କର ଏହିଭଳି ପ୍ରୟାସ ପାଇଁ ମୁଁ ସେମାନଙ୍କୁ ଭୂରି ଭୂରି ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଚିକିତ୍ସାବିଜ୍ଞାନର ଦୁନିଆ ଆଜି Research ଏବଂ Innovation ତଥା ଅତ୍ୟାଧୁନିକ technology ଏବଂ ଉପକରଣ ସାହାଯ୍ୟରେ ଅନେକ ପ୍ରଗତି କରିପାରିଛି । ହେଲେ ଆଜି ବି କେତେକ ରୋଗ ଆମମାନଙ୍କ ପାଇଁ ଏକ ଆହ୍ୱାନ ଭାବରେ ଠିଆହୋଇଛନ୍ତି । ଏଇଭଳି ଗୋଟିଏ ରୋଗ ହେଲା Muscular Dystrophy। ଏହା ମୁଖ୍ୟ ରୂପରେ ଏକ ବଂଶାନୁକ୍ରମିକ ରୋଗ ଏବଂ ଜୀବନର କୌଣସି ବୟସରେ ମଧ୍ୟ ଏହା ହୋଇପାରେ ଏହି ରୋଗରେ ଶରୀରର ମାଂସପେଶୀଗୁଡ଼ିକ ଦୁର୍ବଳ ହୋଇପଡ଼ନ୍ତି । ଏହି ରୋଗୀମାନଙ୍କ ପାଇଁ ଦୈନନ୍ଦିନ ଛୋଟମୋଟ କାମ କରିବା ମଧ୍ୟ ଅସମ୍ଭବ ହୋଇପଡ଼େ । ଏହି ରୋଗୀମାନଙ୍କର ଚିକିତ୍ସା ପାଇଁ ଅତ୍ୟନ୍ତ ସେବାଭାବ ଆବଶ୍ୟକ ହୋଇଥାଏ । ଆମ ଦେଶରେ ହିମାଚଳ ପ୍ରଦେଶର ସୋଲନ୍ଠାରେ ଏଭଳି ଏକ Centre ଅଛି ଯାହା ଗଙ୍କଗ୍ଦମଙ୍କକ୍ଷବକ୍ସ Dystrophy ରୋଗୀମାନଙ୍କ ପାଇଁ ଆଶାର ଏକ ନୂତନ କିରଣ ହୋଇପାରିଛି । ଏହି କେନ୍ଦ୍ରର ନାମ ହେଉଛି ‘ମାନବ ମନ୍ଦିର’ । ଏହା Indian Association of Muscular Dystrophy ଦ୍ୱାରା ସଂଚାଳିତ ହେଉଛି । ମାନବ ମନ୍ଦିର ଆଜି ମାନବ ସେବା କ୍ଷେତ୍ରରେ ଏକ ଅଦ୍ଭୁତ ଉଦାହରଣ ଭାବରେ ନିଜର ନାମକୁ ସାର୍ଥକ କରିପାରିଛି । ଏଠାରେ ରୋଗୀମାନଙ୍କ ପାଇଁ OPD ଏବଂ Admission ସୁବିଧା ତିନି ଚାରିବର୍ଷ ହେବ ଆରମ୍ଭ କରାଯାଇଥିଲା । ମାନବ ମନ୍ଦିରରେ ପ୍ରାୟ ପଚାଶ ରୋଗୀଙ୍କ ପାଇଁ ଶଯ୍ୟାର ସୁବିଧା ଅଛି । ଫିଜିଓଥେରାପି, ଇଲେକ୍ଟ୍ରୋଥେରାପି ଏବଂ ହାଇଡ୍ରୋଥେରାପି ସହ ଯୋଗ ଓ ପ୍ରାଣାୟାମ ମାଧ୍ୟମରେ ମଧ୍ୟ ଏଠାରେ ରୋଗର ଉପଚାର କରାଯାଇଥାଏ ।
ସାଥିଗଣ, ସବୁ ପ୍ରକାରର Hitech ସୁବିଧା ସାହାଯ୍ୟରେ ଏହି କେନ୍ଦ୍ରରେ ରୋଗୀମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବାର ପ୍ରୟାସ ମଧ୍ୟ କରାଯାଇଛି । Muscular Dystrophy ସମ୍ପର୍କରେ ସଚେତନତାର ଅଭାବ ମଧ୍ୟ ଆଜି ଏକ ଆହ୍ୱାନ ହୋଇଛି । ତେଣୁ ଏହି କେନ୍ଦ୍ର ଖାଲି ହିମାଚଳ ପ୍ରଦେଶରେ ନୁହେଁ, ସାରା ଦେଶରେ ସଚେତନତା ଶିବିରମାନ ଆୟୋଜନ କରୁଛି । ସବୁଠାରୁ ବିଶେଷ ସାହସ ଦେଲାଭଳି କଥାଟି ହେଲା – ଏହି କେନ୍ଦ୍ରର ପରିଚାଳନା ମୁଖ୍ୟତଃ ଏହି ରୋଗରେ ପୀଡ଼ିତ ହୋଇଥିବା ଲୋକମାନେ ହିଁ କରୁଛନ୍ତି । ଯେମିତି ସାମାଜିକ କାର୍ଯ୍ୟକର୍ତା ଉର୍ମିଲା ବାଲ୍ଦିଜୀ ଏବଂ Indian Association of Muscular Dystrophye ଅଧ୍ୟକ୍ଷା ଭଉଣୀ ସଂଜନା ଗୋୟଲ ଜୀ ଏବଂ ଏହି Association ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରୀମାନ୍ ବିପୁଲ୍ ଗୋୟଲ ଜୀ ଏହି ସଂସ୍ଥା ପାଇଁ ବହୁତ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । ମାନବ ମନ୍ଦିରକୁ Hospital ଏବଂ Research Centre କରି ଗଢ଼ିତୋଳିବାର ପ୍ରଚେଷ୍ଟା ମଧ୍ୟ ଜାରି ଅଛି । ଏହାଦ୍ୱାରା ଏଠାରେ ରୋଗୀମାନଙ୍କ ଆହୁରି ଉନ୍ନତ ମାନର ସେବା ମିଳିପାରିବ । ମୁଁ ଏ ଦିଗରେ ପ୍ରୟାସରତ ସବୁ ଲୋକମାନଙ୍କ ହାର୍ଦ୍ଦିକ ପ୍ରଶଂସା କରୁଛି ଏବଂ Muscular Dystrophy ରୋଗ ସହିତ ଲଢ଼ୁଥିବା ସବୁ ଲୋକମାନଙ୍କର ଆରୋଗ୍ୟ କାମନା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କି ବାତ୍’ରେ ଆମେ ଦେଶବାସୀଙ୍କର ଯେଉଁ ଗଠନମୂଳକ ଏବଂ ସାମାଜିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲୁ, ତାହା ଦେଶର ଶକ୍ତି ଓ ଉତ୍ସାହର ଉଦାହରଣ । ଆଜି ପ୍ରତ୍ୟେକ ଦେଶବାସୀ କୌଣସି ନା କୌଣସି କ୍ଷେତ୍ରରେ ପ୍ରତ୍ୟେକ ସ୍ତରରେ ଦେଶ ପାଇଁ ଅତିରିକ୍ତ କିଛି କାମ କରିବା ପାଇଁ ପ୍ରଚେଷ୍ଟା କରୁଛି । ଆଜିର ଆଲୋଚନାରେ ଆମେ ଦେଖିଲୁ ଯେ, ଜି-୨୦ ଭଳି ଆନ୍ତର୍ଜାତିକ ପ୍ରୟୋଜନରେ ଆମର ଜଣେ ବୁଣାକାର ବନ୍ଧୁ ନିଜର ଦାୟିତ୍ୱ ଭାବି ଏହାକୁ ନିର୍ବାହ କରିବାକୁ ଆଗେଇ ଆସିଲେ । ସେହିଭଳି କେହି ପରିବେଶ ପାଇଁ ଚେଷ୍ଟାରତ, ତ କେହି ପାଣି ପାଇଁ କାମ କରୁଛି । ଅନେକ ଲୋକ ଶିକ୍ଷା, ଚିକିତ୍ସା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଠାରୁ ଆରମ୍ଭ କରି ସଂସ୍କୃତି ଓ ପରମ୍ପରା ଯାଏଁ ଅସାଧାରଣ କାର୍ଯ୍ୟ କରୁଛନ୍ତି । ତାହା ଏଥିପାଇଁ, କାରଣ ଆଜି ଆମ ପ୍ରତ୍ୟେକ ନାଗରିକ ନିଜ କର୍ତବ୍ୟକୁ ବୁଝୁଛି । ଏଭଳି କର୍ତବ୍ୟ ଭାବ ଯେତେବେଳେ କୌଣସି ଦେଶର ନାଗରିକଙ୍କ ମନରେ ପ୍ରବେଶ କରେ ସେତେବେଳେ ସେ ଦେଶର ଭବିଷ୍ୟତ ଆପେ ଆପେ ସ୍ୱର୍ଣ୍ଣିମ ହୋଇଉଠେ ଏବଂ ଦେଶର ସ୍ୱର୍ଣ୍ଣିମ ଭବିଷ୍ୟତରେ ହିଁ ଆମ ସମସ୍ତଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ନିହିତ ।
ମୁଁ ପୁଣି ଥରେ ଦେଶବାସୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ପାଇଁ ପ୍ରଣାମ କରୁଛି । ଆସନ୍ତା ମାସରେ ଆମେ ପୁଣିଥରେ ଏକାଠି ହେବା ଓ ଏଭଳି ଆହୁରି ଅନେକ ଉତ୍ସାହବର୍ଦ୍ଧକ ବିଷୟଗୁଡ଼ିକ ଉପରେ ନିଶ୍ଚୟ କଥା ହେବା । ନିଜର ମତାମତ ଓ ପରାମର୍ଶ ନିଶ୍ଚୟ ପଠାଇ ଚାଲିଥିବେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦେଶର ଅନେକ ଭାଗରେ ସୂର୍ଯ୍ୟ ଉପାସନାର ମହାନ ପର୍ବ ଛଠ୍ ପାଳିତ ହେଉଛି । ଛଠ୍ ପର୍ବରେ ଅଂଶଗ୍ରହଣ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ଗାଁ, ନିଜ ଘର, ନିଜ ପରିବାରରେ ଯାଇ ପହଞ୍ଚିଛନ୍ତି । ଛଠ୍ ମାତା ସମସ୍ତଙ୍କୁ ସମୃଦ୍ଧି ଏବଂ କଲ୍ୟାଣ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା ।
ବନ୍ଧୁଗଣ, ସୂର୍ଯ୍ୟ ଉପାସନାର ପରମ୍ପରା ଏ କଥାର ପ୍ରମାଣ ଦିଏ ଯେ ଆମ ସଂସ୍କୃତି, ଆମ ବିଶ୍ୱାସ ପ୍ରକୃତି ସହ କେତେ ଗଭୀର ଭାବେ ସଂଶ୍ଲିଷ୍ଟ । ଏହି ପୂଜା ମାଧ୍ୟମରେ ଆମ ଜୀବନରେ ସୂର୍ଯ୍ୟାଲୋକର ଗୁରୁତ୍ୱକୁ ବୁଝାଇ ଦିଆଯାଇଛି । ଏହା ସଙ୍ଗେ ସଙ୍ଗେ ଏହି ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି ଯେ, ଉତ୍ଥାନ ପତନ ଜୀବନର ଅଭିନ୍ନ ଅଙ୍ଗ । ତେଣୁ ପ୍ରତ୍ୟେକ ପରିସ୍ଥିତିରେ ଆମେ ଏକ ସମାନ ଭାବନା ରଖିବା ଉଚିତ । ଛଠ୍ ମାତାଙ୍କ ପୂଜାରେ ବିଭିନ୍ନ ପ୍ରକାର ଫଳ ଓ ଠେକୁଆ (ନାମକ ମିଷ୍ଟାନ୍ନ)ର ଭୋଗ ହୋଇଥାଏ । ଏହାର ପୂଜାବିଧି ମଧ୍ୟ କୌଣସି କଠିନ ସାଧନାଠାରୁ କମ୍ ହୋଇ ନ ଥାଏ । ଛଠ୍ ପୂଜାର ଆଉ ଏକ ବିଶେଷତ୍ୱ ହେଲା ଯେ, ସେଥିରେ ପୂଜା ପାଇଁ ଯେଉଁ ବସ୍ତୁଗୁଡ଼ିକ ବ୍ୟବହାର ହୋଇଥାଏ, ସେଗୁଡ଼ିକ ସମାଜର ବିଭିନ୍ନ ଶ୍ରେଣୀର ଲୋକେ ମିଶି ତିଆରି କରିଥାନ୍ତି । ସେଥିରେ ବାଉଁଶରେ ତିଆରି ଟୋକେଇ କିମ୍ବା ଚାଙ୍ଗୁଡ଼ି ବ୍ୟବହାର ହୋଇଥାଏ । ମାଟି ତିଆରି ଦୀପର ନିଜସ୍ୱ ବିଶେଷତ୍ୱ ଥାଏ । ଏହାଦ୍ୱାରା ସମାଜରେ ଚଣା ଚାଷ କରୁଥିବା ଚାଷୀ ଏବଂ ବତାସା ତିଆରି କରୁଥିବା ଛୋଟ ବ୍ୟବସାୟୀମାନଙ୍କ ଗୁରୁତ୍ୱକୁ ମଧ୍ୟ ଦର୍ଶାଯାଇଛି । ସେମାନଙ୍କ ସହଯୋଗ ବିନା ଛଠ୍ ପୂଜା ଶେଷ ହୋଇପାରିବ ନାହିଁ । ଛଠ୍ ପର୍ବ ଆମ ଜୀବନରେ ସ୍ୱଚ୍ଛତାର ମହତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଏ । ଏହି ପର୍ବ ଆସିବା ମାତ୍ରେ ସାମୂହିକ ଭାବେ ରାସ୍ତା, ନଦୀ ଘାଟ, ବିଭିନ୍ନ ଜଳ ସ୍ରୋତ ସବୁଗୁଡ଼ିକୁ ପରିଷ୍କାର କରାଯାଇଥାଏ । ଛଠ୍ ପର୍ବ ଏକ ଭାରତ-ଶ୍ରେଷ୍ଠ ଭାରତର ଅନ୍ୟତମ ଉଦାହରଣ । ଆଜି ବିହାର ଏବଂ ପୂର୍ବାଞ୍ଚଳର ଲୋକେ ଦେଶର ଯେକୌଣସି ଭାଗରେ ଥାଆନ୍ତୁ, ସେଠାରେ ଯାକଯମକରେ ଛଠ୍ ପର୍ବ ପାଳନ କରୁଛନ୍ତି । ଦିଲ୍ଲୀ, ମୁମ୍ବାଇ ସମେତ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ଜିଲା ସହ ଗୁଜରାଟର ଅନେକ ଭାଗରେ ବହୁ ଜାକଜମକରେ ଛଠ୍ ପର୍ବର ଆୟୋଜନ ହେଉଛି । ମୋର ମନେଅଛି, ଗୁଜରାଟରେ ଆଗରୁ ଛଠ୍ ପୂଜାର ସେମିତି କୌଣସି ବିଶେଷ ଆୟୋଜନ ହେଉନଥିଲା । କିନ୍ତୁ ସମୟ ସହ ଆଜି ପ୍ରାୟଃ ସମଗ୍ର ଗୁଜରାଟରେ ଛଠ୍ ପୂଜାର ଉଲ୍ଲାସ ପରିଲକ୍ଷିତ ହେଉଛି । ଏହାଦେଖି ମୋତେ ମଧ୍ୟ ବହୁତ ଖୁସି ଲାଗୁଛି । ଆଜିକାଲି ଆମେ ଲକ୍ଷ୍ୟ କରୁଛୁ ଯେ, ବିଦେଶରୁ ମଧ୍ୟ ଛଠ୍ ପୂଜାର ବଡ଼ ଆୟୋଜନର ଭବ୍ୟ ଚିତ୍ର ଆସୁଛି । ଅର୍ଥାତ ଭାରତର ସମ୍ପୂର୍ଣ୍ଣ ପରମ୍ପରା ଆମ ବିଶ୍ୱାସ ବିଶ୍ୱର କୋଣ ଅନୁକୋଣରେ ଏହାର ପରିଚୟ ସୃଷ୍ଟି କରିଚାଲିଛି । ଏହି ମହାପର୍ବରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଧର୍ମପରାୟଣ ବ୍ୟକ୍ତିଙ୍କୁ ମୁଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆମେ ପବିତ୍ର ଛଠ୍ ପର୍ବ ବିଷୟରେ ଆଲୋଚନା କଲୁ । ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଷୟରେ ଆଲୋଚନା କଲୁ । ତେବେ ସୂର୍ଯ୍ୟ ଉପାସନା ସହ ଆଜି ତାଙ୍କ ବରଦାନ ସମ୍ପର୍କରେ ମଧ୍ୟ କାହିଁକି ଆଲୋଚନା ନ କରିବା? ସୌରଶକ୍ତି ହେଉଛି ସୂର୍ଯ୍ୟଦେବଙ୍କ ବରଦାନ । ସୌରଶକ୍ତି ଏଭଳି ଗୋଟିଏ ବିଷୟ ଯେଉଁଥିରେ ସମଗ୍ର ବିଶ୍ୱ ଆଜି ନିଜର ଭବିଷ୍ୟତକୁ ଦେଖୁଛି । ଆଉ ଭାରତ ପାଇଁ ତ ସୂର୍ଯ୍ୟଦେବ ଶହ ଶହ ବର୍ଷ ଧରି କେବଳ ଉପାସନା ନୁହେଁ ବରଂ ଜୀବନ ପ୍ରଣାଳୀର କେନ୍ଦ୍ରସ୍ଥଳରେ ରହିଆସିଛନ୍ତି । ଭାରତ ଆଜି ନିଜର ପାରମ୍ପରିକ ଅନୁଭୂତିକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ୁଛି । ସେଥିପାଇଁ ଆଜି ଆମେ ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବାରେ ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ସୌରଶକ୍ତିରୁ କିଭଳି ଆମ ଦେଶର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଜୀବନରେ ପରବର୍ତ୍ତନ ଘଟୁଛି, ତାହା ମଧ୍ୟ ଏକ ଅଧ୍ୟୟନର ବିଷୟ ।
ତାମିଲନାଡ଼ୁର କାଞ୍ଚିପୁରମର ଜଣେ ଚାଷୀ ହେଉଛନ୍ତି ଥିରୁ କେ. ଏଝିଲନ୍ । ସେ ପି.ଏମ. କୁସୁମ ଯୋଜନାର ଲାଭ ଉଠାଇଲେ ଏବଂ ନିଜ ଜମିରେ ଦଶ ଅଶ୍ୱଶକ୍ତି ସମ୍ପନ୍ନ ସୋଲାର ପମ୍ପସେଟ୍ ଲଗାଇଲେ । ଏବେ ତାଙ୍କୁ ନିଜ କ୍ଷେତରେ ବିଜୁଳି ପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ୁନି । କ୍ଷେତରେ ଜଳସେଚନ ପାଇଁ ଏବେ ସେ ସରକାରଙ୍କ ବିଜୁଳି ଯୋଗାଣ ଉପରେ ମଧ୍ୟ ନିର୍ଭର କରୁନାହାନ୍ତି । ସେହିଭଳି ରାଜସ୍ଥାନର ଭରତପୁରରେ ପି.ଏମ. କୁସୁମ ଯୋଜନାର ଆଉ ଜଣେ ହିତାଧିକାରୀ ଚାଷୀ ରହିଛନ୍ତି – କମଲ୍ ଜୀ ମିଣା । କମଲ୍ ଜୀ କ୍ଷେତରେ ସୋଲାର୍ ପମ୍ପ ଲଗାଇଲେ, ଯାହାଦ୍ୱାରା ତାଙ୍କ ବିନିଯୋଗ ରାଶି ହ୍ରାସ ପାଇଛି । ବିନିଯୋଗ କମ୍ ହେବାରୁ ଆୟ ମଧ୍ୟ ବଢ଼ିଯାଇଛି । କମଲ ଜୀ ସୌର ବିଦ୍ୟୁତ ସହ ଅନ୍ୟ କେତେକ ଛୋଟ ଛୋଟ ଉଦ୍ୟୋଗକୁ ମଧ୍ୟ ସଂଶ୍ଳିଷ୍ଟ କରିଛନ୍ତି । ତାଙ୍କ ଅଞ୍ଚଳରେ କାଠ କାମ ହେଉଛି । ଗୋବରରୁ ତିଆରି ହେଉଥିବା ଉତ୍ପାଦଗୁଡ଼ିକ ରହିଛି । ଏସବୁରେ ମଧ୍ୟ ସୌର ବିଦ୍ୟୁତ ବ୍ୟବହାର ହେଉଛି । ସେ ଦଶ-ବାର ଜଣଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି । ଅର୍ଥାତ, କୁସୁମ ଯୋଜନାରେ କମଲ୍ ଜୀ ଯେଉଁ ଶୁଭାରମ୍ଭ କଲେ, ତାର ମହକ ଅନେକ ଲୋକଙ୍କ ନିକଟକୁ ପହଞ୍ଚିପାରୁଛି ।
ବନ୍ଧୁଗଣ, ଆପଣ ମାସଯାକ ବିଜୁଳି ବ୍ୟବହାର କରନ୍ତି ଏବଂ ଶେଷରେ ଆପଣଙ୍କ ନିକଟକୁ ବିଜୁଳି ବିଲ୍ ପହଞ୍ଚିବା ପରିବର୍ତ୍ତେ ଆପଣଙ୍କୁ ଟଙ୍କା ମିଳିବା କଥା ଆପଣମାନେ କଳ୍ପନା କରିପାରୁଛନ୍ତି କି? ସୌରଶକ୍ତି ଏ କଥା ମଧ୍ୟ କରିଦେଖାଇଛି । କିଛିଦିନ ପୂର୍ବେ ଆପଣ ଦେଶର ପ୍ରଥମ ସୂର୍ଯ୍ୟ ଗ୍ରାମ ଗୁଜରାଟର ମୋଢେରା ସମ୍ପର୍କରେ ବହୁତ କିଛି ଶୁଣିଥିବେ । ମୋଢେରା ସୌର ଗ୍ରାମର ଅଧିକାଂଶ ଘର ସୌରଶକ୍ତି ଦ୍ୱାରା ବିଜୁଳି ଉତ୍ପାଦନ କରିବା ଆରମ୍ଭ କରିଦେଇଛନ୍ତି । ଏବେ ସେଠାରେ ଅନେକ ଘରକୁ ବିଜୁଳି ବିଲ୍ ଯିବା ପରିବର୍ତ୍ତେ ବିଜୁଳିରୁ କରିଥିବା ଆୟର ଚେକ୍ ଯାଉଛି । ଏହା ଦେଖି ଅନେକ ଗାଁର ଲୋକେ ମୋତେ ଚିଠି ଲେଖି କହୁଛନ୍ତି ଯେ, ସେମାନଙ୍କ ଗାଁକୁ ବି ସୌର ଗ୍ରାମରେ ପରିବର୍ତିତ କରାଯାଉ । ଅର୍ଥାତ, ସେ ଦିନ ଆଉ ଦୂର ନୁହେଁ, ଯେତେବେଳେ ଭାରତରେ ସୌର ଗ୍ରାମର ନିର୍ମାଣ ଗୋଟିଏ ବହୁତ ବଡ଼ ଜନଆନ୍ଦୋଳନର ରୂପ ନେବ । ଏହାର ଆରମ୍ଭ ତ ମୋଢେରା ଗାଁର ଲୋକେ କରିସାରିଛନ୍ତି ।
ଆସନ୍ତୁ, ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ମୋଢେରାର ଲୋକଙ୍କ ସହିତ ଭେଟ କରାଇବା । ଆମ ସହିତ ଫୋନ୍ ଲାଇନ୍ରେ ବର୍ତ୍ତମାନ ଯୋଡ଼ିହୋଇଛନ୍ତି ଶ୍ରୀଯୁକ୍ତ ବିପିନ୍ ଭାଇ ପଟେଲ ।
ପ୍ରଧାନମନ୍ତ୍ରୀ : ବିପିନ ଭାଇ ନମସ୍କାର । ଦେଖନ୍ତୁ, ଏବେ ତ ମୋଢେରା ସାରା ଦେଶ ପାଇଁ ଗୋଟିଏ ମଡେଲ୍ ରୂପେ ଚର୍ଚ୍ଚାର ବିଷୟ ହୋଇସାରିଛି । କିନ୍ତୁ, ଆପଣଙ୍କୁ ଯେତେବେଳେ ଆପଣଙ୍କ ବନ୍ଧୁବାନ୍ଧବ ଏହାର ଲାଭ ବିଷୟରେ ପଚାରୁଥିବେ, ସେତେବେଳେ ଆପଣ ସେମାନଙ୍କୁ କଣ କହୁଛନ୍ତି?
ବିପିନ୍ ଜୀ : ସାର୍, ଲୋକେ ମୋତେ ଏ ବିଷୟରେ ପଚାରିଲେ ମୁଁ କହୁଛି ଯେ, ମୋ ପାଖକୁ ଯେଉଁ ବିଜୁଳି ବିଲ୍ ଆସୁଥିଲା ତାହା ଏବେ ଜିରୋ ହୋଇଯାଇଛି । କେତେବେଳେ ୭୦ ଟଙ୍କାର ବିଲ୍ ଆସୁଛି । କିନ୍ତୁ ଆମ ଗାଁର ଅର୍ଥନୈତିକ ପରିସ୍ଥିତିରେ ଖୁବ ଉନ୍ନତି ` ହେଉଛି।
ପ୍ରଧାନମନ୍ତ୍ରୀ : ତା’ମାନେ ଆଗରୁ ଯେଉଁ ବିଜୁଳି ବିଲ୍ ପାଇଁ ଚିନ୍ତା ରହୁଥିଲା, ତାହା ଏକ ପ୍ରକାର ଦୂର ହୋଇଯାଇଛି?
ବିପିନ୍ ଜୀ : ହଁ ସାର୍, ଠିକ୍ କଥା । ଗାଁରେ ଏବେ କୌଣସି ଚିନ୍ତା ନାହିଁ । ସମସ୍ତଙ୍କୁ ଲାଗୁଛି ଯେ, ସାର୍ ଯାହା କଲେ ତାହା ବହୁତ ବଢ଼ିଆ କଲେ । ସେମାନେ ବହୁତ ଖୁସି ହୋଇଛନ୍ତି । ସମସ୍ତେ ବହୁତ ଆନନ୍ଦିତ ।
ପ୍ରଧାନମନ୍ତ୍ରୀ : ଏବେ ନିଜ ଘରେ ନିଜେ ହିଁ ବିଜୁଳି ଉତ୍ପାଦନ କେନ୍ଦ୍ରର ମାଲିକ ହେଇଗଲେ! ନିଜ
ଘରର ଛାତ ଉପରେ ହିଁ ବିଜୁଳି ଉତ୍ପାଦନ ହେଉଛି, ନୁହେଁ?
ବିପିନ୍ ଜୀ : ହଁ ସାର୍, ଠିକ କଥା ।
ପ୍ରଧାନମନ୍ତ୍ରୀ : ଗାଁ ଲୋକଙ୍କ ଉପରେ ଏହି ପରିବର୍ତନର କ’ଣ ପ୍ରଭାବ ପଡ଼ିଛି?
ବିପିନ୍ ଜୀ : ସାର୍, ଗାଁ ସାରା ଲୋକ ଚାଷ କରୁଛନ୍ତି । ତେଣୁ ବିଜୁଳି ଝାମେଲାରୁ ଆମକୁ ମୁକ୍ତି
ମିଳିଛି । ବିଜୁଳି ବିଲ୍ ତ ଆଉ ପୈଠ କରିବା ଦରକାର ନାହିଁ । ସେ ଦିଗରୁ ନିଶ୍ଚିନ୍ତ ହୋଇଯାଇଛୁ ସାର୍ ।
ପ୍ରଧାନମନ୍ତ୍ରୀ : ମାନେ, ବିଜୁଳି ବିଲ୍ ଦେବା ଦରକାର ନାହିଁ, ଆଉ ପୁଣି ସୁବିଧା ବି ବଢ଼ିଗଲା?
ବିପିନ୍ ଜୀ : ଝାମେଲା ଗଲା ସାର୍ । ସାର୍, ଆପଣ ଯେବେ ଏଠି ଆସିଥିଲେ, ଆଉ ସେହି ଥ୍ରୀଡି ଶୋ କୁ ଉଦ୍ଘାଟନ କଲେ, ତା ପରେ ତ ମୋଢେରା ଗାଁର ଶୋଭା ବଢ଼ିଯାଇଛି । ଆଉ, ସେ ଯେଉଁ ସେକ୍ରେଟାରୀ ମହୋଦୟ ଆସିଥିଲେ ସାର୍ ...
ପ୍ରଧାନମନ୍ତ୍ରୀ : ହଁ . . . ହଁ . . .
ବିପିନ୍ ଜୀ : ଏହି ଗାଁଟି famous ହେଇଗଲା ସାର୍ ।
ପ୍ରଧାନମନ୍ତ୍ରୀ : ଆଜ୍ଞା ହଁ । ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲଙ୍କ ନିଜର ଇଚ୍ଛା ଥିଲା । ସେ ମୋତେ ଅନୁରୋଧ କଲେ ଯେ, ଏତେ ବଡ଼ କାମ ଯେତେବେଳେ କରିଛନ୍ତି, ମୁଁ ବି ସେଠାକୁ ଯାଇ ଦେଖିବାକୁ ଚାହୁଁଛି । ହଉ, ବିପିନ୍ ଭାଇ ଆପଣଙ୍କୁ ଓ ଆପଣଙ୍କ ଗାଁର ସମସ୍ତଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା । ବିଶ୍ୱବାସୀ ଆପଣଙ୍କ ଠାରୁ ପ୍ରେରଣା ଗ୍ରହଣ କରନ୍ତୁ ଓ ଏହି ସୌରଶକ୍ତିର ଅଭିଯାନ ଘରକୁ ଘର ବ୍ୟାପିଯାଉ ।
ବିପିନ୍ ଜୀ : ହଉ ଆଜ୍ଞା । ସମସ୍ତଙ୍କୁ ସୋଲାର ଲଗାଇବାକୁ ଆମେ ପ୍ରେରିତ କରିବୁ । ନିଜ ଖର୍ଚ୍ଚରେ ଲଗେଇଲେ ବି ବହୁତ ଲାଭ ହେବ ।
ପ୍ରଧାନମନ୍ତ୍ରୀ : ହଁ, ଲୋକଙ୍କୁ ବୁଝାନ୍ତୁ । ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ଭାଇ ।
ବିପିନ୍ ଜୀ : ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ସାର୍ । ଆପଣଙ୍କ ସହିତ କଥା ହୋଇ ମୋ ଜୀବନ ଧନ୍ୟ ହୋଇଗଲା ।
ପ୍ରଧାନମନ୍ତ୍ରୀ : ବିପିନ୍ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ।
ଆସନ୍ତୁ, ଏଥର ମୋଢେରା ଗାଁର ବର୍ଷା ଭଉଣୀଙ୍କ ସହିତ ମଧ୍ୟ କଥାହେବା ।
ବର୍ଷାବେନ୍ : ହ୍ୟାଲୋ, ନମସ୍କାର ସାର୍ ।
ପ୍ରଧାନମନ୍ତ୍ରୀ : ନମସ୍କାର । ନମସ୍କାର ବର୍ଷା ଭଉଣୀ । ଆପଣ କେମିତି ଅଛନ୍ତି?
ବର୍ଷାବେନ୍ : ମୁଁ ବହୁତ ଭଲ ଅଛି । ଆପଣ କେମିତି ଅଛନ୍ତି?
ପ୍ରଧାନମନ୍ତ୍ରୀ : ମୁଁ ବହୁତ ଭଲ ଅଛି ।
ବର୍ଷାବେନ୍ : ଆପଣଙ୍କ ସହିତ କଥା ହେଇ ମୁଁ ଧନ୍ୟ ହେଇଗଲି ।
ପ୍ରଧାନମନ୍ତ୍ରୀ : ହଉ ବର୍ଷା ଭଉଣୀ,
ବର୍ଷାବେନ୍ : ହଁ . . .
ପ୍ରଧାନମନ୍ତ୍ରୀ : ଆପଣ ମୋଢେରାର ଗୋଟିଏ ସୈନିକ ପରିବାରର ସଦସ୍ୟ ।
ବର୍ଷାବେନ୍ : ମୁଁ ଗୋଟିଏ ସୈନ୍ୟ ପରିବାରର । ଆର୍ମି ଏକ୍ସ-ମେନ୍ ଙ୍କ ସ୍ତ୍ରୀ କହୁଛି ସାର୍ ।
ପ୍ରଧାନମନ୍ତ୍ରୀ : ତାହେଲେ ଆଗରୁ ଭାରତର କେଉଁ କେଉଁ ଜାଗାକୁ ଯିବାର ସୁଯୋଗ ପାଇଛନ୍ତି?
ବର୍ଷାବେନ୍ : ମୋତେ ରାଜସ୍ଥାନ, ଗାନ୍ଧିନଗର, ଜାମ୍ମୁର କଚରା କାଂଝୋରଠାରେ ତାଙ୍କ ସହିତ ରହିବାର ସୁଯୋଗ ପାଇଲି । ସେଠାରେ ବହୁତ ସୁବିଧା ମିଳୁଥିଲା ସାର୍ ।
ପ୍ରଧାନମନ୍ତ୍ରୀ : ହଁ, ସୈନିକଙ୍କ ଘରର ହୋଇଥିବା ଯୋଗୁଁ ଆପଣ ଖୁବ ଭଲ କହିପାରୁଛନ୍ତି ।
ବର୍ଷାବେନ୍ : ହଁ ସାର୍, ଶିଖିଛି ସାର୍ ।
ପ୍ରଧାନମନ୍ତ୍ରୀ : ମୋଢେରାରେ ଏତେ ବଡ଼ ଯେଉଁ ପରିବର୍ତନ ଘଟିଲା, ଆପଣ ଯେଉଁ ସୋଲାର ରୁଫ୍ ଟପ୍ ପ୍ଳାଣ୍ଟ ଲଗାଇଲେ, ଯାହା ଆରମ୍ଭରେ ଲୋକେ କହୁଥିବେ, ସେତେବେଳେ ଆପଣ ଭାବୁଥିବେ ଯେ ଏହାର ଅର୍ଥ କ’ଣ? ଆପଣ ଏହା କ’ଣ କରିବାକୁ ଯାଉଛନ୍ତି? ଏହାଦ୍ୱାରା କ’ଣ ଲାଭ ହେବ? ଏମିତି କ’ଣ ବିଜୁଳି ଉତ୍ପାଦନ ହୋଇପାରେ? ଏସବୁ ପ୍ରଶ୍ନ ଆପଣଙ୍କ ମନରେ ଉଠିଥିବ । ଏବେ କ’ଣ ଅନୁଭବ କରୁଛନ୍ତି? ଏହାଦ୍ୱାରା କି ଲାଭ ହୋଇଛି? ଏ ବିଷୟରେ ମୋତେ କୁହନ୍ତି ।
ବର୍ଷାବେନ୍ : ବହୁତ ସାରା ଲାଭ, ଲାଭ ହିଁ ଲାଭ ହୋଇଛି ସାର୍ । ସାର୍, ଆମ ଗାଁରେ ତ ପ୍ରତିଦିନ ଦୀପାବଳି ପାଳନ କରାଯାଉଛି ଆପଣଙ୍କ ଯୋଗୁଁ । ୨୪ ଘଣ୍ଟା ଆମକୁ ବିଜୁଳି ମିଳୁଛି, ବିଲ୍ ତ ଆଦୌ ଆସୁନାହିଁ । ଆମ ଘରେ ଆମେ ସବୁ ଇଲେକ୍ଟ୍ରିକ୍ର ସବୁ ଜିନିଷ ଆଣି ରଖିଛୁ ସାର୍, ସବୁ ଜିନିଷ ବ୍ୟବହାର କରୁଛୁ- ଆପଣଙ୍କ ଯୋଗୁଁ ସାର୍ । ବିଲ୍ ତ ଜମା ଆସୁନାହିଁ, ତ ଆମେ ଫ୍ରି ମାଇଣ୍ଡରେ, ସବୁ ବ୍ୟବହାର କରିପାରିବା ନା!
ପ୍ରଧାନମନ୍ତ୍ରୀ ଜୀ : ଏ କଥା ଠିକ୍, ଆପଣ ବିଜୁଳିର ଅଧିକତମ ଉପଯୋଗ କରିବା ପାଇଁ ବି ମନ ସ୍ଥିର କରିସାରିଛନ୍ତି ।
ବର୍ଷାବେନ୍ : ସ୍ଥିର କରିଛି ସାର୍, ସ୍ଥିର କରିଛି । ଏବେ ଆମର କୌଣସି ଅସୁବିଧା ହିଁ ନାହିଁ । ଆମେ ଫ୍ରି ମାଇଣ୍ଡରେ, ସବୁ ଏଇ ଯୋଉ ୱାଶିଂମେସିନ ଅଛି, ଏସି ଅଛି ସବୁ ଚଳାଇପାରିବା ସାର୍ ।
ପ୍ରଧାନମନ୍ତ୍ରୀ ଜୀ : ଆଉ ଗାଁର ବାକି ଲୋକ ବି ଖୁସି ଅଛନ୍ତି ଏହି କାରଣରୁ?
ବର୍ଷାବେନ୍ : ବହୁତ ବହୁତ ଖୁସି ସାର୍ ।
ପ୍ରଧାନମନ୍ତ୍ରୀ ଜୀ : ଆଚ୍ଛା .. ଏଇ ଆପଣଙ୍କ ସ୍ୱାମୀ ତ ସେଇଠି ସୂର୍ଯ୍ୟମନ୍ଦିରରେ କାମ କରନ୍ତି? ତ ସେଠାରେ ଯୋଉ ଲାଇଟ୍ ଶୋ ହେଲା, ଏତେ ବଡ଼ କାର୍ଯ୍ୟକ୍ରମ ହେଲା ଏବଂ ଏବେ ସାରା ପୃଥିବୀରୁ ଅତିଥି ଆସୁଛନ୍ତି ।
ବର୍ଷାବେନ୍ : ସାରା ପୃଥିବୀର ବିଦେଶୀ ଆସିପାରିବେ ସାର୍, କିନ୍ତୁ ଆପଣ ପୃଥିବୀରେ ଆମର ଗାଁକୁ ପ୍ରସିଦ୍ଧ କରିଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଜୀ : ତ ଆପଣଙ୍କ ସ୍ୱାମୀଙ୍କର ଏବେ କାମ ବଢ଼ିଯାଇଥିବ ଏତେ ଅତିଥି ଯେହେତୁ ମନ୍ଦିର ଦେଖିବାକୁ ସେଠାକୁ ଆସୁଛନ୍ତି ।
ବର୍ଷାବେନ୍ : ହଉ! କିଛି କଥା ନାହିଁ ଯେତେ ବି କାମ ବଢ଼ୁ ... ସାର୍ କିଛି କଥା ନାହିଁ, ଏଥିପାଇଁ ଆମର କୌଣସି ଅସୁବିଧା ନାହିଁ - ଆମର ସ୍ୱାମୀଙ୍କୁ, କେବଳ ଆପଣ ଆମ ଗାଁର ବିକାଶ କରିଯାଆନ୍ତୁ ।
ପ୍ରଧାନମନ୍ତ୍ରୀ ଜୀ : ଏବେ ଗାଁର ବିକାଶ ତ ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ପଡ଼ିବ ।
ବର୍ଷାବେନ୍ : ହଁ ହଁ ସାର୍ ଆମେ ଆପଣଙ୍କ ସହ ଅଛୁ ।
ପ୍ରଧାନମନ୍ତ୍ରୀ ଜୀ : ଆଉ ମୁଁ ତ ମୋଢେରାର ଲୋକଙ୍କୁ ଅଭିନନ୍ଦନ ଜଣାଇବି, କାରଣ ଗ୍ରାମବାସୀ ଏହି ଯୋଜନାକୁ ସ୍ୱୀକାର କଲେ ଏବଂ ସେମାନଙ୍କର ବିଶ୍ୱାସ ହୋଇଗଲା ଯେ ଆମେ ହିଁ ନିଜ ଘରେ ବିଜୁଳି ତିଆରି କରିପାରିବା ।
ବର୍ଷାବେନ୍ : ୨୪ ଘଣ୍ଟା ସାର୍ । ଆମ ଘରେ ବିଜୁଳି ଆସୁଛି ଆଉ ଆମେ ବହୁତ ଖୁସି ଅଛୁ ।
ପ୍ରଧାନମନ୍ତ୍ରୀ ଜୀ : ମୋର ଆପଣଙ୍କୁ ବହୁତ ଶୁଭକାମନା । ଯେଉଁ ଟଙ୍କା ବଞ୍ଚିଛି ଛି, ତାକୁ ପିଲାଙ୍କର ମଙ୍ଗଳ ପାଇଁ ବ୍ୟବହାର କରନ୍ତୁ । ସେହି ପଇସାର ଉପଯୋଗ ଭଲରେ ହେଉ, ଯେପରିକି ଆପଣଙ୍କ ଜୀବନକୁ ଫାଇଦା ହୋଇପାରିବ । ମୋର ଆପଣଙ୍କୁ ବହୁତ ଶୁଭକାମନା । ଆଉ ସବୁ ମୋଢେରାବାସୀଙ୍କୁ ମୋର ନମସ୍କାର ।
ବନ୍ଧୁଗଣ,
ବର୍ଷାବେନ ଓ ବିପିନ ଭାଇ ଯାହା କହିଲେ, ତାହା ସମଗ୍ର ଦେଶ ପାଇଁ, ଗାଁ-ସହର ପାଇଁ ଏକ ପ୍ରେରଣା । ମୋଢେରାର ଏହି ଅଭିଜ୍ଞତା ସମଗ୍ର ଦେଶରେ ପ୍ରୟୋଗ କରାଯାଇପାରିବ । ସୌରଶକ୍ତି ଏବେ ଟଙ୍କା ବଞ୍ଚାଇବ ଏବଂ ଆୟ ମଧ୍ୟ ବଢ଼ାଇବ । ଜାମ୍ମୁକାଶ୍ମୀରର ଶ୍ରୀନଗରରେ ଜଣେ ସାଥୀ ଅଛନ୍ତି- ମଞ୍ଜୁର ଅହମଦ ଲର୍ହୱାଲ୍ । କାଶ୍ମୀରରେ ଥଣ୍ଡା ହେତୁ ବିଜୁଳି ଖର୍ଚ ବହୁତ ହୋଇଥାଏ । ଏହି କାରଣରୁ, ମଞ୍ଜୁର ଜୀ ନିଜ ଘରେ ସୋଲାର୍ ରୁଫ୍ଟପ୍ ପ୍ଲାଂଟ୍ ପ୍ରତିଷ୍ଠା କରିଛନ୍ତି । ତାଙ୍କ ଖର୍ଚ୍ଚ ଅଧାରୁ ମଧ୍ୟ କମ୍ ହୋଇଯାଇଛି । ସେହିପରି, ଓଡିଶାର ଜଣେ ଝିଅ କୁନ୍ନି ଦେଓରି, ସୌରଶକ୍ତିକୁ ନିଜ ସହିତ ଅନ୍ୟ ମହିଳାମାନଙ୍କ ରୋଜଗାରର ମାଧ୍ୟମ କରିଛନ୍ତି । କୁନ୍ନି, ଓଡ଼ିଶାର କେନ୍ଦୁଝର ଜିଲାର କରଦାପାଳ ଗାଁରେ ରହନ୍ତି । ସେ ଆଦିବାସୀ ମହିଳାମାନଙ୍କୁ ସୌରଶକ୍ତିରେ ଚାଲୁଥିବା ରିଲିଙ୍ଗ୍ ମେସିନରେ ସିଲ୍କ ସୂତାକଟା ତାଲିମ ଦେଇଥାନ୍ତି । ସୌରମେସିନ କାରଣରୁ ଏହି ଆଦିବାସୀ ମହିଳାଙ୍କ ଉପରେ ବିଜୁଳି ବିଲ୍ର ବୋଝ ପଡ଼େ ନାହିଁ ଏବଂ ସେମାନଙ୍କର ଆୟ ହେଉଛି । ଏହା ହିଁ ତ ସୂର୍ଯ୍ୟଦେବଙ୍କ ସୌରଶକ୍ତିର ବରଦାନ । ବରଦାନ ଆଉ ପ୍ରସାଦ ତ ଯେତିକି ଅଧିକ ହୁଏ, ସେତିକି ଭଲ ହୋଇଥାଏ । ସେଥିପାଇଁ ମୋର ଆପଣ ସମସ୍ତଙ୍କୁ ପ୍ରାର୍ଥନା ଯେ ଆପଣମାନେ ମଧ୍ୟ ଏଥିରେ ଯୋଡ଼ି ହୁଅନ୍ତୁ ଓ ଅନ୍ୟକୁ ମଧ୍ୟ ଯୋଡ଼ନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
ଏବେ ମୁଁ ଆପଣଙ୍କୁ ସୂର୍ଯ୍ୟଙ୍କ କଥା କହୁଥିଲି । ଏବେ ମୋର ଦୃଷ୍ଟି ମହାକାଶ ଆଡ଼କୁ ଯାଉଛି । ଏହା ଏଇଥିପାଇଁ ଯେ ଆମ ଦେଶ ସୌରକ୍ଷେତ୍ର ସମେତ ମହାକାଶ କ୍ଷେତ୍ରରେ ମଧ୍ୟ ଚମତ୍କାରିତା ଦେଖାଉଛି । ସମଗ୍ର ପୃଥିବୀ, ଆଜି ଭାରତର ଉପଲବ୍ଧି ଦେଖି ଆଶ୍ଚର୍ଯ୍ୟ ହେଉଛି । ଏଥିପାଇଁ ମୁଁ ଭାବିଲି, ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କୁ ଏ ସମ୍ପର୍କରେ କହି ମୁଁ ସେମାନଙ୍କର ମଧ୍ୟ ଖୁସି ବଢ଼ାଇବି ।
ବନ୍ଧୁଗଣ,
ଏଇ କିଛିଦିନ ପୂର୍ବେ ଆପଣ ଦେଖିଥିବେ ଭାରତ ଏକାସାଙ୍ଗେ ୩୬ଟି ଉପଗ୍ରହ ମହାକାଶରେ ସ୍ଥାପିତ କରିଛି । ଦୀପାବଳିର ଠିକ୍ ଦିନକ ଆଗରୁ ମିଳିଥିବା ଏହି ସଫଳତା ଏକ ପ୍ରକାର ଆମ ଯୁବପିଢ଼ି ପକ୍ଷରୁ ଦେଶକୁ ଏକ ସ୍ୱତନ୍ତ୍ର ଦୀପାବଳି ଉପହାର । ଏହି ଉପଗ୍ରହ ପ୍ରେରଣ ଦ୍ୱାରା କାଶ୍ମୀରରୁ କନ୍ୟାକୁମାରୀ ଓ କଚ୍ଛରୁ କୋହିମା ପର୍ଯ୍ୟନ୍ତ, ସମଗ୍ର ଦେଶରେ, ଡିଜିଟାଲ୍ ସଂଯୋଗକୁ ଆହୁରି ମଜଭୁତ କରିବ । ଏହା ସାହାଯ୍ୟରେ ବହୁତ ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ଦେଶର ବାକି ଅଞ୍ଚଳ ସହିତ ସହଜରେ ଯୋଡ଼ିହୋଇପାରିବ । ଦେଶ ଯେତେବେଳେ ଆତ୍ମନିର୍ଭର ହୁଏ, ତ, କିଭଳି ସଫଳତାର ନୂଆ ଉଚ୍ଚତାରେ ପହଞ୍ଚିଯାଏ- ଏହା ତା’ର ମଧ୍ୟ ଏକ ଉଦାହରଣ । ଆପଣଙ୍କ ସହ କଥା ହେଲାବେଳେ ମୋର ସେହି ପୁରୁଣା ଦିନ ବି ମନେପଡ଼ୁଛି, ଯେତେବେଳେ ଭାରତକୁ କ୍ରାଇଓଜେନିକ୍ ରକେଟ୍ ଟେକ୍ନୋଲୋଜି ଦେବାକୁ ମନା କରିଦିଆଯାଇଥିଲା । କିନ୍ତୁ ଭାରତର ବୈଜ୍ଞାନିକଗଣ କେବଳ ସ୍ୱଦେଶୀ ଟେକ୍ନୋଲୋଜି ବିକଶିତ କଲେ ନାହିଁ, ବରଂ ଆଜି ଏହା ସାହାଯ୍ୟରେ ଏକସଂଗେ ଡଜନେ ଉପଗ୍ରହ ପ୍ରେରଣ କରୁଛନ୍ତି । ଏହି ଉପଗ୍ରହ ପ୍ରେରଣ ଦ୍ୱାରା ଭାରତ ବିଶ୍ୱ ବାଣିଜ୍ୟିକ ବଜାରରେ ଏକ ଶକ୍ତିଶାଳୀ ଖେଳାଳି ଭାବେ ଉଭା ହୋଇଛି । ଏହାଦ୍ୱାରା ମହାକାଶ କ୍ଷେତ୍ରରେ ଭାରତ ପାଇଁ ସୁଯୋଗର ନୂଆ ଦ୍ୱାର ମଧ୍ୟ ଖୋଲିଛି ।
ବନ୍ଧୁଗଣ,
ବିକଶିତ ଭାରତର ସଂକଳ୍ପ ନେଇ ଚାଲୁଥିବା ଆମର ଦେଶ, ସମସ୍ତଙ୍କ ପ୍ରୟାସରେ ହିଁ ନିଜ ଲକ୍ଷ୍ୟକୁ ହାସଲ କରିପାରିବ । ଭାରତରେ ଆଗରୁ ମହାକାଶ କ୍ଷେତ୍ର ସରକାରୀ ବ୍ୟବସ୍ଥାର ପରିସର ଭିତରେ ହିଁ ସୀମିତ ରହିଥିଲା। ଯେତେବେଳେ ଏହି ମହାକାଶ କ୍ଷେତ୍ର ଭାରତର ଯୁବକଯୁବତୀଙ୍କ ପାଇଁ, ଭାରତର ଘରୋଇ କ୍ଷେତ୍ର ପାଇଁ ଖୋଲିଦିଆଗଲା, ସେତେବେଳେ ଏଥିରେ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଲାଗିଲା । ଭାରତୀୟ ଶିଳ୍ପ ଓ ଷ୍ଟାର୍ଟଅପ୍ ଏ କ୍ଷେତ୍ରରେ ନୂଆନୂଆ ସୃଜନ ଓ ନୂଆନୂଆ ପ୍ରଯୁକ୍ତି ଆଣିବାରେ ଲାଗିପଡ଼ିଛି । ବିଶେଷକରି, IN-SPACe ର ସହଯୋଗରେ ଏହି କ୍ଷେତ୍ରରେ ବଡ଼ ପରିବର୍ତନ ହେବାକୁ ଯାଉଛି । IN-SPACe ମାଧ୍ୟମରେ ବେସରକାରୀ କମ୍ପାନୀଗୁଡ଼ିକୁ ମଧ୍ୟ ନିଜର ପେଲୋଡ୍ ଓ ଉପଗ୍ରହ ପ୍ରେରଣ କରିବାର ସୁବିଧା ମିଳୁଛି । ମୁଁ ଅଧିକରୁ ଅଧିକ ଷ୍ଟାର୍ଟଅପ୍ ଓ ଇନ୍ନୋଭେଟର୍ମାନଙ୍କୁ ଆହ୍ୱାନ କରୁଛି ଯେ ସେମାନେ ମହାକାଶ କ୍ଷେତ୍ରରେ ଭାରତରେ ସୃଷ୍ଟି ହେଉଥିବା ଏହି ସୁଯୋଗର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
ଯେତେବେଳେ ଛାତ୍ରଛାତ୍ରୀଙ୍କ କଥା ଆସେ, ଯୁବଶକ୍ତିର କଥା ଆସେ, ନେତୃତ୍ୱ ଶକ୍ତିର କଥା ଆସେ, ତ ଆମ ମନରେ ସେହି ଚିରାଚରିତ, ପୁରୁଣା, ବହୁତ ଗୁଡ଼ାଏ ଧାରଣା ବସା ବାନ୍ଧିଯାଇଛି । ଅନେକ ଥର ଆମେ ଦେଖୁ ଯେ ଯେତେବେଳେ ଛାତ୍ରଶକ୍ତିର କଥା ଆସେ, ସେତେବେଳେ ଏହାକୁ ଛାତ୍ରସଂଘ ନିର୍ବାଚନ ସହିତ ଯୋଡ଼ି ତା’ର ପରିସରକୁ ସୀମିତ କରିଦିଆଯାଏ । କିନ୍ତୁ ଛାତ୍ରଶକ୍ତିର ପରିସର ବହୁତ ବଡ଼, ବହୁତ ବିଶାଳ । ଛାତ୍ରଶକ୍ତି, ଭାରତକୁ ଶକ୍ତିଶାଳୀ କରିବାର ଆଧାର ଅଟେ । ଅନ୍ତତଃ, ଆଜି ଯେଉଁମାନେ ଯୁବକଯୁବତୀ, ସେମାନେ ତ ଭାରତକୁ ୨୦୪୭ ପର୍ଯ୍ୟନ୍ତ ନେଇଯିବେ । ଯେତେବେଳେ ଭାରତ ଶତାବ୍ଦୀ ପାଳନ କରିବ, ଯୁବକଯୁବତୀଙ୍କ ଏହି ଶକ୍ତି, ସେମାନଙ୍କର ପରିଶ୍ରମ, ସେମାନଙ୍କ ଝାଳ, ସେମାନଙ୍କ ପ୍ରତିଭା, ଭାରତକୁ ସେହି ଉଚ୍ଚତାକୁ ନେଇ ଯିବ, ଯେଉଁଥିପାଇଁ ଆଜି ଦେଶ ସଙ୍କଳ୍ପ ଗ୍ରହଣ କରୁଛି । ଆମର ଆଜିର ଯୁବପିଢ଼ି, ଯେଉଁଭଳି ଦେଶପାଇଁ କାର୍ଯ୍ୟ କରୁଛନ୍ତି, ଦେଶଗଠନରେ ଲାଗିପଡ଼ିଛନ୍ତି, ତାକୁ ଦେଖି ମୁଁ ବହୁତ ଭରସା କରିଛି । ଯେଉଁଭଳି ଆମର ଯୁବା ହ୍ୟାକାଥାନ୍ସ୍ରେ ସମସ୍ୟା ସମାଧାନ କରନ୍ତି, ରାତିରାତି ଉଜାଗର ରହି କାମ କରନ୍ତି, ତାହା ବହୁତ ପ୍ରେରଣାଦାୟକ । ବିଗତ ବର୍ଷରେ ଅନୁଷ୍ଠିତ ହ୍ୟାକାଥାନ୍ସ୍ରେ ଦେଶର ଲକ୍ଷଲକ୍ଷ ଯୁବକଯୁବତୀ ମିଶି ବହୁତଗୁଡ଼ାଏ ଆହ୍ୱାନର ମୁକାବିଲା କରିଛନ୍ତି, ଦେଶକୁ ନୂଆ ସମାଧାନ ଦେଇଛନ୍ତି ।
ବନ୍ଧୁଗଣ,
ଆପଣମାନଙ୍କର ମନେଥିବ ମୁଁ ଲାଲକିଲ୍ଲାରୁ ‘ଜୟ ଅନୁସନ୍ଦାନ’ର ଘୋଷଣା କରିଥିଲି । ମୁଁ ଏହି ଦଶକକୁ ଭାରତର Techade କରିବାକୁ କହିଥିଲି ମଧ୍ୟ । ମୁଁ ଆଜି ବହୁତ ଖୁସି ଯେ ଏହାର ବାଗ୍ଡୋର୍ ଆଇ.ଆଇ.ଟି.ର ଛାତ୍ରମାନେ ସମ୍ଭାଳିଛନ୍ତି । ଏହି ଅକ୍ଟୋବର ମାସ ୧୪, ୧୫ ତାରିଖ ସମସ୍ତ ୨୩ଟି IIT ନିଜର Innovations ଏବଂ Research Projectକୁ ପ୍ରଦର୍ଶିତ କରିବା ପାଇଁ ପ୍ରଥମଥର ଗୋଟିଏ ମଞ୍ଚରେ ଏକତ୍ରିତ ହେଲେ । ଏହି ମେଳାରେ ସାରା ଦେଶରୁ ବଛାବଛା ଛାତ୍ର ଏବଂ ଗବେଷକମାନେ ୭୫ଟିରୁ ଅଧିକ ଉନ୍ନତ Project ପ୍ରଦର୍ଶନ କଲେ ।
Healthcare, Agriculture, Robotics, Semi Conductors, 5G Communications – ଏଭଳି ଅନେକ Themesକୁ ନେଇ Projectଗୁଡ଼ିକ ତିଆରି ହୋଇଥିଲା । କହିବାକୁ ଗଲେ, ଏ ସମସ୍ତ Projectକୁ ଏକକୁ ଆରେକ ବଳି ଥିଲେ । କିନ୍ତୁ, କେତୋଟି Project ବିଷୟରେ ମୁଁ ଆପଣମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହେଁ । ଉଦାହରଣ ସ୍ୱରୂପ - IIT ଭୁବନେଶ୍ୱରର ଗୋଟିଏ ଟିମ୍ ଶିଶୁମାନଙ୍କ ପାଇଁ Portable Ventilator ବିକଶିତ କରିଛନ୍ତି । ଏହା Battery ଦ୍ୱାରା ଚାଲେ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଏହାର ବ୍ୟବହାର ସହଜରେ କରାଯାଇପାରେ । ଏହା ସେଇ ପିଲାମାନଙ୍କର ଜୀବନ ବଞ୍ଚାଇବାରେ ବହୁତ ସହାୟକ ହୋଇପାରିବ, ଯେଉଁମାନେ ଧାର୍ଯ୍ୟ ସମୟ ପୂର୍ବରୁ ଜନ୍ମ ନେଇଥାନ୍ତି । Electric Mobility ହେଉ, Drone Technology ହେଉ ବା 5G ହେଉ, ଆମର ବହୁତ ଛାତ୍ର ଏସବୁ ସମ୍ପର୍କରେ ନୂତନ Technology ବିକଶିତ କରିବାରେ ଲାଗିପଡ଼ିଛନ୍ତି । ଅନେକଗୁଡ଼ିଏ IITମିଶି ଗୋଟିଏ ବହୁଭାଷିକ Project ରେ କାମ କରୁଛନ୍ତି, ଯାହା ସ୍ଥାନୀୟ ଭାଷାକୁ ଶିଖିବାର ଉପାୟକୁ ସହଜ କରିଦେଇଥାଏ । ଏହି Project ନୂତନ ଜାତୀୟ ଶିକ୍ଷାନୀତିର ଲକ୍ଷ୍ୟପ୍ରାପ୍ତି ଦିଗରେ ମଧ୍ୟ ବହୁତ ସହାୟକ ହେବ । ଆପଣ ଜାଣି ଖୁସିହେବେ ଯେ, IIT ମାଡ୍ରାସ ଏବଂ IIT କାନପୁର ଭାରତର ସ୍ୱଦେଶୀ 5G Test Bedକୁ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନେଇଛନ୍ତି । ଏହା ନିଶ୍ଚିତ ଭାବେ ଏକ ଗୌରବମୟ ଶୁଭାରମ୍ଭ । ମୁଁ ଆଶା କରୁଛି କି, ଆଗାମୀ ସମୟରେ ଏହିଭଳି ଆହୁରି ଅନେକ ପ୍ରଚେଷ୍ଟା ଦେଖିବାକୁ ମିଳିବ । ମୋର ଏହା ବି ବିଶ୍ୱାସ ଯେ IIT ଦ୍ୱାରା ପ୍ରେରିତ ହୋଇ ଅନ୍ୟ ସଂସ୍ଥାମାନେ ମଧ୍ୟ ଅନୁସନ୍ଧାନ ଏବଂ ବିକାଶ ସମ୍ବନ୍ଧୀୟ ନିଜର ଗତିବିଧି ବଢ଼ାଇବେ ।
ମୋର ପ୍ରିୟ ଦେଶବାସୀଗଣ;
ପରିବେଶ ପ୍ରତି ସମ୍ବେଦନଶୀଳତା ଆମ ସମାଜର କୋଣ-ଅନୁକୋଣରେ ପରିବ୍ୟାପ୍ତ ହୋଇରହିଛି ଏବଂ ଆମେ ଏହା ଆମ ଚତୁଃପାଶ୍ୱର୍ରେ ମଧ୍ୟ ଅନୁଭବ କରିପାରିବା । ଦେଶରେ ଏଭଳି ଲୋକଙ୍କର ଅଭାବ ନାହିଁ ଯେଉଁମାନେ ପରିବେଶ ସୁରକ୍ଷା ପାଇଁ ନିଜର ସାରା ଜୀବନ ଲଗାଇ ଦେଇଥାନ୍ତି ।
କର୍ଣ୍ଣାଟକର ବେଙ୍ଗାଲୁରୁ ନିବାସୀ ସୁରେଶ କୁମାରଙ୍କଠାରୁ ଆମେ ବହୁତ କିଛି ଶିଖିପାରିବା । ତାଙ୍କଠାରେ ପ୍ରକୃତି ଏବଂ ପରିବେଶ ରକ୍ଷା ପାଇଁ ଅଦମ୍ୟ ଉତ୍ସାହ ଦେଖିବାକୁ ମିଳେ । ୨୦ ବର୍ଷ ପୂର୍ବେ ସେ ସହରର ସହକାର ନଗର ଅଂଚଳର ଗୋଟିଏ ଜଙ୍ଗଲକୁ ପୁଣିଥରେ ସବୁଜ ସୁନ୍ଦର କରି ଗଢ଼ିବାର ପ୍ରୟାସ କରିôଥଲେ । ଏହି କାମଟି ଅନେକ ସମସ୍ୟାରେ ପୂର୍ଣ୍ଣ ଥିଲା, ହେଲେ, ୨୦ ବର୍ଷ ପୂର୍ବରୁ ଲଗାଯାଇଥିବା ସେହି ଚାରାଗୁଡ଼ିକ ଆଜି ୪୦-୪୦ ଫୁଟ ଉଚ୍ଚ ବିଶାଳକାୟ ଦ୍ରୁମରେ ପରିଣତ ହୋଇଛନ୍ତି । ଆଜି ତା’ର ସୌନ୍ଦର୍ଯ୍ୟ ସମସ୍ତଙ୍କର ମନକୁ ଆକର୍ଷିତ କରୁଛି । ଏହାଦ୍ୱାରା ସେଠାରେ ରହୁଥିବା ଲୋକମାନେ ମଧ୍ୟ ବଡ଼ ଗର୍ବ ଅନୁଭବ କରିଛନ୍ତି । ସୁରେଶ କୁମାର ଜୀ ଆଉ ଗୋଟିଏ ଅଦ୍ଭୁତ କାମ ମଧ୍ୟ କରନ୍ତି । ସେ କନ୍ନଡ଼ ଭାଷା ଏବଂ ସଂସ୍କୃତିର ବିକାଶ ପାଇଁ ସହକାର ନଗରରେ ଏକ Bus Shelter ମଧ୍ୟ ତିଆରି କରିଛନ୍ତି । ସେ ଶହ ଶହ ଲୋକଙ୍କୁ କନ୍ନଡ଼ ଭାଷାରେ ଲେଖାଯାଇଥିବା Brass Plate ମଧ୍ୟ ଭେଟି ଦେଇସାରିଛନ୍ତି । ଋମକ୍ଟକ୍ଷକ୍ଟଶଚ୍ଚ ଓ ଉଙ୍କକ୍ଷଗ୍ଧଙ୍କକ୍ସର ଦୁଇଟିର ଏକସଙ୍ଗେ ବିକାଶ ହେଉ – ଭାବିଲେ ଦେଖି ଏହା କେତେବଡ଼ କଥା!
ବନ୍ଧୁଗଣ;
ଆଜି Ecology ଏବଂ Eco-friendly Products ବିଷୟରେ ପୂର୍ବାପେକ୍ଷା ଅଧିକ ସଚେତନତା ଦେଖାଯାଉଛି । ତାମିଲନାଡୁର ଏହିଭଳି ଏକ ମନଛୁଆଁ ପ୍ରଚେଷ୍ଟା ବିଷୟରେ ମୋତେ ଜାଣିବାର ସୁଯୋଗ ମିଳିଲା । ଏହି ଗୌରବଶାଳୀ ପ୍ରଚେଷ୍ଟା କୋଏମ୍ବାଟୁର ଅନାଇକଟ୍ଟିର ଆଦିବାସୀ ମହିଳାମାନେ କରିଛନ୍ତି । ଏହି ମହିଳାମାନେ ରପ୍ତାନୀ ପାଇଁ ଦଶହଜାର Eco-friendly ଟେରାକୋଟ୍ଟାର ଚା’ କପ୍ ନିର୍ମାଣ କରିଛନ୍ତି । ଆନନ୍ଦର କଥା ଯେ, ଟେରାକୋଟ୍ଟାର ଚା’କପ୍ ତିଆରି କରିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଏହି ମହିଳାମାନେ ହିଁ ନିର୍ବାହ କରିଛନ୍ତି । କ୍ଲେ ମିକ୍ସିଠାରୁ ଆରମ୍ଭକରି Final Packing ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହିପାଇଁ କରିଛନ୍ତି । ଏଥିପାଇଁ ସେମାନେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଏଭଳି ଏକ ଅଦ୍ଭୁତ ପ୍ରୟାସର ଯେତେ ପ୍ରଶଂସା କଲେ ବି ତାହା କମ୍ ହେବ ।
ସାଥିଗଣ, ତ୍ରିପୁରାର କେତେକ ଗ୍ରାମ ମଧ୍ୟ ଆମକୁ ଖୁବ୍ ଭଲ ଶିକ୍ଷା ଦେଇଛନ୍ତି । ଆପଣମାନେ ବାୟୋଭିଲେଜ୍ ବିଷୟରେ ତ ନିଶ୍ଚୟ ଶୁଣିଥିବେ । କିନ୍ତୁ ତ୍ରିପୁରାରେ କେତେକ ଗାଆଁ, Bio Village-2ର ସୋପାନ ଅତିକ୍ରମ କରିଯାଇଛନ୍ତି । Bio Village-2ରେ ପ୍ରାକୃତିକ ବିପଦ ସମୟରେ ହେଉଥିବା କ୍ଷତିକୁ କେମିତି କମ୍ କରାଯାଇପାରିବ, ସେ ବିଷୟରେ ଅଧିକ ଧ୍ୟାନ ଦିଆଯାଇଥାଏ । ଏହାଦ୍ୱାରା ବିଭିନ୍ନ ଉପାୟରେ ଲୋକମାନଙ୍କର ଜୀବନସ୍ତରକୁ ଉନ୍ନତ କରାଇବାରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ ।
Solar Energy, Biogas, Bee Keeping ଏବଂ Bio Fertilizer ଏସବୁ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଏ । ମୋଟଉପରେ ଯଦି ଦେଖିବା, ଜଳବାୟୁ ପରିବର୍ତ୍ତନ ବିରୋଧି ଅଭିଯାନକୁ Bio-Village-2 ଅଧିକ ମଜଭୁତ କରିଥାଏ । ଦେଶର ବିଭିନ୍ନ ଭାଗରେ ପରିବେଶ ସଂରକ୍ଷଣକୁ ନେଇ ବଢ଼ୁଥିବା ଉତ୍ସାହକୁ ଦେଖି ମୁଁ ବହୁତ ଆନନ୍ଦିତ । ଏହି କିଛିଦିନ ତଳେ ଭାରତରେ ପରିବେଶ ସୁରକ୍ଷା ପ୍ରତି ସମର୍ପିତ ମିଶନ ଲାଇପ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମିଶନ ଲାଇଫ୍ର ମୂଳ ସିଦ୍ଧାନ୍ତ ହେଲା - ଆମେ ଏଭଳି ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା, ଯାହା ପରିବେଶର କ୍ଷତି କରୁନଥିବ । ମୋର ଅନୁରୋଧ ଆପଣମାନେ ମଧ୍ୟ ମିଶନ୍ ଲାଇଫକୁ ଜାଣନ୍ତୁ ଏବଂ ଆପଣେଇନେବାର ପ୍ରୟାସ କରନ୍ତୁ ।
ବନ୍ଧୁଗଣ, କାଲି ଅକ୍ଟୋବର ୩୧ ତାରିଖ ରାଷ୍ଟ୍ରୀୟ ଏକତା ଦିବସ ଅଟେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମଜୟନ୍ତୀର ଏକ ପୂଣ୍ୟ ଅବସର । ଏହିଦିନ ଦେଶର କୋଣ ଅନୁକୋଣରେ Run for Unity ଆୟୋଜନ କରାଯାଏ । ଏହି ଦୌଡ଼ ଦେଶର ଏକତାର ସୂତ୍ରକୁ ମଜଭୁତ କରେ ଏବଂ ଆମର ଯୁବବର୍ଗକୁ ପ୍ରେରିତ କରେ । ଏହି କିଛିଦିନ ପୂର୍ବରୁ ଆମର ଜାତୀୟ ଖେଳ ସମୟରେ ଏହିଭଳି ମନୋଭାବ ଦେଖିବାକୁ ମିଳିଥିଲା । “ଜୁଡ଼େଗା ଇଣ୍ଡିଆ ତୋ ଜିତେଗା ଇଣ୍ଡିଆ” – ଏହି Themeକୁ ନେଇ ଜାତୀୟ ଖେଳ ଏକତାର ଦୃଢ଼ ସନ୍ଦେଶ ଦେଇଥିବା ବେଳେ ଭାରତର ଖେଳସଂସ୍କୃତିକୁ ମଧ୍ୟ ପ୍ରୋତ୍ସାହନ ଦେବାର କାମ କରିଛି । ଆପଣମାନେ ଜାଣି ଖୁସି ହେବେ ଯେ ଭାରତରେ ଏ ପର୍ଯ୍ୟନ୍ତ ଯେତେ ଜାତୀୟ ଖେଳ ଆୟୋଜିତ ହୋଇଛି । ତା’ମଧ୍ୟରେ ଏ ବର୍ଷର ଖେଳ ସବୁଠାରୁ ବଡ଼ ଆୟୋଜନ ଥିଲା । ଏହି ପ୍ରତିଯୋଗିତାରେ ୩୬ଟି ଖେଳକୁ ସାମିଲ କରାଯାଇଥିଲା ଯେଉଁଥିରେ ୭ଟି ନୂତନ ଖେଳ ଏବଂ ୨ଟି ସ୍ୱଦେଶୀ ଖେଳ ଯୋଗାସନ ଏବଂ ମଲ୍ଲଖମ୍ବ ମଧ୍ୟ ସାମିଲ ହୋଇଥିଲା । ସ୍ୱର୍ଣ୍ଣପଦକ ପାଇବାରେ ଯେଉଁ ୩ଟି ଟିମ୍ ସବୁଠାରୁ ଆଗରେ ଥିଲେ – ସେମାନେ ହେଉଛନ୍ତି Servicesଟିମ୍, ମହାରାଷ୍ଟ୍ର ଏବଂ ହରିୟାଣା ଦଳ । ଏହି ଖେଳରେ ୬ଟି ଜାତୀୟ ରେକର୍ଡ଼ ଏବଂ ପାଖାପାଖି ୬୦ National Games Record ମଧ୍ୟ ସୃଷ୍ଟି ହେଲା । ପଦକ ଜିତିଥିବା ନୂତନ ରେକର୍ଡ ସୃଷ୍ଟି କରିଥିବା ଏବଂ ଏହି ଖେଳ ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଏହି ଖେଳାଳିମାନଙ୍କର ସୁନେଲି ଭବିଷ୍ୟତର କାମନା କରୁଛି ।
ବନ୍ଧୁଗଣ, ମୁଁ ସେମାନଙ୍କୁ ମଧ୍ୟ ହୃଦୟରୁ ପ୍ରଶଂସା କରିବାକୁ ଚାହେଁ, ଯେଉଁମାନେ ଗୁଜୁରାଟରେ ଆୟୋଜିତ ହୋଇଥିବା ଜାତୀୟ ଖେଳର ସଫଳ ଆୟୋଜନ ଦିଗରେ ଯୋଗଦାନ କରିଥିଲେ । ଆପଣମାନେ ଦେଖିଛନ୍ତି ଯେ’ ଗୁଜୁରାଟରେ ଜାତୀୟ ଖେଳ ନବରାତ୍ରି ସମୟରେ ହିଁ ହୋଇଥିଲା । ଏହି ଖେଳ ଆୟୋଜିତ ହେବା ପୂର୍ବରୁ ମୋ ମନରେ ପ୍ରଶ୍ନ ଉଠିଥିଲା ଯେ’ ଏ ସମୟରେ ତ ସମଗ୍ର ଗୁଜୁରାଟ ଉତ୍ସବରେ ଲାଗିରହିବ, ତେବେ ଏ ଖେଳର ଆନନ୍ଦ ସେମାନେ କିପରି ନେଇପାରିବେ? ଖେଳର ଏତେ ବଡ଼ ଆୟୋଜନ ଏବଂ ଅନ୍ୟପକ୍ଷରେ ନବରାତ୍ରିର ଗରବା ଆଦିର ସୁବ୍ୟବସ୍ଥା ଲୋକମାନେ କେମିତି କରିପାରିବେ! କିନ୍ତୁ ଗୁଜୁରାଟର ଲୋକମାନେ ଅତିଥିସତ୍କାର ଦ୍ୱାରା ସମସ୍ତଙ୍କୁ ଆନନ୍ଦିତ କରିଦେଇଥିଲେ । ଅହମ୍ମଦାବାଦରେ ଜାତୀୟ ଖେଳ ସମୟରେ ଯେଉଁଭଳି ଭାବରେ କଳା, ଖେଳ ଏବଂ ସଂସ୍କୃତିର ସଙ୍ଗମ ହେଲା, ତାହା ସମସ୍ତଙ୍କୁ ଆନନ୍ଦବିଭୋର କରିଦେଲାଭଳି ଥିଲା । ଖେଳାଳିମାନେ ମଧ୍ୟ ଦିନରେ ଖେଳ ଖେଳୁଥିବାବେଳେ ସନ୍ଧ୍ୟାରେ ଗରବା ଓ ଦାଣ୍ଡିଆର ରଙ୍ଗରେ ରଙ୍ଗୀନ ହୋଇଯାଉଥିଲେ । ସେମାନେ ଗୁଜୁରାଟୀ ଖାଦ୍ୟ ଏବଂ ନବରାତ୍ରିର ଅନେକ ଫଟୋ ସୋସିଆଲ ମିଡିଆରେ Share କରିଥିଲେ । ଏଗୁଡ଼ିକ ଆମମାନଙ୍କ ପାଇଁ ବହୁତ ଆନନ୍ଦଦାୟକ ଥିଲା । ମୋଟ ଉପରେ ଏହିଭଳି ଖେଳମାନଙ୍କ ଦ୍ୱାରା ଭାରତର ବିବିଧ ସଂସ୍କୃତି ବିଷୟରେ ଜାଣିବାକୁ ମିଳେ । ଏହା “ଏକ୍ ଭାରତ – ଶ୍ରେଷ୍ଠ ଭାରତ”ର ଭାବନାକୁ ସେତିକି ସବଳ କରେ ।
ମୋର ପ୍ରିୟ ଦେଶବାସୀଗଣ; ନଭେମ୍ବର ମାସ ୧୫ ତାରିଖରେ ଆମ ଦେଶ ଜନଜାତୀୟ ଗୌରବ ଦିବସ ପାଳନ କରିବ । ଆପଣମାନଙ୍କର ମନେଥିବ, ଗତବର୍ଷଠାରୁ ଆମର ଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଆଦିବାସୀ ସଂସ୍କୃତି ଏବଂ ଗୌରବକୁ ପାଳନ କରିବାର ଶୁଭାରମ୍ଭ କରିଛି । ଭଗବାନ ବିର୍ସା ମୁଣ୍ଡା ନିଜର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଇଂରେଜ ଶାସକଙ୍କ ବିରୁଦ୍ଧରେ ଲୋକମାନଙ୍କୁ ଏକଜୁଟ କରିଦେଇଥିଲେ । ସେ ଭାରତର ସ୍ୱାଧୀନତା ଏବଂ ଆଦିବାସୀ ସଂସ୍କୃତିର ରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ । ଏଭଳି ଅନେକ କିଛି ଅଛି ଯାହା ଆମେମାନେ ଧରତୀଆବା ଅର୍ଥାତ୍ ଧରିତ୍ରୀର ପିତାସମ ବିର୍ସାମୁଣ୍ଡାଙ୍କଠାରୁ ଶିଖିପାରିବା ।
ବନ୍ଧୁଗଣ, ଯେତେବେଳେ ଧରତୀ ଆବା ବିର୍ସାମୁଣ୍ଡାଙ୍କ କଥା ପଡ଼େ, ତାଙ୍କର ସ୍ୱଳ୍ପ ଜୀବନକାଳ ଉପରେ ନଜର ଦେଲେ ଆଜି ମଧ୍ୟ ଆମେ ତାଙ୍କଠାରୁ ଅନେକ କିଛି ଶିଖିପାରିବା । ଧରତୀ ଆବା ତ’ କହିଥିଲେ – ଏହି ଧରତୀ ଆମର ଏବଂ ଆମେ ଏହାର ରକ୍ଷକ । ତାଙ୍କର ଏହି ବାକ୍ୟରେ ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟ ଭାବନା ତଥା ପରିବେଶ ପ୍ରତି ଆମର କର୍ତ୍ତବ୍ୟର ଅନୁଭବ ହୁଏ । ସେ ସବୁବେଳେ ଏହି କଥା ଉପରେ ଜୋର୍ ଦେଉଥିଲେ ଯେ’ - ଆମେ ଆଦିବାସୀ ସଂସ୍କୃତିକୁ ଭୁଲିବା ନାହିଁ; ତା’ଠାରୁ ତିଳେମାତ୍ର ଦୂରକୁ ଯିବାନାହିଁ । ଆଜି ମଧ୍ୟ ଦେଶର ଆଦିବାସୀ ସମାଜଠାରୁ ଆମେ ପ୍ରକୃତି ଏବଂ ପରିବେଶ ସମ୍ପର୍କରେ ବହୁତ କିଛି ଶିଖିପାରିବା ।
ବନ୍ଧୁଗଣ, ଗତବର୍ଷ ଭଗବାନ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମୋତେ ରାଞ୍ଚିର ଭଗବାନ ବିର୍ସାମୁଣ୍ଡା Museum ଉଦ୍ଘାଟନ କରିବାର ସୌଭାଗ୍ୟ ମିଳିଥିଲା । ମୁଁ ଆମର ଯୁବବର୍ଗକୁ ଆହ୍ୱାନ କରିବି ଯେ’ ସେମାନଙ୍କୁ ଯେତେବେଳେ ବି ସମୟ ମିଳୁଛି, ସେମାନେ ଏହାକୁ ଦେଖିବାକୁ ଯାଆନ୍ତୁ । ମୁଁ ଆପଣମାନଙ୍କୁ ଏହା ବି କହିବାକୁ ଚାହେଁ ଯେ’ ନଭେମ୍ବର ଏକ ତାରିଖ ଅର୍ଥାତ୍ ପରଦିନ ମୁଁ ଗୁଜୁରାଟ ରାଜସ୍ତାନର ସୀମାବର୍ତ୍ତୀ ମାନଗଡ଼ରେ ରହିବି । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଆମର ସମୃଦ୍ଧ ଆଦିବାସୀ ସଂସ୍କୃତିରେ ମାନଗଡ଼ର ସ୍ଥାନ ଅତି ବିଶିଷ୍ଟ । ଏହି ସ୍ଥାନରେ ୧୯୧୩ ମସିହା ନଭେମ୍ବର ମାସରେ ଏକ ଭୟାନକ ନରସଂହାର ହୋଇଥିଲା ଯେଉଁଥିରେ ଇଂରେଜମାନେ ନିର୍ମମ ଭାବରେ ସ୍ଥାନୀୟ ଆଦିବାସୀମାନଙ୍କୁ ହତ୍ୟା କରିଥିଲେ । କୁହାଯାଏ ଯେ’ ଏହି ନରସଂହାରରେ ପ୍ରାୟ ୧ ହଜାର ଆଦିବାସୀ, ଜୀବନ ହରାଇଥିଲେ । ଏହି ଜନଜାତୀୟ ଆନ୍ଦୋଳନର ନେତୃତ୍ୱ ଗୋବିନ୍ଦ ଗୁରୁଜୀ କରିଥିଲେ, ଯାହାର ଜୀବନ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ । ଆଜି ମୁଁ ସେ ସମସ୍ତ ଆଦିବାସୀ ଶହୀଦ ଏବଂ ଗୋବିନ୍ଦ ଗୁରୁଜୀଙ୍କର ଅଦମ୍ୟ ସାହସ ଏବଂ ଶୌର୍ଯ୍ୟକୁ ପ୍ରଣାମ ଜଣାଉଛି। ଏହି ଅମୃତବେଳାରେ ଭଗବାନ ବିର୍ସାମୁଣ୍ଡା, ଗୋବିନ୍ଦ ଗୁରୁ ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆଦର୍ଶର ଅନୁପାଳନ ଯେତେ ନିଷ୍ଠାର ସହିତ କରିବା ଆମର ଦେଶ ସେତିକି ଶିଖରକୁ ଛୁଇଁଯିବ ।
ମୋର ପ୍ରିୟ ଦେଶବାସୀଗଣ । ଆସନ୍ତା ନଭେମ୍ବର ୮ ତାରିଖ ଗୁରୁପର୍ବ ହେବ । ଗୁରୁ ନାନକଙ୍କର ପ୍ରକାଶପର୍ବ ବା ଜୟନ୍ତୀ ଉତ୍ସବ ଆମମାନଙ୍କ ପାଇଁ ଯେତିକି ମହତ୍ୱପୂର୍ଣ୍ଣ ସେଥିରୁ ଆମକୁ ସେତିକି ଶିକ୍ଷା ମଧ୍ୟ ମିଳିଥାଏ । ଗୁରୁ ନାନକଦେବ ଜୀ ନିଜର ସାରାଜୀବନ ମାନବତାକୁ ଆଲୋକ ଦେବାରେ ବିତାଇଦେଲେ । ଗତ କିଛିବର୍ଷରେ ଆମ ଦେଶ ଗୁରୁମାନଙ୍କର ଜ୍ଞାନକୁ ଜନମାନସରେ ବିତରଣ କରିବା ପାଇଁ ଅନେକ ପ୍ରୟାସ କରିଛି । ଆମକୁ ଗୁରୁ ନାନକଦେବଙ୍କର ୫୫୦ତମ ପ୍ରକାଶପର୍ବ ଦେଶ ତଥା ବିଦେଶରେ ବ୍ୟାପକ ଭାବରେ ପାଳନ କରିବାର ସୌଭାଗ୍ୟ ମିଳିଥିଲା । ଦଶକ ଦଶକ ଧରି ଅପେକ୍ଷା କରିବା ପାଇଁ କର୍ତାରପୁର ସାହେବ କରିଡର୍ର ନିର୍ମାଣ ମଧ୍ୟ ସେତିକି ସୁଖଦ । ଏହି କିଛିଦିନ ପୂର୍ବେ ମୁଁ ହେମକୁଣ୍ଡ ସାହେବ ପାଇଁ ରୋପ ୱେ ଶିଳାନ୍ୟାସ କରିବାର ସୁଯୋଗ ପାଇଥିଲି । ଆମକୁ ଆମ ଗୁରୁମାନଙ୍କର ବିଚାରଧାରାରୁ ସଦାସର୍ବଦା ଶିଖିବାକୁ ହେବ । ସେମାନଙ୍କ ପ୍ରତି ସମର୍ପିତ ରହିବାକୁ ହେବ । ଏହିଦିନ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ମଧ୍ୟ ପାଳିତ ହେବ । ଏହିଦିନ ଆମେ ତୀର୍ଥସ୍ଥାନରେ, ନଦୀମାନଙ୍କରେ ସ୍ନାନ କରୁ – ସେବା ଓ ଦାନ ମଧ୍ୟ କରୁ । ମୁଁ ଆପଣମାନଙ୍କୁ ଏହି ପର୍ବର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆଗାମୀ ଦିନମାନଙ୍କରେ କେତେକ ରାଜ୍ୟ ନିଜ ନିଜର ରାଜ୍ୟଦିବସ ମଧ୍ୟ ପାଳନ କରିବେ । ଆନ୍ଧ୍ରପ୍ରଦେଶ ନିଜର ସ୍ଥାପନା ଦିବସ ପାଳନ କରିବ । କେରଳରେ ମଧ୍ୟ ପିରାବୀ ପାଳିତ ହେବ । କର୍ଣ୍ଣାଟକରେ ବି ରାଜ୍ୟୋତ୍ସବ ପାଳନ କରାଯିବ । ସେହିଭଳି ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ହରିୟାଣା ମଧ୍ୟ ନିଜ ନିଜର ରାଜ୍ୟଦିବସ ପାଳନ କରିବେ । ମୁଁ ଏ ସମସ୍ତ ରାଜ୍ୟର ଲୋକମାନଙ୍କୁ ଶୁଭକାମନା ଜଣାଉଛି । ଆମର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଜଣେ ଅନ୍ୟଠାରୁ ଶିଖିବାର, ପରସ୍ପର ସହଯୋଗ କରିବାର ଏବଂ ମିଳିମିଶି କାମ କରିବାର ପ୍ରବୃତି ଯେତିକି ମଜଭୁତ୍ ହେବ, ଦେଶ ସେତିକି ଆଗକୁ ଯିବ । ମୋର ବିଶ୍ୱାସ, ଆମେ ଏହି ଭାବନାକୁ ନେଇ ଆଗେଇ ଚାଲିବା । ଆପଣମାନେ ନିଜ ନିଜର ଧ୍ୟାନ ରଖନ୍ତୁ, ସୁସ୍ଥ ରୁହନ୍ତୁ । ‘ମନ୍ କି ବାତ୍’ରେ ଆଗାମୀ ସାକ୍ଷାତ ପର୍ଯ୍ୟନ୍ତ ମୋତେ ଆଜ୍ଞା ଦିଅନ୍ତୁ ।
ନମସ୍କାର, ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର !
ବିଗତ ଦିନରେ ଯେଉଁ କଥା ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଲା ଚିତା । ଚିତା ଉପରେ କଥା ହେବା ପାଇଁ ବହୁତ ଗୁଡ଼ିଏ ଆସିଛି । ଉତ୍ତରପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି ତେଲଙ୍ଗାନାର ଏନ୍.ରାମଚନ୍ଦ୍ରନ ରଘୁରାମ୍ ଜୀ, ଗୁଜରାଟର ରାଜନ୍ ଜୀ ହୋଇଥାଆନ୍ତୁ କିମ୍ବା ଦିଲ୍ଲୀର ସୁବ୍ରତ୍ ଜୀ । ଦେଶର କୋଣ ଅନୁକୋଣରୁ ଲୋକେ ଚିତା ଭାରତକୁ ଫେରିବା ନେଇ ଆନନ୍ଦ ପ୍ରକାଶ କରିଛନ୍ତି । ୧୩୦ କୋଟି ଭାରତବାସୀ ଆନନ୍ଦିତ, ଗର୍ବିତ । ଏହାହିଁ ହେଉଛି ଭାରତର ପ୍ରକୃତି ପ୍ରେମ । ଏ ବିଷୟରେ ଲୋକଙ୍କର ଗୋଟିଏ ହିଁ ପ୍ରଶ୍ନ, ମୋଦିଜୀ ଆମକୁ ଚିତା ଦେଖିବାର ସୁଯୋଗ କେବେ ମିଳିବ ?
ବନ୍ଧୁଗଣ, ଗୋଟିଏ ଟାସ୍କ ଫୋର୍ସ ଗଠିତ ହୋଇଛି । ଏହି ଟାସ୍କ ଫୋର୍ସ ଚିତାମାନଙ୍କ ଉପରେ ଦୃଷ୍ଟି ରଖିବ ଏବଂ ଏଠାକାର ପରିବେଶରେ ଏମାନେ କେତେ ମାତ୍ରାରେ ନିଜକୁ ଖାପ ଖୁଆଇ ପାରିଛନ୍ତି, ତାହା ତଦାରଖ କରିବ । ଏହାକୁ ଭିତ୍ତି କରି କିଛି ମାସ ପରେ କିଛି ନିଷ୍ପତି ଗ୍ରହଣ କରାଯିବ । ତା ପରେ ହିଁ ଆପଣ ଚିତାମାନଙ୍କୁ ଦେଖିପାରିବେ । କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ କିଛି କାମ ଦେଉଛି, ଏଥିପାଇଁ ମାଇ ଗଭ୍ ପ୍ଲାଟଫର୍ମରେ ଗୋଟିଏ ପ୍ରତିଯୋଗୀତାର ଆୟୋଜନ କରାଯିବ, ଯେଉଁଥିରେ କିଛି କଥା ଶେୟାର କରିବା ପାଇଁ ମୁଁ ଜନସାଧାରଣଙ୍କୁ ଅନୁରୋଧ କରୁଛି । ଚିତାମାନଙ୍କୁ ନେଇ ଆମେ ଯେଉଁ ଅଭିଯାନ ଚଳାଉଛୁଁ, ସେହି ଅଭିଯାନର ନାମ କଣ ହେବା ଉଚିତ ? ଏହି ଚିତାମାନଙ୍କର ପ୍ରତ୍ୟେକଙ୍କର ନାମକରଣ କରାଯିବା ଉଚିତ କି ? ଏମାନଙ୍କ ନାମ କଣ ରଖାଯାଇପାରେ ? ଅବଶ୍ୟ, ଏହି ନାଁ ଗୁଡ଼ିକ ପାରମ୍ପାରିକ ହେଲେ ବହୁତ ଭଲ ହୁଅନ୍ତା । କାରଣ, ଆମ ସମାଜ ଓ ସଂସ୍କୃତି, ପରମ୍ପରା ଓ ଐତିହ ସହ ଜଡ଼ିତ ବସ୍ତୁଗୁଡ଼ିକ ଆମକୁ ସହଜରେ ନିଜ ଆଡ଼କୁ ଆକର୍ଷିତ କରିଥାଏ । କେବଳ ସେତିକି ନୁହେଁ, ଆପଣମାନେ ଏ କଥା ମଧ୍ୟ ଜଣାନ୍ତୁ ଯେ, ମଣିଷ ପଶୁମାନଙ୍କ ସହ କିଭଳି ବ୍ୟବହାର କରିବା ଉଚିତ ? ଆମର ମୌଳିକ କର୍ତ୍ତବ୍ୟରେ ମଧ୍ୟ ପ୍ରାଣୀମାନଙ୍କ ପ୍ରତି ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରତିଯୋଗୀତାରେ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ । କିଏ ଜାଣେ, ପୁରସ୍କାର ରୂପେ ଚିତାଙ୍କୁ ଦେଖିବାର ପ୍ରଥମ ସୁଯୋଗ ଆପଣଙ୍କୁ ହିଁ ମିଳିଯାଇପାରେ!
ମୋର ପ୍ରିୟ ଦେଶବାସୀଗଣ, ଆଜି ସେପ୍ଟେମ୍ବର ୨୫ ତାରିଖ ଦିନ ଦେଶର ପ୍ରଖର ମାନବବାଦୀ ଚିନ୍ତନକାରୀ ଏବଂ ମହାନ ସୁପୁତ୍ର ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଜନ୍ମଦିନ ପାଳନ କରାଯାଇଥାଏ । ଯେ କୌଣସି ଦେଶର ଯୁବବର୍ଗ ନିଜର ପରିଚୟ ଓ ଅତୀତ ଉପରେ ଯେତେ ଗର୍ବ କରନ୍ତି, ସେମାନଙ୍କୁ ନିଜ ଚିନ୍ତାଧାରା ଓ ଦର୍ଶନ ସେତିକି ଆକର୍ଷିତ କରିଥାଏ । ଦୀନଦୟାଲଙ୍କ ଚିନ୍ତାଧାରାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ଏହା ଥିଲା ଯେ, ସେ ନିଜ ଜୀବନକାଳରେ ବିଶ୍ୱର ଅନେକ ବଡ଼ ବଡ଼ ଉତ୍ଥାନ ପତନ ଦେଖିଥିଲେ । ସେହି ଚିନ୍ତାଧାରାଗୁଡ଼ିକର ବିବାଦର ସାକ୍ଷୀ ହୋଇଥିଲେ । ସେଥିପାଇଁ ସେ ଏକାତ୍ମ ମାନବଦର୍ଶନ ଓ ଅନ୍ତ୍ୟୋଦୟର ଗୋଟିଏ ଚିନ୍ତାଧାରା ଦେଶ ସମ୍ମୁଖରେ ରଖିଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ଭାରତୀୟ ଥିଲା । ଦୀନଦୟାଲଙ୍କର ଏକାତ୍ମ ମାନବଦର୍ଶନ ଏଭଳି ଗୋଟିଏ ଚିନ୍ତାଧାରା, ଯାହା ଦ୍ୱନ୍ଦ୍ୱ ଓ ଦୂରାଗ୍ରହରୁ ମୁକ୍ତ କରିଥାଏ । ସେ ମଣିଷମାତ୍ରକୁ ସମାନ ବୋଲି ଗ୍ରହଣ କରୁଥିବା ଭାରତୀୟ ଦର୍ଶନକୁ ପୁଣିଥରେ ବିଶ୍ୱଦରବାରରେ ଉପସ୍ଥାପିତ କଲେ । ଆମ ଶାସ୍ତ୍ରରେ କୁହାଯାଇଛି - ଆତ୍ମବତ୍ ସର୍ବଭୂତେଷୁ, ଅର୍ଥାତ, ଆମେ ପ୍ରତ୍ୟେକ ଜୀବକୁ ସମାନ ମଣିବା ଉଚିତ, ତାହା ସହ ନିଜ ପରି ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ଆଧୁନିକ, ସାମାଜିକ ଓ ରାଜନୈତିକ ପରିପ୍ରେକ୍ଷୀରେ ମଧ୍ୟ ଭାରତୀୟ ଦର୍ଶନ କିଭଳି ବିଶ୍ୱର ମାର୍ଗଦର୍ଶନ କରିପାରେ, ଏହା ଦୀନଦୟାଲ ଆମକୁ ଶିଖାଇଛନ୍ତି । ଗୋଟିଏ ପଟେ, ସ୍ୱାଧୀନତା ପରେ ଦେଶରେ ଯେଉଁ ହୀନଭାବନା ଥିଲା ସେହିଠାରୁ ମୁକ୍ତ କରି ସେ ଆମର ବୌଦ୍ଧିକ ଚେତନାକୁ ଜାଗ୍ରତ କରିଥିଲେ । ସେ ମଧ୍ୟ କହୁଥିଲେ ଯେ, ଆମର ସ୍ୱାଧୀନତା ସେତେବେଳେ ସାର୍ଥକ ହୋଇପାରିବ, ଯେତେବେଳେ ଏହା ଆମ ସଂସ୍କୃତି ଓ ପରିଚୟକୁ ପରିପ୍ରକାଶ କରିବ । ଏହି ଚିନ୍ତାଧାରା ଆଧାରରେ ସେ ଦେଶର ବିକାଶର ଦୃଷ୍ଟିଭଙ୍ଗୀ ଗଢ଼ିଥିଲେ । ଦୀନଦୟାଲ ଉପାଧ୍ୟାୟ କହୁଥିଲେ ଯେ, ଅନ୍ତିମ ସ୍ତରରେ ଠିଆ ହୋଇଥିବା ବ୍ୟକ୍ତି ହିଁ ଦେଶର ବିକାଶର ମାପକାଠି । ସ୍ୱାଧୀନତାର ଅମୃତକାଳରେ ଆମେ ଦୀନଦୟାଲଙ୍କ ବିଷୟରେ ଯେତିକି ଜାଣିବା, ତାଙ୍କ ଚିନ୍ତାଧାରାରୁ ଯେତିକି ଶିଖିବା, ଦେଶକୁ ଆଗେଇ ନେବାକୁ ଆମକୁ ସେତିକି ପ୍ରେରଣା ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ଆଜିଠାରୁ ତିନି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୮ ତାରିଖ ଦିନ ଅମୃତ ମହୋତ୍ସବର ଗୋଟିଏ ବିଶେଷ ଦିନ ପଡ଼ୁଛି । ସେହି ଦିନ ଆମେ ଭାରତମାତାଙ୍କ ବୀର ସୁପୁତ୍ର ଭଗତ ସିଂହଙ୍କ ଜନ୍ମଦିନ ପାଳନ କରିବା । ଭଗତ ସିଂହଙ୍କ ଜନ୍ମଦିନର ଠିକ ପୂର୍ବରୁ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ରୂପେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ଏ କଥା ସ୍ଥିର କରାଯାଇଛି ଯେ, ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ଏବେ ଶହୀଦ ଭଗତ ସିଂହଙ୍କ ନାମାନୁସାରେ ହେବ । ଦୀର୍ଘ ଦିନ ଧରି ଏହା ପ୍ରତୀକ୍ଷିତ ଥିଲା । ମୁଁ ଚଣ୍ଡିଗଡ଼, ପଞ୍ଜାବ, ହରିଆନା ସମେତ ଦେଶର ସମସ୍ତ ଜନସାଧାରଣଙ୍କୁ ଏହି ନିଷ୍ପତି ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରି, ସେମାନଙ୍କ ଆଦର୍ଶକୁ ଅନୁସରଣ କରି ସେମାନଙ୍କ ସ୍ୱପ୍ନର ଭାରତ ଗଢ଼ିବା, ତାହାହିଁ ସେମାନଙ୍କ ପ୍ରତି ହେବ ଆମ ଶ୍ରଦ୍ଧାଞ୍ଜଳୀ । ଶହିଦମାନଙ୍କ ସ୍ମୃତିସ୍ଥଳ, ସେମାନଙ୍କ ନାମାନୁସାରେ ସ୍ଥାନ ଓ ସଂସ୍ଥାଗୁଡ଼ିକର ନାମ ଆମକୁ କର୍ତ୍ତବ୍ୟ ପାଇଁ ପ୍ରେରଣା ଯୋଗାଇଥାଏ । ମାତ୍ର କିଛି ଦିନ ତଳେ ଦେଶ, କର୍ତ୍ତବ୍ୟପଥ ଉପରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ମୁର୍ତ୍ତୀ ପ୍ରତିଷ୍ଠା ମାଧ୍ୟମରେ ଏଭଳି ଏକ ପ୍ରୟାସ କରିଛି । ଆଉ ଏବେ, ଶହିଦ୍ ଭଗତ ସିଂହଙ୍କ ନାମାନୁସାରେ ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ଏହି ଦିଗରେ ଆଉ ଏକ ପଦକ୍ଷେପ । ମୁଁ ଚାହେଁ ଅମୃତ ମହୋତ୍ସବରେ ଆମେ ଯେଉଁଭଳି ଭାବେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଜଡ଼ିତ ହୋଇ ବିଶେଷ ଅବସରକୁ ଯେମିତି ପାଳନ କରୁଛୁ, ଠିକ ସେହିଭଳି ସେପ୍ଟେମ୍ବର ୨୮ ତାରିଖ ଦିନ ମଧ୍ୟ ଦେଶର ଯୁବବର୍ଗ କିଛି ନୂତନ ପ୍ରଚେଷ୍ଟା ନିଶ୍ଚୟ କରନ୍ତୁ ।
ମୋ ପ୍ରିୟ ଦେଶବାସୀଗଣ, ଅବଶ୍ୟ ଆପଣ ସମସ୍ତଙ୍କ ପାଖରେ ସେପ୍ଟେମ୍ବର ୨୮ ତାରିଖକୁ ପାଳନ କରିବାର ଆଉ ଗୋଟିଏ ବାହାନା ରହିଛି । ଜାଣିଛନ୍ତି, ତାହା କ’ଣ ? ମୁଁ କେବଳ ଦୁଇ ପଦ କହିବି, କିନ୍ତୁ ମୁଁ ଜାଣିଛି ଯେ, ଆପଣମାନଙ୍କ ଉତ୍ସାହ ଆହୁରି ଚାରିଗୁଣ ବଢ଼ିଯିବ । ଏହି ଦୁଇଟି ଶବ୍ଦ ହେଲା ସର୍ଜିକାଲ୍ ଷ୍ଟ୍ରାଇକ୍ । କ’ଣ ? ବଢ଼ିଗଲା ନା ଉତ୍ସାହ ? ଆମ ଦେଶରେ ଚାଲିଥିବା ଅମୃତ ମହୋତ୍ସବ ଅଭିଯାନକୁ ଆମେ ସମ୍ପୂର୍ଣ୍ଣ ମନଧ୍ୟାନ ଦେଇ ପାଳନ କରିବା, ଆମ ଖୁସିକୁ ସମସ୍ତଙ୍କ ସହ ବାଣ୍ଟିବା ।
ମୋର ପ୍ରିୟ ଦେଶବାସୀଗଣ, କହନ୍ତି ଯେ, ଜୀବନର ସଂଘର୍ଷ ଦେଇ ଗତି କରିଥିବା ବ୍ୟକ୍ତି ଆଗରେ କୌଣସି ବାଧା ତିଷ୍ଠି ପାରେନି । ନିଜର ଦୈନନ୍ଦିନ ଜୀବନରେ ଆମେ ଏଭଳି କିଛି ବନ୍ଧୁମାନଙ୍କୁ ଦେଖିଥାଉ, ଯିଏ କିଛି ନା କିଛି ଶାରୀରିକ ଆହ୍ୱାନ ସହ ସଂଗ୍ରାମ କରୁଥାଆନ୍ତି । ଏଭଳି ଅନେକ ଲୋକ ମଧ୍ୟ ରହିଛନ୍ତି, ଯେଉଁମାନଙ୍କ ଶ୍ରବଣ ଶକ୍ତି ନାହିଁ କିମ୍ବା ନିଜ କଥାକୁ ସେମାନେ ଭାଷାରେ ପ୍ରକାଶ କରିପାରନ୍ତିନି । ଏଭଳି ବନ୍ଧୁମାନଙ୍କ ପାଇଁ ସବୁଠାରୁ ବଡ଼ ସମ୍ବଳ ହେଉଛି ସାଙ୍କେତିକ ଭାଷା । କିନ୍ତୁ ଭାରତରେ ଅନେକ ବର୍ଷ ଧରି ଏହି ଅସୁବିଧା ରହିଥିଲା ଯେ, ସାଙ୍କେତିକ ଭାଷା ପାଇଁ କୌଣସି ସ୍ପଷ୍ଟ ଭାବଭଙ୍ଗୀ ନିର୍ଦ୍ଧାରିତ ହୋଇ ନ ଥିଲା, ମାନକ (ଷ୍ଟାଣ୍ଡାର୍ଡ଼) ନ ଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ହିଁ ବର୍ଷ ୨୦୧୫ରେ ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଏହି ସଂସ୍ଥା ଏ ଯାବତ ଦଶ ହଜାର ଶବ୍ଦ ଏବଂ ଅଭିବ୍ୟକ୍ତିର ଅଭିଧାନ ପ୍ରସ୍ତୁତ କରିସାରିଥିବାରୁ ମୁଁ ଆନନ୍ଦିତ । ଦୁଇ ଦିନ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୨୩ ତାରିଖ ଦିନ ସାଙ୍କେତିକ ଭାଷା ଦିବସରେ ଅନେକ ବିଦ୍ୟାଳୟ ପାଠ୍ୟକ୍ରମକୁ ମଧ୍ୟ ସାଙ୍କେତିକ ଭାଷାରେ ଆରମ୍ଭ କରାଯାଇଛି । ସାଙ୍କେତିକ ଭାଷାର ସ୍ଥିରୀକୃତ ମାନକକୁ ବଜାୟ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଛି । ସାଙ୍କେତିକ ଭାଷାର ଯେଉଁ ଅଭିଧାନ ତିଆରି ହୋଇଛି, ତାହାର ଭିଡିଓ ପ୍ରସ୍ତୁତ କରି ମଧ୍ୟ ଏହାକୁ ପ୍ରଚାର କରାଯାଉଛି । ୟୁ-ଟ୍ୟୁବରେ ଅନେକ ବ୍ୟକ୍ତିବିଶେଷ ଓ ସଂସ୍ଥାମାନେ ଭାରତୀୟ ସାଙ୍କେତିକ ଭାଷାରେ ନିଜର ଚ୍ୟାନେଲ ଆରମ୍ଭ କରିଦେଇଛନ୍ତି । ଅର୍ଥାତ, ସାତ ଆଠ ବର୍ଷ ପୂର୍ବେ ସାଙ୍କେତିକ ଭାଷାକୁ ନେଇ ଦେଶରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା, ଏବେ ଏହାର ଲାଭ ମୋର ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ଭାଇ-ଭଉଣୀ ମାନଙ୍କୁ ମିଳିବାରେ ଲାଗିଛି । ହରିଆନାରେ ରହୁଥିବା ପୂଜା ତ ଭାରତୀୟ ସାଙ୍କେତିକ ଭାଷାକୁ ନେଇ ବିଶେଷ ଖୁସି । ଆଗରୁ ସେ ନିଜ ପୁଅ ସହ କଥାବାର୍ତ୍ତା କରିପାରୁ ନଥିଲେ । କିନ୍ତୁ, ୨୦୧୮ରେ ସାଙ୍କେତିକ ଭାଷାର ତାଲିମ ନେବା ପରେ ମା-ପୁଅ ଉଭୟଙ୍କ ଜୀବନ ସହଜ ହୋଇଯାଇଛି । ପୂଜାଙ୍କ ପୁଅ ମଧ୍ୟ ସାଙ୍କେତିକ ଭାଷା ଶିଖିଲେ ଏବଂ ନିଜ ବିଦ୍ୟାଳୟରେ ସେ ଷ୍ଟୋରୀ ଟେଲିଂରେ ପୁରସ୍କାର ହାସଲ କରି ମଧ୍ୟ ଦେଖାଇଦେଲେ । ସେହିଭଳି, ଟିଙ୍କାଜୀଙ୍କ ୬ ବର୍ଷର ଝିଅଟିଏ ଅଛି, ଯିଏ ଶୁଣିପାରୁ ନାହିଁ । ଟିଙ୍କାଜୀ ନିଜ ଝିଅକୁ ସାଙ୍କେତିକ ଭାଷାର କୋର୍ସ କରାଇଥିଲେ । କିନ୍ତୁ ତାଙ୍କୁ ନିଜକୁ ସାଙ୍କେତିକ ଭାଷା ଜଣା ନ ଥିଲା । ତେଣୁ ସେ ନିଜ ଝିଅ ସହ ଭାବ-ବିନିମୟ କରିପାରୁନଥିଲେ । ଏବେ ଟିଙ୍କାଜୀ ମଧ୍ୟ ସାଙ୍କେତିକ ଭାଷାର ତାଲିମ ଗ୍ରହଣ କରିଛନ୍ତି । ବର୍ତ୍ତମାନ ମା-ଝିଅ ପରସ୍ପର ମଧ୍ୟରେ ବହୁତ କଥା ହେଉଛନ୍ତି । ଏହି ପ୍ରଚେଷ୍ଟାର ଏକ ବଡ଼ ଲାଭ କେରଳର ମଞ୍ଜୁ ମଧ୍ୟ ପାଇଛନ୍ତି । ମଞ୍ଜୁ ଜନ୍ମରୁ ହିଁ ଶ୍ରବଣ ଶକ୍ତିହୀନ ଥିଲେ । କେବଳ ସେତିକି ନୁହେଁ, ତାଙ୍କ ପିତା-ମାତାଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ସ୍ଥିତି ଥିଲା । ଏଭଳି ପରିସ୍ଥିତିରେ ସାଙ୍କେତିକ ଭାଷା ହିଁ ସାରା ପରିବାର ପାଇଁ ଭାବ-ବିନିମୟର ମାଧ୍ୟମ ହୋଇପାରିଛି । ଏବେ ତ ମଞ୍ଜୁ ନିଜେ ସାଙ୍କେତିକ ଭାଷାର ଶିକ୍ଷକ ହେବା ପାଇଁ ନିଷ୍ପତି ଗ୍ରହଣ କରିସାରିଛନ୍ତି ।
ବନ୍ଧୁଗଣ, ମୁଁ ଏ ସମ୍ପର୍କରେ ‘ମନ୍ କୀ ବାତ୍’ରେ ଏଥିପାଇଁ ମଧ୍ୟ ଚର୍ଚା କରୁଛି, ଯେପରକି ଭାରତୀୟ ସାଙ୍କେତିକ ଭାଷାକୁ ନେଇ ସଚେତନତା ବଢ଼ୁ । ଏଥିରୁ ଆମେ ଆମର ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ଅଧିକରୁ ଅଧିକ ସାହାଯ୍ୟ କରିପାରିବା । ଭାଇ ଓ ଭଉଣୀମାନେ, କିଛିଦିନ ପୂର୍ବରୁ ମୋତେ ବ୍ରେଲରେ ଲେଖାହୋଇଥିବା ହେମକୋଷର ଏକ Copy ମଧ୍ୟ ମିଳିଛି । ହେମକୋଷ ଅସମିୟା ଭାଷାର ସବୁଠୁ ପୁରୁଣା ଶବ୍ଦକୋଷ ମଧ୍ୟରୁ ଅନ୍ୟତମ । ଏହା ଊନବିଂଶ ଶତାବ୍ଦୀରେ ପ୍ରସ୍ତୁତ କରାଯାଇଥିଲା । ଏହାର ସମ୍ପାଦନା କରିଥିଲେ ପ୍ରଖ୍ୟାତ ଭାଷାବିତ୍ ହେମଚନ୍ଦ୍ର ବରୁଆ । ହେମକୋଷର ବ୍ରେଲ୍ ସଂସ୍କରଣ ପ୍ରାୟ ୧୦ ହଜାର ପୃଷ୍ଠାର ଏବଂ ଏହା ୧୫ରୁ ଅଧିକ ଖଣ୍ଡରେ ପ୍ରକାଶିତ ହେବାକୁ ଯାଉଛି । ଏଥିରେ ୧ ଲକ୍ଷରୁ ମଧ୍ୟ ଅଧିକ ଶବ୍ଦର ଅନୁବାଦ କରାଯିବ । ମୁଁ ଏହି ସମ୍ବେଦନଶୀଳ ପ୍ରୟାସର ବହୁତ ପ୍ରଶଂସା କରୁଛି । ଏହିଭଳି ପ୍ରତ୍ୟେକ ପ୍ରୟାସ ଦିବ୍ୟାଙ୍ଗ ବନ୍ଧୁମାନଙ୍କର କୌଶଳ ଓ ସାମର୍ଥ୍ୟ ବଢ଼ାଇବାରେ ବହୁତ ସାହାଯ୍ୟ କରିଥାଏ । ଆଜି ଭାରତ ପାରାସ୍ପୋର୍ଟସରେ ମଧ୍ୟ ସଫଳତାର ବାନା ଉଡ଼ାଉଛି । ଆମେ ସମସ୍ତେ ଅନେକ ପ୍ରତିଯୋଗିତାରେ ଏହାର ସାକ୍ଷୀ ରହିଛୁ । ଆଜି ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଫିଟନେସ୍ ସଂସ୍କୃତିକୁ ତୃଣମୂଳ ସ୍ତରରେ ଆଗକୁ ନେବା କାମରେ ଲାଗିପଡ଼ିଛନ୍ତି । ଏହାଦ୍ୱାରା ଦିବ୍ୟାଙ୍ଗମାନଙ୍କ ଆତ୍ମବିଶ୍ୱାସକୁ ବହୁତ ଶକ୍ତି ମିଳିଥାଏ ।
ମୋର ପ୍ରିୟ ଦେଶବାସୀଗଣ, ମୁଁ କିଛିଦିନ ପୂର୍ବରୁ ସୁରତର ଜଣେ ଝିଅ ଅନ୍ୱୀକୁ ଭେଟିଲି । ଅନ୍ୱୀ ଓ ଅନ୍ୱୀର ଯୋଗ ଦ୍ୱାରା ମୋର ସାକ୍ଷାତ ଏତେ ସ୍ମରଣୀୟ ହୋଇଗଲା ଯେ ସେ ସମ୍ପର୍କରେ ମୁଁ ‘ମନ୍ କୀ ବାତ୍’ର ସମସ୍ତ ଶ୍ରୋତାଙ୍କୁ ନିଶ୍ଚିତ ଭାବେ କହିବାକୁ ଚାହୁଁଛି । ବନ୍ଧୁଗଣ, ଅନ୍ୱୀ ଜନ୍ମରୁ ଡାଉନ୍ ସିଣ୍ଡ୍ରୋମରେ ପୀଡ଼ିତ ଏବଂ ସେ ଶୈଶବରୁ ହିଁ ଗୁରୁତର ହୃଦରୋଗ ସହିତ ଲଢ଼ୁଛି । ସେ ଯେତେବେଳେ ମାତ୍ର ତିନି ମାସର ଥିଲା, ସେତେବେଳେ ତାର ଓପନ୍ ହାର୍ଟ ସର୍ଜରୀ କରିବାକୁ ପଡ଼ିଥିଲା । ଏସବୁ ସଙ୍କଟ ସତ୍ୱେ ନା ଅନ୍ୱୀ ନା ତା’ ମାତାପିତା କେବେ ହାର୍ ମାନିଛନ୍ତି । ଅନ୍ୱୀର ମାତାପିତା ଡାଉନ୍ ସିଣ୍ଡ୍ରୋମ୍ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଖୋଜିଲେ ଏବଂ ପୁଣି ସ୍ଥିର କଲେ ଯେ ଅନ୍ୱୀର ଅନ୍ୟ ଉପରେ ନିର୍ଭରଶୀଳତାକୁ କିପରି କମ୍ କରିବେ । ସେ ଅନ୍ୱୀକୁ ପାଣିଗ୍ଲାସ୍ କିପରି ଉଠାଯିବ, ଜୋତାର ଫିତା କିପରି ବନ୍ଧାଯିବ, କପଡ଼ାର ବୋତାମ କିପରି ଲଗାଯିବ, ଏପରି ଛୋଟ ଛୋଟ କଥା ଶିଖାଇବା ଆରମ୍ଭ କଲେ । କେଉଁ ଜିନିଷର ଜାଗା କେଉଁଠି, କେଉଁ ଅଭ୍ୟାସ ଭଲ, ଏ ସବୁକିଛି ବହୁତ ଧୈର୍ଯ୍ୟର ସହ ସେମାନେ ଅନ୍ୱୀକୁ ଶିଖାଇବା ପାଇଁ ଚେଷ୍ଟା କଲେ । ଝିଅ ଅନ୍ୱୀ ଯେଉଁପରି ଶିଖିବାର ଇଚ୍ଛାଶକ୍ତି ଦେଖାଇଲା, ନିଜର ପ୍ରତିଭା ଦେଖାଇଲା, ସେଥିରୁ ତା’ ମାତାପିତାଙ୍କୁ ମଧ୍ୟ ବହୁତ ଉତ୍ସାହ ମିଳିଲା । ସେମାନେ ଅନ୍ୱୀକୁ ଯୋଗ ଶିଖିବା ପାଇଁ ପ୍ରେରଣା ଦେଲେ । ସମସ୍ୟା ଏତେ ଗମ୍ଭୀର ଥିଲା ଯେ ଅନ୍ୱୀ ନିଜର ଦୁଇ ଗୋଡ଼ରେ ଠିଆ ହୋଇପାରୁନଥିଲା, ଏଭଳି ପରିସ୍ଥିତିରେ ତା’ ମାତା-ପିତା ଅନ୍ୱୀକୁ ଯୋଗ ଶିଖିବା ପାଇଁ ପ୍ରେରଣା ଦେଲେ । ପ୍ରଥମ ଥର ଯେତେବେଳେ ସେ ଯୋଗ ଶିଖାଉଥିବା ପ୍ରଶିକ୍ଷକଙ୍କ ପାଖକୁ ଗଲା ସେତେବେଳେ ସେ ମଧ୍ୟ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଗଲେ ଯେ ଏଇ ନିରୀହ ଝିଅଟି କ’ଣ ଯୋଗ କରିପାରିବ । କିନ୍ତୁ ପ୍ରଶିକ୍ଷକ ମଧ୍ୟ ବୋଧହୁଏ କଳ୍ପନା କରିପାରିନଥିଲେ ଯେ ଅନ୍ୱୀ କେଉଁ ମାଟିରେ ଗଢ଼ା । ସେ ନିଜ ମାଆ ସହ ଯୋଗ ଅଭ୍ୟାସ କରିବାକୁ ଲାଗିଲା ଏବଂ ଏବେ ତ ସେ ଯୋଗରେ ବିଶେଷଜ୍ଞ ପାଲଟିସାରିଛି । ଅନ୍ୱୀ ଆଜି ଦେଶସାରାର ପ୍ରତିଯୋଗିତାରେ ଭାଗ ନେଉଛି ଏବଂ ପଦକ ଜିତୁଛି । ଯୋଗ ଅନ୍ୱୀକୁ ନୂଆ ଜୀବନ ଦେଇଛି । ଅନ୍ୱୀ ଯୋଗକୁ ଆୟତ କରି ଜୀବନକୁ ନିୟନ୍ତ୍ରଣରେ ରଖିପାରିଛି । ଅନ୍ୱୀର ମାତାପିତା ମୋତେ କହିଛନ୍ତି ଯେ ଯୋଗ ଦ୍ୱାରା ଅନ୍ୱୀର ଜୀବନରେ ଅଦ୍ଭୁତ ପରିବର୍ତ୍ତନ ଦେଖିବାକୁ ମିଳିଛି, ଏବେ ତା’ର ଆତ୍ମବିଶ୍ୱାସ ଅଦ୍ଭୁତ ହୋଇଯାଇଛି । ଯୋଗ ଦ୍ୱାରା ଅନ୍ୱୀର ଶାରୀରିକ ସ୍ୱାସ୍ଥ୍ୟରେ ସୁଧାର ଆସିଛି ଏବଂ ଔଷଧର ଆବଶ୍ୟକତା ମଧ୍ୟ କମିକମି ଯାଉଛି । ମୁଁ ଚାହିଁବି ଯେ ଦେଶବିଦେଶରେ ଥିବା ‘ମନ୍ କୀ ବାତ୍’ର ଶ୍ରୋତା ଅନ୍ୱୀକୁ ଯୋଗ ଦ୍ୱାରା ହୋଇଥିବା ଲାଭର ବୈଜ୍ଞାନିକ ଅଧ୍ୟୟନ କରନ୍ତୁ । ମୋର ମନେହେଉଛି ଯେ ଅନ୍ୱୀ ଏକ ବଢ଼ିଆ କେସ୍ ଷ୍ଟଡି । ଯେଉଁମାନେ ଯୋଗର ସାମର୍ଥ୍ୟକୁ ପରୀକ୍ଷା ନିରୀକ୍ଷା କରିବାକୁ ଚାହାନ୍ତି ଏଭଳି ବୈଜ୍ଞାନିକ ଆଗକୁ ଆସି ଅନ୍ୱୀର ଏହି ସଫଳତା ଉପରେ ଅଧ୍ୟୟନ କରି ଯୋଗର ସାମର୍ଥ୍ୟକୁ ବିଶ୍ୱରେ ପରିଚିତ କରିବା ଆବଶ୍ୟକ । ଏପରି କୌଣସି ଗବେଷଣା ମଧ୍ୟ ସାରା ପୃଥିବୀରେ ଡାଉନ୍ ସିଣ୍ଡ୍ରୋମରେ ପୀଡ଼ିତ ପିଲାଙ୍କୁ ବହୁତ ସାହାଯ୍ୟ କରିପାରିବ । ପୃଥିବୀ ଏବେ ଏ କଥାକୁ ସ୍ୱୀକାର କରିସାରିଛି ଯେ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ବହୁତ ବେଶି ପ୍ରଭାବଶାଳୀ । ବିଶେଷତଃ ମଧୁମେହ ଓ ରକ୍ତଚାପ ସହ ଜଡ଼ିତ ସମସ୍ୟାରେ ଯୋଗରୁ ବହୁତ ସାହାଯ୍ୟ ମିଳିଥାଏ । ଯୋଗର ଏପରି ଶକ୍ତିକୁ ଦେଖି ୨୧ ଜୁନରେ ସଂଯୁକ୍ତ ରାଷ୍ଟ୍ର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବାକୁ ସ୍ଥିର କରିଛି । ଏବେ ୟୁନାଇଟେଡ଼ ନେସନ ବା ସଂଯୁକ୍ତ ରାଷ୍ଟ୍ର ଭାରତର ଆଉ ଏକ ପ୍ରୟାସକୁ ସ୍ୱୀକୃତି ଦେଇଛି, ତାକୁ ସମ୍ମାନିତ କରିଛି । ଏହି ପ୍ରୟାସ ହେଉଛି, ୨୦୧୭ ମସିହାରେ ଆରମ୍ଭ କରାଯାଇଥିବା “ଇଣ୍ଡିଆ ହାଇପର୍ଟେନସନ କଂଟ୍ରୋଲ୍ ଇନିସିଏଟିଭ୍” । ଏହା ଅଧୀନରେ ରକ୍ତଚାପର ସମସ୍ୟା ସହିତ ଯୁଝୁଥିବା ଲକ୍ଷଲକ୍ଷ ଲୋକଙ୍କର ଚିକିତ୍ସା ସରକାରୀ ସେବା କେନ୍ଦ୍ରରେ କରାଯାଉଛି । ଯେଉଁଭଳି ଏହି ପଦକ୍ଷେପ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକର ଧ୍ୟାନ ଆକର୍ଷଣ କରିଛି, ତାହା ଅଭୂତପୂର୍ବ । ଏହା ଆମ ସମସ୍ତଙ୍କ ପାଇଁ ଉତ୍ସାହ ବଢ଼ାଇବା କଥା ଯେ ଯେଉଁମାନଙ୍କର ଚିକିତ୍ସା ହୋଇଛି, ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହିଛି । ମୁଁ ଏହି ପଦକ୍ଷେପ ପାଇଁ କାମ କରୁଥିବା ସେହି ସମସ୍ତ ଲୋକଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ଯେଉଁମାନେ ନିଜର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଏହାକୁ ସଫଳ କରିଛନ୍ତି ।
ବନ୍ଧୁଗଣ, ମାନବ ଜୀବନର ବିକାଶ ଯାତ୍ରା ନିରନ୍ତର ଜଳ ସହିତ ଜଡ଼ିତ ହୋଇଛି- ତାହା ସମୁଦ୍ର ହେଉ, ନଦୀ ହେଉ ବା ପୋଖରୀ । ଭାରତର ମଧ୍ୟ ସୌଭାଗ୍ୟ ଯେ ପ୍ରାୟ ସାଢ଼େ ସାତ ହଜାର କିଲୋମିଟର (୭୫୦୦ କିଲୋମିଟର)ରୁ ଅଧିକ ଲମ୍ବା ସମୁଦ୍ରତଟ ଯୋଗୁଁ ଆମର ସମୁଦ୍ର ସହିତ ସମ୍ପର୍କ ଅତୁଟ ରହିଛି । ଏହି ତଟୀୟ ସୀମା ଅନେକ ରାଜ୍ୟ ଓ ଦ୍ୱୀପ ଦେଇ ଯାଇଛି । ଭାରତର ଭିନ୍ନଭିନ୍ନ ସମ୍ପ୍ରଦାୟ ଓ ବିବିଧତା ଭରା ସଂସ୍କୃତିର ବିକାଶ ଏଠାରେ ଦେଖିବାକୁ ମିଳେ । କେବଳ ସେତିକି ନୁହେଁ, ଏହି ତଟୀୟ ଅଂଚଳର ଖାଦ୍ୟପେୟ ଲୋକଙ୍କୁ ଖୁବ୍ ଆକର୍ଷିତ କରିଥାଏ । କିନ୍ତୁ ଏହି ମଜାଦାର୍ କଥା ସହିତ ଗୋଟିଏ ଦୁଃଖଦ କଥା ରହିଛି । ଆମର ଏହି ତଟୀୟ ଅଂଚଳ, ପରିବେଶ ସହିତ ଜଡ଼ିତ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି । ଜଳବାୟୁ ପରିବର୍ତ୍ତନ ସାମୁଦ୍ରିକ ଇକୋସିଷ୍ଟମ୍ ପାଇଁ ବଡ଼ ବିପଦ ପାଲଟିଛି ତ ଅନ୍ୟପଟେ ଆମର ସମୁଦ୍ରକୂଳରେ ବ୍ୟାପକଭାବେ ପଡ଼ିରହିଥିବା ଅଳିଆ ଆବର୍ଜନା ଚିନ୍ତାଜନକ । ଆମର ଏହା ଦାୟିତ୍ୱ ଯେ ଆମ ଏହି ଆହ୍ୱାନଗୁଡ଼ିକ ପାଇଁ ଗମ୍ଭୀର ଓ ନିରନ୍ତର ପ୍ରୟାସ କରିବା । ଏଠାରେ ମୁଁ ଦେଶର ତଟୀୟ ଅଂଚଳଗୁଡ଼ିକରେ କୋଷ୍ଟାଲ୍ କ୍ଲିନିଂର ଏକ ପ୍ରୟାସ ‘ସ୍ୱଚ୍ଛ ସାଗର-ସୁରକ୍ଷିତ ସାଗର’ ଏ ସମ୍ପର୍କରେ କହିବାକୁ ଚାହେଁ । ୫ ଜୁଲାଇରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଗତ ୧୭ ସେପ୍ଟେମ୍ବରରେ ବିଶ୍ୱକର୍ମା ଜୟନ୍ତୀ ଦିନ ସମାପ୍ତ ହେଲା । ଏହି ଦିନ କୋଷ୍ଟାଲ୍ କ୍ଲିନ୍-ଅପ୍ ଡେ’ ମଧ୍ୟ ଥିଲା । ସ୍ୱାଧୀନତାର ଅମୃତ ମହୋତ୍ସବରେ ଆରମ୍ଭ ହୋଇ ଏହି ଅଭିଯାନ ୭୫ ଦିନ ପର୍ଯ୍ୟନ୍ତ ଚାଲିଲା । ଏଥିରେ ଜନଭାଗିଦାରିତା, ଦେଖିବା ଭଳି ଥିଲା । ଏହି ପ୍ରୟାସ ସମୟରେ ସମଗ୍ର ଅଢ଼େଇ ମାସ ପର୍ଯ୍ୟନ୍ତ ସଫେଇର ଅନେକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା । ଗୋଆରେ ଏକ ଲମ୍ବା ମାନବ ଶୃଙ୍ଖଳ କରାଯାଇଥିଲା । କାକିନାଡ଼ାରେ ଗଣପତି ବିସର୍ଜନ ସମୟରେ ଲୋକଙ୍କୁ ପ୍ଲାଷ୍ଟିକ୍ ଦ୍ୱାରା ହେଉଥିବା କ୍ଷତି ସମ୍ପର୍କରେ କୁହାଯାଇଥିଲା । ଏନ୍ଏସ୍ଏସର ପ୍ରାୟ ୫୦୦୦ ଯୁବବନ୍ଧୁ ୩୦ ଟନରୁ ଅଧିକ ପ୍ଲାଷ୍ଟିକ୍ ଗୋଟାଇଥିଲେ । ଓଡ଼ିଶାରେ ତିନିଦିନ ମଧ୍ୟରେ ୨୦ ହଜାରରୁ ଅଧିକ ସ୍କୁଲ୍ ଛାତ୍ରଛାତ୍ରୀ ପ୍ରତିଜ୍ଞା କରିଥିଲେ ଯେ ସେମାନେ ନିଜ ସହ ପରିବାର ଓ ଆଖପାଖର ଲୋକଙ୍କୁ ମଧ୍ୟ ‘ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର’ ପାଇଁ ପ୍ରେରିତ କରିବେ । ମୁଁ ସେହି ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, ଯେଉଁମାନେ ଏହି ଅଭିଯାନରେ ଭାଗ ନେଲେ ।
ନିର୍ବାଚିତ ଅଧିକାରୀ, ବିଶେଷକରି ସହରର ମେୟର୍ ଓ ଗାଁର ସରପଂଚଙ୍କ ସହିତ ଯେତେବେଳେ ମୁଁ କଥାବାର୍ତ୍ତା ହୁଏ ତ ମୁଁ ନିଶ୍ଚିତଭାବେ କହିଥାଏ ଯେ ସ୍ୱଚ୍ଛତା ଭଳି ପ୍ରୟାସଗୁଡ଼ିକରେ ସ୍ଥାନୀୟ ଗୋଷ୍ଠୀ ଓ ସ୍ଥାନୀୟ ସଂଗଠନଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତୁ, ଅଭିନବ କୌଶଳ ଆପଣାନ୍ତୁ ।
ବେଙ୍ଗାଲୁରୁରେ ଏକ ଦଳ ଅଛି- ୟୁଥ୍ ଫର୍ ପରିବର୍ତ୍ତନ । ଗତ ଆଠ ବର୍ଷ ଧରି ଏଇ ଦଳ ସ୍ୱଚ୍ଛତା ଓ ଅନ୍ୟାନ୍ୟ ଗୋଷ୍ଠୀଗତ ଗତିବିଧିକୁ ନେଇ କାମ କରିଆସୁଛି । ସେମାନଙ୍କ ଆଦର୍ଶବାଣୀ ପୂରା ସ୍ପଷ୍ଟ- ‘ଷ୍ଟପ୍ କମ୍ପ୍ଲେନିଂ, ଷ୍ଟାର୍ଟ ଏକ୍ଟିଂ’ । ଏହି ଦଳ ଏ ପର୍ଯ୍ୟନ୍ତ ସାରା ସହରର ୩୭୦ରୁ ଅଧିକ ସ୍ଥାନର ସୌନ୍ଦର୍ଯ୍ୟକରଣ କରିଛି । ପ୍ରତ୍ୟେକ ସ୍ଥାନରେ ୟୁଥ୍ ଫର୍ ପରିବର୍ତ୍ତନ ଅଭିଯାନ ଶହେରୁ ଦେଢ଼ଶହ ନାଗରିକଙ୍କୁ ଯୋଡ଼ିଛି । ପ୍ରତ୍ୟେକ ରବିବାର ଏହି କାର୍ଯ୍ୟକ୍ରମ ସକାଳେ ଆରମ୍ଭ ହୁଏ ଏବଂ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲେ । ଏହି କାର୍ଯ୍ୟରେ ଅଳିଆ ତ ହଟାଯାଏ, କାନ୍ଥଗୁଡ଼ିକରେ ପେଟିଂ ଓ ଆର୍ଟିଷ୍ଟିକ୍ ସ୍କେଚ୍ ଆଙ୍କିବାର କାମ ମଧ୍ୟ ହୁଏ । କେତେକ ସ୍ଥାନରେ ତ ଆପଣ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ସ୍କେଚ୍ ଓ ତାଙ୍କର ପ୍ରେରଣାଦାୟକ ଉକ୍ତିମାନ ଦେଖିପାରିବେ । ବେଙ୍ଗାଲୁରୁର ୟୁଥ୍ ଫର୍ ପରିବର୍ତ୍ତନର ପ୍ରୟାସ ପରେ, ମୁଁ ଆପଣଙ୍କୁ ମେରଠର ‘କବାଡ ସେ ଜୁଗାଡ଼’ ଅଭିଯାନ ସମ୍ପର୍କରେ ମଧ୍ୟ କହିବାକୁ ଚାହୁଁଛି ।
ଏହି ଅଭିଯାନ ପରିବେଶ ସୁରକ୍ଷା ସଙ୍ଗେ ସଙ୍ଗେ ସହରର ସୌନ୍ଦର୍ଯୀକରଣ ସହ ମଧ୍ୟ ସଂଯୁକ୍ତ । ଏହି ଅଭିଯାନର ଗୋଟିଏ ବିଶେଷ କଥା ହେଲା, ଏଥିରେ ଲୁହାର ସ୍କ୍ରାପ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପୁରୁଣା ଟାୟାର ଏବଂ ଡ୍ରମ ଭଳି ବେକାର ହୋଇ ପଡ଼ିଥିବା ଜିନିଷଗୁଡ଼ିକୁ ବ୍ୟବହାର କରାଯାଏ । କମ୍ ଖର୍ଚ୍ଚରେ ସାର୍ବଜନିକ ସ୍ଥାନମାନଙ୍କର ସୌନ୍ଦର୍ଯୀକରଣ କିପରି ହୁଏ, ଏହା ତା’ର ଏକ ଉଦାହରଣ । ଏହି ଅଭିଯାନରେ ଯୋଗଦେଇଥିବା ସମସ୍ତ ଲୋକଙ୍କୁ ମୁଁ ଅନ୍ତରରୁ ପ୍ରଶଂସା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ସମୟରେ ଦେଶର ଚାରିଆଡ଼େ ଉତ୍ସବର ବାତାବରଣ । କାଲି ନବରାତ୍ରିର ପ୍ରଥମ ଦିନ । ଏହି ଦିନରେ ଆମେମାନେ ଦେବୀଙ୍କର ପ୍ରଥମ ସ୍ୱରୂପ ମା’ ଶୈଳପୁତ୍ରୀଙ୍କର ଉପାସନା କରିବା । ଏହି ଦିନଠାରୁ ନଅଦିନର ନିୟମ, ସଂଯମ ଓ ଉପବାସ, ପୁଣି ବିଜୟାଦଶମୀ ପର୍ବ ମଧ୍ୟ ପାଳିତ ହେବ । ଅର୍ଥାତ୍ ଏକ ପ୍ରକାର ଦେଖିବାକୁ ଗଲେ ଆମ ପର୍ବପର୍ବାଣୀଗୁଡ଼ିକ ସହିତ ଆସ୍ଥା ଏବଂ ଆଧ୍ୟାତ୍ମିକତା ସହ କେତେ ସୁନ୍ଦର ସନ୍ଦେଶ ଲୁଚିରହିଛି । ଅନୁଶାସନ ଓ ସଂଯମରୁ ସିଦ୍ଧି ମିଳେ, ତା’ପରେ ବିଜୟର ପର୍ବ, ଏହାହିଁ ତ ଜୀବନରେ କୌଣସି ଲକ୍ଷ୍ୟପ୍ରାପ୍ତି ହେବାର ମାର୍ଗ ଅଟେ । ଦଶହରା ପରେ ପରେ ଧନ୍ତେରସ୍ ଏବଂ ଦୀପାବଳୀର ପର୍ବ ଆସିବ ।
ସାଥୀଗଣ, ବିଗତ ବର୍ଷଗୁଡ଼ିକରେ ଆମର ପର୍ବଗୁଡ଼ିକ ସାଥିରେ ଦେଶର ଏକ ନୂଆ ସଂକଳ୍ପ ଯୋଡ଼ି ହୋଇଯାଇଛି । ଆପଣମାନେ ଜାଣନ୍ତି ଯେ ଏହି ସଂକଳ୍ପଟି ହେଉଛି ‘Vocal for Local’ । ଏବେ ଆମେ ଉତ୍ସବଗୁଡ଼ିକର ଆନନ୍ଦରେ ଆମ ଅଂଚଳର କାରିଗର, ଶିଳ୍ପୀ ଏବଂ ବ୍ୟବସାୟୀମାନଙ୍କୁ ମଧ୍ୟ ସହଭାଗୀ କରୁଛେ । ଆସନ୍ତା ୨ ଅକ୍ଟୋବର ଗାନ୍ଧୀଜୟନ୍ତୀ ଅବସରରେ ଆମେ ଏହି ଅଭିଯାନକୁ ଆହୁରି ଆଗେଇ ନେବାକୁ ସଂକଳ୍ପ କରିବା । ଖଦି, ହ୍ୟାଣ୍ଡଲୁମ୍, Handicraft ଏ ସମସ୍ତ ଉତ୍ପାଦ ସହିତ ସ୍ଥାନୀୟ ଜିନିଷଗୁଡ଼ିକୁ ନିଶ୍ଚୟ କିଣନ୍ତୁ । ଏହି ଉତ୍ସବର ବାସ୍ତବ ଆନନ୍ଦ ସେତେବେଳେ ମିଳିବ ଯେତେବେଳେ ପ୍ରତ୍ୟେକ ଲୋକ ଏଥିରେ ଭାଗୀଦାର ହୋଇପାରିବେ । ସେଥିପାଇଁ ସ୍ଥାନୀୟ ଉତ୍ପାଦଗୁଡ଼ିକରେ କାମ କରୁଥିବା ଲୋକମାନଙ୍କୁ ଆମେ ସମର୍ଥନ କରିବା ଉଚିତ । ଗୋଟିଏ ଭଲ ଉପାୟ ହେଲା, ଆମେ ଯାହା ଉପହାର ଦେବା ସେଥିରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ସ୍ଥାନ ଦେବା ।
ବର୍ତ୍ତମାନ ଏ ଅଭିଯାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ - ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ଆମେ ଆତ୍ମନିର୍ଭର ଭାରତର ଲକ୍ଷ୍ୟନେଇ ମଧ୍ୟ ଆଗେଇ ଚାଲିଛୁ ଯାହା ବାସ୍ତବରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ । ଏଥିପାଇଁ ଆପଣମାନଙ୍କୁ ନିବେଦନ କରୁଛି କି ଏଥର ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟ ଜିନିଷଗୁଡ଼ିକୁ କିଣିବାରେ ସବୁ ରେକର୍ଡ ଭାଙ୍ଗିଦିଅନ୍ତୁ । ମୁଁ ଦେଖିଛି ଯେ ଉତ୍ସବଗୁଡ଼ିକ ସମୟରେ ପ୍ୟାକିଂ ଏବଂ ପ୍ୟାକେଜିଂ ପାଇଁ ପଲିଥିନ୍ ବ୍ୟାଗଗୁଡ଼ିକର ବହୁଳ ବ୍ୟବହାର ହୋଇଥାଏ । ସ୍ୱଚ୍ଛତାର ଉତ୍ସବରେ ପଲିଥିନ୍ ଭଳି ହାନିକାରକ ଆବର୍ଜନା ଆମ ଉତ୍ସବ ଭାବନାର ବିରୁଦ୍ଧାଚରଣ କରେ । ତେଣୁ ଆମେମାନେ ସ୍ଥାନୀୟ ଅଂଚଳରେ ତିଆରି ହେଉଥିବା Non Plastic ବ୍ୟାଗଗୁଡ଼ିକ ବ୍ୟବହାର କରିବା ଉଚିତ । ଆମ ଅଂଚଳରେ ଝୋଟରୁ, ସୂତାରୁ, କଦଳୀଗଛରୁ ଏମିତି ଅନେକ ପାରମ୍ପରିକ ବ୍ୟାଗଗୁଡ଼ିକର ପ୍ରଚଳନ ବଢ଼ିବାରେ ଲାଗିଲାଣି । ଆମେମାନେ ପର୍ବପର୍ବାଣୀ ସମୟରେ ଏଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସଙ୍ଗେ ସଙ୍ଗେ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ହେଉଛି ଆମର ଦାୟିତ୍ୱ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଶାସ୍ତ୍ରରେ କୁହାଯାଇଛି ଯେ - ‘ପର୍ ହିତ ସରିସ ଧର୍ମ ନେହିଁ ଭାଇ’ ଅର୍ଥାତ ଅନ୍ୟମାନଙ୍କର କଲ୍ୟାଣ କରିବା, ଅନ୍ୟମାନଙ୍କର ସେବା ବା ଉପକାର ଭଳି କୌଣସି ଧର୍ମ ନାହିଁ । ବିଗତ ଦିନମାନଙ୍କରେ ସମାଜ ସେବାର ଏହି ଧାରଣାର ଗୋଟିଏ ଭିନ୍ନ ଉଦାହରଣ ଦେଖିବାକୁ ମିଳିଲା । ଆପଣ ମଧ୍ୟ ଦେଖିଥିବେ ଯେ ଲୋକମାନେ ଆଗେଇଆସି କୌଣସି ଟିବି ରୋଗୀକୁ ପୋଷ୍ୟ କରିନେଉଛନ୍ତି ତଥା ତା’ର ପୁଷ୍ଟିକର ଖାଦ୍ୟ ପାଇଁ ସମସ୍ତ ଦାୟିତ୍ୱ ନେଉଛନ୍ତି । ବାସ୍ତବରେ ଏହା ‘ଟିବି ମୁକ୍ତ ଭାରତ’ ଅଭିଯାନର ଏକ ଅଙ୍ଗ ଯାହାର ଆଧାର ହେଉଛି ଜନଭାଗିଦାରୀ ତଥା କର୍ତ୍ତବ୍ୟ ଭାବନା । ସଠିକ୍ ପୋଷଣ ଏବଂ ଠିକ୍ ସମୟରେ ଔଷଧ ବ୍ୟବହାର ଦ୍ୱାରା ଟିବି ରୋଗର ଚିକିତ୍ସା ସମ୍ଭବ । ମୋର ବିଶ୍ୱାସ ଯେ ଜନଭାଗିଦାରୀର ଏହି ଶକ୍ତି ଦ୍ୱାରା ଭାରତ ୨୦୨୫ ମସିହା ସୁଦ୍ଧା ଟିବିମୁକ୍ତ ହୋଇପାରିବ ।
ସାଥୀଗଣ, କେନ୍ଦ୍ରଶାସିତ ଅଂଚଳ ଦାଦ୍ରା-ନଗରହାବେଲି ଏବଂ ଡାମନ୍ ଡିଉରୁ ମଧ୍ୟ ଏକ ଏହିଭଳି ଉଦାହରଣ ମିଳିଛି ଯାହା ମନକୁ ଛୁଇଁଯାଉଛି । ଏଠାକାର ଆଦିବାସୀ ଅଂଚଳରେ ରହୁଥିବା ଜିନୁ ରାଓତିଆ ଲେଖିଛନ୍ତି ଯେ ସେଠାରେ ଚାଲିଥିବା ଦତକ ଗ୍ରାମ କାର୍ଯ୍ୟକ୍ରମରେ ମେଡ଼ିକାଲ କଲେଜର ଛାତ୍ରମାନେ ୫୦ଟି ଗ୍ରାମକୁ ପୋଷ୍ୟଗ୍ରାମ ଭାବରେ ଗ୍ରହଣ କରିଛନ୍ତି । ଏହି ଗ୍ରାମଗୁଡ଼ିକ ମଧ୍ୟରେ ଜିନୁଜୀଙ୍କର ଗ୍ରାମ ମଧ୍ୟ ସାମିଲ ହୋଇଛି । ମେଡ଼ିକାଲ କଲେଜର ଏହି ଛାତ୍ରମାନେ ଗ୍ରାମର ଲୋକମାନଙ୍କୁ ରୋଗଠାରୁ ଦୂରେଇ ରହିବାକୁ ସଚେତନ କରୁଛନ୍ତି, ରୋଗ ହେଲେ ସହାୟତା କରୁଛନ୍ତି ତଥା ସରକାରୀ ଯୋଜନାଗୁଡ଼ିକ ବିଷୟରେ ସୂଚନା ମଧ୍ୟ ଦେଉଛନ୍ତି । ପରୋପକାରର ଏହି ଭାବନା ଗ୍ରାମବାସୀମାନଙ୍କ ମଧ୍ୟରେ ନୂତନ ଖୁସିର ସଂଚାର କରିଛି । ମୁଁ ଏଥିପାଇଁ ମେଡ଼ିକାଲ କଲେଜର ସବୁ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଉଛି ।
ସାଥୀଗଣ, ‘ମନ୍ କି ବାତ୍’ରେ ନୂଆ ନୂଆ ବିଷୟଗୁଡ଼ିକରେ ଚର୍ଚ୍ଚା ହୋଇଆସୁଛି । କେବେ କେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କିଛି କିଛି ପୁରୁଣା ବିଷୟର ଗଭୀରତମ ପ୍ରଦେଶକୁ ଯିବାର ସୁଯୋଗ ବି ମିଳୁଛି । ଗତମାସର ‘ମନ୍ କି ବାତ୍’ରେ ମୁଁ ମୋଟା ଶସ୍ୟ ଏବଂ ବର୍ଷ ୨୦୨୩କୁ ‘International Millet Year’ ଭାବରେ ପାଳନ କରିବା ସମ୍ବନ୍ଧରେ ଆଲୋଚନା କରିଥିଲି । ଏ ବିଷୟକୁ ନେଇ ଲୋକମାନଙ୍କ ମନରେ ବହୁତ ଉତ୍ସୁକତା ରହିଛି । ମୋତେ ଏମିତି ବହୁତ ଚିଠି ମିଳିଛି ଯେଉଁଥିରେ ଲୋକମାନେ କେମିତି Milletକୁ ନିଜ ଦୈନନ୍ଦିନ ଭୋଜନ ଭାବେ ଗ୍ରହଣ କରୁଛନ୍ତି – ସେ ବିଷୟରେ ଲେଖିଛନ୍ତି । କେତେକ ଲୋକ Milletରୁ ତିଆରି ହେଉଥିବା ପାରମ୍ପରିକ ବ୍ୟଞ୍ଜନଗୁଡ଼ିକ ବିଷୟରେ ମଧ୍ୟ ଲେଖିଛନ୍ତି । ଏ ହେଉଛି ଏକ ବଡ଼ ପରିବର୍ତ୍ତନର ସଂକେତ । ଲୋକମାନଙ୍କର ଏହି ଉତ୍ସାହକୁ ଦେଖି ମୁଁ ଭାବୁଛି ଯେ ଆମେ ସବୁ ମିଳିମିଶି ଗୋଟିଏ e-book ତିଆରି କରିବା ଉଚିତ ଯେଉଁଥିରେ ଲୋକମାନେ Milletରୁ ତିଆରି ହେଉଥିବା ବ୍ୟଞ୍ଜନ ତଥା ନିଜର ଅନୁଭୂତି ଜଣାଇପାରିବେ । ଏହାଦ୍ୱାରା ‘International Millet Year’ ଆରମ୍ଭ ହେବା ପୂର୍ବରୁ ଆମ ପାଖରେ Millet ବିଷୟରେ ଏକ Public Encyclopaedia ମଧ୍ୟ ସୃଷ୍ଟି ହୋଇପାରିବ । ତା’ପରେ ଆମେ ଏହାକୁ My Gov Portalରେ ପ୍ରକାଶିତ କରିପାରିବା ।
ବନ୍ଧୁଗଣ, ‘ମନ୍ କି ବାତ୍’ରେ ଏଥର ଏତିକି । କିନ୍ତୁ ଯାଉଯାଉ ମୁଁ ଆପଣମାନଙ୍କୁ ଜାତୀୟ ଖେଳ ବିଷୟରେ ମଧ୍ୟ କିଛି କହିବାକୁ ଚାହେଁ । ସେପ୍ଟେମ୍ବର ୨୯ ତାରିଖରୁ ଗୁଜରାଟରେ ଜାତୀୟ ଖେଳ ଆୟୋଜିତ ହେଉଛି । ଏହା ଏକ ବିଶେଷ ଅବସର ଅଟେ । କାରଣ କେତେବର୍ଷ ପରେ ଜାତୀୟ ଖେଳର ଆୟୋଜନ ହେଉଛି । କୋଭିଡ ମହାମାରୀ ଯୋଗୁଁ ଗତବର୍ଷମାନଙ୍କରେ ଜାତୀୟ ଖେଳକୁ ବାତିଲ୍ କରିବାକୁ ପଡ଼ିଥିଲା । ଏହି ଖେଳରେ ଭାଗ ନେବାକୁ ଯାଉଥିବା ପ୍ରତ୍ୟେକ ଖେଳାଳିକୁ ବହୁତ ବହୁତ ଶୁଭକାମନା ଜଣାଉଛି । ଏହି ଦିନ ଖେଳାଳିମାନଙ୍କର ଉତ୍ସାହବର୍ଦ୍ଧନ ପାଇଁ ମୁଁ ସେମାନଙ୍କ ସାଥିରେ ରହିବି । ଆପଣମାନେ ମଧ୍ୟ ଜାତୀୟ ଖେଳକୁ ଦେଖନ୍ତୁ ଏବଂ ନିଜ ଖେଳାଳିମାନଙ୍କର ଉତ୍ସାହ ବଢ଼ାନ୍ତୁ । ଏବେ ମୁଁ ଆଜି ପାଇଁ ବିଦାୟ ନେଉଛି । ଆଗାମୀ ମାସରେ ‘ମନ୍ କି ବାତ୍’ରେ ନୂଆ ବିଷୟକୁ ନେଇ ପୁଣି ସାକ୍ଷାତ ହେବ । ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହି ଅଗଷ୍ଟ ମାସରେ ଆପଣମାନଙ୍କ ଚିଠି, ବାର୍ତ୍ତା ଓ କାର୍ଡ଼ଗୁଡ଼ିକ ମୋ କାର୍ଯ୍ୟାଳୟକୁ ତ୍ରିରଙ୍ଗାମୟ କରିଦେଇଛି । ମୋତେ ହୁଏତ ଏମିତି କୌଣସି ଚିଠି ମିଳିନି, ଯାହା ଉପରେ ତ୍ରିରଙ୍ଗା ନାହିଁ ବା ସ୍ୱାଧୀନତା ସହ ସମ୍ପର୍କିତ କଥା ନ ଲେଖା ହୋଇଛି । ପିଲାମାନେ, ଯୁବବନ୍ଧୁମାନେ ତ ଅମୃତ ମହୋତ୍ସବ ଉପରେ ଖୁବ ସୁନ୍ଦର ସୁନ୍ଦର ଚିତ୍ର ଓ କଳାକୃତି ମଧ୍ୟ ଆଙ୍କି ପଠାଇଛନ୍ତି । ସ୍ୱାଧୀନତାର ଏହି ମାସର ସମଗ୍ର ଦେଶରେ, ପ୍ରତ୍ୟେକ ସହରରେ, ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତଧାରା ପ୍ରବାହମାନ ହେଉଛି । ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ଏହି ବିଶେଷ ଅବସରରେ ଆମେ ଦେଶର ସାମୂହିକ ଶକ୍ତିକୁ ଦେଖିପାରିଛୁ । ଗୋଟିଏ ଚେତନାର ଅନୁଭୂତି ମିଳିଛି । ଏତେ ବଡ଼ ଦେଶ, ଏତେଗୁଡ଼ିଏ ବିବିଧତା, କିନ୍ତୁ ତ୍ରିରଙ୍ଗା ଉଡ଼ାଇବାର କଥା ଯେତେବେଳେ ଆସିଲା, ସେତେବେଳେ ପ୍ରତ୍ୟେକ ସେହି ଗୋଟିଏ ଭାବଧାରାରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଲା । ଲୋକେ ସ୍ୱୟଂ ତ୍ରିରଙ୍ଗାର ଗୌରବର ପ୍ରହରୀ ହୋଇ ଆଗେଇ ଆସିଲେ । ଆମେ ସ୍ୱଚ୍ଛତା ଅଭିଯାନ ଓ ଟିକାକରଣ ଅଭିଯାନରେ ଦେଶର ଉତ୍ସାହ ଲକ୍ଷ୍ୟ କରିଥିଲୁ । ଅମୃତ ମହୋତ୍ସବରେ ଆମକୁ ପୁଣିଥରେ ଦେଶଭକ୍ତିର ସେହି ଉତ୍ସାହ ଦେଖିବାକୁ ମିଳୁଛି । ଆମ ସୈନ୍ୟମାନେ ପର୍ବତର ସୁଉଚ୍ଚ ଶିଖରରେ, ଦେଶର ସୀମାରେ ଓ ସାଗର ବକ୍ଷରେ ତ୍ରିରଙ୍ଗା ଉଡ଼ାଇଲେ । ଲୋକେ ତ୍ରିରଙ୍ଗା ଅଭିଯାନ ପାଇଁ ଭିନ୍ନ ଭିନ୍ନ ଅଭିନବ ଭାବନା ମଧ୍ୟ ବାହାର କଲେ – ଯେମିତିକି ଯୁବବନ୍ଧୁ କୃଷ୍ଣିଲ୍ ଅନିଲ୍ କଲେ । ଅନିଲ୍ ଜଣେ ପଜଲ୍ ଆର୍ଟିଷ୍ଟ ଓ ସେ ରେକର୍ଡ଼ ସମୟରେ ସୁନ୍ଦର ତ୍ରିରଙ୍ଗା ମୋଜାଇକ୍ ଆର୍ଟ ତିଆରି କରିଛନ୍ତି । କର୍ଣ୍ଣାଟକର କୋଲାରରେ ଲୋକେ ୬୩୦ ଫୁଟ୍ ଲମ୍ବା ଓ ୨୦୫ ଫୁଟ୍ ଚଉଡ଼ା ତ୍ରିରଙ୍ଗା ଧରି ଗୋଟିଏ ନିଆରା ଦୃଶ୍ୟ ସୃଷ୍ଟି କଲେ । ଆସାମରେ ସରକାରୀ କର୍ମଚାରୀମାନେ ଦିଘାଲିପୁଖୁରୀ ଯୁଦ୍ଧ ସ୍ମାରକୀରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ନିଜ ହାତରେ ୨୦ ଫୁଟର ତ୍ରିରଙ୍ଗା ତିଆରି କଲେ । ସେହିଭଳି, ଇନ୍ଦୋରରେ ଲୋକେ ମାନବ ଶୃଙ୍ଖଳ ମାଧ୍ୟମରେ ଭାରତର ମାନଚିତ୍ର ତିଆରି କଲେ । ଚଣ୍ଡିଗଡ଼ରେ ଯୁବବନ୍ଧୁମାନେ ବିଶାଳ ମାନବ ତ୍ରିରଙ୍ଗା ପ୍ରସ୍ତୁତ କଲେ । ଏହି ଦୁଇଟିଯାକ ପ୍ରୟାସକୁ ଗିନିଜ୍ ରେକର୍ଡ଼ରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ସହିତ ହିମାଚଳ ପ୍ରଦେଶର ଗଙ୍ଗୋଟ୍ ପଂଚାୟତରେ ଗୋଟିଏ ଖୁବ ପ୍ରେରଣାଦାୟୀ ଉଦାହରଣ ମଧ୍ୟ ଦେଖିବାକୁ ମିଳିଲା । ଏଠାରେ ପଂଚାୟତରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକମାନଙ୍କ ପିଲାମାନଙ୍କୁ ମୁଖ୍ୟ ଅତିଥି ରୂପେ ସାମିଲ କରାଗଲା ।
ବନ୍ଧୁଗଣ, ଅମୃତ ମହୋତ୍ସବର ଏହି ରଙ୍ଗ କେବଳ ଭାରତରେ ହିଁ ନୁହେଁ, ବରଂ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଲା । ବୋଟସ୍ୱାନାରେ ଥିବା ସ୍ଥାନୀୟ କଣ୍ଠଶିଳ୍ପୀମାନେ ଭାରତର ସ୍ୱାଧୀନତାରେ ୭୫ ବର୍ଷ ପାଳନ କରିବା ପାଇଁ ୭୫ଟି ଦେଶାତ୍ମବୋଧକ ଗୀତ ଗାଇଲେ । ଏଥିରେ ଆଉ ଗୋଟିଏ ବିଶେଷ କଥା ହେଲା, ଯେ ଏହି ୭୫ଟି ଗୀତ ହିନ୍ଦୀ, ପଞ୍ଜାବୀ, ଗୁଜରାଟି, ବଙ୍ଗଳା, ଅସମିଆ, ତାମିଲ, ତେଲୁଗୁ, କନ୍ନଡ଼ ଓ ସଂସ୍କୃତ ଭାଷାଗୁଡ଼ିକର ଥିଲା । ସେହିପରି ନାମିବିୟାରେ ଭାରତ-ନାମିବିୟାର ସାଂସ୍କୃତିକ-ପରମ୍ପରାଗତ ସମ୍ପର୍କକୁ ନେଇ ବିଶେଷ ଡାକଟିକଟ ଜାରି କରାଗଲା ।
ବନ୍ଧୁଗଣ, ମୁଁ ଆଉ ଗୋଟିଏ ଖୁସିର କଥା କହିବାକୁ ଚାହୁଁଛି । ଏହି କିଛିଦିନ ତଳେ ମୋତେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୋଟିଏ କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ମିଳିଲା । ସେଠାରେ ସେମାନେ ଦୂରଦର୍ଶନର ଧାରାବାହିକ ସ୍ୱରାଜର ସ୍କ୍ରିନିଂର ବ୍ୟବସ୍ଥା କରିଥିଲେ । ମୋତେ ଏହାର ପ୍ରିମିୟର ଦେଖିବାର ସୁଯୋଗ ମିଳିଲା । ଏହା ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଅଜଣା ନାୟକ-ନାୟିକାଙ୍କ ପ୍ରୟାସ ସହ ଦେଶର ଯୁବବର୍ଗଙ୍କୁ ପରିଚିତ କରାଇବାର ଗୋଟିଏ ସୁନ୍ଦର ପଦକ୍ଷେପ । ଏହା ଦୂରଦର୍ଶନରେ ପ୍ରତି ରବିବାର ରାତି ୯ଟାରେ ପ୍ରସାରିତ ହେଉଛି ଆଉ ୭୫ ସପ୍ତାହଯାଏଁ ଏହାର ପ୍ରସାରଣ କରାଯିବ ବୋଲି ମୋତେ ସୂଚନା ଦିଆଯାଇଛି । ଆପଣମାନେ ସମୟ ବାହାର କରି ନିଜେ ଏହାକୁ ଦେଖନ୍ତୁ, ନିଜ ଘରେ ପିଲାମାନଙ୍କୁ ଦେଖାନ୍ତୁ ବୋଲି ମୋର ଆପଣମାନଙ୍କୁ ଅନୁରୋଧ । ଆଉ ସୋମବାର ଦିନ ସ୍କୁଲ-କଲେଜ ଖୋଲିଲେ ସେଠାରେ ତ ଏହାର ରେକର୍ଡ଼ିଂକୁ ନେଇ ବିଶେଷ କାର୍ଯ୍ୟକ୍ରମମାନ ମଧ୍ୟ ପରିବେଷଣ କରାଯାଇପାରେ, ଯାହାଫଳରେ ସ୍ୱାଧୀନତାର ଜନ୍ମର ଏହି ମହାନାୟକମାନଙ୍କ ପ୍ରତି ଆମ ଦେଶରେ ଗୋଟିଏ ନୂତନ ସଚେତନତା ସୃଷ୍ଟି ହୋଇପାରିବ । ସ୍ୱାଧୀନତାର ଅମୃତ ମହୋତ୍ସବ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଯାଏଁ ଚାଲିବ । ଦେଶ ପାଇଁ, ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଆମେ ଯାହାକିଛି ଲେଖୁଛୁ କିମ୍ବା ଆୟୋଜନ କରୁଛୁ, ସେ ସବୁକୁ ଆଗେଇ ନେବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଆମ ପୂର୍ବପୁରୁଷମାନଙ୍କ ଜ୍ଞାନ, ଆମ ପୂର୍ବପୁରୁଷମାନଙ୍କ ଦୂରଦୃଷ୍ଟି ଓ ଆମ ପୂର୍ବପୁରୁଷମାନଙ୍କ ଏକାତ୍ମଚିନ୍ତନ ଆଜି ମଧ୍ୟ କେତେ ଗୁରୁତ୍ୱପୂର୍ଣ୍ଣ । ଏହାର ଗଭୀରତା ଆମକୁ ଆଶ୍ଚର୍ଯ୍ୟଚକିତ କରୁଛି । ହଜାର ହଜାର ବର୍ଷ ପୁରାତନ ଆମର ଋଗବେଦ । ଋଗବେଦରେ କୁହାଯାଇଛି –
ଓମାନ-ମାପୋ ମାନୁଷୀଃ ଅମୃକ୍ତମ୍ ଧାତ ତୋକାୟ ତନୟାୟ ଶଂ ୟୋଃ ।
ୟୂୟଂ ହିଷ୍ଠା ଭିଷଜୋ ମାତୃତମା ବିଶ୍ୱସ୍ୟ ସ୍ଥାତୁଃ ଜଗତୋ ଜନିତ୍ରୀଃ । ।
ଅର୍ଥାତ୍, ହେ ଜଳ, ଆପଣ ମାନବତାର ପରମ ମିତ୍ର । ଆପଣ ଜୀବନଦାୟିନୀ, ଆପଣଙ୍କ ଠାରୁ ହିଁ ଅନ୍ନ ଉତ୍ପନ୍ନ ହୋଇଥାଏ ଓ ଆପଣଙ୍କ ଦ୍ୱାରା ହିଁ ଆମ ସନ୍ତାନମାନଙ୍କ ହିତ ସାଧିତ ହୋଇଥାଏ । ଆପଣ ଆମ ପାଇଁ ସୁରକ୍ଷା ପ୍ରଦାନକାରୀ ଓ ସମସ୍ତ ଦୁର୍ଗୁଣରୁ ଦୂରରେ ରଖନ୍ତି । ଆପଣ ସର୍ବୋତ୍ତମ ଔଷଧି ଏବଂ ଆପଣ ହିଁ ଏହି ବ୍ରହ୍ମାଣ୍ଡର ପାଳନକର୍ତ୍ତା ।
ଚିନ୍ତାକରନ୍ତୁ, ଆମ ସଂସ୍କୃତିରେ ହଜାର ହଜାର ବର୍ଷ ପୂର୍ବେ ଜଳ ଓ ଜଳ ସଂରକ୍ଷଣର ଗୁରୁତ୍ୱକୁ ବୁଝାଇ ଦିଆଯାଇଛି । ଏହି ଜ୍ଞାନକୁ ଯେତେବେଳେ ଆମେ ଆଜିର ପରିପ୍ରେକ୍ଷୀରେ ଦେଖୁଛୁ, ସେତେବେଳେ ରୋମାଂଚିତ ହୋଇଉଠୁଛୁ । କିନ୍ତୁ, ଏହି ଜ୍ଞାନକୁ ଦେଶ ଯେତେବେଳେ ନିଜର ସାମର୍ଥ୍ୟ ରୂପେ ଗ୍ରହଣ କରୁଛି ସେତେବେଳେ ଏହାର ଶକ୍ତି ଅନେକ ଗୁଣ ବୃଦ୍ଧି ପାଉଛି । ଆପଣମାନଙ୍କର ମନେଥିବ, ‘ମନ୍ କି ବାତ୍’ରେ ହିଁ ଚାରିମାସ ପୂର୍ବେ ମୁଁ ଅମୃତ ସରୋବର କଥା କହିଥିଲି । ତା ପରେ ବିଭିନ୍ନ ଜିଲ୍ଲାମାନଙ୍କରେ ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକେ ଲାଗିପଡ଼ିଲେ ଆଉ, ଦେଖୁ ଦେଖୁ ଅମୃତ ସରୋବର ନିର୍ମାଣ ଗୋଟିଏ ଜନ-ଆନ୍ଦୋଳନରେ ପରିଣତ ହୋଇଯାଇଛି । ଯେତେବେଳେ ଦେଶ ପାଇଁ କିଛି କରିବାର ଭାବନା ଥାଏ, ନିଜ କର୍ତ୍ତବ୍ୟ ପ୍ରତି ସଚେତନତା ଥାଏ, ଆଗାମୀ ପିଢ଼ି ପାଇଁ ଚିନ୍ତା ଥାଏ, ସେତେବେଳେ ସାମର୍ଥ୍ୟ ଜୁଟିଯାଏ ଆଉ ସଂକଳ୍ପ ମହତ୍ ହୋଇଯାଏ । ମୋତେ ତେଲଙ୍ଗାନାର ୱାରଙ୍ଗଲର ଗୋଟିଏ ସୁନ୍ଦର ଉଦ୍ୟମ ସମ୍ପର୍କରେ ସୂଚନା ମିଳିଛି । ଏଠାରେ ଗୋଟିଏ ନୂଆ ଗ୍ରାମପଂଚାୟତ ଗଠିତ ହୋଇଛି, ଯାହାର ନାଁ ହେଉଛି – ମଙ୍ଗତ୍ୟା-ୱାଲ୍ୟା ଥାଣ୍ଡା । ଏହା ଏକ ଜଙ୍ଗଲ ନିକଟବର୍ତ୍ତୀ ଗାଁ । ଏହା ଗାଁ ପାଖରେ ଏଭଳି ଗୋଟିଏ ଜାଗା ଥିଲା ଯେଉଁଠାରେ ବର୍ଷାଦିନେ ବହୁ ପରିମାଣରେ ଜଳ ଏକତ୍ରିତ ହୋଇଯାଉଥିଲା । ଗ୍ରାମବାସୀଙ୍କ ପଦକ୍ଷେପ ଯୋଗୁଁ ଏବେ ଏହି ସ୍ଥାନକୁ ଅମୃତ ସରୋବର ଅଭିଯାନ ଅନ୍ତର୍ଗତ ବିକଶିତ କରାଯାଉଛି । ଏଥର ବର୍ଷାଋତୁରେ ହୋଇଥିବା ବର୍ଷାଜଳରେ ଏହି ସରୋବର ଜଳପୂର୍ଣ୍ଣ ହୋଇଯାଇଛି ।
ମୁଁ ମଧ୍ୟପ୍ରଦେଶର ମାଣ୍ଡଲାଠାରେ ମୋଚା ଗ୍ରାମପଂଚାୟତରେ ତିଆରି ହୋଇଥିବା ଅମୃତ ସରୋବର ବିଷୟରେ ମଧ୍ୟ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି । ଏହି ଅମୃତ ସରୋବର କାହ୍ନା ଜାତୀୟ ଉଦ୍ୟାନ ନିକଟରେ ନିର୍ମାଣ କରାଯାଇଛି ଏବଂ ଏହା ଏହି ଅଂଚଳର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ଉତ୍ତରପ୍ରଦେଶର ଲଳିତପୁରଠାରେ ନବନିର୍ମିତ ଶହୀଦ୍ ଭଗତ୍ ସିଂ ଅମୃତ ସରୋବର ମଧ୍ୟ ଅନେକ ଲୋକଙ୍କୁ ଆକର୍ଷିତ କରୁଛି । ଏଠାକାର ନିୱାରୀ ଗ୍ରାମପଂଚାୟତରେ ଅବସ୍ଥିତ ଏହି ସରୋବର ୪ ଏକର ଜାଗାରେ ପରିବ୍ୟାପ୍ତ । ସରୋବର କୂଳରେ କରାଯାଇଥିବା ବୃକ୍ଷରୋପଣ ଏହାର ଶୋଭା ବର୍ଦ୍ଧନ କରୁଛି । ସରୋବର ନିକଟରେ ସ୍ଥାପିତ ୩୫ ଫୁଟ୍ ଉଚ୍ଚତା ବିଶିଷ୍ଟ ତ୍ରିରଙ୍ଗାକୁ ଦେଖିବାକୁ ମଧ୍ୟ ଲୋକେ ଦୂର-ଦୂରାନ୍ତରୁ ଆସୁଛନ୍ତି । ଅମୃତ ସରୋବରର ଏହି ଅଭିଯାନ କର୍ଣ୍ଣାଟକରେ ମଧ୍ୟ ଜୋରସୋରରେ ଚାଲିଛି । ଏଠାକାର ବାଗଲକୋଟ୍ ଜିଲ୍ଲାର ବିଲ୍କେରୁର୍ ଗାଁରେ ଲୋକେ ବହୁତ ସୁନ୍ଦର ଅମୃତ ସରୋବର ନିର୍ମାଣ କରିଛନ୍ତି । ପ୍ରକୃତରେ ଏହି ଅଂଚଳରେ ପାହାଡ଼ରୁ ବାହାରିଥିବା ପାଣି ଯୋଗୁଁ ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା । ଚାଷୀମାନଙ୍କ ଫସଲର ବହୁତ କ୍ଷତି ହେଉଥିଲା । ଅମୃତ ସରୋବର ନିର୍ମାଣ ପାଇଁ ଗାଁର ଲୋକେ ପାଣିକୁ ଚାନାଲାଇଜ୍ କରି ଗୋଟିଏ ପଟକୁ ନେଇଆସିଲେ । ଏହାଦ୍ୱାରା ଏହି ଅଂଚଳରେ ବନ୍ୟା ସମସ୍ୟା ମଧ୍ୟ ଦୂର ହୋଇଗଲା । ଅମୃତ ସରୋବର ଅଭିଯାନ ଆମର ଆଜିର ଅନେକ ସମସ୍ୟାର ସମାଧାନ କରିବା ସହ ଆମର ଆଗାମୀ ପିଢ଼ି ପାଇଁ ବିଶେଷ ଭାବେ ଜରୁରୀ । ଏହି ଅଭିଯାନ ଅଧୀନରେ ଅନେକ ସ୍ଥାନରେ ପୁରୁଣା ଜଳାଶୟଗୁଡ଼ିକର ମଧ୍ୟ କାୟାକଳ୍ପ କରାଯାଉଛି । ଅମୃତ ସରୋବରର ଉପଯୋଗ ପ୍ରାଣୀମାନଙ୍କ ତୃଷା ନିବାରଣ ସହ ଚାଷବାସ ପାଇଁ ମଧ୍ୟ ବ୍ୟବହୃତ ହେଉଛି । ଏହି ପୋଖରୀଗୁଡ଼ିକ ଯୋଗୁଁ ଆଖପାଖ ଅଂଚଳର ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବା ବେଳେ ଏହାର ଚାରିପାଖରେ ସବୁଜିମା ମଧ୍ୟ ବୃଦ୍ଧି ପାଉଛି । କେବଳ ସେତିକି ନୁହେଁ, ଅନେକ ସ୍ଥାନରେ ଲୋକେ ଅମୃତ ସରୋବରରେ ମତ୍ସ୍ୟ ପାଳନର ପ୍ରସ୍ତୁତିରେ ମଧ୍ୟ ଲାଗିପଡ଼ିଛନ୍ତି । ମୋର ଆପଣମାନଙ୍କୁ, ବିଶେଷକରି ମୋର ଯୁବବନ୍ଧୁମାନଙ୍କୁ ଅନୁରୋଧ ଯେ ଆପଣମାନେ ଅମୃତ ସରୋବର ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତୁ ଏବଂ ଜଳ ସଂଚୟ ଓ ସଂରକ୍ଷଣ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଚେଷ୍ଟାକୁ ଆହୁରି ଶକ୍ତିଶାଳି କରନ୍ତୁ, ଏହାକୁ ଆଗେଇ ନିଅନ୍ତୁ । .......
ମୋର ପ୍ରିୟ ଦେଶବାସୀଗଣ, ଆସାମର ବୋନଗାଇ ଗାଁରେ ଏକ ଚମତ୍କାର ପ୍ରକଳ୍ପ ଚଳାଯାଉଛି- ପ୍ରୋଜେକ୍ଟ ସମ୍ପୂର୍ଣ୍ଣା । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି କୁପୋଷଣ ବିରୋଧରେ ଲଢ଼େଇ ଏବଂ ଏହି ଲଢ଼େଇର ପଦ୍ଧତି ମଧ୍ୟ ବହୁତ ନିଆରା । ଏଥିରେ କୌଣସି ଅଙ୍ଗନୱାଡ଼ି କେନ୍ଦ୍ରର ଜଣେ ସୁସ୍ଥ ଶିଶୁର ମାଆ ଜଣେ ପୁଷ୍ଟିହୀନ ଶିଶୁର ମାଆକୁ ପ୍ରତି ସପ୍ତାହରେ ସାକ୍ଷାତ କରେ ଓ ପୋଷଣ ସମ୍ବନ୍ଧୀୟ ସବୁ ତଥ୍ୟ ଉପରେ ଆଲୋଚନା କରେ । ଅର୍ଥାତ୍ ଜଣେ ମାଆ, ଆଉ ଜଣେ ମାଆର, ମିତ୍ର ପାଲଟି ତା’ର ସାହାଯ୍ୟ କରେ, ତାକୁ ଶିକ୍ଷା ଦିଏ । ଏହି ପ୍ରକଳ୍ପ ସାହାଯ୍ୟରେ, ଏହି ଅଂଚଳରେ, ବର୍ଷକରେ ୯୦ ପ୍ରତିଶତରୁ ଅଧିକ ପିଲାଙ୍କର ପୁଷ୍ଟିହୀନତା ଦୂର ହୋଇଛି । ଆପଣ କଳ୍ପନା କରିପାରୁଛନ୍ତି, ପୁଷ୍ଟିହୀନତା ଦୂର ପାଇଁ କ’ଣ ଗୀତ-ସଙ୍ଗୀତ ଏବଂ ଭଜନକୁ ମଧ୍ୟ ବ୍ୟବହାର କରାଯାଇପାରିବ? ମଧ୍ୟପ୍ରଦେଶର ଦତିୟା ଜିଲାର ‘ମେରା ବଚ୍ଚା ଅଭିଯାନ’! ଏହି ‘ମେରା ବଚ୍ଚା ଅଭିଯାନ’ରେ ଏହାର ସଫଳତାପୂର୍ବକ ପ୍ରୟୋଗ କରାଯାଇଛି । ଏଥିରେ ଜିଲାରେ ଭଜନ-କୀର୍ତ୍ତନ ଆୟୋଜିତ ହେଲା, ଯେଉଁଥିରେ ପୋଷଣ ଗୁରୁ କୁହାଯାଉଥିବା ଶିକ୍ଷକମାନଙ୍କୁ ଡକାଗଲା । ଗୋଟିଏ ମାଟିହାଣ୍ଡି କାର୍ଯ୍ୟକ୍ରମ ମଧ୍ୟ ହେଲା, ଏଥିରେ ମହିଳାମାନେ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ମୁଠାଏ ଲେଖାଏ ଖାଦ୍ୟାନ୍ନ ନେଇ ଆସନ୍ତି ଏବଂ ସେହି ଖାଦ୍ୟାନ୍ନରେ ଶନିବାର ଦିନ ‘ବାଳଭୋଜି’ର ଆୟୋଜନ କରାଯାଏ । ଏହାଦ୍ୱାରା ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କର ଉପସ୍ଥିତି ବଢ଼ିବା ସହିତ ପୁଷ୍ଟିହୀନତା ମଧ୍ୟ କମ୍ ହୋଇଛି । ପୁଷ୍ଟିହୀନତା ପ୍ରତି ସଚେତନତା ବଢ଼ାଇବା ପାଇଁ ଏକ ନିଆରା ଅଭିଯାନ ଝାଡ଼ଖଣ୍ଡରେ ମଧ୍ୟ ଚାଲୁଛି । ଝାଡ଼ଖଣ୍ଡର ଗିରିଡିହରେ ସାପସିଡ଼ିର ଏକ ଖେଳ ପ୍ରସ୍ତୁତ କରାଯାଇଛି । ଖେଳଖେଳରେ ପିଲାଏ ଭଲ ଓ ଖରାପ ଅଭ୍ୟାସ ସମ୍ପର୍କରେ ଶିଖନ୍ତି ।
ବନ୍ଧୁଗଣ, ପୁଷ୍ଟିହୀନତା ସହିତ ସମ୍ପୃକ୍ତ ଏତେସବୁ ଅଭିନବ ପ୍ରୟୋଗ ସମ୍ପର୍କରେ ମୁଁ ଆପଣଙ୍କୁ ଏଇଥିପାଇଁ କହୁଛି, କାରଣ ଆମ ସଭିଙ୍କୁ ମଧ୍ୟ ଆସନ୍ତା ମାସରେ ଏହି ଅଭିଯାନ ସହିତ ସମ୍ପୃକ୍ତ ହେବାକୁ ପଡ଼ିବ । ସେପ୍ଟେମ୍ବର ମାସ, ପର୍ବପର୍ବାଣୀ ସାଙ୍ଗକୁ ପୋଷଣ ସହିତ ସମ୍ପୃକ୍ତ ବଡ଼ ଅଭିଯାନ ପାଇଁ ମଧ୍ୟ ସମର୍ପିତ । ଆମେ ପ୍ରତିବର୍ଷ ୧ରୁ ୩୦ ସେପ୍ଟେମ୍ବର ମଧ୍ୟରେ ପୋଷଣ ମାସ ପାଳନ କରୁ । ପୁଷ୍ଟିହୀନତା ବିରୋଧରେ ସମଗ୍ର ଦେଶରେ ଅନେକ ସୃଜନଶୀଳ ଓ ବିବିଧ ଉଦ୍ୟମ କରାଯାଉଛି । ପ୍ରଯୁକ୍ତିର ଉତ୍ତମ ବ୍ୟବହାର ଓ ଜନଭାଗିଦାରୀ ମଧ୍ୟ ପୋଷଣ ଅଭିଯାନର ମହତ୍ୱପୂର୍ଣ୍ଣ ଅଂଗ ପାଲଟିଛି । ଦେଶରେ ଲକ୍ଷଲକ୍ଷ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ୍ ଫୋନ୍ ଦେବାଠାରୁ ଆରମ୍ଭ କରି ଅଙ୍ଗନୱାଡ଼ି ସେବାର ଉପଲବ୍ଧତାକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ପୋଷଣ ଟ୍ରାକର୍ ମଧ୍ୟ ଉନ୍ମୋଚନ କରାଯାଇଛି । ସମସ୍ତ ଆକାଂକ୍ଷୀ ଜିଲା ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ୧୪ରୁ ୧୮ ବର୍ଷର ଝିଅମାନଙ୍କୁ ମଧ୍ୟ ପୋଷଣ ଅଭିଯାନ ପରିସରକୁ ଅଣାଯାଇଛି । ପୁଷ୍ଟିହୀନତା ସମସ୍ୟାର ନିରାକରଣ କେବଳ ଏସବୁ ପଦକ୍ଷେପ ଭିତରେ ହଁ ସୀମିତ ନାହିଁ- ଏହି ଲଢ଼େଇରେ ଆହୁରି ଅନେକ ଉଦ୍ୟମର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଉଦାହରଣ ସ୍ୱରୂପ, ଜଳ ଜୀବନ ମିଶନକୁ ହିଁ ନିଅନ୍ତୁ, ତ ଭାରତକୁ କୁପୋଷଣମୁକ୍ତ କରାଇବାରେ ଏହି ମିଶନର ମଧ୍ୟ ବହୁତ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି । ପୁଷ୍ଟିହୀନତାର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହେବାରେ ସାମାଜିକ ସଚେତନତା ସହିତ ସଂପୃକ୍ତ ପ୍ରୟାସ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ମୁଁ ଆପଣମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଆପଣ ଆଗାମୀ ପୋଷଣ ମାସରେ ପୁଷ୍ଟିହୀନତା ବା ମାଲନ୍ୟୁଟ୍ରିସନକୁ ଦୂର କରିବାର ପ୍ରଚେଷ୍ଟାରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଚେନ୍ନଇର ଶ୍ରୀଦେବୀ ବର୍ଦରାଜନ୍ ଜୀ ମୋ ପାଖକୁ ଏକ ଅନୁସ୍ମାରକ ପଠାଇଛନ୍ତି । ସେ ମାଇଗଭରେ ନିଜ କଥା ଏମିତି କିଛି ଲେଖିଛନ୍ତି- ନୂଆ ବର୍ଷ ଆସିବା ପାଇଁ ଏବେ ୫ ମାସରୁ ମଧ୍ୟ କମ୍ ସମୟ ବାକି ଅଛି ଏବଂ ଆମ ସମସ୍ତେ ଜାଣୁ ଯେ ଆଗାମୀ ନୂଆ ବର୍ଷ ଇଂଟରନେସନାଲ୍ ଇୟର୍ ଅଫ୍ ମିଲେଟ୍ସ ଭାବରେ ପାଳନ କରାଯିବ । ସେ ମୋତେ ଦେଶର ଏକ ମିଲେଟ୍ ମାନଚିତ୍ର ମଧ୍ୟ ପଠାଇଛନ୍ତି । ଏଥିସହ ସେ ପଚାରିଛନ୍ତି ଯେ ଆପଣ କ’ଣ ‘ମନ୍ କୀ ବାତ୍’ର ଆଗାମୀ ଅଧ୍ୟାୟରେ ଏହା ଉପରେ ଆଲୋଚନା କରିପାରିବେ ? ମୋତେ, ନିଜ ଦେଶବାସୀଙ୍କ ମଧ୍ୟରେ ଏହିପରି ଉତ୍ସାହ ଦେଖି ବହୁତ ଆନନ୍ଦ ଅନୁଭବ ହୋଇଥାଏ । ଆପଣଙ୍କର ମନେଥିବ ଯେ ଜାତିସଂଘ ଏକ ପ୍ରସ୍ତାବ ଗୃହୀତ କରି ୨୦୨୩ (ଦୁଇ ହଜାର ତେଇଶ)କୁ ଇଂଟରନେସନାଲ୍ ଇୟର୍ ଅଫ୍ ମିଲେଟ୍ସ ଘୋଷିତ କରିଛି । ଆପଣଙ୍କୁ ଏହା ଜାଣି ମଧ୍ୟ ବହୁତ ଖୁସି ଲାଗିବ ଯେ ଭାରତର ଏହି ପ୍ରସ୍ତାବକୁ ୭୦ରୁ ଅଧିକ ଦେଶର ସମର୍ଥନ ମିଳିଥିଲା । ଆଜି, ସମଗ୍ର ବିଶ୍ୱରେ, ଏହି ମୋଟା ଖାଦ୍ୟାନ୍ନ-ମିଲେଟ୍ସର ଆକର୍ଷଣ ବଢ଼ିବଢ଼ି ଚାଲିଛି । ବନ୍ଧୁଗଣ, ଯେତେବେଳେ ମୁଁ ମୋଟା ଖାଦ୍ୟାନ୍ନର କଥା କହୁଛି ତ ମୋର ଏକ ପ୍ରଚେଷ୍ଟା ବିଷୟରେ ମଧ୍ୟ ଆଜି ଆପଣଙ୍କ ସହ ସେୟାର୍ କରିବାକୁ ଚାହୁଁଛି । ବିଗତ କିଛି କାଳ ମଧ୍ୟରେ ଭାରତକୁ ଯେତେବେଳେ କୌଣସି ବିଦେଶୀ ଅତିଥି ଆସିଛନ୍ତି, ରାଷ୍ଟ୍ରାଧ୍ୟକ୍ଷ ଭାରତ ଆସିଛନ୍ତି ମୋର ଚେଷ୍ଟା ରହେ ଯେ ଭୋଜନରେ ଭାରତର ମିଲେଟ୍ସ ଅର୍ଥାତ ଆମର ମୋଟା ଖାଦ୍ୟାନ୍ନରୁ ତିଆରି ଭୋଜନ ଯେମିତି ତିଆରି କରାଯିବ ଏବଂ ଏଥିରୁ ଏହି ଅଭିଜ୍ଞତା ହୋଇଛି ଯେ ଏହି ମହାନୁଭବମାନଙ୍କୁ ଏହି ଭୋଜନ ବହୁତ ପସନ୍ଦ ଆସିଥାଏ, ଏବଂ ଆମର ମୋଟା ଖାଦ୍ୟାନ୍ନ ସମ୍ପର୍କରେ, ମିଲେଟ୍ସ ସମ୍ପର୍କରେ, ବହୁତ କିଛି ତଥ୍ୟ ଏକାଠି କରିବାକୁ ସେମାନେ ପ୍ରୟାସ ମଧ୍ୟ କରନ୍ତି । ମିଲେଟ୍ସ – ମୋଟା ଖାଦ୍ୟାନ୍ନ, ପ୍ରାଚୀନ କାଳରୁ ଆମ କୃଷି, ସଂସ୍କୃତି ଓ ସଭ୍ୟତାର ଅଂଶ ହୋଇ ରହିଆସିଛି । ଆମର ବେଦରେ ମିଲେଟସର ଉଲ୍ଲେଖ ରହିଛି ଏବଂ ସେହିପରି ପୁରାଣରୁ ଏବଂ ତୋଲକାପ୍ପିୟମରେ ମଧ୍ୟ ଏହା ସମ୍ପର୍କରେ କୁହାଯାଇଛି । ଆପଣ ଦେଶର ଯେକୌଣସି ଅଂଚଳକୁ ଯାଆନ୍ତୁ, ଆପଣଙ୍କୁ ସେଠାକାର ଲୋକଙ୍କ ଖାଦ୍ୟପେୟରେ ଅଲଗା ଅଲଗା ପ୍ରକାରର ମିଲେଟ୍ସ ନିଶ୍ଚିତ ଦେଖିବାକୁ ମିଳିବ । ଆମର ସଂସ୍କୃତି ଭଳି ମିଲେଟ୍ସରେ ମଧ୍ୟ ବହୁତ ବିବିଧତା ରହିଛି । ଯଅ, ବାଜରା, ମାଣ୍ଡିଆ, ସୁଆଁ, କଙ୍ଗନି, ଚୀନା, କୋଦୋ, କୁଟ୍କି, କୁଟ୍ଟୁ, ଏହିସବୁ ତ ମିଲେଟ୍ସ । ଭାରତ, ବିଶ୍ୱରେ, ମିଲେଟ୍ସର ସବୁଠୁ ବଡ଼ ଉତ୍ପାଦକ ଦେଶ । ଏଥିପାଇଁ ଏହି ଉଦ୍ୟମକୁ ସଫଳ କରିବାର ବଡ଼ ଦାୟିତ୍ୱ ମଧ୍ୟ ଆମ ଭାରତବାସୀଙ୍କ କାନ୍ଧ ଉପରେ ନ୍ୟସ୍ତ । ଆମ ସମସ୍ତଙ୍କୁ ମିଳିମିଶି ଏହାକୁ ଜନଆନ୍ଦୋଳନରେ ପରିଣତ କରିବାର ଅଛି ଏବଂ ଦେଶର ଲୋକଙ୍କ ମଧ୍ୟରେ ମିଲେଟ୍ସ ପ୍ରତି ସଚେତନତା ବଢ଼ାଇବାର ଅଛି ଏବଂ ବନ୍ଧୁଗଣ, ଆପଣ ତ ଭଲଭାବେ ଜାଣନ୍ତି ଯେ ମିଲେଟ୍ସ, ଚାଷୀଙ୍କ ପାଇଁ ମଧ୍ୟ ଲାଭଜନକ ଏବଂ ତା’ ବି ବିଶେଷତଃ ଛୋଟଚାଷୀଙ୍କୁ । ପ୍ରକୃତରେ ବହୁତ କମ୍ ସମୟରେ ଏହି ଫସଲ ପ୍ରସ୍ତୁତ ହୋଇଯାଏ ଏବଂ ଏଥିରେ ଅଧିକ ପାଣିର ଆବଶ୍ୟକତା ମଧ୍ୟ ନଥାଏ । ଆମର ଛୋଟ ଚାଷୀଙ୍କ ପାଇଁ ତ ମିଲେଟ୍ସ ବିଶେଷ ରୂପେ ଲାଭଦାୟକ । ମିଲେଟ୍ସର କୁଣ୍ଡାକୁ ଉତ୍ତମ ପଶୁଖାଦ୍ୟ ବୋଲି ମଧ୍ୟ ଧରାଯାଏ । ଆଜିକାଲି ଯୁବପିଢ଼ି ସୁସ୍ଥ ଜୀବନ ଓ ଭୋଜନକୁ ନେଇ ବହୁତ ସଚେତନ । ଏହି ଦୃଷ୍ଟିରୁ ଦେଖିଲେ ମଧ୍ୟ ମିଲେଟ୍ସରେ ପ୍ରୋଟିନ, ଫାଇବର ଓ ମିନେରାଲସ ଯଥେଷ୍ଟ ରହିଛି । କିଛି ଲୋକ ତ ଏହାକୁ ସୁପରଫୁଡ଼ ମଧ୍ୟ କହନ୍ତି । ମିଲେଟ୍ସ ଦ୍ୱାରା ଗୋଟିଏ ନୁହେଁ, ଅନେକ ଲାଭ ମିଳେ । ମେଦବହୁଳତାକୁ କମ୍ କରିବା ସହ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃତପିଣ୍ଡ ସମ୍ପର୍କିତ ରୋଗର ବିପଦକୁ ମଧ୍ୟ କମ୍ କରିଥାଏ । ଏଥିସହ ଏହା ପେଟ ଓ ଯକୃତ୍ ରୋଗଗୁଡ଼ିକରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ । କିଛି ସମୟ ପୂର୍ବରୁ ହିଁ ଆମେ ପୁଷ୍ଟିହୀନତା ବିଷୟରେ ଆଲୋଚନା କରୁଥିଲେ । ପୁଷ୍ଟିହୀନତା ସହ ଲଢ଼ିବା ପାଇଁ ମଧ୍ୟ ମିଲେଟ୍ସ ବହୁତ ଲାଭଦାୟକ, କାହିଁକି ନା ଏହା ପ୍ରୋଟିନ ସହିତ ଶକ୍ତିରେ ମଧ୍ୟ ଭରିରହିଥାଏ । ଦେଶରେ ଆଜି ମିଲେଟ୍ସକୁ ପ୍ରୋତ୍ସାହନ ଦେବାପାଇଁ ବହୁତ କିଛି କରାଯାଉଛି । ଏଥିସହ ସମ୍ପୃକ୍ତ ଗବେଷଣା ଏବଂ ଇନ୍ନୋଭେସନ ଉପରେ ଗୁରୁତ୍ୱ ଦେବା ସହିତ ଏଫପିଓଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି, ଯେପରିକି ଉତ୍ପାଦନ ବଢ଼ାଯାଇପାରିବ । ମୋର, ନିଜର ଚାଷୀ ଭାଇଭଉଣୀମାନଙ୍କୁ, ମୁଁ କହିବାକୁ ଚାହେଁ ଯେ ମିଲେଟ୍ସ, ଅର୍ଥାତ ମୋଟା ଖାଦ୍ୟାନ୍ନକୁ ଅଧିକରୁ ଅଧିକ ଆପଣାନ୍ତୁ ଏବଂ ଏହାର ଲାଭ ଉଠାନ୍ତୁ । ମୋତେ ଏହା ଦେଖି ବହୁତ ଖୁସି ଲାଗେ ଯେ ଆଜି ଏପରି ଅନେକ ଷ୍ଟାଟ୍-ଅପ୍ସର ଉଦୟ ହୋଇଛି, ଯେଉଁମାନେ ମିଲେଟ୍ସ ଉପରେ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ମିଲେଟ୍ କୁକିଜ୍ ତିଆରି କରୁଛନ୍ତି ତ ଆଉ କେତେ ମିଲେଟ୍ସ୍ ପାନ୍ କେକ୍ସ ଏବଂ ଦୋସା ମଧ୍ୟ ତିଆରି କରୁଛନ୍ତି । ସେହିପରି କେତେକ ଅଛନ୍ତି, ଯେଉଁମାନେ ମିଲେଟ୍ ଏନର୍ଜି ବାର୍ ଏବଂ ମିଲେଟ୍ ଜଳଖିଆ ପ୍ରସ୍ତୁତ କରୁଛନ୍ତି । ମୁଁ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ପର୍ବପର୍ବାଣୀର ଏହି ଋତୁରେ ଆମେ ଅଧିକାଂଶ, ଭୋଜନରେ ମଧ୍ୟ ମିଲେଟ୍ସର ଉପଯୋଗ କରୁ । ଆପଣ ନିଜ ଘରେ ତିଆରି ହେଉଥିବା ଏପରି ଭୋଜନର ଫଟୋ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ଶେୟାର୍ କରନ୍ତୁ, ଯେପରିକି ଲୋକଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ବଢ଼ିବାରେ ସହାୟତା ମିଳିବ ।
ପ୍ରିୟ ଦେଶବାସୀଗଣ, ଏଇ କିଛିଦିନ ତଳେ ମୁଁ ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲା ଜୋର୍ସିଙ୍ଗ ଗ୍ରାମର ଗୋଟିଏ ଖବର ଜାଣିଲି । ଖବରଟି ଏକ ଏମିତି ପରିବର୍ତ୍ତନ ସମ୍ବନ୍ଧରେ ଥିଲା ଯାହାପାଇଁ ଗାଁର ଲୋକମାନେ ବର୍ଷ ବର୍ଷ ଧରି ପ୍ରତୀକ୍ଷାରେ ଥିଲେ । କଥାଟି ହେଲା ଏଇ ମାସରେ ଜୋରସିଙ୍ଗ ଗ୍ରାମରେ ସ୍ୱାଧୀନତା ଦିବସଠାରୁ ୪ଜି ଇଂଟରନେଟ୍ ସେବା ଆରମ୍ଭ ହେଲା । ଆଗରୁ ଯେମିତି ଗାଁରେ ବିଜୁଳି ଲାଇନ୍ ପହଂଚିଗଲେ ଲୋକମାନେ ଖୁସି ହୋଇଯାଉଥିଲେ, ନୂଆ ଭାରତରେ ସେଇଭଳି ଖୁସି ୪ଜି ଆସିଗଲେ ଅନୁଭୂତ ହେଉଛି । ଅରୁଣାଚଳ ଓ ନର୍ଥଇଷ୍ଟର ଦୂରଦୂରାନ୍ତ ଅଂଚଳରେ ୪ଜି ଇଣ୍ଟରନେଟ ସେବା ଗୋଟାଏ ନୂଆ ସୁର୍ୟୋଦୟ ଭଳି ହୋଇଛି – ଇଣ୍ଟରନେଟ୍ ସଂଯୋଗ ଦ୍ୱାରା ଏକ ନୂଆ ସକାଳ ହୋଇଛି । ଯେଉଁ ସୁବିଧାଗୁଡ଼ିକ ପୂର୍ବେ କେବଳ ବଡ଼ ସହରରେ ମିଳୁଥିଲା, ଡିଜିଟାଲ ଇଣ୍ଡିଆ ଦ୍ୱାରା ତାହା ଆଜି ଗାଁ ଗହଳିରେ ଉପଲବ୍ଧ ହୋଇପାରିଛି । ଫଳରେ ଏବେ ଗାଁମାନଙ୍କରେ ନୂତନ ଡିଜିଟାଲ୍ ଉଦ୍ୟୋଗୀ ସୃଷ୍ଟି ହେଉଛନ୍ତି । ରାଜସ୍ଥାନର ଅଜମେର୍ ଜିଲ୍ଲାର, ସେଠା ସିଂହ ରାୱତ ଏବେ ଦର୍ଜି ଅନଲାଇନ E Store ଚଲାଉଛନ୍ତି । ଆପଣମାନେ ଭାବୁଥିବେ, ଏ କେମିତି ହେଲା, ଅନଲାଇନ !! ବାସ୍ତବରେ ସେଠାସିଂହ ରାୱତ କୋଭିଡ୍ ପୂର୍ବରୁ ଟେଲରିଂ କାମ କରୁଥିଲେ, କୋଭିଡ୍ ଆସିଲା, କିନ୍ତୁ ରାୱତଜୀ ଏଇ Challengeକୁ ଅସମ୍ଭବ ନ ଭାବି ଏକ ସୁଯୋଗରେ ପରିବର୍ତ୍ତିତ କରିଦେଲେ । ସେ ସାଧାରଣ ସେବା କେନ୍ଦ୍ର ଅର୍ଥାତ୍ CSC E-Store join କଲେ ଏବଂ ଅନଲାଇନ କାମ ଆରମ୍ଭ କରିଦେଲେ । ସେ ଦେଖିଲେ ଯେ ଲୋକମାନେ ଅଧିକ ସଂଖ୍ୟାରେ ମାସ୍କ ପାଇଁ Order ଦେଉଛନ୍ତି । ସେ କିଛି ମହିଳାଙ୍କୁ କାମରେ ଲଗେଇଲେ ଏବଂ ମାସ୍କ ତିଆରି କରିବା ଆରମ୍ଭ କରିଦେଲେ । ତାପରେ ‘ଦର୍ଜୀ ଅନଲାଇନ୍’ ନାମକ ନିଜର ଗୋଟେ ଅନଲାଇନ Store ଖୋଲିଲେ ଯେଉଁଥିରେ ସେ କନାରେ ତିଆରି ସାମଗ୍ରୀଗୁଡ଼ିକ ବିକିବାକୁ ଲାଗିଲେ । ଡିଜିଟାଲ ଇଣ୍ଡିଆ ର ତାକତ୍ ବଳରେ ସେଠାସିଂହଙ୍କର କାମ ଏତେ ବଢ଼ିଯାଇଛି ଯେ ତାଙ୍କୁ ସାରାଦେଶରୁ Order ମିଳୁଛି । ସେ ନିଜର ଏହି କାମରେ ଶହଶହ ମହିଳାଙ୍କୁ ରୋଜଗାର ଦେଇପାରିଛନ୍ତି । ଡିଜିଟାଲ ଇଣ୍ଡିଆ ଦ୍ୱାରା ଉତ୍ତରପ୍ରଦେଶର ଉନ୍ନାଓ ଗ୍ରାମର ଓମପ୍ରକାଶ ସିଂହ ମଧ୍ୟ ଜଣେ ଡିଜିଟାଲ ଉଦ୍ୟୋଗୀ (Entrepreneur) ହୋଇପାରିଛନ୍ତି । ସେ ତାଙ୍କ ଗାଁରେ ଏକ ହଜାରରୁ ଅଧିକ ବ୍ରଡବ୍ୟାଣ୍ଡ ସ୍ଥାପିତ କରିଛନ୍ତି । ଓମପ୍ରକାଶ ତାଙ୍କ ସାଧାରଣ ସେବା କେନ୍ଦ୍ର ପାଖାପାଖି ନିଃଶୁଳ୍କ ୱାଇଫାଇ ଜୋନ୍ ମଧ୍ୟ ଆରମ୍ଭ କରିଛନ୍ତି, ଫଳରେ ଆଖପାଖର ଲୋକମାନେ ଆବଶ୍ୟକତା ବେଳେ ସୁବିଧା ପାଇପାରୁଛନ୍ତି । ଓମପ୍ରକାଶଙ୍କର କାମ ଏତେ ବଢ଼ିଯାଇଛି ଯେ ସେ କୋଡ଼ିଏରୁ ଅଧିକ ଲୋକଙ୍କୁ ଚାକିରି ଦେଇପାରିଛନ୍ତି । ଏ ଲୋକମାନେ ଗ୍ରାମର ସ୍କୁଲ, ହସପିଟାଲ, ତହସିଲ ଅଫିସ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଯାଏ ବ୍ରଡବ୍ୟାଣ୍ଡ ଯୋଗାଇ ଦେଉଛନ୍ତି ଏବଂ ତା’ଦ୍ୱାରା କିଛି ରୋଜଗାର ବି କରିପାରୁଛନ୍ତି । ସାଧାରଣ ସେବା କେନ୍ଦ୍ର ଭଳି ସରକାରୀ E Market Place ମାନେ GEM Portal ମଧ୍ୟ ଏହିଭଳି ଅନେକ ସଫଳ କାହାଣୀ ଦେଖିବାକୁ ମିଳୁଛି ।
ବନ୍ଧୁଗଣ ଗାଁମାନଙ୍କରୁ ମୋତେ ଏଇଭଳି ଅନେକ ଖବର ମିଳୁଛି ଯେଉଁଥିରେ ଲୋକମାନେ ଇଣ୍ଟରନେଟ୍ ଯୋଗୁଁ ହେଉଥିବା ପରିବର୍ତ୍ତନର କଥା କହୁଛନ୍ତି । ଇଣ୍ଟରନେଟ୍ ଆମର ଯୁବବନ୍ଧୁମାନଙ୍କର ପଢ଼ିବା ଏବଂ ଶିଖିବାର ଉପାୟକୁ ମଧ୍ୟ ବଦଳେଇଦେଇଛି । ଯେମିତିକି ଉତ୍ତରପ୍ରଦେଶର ଗୁଡ଼ିୟା ସିଂହ । ସେ ଯେତେବେଳେ ଉନ୍ନାୱର ଅମୋଇୟା ଗାଁରେ ନିଜର ଶାଶୁଘରକୁ ଆସିଲେ, ସେ ନିଜର ପଢ଼ିବା ବିଷୟରେ ଚିନ୍ତିତ ହୋଇପଡ଼ିଲେ । କିନ୍ତୁ ଭାରତନେଟ୍ ତାଙ୍କର ଏହି ଚିନ୍ତାର ସମାଧାନ କରିଦେଲା । ଗୁଡିୟା ଇଣ୍ଟରନେଟ୍ ମାଧ୍ୟମରେ ତାଙ୍କର ପାଠପଢ଼ା ବଜାୟ ରଖିଲେ ଏବଂ ଗ୍ରାଜୁଏସନ୍ ମଧ୍ୟ ପୁରା କରିପାରିଲେ । ଗାଁ ଗାଁରେ ଏଇଭଳି ଅନେକ ଜୀବନ ଡିଜିଟାଲ ଇଣ୍ଡିଆ ଅଭିଯାନ ଦ୍ୱାରା ନୂତନ ଶକ୍ତି ପାଇପାରୁଛନ୍ତି । ଆପଣମାନେ ମୋତେ ଗ୍ରାମୀଣ ଡିଜିଟାଲ ଉଦ୍ୟୋଗୀମାନଙ୍କ ସମ୍ବନ୍ଧରେ ଅଧିକରୁ ଅଧିକ ଲେଖି ଜଣାନ୍ତୁ ଏବଂ ତାଙ୍କର ସଫଳ କାହାଣୀକୁ ସୋସିଆଲ ମିଡିଆ ରେ ମଧ୍ୟ ସେୟାର କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, କିଛି ସମୟ ପୂର୍ବରୁ ମୋତେ ହିମାଚଳ ପ୍ରଦେଶରୁ ଜଣେ ‘ମନ୍ କି ବାତ୍’ର ଶ୍ରୋତା ରମେଶଜୀଙ୍କର ଚିଠି ମିଳିଲା । ରମେଶଜୀ ତାଙ୍କ ପତ୍ରରେ ପାହାଡ଼ର ଅନେକଗୁଡ଼ିଏ ବିଶେଷତା ସମ୍ବନ୍ଧରେ ଲେଖିଛନ୍ତି । ସେ ଲେଖିଛନ୍ତି - ପାହାଡ଼ ଉପରେ ବସତିଗୁଡ଼ିକ ହୁଏତ ଦୂରେଇ ଦୂରେଇ ରହିଛି ହେଲେ ଲୋକମାନଙ୍କର ହୃଦୟଗୁଡ଼ିକ ପରସ୍ପରର ଖୁବ୍ ନିକଟବର୍ତ୍ତୀ ହୋଇରହିଛନ୍ତି । ସତରେ ପାହାଡ଼ରେ ବସବାସ କରୁଥିବା ଲୋକମାନଙ୍କଠାରୁ ଆମେ ବହୁତ କିଛି ଶିଖିପାରିବା । ପାହାଡ଼ର ଜୀବନଶୈଳୀ ଓ ସଂସ୍କୃତି ଦ୍ୱାରା ଆମକୁ ଏଇ ପ୍ରଥମ ଶିକ୍ଷା ମିଳୁଛି ଯେ ଯଦି ଆମେ ପରିସ୍ଥିତିର ଚାପରେ ନ ପଡ଼ିବା ତେବେ ଆମେ ସହଜରେ ତା’ଉପରେ ବିଜୟଲାଭ କରିପାରିବା ।
ଆଉ ଦ୍ୱିତୀୟ ଶିକ୍ଷାଟି ହେଲା–କେମିତି ଆମେ ସ୍ଥାନୀୟ ସାଧନ ଦ୍ୱାରା ଆତ୍ମନିର୍ଭରଶୀଳ ହୋଇପାରିବା । ମୁଁ ଯେଉଁ ପ୍ରଥମ ଶିକ୍ଷା ବିଷୟରେ କହିଲି, ଆଜିକାଳି ସ୍ପିତି ଅଂଚଳରେ ତା’ର ଏକ ସୁନ୍ଦର ଚିତ୍ର ଦେଖିବାକୁ ମିଳୁଛି । ସ୍ପିତି ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ସେଠାରେ ଏବେ ମଟର ତୋଳିବାର କାମ ଚାଲିଛି । ପାହାଡ଼ି ଅଂଚଳରେ ଏହା ଏକ ପରିଶ୍ରମଯୁକ୍ତ କଷ୍ଟ କାମ ଅଟେ । କିନ୍ତୁ ଏଠାକାର ମହିଳାମାନେ ଏକତ୍ରିତ ହୋଇ ଜଣେ ଅନ୍ୟର କ୍ଷେତରୁ ମଟର ତୋଳନ୍ତି । ଏ କାମ କଲାବେଳେ ସେମାନେ ଆଂଚଳିକ ଲୋକଗୀତ ‘ଛପରା ମାଝି ଛପରା’ ଗୀତ ମଧ୍ୟ ବୋଲନ୍ତି । ଅର୍ଥାତ୍ ଏଠି ପରସ୍ପରକୁ ସହଯୋଗ କରିବା ମଧ୍ୟ ଲୋକପରମ୍ପରାର ଗୋଟିଏ ଅଙ୍ଗ ହୋଇଥାଏ । ସ୍ପିତିରେ ସ୍ଥାନୀୟ ସାଧନର ସଦୁପଯୋଗର ବଳିଷ୍ଠ ଉଦାହରଣ ମଧ୍ୟ ଦେଖିବାକୁ ମିଳେ । ସ୍ପିତି ଅଂଚଳରେ ଯେଉଁ କୃଷକମାନେ ଗାଈ ପାଳନ୍ତି, ତାଙ୍କର ଗୋବରକୁ ସଂଗ୍ରହ କରି ଶୁଖାଇ ବସ୍ତା ବାନ୍ଧି ରଖନ୍ତି । ଯେତେବେଳେ ଶୀତ ଆସେ, ସେତେବେଳେ ଏହି ବସ୍ତାଗୁଡ଼ିକୁ ଗାଈ ରହୁଥିବା ଜାଗା, ଯାହାକୁ ଖୁଡ୍ ବା ଗୁହାଳ କହନ୍ତି, ସେଠାରେ ବିଛାଇଦିଅନ୍ତି । ବରଫପାତ ଭିତରେ ଏହି ବସ୍ତାଗୁଡ଼ିକ ଗାଈମାନଙ୍କୁ ଥଣ୍ଡାରୁ ସୁରକ୍ଷା ଦେଇଥାଏ । ଶୀତଦିନ ପରେ ପୁଣି ଏଇ ଗୋବରକୁ ବିଲରେ ଖତ ହିସାବରେ ବ୍ୟବହାର କରାଯାଏ । ଅର୍ଥାତ୍ ପଶୁମାନଙ୍କର ବର୍ଜ୍ୟବସ୍ତୁ ଦ୍ୱାରା ସେମାନଙ୍କ ସୁରକ୍ଷା ତଥା କ୍ଷେତ ପାଇଁ ସାର ବି ହେଲା । ଚାଷ ପାଇଁ ଖର୍ଚ୍ଚ ବି କମ୍ ହେଲା ଏବଂ ଉତ୍ପାଦନ ବି ଅଧିକ ହେଲା । ତେଣୁ ଏ ଅଂଚଳ ଆଜି ପ୍ରାକୃତିକ ଚାଷ ପାଇଁ ଏକ ପ୍ରେରଣା ପାଲଟିଯାଇଛି ।
ବନ୍ଧୁଗଣ, ଏହିଭଳି ଅନେକ ପ୍ରଶଂସନୀୟ କାର୍ଯ୍ୟ ଆମର ଆଉ ଏକ ପାହାଡ଼ୀ ରାଜ୍ୟ ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ ମିଳେ । ଉତ୍ତରାଖଣ୍ଡରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ ତଥା ଔଷଧୀ ମିଳେ । ଏଗୁଡ଼ିକ ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ତା’ଭିତରେ ଗୋଟିଏ ଫଳ ହେଲା “ବେଡ଼ୁ” । ଏହା Himalayan fig ନାମରେ ମଧ୍ୟ ପରିଚିତ । ଏହି ଫଳରେ ଭିଟାମିନ୍ ଏବଂ ଖଣିଜପଦାର୍ଥ ଭରପୁର ମାତ୍ରାରେ ଥାଏ । ଲୋକମାନେ ଫଳ ଭାବରେ ତ ଏହାକୁ ଖାଇଥାନ୍ତି, ତା’ଛଡ଼ା ଅନେକ ରୋଗର ଔଷଧ ଭାବରେ ମଧ୍ୟ ୟାର ବ୍ୟବହାର ହୋଇଥାଏ । ଏହି ଫଳର ଏଭଳି ବିଶେଷତ୍ୱ ଯୋଗୁଁ ଆଜିକାଲି ବେଡ଼ୁ ଜୁସ୍, ଜାମ୍, ଚଟଣୀ, ଆଚାର ଓ ଏହାକୁ ଶୁଖାଇ Dry fruit ଭାବରେ ବଜାରରେ ବିକ୍ରି କରାଗଲାଣି । ପିଥୋରାଗଡ଼ ପ୍ରଶାସନର ଉଦ୍ୟମ ଏବଂ ସ୍ଥାନୀୟ ଲୋକମାନଙ୍କର ସହଯୋଗ ଦ୍ୱାରା ବେଡ଼ୁକୁ ଭିନ୍ନ ଭିନ୍ନ ରୂପରେ ବଜାରରେ ବିକ୍ରି କରିବାରେ ସଫଳତା ମିଳିଛି । ବେଡ଼ୁକୁ ‘ପାହଡ଼ି ଅଂଜୀର’ ନାମରେ branding କରି ଅନଲାଇନ ମାର୍କେଟରେ ବି ବିକ୍ରି କରାଯାଉଛି । ଏହାଦ୍ୱାରା କୃଷକମାନଙ୍କୁ ଆୟର ଏକ ନୂତନ ସ୍ରୋତ ମିଳିବା ସାଥେ ସାଥେ ବେଡ଼ୁର ଔଷଧୀୟ ଗୁଣର ଲାଭ ଦୂରଦୂରାନ୍ତରେ ପହଂଚିପାରିଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କି ବାତ୍’ ଆରମ୍ଭରେ ଆମେ ‘ଆଜାଦି କା ଅମୃତ ମହୋତ୍ସବ’ ସମ୍ପର୍କରେ କଥାହେଲେ । ସ୍ୱାଧୀନତା ଦିବସର ଏହି ମହାନ୍ ପର୍ବ ସହିତ ଆଗାମୀ ଦିନରେ ଆହୁରି ଅନେକ ପର୍ବ ଆସିବ । ଏଇ କିଛିଦିନ ପରେ ହିଁ ଭଗବାନ ଗଣେଶଙ୍କ ଆରାଧନାର ପର୍ବ ଗଣେଶ ଚତୁର୍ଥୀ ପଡ଼ିବ । ଗଣେଶ ଚତୁର୍ଥୀ ମାନେ ଗଣପତିଙ୍କର ଆଶୀର୍ବାଦର ପର୍ବ । ଗଣେଶ ଚତୁର୍ଥୀ ପୂର୍ବରୁ ଆଉ ଏକ ପର୍ବ ‘ଓଣମ୍’ ମଧ୍ୟ ଆରମ୍ଭ ହେବ । ବିଶେଷକରି କେରଳରେ ଶାନ୍ତି ଓ ସମୃଦ୍ଧିର ଭାବନା ସହିତ ‘ଓଣମ୍’ ପାଳନ କରାଯିବ । ଅଗଷ୍ଟ ୩୦ ତାରିଖ ଦିନ ହରିତାଳିକା ତୃତୀୟା ମଧ୍ୟ ପଡ଼ୁଛି । ଓଡ଼ିଶାରେ ସେପ୍ଟେମ୍ବର ୧ ତାରିଖ ଦିନ ନୂଆଖାଇ ପର୍ବ ମଧ୍ୟ ପାଳନ କରାଯିବ । ‘ନୂଆଖାଇ’ର ଉଦ୍ଦେଶ୍ୟ ହେଉଛି ନୂଆ ଖାଇବା । ଏହା ମଧ୍ୟ ଅନ୍ୟ ଉତ୍ସବମାନଙ୍କ ଭଳି ଆମ କୃଷି ପରମ୍ପରା ସହ ଜଡ଼ିତ ଏକ ପର୍ବ । ଏହାମଧ୍ୟରେ ଜୈନ ସମାଜର ସମ୍ବତ୍ସରୀ ପର୍ବ ମଧ୍ୟ ଆୟୋଜିତ ହେବ । ଆମର ଏହି ସମସ୍ତ ପର୍ବ ଆମର ସାଂସ୍କୃତିକ ସମୃଦ୍ଧି ଏବଂ ଜୀବନ୍ତତାର ପରିଚାୟକ । ମୁଁ ଆପଣ ସମସ୍ତଙ୍କୁ ଏହି ଉତ୍ସବ ଏବଂ ବିଶେଷ ଅବସରଗୁଡ଼ିକ ପାଇଁ ଶୁଭକାମନା ଜଣାଉଛି । ଏହି ପର୍ବଗୁଡ଼ିକ ସଙ୍ଗେ ସଙ୍ଗେ କାଲି ଅଗଷ୍ଟ ୨୯ ତାରିଖ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଜାତୀୟ ଖେଳଦିବସ ମଧ୍ୟ ପାଳିତ ହେବ । ଆମର ଯୁବ ଖେଳାଳିମାନେ ବିଶ୍ୱମଂଚରେ ଆମର ତ୍ରିରଙ୍ଗାର ମର୍ଯ୍ୟାଦା ବଢ଼ାନ୍ତୁ, ଏହାହିଁ ଧ୍ୟାନଚାନ୍ଦଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ହେବ । ଦେଶ ପାଇଁ ଆମେ ସମସ୍ତେ ମିଳିମିଶି ଏଇଭଳି କାମ କରିଚାଲିବା, ଦେଶର ସମ୍ମାନ ଉଚ୍ଚ କରିବା, ଏଇ କାମନା ସହିତ ମୁଁ ନିଜର ବକ୍ତବ୍ୟ ଶେଷ କରୁଛି । ଆସନ୍ତା ମାସରେ ପୁଣି ଆପଣଙ୍କ ସହିତ ‘ମନ୍ କି ବାତ୍’ ରହିବ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହା ‘ମନ୍ କି ବାତ୍’ର ୯୧ତମ ଅଧ୍ୟାୟ । ଆମେ ଆଗରୁ ବହୁତ କଥା ହୋଇଛୁ, ଭିନ୍ନ ଭିନ୍ନ ବିଷୟରେ ନିଜର ଭାବ ବିନିମୟ କରିଛୁ, କିନ୍ତୁ ‘ମନ୍ କି ବାତ୍’ର ଏଥରର ଅଧ୍ୟାୟ ହେଉଛି ବହୁତ ସ୍ୱତନ୍ତ୍ର । ଏହାର କାରଣ ହେଉଛି ଏଥରର ସ୍ୱାଧୀନତା ଦିବସ, ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଛି । ଆମେ ସମସ୍ତେ ଏକ ଅତି ଚମତ୍କାର ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛୁ । ଈଶ୍ୱର ଆମକୁ ଗୋଟିଏ ବହୁତ ବଡ଼ ସୌଭାଗ୍ୟ ପ୍ରଦାନ କରିଛନ୍ତି । ଆପଣ ମଧ୍ୟ ଚିନ୍ତା କରନ୍ତୁ, ଯଦି ଆମେ ପରାଧୀନତାର ସେହି ଯୁଗରେ ଜନ୍ମ ହୋଇଥାଆନ୍ତେ, ତେବେ, ଏହି ଦିନର କଳ୍ପନା ଆମ ପାଇଁ କିଭଳି ହୋଇଥାଆନ୍ତା? ପରାଧୀନତାରୁ ମୁକ୍ତି ପାଇବାର ସେହି ବ୍ୟାକୁଳତା, ପରାଧୀନତାର ଶୃଙ୍ଖଳରୁ ବାହାରି, ସ୍ୱାଧୀନତା ପ୍ରାପ୍ତିର ସେହି ଅଦମ୍ୟ ଇଚ୍ଛା – କେତେ ବିଶାଳ ହୋଇଥିବ? ସେହି ସମୟ, ଯେତେବେଳେ ପ୍ରତିଦିନ ଆମେ ଲକ୍ଷ ଲକ୍ଷ ଦେଶବାସୀଙ୍କୁ ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିବା, ସଂଘର୍ଷ କରୁଥିବା ଓ ବଳିଦାନ ଦେଉଥିବା ଦେଖୁଥାଆନ୍ତେ । ପ୍ରତ୍ୟେକ ଦିନ ସକାଳୁ ଏହି ସ୍ୱପ୍ନର ସହ ଆମ ନିଦ୍ରା ଭଙ୍ଗ ହେଉଥାଆନ୍ତା ଯେ, କେବେ ସ୍ୱାଧୀନ ହେବ ମୋ ଦେଶ! ହୁଏତ ଆମ ଜୀବନରେ ବି ଏପରି ଗୋଟିଏ ମୁହୂର୍ତ୍ତ ଆସିଥାଆନ୍ତା, ଯେତେବେଳେ ବନ୍ଦେ ମାତରମ୍ ଓ ଭାରତମାତାଙ୍କର ଜୟ ଧ୍ୱନି ସହ ଆମେ ଆମର ଆଗାମୀ ପିଢ଼ିଙ୍କ ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଥାଆନ୍ତୁ, ନିଜ ଯୌବନକୁ ସମର୍ପି ଦେଇଥାଆନ୍ତୁ ।
ବନ୍ଧୁଗଣ, ଜୁଲାଇ ୩୧ ତାରିଖ, ଅର୍ଥାତ୍ ଆଜିର ହିଁ ଦିନରେ ଆମେ ସମସ୍ତ ଦେଶବାସୀ ଶହୀଦ ଉଧମ୍ ସିଂହଙ୍କ ବଳିଦାନକୁ ପ୍ରଣାମ କରିଥାଉଁ । ମୁଁ ଏଭଳି ଅନ୍ୟ ସମସ୍ତ ମହାନ ବିପ୍ଳବୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଦେଶ ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଦେଲେ ।
ବନ୍ଧୁଗଣ, ମୋତେ ଏହା ଦେଖି ବହୁତ ଖୁସି ଲାଗୁଛି ଯେ, ଆଜାଦୀ କା ଅମୃତ ମହୋତ୍ସବ ଗୋଟିଏ ଜନ-ଆନ୍ଦୋଳନର ରୂପ ନେଉଛି । ସବୁ କ୍ଷେତ୍ର ଏବଂ ସମାଜର ସବୁ ଶ୍ରେଣୀର ଲୋକ ଏହା ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏଭଳି ଗୋଟିଏ କାର୍ଯ୍ୟକ୍ରମ ଏହି ମାସ ଆରମ୍ଭରେ ମେଘାଳୟରେ ଅନୁଷ୍ଠିତ ହୋଇଥିଲା । ମେଘାଳୟର ବୀର ଯୋଦ୍ଧା, ୟୂ. ଟିରୋତ୍ ସିଂହ ଜୀଙ୍କ ପୂଣ୍ୟତିଥିରେ ଲୋକେ ତାଙ୍କୁ ସ୍ମରଣ କରିଥିଲେ । ଟିରୋତ୍ ସିଂ ଜୀ ଖାସି ହିଲ୍ସ ଅଧିକାର କରିବା ଏବଂ ସେଠାକାର ସଂସ୍କୃତି ଉପରେ ପ୍ରହାର କରିବାର ଇଂରେଜମାନଙ୍କର ଷଡ଼ଯନ୍ତ୍ରର ଘୋର ବିରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ କଳାକାର ସୁନ୍ଦର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେମାନେ ଇତିହାସକୁ ଜୀବନ୍ତ କରିଦେଲେ । ଏଥିରେ ଗୋଟିଏ କାର୍ନିଭାଲ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ମେଘାଳୟର ମହାନ ସଂସ୍କୃତିକୁ ସୁନ୍ଦର ଭାବେ ଦର୍ଶାଯାଇଥିଲା । ଆଜିଠୁ କିଛି ସପ୍ତାହ ପୂର୍ବେ, କର୍ଣ୍ଣାଟକରେ ଅମୃତା ଭାରତୀ କନ୍ନଡ଼ାର୍ଥୀ ନାମକ ଏକ ନିଆରା ଅଭିଯାନ ଆରମ୍ଭ କରାଗଲା । ଏଥିରେ ରାଜ୍ୟର ୭୫ଟି ସ୍ଥାନରେ ସ୍ୱାଧୀନତାର ଅମୃତ ମହୋତ୍ସବ ସହ ସମ୍ପର୍କିତ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଗଲା । ଏଥିରେ କର୍ଣ୍ଣାଟକର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ସ୍ଥାନୀୟ ସାହିତ୍ୟିକ ଉପଲବ୍ଧିଗୁଡ଼ିକୁ ମଧ୍ୟ ଲୋକଲୋଚନକୁ ଆଣିବାର ପ୍ରଚେଷ୍ଟା କରାଗଲା ।
ବନ୍ଧୁଗଣ, ଏହି ଜୁଲାଇ ମାସରେ ହିଁ ଗୋଟିଏ ବହୁତ କୌତୂହଳପ୍ରଦ ପ୍ରୟାସ ହେଲା, ଯାହାର ନାମ ହେଉଛି – ସ୍ୱାଧୀନତାର ରେଳଗାଡ଼ି ଓ ରେଳଷ୍ଟେସନ । ଏହି ପ୍ରଚେଷ୍ଟାର ଲକ୍ଷ୍ୟ ହେଲା, ଲୋକେ ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ରେଳର ଭୂମିକା ବିଷୟରେ ଜାଣନ୍ତୁ । ଦେଶରେ ଏଭଳି ଅନେକ ରେଳ ଷ୍ଟେସନ ରହିଛି, ଯେଉଁଗୁଡ଼ିକର ସମ୍ପର୍କ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ରହିଛି । ଆପଣମାନେ ମଧ୍ୟ ଏହି ରେଳ ଷ୍ଟେସନଗୁଡ଼ିକ ସମ୍ପର୍କରେ ଜାଣି ଆଶ୍ଚର୍ଯ୍ୟାନ୍ୱିତ ହେବେ । ଝାଡ଼ଖଣ୍ଡର ଗୋମୋ ଜଙ୍କସନ୍ ଏବେ ସରକାରୀ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଙ୍କସନ୍ ଗୋମୋ ନାମରେ ନାମିତ କରାଯାଇଛି । କାହିଁକି, ଜାଣିଛନ୍ତି ? ପ୍ରକୃତରେ ଏହି ଷ୍ଟେସନରୁ କାଲ୍କା ମେଲରେ ଚଢ଼ି ନେତାଜୀ ସୁଭାଷ, ଇଂରେଜ ଅଧିକାରୀମାନଙ୍କ ଆଖିରେ ଧୂଳି ଦେବାରେ ସଫଳ ହୋଇଥିଲେ । ଆପଣମାନେ ଲକ୍ଷ୍ନୌ ନିକଟବର୍ତ୍ତୀ କାକୋରୀ ରେଳ ଷ୍ଟେସନର ନାଁ ନିଶ୍ଚୟ ଶୁଣିଥିବେ । ଏହି ଷ୍ଟେସନ ସହ ରାମ ପ୍ରସାଦ ବିସ୍ମିଲ୍ ଓ ଅଶ୍ଫାକ୍ ଉଲ୍ଲାହ୍ ଖାନଙ୍କ ଭଳି ବୀରମାନଙ୍କ ନାମ ଜଡ଼ିତ । ଏଠାରେ ଟ୍ରେନରେ ଯାଉଥିବା ଇଂରେଜମାନଙ୍କ ଧନକୁ ଲୁଟି ବୀର ବିପ୍ଳବୀମାନେ ଇଂରେଜମାନଙ୍କୁ ସେମାନଙ୍କ ଶକ୍ତି ସହ ପରିଚିତ କରାଇ ଦେଇଥିଲେ । ଯଦି ଆପଣ କେବେ ତାମିଲନାଡ଼ୁର ଲୋକଙ୍କ ସହ କଥା ହେବେ, ତାହେଲେ ଆପଣଙ୍କୁ ଥୁଥୁକୁଡ଼ି ଜିଲ୍ଲାର ବାଂଚି ମଣିୟାଚ୍ଚି ଜଙ୍କସନ ବିଷୟରେ ଜାଣିବାକୁ ମିଳିବ । ଏହି ଷ୍ଟେସନ ତାମିଲ ସ୍ୱାଧୀନତା ସଂଗ୍ରାମୀ ବାଂଚିନାଥନଙ୍କ ନାମରେ ନାମିତ । ଏହା ସେହି ସ୍ଥାନ ଯେଉଁଠି ୨୫ ବର୍ଷର ଯୁବକ ବାଂଚି, ବ୍ରିଟିଶ କଲେକ୍ଟରଙ୍କୁ ତାଙ୍କ କର୍ମ ପାଇଁ ଦଣ୍ଡିତ କରିଥିଲେ ।
ବନ୍ଧୁଗଣ, ଏହି ତାଲିକା ବହୁତ ଲମ୍ବା । ସାରା ଦେଶର ୨୪ଟି ରାଜ୍ୟରେ ରହିଥିବା ଏହି ରେଳ ଷ୍ଟେସନଗୁଡ଼ିକୁ ଚିହ୍ନଟ କରାଯାଇଛି । ଏହି ୭୫ ଷ୍ଟେସନକୁ ଖୁବ ସୁନ୍ଦର ଭାବେ ସଜ୍ଜିତ କରାଯାଉଛି । ସେଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି । ଆପଣମାନେ ମଧ୍ୟ ସମୟ ବାହାର କରି ନିକଟସ୍ଥ ଏଭଳି କୌଣସି ରେଳ ଷ୍ଟେସନକୁ ଯିବା ଉଚିତ । ଆପଣ ସ୍ୱାଧୀନତା ଆନ୍ଦୋଳନର ଏଭଳି ଇତିହାସ ବିଷୟରେ ବିସ୍ତୃତ ଭାବେ ଜାଣିପାରିବେ, ଯାହା ଆପଣ ହୁଏତ ଆଗରୁ ଜାଣି ନ ଥିବେ । ମୁଁ ଆଖପାଖର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ, ସେମାନେ ନିଜ ସ୍କୁଲର ଛୋଟ ଛୋଟ ପିଲାମାନଙ୍କୁ ନେଇ ରେଳ ଷ୍ଟେସନକୁ ଯାଆନ୍ତୁ ଓ ସମ୍ପୂର୍ଣ୍ଣ ଘଟଣା ସହ ସେମାନଙ୍କୁ ଅବଗତ କରାନ୍ତୁ, ବୁଝାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ୧୩ ରୁ ୧୫ ଅଗଷ୍ଟ ଯାଏଁ ଗୋଟିଏ ସ୍ପେଶାଲ୍ ମୁଭମେଣ୍ଟ (ବିଶେଷ ଆନ୍ଦୋଳନ) – ହର୍ ଘର୍ ତ୍ରିରଙ୍ଗାର ଆୟୋଜନ କରାଯାଉଛି । ଏହି ମୁଭମେଣ୍ଟ (ଆନ୍ଦୋଳନ) ର ଅଂଶ ହୋଇ ୧୩ ରୁ ୧୫ ଅଗଷ୍ଟ ଯାଏଁ ଆପଣ ନିଜ ଘର ଉପରେ ତ୍ରିରଙ୍ଗା ପତାକା ନିଶ୍ଚୟ ଉଡ଼ାନ୍ତୁ, କିମ୍ବା ଏହାକୁ ନିଜ ଘରେ ଲଗାନ୍ତୁ । ତ୍ରିରଙ୍ଗା ଆମକୁ ଯୋଡ଼ିଥାଏ, ଆମକୁ ଦେଶ ପାଇଁ କିଛି କରିବାକୁ ପ୍ରେରଣା ଯୋଗାଏ । ମୋର ଆଉ ଗୋଟିଏ ପ୍ରସ୍ତାବ ହେଲା, ଯେ ଅଗଷ୍ଟ ୨ ରୁ ଅଗଷ୍ଟ ୧୫ ଯାଏଁ ଆମେ ସମସ୍ତେ ନିଜ ସାମାଜିକ ଗଣମାଧ୍ୟମର ପ୍ରୋଫାଇଲ ପିକ୍ଚରରେ ତ୍ରିରଙ୍ଗା ଲଗାଇପାରିବା । ଏ କଥା ଆପଣ ଜାଣନ୍ତି କି, ଯେ ଅଗଷ୍ଟ ୨ ତାରିଖର ଆମ ତ୍ରରଙ୍ଗା ସହ ଗୋଟିଏ ବିଶେଷ ସମ୍ପର୍କ ରହିଛି । ଏହି ଦିନ ପିଙ୍ଗଳୀ ଭେଙ୍କୈୟାଜୀଙ୍କ ଜୟନ୍ତୀ ପାଳନ କରାଯାଇଥାଏ, ଯିଏ ଆମ ଜାତୀୟ ପତାକାକୁ ଡିଜାଇନ୍ କରିଥିଲେ । ମୁଁ ତାଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମ ଜାତୀୟ ପତାକା ସମ୍ପର୍କରେ କହିଲା ବେଳେ, ମୁଁ ମହାନ ବିପ୍ଳବୀ ମାଡାମ୍ କାମାଙ୍କୁ ମଧ୍ୟ ସ୍ମରଣ କରୁଛି । ତ୍ରିରଙ୍ଗାକୁ ଆକାର ପ୍ରଦାନ କରିବାରେ ତାଙ୍କର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ।
ବନ୍ଧୁଗଣ, ଆଜାଦୀ କା ଅମୃତ ମହୋତ୍ସବ ସମୟରେ ହେଉଥିବା ଏ ସମସ୍ତ ଆୟୋଜନର ସବୁଠାରୁ ବଡ଼ ବାର୍ତ୍ତା ହେଲା - ଆମେ ସମସ୍ତ ଦେଶବାସୀ ନିଜ କର୍ତ୍ତବ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ନିଷ୍ଠା ସହ ପାଳନ କରିବା । ତେବେ ଯାଇଁ ଆମେ ସେହି ଅଗଣିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନକୁ ସାକାର କରିପାରିବା । ତାଙ୍କ ସ୍ୱପ୍ନର ଭାରତ ଗଢ଼ିପାରିବା । ତେଣୁ ଆମ ଆଗାମୀ ୨୫ ବର୍ଷର ଏହି ଅମୃତକାଳ ପ୍ରତ୍ୟେକ ଦେଶବାସୀ ପାଇଁ କର୍ତବ୍ୟକାଳ ସଦୃଶ । ଦେଶକୁ ସ୍ୱାଧୀନ କରିବାରେ ଆମ ବୀର ସଂଗ୍ରାମୀମାନେ ଆମକୁ ଏହି ଦାୟିତ୍ୱ ଦେଇ ଯାଇଛନ୍ତି ଏବଂ ଆମକୁ ଏହା ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, କରୋନା ବିରୋଧରେ ଆମେ ଦେଶବାସୀ ଏବେ ମଧ୍ୟ ଲଢ଼େଇ ଜାରି ରଖିଛୁ । ସମଗ୍ର ବିଶ୍ୱ ଆଜି ମଧ୍ୟ ଏହା ସହ ସଂଘର୍ଷ କରୁଛି । ସାମଗ୍ରିକ ସ୍ୱାସ୍ଥ୍ୟସେବାରେ ଲୋକଙ୍କର ବଢ଼ୁଥିବା ରୁଚି ଏଥିରେ ସମସ୍ତଙ୍କୁ ବହୁତ ସାହାଯ୍ୟ କରିଛି । ଆମେ ସମସ୍ତେ ଜାଣୁ ଯେ ଏଥିରେ ଭାରତୀୟ ପାରମ୍ପରିକ ପଦ୍ଧତି ବହୁତ ଉପଯୋଗୀ । କରୋନା ବିରୋଧୀ ଲଢ଼େଇରେ ଆୟୁଷ ତ ବିଶ୍ୱସ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ସାରା ବିଶ୍ୱରେ ଆୟୁର୍ବେଦ ଓ ଭାରତୀୟ ଔଷଧ ପ୍ରତି ଆକର୍ଷଣ ବଢ଼ୁଛି । ଏହାର ଏକ ବଡ଼ କାରଣ ହେଉଛି ଆୟୁଷ ରପ୍ତାନିରେ ରେକର୍ଡ ପରିମାଣର ବୃଦ୍ଧି ଘଟିଛି ଏବଂ ଏହା ମଧ୍ୟ ବହୁତ ସୁଖଦ ଯେ ଏ କ୍ଷେତ୍ରରେ ଅନେକ ନୂଆ ଷ୍ଟାର୍ଟ ଅପ୍ସ ମଧ୍ୟ ଖୋଲୁଛି । ନିକଟରେ ଏକ ବିଶ୍ୱସ୍ତରୀୟ ଆୟୁଷ ନିବେଶ ଏବଂ ସୃଜନ ସମ୍ମିଳନୀ ଆୟୋଜିତ ହୋଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥିରେ ପ୍ରାୟ ଦଶ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି । ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନା କାଳରେ ଔଷଧୀୟ ଗଛ ଉପରେ ଗବେଷଣାରେ ମଧ୍ୟ ବହୁତ ବୃଦ୍ଧି ହୋଇଛି । ଏ ସମ୍ପର୍କରେ ବହୁତ ଗବେଷଣାତ୍ମକ ଅନୁଧ୍ୟାନ ପ୍ରକାଶିତ ହେଉଛି । ଏହା ନିଶ୍ଚିତ ଭାବେ ଏକ ଭଲ ଆରମ୍ଭ ।
ବନ୍ଧୁଗଣ, ଦେଶରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଓ ଜଡ଼ିବୁଟିକୁ ନେଇ ଆଉ ଏକ ସୁନ୍ଦର ପ୍ରୟାସ ହୋଇଛି । ଏବେ ଏବେ ଜୁଲାଇ ମାସରେ ଇଣ୍ଡିଆନ ଭର୍ଚୁଆଲ୍ ହର୍ବାରିଅମ୍ ଉନ୍ମୋଚିତ ହେଇଛି । ଏହା ଏ କଥାର ମଧ୍ୟ ଦୃଷ୍ଟାନ୍ତ ଯେ ଆମେ କିପରି ନିଜର ମୂଳ ସହିତ ଯୋଡ଼ିହେବା ପାଇଁ ଡିଜିଟାଲ୍ ୱାର୍ଲଡର ବ୍ୟବହାର କରିପାରିବା । ଇଣ୍ଡିଆନ ଭର୍ଚୁଆଲ୍ ହରବାରିଅମ୍ ହେଉଛି ସଂରକ୍ଷିତ ଗଛ ବା ଗଛର ଅଂଶକୁ ନେଇ ଡିଜିଟାଲ୍ ଚିତ୍ରର ଏକ ସୁନ୍ଦର ସଂଗ୍ରହ, ଯାହା ୱେବରେ ମାଗଣାରେ ଉପଲବ୍ଧ । ଏହି ଭର୍ଚୁଆଲ୍ ହର୍ବାରିଅମରେ ବର୍ତ୍ତମାନ ଲକ୍ଷାଧିକ ନମୁନା ଏବଂ ସେଥିସହ ସଂପୃକ୍ତ ବୈଜ୍ଞାନିକ ସୂଚନା ଉପଲବ୍ଧ । ଭର୍ଚୁଆଲ୍ ହର୍ବାରିଅମରେ ଭାରତର ଉଦ୍ଭିଦ ବିବିଧତାର ସମୃଦ୍ଧ ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୋର ବିଶ୍ୱାସ ଯେ ଇଣ୍ଡିଆନ ଭର୍ଚୁଆଲ ହର୍ବାରିଅମ୍ ଭାରତୀୟ ଉଦ୍ଭିଦଗୁଡ଼ିକ ଉପରେ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିବ ।
ମୋର ପ୍ରିୟ ଦେଶବାସୀଗଣ, "ମନ୍ କୀ ବାତ୍'ରେ ଆମେ ସବୁଥର ଦେଶବାସୀଙ୍କର ଏଭଳି ସଫଳତାଗୁଡ଼ିକ ବିଷୟରେ ଚର୍ଚ୍ଚା କରୁ ଯାହା ଆମ ମୁହଁରେ ମିଠା ହସ ଫୁଟାଇଦିଏ । ଯଦି କୌଣସି ସଫଳତାର କାହାଣୀ ମିଠା ହସ ଫୁଟାଇପାରେ, ଏବଂ ମିଠା ସ୍ୱାଦ ଭରିପାରେ, ତେବେ ଆପଣ ଏହାକୁ "ସୋନେ ପର୍ ସୁହାଗା' ବୋଲି ନିଶ୍ଚୟ କହିବେ । ଆମର କୃଷକ ଆଜିକାଲି ମହୁ ଉତ୍ପାଦନରେ ଏପରି ହିଁ ଚମତ୍କାରିତା ଦେଖାଉଛନ୍ତି । ମହୁର ମିଠା ଆମର ଚାଷୀମାନଙ୍କର ଜୀବନକୁ ମଧ୍ୟ ବଦଳାଇଦେଉଛି, ସେମାନଙ୍କର ଆୟ ମଧ୍ୟ ବଢ଼ୁଛି । ହରିୟାଣାର ଯମୁନାନଗରରେ, ଜଣେ ମହୁମାଛି ପାଳକ ବନ୍ଧୁ ରହନ୍ତି- ସୁଭାଷ କମ୍ବୋଜ ଜୀ । ସୁଭାଷ ଜୀ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନର ପ୍ରଶିକ୍ଷଣ ନେଲେ । ଏହାପରେ ସେ କେବଳ ଛଅଟି ବାକ୍ସରୁ ନିଜର କାମ ଆରମ୍ଭ କରିଥିଲେ । ଆଜି ସେ ପ୍ରାୟ ଦୁଇ ହଜାର ବାକ୍ସରେ ମହୁମାଛି ପାଳନ କରୁଛନ୍ତି । ତାଙ୍କର ମହୁ ଅନେକ ରାଜ୍ୟକୁ ଯୋଗାଣ ହୋଇଥାଏ । ଜାମ୍ମୁର ପଲ୍ଲୀ ଗାଁରେ ବିନୋଦ କୁମାର ଜୀ ମଧ୍ୟ ଦେଢ଼ ହଜାରରୁ ଅଧିକ କଲୋନିରେ ମହୁମାଛି ପାଳନ କରୁଛନ୍ତି । ସେ ଗତବର୍ଷ ରାଣୀ ମହୁମାଛି ପାଳନର ପ୍ରଶିକ୍ଷଣ ନେଇଛନ୍ତି । ଏହି କାମରେ ସେ ପ୍ରତିବର୍ଷ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କର୍ଣ୍ଣାଟକରେ ଆଉ ଜଣେ ଚାଷୀ ଅଛନ୍ତି- ମଧୁକେଶ୍ୱର ହେଗଡେ ଜୀ । ମଧୁକେଶ୍ୱର ଜୀ କହନ୍ତି ଯେ ସେ ଭାରତ ସରକାରଙ୍କଠାରୁ ୫୦ ମହୁମାଛି କଲୋନି ପାଇଁ ରିଆତି ଟଙ୍କା ନେଇଥିଲେ । ଆଜି ତାଙ୍କ ପାଖରେ ୮୦୦ରୁ ଅଧିକ କଲୋନୀ ଅଛି ଏବଂ ସେ ଅନେକ ଟନ୍ ମହୁ ବିକ୍ରି କରନ୍ତି । ସେ ନିଜ କାମରେ ନୂତନତା ଆଣିଛନ୍ତି ଏବଂ ସେ ଜାମୁକୋଳି ପ୍ରସ୍ତୁତ ମହୁ, ତୁଳସୀ ମହୁ, ଅଁଳା ମହୁ ଭଳି ଉଦ୍ଭିଦଯୁକ୍ତ ମହୁ ଉତ୍ପାଦନ କରୁଛନ୍ତି । ମଧୁକେଶ୍ୱର ଜୀ ମହୁ ଉତ୍ପାଦନରେ ଆପଣଙ୍କ ସୃଜନଶୀଳତା ଏବଂ ସଫଳତା, ଆପଣଙ୍କ ନାମକୁ ମଧ୍ୟ ସାର୍ଥକ କରୁଛି ।
ବନ୍ଧୁଗଣ, ଆପଣ ସମସ୍ତେ ଜାଣନ୍ତି ଯେ ଆମର ପାରମ୍ପରିକ ସ୍ୱାସ୍ଥ୍ୟ ବିଜ୍ଞାନରେ ମହୁକୁ କେତେ ଗୁରୁତ୍ୱ ଦିଆଯାଇଛି । ଆୟୁର୍ବେଦ ଗ୍ରନ୍ଥରେ ତ ମହୁକୁ ଅମୃତ ବୋଲି କୁହାଯାଇଛି । ମହୁ, କେବଳ ଆମକୁ ସୁସ୍ୱାଦ ଦିଏ ନାହିଁ, ବରଂ ଆରୋଗ୍ୟ ମଧ୍ୟ କରିଥାଏ । ମହୁ ଉତ୍ପାଦନରେ ଆଜି ଏତେ ଅଧିକ ସମ୍ଭାବନା ରହିଛି ଯେ ପେସାଦାର ଶିକ୍ଷା ଗ୍ରହଣକାରୀ ଯୁବଗୋଷ୍ଠୀ ମଧ୍ୟ ଏହାକୁ ସ୍ୱରୋଜଗାର ପନ୍ଥା କରୁଛନ୍ତି । ଏପରି ଜଣେ ଯୁବକ ହେଲେ ୟୁପିର ଗୋରଖପୁର ନିମିତ ସିଂହ । ନିମିତ ଜୀ ବି.ଟେକ୍ କରିଛନ୍ତି । ତାଙ୍କ ପିତା ମଧ୍ୟ ଜଣେ ଡାକ୍ତର, କିନ୍ତୁ ପାଠପଢ଼ା ପରେ ଚାକିରି ପରିବର୍ତ୍ତେ ନିମିତ୍ ଜୀ ସ୍ୱରୋଜଗାରର ନିଷ୍ପତି ନେଲେ । ସେ ମହୁ ଉତ୍ପାଦନ କାମ ଆରମ୍ଭ କଲେ । ମାନ ପରୀକ୍ଷା ପାଇଁ ଲକ୍ଷ୍ନୌରେ ନିଜର ଏକ ପରୀକ୍ଷାଗାର ମଧ୍ୟ ପ୍ରତିଷ୍ଠା କଲେ । ନିମିତ ଜୀ ଏବେ ମହୁ ଓ ମହୁମାଛି ମହମରୁ ବହୁତ ଭଲ ରୋଜଗାର କରୁଛନ୍ତି ଏବଂ ବିଭିନ୍ନ ରାଜ୍ୟକୁ ଯାଇ ଚାଷୀମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । ଏପରି ଯୁବକମାନଙ୍କ ପରିଶ୍ରମ ଦ୍ୱାରା ହିଁ ଆଜି ଦେଶ ଏତେ ବଡ଼ ମହୁ ଉତ୍ପାଦକ ହୋଇପାରୁଛି । ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ଦେଶରେ ମହୁର ରପ୍ତାନି ମଧ୍ୟ ବଢ଼ିଯାଇଛି । ଦେଶ ନେସନାଲ୍ ବୀ କିପିଂ ଆଣ୍ଡ୍ ହନି ମିସନ ଭଳି ଅଭିଯାନ ଚଳାଇଲା, ଚାଷୀମାନେ ବହୁତ ପରିଶ୍ରମ କଲେ ଏବଂ ଆମ ମହୁର ମିଠା ସାରା ଦୁନିଆରେ ପହଂଚିବାରେ ଲାଗିଲା । ବର୍ତ୍ତମାନ ଏ କ୍ଷେତ୍ରରେ ଆହୁରି ବଡ଼ ସମ୍ଭାବନା ରହିଛି । ମୁଁ ଚାହିଁବି ଯେ ଆମର ଯୁବଗୋଷ୍ଠୀ ଏହି ସୁଯୋଗ ସହିତ ଯୋଡ଼ିହୋଇ ତା'ର ଲାଭ ଉଠାନ୍ତୁ ଏବଂ ନୂଆ ସମ୍ଭାବନାକୁ ସାକାର କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ମୋତେ ହିମାଚଳ ପ୍ରଦେଶରୁ "ମନ୍ କୀ ବାତ୍'ର ଜଣେ ଶ୍ରୋତା ଶ୍ରୀମାନ ଆଶିଷ ବହଲ୍ ଜୀଙ୍କର ଏକ ଚିଠି ମିଳିଛି । ସେ ନିଜ ଚିଠିରେ ଚମ୍ବା ର "ମିଞ୍ଜର୍ ମେଳା' କଥା ଲେଖିଛନ୍ତି । ପ୍ରକୃତରେ ମକାର ଫୁଲକୁ ମିଞ୍ଜର୍ କୁହାଯାଏ । ଯେତେବେଳେ ମକାରେ ଫୁଲ ଆସେ, ସେତେବେଳେ ମିଞ୍ଜର୍ ମେଳା ପାଳନ କରାଯାଏ ଏବଂ ଏହି ମିଞ୍ଜର ମେଳାରେ ଭାଗ ନେବାକୁ ଦେଶର କୋଣଅନୁକୋଣରୁ ପର୍ଯ୍ୟଟକ ଆସିଥାନ୍ତି । ସଂଯୋଗବଶତଃ ଏହି ମେଳା ଏବେ ଚାଲିଛି । ଆପଣ ଯଦି ହିମାଚଳ ବୁଲିବାକୁ ଯାଇଛନ୍ତି ତେବେ ଏହି ମେଳା ଦେଖିବାକୁ ଚମ୍ବା ଯାଇପାରିବେ । ଚମ୍ବା ଏତେ ସୁନ୍ଦର ଯେ ଏଠାକାର ଲୋକଗୀତରେ ବାରମ୍ବାର କୁହାଯାଏ - ""ଚମ୍ବା ଇକ୍ ଦିନ ଓଣା କନେ ମହିନା ରୈଣା'' । ଅର୍ଥାତ ଯେଉଁ ଲୋକେ ଦିନକ ପାଇଁ ଚମ୍ବା ଆସନ୍ତି, ସେମାନେ ଏହାର ସୌନ୍ଦର୍ଯ୍ୟ ଦେଖି ମାସସାରା ଏଇଠି ରହିଯାଆନ୍ତି ।
ବନ୍ଧୁଗଣ, ଆମ ଦେଶରେ ମେଳା ସବୁର ମଧ୍ୟ ବଡ଼ ସାଂସ୍କୃତିକ ଗୁରୁତ୍ୱ ରହିଛି । ମେଳା ଜନ-ମନ ଦୁଇଟିକୁ ଯୋଡ଼ିଥାଏ । ହିମାଚଳରେ ବର୍ଷା ପରେ ଯେତେବେଳେ ଖରିଫ ଫସଲ ପାଚେ, ସେତେବେଳେ ସେପ୍ଟେମ୍ବରରେ ଶିମଳା, ମଣ୍ଡି, କୁଲ୍ଲୁ ଓ ସୋଲନରେ ସୈରି ବା ସୈର ମଧ୍ୟ ପାଳନ କରାଯାଏ । ସେପ୍ଟେମ୍ବରରେ ଜାଗରା ମଧ୍ୟ ଆସିବାର ଅଛି । ଜାଗରା ମେଳାରେ ମହାସୁ ଦେବତାଙ୍କୁ ଆହ୍ୱାନ କରି ବିସୁ ଗୀତ ଗାନ କରାଯାଏ । ମହାସୁ ଦେବତାଙ୍କର ଏହି ଜାଗର ହିମାଚଳର ଶିମଳା, କିନ୍ନୌର ଏବଂ ସିରମୌର ସମେତ ଉତ୍ତରାଖଣ୍ଡରେ ମଧ୍ୟ ଅନୁଷ୍ଠିତ ହୁଏ ।
ବନ୍ଧୁଗଣ, ଆମ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଆଦିବାସୀ ସମାଜରେ ମଧ୍ୟ ଅନେକ ପାରମ୍ପରିକ ମେଳା ଆୟୋଜିତ ହୋଇଥାଏ । ଏଥିମଧ୍ୟରୁ କେତେକ ମେଳା ଆଦିବାସୀ ସଂସ୍କୃତି ସହିତ ସଂପୃକ୍ତ ତ ଆଉ କିଛିର ଆୟୋଜନ ଆଦିବାସୀ ଇତିହାସ ଓ ଐତିହ୍ୟ ସହିତ ସଂପୃକ୍ତ, ଯେପରିକି ଆପଣଙ୍କୁ ଯଦି ସୁଯୋଗ ମିଳେ ତ ତେଲଙ୍ଗାନାର ମେଡାରମର ଚାରିଦିନିଆ ସମକ୍କା-ସରଲମ୍ମା ଯାତ୍ରାମେଳା ନିଶ୍ଚୟ ଦେଖିବାକୁ ଯାଆନ୍ତୁ । ଏହି ମେଳାକୁ ତେଲଙ୍ଗାନାର ମହାକୁମ୍ଭ କୁହାଯାଏ । ସରଲମ୍ମା ଯାତ୍ରାମେଳା ଦୁଇ ଆଦିବାସୀ ମହିଳା ନାୟିକା ସମକ୍କା ଓ ସରଲମ୍ମାଙ୍କ ସମ୍ମାନରେ ଅନୁଷ୍ଠିତ ହୁଏ । ଏହା କେବଳ ତେଲଙ୍ଗାନା ନୁହେଁ, ବରଂ ଛତିଶଗଡ଼, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର କୋୟା ଆଦିବାସୀ ସମ୍ପ୍ରଦାୟ ପାଇଁ ଆସ୍ଥାର ବଡ଼ କେନ୍ଦ୍ର । ଆନ୍ଧ୍ରପ୍ରଦେଶରେ ମାରିଦମ୍ମା ମେଳା ମଧ୍ୟ ଆଦିବାସୀ ସମାଜର ପ୍ରଥା ସହିତ ସଂପୃକ୍ତ ଏକ ବଡ଼ ମେଳା । ମାରିଦମ୍ମା ମେଳା ଜ୍ୟେଷ୍ଠ ଅମାବାସ୍ୟାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ଚାଲେ ଏବଂ ଏଠାକାର ଆଦିବାସୀ ସମାଜ ଏହାକୁ ଶକ୍ତି ଉପାସନା ସହିତ ଯୋଡ଼ିଥାନ୍ତି । ଏଠାକାର ପୂର୍ବ ଗୋଦାବରୀର ପେଦ୍ଧାପୁରମରେ ମରିଦମ୍ମା ମନ୍ଦିର ମଧ୍ୟ ରହିଛି । ସେହିଭଳି ରାଜସ୍ଥାନରେ ଗରାସିୟା ଜନଜାତିର ଲୋକେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ "ସିୟାୱା କା ମେଲା' ବା "ମନଖାଁ ରୋ ମେଲା'ର ଆୟୋଜନ କରନ୍ତି ।
ଛତିଶଗଡ଼ ବସ୍ତର ଅଂଚଳର ନାରାୟଣପୁରରେ ହେଉଥିବା ମାୱଲି ମେଳା ମଧ୍ୟ ବହୁତ ପ୍ରସିଦ୍ଧ । ସେଇ ପାଖାପାଖି ମଧ୍ୟପ୍ରଦେଶର ଭଗୋରିୟା ମେଳା ମଧ୍ୟ ଖୁବ୍ ଜଣାଶୁଣା । କୁହାଯାଏ ଯେ ଏହି ଭଗୋରିୟା ମେଳା ରାଜା ଭୋଜଙ୍କ ସମୟରେ ଆରମ୍ଭ ହୋଇଥିଲା । ସେତେବେଳକାର ଭୀଲ୍ ରାଜା କାସୁମରା ଓ ବାଲୁନ୍ ପ୍ରଥମ ଥର ପାଇଁ ନିଜ ନିଜ ରାଜ୍ୟର ରାଜଧାନୀରେ ଏହି ମେଳାର ଆୟୋଜନ କରିଥିଲେ । ସେତେବେଳଠାରୁ ଆଜିଯାଏ ଏହି ମେଳାଗୁଡ଼ିକ ଖୁବ୍ ଉତ୍ସାହର ସହିତ ପାଳିତ ହୋଇଆସୁଛି । ସେଇଭଳି ଗୁଜରାଟର ତରଣେତର୍ ଏବଂ ମାଧୋପୁର ଆଦି ସ୍ଥାନରେ ହେଉଥିବା ମେଳାଗୁଡ଼ିକ ମଧ୍ୟ ଖୁବ୍ ପ୍ରସିଦ୍ଧ । ଏହି ମେଳାଗୁଡ଼ିକ ଆମମାନଙ୍କର ସାମାଜିକ ଜୀବନ ପାଇଁ ଶକ୍ତିର ବହୁତ ବଡ଼ ଉତ୍ସ । ଆପଣଙ୍କ ଆଖପାଖରେ ମଧ୍ୟ ଏହିଭଳି ଅନେକ ମେଳା ଆୟୋଜିତ ହେଉଥିବ । ଆଜିର ସମୟରେ ସମାଜର ଏହି ପ୍ରାଚୀନ ପରମ୍ପରାଗୁଡ଼ିକ “ଏକ୍ ଭାରତ ଶ୍ରେଷ୍ଠ ଭାରତ” ଭଳି ଭାବନାକୁ ମଜଭୁତ କରିବାରେ ଉଲ୍ଲେଖନୀୟ ଭୂମିକା ନେଇପାରିବେ । ଆମର ଯୁବବର୍ଗ ଏହି ମେଳାଗୁଡ଼ିକ ପ୍ରତି ଆକର୍ଷିତ ହେବା ଉଚିତ ଏବଂ ଆପଣମାନେ ଯେବେବି ଏହିଭଳି ମେଳାଗୁଡ଼ିକୁ ଯାଉଛନ୍ତି ତା’ର ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ସେୟାର କରନ୍ତୁ । ଯଦି ଆପଣ ଚାହାଁନ୍ତି ତେବେ ଗୋଟିଏ ନିର୍ଦ୍ଦିଷ୍ଟ ହ୍ୟାସ୍ଟ୍ୟାଗ୍ ମଧ୍ୟ ବ୍ୟବହାର କରିପାରନ୍ତି । ୟାଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ସେହି ମେଳାଗୁଡ଼ିକ ବିଷୟରେ ଜାଣିପାରିବେ । ଏହି ଫଟୋଗୁଡ଼ିକୁ ଆପଣ ସଂସ୍କୃତି ବିଭାଗର ୱେବସାଇଟରେ ମଧ୍ୟ ଅପଲୋଡ଼ କରିପାରିବେ । ଆମ ସଂସ୍କୃତି ମନ୍ତ୍ରଣାଳୟ ଆଗାମୀ କିଛିଦିନ ଭିତରେ ଗୋଟିଏ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ମେଳାଗୁଡ଼ିକର ସବୁଠାରୁ ଭଲ ଫଟୋ ପଠେଇଥିବା ବ୍ୟକ୍ତିକୁ ପୁରସ୍କାର ମଧ୍ୟ ଦିଆଯିବ । ଅତଏବ ଆଉ ଡେରି କରନ୍ତୁନି । ମେଳାରେ ବୁଲନ୍ତୁ ତା’ର ଫଟୋ ସେୟାର କରନ୍ତୁ, ହୁଏତ ଆପଣଙ୍କୁ ବି ପୁରସ୍କାର ମିଳିଯାଇପାରେ ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କର ମନେଥିବ ‘ମନ୍ କୀ ବାତ୍’ର ଗୋଟିଏ ଅଧ୍ୟାୟରେ ମୁଁ କହିଥିଲି ଯେ ଖେଳନା ରପ୍ତାନୀ କ୍ଷେତ୍ରରେ ଭାରତ ଅଗ୍ରଣୀ ହେବାର ଯୋଗ୍ୟତା ବହନ କରେ । ସେଥିରେ ମୁଁ ବିଶେଷକରି ଖେଳକୁଦ ବିଭାଗରେ ଭାରତର ସମୃଦ୍ଧ ଐତିହ୍ୟ ବିଷୟରେ ଚର୍ଚ୍ଚା କରିଥିଲି । ଭାରତର ସ୍ଥାନୀୟ ଖେଳନାଗୁଡ଼ିକ ପରମ୍ପରା ଓ ପ୍ରକୃତିର ଅନୁରୂପ ହୋଇଥାନ୍ତି, ତା’ଛଡ଼ା Eco-friendly ମଧ୍ୟ ହୋଇଥାନ୍ତି । ମୁଁ ଆଜି ଆପଣଙ୍କ ସହିତ ଭାରତୀୟ ଖେଳନାର ସଫଳତା ସମ୍ବନ୍ଧରେ ଆଲୋଚନା କରିବାକୁ ଚାହେଁ । ଆମର ଯୁବବର୍ଗମାନେ ଷ୍ଟାର୍ଟଅପ ଏବଂ ଉଦ୍ୟମିତା ଦ୍ୱାରା ଖେଳନା ଶିଳ୍ପ କ୍ଷେତ୍ରରେ ଯେଉଁଭଳି ସଫଳତା ହାସଲ କରିଛନ୍ତି କେହି ତା’ର କଳ୍ପନା ମଧ୍ୟ କରିନଥିବେ । ଆଜି ଯେତେବେଳେ ଭାରତୀୟ ଖେଳନାଗୁଡ଼ିକର ଚର୍ଚ୍ଚା ହେଉଛି ସେତେବେଳେ ଚାରିଆଡ଼େ ଭୋକାଲ ଫର ଲୋକାଲ ର ଧ୍ୱନି ଗୁଞ୍ଜରିତ ହେଉଛି । ଆପଣମାନେ ଜାଣି ଖୁସିହେବେ ଯେ ଭାରତରେ ଏବେ ବିଦେଶରୁ ଆମଦାନୀ କରାଯାଉଥିବା ଖେଳନାଗୁଡ଼ିକର ସଂଖ୍ୟା କ୍ରମଶଃ କମ୍ ହେବାରେ ଲାଗିଲାଣି । ଆଗରୁ ପ୍ରାୟ ତିନିହଜାର କୋଟି ଟଙ୍କାର ଖେଳନା ବାହାରୁ ଆମଦାନୀ କରାଯାଉଥିବାବେଳେ ଏବେ ଏହି ଆମଦାନୀ ସତୁରୀ ପ୍ରତିଶତ କମ୍ ହୋଇଗଲାଣି । ଆଉ ଖୁସିର କଥା ହେଲା ଇତିମଧ୍ୟରେ ଭାରତରୁ ଦୁଇହଜାର ଛଅଶହ କୋଟିରୁ ଅଧିକ ଟଙ୍କାର ଖେଳନା ବିଦେଶକୁ ରପ୍ତାନୀ କରାଯାଇଛି । ପ୍ରଥମେ ମାତ୍ର ତିନିଶହ-ଚାରିଶହ କୋଟି ଟଙ୍କାର ଖେଳନା ବିଦେଶକୁ ରପ୍ତାନୀ କରାଯାଇପାରୁଥିଲା । ଆଉ ଆପଣମାନେ ଜାଣନ୍ତି ଯେ ଏସବୁ କରୋନା କାଳରେ ହିଁ ହୋଇପାରିଲା । ଭାରତର ଖେଳନା ଉଦ୍ୟୋଗ ନିଜକୁ ପରିବର୍ତ୍ତିତ କରି ଦେଖେଇଦେଲା । ଭାରତୀୟ ଉଦ୍ୟୋଗୀମାନେ ଏବେ ଭାରତୀୟ ପୁରାଣ, ଇତିହାସ ଏବଂ ସଂସ୍କୃତି ଉପରେ ଆଧାରିତ ଖେଳନା ତିଆରି କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଖେଳନାର ଯେଉଁ କ୍ଲଷ୍ଟର ରହିଛି ତାଦ୍ୱାରା ଛୋଟ ଛୋଟ ଖେଳନା ତିଆରି କରୁଥିବା ଉଦ୍ୟୋଗୀମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ଏଇ ଛୋଟ ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖେଳନା ଏବେ ଦେଶବିଦେଶକୁ ରପ୍ତାନୀ ହେଉଛି । ଭାରତର ଖେଳନା ନିର୍ମାତାମାନେ ବିଶ୍ୱର ପ୍ରମୁଖ Global Toy Brandsଗୁଡ଼ିକ ସାଥୀରେ ହାତ ମିଳାଇ କାମ କରୁଛନ୍ତି । ମୁଁ ବହୁତ ଖୁସି ଯେ ଆମର ଷ୍ଟାର୍ଟଅପ ସେକ୍ଟର ମଧ୍ୟ ଖେଳନା ବଜାର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏ କ୍ଷେତ୍ରରେ ସେମାନେ ଅନେକ ମଜାଦାର ଜିନିଷ ମଧ୍ୟ କରୁଛନ୍ତି । ବାଙ୍ଗାଲୋରର Shumme Toys (ସୁମି ଟୟଜ୍) ନାମକ ଷ୍ଟାର୍ଟଅପ, Eco friendly ଖେଳନା ତିଆରି କରିବା ଉପରେ ବିଶେଷ ଧ୍ୟାନ ଦେଉଛି । ସେହିଭଳି ଗୁଜରାଟର ଆର୍କିଡଜୁ କମ୍ପାନୀ AR based flash cards ଏବଂ AR based Story books ତିଆରି କରୁଛି । ପୁନାର ଫନଭେନସନ ନାମକ କମ୍ପାନୀ Learning ଖେଳନା ଏବଂ Activity Puzzles ମାଧ୍ୟମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଗଣିତ କ୍ଷେତ୍ରରେ ପିଲାମାନଙ୍କର ଆଗ୍ରହ ବଢ଼ାଇବାର ଚେଷ୍ଟା କରୁଛି । ଖେଳନାର ଦୁନିଆରେ ଏଭଳି ଉଚ୍ଚକୋଟୀର କାମ କରୁଥିବା ସେଇ ଉଦ୍ୟୋଗୀ ତଥା ଷ୍ଟାର୍ଟଅପ ମାନଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଭାରତୀୟ ଖେଳନାଗୁଡ଼ିକୁ ବିଶ୍ୱ ଦରବାରରେ ଆହୁରି ଅଧିକ ଲୋକପ୍ରିୟ କରିବା । ତାଛଡ଼ା ଅଭିଭାବକମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ଅଧିକରୁ ଅଧିକ ଭାରତୀୟ ଖେଳନା, Puzzles ଏବଂ ଗେମ ଆଦି କିଣନ୍ତୁ ।
ସାଥିଗଣ, କ୍ଲାସରୁମ୍ଠାରୁ ଆରମ୍ଭ କରି ଖେଳପଡ଼ିଆ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମର ଯୁବବର୍ଗ ଦେଶକୁ ଗୌରବାନ୍ୱିତ କରୁଛନ୍ତି । ଏଇ ମାସରେ ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ଖେଳି ନିଜର ପ୍ରଥମ ଟ୍ରଫି ଜିତିଛନ୍ତି । ନୀରଜ ଚୋପ୍ରା ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପରେ ଦେଶ ପାଇଁ ରୌପ୍ୟପଦକ ଜିତିଛନ୍ତି । ଆୟାରଲାଣ୍ଡ ପାରା ବ୍ୟାଡମିଣ୍ଟନ ଖେଳରେ ୧୧ଟି ପଦକ ହାସଲ କରି ଆମର ଖେଳାଳିମାନେ ଦେଶର ଗୌରବ ବଢ଼ାଇଛନ୍ତି । ରୋମରେ ଆୟୋଜିତ ହୋଇଥିବା World Cadet Wrestling Championshipରେ ମଧ୍ୟ ଭାରତୀୟ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଆମ ଆଥଲେଟ୍ ସୁରଜ ମଧ୍ୟ Greco-Roman Eventରେ କମାଲ୍ କରି ଦେଖେଇଛନ୍ତି । ସେ ଦୀର୍ଘ ବତିଶ ବର୍ଷର ବ୍ୟବଧାନ ପରେ ଏହି ପ୍ରତିଯୋଗିତାର Wrestlingରେ ସ୍ୱର୍ଣ୍ଣପଦକ ଜିତିପାରିଛନ୍ତି । ଏଇ ସାରା ମାସଟି ତ ଖେଳାଳିମାନଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିଲା । ଚେନ୍ନାଇରେ ୪୪ତମ ଚେସ୍ ଅଲମ୍ପିଆଡର ଆୟୋଜନ ମଧ୍ୟ ଭାରତ ପାଇଁ ଅତ୍ୟନ୍ତ ସମ୍ମାନର କଥା । ଏଇ ଜୁଲାଇ ୨୮ ତାରିଖରେ ହିଁ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେଲା ଏବଂ ମୋତେ ଏହାର ଉଦ୍ଘାଟନ ଉତ୍ସବରେ ଯୋଗଦେବାର ସୌଭାଗ୍ୟ ମିଳିଥିଲା । ସେଇଦିନ ଟକରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ହେଲା । ଅତ୍ୟନ୍ତ ଉତ୍ସାହର ସହିତ ଆମର ଯୁବବର୍ଗ ସେଠାରେ ଆମର ପ୍ରତିନିଧିତ୍ୱ କରୁଛନ୍ତି । ମୁଁ ସମସ୍ତ ଖେଳାଳି ଓ ଆଥଲେଟମାନଙ୍କୁ ଦେଶବାସୀଙ୍କ ତରଫରୁ ଶୁଭକାମନା ଜଣାଉଛି । ମୋ ପାଇଁ ଆଉ ଗୋଟିଏ ଗୌରବର କଥା ହେଲା ଭାରତ ୧୭ ବର୍ଷରୁ କମ୍ ବର୍ଗ ପାଇଁ FIFA Women’s World Cup ଫୁଟବଲ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି । ଏହି ପ୍ରତିଯୋଗିତା ପାଖାପାଖି ଅକ୍ଟୋବର ବେଳକୁ ଆୟୋଜିତ ହେବ ଯାହା ଦେଶର ଝିଅମାନଙ୍କର ଖେଳ ପ୍ରତି ଉତ୍ସାହ ବୃଦ୍ଧି କରିବ ।
ସାଥିଗଣ, କିଛିଦିନ ତଳେ ଦେଶରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଯେଉଁ ପିଲାମାନେ ନିଜର କଠିନ ପରିଶ୍ରମ ତଥା ମନୋନିବେଶ ଦ୍ୱାରା ସଫଳତା ଅର୍ଜନ କରିଛନ୍ତି ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଆମମାନଙ୍କ ପାଇଁ ଆହ୍ୱାନ ଥିଲା । ଏ ପରିସ୍ଥିତିରେ ମଧ୍ୟ ଆମର ଯୁବବର୍ଗ ଯେଉଁଭଳି ସାହସ ଏବଂ ସଂଯମର ପରିଚୟ ଦେଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । ମୁଁ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେମାନେ ସ୍ୱାଧୀନତାର ୭୫ତମ ବର୍ଷରେ ଦେଶର ଯାତ୍ରା ସହିତ ଚର୍ଚ୍ଚା ଆରମ୍ଭ କରିଥିଲେ । ଆସନ୍ତା ଥର ଯେତେବେଳେ ଆମେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସେତେବେଳକୁ ଆମର ଆଗାମୀ ୨୫ ବର୍ଷର ଯାତ୍ରା ଆରମ୍ଭ ହୋଇସାରିଥିବ । ନିଜ ଘର ତଥା ଆମ ନିଜ ଲୋକଙ୍କ ଘର ଉପରେ ଆମର ପ୍ରିୟ ତ୍ରିରଙ୍ଗା ଉଡୁ ସେଥିପାଇଁ ଆମକୁ ଏକତ୍ର ହେବାକୁ ପଡ଼ିବ । ଆପଣମାନେ ଏ ବର୍ଷର ସ୍ୱାଧୀନତା ଦିବସକୁ କେମିତି ପାଳନ କଲେ, କ’ଣ କିଛି ସ୍ୱତନ୍ତ୍ର କଲେ ସେ କଥା ମତେ ନିଶ୍ଚୟ ଜଣେଇବେ । ଆରଥରକୁ ଆମେ ଆମର ଏହି ଅମୃତ ମହୋତ୍ସବର ଭିନ୍ନ ଭିନ୍ନ ରଙ୍ଗକୁ ନେଇ ପୁଣି ଚର୍ଚ୍ଚା କରିବା, ସେପର୍ଯ୍ୟନ୍ତ ମତେ ଅନୁମତି ଦିଅନ୍ତୁ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ ପାଇଁ ମୋତେ ଆପଣ ସମସ୍ତଙ୍କର ଅନେକ ଚିଠି ମିଳିଛି । ସାମାଜିକ ଗଣମାଧ୍ୟମ ଓ ନମୋ ଆପରେ ମଧ୍ୟ ଅନେକ ବାର୍ତା ମିଳିଛି । ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ । ଏହି କାର୍ଯ୍ୟକ୍ରମରେ ପରସ୍ପରର ପ୍ରେରଣାଦାୟକ ପ୍ରଚେଷ୍ଟା ସମ୍ପର୍କରେ ଆଲୋଚନା କରିବା, ଜନ ଆନ୍ଦୋଳନ ଦ୍ୱାରା ପରିବର୍ତ୍ତନର କଥା ସାରାଦେଶକୁ ଜଣାଇବା ପାଇଁ ଆମ ପ୍ରଚେଷ୍ଟା ରହିଥାଏ । ସେହି ଶୃଙ୍ଖଳାରେ ମୁଁ ଆଜି ଆପଣମାନଙ୍କୁ ଦେଶର ଏଭଳି ଏକ ଜନ ଆନ୍ଦୋଳନ ବିଷୟରେ କହିବାକୁ ଚାହୁଁଛି, ଯାହାର ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନରେ ବହୁତ ଗୁରୁତ୍ୱ ରହିଛି । କିନ୍ତୁ ତା’ପୂର୍ବରୁ ମୁଁ ଆଜିର ପିଢ଼ିର ଯୁବକ-ଯୁବତୀ, ୨୪-୨୫ ବର୍ଷ ବୟସ୍କ ଯୁବବର୍ଗଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଏହା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ମୋ ପ୍ରଶ୍ନ ଉପରେ ଆପଣମାନେ ନିଶ୍ଚୟ ଚିନ୍ତା କରିବେ । ଏ କଥା ଆପଣମାନେ ଜାଣିଛନ୍ତି କି, ଯେତେବେଳେ ଆପଣମାନଙ୍କ ବାପା-ମା’ ଆପଣଙ୍କ ବୟସର ଥିଲେ, ସେତେବେଳେ ତାଙ୍କଠାରୁ ବଂଚିବାର ଅଧିକାର ମଧ୍ୟ ଛଡ଼ାଇ ନିଆଯାଇଥିଲା! ଆପଣମାନେ ଭାବୁଥିବେ, ଏହା କ’ଣ କେବେ ସମ୍ଭବ? ଏହା ତ ଅସମ୍ଭବ । କିନ୍ତୁ ମୋର ଯୁବବନ୍ଧୁଗଣ, ଆମ ଦେଶରେ ଥରେ ଏଭଳି ହୋଇଥିଲା । ଏହା ଅନେକ ବର୍ଷ ତଳର, ୧୯୭୫ ମସିହା କଥା । ଜୁନ ମାସର ସମୟ ଥିଲା, ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା । ସେତେବେଳେ, ଦେଶର ନାଗରିକମାନଙ୍କ ସମସ୍ତ ଅଧିକାର ଛଡ଼ାଇ ନିଆଯାଇଥିଲା। ସମ୍ବିଧାନର ଏକବିଂଶ ଅନୁଚ୍ଛେଦ ଦ୍ୱାରା ପ୍ରଦତ୍ତ ଜୀବନ ଧାରଣ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ମଧ୍ୟ ସେଗୁଡ଼ିକ ମଧ୍ୟରୁ ଗୋଟିଏ ଅଧିକାର ଥିଲା । ସେତେବେଳେ ଭାରତୀୟ ଗଣତନ୍ତ୍ରକୁ ଦଳିଚକଟି ଦେବାର ପ୍ରଚେଷ୍ଟା କରାଯାଇଥିଲା । ଦେଶର ନ୍ୟାୟାଳୟ, ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା, ପ୍ରେସ୍ ସବୁଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିଲା । ସେନ୍ସରଶିପର ଏଭଳି ଅବସ୍ଥା ଥିଲା, ଯେ ବିନା ସ୍ୱୀକୃତିରେ କିଛି ଛାପିବା ମଧ୍ୟ ସମ୍ଭବ ନ ଥିଲା । ମୋର ମନେ ଅଛି, ସେତେବେଳେ ସୁବିଖ୍ୟାତ ଗାୟକ କିଶୋର କୁମାର ସରକାରଙ୍କ ଗୁଣଗାନ କରିବାକୁ ଅରାଜି ହେବାରୁ ତାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ରେଡିଓରୁ ତାଙ୍କ ଏଂଟ୍ରିକୁ ହଟାଇ ଦିଆଯାଇଥିଲା । କିନ୍ତୁ ଅନେକ ଚେଷ୍ଟା, ହଜାର ହଜାର ଗିରଫଦାରୀ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଅତ୍ୟାଚାର ସତ୍ୱେ ଭାରତର ଲୋକଙ୍କର ଗଣତନ୍ତ୍ର ଉପରୁ ବିଶ୍ୱାସ ତୁଟିଲାନି, ତିଳେ ମାତ୍ର ତୁଟିଲାନି । ଆମ ଭାରତୀୟମାନଙ୍କ ମଧ୍ୟରେ ଶହ ଶହ ବର୍ଷ ଧରି ଗଣତନ୍ତ୍ରର ସଂସ୍କାର ରହିଆସିଛି, ଗଣତନ୍ତ୍ରର ଯେଉଁ ଭାବନା ଆମ ଶିରାପ୍ରଶିରାରେ ପ୍ରବାହିତ, ଶେଷରେ ତାହାରି ହିଁ ବିଜୟ ହେଲା । ଭାରତର ଲୋକେ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ହିଁ ଜରୁରୀକାଳୀନ ପରିସ୍ଥିତିକୁ ହଟାଇ, ପୁଣିଥରେ ଗଣତନ୍ତ୍ରକୁ ପ୍ରତିଷ୍ଠିତ କଲେ । ଏକଛତ୍ରବାଦୀ ମନୋବୃତି, ଏକଛତ୍ରବାଦୀ ବୃତି-ପ୍ରବୃତିକୁ ଗଣତାନ୍ତ୍ରିକ ପ୍ରଣାଳୀରେ ପରାଜିତ କରିବାର ଏଭଳି ଉଦାହରଣ ସମଗ୍ର ବିଶ୍ୱରେ ମିଳିବା କଷ୍ଟସାଧ୍ୟ । ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶବାସୀଙ୍କ ସଂଘର୍ଷର, ସେ ପରିସ୍ଥିତିର ସାକ୍ଷୀ ହୋଇରହିବାର, ସେଥିରେ ଅଂଶଗ୍ରହଣକାରୀ ହେବାର ସୌଭାଗ୍ୟ ମୋତେ ମଧ୍ୟ ମିଳିଥିଲା - ଗଣତନ୍ତ୍ରର ଜଣେ ସୈନିକ ରୂପେ । ଆଜି ଦେଶ ଯେତେବେଳେ ଏହାର ସ୍ୱାଧୀନତାର ୭୫ ବର୍ଷର ଉତ୍ସବ ପାଳନ କରୁଛି, ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଜରୁରୀକାଳୀନ ପରିସ୍ଥିତିର ସେହି ଭୟାବହ ସମୟକୁ ଆମେ କେବେହେଲେ ଭୁଲିବା ଉଚିତ ନୁହେଁ । ଆଗାମୀ ପିଢ଼ି ବି ଏ ସମ୍ପର୍କରେ ଭୁଲିବା ଉଚିତ ନୁହେଁ । ଅମୃତ ମହୋତ୍ସବ କେବଳ ଶହ ଶହ ବର୍ଷର ପରାଧୀନତାରୁ ମୁକ୍ତିର ବିଜୟଗାଥା ନୁହେଁ, ବରଂ ସ୍ୱାଧୀନୋତ୍ତର ଭାରତର ୭୫ ବର୍ଷର ଯାତ୍ରାକୁ ମଧ୍ୟ ବହନ କରୁଛି । ଇତିହାସର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରୁ ଶିକ୍ଷାଲାଭ କରି ଆମେ ଆଗକୁ ବଢ଼ିଚାଲିଛୁ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଭିତରେ ଏଭଳି ହୁଏତ କେହି ନ ଥିବେ, ଯିଏ ନିଜ ଜୀବନରେ ଆକାଶ ସହ ଜଡ଼ିତ କୌଣସି କଳ୍ପନା ନ କରିଥିବେ । ଯୁବବର୍ଗଙ୍କ ପାଇଁ ଆକାଶକୁ ଛୁଇଁବା, ଗୋଟିଏ ସ୍ୱପ୍ନକୁ ବାସ୍ତବ ରୂପ ପ୍ରଦାନ କରିବା ସଦୃଶ । ଆଜି ଆମ ଭାରତ ଯେତେବେଳେ ଏତେଗୁଡ଼ିଏ କ୍ଷେତ୍ରରେ ସଫଳତାର ଆକାଶକୁ ସ୍ପର୍ଶ କରୁଛି, ସେତେବେଳେ ମହାକାଶ ବା ଏଥିରୁ ବାଦ ପଡ଼ିବ କିପରି? ବିଗତ କିଛିବର୍ଷ ଧରି ଆମ ଦେଶରେ ସ୍ପେସ୍ ସେକ୍ଟର୍ ସହ ଜଡ଼ିତ ଅନେକ ବଡ଼ ବଡ଼ କାର୍ଯ୍ୟ ହୋଇଛି । ଦେଶର ଏହି ଉପଲବ୍ଧିଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା, ଇନ୍-ସ୍ପେସ୍ ନାମକ ଏଜେନ୍ସି ନିର୍ମାଣ। ଗୋଟିଏ ଏଭଳି ଏଜେନ୍ସି ଯାହା ମହାକାଶ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ର ପାଇଁ ନୂତନ ସୁଯୋଗକୁ ପ୍ରୋତ୍ସାହିତ କରୁଛି । ଏହି ଅୟମାରମ୍ଭ ଆମ ଦେଶର ଯୁବବର୍ଗଙ୍କୁ ବିଶେଷଭାବେ ଆକର୍ଷିତ କରିିଛି । ଯୁବବର୍ଗର ଅନେକଙ୍କ ଠାରୁ ମୋତେ ଏହାସହିତ ସଂଲଗ୍ନ ବାର୍ତା ମଧ୍ୟ ମିଳିଛି । କିଛିଦିନ ତଳେ, ଯେତେବେଳେ ମୁଁ ଇନ୍-ସ୍ପେସ ମୁଖ୍ୟ କାର୍ଯ୍ୟାଳୟର ଲୋକାର୍ପଣ ଉଦ୍ଦେଶ୍ୟରେ ଯାଇଥିଲି, ସେତେବେଳେ ମୁଁ ଅନେକ ଯୁବ ଷ୍ଟାର୍ଟ-ଅପଙ୍କର ନୂତନ ଚିନ୍ତାଧାରା ଓ ଉତ୍ସାହକୁ ଲକ୍ଷ୍ୟ କଲି । ମୁଁ ସେମାନଙ୍କ ସହିତ ଅନେକ ସମୟ ଧରି କଥାବାର୍ତା ମଧ୍ୟ କଲି । ଏମାନଙ୍କ ବିଷୟରେ ଜାଣିଲେ, ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେନି । ଏଇ ଯେମିତି, ସ୍ପେସ୍ ଷ୍ଟାର୍ଟ-ଅପ୍ସମାନଙ୍କର ସଂଖ୍ୟା ଓ ଦ୍ରୁତ ଗତି କଥା ଚିନ୍ତା କରନ୍ତୁ । ଆଜିକୁ କିଛିବର୍ଷ ପୂର୍ବ ଯାଏଁ ଆମ ଦେଶରେ ମହାକାଶ କ୍ଷେତ୍ରରେ ଷ୍ଟାର୍ଟ-ଅପ୍ କଥା କେହି ଚିନ୍ତା କରୁନଥିଲେ । ଆଜି ସେମାନଙ୍କ ସଂଖ୍ୟା ଶହେ ଠାରୁ ମଧ୍ୟ ଅଧିକ ହେଲାଣି । ଏହି ଷ୍ଟାର୍ଟ-ଅପ ଗୁଡ଼ିକ ଏଭଳି ନୂଆ ନୂଆ ଚିନ୍ତାଧାରାକୁ ନେଇ କାମ କରୁଛନ୍ତି, ଯାହା ଉପରେ ଆଗରୁ କିଛି ଚିନ୍ତା କରାଯାଉନଥିଲା, କିମ୍ବା ଘରୋଇ କ୍ଷେତ୍ର ପାଇଁ ଏଗୁଡ଼ିକୁ ଅସମ୍ଭବ ବୋଲି ମନେକରାଯାଉଥିଲା । ଉଦାହରଣ ସ୍ୱରୂପ, ଚେନ୍ନାଇ ଓ ହାଇଦ୍ରାବାଦର ଦୁଇଟି ଷ୍ଟାର୍ଟ-ଅପ୍ ହେଉଛନ୍ତି - ଅଗ୍ନିକୁଳ ଏବଂ ସ୍କାଇରୁଟ୍ । ଏହି ଷ୍ଟାର୍ଟ-ଅପ୍ ଏଭଳି ଲଂଚ୍ ଭେଇକିଲ୍ ବିକଶିତ କରୁଛନ୍ତି, ଯାହା ଛୋଟ ପେ-ଲୋଡ ଗୁଡ଼ିକୁ ମହାକାଶକୁ ପ୍ରେରଣ କରିବ । ଏହାଦ୍ୱାରା ସ୍ପେସ୍-ଲଚିଂ ବହୁତ ହ୍ରାସ ପାଇବାର ଅନୁମାନ କରାଯାଏ । ସେହିଭଳି ହାଇଦ୍ରାବାଦର ଆଉ ଗୋଟିଏ ଷ୍ଟାର୍ଟ-ଅପ୍ ଧୃବ ସ୍ପେସ୍, ଉପଗ୍ରହ ମୃତୟନ ଏବଂ ଉପଗ୍ରହଗୁଡ଼ିକ ପାଇଁ ଉଚ୍ଚ-ଗୁଣସମ୍ପନ୍ନ ସୋଲାର୍ ପ୍ୟାନେଲ ଉପରେ କାର୍ଯ୍ୟ କରୁଛି । ମୁଁ ଆଉ ଗୋଟିଏ ସ୍ପେସ୍ ଷ୍ଟାର୍ଟ-ଅପ୍ ଦିଗନ୍ତରାର ତନବୀର ଅହମଦଙ୍କ ସଂସ୍ପର୍ଶରେ ମଧ୍ୟ ଆସିଥିଲି, ଯିଏ ମହାକାଶର ବର୍ଜ୍ୟବସ୍ତୁକୁ ମ୍ୟାପ କରିବାର ପ୍ରଚେଷ୍ଟା କରୁଛନ୍ତି । ସେ ଏଭଳି ଗୋଟିଏ ଟେକ୍ନୋଲୋଜି ଉପରେ ମଧ୍ୟ କାମ କରନ୍ତୁ, ଯାହାଦ୍ୱାରା ମହାକାଶର ବର୍ଜ୍ୟବସ୍ତୁଗୁଡ଼ିକର ସମାଧାନ ମଧ୍ୟ ମିଳିପାରିବ, ସେଥିପାଇଁ ମଧ୍ୟ ମୁଁ ତାଙ୍କୁ ଆହ୍ୱାନ କରିଛି । ଦିଗନ୍ତରା ଏବଂ ଧୃବ-ସ୍ପେସ୍ ଉଭୟେ ଜୁନ ୩୦ ତାରିଖ ଦିନ ଇସ୍ରୋର ଲଂଚ ଭେଇକିଲ୍ ମାଧ୍ୟମରେ ନିଜର ପ୍ରଥମ ଲଂଚ ସମ୍ପାଦନ କରିବାକୁ ଯାଉଛନ୍ତି । ସେହିଭଳି, ବେଙ୍ଗାଲୁରୁର ଗୋଟିଏ ସ୍ପେସ୍ ଷ୍ଟାର୍ଟ-ଅପ୍ ଆଷ୍ଟ୍ରୋମର ପ୍ରତିଷ୍ଠାତା ନେହା ମଧ୍ୟ ଗୋଟିଏ ରୋମାଂଚକର ଚିନ୍ତାଧାରା ଉପରେ କାର୍ଯ୍ୟ କରୁଛନ୍ତି । ଏହି ଷ୍ଟାର୍ଟ-ଅପ୍ ଏଭଳି ଫ୍ଲାଟ୍ ଆଂଟିନା ତିଆରି କରୁଛି, ଯାହା କେବଳ ଆକାରରେ ଛୋଟ ତାହା ନୁହେଁ, ବରଂ ଏହାର ମୂଲ୍ୟ ମଧ୍ୟ ବହୁତ କମ୍ । ଏହି ଟେକ୍ନୋଲୋଜିର ଚାହିଦା ସାରା ବିଶ୍ୱରେ ହୋଇପାରେ ।
ଇନ୍-ସ୍ପେସ୍ କାର୍ଯ୍ୟକ୍ରମରେ ମେହେସାଣାର ବିଦ୍ୟାଳୟ ଛାତ୍ରୀ ତନଭି ପଟେଲଙ୍କ ସହ ମଧ୍ୟ ମୋର ସାକ୍ଷାତ ହୋଇଥିଲା । ସେ ଗୋଟିଏ ବହୁତ ଛୋଟ ଉପଗ୍ରହ ଉପରେ କାର୍ଯ୍ୟ କରୁଛନ୍ତି, ଯାହା ଆଗାମୀ କିଛି ମାସ ମଧ୍ୟରେ ମହାକାଶରେ ପ୍ରେରିତ ହେବାକୁ ଯାଉଛି । ତନଭି ମୋତେ ଗୁଜରାଟିରେ ବହୁତ ସହଜ ଢଙ୍ଗରେ ନିଜ କାମ ବିଷୟରେ କହିଥିଲେ । ତନଭିଙ୍କ ଭଳି ଦେଶର ପ୍ରାୟ ୭୫୦ ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀ ଅମୃତ ମହୋତ୍ସବରେ ଏହିଭଳି ୭୫ଟି ଉପଗ୍ରହ ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଖୁସିର କଥା ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଦେଶର ଛୋଟ ଛୋଟ ସହରର ବାସିନ୍ଦା ।
ବନ୍ଧୁଗଣ, ଏମାନେ ସେହି ଯୁବବର୍ଗ ଯେଉଁମାନଙ୍କ ମନରେ ଆଜିଠୁ କିଛି ବର୍ଷ ପୂର୍ବେ ସ୍ପେସ୍ ସେକ୍ଟରର ଛବି କୌଣସି ସିକ୍ରେଟ୍ ମିଶନ୍ ଭଳି ଥିଲା । କିନ୍ତୁ ଦେଶ ମହାକାଶ କ୍ଷେତ୍ରରେ ସଂସ୍କାର ଆଣିଲା, ଏବଂ ସେହି ଯୁବବର୍ଗ ଏବେ କୃତ୍ରିମ ଉପଗ୍ରହ ପ୍ରେରଣ କରୁଛନ୍ତି । ଯଦି ଦେଶର ଯୁବବର୍ଗ ଆକାଶକୁ ସ୍ପର୍ଶ କରିବାକୁ ପ୍ରସ୍ତୁତ, ତେବେ ଆମ ଦେଶ କେମିତି ପଛରେ ରହିବ?
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଏବେ ଏଭଳି ଗୋଟିଏ ବିଷୟର କଥା ରହିଛି, ଯାହାକୁ ଶୁଣି ଆପଣଙ୍କ ମନ ଖୁସିହେବ ଏବଂ ଆପଣଙ୍କୁ ପ୍ରେରଣା ମଧ୍ୟ ମିଳିବ । ବିଗତ ଦିନରେ ଆମ ଅଲିମ୍ପିକ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ସମ୍ବାଦର ଶୀର୍ଷରେ ଥିଲେ । ଅଲିମ୍ପିକ ପରେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ସଫଳତାର ନୂଆ ନୂଆ କିର୍ତୀମାନ ପ୍ରତିଷ୍ଠା କରିଚାଲିଛନ୍ତି । ଫିନଲାଣ୍ଡରେ ନୀରଜ ପାଭୋ ନର୍ମି ଗେମ୍ସରେ ରୌପ୍ୟପଦକ ହାସଲ କଲେ । କେବଳ ସେତିକି ନୁହେଁ, ସେ ନିଜ ଜ୍ୟାଭେଲିନ୍ ଥ୍ରୋ ରେକର୍ଡ଼କୁ ମଧ୍ୟ ଭଙ୍ଗ କଲେ । କୋର୍ଟେନ ଗେମ୍ସରେ ନୀରଜ ପୁଣିଥରେ ସ୍ୱର୍ଣ୍ଣପଦକ ଜିଣି ଦେଶର ଗୌରବ ବୃଦ୍ଧି କଲେ । ଏହି ସ୍ୱର୍ଣ୍ଣପଦକ ସେ ସେଭଳି ପରିସ୍ଥିତିରେ ଜିତିଲେ, ଯେତେବେଳେ ସେଠାକାର ପାଗ ମଧ୍ୟ ଖରାପ ଥିଲା । ଏହି ଉତ୍ସାହ ଆଜିର ଯୁବବର୍ଗଙ୍କ ପରିଚୟ । ଷ୍ଟାର୍ଟ-ଅପ ଠାରୁ ଆରମ୍ଭ କରି ସ୍ପୋର୍ଟସ-ୱାର୍ଲ୍ଡ ଯାଏଁ ଭାରତର ଯୁବବର୍ଗ ନୂଆ ନୂଆ ରେକର୍ଡ଼ ସୃଷ୍ଟି କରିଚାଲିଛନ୍ତି । ନିକଟ ଅତୀତରେ ଆୟୋଜିତ ହୋଇଥିବା ଖେଲୋ-ଇଣ୍ଡିଆ ୟୁଥ ଗେମ୍ସରେ ମଧ୍ୟ ଆମ ଖେଳାଳିମାନେ ଅନେକ ନୂତନ ରେକର୍ଡ଼ ସୃଷ୍ଟି କଲେ । ଆପଣ ଜାଣି ଖୁସି ହେବେ ଯେ, ଏହି ଖେଳରେ ମୋଟ ୧୨ଟି ରେକର୍ଡ଼ ଭଙ୍ଗ ହୋଇଛି । କେବଳ ସେତିକି ନୁହେଁ, ୧୧ଟି ନୂଆ ରେକର୍ଡ଼ ମହିଳା ଖେଳାଳିମାନେ ସୃଷ୍ଟି କରିଛନ୍ତି । ମଣିପୁରର ଏମ୍. ମାର୍ଟିନା ଦେବୀ ଭାରୋତଳନରେ ୮ଟି ନୂତନ ରେକର୍ଡ଼ ସୃଷ୍ଟି କରିଛନ୍ତି ।
ସେହିଭଳି ସଂଜନା ସୋନାକ୍ଷୀ ଓ ଭାବନା ମଧ୍ୟ ପୃଥକ ପୃଥକ ରେକର୍ଡ଼ ସୃଷ୍ଟି କରିିଛନ୍ତି । ଏହି କ୍ରୀଡ଼ାବିତମାନେ ସୂଚାଇ ଦେଇଛନ୍ତି ଯେ, ଆଗାମୀ ଦିନମାନଙ୍କରେ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀତା ମାନଙ୍କରେ ଭାରତର ଗୌରବ କେତେ ବୃଦ୍ଧି ପାଇବାକୁ ଯାଉଛି । ମୁଁ ଏହି ସମସ୍ତ କ୍ରୀଡ଼ବିତଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି ।
ବନ୍ଧୁଗଣ, ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଆଉ ଗୋଟିଏ ବିଶେଷ କଥା ରହିଛି । ଯେଉଁମାନେ ଅତି ସାଧାରଣ ପରିବାରରୁ ଆସିଛନ୍ତି, ସେହି କ୍ରୀଡ଼ାବିତମାନେ ନିଜ ଜୀବନରେ ବହୁତ ପରିଶ୍ରମ କରି ସଫଳତାର ଏହି ସ୍ତର ଯାଏ ପହଂଚିଛନ୍ତି । ସେମାନଙ୍କ ସଫଳତାରେ ସେମାନଙ୍କ ପରିବାର ଓ ସେମାନଙ୍କ ପିତା-ମାତାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ।
୭୦ କିଲୋମିଟର ସାଇକେଲ ଚାଳନାରେ ସ୍ୱର୍ଣ୍ଣପଦକ ଜିତିଥିବା ଶ୍ରୀନଗରର ଆଦିଲ ଅଲ୍ତାଫ୍ଙ୍କ ବାପା ଦରଜୀ କାମ କରନ୍ତି । କିନ୍ତୁ ସେ ନିଜ ପୁଅର ସ୍ୱପ୍ନକୁ ପୂରଣ କରିବା ପାଇଁ କିଛି ବାକି ରଖିଲେ ନାହିଁ । ଆଜି ଆଦିଲ ନିଜ ପିତା ଏବଂ ସମଗ୍ର ଜାମ୍ମୁ-କାଶ୍ମୀରକୁ ଗୌରବାନ୍ୱିତ କରିଛନ୍ତି । ଭାରୋତଳନରେ ସ୍ୱର୍ଣ୍ଣପଦକ ଜିତିଥିବା ଚେନ୍ନାଇର ଏଲ୍. ଧନୁଷଙ୍କ ପିତା ମଧ୍ୟ ଜଣେ ସାଧାରଣ କାଠମିସ୍ତ୍ରୀ । ସାଙ୍ଗଲିର ଝିଅ କାଜୋଲ୍ ସରଗାରଙ୍କ ବାପା ଚା’ ବିକ୍ରି କରନ୍ତି । କାଜୋଲ ନିଜ ବାପାଙ୍କ କାମରେ ସାହାଯ୍ୟ କରୁଥିଲେ ଓ ଭାରୋତଳନର ଅଭ୍ୟାସ ମଧ୍ୟ କରୁଥିଲେ । ତାଙ୍କର ଓ ତାଙ୍କ ପରିବାରର ପରିଶ୍ରମ ସାର୍ଥକ ହେଲା । କାଜୋଲ ଓ ତାଙ୍କ ପରିବାର ଭାରୋତଳନ କ୍ଷେତ୍ରରେ ଉଚ୍ଚପ୍ରଶଂସିତ ହୋଇଛନ୍ତି । ଠିକ୍ ସେହିଭଳି ଚମତ୍କାର କରି ଦେଖାଇଛନ୍ତି ରୋହତକର ତନୁ । ତନୁଙ୍କ ପିତା ରାଜବୀର ସିଂହ ରୋହତକରେ ଗୋଟିଏ ସ୍କୁଲର ବସ ଚାଳକ । ତନୁ କୁସ୍ତିରେ ସ୍ୱର୍ଣ୍ଣପଦକ ଜିତି ନିଜର, ନିଜ ପରିବାରର ଓ ନିଜ ପିତାଙ୍କ ସ୍ୱପ୍ନକୁ ସାକାର କରି ଦେଖାଇଛନ୍ତି ।
ବନ୍ଧୁଗଣ, କ୍ରୀଡ଼ାଜଗତରେ ଏବେ ଭାରତୀୟ ଖେଳାଳିଙ୍କର ଆଧିପତ୍ୟ ତ ବଢ଼ୁଛି, ତା'ସହିତ ଭାରତୀୟ କ୍ରୀଡ଼ାର ମଧ୍ୟ ନୂଆ ପରିଚୟ ସୃଷ୍ଟି ହେଉଛି । ଯେପରିକି, ଏଥର ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଅଲିମ୍ପିକରେ ସାମିଲ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ବ୍ୟତୀତ ପାଂଚଟି ସ୍ୱଦେଶୀ କ୍ରୀଡ଼ା ମଧ୍ୟ ସାମିଲ୍ ହୋଇଥିଲା । ଏହି ପାଂଚଟି ଖେଳ ହେଉଛି- ଗତକା, ଥାଙ୍ଗ୍ ତା, ଯୋଗାସନ, କଲିପାୟଟ୍ଟୁ ଏବଂ ମଲ୍ଲଖମ୍ବ ।
ବନ୍ଧୁଗଣ, ଭାରତରେ ଏପରି ଏକ ଖେଳର ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଂଟ ହେବାକୁ ଯାଉଛି, ଯେଉଁ ଖେଳର ଜନ୍ମ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଆମ ଦେଶ ଭାରତରେ ହିଁ ହୋଇଥିଲା । ଏହାହେଉଛି ୨୮ ଜୁଲାଇରୁ ଆରମ୍ଭ ହେଉଥିବା ଚେସ୍ ଅଲିମ୍ପିଆଡ଼ । ଏଥର ଚେସ୍ ଅଲିମ୍ପିଆଡ଼ରେ ୧୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରୁଛନ୍ତି । ଖେଳ ଓ ଫିଟନେସ ସମ୍ପର୍କରେ ଆମର ଆଜିର ଆଲୋଚନା ଆଉ ଗୋଟିଏ ନାମ ବିନା ସଂପୂର୍ଣ୍ଣ ହେବନାହିଁ । ଏହି ନାମ ହେଉଛି ତେଲେଙ୍ଗାନାର ପର୍ବତାରୋହୀ ପୂର୍ଣ୍ଣା ମାଲାୱଥଙ୍କର । ପୂର୍ଣ୍ଣା "ସେଭେନ ସମିଟ୍ସ ଚ୍ୟାଲେଞ୍ଜ୍'କୁ ପୂର୍ଣ୍ଣ କରି ଆଉ ଏକ ସଫଳତାର ବାନା ଉଡ଼ାଇଛନ୍ତି । ସେଭେନ୍ ସମିଟ୍ସ ଚ୍ୟାଲେଞ୍ଜ୍ ଅର୍ଥାତ ପୃଥିବୀର ସବୁଠୁ କଠିନ ଓ ଉଚ୍ଚ ସାତଟି ପାହାଡ଼ ଚଢ଼ିବାର ଆହ୍ୱାନ । ପୂର୍ଣ୍ଣା ନିଜର ଅଦମ୍ୟ ସାହସ ସହିତ ନର୍ଥ ଆମେରିକାର ସବୁଠୁ ଉଚ୍ଚ ଶୃଙ୍ଗ ମାଉଂଟ ଦେନାଲି ଆରୋହଣ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ପୂର୍ଣ୍ଣା ଭାରତର ସେହି ଝିଅ ଯିଏ ମାତ୍ର ୧୩ ବର୍ଷ ବୟସରେ ଏଭରେଷ୍ଟ ଶୃଙ୍ଗ ଉପରେ ବିଜୟ ହାସଲ କରି ଅଦ୍ଭୁତ ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।
ବନ୍ଧୁଗଣ, ଯେତେବେଳେ ଖେଳ କଥା ହେଉଛି, ତ ଆଜି ମୁଁ ଭାରତର ସର୍ବାଧିିକ ପ୍ରତିଭାଶାଳୀ କ୍ରିକେଟରଙ୍କ ମଧ୍ୟରୁ ଜଣେ ମିତାଲି ରାଜଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା କରିବାକୁ ଚାହିଁବି । ସେ ଚଳିତ ମାସରେ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି, ଯାହା ଅନେକ କ୍ରୀଡ଼ାପ୍ରେମୀଙ୍କୁ ଭାବୁକ କରିଦେଇଛି । ମିତାଲି କେବଳ ଜଣେ ଅସାଧାରଣ ଖେଳାଳି ନୁହନ୍ତି, ବରଂ ଅନେକ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ମଧ୍ୟ ରହିଆସିଛନ୍ତି । ମୁଁ ମିତାଲିଙ୍କୁ ତାଙ୍କର ଭବିଷ୍ୟତ ପାଇଁ ବହୁତ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆମେ "ମନ୍ କୀ ବାତ'ରେ ୱେଷ୍ଟ୍ ଟୁ ୱେଲଥ ସହିତ ସଂପୃକ୍ତ ସଫଳ ପ୍ରୟାସଗୁଡ଼ିକର ଆଲୋଚନା କରିଆସୁଛୁ । ଏପରି ଏକ ଉଦାହରଣ ହେଉଛି ମିଜୋରାମର ରାଜଧାନୀ ଆଇଜଲର । ଆଇଜଲରେ ଗୋଟିଏ ସୁନ୍ଦର ନଦୀ ଅଛି "ଚିଟେ ଲୁଇ', ଯାହା ବର୍ଷ ବର୍ଷର ଉପେକ୍ଷା କାରଣରୁ ମଇଳା ଓ ଆବର୍ଜନା ଗଦାରେ ପରିଣତ ହୋଇଥିଲା । ବିଗତ କିଛିବର୍ଷ ଧରି ଏହି ନଦୀକୁ ବଂଚାଇବାର ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ସ୍ଥାନୀୟ ସଂଗଠନ, ସ୍ୱେଚ୍ଛାସେବୀ ସଂସ୍ଥା ଓ ସ୍ଥାନୀୟ ଲୋକେ ମିିଳିମିଶି ସେଭ୍ ଚିଟେ ଲୁଇ ଆକ୍ସନ ପ୍ଲାନ୍ ମଧ୍ୟ ଚଳାଉଛନ୍ତି । ନଦୀ ସଫେଇର ଏହି ଅଭିଯାନ ଆବର୍ଜନାରୁ ସମ୍ପତି ସୃଷ୍ଟିର ସୁଯୋଗ ମଧ୍ୟ ତିଆରି କରିଛି । ପ୍ରକୃତରେ, ଏହି ନଦୀରେ ଓ ଏହାର କୂଳରେ ବହୁ ପରିମାଣରେ ପ୍ଲାଷ୍ଟିକ୍ ଓ ପଲିଥିନର ଆବର୍ଜନା ଭର୍ତିହୋଇ ରହିଥିଲା । ନଦୀ ବଂଚାଇବା ପାଇଁ କାମ କରୁଥିବା ସଂସ୍ଥା ଏହି ପଲିଥିନରୁ ସଡ଼କ ତିଆରି କରିବାର ନିଷ୍ପତି ନେଲା, ଅର୍ଥାତ ଯେଉଁ ଆବର୍ଜନା ନଦୀରୁ ବାହାରିଲା, ସେଥିରେ ମିଜୋରାମର ଗୋଟିଏ ଗାଁରେ ରାଜ୍ୟର ପ୍ରଥମ ପ୍ଲାଷ୍ଟିକ୍ ସଡ଼କ ତିଆରି କରାଗଲା, ଅର୍ଥାତ ଏକାସଂଗେ ସ୍ୱଚ୍ଛତା ଏବଂ ବିକାଶ ।
ବନ୍ଧୁଗଣ, ଏପରି ଏକ ପ୍ରୟାସ ପୁଡୁଚେରି ଯୁବକମାନେ ମଧ୍ୟ ନିଜର ସ୍ୱେଚ୍ଛାସେବୀ ସଂସ୍ଥା ଜରିଆରେ ଆରମ୍ଭ କରିଛନ୍ତି । ଏହା ପୁଡୁଚେରି ସମୁଦ୍ରକୂଳରେ ପ୍ରତିଷ୍ଠିତ ହୋଇଛି । ସେଠାକାର ବେଳାଭୂମି ଓ ସାମୁଦ୍ରିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁତ ଲୋକ ଆସନ୍ତି । କିନ୍ତୁ ପୁଡୁଚେରିର ସମୁଦ୍ରତଟରେ ମଧ୍ୟ ପ୍ଲାଷ୍ଟିକର ଆବର୍ଜନା ବଢ଼ିଚାଲିଥିଲା, ତେଣୁ ନିଜର ସମୁଦ୍ର, ବେଳାଭୂମି ଓ ପରିବେଶକୁ ବଂଚାଇବା ପାଇଁ ଏଠାକାର ଲୋକେ "ରିସାଇକ୍ଲିଂ ଫର୍ ଲାଇଫ୍' ଅଭିଯାନ ଆରମ୍ଭ କରିଛନ୍ତି । ଆଜି ପୁଡୁଚେରିର କରାଇକଲରେ ହଜାର ହଜାର କିଲୋ ଆବର୍ଜନା ପ୍ରତିଦିନ ସଂଗ୍ରହ କରାଯାଏ ଏବଂ ସେଗୁଡ଼ିକୁ ପୃଥକ୍ କରାଯାଏ । ସେଥିରୁ ଯେଉଁ ଜୈବିକ ଆବର୍ଜନା ବାହାରେ, ସେଥିରେ ସାର ତିଆରି କରାଯାଏ ଏବଂ ବାକି ଅନ୍ୟ ଜିନିଷକୁ ଅଲଗା କରି ପୁନଃବ୍ୟବହାରଯୋଗ୍ୟ କରାଯାଏ । ଏହିଭଳି ପ୍ରୟାସ ପ୍ରେରଣାଦାୟକ ତ ନିଶ୍ଚୟ, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ଭାରତର ଅଭିଯାନକୁ ମଧ୍ୟ ଏହା ଗତିଶୀଳ କରାଇଥାଏ ।
ବନ୍ଧୁଗଣ, ଏବେ ଯେତେବେଳେ ମୁଁ ଆପଣଙ୍କ ସହ କଥା ହେଉଛି, ସେତେବେଳେ, ହିମାଚଳ ପ୍ରଦେଶରେ ମଧ୍ୟ ଏକ ନିଆରା ସାଇକ୍ଲିଂ ରାଲି ଚାଲୁରହିଛି । ମୁଁ ଏହା ସମ୍ପର୍କରେ ମଧ୍ୟ ଆପଣଙ୍କୁ କହିବାକୁ ଚାହୁଁଛି । ସ୍ୱଚ୍ଛତାର ବାର୍ତା ନେଇ ସାଇକେଲ ଚାଳକଙ୍କ ଏକ ଦଳ ଶିମଲାରୁ ମଣ୍ଡି ପର୍ଯ୍ୟନ୍ତ ବାହାରିଛି । ପାହାଡ଼ିଆ ରାସ୍ତାରେ ପ୍ରାୟ ଅଢ଼େଇ ଶହ କିଲୋମିଟର ଦୂର ଏହି ଲୋକେ ସାଇକେଲ ଚଳାଇ ସଂପୂର୍ଣ୍ଣ କରିବେ । ଏହି ଦଳରେ ପିଲା ଓ ବୟସ୍କ ମଧ୍ୟ ଅଛନ୍ତି । ଆମର ପରିବେଶ ସ୍ୱଚ୍ଛ ରହିଲେ, ଆମର ପାହାଡ଼-ନଦୀ, ସମୁଦ୍ର ସ୍ୱଚ୍ଛ ରହିଲେ ଆମର ସ୍ୱାସ୍ଥ୍ୟ ମଧ୍ୟ ଉତମ ହୋଇଯାଏ । ଆପଣ ମୋତେ ଏହିଭଳି ପ୍ରୟାସ ସମ୍ପର୍କରେ ନିଶ୍ଚୟ ଲେଖି ଜଣାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ କ୍ରମାଗତ ମୌସୁମୀ ବିସ୍ତାର ହେବାରେ ଲାଗିଛି । ଅନେକ ରାଜ୍ୟରେ ବର୍ଷା ମଧ୍ୟ ବଢ଼ୁଛି । ବର୍ତମାନ ଜଳ ଓ ଜଳସଂରକ୍ଷଣ ଦିଗରେ ସ୍ୱତନ୍ତ୍ର ପ୍ରୟାସ କରିବାର ସମୟ । ଆମ ଦେଶରେ ତ ଯୁଗଯୁଗ ଧରି ଏହି ଦାୟିତ୍ୱ ସମାଜ ହିଁ ମିଳିମିଶି ଉଠାଇଆସିଛି । ଆପଣଙ୍କର ମନେ ଥିବ, "ମନ୍ କୀ ବାତ'ରେ ଆମେ ଥରେ ପାହାଚ ଥିବା କୂଅ ଅର୍ଥାତ ବାୱଡିର ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବାୱଡି ସେହି ବଡ଼ବଡ଼ କୂଅକୁ କୁହାଯାଏ ଯେଉଁଠି ତଳକୁ ଓହ୍ଲାଇବା ପାଇଁ ପାହାଚ ରହିଥାଏ । ରାଜସ୍ଥାନର ଉଦୟପୁରରେ ଏପରି ଶହଶହ ବର୍ଷ ପୁରୁଣା ଏକ ବାୱଡ଼ି ରହିଛି "ସୁଲତାନ କୀ ବାୱଡି' । ଏହାକୁ ରାଓ ସୁଲତାନ ସିଂହ ନିର୍ମାଣ କରାଇଥିଲେ, କିନ୍ତୁ ଉପେକ୍ଷା କାରଣରୁ ଧୀରେ ଧୀରେ ଏହି ଜାଗା ପରିତ୍ୟକ୍ତ ହୋଇଗଲା ଏବଂ ଅଳିଆ ଆବର୍ଜନା ଗଦାରେ ପରିଣତ ହେଲା । ଦିନେ କେତେକ ଯୁବକ ବୁଲୁଥିବାବେଳେ ସେଠାରେ ପହଂଚିଲେ ଏବଂ ତା'ର ସ୍ଥିତିକୁ ଦେଖି ବହୁତ ଦୁଃଖ ପ୍ରକାଶ କଲେ । ସେହି ଯୁବକମାନେ ସେହି ମୁହୂର୍ତରେ ସୁଲତାନ କୀ ବାୱଡିର ଚିତ୍ର ଓ ଭାଗ୍ୟ ବଦଳାଇବା ପାଇଁ ପ୍ରତିଜ୍ଞା କଲେ । ସେମାନେ ଏହି ମିସନର ନାମ ରଖିଲେ "ସୁଲତାନ କୀ ସୁର୍-ତାନ' । ଆପଣ ଭାବୁଥିବେ ଯେ ଏହି ସୁର୍-ତାନ୍ କ'ଣ? ବାସ୍ତବରେ ଏହି ଯୁବକମାନେ କେବଳ ବାୱଡ଼ିର କାୟା ପରିବର୍ତନ କଲେ ନାହିଁ, ବରଂ ସେମାନେ ସଂଗୀତର ସ୍ୱର ଓ ତାଳ ସହିତ ମଧ୍ୟ ଯୋଡ଼ିଦେଲେ । ସୁଲତାନ କୀ ବାୱଡ଼ିର ସଫେଇ ପରେ, ତାକୁ ସଜାଇବା ପରେ, ସେଠାରେ ସ୍ୱର ଓ ସଂଗୀତର କାର୍ଯ୍ୟକ୍ରମ ହୋଇଥାଏ । ଏହି ପରିବର୍ତନର ଏତେ ଚର୍ଚ୍ଚା ହେଉଛି ଯେ ବିଦେଶରୁ ମଧ୍ୟ ଅନେକ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି । ଏହି ସଫଳ ପ୍ରୟାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଅଭିଯାନ ଆରମ୍ଭ କରିଥିବା ଯୁବକମାନେ ଚାର୍ଟାର୍ଡ ଆକାଉଂଟାଂଟ । ସଂଯୋଗରୁ ବର୍ତମାନଠାରୁ କିଛିଦିନ ପରେ, ୧ ଜୁଲାଇରେ ଚାଟାର୍ଡ ଆକାଉଂଟାଂଟ ଦିବସ ଆସୁଛି । ମୁଁ ଦେଶର ସମସ୍ତ ଚାର୍ଟାର୍ଡ ଆକାଉଂଟାଂଟଙ୍କୁ ଆଗୁଆ ଅଭିନନ୍ଦନ ଜଣାଉଛି । ଆମେ ନିଜର ଜଳଉତ୍ସଗୁଡ଼ିକୁ, ସଂଗୀତ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ସହିତ ଯୋଡ଼ି ସେଗୁଡ଼ିକ ପ୍ରତି ଏହିପରି ସଚେତନତାର ଭାବ ସୃଷ୍ଟି କରିପାରିବା । ଜଳ ସଂରକ୍ଷଣ ତ ବାସ୍ତବରେ ଜୀବନ ସଂରକ୍ଷଣ । ଆପଣ ଦେଖିଥିବେ, ଆଜିକାଲି ଅନେକ "ନଦୀ ମହୋତ୍ସବ' କରାଯାଉଛି । ଆପଣଙ୍କ ସହରରେ ମଧ୍ୟ ଏହିଭଳି ଯେଉଁ ଜଳଉତ୍ସ ରହିଛି, ସେଠାରେ କିଛି ନା କିଛି ଆୟୋଜନ ନିଶ୍ଚୟ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆମର ଉପନିଷଦର ଏକ ଜୀବନମନ୍ତ୍ର ହେଉଛି- ‘ଚରୈବେତି-ଚରୈବେତି-ଚରୈବେତି'- ଆପଣ ମଧ୍ୟ ଏହି ମନ୍ତ୍ରକୁ ନିଶ୍ଚୟ ଶୁଣିଥିବେ । ଏହାର ଅର୍ଥ ହେଲା ଆଗକୁ ବଢ଼ୁଥାଅ, ଆଗକୁ ବଢ଼ୁଥାଅ । ଏହି ମନ୍ତ୍ର ଆମେ ଦେଶରେ ଏତେ ଲୋକପ୍ରିୟ ଏଥିପାଇଁ ଯେ ସର୍ବଦା ଚାଲୁଥିବା, ଗତିଶୀଳ ରହିବା, ଏହା ଆମ ସ୍ୱଭାବର ଏକ ଅଂଶ । ଏକ ରାଷ୍ଟ୍ର ଭାବରେ, ଆମେ, ହଜାର ହଜାର ବର୍ଷର ବିକାଶ ଯାତ୍ରା କରି ଏଠିକି ପହଂଚିଛୁ । ଏକ ସମାଜ ଭାବେ ଆମେ ସର୍ବଦା ନୂଆ ବିଚାର, ନୂଆ ପରିବର୍ତନକୁ ସ୍ୱୀକାର କରି ଆଗକୁ ବଢ଼ିଚାଲିଛୁ । ଏହା ପଛରେ ଆମର ସାଂସ୍କୃତିକ ଗତିଶୀଳତା ଓ ଯାତ୍ରାର ବହୁତ ବଡ଼ ଯୋଗଦାନ ରହିଛି । ସେଥିପାଇଁ ତ ଆମର ୠଷିମୁନିଗଣ ତୀର୍ଥଯାତ୍ରା ଭଳି ଧାର୍ମିକ ଦାୟିତ୍ୱ ଆମକୁ ସମର୍ପିଥିଲେ । ଭିନ୍ନ ଭିନ୍ନ ତୀର୍ଥଯାତ୍ରା ଉପରେ ତ ଆମେ ସମସ୍ତେ ଜାଣୁ । ଆପଣ ଦେଖିଛନ୍ତି ଯେ ଏଥର ଚାରିଧାମ ଯାତ୍ରାରେ କିପରି ବହୁ ସଂଖ୍ୟାରେ ଭକ୍ତ ସାମିଲ୍ ହୋଇଥିଲେ । ଆମ ଦେଶରେ ସମୟ ସମୟରେ ଅଲଗା ଅଲଗା ଦେବଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥାଏ । ଦେବଯାତ୍ରା ଅର୍ଥାତ୍ ଯେଉଁଥିରେ କେବଳ ଭକ୍ତ ନୁହଁନ୍ତି, ଭଗବାନ ମଧ୍ୟ ଯାତ୍ରାରେ ବାହାରନ୍ତି । ଏବେ, ଆଉ କିଛିଦିନ ପରେ ହିଁ ୧ ଜୁଲାଇରେ ଭଗବାନ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ, ପୁରୀର ଏହି ଯାତ୍ରା ସହିତ ପ୍ରତ୍ୟେକ ଦେଶବାସୀ ପରିଚିତ । ଏହି ଅବସରରେ ପୁରୀ ଯିବାର ସୌଭାଗ୍ୟ ପାଇବା ପାଇଁ ପ୍ରତ୍ୟେକ ଲୋକ ଚେଷ୍ଟା କରିଥାନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ଖୁବ୍ ଧୁମଧାମରେ ହୋଇଥାଏ । ଭଗବାନ ଜଗନ୍ନାଥଙ୍କ ଯାତ୍ରା ଆଷାଢ଼ ମାସ ଦ୍ୱିତୀୟାରୁ ଆରମ୍ଭ ହୁଏ । ଆମର ଗ୍ରନ୍ଥରେ "ଆଷାଢ଼ସ୍ୟ ଦ୍ୱିତୀୟ ଦିବସେ... ରଥଯାତ୍ରା', ସଂସ୍କୃତ ଶ୍ଳୋକରେ ଏହିପରି ବର୍ଣ୍ଣନା ମିଳେ । ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ପ୍ରତିବର୍ଷ ଆଷାଢ଼ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ମୁଁ ଗୁଜରାଟରେ ଥିଲି, ତ ମୋତେ ପ୍ରତିବର୍ଷ ଏହି ଯାତ୍ରାରେ ସେବା କରିବାର ସୌଭାଗ୍ୟ ମିଳୁଥିଲା । ଆଷାଢ଼ ଦ୍ୱିତୀୟା, ଯେଉଁ ଯାହାକୁ ଆଷାଢ଼ି ବିଜ୍ ମଧ୍ୟ କହନ୍ତି, ଏହି ଦିନରୁ କଚ୍ଛରେ ନବବର୍ଷ ମଧ୍ୟ ଆରମ୍ଭ ହୋଇଥାଏ । ମୁଁ, ମୋର ସମସ୍ତ କଚ୍ଛି ଭାଇଭଉଣୀମାନଙ୍କୁ ନବବର୍ଷର ଶୁଭକାମନା ଜଣାଉଛି । ମୋ ପାଇଁ ଏଇଥିପାଇଁ ମଧ୍ୟ ଏହିଦିନ ବହୁତ ଗୁରୁତ୍ୱପୂର୍ଣ୍ଣ- ମୋର ମନେପଡ଼ୁଛି, ଆଷାଢ଼ ଦ୍ୱିତୀୟାର ଦିନକ ପୂର୍ବେ, ଅର୍ଥାତ ଆଷାଢ଼ର ପ୍ରଥମ ତିଥିରେ ଆମେ ଗୁଜରାତରେ ଏକ ସଂସ୍କୃତ ଉତ୍ସବ ଆରମ୍ଭ କରିଥିଲୁ, ଯେଉଁଥିରେ ସଂସ୍କୃତ ଭାଷାର ଗୀତ-ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଆୟୋଜନର ନାମ "ଆଷାଢସ୍ୟ ପ୍ରଥମ ଦିବସେ' । ଉତ୍ସବକୁ ଏହି ସ୍ୱତନ୍ତ୍ର ନାମ ଦେବା ପଛରେ ମଧ୍ୟ ଏକ କାରଣ ରହିଛି । ପ୍ରକୃତରେ, ସଂସ୍କୃତର ମହାନ କବି କାଳିଦାସ ଆଷାଢ଼ ମାସରୁ ବର୍ଷା ଆଗମନ ଉପରେ ମେଘଦୂତମ୍ ଲେଖିଥିଲେ । ମେଘଦୂତମର ଏକ ଶ୍ଳୋକ ହେଉଛି- ଆଷାଢସ୍ୟ ପ୍ରଥମ ଦିବସେ ମେଘମ୍ ଆଶ୍ଳିଷ୍ଟ ସାନୁମ୍, ଅର୍ଥାତ ଆଷାଢ଼ର ପ୍ରଥମ ଦିନ ପର୍ବତ ଶିଖରରେ ଗୁଡ଼େଇ ହୋଇରହିଥିବା ମେଘ, ଏହି ଶ୍ଳୋକ ଏ ଆୟୋଜନର ଆଧାର ହୋଇଥିଲା ।
ବନ୍ଧୁଗଣ, ଅହମଦାବାଦ ହେଉ ବା ପୁରୀ, ଭଗବାନ ଜଗନ୍ନାଥ ନିଜର ଏହି ଯାତ୍ରା ଜରିଆରେ ଆମକୁ ଅନେକ ଗଭୀର ମାନବୀୟ ସନ୍ଦେଶ ମଧ୍ୟ ଦିଅନ୍ତି । ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ, କିନ୍ତୁ ତାଙ୍କର ଯାତ୍ରାରେ ଗରିବ, ବଂଚିତଙ୍କ ବିଶେଷ ଅଂଶଗ୍ରହଣ ହୋଇଥାଏ । ଭଗବାନ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଚାଲିଥାନ୍ତି । ଏପରି ଆମ ଦେଶରେ ଯେତେ ଯାତ୍ରା ହୁଏ, ସବୁଠି ଧନୀଗରିବ, ଉଚ୍ଚନୀଚ ଏପରି କୌଣସି ଭେଦଭାବ ଦୃଷ୍ଟିକୁ ଆସେ ନାହିଁ । ସମସ୍ତ ଭେଦଭାବରୁ ଊର୍ଦ୍ଧ୍ଵକୁ ଉଠି, ଯାତ୍ରା ହିଁ ସର୍ବୋପରି ହୋଇଥାଏ । ଯେପରିକି ମହାରାଷ୍ଟ୍ରର ପଂଢରପୁର ଯାତ୍ରା ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ । ପଂଢରପୁର ଯାତ୍ରାରେ, କେହି ମଧ୍ୟ ନା ବଡ଼ ହୋଇଥାଏ, ନା ଛୋଟ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ସେବକ ହୋଇଥାଏ, ଭଗବାନ ବିଠ୍ଠଲଙ୍କ ସେବକ ହୋଇଥାଏ । ଏବେ ଚାରିଦିନ ପରେ ହିଁ ୩୦ ଜୁନରୁ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ସମଗ୍ର ଦେଶରୁ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ପାଇଁ ଜାମ୍ମୁକାଶ୍ମୀରରେ ପହଂଚିଥାନ୍ତି । ଜାମ୍ମୁକାଶ୍ମୀରର ସ୍ଥାନୀୟ ଲୋକେ ସେତିକି ଶ୍ରଦ୍ଧାର ସହିତ ଏହି ଯାତ୍ରାର ଦାୟିତ୍ୱ ତୁଲାଇଥାନ୍ତି ଏବଂ ତୀର୍ଥଯାତ୍ରୀମାନଙ୍କୁ ସହଯୋଗ କରିଥାନ୍ତି ।
ବନ୍ଧୁଗଣ, ଦକ୍ଷିଣରେ ଏପରି ହିଁ ମହତ୍ୱ ସାବରିମାଳା ଯାତ୍ରାର ରହିଛି । ସାବରିମାଳା ପାହାଡ଼ ଉପରେ ଭଗବାନ ଆୟାପ୍ପାଙ୍କ ଦର୍ଶନ କରିବା ପାଇଁ ଏହି ଯାତ୍ରା ସେହିଦିନଠାରୁ ଚାଲିଆସିଛି, ଯେତେବେଳେ ରାସ୍ତାକୁ ସଂପୂର୍ଣ୍ଣ ଭାବେ ଜଂଗଲ ଘେରି ରହିଥିଲା । ଆଜି ମଧ୍ୟ ଲୋକେ ଯେତେବେଳେ ଏହି ଯାତ୍ରାକୁ ଯାଆନ୍ତି, ସେଥିରୁ ଧାର୍ମିକ ଅନୁଷ୍ଠାନରୁ ନେଇ ରହଣି ବ୍ୟବସ୍ଥା ପର୍ଯ୍ୟନ୍ତ, ଗରିବଙ୍କ ପାଇଁ କେତେ ରୋଜଗାର ସୁଯୋଗ ସୃଷ୍ଟି ହୁଏ, ଅର୍ଥାତ ଏହି ଯାତ୍ରା ପ୍ରତ୍ୟକ୍ଷ ରୂପେ ଆମକୁ ଗରିବମାନଙ୍କର ସେବା କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ ଏବଂ ଗରିବଙ୍କ ପାଇଁ ତାହା ସେତିକି ମଙ୍ଗଳକର ହୋଇଥାଏ । ତେଣୁ ଦେଶ ମଧ୍ୟ, ଏବେ, ଆଧ୍ୟାତ୍ମିକ ଯାତ୍ରାରେ, ଭକ୍ତଙ୍କ ପାଇଁ ସୁବିଧା ବଢ଼ାଇବା ପାଇଁ ଏତେସବୁ ପ୍ରୟାସ କରୁଛି । ଆପଣ ମଧ୍ୟ ଏପରି କୌଣସି ଯାତ୍ରାରେ ଯିବେ ତ ଆପଣଙ୍କୁ ଆଧ୍ୟାତ୍ମ ସହିତ ଏକ ଭାରତ-ଶ୍ରେଷ୍ଠ ଭାରତର ମଧ୍ୟ ଦର୍ଶନ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ସବୁ ସମୟ ପରି ଏଥର ମଧ୍ୟ "ମନ୍ କୀ ବାତ' ଜରିଆରେ ଆପଣମାନଙ୍କ ସହିତ ଯୋଡ଼ିହେବାର ବହୁତ ସୁଖଦ ଅନୁଭବ ହେଲା । ଆମେ ଦେଶବାସୀଙ୍କର ସଫଳତା ଓ ଉପଲବ୍ଧିଗୁଡ଼ିକର ଆଲୋଚନା କଲେ । ଏହିସବୁ ଭିତରେ, ଆମେ କରୋନା ବିରୋଧରେ ସାବଧାନତାକୁ ମଧ୍ୟ ଦୃଷ୍ଟିରେ ରଖିବା । ତେବେ ସନ୍ତୋଷର କଥା ଯେ ଆଜି ଦେଶ ପାଖରେ ଟିକାର ବ୍ୟାପକ ସୁରକ୍ଷାକବଚ ରହିଛି । ଆମେ ୨୦୦ କୋଟି ଟିକା ଡୋଜ୍ ପାଖାପାଖି ପହଂଚିଯାଇଛୁ । ଦେଶରେ ଦ୍ରୁତଗତିରେ ପ୍ରିକସନ୍ ଡୋଜ୍ ମଧ୍ୟ ଦିଆଯାଉଛି । ଯଦି ଆପଣଙ୍କର ଦ୍ୱିତୀୟ ଡୋଜ୍ ଟିକା ପରେ ପ୍ରିକସନ୍ ଡୋଜର ସମୟ ହୋଇଯାଇଛି, ତେବେ ଏହି ତୃତୀୟ ଡୋଜ୍ ନିଶ୍ଚୟ ନିଅନ୍ତୁ । ନିଜ ପରିବାର ଲୋକଙ୍କୁ, ବିଶେଷତଃ ବୟସ୍କମାନଙ୍କୁ ମଧ୍ୟ ପ୍ରିକସନ୍ ଡୋଜ୍ ଟିକା ଦିଅନ୍ତୁ । ଆମକୁ ହାତ ସଫା ରଖିବା ଓ ମାସ୍କ ପିନ୍ଧିବା ଭଳି ଜରୁରୀ ସାବଧାନତା ଅବଲମ୍ବନ କରିବା ନିହାତି ଦରକାର । ବର୍ଷାଋତୁରେ ଆଖପାଖରେ ଅଳିଆ ଦ୍ୱାରା ହେଉଥିବା ରୋଗଗୁଡ଼ିକ ସମ୍ପର୍କରେ ମଧ୍ୟ ଆମେ ସଚେତନ ରହିବା । ଆପଣମାନେ ସଚେତନ ରହନ୍ତୁ, ସୁସ୍ଥ ରହନ୍ତୁ ଏବଂ ଏପରି ହିଁ ଶକ୍ତି ସହିତ ଆଗକୁ ବଢ଼ିଚାଲନ୍ତୁ । ଆସନ୍ତା ମାସରେ ଆମେ ପୁଣିଥରେ ଭେଟିବା, ସେ ପର୍ଯ୍ୟନ୍ତ ବହୁତ ବହୁତ ଧନ୍ୟବାଦ, ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ପୁଣିଥରେ ‘ମନ କି ବାତ୍’ ମାଧ୍ୟମରେ ଆପଣ ସମସ୍ତେ ମୋର କୋଟି କୋଟି ପରିବାରଜନଙ୍କ ସହିତ ମିଶିବାର ସୁଯୋଗ ମିଳିଛି । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ। କିଛିଦିନ ପୂର୍ବେ ଦେଶ ଏଭଳି ଗୋଟିଏ ଉପଲବ୍ଧି ହାସଲ କରିଛି, ଯାହା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଭାରତର ସାମର୍ଥ୍ୟ ପ୍ରତି ଗୋଟିଏ ନୂତନ ବିଶ୍ୱାସକୁ ଜାଗ୍ରତ କରୁଛି । ଆପଣମାନେ କ୍ରିକେଟ୍ ପଡ଼ିଆରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ଙ୍କ ସେଞ୍ଚୁରୀ କଥା ଶୁଣି ଖୁସି ହେଉଥିବେ, କିନ୍ତୁ ଭାରତ ଆଉ ଗୋଟିଏ କ୍ଷେତ୍ରରେ ସେଂଚୁରୀ ହାସଲ କରିଛି ଏବଂ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ୫ ତାରିଖ ଦିନ ଦେଶରେ ୟୂନିକର୍ନ ସଂଖ୍ୟା ୧୦୦କୁ ସ୍ପର୍ଶ କରିଛି ଏବଂ ଆପଣମାନେ ତ ଜାଣନ୍ତି ଯେ, ଗୋଟିଏ ୟୁନିକର୍ନ ଅର୍ଥାତ୍ ଅତି କମ୍ରେ ସାଢ଼େ ସାତ ହଜାର କୋଟି ଟଙ୍କାର ଷ୍ଟାର୍ଟ ଅପ୍ । ଏହି ୟୁନିକର୍ଣ୍ଣର ମୋଟ ମୂଲ୍ୟାୟନ ୩୩୦ ବିଲିୟନ ଡଲାର୍ ଅର୍ଥାତ୍ ୨୫ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଗର୍ବର କଥା । ଏକଥା ଜାଣି ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଆମର ସମୁଦାୟ ୟୁନିକର୍ନ ମଧ୍ୟରୁ ୪୪ଟି ଗତବର୍ଷ ସୃଷ୍ଟି ହୋଇଥିଲା । କେବଳ ସେତିକି ନୁହେଁ, ଚଳିତ ବର୍ଷର ୩–୪ ମାସ ମଧ୍ୟରେ ହିଁ ୧୪ଟି ନୂତନ ୟୁନିକର୍ନ ସୃଷ୍ଟି ହେଲା । ଏହାର ଅର୍ଥ ହେଲା ଯେ, ବିଶ୍ୱବ୍ୟାପୀ ମହାମାରୀର ଏହି ସମୟରେ ମଧ୍ୟ ଆମର ଷ୍ଟାର୍ଟ ଅପ୍ ଗୁଡ଼ିକ ୱେଲ୍ଥ ଓ ଭାଲ୍ୟୁ ସୃଷ୍ଟି କରି ଚାଲିଛନ୍ତି । ଭାରତୀୟ ୟୁନିକର୍ଣ୍ଣର ହାରାହାରି ବାର୍ଷିକ ଅଭିବୃଦ୍ଧି ଦର ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଅନ୍ୟାନ୍ୟ ଅନେକ ଦେଶ ଅପେକ୍ଷା ଅଧିକ । ବିଶେଷଜ୍ଞମାନେ ଏକଥା ମଧ୍ୟ କହୁଛନ୍ତି ଯେ, ଆଗାମୀ ସମୟରେ ଏହି ସଂଖ୍ୟା ଆହୁରି ଦୃତ ଗତିରେ ବୃଦ୍ଧି ପାଇବ । ଆଉ ଗୋଟିଏ ଭଲ କଥା ହେଲା ଯେ, ଆମ ୟୁନିକର୍ନଗୁଡ଼ିକ ବିବିଧ କ୍ଷେତ୍ରର । ଏମାନେ ଇ-କମର୍ସ, ଫିନ୍-ଟେକ୍, ଏଡ୍-ଟେକ୍, ବାୟୋ ଟେକ୍ ଭଳି ଅନେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆଉ ଗୋଟିଏ କଥା, ଯାହାକୁ ମୁଁ ଗୁରୁତ୍ୱପୂର୍ଣ୍ଣ ମନେକରୁଛି, ଯେ, ଷ୍ଟାର୍ଟ ଅପ୍ର ଦୁନିଆ ନ୍ୟୁ ଇଣ୍ଡିଆର ଉତ୍ସାହକୁ ପ୍ରତିଫଳିତ କରୁଛି । ଆଜି ଭାରତର ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ୍ କେବଳ ବଡ଼ ସହରଗୁଡ଼ିକ ମଧ୍ୟରେ ସୀମିତ ହୋଇ ରହିନି, ବରଂ ଛୋଟ ଛୋଟ ସହର ଏବଂ ଅଞ୍ଚଳରୁ ମଧ୍ୟ ଉଦ୍ୟମୀମାନେ ସମ୍ମୁଖକୁ ଆସୁଛନ୍ତି । ଏଥିରୁ ଜଣାପଡ଼ୁଛି ଯେ, ଭାରତରେ ଯାହା ପାଖରେ ଇନ୍ନୋଭେଟିଭ୍ ଆଇଡିଆ ରହିଛି, ସେ ୱେଲ୍ଥ କ୍ରିଏଟ୍ କରିପାରିବ ।
ବନ୍ଧୁଗଣ,
ଦେଶର ଏହି ସଫଳତା ପଛରେ ଦେଶର ଯୁବଶକ୍ତି, ଦେଶର ପ୍ରତିଭାଶାଳୀ ଏବଂ ସରକାର, ସମସ୍ତେ ମିଶି ପ୍ରଚେଷ୍ଟା କରୁଛନ୍ତି । ଏଥିରେ ସମସ୍ତଙ୍କ ଯୋଗଦାନ ରହିଛି । କିନ୍ତୁ ଏଥିରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ରହିଛି । ତାହାହେଲା, ଷ୍ଟାର୍ଟ ଅପ୍ ଦୁନିଆରେ ସଠିକ ମେଣ୍ଟରିଂ ଅର୍ଥାତ ସଠିକ ମାର୍ଗଦର୍ଶନ । ଜଣେ ଭଲ ମେଣ୍ଟରିଂ ଷ୍ଟାର୍ଟ ଅପ୍କୁ ନୂତନ ଶିଖରକୁ ନେଇଯାଇପାରେ । ସେ ଏହାର ପ୍ରତିଷ୍ଠାତାମାନଙ୍କୁ ଠିକ୍ ନିଷ୍ପତି ନେବାପାଇଁ ପରାମର୍ଶ ଦେଇପାରେ । ମୁଁ ଏ କଥାକୁ ନେଇ ଗର୍ବ ଅନୁଭବ କରୁଛି ଯେ, ଭାରତରେ ଏଭଳି ବହୁତ ମେଣ୍ଟରିଂ ଅଛନ୍ତି, ଯେଉଁମାନେ ଷ୍ଟାର୍ଟ ଅପ୍କୁ ଆଗକୁ ନେବାପାଇଁ ନିଜକୁ ସମର୍ପି ଦେଇଛନ୍ତି ।
ଶ୍ରୀଧର ୱେମ୍ବୁଙ୍କୁ ନିକଟ ଅତୀତରେ ପଦ୍ମ ସମ୍ମାନ ମିଳିଛି । ସେ ନିଜେ ଜଣେ ସଫଳ ଉଦ୍ୟୋଗୀ । କିନ୍ତୁ ଏବେ ସେ ଅନ୍ୟ ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ ଦେବାପାଇଁ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି । ଶ୍ରୀଧର ନିଜ କାମ ଗ୍ରାମାଞ୍ଚଳରୁ ଆରମ୍ଭ କରିଛନ୍ତି । ସେ ଗ୍ରାମାଞ୍ଚଳର ଯୁବବର୍ଗଙ୍କୁ ଗାଁରେ ହିଁ ରହି ନିଜ ଅଞ୍ଚଳ ପାଇଁ କିଛି କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏଠାରେ ମଦନ ପଡ଼ାକିଙ୍କ ଭଳି ବ୍ୟକ୍ତି ମଧ୍ୟ ଅଛନ୍ତି, ଯିଏ ଗ୍ରାମାଞ୍ଚଳର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୪ରେ ୱାନ୍ ବ୍ରୀଜ୍ ନାମରେ ଗୋଟିଏ ମଂଚ ତିଆରି କରିଥିଲେ । ଆଜି ସେହି ୱାନ୍ ବ୍ରିଜ୍ ଦକ୍ଷିଣ ଏବଂ ପୂର୍ବ ଭାରତର ୭୫ରୁ ଅଧିକ ଜିଲ୍ଲାରେ କାର୍ଯ୍ୟ କରୁଛି । ଏହାସହିତ ଜଡ଼ିତ ୯୦୦୦ ରୁ ଅଧିକ ଗ୍ରାମୀଣ ଉଦ୍ୟୋଗୀ, ଗ୍ରାମାଂଚଳର ଉପଭୋକ୍ତାମାନଙ୍କୁ ନିଜର ସେବା ପ୍ରଦାନ କରୁଛନ୍ତି । ମୀରା ଶେନୋୟ୍ ମଧ୍ୟ ଏଭଳି ଏକ ଉଦାହରଣ । ସେ ଗ୍ରାମାଞ୍ଚଳ, ଆଦିବାସୀ ଏବଂ ଦିବ୍ୟାଙ୍ଗ ଯୁବବର୍ଗଙ୍କ ପାଇଁ ମାର୍କେଟ ଲିଙ୍କ୍ଡ ସ୍କିଲ୍ ଟ୍ରେନିଂ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ମୁଁ ଏଠାରେ ମାତ୍ର ଅଳ୍ପ କିଛି ନାମ ଉଲ୍ଲେଖ କରିଛି, କିନ୍ତୁ ଆଜି ଆମ ପାଖରେ ମେଂଟରମାନଙ୍କ ଅଭାବ ନାହିଁ । ଏହା ଆମ ପାଇଁ ଖୁସିର କଥା ଯେ, ଷ୍ଟାର୍ଟ ଅପ୍ ପାଇଁ ଆଜି ଦେଶରେ ଗୋଟିଏ ସମ୍ପୂର୍ଣ୍ଣ ସପୋର୍ଟ ସିଷ୍ଟମ୍ ପ୍ରସ୍ତୁତ ହେଉଛି । ମୋର ବିଶ୍ୱାସ ଯେ ଆଗାମୀ ସମୟରେ ଆମକୁ ଭାରତର ଷ୍ଟାର୍ଟ ଅପ୍ ଦୁନିଆରେ ପ୍ରଗତିର ଗୋଟିଏ ନୂତନ ଉଡ଼ାଣ ଦେଖିବାକୁ ମିଳିବ ।
ବନ୍ଧୁଗଣ,
କିଛିଦିନ ପୂର୍ବେ ମୋତେ ଏଭଳି ଗୋଟିଏ କୌତୁହଳପୂର୍ଣ୍ଣ ଓ ଆକର୍ଷକ ବସ୍ତୁ ମିଳିଲା, ଯେଉଁଥିରେ ଦେଶବାସୀଙ୍କ ସୃଜନଶୀଳତା ଏବଂ ତାଙ୍କ କଳାତ୍ମକ ପ୍ରତିଭାର ରଙ୍ଗ ଭରିରହିଛି । ଏହା ଗୋଟିଏ ଉପହାର, ଯାହା ତାମିଲନାଡ଼ୁର ତାଞ୍ଜାୱୁର୍ର ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀ ମୋତେ ପଠାଇଛନ୍ତି । ଏହି ଉପହାରରେ ଭାରତୀୟତ୍ୱର ସୁଗନ୍ଧ ରହିଛି ଓ ରହିଛି ମାତୃଶକ୍ତିର ଆଶୀର୍ବାଦ । ତା’ଛଡ଼ା ମୋ ପ୍ରତି ସେମାନଙ୍କ ସ୍ନେହର ଝଲକ୍ ମଧ୍ୟ ରହିଛି । ଏହା ତାଞ୍ଜାୱୁର୍ର ଏକ ବିଶେଷ କଣ୍ଢେଇ, ଯାହାକୁ ଜି.ଆଇ. ଟ୍ୟାଗ୍ ମଧ୍ୟ ମିଳିଛି । ମୁଁ ତାଞ୍ଜାୱୁର୍ର ସ୍ୱୟଂସହାୟକ ଗୋଷ୍ଠୀକୁ ବିଶେଷ ଭାବେ ଧନ୍ୟବାଦ ଦେଉଛି ଯେ, ସେ ମୋତେ ସ୍ଥାନୀୟ ସଂସ୍କୃତିରେ ରସସିକ୍ତ ଏହି ଉପହାର ମୋତେ ପଠାଇଲେ । ବନ୍ଧୁଗଣ, ଏହି ତାଞ୍ଜାୱୁର୍ର କଣ୍ଢେଇ ଦେଖିବାକୁ ଯେତିକି ସୁନ୍ଦର ଠିକ୍ ସେହିଭଳି ଏହା ମହିଳା ସଶକ୍ତିକରଣର ନୂତନ ଗାଥା ବି ଲେଖିଚାଲିଛି । ତାଞ୍ଜାୱୁର୍ରେ ମହିଳାମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀର ଷ୍ଟୋର ଓ କିଓସ୍କ ମାନ ମଧ୍ୟ ଖୋଲାଗଲାଣି । ଏହାଯୋଗୁଁ ଅନେକ ଗରିବ ପରିବାରଙ୍କ ଜୀବନ ବଦଳିଗଲାଣି । ଏଭଳି କିଓସ୍କ ଓ ଷ୍ଟୋରଗୁଡ଼ିକ ସହାୟତାରେ ଏହି ମହିଳାମାନେ ଏବେ ନିଜର ଉତ୍ପାଦ ଗ୍ରାହକମାନଙ୍କୁ ସିଧାସଳଖ ଭାବେ ବିକ୍ରି କରିପାରୁଛନ୍ତି । ଏହି ନୂତନ ପ୍ରଚେଷ୍ଟାକୁ ‘ତାର୍ଗଇଗଲ୍ କଇୱିନଇ ପୋରୁତ୍ତକଲ୍ ୱିରପ୍ପନଇ ଅଙ୍ଗାଡ଼ି’ ନାମ ଦିଆଯାଇଛି । ବିଶେଷ କଥା ହେଲା ଯେ, ଏହି ପ୍ରଚେଷ୍ଟା ସହ ୨୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଡ଼ିହୋଇ ରହିଛନ୍ତି । ଏ କଥା ଜାଣିଲେ ମଧ୍ୟ ଆପଣଙ୍କୁ ଖୁସି ଲାଗିବ ଯେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ଷ୍ଟୋରଗୁଡ଼ିକ ତାଞ୍ଜାୱୁର୍ର ପ୍ରମୁଖ ସ୍ଥଳମାନଙ୍କରେ ଖୋଲିଛି । ଏହାର ଯତ୍ନର ଦାୟିତ୍ୱ ମଧ୍ୟ ଏହି ମହିଳାମାନେ ବହନ କରୁଛନ୍ତି । ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତାଞ୍ଜାୱୁର୍ କଣ୍ଢେଇ ଏବଂ ବ୍ରୋଞ୍ଜ ଲ୍ୟାମ୍ପ ଭଳି ଜିଆଇ ଉତ୍ପାଦ ଛଡ଼ା ଖେଳଣା, ମଶିଣା ଓ ନକଲି ଗହଣା ମଧ୍ୟ ତିଆରି କରୁଛନ୍ତି । ଏଭଳି ଷ୍ଟୋର ଯୋଗୁଁ ଜିଆଇ ଉତ୍ପାଦ ସହିତ ହସ୍ତଶିଳ୍ପ ବସ୍ତୁଗୁଡ଼ିକର ବିକ୍ରିରେ ମଧ୍ୟ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ଅଭିଯାନ ଫଳରେ କେବଳ କାରିଗରମାନେ ଉପକୃତ ହୋଇଛନ୍ତି ତା’ନୁହେଁ ବରଂ ମହିଳାମାନଙ୍କ ଆୟ ବୃଦ୍ଧି ପାଇବା ଦ୍ୱାରା ସେମାନଙ୍କ ସଶକ୍ତିକରଣ ମଧ୍ୟ ହେଉଛି । ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ମୋର ଗୋଟିଏ ଅନୁରୋଧ ରହିଛି । ଆପଣ ନିଜ ଗ୍ରାମାଞ୍ଚଳରେ କେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି ତାହାର ସନ୍ଧାନ କରନ୍ତୁ । ସେମାନଙ୍କ ଉତ୍ପାଦ ବିଷୟରେ ମଧ୍ୟ ଆପଣ ସୂଚନା ଏକତ୍ରିତ କରନ୍ତୁ ଏବଂ ଏଗୁଡ଼ିକୁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ । ଏହା କରିବା ଦ୍ୱାରା ଆପଣ ସେହି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବା ସହ ଆତ୍ମନିର୍ଭର ଭାର ଅଭିଯାନକୁ ମଧ୍ୟ ଗତିଶୀଳ କରିବେ ।
ବନ୍ଧୁଗଣ,
ଆମ ଦେଶରେ ଅନେକ ଭାଷା, ଲିପି ଏବଂ କଥିତ ଭାଷାର ଭଣ୍ଡାର ମହଜୁଦ ରହିଛି । ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବେଶପୋଷାକ, ଖାଦ୍ୟପାନୀୟ, ସଂସ୍କୃତି – ଏହାହିଁ ଆମ ପରିଚୟ । ଏହି ବିବିଧତା ଗୋଟିଏ ରାଷ୍ଟ୍ର ରୂପେ ଆମକୁ ଅଧିକ ସଶକ୍ତ କରୁଛି ଏବଂ ଏକାଠି ବାନ୍ଧିରଖୁଛି । ଏହିଭଳି ଗୋଟିଏ ଅତ୍ୟନ୍ତ ପ୍ରେରଣାଦାୟୀ ଉଦାହରଣ ହେଉଛି କଳ୍ପନାଙ୍କର, ଯାହା ବିଷୟରେ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି । ତାଙ୍କ ନାଁ ହେଉଛି କଳ୍ପନା, କିନ୍ତୁ ତାଙ୍କ ପ୍ରଚେଷ୍ଟା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ଭାବନାରେ ପରିପୂର୍ଣ୍ଣ । ପ୍ରକୃତରେ କଳ୍ପନା ନିକଟ ଅତୀତରେ କର୍ଣ୍ଣାଟକରେ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଛନ୍ତି । କିନ୍ତୁ ତାଙ୍କ ସଫଳତାର ବିଶେଷତ୍ୱ ହେଲା, ଯେ କିଛି ସମୟ ପୂର୍ବ ଯାଏ କଳ୍ପନା କନ୍ନଡ଼ ଭାଷା ମୋଟେ ଜାଣି ନ ଥିଲେ । ମାତ୍ର ୩ ମାସ ମଧ୍ୟରେ ସେ କେବଳ ଯେ କନ୍ନଡ଼ ଭାଷା ଶିଖିଲେ ତା’ନୁହେଁ, ବରଂ ସେଥିରେ ୯୨ ନମ୍ବର ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଦେଲେ । ଏହାଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ୍ୟ । ତାଙ୍କର ଆଉ କେତୋଟି କଥା ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଓ ପ୍ରେରଣା ଯୋଗାଇବ । କଳ୍ପନା ମୂଳତଃ ଉତ୍ତରାଖଣ୍ଡର ଯୋଶୀମଠ୍ର ବାସିନ୍ଦା । ପୂର୍ବରୁ ସେ ଯକ୍ଷ୍ମାରୋଗରେ ପୀଡ଼ିତ ହୋଇଥିଲେ ଏବଂ ତୃତୀୟ ଶ୍ରେଣୀରେ ପଢ଼ିବା ସମୟରେ ସେ ତାଙ୍କ ଦୃଷ୍ଟିଶକ୍ତି ମଧ୍ୟ ହରାଇଥିଲେ । କିନ୍ତୁ, ଯାହା କଥାରେ ଅଛି – ଇଚ୍ଛା ଥିଲେ ଉପାୟ ମିଳେ । କଳ୍ପନା ମହୀଶୂରରେ ରହୁଥିବା ପ୍ରଫେସର ତାରାମୂର୍ତ୍ତିଙ୍କ ସଂସ୍ପର୍ଶରେ ଆସିଲେ, ଯିଏ ତାଙ୍କୁ ପ୍ରେରିତ କରିବା ସହ ତାଙ୍କୁ ସବୁ ପ୍ରକାର ସାହାଯ୍ୟ କଲେ । ନିଜ ପରିଶ୍ରମ ଯୋଗୁଁ ଆଜି ସେ ଆମ ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ପାଲଟିଯାଇଛନ୍ତି । ତାଙ୍କ ଧୈର୍ଯ୍ୟ ପାଇଁ ମୁଁ କଳ୍ପନାଙ୍କୁ ଅଭିନନ୍ଦନ ଜଣାଉଛି। ସେହିଭଳି ଆମେ ଦେଶର ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଦେଶର ଭାଷାଗତ ବିବିଧତାକୁ ସୁଦୃଢ଼ କରିବାର କାର୍ଯ୍ୟ କରୁଛନ୍ତି । ଏଭଳି ଜଣେ ବନ୍ଧୁ ହେଲେ ପଶ୍ଚିମବଙ୍ଗ, ପୁରୁଲିୟାର ଶ୍ରୀପତି ଟୁଡୁ । ଶ୍ରୀ ଟୁଡୁ ହେଉଛନ୍ତି ପୁରୁଲିୟାର ସିଦ୍ଧୋ-କାନୋ-ବିର୍ସା ବିଶ୍ୱବିଦ୍ୟାଳୟର ସାନ୍ତାଳୀ ଭାଷା ପ୍ରାଧ୍ୟାପକ । ସେ ସାନ୍ତାଳୀ ସମାଜ ପାଇଁ ସେମାନଙ୍କ ନିଜର ଅଲ୍ଚିକି ଲିପିରେ ଦେଶର ସମ୍ବିଧାନର ନକଲ ପ୍ରସ୍ତୁତ କରିଛନ୍ତି । ଶ୍ରୀପତି ଟୁଡୁ କହନ୍ତି ଯେ, ଆମ ସମ୍ବିଧାନ ଆମ ଦେଶର ପ୍ରତ୍ୟେକ ନାଗରିକକୁ ତାଙ୍କର ଅଧିକାର ଏବଂ କର୍ତବ୍ୟ ସମ୍ପର୍କରେ ଜ୍ଞାନ ଦେଇଥାଏ । ତେଣୁ ପ୍ରତ୍ୟେକ ନାଗରିକ ଏହାସହ ପରିଚିତ ହେବା ଆବଶ୍ୟକ । ଏଥିପାଇଁ ସେ ସାନ୍ତାଳୀ ସମାଜ ପାଇଁ ସେମାନଙ୍କ ନିଜ ଲିପିରେ ସମ୍ବିଧାନର ନକଲ ପ୍ରସ୍ତୁତ କରି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ମୁଁ ଶ୍ରୀପତି ମହାଶୟଙ୍କ ଏହି ଚିନ୍ତାଧାରା ଏବଂ ତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛି । ଏହା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାର ଜୀବନ୍ତ ଉଦାହରଣ । ଏହି ଭାବନାକୁ ଆଗେଇ ନେଉଥିବା ଏଭଳି ଅନେକ ପ୍ରଚେଷ୍ଟା ସମ୍ପର୍କରେ ଆପଣମାନଙ୍କୁ ଏକ ଭାରତ ଶ୍ରେଷ୍ଠ ଭାରତର ୱେବ୍ସାଇଟ୍ରେ ସୂଚନା ଉପଲବ୍ଧ ହେବ । ଏଠାରେ ଆପଣଙ୍କୁ ଖାଦ୍ୟପେୟ, କଳା, ସଂସ୍କୃତି, ପର୍ଯ୍ୟଟନ ସମେତ ଏଭଳି ଅନେକ ଗତିବିଧି ସମ୍ପର୍କରେ ଜାଣିବାକୁ ମିଳିବ । ଆପଣମାନେ ଏସବୁ ଗତିବିଧିରେ ଅଂଶଗ୍ରହଣ ମଧ୍ୟ କରିପାରିବେ । ଏହାଦ୍ୱାରା ଆପଣଙ୍କୁ ନିଜ ଦେଶ ସମ୍ପର୍କରେ ଜାଣିବାକୁ ମିଳିବ ଏବଂ ଆପଣ ଦେଶର ବିବିଧତାକୁ ଅନୁଭବ ମଧ୍ୟ କରିପାରିବେ ।
ମୋର ପ୍ରିୟ ଦେଶବାସୀଗଣ,
ବର୍ତ୍ତିମାନ ଆମ ଦେଶରେ ଉତରାଖଣ୍ଡର ଚାରିଧାମର ପବିତ୍ର ଯାତ୍ରା ଅନୁଷ୍ଠିତ ହେଉଛି । ଚାରିଧାମ, ବିଶେଷକରି କେଦାରନାଥରେ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ଲୋକେ ସେମାନଙ୍କ ଚାରିଧାମ ଯାତ୍ରାର ସୁଖକର ଅନୁଭୂତି ଶେୟାର୍ କରୁଛନ୍ତି । କିନ୍ତୁ, ମୁଁ ଏକଥା ମଧ୍ୟ ଲକ୍ଷ୍ୟକଲି ଯେ, ଶ୍ରଦ୍ଧାଳୁମାନେ କେଦାରନାଥରେ କିଛି ଯାତ୍ରୀମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ଆବର୍ଜନା କାରଣରୁ ଦୁଃଖ ପ୍ରକାଶ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ କିଛି ଲୋକ ଏ କଥା ଉପସ୍ଥାପନ କରିଛନ୍ତି । ଆମେ ପବିତ୍ର ଯାତ୍ରା ଉଦ୍ଦେଶ୍ୟରେ ଯିବା ଏବଂ ସେଠାରେ ଯଦି ଆବର୍ଜନା ଗଦା ରହିଥିବ, ତାହା ଉଚିତ ନୁହେଁ । କିନ୍ତୁ ବନ୍ଧୁଗଣ, ଏଭଳି ଅଭିଯୋଗ ମଧ୍ୟରେ କିଛି ଭଲ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ଯେଉଁଠି ଶ୍ରଦ୍ଧା ରହିଛି, ସେଠାରେ ସୃଜନ ଏବଂ ସକାରାତ୍ମକତା ମଧ୍ୟ ରହିଛି । ଏଭଳି ମଧ୍ୟ ଅନେକ ଶ୍ରଦ୍ଧାଳୁ ରହିଛନ୍ତି, ଯେଉଁମାନେ ବାବା କେଦାରଙ୍କ ଧାମରେ ପୂଜା-ଅର୍ଚ୍ଚନା ସହ ସ୍ୱଚ୍ଛତା ସାଧନା ମଧ୍ୟ କରୁଛନ୍ତି । କିଏ ନିଜ ରହିବା ସ୍ଥାନ ପାଖ ଜାଗା ସଫାସୁତୁରା କରୁଛି ତ କିଏ ଯାତ୍ରାମାର୍ଗରୁ ଅଳିଆ ଆବର୍ଜନା ସଫେଇ କାର୍ଯ୍ୟ କରୁଛି । ସ୍ୱଚ୍ଛ ଭାରତ ଅଭିଯାନ ଟିମ୍ ସହ ଏକାଠି ମିଶି ଅନେକ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ଏହି କାମ କରୁଛନ୍ତି । ବନ୍ଧୁଗଣ, ଆମର ଯେଉଁଭଳି ତୀର୍ଥଯାତ୍ରାର ଗୁରୁତ୍ୱ ରହିଛି, ଠିକ୍ ସେହିଭଳି ତୀର୍ଥସେବାର ମଧ୍ୟ ଗୁରୁତ୍ୱ ଦର୍ଶାଯାଇଛି । ଆଉ ମୁଁ ତ ଏକଥା କହିବି ଯେ, ତୀର୍ଥସେବା ବିନା ତୀର୍ଥଯାତ୍ରା ଅସମ୍ପୂର୍ଣ୍ଣ । ଦେବଭୂମି ଉତରାଖଣ୍ଡରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ସ୍ୱଚ୍ଛତା ଏବଂ ସେବା ସାଧନାରେ ନିମଗ୍ନ । ରୁଦ୍ରପ୍ରୟାଗର ବାସିନ୍ଦା ଶ୍ରୀଯୁକ୍ତ ମନୋଜ ବେଁଜୱାଲ୍ଙ୍କ ଠାରୁ ମଧ୍ୟ ଆପଣଙ୍କୁ ବହୁତ ପ୍ରେରଣା ମିଳିବ । ମନୋଜ ଗତ ୨୫ ବର୍ଷରୁ ପରିବେଶର ଯତ୍ନ ନେବାର ଅଭିଯାନ ଚଳାଇ ଆସୁଛନ୍ତି । ସେ ସ୍ୱଚ୍ଛତା ଅଭିଯାନ ଚଳାଇବା ସହ, ପବିତ୍ର ସ୍ଥାନମାନଙ୍କୁ ପ୍ଲାଷ୍ଟିକମୁକ୍ତ ରଖିବା କାର୍ଯ୍ୟରେ ମଧ୍ୟ ଲାଗିରହିଥାନ୍ତି । ସେହିଭଳି ଗୁପ୍ତକାଶୀରେ ରହୁଥିବା ସୁରେନ୍ଦ୍ର ବଗ୍ୱାଡ଼ି ମଧ୍ୟ ସ୍ୱଚ୍ଛତାକୁ ନିଜ ଜୀବନର ମନ୍ତ୍ର ରୂପେ ଗ୍ରହଣ କରିନେଇଛନ୍ତି । ସେ ଗୁପ୍ତକାଶୀରେ ନିୟମିତ ଭାବେ ସଫେଇ କାର୍ଯ୍ୟକ୍ରମ ପରିଚାଳିତ କରନ୍ତି, ଏବଂ ମୁଁ ଜାଣିବାକୁ ପାଇଛି ଯେ, ତାଙ୍କର ସେହି କାର୍ଯ୍ୟକ୍ରମର ନାଁ ମଧ୍ୟ ସେ ‘ମନ୍ କି ବାତ୍’ ରଖିଛନ୍ତି । ସେହିଭଳି ଦେୱର୍ ଗାଁର ଚମ୍ପାଦେବୀ ଗତ ତିନିବର୍ଷ ଧରି ନିଜ ଗାଁର ମହିଳାମାନଙ୍କୁ ଆବର୍ଜନା ପରିଚାଳନା ଅର୍ଥାତ ୱେଷ୍ଟ ମ୍ୟାନେଜମେଣ୍ଟ ସମ୍ପର୍କରେ ଶିଖାଉଛନ୍ତି । ଚମ୍ପା ଦେବୀ ଶହ ଶହ ବୃକ୍ଷରୋପଣ ମଧ୍ୟ କରିଛନ୍ତି ଏବଂ ନିଜ ପରିଶ୍ରମରେ ସେ ଗୋଟିଏ ସୁନ୍ଦର ସବୁଜ ବନ ମଧ୍ୟ ପ୍ରସ୍ତୁତ କରିଦେଇଛନ୍ତି । ବନ୍ଧୁଗଣ, ଏହିଭଳି ଲୋକଙ୍କ ପ୍ରଚେଷ୍ଟା ଫଳରେ ଦେବଭୂମି ଏବଂ ତୀର୍ଥସ୍ଥାନମାନଙ୍କର ଯେଉଁ ଦିବ୍ୟ ଅନୁଭୂତି ରହିଛି, ଯାହାକୁ ଅନୁଭବ କରିବା ପାଇଁ ଆମେ ସେଠାକୁ ଯାତ୍ରା କରୁ, ଏହି ଦେବତ୍ୱ ଏବଂ ଅଧ୍ୟାତ୍ମିକତାକୁ ସେହିଭଳି ରଖିବାର ଦାୟିତ୍ୱ ବି ତ ଆମର । ଏବେ ଆମ ଦେଶରେ ଚାରିଧାମ ଯାତ୍ରା ସହ ଆଗାମୀ ଦିନରେ ଅମରନାଥ ଯାତ୍ରା, ପଣ୍ଢରପୁର ଯାତ୍ରା ଏବଂ ଜଗନ୍ନାଥ ଯାତ୍ରା ଭଳି ଅନେକ ଯାତ୍ରା ଅନୁଷ୍ଠିତ ହେବ । ଶ୍ରାବଣ ମାସରେ ହୁଏତ ପ୍ରତ୍ୟେକ ଗାଁରେ କୌଣସି ନା କୌଣସି ମେଳା-ମହୋତ୍ସବର ଆୟୋଜନ ହେଉଥିବ ।
ବନ୍ଧୁଗଣ,
ଆମେ ଯେଉଁଠିକି ବି ଯିବା ସେହି ତୀର୍ଥକ୍ଷେତ୍ରଗୁଡ଼ିକର ଗରିମା ବଜାୟ ରଖିବାକୁ ଯତ୍ନବାନ ହେବା । ପବିତ୍ରତା, ପରିଷ୍କାର ପରିଚ୍ଛନ୍ନତା, ଏକ ପବିତ୍ର ବାତାବରଣ ଏସବୁକୁ ଆମେ କେବେ ମଧ୍ୟ ଭୁଲିବା ନାହିଁ । ତାକୁ ନିଶ୍ଚିତ ବଜାୟ ରଖିବା ଏବଂ ଏକଥା ଏଇଥିପାଇଁ ଜରୁରୀ ଯେ ଆମେ ସ୍ୱଚ୍ଛତାର ସଂକଳ୍ପକୁ ମନେରଖିବା । କିଛିଦିନ ପରେ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯିବ । ପରିବେଶକୁ ନେଇ ଆମେ ନିଜ ଆଖପାଖରେ ସକାରାତ୍ମକ ଅଭିଯାନ ଚଳାଇବା ଉଚିତ ଏବଂ ଏହା ନିରନ୍ତର କରିବା ଭଳି କାର୍ଯ୍ୟ । ଆପଣ ଏଥର ସମସ୍ତଙ୍କୁ ସାଙ୍ଗରେ ନେଇ ସ୍ୱଚ୍ଛତା ଏବଂ ବୃକ୍ଷରୋପଣ ପାଇଁ ନିଶ୍ଚୟ କିଛି ପ୍ରୟାସ କରନ୍ତୁ । ଆପଣ ନିଜେ ବି କିଛି ଗଛ ଲଗାନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
ଆସନ୍ତା ମାସର ଜୁନ୍ ୨୧ ତାରିଖରେ ଆମେ ‘ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗଦିବସ’ ପାଳନ କରିବା । ଏଥର ଯୋଗଦିବସର ବିଷୟ ରହିଛି ‘Yoga for Humanity’। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଏହି ଯୋଗଦିବସକୁ ଆପଣ ସମସ୍ତେ ଖୁବ୍ ଉତ୍ସାହର ସହିତ ପାଳନ କରନ୍ତୁ । ହଁ କରୋନା ସହ ସଂଯୁକ୍ତ ସାବଧାନତାଗୁଡ଼ିକୁ ଭୁଲିବେନି । ଏବେ ସାରା ପୃଥିବୀରେ କରୋନାକୁ ନେଇ ରହିଥିବା ସ୍ଥିତିରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି, ଅଧିକରୁ ଅଧିକ ଟିକାକରଣ କାରଣରୁ ଲୋକେ ଆଗ ଅପେକ୍ଷା ଅଧିକ ବାହାରକୁ ଯିବା ଆସିବା କରୁଛନ୍ତି । ତେଣୁ ସାରା ବିଶ୍ୱରେ ଯୋଗଦିବସକୁ ନେଇ ଅନେକ ପ୍ରସ୍ତୁତି ଦେଖିବାକୁ ମିଳୁଛି । କରୋନା ମହାମାରୀ ଆମ ସମସ୍ତଙ୍କୁ ଏହି ଅନୁଭବ ଦେଇଛି ଯେ ଆମ ଜୀବନରେ ସ୍ୱାସ୍ଥ୍ୟର କେତେ ଅଧିକ ମହତ୍ୱ ରହିଛି ଏବଂ ସ୍ୱାସ୍ଥ୍ୟରକ୍ଷାରେ ଯୋଗ ଏକ ବଡ଼ ମାଧ୍ୟମ । ଲୋକେ ଅନୁଭବ କରୁଛନ୍ତି ଯେ ଯୋଗ ଦ୍ୱାରା ଶାରୀରିକ, ଆଧ୍ୟାତ୍ମିକ ଓ ମାନସିକ ସୁସ୍ଥତାକୁ ଶକ୍ତି ମିଳିପାରୁଛି । ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କଠୁ ନେଇ ଚଳଚ୍ଚିତ୍ର ଓ କ୍ରୀଡ଼ାବିତ୍ଙ୍କ ପର୍ଯ୍ୟନ୍ତ, ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ, ସମସ୍ତେ ଯୋଗକୁ ନିଜ ଜୀବନର ଅଭିନ୍ନ ଅଙ୍ଗ କରୁଛନ୍ତି । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ସାରା ପୃଥିବୀରେ ଯୋଗର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ଦେଖି ଆପଣମାନଙ୍କୁ ବହୁତ ଭଲ ଲାଗୁଥିବ । ବନ୍ଧୁଗଣ, ଏଥର ଦେଶ-ବିଦେଶରେ ଯୋଗ ଦିବସରେ ହେବାକୁ ଥିବା କେତେକ ବହୁତ ସୃଜନଶୀଳ ଉଦାହରଣ ସମ୍ପର୍କରେ ମୋତେ ସୂଚନା ମିଳିଛି । ସେଥିରୁ ଗୋଟିଏ ହେଉଛି ଗାର୍ଡିଆନ ରିଙ୍ଗ୍- ଗୋଟିଏ ବଡ଼ ନିଆରା କାର୍ଯ୍ୟକ୍ରମ ହେବ । ଏଥିରେ ମୁଭମେଣ୍ଟ ଅଫ୍ ସନ୍କୁ ସେଲିବ୍ରେଟ୍ କରାଯିବ, ଅର୍ଥାତ ସୂର୍ଯ୍ୟ ଯେତିକି ଯେତିକି ଯାତ୍ରା କରିବ, ପୃଥିବୀର ଭିନ୍ନ ଭିନ୍ନ ଅଂଚଳରୁ ଆମେ ଯୋଗ ଜରିଆରେ ତା'ର ସ୍ୱାଗତ କରିବା । ଭିନ୍ନ ଭିନ୍ନ ଦେଶରେ ଇଣ୍ଡିଆନ ମିଶନ୍ସ ସେଠାକାର ସ୍ଥାନୀୟ ସମୟ ଅନୁସାରେ ସୂର୍ଯ୍ୟୋଦୟ ସମୟରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିବେ । ଗୋଟିଏ ଦେଶ ପରେ ଆଉ ଗୋଟିଏ ଦେଶରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ନିରନ୍ତର ଯାତ୍ରା ଚାଲିବ, ପୁଣି ଏପରି ଭାବେ ଏହା ଆଗକୁ ବଢ଼ିଚାଲିବ । ଏହି କାର୍ଯ୍ୟକ୍ରମଗୁଡ଼ିକର ଷ୍ଟ୍ରିମିଂ ମଧ୍ୟ ସେହିପରି ଭାବେ ଗୋଟିଏ ପରେ ଗୋଟିଏ ଯୋଡ଼ିହୋଇ ଚାଲିବ । ଅର୍ଥାତ୍, ଏହା ଏକ ପ୍ରକାରର ରିଲେ ଯୋଗ ଷ୍ଟ୍ରିମିଂ ଇଭେଂଟ ହେବ । ଆପଣ ମଧ୍ୟ ଏହାକୁ ନିଶ୍ଚିତ ଦେଖନ୍ତୁ ।
ବନ୍ଧୁଗଣ,
ଆମ ଦେଶରେ ଏଥର ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ଦେଶର ୭୫ଟି ପ୍ରମୁଖ ସ୍ଥାନରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସର ଆୟୋଜନ କରାଯିବ । ଏହି ଅବସରରେ ଅନେକ ସଂଗଠନ ଓ ଦେଶବାସୀ ନିଜ ନିଜ ସ୍ତରରେ ନିଜ ନିଜ ଅଂଚଳରେ ବିଶେଷ ସ୍ଥାନମାନଙ୍କରେ କିଛି ନା କିଛି ନୂଆ କାମ କରିବାର ପ୍ରସ୍ତୁତି ଚଳାଇଛନ୍ତି। ମୁଁ ଆପଣଙ୍କୁ ମଧ୍ୟ କହିବି ଯେ ଏଥର ଯୋଗଦିବସ ମନାଇବା ପାଇଁ ଆପଣ ନିଜ ସହର, ଗାଁ, ପଡ଼ାର କୌଣସି ଏକ ଜାଗାକୁ ବାଛନ୍ତୁ ଯାହା ସବୁଠୁ ସ୍ୱତନ୍ତ୍ର ହୋଇଥିବ । ଏହି ଜାଗା କୌଣସି ପ୍ରାଚୀନ ମନ୍ଦିର ବା ପର୍ଯ୍ୟଟନ କେନ୍ଦ୍ର ହୋଇପାରେ ବା କୌଣସି ପ୍ରସିଦ୍ଧ ନଦୀ, ଝରଣା, ଜଳାଶୟର ତଟବର୍ତ୍ତୀ ଅଞ୍ଚଳ ବି ହୋଇପାରେ । ଏହାଦ୍ୱାରା ଯୋଗ ସହ ଆପଣଙ୍କ ଏହି କ୍ଷେତ୍ରର ପରିଚୟ ବି ବୃଦ୍ଧି ପାଇବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ। ଏବେ ଯୋଗଦିବସକୁ ନେଇ ୧୦୦ ଦିନର କାଉଣ୍ଟଡାଉନ ଜାରି ରହିଛି, ଏମିତି ବି କୁହାଯାଇପାରେ ଯେ ବ୍ୟକ୍ତିଗତ ସ୍ତରରେ ଏବଂ ସାମାଜିକ ସ୍ତରରେ ସଂଶ୍ଳିଷ୍ଟ କାର୍ଯ୍ୟକ୍ରମଗୁଡ଼ିକ ତିନିମାସ ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି । ଯେମିତିକି ଦିଲ୍ଲୀରେ ୧୦୦ ଦିନ ଏବଂ ୭୫ ଦିନର କାଉଣ୍ଟଡାଉନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ଆସାମର ଶିବସାଗରରେ ୫୦ତମ ଏବଂ ହାଇଦ୍ରାବାଦରେ ୨୫ତମ କାଉଂଟ୍ଡାଉନ ଇଭେଣ୍ଟ ଆୟୋଜନ କରାଯାଇଛି । ମୁଁ ଚାହିଁବି ଯେ ଆପଣ ମଧ୍ୟ ଆପଣଙ୍କର ସେଇଠି ଏବେଠାରୁ ଯୋଗ ଦିବସର ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଅଧିକରୁ ଅଧିକ ଲୋକଙ୍କୁ ଭେଟନ୍ତୁ । ପ୍ରତ୍ୟେକଙ୍କୁ ଯୋଗ ଦିବସ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେବାପାଇଁ କୁହନ୍ତୁ, ପ୍ରେରଣା ଦିଅନ୍ତୁ । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ସମସ୍ତେ ଯୋଗ ଦିବସରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ । ତା'ସହିତ ଯୋଗକୁ ନିଜର ଦୈନିକ ଜୀବନରେ ମଧ୍ୟ ଆପଣାଇବେ ।
ବନ୍ଧୁଗଣ,
କିଛିଦିନ ତଳେ ମୁଁ ଜାପାନ ଯାଇଥିଲି । ନିଜର କେତେକ କାର୍ଯ୍ୟକ୍ରମ ମଧ୍ୟରେ ମୋତେ କେତେଜଣ ଚମତ୍କାର ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ମିଳିଲା । ମୁଁ ‘ମନ୍ କୀ ବାତ୍'ରେ ଆପଣଙ୍କ ସହିତ ସେମାନଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛି । ସେମାନେ ଜାପାନର ସିନା, କିନ୍ତୁ ଭାରତ ପ୍ରତି ସେମାନଙ୍କ ଭିତରେ ଅଦ୍ଭୁତ ପ୍ରକାରର ଆକର୍ଷଣ ଓ ପ୍ରେମ ରହିଛି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହିରୋଶି କୋଇକେ, ଯିଏ ଜଣେ ଜଣାଶୁଣା କଳା ନିର୍ଦେଶକ । ଆପଣଙ୍କୁ ଜାଣି ଖୁସିହେବେ ଯେ ଏହି ମହାଶୟ ମହାଭାରତ ପ୍ରୋଜେକ୍ଟର ନିର୍ଦେଶନା ଦେଇଥିଲେ । ଏହି ପ୍ରକଳ୍ପର ଆରମ୍ଭ କାମ୍ବୋଡିଆରେ ହୋଇଥିଲା ଏବଂ ଗତ ୯ ବର୍ଷ ଧରି ଏହା ନିରନ୍ତର ଜାରି ରହିଛି । ହିରୋଶି କୋଇକେ ପ୍ରତ୍ୟେକ କାମ ଅଲଗା ଢଙ୍ଗରେ କରନ୍ତି । ସେ ପ୍ରତିବର୍ଷ ଏସିଆର କୌଣସି ଦେଶକୁ ଯାତ୍ରା କରନ୍ତି ଏବଂ ସେଠାରେ ସ୍ଥାନୀୟ କଳାକାର ଓ ସଂଗୀତଜ୍ଞଙ୍କ ସହ ମହାଭାରତର କେତେକ ଅଂଶ ପ୍ରଦର୍ଶନ କରନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ସେ ଭାରତ, କାମ୍ବୋଡିଆ ଏବଂ ଇଣ୍ଡୋନେସିଆ ସମେତ ନଅଟି ଦେଶରେ ପ୍ରଯୋଜନା କରିଛନ୍ତି ଏବଂ ମଞ୍ଚଭିନୟ ମଧ୍ୟ କରିଛନ୍ତି । ହିରୋଶି କୋଇକେ ସେହି କଳାକାରମାନଙ୍କୁ ଏକାଠି କରନ୍ତି, ଯେଉଁମାନଙ୍କର ଶାସ୍ତ୍ରୀୟ ଓ ପାରମ୍ପରିକ ଏସିଆନ ପର୍ଫର୍ମିଂ ଆର୍ଟରେ ବିବିଧ ପୃଷ୍ଠଭୂମି ରହିଛି । ଏହି କାରଣରୁ ତାଙ୍କ କାମରେ ବିବିଧ ରଙ୍ଗ ଦେଖିବାକୁ ମିଳିଥାଏ । ଇଣ୍ଡୋନେସିଆ, ଥାଇଲାଣ୍ଡ, ମାଲେସିଆ ଓ ଜାପାନର କଳାକାରମାନେ ଜାଭା ନୃତ୍ୟ, ବାଲି ନୃତ୍ୟ, ଥାଇ ନୃତ୍ୟ ଜରିଆରେ ଏହାକୁ ଅଧିକ ଆକର୍ଷଣୀୟ କରିଦିଅନ୍ତି । ବିଶେଷ କଥା ହେଉଛି ଏଥିରେ ପ୍ରତ୍ୟେକ କଳାକାର ନିଜ ମାତୃଭାଷାରେ ହିଁ କହିଥାଏ ଓ ନୃତ୍ୟ ବହୁତ ସୁନ୍ଦର ଭାବେ ଏହି ବିବିଧତାକୁ ପ୍ରଦର୍ଶିତ କରିଥାଏ ଏବଂ ସଂଗୀତର ବିବିଧତା ଏହି କଳାକୁ ଅଧିକ ଜୀବନ୍ତ କରିଦିଏ । ତାଙ୍କର ଉଦ୍ଦେଶ୍ୟ ଗୋଟିଏ କଥାକୁ ସାମ୍ନା ଆଣିଥାଏ ଯେ ଆମର ସମାଜରେ ବିବିଧତା ଏବଂ ସହାବସ୍ଥାନର ଯେଉଁ ମହତ୍ୱ ରହିଛି ତାହା କିଭଳି ଶାନ୍ତିପୂର୍ଣ୍ଣ ଢଙ୍ଗରେ ବାସ୍ତବତାରେ ପରିଣତ ହୋଇପାରିବ । ତାଙ୍କୁ ବାଦ୍ଦେଲେ ମୁଁ ଜାପାନରେ ଯେଉଁ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ଭେଟିଥିଲି ସେମାନେ ହେଉଛନ୍ତି ଆତ୍ସୁସି ମାତ୍ସୁଓ ଏବଂ କେଞ୍ଜି ଜୋସି । ଏ ଦୁଇଜଣ TEM Production Company ସହ ଜଡ଼ିତ । ୧୯୯୩ ମସିହାରେ ରିଲିଜ ହୋଇଥିବା ରାମାୟଣର ଏକ ଜାପାନୀ ଆନିମେସନ୍ ଫିଲ୍ମ ସହ ଏହି କମ୍ପାନୀର ସମ୍ବନ୍ଧ ରହିଛି । ପାଖାପାଖି ୪୦ ବର୍ଷ ପୂର୍ବେ ୧୯୮୩ରେ ତାଙ୍କୁ ପ୍ରଥମ ଥର ପାଇଁ ରାମାୟଣ ସମ୍ପର୍କରେ ସୂଚନା ମିଳିଲା । ରାମାୟଣ ତାଙ୍କ ହୃଦୟକୁ ଛୁଇଁଗଲା । ଏହାପରେ ସେ ଏହା ଉପରେ ଗଭୀର ଭାବେ ଗବେଷଣା ଆରମ୍ଭ କରିଦେଲେ । କେବଳ ଏତିକି ନୁହେଁ, ସେ ଜାପାନୀ ଭାଷାରେ ରାମାୟଣର ୧୦ଟି ସଂସ୍କରଣ ପଢ଼ିଲେ ଏବଂ ସେତିକିରେ ମଧ୍ୟ ସେ ଅଟକିଲେ ନାହିଁ । ସେ ଏହାର ଆନିମେସନ ମଧ୍ୟ ନିର୍ମାଣ କରିବାକୁ ଚାହୁଁଥିଲେ । ଏଥିରେ ଭାରତୀୟ ଆନିମେଟର୍ମାନେ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କଲେ । ତାଙ୍କୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ ଭାରତୀୟ ରୀତିନୀତି ଓ ପରମ୍ପରା ସମ୍ପର୍କରେ ମାର୍ଗଦର୍ଶନ କଲେ । ତାଙ୍କୁ କୁହାଗଲା ଯେ ଭାରତର ଲୋକେ ଧୋତି କିପରି ପିନ୍ଧନ୍ତି, ଶାଢ଼ି କିପରି ପିନ୍ଧନ୍ତି, କେଶସଜ୍ଜା କିପରି କରନ୍ତି । ପିଲାମାନେ ପରିବାର ଭିତରେ ପରସ୍ପରକୁ କିପରି ମାନସମ୍ମାନ ଦିଅନ୍ତି, ଆଶୀର୍ବାଦର ପରମ୍ପରା କ'ଣ । ସକାଳୁ ଉଠି ନିଜର ବରିଷ୍ଠମାନଙ୍କୁ ପ୍ରଣାମ କରିବା, ସେମାନଙ୍କର ଆଶୀର୍ବାଦ ନେବା- ଏସବୁ କଥା ଏବେ ୩୦ ବର୍ଷ ପରେ ଏହି ଆନିମେସନ ଚଳଚ୍ଚିତ୍ର ପୁଣିଥରେ ଫୋର୍ କେରେ ରି-ମାଷ୍ଟର୍ କରାଯାଉଛି । ଏହି ପ୍ରକଳ୍ପ ଶୀଘ୍ର ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଆମଠୁ ହଜାର ହଜାର କିଲୋମିଟର ଦୂର ଜାପାନରେ ବସି ଲୋକେ ଯେଉଁମାନେ ନା ଆମର ଭାଷା ଜାଣନ୍ତି ନା ଆମ ପରମ୍ପରା ବିଷୟରେ ସେତେ ଜାଣନ୍ତି, ସେମାନଙ୍କର ଆମର ସଂସ୍କୃତି ପାଇଁ ସମର୍ପଣ, ଏହି ଶ୍ରଦ୍ଧା, ଏହି ଆଦର ବହୁତ ପ୍ରଶଂସନୀୟ- କେଉଁ ଭାରତୀୟ ଏଥିରେ ଗର୍ବ ନ କରିବ?
ମୋର ପ୍ରିୟ ଦେଶବାସୀଗଣ,
ସ୍ୱ ରୁ ଉପରକୁ ଉଠି ସମାଜସେବାର ମନ୍ତ୍ର, ସେଲ୍ଫ ଫର୍ ସୋସାଇଟିର ମନ୍ତ୍ର, ଆମ ସଂସ୍କାରର ଅଙ୍ଗ । ଆମ ଦେଶରେ ଅଗଣିତ ଲୋକ ଏହି ମନ୍ତ୍ରକୁ ନିଜ ଜୀବନର ଧ୍ୟେୟ କରିଛନ୍ତି । ମୋତେ ଆନ୍ଧ୍ରପ୍ରଦେଶର ମର୍କାପୁରମରେ ରହୁଥିବା ଜଣେ ବନ୍ଧୁ ରାମଭୂପାଲ ରେଡ୍ଡିଙ୍କ ସମ୍ପର୍କରେ ସୂଚନା ମିଳିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାମଭୂପାଲ ରେଡ୍ଡି ଅବସର ପରେ ମିଳିଥିବା ନିଜର ସମସ୍ତ ଉପାର୍ଜନକୁ ଝିଅମାନଙ୍କର ଶିକ୍ଷା ପାଇଁ ଦାନ କରିଦେଇଛନ୍ତି । ସେ ପ୍ରାୟ ୧୦୦ ଜଣ ଝିଅଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲାଇଛନ୍ତି ଏବଂ ସେଥିରେ ନିଜର ୨୫ ଲକ୍ଷରୁ ଅଧିକ ଟଙ୍କା ଜମା କରିଦେଇଛନ୍ତି । ଏପରି ସେବାର ଆଉ ଏକ ଉଦାହରଣ ଉତରପ୍ରଦେଶର ଆଗ୍ରା ଅନ୍ତର୍ଗତ କଚୌରା ଗାଁର । ବହୁତ ବର୍ଷରୁ ଏହି ଗାଁରେ ପିଇବା ପାଣିର ଅସୁବିଧା ଥିଲା । ଇତିମଧ୍ୟରେ ଗାଁର ଜଣେ କୃଷକ କୁଅଁର ସିଂକୁ ଗାଁଠୁ ଛଅ ସାତ କିଲୋମିଟର ଦୂର ନିଜ ଜମିରେ ମିଠା ପିଇବା ପାଣିର ସନ୍ଧାନ ମିଳିଲା । ଏକଥା ତାଙ୍କପାଇଁ ବହୁତ ଖୁସିର ବିଷୟ ଥିଲା । ସେ ଚିନ୍ତା କଲେ ଏ ପାଣିକୁ ତାଙ୍କର ସମସ୍ତ ଗ୍ରାମବାସୀଙ୍କ ସେବାରେ କାହିଁକି ନ ଲଗାଇବେ! କିନ୍ତୁ ତାଙ୍କ ଜମିରୁ ଗାଁ ପର୍ଯ୍ୟନ୍ତ ପାଣି ଆଣିବା ପାଇଁ ୩୦ରୁ ୩୨ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । କିଛିଦିନ ପରେ କୁଅଁର ସିଂ ନିଜର ଛୋଟଭାଇ ଶ୍ୟାମ ସିଂ ଯିଏ ସେନାବାହିନୀରୁ ଅବସର ନେଇ ଗାଁରେ ରହୁଥିଲେ ତାଙ୍କୁ ଏ ସମ୍ପର୍କରେ ଜଣାଇଲେ। ସାନଭାଇ ଶ୍ୟାମ ସିଂ ଅବସର ପରେ ମିଳିଥିବା ତାଙ୍କର ସମସ୍ତ ଧନରାଶିକୁ ଏହି ମହତ କାମ ପାଇଁ ସମର୍ପିଦେଲେ ଏବଂ ବଡ଼ଭାଇଙ୍କ ଜମିରୁ ଗାଁ ପର୍ଯ୍ୟନ୍ତ ପାଇପଲାଇନ୍ ବିଛେଇ ଗ୍ରାମବାସୀଙ୍କ ପାଇଁ ମିଠା ପାନୀୟଜଳର ସୁବିଧା କରିଦେଲେ । ଆପଣଙ୍କ ପାଖରେ ଯଦି ନିଷ୍ଠା ଅଛି, କର୍ତ୍ତବ୍ୟ ପ୍ରତି ଗମ୍ଭୀରତା ରହିଛି ତାହେଲେ ଜଣେ ବ୍ୟକ୍ତି ବି କେମିତି ପୁରା ସମାଜର ଭବିଷ୍ୟତକୁ ବଦଳାଇଦେଇପାରେ, ଏହି ପ୍ରୟାସ ଏହାର ବଡ଼ ଉଦାହରଣ । ଆମେ କର୍ତବ୍ୟ ପଥରେ ଚାଲିବା ଦ୍ୱାରା ହିଁ ସମାଜକୁ ସଶକ୍ତ କରିପାରିବା, ଦେଶକୁ ସଶକ୍ତ କରିପାରିବା । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଏହା ଆମର ସଂକଳ୍ପ ହେବା ଦରକାର ଏବଂ ଏହା ଆମର ସାଧନା ମଧ୍ୟ ହେବା ଉଚିତ ଏବଂ ଯାହାର ଗୋଟିଏ ହିଁ ମାର୍ଗ - କର୍ତ୍ତବ୍ୟ, କର୍ତ୍ତବ୍ୟ ଏବଂ କର୍ତ୍ତବ୍ୟ ।
ମୋର ପ୍ରିୟ ଦେଶବାସୀଗଣ,
ଆଜି ‘ମନ୍ କୀ ବାତ୍’ରେ ଆମେ ସମାଜ ସହିତ ସଂପୃକ୍ତ ଅନେକ ମହତ୍ୱପୂର୍ଣ୍ଣ ବିଷୟ ଆଲୋଚନା କଲେ । ଆପଣମାନେ ସମସ୍ତେ ଭିନ୍ନ ଭିନ୍ନ ବିଷୟ ସହିତ ସଂପୃକ୍ତ ମହତ୍ୱପୂର୍ଣ୍ଣ ପରାମର୍ଶ ମୋ ପାଖକୁ ପଠାଇଥାନ୍ତି ଏବଂ ସେହି ଆଧାରରେ ଆମର ଆଲୋଚନା ଆଗକୁ ବଢ଼ିଥାଏ । ‘ମନ୍ କୀ ବାତ୍'ର ଆଗାମୀ ସଂସ୍କରଣ ପାଇଁ ନିଜର ପରାମର୍ଶ ପଠାଇବାକୁ ଭୁଲିବେ ନାହିଁ । ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ସହିତ ସଂପୃକ୍ତ କାର୍ଯ୍ୟକ୍ରମ ଚାଲିଛି, ଯେଉଁ ଆୟୋଜନରେ ଆପଣ ସାମିଲ ହେଉଛନ୍ତି, ସେ ସମ୍ପର୍କରେ ମଧ୍ୟ ଆପଣ ମୋତେ ନିଶ୍ଚୟ ଜଣାଇବେ । ନମୋ ଆପ୍ ଏବଂ ମାଇ ଗଭ୍ରେ ମୁଁ ଆପଣମାନଙ୍କର ପରାମର୍ଶକୁ ଅପେକ୍ଷା କରିବି । ଆସନ୍ତା ଥର ଆମେ ପୁଣିଥରେ ଭେଟିବା, ପୁଣିଥରେ ଦେଶବାସୀଙ୍କ ସହ ସଂପୃକ୍ତ ଏପରି ଅନେକ ବିଷୟରେ କଥା ହେବା । ଆପଣ, ନିଜର ଯତ୍ନ ନିଅନ୍ତୁ ଏବଂ ନିଜ ଆଖପାଖର ସମସ୍ତ ଜୀବଜନ୍ତୁଙ୍କର ମଧ୍ୟ ଯତ୍ନ ନିଅନ୍ତୁ । ଏହି ଗ୍ରୀଷ୍ମଋତୁରେ, ଆପଣ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଓ ପାଣି ଦେବାର ନିଜର ମାନବୀୟ ଦାୟିତ୍ୱ ମଧ୍ୟ ତୁଲାଇବେ- ଏହା ନିଶ୍ଚିତ ମନେ ରଖନ୍ତୁ । ସେହି ପର୍ଯ୍ୟନ୍ତ ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।
ନୂଆ ବିଷୟ ସହ, ନୂଆ ପ୍ରେରଣାଦାୟକ ଉଦାହରଣ ସହ, ନୂଆ ନୂଆ ସନ୍ଦେଶକୁ ଏକାଠି କରି ପୁଣିଥରେ ମୁଁ ଆପଣଙ୍କ ସଂଗେ ‘ମନ୍ କୀ ବାତ୍’ କରିବାକୁ ଆସିଛି । ଜାଣିଛନ୍ତି, ଏଥର ମୋତେ ସବୁଠୁ ବେଶୀ ଚିଠି ଓ ବାର୍ତ୍ତା କେଉଁ ବିଷୟକୁ ନେଇ ମିଳିଛି ? ଏହି ବିଷୟ ଏପରି ଯେ ତାହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନୋଟି ସହ ସଂପୃକ୍ତ । ମୁଁ କହୁଛି ଦେଶକୁ ମିଳିଥିବା ନୂଆ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କଥା । ଏଇ ୧୪ ଏପ୍ରିଲରେ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଲୋକାର୍ପଣ ହୋଇଛି । ଏହାକୁ ଦେଶର ନାଗରିକମାନଙ୍କ ପାଇଁ ଖୋଲି ଦିଆଯାଇଛି । ଜଣେ ଶ୍ରୋତା ଶ୍ରୀମାନ ସାର୍ଥକ । ସାର୍ଥକ ଗୁରୁଗ୍ରାମରେ ରହନ୍ତି ଓ ସୁଯୋଗ ମିଳୁମିଳୁ ପ୍ରଥମେ ସେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଦେଖିବାକୁ ଆସିଥିଲେ । ସାର୍ଥକ ନମୋ ଆପରେ ଯେଉଁ ବାର୍ତ୍ତା ମୋ ନିକଟକୁ ଲେଖିଛନ୍ତି, ତାହା ବହୁତ ମଜାଦାର । ସେ ଲେଖିଛନ୍ତି ଯେ ସେ ବର୍ଷ ବର୍ଷ ଧରି ନିଉଜ ଚ୍ୟାନେଲ୍ ଦେଖନ୍ତି, ଖବରକାଗଜ ପଢ଼ନ୍ତି, ସୋସିଆଲ୍ ମିଡିଆ ସହିତ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି, ତେଣୁ ତାଙ୍କୁ ଲାଗୁଥିଲା ଯେ ତାଙ୍କର ସାଧାରଣ ଜ୍ଞାନ ବହୁତ ଭଲ ଥିବ, କିନ୍ତୁ ଯେତେବେଳେ ସେ ପି.ଏମ୍. ସଂଗ୍ରହାଳୟ ଗଲେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ, ତାଙ୍କର ଅନୁଭବ ହେଲା ଯେ ସେ ନିଜର ଦେଶ ଓ ଦେଶର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅନେକ କିଛି ଜାଣନ୍ତି ନାହିଁ । ସେ ପି.ଏମ୍. ସଂଗ୍ରହାଳୟର ଏପରି କେତେକ ଜିନିଷ ବିଷୟରେ ଲେଖିଛନ୍ତି, ଯାହା ତାଙ୍କର ଜିଜ୍ଞାସାକୁ ଆହୁରି ବଢ଼ାଇବାକୁ ଥିଲା । ଯେପରିକି, ସେ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ସେହି ଚରଖା ଦେଖି ବହୁତ ଖୁସିହେଲେ, ଯାହା ତାଙ୍କୁ ଶ୍ୱଶୁର ଘରୁ ଉପହାର ଭାବେ ମିଳିଥିଲା । ସେ ଶାସ୍ତ୍ରୀଜୀଙ୍କ ପାସବୁକ୍ ମଧ୍ୟ ଦେଖିଲେ ଓ ଏକଥା ବି ଜାଣିଲେ ଯେ ତାଙ୍କ ପାଖରେ କେତେ କମ୍ ଟଙ୍କା ଜମା ରହିଥିଲା । ସାର୍ଥକ ଲେଖିଛନ୍ତି ଯେ ତାଙ୍କୁ ଏହା ମଧ୍ୟ ଜଣାନଥିଲା ଯେ ମୋରାରଜୀ ଦେଶାଇ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବା ପୂର୍ବରୁ ଗୁଜରାଟରେ ଡେପୁଟି କଲେକ୍ଟର ଥିଲେ । ପ୍ରଶାସନିକ ସେବାରେ ତାଙ୍କର ଏକ ଲମ୍ବା କ୍ୟାରିୟର୍ ରହିଥିଲା । ଶ୍ରୀମାନ ସାର୍ଥକ, ଚୌଧୁରୀ ଚରଣ ସିଂହଙ୍କ ବିଷୟରେ ଲେଖିଛନ୍ତି, ତାଙ୍କୁ ଜଣାନଥିଲା ଯେ ଜମିଦାରୀ ଉଚ୍ଛେଦ କ୍ଷେତ୍ରରେ ଚୌଧୁରୀ ଚରଣ ସିଂହଙ୍କର ବହୁତ ବଡ଼ ଯୋଗଦାନ ରହିଥିଲା । କେବଳ ଏତିକି ନୁହେଁ, ସେ ଆହୁରି ଲେଖିଛନ୍ତି ଭୂସଂସ୍କାର ବିଷୟରେ ମୁଁ ସେଇଠି ଦେଖିଲି ଯେ ଶ୍ରୀମାନ ପି.ଭି. ନରସିଂହରାଓ ଜୀ ଭୂସଂସ୍କାର କାର୍ଯ୍ୟରେ ଖୁବ୍ ରୁଚି ରଖୁଥିଲେ । ସାର୍ଥକ ଏହି ସଂଗ୍ରହାଳୟକୁ ଆସି ଆହୁରି ମଧ୍ୟ ଜାଣିଲେ ଯେ ଚନ୍ଦ୍ରଶେଖର ଜୀ ୪ ହଜାର କିଲୋମିଟରରୁ ଅଧିକ ରାସ୍ତା ପାଦରେ ଚାଲିଚାଲି ଐତିହାସିକ ଭାରତର ଭ୍ରମଣ କରିଥିଲେ । ସେ ଯେତେବେଳେ ସଂଗ୍ରହାଳୟରେ ଅଟଳ ଜୀ ବ୍ୟବହାର କରୁଥିବା ଜିନିଷକୁ ଦେଖିଲେ, ତାଙ୍କର ଭାଷଣକୁ ଶୁଣିଲେ, ସେତେବେଳେ ସେ ଗର୍ବରେ ଫୁଲିଉଠିଥିଲେ । ସାର୍ଥକ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଏହି ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ଡ. ଆମ୍ବେଦକର, ଜୟପ୍ରକାଶ ନାରାୟଣ ଓ ଆମର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମ୍ପର୍କରେ ବହୁତ ରୋଚକ ତଥ୍ୟ ସବୁ ରହିଛି ।
ବନ୍ଧୁଗଣ, ଦେଶର ପ୍ରଧାନମନ୍ତ୍ରୀମାନଙ୍କ ଯୋଗଦାନରୁ ସ୍ମରଣ ରଖିବା ପାଇଁ ସ୍ୱାଧୀନତାର ଅମୃତ ମହୋତ୍ସବଠୁ ଭଲ ସମୟ ଆଉ କ’ଣ ହୋଇପାରେ ? ଦେଶ ପାଇଁ ଏହା ଗୌରବର କଥା ଯେ ସ୍ୱାଧୀନତାର ଅମୃତ ମହୋତ୍ସବ ଏକ ଜନଆନ୍ଦୋଳନର ରୂପ ନେଉଛି । ଇତିହାସକୁ ନେଇ ଲୋକଙ୍କ ଆଗ୍ରହ ବହୁତ ବଢ଼ୁଛି ଏବଂ ଏପରିସ୍ଥଳେ ପିଏମ୍ ମ୍ୟୁଜିୟମ ଯୁବବର୍ଗଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି, ଯାହା ଦେଶର ଅମୂଲ୍ୟ ଐତିହ୍ୟ ସହିତ ସେମାନଙ୍କୁ ଯୋଡ଼ୁଛି ।
ଏମିତିରେ ବନ୍ଧୁଗଣ, ଯେତେବେଳେ ମ୍ୟୁଜିୟମ୍ ସମ୍ପର୍କରେ ଆପଣଙ୍କୁ ଏତେ କଥା କହୁଛି ତ ମୋର ଇଚ୍ଛା ହେଉଛି ଯେ ଆପଣଙ୍କୁ ମୁଁ କିଛି ପ୍ରଶ୍ନ ପଚାରେ । ଦେଖିବା, ଆପଣଙ୍କ ସାଧାରଣ ଜ୍ଞାନ କ’ଣ କହୁଛି - ଆପଣ କେତେ ଜାଣିଛନ୍ତି ? ମୋର ଯୁବବନ୍ଧୁଗଣ, କାଗଜକଲମ ହାତରେ ଧରି ଆପଣମାନେ ପ୍ରସ୍ତୁତ ତ ? ଏବେ ମୁଁ ଆପଣମାନଙ୍କୁ ଯାହା ପଚାରିବାକୁ ଯାଉଛି, ଆପଣ ତା’ର ଉତ୍ତର ନମୋ ଆପ୍ ବା ସୋସିଆଲ୍ ମିଡିଆରେ #MuseumQuiz ସହିତ ଶେୟାର କରିପାରିବେ ଓ ନିଶ୍ଚିତ ଭାବେ କରନ୍ତୁ । ମୋର ଇଚ୍ଛା ଯେ ଆପଣମାନେ ଏସବୁ ପ୍ରଶ୍ନର ଉତ୍ତର ନିଶ୍ଚୟ ଦିଅନ୍ତୁ । ଏହାଦ୍ୱାରା ସାରାଦେଶର ଲୋକଙ୍କର ମ୍ୟୁଜିୟମକୁ ନେଇ ଆଗ୍ରହ ଆହୁରି ବଢ଼ିବ । କ’ଣ ଆପଣ ଜାଣନ୍ତି ଯେ ଦେଶର କେଉଁ ସହରରେ ଏକ ପ୍ରସିଦ୍ଧ ରେଳ ମ୍ୟୁଜିୟମ୍ ରହିଛି, ଯେଉଁଠି ଗତ ୪୫ ବର୍ଷ ଧରି ଲୋକଙ୍କୁ ଭାରତୀୟ ରେଳର ଐତିହ୍ୟ ଦେଖିବାକୁ ସୁଯୋଗ ମିଳୁଛି । ମୁଁ ଆପଣଙ୍କୁ ଏକ କ୍ଲୁ ଦେଉଛି । ଆପଣ ଏଠାରେ Fairy Queen, Saloon of Prince of Walesରୁ ନେଇ Fireless Steam Locomotive ପର୍ଯ୍ୟନ୍ତ ମଧ୍ୟ ଦେଖିପାରିବେ । କ’ଣ ଆପଣ ଜାଣନ୍ତି ଯେ ମୁମ୍ବାଇରେ କେଉଁ ମ୍ୟୁଜିୟମ୍ ରହିଛି, ଯେଉଁଠି ଆମକୁ ବହୁତ ମଜାଦାର ଭାବେ ମୁଦ୍ରାର ବିବର୍ତ୍ତନ ସମ୍ପର୍କରେ ଦେଖିବାକୁ ମିଳିଥାଏ ? ଏଠାରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ମୁଦ୍ରା ରହିଥିବାବେଳେ ଅନ୍ୟପଟେ ଇ-ମନି ମଧ୍ୟ ରହିଛି । ତୃତୀୟ ପ୍ରଶ୍ନ ‘ବିରାସତ୍-ଏ-ଖାଲ୍ସା’ ଏହି ମ୍ୟୁଜିୟମ୍ ସହିତ ସଂପୃକ୍ତ । କ’ଣ ଆପଣ ଜାଣିଛନ୍ତି ଯେ ଏହି ମ୍ୟୁଜିୟମ୍ ପଞ୍ଜାବର କେଉଁ ସହରରେ ଅବସ୍ଥିତ ? ଆପଣମାନଙ୍କୁ ସମସ୍ତଙ୍କୁ ଗୁଡ଼ି ଉଡ଼ାଇବା ପାଇଁ ତ ବହୁତ ଖୁସି ଲାଗୁଥିବ, ପରବର୍ତ୍ତୀ ପ୍ରଶ୍ନ ତା’ ସହ ସଂପୃକ୍ତ । ଦେଶର ଏକମାତ୍ର କାଇଟ୍ ମ୍ୟୁଜିୟମ୍ କେଉଁଠି ଅବସ୍ଥିତ ? ଆସନ୍ତୁ ମୁଁ ଆପଣଙ୍କୁ ଗୋଟିଏ କ୍ଲୁ ଦେଉଛି । ଏଠାରେ ସବୁଠୁ ବଡ଼ ଯେଉଁ ଗୁଡ଼ି ରଖାଯାଇଛି ତା’ର ଆକାର ୨୨ ଗୁଣା, ୧୬ ଫୁଟ । କିଛି ଜାଣିପାରିଲେ । ନାଇଁ ତ ଆଉ ଗୋଟିଏ କଥା କହୁଛି- ଏହା ଯେଉଁ ସହରରେ ଅଛି ତା’ସହିତ ବାପୁଙ୍କର ବିଶେଷ ସମ୍ପର୍କ ରହିଥିଲା । ଛୋଟବେଳେ ଡାକ ଟିକଟ ସଂଗ୍ରହ କରିବାର ସଉକ କାହାର ନ ଥାଏ ! କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଭାରତରେ ଡାକଟିକଟ ସହିତ ସଂପୃକ୍ତ ଜାତୀୟ ସଂଗ୍ରହାଳୟ କେଉଁଠି ରହିଛି ? ମୁଁ ଆପଣଙ୍କୁ ଆଉ ଗୋଟିଏ ପ୍ରଶ୍ନ ପଚାରୁଛି । ଗୁଲଶନ ମହଲ ନାମକ ଏହି ପ୍ରାସାଦରେ କେଉଁ ମ୍ୟୁଜିୟମ୍ ଅବସ୍ଥିତ ? ଆପଣଙ୍କ ପାଇଁ କ୍ଲୁ ହେଲା ଏହି ମ୍ୟୁଜିୟମରେ ଆପଣ ଫିଲ୍ମର ନିର୍ଦେଶକ ବି ହୋଇପାରିବେ, କ୍ୟାମେରା, ଏଡିଟିଂର ସୂକ୍ଷ୍ମକଳା ମଧ୍ୟ ଦେଖିପାରିବେ । ଆଚ୍ଛା! ଆପଣ କ’ଣ ଏପରି କୌଣସି ମ୍ୟୁଜିୟମ୍ ସମ୍ପର୍କରେ ଜାଣନ୍ତି ଯାହା ଭାରତର ବସ୍ତ୍ର ସହିତ ସଂପୃକ୍ତ ଐତିହ୍ୟକୁ ଦେଖାଇଥାଏ । ଏହି ମ୍ୟୁଜିୟମରେ ମିନିଏଚର୍ ପେଂଟିଙ୍ଗସ, ଜୈନ ମାନୁସ୍କ୍ରିପ୍ଟସ, ସ୍କଲ୍ପଚର୍- ବହୁତ କିଛି ଅଛି । ଏହା ନିଜର ନିଆରା ପ୍ରଦର୍ଶନ ପାଇଁ ମଧ୍ୟ ବେଶ୍ ଜଣାଶୁଣା ।
ବନ୍ଧୁଗଣ, ଆଜିର ପ୍ରଯୁକ୍ତି ଯୁଗରେ ଆପଣଙ୍କ ପାଇଁ ଏସବୁର ଉତ୍ତର ଖୋଜିବା ବହୁତ ସହଜ । ଏହି ପ୍ରଶ୍ନ ମୁଁ ଏଇଥିପାଇଁ ପଚାରିଲି ଯେପରିକି ଆମର ନୂଆ ପିଢ଼ିର ଜିଜ୍ଞାସା ବଢ଼ୁ, ସେମାନେ ଏ ସମ୍ପର୍କରେ ଆହୁରି ପଢ଼ନ୍ତୁ, ସେଗୁଡ଼ିକୁ ଦେଖିବାକୁ ଯାଆନ୍ତୁ । ଏବେ ତ ମ୍ୟୁଜିୟମର ଗୁରୁତ୍ୱ କାରଣରୁ ଅନେକ ଲୋକ ନିଜେ ଆସି ମ୍ୟୁଜିୟମ୍ ପାଇଁ ବହୁତ ଦାନ ମଧ୍ୟ କରୁଛନ୍ତି । ବହୁତ ଲୋକ ନିଜର ପୁରୁଣା କଲେକ୍ସନକୁ, ଐତିହାସିକ ଜିନିଷପତ୍ରକୁ ମଧ୍ୟ ମ୍ୟୁଜିୟମକୁ ଦାନ କରୁଛନ୍ତି । ଆପଣ ଯେତେବେଳେ ଏପରି କରନ୍ତି ସେତେବେଳେ ଆପଣ ଏକ ସାଂସ୍କୃତିକ ପୁଞ୍ଜିକୁ ସମଗ୍ର ସମାଜ ସହିତ ବାଂଟନ୍ତି । ଭାରତରେ ମଧ୍ୟ ଲୋକେ ଏଥିପାଇଁ ଏବେ ଆଗକୁ ଆସୁଛନ୍ତି । ମୁଁ ଏପରି ସମସ୍ତ ବ୍ୟକ୍ତିଗତ ପ୍ରୟାସର ମଧ୍ୟ ପ୍ରଶଂସା କରୁଛି । ଆଜି, ପରିବର୍ତ୍ତିତ ସମୟରେ ଏବଂ କୋଭିଡ କଟକଣା କାରଣରୁ ସଂଗ୍ରହାଳୟରେ ନୂଆ ନିୟମକାନୁନ ଆପଣାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ମ୍ୟୁଜିୟମର ଡିଜିଟାଇଜେସନ ଉପରେ ମଧ୍ୟ ଗୁରୁତ୍ୱ ବଢ଼ିଛି । ଆପଣ ସମସ୍ତେ ଜାଣନ୍ତି ଯେ ୧୮ ମେ’ରେ ସମଗ୍ର ପୃଥିବୀରେ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ମୋର ଯୁବବନ୍ଧୁଙ୍କ ପାଇଁ ମୋ ପାଖରେ ଗୋଟିଏ ବିଚାର ଅଛି । ଆଗାମୀ ଛୁଟିରେ ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନୀୟ ମ୍ୟୁଜିୟମକୁ ଦେଖିବାକୁ ଯାଉନାହାନ୍ତି । ଆପଣ ନିଜର ଅନୁଭୂତିକୁ #MuseumMe moriesରେ ନିଶ୍ଚିତ ଭାବେ ବାଂଟିବେ । ଆପଣ ଏପରି କରିବା ଦ୍ୱାରା ଅନ୍ୟମାନଙ୍କ ମନରେ ମଧ୍ୟ ସଂଗ୍ରହାଳୟକୁ ନେଇ ଜିଜ୍ଞାସା ଜାଗ୍ରତ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ନିଜ ଜୀବନରେ ବହୁତ ସଂକଳ୍ପ ନେଇଥିବେ, ସେଗୁଡ଼ିକୁ ପୂରଣ କରିବା ପାଇଁ ପରିଶ୍ରମ ମଧ୍ୟ କରୁଥିବେ । ବନ୍ଧୁଗଣ, କିନ୍ତୁ ନିକଟରେ, ମୋତେ ଏପରି ସଂକଳ୍ପ ସମ୍ପର୍କରେ ଜଣାପଡ଼ିଲା, ଯାହା ସତକୁ ସତ ବହୁତ ଅଲଗା ଥିଲା, ବହୁତ ନିଆରା ଥିଲା । ସେଥିପାଇଁ ମୁଁ ଭାବିଲି ଯେ ଏହାକୁ ମୁଁ ‘ମନ୍ କୀ ବାତ୍’ର ଶ୍ରୋତାଙ୍କ ସହ ନିଶ୍ଚୟ ସେୟାର କରିବି ।
ବନ୍ଧୁଗଣ, ଆପଣ କ’ଣ ଭାବିପାରିବେ ଯେ ଜଣେ ନିଜ ଘରୁ ଏହି ସଂକଳ୍ପ ନେଇ ବାହାରିବ ଯେ ସେ ଆଜି ଦିନସାରା ପୁରା ସହର ବୁଲିବ କିନ୍ତୁ ଗୋଟିଏ ବି ଟଙ୍କା ନଗଦ ଦେଣନେଣ କରିବ ନାହିଁ- ଇଏ ଏକ ମଜାଦାର ସଂକଳ୍ପ ନୁହେଁ କି ? ଦିଲ୍ଲୀର ଦୁଇ ଝିଅ ସାଗରିକା ଓ ପ୍ରେକ୍ଷା ଏପରି ହିଁ କ୍ୟାସ୍ଲେସ୍ ଡେ ଆଉଟର ପରୀକ୍ଷା ନିରୀକ୍ଷା କଲେ । ସାଗରିକା ଓ ପ୍ରେକ୍ଷା ଦିଲ୍ଲୀର ଯେଉଁଠିକୁ ବି ଗଲେ, ସେମାନଙ୍କୁ ସେଠାରେ ଡିଜିଟାଲ୍ ପେମେଂଟର ସୁବିଧା ମିଳିଲା । ୟୁପିଆଇ କ୍ୟୁଆର୍ କୋଡ୍ କାରଣରୁ ସେମାନଙ୍କୁ ନଗଦ କାରବାର କରିବା ଦରକାର ପଡ଼ିଲା ନାହିଁ । ଏପରିକି ଷ୍ଟ୍ରିଟ୍ ଫୁଡ ଓ ରାସ୍ତାକଡ଼ ଦୋକାନରେ ମଧ୍ୟ ଅଧିକାଂଶ ସ୍ଥାନରେ ତାଙ୍କୁ ଅନଲାଇନ ଟ୍ରାନଜାକ୍ସନର ସୁବିଧା ମିଳିଲା ।
ବନ୍ଧୁଗଣ, କେହି କେହି ଭାବିପାରନ୍ତି ଯେ ଦିଲ୍ଲୀ ମେଟ୍ରୋ ସିଟି, ତେଣୁ ସେଠାରେ ଏହା କରିବା ସହଜ । କିନ୍ତୁ ଏବେ ଏପରି ନୁହେଁ ଯେ UPIର ପ୍ରସାର କେବଳ ଦିଲ୍ଲୀ ଭଳି ବଡ଼ ସହରରେ ହିଁ ସୀମିତ ରହିଛି । ମୋତେ ଗାଜିୟାବାଦର ଆନନ୍ଦିତା ତ୍ରିପାଠୀଙ୍କ ଗୋଟିଏ ବାର୍ତ୍ତା ମଧ୍ୟ ମିଳିଛି । ଆନନ୍ଦିତା ଗତ ସପ୍ତାହରେ ନିଜ ସ୍ୱାମୀଙ୍କ ସହିତ ଉତ୍ତର-ପୂର୍ବ ରାଜ୍ୟକୁ ବୁଲିବାକୁ ଯାଇଥିଲେ । ସେ ଆସାମରୁ ନେଇ ମେଘାଳୟ ଓ ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ପର୍ଯ୍ୟନ୍ତ ନିଜ ଯାତ୍ରାର ଅନୁଭୂତି ମୋତେ ଜଣାଇଛନ୍ତି । ଆପଣ ମଧ୍ୟ ଜାଣି ଖୁସିହେବା ସହ ଆଶ୍ଚର୍ଯ୍ୟ ହେବେ ଯେ ବହୁଦିନର ଏହି ଯାତ୍ରାରେ ଦୂରଦୂରାନ୍ତ ଅଂଚଳରେ ମଧ୍ୟ ସେମାନଙ୍କୁ ନଗଦ ଟଙ୍କା କାରବାର କରିବା ଦରକାର ପଡ଼ିଲା ନାହିଁ । ଯେଉଁ ସ୍ଥାନରେ କିଛିବର୍ଷ ପୂର୍ବରୁ ଇଂଟରନେଟର ଭଲ ସୁବିଧା ନ ଥିଲା, ସେଠାରେ ଏବେ ମଧ୍ୟ UPIରୁ ପେମେଂଟ ସୁବିଧା ରହିଛି । ସାଗରିକା, ପ୍ରେକ୍ଷା ଓ ଆନନ୍ଦିତାଙ୍କ ଅନୁଭୂତିକୁ ଦେଖି ମୁଁ ଆପଣଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ କ୍ୟାସ୍ଲେସ୍ ଡେ ଆଉଟ୍ର ଅନୁଭୂତି ସାଉଁଟନ୍ତୁ । ପରୀକ୍ଷା ନିରୀକ୍ଷା, ନିଶ୍ଚିତ ଭାବେ କରନ୍ତୁ ।
ବନ୍ଧୁଗଣ, ଗତ କିଛିବର୍ଷ ଭିତରେ BHIM UPI ବହୁତ ଶୀଘ୍ର ଆମର ଅର୍ଥନୀତି ଓ ଅଭ୍ୟାସର ଅଙ୍ଗ ହୋଇସାରିଛି । ଏବେ ତ ଛୋଟ ଛୋଟ ସହରରେ ଏବଂ ଅଧିକାଂଶ ଗାଁରେ ମଧ୍ୟ ଲୋକେ ୟୁପିଆଇରେ ଦେଣନେଣ କରୁଛନ୍ତି । ଡିଜିଟାଲ୍ ଇକୋନୋମି ଦ୍ୱାରା ଦେଶରେ ଏକ ସଂସ୍କୃତି ମଧ୍ୟ ସୃଷ୍ଟି ହେଉଛି । ଗଳିକନ୍ଦିରେ ଥିବା ଛୋଟ ଦୋକାନରେ ଡିଜିଟାଲ ପେମେଂଟ ହେବାଦ୍ୱାରା ସେମାନଙ୍କୁ ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଦେବା ସହଜ ହେଉଛି । ସେମାନଙ୍କୁ ଏବେ ଖୁଚୁରା ପଇସାର ମଧ୍ୟ ଅସୁବିଧା ନାହିଁ । ଆପଣ ମଧ୍ୟ UPIର ସୁବିଧାକୁ ଦୈନନ୍ଦିନ ଜୀବନରେ ଅନୁଭବ କରିପାରୁଥିବେ । ଯୁଆଡ଼େ ଗଲେ ନଗଦ ଟଙ୍କା ନେଇ ଯିବାର, ବ୍ୟାଙ୍କ ଯିବାର, ଏଟିଏମ୍ ଖୋଜିବାର ଜଞ୍ଜାଳ ନାହିଁ । ମୋବାଇଲରୁ ହିଁ ସବୁ ପେମେଂଟ ହୋଇଯାଏ; କିନ୍ତୁ ଆପଣ କେବେ ଭାବିଛନ୍ତି ଯେ ଆପଣଙ୍କର ଏହି ଛୋଟ ଛୋଟ ଅନଲାଇନ ପେମେଂଟ ଦ୍ୱାରା ଦେଶରେ କେତେ ବଡ ଡିଜିଟାଲ୍ ଇକୋନୋମି ଗଢ଼ିଉଠିଛି । ବର୍ତ୍ତମାନ ଆମ ଦେଶରେ ପ୍ରତିଦିନ ପ୍ରାୟ ୨୦ ହଜାର କୋଟି ଟଙ୍କାର ଟ୍ରାନଜାକ୍ସନ ହେଉଛି । ଗତ ମାର୍ଚ୍ଚ ମାସରେ ତ UPI ଟ୍ରାନଜାକ୍ସନ ତ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିଯାଇଥିଲା । ଏହାଦ୍ୱାରା ଦେଶରେ ସୁବିଧା ମଧ୍ୟ ବଢ଼ୁଛି ଏବଂ ସାଧୁତାର ଏକ ପରିବେଶ ମଧ୍ୟ ସୃଷ୍ଟି ହେଉଛି । ଏବେ ତ ଦେଶରେ ଫିନ୍-ଟେକ୍ ସହିତ ସଂପୃକ୍ତ କେତେକ ନୂଆ ଷ୍ଟାର୍ଟ-ଅପ୍ ମଧ୍ୟ ଆଗକୁ ବଢ଼ୁଛି । ମୁଁ ଚାହିଁବି ଯେ ଯଦି ଆପଣଙ୍କ ପାଖରେ ମଧ୍ୟ ଡିଜିଟାଲ୍ ପେମେଂଟ ଓ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମର ଏହି ଶକ୍ତି ସହିତ ସଂପୃକ୍ତ ଅନୁଭୂତି ରହିଛି, ତେବେ ତାକୁ ବାଂଟନ୍ତୁ । ଆପଣଙ୍କ ଅଭିଜ୍ଞତା ଦେଶର ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, ପ୍ରଯୁକ୍ତିର ଶକ୍ତି କିପରି ସାଧାରଣ ଲୋକଙ୍କ ଜୀବନକୁ ବଦଳାଉଛି, ଏହା ଆମର ଆଖପାଖରେ କ୍ରମାଗତ ନଜର ଆସୁଛି । ପ୍ରଯୁକ୍ତି ଆଉ ଏକ ବଡ଼ କାମ କରିଛି । ଏହି କାମ ହେଲା ଦିବ୍ୟାଙ୍ଗ ବନ୍ଧୁମାନଙ୍କର ଅସାଧାରଣ କ୍ଷମତାର ଲାଭ ଦେଶ ଓ ଦୁନିଆକୁ ଦେବା । ଆମର ଦିବ୍ୟାଙ୍ଗ ଭାଇଭଉଣୀ କ’ଣ କରିପାରିବେ, ଏହା ଆମେ ଟୋକିଓ ପାରାଅଲିମ୍ପିକ୍ସରେ ଦେଖିଥିଲେ । କ୍ରୀଡ଼ା ଭଳି ଆର୍ଟସ, ଏକାଡେମିକ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦିବ୍ୟାଙ୍ଗ ବନ୍ଧୁମାନେ ଚମତ୍କାରିତା ଦେଖାଉଛନ୍ତି, କିନ୍ତୁ ଯେତେବେଳେ ଏହି ବନ୍ଧୁମାନଙ୍କୁ ପ୍ରଯୁକ୍ତିର ଶକ୍ତି ମିଳିଯାଉଛି, ତେବେ ସେମାନେ ଆହୁରି ମଧ୍ୟ ଶୀର୍ଷ ସ୍ଥାନ ହାସଲ କରିପାରୁଛନ୍ତି । ସେଥିପାଇଁ ବର୍ତ୍ତମାନ ଦିବ୍ୟାଙ୍ଗଙ୍କ ପାଇଁ ସମ୍ବଳ ଓ ଭିତିଭୂମି ସୁଦୃଢ଼ କରିବା ପାଇଁ ଦେଶ କ୍ରମାଗତ ପ୍ରୟାସ କରୁଛି । ଦେଶରେ ଏପରି ଅନେକ ଷ୍ଟାର୍ଟଅପ୍ ଓ ସଂଗଠନ ମଧ୍ୟ ଅଛନ୍ତି, ଯେଉଁମାନେ ଏ କ୍ଷେତ୍ରରେ ପ୍ରେରଣାଦାୟକ କାର୍ଯ୍ୟ କରୁଛନ୍ତି । ଏପରି ଏକ ସଂସ୍ଥା ହେଉଛି ଭଏସ୍ ଅଫ୍ ସ୍ପେଶାଲି-ଏବୁଲ ପିପୁଲ । ଏହି ସଂସ୍ଥା ଆସିସ୍ଟିଭ୍ ଟେକ୍ନୋଲୋଜି ବା ସହାୟତା ପ୍ରଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗକୁ ପ୍ରୋତ୍ସାହିତ କରୁଛି । ଯେଉଁ ଦିବ୍ୟାଙ୍ଗ ଶିଳ୍ପୀମାନେ ଅଛନ୍ତି, ସେମାନଙ୍କ କାର୍ଯ୍ୟକୁ ବିଶ୍ୱବାସୀଙ୍କ ପାଖରେ ପହଂଚାଇବା ପାଇଁ ମଧ୍ୟ ଏକ ସୃଜନଶୀଳ ଆରମ୍ଭ କରାଯାଇଛି । ଭଏସ୍ ଅଫ୍ ସ୍ପେଶାଲି-ଏବୁଲ୍ଡ ପିପୁଲର ଏହି ଶିଳ୍ପୀଙ୍କ ପେଂଟିଙ୍ଗଗୁଡ଼ିକୁ ଡିଜିଟାଲ୍ ଆର୍ଟ ଗ୍ୟାଲେରି ପ୍ରସ୍ତୁତ କରାଯାଇଛି । ଦିବ୍ୟାଙ୍ଗ ବନ୍ଧୁମାନେ କିପରି ଅସାଧାରଣ ପ୍ରତିଭାସଂପନ୍ନ ଏବଂ ସେମାନଙ୍କ ପାଖରେ କିପରି ଅସାଧାରଣ କ୍ଷମତା ରହିଥାଏ- ଏହି ଆର୍ଟ ଗ୍ୟାଲେରୀ ଏହାର ଏକ ଉଦାହରଣ । ଦିବ୍ୟାଙ୍ଗ ବନ୍ଧୁମାନଙ୍କ ଜୀବନରେ କିପରି ଆହ୍ବାନ ରହିଥାଏ, ସେଥିରୁ ସେମାନେ ବାହାରି କିପରି କେଉଁ ପର୍ଯ୍ୟନ୍ତ ପହଂଚିପାରନ୍ତି- ଏହିପରି ଅନେକ ବିଷୟ ଏହି ପେଂଟିଙ୍ଗସରେ ଆପଣ ଅନୁଭବ କରିପାରିବେ । ଆପଣ ମଧ୍ୟ ଯଦି କୌଣସି ଦିବ୍ୟାଙ୍ଗ ବନ୍ଧୁଙ୍କୁ ଜାଣିଥାନ୍ତି, ତାଙ୍କ ଜ୍ଞାନଗରିମାକୁ ଜାଣନ୍ତି, ତେବେ ଡିଜିଟାଲ୍ ଟେକ୍ନୋଲୋଜି ସାହାଯ୍ୟରେ ତାକୁ ବିଶ୍ୱ ସମ୍ମୁଖକୁ ଆଣିପାରିବେ । ଯେଉଁ ଦିବ୍ୟାଙ୍ଗ ବନ୍ଧୁ ଅଛନ୍ତି, ସେମାନେ ମଧ୍ୟ ଏପରି ପ୍ରୟାସ ସହିତ ନିଶ୍ଚିତ ଭାବେ ଯୋଡ଼ି ହୁଅନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଦେଶର ଅଧିକାଂଶ ଭାଗରେ ଖୁବ୍ ଜୋରରେ ଗରମ ବଢ଼ୁଛି । ବଢ଼ୁଥିବା ଏହି ଗରମ, ପାଣି ସଂଚୟ କରିବା ପାଇଁ ଆମର ଦାୟିତ୍ୱକୁ ମଧ୍ୟ ସେତିକି ହିଁ ବଢ଼ାଇଦିଏ । ହୋଇପାରେ ଯେ ଆପଣ ଏବେ ଯେଉଁଠି ଅଛନ୍ତି ସେଠାରେ ପାଣି ଯଥେଷ୍ଟ ପରିମାଣରେ ମିଳୁଛି । କିନ୍ତୁ ଆପଣଙ୍କୁ ସେହି କୋଟି କୋଟି ଲୋକଙ୍କ କଥା ସବୁବେଳେ ମନେରଖିବାକୁ ହେବ, ଯେଉଁମାନେ ଜଳ ସଙ୍କଟ ରହିଥିବା ଅଂଚଳରେ ରହନ୍ତି, ଯେଉଁମାନଙ୍କ ପାଇଁ ପାଣିର ପ୍ରତ୍ୟେକ ବୁନ୍ଦା ଅମୃତ ଭଳି ହୋଇଥାଏ ।
ବନ୍ଧୁଗଣ, ବର୍ତ୍ତମାନ ସ୍ୱାଧୀନତାର ୭୫ତମ ବର୍ଷରେ, ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ, ଦେଶ ଯେଉଁ ସଂକଳ୍ପଗୁଡ଼ିକୁ ନେଇ ଆଗକୁ ବଢ଼ୁଛି, ସେଥିରେ ଜଳ ସଂରକ୍ଷଣ ମଧ୍ୟ ଅନ୍ୟତମ । ଅମୃତ ମହୋତ୍ସବ ସମୟରେ ଦେଶର ପ୍ରତ୍ୟେକ ଜିଲାରେ ୭୫ ଅମୃତ ସରୋବର ନିର୍ମାଣ କରାଯିବ । ଆପଣ କଳ୍ପନା କରିପାରନ୍ତି ଯେ ଏହା କେତେ ବଡ଼ ଅଭିଯାନ । ସେହି ଦିନ ଆଉ ବେଶୀ ଦୂର ନୁହେଁ, ଯେବେ ଆପଣଙ୍କ ନିଜ ସହରରେ ୭୫ଟି ଅମୃତ ସରୋବର ହେବ । ମୁଁ ଆପଣ ସମସ୍ତଙ୍କୁ, ବିଶେଷକରି ଯୁବକଯୁବତୀମାନଙ୍କଠାରୁ ଆଶା ରଖୁଛି ଯେ ଏହି ଅଭିଯାନ ସମ୍ପର୍କରେ ସେମାନେ ଜାଣନ୍ତୁ ଏବଂ ତା’ର ଦାୟିତ୍ୱ ନିଅନ୍ତୁ । ଯଦି ଆପଣଙ୍କ ଅଂଚଳରେ ସ୍ୱାଧୀନତା ସଂଗ୍ରାମ ସହିତ ସଂପୃକ୍ତ କୌଣସି ଇତିହାସ ରହିଛି, କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରହିଛି, ତାକୁ ମଧ୍ୟ ଅମୃତ ସରୋବର ସହିତ ଯୋଡ଼ିପାରିବେ । ଏହାଜାଣି ମୋତେ ବହୁତ ଭଲ ଲାଗିଲା ଯେ ଅମୃତ ସରୋବର ସଂକଳ୍ପ ନେବାପରେ ଅନେକ ସ୍ଥାନରେ ଏହା ଉପରେ ଦ୍ରୁତ ବେଗରେ କାମ ଆରମ୍ଭ ହୋଇସାରିଛି । ମୋତେ ୟୁପି ରାମପୁରର ପଟବାଇ ଗ୍ରାମପଂଚାୟତ ସମ୍ପର୍କରେ ଜାଣିବାକୁ ମିଳିଛି । ସେଠାରେ ଗ୍ରାମସଭାର ଭୂମିରେ ଏକ ପୋଖରୀ ଥିଲା, କିନ୍ତୁ ତାହା ଅଳିଆ ଆବର୍ଜନାରେ ଭରି ରହିଥିଲା । ଗତ କିଛି ସପ୍ତାହ ମଧ୍ୟରେ ବହୁତ କଷ୍ଟକରି ସ୍ଥାନୀୟ ଲୋକଙ୍କ ସହାୟତାରେ, ସ୍ଥାନୀୟ ସ୍କୁଲପିଲାଙ୍କ ସାହାଯ୍ୟରେ ସେହି ମଇଳା ପୋଖରୀର ପୁନରୁଦ୍ଧାର ହୋଇଯାଇଛି । ଏବେ ସେହି ସରୋବର କୂଳରେ ରିଟେନିଂ ୱାଲ୍, ଚାରିକାନ୍ଥ, ଫୁଡ କୋର୍ଟ, ଜଳଫୁଆରା ଓ ଆଲୋକସଜ୍ଜା ଆଦି କେତେ କେତେ ବ୍ୟବସ୍ଥା କରାଯାଇଛି । ମୁଁ ରାମପୁରର ପଟବାଇ ଗ୍ରାମପଂଚାୟତକୁ, ଗ୍ରାମବାସୀଙ୍କୁ, ସେଠାକାର ପିଲାଙ୍କୁ ଏହି ପ୍ରୟାସ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, ପାଣିର ଉପଲବ୍ଧତା ଓ ପାଣିର ଅଭାବ, ଏହା ଯେକୌଣସି ଦେଶର ପ୍ରଗତି ଓ ଗତିକୁ ନିର୍ଦ୍ଧାରିତ କରିଥାଏ । ଆପଣ ମଧ୍ୟ ଅନୁମାନ କରିଥିବେ ଯେ ‘ମନ କୀ ବାତ୍’ରେ ମୁଁ ସ୍ୱଚ୍ଛତା ଭଳି ବିଷୟ ସହିତ ବାରମ୍ବାର ଜଳ ସଂରକ୍ଷଣ କଥା ନିଶ୍ଚିତ ଭାବେ କହେ । ଆମର ତ ଗ୍ରନ୍ଥରେ ସ୍ପଷ୍ଟ ଭାବେ କୁହାଯାଇଛି-
ପାନିୟମ୍ ପରମମ୍ ଲୋକେ, ଜୀବାନାମ୍ ଜୀବନମ୍ ସମୃତମ୍ । ।
ଅର୍ଥାତ ସଂସାରରେ ଜଳ ହିଁ ପ୍ରତ୍ୟେକ ଜୀବ, ଜୀବନର ଆଧାର ଅଟେ ଏବଂ ଜଳ ହିଁ ସବୁଠୁ ବଡ଼ ସମ୍ବଳ ମଧ୍ୟ ଅଟେ; ସେଥିପାଇଁ ତ ଆମର ପୂର୍ବପୁରୁଷମାନେ ଜଳ ସଂରକ୍ଷଣ ଉପରେ ଏତେ ଗୁରୁତ୍ୱ ଦେଉଥିଲେ । ବେଦଠାରୁ ଆରମ୍ଭ କରି ପୁରାଣ ଯାଏଁ, ପ୍ରତ୍ୟେକ ସ୍ଥାନରେ ଜଳ ସଂଚୟ, ପୁଷ୍କରିଣୀ, ହ୍ରଦ ଆଦି ତିଆରି କରିବା, ମଣିଷର ସାମାଜିକ ଓ ଆଧ୍ୟାତ୍ମିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରାଯାଇଛି । ବାଲ୍ମିକୀ ରାମାୟଣରେ ଜଳ ସ୍ରୋତଗୁଡ଼ିକର ସଂଯୋଗୀକରଣ, ଜଳ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେହିଭଳି, ଇତିହାସର ବିଦ୍ୟାର୍ଥୀମାନେ ଜାଣିଥିବେ, ସିନ୍ଧୁ, ସରସ୍ୱତୀ ଓ ହରପ୍ପା ସଭ୍ୟତା କାଳରେ ମଧ୍ୟ ଭାରତରେ ଜଳକୁ ନେଇ କିଭଳି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରାଯାଇଥିଲା । ପ୍ରାଚୀନ କାଳରେ ଅନେକ ସହରର ଜଳସ୍ରୋତଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହୋଇ ରହୁଥିଲା ଏବଂ ସେତେବେଳେ ଜନସଂଖ୍ୟା ମଧ୍ୟ ସେତେ ଅଧିକ ନ ଥିଲା, ପ୍ରାକୃତିକ ସମ୍ପଦର ମଧ୍ୟ ଅଭାବ ନ ଥିଲା । ଯଥେଷ୍ଟ ମାତ୍ରାରେ ଉପଲବ୍ଧ ଥିଲା । ତଥାପି ଜଳ ସଂରକ୍ଷଣକୁ ନେଇ ଏତେ ସଚେତନତା ରହିଥିଲା । କିନ୍ତୁ ଆଜି ପରିସ୍ଥିତି ଏହାର ବିପରୀତ । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଆପଣ ନିଜ ଅଂଚଳର ଏହିଭଳି ଜଳସ୍ରୋତଗୁଡ଼ିକ ସମ୍ପର୍କରେ ଜାଣନ୍ତୁ । ଅମୃତ ସରୋବର ଅଭିଯାନ ଯୋଗୁଁ ଜଳ ସଂରକ୍ଷଣ ହେବା ସଙ୍ଗେ ସଙ୍ଗେ ଆପଣଙ୍କ ଅଂଚଳ ଗୋଟିଏ ସ୍ୱତନ୍ତ୍ର ପରିଚୟ ଲାଭ କରିବ । ଏହାଦ୍ୱାରା ସହରରେ ସାହି ବସ୍ତିଗୁଡ଼ିକରେ ଆଂଚଳିକ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ ଗଢ଼ିଉଠିବ, ଲୋକମାନଙ୍କ ବୁଲିବା ପାଇଁ ମଧ୍ୟ ଏକ ପର୍ଯ୍ୟଟନସ୍ଥଳ ସୃଷ୍ଟି ହେବ ।
ବନ୍ଧୁଗଣ, ଜଳ ସହ ଜଡ଼ିତ ଆମର ପ୍ରତ୍ୟେକ ପ୍ରଚେଷ୍ଟା ଆମର ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ହେବ । ଏହା ସମଗ୍ର ସମାଜର ଦାୟିତ୍ୱ । ଏଥିପାଇଁ ବିଭିନ୍ନ ସମାଜ ଶହ ଶହ ବର୍ଷ ଧରି ନିରନ୍ତର ପ୍ରଚେଷ୍ଟା କରିଆସିଛନ୍ତି । ଯେମିତିକି, କଚ୍ଛ ମରୁଭୂମିର ଗୋଟିଏ ଜନଜାତି, ଯିଏ ମାଲଧାରୀ ନାମରେ ପରିଚିତ, ସେମାନେ ଜଳ ସଂରକ୍ଷଣ ପାଇଁ ବୃଦାସ୍ ନାମକ ଗୋଟିଏ ଉପାୟ ଅବଲମ୍ବନ କରିଥାନ୍ତି । ଏହା ଅନ୍ତର୍ଗତ ଛୋଟ ଛୋଟ କୂପ ଖନନ କରାଯାଇଥାଏ ଏବଂ ଏହାର ସୁରକ୍ଷା ପାଇଁ ଏହାର ଚାରିପଟେ ଗଛ ଲଗାଯାଇଥାଏ । ସେହିଭଳି ମଧ୍ୟପ୍ରଦେଶର ଭିଲ୍ ଜନଜାତିର ଲୋକେ ନିଜର ଐତିହାସିକ ପରମ୍ପରା ହଲ୍ମାକୁ ଜଳ ସଂରକ୍ଷଣ ପାଇଁ ବ୍ୟବହାର କରୁଥିଲେ । ଏହି ପରମ୍ପରା ଅନୁଯାୟୀ ଏହି ଜନଜାତିର ଲୋକେ ପାଣି ସମସ୍ୟାର ସମାଧାନ ବାହାର କରିବା ପାଇଁ ଗୋଟିଏ ଜାଗାରେ ଏକତ୍ରିତ ହୁଅନ୍ତି । ହଲ୍ମା ପରମ୍ପରାରୁ ମିଳୁଥିବା ପରାମର୍ଶ ଅନୁସରଣ ଫଳରେ ଏହି ଅଂଚଳରେ ଜଳକଷ୍ଟ ଦୂର ହେଲା ଏବଂ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି ।
ବନ୍ଧୁଗଣ, ଏଭଳି କର୍ତ୍ତବ୍ୟ ଭାବନା ଯଦି ସମସ୍ତଙ୍କ ମନରେ ଜାଗ୍ରତ ହୁଏ, ତାହେଲେ ଜଳ ସଂକଟ ସହ ଜଡ଼ିତ ଯେତେ ବଡ଼ ସମସ୍ୟା ହେଉନା କାହିଁକି, ଏହାର ସମାଧାନ ବାହାରିପାରିବ । ଆସନ୍ତୁ, ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଆମେ ଜଳ ସଂରକ୍ଷଣ ଏବଂ ଜୀବନ ସଂରକ୍ଷଣ ନିମନ୍ତେ ସଂକଳ୍ପବଦ୍ଧ ହେବା । ଆମେ ଜଳର ପ୍ରତ୍ୟେକ ବିନ୍ଦୁ ସଂରକ୍ଷିତ କରିବା ଏବଂ ପ୍ରତ୍ୟେକ ଜୀବନ ବଂଚାଇବା ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଦେଖିଥିବେ ଯେ, କିଛିଦିନ ପୂର୍ବେ ମୁଁ ମୋର ଯୁବବନ୍ଧୁମାନଙ୍କ ସହିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲି । ଏହି ଆଲୋଚନା ସମୟରେ କିଛି ଛାତ୍ର କହିଲେ ଯେ, ପରୀକ୍ଷାରେ ତାଙ୍କୁ ଗଣିତକୁ ଭୟ ଲାଗେ । ଏହିଭଳି କଥା ଆହୁରି ଅନେକ ଛାତ୍ରଛାତ୍ରୀ ମୋତେ ସେମାନଙ୍କ ବାର୍ତ୍ତାରେ ଲେଖି ପଠାଇଥିଲେ । ସେତିକିବେଳେ ମୁଁ ସ୍ଥିର କରିଥିଲି ଯେ, ଏଥର ଗଣିତ ଉପରେ ମୁଁ ‘ମନ୍ କି ବାତ୍’ରେ ଆଲୋଚନା କରିବି । ବନ୍ଧୁଗଣ, ଗଣିତ ତ ଏଭଳି ଗୋଟିଏ ବିଷୟ, ଯାହାକୁ ନେଇ ଆମେ ଭାରତବାସୀ ବିଶେଷ ଆଶ୍ୱସ୍ତ ହେବା ଉଚିତ । ଯେତେହେଲେ, ଗଣିତକୁ ନେଇ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ଗବେଷଣା ଓ ଯୋଗଦାନ ଭାରତ ହିଁ ତ ଦେଇଛି । ଶୂନ ଅର୍ଥାତ ଜିରୋର ଆବିଷ୍କାର ଓ ଏହାର ଗୁରୁତ୍ୱ ବିଷୟରେ ଆପଣମାନେ ବହୁତ କିଛି ଶୁଣିଥିବେ । ଆପଣମାନେ ଏକଥା ମଧ୍ୟ ଶୁଣୁଥିବେ ଯେ, ଯଦି ଶୂନର ଆବିଷ୍କାର ନ ହୋଇଥାନ୍ତା ତାହେଲେ, ହୁଏତ ଆମେ ବିଶ୍ୱର ଏତେ ବୈଜ୍ଞାନିକ ଉନ୍ନତି ମଧ୍ୟ ଦେଖିପାରିନଥାନ୍ତୁ । କାଲକୁଲେଟରରୁ ଆରମ୍ଭ କରି କମ୍ପ୍ୟୁଟର ଯାଏଁ - ଏସବୁ ବୈଜ୍ଞାନିକ ଆବିଷ୍କାର ଶୂନ ଉପରେ ହିଁ ତ ଆଧାରିତ! ଭାରତର ଗଣିତଜ୍ଞ ଓ ବିଦ୍ୱାନମାନେ ଏ କଥା ମଧ୍ୟ ଲେଖିଛନ୍ତି ଯେ,
ଯତ୍ କିଂଚିତ୍ ବସ୍ତୁ ତତ ସର୍ବ, ଗଣିତେନ ବିନା ନହିଁ । ଅର୍ଥାତ, ଏହି ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ଯାହା କିଛି ବି ରହିଛି, ତାହା ସବୁକିଛି ଗଣିତ ଉପରେ ହିଁ ପର୍ଯ୍ୟବେସିତ । ଆପଣ ବିଜ୍ଞାନ ପାଠ କଥା ମନେପକାନ୍ତୁ । ତେବେ ଏହାର ଅର୍ଥ ଆପଣ ବୁଝିପାରିବେ । ବିଜ୍ଞାନର ପ୍ରତ୍ୟେକ ସିଦ୍ଧାନ୍ତ ଗୋଟିଏ ଗାଣିତିକ ସୂତ୍ରରେ ହିଁ ପ୍ରକାଶ କରାଯାଇଥାଏ । ନ୍ୟୁଟନଙ୍କ ନିୟମ ହେଉ, କି ଆଇନଷ୍ଟାଇନଙ୍କ ପ୍ରସିଦ୍ଧ ସମୀକରଣ ହେଉ, ବ୍ରହ୍ମାଣ୍ଡ ସହ ଜଡ଼ିତ ସମସ୍ତ ବିଜ୍ଞାନ ଗଣିତ ନୁହେଁ ତ ଆଉ କ’ଣ ? ଏବେ ତ ବୈଜ୍ଞାନିକମାନେ ମଧ୍ୟ ଥିଓରି ଅଫ୍ ଏଭ୍ରିଥିଙ୍ଗ୍ କଥା ଆଲୋଚନା କରୁଛନ୍ତି । ମାନେ, ଏଭଳି ଗୋଟିଏ ମାତ୍ର ସୂତ୍ର ଯାହାଦ୍ୱାରା ବିଶ୍ୱର ପ୍ରତ୍ୟେକ ବସ୍ତୁକୁ ପ୍ରକାଶ କରାଯାଇପାରିବ । ଗଣିତ ସାହାଯ୍ୟରେ ବୈଜ୍ଞାନିକ ଚିନ୍ତାଧାରାର ଏତେ ବିସ୍ତାରର କଳ୍ପନା ଆମ ଋଷିମୁନିମାନେ ସର୍ବଦା କରିଆସିଛନ୍ତି । ଆମେ ଏକ ପକ୍ଷରେ ଶୂନର ଆବିଷ୍କାର କରିଛୁ, ତ ଅପରପକ୍ଷରେ ଇନଫିନିଟି ବା ଅନନ୍ତକୁ ମଧ୍ୟ ପ୍ରକାଶ କରିଛୁ । ସାଧାରଣ କଥାବାର୍ତ୍ତାରେ ଯେତେବେଳେ ଆମେ ସଂଖ୍ୟା ବିଷୟରେ କଥା ହେଉ, ସେତେବେଳେ ମିଲିୟନ୍, ବିଲିୟନ ବା ଟ୍ରିଲିୟନ୍ ଯାଏ କହୁ ଓ ଚିନ୍ତା କରିଥାଉ । କିନ୍ତୁ ବେଦରେ ଓ ଭାରତୀୟ ଗଣିତରେ ଏହି ଗଣନା ବହୁ ଦୂର ପର୍ଯ୍ୟନ୍ତ ଯାଇଥାଏ । ଆମର ଗୋଟିଏ ବହୁ ପୁରାତନ ଶ୍ଳୋକ ରହିଛି ।
ଏକଂ ଦଶଂ ଶତଂ ଚୈବ, ସହସ୍ରମ୍ ଅୟୂତଂ ତଥା ।
ଲକ୍ଷଂ ଚ ନିୟୂତଂ ଚୈବ, କୋଟିଃ ଅର୍ବୁଦଂ ଏବଂ ଚ । ।
ବୃନ୍ଦଂ ଖର୍ବୋ ନିଖର୍ବଃ ଚ, ଶଂଖଃ ପଦ୍ମଃ ଚ ସାଗରଃ ।
ଅନ୍ତ୍ୟଂ ମଧ୍ୟଂ ପରାର୍ଦ୍ଧଃ ଚ, ଦଶ ବୃଦ୍ଧ୍ୟା ଯଥାକ୍ରମମ୍ । ।
ଏହି ଶ୍ଳୋକରେ ସଂଖ୍ୟାର କ୍ରମ ଦର୍ଶାଯାଇଛି । ଯେମିତିକି, ଏକ, ଦଶ, ଶହ, ହଜାର, ଅୟୁତ, ଲକ୍ଷ, ନିୟୂତ, କୋଟି ... ଏହିଭଳି ଏହି ସଂଖ୍ୟା ଶଙ୍ଖ, ପଦ୍ମ, ସାଗର ଯାଏ ଲମ୍ବିଛି । ଏକ ସାଗରର ଅର୍ଥ ହେଲା ଟେନ୍ ଟୁ ଦି ପାୱାର୍ ୫୭ । ଏତିକିରେ ସରୁନି । ଏହି ସଂଖ୍ୟା ଆଗକୁ ଓଘ ଏବଂ ମହୋଘ ମଧ୍ୟ ରହିଛି । ଏକ ମହୋଘର ଅର୍ଥ ହେଲା ଟେନ୍ ଟୁ ଦି ପାୱାର୍ ୬୨, ଅର୍ଥାତ ୧ରେ ୬୨ଟି ଶୂନ । ଆମେ ଏତେ ବଡ଼ ସଂଖ୍ୟାର କଳ୍ପନା କରିବାରେ ବି କଷ୍ଟ ଅନୁଭବ କରୁ । କିନ୍ତୁ, ଭାରତୀୟ ଗଣିତରେ ଏହାର ପ୍ରୟୋଗ ହଜାର ହଜାର ବର୍ଷ ଧରି ହୋଇଆସିଛି । କିଛିଦିନ ପୂର୍ବେ ଇଂଟେଲ୍ କମ୍ପାନୀର ସିଇଓ ମୋ ସହିତ ସାକ୍ଷାତ କରିଥିଲେ । ସେ ମୋତେ ଗୋଟିଏ ଚିତ୍ର ଉପହାର ଦେଇଥିଲେ । ସେଥିରେ ମଧ୍ୟ ବାମନ ଅବତାର ମାଧ୍ୟମରେ ଗଣନା ଓ ମାପର ଏହିଭଳି ଗୋଟିଏ ଭାରତୀୟ ପଦ୍ଧତିକୁ ଚିତ୍ରିତ କରାଯାଇଥିଲା । ଇଂଟେଲ୍ ନାଁ ଶୁଣି କମ୍ପ୍ୟୁଟର କଥା ଆପଣଙ୍କ ମନେ ପଡ଼ିଯାଇଥିବ । କମ୍ପ୍ୟୁଟରର ଭାଷାରେ ଆପଣମାନେ ବାଇନାରୀ ପ୍ରଣାଳୀ ବିଷୟରେ ମଧ୍ୟ ଶୁଣିଥିବେ । କିନ୍ତୁ, ଆପଣ କ’ଣ ଜାଣନ୍ତି କି ? ଆମ ଦେଶରେ ଆଚାର୍ଯ୍ୟ ପିଙ୍ଗଳାଙ୍କ ଭଳି ଋଷି ଥିଲେ, ଯିଏ ବାଇନାରୀ ସଂଖ୍ୟାର କଳ୍ପନା କରିଥିଲେ । ସେହିପରି, ଆର୍ଯ୍ୟଭଟ୍ଟଙ୍କଠାରୁ ଆରମ୍ଭ କରି ରାମାନୁଜନଙ୍କ ଭଳି ଗଣିତଜ୍ଞଙ୍କ ଯାଏଁ ଗଣିତର କେତେ କେତେ ସିଦ୍ଧାନ୍ତକୁ ନେଇ ଆମ ଦେଶରେ ପ୍ରୟୋଗ କରାଯାଇଛି ।
ବନ୍ଧୁଗଣ, ଆମ ଭାରତୀୟମାନଙ୍କ ପାଇଁ ଗଣିତ କେବେହେଲେ କଠିନ ନ ଥିଲା । ଏହାର ଗୋଟିଏ ବଡ଼ କାରଣ ହେଉଛି ଆମର ବୈଦିକ ଗଣିତ । ଆଧୁନିକ କାଳରେ ବୈଦିକ ଗଣିତର ଶ୍ରେୟ ଯାଉଛି ଶ୍ରୀ ଭାରତୀକୃଷ୍ଣ ତୀର୍ଥଜୀ ମହାରଜଙ୍କୁ । ସେ ଗଣନାର ପ୍ରାଚୀନ ପଦ୍ଧତିଗୁଡ଼ିକୁ ପୁନରୁଦ୍ଧାର କଲେ ଓ ଏହାକୁ ବୈଦିକ ଗଣିତ ନାମରେ ନାମିତ କଲେ । ବୈଦିକ ଗଣିତର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ଯେ, ଏହାଦ୍ୱାରା ଆପଣ କଠିନରୁ କଠିନତମ ଗଣନା ଆଖିପିଛୁଳାକେ ନିଜ ମନରେ ହିଁ କରିପାରିବେ । ଆଜିକାଲି ତ ସାମାଜିକ ଗଣମାଧ୍ୟମରେ ବୈଦିକ ଗଣିତ ଶିଖିବା ଓ ଶିଖାଉଥିବା ଅନେକ ଯୁବବନ୍ଧୁଙ୍କ ଭିଡିଓ ଆପଣମାନେ ଦେଖିଥିବେ ।
ବନ୍ଧୁଗଣ, ଆଜି ‘ମନ୍ କି ବାତ୍’ରେ ବୈଦିକ ଗଣିତ ଶିକ୍ଷାଦାନ କରୁଥିବା ଏଭଳି ଜଣେ ସାଥୀ ଆମ ସହିତ ଯୋଡ଼ିହେଉଛନ୍ତି । ସେ ହେଉଛନ୍ତି କୋଲକାତାର ଗୌରବ ଟେକରିୱାଲ୍ । ସେ ଗତ ଦୁଇ ଦଶନ୍ଧି ଧରି ବୈଦିକ ଗଣିତ ଆନ୍ଦୋଳନକୁ ଅତି ସମର୍ପଣ ଭାବ ସହ ଆଗେଇ ନେଇଚାଲିଛନ୍ତି । ଆସନ୍ତୁ, ତାଙ୍କରି ସହିତ କିଛି କଥା ହେବା ।
ମୋଦିଜୀ - ଗୌରବ ବାବୁ, ନମସ୍କାର ।
ଗୌରବ - ନମସ୍କାର ସାର୍ ।
ମୋଦିଜୀ- ମୁଁ ଶୁଣିଛି ଯେ ବୈଦିକ ଗଣିତରେ ଆପଣଙ୍କର ବହୁତ ରୁଚି ରହିଛି । ଏହି କ୍ଷେତ୍ରରେ ଆପଣ ବହୁତ କିଛି କରୁଛନ୍ତି । ପ୍ରଥମେ ମୁଁ ଆପଣଙ୍କ ବିଷୟରେ କିଛି ଜାଣିବାକୁ ଚାହୁଁଛି । ଆଉ ପରେ ଏହି ବିଷୟରେ କାହିଁକି ଆପଣଙ୍କ ରୁଚି ରହିଛି ସେ ସମ୍ପର୍କରେ କିଛି କହିବେ ?
ଗୌରବ - ସାର୍, ୨୦ ବର୍ଷ ପୂର୍ବେ ଯେତେବେଳେ ମୁଁ ବିଜନେସ୍ ସ୍କୁଲ୍ ପାଇଁ ଦରଖାସ୍ତ କରୁଥିଲି, ସେତେବେଳେ ଏହା ପାଇଁ ଯେଉଁ ପ୍ରତିଯୋଗିତାମୂଳକ ପରୀକ୍ଷା ହେଉଥିଲା, ତାହା ଥିଲା କ୍ୟାଟ୍ । ସେଥିରେ, ବହୁତ ଗଣିତ ପ୍ରଶ୍ନ ରହୁଥିଲା । ଯାହାକୁ ଖୁବ୍ କମ୍ ସମୟରେ କରିବାକୁ ପଡ଼ୁଥିଲା । ତେଣୁ, ମୋ ମାଆ ମୋତେ ଗୋଟିଏ ବହି ଆଣିଦେଲେ । ଯାହାର ନାମ ଥିଲା ବୈଦିକ ଗଣିତ । ସ୍ୱାମୀ ଶ୍ରୀ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ଏହାକୁ ରଚନା କରିଥିଲେ । ସେଥିରେ ସେ ୧୬ଟି ସୂତ୍ର ଦେଇଥିଲେ । ଯାହାଦ୍ୱାରା ଗଣିତ ବହୁତ ଶୀଘ୍ର ଓ ସହଜରେ ହୋଇଯାଉଥିଲା । ମୁଁ ଯେତେବେଳେ ତାକୁ ପଢ଼ିଲି, ମୋତେ ବହୁତ ପ୍ରେରଣା ମିଳିଲା । ତା’ପରେ ଗଣିତରେ ମୋର ଆଗ୍ରହ ବୃଦ୍ଧି ପାଇଲା । ମୁଁ ବୁଝିପାରିଲି ଯେ, ଗଣିତ ଯାହା ଭାରତର ଅବଦାନ, ଯାହା ଆମ ସମ୍ପତି, ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଂଚାଯାଇପାରିବ । ସେହିଦିନଠାରୁ ଏହାକୁ ମୁଁ ଗୋଟିଏ ଅଭିଯାନ ରୂପେ ଗ୍ରହଣ କଲି ଯେ, ବୈଦିକ ଗଣିତକୁ ବିଶ୍ୱର କୋଣ ଅନୁକୋଣକୁ ପହଂଚାଯାଉ । କାରଣ, ଗଣିତ ସମସ୍ତଙ୍କୁ ଭୟଭୀତ କରିଥାଏ । ପୁଣି, ବୈଦିକ ଗଣିତଠାରୁ ସହଜ ଆଉ କ’ଣ ହୋଇପାରେ ?
ମୋଦିଜୀ – ଗୌରବ ବାବୁ, ଆପଣ କେତେ ବର୍ଷ ହେଲା, ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ?
ଗୌରବ – ଏହି କାମରେ ମୋତେ ୨୦ ବର୍ଷ ହୋଇଗଲାଣି । ମୁଁ ଏଥିରେ ହିଁ ଲାଗିଛି ।
ମୋଦିଜୀ – ସଚେତନତା ପାଇଁ ଆଉ କ’ଣ ସବୁ କରୁଛନ୍ତି ? ଲୋକଙ୍କୁ କିଭଳି କହୁଛନ୍ତି ?
ଗୌରବ - ଆମେ ସ୍କୁଲଗୁଡ଼ିକୁ ଯାଉ । ଆମେ ଅନଲାଇନ୍ ମଧ୍ୟ ଶିକ୍ଷାଦାନ କରିଥାଉ । ଆମ ସଂସ୍ଥାର ନାମ ହେଉଛି ବୈଦିକ ମ୍ୟାଥ୍ ଫୋରମ୍ ଇଣ୍ଡିଆ । ସେହି ସଂସ୍ଥା ମାଧ୍ୟମରେ ଆମେ ଇଂଟରନେଟ୍ ଜରିଆରେ ଚବିଶ ଘଂଟା ବୈଦିକ ଗଣିତ ସମ୍ପର୍କରେ ଶିକ୍ଷାଦାନ କରିଥାଉ ।
ମୋଦିଜୀ - ଗୌରବ ବାବୁ, ଆପଣ ତ ଜାଣନ୍ତି, ମୁଁ ପିଲାମାନଙ୍କ ସାଙ୍ଗରେ ନିରନ୍ତର କଥା ହେବାକୁ ଭଲ ପାଏ । ମୁଁ ସବୁବେଳେ ଏଥିପାଇଁ ସୁଯୋଗ ଅପେକ୍ଷାରେ ଥାଏ । ଏକଜାମ ୱାରିୟରକୁ ତ ଏକ ରକମ ସଂସ୍ଥାଗତ କରିଦେଇଛି । ମୁଁ ମଧ୍ୟ ଅନୁଭବ କରିଛି ଯେ, ଅଧିକାଂଶ ପିଲା ଗଣିତର ନାଁ ଶୁଣି ଖସି ପଳାନ୍ତି । ବିନା କାରଣରେ ଏହି ଯେଉଁ ଭୟ ସୃଷ୍ଟି ହୋଇଛି ତାକୁ ଦୂର କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରୁଛି । ଏହି ଭୟକୁ ଦୂର କରି ଛୋଟ ଛୋଟ ପରମ୍ପରାଗତ କୌଶଳ, ଯାହା ଭାରତ ପାଇଁ ନୂଆ ନୁହଁ, ହୁଏତ ବିଶ୍ୱର ପ୍ରାଚୀନ ପରମ୍ପରାରେ ଭାରତରେ ଗଣିତର ପରମ୍ପରା ରହିଆସିଛି । ତେଣୁ ଏକଜାମ ୱାରିୟରଙ୍କ ଭୟ ଦୂର କରିବା ପାଇଁ ଆପଣ ସେମାନଙ୍କୁ କି ପରାମର୍ଶ ଦେବେ ?
ଗୌରବ – ସାର୍, ପିଲାମାନଙ୍କ ପାଇଁ ତ ଏହା ବିଶେଷ ଭାବେ ଉପଯୋଗୀ । କାରଣ, ପରୀକ୍ଷାର ଭୟ, ମିଥ୍ୟା ଭୟ ଯାହା ଘରେ ଘରେ ସୃଷ୍ଟି ହୋଇଛି, ପରୀକ୍ଷା ପାଇଁ ପିଲା ଟ୍ୟୁସନ ପଢ଼ୁଛନ୍ତି, ଅଭିଭାବକମାନେ ଚିନ୍ତାରେ ଥାଆନ୍ତି, ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ମାନସିକ ଚାପରେ ଥାଆନ୍ତି, କିନ୍ତୁ ବୈଦିକ ଗଣିତରେ ଏସବୁ ସହଜରେ ଦୂର ହୋଇପାରିବ । ସାମାନ୍ୟ ଗଣିତ ଅପେକ୍ଷା ବୈଦିକ ଗଣିତ ୧୫୦୦ ପ୍ରତିଶତ କ୍ଷୀପ୍ର । ଏହାଦ୍ୱାରା ପିଲାଙ୍କ ମଧ୍ୟରେ ବହୁତ ଆତ୍ମବିଶ୍ୱାସ ସୃଷ୍ଟି ହୋଇଥାଏ । ମସ୍ତିଷ୍କ ମଧ୍ୟ ଶୀଘ୍ର କାମ କରିଥାଏ । ଆମେ ବୈଦିକ ଗଣିତ ସହ ଯୋଗକୁ ମଧ୍ୟ ଆରମ୍ଭ କରିଛୁ, ତେଣୁ ପିଲାମାନେ ଚାହିଁଲେ ବୈଦିକ ଗଣିତ ସାହାଯ୍ୟରେ ଆଖି ବୁଜି ମଧ୍ୟ ହିସାବ କରିପାରିବେ ।
ମୋଦିଜୀ- ଅବଶ୍ୟ ଧ୍ୟାନର ପରମ୍ପରାରେ ମଧ୍ୟ ଏହିପରି ଭାବେ ଗଣନା କରିବା, ଧ୍ୟାନର ଗୋଟିଏ ପ୍ରାରମ୍ଭିକ ପର୍ଯ୍ୟାୟ ।
ଗୌରବ – ଠିକ୍ କଥା ସାର୍ ।
ମୋଦିଜୀ – ହଉ ଗୌରବ ବାବୁ, ଆପଣ ମିଶନ୍ ରୂପେ ଏହାକୁ ଗ୍ରହଣ କରିଥିବାରୁ ମୋତେ ବହୁତ ଖୁସି ଲାଗିଲା । ବିଶେଷକରି ଆପଣଙ୍କ ମାଆ ଗୋଟିଏ ଉତ୍ତମ ଗୁରୁ ଭାବେ ଆପଣଙ୍କୁ ଏହି ମାର୍ଗକୁ ନେଇଗଲେ । ଆଜି ଆପଣ ଲକ୍ଷ ଲକ୍ଷ ପିଲାଙ୍କୁ ସେହି ମାର୍ଗକୁ ନେଇଚାଲିଛନ୍ତି । ମୋ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ।
ଗୌରବ - ଧନ୍ୟବାଦ ସାର୍ । ମୁଁ ଆପଣଙ୍କ ପ୍ରତି କୃତଜ୍ଞତା ଜଣାଉଛି ଯେ, ଆପଣ ବୈଦିକ ଗଣିତକୁ ଏତେ ଗୁରୁତ୍ୱ ଦେଲେ ଓ କଥା ହେବାପାଇଁ ମୋତେ ବାଛିଲେ । ତେଣୁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ।
ମୋଦିଜୀ – ବହୁତ ବହୁତ ଧନ୍ୟବାଦ, ନମସ୍କାର ।
ଗୌରବ - ନମସ୍କାର ସାର ।
ବନ୍ଧୁଗଣ, ଗୌରବ ବାବୁ ବହୁତ ଭଲଭାବେ ବୁଝାଇଲେ ଯେ, ବୈଦିକ ଗଣିତ କେମିତି କଷ୍ଟ ଗଣିତକୁ ରୁଚିକର କରିପାରେ । କେବଳ ସେତିକି ନୁହେଁ, ବୈଦିକ ଗଣିତ ସାହାଯ୍ୟରେ ଆପଣ ବଡ଼ ବଡ଼ ବୈଜ୍ଞାନିକ ପ୍ରଶ୍ନକୁ ମଧ୍ୟ ସମାଧାନ କରିପାରିବେ । ମୁଁ ଚାହୁଁଛି, ସମସ୍ତ ଅଭିଭାବକ ନିଜ ପିଲାଙ୍କୁ ବୈଦିକ ଗଣିତ ନିଶ୍ଚୟ ଶିଖାନ୍ତୁ । ଏହାଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ତ ବଢ଼ିବ, ତା’ ସଙ୍ଗେ ସଙ୍ଗେ ତାଙ୍କ ମସ୍ତିଷ୍କର ବିଶ୍ଳେଷଣାତ୍ମକ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଆଉ ହଁ, ଗଣିତ ପ୍ରତି କିଛି ପିଲାଙ୍କର ଯେଉଁ ଭୟ ରହିଛି, ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦୂରହେବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆଜି ମ୍ୟୁଜିୟମଠାରୁ ଆରମ୍ଭ କରି ମ୍ୟାଥ୍ ପର୍ଯ୍ୟନ୍ତ ଅନେକ ଜ୍ଞାନବର୍ଦ୍ଧକ ବିଷୟଗୁଡ଼ିକ ଉପରେ ଆଲୋଚନା ହେଲା । ଏହି ସମସ୍ତ ବିଷୟ ଆପଣମାନଙ୍କ ପରାମର୍ଶରୁ ହିଁ ‘ମନ୍ କି ବାତ୍’ର ଅଂଶ ପାଲଟିଯାଏ । ଆପଣ ମୋତେ ଏହିଭଳି ଭାବେ ଆଗକୁ ମଧ୍ୟ ନିଜ ପରାମର୍ଶ ନମୋ ଆପ୍ ଏବଂ ମାଇ ଗଭ୍ ଜରିଆରେ ପଠାଇଚାଲନ୍ତୁ । ଆଗାମୀ ଦିନରେ ଦେଶରେ ଇଦ ପର୍ବ ମଧ୍ୟ ପାଳିତ ହେବାକୁ ଯାଉଛି । ମଇ ୩ ତାରିଖ ଦିନ ଅକ୍ଷୟ ତୃତୀୟା ଓ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ମଧ୍ୟ ପାଳିତ ହେବ । କିଛିଦିନ ପରେ ହିଁ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ପର୍ବ ମଧ୍ୟ ପାଳନ କରାଯିବ । ଏହି ସମସ୍ତ ପର୍ବ ସଂଯମ, ପବିତ୍ରତା, ଦାନ ଏବଂ ସୌହାର୍ଦ୍ଦର ପର୍ବ । ଆପଣ ସମସ୍ତଙ୍କୁ ଏହି ପର୍ବଗୁଡ଼ିକ ପାଇଁ ଆଗୁଆ ଶୁଭେଚ୍ଛା । ଏହି ପର୍ବଗୁଡ଼ିକୁ ଅତ୍ୟନ୍ତ ଆନନ୍ଦ ଓ ସୌହାର୍ଦ୍ଦର ସହ ପାଳନ କରନ୍ତୁ । ଏସବୁ ମଧ୍ୟରେ ଆପଣଙ୍କୁ କରୋନା ପ୍ରତି ମଧ୍ୟ ସତର୍କ ରହିବାକୁ ପଡ଼ିବ । ମାସ୍କ ପରିଧାନ, ନିୟମିତ ସମୟ ବ୍ୟବଧାନରେ ହାତକୁ ସଫା ରଖିବା, ରକ୍ଷା ପାଇଁ ଯାହାକିଛି ଉପାୟ ରହିଛି, ସେଗୁଡ଼ିକୁ ପାଳନ କରନ୍ତୁ । ଆସନ୍ତା ଥରେ ‘ମନ୍ କି ବାତ୍’ରେ ଆମେ ପୁଣିଥରେ ଏକାଠି ହେବା ଏବଂ ଆପଣମାନେ ପଠାଇଥିବା ଆଉ କିଛି ନୂଆ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା । ସେତେବେଳ ପର୍ଯ୍ୟନ୍ତ ବିଦାୟ ନେଉଛି । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଗତ ସପ୍ତାହରେ ଆମେ ଏଭଳି ଗୋଟିଏ ଉପଲବ୍ଧି ହାସଲ କଲୁ, ଯାହା ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଲା । ଆପଣ ଶୁଣିଥିବେ ଯେ, ଭାରତ ଗତ ସପ୍ତାହରେ ୪୦୦ ବିଲିୟନ୍, ଅର୍ଥାତ, ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି । ପ୍ରଥମ ଦୃଷ୍ଟିରେ ଏହା ଅର୍ଥନୀତି ସହ ଜଡ଼ିତ ଖବର ପରି ମନେହୁଏ, କିନ୍ତୁ ଏହା ଅର୍ଥନୀତିଠାରୁ ବଳି ଭାରତର ସାମର୍ଥ୍ୟ, ଭାରତର ଦକ୍ଷତା ସହ ଜଡ଼ିତ । ଏକଦା ଭାରତରୁ ରପ୍ତାନୀ କାରବାର ୧୦୦ ବିଲିୟନ, ଦେଢ଼ ଶହ ବିଲିୟନ ଆଉ ବେଳେବେଳେ ୨୦୦ ବିଲିୟନ ପର୍ଯ୍ୟନ୍ତ ହେଉଥିଲା । ଆଜି ଭାରତ ୪୦୦ ବିଲିୟନ ଡଲାର ଯାଏଁ ପହଂଚିଯାଇଛି । ଏହାର ଗୋଟିଏ ଅର୍ଥ ହେଲା ଯେ, ସାରା ବିଶ୍ୱରେ ଭାରତରେ ନିର୍ମିତ ଦ୍ରବ୍ୟଗୁଡ଼ିକର ଚାହିଦା ବଢ଼ିଚାଲିଛି । ଅନ୍ୟ ଅର୍ଥଟି ହେଲା, ଭାରତର ସପ୍ଲାଏ ଚେନ୍ ଦିନକୁ ଦିନ ଆହୁରି ସୁଦୃଢ଼ ହୋଇଚାଲିଛି ଏବଂ ଏହାର ଆଉ ଗୋଟିଏ ବହୁତ ବଡ଼ ବାର୍ତ୍ତା ମଧ୍ୟ ରହିଛି । ଦେଶ ସେତିକିବେଳ ବିରାଟ ପଦକ୍ଷେପ ଗ୍ରହଣ କରେ, ଯେତେବେଳେ ସଂକଳ୍ପ ସ୍ୱପ୍ନଠାରୁ ବିଶାଳ ହୋଇଥାଏ । ସେହି ସଂକଳ୍ପକୁ ନେଇ ଯେତେବେଳେ ରାତିଦିନ ନିଷ୍ଠାର ସହିତ ଉଦ୍ୟମ କରାଯାଇଥାଏ, ସେତେବେଳେ ସେହି ସଂକଳ୍ପ ସାକାର ମଧ୍ୟ ହୋଇଥାଏ । ଆପଣ ଲକ୍ଷ୍ୟ କରିଥିବେ ଯେ ବ୍ୟକ୍ତିର ଜୀବନରେ ମଧ୍ୟ ଏହାହିଁ ଘଟିଥାଏ । ଯଦି ଜଣକର ସଂକଳ୍ପ, ତା’ର ପ୍ରଚେଷ୍ଟା, ତା’ର ସ୍ୱପ୍ନ ଠାରୁ ବି ବଡ଼ ହୋଇଯାଏ, ତାହେଲେ ସଫଳତା ସ୍ୱୟଂ ତା’ ପାଖକୁ ଚାଲିଆସେ ।
ବନ୍ଧୁଗଣ, ଦେଶର କୋଣ-ଅନୁକୋଣରୁ ନୂଆ ନୂଆ ଉତ୍ପାଦ ବିଦେଶକୁ ରପ୍ତାନୀ ହେଉଛି । ଆସାମର ହଇଲାକାଣ୍ଡିର ଚମଡ଼ା ନିର୍ମିତ ବସ୍ତୁଗୁଡ଼ିକ ହେଉ କି ଉସ୍ମାନାବାଦର ହସ୍ତତନ୍ତ ସାମଗ୍ରୀ, ବିଜାପୁରର ଫଳ ଓ ପନିପରିବା ହେଉ ବା ଚାନ୍ଦୋଲିର କଳା ଚାଉଳ – ଏସବୁର ରପ୍ତାନୀ ବୃଦ୍ଧି ପାଇଚାଲିଛି । ଏବେ ଆପଣଙ୍କୁ ଲଦ୍ଦାଖର ବିଶ୍ୱପ୍ରସିଦ୍ଧ ଆପ୍ରିକଟ୍ ଦୁବାଇରେ ବି ମିଳିବ, ଆଉ ସାଉଦି ଆରବରେ ତାମିଲନାଡ଼ୁରୁ ପଠାଯାଇଥିବା କଦଳୀ ମିଳିବ । ଏବେ ସବୁଠାରୁ ବଡ଼ କଥା ହେଲା ଯେ, ନୂଆ ନୂଆ ଦ୍ରବ୍ୟ ନୂଆ ନୂଆ ଦେଶମାନଙ୍କୁ ପଠାଯାଉଛି । ଯେମିତିକି ହିମାଚଳ, ଉତ୍ତରାଖଣ୍ଡରେ ମିଲେଟ୍ ପ୍ରଥମ ପର୍ଯ୍ୟାୟରେ ଡେନମାର୍କକୁ ରପ୍ତାନୀ କରାଯାଇଛି । ଆନ୍ଧ୍ରପ୍ରଦେଶର କୃଷ୍ଣା ଓ ଚିତୁର ଜିଲ୍ଲାର ବାଇଗଣପଲି ଓ ସୁବର୍ଣ୍ଣରେଖା ଆମ୍ବ ଦକ୍ଷିଣ କୋରିଆକୁ ରପ୍ତାନୀ କରାଯାଇଛି । ତ୍ରିପୁରାରୁ ତାଜା ପଣସ, ବାୟୁମାର୍ଗରେ ଲଣ୍ଡନ ରପ୍ତାନୀ କରାଯାଇଛି । ଏସବୁକୁ ଛାଡ଼ିଦେଲେ ନାଗାଲାଣ୍ଡର ରାଜାଲଙ୍କା ମଧ୍ୟ ଲଣ୍ଡନ ପଠାଯାଇଛି । ସେହିଭଳି ଭାଲିଆ ଗହମର ପ୍ରଥମ ଖେପ ଗୁଜରାଟରୁ କେନିଆ ଓ ଶ୍ରୀଲଙ୍କା ରପ୍ତାନୀ କରାଯାଇଛି । ମାନେ ଏବେ ଆପଣ ଅନ୍ୟ ଦେଶମାନଙ୍କୁ ଗଲେ, ଏବେ ସେଠାରେ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ ପୂର୍ବାପେକ୍ଷା ବହୁଳ ମାତ୍ରାରେ ଦେଖାଯିବ ।
ବନ୍ଧୁଗଣ, ଏହି ସୂଚୀ ବହୁତ ଲମ୍ବା, ଆଉ ଏ ସୂଚୀ ଯେତେ ଲମ୍ବା, ସେତିକି ବଳଶାଳୀ ହେଉଛି ମେକ୍ ଇନ୍ ଇଣ୍ଡିଆର ଶକ୍ତି । ସେତିକି ବିଶାଳ ହେଉଛି ଭାରତର ସାମର୍ଥ୍ୟ, ଆଉ ସାମର୍ଥ୍ୟର ଆଧାର ହେଉଛନ୍ତି ଆମ ଚାଷୀ, ଆମ କାରିଗର, ଆମ ବୁଣାଳୀ, ଆମ ଇଞ୍ଜିନିୟର, ଆମ କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀ, ଆମ ଏମ୍.ଏସ୍.ଏମ୍.ଇ ସେକ୍ଟର, ଭିନ୍ନ ଭିନ୍ନ ବୃତ୍ତିଧାରୀ ଅନେକ ଲୋକ, ଏମାନେ ହିଁ ହେଉଛନ୍ତି ଏହା ପଛରେ ରହିଥିବା ପ୍ରକୃତ ଶକ୍ତି । ଏମାନଙ୍କ ପରିଶ୍ରମ ଯୋଗୁଁ ହିଁ ୪୦୦ ବିଲିୟନ ଡଲାରର ରପ୍ତାନୀ ଲକ୍ଷ୍ୟ ହାସଲ ହୋଇପାରିଛି । ଭାରତର ଲୋକଙ୍କ ଏହି ସାମର୍ଥ୍ୟ, ବିଶ୍ୱର କୋଣ ଅନୁକୋଣର ନୂଆ ନୂଆ ବଜାରକୁ ଏହା ପହଂଚିପାରୁଥିବାରୁ ମୋତେ ଖୁସି ଲାଗୁଛି । ଯେତେବେଳେ ଜଣେ ଜଣେ ଭାରତବାସୀ ଲୋକାଲ୍ ପାଇଁ ଭୋକାଲ୍ ହୁଅନ୍ତି, ସେତେବେଳେ ଲୋକାଲକୁ ଗ୍ଲୋବାଲ୍ ହେବାରେ ସମୟ ଲାଗେନି । ଆସନ୍ତୁ, ଲୋକାଲକୁ ଗ୍ଲୋବାଲ କରିବା ଏବଂ ଆମ ଉତ୍ପାଦନର ଗରିମାକୁ ଆହୁରି ବୃଦ୍ଧି କରିବା ।
ବନ୍ଧୁଗଣ, ‘ମନ କି ବାତ୍’ର ଶ୍ରୋତାମାନେ ଏକଥା ଜାଣି ଖୁସି ହେବେ ଯେ, ଘରୋଇ ସ୍ତରରେ ମଧ୍ୟ ଆମର କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀମାନଙ୍କ ସଫଳତା ଆମକୁ ଗର୍ବରେ ଭରିଦେବ । ଆଜି ଆମ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀମାନେ ସରକାରୀ କ୍ରୟରେ ଗଭର୍ମେଣ୍ଟ ଇ-ମାର୍କେଟ୍ ପ୍ଲେସ୍ ବା ଜିଇଏମ୍ ମାଧ୍ୟମରେ ଗୋଟିଏ ବଡ଼ ଭୂମିକା ନିର୍ବାହ କରୁଛନ୍ତି । ଟେକ୍ନୋଲୋଜି ଦ୍ୱାରା ଗୋଟିଏ ଖୁବ୍ ସ୍ୱଚ୍ଛ ପ୍ରଣାଳୀ ବିକଶିତ କରାଯାଇଛି । ଗତ ଏକବର୍ଷ ମଧ୍ୟରେ ଜିଇଏମ୍ ପୋର୍ଟାଲ ମାଧ୍ୟମରେ ସରକାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକର ଜିନିଷ କ୍ରୟ କରିଛନ୍ତି । ଦେଶର କୋଣ ଅନୁକୋଣରୁ ପ୍ରାୟଃ ଏକ ଲକ୍ଷ ପଚିଶ ହଜାର ଲଘୁ ଶିଳ୍ପ ଉଦ୍ୟୋଗୀ, ଛୋଟ ବ୍ୟବସାୟୀ ନିଜ ନିଜ ଦ୍ରବ୍ୟ ସିଧାସଳଖ ସରକାରଙ୍କୁ ବିକ୍ରି କରିଛନ୍ତି । ଦିନ ଥିଲା, ଯେତେବେଳେ କେବଳ ବଡ଼ କମ୍ପାନୀମାନେ ହିଁ ସରକାରଙ୍କୁ ଦ୍ରବ୍ୟ ବିକ୍ରି କରିପାରୁଥିଲେ । କିନ୍ତୁ ଏବେ ଦେଶ ବଦଳୁଛି, ପୁରୁଣା ପ୍ରଣାଳୀ ମଧ୍ୟ ଏବେ ବଦଳୁଛି । ଏବେ କ୍ଷୁଦ୍ରାତିକ୍ଷୁଦ୍ର ବ୍ୟବସାୟୀ ମଧ୍ୟ ଜିଇଏମ୍ ପୋର୍ଟାଲରେ ସରକାରଙ୍କୁ ନିଜ ଦ୍ରବ୍ୟ ବିକ୍ରି କରିପାରିବେ - ଏହାହିଁ ତ ନୂଆ ଭାରତ । ଏହା କେବଳ ଯେ ବଡ଼ ସ୍ୱପ୍ନ ଦେଖାଏ ତାହା ନୁହେଁ, ବରଂ ସେହି ଲକ୍ଷ୍ୟ ଯାଏ ପହଂଚିବାର ସାହସ ମଧ୍ୟ ଦେଖାଏ, ଯେଉଁଠି ଆଗରୁ କେହି ପହଂଚିନାହାନ୍ତି । ଏହି ସାହସକୁ ଭରସା କରି ଆମେ ସମସ୍ତେ ଭାରତୀୟ ମିଶି ଆତ୍ମନିର୍ଭର ଭାରତର ସ୍ୱପ୍ନ ମଧ୍ୟ ନିଶ୍ଚୟ ପୂରଣ କରିବା ।
ମୋର ପ୍ରିୟ ଦେଶବାସୀଗଣ, ନିକଟ ଅତୀତରେ ଅନୁଷ୍ଠିତ ପଦ୍ମ ସମ୍ମାନ ପ୍ରଦାନ ଉତ୍ସବରେ ଆପଣମାନେ ବାବା ଶିବାନନ୍ଦଙ୍କୁ ନିଶ୍ଚୟ ଦେଖିଥିବେ । ୧୨୬ ବର୍ଷ ବୟସର ସେହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଶରୀରର ସ୍ଫୁର୍ତୀ ଦେଖିଲେ ମୋ ଭଳି ଯେ କେହି ବି ଆଶ୍ଚର୍ଯ୍ୟଚକିତ ହୋଇଥିବେ । ମୁଁ ଲକ୍ଷ୍ୟ କଲି ଯେ ଆଖି ପିଛୁଳାକେ ସେ ନନ୍ଦୀ ମୁଦ୍ରାରେ ପ୍ରଣାମ କଲେ । ମୁଁ ମଧ୍ୟ ବାବା ଶିବାନନ୍ଦଙ୍କୁ ନତମସ୍ତକ ହୋଇ ବାରମ୍ବାର ପ୍ରଣାମ କଲି । ୧୨୬ ବର୍ଷର ଆୟୁ ଏବଂ ତାଙ୍କର ଫିଟନେସ ଉଭୟ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ । ସାମାଜିକ ଗଣମାଧ୍ୟମରେ ମୁଁ ଅନେକ ଲୋକଙ୍କ ମତାମତ ଦେଖିଲି ଯେ, ବାବା ଶିବାନନ୍ଦଙ୍କ ବୟସର ଚାରିଭାଗରୁ କମ୍ ବୟସ୍କଙ୍କ ଅପେକ୍ଷା ସେ ଅଧିକ ଫିଟ୍ । ପ୍ରକୃତରେ, ବାବା ଶିବାନନ୍ଦଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ମୁଁ ତାଙ୍କ ଦୀର୍ଘ ଜୀବନର କାମନା କରୁଛି । ତାଙ୍କଠାରେ ଯୋଗ ପ୍ରତି ଗୋଟିଏ ଅନୁରକ୍ତି ରହିଛି ଏବଂ ସେ ଖୁବ୍ ସ୍ୱାସ୍ଥ୍ୟପ୍ରଦ ଜୀବନଶୈଳୀ ଆପଣାଇଛନ୍ତି ।
ଜୀବେମ ଶରଦଃ ଶତମ୍ ।
ଆମ ସଂସ୍କୃତିରେ ସମସ୍ତଙ୍କୁ ଶହେ ବର୍ଷର ସୁସ୍ଥ ଜୀବନ ପାଇଁ ଶୁଭେଚ୍ଛା ଦିଆଯାଇଥାଏ । ଏପ୍ରିଲ ୭ ତାରିଖ ଦିନ ଆମେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରିବା । ଆଜି ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟକୁ ନେଇ ଭାରତୀୟ ଚିନ୍ତନ - ଯୋଗ ଏବଂ ଆୟୁର୍ବେଦ ପ୍ରତି ଆକର୍ଷଣ ବୃଦ୍ଧି ପାଇଚାଲିଛି । ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଗତ ସପ୍ତାହରେ ହିଁ, କାତାରଠାରେ ଗୋଟିଏ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେଥିରେ ୧୧୪ଟି ଦେଶର ନାଗରିକମାନେ ଅଂଶଗ୍ରହଣ କରି ଗୋଟିଏ ନୂତନ ବିଶ୍ୱରେକର୍ଡ଼ ପ୍ରତିଷ୍ଠା କରିଦେଲେ । ସେହିଭଳି ଆୟୁଷ ଶିଳ୍ପର ବଜାର ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି । ୬ ବର୍ଷ ପୂର୍ବେ ଆୟୁର୍ବେଦ ସହିତ ଜଡ଼ିତ ଔଷଧଗୁଡ଼ିକର ବଜାର ୨୨ ହଜାର କୋଟି ଟଙ୍କା ପାଖାପାଖି ଥିଲା । ଆଜି ଆୟୁଷ ନିର୍ମାଣ ଶିଳ୍ପ ପ୍ରାୟଃ ଏକ ଲକ୍ଷ ଚାଳିଶ ହଜାର କୋଟି ଟଙ୍କା ଯାଏ ବୃଦ୍ଧି ପାଇସାରିଲାଣି । ଅର୍ଥାତ୍ ଏହି କ୍ଷେତ୍ରରେ ସମ୍ଭାବନା କ୍ରମାଗତ ଭାବେ ବଢ଼ିଚାଲିଛି । ଷ୍ଟାର୍ଟ ଅପ୍ ଦୁନିଆରେ ମଧ୍ୟ ଆୟୁଷ ଆକର୍ଷଣର ବିଷୟ ପାଲଟିଗଲାଣି ।
ବନ୍ଧୁଗଣ, ସ୍ୱାସ୍ଥ୍ୟକ୍ଷେତ୍ରର ଅନ୍ୟ ଷ୍ଟାର୍ଟ-ଅପଗୁଡ଼ିକ ବିଷୟରେ ତ ମୁଁ ଆଗରୁ ମଧ୍ୟ ଅନେକ ଥର କହିସାରିଛି, କିନ୍ତୁ ଏଥର ଆୟୁଷ ଷ୍ଟାର୍ଟ-ଅପ୍ ଉପରେ ଆପଣଙ୍କ ସହିତ ବିଶେଷ ଭାବେ କଥା ହେବି । ଗୋଟିଏ ଷ୍ଟାର୍ଟ-ଅପ୍ ଅଛି, ଯାହାର ନାଁ ହେଉଛି କପିୱା । ଏହାର ନାଁ ରେ ହିଁ ଲୁଚି ରହିଛି ଏହାର ଅର୍ଥ । ଏଥିରେ କ’ ର ଅର୍ଥ ହେଉଛି କଫ, ପି’ ର ଅର୍ଥ ପିତ ଓ ବା’ ହେଉଛି ବାତ । ଏହି ଷ୍ଟାର୍ଟ-ଅପ୍ ଆମ ପରମ୍ପରା ଅନୁସାରେ ସୁସ୍ଥ ଖାଦ୍ୟାଭ୍ୟାସ ଉପରେ ଆଧାରିତ । ଆଉ ଗୋଟିଏ ଷ୍ଟାର୍ଟ-ଅପ୍ ହେଉଛି ନିରୋଗ ଷ୍ଟି୍ରଟ୍ ଯାହା ଆୟୁର୍ବେଦୀୟ ହେଲଥକେୟାର ଇକୋସିଷ୍ଟମର ଗୋଟିଏ ଅନନ୍ୟ ଚିନ୍ତାଧାରା । ପ୍ରଯୁକ୍ତିବିଦ୍ୟା ଆଧାରିତ ଏହି ମଂଚ ସାରା ବିଶ୍ୱର ଆୟୁର୍ବେଦ ଚିକିତ୍ସକଙ୍କୁ ସିଧାସଳଖ ଭାବେ ଲୋକଙ୍କ ସହିତ ଯୋଡ଼ିପାରୁଛି । ୫୦ ହଜାରରୁ ଅଧିକ ଚିକିତ୍ସକ ଏହା ସହ ଜଡ଼ିତ । ଏହିପରି ଆତ୍ରେୟ ଇନ୍ନୋଭେସନ୍ସ ହେଉଛି ଗୋଟିଏ ହେଲଥକେୟାର ଟେକ୍ନୋଲଜି ଷ୍ଟାର୍ଟ-ଅପ୍ ଯାହା ସାମଗ୍ରିକ ଉତ୍ତମ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ । ଇକ୍ଜୋରିୟଲ କେବଳ ଯେ ଅଶ୍ୱଗନ୍ଧାର ବ୍ୟବହାର ସମ୍ପର୍କରେ ସଚେତନତାକୁ ବ୍ୟାପକ କରିଛି ତାହା ନୁହେଁ, ବରଂ ଉତ୍ତମ ଗୁଣର ଉତ୍ପାଦନ ପ୍ରକ୍ରିୟା ଉପରେ ମଧ୍ୟ ବହୁ ପରିମାଣରେ ବିନିଯୋଗ କରିଛି । କ୍ୟୋରବେଦ ଚେରମୂଳି ଉପରେ ଆଧୁନିକ ଗବେଷଣା ଓ ପାରମ୍ପରିକ ଜ୍ଞାନର ସଂଗମରୁ ହୋଲିଷ୍ଟିକ ଲାଇଫ୍ ପାଇଁ ଡାଏଟାରୀ ସପ୍ଲିମେଣ୍ଟ ତିଆରି କରିଛି ।
ବନ୍ଧୁଗଣ, ମୁଁ ମାତ୍ର ଅଳ୍ପ କିଛି ନାଁ ଧରିଛି । ଏହି ସୂଚୀ ବହୁତ ଲମ୍ବା । ଏହା ଭାରତର ଯୁବ ଉଦ୍ୟୋଗୀ ଏବଂ ଭାରତରେ ସୃଷ୍ଟି ହେଉଥିବା ନୂତନ ସମ୍ଭାବନାର ପ୍ରତୀକ । ସ୍ୱାସ୍ଥ୍ୟକ୍ଷେତ୍ରର ଷ୍ଟାର୍ଟ-ଅପ୍ ଏବଂ ବିଶେଷକରି ଆୟୁଷ ଷ୍ଟାର୍ଟ-ଅପମାନଙ୍କୁ ମୋର ବିଶେଷ ଅନୁରୋଧ ରହିଛି ଯେ, ଅନଲାଇନରେ ଆପଣ ଯେଉଁ ପୋର୍ଟାଲ ବିକଶିତ କରୁଛନ୍ତି, ଯାହା କିଛି କଂଟେଂଟ ପ୍ରସ୍ତୁତ କରୁଛନ୍ତି, ତାହାକୁ ମିଳିତ ଜାତିସଂଘ ଦ୍ୱାରା ମାନ୍ୟତା ଦିଆଯାଇଥିବା ସମସ୍ତ ଭାଷାରେ ତିଆରି କରିବାକୁ ଚେଷ୍ଟା କରନ୍ତୁ । ବିଶ୍ୱରେ ଏଭଳି ଅନେକ ଦେଶ ରହିଛି, ଯେଉଁଠି ଇଂରାଜୀକୁ ଲୋକ କମ୍ ବୁଝନ୍ତି ଓ କମ୍ ବ୍ୟବହାର କରନ୍ତି । ଏଭଳି ଦେଶଗୁଡ଼ିକୁ ମଧ୍ୟ ଆଖି ଆଗରେ ରଖି ନିଜ ସୂଚନାର ପ୍ରଚାର କରନ୍ତୁ । ଭାରତର ଆୟୁଷ ଷ୍ଟାର୍ଟ-ଅପ୍ ଉତ୍ତମ ଗୁଣମାନର ଉତ୍ପାଦନ ସହିତ ସାରା ବିଶ୍ୱ ଉପରେ ଖୁବ କମ୍ ସମୟରେ ଆଧିପତ୍ୟ ବିସ୍ତାର କରିନେବ ବୋଲି ମୋର ବିଶ୍ୱାସ ।
ବନ୍ଧୁଗଣ, ସ୍ୱାସ୍ଥ୍ୟର ସମ୍ପର୍କ ସିଧାସଳଖ ଭାବେ ସ୍ୱଚ୍ଛତା ସହିତ ମଧ୍ୟ ଜଡ଼ିତ । ‘ମନ୍ କି ବାତ୍’ରେ ମୁଁ ସବୁବେଳେ ସ୍ୱଚ୍ଛତା ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କର ପ୍ରଚେଷ୍ଟା କଥା ନିଶ୍ଚୟ କହିଥାଏ । ଏହିଭଳି ଜଣେ ସ୍ୱଚ୍ଛାଗ୍ରହୀ ହେଲେ ଚନ୍ଦ୍ରକିଶୋର ପାଟିଲ୍ । ସେ ମହାରାଷ୍ଟ୍ରର ନାସିକଠାରେ ରହନ୍ତି । ସ୍ୱଚ୍ଛତାକୁ ନେଇ ଚନ୍ଦ୍ରକିଶୋରଙ୍କ ସଂକଳ୍ପ ବହୁତ ବଡ଼ । ସେ ଗୋଦାବରୀ ନଦୀ ପାଖରେ ଠିଆ ହୁଅନ୍ତି ଏବଂ ଅନବରତ ଭାବେ ଲୋକମାନଙ୍କୁ ନଦୀରେ ଅଳିଆ ଆବର୍ଜନା ନ ପକାଇବା ପାଇଁ ପ୍ରେରିତ କରନ୍ତି । କେହି ତାଙ୍କୁ ସେଭଳି କାର୍ଯ୍ୟ କରୁଥିବା ଦୃଷ୍ଟିଗୋଚର ହେଲେ ସେ ତୁରନ୍ତ ତାକୁ ମନା କରନ୍ତି । ଏହି କାମରେ ଚନ୍ଦ୍ରକିଶୋର ନିଜର ବହୁତ ସମୟ ଖର୍ଚ୍ଚ କରନ୍ତି । ସନ୍ଧ୍ୟା ସୁଦ୍ଧା ତାଙ୍କ ପାଖରେ ଏଭଳି ପଦାର୍ଥଗୁଡ଼ିକ ଗଦା ହୋଇଯାଏ, ଯାହାସବୁ ଲୋକେ ନଦୀରେ ପକାଇବାକୁ ଆଣିଥାନ୍ତି । ଚନ୍ଦ୍ରକିଶୋରଙ୍କ ଏହି ପ୍ରଚେଷ୍ଟା ସଚେତନତା ସୃଷ୍ଟି କରିବା ସହ ପ୍ରେରଣା ମଧ୍ୟ ଯୋଗାଉଛି । ଏହିଭଳି ଆଉ ଜଣେ ସ୍ୱଚ୍ଛାଗ୍ରହୀ ହେଲେ ଓଡ଼ିଶାର ପୁରୀ ନିବାସୀ ରାହୁଲ ମହାରଣା । ରାହୁଲ ପ୍ରତି ରବିବାର ସକାଳୁ ସକାଳୁ ପୁରୀରେ ତୀର୍ଥ ସ୍ଥଳଗୁଡ଼ିକୁ ଯାଆନ୍ତି ଓ ସେଠାରେ ପଡ଼ିଥିବା ପ୍ଲାଷ୍ଟିକ ଆବର୍ଜନାଗୁଡ଼ିକୁ ସଫା କରିଥାନ୍ତି । ଏଯାବତ୍ ସେ ଶହ ଶହ କିଲୋ ପ୍ଲାଷ୍ଟିକ ଆବର୍ଜନା ସଫା କରିସାରିଲେଣି । ପୁରୀର ରାହୁଲ ହୁଅନ୍ତୁ ବା ନାସିକର ଚନ୍ଦ୍ରକିଶୋର, ଏମାନେ ଆମ ସମସ୍ତଙ୍କୁ ବହୁତ କିଛି ଶିଖାଉଛନ୍ତି । ନାଗରିକ ହିସାବରେ ଆମେ ଆମ କର୍ତ୍ତବ୍ୟ ପାଳନ କରିବା, ସ୍ୱଚ୍ଛତାକୁ ନେଇ ହେଉ, ପୋଷଣକୁ ନେଇ ହେଉ, ବା ଟିକାକରଣ ସମ୍ପର୍କରେ ହେଉ, ଏହି ସମସ୍ତ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ସୁସ୍ଥ ରହିବାରେ ସହାୟତା ମିଳିଥାଏ ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତୁ କେରଳର ମୁପଟ୍ଟମ ଶ୍ରୀ ନାରାୟଣନଙ୍କ ସମ୍ପର୍କରେ କଥା ହେବା । ସେ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଯାହାର ନାମ ‘ପଟ୍ସ ଫର୍ ୱାଟର ଅଫ୍ ଲାଇଫ୍’ । ଆପଣ ଯେତେବେଳେ ଏହି ପ୍ରକଳ୍ପ ସମ୍ପର୍କରେ ଜାଣିବେ, ତେବେ ଭାବିବେ ଯେ କି ଚମତ୍କାର କାର୍ଯ୍ୟ ସେ କରିଛନ୍ତି ।
ବନ୍ଧୁଗଣ, ମୁପଟ୍ଟମ ଶ୍ରୀ ନାରାୟଣନ, ଖରାଦିନେ ପଶୁପକ୍ଷୀଙ୍କୁ ଯେପରି ପାଣିର ସମସ୍ୟା ନ ହୁଏ, ସେଥିପାଇଁ ମାଟିପାତ୍ର ବାଣ୍ଟିବାର ଅଭିଯାନ ଚଳାଇଛନ୍ତି । ଗରମରେ ସେ ପଶୁପକ୍ଷୀଙ୍କ ଏହି ସମସ୍ୟାକୁ ଦେଖି ନିଜେ ବି ବିବ୍ରତ ହୋଇଉଠୁଥିଲେ । ପୁଣି ସେ ଭାବିଲେ ଯେ ସେ ନିଜେ କାହିଁକି ମାଟିପାତ୍ର ନ ବାଣ୍ଟିବେ, ଯେପରିକି ଅନ୍ୟମାନଙ୍କ ପାଖରେ କେବଳ ସେହି ପାତ୍ରରେ ପାଣି ଭରିବାର କାମ ରହିବ । ଆପଣ ଆଶ୍ଚର୍ଯ୍ୟ ହେବେ ଯେ ନାରାୟଣନଙ୍କ ଦ୍ୱାରା ବଣ୍ଟାଯାଇଥିବା ପାତ୍ରର ସଂଖ୍ୟା ଏକ ଲକ୍ଷରୁ ଅଧିକ ହେବାକୁ ଯାଉଛି । ନିଜ ଅଭିଯାନରେ ସେ ଲକ୍ଷେତମ ପାତ୍ର ଗାନ୍ଧିଜୀଙ୍କ ଦ୍ୱାରା ସ୍ଥାପିତ ସାବରମତୀ ଆଶ୍ରମକୁ ଦାନ କରିବେ । ଆଜି ଯେତେବେଳେ ଗ୍ରୀଷ୍ମଋତୁ ଆରମ୍ଭ ହୋଇଯାଇଛି, ନାରାୟଣନଙ୍କ ଏହି କାମ ଆମ ସମସ୍ତଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ଏବଂ ଆମେ ମଧ୍ୟ ଏହି ଖରାଦିନେ ଆମର ପଶୁପକ୍ଷୀ ବନ୍ଧୁଙ୍କ ପାଇଁ ପାଣିର ବ୍ୟବସ୍ଥା କରିବା ।
ବନ୍ଧୁଗଣ, ମୁଁ ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କୁ କହିବାକୁ ଚାହୁଁଛି ଯେ ଆମେ ନିଜର ସଙ୍କଳ୍ପକୁ ପୁଣିଥରେ ଦୋହରାଇବା । ପାଣିର ଗୋଟିଏ ଗୋଟିଏ ବୁନ୍ଦା ବଂଚାଇବା ପାଇଁ ଆମକୁ ଯାହା ବି କରିବାକୁ ପଡ଼ିବ, ତାହା ନିଶ୍ଚିତ ଭାବେ ଆମେ କରିବା ଉଚିତ । ଏହାଛଡ଼ା ପାଣିର ରିସାଇକ୍ଲିଂ ଉପରେ ମଧ୍ୟ ଆମେ ସେତିକି ହିଁ ଗୁରୁତ୍ୱ ଦେବା । ଘରେ ବ୍ୟବହାର କରାଯାଉଥିବା ପାଣି ଯାହାକି ମାଟିପାତ୍ରରେ କାମ ଆସିପାରେ, ବଗିଚା କାମରେ ବ୍ୟବହାର କରାଯାଇପାରେ, ତାକୁ ନିଶ୍ଚିତ ଭାବେ ପୁଣିଥରେ ବ୍ୟବହାର କରାଯିବା ଆବଶ୍ୟକ । ସାମାନ୍ୟ ପ୍ରୟାସ କଲେ ଆପଣ ନିଜ ଘରେ ଏପରି ବ୍ୟବସ୍ଥା ତିଆରି କରିପାରିବେ । କେଇ ଶତାବ୍ଦୀ ତଳେ ରହିମଦାସ କିଛି ଉଦ୍ଦେଶ୍ୟ ନେଇ କହିଯାଇଛନ୍ତି ଯେ ‘ରହିମନ ପାନି ରଖିଏ, ବିନ୍ ପାନି ସବ୍ ସୁନ୍’ ଏବଂ ପାଣି ବଂଚାଇବାର ଏହି କାମରେ ପିଲାମାନଙ୍କଠାରୁ ମୁଁ ବହୁତ ଆଶା ରଖିଛି । ସ୍ୱଚ୍ଛତାକୁ ଯେପରି ଆମର ପିଲାଏ ଆନ୍ଦୋଳନରେ ପରିଣତ କରିଛନ୍ତି, ସେହିପରି ସେମାନେ ‘ଜଳଯୋଦ୍ଧା’ ହୋଇ ପାଣି ବଂଚାଇବାରେ ସାହାଯ୍ୟ କରିପାରିବେ ।
ବନ୍ଧୁଗଣ, ଆମ ଦେଶରେ ଜଳ ସଂରକ୍ଷଣ, ଜଳସ୍ରୋତର ସୁରକ୍ଷା କେଉଁ ଯୁଗରୁ ସମାଜ ସ୍ୱଭାବର ଅଂଗ ହୋଇ ରହିଛି । ମତେ ଖୁସି ଲାଗୁଛି ଯେ ଦେଶର ବହୁତ ଲୋକ ଜଳ ସଂରକ୍ଷଣକୁ ନିଜ ଜୀବନର ଏକ ମିଶନରେ ପରିଣତ କରିଦେଇଛନ୍ତି । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ଚେନ୍ନାଇର ଅରୁଣ କୃଷ୍ଣମୂର୍ତ୍ତି । ଅରୁଣ ନିଜ ଅଂଚଳର ପୋଖରୀ ଓ ହ୍ରଦକୁ ସଫା କରିବା ଅଭିଯାନ ଚଳାଇଛନ୍ତି । ସେ ୧୫୦ରୁ ଅଧିକ ପୋଖରୀ-ହ୍ରଦକୁ ସଫାସୁତୁରା କରିବାର ଦାୟିତ୍ୱ ନେଇ ସଫଳତାର ସହ ତାକୁ ପୂର୍ଣ୍ଣ କରିଛନ୍ତି । ସେହିପରି ମହାରାଷ୍ଟ୍ରର ଜଣେ ସାଥୀ ହେଉଛନ୍ତି ରୋହନ କାଲେ । ରୋହନ ପେସାରେ ଜଣେ ଏଚ୍ଆର୍ ପ୍ରଫେସନାଲ୍ । ସେ ମହାରାଷ୍ଟ୍ରର ଶହ ଶହ ଷ୍ଟେପୱେଲ୍ ଅର୍ଥାତ ପାହାଚ ଥିବା ପୁରୁଣା କୂଅର ସଂରକ୍ଷଣ ପାଇଁ ଅଭିଯାନ ଚଳାଇଛନ୍ତି । ଏଥିମଧ୍ୟରୁ କେତେକ କୂଅ ତ ଶହ ଶହ ବର୍ଷ ପୁରୁଣା ଏବଂ ଆମ ଐତିହ୍ୟର ଅଂଗ । ସିକନ୍ଦରାବାଦର ‘ବଂଶୀଲାଲ-ପେଟ୍ କୂଅ’ ଏହିପରି ଏକ ପାହାଚ ଥିବା କୂଅ । ବର୍ଷବର୍ଷ ଧରି ଉପେକ୍ଷା କାରଣରୁ ଏହି ପାହାଚଥିବା କୂଅ ମାଟି ଓ ଆବର୍ଜନାରେ ପୋତି ହୋଇପଡ଼ିଥିଲା । କିନ୍ତୁ ଏବେ ସେଠାରେ ଏହି ପାହାଚଥିବା କୂଅକୁ ପୁନର୍ଜୀବିତ କରିବାର ଅଭିଯାନ ଜନଭାଗୀଦାରିତାରେ ଆରମ୍ଭ ହୋଇଛି ।
ବନ୍ଧୁଗଣ, ମୁଁ ତ ସେହି ରାଜ୍ୟରୁ ଆସିଛି ଯେଉଁଠି ପାଣିର ଅଭାବ ସବୁବେଳେ ରହିଥାଏ । ଗୁଜରାତରେ ଏହି ଷ୍ଟେପୱେଲସ୍ ବା ପାହାଚଥିବା କୂଅକୁ ୱାଓ କହନ୍ତି । ଗୁଜରାତ ଭଳି ରାଜ୍ୟରେ ୱାଓର ବଡ଼ ଭୂମିକା ରହିଆସିଛି । ଏହି କୂଅ ବା ୱାଓଗୁଡିକର ସଂରକ୍ଷଣ ପାଇଁ ‘ଜଳ ମନ୍ଦିର ଯୋଜନା’ ବହୁତ ବଡ଼ ଭୂମିକା ତୁଲାଇଛି । ସମଗ୍ର ଗୁଜରାତରେ ଅନେକ ୱାଓକୁ ପୁନର୍ଜୀବିତ କରାଯାଇଛି । ଏହାଦ୍ୱାରା ଏହି ଅଂଚଳରେ ଜଳସ୍ତରକୁ ବଢ଼ାଇବାରେ ମଧ୍ୟ ବହୁତ ସହାୟତା ମିଳିଛି । ଏପରି ଅଭିଯାନକୁ ଆପଣ ମଧ୍ୟ ସ୍ଥାନୀୟ ସ୍ତରରେ ଚଳାଇପାରିବେ । ଚେକ୍ଡ୍ୟାମ୍ ନିର୍ମାଣ ହେଉ, ରେନ୍ ୱାଟର ହାର୍ଭେଷ୍ଟିଂ ହେଉ, ଏସବୁଥିରେ ବ୍ୟକ୍ତିଗତ ପ୍ରୟାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ସାମୂହିକ ପ୍ରଚେଷ୍ଟା ମଧ୍ୟ ଜରୁରୀ । ଯେପରିକି ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମ ଦେଶର ପ୍ରତି ଜିଲାରେ ଅନ୍ତତଃ ୭୫ଟି ସରୋବର ତିଆରି କରାଯାଇପାରିବ । କେତେକ ପୁରୁଣା ସରୋବରକୁ ପୁନର୍ଜୀବିତ କରାଯାଇପାରିବ, କେତେକ ନୂଆ ସରୋବର ତିଆରି କରାଯାଇପାରିବ । ମୋର ବିଶ୍ୱାସ ଯେ ଆପଣମାନେ ଏ ଦିଗରେ ନିଶ୍ଚୟ କିଛି ନା କିଛି ପ୍ରୟାସ କରିବେ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ର ଆଉ ଏକ ସୁନ୍ଦର କଥା ହେଉଛି ବହୁତ ଭାଷାରେ ଏବଂ ଉପଭାଷାରେ ମୋ ପାଖକୁ ବାର୍ତ୍ତାମାନ ଆସିଥାଏ । କେତେକ ଲୋକ ମାଇଁଗଭରେ ଅଡିଓ ମେସେଜ୍ ମଧ୍ୟ ପଠାନ୍ତି । ଭାରତର ସଂସ୍କୃତି, ଆମର ଭାଷା, ଆମର ଉପଭାଷା, ଆମର ଚାଲିଚଳଣ, ଖାଦ୍ୟପେୟର ବିସ୍ତାର, ଏସବୁ ବିବିଧତା ଆମର ବହୁତ ବଡ଼ ଶକ୍ତି । ପୂର୍ବରୁ ପଶ୍ଚିମ ଯାଏ, ଉତ୍ତରରୁ ଦକ୍ଷିଣ ଯାଏ ଏହି ବିବିଧତା ଭାରତକୁ ଏକାଠି କରି ରଖେ, ଏକ୍ ଭାରତ - ଶ୍ରେଷ୍ଠ ଭାରତରେ ପରିଣତ କରେ । ଏଥିରେ ମଧ୍ୟ ଆମର ଐତିହାସିକ ସ୍ଥଳ ଓ ପୌରାଣିକ କାହାଣୀ, ଉଭୟର ବହୁତ ଯୋଗଦାନ ରହିଛି । ଆପଣ ଭାବୁଥିବେ ଯେ ଏକଥା ମୁଁ ଆପଣଙ୍କୁ ଏବେ କାହିଁକି କହୁଛି । ଏହାର କାରଣ ହେଉଛି “ମାଧବପୁର ମେଳା” । ମାଧବପୁର ମେଳା କେଉଁଠି ହୁଏ, କାହିଁକି ହୁଏ, କିପରି ଏହା ଭାରତର ବିବିଧତା ସହିତ ସଂପୃକ୍ତ, ଏସବୁ ଜାଣିବା ‘ମନ୍ କୀ ବାତ୍’ର ଶ୍ରୋତାଙ୍କୁ ବେଶ୍ ମଜାଦାର ଲାଗିବ ।
ବନ୍ଧୁଗଣ, ଗୁଜରାତର ପୋରବନ୍ଦରରେ ସମୁଦ୍ର ନିକଟସ୍ଥ ମାଧବପୁର ଗାଁରେ ‘ମାଧବପୁର ମେଳା’ ଅନୁଷ୍ଠିତ ହୁଏ । କିନ୍ତୁ ଏଥିସହ ଭାରତର ପୂର୍ବଦିଗ ସହିତ ମଧ୍ୟ ସମ୍ପର୍କ ଯୋଡ଼ି ହୋଇଛି । ଆପଣ ଭାବୁଥିବେ ଯେ ଏହା କିପରି ସମ୍ଭବ? ଏହାର ଉତ୍ତର ଏକ ପୌରାଣିକ କାହାଣୀରେ ମିଳିଥାଏ । କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ଭଗବାନ ଶ୍ରୀକୃଷ୍ଣଙ୍କ ବିବାହ ଉତ୍ତର ପୂର୍ବର ରାଜକୁମାରୀ ରୁକ୍ମିଣୀଙ୍କ ସାଂଗେ ହୋଇଥିଲା । ଏହି ବିବାହ ପୋରବନ୍ଦରର ମାଧବପୁରରେ ସଂପନ୍ନ ହୋଇଥିଲା ଏବଂ ସେହି ବିବାହର ପ୍ରତୀକ ରୂପେ ଆଜି ମଧ୍ୟ ସେଠାରେ ମାଧବପୁର ମେଳା ହୁଏ । ପୂର୍ବ ଓ ପଶ୍ଚିମର ଏହି ଗଭୀର ସମ୍ପର୍କ ଆମର ଐତିହ୍ୟ । ସମୟର ପ୍ରବାହରେ ଏବେ ଲୋକଙ୍କ ପ୍ରୟାସରେ ମାଧବପୁର ମେଳାରେ ନୂଆ ନୂଆ କଥା ମଧ୍ୟ ଯୋଡ଼ି ହେଉଛି । ଆମର ଏଠି କନ୍ୟାପକ୍ଷଙ୍କୁ ଘରାତି କହନ୍ତି ଓ ଏହି ମେଳାରେ ଏବେ ଉତ୍ତର ପୂର୍ବରୁ ବହୁତ ଘରାତି ମଧ୍ୟ ଆସୁଛନ୍ତି । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିବା ମାଧବପୁର ମେଳାରେ ଉତ୍ତର ପୂର୍ବର ସବୁ ରାଜ୍ୟର କଳାକାର ଆସନ୍ତି, ହସ୍ତକଳା ସହିତ ସଂପୃକ୍ତ କଳାକାର ଆସନ୍ତି ଏବଂ ଏହି ମେଳାର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଭାରତର ପୂର୍ବ ଓ ପଶ୍ଚିମ ସଂସ୍କୃତିର ଏହି ସଂଯୋଗ, ଏହି ମାଧବପୁର ମେଳା, ଏକ ଭାରତ-ଶ୍ରେଷ୍ଠ ଭାରତର ବହୁତ ସୁନ୍ଦର ଉଦାହରଣ ହୋଇପାରିଛି । ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆପଣ ମଧ୍ୟ ଏହି ମେଳା ବିଷୟରେ ପଢ଼ନ୍ତୁ ଏବଂ ଜାଣନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ଏବେ ଜନସହଭାଗୀତାର ଏକ ନୂଆ ଦୃଷ୍ଟାନ୍ତ ପାଲଟିଛି । କିଛିଦିନ ତଳେ ୨୩ ମାର୍ଚ୍ଚରେ ସହିଦ ଦିବସ ଅବସରରେ ଦେଶର କୋଣ ଅନୁକୋଣରେ ଅନେକ ସମାରୋହ ଆୟୋଜିତ ହୋଇଥିଲା । ଦେଶ ନିଜର ସ୍ୱାଧୀନତାର ନାୟକ-ନାୟିକାଙ୍କୁ ସ୍ମରଣ କଲା, ଶ୍ରଦ୍ଧାର ସହ ମନେପକାଇଲା । ଏହି ଦିନ ମୋତେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ବିପ୍ଲବୀ ଭାରତ ଗ୍ୟାଲେରୀ ଲୋକାର୍ପିତ କରିବାକୁ ମଧ୍ୟ ସୁଯୋଗ ମିଳିଥିଲା । ଭାରତର ବୀର ବିପ୍ଳବୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏହା ସ୍ୱୟଂ ବହୁତ ବଡ଼ ଅନନ୍ୟ ଗ୍ୟାଲେରୀ । ଯଦି ସୁଯୋଗ ମିଳେ, ତେବେ ଆପଣ ଏହାକୁ ନିଶ୍ଚୟ ଦେଖିବାକୁ ଯାଆନ୍ତୁ । ବନ୍ଧୁଗଣ, ଏପ୍ରିଲ ମାସରେ ଆମେ ଦୁଇ ମହାପୁରୁଷଙ୍କ ଜୟନ୍ତୀ ମଧ୍ୟ ପାଳନ କରିବା । ଏହି ଦୁଇଜଣ ହିଁ ଭାରତୀୟ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି । ଏହି ମହାପୁରୁଷ ହେଲେ ମହାତ୍ମା ଫୁଲେ ଏବଂ ବାବାସାହେବ ଆମ୍ବେଦକର । ମହାତ୍ମା ଫୁଲେଙ୍କ ଜୟନ୍ତୀ ୧୧ ଏପ୍ରିଲରେ ଏବଂ ବାବାସାହେବଙ୍କ ଜୟନ୍ତୀ ଆମେ ୧୪ ଏପ୍ରିଲରେ ପାଳନ କରିବା । ଏହି ମହାପୁରୁଷ ଦ୍ୱୟ ଭେଦଭାବ ଓ ଅସମାନତା ବିରୋଧରେ ବଡ଼ ଲଢ଼େଇ ଲଢ଼ିଥିଲେ । ମହାତ୍ମା ଫୁଲେ ସେହି ସମୟରେ ଝିଅମାନଙ୍କ ପାଇଁ ବିଦ୍ୟାଳୟ ଖୋଲିଥିଲେ, କନ୍ୟା ଶିଶୁ ହତ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସେ ଜଳ-ସଙ୍କଟରୁ ମୁକ୍ତି ଦେବା ପାଇଁ ମଧ୍ୟ ବଡ଼ ଅଭିଯାନ ଚଳାଇଥିଲେ ।
ବନ୍ଧୁଗଣ, ମହାତ୍ମା ଫୁଲେଙ୍କ ଏହି ଆଲୋଚନାରେ ସାବିତ୍ରୀବାଇ ଫୁଲେଙ୍କ ଉଲ୍ଲେଖ କରିବା ମଧ୍ୟ ଖୁବ୍ ଜରୁରୀ । ସାବିତ୍ରୀବାଇ ଫୁଲେ ଅନେକ ସାମାଜିକ ସଂସ୍ଥା ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲେ । ଜଣେ ଶିକ୍ଷୟିତ୍ରୀ ଏବଂ ସମାଜ ସଂସ୍କାରକ ଭାବେ ସେ ସମାଜକୁ ସଚେତନ ମଧ୍ୟ କରିଥିଲେ ଏବଂ ତା’ର ସାହସ ମଧ୍ୟ ବଢ଼ାଇଥିଲେ । ଉଭୟେ ମିଶି ସତ୍ୟଶୋଧକ ସମାଜ ପ୍ରତିଷ୍ଠା କରିଥିଲେ । ପ୍ରତ୍ୟେକ ବ୍ୟକ୍ତିଙ୍କ ସଶକ୍ତୀକରଣର ପ୍ରୟାସ କରିଥିଲେ । ବାବାସାହେବ ଆମ୍ବେଦକରଙ୍କ କାର୍ଯ୍ୟରେ ମଧ୍ୟ ଆମେ ମହାତ୍ମା ଫୁଲେଙ୍କ ପ୍ରଭାବ ସ୍ପଷ୍ଟ ଦେଖିପାରୁ । ସେ କହୁଥିଲେ ଯେକୌଣସି ସମାଜର ବିକାଶର ଆକଳନ ସେହି ସମାଜର ମହିଳାମାନଙ୍କ ସ୍ଥିତିକୁ ଦେଖି କରାଯାଇପାରିବ । ମହାତ୍ମା ଫୁଲେ, ସାବିତ୍ରୀବାଇ ଫୁଲେ, ବାବାସାହେବ ଆମ୍ବେଦକରଙ୍କ ଜୀବନରୁ ପ୍ରେରଣା ନେଇ ମୁଁ ସମସ୍ତ ପିତାମାତା ଓ ଅଭିଭାବକଙ୍କୁ ଅନୁରୋଧ କରୁଛି ଯେ ସେମାନେ ଝିଅମାନଙ୍କୁ ନିଶ୍ଚିତ ପଢ଼ାନ୍ତୁ । ବିଦ୍ୟାଳୟରେ ଝିଅମାନଙ୍କର ଅଧିକ ସଂଖ୍ୟାରେ ନାମ ଲେଖାଇବା ପାଇଁ କିଛିଦିନ ତଳେ କନ୍ୟା ଶିକ୍ଷା ପ୍ରବେଶ ଉତ୍ସବ ମଧ୍ୟ ଆରମ୍ଭ କରାଯାଇଛି । କୌଣସି କାରଣରୁ ଯେଉଁ ଝିଅମାନଙ୍କର ଅଧାରେ ପାଠପଢ଼ା ଅଟକିଯାଇଛି, ସେମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ବନ୍ଧୁଗଣ, ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା ଯେ ଆମକୁ ବାବାସାହେବଙ୍କ ସହ ସଂପୃକ୍ତ ପଂଚତୀର୍ଥ ପାଇଁ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳିଛି । ତାଙ୍କ ଜନ୍ମସ୍ଥାନ ମହୁ ହେଉ, ମୁମ୍ବାଇର ଚୈତ୍ୟଭୂମି ହେଉ, ଲଣ୍ଡନରେ ଥିବା ତାଙ୍କ ଘର ହେଉ, ନାଗପୁରର ଦୀକ୍ଷାଭୂମି ହେଉ ବା ଦିଲ୍ଲୀରେ ଅବସ୍ଥିତ ବାବାସାହେବଙ୍କ ମହା-ପରିନିର୍ବାଣ ସ୍ଥଳ, ମୋତେ ସବୁ ସ୍ଥାନରେ, ସବୁ ତୀର୍ଥସ୍ଥାନକୁ ଯିବାର ସୌଭାଗ୍ୟ ମିଳିଛି । ମୁଁ ‘ମନ୍ କୀ ବାତ୍’ର ଶ୍ରୋତାଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ମହାତ୍ମା ଫୁଲେ, ସାବିତ୍ରୀବାଇ ଫୁଲେ ଏବଂ ବାବାସାହେବ ଆମ୍ବେଦକରଙ୍କ ସହ ସଂପୃକ୍ତ ସ୍ଥାନଗୁଡ଼ିକର ଦର୍ଶନ ପାଇଁ ନିଶ୍ଚୟ ଯାଆନ୍ତୁ । ଆପଣଙ୍କୁ ସେଠାରେ ବହୁତ କିଛି ଶିଖିବାକୁ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ ଏଥର ମଧ୍ୟ ଆମେ ଅନେକ ବିଷୟରେ ଆଲୋଚନା କଲେ । ଆସନ୍ତା ମାସରେ ବହୁତ ପର୍ବପର୍ବାଣୀ ଆସୁଛି । କିଛିଦିନ ଭିତରେ ନବରାତ୍ର ମଧ୍ୟ ଆସିବ । ନବରାତ୍ରରେ ଆମେ ବ୍ରତ-ଉପବାସ, ଶକ୍ତି ସାଧନା କରୁ, ଶକ୍ତିଙ୍କର ପୂଜା କରୁ, ଅର୍ଥାତ ଆମ ପରମ୍ପରା ଆମକୁ ଉଲ୍ଲାସ ଶିଖାଏ ଏବଂ ସଂଯମ ମଧ୍ୟ ଶିଖାଏ । ସଂଯମ ଓ ତପ ମଧ୍ୟ ଆମ ପାଇଁ ଗୋଟିଏ ଗୋଟିଏ ପର୍ବ । ଏଥିପାଇଁ ନବରାତ୍ର ସର୍ବଦା ଆମ ସମସ୍ତଙ୍କ ପାଇଁ ବହୁତ ସ୍ୱତନ୍ତ୍ର ରହିଆସିଛି । ନବରାତ୍ରର ପ୍ରଥମ ଦିନରେ ହିଁ ଗୁଡ଼ି ପଡ଼ୱା ପର୍ବ ମଧ୍ୟ ଅଛି । ଏପ୍ରିଲରେ ଇଷ୍ଟର ମଧ୍ୟ ଆସେ ଏବଂ ରମଜାନର ପବିତ୍ର ଦିନ ମଧ୍ୟ ଆରମ୍ଭ ହେବ । ଆମେ ସମସ୍ତଙ୍କୁ ନେଇ ନିଜର ପର୍ବ ପାଳନ କରିବା, ଭାରତର ବିବିଧତାକୁ ସଶକ୍ତ କରିବା, ଏହା ସମସ୍ତଙ୍କର ଇଚ୍ଛା । ଏଥର ‘ମନ୍ କୀ ବାତ୍’ରେ କେବଳ ଏତିକି । ଆସନ୍ତା ମାସରେ ନୂଆ ବିଷୟ ସହ ଆପଣଙ୍କ ସହିତ ପୁଣି ଭେଟ ହେବ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସଭିଙ୍କୁ ସ୍ୱାଗତ । ଆଜି ‘ମନ୍ କି ବାତ୍’ର ଆରମ୍ଭ ଆମେ ଭାରତର ସାଫଲ୍ୟ ସମ୍ପର୍କରେ ଆଲୋଚନା ସହ କରିବା । ଏହି ମାସ ଆରମ୍ଭରେ ଭାରତ ଇଟାଲୀରୁ ନିଜର ଏକ ବହୁମୂଲ୍ୟ ଐତିହ୍ୟ ସାମଗ୍ରୀ ଆଣିବାରେ ସଫଳ ହୋଇଛେ । ଏହି ଐତିହ୍ୟ ସାମଗ୍ରୀଟି ହେଲା ଅବଲୋକିତେଶ୍ୱର ପଦ୍ମପାଣିଙ୍କର ଏକହଜାର ବର୍ଷରୁ ମଧ୍ୟ ଅଧିକ ପୁରାତନ ମୂର୍ତ୍ତି । ଏହି ମୂର୍ତ୍ତିଟି କିଛିବର୍ଷ ପୂର୍ବରୁ ବିହାରର ଗୟାସ୍ଥିତ ଦେବୀସ୍ଥାନ କୁଣ୍ଡଳପୁର ମନ୍ଦିରରୁ ଚୋରି ହୋଇଯାଇଥିଲା । କିନ୍ତୁ ଅନେକ ପ୍ରଚେଷ୍ଟା ପରେ ଏବେ ଭାରତକୁ ଏହି ମୂର୍ତ୍ତି ପୁଣିଥରେ ମିଳିଯାଇଛି । ଏମିତି କିଛିବର୍ଷ ପୂର୍ବେ ତାମିଲନାଡୁର ଭେଲୁରରୁ ଭଗବାନ ଆଞ୍ଜନେୟର, ହନୁମାନଙ୍କର ମୂର୍ତ୍ତି ଚୋରି ହୋଇଯାଇଥିଲା । ହନୁମାନଙ୍କର ଏହି ମୂର୍ତ୍ତି ମଧ୍ୟ ୬୦୦-୭୦୦ ବର୍ଷ ପୁରୁଣା ଥିଲା । ଏହି ମାସର ପ୍ରାରମ୍ଭରେ ଅଷ୍ଟ୍ରେଲିଆରେ ଏହା ମିଳିଲା ଯାହା ଆମ ମିଶନକୁ ହସ୍ତାନ୍ତର କରାଯାଇସାରିଛି ।
ବନ୍ଧୁଗଣ ହଜାର ହଜାର ବର୍ଷ ଧରି ଆମ ଇତିହାସରେ ଦେଶର କୋଣ ଅନୁକୋଣରେ ଏକରୁ ବଢ଼ି ଆରେକ ମୂର୍ତ୍ତି ତିଆରି ହୋଇଛି । ଏଗୁଡ଼ିକ ମଧ୍ୟରେ ଆମର ଶ୍ରଦ୍ଧା ରହିଥିଲା, ସାମର୍ଥ୍ୟ ମଧ୍ୟ ରହିଥିଲା, କୌଶଳ ମଧ୍ୟ ରହିଥିଲା ଏବଂ ଏସବୁ ବିବିଧତାରେ ପରିପୂର୍ଣ୍ଣ ଥିଲା ଓ ଆମର ପ୍ରତ୍ୟେକ ମୂର୍ତ୍ତିର ଇତିହାସରେ ତତ୍କାଳୀନ ସମୟର ପ୍ରଭାବ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ । ଏହି ମୂର୍ତ୍ତିଟି ଭାରତର ମୂର୍ତ୍ତିକଳାର ଗୋଟିଏ ଉକ୍ରୃଷ୍ଟ ଉଦାହରଣ ନିଶ୍ଚିତ ଭାବେ ଥିଲା । ଏଥିସହ ଏହା ସହିତ ଆମର ଆସ୍ଥା ମଧ୍ୟ ଯୋଡ଼ିହୋଇ ରହିଥିଲା । କିନ୍ତୁ ଅତୀତରେ ଅନେକ ମୂର୍ତ୍ତି ଚୋରିହୋଇ ଭାରତ ବାହାରକୁ ଚାଲିଯାଇଛି । କେତେବେଳେ ଏହି ଦେଶରେ ତ କେତେବେଳେ ସେହି ଦେଶରେ ଏହି ମୂର୍ତ୍ତିଗୁଡ଼ିକ ବିକ୍ରି ହୋଇଛି ଏବଂ ସେମାନଙ୍କ ପାଇଁ ତ ଏଗୁଡ଼ିକ ମାତ୍ର ଗୋଟିଏ ଗୋଟିଏ କଳାକୃତି ଥିଲା । ସେମାନଙ୍କର ନା ଏହାର ଇତିହାସ ସହ କୌଣସି ସମ୍ପର୍କ ଥିଲା; ନା ସେମାନଙ୍କର ଏଥିରେ କୌଣସି ଶ୍ରଦ୍ଧା ଥିଲା । ଏହି ମୂର୍ତ୍ତିଗୁଡ଼ିକୁ ଫେରାଇଆଣିବା ଭାରତମାତାଙ୍କ ପ୍ରତି ଆମ କର୍ତ୍ତବ୍ୟ । ଏହି ମୂର୍ତ୍ତିଗୁଡ଼ିକରେ ଭାରତର ଆତ୍ମା, ଆସ୍ଥାର ଗୋଟିଏ ଅଂଶ ନିହିତ । ଏଗୁଡ଼ିକର ଗୋଟିଏ ସାଂସ୍କୃତିକ – ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି । ଏହି ଦାୟିତ୍ୱକୁ ହୃଦୟଙ୍ଗମ କରି ଭାରତ ନିଜର ପ୍ରଚେଷ୍ଟା ବୃଦ୍ଧି କଲା । ଏହାର ଅନ୍ୟ ଏକ କାରଣ ଏହା ଥିଲା ଯେ ଚୋରି କରିବାର ପ୍ରବୃତିରେ ଗୋଟିଏ ଭୟ ମଧ୍ୟ ସୃଷ୍ଟି ହେଲା । ଯେଉଁ ଦେଶଗୁଡ଼ିକରେ ଏହି ମୂର୍ତ୍ତିଗୁଡ଼ିକ ଚୋରିକରି ନିଆଯାଇଥିଲା ଏବେ ସେମାନେ ମଧ୍ୟ ଏକଥା ଅନୁଭବ କଲେ ଯେ ଭାରତ ସହ ସମ୍ପର୍କରେ ସଫ୍ଟ ପାୱାରର ଯେଉଁ କୂଟନୈତିକ ସମ୍ପର୍କ ରହିଥାଏ ସେଥିରେ ଏହାର ମଧ୍ୟ ବହୁତ ବଡ଼ ଗୁରୁତ୍ୱ ହୋଇପାରେ । କାରଣ ଏହାସହିତ ଭାରତର ଆସ୍ଥା ଜଡ଼ିତ ହୋଇରହିଛି । ଭାରତର ଶ୍ରଦ୍ଧା ଯୋଡ଼ିହୋଇ ରହିଛି ଏବଂ ପ୍ରକାରାନ୍ତରେ ଲୋକଙ୍କ ସହିତ ଲୋକଙ୍କ ସମ୍ପର୍କ ରକ୍ଷା କରିବାରେ ମଧ୍ୟ ଏହା ଶକ୍ତିଶାଳୀ ପ୍ରମାଣିତ ହୋଇପାରେ । କିଛିଦିନ ପୂର୍ବରୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେ କାଶୀରୁ ଚୋରିହୋଇଥିବା ମା’ ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରତିମା ମଧ୍ୟ ଫେରାଇ ଅଣାଯାଇଥିଲା । ଏହା ଭାରତ ପ୍ରତି ବଦଳୁଥିବା ବିଶ୍ୱର ଦୃଷ୍ଟିକୋଣର ହିଁ ଉଦାହରଣ । ୨୦୧୩ ପର୍ଯ୍ୟନ୍ତ ପ୍ରାୟ ତେରଟି ମୂର୍ତ୍ତି ଭାରତକୁ ଆସିଥିଲା । କିନ୍ତୁ ଗତ ସାତବର୍ଷରେ ୨୦୦ରୁ ଅଧିକ ମୂଲ୍ୟବାନ ମୂର୍ତ୍ତିଗୁଡ଼ିକୁ ଭାରତ ସଫଳତାର ସହିତ ଫେରାଇ ଆଣିସାରିଛି । ଆମେରିକା, ବ୍ରିଟେନ୍, ହଲାଣ୍ଡ, ଫ୍ରାନ୍ସ, କାନାଡ଼ା, ଜର୍ମାନୀ, ସିଙ୍ଗାପୁର ଏହିଭଳି ଅନେକ ଦେଶ ଭାରତର ଏହି ଭାବନାକୁ ବୁଝିଲେ ଏବଂ ମୂର୍ତ୍ତିଗୁଡ଼ିକ ଫେରାଇ ଆଣିବାରେ ଆମକୁ ସହାୟତା କଲେ । ମୁଁ ଗତବର୍ଷ ସେପ୍ଟେମ୍ବର ମାସରେ ଯେତେବେଳେ ଆମେରିକା ଯାଇଥିଲି ସେତେବେଳେ ସେଠାରେ ମତେ ଅନେକ ବହୁପୁରାତନ ମୂର୍ତ୍ତି ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଅନେକ ବସ୍ତୁ ମିଳିଲା । ଦେଶର କୌଣସି ବହୁମୂଲ୍ୟ ସମ୍ପତି ଯେତେବେଳେ ପୁନର୍ବାର ମିଳେ ସେତେବେଳେ ଇତିହାସରେ ଶ୍ରଦ୍ଧା ଥିବା, ପ୍ରତ୍ନତତ୍ୱରେ ଶ୍ରଦ୍ଧା ଥିବା, ଆସ୍ଥା ଏବଂ ସଂସ୍କୃତି ସହ ସମ୍ପର୍କ ଥିବା ଲୋକେ ଏବଂ ଜଣେ ଭାରତୀୟ ହୋଇଥିବା ଦୃଷ୍ଟିରୁ ଆମେ ସମସ୍ତେ ସନ୍ତୁଷ୍ଟ ହେବା ସ୍ୱାଭାବିକ ।
ବନ୍ଧୁଗଣ, ଭାରତୀୟ ସଂସ୍କୃତି ଏବଂ ନିଜର ସମ୍ପତି କଥା କହିବା ସମୟରେ ମୁଁ ଆଜି ଆପଣଙ୍କୁ ‘ମନ୍ କି ବାତ୍’ରେ ଦୁଇଜଣ ବ୍ୟକ୍ତିଙ୍କ ସହ ପରିଚିତ କରାଇବାକୁ ଚାହୁଁଛି । ଆଜିକାଲି ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ତାଞ୍ଜାନିଆର ଦୁଇ ଭାଇଭଉଣୀ କିଲି ପଲ୍ ଏବଂ ତାଙ୍କ ଭଉଣୀ ନିମା ଖୁବ୍ ଚର୍ଚ୍ଚାରେ ରହିଛନ୍ତି ଏବଂ ମୋର ଦୃଢ଼ବିଶ୍ୱାସ ଯେ ଆପଣମାନେ ମଧ୍ୟ ସେମାନଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ । ସେମାନଙ୍କ ଭିତରେ ଭାରତୀୟ ସଙ୍ଗୀତକୁ ନେଇ ଗୋଟିଏ ନିଶା, ପାଗଳାମି ରହିଛି ଏବଂ ଏହି କାରଣରୁ ସେମାନେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି । ଲିପ୍ ସିଙ୍କ୍ର ସେମାନଙ୍କ ଢଙ୍ଗରୁ ଜଣାପଡୁଛି ଯେ ଏଥିପାଇଁ ସେମାନେ କେତେ ଅଧିକ ପରିଶ୍ରମ କରୁଛନ୍ତି । ନିକଟ ଅତୀତରେ, ଗଣତନ୍ତ୍ର ଦିବସ ଅବସରରେ ଆମର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାଉଥିବା ତାଙ୍କର ଭିଡ଼ିଓଟି ବହୁତ ଭାଇରାଲ ହୋଇଥିଲା । କିଛିଦିନ ପୂର୍ବେ ସେମାନେ ଲତା ଦିଦିଙ୍କର ଗୋଟିଏ ଗୀତ ଗାଇ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଥିଲେ । ମୁଁ ଏହି ଅଦ୍ଭୁତ କ୍ରିଏଟିଭିଟି ପାଇଁ ଏହି ଦୁଇ ଭାଇଭଉଣୀ କିଲି ଏବଂ ନିମାଙ୍କର ବହୁ ପ୍ରଶଂସା କରୁଛି । କିଛିଦିନ ପୂର୍ବେ ତାଞ୍ଜାନିଆରେ ଭାରତୀୟ ଦୂତାବାସରେ ଏମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ଭାରତୀୟ ସଙ୍ଗୀତରେ ଏଭଳି କିଛି କୁହୁକ ରହିଛି ଯାହା ସମସ୍ତଙ୍କୁ ଆକର୍ଷିତ କରିନେଉଛି । ମୋର ମନେଅଛି, କିଛିବର୍ଷ ପୂର୍ବେ ବିଶ୍ୱର ୧୫୦ରୁ ଅଧିକ ଦେଶର ଗାୟକ ଏବଂ ସଙ୍ଗୀତ ନିର୍ଦେଶକମାନେ ନିଜ ନିଜ ଦେଶରେ, ନିଜ ନିଜ ବେଶଭୂଷାରେ ପୂଜ୍ୟ ବାପୁଙ୍କ ପ୍ରିୟ, ମହାତ୍ମାଗାନ୍ଧୀଙ୍କ ପ୍ରିୟ ଭଜନ, ‘ବୈଷ୍ଣବ ଜନ’ ଗାଇବାର ସଫଳ ପ୍ରୟୋଗ କରିଥିଲେ ।
ଆଜି ଯେତେବେଳେ ଭାରତ ନିଜ ସ୍ୱାଧୀନତାର ୭୫ତମ ବର୍ଷର ଗୁରୁତ୍ୱପୂର୍ଣ୍ଣ ପର୍ବ ପାଳନ କରିବାକୁ ଯାଉଛି ସେତେବେଳେ ଦେଶଭକ୍ତି ଗୀତକୁ ନେଇ ମଧ୍ୟ ଏଭଳି ପ୍ରୟୋଗ କରାଯାଇପାରେ । ଯେଉଁଠି ବିଦେଶୀ ନାଗରିକମାନଙ୍କୁ ସେଠାକାର ସୁବିଖ୍ୟାତ ଗାୟକମାନଙ୍କୁ ଭାରତୀୟ ଦେଶଭକ୍ତି ଗୀତ ଗାଇବା ପାଇଁ ନିମନ୍ତ୍ରଣ କରାଯାଇପାରେ । କେବଳ ସେତିକି ନୁହେଁ ଯଦି ତାଞ୍ଜାନିଆରେ କିଲି ଏବଂ ନିମା ଭାରତର ଗୀତଗୁଡ଼ିକୁ ଏହିଭଳି ଭାବରେ ଲିପ୍ ସିଙ୍କ୍ କରିପାରୁଛନ୍ତି ସେହିଭଳି ଆମ ଦେଶର ବିଭିନ୍ନ ଭାଷାରେ ଥିବା ଯେଉଁ ଅନେକ ପ୍ରକାରର ଗୀତକୁ ଯେମିତିକି, କୌଣସି ଗୁଜୁରାଟୀ ପିଲା ତାମିଲ ଗୀତକୁ ନେଇ କରନ୍ତୁ, କୌଣସି କେରଳୀ ପିଲା ଅସମୀୟା ଗୀତକୁ ନେଇ କରନ୍ତୁ, କୌଣସି କନ୍ନଡ଼ ପିଲା ଜମ୍ମୁ କଶ୍ମୀରର ଗୀତ ଉପରେ ମଧ୍ୟ କରିପାରିବେ । ଆମେ ଗୋଟିଏ ଏଭଳି ବାତାବରଣ ସୃଷ୍ଟି କରିପାରିବା ଯେଉଁଥିରେ ‘ଏକ ଭାରତ – ଶ୍ରେଷ୍ଠ ଭାରତ’କୁ ଆମେ ଅନୁଭବ କରିପାରିବା । କେବଳ ସେତିକି ନୁହେଁ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବକୁ ଗୋଟିଏ ନୂଆ ଢଙ୍ଗରେ ନିଶ୍ଚୟ ପାଳନ କରିପାରିବା । ମୁଁ ଦେଶର ଯୁବପିଢ଼ିଙ୍କୁ ଆହ୍ୱାନ କରୁଛି, ଆସନ୍ତୁ ଭାରତୀୟ ଭାଷାରେ ଯେଉଁ ଲୋକପ୍ରିୟ ଗୀତଗୁଡ଼ିକ ରହିଛି ସେଗୁଡ଼ିକର ଆପଣ ନିଜ ଢଙ୍ଗରେ ଭିଡ଼ିଓ ପ୍ରସ୍ତୁତ କରନ୍ତୁ, ଆପଣ ବହୁତ ଲୋକପ୍ରିୟ ହୋଇଯିବେ ଏବଂ ଦେଶର ଯୁବପିଢ଼ି ମଧ୍ୟ ଦେଶର ବିବିଧତା ସହିତ ପରିଚିତ ହେବ ।
ମୋର ପ୍ରିୟ ଦେଶବାସୀଗଣ, ମାତ୍ର କିଛିଦିନ ପୂର୍ବରୁ ହିଁ ଆମେ ମାତୃଭାଷା ଦିବସ ପାଳନ କରିଛୁ । ମାତୃଭାଷା ଶବ୍ଦ କେଉଁଠୁ ଆସିଲା, ଏହାର ଉତ୍ପତି କିଭଳି ହେଲା ବିଦ୍ୱାନ ବ୍ୟକ୍ତିମାନେ ଏହାକୁ ନେଇ ବହୁତ କିଛି ଆକାଡେମିକ୍ ଇନପୁଟ୍ ଦେଇପାରିବେ । ମାତୃଭାଷା ପାଇଁ ମୁଁ ତ କେବଳ ଏତିକି କହିବି ଯେ ଆମ ମା’ ଯେଉଁଭଳି ଭାବରେ ଆମ ଜୀବନକୁ ଗଢ଼ନ୍ତି ଠିକ୍ ସେହିଭଳି ଭାବରେ ମାତୃଭାଷା ମଧ୍ୟ ଆମ ଜୀବନକୁ ଗଢ଼ିଥାଏ । ମା’ ଏବଂ ମାତୃଭାଷା ଦୁହେଁ ମିଶି ଜୀବନର ମୂଳଦୁଆକୁ ମଜଭୁତ୍ କରିଥାନ୍ତି, ଦୀର୍ଘଜୀବୀ କରିଥାନ୍ତି । ଯେମିତି ଆମେ ନିଜ ମା’ଙ୍କୁ ଛାଡ଼ିପାରିବା ନାହିଁ ଠିକ୍ ସେହିଭଳି ନିଜର ମାତୃଭାଷାକୁ ମଧ୍ୟ ଛାଡ଼ିପାରିବାନି । ଅନେକ ବର୍ଷ ତଳର ଗୋଟିଏ କଥା ମୋର ମନେଅଛି ଯେତେବେଳେ ମୋତେ ଆମେରିକା ଗସ୍ତରେ ଯିବାକୁ ପଡ଼ିଥିଲା ସେତେବେଳେ ବିଭିନ୍ନ ପରିବାର ସହ ଭେଟିବାର ମୋତେ ସୁଯୋଗ ମିଳୁଥିଲା । ଥରେ ଗୋଟିଏ ତେଲୁଗୁ ପରିବାର ସହ ସାକ୍ଷାତ କରିବାର ସୁଯୋଗ ମିଳିଲା ଏବଂ ସେଠାରେ ଗୋଟିଏ ଦୃଶ୍ୟ ଦେଖି ମୋତେ ବହୁତ ଖୁସି ଲାଗିଲା । ସେମାନେ ମୋତେ କହିଲେ ଯେ ଆମେ ପରିବାରରେ ଗୋଟିଏ ନିୟମ ରଖିଛୁ ଯେ ଯେତେ କାମ ଥାଉ ପଛେ ଯଦି ଆମେ ସହର ବାହାରକୁ ନ ଯାଇଛୁ ତାହେଲେ ପରିବାରର ସମସ୍ତ ସଭ୍ୟ ଡିନର ଟେବୁଲରେ ଏକାଠି ବସି ଭୋଜନ କରିବା ଏବଂ ଅନ୍ୟକଥା ହେଲା ଡିନର ଟେବୁଲରେ ସମସ୍ତେ ବାଧ୍ୟତାମୂଳକ ଭାବେ ତେଲୁଗୁ ଭାଷାରେ କଥାବାର୍ତ୍ତା ହେବେ । ଯେଉଁ ପିଲାମାନଙ୍କର ଜନ୍ମ ସେଠାରେ ହୋଇଥିଲା ସେମାନଙ୍କ ପାଇଁ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ଥିଲା । ନିଜର ମାତୃଭାଷା ପ୍ରତି ସେମାନଙ୍କର ଏହି ପ୍ରୀତିକୁ ଦେଖି ଏହି ପରିବାର ଦ୍ୱାରା ମୁଁ ବହୁ ପ୍ରଭାବିତ ହୋଇଥିଲି ।
ବନ୍ଧୁଗଣ, ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ କିଛି ଲୋକ ଏଭଳି ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ରହିଛନ୍ତି ଯେଉଁ କାରଣରୁ ସେମାନଙ୍କୁ ନିଜ ଭାଷା, ନିଜ ବେଶଭୂଷା, ନିଜ ଖାଦ୍ୟପେୟକୁ ନେଇ ମନରେ ସଙ୍କୋଚ ଭାବ ରହିଛି । କିନ୍ତୁ ସାରା ବିଶ୍ୱରେ କେଉଁଠି ମଧ୍ୟ ଏଭଳି ସ୍ଥିତି ନାହିଁ । ଏହା ଆମ ମାତୃଭାଷା, ଆମେ ଗର୍ବର ସହ ଏହାକୁ ବ୍ୟବହାର କରିବା ଉଚିତ । ଆଉ ପୁଣି ଆମ ଭାରତ ତ ଭାଷାଗୁଡ଼ିକୁ ନେଇ ଏତେ ସମୃଦ୍ଧ ଯେ ଏହାର ତୁଳନା ହିଁ ନାହିଁ । ଆମ ଭାଷାଗୁଡ଼ିକର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ ହେଲା ଯେ କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏ, କଚ୍ଛ ଠାରୁ କୋହିମା ଯାଏ ଶହ ଶହ ଭାଷା, ହଜାର ହଜାର କଥିତ ଭାଷା ପରସ୍ପରଠାରୁ ଭିନ୍ନ ହେବାସତ୍ୱେ ପରସ୍ପର ସହ ଗୋଟିଏ ଆରଟି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଭାଷା ଅନେକ – ଭାବନା ଏକ । ଶହ ଶହ ବର୍ଷଧରି ଆମ ଭାଷାଗୁଡ଼ିକ ପରସ୍ପରଠାରୁ ଶିଖି ନିଜକୁ ପରିଷ୍କୃତ କରିଆସିଛି, ପରସ୍ପରକୁ ବିକଶିତ କରିଆସିଛି । ଭାରତରେ ବିଶ୍ୱର ସବୁଠାରୁ ପୁରାତନ ଭାଷା ତାମିଲ ରହିଛି । ଏହି କଥାକୁ ନେଇ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ହେବା ଉଚିତ ଯେ ବିଶ୍ୱର ଏତେବଡ଼ ବୌଦ୍ଧିକ ସମ୍ପତି ଆମ ପାଖରେ ରହିଛି । ସେହିଭଳି ଭାବରେ ଯେତେ ପୁରାତନ ଧର୍ମଶାସ୍ତ୍ର ରହିଛି, ସେଗୁଡ଼ିକର ପରିପ୍ରକାଶ ମଧ୍ୟ ଆମ ସଂସ୍କୃତ ଭାଷାରେ ହୋଇଛି । ଭାରତର ଲୋକେ ପ୍ରାୟ ୧୨୧ ମାତୃଭାଷା ସହିତ ଜଡ଼ିତ ଯାହା ଆମପାଇଁ ଗର୍ବର ବିଷୟ ଏବଂ ସେଥିରୁ ୧୪ଟି ଭାଷା ଏଭଳି ରହିଛି ଯାହାକୁ ଏକ କୋଟିରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରନ୍ତି । ଅର୍ଥାତ୍ ଅନେକ ୟୁରୋପୀୟ ଦେଶଗୁଡ଼ିକର ମୋଟ ଜନସଂଖ୍ୟା ଯେତିକି ନୁହେଁ ତା’ଠାରୁ ଅଧିକ ଲୋକ ଏଠାରେ ଭିନ୍ନ ଭିନ୍ନ ୧୪ ଭାଷା ସହ ଜଡ଼ିତ । ୨୦୧୯ରେ ହିନ୍ଦୀ ବିଶ୍ୱର ସବୁଠାରୁ ଅଧିକ କଥିତ ଭାଷାମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିଲା । ଏହାମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୋଟିଏ ଗର୍ବର ବିଷୟ ହେବା ଦରକାର । ଭାଷା କେବଳ ଭାବପ୍ରକାଶର ମାଧ୍ୟମ ହିଁ ନୁହେଁ ବରଂ ଏହା ସମାଜର ସଂସ୍କୃତି ଏବଂ ବୌଦ୍ଧିକ ସମ୍ପତିକୁ ମଧ୍ୟ ସଂରକ୍ଷିତ କରିରଖିଥାଏ । ନିଜ ଭାଷାର ବୌଦ୍ଧିକ ସମ୍ପତିକୁ ସଂରକ୍ଷିତ କରିବାର ଏଭଳି ଗୋଟିଏ କାମ ସୁରିନାମରେ ସୁରଜନ ପରୋହି କରୁଛନ୍ତି । ଚଳିତ ମାସ ୨ ତାରିଖରେ ସେ ଜୀବନର ୮୪ତମ ବର୍ଷରେ ପ୍ରବେଶ କଲେ । ତାଙ୍କର ପୂର୍ବଜ ମଧ୍ୟ ଅନେକ ବର୍ଷ ପୂର୍ବେ ହଜାର ହଜାର ଶ୍ରମିକଙ୍କ ସହ ରୋଜଗାର ପାଇଁ ସୁରିନାମ୍ ଯାଇଥିଲେ । ସୁରଜନ ପରୋହି ହିନ୍ଦୀରେ ବହୁତ ଭଲ କବିତା ରଚନା କରନ୍ତି । ସେଠାକାର ଜାତୀୟ କବିମାନଙ୍କ ମଧ୍ୟରେ ମଧ୍ୟ ସେ ପରିଗଣିତ । ଅର୍ଥାତ୍ ଆଜି ମଧ୍ୟ ତାଙ୍କ ହୃଦୟରେ ଭାରତ ସ୍ପନ୍ଦିତ ହେଉଛି । ତାଙ୍କ କାର୍ଯ୍ୟରେ ଭାରତର ମାଟିର ମହକ ଭରିରହିଛି । ସୁରିନାମର ଲୋକେ ସୁରଜନ ପରୋହିଙ୍କ ନାମରେ ଗୋଟିଏ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ମୋ ପାଇଁ ଏହା ଗୋଟିଏ ସୁଖକର ବିଷୟ ଯେ ୨୦୧୫ରେ ମୋତେ ତାଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଥିଲା ।
ବନ୍ଧୁଗଣ, ଆଜିର ଦିନ ଅର୍ଥାତ୍ ଫେବୃୟାରୀ ୨୭ ତାରିଖ ମରାଠୀ ଭାଷା ପାଇଁ ମଧ୍ୟ ଗୋଟିଏ ଗୌରବର ଦିନ ।
“ସର୍ବ ମରାଠୀ ବନ୍ଧୁ ଭଗିନୀନା ମରାଠୀ ଭାଷା ଦିନାଚ୍ୟା ହାର୍ଦ୍ଦିକ ଶୁଭେଚ୍ଛା” ।
ଅର୍ଥାତ୍ - ସମସ୍ତ ମରାଠୀଭାଷୀ ଭାଇଭଉଣୀମାନଙ୍କୁ ମରାଠୀ ଭାଷାଦିବସର ଆନ୍ତରିକ ଶୁଭେଚ୍ଛା ।
ଏହି ଦିନଟି ମରାଠୀ କବି, ବିଷ୍ଣୁ ବାମନ ଶିରୱାଡକର, କୁସୁମାଗ୍ରଜଙ୍କୁ ସମର୍ପିତ । ଆଜି ମଧ୍ୟ କୁସୁମାଗ୍ରଜଙ୍କର ଜୟନ୍ତୀ । କୁସୁମାଗ୍ରଜ ମରାଠୀ ଭାଷାରେ ଅନେକ କବିତା ଏବଂ ନାଟକ ରଚନା କରି ମରାଠୀ ସାହିତ୍ୟକୁ ଗୋଟିଏ ନୂତନ ଶିଖରକୁ ନେଇଯାଇଥିଲେ ।
ବନ୍ଧୁଗଣ, ଆମ ଭାଷାଗୁଡ଼ିକର ନିଜ ନିଜର ବିଶେଷତ୍ୱ ରହିଛି, ମାତୃଭାଷାର ନିଜର ଗୋଟିଏ ବିଜ୍ଞାନ ରହିଛି । ଏହି ବିଜ୍ଞାନକୁ ହୃଦୟଙ୍ଗମ କରି, ଜାତୀୟ ଶିକ୍ଷାନୀତିରେ, ସ୍ଥାନୀୟ ଭାଷାରେ, ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଆମର ବୃତ୍ତିଗତ ପାଠ୍ୟକ୍ରମଗୁଡ଼ିକ ମଧ୍ୟ ସ୍ଥାନୀୟ ଭାଷାରେ ଶିକ୍ଷାଦାନ କରାଯାଉ ସେଥିପାଇଁ ଉଦ୍ୟମ ଜାରି ରହିଛି । ସ୍ୱାଧୀନତାର ଅମୃତ କାଳରେ ଏହି ପ୍ରଚେଷ୍ଟାଗୁଡ଼ିକୁ ଆମେ ସମସ୍ତେ ମିଶି ଆହୁରି ଗତିଶୀଳ କରିବା ଉଚିତ । ଏହା ସ୍ୱାଭିମାନର ଏକ କାର୍ଯ୍ୟ । ମୁଁ ଚାହୁଁଛି ଯେ ଆପଣ ଯେଉଁ ମାତୃଭାଷା ବ୍ୟବହାର କରୁଛନ୍ତି ତା’ର ବିଶେଷତ୍ୱ ବିଷୟରେ ନିଶ୍ଚୟ ଜାଣନ୍ତୁ ଏବଂ କିଛି ନା କିଛି ଲେଖନ୍ତୁ ।
ବନ୍ଧୁଗଣ, କିଛିଦିନ ପୂର୍ବେ ମୋର ବନ୍ଧୁ ଏବଂ କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗାଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଏହି ସାକ୍ଷାତ କୌତୁହଳପୂର୍ଣ୍ଣ ଥିବାସହ ଭାବପ୍ରବଣ ମଧ୍ୟ ଥିଲା । ଅନ୍ତରଙ୍ଗ ବନ୍ଧୁ ହୋଇଥିବା ଯୋଗୁଁ ଆମେ ଅନେକ ମନଖୋଲା କଥା ହୋଇଥାଉ । ଆମ ବାର୍ତ୍ତାଳାପ ସମୟରେ ଓଡିଙ୍ଗା ମହାଶୟ ନିଜ ଝିଅ ସମ୍ପର୍କରେ କହିଲେ । ତାଙ୍କ ଝିଅ ରୋଜମେରୀକୁ ବ୍ରେନ୍ ଟ୍ୟୁମର ହୋଇଯାଇଥିଲା ଏବଂ ଏଥିପାଇଁ ତାଙ୍କୁ ନିଜ ଝିଅର ସର୍ଜରୀ କରାଇବାକୁ ପଡ଼ିଥିଲା । କିନ୍ତୁ ତାହାର ଗୋଟିଏ କୁପରିଣାମ ଏହାହେଲା ଯେ ରୋଜମେରୀଙ୍କ ଦୃଷ୍ଟିଶକ୍ତି ପ୍ରାୟତଃ ନଷ୍ଟ ହୋଇଗଲା । ସେ ଝିଅର କ’ଣ ଅବସ୍ଥା ହୋଇଥିବ ଏବଂ ତାଙ୍କ ପିତାଙ୍କ ସ୍ଥିତି କ’ଣ ହୋଇଥିବ ଏହା ଆପଣ କଳ୍ପନା ଏବଂ ଅନୁମାନ କରିପାରୁଥିବେ । ବିଶ୍ୱର ବଡ଼ ଦେଶମାନଙ୍କରେ ଥିବା ଏଭଳି କୌଣସି ଚିକିତ୍ସାଳୟ ନ ଥିବ ଯେଉଁଠି ସେ ନିଜ ଝିଅର ଚିକିତ୍ସା ପାଇଁ ଆପ୍ରାଣ ଉଦ୍ୟମ ନ କରିଛନ୍ତି । ବିଶ୍ୱର ବଡ଼ ବଡ଼ ଦେଶରେ ଚେଷ୍ଟା କଲେ କିନ୍ତୁ କୌଣସି ସଫଳତା ମିଳିଲାନି । ଶେଷରେ ସେ ଆଶା ଛାଡ଼ିଦେଲେ । ସାରା ଘର ଭିତରେ ଏକ ନୈରାଶ୍ୟର ବାତାବରଣ ସୃଷ୍ଟି ହୋଇଗଲା । ଏହି ସମୟରେ କେହି ତାଙ୍କୁ ଭାରତରେ ଆୟୁର୍ବେଦିକ ଚିକିତ୍ସା ପାଇଁ ଯିବାକୁ ପ୍ରସ୍ତାବ ଦେଲେ । ସେ ବହୁତ କିଛି କରିସାରିଥିଲେ ଏବଂ କ୍ଳାନ୍ତ ମଧ୍ୟ ହୋଇସାରିଥିଲେ । ତଥାପି ଥରେ ଏହି ଚେଷ୍ଟା କରିଦେଖିବାକୁ ସେ ମନସ୍ଥ କଲେ । ସେ ଭାରତ ଆସି କେରଳର ଗୋଟିଏ ଆୟୁର୍ବେଦିକ ଚିକିତ୍ସାଳୟରେ ନିଜ ଝିଅର ଚିକିତ୍ସା କରାଇବା ଆରମ୍ଭ କଲେ । ଅନେକ ଦିନ ଝିଅ ଏଠାରେ ରହିଲେ । ଏହି ଆୟୁର୍ବେଦ ଚିକିତ୍ସା ପ୍ରଭାବରେ ରୋଜମେରୀଙ୍କ ଦୃଷ୍ଟିଶକ୍ତି ଅନେକାଂଶରେ ଫେରିଆସିଲା । ଆପଣ କଳ୍ପନା କରିପାରୁଥିବେ ସତେ ଯେମିତି ତାଙ୍କୁ ଗୋଟିଏ ନୂଆ ଜୀବନ ମିଳିଗଲା । ରୋଜମେରୀଙ୍କ ଦୃଷ୍ଟିଶକ୍ତି ଫେରିଯିବାରୁ ତାଙ୍କ ଜୀବନ ତ ଆଲୋକିତ ହେଲା କିନ୍ତୁ ସାରା ପରିବାରରେ ମଧ୍ୟ ଆଲୋକର ଏକ ନୂତନ କିରଣ ସୃଷ୍ଟି ହେଲା । ଓଡିଙ୍ଗା ମହାଶୟ ଏତେ ଭାବବିହ୍ୱଳ ହୋଇ ମୋତେ ଏକଥା କହୁଥିଲେ ଯେ ଭାରତର ଆୟୁର୍ବେଦର ଏହି ଜ୍ଞାନ, ବିଜ୍ଞାନକୁ କେନିଆ ନେଇଯିବା ପାଇଁ ସେ ଇଚ୍ଛୁକ । ଏଥିରେ ବ୍ୟବହାର ହେଉଥିବା ଗୁଳ୍ମଗୁଡ଼ିକୁ ସେ ଚାଷ କରିବେ ଏବଂ ଅଧିକରୁ ଅଧିକ ଲୋକ କିଭଳି ଏହାଦ୍ୱାରା ଲାଭାନ୍ୱିତ ହେବେ ସେଥିପାଇଁ ସେ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ।
ମୋ ପାଇଁ ବହୁତ ଖୁସିର କଥା ଯେ ଆମ ଦେଶ ଏବଂ ପରମ୍ପରା ଦ୍ୱାରା କାହା ଜୀବନରୁ ଏତେ ବଡ଼ କଷ୍ଟ ଦୂର ହେଲା । ଏହାଶୁଣି ଆପଣଙ୍କୁ ମଧ୍ୟ ଖୁସି ଲାଗିବ ଯେ କେଉଁ ଭାରତବାସୀ ଏହାକୁ ନେଇ ଗର୍ବ ନ କରିବେ ? ଆମେ ସମସ୍ତେ ଜାଣୁ ଯେ ଓଡ଼ିଙ୍ଗା ଜୀ କେବଳ ନୁହନ୍ତି, ବରଂ ଦୁନିଆର ଲକ୍ଷ ଲକ୍ଷ ଲୋକ ଆୟୁର୍ବେଦରୁ ଏପରି ଲାଭ ଉଠାଉଛନ୍ତି ।
ବ୍ରିଟେନର ପ୍ରିନ୍ସ ଚାର୍ଲସ ମଧ୍ୟ ଆୟୁର୍ବେଦର ବହୁତ ବଡ଼ ପ୍ରଶଂସକଙ୍କ ମଧ୍ୟରୁ ଜଣେ । ଯେତେବେଳେ ମଧ୍ୟ ମୋର ତାଙ୍କ ସହ ସାକ୍ଷାତ ହୁଏ, ସେ ଆୟୁର୍ବେଦ କଥା ନିଶ୍ଚୟ ଆଲୋଚନା କରନ୍ତି । ତାଙ୍କୁ ଭାରତର ଅନେକ ଆୟୁର୍ବେଦିକ ସଂସ୍ଥା ବିଷୟରେ ମଧ୍ୟ ଜଣା ।
ବନ୍ଧୁଗଣ, ବିଗତ ସାତ ବର୍ଷ ମଧ୍ୟରେ ଦେଶରେ ଆୟୁର୍ବେଦର ପ୍ରଚାର ପ୍ରସାର ଉପରେ ବହୁତ ଦୃଷ୍ଟି ଦିଆଯାଇଛି । ଆୟୁଷ ମନ୍ତ୍ରଣାଳୟର ଗଠନ ଦ୍ୱାରା ଚିକିତ୍ସା ଓ ସ୍ୱାସ୍ଥ୍ୟ ସହିତ ସଂପୃକ୍ତ ଆମର ପାରମ୍ପରିକ ପଦ୍ଧତିଗୁଡ଼ିକୁ ଲୋକପ୍ରିୟ କରିବାର ସଂକଳ୍ପକୁ ଆହୁରି ଶକ୍ତି ମିଳିଛି । ମୁଁ ଏଥିରେ ବହୁତ ଖୁସି ଯେ ବିଗତ କିଛି ସମୟ ମଧ୍ୟରେ ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ଅନେକ ନୂଆ ଷ୍ଟାର୍ଟଅପ୍ ସାମ୍ନାକୁ ଆସିଛି । ଏହି ମାସ ଆରମ୍ଭରେ ଆୟୁଷ ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜ୍ ଆରମ୍ଭ ହୋଇଥିଲା । ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ, ଏ କ୍ଷେତ୍ରରେ କାମ କରୁଥିବା ଷ୍ଟାର୍ଟଅପ ଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ସହାୟତା ଯୋଗାଇବା । ମୁଁ ଚାହେଁ ଯେ ଏ କ୍ଷେତ୍ରରେ କାମ କରୁଥିବା ଯୁବକଯୁବତୀମାନେ ଏହି ଚ୍ୟାଲେଞ୍ଜରେ ନିଶ୍ଚୟ ଭାଗ ନିଅନ୍ତୁ ।
ବନ୍ଧୁଗଣ, ଥରେ ଯେତେବେଳେ ଲୋକେ ମିଳିମିଶି କିଛି କରିବାକୁ ସଂକଳ୍ପ କରନ୍ତି, ସେତେବେଳେ ସେମାନେ ଅସମ୍ଭବକୁ ସମ୍ଭବ କରିପାରନ୍ତି । ସମାଜରେ ଏପରି ଅନେକ ବଡ଼ ପରିବର୍ତ୍ତନ ହୋଇଛି, ଯେଉଁଥିରେ ଜନଭାଗିଦାରୀ ସାମୂହିକ ପ୍ରୟାସର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । “ମିଶନ ଜଲ୍ ଥଲ୍” ନାମକ ଏପରି ଏକ ଜନଆନ୍ଦୋଳନ କଶ୍ମୀରର ଶ୍ରୀନଗରରେ ଚାଲୁଛି । ଏହା ଶ୍ରୀନଗରର ହ୍ରଦ ଓ ପୁଷ୍କରିଣୀଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ଏବଂ ସେଗୁଡ଼ିକର ପୁରାତନ ସୌନ୍ଦର୍ଯ୍ୟ ଫେରାଇ ଆଣିବାର ଏକ ନିଆରା ପ୍ରୟାସ । “ମିଶନ ଜଲ୍ ଥଲ୍”ର ଫୋକସ୍ “କୁଶଲ୍ ଓ ଗିଲ୍ ହ୍ରଦ’’ ଉପରେ ରହିଛି । ଜନଭାଗିଦାରିତା ସଙ୍ଗେସଙ୍ଗେ ଏଥିରେ ପ୍ରଯୁକ୍ତିର ମଧ୍ୟ ବହୁତ ସହାୟତା ନିଆଯାଉଛି । କେଉଁଠି କେଉଁଠି ଜବରଦଖଲ ହୋଇଛି, କେଉଁଠି ବେଆଇନ ନିର୍ମାଣ ହୋଇଛି, ଏହା ଜାଣିବା ପାଇଁ ଏହି ଅଂଚଳରେ ବିଧିବଦ୍ଧ ଭାବେ ସର୍ବେକ୍ଷଣ କରାଯାଇଥିଲା । ଏଥିସହ ପ୍ଲାଷ୍ଟିକ୍ ବର୍ଜ୍ୟକୁ ହଟାଇବା ଓ ଆବର୍ଜନା ସଫେଇ ଅଭିଯାନ ମଧ୍ୟ ଚଳାଗଲା । ମିଶନର ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଣା ୱାଟର୍ ଚ୍ୟାନେଲ୍ ଓ ହ୍ରଦଗୁଡ଼ିକୁ ପୂର୍ଣ୍ଣ କରୁଥିବା ୧୯ଟି ଝରଣାର ପୁନରୁଦ୍ଧାର କରିବା ପାଇଁ ମଧ୍ୟ ଯଥେଷ୍ଟ ପ୍ରୟାସ କରାଗଲା । ଏହି ପୁନରୁଦ୍ଧାର ପ୍ରକଳ୍ପର ଗୁରୁତ୍ୱକୁ ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ଲୋକ ଏବଂ ଯୁବକଯୁବତୀମାନଙ୍କୁ ୱାଟର୍ ଆମ୍ବାସାଡର୍ ମଧ୍ୟ କରାଗଲା । ଏବେ ଏଠାକାର ସ୍ଥାନୀୟ ଲୋକେ “ଗିଲ୍ ହ୍ରଦ”ରେ ପ୍ରବାସୀ ପକ୍ଷୀ ଓ ମାଛଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ସେଗୁଡ଼ିକୁ ଦେଖି ଖୁସି ମଧ୍ୟ ହେଉଛନ୍ତି । ମୁଁ ଏହି ସୁନ୍ଦର ପ୍ରୟାସ ପାଇଁ ଶ୍ରୀନଗରବାସୀଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, ଆଠବର୍ଷ ପୂର୍ବେ ଦେଶ ଯେଉଁ ‘ସ୍ୱଚ୍ଛ ଭାରତ ମିଶନ’ ଆରମ୍ଭ କରିଥିଲା, ସମୟ ବଢ଼ିବା ସହିତ ତା’ର ବିସ୍ତୃତି ଘଟିଛି ଓ ନୂଆ ନୂଆ ଇନ୍ନୋଭେସନ ମଧ୍ୟ ଯୋଡ଼ି ହୋଇଛି । ଭାରତରେ ଆପଣ ଯେଉଁଠିକୁ ବି ଯିବେ ଦେଖିବେ ଯେ ସବୁଆଡ଼େ ସ୍ୱଚ୍ଛତା ପାଇଁ କିଛି ନା କିଛି ପ୍ରୟାସ ନିଶ୍ଚିତ ଭାବେ ହେଉଛି । ଆସାମର କୋକ୍ରାଝାରରେ ଏପରି ଏକ ପ୍ରୟାସ ବିଷୟରେ ମୋତେ ଜାଣିବାକୁ ମିଳିଛି । ଏଠାରେ ମର୍ଣ୍ଣିଂ ୱାକର୍ସଙ୍କ ଏକ ଦଳ ‘ସ୍ୱଚ୍ଛ ଓ ହରିତ୍ କୋକ୍ରାଝାର’ ମିଶନ ଅଧୀନରେ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏମାନେ ନୂଆ ଫ୍ଲାଇଓଭର୍ ଅଂଚଳରେ ତିନି କିଲୋମିଟର ବ୍ୟାପୀ ସଡ଼କର ସଫେଇ କରି ସ୍ୱଚ୍ଛତାର ପ୍ରେରଣାଦାୟୀ ବାର୍ତ୍ତା ଦେଇଛନ୍ତି । ସେହିପରି ବିଶାଖାପଟ୍ଟନମରେ ‘ସ୍ୱଚ୍ଛ ଭାରତ ଅଭିଯାନ’ରେ ପଲିଥିନ ପରିବର୍ତ୍ତେ କପଡ଼ା ମୁଣାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଠାକାର ଲୋକେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସିଙ୍ଗଲ୍ୟୁଜ୍ ପ୍ଲାଷ୍ଟିକ ଉତ୍ପାଦ ବିରୋଧରେ ଅଭିଯାନ ଚଳାଇଛନ୍ତି । ତା’ସହିତ ଲୋକେ ଘରେ ହିଁ ଆବର୍ଜନାକୁ ଅଲଗା ଅଲଗା କରିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ମୁମ୍ବାଇର ସୋମୈୟା କଲେଜର ଛାତ୍ରଛାତ୍ରୀମାନେ ନିଜର ସ୍ୱଚ୍ଛତା ଅଭିଯାନରେ ସୁନ୍ଦରତାକୁ ମଧ୍ୟ ସାମିଲ କରିଛନ୍ତି । ସେମାନେ କଲ୍ୟାଣ ରେଳଷ୍ଟେସନର କାନ୍ଥଗୁଡ଼ିକୁ ସୁନ୍ଦର ଚିତ୍ରରେ ସଜାଇଛନ୍ତି । ରାଜସ୍ଥାନର ସୱାଇ ମାଧୋପୁରର ପ୍ରେରଣାଦାୟକ ଉଦାହରଣ ସମ୍ପର୍କରେ ମଧ୍ୟ ମୁଁ ଅବଗତ ହୋଇଛି । ଏଠାକାର ଯୁବକଯୁବତୀମାନେ ରଣଥମ୍ଭୋରରେ ‘ମିଶନ ବିଟ୍ ପ୍ଲାଷ୍ଟିକ୍’ ନାମକ ଅଭିଯାନ ଚଳାଇଛନ୍ତି, ଯେଉଁଥିରେ ରଣଥମ୍ଭୋର ଜଙ୍ଗଲରୁ ପ୍ଲାଷ୍ଟିକ୍ ଓ ପଲିଥିନକୁ ହଟାଯାଉଛି । ସବକା ପ୍ରୟାସର ଏପରି ଭାବନା ଦେଶରେ ଜନଭାଗିଦାରିତାକୁ ଶକ୍ତିଶାଳୀ କରିଥାଏ ଏବଂ ଯେତେବେଳେ ଜନଭାଗିଦାରିତା ହୁଏ, ବଡ଼ରୁ ବଡ଼ ଲକ୍ଷ୍ୟ ମଧ୍ୟ ଅବଶ୍ୟ ପୂରଣ ହୋଇଥାଏ ।
ମୋର ପ୍ରିୟ ଦେଶବାସୀଗଣ, ଆଜିଠାରୁ କିଛିଦିନ ପରେ ହିଁ ମାର୍ଚ୍ଚ ୮ ତାରିଖରେ ସମଗ୍ର ବିଶ୍ୱରେ ‘ଇଣ୍ଟରନେସନାଲ୍ ୱିମେନ୍ସ ଡେ’, ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ କରାଯିବ । ମହିଳାମାନଙ୍କ ସାହସ, କୌଶଳ ଓ ପ୍ରତିଭା ସହିତ ସମ୍ପୃକ୍ତ ବହୁତ ଉଦାହରଣ ଆମେ ‘ମନ୍ କୀ ବାତ୍’ରେ କ୍ରମାଗତ ବାଣ୍ଟି ଆସିଛୁ । ଆଜି ସ୍କିଲ୍ ଇଣ୍ଡିଆ ହେଉ, ସ୍ୱୟଂ ସହାୟକ ଗୋଷ୍ଠୀ ହେଉ ବା ଛୋଟ ବଡ଼ ଉଦ୍ୟୋଗ ହେଉ, ମହିଳାମାନେ ସବୁ ସ୍ଥାନରେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ଆପଣ ଯେକୌଣସି କ୍ଷେତ୍ରରେ ଦେଖନ୍ତୁ, ମହିଳାମାନେ ଗତାନୁଗତିକ ବିଚାରଧାରାଗୁଡ଼ିକୁ ଭାଙ୍ଗୁଛନ୍ତି । ଆଜି, ଆମ ଦେଶରେ ପାର୍ଲାମେଣ୍ଟରୁ ପଂଚାୟତ ପର୍ଯ୍ୟନ୍ତ ଅଲଗା ଅଲଗା କାର୍ଯ୍ୟକ୍ଷେତ୍ରରେ, ମହିଳାମାନେ ନୂତନ ଶିଖରରେ ପହଂଚୁଛନ୍ତି । ସେନାରେ ମଧ୍ୟ ଝିଅମାନେ ଏବେ ନୂଆ ଓ ବଡ଼ ଭୂମିକାରେ ଦାୟିତ୍ୱ ତୁଲାଉଛନ୍ତି ଏବଂ ଦେଶର ସୁରକ୍ଷା କରୁଛନ୍ତି । ଗତମାସରେ ଗଣତନ୍ତ୍ର ଦିବସରେ ଆମେ ଦେଖିଥିଲୁ ଯେ ଝିଅମାନେ ଆଧୁନିକ ଯୁଦ୍ଧବିମାନ ମଧ୍ୟ ଉଡ଼ାଉଛନ୍ତି । ସୈନିକ ସ୍କୁଲରେ ଝିଅମାନଙ୍କର ନାମଲେଖା ଉପରେ ଥିବା ପ୍ରତିବନ୍ଧକକୁ ମଧ୍ୟ ଦେଶ ହଟାଇ ଦେଇଛି ଏବଂ ସମଗ୍ର ଦେଶରେ ଝିଅମାନେ ସୈନିକ ସ୍କୁଲରେ ନାମ ଲେଖାଉଛନ୍ତି । ସେହିପରି, ନିଜର ଷ୍ଟାର୍ଟଅପ୍ ଜଗତକୁ ମଧ୍ୟ ଦେଖନ୍ତୁ; ଗତବର୍ଷ ଦେଶରେ ହଜାର ହଜାର ନୂଆ ଷ୍ଟାର୍ଟଅପ୍ ଆରମ୍ଭ ହେଲା । ସେଥିରୁ ପ୍ରାୟ ଅଧା ଷ୍ଟାର୍ଟଅପର ମହିଳାମାନେ ନିର୍ଦେଶକ ଭୂମିକାରେ ଅବତୀର୍ଣ୍ଣା ହୋଇଛନ୍ତି । ଗତ କିଛିକାଳ ମଧ୍ୟରେ ମହିଳାମାନଙ୍କ ପାଇଁ ମାତୃତ୍ୱ ଅବକାଶ ବଢ଼ାଇବା ଭଳି ନିଷ୍ପତି ନିଆଯାଇଛି । ପୁଅ ଓ ଝିଅମାନଙ୍କୁ ସମାନ ଅଧିକାର ଦେଇ ବିବାହ ବୟସ ସମାନ କରିବା ପାଇଁ ଦେଶ ଚେଷ୍ଟା କରୁଛି । ଏହାଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତା ବଢ଼ୁଛି । ଆପଣ ଦେଶରେ ଆଉ ଗୋଟିଏ ବଡ଼ ପରିବର୍ତ୍ତନ ହେଉଥିବା ଦେଖିପାରୁଥିବେ! ଏହି ପରିବର୍ତ୍ତନ ହେଉଛି- ଆମର ସାମାଜିକ ଅଭିଯାନଗୁଡ଼ିକର ସଫଳତା । ‘ବେଟୀ ବଚାଓ, ବେଟୀ ପଢ଼ାଓ’ର ସଫଳତାକୁ ହିଁ ନିଅନ୍ତୁ, ଆଜି ଦେଶରେ ଲିଙ୍ଗ ଅନୁପାତ ସୁଧୁରିଛି । ସ୍କୁଲ ଯାଉଥିବା ଝିଅମାନଙ୍କ ସଂଖ୍ୟାରେ ମଧ୍ୟ ସୁଧାର ଆସିଛି । ଆମର ଝିଅମାନେ ମଝିରେ ଯେମିତି ସ୍କୁଲ୍ ଛାଡ଼ିବେ ନାହିଁ, ସେଥିପାଇଁ ମଧ୍ୟ ଆମର ଦାୟିତ୍ୱ ରହିଛି । ସେହିପରି, ‘ସ୍ୱଚ୍ଛ ଭାରତ ଅଭିଯାନ’ ଅଧୀନରେ ଦେଶର ମହିଳାମାନଙ୍କୁ ଖୋଲା ସ୍ଥାନରେ ମଳତ୍ୟାଗରୁ ମୁକ୍ତି ମିଳିଛି । ତିନି ତଲାକ୍ ଭଳି ସାମାଜିକ କୁପ୍ରଥାର ଅନ୍ତ ମଧ୍ୟ ହେଉଛି । ଯେବେଠୁ ତିନି ତଲାକ ବିରୋଧରେ ଆଇନ ଆସିଛି, ଦେଶରେ ତିନି ତଲାକ ମାମଲା ୮୦ ପ୍ରତିଶତ ହ୍ରାସ ପାଇଛି । ଏତେସବୁ ପରିବର୍ତ୍ତନ ଏତେ କମ୍ ସମୟରେ କିପରି ହେଉଛି ? ଏହି ପରିବର୍ତ୍ତନ ଏଇଥିପାଇଁ ଆସୁଛି, କାରଣ ଆମ ଦେଶରେ ଏବେ ସ୍ୱୟଂ ମହିଳାମାନେ ପରିବର୍ତ୍ତନ ଓ ପ୍ରଗତିଶୀଳ ପ୍ରୟାସର ନେତୃତ୍ୱ ନେଉଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତାକାଲି ଫେବୃଆରୀ ୨୮ ତାରିଖ ହେଉଛି ‘ଜାତୀୟ ବିଜ୍ଞାନ ଦିବସ’ । ଏହି ଦିନଟି ରମଣ ଏଫେକ୍ଟର ଆବିଷ୍କାର ପାଇଁ ମଧ୍ୟ ଜଣାଶୁଣା । ମୁଁ ସି.ଭି. ରମଣ ଜୀଙ୍କ ସହିତ ସେହି ସମସ୍ତ ବୈଜ୍ଞାନିକମାନଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଆମର ବୈଜ୍ଞାନିକ ଯାତ୍ରାକୁ ସମୃଦ୍ଧ କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ବନ୍ଧୁଗଣ, ଆମ ଜୀବନର ସୁଗମତା ଓ ସରଳତାରେ ପ୍ରଯୁକ୍ତି ବହୁତ ସ୍ଥାନ ନେଇସାରିଛି । କେଉଁ ପ୍ରଯୁକ୍ତି ଭଲ, କେଉଁ ପ୍ରଯୁକ୍ତିର ଉତ୍ତମ ବ୍ୟବହାର କରାଯାଇପାରେ, ଏସବୁ ବିଷୟରେ ଆମେ ଭଲଭାବେ ଅବଗତ ତ ହୋଇଥାଉ, କିନ୍ତୁ ଏହା ମଧ୍ୟ ସତ ଯେ ଆମ ପରିବାରର ପିଲାମାନଙ୍କୁ ସେହି ପ୍ରଯୁକ୍ତିର ଆଧାର କ’ଣ, ତା’ ପଛରେ କ’ଣ ବିଜ୍ଞାନ ରହିଛି, ସେହି ଦିଗକୁ ଆମର ଧ୍ୟାନ ଯାଏ ନାହିଁ । ଏହି ବିଜ୍ଞାନ ଦିବସରେ ମୁଁ ଚାହେଁ ଯେ ସମସ୍ତ ପରିବାର ନିଜ ନିଜର ପିଲାମାନଙ୍କ ଭିତରେ ବୈଜ୍ଞାନିକ ଦୃଷ୍ଟିକୋଣ ବିକଶିତ କରିବା ପାଇଁ ନିଶ୍ଚୟ ଛୋଟ ଛୋଟ ପ୍ରୟାସ ଆରମ୍ଭ କରନ୍ତୁ । ଉଦାହରଣ ସ୍ୱରୂପ ଆଖିକୁ ଦେଖାଯାଉ ନ ଥିଲେ, ଚଷମା ଲଗାଇବା ପରେ ସଫା ଦେଖାଯାଉଛି, ତ ପିଲାଙ୍କୁ ସହଜରେ ବୁଝାଇହେବ ଯେ ଏହା ପଛରେ କି ବିଜ୍ଞାନ ରହିଛି । କେବଳ ଚଷମା ଦେଖି ଖୁସିହେବା ଯଥେଷ୍ଟ ନୁହେଁ, ଏହିକଥାକୁ ଆରାମରେ ଆପଣ ଗୋଟିଏ ଛୋଟ କାଗଜରେ ତାକୁ ବୁଝାଇ ଦେଇପାରିବେ । ତା’ର ମୋବାଇଲ ଫୋନ୍, କାଲକୁଲେଟର୍ କିପରି କାମ କରେ, ରିମୋଟ୍ କଂଟ୍ରୋଲ କିପରି କାମ କରେ ବା ସେନ୍ସର କ’ଣ ? – ସେସବୁ ବିଜ୍ଞାନର କଥା ଘରେ କ’ଣ ଆଲୋଚନା ହୁଏ ? ହୁଏତ ଆମର ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ବ୍ୟବହୃତ ଏସବୁ ଜିନିଷଗୁଡ଼ିକ ପଛରେ କି ବିଜ୍ଞାନ ରହିଛି, ଆମେ ସହଜରେ ବୁଝାଇଦେଇପାରିବା । ସେହିପରି କେବେ ଆମେ ପିଲାଙ୍କୁ ସାଥିରେ ନେଇ ଆକାଶକୁ ଆମେ ଦେଖିଛୁ କି ? ରାତିରେ ତାରାଙ୍କ ସମ୍ପର୍କରେ ମଧ୍ୟ ନିଶ୍ଚୟ ଆଲୋଚନା ହେଉଥିବ । ବିଭିନ୍ନ ପ୍ରକାରର ତାରକାପୁଞ୍ଜ ଦେଖାଯାଏ, ସେମାନଙ୍କ ସମ୍ପର୍କରେ ବତାନ୍ତୁ । ଏପରି କରି ଆପଣ ପିଲାଙ୍କ ଭିତରେ ଫିଜିକ୍ସ ଓ ଏଷ୍ଟ୍ରୋନୋମି ପ୍ରତି ନୂଆ ଉତ୍ସାହ ସୃଷ୍ଟି କରିପାରିବେ । ଆଜିକାଲି ତ ବହୁତ ଗୁଡ଼ାଏ ଆପ୍ ମଧ୍ୟ ଅଛି, ଯେଉଁଥିରେ ଆପଣ ତାରା ଓ ଗ୍ରହଗୁଡ଼ିକର ଅବସ୍ଥିତି ଜାଣିପାରିବେ ବା ଯେଉଁ ତାରା ଆକାଶରେ ଦେଖାଯାଉଛି ତାକୁ ଚିହ୍ନିପାରିବେ, ତା’ ସମ୍ପର୍କରେ ଜାଣିପାରିବେ । ମୁଁ, ଆମ ଷ୍ଟାର୍ଟଅପମାନଙ୍କୁ ମଧ୍ୟ କହୁଛି ଯେ ଆପଣମାନେ ରାଷ୍ଟ୍ର ନିର୍ମାଣ ସହିତ ସମ୍ପୃକ୍ତ କାର୍ଯ୍ୟରେ ମଧ୍ୟ ନିଜର କୌଶଳ ଓ ସାଇଂଟିଫିକ୍ କ୍ୟାରେକ୍ଟରର ବ୍ୟବହାର କରନ୍ତୁ । ଏହା ଦେଶ ପ୍ରତି ଆମର ସାମୂହିକ ବିଜ୍ଞାନଭିତ୍ତିକ ଦାୟିତ୍ୱ । ଯେପରିକି ଆଜିକାଲି ମୁଁ ଦେଖୁଛି ଯେ ଆମର ଷ୍ଟାର୍ଟଅପଗୁଡ଼ିକ ଭର୍ଚୁଆଲ୍ ରିଆଲିଟିର ଦୁନିଆରେ ବହୁତ ଭଲ କାମ କରୁଛନ୍ତି । ଭର୍ଚୁଆଲ୍ କ୍ଲାସେସର ଏହି ଯୁଗରେ ପିଲାଙ୍କୁ ଦୃଷ୍ଟିରେ ରଖି ଏପରି ଏକ ଭର୍ଚୁଆଲ୍ ଲ୍ୟାବ୍ ନିର୍ମାଣ କରାଯାଇପାରେ । ଆମେ ଭର୍ଚୁଆଲ୍ ରିଆଲିଟି ଦ୍ୱାରା ପିଲାଙ୍କୁ ଘରେ ବସି କେମେଷ୍ଟ୍ରି ଲ୍ୟାବର ଅନୁଭବ ମଧ୍ୟ କରାଇପାରିବା । ନିଜର ଶିକ୍ଷକ ଓ ଅଭିଭାବକମାନଙ୍କୁ ମୁଁ କହିବାକୁ ଚାହେଁ ଯେ ଆପଣମାନେ ସମସ୍ତେ ଛାତ୍ରଛାତ୍ରୀ ଓ ପିଲାମାନଙ୍କୁ ପ୍ରଶ୍ନ ପଚାରିବାକୁ ପ୍ରୋତ୍ସାହିତ କରନ୍ତୁ ଏବଂ ସେମାନଙ୍କ ସହ ମିଳିମିଶି ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ଅନୁସନ୍ଧାନ କରନ୍ତୁ । ଆଜି ମୁଁ, କରୋନା ବିରୋଧୀ ଲଢ଼େଇରେ ଭାରତୀୟ ବୈଜ୍ଞାନିକମାନଙ୍କର ଭୂମିକାକୁ ମଧ୍ୟ ପ୍ରଶଂସା କରିବାକୁ ଚାହୁଁଛି । ସେମାନଙ୍କର କଠିନ ପରିଶ୍ରମ କାରଣରୁ ହିଁ ‘ମେଡ୍ ଇନ୍ ଇଣ୍ଡିଆ’ ଟିକା ନିର୍ମାଣ ସମ୍ଭବ ହୋଇପାରିଲା, ଯାହାଦ୍ୱାରା ସମଗ୍ର ପୃଥିବୀକୁ ବହୁତ ବଡ଼ ସାହାଯ୍ୟ ମିଳିଲା । ମାନବତା ପାଇଁ ଏହାହିଁ ତ ବିଜ୍ଞାନର ଉପହାର ।
ମୋର ପ୍ରିୟ ଦେଶବାସୀଗଣ, ଏଥର ମଧ୍ୟ ଆମେ ଅନେକ ବିଷୟରେ ଆଲୋଚନା କଲେ । ଆଗାମୀ ମାର୍ଚ୍ଚ ମାସରେ ଅନେକ ପର୍ବପର୍ବାଣୀ ଆସୁଛି- ଶିବରାତ୍ରୀ ଏବଂ କିଛିଦିନ ପରେ ଆପଣମାନେ ହୋଲି ପ୍ରସ୍ତୁତିରେ ଲାଗିପଡ଼ିବେ । ହୋଲି ଆମକୁ ଗୋଟିଏ ସୂତ୍ରରେ ବାନ୍ଧିଦେବା ଭଳି ଏକ ପର୍ବ । ଏଥିରେ ପର-ଆପଣା, ଦ୍ୱେଷ-ବିଦ୍ୱେଷ, ଛୋଟ-ବଡ଼ ସମସ୍ତ ଭେଦ ବିଲୀନ ହୋଇଯାଏ । ସେଥିପାଇଁ କୁହାଯାଏ ହୋଲିରେ ପ୍ରେମ ଓ ସୌହାର୍ଦ୍ଦ୍ୟର ରଙ୍ଗ ହୋଲିରଂଗଠାରୁ ବି ଗାଢ଼ । ହୋଲିରେ ମିଷ୍ଟାନ୍ନ ସହ ପାରସ୍ପରିକ ସମ୍ପର୍କର ମଧ୍ୟ ନିଆରା ମିଠାପଣ ଥାଏ । ଆମକୁ ଏହି ସମ୍ବନ୍ଧ ସବୁକୁ ଆହୁରି ମଜଭୁତ କରିବାକୁ ହେବ ଏବଂ କେବଳ ପରିବାର ସଦସ୍ୟଙ୍କ ଭିତରେ ନୁହେଁ ବରଂ ଯେଉଁମାନେ ଆପଣଙ୍କ ବୃହତ୍ ପରିବାରର ଅଂଶ ସେମାନଙ୍କ ସହିତ ମଧ୍ୟ । ଏଥିପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପାୟ ମଧ୍ୟ ଆପଣଙ୍କୁ ମନେରଖିବାର ଅଛି । ଏହି ଉପାୟ ହେଉଛି ‘ଭୋକାଲ୍ ଫର୍ ଲୋକାଲ୍’ ସହିତ ପର୍ବ ପାଳନର । ଆପଣ ପର୍ବପର୍ବାଣୀରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣନ୍ତୁ, ଯେଉଁଥିରେ ଆଖପାଖରେ ରହୁଥିବା ଲୋକଙ୍କ ଜୀବନରେ ମଧ୍ୟ ରଂଗ ଭରିଯିବ, ରଂଗ ରହିବ ଏବଂ ଆନନ୍ଦ ରହିବ । ଆମ ଦେଶ ଯେଉଁ ସଫଳତାର ସହିତ କରୋନା ବିରୋଧରେ ଲଢ଼େଇ ଲଢ଼ୁଛି ଏବଂ ଆଗକୁ ବଢ଼ୁଛି, ସେଥିରେ ପର୍ବପର୍ବାଣୀରେ ଉତ୍ସାହ ମଧ୍ୟ ବହୁତ ଗୁଣ ବଢ଼ିଯାଇଛି । ଏହି ଉତ୍ସାହର ସହିତ ଆମେ ନିଜର ପର୍ବ ପାଳନ କରିବା ଏବଂ ତା’ ସଂଗେସଂଗେ ସାବଧାନ ମଧ୍ୟ ରହିବା । ମୁଁ ଆପଣମାନଙ୍କୁ ଆଗାମୀ ପର୍ବପର୍ବାଣୀଗୁଡ଼ିକ ପାଇଁ ବହୁତ ଶୁଭକାମନା ଜଣାଉଛି । ଆପଣଙ୍କର କଥା, ଆପଣଙ୍କର ପତ୍ର ଏବଂ ଆପଣମାନଙ୍କର ବାର୍ତ୍ତାକୁ ସବୁବେଳେ ମୋର ଅପେକ୍ଷା ରହିବ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ‘ମନ କି ବାତ୍’ର ଆଉ ଏକ ଅଧ୍ୟାୟ ଜରିଆରେ ଆମେ ଏକାଠି ହେଉଛେ । ଏହା ୨୦୨୨ର ପ୍ରଥମ ‘ମନ କି ବାତ୍’ । ଆଜି ଆମେ ପୁଣି ସେହିଭଳି ଆଲୋଚନାଗୁଡ଼ିକୁ ଆଗକୁ ବଢ଼ାଇବା, ଯାହା ଆମ ଦେଶ ଏବଂ ଦେଶବାସୀଙ୍କ ସକାରାତ୍ମକ ପ୍ରେରଣା ଏବଂ ସାମୂହିକ ପ୍ରଚେଷ୍ଟା ସହ ଜଡ଼ିତ ହୋଇଥାଏ । ଆଜି ମଧ୍ୟ ଆମର ପୂଜ୍ୟ ବାପୁ, ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥି । ଜାନୁଆରୀ ୩୦ର ଏହି ଦିନଟି ଆମକୁ ବାପୁଙ୍କ ଦ୍ୱାରା ପ୍ରଦତ୍ତ ଶିକ୍ଷାକୁ ସ୍ମରଣ କରାଇ ଦେଇଥାଏ । ମାତ୍ର କିଛିଦିନ ତଳେ ଆମେ ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳନ କରିଛୁ । ଦିଲ୍ଲୀର ରାଜପଥଠାରେ ଆମେ ଦେଶର ବୀରତ୍ୱ ଏବଂ ସାମର୍ଥ୍ୟର ଯେଉଁ ଝଲକ ଦେଖିଲୁ, ତାହା ସମସ୍ତଙ୍କୁ ଗର୍ବ ଏବଂ ଉତ୍ସାହରେ ଭରିଦେଇଛି । ଗୋଟିଏ ପରିବର୍ତ୍ତନ, ଯାହା ଆପଣମାନେ ଲକ୍ଷ୍ୟ କରିଥିବେ, ଏବେ ସାଧାରଣତନ୍ତ୍ର ଦିବସ ସମାରୋହ ଜାନୁଆରୀ ୨୩, ଅର୍ଥାତ୍, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ଆରମ୍ଭ ହୋଇ ଜାନୁଆରୀ ୩୦ ପର୍ଯ୍ୟନ୍ତ ଅର୍ଥାତ୍ ଗାନ୍ଧିଜୀଙ୍କ ପୂଣ୍ୟତିଥି ପର୍ଯ୍ୟନ୍ତ ଚାଲିବ । ଇଣ୍ଡିଆଗେଟରେ ନେତାଜୀଙ୍କର ଡିଜିଟାଲ୍ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି । ଏହାକୁ ଦେଶବାସୀ ଯେଉଁଭଳି ଭାବେ ସ୍ୱାଗତ କଲେ, ଦେଶର କୋଣ-ଅନୁକୋଣରୁ ଖୁସିର ଯେଉଁ ଲହରି ଉଠିଲା, ପ୍ରତ୍ୟେକ ଦେଶବାସୀ ଯେଉଁଭଳି ନିଜର ଭାବ ପ୍ରକାଶ କଲେ, ତାହା ଆମେ କେବେହେଲେ ଭୁଲିପାରିବୁନି ।
ବନ୍ଧୁଗଣ, ସ୍ୱାଧୀନତାର ଅମୃତ୍ ମହୋତ୍ସବରେ ଦେଶ ଏଭଳି ପ୍ରଚେଷ୍ଟା ମାଧ୍ୟମରେ ନିଜର ଜାତୀୟ ପ୍ରତୀକଗୁଡ଼ିକର ପୁନଃପ୍ରତିଷ୍ଠା କରୁଛି । ଆମେ ଦେଖିଲୁ ଯେ, ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ୍ ଜ୍ୟୋତି ଏବଂ ନିକଟସ୍ଥ ଜାତୀୟ ସମର ସ୍ମାରକୀଠାରେ ପ୍ରଜ୍ଜ୍ୱଳିତ ଜ୍ୟୋତିକୁ ଏକାକାର କରିଦିଆଗଲା । ଭାବବିହ୍ୱଳର ଏହି ମୁହୂର୍ତ୍ତରେ ଅନେକ ଦେଶବାସୀ ଓ ଶହୀଦମାନଙ୍କ ପରିବାରର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥିଲା । ଜାତୀୟ ସମର ସ୍ମାରକୀରେ ସ୍ୱାଧୀନତା ପ୍ରାପ୍ତି ପରେ ଶହୀଦ ହୋଇଥିବା ଦେଶର ସମସ୍ତ ବୀରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ସେନାର କେତେକ ପୂର୍ବତନ ଯବାନ୍ ମୋତେ ପତ୍ର ଲେଖି କହିଛନ୍ତି ଯେ - ଶହୀଦମାନଙ୍କ ସ୍ମୃତି ସମ୍ମୁଖରେ ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ୍ ଜ୍ୟୋତି ଶହୀଦମାନଙ୍କ ଅମରତ୍ୱର ପ୍ରତୀକ । ପ୍ରକୃତରେ ଅମର ଯବାନ୍ ଜ୍ୟୋତି ଭଳି ଆମ ଶହୀଦ୍, ସେମାନଙ୍କର ପ୍ରେରଣା ତଥା ଯୋଗଦାନ ମଧ୍ୟ ଅମର । ଯେତେବେଳେ ବି ସମୟ ମିଳେ ଜାତୀୟ ସମର ସ୍ମାରକୀ ଯିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ନିଜ ପରିବାର ଓ ପିଲାମାନଙ୍କୁ ମଧ୍ୟ ନିଶ୍ଚୟ ସାଙ୍ଗରେ ନେଇଯାଆନ୍ତୁ । ଏଠାରେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ଶକ୍ତି ଏବଂ ପ୍ରେରଣାର ଅନୁଭୂତି ମିଳିବ ।
ଅମୃତ ମହୋତ୍ସବର ଏହି ଆୟୋଜନ ସମୟରେ ଦେଶରେ ଅନେକ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଗଲା । ଗୋଟିଏ ହେଉଛି, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର । ଏହି ପୁରସ୍କାର ସେହି ପିଲାମାନେ ପାଇଲେ, ଯେଉଁମାନେ କମ୍ ବୟସରେ ସାହସିକ ଓ ପ୍ରେରଣାଦାୟୀ କାମ କରିଛନ୍ତି । ଆମେ ସମସ୍ତେ ନିଜ ଘରେ ଏହି ପିଲାମାନଙ୍କ ବିଷୟରେ ନିଶ୍ଚୟ ଆଲୋଚନା କରିବା ଉଚିତ । ତା’ଦ୍ୱାରା ଆମ ପିଲାମାନେ ମଧ୍ୟ ପ୍ରେରିତ ହେବେ ଓ ସେମାନଙ୍କ ଭିତରେ ଦେଶ ପାଇଁ ସୁନାମ ଅର୍ଜନର ଉତ୍ସାହ ସୃଷ୍ଟି ହେବ । ଦେଶରେ ଏବେ ପଦ୍ମ ସମ୍ମାନର ମଧ୍ୟ ଘୋଷଣା କରାଯାଇଛି । ପଦ୍ମ ପୁରସ୍କାର ପାଇବାକୁ ଥିବା ଏହି ମାନଙ୍କ ମଧ୍ୟରେ ଏଭଳି ଅନେକ ନାଁ ରହିଛି, ଯେଉଁମାନଙ୍କ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏମାନେ ଆମ ଦେଶର unsung heroes, ଯେଉଁମାନେ ସାଧାରଣ ପରିସ୍ଥିତିରେ ଅସାଧାରଣ କାର୍ଯ୍ୟ କରିଛନ୍ତି । ଯେମିତିକି, ଉତ୍ତରାଖଣ୍ଡର ବସନ୍ତି ଦେବୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ବସନ୍ତି ଦେବୀ ନିଜର ସମ୍ପୂର୍ଣ୍ଣ ଜୀବନ ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ କଟାଇଛନ୍ତି । ଅଳ୍ପ ବୟସରେ ତାଙ୍କ ସ୍ୱାମୀଙ୍କ ପରଲୋକ ହୋଇଗଲା ଏବଂ ସେ ଗୋଟିଏ ଆଶ୍ରମରେ ରହିବାକୁ ଲାଗିଲେ । ସେଠାରେ ରହି ସେ ଗୋଟିଏ ନଦୀର ସୁରକ୍ଷା ପାଇଁ ସଂଘର୍ଷ କଲେ ଏବଂ ପରିବେଶ ସୁରକ୍ଷା ଦିଗରେ ଅସାଧାରଣ ଯୋଗଦାନ ଦେଲେ । ମହିଳା ସଶକ୍ତିକରଣ ପାଇଁ ମଧ୍ୟ ସେ ବହୁତ କିଛି କରିଛନ୍ତି । ସେହିପରି, ମଣିପୁରର ୭୭ ବର୍ଷ ବୟସ୍କା ଲୌରେମ୍ବମ୍ ବିନୋ ଦେବୀ ଅନେକ ଦଶନ୍ଧି ଧରି ଲିବା ବୟନ କଳାକୁ ସୁରକ୍ଷା ପ୍ରଦାନ କରିଆସିଛନ୍ତି । ତାଙ୍କୁ ମଧ୍ୟ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ମଧ୍ୟପ୍ରଦେଶର ଅର୍ଜୁନ ସିଂଙ୍କୁ ବୈୟଗା ଆଦିବାସୀ ନୃତ୍ୟ କଳାର ପରିଚୟ ପ୍ରଦାନ କରିବା ପାଇଁ ପଦ୍ମ ସମ୍ମାନ ମିଳିଛି । ପଦ୍ମ ସମ୍ମାନ ପାଇଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି, ଶ୍ରୀଯୁକ୍ତ ଅମାଇ ମହାଲିଙ୍ଗା ନାଇକ୍ । ସେ କର୍ଣ୍ଣାଟକରେ ବାସ କରୁଥିବା ଜଣେ ଚାଷୀ । ଅନେକ ଲୋକ ତାଙ୍କୁ ଟନେଲ୍ମ୍ୟାନ ବୋଲି ମଧ୍ୟ କହନ୍ତି । ଚାଷକାମରେ ସେ ଏଭଳି ଅଭିନବ ଉପାୟ ପ୍ରୟୋଗ କରିଛନ୍ତି, ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ । ତାଙ୍କ ପ୍ରଚେଷ୍ଟାର ବହୁତ ବଡ଼ ଲାଭ ଛୋଟ ଛୋଟ ଚାଷୀମାନଙ୍କୁ ମିଳୁଛି । ଏଭଳି ଆହୁରି unsung heroes ରହିଛନ୍ତି, ଯେଉଁମାନଙ୍କୁ ଦେଶ ସେମାନଙ୍କ ଯୋଗଦାନ ପାଇଁ ସମ୍ମାନିତ କରିଛି । ସେମାନଙ୍କ ସମ୍ପର୍କରେ ଜାଣିବାକୁ ଆପଣମାନେ ନିଶ୍ଚୟ ଚେଷ୍ଟା କରନ୍ତୁ । ସେମାନଙ୍କଠାରୁ ଆମକୁ ଜୀବନରେ ବହୁତ କିଛି ଶିଖିବାକୁ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ଅମୃତ ମହୋତ୍ସବ ଅବସରରେ ଆପଣମାନେ ସମସ୍ତେ ମୋତେ ବହୁତଗୁଡ଼ିଏ ଚିଠି ଓ ମେସେଜ୍ ପଠାଉଛନ୍ତି । ଅନେକ ପରାମର୍ଶ ମଧ୍ୟ ଦେଉଛନ୍ତି । ଏହି କ୍ରମରେ ଏଭଳି କିଛି ଘଟିଛି, ଯାହା ମୋ ପାଇଁ ଅବିସ୍ମରଣୀୟ । ମୋତେ କୋଟିଏରୁ ଅଧିକ ପିଲାମାନେ ନିଜ ମନର କଥା ପୋଷ୍ଟ କାର୍ଡ଼ ମାଧ୍ୟମରେ ଲେଖି ପଠାଇଛନ୍ତି । ଏହି ଏକ କୋଟି ପୋଷ୍ଟ କାର୍ଡ଼ ଦେଶର ଭିନ୍ନ ଭିନ୍ନ ଅଂଚଳରୁ ଆସିଛି । ବିଦେଶରୁ ମଧ୍ୟ ଆସିଛି । ସମୟ ବାହାର କରି ଏଥିରୁ ଅନେକ ପୋଷ୍ଟକାର୍ଡ଼ ପଢ଼ିବାକୁ ମୁଁ ଚେଷ୍ଟା କରିଛି । ଦେଶର ଭବିଷ୍ୟତ ପାଇଁ ଆମ ନୂଆ ପିଢ଼ିର ଚିନ୍ତାଧାରା କେତେ ବ୍ୟାପକ ତାହା ଏହି ପୋଷ୍ଟକାର୍ଡ଼ଗୁଡ଼ିକରେ ଦେଖିବାକୁ ମିଳୁଛି । ‘ମନ୍ କି ବାତ୍’ର ଶୋ୍ରତାମାନଙ୍କ ପାଇଁ ମୁଁ କିଛି ପୋଷ୍ଟକାର୍ଡ଼ ଚୟନ କରିଛି, ଯାହାକୁ ମୁଁ ଆପଣମାନଙ୍କ ସହ ଶେୟାର କରିବାକୁ ଚାହୁଁଛି । ଯେମିତିକି, ଇଏ ଆସାମ ଗୁଆହାଟିରୁ ରିଦ୍ଧିମା ସ୍ୱର୍ଜ୍ଞିୟାରୀଙ୍କ ପୋଷ୍ଟକାର୍ଡ଼ । ରିଦ୍ଧିମା ସପ୍ତମ ଶ୍ରେଣୀର ଛାତ୍ରୀ ଆଉ ସେ ଲେଖିଛନ୍ତି ଯେ, ସ୍ୱାଧୀନତାର ଶହେ ବର୍ଷରେ ସେ ଏଭଳି ଗୋଟିଏ ଭାରତ ଦେଖିବାକୁ ଚାହୁଁଛନ୍ତି, ଯାହା ବିଶ୍ୱର ସବୁଠାରୁ ସ୍ୱଚ୍ଛ ଦେଶ ହୋଇଥାଉ, ଆତଙ୍କବାଦରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇଥାଉ, ଶତ ପ୍ରତିଶତ ସାକ୍ଷର ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଥାଉ, zero accident ଦେଶ ବା ଦୁର୍ଘଟଣାମୁକ୍ତ ଦେଶ ହେଉ, ଏବଂ ପୋଷଣୀୟ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଖାଦ୍ୟ ସୁରକ୍ଷାରେ କ୍ଷମ ହେଉ । ରିଦ୍ଧିମା! ଆମ ଝିଅମାନେ ଯାହା ଚିନ୍ତା କରନ୍ତି, ଦେଶ ପାଇଁ ଯେଉଁ ସ୍ୱପ୍ନ ଦେଖନ୍ତି, ସେସବୁ ତ ନିଶ୍ଚୟ ପୂର୍ଣ୍ଣ ହୁଏ । ଯେତେବେଳେ ସମସ୍ତଙ୍କ ପ୍ରଚେଷ୍ଟା ଏକ ହେବ, ଆପଣଙ୍କ ଯୁବପିଢ଼ି ଏହାକୁ ଲକ୍ଷ୍ୟ ଭାବରେ ରଖି କାର୍ଯ୍ୟ କରିବ, ତା’ହେଲେ ଆପଣ ଭାରତକୁ ଯେଉଁଭଳି ଭାବେ ନିର୍ମାଣ କରିବାକୁ ଚାହୁଁଛନ୍ତି, ସେଭଳି ନିଶ୍ଚୟ ହେବ । ଗୋଟିଏ ପୋଷ୍ଟକାର୍ଡ଼ ମୋତେ ଉତ୍ତରପ୍ରଦେଶର ପ୍ରୟାଗରାଜର ନବ୍ୟା ବର୍ମାଙ୍କଠାରୁ ବି ମିଳିଛି । ନବ୍ୟା ଲେଖିଛନ୍ତି ଯେ, ୨୦୪୭ରେ ସେ ଏଭଳି ଭାରତର ସ୍ୱପ୍ନ ଦେଖିଛନ୍ତି ଯେଉଁଠି ସମସ୍ତଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ମିଳୁ, ଯେଉଁଠି ଚାଷୀ ସମୃଦ୍ଧ ହୋଇଥାଉ, ଏବଂ ଦୁର୍ନୀତି ନ ଥାଉ । ନବ୍ୟା! ଦେଶ ପାଇଁ ଆପଣଙ୍କ ସ୍ୱପ୍ନ ବହୁତ ପ୍ରଶଂସନୀୟ । ଦେଶ ଏହି ଦିଗରେ ଦ୍ରୁତଗତିରେ ଅଗ୍ରସର ହେଉଛି । ଆପଣ ଦୁର୍ନୀତିମୁକ୍ତ ଭାରତ କଥା କହିଛନ୍ତି । ଦୁର୍ନୀତି ତ ଉଈ ଭଳି ଦେଶକୁ ଫମ୍ପା କରିଦିଏ । ସେଥିରୁ ମୁକ୍ତି ପାଇଁ ୨୦୪୭କୁ ଅପେକ୍ଷା କାହିଁକି ? ଏହି କାମ ଆମ ସମସ୍ତ ଦେଶବାସୀଙ୍କୁ, ଆଜିର ଯୁବପିଢ଼ିକୁ ମିଶି କରିବାକୁ ହେବ, ଅତିଶୀଘ୍ର କରିବାକୁ ହେବ ଏବଂ ଏଥିପାଇଁ ଆମେ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେବା ନିହାତି ଜରୁରୀ । ସର୍ବାଗ୍ରେ କର୍ତ୍ତବ୍ୟ । ଯେଉଁଠି କର୍ତ୍ତବ୍ୟ ପାଳନର ଭାବନା ଥାଏ, ଦୁର୍ନୀତି ତା’ର ପାଖ ମାଡ଼ିପାରେନି ।
ବନ୍ଧୁଗଣ, ମୋ ଆଗରେ ଆଉ ଗୋଟିଏ ପୋଷ୍ଟକାର୍ଡ଼ ରହିଛି, ଯାହାକୁ ପଠାଇଛନ୍ତି ଚେନ୍ନାଇର ମହମ୍ମଦ ଇବ୍ରାହିମ୍ । ଇବ୍ରାହିମ୍ ୨୦୪୭ରେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଗୋଟିଏ ବଡ଼ ଶକ୍ତି ରୂପେ ଦେଖିବାକୁ ଚାହୁଁଛନ୍ତି । ସେ ଚାହୁଁଛନ୍ତି ଯେ, ଚନ୍ଦ୍ର ଉପରେ ଭାରତର ନିଜସ୍ୱ ଗବେଷଣା କେନ୍ଦ୍ର ହେଉ, ଏବଂ ମଙ୍ଗଳ ଉପରେ ଭାରତ, ମାନବବସତି ସ୍ଥାପନ କରିବା କାର୍ଯ୍ୟ ଆରମ୍ଭ କରୁ । ଏହା ସଙ୍ଗେସଙ୍ଗେ ଇବ୍ରାହିମ୍ ପୃଥିବୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଭାରତର ଗୋଟିଏ ବଡ଼ ଭୂମିକା ଦେଖିବାକୁ ଚାହୁଁଛନ୍ତି । ଇବ୍ରାହିମ୍! ଯେଉଁ ଦେଶ ପାଖରେ ଆପଣଙ୍କ ଭଳି ନବଯୁବକ ରହିଛନ୍ତି, ତାହା ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ।
ବନ୍ଧୁଗଣ, ମୋ ଆଗରେ ଆଉ ଗୋଟିଏ ଚିଠି ରହିଛି । ଏହାକୁ ଲେଖିଛନ୍ତି ମଧ୍ୟପ୍ରଦେଶର ରାୟସେନସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀର ଛାତ୍ରୀ ଭାବନା । ସର୍ବପ୍ରଥମେ ମୁଁ ଭାବନାଙ୍କୁ କହିବାକୁ ଚାହୁଁଛି ଯେ, ଆପଣ ଯେଉଁଭଳି ଭାବେ ନିଜ ପୋଷ୍ଟକାର୍ଡ଼କୁ ତ୍ରିରଙ୍ଗାରେ ସଜେଇଛନ୍ତି, ତାହା ମୋତେ ବହୁତ ଭଲ ଲାଗିଲା । ଭାବନା ବିପ୍ଳବୀ ଶିରିଷ କୁମାରଙ୍କ ବିଷୟରେ ଲେଖିଛନ୍ତି ।
ବନ୍ଧୁଗଣ, ମୋତେ ଗୋଆରୁ ଲାରେନଶିୟୋ ପରେରାଙ୍କ ପୋଷ୍ଟକାର୍ଡ଼ ବି ମିଳିଛି । ସେ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥୀ । ତାଙ୍କ ଚିଠିର ବିଷୟଟି ମଧ୍ୟ ରହିଛି – ସ୍ୱାଧୀନତାର unsung heroes. ଏହାର ଭାବାର୍ଥ ମୁଁ ଆପଣମାନଙ୍କୁ କହୁଛି । ସେ ଲେଖିଛନ୍ତି ଯେ - ଭିକାଜୀ କାମା ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିବା ସବୁଠାରୁ ସାହସୀ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ଦେଶ-ବିଦେଶରେ ଅନେକ ଅଭିଯାନ ଚଳାଇଥିଲେ । ଅନେକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରିଥିଲେ । ଭିକାଜୀ କାମା ନିଶ୍ଚିତ ଭାବେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିବା ସବୁଠାରୁ ସାହସୀ ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ । ୧୯୦୭ରେ ସେ ଜର୍ମାନୀରେ ତ୍ରିରଙ୍ଗା ଉଡାଇଥିଲେ । ଏହି ତ୍ରିରଙ୍ଗାକୁ ଡିଜାଇନ୍ କରିବାରେ ଯେଉଁ ବ୍ୟକ୍ତି ତାଙ୍କୁ ସହଯୋଗ କରିଥିଲେ, ସେ ଥିଲେ ଶ୍ୟାମଜୀ କୃଷ୍ଣ ବର୍ମା । ୧୯୩୦ରେ ଜେନେଭାଠାରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ପରଲୋକ ହୋଇଥିଲା । ତାଙ୍କର ଅନ୍ତିମ ଇଚ୍ଛା ଥିଲା ଯେ, ସ୍ୱାଧୀନତା ପ୍ରାପ୍ତି ପରେ ତାଙ୍କ ପାର୍ଥିବ ଅବଶେଷକୁ ଭାରତ ଅଣାଯାଉ । ଅବଶ୍ୟ ୧୯୪୭ରେ ଭାରତ ସ୍ୱାଧୀନ ହେବା ପରଦିନ ହିଁ ତାଙ୍କ ପାର୍ଥିବ ଅବଶେଷ ଭାରତକୁ ଅଣାଯାଇପାରିଥାନ୍ତା । କିନ୍ତୁ ଏହା ହେଲାନି । ହୁଏତ ଏହି କାର୍ଯ୍ୟ ମୋ ଦ୍ୱାରା ହେଉ ବୋଲି ପରମାତ୍ମାଙ୍କ ଇଚ୍ଛା ଥିଲା ଆଉ ଏହାର ସୌଭାଗ୍ୟ ମୋତେ ହିଁ ମିଳିଲା । ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ୨୦୦୩ରେ ତାଙ୍କ ପାର୍ଥିବ ଅବଶେଷ ଭାରତକୁ ଅଣାଯାଇଥିଲା । ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ସ୍ମୃତିରେ ତାଙ୍କ ଜନ୍ମସ୍ଥାନ କଚ୍ଛର ମାଣ୍ଡୱିଠାରେ ଗୋଟିଏ ସ୍ମାରକ ମଧ୍ୟ ନିର୍ମାଣ କରାଯାଇଛି ।
ବନ୍ଧୁଗଣ, ଭାରତର ସ୍ୱାଧୀନତାର ଅମୃତ ମହୋତ୍ସବର ଉତ୍ସାହ କେବଳ ଆମ ଦେଶରେ ରହିଛି ତାହା ନୁହେଁ । ଭାରତର ମିତ୍ର ରାଷ୍ଟ୍ର କ୍ରୋଏସିଆରୁ ମଧ୍ୟ ମୋତେ ୭୫ଟି ପୋଷ୍ଟକାର୍ଡ଼ ମିଳିଛି । କ୍ରୋଏସିଆର ଜାଗ୍ରେବରେ School of Applied Arts and Designeର ଛାତ୍ରମାନେ ଏହି ୭୫ଟି ପୋଷ୍ଟକାର୍ଡ଼ ଭାରତର ଜନସାଧାରଣଙ୍କ ପାଇଁ ପଠାଇଛନ୍ତି ଏବଂ ଅମୃତ ମହୋତ୍ସବ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି । ମୁଁ ଆପଣ ସମସ୍ତ ଦେଶବାସୀଙ୍କ ତରଫରୁ କ୍ରୋଏସିଆ ଏବଂ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଭାରତ ଶିକ୍ଷା ଓ ଜ୍ଞାନର ତପୋଭୂମି ହୋଇ ରହିଆସିଛି । ଆମେ ଶିକ୍ଷାକୁ ପୋଥିଗତ ଜ୍ଞାନରେ ସୀମିତ ରଖିନୁ ବରଂ ଏହାକୁ ଜୀବନର ଗୋଟିଏ ସାମଗ୍ରିକ ଅନୁଭୂତି ରୂପେ ଦେଖିଛୁ । ଆମ ଦେଶର ମହାନ ବ୍ୟକ୍ତିତ୍ୱମାନଙ୍କର ମଧ୍ୟ ଶିକ୍ଷା ସହିତ ଗୋଟିଏ ଘନିଷ୍ଠ ସମ୍ପର୍କ ରହିଛି । ପଣ୍ଡିତ୍ ମଦନ ମୋହନ ମାଲବ୍ୟ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିବା ବେଳେ ମହାତ୍ମା ଗାନ୍ଧି ଗୁଜରାଟ ବିଦ୍ୟାପୀଠର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଗୁଜରାଟର ଆନନ୍ଦରେ ଗୋଟିଏ ବହୁତ ସୁନ୍ଦର ସ୍ଥାନ ରହିଛି ଯାହାର ନାଁ ବଲ୍ଲଭ ବିଦ୍ୟାନଗର । ସର୍ଦ୍ଦାର ପଟେଲଙ୍କ ଅନୁରୋଧକ୍ରମେ ତାଙ୍କର ଦୁଇ ସହଯୋଗୀ – ଭାଇ କାକା ଓ ଭିଖା ଭାଇ ସେଠାକାର ଯୁବଗୋଷ୍ଠୀଙ୍କ ପାଇଁ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେହିଭଳି ପଶ୍ଚିମବଙ୍ଗରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଶାନ୍ତିନିକେତନ ପ୍ରତିଷ୍ଠା କରିଥିଲେ । ମହାରାଜା ଗାଏକୱାଡ଼୍ ମଧ୍ୟ ଶିକ୍ଷାର ପ୍ରବଳ ସମର୍ଥକମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ ଅନେକ ଶିକ୍ଷାସଂସ୍ଥା ନିର୍ମାଣ କରାଇଥିଲେ ଏବଂ ଡ. ଆମ୍ବେଦକର ଏବଂ ଶ୍ରୀ ଅରବିନ୍ଦଙ୍କ ସମେତ ଅନେକ ମହାନ ବ୍ୟକ୍ତିଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରେରଣା ଯୋଗାଇଥିଲେ । ଏହିଭଳି ମହାନ ବ୍ୟକ୍ତିମାନଙ୍କ ତାଲିକାରେ ଗୋଟିଏ ନାମ ହେଉଛି ରାଜା ମହେନ୍ଦ୍ର ପ୍ରତାପ ସିଂହ । ରାଜା ମହେନ୍ଦ୍ର ପ୍ରତାପ ସିଂହ ଗୋଟିଏ ପ୍ରଯୁକ୍ତିବିଦ୍ୟାର ସ୍କୁଲ ପ୍ରତିଷ୍ଠା ପାଇଁ ତ ନିଜର ଘର ହିଁ ଦାନ କରିଦେଲେ ।
ସେ ଆଲିଗଡ଼ ଓ ମଥୁରାରେ ଶିକ୍ଷାକେନ୍ଦ୍ର ନିର୍ମାଣ କରିବା ପାଇଁ ଅନେକ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । କିଛିଦିନ ପୂର୍ବେ ମୋତେ ଆଲିଗଡ଼ରେ ତାଙ୍କରି ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୌଭାଗ୍ୟ ମିଳିଲା । ଶିକ୍ଷାର ଆଲୋକକୁ ପ୍ରତ୍ୟେକ ବ୍ୟକ୍ତି ନିକଟକୁ ପହଂଚାଇବାର ସେହି ଜୀବନ୍ତ ଭାବନା ଆଜି ମଧ୍ୟ ଭାରତରେ ବଜାୟ ରହିଥିବା କଥା ମୋତେ ଆନନ୍ଦିତ କରିଛି । ଏହି ଭାବନାର ସବୁଠୁ ଭଲ କଥା କ’ଣ, ଆପଣ ଜାଣନ୍ତି କି ? ତାହା ହେଉଛି ଯେ, ଶିକ୍ଷାକୁ ନେଇ ଏହି ସଚେତନତା ସମାଜର ପ୍ରତ୍ୟେକ ସ୍ତରରେ ପରିଲକ୍ଷିତ ହେଉଛି । ତାମିଲନାଡ଼ୁର ତ୍ରିପ୍ପୁର ଜିଲ୍ଲାର ଉଦୁମଲପେଟ୍ ବ୍ଲକରେ ବାସ କରୁଥିବା ତାୟମ୍ମଲଜୀଙ୍କ ଉଦାହରଣ ତ ବହୁତ ପ୍ରେରଣାଦାୟୀ । ତାୟମ୍ମଲ ଜୀଙ୍କ ପାଖରେ ନିଜର କୌଣସି ଜମି ନାହିଁ । ବର୍ଷବର୍ଷ ଧରି ଏହାଙ୍କ ପରିବାର ପଇଡ଼ ବିକି ନିଜର ଗୁଜରାଣ ମେଣ୍ଟାନ୍ତି । ଆର୍ଥିକ ସ୍ଥିତି ଭଲ ନାହିଁ ସତ, କିନ୍ତୁ ତାୟମ୍ମଲ ଜୀ ନିଜର ପୁଅଝିଅଙ୍କୁ ପାଠ ପଢ଼ାଇବାରେ କୌଣସି ଅଭାବ ରଖିନଥିଲେ । ତାଙ୍କ ପୁଅଝିଅ ଚିନ୍ନବୀରମପଟ୍ଟି ପଂଚାୟତ ୟୁନିଅନ ମିଡିଲ୍ ସ୍କୁଲରେ ପଢୁଥିଲେ । ଦିନେ ସ୍କୁଲରେ ଅଭିଭାବକଙ୍କ ସହ ଅନୁଷ୍ଠିତ ବୈଠକରେ କଥା ଉଠିଲା ଯେ ଶ୍ରେଣୀଗୃହ ଓ ବିଦ୍ୟାଳୟର ସ୍ଥିତିକୁ ସୁଧାରିବା ଦରକାର, ବିଦ୍ୟାଳୟ ଭିତ୍ତିଭୂମିକୁ ଠିକ୍ କରିବା ଦରକାର । ତାୟମ୍ମଲଜୀ ମଧ୍ୟ ସେହି ବୈଠକରେ ଉପସ୍ଥିତ ଥିଲେ । ସେ ସବୁକିଛି ଶୁଣିଲେ । ଏହି କାର୍ଯ୍ୟ ପାଇଁ ଯେଉଁ ଟଙ୍କା ଦରକାର ପଡ଼ିଲା, ବୈଠକରେ ସେହି କଥାକୁ ନେଇ ଆଲୋଚନା ଅଟକିଗଲା । ଏହାପରେ ତାୟମ୍ମଲଜୀ ଯାହା କଲେ, କେହି ତା’ର କଳ୍ପନା କରପାରିବେ ନାହିଁ । ଯେଉଁ ତାୟମ୍ମଲଜୀ ପଇଡ଼ ବିକି କିଛି ପୁଞ୍ଜି ଜମା କରିଥିଲେ, ସେଥିରୁ ୧ ଲକ୍ଷ ଟଙ୍କା ବିଦ୍ୟାଳୟ ପାଇଁ ଦାନ କରିଦେଲେ । ସତରେ, ଏପରି କରିବା ପାଇଁ ବହୁତ ବଡ଼ ହୃଦୟ ଦରକାର, ସେବା-ଭାବ ଦରକାର । ତାୟମ୍ମଲଜୀଙ୍କ କହିବା ଅନୁଯାୟୀ ଏବେ ଯେଉଁ ସ୍କୁଲ ଅଛି, ସେଥିରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ହେଉଛି । ଯେତେବେଳେ ସ୍କୁଲ୍ ଭିତ୍ତିଭୂମିରେ ଉନ୍ନତି ଆସିବ ସେତେବେଳେ ଏଠାରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଇପାରିବ । ଆମ ଦେଶରେ ଶିକ୍ଷାକୁ ନେଇ ଏହା ସେହି ଭାବନା ଅଟେ, ଯାହା ସମ୍ପର୍କରେ ମୁଁ ଆଲୋଚନା କରୁଥିଲି । ମୋତେ ଆଇଆଇଟି ବିଏଚ୍ୟୁର ଜଣେ ପୂର୍ବତନ ଛାତ୍ରଙ୍କ ଏହିପରି ଦାନ ସମ୍ପର୍କରେ ସୂଚନା ମିଳିଛି । ବିଏଚ୍ୟୁର ପୂର୍ବତନ ଛାତ୍ର ଜୟ ଚୌଧୁରୀଜୀ ଆଇଆଇଟି ବିଏଚ୍ୟୁ ଫାଉଣ୍ଡେସନକୁ ୧ ନିୟୁତ ଡଲାର ଅର୍ଥାତ ପ୍ରାୟ ସାଢ଼େ ସାତ କୋଟି ଟଙ୍କା ଦାନ କରିଛନ୍ତି ।
ବନ୍ଧୁଗଣ, ଆମ ଦେଶରେ ଭିନ୍ନ ଭିନ୍ନ କ୍ଷେତ୍ର ସହିତ ସମ୍ପୃକ୍ତ ବହୁତ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରି ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ମୁଁ ବହୁତ ଖୁସି ଯେ ଏପରି ପ୍ରୟାସ ଉଚ୍ଚଶିକ୍ଷା କ୍ଷେତ୍ରରେ, ବିଶେଷକରି ଆମର ଅଲଗା ଅଲଗା ଆଇଆଇଟିଗୁଡ଼ିକରେ ନିରନ୍ତର ଦେଖିବାକୁ ମିଳୁଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହିଭଳି ପ୍ରେରଣାଦାୟୀ ଉଦାହରଣର ଅଭାବ ନାହିଁ । ଏପରି ଉଦ୍ୟମକୁ ଆହୁରି ଅଧିକ ବଢ଼ାଇବା ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଦେଶରେ ବିଦ୍ୟାଞ୍ଜଳି ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏହାର ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ସଂଗଠନ, ସିଏସ୍ଆର୍ ଏବଂ ଘରୋଇ କ୍ଷେତ୍ରର ଭାଗିଦାରୀତାରେ ସମଗ୍ର ଦେଶର ବିଦ୍ୟାଳୟ ଶିକ୍ଷାର ଗୁଣବତାରେ ଉନ୍ନତି ଆଣିବା । ବିଦ୍ୟାଞ୍ଜଳି ସାମୁଦାୟିକ ଭାଗିଦାରିତା ଓ ମାଲିକାନା ଭାବନାକୁ ଆଗକୁ ବଢ଼ାଉଛି । ନିଜର ସ୍କୁଲ, କଲେଜ ସହିତ ନିରନ୍ତର ଯୋଡ଼ିହୋଇ ରହିବା, ନିଜ କ୍ଷମତା ଅନୁସାରେ କିଛି ନା କିଛି ଯୋଗଦାନ କରିବା ଏହା ଏପରି ଏକ କଥା, ଯେଉଁଥିରୁ ସନ୍ତୋଷ ଓ ଆନନ୍ଦ ଅନୁଭବ କଲେ ହିଁ ପ୍ରକୃତ କଥା ଜାଣିହୁଏ ।
ମୋର ପ୍ରିୟ ଦେଶବାସୀଗଣ, ପ୍ରକୃତିକୁ ପ୍ରେମ ଓ ପ୍ରତ୍ୟେକ ଜୀବ ପାଇଁ କରୁଣା, ଏହା ଆମର ସଂସ୍କୃତିରେ ଅଛି ଆଉ ସ୍ୱଭାବରେ ମଧ୍ୟ ରହିଛି । ଆମର ଏହି ସଂସ୍କାରର ଏକ ଉଦାହରଣ ଏଇ ନିକଟରେ ଦେଖିବାକୁ ମିଳିଥିଲା, ଯେତେବେଳେ ମଧ୍ୟପ୍ରଦେଶର ପେଂଚ୍ ଟାଇଗର ରିଜର୍ଭରେ ଏକ ବାଘୁଣୀର ମୃତ୍ୟୁ ହେଲା । ଏହି ବାଘୁଣୀକୁ ଲୋକେ କଲାର୍ବାଲୀ ବାଘୁଣୀ କହୁଥିଲେ । ବନବିଭାଗ ଏହାକୁ ଟି-୧୫ ନାମ ଦେଇଥିଲା । ଏହି ବାଘୁଣୀର ମୃତ୍ୟୁ ଲୋକଙ୍କୁ ଏତେ ଭାବୁକ କରିଦେଲା ଯେ ସତେଯେମିତି କେହି ଜଣେ ନିଜର ଲୋକ ଦୁନିଆ ଛାଡି ଚାଲିଗଲା । ଲୋକେ ସତକୁ ସତ ତା’ର ଅନ୍ତିମ ସଂସ୍କାର କଲେ, ତାକୁ ପୂର୍ଣ୍ଣ ସମ୍ମାନ ଓ ସ୍ନେହ ସହ ବିଦାୟ ଦେଲେ । ଆପଣ ମଧ୍ୟ ଏହାର ଫଟୋ ସୋସିଆଲ୍ ମିଡିଆରେ ନିଶ୍ଚୟ ଦେଖିଥିବେ । ସମଗ୍ର ପୃଥିବୀରେ ପ୍ରକୃତି ଓ ଜୀବଜନ୍ତୁଙ୍କ ପାଇଁ ଆମର, ଭାରତୀୟଙ୍କ ଏହି ପ୍ରେମର ଖୁବ୍ ପ୍ରଶଂସା କରାଯାଇଥିଲା । କଲାରବାଲୀ ବାଘୁଣୀ ତା’ର ଜୀବନକାଳ ମଧ୍ୟରେ ୨୯ଟି ଶାବକଙ୍କୁ ଜନ୍ମ ଦେଇଥିଲା ଏବଂ ୨୫ଟିକୁ ପାଳିପୋଷି ବଡ଼ ମଧ୍ୟ କରିଥିଲା । ଆମେ ଟି-୧୫ର ଏହି ଜୀବନକୁ ନେଇ ଉତ୍ସବ ମନାଇଥିଲୁ ଏବଂ ସେ ଦୁନିଆ ଛାଡ଼ି ଯିବାପରେ ତାକୁ ଭାବପୂର୍ଣ୍ଣ ବିଦାୟ ମଧ୍ୟ ଦେଲୁ । ଏହାହିଁ ତ ଭାରତର ଲୋକଙ୍କର ବିଶେଷତ୍ୱ । ଆମେ ପ୍ରତ୍ୟେକ ଜୀବ ସହିତ ପ୍ରେମର ସମ୍ପର୍କ କରିପକାଉ । ଏପରି ହିଁ ଗୋଟିଏ ଦୃଶ୍ୟ ମୋତେ ଏଥର ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ପରେଡରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷକଙ୍କ ଚାର୍ଜର୍ ଘୋଡ଼ା ବିରାଟ ନିଜର ଶେଷ ପରେଡରେ ଅଂଶଗ୍ରହଣ କରିଥିଲା । ଘୋଡ଼ା ବିରାଟ, ୨୦୦୩ରେ ରାଷ୍ଟ୍ରପତି ଭବନ ଆସିଥିଲା ଏବଂ ପ୍ରତ୍ୟେକ ଥର ଗଣତନ୍ତ୍ର ଦିବସରେ କମାଣ୍ଡାଂଟ୍ ଚାର୍ଜର୍ ଭାବେ ପରେଡର ନେତୃତ୍ୱ ନେଉଥିଲା । ଯେତେବେଳେ କୌଣସି ବିଦେଶୀ ରାଷ୍ଟ୍ରାଧ୍ୟକ୍ଷଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯାଉଥିଲା, ସେତେବେଳେ ମଧ୍ୟ ସେ ନିଜର ଭୂମିକା ତୁଲାଉଥିଲା । ଏ ବର୍ଷ ସେନା ଦିବସରେ ଘୋଡ଼ା ବିରାଟକୁ ସେନାମୁଖ୍ୟଙ୍କ ଦ୍ୱାରା ସିଓଏଏସ୍ କମେଣ୍ଡେସନ କାର୍ଡ ମଧ୍ୟ ଦିଆଯାଇଥିଲା । ବିରାଟର ବିରାଟ ସେବାକୁ ଦେଖି ତା’ର ସେବାନିବୃତ ପରେ ସେହିପରି ଭବ୍ୟ ଭାବେ ତାକୁ ବିଦାୟ ଦିଆଗଲା ।
ମୋର ପ୍ରିୟ ଦେଶବାସୀଗଣ, ଯେତେବେଳେ ଏକନିଷ୍ଠ ପ୍ରୟାସ ହୁଏ, ମହତ୍ ଉଦ୍ଦେଶ୍ୟ ସହିତ କାମ ହୁଏ ସେତେବେଳେ ତା’ର ପରିଣାମ ମଧ୍ୟ ମିଳିଥାଏ । ଏହାର ଏକ ସୁନ୍ଦର ଉଦାହରଣ ଆସାମରେ ଦେଖିବାକୁ ମିଳିଛି । ଆସାମର ନାଁ ଧରିବା ମାତ୍ରେ ସେଠାକାର ଚା’ବଗିଚା ଓ ବହୁତଗୁଡ଼ାଏ ଜାତୀୟ ଉଦ୍ୟାନର ଚିତ୍ର ଆମ ମନରେ ଫୁଟିଉଠେ । ତା’ସହିତ ଏକଶିଙ୍ଗିଆ ଗଣ୍ଡା ଅର୍ଥାତ ୱାନ୍ ହର୍ଣ୍ଣ ରାଇନୋର ଛବି ମଧ୍ୟ ଆମ ମନରେ ଉଦ୍ଭାସିତ ହୁଏ । ଆପଣ ସମସ୍ତେ ଜାଣନ୍ତି ଯେ ଏକଶିଙ୍ଗିଆ ଗଣ୍ଡା ସବୁବେଳେ ଆସାମର ସଂସ୍କୃତିର ଏକ ଅଂଶ ଭାବେ ରହିଆସିଛି । ଭାରତରତ୍ନ ଭୂପେନ ହଜାରିକା ଜୀଙ୍କ ଏହି ଗୀତ ପ୍ରତ୍ୟେକଙ୍କ କାନରେ ଗୁଞ୍ଜରିତ ହେଉଥିବ:
SONG (Bhupen Hazarika)
ବନ୍ଧୁଗଣ, ଏହି ଗୀତର ଯେଉଁ ଅର୍ଥ ଅଛି, ତାହା ଖୁବ୍ ପ୍ରାସଙ୍ଗିକ । ଏହି ଗୀତରେ କୁହାଯାଇଛି ଯେ, କାଜିରଙ୍ଗାର ସବୁଜ ପରିବେଶ, ହାତୀ ଓ ବାଘର ନିବାସ, ଏକଶିଙ୍ଗିଆ ଗଣ୍ଡାର ପୃଥିବୀକୁ ଦେଖ, ପକ୍ଷୀଙ୍କ ମଧୁର କାକଳି ଶୁଣ । ଆସାମର ବିଶ୍ୱପ୍ରସିଦ୍ଧ ହସ୍ତତନ୍ତରେ ବୁଣା ମୁଙ୍ଗା ଓ ଏରୀର ପୋଷାକରେ ମଧ୍ୟ ଗଣ୍ଡାର ଆକୃତି ଦେଖାଯାଏ । ଆସାମର ସଂସ୍କୃତିରେ ଯେଉଁ ଗଣ୍ଡାର ଏତେ ବଡ଼ ମହିମା ରହିଛି, ତାକୁ ବି ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୨୦୧୩ ମସିହାରେ ୩୭ ଓ ୨୦୧୪ରେ ୩୨ଟି ଗଣ୍ଡାକୁ ଶିକାରୀମାନେ ମାରିଦେଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ବିଗତ ସାତବର୍ଷ ମଧ୍ୟରେ ଆସାମ ସରକାରଙ୍କ ସ୍ୱତନ୍ତ୍ର ଉଦ୍ୟମ ଦ୍ୱାରା ଗଣ୍ଡା ଶିକାର ବିରୋଧରେ ଏକ ବହୁତ ବଡ଼ ଅଭିଯାନ ଚଳାଗଲା । ଗତ ୨୨ ସେପ୍ଟେମ୍ବରରେ ବିଶ୍ୱ ଗଣ୍ଡା ଦିବସ ଅବସରରେ ଶିକାରୀଙ୍କଠାରୁ ଜବତ କରାଯାଇଥିବା ୨୪୦୦ରୁ ଅଧିକ ଶିଙ୍ଗକୁ ପୋଡ଼ି ଦିଆଯାଇଥିଲା । ଏହା ଶିକାରୀମାନଙ୍କ ପାଇଁ ଏକ ଶକ୍ତ ସନ୍ଦେଶ ଥିଲା । ଏପରି ପ୍ରୟାସର ଫଳସ୍ୱରୂପ ଏବେ ଆସାମରେ ଗଣ୍ଡା ଶିକାର କ୍ରମାଗତ କମିଚାଲିଛି । ୨୦୧୩ରେ ୩୭ଟି ଗଣ୍ଡାକୁ ହତ୍ୟା କରାଯାଇଥିବାବେଳେ ୨୦୨୦ରେ ୨ଟି ଓ ୨୦୨୧ରେ ମାତ୍ର ଗୋଟିଏ ଗଣ୍ଡାକୁ ଶିକାର କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ମୁଁ ଗଣ୍ଡାକୁ ବଂଚାଇବା ପାଇଁ ଆସାମର ଜନସାଧାରଣଙ୍କ ସଙ୍କଳ୍ପର ପ୍ରଶଂସା କରୁଛି ।
ବନ୍ଧୁଗଣ, ଭାରତୀୟ ସଂସ୍କୃତିର ବିବିଧ ରଂଗ ଏବଂ ଆଧ୍ୟାତ୍ମିକ ଶକ୍ତି ସବୁବେଳେ ସମଗ୍ର ପୃଥିବୀର ଲୋକଙ୍କୁ ଆକର୍ଷିତ କରିଥାଏ । ଯଦି ମୁଁ ଆପଣଙ୍କୁ କହିବି ଯେ ଭାରତୀୟ ସଂସ୍କୃତି, ଆମେରିକା, କାନାଡା, ଦୁବାଇ, ସିଙ୍ଗାପୁର, ପଶ୍ଚିମ ଇଉରୋପ ଓ ଜାପାନରେ ବହୁତ ଲୋକପ୍ରିୟ ହେଉଛି, ତେବେ ଏକଥା ଆପଣଙ୍କୁ ବହୁତ ସାଧାରଣ ଲାଗିବ, ଆପଣଙ୍କୁ ଆଦୌ ଆଶ୍ଚର୍ଯ୍ୟ ଲାଗିବ ନାହିଁ । କିନ୍ତୁ ଯଦି ମୁଁ କହିବି ଯେ ଭାରତୀୟ ସଂସ୍କୃତିର ଲାଟିନ ଆମେରିକା ଓ ଦକ୍ଷିଣ ଆମେରିକାରେ ମଧ୍ୟ ବଡ଼ ଆକର୍ଷଣ ରହିଛି, ସେତେବେଳେ ଆପଣ ନିଶ୍ଚୟ ଥରେ ଚିନ୍ତାରେ ପଡ଼ିଯିବେ । ମେକ୍ସିକୋରେ ଖଦିର ପ୍ରସାର କଥା ହେଉ ବା ବ୍ରାଜିଲରେ ଭାରତୀୟ ପରମ୍ପରାକୁ ଲୋକପ୍ରିୟ କରିବାର ପ୍ରୟାସ, ‘ମନ କୀ ବାତ୍’ରେ ଆମେ ଏ ବିଷୟଗୁଡ଼ିକ ସମ୍ପର୍କରେ ପୂର୍ବରୁ ଆଲୋଚନା କରିସାରିଛୁ । ଆଜି ମୁଁ ଆପଣଙ୍କୁ ଆର୍ଜେଂଟିନାରେ ଭାରତୀୟ ସଂସ୍କୃତିର ବାନା ଉଡ଼ୁଥିବା ସମ୍ପର୍କରେ କହିବି । ୨୦୧୮ରେ ଆର୍ଜେଂଟିନା ଗସ୍ତ ଅବସରରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମ ‘ଶାନ୍ତି ପାଇଁ ଯୋଗ’ରେ ମୁଁ ଅଂଶଗ୍ରହଣ କରିଥିଲି । ଏଠାରେ ଆର୍ଜେଂଟିନାର ଏକ ସଂସ୍ଥା ଅଛି-ହସ୍ତିନାପୁର ଫାଉଣ୍ଡେସନ । ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ କାହିଁ ଆର୍ଜେଂଟିନା, ଏବଂ ସେଇଠି ବି ଅଛି ହସ୍ତିନାପୁର ଫାଉଣ୍ଡେସନ । ଏ ଫାଉଣ୍ଡେସନ, ଆର୍ଜେଂଟିନାରେ ଭାରତୀୟ ବୈଦିକ ପରମ୍ପରାର ପ୍ରସାରରେ ଲାଗିଛି । ୪୦ ବର୍ଷ ପୂର୍ବେ ଏହାକୁ ପ୍ରତିଷ୍ଠା କରିଥିଲେ ଜଣେ ମହିଳା ପ୍ରଫେସର ଏଡା ଏଲବ୍ରେକ୍ଟ । ଏବେ ପ୍ରଫେସର ଏଡା ଏଲବ୍ରେକ୍ଟଙ୍କୁ ୯୦ ବର୍ଷ ହେବାକୁ ଯାଉଛି । ଭାରତ ସହିତ ତାଙ୍କର ସମ୍ପର୍କ କିଭଳି ହେଲା, ତାହା ମଧ୍ୟ ବହୁତ ରୋଚକ । ଯେତେବେଳେ ସେ ୧୮ ବର୍ଷର ଥିଲେ, ସେତେବେଳେ ପ୍ରଥମ ଥର ଭାରତୀୟ ସଂସ୍କୃତିର ଶକ୍ତି ସହିତ ତାଙ୍କର ପରିଚୟ ହେଲା । ସେ ଭାରତରେ ଦୀର୍ଘଦିନ ମଧ୍ୟ ବିତାଇଥିଲେ । ଭଗବଦ୍ ଗୀତା ଓ ଉପନିଷଦ ସମ୍ପର୍କରେ ଗଭୀର ଭାବେ ଜାଣିଲେ । ବର୍ତ୍ତମାନ ହସ୍ତିନାପୁର ଫାଉଣ୍ଡେସନର ୪୦ ହଜାରରୁ ଅଧିକ ସଦସ୍ୟ ଅଛନ୍ତି ଓ ଆର୍ଜେଂଟିନା ଏବଂ ଅନ୍ୟ ଲାଟିନ ଆମେରିକୀୟ ଦେଶଗୁଡ଼ିକରେ ଏହାର ପ୍ରାୟ ୩୦ଟି ଶାଖା ରହିଛି । ହସ୍ତିନାପୁର ଫାଉଣ୍ଡେସନ ସ୍ପେନିଶ୍ ଭାଷାରେ ୧୦୦ରୁ ଅଧିକ ବୈଦିକ ଓ ଦାର୍ଶନିକ ଗ୍ରନ୍ଥ ମଧ୍ୟ ପ୍ରକାଶିତ କରିଛି । ଏହାର ଆଶ୍ରମ ମଧ୍ୟ ବହୁତ ମନମୋହକ । ଆଶ୍ରମରେ ୧୨ଟି ମନ୍ଦିର ନିର୍ମିତ ହୋଇଛି, ଯେଉଁଥିରେ ଅନେକ ଦେବଦେବୀଙ୍କ ମୂର୍ତ୍ତି ରହିଛି । ଏସବୁର କେନ୍ଦ୍ରରେ ଏପରି ଏକ ମନ୍ଦିର ମଧ୍ୟ ରହିଛି, ଯାହାକୁ ଅଦ୍ୱୈତବାଦୀଙ୍କ ଧ୍ୟାନ କରିବା ପାଇଁ ତିଆରି କରାଯାଇଛି ।
ବନ୍ଧୁଗଣ, ଏପରି ଶହଶହ ଉଦାହରଣ ଜଣାଇଦିଏ ଯେ ଆମର ସଂସ୍କୃତି କେବଳ ଆମ ପାଇଁ ହିଁ ନୁହଁ, ବରଂ ସମଗ୍ର ପୃଥିବୀ ପାଇଁ ଏକ ଅମୂଲ୍ୟ ଐତିହ୍ୟ । ସମଗ୍ର ବିଶ୍ୱବାସୀ ତାକୁ ଜାଣିବାକୁ ଚାହାନ୍ତି, ବୁଝିବାକୁ ଚାହାନ୍ତି, ସେହିପରି ବଂଚିବାକୁ ଚାହାନ୍ତି । ଆମକୁ ମଧ୍ୟ ସଂପୂର୍ଣ୍ଣ ଦାୟିତ୍ୱବୋଧ ସହ ନିଜର ସାଂସ୍କୃତିକ ଐତିହ୍ୟକୁ ନିଜ ଜୀବନର ଅଙ୍ଗ କରିଦେଇ ଅନ୍ୟମାନଙ୍କ ନିକଟରେ ପହଂଚାଇବାର ପ୍ରୟାସ କରିବା ଦରକାର ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଏବେ ଆପଣଙ୍କୁ, ବିଶେଷକରି ନିଜର ଯୁବବନ୍ଧୁଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ଏବେ ଭାବନ୍ତୁ, ଆପଣ ଏକାଥରେ କେତେଥର ପୁଶ୍-ଅପ୍ସ କରିପାରିବେ । ମୁଁ ଆପଣଙ୍କୁ ଯାହା ଜଣାଇବାକୁ ଯାଉଛି, ତାହା ନିଶ୍ଚିତ ରୂପେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ମଣିପୁରର ୨୪ ବର୍ଷୀୟ ଯୁବକ ଥୌନାଓଜମ ନିରଞ୍ଜୟ ସିଂହ ଏକ ମିନିଟରେ ୧୦୯ ପୁଶ୍-ଅପ୍ସ କରିବାର ରେକର୍ଡ ସ୍ଥାପନ କରିଛନ୍ତି । ନିରଞ୍ଜୟ ସିଂହଙ୍କ ପାଇଁ ରେକର୍ଡ ଭାଙ୍ଗିବା କୌଣସି ନୂଆ କଥା ନୁହେଁ; ଏହାପୂର୍ବରୁ ମଧ୍ୟ ସେ ଏକ ମିନିଟରେ ଗୋଟିଏ ହାତରେ ସବୁଠୁ ବେଶି ନକଲ୍ ପୁଶ୍-ଅପ୍ସର ରେକର୍ଡ କରିଥିଲେ । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ନିରଞ୍ଜୟ ସିଂହଙ୍କଠାରୁ ଆପଣ ପ୍ରେରଣା ପାଇବେ ଏବଂ ଶାରୀରିକ ଫିଟନେସକୁ ଆପଣ ନିଜ ଜୀବନର ଅଂଶ କରିବେ ।
ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ଲଦାଖର ଏଭଳି ଏକ ବିଷୟ କହୁଛି, ଯାହା ସମ୍ପର୍କରେ ଜାଣି ଆପଣଙ୍କୁ ନିଶ୍ଚିତ ଗର୍ବ ଲାଗିବ । ଲଦାଖକୁ ଖୁବଶୀଘ୍ର ଏକ ସୁନ୍ଦର ଓପନ୍ ସିନ୍ଥେଟିକ୍ ଟ୍ରାକ୍ ଏବଂ ଏଷ୍ଟ୍ରୋ ଟର୍ଫ ଫୁଟବଲ ଷ୍ଟାଡିୟମର ଉପହାର ମିଳିବାକୁ ଯାଉଛି । ଏହି ଷ୍ଟାଡିୟମ୍ ୧୦,୦୦୦ ଫୁଟରୁ ଅଧିକ ଉଚ୍ଚସ୍ଥାନରେ ତିଆରି ହେଉଛି ଏବଂ ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ଲଦାଖର ଏହା ସବୁଠୁ ବଡ଼ ଓପନ୍ ଷ୍ଟାଡିଅମ୍ ହେବ, ଯେଉଁଠି ଏକାସଂଗେ ୩୦,୦୦୦ ଦର୍ଶକ ବସିପାରିବେ । ଲଦାଖର ଏହି ଆଧୁନିକ ଫୁଟବଲ ଷ୍ଟାଡିଅମରେ ୮ ଲେନ୍ ରହିଥିବା ଏକ ସିନ୍ଥେଟିକ୍ ଟ୍ରାକ୍ ମଧ୍ୟ ରହିବ । ଏହାଛଡ଼ା ଏଠାରେ ୧,୦୦୦ ଶଯ୍ୟା ଥିବା ଏକ ହଷ୍ଟେଲର ସୁବିଧା ମଧ୍ୟ ରହିବ । ଆପଣଙ୍କୁ ଏହାଜାଣି ଭଲ ଲାଗିବ ଯେ ଏହି ଷ୍ଟାଡିଅମକୁ ଫୁଟବଲର ସବୁଠୁ ବଡ଼ ସଂସ୍ଥା ଫିଫା ମଧ୍ୟ ପ୍ରମାଣପତ୍ର ଦେଇଛି । ଯେତେବେଳେ କ୍ରୀଡ଼ାର ଏପରି କିଛି ବଡ଼ ଭିତ୍ତିଭୂମି ପ୍ରସ୍ତୁତ ହୁଏ, ସେତେବେଳେ ଏହା ଦେଶର ଯୁବକଯୁବତୀଙ୍କ ପାଇଁ ସୁନ୍ଦର ସୁଯୋଗ ନେଇ ଆସେ । ତା’ ସହିତ ଯେଉଁଠି ଏପରି ବ୍ୟବସ୍ଥା ଥାଏ ସେଠାରେ ମଧ୍ୟ ସମଗ୍ର ଦେଶରୁ ଲୋକଙ୍କ ଯିବାଆସିବା ଲାଗିରହିଥାଏ, ପର୍ଯ୍ୟଟନ ଆଗକୁ ବଢ଼େ ଏବଂ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହୁଏ । ଲଦାଖର ଆମ ଅନେକ ଯୁବକଯୁବତୀଙ୍କୁ ଏହି ଷ୍ଟାଡିୟମର ଲାଭ ମଧ୍ୟ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ କୀ ବାତ୍’ରେ ଏଥର ମୁଁ ଅନେକ ବିଷୟରେ କଥା ହେଲି । ଆଉ ଗୋଟିଏ ବିଷୟ ଅଛି, ଯାହା ଏବେ ସମସ୍ତଙ୍କ ମନ ଭିତରେ ଅଛି ଏବଂ ତାହାହେଲା କରୋନା କଥା । କରୋନାର ନୂଆ ଲହର ବିରୋଧରେ ଭାରତ ବହୁତ ସଫଳତାର ସହ ଲଢ଼ୁଛି । ଏହା ମଧ୍ୟ ଗର୍ବର କଥା ଯେ ଏ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ଚାରି କୋଟି ପିଲା କରୋନା ଟିକାର ଡୋଜ୍ ନେଇସାରିଲେଣି । ଏହାର ଅର୍ଥ ହେଲା ୧୫ରୁ ୧୮ ବର୍ଷ ବୟସ ବର୍ଗର ପ୍ରାୟ ୬୦% ଯୁବବର୍ଗ ତିନିରୁ ଚାରି ସପ୍ତାହ ମଧ୍ୟରେ ହିଁ ଟିକା ନେଇସାରିଛନ୍ତି । ଏହାଦ୍ୱାରା କେବଳ ଆମ ଯୁବକଯୁବତୀଙ୍କର ସ୍ୱାସ୍ଥ୍ୟରକ୍ଷା ହେବନାହିଁ, ବରଂ ସେମାନଙ୍କୁ ପାଠପଢ଼ା ଜାରି ରଖିବାରେ ମଧ୍ୟ ସାହାଯ୍ୟ କରିବ । ଏହା ମଧ୍ୟ ଆଉ ଗୋଟିଏ ଭଲ କଥା ଯେ ୨୦ ଦିନ ଭିତରେ ହିଁ ଏକ କୋଟି ଲୋକ ପ୍ରିକସନ୍ ଡୋଜ୍ ମଧ୍ୟ ନେଇଛନ୍ତି । ନିଜ ଦେଶର ଟିକା ଉପରେ ଦେଶବାସୀଙ୍କ ଏହି ବିଶ୍ୱାସ ଆମର ବହୁତ ବଡ଼ ଶକ୍ତି । ଏବେ ତ କରୋନା ସଂକ୍ରମଣ ମାମଲା ମଧ୍ୟ କମ୍ ହେବା ଆରମ୍ଭ ହୋଇଯାଇଛି । ଏହା ବହୁତ ସକାରାତ୍ମକ ସଙ୍କେତ । ଲୋକେ ସୁରକ୍ଷିତ ରହନ୍ତୁ, ଦେଶର ଆର୍ଥିକ ଗତିବିଧିର ବେଗ ବଜାୟ ରହୁ- ପ୍ରତ୍ୟେକ ଦେଶବାସୀଙ୍କର ଏହାହିଁ କାମନା ଏବଂ ଆପଣ ତ ଜାଣନ୍ତି ଯେ ‘ମନ୍ କୀ ବାତ୍’ରେ, କେତେକ କଥା ନ କହି ମୁଁ ରହିପାରେନି, ଯେପରିକି ‘ସ୍ୱଚ୍ଛତା ଅଭିଯାନ’କୁ ଆମେ ଭୁଲିବା ନାହିଁ, ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବିରୋଧୀ ଅଭିଯାନକୁ ଆମେ ଆହୁରି ଜୋରଦାର କରିବା ଦରକାର, ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ଆମର ଦାୟିତ୍ୱ ଅଟେ, ଆମକୁ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ପ୍ରାଣପଣେ ଲାଗିବାକୁ ପଡ଼ିବ । ଆମ ସମସ୍ତଙ୍କର ପ୍ର୍ରୟାସ ଦ୍ୱାରା ହିଁ ଦେଶ ବିକାଶର ନୂଆ ଉଚ୍ଚତାରେ ପହଂଚିବ । ଏହି କାମନା ସହ, ମୁଁ, ଆପଣମାନଙ୍କଠାରୁ ବିଦାୟ ନେଉଛି । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏବେ ଆପଣମାନେ ନିଶ୍ଚୟ ୨୦୨୧କୁ ବିଦାୟ ଦେବା ଓ ୨୦୨୨କୁ ସ୍ୱାଗତ କରିବାର ପ୍ରସ୍ତୁତିରେ ଲାଗିଥିବେ । ନୂଆବର୍ଷରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ଆଗାମୀ ବର୍ଷରେ କିଛି ଆହୁରି ଭଲ କରିବା, ଆହୁରି ଭଲ ହେବାର ସଂକଳ୍ପ ଗ୍ରହଣ କରିଥାନ୍ତି । ବିଗତ ସାତ ବର୍ଷରୁ ଆମର ଏହି ‘ମନ୍ କି ବାତ୍’ ମଧ୍ୟ ବ୍ୟକ୍ତିର, ସମାଜର, ଦେଶର ଭଲ କଥାଗୁଡ଼ିକୁ ଉଜାଗର କରି ଆହୁରି ଭଲ କରିବା, ଆହୁରି ଭଲ ହେବା ପାଇଁ ପ୍ରେରଣା ଯୋଗାଇଆସିଛି । ଏହି ସାତ ବର୍ଷରେ ‘ମନ୍ କି ବାତ୍’ କହିବା ଭିତରେ ମୁଁ ସରକାରଙ୍କ ଉପଲବ୍ଧିଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିପାରିଥାଆନ୍ତି । ଆପଣମାନଙ୍କୁ ମଧ୍ୟ ଭଲ ଲାଗିଥାଆନ୍ତା, ଆପଣମାନେ ମଧ୍ୟ ଏହାକୁ ପ୍ରଶଂସା କରିଥାଆନ୍ତେ । କିନ୍ତୁ ଏହା ମୋର ଅନେକ ଦଶନ୍ଧିର ଅନୁଭୂତି ଯେ, ଗଣମାଧ୍ୟମର ଚାକଚକ୍ୟଠାରୁ ଦୂରରେ, ଖବରକାଗଜର ଶିରୋନାମାଠାରୁ ଦୂରରେ, କୋଟି କୋଟି ଲୋକ ଅଛନ୍ତି, ଯେଉଁମାନେ ଅନେକ ଭଲ କାମ କରୁଛନ୍ତି । ସେମାନେ ଦେଶର ଭବିଷ୍ୟତ ପାଇଁ ନିଜର ବର୍ତ୍ତମାନକୁ ବିନିଯୋଗ କରୁଛନ୍ତି । ସେମାନେ ଦେଶର ଆଗାମୀ ପିଢ଼ିମାନଙ୍କ ପାଇଁ ନିଜର ପ୍ରଚେଷ୍ଟାରେ ଆଜି ମନ-ପ୍ରାଣ ଦେଇ ଲାଗିଛନ୍ତି । ଏଭଳି ଲୋକଙ୍କ କଥା ବହୁତ ଶାନ୍ତି ପ୍ରଦାନ କରିଥାଏ, ଗଭୀର ପ୍ରେରଣା ଦେଇଥାଏ । ମୋ ପାଇଁ ‘ମନ୍ କି ବାତ୍’ ସବୁବେଳେ ଏଭଳି ଲୋକଙ୍କ ପ୍ରଚେଷ୍ଟାରେ ପରିପୂର୍ଣ୍ଣ, ପ୍ରସ୍ଫୁଟିତ, ସୁସଜ୍ଜିତ, ଗୋଟିଏ ସୁନ୍ଦର ଉପବନ । ‘ମନ୍ କି ବାତ୍’ରେ ପ୍ରତି ମାସ ମୋର ପ୍ରଚେଷ୍ଟା ରହିଥାଏ ଯେ, ଏଥର ଫୁଲର କେଉଁ ପାଖୁଡ଼ାଟିକୁ ଆପଣଙ୍କ ପାଇଁ ଧରି ଆସିବି । ଆମର ବହୁରତ୍ନା ବସୁନ୍ଧରାର ପୂଣ୍ୟକାର୍ଯ୍ୟର ଅବିରତ ପ୍ରବାହ ନିରନ୍ତର ଭାବେ ବହିଚାଲିଥାଏ । ଆଜି ଯେତେବେଳେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଆମର ଯେଉଁ ଜନଶକ୍ତି ରହିଛି, ପ୍ରତ୍ୟେକ ବ୍ୟକ୍ତିର ଶକ୍ତି ରହିଛି – ତାହାର ଉଲ୍ଲେଖ, ତା’ର ପ୍ରୟାସ, ତା’ର ପରିଶ୍ରମ, ଭାରତ ଏବଂ ମାନବ ଜାତିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଏକ ପ୍ରକାର ଗ୍ୟାରେଣ୍ଟି ଦେଉଛି ।
ବନ୍ଧୁଗଣ, ଏହା ଜନଶକ୍ତିର ହିଁ ବଳ, ସମସ୍ତଙ୍କ ପ୍ରଚେଷ୍ଟାର ଫଳ ଯେ ଭାରତ ୧୦୦ ବର୍ଷରେ ଆସିଥିବା ସବୁଠାରୁ ବଡ଼ ମହାମାରୀର ମୁକାବିଲା କରିପାରିଲା । ଆମେ ପ୍ରତିଟି ଅସୁବିଧା ସମୟରେ ପରସ୍ପର ସହ ଗୋଟିଏ ପରିବାର ଭଳି ଉପସ୍ଥିତ ରହିଲୁ । ଯାହାଦ୍ୱାରା ଯେତିକି ସମ୍ଭବ, ତା’ଠାରୁ ସେମାନେ ନିଜ ସାହି କିମ୍ବା ସହରରେ କାହାକୁ ସାହାଯ୍ୟ କରିବା ପାଇଁ ଅଧିକ ଚେଷ୍ଟା କଲେ । ଆଜି ବିଶ୍ୱରେ ଟିକା ଦିଆଯିବାର ଯେଉଁ ପରିସଂଖ୍ୟାନ ଅଛି, ଯଦି ତା’ର ତୁଳନା ଭାରତ ସହ କରାଯାଏ, ତେବେ ଲାଗେ ଯେ ଦେଶ କେତେ ଅଭୁତପୂର୍ବ କାର୍ଯ୍ୟ କରିଛି ! କେତେ ବଡ଼ ଲକ୍ଷ୍ୟ ହାସଲ କରିଛି! ଟିକାର ୧୪୦ କୋଟି ଡୋଜ୍ ଲକ୍ଷ୍ୟକୁ ପାରି କରିବା, ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଏକ ଗୌରବର ବିଷୟ । ଏହା ବ୍ୟବସ୍ଥା ଉପରେ, ବିଜ୍ଞାନ ଉପରେ, ବୈଜ୍ଞାନିକମାନଙ୍କ ଉପରେ ପ୍ରତ୍ୟେକ ଭାରତବାସୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ଏବଂ ଏହା ହେଉଛି ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ ପାଇଁ ପ୍ରତ୍ୟେକ ଭାରତବାସୀର ଇଚ୍ଛାଶକ୍ତିର ପ୍ରମାଣ । କିନ୍ତୁ, ବନ୍ଧୁଗଣ, ଆମକୁ ଏ କଥା ପ୍ରତି ମଧ୍ୟ ନଜର ରଖିବାକୁ ପଡ଼ିବ ଯେ, କରୋନାର ଗୋଟିଏ ନୂଆ ଭାରିଏଣ୍ଟ, ଆମ ଦ୍ୱାରଦେଶରେ ଉପନୀତ । ଗତ ଦୁଇବର୍ଷର ଆମର ଅନୁଭୂତି ଦର୍ଶାଉଛି ଯେ, ଏହି ବିଶ୍ୱବ୍ୟାପୀ ମହାମାରୀକୁ ପ୍ରତିହତ କରିବା ପାଇଁ ଜଣେ ନାଗରିକ ଭାବେ ଆମ ନିଜର ପ୍ରଚେଷ୍ଟା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ଯେଉଁ ନୂଆ ଓମିକ୍ରନ୍ ଭାରିଏଣ୍ଟ ଆସିଛି, ଆମ ବୈଜ୍ଞାନିକମାନେ ତା’ ଉପରେ ନିରନ୍ତର ଭାବେ ଗବେଷଣା ଚଳାଇଛନ୍ତି । ପ୍ରତ୍ୟେକ ଦିନ ସେମାନଙ୍କୁ ନୂଆ ନୂଆ ତଥ୍ୟ ମିଳୁଛି । ସେମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରାଯାଉଛି । ଏଭଳି ପରିସ୍ଥିତିରେ ନିଜର ସଚେତନତା, ନିଜର ଶୃଙ୍ଖଳା କରୋନାର ଏହି ଭାରିଏଣ୍ଟ ବିରୁଦ୍ଧରେ ଦେଶର ବହୁତ ବଡ଼ ଶକ୍ତି । ଆମର ମିଳିତ ଶକ୍ତି ହିଁ କରୋନାକୁ ପରାଜିତ କରିବ, ଏହି ଦାୟିତ୍ୱବୋଧ ସହ ଆମକୁ ୨୦୨୨ରେ ପ୍ରବେଶ କରିବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ - ନଭଃ ସ୍ପୃଶଂ ଦୀପ୍ତମ୍ ଅର୍ଥାତ ଗର୍ବର ସହ ଗଗନକୁ ସ୍ପର୍ଶ କରିବା । ଏହା ମଧ୍ୟ ଭାରତୀୟ ବାୟୁସେନାର ଆଦର୍ଶ ବାକ୍ୟ । ଭାରତମାତାର ସେବାରେ ଲାଗିଥିବା ଅନେକ ଜୀବନ ଆକାଶର ଏହି ଶିଖରକୁ ପ୍ରତ୍ୟହ ଗର୍ବର ସହ ସ୍ପର୍ଶ କରନ୍ତି, ଆମକୁ ବହୁତ କିଛି ଶିଖାନ୍ତି । କିଛି ଏଭଳି ଥିଲା ଗୃପ୍ କ୍ୟାପ୍ଟେନ୍ ବରୁଣ ସିଂଙ୍କ ଜୀବନ । ବରୁଣ ସିଂ ସେହି ହେଲିକପ୍ଟରକୁ ଉଡ଼ାଉଥିଲେ, ଯାହା ଚଳିତ ମାସ ତାମିଲନାଡ଼ୁରେ ଦୁର୍ଘଟଣାଗ୍ରସ୍ତ ହୋଇଗଲା । ସେହି ଦୁର୍ଘଟଣାରେ ଆମେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହ ଅନେକ ବୀରଙ୍କୁ ହରାଇଲୁ । ବରୁଣ ସିଂ ମଧ୍ୟ ଅନେକ ଦିନ ସାହସର ସହିତ ମୃତ୍ୟୁ ସହ ସଂଗ୍ରାମ କଲେ । କିନ୍ତୁ ଶେଷରେ ସେ ମଧ୍ୟ ଆମକୁ ଛାଡ଼ି ଚାଲିଗଲେ । ବରୁଣ ଯେତେବେଳେ ଡାକ୍ତରଖାନାରେ ଥିଲେ, ସେତେବେଳେ ମୁଁ ଗଣମାଧ୍ୟମରେ ଏଭଳି କିଛି ଦେଖିଲି, ଯାହା ମୋ ହୃଦୟକୁ ଛୁଇଁଗଲା । ଏହି ବର୍ଷ ଅଗଷ୍ଟ ମାସରେ ହିଁ ତାଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପାଇବା ପରେ ସେ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଗୋଟିଏ ପତ୍ର ଲେଖିଥିଲେ । ଏହି ଚିଠିଟି ପଢ଼ି ମୋ ମନରେ ପ୍ରଥମେ ସେହି କଥା ହିଁ ଉଠିଲା ଯେ, ସଫଳତାର ଶୀର୍ଷରେ ପହଂଚିବା ପରେ ମଧ୍ୟ ସେ ନିଜ ମୂଳକୁ ସିଂଚନ କରିବା ଭୁଲିନାହାନ୍ତି । ଦ୍ୱିତୀୟରେ, ଯେତେବେଳେ ତାଙ୍କର ସେଲିବ୍ରେଟ କରିବାର ସମୟ ଥିଲା, ସେତେବେଳେ ସେ ଆଗାମୀ ପିଢ଼ିମାନଙ୍କ ବିଷୟରେ ଚିନ୍ତା କଲେ । ତାଙ୍କର ଇଚ୍ଛା ଥିଲା ଯେ, ଯେଉଁ ବିଦ୍ୟାଳୟରେ ସେ ପାଠ ପଢ଼ିଛନ୍ତି, ସେଠାକାର ଛାତ୍ରଛାତ୍ରୀମାନଙ୍କ ଜୀବନ ମଧ୍ୟ ଏକ ସେଲିବ୍ରେସନ୍ ହେଉ । ନିଜ ଚିଠିରେ ବରୁଣ ସିଂ ନିଜ ପରାକ୍ରମର ପ୍ରଶଂସା କରି ନ ଥିଲେ ବରଂ ନିଜର ଅସଫଳତା ବିଷୟରେ ଲେଖିଥିଲେ । କିଭଳି ସେ ନିଜର ଦୁର୍ବଳତାଗୁଡ଼ିକୁ ନିଜର ଯୋଗ୍ୟତାରେ ପରିଣତ କଲେ ସେ ବିଷୟରେ ଲେଖିଥିଲେ । ସେହି ଚିଠିରେ ଗୋଟିଏ ଜାଗାରେ ସେ ଲେଖିଛନ୍ତି - ଜଣେ ମଧ୍ୟମ ଧରଣର ଛାତ୍ର ହେବା ଭଲ । ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ର ଉତ୍ତମ ପାଠ ପଢ଼ିପାରିବେନି କିମ୍ବା ୯୦ ପ୍ରତିଶତ ମାର୍କ ରଖିପାରିବେନି । ଯଦି ତୁମେ ଏହା କରିପାରୁଛ, ତେବେ ତାହା ଗୋଟିଏ ବଡ଼ ଉପଲବ୍ଧି ଏବଂ ଏହାର ପ୍ରଶଂସା କରାଯିବା ଉଚିତ । ଯଦି ତୁମେ ଏହା ନ କରୁଛ, ତେବେ ଭାବନି ଯେ ତୁମେ ମଧ୍ୟମ ଧରଣର ଛାତ୍ର ହେବା ପାଇଁ ଉଦ୍ଦିଷ୍ଟ । ବିଦ୍ୟାଳୟରେ ତୁମେ ଜଣେ ମଧ୍ୟମ ଧରଣର ଛାତ୍ର ହୋଇପାର, କିନ୍ତୁ ଏହା କଦାପି ତୁମ ଭବିଷ୍ୟତ ଜୀବନର ମାପକାଠି ନୁହେଁ । ନିଜକୁ କ’ଣ ଭଲ ଲାଗେ ତାହା ଅନୁଧ୍ୟାନ କର । ତାହା ଚିତ୍ରକଳା, ସଙ୍ଗୀତ, ଗ୍ରାଫିକ ଡିଜାଇନ, ସାହିତ୍ୟ କିଛି ବି ହୋଇପାରେ । ତୁମେ ଯାହା ବି କରୁଛ, ତାହା ସମର୍ପିତ ଭାବରେ କର ଏବଂ ସେଥିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କର । ନକାରାତ୍ମକ ଚିନ୍ତା କେବେହେଲେ କରନି । ସର୍ବଦା ଚିନ୍ତା କର ଯେ, ମୁଁ ଆହୁରି ଭଲ କରିପାରିଥାଆନ୍ତି ।
ବନ୍ଧୁଗଣ, ସାଧାରଣରୁ ଅସାଧାରଣ ହେବାର ଯେଉଁ ମନ୍ତ୍ର ସେ ଦେଇଛନ୍ତି, ତାହା ମଧ୍ୟ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ । ଏହି ଚିଠିରେ ହିଁ ବରୁଣ ସିଂ ଲେଖିଛନ୍ତି –
କେବେ ହେଲେ ନିରାଶ ହୁଅନି । ଯାହା ହେବାକୁ ଚାହୁଁଛ, ସେଥିରେ ଶ୍ରେଷ୍ଠ ହୋଇପାରିବନି ବୋଲି ଭାବନି । ଏହା ସହଜସାଧ୍ୟ ହେବନି, ଏଥିପାଇଁ ସମୟ ଦେବାକୁ ପଡ଼ିବ, ନିଜର ଆରାମକୁ ତ୍ୟାଗ କରିବାକୁ ପଡ଼ିବ । ମୁଁ ଜଣେ ମଧ୍ୟମ ଧରଣର ଛାତ୍ର ଥିଲି, କିନ୍ତୁ ଆଜି ମୁଁ ମୋ କ୍ୟାରିଅରରେ କଷ୍ଟସାଧ୍ୟ ଲକ୍ଷ୍ୟକୁ ହାସଲ କରିପାରିଛି । ଏଭଳି ଚିନ୍ତା କରନି ଯେ, ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ରଖିଥିବା ନମ୍ବର ତୁମେ ଜୀବନରେ ହାସଲ କରିବାକୁ ଥିବା ଉପଲବ୍ଧି ପାଇଁ ଯୋଗ୍ୟତା ସ୍ଥିର କରିବ । ନିଜ ଉପରେ ବିଶ୍ୱାସ ରଖ ଏବଂ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ କରିଚାଲ ।
ବରୁଣ ଲେଖିଥିଲେ ଯେ, ସେ ଯଦି ଜଣେ ହେଲେ ଛାତ୍ରକୁ ପ୍ରେରିତ କରିପାରୁଛନ୍ତି ତାହେଲେ ତାଙ୍କ ପାଇଁ ତାହା ହେବ ଗୋଟିଏ ବହୁତ ବଡ଼ ଆତ୍ମସନ୍ତୋଷ । କିନ୍ତୁ ଆଜି ମୁଁ କହିବାକୁ ଚାହୁଁଛି ଯେ, ସେ ସାରା ଦେଶକୁ ପ୍ରେରଣା ଯୋଗାଇଛନ୍ତି । ତାଙ୍କ ଚିଠିଟି କେବଳ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଉ, କିନ୍ତୁ ସେ ଆମ ସମ୍ପୂର୍ଣ୍ଣ ସମାଜକୁ ଗୋଟିଏ ବାର୍ତ୍ତା ଦେଇଛନ୍ତି ।
ବନ୍ଧୁଗଣ, ପ୍ରତିବର୍ଷ ମୁଁ ଏହିଭଳି ବିଷୟଗୁଡ଼ିକ ଉପରେ ହିଁ ଛାତ୍ରଛାତ୍ରୀମାନଙ୍କ ସହିତ ‘ପରୀକ୍ଷା ପର୍ ଚର୍ଚ୍ଚା’ କାର୍ଯ୍ୟକ୍ରମଟି କରିଥାଏ । ଚଳିତ ବର୍ଷ ମଧ୍ୟ ପରୀକ୍ଷା ପୂର୍ବରୁ ମୁଁ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯୋଜନା କରୁଛି । ସେହି କାର୍ଯ୍ୟକ୍ରମ ପାଇଁ ଦୁଇ ଦିନ ପରେ ଅର୍ଥାତ ଡିସେମ୍ବର ୨୮ ତାରିଖରୁ MyGov.inରେ ପଞ୍ଜିକରଣ ଆରମ୍ଭ ହେବାକୁ ଯାଉଛି । ଏହି ପଞ୍ଜିକରଣ ଡିସେମ୍ବର ୨୮ ତାରିଖରୁ ଜାନୁଆରୀ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ପାଇଁ ଅନଲାଇନ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । ମୁଁ ଚାହୁଁଛି ଯେ, ଆପଣମାନେ ସମସ୍ତେ ଏଥିରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ । ଆପଣଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ମିଳିବ । ଆମେ ସମସ୍ତେ ମିଶି ପରୀକ୍ଷା, କ୍ୟାରିଅର, ସଫଳତା ଓ ଶିକ୍ଷାର୍ଥୀ ଜୀବନ ସହ ଜଡ଼ିତ ଅନେକ ଦିଗ ଉପରେ ଆଲୋଚନା କରିବା ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଏଥର ମୁଁ ଆପଣମାନଙ୍କୁ କିଛି ଶୁଣାଇବାକୁ ଚାହୁଁଛି, ଯାହା ସୀମା ସେପାରିର ଦୂର ଇଲାକାରୁ ଆସିଛି । ଏହା ଆପଣଙ୍କୁ ଆନନ୍ଦିତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିବ ।
ବନ୍ଦେ ମାତରମ୍ । ବନ୍ଦେ ମାତରମ୍ ।
ସୁଜଳାଂ ସୁଫଳାଂ ମଳୟଜଶୀତଳାମ୍
ଶସ୍ୟଶ୍ୟାମଳାମ୍ ମାତରମ୍ । ବନ୍ଦେ ମାତରମ୍ . . .
ଶୁଭ୍ରଜ୍ୟୋତ୍ସ୍ନାପୁଲକିତଯାମିନିଂ
ଫୁଲ୍ଲକୁସୁମିତଦୃମଦଳଶୋଭିନିଂ
ସୁହାସିନିଂ ସୁମଧୁର ଭାଷିଣିଂ
ସୁଖଦାଂ ବରଦାଂ ମାତରମ୍ । ।୧ । ।
ବନ୍ଦେ ମାତରମ୍ । ବନ୍ଦେ ମାତରମ୍ ।
ଏହା ଶୁଣି ଆପଣଙ୍କୁ ଖୁବ ଭଲ ଲାଗିଥିବ, ଆପଣ ବି ଗର୍ବ ଅନୁଭବ କରିଥିବେ । ବନ୍ଦେ ମାତରମର ଯେଉଁ ଭାବନା ନିହିତ ରହିଛି ତାହା ଆମକୁ ଗର୍ବ ଏବଂ ଉତ୍ସାହରେ ଭରିଦିଏ ।
ବନ୍ଧୁଗଣ, ଆପଣମାନେ ନିଶ୍ଚୟ ଭାବୁଥିବେ ଯେ, ଏହି ସୁନ୍ଦର ଭିଡ଼ିଓଟି କେଉଁଠିକାର, କେଉଁ ଦେଶରୁ ଆସିଛି ? ଏହାର ଉତ୍ତର ଆପଣମାନଙ୍କୁ ଆହୁରି ଆଶ୍ଚର୍ଯ୍ୟାନ୍ୱିତ କରିବ । ବନ୍ଦେ ମାତରମ୍ ଉପସ୍ଥାପିତ କରୁଥିବା ଏହି ଛାତ୍ରମାନେ ହେଉଛନ୍ତି ଗ୍ରୀସ ଦେଶର । ସେମାନେ ସେଠାରେ ଇଲିୟାର ହାଇସ୍କୁଲରେ ପାଠ ପଢ଼ୁଛନ୍ତି । ସେମାନେ ଯେତେ ସୁନ୍ଦର ଢଙ୍ଗରେ ଏବଂ ଭାବ ସହ ବନ୍ଦେ ମାତରମ୍ ର ଉପସ୍ଥାପନା କରିଛନ୍ତି ତାହା ଚମତ୍କାର ଏବଂ ପ୍ରଶଂସନୀୟ । ଏଭଳି ପ୍ରୟାସ ହିଁ ଦୁଇ ଦେଶର ଲୋକଙ୍କୁ ଆହୁରି ନିକଟତର କରିଥାଆନ୍ତି । ଗ୍ରୀସର ଏହି ଛାତ୍ରଛାତ୍ରୀମାନଙ୍କୁ ଏବଂ ତାଙ୍କ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଉଛି । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସେମାନେ କରିଥିବା ପ୍ରୟାସକୁ ମୁଁ ପ୍ରଶଂସା କରୁଛି ।
ବନ୍ଧୁଗଣ, ଲକ୍ଷ୍ମୌର ବାସିନ୍ଦା ନିଲେଶଙ୍କ ଗୋଟିଏ ପୋଷ୍ଟ ବିଷୟରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଛି । ନିଲେଶ ଲକ୍ଷ୍ମୌରେ ଆୟୋଜିତ ଗୋଟିଏ ନିଆରା ଡ୍ରୋନ୍ ଶୋ’ ର ବହୁତ ପ୍ରଶଂସା କରିଛନ୍ତି । ଲକ୍ଷ୍ମୌର ରେସିଡେନ୍ସି ଅଂଚଳରେ ଏହି ଡ୍ରୋନ୍ ଶୋ’ର ଆୟୋଜନ କରାଯାଇଥିଲା । ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମର ସାକ୍ଷ୍ୟ ଆଜି ମଧ୍ୟ ରେସିଡେନ୍ସିର ପ୍ରାଚୀରମାନଙ୍କ ଉପରେ ଦୃଷ୍ଟିଗୋଚର ହୋଇଥାଏ । ରେସିଡେନ୍ସିରେ ହୋଇଥିବା ଏହି ଡ୍ରୋନ ଶୋ’ରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ଦିଗକୁ ଜୀବନ୍ତ ଭାବେ ଉପସ୍ଥାପିତ କରାଯାଇଥିଲା ।
ଚୌରୀ-ଚୌରା ଅନ୍ଦୋଳନ ହେଉ କିମ୍ବା କାକୋରୀ ଟ୍ରେନ୍ ଘଟଣା ହେଉ କିମ୍ବା ନେତାଜୀ ସୁବାସଙ୍କ ଅଦମ୍ୟ ସାହସ ବା ପରାକ୍ରମ ହେଉ, ସେହି ଡ୍ରୋନ୍ ଶୋ’ ସମସ୍ତଙ୍କ ହୃଦୟ ଜିତିପାରିଥିଲା । ଆପଣମାନେ ମଧ୍ୟ ଏହିପରି ନିଜ ସହରର, ଗାଁମାନଙ୍କର ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ନିଆରା ଦିଗଗୁଡ଼ିକୁ ଲୋକଲୋଚନକୁ ଆଣିପାରନ୍ତି । ସେଥିରେ ଟେକ୍ନୋଲୋଜିର ସହାୟତା ମଧ୍ୟ ନେଇପାରନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବ ଆମକୁ ସ୍ୱାଧୀନତା ସଂଗ୍ରାମର ସ୍ମୃତିଗୁଡ଼ିକୁ ସତେଜ କରିବାର ସୁଯୋଗ ଦେଉଛି । ଏହାର ଅନୁଭୂତି ଲାଭ କରିବାର ସୁଯୋଗ ପ୍ରଦାନ କରୁଛି । ଏହା ଦେଶ ପାଇଁ ନୂତନ ସଂକଳ୍ପ ନେବାର, କିଛି କରିଯିବାର ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ପ୍ରେରଣାଦାୟୀ ଉତ୍ସବ, ପ୍ରେରଣାଦାୟୀ ମୁହୂର୍ତ୍ତ । ଆସନ୍ତୁ, ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀମାନଙ୍କ ଜୀବନରୁ ପ୍ରେରଣା ଲାଭ କରିଚାଲିବା, ଦେଶ ପାଇଁ ନିଜ ପ୍ରଚେଷ୍ଟାକୁ ଆହୁରି ସୁଦୃଢ଼ କରିଚାଲିବା ।
ମୋର ପ୍ରିୟ ଦେଶବାସୀଗଣ, ଆମ ଭାରତ ଅନେକ ଅସାଧାରଣ ପ୍ରତିଭାରେ ପରିପୂର୍ଣ୍ଣ, ଯାହାଙ୍କର କୃତିତ୍ୱ ଅନ୍ୟମାନଙ୍କୁ ମଧ୍ୟ କିଛି କରିବା ପାଇଁ ପ୍ରେରଣା ଦେଇଥାଏ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ତେଲେଙ୍ଗାନାର ଡା. କୁରେଲା ୱିଟଠଲାଚାର୍ଯ୍ୟ । ତାଙ୍କ ବୟସ ୮୪ ବର୍ଷ । ଯେତେବେଳେ ନିଜ ସ୍ୱପ୍ନ ପୂର୍ତ୍ତିର ପ୍ରଶ୍ନ ଉଠେ ସେତେବେଳେ ବୟସ କୌଣସି ଗୁରୁତ୍ୱ ବହନ କରେନି, ୱିଟଠଲାଚାର୍ଯ୍ୟ ହେଉଛନ୍ତି ଏହାର ଗୋଟିଏ ଉଦାହରଣ । ବନ୍ଧୁଗଣ, ଗୋଟିଏ ବଡ଼ ପାଠାଗାର ପ୍ରତିଷ୍ଠା କରିବା ପାଇଁ ୱିଟଠଲାଚାର୍ଯ୍ୟଙ୍କର ପିଲାଦିନୁ ଇଚ୍ଛା ଥିଲା । ଦେଶ ସେତେବେଳେ ପରାଧୀନ ଥିଲା । ପରିସ୍ଥିତି ଏଭଳି ଥିଲା ଯେ, ତାଙ୍କର ପିଲାଦିନର ସେହି ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଯାଇଥିଲା । ସମୟ ସହ ୱିଟଠଲାଚାର୍ଯ୍ୟ ଅଧ୍ୟାପକ ହେଲେ । ସେ ତେଲୁଗୁ ଭାଷାର ଗଭୀର ଅଧ୍ୟୟନ କଲେ ଏବଂ ସେହି ଭାଷାରେ ହିଁ ଅନେକ ସାହିତ୍ୟିକ କୃତି ସୃଷ୍ଟି କଲେ । ୬-୭ ବର୍ଷ ପୂର୍ବେ ସେ ପୁଣିଥରେ ନିଜର ସେହି ସ୍ୱପ୍ନକୁ ସାକାର କରିବାରେ ଲାଗିପଡ଼ିଲେ । ସେ ନିଜ ବହିରୁ ହିଁ ପାଠାଗାରର ଶୁଭାରମ୍ଭ କଲେ । ନିଜର ସାରା ଜୀବନର ଉପାର୍ଜିତ ଧନକୁ ସେଥିରେ ଲଗାଇଦେଲେ । ଧିରେ ଧିରେ ଲୋକ ଏହା ସହ ସଂଶ୍ଳିଷ୍ଟ ହୋଇ ଚାଲିଲେ ଏବଂ ଯୋଗଦାନ କଲେ । ୟଦାଦ୍ରି-ଭୁବନାଗିରି ଜିଲ୍ଲାର ରମନ୍ନାପେଟ୍ ମଣ୍ଡଳର ଏହି ପାଠାଗାରରେ ଏବେ ପ୍ରାୟଃ ଦୁଇ ଲକ୍ଷ ବହି ରହିଛି । ୱିଟଠଲାଚାର୍ଯ୍ୟ କହନ୍ତି ଯେ, ପାଠପଢ଼ା ସମୟରେ ତାଙ୍କୁ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ତାହା ଯେମିତି ଅନ୍ୟ କାହାକୁ ହେବାକୁ ନ ପଡ଼େ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନଙ୍କୁ ଏହାର ଲାଭ ମିଳୁଥିବା ଦେଖି ଆଜି ତାଙ୍କୁ ବହୁତ ଖୁସି ଲାଗୁଛି । ତାଙ୍କ ଉଦ୍ୟମରୁ ପ୍ରେରିତ ହୋଇ ଅନେକ ଗାଁର ଲୋକ ମଧ୍ୟ ପାଠାଗାର ପ୍ରତିଷ୍ଠା ପାଇଁ ଲାଗିଛନ୍ତି ।
ବନ୍ଧୁଗଣ, ପୁସ୍ତକ କେବଳ ଜ୍ଞାନ ଦିଏ ନାହିଁ, ବରଂ ବ୍ୟକ୍ତିତ୍ୱରେ ସଂସ୍କାର ଆଣେ, ଜୀବନକୁ ମଧ୍ୟ ଗଢ଼େ । ବହି ପଢ଼ିବାର ଆଗ୍ରହ ଏକ ଅଦ୍ଭୁତ ସନ୍ତୋଷ ଦିଏ । ଆଜିକାଲି ମୁଁ ଦେଖୁଛି ଯେ ଲୋକେ ବହୁତ ଗର୍ବର ସହ କହୁଛନ୍ତି ଏ ବର୍ଷ ମୁଁ ଏତିକି ବହି ପଢ଼ିଛି । ଆଗକୁ ମୋର ଏସବୁ ବହି ପଢ଼ିବାର ଅଛି । ଏହା ଏକ ଉତ୍ତମ ଧାରା, ଯାହାକୁ ଆହୁରି ବଢ଼ାଇବା ଉଚିତ । ମୁଁ ମଧ୍ୟ ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କୁ କହିବି ଯେ ଏ ବର୍ଷ ଆପଣଙ୍କ ମନପସନ୍ଦର ପାଂଚଟି ପୁସ୍ତକ ବିଷୟରେ ମୋତେ ଜଣାନ୍ତୁ । ଏହିପରି ଭାବେ ଆପଣ ୨୦୨୨ରେ ଅନ୍ୟ ପାଠକଙ୍କୁ ଭଲ ପୁସ୍ତକ ବାଛିବାରେ ମଧ୍ୟ ସାହାଯ୍ୟ କରିପାରିବେ । ଯେଉଁ ସମୟରେ ଆମର ସ୍କ୍ରିନ୍ ଟାଇମ୍ ବଢ଼ୁଛି, ସେତେବେଳେ ପୁସ୍ତକ ପଠନକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି ପ୍ରୟାସ କରିବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ନିକଟରେ ଏକ ମଜାଦାର ପ୍ରୟାସ ଆଡ଼କୁ ମୋର ଦୃଷ୍ଟି ପଡ଼ିଲା । ଏହା ଆମର ପ୍ରାଚୀନ ଗ୍ରନ୍ଥ ଏବଂ ସାଂସ୍କୃତିକ ମୂଲ୍ୟବୋଧଗୁଡ଼ିକୁ କେବଳ ଭାରତରେ ନୁହେଁ, ବରଂ ସମଗ୍ର ପୃଥିବୀରେ ଲୋକପ୍ରିୟ କରିବାର ପ୍ରଚେଷ୍ଟା । ପୁଣେରେ ଭଣ୍ଡାରକର ପ୍ରାଚ୍ୟ ଗବେଷଣା ପ୍ରତିଷ୍ଠାନ ନାମକ ଏକ କେନ୍ଦ୍ର ରହିଛି । ଏହି ସଂସ୍ଥା ଅନ୍ୟ ଦେଶର ଲୋକଙ୍କୁ ମହାଭାରତର ମହତ୍ୱ ସହିତ ପରିଚିତ କରାଇବା ପାଇଁ ଅନଲାଇନ୍ କୋର୍ସ ଆରମ୍ଭ କରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କୋର୍ସ ଏବେ ହିଁ ଆରମ୍ଭ ହୋଇଛି; କିନ୍ତୁ ଏଥିରେ ଯେଉଁ ବିଷୟ ପଢ଼ାଯାଏ ତାକୁ ପ୍ରସ୍ତୁତ କରିବା ଆରମ୍ଭ ହୋଇଥିଲା ଶତାଧିକ ବର୍ଷ ପୂର୍ବରୁ । ଯେତେବେଳେ ଏହି ସଂସ୍ଥା ଏଥିସହ ସମ୍ପୃକ୍ତ କୋର୍ସ ଆରମ୍ଭ କଲା, ଲୋକେ ଖୁବ୍ ଭଲଭାବେ ଗ୍ରହଣ କଲେ । ମୁଁ ଏହି ଚମତ୍କାର ଉଦ୍ୟମ କଥା ଏଇଥିପାଇଁ ଚର୍ଚା କରୁଛି, ଯେପରିକି ଲୋକେ ଜାଣନ୍ତୁ ଯେ ଆମ ପରମ୍ପରାର ବିଭିନ୍ନ ବିଷୟକୁ କେଉଁଭଳି ଭାବେ ଆଧୁନିକ ଶୈଳୀରେ ପ୍ରସ୍ତୁତ କରାଯାଉଛି । ସାତଦରିଆ ସେପାରିରେ ଥିବା ଲୋକଙ୍କ ନିକଟରେ ଏହାର ଲାଭ କିଭଳି ପହଂଚୁଛି, ସେଥିପାଇଁ ମଧ୍ୟ ସୃଜନଶୀଳ ଉପାୟ ଗ୍ରହଣ କରାଯାଇଛି ।
ବନ୍ଧୁଗଣ, ଆଜି ସମଗ୍ର ପୃଥିବୀରେ ଭାରତୀୟ ସଂସ୍କୃତି ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ବଢ଼ୁଛି । ଭିନ୍ନ ଭିନ୍ନ ଦେଶର ଲୋକ କେବଳ ଆମ ସଂସ୍କୃତି ବିଷୟରେ ଜାଣିବାକୁ ଉତ୍ସୁକ ହେଉନାହାନ୍ତି, ବରଂ ତା’ର ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ ଦେଉଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ସର୍ବିଆର ଗବେଷକ ଡ. ମୋମିର୍ ନିକିଚ୍ । ସେ ଏକ ଦ୍ୱିଭାଷୀ ସଂସ୍କୃତ-ସର୍ବିଆନ ଶବ୍ଦକୋଷ ପ୍ରସ୍ତୁତ କରିଛନ୍ତି । ଏହି ଶବ୍ଦକୋଷରେ ସାମିଲ୍ କରାଯାଇଥିବା ସଂସ୍କୃତର ୭୦ ହଜାରରୁ ଅଧିକ ଶବ୍ଦର ସର୍ବିଆନ ଭାଷାରେ ଅନୁବାଦ କରାଯାଇଛି । ଆପଣଙ୍କୁ ଏହାଜାଣି ଆହୁରି ମଧ୍ୟ ଭଲ ଲାଗିବ ଯେ ଡ. ନିକିଚ ୭୦ ବର୍ଷ ବୟସରେ ସଂସ୍କୃତ ଭାଷା ଶିଖିଛନ୍ତି । ସେ କହନ୍ତି ଯେ ତାଙ୍କୁ ମହାତ୍ମାଗାନ୍ଧୀଙ୍କ ରଚନା ପଢ଼ି ଏଥିପାଇଁ ପ୍ରେରଣା ମିଳିଲା । ସେହିପରି ଏକ ଉଦାହରଣ ହେଉଛି ମଙ୍ଗୋଲିଆର ୯୩ ବର୍ଷର ପ୍ରଫେସର ଜେ. ଗେନ୍ଦେଧରମ୍ । ବିଗତ ୪ ଦଶନ୍ଧିରେ ସେ ଭାରତର ପ୍ରାୟ ୪୦ ପ୍ରାଚୀନ ଗ୍ରନ୍ଥ, ମହାକାବ୍ୟ ଓ ରଚନାଗୁଡ଼ିକର ମଙ୍ଗୋଲୀୟ ଭାଷାରେ ଅନୁବାଦ କରିଛନ୍ତି । ଆମ ଦେଶରେ ମଧ୍ୟ ଏହିପରି ଉତ୍ସାହର ସହିତ ବହୁତ ଲୋକ କାମ କରୁଛନ୍ତି । ମୋତେ ଗୋଆର ସାଗର ମୁଲେ ଜୀଙ୍କ ଉଦ୍ୟମ ବିଷୟରେ ଜାଣିବାର ସୁଯୋଗ ମିଳିଛି, ଯିଏ ଶହଶହ ବର୍ଷ ପୁରୁଣା ଲୁପ୍ତପ୍ରାୟ ‘କାଭି’ ଚିତ୍ରକଳାକୁ ବଂଚାଇବା ଚେଷ୍ଟାରେ ଲାଗିଛନ୍ତି । ‘କାଭି’ ଚିତ୍ରକଳା ଭାରତର ପ୍ରାଚୀନ ଇତିହାସକୁ ନିଜ ଭିତରେ ଧରିରଖିଥାଏ । ପ୍ରକୃତରେ, ‘କାଭ’ ଅର୍ଥ ଲାଲ ମାଟି । ପ୍ରାଚୀନ କାଳରେ ଏହି କଳାରେ ଲାଲ୍ ମାଟିର ପ୍ରୟୋଗ କରାଯାଉଥିଲା । ଗୋଆରେ ପର୍ତ୍ତୁଗୀଜମାନଙ୍କ ଶାସନ କାଳରେ ସେଠାରୁ ପଳାୟନ କରିଥିବା ଲୋକେ ଅନ୍ୟ ରାଜ୍ୟର ଲୋକଙ୍କୁ ମଧ୍ୟ ଏହି ଅଦ୍ଭୁତ ଚିତ୍ରକଳା ସହ ପରିଚୟ କରାଇଥିଲେ । ସମୟାନ୍ତରରେ ଏହି ଚିତ୍ରକଳା ବିଲୁପ୍ତ ହେବାକୁ ବସିଛି । କିନ୍ତୁ ସାଗର ମୁଲେ ଜୀ ଏହି କଳାରେ ନୂତନ ଜୀବନ ପ୍ରଦାନ କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ ବହୁ ପ୍ରଶଂସା ମଧ୍ୟ ମିଳୁଛି । ବନ୍ଧୁଗଣ, ଗୋଟିଏ ଛୋଟ ପ୍ରଚେଷ୍ଟା, ଗୋଟିଏ ଛୋଟ ପଦକ୍ଷେପ ମଧ୍ୟ ଆମର ସମୃଦ୍ଧ କଳାର ସଂରକ୍ଷଣରେ ବହୁତ ବଡ଼ ଯୋଗଦାନ ଦେଇପାରିବ । ଯଦି ଆମ ଦେଶର ଲୋକେ ପଣ କରିବେ, ତା’ହେଲେ ସମଗ୍ର ଦେଶରେ ଆମର ପ୍ରାଚୀନ କଳାକୁ ସଜାଇବା, ସୁନ୍ଦର କରିବା ଓ ବଂଚାଇବାର ଉତ୍ସାହ ଏକ ଜନଆନ୍ଦୋଳନର ରୂପ ନେଇପାରିବ । ମୁଁ ଏଇଠି ଅଳ୍ପ କେତେକ ଉଦ୍ୟମ ସମ୍ପର୍କରେ କହିଲି । ସମଗ୍ର ଦେଶରେ ଏହିପରି ଅନେକ ପ୍ରୟାସ ହେଉଛି । ଆପଣ ଏ ସମ୍ପର୍କରେ ନମୋ ଆପ୍ ଜରିଆରେ ମୋତେ ନିଶ୍ଚୟ ଜଣାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଅରୁଣାଚଳ ପ୍ରଦେଶର ଲୋକେ ବର୍ଷସାରା ଏକ ନିଆରା ଅଭିଯାନ ଚଳାଇଛନ୍ତି ଆଉ ତା’ ନାଁ ରଖିଛନ୍ତି “ଅରୁଣାଚଳ ପ୍ରଦେଶ ଏୟାର୍ଗନ୍ ସରେଣ୍ଡର୍ ଅଭିଯାନ” । ଏହି ଅଭିଯାନରେ, ଲୋକେ ସ୍ୱେଚ୍ଛାରେ ନିଜ ନିଜର ଏୟାର୍ଗନ୍ ସମର୍ପଣ କରୁଛନ୍ତି- ଜାଣନ୍ତି କାହିଁକି ? ଅରୁଣାଚଳ ପ୍ରଦେଶରେ ପକ୍ଷୀଙ୍କର ମନଇଚ୍ଛା ଶିକାର ଯେପରି ବନ୍ଦ ହୋଇପାରିବ । ବନ୍ଧୁଗଣ, ଅରୁଣାଚଳ ପ୍ରଦେଶ ୫୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ଅଟେ । ଏମାନଙ୍କ ମଧ୍ୟରେ ଏପରି କେତେକ ବିରଳ ଦେଶୀ ପ୍ରଜାତି ମଧ୍ୟ ରହିଛନ୍ତି, ଯାହା ପୃଥିବୀର ଅନ୍ୟ କେଉଁଠି ଦେଖିବାକୁ ମିଳନ୍ତିନାହିଁ । କିନ୍ତୁ ଧୀରେ ଧୀରେ ଏବେ ଜଙ୍ଗଲରେ ପକ୍ଷୀଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି । ଏହାକୁ ସୁଧାରିବା ପାଇଁ ହିଁ ଏବେ ଏହି ଏୟାର୍ଗନ ସରେଣ୍ଡର୍ ଅଭିଯାନ ଚାଲିଛି । ଗତ କେତେମାସ ଭିତରେ ପାହାଡ଼ରୁ ସମତଳ ଅଂଚଳ ପର୍ଯ୍ୟନ୍ତ, ଗୋଟିଏ ସମ୍ପ୍ରଦାୟରୁ ଆଉ ଗୋଟିଏ ସମ୍ପ୍ରଦାୟ ଯାଏ, ରାଜ୍ୟର ପ୍ରତ୍ୟେକ ଅଂଚଳର ଲୋକ ଏହାକୁ ଖୋଲା ହୃଦୟରେ ଗ୍ରହଣ କରିଛନ୍ତି । ଅରୁଣାଚଳର ଲୋକେ ନିଜ ଇଚ୍ଛାରେ ଏ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଏୟାରଗନ ସମର୍ପଣ କରିସାରିଛନ୍ତି । ମୁଁ ଅରୁଣାଚଳର ଲୋକଙ୍କୁ ଏଥିପାଇଁ ପ୍ରଶଂସା କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ପାଖରୁ ୨୦୨୨ ସମ୍ପର୍କରେ ବହୁତଗୁଡ଼ାଏ ବାର୍ତ୍ତା ଓ ପରାମର୍ଶ ଆସିଛି । ଗୋଟିଏ କଥା ସବୁଥର ପରି ଏଥର ମଧ୍ୟ ଅଧିକାଂଶ ଲୋକଙ୍କ ବାର୍ତ୍ତାରେ ରହିଛି । ଏହା ହେଉଛି ସ୍ୱଚ୍ଛତା ଓ ସ୍ୱଚ୍ଛ ଭାରତ କଥା । ସ୍ୱଚ୍ଛତାର ଏହି ସଙ୍କଳ୍ପ ଅନୁଶାସନ ଦ୍ୱାରା, ସଚେତନତା ଦ୍ୱାରା ଓ ସମର୍ପଣ ଦ୍ୱାରା ହିଁ ସଂପୂର୍ଣ୍ଣ ହେବ । ଆମେ ଏନସିସି କ୍ୟାଡେଟଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପୁନୀତ ସାଗର ଅଭିଯାନରେ ମଧ୍ୟ ଏହାର ଝଲକ ଦେଖିପାରିବା । ଏହି ଅଭିଯାନରେ ୩୦ ହଜାରରୁ ଅଧିକ ଏନସିସି କ୍ୟାଡେଟ ସାମିଲ୍ ହୋଇଛନ୍ତି । ଏନସିସିର ଏହି କ୍ୟାଡେଟମାନେ ସମୁଦ୍ର ବେଳାଭୂଇଁର ସଫେଇ କରିଛନ୍ତି, ସେଠାରୁ ପ୍ଲାଷ୍ଟିକ୍ ଆବର୍ଜନା ହଟାଇ ତା’ର ପୁନଃଚକ୍ରଣ ପାଇଁ ଜମା କରିଛନ୍ତି । ଆମର ବେଳାଭୂମି, ଆମର ପାହାଡ଼, ଏସବୁ ସେତେବେଳେ ହିଁ ଭ୍ରମଣଯୋଗ୍ୟ ହୁଏ, ଯେତେବେଳେ ଏହା ପରିଷ୍କାର ପରିଚ୍ଛନ୍ନ ଥାଏ । ବହୁତ ଲୋକ ଜୀବନସାରା କୌଣସି ଜାଗାକୁ ଯିବାକୁ ସ୍ୱପ୍ନ ଦେଖନ୍ତି, କିନ୍ତୁ ଯେତେବେଳେ ସେମାନେ ସେଠିକୁ ଯାଆନ୍ତି, ଜାଣତ ଅଜାଣତରେ ସେଠାରେ ଆବର୍ଜନା ପକାଇ ଫେରିଆସନ୍ତି । ଏହା ପ୍ରତ୍ୟେକ ଦେଶବାସୀଙ୍କର ଦାୟିତ୍ୱ ଯେ ଯେଉଁ ସ୍ଥାନ ଆମକୁ ଏତେ ଖୁସି ଦେଉଛି, ତାକୁ ଆମେ ଅପରିଷ୍କାର କରିବା ନାହିଁ ।
ବନ୍ଧୁଗଣ, ମୋତେ ‘ସାଫ୍ୱାଟର୍’ ନାମକ ଏକ ଷ୍ଟାର୍ଟଅପ୍ ସମ୍ପର୍କରେ ସୂଚନା ମିଳିଛି, ଯାହାକୁ କେତେକ ଯୁବକ ଆରମ୍ଭ କରିଛନ୍ତି । କୃତ୍ରିମ ବୁଦ୍ଧିମତା ଏବଂ ଇଂଟରନେଟ୍ ସହାୟତାରେ ଏହି ଆପ୍ ଲୋକଙ୍କୁ ତାଙ୍କ ଅଂଚଳରେ ମିଳୁଥିବା ପାଣିର ଶୁଦ୍ଧତା ଓ ମାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ । ଏହା ସ୍ୱଚ୍ଛତାର ହିଁ ଏକ ପରବର୍ତୀ ପର୍ଯ୍ୟାୟ । ଲୋକଙ୍କର ସ୍ୱଚ୍ଛ ଓ ସୁସ୍ଥ ଭବିଷ୍ୟତ ପାଇଁ ଏହି ଷ୍ଟାର୍ଟଅପର ଗୁରୁତ୍ୱକୁ ଦେଖି ଏହାକୁ ଏକ ଗ୍ଲୋବାଲ୍ ଆୱାର୍ଡ ମଧ୍ୟ ମିଳିଛି ।
ବନ୍ଧୁଗଣ, ‘ଏକ୍ କଦମ୍ ସ୍ୱଚ୍ଛତା କୀ ଓର୍’ ଏହି ପ୍ରୟାସରେ ସଂସ୍ଥା ହେଉ ବା ସରକାର, ସମସ୍ତଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣ ସମସ୍ତେ ଜାଣନ୍ତି ଯେ ଆଗେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପୁରୁଣା ଫାଇଲ୍ ଓ କାଗଜପତ୍ର କେମିତି ଗଦାହୋଇ ରହୁଥିଲା । ଯେବେଠୁ ସରକାର ପୁରୁଣା କାର୍ଯ୍ୟଶୈଳୀକୁ ବଦଳାଇବା ଆରମ୍ଭ କରିଛନ୍ତି, ଏହି ଫାଇଲ୍ ଓ କାଗଜପତ୍ର ଡିଜିଟାଇଜ୍ ହୋଇ କମ୍ପ୍ୟୁଟରର ଫୋଲ୍ଡର୍ ଭିତରେ ରହିଯାଉଛି । ଯେତେ ପୁରୁଣା ଓ ବାକିଆ ଜିନିଷ ଅଛି, ସେଗୁଡ଼ିକୁ ହଟାଇବା ପାଇଁ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ବିଶେଷ ଅଭିଯାନ ମଧ୍ୟ ଚଳାଯାଉଛି । ଏହି ଅଭିଯାନରୁ କେତେକ ବଡ଼ ମଜାଦାର କଥା ହୋଇଛି । ଡାକ ବିଭାଗରେ ଯେତେବେଳେ ଏହି ସଫେଇ ଅଭିଯାନ କରାଗଲା, ସେଠିକାର ଜଙ୍କ୍ୟାର୍ଡ ସମ୍ପୂର୍ଣ୍ଣ ଖାଲି ହୋଇଗଲା । ଏବେ ଏହି ଜଙ୍କ୍ୟାର୍ଡକୁ କୋର୍ଟୟାର୍ଡ ଏବଂ କ୍ୟାଫେଟେରିଆ ରୂପରେ ପରିବର୍ତ୍ତନ କରାଯାଇଛି । ଆଉ ଏକ ଜଙ୍କ୍ୟାର୍ଡ ଦୁଇଚକିଆ ଯାନ ପାଇଁ ପାର୍କିଂ ସ୍ପେସ୍ ହୋଇଯାଇଛି । ଏହିପରି ଭାବେ ପରିବେଶ ମନ୍ତ୍ରଣାଳୟ ନିଜର ଖାଲି ହୋଇଥିବା ଜଙ୍କ୍ୟାର୍ଡକୁ ୱେଲନେସ୍ ସେଂଟରରେ ପରିଣତ କରିଛି । ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ତ ଏକ ସ୍ୱଚ୍ଛ ଏଟିଏମ୍ ମଧ୍ୟ ସ୍ଥାପନ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ଲୋକେ ଆବର୍ଜନା ଦିଅନ୍ତୁ ଓ ତା’ ବଦଳରେ ଟଙ୍କା ନେଇଯାଆନ୍ତୁ । ବେସାମରିକ ବିମାନ ପରିବହନ ମନ୍ତ୍ରଣାଳୟର ବିଭାଗ ଗଛରୁ ଝଡ଼ିପଡ଼ିଥିବା ଶୁଖିଲା ପତ୍ର ଓ ଜୈବିକ ଆବର୍ଜନାରେ ଜୈବିକ ସାର ତିଆରି କରିବା ଆରମ୍ଭ କରିଛି । ଏହି ବିଭାଗ ନଷ୍ଟ ହୋଇଯାଇଥିବା କାଗଜରେ ଷ୍ଟେସନାରୀ ଜିନିଷ ତିଆରି କରୁଛି । ଆମର ସରକାରୀ ବିଭାଗ ମଧ୍ୟ ସ୍ୱଚ୍ଛତା ଭଳି ବିଷୟରେ ଏତେ ସୃଜନଶୀଳ ହୋଇପାରିବେ -କିଛିବର୍ଷ ଆଗରୁ କେହି ଏକଥା ବିଶ୍ୱାସ କରିପାରୁ ନ ଥିଲେ, କିନ୍ତୁ ଆଜି ଏହା ବ୍ୟବସ୍ଥାର ଅଂଶ ପାଲଟିବାକୁ ଯାଉଛି । ଏହାହିଁ ତ ଦେଶର ନୂଆ ଭାବନା, ଯାହାର ନେତୃତ୍ୱ ସମସ୍ତ ଦେଶବାସୀ ମିଳିମିଶି କରୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ ଏଥର ମଧ୍ୟ ଆମେ ଅନେକ ବିଷୟରେ କଥା ହେଲେ । ସବୁଥର ପରି, ମାସକ ପରେ, ଆମେ ପୁଣି ଭେଟହେବା, କିନ୍ତୁ ୨୦୨୨ରେ । ପ୍ରତ୍ୟେକ ନୂଆ ଆରମ୍ଭ ନିଜର ସାମର୍ଥ୍ୟକୁ ଚିହ୍ନିବା ପାଇଁ ଏକ ସୁଯୋଗ ଆଣିଥାଏ । ଯେଉଁ ଲକ୍ଷ୍ୟ ନେଇ ଆମେ ପୂର୍ବରୁ କଳ୍ପନା ମଧ୍ୟ କରୁନଥିଲୁ, ଆଜି ଦେଶ ସେଥିପାଇଁ ପ୍ରୟାସ କରୁଛି । ଆମର ଏଇଠି କୁହାଯାଇଛି -
କ୍ଷଣଶଃ କଣଶଶ୍ଚୈବ, ବିଦ୍ୟାମ୍ ଅର୍ଥଂ ଚ ସାଧୟେତ୍ ।
କ୍ଷଣେ ନଷ୍ଟେ କୁତୋ ବିଦ୍ୟା, କଣେ ନଷ୍ଟେ କୁତୋ ଧନମ୍ । ।
ଅର୍ଥାତ, ଯେତେବେଳେ ଆମକୁ ବିଦ୍ୟା ଅର୍ଜନ କରିବାର ଅଛି, କିଛି ନୂଆ ଶିଖିବାର ଅଛି, କରିବାର ଅଛି, ସେତେବେଳେ ପ୍ରତ୍ୟେକ ମୁହୂର୍ତ୍ତର ସଦୁପଯୋଗ କରିବା ଆବଶ୍ୟକ ଏବଂ ଯେତେବେଳେ ଆମକୁ ଧନ ଅର୍ଜନ କରିବାର ଅଛି, ଅର୍ଥାତ ଉନ୍ନତି-ପ୍ରଗତି କରିବାର ଅଛି ସେତେବେଳେ ପ୍ରତ୍ୟେକ କଣିକାକୁ, ଅର୍ଥାତ ପ୍ରତ୍ୟେକ ସମ୍ବଳର ସମୁଚିତ ବ୍ୟବହାର କରିବା ଉଚିତ । କାରଣ, ସମୟ ନଷ୍ଟ ହେଲେ ବିଦ୍ୟା ଓ ଜ୍ଞାନ ଚାଲିଯାଏ ଏବଂ କଣିକା ନଷ୍ଟ ହେଲେ ଧନ ଓ ପ୍ରଗତିର ରାସ୍ତା ବନ୍ଦ ହୋଇଯାଏ । ଏ କଥା ସମସ୍ତ ଦେଶବାସୀଙ୍କ ପାଇଁ ପ୍ରେରଣା ଅଟେ । ଆମକୁ କେତେକଥା ଶିଖିବାର ଅଛି, ନୂଆ ନୂଆ ଉଦ୍ଭାବନ କରିବାର ଅଛି, ନୂଆ ନୂଆ ଲକ୍ଷ୍ୟକୁ ହାସଲ କରିବାର ଅଛି, ସେଥିପାଇଁ ଆମକୁ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନ କରି କାମରେ ଲାଗିବାକୁ ହେବ । ଆମକୁ ଦେଶର ବିକାଶକୁ ନୂଆ ଉଚ୍ଚତାକୁ ନେଇଯିବାକୁ ପଡ଼ିବ, ସେଥିପାଇଁ ଆମକୁ ଆମର ପ୍ରତ୍ୟେକ ସମ୍ବଳର ପୂର୍ଣ୍ଣ ଉପଯୋଗ କରିବାକୁ ହେବ । ଏହା ଗୋଟିଏ ପ୍ରକାରେ, ଆତ୍ମନିର୍ଭର ଭାରତର ମଧ୍ୟ ମନ୍ତ୍ର, କାହିଁକି ନା, ଆମେ ଯେତେବେଳେ ନିଜର ସମ୍ବଳର ଠିକ୍ ବିନିଯୋଗ କରିବା, ସେଗୁଡ଼ିକୁ ବ୍ୟର୍ଥ ହେବାକୁ ଦେବାନାହିଁ, ସେତେବେଳେ ହିଁ ତ ଆମେ ଲୋକାଲର ଶକ୍ତିକୁ ଚିହ୍ନିବା, ସେତେବେଳେ ହିଁ ତ ଦେଶ ଆତ୍ମନିର୍ଭର ହେବ । ସେଥିପାଇଁ, ଆସନ୍ତୁ ଆମେ ପୁନର୍ବାର ସଙ୍କଳ୍ପ ନେବା- ବଡ଼ ଚିନ୍ତା କରିବା, ବଡ଼ ସ୍ୱପ୍ନ ଦେଖିବା ଏବଂ ସେଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ମନପ୍ରାଣ ଢାଳିଦେବା ଏବଂ ଆମର ସ୍ୱପ୍ନ କେବଳ ଆମ ଭିତରେ ହିଁ ସୀମିତ ହେବନାହିଁ । ଆମର ସ୍ୱପ୍ନ ଏପରି ହେବ ଯାହା ସହିତ ଆମର ସମାଜ ଓ ଦେଶର ବିକାଶ ଜଡ଼ିତ ହେବ, ଆମର ପ୍ରଗତିରେ ଦେଶର ପ୍ରଗତିର ରାସ୍ତା ଖୋଲିବ ଏବଂ ଗୋଟିଏ ମୁହୂର୍ତ୍ତ ନଷ୍ଟ ନ କରି, ଗୋଟିଏ କଣିକା ନଷ୍ଟ ନକରି ଏଥିପାଇଁ ଆମକୁ ଆଜି ହିଁ କାମରେ ଲାଗିବାକୁ ହେବ । ମୋର ପୂରା ବିଶ୍ୱାସ ଯେ ଏହି ସଙ୍କଳ୍ପ ସହିତ ଆଗାମୀ ବର୍ଷରେ ଦେଶ ଅଗ୍ରସର ହେବ, ଏବଂ ୨୦୨୨, ଏକ ନୂଆ ଭାରତ ନିର୍ମାଣର ସ୍ୱର୍ଣ୍ଣିମ ପୃଷ୍ଠା ସାଜିବ । ଏହି ବିଶ୍ୱାସ ସହ, ଆପଣ ସମସ୍ତଙ୍କୁ ୨୦୨୨ ପାଇଁ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆମେ ପୁଣି ଥରେ ‘ମନ୍ କି ବାତ୍’ ପାଇଁ ଏକାଠି ହୋଇଛୁ । ଦୁଇ ଦିନ ପରେ ଡିସେମ୍ବର ମାସଟି ମଧ୍ୟ ଆରମ୍ଭ ହେବାକୁ ଯାଉଛି, ଆଉ ଡିସେମ୍ବର ମାସ ଆସିଲା ମାନେ ଆମକୁ ମନସ୍ତାତ୍ୱିକ ସ୍ତରରେ ଲାଗେ ଯେ, ଯାହାହେଉ, ବର୍ଷଟି ସରିଗଲା । ଇଏ ବର୍ଷର ଶେଷ ମାସ । ଆମେ ନୂଆବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡ଼ୁ । ଏହି ମାସରେ ଦେଶ ପାଳନ କରେ ‘ନୌବାହିନୀ ଦିବସ’ ଏବଂ ‘ସଶସ୍ତ୍ର ବାହିନୀ ପତାକା ଦିବସ’ । ଆମ ସମସ୍ତେ ଜାଣୁ, ଯେ, ଡିସେମ୍ବର ୧୬ ତାରିଖ ଦିନ ଦେଶ ୧୯୭୧ରେ ହୋଇଥିବା ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀ ମଧ୍ୟ ପାଳନ କରିବ । ଏହି ସମସ୍ତ ଅବସରରେ ମୁଁ ଦେଶର ପ୍ରତିରକ୍ଷା ବାହିନୀକୁ ସ୍ମରଣ କରୁଛି, ଆମର ବୀରମାନଙ୍କୁ ସ୍ମରଣ କରୁଛି ଏବଂ ବିଶେଷ ଭାବେ ଏଭଳି ବୀରମାନଙ୍କୁ ଜନ୍ମ ଦେଇଥିବା ମା’ମାନଙ୍କୁ ସ୍ମରଣ କରୁଛି । ପ୍ରତିଥର ପରି ଏଥର ମଧ୍ୟ ମୋତେ ନମୋ ଆପ୍, ମାଇ ଗଭ୍ରେ ଆପଣମାନଙ୍କର ଅନେକ ପ୍ରସ୍ତାବ ମିଳିଛି । ଆପଣମାନେ ମୋତେ ନିଜ ପରିବାରର ଏକ ଅଂଶ ଭାବି ନିଜ ଜୀବନର ସୁଖ-ଦୁଃଖ ମଧ୍ୟ ବାଣ୍ଟିଛନ୍ତି । ଏଥିରେ ଅନେକ ଯୁବବର୍ଗର ହୋଇଥିବାବେଳେ ଅନେକ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ମୋତେ ପ୍ରକୃତରେ ଭଲ ଲାଗୁଛି ଯେ, ଆମର ଏହି ‘ମନ୍ କି ବାତ୍’ର ପରିବାର ନିରନ୍ତର ବିସ୍ତୃତ ହୋଇଚାଲିଛି, ମନ ସହ ମନର ସମ୍ପର୍କ ଦୃଢ଼ ହୋଇଚାଲିଛି, ଉଦ୍ଦେଶ୍ୟ ମଧ୍ୟ ଏକ ହୋଇଚାଲିଛି । ନିବିଡ଼ ହେଉଥିବା ଆମ ସମ୍ପର୍କ ସହ ଆମ ଅନ୍ତରରେ ନିରନ୍ତର ସକାରାତ୍ମକତାର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି ।
ମୋର ପ୍ରିୟ ଦେଶବାସୀଗଣ, ସୀତାପୁରର ଓଜସ୍ୱୀ ମୋତେ ଲେଖିଛନ୍ତି ଯେ, ଅମୃତ ମହୋତ୍ସବ ସହ ଜଡ଼ିତ ଆଲୋଚନାଗୁଡ଼ିକ ତାଙ୍କୁ ଖୁବ ଭଲ ଲାଗୁଛି । ସେ ନିଜ ସାଙ୍ଗମାନଙ୍କ ସହିତ ‘ମନ୍ କି ବାତ୍’ ଶୁଣୁଛନ୍ତି ଏବଂ ସ୍ୱାଧୀନତା ଆନ୍ଦୋଳନ ବିଷୟରେ ଅନେକ କିଛି ଜାଣିବା, ଶିଖିବାର କ୍ରମାଗତ ପ୍ରଚେଷ୍ଟା କରୁଛନ୍ତି । ବନ୍ଧୁଗଣ, ଅମୃତ ମହୋତ୍ସବ ଶିକ୍ଷା ଦେବା ସହ ଆମକୁ ଦେଶ ପାଇଁ କିଛି କରିବାର ପ୍ରେରଣା ମଧ୍ୟ ଯୋଗାଉଛି । ଆଉ ପୁଣି ଏବେ ତ ସାରା ଦେଶରେ ସାଧାରଣ ଲୋକେ ହୁଅନ୍ତୁ ବା ସରକାର ହୁଅନ୍ତୁ, ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଚାରିଆଡ଼େ ଅମୃତ ମହୋତ୍ସବର ଉତ୍ସାହ ପରିଲକ୍ଷିତ ହେଉଛି ଏବଂ ଏହି ମହୋତ୍ସବ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏଭଳି ଗୋଟିଏ ଚିତାକର୍ଷକ କାର୍ଯ୍ୟକ୍ରମ ବିଗତ ଦିନରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ପିଲାଙ୍କ ମୁହଁରେ ସ୍ୱାଧୀନତା ସଂଗ୍ରାମର କାହାଣୀ ଶୀର୍ଷକ କାର୍ଯ୍ୟକ୍ରମରେ ପିଲାମାନେ ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କାହାଣୀକୁ ସମ୍ପୂର୍ଣ୍ଣ ମନଯୋଗ ସହ ପରିବେଷଣ କଲେ । ଏହାର ବିଶେଷତ୍ୱ ଏହା ଥିଲା ଯେ, ଏଥିରେ ଭାରତ ସହିତ ନେପାଳ, ମରିଶସ୍, ତାଞ୍ଜାନିଆ, ନ୍ୟୁଜିଲାଣ୍ଡ ଓ ଫିଜିର ଛାତ୍ରଛାତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆମ ଦେଶର ମହାରତ୍ନ କମ୍ପାନୀ ଓ.ଏନ.ଜି.ସି. ମଧ୍ୟ କିଛି ଭିନ୍ନ ଢଙ୍ଗରେ ଅମୃତ ମହୋତ୍ସବ ପାଳନ କରୁଛି । ଓ.ଏନ.ଜି.ସି. ଆଜିକାଲି ତୈଳ ଉତ୍ତୋଳନ କ୍ଷେତ୍ରରେ ନିଜର ଛାତ୍ରଛାତ୍ରୀମାନଙ୍କ ପାଇଁ ଷ୍ଟଡିଟୁର୍ର ଆୟୋଜନ କରୁଛି । ଏହି ଗସ୍ତ ଅବସରରେ ଯୁବଗୋଷ୍ଠୀଙ୍କୁ ଓ.ଏନ.ଜି.ସି.ର ତୈଳ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ଗତିବିଧି ସମ୍ପର୍କରେ ସୂଚନା ଦିଆଯାଉଛି । ରାଷ୍ଟ୍ରନିର୍ମାଣରେ ଆମର ଉଦୀୟମାନ ଇଂଜିନିୟରମାନେ ଉତ୍ସାହର ସହ କିଭଳି ସହାୟକ ହୋଇପାରିବେ, ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଏହାର ଉଦ୍ଦେଶ୍ୟ ।
ବନ୍ଧୁଗଣ, ସ୍ୱାଧୀନତା ପ୍ରାପ୍ତିରେ ଆମର ଜନଜାତି ସମୁଦାୟଙ୍କ ଅବଦାନକୁ ଦୃଷ୍ଟିରେ ରଖି ଜନଜାତୀୟ ଗୌରବ ସପ୍ତାହ ମଧ୍ୟ ଆମେ ପାଳନ କଲୁ । ଦେଶର ବିଭିନ୍ନ ଭାଗରେ ଏଥିସହ ଜଡ଼ିତ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜିତ ହେଲା । ଆଣ୍ଡାମାନ-ନିକୋବାର ଦ୍ୱୀପପୁଂଜରେ ଜାରୱା ଏବଂ ଓଂଗେ ଜନଜାତିର ଲୋକେ ନିଜ ସଂସ୍କୃତିର ଜୀବନ୍ତ ଚିତ୍ର ଉପସ୍ଥାପିତ କଲେ । ହିମାଚଳ ପ୍ରଦେଶସ୍ଥିତ ଉନା ର ମିନିଏଚର୍ ଲେଖକ ରାମ କୁମାର ଜୋଶୀ ମଧ୍ୟ ଗୋଟିଏ ଖୁବ ସୁନ୍ଦର କାମ କରିଛନ୍ତି । ସେ ଛୋଟ ଛୋଟ ଡାକଟିକେଟ ଉପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ନିଆରା ସ୍କେଚ୍ ତିଆରି କରିଛନ୍ତି । ହିନ୍ଦୀରେ ଲେଖାଯାଇଥିବା ରାମ ଶବ୍ଦକୁ ନେଇ ସେ ଏହି ସ୍କେଚ୍ ତିଆରି କରିଛନ୍ତି, ଯେଉଁଥିରେ ସଂକ୍ଷେପରେ ଏହି ଦୁଇ ମହାପୁରୁଷଙ୍କ ଜୀବନୀକୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ମଧ୍ୟପ୍ରଦେଶର କଟ୍ନୀରୁ ମଧ୍ୟ କିଛି ବନ୍ଧୁ ଏକ ସ୍ମରଣୀୟ ଦାସ୍ତାନ୍ଗୋଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ସେଥିରେ ରାଣୀ ଦୁର୍ଗାବତୀଙ୍କ ଅଦମ୍ୟ ସାହସ ଏବଂ ବଳିଦାନର ସ୍ମୃତିଚାରଣ କରାଯାଇଛି । ଏହିଭଳି ଆଉ ଗୋଟିଏ କାର୍ଯ୍ୟକ୍ରମ କାଶୀରେ ଆୟୋଜିତ ହୋଇଥିଲା । ଗୋସ୍ୱାମୀ ତୁଳସୀଦାସ୍, ସନ୍ଥ କବୀର, ସନ୍ଥ ରବିଦାସ୍, ଭାରତେନ୍ଦୁ ହରିଶ୍ଚନ୍ଦ୍ର, ମୁନ୍ସୀ ପ୍ରେମଚନ୍ଦ ଏବଂ ଜୟଶଙ୍କର ପ୍ରସାଦଙ୍କ ଭଳି ମହାମନିଷୀଙ୍କ ସମ୍ମାନରେ ତିନିଦିନବ୍ୟାପୀ ମହୋତ୍ସବର ଆୟୋଜନ କରାଯାଇଥିଲା । ଭିନ୍ନ ଭିନ୍ନ ସମୟରେ ଦେଶରେ ଜନଜାଗରଣ ସୃଷ୍ଟି କରିବାରେ ଏମାନଙ୍କ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଆପଣମାନଙ୍କର ମନେଥିବ, ‘ମନ୍ କି ବାତ୍’ର ବିଗତ ଅଧ୍ୟାୟମାନଙ୍କରେ ମୁଁ ତିନୋଟି ପ୍ରତିଯୋଗିତା ସମ୍ପର୍କରେ କହିଥିଲି - ପ୍ରଥମଟି, ଦେଶଭକ୍ତି ଗୀତ ରଚନା କରିବା, ଦେଶଭକ୍ତି ସହ ଜଡ଼ିତ କିମ୍ବା ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ ଘଟଣାକୁ ନେଇ ରଙ୍ଗୋଲି ବା ମୁରୁଜ ଆଙ୍କିବା ଏବଂ ଆମ କୁନି ପିଲାଙ୍କ ମନରେ ବିଶାଳ ଭାରତର ସ୍ୱପ୍ନ ସୃଷ୍ଟି କରିବା ଭଳି ଲୋରୀ ବା ନାନାବାୟା ଗୀତ ରଚନା କରିବା । ଏହି ପ୍ରତିଯୋଗିତା ପାଇଁ ମଧ୍ୟ ଆପଣମାନେ ନିଜର ଲେଖା ପଠାଇସାରିଥିବେ, ଯୋଜନା କରିସାରିଥିବେ, ନିଜ ସାଙ୍ଗସାଥୀଙ୍କ ସହ ଆଲୋଚନା ମଧ୍ୟ କରିଥିବେ ବୋଲି ମୋର ଆଶା । ଭାରତର କୋଣ-ଅନୁକୋଣରୁ ଅତି ଉତ୍ସାହର ସହିତ ଆପଣମାନେ ଏଥିରେ ଅଂଶଗ୍ରହଣ କରିବେ ବୋଲି ଆଶା କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଏହି ଆଲୋଚନା ପାଇଁ ଏବେ ମୁଁ ଆପଣମାନଙ୍କୁ ସିଧା ବୃନ୍ଦାବନକୁ ନେଇଯାଉଛି। ବୃନ୍ଦାବନ ବିଷୟରେ କୁହାଯାଏ ଯେ, ଏହା ଭଗବାନଙ୍କ ପ୍ରେମର ପ୍ରତ୍ୟକ୍ଷ ରୂପ । ଆମର ସନ୍ଥମାନେ ମଧ୍ୟ କହିଛନ୍ତି –
ୟହ ଆସା ଧରି ଚିତ ମେ, ୟହ ଆସା ଧରି ଚିତ ମେ
କହତ ଜଥା ମତି ମୋର ।
ବୃନ୍ଦାବନ ସୁଖ ରଙ୍ଗ କୌ, ବୃନ୍ଦାବନ ସୁଖ ରଙ୍ଗ କୌ,
କାହୁ ନ ପାୟୋ ଔର୍ ।
ଅର୍ଥାତ୍ ନିଜର ସାମର୍ଥ୍ୟ ଅନୁସାରେ ଆମେ ସମସ୍ତେ ବୃନ୍ଦାବନର ମହିମା ବଖାଣିଥାଉ, କିନ୍ତୁ ବୃନ୍ଦାବନର ଅସଲ ସୁଖ, ଏଠାକାର ଯେଉଁ ରସ, ତାହା ଅନନ୍ତ, ଯାହାକୁ କେହି ପାଇପାରେନା । ଏହା ଅସୀମ । ସେଇଥିପାଇଁ ତ ବୃନ୍ଦାବନ ସାରାବିଶ୍ୱର ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଆସିଛି । ଏହାର ପ୍ରଭାବ ଆପଣଙ୍କୁ ବିଶ୍ୱର କୋଣ-ଅନୁକୋଣରେ ମିଳିଯିବ ।
ପଶ୍ଚିମ ଅଷ୍ଟ୍ରେଲିଆର ଗୋଟିଏ ସହର ହେଉଛି ପର୍ଥ । କ୍ରିକେଟପ୍ରେମୀମାନେ ଏହି ସ୍ଥାନ ସହ ବେଶ୍ ପରିଚିତ ଥିବେ, କାରଣ ପର୍ଥରେ ପ୍ରାୟତଃ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥାଏ । ପର୍ଥରେ ସାକ୍ରେଡ୍ ଇଣ୍ଡିଆ ଗ୍ୟାଲେରୀ ନାଁରେ ଗୋଟିଏ ଆର୍ଟ ଗ୍ୟାଲେରୀ ରହିଛି । ଏହି ଗ୍ୟାଲେରୀ ସ୍ୱାନ୍ ଉପତ୍ୟକାର ଗୋଟିଏ ସୁନ୍ଦର କ୍ଷେତ୍ରରେ ନିର୍ମାଣ କରାଯାଇଛି । ଏହା ହେଉଛି ଅଷ୍ଟ୍ରେଲିଆ ନିବାସୀ ଜଗତ ତାରିଣୀ ଦାସୀଙ୍କ ଉଦ୍ୟମର ପରିଣାମ । ପ୍ରକୃତରେ ଜଗତ ତାରିଣୀ ହେଉଛନ୍ତି ଅଷ୍ଟ୍ରେଲିଆର ବାସିନ୍ଦା, ତାଙ୍କର ଜନ୍ମ ସେଠି, ଲାଳନ-ପାଳନ ମଧ୍ୟ ସେଠି ହିଁ ହୋଇଛି । କିନ୍ତୁ ନିଜ ଜୀବନର ୧୩ ବର୍ଷରୁ ମଧ୍ୟ ଅଧିକ ସମୟ ସେ ବୃନ୍ଦାବନରେ କଟାଇଛନ୍ତି । ସେ କହନ୍ତି, ସେ ନିଜ ଦେଶ ଅଷ୍ଟ୍ରେଲିଆକୁ ଫେରିଲେ ସତ, କିନ୍ତୁ ସେ ବୃନ୍ଦାବନକୁ କେବେହେଲେ ଭୁଲିପାରିଲେନି । ତେଣୁ, ବୃନ୍ଦାବନର ଆଧ୍ୟାତ୍ମିକତା ସହ ଯୋଡ଼ିହେବା ପାଇଁ ଅଷ୍ଟ୍ରେଲିଆରେ ହିଁ ଏକ ବୃନ୍ଦାବନ ସୃଷ୍ଟି କରିଦେଲେ । ନିଜର କଳାକୁ ଏକ ମାଧ୍ୟମ କରି ଗୋଟିଏ ଚମତ୍କାର ବୃନ୍ଦାବନ ସେ ସେଠାରେ ତିଆରି କରିଛନ୍ତି । ସେଠାକୁ ଯାଉଥିବା ଲୋକଙ୍କୁ ଅନେକ ପ୍ରକାରର କଳାକୃତି ଦେଖିବାର ସୁଯୋଗ ମିଳୁଛି । ସେମାନଙ୍କୁ ଭାରତର ସର୍ବାଧିକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବୃନ୍ଦାବନ, ନବଦ୍ୱୀପ ଏବଂ ଜଗନ୍ନାଥପୁରୀର ପରମ୍ପରା ଓ ସଂସ୍କୃତିର ଝଲକ ସେଠାରେ ଦେଖିବାକୁ ମିଳୁଛି । ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ସହ ଜଡ଼ିତ ଅନେକ କଳାକୃତି ପ୍ରଦର୍ଶିତ କରାଯାଇଛି । ଏଥିରେ ଏଭଳି ଏକ କଳାକୃତି ମଧ୍ୟ ରହିଛି ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଛନ୍ତି ଏବଂ ଏହାର ନିମ୍ନଭାଗରେ ବୃନ୍ଦାବନବାସୀଗଣ ଆଶ୍ରୟ ନେଇଛନ୍ତି । ଜଗତ ତାରିଣୀଙ୍କ ଏହି ଚମତ୍କାର ପ୍ରଚେଷ୍ଟା ବାସ୍ତବରେ ଆମକୁ କୃଷ୍ଣଙ୍କ ଭକ୍ତିର ଶକ୍ତି ଦର୍ଶନ କରାଇଥାଏ । ଏହି ପ୍ରଚେଷ୍ଟା ପାଇଁ ମୁଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ବର୍ତମାନ ମୁଁ ଅଷ୍ଟ୍ରେଲିଆର ପର୍ଥରେ ନିର୍ମିତ ବୃନ୍ଦାବନ ବିଷୟରେ କହୁଥିଲି । ସେହି ଅଷ୍ଟ୍ରେଲିଆ ଏବଂ ଆମ ବୁନ୍ଦେଲଖଣ୍ଡର ଝାନ୍ସୀ ମଧ୍ୟରେ ରହିଛି ଗୋଟିଏ ରୁଚିକର ଐତିହାସିକ ସମ୍ପର୍କ । ପ୍ରକୃତରେ ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ଇଷ୍ଟଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ମକଦ୍ଦମା ଲଢ଼ୁଥିବାବେଳେ ତାଙ୍କର ଓକିଲ ଥିଲେ ଜନ୍ ଲାଙ୍ଗ୍ । ଜନ ଲାଙ୍ଗ୍ଙ୍କ ମୂଳ ନିବାସ ସ୍ଥାନ ଥିଲା ଅଷ୍ଟ୍ରେଲିଆ । ଭାରତରେ ରହି ସେ ରାଣୀ ଲକ୍ଷ୍ମୀବାଈଙ୍କ ତରଫରୁ ମକଦ୍ଦମା ଲଢ଼ିଥିଲେ । ଆମ ସ୍ୱାଧୀନତା ସଂଗ୍ରାମରେ ଝାନ୍ସୀ ଏବଂ ବୁନ୍ଦେଲଖଣ୍ଡର ଅବଦାନ ସମ୍ପର୍କରେ ଆମେ ସମସ୍ତେ ଜାଣିଛୁ । ଏହି ଭୂମି ହିଁ ରାଣୀ ଲକ୍ଷ୍ମୀବାଈ, ଝଲ୍କାରୀ ବାଈଙ୍କ ଭଳି ବୀରାଙ୍ଗନାମାନଙ୍କୁ ଜନ୍ମ ଦେଇଛି । ଏହାଛଡ଼ା ମେଜର ଧ୍ୟାନଚାନ୍ଦଙ୍କ ଭଳି କ୍ରୀଡ଼ାରତ୍ନ ମଧ୍ୟ ଏହି ଅଞ୍ଚଳଳରୁ ବାହାରିଛନ୍ତି ।
ବନ୍ଧୁଗଣ, ବୀରତ୍ୱ ଯେ କେବଳ ଯୁଦ୍ଧକ୍ଷେତ୍ରରେ ପ୍ରଦର୍ଶନ କରାଯାଏ, ତାହା ଜରୁରୀ ନୁହେଁ । ବୀରତ୍ୱ ଯେତେବେଳେ ଗୋଟିଏ ବ୍ରତ ପାଲଟିଯାଏ ଏବଂ ଏହାର ବିସ୍ତାର ହେବାକୁ ଲାଗେ ସେତେବେଳେ ପ୍ରତ୍ୟେକ କ୍ଷେତ୍ରରେ ଅନେକ କାର୍ଯ୍ୟ ସିଦ୍ଧ ହେବାକୁ ଲାଗେ । ଏହିଭଳି ବୀରତ୍ୱ ସମ୍ପର୍କରେ ମୋତେ ଚିଠିଲେଖି ଜଣାଇଛନ୍ତି ଶ୍ରୀମତୀ ଜ୍ୟୋତ୍ସ୍ନା । ଜାଲୌନରେ ଗୋଟିଏ ପାରମ୍ପରିକ ନଦୀ ଥିଲା - ଯାହାର ନାମ ଥିଲା ନୁନ୍ ନଦୀ । ନୁନ୍ ଏଠାକାର ଚାଷୀମାନଙ୍କ ପାଇଁ ଜଳର ମୁଖ୍ୟସ୍ରୋତ ଥିଲା । କିନ୍ତୁ ଧିରେ ଧିରେ ନୁନ୍ ନଈ ବିଲୁପ୍ତ ହେବାକୁ ଲାଗିଲା । ଏହାର ଯାହାକିଛି ଅବଶିଷ୍ଟାଂଶ ରହିଥିଲା, ସେଥିରେ ତାହା ଗୋଟିଏ ନାଳର ରୂପ ନେବାକୁ ଯାଉଥିଲା। ଯାହାଫଳରେ ଚାଷୀମାନଙ୍କ ପାଇଁ ଜଳସେଚନର ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ଜାଲୌନର ଲୋକେ ଏହି ପରିସ୍ଥିତିକୁ ବଦଳାଇବା ପାଇଁ ଅଣ୍ଟା ଭିଡ଼ିଲେ । ଚଳିତ ବର୍ଷ ମାର୍ଚ୍ଚମାସରେ ଏଥିପାଇଁ ଏକ କମିଟି ଗଠନ କରାଗଲା । ହଜାର ହଜାର ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକେ ସ୍ୱତଃସ୍ଫୁର୍ତ୍ତ ଭାବେ ଏହି ଅଭିଯାନରେ ସାମିଲ ହେଲେ । ଏଠାକାର ପଞ୍ଚାୟତଗୁଡ଼ିକ ଲୋକଙ୍କ ସହ ମିଶି କାମ କରିବା ଆରମ୍ଭ କଲା । ଆଜି ଏତେ କମ ସମୟ ମଧ୍ୟରେ ଏବଂ ବହୁତ କମ ଖର୍ଚ୍ଚରେ ଏହି ନଈ ପୁନର୍ଜୀବିତ ହୋଇଉଠିଛି । ଅନେକ ଚାଷୀ ଏହାଦ୍ୱାରା ଲାଭାନ୍ୱିତ ହେଉଛନ୍ତି । ଯୁଦ୍ଧକ୍ଷେତ୍ରଠାରୁ ଭିନ୍ନ ଏକ ବୀରତ୍ୱର ଏହି ଉଦାହରଣ ଆମ ଦେଶବାସୀଙ୍କ ସଂକଳ୍ପ ଶକ୍ତିକୁ ପ୍ରଦର୍ଶିତ କରୁଛି । ଏହା ଏ କଥା ମଧ୍ୟ କହୁଛି ଯେ, ଯଦି ଆମେ କୌଣସି କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେଉ ତେବେ, ଆମ ପାଇଁ କିଛି ଅସମ୍ଭବ ନୁହେଁ । ସେଇଥିପାଇଁ ହିଁ ମୁଁ କହିଥାଏ – ସବ୍ କା ପ୍ରୟାସ।
ମୋର ପ୍ରିୟ ଦେଶବାସୀଗଣ, ଆମେ ଯେତେବେଳେ ପ୍ରକୃତିର ସୁରକ୍ଷା କରିଥାଉ, ସେତେବେଳେ ଏହାର ପ୍ରତିବଦଳରେ ପ୍ରକୃତି ମଧ୍ୟ ଆମକୁ ସୁରକ୍ଷା ଯୋଗାଇଥାଏ । ଏ କଥାକୁ ଆମେ ଆମ ଜୀବନରେ ମଧ୍ୟ ଅନୁଭବ କରିଥାଉ । ସେହିଭଳି ଗୋଟିଏ ଉଦାହରଣ, ତାମିଲନାଡ଼ୁର ଲୋକେ ବ୍ୟାପକ ଭାବେ ଉପସ୍ଥାପିତ କରିଛନ୍ତି । ଏହି ଉଦାହରଣ ହେଉଛି, ତାମିଲନାଡ଼ୁର ତୁତୁକୁଡ଼ି ଜିଲ୍ଲାର । ଆମେ ଜାଣୁ ଯେ, ଉପକୂଳବର୍ତୀ ଅଂଚଳରେ ଅନେକ ଥର ଭୂମି କ୍ଷୟର ଆଶଙ୍କା ରହିଥାଏ । ତୁତୁକୁଡ଼ିରେ ମଧ୍ୟ ଏଭଳି ଅନେକ ଛୋଟ ଛୋଟ ଦ୍ୱୀପ ଓ ଟାପୁ ରହିଥିଲା, ଯେଉଁଗୁଡ଼ିକର ସମୁଦ୍ରଗର୍ଭରେ ଲୀନ ହେବାର ବିପଦ ବଢ଼ିଚାଲିଥିଲା । ଏଠାକାର ଲୋକେ ଏବଂ ବିଶେଷଜ୍ଞମାନେ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇବାର ଉପାୟ ପ୍ରକୃତି ମାଧ୍ୟମରେ ହିଁ ଖୋଜି ବାହାର କଲେ । ଏହି ଲୋକେ ଏବେ ଏହି ଦ୍ୱୀପଗୁଡ଼ିକ ଉପରେ ପାଲ୍ମେରା ବୃକ୍ଷରୋପଣ କରୁଛନ୍ତି । ଏହି ବୃକ୍ଷ ବାତ୍ୟା ସମୟରେ ମଧ୍ୟ ଭୂପତିତ ନ ହୋଇ ମୃତିକାକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ଏହାଦ୍ୱାରା ଏବେ ଏହି ଅଞ୍ଚଳର ସୁରକ୍ଷା ଦିଗରେ ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଛି ।
ବନ୍ଧୁଗଣ, ପ୍ରକୃତି ତରଫରୁ ଆମ ପାଇଁ ବିପଦ ସେତେବେଳେ ସୃଷ୍ଟି ହୋଇଥାଏ, ଯେତେବେଳେ ଆମେ ଏହାର ସନ୍ତୁଳନ କିମ୍ବା ଏହାର ପବିତ୍ରତାକୁ ନଷ୍ଟ କରିଥାଉ । ପ୍ରକୃତି ମା’ ଭଳି ଆମର ପାଳନ ମଧ୍ୟ କରିଥାଏ ଏବଂ ଆମ ଜୀବନରେ ନୂଆ ନୂଆ ରଙ୍ଗ ମଧ୍ୟ ଭରିଥାଏ ।
ମୁଁ ସାମାଜିକ ଗଣମାଧ୍ୟମରେ ଦେଖୁଥିଲି ଯେ, ମେଘାଳୟରେ ଗୋଟିଏ ଫ୍ଲାଇଙ୍ଗ୍ ବୋଟ୍ର ଛବି ଖୁବ ଭାଇରାଲ୍ ହୋଇଛି । ପ୍ରଥମ ଦୃଷ୍ଟିରେ ଏହି ଛବି ଆମକୁ ଆକର୍ଷିତ କରୁଛି । ଆପଣମାନଙ୍କ ମଧ୍ୟରୁ ଅନେକେ ଏହାକୁ ଅନ୍ଲାଇନ୍ରେ ନିଶ୍ଚୟ ଦେଖିଥିବେ । ପବନରେ ଉଡ଼ୁଥିବା ଏହି ନୌକାକୁ ଆମେ ନିକଟରୁ ଦେଖିଲେ, ଜଣାପଡ଼ିବ ଯେମିତି ଏହା ନଈପାଣିରେ ଚାଲୁଛି । ନଈର ପାଣି ଏତେ ସ୍ୱଚ୍ଛ ଯେ ଆମକୁ ଏହାର ନିମ୍ନତମ ସ୍ତର ଦେଖାଯାଉଛି ଏବଂ ନୌକାଟି ଶୂନ୍ୟରେ ଉଡ଼ୁଥିବା ଭଳି ମନେ ହେଉଛି । ଆମ ଦେଶରେ ଅନେକ ରାଜ୍ୟ ରହିଛି, ଅନେକ ଅଂଚଳ ରହିଛି, ଯେଉଁଠିକାର ଲୋକେ ନିଜର ପ୍ରାକୃତିକ ସମ୍ପଦକୁ ସାଇତି କରି ରଖିଛନ୍ତି । ସେମାନେ ପ୍ରକୃତି ସହ ମିଶି ବାସ କରିବାର ଜୀବନଶୈଳୀ ଆଜି ମଧ୍ୟ ଜୀବିତ ରଖିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ । ଆମ ଆଖପାଖରେ ରହିଥିବା ପ୍ରାକୃତିକ ସମ୍ପଦଗୁଡ଼ିକୁ ଆମେ ରକ୍ଷା କରିବା, ସେମାନଙ୍କ ପୁରାତନ ସ୍ୱରୂପକୁ ଫେରାଇ ଆଣିବା । ଏଥିରେ ହିଁ ଆମ ସମସ୍ତଙ୍କ ହିତ ନିହିତ, ସାରାବିଶ୍ୱର ହିତ ନିହିତ ।
ମୋର ପ୍ରିୟ ଦେଶବାସୀଗଣ, ସରକାର ଯେତେବେଳେ ଯୋଜନା ପ୍ରସ୍ତୁତ କରନ୍ତି, ବଜେଟ୍ରେ ମିଳିଥିବା ଟଙ୍କା ଖର୍ଚ୍ଚ କରନ୍ତି, ଠିକ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରନ୍ତି, ସେତେବେଳେ ଲୋକେ ଭାବନ୍ତି ଯେ, ସରକାର ଠିକ୍ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାରଙ୍କ ଅନେକ କାର୍ଯ୍ୟରେ ବିକାଶର ଅନେକ ଯୋଜନାଗୁଡ଼ିକ ମଧ୍ୟରେ ମଣିଷର ସମ୍ବେଦନଶୀଳତା ସହ ଜଡ଼ିତ କଥା, ସବୁବେଳେ ଏକ ଭିନ୍ନ ଆନନ୍ଦ ପ୍ରଦାନ କରିଥାଏ । ସରକାରଙ୍କ ପ୍ରୟାସ ଦ୍ୱାରା, ସରକାରଙ୍କ ଯୋଜନା ଦ୍ୱାରା, ଜୀବନ କିଭଳି ପରିବର୍ତ୍ତିତ ହେଲା, ଏହାର ଅନୁଭୁତି କ’ଣ? ସେକଥା ଶୁଣିଲେ, ଆମେ ମଧ୍ୟ ସମ୍ବେଦନଶୀଳ ହୋଇଉଠୁ । ଏହା ମନକୁ ସନ୍ତୋଷ ମଧ୍ୟ ପ୍ରଦାନ କରିଥାଏ ଏବଂ ସେହି ଯୋଜନାକୁ ଲୋକଙ୍କ ନିକଟକୁ ପହଞ୍ଚାଇବାର ପ୍ରେରଣା ମଧ୍ୟ ଯୋଗାଇଥାଏ ।
ଏହା ଏକ ପ୍ରକାର ସ୍ୱାନ୍ତଃ ସୁଖାୟ ଅଟେ । ତେଣୁ ଆଜି ‘ମନ୍ କି ବାତ୍’ରେ ଆମ ସହିତ ଏଭଳି ଦୁଇଜଣ ବନ୍ଧୁ ସାମିଲ ହେଉଛନ୍ତି, ଯେଉଁମାନେ ନିଜ ସାହସ ବଳରେ ଗୋଟିଏ ନୂତନ ଜୀବନ ପ୍ରାପ୍ତ କରିଆସିଛନ୍ତି । ସେମାନେ ଆୟୁଷ୍ମାନ ଭାରତ ଯୋଜନା ସହାୟତାରେ ନିଜର ଚିକିତ୍ସା କରାଇଲେ ଏବଂ ଗୋଟିଏ ନୂତନ ଜୀବନ ଆରମ୍ଭ କରିଛନ୍ତି । ଆମର ପ୍ରଥମ ବନ୍ଧୁଜଣକ ହେଉଛନ୍ତି ରାଜେଶ କୁମାର ପ୍ରଜାପତି, ଯିଏ ହୃଦରୋଗରେ ଆକ୍ରାନ୍ତ ହୋଇଥିଲେ । ଆସନ୍ତୁ ରାଜେଶଙ୍କ ସହ କଥା ହେବା ।
ପ୍ରଧାନମନ୍ତ୍ରୀ - ରାଜେଶ ଜୀ ନମସ୍କାର ।
ରାଜେଶ ପ୍ରଜାପତି- ଆଜ୍ଞା, ନମସ୍କାର ।
ପ୍ରଧାନମନ୍ତ୍ରୀ- ରାଜେଶ ଜୀ, ଆପଣଙ୍କୁ କ’ଣ ହୋଇଥିଲା? ନିଶ୍ଚୟ କୌଣସି ଡାକ୍ତରଙ୍କ ପାଖକୁ ଯାଇଥିବେ? ସ୍ଥାନୀୟ ଡାକ୍ତର ଅନ୍ୟ କୌଣସି ଡାକ୍ତରଙ୍କ ପାଖକୁ ପଠେଇଥିବେ? ଆପଣ କ’ଣ ନିଷ୍ପତ୍ତି କରିଥିଲେ ସେ ବିଷୟରେ ମୋତେ ଟିକିଏ କୁହନ୍ତୁ ।
ରାଜେଶ ପ୍ରଜାପତି- ଆଜ୍ଞା, ମୋତେ ହୃଦରୋଗ ହୋଇଥିଲା । ମୋ ଛାତି ପୋଡ଼ୁଥିଲା । ମୁଁ ଡାକ୍ତରଙ୍କ ସହ ପରାମର୍ଶ କଲି । ପ୍ରଥମେ ଡାକ୍ତର କହିଲେ ଯେ, ହୁଏତ ଏହା ଏସିଡିଟି ଯୋଗୁଁ ହେଉଥିବ । ତେଣୁ, ଅନେକ ଦିନ ଧରି ମୁଁ ଏସିଡିଟିର ଚିକିତ୍ସା କଲି । ସେଥିରେ ଯେବେ ଭଲ ନ ହେଲା, ମୁଁ ଡାକ୍ତର କପୁରଙ୍କୁ ଦେଖାଇଲି । ସେ କହିଲେ ଯେ, ତୁମର ଲକ୍ଷଣକୁ ଦେଖିଲେ ଲାଗୁଛି ଯେ, ଏଂଜିୟୋଗ୍ରାଫି କଲେ ତୁମ ରୋଗ ବିଷୟରେ ଜଣାପଡ଼ିବ । ସେ ମୋତେ ଶ୍ରୀରାମ ମୂର୍ତୀକୁ ପଠାଇଲେ । ସେଠାରେ ଆମେ ଅମରେଶ ଅଗ୍ରୱାଲଙ୍କୁ ଭେଟିଲୁ । ସେ ମୋର ଏଂଜିୟୋଗ୍ରାଫି କଲେ । ସେ କହିଲେ ଯେ, ତୁମର ହାର୍ଟରେ ତ ବ୍ଲକେଜ୍ ରହିଛି । ଆମେ ତାଙ୍କୁ ଏହାର ଚିକିତ୍ସା ଖର୍ଚ୍ଚ ବିଷୟରେ ପଚାରିଲୁ । ସେ ପଚାରିଲେ – ତୁମର ଆୟୁଷ୍ମାନ କାର୍ଡ଼ ଅଛି ଯାହା ପ୍ରଧାନମନ୍ତ୍ରୀ କରିଦେଇଛନ୍ତି? ଆମ ପାଖରେ ଅଛି ବୋଲି କହିଲୁ । ସେ ମୋର ସେହି କାର୍ଡ଼ ନେଲେ, ଏବଂ ମୋର ସମସ୍ତ ଚିକିତ୍ସା ସେହି କାର୍ଡ଼ ଦ୍ୱାରା ହିଁ ହେଲା । ସାର୍, ଆପଣ ଏହି ଯୋଉ କାର୍ଡ଼ କରିଛନ୍ତି, ତାହା ବହୁତ ଭଲ ଏବଂ ବିଶେଷକରି ଆମଭଳି ଗରିବ ଲୋକ ଏହାଦ୍ୱାରା ଖୁବ ଲାଭାନ୍ୱିତ ହେଉଛନ୍ତି । ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଭାଷା ନାହିଁ ।
ପ୍ରଧାନମନ୍ତ୍ରୀ - ରାଜେଶଜୀ, ଆପଣ କ’ଣ କରୁଛନ୍ତି?
ରାଜେଶ ପ୍ରଜାପତି- ସାର୍, ଏବେ ତ ମୁଁ ଗୋଟିଏ ଘରୋଇ କମ୍ପାନୀରେ ଚାକିରି କରୁଛି ।
ପ୍ରଧାନମନ୍ତ୍ରୀ - ଆପଣଙ୍କ ବୟସ କେତେ?
ରାଜେଶ ପ୍ରଜାପତି - ସାର୍, ମୋ ବୟସ ୪୯ ବର୍ଷ ।
ପ୍ରଧାନମନ୍ତ୍ରୀ - ଏତେ କମ୍ ବୟସରେ ଆପଣଙ୍କୁ ହୃଦରୋଗ ହେଲା?
ରାଜେଶ ପ୍ରଜାପତି- ହଁ ସାର, ଆପଣଙ୍କୁ ମୁଁ କ’ଣ କହିବି?
ପ୍ରଧାନମନ୍ତ୍ରୀ - ଆପଣଙ୍କ ପରିବାରରେ ଆଗରୁ କାହାରିକୁ ହୃଦରୋଗ ରହିଛି କି?
ରାଜେଶ ପ୍ରଜାପତି - ନା ସାର୍, କାହାରିକୁ ନ ଥିଲା । ମୋତେ ହିଁ ପ୍ରଥମକରି ହେଇଛି ।
ପ୍ରଧାନମନ୍ତ୍ରୀ - ଏହି ଆୟୁଷ୍ମାନ କାର୍ଡ଼ ଭାରତ ସରକାର ପ୍ରଦାନ କରୁଛନ୍ତି । ଏହା ଗରିବମାନଙ୍କ ପାଇଁ ଗୋଟିଏ ବହୁତ ବଡ଼ ଯୋଜନା । ଆପଣ ଏ ବିଷୟରେ କେଉଁଠୁ ଜାଣିଲେ?
ରାଜେଶ ପ୍ରଜାପତି - ସାର୍, ଏହା ବହୁତ ଭଲ ଯୋଜନା, ଗରିବ ଲୋକ ଏହାଦ୍ୱାରା ବହୁତ ଉପକୃତ ହେଉଛନ୍ତି । ସେମାନେ ଏଥିରେ ବହୁତ ଖୁସି । ମୁଁ ଡାକ୍ତରଖାନାରେ ଦେଖିଲି ଯେ, ଏହି କାର୍ଡ଼ରେ ଅନେକ ଲୋକ ସୁବିଧା ପାଉଛନ୍ତି । ରୋଗୀ ଯେତେବେଳେ ଡାକ୍ତରଙ୍କୁ କହୁଛନ୍ତି ଯେ, ତାଙ୍କ ପାଖରେ ଏହି କାର୍ଡ଼ ରହିଛି, ସେତେବେଳେ ଡାକ୍ତର ତାଙ୍କୁ କହୁଛନ୍ତି ଯେ, ଆପଣ ସେହି କାର୍ଡ଼ ଧରି ଆସନ୍ତୁ, ମୁଁ ସେଥିରେ ହିଁ ଆପଣଙ୍କ ଚିକିତ୍ସା କରିଦେବି ।
ପ୍ରଧାନମନ୍ତ୍ରୀ - ଆଚ୍ଛା, କାର୍ଡ଼ ନ ଥିଲେ, ଡାକ୍ତର ଆପଣଙ୍କୁ କେତେ ଖର୍ଚ ହେବ ବୋଲି କହିଥିଲେ?
ରାଜେଶ ପ୍ରଜାପତି - ଡାକ୍ତରବାବୁ କହିଥିଲେ କାର୍ଡ଼ ନ ଥିଲେ ଏଥିରେ ବହୁତ ଟଙ୍କା ଖର୍ଚ୍ଚ ହେବ । ମୁଁ କହିଲି ଯେ, ମୋ ପାଖରେ କାର୍ଡ଼ଟି ଅଛି । ସେ କହିଲେ, ଆପଣ କାର୍ଡ଼ ଦେଖାନ୍ତୁ । ମୁଁ ତାଙ୍କୁ ମୋ କାର୍ଡ଼ ଦେଖାଇଲି । ସେହି କାର୍ଡ଼ରେ ସମ୍ପୂର୍ଣ୍ଣ ଚିକିତ୍ସା ହୋଇଗଲା । ମୋର ପଇସାଟିଏ ବି ଖର୍ଚ୍ଚ ହେଲାନି । ସବୁ ଔଷଧ ବି ସେହି କାର୍ଡ଼ରେ ମିଳିଗଲା ।
ପ୍ରଧାନମନ୍ତ୍ରୀ - ରାଜେଶ ଜୀ, ଆପଣ ଏବେ ସନ୍ତୁଷ୍ଟ ତ? ଆପଣଙ୍କ ଦେହ ଏବେ କେମିତି ଅଛି?
ରାଜେଶ ପ୍ରଜାପତି - ଆଜ୍ଞା, ଭଲ ଅଛି । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଆପଣ ଦୀର୍ଘାୟୁ ହୁଅନ୍ତୁ ଏବଂ ସର୍ବଦା ଶାସନ ଦାୟିତ୍ୱରେ ରହନ୍ତୁ । ଆମ ପରିବାର ଲୋକେ ମଧ୍ୟ ଆପଣଙ୍କ ଉପରେ ଏତେ ଖୁସି ଯେ ସେକଥା ମୁଁ ବର୍ଣ୍ଣନା କରିପାରୁନି ।
ପ୍ରଧାନମନ୍ତ୍ରୀ - ରାଜେଶ ଜୀ, ଆପଣ ମୋତେ ଶାସନ କ୍ଷମତାରେ ରହିବାର ଶୁଭେଚ୍ଛା ଦିଅନ୍ତୁନି । ମୁଁ ଆଜି ମଧ୍ୟ ଶାସନ କ୍ଷମତାରେ ନାହିଁ । ଭବିଷ୍ୟତରେ ମଧ୍ୟ ଶାସନ କରିବାକୁ ଚାହୁଁନି । ମୁଁ କେବଳ ସେବା କରିବାକୁ ଚାହୁଁଛି । ମୋ ଅନୁସାରେ ଏହି ପ୍ରଧାନମନ୍ତ୍ରୀ ପଦ ଶାସନ ପାଇଁ ନୁହେଁ ଭାଇ, ଏହା ସେବା ପାଇଁ ଉଦ୍ଦିଷ୍ଟ ।
ରାଜେଶ ପ୍ରଜାପତି - ଆମେ ସେବା ହିଁ ତ ଚାହୁଁ, ଆଉ କିଛି ନୁହେଁ ।
ପ୍ରଧାନମନ୍ତ୍ରୀ - ଦେଖନ୍ତୁ, ଗରିବମାନଙ୍କ ପାଇଁ ଏହି ଆୟୁଷ୍ମାନ ଭାରତ ଯୋଜନା ଉଦ୍ଦିଷ୍ଟ . . .
ରାଜେଶ ପ୍ରଜାପତି - ଆଜ୍ଞା, ଏହା ଏକ ଅତି ସୁନ୍ଦର ଯୋଜନା ।
ପ୍ରଧାନମନ୍ତ୍ରୀ - ହେଲେ, ରାଜେଶ ଜୀ, ଆପଣଙ୍କୁ ମୋର ଗୋଟିଏ କାମ କରିବାକୁ ହେବ । କରିବେ ନା?
ରାଜେଶ ପ୍ରଜାପତି - ହଁ ଆଜ୍ଞା, ନିଶ୍ଚୟ କରିବି ।
ପ୍ରଧାନମନ୍ତ୍ରୀ - ପ୍ରାୟତଃ, ଲୋକଙ୍କର ଏ ବିଷୟରେ ଧାରଣା ନାହିଁ । ଆପଣ ଗୋଟିଏ ଦାୟିତ୍ୱ ଗ୍ରହଣ କରନ୍ତୁ, ଆପଣଙ୍କ ଆଖପାଖରେ ଏଭଳି ଯେତେ ଗରିବ ପରିବାର ଅଛନ୍ତି, ସେମାନଙ୍କୁ ଆପଣଙ୍କ ବ୍ୟାଧି ଏବଂ ଚିକିତ୍ସାରେ ମିଳିଥିବା ସହାୟତା ସମ୍ପର୍କରେ ଜଣାନ୍ତୁ ।
ରାଜେଶ ପ୍ରଜାପତି - ହଁ, ନିଶ୍ଚୟ କହିବି ସାର୍ ।
ପ୍ରଧାନମନ୍ତ୍ରୀ - ସେମାନଙ୍କୁ ଏ କଥା ମଧ୍ୟ କହନ୍ତୁ ଯେ, ସେମାନେ ମଧ୍ୟ ନିଜ ପାଇଁ ଏଭଳି କାର୍ଡ଼ କରାଇନିଅନ୍ତୁ, ଯାହାଫଳରେ ପରିବାରରେ କୌଣସି ଅପ୍ରତ୍ୟାଶିତ ବ୍ୟାଧି ଏବଂ ଚିକିତ୍ସା ଖର୍ଚ୍ଚ ନ ଥିବା ଯୋଗୁଁ ଗରିବ ଲୋକର ଯେମିତି କୌଣସି ଅସୁବିଧା ନ ହୁଏ । ଅର୍ଥ ଅଭାବରୁ କେହି ଔଷଧ କିଣି ନ ପାରିବା କିମ୍ବା ରୋଗର ଚିକିତ୍ସା ନ କରିପାରିବା ବଡ଼ ଦୁଃଖର ବିଷୟ । ଆଉ ପୁଣି ଯଦି କୌଣସି ଗରିବ ଲୋକର ଆପଣଙ୍କ ଭଳି ହୃଦ୍ ସମସ୍ୟା ଦେଖାଦେଲା ସେ ମାସ ମାସ ଧରି କାମକୁ ମଧ୍ୟ ଯାଇପାରନ୍ତିନି । ଆପଣ ତ ବହୁତ ଦିନ ଧରି କାମ କରିପାରି ନ ଥିବେ!
ରାଜେଶ ପ୍ରଜାପତି- ମୁଁ ତ ଦଶ ପାହୁଣ୍ଡ ବି ଚାଲିପାରୁନଥିଲି ସାର୍ । ସିଢ଼ି ବି ଚଢ଼ିପାରୁନଥିଲି ।
ପ୍ରଧାନମନ୍ତ୍ରୀ- ହେଲା, ତେବେ ରାଜେଶଜୀ ଆପଣ ମୋର ଜଣେ ଉତ୍ତମ ବନ୍ଧୁ ଭାବରେ ଯେତେ ଗରିବ ଅଛନ୍ତି ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ବୁଝାଇପାରିବେ । ସେହିଭଳି ବ୍ୟାଧିଗ୍ରସ୍ତ ଲୋକଙ୍କ ଚିକିତ୍ସା କରିପାରିବେ । ଏହାଦ୍ୱାରା ଆପଣ ସନ୍ତୋଷ ଲାଭ କରିବେ ଆଉ ମୋତେ ମଧ୍ୟ ବହୁତ ଖୁସି ଲାଗିବ ଯେ, ଜଣେ ରାଜେଶଙ୍କ ସ୍ୱାସ୍ଥ୍ୟ ତ ଭଲ ହେଲା, କିନ୍ତୁ ସେ ଶହ ଶହ ଲୋକଙ୍କୁ ରୋଗମୁକ୍ତ କରିବାରେ ସହାୟକ ହେଲେ । ଏହି ଆୟୁଷ୍ମାନ ଭାରତ ଯୋଜନା ଗରିବମାନଙ୍କ ପାଇଁ ଉଦ୍ଦିଷ୍ଟ, ମଧ୍ୟବିତ ଶ୍ରେଣୀମାନଙ୍କ ପାଇଁ ଉଦ୍ଦିଷ୍ଟ, ସାଧାରଣ ପରିବାରମାନଙ୍କ ପାଇଁ ଉଦ୍ଦିଷ୍ଟ । ତାହେଲେ ଏ କଥାକୁ ଆପଣ ଘରକୁ ଘର ପହଞ୍ଚାଇବେ ତ?
ରାଜେଶ ପ୍ରଜାପତି- ନିଶ୍ଚୟ ପହଞ୍ଚାଇବି ସାର୍ । ଆମେ ତ ସେଠି ଡାକ୍ତରଖାନାରେ ତିନିଦିନ ରହିବା ଭିତରେ ଅନେକ ଲୋକଙ୍କୁ ଏହି ସୁବିଧା ବିଷୟରେ ଜଣାଇଲୁ । କାର୍ଡ଼ ଥିଲେ ମାଗଣାରେ ଚିକିତ୍ସା ମିଳିବ ।
ପ୍ରଧାନମନ୍ତ୍ରୀ- ହଉ ରାଜେଶଜୀ, ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନିଜ ଶରୀର ବିଷୟରେ ଟିକିଏ ଚିନ୍ତା କରନ୍ତୁ । ନିଜର ପିଲାଛୁଆଙ୍କ କଥା ଚିନ୍ତା କରନ୍ତୁ ଏବଂ ବହୁତ ଆଗକୁ ବଢ଼ନ୍ତୁ । ଆପଣଙ୍କ ପାଇଁ ମୋର ଅନେକ ଅନେକ ଶୁଭେଚ୍ଛା ରହିଛି ।
ବନ୍ଧୁଗଣ, ଆମେ ରାଜେଶ ଜୀଙ୍କ କଥା ଶୁଣିଲୁ । ଆସନ୍ତୁ, ଏବେ ଆମ ସହିତ ସୁଖଦେବୀ ଜୀ ଯୋଡ଼ି ହୋଇଛନ୍ତି। ଆଣ୍ଠୁ ସମସ୍ୟା ତାଙ୍କୁ ବହୁତ ହଇରାଣ କରିଦେଇଛି । ଆସନ୍ତୁ ଆମେ ସୁଖଦେବୀ ଜୀଙ୍କଠାରୁ ପ୍ରଥମେ ତାଙ୍କ ଦୁଃଖ କଥା ଶୁଣିବା ଆଉ ତା’ପରେ ସୁଖ କିପରି ଆସିଲା ତାକୁ ବୁଝିବା ।
ମୋଦୀ ଜୀ : ସୁଖଦେବୀ ଜୀ ନମସ୍କାର! ଆପଣ କେଉଁଠୁ କହୁଛନ୍ତି?
ସୁଖଦେବୀ ଜୀ : ଦାନଦପରାରୁ ।
ମୋଦୀ ଜୀ : ଏହା କେଉଁଠି?
ସୁଖଦେବୀ ଜୀ : ମଥୁରାରେ ।
ମୋଦୀ ଜୀ : ମଥୁରାରେ, ତା’ହେଲେ ତ ସୁଖଦେବୀ ଜୀ, ଆପଣଙ୍କୁ ନମସ୍କାର କହିବା ସହ ରାଧେ- ରାଧେ ମଧ୍ୟ କହିବାକୁ ପଡ଼ିବ ।
ସୁଖଦେବୀ ଜୀ : ହଁ, ରାଧେ-ରାଧେ ।
ମୋଦୀ ଜୀ : ଆଚ୍ଛା, ଆମେ ଶୁଣିଲୁ ଯେ ଆପଣ ଅସୁସ୍ଥ ଥିଲେ । ଆପଣଙ୍କର କିଛି ଅସ୍ତ୍ରୋପଚାର ହୋଇଥିଲା । କ’ଣ ହୋଇଥିଲା ଟିକେ କହିବେ କି?
ସୁଖଦେବୀ ଜୀ : ହଁ, ମୋର ଆଣ୍ଠୁ ଖରାପ ହୋଇଯାଇଥିଲା, ତେଣୁ ପ୍ରୟାଗ ଡାକ୍ତରଖାନାରେ ଅସ୍ତ୍ରୋପଚାର ହୋଇଛି ।
ମୋଦୀ ଜୀ : ଆପଣଙ୍କ ବୟସ କେତେ ସୁଖଦେବୀ ଜୀ?
ସୁଖଦେବୀ ଜୀ : ବୟସ ୪୦ ବର୍ଷ ।
ମୋଦୀ ଜୀ : ୪୦ ବର୍ଷ ଆଉ ସୁଖଦେବୀ ନାମ, ଏବଂ ସୁଖଦେବୀଙ୍କୁ ବେମାର ହୋଇଗଲା!
ସୁଖଦେବୀ ଜୀ : ବେମାର ତ ମୋତେ ୧୫-୧୬ ବର୍ଷ ବେଳୁ ହିଁ ହୋଇଥିଲା ।
ମୋଦୀ ଜୀ : ଆରେ ବାପ୍ରେ! ଏତେ ଛୋଟ ବୟସରୁ ଆପଣଙ୍କ ଆଣ୍ଠୁ ଖରାପ ହୋଇଯାଇଥିଲା ।
ସୁଖଦେବୀ ଜୀ : ତାକୁ ଆଣ୍ଠୁଗଣ୍ଠି ବାତ କହନ୍ତି, ଯାହା ଯୋଗୁଁ ବରାବର ଆଣ୍ଠୁ ଦରଜ ହୋଇ ଖରାପ ହୋଇଥିଲା ।
ମୋଦୀ ଜୀ : ଆପଣ କ’ଣ ୧୬ରୁ ୪୦ ବର୍ଷ ବୟସ ମଧ୍ୟରେ ଏହାର ଚିକିତ୍ସା କରିନଥିଲେ?
ସୁଖଦେବୀ ଜୀ : ନା, କରିଥିଲି । ଦରଜର ଔଷଧ ଖାଉଥିଲି । ଛୋଟମୋଟ ଡାକ୍ତର ଏପରି ଦେଶୀ ଔଷଧ ଦେଉଥିଲେ । ବୁଲା ଚିକିତ୍ସକଙ୍କ ଯୋଗୁଁ ଏହିପରି ଭାବେ ଆଣ୍ଠୁ ଟିକିଏ ଭଲ ଥିଲେ ବି ଖରାପ ହୋଇଗଲା, ଗୋଟିଏ କି ଦୁଇ କିଲୋମିଟର ପାଦରେ ଚାଲିଲେ ମୋର ଆଣ୍ଠୁ ଖରାପ ହୋଇଗଲା ।
ମୋଦୀ ଜୀ : ସୁଖଦେବୀ ଜୀ ଅସ୍ତ୍ରୋପଚାର କଥା ମନକୁ କେମିତି ଆସିଲା? ସେଥିପାଇଁ ଅର୍ଥ କୁଆଡୁ ଯୋଗାଡ଼ କଲେ? କେମିତି ଏସବୁ ହେଲା?
ସୁଖଦେବୀ ଜୀ : ମୁଁ ସେ ଆୟୁଷ୍ମାନ କାର୍ଡ ଜରିଆରେ ଚିକିତ୍ସା କରାଇଲି ।
ମୋଦୀ ଜୀ : ତ ଆପଣଙ୍କୁ ଆୟୁଷ୍ମାନ କାର୍ଡ ମିଳିଯାଇଥିଲା?
ସୁଖଦେବୀ ଜୀ : ହଁ ।
ମୋଦୀ ଜୀ : ଆଉ ଆୟୁଷ୍ମାନ କାର୍ଡରେ ଗରିବଙ୍କର ମାଗଣାରେ ଉପଚାର ହୋଇଥାଏ । ଏହା ଜାଣିଥିଲେ?
ସୁଖଦେବୀ ଜୀ : ସ୍କୁଲରେ ମିଟିଂ ହେଉଥିଲା । ସେଠାରେ ମୋ ସ୍ୱାମୀ ଜାଣିପାରିଲେ ଆଉ ମୋ ନାଁରେ କାର୍ଡ ବନାଇଦେଲେ ।
ମୋଦୀ ଜୀ : ହଁ ।
ସୁଖଦେବୀ ଜୀ : ତା’ପରେ କାର୍ଡ ଜରିଆରେ ଚିକିତ୍ସା କରାଇଲି, ଆଉ ମୁଁ କିଛି ବି ପଇସା ଦେଇନାହିଁ । କାର୍ଡରେ ହିଁ ମୋର ଚିକିତ୍ସା ହୋଇଛି । ବହୁତ ଭଲ ଚିକିତ୍ସା ହୋଇଛି ।
ମୋଦୀ ଜୀ : ଆଚ୍ଛା ଯଦି କାର୍ଡ ନଥାନ୍ତା, ତେବେ ଡାକ୍ତର ଏଥିପାଇଁ କେତେ ଖର୍ଚ ହେବ ବୋଲି କହୁଥିଲେ?
ସୁଖଦେବୀ ଜୀ : ଅଢ଼େଇ ଲକ୍ଷ - ତିନି ଲକ୍ଷ ଟଙ୍କା । ୬-୭ ବର୍ଷ ହେଲା ମୁଁ ଖଟରେ ପଡ଼ିରହିଛି । ମୁଁ କହୁଥିଲି ଯେ ହେ ଭଗବାନ ମୋତେ ତୁ ନେଇଯାଆ, ମୋର ବଂଚିିବାର ନାହିଁ ।
ମୋଦୀ ଜୀ : ୬-୭ ବର୍ଷ ଖଟରେ ହିଁ ଥିଲେ । ବାପ୍ରେ ବାପ୍ ।
ସୁଖଦେବୀ ଜୀ : ହଁ ।
ମୋଦୀ ଜୀ : ଓହୋ ।
ସୁଖଦେବୀ ଜୀ : ଆଦୌ ଉଠାବସା କରି ହେଉନଥିଲା ।
ମୋଦୀ ଜୀ : ଏବେ ଆପଣଙ୍କ ଆଣ୍ଠୁ ଆଗ ଅପେକ୍ଷା ଭଲ ଅଛି?
ସୁଖଦେବୀ ଜୀ : ମୁଁ ବେଶ୍ ଚଲାବୁଲା କରିପାରୁଛି । ରୋଷେଇ ଘରେ କାମ କରୁଛି । ଘରକାମ କରୁଛି।
ପିଲାଙ୍କୁ ଖାଇବା ତିଆରି କରି ଦେଉଛି ।
ମୋଦୀ ଜୀ : ତା’ମାନେ ଆୟୁଷ୍ମାନ ଭାରତର କାର୍ଡ ଆପଣଙ୍କୁ ସତକୁ ସତ ଆୟୁଷ୍ମାନ କରିଦେଲା ।
ସୁଖଦେବୀ ଜୀ : ବହୁତ ବହୁତ ଧନ୍ୟବାଦ । ଆପଣଙ୍କ ଯୋଜନା ଯୋଗୁଁ ଠିକ୍ ହୋଇଗଲି, ନିଜ ଗୋଡ଼ରେ ଠିଆ ହୋଇପାରିଲି ।
ମୋଦୀ ଜୀ : ଏବେ ପିଲାଙ୍କୁ ମଧ୍ୟ ଖୁସି ଲାଗୁଥିବ ।
ସୁଖଦେବୀ ଜୀ : ହଁ ଆଜ୍ଞା । ପିଲାଙ୍କୁ ତ ବହୁତ କଷ୍ଟ ହେଉଥିଲା । ମାଆ କଷ୍ଟ ପାଇଲେ ତ ପିଲାଙ୍କୁ ବି କଷ୍ଟ ହୁଏ ।
ମୋଦୀ ଜୀ : ଦେଖନ୍ତୁ, ଆମ ଜୀବନରେ ସବୁଠୁ ବଡ଼ ସୁଖ ଆମର ସୁସ୍ୱାସ୍ଥ୍ୟ । ଏହି ସୁଖୀ ଜୀବନ ସମସ୍ତଙ୍କୁ ମିଳୁ - ଏହାହିଁ ଆୟୁଷ୍ମାନ ଭାରତର ଭାବନା । ସୁଖଦେବୀ ଜୀ, ଆପଣଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭକାମନା । ଆପଣଙ୍କୁ ଆଉଥରେ ରାଧେ-ରାଧେ ।
ସୁଖଦେବୀ ଜୀ : ରାଧେ-ରାଧେ, ନମସ୍କାର ।
ମୋର ପ୍ରିୟ ଦେଶବାସୀଗଣ, ଯୁବବର୍ଗଙ୍କ ଦ୍ୱାରା ସମୃଦ୍ଧ ପ୍ରତ୍ୟେକ ଦେଶରେ ତିନିଟି ଜିନିଷ ଖୁବ୍ ଗୁରୁତ୍ୱ ବହନ କରିଥାଏ । ଆଉ ଏବେ ସେଗୁଡ଼ିକ ଯୁବବର୍ଗଙ୍କ ପ୍ରକୃତ ପରିଚୟ ପାଲଟିଯାଉଛି । ପ୍ରଥମ ଜିନିଷ ହେଲା - ଆଇଡିଆସ ଏବଂ ଇନ୍ନୋଭେସନ । ଦ୍ୱିତୀୟ ହେଲା - ବିପଦକୁ ସାମନା କରିବାର ସାହସ; ଆଉ ତୃତୀୟଟି କ୍ୟାନ ଡୁ ସ୍ପିରିଟ୍; ଅର୍ଥାତ କୌଣସି କାମକୁ ସଂପୂର୍ଣ୍ଣ କରିବାର ଜିଦ୍ । ପରିସ୍ଥିତି ଯେତେ ବିପରୀତ ହୋଇଥାଉ ନା କାହିଁକି- ଯେତେବେଳେ ଏହି ତିନିଟି କଥା ଏକାଠି ମିଶିଯାଏ, ସେତେବେଳେ ଅଭୂତପୂର୍ବ ପରିଣାମ ମିଳିଥାଏ । ଚମତ୍କାର ହୋଇଯାଏ । ଆଜିକାଲି ଆମେ ଚାରିଆଡ଼େ ଶୁଣୁ ଯେ ଷ୍ଟାଟ୍ର୍ଅପ୍, ଷ୍ଟାର୍ଟଅପ୍, ଷ୍ଟାର୍ଟଅପ୍ । ଠିକ୍ କଥା, ଏବେ ହେଉଛି ଷ୍ଟାର୍ଟଅପ୍ର ଯୁଗ, ଏବଂ ଏହା ମଧ୍ୟ ସତ ଯେ ଆଜି ଷ୍ଟାଟ୍ର୍ଅପ୍ର ଦୁନିଆରେ ଆଜି ଭାରତ ବିଶ୍ୱସ୍ତରରେ ଏକ ପ୍ରକାର ନେତୃତ୍ୱ ନେଉଛି । ପ୍ରତିବର୍ଷ ଷ୍ଟାର୍ଟଅପ୍କୁ ବହୁତ ନିବେଶ ମିଳୁଛି । ଏହି କ୍ଷେତ୍ର ବହୁତ ତୀବ୍ର ଗତିରେ ଆଗକୁ ବଢ଼ୁଛି । ଏପରିକି ଦେଶର ଛୋଟଛୋଟ ସହରରେ ମଧ୍ୟ ଷ୍ଟାର୍ଟଅପ୍ର ବ୍ୟାପ୍ତି ବୃଦ୍ଧି ପାଇଛି। ଆଜିକାଲି ‘ୟୁନିକର୍ଣ୍ଣ’ ଶବ୍ଦ ବହୁତ ଚର୍ଚାରେ ରହିଛି । ଆପଣମାନେ ସମସ୍ତେ ଏ ସମ୍ପର୍କରେ ଶୁଣିଥିବେ । ‘ୟୁନିକର୍ଣ୍ଣ’ ଏପରି ଏକ ଷ୍ଟାର୍ଟଅପ୍, ଯାହାର ମୂଲ୍ୟାୟନ ଅତି କମ୍ରେ ୧୦୦ କୋଟି ଡଲାର ହୋଇଥାଏ, ଅର୍ଥାତ ପ୍ରାୟ ୭୦୦୦ କୋଟି ଟଙ୍କାରୁ ବେଶୀ ।
ବନ୍ଧୁଗଣ, ୨୦୧୫ ପର୍ଯ୍ୟନ୍ତ ଦେଶରେ କଷ୍ଟେମଷ୍ଟେ ନଅ ଦଶଟି ୟୁନିକର୍ଣ୍ଣସ୍ ଥିଲା । ଆପଣଙ୍କୁ ଜାଣି ବହୁତ ଖୁସି ଲାଗିବ ଯେ ଏବେ ୟୁନିକର୍ଣ୍ଣର ଦୁନିଆରେ ମଧ୍ୟ ଭାରତ ଦ୍ରୁତଗତିରେ ଅଗ୍ରସର ହେଉଛି । ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଏକ ବଡ଼ ପରିବର୍ତନ ଆସିଛି । କେବଳ ୧୦ ମାସ ଭିତରେ ହିଁ ଭାରତରେ ପ୍ରତି ୧୦ ଦିନରେ ଗୋଟିଏ ୟୁନିକର୍ଣ୍ଣ ତିଆରି ହୋଇଛି । ଏହା ଏଇଥିପାଇଁ ମଧ୍ୟ ବଡ଼ କଥା ଯେ ଆମର ଯୁବକଯୁବତୀମାନେ ଏହି ସଫଳତା ମହାମାରୀ ଭିତରେ ହାସଲ କରିଛନ୍ତି । ଆଜି ଭାରତରେ ୭୦ରୁ ଅଧିକ ୟୁନିକର୍ଣ୍ଣ ହୋଇଯାଇଛି । ଅର୍ଥାତ ୭୦ରୁ ଅଧିକ ଷ୍ଟାର୍ଟଅପ୍ ଏପରି ଅଛନ୍ତି, ଯେଉଁଗୁଡ଼ିକ ୧୦୦ କୋଟି ଡଲାରରୁ ଅଧିକ ମୂଲ୍ୟାଙ୍କନକୁ ଟପିଯାଇଛନ୍ତି । ବନ୍ଧୁଗଣ, ଷ୍ଟାର୍ଟଅପ୍ର ସଫଳତା କାରଣରୁ ପ୍ରତ୍ୟେକଙ୍କର ଧ୍ୟାନ ସେହିଆଡ଼କୁ ଆକର୍ଷିତ ହୋଇଛି ଏବଂ ଯେଉଁଭଳି ଭାବେ ଦେଶରେ, ବିଦେଶରେ, ନିବେଶକଙ୍କ ପାଖରେ ତାକୁ ସମର୍ଥନ ମିଳୁଛି ବୋଧହୁଏ କିଛିବର୍ଷ ପୂର୍ବରୁ ଏହାର କେହି କଳ୍ପନା ମଧ୍ୟ କରିବା ସମ୍ଭବ ନ ଥିଲା ।
ବନ୍ଧୁଗଣ, ଷ୍ଟାର୍ଟଅପ୍ ମାଧ୍ୟମରେ ଭାରତୀୟ ଯୁବବର୍ଗ ବୈଶ୍ୱିକ ସମସ୍ୟା ସମାଧାନରେ ମଧ୍ୟ ନିଜର ଯୋଗଦାନ ଦେଉଛନ୍ତି । ଆଜି ଆମେ ଜଣେ ଯୁବକ ମୟୂର ପାଟିଲଙ୍କ ସହ କଥାବାର୍ତା ହେବା । ସେ ନିଜର ବନ୍ଧୁମାନଙ୍କ ସହ ମିଶି ପ୍ରଦୂଷଣ ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ କରିଛନ୍ତି ।
ମୋଦୀ ଜୀ : ମୟୂର ଜୀ ନମସ୍କାର ।
ମୟୂର ପାଟିଲ୍ : ଆଜ୍ଞା ନମସ୍କାର ।
ମୋଦୀ ଜୀ : ମୟୂର ଜୀ ଆପଣ କେମିତି ଅଛନ୍ତି?
ମୟୂର ପାଟିଲ୍ : ବାସ୍ ବଢ଼ିଆ ଆଜ୍ଞା । ଆପଣ କେମିତି ଅଛନ୍ତି?
ମୋଦୀ ଜୀ : ମୁଁ ବହୁତ ଖୁସି । ଆଚ୍ଛା ମତେ କହନ୍ତୁ ଯେ ଆଜି ଆପଣ ଷ୍ଟାର୍ଟଅପ୍ର ଦୁନିଆରେ ଅଛନ୍ତି।
ମୟୂର ପାଟିଲ୍ : ହଁ ଆଜ୍ଞା ।
ମୋଦୀ ଜୀ : ଆଉ ୱେଷ୍ଟ୍ ରୁ ବେଷ୍ଟ୍ ମଧ୍ୟ କରୁଛନ୍ତି ।
ମୟୂର ପାଟିଲ୍ : ହଁ ଆଜ୍ଞା ।
ମୋଦୀ ଜୀ : ପରିବେଶର ମଧ୍ୟ କରୁଛନ୍ତି, ମୋତେ ଟିକିଏ ନିଜ ସମ୍ପର୍କରେ କହନ୍ତୁ । ନିଜର କାମ ବିଷୟରେ କହନ୍ତୁ ଆଉ ଏହି କାମ ପାଇଁ ଆପଣଙ୍କ ମନରେ ବିଚାର କେମିତି ଆସିଲା?
ମୟୂର ପାଟିଲ୍ : ଆଜ୍ଞା, ଯେତେବେଳେ କଲେଜରେ ପଢ଼ୁଥିଲି, ସେତେବେଳେ ମୋ ପାଖରେ ମୋଟର ସାଇକେଲ୍ ଥିଲା । ଯାହାର ମାଇଲେଜ୍ ବହୁତ କମ୍ ଥିଲା ଆଉ ସେଥିରୁ ବହୁତ ଧୂଆଁ ବାହାରୁଥିଲା । ତାହା ଦୁଇ ଷ୍ଟ୍ରୋକ୍ବାଲା ମୋଟର ସାଇକେଲ ଥିଲା । ତେଣୁ କମ୍ ଧୂଆଁ ବାହାରିବା ପାଇଁ ଏବଂ ଏହାର ମାଇଲେଜ୍ କିଛିଟା ବଢ଼ାଇବା ପାଇଁ ମୁଁ ଚେଷ୍ଟା ଆରମ୍ଭ କଲି । ୨୦୧୧-୧୨ରେ ମୁଁ ପ୍ରାୟ ଲିଟର ପିଛା ୬୨ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ବଢ଼ାଇ ଦେଇଥିଲି । ସେଥିରୁ ମତେ ପ୍ରେରଣା ମିଳିଲା ଯେ ଏପରି କିଛି ତିଆରି କରିବା ଯାହାକୁ ବହୁ ପରିମାଣରେ ଉତ୍ପାଦନ କରାଯାଇପାରିବ; ଆଉ ଅନ୍ୟ ବହୁତ ଲୋକଙ୍କୁ ମଧ୍ୟ ତା’ର ଲାଭ ମିଳିବ । ୨୦୧୭-୧୮ରେ ଆମେ ଏହାର ଟେକ୍ନୋଲୋଜିର ବିକାଶ କଲୁ ଏବଂ ରିଜିଓନାଲ୍ ଟ୍ରାନ୍ସପୋର୍ଟ କର୍ପୋରେସନର ୧୦ଟି ବସ୍ରେ ଏହାକୁ ପ୍ରୟୋଗ କଲୁ । ତା’ର ଫଳାଫଳ ପରଖିବା ପରେ ଜଣାଗଲା ପ୍ରାୟ ଆମେ ସେହି ବସ୍ଗୁଡ଼ିକରୁ ବାହାରୁଥିବା ୪୦ ପ୍ରତିଶତ ଧୂଆଁକୁ କମ୍ କରିଦେଲୁ ।
ମୋଦୀ ଜୀ : ହଁ .. । ଏବେ ଏହି ଟେକ୍ନୋଲୋଜି ଯାହାକୁ ଆପଣମାନେ ଆବିଷ୍କାର କରିଛନ୍ତି ତା’ର ପେଣ୍ଟେଟ ଆଦି କଲେଣି..
ମୟୂର ପାଟିଲ୍ : ହଁ ଆଜ୍ଞା! ପେଣ୍ଟେଟ ହୋଇଯାଇଛି । ଏଇ ବର୍ଷ ଆମର ପେଟେଂଟ୍ ମଞ୍ଜୁର ହୋଇ ଆସିଗଲା ।
ମୋଦୀ ଜୀ : ଆଉ ଆଗକୁ ଏହାକୁ ବଢ଼ାଇବାର ଆପଣଙ୍କର କ’ଣ ଯୋଜନା ରହିଛି? କେଉଁଭଳି କରୁଛନ୍ତି? ଯେପରି ବସ୍ର ଫଳାଫଳ ଆସିଲା । ତା’ର ମଧ୍ୟ ବହୁତ କଥା ବାହାରକୁ ଆସିଥିବ । ତେବେ ଆଗକୁ କ’ଣ ଭାବିଛନ୍ତି?
ମୟୂର ପାଟିଲ୍ : ଆଜ୍ଞା, ଷ୍ଟାର୍ଟଅପ୍ ଇଣ୍ଡିଆ ଅନ୍ତର୍ଗତ ନୀତି ଆୟୋଗରୁ ଯେଉଁ ଅଟଳ ନିଉ ଇଣ୍ଡିଆ ଚ୍ୟାଲେଞ୍ଜ୍ ଅଛି, ସେଥିରୁ ଆମକୁ ଅନୁଦାନ ମିଳିଲା ଆଉ ସେହି ଅନୁଦାନରେ ଆମେ ଏବେ କାରଖାନା ଆରମ୍ଭ କରିଛୁ, ଯେଉଁଠି ଆମେ ଏୟାର୍ ଫିଲ୍ଟର ଉତ୍ପାଦନ କରିପାରିବୁ ।
ମୋଦୀ ଜୀ : ଭାରତ ସରକାରଙ୍କ ପକ୍ଷରୁ ଆପଣଙ୍କୁ କେତେ ଅନୁଦାନ ମିଳିଲା?
ମୟୂର ପାଟିଲ୍ : ୯୦ ଲକ୍ଷ ।
ମୋଦୀ ଜୀ : ୯୦ ଲକ୍ଷ ।
ମୟୂର ପାଟିଲ୍ : ହଁ ଆଜ୍ଞା ।
ମୋଦୀ ଜୀ : ଆଉ ଏଥିରେ ଆପଣଙ୍କ କାମ ଚଳିଗଲା ।
ମୟୂର ପାଟିଲ୍ : ଆଜ୍ଞା, ଏବେ ତ ଆରମ୍ଭ ହୋଇଯାଇଛି । ପ୍ରକ୍ରିୟା ଭିତରେ ଅଛି ।
ମୋଦୀ ଜୀ : ଆପଣମାନେ କେତେ ଜଣ ସାଙ୍ଗ ମିଶିକି ଏସବୁ କରୁଛନ୍ତି?
ମୟୂର ପାଟିଲ୍ : ଆମେ ଚାରି ଜଣ ଆଜ୍ଞା ।
ମୋଦୀ ଜୀ : ଆପଣ ଚାରିଜଣ ପୂର୍ବରୁ ସାଙ୍ଗହୋଇ ପାଠ ପଢ଼ୁଥିଲେ ଏବଂ ସେଥିରୁ ହିଁ ଆଗକୁ ବଢ଼ିବା ପାଇଁ ଆପଣଙ୍କ ଭିତରେ ଏ ବିଚାର ଆସିଲା?
ମୟୂର ପାଟିଲ୍ : ଆଜ୍ଞା ... ଆଜ୍ଞା! ଆମେ କଲେଜରେ ହିଁ ଥିଲୁ । ଆଉ କଲେଜରେ ଆମେ ସମସ୍ତେ ଏକଥା ଚିନ୍ତା କଲୁ ଏବଂ ଏହା ମୋର ବିଚାର ଥିଲା ଯେମିତିହେଲେ ମୁଁ ମୋ ମୋଟର ସାଇକେଲର ପ୍ରଦୂଷଣକୁ କମ୍ କରିବି ଓ ମାଇଲେଜ୍ ବଢ଼ାଇବି ।
ମୋଦୀ ଜୀ : ଆଚ୍ଛା! ପ୍ରଦୂଷଣ କମ୍ କରିବା ଦ୍ୱାରା ଆଉ ମାଇଲେଜ୍ ବଢ଼ିଯିବା ଦ୍ୱାରା ଆପଣଙ୍କର ହାରାହାରି ଖର୍ଚ କେତେ କମିଗଲା?
ମୟୂର ପାଟିଲ୍ : ଆଜ୍ଞା ମୋଟର ସାଇକଲରେ ଆମେ ପରୀକ୍ଷା କଲୁ । ତା’ର ମାଇଲେଜ୍ ଥିଲା ଲିଟର ପିଛା ୨୫ କିଲୋମିଟର । ଆମେ ତାକୁ ବଢ଼ାଇଦେଲୁ ଲିଟର ପିଛା ୩୯ କିଲୋମିଟରକୁ, ତେଣୁ ପ୍ରାୟ ୧୪ କିଲୋମିଟରର ଫାଇଦା ହେଲା ଆଉ ସେଥିରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ କମିଗଲା । ଆଉ ଯେତେବେଳେ ବସ୍ରେ କଲୁ ରିଜିଓନାଲ୍ ଟ୍ରାନ୍ସପୋର୍ଟ କର୍ପୋରେସନରେ ତ ସେଠାରେ ୧୦ ପ୍ରତିଶତ ଇନ୍ଧନ ଦକ୍ଷତା ବଢ଼ିଗଲା ଏବଂ ସେଥିରେ ପୁଣି ୩୫-୪୦ ପ୍ରତିଶତ ନିର୍ଗମନ ମଧ୍ୟ କମ୍ ହୋଇଗଲା ।
ମୋଦୀ ଜୀ : ମୟୂର, ଆପଣଙ୍କ ସହ କଥା ହୋଇ ମୋତେ ବହୁତ ଭଲ ଲାଗିଲା । ଆଉ ଆପଣଙ୍କ ବନ୍ଧୁମାନଙ୍କୁ ମଧ୍ୟ ମୋ ତରଫରୁ ବଧେଇ ଜଣାଇଦେବେ ଯେ କଲେଜ୍ ଜୀବନରେ ନିଜର ଯେଉଁ ସମସ୍ୟା ରହିଥିଲା ସେହି ସମସ୍ୟାର ସମାଧାନ ମଧ୍ୟ ଆପଣମାନେ ଖୋଜିଥିଲେ ଏବଂ ଏବେ ସେହି ସମାଧାନରୁ ଯେଉଁ ରାସ୍ତା ବାହାର କରିଛନ୍ତି ସେଥିରୁ ପରିବେଶ ସମସ୍ୟାର ସମାଧାନ କରିବା ପାଇଁ ଆପଣମାନେ କଷ୍ଟ କରିଛନ୍ତି । ଆମ ଦେଶର ଯୁବକଯୁବତୀଙ୍କର ଏହାହିଁ ସାମର୍ଥ୍ୟ ଯେ ସେମାନେ ଯେକୌଣସି ବଡ଼ ଆହ୍ୱାନକୁ ଗ୍ରହଣ କରୁଛନ୍ତି ଏବଂ ରାସ୍ତା ଖୋଜୁଛନ୍ତି । ମୋ ପକ୍ଷରୁ ଆପଣଙ୍କୁ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।
ମୟୂର ପାଟିଲ : ଧନ୍ୟବାଦ ଆଜ୍ଞା । ଧନ୍ୟବାଦ ।
ବନ୍ଧୁଗଣ, କିଛି ବର୍ଷ ପୂର୍ବରୁ ଯଦି କିଏ ବ୍ୟବସାୟ କରିବା ପାଇଁ କହୁଥିଲା ବା କୌଣସି ନୂଆ କମ୍ପାନୀ ଆରମ୍ଭ କରିବାକୁ ଚାହୁଁଥିଲା, ତେବେ ପରିବାରର ବରିଷ୍ଠ ଲୋକଙ୍କର ଉତର ଆସୁଥିଲା ଯେ -“ତୁ ଚାକିରି କରିବାକୁ କାହିଁକି ଚାହୁଁନୁ, ଚାକିରି କର । ଆରେ ଚାକିରିରେ ହିଁ ତ ସୁରକ୍ଷା ଅଛି, ଦରମା ଅଛି । ଝାମେଲା ବି କମ୍ ।” କିନ୍ତୁ ଆଜି ଯଦି କିଏ ନିଜର କମ୍ପାନୀ ଆରମ୍ଭ କରିବାକୁ ଚାହୁଁଛି ତେବେ ତା’ ଆଖପାଖର ସମସ୍ତ ଲୋକ ବହୁତ ଉତ୍ସାହିତ ହେଉଛନ୍ତି ଏବଂ ସେଥିରେ ସେମାନେ ପୁରା ସହଯୋଗ କରୁଛନ୍ତି । ବନ୍ଧୁଗଣ, ଭାରତର ଅଭିବୃଦ୍ଧି କାହାଣୀର ଏହା ଏକ ମୋଡ଼, ଯେଉଁଠି ଲୋକେ ଏବେ କେବଳ ନିଯୁକ୍ତି ଆଶାୟୀ ହେବାପାଇଁ ସ୍ୱପ୍ନ ଦେଖୁନାହାନ୍ତି, ବରଂ ନିଯୁକ୍ତିଦାତା ମଧ୍ୟ ପାଲଟୁଛନ୍ତି । ଏହାଦ୍ୱାରା ବିଶ୍ୱମଂଚରେ ଭାରତର ସ୍ଥିତି ଆହୁରି ମଜଭୁତ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କୀ ବାତ୍’ରେ ଆମେ ଅମୃତ ମହୋତ୍ସବ ବିଷୟରେ ଆଲୋଚନା କଲେ । ଅମୃତ କାଳରେ କିପରି ଆମର ଦେଶବାସୀ ନୂଆ ନୂଆ ସଙ୍କଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରୁଛନ୍ତି, ତା’ର ଚର୍ଚା କଲେ, ଏବଂ ତା’ ସହ ଡିସେମ୍ବର ମାସରେ ସେନାର ବୀରତ୍ୱ ସହିତ ସମ୍ପୃକ୍ତ ଘଟଣାଗୁଡ଼ିକର ମଧ୍ୟ ସ୍ମରଣ କଲେ । ଡିସେମ୍ବର ମାସରେ ହିଁ ଆଉ ଗୋଟିଏ ବଡ଼ ଦିନ ଆମ ସାମ୍ନାକୁ ଆସେ ଯେଉଁଥିରୁ ଆମେ ପ୍ରେରଣା ପାଉ । ଏହି ଦିନଟି ହେଉଛି ୬ ଡିସେମ୍ବର ବାବା ସାହେବ ଆମ୍ବେଦକରଙ୍କ ପୁଣ୍ୟତିଥି । ବାବା ସାହେବ ନିଜର କର୍ତବ୍ୟ ସମ୍ପାଦନ ନିମନ୍ତେ ସମଗ୍ର ଜୀବନକୁ ଦେଶ ଓ ସମାଜ ପାଇଁ ସମର୍ପିତ କରିଥିଲେ । ଆମେ ଦେଶବାସୀ ଏହା କେବେ ଭୁଲିଯିବା ଉଚିତ ନୁହେଁ ଯେ ଆମ ସମ୍ବିଧାନର ମୂଳ ଭାବନା, ଆମର ସମ୍ବିଧାନ ଆମ ସମସ୍ତ ଦେଶବାସୀଙ୍କଠାରେ ନିଜ ନିଜର କର୍ତବ୍ୟ ନିର୍ବାହର ଅପେକ୍ଷା ରଖେ- ତେଣୁ ଆସନ୍ତୁ, ଆମେ ମଧ୍ୟ ସଙ୍କଳ୍ପ ନେବା ଯେ ଅମୃତ ମହୋତ୍ସବରେ ଆମେ ପୁରା ନିଷ୍ଠାର ସହ କର୍ତବ୍ୟ ତୁଲାଇବାର ପ୍ରୟାସ କରିବା । ଏହା ବାବା ସାହେବଙ୍କ ପାଇଁ ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।
ବନ୍ଧୁଗଣ, ଏବେ ଆମେ ଡିସେମ୍ବର ମାସରେ ପ୍ରବେଶ କରିବାକୁ ଯାଉଛୁ, ସ୍ୱାଭାବିକ ଭାବେ ଆଗାମୀ ‘ମନ୍ କୀ ବାତ୍’ ଏହି ୨୦୨୧ ବର୍ଷର ଶେଷ ‘ମନ୍ କୀ ବାତ୍’ ହେବ । ୨୦୨୨ରେ ପୁଣି ଯାତ୍ରା ଆରମ୍ଭ କରିବା ଏବଂ ମୁଁ ଆପଣମାନଙ୍କଠାରୁ ଅନେକ ପରାମର୍ଶ ଏବଂ ପ୍ରସ୍ତାବକୁ ଅପେକ୍ଷା କରିଥାଏ ଆଉ କରିବି ମଧ୍ୟ । ଆପଣ ଚଳିତ ବର୍ଷକୁ କିପରି ବିଦାୟ ଦେବେ, ନୂଆବର୍ଷରେ କ’ଣ ସବୁ କରିବେ, ଏକଥା ନିଶ୍ଚୟ କହିବେ; ଆଉ ହଁ ... ଏହା ମଧ୍ୟ କେବେ ଭୁଲନ୍ତୁ ନାହିଁ ଯେ କରୋନା ଏବେ ବି ଯାଇନାହିଁ । ସାବଧାନ ରହିବା ଆମ ସମସ୍ତଙ୍କର ଦାୟିତ୍ୱ ।
ବହୁତ ବହୁତ ଧନ୍ୟବାଦ ।

୧୦୦ କୋଟି ଡୋଜ ଟିକାଦାନ ପରେ ଆଜି ଦେଶ ନୂତନ ଉତ୍ସାହ, ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର । କୋଟି କୋଟି ନମସ୍କାର । ମୁଁ କୋଟି କୋଟି ନମସ୍କାର କହିବାର କାରଣ ୧୦୦ କୋଟି ପାନ ଟିକାଦାନ ପରେ ଆଜି ଦେଶ ନୂତନ ଉତ୍ସାହ, ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି । ଆମର ଟୀକାକରଣ କାର୍ଯ୍ୟକ୍ରମର ସଫଳତା ଭାରତର ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି । ସମସ୍ତଙ୍କ ପ୍ରଚେଷ୍ଟାର ମନ୍ତ୍ରଶକ୍ତିକୁ ଦର୍ଶାଉଛି ।
ବନ୍ଧୁଗଣ, ୧୦୦ କୋଟି ପାନ ଟିକାଦାନର ପରିସଂଖ୍ୟାନ ବହୁତ ବଡ, କିନ୍ତୁ ଏହା ସହ ଲକ୍ଷ ଲକ୍ଷ ଛୋଟ ଛୋଟ ପ୍ରେରଣାଦାୟକ ଏବଂ ଗର୍ବିତ କରୁଥିବା ଅନେକ ଅନୁଭୂତି, ଅନେକ ଉଦାହରଣ ଜଡ଼ିତ । ଅନେକ ଲୋକ ମୋତେ ଚିଠି ଲେଖି ପଚାରୁଛନ୍ତି ଯେ ଟିକା ଦେବା ଆରମ୍ଭ ହେବା ସହିତ କେମିତି ଆପଣଙ୍କ ମନରେ ବିଶ୍ୱାସ ଜାତ ହେଲା ଯେ, ଏହି ଅଭିଯାନ ଏତେ ବଡ଼ ସଫଳତା ଲାଭ କରିବ । ମୋ ମନରେ ଦୃଢ଼ ବିଶ୍ୱାସ ଥିଲା କାରଣ ମୁଁ ମୋ ଦେଶର ସାମର୍ଥ୍ୟ, ମୋ ଦେଶର ଲୋକମାନଙ୍କ ବିଷୟରେ ଭଲ ଭାବରେ ଜାଣିଛି । ମୁଁ ଜାଣିଥିଲି ଯେ ଆମର ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଦେଶବାସୀଙ୍କ ଟୀକାକରଣ କାର୍ଯ୍ୟରେ କିଛି ଊଣା ରଖିବେନି । ଆମର ସ୍ୱାସ୍ଥ୍ୟକର୍ମୀମାନେ ଅକ୍ଳାନ୍ତ ପରିଶ୍ରମ ଏବଂ ସଂକଳ୍ପର ସହିତ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି, ସେମାନେ ନୂତନ ଭାବନା ସହ ନିଜର ଦୃଢ଼ ଇଚ୍ଛାଶକ୍ତିରେ ମାନବିକତା ପାଇଁ ସେବାର ଏକ ନୂତନ ମାନଦଣ୍ଡ ସ୍ଥାପନା କରିଛନ୍ତି । ତାଙ୍କ ବିଷୟରେ ଅସଂଖ୍ୟ ଉଦାହରଣ ଅଛି, ଯାହା ଦର୍ଶାଏ ଯେ ସେମାନେ କିପରି ସମସ୍ତ ଆହ୍ୱାନକୁ ଅତିକ୍ରମ କରି ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷାକବଚ ପ୍ରଦାନ କରିଛନ୍ତି । ଆମେ ଅନେକ ଥର ଖବରକାଗଜରେ ପଢ଼ିଛୁ, ବାହାରେ ମଧ୍ୟ ଶୁଣିଛୁ ଏହି ଲୋକମାନେ ଏ କାମ କରିବା ପାଇଁ କେତେ ପରିଶ୍ରମ କରିଛନ୍ତି, ଅନେକ ପ୍ରେରଣାଦାୟକ ଉଦାହରଣ ଆମ ସାମ୍ନାରେ ଅଛି । ଆଜି ମୁଁ ଉତ୍ତରାଖଣ୍ଡର ବାଗେଶ୍ୱରର ଜଣେ ସ୍ୱାସ୍ଥ୍ୟକର୍ମୀ ପୁନମ ନୌଟିଆଲଙ୍କୁ ‘ମନ କି ବାତ୍’ର ଶ୍ରୋତାମାନଙ୍କ ସହ ପରିଚିତ କରାଇବାକୁ ଚାହୁଁଛି । ବନ୍ଧୁଗଣ, ଏହି ବାଗେଶ୍ୱର ସେହି ଉତ୍ତରାଖଣ୍ଡର ଏକ ସ୍ଥାନ, ଯେଉଁ ଉତ୍ତରାଖଣ୍ଡ ଶତକଡ଼ା ୧୦୦ ଭାଗ ପ୍ରଥମ ପାନ ଟିକାକରଣ କାର୍ଯ୍ୟ ପୂରଣ କରିଛି । ଏଥିପାଇଁ ଉତ୍ତରାଖଣ୍ଡ ସରକାର ମଧ୍ୟ ଅଭିନନ୍ଦନର ହକଦାର, କାରଣ ଏହା ଏକ ଦୁର୍ଗମ ଅଂଚଳ । ସେହିଭଳି ହିମାଚଳ ମଧ୍ୟ ଏଭଳି ଅସୁବିଧାରେ ଶତପ୍ରତିଶତ ଟୀକାଦାନ କାର୍ଯ୍ୟ ପୂରଣ କରିଛି । ମୋତେ କୁହାଯାଇଛି ଯେ ପୁନମ ତାଙ୍କ ଅଂଚଳର ଲୋକଙ୍କ ଟୀକାକରଣ ପାଇଁ ଦିନରାତି କାମ କରିଛନ୍ତି ।
ପ୍ରଧାନମନ୍ତ୍ରୀ : ପୁନମ ଜୀ ନମସ୍କାର ।
ପୁନମ ନୌଟିଆଲ୍ : ସାର୍ ପ୍ରଣାମ ।
ପ୍ରଧାନମନ୍ତ୍ରୀ : ପୁନମ ଜୀ, ଦେଶର ଶ୍ରୋତାମାନଙ୍କୁ ନିଜ ବିଷୟରେ କୁହନ୍ତୁ ।
ପୁନମ ନୌଟିଆଲ୍ : ସାର୍ ମୁଁ ପୁନମ୍ ନୌଟିଆଲ୍ । ସାର୍ ମୁଁ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାର ଚାନି କୋରାଲୀ କେନ୍ଦ୍ରରେ କାର୍ଯ୍ୟ କରୁଛି । ମୁଁ ଜଣେ ଏଏନ୍ଏମ୍ ସାର୍ ।
ପ୍ରଧାନମନ୍ତ୍ରୀ : ପୁନମ ଜୀ, ଏହା ମୋର ସୌଭାଗ୍ୟ ଯେ, ମୁଁ ବାଗେଶ୍ୱର ଆସିବାର ସୁଯୋଗ ପାଇଥିଲି । ଏହା ଏକ ପ୍ରକାର ତୀର୍ଥସ୍ଥଳୀ, ସେଠାରେ ପ୍ରାଚୀନ ମନ୍ଦିର ଇତ୍ୟାଦି ଅଛି । ଶହଶହ ବର୍ଷ ପୂର୍ବେ ଲୋକେ ଏଠାରେ କିପରି କାର୍ଯ୍ୟ କରିଥିବେ! ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି ।
ପୁନମ ନୌଟିଆଲ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ପୁନମ ଜୀ, ଆପଣ ଆପଣଙ୍କ ଅଂଚଳର ସମସ୍ତ ଲୋକଙ୍କ ଟୀକାକରଣ କରିସାରିଛନ୍ତି କି ?
ପୁନମ ନୌଟିଆଲ : ହଁ ସାର୍, ସବୁ ଲୋକଙ୍କର ହୋଇଯାଇଛି ।
ପ୍ରଧାନମନ୍ତ୍ରୀ : ଆପଣ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କି ?
ପୁନମ ନୌଟିଆଲ : ହଁ ସାର୍ । ସାର୍, ଯେତେବେଳେ ବର୍ଷା ହେଉଥିଲା, ସେଠି ରାସ୍ତା ଅବରୋଧ ହୋଇଯାଉଥିଲା । ସାର୍, ଆମକୁ ନଦୀ ପାର ହୋଇ ଯିବାକୁ ପଡୁଥିଲା ଏବଂ ସାର୍, ଆମେ NHCVC ଅଧିନରେ ଘରକୁ ଘର ଯାଇଛୁ । ଯେଉଁମାନେ ଟିକାଦାନ କେନ୍ଦ୍ରକୁ ଆସିପାରୁ ନ ଥିଲେ ଯେମିତିକି ବୟସ୍କ ଏବଂ ଦିବ୍ୟାଙ୍ଗ ବ୍ୟକ୍ତି, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଆମକୁ ସେମାନଙ୍କ ଘରକୁ ଯିବାକୁ ପଡୁଥିଲା ସାର୍ ।
ପ୍ରଧାନମନ୍ତ୍ରୀ : କିନ୍ତୁ ସେଠି ପାହାଡ଼ ଉପରେ ଘରଗୁଡ଼ିକ ତ ଦୂରରେ ଦୂରରେ!
ପୁନମ ନୌଟିଆଲ : ଆଜ୍ଞା ।
ପ୍ରଧାନମନ୍ତ୍ରୀ : ତେବେ ଗୋଟିଏ ଦିନରେ ଆପଣ କେତେ ବାଟ ଯାଇପାରୁଥିଲେ ?
ପୁନମ ନୌଟିଆଲ : ସାର୍ ଦିନେ ଦିନେ ୧୦ କିଲୋମିଟର ତ ପୁଣି କେବେ କେବେ ୮ କିଲୋମିଟର ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ମୁଁ ଜାଣେ । ସମତଳ ଅଂଚଳରେ ରହୁଥିବା ଲୋକମାନେ ୮-୧୦ କିଲୋମିଟର କ’ଣ ବୁଝିପାରିବେନି । ପାହାଡ଼ିଆ ଜାଗାରେ ୮-୧୦ କିଲୋମିଟର ଯିବାରେ ଦିନଟି ଚାଲିଯାଏ ।
ପୁନମ ନୌଟିଆଲ : ହଁ ।
ପ୍ରଧାନମନ୍ତ୍ରୀ : କିନ୍ତୁ ଗୋଟିଏ ଦିନରେ ? ଟୀକାକରଣର ସମସ୍ତ ସାମଗ୍ରୀ ବହନ କରିବା ଆଉ ଯିବା ବହୁତ କଠିନ ପରିଶ୍ରମର କାମ । ଆପଣଙ୍କ ସହିତ କେହି ସହାୟକ ଅଛନ୍ତି କି ?
ପୁନମ ନୌଟିଆଲ୍ : ହଁ, ଦଳର ସଦସ୍ୟ, ଆମେ ପାଂଚଜଣ ସାର୍ !
ପ୍ରଧାନମନ୍ତ୍ରୀ : ଆଚ୍ଛା ।
ପୁନମ ନୌଟିଆଲ୍ : ସେଥିରୁ ଜଣେ ଡାକ୍ତର, ଜଣେ ANM, ଜଣେ ହେଲେ ଫାର୍ମାସିଷ୍ଟ, ଜଣେ ASHA ଏବଂ ଜଣେ DATA ENTRY ଅପରେଟର ।
ପ୍ରଧାନମନ୍ତ୍ରୀ : ଆଚ୍ଛା DATA ENTRY କରିବା ପାଇଁ ସେଠି କନେକ୍ଟିଭିଟି ଥିଲା ନା ବାଗେଶ୍ୱର ଆସିବା ପରେ କରିବାକୁ ପଡ଼ୁଥିଲା?
ପୁନମ ନୌଟିଆଲ୍ : ସାର୍, ଗୋଟିଏ ଗୋଟିଏ ଜାଗାରେ ମିଳୁଥିଲା, ବେଳେବେଳେ ବାଗେଶ୍ୱରକୁ ଆସିବା ପରେ କରିବାକୁ ପଡୁଥିଲା ।
ପ୍ରଧାନମନ୍ତ୍ରୀ : ଠିକ ଅଛି! ପୁନମ ଜୀ, ମୋତେ କୁହାଯାଇଛି ଯେ ଆପଣ ନିୟମ ବାହାରକୁ ଯାଇ ମଧ୍ୟ ଲୋକଙ୍କ ଟୀକାକରଣ କଲେ । ଏକଥା ଆପଣଙ୍କ ମନକୁ କେମିତି ଆସିଲା?
ପୁନମ ନୌଟିଆଲ୍ : ଆମର ପୁରାଟିମ୍ ସଂକଳ୍ପ କରିଥିଲୁ ଯେ ଜଣେ ବି ବ୍ୟକ୍ତି ଯେମିତି ଟିକାକରଣରୁ ବାଦ୍ ନ ପଡ଼ନ୍ତି । କରୋନା ରୋଗ ଆମ ଦେଶରୁ ଲୋପ ପାଇବା ଉଚିତ୍ । ମୁଁ ଏବଂ ଆଶା ଏକାଠି ମିଶି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ଓ ଗ୍ରାମ ତାଲିକା ପ୍ରସ୍ତୁତ କରିଥିଲୁ, ସେହି ଅନୁଯାୟୀ କେନ୍ଦ୍ରକୁ ଆସିଥିବା ଲୋକଙ୍କୁ କେନ୍ଦ୍ରରେ ରଖାଯାଇଥିଲା । ତା’ପରେ ଆମେ ଘରକୁ ଘର ଗଲୁ । ସାର୍, ତା’ପରେ, ଯେଉଁମାନେ କେନ୍ଦ୍ରକୁ ଆସିପାରି ନ ଥିଲେ, ସେମାନଙ୍କୁ ଟିକା ଦିଆଗଲା ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଲୋକଙ୍କୁ ତ ବୁଝାଇବାକୁ ପଡ଼ିଥିବ?
ପୁନମ ନୌଟିଆଲ୍ : ଆଜ୍ଞା, ବୁଝାଇବାକୁ ପଡ଼ିଥିଲା ।
ପ୍ରଧାନମନ୍ତ୍ରୀ : ଟିକା ନେବାକୁ ଏବେ ବି ଲୋକମାନଙ୍କର ଉତ୍ସାହ କେମିତି ଅଛି?
ପୁନମ ନୌଟିଆଲ : ହଁ, ସାର୍ । ଏବେ ଲୋକମାନେ ବୁଝିସାରିଛନ୍ତି । ପ୍ରଥମରେ ଆମକୁ ବହୁତ ଅସୁବିଧା ହୋଇଥିଲା । ଲୋକଙ୍କୁ ବୁଝାଇବାକୁ ପଡୁଥିଲା ଯେ ଏହି ଟିକା ନିରାପଦ ଏବଂ ଏହା ପ୍ରଭାବଶାଳୀ, ଆମେ ମଧ୍ୟ ନେଇଛୁ, ଆମେ ସମସ୍ତେ ଭଲ ଅଛୁ, ଆପଣଙ୍କ ସାମ୍ନାରେ ରହିଛୁ ଏବଂ ଆମର କର୍ମଚାରୀମାନେ ବି ନେଇସାରିଛନ୍ତି ।
ପ୍ରଧାନମନ୍ତ୍ରୀ : ଟିକା ନେବାପରେ କୌଣସି ସ୍ଥାନରେ କାହାର ଅଭିଯୋଗ ଆସିଥିଲା?
ପୁନମ ନୌଟିଆଲ : ନା-ନା ସାର୍ ।
ପ୍ରଧାନମନ୍ତ୍ରୀ : କିଛି ହେଲା ନାହିଁ ।
ପୁନମ ନୌଟିଆଲ : ନା ।
ପ୍ରଧାନମନ୍ତ୍ରୀ : ସମସ୍ତେ ସନ୍ତୁଷ୍ଟ ହେଲେ ।
ପୁନମ ନୌଟିଆଲ : ଆଜ୍ଞା ।
ପ୍ରଧାନମନ୍ତ୍ରୀ : ଭଲ ହେଲା ।
ପୁନମ ନୌଟିଆଲ : ଆଜ୍ଞା ।
ପ୍ରଧାନମନ୍ତ୍ରୀ : ଯାହାହେଉ, ଆପଣ ବହୁତ ଭଲ କାମ କରିଛନ୍ତି ଏବଂ ମୁଁ ଜାଣେ, ଏହି ସମଗ୍ର ଅଂଚଳରେ, ପାହାଡ଼ ପର୍ବତ ଉପରେ ଚାଲିବା କେତେ କଷ୍ଟକର । ଗୋଟିଏ ପାହାଡ଼ ଉପରେ ଚଢ଼, ତା’ପରେ ତଳକୁ ଯାଅ, ତା’ପରେ ପୁଣି ଗୋଟିଏ ପାହାଡ ଉପରେ ଚଢ଼, ଘର ବି ସବୁ ଦୂରରେ ଦୂରରେ, ତାସତ୍ୱେ ବି ଆପଣ ଏତେ ବଢ଼ିଆ କାମ କରିଛନ୍ତି ।
ପୁନମ ନୌଟିଆଲ : ଧନ୍ୟବାଦ ସାର୍, ଆପଣଙ୍କ ସହ କଥାହେବା ମୋର ସୌଭାଗ୍ୟ ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ପରି ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ କଠିନ ପରିଶ୍ରମ ହେତୁ ଭାରତ ଶହେ କୋଟି ପାନ ଟିକାକରଣର ବିରଳ ମାଇଲଖୁଂଟ ଅତିକ୍ରମ କରିପାରିଛି । ଆଜି ମୁଁ କେବଳ ଆପଣଙ୍କୁ ନୁହେଁ, ପ୍ରତ୍ୟେକ ଭାରତୀୟଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି, ଯେଉଁମାନେ ‘ସମସ୍ତଙ୍କୁ ଟିକା-ମାଗଣା ଟିକା’ ଅଭିଯାନକୁ ସଫଳ କରିଛନ୍ତି । ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ଜାଣନ୍ତି ଯେ ଆସନ୍ତା ରବିବାର, ଅକ୍ଟୋବର ୩୧ ତାରିଖ ଦିନ ସର୍ଦ୍ଦାର ପଟେଲଙ୍କର ଜନ୍ମବାର୍ଷିକୀ । ‘ମନ୍ କି ବାତ୍’ର ପ୍ରତ୍ୟେକ ଶ୍ରୋତାଙ୍କ ତରଫରୁ ଏବଂ ମୋ ତରଫରୁ ମୁଁ ଲୌହମାନବଙ୍କୁ ପ୍ରଣାମ କରୁଛି । ବନ୍ଧୁଗଣ, ଅକ୍ଟୋବର ୩୧ ତାରିଖ ଦିନକୁ ଆମେ ‘ଜାତୀୟ ଏକତା ଦିବସ’ ଭାବେ ପାଳନ କରୁ । ଏହା ଆମ ସମସ୍ତଙ୍କର ଦାୟିତ୍ୱ ଯେ ଆମେ ଏକତାର ବାର୍ତ୍ତା ଦେଉଥିବା କୌଣସି ନା କୌଣସି କାର୍ଯ୍ୟକଳାପରେ ଯୋଗଦେବା ଆବଶ୍ୟକ । ଆପଣ ଦେଖିଥିବେ, ନିକଟରେ ଗୁଜୁରାଟ ପୁଲିସ କଚ୍ଛର ଲଖପତ ଦୁର୍ଗରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଗୋଟିଏ ବାଇକ୍ ରାଲିର ଆୟୋଜନ କରିଥିଲେ । ଏକତା ଦିବସ ପାଳନ ପାଇଁ ତ୍ରିପୁରା ପୁଲିସ୍ କର୍ମଚାରୀମାନେ ତ୍ରିପୁରାରୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ବାଇକ୍ ରାଲି କରୁଛନ୍ତି । ଅର୍ଥାତ୍ ଦେଶକୁ ପୂର୍ବରୁ ପଶ୍ଚିମକୁ ସଂଯୋଗ କରୁଛନ୍ତି । ଜମ୍ମୁ କଶ୍ମୀର ପୁଲିସ କର୍ମଚାରୀମାନେ ମଧ୍ୟ ଉରିରୁ ପଠାନକୋଟ ପର୍ଯ୍ୟନ୍ତ ସେହିଭଳି ବାଇକ୍ ରାଲି କରି ଦେଶକୁ ଏକତାର ବାର୍ତ୍ତା ଦେଉଛନ୍ତି । ମୁଁ ଏହି ସମସ୍ତ ଯବାନମାନଙ୍କୁ ସାଲୁ୍ୟଟ କରୁଛି । ମୁଁ ଜମ୍ମୁ କଶ୍ମୀରର କୁପୱାଡା ଜିଲ୍ଲାର ଅନେକ ଭଉଣୀଙ୍କ ବିଷୟରେ ଅବଗତ ହୋଇଛି । ଏହି ଭଉଣୀମାନେ କଶ୍ମୀରରେ ସେନା ଏବଂ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ ତ୍ରିରଂଗା ପତାକା ସିଲେଇ କରିବାର କାମ କରୁଛନ୍ତି । ଏହି କାର୍ଯ୍ୟ ଦେଶପ୍ରେମର ଭାବନାରେ ପରିପୂର୍ଣ୍ଣ । ମୁଁ ଏହି ଭଉଣୀମାନଙ୍କ ଉତ୍ସାହକୁ ପ୍ରଶଂସା କରୁଛି । ଆପଣ ମଧ୍ୟ ଭାରତର ଏକତା ପାଇଁ, ଭାରତର ଶ୍ରେଷ୍ଠତା ପାଇଁ କିଛି ନା କିଛି କରିବା ଉଚିତ । ଦେଖିବେ, ଆପଣଙ୍କ ମନକୁ କେତେ ସନ୍ତୋଷ ମିଳୁଛି ।
ବନ୍ଧୁଗଣ, ସର୍ଦ୍ଦାର ସାହେବ କହୁଥିଲେ – “ଆମେ କେବଳ ଆମର ମିଳିତ ଉଦ୍ୟୋଗ ଦ୍ୱାରା ଦେଶକୁ ନୂତନ ଶିଖରକୁ ନେଇପାରିବା । ଯଦି ଆମ ମଧ୍ୟରେ ଏକତା ନ ରହେ, ତେବେ ଆମେ ନିଜକୁ ନୂଆ ନୂଆ ବିପଦରେ ପକାଇଦେବା ।” ଅର୍ଥାତ୍, ଯଦି ଜାତୀୟ ଏକତା ରହେ, ତାହେଲେ ଉନ୍ନତି ହେବ, ବିକାଶ ହେବ । ସର୍ଦ୍ଦାର ପଟେଲଙ୍କ ଜୀବନରୁ, ତାଙ୍କ ଚିନ୍ତାଧାରାରୁ ଆମେ ବହୁତ କିଛି ଶିଖିପାରିବା । ଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ସର୍ଦ୍ଦାର ସାହେବଙ୍କ ଉପରେ ଏକ ସଚିତ୍ର ଜୀବନୀ ପ୍ରକାଶ କରିଛି । ମୁଁ ଚାହୁଁଛି ଆମର ସମସ୍ତ ଯୁବବନ୍ଧୁ ଏହାକୁ ପଢ଼ନ୍ତୁ । ଏହା ଆପଣଙ୍କୁ ସର୍ଦ୍ଦାର ସାହେବଙ୍କ ବିଷୟରେ ଏକ ଆକର୍ଷଣୀୟ ଢଙ୍ଗରେ ଅନେକ କିଛି ଜାଣିବାର ସୁଯୋଗ ଦେବ ।
ପ୍ରିୟ ଦେଶବାସୀଗଣ, ଜୀବନ ନିରନ୍ତର ଉନ୍ନତି ଚାହେଁ, ବିକାଶ ଚାହେଁ, ଉଚ୍ଚତା ଅତିକ୍ରମ କରିବାକୁ ଚାହେଁ । ବିଜ୍ଞାନ ଅଗ୍ରଗତି କରିପାରେ, ପ୍ରଗତିର ଗତି ଯେତେ ଦ୍ରୁତ ହୋଇପାରେ, ବଡ଼ ବଡ଼ ଘର ହୋଇପାରେ, ତଥାପି ଜୀବନ ଅସମ୍ପୂର୍ଣ୍ଣ ଅନୁଭବ କରେ । କିନ୍ତୁ, ଯେତେବେଳେ ଗୀତ-ସଙ୍ଗୀତ, କଳା, ନାଟ୍ୟ-ନୃତ୍ୟ, ସାହିତ୍ୟ ସେମାନଙ୍କ ସହିତ ଯୋଡ଼ିହୁଏ, ସେତେବେଳେ ସେମାନଙ୍କର ଆଭା ବହୁଗୁଣିତ ହୁଏ, ସେମାନେ ଜୀବନ୍ତ ପ୍ରତୀତ ହୁଅନ୍ତି । ଜୀବନକୁ ଅର୍ଥପୂର୍ଣ୍ଣ କରିବାକୁ ହେଲେ ଏସବୁ ମଧ୍ୟ ଆବଶ୍ୟକ, ସେଥିପାଇଁ କୁହାଯାଏ ଯେ ଏହି ସମସ୍ତ କଳା, ଆମ ଜୀବନରେ ଉତପ୍ରେରକ ଭାବରେ କାର୍ଯ୍ୟ କରେ, ଆମର ଶକ୍ତି ବୃଦ୍ଧି କରେ । ମାନବ ମନର ଅନ୍ତର୍ନିହିତ ପ୍ରାଣର ବିକାଶରେ, ଆମର ଅନ୍ତର୍ନିହିତ ଯାତ୍ରା ପାଇଁ ମାର୍ଗ ପ୍ରସ୍ତୁତ କରିବାରେ, ସଙ୍ଗୀତ ଏବଂ ବିଭିନ୍ନ କଳା ଏକ ବଡ଼ ଭୂମିକା ଗ୍ରହଣ କରେ ଏବଂ ସେମାନଙ୍କର ଏକ ମହାନ୍ ଶକ୍ତି ଅଛି ତାହା ହେଉଛି ଯେ ସମୟ ସେମାନଙ୍କୁ ବାନ୍ଧିପାରିବ ନାହିଁ କିମ୍ବା ସୀମା ମଧ୍ୟ ବାନ୍ଧିପାରିବ ନାହିଁ । ଆଉ ନା ମତାନ୍ତର ବାନ୍ଧିପାରେ । ଅମୃତ ମହୋତ୍ସବରେ ମଧ୍ୟ ନିଜର କଳା, ସଂସ୍କୃତି, ଗୀତ, ସଙ୍ଗୀତର ରଙ୍ଗ ଭରିବା ଆବଶ୍ୟକ । ମୋ ପାଖକୁ ମଧ୍ୟ ଆପଣଙ୍କ ତରଫରୁ ଅମୃତ ମହୋତ୍ସବ ଏବଂ ଗୀତ-ସଙ୍ଗୀତ-କଳାର ଏହି ଶକ୍ତି ସହିତ ଜଡ଼ିତ ଅନେକ ପରାମର୍ଶ ମିଳୁଛି । ଏହି ପରାମର୍ଶଗୁଡ଼ିକ ମୋ ପାଇଁ ବହୁତ ମୂଲ୍ୟବାନ । ମୁଁ ଏହାକୁ ଅଧ୍ୟୟନ ପାଇଁ ସଂସ୍କୃତି ମନ୍ତ୍ରଣାଳୟକୁ ପଠାଇଥିଲି । ମୁଁ ଖୁସି ଯେ ମନ୍ତ୍ରଣାଳୟ ଏତେ କମ ସମୟ ମଧ୍ୟରେ ଏହି ପରାମର୍ଶଗୁଡ଼ିକୁ ଗୁରୁତ୍ୱ ସହ ଗ୍ରହଣ କରିଛି ଏବଂ ସେଗୁଡ଼ିକ ଉପରେ କାର୍ଯ୍ୟ ମଧ୍ୟ କରିଛି । ଏହି ପରାମର୍ଶ ମଧ୍ୟରୁ ଗୋଟିଏ ହେଉଛି ଦେଶଭକ୍ତି ଗୀତ ସହିତ ଜଡ଼ିତ ଏକ ପ୍ରତିଯୋଗିତା । ସ୍ୱାଧୀନତା ସଂଗ୍ରାମରେ, ବିଭିନ୍ନ ଭାଷାରେ ଦେଶଭକ୍ତି ଗୀତ ଏବଂ ଭଜନ ସମଗ୍ର ଦେଶକୁ ଏକତାର ସୂତ୍ରରେ ବାନ୍ଧି ଦେଇଥିଲା । ବର୍ତ୍ତମାନ ଅମୃତ ମହୋତ୍ସବ ସମୟରେ ଆମର ଯୁବକମାନେ ଏହିଭଳି ଦେଶଭକ୍ତି ଗୀତ ଲେଖି ଏହି ଉତ୍ସବରେ ଅଧିକ ଶକ୍ତି ଭରି ଦେଇପାରିବେ । ଏହି ଦେଶଭକ୍ତି ଗୀତଗୁଡ଼ିକ ମାତୃଭାଷାରେ ହୋଇପାରେ, ଜାତୀୟ ଭାଷାରେ ହୋଇପାରେ ଏବଂ ଇଂରାଜୀରେ ମଧ୍ୟ ଲେଖାଯାଇପାରେ । କିନ୍ତୁ, ଏହା ଆବଶ୍ୟକ ଯେ ଏହି ସୃଷ୍ଟିଗୁଡ଼ିକ ନୂତନ ଭାରତର ନୂତନ ଚିନ୍ତାଧାରାର ହେବା ଉଚିତ ଏବଂ ଦେଶର ବର୍ତ୍ତମାନର ସଫଳତାରୁ ପ୍ରେରଣା ଗ୍ରହଣ କରି ଭବିଷ୍ୟତ ପାଇଁ ଦେଶକୁ ସଂକଳ୍ପ ପ୍ରଦାନକାରୀ ହେଉ । ସଂସ୍କୃତି ମନ୍ତ୍ରଣାଳୟ ତହସିଲ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଏହାସହ ଜଡ଼ିତ ଏକ ପ୍ରତିଯୋଗିତାର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚଳାଇଛି ।
ବନ୍ଧୁଗଣ ‘ମନ୍ କି ବାତ୍’ର ଜଣେ ଶ୍ରୋତା ପରାମର୍ଶ ଦେଇଛନ୍ତି ଯେ ଅମୃତ ମହୋତ୍ସବକୁ ରଙ୍ଗୋଲି ଆଙ୍କିବା କଳା ସହିତ ମଧ୍ୟ ଜଡ଼ିତ କରାଯିବା ଉଚିତ । ଶହ ଶହ ବର୍ଷ ଧରି ବିଭିନ୍ନ ରଙ୍ଗରେ ରଙ୍ଗୋଲି ବା ମୁରୁଜ ମାଧ୍ୟମରେ ପର୍ବରେ ରଙ୍ଗ ଭରିବାର ଆମର ପରମ୍ପରା ରହିଛି । ରଙ୍ଗୋଲିରେ ଦେଶର ବିବିଧତାର ଝଲକ ମଧ୍ୟ ଦେଖିବାକୁ ମିଳେ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ, ବିଭିନ୍ନ ବିଷୟ ଉପରେ ରଙ୍ଗୋଲି ଅଙ୍କାଯାଇଥାଏ । ତେଣୁ ସଂସ୍କୃତି ମନ୍ତ୍ରଣାଳୟ ମଧ୍ୟ ଏହାସହ ଜଡ଼ିତ ଏକ ଜାତୀୟ ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛି । ଆପଣ କଳ୍ପନା କରନ୍ତୁ, ଯେତେବେଳେ ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଏକ ରଙ୍ଗୋଲି ତିଆରି ହେବ, ଲୋକମାନେ ନିଜ ଦ୍ୱାରରେ, କାନ୍ଥରେ ଏକ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କିବେ, ରଙ୍ଗ ସହିତ ସ୍ୱାଧୀନତାର କୌଣସି ଘଟଣା ଦେଖାଇବେ, ସେତେବେଳ ଅମୃତ ମହୋତ୍ସବର ଗୁରୁତ୍ୱ ଆହୁରି ବଢ଼ିଯିବ ।
ବନ୍ଧୁଗଣ, ଆମର ସଂସ୍କୃତିରେ ନାନାବାୟା ଗୀତର ମଧ୍ୟ ଏକ ପରମ୍ପରା ରହିଛି । ଏଠାରେ ଛୋଟ ପିଲାମାନଙ୍କୁ ନାନାବାୟା ଗୀତ ମାଧ୍ୟମରେ ସଂସ୍କାର ଦିଆଯାଏ, ସେମାନେ ସଂସ୍କୃତି ସହିତ ପରିଚିତ ହୁଅନ୍ତି । ନାନାବାୟା ଗୀତର ମଧ୍ୟ ବିଭିନ୍ନ ପ୍ରକାର ଅଛି । ତେବେ ଆମେ, ଅମୃତ ମହୋତ୍ସବ ସମୟରେ ଏହି କଳାକୁ ପୁନର୍ଜୀବିତ କାହିଁକି ନ କରିବା ଏବଂ ଦେଶପ୍ରେମ ସହ ଜଡ଼ିତ ଏଭଳି କିଛି କବିତା, ଗୀତ କିମ୍ବା ଅନ୍ୟାନ୍ୟ ଲେଖା ଲେଖିବା ଯାହା ପ୍ରତ୍ୟେକ ଘରେ ମାଆମାନେ ନିଜ ଛୋଟ ପିଲାମାନଙ୍କୁ ସହଜରେ ଶୁଣାଇପାରିବେ । ଏହି ନାନାବାୟା ଗୀତରେ ଆଧୁନିକ ଭାରତର କଥା ଅବା ଏକବିଂଶ ଶତାବ୍ଦୀ ଭାରତର ସ୍ୱପ୍ନର ପ୍ରତିଫଳନ ହେଉ । ସମସ୍ତ ଶ୍ରୋତାମାନଙ୍କ ପରାମର୍ଶ କ୍ରମେ ମନ୍ତ୍ରଣାଳୟ ଦ୍ୱାରା ଏହାସହ ଜଡ଼ିତ ଏକ ପ୍ରତିଯୋଗିତା ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି ।
ବନ୍ଧୁଗଣ, ଏହି ତିନୋଟି ପ୍ରତିଯୋଗିତା ୩୧ ଅକ୍ଟୋବରରେ ସର୍ଦ୍ଦାର ସାହେବଙ୍କ ଜନ୍ମବାର୍ଷିକୀରୁ ଆରମ୍ଭ ହେବାକୁ ଯାଉଛି । ଆଗାମୀ ଦିନରେ ସଂସ୍କୃତି ମନ୍ତ୍ରଣାଳୟ ଏହାସହ ଜଡ଼ିତ ସମସ୍ତ ସୂଚନା ଦେବ । ଏହି ସୂଚନା ମନ୍ତ୍ରଣାଳୟର ୱେବସାଇଟରେ ରହିବ ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ ଦିଆଯିବ । ମୁଁ ଚାହୁଁଛି ଆପଣ ସମସ୍ତେ ଏଥିରେ ଯୋଗ ଦିଅନ୍ତୁ । ଆମର ଯୁବକ-ସାଥୀମାନେ ନିଶ୍ଚିତ ଭାବରେ ସେମାନଙ୍କର କଳା ଏବଂ ପ୍ରତିଭାର ପ୍ରଦର୍ଶନ କରନ୍ତୁ । ଏହାସହିତ ଆପଣଙ୍କ ଅଂଚଳର କଳା ଏବଂ ସଂସ୍କୃତି ମଧ୍ୟ ଦେଶର ପ୍ରତ୍ୟେକ କୋଣରେ ପହଂଚିବ, ଆପଣଙ୍କ କାହାଣୀ ସମଗ୍ର ଦେଶ ଶୁଣିବ ।
ପ୍ରିୟ ଦେଶବାସୀଗଣ, ଅମୃତ ମହୋତ୍ସବ ସମୟରେ, ଆମେ ଦେଶର ସାହସୀ ପୁଅ ଓ ଝିଅମାନଙ୍କୁ ଆମର ମହାନ ପୁଣ୍ୟାତ୍ମାମାନଙ୍କ ସମ୍ପର୍କରେ ସ୍ମରଣ କରାଉଛୁ । ଆସନ୍ତା ମାସ, ନଭେମ୍ବର ୧୫ ତାରିଖରେ, ଆମ ଦେଶର ଏହିଭଳି ଜଣେ ମହାନ ବ୍ୟକ୍ତି, ସାହସୀ ଯୋଦ୍ଧା ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ମବାର୍ଷିକୀ ପାଳନ ହେବାକୁ ଯାଉଛି । ଭଗବାନ ବିର୍ସା ମୁଣ୍ଡା ‘ଧରଣୀ ଆବା’ ନାମରେ ମଧ୍ୟ ଜଣାଶୁଣା । ଏହାର ଅର୍ଥ କ’ଣ ଆପଣ ଜାଣନ୍ତି କି ? ଏହାର ଅର୍ଥ ପୃଥିବୀର ପିତା । ଭଗବାନ ବିର୍ସା ମୁଣ୍ଡା ନିଜ ସଂସ୍କୃତି, ଜଙ୍ଗଲ, ଜମିର ସୁରକ୍ଷା ପାଇଁ ଯେଉଁଭଳି ଭାବରେ ଲଢ଼ିଥିଲେ, ତାହା କେବଳ ‘ଧରଣୀ ଆବା’ ହିଁ କରିପାରିଥାନ୍ତେ । ଆମ ସଂସ୍କୃତି ପାଇଁ ଗର୍ବିତ ହେବାକୁ ସେ ଆମକୁ ଶିଖାଇଲେ । ବିଦେଶୀ ସରକାର ତାଙ୍କୁ କେତେ ଧମକ ଦେଇଥିଲେ, କେତେ ଚାପ ପକାଇଲେ, କିନ୍ତୁ ସେ ଆଦିବାସୀ ସଂସ୍କୃତି ଛାଡ଼ିଲେ ନାହିଁ । ଯଦି ଆମକୁ ପ୍ରକୃତି ଏବଂ ପରିବେଶକୁ ଭଲ ପାଇବାକୁ ଶିଖିବାର ଅଛି, ତେବେ ଏଥିପାଇଁ ମଧ୍ୟ ‘ଧରଣୀ ଆବା’ ଭଗବାନ ବିର୍ସା ମୁଣ୍ଡା ଆମପାଇଁ ମହାନ ପ୍ରେରଣା । ବିଦେଶୀ ଶାସନର ସେହି ସମସ୍ତ ନୀତିର ସେ ଦୃଢ଼ ବିରୋଧ କରିଥିଲେ, ଯାହା ପରିବେଶ ପାଇଁ କ୍ଷତିକାରକ ଥିଲା । ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାରେ ଭଗବାନ ବିର୍ସା ମୁଣ୍ଡା ସର୍ବଦା ଆଗରେ ରହୁଥିଲେ । ସାମାଜିକ କୁସଂସ୍କାର ଦୂର କରିବା ପାଇଁ ସେ ସମାଜକୁ ସଚେତନ କରାଇଥିଲେ । ଉଲଗୁଲାନ୍ ବିପ୍ଳବରେ ତାଙ୍କ ନେତୃତ୍ୱକୁ କିଏ ବା ଭୁଲିପାରିବ? ଏହି ଆନ୍ଦୋଳନ ବ୍ରିଟିଶମାନଙ୍କୁ ଥରହର କରିଦେଇଥିଲା । ଯାହାପରେ ବ୍ରିଟିଶମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ଉପରେ ଏକ ବଡ଼ ପୁରସ୍କାର ଘୋଷଣା କରିଥିଲେ । ବ୍ରିଟିଶ ସରକାର ତାଙ୍କୁ ଜେଲରେ ରଖିଥିଲେ, ତାଙ୍କୁ ଏତେ ନିର୍ଯାତନା ଦିଆଯାଇଥିଲା ଯେ ୨୫ ବର୍ଷରୁ ମଧ୍ୟ କମ୍ ବୟସରେ ସେ ଆମକୁ ଛାଡ଼ି ଚାଲିଗଲେ, ଅବଶ୍ୟ ଦୈହିକ ରୂପେ ।
ଜନସାଧାରଣଙ୍କ ମନରେ, ଭଗବାନ ବିର୍ସା ମୁଣ୍ଡା ସବୁଦିନ ପାଇଁ ରହିଛନ୍ତି । ତାଙ୍କ ଜୀବନ ଲୋକଙ୍କ ପାଇଁ ଏକ ପ୍ରେରଣା ଶକ୍ତି ହୋଇରହିଛି । ଆଜି ମଧ୍ୟ ତାଙ୍କର ସାହସ ଏବଂ ବୀରତ୍ୱରେ ପରିପୂର୍ଣ୍ଣ ଲୋକଗୀତ ଓ କାହାଣୀ ଭାରତର କେନ୍ଦ୍ରୀୟ ଅଂଚଳରେ ବହୁତ ଲୋକପ୍ରିୟ । ମୁଁ ‘ଧରଣୀ ଆବା’ ବିର୍ସା ମୁଣ୍ଡାଙ୍କୁ ପ୍ରଣାମ କରୁଛି ଏବଂ ଯୁବକମାନଙ୍କୁ ତାଙ୍କ ବିଷୟରେ ଅଧିକ ପଢ଼ିବାକୁ ଅନୁରୋଧ କରୁଛି । ଭାରତର ସ୍ୱାଧୀନତା ସଂଗ୍ରାମରେ ଆମ ଆଦିବାସୀ ଗୋଷ୍ଠୀର ଅନନ୍ୟ ଅବଦାନ ବିଷୟରେ ଆପଣ ଯେତେ ଜାଣିବେ, ସେତେ ଗର୍ବ ଅନୁଭବ କରିବେ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ୨୪ ଅକ୍ଟୋବରରେ ୟୁଏନ୍ ଡେ ଅର୍ଥାତ ‘ଜାତିସଂଘ ଦିବସ’ ପାଳନ କରାଯାଏ । ଏହି ଦିନ ଜାତିସଂଘ ଗଠିତ ହୋଇଥିଲା । ଜାତିସଂଘ ସ୍ଥାପନ ସମୟରୁ ହିଁ ଭାରତ ଏଥିସହ ସମୃକ୍ତ ହୋଇଆସିଛି । ଆପଣ କ’ଣ ଜାଣନ୍ତି ଯେ ଭାରତ ସ୍ୱାଧୀନତା ପୂର୍ବରୁ ୧୯୪୫ରେ ହିଁ ଜାତିସଂଘର ସନନ୍ଦରେ ହସ୍ତାକ୍ଷର କରିଥିଲା । ଜାତିସଂଘ ସହିତ ଜଡ଼ିତ ଏକ ନିଆରା ଦିଗ ହେଉଛି ଜାତିସଂଘର ପ୍ରଭାବ ଓ ତା’ର ଶକ୍ତି ବଢ଼ାଇବାରେ ଭାରତର ନାରୀଶକ୍ତି ବଡ଼ ଭୂମିକା ତୁଲାଇଛି । ୧୯୪୭-୪୮ରେ ଯେତେବେଳେ ଜାତିସଂଘ ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମା ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ସେହି ଘୋଷଣାନାମାରେ ଲେଖାଯାଉଥିଲା “ଅଲ୍ ମେନ୍ ଆର୍ କ୍ରିଏଟେଡ ଇକ୍ୱାଲ୍” । କିନ୍ତୁ ଭାରତର ଏକ ପ୍ରତିନିଧି ଦଳ ଏହା ଉପରେ ଆପତି କରିଥିଲେ ଏବଂ ତା’ପରେ ଏହି ସାର୍ବଜନୀନ ଘୋଷଣାନାମାରେ ଲେଖାଗଲା- “ଅଲ୍ ହ୍ୟୁମାନ ବିଙ୍ଗ୍ସ ଆର୍ କ୍ରିଏଟେଡ ଇକ୍ୱାଲ୍” ଅର୍ଥାତ୍ ସୃଷ୍ଟିରେ ପ୍ରତ୍ୟେକ ମନୁଷ୍ୟ ସମାନ । ଏହି କଥା ଭାରତର ପୁରାତନ ପରମ୍ପରାରେ ରହିଥିବା ଲିଙ୍ଗ ସମାନତା ଅନୁରୂପ ଥିଲା । କ’ଣ ଆପଣ ଜାଣନ୍ତି ଯେ ଶ୍ରୀମତୀ ହଂସା ମେହେତା ସେହି ପ୍ରତିନିଧି ଦଳରେ ଥିଲେ, ଯାହାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଲା । ସେତେବେଳେ ଅନ୍ୟ ଜଣେ ପ୍ରତିନିଧି ଶ୍ରୀମତୀ ଲକ୍ଷ୍ମୀ ମେନନ ଲିଙ୍ଗ ସମାନତା ପ୍ରସଙ୍ଗରେ ଖୁବ୍ ଦୃଢ଼ଭାବେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । କେବଳ ଏତିକି ନୁହେଁ, ୧୯୫୩ରେ ଶ୍ରୀମତୀ ବିଜୟାଲକ୍ଷ୍ମୀ ପଣ୍ଡିତ ଜାତିସଂଘ ସାଧାରଣ ସଭାର ମଧ୍ୟ ପ୍ରଥମ ମହିଳା ଅଧ୍ୟକ୍ଷା ହୋଇଥିଲେ ।
ବନ୍ଧୁଗଣ, ଆମେ ସେହି ଭୂମିର ଲୋକ, ଯେଉଁମାନେ ବିଶ୍ୱାସ କରନ୍ତି, ଯେଉଁମାନେ ଏହା ପ୍ରାର୍ଥନା କରନ୍ତି:
ଓଁ ଦ୍ୱୌଃ ଶାନ୍ତିରନ୍ତରୀକ୍ଷଁ ଶାନ୍ତିଃ
ପୃଥ୍ୱୀ ଶାନ୍ତିରାପଃ ଶାନ୍ତିରୋଷଧୟଃ ଶାନ୍ତିଃ ।
ବନସ୍ପତୟଃ ଶାନ୍ତିର୍ବିଶ୍ୱେ ଦେବାଃ ଶାନ୍ତିର୍ବ୍ରହ୍ମ ଶାନ୍ତିଃ
ସର୍ବେଶାନ୍ତିଃ ଶାନ୍ତିରେବ ଶାନ୍ତିଃ, ସା ମା ଶାନ୍ତିରେଧି । ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ।
ଭାରତ ସର୍ବଦା ବିଶ୍ୱଶାନ୍ତି ପାଇଁ କାର୍ଯ୍ୟ କରିଛି । ଆମେ ଏଥିରେ ଗର୍ବିତ ଯେ ଭାରତ ୧୯୫୦ ଦଶନ୍ଧିରୁ କ୍ରମାଗତ ଜାତିସଂଘ ଶାନ୍ତି ମିଶନର ଅଂଶ ହୋଇଆସିଛି । ଦାରିଦ୍ର୍ୟ ଉନ୍ମୁଳନ, ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମିକଙ୍କ ସମ୍ବନ୍ଧୀୟ ପ୍ରସଙ୍ଗର ସମାଧାନ ପାଇଁ ମଧ୍ୟ ଭାରତ ଅଗ୍ରଣୀ ଭୂମିକା ତୁଲାଉଛି । ଏହାବ୍ୟତୀତ ଯୋଗ ଓ ଆୟୁଷକୁ ଲୋକପ୍ରିୟ କରିବାରେ ଭାରତ ଡବ୍ଲୁ୍ୟଏଚ୍ଓ ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି କାମ କରୁଛି । ମାର୍ଚ୍ଚ ୨୦୨୧ରେ ଡବ୍ଲୁ୍ୟଏଚ୍ଓ ଘୋଷଣା କରିଥିଲା ଯେ ଭାରତରେ ପାରମ୍ପରିକ ଚିକିତ୍ସା ପାଇଁ ଏକ ଗ୍ଲୋବାଲ୍ ସେଂଟର୍ ସ୍ଥାପିତ କରାଯିବ ।
ବନ୍ଧୁଗଣ, ଜାତିସଂଘ ସମ୍ପର୍କରେ କଥା ହେବାବେଳେ ଆଜି ମୋର ଅଟଳ ଜୀଙ୍କ କେତେକ ଶବ୍ଦ ମଧ୍ୟ ମନେ ପଡ଼ିଯାଉଛି । ୧୯୭୭ରେ ସେ ଜାତିସଂଘରେ ହିନ୍ଦୀରେ ଉଦବୋଧନ ଦେଇ ଇତିହାସ ସୃଷ୍ଟି କରିଥିଲେ । ଆଜି ମୁଁ ‘ମନ୍ କୀ ବାତ୍’ର ଶ୍ରୋତାଙ୍କୁ ଅଟଳ ଜୀଙ୍କ ସେହି ସମ୍ବୋଧନର ଏକ ଅଂଶ ଶୁଣାଇବାକୁ ଚାହୁଁଛି । ଶୁଣନ୍ତୁ, ଅଟଳ ଜୀଙ୍କ ଓଜସ୍ୱୀ ସ୍ୱର-
“ଏଠାରେ ମୁଁ ରାଷ୍ଟ୍ରର ସତା ଓ ମହତ୍ୱ ସମ୍ପର୍କରେ ଭାବୁନାହିଁ । ସାଧାରଣ ମଣିଷର ପ୍ରତିଷ୍ଠା ଓ ପ୍ରଗତି ମୋ ପାଇଁ ବହୁତ ଅଧିକ ମହତ୍ୱ ରଖେ । ଅନ୍ତତଃ ଆମର ସଫଳତା ଓ ଅସଫଳତାମାନ କେବଳ ଗୋଟିଏ ମାପଦଣ୍ଡରେ ମପାଯିବା ଉଚିତ ଯେ ଆମେ କ’ଣ ସମଗ୍ର ମାନବ ସମାଜ, ବସ୍ତୁତଃ ପ୍ରତ୍ୟେକ ନରନାରୀ ଓ ଶିଶୁଙ୍କ ପାଇଁ ନ୍ୟାୟ ଓ ଗରିମାର ଆଶ୍ୱସ୍ତି ଦେବା ପାଇଁ ଆମେ ପ୍ରଯତ୍ନଶୀଳ” ।
ବନ୍ଧୁଗଣ, ଅଟଳ ଜୀଙ୍କ ଏ କଥା ଆଜି ମଧ୍ୟ ଆମକୁ ଦିଗ ଦେଖାଇଥାଏ । ଏ ଧରିତ୍ରୀକୁ ଏକ ଉତ୍ତମ ଓ ସୁରକ୍ଷିତ ଗ୍ରହ ତିଆରିବାରେ ଭାରତର ଯୋଗଦାନ ସମଗ୍ର ବିଶ୍ୱ ପାଇଁ ବହୁତ ବଡ଼ ପ୍ରେରଣା ।
ମୋର ପ୍ରିୟ ଦେଶବାସୀଗଣ, ଏଇ କିଛି ଦିନ ଆଗରୁ ହିଁ ୨୧ ଅକ୍ଟୋବରରେ ଆମେ ପୁଲିସ ସ୍ମୃତି ଦିବସ ପାଳିଲେ । ପୁଲିସର ଯେଉଁ ବନ୍ଧୁମାନେ ଦେଶସେବାରେ ନିଜର ପ୍ରାଣ ଉତ୍ସର୍ଗ କରିଛନ୍ତି, ଏହି ଦିନ ଆମେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ମନେ ପକାଉ । ମୁଁ ଆଜି ଆମର ଏହି ପୁଲିସକର୍ମୀମାନଙ୍କ ସହ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ମନେ ପକାଇବାକୁ ଚାହୁଁଛି । ପରିବାରର ସହଯୋଗ ଓ ତ୍ୟାଗ ବିନା ପୁଲିସ ଭଳି କଠିନ ସେବା ବହୁତ କଷ୍ଟକର । ପୁଲିସ ସେବା ସହ ସଂପୃକ୍ତ ଆଉ ଗୋଟିଏ କଥା ‘ମନ କୀ ବାତ୍’ର ଶ୍ରୋତାମାନଙ୍କୁ ମୁଁ କହିବାକୁ ଚାହୁଁଛି । ପ୍ରଥମେ ଏହି ଧାରଣା ସୃଷ୍ଟି ହୋଇଥିଲା ଯେ ସେନା ଓ ପୁଲିସ ଭଳି ସେବା କେବଳ ପୁରୁଷଙ୍କ ପାଇଁ ହୋଇଥାଏ । କିନ୍ତୁ ଆଜି ସେପରି ନାହିଁ । ବ୍ୟୁରୋ ଅଫ୍ ପୋଲିସ ରିସର୍ଚ ଆଣ୍ଡ୍ ଡେଭଲପମେଣ୍ଟର ପରିସଂଖ୍ୟାନ ଅନୁସାରେ ବିଗତ କେତେବର୍ଷ ମଧ୍ୟରେ ମହିଳା ପୁଲିସ କର୍ମୀଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି । ୨୦୧୪ରେ ଏହି ସଂଖ୍ୟା ପାଖାପାଖି ୧ ଲକ୍ଷ ୫ ହଜାର ଥିଲାବେଳେ ୨୦୨୦ ସୁଦ୍ଧା ଏଥିରେ ଦୁଇଗୁଣରୁ ବି ଅଧିକ ବୃଦ୍ଧି ଘଟିଥିଲା ଏବଂ ଏହି ସଂଖ୍ୟା ଏବେ ୨ ଲକ୍ଷ ୧୫ ହଜାର ପର୍ଯ୍ୟନ୍ତ ପହଂଚିଯାଇଛି । ଏପରିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରେ ମଧ୍ୟ ବିଗତ ସାତବର୍ଷରେ ମହିଳାଙ୍କ ସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଯାଇଛି ଏବଂ ମୁଁ କେବଳ ସଂଖ୍ୟାର କଥା କହୁନାହିଁ । ଆଜି ଦେଶର ଝିଅମାନେ କଠିନରୁ କଠିନ ଦାୟିତ୍ୱକୁ ମଧ୍ୟ ପୁରା ଶକ୍ତି ଓ ଉତ୍ସାହର ସହ ତୁଲାଉଛନ୍ତି । ଏହାର ଉଦାହରଣ ହେଉଛି, ଅନେକ ଝିଅ ଏବେ ସବୁଠୁ କଠିନ ଧରାଯାଉଥିବା ତାଲିମ ମଧ୍ୟରୁ ଗୋଟିଏ ସ୍ପେଶାଲାଇଜ୍ଡ ଜଙ୍ଗଲ୍ ୱାର୍ଫେୟାର୍ କମାଣ୍ଡୋସର ତାଲିମ ନେଉଛନ୍ତି । ଏହା ଆମର କୋବ୍ରା ବାଟାଲିୟନର ଅଂଶ ହେବ ।
ବନ୍ଧୁଗଣ, ଆଜି ଆମେ ବିମାନବନ୍ଦର ଯାଉ, ମେଟ୍ରୋ ଷ୍ଟେସନ ଯାଉ ବା ସରକାରୀ ଦପ୍ତରକୁ ଦେଖୁ, ସିଆଇଏସ୍ଏଫର ସାହସୀ ମହିଳାମାନେ ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା କରୁଥିବା ଦେଖାଯାଏ । ଏହାର ସବୁଠୁ ସକାରାତ୍ମକ ପ୍ରଭାବ ଆମର ପୁଲିସ ବଳ ସହ ସମାଜର ମନୋବଳ ଉପରେ ମଧ୍ୟ ପଡ଼ୁଛି । ମହିଳା ପୁଲିସ କର୍ମୀ ରହିବା ଦ୍ୱାରା ଲୋକଙ୍କ ମଧ୍ୟରେ, ବିଶେଷକରି ମହିଳାଙ୍କ ମଧ୍ୟରେ ସହଜରେ ଏକ ବିଶ୍ୱାସ ସୃଷ୍ଟି ହୋଇଥାଏ । ସେମାନେ ତାଙ୍କସହ ସ୍ୱାଭାବିକ ରୂପେ ନିଜର ସଂପୃକ୍ତି ଥିବା ଅନୁଭବ କରିଥାନ୍ତି । ମହିଳାଙ୍କ ସମ୍ବେଦନଶୀଳତା କାରଣରୁ ମଧ୍ୟ ସେମାନଙ୍କ ଉପରେ ଲୋକେ ଅଧିକ ଭରସା କରିଥାନ୍ତି । ଆମର ଏହି ମହିଳା ପୁଲିସକର୍ମୀ ଦେଶର ଆଉ ଲକ୍ଷ ଲକ୍ଷ ଝିଅମାନଙ୍କ ପାଇଁ ମଧ୍ୟ ରୋଲ୍ ମଡେଲ୍ ପାଲଟିଛନ୍ତି । ମୁଁ ମହିଳା ପୁଲିସକର୍ମୀଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ସେମାନେ ସ୍କୁଲ୍ ଖୋଲିବା ପରେ ନିଜ ଅଂଚଳର ସ୍କୁଲଗୁଡ଼ିକୁ ପରିଦର୍ଶନ କରନ୍ତୁ, ସେଠାକାର ଝିଅପିଲାଙ୍କ ସହ କଥା ହୁଅନ୍ତୁ । ମୋର ବିଶ୍ୱାସ ଯେ ଏହି କଥାବାର୍ତ୍ତା ଦ୍ୱାରା ଆମର ନୂଆ ପିଢ଼ିକୁ ଏକ ନୂଆ ଦିଗ ମିଳିବ । ମୁଁ ଆଶା କରୁଛି ଯେ ଭବିଷ୍ୟତରେ ଆହୁରି ମଧ୍ୟ ଅଧିକ ସଂଖ୍ୟାରେ ମହିଳାମାନେ ପୁଲିସ ସେବାରେ ସାମିଲ୍ ହେବେ, ଆମ ଦେଶର ନିଉ ଏଜ୍ ପୋଲିସିଙ୍ଗକୁ ଆଗକୁ ନେବେ ।
ମୋର ପ୍ରିୟ ଦେଶବାସୀଗଣ, ବିଗତ କେତେକ ବର୍ଷରେ ଆମ ଦେଶରେ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ଯେପରି ଦ୍ରୁତଗତିରେ ବଢ଼ୁଛି, ତା’ ଉପରେ ପ୍ରାୟ ମୋତେ ‘ମନ୍ କୀ ବାତ୍’ର ଶ୍ରୋତା ନିଜର ବକ୍ତବ୍ୟ ଲେଖି ପଠାଇଥାନ୍ତି । ଆଜି ମୁଁ ଏପରି ଗୋଟିଏ ବିଷୟର ଆଲୋଚନା ଆପଣଙ୍କ ସହ କରିବାକୁ ଚାହେଁ, ଯାହା ଆମ ଦେଶ, ବିଶେଷ କରି ଆମର ଯୁବବର୍ଗ ଓ ଛୋଟଛୋଟ ପିଲାଙ୍କ କଳ୍ପନାରେ ମଧ୍ୟ ବ୍ୟାପକ ଭାବେ ରହିଛି । ଏହି ବିଷୟଟି ହେଉଛି ଡ୍ରୋନର, ଡ୍ରୋନ୍ ଟେକ୍ନୋଲୋଜିର । କିଛିବର୍ଷ ପୂର୍ବ ପର୍ଯ୍ୟନ୍ତ ଯେତେବେଳେ କେଉଁଠି ମଧ୍ୟ ଡ୍ରୋନ ନାଁ ଶୁଣାଯାଉନଥିଲା ସେତେବେଳେ ଲୋକଙ୍କ ମନରେ ପ୍ରଥମ ଭାବ କ’ଣ ଆସୁଥିଲା? ସେନାର, ଅସ୍ତ୍ରଶସ୍ତ୍ରର, ଯୁଦ୍ଧର । କିନ୍ତୁ ଆଜି ଆମର ଏଇଠି କୌଣସି ବରଯାତ୍ରୀ ରୋଷଣି ବା କାର୍ଯ୍ୟକ୍ରମ ହେଲେ ଆମେ ଡ୍ରୋନରେ ଫଟୋ ଓ ଭିଡିଓ ତିଆରି କରୁଥିବା ଦେଖୁଛୁ । ଡ୍ରୋନର ପରିସର, ତା’ର ଶକ୍ତି କେବଳ ଏତିକି ନୁହେଁ । ଭାରତ, ପୃଥିବୀର ସେହି ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ, ଯିଏ ଡ୍ରୋନ୍ ସାହାଯ୍ୟରେ ଗାଁରେ ଜମବାଡ଼ିର ଡିଜିଟାଲ୍ ରେକର୍ଡ ପ୍ରସ୍ତୁତ କରୁଛି । ଭାରତରେ ପରିବହନ ପାଇଁ ଡ୍ରୋନର ବ୍ୟବହାର ବ୍ୟାପକ ଭାବେ କରାଯାଉଛି । ତାହା ଗାଁରେ ଚାଷବାସ ହେଉ ବା ଘରେ ଜିନିଷ ପହଞ୍ଚାଇବା ପାଇଁ ହେଉ । ଜରୁରୀ ସମୟରେ ସାହାଯ୍ୟ ଯୋଗାଇବାକୁ ହେଉ ବା ଆଇନ ବ୍ୟବସ୍ଥାର ତଦାରଖ ହେଉ । ଆଉ ବେଶି ସମୟ ନାହିଁ ଯେତେବେଳେ ଆମେ ଦେଖିବା ଯେ ଡ୍ରୋନ୍ ଆମର ଏହିସବୁ ଆବଶ୍ୟକତା ପାଇଁ ବ୍ୟବହାର କରାଯିବ । ଏଥିମଧ୍ୟରୁ ଅଧିକାଂଶର ତ ଆରମ୍ଭ ମଧ୍ୟ ହୋଇସାରିଛି । ଯେପରିକି କିଛିଦିନ ପୂର୍ବରୁ ଗୁଜରାଟର ଭାବନଗରରେ ଡ୍ରୋନ୍ ମାଧ୍ୟମରେ କ୍ଷେତରେ ନାନୋ-ୟୁରିଆ ଛିଞ୍ଚାଗଲା । କୋଭିଡ଼ ଟିକାକରଣ ଅଭିଯାନରେ ମଧ୍ୟ ଡ୍ରୋନ୍ ନିଜର ଭୂମିକା ତୁଲାଉଛି । ଏହାର ଏକ ଚିତ୍ର ଆମକୁ ମଣିପୁରରେ ଦେଖିବାକୁ ମିଳିଥିଲା । ସେଠାକାର ଗୋଟିଏ ଦ୍ୱୀପକୁ ଡ୍ରୋନରେ ଟିକା ପହଞ୍ଚାଇ ଦିଆଯାଇଥିଲା । ତେଲେଙ୍ଗାନାରେ ମଧ୍ୟ ଡ୍ରୋନରେ ଟିକା ପରିବହନ କରାଯିବା ପାଇଁ ପରୀକ୍ଷା ନିରୀକ୍ଷା କରାଯାଇସାରିଛି । କେବଳ ଏତିକି ନୁହେଁ, ଏବେ ଅନେକ ବଡ଼ ବଡ଼ ଇନ୍ଫ୍ରାଷ୍ଟ୍ରକ୍ଚର୍ ପ୍ରକଳ୍ପର ତଦାରଖ ପାଇଁ ମଧ୍ୟ ଡ୍ରୋନ୍ ବ୍ୟବହାର କରାଯାଉଛି । ମୁଁ ଏପରି ଜଣେ ଯୁବ ଛାତ୍ରଙ୍କ ସମ୍ପର୍କରେ ପଢ଼ିଛି, ଯିଏ ନିଜ ଡ୍ରୋନ୍ ସାହାଯ୍ୟରେ ମତ୍ସ୍ୟଜୀବୀଙ୍କ ଜୀବନ ବଞ୍ଚାଇଛନ୍ତି ।
ବନ୍ଧୁଗଣ, ପ୍ରଥମେ ଏ କ୍ଷେତ୍ରରେ ଏତେ ନିୟମ, ଆଇନ ଓ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା ଯେ ଡ୍ରୋନର ପ୍ରକୃତ କ୍ଷମତାର ବ୍ୟବହାର ମଧ୍ୟ ସମ୍ଭବ ନ ଥିଲା । ଯେଉଁ ପ୍ରଯୁକ୍ତିକୁ ସୁଯୋଗ ଭାବେ ଦେଖାଯିବାର ଥିଲା, ତାକୁ ସଙ୍କଟ ଭାବେ ଦେଖାଗଲା । ଯଦି ଆପଣଙ୍କୁ କୌଣସି କାର୍ଯ୍ୟ ପାଇଁ ଡ୍ରୋନ୍ ଉଡ଼ାଇବାର ଅଛି ତେବେ ଲାଇସେନ୍ସ ଓ ଅନୁମତି ପାଇଁ ଏତେ ଝାମେଲା ରହିଥିଲା ଯେ ଲୋକେ ଡ୍ରୋନ୍ ନାଁ ଶୁଣିଲେ ହିଁ ମୁହଁ ମୋଡ଼ି ଦେଉଥିଲେ । ଆମେ ସ୍ଥିର କଲୁ ଯେ ଏହି ମନୋବୃତିକୁ ବଦଳାଯାଉ ଏବଂ ନୂଆ ଟ୍ରେଣ୍ଡସକୁ ଆପଣାଯାଉ । ଏଥିପାଇଁ ଚଳିତ ବର୍ଷ ୨୫ ଅଗଷ୍ଟରେ ଦେଶ ଏକ ନୂଆ ଡ୍ରୋନ୍ ନୀତି ନେଇ ଆସିଲା । ଏହି ନୀତି ଡ୍ରୋନ୍ ସହିତ ସଂପୃକ୍ତ ବର୍ତ୍ତମାନ ଓ ଭବିଷ୍ୟତର ସମ୍ଭାବନାଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏଥିରେ ଏବେ ନା ବହୁତ ଗୁଡ଼ାଏ ଫର୍ମର ଚକ୍କରରେ ପଡ଼ିବାର ଅଛି, ନା ଆଗଭଳି ଶୁଳ୍କ ଦେବାକୁ ପଡ଼ିବ । ମୋତେ ଆପଣଙ୍କୁ ଏହା ଜଣାଇ ଖୁସି ଲାଗୁଛି ଯେ ନୂଆ ଡ୍ରୋନ୍ ନୀତି ଆସିବା ପରେ ଅନେକ ଡ୍ରୋନ୍ ଷ୍ଟାର୍ଟ-ଅପରେ ବିଦେଶୀ ଓ ଦେଶୀ ନିବେଶକମାନେ ନିବେଶ କରିଛନ୍ତି । ଅନେକ କମ୍ପାନୀ ମାନୁଫାକ୍ଚରିଂ ୟୁନିଟ୍ ମଧ୍ୟ ବସାଉଛନ୍ତି । ସ୍ଥଳସେନା, ନୌସେନା ଓ ବାୟୁସେନା ଭାରତୀୟ ଡ୍ରୋନ୍ କମ୍ପାନୀଗୁଡ଼ିକୁ ୫୦୦ କୋଟିରୁ ଅଧିକ ଟଙ୍କାର ଅର୍ଡର୍ ମଧ୍ୟ ଦେଇଛି । ଆଉ ଏହା ତ କେବଳ ଆରମ୍ଭ ମାତ୍ର । ଆମକୁ ଏଇଠି ଅଟକିବାର ନାହିଁ । ଆମକୁ ଡ୍ରୋନ୍ ଟେକ୍ନୋଲୋଜିରେ ଅଗ୍ରଣୀ ଦେଶ ହେବାର ଅଛି । ଏଥିପାଇଁ ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି । ମୁଁ ଦେଶର ଯୁବକ ଯୁବତୀମାନଙ୍କୁ ମଧ୍ୟ କହୁଛି ଯେ ଆପଣ ଡ୍ରୋନ୍ ନୀତି ପରେ ଆସିଥିବା ସୁଯୋଗର ଲାଭ ଉଠାଇବା ସମ୍ପର୍କରେ ମଧ୍ୟ ନିଶ୍ଚିତ ଚିନ୍ତା କରନ୍ତୁ, ଆଗେଇ ଆସନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ୟୁପିର ମିରଟରୁ ‘ମନ୍ କୀ ବାତ୍’ର ଜଣେ ଶ୍ରୋତା ଶ୍ରୀମତୀ ପ୍ରଭା ଶୁକ୍ଳା ମୋତେ ସ୍ୱଚ୍ଛତା ସହ ସଂପୃକ୍ତ ଗୋଟିଏ ଚିଠି ପଠାଇଛନ୍ତି । ସେ ଲେଖିଛନ୍ତି ଯେ - “ଭାରତରେ ପର୍ବପର୍ବାଣୀରେ ଆମେମାନେ ସ୍ୱଚ୍ଛତାକୁ ସେଲିବ୍ରେଟ୍ କରିଥାଉ । ଠିକ୍ ସେହିପରି ଯଦି ଆମେ ସ୍ୱଚ୍ଛତାକୁ ପ୍ରତିଦିନର ଅଭ୍ୟାସରେ ପରିଣତ କରୁ ତେବେ ସମଗ୍ର ଦେଶ ସ୍ୱଚ୍ଛ ହୋଇଯିବ ।” ମୋତେ ପ୍ରଭାଜୀଙ୍କ କଥା ବହୁତ ଭଲ ଲାଗିଲା । ପ୍ରକୃତରେ, ଯେଉଁଠି ପରିଷ୍କାର ପରିଚ୍ଛନ୍ନତା ଅଛି, ସେଇଠି ହିଁ ସ୍ୱାସ୍ଥ୍ୟ ଅଛି, ଯେଉଁଠି ସ୍ୱାସ୍ଥ୍ୟ ଅଛି ସେଇଠି ସାମର୍ଥ୍ୟ ଅଛି ଏବଂ ଯେଉଁଠି ସାମର୍ଥ୍ୟ ଅଛି ସେଇଠି ସମୃଦ୍ଧି ରହିଛି । ଏଥିପାଇଁ ତ ଦେଶ ସ୍ୱଚ୍ଛ ଭାରତ ଅଭିଯାନକୁ ଏତେ ଗୁରୁତ୍ୱ ଦେଉଛି ।
ବନ୍ଧୁଗଣ, ରାଂଚି ଉପକଣ୍ଠ ଗୋଟିଏ ଗାଁ ସପାରାମ ନୟା ସରାୟ ବିଷୟରେ ଜାଣି ବହୁତ ଭଲ ଲାଗିଲା । ଏହି ଗାଁରେ ଗୋଟିଏ ପୋଖରୀ ଥିଲା, କିନ୍ତୁ ଲୋକେ ସେହି ପୋଖରୀ ଥିବା ଜାଗାକୁ ଖୋଲା ମଳତ୍ୟାଗ ପାଇଁ ବ୍ୟବହାର କରିବାକୁ ଲାଗିଥିଲେ । ସ୍ୱଚ୍ଛ ଭାରତ ଅଭିଯାନରେ ଯେତେବେଳେ ସମସ୍ତଙ୍କ ଘରେ ଶୌଚାଳୟ ତିଆରି ହେଲା ସେତେବେଳେ ଗ୍ରାମବାସୀ ଭାବିଲେ ଯେ ଗାଁକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ସେମାନେ କାହିଁକି ସୁନ୍ଦର ମଧ୍ୟ କରିବେ ନାହିଁ । ଆଉ କ’ଣ ଥିଲା? ସମସ୍ତେ ମିଶି ପୋଖରୀ ଥିବା ଜାଗାଟିକୁ ପାର୍କରେ ପରିଣତ କରିଦେଲେ । ଆଜି ସେହି ଜାଗାଟି ଲୋକଙ୍କ ପାଇଁ, ପିଲାଙ୍କ ପାଇଁ ଏକ ସାର୍ବଜନୀନ ସ୍ଥାନ ହୋଇଯାଇଛି । ଏହାଦ୍ୱାରା ସମଗ୍ର ଗାଁର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଛି । ମୁଁ ଆପଣଙ୍କୁ ଛତିଶଗଡ଼ର ଦେଉର ଗାଁର ମହିଳାଙ୍କ ସମ୍ପର୍କରେ ମଧ୍ୟ କହିବାକୁ ଚାହିଁବି । ଏଠାକାର ମହିଳାମାନେ ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଚଳାନ୍ତି ଏବଂ ମିଳିମିଶି ଗାଁର ଛକ, ସଡ଼କ, ମନ୍ଦିର ଆଦିକୁ ସଫାସୁତୁରା କରିଥାନ୍ତି ।
ବନ୍ଧୁଗଣ, ୟୁପିର ଗାଜିଆବାଦର ରାମବୀର ତଁୱରଙ୍କୁ ଲୋକେ ‘ପୋଖରୀ ମଣିଷ’ ଭାବେ ଜାଣନ୍ତି । ରାମବୀର ଜୀ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ିବା ପରେ ଚାକିରି କରୁଥିଲେ । କିନ୍ତୁ ତାଙ୍କ ମନରେ ସ୍ୱଚ୍ଛତାର ଏପରି ଜ୍ୟୋତି ଜଳିଲା ଯେ ସେ ଚାକିରିବାକିରି ଛାଡ଼ି ପୋଖରୀର ସଫାସୁତୁରାରେ ଲାଗିଗଲେ । ରାମବୀର ଏପର୍ଯ୍ୟନ୍ତ ଅନେକ ପୋଖରୀର ସଫେଇ କରି ସେଗୁଡ଼ିକୁ ପୁନର୍ଜୀବିତ କରିଛନ୍ତି ।
ବନ୍ଧୁଗଣ, ସ୍ୱଚ୍ଛତାର ପ୍ରୟାସ ସେତେବେଳେ ସମ୍ପୂର୍ଣ୍ଣ ସଫଳ ହେବ ଯେତେବେଳେ ପ୍ରତ୍ୟେକ ନାଗରିକ ସ୍ୱଚ୍ଛତାକୁ ନିଜର ଦାୟିତ୍ୱ ବୋଲି ଭାବିବେ । ଏବେ ଦୀପାବଳିରେ ଆମେ ସମସ୍ତେ ନିଜ ଘରର ସଫାସୁତୁରାରେ ଲାଗିପଡ଼ିବା । କିନ୍ତୁ ଏହି ସମୟରେ ଆମେ ଧ୍ୟାନ ଦେବା ଯେ ଆମ ଘର ସହ ଆମର ଆଖପାଖ ମଧ୍ୟ ସଫା ରହିଛି ନା ନାହିଁ । ଏପରି ହେବା ଆଦୌ ଉଚିତ ନୁହେଁ ଯେ ଆମେ କେବଳ ଆମ ଘର ସଫା କରିବା କିନ୍ତୁ ଆମ ଘରୁ ବାହାରୁଥିବା ମଇଳା ଘର ବାହାରେ ରାସ୍ତା ଉପରେ ଯେମିତି ପହଂଚି ନ ଯାଏ । ଆଉ ହଁ, ମୁଁ ଯେତେବେଳେ ସ୍ୱଚ୍ଛତା କଥା କହେ ତେବେ ଦୟାକରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ରୁ ମୁକ୍ତି କଥା ଆମେ କେବେ ମଧ୍ୟ ଭୁଲିବା ନାହିଁ । ଆସନ୍ତୁ, ଆମେ ସଙ୍କଳ୍ପ ନେବା ଯେ ସ୍ୱଚ୍ଛ ଭାରତ ଅଭିଯାନର ଉତ୍ସାହକୁ କମ୍ ହେବାକୁ ଦେବାନାହିଁ । ଆମେ ସମସ୍ତେ ମିଶି ନିଜ ଦେଶକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ କରିବା ଓ ସ୍ୱଚ୍ଛ ରଖିବା ।
ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବରର ପୁରା ମାସ ହିଁ ପର୍ବପର୍ବାଣୀ ରଂଗରେ ରଂଗାୟିତ ହେଲା ଏବଂ ଆଉ କିଛିଦିନ ପରେ ଦୀପାବଳି ବି ଆସୁଛି । ଦୀପାବଳି ପରେ ଗୋବର୍ଦ୍ଧନ ପୂଜା ଏବଂ ଭାଇ-ଦୁଜ୍, ଏହି ତିନିଟି ପର୍ବ ତ ପାଳନ କରାଯିବ, ପୁଣି ଏହି ସମୟରେ ଛଠ୍ପୂଜା ମଧ୍ୟ ପଡ଼ିବ । ନଭେମ୍ବରରେ ହିଁ ଗୁରୁ ନାନକ ଦେବ ଜୀଙ୍କ ଜୟନ୍ତୀ ମଧ୍ୟ ଅଛି । ଯେହେତୁ ଏତେସବୁ ପର୍ବପର୍ବାଣୀ ଏକାସାଂଗେ ହେବାର ଅଛି ସେଥିପାଇଁ ପ୍ରସ୍ତୁତି ମଧ୍ୟ ବହୁ ଆଗରୁ ଆରମ୍ଭ ହୋଇଥାଏ । ଆପଣମାନେ ମଧ୍ୟ ଏବେଠାରୁ କିଣାକିଣିର ଯୋଜନାରେ ଲାଗିଥିବେ, କିନ୍ତୁ ଆପଣମାନଙ୍କର ମନେଅଛି ତ, କିଣାକିଣି ମାନେ ‘ଭୋକାଲ୍ ଫର୍ ଲୋକାଲ୍’ । ଆପଣ ଲୋକାଲ୍ କିଣିବେ ତ ଆପଣଙ୍କର ପର୍ବପର୍ବାଣୀ ମଧ୍ୟ ଆଲୋକିତ ହେବ ଏବଂ କୌଣସି ଗରିବ ଭାଇଭଉଣୀ, କୌଣସି କାରିଗର, କୌଣସି ବୁଣାକାରଙ୍କ ଘରେ ମଧ୍ୟ ଆଲୋକ ଜଳିବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଯେଉଁ ଅଭିଯାନ ଆମେ ସମସ୍ତେ ମିଶି ଆରମ୍ଭ କରିଛୁ, ଏଥର ପର୍ବପର୍ବାଣୀଗୁଡ଼ିକରେ ତାହା ଆହୁରି ମଜଭୁତ ହେବ । ଆପଣ ନିଜ ଜାଗାର ଯେଉଁ ସ୍ଥାନୀୟ ଉତ୍ପାଦ କିଣିଛନ୍ତି, ସେ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ସେୟାର୍ କରନ୍ତୁ । ନିଜର ସାଙ୍ଗସାଥୀଙ୍କୁ ମଧ୍ୟ କହନ୍ତୁ । ଆସନ୍ତା ମାସରେ ଆମେ ପୁଣି ଭେଟ ହେବା, ଏବଂ ପୁଣି ଏପରି ବହୁ ବିଷୟରେ କଥା ହେବା ।
ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ଔଷଧୀୟ ଗଛ ଲଗାଇଥିବା ଓଡ଼ିଶା କଳାହାଣ୍ଡିର ପଟାୟତ ସାହୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପାର୍ବଣ ଋତୁରେ କୋଭିଡ ସଚେତନତା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆପଣମାନେ ଜାଣିଛନ୍ତି ଯେ, ଗୋଟିଏ ଜରୁରୀ କାର୍ଯ୍ୟକ୍ରମ ପାଇଁ ମୋତେ ଆମେରିକା ଯିବାକୁ ପଡ଼ୁଛି । ତେଣୁ, ମୁଁ ଭାବିଲି ଯେ ଆମେରିକା ଯିବା ପୂର୍ବରୁ ହିଁ ମୁଁ ‘ମନ୍ କି ବାତ୍’ ରେକର୍ଡ଼ କରିଦେଲେ ଭଲହେବ । ସେପ୍ଟେମ୍ବର ମାସରେ ଯେଉଁଦିନ ‘ମନ୍ କି ବାତ୍’ ରହିଛି, ସେହି ତାରିଖରେ ଗୋଟିଏ ବିଶେଷ ଦିବସ ପାଳନ କରାଯାଏ । ଅବଶ୍ୟ ଆମେ ଅନେକ ପ୍ରକାର ଦିବସକୁ ମନେ ରଖିଥାଉ, ଅନେକ ପ୍ରକାର ଦିବସ ପାଳନ ମଧ୍ୟ କରିଥାଉଁ । ଯଦି ନିଜ ଘରେ ଯୁବ ବୟସର ପୁଅ-ଝିଅ ଥାଆନ୍ତି, ସେମାନଙ୍କୁ ପଚାରିଲେ ସେମାନେ ବର୍ଷଯାକରେ କେଉଁ ତାରିଖରେ କେଉଁ ଦିନ ପଡ଼େ ତା’ର ପୁରା ତାଲିକା ଦେଇଦେବେ । କିନ୍ତୁ ଗୋଟିଏ ଦିନ ଏମିତି ରହିଛି, ଯାହା ଆମେ ସମସ୍ତେ ମନେ ରଖିବା ଉଚିତ । ଏହା ଏମିତି ଗୋଟିଏ ଦିନ, ଯାହା ଭାରତର ପରମ୍ପରା ସହ ଖୁବ୍ ଓତଃପ୍ରୋତ ଭାବେ ଜଡ଼ିତ । ଶହ ଶହ ବର୍ଷ ଧରି ଯେଉଁ ପରମ୍ପରା ସହ ଆମେ ଯୋଡ଼ି ହୋଇ ରହିଛୁ, ତା’ସହିତ ଆମକୁ ସଂଯୁକ୍ତ କରୁଛି । ତାହା ହେଉଛି ବିଶ୍ୱ ନଦୀ ଦିବସ । ଆମର ଶାସ୍ତ୍ରରେ କୁହାଯାଇଛି ଯେ,
ପିବନ୍ତି ନଦ୍ୟଃ, ସ୍ୱୟମେବ ନାମ୍ଭଃ
ଅର୍ଥାତ୍, ନଦୀ ନିଜ ଜଳ ନିଜେ ପାନ କରେ ନାହିଁ, ବରଂ ପରୋପକାର ପାଇଁ ପ୍ରଦାନ କରେ । ଆମ ପାଇଁ ନଦୀ ଏକ ଭୌତିକ ବସ୍ତୁ ନୁହେଁ, ଆମ ପାଇଁ ନଦୀ ଏକ ଜୀବନ୍ତ ସତ୍ତା । ସେଥିପାଇଁ ତ ଆମେ ନଦୀକୁ ମାତା ବୋଲି ସମ୍ବୋଧନ କରିଥାଉ । ଆମର ଅନେକ ପର୍ବପର୍ବାଣି, ଉତ୍ସବ, ଉଲ୍ଲାସ ଏସବୁ ଏହି ମାତାଙ୍କ କୋଳରେ ହିଁ ତ ସମାପିତ ହୋଇଥାଏ ।
ଆପଣମାନେ ଜାଣନ୍ତି ଯେ, ମାଘ ମାସ ଆସିଲେ ଆମ ଦେଶରେ ବହୁତ ଲୋକ ଗଙ୍ଗାମାତା କିମ୍ବା କୌଣସି ଅନ୍ୟ ନଦୀତଟରେ କଳ୍ପବାସ କରିଥାନ୍ତି । ଏବେ ତ ଆଉ ଏହି ପରମ୍ପରା ନାହିଁ, କିନ୍ତୁ ପୂର୍ବ ସମୟରେ ତ ଏଭଳି ପରମ୍ପରା ରହିଥିଲା ଯେ, ଘରେ ସ୍ନାନ କରିବା ସମୟରେ ମଧ୍ୟ ନଦୀମାନଙ୍କୁ ସ୍ମରଣ କରାଯାଉଥିଲା । ଆଜି ହୁଏତ ଏହା ବିଲୁପ୍ତ ହୋଇଯାଇଥାଇ ପାରେ କିମ୍ବା ନାମମାତ୍ର ଜୀବିତ ଥାଇପାରେ । କିନ୍ତୁ ଏହା ଏକ ବହୁତ ବଡ଼ ପରମ୍ପରା ଥିଲା ଯାହା ପ୍ରାତଃକାଳରେ ସ୍ନାନ ସମୟରେ ହିଁ ବିଶାଳ ଭାରତର ଯାତ୍ରା କରାଇ ଦେଉଥିଲା । ମାନସିକ ଯାତ୍ରା! ଦେଶର କୋଣ ଅନୁକୋଣରୁ ଯୋଡ଼ି ହେବାପାଇଁ ପ୍ରେରଣା ପ୍ରଦାନ କରୁଥିଲା । ଭାରତରେ ସ୍ନାନ କରିବା ସମୟରେ ଗୋଟିଏ ଶ୍ଳୋକ ଆବୃତ୍ତି କରିବାର ପରମ୍ପରା ରହିଆସିଛି ।
ଗଙ୍ଗେ ଚ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ
ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଂ କୁରୁ । ।
ଆଗ କାଳରେ ଘରେ ବୟସ୍କମାନେ ପିଲାମାନଙ୍କୁ ଏହି ଶ୍ଳୋକ କଣ୍ଠସ୍ଥ କରାଉଥିଲେ । ଏହାକୁ ନେଇ ଆମ ଦେଶରେ ନଦୀଗୁଡ଼ିକ ପାଇଁ ମନରେ ଆସ୍ଥା ସୃଷ୍ଟି ହେଉଥିଲା । ବିଶାଳ ଭାରତର ଗୋଟିଏ ମାନଚିତ୍ର ମନରେ ଅଙ୍କିତ ହୋଇଯାଉଥିଲା । ନଦୀ ସହ ସମ୍ପର୍କ ସୃଷ୍ଟି ହେଉଥିଲା । ଯେଉଁ ନଦୀକୁ ମାତା ରୂପେ ଆମେ ଜାଣୁ, ଦେଖୁ, ସେହି ନଦୀ ପ୍ରତି ଆସ୍ଥାଭାବ ସୃଷ୍ଟି ହେଉଥିଲା । ଏହା ଏକ ସଂସ୍କାର ପ୍ରକ୍ରିୟା ଥିଲା ।
ବନ୍ଧୁଗଣ, ଆମେ ଯେତେବେଳେ ଆମ ଦେଶରେ ନଦୀଗୁଡ଼ିକର ମହିମା ସମ୍ପର୍କରେ କଥା ହେଉଛୁ, ସେତେବେଳେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ପ୍ରଶ୍ନ ଉଠାଇବା ସ୍ୱାଭାବିକ ଏବଂ ପ୍ରଶ୍ନ କରିବାର ସେମାନଙ୍କ ଅଧିକାର ମଧ୍ୟ ରହିଛି ଏବଂ ତା’ର ଉତ୍ତର ଦେବା ଆମର ଦାୟିତ୍ୱ । କେହି ବି ପ୍ରଶ୍ନ କରିପାରେ ଯେ, ଆପଣ ନଦୀକୁ ନେଇ ଏତେ କଥା କହୁଛନ୍ତି, ନଦୀକୁ ମାତା ବୋଲି ସମ୍ବୋଧିତ କରୁଛନ୍ତି, ତାହେଲେ ସେହି ନଦୀ ପ୍ରଦୂଷିତ କାହିଁକି ହୋଇଯାଉଛି ? ଆମ ଶାସ୍ତ୍ରରେ ତ ନଦୀକୁ ଟିକିଏ ମାତ୍ର ପ୍ରଦୂଷିତ କରିବାକୁ ବାରଣ କରାଯାଇଛି । ଆମ ପରମ୍ପରା ମଧ୍ୟ ଏହିଭଳି । ଆପଣମାନେ ତ ଜାଣନ୍ତି ଯେ, ଆମ ଭାରତର ପଶ୍ଚିମ ଅଂଚଳ ବିଶେଷ କରି ଗୁଜୁରାଟ ଓ ରାଜସ୍ଥାନରେ ପାଣିର ଘୋର ଅଭାବ ରହିଛି । ସେଠାରେ ଅନେକ ଥର ମରୁଡ଼ି ହୋଇଥାଏ । ତେଣୁ ଏବେ ସେଠାରେ ଗୋଟିଏ ନୂତନ ସାମାଜିକ ପରମ୍ପରା ସୃଷ୍ଟି ହୋଇଛି । ଯେମିତିକି ଗୁଜରାଟରେ ବର୍ଷାଋତୁ ଆରମ୍ଭରେ ଜଲ୍ ଜୀଲ୍ନି ଏକାଦଶୀ ପାଳନ କରାଯାଏ । ଅର୍ଥାତ୍ ଆଜି ଆମେ ଯାହାକୁ ଇଂରାଜୀରେ କ୍ୟାଚ୍ ଦି ରେନ୍ କହୁଛୁଁ, ତାହା ସେହି କଥା । ଜଳର ପ୍ରତ୍ୟେକଟି ବିନ୍ଦୁକୁ ସଂରକ୍ଷିତ କରିବା ତାହାହିଁ ଜଲ୍ ଜୀଲ୍ନି । ସେହିଭଳି ବର୍ଷାଋତୁ ପରେ ବିହାର ଓ ପୂର୍ବାଂଚଳରେ ଛଠ୍ ମହାପର୍ବ ପାଳନ କରାଯାଇଥାଏ । ଛଠ୍ ପୂଜାକୁ ଦୃଷ୍ଟିରେ ରଖି ନଦୀତଟରେ ଘାଟଗୁଡ଼ିକର ସଫେଇ ଓ ମରାମତି କାମ ଆରମ୍ଭ ହୋଇଯାଇଥିବ ବୋଲି ମୋର ଆଶା । ଆମେ ନଦୀକୁ ପରିଷ୍କାର କରିବା ଓ ତାହାକୁ ପ୍ରଦୂଷଣରୁ ମୁକ୍ତ ରଖିବା କାର୍ଯ୍ୟ ସମସ୍ତଙ୍କ ପ୍ରଚେଷ୍ଟା ଏବଂ ସମସ୍ତଙ୍କ ସହଯୋଗରେ ନିଶ୍ଚୟ କରିପାରିବା । ‘ନମାମୀ ଗଙ୍ଗେ ମିଶନ୍’ ମଧ୍ୟ ଏବେ ଆଗକୁ ବଢ଼ୁଛି ଯେଉଁଥିରେ ସମସ୍ତଙ୍କର ପ୍ରୟାସ, ଜନ-ଜାଗୃତି, ଜନ ଆନ୍ଦୋଳନ ଆଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ବନ୍ଧୁଗଣ, ଯେତେବେଳେ ନଦୀ କଥା ପଡ଼ିଛି, ମା’ ଗଙ୍ଗାଙ୍କ କଥା ପଡ଼ିଛି, ସେତେବେଳେ ଅନ୍ୟ ଗୋଟିଏ କଥା ପ୍ରତି ଆପଣମାନଙ୍କ ଦୃଷ୍ଟି ଆକର୍ଷିତ କରିବାକୁ ଇଚ୍ଛା ହେଉଛି । ନମାମୀ ଗଙ୍ଗେ କଥା କହିଲା ବେଳେ ଗୋଟିଏ ଦିଗକୁ ଆପଣଙ୍କ ଦୃଷ୍ଟି ନିଶ୍ଚୟ ଯାଇଥିବ । ବିଶେଷକରି ଆମ ଯୁବବର୍ଗଙ୍କ ଦୃଷ୍ଟି ନିଶ୍ଚୟ ପଡ଼ିଥିବ । ଆଜିକାଲି ଗୋଟିଏ ବିଶେଷ ଇ-ଅକ୍ସନ ବା ଇ-ନିଲାମ ପ୍ରକ୍ରିୟା ଚାଲିଛି । ଏହି ଇଲେକ୍ଟ୍ରନିକ୍ ନିଲାମ ପ୍ରକ୍ରିୟାରେ ସେହି ଦ୍ରବ୍ୟଗୁଡ଼ିକ ନିଲାମ କରାଯାଉଛି, ଯାହା ସମୟ ସମୟରେ ଲୋକେ ମୋତେ ଉପହାର ରୂପେ ଦେଇଛନ୍ତି । ଏହି ନିଲାମରୁ ଯେଉଁ ଅର୍ଥ ମିଳୁଛି, ତାହା ନମାମୀ ଗଙ୍ଗେ ଅଭିଯାନ ପାଇଁ ହିଁ ସମର୍ପିତ କରାଯାଉଛି । ଆପଣ ଯେଉଁ ଆତ୍ମୀୟ ଭାବନା ସହ ମୋତେ ଉପହାର ଦେଉଛନ୍ତି, ସେହି ଭାବନାକୁ ଏହି ଅଭିଯାନ ଆହୁରି ସୁଦୃଢ଼ କରୁଛି ।
ବନ୍ଧୁଗଣ, ସାରା ଦେଶରେ ନଦୀଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ, ଜଳର ସ୍ୱଚ୍ଛତା ପାଇଁ, ସରକାର ଏବଂ ସମାଜସେବୀ ସଂଗଠନ ନିରନ୍ତର କିଛି ନା କିଛି ପ୍ରୟାସ ଜାରି ରଖିଥାନ୍ତି । ଏହା ଆଜିଠୁ ନୁହେଁ ବରଂ ଦଶନ୍ଧି ଦଶନ୍ଧି ଧରି ଚାଲିଥାଏ । କିଛି ଲୋକ ତ ଏଭଳି କାମ ପାଇଁ ନିଜକୁ ହିଁ ସମର୍ପି ଦିଅନ୍ତି । ଏହି ପରମ୍ପରା, ଏହି ପ୍ରୟାସ, ଏହି ଆସ୍ଥା ହିଁ ଆମ ନଦୀଗୁଡ଼ିକୁ ଜୀବିତ କରି ରଖିଛି । ଭାରତର ଯେକୌଣସି ଅଂଚଳରୁ ଯେତେବେଳେ ଏହିଭଳି ଖବର ମୋ କାନକୁ ଆସେ, ସେତେବେଳେ ମୋ ମନରେ ଏଭଳି କାମ କରୁଥିବା ଲୋକଙ୍କ ପ୍ରତି ଗୋଟିଏ ଆଦର ଭାବ ସୃଷ୍ଟି ହୋଇଥାଏ । ସେ କଥା, ଆପଣଙ୍କୁ ଜଣାଇବା ପାଇଁ ମଧ୍ୟ ମୋର ଇଚ୍ଛା ହୁଏ । ମୁଁ ତାମିଲନାଡ଼ୁର ଭେଲ୍ଲୋର ଓ ତିରୁୱନ୍ନାମଲାଇ ଜିଲ୍ଲାର ଗୋଟିଏ ଉଦାହରଣ ଦେବାକୁ ଚାହୁଁଛି । ଏଠାରେ ନାଗାନଧି ନାମରେ ଗୋଟିଏ ନଦୀ ପ୍ରବାହିତ ହେଉଛି । ଏହି ନାଗାନଧି ଅନେକ ବର୍ଷ ଧରି ଶୁଖିଯାଇଥିଲା । ଏହି କାରଣରୁ ସେ ଅଂଚଳର ଜଳସ୍ତର ମଧ୍ୟ ଖୁବ ତଳକୁ ଖସିଯାଇଥିଲା । କିନ୍ତୁ ସେଠାକାର ମହିଳାମାନେ ନିଜର ଏହି ନଦୀକୁ ପୁନର୍ଜୀବିତ କରିବା ପାଇଁ ଅଣ୍ଟା ଭିଡ଼ିଲେ । ଫଳସ୍ୱରୂପ, ସେମାନେ ଲୋକମାନଙ୍କୁ ଏକତ୍ରିତ କଲେ । ଜନ-ସହଯୋଗରେ କେନାଲ ଖୋଳିଲେ । ଚେକ୍ ଡ୍ୟାମ୍ ତିଆରି କଲେ । ରିଚାର୍ଜ କୂଅ ଖୋଳିଲେ । ବନ୍ଧୁଗଣ, ଆପଣମାନେ ମଧ୍ୟ ଏକଥା ଜାଣି ଖୁସିହେବେ ଯେ, ଆଜି ସେହି ନଦୀ, ଜଳରେ ପରିପୂର୍ଣ୍ଣ ହୋଇଯାଇଛି । ଆଉ ଯେତେବେଳେ ନଦୀଟି ଜଳରେ ପରିପୂର୍ଣ୍ଣ ହୋଇଯାଏ ସେତେବେଳେ ମନ ଏତେ ପ୍ରସନ୍ନ ହୋଇଯାଏ, ଯାହାକୁ ମୁଁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି ।
ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଜାଣିଥିବେ ଯେ, ଯେଉଁ ସାବରମତୀ କୂଳରେ ମହାତ୍ମାଗାନ୍ଧି ସାବରମତୀ ଆଶ୍ରମ ପ୍ରତିଷ୍ଠା କରିଥିଲେ, ବିଗତ କିଛି ଦଶନ୍ଧିରେ ସେହି ସାବରମତୀ ନଦୀ ଶୁଖିଯାଇଥିଲା । ବର୍ଷଯାକରେ ୬–୮ ମାସ ପାଣି ରହୁନଥିଲା । ନର୍ମଦା ନଦୀ ଓ ସାବରମତୀ ନଦୀକୁ ଯୋଡ଼ି ଦିଆଗଲା । ଏବେ ଅହମ୍ମଦାବାଦ ଗଲେ, ସାବରମତୀ ନଦୀରେ ପାଣି ଦେଖି ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇଯିବ । ଏହିଭଳି ବହୁତଗୁଡ଼ିଏ କାମ, ଯେମିତିକି, ତାମିଲନାଡ଼ୁରେ ଆମର ଏହି ଭଉଣୀମାନେ କରୁଛନ୍ତି, ଦେଶର ଅନେକ ଅଂଚଳରେ ଚାଲିଛି । ମୋ ଜାଣିବାରେ, ଧର୍ମୀୟ ପରମ୍ପରା ସହ ଜଡ଼ିତ ଆମର ଅନେକ ସାଧୁ-ସନ୍ଥ ରହିଛନ୍ତି, ଗୁରୁଜନ ରହିଛନ୍ତି, ସେମାନେ ମଧ୍ୟ ନିଜର ଆଧ୍ୟାତ୍ମିକ ଯାତ୍ରା ସହ ଜଳ ପାଇଁ, ନଦୀ ପାଇଁ ବହୁତ କିଛି କରୁଛନ୍ତି । କେଉଁଠି ନଦୀକୂଳରେ ବୃକ୍ଷରୋପଣର ଅଭିଯାନ ଚଳାଇଛନ୍ତି ତ କେଉଁଠି ଦୂଷିତ ଜଳକୁ ନଦୀରେ ମିଶିବାକୁ ରୋକାଯାଉଛି ।
ବନ୍ଧୁଗଣ, ଆଜି ବିଶ୍ୱ ନଦୀ ଦିବସ ଅବସରରେ ଏଭଳି କାର୍ଯ୍ୟ ପ୍ରତି ସମର୍ପିତ ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ହେଲେ ନଦୀ ନିକଟରେ ବସବାସ କରୁଥିବା ଲୋକଙ୍କୁ, ଦେଶବାସୀଙ୍କୁ ମୋର ଅନୁରୋଧ ଯେ ବର୍ଷକୁ ଥରେ ଦେଶର କୋଣ ଅନୁକୋଣରେ ନଦୀ ଉତ୍ସବ ପାଳନ କରାଯିବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, କେବେହେଲେ କୌଣସି ଛୋଟ କଥାକୁ, ଛୋଟ ବସ୍ତୁକୁ ଛୋଟ ମନେକରିବା ଅନୁଚିତ । ଛୋଟ ଛୋଟ ପ୍ରଚେଷ୍ଟାଗୁଡ଼ିକ ବେଳେ ବେଳେ ବହୁତ ବଡ଼ ବଡ଼ ପରିବର୍ତ୍ତନ ଆଣିଥାନ୍ତି । ମହାତ୍ମା ଗାନ୍ଧିଙ୍କ ଜୀବନକୁ ଅନୁଧ୍ୟାନ କଲେ ଆମେ ପ୍ରତିମୁହୂର୍ତ୍ତରେ ଅନୁଭବ କରିବା ଯେ, ଛୋଟ ଛୋଟ କଥାଗୁଡ଼ିକ ତାଙ୍କ ଜୀବନରେ ବହୁତ ଗୁରୁତ୍ୱ ବହନ କରୁଥିଲା ଓ ଛୋଟ ଛୋଟ କଥାଗୁଡ଼ିକୁ ନେଇ ସେ କିଭଳି ବଡ଼ ବଡ଼ ସଂକଳ୍ପକୁ ସାକାର କରିଥିଲେ । ସ୍ୱଚ୍ଛତା ଅଭିଯାନ କିଭଳି ସ୍ୱାଧୀନତା ଆନ୍ଦୋଳନକୁ ନିରନ୍ତର ଶକ୍ତି ପ୍ରଦାନ କରିଥିଲା, ସେକଥା ଆଜିର ଯୁବବର୍ଗ ଜାଣିବା ଉଚିତ । ମହାତ୍ମା ଗାନ୍ଧି ହିଁ ତ ସ୍ୱଚ୍ଛତାକୁ ଏକ ଜନ-ଆନ୍ଦୋଳନର ରୂପ ଦେଇଥିଲେ । ମହାତ୍ମା ଗାନ୍ଧି ସ୍ୱଚ୍ଛତାକୁ ସ୍ୱାଧୀନତାର ସ୍ୱପ୍ନ ସହ ଯୋଡ଼ି ଦେଇଥିଲେ । ଆଜି ଏତେ ଦଶନ୍ଧି ପରେ ସ୍ୱଚ୍ଛତା ଆନ୍ଦୋଳନ ପୁଣିଥରେ ଦେଶକୁ ନୂତନ ଭାରତର ସ୍ୱପ୍ନ ସହ ଯୋଡ଼ିବାର କାମ କରିଛି । ଏହା ଆମ ଅଭ୍ୟାସକୁ ବଦଳାଇବାର ଅଭିଯାନ ବି ପାଲଟିସାରିଛି । ଆଉ ଆମେ ଏ କଥା ଯେମିତି ଭୁଲିନଯାଉ ଯେ, ଏହା କେବଳ ଏକ କାର୍ଯ୍ୟକ୍ରମ । ସ୍ୱଚ୍ଛତା ପିଢ଼ିରୁ ପିଢ଼ିକୁ ସଂସ୍କାର ପ୍ରଦାନର ଏକ ଦାୟିତ୍ୱ ଏବଂ ଯେତେବେଳେ ପିଢ଼ି ପିଢ଼ି ଧରି ସ୍ୱଚ୍ଛତା ଅଭିଯାନ ଚାଲୁରହିବ ସେତେବେଳେ ସମ୍ପୂର୍ଣ୍ଣ ସମାଜ ଜୀବନରେ ସ୍ୱଚ୍ଛତା ଏକ ସ୍ୱଭାବରେ ପରିଣତ ହେବ । ତେଣୁ ଏହା ବର୍ଷେ, ଦୁଇ ବର୍ଷ କିମ୍ବା ଗୋଟିଏ ସରକାର ପରେ ଅନ୍ୟ ସରକାର ଭଳି ବିଷୟ ନୁହେଁ, ସ୍ୱଚ୍ଛତା ପାଇଁ ଆମକୁ ପିଢ଼ି ପିଢ଼ି ଧରି, ସଚେତନ ହୋଇ ନିରନ୍ତର ଭାବେ, କ୍ଳାନ୍ତ ନ ହୋଇ, ଶ୍ରଦ୍ଧା ସହ ଯୋଡ଼ି ହୋଇ ରହିବାକୁ ହେବ ଏବଂ ସ୍ୱଚ୍ଛତାର ଅଭିଯାନକୁ ଚାଲୁ ରଖିବାକୁ ହେବ । ମୁଁ ତ ଆଗରୁ କହିଥିଲି ଯେ, ସ୍ୱଚ୍ଛତା ହେଉଛି ପୂଜ୍ୟ ବାପୁଙ୍କୁ ଏହି ଦେଶର ବହୁତ ବଡ଼ ଶ୍ରଦ୍ଧାଞ୍ଜଳି । ଏହି ଶ୍ରଦ୍ଧାଞ୍ଜଳି ଆମକୁ ଦେଇ ଚାଲିବାକୁ ହେବ, ନିରନ୍ତର ଦେବାକୁ ହେବ ।
ବନ୍ଧୁଗଣ, ଲୋକେ ଜାଣିଛନ୍ତି ଯେ, ସ୍ୱଚ୍ଛତା ବିଷୟରେ କହିବାର ସୁଯୋଗ ମୁଁ କେବେ ହାତଛଡ଼ା କରେନି । ହୁଏତ ସେଇଥିପାଇଁ ଆମ ‘ମନ୍ କି ବାତ୍’ର ଜଣେ ଶ୍ରୋତା ଶ୍ରୀମାନ ରମେଶ ପଟେଲ ଲେଖିଛନ୍ତି ଯେ, ବାପୁଙ୍କଠାରୁ ଶିଖି ଆମେ ଏହି ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଆର୍ଥିକ ସ୍ୱଚ୍ଛତା ପାଇଁ ମଧ୍ୟ ସଂକଳ୍ପ ଗ୍ରହଣ କରିବା ଉଚିତ । ଶୌଚାଳୟ ନିର୍ମାଣ ଯେଉଁଭଳି ଭାବେ ଗରିବ ଲୋକଙ୍କ ମର୍ଯ୍ୟାଦା ବୃଦ୍ଧି କଲା, ଠିକ ସେହିଭଳି ଆର୍ଥିକ ସ୍ୱଚ୍ଛତା ଗରିବମାନଙ୍କ ଅଧିକାରକୁ ସୁନିଶ୍ଚିତ କରିଥାଏ, ସେମାନଙ୍କ ଜୀବନକୁ ସହଜ କରିଥାଏ । ଆପଣମାନେ ଜାଣିଛନ୍ତି, ଜନଧନ ଖାତାକୁ ନେଇ ଦେଶ ଯେଉଁ ଅଭିଯାନ ଆରମ୍ଭ କରିଛି, ତାହାଦ୍ୱାରା ଆଜି ଗରିବମାନଙ୍କୁ ସେମାନଙ୍କ ଅଧିକାରର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ମିଳିଯାଉଛି, ଯାହାଫଳରେ ଦୁର୍ନୀତି ଭଳି ପ୍ରତିବନ୍ଧକ ବହୁମାତ୍ରାରେ ହ୍ରାସ ପାଇଛି । ଏକଥା ସତ ଯେ, ଆର୍ଥିକ ସ୍ୱଚ୍ଛତା କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ସାହାଯ୍ୟ କରିପାରେ । ଆଜି ଗ୍ରାମାଂଚଳରେ ମଧ୍ୟ ଫିନ୍-ଟେକ୍ ୟୁପିଆଇ ଦ୍ୱାରା ଡିଜିଟାଲ ନେଣଦେଣ କରିବା ଦିଗରେ ସାଧାରଣ ଲୋକ ଅଗ୍ରସର ହେଲେଣି, ଏହାର ପ୍ରଚଳନ ବୃଦ୍ଧି ପାଇବାରେ ଲାଗିଛି, ଏହା ଆମ ପାଇଁ ଖୁସିର କଥା । ମୁଁ ଆପଣଙ୍କୁ ଗୋଟିଏ ପରିସଂଖ୍ୟାନ କଥା କହୁଛି, ଯାହା ଶୁଣି ଆପଣ ଗର୍ବ ଅନୁଭବ କରିବେ । ଗତବର୍ଷ ଅଗଷ୍ଟ ମାସରେ ୟୁପିଆଇ ମାଧ୍ୟମରେ ୩୫୫ କୋଟି ଟଙ୍କାର ନେଣଦେଣ କାରବାର ହୋଇଥିଲା, କହିବାକୁ ଗଲେ ପ୍ରାୟଃ ୩୫୦ କୋଟିରୁ ଟଙ୍କାରୁ ଅଧିକ । ଏଥିରୁ ସ୍ପଷ୍ଟ ଯେ, କେବଳ ଅଗଷ୍ଟ ମାସରେ ହିଁ ୩୫୦ କୋଟିରୁ ଅଧିକ ଥର ଡିଜିଟାଲ ନେଣଦେଣ ପାଇଁ ୟୁପିଆଇର ବ୍ୟବହାର କରାଯାଇଛି । ଆଜି ହାରାହାରି ୬ ଲକ୍ଷ କୋଟି ଟଙ୍କାରୁ ଅଧିକର ଡିଜିଟାଲ ନେଣଦେଣ କାରବାର ୟୁପିଆଇ ଦ୍ୱାରା ହେଉଛି । ଏହାଦ୍ୱାରା ଦେଶର ଅର୍ଥବ୍ୟବସ୍ଥାରେ ସ୍ୱଚ୍ଛତା ବା ପାରଦର୍ଶିତା ଆସିଛି । ଆମେ ଜାଣିଛୁ ଯେ ଫିନ୍-ଟେକର ଗୁରୁତ୍ୱ ଏବେ ବଢ଼ି ଚାଲିଛି ।
ବନ୍ଧୁଗଣ, ଯେମିତି ବାପୁ ସ୍ୱଚ୍ଛତାକୁ, ସ୍ୱାଧୀନତା ସହିତ ଯୋଡ଼ିଥିଲେ, ସେହିପରି ଖଦିକୁ ମଧ୍ୟ ସ୍ୱାଧୀନତାର ପରିଚୟ କରିଦେଇଥିଲେ । ଆଜି ସ୍ୱାଧୀନତାର ୭୫ତମ ବର୍ଷରେ ଆମେ ଯେତେବେଳେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଆମେ ସନ୍ତୁଷ୍ଟି ସହ କହିପାରିବା ଯେ, ସ୍ୱାଧୀନତା ଆନ୍ଦୋଳନ ସମୟରେ ଖଦିର ଯାହା ଗୌରବ ଥିଲା, ଆଜିର ଯୁବପିଢ଼ି ଖଦିକୁ ସେହି ଗୌରବ ପ୍ରଦାନ କରୁଛି । ଆଜି ଖଦି ଓ ହସ୍ତତନ୍ତର ଉତ୍ପାଦନ ଅନେକ ଗୁଣ ବଢ଼ିଛି, ଏବଂ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, ଏଭଳି ଅନେକ ଅବସର ଆସିଛି ଯେବେ ଦିଲ୍ଲୀର ଖଦି ଶୋ-ରୁମରେ ଗୋଟିଏ ଦିନରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଖଦି ସାମଗ୍ରୀ ବିକ୍ରି ହୋଇଛି । ମୁଁ ବି ପୁଣିଥରେ ଆପଣମାନଙ୍କୁ ସ୍ମରଣ କରାଇଦେବାକୁ ଚାହୁଁଛି ଯେ, ୨ ଅକ୍ଟୋବର, ପୂଜ୍ୟ ବାପୁଙ୍କ ଜୟନ୍ତୀ ଅବସରରେ ଆମେ ପୁଣିଥରେ ଗୋଟିଏ ନୂତନ ରେକର୍ଡ଼ ସୃଷ୍ଟି କରିବା । ଆପଣ ନିଜ ସହରରେ ଯେଉଁଠି ବି ଖଦି ବିକ୍ରି ହେଉଥିବ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଥିବ ସେଠାକୁ ଯାଇ ଏହି ସାମଗ୍ରୀ କିଣିବାକୁ ମୋର ଅନୁରୋଧ । ଆଗକୁ ଦୀପାବଳୀ ଆସୁଛି । ପାର୍ବଣ ଋତୁ ପାଇଁ ଖଦି, ହସ୍ତତନ୍ତ ସାମଗ୍ରୀ, କୁଟୀର ଶିଳ୍ପ ସହ ଜଡ଼ିତ ଆପଣଙ୍କ କିଣାକିଣି ଭୋକାଲ୍ ଫର୍ ଲୋକାଲ୍ ଅଭିଯାନକୁ ସୁଦୃଢ଼ କରୁ, ସବୁ ପୁରୁଣା ରେକର୍ଡ଼କୁ ଭାଙ୍ଗିଦେଉ ।
ବନ୍ଧୁଗଣ, ଅମୃତ ମହୋତ୍ସବର ଏହି ସମୟରେ ଦେଶର ସ୍ୱାଧୀନତା ଇତିହାସର ଅଜଣା କଥାକୁ ଜନସାଧାରଣଙ୍କ ନିକଟକୁ ପହଂଚାଇବାର ଗୋଟିଏ ଅଭିଯାନ ମଧ୍ୟ ଚାଲିଛି । ଏଥିପାଇଁ ଉଦୀୟମାନ ଲେଖକମାନଙ୍କୁ, ଦେଶ ଓ ବିଶ୍ୱର ଯୁବବର୍ଗଙ୍କୁ ଆହ୍ୱାନ କରାଯାଇଥିଲା । ଏହି ଅଭିଯାନ ପାଇଁ ଏ ଯାଏ, ୧୩ ହଜାରରୁ ଅଧିକ ବ୍ୟକ୍ତି ନିଜର ପଞ୍ଜିକରଣ କରାଇଛନ୍ତି ଏବଂ ତାହା ପୁଣି ୧୪ଟି ଭିନ୍ନ ଭିନ୍ନ ଭାଷାରେ । ମୋ ପାଇଁ ଖୁସିର କଥା ୨୦ରୁ ଅଧିକ ଦେଶରୁ ଅନେକ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି ଅଭିଯାନ ସହ ଯୋଡ଼ି ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଉ ଏକ ବହୁତ ରୋଚକ ସୂଚନା ହେଉଛି ଯେ ପ୍ରାୟ ୫୦୦୦ରୁ ଅଧିକ ନବୋଦିତ ଲେଖକ ସ୍ୱାଧୀନତା ସଂଗ୍ରାମର କାହାଣୀଗୁଡ଼ିକୁ ଅନୁସନ୍ଧାନ କରୁଛନ୍ତି । ସ୍ୱାଧୀନତା ସଂଗ୍ରାମର ଯେଉଁ ଅଜଣା ନାୟକମାନେ ଅଛନ୍ତି, ଯେଉଁମାନେ ଅନାମୀ, ଇତିହାସ ପୃଷ୍ଠାରେ ଯାହାଙ୍କ ନାଁ ଦୃଷ୍ଟିଗୋଚର ହୁଏନାହିଁ, ସେମାନଙ୍କ ଜୀବନ ଉପରେ, ସେମାନଙ୍କ ସହ ଜଡ଼ିତ ଘଟଣାଗୁଡ଼ିକ ଉପରେ କିଛି ଲେଖିବାର କଷ୍ଟ ଉଠାଉଛନ୍ତି ଏହି ନବୋଦିତ ଲେଖକମାନେ । ଅର୍ଥାତ ଦେଶର ଯୁବକଯୁବତୀ ଦୃଢ଼ ନିଷ୍ପତି ନେଇଛନ୍ତି ଯେ ସେମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଇତିହାସକୁ ମଧ୍ୟ ଦେଶ ସମ୍ମୁଖକୁ ଆଣିବେ, ଯେଉଁମାନଙ୍କର ଗତ ୭୫ ବର୍ଷ ମଧ୍ୟରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ । ସମସ୍ତ ଶ୍ରୋତା ତଥା ଶିକ୍ଷା ଜଗତ ସହ ସଂପୃକ୍ତ ସମସ୍ତଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣ ମଧ୍ୟ ଯୁବବର୍ଗଙ୍କୁ ପ୍ରେରିତ କରନ୍ତୁ । ଆପଣ ମଧ୍ୟ ଆଗେଇ ଆସନ୍ତୁ ଏବଂ ମୋର ଦୃଢ଼ ବିଶ୍ୱାସ ଯେ ସ୍ୱାଧୀନତାର ଅମୃତ ମହୋତ୍ସବରେ ଇତିହାସ ଲେଖିବାର କାମ କରୁଥିବା ଲୋକେ ଇତିହାସ ମଧ୍ୟ ତିଆରି କରିବାକୁ ଯାଉଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ସିୟାଚୀନ ଗ୍ଲେସିୟର୍ ସମ୍ପର୍କରେ ଆମେ ସମସ୍ତେ ଜାଣୁ । ସେଠାକାର ଥଣ୍ଡା ଏପରି ଭୟଙ୍କର ଯେ ସେଠାରେ ରହିବା ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବ ନୁହେଁ । ସୁଦୂର ଅଂଚଳ ପର୍ଯ୍ୟନ୍ତ କେବଳ ବରଫ ଆଉ ବରଫ ଏବଂ ଗଛଲତାର ତ ଚିହ୍ନବର୍ଣ୍ଣ ନ ଥାଏ । ଏଠାକାର ତାପମାତ୍ରା ବିଯୁକ୍ତ ୬୦ ଡିଗ୍ରୀ ପର୍ଯ୍ୟନ୍ତ ମଧ୍ୟ ଯାଇଥାଏ । କିଛିଦିନ ପୂର୍ବରୁ ସିୟାଚୀନର ଏହି ଦୁର୍ଗମ ଅଂଚଳରେ ଏକ ୮ ଜଣିଆ ଦିବ୍ୟାଙ୍ଗ ଦଳ ଯେଉଁ କୃତିତ୍ୱ ଦେଖାଇଛନ୍ତି ତାହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ । ଏହି ଦଳ ସିଆଚୀନ ଗ୍ଲେସିୟର ୧୫ ହଜାର ଫୁଟରୁ ମଧ୍ୟ ଅଧିକ ଉଚ୍ଚତାରେ ଅବସ୍ଥିତ ‘କୁମାର ପୋଷ୍ଟ୍’ରେ ପତାକା ଉଡ଼ାଇ ବିଶ୍ୱ ରେକର୍ଡ କରିଛନ୍ତି । ଶାରୀରିକ ଆହ୍ୱାନ ସତ୍ୱେ ମଧ୍ୟ ଆମର ଏହି ଦିବ୍ୟାଙ୍ଗମାନେ ଯେଉଁ କୃତିତ୍ୱ ଅର୍ଜନ କରିଛନ୍ତି, ସେମାନେ ସମଗ୍ର ଦେଶ ପାଇଁ ପ୍ରେରଣା ଏବଂ ଯେତେବେଳେ ଏହି ଦଳର ସଦସ୍ୟଙ୍କ ସମ୍ପର୍କରେ ଜାଣିବେ ତ ଆପଣ ମଧ୍ୟ ମୋ ଭଳି ସାହସ ଆଉ ଉତ୍ସାହରେ ଭରିଯିବେ । ଏହି ସାହସୀ ଦିବ୍ୟାଙ୍ଗମାନଙ୍କ ନାମ ହେଉଛି- ମହେଶ ନେହେରା, ଉତ୍ତରାଖଣ୍ଡର ଅକ୍ଷତ ରାୱତ, ମହାରାଷ୍ଟ୍ରର ପୁଷ୍ପକ ଗୱାଁଡେ, ହରିୟାଣାର ଅଜୟ କୁମାର, ଲଦ୍ଦାଖର ଲୋବ୍ସାଙ୍ଗ୍ ଚୋସ୍ପେଲ୍, ତାମିଲନାଡୁର ମେଜର ଦ୍ୱାରକେଶ, ଜମ୍ମୁ କଶ୍ମୀରର ଇରଫାନ ଅହମଦ ମୀର ଏବଂ ହିମାଚଳ ପ୍ରଦେଶର ଚୋନ୍ଜିନ ଏଙ୍ଗମୋ । ସିଆଚୀନ ଗ୍ଲେସିୟର ବିଜୟର ଏହି ଅପରେସନ ଭାରତୀୟ ସେନାର କେତେକ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଅଭିଜ୍ଞଙ୍କ ଯୋଗୁଁ ସଫଳ ହୋଇଛି । ମୁଁ ଏହି ଐତିହାସିକ ଏବଂ ଅଭୂତପୂର୍ବ ଉପଲବ୍ଧି ପାଇଁ ଏହି ଦଳର ପ୍ରଶଂସା କରୁଛି । ଏହା ଆମ ଦେଶବାସୀଙ୍କ ପାଇଁ “କ୍ୟାନ୍ ଡୁ କଲଚର୍” ବା ଆମେ ବି ପାରିବା ସଂସ୍କୃତି, “କ୍ୟାନ୍ ଡୁ ଡିଟରମିନେସନ” ବା କରିପାରିବାର ଦୃଢ଼ତା, “କ୍ୟାନ ଡୁ ଆଟିଚ୍ୟୁଡ” ବା କରି ଦେଖାଇବାର ମନୋବୃତ୍ତି ସହିତ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରିବାର ଭାବନାକୁ ମଧ୍ୟ ପ୍ରକଟ କରିଥାଏ ।
ବନ୍ଧୁଗଣ, ଆଜି ଦେଶରେ ଦିବ୍ୟାଙ୍ଗ ଲୋକଙ୍କ କଲ୍ୟାଣ ପାଇଁ ଅନେକ ପ୍ରୟାସ କରାଯାଉଛି । ମୋତେ ଉତ୍ତରପ୍ରଦେଶରେ ହେଉଥିବା ଏପରି ଏକ ପ୍ରୟାସ ୱାନ୍ ଟିଚର୍ ୱାନ୍ କଲ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଛି । ବରେଲିରେ ଏହି ନିଆରା ପ୍ରୟାସ ଦିବ୍ୟାଙ୍ଗ ପିଲାଙ୍କୁ ନୂଆ ବାଟ ଦେଖାଉଛି । ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି ଡଭୌରା ଗଙ୍ଗାପୁରରେ ଅବସ୍ଥିତ ଏକ ସ୍କୁଲର ଅଧ୍ୟକ୍ଷା ଦୀପମାଲା ପାଣ୍ଡେୟ ଜୀ । କରୋନା କାଳରେ ଏହି ଅଭିଯାନ କାରଣରୁ କେବଳ ଅଧିକ ସଂଖ୍ୟାରେ ପିଲାଙ୍କ ନାମଲେଖା ସମ୍ଭବ ହୋଇପାରିନାହିଁ, ବରଂ ଏହାଦ୍ୱାରା ପ୍ରାୟ ୩୫୦ରୁ ଅଧିକ ଶିକ୍ଷକ ମଧ୍ୟ ସେବାଭାବ ସହ ଯୋଡ଼ି ହୋଇଛନ୍ତି । ଏହି ଶିକ୍ଷକମାନେ ଗାଁ ଗାଁ ଯାଇ ଦିବ୍ୟାଙ୍ଗ ପିଲାଙ୍କୁ ଡାକନ୍ତି, ଖୋଜନ୍ତି ଏବଂ ତା’ପରେ ସେମାନଙ୍କର କୌଣସି ନା କୌଣସି ସ୍କୁଲରେ ନାମଲେଖାକୁ ସୁନିଶ୍ଚିତ କରାନ୍ତି । ଦୀପମାଲା ଜୀ ଏବଂ ସାଥୀ ଶିକ୍ଷକମାନଙ୍କର ଏହି ମହତ୍ ପ୍ରୟାସକୁ ମୁଁ ଭୁରିଭୁରି ପ୍ରଶଂସା କରୁଛି । ଶିକ୍ଷା କ୍ଷେତ୍ରରେ ଏପରି ପ୍ରତ୍ୟେକ ପ୍ରୟାସ ଆମ ଦେଶର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆମମାନଙ୍କ ଜୀବନର ଅବସ୍ଥା ଏପରି ହୋଇଛି ଯେ ଗୋଟିଏ ଦିନ ଭିତରେ ଶହଶହ ଥର କରୋନା ଶବ୍ଦ ଆମ କାନରେ ଗୁଞ୍ଜରିତ ହେଉଛି, ଶହେ ବର୍ଷରେ ଆସିଥିବା ସବୁଠୁ ବଡ଼ ବୈଶ୍ୱିକ ମହାମାରୀ କୋଭିଡ-୧୯ ପ୍ରତ୍ୟେକ ଦେଶବାସୀଙ୍କୁ ଅନେକ କିଛି ଶିକ୍ଷା ଦେଇଛି । ସ୍ୱାସ୍ଥ୍ୟସେବା ଓ ସୁସ୍ଥତାକୁ ନେଇ ଆଜି ଜିଜ୍ଞାସା ଏବଂ ସଚେତନତା ମଧ୍ୟ ବଢ଼ିଛି । ଆମ ଦେଶରେ ପାରମ୍ପରିକ ରୂପେ ଏପରି ପ୍ରାକୃତିକ ଜିନିଷ ପ୍ରଚୁର ପରିମାଣରେ ଉପଲବ୍ଧ ଅଛି, ଯାହା ସୁସ୍ଥତା ଅର୍ଥାତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଜନକ । ଓଡ଼ିଶାର କଳାହାଣ୍ଡିର ନାନ୍ଦୋଲରେ ରହୁଥିବା ପଟାୟତ ସାହୁ ଏ କ୍ଷେତ୍ରରେ ବହୁବର୍ଷ ଧରି ଏକ ଅସାଧାରଣ କାର୍ଯ୍ୟ କରୁଛନ୍ତି । ସେ ଦେଢ଼ ଏକର ଜମିରେ ଔଷଧୀୟ ଗଛ ଲଗାଇଛନ୍ତି । କେବଳ ସେତିକି ନୁହେଁ, ଶ୍ରୀ ସାହୁ ଏହି ଔଷଧୀୟ ଗଛଲତାର ଦସ୍ତାବିଜ ମଧ୍ୟ ପ୍ରସ୍ତୁତ କରିଛନ୍ତି । ମୋତେ ରାଂଚିର ଶ୍ରୀ ସତୀଶ ପତ୍ର ମାଧ୍ୟମରେ ଠିକ୍ ଏମିତି ଆଉ ଏକ ସୂଚନା ଦେଇଛନ୍ତି । ଶ୍ରୀ ସତୀଶ ଝାଡ଼ଖଣ୍ଡର ଏକ ଘିକୁଆଁରୀ ଗ୍ରାମ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରାଇଛନ୍ତି । ରାଂଚି ନିକଟସ୍ଥ ଦେୱରୀ ଗାଁର ମହିଳାମାନେ ମଞ୍ଜୁ କଚ୍ଛପଙ୍କ ନେତୃତ୍ୱରେ ବିର୍ସା କୃଷି ବିଦ୍ୟାଳୟରୁ ଘିକୁଆଁରୀ ଚାଷର ତାଲିମ ନେଇଥିଲେ । ଏହାପରେ ସେମାନେ ଘିକୁଆଁରୀ ଚାଷ ଆରମ୍ଭ କଲେ । ଏହି ଚାଷକୁ କେବଳ ସ୍ୱାସ୍ଥ୍ୟକ୍ଷେତ୍ରରେ ଲାଭ ମିଳିଲାନି, ବରଂ ଏହି ମହିଳାମାନଙ୍କର ଆୟ ମଧ୍ୟ ବଢ଼ିଗଲା । କୋଭିଡ ମହାମାରୀ ସମୟରେ ମଧ୍ୟ ସେମାନଙ୍କର ଭଲ ଆୟ ହେଲା । ଏହାର ଏକ ବଡ଼ କାରଣ ଥିଲା ଯେ ସାନିଟାଇଜର୍ ତିଆରି କରୁଥିବା କମ୍ପାନୀମାନେ ସିଧାସଳଖ ଏମାନଙ୍କଠାରୁ ଘିକୁଆଁରୀ କିଣିନେଉଥିଲେ । ବର୍ତ୍ତମାନ ଏହି କାମରେ ପ୍ରାୟ ଚାଳିଶ ଜଣ ମହିଳାଙ୍କ ଦଳ ଲାଗିଛନ୍ତି ଏବଂ ବହୁ ଏକର ଜାଗାରେ ଘିକୁଆଁରୀ ଚାଷ ହେଉଛି । ଓଡ଼ିଶାର ପଟାୟତ ସାହୁ ହୁଅନ୍ତା ବା ଦେୱରିର ମହିଳାମାନଙ୍କ ଏହି ଦଳ, ଏମାନେ ଚାଷକୁ ଯେପରି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଯୋଡ଼ିଛନ୍ତି, ତାହା ସ୍ୱୟଂ ହିଁ ଏକ ଦୃଷ୍ଟାନ୍ତ ।
ବନ୍ଧୁଗଣ, ଆସନ୍ତା ୨ ଅକ୍ଟୋବରରେ ଲାଲାବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମଧ୍ୟ ପଡ଼ିବ । ତାଙ୍କ ସ୍ମୃତିରେ ପାଳିତ ଏହି ଦିନ ଆମକୁ କୃଷିକ୍ଷେତ୍ରରେ ନୂଆ ନୂଆ ପ୍ରୟୋଗ କରୁଥିବା ଲୋକମାନଙ୍କ ସମ୍ପର୍କରେ ମଧ୍ୟ ଶିକ୍ଷା ଦେଇଥାଏ । ଔଷଧୀୟ ବୃକ୍ଷ ଚାଷ କ୍ଷେତ୍ରରେ ଷ୍ଟାର୍ଟଅପକୁ ଉତ୍ସାହିତ କରିବା ପାଇଁ ମେଡି-ହବ୍ ଟିବିଆଇ ନାମରେ ଏକ ଇନକ୍ୟୁବେଟର, ଗୁଜରାତର ଆନନ୍ଦରେ କାମ କରୁଛି । ଔଷଧୀୟ ଏବଂ ସୁଗନ୍ଧିତ ଗଛଲତା ସହିତ ସଂପୃକ୍ତ ଏହି ଇନକ୍ୟୁବେଟର ବହୁତ କମ୍ ସମୟରେ ହିଁ ୧୫ ଜଣ ଉଦ୍ୟୋଗୀଙ୍କ ବାଣିଜି୍ୟକ ବିଚାରକୁ ସହାୟତା କରିସାରିଛନ୍ତି । ଏହି ଇନକ୍ୟୁବେଟରର ସାହାଯ୍ୟ ପାଇ ସୁଧା ଚେବ୍ରୋଲୁ ନିଜର ଷ୍ଟାଟ୍ଅପ୍ ଆରମ୍ଭ କରିଛନ୍ତି । ତାଙ୍କ କମ୍ପାନୀରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଏ ଏବଂ ତାଙ୍କ ଉପରେ ଇନ୍ନୋଭେଟିଭ୍ ହର୍ବାଲ୍ ଫର୍ମୁଲେସନ୍ସର ମଧ୍ୟ ଦାୟିତ୍ୱ ଅଛି । ଆଉ ଜଣେ ଉଦ୍ୟୋଗୀ ସୁଭାଶ୍ରୀ, ଯାହାଙ୍କୁ ମଧ୍ୟ ଏହି ଔଷଧୀୟ ଓ ସୁଗନ୍ଧିତ ଗଛଲତାର ଇନକ୍ୟୁବେଟରରୁ ସାହାଯ୍ୟ ମିଳିଛି । ସୁଭାଶ୍ରୀଙ୍କ କମ୍ପାନୀ ହର୍ବାଲ୍ ରୁମ୍ ଏବଂ କାର୍ ଫ୍ରେସ୍ନର୍ କ୍ଷେତ୍ରରେ କାମ କରୁଛି । ସେ ଏକ ହର୍ବାଲ୍ ଟେରେସ୍ ଗାର୍ଡେନ୍ ମଧ୍ୟ ତିଆରି କରିଛନ୍ତି ଯେଉଁଥିରେ ୪୦୦ରୁ ଅଧିକ ଔଷଧୀୟ ଗଛଲତା ରହିଛି ।
ବନ୍ଧୁଗଣ, ପିଲାଙ୍କ ଭିତରେ ଔଷଧୀୟ ଏବଂ ଚେରମୂଳି ବୃକ୍ଷଲତା ପ୍ରତି ସଚେତନତା ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଏକ ରୋଚକ ପ୍ରୟାସ କରିଛି ଏବଂ ଏହାର କଷ୍ଟ ଉଠାଇଛନ୍ତି ଆମର ପ୍ରଫେସର ଆୟୁଷ୍ମାନ । ଆପଣ ଏକଥା ଭାବିପାରନ୍ତି ଯେ ଏହି ପ୍ରଫେସର ଆୟୁଷ୍ମାନ ଜଣକ କିଏ? ପ୍ରକୃତରେ ପ୍ରଫେସର ଆୟୁଷ୍ମାନ ଏକ କୌତୁକ ପୁସ୍ତକର ନାମ । ଏଥିରେ ଭିନ୍ନ ଭିନ୍ନ କାର୍ଟୁନ ଚିତ୍ର ମାଧ୍ୟମରେ ଛୋଟ ଛୋଟ କାହାଣୀମାନ ପ୍ରସ୍ତୁତ କରାଯାଇଛି । ଏଥିସହ ଘିକୁଆଁରୀ, ତୁଳସୀ, ଅଁଳା, ଗୁଳୁଚି, ନିମ୍ବ, ଅଶ୍ୱଗନ୍ଧା ଓ ବ୍ରାହ୍ମୀ ଭଳି ସ୍ୱାସ୍ଥ୍ୟକର ଔଷଧୀୟ ଗଛର ଉପଯୋଗିତା ବିଷୟରେ କୁହାଯାଇଛି ।
ବନ୍ଧୁଗଣ, ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ଭାବେ ଔଷଧୀୟ ବୃକ୍ଷ ଓ ଚେରମୂଳି ଉତ୍ପାଦକୁ ନେଇ ସାରା ପୃଥିବୀରେ ଲୋକଙ୍କ ଆଗ୍ରହ ବଢ଼ୁଛି, ସେଥିରେ ଭାରତ ପାଇଁ ଅପାର ସମ୍ଭାବନା ରହିଛି । ବିଗତ ସମୟରେ ଆୟୁର୍ବେଦିକ ଏବଂ ଚେରମୂଳି ଉତ୍ପାଦର ରପ୍ତାନୀରେ ମଧ୍ୟ ବହୁତ ବୃଦ୍ଧି ଦେଖିବାକୁ ମିଳିଛି ।
ମୁଁ ବୈଜ୍ଞାନିକ, ଗବେଷକ ଏବଂ ଷ୍ଟାଟ୍ଅପ୍ର ଦୁନିଆ ସହିତ ସମ୍ପୃକ୍ତ ଲୋକେ ଏପରି ଉତ୍ପାଦ ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଚାହୁଁଛି, ଯାହା ଲୋକଙ୍କର ସୁସ୍ଥତା ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ତ ବଢ଼ାଇବ; ଆମର ଚାଷୀ ଏବଂ ଯୁବପିଢ଼ିର ଆୟକୁ ମଧ୍ୟ ବଢ଼ାଇବାରେ ସହାୟତା କରିବ ।
ବନ୍ଧୁଗଣ, ପାରମ୍ପରିକ ଚାଷରୁ ଆଗକୁ ବଢ଼ି କୃଷିରେ ହେଉଥିବା ନୂଆ ପ୍ରୟୋଗ, ନୂଆ ବିକଳ୍ପ କ୍ରମାଗତ ସ୍ୱରୋଜଗାରର ନୂଆ ସାଧନ ତିଆରି କରୁଛି । ପୁଲୱାମାର ଦୁଇଭାଇଙ୍କ କାହାଣୀ ମଧ୍ୟ ଏହାର ଏକ ଉଦାହରଣ । ଜମ୍ମୁ କଶ୍ମୀରର ପୁଲୱାମାରେ ବିଲାଲ ଅହମଦ ଶେଖ ଓ ମୁନୀର ଅହମଦ ଶେଖ ଯେଉଁଭଳି ନିଜ ପାଇଁ ନୂଆ ରାସ୍ତା ଖୋଜିଛନ୍ତି, ତାହା ନିଉ ଇଣ୍ଡିଆର ଏକ ଅନନ୍ୟ ଦୃଷ୍ଟାନ୍ତ । ୩୯ ବର୍ଷୀୟ ବିଲାଲ ଅହମଦ ଉଚ୍ଚଶିକ୍ଷିତ ଏବଂ ସେ ଅନେକ ଡିଗ୍ରୀ ହାସଲ କରିଛନ୍ତି । ଏବେ ସେ କୃଷିର ଏକ ଷ୍ଟାର୍ଟ୍ଅପ୍ ତିଆରି କରି ନିଜର ଉଚ୍ଚଶିକ୍ଷା ସହିତ ସମ୍ପୃକ୍ତ ଅଭିଜ୍ଞତାର ବ୍ୟବହାର କରୁଛନ୍ତି । ବିଲାଲ ନିଜ ଘରେ ହିଁ ଜିଆଖତ ଉତ୍ପାଦନର ଏକ ୟୁନିଟ୍ କରିଛନ୍ତି । ଏହି ୟୁନିଟ୍ରୁ ପ୍ରସ୍ତୁତ ବାୟୋଫର୍ଟିଲାଇଜର୍ ଦ୍ୱାରା କେବଳ ଚାଷରେ ବହୁତ ଲାଭ ହୋଇନାହିଁ, ବରଂ ଏହା ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିଛି । ପ୍ରତ୍ୟେକ ବର୍ଷ ଏହି ଦୁଇଭାଇଙ୍କ ୟୁନିଟରୁ ଚାଷୀମାନଙ୍କୁ ପ୍ରାୟ ତିନି ହଜାର କୁଇଣ୍ଟାଲ୍ ଜିଆଖତ ମିଳିପାରୁଛି । ବର୍ତ୍ତମାନ ତାଙ୍କର ଏହି ଜିଆଖତ ୟୁନିଟରେ ୧୫ ଜଣ ଲୋକ କାମ କରୁଛନ୍ତି । ତାଙ୍କର ଏହି ୟୁନିଟକୁ ଦେଖିବା ପାଇଁ ବହୁ ଲୋକ ଆସୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏପରି ଯୁବକ ଯୁବତୀ ଥାଆନ୍ତି ଯେଉଁମାନେ କୃଷିକ୍ଷେତ୍ରରେ କିଛି କରିବାକୁ ଚାହାନ୍ତି । ପୁଲୱାମାର ଶେଖ ଭ୍ରାତାଦ୍ୱୟ ଜବ୍ ସିକର୍ ହେବା ପରିବର୍ତ୍ତେ ଜବ୍ କ୍ରିଏଟର୍ ହେବାର ସଂକଳ୍ପ ନେଲେ ଏବଂ ଆଜି ସେମାନେ କେବଳ ଜମ୍ମୁ କଶ୍ମୀର ନୁହେଁ, ବରଂ ସମଗ୍ର ଦେଶର ଲୋକଙ୍କୁ ନୂଆ ରାସ୍ତା ଦେଖାଉଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ୨୫ ସେପ୍ଟେମ୍ବରରେ ଦେଶର ମହାନ ସନ୍ତାନ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଥାଏ । ଦୀନଦୟାଲ୍ ଉପାଧ୍ୟାୟ, ବିଗତ ଶତାବ୍ଦୀର ଜଣେ ବଡ଼ ଚିନ୍ତାନାୟକ ଥିଲେ । ତାଙ୍କର ଅର୍ଥ-ଦର୍ଶନ, ସମାଜକୁ ସଶକ୍ତ କରିବା ପାଇଁ ତାଙ୍କର ନୀତି, ସେ ଦେଖାଇଥିବା ଅନ୍ତ୍ୟୋଦୟର ମାର୍ଗ ଆଜି ମଧ୍ୟ ଯେତିକି ପ୍ରାସଙ୍ଗିକ, ସେତିକି ପ୍ରେରଣାଦାୟକ । ତିନିବର୍ଷ ତଳେ ୨୫ ସେପ୍ଟେମ୍ବରରେ ତାଙ୍କର ଜୟନ୍ତୀରେ ହିଁ ପୃଥିବୀର ସବୁଠୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରାଯାଇଥିଲା । ଆଜି ଦେଶର ଦୁଇ-ଅଢ଼େଇ କୋଟିରୁ ଅଧିକ ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳୁଛି । ଗରିବଙ୍କ ପାଇଁ ଏତେ ବଡ଼ ଯୋଜନା ପଣ୍ଡିତ ଦୀନଦୟାଲଙ୍କ ଅନ୍ତ୍ୟୋଦୟ ଦର୍ଶନ ପ୍ରତି ହିଁ ସମର୍ପିତ । ବର୍ତ୍ତମାନ ଯୁବପିଢ଼ି ଯଦି ତାଙ୍କର ମୂଲ୍ୟବୋଧ ଓ ଆଦର୍ଶକୁ ନିଜ ଜୀବନରେ ପ୍ରୟୋଗ କରିବେ ତେବେ ସେମାନଙ୍କର ବହୁତ କାମରେ ଆସିବ । ଥରେ ଲକ୍ଷ୍ନୌରେ ପଣ୍ଡିତ ଦୀନଦୟାଲ କହିଥିଲେ- “କେତେ ଭଲ ଭଲ କଥା, ଭଲ ଭଲ ଗୁଣ ଅଛି- ଏସବୁ ଆମକୁ ସମାଜରୁ ହିଁ ତ ପ୍ରାପ୍ତ ହୋଇଥାଏ । ଆମକୁ ସମାଜର ଋଣ ଶୁଝିବାର ଅଛି, ଏପରି ବିଚାର କରିବା ଆବଶ୍ୟକ ।” ଅର୍ଥାତ ପଣ୍ଡିତ ଦୀନଦୟାଲ ଶିକ୍ଷା ଦେଇଛନ୍ତି ଯେ ଆମେ ସମାଜରୁ, ଦେଶରୁ ଏତେ ଜିନିଷ ଗ୍ରହଣ କରନ୍ତି, ଯାହା କିଛି ବି ଅଛି ତାହା ଦେଶ ଯୋଗୁଁ ହିଁ ତ ଅଛି; ତେଣୁ ଦେଶର ଋଣ କିପରି ଶୁଝିବା, ଏ ସମ୍ପର୍କରେ ଭାବିବା ଉଚିତ । ଏହା ଆଜିର ଯୁବପିଢ଼ି ପାଇଁ ବହୁତ ବଡ଼ ସନ୍ଦେଶ ।
ବନ୍ଧୁଗଣ, ପଣ୍ଡିତ ଦୀନଦୟାଲଙ୍କ ଜୀବନରୁ କେବେ ପରାଜୟକୁ ସ୍ୱୀକାର ନ କରିବାର ଶିକ୍ଷା ମଧ୍ୟ ଆମକୁ ମିଳିଥାଏ । ବିପରୀତ ରାଜନୈତିକ ଏବଂ ବୈଚାରିକ ପରିସ୍ଥିତି ସତ୍ୱେ ଭାରତର ବିକାଶ ପାଇଁ ସ୍ୱଦେଶୀ ଢାଂଚାର ଦର୍ଶନରୁ ସେ କେବେ ଓହରି ଯାଇନଥିଲେ । ଆଜି ବହୁତ ଯୁବକ ଯୁବତୀ ଚିରାଚରିତ ରାସ୍ତାକୁ ନ ଆପଣାଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ସେମାନେ ନିଜ ଢଙ୍ଗରେ ସବୁ କଥାକୁ କରିବାକୁ ଚାହୁଁଛନ୍ତି । ପଣ୍ଡିତ ଦୀନଦୟାଲଙ୍କ ଜୀବନରୁ ସେମାନଙ୍କୁ ବହୁତ ସହାୟତା ମିଳିପାରିବ । ସେଥିପାଇଁ ସେମାନେ ତାଙ୍କ ସମ୍ପର୍କରେ ନିଶ୍ଚୟ ଜାଣନ୍ତୁ ବୋଲି ମୁଁ ଚାହେଁ ।
ମୋର ପ୍ରିୟ ଦେଶବାସୀଗଣ, ଆମେ ଆଜି ବହୁତ ବିଷୟରେ ଆଲୋଚନା କଲେ । ଯେପରିକି ଆମେ କଥା ମଧ୍ୟ ହେଉଥିଲେ ଯେ ଆଗାମୀ ସମୟ ହେଉଛି ପାର୍ବଣର । ସମଗ୍ର ଦେଶ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ ମଧ୍ୟ ପାଳନ କରିବାକୁ ଯାଉଛି । କିନ୍ତୁ ଏହି ଉତ୍ସବ ଭିତରେ ଆମକୁ ଆଉ ଏକ ଲଢ଼େଇ ବିଷୟରେ ମନେ ରଖିବାକୁ ପଡ଼ିବ- ତାହାହେଲା ଦେଶର କରୋନା ସହିତ ଲଢ଼େଇ । ଟିମ୍ଇଣ୍ଡିଆ ଏହି ଲଢ଼େଇରେ ପ୍ରତିଦିନ ନୂଆ ରେକର୍ଡ କରୁଛି । ଟିକାକରଣରେ ଦେଶ ଏମିତି କିଛି ରେକର୍ଡ କରିଛି, ଯାହା ସମ୍ପର୍କରେ ସମଗ୍ର ପୃଥିବୀରେ ଆଲୋଚନା ହେଉଛି । ଏହି ଲଢ଼େଇରେ ପ୍ରତ୍ୟେକ ଭାରତବାସୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିଜ ପାଳି ଆସିଲେ ଆମେ ସମସ୍ତେ ନିଶ୍ଚିତ ଭାବେ ଟିକା ତ ନେବା, ଏହି କଥା ଉପରେ ମଧ୍ୟ ଧ୍ୟାନ ଦେବା ଯେ ଅନ୍ୟ କେହି ଏହି ସୁରକ୍ଷାଚକ୍ର ଭିତରୁ ବାଦ୍ ନ ପଡ଼େ । ନିଜ ଆଖପାଖରେ ଥିବା କାହାକୁ ଯଦି ଟିକା ଦିଆଯାଇନାହିଁ ତାଙ୍କୁ ମଧ୍ୟ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ନେବାର ଅଛି । ଟିକା ନେବାପରେ ମଧ୍ୟ ଜରୁରୀ ମାର୍ଗଦର୍ଶିକାର ପାଳନ କରିବାକୁ ହେବ । ମୋର ଆଶା ଯେ ଏହି ଲଢ଼େଇରେ ପୁଣିଥରେ ଟିମ୍ ଇଣ୍ଡିଆ ନିଜର ବିଜୟବାନା ଉଡ଼ାଇବ । ଆମେ ଆସନ୍ତା ଥର ଆଉ କିଛି ବିଷୟ ଉପରେ ‘ମନ୍ କୀ ବାତ୍’ କରିବା । ଆପଣ ସମସ୍ତଙ୍କୁ, ପ୍ରତ୍ୟେକ ଦେଶବାସୀଙ୍କୁ ପାର୍ବଣର ବହୁତ ବହୁତ ଶୁଭକାମନା ।
ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମେ ସମସ୍ତେ ଜାଣିଛୁ ଯେ ଆଜି ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ । ଆମ ଦେଶ ତାଙ୍କ ସ୍ମୃତିରେ ଏହି ଦିନଟିକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ମଧ୍ୟ ପାଳନ କରିଥାଏ । ମୁଁ ଭାବୁଥିଲି ଯେ, ଆଜି ମେଜର ଧ୍ୟାନଚାନ୍ଦଙ୍କ ଆତ୍ମା ଯେଉଁଠି ବି ଥିବ, ବହୁତ ଖୁସି ଅନୁଭବ କରୁଥିବ । କାରଣ ବିଶ୍ୱରେ ହକି କ୍ଷେତ୍ରରେ ଭାରତ ପାଇଁ ସୁନାମ ଆଣିବାର କାମ ଧ୍ୟାନଚାନ୍ଦଙ୍କ ହକି ହିଁ କରିଥିଲା । ଆଉ ତା ପରେ, ଚାରି ଦଶନ୍ଧି ପରେ, ଭାରତର ଯୁବଗୋଷ୍ଠୀ, ଭାରତର ପୁଅ-ଝିଅମାନେ ହକିକୁ ପୁନର୍ଜୀବନ ପ୍ରଦାନ କଲେ । ଯେତେ ପଦକ ମିଳିଲେ ବି ହକିରେ ଯେପର୍ଯ୍ୟନ୍ତ ପଦକ ନ ମିଳିଛି ଭାରତର କୌଣସି ନାଗରିକ ବିଜୟର ଆନନ୍ଦ ଅନୁଭବ କରିପାରନ୍ତି ନାହିଁ । ଏଥର ଚାରି ଦଶନ୍ଧି ପରେ ହକିରେ ପଦକ ମିଳିଲା । ଆପଣ କଳ୍ପନା କରିପାରୁଥିବେ, ମେଜର ଧ୍ୟାନଚାନ୍ଦଙ୍କ ଆତ୍ମା କେତେ ପ୍ରସନ୍ନତା ଅନୁଭବ କରୁଥିବ ? ତାଙ୍କର ସମ୍ପୂର୍ଣ୍ଣ ଜୀବନ କ୍ରୀଡ଼ା ପ୍ରତି ସମର୍ପିତ ଥିଲା । ତେଣୁ ଆଜି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆମେ ଯେଉଁ ଆକର୍ଷଣ ଦେଖୁଛୁ କିମ୍ବା ପିଲାମାନେ ଖେଳକୁଦରେ ଉନ୍ନତି କଲେ ବାପା-ମା’ଙ୍କ ଯେଉଁ ଖୁସି ଦେଖୁଛୁ, କ୍ରୀଡ଼ା ପ୍ରତି ଯେଉଁ ଆକର୍ଷଣ ଦେଖିବାକୁ ମିଳୁଛି, ମୋ ମତରେ ଏହାହିଁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଗୋଟିଏ ବହୁତ ବଡ଼ ଶ୍ରଦ୍ଧାଞ୍ଜଳି ।
ବନ୍ଧୁଗଣ, ଯେତେବେଳେ ଖେଳକୁଦ କଥା ଉଠେ, ସେତେବେଳେ ଆମ ଆଖି ଆଗରେ ଯୁବଗୋଷ୍ଠୀ ଦେଖାଯିବା ସ୍ୱାଭାବିକ । ଆଉ ଯେତେବେଳେ ଯୁବପିଢ଼ି ଆଡ଼କୁ ସୂକ୍ଷ୍ମତାର ସହ ଲକ୍ଷ୍ୟ କରୁଛୁ, ସେତେବେଳେ କେତେ ବଡ଼ ପରିବର୍ତ୍ତନ ଦେଖାଯାଉଛି । ଆଜି ଯୁବବର୍ଗଙ୍କର ଚିନ୍ତାଧାରା ବଦଳିଯାଇଛି । ଆଜିର ଯୁବପିଢ଼ିର ମନ ସେହି ପୁରୁଣା ଗତାନୁଗତିକ ଢଙ୍ଗରୁ ବାହାରି କିଛି ନୂଆ କରିବାକୁ ଚାହୁଁଛି, କିଛି ଭିନ୍ନ କରିବାକୁ ଚାହୁଁଛି । ଆଜିର ଯୁବପିଢ଼ି ସେହି ପୁରୁଣା ରାସ୍ତାରେ ଯିବା ପସନ୍ଦ କରୁନି । ନୂଆ ବାଟ ତିଆରି କରିବାକୁ ଚାହୁଁଛି । ଅଜଣା ରାଇଜକୁ ମାଡ଼ିଯିବାକୁ ଚାହୁଁଛି । ନୂତନ ପଥ, ନୂତନ ଲକ୍ଷ୍ୟ, ନୂତନ ବାଟ, ନୂତନ ଇଚ୍ଛା, ଥରେ ମନରେ ସ୍ଥିର କରିନେଲେ, ତାକୁ ହାସଲ କରିବା ପାଇଁ ସେମାନେ ପ୍ରାଣପଣେ ସେଥିରେ ଲାଗିପଡ଼ୁଛନ୍ତି । ଦିନରାତି ପରିଶ୍ରମ କରୁଛନ୍ତି । ଏ କଥା ଆମେ ଲକ୍ଷ୍ୟ କରୁଛୁ । କିଛିଦିନ ତଳେ ହିଁ ଭାରତ ନିଜର ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କଲା । ଆଉ ଦେଖୁ ଦେଖୁ ଆମର ଯୁବପିଢ଼ି ସେହି ସୁଯୋଗକୁ ହାତେଇ ନେଲା । ଏହାର ଲାଭ ଉଠାଇବା ପାଇଁ କଲେଜରେ, ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ, ଘରୋଇ କ୍ଷେତ୍ରରେ କାମ କରୁଥିବା ଯୁବଗୋଷ୍ଠୀ ଆଗେଇ ଆସିଲେ । ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଆଗାମୀ ଦିନମାନଙ୍କରେ କୃତ୍ରିମ ଉପଗ୍ରହଗୁଡ଼ିକର ଗୋଟିଏ ବଡ଼ ସଂଖ୍ୟା ପ୍ରସ୍ତୁତ ହେବ - ଯାହାକୁ ଆମ ଯୁବପିଢ଼ି, ଛାତ୍ରଛାତ୍ରୀ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ପରୀକ୍ଷାଗାରରେ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବେ ।
ସେହିଭଳି, ଆଜି ଯେଉଁଠି ବି ଗଲେ, କାହାରି ଘରକୁ ଗଲେ, ସେ ପରିବାରଟି ପଛେ ଧନିକ ଶ୍ରେଣୀର ହୋଇଥାଉ, କିନ୍ତୁ ପରିବାରର ଯୁବଶ୍ରେଣୀ ସହ କଥା ହେଲେ, ସେମାନେ କହୁଛନ୍ତି ଯେ, ସେମାନେ ପରିବାରର ପରମ୍ପରାରୁ ଦୂରକୁ ଯାଇ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି – କହୁଛନ୍ତି, ମୁଁ ଷ୍ଟାର୍ଟ ଅପ୍ କରିବି । ମାନେ, ରିସ୍କ ନେବାକୁ (ଆହ୍ୱାନମୂଳକ କାମ କରିବାକୁ) ସେମାନଙ୍କ ମନରେ ବହୁତ ଉତ୍କଣ୍ଠା ଦେଖାଯାଉଛି । ଆଜି ଛୋଟ ଛୋଟ ସହରମାନଙ୍କରେ ବି ଷ୍ଟାର୍ଟ ଅପ୍ ସଂସ୍କୃତି ବିସ୍ତାର ଲାଭ କରିବାରେ ଲାଗିଛି । ମୁଁ ଏଥିରେ ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦେଖିପାରୁଛି । କିଛିଦିନ ତଳେ ଆମ ଦେଶରେ ଖେଳଣା ସମ୍ପର୍କରେ ଆଲୋଚନା ହେଉଥିଲା । ଦେଖୁ ଦେଖୁ ଯେତେବେଳେ ଆମର ଯୁବଗୋଷ୍ଠୀଙ୍କ ନଜର ଏହି କ୍ଷେତ୍ର ଉପରେ ପଡ଼ିଲା, ସେମାନେ ବିଶ୍ୱରେ ଭାରତୀୟ ଖେଳଣାକୁ ଏକ ନୂତନ ପରିଚୟ ପ୍ରଦାନ କରିବାକୁ ମନସ୍ଥ କଲେ । ସେମାନେ ନୂଆ ନୂଆ ପ୍ରୟୋଗ କରିଚାଲିଛନ୍ତି । ବିଶ୍ୱର ଖେଳଣା ବଜାର ବହୁତ ବଡ଼ - ପ୍ରାୟଃ ୬–୭ ଲକ୍ଷ କୋଟି ଟଙ୍କାର ଖେଳଣା ବ୍ୟବସାୟ ହେଉଛି । ଏଥିରେ ଭାରତର ଅଂଶ ଖୁବ କମ ରହିଛି । ହେଲେ ଖେଳଣା କେମିତି ତିଆରି ହୋଇପାରିବ, ଖେଳଣାରେ ବିବିଧତା କ’ଣ ସବୁ ରହିପାରିବ, ଏଥିରେ କି ପ୍ରକାର ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ, ଶିଶୁ ମନସ୍ତତ୍ୱ ଅନୁରୂପ କେଉଁଭଳି ଖେଳଣା ତିଆରି କରାଯାଇପାରିବ, ଆମ ଯୁବଗୋଷ୍ଠୀ ଆଜି ସେ ଦିଗରେ ମନୋନିବେଶ କରୁଛନ୍ତି । ସେ ଦିଗରେ କିଛି ଯୋଗଦାନ ଦେବାକୁ ଚାହୁଁଛନ୍ତି । ବନ୍ଧୁଗଣ, ଆଉ ଗୋଟିଏ କଥା, ଯାହା ମନକୁ ଖୁସିରେ ଭରିବା ସହ ବିଶ୍ୱାସରେ ଦୃଢ଼ କରିଥାଏ । ଆଉ ସେ କଥାଟି କ’ଣ ସେକଥା ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ? ସାଧାରଣତଃ ଆମର ଏଠି ଏକ ପ୍ରକାର ଅଭ୍ୟାସ ପାଲଟି ସାରିଥିଲା – ଚାଲିଛି . . . ଚଳିବ . . . । କିନ୍ତୁ ଏବେ ମୁଁ ଲକ୍ଷ୍ୟ କରୁଛି ଯେ, ଆମ ଦେଶର ଯୁବପିଢ଼ି ଏବେ ଶ୍ରେଷ୍ଠତ୍ୱ ଆଡ଼କୁ ନିଜକୁ କେନ୍ଦ୍ରିତ କରୁଛନ୍ତି । ନିଜକୁ ସର୍ବୋତମ କରିବାକୁ ଚାହୁଁଛନ୍ତି । ସର୍ବୋତମ ଉପାୟରେ କରିବାକୁ ଚାହୁଁଛନ୍ତି । ଏହା ଦେଶର ଗୋଟିଏ ବହୁତ ବଡ଼ ଶକ୍ତି ରୂପେ ଉଭାହେବ ।
ବନ୍ଧୁଗଣ, ଏଥର ଅଲମ୍ପିକ୍ସ ବହୁତ ବଡ଼ ପ୍ରଭାବ ସୃଷ୍ଟି କରିଛି । ଅଲମ୍ପିକ କ୍ରୀଡ଼ା ଶେଷ ହୋଇସାରିଲାଣି । ଏବେ ପାରା-ଅଲିମ୍ପିକ୍ସ ଚାଲିଛି । ଏହି କ୍ରୀଡ଼ା ଜଗତରେ ଯାହା ବି ହେଲା, ବିଶ୍ୱ ସହ ତୁଳନା କଲେ ଏହା ଯଥେଷ୍ଟ କମ୍ ହୋଇପାରେ, କିନ୍ତୁ ଦେଶରେ ଗୋଟିଏ ନୂତନ ବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା ଯଥେଷ୍ଟ । ଆଜିର ଯୁବପିଢ଼ି କେବଳ କ୍ରୀଡ଼ାକୁ ଦେଖୁନି, ବରଂ ଏଥିରେ ରହିଥିବା ସମ୍ଭାବନାର ସନ୍ଧାନରେ ଲାଗିପଡ଼ିଛି । ଏହାର ସମ୍ପୂର୍ଣ୍ଣ ଇକୋ-ସିଷ୍ଟମକୁ ବହୁତ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁଛି, ନିଜର ସାମର୍ଥ୍ୟକୁ ଦେଖୁଛି, ଏବଂ କୌଣସି ନା କୌଣସି ରୂପରେ ନିଜକୁ ଏଥିରେ ସଂଶ୍ଳିଷ୍ଟ କରିବାକୁ ଚାହୁଁଛି । ସେମାନେ ଏବେ ପାରମ୍ପରିକ ଢଙ୍ଗକୁ ଛାଡ଼ି ନୂତନ କ୍ଷେତ୍ରଗୁଡ଼ିକୁ ଚୟନ କରୁଛନ୍ତି । ମୋର ଦେଶବାସୀଗଣ, ଯେତେବେଳେ ଏତେ ଗତିଶୀଳତା ଆସିଛି, ତେଣୁ ପ୍ରତ୍ୟେକ ପରିବାରରେ କ୍ରୀଡ଼ା ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି । ଆପଣମାନେ ହିଁ ମୋତେ କୁହନ୍ତୁ - ଏହି ଗତିଶୀଳତାକୁ କ’ଣ ଅଟକାଇବା ଉଚିତ ହେବ କି ? ନା ଆଜ୍ଞା । ଆପଣମାନେ ମଧ୍ୟ ମୋ ଭଳି ଭାବୁଥିବେ । ଏବେ ଦେଶରେ କ୍ରୀଡ଼ା, ଖେଳକୁଦ, ଖେଳୁଆଡ଼ ମନୋବୃତ୍ତି ଅଟକିବା ଉଚିତ ନୁହେଁ । ଏହି ଗତିଶୀଳତାକୁ ପାରିବାରିକ ଜୀବନରେ, ସାମାଜିକ ଜୀବନରେ, ଜାତୀୟ ଜୀବନରେ ସ୍ଥାୟୀ କରିବାକୁ ହେବ, ଶକ୍ତିରେ ଭରି ଦେବାକୁ ହେବ, ନିତ୍ୟ ନୂତନ ଶକ୍ତିରେ ଭରି ଦେବାକୁ ହେବ । ଘର ହେଉ, ବାହାର ହେଉ, ଗାଁ ହେଉ କି ସହର ହେଉ, ଆମ ଖେଳପଡ଼ିଆ ଖାଲି ରହିବା ଉଚିତ ନୁହେଁ । ସମସ୍ତେ ଖେଳନ୍ତୁ । ଆପଣମାନଙ୍କର ମନେ ଅଛି ନା ? ଲାଲକିଲ୍ଲାରୁ ମୁଁ କହିଥିଲି – ସବକା ପ୍ରୟାସ – ହଁ ଆଜ୍ଞା, ସମସ୍ତଙ୍କ ଉଦ୍ୟମ । ସମସ୍ତଙ୍କ ପ୍ରଚେଷ୍ଟା ଦ୍ୱାରା ହିଁ ଭାରତ କ୍ରୀଡ଼ା କ୍ଷେତ୍ରରେ ସେହି ଶିଖରକୁ ସ୍ପର୍ଶ କରିପାରିବ, ଯାହା ପାଇଁ ସେ ଯୋଗ୍ୟ । ମେଜର ଧ୍ୟାନଚାନ୍ଦଙ୍କ ଭଳି ମହାନ ବ୍ୟକ୍ତିମାନେ ଯେଉଁ ବାଟ ଦେଖାଇଛନ୍ତି, ସେହି ବାଟରେ ଅଗ୍ରସର ହେବା ଆମ ଦାୟିତ୍ୱ । ଅନେକ ବର୍ଷ ପରେ ଦେଶରେ ଏଭଳି ସମୟ ଆସିଛି, ଯେତେବେଳେ ପରିବାର ହୁଅନ୍ତୁ, ସମାଜ ହେଉ, ରାଜ୍ୟ ହୁଅନ୍ତୁ ବା ଦେଶ – ସମସ୍ତେ ଏକ ମନ ପ୍ରାଣ ହୋଇ ଯୋଡ଼ି ହୋଇଛନ୍ତି ।
ମୋର ପ୍ରିୟ ଯୁବବନ୍ଧୁଗଣ, ଏହି ଅବସରର ଲାଭ ଉଠାଇ ଆମେ ବିଭିନ୍ନ ପ୍ରକାର କ୍ରୀଡ଼ାରେ ପାରଙ୍ଗମ ହେବା ଉଚିତ । ଗାଁ – ଗାଁରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ନିରନ୍ତର ଭାବେ ଚାଲିବା ଆବଶ୍ୟକ । ପ୍ରତିଯୋଗିତା ଦ୍ୱାରା ହିଁ କ୍ରୀଡ଼ାର ବିକାଶ ଘଟେ ଏବଂ ନୂତନ କ୍ରୀଡ଼ାବିତ୍ ସୃଷ୍ଟି ହୁଅନ୍ତି । ଆସନ୍ତୁ, ଆମେ ସମସ୍ତ ଦେଶବାସୀ ଯଥାସମ୍ଭବ କ୍ରୀଡ଼ାର ଏହି ଗତିଶୀଳତାକୁ ପ୍ରୋତ୍ସାହିତ କରିବା, ଏଥିରେ ନିଜର ଯୋଗଦାନ ଦେବା, ସବକା ପ୍ରୟାସ - ଏହି ମନ୍ତ୍ରକୁ ସାକାର କରି ଦେଖାଇବା ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତାକାଲି ଜନ୍ମାଷ୍ଟମୀର ମହାପର୍ବ ପାଳନ କରାଯିବ । ଜନ୍ମାଷ୍ଟମୀ ଅର୍ଥାତ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମର ପର୍ବ । ଆମେ ଭାଗବାନଙ୍କ ସମସ୍ତ ରୂପ ସହ ପରିଚିତ । ଅଝଟିଆ କାହ୍ନୁଠାରୁ ଆରମ୍ଭ କରି ବିରାଟ ରୂପ ଧାରଣ କରିଥିବା ଶ୍ରୀକୃଷ୍ଣଙ୍କ ଯାଏ, ଶାସ୍ତ୍ର ସାମର୍ଥ୍ୟଠାରୁ ଆରମ୍ଭ କରି ଶସ୍ତ୍ର ସାମର୍ଥ୍ୟ ପର୍ଯ୍ୟନ୍ତ, କଳା ହେଉ, ସୌନ୍ଦର୍ଯ୍ୟ ହେଉ, ମାଧୁର୍ଯ୍ୟ ହେଉ, ସବୁଠି ରହିଛନ୍ତି ଶ୍ରୀକୃଷ୍ଣ । କିନ୍ତୁ ଏ କଥା ମୁଁ ଏଥିପାଇଁ କହୁଛି ଯେ, ଜନ୍ମାଷ୍ଟମୀଠାରୁ କିଛି ଦିନ ପୂର୍ବେ ମୁଁ ଗୋଟିଏ କୌତୁହଳପ୍ରଦ ଅନୁଭୁତି ଲାଭ କରିଛି, ତେଣୁ ସେ ବିଷୟରେ ଆପଣଙ୍କୁ କିଛି କହିବା ପାଇଁ ମୋର ଇଚ୍ଛା ହେଉଛି । ଆପଣମାନଙ୍କର ମନେଥିବ, ଚଳିତ ମାସ ୨୦ ତାରିଖ ଦିନ ଭଗବାନ ସୋମନାଥଙ୍କ ମନ୍ଦିର ସହ ଜଡ଼ିତ ନିର୍ମାଣ କାର୍ଯ୍ୟ ଲୋକାର୍ପିତ ହୋଇଛି । ସୋମନାଥ ମନ୍ଦିରଠାରୁ ପ୍ରାୟଃ ତିନି ଚାରି କିଲୋମିଟର ଦୂରରେ ରହିଛି ଭାଲ୍କା ତୀର୍ଥ । ଏହା ସେହି ସ୍ଥାନ ଯେଉଁଠି ଭଗବାନ ଶ୍ରୀକୃଷ୍ଣ ଏହି ଧରାପୃଷ୍ଠରେ ନିଜର ଅନ୍ତିମ କ୍ଷଣ ବିତାଇଥିଲେ । କହିବାକୁ ଗଲେ ଏହି ଲୋକରେ ତାଙ୍କ ଲୀଳାର ସେଠାରେ ପରିସମାପ୍ତି ଘଟିଥିଲା । ସୋମନାଥ ଟ୍ରଷ୍ଟ ଦ୍ୱାରା ସେହି ସମଗ୍ର ଅଂଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ଚାଲିଛି । ମୁଁ ଭାଲ୍କା ତୀର୍ଥ ଏବଂ ସେଠାରେ ଚାଲିଥିବା କାମ ବିଷୟରେ ଭାବୁଥିବା ବେଳେ ହଠାତ ମୋ ନଜର ଗୋଟିଏ ସୁନ୍ଦର ଆର୍ଟ ବୁକ୍ ଉପରେ ପଡ଼ିଲା । ଏହି ବହିଟି କେହି ମୋ ଘର ବାହାରେ ମୋ ପାଇଁ ରଖିଦେଇ ଯାଇଥିଲା । ସେଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅନେକ ଭବ୍ୟ ରୂପ, ଅନେକ ସୁନ୍ଦର ଛବିମାନ ଥିଲା । ଛବିଗୁଡ଼ିକ ଖୁବ ଆକର୍ଷକ ଏବଂ ଅର୍ଥପୂର୍ଣ୍ଣ ଥିଲା । ମୁଁ ବହିର ପୃଷ୍ଠା ଲେଉଟାଇବା ଆରମ୍ଭ କଲି । ମୋର ଜିଜ୍ଞାସା ଆହୁରି ବୃଦ୍ଧି ପାଇଲା । ଯେତେବେଳେ ମୁଁ ଏହି ବହି ଓ ଏଥିରେ ଥିବା ଚିତ୍ରଗୁଡ଼ିକୁ ଦେଖିଲି, ସେଥିରେ ମୋ ପାଇଁ ଗୋଟିଏ ବାର୍ତ୍ତା ଲେଖାଥିଲା । ଏହାକୁ ପଢ଼ିବା ପରେ ସେହି ବ୍ୟକ୍ତି, ଯିଏ ଏହି ବହି ମୋ ପାଇଁ ଛାଡ଼ିଯାଇଥିଲେ, ତାଙ୍କୁ ଭେଟିବା ପାଇଁ ମୋର ଇଚ୍ଛା ହେଲା । ମୋ କାର୍ଯ୍ୟାଳୟ କର୍ମଚାରୀ ତାଙ୍କ ସହ ଯୋଗାଯୋଗ କଲେ । ପରଦିନ ତାଙ୍କୁ ଦେଖା କରିବାକୁ ଡକାଇଲେ । ସେହି ଆର୍ଟ ବୁକ୍ ଦେଖି ମୋ ମନରେ ବହୁତ ଜିଜ୍ଞାସା ସୃଷ୍ଟି ହୋଇଥିଲା । ଏହି ଜିଜ୍ଞାସା ଭିତରେ ମୋର ସାକ୍ଷାତ ହେଲା ଯଦୁରାଣୀ ଦାସୀଙ୍କ ସହିତ । ସେ ଜଣେ ଆମେରିକୀୟ ମହିଳା । ତାଙ୍କ ଜନ୍ମ ଆମେରିକାରେ ହୋଇଥିଲା । ଆମେରିକାରେ ବଡ଼ ହେଲେ । ଯଦୁରାଣୀ ଦାସୀ ଇସ୍କନ ସହ ଜଡ଼ିତ । ହରେକୃଷ୍ଣ ଆନ୍ଦୋଳନ ସହ ଜଡ଼ିତ । ତାଙ୍କର ବହୁତ ବଡ଼ ବିଶେଷତ୍ୱ ହେଲା ଯେ ସେ ଭକ୍ତି କଳାରେ ନିପୂଣା । ଆପଣମାନେ ଜାଣିଥିବେ ଯେ, ମାତ୍ର ଦୁଇ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧ ତାରିଖ ଦିନ ଇସ୍କନର ପ୍ରତିଷ୍ଠାତା ଶ୍ରୀଲ୍ ପ୍ରଭୁପାଦ ସ୍ୱାମୀଙ୍କର ୧୨୫ ତମ ଜୟନ୍ତୀ ପାଳନ କରାଯିବ । ଯଦୁରାଣୀ ଦାସୀ ଏହି ପରିପ୍ରେକ୍ଷୀରେ ଭାରତ ଆସିଥିଲେ । ମୋ ଆଗରେ ଏହା ଏକ ବଡ଼ ପ୍ରଶ୍ନ ଥିଲା ଯେ, ଯାହାର ଜନ୍ମ ଆମେରିକାରେ ହୋଇଛି, ଯିଏ ଭାରତୀୟ ଚିନ୍ତାଧାରାରୁ ଏତେ ଦୂରରେ ରହିଛନ୍ତି, ସେ କିଭଳି ଭଗବାନ ଶ୍ରୀକୃଷ୍ଣଙ୍କ ଏତେ ଆକର୍ଷଣୀୟ ଛବି ଆଙ୍କିପାରୁଛନ୍ତି ? ମୋର ତାଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଲା । କିନ୍ତୁ ଏହାର ମାତ୍ର କିଛି ଅଂଶ ମୁଁ ଆପଣମାନଙ୍କୁ ଶୁଣାଇବାକୁ ଚାହୁଁଛି ।
ପ୍ରଧାନମନ୍ତ୍ରୀ - ଯଦୁରାଣୀ ଜୀ, ହରେକୃଷ୍ଣ । ମୁଁ ଭକ୍ତି କଳା ସମ୍ପର୍କରେ କିଛି ଅଧ୍ୟୟନ କରିଛି । କିନ୍ତୁ ଆପଣ ଆମ ଶ୍ରୋତାବନ୍ଧୁମାନଙ୍କୁ ଅଧିକ କିଛି କୁହନ୍ତୁ । ଆପଣଙ୍କର ଏହା ପ୍ରତି ଐକାନ୍ତିକ ମମତା ଓ ଆକର୍ଷଣ ଖୁବ୍ ଗଭୀର ।
ଯଦୁରାଣି ଜୀ – ତେଣୁ ଭକ୍ତି କଳା ଯାହା ଉପରେ ଆମର ଏକ ନିବନ୍ଧ ରହିଛି – ଭକ୍ତି କଳା ଦ୍ୟୋତ । ଯାହା ସୂଚାଇଦିଏ ଯେ ଏହି କଳା ମାନସ ବା କଳ୍ପନାପ୍ରସୂତ ନୁହେଁ । ବରଂ ଆମର ପ୍ରାଚୀନ ବୈଦିକଶାସ୍ତ୍ର ଯେପରିକି ବ୍ରହ୍ମସଂହିତାରୁ, ଗୋସ୍ୱାମୀଙ୍କ ବୃନ୍ଦାବନରୁ ଏପରିକି ସ୍ୱୟଂ ବ୍ରହ୍ମାଙ୍କର ମୁଖନିସୃତ । ଈଶ୍ୱର ଶ୍ରେଷ୍ଠ - କୃଷ୍ଣ ହିଁ ସଚ୍ଚିଦାନନ୍ଦ ଏହାହିଁ ଅନପେକ୍ଷ । ସେ କିପରି ବଂଶୀ ଧାରଣ କରନ୍ତି, କିପରି ତାଙ୍କର ପରିବ୍ୟାପ୍ତ ସତା ପ୍ରତ୍ୟେକ ସତା ପାଇଁ ଅଭିପ୍ରେତ ... ଯେପରିକି ଶ୍ରୀମଦ୍ ଭାଗବତରେ କୁହାଯାଇଛି । ତାଙ୍କ କାନରେ କର୍ଣ୍ଣିକା ପୁଷ୍ପ, ତାଙ୍କ ପାଦପଦ୍ମ ବୃନ୍ଦାବନର ମାଟି ପାଣିରେ ପ୍ରସ୍ଫୁଟିତ । ଗାଈଗୋଠରେ ତାଙ୍କରି ଅପାର ମହିମାର ସ୍ୱର ଝଙ୍କୃତ । ତାଙ୍କ ବଂଶୀସ୍ୱନ କେତେ ସୌଭାଗ୍ୟବନ୍ତଙ୍କ ମନ ଓ ହୃଦୟକୁ କରିଛି ସିକ୍ତ ଓ ମଥିତ! ଏଣୁ ସବୁକିଛି ବୈଦିକ ଶାସ୍ତ୍ରମତେ ଅନୁସୃତ ଏବଂ ଏହି ଶାସ୍ତ୍ରର ଅପ୍ରାକୃତ ବଳିଷ୍ଠ ପ୍ରଭାବ ଅପ୍ରତିହତ – କେବେ ମନ୍ଦୀଭୂତ ନୁହେଁ । କାରଣ ଭାବାତୀତ ବ୍ୟକ୍ତିତ୍ୱ ଏବଂ ନିଷ୍ଠାବାନ ମନୀଷୀମାନଙ୍କ ଦ୍ୱାରା ଏହି କଳା ଉର୍ଜ୍ଜସ୍ୱଳ । ଏଣୁ ଏହି କଳା ଏକ ପରିବର୍ତ୍ତନୀୟତା । ଏହା ମୋର ନିଜସ୍ୱ ଆବେଗ ନୁହେଁ ।
ପ୍ରଧାନମନ୍ତ୍ରୀ - ଯଦୁରାଣୀ ଜୀ, ଆପଣଙ୍କ ପାଇଁ ମୋର ଏକ ଭିନ୍ନ ପ୍ରଶ୍ନ । ୧୯୬୬ରୁ ପରୋକ୍ଷରେ ଓ ୧୯୭୬ରୁ ପ୍ରତ୍ୟକ୍ଷ ଭାବେ ଆପଣ ଭାରତ ସହ ଦୀର୍ଘକାଳ ଧରି ସମ୍ପୃକ୍ତ । ଆପଣ କହିବେ କି ଆପଣଙ୍କ ପାଇଁ ଭାରତ କ’ଣ ଅର୍ଥ ବହନ କରେ ?
ଯଦୁରାଣୀ ଜୀ - ପ୍ରଧାନମନ୍ତ୍ରୀ ମହୋଦୟ, ଭାରତ ମୋ ପାଇଁ ସର୍ବତୋ ଭାବେ ସବୁକିଛି । ମାନ୍ୟବର ରାଷ୍ଟ୍ରପତିଙ୍କୁ ମୁଁ କିଛିଦିନ ତଳେ କହୁଥିଲି ବୈଷୟିକ ପ୍ରଗତିରେ ଭାରତ ଅନେକ ବାଟ ଆଗେଇଯାଇଛି ଏବଂ ଟ୍ୟୁଟର, ଇନଷ୍ଟାଗ୍ରାମ, ଆଇଫୋନ୍ ପରି ଯୋଗାଯୋଗ ଉପକରଣ ତଥା ସୁଉଚ୍ଚ ଅଟ୍ଟାଳିକା ଏବଂ ବିଭିନ୍ନ ପ୍ରକାରର ସୁଖ ସୁବିଧା ସବୁ ପାଶ୍ଚାତ୍ୟ ପରମ୍ପରାର ଅନୁକରଣ । କିନ୍ତୁ ଏସବୁ ଭାରତର ପ୍ରକୃତ ଗୌରବ ନୁହେଁ । ଭାରତର ପୂର୍ଣ୍ଣ ଉପଲବଧି ହେଉଛି ଏ ଧରାରେ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ ଏବଂ ଅନେକ ଅବତାରର ପୃଷ୍ଠଭୂମିରେ ଏ ଦେଶର ସଂସ୍କୃତି ବହୁଦା ରୂପାନ୍ତରିତ ହୋଇଛି । ଶିବଙ୍କର ଧରାବତରଣ ହୋଇଛି, ପ୍ରଭୁ ଶ୍ରୀରାମଙ୍କର ଧରାବତରଣ ହୋଇଛି । ସବୁ ପବିତ୍ର ନଦନଦୀ ଏ ମାଟିକୁ ସୁଜଳା କରିଛି । ବୈଷ୍ଣବ ସଂସ୍କୃତିର ସମସ୍ତ ପୂଣ୍ୟତୀର୍ଥ ଏହି ଭାରତରେ । ଏ ବ୍ରହ୍ମାଣ୍ଡରେ ବୃନ୍ଦାବନ ହିଁ ଧ୍ୟେୟ । ବୈକୁଣ୍ଠରେ ମାଳମାଳ ବିରାଜିତ ଅସଂଖ୍ୟ ଗ୍ରହ ବୃନ୍ଦାବନର ନିର୍ଯ୍ୟାସରୁ ହିଁ ସୃଷ୍ଟ । ବୃନ୍ଦାବନ ହିଁ ଦ୍ୱାରକାର ଉତ୍ସ । ବୃନ୍ଦାବନ ହିଁ ଏ ସମସ୍ତ ପାର୍ଥିବ ସୁଖର ଉତ୍ସ । ଜାଗତିକ ସୃଷ୍ଟିର ସୂତ୍ରଧାର ହିଁ ବୃନ୍ଦାବନ । ଏଣୁ ଭାରତକୁ ମୁଁ ଭଲପାଏ ।
ପ୍ରଧାନମନ୍ତ୍ରୀ - ଯଦୁରାଣୀ ମହାଶୟା, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ହରେକୃଷ୍ଣ ।
ବନ୍ଧୁଗଣ, ବିଶ୍ୱର ଲୋକେ ଆଜି ଯେତେବେଳେ ଭାରତୀୟ ଆଧ୍ୟାତ୍ମ ଏବଂ ଦର୍ଶନ ସମ୍ପର୍କରେ ଏତେ କଥା ଚିନ୍ତା କରୁଛନ୍ତି, ସେତେବେଳେ ଏହି ମହାନ ପରମ୍ପରାକୁ ଆଗେଇ ନେବା ଆମର ମଧ୍ୟ କର୍ତ୍ତବ୍ୟ । ଯାହା କାଳ ସହ ବହିଯିବ ତାହାକୁ ତ୍ୟାଗ କରିବାକୁ ହେବ । କିନ୍ତୁ ଯାହା କାଳାତୀତ, ତାକୁ ଆଗକୁ ନେଇଯିବାକୁ ହେବ । ଆମେ ନିଜ ପର୍ବଗୁଡ଼ିକ ପାଳନ କରିବା, ସେଗୁଡ଼ିକ ପଛରେ ରହିଥିବା ବୈଜ୍ଞାନିକ ଚିନ୍ତାଧାରାକୁ ବୁଝିବା, ତା’ ପଛରେ ନିହିତ ଅର୍ଥକୁ ବୁଝିବା । କେବଳ ସେତିକି ନୁହେଁ, ପ୍ରତ୍ୟେକ ପର୍ବପର୍ବାଣୀ ପଛରେ କିଛି ନା କିଛି ବାର୍ତ୍ତା ରହିଛି, କିଛି ନା କିଛି ସଂସ୍କାର ରହିଛି । ସେସବୁକୁ ଆମକୁ ଜାଣିବାକୁ ହେବ, ପାଳନ କରିବାକୁ ହେବ ଏବଂ ଆଗାମୀ ପିଢ଼ି ପାଇଁ ଉତ୍ତରାଧିକାର ରୂପରେ ଏହାକୁ ଆଗେଇ ନେବାକୁ ହେବ । ମୁଁ ପୁଣି ଥରେ ସମସ୍ତ ଦେଶବାସୀଙ୍କୁ ଜନ୍ମାଷ୍ଟମୀ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଏହି କରୋନା କାଳଖଣ୍ଡରେ ସ୍ୱଚ୍ଛତା ବିଷୟରେ ମୋତେ ଯେତିକି କହିବା ଉଚିତ ଥିଲା, ବୋଧହୁଏ ତାହା କିଛିଟା କମିଯାଇଥିଲା । ଆହୁରି ମଧ୍ୟ ମୋର ମନେହେଉଛି ଯେ ସ୍ୱଚ୍ଛତା ଅଭିଯାନକୁ ଆମେ ସାମାନ୍ୟତମ ମଧ୍ୟ ଅନ୍ତର କରିଦେବା ନାହିଁ । ରାଷ୍ଟ୍ର ନିର୍ମାଣ ପାଇଁ ‘ସବ୍କା ପ୍ରୟାସ’ କିପରି ‘ସବକା ବିକାଶ’ କରିଥାଏ ଏହାର ଉଦାହରଣ ଆମକୁ ପ୍ରେରଣା ମଧ୍ୟ ଦିଏ ଏବଂ କିଛି କରିବା ପାଇଁ ଏକ ନୂଆ ଶକ୍ତି ଭରିଦିଏ, ନୂଆ ବିଶ୍ୱାସ ଭରିଦିଏ, ଆମର ସଂକଳ୍ପରେ ପ୍ରାଣ ସଂଚାର କରିଥାଏ । ଆମେ ଏହା ଭଲଭାବେ ଜାଣୁ ଯେ ଯେତେବେଳେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନ କଥା ଆସେ, ସେତେବେଳେ ଇନ୍ଦୋର ନାଁ ହିଁ ଆସେ, କାରଣ ଇନ୍ଦୋର ସ୍ୱଚ୍ଛତାକୁ ନେଇ ଏକ ବିଶେଷ ପରିଚିତି ହାସଲ କରିଛି ଏବଂ ଇନ୍ଦୋରର ନାଗରିକ ଏଥିପାଇଁ ଅଭିନନ୍ଦନର ମଧ୍ୟ ଅଧିକାରୀ । ଆମର ଏହି ଇନ୍ଦୋର ଅନେକ ବର୍ଷ ଧରି ‘ସ୍ୱଚ୍ଛ ଭାରତ ରାଙ୍କିଙ୍ଗ୍’ରେ ପ୍ରଥମ ସ୍ଥାନରେ ରହିଆସିଛି । ଏବେ ଇନ୍ଦୋରର ଲୋକ ସ୍ୱଚ୍ଛ ଭାରତର ଏହି ରାଙ୍କିଙ୍ଗ୍ ଦ୍ୱାରା ସନ୍ତୁଷ୍ଟ ହୋଇ ବସିଯିବାକୁ ଚାହାନ୍ତି ନାହିଁ । ସେମାନେ ଆଗକୁ ବଢ଼ିବାକୁ ଚାହାନ୍ତି, କିଛି ନୂଆ କରିବାକୁ ଚାହାନ୍ତି ଏବଂ ସେମାନେ କ’ଣ କରିବାକୁ ମନ ଭିତରେ ପଣ କରିଛନ୍ତି; ସେମାନେ ‘ୱାଟର ପ୍ଲସ୍ ସିଟି’ ତିଆରି କରିବା ପାଇଁ ପ୍ରାଣପଣେ ଲାଗିଛନ୍ତି । ‘ୱାଟର ପ୍ଲସ୍ ସିଟି’ ଅର୍ଥାତ ଏପରି ଏକ ସହର, ଯେଉଁଠି ବିଶୋଧନ ବିନା କୌଣସି ପ୍ରକାରର ବର୍ଜ୍ୟଜଳକୁ କୌଣସି ସାର୍ବଜନୀନ ଜଳସ୍ରୋତରେ ମିଶିବାକୁ ଦିଆଯାଏ ନାହିଁ । ଏଠାକାର ନାଗରିକମାନେ ନିଜେ ଆଗକୁ ବାହାରି ନିଜର ନାଳନର୍ଦ୍ଦମାଗୁଡ଼ିକୁ ସିୱର୍ ଲାଇନ୍ ସହ ସଂଯୋଗ କରିଛନ୍ତି । ସ୍ୱଚ୍ଛତା ଅଭିଯାନ ମଧ୍ୟ ଚଳାଇଛନ୍ତି ଏବଂ ଏହି କାରଣରୁ ସରସ୍ୱତୀ ଓ କାହ୍ନୁ ନଦୀରେ ପଡ଼ୁଥିବା ମଇଳା ପାଣି ମଧ୍ୟ କମ୍ ହୋଇଛି ଓ ସୁଧାର ଆସୁଥିବା ଦୃଷ୍ଟିଗୋଚର ହୋଇଛି । ଆଜି ଯେତେବେଳେ ଆମର ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ, ସେତେବେଳେ ଆମେ ମନେ ରଖିବା ଆବଶ୍ୟକ ଯେ ସ୍ୱଚ୍ଛ ଭାରତ ଅଭିଯାନର ସଙ୍କଳ୍ପକୁ ଆମେ କେବେ ମନ୍ଥର ହେବାକୁ ଦେବା ନାହିଁ । ଆମ ଦେଶର ଯେତିକି ଅଧିକ ସହର ‘ୱାଟର ପ୍ଲସ୍ ସିଟି’ ହେବ ସେତିକି ସ୍ୱଚ୍ଛତା ମଧ୍ୟ ବଢ଼ିବ, ଆମର ନଦୀଗୁଡ଼ିକ ମଧ୍ୟ ସଫା ରହିବ ଓ ପାଣି ବଂଚାଇବାର ଏକ ମାନବୀୟ ଦାୟିତ୍ୱ ତୁଲାଇବା କ୍ଷେତ୍ରରେ ସଂସ୍କାର ମଧ୍ୟ ଆସିବ ।
ବନ୍ଧୁଗଣ, ମୋ ପାଖକୁ ବିହାର ମଧୁବନୀରୁ ଏକ ଉଦାହରଣ ଆସିଛି । ମଧୁବନୀର ଡକ୍ଟର ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟ ଏବଂ ସେଠାକାର ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ମିଶି ଏକ ଭଲ ପ୍ରୟାସ କରିଛନ୍ତି । ଏହାର ଲାଭ ଚାଷୀଙ୍କୁ ତ ହେଉଛି, ଏହାଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ନୂଆ ଶକ୍ତି ମିଳୁଛି । ବିଶ୍ୱବିଦ୍ୟାଳୟର ଏହି ପ୍ରଚେଷ୍ଟାର ନାମ “ସୁ-କ୍ଷେତ ମଡେଲ୍” । ସୁ-କ୍ଷେତ ମଡେଲର ଉଦ୍ଦେଶ୍ୟ ହେଉଛି ଗାଁରେ ପ୍ରଦୂଷଣକୁ କମ୍ କରିବା । ଏହି ମଡେଲ୍ ଅନୁସାରେ ଗାଁର ଚାଷୀମାନଙ୍କଠାରୁ ଗୋବର ଏବଂ କ୍ଷେତଘରୁ ବାହାରୁଥିବା ଅନ୍ୟ ଆବର୍ଜନାଗୁଡ଼ିକୁ ଏକତ୍ର କରାଯାଏ ଓ ତା’ ବଦଳରେ ଗ୍ରାମବାସୀଙ୍କୁ ରନ୍ଧନ ଗ୍ୟାସ ସିଲିଣ୍ଡର ପାଇଁ ପଇସା ଦିଆଯାଏ । ଯେଉଁ ଆବର୍ଜନା ଗାଁରେ ଏକତ୍ରିତ ହୁଏ ସେଥିରେ ଭର୍ମି କମ୍ପୋଷ୍ଟ୍ ତିଆରି କରିବା ପାଇଁ ମଧ୍ୟ କାମ କରାଯାଉଛି । ଅର୍ଥାତ ସୁ-କ୍ଷେତ ମଡେଲର ଚାରିଟି ଲାଭ ସିଧାସିଧା ଦୃଷ୍ଟିକୁ ଆସୁଛି । ପ୍ରଥମ ତ ଗାଁକୁ ପ୍ରଦୂଷଣରୁ ମୁକ୍ତି, ଦ୍ୱିତୀୟ ଗାଁକୁ ଆବର୍ଜନାରୁ ମୁକ୍ତି, ତୃତୀୟ ଗ୍ରାମବାସୀଙ୍କୁ ରନ୍ଧନ ଗ୍ୟାସ ସିଲିଣ୍ଡର୍ ପାଇଁ ପଇସା ଓ ଚତୁର୍ଥ, ଗାଁର ଚାଷୀମାନଙ୍କୁ ଜୈବିକ ସାର । ଆପଣ ଭାବନ୍ତୁ, ଏହିପରି ପ୍ରୟାସ ଆମ ଗାଁର ଶକ୍ତିକୁ କେତେ ଅଧିକ ବଢ଼ାଇପାରିବ । ଏହା ହିଁ ତ ଆତ୍ମନିର୍ଭରତାର ବିଷୟ । ମୁଁ ଦେଶର ପ୍ରତ୍ୟେକ ପଂଚାୟତକୁ କହିବି ଯେ ଏପରି କିଛି କରିବା ପାଇଁ ସେମାନେ ମଧ୍ୟ ନିଶ୍ଚିତଭାବେ ଚିନ୍ତା କରନ୍ତୁ । ଆଉ ବନ୍ଧୁଗଣ, ଆମେ ଯେତେବେଳେ ଗୋଟିଏ ଲକ୍ଷ୍ୟ ନେଇ ବାହାରିପଡ଼ୁ, ଫଳ ମିଳିବା ନିଶ୍ଚିତ ହୋଇଯାଏ । ଏବେ ଦେଖନ୍ତୁ ନା ଆମର ତାମିଲନାଡୁ ଶିବଗଙ୍ଗା ଜିଲାର କାଞ୍ଜିରଙ୍ଗାଲ୍ ପଂଚାୟତକୁ । ଦେଖନ୍ତୁ ଏହି ଛୋଟିଆ ପଂଚାୟତ କ’ଣ କରିଛି, ଏଇଠି ଆପଣଙ୍କୁ ‘ୱେଷ୍ଟ୍’ରୁ ‘ୱେଲଥ’ର ଆଉ ଗୋଟିଏ ମଡେଲ୍ ଦେଖିବାକୁ ମିଳିବ । ଏଠାରେ ସ୍ଥାନୀୟ ଲୋକଙ୍କ ସହ ମିଶି ଗ୍ରାମପଂଚାୟତ ଆବର୍ଜନାରୁ ବିଜୁଳି ଉତ୍ପାଦନ କରିବାର ଏକ ସ୍ଥାନୀୟ ପ୍ରକଳ୍ପ ନିଜ ଗାଁରେ ହିଁ ତିଆରି କରିଛି । ସମଗ୍ର ଗାଁରୁ ଆବର୍ଜନା ଏକାଠି କରାଯାଏ, ସେଥିରେ ବିଜୁଳି ଉତ୍ପାଦିତ ହୁଏ ଆଉ ବଳୁଥିବା ଜିନିଷକୁ କୀଟନାଶକ ରୂପେ ମଧ୍ୟ ବିକ୍ରି କରିଦିଆଯାଏ । ଗାଁର ଏହି ପାୱାର୍ ପ୍ଲାଣ୍ଟ ଦୈନିକ ଦୁଇ ଟନ ଆବର୍ଜନାକୁ ନିଷ୍କାସନ କରିବାର କ୍ଷମତା ରଖିଛି । ଏଥିରୁ ଉତ୍ପାଦିତ ବିଦ୍ୟୁତ୍ ଗାଁର ଷ୍ଟ୍ରିଟଲାଇଟ୍ ଏବଂ ଅନ୍ୟାନ୍ୟ ଆବଶ୍ୟକତାରେ ଉପଯୋଗ ହେଉଛି । ଏହାଦ୍ୱାରା ପଂଚାୟତର ପଇସା ତ ବଂଚୁଛି, ସେହି ପଇସା ଅନ୍ୟ ବିକାଶ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏବେ ମୋତେ କହନ୍ତୁ, ତାମିଲନାଡୁର ଶିବଗଙ୍ଗା ଜିଲାର ଏକ ଛୋଟିଆ ପଂଚାୟତ ଆମ ସମସ୍ତ ଦେଶବାସୀଙ୍କୁ କିଛି କରିବାର ପ୍ରେରଣା ଦେଇଛି ନା ଦେଇନି । ଏମାନେ ଚମତ୍କାର ହିଁ କରିଛନ୍ତି ନା ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ ଏବେ ଭାରତର ସୀମା ଭିତରେ ସୀମିତ ହୋଇ ରହିନାହିଁ । ପୃଥିବୀର ଭିନ୍ନଭିନ୍ନ କୋଣରେ ମଧ୍ୟ ‘ମନ୍ କୀ ବାତ୍’ର ଚର୍ଚ୍ଚା ହେଉଛି ଏବଂ ବିଦେଶରେ ରହୁଥିବା ଆମର ଭାରତୀୟ ସମୁଦାୟର ଲୋକେ ମଧ୍ୟ ମୋତେ ବହୁତ ନୂଆ ନୂଆ ସୂଚନା ଦେଇଥାନ୍ତି ଏବଂ ମୋତେ ମଧ୍ୟ କେବେକେବେ ‘ମନ୍ କୀ ବାତ୍’ରେ ବିଦେଶରେ ଯେଉଁ ନିଆରା କାର୍ଯ୍ୟକ୍ରମ ସବୁ ଚାଲେ ତା’ର କଥା ଆପଣଙ୍କ ସହ ବାଣ୍ଟିବାକୁ ଭଲ ଲାଗେ । ଆଜି ମଧ୍ୟ ମୁଁ ଆପଣଙ୍କୁ ଏପରି କେତେକ ଲୋକଙ୍କ ସହ ପରିଚୟ କରାଇବି, କିନ୍ତୁ ତା’ ପୂର୍ବରୁ ମୁଁ ଆପଣଙ୍କୁ ଗୋଟିଏ ସ୍ୱର ଶୁଣାଇବାକୁ ଚାହୁଁଛି । ଟିକିଏ ଭଲରେ ଶୁଣନ୍ତୁ ।
##
(ରେଡିଓ ୟୁନିଟି ନାଇଂଟି ଏଫ୍ ଏମ୍)
ସମସ୍ତଙ୍କୁ ନମସ୍କାର । ମୋ ନାଁ ଗଙ୍ଗା । ଆପଣମାନେ ଶୁଣନ୍ତୁ ରେଡ଼ିଓ ୟୁନିଟି ନାଇଂଟି ଏଫ୍ଏମ୍ – ଏକ ଭାରତ ଶ୍ରେଷ୍ଠ ଭାରତ । ଏକତା ମୂର୍ତ୍ତିର ମାର୍ଗଦର୍ଶିକା ଏବଂ ରେଡ଼ିଓ ୟୁନିଟି ମାଧ୍ୟମରେ ମୁଁ ଜଣେ ଆର୍ଜେ । ସମସ୍ତଙ୍କୁ ବହୁତ ଶୁଭକାମନା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମହୋଦୟଙ୍କୁ ଲୌହପୁରୁଷ କୁହାଯାଏ । ୨୦୧୩ ମସିହାରେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଲୁହା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ୧୩୪ ଟନ୍ ଲୁହା ସଂଗ୍ରହ କରାଯାଇଥିଲା । ଝାଡ଼ଖଣ୍ଡର ଜଣେ କୃଷକ ଗୋଟିଏ ମୁଦଗର ଦାନ କରିଥିଲେ । ଆପଣମାନେ ଶୁଣନ୍ତୁ ରେଡ଼ିଓ ୟୁନିଟି ନାଇଂଟି ଏଫ୍ଏମ୍ – ଏକ ଭାରତ ଶ୍ରେଷ୍ଠ ଭାରତ ।
##
ବନ୍ଧୁଗଣ, ଭାଷା ତ ଆପଣମାନେ ବୁଝିସାରିଥିବେ । ରେଡିଓରେ ସଂସ୍କୃତରେ କଥା କୁହାଯାଉଛି ଏବଂ ଯିଏ କହୁଛନ୍ତି ସେ ହେଲେ ଆର୍ଜେ ଗଙ୍ଗା । ଆର୍ଜେ ଗଙ୍ଗା ଗୁଜରାତର ରେଡିଓ ଜକିମାନଙ୍କ ଗ୍ରୁପର ଜଣେ ସଦସ୍ୟା । ତାଙ୍କର ଅନ୍ୟ ବନ୍ଧୁମାନେ ମଧ୍ୟ ଅଛନ୍ତି, ଯେପରିକି ଆର୍ଜେ ନୀଲମ୍, ଆର୍ଜେ ଗୁରୁ ଓ ଆର୍ଜେ ହେତଲ୍ । ଏ ସମସ୍ତେ ମିଶି ଗୁଜରାତର କେୱଡିୟାରେ ଏବେ ସଂସ୍କୃତ ଭାଷାର ମାନ ବଢ଼ାଇବାକୁ ଲାଗିପଡ଼ିଛନ୍ତି ଏବଂ ଆପଣ ଜାଣିଥିବେ ଯେ ଏହି କେୱଡିୟା ହେଉଛି ସେହି ସ୍ଥାନ ଯେଉଁଠି ପୃଥିବୀର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି, ଆମ ଦେଶର ଗୌରବ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ରହିଛି, ସେହି କେୱଡିୟା କଥା ମୁଁ କହୁଛି । ଆଉ ଏମାନେ ଏପରି ରେଡିଓ ଜକି, ଯେଉଁମାନେ ଏକାସାଂଗେ ଅନେକ ଭୂମିକା ତୁଲାଇଥାନ୍ତି । ଏମାନେ ଗାଇଡ୍ ରୂପରେ ମଧ୍ୟ ନିଜ ସେବା ଦିଅନ୍ତି, ଏବଂ ତା’ସହିତ କମ୍ୟୁନିଟି ରେଡିଓ ଇନିସିଏଟିଭ୍-ରେଡିଓ ୟୁନିଟି ୯୦ ଏଫ୍ଏମର ପରିଚାଳନା ମଧ୍ୟ କରନ୍ତି । ଏହି ଆର୍ଜେମାନେ ନିଜର ଶ୍ରୋତାଙ୍କୁ ସଂସ୍କୃତ ଭାଷାରେ କଥା ହୁଅନ୍ତି, ସେମାନଙ୍କୁ ସଂସ୍କୃତରେ ସୂଚନା ଉପଲବ୍ଧ କରାଇଥାନ୍ତି ।
ବନ୍ଧୁଗଣ, ଆମର ଏଠି ସଂସ୍କୃତ ସଂପର୍କରେ କୁହାଯାଇଛି-
ଅମୃତମ୍ ସଂସ୍କୃତମ୍ ମିତ୍ର, ସରସମ୍ ସରଳମ୍ ବଚଃ ।
ଏକତା ମୂଳକମ୍ ରାଷ୍ଟ୍ରେ, ଜ୍ଞାନ ବିଜ୍ଞାନ ପୋଷକମ୍ ।
ଅର୍ଥାତ ଆମର ସଂସ୍କୃତ ଭାଷା ଯେପରି ସରସ, ସେପରି ସରଳ ମଧ୍ୟ ।
ସଂସ୍କୃତ ନିଜର ବିଚାର, ନିଜର ସାହିତ୍ୟ ମାଧ୍ୟମରେ ଏହି ଜ୍ଞାନବିଜ୍ଞାନ ଓ ରାଷ୍ଟ୍ର ଏକତାର ମଧ୍ୟ ପୋଷଣ କରିଥାଏ, ତାକୁ ମଜଭୁତ କରିଥାଏ । ସଂସ୍କୃତ ସାହିତ୍ୟରେ ମାନବତା ଓ ଜ୍ଞାନର ଏପରି ଦିବ୍ୟ ଦର୍ଶନ ରହିଛି ଯାହା ପ୍ରତ୍ୟେକଙ୍କୁ ଆକର୍ଷିତ କରିପାରେ । ନିକଟରେ ମୋତେ ଏପରି କେତେକ ଲୋକଙ୍କ ସଂପର୍କରେ ଜାଣିବାକୁ ମିଳିଲା, ଯେଉଁମାନେ ବିଦେଶରେ ସଂସ୍କୃତ ପଢ଼ାଇବାର ପ୍ରେରଣାଦାୟକ କାର୍ଯ୍ୟ କରୁଛନ୍ତି । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଶ୍ରୀମାନ ରଟଗର କୋର୍ଟେନହର୍ଷ୍ଟ, ଯିଏ ଆୟର୍ଲାଣ୍ଡର ଜଣେ ଜଣାଶୁଣା ସଂସ୍କୃତର ବିଦ୍ୱାନ ଓ ଶିକ୍ଷକ ଏବଂ ସେ ସେଠାକାର ପିଲାଙ୍କୁ ସଂସ୍କୃତ ପଢ଼ାନ୍ତି । ଏପଟେ ଆମ ପ୍ରାଚ୍ୟରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବାରେ ସଂସ୍କୃତ ଭାଷାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡ. ଚିରାପତ ପ୍ରପଣ୍ଡବିଦ୍ୟା ଏବଂ ଡ କୁସୁମା ରକ୍ଷାମଣି, ଏହି ଦୁଇଜଣ ଥାଇଲାଣ୍ଡରେ ସଂସ୍କୃତ ଭାଷାର ପ୍ରଚାର-ପ୍ରସାରରେ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମାନେ ଥାଇ ଓ ସଂସ୍କୃତ ଭାଷାର ତୁଳନାତ୍ମକ ସାହିତ୍ୟ ମଧ୍ୟ ରଚନା କରିଛନ୍ତି । ଏପରି ଜଣେ ପ୍ରଫେସର ହେଉଛନ୍ତି ଶ୍ରୀମାନ ବୋରିସ ଜାଖରିନ, ରୁଷିଆର ମସ୍କୋ ଷ୍ଟେଟ୍ ୟୁନିଭର୍ସିଟିରେ ସେ ସଂସ୍କୃତ ପଢ଼ାନ୍ତି । ସେମାନେ ଅନେକ ଗବେଷଣା ସନ୍ଦର୍ଭ ଓ ପୁସ୍ତକ ଲେଖିଛନ୍ତି । ସେ ଅନେକ ପୁସ୍ତକର ସଂସ୍କୃତରୁ ରୁଷୀୟ ଭାଷାକୁ ଅନୁବାଦ ମଧ୍ୟ କରିଛନ୍ତି । ସେହିପରି ସିଡନୀ ସଂସ୍କୃତ ସ୍କୁଲ୍ ଅଷ୍ଟ୍ରେଲିଆର ସେହି ପ୍ରମୁଖ ଅନୁଷ୍ଠାନ ଭିତରୁ ଗୋଟିଏ, ଯେଉଁଠି ବିଦ୍ୟାର୍ଥୀମାନଙ୍କୁ ସଂସ୍କୃତ ଶିକ୍ଷା ଦିଆଯାଏ । ଏହି ସ୍କୁଲ୍ ପିଲାଙ୍କ ପାଇଁ ସଂସ୍କୃତ ବ୍ୟାକରଣ କ୍ୟାମ୍ପ୍, ସଂସ୍କୃତ ନାଟକ ଓ ସଂସ୍କୃତ ଦିବସ ଭଳି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଥାଏ ।
ବନ୍ଧୁଗଣ, ନିକଟ ଅତୀତରେ ଯେଉଁ ପ୍ର୍ରୟାସ ହୋଇଛି, ସେଥିରେ ସଂସ୍କୃତକୁ ନେଇ ଏକ ନୂଆ ସଚେତନତା ଆସିଛି । ଏହି ଦିଗରେ ଆମେ ଅଧିକ ଚେଷ୍ଟା କରିବାର ସମୟ ଆସିଛି । ଆମର ଐତିହ୍ୟକୁ ବଂଚାଇ ରଖିବା, ତା’ର ବିକାଶ କରିବା, ନୂଆ ପିଢ଼ି ପାଖରେ ପହଂଚାଇବା ଏସବୁ ଆମର କର୍ତବ୍ୟ ଏବଂ ଭାବୀ ପିଢ଼ିର ଏହା ଉପରେ ଅଧିକାର ମଧ୍ୟ ଅଛି । ଏବେ ଏହି କାମ ପାଇଁ ମଧ୍ୟ ସମସ୍ତେ ଅଧିକ ପ୍ରୟାସ କରିବାର ସମୟ । ବନ୍ଧୁଗଣ, ଯଦି ଆପଣ ଏହିଭଳି ପ୍ରଚେଷ୍ଟା କରୁଥିବା କୌଣସି ବ୍ୟକ୍ତିଙ୍କୁ ଜାଣିଛନ୍ତି, ବା ଏଭଳି କିଛି ସୂଚନା ଆପଣଙ୍କ ପାଖରେ ଅଛି ତେବେ ଦୟାକରି #CelebratingSanskrit ସହ ସୋସିଆଲ୍ ମିଡିଆରେ ତାଙ୍କ ସମ୍ପର୍କିତ ସୂଚନା ନିଶ୍ଚୟ ବାଣ୍ଟନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା କିଛିଦିନ ମଧ୍ୟରେ ହିଁ ‘ବିଶ୍ୱକର୍ମା ଜୟନ୍ତୀ’ ଆସୁଛି । ଭଗବାନ ବିଶ୍ୱକର୍ମାଙ୍କୁ ଆମର ଏଠି ବିଶ୍ୱର ସୃଜନ ଶକ୍ତିର ପ୍ରତୀକ ଧରାଯାଏ । ଯିଏ ବି ନିଜର ଦକ୍ଷତା ଦ୍ୱାରା କୌଣସି ବସ୍ତୁର ନିର୍ମାଣ କରେ, ସୃଜନ କରେ, ହେଉପଛେ ତାହା ସିଲେଇ-ଏମ୍ବ୍ରଏଡୋରୀ, ସଫ୍ଟୱେର୍ ହେଉ ବା ସାଟେଲାଇଟ୍, ଏସବୁ ଭଗବାନ ବିଶ୍ୱକର୍ମାଙ୍କର ପ୍ରକଟୀକରଣ । ପୃଥିବୀରେ ଦକ୍ଷତାର ପରିଚୟ ଆଜି ସିନା ନୂଆ ଭାବେ ହେଉଛି, କିନ୍ତୁ ଆମର ମୁନିଋଷିମାନେ ତ ହଜାର ହଜାର ବର୍ଷ ତଳୁ ସ୍କିଲ୍ ଓ ସ୍କେଲ୍ ଉପରେ ଗୁରୁତ୍ୱ ଦେଇଆସିଛନ୍ତି । ସେମାନେ ଦକ୍ଷତାକୁ, କୌଶଳକୁ, ଆସ୍ଥା ସହ ଯୋଡ଼ି ଆମର ଜୀବନଦର୍ଶନର ଅଂଶ କରିଦେଇଛନ୍ତି । ଆମ ବେଦରେ ମଧ୍ୟ କେତେକ ସୂକ୍ତ ଭଗବାନ ବିଶ୍ୱକର୍ମାଙ୍କ ପାଇଁ ସମର୍ପିତ ହୋଇଛି । ସୃଷ୍ଟିରେ ଯେତେ ବଡ଼ ବଡ଼ ରଚନା ଅଛି, ଯାହା ବି ନୂଆ ଓ ବଡ଼ କାମ ହୋଇଛି, ଆମ ଶାସ୍ତ୍ରରେ ସେସବୁର ଶ୍ରେୟ ଭଗବାନ ବିଶ୍ୱକର୍ମାଙ୍କୁ ହିଁ ଦିଆଯାଇଛି । ଏହା ଗୋଟିଏ ଦୃଷ୍ଟିରୁ ଏହି କଥାର ସଂକେତ ଯେ ସଂସାରରେ ଯାହାକିଛି ବି ବିକାଶ ଏବଂ ନବୋନ୍ମେଷ ହେଉଛି, ତାହା ଦକ୍ଷତା ବା କୌଶଳ ଜରିଆରେ ହିଁ ହେଉଛି । ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଓ ତାଙ୍କ ପୂଜା ପଛରେ ଏହି ଭାବ ରହିଛି ଏବଂ ଆମର ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି-
ବିଶ୍ୱସ୍ୟ କୃତେ ଯସ୍ୟ କର୍ମବ୍ୟାପାରଃ ସଃ ବିଶ୍ୱକର୍ମା ।
ଅର୍ଥାତ, ଯିଏ ସୃଷ୍ଟି ଓ ନିର୍ମାଣ ସହ ସଂପୃକ୍ତ ସମସ୍ତ କର୍ମ କରନ୍ତି ସେ ହିଁ ବିଶ୍ୱକର୍ମା । ଆମ ଶାସ୍ତ୍ର ଦୃଷ୍ଟିରେ ଆମ ଆଖପାଖରେ ନିର୍ମାଣ ଓ ସୃଜନରେ ଲାଗିଥିବା ଯେତେ ଦକ୍ଷ ଓ କୁଶଳୀ ଲୋକ ଅଛନ୍ତି ସେମାନେ ଭଗବାନ ବିଶ୍ୱକର୍ମାଙ୍କ ଉତ୍ତରାଧିକାରୀ । ଏମାନଙ୍କ ବିନା ଆମେ ଆମ ଜୀବନର କଳ୍ପନା ମଧ୍ୟ କରିପାରିବା ନାହିଁ । ଆପଣ ଚିନ୍ତା କରି ଦେଖନ୍ତୁ, ଆପଣଙ୍କ ଘରେ ବିଜୁଳିରେ କିଛି ସମସ୍ୟା ଦେଖାଦେଲା ଏବଂ ଆପଣଙ୍କୁ କୌଣସି ଇଲେକ୍ଟ୍ରିସିଆନ୍ ମିଳିଲେ ନାହିଁ ତ କ’ଣ ହେବ ? ଆପଣଙ୍କୁ କେତେ ବଡ ଅସୁବିଧା ଭୋଗିବାକୁ ହେବ । ଆମର ଜୀବନ ଏପରି ଅନେକ କୁଶଳୀ ଲୋକଙ୍କ ଦ୍ୱାରା ଚାଲେ । ଆପଣ ନିଜର ଆଖପାଖକୁ ଦେଖନ୍ତୁ, ଲୁହା କାମ କରୁଥିବା ଲୋକ ହେଉ, ମାଟିରେ ବାସନ ତିଆରି କରୁଥିବା ଲୋକ ହେଉ, କାଠରେ ଜିନିଷ ତିଆରି କରୁଥିବା ଲୋକ ହେଉ, ବିଦ୍ୟୁତ୍ କାମ କରୁଥିବା ଲୋକ ହେଉ, ଘର ରଂଗ କରୁଥିବା ଲୋକ ହେଉ, ସଫେଇକର୍ମୀ ହେଉ କିମ୍ବା ମୋବାଇଲ୍ ଲ୍ୟାପଟପ୍ ମରାମତି କରୁଥିବା ଲୋକ ହେଉ, ଏହି ସମସ୍ତ ବନ୍ଧୁ ନିଜର କାର୍ଯ୍ୟଦକ୍ଷତା ଦ୍ୱାରା ହିଁ ପରିଚିତ ହୋଇଥାନ୍ତି । ଆଧୁନିକ ସ୍ୱରୂପରେ ଏମାନେ ଜଣେ ଜଣେ ବିଶ୍ୱକର୍ମା । କିନ୍ତୁ ବନ୍ଧୁଗଣ, ଏହାର ଆଉ ଏକ ଦିଗ ମଧ୍ୟ ଅଛି ଏବଂ ଏହା କେବେ କେବେ ଚିନ୍ତାରେ ମଧ୍ୟ ପକାଇଦିଏ ଯେ ଯେଉଁ ଦେଶରେ, ଯାହାର ସଂସ୍କୃତିରେ, ପରମ୍ପରାରେ, ଚିନ୍ତାରେ, ଦକ୍ଷତାକୁ, କୁଶଳୀ ମାନବସମ୍ବଳକୁ ଭଗବାନ ବିଶ୍ୱକର୍ମାଙ୍କ ସହ ଯୋଡ଼ିଦିଆଯାଇଛି, ସେଠାରେ ସ୍ଥିତି କିପରି ବଦଳିଗଲା । ଗୋଟିଏ ସମୟରେ ଆମର ପାରିବାରିକ ଜୀବନ, ସାମାଜିକ ଜୀବନ, ରାଷ୍ଟ୍ର ଜୀବନ ଉପରେ କୌଶଳର ବହୁତ ବଡ଼ ପ୍ରଭାବ ରହିଥିଲା; କିନ୍ତୁ ଦୀର୍ଘବର୍ଷର ପରାଧିନତାରେ ଦକ୍ଷତାକୁ ଏହିପରି ସମ୍ମାନ ଦେବାର ଭାବନା ଧୀରେ ଧୀରେ ବିସ୍ମୃତ ହୋଇଗଲା । ଏପରି କିଛି ଭାବନା ହୋଇଗଲା ଯେ ଦକ୍ଷତା ଆଧାରିତ କାର୍ଯ୍ୟକୁ ଛୋଟ ଧରାଗଲା ଏବଂ ଏବେ ଆଜି ଦେଖନ୍ତୁ, ସମଗ୍ର ପୃଥିବୀ ସବୁଠୁ ବେଶି ଦକ୍ଷତା ଅର୍ଥାତ ସ୍କିଲ୍ ଉପରେ ହିଁ ଗୁରୁତ୍ୱ ଦେଉଛି । ଭଗବାନ ବିଶ୍ୱକର୍ମାଙ୍କ ପୂଜା ମଧ୍ୟ କେବଳ ଔପଚାରିକତାରେ ହିଁ ସଂପୂର୍ଣ୍ଣ ହେବନାହିଁ । ଆମକୁ ଦକ୍ଷତାକୁ ସମ୍ମାନ ଦେବାକୁ ହେବ, ଦକ୍ଷ ହେବାକୁ ପରିଶ୍ରମ କରିବାକୁ ପଡ଼ିବ । ଦକ୍ଷ ହୋଇଥିବାର ଗର୍ବ ହେବା ଉଚିତ । ଯେତେବେଳେ ଆମେ କିଛି ନା କିଛି ନୂଆ କରିବା, କିଛି ସୃଜନ କରିବା, ଏପରି କିଛି ତିଆରି କରିବା ଯେଉଁଥିରେ ସମାଜର ମଙ୍ଗଳ ହେବ, ଲୋକଙ୍କ ଜୀବନ ସହଜ ହୋଇଯିବ, ସେତେବେଳେ ଆମର ବିଶ୍ୱକର୍ମା ପୂଜା ସାର୍ଥକ ହେବ । ଆଜି ପୃଥିବୀରେ କୁଶଳୀ ଲୋକଙ୍କ ପାଇଁ ସୁଯୋଗର ଅଭାବ ନାହିଁ । ପ୍ରଗତିର ଅନେକ ବାଟ ଆଜି କୌଶଳ ଦ୍ୱାରା ପ୍ରସ୍ତୁତ ହେଉଛି । ତେଣୁ ଆସନ୍ତୁ, ଏଥର ଆମେ ଭଗବାନ ବିଶ୍ୱକର୍ମାଙ୍କ ପୂଜାରେ ଆସ୍ଥା ସହିତ ତାଙ୍କର ସନ୍ଦେଶକୁ ମଧ୍ୟ ଆପଣାଇବାର ସଂକଳ୍ପ କରିବା । ଆମ ପୂଜାର ଭାବ ଏଭଳି ହେବା ଦରକାର ଯେ ଆମେ କୌଶଳର ମହତ୍ୱକୁ ବୁଝିବା ଏବଂ କୁଶଳୀ ଲୋକ, ଯେଉଁଠି ବି କାମ କରୁଥାନ୍ତୁ ନା କାହିଁକି, ସେମାନଙ୍କୁ ଉଚିତ ସମ୍ମାନ ମଧ୍ୟ ଦେବା ।
ମୋର ପ୍ରିୟ ଦେଶବାସୀଗଣ, ଏହି ସମୟ ସ୍ୱାଧୀନତାର ୭୫ତମ ବର୍ଷର । ଏହି ବର୍ଷ ତ ଆମକୁ ପ୍ରତିଦିନ ନୂଆ ସଂକଳ୍ପ ନେବାର ଅଛି, ନୂଆ ଚିନ୍ତା କରିବାର ଅଛି ଏବଂ କିଛି ନୂଆ କରିବା ପାଇଁ ନିଜର ଉତ୍ସାହକୁ ବଢ଼ାଇବାର ଅଛି । ଆମର ଭାରତ ଯେତେବେଳେ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମର ଏହି ସଂକଳ୍ପ ହିଁ ତା’ର ସଫଳତାର ମୂଳଦୁଆରେ ଦୃଷ୍ଟିଗୋଚର ହେବ । ସେଥିପାଇଁ, ଆମେ ଏହି ସୁଯୋଗକୁ ହାତଛଡ଼ା କରିବା ନାହିଁ । ଆମେ ଏଥିରେ ନିଜର ଅଧିକରୁ ଅଧିକ ଯୋଗଦାନ ଦେବା ଏବଂ ଏହି ପ୍ରୟାସଗୁଡ଼ିକ ମଧ୍ୟରେ, ଆମକୁ ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ । ଦୱାଇ ଭି, କଡ଼ାଇ ଭି । ଦେଶରେ ୬୨ କୋଟିରୁ ଅଧିକ ପାନ ଟିକା ଦିଆଯାଇସାରିଲାଣି, କିନ୍ତୁ ତଥାପି ମଧ୍ୟ ଆମକୁ ସାବଧାନ ରହିବାକୁ ପଡ଼ିବ, ସତର୍କତା ରଖିବାକୁ ହେବ । ଆଉ ହଁ, ସବୁବେଳ ପରି, ଆପଣ ଯେତେବେଳେ ମଧ୍ୟ କିଛି ନୂଆ କରୁଛନ୍ତି, ନୂଆ ଭାବୁଛନ୍ତି, ସେଥିରେ ମୋତେ ମଧ୍ୟ ନିଶ୍ଚିତ ସାମିଲ୍ କରନ୍ତୁ । ମୁଁ ଆପଣଙ୍କ ପତ୍ର ଏବଂ ମେସେଜକୁ ଅପେକ୍ଷା କରିବି । ଏହି କାମନା ସହ, ଆପଣ ସମସ୍ତଙ୍କୁ ଆଗାମୀ ପର୍ବଗୁଡ଼ିକ ପାଇଁ ପୁଣିଥରେ ବହୁତ ବଧେଇ । ବହୁତ ବହୁତ ଧନ୍ୟବାଦ ।
ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।
ଦୁଇ ଦିନ ପୂର୍ବର କିଛି ଚମତ୍କାର ଛବି, କିଛି ସ୍ମରଣୀୟ ମୁହୁର୍ତ୍ତ ଏବେ ବି ମୋ ଆଖି ଆଗରେ ରହିଛି । ତେଣୁ, ଏଥର ‘ମନ୍ କି ବାତ୍’ର ଆରମ୍ଭ କରିବା ସେହି ମୁହୁର୍ତ୍ତଗୁଡ଼ିକୁ ନେଇ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଖେଳାଳିମାନଙ୍କୁ ତ୍ରିରଙ୍ଗା ଧରି ଚାଲୁଥିବା ଦେଖି କେବଳ ମୁଁ ନୁହେଁ, ବରଂ ସାରା ଦେଶ ରୋମାଞ୍ଚିତ ହୋଇଉଠିଲା । ସାରା ଦେଶ ସତେ ଯେମିତି ଆମର ଏହି ଯୋଦ୍ଧାମାନଙ୍କୁ କହିଲା –
ବିଜୟୀ ଭବ . . . ବିଜୟୀ ଭବ ।
ଏହି ଖେଳାଳିମାନେ ଯେତେବେଳେ ଭାରତରୁ ପ୍ରସ୍ଥାନ କରିଥିଲେ, ସେତେବେଳେ ମୋତେ ସେମାନଙ୍କ ସହ କଥାବାର୍ତ୍ତା ହେବାର, ସେମାନଙ୍କ ବିଷୟରେ ଜାଣିବାର ଏବଂ ଦେଶକୁ ଜଣାଇବାର ସୁଯୋଗ ମିଳିଥିଲା । ଏହି ଖେଳାଳିମାନେ ଜୀବନର ଅନେକ ବାଧାବିଘ୍ନକୁ ପାର କରି ଏ ଯାଏ ପହଞ୍ଚିଛନ୍ତି । ଆଜି ସେମାନଙ୍କ ପାଖରେ ଆପଣଙ୍କ ସ୍ନେହ ଏବଂ ସମର୍ଥନର ଶକ୍ତି ରହିଛି । ତେଣୁ ଆସନ୍ତୁ, ସମସ୍ତେ ମିଶି ଆମର ଏହି ଖେଳାଳିମାନଙ୍କୁ ନିଜ ନିଜର ଶୁଭେଚ୍ଛା ଜଣାଇ ସେମାନଙ୍କ ଉତ୍ସାହ ବୃଦ୍ଧି କରିବା । ସାମାଜିକ ଗଣମାଧ୍ୟମରେ ଅଲମ୍ପିକ୍ସ ଖେଳାଳିମାନଙ୍କ ସମର୍ଥନ ପାଇଁ ଆମର ଭିକ୍ଟୋରୀ ପଞ୍ଚ କ୍ୟାମ୍ପେନ୍ ଏବେ ଆରମ୍ଭ ହୋଇସାରିଛି । ଆପଣ ମଧ୍ୟ ନିଜ ଟିମ ସହ ନିଜର ଭିକ୍ଟୋରୀ ପଞ୍ଚ ଶେୟାର କରନ୍ତୁ । ଭାରତକୁ ପ୍ରୋତ୍ସାହିତ କରନ୍ତୁ ।
ବନ୍ଧୁଗଣ, ଯିଏ ଦେଶ ପାଇଁ ତ୍ରିରଙ୍ଗା ଧାରଣ କରେ, ତା’ର ସମ୍ମାନାର୍ଥେ ଆବେଗରେ ଜୁଡୁବୁଡୁ ହୋଇଯିବା ସ୍ୱାଭାବିକ । ଦେଶର ଏହି ଭାବନା ଆମ ସମସ୍ତଙ୍କୁ ବାନ୍ଧି ରଖିଛି । ଆସନ୍ତାକାଲି, ଅର୍ଥାତ ଜୁଲାଇ ୨୬ ତାରିଖ ଦିନ କାରଗିଲ୍ ଦିବସ ମଧ୍ୟ ରହିଛି । କାରଗିଲ୍ ଯୁଦ୍ଧ, ଭାରତୀୟ ସେନାବାହିନୀର ବୀରତ୍ୱ ଏବଂ ସଂଯମର ଏଭଳି ଏକ ପ୍ରତୀକ, ଯାହାକୁ ସାରା ବିଶ୍ୱ ଦେଖିଛି । ଏଥର ଏହି ଗୌରବମୟ ଦିନଟି ମଧ୍ୟ ଅମୃତ ମହୋତ୍ସବ ସମୟରେ ପାଳିତ ହେବ । ତେଣୁ, ଏହାର ଗୁରୁତ୍ୱ ଆହୁରି ଅଧିକ ହୋଇଯାଇଛି । ମୁଁ ଚାହୁଁଛି ଯେ କାରଗିଲ ରୋମାଞ୍ଚକର କାହାଣୀ ଆପଣମାନେ ପଢ଼ନ୍ତୁ, କାରଗିଲ ବୀରମାନଙ୍କୁ ଆମେ ସମସ୍ତେ ପ୍ରଣାମ କରିବା ।
ବନ୍ଧୁଗଣ, ଏଥର ଅଗଷ୍ଟ ୧୫ ଦିନ ଦେଶ ନିଜର ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରବେଶ କରିବାକୁ ଯାଉଛି । ଏହା ଆମର ବହୁତ ବଡ଼ ସୌଭାଗ୍ୟ ଯେ, ଯେଉଁ ସ୍ୱାଧୀନତା ପାଇଁ ଦେଶ ଶହ ଶହ ବର୍ଷ ଧରି ପ୍ରତୀକ୍ଷା କଲା, ତାହାର ୭୫ ବର୍ଷ ପୂରଣ ହେବା ଘଟଣାର ଆମେ ସାକ୍ଷୀ ହେବାକୁ ଯାଉଛୁ । ଆପଣମାନଙ୍କର ମନେଥିବ, ସ୍ୱାଧୀନତାର ୭୫ ବର୍ଷ ପାଳନ ପାଇଁ ମାର୍ଚ୍ଚ ୧୨ ତାରିଖ ଦିନ ବାପୁଙ୍କ ସାବରମତୀ ଆଶ୍ରମରୁ ଅମୃତ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ସେହିଦିନ ବାପୁଙ୍କ ଦାଣ୍ଡିଯାତ୍ରାକୁ ମଧ୍ୟ ପୁନର୍ଜୀବିତ କରାଯାଇଥିଲା । ସେହିଦିନଠାରୁ ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ପୁଡୁଚେରୀ ଯାଏ, ଗୁଜରାଟରୁ ଆରମ୍ଭ କରି ଉତ୍ତର-ପୂର୍ବାଞ୍ଚଳ ଯାଏ, ସାରା ଦେଶରେ ଅମୃତ ମହୋତ୍ସବ ସହ ସଂଲଗ୍ନ କାର୍ଯ୍ୟକ୍ରମମାନ ଚାଲିଛି । ଅନେକ ଏଭଳି ଘଟଣା, ଏଭଳି ସ୍ୱାଧୀନତା ସଂଗ୍ରାମୀ, ଯେଉଁମାନଙ୍କର ବହୁତ ବଡ଼ ଅବଦାନ ରହିଛି, କିନ୍ତୁ ସେମାନେ ଲୋକଲୋଚନକୁ ଆସିପାରିନାହାନ୍ତି, ସେମାନଙ୍କ ବିଷୟରେ ମଧ୍ୟ ଜାଣିବାକୁ ପାଉଛୁ । ଯେମିତିକି ମୋଇରାଙ୍ଗ ଦେଙ୍କ କଥା ଧରନ୍ତୁ । ମଣିପୁରର ଗୋଟିଏ ଛୋଟ ଇଲାକା ମୋଇରାଙ୍ଗ, ଏକଦା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ ନ୍ୟାସନାଲ୍ ଆର୍ମି ବା ଆଇ.ଏନ୍.ଏ.ର ଗୋଟିଏ ପ୍ରମୁଖ କାର୍ଯ୍ୟସ୍ଥଳ ଥିଲା । ଏଠାରେ ସ୍ୱାଧୀନତାର ବହୁ ପୂର୍ବରୁ ଆଇ.ଏନ୍.ଏ.ର କର୍ଣ୍ଣେଲ ଶୌକତ୍ ମଲିକ୍ ପତାକା ଉତ୍ତୋଳନ କରିଥିଲେ । ଅମୃତ ମହୋତ୍ସବ ସମୟରେ ଏପ୍ରିଲ ୧୪ ତାରିଖ ଦିନ ପୁଣି ଥରେ ସେହି ମୋଇରାଙ୍ଗରେ ପତାକା ଉତ୍ତୋଳନ କରାଗଲା । ଏଭଳି ଅନେକ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷ ରହିଛନ୍ତି, ଯେଉଁମାନଙ୍କୁ ଅମୃତ ମହୋତ୍ସବ ସମୟରେ ଦେଶ ସ୍ମରଣ କରୁଛି । ସରକାର ଏବଂ ସାମାଜିକ ସଂଗଠନଗୁଡ଼ିକ ତରଫରୁ ମଧ୍ୟ ନିରନ୍ତର ଭାବେ ଏହା ସହ ଜଡ଼ିତ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ କରାଯାଉଛି । ଏହିଭଳି ଏକ କାର୍ଯ୍ୟକ୍ରମ ଏଥର ଅଗଷ୍ଟ ୧୫ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଜାତୀୟ ସଙ୍ଗୀତ ସହ ଜଡ଼ିତ ଗୋଟିଏ ପ୍ରୟାସ । ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରଚେଷ୍ଟା କରାଯାଉଛି ଯେ, ଏହି ଦିନ ଅଧିକରୁ ଅଧିକ ଭାରତବାସୀ ମିଶି ଜାତୀୟ ସଙ୍ଗୀତ ଗାନ କରନ୍ତୁ । ଏଥିପାଇଁ ଗୋଟିଏ ୱେବସାଇଟ ମଧ୍ୟ ପ୍ରସ୍ତୁତ କରାଯାଇଛି – ରାଷ୍ଟ୍ରଗାନ ଡଟ୍ ଇନ୍ । ଏହି ୱେବସାଇଟ ସହାୟତାରେ ଆପଣ ଜାତୀୟ ସଙ୍ଗୀତ ଗାନ କରି ତାହାକୁ ରେକର୍ଡ଼ କରିପାରିବେ, ଏହି ଅଭିଯାନ ସହ ସାମିଲ ହୋଇପାରିବେ । ଏହି ନିଆରା ପ୍ରଚେଷ୍ଟା ସହ ଆପଣମାନେ ଯୋଡ଼ି ହେବେ ବୋଲି ମୋର ଆଶା । ଏହି ଧରଣର ଅନେକ ଅଭିଯାନ, ଅନେକ ପ୍ରଚେଷ୍ଟା ଆପଣମାନଙ୍କୁ ଆଗାମୀ ଦିନମାନଙ୍କରେ ଦେଖିବାକୁ ମିଳିବ । ଅମୃତ ମହୋତ୍ସବ କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ ବା କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ, ଏହା କୋଟି କୋଟି ଭାରତବାସୀଙ୍କ କାର୍ଯ୍ୟକ୍ରମ । ଏହା ହେଉଛି ପ୍ରତ୍ୟେକ ସ୍ୱାଧୀନ ଏବଂ କୃତଜ୍ଞ ଭାରତୀୟଙ୍କ ନିଜର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରଣାମ । ଏହି ମହୋତ୍ସବର ମୂଳ ଚିନ୍ତାଧାରା ବହୁତ ବିସ୍ତୃତ । ଏହି ଚିନ୍ତାଧାରା ହେଉଛି, ନିଜର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପଦାଙ୍କ ଅନୁସରଣ କରିବା, ସେମାନଙ୍କ ସ୍ୱପ୍ନର ଦେଶ ଗଢ଼ିବା । ଯେମିତିକି ଦେଶର ସ୍ୱାଧୀନତା ପାଇଁ ମୁକ୍ତିସଂଗ୍ରାମୀମାନେ ଖୁବ୍ ଆବେଗର ସହ ଏକଜୁଟ ହୋଇଯାଇଥିଲେ, ଠିକ ସେହିଭଳି ଭାବେ ଆମେ ଦେଶର ଉନ୍ନତି ପାଇଁ ଏକଜୁଟ ହେବାକୁ ପଡ଼ିବ । ଆମକୁ ଦେଶ ପାଇଁ ବଞ୍ଚିବାକୁ ହେବ, ଦେଶ ପାଇଁ କାମ କରିବାକୁ ହେବ । ଏଥିରେ ଛୋଟ ଛୋଟ ପ୍ରୟାସ ମଧ୍ୟ ବଡ଼ ସଫଳତା ଆଣି ଦେଇପାରେ । ଦୈନନ୍ଦିନର କାର୍ଯ୍ୟ କରିବା ସାଙ୍ଗରେ ମଧ୍ୟ ଆମେ ରାଷ୍ଟ୍ର ନିର୍ମାଣ କରିପାରିବା, ଯେମିତିକି ଭୋକାଲ୍ ଫର୍ ଲୋକାଲ୍ । ଆମ ଦେଶର ସ୍ଥାନୀୟ ଉଦ୍ୟୋଗୀ, କଳାକାର, ଶିଳ୍ପୀ, ବୁଣାକାରମାନଙ୍କୁ ସହାୟତା କରିବା ଆମର ଅଭ୍ୟାସ ହେବା ଉଚିତ । ଅଗଷ୍ଟ ୭ ତାରିଖ ଦିନ ପଡ଼ୁଥିବା ଜାତୀୟ ହସ୍ତତନ୍ତ ଦିବସ ଏଭଳି ଏକ ସୁଯୋଗ, ଯେଉଁଦିନ ଆମେ ଏ ଦିଗରେ ଚେଷ୍ଟା କରି କାମ କରିପାରିବା । ଜାତୀୟ ହସ୍ତତନ୍ତ ଦିବସ ସହ ଅନେକ ଐତିହାସିକ ପୃଷ୍ଠଭୂମି ଜଡ଼ିତ । ୧୯୦୫ ମସିହାରେ ଏହି ଦିନ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
ବନ୍ଧୁଗଣ, ଆମ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ହସ୍ତତନ୍ତ, ଆୟର ଏକ ପ୍ରମୁଖ ସ୍ରୋତ । ଏହା ଏଭଳି କ୍ଷେତ୍ର, ଯେଉଁଥିରେ ଲକ୍ଷ ଲକ୍ଷ ମହିଳା, ଲକ୍ଷ ଲକ୍ଷ ବୁଣାକାର, ଲକ୍ଷ ଲକ୍ଷ ଶିଳ୍ପୀ କାର୍ଯ୍ୟରତ । ଆପଣଙ୍କର ଛୋଟ ଛୋଟ ପ୍ରୟାସ ବୁଣାକାରମାନଙ୍କ ମଧ୍ୟରେ ଗୋଟିଏ ନୂତନ ଆଶା ସୃଷ୍ଟି କରିବ । ଆପଣ ନିଜେ କିଛି ନା କିଛି କିଣନ୍ତୁ, ଏବଂ ନିଜ କଥା ଅନ୍ୟମାନଙ୍କୁ ବି ଜଣାନ୍ତୁ । ଆଉ, ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ, ସେତେବେଳେ ତ ଏତିକି କରିବା ଆମର ଦାୟିତ୍ୱ ବନ୍ଧୁଗଣ । ଆପଣମାନେ ଲକ୍ଷ୍ୟ କରିଥିବେ, ୨୦୧୪ ପରବର୍ତ୍ତୀ ସମୟରୁ ହିଁ ‘ମନ୍ କି ବାତ୍’ରେ ଆମେ ସବୁବେଳେ ଖଦି ବିଷୟରେ କଥା ହେଉଛୁ । କେବଳ ଆପଣମାନଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ଆଜି ଦେଶରେ ଖଦୀର ବିକ୍ରି ଅନେକ ଗୁଣ ବୃଦ୍ଧି ପାଇଛି । ଗୋଟିଏ ଖଦୀଭଣ୍ଡାରରୁ ଦିନକରେ ଏକ କୋଟି ଟଙ୍କାରୁ ଅଧିକ ବିକ୍ରିବଟା ହେବାକଥା କ’ଣ କେହି ଚିନ୍ତା କରିପାରୁଥିଲା? କିନ୍ତୁ, ଆପଣମାନେ ଏକଥା ମଧ୍ୟ କରି ଦେଖାଇଲେ । ଆପଣ ଯେତେବେଳେ ବି କିଛି ଖଦି ତିଆରି ଜିନିଷ କିଣନ୍ତି, ସେତେବେଳେ ଏହାର ଲାଭ ଆମର ଗରିବ ବୁଣାକାର ବନ୍ଧୁମାନଙ୍କୁ ହିଁ ମିଳିଥାଏ । ତେଣୁ, ଖଦି କିଣିବା ମଧ୍ୟ ଏକ ପ୍ରକାର ଜନସେବା, ଏକ ପ୍ରକାର ଦେଶସେବା । ମୋର ପ୍ରିୟ ଭାଇ-ଭଉଣୀମାନେ, ଆପଣମାନେ ମଧ୍ୟ ଗ୍ରାମାଞ୍ଚଳରେ ତିଆରି ହେଉଥିବା ହ୍ୟାଣ୍ଡଲୁମ ପ୍ରଡକ୍ଟସ କିଣିବା ପାଇଁ ଏବଂ ଏହାକୁ #MyHandloomMyPride ସହ ଶେୟାର କରିବାକୁ ମୋର ଅନୁରୋଧ ।
ବନ୍ଧୁଗଣ, ସ୍ୱାଧୀନତା ଆନ୍ଦୋଳନ ଏବଂ ଖଦୀ କଥା ପଡ଼ିଥିବା ବେଳେ ପୂଜ୍ୟ ବାପୁଙ୍କ କଥା ମନେପଡ଼ିବା ସ୍ୱାଭାବିକ । ଯେମିତି ବାପୁଙ୍କ ନେତୃତ୍ୱରେ ଭାରତଛାଡ଼ ଆନ୍ଦୋଳନ ହୋଇଥିଲା, ଠିକ୍ ସେହିଭଳି, ଆଜି ପ୍ରତ୍ୟେକ ଦେଶବାସୀଙ୍କୁ ଭାରତ ଯୋଡ଼ୋ ଆନ୍ଦୋଳନର ନେତୃତ୍ୱ ନେବାକୁ ହେବ । ଏହା ଆମ କର୍ତ୍ତବ୍ୟ ହେବା ଉଚିତ ଯେ ଆମେ ନିଜ କାମ ଏଭଳି ଢଙ୍ଗରେ କରିବା ଯାହା ବିବିଧତାରେ ପରିପୂର୍ଣ୍ଣ ଆମ ଭାରତକୁ ଯୋଡ଼ିବାରେ ସହାୟକ ହେବ । ତେବେ ଆସନ୍ତୁ, ଅମୃତ ମହୋତ୍ସବ ଅବସରରେ ଆମେ ଅମୃତ ସଂକଳ୍ପ ଗ୍ରହଣ କରିବା ଯେ, ଦେଶ ହିଁ ଆମର ସବୁଠାରୁ ବଡ଼ ଆସ୍ଥା, ସବୁଠାରୁ ବଡ଼ ଅଗ୍ରାଧିକାର ହୋଇରହୁ । ନେସନ୍ ଫାଷ୍ଟ୍, ଅଲ୍ୱେଜ୍ ଫାଷ୍ଟ୍ – ଏହି ମନ୍ତ୍ର ସହ ଆମକୁ ଆଗକୁ ବଢ଼ିବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ ‘ମନ୍ କି ବାତ୍’ ଶୁଣୁଥିବା ମୋର ଯୁବବନ୍ଧୁମାନଙ୍କ ପ୍ରତି ବିଶେଷ କୃତଜ୍ଞତା ଜଣାଇବାକୁ ଚାହୁଁଛି । କିଛିଦିନ ତଳେ ହିଁ, ମାଇଁଗଭ୍ ତରଫରୁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ନେଇ ଗୋଟିଏ ଅଧ୍ୟୟନ କରାଯାଇଥିଲା । ଏଥିରେ ଜଣାପଡ଼ିଲା ଯେ, ‘ମନ୍ କି ବାତ୍’ ପାଇଁ ବାର୍ତ୍ତା ଏବଂ ପ୍ରସ୍ତାବମାନ ପଠାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟତଃ ୭୫ ପ୍ରତିଶତ ଲୋକଙ୍କର ବୟସ ୩୫ ବର୍ଷରୁ କମ୍ । ଅର୍ଥାତ, ଭାରତର ଯୁବଶକ୍ତିର ପ୍ରସ୍ତାବଗୁଡ଼ିକ ‘ମନ୍ କି ବାତ୍’କୁ ଦିଗଦର୍ଶନ ଦେଉଛନ୍ତି । ମୁଁ ଏହାକୁ ଗୋଟିଏ ବହୁତ ଭଲ ସଙ୍କେତ ବୋଲି ମନେ କରୁଛି । ‘ମନ୍ କି ବାତ୍’ ଏଭଳି ଏକ ମାଧ୍ୟମ ଯେଉଁଠି ରହିଛି ସକାରାତ୍ମକତା, ସମ୍ବେଦନଶୀଳତା । ‘ମନ୍ କି ବାତ୍’ରେ ଆମେ ସକାରାତ୍ମକ କଥାଗୁଡ଼ିକ କହିଥାଉ । ଏହାର ଚରିତ୍ର କଲେକ୍ଟିଭ୍ ବା ସମଷ୍ଟିଗତ । ସକାରାତ୍ମକ ଚିନ୍ତାଧାରା ଏବଂ ପ୍ରସ୍ତାବ ପାଇଁ ଭାରତର ଯୁବବର୍ଗଙ୍କ ଏହି ସକ୍ରିୟତା ମୋତେ ଆନନ୍ଦିତ କରୁଛି । ମୋତେ ଏକଥାକୁ ନେଇ ମଧ୍ୟ ଖୁସି ଲାଗୁଛି ଯେ, ‘ମନ୍ କି ବାତ୍’ ମାଧ୍ୟମରେ ମୋତେ ଯୁବମାନସକୁ ମଧ୍ୟ ଜାଣିବାର ସୁଯୋଗ ମିଳୁଛି ।
ବନ୍ଧୁଗଣ, ଆପଣମାନଙ୍କଠୁ ମିଳିଥିବା ପ୍ରସ୍ତାବଗୁଡ଼ିକ ହିଁ, ‘ମନ୍ କି ବାତ୍’ର ପ୍ରକୃତ ଶକ୍ତି । ଆପଣମାନଙ୍କ ପ୍ରସ୍ତାବଗୁଡ଼ିକ ହିଁ ‘ମନ୍ କି ବାତ୍’ ମାଧ୍ୟମରେ ଭାରତର ବିବିଧତାର ପରିପ୍ରକାଶ କରନ୍ତି, ଭାରତବାସୀଙ୍କ ସେବା ଓ ତ୍ୟାଗର ମହକ ଚତୁର୍ଦିଗରେ ପ୍ରସାରିତ କରନ୍ତି । ଆମ ପରିଶ୍ରମୀ ଯୁବବର୍ଗଙ୍କ ଇନୋଭେସନ୍ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । ‘ମନ୍ କି ବାତ୍’ରେ ଆପଣମାନେ ଅନେକ ପ୍ରକାର ନୂଆ ଆଇଡିଆ ପଠାଇଥାନ୍ତି । ଆମେ ସବୁଗୁଡ଼ିକ ଉପରେ ତ ଆଲୋଚନା କରିପାରୁନାହୁଁ, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅନେକ ଆଇଡିଆ ମୁଁ ତତ୍ସଂଲଗ୍ନ ବିଭାଗଗୁଡ଼ିକୁ ନିଶ୍ଚୟ ଭାବେ ପଠାଇଥାଏଁ ଯାହାଫଳରେ ସେ ଦିଗରେ ଆଗକୁ କାର୍ଯ୍ୟ କରିହେବ ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ସାଇ ପ୍ରନୀଥଙ୍କ ପ୍ରଚେଷ୍ଟା ବିଷୟରେ ନିଶ୍ଚୟ ଜଣାଇବାକୁ ଚାହୁଁଛି । ଆନ୍ଧ୍ରପ୍ରଦେଶର ବାସିନ୍ଦା ସାଇ ପ୍ରନୀଥ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ଗତବର୍ଷ ସେ ଲକ୍ଷ୍ୟ କଲେ ଯେ, ତାଙ୍କ ଅଞ୍ଚଳରେ ପାଣିପାଗର ଅସ୍ୱାଭାବିକତା ଯୋଗୁଁ ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ପାଣିପାଗ ବିଷୟରେ ବହୁତ ଆଗରୁ ତାଙ୍କର ଆଗ୍ରହ ରହିଥିଲା । ତେଣୁ ସେ ନିଜର ଆଗ୍ରହ ଏବଂ ନିଜର ପ୍ରତିଭାକୁ ଚାଷୀମାନଙ୍କ ହିତ ପାଇଁ ବ୍ୟବହାର କରିବାକୁ ନିଷ୍ପତ୍ତି ଗ୍ରହଣ କଲେ । ଏବେ ସେ ଭିନ୍ନ ଭିନ୍ନ ଡାଟା ସୋର୍ସରୁ ପାଣିପାଗ ସମ୍ପର୍କୀୟ ତଥ୍ୟ କିଣୁଛନ୍ତି, ଏହାର ବିଷ୍ଳେଷଣ କରୁଛନ୍ତି ଏବଂ ବିଭିନ୍ନ ମାଧ୍ୟମରେ ଆଞ୍ଚଳିକ ଭାଷାରେ ଏହି ସୂଚନା ଚାଷୀମାନଙ୍କ ନିକଟକୁ ପହଞ୍ଚାଉଛନ୍ତି । ପାଣିପାଗ ସମ୍ପର୍କୀୟ ସଦ୍ୟତମ ସୂଚନା ବ୍ୟତୀତ ପ୍ରନୀଥ ଭିନ୍ନ ଭିନ୍ନ ଜଳବାୟୁ ପରିସ୍ଥିତିରେ ଲୋକ କ’ଣ କରିବା ଦରକାର, ସେ ସମ୍ପର୍କରେ ମାର୍ଗଦର୍ଶନ ମଧ୍ୟ ଦେଉଛନ୍ତି । ବିଶେଷକରି ବନ୍ୟାରୁ ରକ୍ଷା ପାଇବା କିମ୍ବା ବଜ୍ରପାତରୁ କିଭଳି ସୁରକ୍ଷିତ ରହିହେବ ସେ ସମ୍ପର୍କରେ ଲୋକଙ୍କୁ ଜଣାଉଛନ୍ତି ।
ବନ୍ଧୁଗଣ, ଏକ ପକ୍ଷରେ ଏହି ଯୁବ ସଫ୍ଟୱେୟାର ଇଞ୍ଜିନିୟରଙ୍କର ଏହି ପ୍ରୟାସ ମନକୁ ଛୁଇଁଯାଉଥିବା ବେଳେ ଅନ୍ୟପକ୍ଷରେ ଆମର ଅନ୍ୟ ଜଣେ ବନ୍ଧୁଙ୍କ ଦ୍ୱାରା କରାଯାଉଥିବା ପ୍ରଯୁକ୍ତିବିଦ୍ୟାର ଉପଯୋଗ ମଧ୍ୟ ଆପଣମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେବ । ଏହି ବନ୍ଧୁଜଣକ ହେଉଛନ୍ତି ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଗୋଟିଏ ଗାଁରେ ବାସ କରୁଥିବା ଶ୍ରୀଯୁକ୍ତ ଇସାକ୍ ମୁଣ୍ଡା । ଇସାକ୍ ମହାଶୟ ଯିଏ ଦିନେ ଜଣେ ଦିନମଜୁରିଆ ଭାବେ କାମ କରୁଥିଲେ, ଆଜି ସେ ଜଣେ ଇଂଟରନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି । ନିଜର ୟୁ-ଟ୍ୟୁବ୍ ଚ୍ୟାନେଲରୁ ସେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । ନିଜ ଭିଡିଓଗୁଡ଼ିକରେ ସେ ସ୍ଥାନୀୟ ବ୍ୟଞ୍ଜନ, ପାରମ୍ପରିକ ରନ୍ଧନଶୈଳୀ, ନିଜ ଗାଁ, ନିଜର ଜୀବନଶୈଳୀ, ପରିବାର ଏବଂ ଖାଦ୍ୟପେୟର ଅଭ୍ୟାସ ସମ୍ପର୍କରେ ପ୍ରଦର୍ଶିତ କରୁଛନ୍ତି । ଜଣେ ୟୁ-ଟ୍ୟୁବର୍ ଭାବେ ତାଙ୍କର ଯାତ୍ରା ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ଓଡ଼ିଶାର ସୁପ୍ରସିଦ୍ଧ ସ୍ଥାନୀୟ ଖାଦ୍ୟ ପଖାଳ ସହ ଜଡ଼ିତ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ସେବେଠାରୁ ସେ ଶହ ଶହ ଭିଡିଓ ପୋଷ୍ଟ କରିସାରିଛନ୍ତି । ତାଙ୍କର ଏହି ପ୍ରଚେଷ୍ଟା ଅନେକ କାରଣରୁ ନିଆରା । ବିଶେଷକରି ଏଥିପାଇଁ ଯେ, ଏହାଦ୍ୱାରା ସହରାଞ୍ଚଳରେ ରହୁଥିବା ଲୋକଙ୍କୁ ସେହି ଜୀବନଶୈଳୀ ଦେଖିବାର ସୁଯୋଗ ମିଳୁଛି, ଯାହା ବିଷୟରେ ସେମାନେ ବେଶୀ କିଛି ଜାଣନ୍ତିନି । ଇସାକ୍ ମୁଣ୍ଡା ମହାଶୟ ସଂସ୍କୃତି ଏବଂ ବ୍ୟଞ୍ଜନ ଉଭୟକୁ ମିଶାଇ ମନୋରଞ୍ଜନ କରୁଛନ୍ତି ଏବଂ ଆମ ସମସ୍ତଙ୍କୁ ପ୍ରେରଣା ମଧ୍ୟ ଯୋଗାଉଛନ୍ତି ।
ବନ୍ଧୁଗଣ, ଆମେ ଯେତେବେଳେ ପ୍ରଯୁକ୍ତିବିଦ୍ୟା କଥା କହୁଛୁ, ସେତେବେଳେ ମୁଁ ଆଉ ଗୋଟିଏ କୌତୂହଳପୂର୍ଣ୍ଣ ବିଷୟ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛି । ନିକଟରେ ଆପଣମାନେ ପଢ଼ିଥିବେ କିମ୍ବା ଦେଖିଥିବେ ଯେ, ଆଇଆଇଟି ମାଡ୍ରାସର ପୁରାତନ ଛାତ୍ରମାନଙ୍କ ଦ୍ୱାରା ସ୍ଥାପିତ ଗୋଟିଏ ଷ୍ଟାର୍ଟ ଅପ୍ ଏକ ଥ୍ରୀଡି ପ୍ରିଂଟେଡ୍ ହାଉସ ପ୍ରସ୍ତୁତ କରିଛନ୍ତି । ଥ୍ରୀଡି ପ୍ରିଣ୍ଟ୍ କରି ଗୃହ ନିର୍ମାଣ ଅନ୍ତତଃ କିଭଳି ସମ୍ଭବ ହେଲା ? ପ୍ରକୃତରେ ଏହି ଷ୍ଟାର୍ଟ ଅପ୍ ସର୍ବପ୍ରଥମେ ଥ୍ରୀଡି ପ୍ରିଣ୍ଟରରେ ଗୋଟିଏ ଥ୍ରୀ ଡାଇମେନ୍ସନାଲ୍ ଡିଜାଇନକୁ ଫିଡ୍ କଲେ ଏବଂ ପରେ ଗୋଟିଏ ବିଶେଷ ଧରଣର କଂକ୍ରିଟ ମାଧ୍ୟମରେ ପରସ୍ତ ପରସ୍ତ କରି ଗୋଟିଏ ଥ୍ରୀଡି ଷ୍ଟ୍ରକ୍ଚର ନିର୍ମାଣ କରିଦେଲେ । ଆପଣମାନେ ଏକଥା ଜାଣି ଖୁସିହେବେ ଯେ, ସାରା ଦେଶରେ ଏହିଭଳି ଅନେକ ପରୀକ୍ଷା-ନିରୀକ୍ଷା ଚାଲିଛି । ଦିନ ଥିଲା ଯେତେବେଳେ ଛୋଟ ଛୋଟ ନିର୍ମାଣ କାର୍ଯ୍ୟରେ ମଧ୍ୟ ବହୁତ ବର୍ଷ ଲାଗିଯାଉଥିଲା । କିନ୍ତୁ ଏବେ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଭାରତରେ ପରିସ୍ଥିତି ବଦଳୁଛି । ଆଗରୁ ଆମେ ବିଶ୍ୱର ଏଭଳି ଇନ୍ନୋଭେଟିଭ କମ୍ପାନୀଗୁଡ଼ିକୁ ଆମନ୍ତ୍ରିତ କରିବା ପାଇଁ ଗୋଟିଏ ଗ୍ଲୋବାଲ୍ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଆରମ୍ଭ କରିଥିଲୁ । ଏହା ଦେଶରେ ଗୋଟିଏ ଭିନ୍ନ ଧରଣର ପ୍ରୟାସ । ତେଣୁ, ଆମେ ତାହାକୁ ବତୀଘର ପ୍ରକଳ୍ପ ଭାବେ ନାମିତ କରିଥିଲୁ । ଏବେ ଦେଶର ଛଅଟି ବତୀଘର ପ୍ରକଳ୍ପ କାର୍ଯ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଦ୍ରୁତ ଗତିରେ ଚାଲିଛି । ଏହି ବତୀଘର ପ୍ରକଳ୍ପରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ଉପାୟ ଅବଲମ୍ବନ କରାଯାଉଛି । ଏହାଦ୍ୱାରା ନିର୍ମାଣ କାର୍ଯ୍ୟ ଅବଧି ହ୍ରାସ ପାଉଛି । ତା’ସଙ୍ଗେ ସଙ୍ଗେ ନିର୍ମିତ ହେଉଥିବା ଗୃହଗୁଡ଼ିକ ଦୀର୍ଘସ୍ଥାୟୀ, ଶସ୍ତା ଏବଂ ଆରାମଦାୟକ ହୋଇପାରୁଛି । ମୁଁ ନିକଟରେ ଡ୍ରୋନ ଜରିଆରେ ଏହି କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲି ଏବଂ କାର୍ଯ୍ୟର ପ୍ରଗତିକୁ ସିଧାସଳଖ ଦେଖିଲି ।
ଇନ୍ଦୋରର ପ୍ରୋଜେକ୍ଟରେ ଇଟା ଓ ସିମେଣ୍ଟର କାନ୍ଥ ବଦଳରେ ପ୍ରି-ଫେବ୍ରିକେଟେଡ ସ୍ୟାଣ୍ଡ୍ୱିଚ୍ ପ୍ୟାନେଲ୍ ସିଷ୍ଟମ୍ ବ୍ୟବହାର କରାଯାଉଛି । ରାଜକୋଟରେ ଏକ ବତିଘର ଫରାସୀ ପ୍ରଯୁକ୍ତିବିଦ୍ୟାରେ ନିର୍ମାଣ କରାଯାଉଛି, ଯେଉଁଥିରେ ଟନେଲ ମାଧ୍ୟମରେ ମନୋଲିଥିକ୍ କଂକ୍ରିଟ୍ କନଷ୍ଟ୍ରକ୍ସନ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏହି ଟେକ୍ନୋଲୋଜିରେ ତିଆରି ହେଉଥିବା ଘର ବିପର୍ଯ୍ୟୟର ସମ୍ମୁଖୀନ ହେବାରେ ଅଧିକ ସକ୍ଷମ ହେବ । ଚେନ୍ନାଇ, ଆମେରିକା ଓ ଫିନଲାଣ୍ଡରେ ଏହି ଟେକ୍ନୋଲୋଜି - ପ୍ରି-କାଷ୍ଟ୍ କଂକ୍ରିଟ୍ ସିଷ୍ଟମର ଉପଯୋଗ କରାଯାଉଛି । ଏହାଦ୍ୱାରା ଘର ଶୀଘ୍ର ତିଆରି ହେବ ଏବଂ ଖର୍ଚ୍ଚ ମଧ୍ୟ କମ୍ ହେବ । ରାଂଚିରେ ଜର୍ମାନୀର ଥ୍ରୀଡି ନିର୍ମାଣ ବ୍ୟବସ୍ଥାର ପ୍ରୟୋଗ କରାଯାଇ ଘର ତିଆରି କରାଯିବ । ଏଥିରେ ପ୍ରତ୍ୟେକ କୋଠରିକୁ ଅଲଗା ଅଲଗା ତିଆରି କରାଯିବ, ପୁଣି ସମଗ୍ର ଷ୍ଟ୍ରକ୍ଚରକୁ ଏପରି ଯୋଡ଼ାଯିବ ଯେପରିକି ବ୍ଲକ୍ ଟଏଜକୁ ଯୋଡ଼ାଯାଏ । ଅଗରତାଲାରେ ନିଉଜିଲାଣ୍ଡ ଟେକ୍ନୋଲୋଜିର ଉପଯୋଗ କରି ଷ୍ଟିଲ୍ଫ୍ରେମ୍ ସହ ଘର ତିଆରି କରାଯାଉଛି, ଯାହା ବଡ଼ ଭୂମିକମ୍ପକୁ ମଧ୍ୟ ସମ୍ଭାଳିପାରିବ । ସେହିପରି ଲକ୍ଷ୍ନୌରେ କାନାଡାର ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏଥିରେ ପଲସ୍ତରା ଏବଂ ରଙ୍ଗ କରାଯିବ ନାହିଁ ଓ ଖୁବଶୀଘ୍ର ଘର ତିଆରି ପାଇଁ ପୂର୍ବରୁ ହିଁ ନିର୍ମିତ କାନ୍ଥର ପ୍ରୟୋଗ କରାଯିବ ।
ବନ୍ଧୁଗଣ, ଆଜି ଦେଶରେ ଏପରି ଚେଷ୍ଟା ହେଉଛି ଯେ ଏହି ପ୍ରକଳ୍ପ ଇନକ୍ୟୁବେସନ ସେଣ୍ଟର ଭଳି କାମ କରିବ । ଏହାଦ୍ୱାରା ଆମର ଯୋଜନାକାରୀ, ସ୍ଥପତି, ଇଂଜିନିୟର ଓ ବିଦ୍ୟାର୍ଥୀମାନେ ନୂଆ ପ୍ରଯୁକ୍ତିକୁ ଜାଣିପାରିବେ ଓ ତା’ର ପରୀକ୍ଷାନିରୀକ୍ଷା ମଧ୍ୟ କରିପାରିବେ । ମୁଁ ଏକଥାଗୁଡ଼ିକୁ ବିଶେଷଭାବେ ଆମର ଯୁବପିଢ଼ି ପାଇଁ କହୁଛି, ଯେପରିକି ଆମ ଯୁବକ ଯୁବତୀମାନେ ରାଷ୍ଟ୍ର ହିତରେ ପ୍ରଯୁକ୍ତର ନୂଆ ନୂଆ କ୍ଷେତ୍ରଗୁଡ଼ିକ ପ୍ରତି ଆକର୍ଷିତ ହୋଇପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ଇଂରେଜୀର ଗୋଟିଏ ପ୍ରବାଦ ଶୁଣିଥିବେ- “ଟୁ ଲର୍ଣ୍ଣ ଇଜ୍ ଟୁ ଗ୍ରୋ” ଅର୍ଥାତ ଶିଖିବା ହିଁ ଆଗକୁ ବଢ଼ିବା । ଯେତେବେଳେ ଆମେ କିଛି ନୂଆ ଶିଖୁ, ସେତେବେଳେ ଆମ ପାଇଁ ପ୍ରଗତିର ନୂଆ ନୂଆ ରାସ୍ତା ଆପେଆପେ ଖୋଲିଯାଏ । ଯେତେବେଳେ ବି କେଉଁଠି ନିଆରା କିଛି ନୂଆ କରିବାର ପ୍ରୟାସ ହୋଇଛି, ମାନବତା ପାଇଁ ନୂଆ ଦ୍ୱାର ଖୋଲିଛି, ଗୋଟିଏ ନୂଆ ଯୁଗର ଆରମ୍ଭ ହୋଇଛି । ଆଉ ଆପଣ ଦେଖିଥିବେ ଯେତେବେଳେ କେଉଁଠି କିଛି ନୂଆ ହୁଏ, ତା’ର ପରିଣାମ ପ୍ରତ୍ୟେକ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ । ଯେପରିକି ମୁଁ ଯଦି ଆପଣଙ୍କୁ ଏବେ ପଚାରିବି ଯେ ସେଓ ଓ ଆପଲ୍ ସହ ଆପଣ କେଉଁ ରାଜ୍ୟକୁ ଯୋଡ଼ିବେ? ତାହାଲେ ସର୍ବପ୍ରଥମେ ଆପଣଙ୍କ ମନରେ ନିଶ୍ଚିତ ଭାବେ ହିମାଚଳ ପ୍ରଦେଶ, ଜମ୍ମୁକଶ୍ମୀର ଓ ଉତ୍ତରାଖଣ୍ଡର ନାମ ଆସିବ । କିନ୍ତୁ ଯଦି ମୁଁ କହିବି ଯେ ଏଇ ତାଲିକାରେ ଆପଣ ମଣିପୁରର ନାଁ ମଧ୍ୟ ଯୋଡ଼ିଦିଅନ୍ତୁ ତେବେ ବୋଧହୁଏ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିଛି ନୂଆ କରିବାର ଉତ୍ସାହ ଉଦ୍ଦୀପନାରେ ଭରା ଯୁବକ ଯୁବତୀ ମଣିପୁରରେ ଏହି ଅଦ୍ଭୁତ କାର୍ଯ୍ୟ କରି ଦେଖାଇଛନ୍ତି । ଆଜିକାଲି ମଣିପୁରର ଉଖରୁଲ୍ ଜିଲାରେ ବହୁ ପରିମାଣରେ ସେଓ ଚାଷ ହେଉଛି । ଏଠାକାର ଚାଷୀମାନେ ନିଜ ବଗିଚାରେ ସେଓ ଉତ୍ପାଦନ କରୁଛନ୍ତି । ସେଓ ଉତ୍ପାଦନ ପାଇଁ ଏମାନେ ହିମାଚଳ ଯାଇ ବିଧିବଦ୍ଧଭାବେ ତାଲିମ ମଧ୍ୟ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଟି ଏସ୍ ରିଙ୍ଗଫାମି ୟୋଙ୍ଗ୍ । ସେ ପେସାରେ ଜଣେ ଏରୋନଟିକାଲ୍ ଇଂଜିନିୟର୍ । ସେ ନିଜ ପତ୍ନୀ ଶ୍ରୀମତୀ ଟି.ଏସ୍. ଏଞ୍ଜେଲଙ୍କ ସହ ମିଶି ସେଓ ଉତ୍ପାଦନ କରୁଛନ୍ତି । ସେହିପରି ଅବୁଙ୍ଗଶୀ ଶିମରେ ଅଗଷ୍ଟିନା ମଧ୍ୟ ନିଜ ବଗିଚାରେ ସେଓ ଉତ୍ପାଦନ କରୁଛନ୍ତି । ଅବୁଙ୍ଗଶୀ ଦିଲ୍ଲୀରେ ଚାକିରି କରୁଥିଲେ । ତାକୁ ଛାଡ଼ି ସେ ନିଜ ଗାଁକୁ ଫେରିଆସିଲେ ଏବଂ ସେଓ ଚାଷ ଆରମ୍ଭ କଲେ । ମଣିପୁରରେ ଆଜି ଏପରି ଅନେକ ସେଓ ଉତ୍ପାଦକ ଅଛନ୍ତି, ଯେଉଁମାନେ କିଛି ଅଲଗା ଓ ନୂଆ କରିକି ଦେଖାଇଛନ୍ତି ।
ବନ୍ଧୁଗଣ, ଆମର ଆଦିବାସୀ ସମ୍ପ୍ରଦାୟରେ କୋଳି ବହୁତ ଲୋକପ୍ରିୟ । ଆଦିବାସୀମାନେ ସବୁବେଳେ କୋଳି ଚାଷ କରିଥାନ୍ତି । କିନ୍ତୁ କୋଭିଡ-୧୯ ମହାମାରୀ ପରେ ଏହି ଚାଷ ବିଶେଷ ଭାବେ ବୃଦ୍ଧି ପାଉଛି । ତ୍ରିପୁରାର ଉନାକୋଟିରେ ଏହିପରି ୩୨ ବର୍ଷର ମୋର ଯୁବ ବନ୍ଧୁ ହେଲେ ବିକ୍ରମଜିତ ଚକମା । ସେ ବରକୋଳି ସେଓ ଚାଷ ଆରମ୍ଭ କରି ବହୁତ ଲାଭ ମଧ୍ୟ ପାଇଛନ୍ତି ଏବଂ ଏବେ ସେ ଲୋକଙ୍କୁ ବରକୋଳିସେଓ ଚାଷ କରିବା ପାଇଁ ପ୍ରେରଣା ମଧ୍ୟ ଦେଉଛନ୍ତି । ରାଜ୍ୟ ସରକାର ମଧ୍ୟ ଏପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସରକାରଙ୍କ ଦ୍ୱାରା ଏଥିପାଇଁ କେତେକ ସ୍ୱତନ୍ତ୍ର ନର୍ସରି ତିଆରି କରାଯାଇଛି, ଯେପରିକି ବରକୋଳି ସେଓ ଚାଷ ସହ ସମ୍ପୃକ୍ତ ଲୋକଙ୍କ ଚାହିଦା ପୂରଣ କରାଯାଇପାରିବ । ଚାଷରେ ନୂଆ ନୂଆ ପ୍ରୟୋଗ ମଧ୍ୟ ହେଉଛି ତ ଚାଷର ବାଇ ପ୍ରଡକ୍ଟରେ ମଧ୍ୟ ସୃଜନଶୀଳତା ଦେଖିବାକୁ ମିଳୁଛି ।
ବନ୍ଧୁଗଣ, ଉତ୍ତରପ୍ରଦେଶର ଲଖିମପୁର ଖିରିରେ କରାଯାଇଥିବା ଏକ ପ୍ରୟାସ ସମ୍ପର୍କରେ ମଧ୍ୟ ମୁଁ ଅବଗତ ହୋଇଛି । କୋଭିଡ ସମୟରେ ହିଁ ଲଖିମପୁର ଖିରିରେ ଏକ ନିଆରା ପ୍ରଚେଷ୍ଟା ହୋଇଛି । ସେଠାକାର ମହିଳାମାନେ କଦଳୀପଟୁଆରୁ ଫାଇବର ତିଆରି କରିବାର ତାଲିମ ଦେବାର କାମ ଆରମ୍ଭ କରିଛନ୍ତି । ୱେଷ୍ଟରୁ ବେଷ୍ଟ୍ କରିବାର ମାର୍ଗ । କଦଳୀପଟୁଆକୁ କାଟି ମେସିନ ସାହାଯ୍ୟରେ ବାନାନା ଫାଇବର୍ ତିଆରି କରାଯାଏ, ଯାହା ଝୋଟ ବା ଛଣ ଭଳି ହୋଇଥାଏ । ଏହି ଫାଇବରରୁ ହ୍ୟାଣ୍ଡବ୍ୟାଗ୍, ଚଟେଇ, ଦରି ଆଦି ଅନେକ ପ୍ରକାରର ଜିନିଷ ତିଆରି ହୋଇଥାଏ । ଏହାଦ୍ୱାରା ଗୋଟିଏ ପଟେ ଫସଲ ଆବର୍ଜନାର ବ୍ୟବହାର ଆରମ୍ଭ ହୋଇଗଲା, ଅନ୍ୟପଟେ ଗାଁରେ ରହୁଥିବା ଆମର ମାଆଭଉଣୀମାନଙ୍କୁ ଆୟର ଆଉ ଏକ ସାଧନ ମିଳିଗଲା । ବାନାନା ଫାଇବର ଏହି କାମରୁ ଜଣେ ସ୍ଥାନୀୟ ମହିଳାଙ୍କୁ ଚାରି ଶହରୁ ଛଅ ଶହ ଟଙ୍କା ଦୈନିକ ଆୟ ହୋଇଯାଏ । ଲଖିମପୁର ଖିରିରେ ଶହଶହ ଏକର ଜମିରେ କଦଳୀ ଚାଷ ହୋଇଥାଏ । କଦଳି ଫସଲ ପରେ ସାଧାରଣତଃ ଚାଷୀମାନେ ଏହାର ପଟୁଆକୁ ଫିଙ୍ଗିବା ପାଇଁ ଅଲଗା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏବେ ସେମାନଙ୍କ ସେହି ପଇସା ମଧ୍ୟ ବଞ୍ଚିଯାଉଛି, ଅର୍ଥାତ “ଆମ୍ କେ ଆମ୍ ଗୁଠଲିୟୋଁ କେ ଦାମ୍” ରୁଢ଼ିଟି ଏ କ୍ଷେତ୍ରରେ ସଂପୂର୍ଣ୍ଣ ଠିକ୍ ସାବ୍ୟସ୍ତ ହୋଇଛି ।
ବନ୍ଧୁଗଣ, ଗୋଟିଏ ପଟେ ବାନାନା ଫାଇବରରୁ ଜିନିଷପତ୍ର ତିଆରି କରାଯାଉଛି, ଅନ୍ୟପଟେ କଦଳୀର ଅଟାରୁ ଦୋସା ଓ ଗୁଲାବଜାମୁନ ପରି ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ତିଆରି ହେଉଛି । କର୍ଣ୍ଣାଟକର ଉତ୍ତର କନ୍ନଡ଼ ଏବଂ ଦକ୍ଷିଣ କନ୍ନଡ଼ ଜିଲାଗୁଡ଼ିକରେ ମହିଳାମାନେ ଏହି ଅସାଧାରଣ କାର୍ଯ୍ୟ କରୁଛନ୍ତି । ଏହାର ଆରମ୍ଭ ମଧ୍ୟ କରୋନା କାଳରେ ହିଁ ହୋଇଛି । ଏହି ମହିଳାମାନେ କେବଳ କଦଳୀ ଅଟାରୁ ଦୋସା, ଗୁଲାବଜାମୁନ୍ ଭଳି ଜିନିଷ ତିଆରି କରୁନାହାନ୍ତି, ବରଂ ସେଗୁଡ଼ିକର ଛବିକୁ ସୋସିଆଲ୍ ମିଡିଆରେ ମଧ୍ୟ ଶେୟାର୍ କରିଛନ୍ତି । ଯେତେବେଳେ ଅଧିକ ଲୋକ କଦଳୀ ଅଟା ସମ୍ପର୍କରେ ଜାଣିଲେ ସେତେବେଳେ ତା’ର ଚାହିଦା ମଧ୍ୟ ବଢ଼ିଲା ଓ ଏହି ମହିଳାଙ୍କର ଆମଦାନୀ ମଧ୍ୟ ବଢ଼ିଗଲା । ଲଖିମପୁର ଖିରି ଭଳି ଏଠାରେ ମଧ୍ୟ ମହିଳାମାନେ ହିଁ ଇନ୍ନୋଭେଟିଭ୍ ଆଇଡିଆକୁ କାର୍ଯ୍ୟକାରୀ କରିବାରେ ଆଗୁଆ ଅଛନ୍ତି ।
ବନ୍ଧୁଗଣ, ଏପରି ଉଦାହରଣ ଜୀବନରେ କିଛି ନୂଆ କରିବାର ପ୍ରେରଣା ପାଲଟିଯାଏ । ଆପଣଙ୍କ ଆଖପାଖରେ ମଧ୍ୟ ଏପରି ଅନେକ ଲୋକ ରହିଥିବେ । ଯେତେବେଳେ ଆପଣଙ୍କ ପରିବାରରେ ଆପଣ ମନଖୋଲି କଥା ହେଉଥାନ୍ତି, ସେତେବେଳେ ଆପଣ ଏଗୁଡ଼ିକୁ ମଧ୍ୟ ନିଜର ଗପସପର ଅଂଶ କରନ୍ତୁ । କେବେ ସମୟ ବାହାର କରି ପିଲାଙ୍କ ସହ ଏପରି ପ୍ରୟାସଗୁଡ଼ିକୁ ଦେଖିବାକୁ ମଧ୍ୟ ଯାଆନ୍ତୁ ଏବଂ ସୁଯୋଗ ମିଳିଲେ ନିଜେ ମଧ୍ୟ ଏପରି କିଛି କରିଦେଖାନ୍ତୁ । ଆଉ ହଁ, ଏସବୁକୁ ଆପଣ ମୋ ସଂଗେ ନମୋଆପ୍ ବା ମାଇଁଗଭରେ ଯଦି ବାଣ୍ଟିପାରିବେ ମୋତେ ଆହୁରି ଭଲ ଲାଗିବ ।
ମୋର ପ୍ରିୟ ଦେଶବାସୀଗଣ, ଆମର ସଂସ୍କୃତ ଗ୍ରନ୍ଥରେ ଏକ ଶ୍ଳୋକ ଅଛି-
ଆତ୍ମାର୍ଥମ୍ ଜୀବ ଲୋକେ ଅସ୍ମିନ୍, କୋ ନ ଜୀବତି ମାନବଃ ।
ପରମ୍ ପରୋପକାରାର୍ଥମ୍, ୟୋ ଜୀବତି ଓ ଜୀବତି ।
ଅର୍ଥାତ୍ ନିଜ ପାଇଁ ତ ସଂସାରରେ ସମସ୍ତେ ବଞ୍ଚନ୍ତି; କିନ୍ତୁ ବାସ୍ତବରେ ସେହି ବ୍ୟକ୍ତି ହିଁ ଅମର ହୋଇଥାଏ ଯିଏ ପରୋପକାର ପାଇଁ ବଂଚେ । ଭାରତମାତାର ପୁଅଝିଅଙ୍କ ପରୋପକାରୀ ପ୍ରୟାସର କଥା- ଏହାହିଁ ତ ‘ମନ୍ କୀ ବାତ୍’ । ଆଜି ମଧ୍ୟ ଏପରି କେତେକ ବନ୍ଧୁଙ୍କ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା । ଜଣେ ବନ୍ଧୁ ଚଣ୍ଡିଗଡ଼ ସହରର । ଚଣ୍ଡିଗଡ଼ରେ, ମୁଁ ମଧ୍ୟ କିଛି ବର୍ଷ ରହିଥିଲି । ଏହା ବହୁତ ଆନନ୍ଦମୟ ଆଉ ସୁନ୍ଦର ସହର ଅଟେ । ଏଠାରେ ରହୁଥିବା ଲୋକ ମଧ୍ୟ ହୃଦୟବାନ ଏବଂ ହଁ, ଯଦି ଆପଣ ଖାଦ୍ୟପ୍ରିୟ, ତେବେ ଏଠି ଆପଣଙ୍କୁ ଆହୁରି ଖୁସି ଲାଗିବ । ଏହି ଚଣ୍ଡିଗଡ଼ର ସେକ୍ଟର ୨୯ରେ ସଂଜୟ ରାଣା ଫୁଡଷ୍ଟଲ୍ ଚଳାନ୍ତି ଆଉ ସାଇକଲରେ ଛୋଲେ-ଭଟୁରେ ବିକ୍ରି କରନ୍ତି । ଦିନେ ତାଙ୍କ ଝିଅ ରିଦ୍ଧିମା ଆଉ ଭାଣିଜୀ ରିୟା ଗୋଟିଏ ଆଇଡିଆ ନେଇ ତାଙ୍କ ପାଖକୁ ଆସିଲେ । ଦୁଇଜଣ ତାଙ୍କୁ କୋଭିଡ଼ ଟିକା ନେଇଥିବା ଲୋକଙ୍କୁ ମାଗଣା ଛୋଲେ-ଭଟୁରେ ଖୁଆଇବାକୁ କହିଲେ । ସେ ଏଥିପାଇଁ ଖୁସିରେ ପ୍ରସ୍ତୁତ ହୋଇଗଲେ । ସେ ସାଂଗେସାଂଗେ ଏହି ଉତ୍ତମ ଓ ସୁନ୍ଦର ପ୍ରୟାସ ଆରମ୍ଭ ମଧ୍ୟ କରିଦେଲେ । ସଂଜୟ ରାଣାଙ୍କ ଛୋଲେ-ଭଟୁରେ ମାଗଣାରେ ଖାଇବା ପାଇଁ ଆପଣଙ୍କୁ ସେହିଦିନ ଟିକା ନେଇଥିବା ଦେଖାଇବାକୁ ପଡ଼ିବ । ଟିକାର ମେସେଜ୍ ଦେଖାଇବା ମାତ୍ରେ ସେ ଆପଣଙ୍କୁ ସ୍ୱାଦିଷ୍ଟ ଛୋଲେ-ଭଟୁରେ ଦେଇଦେବେ । କୁହାଯାଏ, ସମାଜର ମଙ୍ଗଳ କରିବା ପାଇଁ ଅର୍ଥଠୁ ଅଧିକ ସେବାଭାବ, କର୍ତ୍ତବ୍ୟଭାବର ଅଧିକ ଆବଶ୍ୟକତା ହୋଇଥାଏ । ଆମର ସଂଜୟ ଭାଇ ଏହାକୁ ସତ୍ୟ ସାବ୍ୟସ୍ତ କରୁଛନ୍ତି ।
ବନ୍ଧୁଗଣ, ଏପରି ଆଉ ଏକ କାମର ଚର୍ଚ୍ଚା ଆଜି କରିବାକୁ ଚାହୁଁଛି । ଏହି କାମ ହେଉଛି ତାମିଲନାଡୁର ନୀଳଗିରିରେ । ସେଠାରେ ରାଧିକା ଶାସ୍ତ୍ରୀ ଏମ୍ବୁରେକ୍ସ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟରର ଉଦ୍ଦେଶ୍ୟ ହେଉଛି ପାହାଡ଼ିଆ ଅଞ୍ଚଳରେ ରୋଗୀଙ୍କର ଚିକିତ୍ସା ପାଇଁ ସହଜ ପରିବହନ ଉପଲବ୍ଧ କରାଇବା । ରାଧିକା କୁନ୍ନୁରରେ ଏକ କାଫେ ଖୋଲିଛନ୍ତି । ସେ ନିଜ କାଫେର ସାଥୀମାନଙ୍କ ସହ ଏମ୍ବୁରେକ୍ସ ପାଇଁ ପାଣ୍ଠି ସଂଗ୍ରହ କଲେ । ନୀଳଗିରି ପାହାଡ଼ରେ ଆଜି ୬ ଏମ୍ବୁରେକ୍ସ ସେବାରତ ଅଛନ୍ତି ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଏମର୍ଜେନ୍ସି ସମୟରେ ରୋଗୀଙ୍କ ସହାୟତା କରୁଛନ୍ତି । ଏମ୍ବୁରେକ୍ସରେ ଷ୍ଟ୍ରେଚର୍, ଅକ୍ସିଜେନ ସିଲିଣ୍ଡର୍, ଫାଷ୍ଟ୍ ଏଡ୍ ବକ୍ସ ଭଳି ଅନେକ ଜିନିଷର ବ୍ୟବସ୍ଥା ରହିଛି ।
ବନ୍ଧୁଗଣ, ସଂଜୟ ରାଣା ହୁଅନ୍ତୁ ବା ରାଧିକା ଶାସ୍ତ୍ରୀ, ଏମାନଙ୍କ ଉଦାହରଣରୁ ଜାଣିହୁଏ ଯେ ଆମେ ନିଜର କାର୍ଯ୍ୟ, ନିଜର ବ୍ୟବସାୟ, ଚାକିରି କରୁଥିବାବେଳେ ମଧ୍ୟ ସେବା କାର୍ଯ୍ୟ କରିପାରିବା ।
ବନ୍ଧୁଗଣ, କିଛିଦିନ ପୂର୍ବରୁ ଗୋଟିଏ ବହୁତ ମଜାଦାର ଓ ବହୁତ ଆବେଗଭରା ଘଟଣା ଘଟିଥିଲା, ଯାହାଦ୍ୱାରା ଭାରତ-ଜର୍ଜିଆ ମୈତ୍ରୀକୁ ନୂଆ ଶକ୍ତି ମିଳିଲା । ଏହି ସମାରୋହରେ ଭାରତର ସେଣ୍ଟ୍ କୁଇନ୍ କେଟେଭାନର ହୋଲି ରେଲିକ୍ ଅର୍ଥାତ ତାଙ୍କର ପବିତ୍ର ସ୍ମୃତିଚିହ୍ନ ଜର୍ଜିଆର ସରକାର ଓ ସେଠାକାର ଜନତାକୁ ସମର୍ପଣ କଲେ, ଏଥିପାଇଁ ଆମର ବିଦେଶ ମନ୍ତ୍ରୀ ସ୍ୱୟଂ ସେଠାକୁ ଯାଇଥିଲେ । ବହୁତ ଭାବପୂର୍ଣ୍ଣ ପରିବେଶରେ ହୋଇଥିବା ଏହି ସମାରୋହରେ ଜର୍ଜିଆର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ତାଙ୍କ ଧର୍ମଗୁରୁ ଏବଂ ବହୁସଂଖ୍ୟକ ଜର୍ଜିଆବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଶଂସା କରି ଯେଉଁ ଶବ୍ଦଗୁଡ଼ିକ କୁହାଯାଇଥିଲା, ତାହା ବହୁତ ସ୍ମରଣୀୟ । ଏହି ଗୋଟିଏ ସମାରୋହରେ ଦୁଇ ଦେଶ ସହିତ, ଗୋଆ ଓ ଜର୍ଜିଆ ମଧ୍ୟରେ ସମ୍ବନ୍ଧକୁ ମଧ୍ୟ ଆହୁରି ପ୍ରଗାଢ଼ କରିଦେଇଛି । ଏପରି ଏଥିପାଇଁ ଯେ ସେଣ୍ଟ୍ କୁଇନ କେଟେଭାନଙ୍କ ଏହି ପବିତ୍ର ଅବଶେଷ ୨୦୦୫ରେ ଗୋଆର ସେଣ୍ଟ୍ ଅଗଷ୍ଟାଇନ ଚର୍ଚ୍ଚରୁ ମିଳିଥିଲା ।
ବନ୍ଧୁଗଣ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏସବୁ କ’ଣ, ଏହା କେବେ ଓ କିପରି ହୋଇଥିଲା ? ପ୍ରକୃତରେ, ଏହା ଆଜିଠାରୁ ଚାରି ଶହ ପାଞ୍ଚ ଶହ ବର୍ଷ ତଳର କଥା । କୁଇନ କେଟେଭାନ ଥିଲେ ଜର୍ଜିଆର ରାଜକନ୍ୟା । ଦଶବର୍ଷର କାରାବାସ ପରେ ୧୬୨୪ ଖ୍ରୀଷ୍ଟାବ୍ଦରେ ସେ ସହିଦ ହୋଇଯାଇଥିଲେ । ଏକ ପ୍ରାଚୀନ ପର୍ତ୍ତୁଗାଲି ଦସ୍ତାବିଜ୍ ଅନୁସାରେ ସେଣ୍ଟ୍ କୁଇନ୍ କେଟେଭାନଙ୍କ ଅସ୍ଥିକୁ ଓଲ୍ଡ ଗୋଆର ସେଣ୍ଟ୍ ଅଗଷ୍ଟାଇନ କନଭେଟରେ ରଖାଯାଇଥିଲା । କିନ୍ତୁ, ଦୀର୍ଘ ସମୟ ଧରି ଏହା ଧରାଯାଉଥିଲା ଯେ ଗୋଆରେ ସମାଧି ଦିଆଯାଇଥିବା ତାଙ୍କର ଅବଶେଷ ୧୯୩୦ ମସିହାର ଭୂମିକମ୍ପରେ ଉଭାନ ହୋଇଯାଇଥିଲା ।
ଭାରତ ସରକାର ଓ ଜର୍ଜିଆର ଐତିହାସିକ, ଗବେଷକ, ପ୍ରତ୍ନତତ୍ୱବିତ୍ ଓ ଜର୍ଜିଆନ୍ ଚର୍ଚ୍ଚର ଦଶନ୍ଧି ଧରି ନିରନ୍ତର ପ୍ରୟାସ ପରେ ୨୦୦୫ରେ ସେହି ପବିତ୍ର ଅବଶେଷକୁ ଖୋଜିବାରେ ସଫଳତା ମିଳିଥିଲା । ଏହି ବିଷୟ ଜର୍ଜିଆର ଲୋକଙ୍କ ପାଇଁ ବହୁତ ଭାବନାତ୍ମକ ଅଟେ । ସେଥିପାଇଁ ତାଙ୍କର ଐତିହାସିକ, ଧାର୍ମିକ ଓ ଆଧ୍ୟାତ୍ମିକ ଭାବାବେଗକୁ ଧ୍ୟାନରେ ରଖି ଭାରତ ସରକାର ଏହି ଅବଶେଷର ଏକ ଅଂଶ ଜର୍ଜିଆର ଲୋକଙ୍କୁ ଉପହାର ସ୍ୱରୂପ ଦେବାର ନିଷ୍ପତ୍ତି ନେଲେ । ଭାରତ ଓ ଜର୍ଜିଆର ସାଧାରଣ ଇତିହାସର ଏହି ଅସାଧାରଣ ଘଟଣାକୁ ସଜାଇ ରଖିବା ପାଇଁ ମୁଁ ଆଜି ଗୋଆର ଜନସାଧାରଣଙ୍କୁ ହୃଦୟର ସହିତ ଧନ୍ୟବାଦ ଦେବାକୁ ଚାହିଁବି । ଗୋଆ ଅନେକ ମହାନ ଆଧ୍ୟାତ୍ମିକ ଐତିହ୍ୟର ଭୂମି ରହିଆସିଛି । ସେଣ୍ଟ୍ ଅଗଷ୍ଟାଇନ ଚର୍ଚ୍ଚ, ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତାପ୍ରାପ୍ତ - ଚର୍ଚ୍ଚେସ୍ ଆଣ୍ଡ୍ କନଭେଟସ ଅଫ୍ ଗୋଆର ଏକ ଅଂଶ ।
ମୋର ପ୍ରିୟ ଦେଶବାସୀଗଣ, ଜର୍ଜିଆରୁ ଏବେ ମୁଁ ଆପଣଙ୍କୁ ସିଧା ସିଙ୍ଗାପୁର ନେଇଯାଉଛି, ଯେଉଁଠି ଏହି ମାସ ଆରମ୍ଭରେ ଆଉ ଏକ ଗୌରବଶାଳୀ ଘଟଣା ସାମ୍ନାକୁ ଆସିଛି । ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଏବଂ ମୋର ବନ୍ଧୁ, ଲୀ ସେନ ଲୁଙ୍ଗ୍ ଏଇ ନିକଟରେ ପୁର୍ନନିର୍ମାଣ କରାଯାଇଥିବା ସିଲାଟ୍ ରୋଡ଼ ଗୁରୁଦ୍ୱାରାର ଉଦ୍ଘାଟନ କରିଥିଲେ । ସେ ପାରମ୍ପରିକ ଶିଖ୍ ପଗଡି ମଧ୍ୟ ପିନ୍ଧିଥିଲେ । ଏହି ଗୁରୁଦ୍ୱାରା ପ୍ରାୟ ଶହେ ବର୍ଷ ତଳେ ନିର୍ମିତ ହୋଇଥିଲା ଏବଂ ଏଠାରେ ଭାରତ ମହାରାଜ ସିଂହଙ୍କୁ ସମର୍ପିତ ଏକ ସ୍ମାରକ ମଧ୍ୟ ଅଛି । ଭାଇ ମହାରାଜ ସିଂହ ଜୀ ଭାରତର ସ୍ୱାଧୀନତା ପାଇଁ ଲଢ଼େଇ ଲଢ଼ିଥିଲେ ଏବଂ ଏବେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ସମୟରେ ଆହୁରି ଅଧିକ ପ୍ରେରଣାଦାୟକ ହୋଇଯାଏ । ଦୁଇ ଦେଶ ମଧ୍ୟରେ, ପିପୁଲ୍ ଟୁ ପିପୁଲ୍ କନେକ୍ଟ, ଏପରି କଥା, ଏପରି ପ୍ରୟାସରେ ହିଁ ମଜଭୁତ ହୋଇଥାଏ । ଏଥିରୁ ଏହା ମଧ୍ୟ ଜାଣିହୁଏ ଯେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ରହିବା ଏବଂ ଜଣେ ଅପରର ସଂସ୍କୃତିକୁ ବୁଝିବାର କେତେ ମହତ୍ୱ ରହିଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ୍ କୀ ବାତ୍’ରେ ଆମେ ଅନେକ ବିଷୟ ଆଲୋଚନା କଲେ । ଆଉ ଗୋଟିଏ ବିଷୟ ଅଛି ଯାହା ମୋ ହୃଦୟର ଖୁବ୍ ନିକଟତର । ଏହି ବିଷୟ ଜଳ ସଂରକ୍ଷଣର । ମୋ ଶୈଶବ ଯେଉଁଠି କଟିଥିଲା, ସେଇଠି ସବୁବେଳେ ପାଣିର ଅଭାବ ରହିଥାଏ । ଆମେ ବର୍ଷାକୁ ସବୁବେଳେ ଅପେକ୍ଷା କରୁଥିଲୁ ଏବଂ ସେଥିପାଇଁ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଂରକ୍ଷିତ କରି ରଖିବା ଆମ ସଂସ୍କାରର ଏକ ଅଂଶ ହୋଇଯାଇଥିଲା । ଏବେ “ଜନଭାଗିଦାରୀରେ ଜଳ ସଂରକ୍ଷଣ” ଏହି ମନ୍ତ୍ର ସେଠାକାର ଚିତ୍ରକୁ ବଦଳାଇ ଦେଇଛି । ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଂରକ୍ଷଣ କରିବା, କୌଣସି ପ୍ରକାରେ ପାଣି ନଷ୍ଟ ହେବାକୁ ନ ଦେବା, ଏହା ଆମ ଜୀବନଶୈଳୀର ଏକ ସହଜ ଅଂଶ ହୋଇଯିବା ଉଚିତ । ଆମ ପରିବାରର ଏହା ପରମ୍ପରା ହୋଇଯିବା ଆବଶ୍ୟକ, ଯାହାକୁ ନେଇ ପ୍ରତ୍ୟେକ ସଦସ୍ୟ ଗର୍ବ କରିବେ ।
ବନ୍ଧୁଗଣ, ପ୍ରକୃତି ଓ ପରିବେଶର ସୁରକ୍ଷା ଭାରତର ସାଂସ୍କୃତିକ ଜୀବନରେ, ଆମର ଦୈନିକ ଜୀବନରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସେହିପରି ବର୍ଷା ଓ ମୌସୁମି ସବୁବେଳେ ଆମର ବିଚାର, ଆମର ଦର୍ଶନ ଓ ଆମର ସଭ୍ୟତାକୁ ରୂପ ପ୍ରଦାନ କରିଆସିଛି । ଋତୁସଂହାର ଓ ମେଘଦୂତରେ ମହାକବି କାଳିଦାସ ବର୍ଷାକୁ ନେଇ ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି । ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଏହି କବିତା ଆଜି ମଧ୍ୟ ବହୁତ ଲୋକପ୍ରିୟ । ଋଗବେଦର ପର୍ଜନ୍ୟ ସୂକ୍ତରେ ମଧ୍ୟ ବର୍ଷାର ସୌନ୍ଦର୍ଯ୍ୟ ସମ୍ପର୍କରେ ଅନୁପମ ବର୍ଣ୍ଣନା ରହିଛି । ସେହିପରି ଶ୍ରୀମଦ୍ ଭାଗବତରେ ମଧ୍ୟ କାବ୍ୟାତ୍ମକ ରୂପରେ ପୃଥିବୀ, ସୂର୍ଯ୍ୟ ଓ ବର୍ଷା ଭିତରେ ରହିଥିବା ସମ୍ପର୍କକୁ ବିସ୍ତୃତ ଭାବେ ଦିଆଯାଇଛି ।
ଅଷ୍ଟୌ ମାସାନ୍ ନିପୀତଂ ୟଦ୍, ଭୂମ୍ୟାଃ ଚ, ଓଦ-ମୟମ୍ ବସୁ ।
ସ୍ୱଗୋଭିଃ ମୋକ୍ତୁମ୍ ଆରେଭେ, ପର୍ଜନ୍ୟଃ କାଳ ଆଗତେ । ।
ଅର୍ଥାତ୍ ସୂର୍ଯ୍ୟ ଆଠମାସ ଧରି ଜଳ ରୂପରେ ଥିବା ପୃଥିବୀ ସଂପଦର ଦୋହନ କରିଥିଲେ, ଏବେ ବର୍ଷାଋତୁରେ, ସୂର୍ଯ୍ୟ ସେହି ସଞ୍ଚିତ ସଂପଦକୁ ପୃଥିବୀକୁ ଫେରାଇ ଦେଉଛନ୍ତି । ସତରେ, ମୌସୁମୀ ଓ ବର୍ଷାର ଋତୁ କେବଳ ସୁନ୍ଦର ଓ ମନଲୋଭା ହୋଇନଥାଏ, ଏହା ପୋଷଣଦାତା, ଜୀବନଦାତା ମଧ୍ୟ । ଆମକୁ ଯେଉଁ ବର୍ଷାଜଳ ମିଳୁଛି ତାହା ଆମର ଆଗାମୀ ପିଢ଼ି ପାଇଁ, ଏକଥାକୁ ଆମେ କେବେ ଭୁଲିବା ଅନୁଚିତ ।
ଆଜି ମୋ ମନରେ ଏହି ବିଚାର ଆସୁଛି ଯେ ଏହି ରୋଚକ ବିଷୟ ସହିତ ହିଁ ନିଜ କଥାକୁ ମୁଁ କାହିଁକି ଶେଷ ନ କରିବି । ଆପଣ ସଭିଙ୍କୁ ଆଗାମୀ ଦିନର ପର୍ବପର୍ବାଣୀର ବହୁତ ବହୁତ ଶୁଭକାମନା । ପର୍ବ ଓ ଉତ୍ସବ ପାଳନ ସମୟରେ, ଏହା ନିଶ୍ଚିତ ମନେ ରଖନ୍ତୁ ଯେ କରୋନା ଏବେ ବି ଆମ ଭିତରୁ ଯାଇନାହିଁ । କରୋନା ସହ ସଂପୃକ୍ତ ମାର୍ଗଦର୍ଶିକା ଓ କଟକଣାକୁ ଆପଣ ଭୁଲନ୍ତୁ ନାହିଁ । ଆପଣ ସୁସ୍ଥ ଓ ପ୍ରସନ୍ନ ରହନ୍ତୁ ।
ବହୁତ ବହୁତ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ କି ବାତ'ର ଓଡ଼ିଆ ଭାଷାନ୍ତର
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ପ୍ରାୟତଃ ‘ମନ୍ କି ବାତ’ରେ ଆପଣମାନଙ୍କର ଅନେକ ପ୍ରଶ୍ନ ରହିଥାଏ । ଏଥର ମୁଁ ଭାବିଲି କିଛି ଭିନ୍ନ କରିବା ପାଇଁ, ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିବି । ତା’ହେଲେ ମନଦେଇ ଶୁଣନ୍ତୁ ମୋ ପ୍ରଶ୍ନଗୁଡ଼ିକୁ –
ବନ୍ଧୁଗଣ, ଆପଣମାନେ ମୋତେ ଉତ୍ତର ପଠାନ୍ତୁ ନ ପଠାନ୍ତୁ, କିନ୍ତୁ ମାଇଁ ଗଭରେ ଅଲିମ୍ପିକ ଆଧାରିତ ଯେଉଁ କୁଇଜ ରହିଛି, ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଲେ ଅନେକ ପୁରସ୍କାର ଜିତିପାରିବେ । ଏଭଳି ଅନେକ ପ୍ରଶ୍ନ ମାଇଁ ଗଭ୍ ‘ରୋଡ଼ ଟୁ ଟୋକିଓ କୁଇଜ’ରେ ରହିଛି । ଆପଣ ‘ରୋଡ଼ ଟୁ ଟୋକିଓ କୁଇଜ’ରେ ଅଂଶଗ୍ରହଣ କରନ୍ତୁ । ଭାରତ ଆଗରୁ କିଭଳି ପ୍ରଦର୍ଶନ କରିଛି ? ଟୋକିଓ ଅଲିମ୍ପିକ ପାଇଁ ଆମର କିଭଳି ପ୍ରସ୍ତୁତି ରହିଛି ? ଏସବୁ ନିଜେ ଜାଣନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ଆପଣ ଏହି କୁଇଜ ପ୍ରତିଯୋଗିତାରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ ।
ବନ୍ଧୁଗଣ, ଯେତେବେଳେ ଟୋକିଓ ଅଲିମ୍ପିକ କଥା ପଡ଼ିଛି, ତାହେଲେ ମିଲଖା ସିଂହଙ୍କ ଭଳି କିମ୍ବଦନ୍ତୀ କ୍ରୀଡ଼ାବିତଙ୍କୁ କିଏ ବା ଭୁଲିପାରେ । ମାତ୍ର କିଛିଦିନ ପୂର୍ବରୁ କରୋନା ଆମଠୁ ତାଙ୍କୁ ଛଡ଼ାଇନେଲା । ସେ ଯେତେବେଳେ ଡାକ୍ତରଖାନାରେ ଥିଲେ, ସେତେବେଳେ ତାଙ୍କ ସହ କଥା ହେବାପାଇଁ ମୋତେ ସୁଯୋଗ ମିଳିଥିଲା ।
କଥା ହେବା ସମୟରେ ମୁଁ ତାଙ୍କୁ ଅନୁରୋଧ କରିଥିଲି । ମୁଁ କହିଥିଲି ଯେ, ୧୯୬୪ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକରେ ଆପଣ ଭାରତର ପ୍ରତିନିଧିତ୍ୱ କରିଥିଲେ । ତେଣୁ, ଏଥର ଯେତେବେଳେ ଆମ ଖେଳାଳିମାନେ ଅଲିମ୍ପିକ ପାଇଁ ଟୋକିଓ ଯିବେ, ସେତେବେଳେ ଆପଣଙ୍କୁ ସେମାନଙ୍କ ମନୋବଳ ସୁଦୃଢ଼ କରିବାକୁ ହେବ । ନିଜ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ପ୍ରେରଣା ଯୋଗାଇବାକୁ ହେବ । କ୍ରୀଡ଼ାକୁ ନେଇ ସେ ଏତେ ଭାବବିହ୍ୱଳ ହୋଇପଡ଼ିଥିଲେ ଯେ, ନିଜର ଅସୁସ୍ଥତା ସତ୍ୱେ ସେ ତୁରନ୍ତ ଏଥିପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ନିୟତିର ଗତି ଅନ୍ୟ କିଛି ଥିଲା । ମୋର ଆଜି ବି ମନେଅଛି, ୨୦୧୪ରେ ସେ ସୁରତ ଆସିଥିଲେ । ଆମେ ଗୋଟିଏ ନାଇଟ୍ ମାରାଥନର ଉଦ୍ଘାଟନ କରିଥିଲୁ । ସେତେବେଳେ ତାଙ୍କ ସହିତ ଯେଉଁ କଥାବାର୍ତ୍ତା ହୋଇଥିଲା, ସେଥିରୁ ମୋତେ ମଧ୍ୟ ପ୍ରେରଣା ମିଳିଥିଲା । ଆମେ ସମସ୍ତେ ଜାଣିଛୁ ଯେ, ମିଲଖା ସିଂହଙ୍କ ସାରା ପରିବାର କ୍ରୀଡ଼ା ପ୍ରତି ସମର୍ପିତ ହୋଇ ଭାରତର ଗୌରବ ବୃଦ୍ଧି କରୁଛନ୍ତି ।
ବନ୍ଧୁଗଣ, ଯେତେବେଳେ ପ୍ରତିଭା, ସମର୍ପିତ ଭାବନା, ଦୃଢ଼ ମନୋବଳ ଏବଂ ଖେଳୁଆଡ଼ ମନୋବୃତ୍ତି ଏକାଠି ମିଶିଯାଏ, ସେତେବେଳେ ଯାଇ ଜଣେ ଚମ୍ପିଆନ ସୃଷ୍ଟି ହୁଏ । ଆମ ଦେଶରେ ଅଧିକାଂଶ ଖେଳାଳି ଛୋଟ ଛୋଟ ସହରରୁ, ଗାଁରୁ ଆସିଥାନ୍ତି । ଟୋକିଓ ଯାଉଥିବା ଆମ ଅଲିମ୍ପିକ ଦଳରେ ମଧ୍ୟ ଏଭଳି ଅନେକ ଖେଳାଳି ଅଛନ୍ତି, ଯେଉଁମାନଙ୍କ ଜୀବନ ଖୁବ ପ୍ରେରଣାଦାୟୀ । ଆମର ପ୍ରବୀଣ ଯାଦବଙ୍କ ବିଷୟରେ ଶୁଣିଲେ, ଆପଣ ଅନୁଭବ କରିବେ ଯେ କେତେ କଠିନ ସଂଘର୍ଷ ମଧ୍ୟ ଦେଇ ଗତିକରି ପ୍ରବୀଣ ଜୀ ଏଠାକୁ ପହଞ୍ଚିଛନ୍ତି । ପ୍ରବୀଣ ଯାଦବ ଜୀ, ମହାରାଷ୍ଟ୍ରର ସତାରା ଜିଲ୍ଲାର ଗୋଟିଏ ଗାଁର ବାସିନ୍ଦା । ସେ ଜଣେ ପ୍ରବୀଣ ତୀରନ୍ଦାଜ । ତାଙ୍କ ବାପା-ମାଆ ଶ୍ରମଜୀବି ଭାବେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଆଉ ଏବେ ତାଙ୍କ ପୁଅ ନିଜର ପ୍ରଥମ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଟୋକିଓ ଯାଉଛନ୍ତି । ଏହା କେବଳ ତାଙ୍କ ପିତା-ମାତାଙ୍କ ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ କେତେ ଗୌରବର ବିଷୟ! ସେହିଭଳି ଆମର ଆଉ ଜଣେ କ୍ରୀଡ଼ାବିତ ହେଉଛନ୍ତି ନେହା ଗୋୟଲ । ନେହା ଟୋକିଓ ଯାଉଥିବା ଆମ ମହିଳା ହକି ଦଳର ଜଣେ ସଦସ୍ୟ । ତାଙ୍କ ମା’ ଓ ଭଉଣୀମାନେ ସାଇକେଲ କାରଖାନାରେ କାମ କରି ପରିବାରର ଖର୍ଚ୍ଚ ତୁଲାଉଛନ୍ତି । ନେହାଙ୍କ ଭଳି ଦୀପିକା କୁମାରୀ ଜୀଙ୍କ ଜୀବନଯାତ୍ରା ମଧ୍ୟ ବହୁ ଉତ୍ଥାନ ପତନ ଦେଇ ଗତି କରିଛି । ଦୀପିକାଙ୍କ ବାପା ଅଟୋରିକ୍ସା ଚଳାନ୍ତି ଏବଂ ତାଙ୍କ ମାଆ ଜଣେ ନର୍ସ । ଆଉ ଏବେ ଦେଖନ୍ତୁ, ଦୀପିକା ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ମହିଳା ତୀରନ୍ଦାଜ । ଦିନେ ଏହି ଖେଳରେ ବିଶ୍ୱର ପ୍ରଥମ ସ୍ଥାନରେ ରହିଥିବା ଦୀପିକାଙ୍କ ସହ ଆମ ସମସ୍ତଙ୍କ ଶୁଭେଚ୍ଛା ରହିଛି ।
ବନ୍ଧୁଗଣ, ଜୀବନରେ ଆମେ ଯେଉଁଠି ବି ପହଞ୍ଚିଥାଉ, ଯେତେ ଉପରକୁ ଉଠିଥାଉ ଭୂମି ସହ ଆମର ଏହି ସମ୍ପର୍କ ଆମକୁ ସର୍ବଦା ଆମର ମୂଳ ସହ ବାନ୍ଧି ରଖିଥାଏ । ସଂଘର୍ଷର ଦିନଗୁଡ଼ିକ ପରେ ମିଳିଥିବା ସଫଳତାର ଆନନ୍ଦ କିଛି ନିଆରା । ଟୋକିଓ ଯାଉଥିବା ଆମ ଖେଳାଳିମାନେ ପିଲାଦିନେ ସମ୍ବଳ ଅଭାବର ପ୍ରତ୍ୟେକଟି ଅସୁବିଧାକୁ ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ସେମାନେ ଏଥିରେ ଲାଗି ରହିଲେ, ମଜ୍ଜି ରହିଲେ । ଉତ୍ତରପ୍ରଦେଶର ମୁଜଫରନଗରର ପ୍ରିୟଙ୍କା ଗୋସ୍ୱାମୀଙ୍କ ଜୀବନ ମଧ୍ୟ ବହୁତ କିଛି ଶିଖାଇଥାଏ । ପ୍ରିୟଙ୍କାଙ୍କ ପିତା ଜଣେ ବସ୍ କଣ୍ଡକ୍ଟର । ପିଲାଦିନେ ପ୍ରିୟଙ୍କାଙ୍କୁ ସେହି ବ୍ୟାଗ ଖୁବ ପସନ୍ଦ ଥିଲା, ଯାହା ପଦକ ବିଜେତା ଖେଳାଳିମାନଙ୍କୁ ମିଳିଥାଏ । ଏହାରି ଆକର୍ଷଣରେ ସେ ପ୍ରଥମ ଥର ପାଇଁ ରେସ୍-ୱାକିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ । ଆଜି ସେ ଏହି ଖେଳର ଜଣେ ବଡ଼ ଚମ୍ପିଆନ ।
ଜାଭେଲିନ୍ ଥ୍ରୋରେ ଅଂଶଗ୍ରହଣ କରୁଥିବା ଶିବପାଲ୍ ସିଂ ବନାରସର ବାସିନ୍ଦା । ଶିବପାଲଙ୍କର ତ ପୁରା ପରିବାର ଏହି ଖେଳ ସହିତ ସମ୍ପୃକ୍ତ । ତାଙ୍କ ପିତା, ଦାଦା ଏବଂ ଭାଇ – ସମସ୍ତେ ଜାଭେଲିନ୍ ଥ୍ରୋରେ ପାରଙ୍ଗମ । ପରିବାରର ଏହି ପରମ୍ପରା ହିଁ ଟୋକିଓ ଅଲମ୍ପିକରେ ତାଙ୍କ କାମରେ ଲାଗିବ । ଟୋକିଓ ଅଲମ୍ପିକକୁ ଯାଉଥିବା ଚିରାଗ ଶେଟ୍ଟି ଏବଂ ତାଙ୍କ ପାର୍ଟନର ସାତ୍ୱିକ ସାଇରାଜଙ୍କ ମନୋବଳ ମଧ୍ୟ ପ୍ରେରଣାଦାୟୀ । ନିକଟ ଅତୀତରେ ଚିରାଗଙ୍କ ଅଜାଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଥିଲା । ସାତ୍ୱିକ ନିଜେ ମଧ୍ୟ ଗତବର୍ଷ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଏହିସବୁ ଅସୁବିଧା ସତ୍ୱେ, ଏମାନେ ଦୁହେଁ ମେନ୍ସ ଡବଲ୍ ଶଟଲ୍ କମ୍ପିଟିସନରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।
ଆଉ ଜଣେ ଖେଳାଳିଙ୍କ ସହିତ ଆପଣଙ୍କୁ ପରିଚିତ କରାଇବାକୁ ଚାହୁଁଛି । ସେ ହେଲେ ହରିଆନା, ଭିୱାନୀର ମନୀଷ କୌଶିକ । ମନୀଷ ଜୀ ଗୋଟିଏ ଚାଷୀ ପରିବାରରୁ ଆସିଛନ୍ତି । ପିଲାଦିନେ ବିଲରେ କାମ କରୁ କରୁ ମନୀଷ ବକ୍ସିଂକୁ ଭଲ ପାଇ ବସିଥିଲେ । ତାଙ୍କର ଏହି ସଉକ ଆଜି ତାଙ୍କୁ ଟୋକିଓ ନେଇଯାଉଛି । ଆଉ ଜଣେ ଖେଳାଳି ହେଲେ ସି.ଏ. ଭବାନୀ ଦେବୀ । ନାଁ ତାଙ୍କର ଭବାନୀ ଏବଂ ସେ ଅସି ଚାଳନାରେ ପାରଙ୍ଗମ । ଚେନ୍ନାଇରେ ରହୁଥିବା ଭବାନୀ ଭାରତର ପ୍ରଥମ ଫେନ୍ସର, ଯିଏ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଗୋଟିଏ ଜାଗାରେ ମୁଁ ପଢ଼ିଥିଲି ଯେ, ଭବାନୀଙ୍କ ଟ୍ରେନିଂ ଅବ୍ୟାହତ ରଖିବା ପାଇଁ ତାଙ୍କ ମା’ ନିଜର ଗହଣାଗୁଡ଼ିକୁ ମଧ୍ୟ ବନ୍ଧକ ଭାବେ ରଖିଦେଇଥିଲେ ।
ବନ୍ଧୁଗଣ, ଏଭଳି ତ ଅଗଣିତ ନାଁ ରହିଛି କିନ୍ତୁ ‘ମନ୍ କି ବାତ୍’ରେ ମୁଁ ଆଜି ମାତ୍ର କେତୋଟି ନାଁ ସମ୍ପର୍କରେ ଚର୍ଚ୍ଚା କରିପାରିଛି । ଟୋକିଓ ଯାଉଥିବା ପ୍ରତ୍ୟେକ ଖେଳାଳିଙ୍କର ନିଜର ଗୋଟିଏ ସଂଘର୍ଷର କାହାଣୀ ରହିଛି, ବର୍ଷ ବର୍ଷର ପରିଶ୍ରମ ରହିଛି । ସେମାନେ କେବଳ ନିଜ ପାଇଁ ଯାଉନାହାନ୍ତି, ବରଂ ଦେଶ ପାଇଁ ଯାଉଛନ୍ତି । ଏହି ଖେଳାଳିମାନଙ୍କୁ ଭାରତର ଗୌରବ ମଧ୍ୟ ବୃଦ୍ଧି କରିବାକୁ ହେବ ଏବଂ ଜନସାଧାରଣଙ୍କ ହୃଦୟକୁ ମଧ୍ୟ ଜିଣିବାକୁ ହେବ । ତେଣୁ, ମୋର ଦେଶବାସୀଗଣ, ନିଜର ଜ୍ଞାତସାର କିମ୍ବା ଅଜ୍ଞାତରେ ମଧ୍ୟ ଆମର ଏହି ଖେଳାଳିମାନଙ୍କ ଉପରେ ଚାପ ସୃଷ୍ଟି ନ କରିବାକୁ ମୁଁ ଆପଣମାନଙ୍କୁ ପରାମର୍ଶ ଦେବାକୁ ଚାହୁଁଛି । ବରଂ ଖୋଲା ହୃଦୟରେ ଆମେ ସେମାନଙ୍କୁ ସହଯୋଗ କରିବାକୁ ହେବ, ସେମାନଙ୍କ ଉତ୍ସାହ ବୃଦ୍ଧି କରିବାକୁ ହେବ ।
ସାମାଜିକ ଗଣମାଧ୍ୟମରେ ଆପଣମାନେ #Cheer4India ମାଧ୍ୟମରେ ଆମର ଏହି କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇପାରିବେ । ଆପଣ ଯଦି ଆଉ କିଛି ନୂଆ କରିବାକୁ ଚାହୁଁଛନ୍ତି, ତାହେଲେ ତାହା ମଧ୍ୟ ନିଶ୍ଚୟ କରନ୍ତୁ । ଯଦି ଆପଣଙ୍କ ମନକୁ କିଛି ନୂଆ କଥା ଆସୁଛି, ଯାହା ଆମ ଖେଳାଳିମାନଙ୍କ ପାଇଁ ସାରା ଦେଶ ମିଶି କରିବା କଥା, ତେବେ ତାହାକୁ ଆପଣ ମୋତେ ନିଶ୍ଚୟ ପଠେଇବେ । ଆମେ ସମସ୍ତେ ମିଶି ଟୋକିଓ ଯାଉଥିବା ଆମ ଖେଳାଳିମାନଙ୍କୁ ସପୋର୍ଟ କରିବା । Cheer4India!!! Cheer4India!!! Cheer4India!!!
ମୋର ପ୍ରିୟ ଦେଶବାସୀଗଣ, କରୋନା ବିରୁଦ୍ଧରେ ଆମେ ଦେଶବାସୀଙ୍କ ସଂଗ୍ରାମ ଜାରି ରହିଛି । କିନ୍ତୁ ଏହି ସଂଗ୍ରାମରେ ଆମେ ସମସ୍ତେ ମିଶି ଅନେକ ଅସାଧାରଣ ଲକ୍ଷ୍ୟ ମଧ୍ୟ ହାସଲ କରିଚାଲିଛୁ । କିଛିଦିନ ତଳେ ହିଁ ଆମ ଦେଶ ଗୋଟିଏ ଅଭୂତପୂର୍ବ କାର୍ଯ୍ୟ କରିଛି । ଜୁନ ୨୧ ତାରିଖ ଦିନ ଟିକାକରଣ ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇଛି ଏବଂ ସେହିଦିନ ଆମ ଦେଶ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦେଇ ଗୋଟିଏ ରେକର୍ଡ଼ ସୃଷ୍ଟି କରିଛି, ମାତ୍ର ଗୋଟିଏ ଦିନରେ । ଏତେ ବଡ଼ ସଂଖ୍ୟାରେ ଭାରତ ସରକାରଙ୍କ ତରଫରୁ ମାଗଣା ଟିକା ଆଉ ତାହା ପୁଣି ମାତ୍ର ଗୋଟିଏ ଦିନରେ! ତେଣୁ ଏହାକୁ ନେଇ ଚର୍ଚ୍ଚା ହେବା ମଧ୍ୟ ଖୁବ ସ୍ୱାଭାବିକ କଥା ।
ବନ୍ଧୁଗଣ, ବର୍ଷେ ଆଗରୁ ସମସ୍ତଙ୍କ ଆଗରେ ଗୋଟିଏ ପ୍ରଶ୍ନ ଥିଲା ଯେ ଟିକା କେବେ ଆସିବ ? ଆଜି ଆମେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଲୋକଙ୍କୁ ଭାରତରେ ତିଆରି ଟିକା ମାଗଣାରେ ଦେଉଛୁ । ଏହାହିଁ ତ ନୂତନ ଭାରତର ଶକ୍ତି ।
ବନ୍ଧୁଗଣ, ଟିକାର ସୁରକ୍ଷା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଉପଲବ୍ଧ ହେଉ, ସେଥିପାଇଁ ଆମକୁ ନିରନ୍ତର ଉଦ୍ୟମ କରିବାକୁ ହେବ । ଅନେକ ସ୍ଥାନରେ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱର ସମାପ୍ତି ପାଇଁ ଅନେକ ସଂଗଠନ, ନାଗରିକ ସମାଜର ଲୋକେ ଆଗେଇ ଆସିଛନ୍ତି ଏବଂ ସେମାନେ ମିଶି ଖୁବ ଭଲ କାମ କରୁଛନ୍ତି । ଆସନ୍ତୁ, ଆମେ ମଧ୍ୟ ଆଜି ଗୋଟିଏ ଗାଁକୁ ଯିବା ଏବଂ ସେହି ଲୋକମାନଙ୍କ ସହ ଟିକା ବିଷୟରେ କଥା ହେବା । ମଧ୍ୟପ୍ରଦେଶର ବୈତୁଲ୍ ଜିଲ୍ଲାର ଦୁଲାରିଆ ଗାଁକୁ ଯିବା ।
ପ୍ରଧାନମନ୍ତ୍ରୀ : ହେଲୋ ...
ରାଜେଶ : ନମସ୍କାର ।
ପ୍ରଧାନମନ୍ତ୍ରୀ : ନମସ୍କାର ।
ରାଜେଶ : ମୋ ନାଁ ରାଜେଶ ହିରାୱେ, ଗ୍ରାମପଞ୍ଚାୟତ-ଦୁଲାରିଆ, ଭୀମପୁର ବ୍ଲକ ।
ପ୍ରଧାନମନ୍ତ୍ରୀ : ରାଜେଶ ଜୀ, ମୁଁ ଏଥିପାଇଁ ଫୋନ କରିଛି ଯେ, ମୁଁ ଜାଣିବାକୁ ଚାହୁଁଛି ଆପଣଙ୍କ ଗାଁରେ କରୋନାର ବର୍ତ୍ତମାନ ସ୍ଥିତି କ’ଣ ରହିଛି ?
ରାଜେଶ : ସାର୍ ଏଠି କରୋନା ପରିସ୍ଥିତି ସେମିତି କିଛି ବିଶେଷ ନାହିଁ ।
ପ୍ରଧାନମନ୍ତ୍ରୀ : ଏବେ କ’ଣ ସେଠାରେ କେହି ଆକ୍ରାନ୍ତ ନାହାନ୍ତି?
ରାଜେଶ : ନା ଆଜ୍ଞା,
ପ୍ରଧାନମନ୍ତ୍ରୀ : ଗାଁର ଜନସଂଖ୍ୟା କେତେ ? କେତେଜଣ ଲୋକ ରହୁଛନ୍ତି ଗାଁରେ ?
ରାଜେଶ : ଗାଁରେ ୪୬୨ ଜଣ ପୁରୁଷ ଏବଂ ୩୩୨ ମହିଳା ରହିଛନ୍ତି । ସାର୍ ।
ପ୍ରଧାନମନ୍ତ୍ରୀ : ଆଚ୍ଛା !! ରାଜେଶ ଜୀ, ଆପଣ ଟିକା ନେଲେଣି କି?
ରାଜେଶ : ନା ସାର୍, ଏଯାଏ ନେଇନି ।
ପ୍ରଧାନମନ୍ତ୍ରୀ : ଆରେ, କାହିଁକି ନେଇନାହାନ୍ତି ?
ରାଜେଶ : ସାର, ଏଠି ହ୍ୱାଟ୍ସଆପ୍ରେ ଏଭଳି କିଛି ଭ୍ରମାତ୍ମକ ତଥ୍ୟ ଆସିଲା ଯାହାଫଳରେ ଲୋକେ ଭ୍ରମିତ ହୋଇଗଲେ ସାର୍ ।
ପ୍ରଧାନମନ୍ତ୍ରୀ : ତେବେ କ’ଣ ଆପଣଙ୍କ ମନରେ ବି ଭୟ ରହିଛି ?
ରାଜେଶ : ଆଜ୍ଞା, ସାରା ଗାଁରେ ଏଭଳି ଗୁଜବ ପ୍ରଚାର ହୋଇଥିଲା ।
ପ୍ରଧାନମନ୍ତ୍ରୀ : ଆରେ ରେ, ଆପଣ ଇଏ କି କଥା କହୁଛନ୍ତି? ଦେଖନ୍ତୁ ରାଜେଶ ଜୀ ...
ରାଜେଶ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଆପଣ ଏବଂ ଗାଁର ସମସ୍ତ ଭାଇଭଉଣୀମାନଙ୍କୁ କେବଳ ଏତିକି କହିବାକୁ ଅଛି ଯେ, ଯଦି ମନରେ କୌଣସି ଭୟ ଅଛି ତେବେ ତାକୁ ବାହାର କରିଦିଅନ୍ତୁ ।
ରାଜେଶ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଆମ ଦେଶରେ ଏଯାଏ ୩୧ କୋଟିରୁ ଅଧିକ ଲୋକ ଟିକା ନେଇସାରିଲେଣି ।
ରାଜେଶ : ଆଜ୍ଞା,
ପ୍ରଧାନମନ୍ତ୍ରୀ : ଆପଣ ଜାଣିଛନ୍ତି ତ, ମୁଁ ନିଜେ ମଧ୍ୟ ଦୁଇଟି ଡୋଜ ନେଇସାରିଛି ।
ରାଜେଶ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଆରେ, ମୋ ମା’ଙ୍କ ବୟସ ପାଖାପାଖି ଶହେ । ସେ ମଧ୍ୟ ଦୁଇଟି ଯାକ ଡୋଜ ନେଇସାରିଛନ୍ତି । ବେଳେବେଳେ କାହା କାହାକୁ ଏହାଦ୍ୱାରା ଜ୍ୱର ଇତ୍ୟାଦି ହେଉଛି । କିନ୍ତୁ ତାହା ଖୁବ ସାଧାରଣ । ମାତ୍ର କିଛି ଘଣ୍ଟା ପାଇଁ ଏଭଳି ହେଉଛି । ଦେଖନ୍ତୁ, ଟିକା ନ ନେବା ବହୁତ ବିପଦଜ୍ଜନକ ହୋଇପାରେ ।
ରାଜେଶ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଏହାଦ୍ୱାରା ଆପଣ ନିଜକୁ ତ ବିପଦରେ ପକାଉଛନ୍ତି, ଏହାସହିତ ପରିବାର ଏବଂ ଗାଁକୁ ମଧ୍ୟ ବିପଦ ମୁହଁକୁ ଠେଲି ଦେଉଛନ୍ତି ।
ରାଜେଶ : ଆଜ୍ଞା
ପ୍ରଧାନମନ୍ତ୍ରୀ : ତେଣୁ ରାଜେଶ ଜୀ, ଯଥାଶୀଘ୍ର ଟିକା ନେଇଯାଆନ୍ତୁ, ଏବଂ ଗାଁରେ ସମସ୍ତଙ୍କୁ ଜଣାନ୍ତୁ ଯେ ଭାରତ ସରକାରଙ୍କ ତରଫରୁ ମାଗଣା ଟିକା ଦିଆଯାଉଛି ଏବଂ ୧୮ ବର୍ଷରୁ ଊର୍ଦ୍ଧ ସମସ୍ତଙ୍କ ପାଇଁ ଏହା ଉଦ୍ଦିଷ୍ଟ ।
ରାଜେଶ : ଆଜ୍ଞା . . . ଆଜ୍ଞା . . .
ପ୍ରଧାନମନ୍ତ୍ରୀ : ତେଣୁ ଏ କଥା ଆପଣ ମଧ୍ୟ ସମସ୍ତଙ୍କୁ ଜଣାନ୍ତୁ ଏବଂ ଗାଁରେ ଏଭଳି ଭୟର ବାତାବରଣର କୌଣସି କାରଣ ନାହିଁ ।
ରାଜେଶ : କାରଣ ମାତ୍ର ଏତିକି ଯେ, କିଛି ଲୋକ ଏଭଳି ଗୁଜବ ପ୍ରଚାର କଲେ ଲୋକେ ବହୁତ ଭୟଭୀତ ହୋଇଗଲେ । ତା’ର ଉଦାହରଣ, ଯେମିତିକି ଏହି ଟିକା ନେବା ଦ୍ୱାରା ଜ୍ୱର ହେବା ଏବଂ ଏହାଫଳରେ ରୋଗ ବୃଦ୍ଧି ପାଇ ଲୋକ ମୃତ୍ୟୁମୁଖରେ ପଡ଼ିବା ଭଳି ଗୁଜବ ପ୍ରଚାର କଲେ ।
ପ୍ରଧାନମନ୍ତ୍ରୀ : ଓହୋ ... ଦେଖନ୍ତୁ, ଆଜିକାଲି ତ ଏତେ ରେଡିଓ, ଏତେ ଟିଭି, ଏତେ ସବୁ ଖବରମାନ ମିଳୁଛି । ତେଣୁ ଲୋକମାନଙ୍କୁ ବୁଝାଇବା ଖୁବ ସହଜ ହେଇଯାଉଛି । ଦେଖନ୍ତୁ, ମୁଁ ଆପଣଙ୍କୁ କହୁଛି, ଭାରତର ଅନେକ ଗାଁ ଏଭଳି ରହିଛି, ଯେଉଁଠି ସବୁ ଲୋକ ଟିକା ନେଇସାରିଲେଣି । ମାନେ, ଗାଁର ଶତକଡ଼ା ଶହେ ଭାଗ ଲୋକ । ମୁଁ ଆପଣଙ୍କୁ ଗୋଟିଏ ଉଦାହରଣ ଦେଉଛି ।
ରାଜେଶ : ଆଜ୍ଞା
ପ୍ରଧାନମନ୍ତ୍ରୀ : କାଶ୍ମୀରରେ ବାନ୍ଦିପୁରା ଗୋଟିଏ ଜିଲ୍ଲା । ସେହି ବାନ୍ଦିପୁରା ଜିଲ୍ଲାରେ ଡରଚ୍ଚବଦ୍ଭ ନାମକ ଗାଁର ଲୋକେ ମିଶି ଶତ ପ୍ରତିଶତ ଟିକା ନେବାର ଲକ୍ଷ୍ୟ ସ୍ଥିର କଲେ ଏବଂ ଏହାକୁ କାର୍ଯ୍ୟକାରୀ କଲେ । ଆଜି କାଶ୍ମୀରର ଏହି ଗାଁର ୧୮ ବର୍ଷରୁ ଉପରର ସବୁ ଲୋକ ଟିକା ନେଇସାରିଛନ୍ତି । ନାଗାଲ୍ୟାଣ୍ଡର ବି ତୋନୋଟି ଗାଁ ବିଷୟରେ ମୁଁ ଜାଣିବାକୁ ପାଇଛି ଯେ, ସେଠାରେ ମଧ୍ୟ ସବୁ ଲୋକ, ଶତ ପ୍ରତିଶତ ଟିକା ନେଇସାରିଛନ୍ତି ।
ରାଜେଶ : ଆଜ୍ଞା . . . ଆଜ୍ଞା . . .
ପ୍ରଧାନମନ୍ତ୍ରୀ : ରାଜେଶ, ଆପଣ ମଧ୍ୟ ଏ କଥା ନିଜ ଗାଁ, ନିଜର ଆଖପାଖ ଗାଁରେ ଏହା ପ୍ରଚାର କରିବା ଉଚିତ ଏବଂ ଯାହା ଆପଣ କହୁଛନ୍ତି ଯେ ଏହା ଗୋଟିଏ ଭ୍ରମାତ୍ମକ ତଥ୍ୟ, ସେହି କଥା, ଏହା ଗୋଟିଏ ଭ୍ରମାତ୍ମକ କଥା ।
ରାଜେଶ : ଆଜ୍ଞା . . . ଆଜ୍ଞା . . .
ପ୍ରଧାନମନ୍ତ୍ରୀ : ଗୁଜବ ପ୍ରଚାରର ଜବାବରେ ଆପଣଙ୍କୁ ନିଜେ ଟିକା ନେଇ ସମସ୍ତଙ୍କୁ ବୁଝାଇବାକୁ ପଡ଼ିବ । ଆପଣ ଏହା କରିବେ ତ ?
ରାଜେଶ : ଆଜ୍ଞା ।
ପ୍ରଧାନମନ୍ତ୍ରୀ : ନିଶ୍ଚୟ କରିବେ ତ ?
ରାଜେଶ : ଆଜ୍ଞା . . . ଆଜ୍ଞା . . . ଆପଣଙ୍କ ସହିତ କଥା ହେବା ଦ୍ୱାରା ମୁଁ ଅନୁଭବ କଲି ଯେ, ମୁଁ ନିଜେ ଟିକା ନେବି ଆଉ ଲୋକମାନଙ୍କୁ ମଧ୍ୟ ଏହା ବିଷୟରେ ଜଣେଇବି ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଗାଁରେ ଆହୁରି ସେମିତି କେହି ଅଛନ୍ତି, ଯାହା ସହିତ ମୁଁ କଥା ହେଇପାରିବି ?
ରାଜେଶ : ଅଛନ୍ତି ଆଜ୍ଞା
ପ୍ରଧାନମନ୍ତ୍ରୀ : କିଏ କଥା ହେବେ?
କିଶୋରୀଲାଲ : ହେଲୋ ସାର୍, ନମସ୍କାର ।
ପ୍ରଧାନମନ୍ତ୍ରୀ : ନମସ୍କାର ଆଜ୍ଞା, କିଏ କହୁଛନ୍ତି?
କିଶୋରୀଲାଲ : ଆଜ୍ଞା, ମୋ ନାଁ କିଶୋରୀଲାଲ ଦୂର୍ବେ ।
ପ୍ରଧାନମନ୍ତ୍ରୀ : ତାହେଲେ, କିଶୋରୀଲାଲ, ଏବେ ରାଜେଶଙ୍କ ସହିତ କଥାବାର୍ତ୍ତା ଚାଲିଥିଲା ।
କିଶୋରୀଲାଲ : ଆଜ୍ଞା ।
ପ୍ରଧାନମନ୍ତ୍ରୀ : ସେ ତ ବହୁତ ମନଦୁଃଖ କରି କହୁଥିଲେ ଯେ, ଟିକାକୁ ନେଇ ଲୋକ ବିଭିନ୍ନ ପ୍ରକାର କଥା କହୁଛନ୍ତୁ
କିଶୋରୀଲାଲ : ଆଜ୍ଞା,
ପ୍ରଧାନମନ୍ତ୍ରୀ : ଆପଣ ବି ଏମିତି କିଛି ଶୁଣିଛନ୍ତି କି?
କିଶୋରୀଲାଲ : ହଁ, ଶୁଣିଛି ତ ସେମିତି କିଛି ।
ପ୍ରଧାନମନ୍ତ୍ରୀ : କ’ଣ ଶୁଣିଛନ୍ତି?
କିଶୋରୀଲାଲ : କଥା କ’ଣ କି, ଆମର ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ର । ସେଠାରେ ଥିବା କେତେକ ବନ୍ଧୁବାନ୍ଧବଙ୍କ ସମ୍ପର୍କୀୟ କିଛି ଗୁଜବ ପ୍ରଚାର କରୁଛନ୍ତି ଯେ, ଟିକା ନେବାଫଳରେ ଲୋକମାନଙ୍କର ମୃତ୍ୟୁ ହେଉଛି । କେହି ଅସୁସ୍ଥ ହୋଇପଡ଼ୁଛନ୍ତି । ଏମିତି ଅନେକ ଭ୍ରମ ଲୋକଙ୍କ ମନରେ ରହିଛି । ସେଥିପାଇଁ ସେମାନେ ଟିକା ନେଉନାହାନ୍ତି ।
ପ୍ରଧାନମନ୍ତ୍ରୀ : ନା, କରୋନା ଚାଲିଯାଇଛି ବୋଲି କହୁଛନ୍ତି କି?
କିଶୋରୀଲାଲ : ଆଜ୍ଞା,
ପ୍ରଧାନମନ୍ତ୍ରୀ : କରୋନାରେ କିଛି ହୁଏନି, ଏମିତି କହୁଛନ୍ତି କି?
କିଶୋରୀଲାଲ : ନାହିଁ, କରୋନା ଚାଲିଯାଇଛି ବୋଲି କହୁନାହାନ୍ତି । କହୁଛନ୍ତି କରୋନା ତ ରହିଛି, କିନ୍ତୁ ଟିକା ନେଲେ ରୋଗ ହେଉଛି । ସମସ୍ତେ ମରିଯାଉଛନ୍ତି । ପରିସ୍ଥିତି ଏମିତି ବୋଲି ସେମାନେ କହୁଛନ୍ତି ସାର୍ ।
ପ୍ରଧାନମନ୍ତ୍ରୀ : ଆଚ୍ଛା, ଟିକା ଯୋଗୁ ମୃତ୍ୟୁବରଣ କରୁଛନ୍ତି କି ?
କିଶୋରୀଲାଲ : ଆମ ଅଞ୍ଚଳ ଆଦିବାସୀ ଇଲାକା ସାର୍ । ଏମିତିରେ ବି ଲୋକ ଏହାଦ୍ୱାରା ଖୁବଶୀଘ୍ର ଭୟଭୀତ ହୋଇଯାଉଛନ୍ତି । ଗୁଜବ ପ୍ରଚାର କରିବା ଯୋଗୁଁ ଲୋକେ ଟିକା ନେଉନାହାନ୍ତି ।
ପ୍ରଧାନମନ୍ତ୍ରୀ : ଦେଖନ୍ତୁ କିଶୋରୀଲାଲ . . .
କିଶୋରୀଲାଲ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଏହି ଗୁଜବ ପ୍ରଚାରକାରୀମାନେ ତ ଏମିତି ଗୁଜବ ପ୍ରଚାର କରୁଥିବେ ।
କିଶୋରୀଲାଲ : ଆଜ୍ଞା,
ପ୍ରଧାନମନ୍ତ୍ରୀ : ଆମକୁ ତ ଜୀବନ ରକ୍ଷା କରିବାକୁ ପଡ଼ିବ । ନିଜ ଗାଁ ଲୋକଙ୍କ ଜୀବନ ତ ରକ୍ଷା କରିବାକୁ ପଡ଼ିବ । ନିଜର ଦେଶବାସୀଙ୍କୁ ରକ୍ଷା କରିବାକୁ ହେବ । ଯଦି କେହି କହୁଛି ଯେ କରୋନା ଚାଲିଗଲାଣି, ତାହେଲେ ସେହି ଭ୍ରମରେ ରହନ୍ତୁନି ।
କିଶୋରୀଲାଲ : ଆଜ୍ଞା,
ପ୍ରଧାନମନ୍ତ୍ରୀ : ଏହା ଏଭଳି ଗୋଟିଏ ରୋଗ, ଯାହା ବହୁରୂପୀ ଭଳି ।
କିଶୋରୀଲାଲ : ଆଜ୍ଞା,
ପ୍ରଧାନମନ୍ତ୍ରୀ : ଏହା ରୂପ ବଦଳାଉଛି । ନୂଆ ନୂଆ ରଙ୍ଗ-ରୂପରେ ପହଞ୍ଚିଯାଉଛି ।
କିଶୋରୀଲାଲ : ଆଜ୍ଞା,
ପ୍ରଧାନମନ୍ତ୍ରୀ : ଏଥିରୁ ରକ୍ଷା ପାଇବା ପାଇଁ ଆମ ପାଖରେ ଦୁଇଟି ଉପାୟ ରହିଛି । ପ୍ରଥମଟି ହେଉଛି, କରୋନା ପାଇଁ ଯେଉଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି, ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ଏବଂ ଦୂରତା ରକ୍ଷା କରିବା ଆଉ ଅନ୍ୟଟି ହେଲା ଏସବୁ ସହିତ କରୋନା ଟିକା ନେବା । ତାହା ବି ଗୋଟିଏ ଭଲ ସୁରକ୍ଷାକବଚ । ତେଣୁ, ସେ ବିଷୟରେ ଚିନ୍ତା କରନ୍ତୁ ।
କିଶୋରୀଲାଲ : ଆଜ୍ଞା . . .
ପ୍ରଧାନମନ୍ତ୍ରୀ : ତାହେଲେ କିଶୋରୀଲାଲ, ଏ କଥା କୁହନ୍ତୁ –
କିଶୋରୀଲାଲ : ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ : ଯେତେବେଳେ ଲୋକେ ଆପଣଙ୍କ ସହ କଥାବାର୍ତ୍ତା କରନ୍ତି ସେତେବେଳେ ଆପଣ ଲୋକଙ୍କୁ କିପରି ବୁଝାନ୍ତି ? ଆପଣ ବୁଝାଇବାର କାମ କରନ୍ତି ନା ଆପଣ ମଧ୍ୟ ଗୁଜବରେ ବିଶ୍ୱାସ କରନ୍ତି ?
କିଶୋରୀଲାଲ : କ’ଣ ବୁଝାଇବା, ସେହି ଲୋକମାନଙ୍କ ସଂଖ୍ୟା ଯେତେବେଳେ ଅଧିକ ହୋଇଯାଏ ସାର୍ ଆମେ ବି ଭୟଭୀତ ହୋଇପଡ଼ୁ ।
ପ୍ରଧାନମନ୍ତ୍ରୀ : ଦେଖନ୍ତୁ କିଶୋରୀଲାଲ୍ ଜୀ, ଆଜି ଆପଣଙ୍କ ସହିତ ମୋର କଥାବାର୍ତ୍ତା ହେଲା, ଆପଣ ମୋର ବନ୍ଧୁ ହେଲେ ।
କିଶୋରୀଲାଲ : ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ : ଆପଣଙ୍କୁ ଆଦୌ ଭୟ କରିବାର ନାହିଁ ଆଉ ଲୋକଙ୍କ ମନରୁ ବି ଭୟକୁ ଆପଣ ବାହାର କରାନ୍ତୁ। କ’ଣ ବାହାର କରିବେ ?
କିଶୋରୀଲାଲ : ଆଜ୍ଞା ସାର୍ । ବାହାର କରିବା ସାର୍, ଲୋକଙ୍କ ମନରୁ ବି ଡରକୁ ବାହାର କରିବା ସାର୍ । ମୁଁ ନିଜେ ବି ଟିକା ନେବି ସାର୍ ।
ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ଗୁଜବ ଉପରେ ଆଦୌ ଧ୍ୟାନ ଦିଅନ୍ତୁନି ।
କିଶୋରୀଲାଲ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଆପଣ ଜାଣନ୍ତି, ଆମର ବୈଜ୍ଞାନିକମାନେ କେତେ ପରିଶ୍ରମ କରି ଏଇ ଟିକା ପ୍ରସ୍ତୁତ କରିଛନ୍ତି ।
କିଶୋରୀଲାଲ : ଆଜ୍ଞା ସାର୍
ପ୍ରଧାନମନ୍ତ୍ରୀ : ବଡ଼ ବଡ଼ ବୈଜ୍ଞାନିକମାନେ ବର୍ଷସାରା ରାତିଦିନ ଏକାଠି କରି କାମ କରିଛନ୍ତି ଆଉ ଏଥିପାଇଁ ଆମକୁ ବିଜ୍ଞାନ ଉପରେ ଭରସା କରିବା ଦରକାର, ବୈଜ୍ଞାନିକଙ୍କ ଉପରେ ଭରସା କରିବା ଆବଶ୍ୟକ । ଆଉ ଏହି ମିଛ ପ୍ରଚାର କରୁଥିବା ଲୋକଙ୍କୁ ବାରମ୍ବାର ବୁଝାଇବା ଦରକାର ଯେ ଦେଖ ଭାଇ ଏମିତି ହୁଏ ନାହିଁ, ଏତେ ଲୋକ ତ ଟିକା ନେଇସାରିଛନ୍ତି, କିଛି ହୁଏ ନାହିଁ ।
କିଶୋରୀଲାଲ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଆଉ ଏ ଗୁଜବରୁ ବଞ୍ଚିକି ରହିବା ଦରକାର ଏବଂ ଗାଁକୁ ବି ଗୁଜବରୁ ବଞ୍ଚାଇବାକୁ ପଡ଼ିବ ।
କିଶୋରୀଲାଲ : ଆଜ୍ଞା ।
ପ୍ରଧାନମନ୍ତ୍ରୀ : ଆଉ ରାଜେଶ ଜୀ, କିଶୋରୀଲାଲ ଜୀ, ଆପଣଙ୍କ ଭଳି ବନ୍ଧୁମାନଙ୍କୁ ମୁଁ କହିବି ଯେ ଆପଣ କେବଳ ଆପଣଙ୍କ ଗାଁରେ ନୁହଁ, ଅନ୍ୟ ଗାଁଗୁଡ଼ିକରେ ମଧ୍ୟ ଏହି ଗୁଜବ ବନ୍ଦ କରିବାର କାମ କରନ୍ତୁ ଆଉ ଲୋକମାନଙ୍କୁ କହନ୍ତୁ ଯେ ଆପଣମାନେ ମୋ ସହ କଥା ହୋଇଛନ୍ତି ।
କିଶୋରୀଲାଲ : ଆଜ୍ଞା ସାର୍
ପ୍ରଧାନମନ୍ତ୍ରୀ : କହି ଦିଅନ୍ତୁ, ମୋ ନାଁ କହି ଦିଅନ୍ତୁ ।
କିଶୋରୀଲାଲ : କହିବି ସାର୍ ଆଉ ଲୋକଙ୍କୁ ବୁଝାଇବି ଆଉ ନିଜେ ବି ଟିକା ନେବି ।
ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ଆପଣଙ୍କ ପୁରା ଗାଁକୁ ମୋ ତରଫରୁ ଶୁଭକାମନା ଜଣାଇଦେବେ ।
କିଶୋରୀଲାଲ : ଆଜ୍ଞା ସାର୍
ପ୍ରଧାନମନ୍ତ୍ରୀ : ଆଉ ସମସ୍ତଙ୍କୁ କହିବେ ଯେ ଯେତେବେଳେ ବି ନିଜ ନମ୍ବର ଆସିବ ...
କିଶୋରୀଲାଲ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଟିକା ନିଶ୍ଚିତ ନେବେ ।
କିଶୋରୀଲାଲ : ଠିକ୍ ଅଛି ସାର୍
ପ୍ରଧାନମନ୍ତ୍ରୀ : ମୁଁ ଚାହିଁବି ଯେ ଗାଁର ମହିଳାମାନଙ୍କୁ, ଆମର ମାଆ ଭଉଣୀମାନଙ୍କୁ ...
କିଶୋରୀଲାଲ : ଆଜ୍ଞା ସାର୍
ପ୍ରଧାନମନ୍ତ୍ରୀ : ଏହି କାମରେ ଅଧିକରୁ ଅଧିକ ସାମିଲ କରନ୍ତୁ ଆଉ ସକ୍ରିୟତାର ସହିତ ସେମାନଙ୍କୁ ସାଂଗରେ ରଖନ୍ତୁ ।
କିଶୋରୀଲାଲ : ଆଜ୍ଞା
ପ୍ରଧାନମନ୍ତ୍ରୀ : ବେଳେବେଳେ ମାଆ ଭଉଣୀମାନଙ୍କ କଥାକୁ ଲୋକେ ଶୀଘ୍ର ମାନିଯାଆନ୍ତି ।
କିଶୋରୀଲାଲ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଆପଣଙ୍କ ଗାଁରେ ଯେତେବେଳେ ଟିକାକରଣ ସଂପୂର୍ଣ୍ଣ ହେଇଯିବ ସେତେବେଳେ ମୋତେ ଆପଣ କହିବେ ।
କିଶୋରୀଲାଲ : ହଁ, କହିବୁ ସାର୍ ।
ପ୍ରଧାନମନ୍ତ୍ରୀ : ନିଶ୍ଚୟ କହିବେ ତ ?
କିଶୋରୀଲାଲ : ଆଜ୍ଞା
ପ୍ରଧାନମନ୍ତ୍ରୀ : ଦେଖନ୍ତୁ, ମୁଁ ଆପଣଙ୍କ ଚିଠିକୁ ଅପେକ୍ଷା କରିବି ।
କିଶୋରୀଲାଲ : ଆଜ୍ଞା ସାର୍
ପ୍ରଧାନମନ୍ତ୍ରୀ : ଆପଣଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ ରାଜେଶ ଜୀ, କିଶୋର ଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
କିଶୋରୀଲାଲ : ଧନ୍ୟବାଦ ସାର୍, ଆପଣ ଆମ ସହ କଥା ହୋଇଥିବାରୁ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ।
ବନ୍ଧୁଗଣ, କେବେ ନା କେବେ ଏଇ ବିଶ୍ୱ ପାଇଁ କେସ୍ ଷ୍ଟଡିର ବିଷୟ ହେବ ଯେ ଭାରତର ଗାଁର ଲୋକେ, ଆମର ବନବାସୀ-ଆଦିବାସୀ ଭାଇଭଉଣୀମାନେ ଏହି କରୋନା କାଳରେ କିଭଳି ନିଜ ସାମର୍ଥ୍ୟ ଏବଂ ଚତୁରତାର ପରିଚୟ ଦେଇଛନ୍ତି । ଗାଁର ଲୋକେ ସଙ୍ଗରୋଧ କେନ୍ଦ୍ର ତିଆରି କଲେ, ସ୍ଥାନୀୟ ଆବଶ୍ୟକତାକୁ ଦେଖି କୋଭିଡ଼ ପ୍ରୋଟୋକଲ୍ ତିଆରି କଲେ । ଗାଁ ଲୋକେ କୌଣସି ଲୋକଙ୍କୁ ଭୋକରେ ଶୋଇବାକୁ ଦେଲେ ନାହିଁ, ଚାଷକାମକୁ ବି ବନ୍ଦ ହେବାକୁ ଦେଲେ ନାହିଁ । ପାଖ ସହରରେ କ୍ଷୀର-ପନିପରିବା, ଏସବୁ ପ୍ରତିଦିନ ଯେମିତି ପହଞ୍ଚିପାରିବ, ଏହାକୁ ବି ଗାଁ ଲୋକେ ସୁନିଶ୍ଚିତ କଲେ, ଅର୍ଥାତ ନିଜକୁ ସମ୍ଭାଳିଲେ ଏବଂ ଅନ୍ୟମାନଙ୍କର ଯତ୍ନ ନେଲେ । ଏମିତି ହିଁ ଆମକୁ ଟିକା ଅଭିଯାନରେ ମଧ୍ୟ କରିବାକୁ ପଡ଼ିବ । ଆମକୁ ସଚେତନ ବି ରହିବାକୁ ହେବ, ଆଉ ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ । ଗାଁର ପ୍ରତ୍ୟେକ ବ୍ୟକ୍ତିର ଯେମିତି ଟିକାକରଣ ହୋଇଯିବ, ଏହା ପ୍ରତ୍ୟେକ ଗାଁର ଲକ୍ଷ୍ୟ ହେବା ଉଚିତ । ମନେ ରଖନ୍ତୁ, ଆଉ ମୁଁ ତ ଆପଣଙ୍କୁ ନିର୍ଦ୍ଦିଷ୍ଟ ଭାବେ କହିବାକୁ ଚାହୁଁଛି, ଆପଣ ଗୋଟିଏ ପ୍ରଶ୍ନ ନିଜ ମନକୁ ପଚାରନ୍ତୁ - ପ୍ରତ୍ୟେକ ଲୋକ ସଫଳ ହେବାକୁ ଚାହେଁ କିନ୍ତୁ ନିର୍ଣ୍ଣାୟକ ସଫଳତାର ମନ୍ତ୍ର କ’ଣ? ନିର୍ଣ୍ଣାୟକ ସଫଳତାର ମନ୍ତ୍ର ହେଉଛି- ନିରନ୍ତରତା । ତେଣୁ ଆମେ ମନ୍ଥର ହୋଇଯିବା ନାହିଁ, କୌଣସି ଭ୍ରାନ୍ତିରେ ରହିବା ନାହିଁ । ଆମକୁ ସର୍ବଦା ପ୍ରୟାସ କରିବାକୁ ହେବ, କରୋନା ଉପରେ ବିଜୟ ହାସଲ କରିବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏବେ ବର୍ଷାଋତୁ ଆସିଗଲାଣି । ମେଘ ଯେତେବେଳେ ବର୍ଷା କରେ କେବଳ ଆମ ପାଇଁ ହିଁ ବର୍ଷେ ନାହିଁ, ବରଂ ମେଘ ଆଗାମୀ ପିଢ଼ି ପାଇଁ ମଧ୍ୟ ବର୍ଷା କରେ । ବର୍ଷାଜଳ ମାଟି ଭିତରକୁ ଯାଇ ଗଚ୍ଛିତ ବି ହୁଏ, ମାଟିର ଜଳସ୍ତରକୁ ସୁଧାରେ ଏବଂ ଏଥିପାଇଁ ଜଳ ସଂରକ୍ଷଣକୁ ଦେଶସେବାର ଗୋଟିଏ ରୂପ ବୋଲି ମୁଁ ଭାବେ । ଆପଣ ମଧ୍ୟ ଦେଖିଥିବେ, ଆମ ଭିତରୁ ଅନେକ ଲୋକ ଏହି ପୁଣ୍ୟକାମକୁ ନିଜର ଦାୟିତ୍ୱ ବୋଲି ଭାବି କରୁଛନ୍ତି । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଉତ୍ତରାଖଣ୍ଡର ପୌଡ଼ି ଗଢ଼ୱାଲର ସଚ୍ଚିଦାନନ୍ଦ ଭାରତୀ । ଶ୍ରୀ ଭାରତୀ ଜଣେ ଶିକ୍ଷକ ଏବଂ ସେ ନିଜ କାର୍ଯ୍ୟ ଜରିଆରେ ଲୋକଙ୍କୁ ବହୁତ ଭଲ ଶିକ୍ଷା ଦେଇଛନ୍ତି । ଆଜି ତାଙ୍କର ପରିଶ୍ରମରେ ହିଁ ପୌଡ଼ି ଗଢ଼ୱାଲର ଉଫ୍ରୈଖାଲ୍ ଅଞ୍ଚଳରେ ବଡ଼ ଜଳ ସଙ୍କଟର ସମାପ୍ତି ଘଟିଛି । ଯେଉଁଠି ଲୋକେ ଟୋପେ ପାଣି ପାଇଁ ଡହଳବିକଳ ହେଉଥିଲେ, ସେଠାରେ ଆଜି ବର୍ଷସାରା ଜଳ ସଞ୍ଚିତ ହୋଇ ରହୁଛି ।
ବନ୍ଧୁଗଣ, ପାହାଡ଼ରେ ଜଳ ସଂରକ୍ଷଣର ଏକ ପାରମ୍ପରିକ ଉପାୟ ରହିଛି ଯାହାକୁ ‘ଚାଲଖାଲ୍’ ମଧ୍ୟ କୁହାଯାଏ, ଅର୍ଥାତ ପାଣି ଜମା କରିବା ପାଇଁ ବଡ଼ ଗାଢ଼ ଖୋଳିବା । ଏହି ପରମ୍ପରାରେ ଶ୍ରୀ ଭାରତୀ କିଛି ନୂଆ ଉପାୟକୁ ମଧ୍ୟ ଯୋଡ଼ିଦେଇଛନ୍ତି । ସେ କ୍ରମାଗତ ଛୋଟବଡ଼ ପୋଖରୀ ଖୋଳାଇଛନ୍ତି । ଏହାଦ୍ୱାରା କେବଳ ଉଫ୍ରୈଖାଲର ପାର୍ବତ୍ୟାଞ୍ଚଳ ସବୁଜିମାରେ ଭରିନି ବରଂ ଲୋକଙ୍କର ପାନୀୟ ଜଳ ସମସ୍ୟା ମଧ୍ୟ ଦୂର ହୋଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶ୍ରୀ ଭାରତୀ ଏପରି ୩୦ ହଜାରରୁ ଅଧିକ ଜଳାଶୟ ତିଆରି କରିସାରିଛନ୍ତି । ୩୦ ହଜାର! ତାଙ୍କର ଏହି ଭଗୀରଥ କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି ଏବଂ ଅନେକ ଲୋକଙ୍କୁ ପ୍ରେରଣା ଦେଉଛି ।
ବନ୍ଧୁଗଣ, ଏହିଭଳି ଭାବେ ୟୁପିର ବାଁଦା ଜିଲାର ଅନ୍ଧାୱ ଗାଁର ଲୋକେ ମଧ୍ୟ ଅଲଗା ପ୍ରକାରର ପ୍ରୟାସ କରିଛନ୍ତି । ସେମାନେ ନିଜ ଅଭିଯାନକୁ ବଡ଼ ମଜାଦାର ନାଁ ଦେଇଛନ୍ତି- ‘ଖେତର ପାଣି ଖେତରେ, ଗାଁର ପାଣି ଗାଁରେ’ । ଏହି ଅଭିଯାନରେ ଗାଁର ଶହଶହ ବିଘା ଖେତରେ ଉଚ୍ଚା ଉଚ୍ଚା ହିଡ଼ ତିଆରି କରାଯାଇଛି । ଏହାଦ୍ୱାରା ବର୍ଷାଜଳ କ୍ଷେତରେ ଏକାଠି ହୋଇପାରିଲା ଓ ମାଟି ଭିତରକୁ ଯିବାକୁ ଲାଗିଲା । ଏବେ ଏହି ଲୋକେ କ୍ଷେତର ସେହି ହିଡ଼ ଉପରେ ଗଛ ଲଗାଇବାର ଯୋଜନା ମଧ୍ୟ କରୁଛନ୍ତି । ଅର୍ଥାତ ଏବେ ଚାଷୀମାନଙ୍କୁ ପାଣି, ଗଛ ଆଉ ଟଙ୍କା, ତିନିଟି ଯାକ ମିଳିବ । ନିଜର ଉତ୍ତମ କାର୍ଯ୍ୟ ପାଇଁ ସେମାନଙ୍କର ସୁନାମ ଦୂରଦୂରାନ୍ତ ପର୍ଯ୍ୟନ୍ତ ବ୍ୟାପିଗଲାଣି ।
ବନ୍ଧୁଗଣ, ଏହି ସଭିଙ୍କଠାରୁ ପ୍ରେରଣା ନେଇ ଆମେ ନିଜ ଆଖପାଖରେ ଯେପରି ହେଉ ପାଣି ବଞ୍ଚାଇପାରିବା, ବଞ୍ଚାଇବା ଉଚିତ । ବର୍ଷାଋତୁର ଏହି ମହତ୍ୱପୂର୍ଣ୍ଣ ସମୟକୁ ଆମେ ନଷ୍ଟ କରିବା ନାହିଁ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଶାସ୍ତ୍ରରେ କୁହାଯାଇଛି-
“ନାସ୍ତି ମୂଳମ୍ ଅନୌଷଧମ୍” । ।
ଅର୍ଥାତ, ପୃଥିବୀ ଉପରେ ଏପରି କୌଣସି ବନସ୍ପତି ହିଁ ନାହିଁ ଯେଉଁଥିରେ କୌଣସି ନା କୌଣସି ଔଷଧୀୟ ଗୁଣ ନାହିଁ ! ଆମ ଆଖପାଖରେ ଏପରି ଅନେକ ଗଛଲତା ରହିଥାନ୍ତି ଯେଉଁଥିରେ ଅଦ୍ଭୁତ ଗୁଣ ଥାଏ, କିନ୍ତୁ ଅନେକ ସମୟରେ ଆମକୁ ତା’ ସମ୍ପର୍କରେ ଆଦୌ ଜଣା ହିଁ ନଥାଏ! ମୋତେ ନୈନିତାଲରୁ ଜଣେ ବନ୍ଧୁ, ଭାଇ ପରିତୋଷ ଏ ସମ୍ପର୍କରେ ଏକ ପତ୍ର ପଠାଇଛନ୍ତି । ସେ ଲେଖିଛନ୍ତି ଯେ, ତାଙ୍କୁ ଗୁଳୁଚି ଆଉ ଅନ୍ୟ ବହୁ ବନସ୍ପତିର ଚମତ୍କାରୀ ଔଷଧୀୟ ଗୁଣ ସମ୍ପର୍କରେ କରୋନା ଆସିବା ପରେ ହିଁ ଜଣାଗଲା! ପରିତୋଷ ମଧ୍ୟ ମୋତେ ଅନୁରୋଧ କରିଛନ୍ତି ମୁଁ ‘ମନ୍ କୀ ବାତ୍’ରେ ସମସ୍ତ ଶ୍ରୋତାଙ୍କୁ କହିବି ଯେ ଆପଣ ନିଜ ଆଖପାଖର ବନସ୍ପତି ସମ୍ପର୍କରେ ଜାଣନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଜଣାନ୍ତୁ । ବାସ୍ତବରେ, ଏହା ଆମ ଯୁଗଯୁଗର ପୁରୁଣା ଐତିହ୍ୟ, ଯାହାକୁ ଆମକୁ ସୁରକ୍ଷିତ ରଖିବାର ଅଛି । ଏ ଦିଗରେ ମଧ୍ୟପ୍ରଦେଶ ସତ୍ନାର ଜଣେ ବନ୍ଧୁ ଶ୍ରୀମାନ ରାମଲୋଟନ କୁଶୱାହା ବହୁତ ପ୍ରଶଂସନୀୟ କାମ କରିଛନ୍ତି । ରାମଲୋଟନ ନିଜ କ୍ଷେତରେ ଏକ ଦେଶୀ ସଂଗ୍ରହାଳୟ ତିଆରି କରିଛନ୍ତି । ଏହି ସଂଗ୍ରହାଳୟରେ ସେ ଶହଶହ ଔଷଧୀୟ ଚାରା ଓ ମଞ୍ଜିକୁ ସଂଗ୍ରହ କରି ରଖିଛନ୍ତି । ଏଗୁଡ଼ିକୁ ସେ ସୁଦୂର ଅଞ୍ଚଳରୁ ଆଣିଛନ୍ତି । ଏହାଛଡ଼ା ସେ ପ୍ରତିବର୍ଷ ଅନେକ ପ୍ରକାରର ଭାରତୀୟ ପନିପରିବା ମଧ୍ୟ ଚାଷ କରନ୍ତି । ରାମଲୋଟନଙ୍କ ଏହି ବଗିଚା, ଏହି ଦେଶୀ ସଂଗ୍ରହାଳୟକୁ ଲୋକ ଦେଖିବାକୁ ମଧ୍ୟ ଆସନ୍ତି, ଏବଂ ସେଥିରୁ ବହୁତ କିଛି ଶିଖନ୍ତି ମଧ୍ୟ । ସତରେ, ଏହା ଏକ ବହୁତ ବଢ଼ିଆ ପ୍ରୟୋଗ ଯାହାକୁ ଦେଶର ଭିନ୍ନ ଭିନ୍ନ ଅଂଚଳରେ ମଧ୍ୟ କରାଯାଇପାରିବ । ମୁଁ ଚାହିଁବି ଯେ ଆପଣଙ୍କ ଭିତରୁ ଯେଉଁମାନେ ଏପରି ପ୍ରୟାସ କରିପାରିବେ, ସେମାନେ ନିଶ୍ଚୟ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଆୟର ନୂଆ ସାଧନ ମଧ୍ୟ ଖୋଲିପାରିବ । ଗୋଟିଏ ଲାଭ ଏହା ମଧ୍ୟ ହେବ ଯେ ସ୍ଥାନୀୟ ବନସ୍ପତିଗୁଡ଼ିକ ମାଧ୍ୟମରେ ଆପଣଙ୍କ ଅଞ୍ଚଳର ପରିଚୟ ମଧ୍ୟ ବଢ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଏବେଠାରୁ କିଛିଦିନ ପରେ ୧ ଜୁଲାଇରେ ଆମେ ଜାତୀୟ ଡାକ୍ତର ଦିବସ ପାଳନ କରିବା । ଏହିଦିନଟି ଆମ ଦେଶର ମହାନ ଚିକିତ୍ସକ ତଥା ରାଷ୍ଟ୍ରନେତା ଡକ୍ଟର ବି ସି ରାୟଙ୍କ ଜୟନ୍ତୀ ପାଇଁ ସମର୍ପିତ । କରୋନା କାଳରେ ଡାକ୍ତରମାନଙ୍କ ଅବଦାନ ପାଇଁ ଆମେ ସମସ୍ତେ କୃତଜ୍ଞ । ଆମ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ ଆମର ସେବା କରୁଛନ୍ତି । ଏଥିପାଇଁ ଏଥର ଜାତୀୟ ଡାକ୍ତର ଦିବସ ଆହୁରି ମଧ୍ୟ ସ୍ୱତନ୍ତ୍ର ହୋଇଛି ।
ବନ୍ଧୁଗଣ, ମେଡିସିନ୍ ଦୁନିଆରେ ସବୁଠୁ ସମ୍ମାନନୀୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ - ହିପ୍ପୋକ୍ରେଟ୍ସ କହିଥିଲେ : “Wherever the art of Medicine is loved, there is also a love of Humanity.”
ଅର୍ଥାତ, ‘ଯେଉଁଠି ଆର୍ଟ ଅଫ୍ ମେଡିସିନ ପାଇଁ ଶ୍ରଦ୍ଧା ରହିଥାଏ, ସେଠାରେ ମାନବତା ପାଇଁ ମଧ୍ୟ ଶ୍ରଦ୍ଧା ଥାଏ’ । ଡାକ୍ତରମାନେ, ଏହି ଶ୍ରଦ୍ଧାର ଶକ୍ତି ଦ୍ୱାରା ହିଁ ଆମର ସେବା କରିପାରନ୍ତି; ଏଇଥିପାଇଁ ଆମର ଏହା ଦାୟିତ୍ୱ ଯେ ଆମେ ସେତିକି ହିଁ ଶ୍ରଦ୍ଧାରେ ସେମାନଙ୍କୁ ଧନ୍ୟବାଦ ଦେବା, ସେମାନଙ୍କର ଉତ୍ସାହ ବଢ଼ାଇବା । ଏମିତି ଦେଖିଲେ ଆମ ଦେଶରେ ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଡାକ୍ତରମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗୁଆ ହୋଇ କାମ କରିଥାନ୍ତି । ଶ୍ରୀନଗରର ଏପରି ଏକ ପ୍ରୟାସ ସମ୍ପର୍କରେ ମୋତେ ଖବର ମିଳିଛି । ଏଠାରେ ଡାଲ୍ ହ୍ରଦରେ ଏକ ବୋଟ୍ ଆମ୍ବୁଲାନ୍ସ ସର୍ଭିସ୍ ଆରମ୍ଭ କରାଯାଇଛି । ଏହି ସେବା ଶ୍ରୀନଗରର ତାରିକ୍ ଅହମ୍ମଦ ପତଲୁ ଆରମ୍ଭ କରିଛନ୍ତି, ଯିଏ ଜଣେ ହାଉସବୋଟ୍ ମାଲିକ । ସେ ନିଜେ ମଧ୍ୟ କୋଭିଡ଼-୧୯ ଲଢ଼େଇ ଲଢ଼ିଛନ୍ତି ଏବଂ ସେଥିରୁ ହିଁ ତାଙ୍କୁ ଆମ୍ବୁଲାନ୍ସ ସେବା ଆରମ୍ଭ କରିବା ପାଇଁ ପ୍ରେରଣା ମିଳିଛି । ତାଙ୍କର ଏହି ଆମ୍ବୁଲାନ୍ସରେ ଲୋକଙ୍କୁ ସଚେତନତା ଅଭିଯାନ ମଧ୍ୟ ଚାଲୁଛି । ସେ କ୍ରମାଗତ ଆମ୍ବୁଲାନ୍ସରୁ ଘୋଷଣା ମଧ୍ୟ କରିଥାନ୍ତି : ଲୋକେ ଯେପରି ମାସ୍କ ପିନ୍ଧିବାଠାରୁ ଆରମ୍ଭ କରି ଅନ୍ୟ ଜରୁରୀ ସାବଧାନତା ଅବଲମ୍ବନ କରିବେ ।
ବନ୍ଧୁଗଣ, ଡାକ୍ତର ଦିବସ ସହ ୧ ଜୁଲାଇରେ ଚାର୍ଟାର୍ଡ ଆକାଉଂଟାଂଟ ଦିବସ ମଧ୍ୟ ପାଳିତ ହୋଇଥାଏ । ମୁଁ କିଛିବର୍ଷ ତଳେ ଦେଶର ଚାର୍ଟାର୍ଡ ଆକାଉଂଟାଂଟମାନଙ୍କୁ ବିଶ୍ୱସ୍ତରୀୟ ଭାରତୀୟ ଅଡିଟ୍ ଫାର୍ମସ୍ ଉପହାର ମାଗିଥିଲି ଆଜି ମୁଁ ସେମାନଙ୍କୁ ଏ ବିଷୟ ମନେ ପକାଇଦେବାକୁ ଚାହୁଁଛି । ଅର୍ଥବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଚାର୍ଟାର୍ଡ ଆକାଉଂଟାଂଟ ମାନେ ବହୁତ ଭଲ ଓ ସକାରାତ୍ମକ ଭୂମିକା ତୁଲାଇପାରିବେ । ମୁଁ ସମସ୍ତ ଚାର୍ଟାର୍ଡ ଆକାଉଂଟାଂଟ, ତାଙ୍କ ପରିବାର ସଦସ୍ୟମାନଙ୍କୁ ନିଜର ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, କରୋନା ବିରୋଧରେ ଭାରତର ଲଢ଼େଇର ଏକ ବଡ଼ ବିଶେଷତ୍ୱ ରହିଛି । ଏହି ଲଢ଼େଇରେ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜର ଭୂମିକା ତୁଲାଇଛନ୍ତି । ମୁଁ ‘ମନ୍ କୀ ବାତ୍’ରେ ପ୍ରାୟ ଏହାର ଅବତାରଣା କରିଛି । କିନ୍ତୁ ଅନେକ ଲୋକଙ୍କ ଅଭିଯୋଗ ମଧ୍ୟ ରହେ ଯେ ସେମାନଙ୍କ ସମ୍ପର୍କରେ ସେତେଟା ଆଲୋଚନା ହୋଇପାରେ ନାହିଁ । ଅନେକ ଲୋକ – ସେ ବ୍ୟାଙ୍କ ଷ୍ଟାଫ୍ ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ, ଛୋଟ ବ୍ୟବସାୟୀ ବା ଦୋକାନୀ ହୁଅନ୍ତୁ, ଦୋକାନରେ କାମ କରୁଥିବା ଲୋକ ହୁଅନ୍ତୁ, ବୁଲାବିକାଳି ଭାଇଭଉଣୀ ହୁଅନ୍ତୁ, ସିକ୍ୟୁରିଟି ୱାଚମ୍ୟାନ, ଅଥବା ଡାକବାଲା ଓ ପୋଷ୍ଟ୍ ଅଫିସ୍ର କର୍ମଚାରୀ - ପ୍ରକୃତରେ ଏହି ତାଲିକା ବହୁତ ଲମ୍ବା ଏବଂ ପ୍ରତ୍ୟେକ ଲୋକ ନିଜର ଭୂମିକା ତୁଲାଇଛନ୍ତି । ଶାସନ ପ୍ରଶାସନରେ ମଧ୍ୟ ବହୁତ ଲୋକ ନିଜ ନିଜ ସ୍ତରରେ କାମରେ ଲାଗିଛନ୍ତି ।
ବନ୍ଧୁଗଣ, ଆପଣ ସମ୍ଭବତଃ ଭାରତ ସରକାରରେ ସଚିବ ଥିବା ଗୁରୁପ୍ରସାଦ ମହାପାତ୍ରଙ୍କ ନାମ ଶୁଣିଥିବେ । ମୁଁ ଆଜି ‘ମନ୍ କୀ ବାତ୍’ରେ ତାଙ୍କ କଥା କହିବାକୁ ଚାହୁଁଛି । ଗୁରୁପ୍ରସାଦଙ୍କୁ କରୋନା ହୋଇଯାଇଥିଲା, ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ନିଜର କର୍ତ୍ତବ୍ୟ ମଧ୍ୟ ତୁଲାଇ ଚାଲିଥିଲେ । ଦେଶରେ ଅମ୍ଳଜାନର ଉତ୍ପାଦନ ବଢ଼ୁ, ସୁଦୂର ଅଞ୍ଚଳ ପର୍ଯ୍ୟନ୍ତ ଅମ୍ଳଜାନ ପହଂଚୁ ଏଥିପାଇଁ ସେ ଦିନରାତି କାମ କରୁଥିଲେ । ଗୋଟିଏ ପଟେ କୋର୍ଟକଚେରୀର ଚକ୍କର, ମିଡିଆର ଚାପ- ଏକାସାଂଗେ ବହୁ ଜାଗାରେ ସେ ଲଢ଼ିଚାଲିଥିଲେ, ରୋଗ ବେଳେ ସେ କାମ କରିବା ବନ୍ଦ କରିନଥିଲେ । ମନା କରିବା ସତ୍ୱେ ମଧ୍ୟ ସେ ଜିଦ୍ କରି ଅମ୍ଳଜାନ ଉପରେ ହେଉଥିବା ଭିଡିଓ କନଫରେନ୍ସରେ ମଧ୍ୟ ସାମିଲ୍ ହୋଇଯାଉଥିଲେ । ଦେଶବାସୀଙ୍କର ଏତେ ଚିନ୍ତା ତାଙ୍କୁ ଥିଲା । ସେ ଡାକ୍ତରଖାନା ଶଯ୍ୟାରେ ନିଜ କଥା ଚିନ୍ତା ନକରି ଦେଶର ଲୋକଙ୍କ ପାଖକୁ ଅମ୍ଳଜାନ ପହଞ୍ଚାଇବା କାମରେ ଲାଗିଥିଲେ । ଆମ ସମସ୍ତଙ୍କ ପାଇଁ ଦୁଃଖର କଥା ଯେ ଏହି କର୍ମଯୋଗୀଙ୍କୁ ମଧ୍ୟ ଦେଶ ହରାଇଛି, କରୋନା ତାଙ୍କୁ ଆମଠାରୁ ଛଡ଼ାଇ ନେଇଛି । ଏପରି ଅସଂଖ୍ୟ ଲୋକ ଅଛନ୍ତି ଯାହାଙ୍କ ଆଲୋଚନା କେବେ ହୋଇପାରିନାହିଁ । ଏଭଳି ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ଆମର ଅସଲ ଶ୍ରଦ୍ଧାଞ୍ଜଳି ହେବ ଆମେ କୋଭିଡ ମାର୍ଗଦର୍ଶିକାକୁ ପୂର୍ଣ୍ଣ ମାତ୍ରାରେ ପାଳନ କରିବା, ଟିକା ନିଶ୍ଚୟ ନେବା । -
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ର ସବୁଠୁ ଭଲ କଥା ହେଉଛି ଯେ ଏଥିରେ ମୋଠୁ ଅଧିକ ଆପଣମାନଙ୍କର ଯୋଗଦାନ ରହେ । ଏବେ ମୁଁ ମାଇଁ ଗଭରେ ଗୋଟିଏ ପୋଷ୍ଟ୍ ଦେଖିଲି, ଯାହା ଚେନ୍ନଇର ଥିରୁ ଆର୍. ଗୁରୁପ୍ରସାଦ ଲେଖିଛନ୍ତି । ସେ ଯାହା ଲେଖିଛନ୍ତି, ତାକୁ ଜାଣିଲେ ଆପଣଙ୍କୁ ମଧ୍ୟ ଭଲ ଲାଗିବ । ସେ ଲେଖିଛନ୍ତି ଯେ ସେ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା । ଗୁରୁପ୍ରସାଦଙ୍କ ପୋଷ୍ଟ୍ରୁ ମୁଁ ଏବେ କେତେକ ପଂକ୍ତି ଉଦ୍ଧୃତ କରୁଛି । ସେ ଲେଖିଛନ୍ତି,
ଯେତେବେଳେ ମଧ୍ୟ ଆପଣ ତାମିଲନାଡୁ ସମ୍ପର୍କରେ କଥା ହୁଅନ୍ତି, ସେତେବେଳେ ମୋର ଆଗ୍ରହ ଆହୁରି ବଢ଼ିଯାଏ ।
ଆପଣ ତାମିଲ୍ ଭାଷା ଓ ତାମିଲ୍ ସଂସ୍କୃତିର ମହାନତା, ତାମିଲ୍ ପର୍ବପର୍ବାଣୀ ଓ ତାମିଲନାଡୁର ପ୍ରମୁଖ ସ୍ଥାନ ବିଷୟରେ ଆଲୋଚନା କରିଛନ୍ତି ।
ଗୁରୁପ୍ରସାଦ ଆହୁରି ଲେଖିଛନ୍ତି ଯେ ‘ମନ୍ କୀ ବାତ୍’ରେ ମୁଁ ତାମିଲନାଡୁର ଲୋକଙ୍କ ଉପଲବ୍ଧି ସମ୍ପର୍କରେ ମଧ୍ୟ ଅନେକ ଥର କହିଛି । ତିରୁକ୍କୁରାଲ ପ୍ରତି ଆପଣଙ୍କ ଶ୍ରଦ୍ଧା ଓ ତିରୁଭଲ୍ଲୁଭରଙ୍କ ପ୍ରତି ଆପଣଙ୍କ ସମ୍ମାନକୁ ତ ଆଉ କହିବା କ’ଣ! ଏଥିପାଇଁ ମୁଁ ‘ମନ୍ କୀ ବାତ୍’ରେ ଆପଣ ଯାହା କିଛି ମଧ୍ୟ ତାମିଲନାଡୁ ସମ୍ପର୍କରେ କହିଛନ୍ତି, ସେଗୁଡ଼ିକୁ ସଂକଳିତ କରି ଏକ ଇ-ବୁକ୍ ପ୍ରସ୍ତୁତ କରିଛି । ଆପଣ କ’ଣ ଏହି ଇ-ବୁକକୁ ନେଇ କିଛି କହିବେ ଓ ଏହାକୁ ନମୋ ଆପର ମଧ୍ୟ ଉନ୍ମୋଚନ କରିବେ? ଧନ୍ୟବାଦ ।
‘ଏହା ମୁଁ ଗୁରୁପ୍ରସାଦଙ୍କ ପତ୍ର ଆପଣଙ୍କ ଆଗରେ ପଢ଼ୁଥିଲି ।’
ଗୁରୁପ୍ରସାଦ, ଆପଣଙ୍କ ଏହି ପୋଷ୍ଟ୍ ପଢ଼ି ବହୁତ ଖୁସି ଲାଗିଲା । ଏବେ ଆପଣ ନିଜର ଇ-ବୁକରେ ଆଉ ଗୋଟିଏ ପୃଷ୍ଠା ଯୋଡ଼ି ଦିଅନ୍ତୁ ।
‘ନାନ ତାମିଲକଳା ଚାରାକ୍ତିନ ପେରିୟେ ଅଭିମାନୀ ।
ନାନ ଉଲଗତଲୟେ ପଲମାୟାଂ ତାମିଲ ମୋଲିୟନ ପେରିୟେ ଅଭିମାନୀ ।’
ଉଚ୍ଚାରଣ ଦୋଷ ଅବଶ୍ୟ ରହିବ, କିନ୍ତୁ ମୋର ପ୍ରୟାସ ଓ ମୋର ଶ୍ରଦ୍ଧା କେବେ ମଧ୍ୟ କମ୍ ହେବନାହିଁ । ଯେଉଁମାନେ ତାମିଲଭାଷୀ ନୁହନ୍ତି, ସେମାନଙ୍କୁ ମୁଁ ଜଣାଇଦେବାକୁ ଚାହୁଁଛି ଯେ ଗୁରୁପ୍ରସାଦଙ୍କୁ ମୁଁ ତାମିଲରେ କହିଲି-
ମୁଁ ତାମିଲ ସଂସ୍କୃତିର ବହୁତ ବଡ଼ ପ୍ରଶଂସକ ।
ମୁଁ ଦୁନିଆର ସବୁଠୁ ପୁରୁଣା ଭାଷା ତାମିଲର ବଡ଼ ପ୍ରଶଂସକ ।
ବନ୍ଧୁଗଣ, ପ୍ରତ୍ୟେକ ଭାରତୀୟଙ୍କୁ, ବିଶ୍ୱର ସବୁଠୁ ପୁରାତନ ଭାଷା ଆମ ଦେଶର, ଏହା ଗୁଣଗାନ କରିବା ହିଁ ଉଚିତ, ତା’କୁ ନେଇ ଗର୍ବ ଅନୁଭବ କରିବା ଆବଶ୍ୟକ । ମୁଁ ମଧ୍ୟ ତାମିଲକୁ ନେଇ ବହୁତ ଗର୍ବ ଅନୁଭବ କରେ । ଗୁରୁପ୍ରସାଦ, ଆପଣଙ୍କର ଏହି ପ୍ରୟାସ ମୋତେ ନୂଆ ଦୃଷ୍ଟି ଦେବ; କାରଣ ମୁଁ ‘ମନ୍ କୀ ବାତ୍’ରେ ତ ସହଜ-ସରଳ ଭାବେ ନିଜ କଥା ଉପସ୍ଥାପନ କରିଥାଏ । ମୋତେ ଜଣାନଥିଲା ଯେ ଏହାର ଏପରି ମଧ୍ୟ ଏକ ଉପାଦାନ ରହିଛି । ଆପଣ ଯେତେବେଳେ ପୁରୁଣା କଥାଗୁଡ଼ିକୁ ଏକତ୍ର କରିଛନ୍ତି, ମୁଁ ମଧ୍ୟ ତାକୁ ଥରେ ନୁହେଁ ଦୁଇଥର ପଢ଼ିଲି । ଗୁରୁପ୍ରସାଦ, ଆପଣଙ୍କର ଏହି ବହିକୁ ମୁଁ ନମୋ ଆପରେ ନିଶ୍ଚୟ ଅପଲୋଡ଼ କରାଇବି । ଭବିଷ୍ୟତର ପ୍ରୟାସ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେ କରୋନାର କଷ୍ଟ ଓ ସାବଧାନତା ଉପରେ କଥା ହେଲେ । ଦେଶ ଓ ଦେଶବାସୀଙ୍କର ଅନେକ ଉପଲବ୍ଧି ବିଷୟରେ ଆଲୋଚନା କଲେ । ଏବେ ଆଉ ଗୋଟିଏ ବଡ଼ ଦିବସ ଆମ ଆଗରେ ରହିଛି । ୧୫ ଅଗଷ୍ଟ ମଧ୍ୟ ଆସୁଛି । ସ୍ୱାଧୀନତାର ୭୫ ବର୍ଷର ଅମୃତ-ମହୋତ୍ସବ ଆମ ପାଇଁ ବହୁତ ବଡ଼ ପ୍ରେରଣା । ଆମେ ଦେଶ ପାଇଁ ବଞ୍ଚିବାକୁ ଶିଖିବା । ସ୍ୱାଧୀନତା ସଂଗ୍ରାମ-ଦେଶ ପାଇଁ ଜୀବନ ଦେଇଥିବା ଲୋକଙ୍କ କଥା । ସ୍ୱାଧୀନତା ପରବର୍ତ୍ତୀ ଏହି ସମୟକୁ ଆମେ ଦେଶ ପାଇଁ ବଞ୍ଚିଥିବା ଲୋକଙ୍କ କଥା ଭାବେ ତିଆରି କରିବାକୁ ହେବ । ଆମର ମନ୍ତ୍ର ହେବା ଉଚିତ- ଇଣ୍ଡିଆ ଫାଷ୍ଟ୍ । ଆମର ପ୍ରତ୍ୟେକ ନିଷ୍ପତି, ପ୍ରତ୍ୟେକ ନିର୍ଣ୍ଣୟର ଆଧାର ହେବା ଉଚିତ- ଇଣ୍ଡିଆ ଫାଷ୍ଟ୍ ।
ବନ୍ଧୁଗଣ, ଅମୃତ-ମହୋତ୍ସବରେ ଦେଶ ଅନେକ ସାମୂହିକ ଲକ୍ଷ୍ୟ ମଧ୍ୟ ନିର୍ଦ୍ଧାରଣ କରିଛି । ଯେପରିକି, ଆମେ ନିଜର ସ୍ୱାଧୀନତା ସେନାନୀଙ୍କୁ ମନେପକାଇ ସେମାନଙ୍କ ସହ ସଂପୃକ୍ତ ଇତିହାସକୁ ପୁନର୍ଜୀବିତ କରିବା । ଆପଣଙ୍କର ମନେଥିବ ଯେ ‘ମନ୍ କୀ ବାତ୍’ରେ ମୁଁ ଯୁବକ ଯୁବତୀମାନଙ୍କୁ ସ୍ୱାଧୀନତା ସଂଗ୍ରାମର ଇତିହାସ ଲେଖିବାକୁ, ଗବେଷଣା କରିବାକୁ ନିବେଦନ କରିଥିଲି । ଉଦ୍ଦେଶ୍ୟ ଥିଲା ଯେ ଯୁବପ୍ରତିଭାମାନେ ଆଗକୁ ଆସନ୍ତୁ, ଯୁବ-ଚିନ୍ତା, ଯୁବ-ବିଚାର ସାମ୍ନାକୁ ଆସୁ, ଯୁବ-କଲମ ନୂତନ ଶକ୍ତି ସହିତ ଲେଖାଲେଖି କରନ୍ତୁ । ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ବହୁତ କମ୍ ସମୟରେ ଅଢ଼େଇ ହଜାରରୁ ଅଧିକ ଯୁବକ ଯୁବତୀ ଏହି କାମ କରିବା ପାଇଁ ବାହାରିଛନ୍ତି । ବନ୍ଧୁଗଣ, ମଜା କଥା ହେଉଛି ଉନବିଂଶ-ବିଂଶ ଶତାବ୍ଦୀର ସଂଗ୍ରାମ କଥା ତ ସାଧାରଣତଃ ସବୁବେଳେ ହୋଇଥାଏ; କିନ୍ତୁ ଖୁସି ଏହି କଥାରେ ଯେ ଏକବିଂଶ ଶତାବ୍ଦୀରେ ଯେଉଁ ଯୁବକ ଯୁବତୀ ଜନ୍ମ ହୋଇଛନ୍ତି, ଏକବିଂଶ ଶତାବ୍ଦୀରେ ଯାହାର ଜନ୍ମ ହୋଇଛି, ଏପରି ମୋର ଯୁବସାଥୀମାନେ ଉନବିଂଶ ଓ ବିଂଶ ଶତାବ୍ଦୀର ସ୍ୱାଧୀନତା ସଂଗ୍ରାମକୁ ଲୋକଙ୍କ ସାମ୍ନାରେ ରଖିବାର ଦାୟିତ୍ୱ ସମ୍ଭାଳିଛନ୍ତି । ଏହି ସମସ୍ତ ଲୋକ ମାଇଁଗଭରେ ଏହାର ସଂପୂର୍ଣ୍ଣ ବିବରଣୀ ପଠାଇଛନ୍ତି । ଏହି ଲୋକେ ହିନ୍ଦୀ, ଇଂଲିଶ୍, ତାମିଲ୍, କନ୍ନଡ଼, ବଙ୍ଗଳା, ତେଲୁଗୁ, ମରାଠି, ମଲୟାଲମ୍, ଗୁଜରାତି, ଦେଶର ଏପରି ଭିନ୍ନ ଭିନ୍ନ ଭାଷାରେ ସ୍ୱାଧୀନତା ସଂଗ୍ରାମ ଉପରେ ଲେଖିବେ । କିଏ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ନିଜ ଆଖାପାଖ ସ୍ଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ତ ଆଉ କିଏ ଆଦିବାସୀ ସ୍ୱାଧୀନତା ସଂଗ୍ରାମ ଉପରେ ବହି ଲେଖୁଛି । ଏହା ଏକ ଭଲ ଆରମ୍ଭ । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଅମୃତ-ମହୋତ୍ସବ ସହିତ ଯେମିତି ବି ସଂପୃକ୍ତ ହୋଇପାରିବେ, ନିଶ୍ଚିତ ହୁଅନ୍ତୁ । ଏହା ଆମର ସୌଭାଗ୍ୟ ଯେ ଆମେ ସ୍ୱାଧୀନତାର ୭୫ ବର୍ଷ ପର୍ବର ସାକ୍ଷୀ ହେଉଛୁ । ସେଥିପାଇଁ ଆସନ୍ତା ଥର ଯେତେବେଳେ ‘ମନ୍ କୀ ବାତ୍’ରେ ଭେଟିବା, ସେତେବେଳେ ଅମୃତ-ମହୋତ୍ସବର ଓ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ କଥା ହେବା । ଆପଣ ସମସ୍ତେ ସୁସ୍ଥ ରହନ୍ତୁ, କରୋନା ପାଇଁ ଥିବା ନିୟମଗୁଡ଼ିକର ପାଳନ କରି ଆଗକୁ ବଢ଼ନ୍ତୁ, ନିଜର ନୂଆ ନୂଆ ପ୍ରୟାସରେ ଦେଶକୁ ଏଭଳି ଗତିଶୀଳ କରୁଥାନ୍ତୁ । ଏହି ଶୁଭକାମନା ସହ ବହୁତ ବହୁତ ଧନ୍ୟବାଦ ।

ଆମେ ଦେଖୁଛୁ କେଉଁଭଳି ଭାବେ ଦେଶ ନିଜର ସମସ୍ତ ଶକ୍ତି ସହ କୋଭିଡ୍-19 ବିରୁଦ୍ଧରେ ସଂଗ୍ରାମ କରୁଛି । ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ଼ ମହାମାରୀ ଏବଂ ଏହି ମହାମାରୀ ସମୟରେ ଭାରତ ଅନେକ ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଦୃଢ଼ତାର ସହ ମୁକାବିଲା କରିଛି । ଏହି ସମୟ ମଧ୍ୟରେ ଅମ୍ଫନ୍, ନିଃସର୍ଗ ଭଳି ବାତ୍ୟା ହେଲା, ଅନେକ ରାଜ୍ୟରେ ବନ୍ୟା ହେଲା, ଅନେକ ଛୋଟ-ବଡ଼ ଭୂମିକମ୍ପ ହେଲା, ଭୂସ୍ଖଳନ ହେଲା । ଏବେ ଏବେ ବିଗତ ଦଶ ଦିନ ମଧ୍ୟରେ ହିଁ ଦେଶ ପୁଣି ଥରେ ଦୁଇଟି ବଡ଼ ବାତ୍ୟାର ସମ୍ମୁଖୀନ ହେଲା । ପଶ୍ଚିମ ଉପକୂଳରେ ବାତ୍ୟା “ତାଉତେ’’ ଏବଂ ପୂର୍ବ ଉପକୂଳରେ ବାତ୍ୟା “ୟାସ୍’’ । ଏହି ଦୁଇ ବାତ୍ୟା ଅନେକ ରାଜ୍ୟକୁ ପ୍ରଭାବିତ କରିଛି । ଦେଶ ଏବଂ ଦେଶର ଜନତା ପୂର୍ଣ୍ଣ ଶକ୍ତି ସହ ଏହା ସହିତ ସଂଗ୍ରାମ କଲେ ଏବଂ ନ୍ୟୁନତମ ଜୀବନହାନୀ ସୁନିଶ୍ଚିତ ହେଲା । ଏବେ ଆମେ ଅନୁଭବ କରୁଛୁ ଯେ, ପୂର୍ବ ବର୍ଷମାନଙ୍କ ଅପେକ୍ଷା ଆମେ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା କରିପାରୁଛୁ । ସଙ୍କଟର ଏହି କଠିନ ଏବଂ ଅସାଧାରଣ ପରିସ୍ଥିତିରେ ବାତ୍ୟାରେ ପ୍ରଭାବିତ ହୋଇଥିବା ସମସ୍ତ ରାଜ୍ୟର ଲୋକେ ଯେଉଁଭଳି ସାହସର ପରିଚୟ ଦେଇଛନ୍ତି, ଏହି ସଙ୍କଟଜନକ ସମୟରେ ଅତ୍ୟନ୍ତ ଧୈର୍ଯ୍ୟ ସହ, ଶୃଙ୍ଖଳିତ ଭାବେ ମୁକାବିଲା କରିଛନ୍ତି – ମୁଁ ଆଦରର ସହ, ହୃଦୟରୁ ସମସ୍ତ ନାଗରିକଙ୍କ ପ୍ରଶଂସା କରିବାକୁ ଚାହୁଁଛି । ଯେଉଁ ଲୋକେ ଆଗେଇ ଆସି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଭାଗ ନେଲେ, ଏଭଳି ସମସ୍ତ ଲୋକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ । ମୁଁ ସେମାନଙ୍କୁ ସମସ୍ତଙ୍କୁ ସାଲ୍ୟୁଟ୍ କରୁଛି । କେନ୍ଦ୍ର, ରାଜ୍ୟ ସରକାରମାନେ ଏବଂ ସ୍ଥାନୀୟ ପ୍ରଶାସନ - ସମସ୍ତେ ଏକାଠି ମିଶି ଏହି ବିପତ୍ତିର ମୁକାବିଲା କରିବାରେ ଲାଗିପଡ଼ିଛନ୍ତି । ମୁଁ ସେହି ସମସ୍ତ ଲୋକଙ୍କ ପ୍ରତି ନିଜର ସମବେଦନା ପ୍ରକାଶ କରିବାକୁ ଚାହୁଁଛି, ଯେଉଁମାନେ ନିଜର ଆତ୍ମୀୟମାନଙ୍କୁ ହରାଇଛନ୍ତି । ଯେଉଁମାନେ ଏହି ବିପର୍ଯ୍ୟୟରେ କ୍ଷତିର ସମ୍ମୁଖୀନ ହୋଇଛନ୍ତି, ଆମେ ସମସ୍ତେ ଏହି ଦୁଃସମୟରେ ଦୃଢ଼ତାର ସହ ସେମାନଙ୍କ ସହିତ ଛିଡ଼ା ହୋଇଛୁ ।
ମୋର ପ୍ରିୟ ଦେଶବାସୀଗଣ, ଆହ୍ୱାନ ଯେତେ ବଡ଼ ହୋଇଥାଉ ନା କାହିଁକି, ଭାରତର ବିଜୟ ସଂକଳ୍ପ ମଧ୍ୟ ସର୍ବଦା ସେତିକି ବିଶାଳ ହୋଇଛି । ଦେଶର ସାମୁହିକ ଶକ୍ତି ଏବଂ ଆମର ସେବା ମନୋଭାବ ଦେଶକୁ ପ୍ରତ୍ୟେକ ବିପର୍ଯ୍ୟୟରୁ ଉଦ୍ଧାର କରିଛି । ବିଗତ ଦିନମାନଙ୍କରେ ଆମେ ଦେଖିଲୁ, କେଉଁଭଳି ଭାବେ ଆମ ଡାକ୍ତରମାନେ, ନର୍ସମାନେ ଏବଂ ଅଗ୍ରଣୀ କରୋନା ଯୋଦ୍ଧାମାନେ ନିଜ କଥା ଚିନ୍ତା ନ କରି ଦିନରାତି କାମ କଲେ ଏବଂ ଆଜି ମଧ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଏଭଳି ମଧ୍ୟ ଅଛନ୍ତି, ଯେଉଁମାନଙ୍କର କରୋନା ଦ୍ୱିତୀୟ ଲହରୀ ସହ ସଂଗ୍ରାମରେ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି କରୋନା ଯୋଦ୍ଧାମାନଙ୍କ ସମ୍ପର୍କରେ ଆଲୋଚନା କରିବା ପାଇଁ ମନ୍ କି ବାତ୍ ର ଅନେକ ଶ୍ରୋତା ନମୋ ଆପ୍ ଏବଂ ଚିଠି ମାଧ୍ୟମରେ ମୋତେ ଅନୁରୋଧ କରିଛନ୍ତି ।
ବନ୍ଧୁଗଣ, ଯେତେବେଳେ ସେକେଣ୍ଡ ୱେଭ୍ ଆସିଲା, ହଠାତ୍ ଅକ୍ସିଜେନର ଚାହିଦା ଅନେକ ଗୁଣ ବଢ଼ିଗଲା । ଏହା ଗୋଟିଏ ବହୁତ ବଡ଼ ଆହ୍ୱାନ ଥିଲା । ମେଡିକାଲ୍ ଅକ୍ସିଜେନକୁ ଦେଶର ଦୂର-ଦୂରାନ୍ତ ଅଞ୍ଚଳକୁ ପଠାଇବା ହିଁ ଗୋଟିଏ ବଡ଼ କଠିନ କାର୍ଯ୍ୟ ଥିଲା । ଅକ୍ସିଜେନ ଟ୍ୟାଙ୍କର ଯଦି ଦୃତ ଗତିରେ ଯାତ୍ରା କରେ ଆଉ କୌଣସି ଛୋଟିଆ ଭୁଲଟିଏ ହେଇଯାଏ, ତାହେଲେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିପାରେ । ଇଣ୍ଡଷ୍ଟ୍ରିଆଲ୍ ଅକ୍ସିଜେନ ଉତ୍ପାଦନ କରୁଥିବା ଅନେକ କାରଖାନା ଦେଶର ପୂର୍ବାଞ୍ଚଳରେ ରହିଛି । ସେଠାରୁ ଦେଶର ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ପହଂଚାଇବାରେ ମଧ୍ୟ ଅନେକ ଦିନ ଲାଗିଥାଏ । ଦେଶ ସମ୍ମୁଖୀନ ହୋଇଥିବା ଏହି ଆହ୍ୱାନରେ ଦେଶକୁ ସାହାଯ୍ୟ କଲେ କ୍ରାୟୋଜେନିକ୍ ଟ୍ୟାଙ୍କର ଚଳାଉଥିବା ଡ୍ରାଇଭରମାନେ, ଅକ୍ସିଜେନ ଏକ୍ସପ୍ରେସ୍ ଏବଂ ବାୟୁସେନାର ପାଇଲଟ୍ ମାନେ । ଏଭଳି ଅନେକ ଲୋକ ଯୁଦ୍ଧକାଳୀନ ଭିତ୍ତିରେ କାମ କରି ହଜାର ହଜାର, ଲକ୍ଷ ଲକ୍ଷ ଜୀବନ ରକ୍ଷା କଲେ । ଆଜି ମନ୍ କି ବାତରେ ଆମ ସହ ଏହିଭଳି ଜଣେ ବନ୍ଧୁ ଯୋଡ଼ି ହେଉଛନ୍ତି ଉତ୍ତର ପ୍ରଦେଶର ଜୌନ୍ପୁର ବାସିନ୍ଦା ଶ୍ରୀଯୁକ୍ତ ଦିନେଶ ଉପାଧ୍ୟାୟ ...
ମୋଦୀ ଜୀ - ଦୀନେଶ ଜୀ ନମସ୍କାର ।
ଦିନେଶ ଜୀ - ସାର୍ ପ୍ରଣାମ ।
ମୋଦୀ ଜୀ - ପ୍ରଥମେ ମୁଁ ଚାହୁଁଛି ଯେ, ଆପଣ ନିଜ ବିଷୟରେ କିଛି ଆମକୁ ଜଣାନ୍ତୁ ।
ଦିନେଶ ଜୀ - ଆଜ୍ଞା, ମୋ ନାଁ ଦିନେଶ ବାବୁଲନାଥ ଉପାଧ୍ୟାୟ । ମୁଁ ଗ୍ରାମ-ହସନପୁର, ପୋଷ୍ଟ- ଜାମୁଆ, ଜିଲ୍ଲା – ଜୌନପୁରର ବାସିନ୍ଦା ।
ମୋଦୀ ଜୀ - ଉତ୍ତର ପ୍ରଦେଶର ବାସିନ୍ଦା ?
ଦିନେଶ ଜୀ - ହଁ ହଁ ସାର୍ ।
ମୋଦୀ ଜୀ - ଆଚ୍ଛା ।
ଦିନେଶ ଜୀ - ସାର୍, ମୋର ଗୋଟିଏ ପୁଅ, ଦୁଇ ଝିଅ, ସ୍ତ୍ରୀ ଏବଂ ବାପା-ମା ଅଛନ୍ତି ।
ମୋଦୀ ଜୀ - ଆପଣ କଣ କରୁଛନ୍ତି ?
ଦିନେଶ ଜୀ - ସାର୍, ମୁଁ ଅକ୍ସିଜେନ ଟ୍ୟାଙ୍କର ଚଲାଏ, ଲିକ୍ୱିଡ ଅକ୍ସିଜେନର ।
ମୋଦୀ ଜୀ - ପିଲାଙ୍କ ପାଠପଢ଼ା ଠିକଭାବେ ଚାଲିଛି ?
ଦିନେଶ ଜୀ - ହଁ ସାର୍, ପିଲାଙ୍କ ପାଠପଢ଼ା ଚାଲିଛି । ଦୁଇ ଝିଅ ପଢ଼ୁଛନ୍ତି, ଆଉ ମୋ ପୁଅ ବି ପଢ଼ୁଛି ସାର୍ ।
ମୋଦୀ ଜୀ - ଅନଲାଇନ ପଢ଼ାପଢ଼ି ବି ଠିକ୍ ଭାବେ ଚାଲିଛି ତାଙ୍କର ?
ଦିନେଶ ଜୀ - ହଁ ସାର୍, ଭଲ ପାଠ ପଢ଼ୁଛନ୍ତି । ଏବେ ଝିଅମାନେ ବି ପଢ଼ୁଛନ୍ତି । ଅନଲାଇନରେ ହିଁ ପଢ଼ୁଛନ୍ତି । ସାର୍, 15–17 ବର୍ଷ ହେଇଗଲା ମୁଁ ଅକ୍ସିଜେନ ଟ୍ୟାଙ୍କର ଚଳାଉଛି ।
ମୋଦୀ ଜୀ - ଆଚ୍ଛା ! 15–17 ବର୍ଷ ହେଲା, ଆପଣ କେବଳ ଅକ୍ସିଜେନ ନେଇ ଯାଉଛନ୍ତି, ମାନେ ଆପଣ ଜଣେ ସାଧାରଣ ଟ୍ରକ ଡ୍ରାଇଭର ନୁହନ୍ତି । ଏକ ପ୍ରକାର ଆପଣ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ଲାଗିଛନ୍ତି ।
ଦିନେଶ ଜୀ - ଆମ କାମ ହିଁ ସେହି ଭଳିଆ ସାର୍, ଅକ୍ସିଜେନ ଟ୍ୟାଙ୍କରର ଆମର ଯେଉଁ କମ୍ପାନୀ ରହିଛି, ଆଇନକ୍ସ କମ୍ପାନୀ, ସେ ମଧ୍ୟ ଆମମାନଙ୍କର ଖୁବ ଯତ୍ନ ନେଉଛନ୍ତି । ଆଉ ଆମେ ଯେ କୌଣସି ଜାଗାକୁ ଅକ୍ସିଜେନ ନେଇ ପଞ୍ଚାଇଲେ ଆମକୁ ବହୁତ ଖୁସି ଲାଗୁଛି ।
ମୋଦୀ ଜୀ - କିନ୍ତୁ ଏହି କରୋନା ସମୟରେ ଆପଣଙ୍କ ଦାୟିତ୍ୱ ବହୁତ ବଢ଼ିଯାଇଛି ?
ଦିନେଶ ଜୀ - ହଁ ସାର୍, ବହୁତ ବଢ଼ିଯାଇଛି ।
ମୋଦୀ ଜୀ - ଆପଣ ଯେତେବେଳେ ନିଜ ଟ୍ରକ୍ ଡ୍ରାଇଭିଂ ସିଟରେ ଥାଆନ୍ତି, ସେତେବେଳେ ଆପଣଙ୍କ ମନରେ କଣ ଭାବନା ଥାଏ ? ଆଗ ଅପେକ୍ଷା କିଛି ଭିନ୍ନ ଭାବନା ରହୁଛି କି ? ବହୁତ ଚାପ ମଧ୍ୟ ରହୁଥିବ ? ମାନସିକ ଚାପ ମଧ୍ୟ ପଡ଼ୁଥିବ? ପରିବାର ଚିନ୍ତା, କରୋନା ପରିସ୍ଥିତି, ଲୋକଙ୍କ ଚାପ, ଚାହିଦା । ଅନେକ କିଛି ରହୁଥିବ ?
ଦିନେଶ ଜୀ - ସାର୍, ମୋ ମନରେ କୌଣସି ଚିନ୍ତା ନ ଥାଏ । ମୁଁ କେବଳ ଏତିକି ଭାବୁଥାଏ ଯେ ମୁଁ ମୋର କର୍ତ୍ତବ୍ୟ କରୁଛି । ଆମେ ଠିକ ସମୟରେ ପହଞ୍ଚିବା ଫଳରେ ଆମ ଅକ୍ସିଜେନ ଯୋଗୁ ଯଦି କାହାର ଜୀବନ ବଞ୍ଚି ଯାଉଛି, ତାହା ଆମ ପାଇଁ ବଡ଼ ଗୌରବର କଥା ।
ମୋଦୀ ଜୀ - ଖୁବ୍ ସୁନ୍ଦର ଭାବେ ଆପଣ ନିଜ ମନୋଭାବ ପ୍ରକାଶ କରୁଛନ୍ତି । ଆଚ୍ଛା, ଗୋଟିଏ କଥା କୁହନ୍ତୁ, ଆଜି ଯେତେବେଳେ ଏହି ମହାମାରୀ ସମୟରେ ଲୋକେ ଆପଣଙ୍କ କାମକୁ ଗୁରୁତ୍ୱର ସହ ଦେଖୁଛନ୍ତି, ଏବେ ବୁଝିପାରୁଛନ୍ତି, ହୁଏତ ଆଗରୁ ସେଭଳି ଦେଖୁ ନ ଥିବେ, ତେବେ ଆପଣ ଓ ଆପଣଙ୍କ କାମ ପ୍ରତି ତାଙ୍କ ଦୃଷ୍ଟିକୋଣ କିଛି ବଦଳିଛି କି ?
ଦିନେଶ ଜୀ - ହଁ ସାର୍, ଆଗେ ଆମ ଭଳି ଅକ୍ସିଜେନ ଡ୍ରାଇଭର ଏଠି ସେଠି ଟ୍ରାଫିକ୍ ଜାମରେ ଫସି ରହୁଥିଲୁ, କିନ୍ତୁ ଏବେ ପ୍ରଶାସନ ମଧ୍ୟ ଆମକୁ ବହୁତ ସାହାଯ୍ୟ କରୁଛି । ଆମେ ଯେଉଁଠିକୁ ଯାଉଥିଲେ ବି, ଆମ ମନରେ ଗୋଟିଏ କଥା ରହୁଛି, ଆମେ କିଭଳି ଶୀଘ୍ର ସେଠି ପହଞ୍ଚି ଲୋକଙ୍କ ଜୀବନ ରକ୍ଷା କରିବୁ । ଖାଇବା ମିଳୁ କି ନ ମିଳୁ ଯେ କୌଣସି ଅସୁବିଧା ହେଉ, କିନ୍ତୁ, ଆମେ ଯେତେବେଳେ ଟ୍ୟାଙ୍କର ନେଇ ଡାକ୍ତରଖାନା ପହଞ୍ଚୁ ସେତେବେଳେ ସେହି ଡାକ୍ତରଖାନାର ଲୋକ ଆଉ ସେହି ଲୋକ ଯାହାଙ୍କ ଆତ୍ମୀୟ ସେହି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି, ସେମାନେ ଆମକୁ ଆଙ୍ଗୁଠି ଦେଖାଇ ଇଂରାଜୀ “ଭି’’ର ସଙ୍କେତ ଦିଅନ୍ତି ।
ମୋଦୀ ଜୀ - ଆଚ୍ଛା, ଭିକ୍ଟୋରୀର ଭି ସଙ୍କେତ ଦିଅନ୍ତି ?
ଦିନେଶ ଜୀ - ହଁ ସାର୍, ଭି ସଙ୍କେତ ଦିଅନ୍ତି, କେହି ହାତର ବୁଢ଼ା ଆଙ୍ଗୁଠି ଟେକି ପ୍ରଶଂସା କରନ୍ତି । ଆମକୁ ବହୁତ ଆତ୍ମସନ୍ତୋଷ ମିଳେ । ମୋ ଜୀବନରେ ନିଶ୍ଚୟ କିଛି ଭଲ କାମ କରିଛି, ଯାହା ଫଳରେ ମୋତେ ଏଭଳି ସେବା କରିବାର ସୁଯୋଗ ମିଳିଛି ।
ମୋଦୀ ଜୀ - ସେତେବେଳେ ସମସ୍ତ କ୍ଳାନ୍ତି ମେଣ୍ଟିଯାଉଥିବ ?
ଦିନେଶ ଜୀ - ହଁ ସାର୍, ହଁ ସାର୍ ।
ମୋଦୀ ଜୀ - ତାହେଲେ ଘରକୁ ଫେରି ପିଲାମାନଙ୍କୁ ଆପଣ ଏ ସବୁ କଥା କହନ୍ତି ?
ଦିନେଶ ଜୀ - ନା ସାର୍, ପିଲାମାନେ ତ ଗାଁ ରେ ରହୁଛନ୍ତି । ମୁଁ ତ ଏଠି ଆଇନକ୍ସ ଏୟାର ପ୍ରଡକ୍ଟରେ ଡ୍ରାଇଭର କାମ କରୁଛି । 8-9 ମାସରେ ଥରେ ଘରକୁ ଯାଏ ।
ମୋଦୀ ଜୀ - ତା ହେଲେ ଫୋନରେ ପିଲାଙ୍କ ସହିତ କଥା ହେଉଥିବେ ?
ଦିନେଶ ଜୀ - ହଁ ସାର୍, ନିୟମିତ କଥା ହୁଏ ।
ମୋଦୀ ଜୀ - ତା ହେଲେ, ସେମାନେ ବି କହୁଥିବେ, ବାପା ଏଭଳି ସମୟରେ ଟିକିଏ ସାବଧାନରେ ଚଳିବେ . . .
ଦିନେଶ ଜୀ - ହଁ ସାର୍, ସେମାନେ କହୁଛନ୍ତି – ବାପା, ଆପଣ କାମ କରନ୍ତୁ, କିନ୍ତୁ ନିଜର ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ । ସାର୍ ଆମେ ସୁରକ୍ଷିତ ଭାବେ ହିଁ କାମ କରୁଛୁ । ଆମର ମାନଗାଓଁ ପ୍ଲାଣ୍ଟ ମଧ୍ୟ ରହିଛି । ଆଇନକ୍ସ ଆମକୁ ବହୁତ ସାହାଯ୍ୟ କରୁଛି ।
ମୋଦୀ ଜୀ - ହଉ, ଦିନେଶ ବାବୁ, ଆପଣଙ୍କ କଥା ଶୁଣି ମୋତେ ବହୁତ ଭଲ ଲାଗିଲା । ଦେଶବାସୀ ମଧ୍ୟ ଏ କଥା ଅନୁଭବ କରିଥିବେ ଯେ, କରୋନା ସହ ସଂଗ୍ରାମରେ କେଉଁ ଭଳି ଲୋକ କେତେ ପ୍ରକାର କାମ କରୁଛନ୍ତି । 9-9 ମାସ ଧରି ଆପଣ ନିଜ ପିଲାଛୁଆଙ୍କ ପାଖକୁ ଯାଇ ପାରୁନାହାନ୍ତି । ପରିବାର ସହ ଦେଖା କରିପାରୁନାହାନ୍ତି । କେବଳ ଲୋକଙ୍କ ଜୀବନ ରକ୍ଷା ପାଇଁ । ଦେଶ ଯେତେବେଳେ ଏ କଥା ଶୁଣିବ, ସେତେବେଳେ ଗର୍ବ କରିବ ଯେ ଏହି ସଂଗ୍ରାମରେ ଆମେ ବିଜୟ ଲାଭ କରିବାର କାରଣ ହେଉଛି - ଦିନେଶ ଉପାଧ୍ୟାୟଙ୍କ ଭଳି ଲକ୍ଷ ଲକ୍ଷ ଲୋକ ପ୍ରାଣପଣେ କାମରେ ଲାଗିଛନ୍ତି ।
ଦିନେଶ ଜୀ - ସାର୍, କରୋନାକୁ ଆମେ ଦିନେ ନା ଦିନେ ନିଶ୍ଚୟ ପରାଜିତ କରିପାରିବା ।
ମୋଦୀ ଜୀ - ହଉ ଦିନେଶ ଜୀ, ଆପଣଙ୍କର ଏହି ମନୋଭାବ ହିଁ ତ ଦେଶର ଶକ୍ତି ! ବହୁତ ବହୁତ ଧନ୍ୟବାଦ ଦିନେଶ ବାବୁ । ଆପଣଙ୍କ ପିଲାମାନଙ୍କୁ ମୋର ଆଶୀର୍ବାଦ ଜଣାଇବେ ।
ଦିନେଶ ଜୀ - ରହୁଛି ଆଜ୍ଞା, ପ୍ରଣାମ ।
ମୋଦୀ ଜୀ - ଧନ୍ୟବାଦ ।
ଦିନେଶ ଜୀ - ପ୍ରଣାମ, ପ୍ରଣାମ ।
ମୋଦୀ ଜୀ - ଧନ୍ୟବାଦ ।
ବନ୍ଧୁଗଣ, ଦିନେଶ ବାବୁ ଯାହା କହୁଥିଲେ, ପ୍ରକୃତରେ ଯେତେବେଳେ ଜଣେ ଟ୍ୟାଙ୍କର ଡ୍ରାଇଭର ଅକ୍ସିଜେନ ନେଇ ଡାକ୍ତରଖାନା ପହଞ୍ଚନ୍ତି, ସେତେବେଳେ ସେ ଈଶ୍ୱରଙ୍କ ପ୍ରେରିତ ଜଣେ ଦୂତ ଭଳି ମନେ ହୁଅନ୍ତି । ଏହା କେତେ ବଡ଼ ଦାୟୀତ୍ୱପୂର୍ଣ୍ଣ କାମ ଏବଂ ଏଥିରେ କେତେ ମାନସିକ ଚାପ ରହୁଥିବ, ତାହା ଆମେ ବୁଝିପାରୁଛୁ ।
ବନ୍ଧୁଗଣ, ଆହ୍ୱାନର ଏହି ସମୟରେ ଅକ୍ସିଜେନର ପରିବହନକୁ ସୁଗମ କରିବା ପାଇଁ ଭାରତୀୟ ରେଳବାଇ ମଧ୍ୟ ଆଗେଇ ଆସିଛି । ଅକ୍ସିଜେନ ଏକ୍ସପ୍ରେସ୍, ଅକ୍ସିଜେନ ଟ୍ରେନ୍ - ସଡ଼କ ପଥରେ ଚାଲୁଥିବା ଅକ୍ସିଜେନ ଟ୍ୟାଙ୍କର ଅପେକ୍ଷା ବହୁତ ଦ୍ରୁତ ଗତିରେ, ବହୁ ପରିମାଣରେ ଅକ୍ସିଜେନ ଦେଶର କୋଣ ଅନୁକୋଣକୁ ପହଞ୍ଚାଇଛି । ଆମର ମା-ଭଉଣୀମାନେ ତ ଏ କଥା ଶୁଣି ଗର୍ବ ଅନୁଭବ କରିବେ ଯେ, ଗୋଟିଏ ଅକ୍ସିଜେନ ଏକ୍ସପ୍ରେସ୍ ଟ୍ରେନକୁ କେବଳ ମହିଳାମାନେ ହିଁ ଚଳାଉଛନ୍ତି । ଦେଶର ପ୍ରତ୍ୟେକ ନାରୀ ଏ କଥାକୁ ନେଇ ଗର୍ବ ଅନୁଭବ କରିବେ । କେବଳ ସେମାନେ କାହିଁକି, ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବେ । ଅକ୍ସିଜେନ ଏକ୍ସପ୍ରେସର ଜଣେ ଲୋକୋ-ପାଇଲଟ୍ ଶିରିଷା ଗଜନୀଙ୍କୁ ମନ୍ କି ବାତକୁ ନିମନ୍ତ୍ରଣ କରିଛି ।
ମୋଦୀ ଜୀ - ଶିରିଷା ଜୀ, ନମସ୍କାର ।
ଶିରିଷା - ନମସ୍କାର ସାର୍, ଆପଣ କେମିତି ଅଛନ୍ତି ?
ମୋଦୀ ଜୀ - ମୁଁ ଖୁବ୍ ଭଲ ଅଛି । ଶିରିଷା ଜୀ, ମୁଁ ଶୁଣିଛି ଯେ, ଆପଣ ତ ରେଲୱେ ପାଇଲଟ୍ ଭାବେ କାମ କରୁଛନ୍ତି ? ଆଉ ମୋତେ ସୂଚନା ଦିଆଯାଇଛି ଯେ, ଆପଣଙ୍କର ଏକ ମହିଳା ଦଳ ଏଇ ଅକ୍ସିଜେନ ଏକ୍ସପ୍ରେସକୁ ଚଳାଉଛନ୍ତି ! ଶିରିଷା ଜୀ, ଆପଣ ବହୁତ ଭଲ କାମ କରୁଛନ୍ତି । କରୋନା ସମୟରେ ଆପଣଙ୍କ ଭଳି ଅନେକ ମହିଳା ଆଗେଇ ଆସି ଦେଶକୁ କରୋନା ସହ ଲଢ଼ିବାର ଶକ୍ତି ଯୋଗାଇଛନ୍ତି । ଆପଣ ମଧ୍ୟ ନାରୀ ଶକ୍ତିର ଏକ ବଳିଷ୍ଠ ଉଦାହରଣ । ହେଲେ, ଦେଶ ଜାଣିବାକୁ ଚାହିଁବ, ମୁଁ ଜାଣିବାକୁ ଚାହୁଁଛି ଯେ, ଆପଣଙ୍କୁ ଏହି ମୋଟିଭେସନ୍ କେଉଁଠୁ ମିଳୁଛି
ଶିରିଷା - ସାର୍ ଏହି ମୋଟିଭେସନ୍ ମୋତେ ମୋ ବାପା-ମାଙ୍କଠୁ ମିଳୁଛି । ମୋ ବାପା ଜଣେ ସରକାରୀ କର୍ମଚାରୀ । ମୋର ଦୁଇ ବଡ଼ ଭଉଣୀ ଅଛନ୍ତି ସାର୍ । ଘରେ ଆମେ ତିନି ଝିଅ, କିନ୍ତୁ ଆମ ବାପା ଆମକୁ କାମ କରିବା ପାଇଁ ସବୁବେଳେ ପ୍ରୋତ୍ସାହିତ କରିଆସିଛନ୍ତି । ମୋର ବଡ଼ ଭଉଣୀ ବ୍ୟାଙ୍କରେ ଚାକିରୀ କରୁଛନ୍ତି, ଆଉ ମୁଁ ରେଳବାଇରେ । ମୋ ବାପା-ମା ହିଁ ମୋର ପ୍ରେରଣାର ସ୍ରୋତ ।
ମୋଦୀ ଜୀ - ଆଚ୍ଛା ଶିରିଷା ଜୀ, ଆପଣ ଅନ୍ୟ ଦିନମାନଙ୍କରେ ମଧ୍ୟ ରେଳବାଇକୁ ନିଜର ସେବା ପ୍ରଦାନ କରିଛନ୍ତି । ସ୍ୱାଭାବିକ ଭାବେ ରେଳ ଚଳାଇଛନ୍ତି । କିନ୍ତୁ, ଏବେ ଯେଉଁଠି ଅକ୍ସିଜେନର ପ୍ରବଳ ଚାହିଦା ରହିଛି, ଆଉ ଆପଣ ଅକ୍ସିଜେନ ନେଇକରି ଯାଉଛନ୍ତି, ଏହି କାମ ନିଶ୍ଚୟ କିଛି ଅଧିକ ଦାୟିତ୍ୱପୂର୍ଣ୍ଣ ହେଇଥିବ ? ସାଧାରଣ ମାଲ ପରିବହନ ଗୋଟିଏ ଭିନ୍ନ କଥା, କିନ୍ତୁ ଅକ୍ସିଜେନ ପରିବହନ ତ ବଡ଼ ଦାୟିତ୍ୱର କାମ । ଆପଣ କଣ ଅନୁଭବ କରୁଥିଲେ ?
ଶିରିଷା - ଏହି କାମ କରି ମୋତେ ବହୁତ ଖୁସି ଲାଗିଲା । ଅକ୍ସିଜେନ ସ୍ପେଶାଲ୍ ଦେଲାବେଳେ ସୁରକ୍ଷା, ଫର୍ମେସନ୍, ଲିକେଜ୍ ସବୁ ଦିଗକୁ ଦୃଷ୍ଟି ଥିଲା । ଆଉ, ଭାରତୀୟ ରେଳବାଇ ମଧ୍ୟ ଖୁବ ସହଯୋଗ ପ୍ରଦାନ କରିଛି । ଏହି ଅକ୍ସିଜେନ ଏକ୍ସପ୍ରେସ୍ ଚଳେଇବା ପାଇଁ ମୋତେ ଗ୍ରୀନ ପାଥ୍ ଦେଲେ । ମାତ୍ର ଦେଢ଼ ଘଂଟାରେ 125 କିଲୋମିଟର ପଥ ଅତିକ୍ରମ ହେଇଗଲା । ଏଥିପାଇଁ ରେଳବାଇ ମଧ୍ୟ ଦାୟିତ୍ୱ ନେଲା ଏବଂ ମୁଁ ମଧ୍ୟ ଦାୟିତ୍ୱ ନେଲି, ସାର୍ ।
ମୋଦୀ ଜୀ - ବାଃ ! ଖୁବ ଭଲ କଥା ଶିରିଷା ଜୀ । ମୁଁ ଆପଣଙ୍କୁ ବହୁତ ଅଭିନନ୍ଦନ ଜଣାଉଛି । ତା ସହିତ ଆପଣଙ୍କ ବାପ-ମା ଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଣାମ କରୁଛି, ଯିଏ ନିଜର ତିନି ଝିଅଙ୍କୁ ପ୍ରେରଣା ଦେଇ ଏତେ ଆଗକୁ ବଢ଼ାଇଛନ୍ତି ଏବଂ ଉତ୍ସାହିତ କରିଛନ୍ତି । ଏଭଳି ପିତା-ମାତାଙ୍କୁ ପ୍ରଣାମ ଏବଂ ଆପଣ ସମସ୍ତ ଭଉଣୀଙ୍କୁ ମଧ୍ୟ ପ୍ରଣାମ, ଯିଏ ଦେଶର ସେବା କରିଛନ୍ତି ଏବଂ ଏଭଳି ଉତ୍ସାହ ପ୍ରଦର୍ଶିତ କରିଛନ୍ତି । ବହୁତ ବହୁତ ଧନ୍ୟବାଦ ଶିରିଷା ଜୀ ।
ଶିରିଷା - ଧନ୍ୟବାଦ ସାର୍ । ଥ୍ୟାଙ୍କ ୟୁ ସାର୍ । ଆପଣଙ୍କ ଆଶୀର୍ବାଦ ମୋର କାମ୍ୟ ।
ମୋଦୀ ଜୀ - ପରମାତ୍ମାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଉ । ଆପଣଙ୍କ ପିତା-ମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ । ଧନ୍ୟବାଦ ।
ଶିରିଷା - ଧନ୍ୟବାଦ ସାର୍ ।
ବନ୍ଧୁଗଣ, ବର୍ତ୍ତମାନ ଆମେ ଶିରିଷାଜୀଙ୍କ କଥା ଶୁଣିଲୁ । ତାଙ୍କ ଅନୁଭୁତି ପ୍ରେରଣା ବି ଦେଉଛି, ଭାବପ୍ରବଣ ମଧ୍ୟ କରୁଛି । ପ୍ରକୃତରେ ଏହି ଯୁଦ୍ଧ ଏତେ ବିରାଟ ଯେ, ଏଥିପାଇଁ ରେଳବାଇ ଭଳି ହିଁ ଆମ ଦେଶ ଜଳ, ସ୍ଥଳ ଏବଂ ଆକାଶ ଏହି ତିନି ମାର୍ଗରେ କାମ କରୁଛି । ଗୋଟିଏ ପଟେ ଖାଲି ଟ୍ୟାଙ୍କରଗୁଡ଼ିକୁ ବିମାନବାହିନୀର ବିମାନ ଦ୍ୱାରା ଅକ୍ସିଜେନ ପ୍ଲାଣ୍ଟ ଯାଏ ପହଞ୍ଚାଇବାର କାମ ଚାଲିଛି, ତ ଅନ୍ୟ ପଟେ ନୂତନ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଉଛି । ଏହା ସହିତ ବିଦେଶରୁ ଅକ୍ସିଜେନ, ଅକ୍ସିଜେନ କନ୍ସେନ୍ଟ୍ରେଟର୍ ଏବଂ କ୍ରାୟୋଜେନିକ ଟ୍ୟାଙ୍କର ମଧ୍ୟ ଦେଶକୁ ଆମଦାନୀ କରାଯାଉଛି । ତେଣୁ ଏହି କାର୍ଯ୍ୟରେ ଦେଶର ସ୍ଥଳବାହିନୀ, ନୌବାହିନୀ ଏବଂ ବିମାନବାହିନୀ ସମସ୍ତେ ନିୟୋଜିତ । ଏହା ସହିତ ଡିଆରଡିଓ ଭଳି ଆମର ସଂସ୍ଥାଗୁଡ଼ିକ ମଧ୍ୟ ଲାଗିପଡ଼ିଛନ୍ତି । ଆମର ଅନେକ ବୈଜ୍ଞାନିକ, ଶିଳ୍ପ ବିଶେଷଜ୍ଞ ଏବଂ ଟେକ୍ନିସିଆନ୍ମାନେ ମଧ୍ୟ ଯୁଦ୍ଧକାଳୀନ ଭିତିରେ କାମ କରୁଛନ୍ତି । ଏ ସମସ୍ତଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଜାଣିବା ପାଇଁ, ବୁଝିବା ପାଇଁ ସମଗ୍ର ଦେଶବାସୀଙ୍କ ମନରେ ଉତ୍ସୁକତା ରହିଛି । ତେଣୁ, ଆମ ସହିତ ଯୋଡ଼ି ହେଉଛନ୍ତି ଆମ ବାୟୁସେନାର ଗ୍ରୁପ୍ କ୍ୟାପଟେନ ପଟ୍ଟନାୟକ ମହୋଦୟ ।
ମୋଦୀ ଜୀ - ପଟ୍ଟନାୟକ ଜୀ, ଜୟହିନ୍ଦ୍ ।
ଗ୍ରୁପ୍ କ୍ୟାପଟେନ- ଜୟହିନ୍ଦ ସାର୍ । ସାର୍, ବାୟୂସେନା ଷ୍ଟେସନ ହିଣ୍ଡନରୁ ମୁଁ ଗ୍ରୁପ୍ କ୍ୟାପଟେନ ଏ.କେ. ପଟ୍ଟନାୟକ କହୁଛି ।
ମୋଦୀ ଜୀ - ପଟ୍ଟନାୟକ ଜୀ, କରୋନା ସହ ସଂଗ୍ରାମରେ ଆପଣ ବହୁତ ବଡ଼ ଦାୟିତ୍ୱ ନିର୍ବାହ କରୁଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇ ଟ୍ୟାଙ୍କର ଆଣିବା, ଟ୍ୟାଙ୍କର ଏଠାକୁ ପହଞ୍ଚାଇବାର ବଡ଼ କାମ କରୁଛନ୍ତି । ଜଣେ ସୈନିକ ଭାବେ ଗୋଟିଏ ଭିନ୍ନ ଧରଣର କାର୍ଯ୍ୟ ଆପଣ କରିଛନ୍ତି । ଆପଣଙ୍କ କ୍ଷେତ୍ରରେ ମରିବା-ମାରିବା କଥା ହୋଇଥାଏ, କିନ୍ତୁ ଆଜି ଆପଣ ଜୀବନ ରକ୍ଷା ପାଇଁ ପରିଶ୍ରମ କରୁଛନ୍ତି । ଆପଣ କିଭଳି ଅନୁଭବ କରୁଛନ୍ତି ?
ଗ୍ରୁପ୍ କ୍ୟାପଟେନ- ସାର୍, ଏହି ସଙ୍କଟ କାଳରେ ଆମ ଦେଶବାସୀଙ୍କୁ ସହାୟତା କରିପାରୁଛୁ, ଏହା ଆମ ପାଇଁ ବହୁତ ବଡ଼ ସୌଭାଗ୍ୟର କଥା । ଆମକୁ ଏହି ଯେଉଁ ମିଶନ ଦିଆଯାଇଛି, ଆମେ ତାକୁ ସୁଚାରୁରୂପେ ଏହାକୁ ସମ୍ପାଦନ କରୁଛୁ । ଆମ ଟ୍ରେନିଂ ଆଉ ସପୋର୍ଟ ସର୍ଭିସେସ ସମ୍ପୂର୍ଣ୍ଣ ଭାବେ ଆମକୁ ସାହାଯ୍ୟ କରୁଛନ୍ତି । ସବୁଠୁ ବଡ଼ କଥା ହେଲା, ଆମକୁ ଏଥିରୁ ଖୁବ୍ ବଡ଼ଧରଣର ଆତ୍ମସନ୍ତୋଷ ମିଳୁଛି । ସେହି ଯୋଗୁ ଆମେ ନିରନ୍ତର ଭାବେ କାମ କରିଚାଲିଛୁ ।
ମୋଦୀ ଜୀ - କ୍ୟାପଟେନ୍, ବିଗତ ଦିନରେ ଆପଣ ଯେଉଁ ସବୁ କାମ କରିଛନ୍ତି, ତାହା ପୁଣି ଆପଣଙ୍କୁ ଖୁବ କମ ସମୟରେ କରିବାକୁ ପଡ଼ିଛି, ତାହାର ଅନୁଭୁତି କିଭଳି ଥିଲା?
ଗ୍ରୁପ୍ କ୍ୟାପଟେନ- ସାର୍, ଗତ ଏକ ମାସ ଧରି ଆମେ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ ଟ୍ୟାଙ୍କର ଏବଂ ଲିକ୍ୱିଡ ଅକ୍ସିଜେନ କଣ୍ଟେନର୍ସ, ଉଭୟ ଡୋମେଷ୍ଟିକ ଏବଂ ଇଣ୍ଟରନ୍ୟାସନାଲ ଡେଷ୍ଟିନେସନରୁ ଉଠାଉଛୁ । ବିମାନ ବାହିନୀ ପ୍ରାୟ 1600ରୁ ଅଧିକ ସୋର୍ଟିସ କରିସାରିଛି । ଆମେ 3000ରୁ ଅଧିକ ଘଂଟାର ଉଡ଼ାଣ କରିସାରିଛୁ । ପ୍ରାୟ 160ଟି ଆନ୍ତର୍ଜାତିକ ମିସନ ସମ୍ପାଦନ କରିସାରିଛୁ । ଡୋମେଷ୍ଟିକ ଡେଷ୍ଟିନେସନକୁ ପହଞ୍ଚାଇବାରେ ଆଗରୁ ଯେଉଁଠି 2-3 ଦିନ ସମୟ ଲାଗୁଥିଲା, ତାହା ଆମେ 2-3 ଘଣ୍ଟାରେ ପହଞ୍ଚାଇପାରୁଛୁ । ଇଣ୍ଟରନ୍ୟାସନାଲ ମିସନରେ ମଧ୍ୟ ଦିନ-ରାତି 24 ଘଣ୍ଟା କାମ କରି ଆମେ କେତେ କମ ସମୟ ମଧ୍ୟରେ କେତେ ଅଧିକ ଟ୍ୟାଙ୍କର ଆଣିପାରିବା ଏବଂ ଦେଶର ସେବା କରିପାରିବା, ସେଥିପାଇଁ ଆମର ବାୟୁସେନା ଏହି କାମରେ ଲାଗିଛି ।
ମୋଦୀ ଜୀ - କ୍ୟାପଟେନ୍, ଆନ୍ତର୍ଜାତିକ ସ୍ତରରେ ଆପଣଙ୍କୁ କେଉଁ କେଉଁ ସ୍ଥାନକୁ ଯିବାକୁ ପଡ଼ିଲା ?
ଗ୍ରୁପ୍ କ୍ୟାପଟେନ- ସାର୍, ଖୁବ୍ କମ୍ ସମୟର ନୋଟିସରେ ଆମକୁ ସିଙ୍ଗାପୁର, ଦୁବାଇ, ବେଲଜିୟମ୍, ଜର୍ମାନୀ ଓ ୟୁ.କେ. ଯିବାକୁ ପଡ଼ିଲା । ଏହି ସବୁ ସ୍ଥାନରେ ଭାରତୀୟ ବାୟୁସେନାର ବିଭିନ୍ନ ଉଡ଼ାଜାହାଜ ଯଥା- ଆଇ.ଏଲ୍.-76, ସି-17 ଏବଂ ଅନ୍ୟ ସବୁ ଉଡ଼ାଜାହାଜ ଯାଇଥିଲା । ସି-130 ଖୁବ୍ କମ ସମୟରେ ଏହି ମିଶନ ସାରିପାରିଥିଲା । ଆମ ଟ୍ରେନିଂ ଏବଂ ଉତ୍ସାହ ଯୋଗୁ ଆମେ ସମୟ ଅନୁସାରେ ଏହି ମିଶନ ଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିଲୁ, ସାର୍ ।
ମୋଦୀ ଜୀ - ଦେଖନ୍ତୁ, ଜଳ ହେଉ, ସ୍ଥଳ ହେଉ, ଆକାଶ ହେଉ ଆମର ସମସ୍ତ ଯବାନ କରୋନା ବିରୁଦ୍ଧରେ ଏହି ସଂଗ୍ରାମରେ ଲାଗିଛନ୍ତି ସେଥିପାଇଁ ଆମେ ଗର୍ବ ଅନୁଭବ କରୁଛୁ ଏବଂ କ୍ୟାପ୍ଟେନ ଆପଣ ମଧ୍ୟ ବହୁତ ବଡ଼ ଦାୟିତ୍ୱ ତୁଲାଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ମଧ୍ୟ ଅନେକ ଶୁଭେଚ୍ଛା ଜଣାଉଛି ।
ଗ୍ରୁପ୍ କ୍ୟାପଟେନ- ଥ୍ୟାଙ୍କ ୟୁ ସୋ ମଚ୍ ସାର୍ । ଆମେ ପ୍ରାଣପଣେ ଆମ କାର୍ଯ୍ୟରେ ଲାଗିଛୁ । ମୋ ଝିଅ ଅଦିତି ବି ମୋ ସହିତ ଅଛି ସାର୍ ।
ମୋଦୀ ଜୀ - ବାଃ !
ଅଦିତି - ନମସ୍କାର ମୋଦି ଜୀ ।
ମୋଦୀ ଜୀ - ନମସ୍କାର ଝିଅ, ନମସ୍କାର । ଅଦିତି, ଆପଣଙ୍କ ବୟସ କେତେ ?
ଅଦିତି - ମୋ ବୟସ ବାର ବର୍ଷ । ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ୁଛି ।
ମୋଦୀ ଜୀ - ବାପା, ତାହେଲେ ବାହାରକୁ ଯାଉଛନ୍ତି, ୟୁନିଫର୍ମରେ ରହୁଛନ୍ତି ?
ଅଦିତି - ହଁ, ସେ ଏତେ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି । ତେଣୁ, ମୁଁ ତାଙ୍କୁ ନେଇ ଖୁବ୍ ଗର୍ବ ଅନୁଭବ କରୁଛି । ସେ ଏତେ ଦେଶରୁ ଅକ୍ସିଜେନ ଟ୍ୟାଙ୍କର ଆଉ କଣ୍ଟେନର୍ସ ଆଣି କରୋନା ସଂକ୍ରମିତ ଲୋକଙ୍କୁ ବହୁତ ସାହାଯ୍ୟ କରୁଛନ୍ତି ।
ମୋଦୀ ଜୀ - କିନ୍ତୁ, ଝିଅ, ତମେ ତ ବାପାଙ୍କୁ ବହୁତ ମିସ୍ କରୁଥିବ ନା ?
ଅଦିତି - ହଁ, ମୁଁ ତାଙ୍କୁ ବହୁତ ମିସ୍ କରେ । ସେ ଆଜିକାଲି ଘରେ ବେଶି ସମୟ ରହିପାରୁନାହାନ୍ତି, କାହିଁକିନା ବହୁତ ଗୁଡ଼ାଏ ଇଣ୍ଟରନେସନାଲ ଫ୍ଲାଇଟରେ ଯାଉଛନ୍ତି ଆଉ କଣ୍ଟେନର୍ସ ଏବଂ ଟ୍ୟାଙ୍କର୍ସ ଅକ୍ସିଜେନ୍ ପ୍ରସ୍ତୁତକାରୀ କାରଖାନା ପର୍ଯ୍ୟନ୍ତ ପହଁଚାଉଛନ୍ତି, ଯେପରିକି କରୋନା ପୀଡ଼ିତ ଲୋକଙ୍କୁ ଠିକ୍ ସମୟରେ ଅମ୍ଳଜାନ ମିଳିପାରିବ ଆଉ ସେମାନଙ୍କ ଜୀବନ ବଞ୍ଚିଯିବ ।
ମୋଦୀ ଜୀ - ହଁ ଝିଅ, ଏହି ଅମ୍ଳଜାନ କାରଣରୁ ଲୋକଙ୍କ ଜୀବନ ବଞ୍ଚାଉଥିବା କାମ ବିଷୟରେ ତ ଏବେ ଘରେ ଘରେ ଲୋକେ ଜାଣିଗଲେଣି ।
ଅଦିତି - ହଁ ।
ମୋଦୀ ଜୀ - ଯେତେବେଳେ ତମ ବନ୍ଧୁବର୍ଗ, ତମର ସହପାଠୀ ଜାଣୁଥିବେ ଯେ ତମ ବାପା ଅମ୍ଳଜାନ ସେବାରେ ଲାଗିଛନ୍ତି, ସେତେବେଳେ ତମକୁ ମଧ୍ୟ ବଡ଼ ଆଦରରେ ଲୋକେ ଦେଖୁଥିବେ ?
ଅଦିତି - ହଁ, ମୋର ସବୁ ସାଙ୍ଗସାଥୀ ମଧ୍ୟ କହନ୍ତି ଯେ ତୋ ବାପା ଏତେ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି ଆଉ ତୋତେ ବି ବହୁତ ଗର୍ବ ଲାଗୁଥିବ ଆଉ ସେତେବେଳେ ମୁଁ ବହୁତ ଗର୍ବ ଅନୁଭବ କରେ । ଆଉ ମୋ ପରିବାରର ମୋର ଅଜା-ଆଈ, ଜେଜେମାଆ ସବୁଲୋକ ହିଁ ମୋ ବାପାଙ୍କ ପାଇଁ ବହୁତ ଗର୍ବିତ । ମୋ ମାଆ ଆଉ ସେମାନେ ମଧ୍ୟ ଡାକ୍ତର । ସେମାନେ ଦିନରାତି କାମ କରୁଛନ୍ତି ଏବଂ ପୂରା ସଶସ୍ତ୍ର ବାହିନୀ, ମୋ ବାପାଙ୍କ ପୁରା ସ୍କ୍ୱାଡ୍ରନର ଅଙ୍କଲମାନେ ଏବଂ ଆଉସବୁ ଯେଉଁ ଫୋର୍ସେସ୍ ଅଛନ୍ତି, ସମସ୍ତେ ବହୁତ କାମ କରୁଛନ୍ତି ଆଉ ମୋର ଭରସା ଅଛି ଯେ ସମସ୍ତଙ୍କ ଚେଷ୍ଟାରେ ଆମେ କରୋନାର ଏହି ଲଢ଼େଇରେ ନିଶ୍ଚୟ ଜିତିବା ।
ମୋଦୀ ଜୀ - ଆମ ଏଇଠି କୁହାଯାଏ ଯେ ଝିଅ ଯେତେବେଳେ କିଛି କହେ, ସେତେବେଳେ ତା'ର ଶବ୍ଦରେ ସରସ୍ୱତୀ ବିରାଜମାନ ହୋଇଥାନ୍ତି ଆଉ ଅଦିତି ଯେତେବେଳେ କହୁଛନ୍ତି ଆମ ନିଶ୍ଚୟ ଜିତିବା ବୋଲି, ତାହା ଏକ ପ୍ରକାର ଈଶ୍ୱରଙ୍କ ବାଣୀ ପରି । ଆଚ୍ଛା ଅଦିତି, ଏବେ ତ ଅନଲାଇନ୍ ପାଠପଢ଼ା ଚାଲିଥିବ?
ଅଦିତି - ହଁ, ଏବେ ତ ଆମର ସବୁଯାକ ଅନଲାଇନ ପାଠପଢ଼ା ଚାଲିଛି ଆଉ ଏବେ ଆମେ ଘରେ ବହୁତ ଗୁଡ଼ାଏ ସତର୍କତା ପାଳୁଛୁ ଏବଂ ଯଦି କେତେବେଳେ ବାହାରକୁ ଯିବାକୁ ପଡ଼ୁଛି ସେତେବେଳେ ଦୁଇଟି ମାସ୍କ ପିନ୍ଧି ଅନ୍ୟାନ୍ୟ ସବୁ ସତର୍କତା ଏବଂ ବ୍ୟକ୍ତିଗତ ସଫାସୁତୁରା ପାଳନ କରୁଛୁ, ସବୁ ଜିନିଷର ଧ୍ୟାନ ରଖୁଛୁ ।
ମୋଦୀ ଜୀ - ଆଚ୍ଛା ଝିଅ ତମର ହବିଜ କ'ଣ? କ'ଣ ସବୁ ପସନ୍ଦ?
ଅଦିତି - ମୋର ହବିଜ ହେଲା ମୁଁ ସୁଇମିଂ କରେ ଆଉ ବାସ୍କେଟ୍ ବଲ୍ ଖେଳେ, କିନ୍ତୁ ଏବେ ଟିକେ ବନ୍ଦ ଅଛି । ଏ ତାଲାବନ୍ଦ ଆଉ କରୋନା ଭାଇରସ୍ ସଂକ୍ରମଣ ବେଳେ ମୁଁ ବେକିଂ ଆଉ କୁକିଂ କରି, ଯେତେବେଳେ ବାପା ଏତେସବୁ କାମ କରିଆସନ୍ତି ସେତେବେଳେ ତାଙ୍କ ପାଇଁ କୁକିଜ୍ ଆଉ କେକ୍ ତିଆରି କରେ ।
ମୋଦୀ ଜୀ - ବାଃ ବାଃ ବାଃ! ବହୁତ ଦିନ ପରେ ତମକୁ ବାପାଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିଛି । ବହୁତ ଭଲ ଲାଗିଲା ଓ କ୍ୟାପ୍ଟେନ ଆପଣଙ୍କୁ ମଧ୍ୟ ଖୁବ୍ ଅଭିନନ୍ଦନ ଜଣାଉଛି; କିନ୍ତୁ ଯେତେବେଳେ ମୁଁ କ୍ୟାପ୍ଟେନ ପଟ୍ଟନାୟକଙ୍କୁ ବଧେଇ ଦେଉଛି, ତାର ଅର୍ଥ କେବଳ ଆପଣଙ୍କୁ ହିଁ ନୁହଁ, ଆମର ସବୁ ସୁରକ୍ଷାବଳଙ୍କୁ, ଜଳ ସ୍ଥଳ ଆକାଶରେ ଯେଉଁଠି ବି କାର୍ଯ୍ୟରତ ସେ ସମସ୍ତଙ୍କୁ ପ୍ରଣାମ କରୁଛି । ଧନ୍ୟବାଦ ଭାଇ ।
ଗ୍ରୁପ୍ କ୍ୟାପଟେନ - ଧନ୍ୟବାଦ ସାର୍ ।
ବନ୍ଧୁଗଣ, ଆମର ଏହି ଯବାନମାନେ, ଏଇ ଯୋଦ୍ଧାମାନେ ଯେଉଁ କାମ କରିଛନ୍ତି ଏଥିପାଇଁ ଦେଶ ସେମାନଙ୍କୁ ସାଲ୍ୟୁଟ୍ କରୁଛି । ଏହିଭଳି ଭାବେ ଲକ୍ଷ ଲକ୍ଷ ଲୋକ ଦିନରାତି ଲାଗିଛନ୍ତି । ସେମାନେ ଯେଉଁକାମ କରୁଛନ୍ତି, ତାହା ତାଙ୍କ ଦୈନନ୍ଦିନ କାମର ଅଂଶ ନୁହେଁ । ଏହି ପ୍ରକାରର ବିପତ୍ତି ପୃଥିବୀରେ ଶହେବର୍ଷ ପରେ ଆସିଛି, ଗୋଟିଏ ଶତାବ୍ଦୀ ପରେ ଏତେ ବଡ଼ ସଙ୍କଟ! ସେଇଥିପାଇଁ ଏ ପ୍ରକାର କାମରେ କାହାର କୌଣସି ଅଭିଜ୍ଞତା ନଥିଲା । ଏହା ପଛରେ ଦେଶସେବାର ଦୃଢ଼ଇଚ୍ଛା ଆଉ ଏକ ସଙ୍କଳ୍ପଶକ୍ତି ରହିଛି । ଏହାରି ବଳରେ ଦେଶ ସେହି କାମ କରିଛି ଯାହା ପୂର୍ବରୁ କେବେ ହୋଇନଥିଲା । ଆପଣ ଅନୁମାନ କରିପାରୁଥିବେ ଯେ ସାଧାରଣ ଦିନଗୁଡ଼ିକରେ ଆମର ଏଇଠି ଗୋଟିଏ ଦିନରେ 900 ମେଟ୍ରିକ୍ ଟନ ତରଳ ମେଡ଼ିକାଲ ଅକ୍ସିଜେନ୍ ଉତ୍ପାଦିତ ହୋଇଥାଏ । ଏବେ ଏହା ଦଶଗୁଣରୁ ବି ଅଧିକ ବଢ଼ି ପ୍ରାୟ ପ୍ରାୟ 9500 ମେଟ୍ରିକ୍ ଟନ ପ୍ରତିଦିନ ଉତ୍ପାଦିତ ହେଉଛି । ଏହି ଅମ୍ଳଜାନକୁ ଆମର ଯୋଦ୍ଧାମାନେ ଦେଶର ଦୂରଦୂରାନ୍ତର କୋଣଅନୁକୋଣ ପର୍ଯ୍ୟନ୍ତ ପହଁଚାଉଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଅମ୍ଳଜାନ ପହଞ୍ଚାଇବା ପାଇଁ ଦେଶରେ ଏତେ ପ୍ରୟାସ ହୋଇଛି, ଏତେ ଲୋକ ଏଥିରେ ଲାଗିଛନ୍ତି, ଜଣେ ନାଗରିକ ଭାବେ ଏସବୁ କାର୍ଯ୍ୟ ପ୍ରେରଣା ଦେଇଥାଏ । ଗୋଟିଏ ଟିମ୍ ହୋଇ ପ୍ରତ୍ୟେକ ବ୍ୟକ୍ତି ନିଜର କର୍ତ୍ତବ୍ୟ ତୁଲାଇଛନ୍ତି । ମୋତେ ବେଙ୍ଗାଲୁରୁରୁ ଉର୍ମିଳା ଜୀ କହିଲେ ଯେ ତାଙ୍କ ସ୍ୱାମୀ ଲ୍ୟାବ୍ ଟେକ୍ନିସିଆନ୍ ଅଛନ୍ତି ଆଉ ଏହା ବି କହିଲେ ଯେ ସେ ଏତେ ଆହ୍ୱାନ ଭିତରେ ମଧ୍ୟ କ୍ରମାଗତ ନମୁନା ପରୀକ୍ଷାର କାମ କରିଚାଲିଛନ୍ତି ।
ବନ୍ଧୁଗଣ, କରୋନାର ଆରମ୍ଭ ବେଳେ ଦେଶରେ କେବଳ ଗୋଟିଏ ହିଁ ପରୀକ୍ଷାଗାର ରହିଥିଲା, କିନ୍ତୁ ଆଜି ଅଢ଼େଇ ହଜାରରୁ ଅଧିକ ପରୀକ୍ଷାଗାର କାମ କରୁଛି । ଆରମ୍ଭରେ ଗୋଟିଏ ଦିନରେ କିଛି ଶହ ପରୀକ୍ଷା ହୋଇପାରୁଥିଲା, ଏବେ ଗୋଟିଏ ଦିନରେ 20 ଲକ୍ଷରୁ ବେଶି ପରୀକ୍ଷା ହୋଇପାରୁଛି । ବର୍ତ୍ତମାନ ସୁଦ୍ଧା ଦେଶରେ 33 କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇସାରିଛି । ଏତେ ବଡ଼ କାମ ଏହି ବନ୍ଧୁମାନଙ୍କ କାରଣରୁ ହିଁ ସମ୍ଭବ ହୋଇଛି । କେତେ ସମ୍ମୁଖ ଯୋଦ୍ଧା, ନମୁନା ସଂଗ୍ରହ କାମରେ ଲାଗିଛନ୍ତି । ସଂକ୍ରମିତ ରୋଗୀଙ୍କ ପାଖକୁ ଯିବା, ସେମାନଙ୍କ ନମୁନା ନେବା, ଏହା କେତେ ବଡ଼ ସେବାର କାମ ! ନିଜର ସୁରକ୍ଷା ପାଇଁ ଏହି ବନ୍ଧୁମାନଙ୍କୁ ଏତେ ଗରମରେ ମଧ୍ୟ କ୍ରମାଗତ ପିପିଇ କିଟ୍ ପିନ୍ଧି ହିଁ ରହିବାକୁ ପଡ଼େ । ଏହାପରେ ହିଁ ନମୁନା ପରୀକ୍ଷାଗାରରେ ପହଞ୍ଚେ । ସେଇଥିପାଇଁ, ମୁଁ ଯେତେବେଳେ ଆପଣମାନଙ୍କର ପରାମର୍ଶ ଓ ପ୍ରଶ୍ନ ପଢ଼ୁଥିଲି ସେତେବେଳେ ମୁଁ ସ୍ଥିର କଲି ଯେ ଆମର ଏହି ବନ୍ଧୁମାନଙ୍କ ବିଷୟରେ ମଧ୍ୟ ଆଲୋଚନା ହେବା ଉଚିତ । ସେମାନଙ୍କ ଅଭିଜ୍ଞତାରୁ ଆମକୁ ବହୁତ କିଛି ଜାଣିବାକୁ ମିଳିବ । ତେଣୁ ଆସନ୍ତୁ ଦିଲ୍ଲୀର ଜଣେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ କାମ କରୁଥିବା ଆମର ବନ୍ଧୁ ପ୍ରକାଶ କାଣ୍ଡପାଲ୍ ଜୀଙ୍କ ସହ କଥା ହେବା ।
ମୋଦୀ ଜୀ - ପ୍ରକାଶ ଜୀ ନମସ୍କାର ।
ପ୍ରକାଶ ଜୀ - ନମସ୍କାର ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ ।
ମୋଦୀ ଜୀ - ପ୍ରକାଶ ଜୀ, ସର୍ବପ୍ରଥମେ ଆପଣ "ମନ୍ କୀ ବାତ'ର ଆମର ସମସ୍ତ ଶ୍ରୋତାଙ୍କୁ ନିଜ ସମ୍ପର୍କରେ କହନ୍ତୁ । ଆପଣ କେତେ ସମୟ ଏହି କାମ କରନ୍ତି ଆଉ କରୋନା ସମୟରେ ଆପଣଙ୍କର ଅଭିଜ୍ଞତା କ'ଣ ରହିଛି ? କାହିଁକିନା ଦେଶର ଲୋକଙ୍କୁ ଏହିପରି ନା ଟିଭିରେ ନା ଖବରକାଗଜରେ ଦେଖିବାକୁ ମିଳେ । ତଥାପି ଜଣେ ଋଷି ଭଳି ପରୀକ୍ଷାଗାରରେ ରହି କାମ କରୁଛନ୍ତି । ତେଣୁ ମୁଁ ଚାହିଁବି ଯେ, ଆପଣ ଆପଣଙ୍କ ଅଭିଜ୍ଞତା ସଂପର୍କରେ କହନ୍ତୁ । ଆପଣଙ୍କ କଥାରୁ ଦେଶବାସୀ ହୃଦୟଙ୍ଗମ କରିପାରିବେ ଯେ ଦେଶରେ କିପରି କାମ ଚାଲିଛି ?
ପ୍ରକାଶ ଜୀ - ମୁଁ ଦିଲ୍ଲୀ ସରକାରଙ୍କ ସ୍ୱାୟତ ସଂସ୍ଥା “ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ୍ ବିଲିଆରୀ ସାଇନ୍ସେସ୍’’ ନାମକ ଡାକ୍ତରଖାନାରେ ଗତ 10 ବର୍ଷ ଧରି ଲ୍ୟାବ୍ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ମୋର ଅନୁଭବ 22 ବର୍ଷର । ଆଇଏଲବିଏସ୍ ପୂର୍ବରୁ ମଧ୍ୟ ମୁଁ ଦିଲ୍ଲୀର ଆପୋଲୋ ହସ୍ପିଟାଲ୍, ରାଜୀବ ଗାନ୍ଧୀ କ୍ୟାନ୍ସର ହସ୍ପିଟାଲ, ରୋଟାରି ବ୍ଲଡ଼ବ୍ୟାଙ୍କ୍ ଭଳି ପ୍ରତିଷ୍ଠିତ ସଂସ୍ଥାରେ କାମ କରିସାରିଛି । ସାର୍, ଯଦିଓ ସବୁ ଜାଗାରେ ମୁଁ ରକ୍ତକୋଷ ବିଭାଗରେ ନିଜର ସେବା ଦେଇଛି, କିନ୍ତୁ ଗତ ବର୍ଷ 2020 ଏପ୍ରିଲ 1 ତାରିଖରୁ ମୁଁ ଆଇଏଲବିଏସର ଭାଇରୋଲୋଜି ଡିପାର୍ଟମେଣ୍ଟ ଅଧୀନସ୍ଥ କୋଭିଡ ପରୀକ୍ଷାଗାରରେ କାମ କରୁଛି । ନିଃସନ୍ଦେହ, କୋଭିଡ଼ ମହାମାରୀରେ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସାଧନ-ସଂସାଧନ ଉପରେ ଅତ୍ୟଧିକ ଚାପ ପଡ଼ିଛି, କିନ୍ତୁ ମୁଁ ଏହି ସଂଘର୍ଷ ସମୟରେ ବ୍ୟକ୍ତିଗତ ଭାବେ ଏହାକୁ ଏପରି ଏକ ସୁଯୋଗ ବୋଲି ଭାବେ; ଯେତେବେଳେ ରାଷ୍ଟ୍ର, ମାନବତା, ସମାଜ ଆମଠାରୁ ଅଧିକ ଉତ୍ତରଦାୟିତ୍ୱ, ସହଯୋଗ, ଆମଠାରୁ ଅଧିକ ସାମର୍ଥ୍ୟ ଓ ଆମଠାରୁ ଅଧିକ କ୍ଷମତାର ପ୍ରଦର୍ଶନ ଆଶା ରଖେ । ଆଉ ସାର୍, ଯେତେବେଳେ ଆମେ ରାଷ୍ଟ୍ରର, ମାନବତାର, ସମାଜର ଆଶାଆକାଂକ୍ଷା ଅନୁରୂପ ନିଜ ସ୍ତରରେ କାମ କରୁ, ଯାହା ଗୋଟିଏ ବୁନ୍ଦା ଭଳି, ସେଥିରେ ଆମେ ସଫଳ ହେଲେ, ଏକ ଗୌରବର ଅନୁଭବ ଆସେ । ଯେତେବେଳେ ମୋ ପରିବାର ଆଶଙ୍କିତ ହୁଏ ବା ସେମାନଙ୍କୁ କିଛି ଭୟ ଲାଗେ, ସେତେବେଳେ ମୁଁ ସେମାନଙ୍କୁ ମନେ ପକାଇଦିଏ ଯେ ଆମ ଦେଶର ଯବାନ, ଯିଏ ସବୁବେଳେ ନିଜ ପରିବାରଠାରୁ ବହୁତ ଦୂରରେ ସୀମାରେ ବିଷମ ଓ ଅସାଧାରଣ ପରିସ୍ଥିତିରେ ଦେଶର ସୁରକ୍ଷା କରୁଛନ୍ତି, ସେମାନଙ୍କ ତୁଳନାରେ ତ ଆମର ସଙ୍କଟ କମ୍, ବହୁତ କମ୍ । ସେମାନେ ମଧ୍ୟ ଏହି କଥାକୁ ବୁଝନ୍ତି ଆଉ ମୋ ସହ ଏକ ପ୍ରକାରର ସହଯୋଗ କରନ୍ତି । ଏହି ବିପତ୍ତିରେ ମୋର ଯେଉଁ ସହଯୋଗ ରହିଛି, ସେଥିରେ ମଧ୍ୟ ସେମାନଙ୍କର ସହଭାଗିତା ରହିଛି ।
ମୋଦୀ ଜୀ - ପ୍ରକାଶ ଜୀ, ଗୋଟିଏ ପଟେ ସରକାର ସମସ୍ତଙ୍କୁ କହୁଛନ୍ତି ଯେ ଦୂରତା ରଖ- ଦୂରତା ରଖ, କରୋନାରେ ଜଣେ ଜଣକଠାରୁ ଦୂରରେ ରହ । ଆଉ ଆପଣଙ୍କୁ ତ ପୂରା ସାମ୍ନାସାମ୍ନି, କରୋନା ଭୂତାଣୁର ମଧ୍ୟରେ ହିଁ ରହିବାକୁ ପଡ଼ିଥାଏ, ସାମ୍ନାଦେଇ ଯିବାକୁ ପଡ଼େ । ତେଣୁ ନିଜ ଜୀବନକୁ ସଙ୍କଟରେ ପକାଇଲା ଭଳି ଏଭଳି ଘଟଣାରେ ତ ପରିବାର ଲୋକଙ୍କ ଚିନ୍ତା ହେବା ସ୍ୱାଭାବିକ । କିନ୍ତୁ ତା' ସତ୍ତ୍ୱେ ଏହି ଲ୍ୟାବ୍ ଟେକ୍ନିସିଆନଙ୍କ କାମ ସଂଯୋଗରୁ ଗୋଟିଏ । ଏବଂ ଏପରି ବିଶ୍ୱ ମହାମାରୀ ସ୍ଥିତିରେ ଏହା ଦ୍ୱିତୀୟ ଆଉ ତାକୁ ଆପଣ କରୁଛନ୍ତି । କାମର ସମୟ ମଧ୍ୟ ବହୁତ ବଢ଼ିଯାଇଥିବ? ରାତିରାତି ଲ୍ୟାବ ରିପୋର୍ଟ ବାହାର କରିବାକୁ ପଡ଼ୁଥିବ ? କାହିଁକି ନା ଏତେ କୋଟିକୋଟି ଲୋକଙ୍କ ପରୀକ୍ଷା ହେଉଛି ତ ବୋଝ ମଧ୍ୟ ବଢ଼ୁଥିବ ? କିନ୍ତୁ ନିଜ ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି ନା ନାହିଁ ?
ପ୍ରକାଶ ଜୀ - ନିଶ୍ଚୟ ରଖୁଛୁ ସାର୍ । ଆମର ଆଇଏଲବିଏସର ଯେଉଁ ପରୀକ୍ଷାଗାର ରହିଛି, ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମାନ୍ୟତାପ୍ରାପ୍ତ । ଯେଉଁସବୁ ପ୍ରୋଟୋକଲ୍ ରହିଛି, ତାହା ଆନ୍ତର୍ଜାତୀୟ ସ୍ତରର । ଯେଉଁ ପୋଷାକ ଯାହାକୁ ପିନ୍ଧି ଆମେ ପରୀକ୍ଷାଗାରକୁ ଯାଉ ଏବଂ ସେଥିରେ ଆମେ କାମ କରୁ ତାହା ତ୍ରିସ୍ତରୀୟ । ଆଉ ସେସବୁକୁ ଫିଙ୍ଗିବା, ଲେବେଲିଂ ଆଦିର ପରୀକ୍ଷା ପାଇଁ ପୁରା ପ୍ରୋଟୋକଲ୍ ରହିଛି ଆଉ ସେହି ପ୍ରୋଟୋକଲ୍ ଅନୁସାରେ କାମ କରୁ । ସାର୍, ଏହା ମଧ୍ୟ ଈଶ୍ୱରଙ୍କର କୃପା ଯେ ମୋ ପରିବାର ଓ ମୋର ପ୍ରାୟ ଜଣାଶୁଣା ଲୋକ ଏ ପର୍ଯ୍ୟନ୍ତ ଏହି ସଂକ୍ରମଣରୁ ବର୍ତ୍ତିଛନ୍ତି । ତେଣୁ, ଗୋଟିଏ କଥା ଯେ ଯଦି ଆପଣ ସାବଧାନ ରହିବେ ଓ ସଂଯମ ରଖିବେ ତେବେ ଆପଣ କିଛିଟା ନିଜକୁ ରକ୍ଷା କରିପାରିବେ ।
ମୋଦୀ ଜୀ - ପ୍ରକାଶ ଜୀ, ଆପଣଙ୍କ ଭଳି ହଜାର ହଜାର ଲୋକ ଗତ ବର୍ଷେକାଳ ପରୀକ୍ଷାଗାରରେ ବସୁଛନ୍ତି ଓ ଏତେ କଷ୍ଟ କରୁଛନ୍ତି । ଏତେ ଲୋକଙ୍କୁ ବଞ୍ଚାଇବାର କାମ କରୁଛନ୍ତି । ଯାହା ଦେଶ ଆଜି ଜାଣୁଛି । କିନ୍ତୁ ପ୍ରକାଶ ଜୀ, ମୁଁ ଆପଣଙ୍କ ମାଧ୍ୟମରେ ଆପଣଙ୍କ ବୃତ୍ତିର ସମସ୍ତ ବନ୍ଧୁମାନଙ୍କୁ ହୃଦୟର ସହ ଧନ୍ୟବାଦ ଦେଉଛି । ଦେଶବାସୀଙ୍କ ପକ୍ଷରୁ ମଧ୍ୟ ଧନ୍ୟବାଦ ଜଣାଉଛି । ଆପଣ ସୁସ୍ଥ ରହନ୍ତୁ । ଆପଣଙ୍କ ପରିବାର ସୁସ୍ଥ ରହନ୍ତୁ । ମୋର ବହୁତ ଶୁଭକାମନା ।
ପ୍ରକାଶ ଜୀ - ଧନ୍ୟବାଦ ପ୍ରଧାନମନ୍ତ୍ରୀ ଜୀ । ମୁଁ ଆପଣଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ଯେ ଆପଣ ମୋତେ ଏହି ସୁଯୋଗ ଦେଲେ ।
ମୋଦୀ ଜୀ - ଧନ୍ୟବାଦ ଭାଇ ।
ବନ୍ଧୁଗଣ, ଏକ ପ୍ରକାର ମୁଁ ଭାଇ ପ୍ରକାଶ ଜୀଙ୍କ ସହ କଥା ହେଇଛି, କିନ୍ତୁ ତାଙ୍କ କଥାରୁ ହଜାର ହଜାର ଲ୍ୟାବ୍ ଟେକ୍ନିସିଆନଙ୍କ ସେବାର ସୁବାସ ଆମ ନିକଟରେ ପହଞ୍ଚୁଛି । ଏସବୁ କଥାରେ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କର ସେବାଭାବ ତ ଦିଶେ, ଆମ ସମସ୍ତଙ୍କୁ ମଧ୍ୟ ନିଜ ନିଜ ଦାୟିତ୍ୱ ସଂପର୍କରେ ସଚେତନ କରିଦିଏ । ଯେତେ ପରିଶ୍ରମ ଓ ନିଷ୍ଠାର ସହିତ ଭାଇ ପ୍ରକାଶ ଜୀଙ୍କ ଭଳି ଆମର ବନ୍ଧୁମାନେ କାମ କରୁଛନ୍ତି, ସେତିକି ନିଷ୍ଠାର ସହ ସେମାନଙ୍କୁ ସହଯୋଗ, କରୋନାକୁ ହରାଇବାରେ ବହୁତ ସାହାଯ୍ୟ କରିବ ।
ମୋର ପ୍ରିୟ ଦେଶବାସୀଗଣ !
ଏବେ ଆମେ ଆମର "କରୋନା ଯୋଦ୍ଧା'ଙ୍କ ବିଷୟରେ ଆଲୋଚନା କରୁଥିଲୁ । ଗତ ଦେଢ଼ବର୍ଷ ଭିତରେ ଆମେ ସେମାନଙ୍କର ବହୁତ ସମର୍ପଣ ଓ ପରିଶ୍ରମ ଦେଖିଛୁ; କିନ୍ତୁ ଏହି ଲଢ଼େଇରେ ଦେଶର ବିଭିନ୍ନ କ୍ଷେତ୍ରର ଅନେକ ଯୋଦ୍ଧାଙ୍କର ମଧ୍ୟ ବହୁତ ବଡ଼ ଭୂମିକା ରହିଛି । ଆପଣ ଭାବନ୍ତୁ, ଆମ ଦେଶରେ ଏତେ ବଡ଼ ସଙ୍କଟ ଆସିଛି, ଏହାର ପ୍ରଭାବ ଦେଶର ପ୍ରତ୍ୟେକ ବ୍ୟବସ୍ଥା ଉପରେ ପଡ଼ିଛି । କୃଷି-ବ୍ୟବସ୍ଥା ନିଜକୁ ଏହି ଆକ୍ରମଣରୁ ବହୁ ପରିମାଣରେ ସୁରକ୍ଷିତ ରଖିଛି । ସୁରକ୍ଷିତ ହିଁ ରଖିନାହିଁ, ବରଂ ପ୍ରଗତି ମଧ୍ୟ କରିଛି, ଆଗକୁ ବଢ଼ିଛି ! ଆପଣ କ'ଣ ଜାଣନ୍ତି ଯେ ଏହି ମହାମାରୀରେ ମଧ୍ୟ ଆମର ଚାଷୀମାନେ ରେକର୍ଡ ଉତ୍ପାଦନ କରିଛନ୍ତି ? ଚାଷୀମାନେ ରେକର୍ଡ ଉତ୍ପାଦନ କରିଛନ୍ତି ତ ଏଥର ଦେଶ ରେକର୍ଡ ପରିମାଣର ଫସଲ ମଧ୍ୟ କ୍ରୟ କରିଛି । ଏଥର ଅନେକ ଜାଗାରେ ତ ସୋରିଷ ପାଇଁ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ବି ଅଧିକ ଦାମ୍ ମିଳିଛି । ରେକର୍ଡ ଖାଦ୍ୟାନ୍ନ ଉତ୍ପାଦନ କାରଣରୁ ହିଁ ଆମ ଦେଶ ପ୍ରତ୍ୟେକ ଦେଶବାସୀକୁ ସମ୍ବଳ ପ୍ରଦାନ କରିପାରୁଛି । ଆଜି ଏହି ସଙ୍କଟ କାଳରେ 80 କୋଟି ଗରିବ ଲୋକଙ୍କୁ ମାଗଣା ରାଶନ୍ ଉପଲବ୍ଧ କରାଯାଉଛି, ଯେମିତିକି ଗରିବ ଲୋକଙ୍କ ଘରେ ଚୁଲି ନ ଜଳିବା ଭଳି ଗୋଟିଏ ଦିନ ମଧ୍ୟ ଆସିବ ନାହିଁ ।
ବନ୍ଧୁଗଣ, ଆଜି ଆମ ଦେଶର ଚାଷୀ ଅନେକ କ୍ଷେତ୍ରରେ ନୂଆ ବ୍ୟବସ୍ଥାର ଲାଭ ଉଠାଇ କମାଲ୍ କରୁଛନ୍ତି । ଯେପରିକି ଅଗରତାଲାର ଚାଷୀଙ୍କ କଥା ନିଅନ୍ତୁ । ଏହି ଚାଷୀମାନେ ବହୁତ ଭଲ ପଣସ ଉତ୍ପାଦନ କରନ୍ତି । ଏହାର ଚାହିଦା ଦେଶବିଦେଶରେ ହୋଇପାରେ, ସେଥିପାଇଁ ଏଥର ଅଗରତଲାର ଚାଷୀମାନେ ରେଳ ଜରିଆରେ ପଣସକୁ ଗୌହାଟି ପର୍ଯ୍ୟନ୍ତ ଆଣିଲେ । ଗୌହାଟିରୁ ଏବେ ଏହି ପଣସଗୁଡ଼ିକୁ ଲଣ୍ଡନ ପଠାଯାଉଛି । ସେହିପରି ଆପଣ ବିହାରର "ଶାହି ଲିଚୁ'ର ନାମ ମଧ୍ୟ ଶୁଣିଥିବେ । 2018ରେ ସରକାର ଶାହି ଲିଚୁକୁ ଜିଆଇ ଟ୍ୟାଗ୍ ମଧ୍ୟ ଦେଇଥଲେ, ଯେପରିକି ଏହାର ପରିଚୟ ଶକ୍ତିଶାଳୀ ହେବ ଏବଂ ଚାଷୀଙ୍କୁ ଅଧିକ ଫାଇଦା ମିଳିବ । ଏଥର ବିହାରର ଏହି "ଶାହି ଲିଚୁ' ମଧ୍ୟ ଆକାଶମାର୍ଗରେ ଲଣ୍ଡନ ପଠାଯାଇଛି । ପୂର୍ବରୁ-ପଶ୍ଚିମ, ଉତ୍ତରରୁ-ଦକ୍ଷିଣ ଆମ ଦେଶ ଏଇଭଳି ନିଆରା ସ୍ୱାଦ ଓ ଉତ୍ପାଦରେ ଭରି ରହିଛି । ଦକ୍ଷିଣ ଭାରତରେ ବିଜୟନଗରର ଆମ୍ବ ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ । ସତରେ ଏହି ଆମ୍ବ ଏବେ କିଏ ନ ଖାଇବାକୁ ଚାହିଁବ ! ସେଥିପାଇଁ ଏବେ କୃଷକ-ରେଳ ଶହଶହ ଟନ୍ ବିଜୟନଗରମ୍ ଆମ୍ବ ଦିଲ୍ଲୀକୁ ଆଣି ଆସୁଛି । ଦିଲ୍ଲୀ ଓ ଉତ୍ତର ଭାରତର ଲୋକଙ୍କୁ ବିଜୟନଗରମ ଆମ୍ବ ଖାଇବାକୁ ମିଳିବ ଓ ବିଜୟନଗରମର ଚାଷୀମାନଙ୍କର ଭଲ ଆୟ ହେବ । କୃଷକ-ରେଳ ଏ ପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷ ଟନ୍ ଉତ୍ପାଦ ପରିବହନ କରିସାରିଲାଣି । ଏବେ ଚାଷୀ ବହୁତ କମ୍ ଖର୍ଚ୍ଚରେ ଫଳ, ପନିପରିବା, ଖାଦ୍ୟଶସ୍ୟ ଦେଶର ଅନ୍ୟ ସୁଦୂର ଅଞ୍ଚଳକୁ ପଠାଇପାରୁଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଆଜି 30 ମଇରେ ଆମେ "ମନ୍ କୀ ବାତ୍' କରୁଛୁ ଆଉ ସଂଯୋଗବଶତଃ ଏହା ଏହି ସରକାରର 7 ବର୍ଷ ପୁରା ହେବାର ମଧ୍ୟ ସମୟ । ଏହି ବର୍ଷଗୁଡ଼ିକରେ ଦେଶ "ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ' ମନ୍ତ୍ରକୁ ନେଇ ଚାଲିଛି । ଦେଶର ସେବାରେ ପ୍ରତି ମୁହୂର୍ତ୍ତ ସମର୍ପିତ ଭାବରେ ଆମେ ସମସ୍ତେ କାମ କରିଛୁ । ମୋତେ ଅନେକ ବନ୍ଧୁ ଚିଠି ପଠାଇଛନ୍ତି ଏବଂ କହିଛନ୍ତି ଯେ "ମନ୍ କୀ ବାତ୍'ରେ ଏହି 7 ବର୍ଷର ଆମର ଆପଣଙ୍କର ଏହି ଏକତ୍ର ଯାତ୍ରା ବିଷୟରେ ମଧ୍ୟ ଆଲୋଚନା କରନ୍ତୁ ।
ବନ୍ଧୁଗଣ, ଏହି 7 ବର୍ଷ ଭିତରେ ଯେଉଁ ଉପଲବ୍ଧି ରହିଛି, ତାହା ଦେଶର, ଦେଶବାସୀଙ୍କର ଉପଲବ୍ଧି । ଅନେକ ରାଷ୍ଟ୍ରୀୟ ଗୌରବର ମୁହୂର୍ତ୍ତକୁ ଆମ ଏହି ବର୍ଷଗୁଡ଼ିକରେ ଏକାଠି ମିଶି ଅନୁଭବ କରିଛୁ । ଯେତେବେଳେ ଆମେ ଦେଖୁ ଯେ ଏବେ ଭାରତ ଅନ୍ୟ ଦେଶଗୁଡ଼ିକର ଧାରଣା ଏବଂ ସେମାନଙ୍କ ଚାପରେ ନାହିଁ, ନିଜ ସଂକଳ୍ପରେ ଚାଲିଛି, ସେତେବେଳେ ଆମ ସମସ୍ତଙ୍କୁ ଗର୍ବ ଲାଗେ । ଯେତେବେଳେ ଆମେ ଦେଖୁ ଯେ ଏବେର ଭାରତ ତା' ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କୁ ମୁହଁ ବନ୍ଦ ହେବା ଭଳି ଜବାବ ଦେଉଛି ସେତେବେଳେ ଆମର ଆତ୍ମବିଶ୍ୱାସ ବଢ଼େ । ଯେତେବେଳେ ଭାରତ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ସାଲିସ୍ କରେନାହିଁ, ଯେତେବେଳେ ଆମର ସେନାର ଶକ୍ତି ବଢ଼େ ସେତେବେଳେ ଆମକୁ ଲଗେ ଯେ ହଁ, ଆମେ ଠିକ୍ ରାସ୍ତାରେ ଚାଲିଛୁ ।
ବନ୍ଧୁଗଣ, ମୋତେ ଅନେକ ଦେଶବାସୀଙ୍କର ସନ୍ଦେଶ, ସେମାନଙ୍କ ଚିଠି ଦେଶର କୋଣଅନୁକୋଣରୁ ମିଳିଥାଏ । ଅନେକ ଲୋକ ଦେଶକୁ ଧନ୍ୟବାଦ ଦିଅନ୍ତି ଯେ 70 ବର୍ଷ ପରେ ତାଙ୍କ ଗାଁକୁ ପ୍ରଥମ ଥର ବିଦ୍ୟୁତ୍ ପହଁଚିଛି, ସେମାନଙ୍କ ପୁଅଝିଅ ଆଲୁଅରେ, ପଙ୍ଖାତଳେ ବସି ପାଠ ପଢ଼ୁଛନ୍ତି । କେତେ ଲୋକ କହନ୍ତି ଯେ ଆମ ଗାଁ ମଧ୍ୟ ଏବେ ପକ୍କା ସଡ଼କ ଯୋଗେ ସହର ସହିତ ଯୋଡ଼ି ହୋଇଗଲାଣି । ମୋର ମନେପଡ଼ୁଛି ଗୋଟିଏ ଆଦିବାସୀ ଅଞ୍ଚଳର କେତେକ ବନ୍ଧୁ ମୋତେ ସନ୍ଦେଶ ପଠାଇଥିଲେ ଯେ ରାସ୍ତା ତିଆରି ହେବାପରେ ପ୍ରଥମ କରି ସେମାନଙ୍କୁ ଏପରି ମନେହେଲା ଯେ ସେମାନେ ମଧ୍ୟ ଅବଶିଷ୍ଟ ପୃଥିବୀ ସହିତ ଯୋଡ଼ି ହୋଇଯାଇଛନ୍ତି । ସେହିପରି କିଏ ବ୍ୟାଙ୍କ୍ ଖାତା ଖୋଲିବାର ଖୁସି ବିଷୟ କହନ୍ତି ତ ଆଉ କିଏ ଭିନ୍ନଭିନ୍ନ ଯୋଜନା ସହାୟତାରେ ଯେତେବେଳେ ନୂଆ ରୋଜଗାର ଆରମ୍ଭ କରନ୍ତି ସେହି ଖୁସିରେ ସାମିଲ୍ ହେବାକୁ ମୋତେ ମଧ୍ୟ ଆମନ୍ତ୍ରିତ କରନ୍ତି । "ପ୍ରଧାନମନ୍ତ୍ରୀ ଆବାସ ଯୋଜନା' ଅଧୀନରେ ଘର ମିଳିବା ପରେ ଗୃହପ୍ରବେଶ କାର୍ଯ୍ୟକ୍ରମକୁ ମୋତେ ଆମ ଦେଶବାସୀଙ୍କ ପକ୍ଷରୁ କ୍ରମାଗତ ନିମନ୍ତ୍ରଣ ମିଳିଥାଏ । ଏହି 7 ବର୍ଷ ଭିତରେ ଏପରି କୋଟିକୋଟି ଖୁସି ଭିତରେ ମୁଁ ସାମିଲ୍ ହୋଇଛି । ଏଇ କିଛି ଦିନ ଆଗରୁ ହିଁ ମୋତେ ଗାଁର ଗୋଟିଏ ପରିବାର "ଜଳ ଜୀବନ ମିଶନ' ଜରିଆରେ ଘରେ ଲାଗିଥିବା ପାଣିନଳର ଏକ ଫଟୋ ପଠାଇଥିଲେ । ସେ ସେହି ଫଟୋର କ୍ୟାପସନ ଲେଖିଥିଲେ- "ମୋ ଗାଁର ଜୀବନଧାରା' । ଏପରି ଅନେକ ପରିବାର ଅଛନ୍ତି । ସ୍ୱାଧୀନତା ପରେ 7 ଦଶନ୍ଧି ଭିତରେ ଆମ ଦେଶର କେବଳ ସାଢ଼େ ତିନି କୋଟି ଗ୍ରାମାଞ୍ଚଳର ଘରେ ହିଁ ପାଣି ସଂଯୋଗ ରହିଥିଲା । କିନ୍ତୁ ଗତ 21 ମାସରେ ହିଁ ସାଢ଼େ ଚାରି କୋଟି ଘରକୁ ଶୁଦ୍ଧ ଜଳର ସଂଯୋଗ ଦିଆଯାଇଛି । ଏଥିରୁ 15 ମାସ ତ କରୋନା କାଳରେ ହିଁ ଥିଲା ! ଏହିଭଳି ଏକ ନୂଆ ବିଶ୍ୱାସ ଦେଶରେ "ଆୟୁଷ୍ମାନ ଯୋଜନା'ରୁ ବି ଆସିଛି । ଯେତେବେଳେ କୌଣସି ଗରିବ ମାଗଣା ଚିକିତ୍ସା ଦ୍ୱାରା ସୁସ୍ଥ ହୋଇ ଘରକୁ ଆସେ ସେତେବେଳେ ତାକୁ ଲାଗେ ଯେ ତାକୁ ନୂଆ ଜୀବନ ମିଳିଛି । ତା'ର ବିଶ୍ୱାସ ହୁଏ ଯେ ଦେଶ ତା' ସହିତ ଅଛି । ଏପରି ଅନେକ ପରିବାରର ଆଶୀର୍ବଚନ, କୋଟିକୋଟି ମାଆଙ୍କର ଆଶୀର୍ବାଦ ନେଇ ଆମ ଦେଶ ଶକ୍ତିଶାଳୀ ହୋଇ ବିକାଶ ଦିଗରେ ଅଗ୍ରସର ହେଉଛି ।
ବନ୍ଧୁଗଣ, ଏହି 7 ବର୍ଷ ଭିତରେ ଭାରତ ଡିଜିଟାଲ୍ ନେଣଦେଣର ଦୁନିଆକୁ ନୂଆ ଦିଗ ଦେଖାଇବାରେ କାମ କରିଛି । ଆଜି ଯେ କୌଣସି ସ୍ଥାନରେ ଯେତେ ସହଜରେ ଆପଣ ଅଳ୍ପ କିଛି ମୁହୂର୍ତ୍ତ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ କରିଦେଉଛନ୍ତି, ତାହା କରୋନାର ଏହି ସମୟରେ ମଧ୍ୟ ବହୁତ ଉପଯୋଗୀ ସାବ୍ୟସ୍ତ ହେଉଛି । ଆଜି ସ୍ୱଚ୍ଛତା ପ୍ରତି ଦେଶବାସୀଙ୍କର ଗୁରୁତ୍ୱ ଓ ସତର୍କତା ବଢ଼ୁଛି । ଆମେ ରେକର୍ଡ ସଂଖ୍ୟାରେ ସାଟେଲାଇଟ୍ ମଧ୍ୟ ପ୍ରକ୍ଷେପିତ କରୁଛୁ ଏବଂ ରେକର୍ଡ ସଂଖ୍ୟକ ରାସ୍ତା ମଧ୍ୟ ନିର୍ମାଣ କରୁଛୁ । ଏହି 7 ବର୍ଷରେ ହିଁ ଦେଶର ଅନେକ ପୁରୁଣା ବିବାଦକୁ ମଧ୍ୟ ସଂପୂର୍ଣ୍ଣ ଶାନ୍ତି ଓ ସଦ୍ଭାବର ସହ ସମାଧାନ କରାଯାଇଛି । ପୂର୍ବୋତ୍ତରରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଶାନ୍ତି ଓ ବିକାଶର ଏକ ନୂଆ ବିଶ୍ୱାସ ଜାଗିଛି । ବନ୍ଧୁଗଣ, ଆପଣ କ'ଣ ଭାବନ୍ତି ଯେ ଏ ସବୁ କାମ ଯାହା ଦଶନ୍ଧି ଦଶନ୍ଧି ଧରି ହୋଇପାରିନଥିଲା, ଏହି 7 ବର୍ଷ ଭିତରେ କେମିତି ହେଲା ? ଏସବୁ ଏଇଥିପାଇଁ ସମ୍ଭବ ହୋଇଛି, କାରଣ ଏହି 7 ବର୍ଷ ଭିତରେ ଆମେ ସରକାର ଏବଂ ଜନତା ଠାରୁ ଅଧିକ ଗୋଟିଏ ଦେଶ ରୂପରେ କାମ କରିଛୁ, ଗୋଟିଏ ଟିମ୍ ଭାବେ କାମ କରିଛୁ, "ଟିମ୍ ଇଣ୍ଡିଆ' ରୂପରେ କାମ କରିଛୁ । ପ୍ରତ୍ୟେକ ନାଗରିକ ଦେଶକୁ ଆଗକୁ ବଢ଼ାଇବାରେ କିଛିକିଛି ପାଦ ଆଗକୁ ବଢ଼ାଇବାର ପ୍ରୟାସ କରିଛନ୍ତି । ହଁ, ଯେଉଁଠି ସଫଳତା ଥାଏ ସେଇଠି ପରୀକ୍ଷା ମଧ୍ୟ ହୋଇଥାଏ । ଏହି 7 ବର୍ଷ ଭିତରେ ଆମେ ଏକାଠି ମିଶି ଅନେକ କଠିନ ପରୀକ୍ଷା ମଧ୍ୟ ଦେଇଛୁ ଏବଂ ପ୍ରତ୍ୟେକ ଥର ଆମେ ସମସ୍ତେ ଶକ୍ତିଶାଳୀ ହୋଇ ଉତୀର୍ଣ୍ଣ ହୋଇଛୁ । କରୋନା ମହାମାରୀ ରୂପରେ ଏତେ ବଡ଼ ପରୀକ୍ଷା ତ କ୍ରମାଗତ ଚାଲିଛି । ଏହା ତ ଏଭଳି ଏକ ସଙ୍କଟ, ଯାହା ସମଗ୍ର ପୃଥିବୀକୁ ବିବ୍ରତ କରିଦେଇଛି, ଅନେକ ଲୋକ ଆପଣା ଲୋକଙ୍କୁ ହରାଇଛନ୍ତି । ବଡ଼ବଡ଼ ଦେଶ ମଧ୍ୟ ଏହି ବିପର୍ଯ୍ୟୟରୁ ରକ୍ଷା ପାଇନାହାନ୍ତି । ଏହି ବୈଶ୍ୱିକ ମହାମାରୀ ମଧ୍ୟରେ ଭାରତ, "ସେବା ଓ ସହଯୋଗ'ର ସଙ୍କଳ୍ପ ସହ ଆଗକୁ ବଢ଼ୁଛି । ଆମେ ପ୍ରଥମ ଲହରୀରେ ମଧ୍ୟ ସଂପୂର୍ଣ୍ଣ ସାମର୍ଥ୍ୟ ସହ ଲଢ଼େଇ ଲଢ଼ିଥିଲୁ, ଏଥର ମଧ୍ୟ ଭୂତାଣୁ ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ବିଜୟୀ ହେବ । "ଦୁଇ ଗଜର ଦୂରତା', "ମାସ୍କ ସହିତ ଜଡ଼ିତ ନିୟମ ହେଉ’ ଅବା "ଟିକା’, ଆମେ କୌଣସିଟିରେ ଅବହେଳା କରିବା ନାହିଁ । ଏହା ହିଁ ଆମ ବିଜୟର ରାସ୍ତା । ଆସନ୍ତା ଥର ଯେତେବେଳେ ଆମେ "ମନ୍ କୀ ବାତ୍'ରେ ଭେଟିବା, ଦେଶବାସୀଙ୍କର ଆଉ ଅନେକ ପ୍ରେରଣାଦାୟକ ଉଦାହରଣ ବିଷୟରେ କଥା ହେବା ଏବଂ ନୂଆ ବିଷୟ ଆଲୋଚନା କରିବା । ଆପଣ ନିଜର ପରାମର୍ଶ ମୋତେ ଏଇଭଳି ପଠାଉ ଥାଆନ୍ତୁ । ଆପଣ ସମସ୍ତେ ସୁସ୍ଥ ରହନ୍ତୁ, ଦେଶକୁ ଏହିଭଳି ଆଗକୁ ବଢ଼ାଉଥା'ନ୍ତୁ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆପଣମାନଙ୍କୁ ‘ମନ୍ କି ବାତ୍’ ଏପରି ଏକ ସମୟରେ କହୁଛି, ଯେତେବେଳେ କରୋନା ଆମ ସମସ୍ତଙ୍କର ଧୈର୍ଯ୍ୟ ଓ ସମସ୍ତଙ୍କର ଦୁଃଖ ସହିବାର ସୀମାକୁ ପରଖୁଛି । ଅନେକ ନିଜ ଲୋକ ଆମକୁ ଅସମୟରେ ଛାଡ଼ି ଚାଲିଯାଇଛନ୍ତି । କରୋନାର ପ୍ରଥମ ଲହରକୁ ସଫଳତାର ସହିତ ମୁକାବିଲା କରିବା ପରେ ଦେଶ ଉତ୍ସାହରେ ପରିପୂର୍ଣ୍ଣ ଥିଲା, ଆତ୍ମବିଶ୍ୱାସରେ ଭରି ରହିଥିଲା, କିନ୍ତୁ ଏହି ଝଡ଼ ଦେଶକୁ ଦୋହଲାଇ ଦେଇଛି ।
ବନ୍ଧୁଗଣ, ବିଗତ ଦିନରେ ଏହି ସଙ୍କଟର ମୁକାବିଲା ପାଇଁ, ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ମୋର ଦୀର୍ଘ ଆଲୋଚନା ହୋଇଛି । ଆମର ଔଷଧ ପ୍ରସ୍ତୁତି ଶିଳ୍ପ ସହ ଜଡ଼ିତ ଲୋକ ହୁଅନ୍ତୁ, ଟିକା ନିର୍ମାତା ହୁଅନ୍ତୁ, ଅମ୍ଳଜାନ ପ୍ରସ୍ତୁତି ସହ ଜଡ଼ିତ ଲୋକ ହୁଅନ୍ତୁ କିମ୍ବା ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନେ ହୁଅନ୍ତୁ, ସେମାନେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସରକାରଙ୍କୁ ଦେଇଛନ୍ତି । ଏବେ ଆମକୁ ଏହି ସଂଗ୍ରାମରେ ବିଜୟ ଲାଭ କରିବାକୁ ହେଲେ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କ ପରାମର୍ଶକୁ ଅଗ୍ରାଧିକାର ଦେବାକୁ ହେବ । ରାଜ୍ୟ ସରକାରମାନଙ୍କର ପ୍ରଚେଷ୍ଟାକୁ ଆଗକୁ ବଢ଼ାଇବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ଶକ୍ତି ସହ ଲାଗିପଡ଼ିଛନ୍ତି । ରାଜ୍ୟ ସରକାରମାନେ ମଧ୍ୟ ନିଜ ଦାୟିତ୍ୱ ନିର୍ବାହ କରିବାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତି ।
ବନ୍ଧୁଗଣ, କରୋନା ବିରୁଦ୍ଧରେ ବର୍ତମାନ ଦେଶର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ସଂଗ୍ରାମ ଚଳାଇଛନ୍ତି । ଗତବର୍ଷ ଏହି ବ୍ୟାଧିକୁ ନେଇ ସେମାନେ ଅନେକ ଅନୁଭୂତି ସାଉଁଟିଛନ୍ତି । ଆମ ସହ ବର୍ତମାନ ମୁମ୍ବାଇରୁ ପ୍ରସିଦ୍ଧ ଡାକ୍ତର ଶଶାଙ୍କ ଜୋଷୀ ଯୋଡ଼ି ହୋଇଛନ୍ତି ।
କରୋନା ଚିକିତ୍ସା ଏବଂ ତା’ସହ ସମ୍ପୃକ୍ତ ଗବେଷଣା କ୍ଷେତ୍ରରେ ଡାକ୍ତର ଶଶାଙ୍କ କ୍ଷେତ୍ରୀୟ ସ୍ତରରେ ଗଭୀର ଅନୁଭବ ଲାଭ କରିଛନ୍ତି । ସେ ଇଣ୍ଡିଆନ୍ କଲେଜ ଅଫ୍ ଫିଜିସିଆନ୍ସର ଡିନ୍ ଥିଲେ । ଆସନ୍ତୁ, କଥା ହେବା ଡା. ଶଶାଙ୍କଙ୍କ ସହ –
ମୋଦି ଜୀ - ନମସ୍କାର ଡା. ଶଶାଙ୍କ ।
ଡା. ଶଶାଙ୍କ - ନମସ୍କାର ସାର୍ ।
ମୋଦି ଜୀ - କିଛିଦିନ ତଳେ ଆପଣଙ୍କ ସହ କଥା ହେବାର ସୁଯୋଗ ମିଳିଥିଲା । ଆପଣଙ୍କ ମତାମତର ସ୍ପଷ୍ଟତା ମୋତେ ବହୁତ ଭଲ ଲାଗିଥିଲା । ଦେଶର ସମସ୍ତ ନାଗରିକ ଆପଣଙ୍କ ମତାମତ ଜାଣିବା ଉଚିତ ବୋଲି ମୋର ମନେ ହେଲା । ଯାହା ସବୁ ଶୁଣିବାକୁ ମିଳୁଛି, ସେଗୁଡ଼ିକୁ ମୁଁ ପ୍ରଶ୍ନ ରୂପେ ଆପଣଙ୍କ ଆଗରେ ଉପସ୍ଥାପିତ କରୁଛି । ଡା. ଶଶାଙ୍କ, ଆପଣମାନେ ଏବେ ଦିନରାତି ଜୀବନରକ୍ଷା କାର୍ଯ୍ୟରେ ଲାଗିଛନ୍ତି । ସର୍ବପ୍ରଥମେ ଏହି ଦ୍ୱିତୀୟ ଲହର ବିଷୟରେ ଲୋକଙ୍କୁ ଜଣାନ୍ତୁ ବୋଲି ମୁଁ ଚାହୁଁଛି । ଚିକିତ୍ସା ଦୃଷ୍ଟିରୁ ଏହା କିପରି ଭିନ୍ନ ଏବଂ ଏଥିପାଇଁ କି କି ସତର୍କତାର ଆବଶ୍ୟକତା ରହିଛି?
ଡା. ଶଶାଙ୍କ - ଧନ୍ୟବାଦ ସାର୍, ଇଏ ଯେଉଁ ଦ୍ୱିତୀୟ ଲହର ଆସିଛି, ଏହା ଦ୍ରୁତ ଗତିରେ ଆସିଛି । ପ୍ରଥମେ ଯେଉଁ ଲହର ଚାଲିଥିଲା, ତା’ ଅପେକ୍ଷା ଏଥର ଭାଇରସ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି । କିନ୍ତୁ, ଭଲ କଥା ଯେ, ତା’ଠାରୁ ଅଧିକ ବେଗରେ ଲୋକେ ସୁସ୍ଥ ମଧ୍ୟ ହେଉଛନ୍ତି ଏବଂ ମୃତ୍ୟୁହାର ଯଥେଷ୍ଟ କମ ରହିଛି । ଏଥିରେ ୨-୩ଟି ପାର୍ଥକ୍ୟ ରହିଛି । ପ୍ରଥମତଃ, ଏହା ଯୁବଗୋଷ୍ଠୀ ଏବଂ ଶିଶୁମାନଙ୍କ ମଧ୍ୟରେ ବି କିଛି ମାତ୍ରାରେ ଦେଖାଯାଉଛି । ଏହାର ଲକ୍ଷଣ ପୂର୍ବ ଥରର ଲକ୍ଷଣ ଯେମିତିକି ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା, ଶୁଖିଲା କାଶ ହେବା, ଜ୍ୱର ହେବା, ଏସବୁ ତ ରହିଛି, ତା’ ସାଙ୍ଗକୁ ଗନ୍ଧ ବାରି ନ ପାରିବା, ସ୍ୱାଦ ଜାଣି ନ ପାରିବା ଭଳି ଲକ୍ଷଣ ମଧ୍ୟ ରହିଛି । ଲୋକେ ମଧ୍ୟ କିଛି ମାତ୍ରାରେ ଭୟଭୀତ ହୋଇଛନ୍ତି । ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଶତକଡ଼ା ୮୦ରୁ ୯୦ ଭାଗ ଲୋକଙ୍କଠାରେ ଏହାର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ଯେଉଁ ମ୍ୟୁଟେସନ୍ କଥା କହୁଛନ୍ତି, ସେଥିରେ ଡରିବାର କୌଣସି କାରଣ ନାହିଁ । ଏହି ମ୍ୟୁଟେସନ ଏକ ନିରନ୍ତର ପ୍ରକ୍ରିୟା । ଆମେ ପୋଷାକ ପରିବର୍ତ୍ତନ କରିବା ଭଳି, ଭାଇରସ୍ ନିଜ ରୂପ ପରିବର୍ତନ କରୁଛି । ତେଣୁ ଭୟ କରିବାର କୌଣସି କାରଣ ନାହିଁ । ଏହି ଲହରର ମୁକାବିଲା କରିବାରେ ଆମେ ସଫଳତା ଲାଭ କରିବା । ଲହର ଏମିତି ଚାଲିଥାଏ । ଭାଇରସ୍ ମଧ୍ୟ ଏମିତି ଆସୁଥାଏ-ଯାଉଥାଏ । ସେଥିପାଇଁ ଏମିତି ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆମେ ସତର୍କ ରହିବା ଉଚିତ । ଏହା ୧୪ରୁ ୨୧ ଦିନର ଗୋଟିଏ କୋଭିଡ ଟାଇମ-ଟେବୁଲ । ଏଥିରେ ଡାକ୍ତରମାନଙ୍କ ପରାମର୍ଶ ନେବା ଆବଶ୍ୟକ ।
ମୋଦି ଜୀ - ଡା. ଶଶାଙ୍କ, ଆପଣ ଯେଉଁ ବିଶ୍ଲେଷଣ କଲେ, ତାହା ମୋ ପାଇଁ ବହୁତ କୌତୂହଳପ୍ରଦ । ମୁଁ ଅନେକ ଚିଠି ପାଇଛି, ଯେଉଁଥିରେ ଚିକିତ୍ସା ବିଷୟରେ ଲୋକଙ୍କ ମନରେ ଅନେକ ଆଶଙ୍କା ରହିଛି । କେତେକ ଔଷଧର ଚାହିଦା ବହୁତ ବଢ଼ିଛି । ଏଥିପାଇଁ ମୁଁ ଚାହୁଁଛି ଯେ, ଆପଣ କୋଭିଡ୍ର ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ନିଶ୍ଚୟ କିଛି କୁହନ୍ତୁ ।
ଡା. ଶଶାଙ୍କ- ହଁ ସାର୍, ଲୋକେ ଚିକିତ୍ସା ପାଇଁ ବିଳମ୍ବରେ ଡାକ୍ତରଖାନା ଆସୁଛନ୍ତି । ରୋଗ ଆପେ ଆପେ ଭଲ ହୋଇଯିବ ବୋଲି ଭାବୁଛନ୍ତି । ମୋବାଇଲରେ ଆସୁଥିବା କଥାଗୁଡ଼ିକ ଉପରେ ବିଶ୍ୱାସ କରୁଛନ୍ତି । ଯଦି ସେମାନେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୂଚନାକୁ ପାଳନ କରିଥାନ୍ତେ, ତାହେଲେ ଏଭଳି କଠିନ ପରିସ୍ଥିତି ଉପୁଜି ନ ଥାନ୍ତା । କୋଭିଡ୍ରେ କ୍ଲିନିକ୍ ଟ୍ରିଟମେଣ୍ଟ ପ୍ରୋଟୋକଲ୍ ରହିଛି । ସେଥିରେ ତିନି ପ୍ରକାର ତୀବ୍ରତା କଥା କୁହାଯାଇଛି – ହାଲ୍କା ବା ମାଇଲ୍ଡ କୋଭିଡ୍, ମଧ୍ୟମ ବା ମଡ୍ରେଟ୍ କୋଭିଡ୍ ଏବଂ ତୀବ୍ର ବା ସିଭିୟର୍ କୋଭିଡ୍। ମାଇଲ୍ଡ୍ କୋଭିଡ୍ କ୍ଷେତ୍ରରେ ଆମେ ଅକ୍ସିଜେନ୍ ମନିଟରିଂ ବା ଅମ୍ଳଜାନର ମାତ୍ରାକୁ ତଦାରଖ କରିଥାଉ, ଜ୍ୱର ବଢ଼ିଗଲେ ବେଳେବେଳେ ପାରାସିଟାମଲ୍ ଭଳି ଔଷଧ ବ୍ୟବହାର କରିଥାଉ । ଏଭଳି ପରିସ୍ଥିତିରେ ନିଜର ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ । ମଧ୍ୟମ ଏବଂ ତୀବ୍ର କୋଭିଡ୍ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ । ଭଲ ଔଷଧ ସୁଲଭ ମୂଲ୍ୟରେ ଉପଲବ୍ଧ । ସେଥିରେ ରହିଥିବା ଷ୍ଟେରଏଡ୍ ଜୀବନ ରକ୍ଷା କରିପାରେ । ଇନ୍ହେଲର୍ ଏବଂ ଟ୍ୟାବଲେଟ୍ ମଧ୍ୟ ଦିଆଯାଇପାରେ । ତା’ସହିତ ଅମ୍ଳଜାନ ମଧ୍ୟ ଦେବାକୁ ପଡ଼ିଥାଏ । ଏଥିପାଇଁ ଛୋଟ ଛୋଟ ଚିକିତ୍ସାମାନ ରହିଛି, କିନ୍ତୁ, ପ୍ରାୟତଃ ଦେଖାଯାଇଥାଏ ଯେ, ଗୋଟିଏ ନୂଆ ପ୍ରୟୋଗାତ୍ମକ ଔଷଧ ରହିଛି, ଯାହାର ନାଁ ରେମ୍ଡେସିଭିର୍ । ଏହି ଔଷଧ ଯୋଗୁଁ ଗୋଟିଏ କଥା ନିଶ୍ଚିତ ହୋଇଥାଏ ଯେ ଡାକ୍ତରଖାନାରେ ୨-୩ ଦିନ କମ୍ ରହିବାକୁ ପଡ଼ିଥାଏ ଏବଂ କ୍ଲିନିକାଲ୍ ରିକଭରିରେ ଏହା ଟିକିଏ ସାହାଯ୍ୟ କରିଥାଏ । ଏ ଔଷଧ ପୁଣି କେତେବେଳେ କାମ କରେ? ଯଦି ଏହି ଔଷଧକୁ ପ୍ରଥମ ୯-୧୦ ଦିନରେ ଦିଆଯାଏ ତାହେଲେ ଏହା ଭଲ କାମ କରିଥାଏ । ଆଉ ଏହାକୁ ପାଂଚଦିନ ଦେବାକୁ ହୋଇଥାଏ। ତେଣୁ ଲୋକେ ରେମ୍ଡେସିଭିର ପଛରେ ଯେମିତି ଧାଇଁଛନ୍ତି, ତାହା ଉଚିତ ନୁହେଁ । ଏହି ଔଷଧକୁ ଅତି ଜରୁରୀ ନ ଥିଲେ ଦିଆଯାଏ ନାହିଁ । ଯେଉଁମାନଙ୍କର ଅମ୍ଳଜାନ ଦରକାର ହୋଇଥାଏ, ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତି ହେବାକୁ ପଡ଼ିଥାଏ, ସେହିମାନେ ହିଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହି ଔଷଧ ପ୍ରୟୋଗ କରିବା ଉଚିତ। ସମସ୍ତେ ଏକଥା ବୁଝିବା ନିହାତି ଆବଶ୍ୟକ । ଯଦି ଆମେ ପ୍ରାଣାୟାମ କରିବା, ଆମର ଶରୀରର ଫୁସ୍ଫୁସ୍କୁ ପ୍ରସାରିତ କରିବା ଏବଂ ରକ୍ତକୁ ପତଳା କରିବା ପାଇଁ ଯେଉଁ ଇଞ୍ଜେକସନ ଦିଆଯାଇଥାଏ, ଯାହାକୁ ଆମେ ହେପାରିନ୍ କହୁଁ, ଏହି ଛୋଟ ଛୋଟ ଔଷଧରେ ହିଁ ଶତକଡ଼ା ୯୮ ଭାଗ ଲୋକେ ଭଲ ହୋଇଯାଆନ୍ତି । କିନ୍ତୁ ମନରେ ସକାରାତ୍ମକ ଭାବନା ରହିବା ବହୁତ ଜରୁରୀ । ଟ୍ରିଟମେଣ୍ଟ ପ୍ରୋଟୋକଲ୍ ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ହେବା ନିହାତି ଆବଶ୍ୟକ । ଦାମିକା ଔଷଧ ପଛରେ ଗୋଡ଼ାଇବାର କୌଣସି ଆବଶ୍ୟକତା ନାହିଁ । ସାର୍, ଆମ ନିକଟରେ ଉତମ ଚିକିତ୍ସାର ଉପଲବ୍ଧତା ଅଛି, ଅମ୍ଳଜାନ ରହିଛି, ଭେଣ୍ଟିଲେଟର୍ର ସୁବିଧା ରହିଛି - ସବୁ କିଛି ଅଛି ସାର୍, ଆଉ ଯଦି କେବେ କେବେ ଏହି ଔଷଧ ମିଳେ ତାହେଲେ ଯୋଗ୍ୟ ରୋଗୀଙ୍କୁ ହିଁ ଦିଆଯିବା ଉଚିତ । ଏହି କ୍ଷେତ୍ରରେ ବହୁତ ଭୁଲ ଧାରଣା ରହିଛି । ତେଣୁ ଏକଥା ସ୍ପଷ୍ଟ କରିଦେବାକୁ ଚାହୁଁଛି ସାର୍, ଯେ ଆମ ପାଖରେ ବିଶ୍ୱର ଶ୍ରେଷ୍ଠ ଚିକିତ୍ସା ଉପଲବ୍ଧ । ଆପଣ ଲକ୍ଷ୍ୟ କରିବେ ଯେ, ଭାରତରେ ଆରୋଗ୍ୟ ହାର ସବୁଠାରୁ ଅଧିକ । ଆପଣ ଯଦି ଇଉରୋପ କିମ୍ବା ଆମେରିକା ସହ ତୁଳନା କରିବେ ତାହେଲେ ଦେଖିବେ ଯେ, ତାଙ୍କ ଅପେକ୍ଷା ଆମ ଟ୍ରିଟମେଣ୍ଟ ପ୍ରୋଟୋକଲ୍ରେ ଅଧିକ ରୋଗୀ ଭଲ ହେଉଛନ୍ତି ସାର୍ ।
ମୋଦି ଜୀ -ଡା. ଶଶାଙ୍କ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଡା. ଶଶାଙ୍କ ଆମକୁ ଯାହା ସୂଚନା ଦେଲେ, ସେସବୁ ନିହାତି ଜରୁରୀ ଏବଂ ଆମମାନଙ୍କ କାମରେ ଲାଗିବ ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଯଦି ଆପଣଙ୍କର କୌଣସି ସୂଚନା ଦରକାର ହୁଏ, ଯଦି କୌଣସି ଆଶଙ୍କା ଥାଏ, ତାହେଲେ ଉଚିତ ସ୍ରୋତରୁ ହିଁ ସୂଚନା ଗ୍ରହଣ କରନ୍ତୁ, ଯେମିତିକି ଆପଣଙ୍କ ଫ୍ୟାମିଲି ଡାକ୍ତର ହୁଅନ୍ତୁ, ପାଖରେ ଥିବା ଡାକ୍ତର ହୁଅନ୍ତୁ, ଆପଣ ସେମାନଙ୍କୁ ଟେଲିଫୋନରେ ଯୋଗାଯୋଗ କରି ତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ମୁଁ ଲକ୍ଷ୍ୟ କରୁଛି, ଆମର ଅନେକ ଡାକ୍ତର ସ୍ୱୟଂ ଏହି ଦାୟିତ୍ୱ ଗ୍ରହଣ କରୁଛନ୍ତି । ଅନେକ ଡାକ୍ତର ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସୂଚନା ପ୍ରଦାନ କରୁଛନ୍ତି । ଫୋନରେ, ହ୍ୱାଟ୍ସଆପ୍ ମାଧ୍ୟମରେ ବି ପରାମର୍ଶ ଦେଉଛନ୍ତି । ଅନେକ ଡାକ୍ତରଖାନାର ୱେବ୍ସାଇଟ୍ ରହିଛି, ଯେଉଁଠି ସୂଚନା ଉପଲବ୍ଧ ହେଉଛି । ସେଠାରେ ଆପଣ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ । ଏହା ବହୁତ ପ୍ରଶଂସନୀୟ ।
ମୋ ସହିତ ଶ୍ରୀନଗରରୁ ଡାକ୍ତର ନାୱିଦ୍ ନଜିର ଶାହ ଯୋଡ଼ି ହୋଇଛନ୍ତି । ଡାକ୍ତର ନାୱିଦ୍ ହେଉଛନ୍ତି ଶ୍ରୀନଗରର ଗୋଟିଏ ସରକାରୀ ଭେଷଜ ମହାବିଦ୍ୟାଳୟର ଜଣେ ପ୍ରଫେସର । ଡା. ନାୱିଦ୍ ନିଜ ଉଦ୍ୟମରେ ଅନେକ କରୋନା ରୋଗୀଙ୍କୁ ସୁସ୍ଥ କରିସାରିଛନ୍ତି, ତା’ଛଡ଼ା ରମଜାନ୍ର ଏହି ପବିତ୍ର ମାସରେ ବି ଡା. ନାୱିଦ୍ ନିଜ କାର୍ଯ୍ୟ କରିଚାଲିଛନ୍ତି । ସେ ଆମ ସହିତ କଥା ହେବାପାଇଁ ସମୟ ମଧ୍ୟ ବାହାର କରିଛନ୍ତି । ଆସନ୍ତୁ ତାଙ୍କରି ସହ କଥା ହେବା ।
ମୋଦି ଜୀ - ନାୱିଦ୍ ଜୀ ନମସ୍କାର ।
ଡା. ନାୱିଦ୍ - ନମସ୍କାର ସାର୍ ।
ମୋଦି ଜୀ - ଡା. ନାୱିଦ୍, ଆମ ‘ମନ୍ କି ବାତ୍’ର ଶ୍ରୋତାମାନେ ଏହି କଠିନ ସମୟରେ ପାନିକ୍ ମାନେଜ୍ମେଣ୍ଟ ସମ୍ପର୍କରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ଆପଣ ନିଜ ଅନୁଭୂତିରୁ ସେମାନଙ୍କୁ କ’ଣ ଉତର ଦେବେ?
ଡା. ନାୱିଦ୍- ଦେଖନ୍ତୁ, କରୋନା ଆରମ୍ଭ ହେବା ସମୟରେ କାଶ୍ମୀରର ଯେଉଁ ହସପିଟାଲକୁ ପ୍ରଥମ କୋଭିଡ ହସ୍ପିଟାଲ୍ ଭାବରେ ରୂପାନ୍ତରିତ କରାଯାଇଥିଲା, ତାହାଥିଲା ଆମର ସିଟି ହସପିଟାଲ୍ । ସେହି ହସ୍ପିଟାଲ ଭେଷଜ ମହାବିଦ୍ୟାଳୟ ଅଧିନରେ ହିଁ ରହିଛି । ସେତେବେଳେ ଗୋଟିଏ ଭୟର ବାତାବରଣ ଥିଲା । ଲୋକଙ୍କ ମନରେ ତ ଏହା ନିଶ୍ଚିତ ଭାବେ ରହିଥିଲା, ଯେ ଯଦି କେହି କରୋନା ସଂକ୍ରମିତ ହେଲା, ତାହେଲେ ତାହାକୁ ମୃତ୍ୟୁଦଣ୍ଡ ବୋଲି ଧରି ନିଆଯାଉଥିଲା । ଆମ ଚିକିତ୍ସାଳୟରେ ଯେଉଁ ଡାକ୍ତରମାନେ କିମ୍ବା ପାରା-ମେଡିକାଲ ଷ୍ଟାଫ୍ କାମ କରୁଥିଲେ, ସେମାନଙ୍କ ମନରେ ବି ଗୋଟିଏ ଭୟର ବାତାବରଣ ଥିଲା ଯେ, ଏଭଳି ରୋଗୀଙ୍କୁ ଆମେ କେମିତି ଚିକିତ୍ସା କରିବା? ଏଥିରେ ଆମ ପ୍ରତି ସଂକ୍ରମଣର ଭୟ ନାହିଁ ତ? କିନ୍ତୁ ସେହି ସମୟରେ ଆମେ ଅନୁଭବ କଲୁ ଯେ, ଯଦି ଆମେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ପୋଷାକ (ପ୍ରୋଟେକ୍ଟିଭ୍ ଗିୟର୍) ପରିଧାନ କରିବା, ଅନ୍ୟ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରିବା, ତାହେଲେ ଆମେ ନିଜେ ସୁରକ୍ଷିତ ରହିବା ସହ ଆମର ଅନ୍ୟ କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ରହିପାରିବେ । ଆଗକୁ ଆମେ ଏ କଥା ମଧ୍ୟ ଲକ୍ଷ୍ୟ କଲୁ ଯେ, କିଛି ରୋଗୀଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଉନଥିଲା । ଆମେ ଦେଖିଲୁ ଯେ, ପ୍ରାୟଃ ଶତକଡ଼ା ୯୦ରୁ ୯୫ ଭାଗରୁ ଅଧିକ ରୋଗୀ ବିନା ଚିକିତ୍ସାରେ ମଧ୍ୟ ଆରୋଗ୍ୟ ଲାଭ କରୁଛନ୍ତି । ତେଣୁ ସମୟକ୍ରମେ ଲୋକଙ୍କ ମନରୁ କରୋନା ପ୍ରତି ରହିଥିବା ଭୟ ବହୁ ମାତ୍ରାରେ ଦୂର ହେଇଗଲା । ଏବେ ଇଏ ଯେଉଁ ଦ୍ୱିତୀୟ ଲହର ଆସିଛି, ଏଥିରେ ମଧ୍ୟ ଭୟଭୀତ ହେବା ଦରକାର ନାହିଁ । ଏଥର ମଧ୍ୟ ଯେଉଁ ସବୁ ସୁରକ୍ଷା ଉପାୟ ରହିଛି, ଯାହା ଏସ୍.ଓ.ପି. ରହିଛି, ସେଗୁଡ଼ିକ ଅବଲମ୍ବନ କଲେ – ଯେମିତିକି ମାସ୍କ ପିନ୍ଧିବା, ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା କିମ୍ବା ସାମାଜିକ କାର୍ଯ୍ୟରେ ଏକାଠି ହେବା ଆଦିକୁ ଏଡ଼ାଇ ଦେଲେ, ଆମ ଦୈନନ୍ଦିନ କାର୍ଯ୍ୟକୁ ଆମେ ସୁଚାରୁ ରୂପେ କରିପାରିବା ଏବଂ ଏହି ବ୍ୟାଧିରୁ ସୁରକ୍ଷା ମଧ୍ୟ ପାଇପାରିବା ।
ମୋଦି ଜୀ - ଡା. ନାୱିଦ୍, ଟିକାକୁ ନେଇ ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି, ଯେମିତିକି - ଟିକା କେତେ ସୁରକ୍ଷା ପ୍ରଦାନ କରିପାରିବ, ଟିକା ନେବା ପରେ ଆମେ ସୁରକ୍ଷିତ ବୋଲି ଆଶ୍ୱସ୍ତ ହୋଇପାରିବା କି? ଏ ବିଷୟରେ ଆପଣ ଏଠାରେ କିଛି କୁହନ୍ତୁ । ଶ୍ରୋତାମାନେ ବହୁତ ଉପକୃତ ହେବେ ।
ଡା. ନାୱିଦ୍-କରୋନା ସଂକ୍ରମଣ କଥା ଯେବେଠାରୁ ଆମ ସାମ୍ନାକୁ ଆସିଲା, ସେଦିନଠାରୁ ଆଜି ଯାଏ ଆମ ପାଖରେ କୋଭିଡ୍-୧୯ ପାଇଁ କୌଣସି ପ୍ରଭାବଶାଳୀ ଚିକିତ୍ସା ନାହିଁ । ତେଣୁ, ଆମେ କେବଳ ଦୁଇଟି ଉପାୟରେ ଏହି ସମସ୍ୟାକୁ ପ୍ରତିହତ କରିପାରିବା । ପ୍ରଥମତଃ ସୁରକ୍ଷା ଉପାୟ ଏବଂ ଦ୍ୱିତୀୟରେ ଯଦି କୌଣସି ପ୍ରଭାବଶାଳୀ ଟିକା ଆମକୁ ମିଳିଯାଏ, ତାହା ଆମକୁ ଏହି ରୋଗରୁ ମୁକ୍ତି ଦେଇପାରିବ । ଆମ ଦେଶରେ ଏବେ ଦୁଇଟି ଟିକା ଉପଲବ୍ଧ - କୋଭାକ୍ସିନ ଓ କୋଭିସିଲ୍ଡ, ଯାହା ଆମରି ଦେଶରେ ତିଆରି ହୋଇଥିବା ଟିକା । କମ୍ପାନୀମାନେ କରିଥିବା ପ୍ରୟୋଗରେ ଦେଖାଯାଇଛି ଯେ, ଏହାର କାର୍ଯ୍ୟକାରିତା ୬୦ ପ୍ରତିଶତରୁ ମଧ୍ୟ ଅଧିକ । ଆଉ, ଜାମ୍ମୁ-କାଶ୍ମୀର କଥା କହିବାକୁ ଗଲେ, ଆମ କେନ୍ଦ୍ରଶାସିତ ଅଞ୍ଚଳରେ ଏ ଯାଏ ୧୫ରୁ ୧୬ ଲକ୍ଷ ଲୋକ ଏହି ଟିକା ନେଇସାରିଛନ୍ତି । ହଁ, ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ କିଛି ଭ୍ରମଧାରଣା ଦେଖିବାକୁ ମିଳିଛି ଯେ ଏହାର ଏ ସବୁ ପାର୍ଶ୍ଵ ପ୍ରତିକ୍ରିୟା ରହିଛି । କିନ୍ତୁ ଆମ ପାଖରେ ଯେଉଁମାନେ ଏ ଟିକା ଗ୍ରହଣ କରିଛନ୍ତି, ସେମାନଙ୍କଠାରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି । କେବଳ ଯାହା ପ୍ରତ୍ୟେକ ଟିକା କ୍ଷେତ୍ରରେ ଦେଖାଯାଏ, କାହାକୁ ଟିକିଏ ଜ୍ୱର ହୋଇଥାଏ, କାହାକୁ ସାରା ଶରୀର ଦରଜ ବା କାହାକୁ ଇଂଜେକ୍ସନ ଦିଆଯାଇଥିବା ସ୍ଥାନରେ ଦରଜ ହେବାଭଳି ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଆମେ ପ୍ରତ୍ୟେକ ରୋଗୀଙ୍କଠାରେ ଦେଖିବାକୁ ପାଇଛୁ, କିନ୍ତୁ ମୋଟାମୋଟି ସେମିତି କୌଣସି ବଡ଼ ଧରଣର ପାର୍ଶ୍ଵ ପ୍ରତିକ୍ରିୟା ଆମେ ଦେଖିବାକୁ ପାଇନୁ । ଆଉ ହଁ, ଦ୍ୱିତୀୟ କଥା, ଲୋକଙ୍କ ମନରେ ଯାହା ଆଶଙ୍କା ଥିଲା ଯେ, କିଛି ଲୋକ ଟିକା ନେବାପରେ ମଧ୍ୟ ପଜେଟିଭ୍ ହୋଇଗଲେ, ସେ କ୍ଷେତ୍ରରେ କମ୍ପାନୀର ଗାଇଡ୍ଲାଇନ୍ ରହିଛି ଯେ, ଟିକା ନେବାପରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହୁଅନ୍ତି, ତା ହେଲେ ସେ ପଜିଟିଭ୍ ହୋଇପାରନ୍ତି; କିନ୍ତୁ ରୋଗର ସିଭିୟରିଟି ବା ସେହି ରୋଗୀମାନଙ୍କଠାରେ ଏହା ସେତେଟା ଘାତକ ହେବନି । ତେଣୁ ଟିକା ବିଷୟରେ ଆମ ମନରେ ଯାହା କିଛି ଭ୍ରମଧାରଣା ରହିଛି, ତାହା ଆମେ ମନରୁ ଦୂର କରିଦେବା ଉଚିତ ଏବଂ ଆଉ ଯାହାର ପାଳି ଆସିବ ମଇ ୧ ତାରିଖରୁ ଆମ ଦେଶରେ ଯେଉଁମାନଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ୱ, ସେମାନଙ୍କୁ ଟିକା ଦିଆଯିବାର କାର୍ଯ୍ୟକ୍ରମ ଆରମ୍ଭ ହେବ । ତେଣୁ, ଲୋକମାନଙ୍କୁ ଏହାହିଁ ଅନୁରୋଧ କରିବୁ ଯେ, ଆପଣମାନେ ଆସନ୍ତୁ – ଟିକା ନିଅନ୍ତୁ ଏବଂ ନିଜକୁ ସୁରକ୍ଷିତ କରନ୍ତୁ । ଏହାଦ୍ୱାରା ଆମର ସମଗ୍ର ସମାଜ କୋଭିଡ-୧୯ର ସଂକ୍ରମଣରୁ ସୁରକ୍ଷିତ ହୋଇଯିବ ।
ମୋଦି ଜୀ - ଡା. ନାୱିଦ୍, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଆପଣଙ୍କୁ ରମଜାନ ମାସ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ।
ଡା. ନାୱିଦ୍- ଅନେକ ଅନେକ ଧନ୍ୟବାଦ ।
ବନ୍ଧୁଗଣ, କରୋନାର ଏହି ସଙ୍କଟ ସମୟରେ ଟିକାର ଗୁରୁତ୍ୱ ସମସ୍ତେ ଉପଲବ୍ଧି କରୁଛନ୍ତି । ତେଣୁ, ଟିକାକୁ ନେଇ କୌଣସି ଗୁଜବରେ ବିଶ୍ୱାସ ନ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ, ଭାରତ ସରକାରଙ୍କ ତରଫରୁ ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣା ଟିକା ଯୋଗାଇ ଦିଆଯାଇଛି । ଯାହାର ଲାଭ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ବ୍ୟକ୍ତି ନେଇପାରିବେ । ଏବେ ତ ମଇ ୧ ତାରିଖରୁ ଦେଶରେ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଟିକା ଉପଲବ୍ଧ ହେବାକୁ ଯାଉଛି। ଏବେ ଦେଶର କର୍ପୋରେଟ୍ ସେକ୍ଟର, କମ୍ପାନୀମାନେ ମଧ୍ୟ ନିଜ କର୍ମଚାରୀମାନଙ୍କୁ ଟିକା ଦେବାର ଅଭିଯାନରେ ଅଂଶଗ୍ରହଣ କରିପାରିବେ । ମୁଁ ଏ କଥା ମଧ୍ୟ କହିବାକୁ ଚାହୁଁଛି ଯେ, ଭାରତ ସରକାରଙ୍କ ତରଫରୁ ମାଗଣା ଟିକା ଦେବାର ଯେଉଁ କାର୍ଯ୍ୟକ୍ରମ ଏବେ ଚାଲିଛି, ତାହା ଆଗକୁ ମଧ୍ୟ ଜାରି ରହିବ । ରାଜ୍ୟମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ, ସେମାନେ ଭାରତ ସରକାରଙ୍କର ଏହି ମାଗଣା ଟିକା ଅଭିଯାନର ଲାଭ ନିଜ ରାଜ୍ୟର ଅଧିକାଂଶ ଲୋକଙ୍କ ନିକଟକୁ ପହଞ୍ଚାନ୍ତୁ ।
ବନ୍ଧୁଗଣ, ଆମେ ସମସ୍ତେ ଜାଣିଛୁ ଯେ, ରୋଗ ହେଲେ ଆମ ପାଇଁ ଆମର, ନିଜ ପରିବାରର ଯତ୍ନ ନେବା – ମାନସିକ ସ୍ତରରେ କେତେ କଠିନ କାର୍ଯ୍ୟ । କିନ୍ତୁ, ଆମ ଚିକିତ୍ସାଳୟର ନର୍ସିଂ ଷ୍ଟାଫ୍ମାନଙ୍କୁ ଏହି କାର୍ଯ୍ୟ ନିରନ୍ତର ଭାବେ ଅନେକ ରୋଗୀମାନଙ୍କ ପାଇଁ କରିବାକୁ ପଡ଼ିଥାଏ । ଏହି ସେବା ଭାବନା ଆମ ସମାଜର ଗୋଟିଏ ବହୁତ ବଡ଼ ଶକ୍ତି । ନର୍ସିଂ ଷ୍ଟାଫ୍ଙ୍କ ଦ୍ୱାରା କରାଯାଉଥିବା ସେବାକାର୍ଯ୍ୟ ଏବଂ ପରିଶ୍ରମ ସମ୍ପର୍କରେ ସବୁଠୁ ଭଲ ଭାବେ କୌଣସି ନର୍ସ ହିଁ କହିପାରିବେ । ତେଣୁ ମୁଁ ରାୟପୁରର ଡ. ବି.ଆର୍. ଆମ୍ବେଦକର୍ ମେଡିକାଲ କଲେଜ ହସ୍ପିଟାଲରେ ନିଜର ସେବା ପ୍ରଦାନ କରୁଥିବା ସିଷ୍ଟର ଭାବ୍ନା ଧୃବଙ୍କୁ ‘ମନ୍ କି ବାତ୍’ରେ ନିମନ୍ତ୍ରିତ କରିଛି । ସେ ଅନେକ କରୋନା ରୋଗୀଙ୍କ ଯତ୍ନ ନେଉଛନ୍ତି । ଆସନ୍ତୁ, ତାଙ୍କରି ସହ କଥା ହେବା ।
ମୋଦି ଜୀ - ନମସ୍କାର ଭାବନା ଜୀ ।
ଭାବନା - ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ ନମସ୍କାର ।
ମୋଦି ଜୀ - ଭାବନା ଜୀ . . .
ଭାବନା - ୟେସ୍ ସାର୍ . . .
ମୋଦି ଜୀ - ‘ମନ୍ କି ବାତ୍’ର ଶ୍ରେତୋମାନଙ୍କୁ ଆପଣ ନିଶ୍ଚୟ କୁହନ୍ତୁ ଯେ, ଆପଣଙ୍କ ପରିବାରର ଦାୟିତ୍ୱ ଓ ବିଭିନ୍ନ କାର୍ଯ୍ୟ ସାଙ୍ଗକୁ ଆପଣ କରୋନା ରୋଗୀମାନଙ୍କର ମଧ୍ୟ ଯତ୍ନ ନେଉଛନ୍ତି । କରୋନା ରୋଗୀମାନଙ୍କ ସହିତ ଆପଣଙ୍କ ଅନୁଭୂତି କିଭଳି ଥିଲା, ତାହା ଦେଶବାସୀ ନିଶ୍ଚୟ ଶୁଣିବାକୁ ଚାହିଁବେ କାରଣ, ସିଷ୍ଟର୍ମାନେ, ନର୍ସମାନେ ରୋଗୀଙ୍କ ଅତି ନିକଟ ସଂସ୍ପର୍ଶରେ ଆସନ୍ତି ଏବଂ ଦୀର୍ଘ ସମୟ ଧରି ସେମାନଙ୍କ ନିକଟରେ କାର୍ଯ୍ୟ କରନ୍ତି । ସେମାନେ ପ୍ରତ୍ୟେକ କଥାକୁ ସୂକ୍ଷ୍ମ ଭାବେ ବୁଝିପାରନ୍ତି । ତେଣୁ କୁହନ୍ତୁ –
ଭାବନା - ଆଜ୍ଞା, କୋଭିଡ୍କୁ ନେଇ ମୋର ଦୁଇମାସର ଅନୁଭୂତି ରହିଛି । ଆମେ ୧୪ ଦିନ କାର୍ଯ୍ୟ କରୁଛୁ ଏବଂ ୧୪ ଦିନ ପରେ ଆମକୁ ବିଶ୍ରାମ ଦିଆଯାଇଥାଏ । ସାର୍ ପୁଣି ଦୁଇ ମାସ ପରେ ଆମର ଏହି କୋଭିଡ୍ ଡ୍ୟୁଟି ରିପିଟ୍ ହୋଇଥାଏ । ଯେତେବେଳେ ପ୍ରଥମେ ମୋର କୋଭିଡ୍ ଡ୍ୟୁଟି ପଡ଼ିଲା, ସେତେବେଳେ ମୁଁ ନିଜ ପରିବାର ଲୋକଙ୍କୁ ଏ କଥା ଜଣାଇଲି । ଏହା ଗତବର୍ଷ ମଇ ମାସର କଥା । ମୁଁ କହିବା ମାତ୍ରେ ପରିବାରର ସମସ୍ତେ ଭୟଭୀତ ହୋଇଯାଇଥିଲେ । ବ୍ୟସ୍ତହୋଇ କହିଥିଲେ, ଝିଅ, ସୁରକ୍ଷିତ ହୋଇ କାମ କରିବୁ। ଗୋଟେ ଇମୋସ୍ନାଲ୍ ପରିସ୍ଥିତି ସୃଷ୍ଟି ହୋଇଥିଲା । ମଝିରେ ଯେତେବେଳେ ମୋ ଝିଅ ମୋତେ ପଚାରିଲା – ମା’ ତମେ କୋଭିଡ୍ ଡ୍ୟୁଟି କରିବାକୁ ଯାଉଛ? ତାହା ମୋ ପାଇଁ ସବୁଠୁ ବଡ଼ ଇମୋସନାଲ ମୋମେଂଟ ଥିଲା । କିନ୍ତୁ, ମୁଁ ଯେତେବେଳେ କୋଭିଡ୍ ରୋଗୀ ପାଖକୁ ଗଲି, ମୁଁ ଗୋଟିଏ ଦାୟିତ୍ୱ ଘରେ ଛାଡ଼ିଦେଇ ଯାଇଥିଲି ଆଉ ସାର୍ ମୁଁ ଯେତେବେଳେ କୋଭିଡ୍ରୋଗୀଙ୍କ ସହ ମିଶିଲି, ମୋ ଝିଅ ଆହୁରି ଅଧିକ ବ୍ୟତିବ୍ୟସ୍ତ ହୋଇପଡ଼ିଲା । ସାର୍, କୋଭିଡ୍ ନାଁରେ ସବୁ ରୋଗୀ ଏତେ ଭୟଭୀତ ଥିଲେ ଯେ, ସେମାନଙ୍କ ସହ କ’ଣ ଚାଲିଛି, ଆଗକୁ ଆମେ କ’ଣ କରିବାକୁ ଯାଉଛୁ - ତାହା ସେମାନେ ବୁଝିପାରୁ ନ ଥିଲେ । ଆମେ ତାଙ୍କ ଭୟକୁ ଦୂର କରିବା ପାଇଁ ସେମାନଙ୍କ ସହିତ ଖୁବ୍ ଭଲ ବ୍ୟବହାର କରିବା ସହ ତାଙ୍କୁ ଗୋଟିଏ ଉତମ ସୁସ୍ଥ ବାତାବରଣ ଦେଲୁ । ଯେବେଠାରୁ ଆମକୁ ଏହି କୋଭିଡ୍ ଡ୍ୟୁଟି କରିବାକୁ କୁହାଗଲା, ସେତେବେଳେ ସର୍ବପ୍ରଥମେ ଆମକୁ ପି.ପି.ଇ. କିଟ୍ ପିନ୍ଧିବାକୁ କୁହାଗଲା, ଯାହା ବହୁତ କଷ୍ଟଦାୟକ । ପି.ପି.ଇ. କିଟ୍ ପିନ୍ଧି ଡ୍ୟୁଟି କରିବା ଆମମାନଙ୍କ ପାଇଁ ବହୁତ କଠିନ ଥିଲା । ସାର୍, ଦୁଇ ମାସର କାର୍ଯ୍ୟରେ ମୁଁ ୱାର୍ଡ଼ରେ, ଆଇ.ସି.ୟୁ.ରେ, ଆଇସୋଲେସନ୍ରେ – ଏହିଭଳି ପ୍ରତ୍ୟେକ ସ୍ଥାନରେ ୧୪-୧୪ ଦିନ ଡ୍ୟୁଟି କଲି ।
ମୋଦି ଜୀ - ମାନେ, କହିବାକୁ ଗଲେ ଆପଣ ଗତ ଏକବର୍ଷ ଧରି ଏହି କାମ କରୁଛନ୍ତି ।
ଭାବନା - ହଁ ସାର୍, ସେଠି ଯିବା ଆଗରୁ ମୁଁ ଏକଥା ଜାଣି ନ ଥିଲି ଯେ, କେଉଁମାନେ ମୋ ସହକର୍ମୀ । ଆମେ ଗୋଟିଏ ଟିମ୍ ମେମ୍ବର ଭାବେ କାମ କଲୁ । ତାଙ୍କର ଯାହା ସମସ୍ୟା ଥିଲା, ସେସବୁକୁ ଶେୟାର କଲୁ । ଆମେ ରୋଗୀଙ୍କ ବିଷୟରେ ଜାଣିଲୁ ଏବଂ ତାଙ୍କର ମନରେ ଥିବା ଭ୍ରାନ୍ତିକୁ ଦୂର କଲୁ । ସେମାନଙ୍କ ମଧ୍ୟରୁ ଅନେକ ଏଭଳି ଥିଲେ, ଯେଉଁମାନେ କୋଭିଡ୍ ନାଁ କୁ ହିଁ ଭୟ କରୁଥିଲେ । ସେମାନଙ୍କ ହିଷ୍ଟ୍ରି ଲେଖିବା ବେଳକୁ ସେମାନଙ୍କଠାରେ ମଧ୍ୟ ସେହି ଲକ୍ଷଣମାନ ଦେଖାଦେଉଥିଲା । କିନ୍ତୁ ଭୟରେ ସେମାନେ ନିଜର ଟେଷ୍ଟ କରାଇ ପାରୁନଥିଲେ । ସେତେବେଳେ, ଆମେ ତାଙ୍କୁ ବୁଝାଉଥିଲୁ, ଆଉ ସାର୍, ଯେତେବେଳେ ରୋଗୀର ଅବସ୍ଥା ଗୁରୁତର ହେଉଥିଲା, ସେତେବେଳେ ତାଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇସାରିଥିଲା । ସେତେବେଳେ ସେମାନଙ୍କୁ ଆଇ.ସି.ୟୁ.ର ଆବଶ୍ୟକତା ପଡ଼ୁଥିଲା । ସେତେବେଳେ ସେମାନେ ଡାକ୍ତରଖାନାକୁ ଆସୁଥିଲେ ଏବଂ ସାଙ୍ଗରେ ତାଙ୍କର ପୁରା ପରିବାର ଆସୁଥିଲେ । ଆମେ ସେହିଭଳି ଗୋଟିଏ ଦୁଇଟି କେସ୍ ଦେଖିଥିଲୁ । ଆମେ ସବୁ ବୟସର ଲୋକଙ୍କ ସଂସ୍ପର୍ଶରେ ଆସିଲୁ – ଯେଉଁଥିରେ ଛୋଟ ପିଲା, ମହିଳା, ପୁରୁଷ, ବୟସ୍କ ବ୍ୟକ୍ତିଙ୍କ ଭଳି ସବୁ ଶ୍ରେଣୀର ରୋଗୀ ଥିଲେ ସାର୍ । ଆମେ ସେମାନଙ୍କ ସହ କଥା ହେଲୁ । ସମସ୍ତେ ଏ କଥା କହିଲେ ଯେ, ଆମେ ଭୟଭୀତ ହୋଇପଡ଼ିଥିବାରୁ ଆଗରୁ ଆସିପାରିଲୁନି । ସମସ୍ତଙ୍କଠାରୁ ଏହି ଉତ୍ତର ମିଳିଲା ସାର୍ । ଆମେ ତାଙ୍କୁ ବୁଝାଇଲୁ ଯେ, ଭୟ କରିବାର କିଛି ନାହିଁ । ଆପଣ ଆମକୁ ସହଯୋଗ କରନ୍ତୁ, ଆମେ ମଧ୍ୟ ଆପଣଙ୍କୁ ସହଯୋଗ କରିବୁ । ଆପଣ କେବଳ ପ୍ରୋଟୋକଲ୍କୁ ଅନୁସରଣ କରନ୍ତୁ । ଆମେ ଏତିକି ମାତ୍ର କଲୁ ସାର୍ ।
ମୋଦି ଜୀ - ଭାବନା ଜୀ, ଆପଣଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗିଲା । ଆପଣ ନିଜ ଅନୁଭୂତିରୁ ଖୁବ ଉପାଦେୟ ସୂଚନା ଦେଇଛନ୍ତି । ତେଣୁ ଏହାଦ୍ୱାରା ଦେଶବାସୀଙ୍କ ନିକଟକୁ ନିଶ୍ଚୟ ଗୋଟିଏ ସକାରାତ୍ମକ ବାର୍ତା ଯିବ । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଭାବନା ଜୀ ।
ଭାବନା - ଥାଙ୍କ୍ ୟୁ ସୋ ମଚ୍ ସାର୍ . . . ଥାଙ୍କ୍ ୟୁ ସୋ ମଚ୍, ଜୟହିନ୍ଦ ସାର୍ ।
ମୋଦି ଜୀ - ଜୟହିନ୍ଦ ।
ଭାବନା ଜୀ ଆଉ ତାଙ୍କଭଳି ଲକ୍ଷ ଲକ୍ଷ ନର୍ସିଂ ଭାଇ-ଭଉଣୀ ଖୁବ୍ ସୁନ୍ଦର ଭାବେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଖୁବ୍ ପ୍ରେରଣାଦାୟକ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବହୁତ ସଚେତନ ରୁହନ୍ତୁ । ନିଜ ପରିବାରର ମଧ୍ୟ ଯତ୍ନ ନିଅନ୍ତୁ ।
ବନ୍ଧୁଗଣ, ଆମ ସହ ଏବେ ବେଙ୍ଗାଲୁରୁରୁ ସିଷ୍ଟର ସୁରେଖା ଜୀ ମଧ୍ୟ ଯୋଡ଼ି ହୋଇଛନ୍ତି । ସୁରେଖା ଜୀ, କେ.ସି. ଜେନେରାଲ ହସ୍ପିଟାଲ୍ରେ ସିନିୟର ନର୍ସିଂ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତୁ, ତାଙ୍କ ଅନୁଭୁତି ବି ଜାଣିବା –
ମୋଦି ଜୀ - ନମସ୍ତେ ସୁରେଖା ଜୀ ।
ସୁରେଖା - ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ କଥାହେବାର ସୁଯୋଗ ମିଳିଥିବାରୁ ମୁଁ ଖୁବ୍ ଆନନ୍ଦିତ ଓ ଗର୍ବିତ ଅନୁଭବ କରୁଛି ।
ମୋଦି ଜୀ - ସୁରେଖା ଜୀ, ଆପଣ ଏବଂ ଆପଣଙ୍କ ସାଥୀ ନର୍ସ ଓ ହସପିଟାଲ୍ କର୍ମଚାରୀମାନେ ଖୁବ୍ ସୁନ୍ଦର କାମ କରୁଛନ୍ତି । ଦେଶ ଆପଣମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । କୋଭିଡ୍-୧୯ ବିରୋଧରେ ଲଢ଼ିବା ପାଇଁ ଆପଣ ଦେଶବାସୀଙ୍କୁ କି ବାର୍ତ୍ତା ଦେବେ?
ସୁରେଖା- ହଁ ସାର୍ ... ଜଣେ ଦାୟିତ୍ୱବାନ ନାଗରିକ ଭାବେ ମୁଁ ପ୍ରଥମେ କିଛି କହିବାକୁ ଚାହୁଁଛି । ଦୟାକରି ନିଜ ପଡ଼ୋଶୀଙ୍କ ସହ ସହାନୁଭୂତିଶୀଳ ହୁଅନ୍ତୁ ଏବଂ ଆଗୁଆ ପରୀକ୍ଷା ଓ ଠିକ୍ ଅନୁସନ୍ଧାନ ଆମକୁ ମୃତ୍ୟୁହାର କମାଇବାରେ ସାହାଯ୍ୟ କରିବ । ଯଦି ଆପଣ ନିଜଠାରେ କୌଣସି ଲକ୍ଷଣ ଦେଖିବାକୁ ପାଆନ୍ତି, ତେବେ ପାଖ ଡାକ୍ତରଙ୍କୁ ଦେଖାନ୍ତୁ ଓ ଯଥାଶୀଘ୍ର ଚିକିତ୍ସିତ ହୁଅନ୍ତୁ । ତେଣୁ ଲୋକେ ଏହି ରୋଗ ସମ୍ପର୍କରେ ସଚେତନ ହେବା ଦରକାର । ସକାରାତ୍ମକ ହୁଅନ୍ତୁ, ଡରନ୍ତୁ ନାହିଁ ଏବଂ ଚିନ୍ତା କରନ୍ତୁ ନାହିଁ । ତା'ଦ୍ୱାରା ରୋଗୀର ଅବସ୍ଥା ଅଧିକ ଖରାପ ହେବ । ଆମେ ଆମ ସରକାରଙ୍କ ନିକଟରେ କୃତଜ୍ଞ । ଟିକା ପାଇଁ ମଧ୍ୟ ଆମେ ଗର୍ବିତ ଏବଂ ମୁଁ ନିଜେ ଟିକା ନେଇସାରିଛି । ମୋ ଅଭିଜ୍ଞତାରୁ ମୁଁ ଭାରତର ସବୁ ନାଗରିକଙ୍କୁ କହିବାକୁ ଚାହୁଁଛି ଯେ କୌଣସି ଟିକା ୧୦୦ ପ୍ରତିଶତ ସୁରକ୍ଷା ସାଂଗେସାଂଗେ ଦିଏ ନାହିଁ । ପ୍ରତିରୋଧକ ଶକ୍ତି ତିଆରି କରିବା ପାଇଁ ଏହା ସମୟ ନେଇଥାଏ । ଟିକା ନେବାପାଇଁ ଭୟ କରନ୍ତୁ ନାହିଁ । ଦୟାକରି ନିଜେ ଟିକା ନିଅନ୍ତୁ; ଏହାର ବହୁତ କମ୍ ପାଶ୍ୱର୍ ପ୍ରତିକ୍ରିୟା ରହିଛି ଏବଂ ମୁଁ ଏହି ବାର୍ତା ଦେବାକୁ ଚାହୁଁଛି ଯେ ଘରେ ରୁହନ୍ତୁ, ସୁସ୍ଥ ରହନ୍ତୁ; ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ; ନାକ, ଆଖି ପାଟିକୁ ଆବଶ୍ୟକ ନ ଥିଲେ ଛୁଅଁନ୍ତୁ ନାହିଁ । ଦୟାକରି ସାମାଜିକ ଦୂରତା ରଖନ୍ତୁ, ମାସ୍କ ପିନ୍ଧନ୍ତୁ, ସର୍ବଦା ହାତ ଧୁଅନ୍ତୁ ଏବଂ ଘରୋଇ ଉପଚାର କରନ୍ତୁ । ଦୟାକରି ଆୟୁର୍ବେଦିକ କାଢା ପିଅନ୍ତୁ, ବାମ୍ଫ ଆଘ୍ରାଣ କରନ୍ତୁ ଏବଂ ପ୍ରତିଦିନ ପାଟିରେ ପାଣି ଗଳଗଳ କରନ୍ତୁ ଏବଂ ପ୍ରାଣାୟାମ କରିବାକୁ ଚେଷ୍ଟା କରନ୍ତୁ । ହଁ, ଶେଷରେ ଆଉ ଗୋଟିଏ କଥା ଦୟାକରି ଆଗଧାଡ଼ିର କର୍ମୀମାନଙ୍କ ପ୍ରତି ସହାନୁଭୂତିଶୀଳ ହୁଅନ୍ତୁ । ଆମକୁ ଆପଣଙ୍କ ସହଯୋଗ ଦରକାର । ଆମେ ମିଳିମିଶି ଲଢ଼େଇ କରିବା । ଆମେ ଏହି ମହାମାରୀକୁ ହରାଇ ଆଗକୁ ଯିବା । ଲୋକଙ୍କ ପାଇଁ ଏହାହିଁ ମୋର ବାର୍ତ୍ତା ସାର୍ ।
ମୋଦି ଜୀ - ଧନ୍ୟବାଦ ସୁରେଖା ଜୀ ।
ସୁରେଖା - ଧନ୍ୟବାଦ ସାର୍ ।
ମୋଦି ଜୀ - ସୁରେଖା ଜୀ, ସତରେ ଆପଣ ବହୁତ କଠିନ ସମୟରେ ନିଜ କର୍ତବ୍ୟ କରିଚାଲିଛନ୍ତି । ଆପଣ ନିଜର ଯତ୍ନ ନିଅନ୍ତୁ । ଆପଣଙ୍କ ପରିବାରକୁ ମଧ୍ୟ ମୋର ବହୁତ ବହୁତ ଶୁଭକାମନା । ମୁଁ ଦେଶବାସୀଙ୍କୁ ଏକଥା ମଧ୍ୟ କହିବାକୁ ଚାହେଁ ଯେଉଁଭଳି ଭାବନା ଜୀ ଏବଂ ସୁରେଖା ଜୀ ନିଜ ନିଜର ଅନୁଭବ ବାଣ୍ଟିଛନ୍ତି ସେଥିରେ କରୋନା ସହ ଲଢ଼ିବା ପାଇଁ Positive Spirit ବହୁତ ଜରୁରୀ ଏବଂ ଦେଶବାସୀଙ୍କୁ ଏହା ସର୍ବଦା ବଜାୟ ରଖିବାକୁ ପଡ଼ିବ ।
ବନ୍ଧୁଗଣ, ଡାକ୍ତର ଓ ନର୍ସିଂ ଷ୍ଟାଫ୍ଙ୍କ ସହିତ ଏବେ Lab-Technicians ଏବଂ Ambulance Drivers ଭଳି ସମ୍ମୁଖ ଯୋଦ୍ଧାମାନେ ମଧ୍ୟ ଭଗବାନଙ୍କ ଭଳି କାମ କରୁଛନ୍ତି । ଯେତେବେଳେ କୌଣସି ଆମ୍ବୁଲାନ୍ସ କୌଣସି ରୋଗୀ ନିକଟରେ ପହଂଚୁଛି, ସେତେବେଳେ ତାଙ୍କୁ ଆମ୍ବୁଲାନ୍ସ ଚାଳକ ଦେବଦୂତ ପରି ହିଁ ମନେହୁଏ । ଏମାନଙ୍କ ସେବା ସମ୍ପର୍କରେ, ଏମାନଙ୍କ ଅଭିଜ୍ଞତା ସମ୍ପର୍କରେ ଦେଶ ନିହାତି ଜାଣିବା ଆବଶ୍ୟକ । ମୋ ସହ ଏବେ ଏପରି ଜଣେ ସଜ୍ଜନ ଅଛନ୍ତି - ଶ୍ରୀମାନ ପ୍ରେମ ବର୍ମା, ଯିଏକି ଜଣେ ଆମ୍ବୁଲାନ୍ସ ଚାଳକ । ତାଙ୍କ ନାମଭଳି, ଶ୍ରୀ ପ୍ରେମ ବର୍ମା ନିଜର କାମ ଏବଂ କର୍ତବ୍ୟକୁ ସଂପୂର୍ଣ୍ଣ ପ୍ରେମ ଓ ନିଷ୍ଠାର ସହ କରିଥାନ୍ତି । ଆସନ୍ତୁ ତାଙ୍କ ସହ କଥା ହେବା-
ମୋଦି ଜୀ - ନମସ୍ତେ ପ୍ରେମ୍ ଜୀ ।
ପ୍ରେମ୍ ଜୀ - ନମସ୍ତେ ସାର୍ ।
ମୋଦୀ ଜୀ - ଭାଇ ପ୍ରେମ୍ ।
ପ୍ରେମ୍ ଜୀ - ଆଜ୍ଞା ।
ମୋଦି ଜୀ - ଆପଣ ନିଜ କାମ ସମ୍ପର୍କରେ ବିସ୍ତୃତ ଭାବେ କିଛି କୁହନ୍ତୁ ଏବଂ ଆପଣଙ୍କର ଯେଉଁ ଅଭିଜ୍ଞତା ରହିଛି ତାହା ବି ଆମକୁ ଜଣାନ୍ତୁ ।
ପ୍ରେମ୍ ଜୀ - ହଁ ସାର୍ । ମୁଁ CATS Ambulanceରେ ଡ୍ରାଇଭର କାମ କରୁଛି ଏବଂ ୧୦୨କୁ ଯୋଉଠୁ କଲ୍ ଆସେ ସେଠାକୁ ଯାଇ ରୋଗୀଙ୍କୁ ଆଣିବାକୁ ପଡ଼େ । ଏହି କାମ ମୁଁ ଦୁଇବର୍ଷ ହେଲା କରିଆସୁଛି। ସୁରକ୍ଷାକିଟ୍, ଗ୍ଲୋଭ୍ସ, ମାସ୍କ ପିନ୍ଧି ରୋଗୀଙ୍କୁ ଯେଉଁଠି ଡ୍ରପ୍ କରିବାକୁ କୁହାଯାଇଥାଏ କିମ୍ବା ଯେଉଁ ଡାକ୍ତରଖାନାରେ ପହଂଚାଇବାକୁ କୁହାଯାଇଥାଏ ସେଠି ଶୀଘ୍ର ଶୀଘ୍ର ସେମାନଙ୍କୁ ପହଂଚାଇବାକୁ ପଡିଥାଏ ।
ମୋଦି ଜୀ - ଆପଣ ତ ଟିକାର ଦୁଇଟି ଡୋଜ୍ ନେଇସାରିବେଣି ।
ପ୍ରେମ୍ ଜୀ - ନିଶ୍ଚୟ ସାର୍ ।
ମୋଦି ଜୀ - ତ ଅନ୍ୟ ଲୋକଙ୍କୁ ଟିକା ଦେବାରେ ସାହାଯ୍ୟ କରନ୍ତୁ । ଏଥିପାଇଁ ଆପଣଙ୍କ ବାର୍ତା କ'ଣ?
ପ୍ରେମ ଜୀ - ସାର୍ ନିଶ୍ଚୟ । ସମସ୍ତଙ୍କୁ ଏହି ଟିକା ନେବା ଉଚିତ ଆଉ ପରିବାର ପାଇଁ ମଧ୍ୟ ଭଲ । ଏବେ ମୋତେ ମୋ ମାଆ କହନ୍ତି ଯେ ଏହି ଚାକିରି ଛାଡ଼ିଦେ । ମୁଁ କହିଲି, ମାଆ, ଯଦି ମୁଁ ବି ଚାକିରି ଛାଡ଼ି ବସିଯିବି ତ ଅନ୍ୟ ରୋଗୀମାନଙ୍କୁ କିଏ କେମିତି ଛାଡ଼ିବାକୁ ଯିବ? କାହିଁକିନା ଏହି କରୋନା ସମୟରେ ସମସ୍ତେ ଛାଡ଼ି ପଳାଉଛନ୍ତି । ସମସ୍ତେ ଚାକିରି ଛାଡ଼ିଛୁଡ଼ି ଯାଉଛନ୍ତି । ମାଆ ବି ମୋତେ କହନ୍ତି ଯେ ପୁଅ ସେ ଚାକିରି ଛାଡ଼ିଦେ । ମୁଁ କହିଲି- ନା ମାଆ, ମୁଁ ଚାକିରି ଛାଡ଼ିବିନି ।
ମୋଦି ଜୀ - ପ୍ରେମ୍ଜୀ ମାଆଙ୍କୁ ଦୁଃଖୀ କରିବେନି । ମାଆଙ୍କୁ ବୁଝାଇଦେବେ ।
ପ୍ରେମ୍ ଜୀ - ହଁ ଆଜ୍ଞା ।
ମୋଦି ଜୀ - ଆପଣ ଯେଉଁ ମାଆଙ୍କ ସହ କଥାବାର୍ତ୍ତା କଥା କହିଲେ ନା ଏହା ବହୁତ ମନଛୁଆଁ ।
ପ୍ରେମ୍ ଜୀ - ହଁ ଆଜ୍ଞା ।
ମୋଦି ଜୀ - ଆପଣଙ୍କ ମାଆଙ୍କୁ ମୋର ପ୍ରଣାମ ଜଣାଇଦେବେ ।
ପ୍ରେମ୍ ଜୀ - ନିଶ୍ଚୟ ଆଜ୍ଞା ।
ମୋଦି ଜୀ - ଆଉ ପ୍ରେମ୍ ଜୀ ମୁଁ ଆପଣଙ୍କ ମାଧ୍ୟମରେ ଆମ୍ବୁଲାନ୍ସ ଚଳାଉଥିବା ଆମର ଡ୍ରାଇଭର୍ ଭାଇମାନଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ ସେମାନେ କେତେ ବଡ଼ କ୍ସସଗ୍ଦଳ ନେଇ କାମ କରୁଛନ୍ତି ।
ପ୍ରେମ୍ ଜୀ - ହଁ ଆଜ୍ଞା ।
ମୋଦି ଜୀ - ଆଉ ପ୍ରତ୍ୟେକ ମାଆ କ'ଣ ଭାବିଥାନ୍ତି - ଏକଥା ଯେତେବେଳେ ଶ୍ରୋତାଙ୍କ ପାଖରେ ପହଞ୍ଚିବ ମୁଁ ନିଶ୍ଚିତ କହିବି ଯେ ସେମାନଙ୍କ ହୃଦୟକୁ ଏକଥା ଛୁଇଁଯିବ ।
ପ୍ରେମ୍ ଜୀ - ହଁ ଆଜ୍ଞା ।
ମୋଦି ଜୀ - ପ୍ରେମ୍ ଜୀ ବହୁତ ବହୁତ ଧନ୍ୟବାଦ । ଆପଣ ଏକପ୍ରକାର ପ୍ରେମର ଗଙ୍ଗା ବୁହାଇ ଚାଲିଛନ୍ତି ।
ପ୍ରେମ୍ ଜୀ - ଧନ୍ୟବାଦ ସାର୍ ।
ମୋଦି ଜୀ - ଧନ୍ୟବାଦ ଭାଇ ।
ବନ୍ଧୁଗଣ, ପ୍ରେମ୍ ବର୍ମା ଜୀ ଓ ତାଙ୍କପରି ହଜାର ହଜାର ଲୋକ ଆଜି ନିଜର ଜୀବନକୁ ବାଜି ଲଗାଇ ଲୋକଙ୍କର ସେବା କରୁଛନ୍ତି । କରୋନା ବିରୋଧରେ ଚାଲିଥିବା ଏହି ଲଢ଼େଇରେ ଯେତିକି ଜୀବନ ବି ବଞ୍ଚୁଛି ସେଥିରେ ଆମ୍ବୁଲାନ୍ସ ଚାଳକମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି । ପ୍ରେମ୍ ଜୀ ଆପଣଙ୍କୁ ଆଉ ସମଗ୍ର ଦେଶରେ ଥିବା ଆପଣଙ୍କ ସାଥୀମାନଙ୍କୁ ବହୁତ ବହୁତ ସାଧୁବାଦ ଦେଉଛି । ଆପଣ ଠିକ୍ ସମୟରେ ପହଂଚୁଥାନ୍ତୁ, ଜୀବନ ବଞ୍ଚାଉଥାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଏହା ଠିକ୍ ଯେ କରୋନାରେ ବହୁତ ଲୋକ ସଂକ୍ରମିତ ହେଉଛନ୍ତି; କିନ୍ତୁ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ସେହିପରି ବହୁତ ଅଧିକ । ଗୁରୁଗ୍ରାମର ପ୍ରୀତି ଚତୁର୍ବେଦୀ ମଧ୍ୟ ନିକଟରେ କରୋନାକୁ ହରାଇଛନ୍ତି । ପ୍ରୀତି ଜୀ ‘ମନ୍ କି ବାତ୍'ରେ ମୋ ସହ ସଂଯୁକ୍ତ ହୋଇଛନ୍ତି । ତାଙ୍କର ଅଭିଜ୍ଞତା ଆମ ସମସ୍ତଙ୍କର ବେଶ୍ କାମରେ ଆସିବ ।
ପ୍ରୀତି - ନମସ୍କାର ସାର୍ । ଆପଣ କେମିତି ଅଛନ୍ତି?
ମୋଦି ଜୀ - ମୁଁ ଠିକ୍ ଅଛି ଆଜ୍ଞା । ସର୍ବପ୍ରଥମେ ମୁଁ ଆପଣଙ୍କୁ କୋଭିଡ-୧୯ ସହ ସଫଳତାପୂର୍ବକ ଲଢ଼ିଥିବାରୁ ପ୍ରଶଂସା କରୁଛି ।
ପ୍ରୀତି - Thank you so much sir
ମୋଦି ଜୀ - ମୋର କାମନା ଆପଣଙ୍କ ଶୀଘ୍ର ସୁସ୍ଥ ହୁଅନ୍ତୁ ।
ପ୍ରୀତି - ଧନ୍ୟବାଦ ସାର ।
ମୋଦି ଜୀ - ଏହି ଦ୍ୱିତୀୟ ଲହରରେ ଆପଣ ଏକା ସଂକ୍ରମିତ ହୋଇଛନ୍ତି ନା ପରିବାରର ଅନ୍ୟ କେହି?
ପ୍ରୀତି - ନା ସାର୍ କେବଳ ମୁଁ ସଂକ୍ରମିତ ହୋଇଛି ।
ମୋଦି ଜୀ - ଯାହାହେଉ, ଭଗବାନଙ୍କ କୃପା ଥିଲା । ଆଚ୍ଛା ମୁଁ ଚାହିଁବି ଯଦି ଆପଣଙ୍କ ଅସୁସ୍ଥ ଅବସ୍ଥାର କିଛି ଅଭିଜ୍ଞତା କହନ୍ତେ ତାହାଲେ ବୋଧହୁଏ ଶ୍ରୋତାମାନେ ଏଭଳି ସମୟରେ ନିଜକୁ କିପରି ସମ୍ଭାଳିହେବ ସେ ଦିଗରେ କିଛିଟା ମାର୍ଗଦର୍ଶନ ପାଆନ୍ତେ ।
ପ୍ରୀତି - ଆଜ୍ଞା ନିଶ୍ଚିତ । ସାର୍ ... ଆରମ୍ଭରେ ମୋତେ ବହୁତ ଅବଶ ଲାଗିଲା ଆଉ ତା'ପରେ ମୋ ତଣ୍ଟିରେ କିଛି ଗୋଟେ ଅଟକିବା ଭଳି ମନେହେଲା । ତା'ପରେ ମୋତେ ଜଣାପଡ଼ିଲା ଏଇ ହୁଏତ କରୋନାର ଲକ୍ଷଣ ହୋଇଥାଇପାରେ ତେଣୁ ପରୀକ୍ଷା କରାଇଲି । ତା'ପରଦିନ ରିପୋର୍ଟ ଆସିବାରୁ ଜଣାପଡ଼ିଲା ଯେ ମୁଁ କୋଭିଡ୍ ପଜିଟିଭ, ତେଣୁ ମୁଁ ନିଜେ ନିଜେ ସଂଗରୋଧରେ ରହିଲି । ଗୋଟିଏ କୋଠରିରେ ନିଜକୁ ଏକାନ୍ତବାସରେ ରଖି ଡାକ୍ତରଙ୍କ ସହ ପରାମର୍ଶ କଲି । ତାଙ୍କ ପରାମର୍ଶରେ ଔଷଧ ଖାଇବା ଆରମ୍ଭ କଲି ।
ମୋଦି ଜୀ -ଆପଣଙ୍କର ତ୍ୱରିତ ପଦକ୍ଷେପ ଯୋଗୁଁ ଆପଣଙ୍କ ପରିବାର ବଞ୍ଚିଗଲା ।
ପ୍ରୀତି- ଆଜ୍ଞା ସାର୍ । ସେମାନଙ୍କର ସମସ୍ତଙ୍କର ମଧ୍ୟ ପରେ ପରୀକ୍ଷା କରାଗଲା, ସମସ୍ତେ negative ବାହାରିଲେ, ମୋର ହିଁ positive ଥିଲା । ତା’ପୂର୍ବରୁ ଗୋଟିଏ କୋଠରି ଭିତରେ ମୁଁ ନିଜକୁ ନିଜେ ଅଲଗା ରଖିନେଇଥିଲି । ମୋର ଜରୁରୀ ଜିନିଷଗୁଡ଼ିକୁ ନେଇ ସେଇ କୋଠରିରେ ନିଜକୁ ସଂଗରୋଧ କରି ରଖିଥିଲି । ଆଉ ତା'ସହିତ ମୁଁ ପୁଣି ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ଖାଇବା ଆରମ୍ଭ କଲି । ସାର୍, ମୁଁ ଔଷଧ ସହ ଯୋଗ, ଆୟୁର୍ବେଦିକ କାଢ଼ା ସେବନ କଲି । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ମୁଁ ଖାଇଲା ବେଳେ ଭୋଜନରେ ପ୍ରୋଟିନ୍ଯୁକ୍ତ ସୁଷମ ଖାଦ୍ୟ ଖାଇଲି । ପ୍ରଚୁର ପାଣି ଏବଂ ଫଳରସ ପିଇଲି; steam ନେଲି, gargle କଲି, ଆଉ ଉଷୁମ ପାଣି ପିଇଲି । ମୁଁ ସାରାଦିନ ଏହିଭଳି ଭାବେ ଅସୁସ୍ଥତା ସମୟ ବିତାଉଥିଲି । ଆଉ ସାର୍ ଏ ସମୟରେ ସବୁଠୁ ବଡ଼କଥା ହେଲା ଆଦୌ ଭୟଭୀତ ନ ହେବା । ମାନସିକ ଭାବେ ଦୃଢ଼ ରହିବା ପାଇଁ ମୁଁ ବହୁତ ଯୋଗାଭ୍ୟାସ ଏବଂ ପ୍ରାଣାୟାମ କରୁଥିଲି ।
ମୋଦି ଜୀ - ହଁ । ଆଚ୍ଛା ପ୍ରୀତି ଜୀ ... ଏବେ ଯେତେବେଳେ ଆପଣଙ୍କ process ସମ୍ପୂର୍ଣ୍ଣ ହେଇଛି ଆପଣ ସଙ୍କଟରୁ ବାହାରିଆସିଛନ୍ତି?
ପ୍ରୀତି - ହଁ ଆଜ୍ଞା ।
ମୋଦି ଜୀ - ଏବେ ପରୀକ୍ଷାରେ negative ଆସିଛି?
ପ୍ରୀତି - ହଁ ଆଜ୍ଞା ।
ମୋଦି ଜୀ - ଏବେ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ କ'ଣ କରୁଛନ୍ତି?
ପ୍ରୀତି - ସାର୍ ଏକରେ ତ ମୁଁ ଯୋଗ କରିବା ବନ୍ଦ କରିନି, କାଢ଼ା ବି ପିଉଛି ଆଉ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସୁଷମ ଖାଦ୍ୟ ମଧ୍ୟ ଖାଉଛି ।
ମୋଦି ଜୀ - ହଁ ହଁ ।
ପ୍ରୀତି - ଯେଉଁସବୁରେ ମୁଁ ନିଜକୁ ନିଜେ ଅବହେଳା କରୁଥିଲି ସେଗୁଡ଼ିକ ଉପରେ ବେଶୀ ଧ୍ୟାନ ଦେଉଛି।
ମୋଦି ଜୀ - ଧନ୍ୟବାଦ ପ୍ରୀତି ଜୀ ।
ପ୍ରୀତି - Thank you so much sir
ମୋଦି ଜୀ - ଆପଣ ଯେଉଁ ସୂଚନା ଦେଲେ ମୋତେ ଲାଗୁଛି ଯେ ଏହା ବହୁତ ଲୋକଙ୍କର କାମରେ ଆସିବ । ଆପଣ ସୁସ୍ଥ ରୁହନ୍ତୁ । ଆପଣଙ୍କ ପରିବାରର ଲୋକ ସୁସ୍ଥ ରୁହନ୍ତୁ । ମୋର ଆପଣଙ୍କୁ ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଯେମିତି ଆମର Medical Field ଲୋକ Frontline Workers ଦିନରାତି ସେବା କାର୍ଯ୍ୟରେ ଲାଗିଛନ୍ତି ସେହିପରି ସମାଜର ଅନ୍ୟ ଲୋକେ ମଧ୍ୟ ଏବେ ପଛରେ ନାହାନ୍ତି । ଦେଶ ପୁଣିଥରେ ଏକଜୁଟ ହୋଇ କରୋନା ବିରୋଧରେ ଲଢ଼େଇ ଲଢ଼ୁଛି । ଏବେ ମୁଁ ଦେଖୁଛି Quarantineରେ ରହୁଥିବା ପରିବାର ପାଇଁ କିଏ ଔଷଧ ନେଇ ଦେଉଛି ତ ଆଉ କିଏ ପନିପରିବା, କ୍ଷୀର, ଫଳ ଆଦି ନେଇ ଦେଇଆସୁଛନ୍ତି । କିଏ ରୋଗୀଙ୍କୁ ମାଗଣାରେ ଆମ୍ବୁଲାନ୍ସ ଯୋଗାଇ ଦେଉଛି । ଦେଶର ବିଭିନ୍ନ କୋଣଅନୁକୋଣରେ ଏହି ଆହ୍ୱାନଭରା ସମୟରେ ସ୍ୱେଚ୍ଛାସେବୀ ସଂଗଠନ ଆଗକୁ ଆସି ଅନ୍ୟର ସାହାଯ୍ୟ ପାଇଁ ଯାହା କରିପାରିବେ ତାହା କରିବାର ପ୍ରୟାସ କରୁଛନ୍ତି । ଏଥର ଗାଁଗୁଡ଼ିକରେ ବି ନୂଆ ସଚେତନତା ଦେଖିବାକୁ ମିଳୁଛି । କୋଭିଡ଼ ନିୟମର କଡ଼ାକଡ଼ି ପାଳନ କରିବା ସହ ଲୋକେ ନିଜ ଗାଁକୁ କରୋନାରୁ ରକ୍ଷା କରୁଛନ୍ତି । ଯେଉଁ ଲୋକେ ବାହାରୁ ଆସୁଛନ୍ତି ସେମାନଙ୍କ ପାଇଁ ଠିକ୍ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି । ସହରଗୁଡ଼ିକରେ ମଧ୍ୟ ଅନେକ ଯୁବକ ଆଗକୁ ବାହାରିଛନ୍ତି, ଯେଉଁମାନେ ନିଜ ଅଂଚଳରେ କିପରି କରୋନା ମାମଲା ନ ବଢ଼ିବ ସେଥିପାଇଁ ସ୍ଥାନୀୟ ଲୋକଙ୍କ ସହ ମିଶି ପ୍ରୟାସ କରୁଛନ୍ତି । ଅର୍ଥାତ୍, ଗୋଟିଏ ପଟେ ଦେଶ ଦିନରାତି ଡାକ୍ତରଖାନା, ଭେଣ୍ଟିଲେଟର ଆଉ ଔଷଧ ପାଇଁ କାମ କରୁଛି ତ ଅନ୍ୟପଟେ ଦେଶବାସୀ ମଧ୍ୟ କରୋନାର ମୁକାବିଲା ପାଇଁ ପ୍ରାଣପଣେ ଲାଗିପଡ଼ିଛନ୍ତି । ଏହି ଭାବନା ଆମକୁ ଖୁବ୍ ଶକ୍ତି ଦେଉଛି, ବିଶ୍ୱାସ ଦେଉଛି । ଏସବୁ ଯାହାବି ପ୍ରୟାସ ହେଉଛି ସେସବୁ ସମାଜର ବହୁତ ବଡ଼ ସେବା । ଏହା ସମାଜର ଶକ୍ତି ବଢ଼ାଇଥାଏ ।
ମୋର ପ୍ରିୟ ଦେଶବାସୀଗଣ, ଆଜି "ମନ୍ କୀ ବାତ୍'ର ସମଗ୍ର ଆଲୋଚନାକୁ ମୁଁ କରୋନା ମହାମାରୀ ଉପରେ ହିଁ ରଖିଥିଲି; କାରଣ ଆଜି ଆମର ସବୁଠୁ ବଡ଼ ପ୍ରାଥମିକତା ହେଉଛି ଏହି ମହାମାରୀକୁ ପରାଜିତ କରିବା । ଆଜି ଭଗବାନ ମହାବୀରଙ୍କ ଜୟନ୍ତୀ । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି । ଭଗବାନ ମହାବୀରଙ୍କ ଦର୍ଶନ ଆମକୁ ତପ ଏବଂ ଆତ୍ମସଂଯମର ପ୍ରେରଣା ଦିଏ । ଏବେ ରମଜାନର ପବିତ୍ର ମାସ ବି ଚାଲୁରହିଛି । ଆଗକୁ ଅଛି ବୁଦ୍ଧ ପୂର୍ଣ୍ଣିମା । ଗୁରୁ ତେଗ୍ ବାହାଦୁରଙ୍କର ୪୦୦ତମ ପ୍ରକାଶ ପର୍ବ ବି ପାଳନ କରାଯିବ । ଗୋଟିଏ ମହତ୍ୱପୂର୍ଣ୍ଣ ଦିନ ହେଉଛି ‘ପୋଚିଶ ବୈଶାଖ୍’ – ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜୟନ୍ତୀ । ଏସବୁ ଆମକୁ ପ୍ରେରଣା ଦେଇଥାଏ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ। ଜଣେ ନାଗରିକ ଭାବରେ ଆମେ ଜୀବନରେ ନିଜର ଯେତିକି କୁଶଳତା କାମନା କରିଥାଉ ନିଜର କର୍ତବ୍ୟକୁ ବି ସେହିଭଳି ସମ୍ପାଦନ କରିବା ଆବଶ୍ୟକ । ସଙ୍କଟରୁ ମୁକ୍ତ ହୋଇ ଭବିଷ୍ୟତ ରାସ୍ତାରେ ସେତିକି ହିଁ ଦ୍ରୁତଗତିରେ ଅଗ୍ରସର ହେବା ଜରୁରୀ । ଏହି କାମନା ସହ ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ କହିବାକୁ ଚାହୁଁଛି ଯେ ଆମ ସମସ୍ତଙ୍କୁ ଟିକା ନେବାକୁ ହେବ ଆଉ ସାବଧାନତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ । "ଦୱାଇ ଭି-କଡ଼ାଇ ଭି' - ଏହି ମନ୍ତ୍ରକୁ କେବେ ଭୁଲିବା ନାହିଁ । ଆମେ ଖୁବ୍ଶୀଘ୍ର ମିଳିମିଶି ଏହି ବିପଦରୁ ମୁକୁଳିବା । ଏହି ବିଶ୍ୱାସର ସହ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର!
ଏଥର ଯେତେବେଳେ ମୁଁ ‘ମନ୍ କି ବାତ୍’ ପାଇଁ ଆସୁଥିବା ଚିଠି, ମତାମତ, ଇନ୍ପୁଟ୍ସ ଯାହାସବୁ ଆସିଥାଏ ସେସବୁ ଉପରେ ଦୃଷ୍ଟିନିକ୍ଷେପ କରୁଥିଲି, ଦେଖିଲି, ଅନେକ ଲୋକ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେ ପକାଇଛନ୍ତି । My Govରେ ବେଙ୍ଗାଲୁରୁରୁ ଆରିୟନ ଶ୍ରୀ-ଅନୁପ ରାଓ, ନୋଏଡାରୁ ଦେବେଶ, ଠାଣେରୁ ସୁଜିତ – ଏମାନେ ସମସ୍ତେ କହିଛନ୍ତି ଯେ, ମୋଦି ଜୀ ଏହା ହେଉଛି ‘ମନ କି ବାତ୍’ର ୭୫ତମ ଅଧ୍ୟାୟ, ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ । ମୁଁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି କାରଣ, ଆପଣ ଏତେ ମନ ଦେଇ ‘ମନ୍ କି ବାତ୍’କୁ follow କରିଆସିଛନ୍ତି ଏବଂ ଏହା ସହିତ ଯୋଡ଼ିହୋଇ ରହିଛନ୍ତି । ଏହା ମୋ ପାଇଁ ଖୁବ୍ ଗୌରବର କଥା ଓ ଆନନ୍ଦର କଥା । ମୋ ତରଫରୁ ଆପଣମାନଙ୍କୁ ତ ଧନ୍ୟବାଦ ଜଣାଉଛି, ତା’ସହିତ ‘ମନ୍ କି ବାତ୍’ର ସମସ୍ତ ଶ୍ରୋତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି, କାରଣ ଆପଣମାନଙ୍କ ସାହଚର୍ଯ୍ୟ ବିନା ଏ ଯାତ୍ରା କଦାପି ସମ୍ଭବ ନ ଥିଲା । ଲାଗୁଛି, ସତେ ଯେମିତି ଏହା କାଲିର କଥା, ଯେତେବେଳେ ଆମେ ସମସ୍ତେ ଏକାଠି ମିଶି ଏହି ବୈଚାରିକ ଯାତ୍ରା ଆରମ୍ଭ କରିଥିଲୁ । ସେଦିନ ଥିଲା ୨୦୧୪, ଅକ୍ଟୋବର ୩ ତାରିଖ ବିଜୟାଦଶମୀର ପବିତ୍ର ପର୍ବ ଏବଂ ଯୋଗକୁ ଆଜି ହୋଲିକା ଦହନ (ଦୋଳ ପୂର୍ଣ୍ଣିମା) । “ଏକ ଦୀପେ ଜଳୁ ଆଉ ଏକ, ଆଲୋକିତ ହେଉ ଦେଶଯାକ” – ଏହି ଚିନ୍ତାଧାରାରେ ପରିଚାଳିତ ହୋଇ ଆମେ ଏତେ ବାଟ ଆସିଛୁ । ଆମେ ଦେଶର କୋଣ-ଅନୁକୋଣରେ ଥିବା ଲୋକଙ୍କ ସହିତ କଥା ହେଲୁ ଏବଂ ସେମାନଙ୍କ ଅସାଧାରଣ କାର୍ଯ୍ୟ ସମ୍ପର୍କରେ ଅବଗତ ହେଲୁ । ଆପଣମାନେ ମଧ୍ୟ ଅନୁଭବ କରିଥିବେ ଯେ, ଆମ ଦେଶର ସୁଦୂର କୋଣ-ଅନୁକୋଣରେ ବି, କିଭଳି ଅଭୂତପୂର୍ବ କ୍ଷମତା ଭରିରହିଛି । ଭାରତମାତାର କୋଳରେ କିଭଳି ରତ୍ନମାନ ରହିଛନ୍ତି । ଏହା ସ୍ୱୟଂ ଗୋଟିଏ ସମାଜକୁ ଦେଖିବାର, ସମାଜକୁ ଜାଣିବାର, ସମାଜର ସାମର୍ଥ୍ୟକୁ ଚିହ୍ନିବାର ବିଶେଷ କରି ମୋ ପାଇଁ ଗୋଟିଏ ଅଦ୍ଭୁତ ଅନୁଭୂତି ଥିଲା । ଏହି ୭୫ଟି ଅଧ୍ୟାୟ ସମୟରେ କେତେ ଯେ ବିଷୟ ଦେଇ ଗତି କରିବାକୁ ହେଲା । କେତେବେଳେ ନଦୀର କଥା ତ କେତେବେଳେ ହିମାଳୟର ଶିଖରର କଥା, କେତେବେଳେ ମରୁଭୂମିର କଥା ତ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟର କଥା, କେତେବେଳେ ମାନବ ସେବାର ଅଗଣିତ କାହାଣୀର ଅନୁଭୂତି ତ ଆଉ କେତେବେଳେ ଟେକ୍ନୋଲୋଜିର ଆବିଷ୍କାର, ପୁଣି କେତେବେଳେ କୌଣସି ଅଜଣା ଇଲାକାରେ କିଛି ନୂଆ କରି ଦେଖାଇଥିବା ବ୍ୟକ୍ତିର ଅନୁଭବର କଥା । ଆପଣ ନିଜେ ଦେଖନ୍ତୁ, ସ୍ୱଚ୍ଛତା କଥା ହେଉ କିମ୍ବା ଆମ ଐତିହ୍ୟର ସୁରକ୍ଷା କଥା ହେଉ ଅବା ଖେଳନା ତିଆରି କରିବା କଥା ହେଉ, କ’ଣ କ’ଣ ନ ଥିଲା? ହୁଏତ ଏତେ ବିଷୟକୁ ଆମେ ଛୁଇଁଛୁ ଯାହାର ସଂଖ୍ୟା ଅଗଣନ । ଇତିମଧ୍ୟରେ ସମୟ ସମୟରେ ଆମେ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛୁ, ସେମାନଙ୍କ ବିଷୟରେ ଜ୍ଞାନ ଆହରଣ କରିଛୁ, ଯେଉଁମାନେ କି ଭାରତ ନିର୍ମାଣରେ ସେମାନଙ୍କର ଅତୁଳନୀୟ ଅବଦାନ ରଖିଯାଇଛନ୍ତି । ଆମେ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ, ସେଥିରୁ ପ୍ରେରଣା ଗ୍ରହଣ କରିବାକୁ ଚେଷ୍ଟା କରିଛୁ । ଆପଣମାନେ ଅନେକ କଥା ମୋତେ କହିଛନ୍ତି, ଅନେକ ଆଇଡିଆ ଦେଇଛନ୍ତି । ଏହି ବିଚାରଯାତ୍ରାରେ ଆପଣ ଏକ ପ୍ରକାର ସହଯାତ୍ରୀ ପାଲଟିଛନ୍ତି, ଏହାସହ ଯୋଡ଼ିହୋଇ ରହି କିଛି ନା କିଛି ନୂଆ ପ୍ରସ୍ତାବ ବି ଦେଇଛନ୍ତି । ମୁଁ ଆଜି ଏହି ୭୫ତମ ଅଧ୍ୟାୟ ସମୟରେ ସର୍ବପ୍ରଥମେ, ‘ମନ୍ କି ବାତ୍’କୁ ସାଫଲ୍ୟମଣ୍ଡିତ କରିବା ପାଇଁ, ସମୃଦ୍ଧ କରିବା ପାଇଁ ଏବଂ ଏହାସହିତ ଯୋଡ଼ି ହୋଇ ରହିଥିବା ଯୋଗୁଁ ପ୍ରତ୍ୟେକ ଶ୍ରୋତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।
ମୋର ପ୍ରିୟ ଦେଶବାସୀଗଣ,
ଦେଖନ୍ତୁ, ଏହା କେତେ ବଡ଼ ଏବଂ ସୁଖଦ ସଂଯୋଗ ଯେ, ଆଜି ମୋତେ ‘ମନ୍ କି ବାତ୍’ର ୭୫ତମ ଅଧ୍ୟାୟରେ ମନକଥା କହିବାର ସୁଯୋଗ ମିଳିଛି ଏବଂ ଏହି ମାସ ପୁଣି ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୁର୍ତି ଉପଲକ୍ଷେ ଆୟୋଜିତ ହେଉଥବା ‘ଅମୃତ ମହୋତ୍ସବ’ ଆରମ୍ଭର ମାସ । ‘ଅମୃତ ମହୋତ୍ସବ’ ଦାଣ୍ଡିଯାତ୍ରା ଦିନଠାରୁ ଆରମ୍ଭ ହୋଇଛି ଏବଂ ଏହା ଅଗଷ୍ଟ ୧୫, ୨୦୨୩ ପର୍ଯ୍ୟନ୍ତ ଚାଲିବ । ‘ଅମୃତ ମହୋତ୍ସବ’ ସଂଲଗ୍ନ କାର୍ଯ୍ୟକ୍ରମ ସାରା ଦେଶରେ ଅନବରତ ଭାବେ ଆୟୋଜିତ ହେଉଛି । ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମର ଫଟୋଚିତ୍ର, ସୂଚନା ଆଦି ଲୋକେ ଶେୟାର କରୁଛନ୍ତି । ନମୋ ଆପ୍ରେ ଏଭଳି କିଛି ଫଟୋ ସହିତ ଝାଡ଼ଖଣ୍ଡର ନବୀନ ମୋତେ ଗୋଟିଏ ବାର୍ତା ପଠେଇଛନ୍ତି । ସେ ଲେଖିଛନ୍ତି ଯେ, ସେ ‘ଅମୃତ ମହୋତ୍ସବ’ର କାର୍ଯ୍ୟକ୍ରମ ଦେଖିଲେ ଏବଂ ସ୍ଥିର କଲେ ଯେ, ସେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଅତି କମ୍ରେ ଦଶଟି ଜାଗାକୁ ଯିବେ । ତାଙ୍କ ତାଲିକାରେ ପ୍ରଥମ ନାମ ହେଉଛି ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ । ନବୀନ ଲେଖିଛନ୍ତି ଯେ, ଝାଡ଼ଖଣ୍ଡର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ କାହାଣୀଗୁଡ଼ିକୁ ସେ ଦେଶର ଅନ୍ୟ ଅଞ୍ଚଳରେ ପହଞ୍ଚାଇବେ । ଭାଇ ନବୀନ, ଆପଣଙ୍କ ଏହି ଚିନ୍ତାଧାରା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ହେଉ, କୌଣସି ସ୍ଥାନର ଇତିହାସ ହେଉ, ଦେଶର କୌଣସି ସାଂସ୍କୃତିକ କାହାଣୀ ହେଉ, ‘ଅମୃତ ମହୋତ୍ସବ’ ସମୟରେ ଆପଣ ଏହାକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରନ୍ତି । ଦେଶବାସୀଙ୍କୁ ତା’ ସହିତ ଯୋଡ଼ିବାର ମାଧ୍ୟମ ହୋଇପାରନ୍ତି । ଆପଣ ଲକ୍ଷ୍ୟ କରିବେ, ଦେଖୁ ଦେଖୁ ଅମୃତ ମହୋତ୍ସବ ଏଭଳି ଅନେକ ପ୍ରେରଣାଦାୟୀ ଅମୃତ ବିନ୍ଦୁରେ ଭରିଯିବ । ପରେ ଏଭଳି ଏକ ଅମୃତଧାରା ପ୍ରବାହିତ ହେବ, ଯାହା ଆମକୁ ଭାରତର ସ୍ୱାଧୀନତା ପ୍ରାପ୍ତିର ଏକ ଶତ ବର୍ଷ ଯାଏ ପ୍ରେରଣା ଯୋଗାଇବ । ଦେଶକୁ ଉନ୍ନତିର ନୂତନ ଶିଖରକୁ ନେଇଯିବ, କିଛି ନା କିଛି କରିବାର ଉତ୍ସାହ ସୃଷ୍ଟି କରିବ । ସ୍ୱାଧୀନତା ସଂଗ୍ରାମରେ ଆମ ସଂଗ୍ରାମୀମାନେ ଏତେ କଷ୍ଟ ଏଥିପାଇଁ ସହିଲେ କାରଣ, ସେମାନେ ଦେଶ ପାଇଁ ତ୍ୟାଗ ଏବଂ ବଳିଦାନକୁ ନିଜ କର୍ତବ୍ୟ ମନେ କରୁଥିଲେ । ସେମାନଙ୍କ ତ୍ୟାଗ ଓ ବଳିଦାନର ଅମର କାହାଣୀମାନ ଆମକୁ ନିରନ୍ତର ଭାବେ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଉ । ଯେମିତି ଭଗବାନ କୃଷ୍ଣ ଗୀତାରେ କହିଛନ୍ତି –
ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ
ଏହି ଭାବ ବହନ କରି, ଆମେ ସମସ୍ତେ, ଆମର କର୍ତବ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରିବା । ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅର୍ଥ ହେଉଛି ଆମେ କିଛି ନୂଆ ସଂକଳ୍ପ ନେବା । ସେହି ସଂକଳ୍ପକୁ ସାକାର କରିବା ପାଇଁ ମନ-ପ୍ରାଣ ଦେଇ ଲାଗି ପଡ଼ିବା । ଆଉ ସେ ସଂକଳ୍ପ ହେଉ ସମାଜ କଲ୍ୟାଣର, ଦେଶ ହିତର ଅବା ଭାରତର ଉଜ୍ଜ୍ୱଳ ଭବିଷ୍ୟତର । ସେହି ସଂକଳ୍ପରେ ମୋ ନିଜର କିଛି ନା କିଛି ଦାୟିତ୍ୱ ରହୁ, ମୋର କିଛି କର୍ତ୍ତବ୍ୟ ଯୋଡ଼ିହୋଇ ରହୁ । ଭଗବତ୍ ଗୀତାକୁ ଅନୁସରଣ କରି ଜୀଇଁବାର ଏହି ସୁବର୍ଣ୍ଣ ସୁଯୋଗ ଆମ ପାଖରେ ରହିଛି, ବୋଲି ମୋର ବିଶ୍ୱାସ ।
ମୋର ପ୍ରିୟ ଦେଶବାସୀଗଣ,
ଗତବର୍ଷ ଏହି ମାର୍ଚ୍ଚ ମାସରେ ଦେଶବାସୀ ପ୍ରଥମ ଥର ପାଇଁ ଜନତା କର୍ଫ୍ୟୁ ଶବ୍ଦଟି ଶୁଣିଥିଲେ । ହେଲେ, ଏହି ମହାନ ଦେଶର ମହାନ ଜନତାଙ୍କ ମହାଶକ୍ତିର ଅନୁଭବକୁ ଦେଖନ୍ତୁ, ଯାହା ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ ପାଲଟିଯାଇଥିଲା । ଅନୁଶାସନର ଏହା ଏକ ଅଭୂତପୂର୍ବ ଉଦାହରଣ ଥିଲା । ଆଗାମୀ ପିଢ଼ିମାନେ ଏହି କଥାକୁ ନେଇ ନିଶ୍ଚିତ ଗର୍ବ ଅନୁଭବ କରିବେ । ସେହିଭଳି କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଏବଂ ଆଦର ପ୍ରଦର୍ଶନରେ ଥାଳି ବଜାଇବା, ତାଳି ବଜାଇବା ଆଉ ଦୀପ ଜଳାଇବା । କରୋନା ଯୋଦ୍ଧାଙ୍କ ହୃଦୟକୁ ତାହା କିଭଳି ସ୍ପର୍ଶ କରିଯାଇଥିଲା, ସେକଥା ଆପଣ ଅନୁମାନ ମଧ୍ୟ କରି ନ ଥିବେ । ସେଇଥିପାଇଁ ତ ସେମାନେ ବର୍ଷ ତମାମ ଅକ୍ଳାନ୍ତ ଆଉ ଅବିରତ ଭାବେ କରୋନା ମୁକାବିଲାରେ ଲାଗି ରହିଥିଲେ । ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କଲେ । ଗତବର୍ଷ ଏହି ସମୟରେ ପ୍ରଶ୍ନ ଥିଲା ଯେ କରୋନା ଟିକା କେବେ ବାହାରିବ? ବନ୍ଧୁଗଣ, ଏହା ଆମମାନଙ୍କ ପାଇଁ ଗର୍ବର ବିଷୟ ଯେ, ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଟିକାକରଣ କାର୍ଯ୍ୟକ୍ରମର ଫଟୋଚିତ୍ର ସମ୍ପର୍କରେ ମୋତେ ଭୁବନେଶ୍ୱରର ପୁଷ୍ପା ଶୁକ୍ଳା ଲେଖିଛନ୍ତି । ଘରର ବୟସ୍କମାନଙ୍କ ମଧ୍ୟରେ ଟିକାକୁ ନେଇ ଯେଉଁଭଳି ଉତ୍ସାହ ପରିଲକ୍ଷିତ ହେଉଛି ସେ ସମ୍ପର୍କରେ ମୁଁ ‘ମନ୍ କି ବାତ୍’ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ବନ୍ଧୁଗଣ ଏହା ଠିକ କଥା । ଦେଶର କୋଣ-ଅନୁକୋଣରୁ ଆମେ ଏଭଳି ଚିତ୍ରମାନ ଦେଖୁଛୁ, ଏଭଳି ଖବରମାନ ଶୁଣୁଛୁ, ଯାହା ଆମ ହୃଦୟକୁ ଛୁଇଁଯାଉଛି । ୟୁ.ପି.ର ଜୌନ୍ପୁରରେ ୧୦୯ ବର୍ଷ ବୟସ୍କ ବୃଦ୍ଧ ମା’ ରାମଦୁଲୈୟା ଟିକା ନେଇଛନ୍ତି । ସେହିଭଳି ଦିଲ୍ଲୀରେ ବି ୧୦୭ ବର୍ଷ ବୟସ୍କ କେୱଲ୍ କୃଷ୍ଣ ମଧ୍ୟ ଟିକା ନେଇଛନ୍ତି । ହାଇଦ୍ରାବାଦରେ ୧୦୦ ବର୍ଷ ବୟସ୍କ ଜୟ ଚୌଧୁରୀ ଟିକା ଗ୍ରହଣ କରିବା ସହ ସମସ୍ତଙ୍କୁ ଏହି ଟିକା ନେବାପାଇଁ ଅନୁରୋଧ କରିଛନ୍ତି । ମୁଁ ଟ୍ୱିଟର୍-ଫେସବୁକରେ ଏକଥା ମଧ୍ୟ ଦେଖୁଛି ଯେ, ଲୋକେ କିଭଳି ତାଙ୍କ ପରିବାରର ବୟସ୍କ ବ୍ୟକ୍ତିମାନଙ୍କ ଟିକା ନେବା ପରର ଫଟୋ ଅପ୍ଲୋଡ କରୁଛନ୍ତି । କେରଳର ଜଣେ ଯୁବକ ଆନନ୍ଦନ ନାୟର ତ ଏହାର ଗୋଟିଏ ନୂତନ ନାମକରଣ କରିଦେଇଛନ୍ତି – ଭାକ୍ସିନ୍ ସେବା । ସେହିଭଳି ବାର୍ତା ଦିଲ୍ଲୀରୁ ଶିବାନୀ, ହିମାଚଳରୁ ହିମାଂଶୁ ଏବଂ ଆହୁରି ଅନେକ ଯୁବବନ୍ଧୁଗଣ ପଠେଇଛନ୍ତି । ମୁଁ ଆପଣ ସମସ୍ତ ଶ୍ରୋତାମାନଙ୍କ ଏଭଳି ଚିନ୍ତାଧାରାକୁ ପ୍ରଶଂସା କରୁଛି । ଏସବୁ ଭିତରେ କରୋନା ସହ ସଂଗ୍ରାମର ମନ୍ତ୍ର ମଧ୍ୟ ମନେ ରଖନ୍ତୁ – ଔଷଧ ବି, ସାବଧାନତା ବି । ଖାଲି କଥାରେ ନୁହେଁ, ଆମକୁ ବଞ୍ଚିବାକୁ ହେବ, ବତାଇବାକୁ ହେବ, ‘ଔଷଧ ବି ସାବଧାନତା ବି’ ଏବଂ ଏ ନିୟମ ପାଳନ ସମ୍ପର୍କରେ ବି ପ୍ରତିଜ୍ଞାବଦ୍ଧ କରିବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ,
ମୁଁ ଆଜି ଇନ୍ଦୋରର ସୌମ୍ୟାଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି । ସେ ଗୋଟିଏ ବିଷୟ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରି ‘ମନ୍ କି ବାତ୍’ରେ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋତେ ଅନୁରୋଧ କରିଛନ୍ତି । ଏହି ବିଷୟଟି ହେଉଛି ଭାରତର କ୍ରିକେଟର ମିତାଲି ରାଜଙ୍କ ନୂତନ ରେକର୍ଡ଼ । ମିତାଲି ନିକଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ । ଆହୁରି ମଧ୍ୟ, ସେ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ ଖେଳରେ ୭୦୦୦ ରନ୍ ସଂଗ୍ରହ କରିଥିବା, ବିଶ୍ୱର ଏକମାତ୍ର ମହିଳା କ୍ରୀଡ଼ାବିତ୍ । ମହିଳା କ୍ରିକେଟ କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ । ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ରିକେଟ କ୍ୟାରିୟରରେ ମିତାଲି ରାଜ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛନ୍ତି । ତାଙ୍କର କଠିନ ପରିଶ୍ରମ ଏବଂ ସଫଳତାର କାହାଣୀ କେବଳ ମହିଳା କ୍ରିକେଟର ନୁହନ୍ତି ବରଂ ପୁରୁଷ କ୍ରିକେଟର୍ମାନଙ୍କ ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ।
ବନ୍ଧୁଗଣ,
ଏହା ଗୋଟିଏ ମଜାଦାର କଥା ଯେ, ମାର୍ଚ୍ଚ ମାସରେ ଆମେ ମହିଳା ଦିବସ ପାଳନ କରୁଥିବା ସମୟରେ ଅନେକ ମହିଳା କ୍ରୀଡ଼ାବିତ୍ ପଦକ ଏବଂ ରେକର୍ଡ଼ ନିଜ ନାମରେ କରିଛନ୍ତି । ଦିଲ୍ଲୀଠାରେ ଆୟୋଜିତ ହୋଇଥିବା ବନ୍ଧୁକଚାଳନା ପ୍ରତିଯୋଗିତା ଆଇ.ଏସ.ଏସ.ଏଫ୍. ୱାର୍ଲ୍ଡକପରେ ଭାରତ ସର୍ବୋଚ୍ଚ ସ୍ଥାନ ହାସଲ କଲା । ସ୍ୱର୍ଣ୍ଣପଦକ ସଂଖ୍ୟାରେ ମଧ୍ୟ ଭାରତ ଅଗ୍ରଣୀ ରହିଲା । ଏହା ଭାରତର ମହିଳା ଏବଂ ପୁରୁଷ ଶୁଟର୍ମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ହିଁ ସମ୍ଭବ ହୋଇପାରିଲା । ଇତିମଧ୍ୟରେ ପି.ଭି. ସିନ୍ଧୁ BWF Swiss Open Super 300 ଟୁର୍ଣ୍ଣାମେଣ୍ଟରେ ରୌପ୍ୟପଦକ ଲାଭ କରିଛନ୍ତି । ଆଜି ଶିକ୍ଷାଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ, ସଶସ୍ତ୍ର ବାହିନୀଠାରୁ ଆରମ୍ଭ କରି ବିଜ୍ଞାନ ଏବଂ କାରିଗରି କୌଶଳ ଯାଏ, ପ୍ରତ୍ୟେକ କ୍ଷେତ୍ରରେ ଦେଶର ଝିଅମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଚାଲିଛନ୍ତି । ଝିଅମାନେ କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାରୁ ମୋତେ ଖୁସି ଲାଗୁଛି । କ୍ରୀଡ଼ାକୁ ନିଜର ବୃତି ଭାବେ ପସନ୍ଦ କରିବାର ଧାରା ବଢ଼ିବାରେ ଲାଗିଛି ।
ମୋର ପ୍ରିୟ ଦେଶବାସୀଗଣ,
କିଛିଦିନ ପୂର୍ବର ମାରିଟାଇମ୍ ଇଣ୍ଡିଆ ସମିଟ୍ କଥା ଆପଣମାନଙ୍କର ମନେଅଛି ତ? ଏହି ଶିଖର ସମ୍ମିଳନୀରେ ମୁଁ କ’ଣ କହିଥିଲି – ଆପଣଙ୍କର ମନେଅଛି କି? ଏକଥା ସ୍ୱାଭାବିକ ଯେ, ଏତେଗୁଡ଼ିଏ କାର୍ଯ୍ୟକ୍ରମ ହେଉଛି, ଏତେ କଥା କୁହାଯାଉଛି, ସବୁ କଥା କ’ଣ ମନେ ରହିବ ନା ସେସବୁ ଉପରେ ଦୃଷ୍ଟିଯିବ? କିନ୍ତୁ ମୋର ଗୋଟିଏ ଅନୁରୋଧକୁ ଗୁରୁପ୍ରସାଦ ଖୁବ ଆଗ୍ରହର ସହିତ ଆଗେଇ ନେଇଥିବାରୁ ମୋତେ ଭଲ ଲାଗିଲା । ସେହି ଶିଖର ସମ୍ମିଳନୀରେ ମୁଁ ଦେଶରେ ଥିବା ବତୀଘର ନିକଟବର୍ତ୍ତୀ ଇଲାକାରେ ପର୍ଯ୍ୟଟନ ସୁବିଧା ବିକଶିତ କରିବା କଥା କହିଥିଲି । ଗୁରୁପ୍ରସାଦ ତାମିଲନାଡ଼ୁର ଦୁଇଟି ବତୀଘର – ଚେନ୍ନାଇ ଲାଇଟ୍ ହାଉସ୍ ଏବଂ ମହାବଲିପୁରମ୍ ଲାଇଟ୍ ହାଉସ୍କୁ ୨୦୧୯ରେ ନିଜ ଯାତ୍ରାର ଅନୁଭୂତି ଶେୟାର କରିଛନ୍ତି । ସେ ଖୁବ ଚିତାକର୍ଷକ ତଥ୍ୟମାନ ଶେୟାର କରିଛନ୍ତି ଯାହା, ‘ମନ୍ କି ବାତ୍’ ଶୁଣୁଥିବା ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିବ । ଯେମିତିକି ଚେନ୍ନାଇ ଲାଇଟ୍ ହାଉସ୍ ବିଶ୍ୱର କିଛି ହାତଗଣତି ଲାଇଟ୍ ହାଉସ୍ଗୁଡ଼ିକରୁ ଅନ୍ୟତମ, ଯେଉଁଠି ଏଲିଭେଟର୍ ରହିଛି । କେବଳ ଏତିକି ନୁହେଁ, ଭାରତର ଏହା ଏକମାତ୍ର ଲାଇଟ୍ ହାଉସ୍ ଯାହା ସହରର ସୀମା ମଧ୍ୟରେ ଅବସ୍ଥିତ । ଏଥିରେ ବିଦ୍ୟୁତ ଯୋଗାଣ ପାଇଁ ସୋଲାର୍ ପ୍ୟାନେଲ୍ ମଧ୍ୟ ଲାଗିଛି । ଗୁରୁପ୍ରସାଦ ଲାଇଟ୍ ହାଉସ୍ର ହେରିଟେଜ ମ୍ୟୁଜିୟମ୍ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ଯାହା ମେରାଇନ୍ ନାଭିଗେସନ୍ର ଇତିହାସକୁ ପ୍ରଦର୍ଶିତ କରୁଛି। ମ୍ୟୁଜିୟମ୍ରେ ତେଲରେ ଜଳୁଥିବା ବଡ଼ ବଡ଼ ବତୀ, କିରୋସିନ ଲାଇଟ୍, ପେଟ୍ରୋଲିୟମ ଭେପର୍ ଏବଂ ପୁରାତନ ସମୟରେ ପ୍ରୟୋଗ କରାଯାଉଥିବା ବିଜୁଳିବତୀକୁ ପ୍ରଦର୍ଶିତ କରାଯାଇଛି । ଭାରତର ସର୍ବପୁରାତନ ବତୀଘର – ମହାବଳୀପୁରମ୍ ଲାଇଟ୍ ହାଉସ୍ ସମ୍ପର୍କରେ ଗୁରୁ ପ୍ରସାଦ ବିସ୍ତୃତ ଭାବେ ଲେଖିଛନ୍ତି । ତାଙ୍କ ମତରେ – ଏହି ଲାଇଟ୍ ହାଉସ୍ ପାଖରେ ଶହ ଶହ ବର୍ଷ ପୂର୍ବେ ପଲ୍ଲବ ରାଜା ମହେନ୍ଦ୍ରବର୍ମନ ପ୍ରଥମ ଦ୍ୱାରା ନିର୍ମିତ ୱଲ୍କେନଶ୍ୱର ମନ୍ଦିର ରହିଛି ।
ବନ୍ଧୁଗଣ,
‘ମନ୍ କି ବାତ୍’ ସମୟରେ ମୁଁ ପର୍ଯ୍ୟଟନର ବିଭିନ୍ନ ଦିଗ ଉପରେ ଅନେକ ଥର ଆଲୋଚନା କରିଛି । କିନ୍ତୁ ଏହି ବତୀଘର ପର୍ଯ୍ୟଟନ ଦୃଷିରୁ ନିଆରା ହୋଇଥାଏ । ନିଜର ଭବ୍ୟ ନିର୍ମାଣ ଯୋଗୁଁ ବତୀଘରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଆସିଛନ୍ତି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତରେ ବି ୭୧ ବତୀଘର ଚିହ୍ନଟ କରାଯାଇଛି । ଏସବୁରେ ସେମାନଙ୍କ କ୍ଷମତା ଅନୁଯାୟୀ ମ୍ୟୁଜିୟମ୍, ଏମ୍ଫି-ଥିଏଟର, ଓପନ ଏୟାର୍ ଥିଏଟର, କାଫେଟେରିଆ, ଚିଲ୍ଡ୍ରେନ୍ସ ପାର୍କ ଇକୋଫ୍ରେଣ୍ଡଲି କଟେଜ ଏବଂ ଲ୍ୟାଣ୍ଡସ୍କେପିଂ ତିଆରି କରାଯିବ । ଯେତେବେଳେ ବତୀଘର କଥା ପଡ଼ିଛି, ସେତେବେଳେ ମୁଁ ଗୋଟିଏ ନିଆରା ବତୀଘର ବିଷୟରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି । ଏହି ବତୀଘର ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ଜିଂଜୁୱାଡ଼ା ନାମକ ଗୋଟିଏ ସ୍ଥାନରେ ରହିଛି । ଜାଣିଛନ୍ତି, ଏହି ବତୀଘର କାହିଁକି ନିଆରା? ଏହା ଏଥିପାଇଁ ନିଆରା ଯେ, ଯେଉଁଠାରେ ଏହି ବତୀଘର ରହିଛି, ସେଠାରୁ ସମୁଦ୍ର ଏବେ ଶହେ କିଲୋମିଟରରୁ ମଧ୍ୟ ଅଧିକ ଦୂରରେ ରହିଛି। ଏହି ଗାଁରେ ଆପଣଙ୍କୁ ଏଭଳି ପଥର ମଧ୍ୟ ମିଳିବ ଯାହା ପ୍ରମାଣ କରିଥାଏ ଯେ ଏକଦା ଏଠି ଏକ ବ୍ୟସ୍ତବହୁଳ ବନ୍ଦର ଥିଲା । ଏହାର ଅର୍ଥ ହେଲା ଯେ, ସେ ସମୟରେ ସମୁଦ୍ରତଟ ଜିଂଜୁୱାଡ଼ାରେ ଥିଲା । ସମୁଦ୍ରର ବୃଦ୍ଧି, କ୍ଷୟ, ପଛକୁ ଘୁଞ୍ଚିଯିବା, ଏତେ ଦୂରକୁ ଚାଲିଯିବା, ଏସବୁ ଏହାର ଗୋଟିଏ ଗୋଟିଏ ସ୍ୱରୂପ । ଏହି ମାସରେ ଜାପାନରେ ଆସିଥିବା ଭୟଙ୍କର ସୁନାମୀକୁ ଦଶବର୍ଷ ପୂରଣ ହେବାକୁ ଯାଉଛି । ଏହି ସୁନାମୀରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଏହିଭଳି ଗୋଟିଏ ସୁନାମୀ ଭାରତରେ ୨୦୦୪ ମସିହାରେ ଆସିଥିଲା । ସୁନାମୀ ସମୟରେ ଆମେ ଏହି ଲାଇଟ୍ ହାଉସ୍ରେ କାର୍ଯ୍ୟ କରୁଥିବା ଆମର ୧୪ ଜଣ କର୍ମଚାରୀଙ୍କୁ ହରାଇଥିଲୁ । ଆଣ୍ଡାମାନ ନିକୋବର ଏବଂ ତାମିଲନାଡ଼ୁର ବତୀଘରରେ ସେମାନେ କର୍ତବ୍ୟରତ ଥିଲେ । କଠିନ ପରିଶ୍ରମ କରୁଥିବା ଆମର ଏହି ଲାଇଟ୍ କିପର୍ସମାନଙ୍କୁ ମୁଁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ କାର୍ଯ୍ୟକୁ ବହୁତ ବହୁତ ପ୍ରଶଂସା କରୁଛି ।
ପ୍ରିୟ ଦେଶବାସୀଗଣ,
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନୂଆପଣ, ଆଧୁନିକତା ଅନିବାର୍ଯ୍ୟ; ନଚେତ୍ ତାହା ବେଳେବେଳେ ଆମ ପାଇଁ ବୋଝ ପାଲଟିଯାଏ । ଭାରତର କୃଷିକ୍ଷେତ୍ରରେ ଆଧୁନିକୀକରଣ ବର୍ତମାନ ସମୟର ଆବଶ୍ୟକତା । ବହୁତ ବିଳମ୍ବ ହୋଇଯାଇଛି । ଆମେ ବହୁତ ସମୟ ନଷ୍ଟ କରିସାରିଛୁ । କୃଷିକ୍ଷେତ୍ରରେ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ପାଇଁ, ଚାଷୀଙ୍କ ଆୟ ଦୁଇଗୁଣ ବଢ଼ାଇବା ପାଇଁ, ପରମ୍ପରାଗତ କୃଷି ସହ ନୂଆ ବିକଳ୍ପଗୁଡ଼ିକୁ, ନୂଆନୂଆ innovationsକୁ ଆପଣାଇବା ମଧ୍ୟ ସେତିକି ଜରୁରୀ । ଶ୍ୱେତ ବିପ୍ଳବ ବେଳେ ଦେଶ ଏହା ଅନୁଭବ କରିଥିଲା । ଏବେ ମହୁମାଛି ପାଳନ ମଧ୍ୟ ଏପରି ଏକ ବିକଳ୍ପ ଭାବେ ଉଦୟ ହୋଇଛି । ମହୁମାଛି ପାଳନ ଦେଶରେ ମଧୁ ବିପ୍ଳବ ବା sweet revolutionର ଆଧାର ହେଉଛି । ବହୁ ସଂଖ୍ୟାରେ ଚାଷୀ ଏଥିସହ ଯୋଡ଼ି ହେଉଛନ୍ତି, innovation କରୁଛନ୍ତି । ଯେପରିକି ପଶ୍ଚିମବଙ୍ଗର ଦାର୍ଜିଲିଂରେ ଗୋଟିଏ ଗାଁ ଅଛି ଗୁର୍ଦୁମ୍ । ସେଠାରେ ସୁଉଚ୍ଚ ପାହାଡ଼ ସହ ଭୌଗୋଳିକ ସମସ୍ୟା ବି ରହିଛି, କିନ୍ତୁ ଏଠାକାର ଲୋକେ ମହୁଚାଷ ଆରମ୍ଭ କରିଛନ୍ତି ଏବଂ ଆଜି ଏହି ସ୍ଥାନରେ ମହୁର ଭଲ ଚାହିଦା ରହିଛି । ଏଥିରୁ ଚାଷୀମାନଙ୍କର ଆୟ ମଧ୍ୟ ବଢ଼ୁଛି । ସେଇ ପଶ୍ଚିମବଙ୍ଗର ସୁନ୍ଦରବନ ଅଂଚଳର ପ୍ରାକୃତିକ ଅର୍ଗାନିକ୍ ମହୁକୁ ତ ଦେଶବିଦେଶରେ ପସନ୍ଦ କରାଯାଏ । ଗୁଜରାଟରେ ମଧ୍ୟ ମୋର ଏପରି ଏକ ବ୍ୟକ୍ତିଗତ ଅଭିଜ୍ଞତା ରହିଛି । ଗୁଜରାଟର ବନାସକାଣ୍ଠାରେ ୨୦୧୬ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ ମୁଁ ଲୋକଙ୍କୁ କହିଥିଲି ଯେ ଏଇଠି ଏତେ ସମ୍ଭାବନା ରହିଛି, କାହିଁକି ବନାସକାଣ୍ଠା ଓ ଆମର ଏଠିକାର ଚାଷୀମାନେ ମଧୁ ବିପ୍ଳବର ନୂଆ ଅଧ୍ୟାୟ ସୃଷ୍ଟି ନ କରିବେ? ଆପଣ ଜାଣି ଖୁସିହେବେ ଯେ ବହୁତ କମ୍ ସମୟରେ ବନାସକାଣ୍ଠା ମହୁ ଉତ୍ପାଦନର କେନ୍ଦ୍ର ପାଲଟିଯାଇଛି । ଆଜି ବନାସକାଣ୍ଠାର ମହୁଚାଷୀ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏପରି ଏକ ଉଦାହରଣ ହେଉଛି ହରିୟାଣାର ଯମୁନାନଗର । ଯମୁନାନଗରରେ ଚାଷୀମାନେ ମହୁମାଛି ପାଳନ କରି ବାର୍ଷିକ ଶହ ଶହ ଟନ୍ ମହୁ ଉତ୍ପାଦନ କରୁଛନ୍ତି ଓ ସେମାନଙ୍କ ଆୟ ବୃଦ୍ଧି କରୁଛନ୍ତି । କୃଷକମାନଙ୍କ ଏହି ପରିଶ୍ରମର ପରିଣାମ ସ୍ୱରୂପ ଦେଶରେ ମହୁ ଉତ୍ପାଦନ ଲଗାତାର ବୃଦ୍ଧି ପାଉଛି ଏବଂ ବାର୍ଷିକ ପାଖାପାଖି ଏକଲକ୍ଷ ପଚିଶ ହଜାର ଟନ୍ ମହୁ ଉତ୍ପାଦିତ ହେଉଛି; ଯାହାର ବହୁଳାଂଶ ବିଦେଶକୁ ରପ୍ତାନୀ ହୋଇପାରୁଛି ।
ବନ୍ଧୁଗଣ,
ମହୁମାଛି ପାଳନ ଯୋଗୁଁ କେବଳ ଯେ ମହୁରୁ ଆୟ ହେଉଛି ସେକଥା ନୁହେଁ ବରଂ ମହୁଫେଣାର ମହମ ବା bee wax ମଧ୍ୟ ଆୟବୃଦ୍ଧିର ଆଉ ଏକ ବଡ଼ ମାଧ୍ୟମ ପାଲଟିଛି । ଆଜି ଔଷଧ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବୟନଶିଳ୍ପ ଏବଂ ପ୍ରସାଧନ ଶିଳ୍ପ ପ୍ରତ୍ୟେକ କ୍ଷେତ୍ର୍ରରେ bee wax ର ବେଶ୍ ଚାହିଦା ରହିଛି । ଏବେ ଆମ bee wax ଆମଦାନୀ କରୁଛି, କିନ୍ତୁ ଆମର ଚାଷୀଭାଇ ଏବେ ଏହି ସ୍ଥିତିକୁ ଦ୍ରୁତ ପରିବର୍ତନ କରିବାରେ ଲାଗିଛନ୍ତି । ଅର୍ଥାତ ଏକପ୍ରକାର ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ସାହାଯ୍ୟ କରୁଛନ୍ତି । ଏବେ ତ ସମଗ୍ର ପୃଥିବୀ ଆୟୁର୍ବେଦ ଓ ପ୍ରାକୃତିକ ସ୍ୱାସ୍ଥ୍ୟ ସାମଗ୍ରୀ ଆଡ଼କୁ ଅନାଇରହିଛି । ଏପରି ସ୍ଥିତିରେ ମହୁର ଚାହିଦା ଆହୁରି ବେଶି ବଢ଼ୁଛି । ମୁଁ ଚାହେଁ ଯେ ଦେଶର ଅଧିକରୁ ଅଧିକ ଚାଷୀ ନିଜର କୃଷି ସହ ମହୁଚାଷ ସହ ମଧ୍ୟ ଯୋଡ଼ି ହୁଅନ୍ତୁ । ଏହା ଚାଷୀମାନଙ୍କର ଆୟ ବଢ଼ାଇବ ଏବଂ ସେମାନଙ୍କ ଜୀବନକୁ ମଧ୍ୟ ମଧୁର କରିଦେବ ।
ମୋର ପ୍ରିୟ ଦେଶବାସୀଗଣ,
ଏଇ କିଛିଦିନ ପୂର୍ବରୁ World Sparrow Day ପାଳିତ ହୋଇଥିଲା । Sparrow ଅର୍ଥାତ ଘରଚଟିଆ । କେଉଁଠି ଏହାକୁ ଚକ୍ଲି କହନ୍ତି ତ ଆଉ କେଉଁଠି ଚିମ୍ନି, କେଉଁଠି ଘାନ ଚିରିକା କୁହାଯାଏ । ପୂର୍ବେ ଆମ ଘରର କାନ୍ଥମାନଙ୍କରେ, ଆଖପାଖର ଗଛ ଉପରେ ଘରଚଟିଆ ଉଡ଼ି ବୁଲୁଥିଲେ । ଏବେ କିନ୍ତୁ ଲୋକେ ବହୁବର୍ଷ ତଳେ ଘରଚଟିଆକୁ ଦେଖିଥିଲେ ବୋଲି କହି ତାକୁ ମନେପକାନ୍ତି । ଆଜି ସେମାନଙ୍କୁ ବଞ୍ଚାଇବା ପାଇଁ ଆମକୁ ପ୍ରୟାସ କରିବାକୁ ପଡ଼ୁଛି । ବନାରସର ମୋର ଜଣେ ସାଥୀ ଇନ୍ଦ୍ରପାଲ ସିଂହ ବତ୍ରା ଏପରି କାମ କରିଛନ୍ତି, ଯାହାକୁ ମୁଁ "ମନ୍ କୀ ବାତ୍”ର ଶ୍ରୋତାଙ୍କୁ ନିଶ୍ଚିତ କହିବାକୁ ଚାହୁଁଛି । ବତ୍ରା ନିଜ ଘରକୁ ହିଁ ଘରଚଟିଆଙ୍କ ବାସସ୍ଥାନରେ ପରିଣତ କରିଦେଇଛନ୍ତି । ସେ ନିଜ ଘରେ କାଠର ଏପରି ବସାମାନ ତିଆରି କରିଛନ୍ତି, ଯେଉଁଠି ଘରଚଟିଆଗୁଡ଼ିକ ଆରାମରେ ରହିପାରିବେ । ଆଜି ବନାରସର ଅନେକ ଘର ଏହି ଅଭିଯାନ ସହ ଯୋଡ଼ି ହେଉଛନ୍ତି । ଏଥିରେ ଘରଗୁଡ଼ିକରେ ଏକ ଅଦ୍ଭୁତ ପ୍ରାକୃତିକ ବାତାବରଣ ମଧ୍ୟ ସୃଷ୍ଟି ହେଉଛି । ମୁଁ ଚାହିଁବି ଯେ ପ୍ରକୃତି, ପରିବେଶ, ପ୍ରାଣୀ, ପକ୍ଷୀ ଯାହାପାଇଁ ଯେତିକି ହୋଇପାରିବ, ଅଳ୍ପବହୁତେ ପ୍ରୟାସ ଆମେ ମଧ୍ୟ କରିବା ଉଚିତ । ଯେପରିକି ଜଣେ ବନ୍ଧୁ ଅଛନ୍ତି ବିଜୟ କୁମାର କବି । ବିଜୟ ଓଡ଼ିଶାର କେନ୍ଦ୍ରାପଡ଼ା ବାସିନ୍ଦା । କେନ୍ଦ୍ରାପଡ଼ା ସମୁଦ୍ରକୂଳରେ ଅବସ୍ଥିତ । ସେଥିପାଇଁ ଏହି ଜିଲାରେ ଅନେକ ଗାଁ ଏପରି ଅଛି, ଯାହା ଉପରେ ସମୁଦ୍ରର ଉଚ୍ଚ ଲହଡ଼ି ଓ ବାତ୍ୟାର ବିପଦ ରହିଥାଏ । ଏହାଦ୍ୱାରା ବହୁତ କ୍ଷତି ମଧ୍ୟ ହୁଏ । ବିଜୟ ଅନୁଭବ କଲେ ଯେ ଯଦି ଏହି ପ୍ରାକୃତିକ ବିପତ୍ତିକୁ ଯଦି କେହି ରୋକିପାରିବ, ତାହାହିଁ ପ୍ରକୃତି । ତେଣୁ ବିଜୟ ବଡ଼କୋଟ ଗାଁରୁ ନିଜର ଅଭିଯାନ ଆରମ୍ଭ କଲେ । ତାଙ୍କର ଏହି ଅଭିଯାନକୁ ବାରବର୍ଷ ହୋଇଗଲାଣି । ବନ୍ଧୁଗଣ ଦୀର୍ଘ ବାରବର୍ଷ ପରିଶ୍ରମ କରି ଗାଁର ପରିସୀମାରେ ସମୁଦ୍ରକୁ ଲାଗି ପଚିଶ ଏକର ବିଶିଷ୍ଟ ଏକ ବୃହତ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି । ଆଜି ଏ ଜଙ୍ଗଲ ଗାଁକୁ ଲୁଣା ପବନ ଏବଂ ବାତ୍ୟା ଦାଉରୁ ସୁରକ୍ଷା ଦେଉଛି । ଏହିଭଳି କାମ ଓଡ଼ିଶାର ପାରାଦ୍ୱୀପ ନିକଟବର୍ତ୍ତୀ ଜଣେ ଇଞ୍ଜିନିୟର ଅମରେଶ ସାମନ୍ତ ବି କରିଛନ୍ତି । ଅମରେଶ କେତେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି ଯାହାକି କେତେକ ଗାଁକୁ ସୁରକ୍ଷା ପ୍ରଦାନ କରୁଛି । ବନ୍ଧୁଗଣ! ଏଭଳି କାମରେ ଆମେ ଯଦି ସମାଜକୁ ସମ୍ପୃକ୍ତ କରିବା ତାହେଲେ ତା’ର ପରିଣାମ ବିଶାଳ ପାଲଟିଥାଏ; ଯେମିତିକି ତାମିଲନାଡ଼ୁର କୋଏମ୍ବାଟୁରରେ ରହୁଥିବା ବସ୍ କଣ୍ଡକ୍ଟର ମରିମୁଥୁ ଯୋଗନାଥନ । ଯୋଗନାଥନ ନିଜ ବସ୍ର ଯାତ୍ରୀଙ୍କୁ ଟିକଟ ତ ଦିଅନ୍ତି, ତା'ସହ ବିନା ପଇସାରେ ଗୋଟିଏ ଚାରା ମଧ୍ୟ ଦେଇଥାନ୍ତି । ଏହିପରି ଭାବେ ଯୋଗନାଥନ ବହୁତ ଗଛ ଲଗାଇସାରିଛନ୍ତି । ଯୋଗନାଥନ ନିଜ ବେତନର ଏକ ବଡ଼ ଅଂଶ ଏହି କାମରେ ଖର୍ଚ୍ଚ କରୁଛନ୍ତି । ଏବେ ଏହାକୁ ଶୁଣିବା ପରେ ଏମିତି କୌଣସି ବ୍ୟକ୍ତି ନ ଥିବେ, ଯିଏକି ମରିମୁଥୁ ଯୋଗନାଥନଙ୍କ କାମକୁ ପ୍ରଶଂସା ନ କରିବେ । ତାଙ୍କର ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ, ମୁଁ ହୃଦୟରୁ ତାଙ୍କୁ ଅନେକ ବଧେଇ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ,
Wasteରୁ Wealth, ଅର୍ଥାତ ଆବର୍ଜନାରୁ ଅଳଙ୍କାର ତିଆରି ସଂପର୍କରେ ଆମେ ସମସ୍ତେ ଦେଖିଛୁ ଆଉ ଶୁଣିଛୁ ମଧ୍ୟ ଏବଂ ଆମେ ଅନେକଙ୍କୁ ଏ ବିଷୟରେ କହିଆସିଛୁ । ଏହିପରି ଭାବେ Wasteକୁ Valueଙ୍କରେ ପରିବର୍ତ୍ତନ କରିବାର କାମ କରାଯାଉଛି । ଏପରି ଏକ ଉଦାହରଣ ହେଉଛି କେରଳର କୋଚ୍ଚିସ୍ଥିତ ସେଂଟ୍ ତେରେସା କଲେଜ । ମୋର ମନେଅଛି ଯେ ୨୦୧୭ରେ ମୁଁ ଏହି କଲେଜର କ୍ୟାମ୍ପସ୍ରେ ଏକ Book Reading ଉପରେ ଆଧାରିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲି । ଏହି କଲେଜର ଛାତ୍ରଛାତ୍ରୀମାନେ Reusable Toys ତିଆରି କରୁଥିଲେ, ତାହା ବି ବହୁତ creative ଢଙ୍ଗରେ । ଏହି ଛାତ୍ରଛାତ୍ରୀମାନେ ଖେଳଣା ତିଆରି କରିବା ପାଇଁ ପୁରୁଣା କପଡ଼ା, ଫିଙ୍ଗାଯାଇଥିବା କାଠଖଣ୍ଡ, ବ୍ୟାଗ୍ ଓ ବାକ୍ସ ବ୍ୟବହାର କରୁଥିଲେ । କେଉଁ ବିଦ୍ୟାର୍ଥୀ Puzzle ତିଆରି କରୁଥିଲା ତ ଆଉ କିଏ କାର୍ ଓ ଟ୍ରେନ୍ ତିଆରି କରୁଥିଲା । ସେଠାରେ ଏହାର ବିଶେଷ ଧ୍ୟାନ ଦିଆଯାଉଥିଲା ଯେ ଖେଳଣା Safe ହେବା ସହ Child Friendly ମଧ୍ୟ ହେବ । ଏହି ସମଗ୍ର ପ୍ରୟାସର ଗୋଟିଏ ଭଲ କଥା ହେଉଛି ଯେ ଏହି ଖେଳଣା ଅଙ୍ଗନୱାଡ଼ି ପିଲାମାନଙ୍କୁ ଖେଳିବା ପାଇଁ ଦିଆଯାଉଥିଲା । ଆଜି ଯେତେବେଳେ ଭାରତ ଖେଳଣା ନିର୍ମାଣ କ୍ଷେତ୍ରରେ ବହୁତ ଉନ୍ନତି କରିଚାଲିଛି, ସେତେବେଳେ Wasteରୁ Valueର ଏହି ଅଭିଯାନ, ଏହି ଅଭିନବ ପ୍ରୟୋଗ ବହୁତ ଗୁରୁତ୍ୱ ରଖିଥାଏ ।
ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଅଛନ୍ତି ଜଣେ ପ୍ରଫେସର ଶ୍ରୀନିବାସ ପଦକାଣ୍ଡଲା । ସେ ବହୁତ ରୋଚକ କାର୍ଯ୍ୟ କରୁଛନ୍ତି । ସେ Automobile Metal Scrapeê ସ୍ଥାପତ୍ୟ ତିଆରି କରୁଛନ୍ତି । ତାଙ୍କଦ୍ୱାରା ତିଆରି ବିଶାଳ ସ୍ଥାପତ୍ୟଗୁଡ଼ିକୁ ସାର୍ବଜନୀକ ଉଦ୍ୟାନଗୁଡ଼ିକରେ ଲଗାଯାଇଛି ଏବଂ ଲୋକେ ସେଗୁଡ଼ିକୁ ବହୁତ ଉତ୍ସାହର ସହ ଦେଖୁଛନ୍ତି । Electronic ଏବଂ Automobileର ବର୍ଜ୍ୟର ପୁନଃଚକ୍ରଣ ବା Recycling କରି ସେ ଏହି ଅଭିନବ ପ୍ରୟୋଗ କରୁଛନ୍ତି । ମୁଁ ପୁଣିଥରେ କୋଚ୍ଚି ଏବଂ ବିଜୟୱାଡ଼ା ଏହି ପ୍ରୟାସଗୁଡ଼ିକୁ ଖୁବ୍ ପ୍ରଶଂସା କରିବା ସହ ଆଶା କରୁଛି ଯେ ଆହୁରି ଅନେକ ବ୍ୟକ୍ତି ଏହିଭଳି ପ୍ରୟାସ କରିବା ପାଇଁ ଆଗେଇଆସିବେ ।
ମୋର ପ୍ରିୟ ଦେଶବାସୀଗଣ,
ଭାରତର ଲୋକ ପୃଥିବୀର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ସେମାନେ ଗର୍ବର ସହ ନିଜକୁ ଭାରତୀୟ ବୋଲି ପରିଚୟ ଦେଇଥାନ୍ତି । ଆମେ ଆମର ଯୋଗ, ଆୟୁର୍ବେଦ, ଦର୍ଶନ ଏବଂ କେତେ କ’ଣ ଉପଲବ୍ଧି ପାଇଁ ଗର୍ବ କରିବା ସଙ୍ଗେସଙ୍ଗେ ନିଜର ସ୍ଥାନୀୟ ଭାଷା, ପରିଚୟ, ପରିଧାନ, ଖାଦ୍ୟପାନୀୟକୁ ନେଇ ମଧ୍ୟ ଗର୍ବ କରିଥାଉ । ଆମକୁ ନୂଆ ତ ପାଇବାର ଅଛି ଏବଂ ତାହାହିଁ ତ ଜୀବନ; କିନ୍ତୁ ତା'ସହିତ ପୁରାତନକୁ ମଧ୍ୟ ଛାଡ଼ିବା ନାହିଁ । ଆମେ ବହୁତ ପରିଶ୍ରମ କରି ନିଜ ଆଖପାଖରେ ରହିଥିବା ଅସାଧାରଣ ସାଂସ୍କୃତିକ ଐତିହ୍ୟଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ହେବ, ନୂଆ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ । ଏହି କାମ ଏବେ ଆସାମରେ ରହୁଥିବା ସିକାରୀ ଟିସୌ ବହୁତ ମନଧ୍ୟାନ ଦେଇ କରୁଛନ୍ତି । Karbi Anglong ଜିଲାର ସିକାରୀ ଟିସୌ ବିଗତ ୨୦ ବର୍ଷ ଧରି Karbi ଭାଷାର documentation କରୁଛନ୍ତି । ଏକଦା କାର୍ବି ଆଦିବାସୀ ଭାଇଭଉଣୀଙ୍କ ଭାଷା କାର୍ବି ଆଜି ମୁଖଧାରାରୁ ଉଭାନ ହେବାକୁ ବସିଛି । ଶ୍ରୀମାନ ସିକାରୀ ଟିସୌ ସ୍ଥିର କରିଛନ୍ତି ଯେ ସେ ନିଜର ଏହି ପରିଚୟକୁ ବଂଚାଇ ରଖିବେ ଏବଂ ଆଜି ତାଙ୍କ ପ୍ରୟାସରେ କାର୍ବି ଭାଷାର ବହୁତ ତଥ୍ୟ documented ହୋଇସାରିଛି । ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ଅନେକ ସ୍ଥାନରୁ ପ୍ରଶଂସା ଏବଂ ପୁରସ୍କାର ମଧ୍ୟ ମିଳିଛି । "ମନ୍ କୀ ବାତ୍' ଜରିଆରେ ଶ୍ରୀମାନ ସିକାରୀ ଟିସୌଙ୍କୁ ମୁଁ ଅଭିନନ୍ଦନ ଜଣାଉଛି; କିନ୍ତୁ ମୁଁ ଦେଶର କୋଣଅନୁକୋଣରେ ଥିବା ଏପରି ସାଧକମାନଙ୍କୁ ମଧ୍ୟ ବଧେଇ ଜଣାଉଛି, ଯେଉଁମାନେ ଏପରି କାମରେ ଦିନରାତି ଲାଗିରହିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ,
ଯେକୌଣସି ନୂଆ ଆରମ୍ଭ ଅର୍ଥାତ New Beginning ସବୁବେଳେ ସ୍ୱତନ୍ତ୍ର ହୋଇଥାଏ । New Beginningଅର୍ଥ New Possibilities – ନୂଆ ପ୍ରୟାସ । ଏବଂ ନୂଆ ପ୍ରୟାସର ଅର୍ଥ ନୂଆ ଶକ୍ତି ଓ ନୂଆ ଉଦ୍ଦୀପନା । ଏହି କାରଣରୁ ଭିନ୍ନ ଭିନ୍ନ ରାଜ୍ୟ ଏବଂ ଅଂଚଳର ଏବଂ ବିବିଧତାରେ ଭରା ଆମ ସଂସ୍କୃତିରେ ପ୍ରତ୍ୟେକ ଆରମ୍ଭକୁ ଉତ୍ସବ ଭାବେ ପାଳନ କରିବାର ପରମ୍ପରା ରହିଛି । ଆଉ ଏହି ସମୟ ନୂଆ ଆରମ୍ଭ ଓ ନୂଆ ଉତ୍ସବ ଆଗମନର ସମୟ । ହୋଲି ମଧ୍ୟ ବସନ୍ତକୁ ଉତ୍ସବ ଭାବେ ପାଳନ କରିବାର ଏକ ପରମ୍ପରା । ଯେତେବେଳେ ଆମେ ରଂଗ ସହ ହୋଲି ପାଳନ କରିଥାଉ, ସେହି ସମୟ ବସନ୍ତ ମଧ୍ୟ ଆମ ଚତୁର୍ଦିଗରେ ନୂତନ ରଙ୍ଗ ବୁଣିଦେଇଥାଏ । ଏହି ସମୟରେ ଫୁଲ ଫୁଟି ବାସ ଚହଟିବା ଆରମ୍ଭ ହୁଏ ଏବଂ ପ୍ରକୃତି ଜୀବନ୍ତ ହୋଇଉଠେ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଖୁବ୍ଶୀଘ୍ର ନୂଆବର୍ଷ ମଧ୍ୟ ପାଳନ କରାଯିବ । ସେ ଉଗାଦି ହେଉ ବା ପୁଥଣ୍ଡୁ, ଗୁଡ଼ିପଡ଼ୱା ହେଉ ଅବା ବିହୁ, ନବରହେ ହେଉ ବା ପୋଇଲା ବା ପୁଣି ବୋଇଶାଖ ହେଉ ବା ବୈଶାଖୀ – ପୁରା ଦେଶ ଆନନ୍ଦ ଉତ୍ସାହ ଏବଂ ନୂତନ ଆଶାର ରଙ୍ଗରେ ଉଚ୍ଛୁଳୁଥାଏ । ଏହି ସମୟରେ କେରଳରେ ବି ଖୁବ୍ ସୁନ୍ଦର ପର୍ବ ବିଶୁ ପାଳନ କରାଯାଏ । ଏହାପରେ ଖୁବ୍ଶୀଘ୍ର ଚୈତ୍ର ନବରାତ୍ରିର ପବିତ୍ର ଅବସର ଆସିଯିବ । ଚୈତ୍ରମାସର ନବମ ଦିନରେ ଆମର ଏଠି ରାମନବମୀ ପର୍ବ ଅନୁଷ୍ଠିତ ହୋଇଥାଏ । ଏହାକୁ ଭଗବାନ ରାମଙ୍କ ଜନ୍ମ ଉତ୍ସବ ସହ ନ୍ୟାୟ ଏବଂ ପରାକ୍ରମର ଏକ ନୂତନ ଯୁଗର ପ୍ରାରମ୍ଭ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ସର୍ବତ୍ର ଖୁବ୍ ଧୁମ୍ଧାମ୍ରେ ଭକ୍ତିଭାବପୂର୍ଣ୍ଣ ପବିତ୍ର ପରିବେଶ ସୃଷ୍ଟି ହୋଇଥାଏ । ଯାହାକି ଲୋକମାନଙ୍କୁ ଆହୁରି ନିକଟତର କରିଥାଏ, ପରିବାର ଏବଂ ସମାଜକୁ ସଂଯୁକ୍ତ କରିଥାଏ, ପରସ୍ପରର ସମ୍ପର୍କକୁ ମଜବୁତ କରେ । ଏହି ଉତ୍ସବଗୁଡ଼ିକ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି ।
ବନ୍ଧୁଗଣ,
୪ ଏପ୍ରିଲରେ ଦେଶ ଇଷ୍ଟର୍ ମଧ୍ୟ ପାଳନ କରିବ । ଯୀଶୁଖ୍ରୀଷ୍ଟଙ୍କ ପୁନର୍ଜୀବନ ଉତ୍ସବ ରୂପେ ଇଷ୍ଟର ପର୍ବ ପାଳନ କରାଯାଏ । ପ୍ରତୀକାତ୍ମକ ଭାବେ କହିଲେ ଇଷ୍ଟର ଜୀବନର ନୂତନ ଆରମ୍ଭ ସହ ଜଡ଼ିତ । ଇଷ୍ଟର ଆଶାର ପୁନର୍ଜୀବିତ ହେବାର ପ୍ରତୀକ ଅଟେ । On this holy and auspicious occasion, I greet not only the Christian Community in India, but also Christians globally.
ମୋର ପ୍ରିୟ ଦେଶବାସୀଗଣ,
ଆଜି "ମନ୍ କୀ ବାତ୍'ରେ ଆମେ ‘ଅମୃତ ମହୋତ୍ସବ’ ଓ ଦେଶ ପାଇଁ ନିଜ କର୍ତ୍ତବ୍ୟ ସମ୍ପର୍କରେ କଥା ହେଲେ । ଆମେ ଅନ୍ୟ ପର୍ବପର୍ବାଣୀ ଓ ଉତ୍ସବ ସମ୍ପର୍କରେ ମଧ୍ୟ ଆଲୋଚନା କଲେ । ଏହାରି ମଧ୍ୟରେ ଆଉ ଏକ ପର୍ବ ଆସିବାର ଅଛି, ଯାହା ଆମ ସାମ୍ବିଧାନିକ ଅଧିକାର ଓ କର୍ତବ୍ୟକୁ ସ୍ମରଣ କରାଇ ଦେଇଥାଏ । ତାହା ହେଉଛି ୧୪ ଏପ୍ରିଲ – ଡକ୍ଟର ବାବାସାହେବ ଅମ୍ବେଦକରଙ୍କ ଜନ୍ମଜୟନ୍ତୀ । ଏଥର ‘ଅମୃତ ମହୋତ୍ସବ’ରେ ତ ଏହା ଆହୁରି ସ୍ୱତନ୍ତ୍ର ହୋଇଯାଇଛି । ମୋର ବିଶ୍ୱାସ ଯେ ବାବାସାହେବଙ୍କ ଏହି ଜୟନ୍ତୀକୁ ଆମେ ନିଶ୍ଚିତ ରୂପେ ସ୍ମରଣୀୟ କରିବା, ନିଜ କର୍ତ୍ତବ୍ୟ ପାଳନ କରିବାର ସଙ୍କଳ୍ପ ନେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଏହି ବିଶ୍ୱାସ ସହ, ଆପଣ ସମସ୍ତଙ୍କୁ ପର୍ବ ଉତ୍ସବ ପାଇଁ ପୁଣିଥରେ ଶୁଭକାମନା ଜଣାଉଛି । ଆପଣ ସମସ୍ତେ ଖୁସି ରୁହନ୍ତୁ, ସୁସ୍ଥ ରହନ୍ତୁ ଓ ପର୍ବଗୁଡ଼ିକର ଖୁବ୍ ମଜା ନିଅନ୍ତୁ । ଏହି କାମନା ସହ ପୁଣିଥରେ ମନେ ପକାଇ ଦେଉଛି "ଦବାଇ ଭି – କଡ଼ାଇ ଭି' । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କାଲି ମାଘ ପୂର୍ଣ୍ଣିମାର ପର୍ବ ଥିଲା । ମାଘ ମାସ ବିଶେଷ ରୂପେ ନଦୀ, ପୁଷ୍କରିଣୀ ଓ ଜଳସ୍ରୋତଗୁଡ଼ିକ ସହ ସଂପୃକ୍ତ ବୋଲି ଧରାଯାଏ । ଆମ ଶାସ୍ତ୍ରରେ କୁହାଯାଇଛି :
“ମାଘେ ନିମଗ୍ନାଃ ସଲିଳେ ସୁଶୀତେ, ବିମୁକ୍ତପାପାଃ ତ୍ରିଦିବମ୍ ପ୍ରୟାନ୍ତି ।’’
ଅର୍ଥାତ୍, ମାଘ ମାସରେ ଯେ କୌଣସି ପବିତ୍ର ଜଳାଶୟରେ ସ୍ନାନକୁ ପୂଣ୍ୟ ବୋଲି ଧରାଯାଏ । ପୃଥିବୀର ପ୍ରତ୍ୟେକ ସମାଜରେ ନଦୀ ସହିତ ଜଡ଼ିତ କୌଣସି ନା କୌଣସି ପରମ୍ପରା ରହିଛି । ନଦୀତଟରେ ଅନେକ ସଭ୍ୟତାର ମଧ୍ୟ ବିକାଶ ଘଟିଛି । ଆମ ସଂସ୍କୃତି ହଜାର ହଜାର ବର୍ଷ ପୁରାତନ ହୋଇଥିବାରୁ ଏହାର ବିସ୍ତୃତି ଆମ ଏଠି ଅଧିକ ମିଳିଥାଏ । ଭାରତରେ ଏପରି କୌଣସି ଦିନ ନଥିବ, ଯେଉଁ ଦିନ ଜଳ ସହ ଜଡ଼ିତ ଉତ୍ସବଟିଏ ପାଳନ କରାଯାଉନଥିବ । ମାଘ ମାସରେ ତ ଲୋକେ ନିଜ ଘର ପରିବାର, ସୁଖସୁବିଧା ତ୍ୟାଗକରି ପୁରା ମାସଟି ନଦୀକଳୂରେ କଳ୍ପବାସ କରିବା ପାଇଁ ଯାଆନ୍ତି । ଏଥର ହରିଦ୍ୱାରରେ କୁମ୍ଭମେଳା ମଧ୍ୟ ହେଉଛି । ଜଳ ଆମ ପାଇଁ କେବଳ ଜୀବନ ନୁହେଁ, ଆସ୍ଥା ଆଉ ବିକାଶର ଧାରା ମଧ୍ୟ । ପାଣି ଏକ ପ୍ରକାର କଷଟି ପଥରଠୁ ବି ବେଶି ମହତ୍ୱପୂର୍ଣ୍ଣ । କୁହାଯାଏ ଯେ କଷଟିପଥର ସ୍ପର୍ଶରେ ଲୁହା ସୁନାରେ ପରିବର୍ତିତ ହୋଇଯାଏ । ସେହିପରି ଜଳର ସ୍ପର୍ଶ ଜୀବନ ପାଇଁ ଯେତିକି ଜରୁରୀ, ବିକାଶ ପାଇଁ ମଧ୍ୟ ସେତିକି ଜରୁରୀ ।
ବନ୍ଧୁଗଣ,
ମାଘ ମାସକୁ ଜଳ ସହ ଯୋଡ଼ିବାର ସମ୍ଭବତଃ ଆଉ ଏକ କାରଣ ମଧ୍ୟ ରହିଛି ଯେ ଏହା ପରଠାରୁ ଶୀତ ଶେଷ ହୁଏ ଆଉ ଗରମ ଆରମ୍ଭ ହୁଏ; ତେଣୁ ପାଣିର ସଂରକ୍ଷଣ କରିବା ପାଇଁ ଆମକୁ ଏବେଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଦରକାର । କିଛିଦିନ ପରେ ମାର୍ଚ ୨୨ ତାରିଖରେ ‘ବିଶ୍ୱ ଜଳ ଦିବସ’ ବି ପାଳନ କରାଯିବ ।
ମୋତେ ୟୁପିର ଆରାଧ୍ୟା ଜୀ ଲେଖିଛନ୍ତି ଯେ ବିଶ୍ୱର କୋଟିକୋଟି ଲୋକ ନିଜ ଜୀବନର ବହୁଳାଂଶ ପାଣିର ଅଭାବକୁ ପୂରା କରିବାରେ ହିଁ ଲଗାଇଥାନ୍ତି । ‘ବିନ୍ ପାନି ସବ୍ ସୁନ୍’ କେବଳ ସେମିତି କୁହାଯାଇନାହିଁ । ଜଳ ସଙ୍କଟର ସମାଧାନ ପାଇଁ ପଶ୍ଚିମବଙ୍ଗର ‘ଉତର ଦୀନାଜ୍ପୁର’ରୁ ସୁଜିତ୍ ଜୀ ବହୁତ ସୁନ୍ଦର ବାର୍ତା ମୋ ପାଖକୁ ପଠାଇଛନ୍ତି । ସୁଜିତ୍ ଜୀ ଲେଖିଛନ୍ତି ଯେ ପ୍ରକୃତି ଜଳ ରୂପରେ ଆମକୁ ଏକ ସାମୂହିକ ଉପହାର ଦେଇଛି, ତେଣୁ ଏହାକୁ ସଂରକ୍ଷଣ କରିବାର ଦାୟିତ୍ୱ ମଧ୍ୟ ସାମୂହିକ । ଏହା ଠିକ୍ କଥା । ଯେପରି ସାମୂହିକ ଉପହାର, ସେହିପରି ସାମୂହିକ ଉତରଦାୟିତ୍ୱ ମଧ୍ୟ । ସୁଜୀତ୍ ଜୀଙ୍କ କଥା ବିଲକୁଲ ଠିକ୍ । ନଦୀ, ପୋଖରୀ, ହ୍ରଦ, ବର୍ଷା ବା ଭୂତଳ ଜଳ, ଏସବୁ – ସମସ୍ତଙ୍କ ପାଇଁ ।
ବନ୍ଧୁଗଣ,
ଦିନ ଥିଲା ଯେତେବେଳେ ଗାଁରେ କୂଅ, ପୋଖରୀର ସମସ୍ତେ ମିଳିମିଶି ଯତ୍ନ ନେଉଥିଲେ । ଏବେ ତାମିଲନାଡୁର ତିରୁୱନ୍ନାମଲାଇରେ ଏପରି ଏକ ପ୍ର୍ରୟାସ ହେଉଛି । ଏଠାରେ ସ୍ଥାନୀୟ ଲୋକ ନିଜ ନିଜର କୂଅକୁ ସଂରକ୍ଷିତ କରି ରଖିବା ପାଇଁ ଅଭିଯାନ ଚଳାଇଛନ୍ତି । ଏହି ଲୋକ ନିଜ ଅଂଚଳର ବର୍ଷବର୍ଷ ଧରି ବ୍ୟବହାର ହେଉନଥିବା ସାର୍ବଜନୀନ କୂଅଗୁଡ଼ିକୁ ପୁଣିଥରେ ଜୀବନ୍ତ କରୁଛନ୍ତି ।
ମଧ୍ୟପ୍ରଦେଶର ଅଗରୋଥା ଗାଁର ବବିତା ରାଜପୁତ ଜୀ ମଧ୍ୟ ଯାହା କରୁଛନ୍ତି, ସେଥିରୁ ଆପଣ ସମସ୍ତଙ୍କୁ ପ୍ରେରଣା ମିଳିବ । ବବିତା ଜୀ’ଙ୍କ ଗାଁ ବୁନ୍ଦେଲଖଣ୍ଡରେ ଅଛି । ତାଙ୍କ ଗାଁ ପାଖରେ ଏକଦା ଗୋଟିଏ ବହୁତ ବଡ଼ ହ୍ରଦ ଥିଲା, ଯାହା ଶୁଖିଯାଇଥିଲା । ସେ ଗାଁର ଅନ୍ୟ ମହିଳାମାନଙ୍କୁ ସାଥୀ କଲେ ଏବଂ ହ୍ରଦ ପର୍ଯ୍ୟନ୍ତ ପାଣି ଯିବା ପାଇଁ ଏକ ନାଳ ତିଆରି କରିଦେଲେ । ଏହି ନାଳଯୋଗେ ବର୍ଷାଜଳ ସିଧା ହ୍ରଦକୁ ଯିବାକୁ ଲାଗିଲା । ଏବେ ଏହି ହ୍ରଦରେ ପାଣି ଭର୍ତି ହୋଇରହିଛି ।
ବନ୍ଧୁଗଣ, ଉତରାଖଣ୍ଡର ବାଗେଶ୍ୱରରେ ରହୁଥିବା ଜଗଦୀଶ କୁନିୟାଲ ଜୀ’ଙ୍କ କାମ ମଧ୍ୟ ବହୁତ କିଛି ଶିକ୍ଷା ଦେଇଥାଏ । ଜଗଦୀଶ ଜୀ’ଙ୍କ ଗାଁ ଆଉ ଆଖପାଖ ଅଂଚଳ ଜଳ ପାଇଁ ଏକ ପ୍ରାକୃତିକ ଉତ୍ସ ଉପରେ ନିର୍ଭରଶୀଳ ଥିଲା; କିନ୍ତୁ କିଛିବର୍ଷ ପୂର୍ବରୁ ସେହି ଜଳସ୍ରୋତ ଶୁଖିଗଲା । ଏହାଦ୍ୱାରା ସମଗ୍ର ଅଂଚଳରେ ଜଳସଂକଟ ବଢ଼ିବଢ଼ି ଚାଲିଲା । ଜଗଦୀଶ ଜୀ ଏହି ସଙ୍କଟର ସମାଧାନ ପାଇଁ ବୃକ୍ଷରୋପଣ କରିବାକୁ ସଂକଳ୍ପ ନେଲେ । ସେ ଗାଁ ଲୋକଙ୍କ ସହ ମିଶି ସମଗ୍ର ଅଂଚଳରେ ହଜାର ହଜାର ଗଛ ଲଗାଇଲେ ଓ ଆଜି ସେହି ଅଂଚଳର ଶୁଷ୍କ ଜଳଉତ୍ସ ପୁଣିଥରେ ଭରିଯାଇଛି ।
ବନ୍ଧୁଗଣ,
ପାଣିକୁ ନେଇ ଆମେ ଏହିଭଳି ନିଜର ସାମୂହିକ ଦାୟିତ୍ୱକୁ ବୁଝିବାକୁ ପଡ଼ିବ । ଭାରତର ଅଧିକାଂଶ ଅଂଚଳରେ ମଇ-ଜୁନ୍ ମାସରେ ବର୍ଷା ଆରମ୍ଭ ହୁଏ । ଆମେ ଏବେଠାରୁ ନିଜ ଆଖପାଖର ଜଳାଶୟଗୁଡ଼ିକର ସଫା କରିବା ପାଇଁ, ବର୍ଷାଜଳ ସଂରକ୍ଷଣ ପାଇଁ ୧୦୦ ଦିନିଆ କୌଣସି ଅଭିଯାନ ଆରମ୍ଭ କରିପାରିବା କି? ଏହି ଭାବନାକୁ ନେଇ କିଛିଦିନ ପରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଜଳଶକ୍ତି ଅଭିଯାନ Catch the rain ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନର ମୂଳମନ୍ତ୍ର ହେଉଛି – – ‘Catch the rain, where it falls, when it falls.’। ଆମେ ଏବେଠୁ ଏକାଠି ହେବା, ଆମେ ଆଗରୁ ଥିବା ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ମରାମତି କରିଦେବା, ଗାଁର ଗାଡ଼ିଆ ପୋଖରୀକୁ ସଫା କରିଦେବା, ଜଳାଶୟ ପର୍ଯ୍ୟନ୍ତ ପାଣି ଯାଇପାରିବା ଭଳି ରାସ୍ତାରୁ ପ୍ରତିବନ୍ଧକ ହଟାଇଦେବା, ତେବେ ଅଧିକରୁ ଅଧିକ ବର୍ଷାଜଳ ସଂରକ୍ଷଣ କରିପାରିବା ।
ମୋର ପ୍ରିୟ ଦେଶବାସୀଗଣ,
ଯେତେବେଳେ ମାଘ ମାସ ଏବଂ ତା’ର ଆଧ୍ୟାତ୍ମିକ ସାମାଜିକ ମହତ୍ୱ ସଂପର୍କରେ ଚର୍ଚ୍ଚା ହୁଏ, ସେତେବେଳେ ଗୋଟିଏ ନାମ ବିନା ଏହା ସଂପୂର୍ଣ୍ଣ ହୁଏ ନାହିଁ । ଏହି ନାମ ସନ୍ଥ ରବିଦାସ ଜୀ’ଙ୍କର । ମାଘ ପୂର୍ଣ୍ଣିମା ଦିନ ହିଁ ସନ୍ଥ ରବିଦାସଙ୍କ ଜୟନ୍ତୀ । ଆଜି ମଧ୍ୟ ସନ୍ଥ ରବିଦାସ ଜୀଙ୍କ ଶବ୍ଦ, ତାଙ୍କର ଜ୍ଞାନ ଆମକୁ ପଥପ୍ରଦର୍ଶନ କରିଥାଏ । ସେ କହିଥିଲେ-
ଏକୈ ମାତି କେ ସଭ୍ ଭାଂଡେ,
ସଭ୍ କା ଏକୌ ସିରଜନହାର ।
ରବିଦାସ ବ୍ୟାପୈ ଏକୈ ଘଟ ଭିତର୍,
ସଭ୍ କୌ ଏକୈ ଘଡୈ କୁମ୍ହାର୍ ।
ଆମେ ସମସ୍ତେ ମାଟିଭାଣ୍ଡ, ଜଣେ ମୂର୍ତିକାର ଆମ ସମସ୍ତଙ୍କୁ ହିଁ ଗଢ଼ିଛନ୍ତି । ସନ୍ଥ ରବିଦାସ ଜୀ ସମାଜରେ ବ୍ୟାପ୍ତ ବିକୃତିକୁ ନେଇ ସବୁବେଳେ ଖୋଲାଖୋଲି କହୁଥିଲେ । ସେ ଏହି ବିକୃତି ସବୁକୁ ସମାଜ ସାମ୍ନାରେ ଉପସ୍ଥାପିତ କରିଥିଲେ, ତାକୁ ସୁଧାରିବାର ବାଟ ଦେଖାଇଥିଲେ; ଆଉ ସେଥିପାଇଁ ତ ମୀରା ଜୀ କହିଥିଲେ- ‘ଗୁରୁ ମିଲିୟା ରୈଦାସ, ଦିନ୍ହି ଜ୍ଞାନ କୀ ଗୁଟ୍କୀ’ । ଅର୍ଥାତ୍, ଗୁରୁ ରୂପରେ ରୈଦାସ ମିଳିଛନ୍ତି ଆଉ ସେ ସତ୍ଜ୍ଞାନର ଅମୃତ ପିଆଇଛନ୍ତି ।
ମୋର ସୌଭାଗ୍ୟ ଯେ ମୁଁ ସନ୍ଥ ରବିଦାସ ଜୀଙ୍କ ଜନ୍ମସ୍ଥଳୀ ବାରାଣସୀ ସହ ସଂପୃକ୍ତ ହୋଇଛି । ସନ୍ଥ ରବିଦାସ ଜୀ’ଙ୍କ ଜୀବନର ଆଧ୍ୟାତ୍ମିକ ଉଚ୍ଚତାକୁ ଏବଂ ତାଙ୍କର ଶକ୍ତିକୁ ମୁଁ ସେହି ତୀର୍ଥସ୍ଥଳରେ ଅନୁଭବ କରିଛି । ବନ୍ଧୁଗଣ, ରବିଦାସ ଜୀ କହୁଥିଲେ-
କରମ ବନ୍ଧନ ମେଁ ବନ୍ଧ ରହିୟୋ, ଫଲ୍ କୀ ନା ତଜ୍ଜିୟୋ ଆସ୍ ।
କର୍ମ ମାନୁଷ କା ଧର୍ମ ହୈ, ସତ୍ ଭାଖୈ ରବିଦାସ ।ା
ଅର୍ଥାତ ଆମେ ନିରନ୍ତର ଆପଣା କର୍ମ କରିଚାଲିବା ଉଚିତ, ଫଳ ତ ମିଳିବ ହିଁ ମିଳିବ, ମାନେ କର୍ମରୁ ସିଦ୍ଧି ତ ହେବ ହିଁ ହେବ । ଆମ ଯୁବାମାନଙ୍କୁ ସନ୍ଥ ରବିଦାସଙ୍କଠାରୁ ଆଉ ଗୋଟିଏ କଥା ନିଶ୍ଚିତ ଭାବେ ଶିଖିବା ଆବଶ୍ୟକ । ଯୁବପିଢ଼ିକୁ କୌଣସି କାମ କରିବା ପାଇଁ, ନିଜକୁ ପୁରୁଣା ରୀତିନୀତିରେ ବାନ୍ଧିହୋଇ ରହିବା ଅନୁଚିତ । ଆପଣମାନେ ନିଜ ଜୀବନକୁ ନିଜେ ହିଁ ସ୍ଥିର କରନ୍ତୁ । ନିଜର ରୀତିନୀତି ମଧ୍ୟ ନିଜେ ତିଆରି କରନ୍ତୁ ଏବଂ ନିଜ ଲକ୍ଷ୍ୟ ମଧ୍ୟ ନିଜେ ସ୍ଥିର କରନ୍ତୁ । ଯଦି ଆପଣଙ୍କ ବିବେକ, ଆପଣଙ୍କ ଆତ୍ମବିଶ୍ୱାସ ଦୃଢ଼ ଅଛି, ତେବେ ଆପଣଙ୍କୁ ପୃଥିବୀର କୌଣସି ଜିନିଷକୁ ଡରିବାର ଆବଶ୍ୟକତା ନାହିଁ । ମୁଁ ଏହା ଏଇଥିପାଇଁ କହୁଛି ଯେ ଅନେକ ସମୟରେ ଆମର ଯୁବପିଢ଼ି ପୁରୁଣା ରୀତିନୀତିର ଚାପରେ ସେହି କାମ କରିପାରନ୍ତି ନାହିଁ, ଯାହାକୁ ସେମାନେ ପ୍ରକୃତରେ ପସନ୍ଦ କରନ୍ତି । ଏଥିପାଇଁ ଆପଣମାନଙ୍କୁ କେବେ ମଧ୍ୟ ନୂଆ ଚିନ୍ତା କରିବାକୁ, ନୂଆ କାମ କରିବାକୁ ଦ୍ୱିଧାବୋଧ କରିବା ଉଚିତ ନୁହେଁ । ସେହିପରି, ସନ୍ଥ ରବିଦାସ ଜୀ ଆଉ ଏକ ମହତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି । ଏହି ସନ୍ଦେଶ ହେଉଛି, “ନିଜ ଗୋଡ଼ରେ ନିଜେ ଠିଆ ହେବା” । ଆମେ ନିଜର ସ୍ୱପ୍ନ ପୂରଣ ପାଇଁ ଅନ୍ୟ ଉପରେ ନିର୍ଭର କରିବା, ଏହା ଆଦୌ ଠିକ୍ ନୁହେଁ । ଯୋଉଟା ଯେପରି ତାହା ସେପରି ଚାଲୁ, ରବିଦାସ ଜୀ କେବେ ମଧ୍ୟ ଏହାରି ସପକ୍ଷରେ ନ ଥିଲେ ଏବଂ ଆଜି ଆମେ ଦେଖୁଛୁ ଯେ ଦେଶର ଯୁବା ମଧ୍ୟ ଏହି ଭାବନା ସପକ୍ଷରେ ଆଦୌ ନାହାନ୍ତି । ଆଜି ଯେତେବେଳେ ଦେଶର ଯୁବପିଢ଼ିଙ୍କ ଭିତରେ innovative spirit ଦେଖେ, ମୋତେ ଲାଗେ ଯେ ଆମର ଯୁବପିଢ଼ିକୁ ନେଇ ସନ୍ଥ ରବିଦାସ ଜୀଙ୍କୁ ନିଶ୍ଚିତ ଗର୍ବ ଅନୁଭବ ହୋଇଥାନ୍ତା ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ଜାତୀୟ ବିଜ୍ଞାନ ଦିବସ’ । ଆଜିର ଦିନ ଭାରତର ମହାନ ବୈଜ୍ଞାନିକ ଡକ୍ଟର ସି.ଭି. ରମଣଙ୍କ ଦ୍ୱାରା ଆବିଷ୍କୃତ ‘ରମଣ୍ ଏଫେକ୍ଟ’ ପାଇଁ ସମର୍ପିତ । କେରଳରୁ ୟୋଗେଶ୍ୱରନ୍ ଜୀ ନମୋଆପ୍ରେ ଲେଖିଛନ୍ତି ଯେ ରମଣ୍ ଏଫେକ୍ଟର ଆବିଷ୍କାର ସମଗ୍ର ବିଜ୍ଞାନର ଦିଗକୁ ବଦଳାଇ ଦେଇଥିଲା । ଏଥିସହ ଜଡ଼ିତ ଏକ ବହୁତ ସୁନ୍ଦର ସନ୍ଦେଶ ମୋତେ ନାସିକର ସ୍ନେହିଲ୍ ଜୀ ପଠାଇଛନ୍ତି । ସ୍ନେହିଲ୍ ଜୀ ଲେଖିଛନ୍ତି ଯେ ଆମ ଦେଶର ଅଗଣିତ ବୈଜ୍ଞାନିକ ଅଛନ୍ତି, ଯାହାଙ୍କ ଯୋଗଦାନ ବିନା ବିଜ୍ଞାନ ଏପରି ପ୍ରଗତି କରିପାରିଥା’ନ୍ତା । ଆମେ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ଯେମିତି ଜାଣୁ, ସେହିପରି ଭାରତର ବୈଜ୍ଞାନିକମାନଙ୍କ ସମ୍ପର୍କରେ ମଧ୍ୟ ଜାଣିବା ଉଚିତ । ମୁଁ ମଧ୍ୟ ‘ମନ୍ କୀ ବାତ’ର ଏହି ଶ୍ରୋତାଙ୍କ ସହ ଏକମତ । ମୁଁ ନିଶ୍ଚିତ ଚାହିଁବି ଯେ ଆମର ଯୁବପୀଢ଼ୀ ଭାରତର ବୈଜ୍ଞାନିକ-ଇତିହାସକୁ, ଆମର ବୈଜ୍ଞାନିକମାନଙ୍କୁ ଜାଣନ୍ତୁ, ବୁଝନ୍ତୁ ଓ ବହୁତ ପଢ଼ନ୍ତୁ ।
ବନ୍ଧୁଗଣ, ଯେତେବେଳେ ଆମେ ବିଜ୍ଞାନ ବିଷୟରେ ଆଲୋଚନା କରୁ, ଅନେକ ସମୟରେ ଏହାକୁ ଲୋକେ physics-chemistry କିମ୍ବା ପରୀକ୍ଷାଗାର ପର୍ଯ୍ୟନ୍ତ ହିଁ ସୀମିତ କରିଦିଅନ୍ତି, କିନ୍ତୁ ବିଜ୍ଞାନର ବିସ୍ତୃତି ଏହାଠାରୁ ବହୁତ ଅଧିକ ଏବଂ ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ବିଜ୍ଞାନର ଶକ୍ତିର ବହୁତ ଯୋଗଦାନ ଅଛି । ଆମେ ବିଜ୍ଞାନକୁ Lab to Land ମନ୍ତ୍ର ସହ ଆଗକୁ ବଢ଼ାଇବାକୁ ପଡ଼ିବ ।
ଉଦାହରଣ ସ୍ୱରୂପ ହାଇଦରାବାଦର ଚିନ୍ତଲା ଭେଙ୍କଟ ରେଡ୍ଡୀ ଜୀ’ଙ୍କୁ ନିଆଯାଉ । ରେଡ୍ଡୀ ଜୀଙ୍କ ଜଣେ ଡାକ୍ତରବନ୍ଧୁ ତାଙ୍କୁ ଥରେ ‘ଭିଟାମିନ୍ ଡି’ ଅଭାବରୁ ହେଉଥିବା ରୋଗ ଏବଂ ତା’ର ଅସୁବିଧା ବିଷୟରେ କହିଲେ । ରେଡ୍ଡୀ ଜୀ ଜଣେ ଚାଷୀ; ସେ ଏହି ସମସ୍ୟାର ସମାଧାନ ପାଇଁ କ’ଣ କରିପାରିବେ? ଏହାପରେ ସେ ପରିଶ୍ରମ କଲେ ଓ ଗହମ ଧାନର ଏପରି ପ୍ରଜାତି ବିକଶିତ କଲେ, ଯାହା ବିଶେଷଭାବେ ‘ଭିଟାମନ୍ ଡି’ଯୁକ୍ତ । ଏହି ମାସରେ ତାଙ୍କୁ World Intellectual Property Organization, Genevaରୁ patent ବି ମିଳିଛି । ଆମ ସରକାରର ସୌଭାଗ୍ୟ ଯେ ଭେଙ୍କଟ ରେଡ୍ଡୀ ଜୀଙ୍କୁ ଗତବର୍ଷ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।
ଏପରି ବହୁତ Innovative ଉପାୟରେ ଲଦ୍ଦାଖର ଓରଗେନ ଫୁତ୍ସୌଗ୍ ମଧ୍ୟ କାମ କରୁଛନ୍ତି । ଓରଗେନ ଜୀ ଏତେ ଉଚ୍ଚଜାଗାରେ ଜୈବିକ ଚାଷ କରି ପ୍ରାୟ ୨୦ ପ୍ରକାରର ଫସଲ କରୁଛନ୍ତି, ଯାହାକୁ ମଧ୍ୟ cyclic ଶୈଳୀରେ, ଅର୍ଥାତ ଗୋଟିଏ ଫସଲର ବର୍ଜ୍ୟକୁ ଦ୍ୱିତୀୟ ଫସଲରେ ସାର ଭାବେ ବ୍ୟବହାର କରୁଛନ୍ତି । ସତରେ ଚମତ୍କାର କଥା ନୁହେଁ କି!
ସେହିପରି ଗୁଜରାତର ପାଟନ ଜିଲାରେ କାମରାଜ ଭାଇ ଚୌଧୁରୀ ଘରେ ହିଁ ସଜନାର ଉନ୍ନତ ବିହନ ବିକଶିତ କରିଛନ୍ତି । ଏହାକୁ କେତେକ ଲୋକ ସର୍ଗୱା କହନ୍ତି ତ ଆଉ କେଉଁ କେଉଁଠି ମୋରିଙ୍ଗା ବା drum stick ମଧ୍ୟ କୁହାଯାଏ । ଉନ୍ନତ କିସମର ବିହନରେ ଯେଉଁ ସଜନା ଫଳେ, ତା’ର quality ବହୁତ ଭଲ ହୋଇଥାଏ । ନିଜ ଉତ୍ପାଦକୁ ସେ ଏବେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପଠାଇ ନିଜର ଆୟ ମଧ୍ୟ ବଢ଼ାଉଛନ୍ତି ।
ବନ୍ଧୁଗଣ, ଆଜିକାଲି Chia seeds (ଚିଆ ମଞ୍ଜି)ର ନାମ ଆପଣମାନଙ୍କ ଭିତରୁ ବହୁତ ଲୋକ ଶୁଣିଥିବେ । ସ୍ୱାସ୍ଥ୍ୟ ସଚେତନତା ସହିତ ସଂପୃକ୍ତ ଲୋକେ ଏହାକୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ ପୃଥିବୀରେ ଏହାର ଚାହିଦା ମଧ୍ୟ ଅଧିକ । ଭାରତର ଲୋକେ ଏହାକୁ ବେଶି ବାହାରୁ ହିଁ ମଗାନ୍ତି, କିନ୍ତୁ ଏବେ Chia seedsରେ ଆତ୍ମନିର୍ଭରତାର ବୋଝ ମଧ୍ୟ ଲୋକେ ଉଠାଉଛନ୍ତି । ଏହିପରି ଭାବେ ୟୁପିର ବାରାବଙ୍କିର ହରିଶ୍ଚନ୍ଦ୍ର ଜୀ Chia seedsର ଚାଷ ଆରମ୍ଭ କରିଛନ୍ତି । Chia seeds ର ଚାଷ ତାଙ୍କ ଆୟକୁ ମଧ୍ୟ ବଢ଼ାଇବ ଏବଂ ଆତ୍ମନିର୍ଭର ଭାରତ ଅଭିଯାନରେ ମଧ୍ୟ ସାହାଯ୍ୟ କରିବ ।
ବନ୍ଧୁଗଣ, ସମଗ୍ର ଦେଶରେ କୃଷି ବର୍ଜ୍ୟରୁ ଟଙ୍କା ରୋଜଗାର କରିବାର ଅନେକ ପରୀକ୍ଷାନିରୀକ୍ଷା ସଫଳତାର ସହ ଚାଲିଛି । ଯେପରିକି, ମଦୁରାଇର ମୁରୁଗେସନ ଜୀ କଦଳୀର ବର୍ଜ୍ୟରୁ ଦଉଡ଼ି ତିଆରି କରିବାର ଏକ ମେସିନ ନିର୍ମାଣ କରିଛନ୍ତି । ମୁରୁଗେସନ ଜୀଙ୍କ ଏହି innovationରୁ ପରିବେଶ ଓ ଆବର୍ଜନାର ସମାଧାନ ହେବ ଏବଂ ଚାଷୀଙ୍କ ପାଇଁ ଅତିରିକ୍ତ ଆୟର ବାଟ ମଧ୍ୟ ମିଳିବ ।
ବନ୍ଧୁଗଣ,
‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କୁ ଏତେ ଲୋକଙ୍କ ସମ୍ପର୍କରେ କହିବାର ମୋର ଉଦ୍ଦେଶ୍ୟ ହେଉଛି ଯେ ଆମେ ସମସ୍ତେ ଏମାନଙ୍କଠାରୁ ପ୍ରେରଣା ନେବା । ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ନିଜ ଜୀବନରେ ବିଜ୍ଞାନର ବିସ୍ତାର କରିବ, ସବୁ କ୍ଷେତ୍ରରେ କରିବ, ତା’ହେଲେ ପ୍ରଗତିର ରାସ୍ତା ମଧ୍ୟ ଖୋଲିବ ଏବଂ ଦେଶ ଆତ୍ମନିର୍ଭର ମଧ୍ୟ ହେବ । ଆଉ ମୋର ବିଶ୍ୱାସ ଅଛି ଯେ ଦେଶର ପ୍ରତ୍ୟେକ ନାଗରିକ ଏହା କରିପାରିବେ ।
ମୋର ପ୍ରିୟ ବନ୍ଧୁଗଣ,
କୋଲକାତାର ରଂଜନ ଜୀ ନିଜ ଚିଠିରେ ବହୁତ ରୋଚକ ଓ ମୌଳିକ ପ୍ରଶ୍ନ ପଚାରିଛନ୍ତି ଏବଂ ତା’ସହ ସୁନ୍ଦର ଭାବେ ତା’ର ଉତର ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ସେ ଲେଖିଛନ୍ତି ଯେ ଯେତେବେଳେ ଆମେ ଆତ୍ମନିର୍ଭର ହେବାର କଥା କହୁ, ସେତେବେଳେ ଆମ ପାଇଁ ଏହାର ଅର୍ଥ କ’ଣ? ଏହି ପ୍ରଶ୍ନର ଉତର ସେ ନିଜେ ହିଁ ଲେଖିଛନ୍ତି ଯେ “ଆତ୍ମନିର୍ଭର ଭାରତ ଅଭିଯାନ” କେବଳ ଏକ Government policy ନୁହେଁ, ବରଂ ଏକ National spirit। ସେ କହନ୍ତି ଯେ ଆତ୍ମନିର୍ଭର ହେବାର ଅର୍ଥ ନିଜର ଭାଗ୍ୟର ଫଇସଲା ନିଜେ କରିବା ଅର୍ଥାତ ସ୍ୱୟଂ ନିଜ ଭାଗ୍ୟର ନିୟନ୍ତା ହେବା । ରଂଜନ ବାବୁଙ୍କ କଥା ଶହେ ପ୍ରତିଶତ ଠିକ୍ । ତାଙ୍କ କଥାକୁ ଆଗକୁ ବଢ଼ାଇ ମୁଁ ଏହା ମଧ୍ୟ କହିବି ଯେ ଆତ୍ମନିର୍ଭରତାର ପ୍ରଥମ ସର୍ତ ହେଲା- ନିଜ ଦେଶର ଜିନିଷ ପାଇଁ ଗର୍ବ କରିବା, ନିଜ ଦେଶର ଲୋକଙ୍କ ଦ୍ୱାରା ନିର୍ମିତ ଜିନିଷକୁ ନେଇ ଗର୍ବିତ ହେବା । ଯେତେବେଳେ ପ୍ରତ୍ୟେକ ଦେଶବାସୀ ଗର୍ବ କରେ, ପ୍ରତ୍ୟେକ ଦେଶବାସୀ ଯୋଡ଼ି ହୁଏ, ତେବେ ଆତ୍ମନିର୍ଭର ଭାରତ କେବଳ ଏକ ଆର୍ଥିକ ଅଭିଯାନ ହୋଇ ନରହି ଏକ National spirit ପାଲଟିଯାଏ । ଯେତେବେଳେ ଆକାଶରେ ଆମ ଦେଶ ନିର୍ମିତ ଯୁଦ୍ଧ ବିମାନ ତେଜସ୍କୁ କଳାକୌଶଳ ପ୍ରଦର୍ଶନ କରିବା ଆମେ ଦେଖୁ, ଯେତେବେଳେ ଭାରତରେ ନିର୍ମିତ ଟ୍ୟାଙ୍କ୍, ଭାରତରେ ତିଆରି ମିସାଇଲ୍, ଆମର ଗୌରବ ବଢ଼ାନ୍ତି, ଯେତେବେଳେ ସମୃଦ୍ଧ ଦେଶରେ ଆମେ ମେଟ୍ରୋ ଟ୍ରେନ୍ରେ Made in India coaches ଦେଖୁ, ଯେତେବେଳେ ଡଜନେ ଦେଶ ପର୍ଯ୍ୟନ୍ତ ଗବୟର ସଦ୍ଭ ଓଦ୍ଭୟସବ କରୋନା ଟିକା ପହଂଚିବା ଦେଖୁ, ସେତେବେଳେ ଆମ ମୁଣ୍ଡ ଆହୁରି ଉଚ୍ଚ ହୋଇଯାଏ ଏବଂ ଏହା ମଧ୍ୟ ନୁହେଁ ଯେ କେବଳ ବଡ଼ବଡ଼ ଜିନିଷ ହିଁ ଭାରତକୁ ଆତ୍ମନିର୍ଭର କରିବ । ଭାରତରେ ତିଆରି କପଡ଼ା, ଭାରତର ଦକ୍ଷ କାରିଗରଙ୍କ ଦ୍ୱାରା ତିଆରି ହସ୍ତଶିଳ୍ପ ଜିନିଷ, ଭାରତର Electronic ଉପକରଣ, ଭାରତରେ ନିର୍ମିତ ମୋବାଇଲ, ପ୍ରତି କ୍ଷେତ୍ରରେ ଆମକୁ ଏହି ଗୌରବର ସମ୍ବର୍ଦ୍ଧନ କରିବାକୁ ହେବ। ଯେତେବେଳେ ଆମେ ଏହି ଭାବନା ସହ ଅଗ୍ରସର ହେବା, ସେତେବେଳେ ହିଁ ପ୍ରକୃତ ଅର୍ଥରେ ଆତ୍ମନିର୍ଭର ହୋଇପାରିବା । ଆଉ ବନ୍ଧୁଗଣ, ଆତ୍ମନିର୍ଭର ଭାରତର ଏହି ମନ୍ତ୍ର ଦେଶର ପ୍ରତିଟି ଗାଁକୁ ପହଞ୍ଚୁଥିବାରୁ ମୁଁ ଖୁସି । ବିହାରର ବେତିଆରେ ତାହାହିଁ ଘଟିଛି, ଯାହା ମୋତେ ଗଣମାଧ୍ୟମରେ ପଢ଼ିବାକୁ ମିଳିଲା ।
ବେତିଆର ବାସିନ୍ଦା ପ୍ରମୋଦ ଜୀ ଦିଲ୍ଲୀରେ ଗୋଟିଏ ଏଲ.ଇ.ଡି. ବଲ୍ବ ତିଆରି କାରଖାନାରେ ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ । ଏଠାରେ କାମ କରିବା ସମୟରେ ସେ ଏହାର ନିର୍ମାଣ ପ୍ରକ୍ରିୟାକୁ ଖୁବ ଭଲ ଭାବେ ବୁଝିଲେ । କିନ୍ତୁ କରୋନା ସମୟରେ ପ୍ରମୋଦ ଜୀ ଙ୍କୁ ନିଜ ଘରକୁ ଫେରିବାକୁ ପଡ଼ିଲା । ଫେରିବା ପରେ ପ୍ରମୋଦ ଜୀ କ’ଣ କଲେ ଆପଣ ଜାଣନ୍ତି କି? ସେ ନିଜେ ଏଲ.ଇ.ଡି. ବଲ୍ବ ତିଆରି କରିବାର ଗୋଟିଏ ଛୋଟ ୟୁନିଟ ଆରମ୍ଭ କରିଦେଲେ । ସେ ସେହି ଅଂଚଳର କିଛି ଯୁବବର୍ଗଙ୍କୁ ସାଥିରେ ଧରି ମାତ୍ର କିଛି ମାସ ମଧ୍ୟରେ କାରଖାନା ଶ୍ରମିକରୁ କାରଖାନା ମାଲିକ ହେବାର ଏକ ଯାତ୍ରା ପୂରଣ କଲେ । ତାହା ପୁଣି ନିଜ ଘରେ ରହି ।
ଆଉ ଗୋଟିଏ ଉଦାହରଣ ହେଉଛି ଉତରପ୍ରଦେଶ ଗଡ଼ମୁକ୍ତେଶ୍ୱରର । ଗଡ଼଼ମୁକ୍ତେଶ୍ୱରରୁ ଶ୍ରୀମାନ ସନ୍ତୋଷ ଲେଖିଛନ୍ତି ଯେ କରୋନା ସମୟରେ ସେ କିଭଳି ଭାବେ ଦୁର୍ଯୋଗକୁ ସୁଯୋଗରେ ପରିଣତ କରିଦେଲେ । ସନ୍ତୋଷ ଜୀ ଙ୍କ ପୂର୍ବପୁରୁଷ ଖୁବ ଭଲ କାରିଗର ଥିଲେ । ସେମାନେ ମଶିଣା ବୁଣିବା କାମ କରୁଥିଲେ । କରୋନା ସମୟରେ ଯେତେବେଳେ ଅନ୍ୟାନ୍ୟ କାମ ଅଟକିଗଲା, ସେମାନେ ପୁରା ଦମରେ ମଶିଣା ତିଆରି କରିବା ଆରମ୍ଭ କରିଦେଲେ । ବହୁତ କମ ଦିନ ମଧ୍ୟରେ ସେମାନଙ୍କୁ କେବଳ ଯେ ଉତରପ୍ରଦେଶ ତା’ ନୁହେଁ ବରଂ ଅନ୍ୟ ରାଜ୍ୟମାନଙ୍କରୁ ମଧ୍ୟ ମଶିଣା ଯୋଗାଇବାର ଅର୍ଡ଼ର ମିଳିବା ଆରମ୍ଭ ହୋଇଗଲା । ସନ୍ତୋଷ ଜୀ ଏ କଥା ମଧ୍ୟ କହିଛନ୍ତି ଯେ, ଏହାଦ୍ୱାରା ଏ ଅଂଚଳର ଶହ ଶହ ବର୍ଷ ପୁରାତନ କଳା ମଧ୍ୟ ନୂତନ ଶକ୍ତି ଲାଭ କଲା ।
`ବନ୍ଧୁଗଣ,
ଦେଶଯାକରେ ଏଭଳି ଅନେକ ଉଦାହରଣ ରହିଛି, ଯେଉଁଠି ଲୋକେ ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ଏହିଭଳି ଭାବରେ ନିଜର ଯୋଗଦାନ ଦେଉଛନ୍ତି । ଆଜି ଏହା ଏକ ଭାବନାରେ ପରିଣତ ହୋଇଛି ଯାହା ସାଧାରଣ ଲୋକଙ୍କ ହୃଦୟରେ ପ୍ରବାହିତ ହେଉଛି ।
ମୋର ପ୍ରିୟ ଦେଶବାସୀଗଣ,
ନମୋ ଆପ୍ରେ ମୁଁ ଗୁଡ଼ଗାଁଓ ନିବାସୀ ମୟୂରଙ୍କର ଗୋଟିଏ ରୋଚକ ପୋଷ୍ଟ ଦେଖିଲି । ସେ ଜଣେ ଉତ୍ସାହୀ ପକ୍ଷୀ ନିରୀକ୍ଷଣକାରୀ ଏବଂ ପ୍ରକୃତିପ୍ରେମୀ । ମୟୂରଜୀ ଲେଖିଛନ୍ତି ଯେ, ମୁଁ ତ ହରିୟାଣାରେ ରହୁଛି, କିନ୍ତୁ ମୁଁ ଚାହୁଁଛି ଯେ ଆପଣ ଆସାମର ଲୋକ, ବିଶେଷ କରି କାଜିରଙ୍ଗାର ଲୋକଙ୍କ ସମ୍ପର୍କରେ କିଛି ଆଲୋଚନା କରନ୍ତୁ । ମୁଁ ଭାବୁଥିଲି ଯେ, ମୟୂରଜୀ ଗଣ୍ଡା କଥା କହୁଥିବେ, ଯାହାକୁ ସେଠାରେ ନିଜ ଗାଁର ଗୌରବ ଭାବେ ବିବେଚନା କରାଯାଏ । କିନ୍ତୁ ମୟୂର ଜୀ କାଜିରଙ୍ଗାଠାରେ ରହିଥିବା ୱାଟରଫାଉଲ୍ସ ସଂଖ୍ୟାରେ ହୋଇଥିବା ଅଭିବୃଦ୍ଧି ଯୋଗୁଁ ଆସାମର ଲୋକଙ୍କ ପ୍ରଶଂସା କରିବା ପାଇଁ ଅନୁରୋଧ କରିଛନ୍ତି । ୱାଟରଫାଉଲ୍ସକୁ ସାଧାରଣ ଭାଷାରେ କ’ଣ କୁହାଯାଇପାରେ ସେ ସମ୍ପର୍କରେ ମୁଁ ଅନୁସନ୍ଧାନ କରୁ କରୁ ମୋତେ ଗୋଟିଏ ଶବ୍ଦ ମିଳିଲା – ଜଳପକ୍ଷୀ । ଏଭଳି ପକ୍ଷୀ ଯେଉଁମାନଙ୍କ ବାସସ୍ଥାନ କୌଣସି ଗଛ ଉପରେ ନ ଥାଏ ବରଂ ଏମାନେ ପାଣି ଉପରେ ହିଁ ବାସ କରିଥାନ୍ତି – ଯେମିତିକି ବତକ ଇତ୍ୟାଦି ପକ୍ଷୀ । କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଗତ କିଛି ବର୍ଷ ଧରି ବାର୍ଷିକ ୱାଟରଫାଉଲ୍ସ ଗଣନା କରିଆସୁଛି । ଏହି ଗଣନା ଦ୍ୱାରା ପକ୍ଷୀମାନଙ୍କ ସଂଖ୍ୟା ଜଣାପଡ଼ୁଛି ଏବଂ ସେମାନଙ୍କ ପସନ୍ଦର ବାସସ୍ଥାନ ସମ୍ପର୍କରେ ମଧ୍ୟ ସୂଚନା ମିଳୁଛି । ମାତ୍ର ଦୁଇ-ତିନି ସପ୍ତାହ ପୂର୍ବେ ହିଁ ପୁଣିଥରେ ସର୍ଭେ କରାଯାଇଛି । ଆପଣମାନେ ମଧ୍ୟ ଏ କଥା ଜାଣି ଖୁସି ହେବେ ଯେ ଏଥର ଏହି ଜଳପକ୍ଷୀମାନଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ପାଖାପାଖି ୧୭୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ଗଣନା ସମୟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପକ୍ଷୀମାନଙ୍କର ୧୧୨ଟି ପ୍ରଜାତି ଦେଖିବାକୁ ମିଳିଥିଲା । ଏଥିରୁ ୫୮ ପ୍ରଜାତି ୟୁରୋପ, କେନ୍ଦ୍ରୀୟ ଏବଂ ପୂର୍ବ ଏସିଆ ସହିତ ବିଶ୍ୱର ବିଭିନ୍ନ ଅଂଶରୁ ଶୀତକାଳୀନ ଭ୍ରମଣକାରୀ ପକ୍ଷୀ ରୂପେ ଆସିଛନ୍ତି । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ଯେ ଏଠାରେ ଉତମ ଜଳ ସଂରକ୍ଷଣ ସହିତ ମାନବ ହସ୍ତକ୍ଷେପ ବହୁତ କମ୍ ରହିଛି । ଏଭଳି କିଛି କ୍ଷେତ୍ରରେ ସକାରାତ୍ମକ ମାନବ ହସ୍ତକ୍ଷେପ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ।
ଆସାମର ଶ୍ରୀ ଯାଦବ ପାୟେଙ୍ଗଙ୍କୁ ହିଁ ଦେଖନ୍ତୁ । ଆପଣମାନଙ୍କ ମଧ୍ୟରୁ କିଛି ଲୋକ ତାଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ନିଜର କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମ ସମ୍ମାନ ମିଳିଛି । ଶ୍ରୀ ଯାଦବ ପାୟେଙ୍ଗ ସେହି ମଣିଷ ଯିଏ ଆସାମର ମାଜୁଲି ଦ୍ୱୀପରେ ପ୍ରାୟ ୩୦୦ ହେକ୍ଟରରେ ବୃକ୍ଷରୋପଣ କାର୍ଯ୍ୟରେ ନିଜର ସକ୍ରିୟ ଯୋଗଦାନ ଦେଇଛନ୍ତି । ସେ ବନ ସଂରକ୍ଷଣ ପାଇଁ କାର୍ଯ୍ୟ କରିଆସିଛନ୍ତି ଏବଂ ଲୋକଙ୍କୁ ବୃକ୍ଷରୋପଣ ଓ ଜୈବ-ବିବିଧତାର ସଂରକ୍ଷଣ ପାଇଁ ପ୍ରେରିତ କରିବାରେ ମଧ୍ୟ ଲାଗିଛନ୍ତି ।
ବନ୍ଧୁଗଣ,
ଆସାମରେ ରହିଥିବା ଆମ ମନ୍ଦିରଗୁଡ଼ିକ ମଧ୍ୟ ପ୍ରକୃତିର ସଂରକ୍ଷଣରେ ନିଜର ସ୍ୱତନ୍ତ୍ର ଭୂମିକା ନିର୍ବାହ କରୁଛନ୍ତି । ଆମ ମନ୍ଦିରଗୁଡ଼ିକୁ ଲକ୍ଷ୍ୟ କଲେ ଆପଣମାନେ ଦେଖିବେ ଯେ, ପ୍ରତି ମନ୍ଦିର ପାଖରେ ପୁଷ୍କରିଣୀଟିଏ ରହୁଛି । ହଜୋଠାରେ ଥିବା ହୟଗ୍ରୀବ ମଧେବ ମନ୍ଦିର, ଶୋଣିତପୁରଠାରେ ଥିବା ନାଗଶଙ୍କର ମନ୍ଦିର ଏବଂ ଗୌହାଟିଠାରେ ରହିଥିବା ଉଗ୍ରତାରା ମନ୍ଦିର ନିକଟରେ ଏଭଳି ଅନେକ ପୁଷ୍କରିଣୀ ରହିଛି । ଏହାର ବ୍ୟବହାର ବିଲୁପ୍ତ ହୋଇଯାଉଥିବା କଇଁଛମାନଙ୍କର ପ୍ରଜାତିଗୁଡ଼ିକର ସୁରକ୍ଷା ନିମନ୍ତେ କରାଯାଉଛି । ଆସାମରେ କଇଁଛମାନଙ୍କର ସବୁଠାରୁ ଅଧିକ ପ୍ରଜାତି ଦେଖିବାକୁ ମିଳେ । ମନ୍ଦିରମାନଙ୍କରେ ଥିବା ଏହି ପୁଷ୍କରିଣୀଗୁଡ଼ିକ କଇଁଛମାନଙ୍କର ସଂରକ୍ଷଣ, ପ୍ରଜନନ ଏବଂ ସେମାନଙ୍କ ବିଷୟରେ ପ୍ରଶିକ୍ଷଣ ପାଇଁ ଉତମ ସ୍ଥାନ ରୂପେ ପରିଗଣିତ ହୋଇପାରନ୍ତି ।
ମୋର ପ୍ରିୟ ଦେଶବାସୀଗଣ,
କିଛି ଲୋକ ଭାବନ୍ତି ଯେ ଇନ୍ନୋଭେଶନ୍ ପାଇଁ ଆପଣ ଜଣେ ବୈଜ୍ଞାନିକ ହୋଇଥିବା ଆବଶ୍ୟକ । କିଛି ଲୋକ ଭାବନ୍ତି ଯେ, ଅନ୍ୟମାନଙ୍କୁ କିଛି ଶିଖାଇବାକୁ ହେଲେ ଆପଣ ଜଣେ ଶିକ୍ଷକ ହେବା ଆବଶ୍ୟକ । ଏଭଳି ଚିନ୍ତାଧାରାକୁ ଆହ୍ୱାନ ରୂପେ ଗ୍ରହଣ କରୁଥିବା ଲୋକେ ସର୍ବଦା ପ୍ରଶଂସାର ପାତ୍ର । ଏଇ ଯେମିତିକି କେହି ଜଣେ ଅନ୍ୟମାନଙ୍କୁ ସୈନିକ ହେବା ପାଇଁ ପ୍ରଶିକ୍ଷିତ କରୁଥାଏ, ତେବେ ସେ ନିଜେ କ’ଣ ଜଣେ ସୈନିକ ହୋଇଥିବା ଜରୁରୀ କି? ଆପଣମାନେ ଭାବୁଥିବେ ଯେ, ହଁ ଏହା ଜରୁରୀ । କିନ୍ତୁ ଏଇଠି ଘଟଣାରେ ରହିଛି ଟିକିଏ ମୋଡ଼ ।
ମାଇଁ-ଗଭ୍ରେ ଶ୍ରୀଯୁକ୍ତ କମଲ୍କାନ୍ତ ଗୋଟିଏ ରିପୋର୍ଟ ଶେୟାର କରିଛନ୍ତି, ଯାହା ଗୋଟିଏ ଭିନ୍ନ କାହାଣୀ କହୁଛି । ଓଡ଼ିଶାର ଅରାଖୁଡ଼ାରେ ଜଣେ ଭଦ୍ରବ୍ୟକ୍ତି ରହୁଛନ୍ତି – ନାଏକ ସାର୍ । ଅବଶ୍ୟ ତାଙ୍କ ପୁରା ନାଁ ସିଲୁ ନାଏକ, କିନ୍ତୁ ସମସ୍ତେ ତାଙ୍କୁ ନାଏକ ସାର୍ ନାଁରେ ହିଁ ଡାକନ୍ତି । ବାସ୍ତବରେ ସେ ଜଣେ ମ୍ୟାନ ଅନ୍ ଏ ମିଶନ୍ । ସେ ସେହି ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ଯେଉଁମାନେ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ଆଗ୍ରହୀ । ନାଏକ ସାର୍ଙ୍କ ଅନୁଷ୍ଠାନର ନାମ ହେଉଛି ମହାଗୁରୁ ବାଟାଲିଅନ୍ । ଏଥିରେ ଫିଜିକାଲ୍ ଫିଟ୍ନେସ୍ଠାରୁ ଆରମ୍ଭ କରି ସାକ୍ଷାତକାର ପର୍ଯ୍ୟନ୍ତ ଏବଂ ଲେଖାଲେଖିଠାରୁ ଆରମ୍ଭ କରି ତାଲିମ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଶିକ୍ଷା ଦିଆଯାଉଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ଯେଉଁମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ସେମାନେ ସ୍ଥଳସେନା, ନୌସେନା, ବାୟୁସେନା, ସିଆର୍ପିଏଫ୍, ବିଏସ୍ଏଫ୍ ଭଳି ସୁରକ୍ଷା ବାହିନୀରେ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଆହୁରି ମଧ୍ୟ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସିଲୁ ନାଏକ ନିଜେ ଓଡ଼ିଶା ପୋଲିସ ଚାକିରିରେ ଯୋଗ ଦେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳି ନ ଥିଲା । ଏହା ସତ୍ୱେ, ସେ ନିଜ ପ୍ରଶିକ୍ଷଣ ଦ୍ୱାରା ଅନେକ ଯୁବକଙ୍କୁ ଦେଶସେବା ପାଇଁ ଯୋଗ୍ୟ କରିପାରିଛନ୍ତି । ଆସନ୍ତୁ, ଆମେ ସମସ୍ତେ ମିଶି ନାଏକ ସାରଙ୍କୁ ଶୁଭେଚ୍ଛା ଜଣାଇବା ଯାହାଫଳରେ ସେ ଆମ ଦେଶ ପାଇଁ ଆହୁରି ଅନେକ ନାୟକ ଗଢ଼ିପାରିବେ ।
ବନ୍ଧୁଗଣ,
ବେଳେବେଳେ ଖୁବ ଛୋଟ ଆଉ ସାମାନ୍ୟ ପ୍ରଶ୍ନଟିଏ ବି ମନକୁ ଆନ୍ଦୋଳିତ କରିଦିଏ । ଏହି ପ୍ରଶ୍ନଗୁଡ଼ିକ ବଡ଼ ହୋଇ ନ ଥାନ୍ତି, ଖୁବ ସହଜ ହୋଇଥାନ୍ତି, ତଥାପି ଏ ସବୁ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଦିଅନ୍ତି । କିଛିଦିନ ଆଗରୁ ହାଇଦ୍ରାବାଦର ଅପର୍ଣା ରେଡ୍ଡି ମୋତେ ଏହିଭଳି ଗୋଟିଏ ପ୍ରଶ୍ନ ପଚାରିଲେ । ସେ ପଚାରିଲେ ଯେ – ଆପଣ ଏତେ ବର୍ଷ ହେଲା ପ୍ରଧାନମନ୍ତ୍ରୀ ହୋଇରହିଛନ୍ତି, ଅନେକ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ରହିଥିଲେ। କିଛି ଅସମ୍ପୂର୍ଣ୍ଣ ରହିଗଲା ଭଳି ଆପଣଙ୍କୁ କେବେ ଲାଗେ କି? ଅପର୍ଣ୍ଣାଙ୍କ ପ୍ରଶ୍ନଟି ଖୁବ୍ ସହଜ ମନେହେଉଥିଲେ ହେଁ ସେତିକି କଠିନ । ଏହି ପ୍ରଶ୍ନ ଉପରେ ମୁଁ ଚିନ୍ତା କଲି ଏବଂ ନିଜକୁ କହିଲି ଯେ ଏହି କଥା ଅସମ୍ପୂର୍ଣ୍ଣ ରହିଲା ଯେ ବିଶ୍ୱର ସବୁଠାରୁ ପ୍ରାଚୀନ ଭାଷା ତାମିଲ ଶିଖିବା ପାଇଁ ମୁଁ ଅଧିକ ପ୍ରୟାସ କରିପାରିଲିନି । ମୁଁ ତାମିଲ ଶିଖିପାରିଲିନି । ଏହା ଏଭଳି ଏକ ସୁନ୍ଦର ଭାଷା, ଯାହା ସାରା ବିଶ୍ୱରେ ଲୋକପ୍ରିୟ । ଅନେକ ଲୋକେ ମୋତେ ତାମିଲ ସାହିତ୍ୟର ମାନ ଏବଂ ଏଥିରେ ରଚିତ କବିତାଗୁଡ଼ିକର ଗଭୀରତା ସମ୍ପର୍କରେ ବହୁତ କିଛି କହିଛନ୍ତି । ଭାରତ ଏହିଭଳି ଅନେକ ଭାଷାର ଭୂମି, ଯାହା ଆମ ସଂସ୍କୃତି ଏବଂ ଗୌରବର ପ୍ରତୀକ । ଭାଷା ସମ୍ପର୍କରେ କହିବା ବେଳେ ମୁଁ ଗୋଟିଏ ଛୋଟ ରୁଚିପୂର୍ଣ୍ଣ କ୍ଲିପ୍ ଆପଣମାନଙ୍କ ସହିତ ଶେୟାର କରିବାକୁ ଚାହୁଁଛି । (ସାଉଣ୍ଡ କ୍ଲିପ୍ ଅନ୍ ଷ୍ଟାଚ୍ୟୁ ଅଫ ୟୁନିଟି)
ଏବେ ଆପଣମାନେ ଯେଉଁ ସ୍ୱର ଶୁଣୁଥିଲେ, ପ୍ରକୃତରେ ତାହା ଥିଲା ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଜଣେ ଗାଇଡ୍ ପର୍ଯ୍ୟଟକମାନଙ୍କୁ ସଂସ୍କୃତ ଭାଷାରେ ସରଦାର ପଟେଲ୍ଙ୍କ ବିଶ୍ୱର ସର୍ବୋଚ୍ଚ ମୂର୍ତି ସମ୍ପର୍କରେ କହୁଥିବାର ସ୍ୱର । ଆପଣମାନେ ଜାଣି ଖୁସି ହେବେ ଯେ କେୱଡ଼ିଆଠାରେ ୧୫ ଜଣରୁ ଅଧିକ ଗାଇଡ୍ ଅନର୍ଗଳ ଭାବେ ସଂସ୍କୃତ ଭାଷାରେ ଲୋକଙ୍କୁ ସେ ସ୍ଥାନ ସମ୍ପର୍କରେ ବୁଝାଉଛନ୍ତି । ଏଥର ମୁଁ ଆପଣମାନଙ୍କୁ ଆଉ ଗୋଟିଏ ସ୍ୱର ଶୁଣାଉଛି । (ସାଉଣ୍ଡ କ୍ଲିପ୍ ଅଫ୍ କ୍ରିକେଟ କମେନ୍ଟାରୀ)
ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟରେ ପଡ଼ିଥିବେ । ପ୍ରକୃତରେ ଏହା ହେଉଛି ସଂସ୍କୃତ ଭାଷାରେ ପ୍ରଦାନ କରାଯାଉଥିବା କ୍ରିକେଟ ଖେଳର ଧାରା ବିବରଣୀ । ବାରାଣସୀଠାରେ ସଂସ୍କୃତ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରେ ଗୋଟିଏ କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ ହୋଇଥାଏ । ଏହି ମହାବିଦ୍ୟାଳୟଗୁଡ଼ିକ ହେଲା – ଶାସ୍ତ୍ରାର୍ଥ ମହାବିଦ୍ୟାଳୟ, ସ୍ୱାମୀ ବେଦାନ୍ତି ବେଦ ବିଦ୍ୟାପୀଠ, ଶ୍ରୀ ବ୍ରହ୍ମ ବେଦ ବିଦ୍ୟାଳୟ ଏବଂ ଇଂଟରନ୍ୟାସନାଲ ଚନ୍ଦ୍ରମୌଳୀ ଚାରିଟେବୁଲ ଟ୍ରଷ୍ଟ । ଏହି ଟୁର୍ଣ୍ଣାମେଂଟର ମ୍ୟାଚଗୁଡ଼ିକ ଅନୁଷ୍ଠିତ ହେଉଥିବା ସମୟରେ ଧାରାବିବରଣୀ ସଂସ୍କୃତ ଭାଷାରେ ମଧ୍ୟ ପ୍ରଦାନ କରାଯାଇଥାଏ । ମୁଁ ଏବେ ଆପଣମାନଙ୍କୁ ସେହି ଧାରାବିବରଣୀର ଗୋଟିଏ ଛୋଟ ଅଂଶ ଶୁଣାଇଲି । କେବଳ ସେତିକି ନୁହେଁ, ଏହି ଟୁର୍ଣ୍ଣାମେଂଟରେ ଖେଳାଳି ଏବଂ ଧାରାବିବରଣୀ ପ୍ରଦାନକାରୀମାନେ ପାରମ୍ପରିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥାଏ । ଆପଣମାନେ ଯଦି ଏନର୍ଜି, ଏକ୍ସାଇଟମେଂଟ ଓ ସସ୍ପେନ୍ସ ସବୁ କିଛି ଏକାଠି ଚାହାନ୍ତି, ତାହେଲେ ଆପଣମାନେ ଖେଳର ଧାରାବିବରଣୀ ଶୁଣିବା ଉଚିତ । ଟେଲିଭିଜନ ଆସିବା ବହୁ ପୂର୍ବରୁ ଏହି ସ୍ପୋର୍ଟ୍ସ କମେଣ୍ଟରୀ ଜରିଆରେ ହିଁ ସାରା ଦେଶର ଲୋକେ କ୍ରିକେଟ ଓ ହକି ଭଳି ଖେଳର ରୋମାଂଚକୁ ଅନୁଭବ କରୁଥିଲେ । ଟେନିସ ଏବଂ ଫୁଟବଲ ମ୍ୟାଚଗୁଡ଼ିକର ଧାରାବିବରଣୀ ମଧ୍ୟ ଖୁବ ଭଲ ଭାବେ ପରିବେଷଣ କରାଯାଉଥିଲା । ଆମେ ଲକ୍ଷ୍ୟ କରିଛୁ ଯେ, ଯେଉଁ ଖେଳଗୁଡ଼ିକର ଧାରା-ବିବରଣୀ ଯେତେ ସମୃଦ୍ଧ, ସେ ଖେଳର ପ୍ରଚାର ପ୍ରସାର ମଧ୍ୟ ସେତିକି ଦୃତ ଗତିରେ ହୋଇଥାଏ । ଭାରତରେ ଅନେକଗୁଡ଼ିଏ ଖେଳ ରହିଛି, କିନ୍ତୁ ସେଥିରେ କମେଂଟ୍ରି କଲ୍ଚର ପ୍ରବେଶ କରିନି, ଯାହାଫଳରେ ଏସବୁ ବିଲୁପ୍ତ ହେବାକୁ ବସିଲାଣି । ମୋ ମନକୁ ଗୋଟିଏ କଥା ଆସୁଛି – ଆମ ଭାରତୀୟ ଖେଳଗୁଡ଼ିକର ଧାରା ବିବରଣୀ ବିଭିନ୍ନ ଭାଷାରେ ଭଲ ଭାବରେ କରାଗଲେ କେମିତି ହୁଅନ୍ତା? ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ନିଶ୍ଚୟ ଚେଷ୍ଟା କରିବା ଉଚିତ । ମୁଁ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଘରୋଇ ସଂସ୍ଥାର ସହଯୋଗୀମାନଙ୍କୁ ଏ ସମ୍ପର୍କରେ ଚିନ୍ତା କରିବା ପାଇଁ ଅନୁରୋଧ କରୁଛି ।
ମୋର ପ୍ରିୟ ଯୁବବନ୍ଧୁଗଣ,
ଆସନ୍ତା କିଛିମାସ ଆପଣମାନଙ୍କ ଜୀବନରେ ବିଶେଷ ଗୁରୁତ୍ୱ ବହନ କରିବାକୁ ଯାଉଛି । ଅଧିକାଂଶ ଯୁବବନ୍ଧୁମାନଙ୍କର ପରୀକ୍ଷା ଥିବ । ଆପଣମାନଙ୍କର ମନେ ଅଛି ତ? ୱାରିୟର ହେବାକୁ ହେବ ଓରିୟର୍ ନୁହେଁ । ହସି ହସି ପରୀକ୍ଷା ଦେବାକୁ ଯିବେ ଏବଂ ହସ ହସ ମୁହଁରେ ଫେରିବେ । ଆଉ କାହା ସହିତ ନୁହେଁ, ବରଂ ନିଜ ସହ ପ୍ରତିଯୋଗିତା କରିବାକୁ ହେବ । ଯଥେଷ୍ଟ ନିଦ୍ରା ଉପଭୋଗ କରିବେ, ଆଉ ଟାଇମ ମ୍ୟାନେଜମେଂଟ ବି କରିବାକୁ ପଡ଼ିବ । ଖେଳିବା ବି ଛାଡ଼ିବେନି କାରଣ ଯିଏ ଖେଳିବ ସେ ଆଗକୁ ବଢ଼ିବ । ରିଭିଜନ ଏବଂ ମନେ ରଖିବାର ସ୍ମାର୍ଟ ଉପାୟ ବି ଅବଲମ୍ବନ କରିବାକୁ ହେବ । ଅର୍ଥାତ, ମୋଟ ଉପରେ କହିବାକୁ ଗଲେ ପରୀକ୍ଷାରେ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିବାକୁ ପଡ଼ିବ । ଆପଣମାନେ ଭାବୁଥିବେ ଯେ ଏତେ ସବୁ ହେବ କେମିତି? ଆମେ ସମସ୍ତେ ମିଶି ଏହାକୁ ସମ୍ଭବ କରିବା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମେ କରିବା ପରୀକ୍ଷା ପେ ଚର୍ଚ୍ଚା । କିନ୍ତୁ ମାର୍ଚ୍ଚ ମାସରେ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା ପୂର୍ବରୁ ସମସ୍ତ ଏକ୍ଜାମ ୱାରିୟର, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ସେମାନଙ୍କ ଅନୁଭୁତି ଏବଂ ଟିପ୍ସ ମୋ ସହିତ ନିଶ୍ଚୟ ଶେୟାର କରିବାକୁ ଅନୁରୋଧ କରୁଛି । ମାଇଁ-ଗଭ୍ରେ ଆପଣ ଏହା ଶେୟାର କରିପାରିବେ । ନରେନ୍ଦ୍ର ମୋଦି ଆପ୍ରେ ମଧ୍ୟ ଶେୟାର କରିପାରିବେ । ଏଥର ପରୀକ୍ଷା ପେ ଚର୍ଚ୍ଚାରେ ଯୁବବନ୍ଧୁମାନଙ୍କ ସହିତ ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ନିମନ୍ତ୍ରିତ ହେବେ । କିଭଳି ଏଥିରେ ଅଂଶଗ୍ରହଣ କରିପାରିବେ, କିଭଳି ପୁରସ୍କାର ଜିତିପାରିବେ, କିଭଳି ମୋ ସହିତ ଆଲୋଚନା କରିବାର ସୁଯୋଗ ପାଇପାରିବେ ଏସବୁ ବିଷୟରେ ସୂଚନା ଆପଣ ମାଇଁ-ଗଭ୍ରେ ପାଇପାରିବେ । ଏଯାଏ ଏକଲକ୍ଷରୁ ଅଧିକ ବିଦ୍ୟାର୍ଥୀ, ପ୍ରାୟ ୪୦ ହଜାର ଅଭିଭାବକ ଏବଂ ପ୍ରାୟ ୧୦ ହଜାର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏଥିରେ ଅଂଶଗ୍ରହଣ କରିସାରିଛନ୍ତି । ଆପଣ ମଧ୍ୟ ଆଜି ହିଁ ଅଂଶଗ୍ରହଣ କରନ୍ତୁ । ଏହି କରୋନା ସମୟରେ କିଛି ସମୟ ବାହାର କରି ମୁଁ ଏକ୍ଜାମ୍ ୱାରିୟର ବହିରେ କିଛି ନୂଆ ମନ୍ତ୍ର ଯୋଡ଼ି ଦେଇଛି । ଏବେ ଏଥିରେ ଅଭିଭାବକମାନଙ୍କ ପାଇଁ ମଧ୍ୟ କିଛି ମନ୍ତ୍ର ଯୋଡ଼ାଯାଇଛି । ଏହି ମନ୍ତ୍ରଗୁଡ଼ିକ ସହିତ ଜଡ଼ିତ ଅନେକଗୁଡ଼ିଏ ରୋଚକ ଗତିବିଧି ନରେନ୍ଦ୍ର ମୋଦି ଆପ୍ରେ ଦିଆଯାଇଛି, ଯାହା ଆପଣଙ୍କ ଭିତରେ ଜଣେ ଏକ୍ଜାମ୍ ୱାରିୟରକୁ ଉଜାଗର କରିବାରେ ସହାୟକ ହେବ । ଆପଣ ଏସବୁକୁ ଥରେ ପରୀକ୍ଷା କରିଦେଖନ୍ତୁ । ସମସ୍ତ ଯୁବବନ୍ଧୁମାନଙ୍କୁ ଆଗାମୀ ପରୀକ୍ଷାଗୁଡ଼ିକ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ,
ମାର୍ଚ୍ଚ ମାସଟି ଆମର ଆର୍ଥିକ ବର୍ଷର ଶେଷ ମାସ ହୋଇଥାଏ । ତେଣୁ ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ କିଛି ଅଧିକ ବ୍ୟସ୍ତ ରହିବେ । ଦେଶରେ ଆର୍ଥିକ ଗତିବିଧି ଯେଉଁଭଳି ଭାବରେ ଗତିଶୀଳ ହେଉଛି, ତାହାଦ୍ୱାରା ଆମର ବ୍ୟବସାୟୀ ଏବଂ ଉଦ୍ୟମୀ ବନ୍ଧୁମାନଙ୍କ ବ୍ୟସ୍ତତା ବଢ଼ିଚାଲିଛି । ଏସବୁ ଭିତରେ କରୋନା ପ୍ରତି ଆମର ସଚେତନତା ମଧ୍ୟ ଯେମିତି ଊଣା ନ ହୁଏ । ଆପଣମାନେ ସୁସ୍ଥ ରହିବେ, ଖୁସିରେ ରହିବେ, କର୍ତବ୍ୟ ପଥରେ ଅଟଳ ରହିବେ, ତା ହେଲେ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ ।
ଆପଣ ସମସ୍ତଙ୍କୁ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ଆଗୁଆ ଶୁଭକାମନା । ତା’ସହିତ କରୋନା ସମ୍ପର୍କୀୟ ଯେଉଁ ନିୟମଗୁଡ଼ିକୁ ପାଳନ କରିବାକୁ ଅଛି, ସେଥିରେ ଯେମିତି କିଛି ଊଣା ନ ହୁଏ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଯେତେବେଳେ ମୁଁ ମନର କଥା କାର୍ଯ୍ୟକ୍ରମଟି କରେ, ସେତେବେଳେ ମୋତେ ଲାଗେ, ଯେମିତି ମୁଁ ଆପଣମାନଙ୍କ ଗହଣରେ, ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ଉପସ୍ଥିତ । ଆମର ଛୋଟ ଛୋଟ କଥା, ଯାହା ପରସ୍ପରଙ୍କୁ, କିଛି ଶିଖାଇଯାଏ, ଜୀବନର ତିକ୍ତ–ମଧୁର ଅନୁଭୂତି ଯାହା, ଜୀବନକୁ ମନଭରି ଉପଭୋଗ କରିବାର ପ୍ରେରଣା ଯୋଗାଇଦିଏ – ତାହା ହିଁ ତ ହେଉଛି – ମନର କଥା । ଆଜି 2021 ମସିହା ଜାନୁଆରୀ ମାସର ଅନ୍ତିମ ଦିନ । ମୋ ଭଳି କ’ଣ ଆପଣମାନେ ବି ଭାବୁଛନ୍ତି ଯେ, ଏଇ ମାତ୍ର କିଛିଦିନ ଆଗରୁ ତ 2021 ଆରମ୍ଭ ହୋଇଥିଲା!! ଏମିତି ଲାଗୁନି ଯେ, ଜାନୁଆରୀ ମାସଟି ସରିଗଲା! ଏହା ହିଁ ତ ସମୟର ଗତି । ଲାଗୁଛି, ଏଇ ଯେମିତି ମାତ୍ର କିଛି ଦିନ ତଳ କଥା – ଯେତେବେଳେ ଆମେମାନେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଉଥିଲେ । ତାପରେ ଆମେ ପାଳନ କଲେ ଲୋହଡ଼ି, ମକର ସଂକ୍ରାନ୍ତି, ପୋଙ୍ଗଲ ଆଉ ବିହୁ । ଦେଶର ବିଭିନ୍ନ ଭାଗରେ ଉତ୍ସବର ଆନନ୍ଦ ଉଲ୍ଲାସ ଥିଲା । ଜାନୁଆରୀ 23 ତାରିଖ ଦିନ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କଲୁ ଏବଂ ଜାନୁଆରୀ 26 ତାରିଖ ଦିନ ଗଣତନ୍ତ୍ର ଦିବସର ସୁନ୍ଦର ପରେଡକୁ ମଧ୍ୟ ଉପଭୋଗ କଲୁ । ରାଷ୍ଟ୍ରପତି ମହୋଦୟଙ୍କ ଦ୍ୱାରା ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ସହ ବଜେଟ ଅଧିବେଶନ ବି ଆରମ୍ଭ ହୋଇଯାଇଛି । ଏସବୁ ମଧ୍ୟରେ ଆଉ ଗୋଟିଏ କାର୍ଯ୍ୟ ମଧ୍ୟ ହେଲା, ଯାହାକୁ ଆମେ ସମସ୍ତେ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଉ । ତାହା ହେଉଛି – ପଦ୍ମ ପୁରସ୍କାରର ଘୋଷଣା । ଅସାଧାରଣ କାର୍ଯ୍ୟ କରୁଥିବା ଲୋକଙ୍କୁ ସେମାନଙ୍କ ଉପଲବ୍ଧି ଓ ମାନବଜାତି ପ୍ରତି ସେମାନଙ୍କ ଅବଦାନ ପାଇଁ ଦେଶ ସମ୍ମାନିତ କଲା । ଚଳିତ ବର୍ଷ ମଧ୍ୟ ପୁରସ୍କାର ଲାଭ କରିଥିବା ଲୋକଙ୍କ ମଧ୍ୟରେ ସେହିମାନେ ରହିଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଖୁବ ଭଲ କାମ କରିଛନ୍ତି, ନିଜ କାର୍ଯ୍ୟ ଦ୍ୱାରା କାହାରି ଜୀବନକୁ ବଦଳାଇଛନ୍ତି, ଦେଶକୁ ଆଗକୁ ବଢ଼ାଇଛନ୍ତି । ଅର୍ଥାତ, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା 'ଅନସଙ୍ଗ ହିରୋ' ମାନଙ୍କୁ ପଦ୍ମ ସମ୍ମାନ ଦେବାର ଯେଉଁ ପରମ୍ପରା ଦେଶ କିଛି ବର୍ଷ ପୂର୍ବେ ଆରମ୍ଭ କରିଛି, ତାହାକୁ ଏ ବର୍ଷ ମଧ୍ୟ ବଜାୟ ରଖାଗଲା । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଲୋକମାନଙ୍କ ବିଷୟରେ, ସେମାନଙ୍କ ଅବଦାନ ବିଷୟରେ ନିଶ୍ଚୟ ଜାଣନ୍ତୁ । ପରିବାରରେ ସେମାନଙ୍କ ବିଷୟରେ ଆଲୋଚନା କରନ୍ତୁ । ଦେଖିବେ, ସମସ୍ତଙ୍କୁ ଏଥିରୁ କେତେ ପ୍ରେରଣା ମିଳୁଛି !
ଏହି ମାସରେ କ୍ରିକେଟ ପିଚ୍ରୁ ବି ଖୁବ ଭଲ ଖବର ମିଳିଲା । ପ୍ରାରମ୍ଭିକ ଅସୁବିଧା ପରେ ଆମ କ୍ରିକେଟ ଟିମ୍ ପୁଣିଥରେ ଖୁବ ସୁନ୍ଦର ପ୍ରଦର୍ଶନ ସହ ଅଷ୍ଟ୍ରେଲିଆରେ ସିରିଜ ଜିତିଲା । ଆମ ଖେଳାଳିମାନଙ୍କ କଠିନ ପରିଶ୍ରମ ଏବଂ ଟିମ୍ୱାର୍କ ପ୍ରେରଣାଦାୟୀ । ଏଇସବୁ ଭିତରେ ଦିଲ୍ଲୀରେ ଜାନୁଆରୀ 26 ଦିନ ତ୍ରିରଙ୍ଗାର ଅପମାନ ଦେଖି ଦେଶ ବହୁତ ଦୁଃଖ ମଧ୍ୟ ଅନୁଭବ କଲା । ଆଗାମୀ ସମୟକୁ ଆମକୁ ନୂତନ ଆଶା ଏବଂ ଉଦ୍ଦୀପନା ସହ ପୂରଣ କରିବାକୁ ହେବ । ଗତବର୍ଷ ଆମେ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଥିଲୁ । ଏ ବର୍ଷ ମଧ୍ୟ ଆମକୁ କଠିନ ପରିଶ୍ରମ କରି ଆମର ସଂକଳ୍ପଗୁଡ଼ିକୁ ସାକାର କରିବାକୁ ହେବ । ଆମ ଦେଶକୁ ଆହୁରି ତୀବ୍ର ଗତିରେ ଆଗେଇ ନେବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଏହି ବର୍ଷ ଆରମ୍ଭରେ କରୋନା ସହ ଆମ ସଂଗ୍ରାମକୁ ପ୍ରାୟ ବର୍ଷେ ପୁରିଲା । କରୋନା ବିରୁଦ୍ଧରେ ଭାରତର ସଂଗ୍ରାମ ଯେମିତି ଗୋଟିଏ ଉଦାହରଣ ସୃଷ୍ଟି କରିଛି, ସେହିଭଳି ଆମର ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ସାରା ବିଶ୍ୱରେ ଗୋଟିଏ ଉଦାହରଣ ହେବାକୁ ଯାଉଛି । ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଆଉ ଗୋଟିଏ ଗର୍ବର କଥା କ’ଣ, ଜାଣନ୍ତି କି? ଆମେ ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସହ ବିଶ୍ୱରେ ସବୁଠାରୁ କ୍ଷିପ୍ର ଗତିରେ ଆମର ନାଗରିକମାନଙ୍କୁ ଟିକା ପ୍ରଦାନ କରିଚାଲିଛୁ । ଆମେରିକା ଭଳି ସମୃଦ୍ଧ ଦେଶରେ ଟିକାକରଣ କାର୍ଯ୍ୟ ପାଇଁ 18 ଦିନ ଏବଂ ବ୍ରିଟେନକୁ ଏଥିପାଇଁ 36 ଦିନ ସମୟ ଲାଗିଥିବା ବେଳେ ଭାରତ ମାତ୍ର 15 ଦିନରେ ଏହାର 30 ଲକ୍ଷରୁ ଅଧିକ କରୋନା ଯୋଦ୍ଧାମାନଙ୍କ ଟିକାକରଣ କରିସାରିଛି ।
ବନ୍ଧୁଗଣ, ମେଡ–ଇନ୍–ଇଣ୍ଡିଆ ଟିକା ଏକ ପକ୍ଷରେ ଭାରତର ଆତ୍ମନିର୍ଭରତାର ପ୍ରତୀକ ହୋଇଥିବାବେଳେ ଅପରପକ୍ଷରେ ଏହା ଭାରତର ଆତ୍ମଗୌରବର ମଧ୍ୟ ପ୍ରତୀକ ପାଲଟିଛି । ନମୋ ଆପ୍ରେ ୟୁ.ପି.ରୁ ଭାଇ ହିମାଂଶୁ ଯାଦବ ଲେଖିଛନ୍ତି ଯେ, ମେଡ–ଇନ୍–ଇଣ୍ଡିଆ ଟିକା ଯୋଗୁଁ ମନରେ ଗୋଟିଏ ନୂତନ ଆତ୍ମବିଶ୍ୱାସ ଜାଗ୍ରତ ହୋଇଛି । ମଦୁରାଇରୁ କିର୍ତୀ ଲେଖିଛନ୍ତି ଯେ, ତାଙ୍କର ଅନେକ ବିଦେଶୀ ବନ୍ଧୁ ତାଙ୍କୁ ମେସେଜ ପଠାଇ ଭାରତକୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି । କିର୍ତୀଙ୍କ ବନ୍ଧୁମାନେ ତାଙ୍କୁ ଲେଖିଛନ୍ତି ଯେ, କରୋନା ସହ ସଂଗ୍ରାମରେ ଭାରତ ଯେଉଁଭଳି ଭାବରେ ବିଶ୍ୱକୁ ସାହାଯ୍ୟ କରିଛି, ଏହାଦ୍ୱାରା ଭାରତ ପାଇଁ ତାଙ୍କ ମନରେ ସମ୍ମାନ ଆହୁରି ବୃଦ୍ଧି ପାଇଛି । କିର୍ତୀ, ଦେଶର ଏହି ଗୌରବଗାନ ଶୁଣି, ‘ମନ କି ବାତ୍’ର ଶ୍ରୋତାମାନଙ୍କୁ ବି ଗର୍ବ ଅନୁଭବ ହେବ । ଆଜିକାଲି ମୋତେ ମଧ୍ୟ ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାନଙ୍କ ତରଫରୁ ଏଭଳି ବାର୍ତ୍ତାମାନ ମିଳୁଛି । ଆପଣମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଯେ, ନିକଟରେ ବ୍ରାଜିଲର ରାଷ୍ଟ୍ରପତି ମଧ୍ୟ ତାଙ୍କର ଟ୍ୱିଟ୍ ବାର୍ତ୍ତା ମାଧ୍ୟମରେ ଯେଉଁଭଳି ଭାରତକୁ ଧନ୍ୟବାଦ ଦେଇଛନ୍ତି, ତାହାଦେଖି ପ୍ରତ୍ୟେକ ଭାରତୀୟଙ୍କୁ କେତେ ଭଲ ଲାଗିଲା । ହଜାର ହଜାର କିଲୋମିଟର ଦୂର ବିଶ୍ୱର କୋଣ–ଅନୁକୋଣରେ ବାସ କରୁଥିବା ଲୋକେ ରାମାୟଣର ସେହି ପ୍ରସଙ୍ଗକୁ ବ୍ରାଜିଲ ରାଷ୍ଟ୍ରପତିଙ୍କ ଟ୍ୱିଟ୍ରେ ଦେଖି ଭଲ ଭାବରେ ଅନୁମାନ କରିପାରୁଥିବେ, ତାଙ୍କ ମନରେ ରାମାୟଣର କେତେ ପ୍ରଭାବ ରହିଛି! ଏହାହିଁ ଆମ ସଂସ୍କୃତିର ବୈଶିଷ୍ଟ୍ୟ ।
ବନ୍ଧୁଗଣ, ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଉ ଗୋଟିଏ କଥା ଲକ୍ଷ୍ୟ କରିଥିବେ । ବିପଦ ସମୟରେ ଭାରତ ବିଶ୍ୱକୁ ଏଥିପାଇଁ ସେବା ଯୋଗାଇପାରୁଛି, କାରଣ ଭାରତ ଆଜି ଔଷଧ ଏବଂ ଟିକାକୁ ନେଇ ସକ୍ଷମ, ଆତ୍ମନିର୍ଭର । ଆତ୍ମନିର୍ଭର ଭାରତ ଅଭିଯାନର ଚିନ୍ତାଧାରା ମଧ୍ୟ ଏହିଭଳି । ଭାରତ ଯେତେ ସକ୍ଷମ ହେବ, ସେତିକି ଅଧିକ ମାନବଜାତିର ସେବା କରିବ, ବିଶ୍ୱ ସେତେ ଅଧିକ ଲାଭବାନ ହେବ ।
ମୋର ପ୍ରିୟ ଦେଶବାସୀଗଣ, ପ୍ରତି ଥର ଆପଣମାନଙ୍କର ବହୁତଗୁଡ଼ିଏ ଚିଠି ମିଳିଥାଏ । ନମୋ ଆପ୍ ଏବଂ ମାଇଗଭ୍ରେ ଆପଣମାନଙ୍କ ମେସେଜ ଓ ଫୋନ କଲ୍ ମାଧ୍ୟମରେ ଆପଣମାନଙ୍କ କଥା ଜାଣିବାର ସୁଯୋଗ ମିଳେ । ଏହି ବାର୍ତ୍ତାଗୁଡ଼ିକ ମଧ୍ୟରୁ ଗୋଟିଏ ମୋ ଦୃଷ୍ଟି ଆକର୍ଷଣ କଲା । ତାହା ହେଉଛି ଭଉଣୀ ପ୍ରିୟଙ୍କା ପାଣ୍ଡେଙ୍କ ବାର୍ତ୍ତା । 23 ବର୍ଷ ବୟସ୍କ ପ୍ରିୟଙ୍କା ହିନ୍ଦୀ ସାହିତ୍ୟର ଛାତ୍ରୀ ଏବଂ ବିହାରର ସିୱାନ୍ର ବାସିନ୍ଦା । ପ୍ରିୟଙ୍କା ନମୋ ଆପ୍ରେ ଲେଖିଛନ୍ତି ଯେ, ଦେଶର 15ଟି ଦେଶୀୟ ପର୍ଯ୍ୟଟନ ସ୍ଥଳକୁ ବୁଲିଯିବାର ମୋ ପରାମର୍ଶରେ ସେ ଖୁବ ପ୍ରେରିତ ହୋଇଥିଲେ । ତେଣୁ, ଜାନୁଆରୀ 1 ତାରିଖ ଦିନ ସେ ଗୋଟିଏ ସ୍ଥାନ ପାଇଁ ବାହାରିଲେ, ଯାହା ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ସେ ସ୍ଥାନଟି ଥିଲା ତାଙ୍କ ଘରଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ପୈତୃକ ନିବାସ ସ୍ଥାନ । ପ୍ରିୟଙ୍କା ଗୋଟିଏ ସୁନ୍ଦର କଥା ଲେଖିଛନ୍ତି ଯେ, ଆମ ଦେଶର ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବାର ଏହା ଥିଲା ତାଙ୍କର ପ୍ରଥମ ପଦକ୍ଷେପ । ପ୍ରିୟଙ୍କା ସେଠାରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ରଚିତ ଅନେକ ବହି ଦେଖିବାକୁ ପାଇଲେ, ଅନେକ ଐତିହାସିକ ଫଟୋ ଦେଖିବାକୁ ପାଇଲେ । ପ୍ରିୟଙ୍କା ଜୀ, ବାସ୍ତବରେ ଆପଣଙ୍କ ଏହି ଅନୁଭୂତି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।
ବନ୍ଧୁଗଣ, ଚଳିତ ବର୍ଷ ଭାରତ ଏହାର ସ୍ୱାଧୀନତା ପ୍ରାପ୍ତିର 75 ବର୍ଷ ପୂର୍ତି ଉତ୍ସବ – ଅମୃତ ମହୋତ୍ସବ ଆରମ୍ଭ କରିବାକୁ ଯାଉଛି । ଯେଉଁ ମହାନାୟକମାନଙ୍କ ଯୋଗୁଁ ଆମକୁ ସ୍ୱାଧୀନତା ମିଳିଛି ସେମାନଙ୍କ ସହ ଜଡିତ ଅଂଚଳଗୁଡିକ ସମ୍ପର୍କରେ ସୂଚନା ସଂଗ୍ରହ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ।
ବନ୍ଧୁଗଣ, ଯେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମ ଓ ବିହାର ବିଷୟରେ କଥା ହେଉଛୁ, ସେତେବେଳେ ନମୋ ଆପ୍ରେ ଦିଆଯାଇଥିବା ଆଉ ଗୋଟିଏ ମନ୍ତବ୍ୟ ସମ୍ପର୍କରେ ମଧ୍ୟ ମୁଁ ଆଲୋଚନା କରିବାକୁ ଚାହୁଁଛି । ମୁଙ୍ଗେରରେ ରହୁଥିବା ଜୟରାମ ବିପ୍ଳବ ମୋତେ ତାରାପୁର ଶହୀଦ ଦିବସ ବିଷୟରେ ଲେଖିଛନ୍ତି । 1932 ମସିହା, ଫେବୃଆରୀ 15 ତାରିଖ । ଇଂରେଜମାନେ ଦେଶଭକ୍ତମାନଙ୍କର ଗୋଟିଏ ଦଳର ଅନେକ ବୀର ଯୁବକମାନଙ୍କୁ ଖୁବ ନୃଶଂସ ଭାବେ ହତ୍ୟା କରିଦେଲେ । ସେମାନଙ୍କ ଅପରାଧ ଏତିକି ମାତ୍ର ଥିଲା ଯେ, ସେମାନେ ବନ୍ଦେ ମାତରମ୍ ଓ ଭାରତମାତା କି ଜୟ ବୋଲି ସ୍ଲୋଗାନ ଦେଉଥିଲେ । ମୁଁ ସେହି ଶହୀଦମାନଙ୍କୁ ପ୍ରଣାମ କରୁଛି ଏବଂ ସେମାନଙ୍କ ସାହସକୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି । ମୁଁ ଜୟରାମ ବିପ୍ଳବଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସେ ଏଭଳି ଗୋଟିଏ ଘଟଣା ଦେଶର ଲୋକଙ୍କ ଦୃଷ୍ଟିକୁ ଆଣିଲେ, ଯାହା ଉପରେ ସେତେ ଆଲୋଚନା କରାଯାଇନାହିଁ,
ମୋର ପ୍ରିୟ ଦେଶବାସୀଗଣ, ଭାରତର ପ୍ରତ୍ୟେକ ଅଂଶରେ, ପ୍ରତ୍ୟେକ ସହରରେ, ଗାଁ–ଗହଳିରେ ସ୍ୱାଧୀନତା ପାଇଁ ପୁରା ଦମ୍ରେ ସଂଗ୍ରାମ ଚାଲିଥିଲା । ଭାରତ ଭୂମିର ପ୍ରତ୍ୟେକ କୋଣରେ ଏଭଳି ବୀରପୁତ୍ର ଏବଂ ବୀରାଙ୍ଗନାମାନେ ଜନ୍ମଗ୍ରହଣ କରିଥିଲେ, ଯେଉଁମାନେ ଦେଶ ପାଇଁ ନିଜର ପ୍ରାଣବଳି ଦେଲେ । ଏଭଳି ପରିସ୍ଥିତିରେ ଆମ ପାଇଁ ସେମାନେ କରିଥିବା ସଂଘର୍ଷ ଏବଂ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିବା ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସମ୍ପର୍କରେ ଲେଖି ଆମେ ସେମାନଙ୍କ ସ୍ମୃତିକୁ ଆମର ଆଗାମୀ ପିଢ଼ି ପାଇଁ ଜୀବିତ ରଖିପାରିବା । ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଆମର ଯୁବବନ୍ଧୁମାନଙ୍କୁ ଆହ୍ୱାନ କରୁଛି, ସେମାନେ ଦେଶର ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ କଥାମାନ ଲେଖନ୍ତୁ । ନିଜ ଅଂଚଳରେ ସ୍ୱାଧୀନତା ସଂଗ୍ରାମ ସମୟର ବୀରତ୍ୱର କାହାଣୀଗୁଡ଼ିକ ସମ୍ପର୍କରେ ପୁସ୍ତକ ରଚନା କରନ୍ତୁ । ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରୁଥିବା ସମୟରେ ଆପଣଙ୍କ ଲେଖା ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଯୁବ ଲେଖକ–ଲେଖିକାଙ୍କ ପାଇଁ ଇଣ୍ଡିଆ ସେଭେଂଟିଫାଇଭ୍ ଉଦ୍ଦେଶ୍ୟରେ ଗୋଟିଏ ନୂତନ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରେ ସମସ୍ତ ରାଜ୍ୟ ଓ ଭାଷାର ଯୁବ ଲେଖକ–ଲେଖିକାଙ୍କୁ ପ୍ରୋତ୍ସାହନ ମିଳିବ । ଦେଶରେ ବହୁ ସଂଖ୍ୟାରେ ଏଭଳି ବିଷୟଗୁଡ଼ିକ ଉପରେ ଲେଖିବା ପାଇଁ ଲେଖକ–ଲେଖିକା ବାହାରିବେ, ଯେଉଁମାନଙ୍କର ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଗଭୀର ଜ୍ଞାନ ଥିବ । ସେହିଭଳି ଉଦୀୟମାନ ପ୍ରତିଭାଙ୍କୁ ଆମକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ହେବ । ଏହାଦ୍ୱାରା ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରୁଥିବା ବୁଦ୍ଧିଜୀବି ମାନଙ୍କର ଗୋଟିଏ ଶ୍ରେଣୀ ମଧ୍ୟ ସୃଷ୍ଟି ହେବ । ମୁଁ ଆମର ଯୁବସାଥୀମାନଙ୍କୁ ଏହି ଉଦ୍ୟମର ଅଂଶ ହେବା ସହ ନିଜର ସାହିତ୍ୟିକ କଳାର ଅଧିକରୁ ଅଧିକ ଉପଯୋଗ କରିବା ପାଇଁ ନିମନ୍ତ୍ରଣ ଜଣାଉଛି । ଏ ସମ୍ପର୍କରେ ଅଧିକ ବିବରଣୀ ଶିକ୍ଷା ମନ୍ତ୍ରଣାଳୟର ୱେବ୍ସାଇଟ୍ରୁ ପାଇପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଶ୍ରୋତାମାନଙ୍କୁ କ’ଣ ଅଧିକ ଭଲ ଲାଗେ ତାହା ଆପଣମାନେ ହିଁ ଭଲକରି ଜାଣନ୍ତି । କିନ୍ତୁ ମୋତେ ‘ମନ୍ କି ବାତ୍’ରେ ସବୁଠାରୁ ଏ ଥା ଭଲ ଲାଗେ ଯେ, ଏଥିରୁ ବହୁତ କଥା ଜାଣିବାକୁ, ଶିଖିବାକୁ ଓ ପଢ଼ିବାକୁ ମିଳେ । ଏକ ପ୍ରକାର ପରୋକ୍ଷ ଭାବେ ଆପଣ ସମସ୍ତଙ୍କ ସହ ଯୋଡ଼ିହେବାର ସୁଯୋଗ ମିଳେ । କାହାରି ପ୍ରଚେଷ୍ଟା, କାହାର ଉତ୍ସାହ, ଦେଶ ପାଇଁ କିଛି କରିଯିବାର କାହାର ଉଦ୍ୟମ – ଏସବୁ ମୋତେ ବହୁତ ପ୍ରେରଣା ଯୋଗାଏ, ଶକ୍ତିରେ ଭରିଦିଏ ।
ହାଇଦ୍ରାବାଦର ବୋୟିନପଲ୍ଲୀରେ ଗୋଟିଏ ପରିବା ବଜାର ରହିଛି । ଏହା କିଭଳି ନିଜର ଦାୟିତ୍ୱ ତୁଲାଉଛି, ସେକଥା ପଢ଼ି ମୋତେ ବହୁତ ଭଲ ଲାଗିଲା । ଆମେ ସମସ୍ତେ ଦେଖିଛୁ ଯେ, ପରିବା ବଜାରମାନଙ୍କରେ ଅନେକ କାରଣରୁ ବହୁତ ପରିବା ନଷ୍ଟ ହୋଇଥାଏ । ନଷ୍ଟ ହୋଇଯାଇଥିବା ସେହି ପରିବା ଆବର୍ଜନା ସୃଷ୍ଟି କରେ । କିନ୍ତୁ ବୋୟିନପଲ୍ଲୀ ପରିବା ବଜାରର ଲୋକେ ଏହା ସ୍ଥିର କଲେ ଯେ, ପ୍ରତିଦିନ ଏମିତି ନଷ୍ଟ ହେଉଥିବା ପରିବାକୁ ଫୋପଡ଼ା ଯିବ ନାହିଁ । ପରିବା ବଜାର ସହ ଜଡ଼ିତ ଲୋକେ ଏଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ପାଇଁ ସ୍ଥିର କଲେ । ପଚି–ସଢ଼ି ଯାଇଥିବା ପରିବାରୁ ବିଜୁଳି ଶକ୍ତି ଉତ୍ପାଦନ କଥା ହୁଏତ ଆପଣମାନେ ଶୁଣି ନ ଥିବେ । ଏହାହିଁ ତ ନବୋନ୍ମେଷର ଶକ୍ତି । ଆଗରୁ ବୋୟିନପଲ୍ଲୀ ପରିବା ବଜାରରେ ଯାହା ବର୍ଜ୍ୟବସ୍ତୁ ଥିଲା, ଆଜି ସେଥିରୁ ୱେଲ୍ଥ କ୍ରିଏଟ୍ ହେଉଛି । ଏହାହିଁ ତ ଆବର୍ଜନାରୁ ଅମୂଲ୍ୟ ସମ୍ପଦ ତିଆରିର ଯାତ୍ରା । ପ୍ରତିଦିନ ସେଠାରୁ 10 ଟନ୍ ବର୍ଜ୍ୟ ପଦାର୍ଥ ବାହାରୁଛି । ଏହାକୁ ଗୋଟିଏ ପ୍ଲାଂଟରେ ସଂଗୃହିତ କରାଯାଉଛି । ସେହି ପ୍ଲାଂଟରେ ଏଥିରୁ ପ୍ରତିଦିନ 500 ୟୁନିଟ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି ଆଉ ପ୍ରାୟ 30 କିଲୋଗ୍ରାମ ବାୟୋ–ଫୁଏଲ୍ ମଧ୍ୟ ଉତ୍ପାଦିତ ହେଉଛି । ସେଥିରେ ବଜାରର କ୍ୟାଣ୍ଟିନରେ ରୋଷେଇ କରାଯାଉଛି । ଏହା ଗୋଟିଏ ପ୍ରଶଂସନୀୟ ଉଦ୍ୟମ ନୁହେଁ କି?
ଏହିଭଳି ଆଉ ଗୋଟିଏ ଚମତ୍କାର କରି ଦେଖାଇଛନ୍ତି – ହରିୟାଣା ପଂଚକୁଲାର ବଡ଼ୌତ୍ ଗ୍ରାମପଂଚାୟତ । ଏହି ପଂଚାୟତ ଅଂଚଳରେ ଜଳ ନିଷ୍କାସନ ଏକ ସମସ୍ୟା ଥିଲା । ଏହା ଫଳରେ ଦୂଷିତ ପାଣି ଏଣେ ତେଣେ ମାଡ଼ୁଥିଲା, ରୋଗ ସୃଷ୍ଟି କରୁଥିଲା । କିନ୍ତୁ ବଡ଼ୌତ୍ର ଲୋକେ ଏହି ୱେଷ୍ଟ ୱାଟର୍ରୁ ୱେଲ୍ଥ କ୍ରିଏଟ୍ କରିବାକୁ ସ୍ଥିର କଲେ । ସାରା ଗାଁରୁ ବାହାରୁଥିବା ଦୂଷିତ ପାଣିକୁ ଗ୍ରାମପଂଚାୟତ କାର୍ଯ୍ୟାଳୟ ଗୋଟିଏ ଜାଗାରେ ଏକତ୍ରିତ କରି ଫିଲ୍ଟର କରିବା ଆରମ୍ଭ କଲା । ଫିଲ୍ଟର ହୋଇଥିବା ଏହି ପାଣି, ଏବେ ଗାଁର ଚାଷୀମାନେ ସେମାନଙ୍କ କ୍ଷେତରେ ଜଳସେଚନ ପାଇଁ ବ୍ୟବହାର କରୁଛନ୍ତି । ମାନେ, ପ୍ରଦୂଷଣ, ଆବର୍ଜନା ଏବଂ ରୋଗରୁ ମୁକ୍ତି ସାଙ୍ଗକୁ କ୍ଷେତରେ ଜଳସେଚନ ସମସ୍ୟାର ମଧ୍ୟ ସମାଧାନ ହୋଇପାରିଛି ।
ବନ୍ଧୁଗଣ, ପରିବେଶ ସୁରକ୍ଷା ସହ ରୋଜଗାରର ବାଟ ମଧ୍ୟ କେମିତି ଫିଟିଥାଏ, ଏହାର ଗୋଟିଏ ଉଦାହରଣ ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ମଧ୍ୟ ଦେଖିବାକୁ ମିଳିଲା । ଅରୁଣାଚଳ ପ୍ରଦେଶର ଏହି ପାର୍ବତ୍ୟ ଅଂଚଳରେ ଶହ ଶହ ବର୍ଷ ଧରି ମୋନ୍ ଶୁଗୁ ନାମକ ଗୋଟିଏ କାଗଜ ତିଆରି କରାଯାଇଥାଏ । ଏହି କାଗଜ ଏଠାକାର ଶୁଗୁ ଶେଙ୍ଗ ନାମକ ଗୋଟିଏ ବୃକ୍ଷର ବକ୍କଳରୁ ତିଆରି କରାଯାଏ, ତେଣୁ ଏହି କାଗଜ ତିଆରି କରିବା ପାଇଁ ଗଛ କାଟିବାକୁ ପଡ଼ି ନ ଥାଏ । ତାଛଡ଼ା ଏହାକୁ ତିଆରି କରିବା ପାଇଁ କୌଣସି କେମିକାଲ୍ ମଧ୍ୟ ପ୍ରୟୋଗ କରାଯାଏ ନାହିଁ । ଅର୍ଥାତ, ଏହି କାଗଜ ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ । ଦିନ ଥିଲା, ଏହି କାଗଜ ରପ୍ତାନୀ ହେଉଥିଲା । କିନ୍ତୁ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଯେତେବେଳେ ବହୁ ପରିମାଣରେ କାଗଜ ତିଆରି ହେବାକୁ ଲାଗିଲା, ସେତେବେଳେ ଏହି ସ୍ଥାନୀୟ କଳା ବିଲୁପ୍ତ ହେବାକୁ ବସିଲା । ଏବେ ଜଣେ ସ୍ଥାନୀୟ ସାମାଜିକ କର୍ମକର୍ତ୍ତା ଗୋମ୍ବୁ ଏହି କଳାକୁ ପୁନର୍ଜୀବିତ କରିବାର ପ୍ରଚେଷ୍ଟା କରିଛନ୍ତି । ଯାହା ଫଳରେ ଏଠାକାର ଆଦିବାସୀ ଭାଇ–ଭଉଣୀମାନଙ୍କୁ ରୋଜଗାର ମଧ୍ୟ ମିଳିପାରୁଛି ।
ମୁଁ କେରଳର ଆଉ ଗୋଟିଏ ଖବର ଦେଖିଛି, ଯାହା ଆମ ସମସ୍ତଙ୍କୁ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ କରୁଛି । କେରଳର କୋଟ୍ଟାୟାମ୍ଠାରେ ଜଣେ ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି – ଏନ.ଏସ. ରାଜପ୍ପନ ସାହେବ । ପାରାଲିସିସ୍ ଯୋଗୁଁ ରାଜପ୍ପନ ଚାଲିବାରେ ଅକ୍ଷମ, କିନ୍ତୁ ଏହାଦ୍ୱାରା ସ୍ୱଚ୍ଛତା ପ୍ରତି ତାଙ୍କ ସମର୍ପଣ ଭାବ ତିଳେହେଲେ ଊଣା ହୋଇନାହିଁ । ସେ ବିଗତ ଅନେକ ବର୍ଷ ଧରି ନାଆରେ ୱେମ୍ବନାଡ଼ ହ୍ରଦକୁ ଯାଉଛନ୍ତି ଏବଂ ହ୍ରଦରେ ଫୋପଡ଼ାଯାଇଥିବା ପ୍ଲାଷ୍ଟିକ ବୋତଲଗୁଡ଼ିକୁ ବାହାର କରି ନେଇ ଆସୁଛନ୍ତି । ଚିନ୍ତା କରନ୍ତୁ, ରାଜପ୍ପନଙ୍କର ଚିନ୍ତାଧାରା କେତେ ଉଚ୍ଚକୋଟୀର । ଆମେ ମଧ୍ୟ ରାଜପ୍ପନଙ୍କଠାରୁ ପ୍ରେରଣା ଗ୍ରହଣ କରି ସ୍ୱଚ୍ଛତା ପାଇଁ ଯେଉଁଠି ସମ୍ଭବ ନିଜର ଯୋଗଦାନ ଦେବା ଆବଶ୍ୟକ ।
ମୋର ପ୍ରିୟ ଦେଶବାସୀଗଣ, କିଛି ଦିନ ଆଗରୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆମେରିକାର ସାନଫ୍ରାନ୍ସିସ୍କୋଠାରୁ ବେଙ୍ଗାଲୁରୁ ପାଇଁ ଗୋଟିଏ ନନ୍–ଷ୍ଟପ୍ ଫ୍ଲାଇଟ୍ର ନେତୃତ୍ୱ ଭାରତର ଚାରିଜଣ ମହିଳା ପାଇଲଟ୍ ନେଇଥିଲେ । ଦଶ ହଜାର କିଲୋମିଟରଠାରୁ ମଧ୍ୟ ଅଧିକ ଦୀର୍ଘ ଯାତ୍ରା ସମ୍ପୂର୍ଣ୍ଣ କରି ଏହି ଫ୍ଲାଇଟ୍ 225ରୁ ଅଧିକ ଯାତ୍ରୀଙ୍କୁ ନେଇ ଭାରତକୁ ଆସିଲା । ଏଥର ଜାନୁଆରୀ 26 ତାରିଖର ପରେଡ୍ରେ ମଧ୍ୟ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଭାରତୀୟ ବାୟୁସେନାର ଦୁଇ ମହିଳା ଅଧିକାରୀ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଯେକୌଣସି କ୍ଷେତ୍ର ହେଉ, ମହିଳାମାନଙ୍କ ଭାଗିଦାରୀ ନିରନ୍ତର ଭାବେ ବୃଦ୍ଧି ପାଉଛି । କିନ୍ତୁ ଅଧିକାଂଶ ସମୟରେ ଆମେ ଦେଖୁ ଯେ, ଦେଶର ଗାଁମାନଙ୍କରେ ହେଉଥିବା ଏଭଳି ପରିବର୍ତ୍ତନ ବିଶେଷ ଭାବେ ଲୋକଲୋଚନକୁ ଆସିପାରେ ନାହିଁ । ତେଣୁ, ଯେତେବେଳେ ମୁଁ ମଧ୍ୟପ୍ରଦେଶର ଗୋଟିଏ ଖବର ଦେଖିଲି, ମୋତେ ଲାଗିଲା ଯେ ଏ ବିଷୟରେ ‘ମନ୍ କି ବାତ୍’ରେ ମୋର ନିଶ୍ଚୟ ଆଲୋଚନା କରିବା ଦରକାର । ଏହି ଖବର ଖୁବ ପ୍ରେରଣାଦାୟୀ । ଜବଲପୁରର ଚିଚ୍ଗାଓଁଠାରେ କେତେକ ଆଦିବାସୀ ସ୍ତ୍ରୀ ଲୋକ ଗୋଟିଏ ଧାନକଳରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କରୋନା ମହାମାରୀ ଯେଉଁଭଳି ଭାବେ ସାରା ଦୁନିଆର ପ୍ରତ୍ୟେକ ଲୋକକୁ ପ୍ରଭାବିତ କଲା, ଏମାନେ ମଧ୍ୟ ସେଥିରେ ପ୍ରଭାବିତ ହେଲେ । ସେମାନଙ୍କ ଧାନକଳରେ କାମ ବନ୍ଦ ହୋଇଗଲା । ଏହାଦ୍ୱାରା ଆୟରେ ମଧ୍ୟ ଅସୁବିଧା ହେଲା । କିନ୍ତୁ ସେମାନେ ହତାଶ ହେଲେ ନାହିଁ । ସେମାନେ ହାର୍ ମାନିଲେ ନାହିଁ । ସେମାନେ ସମସ୍ତେ ମିଶି ନିଜର ଧାନକଳ ଆରମ୍ଭ କରିବାକୁ ସ୍ଥିର କଲେ । ଯେଉଁ କଳରେ ଏମାନେ କାମ କରୁଥିଲେ, ସେ ନିଜର ଯନ୍ତ୍ରପାତି ବିକ୍ରି କରିବାକୁ ଚାହୁଁଥିଲେ । ଏମାନଙ୍କ ମଧ୍ୟରୁ ମୀନା ରାହାଙ୍ଗଡାଲେ ସବୁ ମହିଳାମାନଙ୍କୁ ଏକାଠି କରି ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ । ସମସ୍ତେ ନିଜର ଜମା ଟଙ୍କା ଏଥିରେ ବିନିଯୋଗ କଲେ । ଯେତିକି ଟଙ୍କା ନିଅଂଟ ହେଲା ସେତିକି ପାଇଁ ଆଜୀବିକା ମିଶନ ଯୋଜନାରେ ବ୍ୟାଙ୍କରୁ ଋଣ କଲେ । ଏବେ ଦେଖନ୍ତୁ, ସେହି ଆଦିବାସୀ ମହିଳାମାନେ ସେ ଧାନକଳକୁ କିଣିଦେଇଛନ୍ତି, ଯେଉଁଠି ଦିନେ ସେମାନେ କାମ କରୁଥିଲେ । ଆଜି ସେମାନେ ନିଜର ଧାନକଳ ଚଳାଉଛନ୍ତି । ଏତିକି ଦିନରେ ଏହି ମିଲ୍ ପ୍ରାୟ ତିନି ଲକ୍ଷ ଟଙ୍କା ଲାଭ କରିସାରିଲାଣି । ଏହି ଲାଭରୁ ମୀନା ଏବଂ ତାଙ୍କ ସାଥୀମାନେ ସବୁଠୁ ଆଗ ବ୍ୟାଙ୍କ ଋଣ ପରିଶୋଧ ଓ ପରେ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । କରୋନା ଯେଉଁ ପରିସ୍ଥିତି ସୃଷ୍ଟି କଲା, ତାହାର ମୁକାବିଲା କରିବା ପାଇଁ ଦେଶର କୋଣ ଅନୁକୋଣରେ ଏଭଳି ଚମତ୍କାର କାର୍ଯ୍ୟମାନ ହୋଇଛି ।
ମୋର ପ୍ରିୟ ଦେଶବାସୀଗଣ, ଯଦି ମୁଁ ଆପଣଙ୍କୁ ବୁନ୍ଦେଲ୍ଖଣ୍ଡ କଥା କହିବି ତେବେ ଆପଣଙ୍କ ମନ ଭିତରେ କେଉଁ କେଉଁ ଜିନିଷ ପ୍ରଥମେ ଆସିବ? ଇତିହାସରେ ରୁଚି ରଖୁଥିବା ଲୋକେ ଏହି ଅଂଚଳକୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ସହ ଯୋଡ଼ିବେ । ସେହିପରି କିଛିଲୋକ ସୁନ୍ଦର ଓ ଶାନ୍ତ ‘ଓର୍ଛା’ ସମ୍ପର୍କରେ ଭାବିବେ । କିଛି ଲୋକ ଏହି ଅଂଚଳରେ ଅନୁଭୂତ ହେଉଥିବା ଅତ୍ୟଧିକ ଗରମ ବିଷୟ ମନେପକାଇବେ; କିନ୍ତୁ ଆଜିକାଲି ସେଇଠି କିଛି ଅଲଗା ହେଉଛି, ଯାହା ବହୁତ ଉତ୍ସାହବର୍ଦ୍ଧକ; ଏବଂ ଯାହା ସମ୍ପର୍କରେ ଆମେ ନିହାତି ଜାଣିବା ଆବଶ୍ୟକ । କିଛିଦିନ ତଳେ ଝାନ୍ସୀରେ ମାସେ ଧରି ଚାଲିବାକୁ ଥିବା ‘Strawberry festival’ ଆରମ୍ଭ ହୋଇଛି । ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ Strawberry ଆଉ ବୁନ୍ଦେଲ୍ଖଣ୍ଡ! କିନ୍ତୁ ଏହା ସତ । ଏବେ ବୁନ୍ଦେଲଖଣ୍ଡରେ Strawberry ଚାଷକୁ ନେଇ ଉତ୍ସାହ ବଢ଼ୁଛି ଏବଂ ଏଥିରେ ବଡ଼ ଭୂମିକା ତୁଲାଇଛନ୍ତି ଝାନ୍ସୀର ଜଣେ ଝିଅ ଗୁର୍ଲୀନ ଚାୱଲା । ଆଇନ ଛାତ୍ରୀ ଗୁରଲୀନ ପ୍ରଥମେ ନିଜ ଘରେ ଓ ପରେ ନିଜ କ୍ଷେତରେ ସଫଳ ଭାବେ Strawberry ଚାଷ କରି ବିଶ୍ୱାସ ସୃଷ୍ଟି କରିଛନ୍ତି ଯେ ଝାନ୍ସୀରେ ମଧ୍ୟ ଏହା ସମ୍ଭବ ହୋଇପାରିବ । ଝାନ୍ସୀର ‘Strawberry festival’ Stay At Home concept ଉପରେ ଗୁରୁତ୍ୱ ଦେଇଥାଏ । ଏହି ମହୋତ୍ସବ ମାଧ୍ୟମରେ ଚାଷୀ ଓ ଯୁବକ ଯୁବତୀମାନଙ୍କୁ ନିଜ ଘର ପଛପଟେ ଥିବା ଖାଲିସ୍ଥାନରେ ବା ଛାତ ଉପର Terrace Gardenରେ ବଗିଚା କରିବା ଏବଂ Strawberry ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି । ନୂଆ ପ୍ରଯୁକ୍ତି ସାହାଯ୍ୟରେ ଏପରି ପ୍ରୟାସ ଦେଶର ଅନ୍ୟ ଅଂଳରେ ମଧ୍ୟ ହେଉଛି । ଯେଉଁ Strawberry କେବେ ପାହାଡ଼ରେ ହେଉଥିଲା, ତାହା ଏବେ କଚ୍ଛର ବାଲିଆ ମାଟିରେ ହେବାକୁ ଆରମ୍ଭ କରିଛି, ଚାଷୀଙ୍କ ଆୟ ବଢ଼ୁଛି ।
ବନ୍ଧୁଗଣ, Strawberry Festival ଭଳି ପ୍ରୟୋଗ ନବୋନ୍ମେଷକୁ ତ ପ୍ରଦର୍ଶିତ କରୁଛି, ତା’ସହ ଏହା ବି ଦର୍ଶାଉଛି ଯେ ଆମ ଦେଶର କୃଷିକ୍ଷେତ୍ର କିପରି ନୂଆ ପ୍ରଯୁକ୍ତିବିଦ୍ୟାକୁ ମଧ୍ୟ ଆପଣାଉଛି ।
ବନ୍ଧୁଗଣ, କୃଷିକୁ ଆଧୁନିକ କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ ଏବଂ ସେଥିପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଏହି ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ ।
ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ତଳେ ମୁଁ ଏକ ଭିଡିଓ ଦେଖିଲି । ସେହି ଭିଡିଓଟି ଥିଲା ପଶ୍ଚିମବଙ୍ଗର ୱେଷ୍ଟ୍ ମିଦନାପୁର ସ୍ଥିତ ‘ନୟା ପିଙ୍ଗ୍ଲା’ ଗାଁର ଜଣେ ଚିତ୍ରକର ସରମୁଦ୍ଦିନଙ୍କର । ରାମାୟଣ ଉପରେ ସେ ଆଙ୍କିଥିବା paintingଟି ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାରୁ ସେ ଖୁସି ବ୍ୟକ୍ତ କରୁଥିଲେ । ଏଥିରେ ତାଙ୍କ ଗାଁର ଲୋକେ ମଧ୍ୟ ବହୁତ ଖୁସି । ଏହି ଭିଡିଓକୁ ଦେଖିବା ପରେ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଉତ୍ସୁକତା ବଢ଼ିଲା । ଏହି କ୍ରମରେ ମୋତେ ପଶ୍ଚିମବଙ୍ଗ ସହ ସଂପୃକ୍ତ ଏକ ବହୁତ ସୁନ୍ଦର କାମ ବିଷୟରେ ଜାଣିବାକୁ ମିଳିଲା, ଯାହାକୁ ମୁଁ ଆପଣମାନଙ୍କ ସହ ନିଶ୍ଚୟ କହିବାକୁ ଚାହିଁବି । ପର୍ଯ୍ୟଟନ ମନ୍ତ୍ରଣାଳୟର ଆଂଳିକ କାର୍ଯ୍ୟାଳୟ ମାସ ଆରମ୍ଭରେ ହିଁ ପଶ୍ଚିମବଙ୍ଗର ଗାଁଗୁଡ଼ିକରେ ଏକ Incredible India Weekend Getaway ଆରମ୍ଭ କରିଥିଲା । ଏଥିରେ ପଶ୍ଚିମ ମିଦନାପୁର, ବାଂକୁଡା, ବୀରଭୂମ, ପୁରୁଲିୟା, ପୂର୍ବ ବର୍ଦ୍ଧମାନର କଳାକାରମାନେ ପରିଦର୍ଶକଙ୍କ ପାଇଁ Handicraft Workshop ଆୟୋଜିତ କରିଥିଲେ । ମୋତେ ଏହା କୁହାଯାଇଛି ଯେ Incredible India Weekend Getaways ଅବସରରେ ଯେତିକି ହସ୍ତଶିଳ୍ପ ବିକ୍ରି ହୋଇଛି, ତାହା ହସ୍ତଶିଳ୍ପକାରଙ୍କ ପାଇଁ ଖୁବ୍ ପ୍ରୋତ୍ସାହନକାରୀ । ସାରା ଦେଶର ଲୋକେ ମଧ୍ୟ ନୂଆ ନୂଆ ଶୈଳୀରେ ଆମର କଳାକୁ ଲୋକପ୍ରିୟ କରୁଛନ୍ତି । ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କୁ ଦେଖନ୍ତୁ । ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ, କିନ୍ତୁ ଗତ କେଇ ମାସ ଭିତରେ ସେ ପଟ୍ଟଚିତ୍ରକଳା ଶିଖିବା ଆରମ୍ଭ କରିଥିଲେ ଓ ସେଥିରେ ନିପୁଣତା ମଧ୍ୟ ହାସଲ କରିସାରିଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସେ କେଉଁଥିରେ ଚିତ୍ର କରିଛନ୍ତି – Soft Stones! Soft Stones ଉପରେ । କଲେଜ ଯିବା ରାସ୍ତାରେ ଭାଗ୍ୟଶ୍ରୀଙ୍କୁ ଏହି Soft Stones ମିଳିଲା । ତାକୁ ସେ ଏକାଠି କଲେ ଓ ସଫା କଲେ । ପରେ ପ୍ରତିଦିନ ଦୁଇଘଂଟା ସେହି ପଥରଗୁଡ଼ିକ ଉପରେ ପଟ୍ଟଚିତ୍ର ଶୈଳୀରେ painting କଲେ । ସେ ଏହି ପଥରଗୁଡ଼ିକୁ paint କରି ତାକୁ ନିଜର ବନ୍ଧୁମାନଙ୍କୁ ଉପହାର ଦେଲେ । ଲକ୍ଡାଉନ ସମୟରେ ସେ ବୋତଲ ଉପରେ ମଧ୍ୟ ଚିତ୍ର କରିବା ଆରମ୍ଭ କରିଦେଲେ । ଏବେ ତ ସେ ଏହି କଳା ଉପରେ କର୍ମଶାଳା ମଧ୍ୟ ଆୟୋଜିତ କରୁଛନ୍ତି । କିଛିଦିନ ତଳେ ସୁଭାଷ ବୋଷଙ୍କ ଜୟନ୍ତୀରେ ଭାଗ୍ୟଶ୍ରୀ ପଥର ଉପରେ ହିଁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ । ମୁଁ ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଉଛି । ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ, କରାଯାଇପାରେ । ଝାଡ଼ଖଣ୍ଡର ଦୁମ୍କାରେ କରାଯାଇଥିବା ଏପରି ଏକ ପ୍ରୟାସ ବିଷୟରେ ମୋତେ କୁହାଯାଇଛି । ଏଠାରେ ସ୍କୁଲ ର ଜଣେ ପ୍ରିନ୍ସିପାଲ୍ ପିଲାଙ୍କୁ ପଢ଼ାଇବା ଓ ଶିଖାଇବା ପାଇଁ ଗାଁର କାନ୍ଥଗୁଡ଼ିକରେ ହିଁ ଇଂରାଜୀ ଓ ହିନ୍ଦୀର ଅକ୍ଷରଗୁଡ଼ିକୁ ଆଙ୍କିଦେଲେ । ତା’ସହ ସେଥିରେ ଭିନ୍ନ ଭିନ୍ନ ଚିତ୍ର ମଧ୍ୟ ଅଙ୍କାଇଲେ, ଯେଉଁଥିରେ ଗାଁର ପିଲାମାନଙ୍କୁ ବହୁତ ସହାୟତା ମିଳିଲା । ମୁଁ ଏପରି ସବୁ ଲୋକଙ୍କର ଅଭିନନ୍ଦନ କରୁଛି, ଯେଉଁମାନେ ଏପରି ପ୍ରୟାସରେ ଲାଗିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଭାରତଠାରୁ ହଜାର ହଜାର କିଲୋମିଟର ଦୂର, କେତେ ମହାସାଗର, ମହାଦ୍ୱୀପ ସେପଟେ ରହିଛି ଗୋଟିଏ ଦେଶ, ଯାହାର ନାଁ ଚିଲି । ଭାରତରୁ ଚିଲିରେ ପହଂଚିବା ପାଇଁ ବହୁତ ସମୟ ଲାଗିଥାଏ, କିନ୍ତୁ ସେଠାରେ ବହୁଦିନ ତଳୁ ହିଁ ଭାରତୀୟ ସଂସ୍କୃତିର ବାସ୍ନା ଚହଟିଛି । ଆଉ ଗୋଟିଏ ସ୍ୱତନ୍ତ୍ର କଥା ହେଉଛି ସେଠାରେ ଯୋଗ ବହୁତ ଲୋକପ୍ରିୟ । ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ ଚିଲିର ରାଜଧାନୀ ସାଂଟିଆଗୋରେ 30ରୁ ଅଧିକ ଯୋଗ ବିଦ୍ୟାଳୟ ରହିଛି । ଚିଲିରେ ଆନ୍ତର୍ଜାତିକ ଯୋଗ ଦିବସକୁ ମଧ୍ୟ ବହୁତ ଉତ୍ସାହରେ ପାଳନ କରାଯାଏ । ମୋତେ କୁହାଯାଇଛି ଯେ House of Deputiesରେ ଯୋଗ ଦିବସକୁ ନେଇ ବହୁତ ଉତ୍ସାହ ଉଦ୍ଦୀପନାର ପରିବେଶ ରହିଥାଏ । ଏହି କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଯୋଗର ଶକ୍ତିକୁ ଦେଖି, ଏବେ ସେଠାକାର ଲୋକେ ଯୋଗକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେଉଛନ୍ତି । ଚିଲିର କଂଗ୍ରେସ, ଅର୍ଥାତ ସେଠାକାର ପାର୍ଲାମେଂଟ ଏକ ପ୍ରସ୍ତାବ ଗୃହୀତ କରିଛି । ସେଠାରେ 4 ନଭେମ୍ବରକୁ ଜାତୀୟ ଯୋଗ ଦିବସ ଘୋଷଣା କରାଯାଇଛି । ଏବେ ଆପଣ ଭାବୁଥିବେ ଯେ 4 ନଭେମ୍ବର କାହିଁକି? 4 ନଭେମ୍ବର 1962 ରେ ହିଁ ଚିଲିର ପ୍ରଥମ ଯୋଗ ଅନୁଷ୍ଠାନ ହୋଜେ ରାଫାଲ୍ ଏଷ୍ଟ୍ରାଡାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ଦିନକୁ ଜାତୀୟ ଯୋଗ ଦିବସ ଘୋଷିତ କରି ଏଷ୍ଟ୍ରାଡାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଚିଲିର ପାର୍ଲାମେଂଟ ଦ୍ୱାରା ଏହା ଏକ ବିଶେଷ ସମ୍ମାନ, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ । ହଁ, ଚିଲିର ସଂସଦ ସହ ଜଡ଼ିତ ଆଉ ଗୋଟିଏ କଥା ଆପଣଙ୍କୁ ବେଶ୍ ମଜାଦାର ଲାଗିବ । ଚିଲି ସିନେଟ୍ର ଉପାଧ୍ୟକ୍ଷଙ୍କ ନାମ ରବୀନ୍ଦ୍ରନାଥ କ୍ୱିଟେରାସ୍ । ତାଙ୍କର ଏହି ନାମ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଅନୁପ୍ରେରଣାରେ ରଖାଯାଇଛି ।
ମୋର ପ୍ରିୟ ଦେଶବାସୀଗଣ, ମହାରାଷ୍ଟ୍ର ଜାଲ୍ନାର ଡା. ସ୍ୱପ୍ନିଲ୍ ମନ୍ତ୍ରୀ ଏବଂ କେରଳ ପଲକ୍କଡ଼ର ପ୍ରହଲାଦ ରାଜଗୋପାଲନ ଅନୁରୋଧ କରିଛନ୍ତି ଯେ ମୁଁ ‘ମନ୍ କୀ ବାତ୍’ରେ ସଡ଼କ ସୁରକ୍ଷା ଉପରେ ମଧ୍ୟ ଆପଣଙ୍କ ସହ ଆଲୋଚନା କରେ । ଏହି ମାସ 18 ଜାନୁଆରୀରୁ 17 ଫେବୃଆରୀ ପର୍ଯ୍ୟନ୍ତ ଆମ ଦେଶ ‘ସଡ଼କ ସୁରକ୍ଷା ମାସ’ ବା ‘Road Safety Month’ ପାଳନ କରୁଛି । କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସଡ଼କ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି । ଆଜି ଭାରତରେ ରାସ୍ତା ସୁରକ୍ଷା ପାଇଁ ସରକାରଙ୍କ ସହ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଅନେକ ପ୍ରକାରର ପ୍ରୟାସ କରାଯାଉଛି । ଜୀବନ ବଂଚାଇବା ପାଇଁ ଏହି ପ୍ରୟାସଗୁଡ଼ିକରେ ଆମେ ସମସ୍ତେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ ।
ବନ୍ଧୁଗଣ, ଆପଣ ଧ୍ୟାନ ଦେଇଥିଲେ ଯେ Border Road Organisation ଯେଉଁ ରାସ୍ତା ତିଆରି କରିଥାଏ, ସେପଟେ ଯିବାବେଳେ ଆପଣଙ୍କୁ ବହୁତ innovative slogans ଦେଖିବାକୁ ମିଳିବ । ‘This is highway not runway’ ବା ‘Be Mr. Late than Late Mr.’ । ଏସବୁ ସ୍ଲୋଗାନ ସଡ଼କରେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରିବା ନିମନ୍ତେ ବହୁତ ପ୍ରଭାବଶାଳୀ ହୋଇଥାଏ । ଏବେ ଆପଣ ମଧ୍ୟ ଏପରି innovative slogans ବା catchy phrases, MyGov ପଠାଇପାରିବେ । ଆପଣଙ୍କ ସର୍ବୋତମ ସ୍ଲୋଗାନ୍କୁ ଏହି ଅଭିଯାନରେ ଉପଯୋଗ କରାଯିବ ।
ବନ୍ଧୁଗଣ, ସଡ଼କ ସୁରକ୍ଷା ସମ୍ପର୍କରେ କହିବାବେଳେ ମୁଁ NaMo appରେ କୋଲକାତାର ଅପର୍ଣ୍ଣା ଦାସ କରିଥିବା ଏକ ପୋଷ୍ଟ୍ ବିଷୟରେ ଚର୍ଚ୍ଚା କରିବାକୁ ଚାହୁଁଛି । ଅପର୍ଣ୍ଣା ମୋତେ ‘‘FASTag programme’ ଉପରେ ଚର୍ଚ୍ଚା କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କର କହିବା କଥା ହେଲା 'FASTag' ଦ୍ୱାରା ଯାତ୍ରାର ଅନୁଭବ ହିଁ ବଦଳିଯାଇଛି । ଏହାଦ୍ୱାରା ସମୟ ତ ବଂଚିଯାଏ, Toll Plazaରେ ଅଟକିବା, cash paymentର ଚିନ୍ତା କରିବା ଭଳି ସମସ୍ୟାଗୁଡ଼ିକର ମଧ୍ୟ ଅନ୍ତ ଘଟିଛି । ଅପର୍ଣ୍ଣାଙ୍କ କଥା ଠିକ୍ ମଧ୍ୟ । ଆଗରୁ Toll Plazaରେ ଗୋଟିଏ ଗାଡ଼ିକୁ ହାରାହାରି 7 ରୁ 8 ମିନିଟ୍ ଲାଗିଯାଉଥିଲା, କିନ୍ତୁ ‘FASTag’ ଆସିବା ପରେ, ଏହି ସମୟ, ହାରାହାରି କେବଳ, ଦେଢ଼–ଦୁଇ ମିନିଟ୍ ଲାଗୁଛି । Toll Plaza ରେ waiting time କମିବା ଦ୍ୱାରା ଗାଡ଼ିର ଇନ୍ଧନ ମଧ୍ୟ ସଂଚୟ ହେଉଛି । ଏହାଦ୍ୱାରା ଦେଶବାସୀଙ୍କର ପ୍ରାୟ 21 ହଜାର କୋଟି ଟଙ୍କା ବଂଚିଯିବାର ଅନୁମାନ କରାଯାଇଛି, ଅର୍ଥାତ ଟଙ୍କା ରହିଗଲା ଆଉ ସମୟ ବି ନଷ୍ଟ ହେଲାନାହିଁ । ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନୁରୋଧ ଯେ ସମସ୍ତ ନିୟମକାନୁନ ପାଳନ କରି ନିଜର ଧ୍ୟାନ ରଖନ୍ତୁ ଓ ଅନ୍ୟର ଜୀବନକୁ ମଧ୍ୟ ବଂଚାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆମର ଏଇଠି କୁହାଯାଏ– “ଜଳବିନ୍ଦୁ ନିପାତେନ କ୍ରମଶଃ ପୂର୍ଜତେ ଘଟଃ’’ । ଅର୍ଥାତ ଗୋଟିଏ ଗୋଟିଏ ବୁନ୍ଦାରେ ମାଠିଆ ପୂର୍ଣ୍ଣ ହୁଏ । ଆମର ଗୋଟିଏ ଗୋଟିଏ ପ୍ରୟାସରେ ହିଁ ଆମର ସଂକଳ୍ପ ସିଦ୍ଧ ହୋଇଥାଏ । ତେଣୁ, 2021 ଆରମ୍ଭରେ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ଆମେ ସମସ୍ତେ ମିଶି ଯଦି ତାକୁ ପୂରଣ କରିବା ତେବେ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏହି ବର୍ଷଟିକୁ ସଫଳ କରିବା ପାଇଁ ନିଜ ନିଜ ପାଦ ବଢ଼ାଇବା । ଆପଣ ନିଜ ସନ୍ଦେଶ, ନିଜର ଅନୁଭୂତି ନିଶ୍ଚିତ ଭାବେ ପଠାନ୍ତୁ । ଆସନ୍ତା ମାସରେ ଆମେ ପୁଣି ଭେଟିବା ।
ଇତି–ବିଦା ପୁନର୍ମିଳନାୟ!

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଡିସେମ୍ବର 27 ତାରିଖ । ଚାରିଦିନ ପରେ 2021 ଆରମ୍ଭ ହେବାକୁ ଯାଉଛି । ଆଜିର ‘ମନ୍ କି ବାତ୍’ ଏକ ପ୍ରକାର 2020ର ଶେଷ ‘ମନ୍ କି ବାତ୍’ ଅଟେ । ପରବର୍ତ୍ତୀ ‘ମନ୍ କି ବାତ୍’ 2021ରେ ଆରମ୍ଭ ହେବ । ବନ୍ଧୁଗଣ, ମୋ ଆଗରେ ଆପଣମାନଙ୍କର ଅନେକଗୁଡ଼ିଏ ଚିଠି ରହିଛି । Mygovରେ ଆପଣ ପଠାଉଥିବା ପରାମର୍ଶଗୁଡ଼ିକ ମଧ୍ୟ ମୋ ସାମ୍ନାରେ ରହିଛି । କେତେ ଲୋକ ଫୋନ୍କରି ନିଜ ବିଷୟରେ କହିଛନ୍ତି । ଅଧିକାଂଶ ବାର୍ତ୍ତାଗୁଡ଼ିକରେ ଗତବର୍ଷର ଅନୁଭୂତି ଏବଂ 2021 ସହିତ ଜଡ଼ିତ ସଂକଳ୍ପ ରହିଛି । ଅଞ୍ଜଳିଜୀ କୋହ୍ଲାପୁରରୁ ଲେଖିଛନ୍ତି ଯେ ନୂଆବର୍ଷରେ ଆମେ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛୁ, ଶୁଭେଚ୍ଛା ଦେଉଛୁ, ତେବେ ଏଥର ଆମେ ଗୋଟିଏ ନୂଆ କାମ କରିବା । ଏଥର କାହିଁକି ଆମେ ଆମ ନିଜ ଦେଶକୁ ଅଭିନନ୍ଦନ ନ ଜଣେଇବା ଏବଂ ଦେଶକୁ ଶୁଭେଚ୍ଛା ନ ଦେବା? ଅଞ୍ଜଳିଜୀ, ପ୍ରକୃତରେ ଏହା ଗୋଟିଏ ବହୁତ ଭଲ ବିଚାର । ଆମ ଦେଶ, 2021 ମସିହାରେ ସଫଳତାର ନୂତନ ଉଚ୍ଚତାକୁ ସ୍ପର୍ଶ କରୁ, ଯାହା ବିଶ୍ୱରେ ଭାରତର ପରିଚୟକୁ ଆହୁରି ସଶକ୍ତ କରିବ ଏବଂ ଏହାଠାରୁ ବଡ଼ ଶୁଭେଚ୍ଛା ଆଉ କ’ଣ ହୋଇପାରେ?
ବନ୍ଧୁଗଣ, ମୁମ୍ବାଇର ଅଭିଷେକଜୀ NamoAppରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ 2020 ଯାହା ଦେଖାଇଲା, ଯାହାସବୁ ଶିଖାଇଲା, ତାହା ସେ କେବେ ଭାବିନଥିଲେ । ସେ କରୋନା ସମ୍ବନ୍ଧୀୟ ଅନେକ କଥା ଲେଖିଛନ୍ତି । ଏହି ଚିଠିଗୁଡ଼ିକରେ, ଏହି ବାର୍ତ୍ତାଗୁଡ଼ିକରେ, ମୋତେ ଯେଉଁ ଗୋଟିଏ କଥା ସାଧାରଣ ମନେ ହେଉଛି, ଯାହା ବିଶେଷଭାବେ ଦେଖାଯାଉଛି, ତାହା ମୁଁ ଆଜି ଆପଣମାନଙ୍କ ସହ ଶେୟାର ବାଣ୍ଟିବାକୁ ଚାହୁଁଛି, ଅଧିକାଂଶ ଚିଠିରେ ଲୋକେ ଦେଶର ସାମର୍ଥ୍ୟ, ଦେଶବାସୀଙ୍କ ସାମୂହିକ ଶକ୍ତିର ଢେର ପ୍ରଶଂସା କରିଛନ୍ତି । ଯେତେବେଳେ ଜନତା କର୍ଫ୍ୟୁ ପରି ଅଭିନବ ପ୍ରୟୋଗ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ପାଲଟିଗଲା, ଯେତେବେଳେ କରତାଳି ଦେଇ, ଥାଳି ବଜାଇ ଦେଶ ଆମର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା, ଏକତା ପ୍ରଦର୍ଶିତ କଲା, ତାହା ମଧ୍ୟ ଅନେକ ଲୋକ ମନେ ପକାଇଛନ୍ତି ।
ବନ୍ଧୁଗଣ, ଦେଶର ସାଧାରଣ ଲୋକ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା । କରୋନାକୁ ନେଇ ଦୁନିଆରେ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଅନେକ ବାଧାବିଘ୍ନ ମଧ୍ୟ ଆସିଲା, କିନ୍ତୁ, ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କଲୁ । ଦେଶରେ ଏକ ନୂତନ ଦକ୍ଷତା ମଧ୍ୟ ଜନ୍ମନେଲା । ଯଦି ଏହାକୁ ଶବ୍ଦରେ ପ୍ରକାଶ କରାଯାଏ, ତେବେ ଏହି ସାମର୍ଥ୍ୟର ନାମ ହେଉଛି ‘ଆତ୍ମନିର୍ଭରଶୀଳତା’ ।
ବନ୍ଧୁଗଣ, ଦିଲ୍ଲୀରେ ରହୁଥିବା ଅଭିନବ ବାନାର୍ଜୀ ତାଙ୍କର ଯେଉଁ ଅନୁଭୂତି ମୋତେ ଲେଖି ପଠାଇଛନ୍ତି, ତାହା ମଧ୍ୟ ଅତ୍ୟନ୍ତ କୌତୂହଳପୂର୍ଣ୍ଣ । ନିଜ ସମ୍ପର୍କୀୟଙ୍କ ପିଲାମାନଙ୍କୁ ଉପହାର ଦେବାପାଇଁ ଅଭିନବଜୀଙ୍କୁ କିଛି ଖେଳନା କିଣିବାର ଥିଲା । ତେଣୁ ସେ ଦିଲ୍ଲୀର ଝଣ୍ଡେୱାଲାନ୍ ମାର୍କେଟକୁ ଯାଇଥିଲେ । ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ, ଦିଲ୍ଲୀର ଏହି ବଜାର ସାଇକେଲ ଏବଂ ଖେଳନା ପାଇଁ ଜଣାଶୁଣା । ଆଗରୁ ଏଠାରେ ଦାମୀ ଖେଳନା କହିଲେ ଆମଦାନୀ ହୋଇଥିବା ଖେଳଣାକୁ ବୁଝାଉଥିଲା ଆଉ ଶସ୍ତା ଖେଳନା ମଧ୍ୟ ବାହାରୁ ଆସୁଥିଲା । କିନ୍ତୁ, ଅଭିନବଜୀ ଚିଠିରେ ଲେଖିଛନ୍ତି ଯେ ଏବେ ସେଠାରେ ଥିବା ଅନେକ ଦୋକାନୀ ଗ୍ରାହକଙ୍କୁ ଏକଥା କହି ଖେଳନା ବିକ୍ରି କରୁଛନ୍ତି ଯେ ଇଏ ହେଉଛି ଭଲ ଖେଳଣା, କାରଣ ଏହା ଭାରତରେ ନିର୍ମିତ ‘ମେଡ୍ ଇନ୍ ଇଣ୍ଡିଆ’ । ଗ୍ରାହକମାନେ ମଧ୍ୟ ଭାରତ ତିଆରି ଖେଳନା ମାଗୁଛନ୍ତି । ଏହାହିଁ ତ ଲକ୍ଷ୍ୟ କରିବାର କଥା, ଚିନ୍ତାଧାରାରେ କେତେ ବଡ଼ ପରିବର୍ତ୍ତନ ହେଉଛି ତାହାର ଏହା ଏକ ଜୀବନ୍ତ ପ୍ରମାଣ । ଦେଶବାସୀଙ୍କ ମାନସିକତାରେ କେତେ ବଡ଼ ପରିବର୍ତ୍ତନ ହେଉଛି, ଆଉ ତାହା ମଧ୍ୟ ବର୍ଷକ ମଧ୍ୟରେ । ଏହି ପରିବର୍ତ୍ତନକୁ ଆକଳନ କରିବା ସହଜ ନୁହେଁ । ଅର୍ଥନୀତିଜ୍ଞମାନେ ମଧ୍ୟ ଏହାକୁ ନିଜ ମାନଦଣ୍ଡରେ ମାପିପାରିବେ ନାହିଁ ।
ବନ୍ଧୁଗଣ, ବିଶାଖାପଟନମ୍ରୁ ଭେଙ୍କଟ ମୁରଲିପ୍ରସାଦଜୀ ଯାହା ଲେଖିଛନ୍ତି, ସେଥିରେ ମଧ୍ୟ ଗୋଟିଏ ଭିନ୍ନ ଚିନ୍ତାଧାରା ରହିଛି । ଭେଙ୍କଟଜୀ ଲେଖିଛନ୍ତି, ମୁଁ 2021 ପାଇଁ ନିଜର ABC ସଂଲଗ୍ନ କରୁଛି । ଏବିସିର ଅର୍ଥ କ’ଣ ତାହା ମୁଁ ବି ବୁଝିପାରିଲିନି । ତାପରେ ମୁଁ ଦେଖିଲି ଯେ ଭେଙ୍କଟଜୀ ଚିଠି ସହିତ ଗୋଟିଏ ଚାର୍ଟ ସଂଲଗ୍ନ କରିଛନ୍ତି । ମୁଁ ସେହି ଚାର୍ଟକୁ ଦେଖିଲି, ଆଉ ତା’ପରେ ବୁଝିଲି ABCର ଅର୍ଥ – ଆତ୍ମନିର୍ଭର ଭାରତ ଚାର୍ଟ – ABC । ଏହା ଅତ୍ୟନ୍ତ କୌତୂହଳପୂର୍ଣ୍ଣ । ଭେଙ୍କଟଜୀ ଦୈନନ୍ଦିନ ବ୍ୟବହାର କରୁଥିବା ସମସ୍ତ ଜିନିଷର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ଇଲେକ୍ଟ୍ରୋନିକ୍ସ, ଷ୍ଟେସନାରୀ, ସେଲ୍ଫ କେୟାର ଆଇଟମ୍ ଏବଂ ଆହୁରି ଅନେକ ଜିନିଷ ଅନ୍ତର୍ଭୁକ୍ତ । ଭେଙ୍କଟଜୀ କହିଛନ୍ତି ଯେ, ଆମେ ଅଜାଣତରେ ସେହି ବିଦେଶୀ ଉତ୍ପାଦ ବ୍ୟବହାର କରୁଛୁ, ଯାହାର ବିକଳ୍ପ ଭାରତରେ ସହଜରେ ଉପଲବ୍ଧ । ଏବେ ସେ ଶପଥ କରିଛନ୍ତି ଯେ ମୁଁ କେବଳ ସେହି ଜିନିଷଗୁଡ଼ିକ ବ୍ୟବହାର କରିବି ଯେଉଁଥିରେ ଆମ ଦେଶବାସୀଙ୍କ ପରିଶ୍ରମ ଏବଂ ଝାଳ ରହିଛି ।
ବନ୍ଧୁଗଣ, କିନ୍ତୁ ଏହାସହିତ ସେ ଆଉ କିଛି କହିଛନ୍ତି ଯାହାକୁ ମୋତେ ବହୁତ କୌତୂହଳଜନକ ମନେହେଲା । ସେ ଲେଖିଛନ୍ତି ଯେ ଆମେ ଏକ ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ କରୁଛୁ, କିନ୍ତୁ ଆମର ଉତ୍ପାଦକମାନଙ୍କ ପାଇଁ ମଧ୍ୟ ଏକ ସ୍ପଷ୍ଟ ବାର୍ତ୍ତା ରହିବା ଉଚିତ ଯେ ସେମାନେ ଉତ୍ପାଦର ଗୁଣବତ୍ତାରେ କୌଣସି ପ୍ରକାର ସାଲିସ ନ କରନ୍ତୁ । କଥାଟା ତ ଠିକ୍ । ଜିରୋ ଇଫେକ୍ଟ ଜିରୋ ଡିଫେକ୍ଟର ଧାରଣା ସହିତ କାମ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ମୁଁ ଦେଶର ଉତ୍ପାଦକ ଏବଂ ଶିଳ୍ପପତିମାନଙ୍କୁ ଅନୁରୋଧ କରୁଛି : ଦେଶର ଲୋକମାନେ ଦୃଢ଼ ପଦକ୍ଷେପ ନେଇଛନ୍ତି, ସେମାନେ ମଜଭୁତ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୋକାଲ୍ ଫର୍ ଲୋକାଲ ଆଜି ଘରେ ଘରେ ଶୁଣାଯାଉଛି । ଏଭଳି ପରିସ୍ଥିତିରେ, ଆମର ଉତ୍ପାଦଗୁଡ଼ିକ ବିଶ୍ୱସ୍ତରୀୟ ହେଉ ସେକଥା ସୁନିଶ୍ଚିତ କରିବାର ସମୟ ଆସିଛି । ଯାହା ବିଶ୍ୱରେ ସର୍ବଶ୍ରେଷ୍ଠ ଆମେ ଏହାକୁ ଭାରତରେ ତିଆରି କରି ଦେଖାଇଦେବାକୁ ହେବ । ଆମର ଉଦ୍ୟୋଗୀ ବନ୍ଧୁମାନଙ୍କୁ ଏଥିପାଇଁ ଆଗେଇ ଆସିବାକୁ ପଡ଼ିବ । ଷ୍ଟାର୍ଟଅପ୍ଗୁଡ଼ିକୁ ମଧ୍ୟ ଆଗକୁ ଆସିବାକୁ ପଡ଼ିବ । ପୁଣିଥରେ, ମୁଁ ଭେଙ୍କଟଜୀଙ୍କୁ ତାଙ୍କର ସର୍ବୋତମ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, ଆମକୁ ଏହି ଭାବନାକୁ ବଂଚାଇ ରଖିବାକୁ ଏବଂ ଏହାକୁ ଆଗକୁ ବଢ଼ାଇବା ଜାରି ରଖିବାକୁ ପଡ଼ିବ । ମୁଁ ଏହା ପୂର୍ବରୁ କହିଛି ଏବଂ ଏବେ ମଧ୍ୟ ମୁଁ ଦେଶବାସୀଙ୍କୁ ଅନୁରୋଧ କରିବି, ଆପଣମାନେ ମଧ୍ୟ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଆମେ ଦିନସାରା ବ୍ୟବହାର କରୁଥିବା ସମସ୍ତ ଜିନିଷ ବିଷୟରେ ଆଲୋଚନା କରନ୍ତୁ ଏବଂ ଦେଖନ୍ତୁ, ଅଜାଣତରେ ବିଦେଶରେ ତିଆରି କେଉଁ ଜିନିଷ ଆମ ଜୀବନରେ ପ୍ରବେଶ କରିଛି ଯାହା ଏକ ପ୍ରକାର ଆମକୁ ବନ୍ଦୀ କରିଦେଇଛି । ଭାରତରେ ପ୍ରସ୍ତୁତ ଏହାର ବିକଳ୍ପଗୁଡ଼ିକ ଖୋଜନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ଯେ ଭବିଷ୍ୟତରେ ଭାରତରେ ତିଆରି ଭାରତର ପରିଶ୍ରମୀ ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବ୍ୟବହାର କରିବା । ଆପଣ ପ୍ରତିବର୍ଷ ନୂଆବର୍ଷର ସଂକଳ୍ପ ନିଅନ୍ତି, ଏଥର ଆପଣ ଦେଶ ପାଇଁ ଏକ ସଂକଳ୍ପ ନିଶ୍ଚୟ ଗ୍ରହଣ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆତତାୟୀଙ୍କଠାରୁ ଆରମ୍ଭ କରି ଅତ୍ୟାଚାରୀଙ୍କଠାରୁ ଆରମ୍ଭ କରି ଆମ ଦେଶର ହଜାର ହଜାର ବର୍ଷ ପୁରୁଣା ସଂସ୍କୃତି, ସଭ୍ୟତା, ଆମର ରୀତିନୀତିର ସୁରକ୍ଷା ପାଇଁ ଦିଆଯାଇଥିବା ବଳିଦାନକୁ ମନେ ପକାଇବାର ଦିନ । ଏହି ଦିନ ଗୁରୁ ଗୋବିନ୍ଦଜୀଙ୍କ ପୁଅ ସାହିବଜାଦେ ଜୋରାବର ସିଂ ଏବଂ ଫତେହ ସିଂଙ୍କୁ କାନ୍ଥରେ ଜୀବନ୍ତ ପୋତି ଦିଆଯାଇଥିଲା । ଅତ୍ୟାଚାରୀମାନେ ଚାହୁଁଥିଲେ ସାହିବଜାଦେ ତାଙ୍କ ବିଶ୍ୱାସ ତ୍ୟାଗ କରନ୍ତୁ, ମହାନ ଗୁରୁ ପରମ୍ପରା ଛାଡ଼ି ଦିଅନ୍ତୁ । କିନ୍ତୁ ଆମର ସାହିବଜାଦା ଏତେ କମ ବୟସରେ ମଧ୍ୟ ବହୁତ ସାହସ, ଇଚ୍ଛାଶକ୍ତି ପ୍ରଦର୍ଶନ କରିଥିଲେ । କାନ୍ଥରେ ପୋତାଯିବା ସମୟରେ ପଥର ଯୋଡ଼ା ଆରମ୍ଭ ହେଲା, କାନ୍ଥ ଉଠିବାକୁ ଲାଗିଲା, ମୃତ୍ୟୁ ସାମ୍ନାରେ ଘୁରି ବୁଲୁଥିଲା, ତଥାପି ସେମାନେ ବିଚଳିତ ହୋଇନଥିଲେ । ଏହିଦିନ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ମା’ – ମାତା ଗୁଜ୍ରି ମଧ୍ୟ ଶହୀଦ ହୋଇଥିଲେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ଶ୍ରୀ ଗୁରୁ ତେଗବାହାଦୂର ଜୀଙ୍କର ମଧ୍ୟ ଶହୀଦ ଦିବସ ଥିଲା । ମୁଁ ନିକଟରେ ଗୁରୁ ତେଗବାହାଦୂର ଜୀଙ୍କୁ, ଦିଲ୍ଲୀରେ ଗୁରୁଦ୍ୱାର ରକାବଗଞ୍ଜରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ପ୍ରଣାମ କରିବାର ସୁଯୋଗ ପାଇଲି । ଏହି ମାସରେ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଦ୍ୱାରା ଅନୁପ୍ରାଣିତ ଅନେକ ଲୋକ ଭୂମିରେ ଶୁଅନ୍ତି । ଲୋକମାନେ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପରିବାରବର୍ଗଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ଅତ୍ୟନ୍ତ ଭାବପ୍ରବଣ ହୋଇ ମନେପକାନ୍ତି । ଏହି ବଳିଦାନ ସମଗ୍ର ମାନବ ଜାତିକୁ, ଦେଶକୁ ନୂତନ ଶିକ୍ଷା ପ୍ରଦାନ କଲା । ଆମର ସଭ୍ୟତାକୁ ସୁରକ୍ଷିତ ରଖିବା ପାଇଁ ଏହି ବଳିଦାନ ଏକ ମହତ୍ କାର୍ଯ୍ୟ କଲା । ଏହି ବଳିଦାନ ପାଇଁ ଆମେ ସମସ୍ତେ ଋଣୀ । ମୁଁ ପୁଣିଥରେ ଶ୍ରୀ ଗୁରୁ ତେଗବାହାଦୂର ଜୀ, ମାତା ଗୁଜ୍ରି ଜୀ, ଗୁରୁ ଗୋବିନ୍ଦ ସିଂ ଜୀ ଏବଂ ଚାରି ସାହିବଜାଦାଙ୍କ ବଳିଦାନକୁ ପ୍ରଣାମ କରୁଛି । ଏହିଭଳି ଅନେକ ବଳିଦାନ ଭାରତର ବର୍ତ୍ତମାନର ସ୍ୱରୂପକୁ ସଂରକ୍ଷିତ କରି ରଖିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛି, ଯାହା ଆପଣଙ୍କୁ ଉଭୟ ଖୁସି ଏବଂ ଗର୍ବିତ କରିବ । 2014ରୁ 2018 ମଧ୍ୟରେ ଭାରତରେ କଲରାପତରିଆ ବାଘ ସଂଖ୍ୟା 60 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । 2014ରେ ଦେଶରେ ଏହି ବାଘର ସଂଖ୍ୟା ପ୍ରାୟ 7,900 ଥିବାବେଳେ 2019ରେ ସେମାନଙ୍କ ସଂଖ୍ୟା 12,852କୁ ବୃଦ୍ଧି ପାଇଛି । ଏମାନେ ସେହି କଲରାପତରିଆ ବାଘ ଯେଉଁମାନଙ୍କ ବିଷୟରେ ଜିମ୍ କରବେଟ୍ କହିଥିଲେ : “ଯେଉଁମାନେ କଲରାପତରିଆ ବାଘ, ପ୍ରକୃତିରେ ମୁକ୍ତ ଭାବରେ ବୁଲୁଥିବାର ଦେଖିନାହାଁନ୍ତି, ସେମାନେ ଏହାର ସୌନ୍ଦର୍ଯ୍ୟର କଳ୍ପନା ମଧ୍ୟ କରିପାରିବେ ନାହିଁ । ତାଙ୍କ ରଙ୍ଗର ସୌନ୍ଦର୍ଯ୍ୟ ଏବଂ ତାଙ୍କ ଚାଲିର ଆକର୍ଷଣର କଳ୍ପନା କରିପାରିବେ ନାହିଁ ।” ଦେଶର ଅଧିକାଂଶ ରାଜ୍ୟରେ, ବିଶେଷ କରି କେନ୍ଦ୍ରୀୟ ଭାରତରେ କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ପାଇଛି । କଲରାପତରିଆ ବାଘର, ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଶୀର୍ଷରେ ଅଛନ୍ତି । ଏହା ଏକ ବଡ଼ ସଫଳତା । କଲରାପତରିଆ ବାଘ ବର୍ଷ ବର୍ଷ ଧରି ସମଗ୍ର ବିଶ୍ୱରେ ବିପଦର ସମ୍ମୁଖୀନ ହୋଇଆସୁଛି, ସେମାନଙ୍କର ବାସସ୍ଥାନ ସାରା ବିଶ୍ୱରେ ହ୍ରାସ ପାଇଛି । ଏପରି ସମୟରେ ଭାରତ ଏହି ବାଘ ସଂଖ୍ୟାକୁ କ୍ରମାଗତ ଭାବରେ ବୃଦ୍ଧିକରି ସମଗ୍ର ବିଶ୍ୱକୁ ଏକ ମାର୍ଗ ଦେଖାଇଛି । ଆପଣ ଏହା ମଧ୍ୟ ଜାଣିଥିବେ ଯେ ଗତ କିଛିବର୍ଷ ମଧ୍ୟରେ ଭାରତରେ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଇଛି, ବାଘ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ସହିତ ଭାରତୀୟ ଜଙ୍ଗଲ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି । ଏହାର କାରଣ ହେଉଛି କେବଳ ସରକାର ନୁହେଁ ଅନେକ ଲୋକ, ନାଗରିକ ସମାଜ ଏବଂ ଅନେକ ଅନୁଷ୍ଠାନ ମଧ୍ୟ ଆମ ଗଛଲତା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଜଡ଼ିତ ଅଛନ୍ତି । ସେମାନେ ସମସ୍ତେ ଅଭିନନ୍ଦନ ପାଇବାକୁ ଯୋଗ୍ୟ ।
ବନ୍ଧୁଗଣ, ମୁଁ ତାମିଲନାଡୁର କୋଏମ୍ବାଟୁରରେ ଏକ ହୃଦୟସ୍ପର୍ଶୀ ପ୍ରୟାସ ବିଷୟରେ ପଢ଼ିଲି । ସୋସିଆଲ ମିଡିଆରେ ଆପଣମାନେ ମଧ୍ୟ ଏହାର ଭିଜୁଆଲ ଦେଖିଥିବେ । ଆମେ ସମସ୍ତେ ମଣିଷର ହ୍ୱିଲ୍ ଚେୟାର ଦେଖିଛୁ, କିନ୍ତୁ କୋଏମ୍ବାଟୁରର ଝିଅ ଗାୟତ୍ରୀ ତାଙ୍କ ପିତାଙ୍କ ସହ ଗୋଟିଏ ପୀଡ଼ିତ କୁକୁର ପାଇଁ ହ୍ୱିଲ ଚେୟାର ତିଆରି କରିଛନ୍ତି । ଏହି ସମ୍ବେଦନଶୀଳତା ପ୍ରେରଣାଦାୟକ ଅଟେ, ଏବଂ ଏହା ସେତେବେଳେ ହିଁ ସମ୍ଭବ ଯେତେବେଳେ ବ୍ୟକ୍ତି ପ୍ରତ୍ୟେକ ଜୀବ ପ୍ରତି ଦୟା ଏବଂ କରୁଣାରେ ପରିପୂର୍ଣ୍ଣ ହେବ । ଦିଲ୍ଲୀ ଏନ୍ସିଆର ଏବଂ ଦେଶର ଅନ୍ୟାନ୍ୟ ସହରରେ ଭୀଷଣ ଥଣ୍ଡା ମଧ୍ୟରେ ନିରାଶ୍ରିତ ପଶୁମାନଙ୍କର ଯତ୍ନ ନେବା ପାଇଁ ଅନେକ ଲୋକ ବହୁତ କିଛି କରୁଛନ୍ତି । ସେମାନେ ସେହି ପଶୁମାନଙ୍କର ଖାଇବା ପିଇବା ପାଇଁ ବ୍ୟବସ୍ଥା କରନ୍ତି, ଏପରିକି ସ୍ୱେଟର ଏବଂ ସେମାନଙ୍କ ପାଇଁ ଶଯ୍ୟା ମଧ୍ୟ ତିଆରି କରିଥାନ୍ତି । କିଛି ଲୋକ ଅଛନ୍ତି, ଯେଉଁମାନେ ପ୍ରତିଦିନ ଶହ ଶହ ଏହିପରି ପଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି । ଏହିପରି ପ୍ରୟାସକୁ ପ୍ରଶଂସା କରାଯିବା ଉଚିତ । ଉତ୍ତରପ୍ରଦେଶର କୌଶାମ୍ବୀରେ ମଧ୍ୟ ଏହିପରି କିଛି ମହତ ଉଦ୍ୟମ କରାଯାଉଛି । ସେଠାରେ ଜେଲର କଏଦୀମାନେ ଗାଈମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ପୁରୁଣା ଏବଂ ଚିରା କମ୍ବଳରେ ସେମାନଙ୍କୁ ଘୋଡାଉଛନ୍ତି । ଏହି କମ୍ବଳ କୌଶାମ୍ବୀ ସମେତ ଅନ୍ୟାନ୍ୟ ଜିଲ୍ଲାର ଜେଲରୁ ସଂଗ୍ରହ କରାଯାଇଥାଏ ଏବଂ ତା’ପରେ ସେଗୁଡ଼ିକ ସିଲେଇ କରି ଗୋଶାଳାଗୁଡ଼ିକୁ ପଠାଯାଇଥାଏ । କୌଶାମ୍ବୀ ଜେଲର ଅନ୍ତେବାସୀମାନେ ପ୍ରତି ସପ୍ତାହରେ ଏଭଳି ଅନେକ କଭର ପ୍ରସ୍ତୁତ କରୁଛନ୍ତି । ଆସନ୍ତୁ, ଅନ୍ୟମାନଙ୍କ ଯତ୍ନ ନେବାପାଇଁ ସେବାରେ ପରିପୂର୍ଣ୍ଣ ଏହି ପ୍ରୟାସକୁ ଉତ୍ସାହିତ କରିବା । ଏହା ବାସ୍ତବରେ ଏକ ସତ୍କାର୍ଯ୍ୟ ଯାହା ସମାଜର ସମ୍ବେଦନଶୀଳତାକୁ ଦୃଢ଼ କରିଥାଏ ।
ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ମୋ ସାମ୍ନାରେ ଥିବା ଚିଠିରେ ଦୁଇଟି ବଡ଼ ଫଟୋ ଅଛି । ଏହି ଫଟୋଗୁଡ଼ିକ ଏକ ମନ୍ଦିରର ପୂର୍ବର ଓ ପରବର୍ତ୍ତୀ ସମୟର । ଏହି ଫଟୋଗୁଡ଼ିକ ସହିତ ଚିଠିରେ ଯୁବକମାନଙ୍କର ଗୋଟିଏ ଦଳ ବିଷୟରେ କୁହାଯାଇଛି ଯେଉଁମାନେ ନିଜକୁ ଯୁବ ବ୍ରିଗେଡ୍ ବୋଲି କୁହନ୍ତି । ବାସ୍ତବରେ, ଏହି ଯୁବ ବ୍ରିଗେଡ୍ କର୍ଣ୍ଣାଟକର ଶ୍ରୀରଙ୍ଗପାଟଣା ନିକଟରେ ଅବସ୍ଥିତ ବୀରଭଦ୍ର ସ୍ୱାମୀ ନାମକ ଏକ ପ୍ରାଚୀନ ଶିବ ମନ୍ଦିରର ରୂପ ବଦଳାଇ ଦେଇଛନ୍ତି । ମନ୍ଦିରଟି ଚତୁଃପାଶ୍ୱର୍ରେ ଘାସ ଏବଂ ବୁଦାରେ ପରିପୂର୍ଣ୍ଣ ଥିଲା, ଏପରିକି ଯାତ୍ରୀମାନେ ମଧ୍ୟ କହିପାରିବେ ନାହିଁ ଯେ ଏଠାରେ ଏକ ମନ୍ଦିର ଅଛି । ଦିନେ କିଛି ପର୍ଯ୍ୟଟକ ଏହି ବିସ୍ମୃତ ମନ୍ଦିରର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯୁବ ବ୍ରିଗେଡ୍ ଯେତେବେଳେ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଦେଖିଲେ ସେମାନେ ରହିପାରିଲେ ନାହିଁ ଆଉ ତା’ପରେ ଏହି ଟିମ୍ ମିଳିମିଶି ତା’ର ଜୀର୍ଣ୍ଣୋଦ୍ଧାର କରିବା ପାଇଁ ନିଷ୍ପତ୍ତି ନେଲେ । ସେମାନେ ମନ୍ଦିର ପରିସରରେ ବଢ଼ିଥିବା କଂଟାବୁଦା, ଘାସ ଆଦିକୁ ହଟାଇଦେଲେ । ଯେଉଁଠି ମରାମତି ଓ ନିର୍ମାଣର ଆବଶ୍ୟକତା ରହିଥିଲା, ତାହା କରିଦେଲେ । ସେମାନଙ୍କର ସେହି ଭଲ କାମକୁ ଦେଖି ସ୍ଥାନୀୟ ଲୋକ ମଧ୍ୟ ସହାୟତାର ହାତ ବଢ଼ାଇଲେ । କିଏ ସିମେଂଟ ଦେଲା ତ କିଏ ରଂଗ ଦେଲା, ଏମିତି ଅନ୍ୟ ଜିନିଷଗୁଡ଼ିକ ମଧ୍ୟ ଲୋକେ ଯୋଗାଇଦେଲେ । ଏ ସମସ୍ତ ଯୁବକ ବିଭିନ୍ନ ପ୍ରକାରର ପେସା ସହିତ ଜଡ଼ିତ । ତେଣୁ ସେମାନେ ସପ୍ତାହ ଶେଷରେ ସମୟ ବାହାର କଲେ ଓ ମନ୍ଦିର ପାଇଁ କାମ କଲେ । ସେମାନେ ମନ୍ଦିରରେ କବାଟ ଲଗାଇବା ସହ ବିଦ୍ୟୁତ୍ ସଂଯୋଗ ମଧ୍ୟ କରିଦେଲେ । ଏହିପରି ଭାବେ ସେମାନେ ମନ୍ଦିରର ପୁରାତନ ବୈଭବକୁ ପୁନର୍ବାର ସ୍ଥାପିତ କରିବାର କାର୍ଯ୍ୟ କଲେ । ନିଷ୍ଠା ଓ ଦୃଢ଼ବିଶ୍ୱାସ ଏପରି ଦୁଇଟି ଜିନିଷ ଯାହାଦ୍ୱାରା ବ୍ୟକ୍ତି ପ୍ରତ୍ୟେକ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ । ଯେତେବେଳେ ମୁଁ ଭାରତର ଯୁବକଯୁବତୀଙ୍କୁ ଦେଖେ, ନିଜକୁ ଆନନ୍ଦିତ ଓ ଆଶ୍ୱସ୍ତ ଅନୁଭବ କରେ । ଆନନ୍ଦିତ ଓ ଆଶ୍ୱସ୍ତ ଏଇଥିପାଇଁ ଯେ ମୋ ଦେଶର ଯୁବପିଢ଼ି ଭିତରେ ‘Can Do’ର Approach ଅଛି ଓ ‘Will Do’ର Spirit ଅଛି । ସେମାନଙ୍କ ପାଇଁ କୌଣସି ଆହ୍ୱାନ ବଡ଼ ନୁହେଁ । ସେମାନଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ମୁଁ ତାମିଲନାଡୁର ଜଣେ ଶିକ୍ଷକଙ୍କ ବିଷୟରେ ପଢ଼ିଲି । ତାଙ୍କ ନାମ ହେମଲତା ଏନ୍ କେ, ଯିଏ ବିଡ୍ଡୁପୁରମ୍ର ଗୋଟିଏ ସ୍କୁଲ୍ରେ ପୃଥିବୀର ସବୁଠୁ ପୁରୁଣା ଭାଷା ତାମିଲ ପଢ଼ାନ୍ତି । କୋଭିଡ 19 ମହାମାରୀ ମଧ୍ୟ ତାଙ୍କ ଅଧ୍ୟାପନାରେ ପ୍ରତିବନ୍ଧକ ସୃଷ୍ଟି କରିପାରିନାହିଁ । ହଁ! ତାଙ୍କ ସମ୍ମୁଖରେ ଆହ୍ୱାନ ତ ନିଶ୍ଚୟ ରହିଥିଲା, କିନ୍ତୁ ସେ ଗୋଟିଏ ଅଭିନବ ରାସ୍ତା ବାହାର କଲେ । ସେ, ପାଠ୍ୟକ୍ରମର ସମସ୍ତ 53ଟି ଅଧ୍ୟାୟକୁ ରେକର୍ଡ କଲେ, ଏବଂ ଆନିମେଟେଡ ଭିଡିଓ ପ୍ରସ୍ତୁତ କଲେ ଏବଂ ତାକୁ ଏକ ପେନ୍ଡ୍ରାଇଭ ମାଧ୍ୟମରେ ନେଇ ଛାତ୍ରଛାତ୍ରୀଙ୍କୁ ବାଂଟିଦେଲେ । ଏହା ତାଙ୍କ ଛାତ୍ରଛାତ୍ରୀଙ୍କୁ ବହୁତ ସାହାଯ୍ୟ କଲା, ସେ ଅଧ୍ୟାୟଗୁଡ଼ିକୁ ଚିତ୍ର ମାଧ୍ୟମରେ ମଧ୍ୟ ବୁଝିପାରିଲେ । ତା’ସହ ସେ ନିଜ ଛାତ୍ରଛାତ୍ରୀଙ୍କ ସହ ଟେଲିଫୋନରେ ମଧ୍ୟ ଆଲୋଚନା କଲେ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ବେଶ୍ ରୋଚକ ହୋଇଗଲା । ଦେଶସାରା କରୋନାର ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେଉଁ ଅଭିନବ ଶୈଳୀ ଆପଣାଇଛନ୍ତି, ଯେଉଁ ପାଠ୍ୟ ବିଷୟ ସୃଜନାତ୍ମକ ଭାବେ ପ୍ରସ୍ତୁତ କରିଛନ୍ତି, ତାହା ଅନଲାଇନ ପଢ଼ାର ଏହି ସମୟରେ ଅମୂଲ୍ୟ ଅଟେ । ମୋର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅନୁରୋଧ ଯେ ସେମାନେ ଏହି ପାଠ୍ୟବିଷୟକୁ ଶିକ୍ଷା ମନ୍ତ୍ରାଳୟର ଦୀକ୍ଷା ପୋର୍ଟାଲ୍ରେ ନିଶ୍ଚିତଭାବେ ଅପଲୋଡ କରନ୍ତୁ । ଏହାଦ୍ୱାରା ଦେଶର ଦୂରଦୂରାନ୍ତ ଅଂଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ବିଶେଷ ଲାଭବାନ ହେବେ ।
ବନ୍ଧୁଗଣ, ଆସନ୍ତୁ ଏବେ କଥା ହେବା ଝାଡ଼ଖଣ୍ଡର କୋର୍ବା ଜନଜାତିର ହୀରାମନ ଜୀଙ୍କ ବିଷୟରେ । ହୀରାମନ ଜୀ ଗଢ଼ୱା ଜିଲାର ସିଂଜୋ ଗାଁରେ ରହନ୍ତି । ଏହାଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ କୋରବା ଜନଜାତିର ଲୋକସଂଖ୍ୟା ମାତ୍ର 6,000, ଯେଉଁମାନେ ପାହାଡ଼ ଓ ଜଙ୍ଗଲରେ ବାସ କରନ୍ତି । ନିଜ ସମ୍ପ୍ରଦାୟର ସଂସ୍କୃତି ଓ ପରିଚୟକୁ ବଂଚାଇବା ପାଇଁ ହୀରାମନ ଜୀ ଗୋଟିଏ ବୋଝ ଉଠାଇଛନ୍ତି । ସେ 12 ବର୍ଷ ନିରନ୍ତର ପରିଶ୍ରମ କରି ବିଲୁପ୍ତ ହେଉଥିବା କୋରବା ଭାଷ।ର ଶବ୍ଦକୋଷ ପ୍ରସ୍ତୁତ କରିଛନ୍ତି । ସେ ଏହି ଶବ୍ଦକୋଷରେ ଘରେ ପ୍ରୟୋଗ ହେଉଥିବା ଶବ୍ଦଠାରୁ ଆରମ୍ଭ କରି ଦୈନିକ ବ୍ୟବହାର ହେଉଥିବା କୋରବା ଭାଷାର ବହୁତ ଶବ୍ଦକୁ ଅର୍ଥ ସହ ଲେଖିଛନ୍ତି । କୋରବା ସମ୍ପ୍ରଦାୟ ପାଇଁ ହୀରାମନ ଜୀ ଯାହା କରିଦେଖାଇଛନ୍ତି, ତାହା ଦେଶ ପାଇଁ ଏକ ଦୃଷ୍ଟାନ୍ତ ।
ମୋର ପ୍ରିୟ ଦେଶବାସୀଗଣ, କୁହାଯାଏ ଯେ ଆକବରଙ୍କ ଦରବାରରେ ଜଣେ ପ୍ରମୁଖ ସଦସ୍ୟ ଥିଲେ ଆବୁଲ ଫଜଲ । ସେ ଥରେ କଶ୍ମୀର ଯାତ୍ରା ପରେ କହିଥିଲେ ଯେ କଶ୍ମୀରରେ ଏପରି ଏକ ଦୃଶ୍ୟ ରହିଛି, ଯାହାକୁ ଦେଖି ଚିଡ଼ିଚିଡ଼ା ଓ କ୍ରୋଧୀ ଲୋକ ମଧ୍ୟ ଖୁସିରେ ଆତ୍ମହରା ହୋଇଉଠିବ । ପ୍ରକୃତରେ ସେ କଶ୍ମୀରର କେଶର ଖେତ କଥା କହୁଥିଲେ । କେଶର ଯୁଗଯୁଗ ଧରି କଶ୍ମୀର ସହ ଯୋଡ଼ି ହୋଇରହିଛି । କଶ୍ମୀରୀ କେଶର ମୁଖ୍ୟତଃ ପୁଲୱାମା, ବଡ଼ଗାମ ଓ କିସ୍ତୱାଡ଼ା ଭଳି ଅଂଚଳରେ ଚାଷ କରାଯାଏ । ଚଳିତବର୍ଷ ମେ ମାସରେ କଶ୍ମୀରୀ କେଶରକୁ Geographical Indication Tag ଅର୍ଥାତ GI Tag ଦିଆଗଲା । ଏହାରି ଜରିଆରେ ଆମେ କଶ୍ମୀରି କେଶରକୁ ଗୋଟିଏ ବିଶ୍ୱର ଲୋକପ୍ରିୟ ବ୍ରାଣ୍ଡ କରିବାକୁ ଚାହୁଁଛୁ । କଶ୍ମୀରି କେଶର ବିଶ୍ୱସ୍ତରରେ ଗୋଟିଏ ଏପରି ମସଲା ଭାବେ ପ୍ରସିଦ୍ଧ, ଯାହାର ବହୁ ପ୍ରକାରର ଔଷଧୀୟ ଗୁଣ ରହିଛି । ଏହା ଅତ୍ୟନ୍ତ ସୁବାସିତ, ଏହାର ରଂଗ ଗାଢ଼ ଏବଂ ଏହାର ସୂତା ଲମ୍ବା ଓ ମୋଟା ହୋଇଥାଏ, ଯାହା ଏହାର ଔଷଧୀୟ ଗୁଣକୁ ବଢ଼ାଇଥାଏ । ଏହା ଜମ୍ମୁ-କଶ୍ମୀରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ କରିଥାଏ । ଗୁଣବତ୍ତା କଥା ଯଦି କହିବା, ତେବେ କଶ୍ମୀର କେଶର ବହୁତ ନିଆରା ଏବଂ ଅନ୍ୟ ଦେଶର କେଶରଠାରୁ ସମ୍ପୂର୍ଣ୍ଣ ଅଲଗା । କଶ୍ମୀରର କେଶରକୁ GI Tag ଦ୍ୱାରା ଏକ ଭିନ୍ନ ପରିଚୟ ମିଳିଛି । ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ କଶ୍ମୀରି କେଶରକୁ GI Tag ପ୍ରମାଣପତ୍ର ମିଳିବା ପରେ ଦୁବାଇର ଏକ ସୁପର୍ମାର୍କେଟରେ ଏହାକୁ Launch କରାଗଲା । ଏବେ ଏହାର ରପ୍ତାନୀ ବଢ଼ିବାକୁ ଲାଗିବ । ଏହା ଆତ୍ମନିର୍ଭର ଭାରତ ନିର୍ମାଣର ଆମ ପ୍ରୟାସକୁ ଆହୁରି ମଜଭୁତ କରିବ । କେଶର ଚାଷୀମାନଙ୍କୁ ଏହାଦ୍ୱାରା ବିଶେଷ ଲାଭ ମିଳିବ । ପୁଲୱାମାରେ ତ୍ରାଲ୍ର ଶାର୍ ଅଂଚଳରେ ରହୁଥିବା ଅବଦୁଲ ମଜିଦ୍ ୱାନିଙ୍କୁ ହିଁ ଦେଖନ୍ତୁ । ସେ ନିଜର GI Tag କେଶରକୁ ଜାତୀୟ କେଶର ଅଭିଯାନ ମାଧ୍ୟମରେ ପମ୍ପୋରର ବ୍ୟବସାୟ କେନ୍ଦ୍ରରେ ଇ-ଟ୍ରେଡିଙ୍ଗ ଜରିଆରେ ବିକୁଛନ୍ତି । ତାଙ୍କପରି ଅନେକ ଲୋକ କଶ୍ମୀରରେ ଏହି କାମ କରୁଛନ୍ତି । ଆସନ୍ତାଥର ଯେତେବେଳେ ଆପଣ କେଶର କିଣିବାକୁ ଇଚ୍ଛା କରିବେ, ତେବେ କଶ୍ମୀରର କେଶର କିଣିବା କଥା ହିଁ ଭାବିବେ । କଶ୍ମୀରର ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ଏପରି ଯେ ସେଠାକାର କେଶରର ସ୍ୱାଦ ହିଁ ଅଲଗା ।
ମୋର ପ୍ରିୟ ଦେଶବାସୀଗଣ, ଏଇ ଦୁଇଦିନ ପୂର୍ବରୁ ହିଁ ଗୀତା ଜୟନ୍ତୀ ଥିଲା । ଗୀତା ଆମକୁ ଆମ ଜୀବନର ପ୍ରତ୍ୟେକ ବିଷୟରେ ପ୍ରେରଣା ଦେଇଥାଏ । କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ଯେ ଗୀତା କାହିଁକି ଏତେ ଅଦ୍ଭୁତ ଗ୍ରନ୍ଥ? ଏହା ଏଇଥିପାଇଁ ଯେ ଏହା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ହିଁ ବାଣୀ । କିନ୍ତୁ ଗୀତାର ଆଉ ଏକ ବୈଶିଷ୍ଟ୍ୟ ହେଲା ଏହା ଜାଣିବାର ଜିଜ୍ଞାସାରୁ ହିଁ ଆରମ୍ଭ ହୋଇଥାଏ । ପ୍ରଶ୍ନରୁ ଆରମ୍ଭ ହୋଇଥାଏ । ଅର୍ଜୁନ ଭଗବାନଙ୍କୁ ପ୍ରଶ୍ନ କରିଛନ୍ତି, ଜିଜ୍ଞାସା କରିଛନ୍ତି, ସେହି କାରଣରୁ ଗୀତାର ଜ୍ଞାନ ସଂସାରକୁ ମିଳିଲା । ଗୀତା ଭଳି ଆମର ସଂସ୍କୃତିରେ ଯେତେ ଜ୍ଞାନ ରହିଛି, ସବୁ ଜିଜ୍ଞାସାରୁ ହିଁ ଆରମ୍ଭ ହୋଇଥାଏ । ବେଦାନ୍ତର ତ ପ୍ରଥମ ମନ୍ତ୍ର ହେଉଛି- ‘ଅଥାତୋ ବ୍ରହ୍ମ ଜିଜ୍ଞାସା’ ଅର୍ଥାତ, ଆସନ୍ତୁ ଆମେ ବ୍ରହ୍ମର ଜିଜ୍ଞାସା କରିବା । ଏହି କାରଣରୁ ଆମ ଏଠାରେ ବ୍ରହ୍ମର ଅନ୍ୱେଷଣ କରିବା କଥା କୁହାଯାଏ । ଜିଜ୍ଞାସାର ଶକ୍ତି ହିଁ ଏମିତି । ଜିଜ୍ଞାସା ଆପଣଙ୍କୁ କ୍ରମାଗତ ନୂତନତା ପାଇଁ ପ୍ରେରିତ କରିଥାଏ । ଛୋଟ ଥିବାବେଳେ ଆମେ ଏଇଥିପାଇଁ ଶିଖୁ, କାରଣ ଆମ ଭିତରେ ଜିଜ୍ଞାସା ଥାଏ; ଅର୍ଥାତ ଯେତେବେଳ ପର୍ଯ୍ୟନ୍ତ ଜିଜ୍ଞାସା ଅଛି, ସେ ପର୍ଯ୍ୟନ୍ତ ଜୀବନ ଅଛି । ଯେ ପର୍ଯ୍ୟନ୍ତ ଜିଜ୍ଞାସା ଅଛି, ସେ ପର୍ଯ୍ୟନ୍ତ ନୂଆ ଶିଖିବାର କ୍ରମ ଜାରି ରହିଛି । ଏଥିରେ କୌଣସି ବୟସ, କୌଣସି ପରିସ୍ଥିତି ଗୁରୁତ୍ୱ ରଖେ ନାହିଁ । ଜିଜ୍ଞାସାର ଏପରି ଶକ୍ତିର ଏକ ଉଦାହରଣ ମୋତେ ଜାଣିବାକୁ ମିଳିଛି ତାମିଲନାଡୁର ବୟୋବୃଦ୍ଧ ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀଙ୍କ ସମ୍ପର୍କରେ । ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀ 92 ବର୍ଷର । Ninety Two Years । ସେ ଏହି ବୟସରେ ମଧ୍ୟ କଂପ୍ୟୁଟରରେ ନିଜର ବହି ଲେଖୁଛନ୍ତି, ତା’ ବି ନିଜେ ଟାଇପ୍ କରିକି । ଆପଣ ଭାବୁଥିବେ ବହି ଲେଖିବା ତ ଠିକ୍ ଅଛି, କିନ୍ତୁ ଶ୍ରୀନିବାସାଚାର୍ଯ୍ୟ ଜୀଙ୍କ ସମୟରେ ତ କଂପ୍ୟୁଟର ହିଁ ନଥିବ; ପୁଣି ସେ କଂପ୍ୟୁଟର ଶିଖିଲେ କେବେ? ଏହା ଠିକ୍ ଯେ ତାଙ୍କ କଲେଜ ସମୟରେ କଂପ୍ୟୁଟର ନ ଥିଲା; କିନ୍ତୁ ତାଙ୍କ ମନରେ ଜିଜ୍ଞାସା ଓ ଆତ୍ମବିଶ୍ୱାସ ଏବେ ମଧ୍ୟ ସେତିକି ଅଛି, ଯେତିକି ତାଙ୍କର ଯୁବାବସ୍ଥାରେ ଥିଲା । ପ୍ରକୃତ କଥା ହେଲା ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀ ସଂସ୍କୃତ ଓ ତାମିଲରେ ବିଦ୍ୱାନ ଅଟନ୍ତି । ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ 16 ଖଣ୍ଡ ଆଧ୍ୟାତ୍ମିକ ଗ୍ରନ୍ଥ ଲେଖିସାରିଛନ୍ତି । କିନ୍ତୁ କଂପ୍ୟୁଟର ଆସିବାପରେ ତାଙ୍କୁ ଯେତେବେଳେ ଲାଗିଲା ଯେ ବହି ଲେଖିବା ଓ ପ୍ରିଂଟ ହେବାର ଶୈଳୀ ବଦଳିଯାଇଛି, ସେ 86 ବର୍ଷ ବୟସରେ କଂପ୍ୟୁଟର ଶିଖିଲେ । ନିଜ ପାଇଁ ଜରୁରୀ Software ଶିଖିଲେ । ଏବେ ସେ ନିଜ ବହି ନିଜେ ଲେଖିପାରୁଛନ୍ତି ।
ବନ୍ଧୁଗଣ, ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀଙ୍କ ଜୀବନ ଏକଥାର ପ୍ରତ୍ୟକ୍ଷ ପ୍ରମାଣ ଯେ ଜୀବନରେ ଯେପର୍ଯ୍ୟନ୍ତ ଜିଜ୍ଞାସା ମରିନାହିଁ, ଶିଖିବାର ଆଗ୍ରହ ମରିନାହିଁ, ସେପର୍ଯ୍ୟନ୍ତ ଜୀବନ ଶକ୍ତିରେ ଭରିରହିଥାଏ । ତେଣୁ ଆମେ କେବେ ଭାବିବା ଉଚିତ ନୁହେଁ ଯେ ଆମେ ପଛରେ ପଡ଼ିଗଲୁ, ଆମେ ସୁଯୋଗ ହାତଛଡ଼ା କଲୁ । ଆମେ ବି ଏହା କାହିଁକି ଶିଖିଲୁନି! ଆମେ ଏହା ମଧ୍ୟ ଭାବିବା ଅନୁଚିତ ଯେ ଆମେ ଶିଖିପାରିବା ନାହିଁ ବା ଆଗକୁ ବଢ଼ିପାରିବା ନାହିଁ ।
ମୋର ପ୍ରିୟ ଦେଶବାସୀଗଣ, ଏବେ ଆମେ ଜିଜ୍ଞାସା ଦ୍ୱାରା କିଛି ନୂଆ ଶିଖିବା ଓ କରିବା କଥା ହେଉଥିଲୁ । ନୂଆବର୍ଷରେ ନୂଆ ସଂକଳ୍ପର କଥା ମଧ୍ୟ ହେଲେ । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ସବୁବେଳେ କିଛି ନା କିଛି ନୂଆ କରିଚାଲିଥାନ୍ତି, ନୂଆ ନୂଆ ସଂକଳ୍ପକୁ ସିଦ୍ଧ କରୁଥାନ୍ତି । ଆପଣ ମଧ୍ୟ ନିଜ ଜୀବନରେ ଅନୁଭବ କରିଥିବେ, ଯେତେବେଳେ ଆମ ସମାଜ ପାଇଁ କିଛି କରୁ ସେତେବେଳେ ସମାଜ ହିଁ ନିଜେ ଆମକୁ ବହୁତ କିଛି ଶକ୍ତି ପ୍ରଦାନ କରେ । ସାଧାରଣ ମନେହେଉଥିବା ପ୍ରେରଣାରୁ ବହୁତ ବଡ଼ କାମ ମଧ୍ୟ ହୋଇଯାଏ । ଏପରି ଜଣେ ଯୁବକ ହେଲେ ଶ୍ରୀମାନ ପ୍ରଦୀପ ସାଂଗୱାନ । ଗୁରୁଗ୍ରାମର ପ୍ରଦୀପ ସାଂଗୱାନ 2016ରୁ Healing Himalayas ନାମକ ଅଭିଯାନ ଚଳାଉଛନ୍ତି । ସେ ନିଜ ଟିମ ଓ ସ୍ୱେଚ୍ଛାସେବୀଙ୍କ ସହ ହିମାଳୟର ଭିନ୍ନଭିନ୍ନ ଅଂଚଳକୁ ଯାଆନ୍ତି ଏବଂ ପର୍ଯ୍ୟଟକମାନେ ଯେଉଁ ପ୍ଲାଷ୍ଟିକ୍ ଆବର୍ଜନାସବୁ ପକାଇଦେଇ ଯାଇଥାନ୍ତି ସେଗୁଡ଼ିକୁ ସଫା କରନ୍ତି । ପ୍ରଦୀପ ଜୀ ଏ ପର୍ଯ୍ୟନ୍ତ ହିମାଳୟର ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳରୁ ବହୁ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସଫା କରିସାରିଲେଣି । ସେହିପରି, କର୍ଣ୍ଣାଟକର ଏକ ଯୁବା ଦମ୍ପତି ହେଉଛନ୍ତି ଅନୁଦୀପ ଓ ମିନୁଷା । ଅନୁଦୀପ ଓ ମିନୁଷା ନିକଟରେ ଗତ ନଭେମ୍ବର ମାସରେ ହିଁ ବିବାହ କରିଛନ୍ତି । ବିବାହ ପରେ ବହୁତ ଯୁବକ ଯୁବତୀ ବୁଲିବା ପାଇଁ ଯାଆନ୍ତି, କିନ୍ତୁ ଏହି ଦୁଇଜଣ ଅଲଗା କିଛି କଲେ । ଏମାନେ ସବୁବେଳେ ଦେଖୁଥିଲେ ଯେ ଲୋକେ ନିଜ ଘରଠାରୁ ବାହାରକୁ ବୁଲିବା ପାଇଁ ଯାଆନ୍ତି, କିନ୍ତୁ ଯେଉଁଠିକି ଯାଆନ୍ତି ସେଇଠି ବହୁତଗୁଡ଼ାଏ ଆବର୍ଜନା ପକାଇ ପଳାନ୍ତି । କର୍ଣ୍ଣାଟକର ସୋମେଶ୍ୱର ସମୁଦ୍ରତଟରେ ମଧ୍ୟ ଏପରି ସ୍ଥିତି ଥିଲା । ଅନୁଦୀପ ଓ ମିନୁଷା ସ୍ଥିର କଲେ ଯେ ସୋମେଶ୍ୱର ତଟରେ ଲୋକେ ଯେଉଁ ଆବର୍ଜନା ପକାଇଛନ୍ତି, ତାକୁ ସଫା କରିବେ । ଉଭୟ ପତିପତ୍ନୀ ବିବାହ ପରେ ଏହାକୁ ନିଜର ପ୍ରଥମ ସଂକଳ୍ପ କଲେ । ଦୁଇଜଣ ମିଶି ସମୁଦ୍ରତଟରୁ ବହୁତ ଆବର୍ଜନା ସଫା କରିଦେଲେ । ଅନୁଦୀପ ନିଜର ହି ସଂକଳ୍ପ ସଂପର୍କରେ ସୋସାଲ ମିଡିଆରେ ମଧ୍ୟ Share କଲେ । ତା’ପରେ ତାଙ୍କର ଏହି ଚମତ୍କାର ଚିନ୍ତା ଦ୍ୱାରା ପ୍ରଭାବିତ ହୋଇ ବହୁତ ଯୁବକଯୁବତୀ ତାଙ୍କ ସହ ଯୋଡ଼ିହେଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମାନେ ମିଶି ସୋମେଶ୍ୱର ସମୁଦ୍ରତଟରୁ 800 କିଲୋରୁ ଅଧିକ ଆବର୍ଜନା ସଫା କରିଛନ୍ତି ।
ବନ୍ଧୁଗଣ, ଏସବୁ ପ୍ରୟାସ ମଧ୍ୟରେ ଆମକୁ ଏହା ମଧ୍ୟ ଭାବିବାକୁ ପଡ଼ିବ ଯେ ସମୁଦ୍ରତଟମାନଙ୍କରେ, ପାହାଡ଼ ଉପରେ ଏ ଆବର୍ଜନା ପହଂଚେ କେମିତି? ଅନ୍ତତଃ ଆମ ଭିତରୁ କିଛି ଲୋକ ହିଁ ଏସବୁ ଆବର୍ଜନାକୁ ସେଇଠି ପକାଇଦେଇ ଚାଲିଆସନ୍ତି । ପ୍ରଦୀପ ଓ ଅନୁଦୀପ-ମିନୁଷାଙ୍କ ପରି ଆମେ ମଧ୍ୟ ଏପରି ସଫେଇ ଅଭିଯାନ ଚଳାଇବା ଦରକାର; କିନ୍ତୁ ତା’ ପୂର୍ବରୁ ଆମକୁ ମଧ୍ୟ ସଂକଳ୍ପ ନେବା ଉଚିତ ଯେ ଆମେ ଅଳିଆ ଆବର୍ଜନା ପକାଇବା ନାହିଁ । ସ୍ୱଚ୍ଛ ଭାରତ ଅଭିଯାନର ମଧ୍ୟ ଏହା ହିଁ ତ ପ୍ରଥମ ସଂକଳ୍ପ । ହଁ, ଆଉ ଗୋଟିଏ କଥା ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହେଁ, କରୋନା କାରଣରୁ ଏ ବର୍ଷ ଏ ସମ୍ପର୍କରେ ସେତେ ଆଲୋଚନା ହୋଇପାରିନାହିଁ । ଆମେ ଦେଶକୁ ଏକକ ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତ କରିବାକୁ ହିଁ ହେବ । ଏହା ମଧ୍ୟ 2021ର ସଂକଳ୍ପ ଭିତରୁ ଗୋଟିଏ । ଶେଷରେ ମୁଁ ଆପଣଙ୍କୁ ନୂଆବର୍ଷର ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ ନିଜେ ସୁସ୍ଥ ରହନ୍ତୁ, ନିଜ ପରିବାରକୁ ସୁସ୍ଥ ରଖନ୍ତୁ । ଆସନ୍ତାବର୍ଷ ଜାନୁଆରିରେ ନୂଆ ବିଷୟକୁ ନେଇ ‘ମନ୍ କୀ ବାତ୍’ ହେବ ।
ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ ଆରମ୍ଭରେ, ଆଜି ମୁଁ ଆପଣଙ୍କ ସହ ଏକ ଖୁସି ଖବର ବାଂଟିବାକୁ ଚାହେଁ । ପ୍ରତ୍ୟେକ ଭାରତୀୟ ଏହା ଜାଣି ଗର୍ବିତ ହେବେ ଯେ, ଦେବୀ ଅନ୍ନପୂର୍ଣ୍ଣାଙ୍କର ଏକ ବହୁ ପୁରାତନ ମୂର୍ତ୍ତି କାନାଡାରୁ ଭାରତକୁ ଫେରିଆସୁଛି । ଏହି ମୂର୍ତ୍ତି ପ୍ରାୟ 100 ବର୍ଷ ପୂର୍ବେ ସମ୍ଭବତଃ 1913 ମସିହାରେ ବାରାଣାସୀର ଏକ ମନ୍ଦିରରୁ ଚୋରିହୋଇ ଦେଶ ବାହାରକୁ ପଠାଯାଇଥିଲା । କାନାଡା ସରକାର ଏବଂ ଯେଉଁମାନେ ଏହି ପବିତ୍ର କାର୍ଯ୍ୟ ସମ୍ଭବ କରିଛନ୍ତି, ମୁଁ ସେମାନଙ୍କୁ ସହୃଦୟ କୃତଜ୍ଞତା ଜଣାଉଛି । କାଶୀ ସହିତ ମାତା ଅନ୍ନପୂର୍ଣ୍ଣାଙ୍କର ଏକ ବିଶେଷ ସମ୍ପର୍କ ରହିଛି । ଏବେ ତାଙ୍କ ମୂର୍ତ୍ତି ଫେରିଆସିବା ଆମ ସମସ୍ତଙ୍କ ପାଇଁ ଆନନ୍ଦଦାୟକ କଥା । ମାତା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଭଳି ଆମର ଐତିହ୍ୟର ବହୁ ମୂଲ୍ୟବାନ ସମ୍ପଦ ଅନ୍ତରାଷ୍ଟ୍ରୀୟ ମୂର୍ତ୍ତିଚୋରୀ ଦଳର ଶୀକାର ହୋଇଆସିଛି । ଏହି ଦଳଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ଏସବୁକୁ ଅତି ଉଚ୍ଚ ମୂଲ୍ୟରେ ବିକ୍ରି କରନ୍ତି । ଏବେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି, ତାଛଡ଼ା ସେଗୁଡ଼ିକୁ ଫେରାଇ ଆଣିବାକୁ ମଧ୍ୟ ଭାରତ ନିଜର ଉଦ୍ୟମ ବୃଦ୍ଧି କରିଛି । ଏହିପରି ଉଦ୍ୟମ ହେତୁ ଗତ କିଛିବର୍ଷ ମଧ୍ୟରେ ଭାରତ ଅନେକ ପ୍ରତିମା ଏବଂ କଳାକୃତି ଫେରାଇ ଆଣିବାରେ ସଫଳ ହୋଇଛି । ମାତା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଫେରିବା ସହ କିଛିଦିନ ପୂର୍ବରୁ ବିଶ୍ୱ ଐତିହ୍ୟ ସପ୍ତାହ ପାଳନର ଏକ ସଂଯୋଗ ମଧ୍ୟ ରହିଛି । ବିଶ୍ୱ ଐତିହ୍ୟ ସପ୍ତାହ ସଂସ୍କୃତିପ୍ରେମୀଙ୍କ ପାଇଁ ପୁରୁଣା ସମୟକୁ ଫେରିବା, ସେଗୁଡ଼ିକର ଇତିହାସ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଏକ ଉତମ ସୁଯୋଗ ପ୍ରଦାନ କରେ । କରୋନା କାଳ ସତ୍ୱେ, ଏଥର ଲୋକମାନେ ଏହି ହେରିଟେଜ୍ ସପ୍ତାହକୁ ଏକ ଅଭିନବ ଉପାୟରେ ପାଳନ କରୁଥିବାର ଆମେ ଦେଖିବାକୁ ପାଇଲୁ । ସଙ୍କଟ ସମୟରେ ସଂସ୍କୃତି ଅତ୍ୟନ୍ତ ଉପଯୋଗୀ, ସଙ୍କଟର ମୁକାବିଲା କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ସଂସ୍କୃତି ଏକ ଭାବପ୍ରବଣ ପରିପୂର୍ତ୍ତି (ଇମୋଶନାଲ୍ ରିଚାର୍ଜ) ଭାବରେ କାମ କରେ । ଆଜି ଦେଶର ଅନେକ ସଂଗ୍ରହାଳୟ ଏବଂ ଲାଇବ୍ରେରୀଗୁଡ଼ିକ ସେମାନଙ୍କର ସଂଗ୍ରହକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀରେ ଆମର ଜାତୀୟ ସଂଗ୍ରହାଳୟ ଏ ଦିଗରେ କିଛି ପ୍ରଶଂସନୀୟ ଉଦ୍ୟମ କରିଛି । ଜାତୀୟ ସଂଗ୍ରହାଳୟ ଦ୍ୱାରା ପ୍ରାୟ ଦଶଟି ଭର୍ଚୁଆଲ ଗ୍ୟାଲେରୀ ଉପସ୍ଥାପନ କରିବା ପାଇଁ କାର୍ଯ୍ୟ ଚାଲିଛି – ଏହା ମଜା କଥା ନୁହେଁ କି! ଏବେ, ଆପଣମାନେ ଘରେ ବସି ଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଗ୍ୟାଲେରୀ ପରିଦର୍ଶନ କରିବାକୁ ସକ୍ଷମ ହେବେ । ଟେକ୍ନୋଲୋଜି ମାଧ୍ୟମରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ନିକଟରେ ସାଂସ୍କୃତିକ ଐତିହ୍ୟ ପହଂଚାଇବା ଜରୁରି ହୋଇଥିବାବେଳେ ଏହି ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ପାଇଁ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସମ୍ପ୍ରତି, ମୁଁ ଏକ ଆକର୍ଷଣୀୟ ପ୍ରୋଜେକ୍ଟ ବିଷୟରେ ପଢ଼ୁଥିଲି । ନରୱେର ଉତରରେ ସ୍ୱାଲବାର୍ଡ ନାମକ ଏକ ଦ୍ୱୀପ ଅଛି । ଏହି ଦ୍ୱୀପରେ ଏକ ପ୍ରୋଜେକ୍ଟ, ଆର୍କଟିକ୍ ବିଶ୍ୱ ଅଭିଲେଖାଗାର ନିର୍ମାଣ କରାଯାଇଛି । ଏହି ଅଭିଲେଖାଗାରରେ ବହୁମୂଲ୍ୟ ଐତିହ୍ୟ ତଥ୍ୟକୁ ଏପରି ଭାବରେ ରଖାଯାଇଛି ଯେ, ଯେକୌଣସି ପ୍ରକାରର ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ଦ୍ୱାରା ଏହା ପ୍ରଭାବିତ ହୋଇପାରିବ ନାହିଁ । ସମ୍ପ୍ରତି ସୂଚନା ମଧ୍ୟ ମିଳିଛି ଯେ, ଅଜନ୍ତା ଗୁମ୍ଫାର ଐତିହ୍ୟକୁ ଏହି ପ୍ରକଳ୍ପରେ ଡିଜିଟାଇଜେସନ୍ କରାଯାଇ ସୁରକ୍ଷିତ କରାଯାଉଛି । ଏଥିରେ, ଆପଣ ଅଜନ୍ତା ଗୁମ୍ଫାର ସମ୍ପୂର୍ଣ୍ଣ ଝଲକ ଦେଖିବାକୁ ପାଇବେ । ଏଥିରେ ଡିଜିଟାଲାଇଜଡ୍ ଏବଂ ପୁନଃସ୍ଥାପିତ ପେଣ୍ଟିଙ୍ଗ ସହିତ, ଏହାସହ ଜଡିତ ଡକ୍ୟୁମେଣ୍ଟ ଏବଂ କୋଟ୍ସ ଅନ୍ତର୍ଭୁକ୍ତ ହେବ । ବନ୍ଧୁଗଣ, ଏକପକ୍ଷରେ ମହାମାରୀ ଆମର କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇ ଦେଇଛି, ଅନ୍ୟପକ୍ଷରେ ପ୍ରକୃତିକୁ ଏକ ନୂତନ ଢଙ୍ଗରେ ଅନୁଭବ କରିବାର ସୁଯୋଗ ଦେଇଛି । ପ୍ରକୃତି ପ୍ରତି ଆମର ଦୃଷ୍ଟିକୋଣ ମଧ୍ୟ ବଦଳିଯାଇଛି । ବର୍ତ୍ତମାନ ଆମେ ଶୀତଋତୁରେ ପ୍ରବେଶ କରୁଛୁ । ଆମେ ପ୍ରକୃତିର ଭିନ୍ନ ଭିନ୍ନ ରଙ୍ଗ ଦେଖିବାକୁ ପାଇବା । ଗତ କିଛିଦିନ ହେବ, ଇଂଟରନେଟ୍ ଚେରି ଫୁଲର ଭାଇରାଲ୍ ଚିତ୍ରରେ ପରିପୂର୍ଣ୍ଣ । ଆପଣମାନେ ନିଶ୍ଚୟ ଭାବୁଥିବେ, ଯେତେବେଳେ ମୁଁ ଚେରି ଫୁଲ ବିଷୟରେ କହୁଛି, ମୁଁ ଜାପାନର ଏହି ପ୍ରସିଦ୍ଧ ପରିଚୟ ବିଷୟରେ କହୁଛି – କିନ୍ତୁ କଥାଟି ତାହା ନୁହେଁ । ଏଗୁଡ଼ିକ ଜାପାନର ଫଟୋ ନୁହେଁ । ଏଗୁଡ଼ିକ ହେଉଛି ମେଘାଳୟର ଶିଲଂର ଫଟୋଚିତ୍ର । ଏହି ଚେରି ଫୁଲ ମେଘାଳୟର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି ।
ବନ୍ଧୁଗଣ, ଏହି ମାସରେ ନଭେମ୍ବର 12 ତାରିଖରୁ ଡକ୍ଟର ସଲିମ ଅଲି ଜୀଙ୍କର 125ତମ ଜୟନ୍ତୀ ସମାରୋହ ପାଳନ ଆରମ୍ଭ ହୋଇଛି । ପକ୍ଷୀମାନଙ୍କ ଦୁନିଆରେ (ପକ୍ଷୀ ପର୍ଯ୍ୟବେକ୍ଷଣରେ) ଡାକ୍ତର ସଲିମ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଦୁନିଆର ପକ୍ଷୀ ପର୍ଯ୍ୟବେକ୍ଷକମାନଙ୍କୁ ଭାରତ ପ୍ରତି ଆକର୍ଷିତ ମଧ୍ୟ କରିଛନ୍ତି । ମୁଁ ସବୁବେଳେ ପକ୍ଷୀ ପର୍ଯ୍ୟବେକ୍ଷକମାନଙ୍କ ପ୍ରଶଂସକ ହୋଇ ରହିଆସିଛି । ବହୁତ ଧୈର୍ଯ୍ୟ ସହିତ, ସେମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପକ୍ଷୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ନିରୀକ୍ଷଣ କରୁଥାନ୍ତି, ପ୍ରକୃତିର ଅନନ୍ୟ ଦୃଶ୍ୟକୁ ଉପଭୋଗ କରୁଥାନ୍ତି ଏବଂ ନିଜର ଜ୍ଞାନକୁ ଆମମାନଙ୍କ ନିକଟକୁ ମଧ୍ୟ ପହଂଚାଇଥାନ୍ତି । ଭାରତରେ ମଧ୍ୟ ଅନେକ ପକ୍ଷୀ ପର୍ଯ୍ୟବେକ୍ଷଣ କରୁଥିବା ସୋସାଇଟି ସକ୍ରିୟ ରହିଛନ୍ତି । ଆପଣ ମଧ୍ୟ, ନିଶ୍ଚିତ ଭାବରେ, ଏହି ବିଷୟ ସହିତ ଜଡିତ ହୁଅନ୍ତୁ । ମୋର ବ୍ୟସ୍ତ ଜୀବନରେ, ମୋତେ ମଧ୍ୟ ବିଗତ ଦିନରେ କେୱଡିଆରେ ପକ୍ଷୀମାନଙ୍କ ସହିତ ସମୟ ଅତିବାହିତ କରିବାର ଏକ ସ୍ମରଣୀୟ ସୁଯୋଗ ମିଳିଥିଲା । ପକ୍ଷୀମାନଙ୍କ ସହିତ ବିତାଇଥିବା ସମୟ ଆପଣଙ୍କୁ ପ୍ରକୃତି ସହିତ ମଧ୍ୟ ଯୋଡିବ ଏବଂ ପରିବେଶ ସୁରକ୍ଷା ପାଇଁ ମଧ୍ୟ ପ୍ରେରଣା ଦେବ ।
ମୋର ପ୍ରିୟ ଦେଶବାସୀଗଣ, ଭାରତର ସଂସ୍କୃତି ଏବଂ ଶାସ୍ତ୍ର ସବୁବେଳେ ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଆସିଛି । ଅନେକ ଲୋକ ଏସବୁର ସନ୍ଧାନରେ ଭାରତ ଆସିଥିଲେ ଏବଂ ଏଠାରେ ସବୁଦିନ ପାଇଁ ରହିଗଲେ, ଅପରପକ୍ଷରେ ଅନେକ ଲୋକ ନିଜ ଦେଶକୁ ଫେରି ଏହି ସଂସ୍କୃତିର ବାହକ ହୋଇଗଲେ । ମୁଁ ଜୋନାସ୍ ମାସେତୀଙ୍କ କାର୍ଯ୍ୟ ବିଷୟରେ ଜାଣିବାକୁ ପାଇଲି, ଯିଏ ‘ବିଶ୍ୱନାଥ’ ନାମରେ ମଧ୍ୟ ପରିଚିତ । ଜୋନାସ୍ ବ୍ରାଜିଲର ଲୋକଙ୍କୁ ବେଦାନ୍ତ ଏବଂ ଗୀତା ଶିଖାନ୍ତି । ରିଓ ଡି ଜେନେରୋଠାରୁ ଏକଘଣ୍ଟା ଦୂରତାରେ ପେଟ୍ରୋପୋଲିସ୍ ପର୍ବତରେ ଅବସ୍ଥିତ ବିଶ୍ୱବିଦ୍ୟା ନାମକ ଏକ ଅନୁଷ୍ଠାନ ସେ ଚଳାନ୍ତି । ମେକାନିକାଲ ଇଞ୍ଜିନିୟରିଂ ପଢ଼ିବା ପରେ ଜୋନାସ୍ ଷ୍ଟକ ମାର୍କେଟରେ ନିଜ କମ୍ପାନୀ ପାଇଁ କାର୍ଯ୍ୟ କଲେ, ପରେ ସେ ଭାରତୀୟ ସଂସ୍କୃତି ଏବଂ ବିଶେଷ ଭାବରେ ବେଦାନ୍ତ ଆଡକୁ ଆକର୍ଷିତ ହେଲେ । ଷ୍ଟକ୍ଠାରୁ ଆଧ୍ୟାତ୍ମିକତା ପର୍ଯ୍ୟନ୍ତ, ବାସ୍ତବରେ ତାଙ୍କର ଏହା ଏକ ସୁଦୀର୍ଘ ଯାତ୍ରା । ଜୋନାସ୍ ଭାରତରେ ବେଦାନ୍ତ ଦର୍ଶନ ଅଧ୍ୟୟନ କରିଥିଲେ ଏବଂ ଚାରିବର୍ଷ ଧରି ସେ କୋଏମ୍ବାଟୁରର ଆର୍ଷବିଦ୍ୟା ଗୁରୁକୁଳମରେ ରହିଥିଲେ । ଜୋନାସଙ୍କର ଆଉ ଏକ ବିଶେଷତା ଅଛି, ସେ ତାଙ୍କ ବାର୍ତ୍ତା ପଠାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରନ୍ତି । ସେ ନିୟମିତ ଭାବରେ ଅନଲାଇନ ପ୍ରୋଗ୍ରାମ୍ କରନ୍ତି । ସେମାନେ ପ୍ରତିଦିନ ପଡକାଷ୍ଟ କରନ୍ତି । ଗତ ସାତବର୍ଷ ମଧ୍ୟରେ ଜୋନାସ୍ ବେଦାନ୍ତ ଉପରେ ତାଙ୍କର ନିଃଶୁଳ୍କ ଓପନ୍ ପାଠ୍ୟକ୍ରମ ମାଧ୍ୟମରେ ଦେଢ଼ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି । ଜୋନାସ୍ କେବଳ ଏକ ବଡ଼ କାମ କରୁନାହାନ୍ତି, ବରଂ ସେ ଏଭଳି ଏକ ଭାଷାରେ ଏହାକୁ ବ୍ୟାଖ୍ୟା କରୁଛନ୍ତି ଯାହାଫଳରେ ଅଧିକ ଲୋକ ବୁଝିପାରିବେ । କରୋନା ଏବଂ କ୍ୱାରେଂଟାଇନ୍ରେ ଏହି ସମୟରେ ବେଦାନ୍ତ କିପରି ସାହାଯ୍ୟ କରିପାରିବ ଏହା ଜାଣିବାକୁ ଲୋକମାନେ ବହୁତ ଆଗ୍ରହୀ । ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ଜୋନାସଙ୍କୁ ତାଙ୍କର ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ, ଏହିପରି, ଏବେ ଗୋଟିଏ ଖବର ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବ । ନ୍ୟୁଜିଲାଣ୍ଡରେ ନୂତନ ଭାବେ ନିର୍ବାଚିତ ଏମ୍ପି ଡକ୍ଟର ଗୌରବ ଶର୍ମା ପୃଥିବୀର ଅନ୍ୟତମ ପ୍ରାଚୀନ ଭାଷା ସଂସ୍କୃତରେ ଶପଥ ଗ୍ରହଣ କରିଛନ୍ତି । ଜଣେ ଭାରତୀୟ ଭାବରେ ଭାରତୀୟ ସଂସ୍କୃତିର ଏହି ବିସ୍ତାର ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରେ । ମୁଁ ‘ମନ୍ କି ବାତ୍’ ମାଧ୍ୟମରେ ଗୌରବ ଶର୍ମାଙ୍କୁ ଶୁଭେଚ୍ଛା ଜଣାଉଛି । ନ୍ୟୁଜିଲାଣ୍ଡର ଲୋକଙ୍କ ସେବାରେ ସେ ନୂତନ ସଫଳତା ଲାଭ କରନ୍ତୁ, ସେଥିପାଇଁ ଆମେ ସମସ୍ତେ କାମନା କରୁଛୁ ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତାକାଲି ନଭେମ୍ବର 30 ତାରିଖରେ, ଆମେ ଶ୍ରୀ ଗୁରୁନାନକ ଦେବଙ୍କର 551ତମ ପ୍ରକାଶ ପର୍ବ ପାଳନ କରିବା । ଗୁରୁ ନାନକ ଦେବଙ୍କର ପ୍ରଭାବ ସମଗ୍ର ବିଶ୍ୱରେ ସ୍ପଷ୍ଟ ଦେଖାଯାଉଛି ।
ଭାନକୋଭରଠାରୁ ୱେଲିଙ୍ଗଟନ୍, ସିଙ୍ଗାପୁରଠାରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ତାଙ୍କର ବାର୍ତା ସବୁଠାରେ ଶୁଣାଯାଏ । ଗୁରୁଗ୍ରନ୍ଥ ସାହେବରେ କୁହାଯାଇଛି, “ସେବକ କୋ ସେବା ବନ୍ ଆଇ” ଅର୍ଥାତ୍ ସେବକର କାମ ହେଉଛି ସେବା କରିବା । ଗତ କିଛିବର୍ଷ ମଧ୍ୟରେ, ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଆସିଛି ଏବଂ ଜଣେ ସେବକ ଭାବରେ ମୋତେ ବହୁତ କିଛି କରିବାର ସୁଯୋଗ ମିଳିଛି । ଗୁରୁସାହେବ ମୋର ସେବା ଗ୍ରହଣ କରିଥିଲେ । ଗୁରୁ ନାନକ ଦେବଙ୍କର 550ତମ ପ୍ରକାଶପର୍ବ, ଶ୍ରୀଗୁରୁଗୋବିନ୍ଦ ସିଂଙ୍କର 350ତମ ପ୍ରକାଶପର୍ବ ଏବଂ ଆସନ୍ତାବର୍ଷ ଶ୍ରୀ ଗୁରୁ ତେଗ ବାହାଦୂରଙ୍କର 400ତମ ପ୍ରକାଶପର୍ବ ପାଳନ କରାଯିବ । ମୁଁ ଅନୁଭବ କରୁଛି, ଗୁରୁସାହେବଙ୍କର ମୋ ଉପରେ ବିଶେଷ କୃପା ରହିଛି, ଯାହାଫଳରେ ସେ ମୋତେ ସବୁବେଳେ ତାଙ୍କ କାର୍ଯ୍ୟରେ ଅତି ଘନିଷ୍ଠ ଭାବେ ଯୋଡ଼ିଆସୁଛନ୍ତି ।
ବନ୍ଧୁଗଣ, ଆପଣ ଜାଣନ୍ତି କି, କଚ୍ଛରେ ଗୋଟିଏ ଗୁରୁଦ୍ୱାରା ରହିଛି, ଲଖପତ୍ ଗୁରୁଦ୍ୱାରା ସାହିବ । ଶ୍ରୀ ଗୁରୁନାନକ ତାଙ୍କ ଉଦାସୀ ସମୟରେ ଏହି ଲଖପତ୍ ଗୁରୁଦ୍ୱାରା ସାହିବରେ ରହୁଥିଲେ । 2001ରେ ହୋଇଥିବା ଭୂମିକମ୍ପରେ ଏହି ଗୁରୁଦ୍ୱାରା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଗୁରୁସାହେବଙ୍କର କୃପା ଯୋଗୁଁ ମୁଁ ଏହାର ପୁନରୁଦ୍ଧାର କାର୍ଯ୍ୟକୁ ସୁନିଶ୍ଚିତ କରିବାକୁ ସକ୍ଷମ ହେଲି । କେବଳ ଗୁରୁଦ୍ୱାରା ମରାମତି ହୋଇନଥିଲା ବରଂ ଏହାର ଗୌରବ ଏବଂ ମହାନତା ମଧ୍ୟ ପୁନଃସ୍ଥାପିତ କରାଗଲା । ଆମେ ସମସ୍ତେ ଗୁରୁ ସାହେବଙ୍କଠାରୁ ଅନେକ ଆଶୀର୍ବାଦ ପାଇଲୁ । 2004 ମସିହାରେ ୟୁନେସ୍କୋ ଏସିଆ ପାସିଫିକ୍ ହେରିଟେଜ୍ ଆୱାର୍ଡରେ ଲଖପଥ୍ ଗୁରୁଦ୍ୱାରା ସଂରକ୍ଷଣର ପ୍ରୟାସକୁ ଆୱାର୍ଡ ଅଫ ଡିଷ୍ଟିଙ୍ଗସନ୍ ପ୍ରଦାନ କରାଯାଇଥିଲା । ପୁରସ୍କାର ପ୍ରଦାନ କରୁଥିବା ଜୁରି ଜାଣିବାକୁ ପାଇଲେ ଯେ ମରାମତି ସମୟରେ ହସ୍ତଶିଳ୍ପ ସହିତ ଜଡିତ ସୂକ୍ଷ୍ମ କାରୁକାର୍ଯ୍ୟର ମଧ୍ୟ ଏଠାରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଜୁରି ଏହା ମଧ୍ୟ ଲକ୍ଷ୍ୟକଲେ ଯେ ଶିଖ ସମ୍ପ୍ରଦାୟ କେବଳ ଗୁରୁଦ୍ୱାରର ପୁନଃନିର୍ମାଣ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିନାହାଁନ୍ତି, ବରଂ ତାଙ୍କ ନିର୍ଦ୍ଦେଶନାରେ ମଧ୍ୟ ଏହି କାର୍ଯ୍ୟ ସମ୍ପାଦିତ ହୋଇଛି । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ବି ନ ଥିଲି ସେତେବେଳେ ମଧ୍ୟ ଲଖପତ ଗୁରୁଦ୍ୱାରା ପରିଦର୍ଶନ କରିବାର ସୌଭାଗ୍ୟ ମୋତେ ମିଳିଥିଲା । ସେଠାକୁ ଯାଇ ମୁଁ ଅସୀମ ଶକ୍ତି ପାଇଥିଲି । ଏହି ଗୁରୁଦ୍ୱାରା ପରିଦର୍ଶନ କରି ସମସ୍ତେ ନିଜକୁ ଧନ୍ୟ ମନେ କରନ୍ତି । ମୁଁ ବହୁତ କୃତଜ୍ଞ ଯେ ଗୁରୁ ସାହିବ ମୋଠାରୁ ନିରନ୍ତର ସେବା ଗ୍ରହଣ କରିଛନ୍ତି । ଗତବର୍ଷ ନଭେମ୍ବରରେ କରତାରପୁର ସାହିବ କରିଡର ଖୋଲିବା ଅତ୍ୟନ୍ତ ଐତିହାସିକ ଥିଲା । ଏହା ମୋ ହୃଦୟରେ ଜୀବନସାରା ରହିଥିବ । ଏହା ଆମ ସମସ୍ତଙ୍କ ସୌଭାଗ୍ୟ ଯେ ଶ୍ରୀ ଦରବାର ସାହେବଙ୍କ ସେବା କରିବାର ଆମକୁ ଆଉ ଗୋଟିଏ ସୁଯୋଗ ମିଳିଛି । ବିଦେଶରେ ରହୁଥିବା ଆମର ଶିଖ ଭାଇ ଓ ଭଉଣୀମାନଙ୍କ ପାଇଁ, ଦରବାର ସାହେବଙ୍କ ସେବା ପାଇଁ ପାଣ୍ଠି ପଠାଇବା ଏବେ ଆହୁରି ସହଜ ହୋଇଛି । ଏହି ପଦକ୍ଷେପ ଯୋଗୁଁ ସମଗ୍ର ବିଶ୍ୱର ସଙ୍ଗତ ଦରବାର ସାହିବଙ୍କ ଆହୁରି ନିକଟତର ହୋଇପାରିଛି ।
ବନ୍ଧୁଗଣ, ଗୁରୁନାନକ ଦେବ ହିଁ ଲଙ୍ଗର ପରମ୍ପରା ଆରମ୍ଭ କରିଥିଲେ ଏବଂ ଆଜି ଆମେ ଦେଖିଲୁ ଯେ ସମଗ୍ର ବିଶ୍ୱରେ ଶିଖ ସମ୍ପ୍ରଦାୟ କିପରି କରୋନା ସମୟରେ ଲୋକଙ୍କୁ ଖାଇବାକୁ ଦେବାର ପରମ୍ପରା ଜାରି ରଖିଛନ୍ତି, ମାନବତାର ସେବା କରୁଛନ୍ତି – ଏହି ପରମ୍ପରା ଆମ ସମସ୍ତଙ୍କ ପାଇଁ ନିରନ୍ତର ପ୍ରେରଣା ଭାବରେ କାର୍ଯ୍ୟ କରେ । ମୋର ଇଚ୍ଛା, ଯେ ଆମେ ସମସ୍ତେ ସେବକ ଭାବରେ କାର୍ଯ୍ୟ ଜାରି ରଖିବା । ଗୁରୁ ସାହେବ ଏହିଭଳି ମୋଠାରୁ ଏବଂ ଦେଶବାସୀଙ୍କଠାରୁ ସେବା ଗ୍ରହଣ କରୁଥାନ୍ତୁ । ପୁଣିଥରେ, ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ମୋର ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଅତୀତରେ ମୁଁ ଦେଶର ଅନେକ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ କଥା ହେବାର, ସେମାନଙ୍କ ଶିକ୍ଷାଯାତ୍ରାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି । ଟେକ୍ନୋଲୋଜି ମାଧ୍ୟମରେ ମୁଁ ଆଇଆଇଟି-ଗୌହାଟି, ଆଇଆଇଟି-ଦିଲ୍ଲୀ, ଗାନ୍ଧୀନଗରସ୍ଥିତ ଦୀନଦୟାଲ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଜେଏନୟୁ, ମହୀଶୂର ବିଶ୍ୱବିଦ୍ୟାଳୟ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହେଲି । ଦେଶର ଯୁବକମାନଙ୍କ ଗହଣରେ ରହିବା ନିଜକୁ ଅତ୍ୟନ୍ତ ସତେଜ ଏବଂ ଶକ୍ତିରେ ପରିପୂର୍ଣ୍ଣ କରିଥାଏ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକ ଏକପ୍ରକାର ମିନି ଇଣ୍ଡିଆ ଭଳି । ଗୋଟିଏ ପଟେ, ଯେଉଁଠାରେ ଏହି କ୍ୟାମ୍ପସରେ ଭାରତର ବିବିଧତା ଦେଖିବାକୁ ମିଳେ, ଅନ୍ୟପଟରେ ନବଭାରତର ନିର୍ମାଣ ପାଇଁ ବଡ଼ ବଡ଼ ପରିବର୍ତ୍ତନର ମଧ୍ୟ ଏକ ଆବେଗ ଦେଖିବାକୁ ମିଳେ । କରୋନା ପୂର୍ବରୁ, ଯେତେବେଳେ ମୁଁ କୌଣସି ଏକ ଅନୁଷ୍ଠାନର ଇଭେଂଟକୁ ଯାଉଥିଲି, ସେତେବେଳେ ମୁଁ ନିକଟସ୍ଥ ବିଦ୍ୟାଳୟର ଗରିବ ପିଲାମାନଙ୍କୁ ମଧ୍ୟ ସେହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିବା ଉପରେ ଜୋର ଦେଉଥିଲି । ଏହି ପିଲାମାନେ ମୋର ବିଶେଷ ଅତିଥି ଭାବରେ ସେହି କାର୍ଯ୍ୟକ୍ରମକୁ ଆସିଛନ୍ତି । ସେଭଳି ଭବ୍ୟ ସମାରୋହରେ ଗୋଟିଏ ଛୋଟ ପିଲା ଯଦି କୌଣସି ଯୁବ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକଙ୍କୁ ପଦକ ନେଉଥିବାର ଦେଖନ୍ତି, ତା’ ଭିତରେ ନୂତନ ସ୍ୱପ୍ନ ସୃଷ୍ଟି ହୁଏ – ମୁଁ ମଧ୍ୟ ଏହା କରିପାରେ, ଏହି ଆତ୍ମବିଶ୍ୱାସ ସୃଷ୍ଟି ହୁଏ । ସଂକଳ୍ପ ପାଇଁ ପ୍ରେରଣା ମିଳେ ।
ବନ୍ଧୁଗଣ, ଏହାବ୍ୟତୀତ, ମୁଁ ସର୍ବଦା ଆଉ ଏକ ଜିନିଷ ଜାଣିବାକୁ ଆଗ୍ରହୀ ଯେ ସେହି ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ (ଆଲୁମିନି) କେଉଁମାନେ, ସେହି ଅନୁଷ୍ଠାନର ଏହାର ଆଲୁମିନି ସହିତ ନିୟମିତ ଯୋଗାଯୋଗର ବ୍ୟବସ୍ଥା ରହିଛି କି? ତାଙ୍କର ଆଲୁମିନି ନେଟୱାର୍କ କେତେ ଜୀବନ୍ତ?
ମୋର ଯୁବବନ୍ଧୁଗଣ, ଆପଣ ସେହିପର୍ଯ୍ୟନ୍ତ କୌଣସି ଏକ ଅନୁଷ୍ଠାନର ବିଦ୍ୟାର୍ଥୀ ଯେଉଁପର୍ଯ୍ୟନ୍ତ ଆପଣ ସେଠି ପଢ଼ୁଛନ୍ତି କିନ୍ତୁ ସେଠାକାର ପୁରାତନ ଛାତ୍ରଛାତ୍ରୀ ଏବଂ ଆପଣ ସାରାଜୀବନ ଅନୁଷ୍ଠାନ ସହ ଯୋଡ଼ିହୋଇ ରହୁଛନ୍ତି । ସ୍କୁଲ କଲେଜରୁ ବାହାରିବା ପରେ ଦୁଇଟି କଥା କେବେ ଶେଷ ହୁଏନାହିଁ; ପ୍ରଥମ: ଆପଣଙ୍କ ଶିକ୍ଷାର ପ୍ରଭାବ, ଦ୍ୱିତୀୟ: ଆପଣଙ୍କ ନିଜର ସ୍କୁଲକଲେଜ ସହ ଭାବଗତ ସମ୍ପର୍କ । ଯେତେବେଳେ ବି ସହପାଠୀମାନେ ନିଜ ଭିତରେ କଥାବାର୍ତା କରନ୍ତି, ସେତେବେଳେ ସ୍କୁଲ କଲେଜର ସ୍ମୃତିରେ, ବହି ଓ ପାଠପଢ଼ା ଅପେକ୍ଷା କ୍ୟାମ୍ପସ୍ରେ ବିତାଇଥିବା ସମୟ ଓ ସାଙ୍ଗସାଥୀଙ୍କ ଗହଣରେ କାଟିଥିବା ମୂହୂର୍ତ୍ତ ବେଶୀ ସ୍ଥାନ ପାଏ । ଆଉ ଏହି ସ୍ମୃତି ଭିତରୁ ଜନ୍ମନିଏ ଅନୁଷ୍ଠାନ ପାଇଁ କିଛି କରିବାର ଭାବନା । ଯେଉଁଠି ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ହୋଇଛି, ସେଠାକାର ବିକାଶ ପାଇଁ ଆପଣ କିଛି କରିବେ ତା’ଠୁ ବଡ଼ ଖୁସି ଆଉ କ’ଣ ହୋଇପାରେ? ମୁଁ ଏପରି କେତେକ ପ୍ରୟାସ ସମ୍ପର୍କରେ ପଢ଼ିଛି, ଯେଉଁଠି ପୂର୍ବତନ ଛାତ୍ରଛାତ୍ରୀ ନିଜର ପୁରାତନ ଅନୁଷ୍ଠାନକୁ ବହୁତ କିଛି ଦେଇଛନ୍ତି । ଆଜିକାଲି ପୁରାତନ ଛାତ୍ରଛାତ୍ରୀମାନେ ଏହାକୁ ନେଇ ବହୁତ ସକ୍ରିୟ ଅଛନ୍ତି । ଆଇଆଇଟିଆନ୍ ନିଜ ଅନୁଷ୍ଠାନକୁ Conference Centres, Management Centres, Incubation Centres ଭଳି ଭିନ୍ନ ଭିନ୍ନ ବ୍ୟବସ୍ଥା ନିଜେ ତିଆରି କରି ଦେଇଛନ୍ତି । ଏସବୁ ପ୍ରୟାସ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଭିଜ୍ଞତାକୁ ଅଧିକ ବଢ଼ାଉଛି । ଆଇଆଇଟି ଦିଲ୍ଲୀ ଏକ endowment fund ବା ବୃତିଦାନ ପାଣ୍ଠି ଆରମ୍ଭ କରିଛି, ଯାହା ଏକ ଚମତ୍କାର ଆଇଡିଆ । ବିଶ୍ୱର ଜଣାଶୁଣା ବିଶ୍ୱବିଦ୍ୟାଳୟରେ ଏପରି endowments ତିଆରି କରିବାର ସଂସ୍କୃତି ରହିଛି, ଯାହା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିଥାଏ । ମୋତେ ଲାଗୁଛି ଯେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏପରି ସଂସ୍କୃତିକୁ ସାଂଗଠନିକ ଭାବେ ଆପଣାଇବାରେ ସକ୍ଷମ ଅଟନ୍ତି ।
ଯେତେବେଳେ କିଛି ଫେରାଇବା କଥା ଆସେ, ସେତେବେଳେ କିଛି ବି ଛୋଟ ବା ବଡ଼ ହୋଇନଥାଏ । ଅତି ଛୋଟିଆ ସାହାଯ୍ୟର ମଧ୍ୟ ଗୁରୁତ୍ୱ ରହିଛି । ପ୍ରତ୍ୟେକ ପ୍ରୟାସ ମହତ୍ୱପୂର୍ଣ୍ଣ । ପ୍ରାୟତଃ ପୂର୍ବତନ ଛାତ୍ରଛାତ୍ରୀମାନେ ନିଜ ଅନୁଷ୍ଠାନର technology upgradationରେ, ବିଲ୍ଡିଂ ନିର୍ମାଣରେ, ପୁରସ୍କାର ଓ ସ୍କଲାର୍ସିପ୍ ଆରମ୍ଭ କରିବାରେ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ଖୁବ୍ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । କେତେକ ସ୍କୁଲର ପୁରାତନ ଛାତ୍ରସଂଘ mentorship programmes ଆରମ୍ଭ କରିଛନ୍ତି । ଏଥିରେ ସେମାନେ ଅଲଗା ଅଲଗା ବ୍ୟାଚ୍ର ଛାତ୍ରଛାତ୍ରୀଙ୍କୁ guide କରନ୍ତି । ଏଥିସହ education prospect ଉପରେ ଆଲୋଚନା କରନ୍ତି । କେତେ ସ୍କୁଲରେ, ବିଶେଷକରି boarding ସ୍କୁଲର ପୁରାତନ ଛାତ୍ରସଂଘ ବହୁତ ଶକ୍ତିଶାଳୀ, ଯାହା କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ଓ community service ଭଳି କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ମୁଁ ପୂର୍ବତନ ଛାତ୍ରଛାତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ଯେଉଁଠି ପାଠ ପଢ଼ିଛନ୍ତି, ସେହି ଅନୁଷ୍ଠାନ ସହ ନିଜର ସମ୍ପର୍କକୁ ଅଧିକ ମଜଭୁତ କରନ୍ତୁ, ତାହା ସ୍କୁଲ ହେଉ, କଲେଜ ହେଉ ବା ବିଶ୍ୱବିଦ୍ୟାଳୟ ହେଉ । ଅନୁଷ୍ଠାନଗୁଡ଼ିକୁ ମଧ୍ୟ ମୁଁ କହିବାକୁ ଚାହୁଁଛି ଯେ ପୁରାତନ ଛାତ୍ରଛାତ୍ରୀଙ୍କ ମିଳାମିଶାର ନୂଆ ଓ ସୃଜନାତ୍ମକ ମାଧ୍ୟମ ଉପରେ ଚିନ୍ତା କରନ୍ତୁ । ଏପରି ସୃଜନାତ୍ମକ ମଞ୍ଚ ତିଆରି କରନ୍ତୁ, ଯେପରିକି ପୁରାତନ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିପାରିବେ । କେବଳ ବଡ଼ କଲେଜ ବା ବିଶ୍ୱବିଦ୍ୟାଳୟ ନୁହେଁ, ଆମ ଗାଁଗହଳିରେ ଥିବା ସ୍କୁଲଗୁଡ଼ିକରେ ମଧ୍ୟ ଶକ୍ତିଶାଳୀ ସକ୍ରିୟ ପୁରାତନ ବିଦ୍ୟାର୍ଥୀ ଗୋଷ୍ଠୀସଂଘ ତିଆରି ହେଉ ।
ମୋର ପ୍ରିୟ ଦେଶବାସୀଗଣ, 5 ଡିସେମ୍ବରରେ ଶ୍ରୀଅରବିନ୍ଦଙ୍କ ପୂଣ୍ୟ ତିରୋଧାନ ଦିବସ । ଶ୍ରୀଅରବିନ୍ଦଙ୍କୁ ଆମେ ଯେତେ ଯେତେ ପଢ଼ୁ, ସେତିକି ସେତିକି ତାଙ୍କ ଗଭୀରତାକୁ ବୁଝିପାରୁ । ମୋର ଯୁବସାଥୀ ଶ୍ରୀଅରବିନ୍ଦଙ୍କୁ ଯେତିକି ଜାଣିବେ, ସେତିକି ନିଜେ ନିଜକୁ ଜାଣିପାରିବେ, ନିଜକୁ ସମୃଦ୍ଧ କରିପାରିବେ । ଜୀବନର ଯେଉଁ ଭାବ ଅବସ୍ଥାରେ ଆପଣ ଅଛନ୍ତି, ଯେଉଁ ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆପଣ ପ୍ରୟାସରତ, ତା’ରି ଭିତରେ ଶ୍ରୀଅରବିନ୍ଦ ଆପଣଙ୍କୁ ସର୍ବଦା ଏକ ନୂଆ ପ୍ରେରଣା ଦେଉଥିବେ, ଏକ ନୂଆ ରାସ୍ତା ଦେଖାଉଥିବେ । ଯେପରିକି, ଆଜି ଯେତେବେଳେ ଆମେ “ଲୋକାଲ ପାଇଁ ଭୋକାଲ୍” ଅଭିଯାନ ସହ ଆଗେଇ ଚାଲିଛୁ, ଶ୍ରୀଅରବିନ୍ଦଙ୍କ ସ୍ୱଦେଶୀ ଦର୍ଶନ ଆମକୁ ବାଟ ଦେଖାଉଛି । ବଙ୍ଗଳା ଭାଷାରେ ଏକ ପ୍ରଭାବଶାଳୀ କବିତା ରହିଛି ।
“ଛୁଇ ଶୁତୋ ପାୟ-ମାନ୍ତୋ ଆଶେ ତୁଂଗ ହୋତେ ।
ଦିୟ-ଶଲାଇ କାଠି, ତାଉ ଆସେ ପୋତେ ।
ପ୍ରୋ-ଦୀପ୍ତି ଜାଲିତେ ଖେତେ, ଶୁତେ, ଯେତେ ।
କିଛୁତେ ଲୋକ ନଁୟ ସ୍ୱାଧୀନ ।
ଅର୍ଥାତ, ଆମର ଏଠି ଛୁଞ୍ଚି ଓ ଦିଆସିଲି ପର୍ଯ୍ୟନ୍ତ ବିଲାତରୁ ଜାହାଜରେ ଆସେ । ଖାଇବା ପିଇବାଠାରୁ ଶୋଇବା ପର୍ଯ୍ୟନ୍ତ କେଉଁଥିରେ ବି ଲୋକେ ସ୍ୱତନ୍ତ୍ର ନୁହନ୍ତି ।
ସେ କହୁଥିଲେ ଯେ ସ୍ୱଦେଶୀର ଅର୍ଥ ଆମେ ଆପଣା ଭାରତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟଗୁଡ଼ିକୁ ପ୍ରାଧାନ୍ୟ ଦେବା । ଏପରି ନୁହେଁ ଯେ ଶ୍ରୀଅରବିନ୍ଦ ବିଦେଶରୁ କିଛି ଶିଖିବାକୁ କେବେ ବିରୋଧ କରିଥିଲେ । ଯେଉଁଠି ଯାହା ନୂଆ ହୋଇଛି, ସେଠାରୁ ଆମେ ଶିଖିବା । ଯାହା ଆମ ଦେଶରେ ଭଲ ହୋଇପାରିବ, ସେଥିରେ ଆମେ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇବା, ଏହାହିଁ ତ ଆତ୍ମନିର୍ଭର ଭାରତ ଅଭିଯାନରେ “ଭୋକାଲ୍ ଫର୍ ଲୋକାଲ୍” ମନ୍ତ୍ରର ଭାବନା । ବିଶେଷ କରି ସ୍ୱଦେଶୀ ଆପଣାଇବା ପାଇଁ ସେ ଯାହା କିଛି କହିଛନ୍ତି, ତାକୁ ଆଜି ପ୍ରତ୍ୟେକ ଦେଶବାସୀ ପଢ଼ିବା ଉଚିତ । ବନ୍ଧୁଗଣ, ସେହିପରି ଶିକ୍ଷାକୁ ନେଇ ମଧ୍ୟ ଶ୍ରୀଅରବିନ୍ଦଙ୍କ ବିଚାର ବହୁତ ସ୍ପଷ୍ଟ ଥିଲା । ସେ ଶିକ୍ଷାକୁ କେବଳ ପୁସ୍ତକଗତ ଜ୍ଞାନ, ଡିଗ୍ରୀ ଆଉ ଚାକିରି ଭିତରେ ସୀମିତ ବୋଲି ଭାବୁନଥିଲେ । ଶ୍ରୀଅରବିନ୍ଦ କହୁଥିଲେ ଆମର ଜାତୀୟ ଶିକ୍ଷା, ଆମର ଯୁବପିଢ଼ିର ମନ ଓ ମସ୍ତିଷ୍କର ତାଲିମ ହେବା ଆବଶ୍ୟକ, ଅର୍ଥାତ ମସ୍ତିଷ୍କର ବୈଜ୍ଞାନିକ ବିକାଶ ହେବ ଏବଂ ହୃଦୟରେ ଭାରତୀୟ ଭାବନା ହେବ, ସେତେବେଳେ ହିଁ ଜଣେ ଯୁବା ଦେଶର ଉତମ ନାଗରିକ ହୋଇପାରିବ । ଶ୍ରୀଅରବିନ୍ଦ ଜାତୀୟ ଶିକ୍ଷାକୁ ନେଇ ଯେଉଁ କଥାଟି କହିଥିଲେ, ଯେଉଁ ଆଶା କରିଥିଲେ ଆଜି ଦେଶ ତାକୁ ନୂତନ ଜାତୀୟ ଶିକ୍ଷାନୀତି ଜରିଆରେ ପୂରଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଭାରତରେ ଚାଷ ଓ ତା’ସହ ସଂପୃକ୍ତ ଜିନିଷଗୁଡ଼ିକ ସହ ନୂଆ କଥା ଯୋଡ଼ି ହୋଇଯାଉଛି । ନିକଟ ଅତୀତରେ ହୋଇଥିବା କୃଷି ସଂସ୍କାର ଚାଷୀଙ୍କ ପାଇଁ ନୂଆ ସଂଭାବନାର ଦ୍ୱାର ଖୋଲିଛି । ବର୍ଷବର୍ଷ ଧରି ଚାଷୀଙ୍କର ଯେଉଁ ଦାବି ରହିଥିଲା, ଯେଉଁ ଦାବିର ପୂରଣ ପାଇଁ ମଝିମଝିରେ ପ୍ରତ୍ୟେକ ରାଜନୀତିକ ଦଳ ସେମାନଙ୍କୁ ପ୍ରତିଶ୍ରୁତି ଦେଉଥିଲେ, ସେହି ଦାବି ପୂରଣ ହୋଇଛି । ବହୁ ବିଚାରବିମର୍ଶ ପରେ ଭାରତୀୟ ସଂସଦ କୃଷି ସଂସ୍କାରକୁ ଆଇନର ରୂପ ଦେଇଛି । ଏହି ସଂସ୍କାର ଦ୍ୱାରା ନା କେବଳ ଚାଷୀଙ୍କର ଅନେକ ବାଧାର ଅନ୍ତ ଘଟିଛି, ବରଂ ସେମାନଙ୍କୁ ନୂଆ ଅଧିକାର ମଧ୍ୟ ମିଳିଛି, ନୂଆ ସୁଯୋଗ ମଧ୍ୟ ମିଳିଛି । ଏହି ଅଧିକାରଗୁଡ଼ିକ ବହୁତ କମ ସମୟ ଭିତରେ, ଚାଷୀଙ୍କର ସମସ୍ୟାଗୁଡ଼ିକୁ କମ୍ କରିବାକୁ ଆରମ୍ଭ କରିଦେଇଛି । ମହାରାଷ୍ଟ୍ରର ଧୁଲେ ଜିଲାର ଚାଷୀ ଜିତେନ୍ଦ୍ର ଭୋଇ ନୂଆ କୃଷି ଆଇନର ପ୍ରୟୋଗ କିପରି କରିଛନ୍ତି, ସେ ବିଷୟରେ ଆପଣ ଜାଣିବା ଆବଶ୍ୟକ । ଜିତେନ୍ଦ୍ର ଭୋଇ ମକା ଚାଷ କରିଥିଲେ ଓ ଉଚିତ ଦାମ ପାଇବା ପାଇଁ ସେ ବେପାରୀଙ୍କୁ ବିକିବାକୁ ସ୍ଥିର କଲେ । ଫସଲର ମୋଟ ମୂଲ୍ୟ ସ୍ଥିର ହେଲା ପ୍ରାୟ ତିନି ଲକ୍ଷ ବତିଶ ହଜାର ଟଙ୍କା । ଜିତେନ୍ଦ୍ର ଭୋଇଙ୍କୁ ପଚିଶ ହଜାର ଟଙ୍କା ଆଗତୁରା ମିଳିଗଲା । ସ୍ଥିର ହୋଇଥିଲା ଯେ ବାକି ଟଙ୍କା ତାଙ୍କୁ ପନ୍ଦର ଦିନ ଭିତରେ ଦିଆଯିବ । ମାତ୍ର ପରେ ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ବାକି ଟଙ୍କା ମିଳିଲା ନାହିଁ । ଚାଷୀଙ୍କଠାରୁ ଫସଲ କିଣିନିଅ, ମାସମାସ ଧରି ପେମେଣ୍ଟ କରନି, ସମ୍ଭବତଃ ମକା କ୍ରେତାମାନେ ବର୍ଷବର୍ଷ ଧରି ଚାଲିଆସିଥିବା ସେହି ପରମ୍ପରାକୁ ହିଁ ଅନୁସରଣ କରୁଥିଲେ । ଏହିପରି ଭାବେ ଚାରି ମାସ ପର୍ଯ୍ୟନ୍ତ ଜିତେନ୍ଦ୍ରଙ୍କ ଟଙ୍କା ମିଳିଲା ନାହିଁ । ଏହି ସ୍ଥିତିରେ ତାଙ୍କୁ ସାହାଯ୍ୟ କଲା ସେପ୍ଟେମ୍ବର ମାସରେ ପାସ୍ ହୋଇଥିବା ନୂଆ କୃଷି ଆଇନ । ତାହା ତାଙ୍କର କାମରେ ଆସିଲା । ଏହି ଆଇନରେ ଏହା ଦର୍ଶାଯାଇଛି ଯେ ଫସଲ କିଣିବାର ତିନିଦିନ ଭିତରେ ହିଁ ଚାଷୀଙ୍କୁ ତାଙ୍କର ସମସ୍ତ ପ୍ରାପ୍ୟ ଦେବାକୁ ପଡିବ ଓ ଯଦି ଟଙ୍କା ନ ମିଳିଲା, ତେବେ ଚାଷୀ ଅଭିଯୋଗ କରିପାରିବେ । ଆଇନରେ ଆଉ ଗୋଟିଏ ବଡ଼ କଥା ଅଛି । ଏହି ଆଇନରେ ବ୍ୟବସ୍ଥା କରାଯାଇଛି ଯେ ଅଂଚଳର ଏସଡିଏମଡିକୁ ମାସେ ଭିତରେ ହିଁ ଚାଷୀଙ୍କ ଅଭିଯୋଗର ଶୁଣାଣି କରିବାକୁ ହେବ । ଏବେ ଯେତେବେଳେ ଏହିପରି ଆଇନର ଶକ୍ତି ଆମ ଚାଷୀଭାଇଙ୍କ ପାଖରେ ଥିଲା, ତ ତାଙ୍କ ସମସ୍ୟାର ସମାଧାନ ହେବା ନିଶ୍ଚିତ ଥିଲା । ସେ ଅଭିଯୋଗ କଲେ ଓ ଅଳ୍ପଦିନ ଭିତରେ ହିଁ ତାଙ୍କ ବକେୟା ଟଙ୍କା ମିଳିଗଲା । ଅର୍ଥାତ ଆଇନ ବିଷୟରେ ଠିକ୍ ଓ ସଂପୂର୍ଣ୍ଣ ଜ୍ଞାନ ହିଁ ଜିତେନ୍ଦ୍ରଙ୍କ ଶକ୍ତି ପାଲଟିଲା । ଯେଉଁ ଅଂଚଳ ହେଉନା କାହିଁକି, ସବୁ ପ୍ରକାରର ଭ୍ରମ ଓ ଗୁଜବଠୁ ଦୂରରେ ରହି ଠିକ୍ ସୂଚନା ପ୍ରତ୍ୟେକ ବ୍ୟକ୍ତି ପାଇଁ ବଡ଼ ସମ୍ବଳ ହୋଇଥାଏ । ଚାଷୀଙ୍କ ଭିତରେ ଏପରି ସଚେତନତା ବଢ଼ାଇବାର କାମ କରୁଛନ୍ତି ରାଜସ୍ଥାନର ବାରାଂ ଜିଲାରେ ରହୁଥିବା ମହମ୍ମଦ ଅସଲମ । ସେ ଜଣେ କୃଷକ ଉତ୍ପାଦକ ସଂଘର ସିଇଓ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି, କୃଷକ ଉତ୍ପାଦକ ସଂଘର ସିଇଓ । ଆଶା ଯେ, ବଡ଼ ବଡ଼ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ଏହା ଶୁଣି ଭଲ ଲାଗିବ ଯେ ଏବେ ଦେଶର ଉପାନ୍ତ ଅଂଚଳଗୁଡ଼ିକରେ କାମ କରୁଥିବା କୃଷକ ସଂଗଠନଗୁଡ଼ିକରେ ମଧ୍ୟ ସିଇଓ କାର୍ଯ୍ୟ କଲେଣି । ତ ବନ୍ଧୁଗଣ, ମହମ୍ମଦ ଅସଲମ ନିଜ ଅଂଚଳର ଅନେକ ଚାଷୀଙ୍କୁ ନେଇ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରିଛନ୍ତି । ଏହି ଗ୍ରୁପରେ ସେ ପ୍ରତିଦିନ ଆଖପାଖ ବଜାରରେ କି ଦର ରହିଛି, ତା’ର ସୂଚନା ଚାଷୀଙ୍କୁ ଦେଇଥାନ୍ତି । ତାଙ୍କ ନିଜର FPO ମଧ୍ୟ ଚାଷୀଙ୍କଠାରୁ ଫସଲ କିଣେ; ତେଣୁ ଏହି ପ୍ରୟାସ ଦ୍ୱାରା ଚାଷୀମାନଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ ମିଳିଥାଏ ।
ବନ୍ଧୁଗଣ, ସଚେତନତା ହିଁ ତ ଜୀବନ୍ତତା । ନିଜ ସଚେତନତାରୁ ହଜାର ହଜାର ଲୋକଙ୍କ ଜୀବନକୁ ପ୍ରଭାବିତ କରିପାରିଥିବା ଜଣେ କୃଷିଉଦ୍ୟୋଗୀ ହେଉଛନ୍ତି ଶ୍ରୀ ବୀରେନ୍ଦ୍ର ଯାଦବ । ବୀରେନ୍ଦ୍ର ଯାଦବ ଏକଦା ଅଷ୍ଟ୍ରେଲିଆରେ ରହୁଥିଲେ । ଦୁଇବର୍ଷ ତଳେ ହିଁ ସେ ଭାରତ ଆସିଲେ ଏବଂ ଏବେ ହରିଆଣାର କୈଥଲରେ ରହୁଛନ୍ତି । ଅନ୍ୟମାନଙ୍କ ଭଳି ତାଙ୍କପାଇଁ ମଧ୍ୟ ଚାଷ ପରେ ବାହାରୁଥିବା ନଡ଼ା ତାଙ୍କର ଏକ ବଡ଼ ସମସ୍ୟା ପାଲଟିଥିଲା । ଏହାର ସମାଧାନ ପାଇଁ ବହୁ ସ୍ତରରେ ବ୍ୟାପକ କାମ ଚାଲିଛି, କିନ୍ତୁ ଆଜି ‘ମନ୍ କୀ ବାତ୍’ରେ ମୁଁ ବୀରେନ୍ଦ୍ରଙ୍କ କଥା ସ୍ୱତନ୍ତ୍ର ଭାବେ କହୁଛି, କାରଣ ତାଙ୍କର ପ୍ରୟାସ ଏକ ଭିନ୍ନ ଧରଣର, ଯାହାକି ଏକ ନୂତନ ଦିଗ ଦେଖାଇଥାଏ । ନଡ଼ାର ସମାଧାନ କରିବା ପାଇଁ ବୀରେନ୍ଦ୍ର ପାଳର ଗଣ୍ଠି ତିଆରି କରୁଥିବା straw baler ମେସିନ୍ କିଣିଲେ । ଏଥିପାଇଁ ତାଙ୍କୁ କୃଷି ବିଭାଗରୁ ଆର୍ଥିକ ସାହାଯ୍ୟ ମିଳିଲା । ଏହି ମେସିନରେ ସେ ନଡ଼ାର ଗଣ୍ଠିଲି ତିଆରି କରିବା ଆରମ୍ଭ କଲେ । ଏହାପରେ ସେହି ନଡ଼ାକୁ Agro Energy Plant ଓ Paper Millକୁ ବିକିଦେଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୀରେନ୍ଦ୍ର କେବଳ ନଡ଼ାରୁ ହିଁ ଦୁଇବର୍ଷ ଭିତରେ ଦେଢ଼ କୋଟି ଟଙ୍କାରୁ ଅଧିକ କାରବାର କରିଛନ୍ତି ଆଉ ସେଥିରୁ ପ୍ରାୟ 50 ଲକ୍ଷ ଟଙ୍କାର ଲାଭ ପାଇଛନ୍ତି । ବୀରେନ୍ଦ୍ର ଯେଉଁ ଚାଷୀଙ୍କ ଖେତରୁ ନଡ଼ା ନିଅନ୍ତି, ସେହି ଚାଷୀମାନେ ମଧ୍ୟ ଏଥିରୁ ଲାଭବାନ ହେଉଛନ୍ତି । ଆମେ ‘ଆବର୍ଜନାରୁ ସୁନା’ କଥା ବହୁତ ଶୁଣିଛୁ, କିନ୍ତୁ ନଡ଼ାବିକି ଟଙ୍କା ଆଉ ପୂଣ୍ୟ ଅର୍ଜନ କରିବାର ଏହା ଏକ ନିଆରା ଉଦାହରଣ । ମୋର ଯୁବବନ୍ଧୁଗଣ, ବିଶେଷତଃ କୃଷିବିଜ୍ଞାନ ପଢ଼ୁଥିବା ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ମୁଁ କହିବାକୁ ଚାହେଁ ଯେ ସେମାନେ ନିଜ ଆଖପାଖ ଗାଁକୁ ଯାଇ ଚାଷୀଙ୍କୁ ଆଧୁନିକ କୃଷି ସମ୍ପର୍କରେ, ନିକଟରେ ହୋଇଥିବା କୃଷି ସଂସ୍କାର ବିଷୟରେ ସଚେତନ କରାନ୍ତୁ । ଏପରି କରି ଆପଣ ଦେଶରେ ହେଉଥିବା ବଡ଼ ପରିବର୍ତ୍ତନର ସହଭାଗୀ ହେବେ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ ଆମେ ଭିନ୍ନ ଭିନ୍ନ ଅଲଗା ଅଲଗା ଅନେକ ବିଷୟ ଉପରେ କଥା ହେଉ; କିନ୍ତୁ ଏପରି ଗୋଟିଏ କଥାକୁ ବି ଏକବର୍ଷ ହେବାକୁ ଯାଉଛି ଯାହାକୁ ଆମେ କେବେ ଖୁସିରେ ମନେ ପକାଇବାକୁ ଚାହିଁବା ନାହିଁ । ପ୍ରାୟ ପ୍ରାୟ ବର୍ଷେ ହୋଇଯିବ, ଯେତେବେଳେ ଦୁନିଆରେ କରୋନାର ପ୍ରଥମ ମାମଲା ସମ୍ପର୍କରେ ଜାଣିବାକୁ ମିଳିଥିଲା ସେହିଦିନଠାରୁ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଅନେକ ଉତ୍ଥାନ-ପତନ ଦେଖିଛି । ଲକଡାଉନ କାଳରୁ ବାହାରିଆସି ଏବେ ଟିକା ଉପରେ ଆଲୋଚନା ହେଉଛି । କିନ୍ତୁ କରୋନାକୁ ନେଇ କୌଣସି ପ୍ରକାରର ଅସାବଧାନତା ଏବେ ମଧ୍ୟ ଖୁବ୍ ଘାତକ ହୋଇପାରେ । ଆମକୁ କରୋନା ବିରୋଧରେ ନିଜ ଲଢ଼େଇକୁ ଆହୁରି ଜୋରଦାର କରି ଜାରି ରଖିବାକୁ ପଡିବ ।
ବନ୍ଧୁଗଣ, କିଛିଦିନ ପରେ ହିଁ 6 ଡିସେମ୍ବରରେ ବାବା ସାହେବ ଆମ୍ବେଦକରଙ୍କ ପୂଣ୍ୟ ତିରୋଧାନ ଦିବସ ପାଳନ କରାଯିବ । ଏହି ଦିନ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଦେଶ ପ୍ରତି ନିଜର ସଂକଳ୍ପକୁ ପୁନଃସ୍ମରଣ କରିବା ଏବଂ ଆମକୁ ସମ୍ବିଧାନ ଜଣେ ନାଗରିକ ଭାବେ ନିଜର କର୍ତ୍ତବ୍ୟ ତୁଲାଇବାର ଯେଉଁ ଶିକ୍ଷା ଦେଇଛନ୍ତି, ତାକୁ ଦୋହରାଇବାର ଦିନ । ଦେଶର ଅଧିକାଂଶ ଭାଗରେ ଶୀତ ଜୋର୍ରେ ପଡିଲାଣି । କେତେକ ସ୍ଥାନରେ ବରଫପାତ ହେଉଛି । ଏହି ଋତୁରେ ଆମେ ପରିବାରର ଶିଶୁ ଓ ବୃଦ୍ଧବୃଦ୍ଧା, ରୋଗୀମାନଙ୍କର ସ୍ୱତନ୍ତ୍ର ଧ୍ୟାନ ରଖିବା ଆବଶ୍ୟକ; ନିଜେ ମଧ୍ୟ ସତର୍କ ରହିବାର ଅଛି । ଲୋକେ ନିଜ ଆଖପାଖରେ ରହୁଥିବା ଅଭାବୀ ଲୋକଙ୍କର ଚିନ୍ତା କରୁଥିବା ଦେଖିଲେ ମୋତେ ଖୁବ୍ ଖୁସି ଲାଗେ । ଗରମ ପୋଷାକ ଦେଇ ସେମାନଙ୍କୁ ସାହାଯ୍ୟ କରନ୍ତି । ବେସାହାରା ପଶୁଙ୍କ ପାଇଁ ମଧ୍ୟ ଥଣ୍ଡାଦିନ ବହୁତ କଷ୍ଟଦାୟକ ହୋଇଥାଏ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ବହୁତ ଲୋକ ଆଗେଇ ଆସନ୍ତି । ଆମର ଯୁବପିଢ଼ି ଏପରି କାମରେ ବେଶ୍ ସକ୍ରିୟ ହୋଇଥାନ୍ତି । ବନ୍ଧୁଗଣ, ଆସନ୍ତା ଥର ଯେତେବେଳେ ଆମେ ‘ମନ୍ କୀ ବାତ୍’ରେ ଭେଟିବା, ସେତେବେଳେ 2020ର ବର୍ଷ ଶେଷ ହେବାକୁ ଯାଉଥିବ । ନୂଆ ଆଶା, ନୂଆ ବିଶ୍ୱାସ ସହ ଆମେ ଅଗ୍ରସର ହେବା । ଏବେ ଯାହା ବି ପରାମର୍ଶ ଅଛି, ideas ଅଛି, ତାକୁ ମୋ ସହ ନିଶ୍ଚୟ ବାଂଟନ୍ତୁ । ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା । ଆପଣ ସମସ୍ତେ ସୁସ୍ଥ ରହନ୍ତୁ, ଦେଶ ପାଇଁ ସକ୍ରିୟ ରହନ୍ତୁ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ବିଜୟାଦଶମୀ ଅର୍ଥାତ୍ ଦଶହରା ପର୍ବ । ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ଦଶହରାର ଏହି ପର୍ବ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ । କିନ୍ତୁ ତା’ ସଙ୍ଗେ ସଙ୍ଗେ, ଏହା ଏକ ପ୍ରକାର ସଙ୍କଟ ଉପରେ ଧୈର୍ଯ୍ୟର ମଧ୍ୟ ବିଜୟ ପର୍ବ । ଆଜି ଆପଣ ସମସ୍ତେ ଅତ୍ୟଧିକ ସଂଯମତା ସହିତ ଜୀବନଯାପନ କରୁଛନ୍ତି, ମର୍ଯ୍ୟାଦାର ସୀମାରେ ରହି ପର୍ବ-ପର୍ବାଣୀ ପାଳନ କରୁଛନ୍ତି, ତେଣୁ ଆମେ ଚଳାଇଥିବା ସଂଗ୍ରାମରେ ବିଜୟ ସୁନିଶ୍ଚିତ । ପୂର୍ବରୁ, ଦୁର୍ଗା ମଣ୍ଡପଗୁଡ଼ିକରେ ମା’ଙ୍କ ଦର୍ଶନ ପାଇଁ ଏତେ ଭିଡ଼ ହେଉଥିଲା, ଯାହା ଗୋଟିଏ ମେଳା ଭଳି ପରିବେଶ ସୃଷ୍ଟି କରୁଥିଲା । କିନ୍ତୁ ଏଥର ତାହା ହୋଇପାରିଲାନି । ଆଗରୁ, ଦଶହରା ସମୟରେ ବି ବଡ଼ ବଡ଼ ମେଳାର ଆୟୋଜନ ହେଉଥିଲା, କିନ୍ତୁ ଏଥର ସେଗୁଡ଼ିକର ରୂପ ମଧ୍ୟ ଭିନ୍ନ । ରାମଲୀଳା ପର୍ବର ମଧ୍ୟ ଖୁବ ଆକର୍ଷଣ ରହୁଥିଲା । କିନ୍ତୁ ଏଥର ତାହା ଉପରେ ମଧ୍ୟ ଅନେକ କଟକଣା ଲାଗିଛି । ପୂର୍ବେ ନବରାତ୍ର ଅବସରରେ ଗୁଜରାଟର ଗର୍ବା ର ଗୁଞ୍ଜନ ସବୁଆଡ଼େ ଶୁଣିବାକୁ ମିଳୁଥିଲା, ଏଥର ସମସ୍ତ ବଡ଼ ଆୟୋଜନ ବନ୍ଦ ରହିଛି । ଆଗକୁ ଆହୁରି ଅନେକ ପର୍ବପର୍ବାଣୀ ଆସୁଛି । ଇଦ୍, କୁମାର ପୂର୍ଣ୍ଣିମା, ବାଲ୍ମିକି ଜୟନ୍ତୀ, ଧନତେରସ୍, ଦୀପାବଳୀ, ଭାତୃ-ଦ୍ୱିତୀୟା, ଛଠ୍ ପୂଜା, ଗୁରୁ ନାନକ ଦେବଙ୍କ ଜୟନ୍ତୀ ମଧ୍ୟ ରହିଛି । କରୋନାର ଏହି ସଙ୍କଟ ସମୟରେ ଆମକୁ ସଂଯମ ଆଚରଣ କରିବାକୁ ହେବ, ମର୍ଯ୍ୟାଦାର ସୀମା ମଧ୍ୟରେ ହିଁ ରହିବାକୁ ହେବ ।
ବନ୍ଧୁଗଣ, ଆମେ ଯେତେବେଳେ ପର୍ବପର୍ବାଣୀ କଥା କହୁଁ, ସେଗୁଡ଼ିକ ପାଇଁ ପ୍ରସ୍ତୁତି କରୁଁ, ସେତେବେଳେ ପ୍ରଥମେ ମନରେ ପ୍ରଶ୍ନ ଆସେ ବଜାରକୁ କେବେ ଯିବା? କ’ଣ କ’ଣ ସବୁ କିଣିବା? ବିଶେଷକରି ପିଲାମାନଙ୍କ ମଧ୍ୟରେ ଏସବୁକୁ ନେଇ ବିଶେଷ ଉତ୍ସାହ ରହିଥାଏ । ଏଥର ପର୍ବପର୍ବାଣୀରେ ନୂଆ କ’ଣ ମିଳିବ? ପର୍ବପର୍ବାଣୀର ଏହି ଉତ୍ସାହ ଓ ବଜାରର ଆକର୍ଷଣ ପରସ୍ପର ସହିତ ଜଡ଼ିତ । କିନ୍ତୁ ଏଥର ବଜାରକୁ ଯିବାବେଳେ ଆପଣମାନେ ‘ଭୋକାଲ ଫର ଲୋକାଲ’ର ନିଜର ସଂକଳ୍ପ ନିଶ୍ଚୟ ମନେରଖିବେ । ବଜାରରୁ ଜିନିଷ କିଣିବା ସମୟରେ ଆମକୁ ସ୍ଥାନୀୟ ସାମଗ୍ରୀଗୁଡ଼ିକୁ ଅଗ୍ରାଧିକାର ଦେବାକୁ ହେବ ।
ବନ୍ଧୁଗଣ, ପର୍ବପର୍ବାଣୀର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଲକଡାଉନର ସେହି ସମୟକୁ ମଧ୍ୟ ମନେ ପକାଇବା ଉଚିତ । ଲକଡାଉନରେ ଆମେ ସମାଜର ସେହି ବନ୍ଧୁମାନଙ୍କୁ ଆହୁରି ନିକଟରୁ ଜାଣିପାରିଲୁ, ଯେଉଁମାନଙ୍କ ବିନା ଆମ ଜୀବନ ଖୁବ୍ ଦୁଃସହ ହୋଇପଡ଼ିଥାନ୍ତା । ସଫେଇ କର୍ମଚାରୀ, ଘରେ କାମ କରୁଥିବା ଭାଇ-ଭଉଣୀ, ସ୍ଥାନୀୟ ପରିବା ବିକାଳୀ, କ୍ଷୀରବାଲା, ସୁରକ୍ଷାକର୍ମୀ, ଏ ସମସ୍ତଙ୍କର ଆମ ଜୀବନରେ କ’ଣ ଭୂମିକା ରହିଛି, ତାହା ଆମେ ଭଲ ଭାବେ ହୃଦୟଙ୍ଗମ କରିପାରିଲୁ । କଠିନ ସମୟରେ ଏମାନେ ଆପଣଙ୍କ ସହ ଥିଲେ, ଆମ ସମସ୍ତଙ୍କ ସହ ଥିଲେ । ଏବେ, ନିଜ ପର୍ବପର୍ବାଣୀ ସମୟରେ, ନିଜର ଖୁସି ସମୟରେ ମଧ୍ୟ ଏମାନଙ୍କୁ ଆମ ସହିତ ରଖିବାକୁ ହେବ । ମୋର ଅନୁରୋଧ, ଯଥାସମ୍ଭବ ଏମାନଙ୍କୁ ନିଜ ଖୁସିରେ ନିଶ୍ଚୟ ସାମିଲ କରନ୍ତୁ । ପରିବାରର ସଭ୍ୟ ଭାବେ କରନ୍ତୁ । ଦେଖିବେ, ଆପଣଙ୍କ ଖୁସି ମଧ୍ୟ କେତେ ବଢ଼ିଯିବ ।
ବନ୍ଧୁଗଣ, ଆମକୁ ଆମର ସେହି ବୀର ସୈନିକମାନଙ୍କୁ ମଧ୍ୟ ମନେରଖିବାକୁ ହେବ, ଯେଉଁମାନେ ଏହି ପାର୍ବଣ ସମୟରେ ସୀମା ଉପରେ ଜଗି ରହିଛନ୍ତି । ଭାରତମାତାକୁ ସେବା ଓ ସୁରକ୍ଷା ପ୍ରଦାନ କରୁଛନ୍ତି । ସେମାନଙ୍କୁ ସ୍ମରଣ କରିବା ପରେ ହିଁ ଆମେ ନିଜ ପର୍ବ ପାଳନ କରିବା । ନିଜ ଘରେ ଗୋଟିଏ ଦୀପ, ଭାରତମାତାଙ୍କ ଏହି ବୀର ସନ୍ତାନମାନଙ୍କ ସମ୍ମାନରେ ଜଳାଇବା । ମୁଁ ଆମର ବୀର ଯବାନମାନଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ, ଆପଣମାନେ ସୀମାରେ ରହିଥିଲେ ବି, ସାରା ଦେଶ ଆପଣଙ୍କ ସାଥିରେ ରହିଛି, ଆପଣମାନଙ୍କ ପାଇଁ ଶୁଭକାମନା କରୁଛି । ମୁଁ ସେହି ପରିବାରଗୁଡ଼ିକର ତ୍ୟାଗକୁ ମଧ୍ୟ ପ୍ରଣାମ କରୁଛି, ଯାହାର ପୁଅ-ଝିଅମାନେ ଆଜି ଦେଶର ସୀମାରେ ରହିଛନ୍ତି । ସେହି ପ୍ରତ୍ୟେକ ବ୍ୟକ୍ତି, ଯିଏ ଦେଶ ପାଇଁ କୌଣସି ନା କୌଣସି କର୍ତ୍ତବ୍ୟ ପାଳନ କାରଣରୁ ନିଜ ପରିବାରଠାରୁ ଦୂରରେ ରହିଛି – ମୁଁ ସେମାନଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଯେତେବେଳେ ଆମେ ଲୋକାଲ ପାଇଁ ଭୋକାଲ ହେଉଛୁ, ତା’ ଯୋଗୁଁ ବିଶ୍ୱବାସୀ ମଧ୍ୟ ଆମର ସ୍ଥାନୀୟ ଉତ୍ପାଦଗୁଡ଼ିକୁ ଭଲ ପାଇଲେଣି । ଆମର ଅନେକ ସ୍ଥାନୀୟ ଉତ୍ପାଦ ଅନ୍ତର୍ଜାତୀୟ ମାନର ଖ୍ୟାତିଲାଭ କରିବାର କ୍ଷମତା ରଖିଛନ୍ତି । ଯେମିତିକି, ଗୋଟିଏ ଉଦାହରଣ ହେଲା ଖଦି । ଦୀର୍ଘ ସମୟ ଧରି ଖଦି ସରଳତାର ପରିଚୟ ହୋଇରହିଛି । କିନ୍ତୁ, ଆମର ଏହି ଖଦି ଆଜି Eco-friendly fabric ରୂପେ ଗ୍ରହଣୀୟ ହୋଇପାରିଛି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା body friendly fabric, ଏହା all weather fabric, ଆଉ ଖଦି ଆଜିକାଲି fashion statement ହୋଇଗଲାଣି । ଖଦିର ଲୋକପ୍ରିୟତା ତ ବଢ଼ିଚାଲିଛି, ତା ସଙ୍ଗେ ସଙ୍ଗେ ବିଶ୍ୱର ଅନେକ ସ୍ଥାନରେ ଖଦି ବୁଣା ମଧ୍ୟ ଚାଲିଛି । ମେକ୍ସିକୋର ଗୋଟିଏ ସ୍ଥାନ ହେଉଛି ଓହାକା । ଏହି ଅଂଚଳରେ ଏଭଳି ଅନେକ ଗାଁ ରହିଛି, ଯେଉଁଠି ସ୍ଥାନୀୟ ଗ୍ରାମାଂଚଳର ଲୋକେ ଖଦି ବୁଣା କାମ କରୁଛନ୍ତି । ଆଜି, ଏହି ଅଂଚଳର ଖଦି ଓହାକା ଖଦି ନାମରେ ପ୍ରସିଦ୍ଧି ଲାଭ କରିସାରିଲାଣି । ଖଦି ଓହାକାକୁ କେମିତି ପହଂଚିଲା, ସେ କଥା ମଧ୍ୟ କିଛି କମ ମଜାଦାର ନୁହଁ । ପ୍ରକୃତରେ, ମେକ୍ସିକୋର ଜଣେ ଯୁବକ ମାର୍କ ବ୍ରାଉନ୍ ଥରେ ଗାନ୍ଧୀଜୀଙ୍କ ଉପରେ ଆଧାରିତ ଗୋଟିଏ ଚଳଚ୍ଚିତ୍ର ଦେଖିଲେ । ଏହି ଚଳଚ୍ଚିତ୍ର ଦେଖି ବ୍ରାଉନ୍ ଏତେ ପ୍ରଭାବିତ ହେଲେ ଯେ, ସେ ଭାରତକୁ ଗାନ୍ଧିଜୀଙ୍କ ଆଶ୍ରମ ପରିଦର୍ଶନ କରବାକୁ ଆସିଲେ ଏବଂ ବାପୁଙ୍କ ବିଷୟରେ ବହୁତ କିଛି ଜାଣିଲେ । ସେତେବେଳେ ବ୍ରାଉନ୍ ଅନୁଭବ କଲେ ଯେ, ଖଦୀ କେବଳ ବସ୍ତ୍ର ନୁହେଁ, ଏହା ତ ଗୋଟିଏ ଜୀବନ ପଦ୍ଧତି । ଗ୍ରାମାଂଚଳର ଆର୍ଥିକ ବ୍ୟବସ୍ଥା ଏବଂ ଆତ୍ମନିର୍ଭରତାର ଦର୍ଶନର କିଭଳି ଏହା ସହିତ ଘନିଷ୍ଠ ସମ୍ପର୍କ ରହିଛି, ତାହାଜାଣି ବ୍ରାଉନ୍ ଖୁବ ପ୍ରଭାବିତ ହେଲେ । ଏଇଠି ହିଁ ସେ ସ୍ଥିର କଲେ ଯେ, ମେକ୍ସିକୋ ଫେରି ସେ ଖଦୀ ତିଆରି କାମ ଆରମ୍ଭ କରିବେ । ସେ ମେକ୍ସିକୋର ଓହାକାରେ ଗାଁ ଲୋକଙ୍କୁ ଖଦୀ ତିଆରି କରିବା ଶିଖାଇଲେ, ସେମାନଙ୍କୁ ପ୍ରଶିକ୍ଷିତ କଲେ ଆଉ ଆଜି ‘ଓହାକା ଖଦୀ’ ଗୋଟିଏ ବ୍ରାଣ୍ଡ ପାଲଟିସାରିଛି । ଏହି ପ୍ରକଳ୍ପର ୱେବସାଇଟରେ ଲେଖାହୋଇଛି – The Symbol of Dharma in Motion. ଏହି ୱେବସାଇଟରେ ମାର୍କ ବ୍ରାଉନଙ୍କର ଗୋଟିଏ ମଜାଦାର ସାକ୍ଷାତକାର ମଧ୍ୟ ରହିଛି । ସେ କହୁଛନ୍ତି ଯେ, ଆରମ୍ଭରେ ଲୋକେ ଖଦୀକୁ ନେଇ ସନ୍ଦିହାନ ଥିଲେ, କିନ୍ତୁ ଶେଷରେ ଖଦୀ ପ୍ରତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଇଲା ଓ ଏହାର ଗୋଟିଏ ବଜାର ସୃଷ୍ଟି ହୋଇଗଲା । ତାଙ୍କ ମତରେ, ଏହା ରାମ-ରାଜ୍ୟ ଭଳି କଥା – ଆପଣ ଯେତେବେଳେ ଲୋକଙ୍କ ଆବଶ୍ୟକତା ପୂରଣ କରନ୍ତି, ସେତେବେଳେ ଲୋକେ ମଧ୍ୟ ଆପଣଙ୍କ ସହିତ ଯୋଡ଼ି ହେବା ପାଇଁ ଆଗଭର ହୁଅନ୍ତି ।
ବନ୍ଧୁଗଣ, ଦିଲ୍ଲୀର କନ୍ନଟ୍ ପ୍ଲେସରେ ଏଥର ଗାନ୍ଧୀ ଜୟନ୍ତୀ ଦିନ, ଗୋଟିଏ ଦିନରେ ହିଁ ଏକ କୋଟି ଟଙ୍କାର ଖଦି ସାମଗ୍ରୀ ବିକ୍ରୟ ହେଲା । ସେହିପରି, କରୋନା ସମୟରେ ଖଦି ତିଆରି ମାସ୍କ ମଧ୍ୟ ଖୁବ ଲୋକପ୍ରିୟ ହେଉଛି । ଦେଶରେ ଅନେକ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସଂସ୍ଥାଗୁଡ଼ିକ ଖଦୀ ମାସ୍କ ତିଆରି କରୁଛନ୍ତି । ଉତରପ୍ରଦେଶର ବାରାବଙ୍କିର ଜଣେ ମହିଳା ହେଉଛନ୍ତି ସୁମନ ଦେବୀ । ସୁମନ ଦେବୀ ନିଜ ସାଥୀ ମହିଳାମାନଙ୍କୁ ସାଙ୍ଗରେ ନେଇ ଖଦୀ ମାସ୍କ ତିଆରି କରିବା ଆରମ୍ଭ କଲେ । ଧୀରେ ଧୀରେ ତାଙ୍କ ସହିତ ଅନ୍ୟ ମହିଳାମାନେ ମଧ୍ୟ ମିଶିବାରେ ଲାଗିଲେ । ଏବେ ସେମାନେ ମିଶି ହଜାର ହଜାର ଖଦୀ ମାସ୍କ ତିଆରି କରୁଛନ୍ତି । ଆମ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଶେଷତ୍ୱ ହେଲା ଯେ, ତା’ସହିତ ଗୋଟିଏ ଦର୍ଶନ ଯୋଡ଼ି ହୋଇ ରହିଥାଏ ।
ମୋର ପ୍ରିୟ ଦେଶବାସୀଗଣ, ଆମେ ଯେତେବେଳେ ନିଜ ସାମଗ୍ରୀଗୁଡ଼ିକୁ ନେଇ ଗର୍ବ କରୁ, ସେତେବେଳେ ବିଶ୍ୱବାସୀଙ୍କ ଜିଜ୍ଞାସା ମଧ୍ୟ ଏ ଦିଗରେ ବୃଦ୍ଧିପାଏ । ଯେମିତିକି ଆମର ଆଧ୍ୟାତ୍ମିକତା, ଯୋଗ, ଆୟୁର୍ବେଦ ସମଗ୍ର ବିଶ୍ୱକୁ ଆକର୍ଷିତ କରିପାରିଛି, ସେହିଭଳି ଆମର କେତେକ ଖେଳ ମଧ୍ୟ ଦୁନିଆକୁ ଆକର୍ଷିତ କରୁଛି । ଆଜିକାଲି, ଆମର ମାଲଖମ୍ବ ମଧ୍ୟ ଅନେକ ଦେଶରେ ପ୍ରଚଳିତ ହେବାରେ ଲାଗିଛି । ଆମେରିକାରେ ଚିନ୍ମୟ ପାଟନକର ଏବଂ ପ୍ରଜ୍ଞା ପାଟନକର ଯେତେବେଳେ ନିଜ ଘରୁ ହିଁ ମାଲଖମ୍ବ ଶିଖାଇବା ଆରମ୍ଭ କରିଥିଲେ, ସେତେବେଳେ ସେମାନେ ଏଥିରେ ଏତେ ସଫଳତା ଲାଭ କରିବେ ବୋଲି ନିଜେ ମଧ୍ୟ କଳ୍ପନା କରି ନ ଥିଲେ । ଆମେରିକାରେ ଆଜି ଅନେକ ଜାଗାରେ ମାଲଖମ୍ବ ତାଲିମ କେନ୍ଦ୍ରମାନ ଚାଲିଛି । ଆମେରିକାର ଯୁବବର୍ଗ ବହୁ ସଂଖ୍ୟାରେ ଏଥିରେ ଯୋଗ ଦେଉଛନ୍ତି, ମାଲଖମ୍ବ ଶିଖୁଛନ୍ତି । ଆଜି ଜର୍ମାନୀ ହେଉ, ପୋଲାଣ୍ଡ ହେଉ, ମାଲେସିଆ ହେଉ, ଏଭଳି ପ୍ରାୟ 20ଟି ଅନ୍ୟ ଦେଶମାନଙ୍କରେ ମଧ୍ୟ ମାଲଖମ୍ବ ଖୁବ ଲୋକପ୍ରିୟ ହେବାରେ ଲାଗିଛି । ଏବେ ତ ଏହାର ବିଶ୍ୱ ଚମ୍ପିଆନ୍ସିପ୍ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯେଉଁଥିରେ ଅନେକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଭାରତରେ ତ ପ୍ରାଚୀନ କାଳରୁ ଏମିତି ଅନେକ ଖେଳ ରହିଛି, ଯାହା ଆମର ଅସାଧାରଣ ବିକାଶ ଘଟାଇଥାଏ । ଆମର ମନ ଓ ଶରୀରକୁ ସନ୍ତୁଳନର ଏକ ନୂତନ ସ୍ତରକୁ ନେଇଯାଇଥାଏ । କିନ୍ତୁ, ବୋଧହୁଏ, ନୂତନ ପିଢ଼ିର ଆମର ଯୁବବନ୍ଧୁଗଣ ମାଲଖମ୍ବ ସହ ସେତେଟା ପରିଚିତ ନ ଥିବେ । ଏ ସମ୍ପର୍କରେ ଆପଣ ଇଂଟରନେଟ୍ରେ ଅନୁସନ୍ଧାନ କରନ୍ତୁ ଏବଂ ନିଶ୍ଚୟ ଏହାକୁ ଦେଖନ୍ତୁ ।
ବନ୍ଧୁଗଣ, ଆମ ଦେଶରେ ଅନେକ Martial Arts ରହିଛି । ମୁଁ ଚାହୁଁଛି ଯେ, ଆମର ଯୁବବନ୍ଧୁଗଣ ଏଗୁଡ଼ିକ ସମ୍ପର୍କରେ ଜାଣନ୍ତୁ, ଏସବୁ ଶିଖନ୍ତୁ, ଏବଂ ସମୟ ସହ ତାଳ ଦେଇ ଏଗୁଡ଼ିକୁ Innovate ମଧ୍ୟ କରନ୍ତୁ । ଜୀବନରେ ଯେତେବେଳେ ବଡ଼ ଆହ୍ୱାନ ନ ଥାଏ, ତେବେ ବ୍ୟକ୍ତିତ୍ୱର ସର୍ବଶ୍ରେଷ୍ଠ ଗୁଣ ମଧ୍ୟ ପଦାକୁ ଆସେନି । ତେଣୁ, ନିଜେ ନିଜକୁ ସବୁବେଳେ ଚ୍ୟାଲେଞ୍ଜ କରିବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, କଥାରେ ଅଛି – Learning is Growing. ଆଜି ‘ମନ୍ କି ବାତ୍’ରେ ମୁଁ ଏମିତି ଜଣେ ବ୍ୟକ୍ତିଙ୍କ ସହ ଆପଣଙ୍କ ପରିଚୟ କରାଇବି, ଯାହାଙ୍କ ରହିଛି ଗୋଟିଏ ନିଆରା ସଉକ । ଏହି ସଉକଟି ହେଲା – ରିଡିଙ୍ଗ୍ ଓ ଲର୍ଣ୍ଣିଂର ଖୁସିକୁ ଅନ୍ୟମାନଙ୍କ ସହ ବାଂଟିବା । ସେ ହେଉଛନ୍ତି ପନ୍ ମରିୟପ୍ପନ୍ । ପନ୍ ମରିୟପ୍ପନ୍ ତାମିଲନାଡ଼ୁର ତୁତୁକୁଡ଼ିରେ ବାସ କରନ୍ତି । ତୁତୁକୁଡ଼ି ପର୍ଲ ସିଟି ବା ମୋତିର ସହର ଭାବରେ ମଧ୍ୟ ପ୍ରସିଦ୍ଧ । ଏହା ଦିନେ ପାଣ୍ଡିଆନ୍ ସାମ୍ରାଜ୍ୟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା । ଏଠାରେ ରହୁଥିବା ମୋର ବନ୍ଧୁ ପନ୍ ମରିୟପ୍ପନଙ୍କ ପେଶା ଚୁଟି କାଟିବା । ଏଠାରେ ତାଙ୍କର ଗୋଟିଏ ସେଲୁନ୍ ମଧ୍ୟ ରହିଛି । ବହୁତ ଛୋଟ ସେଲୁନଟିଏ । ସେ ଗୋଟିଏ ନିଆରା ଏବଂ ପ୍ରେରଣାଦାୟକ କାମ କରିଛନ୍ତି । ନିଜର ସେଲୁନ୍ର ଗୋଟିଏ ଅଂଶକୁ ହିଁ ସେ ଗୋଟିଏ ପୁସ୍ତକାଳୟ କରିଦେଇଛନ୍ତି । ସେଲୁନରେ ନିଜ ପାଳିକୁ ପ୍ରତୀକ୍ଷା କରୁଥିବା ଲୋକ ଯଦି ସେହି ସମୟରେ ସେଥିରୁ କିଛି ପଢ଼ି ସେ ବିଷୟରେ କିଛି ଲେଖେ, ତେବେ ପନ୍ ମରିୟପ୍ପନଜୀ ସେହି ଗ୍ରାହକଙ୍କୁ ରିହାତି ଦିଅନ୍ତି । ମଜାକଥା ନୁହେଁ କି? ତେବେ ଚାଲନ୍ତୁ ତୁତୁକୁଡ଼ି, ପନ୍ ମରିୟପ୍ପନଜୀଙ୍କ ସହ କଥାହେବା –
ପ୍ରଧାନମନ୍ତ୍ରୀ : ପନ୍ ମରିୟପାନାଜୀ, ୱଣକ୍କମ୍ … ନଲ୍ଲା ଇର କିଙ୍ଗଡା?
(ପ୍ରଧାନମନ୍ତ୍ରୀ : ପନ୍ ମରିୟପାନାଜୀ, ୱଣକ୍କମ୍ … ଆପଣ କେମିତି ଅଛନ୍ତି?)
ପନ୍ ମରିୟପ୍ପନ୍ : (ତାମିଲରେ ଉତ୍ତର) …
(ପନ୍ ମରିୟପ୍ପନ୍ : ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ୱଣକ୍କମ୍ (ନମସ୍କାର) ।)
ପ୍ରଧାନମନ୍ତ୍ରୀ : ୱଣକ୍କମ୍, ୱଣକ୍କମ୍ … ଉଙ୍ଗଲକ୍କେ ଇନ୍ଦ ଲାଇବ୍ରେରୀ ଆଇଡିଆ ୟେପ୍ପଡ଼ି ୱନ୍ଦଦା?
(ପ୍ରଧାନମନ୍ତ୍ରୀ : ୱଣକ୍କମ୍, ୱଣକ୍କମ୍ … ଏହି ପାଠାଗାର କରିବାର ଆଇଡିଆ ଆପଣଙ୍କ ମୁଣ୍ଡକୁ କେମିତି ଆସିଲା?)
ପନ୍ ମରିୟପ୍ପନ୍ : ମୁଁ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ିଛି । ମୋର ପାରିବାରିକ ପରିସ୍ଥିତି ଯୋଗୁଁ ଆଗକୁ ପଢ଼ିପାରିଲିନି ।
ଶିକ୍ଷିତ ଲୋକଙ୍କୁ ଦେଖିଲେ ମୋତେ ନିଜ ଭିତରେ କିଛି ଊଣା ଅନୁଭବ ହେଉଥିଲା । ତେଣୁ, ମୋ ମନକୁ ଏ କଥା ଆସିଲା ଯେ, ଯଦି ଗୋଟିଏ ପାଠାଗାର
ପ୍ରତିଷ୍ଠା କରନ୍ତି ତାହେଲେ ଏହାଦ୍ୱାରା ଅନେକ ଲୋକଙ୍କ ଉପକାର ହେବ। ସେହି କଥା ମୋ ପାଇଁ ପ୍ରେରଣା ସାଜିଲା ।
ପ୍ରଧାନମନ୍ତ୍ରୀ : ଉଙ୍ଗଲ୍କେ ୟେନ୍ଦ୍ ପୁତହମ୍ ପିଡ଼ିକ୍କୁମ୍?
(ପ୍ରଧାନମନ୍ତ୍ରୀ : ଆପଣଙ୍କୁ କେଉଁ ବହି ବେଶୀ ଭଲ ଲାଗେ?)
ପନ୍ ମରିୟପ୍ପନ୍ : ମୋର ତିରୁକୁରୁଲ୍ ବହୁତ ପ୍ରିୟ ।
ପ୍ରଧାନମନ୍ତ୍ରୀ : ଉଙ୍ଗକିଟ୍ଟ ପେସିୟଦିଲ୍ ୟେନକ୍କ । ରୋମ୍ବା ମଗିଲଚି । ନଲ ୱାଡ଼ ତୁକ୍କଲ୍ …
(ପ୍ରଧାନମନ୍ତ୍ରୀ : ଆପଣଙ୍କ ସହ କଥା ହୋଇ ବହୁତ ଖୁସି ଲାଗିଲା । ଆପଣଙ୍କୁ ଅନେକ ଅନେକ ଶୁଭକାମନା ।)
ପନ୍ ମରିୟପ୍ପନ୍ : ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେଇ ମୁଁ ବି ବହୁତ ଖୁସି ଅନୁଭବ କରୁଛି ।
ପ୍ରଧାନମନ୍ତ୍ରୀ : ନଲ ୱାଡ଼ ତୁକ୍କଲ୍ (ଅନେକ ଶୁଭକାମନା)
ପନ୍ ମରିୟପ୍ପନ୍ : ଧନ୍ୟବାଦ ପ୍ରଧାନମନ୍ତ୍ରୀ ମହୋଦୟ ।
ପ୍ରଧାନମନ୍ତ୍ରୀ : Thank You
ବର୍ତ୍ତମାନ ଆମେ ପନ୍ ମରିୟପାନାଜୀଙ୍କ ସହ କଥା ହେଲେ । ଦେଖନ୍ତୁ, ଲୋକଙ୍କ ଚୁଟି କାଟିବା ସହ ସେ କେମିତି ସେମାନଙ୍କୁ ନିଜ ଜୀବନକୁ ସରସ ସୁନ୍ଦର କରିବା ପାଇଁ ମଧ୍ୟ ସୁଯୋଗ ଦେଉଛନ୍ତି । ତିରୁକୁରଲର ଲୋକପ୍ରିୟତା ବିଷୟରେ ଶୁଣି ମଧ୍ୟ ଖୁବ ଭଲ ଲାଗିଲା । ତିରୁକୁରଲ୍ର ଲୋକପ୍ରିୟତା ବିଷୟରେ ଆପଣମାନେ ମଧ୍ୟ ଶୁଣିଲେ । ଏହା ଆଜି ଭାରତର ସମସ୍ତ ଭାଷାରେ ଉପଲବ୍ଧ । ସୁଯୋଗ ପାଇଲେ ନିଶ୍ଚୟ ଏହା ପଢ଼ିବା ଉଚିତ । ଜୀବନ ପାଇଁ ଏହା ଏକ ପ୍ରକାର ମାର୍ଗଦର୍ଶକ ।
ବନ୍ଧୁଗଣ, ଏ କଥା ଜାଣି ଆପଣମାନେ ଖୁସି ହେବେ ଯେ, ସାରା ଭାରତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଜ୍ଞାନର ପ୍ରଚାର ପ୍ରସାର ଦ୍ୱାରା ଖୁବ ଖୁସି ଅନୁଭବ କରିଥାନ୍ତି । ଏମାନେ ସେହି ଲୋକ, ଯେଉଁମାନେ ଏ କଥାକୁ ନେଇ ସର୍ବଦା ତତ୍ପର ଥାଆନ୍ତି ଯେ, ସବୁ ଲୋକ ପଠନ ପାଇଁ ପ୍ରେରିତ ହୁଅନ୍ତୁ । ମଧ୍ୟପ୍ରଦେଶର ସିଙ୍ଗ୍ରୋଲିର ଶିକ୍ଷୟିତ୍ରୀ ଉଷା ଦୁବେ ଜୀ ତ ନିଜ ସ୍କୁଟିକୁ ହିଁ ମୋବାଇଲ୍ ଲାଇବ୍ରେରୀରେ ପରିଣତ କରିଦେଇଛନ୍ତି । ସେ ପ୍ରତିଦିନ ନିଜର ଏହି ଭ୍ରାମ୍ୟମାଣ ପୁସ୍ତକାଳୟ ସହ କୌଣସି ନା କୌଣସି ଗାଁ କୁ ପହଂଚିଯାଆନ୍ତି ଆଉ ସେଠାରେ ପିଲାମାନଙ୍କୁ ପାଠ ପଢ଼ାନ୍ତି । ପିଲାମାନେ ତାଙ୍କୁ ସ୍ନେହରେ ବହିବାଲି ଦିଦି ବୋଲି ଡାକନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ଅରୁଣାଚଳ ପ୍ରଦେଶର ନିରଜୁଲିର ରାୟୋ ଗାଁରେ ଗୋଟିଏ ସ୍ୱୟଂ ସହାୟକ ଲାଇବ୍ରେରୀ ନିର୍ମାଣ କରାଯାଇଛି । ଏଠାକାର ମିନା ଗୁରୁଙ୍ଗ ଏବଂ ଦିୱାଙ୍ଗ୍ ହୋସାଇ ଯେତେବେଳେ ଜାଣିଲେ ଯେ, ସେହି ଅଂଚଳରେ କୌଣସି ପାଠାଗାର ନାହିଁ ସେତେବେଳେ ସେମାନେ ଏଥିପାଇଁ ଅର୍ଥ ଯୋଗାଇବା ପାଇଁ ଆଗେଇ ଆସିଲେ । ଏକଥା ଜାଣି ଆପଣମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ଏହି ଲାଇବ୍ରେରୀ ପାଇଁ କୌଣସି ମେମ୍ବରଶିପ୍ ନାହିଁ । ଯେକୌଣସି ବ୍ୟକ୍ତି ଦୁଇ ସପ୍ତାହ ପାଇଁ ଏଠାରୁ ବହି ନେଇଯାଇପାରେ । ପଢ଼ିସାରିବା ପରେ ବହି ଫେରାଇବାକୁ ହୁଏ । ଏହି ପାଠାଗାର ସପ୍ତାହକୁ ସାତଦିନ ଦିନରାତି ଖୋଲା ରହେ । ଆଖପାଖର ଅଭିଭାବକମାନେ ଏହା ଦେଖି ଖୁସି ଯେ, ସେମାନଙ୍କ ପିଲାମାନେ ବହି ପଢ଼ିବାରେ ଲାଗଛନ୍ତି, ବିଶେଷକରି ସେହି ସମୟରେ ଯେତେବେଳେ କି ସ୍କୁଲଗୁଡ଼ିକ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ କରିଛନ୍ତି । ସେହିପରି, ଚଣ୍ଡିଗଡ଼ରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଚଳାଉଥିବା ସନ୍ଦିପ କୁମାର ଗୋଟିଏ ମିନି ଭ୍ୟାନରେ ଭ୍ରାମ୍ୟମାଣ ପାଠାଗାରଟିଏ ତିଆରି କରିଛନ୍ତି । ଏହା ମାଧ୍ୟମରେ ଗରିବ ପିଲାମାନଙ୍କୁ ପଢ଼ିବା ପାଇଁ ବହି ମାଗଣାରେ ଦିଆଯାଉଛି । ତା’ସହିତ ଗୁଜରାଟର ଭାବନଗରର ମଧ୍ୟ ଦୁଇଟି ସଂସ୍ଥା ସମ୍ପର୍କରେ ମୁଁ ଜାଣିଛି, ଯେଉଁମାନେ ଏ ଦିଗରେ ଭଲ କାର୍ଯ୍ୟ କରୁଛନ୍ତି । ସେଥିରୁ ଗୋଟିକର ନାଁ ହେଲା ବିକାଶ ବର୍ତୁଳ ଟ୍ରଷ୍ଟ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂସ୍ଥା ଖୁବ ସହାୟକ ହେଉଛି । ଏହି ଟ୍ରଷ୍ଟ 1975 ମସିହାରୁ କାର୍ଯ୍ୟ କରୁଛି । ଏହା 5000 ବହି ସାଙ୍ଗକୁ 140ଟିରୁ ଅଧିକ ମ୍ୟାଗାଜିନ୍ ଉପଲବ୍ଧ କରାଉଛି । ଏଭଳି ଆଉ ଗୋଟିଏ ସଂସ୍ଥା ହେଉଛି ପୁସ୍ତକ ପରବ୍ । ଏହା ଗୋଟିଏ innovative project ଯାହା ସାହିତ୍ୟ ପୁସ୍ତକ ସାଙ୍ଗକୁ ଅନ୍ୟ ବହିଗୁଡ଼ିକ ମଧ୍ୟ ମାଗଣାରେ ଉପଲବ୍ଧ କରାଉଛି । ଏହି ଲାଇବ୍ରେରୀରେ ଅଧ୍ୟାତ୍ମିକ, ଆୟୁର୍ବେଦୀୟ ଚିକିତ୍ସା ଏବଂ ଅନ୍ୟ ଅନେକ ବିଷୟ ସମ୍ବନ୍ଧିତ ପୁସ୍ତକ ରହିଛି । ଯଦି ଆପଣ ଏଭଳି କୌଣସି ପ୍ରଚେଷ୍ଟା ସମ୍ପର୍କରେ ଜାଣିଛନ୍ତି ତେବେ ସାମାଜିକ ଗଣମାଧ୍ୟମରେ ତାହାକୁ ଶେୟାର କରିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏହି ଉଦାହରଣ ବହି ପଢ଼ିବା କିମ୍ବା ପାଠାଗାର ଖୋଲିବା ଯାଏ କେବଳ ସୀମିତ ନୁହେଁ, ବରଂ ଏହା ସେହି ନୂତନ ଭାରତର ଭାବନାର ମଧ୍ୟ ପ୍ରତୀକ, ଯେଉଁଥିରେ ସମାଜର ଉନ୍ନତି ପାଇଁ ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତ୍ୟେକ ଶ୍ରେଣୀର ଲୋକେ ନୂଆ ନୂଆ ଏବଂ innovative ଉପାୟ ଅବଲମ୍ବନ କରୁଛନ୍ତି । ଭଗବଦ୍ ଗୀତାରେ କୁହାଯାଇଛି –
ନ ହି ଜ୍ଞାନେନ ସଦୃଶଂ ପବିତ୍ର ମିହ ବିଦ୍ୟତେ ।
ଅର୍ଥାତ ଜ୍ଞାନ ସମ ସଂସାରରେ କିଛି ମଧ୍ୟ ପବିତ୍ର ନୁହେଁ । ମୁଁ ଜ୍ଞାନର ପ୍ରସାର କରୁଥିବା, ଏପରି ମହତ୍ ପ୍ରୟାସ କରୁଥିବା ସମସ୍ତ ମହୋଦୟଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଜୀଙ୍କ ଜୟନ୍ତୀ 31 ଅକ୍ଟୋବରରେ ଆମେ ସମସ୍ତ ‘ଜାତୀୟ ଏକତା ଦିବସ’ ଭାବେ ପାଳନ କରିବା । ‘ମନ କୀ ବାତ୍’ରେ ପୂର୍ବରୁ ମଧ୍ୟ ମୁଁ ସର୍ଦ୍ଦାର ପଟେଲଙ୍କ ଉପରେ ବିସ୍ତୃତ ଭାବେ କହିଥିଲି । ତାଙ୍କର ବିରାଟ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ମୁଁ ଆଲୋଚନା କରିଥିଲି । ବହୁତ କମ୍ ଲୋକ ଅଛନ୍ତି, ଯାହାଙ୍କ ବ୍ୟକ୍ତିତ୍ୱରେ ଏକସଙ୍ଗେ ବହୁତ ତତ୍ୱ ମିଳିପାରିବ – ଯେପରିକି ବୈଚାରିକ ଗଭୀରତା, ନୈତିକ ସାହସ, ରାଜନୀତିକ ବିଲକ୍ଷଣତା, କୃଷିକ୍ଷେତ୍ର ସମ୍ପର୍କରେ ଗଭୀର ଜ୍ଞାନ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଭାବ । ଆପଣ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଗୋଟିଏ କଥା କ’ଣ ଜାଣନ୍ତି ଯାହା ତାଙ୍କର sense of humourକୁ ଦର୍ଶାଏ । ଟିକିଏ ସେହି ଲୌହ-ପୁରୁଷଙ୍କ ଛବି କଳ୍ପନା କରନ୍ତୁ ଯିଏ ରାଜାରାଜୁଡ଼ାଙ୍କ ସହ ଆଲୋଚନା କରୁଥିଲେ, ପୂଜ୍ୟ ବାପୁଙ୍କ ଜନଆନେ୍ଦାଳନର ପରିଚାଳନା କରୁଥିଲେ, ତା’ସହ ଇଂରେଜଙ୍କ ସଂଗେ ମଧ୍ୟ ଲଢ଼େଇ କରୁଥିଲେ; ଏବଂ ଏସବୁ ମଧ୍ୟରେ ତାଙ୍କର sense of humour ଦେଖିବା ଭଳି ଥିଲା । ବାପୁ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ କହିଥିଲେ – ତାଙ୍କର ବିନୋଦପୂର୍ଣ୍ଣ କଥା ମୋତେ ଏତେ ହସାଉଥିଲା ଯେ ହସିହସି ପେଟ ଦରଜ ହୋଇଯାଉଥିଲା; ଏପରି ଦିନକ ଭିତରେ ଥରେ ନୁହେଁ, ଅନେକ ଥର ହେଉଥିଲା । ଏଥିରେ ଆମ ପାଇଁ ମଧ୍ୟ ଶିକ୍ଷା ଥିଲା, ପରିସ୍ଥିତି ଯେତେ ବିଷମ ହେଉନା କାହିଁକି ନିଜର sense of humourକୁ ବଂଚାଇ ରଖନ୍ତୁ । ଏହା ଆମକୁ ସହଜ ତ ରଖିବ, ଆମେ ଆମ ସମସ୍ୟାର ସମାଧାନ ମଧ୍ୟ ବାହାର କରିପାରିବା । ସର୍ଦ୍ଦାର ସାହେବ ଏହା ହିଁ ତ କରୁଥିଲେ!
ମୋର ପ୍ରିୟ ଦେଶବାସୀଗଣ, ସର୍ଦ୍ଦାର ପଟେଲ ନିଜର ସମଗ୍ର ଜୀବନ ଦେଶର ଏକତା ପାଇଁ ସମର୍ପିତ କରିଦେଇଥିଲେ । ସେ ଭାରତୀୟ ଜନମାନସକୁ ସ୍ୱାଧୀନତା ଆନେ୍ଦାଳନ ସହ ଯୋଡ଼ିଥିଲେ । ସେ ସ୍ୱାଧୀନତା ସହ ଚାଷୀଙ୍କ ପ୍ରସଙ୍ଗକୁ ଯୋଡ଼ିବାର କାର୍ଯ୍ୟ କରିଥିଲେ । ସେ ରାଜାରାଜୁଡ଼ାଙ୍କୁ ଆମ ରାଷ୍ଟ୍ର ସହ ଏକାଠି କରିଥିଲେ । ସେ ବିବିଧତା ମଧ୍ୟରେ ଏକତାର ମନ୍ତ୍ର ପ୍ରତ୍ୟେକ ଭାରତୀୟଙ୍କ ମନରେ ଜାଗ୍ରତ କରିଥିଲେ ।
ବନ୍ଧୁଗଣ, ଆଜି ଆମେ ନିଜର କଥା, ନିଜର ବ୍ୟବହାର, ନିଜର କର୍ମ ଦ୍ୱାରା ପ୍ରତିକ୍ଷଣ ସେହିସବୁ କଥାକୁ ଆଗକୁ ବଢ଼ାଇବା ଆବଶ୍ୟକ, ଯାହା ଆମକୁ ଏକାଠି କରିଥାଏ, ଯାହା ଦେଶର ଗୋଟିଏ ଭାଗରେ ରହୁଥିବା ନାଗରିକଙ୍କ ମନରେ ଅନ୍ୟ କୋଣରେ ରହୁଥିବା ନାଗରିକଙ୍କ ପାଇଁ ସହଜତା ଓ ଆପଣାପଣର ଭାବ ସଷ୍ଟି କରିବ । ଆମର ପୂର୍ବପୁରୁଷ ନିରନ୍ତର ଏପରି ପ୍ରୟାସ କରିଛନ୍ତି । ଏବେ ଦେଖନ୍ତୁ, କେରଳରେ ଜନ୍ମ ହୋଇଥିବା ପୂଜ୍ୟ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରୋଟି ଦିଗରେ ଚାରିଟି ମହତ୍ୱପୂର୍ଣ୍ଣ ମଠ ସ୍ଥାପନ କରିଥିଲେ – ଉତ୍ତରରେ ବଦ୍ରିକାଶ୍ରମ, ପୂର୍ବରେ ପୁରୀ, ଦକ୍ଷିଣରେ ଶୃଙ୍ଗେରୀ ଏବଂ ପଶ୍ଚିମରେ ଦ୍ୱାରକା । ସେ ଶ୍ରୀନଗରକୁ ମଧ୍ୟ ଯାଇଥିଲେ; ଏହି କାରଣରୁ ସେଠାରେ ଏକ “sankaracharya hill” ରହିଛି । ତୀର୍ଥାଟନ ସ୍ୱୟଂ ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ । ଜ୍ୟୋର୍ତିଲିଙ୍ଗଗୁଡ଼ିକ ଏବଂ ଶକ୍ତିପୀଠଗୁଡ଼ିକର ସମାହାର ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ । ତ୍ରିପୁରାଠାରୁ ଆରମ୍ଭ କରି ଗୁଜରାଟ ଯାଏ, ଜମ୍ମୁ-କଶ୍ମୀରଠୁ ତାମିଲନାଡୁ ପର୍ଯ୍ୟନ୍ତ ସ୍ଥାପିତ ଆମର ଆସ୍ଥାର କେନ୍ଦ୍ର ଆମକୁ ଏକାଠି କରିଥାଏ । ସମଗ୍ର ଭାରତରେ ଭକ୍ତି ଆନ୍ଦୋଳନ ଏକ ବଡ଼ ଜନଆନ୍ଦୋଳନ ହୋଇଯାଇଥିଲା, ଯାହା ଆମକୁ ଭକ୍ତି ମାଧ୍ୟମରେ ଏକଜୁଟ କଲା । ଆମର ଦୈନନ୍ଦିନ ଜୀବନରେ ମଧ୍ୟ ଏକଥା ମିଶିଯାଇଛି, ଯେଉଁଥିରେ ଏକତାର ଶକ୍ତି ରହିଛି । ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ବିଭିନ୍ନ ନଦୀକୁ ଆହ୍ୱାନ କରାଯାଏ – ଏଥିରେ ସୂଦୁର ଉତରରେ ଥିବା ସିନ୍ଧୁ ନଦୀରୁ ନେଇ ଦକ୍ଷିଣ ଭାରତର ଜୀବନଦାୟିନୀ କାବେରୀ ନଦୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ । ସ୍ନାନ କରିବା ସମୟରେ ଆମର ଏଠି ଲୋକେ ପ୍ରାୟ ପବିତ୍ର ଭାବ ନେଇ ଏକତାର ମନ୍ତ୍ର ଗାଆନ୍ତି- ଗଙ୍ଗେ ଚ ୟମୁନେ ଚୈବ ଗୋଦାବରୀ ସରସ୍ୱତୀ, ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଂ କୁରୁ ।
ଏହିପରି ଶିଖଙ୍କର ପବିତ୍ର ସ୍ଥଳ ମଧ୍ୟରେ ‘ନାନ୍ଦେଡ଼ ସାହିବ’ ଏବଂ ‘ପଟନା ସାହିବ’ ଗୁରୁଦ୍ୱାରା ଅନ୍ତର୍ଭୁକ୍ତ । ଆମର ଶିଖ୍ ଗୁରୁମାନେ ମଧ୍ୟ ନିଜ ଜୀବନ ଓ ସତ୍କାର୍ଯ୍ୟ ମାଧ୍ୟମରେ ଏକତାର ଭାବନାକୁ ଦୃଢ଼ କରିଛନ୍ତି । ଗତ ଶତାବ୍ଦୀରେ ଆମ ଦେଶରେ ଡ. ବାବାସାହେବ ଆମ୍ବେଦକରଙ୍କ ଭଳି ମହାପୁରୁଷ ଥିଲେ, ଯିଏ ଆମ ସମସ୍ତଙ୍କୁ ସମ୍ବିଧାନ ମାଧ୍ୟମରେ ଏକଜୁଟ କରିଥିଲେ ।
ବନ୍ଧୁଗଣ,
Unity is Power, Unity is strength,
Unity is Progress, Unity is Empowerment,
United we will scale new heights
ତେବେ ଏପରି ମଧ୍ୟ ଶକ୍ତି ରହିଛନ୍ତି ଯେଉଁମାନେ ସର୍ବଦା ଆମ ମନରେ ସନେ୍ଦହର ବୀଜ ବୁଣିବାର ପ୍ରୟାସ କରୁଥାନ୍ତି; ଦେଶକୁ ଭାଗଭାଗ କରିବାର ଚେଷ୍ଟା କରନ୍ତି । ଦେଶ ସବୁବେଳେ ଏପରି ଦୁରଭିସନ୍ଧିକାରୀଙ୍କୁ ମୁହଁତୋଡ଼ ଜବାବ ଦେଇଛି । ଆମେ ସର୍ବଦା ନିଜର ସୃଜନଶୀଳତା ଦ୍ୱାରା, ପ୍ରେମ ଦ୍ୱାରା ପ୍ରତି ମୁହୂର୍ତ୍ତରେ ପ୍ରୟାସ କରି ନିଜର କ୍ଷୁଦ୍ରାତିକ୍ଷୁଦ୍ର କାମରେ ମଧ୍ୟ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ସୁନ୍ଦରତାକୁ ସାମ୍ନାକୁ ଆଣିବାକୁ ହେବ, ଏକତାର ନୂଆ ରଂଗ ଭରିବାକୁ ହେବ ଏବଂ ଏକଥା ପ୍ରତ୍ୟେକ ନାଗରିକଙ୍କୁ ଭରିବାକୁ ହେବ । ଏହି ପ୍ରସଙ୍ଗରେ ମୁଁ ଆପଣ ସମସ୍ତଙ୍କୁ ଗୋଟିଏ ୱେବସାଇଟ୍ ଦେଖିବାକୁ ଅନୁରୋଧ କରୁଛି – ekbharat.gov.in (ଏକ୍ ଭାରତ ଡଟ୍ ଗଭ୍ ଡଟ୍ ଇନ୍) । ଏଥିରେ ଜାତୀୟ ସଂହତି ପାଇଁ ଆମର ଅଭିଯାନକୁ ଆଗକୁ ବଢ଼ାଇବାର ଅନେକ ପ୍ରୟାସ ଦେଖିପାରିବେ । ଏଥିରେ ଏକ ମଜାଦାର ବିଭାଗ ରହିଛି – ଆଜିର ବାକ୍ୟ । ଏଥିରେ ଆମେ ପ୍ରତିଦିନ ଗୋଟିଏ ବାକ୍ୟକୁ ଭିନ୍ନ ଭିନ୍ନ ଭାଷାରେ କିପରି କୁହାଯାଏ ତାହା ଶିଖିପାରିବା । ଆପଣ ଏହି ୱେବସାଇଟ୍ ପାଇଁ contribute ମଧ୍ୟ କରନ୍ତୁ, ଯେପରିକି ପ୍ରତ୍ୟେକ ରାଜ୍ୟ ଓ ସଂସ୍କୃତିରେ ଭିନ୍ନ ଭିନ୍ନ ଖାଦ୍ୟପାନୀୟ ରହିଥାଏ । ଏହି ବ୍ୟଞ୍ଜନ ସ୍ଥାନୀୟ ସ୍ତରର ସ୍ୱତନ୍ତ୍ର ingredients, ଅର୍ଥାତ ଖାଦ୍ୟାନ୍ନ ଓ ମସଲାରେ ତିଆରି କରାଯାଇଥାଏ । ଆମେ କ’ଣ ଏସବୁ ସ୍ଥାନୀୟ ଖାଦ୍ୟକୁ local ingredientsର ନାମ ସହିତ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ୱେବସାଇଟରେ share କରିପାରିବାନି? Unity ଏବଂ Immunityକୁ ବଢ଼ାଇବା ପାଇଁ ଏହାଠୁ ଭଲ ମାଧ୍ୟମ ଆଉ କ’ଣ ହୋଇପାରେ!
ବନ୍ଧୁଗଣ, ଏଇ ମାସ 31 ତାରିଖରେ ମୋତେ କେୱଡିଆରେ ଐତିହାସିକ Statue of Unity ଉପରେ ହେଉଥିବା କେତେକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିବ । ଆପଣମାନେ ନିଶ୍ଚିତ ଯୋଗଦେବେ ।
ମୋର ପ୍ରିୟ ଦେଶବାସୀଗଣ, 31 ଅକ୍ଟୋବରରେ ଆମେ ‘ବାଲ୍ମୀକି ଜୟନ୍ତୀ’ ମଧ୍ୟ ପାଳନ କରିବା । ମୁଁ ମହର୍ଷି ବାଲ୍ମୀକିଙ୍କୁ ପ୍ରଣିପାତ କରୁଛି ଏବଂ ଏହି ସ୍ୱତନ୍ତ୍ର ଦିନ ପାଇଁ ଦେଶବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଉଛି । ମହର୍ଷି ବାଲ୍ମୀକିଙ୍କ ମହାନ ବିଚାର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଥାଏ, ଶକ୍ତି ପ୍ରଦାନ କରିଥାଏ । ସେ ଲକ୍ଷଲକ୍ଷ-କୋଟିକୋଟି ଗରିବ ଓ ଦଳିତଙ୍କ ପାଇଁ ବହୁତ ବଡ଼ ଆଶା । ସେମାନଙ୍କ ଭିତରେ ସେ ଆଶା ଓ ବିଶ୍ୱାସ ସଂଚାର କରିଥାନ୍ତି । ସେ କହୁଥିଲେ – କୌଣସି ମନୁଷ୍ୟର ଇଚ୍ଛାଶକ୍ତି ଯଦି ତା’ ସହ ଅଛି, ତେବେ ସେ ଯେତେ ବଡ଼ କାର୍ଯ୍ୟ ହେଲେ ହେଁ ସହଜରେ କରିପାରିବ । ଇଚ୍ଛାଶକ୍ତି ଏମିତି ଯେ ଯାହା ଯୁବବର୍ଗଙ୍କୁ ଅସାଧାରଣ କାର୍ଯ୍ୟ କରିବାର ଶକ୍ତି ପ୍ରଦାନ କରେ । ମହର୍ଷି ବାଲ୍ମୀକି ସକାରାତ୍ମକ ଭାବନା ଉପରେ ଜୋର୍ ଦେଇଥିଲେ – ତାଙ୍କ ପାଇଁ ସେବା ଓ ମାନବୀୟ ଗରିମାର ସ୍ଥାନ ସର୍ବୋପରି ଥିଲା । ମହର୍ଷି ବାଲ୍ମୀକିଙ୍କ ଆଚାର, ବିଚାର ଓ ଆଦର୍ଶ ଆଜି New Indiaର ଆମର ସଙ୍କଳ୍ପ ନିମନ୍ତେ ପ୍ରେରଣା ଏବଂ ଦିଗ୍ଦର୍ଶନ ମଧ୍ୟ । ଆମେ ମହର୍ଷି ବାଲ୍ମୀକିଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବା ଯେ ସେ ଆଗାମୀ ପିଢ଼ିର ମାର୍ଗଦର୍ଶନ ପାଇଁ ରାମାୟଣ ଭଳି ମହାଗ୍ରନ୍ଥର ରଚନା କରିଛନ୍ତି ।
31 ଅକ୍ଟୋବରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ଆମେ ହରାଇଥିଲୁ । ମୁଁ ସମ୍ମାନର ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି, କାଶ୍ମୀରର ପୁଲୱାମା ସମଗ୍ର ଦେଶକୁ ପଢ଼ାଇବାର ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଆଜି ସାରା ଦେଶର ପିଲାମାନେ ନିଜର Home Work କରୁଛନ୍ତି, Notes ପ୍ରସ୍ତୁତ କରୁଛନ୍ତି, ତେବେ କେଉଁଠି ନା କେଉଁଠି ଏହା ପଛରେ ପୁଲୱାମାର ଲୋକଙ୍କ କଠିନ ପରିଶ୍ରମ ରହିଛି । କାଶ୍ମୀର ଘାଟି, ସମଗ୍ର ଦେଶର ପ୍ରାୟ 90 ପ୍ରତିଶତ Pencil Slate, କାଠପଟିର ଚାହିଦା ପୂରଣ କରିଥାଏ ଏବଂ ଏଥିରେ ବହୁତ ବଡ଼ ଭାଗ ପୁଲୱାମାର ରହିଛି । ଦିନ ଥିଲା ଆମେ ବିଦେଶରୁ ପେନସିଲ୍ ପାଇଁ କାଠ ମଗାଉଥିଲୁ, କିନ୍ତୁ ଏବେ ଆମର ପୁଲୱାମା, ଏ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରୁଛି । ବାସ୍ତବରେ ପୁଲୱାମାର ଏହି Pencil Slate ରାଜ୍ୟଗୁଡ଼ିକ ଭିତରେ ପାର୍ଥକ୍ୟକୁ କମ୍ କରୁଛି । ଘାଟିର ଚିନାର୍ କାଠରେ ଅଧିକ ଆର୍ଦ୍ରତା ଥାଏ ଏବଂ ଏହା କୋମଳ ହୋଇଥିବାରୁ ପେନସିଲ୍ ନିର୍ମାଣ ପାଇଁ ସର୍ବୋକ୍ରୃଷ୍ଟ ବିବେଚନା କରାଯାଏ । ପୁଲୱାମାରେ, ‘ଉଖୁ’ Pencil Village ଭାବେ ଜଣାଶୁଣା । ଏଠାରେ Pencil Slate ନିର୍ମାଣ ପାଇଁ ଅନେକ କାରଖାନା ଅଛି, ଯାହା ରୋଜଗାର ଦେଉଛି ଏବଂ ସେଠାରେ ବହୁତ ସଂଖ୍ୟାରେ ମହିଳାମାନେ କାମ କରନ୍ତି ।
ବନ୍ଧୁଗଣ, ପୁଲୱାମାର ଏହି ନିଜର ପରିଚୟ ସେତେବେଳେ ସ୍ଥାପିତ ହେଲା, ଯେତେବେଳେ ସେଠାକାର ଲୋକ କିଛି ନୂଆ କରିବାର ସଂକଳ୍ପ କଲେ; କାମ ପାଇଁ Risk ନେଲେ ଏବଂ ନିଜକୁ ସେଥିପ୍ରତି ସମର୍ପିତ କରିଦେଲେ । ଏପରି କର୍ମଠ ଲୋକଙ୍କ ଭିତରୁ ଜଣେ ହେଉଛନ୍ତି – ମଂଜୁର୍ ଅହମଦ ଅଲାଇ । ଆଗରୁ ମଂଜୁର୍ ଭାଇ କାଠ କାଟୁଥିବା ଜଣେ ସାଧାରଣ ଶ୍ରମିକ ଥିଲେ । ମଂଜୁର ଭାଇ ନୂଆକିଛି କରିବାକୁ ଚାହୁଁଥିଲେ, ଯେପରି ତାଙ୍କର ଆଗାମୀ ପିଢ଼ି ଦାରିଦ୍ର୍ୟ ଭିତରେ ରହିବେ ନାହିଁ । ସେ ନିଜର ପୁରୁଣା ଜମିକୁ ବିକିଦେଲେ ଓ Apple Wooden Box, ଅର୍ଥାତ ସେଓ ରଖାଯାଉଥିବା କାଠବାକ୍ସ ତିଆରି କରିବାର କାରଖାନା ଆରମ୍ଭ କଲେ । ନିଜର ଛୋଟିଆ ବ୍ୟବସାୟ କରୁଥିଲାବେଳେ ମଂଜୁର ଭାଇଙ୍କୁ କେଉଁଠୁ ଖବର ମିଳିଲା ଯେ ପେନସିଲ୍ ନିର୍ମାଣରେ ପପ୍ଲାର୍ କାଠର ଉପଯୋଗ କରାଯାଉଛି । ଏହି ସୂଚନା ମିଳିବା ପରେ ମଂଜୁର ଭାଇ ନିଜ ଉଦ୍ଯୋଗପଣର ପରିଚୟ ଦେଇ କେତେକ ବିଖ୍ୟାତ ପେନ୍ସିଲ ତିଆରି କାରଖାନାକୁ ପପ୍ଲାର୍ କାଠବକ୍ସ ଯୋଗାଇବା ଆରମ୍ଭ କଲେ । ମଂଜୁର ଜୀଙ୍କୁ ଏହା ବହୁତ ଲାଭଜନକ ମନେହେଲା ଓ ତାଙ୍କର ଆୟ ମଧ୍ୟ ବଢ଼ିବାକୁ ଲାଗିଲା । ସମୟକ୍ରମେ ସେ Pencil Slate Manufacturing Machinery ଆଣିଲେ ଓ ତା’ପରେ ସେ ଦେଶର ବଡ଼ ବଡ଼ କମ୍ପାନୀକୁ Pencil Slateଯୋଗାଇବା ଆରମ୍ଭ କଲେ । ଆଜି ମଂଜୁର ଭାଇଙ୍କ ଏହି ବ୍ୟବସାୟର Turnover କୋଟିକୋଟି ଟଙ୍କାର ଏବଂ ସେ ପ୍ରାୟ ଦୁଇ ଶହ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଆଜି ‘ମନ କୀ ବାତ୍’ ମାଧ୍ୟମରେ ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ମଂଜୁର ଭାଇଙ୍କ ସମେତ ପୁଲୱାମାର ପରିଶ୍ରମୀ ଭାଇଭଉଣୀଙ୍କୁ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ପ୍ରଶଂସା କରୁଛି- ଆପଣମାନେ ଦେଶର ଯୁବପିଢ଼ିକୁ ଶିକ୍ଷିତ କରିବା ପାଇଁ ନିଜର ବହୁମୂଲ୍ୟ ଅବଦାନ ଦେଉଛନ୍ତି ।
ମୋର ପ୍ରି୍ରୟ ଦେଶବାସୀଗଣ, ଲକ୍ଡାଉନ ସମୟରେ Technology-Bases Service delivery ଅନେକ ପ୍ରୟୋଗ ଆମ ଦେଶରେ ହୋଇଛି ଓ ଏବେ ଆଉ ସେକଥା ନାହିଁ ଯେ ବହୁତ ବଡ଼ technology ଏବଂ logistics companies ହିଁ ଏହା କରିପାରିବେ । ଝାଡ଼ଖଣ୍ଡର ଏହି କାମ ମହିଳାମାନଙ୍କ ସ୍ୱୟଂସହାୟିକା ଗୋଷ୍ଠୀ କରିକି ଦେଖାଇଛନ୍ତି । ଏହି ମହିଳାମାନେ ଚାଷୀଙ୍କ କ୍ଷେତରୁ ପନିପରିବା ଓ ଫଳ ଆଣି ସିଧାସଳଖ ଘରମାନଙ୍କରେ ପହଂଚାଇ ଦେଉଛନ୍ତି । ଏହି ମହିଳାମାନେ ‘ଆଜୀବିକା farm fresh’ ନାମକ ଏକ app ତିଆରି କରିଛନ୍ତି, ଯାହା ଜରିଆରେ ଲୋକେ ସହଜରେ ପନିପରିବା ମଗାଇପାରିବେ । ଏହି ସମଗ୍ର ପ୍ରଚେଷ୍ଟାରେ ଚାଷୀଙ୍କୁ ନିଜର ପନିପରିବା ଓ ଫଳର ଉଚିତ ମୂଲ୍ୟ ମିଳିଲା ଏବଂ ଲୋକଙ୍କୁ ମଧ୍ୟ ତାଜା ପନିପରିବା ଖାଇବାକୁ ମିଳିଲା । ସେଠାରେ ‘ଆଜୀବିକା farm fresh’ app ବହୁତ ଲୋକପ୍ରିୟ ହେବାରେ ଲାଗିଛି । ଲକ୍ଡାଉନ ସମୟରେ ଏମାନେ 50 ଲକ୍ଷରୁ ବି ଅଧିକ ଟଙ୍କାର ଫଳ-ପନିପରିବା ଲୋକଙ୍କ ପାଖରେ ପହଂଚାଇଥିଲେ । ବନ୍ଧୁଗଣ, କୃଷିକ୍ଷେତ୍ରରେ ନୂତନ ସମ୍ଭାବନା ତିଆରି ହେବା ଦେଖି ଆମର ବହୁସଂଖ୍ୟକ ଯୁବକଯୁବତୀ ମଧ୍ୟ ଏଥିସହ ଯୋଡ଼ି ହେବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର ବଡ଼ୱାନୀରେ ଅତୁଲ ପାଟୀଦାର ନିଜ ଅଂଚଳର 4 ହଜାର ଚାଷୀଙ୍କୁ digital ମାଧ୍ୟମରେ ଯୋଡ଼ିସାରିଛନ୍ତି । ଏହି ଚାଷୀମାନେ ଅତୁଲ ପାଟୀଦାରଙ୍କ E-platform farm card ମାଧ୍ୟମରେ ସାର, ବିହନ, କୀଟନାଶକ, ଫିମ୍ପିନାଶକ ଆଦି କୃଷି ସାମଗ୍ରୀର home delivery ପାଉଛନ୍ତି, ଅର୍ଥାତ ଚାଷୀଙ୍କ ଘରପର୍ଯ୍ୟନ୍ତ ସେମାନଙ୍କ ଜରୁରୀ ଜିନିଷଗୁଡ଼ିକ ପହଂଚିଯାଉଛି । ଏହି digital platformରେ ଆଧୁନିକ କୃଷି ଉପକରଣ ମଧ୍ୟ ଭଡ଼ାରେ ମିଳୁଛି । ଲକ୍ଡାଉନ ସମୟରେ ମଧ୍ୟ ଏହି digital platform ଜରିଆରେ ଚାଷୀଙ୍କୁ ହଜାର ହଜାର pocket delivery କରାଯାଇଛି, ଯେଉଁଥିରେ କପା ଓ ପନିପରିବା ମଞ୍ଜି ମଧ୍ୟ ଥିଲା । ଅତୁଲ ଜୀ ଏବଂ ତାଙ୍କର team ଚାଷୀମାନଙ୍କୁ ପ୍ରଯୁକ୍ତିଗତ ଭାବେ ସଚେତନ କରୁଛନ୍ତି; on line payment ଓ ବିକ୍ରିବଟା ଶିଖାଉଛନ୍ତି ।
ବନ୍ଧୁଗଣ, ଏବେ ମହାରାଷ୍ଟ୍ରର ଗୋଟିଏ ଘଟଣା ମୋ ଦୃଷ୍ଟିକୁ ଆସିଛି । ସେଠାରେ ଏକ farmer producer କମ୍ପାନୀ ମକା ଚାଷୀଙ୍କଠାରୁ ମକା କିଣିଛି । କମ୍ପାନୀ ଚାଷୀଙ୍କୁ ଏଥର ଦାମ୍ ବ୍ୟତୀତ bonus ମଧ୍ୟ ଦେଇଛି । ଚାଷୀଙ୍କ ପାଇଁ ମଧ୍ୟ ଏହା ଏକ ସୁଖଦ ଆଶ୍ଚର୍ଯ୍ୟ । ଯେତେବେଳେ ସେହି କମ୍ପାନୀକୁ ପଚରାଗଲା, ସେ କହିଲା ଯେ ଭାରତ ସରକାର ଯେଉଁ ନୂଆ କୃଷି ଆଇନ ଆଣିଛନ୍ତି ଏବେ ତା’ ବଳରେ ଚାଷୀ ଭାରତର ଯେକୌଣସି ଜାଗାରେ ଫସଲ ବିକିପାରୁଛି ଏବଂ ତାକୁ ଭଲ ଦାମ୍ ମିଳୁଛି, ସେଥିପାଇଁ ସେ ଭାବିଲେ ଯେ ଅତିରିକ୍ତ ଲାଭକୁ ଚାଷୀଙ୍କ ଭିତରେ ବାଂଟିବା ଉଚିତ । ସେଥିରେ ତାଙ୍କର ମଧ୍ୟ ଅଧିକାର ଅଛି ଏବଂ ସେ ଚାଷୀଙ୍କୁ bonus ଦେଇଛନ୍ତି । ବନ୍ଧୁଗଣ, bonus ଏବେ ହୁଏତ ଛୋଟ କଥା ହୋଇପାରେ, କିନ୍ତୁ ଏହି ଆରମ୍ଭ ବହୁତ ବଡ଼ । ଏଥିରୁ ଜଣାପଡ଼ୁଛି ଯେ ନୂତନ କୃଷି-ଆଇନ ଦ୍ୱାରା ତୃଣମୂଳ ସ୍ତରରେ ଚାଷୀଙ୍କର କେଉଁଭଳି ପରିବର୍ତ୍ତନ ଆସିବାର ସମ୍ଭାବନା ଭରି ରହିଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ କୀ ବାତ୍’ରେ ଦେଶବାସୀଙ୍କର ଅସାଧାରଣ କାର୍ଯ୍ୟ ଆମ ଦେଶ, ଆମ ସଂସ୍କୃତିର ଭିନ୍ନ ଭିନ୍ନ ଦିଗ ଉପରେ ଆପଣମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଆଣିଦେଲା । ଆମ ଦେଶରେ ପ୍ରତିଭାବାନ ଲୋକଙ୍କର ଅଭାବ ନାହିଁ । ଯଦି ଆପଣ ମଧ୍ୟ ଏପରି ଲୋକଙ୍କୁ ଜାଣନ୍ତି, ତେବେ ସେମାନଙ୍କ ବିଷୟରେ ଆଲୋଚନା କରନ୍ତୁ, ଲେଖନ୍ତୁ ଏବଂ ସେମାନଙ୍କ ସଫଳତାକୁ share କରନ୍ତୁ । ଆଗାମୀ ପର୍ବଗୁଡ଼ିକ ପାଇଁ ଆପଣଙ୍କୁ ଓ ଆପଣଙ୍କ ପୂରା ପରିବାରକୁ ବହୁତ ବହୁତ ଅଭିନନ୍ଦନ । କିନ୍ତୁ ଗୋଟିଏ କଥା ମନେରଖନ୍ତୁ ଏବଂ ପର୍ବପର୍ବାଣୀ ସମୟରେ ବିଶେଷଭାବେ ମନେରଖନ୍ତୁ – ମାସ୍କ ପିନ୍ଧିବା, ହାତ ସାବୁନରେ ଧୋଇବା, ଦୁଇ ଗଜର ଦୂରତା ରଖିବା ।
ବନ୍ଧୁଗଣ, ଆସନ୍ତା ମାସରେ ପୁଣି ଆପଣଙ୍କ ସହ ‘ମନ୍ କୀ ବାତ୍’ ହେବ । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କରୋନାର ଏହି କାଳଖଣ୍ଡରେ ସମଗ୍ର ବିଶ୍ୱ ଅନେକ ପରିବର୍ତ୍ତନ ଦେଇ ଗତି କରୁଛି । ଆଜି ଯେତେବେଳେ 2 ଗଜ ଦୂରତା ଗୋଟିଏ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି, ସେତେବେଳେ ଏହି ସଙ୍କଟ ସମୟ ପରିବାରର ସଦସ୍ୟମାନଙ୍କୁ ଏକାଠି ଯୋଡ଼ିବା, ପରସ୍ପରର ନିକଟବର୍ତ୍ତୀ କରିବାର କାମ ବି କରିଛି । କିନ୍ତୁ ଏତେ ଦୀର୍ଘଦିନ ଧରି ଏକାଠି ରହିବା, କେମିତି ରହିବା, ସମୟ କେମିତି କାଟିବା, ପ୍ରତିଟି ମୁହୂର୍ତ୍ତକୁ କେମିତି ଖୁସିରେ କାଟିବା? ଏ ସବୁକୁ ନେଇ ଅନେକ ପରିବାର କିଛିଟା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଲେ । ଏହାର କାରଣ ଥିଲା – ଆମର ଯେଉଁ ପରମ୍ପରା ଚାଲିଆସିଥିଲା, ଯାହା ପରିବାରରେ ଏକ ପ୍ରକାର ସଂସ୍କାରର ସ୍ରୋତ ରୂପେ ପ୍ରବାହିତ ହେଉଥିଲା, ତା’ର ଅଭାବ ପରିଲକ୍ଷିତ ହେଉଛି । ଲାଗୁଛି ଯେମିତି ଅନେକ ପରିବାରରେ ତ ଏହାର ଅନ୍ତ ଘଟିଛି ଆଉ ଏହାର ଅଭାବ ଯୋଗୁଁ ଏହି ସଙ୍କଟ ସମୟକୁ ଅତିବାହିତ କରିବା ପରିବାରଗୁଡ଼ିକ ପାଇଁ ଟିକିଏ କଷ୍ଟକର ହୋଇପଡ଼ିଲା । ତେବେ, ଏଥିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କ’ଣ ଥିଲା? ପ୍ରତ୍ୟେକ ପରିବାରର କେହି ନା କେହି ଗୁରୁଜନ ଅବା ବୟୋଜ୍ୟେଷ୍ଠ ବ୍ୟକ୍ତି କାହାଣୀ ଶୁଣାଉଥିଲେ ଏବଂ ଘର ଭିତରେ ନୂଆ ପ୍ରେରଣା, ନୂତନ ଶକ୍ତି ଭରିଦେଉଥିଲେ । ଆମେ ଏକଥା ନିଶ୍ଚିତ ଭାବେ ଅନୁଭବ କରିଥିବା ଯେ, ଆମ ପୂର୍ବପୁରୁଷମାନେ ଯେଉଁ ପରମ୍ପରା ସୃଷ୍ଟି କରିଯାଇଛନ୍ତି ସେସବୁ କେତେ ଗୁରୁତ୍ୱପୂର୍ଣ୍ଣ । ଆଉ ଏ ସବୁ ନ ଥିଲେ କିଭଳି ଏହାର ଅଭାବ ଅନୁଭୂତ ହୁଏ । ଏହିଭଳି ଗୋଟିଏ ପରମ୍ପରା ହେଲା କାହାଣୀ କହିବାର କଳା ବା Story Telling । ବନ୍ଧୁଗଣ, କାହାଣୀର ଇତିହାସ ସେତେ ପୁରାତନ, ଯେତିକି ପୁରାତନ ଏ ମାନବ ସଭ୍ୟତା । ‘where there is a soul, there is a story.’
କାହାଣୀ, ଲୋକଙ୍କ ଭିତରେ ଥିବା ସୃଜନଶୀଳ ଏବଂ ସମ୍ବେଦନଶୀଳ ବିଭବକୁ ସାମନାକୁ ଆଣେ, ଏହାର ପରିସ୍ଫୁଟନ କରାଏ । କାହାଣୀର ଶକ୍ତିକୁ ଅନୁଭବ କରିବାକୁ ହେଲେ ଜଣେ ମାଆ ତାର ଛୁଆକୁ ଶୁଆଇବା ପାଇଁ ବା ଖୁଆଇବା ପାଇଁ କାହାଣୀ ଶୁଣାଉଥିବା ସମୟରେ ଲକ୍ଷ୍ୟ କରନ୍ତୁ । ମୁଁ ନିଜ ଜୀବନର ଏକ ସୁଦୀର୍ଘ ସମୟ ଜଣେ ପରିବ୍ରାଜକ ଭାବରେ ଅତିବାହିତ କରିଛି । ବୁଲିବା ହିଁ ଥିଲା ମୋର ଜୀବନ । ପ୍ରତ୍ୟେକ ଦିନ ଗୋଟିଏ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର, କିନ୍ତୁ ମୁଁ ଯେତେବେଳେ ଲୋକଙ୍କ ଘରକୁ ଯାଉଥିଲି, ସେତେବେଳେ ତାଙ୍କ ପରିବାରର ଛୋଟ ଛୋଟ ପିଲାମାନଙ୍କ ସହିତ ନିଶ୍ଚୟ କଥା ହେଉଥିଲି । ବେଳେବେଳେ ସେମାନଙ୍କୁ କହୁଥିଲି – ଚାଲ, ଆଜି ମୋତେ ଗୋଟିଏ ଗପ ଶୁଣାଅ । କିନ୍ତୁ ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା, ଯେତେବେଳେ ପିଲାଏ କହୁଥିଲେ, – ନା ଅଙ୍କଲ୍, କାହାଣୀ ନୁହେଁ, ଆମେ ଆପଣଙ୍କୁ ହସକଥା ଶୁଣେଇବୁ । ଆଉ, ମୋତେ ବି ସେମାନେ ହସକଥା ଶୁଣେଇବାକୁ ଅନୁରୋଧ କରୁଥିଲେ । ଏହାର ଅର୍ଥ – କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ନ ଥିଲା । ପ୍ରାୟତଃ, ସେମାନଙ୍କର ଜୀବନ ହସକଥା ଭିତରେ ହିଁ ସୀମିତ ହୋଇଯାଇଥିଲା ।
ବନ୍ଧୁଗଣ, ଭାରତରେ କାହାଣୀ କହିବାର ଏବଂ କାହାଣୀ ଶୁଣିବାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି । ବିବେକ ଏବଂ ବୁଦ୍ଧିମତାର କଥାଗୁଡ଼ିକୁ ସହଜ ଭାବରେ ବୁଝାଇବା ଉଦ୍ଦେଶ୍ୟରେ ଯେଉଁଠି ହିତୋପଦେଶ ଓ ପଂଚତନ୍ତ୍ରର ପରମ୍ପରା ରହିଛି, ଯେଉଁଠି କାହାଣୀରେ ପଶୁ-ପକ୍ଷୀ ଏବଂ କାଳ୍ପନିକ ପରୀ-ରାଇଜ ଗଢ଼ିଉଠିଛି – ସେହି ଦେଶର ଅଧିବାସୀ ହୋଇଥିବାରୁ ଆମେ ଗର୍ବ ଅନୁଭବ କରୁ । ଆମର କଥା-ଶ୍ରବଣର ପରମ୍ପରା ରହିଛି । ଏହା ଧାର୍ମିକ କାହାଣୀ କହିବାର ପ୍ରାଚୀନ ପଦ୍ଧତି । ଏଥିରେ କଥାକାଳକ୍ଷେୱମ୍ ମଧ୍ୟ ଅନ୍ତର୍ଭୁକ୍ତ । ଆମ ଦେଶରେ ବିଭିନ୍ନ ପ୍ରକାର ଲୋକକଥାମାନ ରହିଛି । ତାମିଲନାଡ଼ୁ ଓ କେରଳରେ କାହାଣୀ କହିବାର ଗୋଟିଏ ଆକର୍ଷଣୀୟ ପ୍ରଣାଳୀ ରହିଛି । ଏହାକୁ ୱିଲ୍ଲୁ ପାଟ୍ କୁହାଯାଏ । ଏଥିରେ କାହାଣୀ ଓ ସଙ୍ଗୀତର ଖୁବ ଆକର୍ଷଣୀୟ ସାମଞ୍ଜସ୍ୟ ଥାଏ । ଭାରତରେ କଣ୍ଢେଇ ନାଚର ମଧ୍ୟ ଗୋଟିଏ ଜୀବନ୍ତ ପରମ୍ପରା ରହିଛି । ଆଜିକାଲି ବିଜ୍ଞାନ ଏବଂ ସାଇନ୍ସ ଫିକ୍ସନ୍ ସମ୍ପର୍କୀୟ କାହାଣୀମାନ କହିବାର ପ୍ରଥା ଲୋକପ୍ରିୟ ହେଲାଣି । ମୁଁ ଲକ୍ଷ୍ୟ କରୁଛି ଯେ, କିଛି ଲୋକ ଗପ କହିବାର କଳାକୁ ଆଗେଇ ନେବାକୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୋତେ gaathastory.in ଭଳି ୱେବ୍ସାଇଟ୍ ସମ୍ପର୍କରେ ସୂଚନା ମିଳିଲା, ଯାହା ଅମର ବ୍ୟାସ୍ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଅମର ବ୍ୟାସ୍ ଆଇ.ଆଇ.ଏମ୍. ଅହମଦାବାଦରୁ ଏମ.ବି.ଏ. କରିବା ପରେ ବିଦେଶକୁ ଚାଲିଗଲେ । ପୁଣି ଫେରିଲେ । ଏବେ ସେ ବାଙ୍ଗାଲୁରୁରେ ରହୁଛନ୍ତି ଏବଂ ସମୟ ବାହାର କରି କାହାଣୀ ସହ ଜଡ଼ିତ ଏଭଳି ରୁଚିକର କାର୍ଯ୍ୟ କରୁଛନ୍ତି । ଏଭଳି ମଧ୍ୟ ଅନେକ ପ୍ରଚେଷ୍ଟା କରାଯାଇଛି ଯାହା ଭାରତର ଗ୍ରାମାଞ୍ଚଳର କାହାଣୀଗୁଡ଼ିକର ବହୁଳ ପ୍ରଚାର କରୁଛି । ବୈଶାଳୀ ବ୍ୟବହାରେ ଦେଶପାଣ୍ଡେଙ୍କ ଭଳି ଅନେକ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଏହାକୁ ମରାଠୀ ଭାଷାରେ ମଧ୍ୟ ଲୋକପ୍ରିୟ କରୁଛନ୍ତି ।
ଚେନ୍ନାଇର ଶ୍ରୀବିଦ୍ୟା ବୀର ରାଘବନ୍ ମଧ୍ୟ ଆମ ସଂସ୍କୃତି ସହ ଜଡ଼ିତ କାହାଣୀଗୁଡ଼ିକର ପ୍ରଚାର ପ୍ରସାରରେ ଲାଗିଛନ୍ତି । ସେହିପରି, କଥାଳୟ ଓ The Indian story telling network ନାମକ ଦୁଇଟି ୱେବସାଇଟ୍ ମଧ୍ୟ ଏହି କ୍ଷେତ୍ରରେ ଖୁବ ଭଲ କାମ କରୁଛନ୍ତି । ଗୀତା ରାମାନୁଜନ kathalaya.orgରେ କାହାଣୀଗୁଡ଼ିକୁ ଏକାଠି କରିଛନ୍ତି ଆଉ The Indian story telling network ମାଧ୍ୟମରେ ଭିନ୍ନ ଭିନ୍ନ ସହରର କାହାଣୀ କହୁଥିବା ଲୋକଙ୍କ ଗୋଟିଏ ନେଟୱାର୍କ ସୃଷ୍ଟି କରାଯାଉଛି । ବେଙ୍ଗାଲୁରୁରେ ରହୁଥିବା ବିକ୍ରମ ଶ୍ରୀଧର ମହାତ୍ମା ଗାନ୍ଧୀଙ୍କ କାହାଣୀଗୁଡ଼ିକୁ ନେଇ ବେଶ୍ ଉତ୍ସାହିତ । ଆହୁରି ଅନେକ ଲୋକ ଏହି କ୍ଷେତ୍ରରେ କାମ କରୁଥିବେ । ଆପଣମାନେ ସେମାନଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ତଥ୍ୟ ଶେୟାର କରନ୍ତୁ ।
ଆଜି ଆମ ସହିତ ବେଙ୍ଗାଲୁରୁ story telling societyର ଭଉଣୀ ଅପର୍ଣ୍ଣା ଆତ୍ରେୟା ଏବଂ ଅନ୍ୟ ସଦସ୍ୟମାନେ ରହିଛନ୍ତି । ଆସନ୍ତୁ, ସେମାନଙ୍କ ସହ କଥା ହୋଇ ସେମାନଙ୍କ ଅନୁଭବ ସମ୍ପର୍କରେ ଜାଣିବା ।
ପ୍ରଧାନମନ୍ତ୍ରୀ : ହେଲୋ ।
ଅପର୍ଣ୍ଣା : ନମସ୍କାର ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ । ଆପଣ କେମିତି ଅଛନ୍ତି ?
ପ୍ରଧାନମନ୍ତ୍ରୀ : ମୁଁ ଭଲ ଅଛି । ଆପଣ କେମିତି ଅଛନ୍ତି ଅପର୍ଣ୍ଣାଜୀ?
ଅପର୍ଣ୍ଣା : ଖୁବ ଭଲ ଅଛି ସାର୍ । ସର୍ବପ୍ରଥମେ ବେଙ୍ଗାଲୁରୁ story telling society ତରଫରୁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, କାରଣ ଆପଣ ଆମଭଳି କଳାକାରମାନଙ୍କୁ ଏହି ମଂଚକୁ ନିମନ୍ତ୍ରଣ କରି ଆମ ସହ କଥା ହେଉଛନ୍ତି ।
ପ୍ରଧାନମନ୍ତ୍ରୀ : ମୁଁ ଶୁଣିଛି, ଆଜି ଆପଣଙ୍କ ପୁରା ଟିମ୍ ଆପଣଙ୍କ ସହିତ ଉପସ୍ଥିତ?
ଅପର୍ଣ୍ଣା : ହଁ ଆଜ୍ଞା, ଠିକ କଥା ।
ପ୍ରଧାନମନ୍ତ୍ରୀ : ତାହେଲେ ଆପଣଙ୍କ ସାଥୀମାନଙ୍କ ପରିଚୟ ଦିଅନ୍ତୁ, ଯାହାଫଳରେ ‘ମନ କି ବାତ୍’ର ଶ୍ରୋତାମାନେ ଜାଣିପାରିବେ ଯେ, ଆପଣମାନେ କେତେ ବଡ଼ ଅଭିଯାନଟିଏ ଚଳାଇଛନ୍ତି ।
ଅପର୍ଣ୍ଣା : ସାର୍ ମୋ ନାଁ ଅପର୍ଣ୍ଣା ଆତ୍ରେୟା । ମୁଁ ଦୁଇଟି ପିଲାର ମା, ଜଣେ ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ, ଆଉ କାହାଣୀ କହିବାକୁ ଖୁବ୍ ଭଲ ପାଉଥିବା ଜଣେ story teller । ଗପ କହିବାଟା 15 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯେତେବେଳେ ମୁଁ ସଫ୍ଟୱେୟାର ଇଣ୍ଡଷ୍ଟ୍ରିରେ କାମ କରୁଥିଲି । ସେଠାରେ ସିଏସଆର ପ୍ରକଳ୍ପ ଗୁଡ଼ିକରେ ସ୍ୱେଚ୍ଛାକୃତ ଭାବେ କାମ କରିବାକୁ ଯେତେବେଳେ ଗଲି ସେତେବେଳେ ହଜାର ହଜାର ପିଲାଙ୍କୁ କାହାଣୀ ମାଧ୍ୟମରେ ପାଠ ପଢ଼େଇବାର ସୁଯୋଗ ମିଳିଲା । ମୁଁ ମୋ ଜେଜେମାଙ୍କଠୁ ଶୁଣିଥିବା ଗପଗୁଡ଼ିକ ସେଠାରେ କହୁଥିଲି । କିନ୍ତୁ ଗପ ଶୁଣିବାବେଳେ ସେହି ପିଲାଙ୍କ ମୁହଁରେ ମୁଁ ଯେଉଁ ଖୁସି ଦେଖିଲି, ଯେଉଁ ହସ ଦେଖିଲି, ଯେଉଁ ଆନନ୍ଦ ଦେଖିଲି, ତାକୁ ଦେଖିକରି ମୁଁ ମନେମନେ ସ୍ଥିର କରିନେଇଥିଲି ଯେ ଗପ କହିବା ମୋ ଜୀବନର ଗୋଟିଏ ଲକ୍ଷ୍ୟ ହେବ ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ଟିମ୍ରେ ସେଠି ଆଉ କିଏ ଅଛନ୍ତି ?
ଅପର୍ଣ୍ଣା : ଆଜ୍ଞା, ମୋ ସହିତ ଅଛନ୍ତି ଶୈଳଜା ସମ୍ପତ୍ ।
ଶୈଳଜା : ସାର୍ ନମସ୍କାର ।
ପ୍ରଧାନମନ୍ତ୍ରୀ : ଆଜ୍ଞା ନମସ୍କାର ।
ଶୈଳଜା : ମୁଁ ଶୈଳଜା ସମ୍ପତ୍ କହୁଛି । ପ୍ରଥମେ ମୁଁ ଜଣେ ଶିକ୍ଷୟିତ୍ରୀ ଥିଲି । ମୋ ପିଲାମାନେ ବଡ଼ ହେବାପରେ ମୁଁ ଥିଏଟରରେ କାମ କରିବା ଆରମ୍ଭ କଲି । କିନ୍ତୁ ଶେଷରେ କାହାଣୀ କହିବାରେ ହିଁ ସବୁଠୁ ବେଶୀ ଆତ୍ମତୃପ୍ତି ମିଳିଲା ।
ପ୍ରଧାନମନ୍ତ୍ରୀ : ଧନ୍ୟବାଦ ।
ଶୈଳଜା : ମୋ ସହିତ ସୌମ୍ୟା ଅଛନ୍ତି ।
ସୌମ୍ୟା : ସାର୍ ନମସ୍କାର ।
ପ୍ରଧାନମନ୍ତ୍ରୀ : ଆଜ୍ଞା ନମସ୍କାର ।
ସୌମ୍ୟା : ମୁଁ ସୌମ୍ୟା ଶ୍ରୀନିବାସନ୍ । ମୁଁ ଜଣେ ମନସ୍ତତ୍ୱବିତ୍ । ମୁଁ ଯେତେବେଳେ ପିଲା ଏବଂ ବଡ଼ମାନଙ୍କ ସହିତ କାମ କରେ ସେତେବେଳେ ମୁଁ ଗପ ମାଧ୍ୟମରେ ମଣିଷ ମନରେ ନବରସର ସୃଷ୍ଟି ପାଇଁ ଉଦ୍ୟମ କରେ ଆଉ, ସେମାନଙ୍କ ସହ ଆଲୋଚନା ମଧ୍ୟ କରେ । Healing and transformative storytelling ହେଉଛି ମୋର ଲକ୍ଷ୍ୟ ।
ଅପର୍ଣ୍ଣା : ସାର୍ ନମସ୍କାର ।
ପ୍ରଧାନମନ୍ତ୍ରୀ : ଆଜ୍ଞା ନମସ୍କାର ।
ଅପର୍ଣ୍ଣା : ମୋ ନାଁ ଅପର୍ଣ୍ଣା ଜୟଶଙ୍କର । ମୋର ସୌଭାଗ୍ୟ ମୁଁ ମୋ ଜେଜେମା’ ଏବଂ ଅଜା ଆଈଙ୍କ ସହିତ ଏହି ଦେଶର ବିଭିନ୍ନ ଅଂଚଳରେ ବଢ଼ିଛି । ତେଣୁ ରାମାୟଣ, ପୁରାଣ ଆଉ ଗୀତାର କାହାଣୀମାନ ମୋତେ ସବୁଦିନ ରାତିରେ ଶୁଣିବାକୁ ମିଳୁଥିଲା । ଆଉ Bangalore Story telling society ଭଳି ସଂସ୍ଥା ଯେହେତୁ ରହିଛି, ତେଣୁ ମୁଁ ଜଣେ ଷ୍ଟୋରି ଟେଲର ହେବା ଏକ ପ୍ରକାର ସୁନିଶ୍ଚିତ ଥିଲା । ମୋ ସହିତ ମୋ ସହକର୍ମୀ ଲାବଣ୍ୟା ପ୍ରସାଦ ଅଛନ୍ତି ।
ପ୍ରଧାନମନ୍ତ୍ରୀ : ଲାବଣ୍ୟାଜୀ ନମସ୍କାର ।
ଲାବଣ୍ୟା : ଆଜ୍ଞା ନମସ୍କାର । ମୁଁ ଇଲେକ୍ଟ୍ରିକାଲ୍ ଇଂଜିନିୟରରୁ ଜଣେ ପେଶାଦାର ଷ୍ଟୋରି ଟେଲର ପାଲଟିଯାଇଛି । ମୁଁ ମୋ ଜେଜେବାପାଙ୍କଠୁ ଗପ ଶୁଣି ଶୁଣି ବଡ଼ ହେଇଛି । ମୁଁ ବରିଷ୍ଠ ନାଗରିକମାନଙ୍କ ସହିତ କାମ କରୁଛି । ରୁଟ୍ସ ନାମକ ମୋର ଗୋଟିଏ ବିଶେଷ ପ୍ରକଳ୍ପ ଜରିଆରେ ମୁଁ ସେମାନଙ୍କୁ ତାଙ୍କ ପରିବାର ପାଇଁ ନିଜ ନିଜର କାହାଣୀ ସବୁକୁ ଲିପିବଦ୍ଧ କରିବା ନିମନ୍ତେ ସାହାଯ୍ୟ କରୁଛି ।
ପ୍ରଧାନମନ୍ତ୍ରୀ : ଲାବଣ୍ୟାଜୀ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ । ଆପଣ ଯାହା କହିଲେ, ମୁଁ ମଧ୍ୟ ଆଗରୁ ଥରେ ‘ମନ କି ବାତ୍’ରେ ସମସ୍ତଙ୍କୁ କହିଥିଲି ଯେ, ଯଦି ଆପଣଙ୍କ ପରିବାରରେ ନିଜର ଜେଜେବାପା, ଜେଜେମା, ଅଜା ଆଈ ଅଛନ୍ତି ତାହାଲେ ସେମାନଙ୍କୁ ତାଙ୍କ ପିଲାଦିନ କଥା ପଚାରନ୍ତୁ ଆଉ ତାକୁ ରେକର୍ଡ଼ କରିନିଅନ୍ତୁ । ତାହା ଆପଣଙ୍କ ବହୁତ କାମରେ ଲାଗିବ – ଏ କଥା ମୁଁ କହିଥିଲି । ଆପଣମାନେ ନିଜର ପରିଚୟ ପ୍ରଦାନ କରିଥିବାରୁ, ନିଜ କଳା, ନିଜର ଉପସ୍ଥାପନା ଶୈଳୀ ଆଉ ଖୁବ କମ ଶବ୍ଦରେ ଉତମ ଭାବେ ଆପଣମାନେ ନିଜର ପରିଚୟ ପ୍ରଦାନ କରିଥିବାରୁ ମୁଁ ମଧ୍ୟ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ।
ଲାବଣ୍ୟା : ଧନ୍ୟବାଦ ସାର
ପ୍ରଧାନମନ୍ତ୍ରୀ : ତେବେ ଏଥର ଆମର ‘ମନ କି ବାତ’ର ଶ୍ରୋତାମାନଙ୍କର ମଧ୍ୟ ଇଚ୍ଛା ହେଉଥିବ ଗପ ଶୁଣିବାକୁ । ଆପଣମାନଙ୍କୁ ଗୋଟିଏ ଦୁଇଟି ଗପ ଶୁଣାଇବାକୁ ଅନୁରୋଧ କରିପାରେ କି ?
ସମବେତ ସ୍ୱରରେ : ଆଜ୍ଞା ନିଶ୍ଚିତ ରୂପେ । ଇଏ ତ ଆମ ସୌଭାଗ୍ୟ । ଆସନ୍ତୁ ଏଥର ଶୁଣିବା ଜଣେ ରାଜାଙ୍କ କାହାଣୀ । ରାଜାଙ୍କ ନାମ ଥିଲା କୃଷ୍ଣଦେବ ରାୟ ଓ ରାଜ୍ୟର ନାମ ଥିଲା ବିଜୟନଗର । ରାଜା ଥିଲେ ଖୁବ୍ ଗୁଣବାନ । ତାଙ୍କର ଦୁର୍ବଳତା ଭିତରେ ଥିଲା କେବଳ ଦୁଇଟି କଥା – ପ୍ରଥମଟି ନିଜ ମନ୍ତ୍ରୀ ତେନାଲୀ ରାମାକୁ ବେଶୀ ଭଲ ପାଇବା ଓ ଦ୍ୱିତୀୟରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା । ରାଜା ପ୍ରତିଦିନ ଦ୍ୱିପହରରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଆଶାରେ ଭୋଜନ ପାଇଁ ବସୁଥିଲେ । କିନ୍ତୁ ପ୍ରତିଦିନ ତାଙ୍କ ରୋଷେଇୟା ତାଙ୍କୁ ସେହି ସ୍ୱାଦହୀନ ତରକାରୀ ଖୁଆଉଥିଲେ । ଜହ୍ନି, ଲାଉ, କଖାରୁ – ଓଃ… । ଦିନେ ରାଗିଯାଇ ରାଜା ନିଜର ଥାଳିକୁ ଫୋପାଡ଼ିଦେଲେ । ରାଗରେ ସେ ତାଙ୍କ ରୋଷେଇୟାକୁ କହିଲେ – କାଲି କିଛି ସୁସ୍ୱାଦୁ ତରକାରି ରାନ୍ଧିବ ନ ହେଲେ ତୁମକୁ ଶୁଳିରେ ଚଢ଼େଇଦେବି । ବିଚରା ରୋଷେଇୟା ଡରିଗଲା । ସେ ନୂଆ ପରିବା ଆଣିବ ବା କେଉଁଠୁ? ରୋଷେଇୟା ସିଧା ଦଉଡ଼ିଗଲା ତେନାଲୀ ରାମାଙ୍କ ପାଖକୁ ଆଉ ତାଙ୍କୁ ସବୁ କଥା କହିଲା । ତା କଥା ଶୁଣି ତେନାଲି ରାମା ରୋଷେଇୟାକୁ ଗୋଟିଏ ଉପାୟ ବତାଇଲେ । ପରଦିନ ରାଜା ଭୋଜନ ସମୟରେ ଆସି ପହଂଚିଲେ ଓ ରୋଷେଇୟାକୁ ଡାକ ପକାଇଲେ । ପଚାରିଲେ – ଆଜି କିଛି ଭଲ ରାନ୍ଧିଛ ନା ତମ ପାଇଁ ଶୁଳି ପ୍ରସ୍ତୁତ କରିବି? ଭୟଭୀତ ରୋଷେଇୟା ସଙ୍ଗେ ସଙ୍ଗେ ଥାଳିରେ ଖାଦ୍ୟ ପରଷିଦେଲା । ଥାଳିରେ ନୂଆ ପ୍ରକାର ତରକାରୀ ଥିଲା । ରାଜା ଉତ୍ସାହିତ ହେଲେ ଆଉ ଟିକିଏ ତରକାରୀ ଚାଖିଲେ । ଆରେ ବାଃ .. କି ବଢ଼ିଆ ହେଇଛି! ନା ଜହ୍ନି ଭଳିଆ ଫିକା ନା କଖାରୁ ଭଳି ମିଠା । ରୋଷେଇୟା ପକାଇଥିବା ସବୁ ପ୍ରକାର ମସଲା ଖୁବ ଭଲଭାବେ ମିଶିଯାଇଥିଲା । ଆଙ୍ଗୁଠି ଚାଟୁ ଚାଟୁ ସନ୍ତୁଷ୍ଟ ରାଜା ରୋଷେଇୟାକୁ ଡାକି ପଚାରିଲେ – ସେଇଟା କି ତରକାରି ଥିଲା? ସେ ତରକାରୀର ନାଁ କ’ଣ? ଶିଖାଯାଇଥିବା ଅନୁସାରେ ରୋଷେଇୟା ଉତର ଦେଲା – ମହାରାଜ, ଇଏ ମୁକୁଟଧାରୀ ବାଇଗଣ । ପ୍ରଭୁ, ଠିକ ଆପଣଙ୍କ ଭଳି ଇଏ ବି ପରିବା ଭିତରେ ରାଜା । ସେଇଥିପାଇଁ ଅନ୍ୟ ପରିବାମାନେ ବାଇଗଣକୁ ମୁକୁଟ ପିନ୍ଧାଇଛନ୍ତି । ଖୁସି ହୋଇ ରାଜା କହିଲେ – ଆଜିଠୁ ଆମେ ମୁକୁଟଧାରୀ ବାଇଗଣ ଖାଇବୁ । ଆଉ କେବଳ ଆମେ ନୁହେଁ, ଆମ ରାଜ୍ୟର ସମସ୍ତେ ଏହା ଖାଇବେ । ଆମ ରାଜ୍ୟରେ ଏହି ବାଇଗଣ ଛଡ଼ା ଆଉ କୌଣସି ତରକାରୀ ରନ୍ଧା ହେବନି । ରାଜା ଓ ପ୍ରଜା ଉଭୟେ ଖୁସି ଥିଲେ । ପ୍ରଥମେ ସେମାନେ ଖୁସି ଥିଲେ କାରଣ ସେମାନେ ଗୋଟିଏ ନୂଆ ପରିବା ପାଇଥିଲେ । କିନ୍ତୁ ଦିନ ବିତିବା ସାଙ୍ଗକୁ ସେଥିରେ ବ୍ୟତିକ୍ରମ ଦେଖାଗଲା । ଗୋଟିଏ ଘରେ ବାଇଗଣ ଭର୍ତା ତ ଆଉ ଗୋଟିଏ ଘରେ ବାଇଗଣ ଭଜା । ଜଣକ ଘରେ କତା ସମ୍ବର ତ ଅନ୍ୟ ଜଣକ ଘରେ ୱାଂଗି ଭାତ । ବିଚରା ବାଇଗଣଟି କେତେ ରୂପ ଧାରଣ କରିଥାନ୍ତା? ଧିରେ ଧିରେ ରାଜା ମଧ୍ୟ ବିରକ୍ତ ହୋଇଗଲେ । ସବୁଦିନ ସେଇ ଏକା ବାଇଗଣ! ଏମିତି ଦିନ ଆସିଲା ଯେ ରାଜା ରୋଷେଇୟାକୁ ଡାକି ଖୁବ ବିରକ୍ତି ପ୍ରକାଶ କଲେ । ପଚାରିଲେ – ବାଇଗଣ ମୁଣ୍ଡରେ ମୁକୁଟ ଅଛି ବୋଲି ତୁମକୁ କିଏ କହିଲା? ଆମ ରାଜ୍ୟରେ ଆଜିଠୁ କେହି ବାଇଗଣ ଖାଇବେ ନାହିଁ । କାଲିଠୁ ଆଉ ଯାହାକିଛି ତରକାରୀ କରିବ କିନ୍ତୁ ବାଇଗଣ ତରକାରି କରିବନି । ଯଥାଜ୍ଞା ମହାରାଜ କହି ରୋଷେଇୟା ସିଧା ତେନାଲୀ ରାମା ପାଖକୁ ଗଲା । ତାଙ୍କ ଗୋଡ଼ ଧରି କହିଲା – ମନ୍ତ୍ରୀ ମହୋଦୟ, ଧନ୍ୟବାଦ । ଆପଣ ମୋ ଜୀବନ ବଞ୍ଚାଇଦେଲେ । ଆପଣଙ୍କ ପରାମର୍ଶ ଅନୁସାରେ ଏଥର ମୁଁ ଅନ୍ୟ ତରକାରୀ ମଧ୍ୟ ରାନ୍ଧି ରାଜାଙ୍କୁ ଖୁଆଇପାରେ । ତେନାଲୀ ରାମା ହସି ହସି କହିଲେ –ଯିଏ ରାଜାଙ୍କୁ ଖୁସି ନ ରଖିପାରେ ସିଏ କି ମନ୍ତ୍ରୀ? ଏହିଭଳି କୃଷ୍ଣଦେବ ରାୟ ଓ ତେନାଲୀ ରାମାଙ୍କ ନୂଆ ନୂଆ ଗପ ସୃଷ୍ଟି ହେଇ ଚାଲିଲା ଓ ଲୋକ ଶୁଣି ଚାଲିଲେ … ଧନ୍ୟବାଦ ।
ପ୍ରଧାନମନ୍ତ୍ରୀ : ଆପଣଙ୍କ କଥାରେ ଏତେ ସରଳତା ଥିଲା, ଏତେ ନିଖୁଣତା ଥିଲା ଯେ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଯିଏ ବି ତାକୁ ଶୁଣିବେ, ନିଶ୍ଚୟ ମନେ ରଖିବେ । ଆପଣ ଖୁବ ଭଲ ଢଙ୍ଗରେ ଏହାକୁ ପରିବେଷଣ କଲେ ଆଉ ବିଶେଷ ସଂଯୋଗ ଯେ ଦେଶରେ ଏବେ ପୋଷଣ ମାସ ଚାଲିଛି । ଆଉ ଆପଣଙ୍କ କାହାଣୀଟି ମଧ୍ୟ ଭୋଜନ ସହ ସର୍ମ୍ପକିତ ।
ଆପଣମାନେ ଯେଉଁମାନେ ଏହି କାହାଣୀ କହିବାର କାର୍ଯ୍ୟ କରୁଛନ୍ତି, ଆପଣଙ୍କୁ ଦେଖିବାକୁ ପଡ଼ିବ କିଭଳି ଆମେ ଆମର ନୂତନ ପିଢ଼ିକୁ ଆମର ମହାପୁରୁଷ, ମହୀୟସୀ ମହିଳାମାନଙ୍କ କଥା କାହାଣୀ ଆକାରରେ କହିପାରିବା! ଆମେ କଥାଶାସ୍ତ୍ରର କିଭଳି ଅଧିକ ପ୍ରଚାର କରିବା, ଏହାକୁ ଜନପ୍ରିୟ କରିବା ଏବଂ ପ୍ରତ୍ୟେକ ଘରେ ପିଲାଙ୍କୁ ଭଲ କାହାଣୀ କହିବା ଓ ଶୁଣାଇବା ତାହା ମଧ୍ୟ ଗୋଟିଏ ବହୁତ ବଡ଼ କାମ ହେବ । ଏଭଳି ପରିବେଶ ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ ମିଶି କାମ କରିବା ଉଚିତ । ଆପଣମାନଙ୍କ ସହିତ କଥା ହୋଇ ମୋତେ ଖୁବ ଭଲ ଲାଗିଲା । ମୁଁ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି । ଧନ୍ୟବାଦ ।
ସମବେତ ସ୍ୱର : ଧନ୍ୟବାଦ ସାର୍ ।
କାହାଣୀ ମାଧ୍ୟମରେ ସଂସ୍କାର-ସରିତାକୁ ଆଗେଇ ନେଉଥିବା ଏହି ଭଉଣୀମାନଙ୍କ କଥା ଆମେ ଶୁଣିଲୁ । ମୁଁ ଯେତେବେଳେ ଫୋନରେ ସେମାନଙ୍କ ସହ କଥା ହେଉଥିଲି, ତାହା ଏତେ ଲମ୍ବା ସମୟ ଧରି ହୋଇଥିଲା ଯାହା ‘ମନ କି ବାତ୍’ର ସମୟ ସୀମାକୁ ଟପିଯାଇପାରେ ବୋଲି ମୁଁ ଅନୁଭବ କଲି । ତେଣୁ ତାଙ୍କ ସହ ହୋଇଥିଲା ମୋର ସମ୍ପୂର୍ଣ୍ଣ ବାର୍ତାଳାପକୁ ମୁଁ ମୋର ନରେନ୍ଦ୍ର ମୋଦୀ ଆପ୍ ରେ ଅପ୍ଲୋଡ କରିବି । ସମ୍ପୂର୍ଣ୍ଣ ବାର୍ତ୍ତାଳାପକୁ ଆପଣ ନିଶ୍ଚୟ ଶୁଣିବେ । ଏଇ ‘ମନ କି ବାତ୍’ରେ ମୁଁ କେବଳ ଏହାର ଗୋଟିଏ ଛୋଟ ଅଂଶ ହିଁ ଆପଣମାନଙ୍କୁ ଶୁଣାଇଛି । ପରିବାରରେ ପ୍ରତି ସପ୍ତାହରେ କାହାଣୀ ପାଇଁ କିଛି ସମୟ ବାହାର କରିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ଏ କଥା ମଧ୍ୟ କରିପାରନ୍ତି ଯେ, ପରିବାରର ପ୍ରତ୍ୟେକ ସଭ୍ୟଙ୍କୁ ପ୍ରତି ସପ୍ତାହରେ ଗୋଟିଏ ବିଷୟ ଦେଇ, ଯେମିତିକି କରୁଣା, ସମ୍ବେଦନଶୀଳତା, ପରାକ୍ରମ, ତ୍ୟାଗ, ଶୌର୍ଯ୍ୟ – କୌଣସି ଗୋଟିଏ ବିଷୟକୁ ନେଇ ପରିବାରର ସମସ୍ତ ସଦସ୍ୟ ସେହି ସପ୍ତାହରେ ସେହି ବିଷୟ ଉପରେ କାହାଣୀ ଖୋଜି ପ୍ରତ୍ୟେକେ ଗୋଟିଏ ଗୋଟିଏ କାହାଣୀ କହିବେ ।
ଆପଣ ଦେଖନ୍ତୁ, ପରିବାରରେ କେତେବଡ଼ ଭଣ୍ଡାର ହୋଇଯିବ, ଗବେଷଣାର କେତେ ବଢ଼ିଆ କାମ ହୋଇଯିବ, ସମସ୍ତଙ୍କୁ କେତେ ଆନନ୍ଦ ଲାଗିବ ଏବଂ ପରିବାରରେ ଗୋଟିଏ ନୂଆ ପ୍ରାଣ, ନୂଆ ଶକ୍ତି ଆସିବ- ସେହିଭଳି ଆମେ ଆଉ ଗୋଟିଏ କାମ ମଧ୍ୟ କରିପାରିବା । ମୁଁ ଗଳ୍ପ ଶୁଣାଉଥିବା ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛୁ; ଆମେ କ’ଣ ଆମ ଗପମାନଙ୍କରେ ପରାଧୀନ ସମୟର ଯେତେ ପ୍ରେରଣାଦାୟକ କାହାଣୀ ଅଛି, ସେଗୁଡ଼ିକୁ ଗପ ଆକାରରେ ପ୍ରଚାର କରିପାରିବା! ବିଶେଷକରି 1857ରୁ 1947 ପର୍ଯ୍ୟନ୍ତ, ପ୍ରତ୍ୟେକ ଛୋଟମୋଟ ଘଟଣାକୁ ଏବେ ଆମର ନୂଆପିଢ଼ିକୁ କାହାଣୀ ମାଧ୍ୟମରେ ପରିଚିତ କରାଇପାରିବା । ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚିତ ଭାବେ ଏହି କାମ କରିବେ । କାହାଣୀ କହିବାର ଏହି କଳା ଦେଶରେ ଆହୁରି ଅଧିକ ମଜଭୁତ ହେଉ ଓ ଅଧିକ ପ୍ରଚାରପ୍ରସାର ହେଉ ଏବଂ ସହଜ ହେଉ, ସେଥିପାଇଁ ଆସନ୍ତୁ ଆମେ ସମସ୍ତେ ଚେଷ୍ଟା କରିବା ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତୁ କାହାଣୀର ଦୁନିଆରୁ ଆମେ ଏବେ ସାତ ସମୁଦ୍ର ପାରହୋଇ ସେପଟର ଏକ ସ୍ୱର ଶୁଣିବା!
“ନମସ୍ତେ, ଭାଇ ଓ ଭଉଣୀମାନେ, ମୋର ନାଁ ସେଦୁ ଦେମବେଲେ । ପଶ୍ଚିମ ଆଫ୍ରିକାର ଏକ ଦେଶ ମାଲିରେ ମୋର ଘର । ମୋତେ ଫେବୃଆରୀ ମାସରେ ଭାରତ ଭ୍ରମଣବେଳେ ସବୁଠୁ ବଡ଼ ଉତ୍ସବ କୁମ୍ଭମେଳାକୁ ଯିବାର ସୁଯୋଗ ମିଳିଥିଲା । ମୋ ପାଇଁ ଏହା ବହୁତ ଗର୍ବର କଥା । କୁମ୍ଭମେଳାକୁ ଯାଇ ମୋତେ ବହୁତ ଭଲ ଲାଗିଲା ଓ ଭାରତର ସଂସ୍କୃତିକୁ ଦେଖି ବହୁତ କିଛି ଶିଖିବାକୁ ମିଳିଲା । ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ଆମକୁ ଆଉଥରେ ଭାରତ ଭ୍ରମଣରେ ଯିବାକୁ ସୁଯୋଗ ଦିଆଯାଉ, ଯେପରିକି ଆମେ ଭାରତ ସମ୍ପର୍କରେ ଆହୁରି ଅଧିକ କିଛି ଶିଖିପାରିବୁ । ନମସ୍ତେ ।’’
ପ୍ରଧାନମନ୍ତ୍ରୀ : ଖୁବ୍ ମଜାଦାର ନା! ଇଏ ଥିଲେ ମାଲିର ସେଦୁ ଦେମବେଲେ । ମାଲି ଭାରତରୁ ଅନେକ ଦୂର ପଶ୍ଚିମ ଆଫ୍ରିକାର ଏକ ବଡ଼ ଏବଂ Land locked ଦେଶ । ସେଦୁ ଦେମବେଲେ ମାଲିର ଗୋଟିଏ ସହର କିଟାରେ ଏକ ଘରୋଇ ସ୍କୁଲରେ ଶିକ୍ଷକ ଅଛନ୍ତି । ସେ ପିଲାଙ୍କୁ ଇଂରେଜୀ, ସଂଗୀତ, ଚିତ୍ରକଳା ପଢ଼ାନ୍ତି, ଶିଖାନ୍ତି; କିନ୍ତୁ ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି- ଲୋକେ ତାଙ୍କୁ ମାଲିର ‘ହିନ୍ଦୁସ୍ତାନ କା ବାବୁ’ କହନ୍ତି ଏବଂ ଏପରି କୁହାଯିବାରେ ବହୁତ ଗର୍ବ ଅନୁଭବ କରନ୍ତି । ପ୍ରତ୍ୟେକ ରବିବାର ଅପରାହ୍ଣରେ ସେ ମାଲିରେ ଏକ ଘଂଟାର ରେଡିଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି । ଏହି କାର୍ଯ୍ୟକ୍ରମର ନାଁ Indian Frequency on Bollywood Songs । ଏହାକୁ ସେ ଗତ 23 ବର୍ଷ ଧରି ପ୍ରସ୍ତୁତ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଫରାସୀ ସହିତ ମାଲିର ଲୋକଭାଷା ‘ବମବାରା’ରେ ବି ଖୁବ୍ ନାଟକୀୟ ଢଙ୍ଗରେ ଉପସ୍ଥାପନା କରନ୍ତି । ଭାରତ ପ୍ରତି ତାଙ୍କ ମନରେ ଅଗାଧ ପ୍ରେମ ରହିଛି । ଭାରତ ସହ ତାଙ୍କର ଗଭୀର ସମ୍ପର୍କର ଆଉ ଏକ କାରଣ ହେଉଛି ତାଙ୍କ ଜନ୍ମ 15 ଅଗଷ୍ଟରେ ହୋଇଥିଲା । ସେଦୁ ଜୀ ଆଉ ଏକ ଦୁଇ ଘଣ୍ଟିଆ କାର୍ଯ୍ୟକ୍ରମ ଏବେ ପ୍ରତ୍ୟେକ ରବିବାର ରାତି 9ଟାରେ ଆରମ୍ଭ କରିଛନ୍ତି; ଏଥିରେ ସେ ଗୋଟିଏ ବଲିଉଡ଼ ଚଳଚ୍ଚିତ୍ରର ସଂପୂର୍ଣ୍ଣ କାହାଣୀ ଫରାସୀ ଓ ବମବାରା ଭାଷାରେ ଶୁଣାଇଥାନ୍ତି । ବେଳେବେଳେ ସେ କୌଣସି ଭାବପ୍ରବଣ ଦୃଶ୍ୟ ସମ୍ପର୍କରେ କହୁଥିବା ସମୟରେ ନିଜେ ମଧ୍ୟ ଏବଂ ତାଙ୍କର ଶ୍ରୋତା ମଧ୍ୟ ଏକାସାଂଗେ କାନ୍ଦିପକାନ୍ତି । ସେଦୁ ଜୀଙ୍କ ବାପା ହିଁ ତାଙ୍କୁ ଭାରତୀୟ ସଂସ୍କୃତି ସହ ତାଙ୍କର ପରିଚୟ କରାଇଥିଲେ । ତାଙ୍କ ବାପା ଚଳଚ୍ଚିତ୍ର ଏବଂ ମଂଚନାଟକରେ କାମ କରୁଥିଲେ ଓ ସେଠାରେ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେଉଥିଲା । ଏ ବର୍ଷ 15 ଅଗଷ୍ଟରେ ସେ ହିନ୍ଦୀରେ ଗୋଟିଏ ଭିଡିଓ ମାଧ୍ୟମରେ ଭାରତର ଲୋକଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଥିଲେ । ଆଜି ତାଙ୍କର ପିଲାମାନେ ଭାରତର ଜାତୀୟ ସଂଗୀତକୁ ସହଜରେ ଗାଆନ୍ତି । ଆପଣ ଏହି ଦୁଇଟି ଭିଡିଓ ନିଶ୍ଚିତ ଦେଖନ୍ତୁ ଏବଂ ତାଙ୍କର ଭାରତପ୍ରେମକୁ ଅନୁଭବ କରନ୍ତୁ । ସେଦୁ ଜୀ ଯେତେବେଳେ କୁମ୍ଭମେଳାକୁ ଆସିଥିଲେ ସେତେବେଳେ ସେ ସେହି ପ୍ରତିନିଧିଦଳର ଜଣେ ଥିଲେ, ଯାହାଙ୍କୁ ମୁଁ ଭେଟିଥିଲି । ଭାରତ ପାଇଁ ତାଙ୍କର ଏହିଭଳି ଆବେଗ, ସ୍ନେହ ଓ ଭଲ ପାଇବା ପ୍ରକୃତରେ ଆମପାଇଁ ଗର୍ବର ବିଷୟ ।
ମୋର ପ୍ରିୟ ଦେଶବାସୀଗଣ, ଆମର ଏଠି କୁହାଯାଏ ଯେ ମାଟି ସହ ଯିଏ ଯେତିକି ଜଡ଼ିତ ହୋଇ ରହିଥାଏ ସେ ବଡ଼ବଡ଼ ଝଡ଼ରେ ମଧ୍ୟ ଅଟଳ ରହିଥାଏ । କରୋନାର ଏହି କଠିନ ସମୟରେ ଆମର କୃଷିକ୍ଷେତ୍ର, ଆମର କୃଷକ ଏହାର ଜୀବନ୍ତ ଉଦାହରଣ । ଏହି ସଂକଟକାଳରେ ମଧ୍ୟ ଆମ ଦେଶର କୃଷିକ୍ଷେତ୍ର ନିଜର ଶକ୍ତି ଦେଖାଇଛି । ବନ୍ଧୁଗଣ, ଦେଶର କୃଷିକ୍ଷେତ୍ର, ଆମର କୃଷକ, ଆମର ଗାଁ, ଆତ୍ମନିର୍ଭର ଭାରତର ଆଧାର । ଏହା ମଜଭୁତ ହେଲେ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ମଜଭୁତ ହେବ । ବିଗତ କିଛି ଦିନରେ ଏହି କ୍ଷେତ୍ରଟି ନିଜକୁ ଅନେକ ବନ୍ଧନରୁ ମୁକ୍ତ କରିଛି, ଅନେକ କଥନକୁ ଭାଂଗିବାର ପ୍ରୟାସ କରିଛି । ମୋତେ ଅନେକ ଚାଷୀଙ୍କର ଚିଠି ମିଳେ, ଚାଷୀ ସଂଗଠନ ସହ ମୋର ଆଲୋଚନା ହୁଏ, ଯେଉଁମାନେ କହନ୍ତି କିପରି ଚାଷ ସହ ନୂଆନୂଆ କଥା ଯୋଡ଼ି ହେଉଛି, କିପରି କୃଷିରେ ପରିବର୍ତ୍ତନ ଆସୁଛି । ଯାହା ମୁଁ ତାଙ୍କଠାରୁ ଶୁଣିଛି, ଯାହା ଅନ୍ୟମାନଙ୍କଠାରୁ ଶୁଣିଛି, ଆଜି ‘ମନ କୀ ବାତ୍’ରେ ସେହି କୃଷକମାନଙ୍କର କିଛି କଥା ନିଶ୍ଚୟ ଆପଣମାନଙ୍କୁ ଶୁଣାଉଛି । ହରିୟାଣାର ସୋନିପତ ଜିଲ୍ଲାରେ ଆମର ଜଣେ ଚାଷୀଭାଇ ରହନ୍ତି ଯାହାଙ୍କ ନାମ ଶ୍ରୀ କଁୱର୍ ଚୌହାନ । ସେ କହିଥିଲେ ଯେ ଦିନ ଥିଲା କେମିତି ତାଙ୍କୁ ମଣ୍ଡି ବାହାରେ ନିଜର ଫଳ ଓ ପନିପରିବା ବିକିବା ପାଇଁ ବହୁତ ଅସୁବିଧା ହେଉଥିଲା । ଯଦି ସେ ମଣ୍ଡି ବାହାରେ ନିଜର ଫଳ ଓ ପନିପରିବା ବିକୁଥିଲେ, ଅନେକ ଥର ତାଙ୍କର ଫଳ, ପନିପରିବା, ଗାଡ଼ି ପର୍ଯ୍ୟନ୍ତ ଜବତ ହେଉଥିଲା । କିନ୍ତୁ 2014ରେ ଫଳ ଓ ପନିପରିବାକୁ ଏପିଏମସି ବିଧେୟକରୁ ବାହାର କରିଦିଆଗଲା । ଏହାଦ୍ୱାରା ତାଙ୍କୁ ଓ ତାଙ୍କର ଚାଷୀବନ୍ଧୁମାନଙ୍କୁ ବହୁତ ଲାଭ ହେଲା । ଚାରିବର୍ଷ ପୂର୍ବରୁ ସେ ନିଜ ଗାଁର ଚାଷୀ ବନ୍ଧୁମାନଙ୍କ ସହ ମିଶି ଏକ କୃଷକ ଉତ୍ପାଦକ ଗୋଷ୍ଠୀ ଗଢ଼ିଲେ । ଆଜି ଗାଁର ଚାଷୀମାନେ ମିଠା ମକା ଏବଂ ବେବି କର୍ନ ଚାଷ କରୁଛନ୍ତି । ତାଙ୍କ ଉତ୍ପାଦ ଆଜି ଦିଲ୍ଲୀର ଆଜାଦପୁର ମଣ୍ଡି, ବଡ଼ବଡ଼ ବ୍ୟବସାୟ ଚେନ ତଥା ପଞ୍ଚତାରକା ହୋଟେଲଗୁଡ଼ିକୁ ସିଧାସଳଖ ଯୋଗାଣ ହେଉଛି । ଆଜି ଗାଁର ଚାଷୀମାନେ ମିଠା ମକା ଓ ବେବି କର୍ନ ଚାଷରୁ ପ୍ରତିବର୍ଷ ଏକର ପିଛା ଅଢ଼େଇରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । କେବଳ ଏତିକି ନୁହେଁ, ଏହି ଗାଁର 60ରୁ ଅଧିକ ଚାଷୀ Net House ତିଆରି କରି, Poly House ତିଆରି କରି ଟମାଟୋ, କାକୁଡ଼ି, କ୍ୟାପ୍ସିକମ୍, ଏସବୁର ଭିନ୍ନ ଭିନ୍ନ କିସମ ଉତ୍ପାଦନ କରି ପ୍ରତିବର୍ଷ ଏକର ପିଛା 10ରୁ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ଜାଣନ୍ତି, ଏହି ଚାଷୀଙ୍କ ପାଖରେ ଅଲଗା କ’ଣ ଅଛି! ନିଜ ଫଳ-ପନିପରିବାକୁ କେଉଁଠି ମଧ୍ୟ, କାହାକୁ ମଧ୍ୟ ବିକିବାର ଶକ୍ତି ଅଛି ଏବଂ ଏହି ଶକ୍ତି ହିଁ ସେମାନଙ୍କ ପ୍ରଗତିର ଆଧାର । ଏବେ ଏହି ଶକ୍ତିର ଦେଶର ଅନ୍ୟ କୃଷକମାନଙ୍କୁ ମଧ୍ୟ ମିଳିଛି । କେବଳ ଫଳ-ପନିପରିବା ପାଇଁ ନୁହେଁ, ନିଜ ଖେତରେ ସେମାନେ ଯାହା ଉତ୍ପାଦନ କରୁଛନ୍ତି- ଧାନ, ଗହମ, ସୋରିଷ, ଆଖୁ ଯାହା ବି କରୁଛନ୍ତି ତାକୁ ସେମାନେ ନିଜ ଇଚ୍ଛା ଅନୁସାରେ ଯେଉଁଠି ଅଧିକ ଦାମ୍ ମିଳିବ ସେଇଠି ଏବେ ସେମାନଙ୍କୁ ବିକିବାର ସ୍ୱାଧୀନତା ମିଳିଯାଇଛି ।
ବନ୍ଧୁଗଣ, ତିନି ଚାରି ବର୍ଷ ପୂର୍ବେ ମହାରାଷ୍ଟ୍ରରେ ଫଳ-ପନିପରିବାକୁ ଏପିଏମସି ଅଧୀନରୁ ବାହାରକୁ ଅଣାଯାଇଥିଲା । ଏହି ପରିବର୍ତ୍ତନ କିପରି ମହାରାଷ୍ଟ୍ରରେ ଫଳ ଓ ପନିପରିବା ଚାଷ କରୁଥିବା ଚାଷୀଙ୍କର ସ୍ଥିତିକୁ ବଦଳାଇ ଦେଇଛି, ଏହାର ଉଦାହରଣ ହେଉଚି Sri Swami Samarth Farmer’s Producer Company Limited– ଏହା ଚାଷୀମାନଙ୍କର ଏକ ଗୋଷ୍ଠୀ । ପୁଣେ ଓ ମୁମ୍ବାଇରେ ଚାଷୀ ସାପ୍ତାହିକ ବଜାର ନିଜେ ଚଳାଉଛନ୍ତି । ଏହି ବଜାରଗୁଡ଼ିକରେ ପ୍ରାୟ 70 ଗାଁର ସାଢ଼େ ଚାରି ହଜାର ଚାଷୀଙ୍କ ଉତ୍ପାଦ ସିଧାସଳଖ ବିକ୍ରି ହୋଇଥାଏ- କୌଣସି ମଧ୍ୟସ୍ଥ ନଥାନ୍ତି । ଗ୍ରାମ ଯୁବକମାନେ ସିଧା ବଜାରରେ ଚାଷ ଓ ଉତ୍ପାଦ ବିକ୍ରି ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି- ଏହାର ସିଧା ଲାଭ ଚାଷୀଙ୍କୁ ହିଁ ହୋଇଥାଏ; ଗାଁର ଯୁବପିଢ଼ିକୁ ରୋଜଗାର ଦେଇଥାଏ ।
ଆଉ ଗୋଟିଏ ଉଦାହରଣ, ତାମିଲନାଡୁର ଥେନି ଜିଲ୍ଲାର । ଏଇଠି ତାମିଲନାଡୁ କଦଳୀ ଉତ୍ପାଦକ କୃଷକ କମ୍ପାନୀ । ଏହି କୃଷକ କମ୍ପାନୀ କହିବାକୁ ସିନା କମ୍ପାନୀ, ପ୍ରକୃତରେ ଚାଷୀମାନେ ମିଳିମିଶି ନିଜେ ଏହି ଗୋଷ୍ଠୀ ଗଠନ କରିଛନ୍ତି । ଖୁବ୍ ନମନୀୟ ବ୍ୟବସ୍ଥା, ଏବଂ ତାହା ମଧ୍ୟ ପାଞ୍ଚ-ଛଅ ବର୍ଷ ପୂର୍ବେ ସେମାନେ ଗଢ଼ିଛନ୍ତି । ଏହି କୃଷକଗୋଷ୍ଠୀ ଲକ୍ଡାଉନ ସମୟରେ ଆଖପାଖ ଗାଁରୁ ଶହଶହ ମେଟ୍ରିକ୍ ଟନ ପନିପରିବା, ଫଳ ଓ କଦଳୀ କିଣିଥିଲେ ଏବଂ ଚେନ୍ନଇ ସହରକୁ ପନିପରିବା ଏବଂ ଫଳର Combo Kit ଯୋଗାଇଥିଲେ । ଆପଣ ଚିନ୍ତା କରନ୍ତୁ, ସେମାନେ କେତେ ଯୁବକଯୁବତୀଙ୍କୁ ରୋଜଗାର ଦେଇଥିବେ, ଆଉ ମଜାକଥା ହେଲା ଯେ ମଧ୍ୟସ୍ଥ ନଥିବା ଯୋଗୁ ଚାଷୀମାନଙ୍କର ବହୁତ ଲାଭ ହେଲା ଓ ଉପଭୋକ୍ତାଙ୍କୁ ମଧ୍ୟ ଲାଭ ମିଳିଲା । ସେହିପରି ଲକ୍ଷ୍ନୌରେ ମଧ୍ୟ ଏକ କୃଷକ ଗୋଷ୍ଠୀ ରହିଛି । ସେମାନେ ନାଁ ରଖିଛନ୍ତି “ଇରାଦା ଫାର୍ମର ପ୍ରୋଡ୍ୟୁସର୍” । ଏମାନେ ମଧ୍ୟ ଲକଡାଉନ ସମୟରେ ଚାଷୀମାନଙ୍କର ଖେତରୁ ସିଧାସଳଖ ଫଳ ଓ ପନିପରିବା ନେଇଥିଲେ ଓ ସିଧାଯାଇ ଲକ୍ଷ୍ନୌ ବଜାରରେ ବିକିଲେ- ମଧ୍ୟସ୍ଥଙ୍କଠାରୁ ମୁକ୍ତି ମିଳିଲା ଏବଂ ନିଜ ମନ ମୁତାବକ ଦାମ୍ ମଧ୍ୟ ସେମାନେ ପାଇଲେ । ବନ୍ଧୁଗଣ, ଗୁଜରାଟ ବନାସକାଣ୍ଠାର ରାମପୁରା ଗାଁରେ ଇସ୍ମାଇଲ୍ ଭାଇ ନାମକ ଜଣେ ଚାଷୀ ରହନ୍ତି । ତାଙ୍କ କାହାଣୀ ବି ବହୁତ ମଜାଦାର । ଇସ୍ମାଇଲ୍ ଭାଇ ଚାଷ କରିବାକୁ ଚାହୁଁଥିଲେ, କିନ୍ତୁ ଏବେ, ଯେମିତି ଅନ୍ୟମାନେ ଭାବୁଛନ୍ତି ତାଙ୍କ ପରିବାରକୁ ବି ଲାଗୁଥିଲା ଯେ ଇସ୍ମାଇଲ୍ ଭାଇ ଏ କି କଥା କହୁଛନ୍ତି! ଇସ୍ମାଇଲ୍ ଭାଇଙ୍କ ବାପା ଚାଷ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ପ୍ରାୟ କ୍ଷତି ହେଉଥିଲା । ତେଣୁ ବାପା ମନା ମଧ୍ୟ କରିଥିଲେ, କିନ୍ତୁ ପରିବାର ଲୋକଙ୍କ ମନା କରିବା ସତ୍ୱେ ଇସ୍ମାଇଲ୍ ଭାଇ ସ୍ଥିର କଲେ ଯେ ସେ ଚାଷ ହିଁ କରିବେ । ଇସ୍ମାଇଲ୍ ଭାଇ ନିଷ୍ପତ୍ତି କରିସାରିଥିଲେ ଯେ ଯଦି ଚାଷ କ୍ଷତିର ବେଉସା, ତେବେ ସେ ଏହି ଭାବନା ଓ ସ୍ଥିତି, ଦୁଇଟିକୁ ପରିବର୍ତ୍ତନ କରି ଦେଖାଇବେ । ସେ ଚାଷ ଆରମ୍ଭ କଲେ, କିନ୍ତୁ ନୂଆ ପଦ୍ଧତିରେ, ଅଭିନବ ଉପାୟରେ । ସେ ବୁନ୍ଦା ଜଳସେଚନ କରି ଆଳୁଚାଷ ଆରମ୍ଭ କଲେ ଏବଂ ଆଜି ତାଙ୍କର ଆଳୁ ଏକ ପରିଚୟ ସୃଷ୍ଟି କରିଛି । ସେ ଏପରି ଆଳୁ ଉତ୍ପାଦନ କରୁଛନ୍ତି, ଯାହାର ମାନ ବହୁତ ଭଲ । ଇସ୍ମାଇଲ୍ ଭାଇ ଏହି ଆଳୁକୁ ସିଧା ବଡ଼ବଡ଼ କମ୍ପାନୀକୁ ବିକିଥାନ୍ତି, ମଧ୍ୟସ୍ଥଙ୍କର ନାଁ ଗନ୍ଧ ନଥାଏ ଆଉ ପରିଣାମରେ ବହୁତ ଭଲ ଲାଭ କରୁଛନ୍ତି । ଏବେ ତ ସେ ବାପାଙ୍କର ଋଣ ମଧ୍ୟ ପରିଶୋଧ କରିସାରିଛନ୍ତି ଏବଂ ସବୁଠୁ ବଡ଼ କଥା କ’ଣ ଜାଣନ୍ତି, ଇସ୍ମାଇଲ୍ ଭାଇ ଆଜି ନିଜ ଅଂଚଳର ଶହଶହ ଅନ୍ୟ ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି । ସେମାନଙ୍କର ମଧ୍ୟ ଜୀବନ ପରିବର୍ତ୍ତନ ହେଉଛି ।
ବନ୍ଧୁଗଣ, ଆଜିର ଦିନରେ ଆମେ ଚାଷକୁ ଯେତେ ଆଧୁନିକ ବିକଳ୍ପ ଦେବା, ତାହା ସେତିକି ଆଗକୁ ବଢ଼ିବ, ସେଥିରେ ନୂଆନୂଆ ପଦ୍ଧତି ଆସିବ, ଅଭିନବ ଉପାୟମାନ ଯୋଡ଼ିହେବ । ମଣିପୁରରେ ରହୁଥିବା ବିଜୟଶାନ୍ତି ଏକ ନୂଆ ନବୋନ୍ମେଷ ପାଇଁ ବେଶ୍ ଚର୍ଚାରେ ଅଛନ୍ତି । ସେ ପଦ୍ମନାଡ଼ରୁ ସୂତା ତିଆରି କରିବାର ଷ୍ଟାର୍ଟ ଅପ ଆରମ୍ଭ କରିଛନ୍ତି । ଆଜି ତାଙ୍କର ନବୋନ୍ମେଷ ଯୋଗୁଁ ପଦ୍ମଫୁଲ ଚାଷ ଏବଂ ଟେକ୍ସଟାଇଲରେ ଏକ ନୂତନ ବାଟ ତିଆରି ହୋଇଛି ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ଅତୀତର ଗୋଟିଏ ଘଟଣା ଭିତରକୁ ନେଇଯିବାକୁ ଚାହୁଁଛି । ଶହେ ଏକ ବର୍ଷର ପୁରୁଣା କଥା । 1919 ମସିହା । ଇଂରେଜ ଶାସକ ଜାଲିଆନାୱାଲାବାଗରେ ନିର୍ଦ୍ଦୋଷ ଲୋକଙ୍କର ଗଣସଂହାର କରିଥିଲେ । ଏହି ନରସଂହାର ପରେ ଜଣେ ବାରବର୍ଷର ପିଲା ସେହି ଘଟଣାସ୍ଥଳକୁ ଯାଇଥିଲା । ସେହି ଖୁସମିଜାଜ୍ ଓ ଚପଳ ବାଳକ କିନ୍ତୁ ଜାଲିଆନାୱାଲାବାଗରେ ଯାହା ଦେଖିଲା, ତାହା ତା’ପାଇଁ ଥିଲା ଅଚିନ୍ତନୀୟ । ଏକଥା ଭାବି ସେ ସ୍ତବ୍ଧ ହୋଇଯାଇଥିଲା ଯେ କେହି କ’ଣ ଏତେ ନିର୍ଦ୍ଦୟ ହୋଇପାରେ! ସେହି କୋମଳମତି ବାଳକ କ୍ରୋଧଜର୍ଜରିତ ହୋଇପଡ଼ିଲା । ସେହି ଜାଲିଆନାୱାଲାବାଗରେ ସେ ଇଂରେଜ ଶାସନ ବିରୋଧରେ ଲଢ଼ିବା ପାଇଁ ପ୍ରତିଜ୍ଞା କଲା । ଆପଣ କ’ଣ ଜାଣିପାରିଲେଣି ଯେ ମୁଁ କାହା କଥା କହୁଛି? ହଁ, ମୁଁ ଶହୀଦ ବୀର ଭଗତ ସିଂହଙ୍କ କଥା କହୁଛି । ଆସନ୍ତାକାଲି 28 ସେପ୍ଟେମ୍ବରରେ ଆମେ ଶହୀଦ ବୀର ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବା । ମୁଁ ସମସ୍ତ ଦେଶବାସୀଙ୍କ ସହ ସାହସ ଓ ବୀରତାର ପ୍ରତୀକ ଶହୀଦ ବୀର ଭଗତ ସିଂହଙ୍କୁ ପ୍ରଣିପାତ କରୁଛି । ଆପଣ କ’ଣ କଳ୍ପନା କରିପାରିବେ ଯେ ପୃଥିବୀର ଏତେ ବଡ଼ ଅଂଶରେ ରାଜୁତି କରୁଥିବା ଶାସକ, ଯାହାଙ୍କ ସମ୍ପର୍କରେ କୁହାଯାଉଥିଲା ଯେ ତାଙ୍କ ଶାସନରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ- ଏତେ ଶକ୍ତିଶାଳୀ ଶାସକ ଜଣେ 23 ବର୍ଷର ଯୁବକ ପାଇଁ ଭୟଭୀତ ହୋଇଯାଇଥିଲା । ଶହୀଦ ଭଗତ ସିଂହ ପରାକ୍ରମୀ ହେବା ସହ ବିଦ୍ୱାନ ମଧ୍ୟ ଥିଲେ, ଚିନ୍ତକ ଥିଲେ । ନିଜ ଜୀବନର ଚିନ୍ତା ନକରି ଭଗତ ସିଂହ ଓ ତାଙ୍କ କ୍ରାନ୍ତିବୀର ସାଥୀଗଣ ଏପରି ସାହସିକ କାର୍ଯ୍ୟ କରଥିଲେ, ଯାହାର ଦେଶ ସ୍ୱାଧୀନତାରେ ବହୁତ ବଡ଼ ଯୋଗଦାନ ଥିଲା ।
ବୀର ଭଗତ ସିଂହଙ୍କ ଜୀବନର ଆଉ ଏକ ସୁନ୍ଦର ଦିଗ ହେଉଛି ଯେ ସେ ଏକତା ଶକ୍ତିର ମହତ୍ୱକୁ ଖୁବ୍ ଭଲଭାବେ ବୁଝିଥିଲେ । ଲାଲା ଲାଜପତ ରାୟଙ୍କ ପ୍ରତି ତାଙ୍କର ସମର୍ପଣ ହେଉ ବା ଚନ୍ଦ୍ରଶେଖର ଆଜାଦ, ସୁଖଦେବ, ରାଜଗୁରୁ ସମେତ କ୍ରାନ୍ତିକାରୀମାନଙ୍କ ସହ ତାଙ୍କର ସମ୍ପର୍କ ଅତୁଟ ଥିଲା, ତାଙ୍କ ପାଇଁ କେବେ ବ୍ୟକ୍ତିଗତ ଗୌରବ ମହତ୍ୱପୂର୍ଣ୍ଣ ନଥିଲା । ସେ ଯେପର୍ଯ୍ୟନ୍ତ ଜୀବିତ ଥିଲେ, କେବଳ ଗୋଟିଏ ଲକ୍ଷ୍ୟକୁ ନେଇ ବଂଚିଥିଲେ । ଆଉ ସେଇଥିପାଇଁ ନିଜକୁ ବି ବଳିଦାନ ଦେଇଥିଲେ- ସେହି ଲକ୍ଷ୍ୟ ଥିଲା ଭାରତକୁ ଅନ୍ୟାୟ ଓ ଇଂରେଜ ଶାସନରୁ ମୁକ୍ତ କରିବା । ମୁଁ NaMo Appରେ ହାଇଦ୍ରାରାବାଦର ଅଜୟ ଏସ୍. ଜୀଙ୍କ ଏକ ମନ୍ତବ୍ୟ ପଢ଼ୁଥିଲି । ଅଜୟ ଜୀ ଲେଖିଛନ୍ତି- ଆଜିର ଯୁବପିଢ଼ି କିଭଳି ଭଗତ ସିଂହଙ୍କ ଭଳି ହୋଇପାରିବେ? ଦେଖନ୍ତୁ! ଆମେ ଭଗତ ସିଂହ ହୋଇପାରୁ କି ନହୋଇପାରୁ, କିନ୍ତୁ ଭଗତ ସିଂହଙ୍କ ଭଳି ଦେଶପ୍ରେମ, ଦେଶ ପାଇଁ କିଛି କରିବାର ଆବେଗ, ନିଶ୍ଚିତ ଭାବେ ଆମ ସମସ୍ତଙ୍କ ଭିତରେ ରହୁ । ଏହା ସହିଦ ଭଗତ ସିଂହଙ୍କ ପ୍ରତି ଆମର ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ । ଚାରିବର୍ଷ ପୂର୍ବେ ପ୍ରାୟ ଏହି ସମୟ ଥିଲା, ଯେତେବେଳେ surgical strike ସମୟରେ ବିଶ୍ୱ ଆମ ଯବାନଙ୍କ ସାହାସ, ଶୌର୍ଯ୍ୟ ଓ ନିର୍ଭୀକତା ଦେଖିଥିଲା । ଆମ ବାହାଦୂର ସୈନିକଙ୍କର ଗୋଟିଏ ହିଁ ଲକ୍ଷ୍ୟ ଓ ଗୋଟିଏ ହିଁ ଉଦ୍ଦେଶ୍ୟ ଥିଲା କୌଣସି ମୂଲ୍ୟ ବିନିମୟରେ ଭାରତମାଆର ଗୌରବ ଓ ସମ୍ମାନ ରକ୍ଷା କରିବା । ସେମାନେ ନିଜ ଜୀବନ ପାଇଁ ସାମାନ୍ୟତମ ଭ୍ରୂକ୍ଷେପ କରିନଥିଲେ । ସେମାନେ ନିଜ କର୍ତ୍ତବ୍ୟପଥରେ ଆଗେଇ ଚାଲିଲେ ଓ ଆମେ ସମସ୍ତେ ଦେଖିଲେ ଯେ ସେମାନେ କିପରି ବିଜୟୀ ହୋଇ ଆମ ସାମ୍ନାକୁ ଆସିଲେ । ଭାରତମାତାର ଗୌରବ ବଢ଼ାଇଲେ ।
ମୋର ପ୍ରିୟ ଦେଶବାସୀଗଣ, ଆଗାମୀ ଦିନଗୁଡ଼ିକରେ ଆମେ ଦେଶବାସୀ, ଅନେକ ମହାନ ବ୍ୟକ୍ତିଙ୍କୁ ମନେ ପକାଇବା, ଯାହାଙ୍କର ଭାରତ ନିର୍ମାଣରେ ଅବିସ୍ମରଣୀୟ ଯୋଗଦାନ ରହିଛି । 2 ଅକ୍ଟୋବର ଆମ ସମସ୍ତଙ୍କ ପାଇଁ ପବିତ୍ର ଓ ପ୍ରେରଣାଦାୟକ ଦିବସ ହୋଇଥାଏ । ଏହି ଦିନ ଭାରତମାଆର ଦୁଇ ସୁପୁତ୍ର ମହାତ୍ମା ଗାନ୍ଧୀ ଓ ଲାଲାବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇବାର ଦିନ । ପୂଜ୍ୟ ବାପୁଙ୍କର ବିଚାର ଓ ଆଦର୍ଶ ଆଜି ପୂର୍ବାପେକ୍ଷା ବହୁତ ଅଧିକ ପ୍ରାସଙ୍ଗିକ । ମହାତ୍ମା ଗାନ୍ଧୀଙ୍କର ଯେଉଁ ଆର୍ଥିକ ଚିନ୍ତନ ଥିଲା, ଯଦି ତାହା ଅନୁସରଣ କରାଯାଇଥାନ୍ତା, ବୁଝାଯାଇଥାନ୍ତା, ତା’ର ଅନୁଗମନ କରାଯାଇଥାନ୍ତା, ତେବେ ଆଜି ଆତ୍ମନିର୍ଭର ଭାରତ ଅଭିଯାନର ଆବଶ୍ୟକତା ପଡ଼ିନଥାନ୍ତା । ଗାନ୍ଧିଜୀଙ୍କ ଆର୍ଥିକ ଚିନ୍ତନରେ ଭାରତର କୋଣଅନୁକୋଣର ଚିନ୍ତନ ରହିଥିଲା, ଭାରତର ବାସ୍ନା ରହିଥିଲା । ପୂଜ୍ୟ ବାପୁଙ୍କର ଜୀବନ ଆମକୁ ମନେ ପକାଇଦିଏ ଯେ ଆମର ପ୍ରତ୍ୟେକ କାର୍ଯ୍ୟ ଏପରି ହେବ, ଯାହାଦ୍ୱାରା ଗରିବରୁ ଗରିବ ବ୍ୟକ୍ତିର ମଙ୍ଗଳ ହେବ, ଆମେ ତାହା ସୁନିଶ୍ଚିତ କରିବା । ସେହିପରି ଶାସ୍ତ୍ରୀଜୀଙ୍କ ଜୀବନ ଆମକୁ ବିନମ୍ରତା ଓ ସରଳତାର ସନ୍ଦେଶ ଦିଏ । 11 ଅକ୍ଟୋବର ମଧ୍ୟ ଆମପାଇଁ ବିଶେଷ ଦିନ । ଏହି ଦିନ ଆମର ଭାରତରତ୍ନ ଲୋକନାୟକ ଜୟପ୍ରକାଶ ଜୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରିଥାଉ । ଜେ.ପି. ଆମର ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ । ଆମେ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ମଧ୍ୟ ମନେ ପକାଉ, ଯାହାଙ୍କ ଜୟନ୍ତୀ ମଧ୍ୟ ସେହି 11 ତାରିଖରେ । ନାନାଜୀ ଦେଶମୁଖ ଜୟପ୍ରକାଶ ନାରାୟଣ ଜୀଙ୍କ ବହୁତ ଘନିଷ୍ଠ ବନ୍ଧୁ ଥିଲେ । ଯେତେବେଳେ ଜେ.ପି. ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିଲେ, ଯେତେବେଳେ ପାଟନାରେ ତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ହୋଇଥିଲା । ସେହି ସମୟରେ ନାନାଜୀ ଦେଶମୁଖ ସେହି ଆକ୍ରମଣକୁ ନିଜ ଉପରକୁ ନେଇଯାଇଥିଲେ । ଏହି ଆକ୍ରମଣରେ ନାନାଜୀଙ୍କୁ ବହୁତ ଆଘାତ ଲାଗିଥିଲା, କିନ୍ତୁ ଜେ.ପି.ଙ୍କ ଜୀବନ ବଞ୍ଚାଇବାରେ ସେ ସଫଳ ହୋଇଥିଲେ । ଏହି 12 ଅକ୍ଟୋବରରେ ରାଜମାତା ବିଜୟରାଜେ ସିନ୍ଧିଆ ଜୀଙ୍କ ମଧ୍ୟ ଜୟନ୍ତୀ । ସେ ତାଙ୍କର ସମଗ୍ର ଜୀବନ ଲୋକଙ୍କ ସେବାରେ ସମର୍ପି ଦେଇଥିଲେ । ସେ ଏକ ରାଜପରିବାରର ଥିଲେ, ତାଙ୍କ ପାଖରେ ସଂପତି, ଶକ୍ତି ଓ ଅନ୍ୟ ସଂସାଧନର କୌଣସି ଅଭାବ ନ ଥିଲା । ତଥାପି ମାଆଟିଏ ଭଳି ବାତ୍ସଲ୍ୟ ଭାବନେଇ ଜନସେବାରେ ନିଜ ଜୀବନକୁ ଲଗାଇଦେଇଥିଲେ । ତାଙ୍କ ହୃଦୟ ବହୁତ ଉଦାର ଥିଲା । ଏହି 12 ଅକ୍ଟୋବରରେ ତାଙ୍କ ଜନ୍ମଶତାବ୍ଦୀ ବର୍ଷ ସମାରୋହର ସମାପନ ଦିବସ ହେବ ଏବଂ ଆଜି ଯେତେବେଳେ ମୁଁ ରାଜମାତା ଜୀଙ୍କ କଥା କହୁଛି, ମୋର ମଧ୍ୟ ଗୋଟିଏ ଭାବପ୍ରବଣ କରିଦେବା ଭଳି ଘଟଣା ମନେପଡ଼ୁଛି । ଏମିତିରେ ତ ତାଙ୍କ ସହ ବହୁ ବର୍ଷ କାମ କରିବାର ମୋତେ ସୁଯୋଗ ମିଳିଥିଲା, ବହୁତ ଘଟଣା ଘଟିଛି ଅଛି; କିନ୍ତୁ ଆଜି ଗୋଟିଏ ଘଟଣା ବିଷୟରେ କହିବାକୁ ଇଚ୍ଛା କରୁଛି । କନ୍ୟାକୁମାରୀରୁ କାଶ୍ମୀର, ଆମେ ଏକତା ଯାତ୍ରାରେ ବାହାରିଥିଲୁ । ଡା. ମୁରଲୀ ମନୋହର ଜୋଶୀ ଜୀଙ୍କ ନେତୃତ୍ୱରେ ଏହି ଯାତ୍ରା ଚାଲିଥିଲା । ଡିସେମ୍ବର ଜାନୁଆରୀର ପ୍ରବଳ ଥଣ୍ଡାଦିନ ଥିଲା । ଆମେ ରାତି ବାରଟା-ଗୋଟାଏରେ ମଧ୍ୟପ୍ରଦେଶ, ଗ୍ୱାଲିୟର ନିକଟସ୍ଥ ଶିବପୁରୀରେ ପହଂଚିଲୁ । ରହଣୀସ୍ଥଳରେ ପହଂଚିଲା ପରେ ଦିନସାରାର କ୍ଳାନ୍ତି ପରେ ଗାଧୋଇ ପାଧୋଇ ଶୋଉଥିଲୁ ଆଉ ସକାଳୁ ପୁଣି ପ୍ରସ୍ତୁତ ହୋଇଯାଉଥିଲୁ । ପ୍ରାୟ 2ଟା ହେବ, ମୁଁ ଗାଧୋଇପାଧୋଇ ଶୋଇବା ପାଇଁ ପ୍ରସ୍ତୁତ ହେଉଛି, ସେତେବେଳେ କିଏ ଜଣେ କବାଟ ଠକ୍ ଠକ୍ କଲେ । ମୁଁ କବାଟ ଖୋଲିଲାପରେ ଦେଖିଲି ଯେ ରାଜମାତା ଜୀ ମୋ ସାମ୍ନାରେ ଛିଡ଼ା ହୋଇଛନ୍ତି । ପ୍ରବଳ ଥଣ୍ଡାରେ ରାଜମାତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ମାଆଙ୍କୁ ପ୍ରଣାମ କଲି । ମୁଁ କହିଲି ମାଆ ଆପଣ ରାତି ଅଧରେ! ସେ କହିଲେ, ମୋଦୀଜୀ, ଏଇ ନିଅ ଗରମ କ୍ଷୀର ପିଇ ଶୋଇଯାଅ । ହଳଦୀମିଶା କ୍ଷୀର ସେ ନିଜେ ଆଣି ଆସିଥିଲେ । ହଁ, କିନ୍ତୁ ପରଦିନ ମୁଁ ଯେତେବେଳେ ଦେଖିଲି, ସେ କେବଳ ମୋତେ ନୁହଁ, ଆମର ଯାତ୍ରା ବ୍ୟବସ୍ଥାରେ ଯେଉଁ 30-40 ଜଣ ଲୋକ ଥିଲେ, ଯେଉଁଥିରେ ଡ୍ରାଇଭର୍ ଆଉ କର୍ମକର୍ତ୍ତା ଥିଲେ, ପ୍ରତ୍ୟେକଙ୍କ କୋଠରିକୁ ଯାଇ ନିଜେ ରାତି 2ଟାରେ କ୍ଷୀର ପିଇବାକୁ ଦେଇଥିଲେ । ମାଆର ମମତା କ’ଣ, ବାତ୍ସଲ୍ୟ କ’ଣ, ସେହି ଘଟଣାକୁ ମୁଁ କେବେ ଭୁଲିପାରିବି ନାହିଁ । ମୋର ସୌଭାଗ୍ୟ ଯେ ଏପରି ମହାନ ବ୍ୟକ୍ତିମାନେ ଆମର ଏହି ମାଟିକୁ ନିଜ ତ୍ୟାଗ ଓ ତପସ୍ୟାରେ ଧନ୍ୟ କରିଛନ୍ତି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏପରି ଏକ ଭାରତ ନିର୍ମାଣ କରିବା, ଯେଉଁଥିପାଇଁ ଆମ ମହାପୁରୁଷଙ୍କୁ ଗର୍ବ ଅନୁଭବ ହେବ । ସେମାନଙ୍କ ସ୍ୱପ୍ନକୁ ନିଜର ସଂକଳ୍ପ କରିବା ।
ମୋର ପ୍ରିୟ ଦେଶବାସୀଗଣ, ଏହି କରୋନା କାଳଖଣ୍ଡରେ ମୁଁ ପୁଣିଥରେ ଆପଣମାନଙ୍କୁ ମନେ ପକାଇଦେଉଛି ଯେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ, ମୁହଁ ନ ଢାଙ୍କି ବାହାରକୁ ଯାଆନ୍ତୁ ନାହିଁ । ଦୁଇ ମିଟର ଦୂରତାର ନିୟମ ଆପଣଙ୍କ ଜୀବନ ବଞ୍ଚାଇପାରେ, ଆପଣଙ୍କ ପରିବାରକୁ ମଧ୍ୟ ବଞ୍ଚାଇପାରେ । ଏହି କେତୋଟି ନିୟମ, ଏଇ କରୋନା ବିରୋଧରେ ଲଢ଼େଇର ଅସ୍ତ୍ର; ପ୍ରତ୍ୟେକ ନାଗରିକର ଜୀବନକୁ ବଞ୍ଚାଇବା ପାଇଁ ଶକ୍ତିଶାଳୀ ମାଧ୍ୟମ ଏବଂ ଆଉ ଆମେ ଭୁଲିଯିବାନି ଯେପର୍ଯ୍ୟନ୍ତ ଔଷଧ ବାହାରି ନାହିଁ ସେପର୍ଯ୍ୟନ୍ତ ଆମେ ଢିଲା ହେବାନାହିଁ । ଆପଣ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର ସୁସ୍ଥ ରହୁ, ଏହି ଶୁଭକାମନା ସହ ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ସାଧାରଣତଃ ଏହି ସମୟରେ ପାର୍ବଣ ଋତୁ ଚାଲିଥାଏ । ସ୍ଥାନେ ସ୍ଥାନେ ମେଳା-ମହୋତ୍ସବ ଚାଲିଥାଏ, ଧାର୍ମିକ ପୂଜା ଆରାଧନା ହେଉଥାଏ । କରୋନାର ଏହି ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ତ ରହିଛି, କିନ୍ତୁ ଆମ ସମସ୍ତଙ୍କ ମନକୁ ଛୁଇଁଗଲା ଭଳି ଶୃଙ୍ଖଳା ଭାବ ମଧ୍ୟ ରହିଛି । ଏକ ପ୍ରକାର କହିବାକୁ ଗଲେ, ନାଗରିକମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ମଧ୍ୟ ରହିଛି । ଲୋକେ ନିଜର ଯତ୍ନ ନେବା ସହ ଅନ୍ୟମାନଙ୍କ ପ୍ରତି ମଧ୍ୟ ଯତ୍ନବାନ ହୋଇ ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି । ଦେଶରେ ହେଉଥିବା ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତା ଏବଂ ଆଡମ୍ବରଶୂନ୍ୟତା ଏଥର ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ । ଗଣେଶୋତ୍ସବ ମଧ୍ୟ କେଉଁଠି ଅନଲାଇନ ପାଳନ କରାଯାଇଛି, ତ କେଉଁଠି ପରିବେଶ ଅନୁକୂଳ (ଇକୋ ଫ୍ରେଣ୍ଡଲି) ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି । ବନ୍ଧୁଗଣ, ସୂକ୍ଷ୍ମତାର ସହ ଅନୁଧ୍ୟାନ କଲେ ଗୋଟିଏ କଥା ଆମ ଦୃଷ୍ଟିକୁ ନିଶ୍ଚୟ ଆସିବ – ତାହାହେଲା ଆମ ପର୍ବପର୍ବାଣୀ ଓ ପରିବେଶ । ଏଇ ଦୁଇଟି ମଧ୍ୟରେ ଖୁବ ଗଭୀର ସମ୍ପର୍କ ରହିଛି । ଏକପକ୍ଷରେ ଆମ ପର୍ବପର୍ବାଣୀ ପଛରେ ପରିବେଶ ଏବଂ ପ୍ରକୃତି ସହିତ ସହାବସ୍ଥାନର ବାର୍ତ୍ତା ରହୁଛି, ଅପରପକ୍ଷରେ ଅନେକ ପର୍ବ ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ହିଁ ପାଳନ କରାଯାଉଛି । ଯେମିତିକି, ବିହାରର ପଶ୍ଚିମ ଚମ୍ପାରଣରେ ଶହ ଶହ ବର୍ଷଧରି ଥାରୁ ଆଦିବାସୀ ସମାଜର ଲୋକମାନେ 60 ଘଣ୍ଟାର ଲକଡାଉନ ବା ସେମାନଙ୍କ ଭାଷାରେ କହିଲେ 60 ଘଣ୍ଟାର ବର୍ନା ପାଳନ କରିଥାନ୍ତି । ପ୍ରକୃତିର ସୁରକ୍ଷା ପାଇଁ ବର୍ନାକୁ ଥାରୁ ସମାଜ ନିଜ ପରମ୍ପରାର ଅଂଶ କରିଦେଇଛନ୍ତି । ଏହି ସମୟରେ ନା କେହି ଗାଁକୁ ଆସନ୍ତି, ଆଉ ନା କେହି ନିଜ ଘରୁ ବାହାରନ୍ତି । ଏହି ସମୟରେ ଲୋକଙ୍କ ଯିବା ଆସିବା ହେଲେ କିମ୍ବା ସେମାନେ ଘରୁ ବାହାରିଲେ ନୂଆ ଗଛଲତାର କ୍ଷତି ହୋଇପାରେ ବୋଲି ସେମାନଙ୍କ ଧାରଣା ରହିଛି । ବର୍ନା ଆରମ୍ଭରେ ଆମର ଏହି ଆଦିବାସୀ ଭାଇ-ଭଉଣୀମାନେ ପୂଜା-ଅର୍ଚ୍ଚନା କରନ୍ତି ଏବଂ ଏହାର ସମାପ୍ତିରେ ଆନନ୍ଦ ଉଲ୍ଲାସ ସହ ଆଦିବାସୀ ପରମ୍ପରାରେ ନାଚ-ଗୀତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ ।
ବନ୍ଧୁଗଣ, ଏହି ସମୟରେ ଓଣମ୍ ପର୍ବ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି । ଚିଙ୍ଗମ୍ ମାସରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲୋକେ କିଛି ନୂଆ ଜିନିଷ କିଣନ୍ତି, ନିଜ ଘର ସଜାନ୍ତି, ପୁକ୍କଲମ୍ ତିଆରି କରନ୍ତି । ଓଣମ୍-ସଦିୟାର ମଧ୍ୟ ମଜା ନିଅନ୍ତି, ବିଭିନ୍ନ ପ୍ରକାରର ଖେଳ ଓ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥାଏ । ଓଣମର ଆନନ୍ଦ-ଉଲ୍ଲାସ ତ ଏବେ ସୁଦୂର ଦେଶ-ବିଦେଶକୁ ମଧ୍ୟ ବ୍ୟାପିସାରିଲାଣି । ଆମେରିକା ହେଉ, ୟୁରୋପ ହେଉ ବା ଉପସାଗରୀୟ ଦେଶଗୁଡ଼ିକ ହେଉ – ଓଣମର ଆନନ୍ଦ ଆପଣ ସବୁଠି ଦେଖିବାକୁ ପାଇବେ । ଓଣମ୍ ଗୋଟିଏ ଆନ୍ତର୍ଜାତିକ ଉତ୍ସବ ହେବାକୁ ବସିଲାଣି ।
ବନ୍ଧୁଗଣ, ଓଣମ୍ ଏକ କୃଷିଭିତ୍ତିକ ପର୍ବ । ଏହା ଆମ ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଆରମ୍ଭର ସମୟ ହୋଇଥାଏ । ଚାଷୀମାନଙ୍କ ଶକ୍ତିରେ ହିଁ ଆମ ଜୀବନ ଓ ଆମ ସମାଜ ଚାଲିଥାଏ । ଆମ ପର୍ବପର୍ବାଣି ଚାଷୀମାନଙ୍କ ପରିଶ୍ରମ ଯୋଗୁଁ ହିଁ ରଙ୍ଗୀନ ହୋଇଥାଏ । ଆମର ଅନ୍ନଦାତା, ଚାଷୀମାନଙ୍କ ଜୀବନଦାୟିନୀ ଶକ୍ତିକୁ ବେଦରେ ମଧ୍ୟ ଅତି ଗୁରୁତ୍ୱର ସହ ପ୍ରଣାମ କରାଯାଇଛି । ଋଗବେଦରେ ମନ୍ତ୍ର ରହିଛି –
ଅନ୍ନାନାଂ ପତୟେ ନମଃ, କ୍ଷେତ୍ରାଣାମ୍ ପତୟେ ନମଃ ।
ଅର୍ଥାତ୍, ଅନ୍ନଦାତାଙ୍କୁ ପ୍ରଣାମ, ଚାଷୀଙ୍କୁ ପ୍ରଣାମ । ଆମର ଚାଷୀମାନେ କରୋନାର ଏହି କଠିନ ପରିସ୍ଥିତିରେ ମଧ୍ୟ ନିଜ ଶକ୍ତିକୁ ପ୍ରମାଣିତ କରିଛନ୍ତି । ଆମ ଦେଶରେ ଏଥର ଖରିଫ ଫସଲ ବୁଣା ଗତବର୍ଷ ତୁଳନାରେ ସାତ ପ୍ରତିଶତ ଅଧିକ ହୋଇଛି । ଧାନର ତଳିରୁଆ ଏଥର ପ୍ରାୟ ଦଶ ପ୍ରତିଶତ, ଡାଲିଜାତୀୟ ଫସଲ ପ୍ରାୟ ପାଞ୍ଚ ପ୍ରତିଶତ, ମକା-ବାଜରା- ମାଣ୍ଡିଆ ଆଦି ପ୍ରାୟ ତିନି ପ୍ରତିଶତ, ତୈଳବୀଜ ଜାତୀୟ ଫସଲ ପ୍ରାୟ ତେର ପ୍ରତିଶତ, କପା ପ୍ରାୟ ତିନି ପ୍ରତିଶତ ଅଧିକ ଚାଷ କରାଯାଇଛି । ଏଥିପାଇଁ ମୁଁ ଦେଶର ଚାଷୀମାନଙ୍କୁ ଅଭିନନ୍ଦନ ଜଣାଉଛି । ସେମାନଙ୍କ ପରିଶ୍ରମକୁ ପ୍ରଣାମ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, କରୋନାର ଏହି ସମୟରେ ଦେଶ ଅନେକ କ୍ଷେତ୍ରରେ ଏକା ସମୟରେ ସଂଗ୍ରାମ ଚଳାଇଛି । କିନ୍ତୁ ଏଥିସହ, ଅନେକ ଥର ମନରେ ଏହି ପ୍ରଶ୍ନ ମଧ୍ୟ ଉଙ୍କି ମାରିଛି ଯେ, ଦୀର୍ଘଦିନ ଧରି ଘରେ ରହିବା ଯୋଗୁଁ, ମୋର କୁନି କୁନି ବନ୍ଧୁମାନଙ୍କ ସମୟ କେମିତି କଟୁଥିବ? ତେଣୁ, ମୁଁ ଗାନ୍ଧୀନଗରର ଶିଶୁ ବିଶ୍ୱବିଦ୍ୟାଳୟ (ଚିଲ୍ଡ୍ରେନ ୟୁନିଭରସିଟି), ଯାହା ସମଗ୍ର ବିଶ୍ୱରେ ଏକ ଅଭିନବ ପ୍ରୟୋଗ, ଏହାକୁ ନେଇ ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସୂକ୍ଷ୍ମ-ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହ ମିଶି – ପିଲାମାନଙ୍କ ପାଇଁ କ’ଣ କରାଯାଇପାରିବ, ସେ ସମ୍ପର୍କରେ ଚିନ୍ତା ଏବଂ ବିଚାର-ଆଲୋଚନା କଲି । ଏହା ମୋ ପାଇଁ ଖୁବ ଆନନ୍ଦଦାୟକ ଥିଲା, ଲାଭଦାୟକ ଥିଲା – କାରଣ ଏହା ମୋତେ କିଛି ନୂଆ କଥା ଜାଣିବା ପାଇଁ, ଶିଖିବା ପାଇଁ ସୁଯୋଗ ପ୍ରଦାନ କଲା ।
ବନ୍ଧୁଗଣ, ଆମର ଆଲୋଚନାର ବିଷୟ ଥିଲା – ଖେଳଣା, ବିଶେଷକରି ଭାରତୀୟ ଖେଳଣା । ଭାରତର ପିଲାମାନଙ୍କୁ ନୂଆ ନୂଆ ଖେଳଣା କେମିତି ମିଳିପାରିବ ସେକଥା ଉପରେ ଆମେ ଆଲୋଚନା କଲୁ । ଭାରତ ଖେଳଣା ପ୍ରସ୍ତୁତିର ଏକ ପ୍ରମୁଖ କେନ୍ଦ୍ର କିଭଳି ହୋଇପାରିବ? ମନର କଥା ଶୁଣୁଥିବା ପିଲାମାନଙ୍କ ପିତାମାତାଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥନା କରୁଛି, କାରଣ, ଏହି ମନର କଥା ଶୁଣିବା ପରେ ଏଥର ନୂଆ ନୂଆ ଖେଳଣା ଆଣିବା ପାଇଁ ବରାଦ ମିଳିବ ।
ବନ୍ଧୁଗଣ, ଖେଳଣା ଏକପ୍ରକାର ଚଂଚଳତା ବୃଦ୍ଧି କରିଥାଏ, ଅପରପକ୍ଷରେ ଏହା ଆମ ଆକାଂକ୍ଷାକୁ ମଧ୍ୟ ନୂତନ ଦିଗ ପ୍ରଦାନ କରିଥାଏ । ଖେଳଣା କେବଳ ମନୋରଞ୍ଜନ କରିନଥାଏ, ଏସବୁ ମନକୁ ସୃଜନଶୀଳ କରିଥାଏ ଆଉ ମନକୁ ନୂତନ ଲକ୍ଷ୍ୟ ବି ପ୍ରଦାନ କରିଥାଏ । ମୁଁ କେଉଁଠି ପଢ଼ିଥିଲି ଯେ – ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଖେଳଣା ସମ୍ପର୍କରେ କହିଥିଲେ ଯେ, ଅଧାଗଢ଼ା ଖେଳଣା ହିଁ ସର୍ବୋକ୍ରୁଷ୍ଟ ଖେଳଣା । ଏମିତି ଖେଳଣା, ଯାହା ଅଧାଗଢ଼ା ହୋଇଥିବ, ଆଉ ପିଲାମାନେ ମିଶି ଖେଳୁଖେଳୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗଢ଼ିଦେବେ । ଗୁରୁଦେବ ଠାକୁର କହିଥିଲେ ଯେ, ସେ ଯେତେବେଳେ ଛୋଟ ଥିଲେ, ସେତେବେଳେ ଘରେ ଉପଲବ୍ଧ ଜିନିଷଗୁଡ଼ିକରେ ହିଁ ନିଜ କଳ୍ପନା ଶକ୍ତିରେ ସାଙ୍ଗମାନଙ୍କ ସହ ମିଶି ନିଜ ଖେଳଣା ଓ ଖେଳ ତିଆରି କରୁଥିଲେ । କିନ୍ତୁ ଦିନେ ଶୈଶବର ସେହି ଆନନ୍ଦଦାୟକ ମୁହୂର୍ତ୍ତରେ ବଡ଼ ଲୋକଙ୍କ ହସ୍ତକ୍ଷେପ ଘଟିଲା । ଘଟଣା ଏହାଥିଲା ଯେ, ତାଙ୍କର ଜଣେ ସାଙ୍ଗ ଗୋଟିଏ ବଡ଼ ଓ ସୁନ୍ଦର ଦେଖାଯାଉଥିବା ବିଦେଶୀ ଖେଳଣା ନେଇଆସିଲା । ଖେଳଣାର ଆକର୍ଷଣ ଯୋଗୁଁ ସବୁ ପିଲାଙ୍କ ମନ ଖେଳ ଉପରୁ ହଟିଯାଇ ସେହି ଖେଳଣା ଉପରକୁ ଗଲା । ଖେଳ ଅପେକ୍ଷା ଖେଳଣାଟି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା । କାଲି ଯାଏଁ ଯେଉଁ ସାଙ୍ଗଟି ସମସ୍ତଙ୍କ ସାଙ୍ଗରେ ମିଶି ଖେଳୁଥିଲା, ସମସ୍ତଙ୍କ ସାଙ୍ଗରେ ମିଶୁଥିଲା, ଏବେ ସେ ସମସ୍ତଙ୍କଠାରୁ ଦୂରେଇଗଲା । କହିବାକୁ ଗଲେ ଅନ୍ୟ ସାଙ୍ଗମାନଙ୍କ ପ୍ରତି ତା’ ମନରେ ଭେଦଭାବର ଭାବନା ସୃଷ୍ଟି ହେଲା । ସେହି ଦାମିକା ଖେଳନାରେ ନା କିଛି କରିବାକୁ ଥିଲା, ନା କିଛି ସେଥିରେ ଶିଖିବାର ଥିଲା । ଅର୍ଥାତ, ଗୋଟିଏ ଆକର୍ଷଣୀୟ ଖେଳଣା ଗୋଟିଏ ଉତ୍କୃଷ୍ଟ ପିଲାଟିର ପ୍ରତିଭାକୁ ଦମନ କଲା, ଲୁଚାଇ ଦେଲା, ପ୍ରତିହତ କରିଦେଲା । ଏହି ଖେଳଣାଟି ଅବଶ୍ୟ ଧନ, ସମ୍ପତ୍ତି, ବଡ଼ପଣିଆ ଦେଖାଇପାରିଲା, କିନ୍ତୁ ସେହି ପିଲାଟିର ସୃଜନଶୀଳତାର ବୃଦ୍ଧି ପାଇଁ ଏହା ପ୍ରତିବନ୍ଧକ ସାଜିଲା । ଖେଳଣାଟି ଆସିଲା ସିନା, କିନ୍ତୁ ଖେଳ ସରିଗଲା ଏବଂ ପିଲାର ଉନ୍ନତି ମଧ୍ୟ କେଉଁଠି ହଜିଗଲା । ତେଣୁ, ଗୁରୁଦେବ କହୁଥିଲେ ଯେ, ଖେଳଣା ଏମିତି ହେବା ଦରକାର, ଯାହା ପିଲାଙ୍କ ଶୈଶବକୁ ବାହାରକୁ ଆଣିପାରିବ, ସେମାନଙ୍କ ସୃଜନଶୀଳତାର ବିକାଶ ଘଟାଇପାରିବ । ପିଲାମାନଙ୍କ ଜୀବନର ଭିନ୍ନ ଭିନ୍ନ ଦିଗ ଉପରେ ଖେଳଣାଗୁଡ଼ିକର ଯେଉଁ ପ୍ରଭାବ ପଡ଼ିଥାଏ, ତାହା ଉପରେ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଦୃଷ୍ଟି ଦିଆଯାଇଛି । ଖେଳୁ ଖେଳୁ ଶିଖିବା, ଖେଳଣା ଗଢ଼ା ଶିଖିବା, ଖେଳଣା ତିଆରି ହେଉଥିବା ଜାଗା ପରିଦର୍ଶନ କରିବା, ଏ ସବୁକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି ।
ବନ୍ଧୁଗଣ, ଆମ ଦେଶରେ ସ୍ଥାନୀୟ ଖେଳଣାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି । ଅନେକ ପ୍ରତିଭାଶାଳୀ ଏବଂ ଦକ୍ଷ କାରିଗର ଅଛନ୍ତି, ଯେଉଁମାନେ ଭଲ ଖେଳଣା ତିଆରି କରିବାରେ ସିଦ୍ଧହସ୍ତ । ଭାରତର କିଛି କ୍ଷେତ୍ର ଟୟ୍ କ୍ଲଷ୍ଟର ଅର୍ଥାତ ଖେଳଣା ତିଆରି କେନ୍ଦ୍ର ରୂପେ ବିକଶିତ ହେବାରେ ଲାଗିଛନ୍ତି । ଯେମିତିକି, କର୍ଣ୍ଣାଟକ ରାମନଗରମର ଚନ୍ନାପାଟଣା, ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାର କୋଣ୍ଡାପଲ୍ଲୀ, ତାମିଲନାଡ଼ୁର ତାଂଜୋର, ଆସାମର ଧୁବ୍ରୀ, ଉତ୍ତରପ୍ରଦେଶର ବାରାଣସୀ । ଏମିତି ଅନେକ ଜାଗା ରହିଛି । ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ବିଶ୍ୱର ଖେଳଣା ବଜାରରେ 7 ଲକ୍ଷ କୋଟି ଟଙ୍କାରୁ ଅଧିକର କାରବାର ହୁଏ । 7 ଲକ୍ଷ କୋଟିର ଏତେ ବଡ଼ କାରବାର, ଅଥଚ ଭାରତର ଅଂଶ ଏଥିରେ ବହୁତ କମ ରହିଛି । ଏବେ ଆପଣ ଚିନ୍ତା କରନ୍ତୁ ତ, ଯେଉଁ ଦେଶର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି, ଯେଉଁଠି ଏତେ ସବୁ ବିବିଧତା ଭରି ରହିଛି, ଯୁବଶକ୍ତି ରହିଛି, ଖେଳଣା ବଜାରରେ ତାର ଅଂଶ ଏତେ କମ ହେବା କ’ଣ ଆମକୁ ଶୋଭା ପାଇବ? ନାହିଁ ଆଜ୍ଞା, ଏକଥା ଶୁଣି ଆପଣଙ୍କୁ ମଧ୍ୟ ଭଲ ଲାଗିବନି । ଦେଖନ୍ତୁ ବନ୍ଧୁଗଣ, ଖେଳଣା ଉଦ୍ୟୋଗର ଏକ ବିଶାଳ କ୍ଷେତ୍ର ରହିଛି । ଗୃହ ଉଦ୍ୟୋଗ ହେଉ, କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ହେଉ, ଏମ.ଏସ.ଏମ.ଇ ହେଉ, ଏହାସହିତ ବଡ଼ ଉଦ୍ୟୋଗ ଏବଂ ବ୍ୟକ୍ତିଗତ ଉଦ୍ୟମୀ ମଧ୍ୟ ଏହାର ପରିସରଭୁକ୍ତ । ଏହାର ଉନ୍ନତି ପାଇଁ ସାରା ଦେଶକୁ ମିଶି ପରିଶ୍ରମ କରିବାକୁ ହେବ । ଏଇ ଯେମିତି, ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମର ଶ୍ରୀମାନ ସି.ବି. ରାଜୁ । ଏକଦା ତାଙ୍କ ଗାଁର ଏତି-କୋପକ୍କା ଖେଳଣା ଖୁବ ଚାଲୁଥିଲା । ଏହାର ବିଶେଷତ୍ୱ ଏହାଥିଲା ଯେ, ଏହା କାଠରେ ତିଆରି ହେଉଥିଲା । ଆଉ ଅନ୍ୟ ଏକ ବିଶେଷତ୍ୱ ଥିଲା ଯେ ଏଥିରେ କୌଣସି ପ୍ରକାର କୋଣ ବା ଧାର ରହୁ ନଥିଲା । ସବୁଆଡ଼ୁ ଏହା ଗୋଲାକାର ଥିଲା । ତେଣୁ ଛୋଟ ପିଲାଙ୍କୁ ଏହାଦ୍ୱାରା କୌଣସି ପ୍ରକାର ଶାରୀରିକ କ୍ଷତି ହେବାର ସମ୍ଭାବନା ରହୁ ନ ଥିଲା । ସି.ବି. ରାଜୁ ଏତି-କୋପ୍ପକା ଖେଳଣା ପାଇଁ ନିଜ ଗାଁର କାରିଗରମାନଙ୍କ ସହ ମିଶି ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଉନ୍ନତ ମାନର ଏତି-କୋପ୍ପକା ଖେଳଣା ତିଆରି କରି ସି.ବି. ରାଜୁ ନିଜ ଅଂଚଳର ବିଲୁପ୍ତ ଗୌରବକୁ ଫେରାଇ ଆଣିଛନ୍ତି । ଖେଳଣା ଦ୍ୱାରା ଆମେ ଦୁଇଟି କାମ କରିପାରିବା – ଆମ ଗୌରବପୂର୍ଣ୍ଣ ଅତୀତକୁ ନିଜ ଜୀବନକୁ ଫେରାଇ ଆଣିପାରିବା ଏବଂ ନିଜ ପାଇଁ ସୁନେଲି ଭବିଷ୍ୟତଟିଏ ମଧ୍ୟ ଗଢ଼ିପାରିବା । ମୁଁ ଆମର ଷ୍ଟାର୍ଟ-ଅପ୍ ବନ୍ଧୁମାନଙ୍କୁ, ଆମର ନୂଆ ଉଦ୍ୟୋଗୀମାନଙ୍କୁ କହିବାକୁ ଚାହୁଁଛି – ଟିମ୍ ଅପ୍ ଫର୍ ଟଏଜ୍ … ଆସନ୍ତୁ ମିଳିମିଶି ଖେଳଣା ତିଆରି କରିବା । ଏବେ ଆମେ ସମସ୍ତେ ଲୋକାଲ୍ ଖେଳଣା ପାଇଁ ଭୋକାଲ୍ ହେବାର ସମୟ ଆସିଛି । ଆସନ୍ତୁ, ଆମେ ଆମର ଯୁବବନ୍ଧୁମାନଙ୍କ ପାଇଁ କିଛି ନୂତନ ଧରଣର, ଉନ୍ନତ ମାନର ଖେଳଣା ତିଆରି କରିବା । ଖେଳଣା ଏମିତି ହେଉ ଯାହାଦ୍ୱାରା ଶୈଶବ ଫୁଟିଉଠୁ, ହସିଉଠୁ । ଆମେ ଏଭଳି ଖେଳଣା ତିଆରି କରିବା ଯାହା ପରିବେଶ ଅନୁକୂଳ ମଧ୍ୟ ହୋଇଥିବ ।
ବନ୍ଧୁଗଣ, ବର୍ତ୍ତମାନ କମ୍ପ୍ୟୁଟର ଓ ସ୍ମାର୍ଟଫୋନ ଯୁଗରେ କମ୍ପ୍ୟୁଟର ଗେମ୍ସ ମଧ୍ୟ ବହୁଳ ଭାବେ ପ୍ରଚଳିତ ହେଉଛି । ଏଗୁଡ଼ିକ ପିଲାମାନେ ଓ ବଡ଼ମାନେ ମଧ୍ୟ ଖେଳୁଛନ୍ତି । କିନ୍ତୁ, ଏସବୁ ପଛରେ ଯାହା ଥିମ୍ ରହୁଛି, ସେସବୁ ଅଧିକାଂଶ ବିଦେଶୀ । ଆମ ଦେଶରେ ଏତେ ନୂଆ ନୂଆ ଚିନ୍ତାଧାରା ରହିଛି, (ଏତେ ଆଇଡିଆ ରହିଛି, ଏତେ କନସେପ୍ଟ ରହିଛି) ଆମ ଦେଶର ଇତିହାସ ମଧ୍ୟ ଖୁବ ସମୃଦ୍ଧ । ସେସବୁକୁ ନେଇ ଆମେ ଖେଳ ପ୍ରସ୍ତୁତ କରିପାରିବା କି? ଦେଶର ଯୁବ ପ୍ରତିଭାଶାଳୀମାନଙ୍କୁ ମୁଁ ଆମ ଦେଶରେ ଏବଂ ଆମ ଦେଶକୁ ନେଇ ଖେଳ ପ୍ରସ୍ତୁତ କରିବାକୁ ଆହ୍ୱାନ ଜଣାଉଛି । କଥାରେ ମଧ୍ୟ ଅଛି – ଲେଟ୍ ଦି ଗେମ୍ ବିଗିନ୍ – ତାହେଲେ ଆସନ୍ତୁ, ଖେଳ ଆରମ୍ଭ କରିବା !!
ବନ୍ଧୁଗଣ, ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚୁଆଲ୍ ଗେମ୍ସ ହେଉ, ଖେଳଣା କ୍ଷେତ୍ର ହେଉ, ଏସବୁର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, ଏବଂ ଏବେ ଏହା ଗୋଟିଏ ସୁଯୋଗ । ଶହେ ବର୍ଷ ତଳେ ଯେତେବେଳେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେତେବେଳେ ଗାନ୍ଧିଜୀ ଲେଖିଥିଲେ – ଅସହଯୋଗ ଆନ୍ଦୋଳନ, ଦେଶବାସୀଙ୍କ ମଧ୍ୟରେ ଆତ୍ମସମ୍ମାନ ଏବଂ ନିଜର ଶକ୍ତିର ଅନୁଭୂତି କରାଇବାର ଏକ ପ୍ରୟାସ ।
ଆଜି ଯେତେବେଳେ ଆମେ ଦେଶକୁ ଆତ୍ମନିର୍ଭର କରିବାକୁ ଚେଷ୍ଟା କରୁଛୁ, ସେତେବେଳେ ଆମକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ହେବ, ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବାକୁ ହେବ । ଅସହଯୋଗ ଆନ୍ଦୋଳନ ରୂପେ ଯେଉଁ ବୀଜବପନ ହୋଇଥିଲା, ତାହାକୁ ଏବେ ଆତ୍ମନିର୍ଭର ଭାରତର ବଟବୃକ୍ଷରେ ପରିଣତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ।
ମୋର ପ୍ରିୟ ଦେଶବାସୀଗଣ, ଭାରତୀୟମାନଙ୍କ ନବସୃଜନ ଏବଂ ସମାଧାନ ପ୍ରଦାନ କରିବାର କ୍ଷମତା ଆଗରେ ସମସ୍ତେ ହାର ମାନିଥାନ୍ତି । ଯେତେବେଳେ ସମର୍ପଣ ଭାବ ରହିଥାଏ, ସମବେଦନା ଥାଏ ସେତେବେଳେ ଏହି ଶକ୍ତି ଅସୀମ ହୋଇଯାଏ । ଏହି ମାସ ଆରମ୍ଭରେ ଦେଶର ଯୁବବର୍ଗଙ୍କ ପାଇଁ ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜ ନାମରେ ଗୋଟିଏ ପ୍ରତିଯୋଗିତା ରଖାଯାଇଥିଲା । ଏହି ଆତ୍ମନିର୍ଭର ଭାରତ ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜରେ ଆମ ଯୁବବନ୍ଧୁମାନେ ଅତି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରାୟଃ 7 ହଜାର ପ୍ରତିଯୋଗୀ ଅଂଶଗ୍ରହଣ କଲେ । ସେଥିରୁ ପାଖାପାଖି ଦୁଇ ତୃତୀୟାଂଶ ଆପ୍ ଟାୟାର ଟୁ ଏବଂ ଟାୟାର ଥ୍ରୀ ସହରର ଯୁବବନ୍ଧୁମାନେ ବିକଶିତ କରିଛନ୍ତି । ଆତ୍ମନିର୍ଭର ଭାରତ ପାଇଁ, ଦେଶର ଭବିଷ୍ୟତ ପାଇଁ ଏହା ଅତି ଶୁଭ ସଙ୍କେତ । ଆତ୍ମନିର୍ଭର ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜର ଫଳାଫଳ ଦେଖି ଆପଣମାନେ ନିଶ୍ଚୟ ପ୍ରଭାବିତ ହେବେ । ବହୁତ ପରୀକ୍ଷାନିରୀକ୍ଷା ପରେ, ବିଭିନ୍ନ ବର୍ଗରେ ପ୍ରାୟ 24ଟି ଆପକୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଆପଣମାନେ ଏସବୁ ଆପ୍ ସମ୍ପର୍କରେ ଜାଣନ୍ତୁ ଏବଂ ଏହା ସହ ସଂଶ୍ଲିଷ୍ଟ ମଧ୍ୟ ହୁଅନ୍ତୁ । ହୁଏତ ଆପଣ ମଧ୍ୟ ଏଭଳି କିଛି ତିଆରି କରିବା ପାଇଁ ପ୍ରେରଣା ପାଇବେ । ଏଥିରୁ ଗୋଟିଏ ଆପ୍ ହେଉଛି – କୁଟୁକୀ କିଡ୍ସ ଲର୍ଣ୍ଣିଂ ଆପ୍ । ଏହା ଛୋଟ ପିଲାଙ୍କ ପାଇଁ ଏଭଳି ଗୋଟିଏ ଇଂଟରଆକ୍ଟିଭ୍ ଆପ୍ ଯେଉଁଥିରେ ଗୀତ ଓ କାହାଣୀ ମାଧ୍ୟମରେ କଥା କଥାରେ ପିଲାମାନେ ଗଣିତ ଓ ବିଜ୍ଞାନର ଅନେକ କଥା ଶିଖିପାରିବେ । ଏଥିରେ କିଛି ଗତିବିଧି ରହିଛି, ଆଉ ଖେଳକୌତୁକ ମଧ୍ୟ ରହିଛି । ସେହିଭଳି ଗୋଟିଏ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଆପ୍ ମଧ୍ୟ ରହିଛି । ଏହାର ନାମ କୂ – କ ଙଙ – କୂ । ଏଥିରେ ଆମେ ଆମ ମାତୃଭାଷାରେ ଟେକ୍ସ୍ଟ, ଅଡିଓ ଏବଂ ଭିଡିଓ ମାଧ୍ୟମରେ ନିଜ କଥା ରଖିପାରିବା, ଭାବ ବିନିମୟ ମଧ୍ୟ କରିପାରିବା । ସେହିଭଳି ଚିଙ୍ଗାରୀ ଆପ୍ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଛି । ସେଥିରୁ ଗୋଟିଏ ଆପ୍ ହେଉଛି – ଆସ୍କ ସରକାର । ଏଥିରେ ଚ୍ୟାଟ୍ ବୋଟ୍ ମାଧ୍ୟମରେ ଆପଣ ଭାବ ବିନିମୟ କରିବା ସହ ଯେକୌଣସି ସରକାରୀ ଯୋଜନା ସମ୍ପର୍କରେ ସଠିକ ସୂଚନା ମଧ୍ୟ ପାଇପାରିବେ – ତାହା ପୁଣି ଟେକ୍ସ୍ଟ, ଅଡିଓ ଏବଂ ଭିଡିଓ ଭଳି ତିନୋଟି ମାଧ୍ୟମରେ । ଏହା ଆପଣଙ୍କ ପାଇଁ ଖୁବ ସହାୟକ ହୋଇପାରିବ । ଆଉ ଗୋଟିଏ ଆପ୍ ହେଉଛି – ଷ୍ଟେପ୍ ସେଟ୍ ଗୋ । ଏହା ଫିଟନେସ୍ ଆପ୍ । ଆପଣ କେତେ ବାଟ ଚାଲିଲେ, କେତେ କ୍ୟାଲୋରୀ ଖର୍ଚ୍ଚ କଲେ, ଏହାର ସମ୍ପୂର୍ଣ୍ଣ ହିସାବ ଏହି ଆପ୍ ରଖିପାରୁଛି ଏବଂ ଆପଣଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ମଧ୍ୟ ଦେଉଛି । ମୁଁ ମାତ୍ର ଅଳ୍ପ କିଛି ଉଦାହରଣ ଦେଇଛି । ଆହୁରି ଅନେକ ଆପ୍ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ବିଜନେସ୍ ଆପ୍, ଗେମ୍ସ ଆପ୍, ଯେମିତିକି ‘Is Equal To’, ‘Books & Expense’, ‘Zoho Workplace’, ‘FTC Talent’ । ଏଗୁଡ଼ିକ ବିଷୟରେ ଆପଣ ଇଂଟରନେଟରେ ସର୍ଚ୍ଚ କରନ୍ତୁ, ଆପଣଙ୍କୁ ଅନେକ ସୂଚନା ମିଳିବ । ଆପଣ ମଧ୍ୟ ଆଗେଇ ଆସନ୍ତୁ, କିଛି ନୂଆ କଥା ଚିନ୍ତା କରନ୍ତୁ, କିଛି ନୂଆ କାର୍ଯ୍ୟକାରୀ କରନ୍ତୁ । ଆପଣଙ୍କ ପ୍ରଚେଷ୍ଟାରେ ଆଜିର ଛୋଟ ଛୋଟ ଷ୍ଟାର୍ଟ ଅପ୍ କାଲିକୁ ବଡ଼ ବଡ଼ କମ୍ପାନୀରେ ପରିବର୍ତ୍ତିତ ହେବ ଏବଂ ବିଶ୍ୱ ଦରବାରରେ ଭାରତର ପରିଚୟ ସୃଷ୍ଟି କରିବ । ଆପଣ ଏ କଥା କେବେହେଲେ ଭୁଲନ୍ତୁ ନାହିଁ ଯେ, ଆଜି ଦୁନିଆରେ ଯେଉଁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଦେଖାଯାଉଛି, ସେଗୁଡ଼ିକ ଦିନେ ଷ୍ଟାର୍ଟ ଅପ୍ ଆକାରରେ ଆରମ୍ଭ ହୋଇଥିଲା ।
ମୋର ପ୍ରିୟ ଦେଶବାସୀଗଣ, ଆମର ଏଠାକାର ଶିଶୁ, ଆମର ଛାତ୍ରଛାତ୍ରୀ, ନିଜର ସଂପୂର୍ଣ୍ଣ କ୍ଷମତା ଦେଖାଇବା ନିମନ୍ତେ ପୁଷ୍ଟି ଓ ପୋଷଣର ଏକ ବଡ଼ ଭୂମିକା ରହିଛି । ସାରା ଦେଶରେ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବରେ ପାଳନ କରାଯିବ । ଦେଶର ବିକାଶ ଓ ପୋଷଣ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଆମର ଏଠି ପ୍ରବାଦ ରହିଛି : “ଯଥା ଅନ୍ନମ୍ ତଥା ମନ୍ନମ୍” ଅର୍ଥାତ ଅନ୍ନ ଯେପରି ହୋଇଥାଏ ଆମର ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ସେହିପରି ହୁଏ । ବିଶେଷଜ୍ଞ କହନ୍ତି ଯେ ଶିଶୁ ଗର୍ଭରେ ଥିବାବେଳେ ଓ ଶୈଶବାବସ୍ଥାରେ ଯେତେ ଭଲ ପୁଷ୍ଟି ମିଳିଥାଏ ତା’ର ସେତିକି ମାନସିକ ବିକାଶ ହୁଏ ଓ ସେ ସୁସ୍ଥ ରହେ । ପିଲାଙ୍କର ପୁଷ୍ଟିସାଧନ ପାଇଁ ମାଆକୁ ମଧ୍ୟ ସଂପୂର୍ଣ୍ଣ ପୁଷ୍ଟି ମିଳିବା ଜରୁରୀ । ପୋଷଣର ଅର୍ଥ କେବଳ ଏଇଆ ନୁହେଁ ଯେ ଆପଣ କ’ଣ ଖାଉଛନ୍ତି, କେତେ ଖାଉଛନ୍ତି, କେତେଥର ଖାଉଛନ୍ତି । ଏହାର ଅର୍ଥ ହେଲା ଆପଣଙ୍କ ଶରୀରକୁ କେତେ ପୁଷ୍ଟିକର ତତ୍ୱ ମିଳୁଛି । ଆପଣଙ୍କୁ ଆଇରନ୍, କ୍ୟାଲ୍ସିଅମ୍ ମିଳୁଛି ନା ନାହିଁ, ସୋଡିଅମ୍ ମିଳୁଛି ନା ନାହିଁ, ଭିଟାମିନ୍ ମିଳୁଛି ନା ନାହିଁ, ଏସବୁ ପୋଷଣର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି ପୋଷଣ ଆନ୍ଦୋଳନରେ ଜନ-ସହଭାଗିତା ବେଶୀ ଜରୁରୀ । ଜନ-ସହଭାଗିତା ହିଁ ଏହାକୁ ସଫଳ କରିବ । ବିଗତ କିଛି ବର୍ଷ ଭିତରେ ଏ କ୍ଷେତ୍ରରେ ଦେଶରେ ବହୁ ପ୍ରୟାସ କରାଯାଇଛି । ବିଶେଷକରି ଆମର ଗାଁଗୁଡ଼ିକରେ ଏହି ଜନ-ସହଭାଗିତାକୁ ଜନ ଆନ୍ଦୋଳନର ରୂପ ଦିଆଯାଉଛି । ପୁଷ୍ଟି ସପ୍ତାହ ହେଉ ବା ପୋଷଣ ମାସ ହେଉ, ଏସବୁ ମାଧ୍ୟମରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯାଉଛି । ଏହାସହ ସ୍କୁଲଗୁଡ଼ିକୁ ଯୋଡ଼ାଯାଉଛି । ପିଲାଙ୍କ ଭିତରେ ସଚେତନତା ବଢ଼ାଇବା ନିମନ୍ତେ ପ୍ରତିଯୋଗିତା ଆଦିର ଆୟୋଜନ କରାଯିବା ପାଇଁ କ୍ରମାଗତ ଚେଷ୍ଟା ଜାରି ରହିଛି । ଶ୍ରେଣୀରେ ଯେପରି ଜଣେ କ୍ଲାସ୍ ମନିଟର୍ ଥାଏ, ସେହିପରି Nutrition monitor ମଧ୍ୟ ରହୁ, report card ଭଳିò Nutrition card ମଧ୍ୟ ତିଆରି ହେଉ, ଏହିପରି ଆରମ୍ଭ କରାଯାଉଛି । ପୋଷଣ ମାସ ଅବସରରେ ମାଇଗଭରେ ଏକ ଖାଦ୍ୟ ଓ ପୋଷଣ କୁଇଜ ମଧ୍ୟ ଆୟୋଜନ କରାଯିବ ଆଉ ତା’ସହ ଏକ ମିମ୍ ପ୍ରତିଯୋଗିତା ମଧ୍ୟ ହେବ । ଆପଣ ନିଜେ ଏଥିରେ ଭାଗ ନିଅନ୍ତୁ ଓ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରବର୍ତ୍ତାନ୍ତୁ ।
ବନ୍ଧୁଗଣ, ଯଦି ଆପଣ ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ statue of unity ଯିବାକୁ ସୁଯୋଗ ମିଳିଛି ଓ କୋଭିଡ ପରେ ଯେତେବେଳେ ଏହା ଖୋଲିବ ଓ ଆପଣଙ୍କୁ ଯିବାର ଅବସର ମିଳିବ, ତେବେ ସେଠାରେ ଦେଖିବେ ଏକ ନିଆରା ପୋଷଣ ପାର୍କ ଗଢ଼ାଯାଇଛି । ଖେଳଖେଳରେ ହିଁ ପୋଷଣର ଶିକ୍ଷା ସେଠାରେ ଦେଖିହେବ ।
ବନ୍ଧୁଗଣ, ଭାରତ ଏକ ବିଶାଳ ଦେଶ, ଯେଉଁଠି ଖାଦ୍ୟପାନୀୟର ବହୁତ ବିବିଧତା ରହିଛି । ଆମ ଦେଶରେ ଛଅଟି ଅଲଗା ଅଲଗା ଋତୁ ଆସେ; ସେହି ଅନୁସାରେ ବିଭିନ୍ନ ଅଂଚଳରେ ଅଲଗା ଅଲଗା ଜିନିଷ ମଧ୍ୟ ସୃଷ୍ଟି ହୁଏ । ସେଥିପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ଅଂଚଳର ସ୍ଥାନୀୟ ଭୋଜନ ଓ ସେଠାରେ ଉତ୍ପନ୍ନ ହେଉଥିବା ଋତୁକାଳୀନ ଅନ୍ନ, ଫଳ, ପନିପରିବା ଆଦି ଅନୁସାରେ ଏକ ପୁଷ୍ଟିକର ଖାଦ୍ୟ ତାଲିକା ତିଆରି ହେଉ । ଏଇ ଯେମିତି ମାଣ୍ଡିଆ- ଏହା ଏକ ବହୁତ ଉପଯୋଗୀ ପୁଷ୍ଟିକର ଆହାର । ଏକ “ଭାରତୀୟ କୃଷି କୋଷ’’ ପ୍ରସ୍ତୁତ କରାଯାଉଛି । ଏଥିରେ ପ୍ରତ୍ୟେକ ଜିଲାରେ କି କି ଫସଲ ହେଉଛି, ତା’ର ପୁଷ୍ଟିକାରକ ମୂଲ୍ୟ କେତେ, ତା’ର ସମ୍ପୂର୍ଣ୍ଣ ସୂଚନା ରହିବ । ଏହା ଆପଣମାନଙ୍କୁ ବହୁତ କାମ ଦେବ । ଆସନ୍ତୁ, ଏହି ପୋଷଣ ମାସରେ ପୁଷ୍ଟିକର ଖାଦ୍ୟ ଖାଇବାକୁ ଓ ସୁସ୍ଥ ରହିବାକୁ ଆମେ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ।
ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ଯେତେବେଳେ ଆମେ ସ୍ୱାଧୀନତା ଦିବସ ପାଳନ କରୁଥିଲୁ, ସେତେବେଳେ ଏକ ରୋଚକ ଖବର ଉପରେ ମୋର ଦୃଷ୍ଟି ପଡ଼ିଲା । ଖବରଟି ଆମର ସୁରକ୍ଷାବଳ ଭିତରେ ଥିବା ଦୁଇଜଣ ବାହାଦୂର ଚରିତ୍ରଙ୍କର । ଜଣେ ହେଉଛନ୍ତି ସୋଫି ଓ ଅନ୍ୟ ଜଣକ ୱିଦା । ସୋଫି ଓ ୱିଦା ଭାରତୀୟ ସେନାର ଶ୍ୱାନ ଓ ସେମାନଙ୍କୁ Chief of Army Staff ‘Commendation Cards’ରେ ସମ୍ମାନିତ କରାଯାଇଛି । ସୋଫି ଓ ୱିଦାଙ୍କୁ ଏହି ସମ୍ମାନ ଏଥିପାଇଁ ମିଳିଛି ଯେ ସେମାନେ ଦେଶର ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟକୁ ଖୁବ୍ ସୁନ୍ଦର ଭାବେ ପାଳନ କରିଛନ୍ତି । ଆମର ସେନାରେ, ଆମର ସୁରକ୍ଷାବଳ ପାଖରେ ଏପରି ବହୁତ ବାହାଦୂର ଶ୍ୱାନ ଅଛନ୍ତି ଯେଉଁମାନେ ଦେଶପାଇଁ ବଂଚନ୍ତି ଓ ଦେଶପାଇଁ ନିଜର ବଳିଦାନ ମଧ୍ୟ ଦିଅନ୍ତି । ଅନେକ ବୋମା ବିସ୍ଫୋରଣକୁ, ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ରୋକିବାରେ ଏପରି ଶ୍ୱାନଗୁଡ଼ିକ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି । କିଛିଦିନ ପୂର୍ବରୁ ଦେଶର ସୁରକ୍ଷା ପାଇଁ ଏହି ଶ୍ୱାନମାନଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ମିଳିଲା । ଅନେକ କାହାଣୀ ବି ଶୁଣିଲି । ଗୋଟିଏ ଶ୍ୱାନ ବଳରାମ 2006ରେ ଅମରନାଥ ଯାତ୍ରା ରାସ୍ତାରେ ବହୁ ପରିମାଣର ଗୋଳାବାରୁଦ ଖୋଜି ବାହାର କରିଥିଲା । 2002ରେ ଶ୍ୱାନ ‘ଭାବନା’ ଆଇଇଡି ଖୋଜି ବାହାର କରିଥିଲେ । ଆଇଇଡି ଖୋଜିବା ସମୟରେ ଆତଙ୍କବାଦୀମାନେ ବିସ୍ଫୋରଣ କରିଦେଲେ ଓ ‘ଭାବନା’ ଶହୀଦ ହୋଇଗଲା । ଦୁଇତିନି ବର୍ଷ ପୂର୍ବରୁ ଛତିଶଗଡ଼ର ବିଜାପୁରରେ ସିଆର୍ପିଏଫ୍ ସ୍ନିଫର କୁକୁର ମଧ୍ୟ ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିଲା । କିଛିଦିନ ପୂର୍ବରୁ ହିଁ ଆପଣ ଟିଭିରେ ଏକ ବଡ଼ ଭାବୁକ କରିଦେଲା ଭଳି ଦୃଶ୍ୟ ଦେଖିଥିବେ, ଯେଉଁଥିରେ ବିଡ ପୁଲିସ୍ ନିଜର ସାଥୀ ଶ୍ୱାନ ରକିକୁ ସମ୍ପୂର୍ଣ୍ଣ ସମ୍ମାନର ସହ ଅନ୍ତିମ ବିଦାୟ ଦେଇଥିଲେ । ରକି 300ରୁ ଅଧିକ ସମସ୍ୟାର ସମାଧାନରେ ପୁଲିସକୁ ସାହାଯ୍ୟ କରିଥିଲା । ଶ୍ୱାନଙ୍କର ବିପର୍ଯ୍ୟୟ ପରିଚାଳନା ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବହୁତ ବଡ଼ ଭୂମିକା ରହିଥାଏ । ଏନଡିଆରଏଫ ଭାରତରେ ଏପରି ବହୁତ ଶ୍ୱାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଇଛି । କେଉଁଠି ଭୂମିକମ୍ପ ଆସିଲେ, ଘର ଭୁଷୁଡ଼ିପଡ଼ିଲେ ତା’ ଭିତରୁ ଜୀବିତ ଲୋକଙ୍କୁ ଖୋଜି ବାହାର କରିବାରେ ଏହି ଶ୍ୱାନଗୁଡ଼ିକ ଖୁବ୍ କୁଶଳୀ ହୋଇଥାନ୍ତି ।
ବନ୍ଧୁଗଣ, ମୋତେ କୁହାଯାଇଛି ଯେ ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକ ମଧ୍ୟ ବହୁତ ଭଲ, ବହୁତ ସକ୍ଷମ । ଭାରତୀୟ ପ୍ରଜାତିରେ ମୁଧୋଲ ହାଉଣ୍ଡ୍, ହିମାଚଳି ହାଉଣ୍ଡ୍ ବି ବହୁତ ଭଲ ପ୍ରଜାତି । ରାଜାପଲାୟମ୍, କନ୍ନି, ଚିପ୍ପିପରାଇ ଓ କୋମ୍ବାଇ ମଧ୍ୟ ବହୁତ ଭଲ ଭାରତୀୟ ପ୍ରଜାତିର ଶ୍ୱାନ । ଏଗୁଡ଼ିକର ଲାଳନପାଳନ ଖର୍ଚ୍ଚ ମଧ୍ୟ ବହୁତ କମ୍ ଓ ଏଗୁଡ଼ିକ ଭାରତୀୟ ପରିବେଶରେ ବଢ଼ିଥାନ୍ତି । ଏବେ ଆମର ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟ ଏହି ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକୁ ନିଜର ସୁରକ୍ଷା ଦଳରେ ସାମିଲ୍ କରୁଛନ୍ତି । ବିଗତ ଦିନରେ ସେନା, ସିଆଇଏସ୍ଏଫ୍, ଏନ୍ଏସ୍ଜି ମୁଧୋଲ୍ ହାଉଣ୍ଡ୍ ଶ୍ୱାନଙ୍କୁ ତାଲିମ ଦେଇ dog squadରେ ସାମିଲ୍ କରିଛନ୍ତି, ସିଆର୍ପିଏଫ୍ କୋମ୍ବାଇ ଶ୍ୱାନଙ୍କୁ ସାମିଲ୍ କରିଛି । ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟ ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକ ଉପରେ ଗବେଷଣା କରୁଛି । ଭାରତୀୟ ପ୍ରଜାତିର ଶ୍ୱାନଙ୍କୁ ଆହୁରି ଭଲ କରାଯିବା ଓ ଉପଯୋଗୀ କରାଯାଇପାରିବା ଏହାର ଉଦ୍ଦେଶ୍ୟ । ଆପଣ ଇଂଟରନେଟରେ ଏଗୁଡ଼ିକର ନାମ ସନ୍ଧାନ କରନ୍ତୁ, ସେମାନଙ୍କ ବିଷୟରେ ଜାଣନ୍ତୁ, ଆପଣ ସେମାନଙ୍କର ସୌନ୍ଦର୍ଯ୍ୟ, ସେମାନଙ୍କର ସ୍ୱଭାବ ଦେଖି ଚକିତ ହୋଇଯିବେ । ଆପଣ ଭବିଷ୍ୟତରେ ଯେତେବେଳେ ବି ଶ୍ୱାନ ପାଳିବା କଥା ଭାବିବେ, ତେବେ ଆପଣ ନିଶ୍ଚିତ ଏସବୁଥିରୁ କୌଣସି ଭାରତୀୟ ଶ୍ୱାନକୁ ଘରକୁ ଆଣିବେ । ଆତ୍ମନିର୍ଭର ଭାରତ ଯେତେବେଳେ ଜନ-ମନର ମନ୍ତ୍ର ହେଉଛି ସେତେବେଳେ କୌଣସି କ୍ଷେତ୍ର ମଧ୍ୟ ସେଥିରୁ କିପରି ପଛରେ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପରେ ପାଞ୍ଚ ସେପ୍ଟେମ୍ବରରେ ଆମେ ଶିକ୍ଷକ ଦିବସ ପାଳନ କରିବା । ଆମେମାନେ ଯେତେବେଳେ ନିଜ ଜୀବନର ସଫଳତାକୁ ଦେଖୁ, ନିଜ ଜୀବନଯାତ୍ରାକୁ ଦେଖୁ ସେତେବେଳେ ଆମର କୌଣସି ନା କୌଣସି ଶିକ୍ଷକଙ୍କ ସ୍ମୃତି ମନକୁ ଆସେ । ଦ୍ରୁତ ପରିବର୍ତ୍ତନଶୀଳ ସମୟ ଓ କରୋନା ସଂକଟ କାଳରେ ଆମର ଶିକ୍ଷକମାନଙ୍କ ସାମ୍ନାରେ ମଧ୍ୟ ସମୟ ସହ ବଦଳିବାର ଏକ ଆହ୍ୱାନ ରହିଛି । ମୁଁ ଖୁସି ଯେ ଆମର ଶିକ୍ଷକମାନେ ଏହି ଆହ୍ୱାନକୁ କେବଳ ସ୍ୱୀକାର କରିନାହାନ୍ତି, ବରଂ ସେମାନେ ଏହାକୁ ସୁଯୋଗରେ ପରିଣତ କରିଛନ୍ତି । ପାଠପଢ଼ାରେ କିପରି ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ହୋଇପାରିବ, ନୂଆ ମାଧ୍ୟମକୁ କିପରି ଆପଣାଇହେବ, ଛାତ୍ରଛାତ୍ରୀଙ୍କୁ କିପରି ସାହାଯ୍ୟ କରିହେବ ଏହାକୁ ଆମର ଶିକ୍ଷକମାନେ ସହଜଭାବେ ଆପଣାଇଛନ୍ତି ଓ ସେମାନେ ଛାତଛାତ୍ରୀଙ୍କୁ ମଧ୍ୟ ଶିଖାଇଛନ୍ତି । ଆଜି ଦେଶରେ ସବୁ ସ୍ଥାନରେ କିଛି ନା କିଛି ଉଦ୍ଭାବନ ହେଉଛି । ଶିକ୍ଷକ ଓ ଛାତ୍ର ମିଳିମିଶି କିଛି ନୂଆ କରୁଛନ୍ତି । ମୋର ବିଶ୍ୱାସ ଯେ ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ଜରିଆରେ ଯେପରି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ଆମର ଶିକ୍ଷକମାନେ ଏହାର ଲାଭ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।
ବନ୍ଧୁଗଣ, ବିଶେଷକରି ମୋର ଶିକ୍ଷକବନ୍ଧୁମାନେ, 2022 ବର୍ଷରେ ଆମର ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରିବ । ସ୍ୱାଧୀନତା ପୂର୍ବରୁ ଅନେକ ବର୍ଷ ପର୍ଯ୍ୟନ୍ତ ଆମ ଦେଶରେ ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଇତିହାସ ରହିଛି । ସେହି ସମୟରେ ଦେଶର ଏପରି କୌଣସି ଅଂଚଳ ନ ଥିଲା ଯେଉଁଠି ସ୍ୱାଧୀନତାପ୍ରେମୀମାନେ ନିଜର ପ୍ରାଣ ଉତ୍ସର୍ଗ କରିନଥିଲେ, ନିଜର ସର୍ବସ୍ୱ ତ୍ୟାଗ କରିନଥିଲେ । ଆମର ଆଜିର ପିଢ଼ି, ଆମର ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମର ସେହି ନାୟକମାନଙ୍କ ସହ ପରିଚିତ ହେବା ଅତି ଆବଶ୍ୟକ; ସେମାନେ ସେହିପରି ହିଁ ଅନୁଭବ କରିବା ଜରୁରୀ । ନିଜ ଜିଲାରେ, ନିଜ ଅଂଚଳରେ ସ୍ୱାଧୀନତା ଆନ୍ଦୋଳନ ସମୟରେ କ’ଣ ହୋଇଥିଲା, କିପରି ହୋଇଥିଲା, କିଏ ଶହୀଦ ହୋଇଥିଲା, କିଏ କେତେଦିନ ଦେଶପାଇଁ ଜେଲ୍ରେ ରହିଥିଲା – ଏସବୁ କଥା ଆମ ଛାତ୍ରଛାତ୍ରୀ ଜାଣିଲେ ସେମାନଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ତା’ର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଅନେକ କାମ କରାଯାଇପାରିବ, ଯେଉଁଥିରେ ଆମ ଶିକ୍ଷକମାନଙ୍କର ବଡ଼ ଦାୟିତ୍ୱ ରହିଛି । ଯେପରିକି, ଆପଣ ଯେଉଁ ଜିଲାରେ ରହୁଛନ୍ତି ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ସେହି ସ୍ୱାଧୀନତା ସଂଗ୍ରାମବେଳେ କିଛି ଘଟଣା ଘଟିଥିଲା କି? ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗବେଷଣା କରାଯାଇପାରିବ । ତାକୁ ବିଦ୍ୟାଳୟର ହସ୍ତଲିଖିତ ପତ୍ରିକାରେ ଛପାଯାଇପାରିବ । ଆପଣଙ୍କ ସହରରେ ଯଦି ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କୌଣସି ସ୍ଥାନ ରହିଛି, ତେବେ ଛାତ୍ରଛାତ୍ରୀଙ୍କୁ ସେହି ସ୍ଥାନକୁ ନେଇଯାଇପାରିବେ । କୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇପାରିବେ ଯେ ସ୍ୱାଧୀନତାର 75 ବର୍ଷରେ ନିଜ ଅଂଚଳର 75 ଜଣ ସ୍ୱାଧୀନତା ସଂଗ୍ରାମର ନାୟକଙ୍କ ଉପରେ କବିତା ଲେଖିବେ, ନାଟକ ଲେଖିବେ । ଆପଣଙ୍କ ପ୍ରୟାସ ଦେଶର ହଜାର ହଜାର, ଲକ୍ଷ ଲକ୍ଷ ଅନାଲୋଚିତ ନାୟକମାନଙ୍କ ବିଷୟରେ ଆଲୋକପାତ କରିପାରିବ, ଯେଉଁମାନେ ଦେଶପାଇଁ ବଂଚୁଥିଲେ, ଦେଶପାଇଁ ଜୀବନ ଦେଇଥିଲେ, ଯେଉଁମାନଙ୍କ ନାମ ସମୟ ସହ ବିସ୍ମୃତ ହୋଇଯାଇଛି, ସେହି ମହାନ ବ୍ୟକ୍ତିତ୍ୱଙ୍କୁ ଯଦି ଆମେ ସାମ୍ନାକୁ ଆଣିବା, ସ୍ୱାଧୀନତାର 75 ବର୍ଷରେ ସେମାନଙ୍କୁ ମନେପକାଇବା ତେବେ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ଏବଂ ଯେତେବେଳେ 5 ସେପ୍ଟେମ୍ବରରେ ଶିକ୍ଷକ ଦିବସ ପାଳନ କରାଯିବ ସେତେବେଳେ ମୁଁ ମୋର ଶିକ୍ଷକ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ଏଥିପାଇଁ ଏକ ପରିବେଶ ତିଆରି କରନ୍ତୁ, ସମସ୍ତଙ୍କୁ ସେଥିରେ ସାମିଲ୍ କରନ୍ତୁ ଏବଂ ସମସ୍ତେ ମିଳିମିଶି ଏକାଠି କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଦେଶ ଆଜି ଯେଉଁ ବିକାଶ ଯାତ୍ରାରେ ଅଗ୍ରସର ହେଉଛି ତା’ର ସଫଳତା ସେତେବେଳେ ହିଁ ସୁଖଦ ହେବ, ଯେତେବେଳେ ପ୍ରତ୍ୟେକ ଦେଶବାସୀ ଏଥିରେ ସାମିଲ୍ ହେବେ, ଏହି ଯାତ୍ରାର ଯାତ୍ରୀ ହେବେ, ଏହି ପଥର ପଥିକ ହେବେ । ସେଥିପାଇଁ ଏହା ଜରୁରୀ ଯେ ପ୍ରତ୍ୟେକ ଦେଶବାସୀ ସୁସ୍ଥ ରହନ୍ତୁ, ସୁଖୀ ରହନ୍ତୁ ଏବଂ ଆମେ ମିଳିମିଶି କରୋନାକୁ ସଂପୂର୍ଣ୍ଣ ଭାବେ ପରାଜିତ କରିବା । କରୋନା ସେତେବେଳେ ହାରିବ, ଯେତେବେଳେ ଆପଣ ସୁରକ୍ଷିତ ରହିବେ, ଯେତେବେଳେ ଆପଣ “ଦୁଇ ଗଜ ଦୂରତା, ମାସ୍କ ଜରୁରୀ’’, ଏହି ସଂକଳ୍ପକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବେ । ଆପଣ ସମସ୍ତେ ସୁସ୍ଥ ରହନ୍ତୁ, ସୁଖୀ ରହନ୍ତୁ, ଏହି ଶୁଭକାମନା ସହ ଆଗାମୀ ‘ମନ କୀ ବାତ୍’ରେ ପୁଣି ଭେଟିବା ।
ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଜୁଲାଇ 26 ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । 21 ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ ଭାରତର ବିଜୟ ପତାକା ଉଡାଇଥିଲା । ବନ୍ଧୁଗଣ, କାରଗିଲ ଯୁଦ୍ଧ ଯେଉଁ ପରିସ୍ଥିତିରେ ହେଲା, ତାହା ଭାରତ କେବେହେଲେ ଭୁଲିପାରିବନି । ପାକିସ୍ତାନ ବଡ଼ ବଡ଼ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବା ଏବଂ ନିଜ ଦେଶ ଭିତରେ ଚାଲିଥିବା କଳହ ଦିଗରୁ ଧ୍ୟାନ ଭଙ୍ଗ କରିବା ପାଇଁ ଏଭଳି ଦୁଃସାହସ କରିଥିଲା । ଭାରତ ସେତେବେଳେ ପାକିସ୍ତାନ ସହ ସମ୍ପର୍କ ଉନ୍ନତ କରିବାକୁ ପ୍ରଚେଷ୍ଟାରତ ଥିଲା । କିନ୍ତୁ ଯେମିତି କହନ୍ତିନି –
“ବୟରୁ ଅକାରଣ ସବ୍ କାହୁ ସୋଁ, ଯୋ କର ହିତ ଅନହିତ ତାହୁ ସୋଁ ।” ଅର୍ଥାତ୍, ଦୁଷ୍ଟର ସ୍ୱଭାବ ହେଲା ବିନା କାରଣରେ ଅନ୍ୟ ସହ ଶତ୍ରୁତା କରିବା । ଏଭଳି ପ୍ରକୃତିର ଲୋକ ତାଙ୍କର ହିତସାଧନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ଅନିଷ୍ଟ କରିବା ପାଇଁ ଚିନ୍ତା କରନ୍ତି । ତେଣୁ ଭାରତର ମିତ୍ରତା ପ୍ରସ୍ତାବ ପ୍ରତ୍ୟୁତରରେ ପାକିସ୍ତାନ ଦ୍ୱାରା ପିଠିରେ ଛୁରୀ ମାରିବାର ପ୍ରଚେଷ୍ଟା ହୋଇଥିଲା କିନ୍ତୁ ତା’ପରେ ଭାରତର ବୀର ସେନାବାହିନୀ ଯେଉଁ ପରାକ୍ରମ ଦେଖାଇଲେ, ଭାରତ ନିଜର ଯେଉଁ ଶକ୍ତି ପ୍ରଦର୍ଶନ କଲା, ତାହା ସାରା ବିଶ୍ୱ ଦେଖିଲା । ଆପଣ କଳ୍ପନା କରିପାରୁଥିବେ – ଉଚ୍ଚ ପାହାଡ଼ଗୁଡ଼ିକ ଉପରେ ବସିଥିବା ଶତ୍ରୁ, ଆଉ ପାହାଡ଼ର ପାଦଦେଶରୁ ଯୁଦ୍ଧ କରୁଥିବା ଆମ ସେନାବାହିନୀ, କିନ୍ତୁ ପର୍ବତ ଶିଖରର ବିଜୟ ନୁହେଁ, ବରଂ ଭାରତୀୟ ସେନାବାହିନୀର ସାହସ ଏବଂ ପ୍ରକୃତ ବୀରତ୍ୱର ବିଜୟ ହେଲା । ବନ୍ଧୁଗଣ, ସେ ସମୟରେ ମୋତେ ମଧ୍ୟ କାରଗିଲ୍ ଯିବାର ଏବଂ ଆମ ଯବାନମାନଙ୍କ ବୀରତ୍ୱ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା । ସେ ମୁହୂର୍ତ୍ତ ମୋ ଜୀବନର ସବୁଠାରୁ ଅମୂଲ୍ୟ ମୁହୂର୍ତ୍ତଗୁଡ଼ିକ ମଧ୍ୟରୁ ଅନ୍ୟତମ । ମୁଁ ଲକ୍ଷ୍ୟ କରୁଛି ଯେ, ଆଜି ସାରା ଦେଶରେ ଲୋକେ କାରଗିଲ ବିଜୟକୁ ମନେ ପକାଉଛନ୍ତି । Social Media ରେ hashtag#courage-in-Kargil ମାଧ୍ୟମରେ ଲୋକେ ସେହି ବୀରମାନଙ୍କୁ ପ୍ରଣାମ କରୁଛନ୍ତି । ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ମୁଁ ଆଜି, ସମସ୍ତ ଦେଶବାସୀଙ୍କ ତରଫରୁ ଆମର ସେହି ବୀର ଯବାନମାନଙ୍କ ସହିତ ସେମାନଙ୍କ ବୀର ମାତାମାନଙ୍କୁ ମଧ୍ୟ ପ୍ରଣାମ କରୁଛି – ଯିଏ ଭାରତମାତାର ଏହି ସୁପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି । ଆଜିର ଦିନରେ କାରଗିଲ ବିଜୟ ସମ୍ପର୍କୀୟ ଆମ ଯବାନମାନଙ୍କ କାହାଣୀ, ବୀର ମା’ମାନଙ୍କ ତ୍ୟାଗ ସମ୍ପର୍କରେ ପରସ୍ପରଙ୍କୁ ଜଣାଇବା ଏବଂ Share କରିବା ପାଇଁ ମୁଁ ଦେଶର ଯୁବବର୍ଗଙ୍କୁ ଅନୁରୋଧ କରୁଛି ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଜି ଗୋଟିଏ ଅନୁରୋଧ କରୁଛି www.gallantryawards.gov.in ନାମରେ ଗୋଟିଏ ୱେବସାଇଟ୍ ରହିଛି । ଆପଣ ତାହାକୁ ନିଶ୍ଚୟ Visit କରନ୍ତୁ । ସେଠାରେ ଆପଣମାନଙ୍କୁ ଆମର ବୀର ପରାକ୍ରମୀ ଯୋଦ୍ଧାମାନଙ୍କ ସମ୍ପର୍କରେ, ସେମାନଙ୍କ ପରାକ୍ରମ ବିଷୟରେ ଅନେକ ତଥ୍ୟ ମିଳିବ ଆଉ ସେହି ସୂଚନାଗୁଡ଼ିକୁ ନେଇ ଆପଣ ଯେତେବେଳେ ନିଜ ସାଙ୍ଗସାଥୀଙ୍କ ସହିତ ଆଲୋଚନା କରିବେ ସେସବୁ ତାଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ । ଆପଣ ନିଶ୍ଚିତ ଭାବେ ଏହି ୱେବସାଇଟକୁ ଯାଆନ୍ତୁ, ଆଉ ଏହାକୁ ବାରମ୍ବାର ଦେଖିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ବନ୍ଧୁଗଣ, କାରଗିଲ ଯୁଦ୍ଧ ସମୟରେ ଅଟଳଜୀ ଲାଲକିଲ୍ଲା ଉପରୁ ଯାହା କହିଥିଲେ ତାହା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ବହୁତ ପ୍ରାସଙ୍ଗିକ । ଅଟଳଜୀ ସେତେବେଳେ ଦେଶକୁ ଗାନ୍ଧିଜୀଙ୍କର ଗୋଟିଏ ମନ୍ତ୍ର ସ୍ମରଣ କରାଇଥିଲେ । ମହାତ୍ମା ଗାନ୍ଧୀଙ୍କର ସେହି ମନ୍ତ୍ରଟି ଥିଲା ଯେ କ’ଣ କରିବା, କ’ଣ ନ କରିବାକୁ ନେଇ ଯଦି କାହାରି ମନରେ କୌଣସି ଦ୍ୱିଧା ଥାଏ, ତେବେ ସେ, ଭାରତର ସବୁଠାରୁ ଗରିବ ଓ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରିବା ଉଚିତ । ସେ ଏକଥା ଭାବିବା ଉଚିତ ଯେ, ସେ ଯାହା କରିବାକୁ ଯାଉଛି ତା’ଦ୍ୱାରା ସେହି ବ୍ୟକ୍ତିର କୌଣସି ଉପକାର ହେବ କି ନାହିଁ । ଗାନ୍ଧୀଜୀଙ୍କର ଏହି ଚିନ୍ତାଧାରାର ଟିକିଏ ଆଗକୁଯାଇ ଅଟଳଜୀ କହିଥିଲେ ଯେ, କାରଗିଲ ଯୁଦ୍ଧ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି । ସେ ମନ୍ତ୍ରଟି ହେଉଛି – “କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଉଚିତ ଯେ ଆମର ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ ତ, ଯିଏ ଦୁର୍ଗମ ପାର୍ବତ୍ୟାଂଚଳରେ ନିଜର ପ୍ରାଣବଳି ଦେଇଛି । ଆସନ୍ତୁ ଅଟଳଜୀଙ୍କ ସ୍ୱରରେ ହିଁ ତାଙ୍କର ଏହି ଭାବନାକୁ ଆମେ ଶୁଣିବା, ବୁଝିବା ଏବଂ ସମୟର ଏହି ଆବଶ୍ୟକତାକୁ ସ୍ୱୀକାର କରିବା ।
Sound byte of Shri Atalji
“ଆମ ସମସ୍ତଙ୍କର ମନେଅଛି ଯେ ଗାନ୍ଧିଜୀ ଆମକୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଆପଣ କ’ଣ କରିବେ ତାକୁ ନେଇ ଯଦି କୌଣସି ଦ୍ୱିଧା ଉତ୍ପନ୍ନ ହୁଏ ତାହେଲେ ଆପଣ ଭାରତର ସେହି ସବୁଠାରୁ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରନ୍ତୁ ଏବଂ ନିଜକୁ ପ୍ରଶ୍ନ କରନ୍ତୁ ଯେ, ଆପଣ ଯାହା କରିବାକୁ ଯାଉଛନ୍ତି ତାଦ୍ୱାରା ସେହି ବ୍ୟକ୍ତି ଉପକୃତ ହେବ କି ନାହିଁ । କାରଗିଲ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଯେ, ଆମର ସେହି ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ କି ନୁହେଁ, ଯିଏ ସେହି ଦୁର୍ଗମ ପାହାଡ଼ିଆ ଅଂଚଳରେ ନିଜର ପ୍ରାଣବଳି ଦେଇଛି ।”
ବନ୍ଧୁଗଣ, ଯୁଦ୍ଧ ପରିସ୍ଥିତିରେ ଆମେ ଯାହା କହିଥାଉ, ଯାହା କରିଥାଉଁ ସେସବୁର ସୀମାରେ କର୍ତ୍ତବ୍ୟରତ ସୈନିକର ମନୋବଳ ଉପରେ, ତାଙ୍କ ପରିବାରର ମନୋବଳ ଉପରେ ଗଭୀର ପ୍ରଭାବ ପକାଇଥାଏ । ଆମେ ଏକଥା କେବେହେଲେ ଭୁଲିବା ଉଚିତ ନୁହେଁ ଆଉ ଏଥିପାଇଁ ଆମ ଆଚାର-ବ୍ୟବହାର, ଆମ କଥା, ଆମ ବକ୍ତବ୍ୟ, ଆମ ମର୍ଯ୍ୟାଦା, ଆମର ଲକ୍ଷ୍ୟ, ଏସବୁ ନିୟନ୍ତ୍ରଣରେ ରହିବା ଜରୁରୀ କାରଣ ଏହା ଆମ ସୈନିକମାନଙ୍କ ମନୋବଳ ବୃଦ୍ଧିକାରୀ, ସମ୍ମାନ ବୃଦ୍ଧିକାରୀ ହେବା ଆବଶ୍ୟକ । “ରାଷ୍ଟ୍ର ସର୍ବୋପରି” ଏହି ମନ୍ତ୍ରକୁ ମନରେ ଧରି, ଏକତାର ସୂତ୍ରରେ ବନ୍ଧା ଦେଶବାସୀ, ଆମ ସୈନିକମାନଙ୍କ ଶକ୍ତି ସହସ୍ରଗୁଣ ବୃଦ୍ଧି କରିଦେଇଥାନ୍ତି । ଆମର ପରା କୁହାଯାଇଛି – “ସଂଘେ ଶକ୍ତି କଲୌ ଯୁଗେ” ।
ବେଳେବେଳେ ଆମେ ଏକଥାକୁ ନ ବୁଝି Social Mediaରେ ଏଭଳି କଥାଗୁଡ଼ିକୁ ପ୍ରୋତ୍ସାହିତ କରିଥାଉ ଯାହା ଆମ ଦେଶର ଅନେକ କ୍ଷତି ଘଟାଇଥାଏ । ବେଳେବେଳେ କୌତୁହଳବଶତଃ ଆମେ ଏଗୁଡ଼ିକୁ Forward କରିଦେଇଥାଉଁ । ଏପରି କରିବା ଅନୁଚିତ – ଏକଥା ଜାଣି ମଧ୍ୟ କରିଦେଉଥାଉଁ । ଆଜିକାଲି, ଯୁଦ୍ଧ କେବଳ ସୀମାରେ ନୁହେଁ, ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଏକସଙ୍ଗେ ଲଢ଼ିବାକୁ ପଡ଼ିଥାଏ ଏବଂ ପ୍ରତ୍ୟେକ ଦେଶବାସୀକୁ ଏଥିରେ ନିଜର ଭୂମିକା ନିର୍ଣ୍ଣୟ କରିବାକୁ ହୋଇଥାଏ । ଦେଶର ସୀମାରେ ଦୁର୍ଗମ ପରିସ୍ଥିତିରେ ସଂଗ୍ରାମରତ ଆମ ସୈନିକମାନଙ୍କୁ ସ୍ମରଣ କରି ଆମକୁ ମଧ୍ୟ ନିଜ ଭୂମିକା ସ୍ଥିର କରିବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଗତ କିଛିମାସ ଧରି ସାରା ଦେଶ ଏକ ହୋଇ ଯେଉଁଭଳି କରୋନା ସହ ସଂଗ୍ରାମ କରିଛି ତାହା ଅନେକ ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି । ଆଜି ଆମ ଦେଶରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ରହିଛି । ତା’ସଙ୍ଗେ ସଙ୍ଗେ ଆମ ଦେଶରେ କରୋନା ମୃତ୍ୟୁହାର ମଧ୍ୟ ବିଶ୍ୱର ଅଧିକାଂଶ ଦେଶଠାରୁ ଯଥେଷ୍ଟ କମ୍ ରହିଛି । ଜଣେ ବ୍ୟକ୍ତିକୁ ହରାଇବା ନିଶ୍ଚିତ ଭାବେ ଦୁଃଖଦାୟକ, ହେଲେ, ଭାରତ ଏହାର ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନରକ୍ଷା କରିବାରେ ସଫଳ ମଧ୍ୟ ହୋଇଛି । କିନ୍ତୁ ବନ୍ଧୁଗଣ, କରୋନା ବିପତ୍ତି ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି । ଆମକୁ ବହୁ ସତର୍କ ରହିବାର ଆବଶ୍ୟକତା ରହିଛି । ଏକଥା ଆମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଆରମ୍ଭରେ ଥିଲା । ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ମୁହଁରେ ମାସ୍କ ପିନ୍ଧିବା କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା – କରୋନାଠାରୁ ରକ୍ଷା ପାଇବା ପାଇଁ ଏସବୁ ହିଁ ଆମର ଅସ୍ତ୍ର । ବେଳେବେଳେ ମାସ୍କ ଆମକୁ ଅଡୁଆ ଲାଗେ । ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ । କଥାବାର୍ତ୍ତା କରିବା ସମୟରେ ଯେତେବେଳେ କି ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ସେତେବେଳେ ଆମେ ମାସ୍କ କାଢ଼ିଦେଇଥାଉ । ଏଭଳି ସମୟରେ ମୋର ଆପଣମାନଙ୍କୁ ଅନୁରୋଧ – ଯେତେବେଳେ ମାସ୍କକୁ ନେଇ ଆପଣ ଅସୁବିଧା ଅନୁଭବ କରନ୍ତି, ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ, ସେତେବେଳେ ମୁହୂର୍ତ୍ତକ ପାଇଁ ସେହି ଡାକ୍ତରମାନଙ୍କ କଥା ମନେ ପକାନ୍ତୁ, ସେହି ନର୍ସମାନଙ୍କ କଥା ମନେପକାନ୍ତୁ, ଆମର ସେହି କରୋନା ଯୋଦ୍ଧାମାନଙ୍କ କଥା ମନେପକାନ୍ତୁ । ଆପଣମାନେ ଲକ୍ଷ୍ୟ କରିବେ ଯେ, ସେମାନେ ଘଣ୍ଟା ଘଣ୍ଟାଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଆମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିରହୁଛନ୍ତି । ଆଠ-ଦଶ ଘଣ୍ଟା ଧରି ମାସ୍କ ପିନ୍ଧିରଖୁଛନ୍ତି । ସେମାନଙ୍କୁ କ’ଣ ଅସୁବିଧା ହେଉନଥିବ? ତାଙ୍କ କଥା ଟିକିଏ ମନେ ପକାଇଦେଲେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଜଣେ ନାଗରିକ ହିସାବରେ ଆମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ । ଏକପକ୍ଷରେ ଆମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ଅଛି । ଅପରପକ୍ଷରେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ, ଯାହାକି ଆମର କର୍ତ୍ତବ୍ୟ ତାହାକୁ ଗତିଶୀଳ କରିବାକୁ ହେବ । ତାହାକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ । ବନ୍ଧୁଗଣ, କରୋନା କାଳରେ ତ ଆମର ଗ୍ରାମାଂଚଳ ସମଗ୍ର ଦେଶକୁ ଗୋଟିଏ ନୂତନ ଦିଗ ପ୍ରଦର୍ଶିତ କରିଛି । ଗାଁରୁ ସ୍ଥାନୀୟ ନାଗରିକମାନଙ୍କର, ଗ୍ରାମପଞ୍ଚାୟତ ମାନଙ୍କର ଭଲକାମ ସବୁ ଅନବରତ ଭାବେ ସାମ୍ନାକୁ ଆସୁଛି । ଜମ୍ମୁରେ ତ୍ରେବା ନାମକ ଗୋଟିଏ ଗ୍ରାମପଞ୍ଚାୟତ ରହିଛି । ସେଠାକାର ସରପଞ୍ଚ ହେଉଛନ୍ତି ବଲବୀର କୌର ଜୀ । ମୋତେ ସୂଚନା ଦିଆଯାଇଛି ଯେ, ବଲବୀର କୌରଜୀ ନିଜ ପଞ୍ଚାୟତରେ 30 ଶଯ୍ୟାବିଶିଷ୍ଟ ଗୋଟିଏ କ୍ଵାରେଣ୍ଟାଇନ ସେଣ୍ଟର ନିର୍ମାଣ କରିଛନ୍ତି । ପଞ୍ଚାୟତକୁ ଆସୁଥିବା ରାସ୍ତାମାନଙ୍କରେ ପାଣିର ସୁବିଧା ମଧ୍ୟ କରାଯାଇଛି । ଲୋକଙ୍କର ହାତ ଧୋଇବାରେ ଯେମିତି କୌଣସି ଅସୁବିଧା ନ ହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ, ବଲବୀର କୌରଜୀ ନିଜେ ନିଜ କାନ୍ଧ ଉପରେ ସ୍ପ୍ରେ ପମ୍ପ ଟାଙ୍ଗି ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ସାରା ପଞ୍ଚାୟତରେ, ଆଖାପାଖ ଅଂଚଳରେ Sanitaization କାମ ମଧ୍ୟ କରୁଛନ୍ତି । ସେଇଭଳି ଆଉ ଜଣେ କଶ୍ମୀରୀ ମହିଳା ସରପଞ୍ଚ ରହିଛନ୍ତି । ସେ ହେଉଛନ୍ତି ଗାଁନ୍ଦରବଲ ଚୌଟଲିବାରର ଜୈତୁନା ବେଗମ୍ । ଜୈତୁନା ବେଗମ୍ ଜୀ ସ୍ଥିର କରିଛନ୍ତି ଯେ ତାଙ୍କ ପଞ୍ଚାୟତ କରୋନା ବିରୁଦ୍ଧରେ ସଂଗ୍ରାମ କରିବ ଏବଂ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରିବ । ସେ ସମ୍ପୂର୍ଣ୍ଣ ଅଂଚଳରେ ମାଗଣା ମାସ୍କ ବଂଟନ କରିଛନ୍ତି, ମାଗଣା ଖାଦ୍ୟସାମଗ୍ରୀ ବଂଟନ କରିଛନ୍ତି, ତାସଙ୍ଗେ ସଙ୍ଗେ ସେ ଲୋକମାନଙ୍କୁ ଶସ୍ୟବୀଜ ଏବଂ ସେଓର ଚାରା ମଧ୍ୟ ଦେଇଛନ୍ତି ଯାହାଫଳରେ ଲୋକଙ୍କୁ କୃଷିକାର୍ଯ୍ୟରେ, ବଗିଚା କାମରେ ଅସୁବିଧା ନ ହେବ । ବନ୍ଧୁଗଣ, କଶ୍ମୀରରୁ ଅନ୍ୟ ଏକ ପ୍ରେରଣାଦାୟୀ ଘଟଣା ଜାଣିବାକୁ ମିଳିଛି, ଏଠାରେ ଅନନ୍ତନାଗର ମ୍ୟୁନିସିପାଲ ପ୍ରେସିଡେଂଟ ହେଉଛନ୍ତି ଶ୍ରୀମାନ ମହମ୍ମଦ ଇକବାଲ, ନିଜ ଅଂଚଳର ସାନିଟାଇଜେସନ୍ ପାଇଁ ତାଙ୍କୁ ସ୍ପ୍ରେୟାରର ଆବଶ୍ୟକତା ଥିଲା । ପଚାରିବାରୁ ଜଣାପଡ଼ିଲା ଯେ ଏହି ମେସିନ୍ ଅନ୍ୟ ସହରରୁ ଆଣିବାକୁ ପଡ଼ିବ ଏବଂ ଏହାର ମୂଲ୍ୟ 6 ଲକ୍ଷ ଟଙ୍କା ହେବ । ଏକଥା ଜାଣି ଶ୍ରୀମାନ ଇକବାଲ ଜୀ ନିଜ ଚେଷ୍ଟାରେ ଗୋଟିଏ ସ୍ପ୍ରେୟାର ମେସିନ୍ ତିଆରି କରିଦେଲେ ଏବଂ ସେଥିପାଇଁ ମାତ୍ର ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଲା । ଏଇଭଳି ଅନେକ ଉଦାହରଣ ରହିଛି । ସାରା ଦେଶର କୋଣ ଅନୁକୋଣରୁ ଏଭଳି ଅନେକ ପ୍ରେରଣାଦାୟୀ ଘଟଣା ପ୍ରତିଦିନ ନଜରକୁ ଆସୁଛି, ଏମାନେ ସମସ୍ତେ ଅଭିନନ୍ଦନର ପାତ୍ର । ସମସ୍ୟା ଆସିଲା, କିନ୍ତୁ ଲୋକେ ମଧ୍ୟ ସେତିକି ଶକ୍ତିର ସହିତ ଏହାର ମୁକାବିଲା ମଧ୍ୟ କଲେ ।
ମୋର ପ୍ରିୟ ଦେଶବାସୀଗଣ, ସଠିକ ପଦକ୍ଷେପ, ସକାରାତ୍ମକ ପଦକ୍ଷେପ ଦ୍ୱାରା ସର୍ବଦା ବିପଦ ସମୟରେ ବିପତ୍ତିକୁ ପ୍ରଗତିରେ ପରିବର୍ତ୍ତିତ କରିବା ପାଇଁ ଅନେକ ସାହାଯ୍ୟ ମିଳିଥାଏ । ବର୍ତ୍ତମାନ ଆମେ କରୋନା ସମୟରେ ମଧ୍ୟ ଦେଖୁଛୁ ଯେ କିଭଳି ଆମ ଦେଶର ଯୁବବର୍ଗ, ମହିଳାମାନେ ନିଜର ପ୍ରତିଭା ଏବଂ ଦକ୍ଷତା ବଳରେ କିଛି ନୂଆ ପ୍ରୟୋଗ ଆରମ୍ଭ କରିଛନ୍ତି । ବିହାରରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧୁବନୀ ଚିତ୍ରକଳା ରହିଥିବା ମାସ୍କ ତିଆରି କରିବା ଆରମ୍ଭ କଲେ, ଏବଂ ଦେଖୁଦେଖୁ ଏସବୁ ଖୁବ୍ ଲୋକପ୍ରିୟ ହୋଇଗଲା । ମଧୁବନୀ ଚିତ୍ରକଳା ରହିଥିବା ଏହି ମାସ୍କ ଏକପକ୍ଷରେ ସେଠାକାର ପରମ୍ପରାର ପ୍ରଚାର କରୁଛି, ଅପରପକ୍ଷରେ ଏସବୁ ଲୋକମାନଙ୍କୁ ସୁସ୍ଥ ରଖିବା ସହ ଉପାର୍ଜନର ମାର୍ଗ ମଧ୍ୟ ପ୍ରଦାନ କରୁଛି । ଆପଣମାନେ ତ ଜାଣିଛନ୍ତି ଉତ୍ତର ପୂର୍ବାଂଚଳରେ ବାଉଁଶର ପ୍ରଚୁର ଉତ୍ପାଦନ ହୋଇଥାଏ, ଏବେ ସେହି ବାଉଁଶରେ ତ୍ରିପୁରା, ମଣିପୁର, ଆସାମର କାରିଗରମାନେ ଉଚ୍ଚ ଗୁଣସମ୍ପନ୍ନ ପାଣି ବୋତଲ ଏବଂ ଟିଫିନ ବକ୍ସ ତିଆରି କରିବା ଆରମ୍ଭ କରିଛନ୍ତି । ଏହାର କ୍ୱାଲିଟି ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ ବାଉଁଶରେ ଏତେ ସୁନ୍ଦର ବୋତଲ ତିଆରି ହୋଇପାରିବ । ଆଉପୁଣି ସେଗୁଡ଼ିକ eco-friendly । ଏହାକୁ ତିଆରି କରିବା ପୂର୍ବରୁ ବାଉଁଶକୁ ଅନ୍ୟ ଔଷଧୀୟ ବୃକ୍ଷ ସହ ସିଝାଯାଇଥାଏ । ଏହାଦ୍ୱାରା ବାଉଁଶ ଔଷଧଗୁଣଯୁକ୍ତ ହୋଇଯାଇଥାଏ । ଛୋଟ ଛୋଟ ସ୍ଥାନୀୟ ଉତ୍ପାଦନ ଦ୍ୱାରା କିଭଳି ବଡ଼ ସଫଳତା ମିଳିପାରିବ ଏହାର ଆଉ ଗୋଟିଏ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ବିଶୁନପୁରରେ ଆଜିକାଲି 30ରୁ ଅଧିକ ଗୋଷ୍ଠୀ ମିଶି ଲେମନ ଗ୍ରାସ୍ ଚାଷ କରୁଛନ୍ତି । ଲେମନ ଗ୍ରାସ୍ ଫସଲକୁ ଚାରିମାସ ସମୟ ଲାଗେ । ଏହାର ତେଲ ବଜାରରେ ଭଲ ଦରରେ ବିକ୍ରି ହୋଇଥାଏ । ଆଜିକାଲି ଏହାର ଭଲ ଚାହିଦା ମଧ୍ୟ ରହିଛି । ମୁଁ ଦେଶର ଦୁଇଟି ଅଂଚଳ ବିଷୟରେ କଥା ହେବାକୁ ଚାହୁଁଛି ଏ ଦୁଇଟି ପରସ୍ପରଠାରୁ ଶହ ଶହ କିଲୋମିଟର ଦୂରରେ ଅବସ୍ଥିତ । କିନ୍ତୁ ନିଜ ନିଜ ଢଙ୍ଗରେ ଏମାନେ ଭାରତକୁ ଆତ୍ମନିର୍ଭର କରି ଗଢ଼ି ତୋଳିବାରେ କିଛି ନିଆରା ପ୍ରୟାସ କରୁଛନ୍ତି । ଗୋଟିଏ ହେଉଛି ଲଦ୍ଦାଖ ଅନ୍ୟଟି ହେଉଛି କଚ୍ଛ । ଲେହ ଏବଂ ଲଦ୍ଦାଖର ନାଁ ମନକୁ ଆସିବାମାତ୍ରେ ସୁଉଚ୍ଚ ପାହାଡ଼ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଆମ ଆଖି ଆଗରେ ନାଚିଯାଏ ତାଜା ପବନ ଦେହରେ ବାଜିବାଭଳି ଅନୁଭୂତି ହୁଏ । ଅପରପକ୍ଷରେ କଚ୍ଛ କଥା ପଡ଼ିଲା ବେଳକୁ ମନକୁ ଆସେ ବୃକ୍ଷଲତା ବିହୀନ ବିସ୍ତୀର୍ଣ୍ଣ ମରୁଭୂମିର ଦୃଶ୍ୟ । ଲଦ୍ଦାଖରେ ଗୋଟିଏ ବିଶେଷ ଫଳ ଫଳିଥାଏ ଯାହାର ନାଁ ଚୁଲୀ ବା ଖୁବାନୀ ଯାହାକୁ ଇଂରାଜୀରେ apricot କୁହାଯାଏ । ଏ ଫସଲ, ଏହି ଅଂଚଳର ଅର୍ଥନୀତିକୁ ବଦଳାଇବାର କ୍ଷମତା ରଖିଛି । କିନ୍ତୁ ଦୁଃଖର କଥା ଯେ ଏହା ଯୋଗାଣ ଅସୁବିଧା, ପାଣିପାଗର ଅନିୟମିତତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଏଗୁଡ଼ିକ ନଷ୍ଟ ହେବାର ମାତ୍ରା ନ୍ୟୁନତମ ହେଉ ସେଥିପାଇଁ ଆଜିକାଲି ଏକ ନୂଆ ଉପାୟ ଆରମ୍ଭ ହୋଇଛି । ଗୋଟିଏ ପ୍ରକ୍ରିୟା ରହିଛି, ଯାହାର ନାମ ହେଉଛି solar apricot dryer and space heater । ଏହା ଖୁବାନୀ ଏବଂ ଅନ୍ୟ ଫଳ ଓ ପନିପରିବାକୁ ଆବଶ୍ୟକତା ଅନୁସାରେ ଶୁଖାଇପାରୁଛି, ତାହା ପୁଣି ପୁଷ୍ଟିକର ଉପାୟରେ । ଆଗରୁ ଖୁବାନୀକୁ ବିଲ ପାଖରେ ଶୁଖାଇବା ସମୟରେ ଏହା ବହୁମାତ୍ରାରେ ନଷ୍ଟ ହେଉଥିଲା ତାହା ସଙ୍ଗେ ସଙ୍ଗେ ଧୂଳି ଏବଂ ବର୍ଷାପାଣି ଯୋଗୁଁ ଫଳର ଗୁଣବତ୍ତା ମଧ୍ୟ ପ୍ରଭାବିତ ହେଉଥିଲା । ଅନ୍ୟପକ୍ଷରେ ଆଜିକାଲି କଚ୍ଛରେ ଚାଷୀମାନେ Dragon Fruits ଚାଷ ପାଇଁ ପ୍ରଶଂସନୀୟ ଉଦ୍ୟମ କରୁଛନ୍ତି । କଚ୍ଛରେ ପୁଣି Dragon Fruits ଏକଥା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି । କିନ୍ତୁ, ଆଜିକାଲି ସେଠାରେ ଅନେକ ଚାଷୀ ଏହି କାମରେ ଲାଗିଛନ୍ତି । ଫଳର ଗୁଣବତ୍ତା ଏବଂ କମ୍ ଜମିରେ ଅଧିକ ଉତ୍ପାଦନକୁ ନେଇ ଅନେକ ନୂତନ ପ୍ରୟାସ କରାଯାଉଛି । ମତେ ସୂଚନା ଦିଆଯାଇଛି ଯେ Dragon Fruitsର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ ଭାବେ, ଜଳଖିଆରେ ଏହାକୁ ଅଧିକ ଭାବେ ଗ୍ରହଣ କରାଯାଉଛି । Dragon Fruits ଆମଦାନୀ ଯେମିତି କରିବାକୁ ନ ପଡ଼େ ସେଥିପାଇଁ କଚ୍ଛର ଚାଷୀମାନେ ସଂକଳ୍ପ ଗ୍ରହଣ କରିଛନ୍ତି । ଏହାହିଁ ତ ଆତ୍ମନିର୍ଭରତା ।
ବନ୍ଧୁଗଣ, ଆମେ ଯେତେବେଳେ କିଛି ନୂଆ କରିବାର ଚିନ୍ତା କରୁ, ନବୋନ୍ମେଷ କଥା ଚିନ୍ତାକରୁ, ସେତେବେଳେ ଏଇଭଳି କଥା ସମ୍ଭବ ହୁଏ ଯାହା ବିଷୟରେ ସାଧାରଣତଃ କେହି କଳ୍ପନା କରିନଥାନ୍ତି, ଯେମିତିକି ବିହାରର କିଛି ଯୁବ ଛାତ୍ରମାନଙ୍କ କଥା ନିଅନ୍ତୁ । ପ୍ରଥମେ ଏମାନେ ସାଧାରଣ ଚାକିରି କରୁଥିଲେ । ଦିନେ ସେମାନେ ମୁକ୍ତାଚାଷ କରିବା ପାଇଁ ସ୍ଥିର କଲେ । ତାଙ୍କ ଅଂଚଳରେ ଲୋକେ ଏ ବିଷୟରେ ବେଶୀ କିଛି ଜାଣିନଥିଲେ କିନ୍ତୁ ଏମାନେ ପ୍ରଥମେ ସବୁ ପ୍ରକାର ସୂଚନା ଏକତ୍ରିତ କଲେ । ଜୟପୁର ଏବଂ ଭୁବନେଶ୍ୱର ଯାଇ ତାଲିମ ଗ୍ରହଣ କଲେ ଆଉ ନିଜ ଗାଁରେ ହିଁ ମୁକ୍ତାଚାଷ ଆରମ୍ଭ କରିଦେଲେ । ଆଜି ଏମାନେ ନିଜେ ଏଥିରୁ ଯଥେଷ୍ଟ ରୋଜଗାର କରିପାରିବା ସହ ମୁଜାଫରପୁର, ବେଗୁସରାଇ ଏବଂ ପାଟନାକୁ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏ ବିଷୟରେ ତାଲିମ ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାଦ୍ୱାରା ଅନେକ ଲୋକଙ୍କ ପାଇଁ ଆତ୍ମନିର୍ଭର ହେବାର ବାଟ ଖୋଲିଯାଇଛି ।
ବନ୍ଧୁଗଣ, କିଛିଦିନ ପରେ ଆସୁଛି ରକ୍ଷାବନ୍ଧନ ପର୍ବ । ମୁଁ ଏବେ ଦେଖୁଛି ଯେ ଅନେକ ଲୋକ ଏବଂ ସଂସ୍ଥା ଏଥର ରକ୍ଷାବନ୍ଧନ ପର୍ବକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଅଭିଯାନ ଚଳାଇଛନ୍ତି । କିଛି ଲୋକ ଏହାକୁ ‘ଭୋକାଲ ଫର ଲୋକାଲ’ ସହିତ ଯୋଡ଼ୁଛନ୍ତି, ଆଉ ତାହା ଠିକ୍ ମଧ୍ୟ । ଆମର ପର୍ବପର୍ବାଣୀ ଦ୍ୱାରା ଆମ ସମାଜର, ଆମ ଘର ଆଖପାଖର କୌଣସି ବ୍ୟକ୍ତିର ବ୍ୟବସାୟ ଯଦି ବୃଦ୍ଧିପାଏ ତେବେ ସେହି ପର୍ବ ତା’ପାଇଁ ମଧ୍ୟ ଖୁସି ଆଣିଦିଏ, ଆନନ୍ଦର ମୁହୂର୍ତ୍ତ ପାଲଟିଯାଏ । ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନର ବହୁତ ବହୁତ ଶୁଭକାମନା ।
ବନ୍ଧୁଗଣ! ଅଗଷ୍ଟ 7 ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଭାରତର ହସ୍ତତନ୍ତ, ଆଉ ହସ୍ତଶିଳ୍ପ ଭିତରେ ଶହଶହ ବର୍ଷର ଏକ ଗୌରବମୟ ଇତିହାସ ପ୍ରତିଭାତ ହୋଇଥାଏ । ଆମ ସମସ୍ତଙ୍କର ପ୍ରୟାସ ହେବା ଦରକାର ଯେ ନା କେବଳ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପର ଅଧିକରୁ ଅଧିକ ଉପଯୋଗ ହେଉ, ବରଂ, ଏ ସମ୍ପର୍କରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ବି ଦରକାର । ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କେତେ ମହିମାମଣ୍ଡିତ, କେତେ ବିବିଧତାପୂର୍ଣ୍ଣ, ଏ ସମ୍ପର୍କରେ ବିଶ୍ୱ ଯେତେ ଅଧିକ ଜାଣିବ, ଆମର ସ୍ଥାନୀୟ କାରିଗର ଏବଂ ବୁଣାକାରଙ୍କୁ ସେତିକି ଅଧିକ ଲାଭ ମିଳିବ ।
ବନ୍ଧୁଗଣ! ବିଶେଷକରି ମୋର ଯୁବବନ୍ଧୁଗଣ, ଆମ ଦେଶ ବଦଳିବାରେ ଲାଗିଛି । ଇଏ କେମିତି ବଦଳୁଛି? କେତେ ଜୋରରେ ବଦଳୁଛି? କୋଉ କୋଉ କ୍ଷେତ୍ରରେ ବଦଳୁଛି? ଏକ ସକାରାତ୍ମକ ବିଚାର ସହିତ ଯଦି ଏସବୁ ଉପରେ ଦୃଷ୍ଟିନିକ୍ଷେପ କରାଯାଏ ତାହାଲେ ଆମକୁ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ । ଗୋଟିଏ ସମୟ ଥିଲା, ଯେତେବେଳେ ଖେଳକୁଦଠାରୁ ଆରମ୍ଭକରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଅଧିକତର ଲୋକ ବଡ଼ ବଡ଼ ସହରରୁ କିମ୍ବା ବଡ଼ ବଡ଼ ପରିବାରରୁ ଅଥବା ନାମୀଦାମୀ ସ୍କୁଲ କଲେଜରୁ ଆସୁଥିଲେ । ଏବେ କିନ୍ତୁ ଚିତ୍ର ବଦଳିବାରେ ଲାଗିଛି । ଗାଁରୁ, ଛୋଟ ସହରରୁ, ସାଧାରଣ ପରିବାରରୁ, ଆମର ଯୁବବର୍ଗ ଏବେ ଆଗକୁ ଆସିବାରେ ଲାଗିଛନ୍ତି । ସଫଳତାର ନୂତନ ଶିଖର ସ୍ପର୍ଶ କରୁଛନ୍ତି । ଏମାନେ ସଙ୍କଟ ମଧ୍ୟରେ ଗତିକରି ବି ନୂଆ ନୂଆ ସ୍ୱପ୍ନକୁ ଗୁନ୍ଥି ଆଗକୁ ବଢ଼ିବାରେ ଲାଗିଛନ୍ତି । ଏଇଭଳି କିଛି ଦେଖିବାକୁ ମିଳିଛି ଏଇ ନିକଟରେ ପ୍ରକାଶ ପାଇଥିବା ବୋର୍ଡ ପରୀକ୍ଷା ଫଳ ପରିଣାମରେ । ଆଜିର ‘ମନ୍ କି ବାତ୍’ରେ ଆମେ ଏଇଭଳି କିଛି ପ୍ରତିଭାଶାଳୀ ପୁଅ ଝିଅଙ୍କ ସହ କଥାହେବା । ଏଭଳି ଜଣେ ପ୍ରତିଭାଶାଳୀ କନ୍ୟା ହେଉଛନ୍ତି କୃତିକା ନାନ୍ଦଲ । କୃତିକା ହରିୟାଣା ପାନିପଥର ବାସିନ୍ଦା ।
ମୋଦି ଜୀ – ହେଲୋ କୃତିକା, ନମସ୍ତେ ।
କୃତିକା – ନମସ୍ତେ ସାର୍ ।
ମୋଦି ଜୀ – ପରୀକ୍ଷାରେ ଖୁବ୍ ଭଲ କରିଥିବା ହେତୁ ତୁମକୁ ବହୁତ ବହୁତ ଅଭିନନ୍ଦନ
କୃତିକା – ଧନ୍ୟବାଦ ସାର୍ ।
ମୋଦି ଜୀ – ଏବେ ତ ତୁମକୁ ବହୁତ ଲୋକଙ୍କ ପାଖରୁ ଟେଲିଫୋନ ଆସୁଥିବ । ଆଉ ତମେ ସେସବୁ ଟେଲିଫୋନକୁ ରିସିଭ କରିକରି ଥକିଯାଉଥିବ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଯେଉଁ ଲୋକମାନେ ତୁମକୁ ବଧାଇ ଜଣାଉଥିବେ ସେମାନେ ବି ତୁମକୁ ଜାଣିଛନ୍ତି ବୋଲି ଗର୍ବ ଅନୁଭବ କରୁଥିବେ । ତୁମକୁ କେମିତି ଲାଗୁଛି ।
କୃତିକା – ସାର୍, ବହୁତ ଖୁସି ଲାଗୁଛି । ମୋ ସଫଳତା ବାପାମାଆଙ୍କ ମନରେ ପ୍ରଚୁର ଖୁସି ଆଣିଥିବାରୁ ମୁଁ ଖୁବ୍ ଗର୍ବ ଅନୁଭବ କରୁଛି ।
ମୋଦି ଜୀ – ଆଚ୍ଛା ତୁମର ସବୁଠୁ ବଡ଼ ପ୍ରେରଣା କିଏ ଥିଲେ?
କୃତିକା – ସାର୍, ମୋର ମାଆ ହେଉଛନ୍ତି ମୋ ପାଇଁ ସବୁଠୁ ବଡ଼ ପ୍ରେରଣା ।
ମୋଦି ଜୀ – ବାଃ । ଆଚ୍ଛା ତମେ ମାଁଙ୍କଠାରୁ କେଉଁ କଥାସବୁ ଶିଖୁଛ?
କୃତିକା – ସାର୍, ସେ ତାଙ୍କ ଜୀବନରେ ଏତେସବୁ ଅସୁବିଧାର ସାମ୍ନା କରି ବି ସେ ବହୁତ ସାହସୀ ଆଉ ଦୃଢ । ତାଙ୍କୁ ଦେଖିକି ଏତେ ପ୍ରେରଣା ମିଳେ ଯେ ମୁଁ ମନେ ମନେ ଭାବେ ଯେ ମୁଁ ତାଙ୍କରି ଭଳି ହୋଇପାରନ୍ତି କି?
ମୋଦି ଜୀ – ମାଆ କୋଉ ଯାଏଁ ପଢ଼ିଛନ୍ତି?
କୃତିକା – ସାର୍, ସେ ବିଏ ପାସ୍ କରିଛନ୍ତି ।
ମୋଦି ଜୀ – ଓଃ ବିଏ ପଢ଼ିଛନ୍ତି!
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଚ୍ଛା । ତାହେଲେ ମାଆ ତ ତୁମକୁ ଅନେକ କିଛି ଶିଖାଉଥିବେ ।
କୃତିକା – ଆଜ୍ଞା ସାର୍, ଶିଖାନ୍ତି । ଦୁନିଆରେ କେମିତି ଚଳିବାକୁ ପଡ଼ିବ ସେ ସମ୍ପର୍କରେ ମାଆ ମୋତେ ଟିକିନିଖି କହନ୍ତି ।
ମୋଦି ଜୀ – ସେ ତ ତୁମକୁ ଆକଟ କରୁଥିବେ!
କୃତିକା – ଆଜ୍ଞା ସାର୍ । ଆକଟ ବି କରନ୍ତି ।
ମୋଦି ଜୀ – ଆଚ୍ଛା ଝିଅ, ତମେ ଆଗକୁ କ’ଣ କରିବାକୁ ଚାହୁଁଛ?
କୃତିକା – ସାର୍ ମୁଁ ଡାକ୍ତର ହେବାକୁ ଚାହୁଁଛି ।
ମୋଦି ଜୀ – ଆରେ ବାଃ!
କୃତିକା – ଏମବିବିଏସ୍
ମୋଦି ଜୀ – ଡାକ୍ତର ହେବା କିଛି ସହଜ କାମ ନୁହେଁ!
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ତମେ ମେଧାବୀ ଥିବାରୁ ଡିଗ୍ରୀ ତ ପାଇଯିବ ଝିଅ, କିନ୍ତୁ ଜଣେ ଡାକ୍ତରର ଜୀବନ ସମାଜ ପ୍ରତି ଖୁବ୍ ସମର୍ପିତ ହୋଇଥାଏ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଡାକ୍ତର ବି କେବେ କେବେ ରାତିରେ ଶାନ୍ତିରେ ଶୋଇ ପାରନ୍ତିନି । କେତେବେଳେ ରୋଗୀଙ୍କର ଫୋନ୍ ଆସିଯାଏ, କେତେବେଳେ ଡାକ୍ତରଖାନାରୁ ଫୋନ ଆସିଯାଏ ଆଉ ତତକ୍ଷଣାତ୍ ଯିବାକୁ ପଡ଼ିଥାଏ । ମାନେ ଏକ ପ୍ରକାର 24 x 7, 365 ଦିନ ଡାକ୍ତରଙ୍କ ଜୀବନ ଲୋକଙ୍କ ସେବାରେ ଲାଗିରହିବାକୁ ପଡ଼େ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଉ ବିପଦ ବି ଥାଏ, କାହିଁକିନା ଆଜିକାଲି ଯେଉଁଭଳି ରୋଗ ବ୍ୟାପୁଛି ଡାକ୍ତରଙ୍କ ପାଇଁ ବହୁତ ବଡ଼ ସଙ୍କଟ ରହୁଛି ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଚ୍ଛା କୃତିକା, ତମେ ଜାଣିଥିବ! ଖେଳକୁଦ କ୍ଷେତ୍ରରେ ସାରା ଭାରତକୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଉଥିବା ରାଜ୍ୟ ହେଉଛି ହରିୟାଣାବୋଲି
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ତମେ କିଛି ଖେଳକୁଦରେ ଭାଗନିଅ କି? କେଉଁ ଖେଳ ତୁମର ପସନ୍ଦ?
କୃତିକା – ସାର୍ ସ୍କୁଲରେ ବାସ୍କେଟବେଲ ଖେଳୁଥିଲି ।
ମୋଦି ଜୀ – ଆଚ୍ଛା, ତୁମର ଉଚ୍ଚତା କେତେ, ଅଧିକ ଉଚ୍ଚତା?
କୃତିକା – ନା ସାର୍, ପାଞ୍ଚ ଫୁଟ୍ ଦୁଇ ଇଞ୍ଚ ।
ମୋଦି ଜୀ – ଆଚ୍ଛା, ତ ତମର ଖେଳ ପସନ୍ଦ?
କୃତିକା – ସାର୍ ସେଇଟା ତ ଆଗ୍ରହ , ଏମିତି ଖେଳାଖେଳି କରେ
ମୋଦି ଜୀ – ଆଚ୍ଛା ଆଚ୍ଛା । କୃତିକା ଜୀ, ଆପଣଙ୍କ ମାଆଙ୍କୁ ମୋ ତରଫରୁ ପ୍ରଣାମ ଜଣାଇବେ । ସେ ଆପଣଙ୍କୁ ଏହିପରି ଯୋଗ୍ୟ କରିଛନ୍ତି । ଆପଣଙ୍କ ଜୀବନକୁ ତିଆରିଛନ୍ତି । ଆପଣଙ୍କ ମାଆଙ୍କୁ ପ୍ରଣାମ ଓ ଆପଣଙ୍କୁ ବହୁତ ବହୁତ ବଧେଇ, ବହୁତ ବହୁତ ଶୁଭକାମନା ।
କୃତିକା – ଧନ୍ୟବାଦ୍ ସାର
ଆସନ୍ତୁ ଆମେ ଏବେ ଯିବା କେରଳର ଏର୍ନାକୁଲମ୍ । କେରଳର ଜଣେ ଯୁବକଙ୍କ ସହ କଥା ହେବା ।
ମୋଦି ଜୀ – ହେଲୋ
ବିନାୟକ – ହେଲୋ ସାର୍ ନମସ୍କାର ।
ମୋଦି ଜୀ – ବିନାୟକ, ଅଭିନନ୍ଦନ
ବିନାୟକ – ହଁ, ଧନ୍ୟବାଦ ସାର୍ ।
ମୋଦି ଜୀ – ସାବାସ୍ ବିନାୟକ, ସାବାସ୍
ବିନାୟକ – ହଁ, ଧନ୍ୟବାଦ ସାର୍
ମୋଦି ଜୀ – ଉତ୍ସାହ କେମିତି ଅଛି?
ବିନାୟକ – ବହୁତ ଅଛି ସାର୍
ମୋଦି ଜୀ – ତମେ କିଛି ଖେଳ ଖେଳକି?
ବିନାୟକ – ବ୍ୟାଡ଼ମିଂଟନ
ମୋଦି ଜୀ – ବ୍ୟାଡମିଂଟନ
ବିନାୟକ – ହଁ
ମୋଦି ଜୀ – ସ୍କୁଲରେ ନା ତାଲିମ ନେବାର ସୁଯୋଗ ମିଳିଛି?
ବିନାୟକ – ନା, ସ୍କୁଲରେ କିଛି ତାଲିମ ନେବାର ସୁଯୋଗ ମିଳିଛି ।
ମୋଦି ଜୀ – ହୁଁ ହୁଁ ।
ବିନାୟକ – ଆମ ଶିକ୍ଷକମାନଙ୍କଠାରୁ
ମୋଦି ଜୀ – ହଁ ହଁ ।
ବିନାୟକ – ଯେମିତି ଆମେ ବାହାରକୁ ଯାଇ ଭାଗନେବାର ସୁଯୋଗ ପାଇବୁ ।
ମୋଦି ଜୀ – ବାଃ ।
ବିନାୟକ – ସ୍କୁଲରୁ ହିଁ ।
ମୋଦି ଜୀ – କେତୋଟି ରାଜ୍ୟକୁ ଯାଇଛ?
ବିନାୟକ – ମୁଁ କେବଳ କେରଳ ଓ ତାମିଲନାଡୁ ଯାଇଛି ।
ମୋଦି ଜୀ – କେବଳ କେରଳ ଓ ତାମିଲନାଡୁ
ବିନାୟକ – ଆଜ୍ଞା ହଁ ।
ମୋଦି ଜୀ – ଆଚ୍ଛା ତୁମେ ଦିଲ୍ଲୀ ଆସିବାକୁ ଚାହିଁବ?
ବିନାୟକ – ହଁ ସାର୍, ମୁଁ ମୋର ଉଚ୍ଚଶିକ୍ଷା ପାଇଁ ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦରଖାସ୍ତ କରିଛି ।
ମୋଦି ଜୀ – ବାଃ, ତମେ ତା’ହେଲେ ଦିଲ୍ଲୀ ଆସୁଛ ।
ବିନାୟକ – ହଁ ସାର୍ ।
ମୋଦି ଜୀ – ଯେଉଁ ଛାତ୍ରଛାତ୍ରୀ ଭବିଷ୍ୟତରେ ବୋର୍ଡ ପରୀକ୍ଷା ଦେବେ, ସେମାନଙ୍କ ପାଇଁ ତମେ କିଛି କହିବ କି?
ବିନାୟକ – କଠିନ ପରିଶ୍ରମ ଓ ସମୟର ଠିକ୍ ଉପଯୋଗ ।
ମୋଦି ଜୀ – ସମୟର ସଠିକ୍ ପରିଚାଳନା ।
ବିନାୟକ – ହଁ ସାର୍ ।
ମୋଦି ଜୀ – ବିନାୟକ, ମୁଁ ତମର ସଉକ ସମ୍ପର୍କରେ ଜାଣିବାକୁ ଚାହୁଁଛି ।
ବିନାୟକ – … ବ୍ୟାଡମିଂଟନ ଆଉ ତା’ପରେ ରୋଇଂ ।
ମୋଦି ଜୀ – ତ, ତମେ ସୋସିଆଲ ମିଡିଆରେ ସକ୍ରିୟ ଅଛ ।
ବିନାୟକ – ନା, ଆମକୁ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ସ୍କୁଲକୁ ନେବାକୁ ଅନୁମତି ମିଳେନାହିଁ ।
ମୋଦି ଜୀ – ତା’ହେଲେ ତମେ ଭାଗ୍ୟବାନ ।
ବିନାୟକ – ହଁ ସାର୍ ।
ମୋଦି ଜୀ – ବହୁତ ବଢ଼ିଆ, ବିନାୟକ, ପୁଣିଥରେ ଅଭିନନ୍ଦନ ଆଉ ଶୁଭକାମନା ।
ବିନାୟକ – ଧନ୍ୟବାଦ ସାର୍ ।
ଆସନ୍ତୁ, ଆମେ ଉତ୍ତରପ୍ରଦେଶ ଯିବା । ଉତ୍ତରପ୍ରଦେଶ ଅମରୋହାର ଶ୍ରୀମାନ ଉସମାନ ସୈଫିଙ୍କ ସହ କଥାହେବା ।
ମୋଦି ଜୀ – ହ୍ୟାଲୋ ଉସମାନ, ବହୁତ ବହୁତ ଅଭିନନ୍ଦନ, ତମକୁ ବହୁତ ଅଭିନନ୍ଦନ
ଉସମାନ – ଧନ୍ୟବାଦ ସାର୍ ।
ମୋଦି ଜୀ – ଆଚ୍ଛା ଉସମାନ କହ ଯେ ତମେ ଯେଉଁ ଫଳ ଆଶା କରୁଥିଲ, ତାହା ମିଳିଲା ନା କିଛି କମ୍ ଆସିଲା ।
ଉସମାନ – ନା, ଯାହା ଆଶା କରିଥିଲି ତାହା ପାଇଛି । ମୋ ବାପାମାଆ ବି ବହୁତ ଖୁସି ।
ମୋଦି ଜୀ – ବାଃ, ଆଚ୍ଛା ପରିବାରରେ ଆଉ ଭାଇ କଣ ଏତେ ପ୍ରତିଭାବାନ ନା ଘରେ ତମେ ଜଣେ ହିଁ ପ୍ରତିଭାବାନ ?
ଉସମାନ – କେବଳ ମୁଁ ଅଛି, ମୋ ଭାଇ ଟିକିଏ ଦୁଷ୍ଟ ।
ମୋଦି ଜୀ – ହଁ ହଁ ।
ଉସମାନ – କିନ୍ତୁ ମୋ ସାଙ୍ଗରେ ବହୁତ ଖୁସିରେ ରହେ ।
ମୋଦି ଜୀ – ଆଚ୍ଛା ତମେ ଯେତେବେଳେ ପଢ଼ୁଥିଲ, ତମ ପସନ୍ଦର ବିଷୟ କ’ଣ ଥିଲା?
ଉସମାନ – ଗଣିତ
ମୋଦି ଜୀ – ଆରେ ବାଃ ତ ଗଣିତରେ କ’ଣ ରୁଚି ଥିଲା? କିପରି ହେଲା? କୋଉ ଶିକ୍ଷକ ତମକୁ ପ୍ରେରଣା ଦେଇଥିଲେ?
ଉସମାନ – ଜୀ, ଆମର ଜଣେ ସବଜେକ୍ଟ ଟିଚର ରଜତ ସାର୍ । ସେ ମୋତେ ପ୍ରେରଣା ଦେଇଥିଲେ ଆଉ ସେ ବହୁତ ଭଲ ପଢ଼ାନ୍ତି ଆଉ ଆରମ୍ଭରୁ ହିଁ ମୋର ଗଣିତ ଭଲ ହୁଏ ଆଉ ସେଇଟା ବହୁତ ମଜାଦାର ବିଷୟ ବି
ମୋଦି ଜୀ – ହୁଁ ହୁଁ
ଉସମାନ – ଏହାକୁ ଯେତେ ଅଧିକ କଷିବେ, ସେତିକି ଅଧିକ ଆଗ୍ରହ ଆସିବ, ତ ସେଥିପାଇଁ ମୋର ପ୍ରିୟ ବିଷୟ ।
ମୋଦି ଜୀ – ହୁଁ ହୁଁ । ତମକୁ କ’ଣ ଜଣାଅଛି ଯେ ଅନଲାଇନରେ ବୈଦିକ ଗଣିତର କ୍ଲାସ୍ ହୁଏ ।
ଉସମାନ – ହଁ ସାର୍ ।
ମୋଦି ଜୀ – ହଁ, କେବେ ଚେଷ୍ଟା କରିଛ କରିବାକୁ?
ଉସମାନ – ନା ସାର୍ ଏଯାଏଁ କରିନି ।
ମୋଦି ଜୀ – ତମେ ଦେଖ, ତମର ବହୁତ ସାଙ୍ଗମାନଙ୍କୁ ଲାଗିବ ସତେଯେମିତି ତମେ ଜଣେ ଯାଦୁକର, କାରଣ କମ୍ପ୍ୟୁଟର ଗତିରେ ତମେ ଗଣନା କରିପାରିବ ବୈଦିକ ଗଣିତରେ । ବହୁତ ସରଳ techniques ଆଉ ଆଜିକାଲି ସେଇଟା ଅନଲାଇନରେ ମଧ୍ୟ ଉପଲବ୍ଧ ।
ଉସମାନ – ଜୀ ସାର୍ ।
ମୋଦି ଜୀ – ତମର ଗଣିତରେ ଯେହେତୁ ଆଗ୍ରହ ଅଛି, ତେଣୁ ବହୁତ ନୂଆ ନୂଆ କଥା ବି ତମେ ଦେଇପାରିବ ।
ଉସମାନ – ହଁ ସାର୍ ।
ମୋଦି ଜୀ – ଆଚ୍ଛା ଉସମାନ, ତମେ ଖାଲି ସମୟରେ କ’ଣ କର?
ଉସମାନ – ଖାଲି ସମୟରେ ସାର୍ ମୁଁ କିଛି ନା କିଛି ଲେଖେ । ମତେ ଲେଖାଲେଖି କରିବାରେ ବହୁତ ଆଗ୍ରହ ।
ମୋଦି ଜୀ – ଆରେ ବାଃ ମାନେ ତମେ ଗଣିତରେ ବି ରୁଚି ରଖ ଆଉ ସାହିତ୍ୟରେ ବି
ଉସମାନ – ହଁ ସାର୍ ।
ମୋଦି ଜୀ – କ’ଣ ଲେଖ? କବିତା ଲେଖ ନା ଶାୟରି ଲେଖ ।
ଉସମାନ – କିଛି ବି ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ଲେଖାଲେଖି କରେ ।
ମୋଦି ଜୀ – ହଁ ହଁ ।
ଉସମାନ – ନୂଆ ନୂଆ ତଥ୍ୟ ମିଳିଥାଏ ଯେପରିକି ଜିଏସଟି ଆଉ ଆମର ନୋଟବନ୍ଦୀ … ସବୁ କଥା
ମୋଦି ଜୀ – ଆରେ ବାଃ ! ତମେ କଲେଜରେ ପଢ଼ିବା ପାଇଁ ଆଗକୁ କ’ଣ ଯୋଜନା କରୁଛ?
ଉସମାନ – କଲେଜର ପଢ଼ା, ସାର୍ ମୋର JEE Mainsରେ ପ୍ରଥମ ଚେଷ୍ଟାରେ ହିଁ ସଫଳ ହୋଇଛି ଆଉ ସେପ୍ଟେମ୍ବର ପାଇଁ second attemptରେ ଏବେ ବସିବି । ମୋର ମୁଖ୍ୟ ଲକ୍ଷ୍ୟ ହେଉଛି ମୁଁ ପ୍ରଥମେ ଆଇଆଇଟିରୁ ବ୍ୟାଚଲର ଡିଗ୍ରୀ ହାସଲ କରିବି ଆଉ ତା’ପରେ ସିଭିଲ ସର୍ଭିସ୍ ଯିବି ଓ ଜଣେ ଆଇଏଏସ୍ ହେବି ।
ମୋଦି ଜୀ – ଆରେ ବାଃ ଆଚ୍ଛା ତମେ technologyରେ ରୁଚି ରଖ?
ଉସମାନ – ହଁ ସାର୍, ସେଥିପାଇଁ ମୁଁ first time best IITର opt କରିଛି ।
ମୋଦି ଜୀ – ଆଚ୍ଛା ଉସମାନ, ମୋ ତରଫରୁ ବହୁତ ଶୁଭକାମନା ଆଉ ତମ ଭାଇ ଦୁଷ୍ଟ ତ, ତେଣୁ ତମ ସମୟ ବି ବହୁତ ଭଲରେ କଟୁଥିବ ଆଉ ତମ ମାଆବାପାଙ୍କୁ ମୋ ତରଫରୁ ପ୍ରଣାମ ଜଣାଇଦେବ । ସେମାନେ ତମକୁ ଏପରି ସୁଯୋଗ ଦେଇଛନ୍ତି, ତମ ମନୋବଳ ବଢ଼ାଇଛନ୍ତି, ଆଉ ମୋତେ ବହୁତ ଭଲ ଲାଗିଲା ଯେ ତମେ ପାଠପଢ଼ା ସହ ସାମ୍ପ୍ରତିକ ପ୍ରସଙ୍ଗରେ ବି ଅଧ୍ୟୟନ କର ଓ ଲେଖାଲେଖି ମଧ୍ୟ କର । ଦେଖ, ଲେଖାଲେଖି କରିବାର ଲାଭ ହେଉଛି ଯେ ତମ ଚିନ୍ତାରେ ସ୍ପଷ୍ଟତା ଆସିବ । ଲେଖିବା ଦ୍ୱାରା ବହୁତ ଭଲ ଲାଭ ମିଳିଥାଏ । ମୋ ତରଫରୁ ବହୁତ ବହୁତ ଶୁଭକାମନା ।
ଉସମାନ – ଧନ୍ୟବାଦ ସାର୍ ।
ଆସନ୍ତୁ ଏଥର ପୁରା ଦକ୍ଷିଣକୁ ଯିବା । ତାମିଲନାଡୁର ନାମାକ୍କଲର ଝିଅ କନିଗ୍ଗା ସହ କଥା ହେବା ଆଉ କନିଗ୍ଗାର କଥା ବହୁତ ପ୍ରେରଣାଦାୟକ ।
ମୋଦି ଜୀ – କନିଗ୍ଗା ଜୀ, ୱଡ଼କ୍କମ୍ ।
କନିଗ୍ଗା – ୱଡ଼କ୍କମ୍ ସାର୍ ।
ମୋଦି ଜୀ – କେମିତି ଅଛ ?
କନିଗ୍ଗା – ଭଲ ସାର୍ ।
ମୋଦି ଜୀ – ସର୍ବପ୍ରଥମେ ମୁଁ ତମର ବଡ଼ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ।
କନିଗ୍ଗା – ଧନ୍ୟବାଦ ସାର୍ ।
ମୋଦି ଜୀ – ମୁଁ ଯେତେବେଳେ ନାମାକ୍କଲ୍ କଥା ଶୁଣେ ସେତେବେଳେ ଅଞ୍ଜନେୟର୍ ମନ୍ଦିର କଥା ଭାବେ ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ତାହେଲେ ଏଥର ମୁଁ ତମ ସହ ବାର୍ତ୍ତାଳାପକୁ ବି ମନେ ପକାଇବି ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ଆଉଥରେ ଅଭିନନ୍ଦନ ।
କନିଗ୍ଗା – ଧନ୍ୟବାଦ ସାର୍ ।
ମୋଦି ଜୀ – ତମେ ପରୀକ୍ଷା ପାଇଁ ନିଶ୍ଚୟ କଠିନ ପରିଶ୍ରମ କରିଥିବ, ପ୍ରସ୍ତୁତି କରିବାର ଅଭିଜ୍ଞତା କିପରି ଥିଲା?
କନିଗ୍ଗା – ସାର୍, ଆରମ୍ଭରୁ ହିଁ ଆମେ ବହୁତ ପରିଶ୍ରମ କରୁଥିଲୁ । ମୁଁ ଅବଶ୍ୟ ଏପରି ଫଳାଫଳ ଆଶା କରିନଥିଲି, କିନ୍ତୁ ମୁଁ ଭଲ ଲେଖିଥିଲି; ତେଣୁ ଭଲ ଫଳ ପାଇଲି ।
ମୋଦି ଜୀ – ତମ ଆଶା କ’ଣ ଥିଲା?
କନିଗ୍ଗା – 485 ବା 486 ପାଖାପାଖି ପାଇବି ବୋଲି ଭାବୁଥିଲି ।
ମୋଦି ଜୀ – ଆଉ ଏବେ
କନିଗ୍ଗା – 490
ମୋଦି ଜୀ – ତମ ପରିବାର ଲୋକ ଆଉ ଶିକ୍ଷକମାନଙ୍କର ପ୍ରତିକ୍ରିୟା କ’ଣ?
କନିଗ୍ଗା – ସେମାନେ ବହୁତ ଖୁସି ଆଉ ସେମାନେ ବହୁତ ଗର୍ବିତ ସାର୍ ।
ମୋଦି ଜୀ – ତମ ପ୍ରିୟ ବିଷୟ କ’ଣ?
କନିଗ୍ଗା – ଗଣିତ ।
ମୋଦି ଜୀ – ଓଃ, ଆଉ ତମ ଭବିଷ୍ୟତ ଯୋଜନା କ’ଣ?
କନିଗ୍ଗା – ଯଦି ଏଏଫ୍ଏମସି ସମ୍ଭବ ହୁଏ, ତେବେ ମୁଁ ଜଣେ ଡାକ୍ତର ହେବାକୁ ଚାହିଁବି ସାର୍ ।
ମୋଦି ଜୀ – ଆଉ ତମ ପରିବାରର କେହି ଡାକ୍ତରୀ ବୃତିରେ ଅଛନ୍ତି ନା ଅନ୍ୟ କିଛି କରନ୍ତି ।
କନିଗ୍ଗା – ନା ସାର୍, ମୋ ବାପା ଜଣେ ଗାଡ଼ିଚାଳକ, କିନ୍ତୁ ମୋ ଭଉଣୀ ଏମ୍ବିବିଏସ୍ ପଢ଼ୁଛି ସାର୍ ।
ମୋଦି ଜୀ – ଆରେ ବାଃ ତ ମୁଁ ପ୍ରଥମେ ତମ ବାପାଙ୍କୁ ପ୍ରଣାମ ଜଣାଉଛି ଯିଏ ତମର ଆଉ ତମ ଭଉଣୀର ଏତେ ଯତ୍ନ ନେଉଛନ୍ତି । ସେ ଯାହା କରୁଛନ୍ତି, ତାହା ବହୁତ ବଡ଼ କାମ ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ଆଉ ସେ ସମସ୍ତଙ୍କ ପାଇଁ ପ୍ରେରଣା ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ତମକୁ, ତମ ଭଉଣୀଙ୍କୁ ଆଉ ବାପା ଓ ଅନ୍ୟ ପରିବାର ଲୋକଙ୍କୁ ମୋର ଅଭିନନ୍ଦନ ।
କନିଗ୍ଗା – ଧନ୍ୟବାଦ ସାର୍ ।
ବନ୍ଧୁଗଣ, ଏପରି ଆହୁରି ଅନେକ ଯୁବବନ୍ଧୁ ଅଛନ୍ତି, କଠିନ ପରିସ୍ଥିତିରେ ମଧ୍ୟ ଯାହାଙ୍କର ମନୋବଳର, ଯାହାଙ୍କ ସଫଳତାର କାହାଣୀ ଆମକୁ ପ୍ରେରଣା ଯୋଗାଇଥାଏ । ଅଧିକରୁ ଅଧିକ ଯୁବସାଥୀଙ୍କ ସହ କଥା ହେବାକୁ ମୋର ଇଚ୍ଛା ଥିଲା, କିନ୍ତୁ ସମୟର ମଧ୍ୟ କିଛି ସୀମା ଥାଏ । ମୁଁ ସମସ୍ତ ଯୁବସାଥୀମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ନିଜ ନିଜର ପ୍ରେରଣାଦାୟକ କଥା ଓ କାହାଣୀଗୁଡ଼ିକୁ ଆମ ସମସ୍ତଙ୍କ ସହ ନିଶ୍ଚୟ ବାଂଟନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ସାତ ସମୁଦ୍ର ସେପାରି ଭାରତ ଠାରୁ ହଜାର ହଜାର ମାଇଲ୍ ଦୂରରେ ଗୋଟିଏ ଛୋଟିଆ ଦେଶ ଅଛି ଯାହାର ନାଁ ସୁରିନାମ । ଭାରତର ସୁରିନାମ ସହ ବହୁତ ଘନିଷ୍ଠ ସମ୍ପର୍କ ରହିଛି । ଶତାଧିକ ବର୍ଷ ଆଗରୁ ଭାରତରୁ ଲୋକ ସେଠାକୁ ଯାଇଥିଲେ ଓ ତାକୁ ହିଁ ନିଜର ଘର କରିଦେଲେ । ଆଜି ଚତୁର୍ଥ-ପଞ୍ଚମ ପିଢ଼ି ସେଠାରେ ଅଛନ୍ତି । ଆଜି ସୁରିନାମର ଏକ ଚତୁର୍ଥାଂଶରୁ ଅଧିକ ଲୋକ ଭାରତୀୟ ବଂଶୋଦ୍ଭବ । କ’ଣ ଆପଣ ଜାଣନ୍ତି ଯେ ସେଠାକାର ସାଧାରଣ ଭାଷା ମଧ୍ୟରୁ ଗୋଟିଏ ହେଉଛି ‘ସରନାମୀ’, ଯାହା ଭୋଜପୁରୀର ଏକ କଥିତ ଭାଷା । ଏହି ସାଂସ୍କୃତିକ ସମ୍ବନ୍ଧକୁ ନେଇ ଆମେ ଭାରତୀୟମାନେ ଖୁବ୍ ଗର୍ବ ଅନୁଭବ କରୁ ।
ନିକଟରେ, ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖି ‘ସୁରିନାମ’ର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ସେ ଭାରତର ବନ୍ଧୁ ଏବଂ ସେ 2018ରେ ଆୟୋଜିତ person of Indian Origin (PIO) Parliamentary Conferenceରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖି ଜୀ ବେଦମନ୍ତ୍ର ସହ ଶପଥ ନେବା ଆରମ୍ଭ କରିଥିଲେ ଓ ସଂସ୍କୃତରେ କହିଥିଲେ । ସେ ବେଦର ଉଲ୍ଲେଖ କରିଥିଲେ ଏବଂ ‘ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ’ ସହ ନିଜର ଶପଥ ସମ୍ପୂର୍ଣ୍ଣ କରିଥିଲେ । ସେ ନିଜ ହାତରେ ବେଦଧରି କହିଥିଲେ – ମୁଁ ଚନ୍ଦ୍ରିକା ପ୍ରସାଦ ସଂତୋଖି ଏବଂ ଆଗକୁ ସେ ଶପଥରେ କ’ଣ କହିଲେ? ସେ ବେଦର ହିଁ ଗୋଟିଏ ମନ୍ତ୍ର ଉଚ୍ଚାରଣ କଲେ । ସେ କହିଥିଲେ – ଓଁ ଅଗ୍ନେ ବ୍ରତପତେ ବ୍ରତଂ ଚରିଷ୍ୟାମି ତଚ୍ଛକେୟମ୍ ତନ୍ମେ ରାଧ୍ୟତାମ୍ । ଇଦମହମନୃତାତ୍ ସତ୍ୟମୁପ୍ୟେମି ।
ଅର୍ଥାତ୍ ହେ ଅଗ୍ନି, ସଂକଳ୍ପର ଦେବତା, ମୁଁ ଗୋଟିଏ ପ୍ରତିଜ୍ଞା କରୁଛି । ମୋତେ ଏଥିପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କର । ମୋତେ ଅସତ୍ୟରୁ ଦୂରରେ ରହିବାକୁ ଓ ସତ୍ୟ ଆଡ଼କୁ ଯିବାପାଇଁ ଆଶୀର୍ବାଦ ପ୍ରଦାନ କର । ବାସ୍ତବରେ ଏହା ଆମ ସମସ୍ତଙ୍କ ପାଇଁ ଗୌରବର କଥା ।
ମୁଁ ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖିଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ନିଜ ରାଷ୍ଟ୍ରର ସେବା କରିବା ପାଇଁ 130 କୋଟି ଭାରତୀୟଙ୍କ ପକ୍ଷରୁ ତାଙ୍କୁ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ବର୍ଷାଋତୁ ମଧ୍ୟ ଚାଲିଛି । ଗତଥର ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି ଯେ ବର୍ଷାଦିନେ ଆବର୍ଜନା ଓ ସେଥିରୁ ହେଉଥିବା ବିଭିନ୍ନ ରୋଗର ବିପଦ ବଢ଼ିଯାଏ, ଡାକ୍ତରଖାନାଗୁଡ଼ିକରେ ଭିଡ଼ ବଢ଼ିଯାଏ । ତେଣୁ ଆପଣ ପରିଷ୍କାର ପରିଚ୍ଛନ୍ନତା ଉପରେ ବେଶୀ ଦୃଷ୍ଟି ଦିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଭଳି ଜିନିଷ, ଆୟୁର୍ବେଦିକ କାଢ଼ା ଇତ୍ୟାଦି ବ୍ୟବହାର କରୁଥାନ୍ତୁ । କରୋନା ସଂକ୍ରମଣ ସମୟରେ ଆମେ ଅନ୍ୟ ରୋଗଠାରୁ ଦୂରେଇ ରହିବା । ଆମକୁ ବାରମ୍ବାର ଯେମିତି ଡାକ୍ତରଖାନା ଯିବାକୁ ନ ପଡ଼େ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ ।
ବନ୍ଧୁଗଣ, ବର୍ଷାଋତୁରେ, ଦେଶର ଗୋଟିଏ ବଡ଼ ଭାଗ ବନ୍ୟା ସହ ଲଢ଼େଇ କରୁଛି । ବିହାର, ଆସାମ ଭଳି ରାଜ୍ୟର ଅନେକ ଅଂଚଳରେ ବନ୍ୟା ଦ୍ୱାରା ବହୁତ ସମସ୍ୟା ସୃଷ୍ଟି ହୋଇଛି; ଅର୍ଥାତ ଗୋଟିଏ ପଟେ କରୋନା ତ ଆଉ ଗୋଟିଏ ପଟେ ବନ୍ୟା ମଧ୍ୟ ବଡ଼ ଆହ୍ୱାନ ପାଲଟିଛି । ଏପରି ଅବସ୍ଥାରେ ସମସ୍ତ ସରକାର, ଏନଡିଆରଏଫ ଟିମ୍, ରାଜ୍ୟର ବିପର୍ଯ୍ୟୟ ନିୟନ୍ତ୍ରଣକାରୀ ଟିମ୍, ସ୍ୱେଚ୍ଛାସେବୀ ସଂଗଠନ, ସମସ୍ତେ ଏକଜୁଟ୍ ହୋଇ ସବୁ ଦିଗରୁ ରିଲିଫ୍ ଓ ଉଦ୍ଧାର କାମ ଚଳାଇଛନ୍ତି । ଏହି ବିପର୍ଯ୍ୟୟରେ ପ୍ରଭାବିତ ସବୁ ଲୋକଙ୍କ ସହ ସମଗ୍ର ଦେଶ ରହିଛି ।
ବନ୍ଧୁଗଣ, ଆସନ୍ତା ଥର ଯେତେବେଳେ ଆମେ ‘ମନ କି ବାତ୍’ରେ ଭେଟ ହେବା, ତା’ପୂର୍ବରୁ ହିଁ 15 ଅଗଷ୍ଟ ଆସିଯିବ । ଏଥର 15 ଅଗଷ୍ଟ ମଧ୍ୟ ଭିନ୍ନ ପରିସ୍ଥିତିରେ ହେବ – କରୋନା ମହାମାରୀର ଏହି ବିପର୍ଯ୍ୟୟ ସମୟ ଭିତରେ ହେବ ।
ମୋର, ନିଜ ଯୁବବନ୍ଧୁମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଆମେ ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ପାଇଁ ସଂକଳ୍ପ ନେବା, ଆତ୍ମନିର୍ଭର ଭାରତର ସଂକଳ୍ପ ନେବା, କିଛି ନୂଆ ଶିଖିବା ଓ ଶିଖାଇବାର ସଂକଳ୍ପ ନେବା, ନିଜ କର୍ତ୍ତବ୍ୟ ପାଳନ କରିବାର ସଂକଳ୍ପ ନେବା । ଆମ ଦେଶ ଏବେ ଯେଉଁ ଉଚ୍ଚତାରେ ପହଂଚିଛି, ତାହା ଏପରି କେତେକ ମହାପୁରୁଷଙ୍କ ତପସ୍ୟା କାରଣରୁ ସମ୍ଭବ ହୋଇଛି, ଯେଉଁମାନେ ରାଷ୍ଟ୍ରନିର୍ମାଣ ପାଇଁ ନିଜର ଜୀବନକୁ ସମର୍ପି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଲୋକମାନ୍ୟ ତିଳକ ଅନ୍ୟତମ । 1 ଅଗଷ୍ଟ 2020ରେ ଲୋକମାନ୍ୟ ତିଳକ ଜୀଙ୍କ 100 ତମ ପୁଣ୍ୟତିଥି । ଲୋକମାନ୍ୟ ତିଳକ ଜୀଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା । ତାହା ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ ।
ଆସନ୍ତା ଥର ଯେତେବେଳେ ଆମେ ଭେଟିବା, ପୁଣିଥରେ ବହୁତ କଥା ହେବା, ମିଶିକି କିଛି ନୂଆ ଶିଖିବା ଆଉ ସମସ୍ତଙ୍କ ସହ ବାଂଟିବା । ଆପଣମାନେ ସମସ୍ତେ ନିଜର ଯତ୍ନ ନିଅନ୍ତୁ, ନିଜ ପରିବାରର ଯତ୍ନ ନିଅନ୍ତୁ ଏବଂ ସୁସ୍ଥ ରହନ୍ତୁ । ସମସ୍ତ ଦେଶବାସୀଙ୍କୁ ଆଗାମୀ ପର୍ବପର୍ବାଣୀର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 2020 ମସିହାରେ “ମନ କି ବାତ” ଏହାର ଅଧା ପଥ ଅତିକ୍ରମ କରିସାରିଛି । ଏହି ସମୟ ମଧ୍ୟରେ ଆମେ ଅନେକ ବିଷୟ ଉପରେ ଆଲୋଚନା କରିଛୁ । ଏବେ ଯେଉଁ ବିଶ୍ୱବ୍ୟାପୀ ମହାମାରୀ ଆସିଛି, ମାନବ ଜାତି ପାଇଁ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ତା’ଉପରେ କିଛି ଅଧିକ ଆଲୋଚନା ହୋଇଥିବା ସ୍ୱାଭାବିକ । କିନ୍ତୁ ଆଜିକାଲି ମୁଁ ଦେଖୁଛି ଗୋଟିଏ କଥାକୁ ନେଇ ଲୋକଙ୍କ ମଧ୍ୟରେ ନିରନ୍ତର ଚର୍ଚ୍ଚା ହେଉଛି ଯେ ଏ ବର୍ଷଟି କେବେ ସରିବ!! କେହି କାହାକୁ ଫୋନ କଲେ ମଧ୍ୟ କଥାବାର୍ତ୍ତା ଏଇଥିରୁ ହିଁ ଆରମ୍ଭ ହେଉଛି ଯେ, ଏ ବର୍ଷଟା ଜଲଦି ବିତୁନି କାହିଁକି? କେହି ଲେଖୁଛି, ବନ୍ଧୁମାନଙ୍କ ସହ କଥା ହେଉଛି, ତ କହୁଛି, ଏ ବର୍ଷଟି ଭଲ ନୁହେଁ, କିଏ କହୁଛି 2020 ବର୍ଷଟି ଶୁଭ ନୁହେଁ । ବାସ୍, ଲୋକ କେବଳ ଏତିକି ଚାହୁଁଛନ୍ତି ଯେ ଏ ବର୍ଷଟି ଯେମିତି ହେଉ ଶୀଘ୍ର ସରିଯାଉ ।
ବନ୍ଧୁଗଣ, ବେଳେବେଳେ ମୁଁ ଭାବେ ଯେ, ଏମିତି କାହିଁକି ହେଉଛି । ହୁଏତ ଏଭଳି କଥାବାର୍ତ୍ତାର କିଛି କାରଣ ମଧ୍ୟ ଥାଇପାରେ । 6-7 ମାସ ଆଗରୁ ଆମେ ବି କ’ଣ ଜାଣିଥିଲୁ ଯେ, କରୋନା ଭଳି ବିପତ୍ତି ଆସିବ ଆଉ ତା’ ବିରୁଦ୍ଧରେ ଏ ସଂଗ୍ରାମ ଏତେ ଦୀର୍ଘଦିନ ଧରି ଚାଲିବ? ଏହି ବିପତ୍ତି ତ ଚାଲିଛି । ତା’ଉପରେ ପୁଣି ଦିନକୁ ଦିନ ଦେଶ ଆଗରେ ନୂଆ ନୂଆ ସମସ୍ୟା ସୃଷ୍ଟି ହୋଇଚାଲିଛି । ଏହି କିଛିଦିନ ତଳେ, ଦେଶର ପୂର୍ବ ଉପକୂଳରେ ଅମ୍ଫନ ବାତ୍ୟା ଆସିଲା । ସେପଟେ ପଶ୍ଚିମ ଉପକୂଳରେ ନିଃସର୍ଗ ବାତ୍ୟା ଆସିଲା । ଅନେକ ରାଜ୍ୟରେ ଆମର ଚାଷୀ ଭାଇଭଉଣୀମାନେ ପଙ୍ଗପାଳ ଦଳର ଆକ୍ରମଣକୁ ନେଇ ବିବ୍ରତ ଅଛନ୍ତି । ଆଉ ପୁଣି ଦେଶର ଅନେକ ଅଂଚଳରେ ଛୋଟ ଛୋଟ ଭୂମିକମ୍ପ ଥମିବାର ନାଁ ଧରୁନି । ଆଉ ଏସବୁ ଭିତରେ ଆମର କିଛି ପଡ଼ୋଶୀଙ୍କ ଦ୍ୱାରା ଯାହା ଚାଲିଛି, ଦେଶ ସେସବୁ ସମସ୍ୟାକୁ ମଧ୍ୟ ସାମନା କରୁଛି । ବାସ୍ତବରେ, ଏକାଥରକେ ଏତେ ଗୁଡ଼ିଏ ସମସ୍ୟା! ଏଭଳି ସଂକଟ କ୍ୱଚିତ ଦେଖିବାକୁ ମିଳେ । ପରିସ୍ଥିତି ଏଭଳି ହୋଇଛି ଯେ, କିଛି ଛୋଟ ଛୋଟ ଘଟଣା ଘଟିଲେ ମଧ୍ୟ ଲୋକେ ସେଗୁଡ଼ିକୁ ଏହାସହିତ ଯୋଡ଼ି କରି ଦେଖୁଛନ୍ତି ।
ବନ୍ଧୁଗଣ, କଠିନ ପରିସ୍ଥିତି ଆସେ, ବିପତ୍ତି ଆସେ, କିନ୍ତୁ ପ୍ରଶ୍ନ ହେଲା ଯେ, କ’ଣ ଏଇ ବିପତ୍ତିଗୁଡ଼ିକ କାରଣରୁ ଆମେ 2020 ବର୍ଷଟିକୁ ଅଶୁଭ ବୋଲି ଧରିନେବା? ପ୍ରଥମ 6 ମାସ ଯେମିତି କଟିଲା ତା’ଯୋଗୁଁ କ’ଣ ମାନିନେବା ଯେ, ଏ ସମ୍ପୂର୍ଣ୍ଣ ବର୍ଷଟି ଏମିତି ଖରାପ, ଏଭଳି ଭାବିବା କ’ଣ ଉଚିତ ହେବ? ନା – ମୋର ପ୍ରିୟ ଦେଶବାସୀଗଣ, ମୋଟେ ନୁହେଁ କୌଣସି ବର୍ଷ ମଧ୍ୟରେ ଗୋଟିଏ ସମସ୍ୟା ଆସୁ କିମ୍ବା ପଚାଶଟି ସମସ୍ୟା ଆସୁ ସଂଖ୍ୟା କମ୍-ବେଶୀ ହେଲେ ସେ ବର୍ଷଟି ଅଶୁଭ ହୋଇଯାଏନି । ଭାରତର ଇତିହାସ ହିଁ ଏଭଳି ବିପତ୍ତି ଏବଂ ଆହ୍ୱାନଗୁଡ଼ିକ ଉପରେ ବିଜୟଲାଭ କରି ଆହୁରି ଶକ୍ତିଶାଳୀ ହେବାର ରହିଛି । ଶହ ଶହ ବର୍ଷଧରି ବିଭିନ୍ନ ଆକ୍ରମଣକାରୀମାନେ ଭାରତ ଉପରେ ଆକ୍ରମଣ କରିଛନ୍ତି, ଦେଶକୁ ବିପଦରେ ପକାଇଛନ୍ତି, ଲୋକେ ଭାବୁଥିଲେ ଯେ, ଭାରତର ମୂଳଭିତ୍ତି ନଷ୍ଟ ହୋଇଯିବ । ଭାରତର ସଂସ୍କୃତି ହିଁ ଲୋପ ପାଇଯିବ । କିନ୍ତୁ ଏସବୁ ବିପତ୍ତି ଯୋଗୁଁ ଭାରତ ଆହୁରି ଭବ୍ୟ ହୋଇ ପ୍ରଗତିଶୀଳ ହୋଇଛି ।
ବନ୍ଧୁଗଣ, ଆମର ଏଠି କୁହାଯାଇଛି ଯେ – ସୃଜନ ଶାଶ୍ୱତ, ସୃଜନ ନିରନ୍ତର । ଗୋଟିଏ ଗୀତର କିଛି ଧାଡ଼ି ମୋର ମନେପଡ଼ୁଛି ।
କଳ କଳ ହୋଇ ଯାଉଛି ବହି, କହୁଛି କ’ଣ ଏ ଗଙ୍ଗାର ଧାରା?
ଯୁଗ ଯୁଗ ଧରି ଆସିଛି ବହି, ଆମରି ଏ ପୂଣ୍ୟପ୍ରବାହ ପରା ।
ସେହି ଗୀତରେ ଆଗକୁ ଅଛି –
ପାରିବାକି ରୋକି ତାକୁ, ଯିବା ଲୋକ ତ ଚାଲିଯିବେ
ଗୋଡ଼ିପଥର ଅସ୍ତିତ୍ୱ କ’ଣ ଯେ, ସେମାନେ ପୁଣି ବାଧା ଦେବେ?
ଏକ ପକ୍ଷରେ ଯେଉଁଠି ଭାରତ ଆଗରେ ବଡ଼ ବଡ଼ ସମସ୍ୟାମାନ ଦେଖାଦେଇଛି, ଅପରପକ୍ଷରେ ସେ ବାଧାଗୁଡ଼ିକୁ ଦୂରକରି ଅନେକ ନୂତନ କାର୍ଯ୍ୟ ବି ହୋଇଛି । ନୂତନ ସାହିତ୍ୟ ସୃଷ୍ଟି ହୋଇଛି । ନୂତନ ଗବେଷଣା, ନୂଆ ସିଦ୍ଧାନ୍ତ ସୃଷ୍ଟି ହୋଇଛି । ସଙ୍କଟଜନକ ପରିସ୍ଥିତି ମଧ୍ୟରେ ବି ପ୍ରତ୍ୟେକ କ୍ଷେତ୍ରରେ ସୃଜନ ପ୍ରକ୍ରିୟା ଅବ୍ୟାହତ ରହିଛି ଏବଂ ଆମ ସଂସ୍କୃତି ପୁଷ୍ପିତ-ପଲ୍ଲବିତ ହୋଇଚାଲିଛି । ଦେଶ ଆଗକୁ ଆଗକୁ ବଢ଼ିଚାଲିଛି । ଭାରତ ସର୍ବଦା ସମସ୍ୟାକୁ ସଫଳତାର ସୋପାନରେ ପରିବର୍ତ୍ତିତ କରିଛି । ଏହି ଚିନ୍ତାଧାରା ସହ, ଆମକୁ ଆଜି ମଧ୍ୟ ସମସ୍ୟା ମଧ୍ୟରେ ଆଗକୁ ବଢ଼ିବାର ଅଛି । ଆପଣମାନେ ମଧ୍ୟ ଏହି ଚିନ୍ତାଧାରାକୁ ନେଇ ଆଗକୁ ବଢ଼ିବେ । 130 କୋଟି ଦେଶବାସୀ ଆଗକୁ ବଢ଼ିବେ । ତା’ହେଲେ ଏହି ବର୍ଷ ହିଁ ଦେଶ ପାଇଁ ଉତ୍କର୍ଷ ସ୍ଥାପନ କରିବାର ବର୍ଷ ଭାବରେ ପ୍ରମାଣିତ ହେବ । ଏହି ବର୍ଷରେ ହିଁ ଦେଶ ନୂତନ ଲକ୍ଷ୍ୟପ୍ରାପ୍ତ କରିବ, ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରିବ । 130 କୋଟି ଦେଶବାସୀଙ୍କ ଶକ୍ତି ଉପରେ, ଆପଣ ସମସ୍ତଙ୍କ ଉପରେ, ଏହି ଦେଶର ମହାନ ପରମ୍ପରା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।
ମୋର ପ୍ରିୟ ଦେଶବାସୀଗଣ, ସମସ୍ୟା ଯେତେ ବଡ଼ ହେଉ ପଛେ ଭାରତର ସଂସ୍କାର, ନିଃସ୍ୱାର୍ଥ ସେବା ପାଇଁ ପ୍ରେରଣା ଯୋଗାଇଥାଏ । କଠିନ ପରିସ୍ଥିତିରେ ଭାରତ ଯେଉଁଭଳି ବିଶ୍ୱବାସୀଙ୍କୁ ସହାୟତା ଯୋଗାଇଲା ତାହା ଆଜି ଶାନ୍ତି ଏବଂ ପ୍ରଗତିରେ ଭାରତର ଭୂମିକାକୁ ଆହୁରି ସୁଦୃଢ଼ କରିଛି । ଏଭଳି ସମୟରେ ସାରା ପୃଥିବୀ ଭାରତର ବିଶ୍ୱ-ବନ୍ଧୁତ୍ୱ ଭାବକୁ ମଧ୍ୟ ଅନୁଭବ କଲା । ତା’ସହିତ ନିଜର ସାର୍ବଭୌମତ୍ୱ ଏବଂ ସୀମା ସୁରକ୍ଷା କରିବାରେ ଭାରତର ଶକ୍ତି ଏବଂ ସଂକଳ୍ପବଦ୍ଧତାକୁ ମଧ୍ୟ ବିଶ୍ୱ ଦେଖିଲା । ଲଦ୍ଦାଖରେ ଭାରତର ଭୂମି ଉପରେ କୁଦୃଷ୍ଟି ନିକ୍ଷେପକାରୀଙ୍କୁ କଡ଼ା ଜବାବ ମିଳିଲା । ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ ଆଖି ମିଶେଇ ଉଚିତ ଜବାବ ଦେବା ବି ଜାଣେ । ଆମର ବୀର ସୈନିକମାନେ ଦେଖାଇ ଦେଇଛନ୍ତି ଯେ ସେମାନେ ଭାରତମାତାର ଗୌରବକୁ କଦାପି କ୍ଷୁର୍ଣ୍ଣ ହେବାକୁ ଦେବେନାହିଁ ।
ବନ୍ଧୁଗଣ, ଲଦ୍ଦାଖରେ ଆମର ଯେଉଁ ବୀର ଯବାନମାନେ ଶହୀଦ ହୋଇଛନ୍ତି ସେମାନଙ୍କ ବୀରତ୍ୱକୁ ସାରା ଦେଶ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସମସ୍ତ ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ସେମାନଙ୍କ ଆଗରେ ନତମସ୍ତକ । ଏହି ବନ୍ଧୁମାନଙ୍କ ପରିବାର ଭଳି ପ୍ରତ୍ୟେକ ଭାରତୀୟ ଏମାନଙ୍କୁ ହରାଇବାର ପୀଡ଼ାକୁ ମଧ୍ୟ ଅନୁଭବ କରୁଛି । ନିଜର ବୀର-ସୁପୁତ୍ରଙ୍କ ବଳିଦାନକୁ ନେଇ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଯେଉଁ ଗୌରବ ଭାବନା ରହିଛି, ଦେଶ ପାଇଁ ଯେଉଁ ଉତ୍ସାହ ରହିଛି – ତାହାହିଁ ତ ଦେଶର ଶକ୍ତି । ଆପଣମାନେ ଲକ୍ଷ୍ୟ କରିଥିବେ ଯେଉଁମାନଙ୍କ ପୁତ୍ର ଶହୀଦ ହୋଇଛନ୍ତି, ସେହି ପିତା-ମାତା, ନିଜର ଅନ୍ୟ ପୁଅମାନଙ୍କୁ ଘରର ଅନ୍ୟ ପିଲାମାନଙ୍କୁ ମଧ୍ୟ ସେନାବାହିନୀକୁ ପଠାଇବା ପାଇଁ ଇଚ୍ଛାପ୍ରକାଶ କରୁଛନ୍ତି । ବିହାରର ବାସିନ୍ଦା ଶହୀଦ କୁନ୍ଦନ କୁମାରଙ୍କ ପିତାଙ୍କ କଥା ତ କାନରେ ପ୍ରତିଧ୍ୱନିତ ହେଉଛି । ସେ କହୁଥିଲେ, ନିଜର ନାତିକୁ ବି ଦେଶର ସୁରକ୍ଷା ପାଇଁ ସେନାବାହିନୀକୁ ପଠାଇବେ । ସମସ୍ତ ଶହୀଦ ପରିବାରରେ ଏଭଳି ସାହସ ଭରିରହିଛି । ବାସ୍ତବରେ, ଏହି ପରିବାରଗୁଡ଼ିକର ତ୍ୟାଗ ପୂଜନୀୟ । ଭାରତମାତାର ସୁରକ୍ଷାର ଯେଉଁ ସଂକଳ୍ପକୁ ନେଇ ଆମର ଯବାନମାନେ ବଳିଦାନ ଦେଇଛନ୍ତି, ସେହି ସଂକଳ୍ପକୁ ଆମକୁ ମଧ୍ୟ ଜୀବନର ଲକ୍ଷ୍ୟ ରୂପେ ଗ୍ରହଣ କରିବାକୁ ହେବ । ପ୍ରତ୍ୟେକ ଦେଶବାସୀକୁ ଗ୍ରହଣ କରିବାକୁ ହେବ । ଆମର ସମସ୍ତ ପ୍ରଚେଷ୍ଟା ଏହି ଦିଗରେ ହେବା ଦରକାର । ଯାହାଦ୍ୱାରା ନିଜର ସୀମାକୁ ସୁରକ୍ଷିତ କରିବାରେ ଦେଶର ଶକ୍ତି ବୃଦ୍ଧିହେବ, ଦେଶ ଆହୁରି ଅଧିକ ସକ୍ଷମ ହେବ, ଆତ୍ମନିର୍ଭର ହେବ । ତାହାହେବ ଆମ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆସାମରୁ ରଜନୀ ଜୀ ମୋତେ ଲେଖିଛନ୍ତି ଲଦ୍ଦାଖର ପୂର୍ବଭାଗରେ ଯାହାକିଛି ଘଟିଲା ତାକୁଦେଖି ସେ ଗୋଟିଏ ସଂକଳ୍ପ ଗ୍ରହଣ କରିଛନ୍ତି – ସେ ସଂକଳ୍ପଟି ହେଲା ଯେ, ସେ କେବଳ ସ୍ଥାନୀୟ ଜିନିଷ ହିଁ କିଣିବେ । କେବଳ ସେତିକି ନୁହେଁ ଲୋକାଲ ପାଇଁ ଭୋକାଲ ମଧ୍ୟ ହେବେ । ଦେଶର କୋଣ-ଅନୁକୋଣରୁ ଏହିଭଳି ବାର୍ତ୍ତାମାନ ମୋ ପାଖକୁ ଆସିବାରେ ଲାଗିଛି । ବହୁତ ଲୋକ ମୋତେ ଚିଠିଲେଖି ଜଣାଉଛନ୍ତି ଯେ, ସେମାନେ ଏହି କାମ ଆରମ୍ଭ କରିଦେଲେଣି । ସେହିଭଳି ତାମିଲନାଡୁର ମଦୁରାଇରୁ ମୋହନ ରାମମୂର୍ତ୍ତିଜୀ ଲେଖିଛନ୍ତି ଯେ, ସେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଦେଖିବାକୁ ଚାହୁଁଛନ୍ତି ।
ବନ୍ଧୁଗଣ, ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର କେତେକ ଦେଶଠାରୁ ଅଗ୍ରଣୀ ଥିଲା । ଆମ ଦେଶରେ ଅନେକ ଗୋଳାବାରୁଦ କାରଖାନା ଥିଲା । ସେତେବେଳେ ଆମଠାରୁ ପଛରେ ଥିବା ଅନେକ ଦେଶ ଆଜି ଆମଠାରୁ ବହୁ ଆଗରେ । ସ୍ୱାଧୀନତା ପ୍ରାପ୍ତି ପରେ ପ୍ରତିରକ୍ଷା କ୍ଷେତ୍ରରେ ଆମର ଯାହା ପ୍ରୟାସ କରିବା ଉଚିତ ଥିଲା, ଆମର ପୂର୍ବ ଅନୁଭୂତିରୁ ଯାହା ଲାଭ ଉଠାଇବାର ଥିଲା, ଆମେ ସେ ଲାଭ ଉଠାଇପାରିନାହୁଁ । କିନ୍ତୁ ଆଜି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତ ଅନବରତ ପ୍ରଚେଷ୍ଟା ଜାରି ରଖିଛି । ଭାରତ ଆତ୍ମନିର୍ଭରତା ଦିଗକୁ ପାଦ ବଢ଼ାଉଛି ।
ବନ୍ଧୁଗଣ, କୌଣସି ଅଭିଯାନ, ଜନଭାଗିଦାରିତା ବିନା ସମ୍ପୂର୍ଣ୍ଣ ହୋଇପାରେନା, ସଫଳ ହୋଇପାରେନା । ତେଣୁ ଆତ୍ମନିର୍ଭର ଭାରତ ଦିଗରେ ଜଣେ ନାଗରିକ ହିସାବରେ ଆମ ସମସ୍ତଙ୍କ ସଂକଳ୍ପ, ସମର୍ପଣ ଏବଂ ସହଯୋଗ ନିହାତି ଆବଶ୍ୟକ ଏବଂ ଅନିବାର୍ଯ୍ୟ । ଆପଣ ଯଦି ଲୋକାଲ ଜିନିଷ କିଣିବେ, ଲୋକାଲ ପାଇଁ ଭୋକାଲ ହେବେ ତେବେ ଜାଣନ୍ତୁ ଯେ, ଆପଣ ଦେଶକୁ ମଜବୁତ କରିବାରେ ନିଜର ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ଏକ ପ୍ରକାର ଦେଶସେବା । ଆପଣ ଯେକୌଣସି ବୃତ୍ତିରେ ଥାଆନ୍ତୁ ନା କାହିଁକି, ପ୍ରତ୍ୟେକ ଜାଗାରେ ଦେଶସେବା ପାଇଁ ବହୁତ ସୁଯୋଗ ରହିଥାଏ । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାହାକିଛି କରାଯାଏ ତାହାହିଁ ଦେଶସେବା । ଆପଣଙ୍କର ଏହି ସେବା, ଦେଶକୁ କୌଣସି ନା କୌଣସି ଭାବରେ ସୁଦୃଢ଼ ମଧ୍ୟ କରେ, ଆଉ ଏକଥା ମଧ୍ୟ ଆମକୁ ମନେରଖିବାକୁ ହେବ ଯେ, ଆମ ଦେଶ ଯେତେ ସୁଦୃଢ଼ ହେବ, ବିଶ୍ୱରେ ଶାନ୍ତିର ସମ୍ଭାବନା ମଧ୍ୟ ସେତେ ବହୁତ ହେବ । ଆମର ଏଠି କୁହାଯାଇଛି –
ବିଦ୍ୟା ବିବାଦାୟ ଧନଂ ମଦାୟ, ଶକ୍ତିଃ ପରେଷାଂ ପରିପୀଡ଼ନାୟ ।
ଖଳସ୍ୟ ସାଧୋଃ ବିପରୀତମ୍ ଏତତ୍, ଜ୍ଞାନାୟ ଦାନାୟ ଚ ରକ୍ଷଣାୟ ।
ଅର୍ଥାତ୍ ମନୁଷ୍ୟର ସ୍ୱଭାବ ଯଦି ଖଳ ହୋଇଥିବ, ତା’ହେଲେ ସେ ବିଦ୍ୟାର ପ୍ରୟୋଗ ବିବାଦ ପାଇଁ, ଧନର ପ୍ରୟୋଗ ଅହଙ୍କାର ପାଇଁ ଏବଂ ଶକ୍ତିର ପ୍ରୟୋଗ ଅନ୍ୟମାନଙ୍କୁ କଷ୍ଟ ଦେବାପାଇଁ କରିବ । କିନ୍ତୁ ସଜ୍ଜନର ବିଦ୍ୟା – ଜ୍ଞାନ ପାଇଁ, ଧନ – ସହାୟତା ପାଇଁ ଏବଂ ଶକ୍ତି – ରକ୍ଷାକରିବା ପାଇଁ ପ୍ରୟୋଗ ହୋଇଥାଏ । ଭାରତ ସର୍ବଦା ନିଜ ଶକ୍ତିକୁ ଏହି ଚିନ୍ତାଧାରା ସହ ପ୍ରୟୋଗ କରିଛି । ଭାରତର ସ୍ୱାଭିମାନ ଏବଂ ସାର୍ବଭୌମତ୍ୱର ରକ୍ଷା ହେଉଛି ଭାରତର ସଂକଳ୍ପ । ଭାରତର ଲକ୍ଷ୍ୟ ହେଉଛି ଆତ୍ମ-ନିର୍ଭର ଭାରତ । ଭାରତର ପରମ୍ପରା ହେଉଛି ବିଶ୍ୱାସ ଏବଂ ମିତ୍ରତା । ଭାରତର ଭାବନା ହେଉଛି ବନ୍ଧୁତା । ଏହି ଆଦର୍ଶଗୁଡ଼ିକ ସହ ଆମେ ଆଗକୁ ବଢ଼ିଚାଲିବା ।
ମୋର ପ୍ରିୟ ଦେଶବାସୀଗଣ, କରୋନାର ଏହି ସଙ୍କଟ ସମୟରେ ଦେଶ ଲକଡାଉନରୁ ବାହାରି ଆସିଛି । ଆମେ ଏବେ ଅନଲକ ପର୍ଯ୍ୟାୟରେ, ଏହି ସମୟରେ ଦୁଇଟି କଥା ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିବ – କରୋନାକୁ ପରାଜିତ କରିବା ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା, ଏହାକୁ ଶକ୍ତିଶାଳୀ କରିବା । ବନ୍ଧୁଗଣ, ଲକଡାଉନ ଅପେକ୍ଷା ଅନଲକ ସମୟରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ଦାଉରୁ ରକ୍ଷା କରିବ । ଏକଥା ସବୁବେଳେ ମନେରଖନ୍ତୁ ଯେ, ଆପଣ ଯଦି ମାସ୍କ ନ ପିନ୍ଧୁଛନ୍ତି, ଦୁଇଗଜ ଦୂରତାର ନିୟମ ପାଳନ କରୁନାହାନ୍ତି, କିମ୍ବା ଅନ୍ୟାନ୍ୟ ଆବଶ୍ୟକ ସାବଧାନତା ଅବଲମ୍ବନ କରୁନାହାଁନ୍ତି ତାହେଲେ ଆପଣ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି । ବିଶେଷକରି ଘରର ପିଲାଛୁଆ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ । ତେଣୁ ସମସ୍ତ ଦେଶବାସୀଙ୍କୁ ମୋର ନିବେଦନ ଆଉ ବାରମ୍ବାର ନିବେଦନ ଯେ ଆପଣ ବେପରୁଆ ମନୋଭାବ ପୋଷଣ କରନ୍ତୁନି । ନିଜର ଯତ୍ନ ନିଅନ୍ତୁ ଏବଂ ଅନ୍ୟମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ ।
ବନ୍ଧୁଗଣ, ଅନଲକର ଏହି ସମୟରେ ଏଭଳି ବହୁତ କଥା ମଧ୍ୟ ଅନଲକ ହେଉଛି, ଯେଉଁଥିରେ ଭାରତ ଅନେକ ଦଶନ୍ଧି ଧରି ବାନ୍ଧି ହୋଇରହିଥିଲା । ବର୍ଷ ବର୍ଷ ଧରି ଆମର ଖଣିକ୍ଷେତ୍ର ଲକଡାଉନ ହୋଇରହିଥିଲା । ବାଣିଜ୍ୟିକ ନିଲାମକୁ ମଞ୍ଜୁରି ଦେବାର ମାତ୍ର ଗୋଟିଏ ନିଷ୍ପତ୍ତି ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି । କିଛିଦିନ ତଳେ ମହାକାଶ କ୍ଷେତ୍ରରେ ମଧ୍ୟ ଐତିହାସିକ ସୁଧାର ଅଣାଯାଇଛି । ସେହି ସଂସ୍କାର ଫଳରେ ବହୁବର୍ଷ ଧରି ଲକଡାଉନରେ ବନ୍ଧା ହୋଇପଡ଼ିଥିବା ଏହି କ୍ଷେତ୍ରକୁ ସ୍ୱାଧୀନତା ମିଳିଲା । ଏହାଦ୍ୱାରା ଆତ୍ମନିର୍ଭର ଭାରତର ଅଭିଯାନ କେବଳ ଯେ ଗତିଶୀଳ ହେବ ତାହାନୁହେଁ, ବରଂ ଦେଶ, କାରିଗରୀ କୌଶଳ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେବ । ଆମ କୃଷିକ୍ଷେତ୍ର ଉପରେ ଦୃଷ୍ଟିନିକ୍ଷେପ କଲେ ଜାଣିପାରିବା ଯେ, ଏହି କ୍ଷେତ୍ରରେ ମଧ୍ୟ ଅନେକ ଜିନିଷ ଦଶନ୍ଧି ଦଶନ୍ଧି ଧରି ଲକଡାଉନରେ ଫସିରହିଥିଲା । ଏହି କ୍ଷେତ୍ରକୁ ମଧ୍ୟ ଏବେ ଅନଲକ କରିଦିଆଯାଇଛି । ଏହାଦ୍ୱାରା ଗୋଟିଏ ପଟେ ଚାଷୀମାନଙ୍କୁ ନିଜର ଫସଲ ଯେକୌଣସି ସ୍ଥାନରେ, ଯେକୌଣସି ବ୍ୟକ୍ତିକୁ ବିକ୍ରି କରିବାର ସ୍ୱାଧୀନତା ମିଳିଛି । ଅନ୍ୟପଟେ ସେମାନଙ୍କୁ ଅଧିକ ଋଣ ମିଳିବା ମଧ୍ୟ ସୁନିଶ୍ଚିତ ହୋଇଛି । ଏଭଳି ଅନେକ କ୍ଷେତ୍ର ରହିଛି, ଯେଉଁଠି ଆମ ଦେଶ ଏହିସବୁ ସଙ୍କଟ ମଧ୍ୟରେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ପ୍ରଗତିର ନୂତନ ମାର୍ଗ ଉନ୍ମୁକ୍ତ କରୁଛି ।
ମୋର ପ୍ରିୟ ଦେଶବାସୀଗଣ ପ୍ରତି ମାସରେ ଆମେ ଏଭଳି ଖବର ପଢ଼ୁଛୁଁ ଆଉ ଦେଖୁଛୁଁ ଯାହାକି ଆମକୁ ଖୁବ୍ ଭାବପ୍ରବଣ କରିଦେଉଛି । ଇଏ ଆମକୁ ଏକଥା ମନେପକାଇ ଦେଉଛି ଯେ, କେମିତି ପ୍ରତ୍ୟେକ ଭାରତୀୟ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତତ୍ପର! ଯିଏ ଯେତିକି ପାରିଲା ସେତିକି କରିବା ପାଇଁ ବ୍ୟଗ୍ର ।
ଅରୁଣାଚଳ ପ୍ରଦେଶର ଗୋଟିଏ ଏଇଭଳି ପ୍ରେରଣାଦାୟୀ କଥା ମୋତେ ଗଣମାଧ୍ୟମରୁ ପଢ଼ିବାର ସୁଯୋଗ ମିଳିଲା । ଏଠାକାର, ସିୟାଙ୍ଗ ଜିଲ୍ଲା ମିରେମ୍ ଗାଁ ଏଭଳି ଏକ ଅନନ୍ୟ କାମ କରି ଦେଖାଇଲା ଯାହାକି ସାରା ଭାରତବର୍ଷ ପାଇଁ ଏକ ଉଦାହରଣ ପାଲଟିଛି । ଏହି ଗାଁର କେତେକ ଲୋକ ବାହାରେ ରହି ଚାକିରି କରନ୍ତି । ଗ୍ରାମବାସୀମାନେ ଦେଖିଲେ ଯେ କରୋନା ମହାମାରୀ ସମୟରେ ଏହି ପ୍ରବାସୀ ଚାକିରିଆମାନେ ଗାଁକୁ ଫେରୁଛନ୍ତି । ଏମିତିରେ, ଗ୍ରାମବାସୀମାନେ ପ୍ରଥମରୁ ଗାଁ ବାହାରେ କ୍ୱାରେଂଟାଇନର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି କରିଥିଲେ । ତେଣୁ ସେମାନେ ସମସ୍ତେ ମିଳିମିଶି ଗାଁଠୁ କିଛି ଦୂରରେ, ଚଉଦଟି ଛୋଟ ଛୋଟ କୁଡ଼ିଆଘର ତିଆରି କରିଦେଲେ, ଆଉ ସ୍ଥିର କଲେ ଯେ ପ୍ରବାସରେ ଚାକିରି କରୁଥିବା ଗାଁ ଲୋକେ ଯେତେବେଳେ ଫେରିବେ ତା’ହେଲେ ସେମାନଙ୍କୁ ସେହି କୁଡ଼ିଆ ଘରଗୁଡ଼ିକରେ କିଛିଦିନ ପାଇଁ କ୍ୱାରେଂଟାଇନରେ ରହିବାକୁ ହେବ । ସେସବୁ କୁଡ଼ିଆଗୁଡ଼ିକରେ ଶୌଚାଳୟ, ବିଜୁଳି-ପାଣି ସମେତ, ପ୍ରତିଦିନର ଆବଶ୍ୟକତା ମୁତାବକ ସବୁ ସୁବିଧା ଉପଲବ୍ଧ କରାଯାଇଥିଲା । ଏଥିରୁ ପ୍ରମାଣିତ ଯେ, ମିରେମ୍ ଗ୍ରାମବାସୀଙ୍କ ଏହି ସାମୁହିକ ପ୍ରୟାସ ଆଉ ସଚେତନତା ସମସ୍ତଙ୍କର ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ କରିପାରିଛି ।
ବନ୍ଧୁଗଣ, ଆମର ଏଠି କୁହାଯାଏ –
“ସ୍ୱଭାବଂ ନ ଯହାତି ଏବ, ସାଧୁଃ ଆପଦ୍ରତୋପୀସନ ।
କର୍ପୂରଃ ପାବକ ସ୍ପୃଷ୍ଟଃ ସୌରଭଂ ଲଭତେତରାମ ।
ଅର୍ଥାତ୍, କର୍ପୂର ଯେଭଳି ନିଅଁରେ ଜଳିବା ସତ୍ୱେ ବି ନିଜର ସୁଗନ୍ଧ ହରାଏନି, ସେହିଭଳି ଉତ୍ତମ ବ୍ୟକ୍ତି ବିପଦରେ ପଡ଼ିଲେ ବି ଆପଣା ଗୁଣ, ଆପଣା ସ୍ୱଭାବ ଛାଡ଼ନ୍ତି ନାହିଁ । ଆଜି ଆମ ଦେଶରେ ଯେଉଁ ଶ୍ରମଶକ୍ତି ରହିଛନ୍ତି, ଯେଉଁ ଶ୍ରମିକ ସାଥୀ ରହିଛନ୍ତି, ସେମାନେ ହିଁ ଏହି କଥାର ଜୀବନ୍ତ ଉଦାହରଣ । ଆପଣ ଦେଖୁଥିବେ, ଏବେ ଆମର ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ କେତେ କଥା ନଜରକୁ ଆସୁଛି ଯାହାକି ପୁରା ଦେଶକୁ ପ୍ରେରଣା ଯୋଗାଉଛି । ଉତ୍ତରପ୍ରଦେଶର ବାରାବାଙ୍କୀ ଗାଁକୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ କଲ୍ୟାଣୀ ନଦୀର ପ୍ରାକୃତିକ ସ୍ୱରୂପ ଫେରାଇଆଣିବା ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ନଦୀର ପୁନରୁଦ୍ଧାର ହେବାଦେଖି ଆଖପାଖର ଚାଷୀ ଏବଂ ଲୋକେ ବେଶ୍ ଉତ୍ସାହିତ ହୋଇଛନ୍ତି । ଗାଁକୁ ଫେରିବା ପରେ କ୍ୱାରେଂଟାଇନ୍ ସେଂଟର କିମ୍ବା ଆଇସୋଲେସନ୍ ସେଂଟରରେ ରହିବା ସତ୍ୱେ ବି ଆମର ଶ୍ରମଜୀବି ସାଥୀମାନେ ଯେଉଁଭଳି ନିଜ ନିଜର କୌଶଳକୁ ଉପଯୋଗ କରି ନିଜ ଆଖପାଖର ସ୍ଥିତିରେ ପରିବର୍ତ୍ତନ ଆଣିପାରିଛନ୍ତି, ଇଏ ଅଦ୍ଭୁତ, ଅନନ୍ୟ । ହେଲେ ବନ୍ଧୁଗଣ! ଏହିଭଳି କେତେ କେତେ ଘଟଣା ଦେଶର ଲକ୍ଷ ଲକ୍ଷ ଗାଁରେ ଘଟୁଛି, ଅଥଚ ଆମ ନିକଟରେ ପହଂଚିପାରୁନି । ଆମ ଦେଶର ସ୍ୱଭାବ ଯେପରି, ମୋର ବିଶ୍ୱାସ ବନ୍ଧୁଗଣ! ଆପଣଙ୍କ ଗାଁରେ ବି, ଆପଣଙ୍କ ଆଖପାଖରେ ବି, ଏଭଳି ଅନେକ ଘଟଣା ଘଟିଥିବ । ଯଦି ଏଭଳି କିଛି କଥା ଆପଣଙ୍କ ନଜରକୁ ଆସିଥିବ, ତା’ହେଲେ ଆପଣ ଏଭଳି ପ୍ରସଙ୍ଗ ସମ୍ପର୍କରେ ମୋତେ ନିଶ୍ଚୟ ଲେଖିବେ । ସଂକଟର ଏଇ ମୁହୂର୍ତ୍ତରେ, ଏ ସକାରାତ୍ମକ ଘଟଣାଗୁଡ଼ିକ, ଏସବୁ କଥାଗୁଡ଼ିକ ଅନ୍ୟମାନଙ୍କୁ ବି ପ୍ରେରଣାଦୀପ୍ତ କରିବ ।
ମୋର ପ୍ରିୟ ଦେଶବାସୀଗଣ, କରୋନା ଭୂତାଣୁ ନିଶ୍ଚିତ ଭାବେ ଆମ ଜୀବନ ଜୀଇଁବାର ଶୈଳୀରେ ପରିବର୍ତ୍ତନ ଆଣିଦେଇଛି । ମୁଁ ଲଣ୍ଡନରୁ ପ୍ରକାଶିତ ଫାଇନାନ୍ସିଆଲ୍ ଟାଇମ୍ସରେ ଗୋଟିଏ ହୃଦୟସ୍ପର୍ଶୀ ଲେଖା ପଢ଼ୁଥିଲି । ସେଥିରେ ଲେଖାଯାଇଥିଲା ଯେ କରୋନା ସମୟରେ ଅଦା, ହଳଦୀ ସମେତ ଅନ୍ୟ ମସଲାଗୁଡ଼ିକର ଚାହିଦା ଏସିଆ ବ୍ୟତୀତ ଆମେରିକାରେ ମଧ୍ୟ ବଢ଼ିଯାଇଛି । ସମଗ୍ର ପୃଥିବୀର ଧ୍ୟାନ ଏବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଛି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏସବୁ ଦ୍ରବ୍ୟର ସମ୍ପର୍କ ଆମ ଦେଶ ସହିତ ରହିଛି । ଆମକୁ ଏହାର ବିଶେଷତ୍ୱ ପୃଥିବୀର ଲୋକଙ୍କୁ ଏପରି ସହଜ ଓ ସରଳ ଭାଷାରେ ବତାଇବା ଦରକାର, ଯେପରିକି ସେମାନେ ସହଜରେ ବୁଝିପାରିବେ ଓ ଆମେ ଏକ ସୁସ୍ଥ ପୃଥିବୀ ନିର୍ମାଣରେ ନିଜର ଯୋଗଦାନ ଦେଇପାରିବା ।
ମୋର ପ୍ରିୟ ଦେଶବାସୀଗଣ, କରୋନା ଭଳି ସଂକଟ ଯଦି ଆସିନଥା’ନ୍ତା, ତେବେ ବୋଧେ ଜୀବନ କ’ଣ, ଜୀବନ କାହିଁକି ଅଛି, ଜୀବନ କେମିତି, ବୋଧହୁଏ ଏହା ଆମର ମନେ ପଡ଼ିନଥା’ନ୍ତା । ଅନେକ ଲୋକ ଏହି କାରଣରୁ ମାନସିକ ଚାପରେ ରହୁଛନ୍ତି ତ ଅନ୍ୟପଟେ ଲୋକେ ମୋତେ ଏହା ବି ଜଣାଇଛନ୍ତି ଯେ ଲକଡାଉନ ସମୟରେ ସେମାନେ କିପରି ନିଜ ଜୀବନରେ ଛୋଟଛୋଟ ଖୁସିକୁ ଆବିଷ୍କାର କରିପାରିଛନ୍ତି । ଅନେକ ଲୋକ ନିଜର ପରିବାର ସହ ପାରମ୍ପରିକ ଇନଡୋର୍ ଗେମ୍ ଖେଳି ଆନନ୍ଦ ଉଠାଇବାର ଅନୁଭୂତି ମୋତେ କହିଛନ୍ତି ।
ବନ୍ଧୁଗଣ, ଆମ ଦେଶରେ ପାରମ୍ପରିକ ଖେଳର ଏକ ସମୃଦ୍ଧ ଇତିହାସ ରହିଛି । ଯେପରିକି, ଆପଣ ଗୋଟିଏ ଖେଳର ନାଁ ଶୁଣିଥିବେ- ପଚିଶି । ଏହି ଖେଳ ତାମିଲନାଡୁରେ ‘ପଲ୍ଲାଂଗୁଲି’, କର୍ଣ୍ଣାଟକରେ ‘ଅଲି ଗୁଲି ମଣେ’ ଓ ଆନ୍ଧ୍ରପ୍ରଦେଶରେ ‘ବାମନ ଗୁଂଟୁଲୁ’ ନାମରେ ଖେଳାଯାଏ । ଏହା ଏକ ପ୍ରକାରର ଷ୍ଟ୍ରାଟେଜି ଗେମ୍ ବା କୌଶଳର ଖେଳ, ଯେଉଁଥିରେ ଏକ ବୋର୍ଡ ବ୍ୟବହାର କରାଯାଏ । ସେଥିରେ କେତେକ ଖୋପ ଥାଏ, ଯେଉଁଠି ଥିବା ଗୁଳା ବା ମଞ୍ଜିକୁ ଖେଳାଳିକୁ ଧରିବାକୁ ହୋଇଥାଏ । କୁହାଯାଏ ଯେ ଏହି ଖେଳ ଦକ୍ଷିଣ ଭାରତରୁ ଦକ୍ଷିଣ-ପୂର୍ବ ଏସିଆ ଓ ତା’ପରେ ସାରା ପୃଥିବୀକୁ ବ୍ୟାପିଛି ।
ବନ୍ଧୁଗଣ, ଆଜି ପ୍ରତ୍ୟେକ ଶିଶୁ ସାପ-ଶିଡ଼ି ଖେଳ ସମ୍ପର୍କରେ ଜାଣିଛି; କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଏହା ମଧ୍ୟ ଭାରତୀୟ ପାରମ୍ପରିକ ଖେଳର ଏକ ରୂପ, ଯାହାକୁ ମୋକ୍ଷପାଟମ୍ ବା ପରମପଦମ୍ କୁହାଯାଏ । ଆମର ଏଠାକାର ଆଉ ଏକ ପାରମ୍ପରିକ ଖେଳ ହେଉଛି – ଗୁଟ୍ଟା । ବଡ଼ମାନେ ବି ଏହାକୁ ଖେଳନ୍ତି ଓ ସାନମାନେ ବି ଖେଳନ୍ତି । କେବଳ ଗୋଟିଏ ଆକାରର ପାଞ୍ଚଟି ଛୋଟ ପଥର ଉଠାନ୍ତୁ ଆଉ ଗୁଟ୍ଟା ଖେଳିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଗୋଟିଏ ପଥର ଉପରକୁ ଫିଙ୍ଗନ୍ତୁ ଆଉ ଯେପର୍ଯ୍ୟନ୍ତ ପଥରଟି ଶୂନ୍ୟରେ ରହିଛି ଆପଣଙ୍କୁ ତଳେ ଥିବା ବାକି ପଥରକୁ ଉଠାଇବାକୁ ପଡ଼ିବ । ସାଧାରଣତଃ ଆମ ଏଠାକାର ଇନଡୋର୍ ଖେଳଗୁଡ଼ିକରେ କୌଣସି ବଡ଼ ଜିନିଷର ଆବଶ୍ୟକତା ପଡ଼େ ନାହିଁ । କିଏ ଗୋଟିଏ ଚକ୍ ବା ପଥର ନେଇଆସେ, ତାକୁ ଧରି ମାଟିରେ ଗାର ଟାଣିଦିଏ ଆଉ ଖେଳ ଆରମ୍ଭ ହୋଇଯାଏ । ଯେଉଁ ଖେଳରେ ‘ଡାଇସ୍’ର ଆବଶ୍ୟକତା ରହିଥାଏ, ସେଠାରେ କଉଡ଼ି ବା ତେନ୍ତୁଳି ମଞ୍ଜିରେ ମଧ୍ୟ କାମ ଚଳିଯାଏ ।
ବନ୍ଧୁଗଣ, ମୁଁ ଜାଣିପାରୁଛି, ଆଜି ଯେତେବେଳେ ମୁଁ ଏହି କଥା କହୁଛି, ସେତେବେଳେ ଅନେକ ଲୋକ ନିଜର ଶୈଶବକୁ ଫେରିଯାଇଥିବେ; ଅନେକଙ୍କୁ ନିଜ ପିଲାଦିନର ସ୍ମୃତି ମନେପଡିଯାଇଥିବ । ମୁଁ ଏକଥା କହିବାକୁ ଚାହୁଁଛି ଯେ ଆପଣ ସେସବୁ ଦିନକୁ କାହିଁକି ଭୁଲିଯାଇଛନ୍ତି? ସେହି ଖେଳଗୁଡ଼ିକୁ ଆପଣ କାହିଁକି ଭୁଲିଯାଇଛନ୍ତି? ଘରର ଅଜା-ଆଈ, ଦାଦା-ଦାଦି, ଘରର ବୟୋଜ୍ୟେଷ୍ଠଙ୍କୁ ମୁଁ କହିବାକୁ ଚାହୁଛି ଯେ ଯଦି ନୂଆପିଢ଼ିକୁ ଏ ଖେଳ ଶିଖାଇବେ ନାହିଁ, ତେବେ କିଏ କରିବ! ଯେତେବେଳେ ଅନଲାଇନ୍ ପାଠପଢ଼ା କଥା ଆସୁଛି, ସେତେବେଳେ ଭାରସାମ୍ୟ ରକ୍ଷାପାଇଁ, ଅନଲାଇନ୍ ଖେଳରୁ ମୁକ୍ତି ପାଇବାପାଇଁ ମଧ୍ୟ ଆମକୁ ଏପରି କରିବାକୁ ହିଁ ପଡ଼ିବ । ଆମର ଯୁବପିଢ଼ି ପାଇଁ ମଧ୍ୟ, ଆମର ଷ୍ଟାର୍ଟଅପ୍ସ ପାଇଁ ମଧ୍ୟ, ଏହା ଏକ ନୂଆ ମାଧ୍ୟମ, ମଜଭୁତ ମାଧ୍ୟମ । ଆମେ ଭାରତର ପାରମ୍ପରିକ ଇନଡୋର୍ ଗେମଗୁଡ଼ିକୁ ନୂଆ ଓ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିପାରିବା । ସେଥିସହିତ ସଂପୃକ୍ତ ଜିନିଷ ପ୍ରସ୍ତୁତକାରୀ, ଯୋଗାଣକାରୀ ଷ୍ଟାର୍ଟଅପଗୁଡ଼ିକ ବହୁତ ଲୋକପ୍ରିୟ ହୋଇଯିବ; ଏବଂ ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଆମର ଭାରତୀୟ ଖେଳ ବି ତ ଲୋକାଲ୍, ଆଉ ଆମେ ଲୋକାଲ୍ ପାଇଁ ଭୋକାଲ୍ ହେବାକୁ ପୂର୍ବରୁ ପ୍ରତିଜ୍ଞା କରିସାରିଛୁ; ଏବଂ ମୋର ଶିଶୁସଖା ସାଥୀ, ପ୍ରତ୍ୟେକ ଘରର ପିଲାମାନଙ୍କୁ, ମୋର କୁନିକୁନି ସାଥିମାନଙ୍କୁ ମଧ୍ୟ ଆଜି ଏକ ବିଶେଷ କଥା କହିବାର ଅଛି । ପିଲାମାନେ, ତୁମେମାନେ ମୋର ଏ କଥାକୁ ମାନିବ ନା? ଦେଖ, ମୁଁ ଚାହଁଛି ଯେ ମୁଁ ଯାହା କହୁଛି ତୁମେ ନିଶ୍ଚିତ ଭାବେ କର । ଗୋଟିଏ କଥା କର- ଯେତେବେଳେ ଟିକିଏ ବି ସମୟ ମିଳୁଛି, ବାପାମାଆଙ୍କୁ ପଚାରି ମୋବାଇଲ୍ ଉଠାଅ ଆଉ ନିଜର ଜେଜେବାପା-ଜେଜେମା’, ଅଜାଆଈ ବା ଘରେ ଯେଉଁ ବୟୋଜ୍ୟେଷ୍ଠମାନେ ଅଛନ୍ତି ସେମାନଙ୍କର ସାକ୍ଷାତକାର ରେକର୍ଡ କର; ନିଜ ମୋବାଇଲ୍ ଫୋନରେ ରେକର୍ଡ କର । ତୁମେମାନେ ଟିଭିରେ ଦେଖିଥିବ ସାମ୍ବାଦିକମାନେ କେମିତି ସାକ୍ଷାତକାର ନିଅନ୍ତି, ଠିକ୍ ସେହିପରି ତୁମେ ସାକ୍ଷାତକାର ନିଅ; ଆଉ ତୁମେ ସେମାନଙ୍କୁ କି ପ୍ରଶ୍ନ ପଚାରିବ ସେ ସମ୍ପର୍କରେ ମୁଁ ତୁମମାନଙ୍କୁ କିଛି ପରାମର୍ଶ ଦେଉଛି । ତୁମେ ତାଙ୍କୁ ନିଶ୍ଚିତ ଭାବେ ପଚାରିବ ଯେ ସେମାନଙ୍କର ବାଲ୍ୟଜୀବନ କିପରି କଟିଥିଲା, ସେମାନେ କି କି ଖେଳ ଖେଳୁଥିଲେ, କେବେ ନାଟକ ଦେଖିବାକୁ ଯାଉଥିଲେ, ସିନେମା ଦେଖିବାକୁ ଯାଉଥିଲେ, କେବେ ଛୁଟିରେ ମାମୁଘରକୁ ଯାଉଥିଲେ, କେବେ ଖେତବାଡ଼ିକୁ ଯାଉଥିଲେ, ପର୍ବପର୍ବାଣି କିପରି ପାଳୁଥିଲେ, ବହୁତ କଥା ପଚାରିପାରିବ । ସେମାନଙ୍କୁ ମଧ୍ୟ, 40-50 ବର୍ଷ, 60 ବର୍ଷ ପୁରୁଣା ନିଜ ଅତୀତ ଜୀବନକୁ ଫେରିବା ବହୁତ ଆନନ୍ଦ ଦେବ, ଏବଂ ତୁମମାନଙ୍କୁ 40-50 ବର୍ଷ ତଳେ ଭାରତ କିପରି ଥିଲା, ତୁମେ ଯେଉଁଠି ରହୁଛ, ସେହି ଅଂଚଳ କିପରି ଥିଲା, ସେଠିକାର ପରିବେଶ କିପରି ଥିଲା, ଲୋକଙ୍କ ଜୀବନଶୈଳୀ କିପରି ଥିଲା- ସବୁକିଛି ବହୁତ ସହଜରେ ଶିଖିବାକୁ ମିଳିବ, ଜାଣିବାକୁ ମିଳିବ, ଏବଂ ତୁମେ ଦେଖିବ, ତୁମକୁ ବହୁତ ମଜା ଲାଗିବ ଆଉ ପରିବାର ପାଇଁ ଇଏ ହେବ ଏକ ବହୁତ ବଡ଼ ଅମୂଲ୍ୟ ସମ୍ପଦ, ଗୋଟିଏ ଭଲ ଭିଡିଓ ଆଲବମ୍ ମଧ୍ୟ ତିଆରି ହୋଇଯିବ ।
ବନ୍ଧୁଗଣ, ଏହା ସତ ଯେ ଆତ୍ମକଥା ବା ଜୀବନୀ, ଅଟୋବାଇଓଗ୍ରାଫି ବା ବାଇଓଗ୍ରାଫି, ଇତିହାସର ସତ୍ୟ ନିକଟରେ ପହଂଚିବା ପାଇଁ ଏକ ସୁନ୍ଦର ଉପଯୋଗୀ ମାଧ୍ୟମ । ଆପଣ ବି, ନିଜର ବୟସ୍କ ଗୁରୁଜନଙ୍କ ସହ କଥା ହେଲେ ସେମାନଙ୍କ ସମୟର କଥା, ସେମାନଙ୍କ ପିଲାଦିନ, ସେମାନଙ୍କ ଯୁବାବେଳର କଥାକୁ ଆହୁରି ସହଜରେ ବୁଝିପାରିବେ । ବୟୋଜ୍ୟେଷ୍ଠମାନେ ମଧ୍ୟ ନିଜର ପିଲାଦିନ କଥା, ସେହି ସମୟର କଥା ନିଜ ଘରର ଛୋଟପିଲାମାନଙ୍କୁ କହିବାର ଏହା ଏକ ସୁନ୍ଦର ଅବସର ।
ବନ୍ଧୁଗଣ, ଦେଶର ଅଧିକାଂଶ ଅଂଚଳରେ ଏବେ ମୌସୁମି ପହଂଚିସାରିଛି । ଏଥର ବର୍ଷାକୁ ନେଇ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି, ବହୁତ ଆଶା ଦେଖାଇଛନ୍ତି । ବର୍ଷା ଯଦି ଭଲ ହେବ, ତେବେ ଆମର ଚାଷୀଙ୍କ ଫସଲ ଭଲ ହେବ, ପରିବେଶ ମଧ୍ୟ ହସିଉଠିବ । ବର୍ଷାଋତୁରେ ପ୍ରକୃତି ମଧ୍ୟ ସତେଯେପରି ନିଜକୁ ପୁନର୍ଜୀବିତ କରିଦିଏ । ମଣିଷ ପ୍ରାକୃତିକ ସମ୍ପଦକୁ ଯେପରି ଦୋହନ କରିଥାଏ, ପ୍ରକୃତି, ବର୍ଷାଦିନେ ଏକ ପ୍ରକାର ତାହା ଫେରିପାଇଥାଏ, ରିଫିଲିଂ କରିଥାଏ । କିନ୍ତୁ ଏହି ରିଫିଲିଂ ସେତେବେଳେ ହୋଇପାରିବ, ଯେତେବେଳେ ଆମେ ମଧ୍ୟ ଧରିତ୍ରୀ ମାତାକୁ ସହଯୋଗ କରିବା, ନିଜର ଦାୟିତ୍ୱ ତୁଲାଇବା । ଆମଦ୍ୱାରା କରାଯାଇଥିବା କ୍ଷୁଦ୍ର ପ୍ରୟାସ, ପ୍ରକୃତିକୁ, ପରିବେଶକୁ ବହୁ ସାହାଯ୍ୟ କରିଥାଏ । ଆମର ଅନେକ ଦେଶବାସୀ ଏ ନେଇ ବହୁତ ବଡ଼ କାମ କରୁଛନ୍ତି ।
କର୍ଣ୍ଣାଟକର ମଣ୍ଡାବଲିରେ ଜଣେ 80-85 ବର୍ଷର ବୃଦ୍ଧ ରହନ୍ତି, କାମେଗୌଡ଼ା । କାମେଗୌଡ଼ା ଜୀ ଜଣେ ସାଧାରଣ ଚାଷୀ, କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ବହୁତ ଅସାଧାରଣ । ସେ ଏଭଳି ଏକ କାମ କରିଛନ୍ତି ଯେ ସେକଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । 80-85 ବର୍ଷର କାମେଗୌଡ଼ା ଜୀ ନିଜର ଗୃହପାଳିତ ପଶୁଙ୍କୁ ଚରାନ୍ତି, କିନ୍ତୁ ତା’ସହିତ ନିଜ ଅଂଚଳରେ ନୂଆ ନୂଆ ପୋଖରୀ ଖୋଳିବା ପାଇଁ ଅଣ୍ଟା ଭିଡିଛନ୍ତି । ସେ ନିଜ ଅଂଚଳରେ ଜଳସଙ୍କଟ ଦୂର କରିବାକୁ ଚାହାନ୍ତି, ସେଥିପାଇଁ ଜଳ-ସଂରକ୍ଷଣ କାମ ପାଇଁ ଛୋଟଛୋଟ ପୋଖରୀ ତିଆରି କାମରେ ଲାଗିପଡ଼ିଛନ୍ତି । ଆପଣ ଆଶ୍ଚର୍ଯ୍ୟ ହେବେ ଯେ 80-85 ବର୍ଷର କାମେଗୌଡ଼ା ଜୀ, ଏ ପର୍ଯ୍ୟନ୍ତ ନିଜ ଚେଷ୍ଟାରେ, ନିଜର ପରିଶ୍ରମରେ 16ଟି ପୋଖରୀ ଖୋଳିସାରିଛନ୍ତି । ସେ ଯେଉଁ ପୋଖରୀ ଖୋଳିଛନ୍ତି, ତାହା ବହୁତ ବଡ଼ ହୋଇନପାରେ, କିନ୍ତୁ ତାଙ୍କ ପ୍ରୟାସ ବହୁତ ବଡ଼ । ଆଜି ସମଗ୍ର ଅଂଚଳରେ ଏହି ପୋଖରୀଗୁଡ଼ିକ ଯୋଗୁଁ ନୂଆ ଜୀବନ ମିଳିଛି ।
ବନ୍ଧୁଗଣ, ଗୁଜରାଟ ବଦୋଦରାର ଗୋଟିଏ ଉଦାହରଣ ମଧ୍ୟ ବହୁତ ପ୍ରେରଣାଦାୟକ । ଏଠାରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ ମିଶି ଏକ ସୁନ୍ଦର ଆନେ୍ଦାଳନ ଚଳାଇଛନ୍ତି । ଏହି ଆନେ୍ଦାଳନ ଯୋଗୁଁ ଆଜି ବଦୋଦରାର ହଜାରେ ସ୍କୁଲରେ ବର୍ଷାଜଳ ସଂରକ୍ଷଣ କରାଯାଇପାରିଛି । ଏହି କାରଣରୁ ଆନୁମାନିକ ବାର୍ଷିକ ପ୍ରାୟ ନଷ୍ଟ ହୋଇଯାଉଥିବା 10 କୋଟି ଲିଟର ପାଣି ସଂରକ୍ଷିତ ହୋଇପାରୁଛି ।
ବନ୍ଧୁଗଣ, ଏହି ବର୍ଷାଋତୁରେ ପ୍ରକୃତିର ସୁରକ୍ଷା ପାଇଁ, ପରିବେଶର ସୁରକ୍ଷା ପାଇଁ ଆମକୁ ମଧ୍ୟ ଏପରି କିଛି ଭାବିବାକୁ, କିଛି କରିବାକୁ ଚେଷ୍ଟା କରିବାକୁ ପଡ଼ିବ । ଯେପରିକି କେତେକ ସ୍ଥାନରେ ଗଣେଶ ଚତୁର୍ଥୀ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ଆମେ କ’ଣ ଏଥର ଏଭଳି ପ୍ରୟାସ ଆରମ୍ଭ କରିପାରିବା, ପରିବେଶ-ଅନୁକୂଳ ଗଣେଶ ମୂର୍ତ୍ତି ତିଆରି କରି ପୂଜା କରିବା! ଆମେ ଏପରି ପ୍ରତିମା ପୂଜାରୁ ବିରତ ହୋଇପାରିବାନି, ଯାହାକୁ ନଦୀପୋଖରୀରେ ବିସର୍ଜନ କଲାପରେ ପାଣି ପାଇଁ, ପାଣିରେ ରହୁଥିବା ଜୀବଜନ୍ତୁଙ୍କ ପାଇଁ ଏହା ସଙ୍କଟ ପାଲଟିଥାଏ । ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚିତଭାବେ ଏପରି କରିବେ ଏବଂ ଏସବୁ କଥା ମଧ୍ୟରେ ଆମକୁ ଏହା ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ ଯେ ବର୍ଷାଋତୁରେ ଅନେକ ରୋଗ ଆସିଥାଏ । କରୋନା କାଳରେ ଆମକୁ ସେଥିରୁ ମଧ୍ୟ ରକ୍ଷା ପାଇବାକୁ ହେବ । ଆୟୁର୍ବେଦିକ ଔଷଧ, କାଢ଼ା, ଗରମ ପାଣି, ଏସବୁକୁ ବ୍ୟବହାର କରୁଥାନ୍ତୁ, ସୁସ୍ଥ ରହନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆଜି 28 ଜୁନରେ ଭାରତ ନିଜର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ଏକ ସମ୍ବେଦନଶୀଳ ସମୟରେ ଦେଶର ନେତୃତ୍ୱ ନେଇଥିଲେ । ଆମର ଏଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି ଭି ନରସିଂହରାଓ ଜୀଙ୍କର ଆଜି ଜନ୍ମ-ଶତାବ୍ଦୀର ପ୍ରାରମ୍ଭିକ ଦିବସ । ଯେତେବେଳେ ଆମେ ପି ଭି ନରସିଂହରାଓ ଜୀଙ୍କ ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ସ୍ୱାଭାବିକ ଭାବେ ରାଜନେତା ରୂପରେ ତାଙ୍କର ଛବି ଆମ ମନରେ ଉଦ୍ଭାସିତ ହୁଏ, କିନ୍ତୁ ଏହା ମଧ୍ୟ ସତ ଯେ ସେ ବହୁତ ଭାଷା ଜାଣିଥିଲେ । ଅନେକ ଭାରତୀୟ ଏବଂ ବିଦେଶୀ ଭାଷା କହିପାରୁଥିଲେ । ସେ ଗୋଟିଏ ପଟେ ଭାରତୀୟ ମୂଲ୍ୟବୋଧର ଉପାସକ ଥିଲେ ତ ଅନ୍ୟପଟେ ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ଓ ବିଜ୍ଞାନରେ ମଧ୍ୟ ଜ୍ଞାନ ରହିଥିଲା । ସେ ଭାରତର ସବୁଠୁ ବେଶି ଅନୁଭୂତିସଂପନ୍ନ ନେତାଙ୍କ ଭିତରୁ ଜଣେ ଥିଲେ । କିନ୍ତୁ ତାଙ୍କ ଜୀବନର ଅନ୍ୟ ଏକ ଦିଗ ମଧ୍ୟ ରହିଛି, ଏବଂ ତାହା ଉଲ୍ଲେଖନୀୟ । ଆମେ ତାହା ଜାଣିବା ଉଚିତ । ବନ୍ଧୁଗଣ, ନରସିଂହ ରାଓ ଜୀ ନିଜର କିଶୋରାବସ୍ଥାରେ ହିଁ ସ୍ୱାଧୀନତା ଆନେ୍ଦାଳନରେ ଯୋଗ ଦେଇଥିଲେ । ଯେତେବେଳେ ହାଇଦ୍ରାବାଦର ନିଜାମ ବନେ୍ଦ ମାତରମ୍ ଗାଇବା ପାଇଁ ଅନୁମତି ଦେବାକୁ ମନା କରିଦେଲେ, ତା’ ବିରୋଧରେ ହୋଇଥିବା ଆନେ୍ଦାଳନରେ ମଧ୍ୟ ସେ ସକ୍ରିୟ ଭାଗ ନେଇଥିଲେ, ଆଉ ତାଙ୍କୁ ସେତେବେଳେ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । କମ୍ ବୟସରୁ ହିଁ ଶ୍ରୀମାନ ନରସିଂହ ରାଓ ଅନ୍ୟାୟ ବିରୋଧରେ ସ୍ୱର ଉତୋଳନ କରିବାରେ ଆଗୁଆ ଥିଲେ । ନିଜର ସ୍ୱର ଉଠାଇବାକୁ ସେ ସବୁ ପ୍ରକାରର ଉଦ୍ୟମ କରୁଥିଲେ । ନରସିଂହ ରାଓ ଜୀ ଇତିହାସକୁ ମଧ୍ୟ ଭଲଭାବେ ବୁଝିଥିଲେ । ଏକ ଅତି ସାଧାରଣ ପୃଷ୍ଠଭୂମିରୁ ଉଠି ନିଜକୁ ଆଗକୁ ବଢ଼ାଇବା, ଶିକ୍ଷା ଉପରେ ତାଙ୍କର ଗୁରୁତ୍ୱ, ଶିଖିବାର ତାଙ୍କର ପ୍ରବୃତି, ଏବଂ ଏଥିସହ ତାଙ୍କର ନେତୃତ୍ୱ ନେବା କ୍ଷମତା- ସବୁକିଛି ସ୍ମରଣୀୟ । ମୁଁ ଚାହୁଁଛି ଯେ ନରସିଂହ ରାଓ ଜୀଙ୍କ ଜନ୍ମ-ଶତାବ୍ଦୀ ବର୍ଷରେ ଆପଣମାନେ ସମସ୍ତେ ତାଙ୍କ ଜୀବନ ଓ ବିଚାର ସମ୍ପର୍କରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ । ମୁଁ ପୁଣିଥରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଏଥର ‘ମନ କି ବାତ’ରେ ଅନେକ ବିଷୟ ଆଲୋଚନା ହେଲା । ଆସନ୍ତା ଥର ଯେତେବେଳେ ଆମେ ଭେଟିବା, ଆହୁରି କିଛି ନୂଆ ବିଷୟ ନେଇ କଥା ହେବା । ଆପଣମାନେ ନିଜର ସନେ୍ଦଶ, ନିଜର ସୃଜନଶୀଳ ବିଚାର ମୋ ପାଖକୁ ନିଶ୍ଚିତ ଭାବେ ପଠାନ୍ତୁ । ଆମେ ସମସ୍ତେ ମିଶି ଆଗକୁ ବଢ଼ିବା ଓ ଆଗାମୀ ଦିନ ଆହୁରି ଅଧିକ ସକାରାତ୍ମକ ହେବ, ଯେପରିକି ଆଜି ମୁଁ ଆରମ୍ଭରୁ କହିଥିଲି, ଏବର୍ଷ ଅର୍ଥାତ 2020ରେ ହିଁ ଭଲ କରିବା, ଆଗକୁ ବଢ଼ିବା ଓ ଦେଶ ମଧ୍ୟ ନୂଆ ଶିଖରକୁ ଛୁଇଁବ । ମୋର ବିଶ୍ୱାସ ଯେ 2020 ଭାରତକୁ ଏହି ଦଶକରେ ଏକ ନୂତନ ଦିଶା ଦେବାର ବର୍ଷ ପ୍ରମାଣିତ ହେବ । ଏହି ବିଶ୍ୱାସକୁ ନେଇ ଆପଣ ମଧ୍ୟ ଆଗକୁ ବଢ଼ନ୍ତୁ, ସୁସ୍ଥ ରହନ୍ତୁ, ସକାରାତ୍ମକ ରହନ୍ତୁ । ଏହି ଶୁଭକାମନା ସହ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ନମସ୍କାର ।

ମନ କି ବାତ-2.0 ଦ୍ଵାଦଶ ଭାଗର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଏକଜୁଟ ହୋଇ କରୋନାର ମୁକାବିଲା କରୁଥିବା ପ୍ରକାଶ କରିଛନ୍ତି । ଏଥର ଅଧିକାଂଶ ଆର୍ଥିକ କ୍ଷେତ୍ର କରୋନା ବୈଶ୍ଵିକ ମହାମାରୀ ମଧ୍ୟରେ ସକ୍ରିୟ ହୋଇଥିଲେ ମଧ୍ୟ ଜନସାଧାରଣ ଅଧିକ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କରିଛନ୍ତି ଯେ, ଶ୍ରମିକ ଓ ଅନ୍ୟାନ୍ୟ ସ୍ପେଶାଲ ଟ୍ରେନ ସହ ଆଉ କେତେକ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବିମାନ ସେବା ମଧ୍ୟ ଆରମ୍ଭ ହେବା ସହ ଅନେକ କଳକାରଖାନାରେ ସ୍ୱାଭାବିକତା ଫେରିଛି । ତେବେ କୌଣସି କୋହଳତା ଅବଲମ୍ବନ ନକରି ଦୁଇ ଗଜର ଦୂରତା (ସାମାଜିକ ଦୂରତ୍ଵ), ମାସ୍କ ପରିଧାନ ସହ ଯଥାସମ୍ଭବ ଅଧିକ ସମୟ ଘରେ କଟାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଶେଷ ଦୁଃଖ କଷ୍ଟ ଓ ମାର୍ଗଦର୍ଶିକା ଅନୁପାଳନ ଯୋଗୁଁ ଯେଉଁ ସଫଳତା ମିଳିଛି ତାହା ଯେପରି ବୃଥା ନଯାଏ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି ।
ଜନସାଧାରଣ ଯେପରି ସେବା ମନୋଭାବ ପୋଷଣ କରିଛନ୍ତି ତାହାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହା ଆମର ବଡ ଶକ୍ତି ବୋଲି କହିଛନ୍ତି । ସେବା ହିଁ ପରମ ଧର୍ମ, ସେବାରେ ହିଁ ଶାନ୍ତି ଓ ଏହା ଆମର ପରମ୍ପରା ବୋଲି ସେ କହିଛନ୍ତି । ଦେଶବ୍ୟାପୀ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇ ଡାକ୍ତର, ନର୍ସ,ସଫେଇକର୍ମଚାରୀ, ସୁରକ୍ଷା କର୍ମଚାରୀ, ପୁଲିସ ବଳ ଓ ଗଣମାଧ୍ୟମ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କ ସେବା ଭାବର ଭୂୟସୀ ପ୍ରଶଂସା କରିଛନ୍ତି । ଜଟିଳ ପରିସ୍ଥିତିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଉଲ୍ଲେଖନୀୟ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।
ତାମିଲନାଡ଼ୁର କେ.ସି. ମୋହନ, ଅଗରତାଲାର ଗୌତମ ଦାସ, ପଠାଣକୋଟର ଜଣେ ଦିବ୍ୟାଙ୍ଗ ରାଜୁ ଇତ୍ୟାଦି ସାଧାରଣ ବ୍ୟକ୍ତିଙ୍କ ଉଦାହରଣ ଦେଇ ସେମାନେ ନିଜର ସୀମିତ ସମ୍ବଳ ମଧ୍ୟରେ ବିପଦ ସମୟରେ ଲୋକମାନଙ୍କୁ କିପରି ସାହାଯ୍ୟ କରିଛନ୍ତି ତାହାର ବର୍ଣ୍ଣନା ସେ କରିଥିଲେ । ସେ କହିଥିଲେ ଯେ, ଦେଶର କୋଣ ଅନୁକୋଣରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଅଧ୍ୟବ୍ୟସାୟ ଯୋଗୁଁ ବିଭିନ୍ନ ସଫଳତାର କାହାଣୀ ଲୋକଲୋଚନାକୁ ଆସିବାରେ ଲାଗିଛି ।
ବୈଶ୍ଵିକ ମହାମାରୀକୁ ମୁକାବିଲା କରିବାରେ କେତେକ ବ୍ୟକ୍ତିଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଟ୍ରାକ୍ଟର ସହିତ ଲାଗିଥିବା ଏକ ସାନିଟାଇଜର ମେସିନକୁ ନାସିକର ରାଜେନ୍ଦ୍ର ଯାଦବ କିପରି ଉଦ୍ଭାବନ କରିଛନ୍ତି ତାହାର ଦୃଷ୍ଟାନ୍ତ ସେ ପ୍ରଦାନ କରିଥିଲେ । ସାମାଜିକ ଦୂରତ୍ଵ ରକ୍ଷା କରିବା ପାଇଁ ଅନେକ ଦୋକାନୀ କିଭଳି ପାଇପର ଉପଯୋଗ କରି ଲୋକଙ୍କୁ ସାମଗ୍ରୀ ପହଞ୍ଚାଇଛନ୍ତି ତାହାର ବର୍ଣ୍ଣନା ମଧ୍ୟ ସେ କରିଥିଲେ ।
ବୈଶ୍ଵିକ ମହାମାରୀ ଯୋଗୁଁ ଦୁଃଖ କଷ୍ଟ ଭୋଗୁଥିବା ଲୋକମାନଙ୍କ ଯନ୍ତ୍ରଣାରେ ସହଭାଗୀ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଭୂତାଣୁ ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲେ ମଧ୍ୟ ଅବହେଳିତ ଶ୍ରମିକ ଓ ଦିନ ମଜୁରିଆ ଏଥିଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ପ୍ରତିଷ୍ଠାନ କାନ୍ଧକୁ କାନ୍ଧ ମିଳାଇ ପୁରା ଦମରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଯେପରି ରିଲିଫ କାର୍ଯ୍ୟରେ ଅହୋରାତ୍ର ନିଜକୁ ନିୟୋଜିତ କରିଛନ୍ତି ସେ ନେଇ ସମଗ୍ର ଦେଶ ଅବଗତ ଅଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିରାପଦରେ ସେମାନଙ୍କ ଘରେ ପହଞ୍ଚାଇବା ସହ ସେମାନଙ୍କ ଜିଲ୍ଲାସଙ୍ଗରୋଧରେ ରଖାଇବାର ବ୍ୟବସ୍ଥା କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ନୂତନ ସମାଧାନର ପନ୍ଥା ବର୍ତ୍ତମାନ ପାଇଁ ଏକ ଆହ୍ଵାନ ସଦୃଶ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସରକାର ଏଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ସରକାର ନେଇଥିବା କେତେକ ନିଷ୍ପତ୍ତି ଗ୍ରାମାଞ୍ଚଳରେ ରୋଜଗାର, ଆତ୍ମନିଯୁକ୍ତି ଏବଂ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି । ଆତ୍ମନିର୍ଭର ଭାରତ ଅଭିଯାନ ଚଳିତ ଦଶନ୍ଧିରେ ଦେଶ ପାଇଁ ଅନେକ ସଫଳତା ଆଣିଦେବ ବୋଲି ସେ ଆଶା ପୋଷଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନର କରୋନା ବୈଶ୍ଵିକ ମହାମାରୀ କାଳରେ ସବୁଆଡେ ଲୋକମାନେ ଯୋଗ ଏବଂ ଆୟୁର୍ବେଦ ବିଷୟରେ ଅଧିକରୁ ଅଧିକ ଶୁଣିବାକୁ ଏବଂ ଜାଣିବାକୁ ଇଚ୍ଛା ପ୍ରକଟ କରୁଛନ୍ତି । ଯୋଗ,ରୋଗ ପ୍ରତିରୋଧକ ଶକ୍ତି ଓ ଏକତାର ପରିଚାୟକ ବୋଲି ସେ କହିଛନ୍ତି । କରୋନା ଭୂତାଣୁ ଶ୍ଵାସକ୍ରିୟା ପଦ୍ଧତିକୁ ବିଶେଷ କ୍ଷତିଗ୍ରସ୍ତ କରୁଥିବାରୁ ଯୋଗ ଏଦିଗରେ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି । ଯୋଗରେଥିବା ବିଭିନ୍ନ କିସମର ପ୍ରାଣାୟମ ଯୋଗୁଁ ଶ୍ଵାସ ଯନ୍ତ୍ର ମଜବୁତ ହେବା ସହ ଏହା ଦୀର୍ଘସ୍ଥାୟୀ ହେବାରେ ସହାୟକ ହୋଇଥାଏ ।
ପ୍ରଧାନମନ୍ତ୍ରୀ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ହେବାକୁ ଥିବା ‘ମାଇ ଲାଇଫ, ମାଇ ଯୋଗ’ ଆନ୍ତର୍ଜାତିକ ଭିଡିଓ ବ୍ଲଗ ପ୍ରତିଯୋଗୀତା ନିମନ୍ତେ ଭିଡିଓ ଚିତ୍ର ପଠାଇବା ପାଇଁ ଜନସାଧାରଙ୍କୁ ନିବେଦନ କରିଛନ୍ତି । ଆଗକୁ ଆସୁଥିବା ଆନ୍ତର୍ଜାତିକ ଯୋଗ ଦିବସରେ ସଂଶ୍ଳିଷ୍ଟ ହେବା ପାଇଁ ସମସ୍ତଙ୍କୁ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
କରୋନା ବୈଶ୍ଵିକ ମହାମାରୀର ମୁକାବିଲା ଦିଗରେ ସରକାରଙ୍କ ଉଦ୍ୟମର ପ୍ରଶଂସା କରି ଆୟୁଷ୍ମାନ ଭାରତ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିରୁ ଊର୍ଦ୍ଧ୍ଵ ହୋଇପାରିଥିବା ସେ କହିଛନ୍ତି । ସେ ମଧ୍ୟ ଏହାର ହିତାଧିକାରୀଙ୍କ ସମତେ ମହାମାରୀ କାଳରେ ରୋଗୀମାନଙ୍କୁ ସେବା ପ୍ରଦାନ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଗୋଟିଏ ପଟରେ କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମ କରୁଥିବା ବେଳେ ଅନ୍ୟ ପଟେ ଅମ୍ଫନ ମହାବାତ୍ୟାର ମଧ୍ୟ ସାମନା କରୁଛୁ । ମହାବାତ୍ୟା ଅମ୍ଫନର ମୁକାବିଲା ଲାଗି ଅଦମ୍ୟ ସାହସିକତା ପ୍ରଦର୍ଶନ କରିଥିବା ଓଡିଶା ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ପ୍ରଶଂସା କରିଛନ୍ତି । ଏହି ଦୁଇ ରାଜ୍ୟର ଚାଷୀମାନଙ୍କ ପ୍ରଭୂତ କ୍ଷତି ପାଇଁ ସମବେଦନା ପ୍ରକାଶ କରିବା ସହ ଏଭଳି ପରିସ୍ଥିତିକୁ ସାମନା କରିବାରେ ସେମାନଙ୍କ ଦୃଢ ସଂକଳ୍ପ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ,ମହାବାତ୍ୟା ବ୍ୟତୀତ ଦେଶର କେତେକ ଭାଗ ପଙ୍ଗପାଳ ଆକ୍ରମଣର ଶିକାର ହୋଇଛି । ଏହାର ମୁକାବିଲା ପାଇଁ ସରକାର ଆହୋରାହ ଉଦ୍ୟମ ଜାରି ରଖିଛନ୍ତି ଓ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି । ଅଧିକ ଶସ୍ୟ ହାନି ନହେବା ଲାଗି କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର, କୃଷି ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅତ୍ୟାଧୁନିକ ପଦ୍ଧତିରେ ଏହାର ନିରାକରଣ ଦିଗରେ ଲାଗିପଡିଛନ୍ତି ।
ବର୍ତ୍ତମାନ ପିଢିର ଲୋକମାନେ ପାଣିକୁ କିପରି ବଞ୍ଚାଇବେ ସେ ଦିଗରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ବର୍ଷା ଜଳ ସଂରକ୍ଷଣକୁ ଗୁରୁତ୍ଵ ଦେବା ସହ ଜଳ ସଂରକ୍ଷଣ ଉପରେ ସମସ୍ତେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ଦେଶବାସୀଙ୍କୁ ପ୍ରକୃତିର ରକ୍ଷା କରିବା ସହ ପରିବେଶ ଦିବସରେ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ସଂକଳ୍ପ ନେବାକୁ ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ଜୀବନର ଗତିକୁ ସାମାନ୍ୟ ଶିଥିଳ କରିଥିଲେ ମଧ୍ୟ ପ୍ରକୃତି ଓ ଜୀବଜନ୍ତୁଙ୍କ ରକ୍ଷା ପାଇଁ ଏକ ସୁଯୋଗ ଆଣିଦେଇଛି । ପରିଶେଷରେ ସେ କହିଛନ୍ତି ଯେ, ଅସାବଧାନତା ଓ ଖାମଖିଆଲ ମନୋଭାଗ ଜୀବନର କୌଣସି ବିକଳ୍ପ ହୋଇ ନପାରେ । କରୋନା ବିରୁଦ୍ଧରେ ସଂଗ୍ରାମ ଏବେ ମଧ୍ୟ ଜାରି ରହିଛି ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆପଣମାନେ ଲକଡାଉନରେ ଏହି ‘ମନ୍ କି ବାତ୍’ ଶୁଣୁଛନ୍ତି । ଏହି ‘ମନ୍ କି ବାତ୍’ ପାଇଁ ଆସିଥିବା ପରାମର୍ଶ, ଫୋନକଲ ସଂଖ୍ୟା ଅନ୍ୟ ଥର ଠାରୁ ବହୁଗୁଣ ଅଧିକ । ଅନେକ ବିଷୟକୁ ଏକାଠି କରି ଆପଣମାନଙ୍କର ଏହି ମନର କଥା ମୋ ପାଖରେ ପହଂଚିଛି । ଏସବୁକୁ ଅଧିକରୁ ଅଧିକ ଯେମିତି ପଢ଼ିପାରିବି, ଶୁଣିପାରିବି ସେଥିପାଇଁ ମୁଁ ଚେଷ୍ଟା କରିଛି । ଆପଣଙ୍କ କଥାରୁ ଏମିତି କେତେକ ଦିଗ ବିଷୟରେ ଜାଣିବାକୁ ମିଳିଛି, ଏପରି କଠିନ ସମୟରେ ଯାହାପ୍ରତି ଧ୍ୟାନ ହିଁ ଯାଇପାରେ ନାହିଁ । ମୋର ଇଚ୍ଛା ହେଉଛି ଯେ ଯୁଦ୍ଧ ଭିତରେ ହେଉଥିବା ଏହି ‘ମନ୍ କି ବାତ୍’ରେ ସେପରି କିଛି ବିଷୟକୁ ଆପଣମାନଙ୍କ ସହ ବାଂଟିବି ।
ବନ୍ଧୁଗଣ । କରୋନା ବିରୋଧରେ ଭାରତର ଲଢ଼େଇ ପ୍ରକୃତରେ ଲୋକଙ୍କ ଦ୍ୱାରା ହିଁ ହେଉଛି । ଭାରତରେ କରୋନା ବିରୋଧରେ ଲଢ଼େଇ ଜନତା ଲଢ଼ୁଛନ୍ତି, ଆପଣ ଲଢ଼ୁଛନ୍ତି, ଜନତା ସହ ମିଶି ଶାସନ, ପ୍ରଶାସନ ଲଢ଼ୁଛି । ଭାରତ ଭଳି ବିଶାଳ ଦେଶ, ଯିଏ ବିକାଶ ପାଇଁ ସବୁବେଳେ ଉଦ୍ୟମଶୀଳ, ସିଏ ଦାରିଦ୍ର୍ୟ ସହ ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛି । ତା’ପାଇଁ କରୋନା ସହ ଲଢ଼ିବା ଓ ଜିତିବାର ଏହାହିଁ ଏକ ବାଟ । ଆଉ, ଆମେ ଭାଗ୍ୟବାନ ଯେ, ଆଜି ସମଗ୍ର ଦେଶ, ଦେଶର ପ୍ରତ୍ୟେକ ନାଗରିକ, ଏହି ଲଢ଼େଇର ସୈନିକ ସାଜିଛନ୍ତି, ଲଢ଼େଇର ନେତୃତ୍ୱ ନେଉଛନ୍ତି । ଆପଣ ଯେଉଁଠି ବି ନଜର ପକାନ୍ତୁ, ଆପଣ ଅନୁଭବ କରିପାରିବେ ଯେ ଭାରତର ଲଢ଼େଇ ଲୋକଙ୍କ ଦ୍ୱାରା ହିଁ ଲଢ଼ାଯାଉଛି । ଯେତେବେଳେ ସମଗ୍ର ବିଶ୍ୱ ଏହି ମହାମାରୀ ସଙ୍କଟ ସହ ଲଢ଼େଇ କରୁଛି । ଭବିଷ୍ୟତରେ ଯେତେବେଳେ ଏ ସମ୍ପର୍କରେ ଆଲୋଚନା ହେବ, ଏହା କିପରି ଲଢ଼ାଯାଇଥିଲା ତା’ର ଚର୍ଚ୍ଚା ହେବ, ମୋର ବିଶ୍ୱାସ ଯେ ଭାରତର ଲୋକଙ୍କ ଦ୍ୱାରା ହେଉଥିବା ଏହି ଲଢ଼େଇର ନିଶ୍ଚୟ ଚର୍ଚ୍ଚା ହେବ । ପୁରା ଦେଶରେ, ଗଳିକନ୍ଦିରେ, ଜାଗା-ଜାଗାରେ ସବୁ ସ୍ଥାନରେ ଆଜି ଲୋକେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଗରିବ ଲୋକଙ୍କ ପାଇଁ ଖାଦ୍ୟପେୟଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀର ବ୍ୟବସ୍ଥା ହେଉ, ଲକଡାଉନ୍ ପାଳନ ହେଉ, ଡାକ୍ତରଖାନା ବ୍ୟବସ୍ଥା ହେଉ ବା ଦେଶରେ ଡାକ୍ତରୀ ସରଞ୍ଜାମ ତିଆରି ହେଉ- ଆଜି ପୁରା ଦେଶ ଗୋଟିଏ ଲକ୍ଷ୍ୟରେ, ଗୋଟିଏ ଦିଗରେ ଏକା ସାଙ୍ଗରେ ଚାଲିଛି । ତାଳି, ଥାଳି, ଦୀପ, ମହମବତି, ଏ ସମସ୍ତ କଥା ଯେଉଁ ଭାବନାକୁ ଜନ୍ମ ଦେଇଛି; ଯେଉଁ ଉତ୍ସାହରେ ଦେଶବାସୀ କିଛି ନା କିଛି କରିବାପାଇଁ ପଣ କରିଛନ୍ତି, ପ୍ରତ୍ୟେକଙ୍କୁ ଏ କଥା ପ୍ରେରିତ କରିଛି । ସହର ହେଉ ବା ଗାଁ, ଏମିତି ଲାଗୁଛି, ଯେମିତି ଦେଶରେ ଗୋଟିଏ ବହୁତ ବଡ଼ ମହାଯଜ୍ଞ ଚାଲୁଛି, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ଯୋଗଦାନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଆମର କୃଷକ ଭାଇଭଉଣୀମାନଙ୍କୁ ହିଁ ଦେଖନ୍ତୁ- ଗୋଟିଏ ପଟେ ସେମାନେ ଏହି ମହାମାରୀ ଭିତରେ ନିଜ କ୍ଷେତରେ ଦିନରାତି ପରିଶ୍ରମ କରୁଛନ୍ତି ଆଉ ଏକଥା ବି ଚିନ୍ତା କରିଛନ୍ତି ଯେମିତି ଦେଶରେ କେହି ଭୋକରେ ନ ଶୁଅନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଏହି ଲଢ଼େଇ ଲଢ଼ୁଛନ୍ତି । କେହି ଘରଭଡ଼ା ଛାଡ଼ିଦେଉଛନ୍ତି ତ ଆଉ କେହି ନିଜର ସବୁ ପେନସନ ବା ପୁରସ୍କାର ଟଙ୍କାକୁ ପିଏମ୍ କେୟାର୍ସରେ ଜମା କରିଦେଉଛନ୍ତି । କିଏ କ୍ଷେତର ସବୁ ପନିପରିବାକୁ ଦାନ କରିଦେଉଛି ତ ଆଉ କିଏ ପ୍ରତିଦିନ ଶହଶହ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଖୁଆଉଛି । କିଏ ମାସ୍କ ତିଆରି କରୁଛି ତ କେଉଁଠି ଆମର ଶ୍ରମିକ ଭାଇ-ଭଉଣୀ କ୍ୱାରେନଟାଇନରେ ଯେଉଁ ସ୍କୁଲରେ ରହୁଛନ୍ତି ସେହି ସ୍କୁଲର କାନ୍ଥକୁ ରଂଗ କରୁଛନ୍ତି ।
ବନ୍ଧୁଗଣ, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣଙ୍କ ଭିତରେ, ହୃଦୟର କେଉଁ କୋଣରେ, ଏଇ ଯେଉଁ ଭାବ ସୃଷ୍ଟି ହୋଇଛି, ତାହା ହିଁ କରୋନା ବିରୋଧରେ ଭାରତର ଏହି ଲଢ଼େଇକୁ ଶକ୍ତି ଦେଉଛି; ତାହାହିଁ ଏହି ଲଢ଼େଇକୁ ପ୍ରକୃତ ଅର୍ଥରେ ଲୋକଙ୍କ ଦ୍ୱାରା ହେଉଥିବା ଜଣାଇଦେଉଛି । ଆମେ ଦେଖିଛୁ ଗତ କିଛିବର୍ଷ ଭିତରେ ଆମ ଦେଶରେ ଏପରି ସାମୂହିକ ମାନସିକତା ନିରନ୍ତର ଦୃଢ଼ ହୋଇଚାଲିଛି । କୋଟିକୋଟି ଲୋକ ଗ୍ୟାସ୍ ସବସିଡି ଛାଡ଼ିବା ହେଉ, ଲକ୍ଷଲକ୍ଷ ବରିଷ୍ଠ ନାଗରିକ ରେଳବାଇ ସବସିଡ଼ି ଛାଡ଼ିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନର ନେତୃତ୍ୱ ନେବା ହେଉ, ପାଇଖାନା ତିଆରି କରିବା ହେଉ- ଏପରି ଅଗଣନ କଥା ଅଛି । ଏସବୁ କଥାରୁ ଜାଣିହେଉଛି- ଆମ ସମସ୍ତଙ୍କୁ- ଏକ ମନ- ଏକ ମଜଭୁତ ଡୋରି ବାନ୍ଧିଦେଇଛି । ଏକାଠି ହୋଇ ଦେଶପାଇଁ କିଛି କରିବାର ପ୍ରେରଣା ଦେଇଛି ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଖୁବ୍ ନମ୍ରତା ଓ ସମ୍ମାନର ସହ, ଆଜି, 130 କୋଟି ଦେଶବାସୀଙ୍କ ଏହି ଭାବନାକୁ ମୁଣ୍ଡ ନୁଆଁଇ ପ୍ରଣିପାତ କରୁଛି । ଆପଣ ନିଜ ଭାବନା ଅନୁସାରେ, ଦେଶପାଇଁ ନିଜ ରୁଚି ହିସାବରେ, ନିଜର ସମୟ ଅନୁସାରେ କିଛି କରିପାରିବେ, ସେଥିପାଇଁ ସରକାର ଏକ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହି ପ୍ଲାଟଫର୍ମ ହେଉଛି – covidwarriors.gov.in । ମୁଁ ପୁଣିଥରେ କହୁଛି- covidwarriors.gov.in । ସରକାର ଏହି ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ସାମାଜିକ ସଂଗଠନର ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି ଆଉ ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ ଯୋଡ଼ିଦେଇଛନ୍ତି । ବହୁତ କମ୍ ସମୟରେ ଏହି ପୋର୍ଟାଲରେ ଏକ କୋଟି ପଚିଶ ଲକ୍ଷ ଲୋକ ଯୋଡ଼ି ହୋଇସାରିଛନ୍ତି । ଏମାନଙ୍କ ଭିତରେ ଡାକ୍ତର, ନର୍ସଙ୍କଠାରୁ ଆରମ୍ଭକରି ଆମର ଆଶାକର୍ମୀ, ଏଏନଏମ୍ ଭଉଣୀ, ଆମର ଏନସିସି, ଏନଏସଏସର ସାଥୀ, ଭିନ୍ନ ଭିନ୍ନ କ୍ଷେତ୍ରର ପେସାଦାର, ସେମାନେ ସମସ୍ତେ ଏହାକୁ ନିଜର ପ୍ଲାଟଫର୍ମ କରିସାରିଛନ୍ତି । ଏମାନେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ତିଆରି ଓ ତା’କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି । ଆପଣ ମଧ୍ୟ covidwarriors.gov.in ସହିତ ଯୋଡ଼ିହୋଇ ଦେଶର ସେବା କରିପାରିବେ, କୋଭିଡ ଯୋଦ୍ଧା ହୋଇପାରିବେ ।
ବନ୍ଧୁଗଣ, ପ୍ରତ୍ୟେକ କଠିନ ପରିସ୍ଥିତି, ପ୍ରତ୍ୟେକ ଲଢ଼େଇ, କିଛି ନା କିଛି ଶିକ୍ଷା ଦିଏ; କିଛି ନା କିଛି ଶିଖାଇଯାଏ । କିଛି ସମ୍ଭାବନାର ବାଟ ତିଆରି କରେ ଆଉ କିଛି ନୂଆ ଲକ୍ଷ୍ୟ ପାଇଁ ଦିଗ ଦେଖାଏ । ଏହି ପରିସ୍ଥିତିରେ ଆପଣ ସମସ୍ତ ଦେଶବାସୀ ଯେଭଳି ସଙ୍କଳ୍ପ ଶକ୍ତି ଦେଖାଇଛନ୍ତି, ସେଥିରୁ ଭାରତରେ ଏକ ନୂଆ ପରିବର୍ତ୍ତନର ଆରମ୍ଭ ବି ହୋଇଛି । ଆମର ବ୍ୟବସାୟ, ଆମର କାର୍ଯ୍ୟାଳୟ, ଆମର ଶିକ୍ଷାନୁଷ୍ଠାନ, ଆମର ଚିକିତ୍ସା କ୍ଷେତ୍ର, ପ୍ରତ୍ୟେକ ଦ୍ରୁତଗତିରେ ନୂଆ ପ୍ରଯୁକ୍ତିଗତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛନ୍ତି । ପ୍ରଯୁକ୍ତି କଥା ଯଦି ଦେଖିବା, ସତକୁ ସତ ଏପରି ଲାଗୁଛି ଯେ ଦେଶର ପ୍ରତ୍ୟେକ ଉଦ୍ଭାବକ ନୂଆ ପରିସ୍ଥିତି ଅନୁସାରେ କିଛି ନା କିଛି ନୂଆ ତିଆରି କରୁଛି ।
ବନ୍ଧୁଗଣ, ଦେଶ ଯେତେବେଳେ ଗୋଟିଏ ଟିମ୍ ଭାବେ କାମ କରେ, ସେତେବେଳେ କ’ଣ ହୁଏ- ସେକଥା ଆମେ ଅନୁଭବ କରୁଛୁ । ଆଜି କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ଏମାନଙ୍କର ପ୍ରତ୍ୟେକ ବିଭାଗ ଓ ସଂସ୍ଥା ଲୋକଙ୍କ ମଙ୍ଗଳ ପାଇଁ ମିଳିମିଶି ପୂରାଦମରେ କାମ କରୁଛନ୍ତି । ଆମର ବିମାନ ଚଳାଚଳ କ୍ଷେତ୍ରରେ କାମ କରୁଥିବା ଲୋକ ହୁଅନ୍ତୁ, ରେଳବାଇ କର୍ମଚାରୀ ହୁଅନ୍ତୁ, ଏମାନେ ଦିନରାତି ପରିଶ୍ରମ କରୁଛନ୍ତି, ଯେପରିକି ଦେଶବାସୀଙ୍କ ସମସ୍ୟା କମ୍ ହେବ । ଆପଣମାନଙ୍କ ଭିତରୁ ହୁଏତ ଅନେକ ଲୋକ ଜାଣିଥିବେ ଯେ ଦେଶର କୋଣଅନୁକୋଣରେ ଔଷଧ ପହଂଚାଇବା ପାଇଁ ‘ଲାଇଫଲାଇନ୍ ଉଡ଼ାନ’ ନାମରେ ଏକ ବିଶେଷ ଅଭିଯାନ ଚାଲିଛି । ଆମର ଏଇ ବନ୍ଧୁମାନେ, ଏତେ କମ୍ ସମୟ ମଧ୍ୟରେ, ଦେଶ ଭିତରେ ହିଁ ଆକାଶପଥରେ ତିନିଲକ୍ଷ କିଲୋମିଟର ଯାତ୍ରାକରିଛନ୍ତି ଓ 500 ଟନରୁ ଅଧିକ ଡାକ୍ତରୀ ସାମଗ୍ରୀ, ଦେଶର କୋଣଅନୁକୋଣରେ ପହଂଚାଇଛନ୍ତି । ସେହିପରି, ରେଳବାଇର ବନ୍ଧୁମାନେ, ଲକଡାଉନରେ ମଧ୍ୟ ଲଗାତର ପରିଶ୍ରମ କରୁଛନ୍ତି, ଯେପରିକି ଦେଶର ସାଧାରଣ ଲୋକଙ୍କୁ ଜରୁରୀ ଜିନିଷପତ୍ରର ଅଭାବ ରହିବ ନାହିଁ । ଏହି କାମ ପାଇଁ ଭାରତୀୟ ରେଳବାଇ 60ରୁ ଅଧିକ ରେଳମାର୍ଗରେ 100ରୁ ବି ବେଶି ପାର୍ସଲ୍ ଟ୍ରେନ୍ ଚଳାଉଛି । ସେହିପରି ଔଷଧ ଯୋଗାଇବାରେ ଆମ ଡାକ ବିଭାଗର ଲୋକେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଆମର ଏହି ସମସ୍ତ ବନ୍ଧୁ ହିଁ ପ୍ରକୃତ ଅର୍ଥରେ, କରୋନା ଯୋଦ୍ଧା ।
ବନ୍ଧୁଗଣ, ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍’ ମାଧ୍ୟମରେ ଗରିବଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରିଦିଆଯାଉଛି । ‘ବାର୍ଦ୍ଧକ୍ୟ ଭତା’ ଦିଆଯାଇଛି । ଗରିବ ଲୋକଙ୍କୁ ତିନି ମାସର ମାଗଣା ଗ୍ୟାସ୍ ସିଲିଣ୍ଡର୍, ରାସନ ଭଳି ସୁବିଧା ଯୋଗାଇ ଦିଆଯାଉଛି । ଏସବୁ କାମରେ, ସରକାରଙ୍କ ଅଲଗା ଅଲଗା ବିଭାଗର ଲୋକ, ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକ, ଗୋଟିଏ ଟିମ୍ ଭଳି ଦିନରାତି ଲାଗିଛନ୍ତି । ଆଉ ମୁଁ, ଆମ ଦେଶର ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏଥିପାଇଁ ପ୍ରଶଂସା କରିବି ଯେ ସେମାନେ ଏହି ମହାମାରୀକୁ ହରାଇବା ପାଇଁ ଖୁବ ସକ୍ରିୟ ଭୂମିକା ତୁଲାଉଛନ୍ତି । ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଯେଉଁ ଦାୟିତ୍ୱ ତୁଲାଉଛନ୍ତି, କରୋନା ବିରୋଧୀ ଲଢ଼େଇରେ ତା’ର ବହୁତ ବଡ଼ ଭୂମିକା ରହିଛି । ସେମାନଙ୍କର ଏହି ପରିଶ୍ରମ ଖୁବ୍ ପ୍ରଶଂସନୀୟ ।
ମୋର ପ୍ରିୟ ଦେଶବାସୀଗଣ, ସାରାଦେଶର ସ୍ୱାସ୍ଥ୍ୟସେବା ସହିତ ଯୋଡ଼ିହୋଇଥିବା ଲୋକେ ଏଇ ନିକଟରେ ଅଣାଯାଇଥିବା ଅଧ୍ୟାଦେଶ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅଧ୍ୟାଦେଶରେ, କରୋନା ଯୋଦ୍ଧାଙ୍କ ସହିତ ହିଂସା, ଉତ୍ପୀଡ଼ନ ଆଉ ସେମାନଙ୍କୁ କୌଣସି ରୂପରେ କ୍ଷତି ପହଂଚାଉଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି । ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ୍, କମ୍ୟୁନିଟି ହେଲ୍ଥ ୱାର୍କର, ଆଉ ଏହି ଶ୍ରେଣୀର ସବୁଲୋକ, ଯେଉଁମାନେ ଦେଶକୁ କରୋନାମୁକ୍ତ କରିବାପାଇଁ ଦିନରାତି ଲାଗିଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାପାଇଁ ଏହି ପଦକ୍ଷେପ ବହୁତ ଜରୁରି ଥିଲା ।
ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଅନୁଭବ କରୁଛେ ଯେ, କରୋନା ମହାମାରୀ ଲଢ଼େଇ ପରିପ୍ରେକ୍ଷୀରେ ଆମେ ଆମ ଜୀବନକୁ, ସମାଜକୁ, ଆମ ଚାରିପାଖରେ ଘଟିଚାଲିଥିବା ଘଟଣା ଓ ପରିସ୍ଥିତିକୁ ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ ଦେଖିବା ଓ ଅନୁଭବ କରିବାର ସୁଯୋଗ ପାଇଛେ । ସମାଜର ଦୃଷ୍ଟିଭଙ୍ଗୀରେ ବି ବ୍ୟାପକ ପରିବର୍ତ୍ତନ ଆସିଛି । ଆମ ଜୀବନ ସହିତ ଯୋଡ଼ିହୋଇଥିବା ବ୍ୟକ୍ତିମାନଙ୍କ ଗୁରୁତ୍ୱର ମଧ୍ୟ ଆଭାସ ମିଳିଛି । ଆମ ଘରେ କାମଦାମ କରୁଥିବା ଲୋକ ହୁଅନ୍ତୁ କି ଆମ ଜରୁରି କାମକୁ ପୂରା କରିବାର ଲୋକ ହୁଅନ୍ତୁ ବା ପଡ଼ୋଶୀ ଦୋକାନରେ କାମ କରୁଥିବା ଲୋକ ହୁଅନ୍ତୁ – ଏମାନଙ୍କର କେତେ ଯେ ବଡ଼ ଭୂମିକା ଏସବୁ ଆମର ଅନୁଭବ ହେଲାଣି । ଏହିଭଳି ଜରୁରି ସେବା ପ୍ରଦାନକାରୀ ଲୋକ, ହାଟବଜାରରେ କାମ କରୁଥିବା ଆମ ଶ୍ରମିକ ଭାଇଭଉଣୀ, ପଡ଼ୋଶୀ ଅଟୋଚାଳକ, ରିକ୍ସାଚାଳକଙ୍କ ସେବା ଓ ସାହାଯ୍ୟ ବିନା ଆମ ଜୀବନ କେତେ କଠିନ ହୋଇଥାଆନ୍ତା ତାହା ଆମେ ଅନୁଭବ କରୁଛୁ ।
ଆଜିକାଲି ସାମାଜିକ ଗଣମାଧ୍ୟମ (Social Media)ରେ ଆମେ ଲଗାତର ଦେଖୁଛୁ ଯେ ଲକଡାଉନ୍ (Lockdown) ଚାଲିଥିବା ସମୟରେ ଲୋକେ ଏହି ସାହାଯ୍ୟକାରୀ ସାଥୀମାନଙ୍କୁ କେବଳ ମନେ ପକାଉନାହାନ୍ତି ବରଂ ସେମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଉଛନ୍ତି, ପୁଣି ସେମାନଙ୍କ ସମ୍ପର୍କରେ ସମ୍ମାନର ସହ ଲେଖୁଛନ୍ତି । ଆଜି ଦେଶର କୋଣ ଅନୁକୋଣରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯେ ସଫେଇ-କର୍ମଚାରୀଙ୍କ ଉପରେ ଲୋକେ ପୁଷ୍ପବୃଷ୍ଟି କରୁଛନ୍ତି । ପ୍ରଥମେ ଏମାନଙ୍କ କାମ ଆମ ନଜର ଏଡେଇ ଯାଉଥିଲା । ସମ୍ଭବତଃ ଆପଣ ମଧ୍ୟ ଏସବୁ ପ୍ରତି ଦୃଷ୍ଟି ଦେଉନଥିଲେ । ଡାକ୍ତର ହୁଅନ୍ତୁ କି ସଫେଇ କର୍ମଚାରୀ ହୁଅନ୍ତୁ, କିମ୍ବା ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତି ହୁଅନ୍ତୁ – କେବଳ ଏତିକି ନୁହେଁ ଆମର ପୁଲିସ ବ୍ୟବସ୍ଥାକୁ ନେଇ ସାଧାରଣ ଜନତାଙ୍କ ଭାବନାରେ ଅନେକ ପରିବର୍ତ୍ତନ ଆସିଛି । ପ୍ରଥମେ ପୁଲିସ୍ ପ୍ରସଙ୍ଗ ଉଠିଲେ ଆମ ମନକୁ ନକାରାତ୍ମକ ଭାବନା ବ୍ୟତୀତ ଅନ୍ୟ କିଛି କଥା ଆସୁନଥିଲା । ଆଜି ଆମ ପୁଲିସ କର୍ମଚାରୀ ଗରିବ, ଅସହାୟ ଓ ଭୋକିଲା ଲୋକଙ୍କ ନିକଟରେ ଖାଦ୍ୟ ପହଂଚାଇ ଦେଉଛନ୍ତି, ଔଷଧ ପହଂଚାଇ ଦେଉଛନ୍ତି । ଏବେ ପୁଲିସ କଥା ଭାବିବା ବେଳକୁ ମୋ ଆଗରେ ଯେଉଁଭଳି ଭାବେ ପ୍ରତିଟି ସହାୟତା ପାଇଁ ପୁଲିସ ଆଗେଇ ଆସୁଛନ୍ତି ତାହା POLICING ବା ପୁଲିସ ସେବାର ମାନବୀୟ ଓ ସମ୍ବେଦନଶୀଳ ଗୁଣକୁ ଉଜ୍ଜୀବିତ କରୁଛି, ଆମ ମନକୁ ଆନ୍ଦୋଳିତ କରିଛି, ଆମ ହୃଦୟକୁ ସେମାନଙ୍କର ଏହି ମହନୀୟତା ଛୁଇଁଯାଇଛି । ଏହା ଏପରି ଏକ ସମୟ ଯେଉଁଥିରେ ସାଧାରଣ ଲୋକେ ପୁଲିସ ସହିତ ଭାବାତ୍ମକ ରୂପରେ ଯୋଡ଼ି ହୋଇଯାଉଛନ୍ତି । ଆମ ପୁଲିସ କର୍ମଚାରୀମାନେ ମଧ୍ୟ ଏହାକୁ ଜନସାଧାରଣଙ୍କ ସେବାର ଏକ ସୁଯୋଗ ରୂପେ ଗ୍ରହଣ କରିଛନ୍ତି ଏବଂ ମୋର ଦୃଢ଼ ବିଶ୍ୱାସ ଯେ ଏହିସବୁ ଘଟଣା ଯୋଗୁଁ ଭବିଷ୍ୟତରେ ପ୍ରକୃତରେ ବହୁତ ସକାରାତ୍ମକ ପରିବର୍ତ୍ତନ ହୋଇପାରେ ଏବଂ ଆମେ ସମସ୍ତେ ଏହି ସକାରାତ୍ମକତାକୁ କେବେହେଲେ ନକାରାତ୍ମକତାର ରଙ୍ଗରେ ରଙ୍ଗାୟିତ କରିବା ନାହିଁ ।
ବନ୍ଧୁଗଣ, ଆମେ ସବୁବେଳେ ଶୁଣୁ – ପ୍ରକୃତି, ବିକୃତି ଓ ସଂସ୍କୃତି । ଏହି ଶବ୍ଦଗୁଡ଼ିକୁ ଏକସଙ୍ଗରେ ଦେଖିଲେ ଏବଂ ଏହାପଛରେ ଥିବା ଭାବକୁ ଅନୁଭବ କଲେ ଜୀବନକୁ ବୁଝିବାର ଏକ ନୂଆ ଦ୍ୱାର ଉନ୍ମୁକ୍ତ ହେବାର ଦେଖିପାରିବେ । ମଣିଷ-ପ୍ରକୃତି କଥା ଚର୍ଚ୍ଚା କଲାବେଳେ ‘ଇଏ ମୋର’, ‘ମୁଁ ଏହାର ଉପଯୋଗ କରୁଛି’ ଏକଥାକୁ ଏବଂ ଏ ଭାବନାକୁ ଅତି ସ୍ୱାଭାବିକ ଭାବେ ଗ୍ରହଣ କରାଯାଏ । ଏଥିରେ କାହାରି କୌଣସି ଆପତି ନ ଥାଏ । ଏହାକୁ ଆମେ ପ୍ରକୃତି କହିପାରିବା । କିନ୍ତୁ ‘ଯାହା ମୋର ନୁହେଁ’, ‘ଯାହା ଉପରେ ମୋର ହକ୍ ନାହିଁ’, ତାହାକୁ ମୁଁ ଯଦି ଅନ୍ୟଠାରୁ ଛଡ଼ାଇନେଇ ଉପଯୋଗ କରୁଛି, ତାହାକୁ ଆମେ ବିକୃତି କହିବା । ଏହି ଦୁଇ ଶବ୍ଦ ଊଦ୍ଧ୍ୱର୍ରେ ପ୍ରକୃତି ଓ ବିକୃତି ଉପରେ ଯଦି କେଉଁ ସଂସ୍କାରିତ-ମନ ଚିନ୍ତା କରେ ବା ବ୍ୟବହାର କରେ ତେବେ ସେଠାରେ ଆମକୁ ସଂସ୍କୃତି ଦୃଷ୍ଟିଗୋଚର ହୁଏ । ଯେତେବେଳେ ନିଜ ହକ୍ର ବସ୍ତୁ, ନିଜ ପରିଶ୍ରମରେ ଅର୍ଜିତ ବସ୍ତୁ, ନିଜ ପାଇଁ ଦରକାରୀ ଜିନିଷ, କମ୍ ହେଉ ବା ବେଶୀ ଅନ୍ୟ ଲୋକ ପାଇଁ ନିଜର ଆବଶ୍ୟକତାକୁ ଖାତିର ନକରି, ନିଜ ଚିନ୍ତା ଛାଡି ନିଜ ହକରୁ କିଛିଟା ଦେଇ ଅନ୍ୟର ଆବଶ୍ୟକତା ମେଣ୍ଟାଇପାରିଲେ ତାହାହିଁ ସଂସ୍କୃତି । ବନ୍ଧୁଗଣ, ଘଡ଼ିସନ୍ଧି ମୁହୂର୍ତ୍ତରେ ଏସବୁ ଗୁଣର ପରୀକ୍ଷା ନିରୀକ୍ଷା ହୋଇଥାଏ ।
ଆପଣମାନେ ବିଗତ ଦିନରେ ଦେଖିଥିବେ, ଭାରତ ନିଜର ସଂସ୍କାର ଅନୁରୂପ, ଆମ ବିଚାର ଅନୁରୂପ, ଆମ ସଂସ୍କୃତିକୁ ଅନୁସରଣ କରି କେତେକ ନିଷ୍ପତ୍ତି ଗ୍ରହଣ କରିଛି । ଏହି ସଙ୍କଟ ବେଳରେ, ସାରା ବିଶ୍ୱ ପାଇଁ, ସମୃଦ୍ଧିଶାଳୀ ଦେଶଗୁଡ଼ିକ ପାଇଁ ମଧ୍ୟ ଔଷଧର ଅଭାବ ଦେଖାଦେଇଛି । ଏପରି ସମୟ ଆସି ଉଭାହୋଇଛି, ଯଦି ଭାରତ ଅନ୍ୟ ଦେଶଗୁଡ଼ିକୁ ଔଷଧ ନ ଦିଏ, କେହି ଭାରତକୁ ଦୋଷୀ କହିପାରିବେ ନାହିଁ । ପ୍ରତ୍ୟେକ ଦେଶ ବୁଝୁଛି ଯେ ଭାରତ ପାଇଁ ପ୍ରାଥମିକତା ହେଉଛି ତା’ ନାଗରିକଙ୍କ ନିରାପଦ ଜୀବନ ଓ ତା’ର ସୁରକ୍ଷା । କିନ୍ତୁ ବନ୍ଧୁଗଣ! ଭାରତ, ପ୍ରକୃତି, ବିକୃତିର ଊର୍ଦ୍ଧ୍ଵକୁ ଯାଇ ନିଷ୍ପତ୍ତି ନେଇଛି । ଭାରତ ନିଜ ସଂସ୍କୃତି ମୁତାବକ ଫଇସଲା ନେଲା । ଭାରତର ଆବଶ୍ୟକତା ପାଇଁ ଯାହା କରିବାର ଥିଲା, ସେ ପ୍ରୟାସକୁ ବୃଦ୍ଧି କରିବା ସହ, ସାରା ବିଶ୍ୱରେ ମାନବିକତାର ରକ୍ଷା ପାଇଁ ହେଉଥିବା ଆକୁଳ ନିବେଦନ ପ୍ରତି ଧ୍ୟାନ ଦେଇଛି ଭାରତ । ଆମେ ବିଶ୍ୱର ପ୍ରତିଟି ଆଶାୟୀଙ୍କ ନିକଟରେ ଔଷଧ ପହଂଚାଇବା ପାଇଁ ଅଣ୍ଟା ଭିଡ଼ିଛୁ ଏବଂ ମାନବିକତାର ଏହି କାର୍ଯ୍ୟ କରି ଦେଖାଇପାରିଛୁ । ଆଜି ଯେତେବେଳେ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥାବାର୍ତା ହୁଏ, ସେତେବେଳେ ସେମାନେ ଭାରତର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରନ୍ତି । ଯେତେବେଳେ ସେମାନେ କହନ୍ତି – ‘Thank you India, Thank you People of India’ ସେତେବେଳେ ଦେଶର ଗୌରବ ଆହୁରି ବଢ଼ିଯାଏ । ସେହିପରି ଏବେ ସାରା ଦୁନିଆରେ ଭାରତର ଆୟୁର୍ବେଦ ଓ ଯୋଗର ମହତ୍ୱକୁ ମଧ୍ୟ ଲୋକ ବହୁତ ଗୁରୁତ୍ୱ ଦେଉଛନ୍ତି । ସୋସିଆଲ ମିଡିଆରେ ଦେଖନ୍ତୁ, ସବୁଆଡ଼େ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କିପରି ଭାରତର ଆୟୁର୍ବେଦ ଓ ଯୋଗର ଚର୍ଚ୍ଚା ମଧ୍ୟ ହେଉଛି । କରୋନା ଦୃଷ୍ଟିକୋଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଯେଉଁ ପ୍ରୋଟୋକଲ ଦେଇଥିଲା, ମୋର ବିଶ୍ୱାସ ଆପଣମାନେ ନିଶ୍ଚିତ ଭାବେ ତାର ପ୍ରୟୋଗ କରୁଥିବେ । ଉଷୁମ ପାଣି, କାଢ଼ା ଏବଂ ଅନ୍ୟ ଯେଉଁ ପରାମର୍ଶ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି, ତାହାକୁ ଆପଣ ନିଜ ଦିନଚର୍ଯ୍ୟାରେ ଅଭ୍ୟାସ କଲେ ବହୁତ ଲାଭହେବ ।
ବନ୍ଧୁଗଣ, ଏହା ଏକ ଦୁର୍ଭାଗ୍ୟର କଥା ଯେ ଅନେକ ସମୟରେ ଆମେ ନିଜର ଶକ୍ତି ଓ ସମୃଦ୍ଧ ପରମ୍ପରାକୁ ଚିହ୍ନିବାକୁ ନାରାଜ । କିନ୍ତୁ, ଯେତେବେଳେ ବିଶ୍ୱର ଅନ୍ୟ ଦେଶ ପ୍ରାମାଣିକ ଗବେଷଣା ଆଧାରରେ ସେହି କଥା କହେ, ଆମ ସୂତ୍ର ଆମକୁ ଶିଖାଏ, ଆମେ ତାକୁ ସଙ୍ଗେ ସଙ୍ଗେ ଗ୍ରହଣ କରୁ । ସମ୍ଭବତଃ, ଶହ ଶହ ବର୍ଷ ଧରି ଆମ ଦାସତ୍ୱ ହିଁ ଏହାପଛର ବଡ଼ କାରଣ । ଏହି କାରଣରୁ ବେଳେବେଳେ ନିଜ ଶକ୍ତି ଉପରେ ବିଶ୍ୱାସ ଆସେନାହିଁ । ଆମର ଆତ୍ମବିଶ୍ୱାସ କମ୍ ମନେହୁଏ । ସେଥିପାଇଁ ଆମେ ନିଜ ଦେଶର ଭଲ କଥାକୁ, ଆମର ପାରମ୍ପରିକ ସିଦ୍ଧାନ୍ତକୁ, ପ୍ରାମାଣିକ ଗବେଷଣା ଆଧାରରେ ଆଗକୁ ବଢ଼ାଇବା ପରିବର୍ତ୍ତେ, ତାକୁ ଅବହେଳା କରୁ, ତାକୁ ହୀନ ଭାବୁ । ଭାରତର ଯୁବପିଢ଼ିକୁ ଏହି ଆହ୍ୱାନକୁ ସ୍ୱୀକାର କରିବାକୁ ହେବ । ଯେପରିକି ବିଶ୍ୱ, ଯୋଗକୁ ଖୁସିରେ ସ୍ୱୀକାର କରିଛି, ସେହିପରି ହଜାର ହଜାର ବର୍ଷର ଆମର ଆୟୁର୍ବେଦ ସିଦ୍ଧାନ୍ତକୁ ମଧ୍ୟ ବିଶ୍ୱ ନିଶ୍ଚୟ ସ୍ୱୀକାର କରିବ । ହଁ, ଏଇଥିପାଇଁ ଯୁବପିଢ଼ିକୁ ସଂକଳ୍ପ ନେବାକୁ ପଡ଼ିବ । ବିଶ୍ୱ ଯେଉଁ ଭାଷାରେ ବୁଝେ, ସେହି ବୈଜ୍ଞାନିକ ଭାଷାରେ ଆମକୁ ବୁଝାଇବାକୁ ହେବ, କିଛିକରି ଦେଖାଇବାକୁ ପଡ଼ିବ ।
ବନ୍ଧୁଗଣ, ଏମିତି ଦେଖିଲେ କୋଭିଡ-19 ଯୋଗୁଁ କେତେକ ସକାରାତ୍ମକ ପରିବର୍ତ୍ତନ ଆମ କାମ କରିବାର ଶୈଳୀ ଆମ ଜୀବନଶୈଳୀ ତଥା ଆମ ଅଭ୍ୟାସରେ ସ୍ୱାଭାବିକ ରୂପେ କେତେକ ସକାରାତ୍ମକ ପରିବର୍ତ୍ତନ ଆଣିଛି । ଆପଣମାନେ ମଧ୍ୟ ଅନୁଭବ କରିଥିବେ ଏହି ସଂକଟ କିଭଳି ଭିନ୍ନ ଭିନ୍ନ ବିଷୟରେ ଆମ ବିଚାର ଓ ଚେତନାକୁ ଜାଗ୍ରତ କରିଛି! ଆମ ଆଖପାଖରେ ଏହାର ଯେଉଁ ପ୍ରଭାବ ଦେଖିବାକୁ ମିଳୁଛି ସେଥିରୁ ପ୍ରଥମ ହେଲା-ମାସ୍କ ପିନ୍ଧିବା ଏବଂ ନିଜ ମୁହଁକୁ ଢାଙ୍କି ରଖିବା । କରୋନା କାରଣରୁ ପରିବର୍ତ୍ତିତ ପରିସ୍ଥିତିରେ ମାସ୍କ ମଧ୍ୟ ଆମ ଜୀବନର ଏକ ଅଂଶ ହୋଇଯାଇଛି । କହିବାକୁ ଗଲେ ଆମ ଆଖପାଖରେ ମାସ୍କପିନ୍ଧା ବହୁ ଲୋକଙ୍କୁ ଦେଖିବାରେ ଆମେ ଅଭ୍ୟସ୍ତ ନୁହଁ । ହଁ, ଏହାର ଅର୍ଥ ନୁହେଁ, ଯିଏ ମାସ୍କ ପିନ୍ଧିଲା, ସିଏ ରୋଗୀ । ଆଉ ଯେତେବେଳେ ମୁଁ ‘ମାସ୍କ’ କଥା କହେ, ସେତେବେଳେ ମୋର ପୁରୁଣା ଦିନର କଥା ମନେପଡ଼େ । ଆପଣଙ୍କର ବି ମନେଥିବ । ଦିନ ଥିଲା, ଆମ ଦେଶର ଅନେକ ସ୍ଥାନରେ କେହି ଫଳ କିଣିବାକୁ ଗଲେ, ଆଖପାଖ ଲୋକ ପଚାରୁଥିଲେ, ଘରେ କ’ଣ କିଏ ରୋଗରେ ପଡ଼ିଛି କି? ଅର୍ଥାତ୍ ରୋଗ ହେଲେ ହିଁ ଫଳ ଖିଆଯାଏ, ଏଭଳି ଏକ ଧାରଣା ଜନମାନସରେ ଥିଲା । ତେବେ ସମୟ ବଦଳିଛି ଏବଂ ଏହି ଧାରଣା ମଧ୍ୟ ବଦଳିଛି । ଠିକ୍ ସେହିପରି ମାସ୍କକୁ ନେଇ ଧାରଣା ଏବେ ବଦଳିବାକୁ ଯାଉଛି । ଆପଣମାନେ ଦେଖିବେ, ମାସ୍କ ଏଣିକି ସଭ୍ୟ ସମାଜର ପ୍ରତୀକ ହୋଇଯିବ । ଯଦି ରୋଗଠାରୁ ନିଜକୁ ଓ ଅନ୍ୟକୁ ରକ୍ଷା କରିବାର ଅଛି, ତାହାହେଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ମୋର ଅତି ସରଳ ପରାମର୍ଶ ଗାମୁଛାରେ ମୁହଁ ଢାଙ୍କନ୍ତୁ ।
ବନ୍ଧୁଗଣ, ଆମ ସମାଜରେ ଆଉ ଗୋଟିଏ ବଡ଼ ସଚେତନତା ସୃଷ୍ଟି ହୋଇଛି । ସାର୍ବଜନୀନ ସ୍ଥାନଗୁଡ଼ିକରେ ଛେପ ପକାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ତାହା ଏବେ ସମସ୍ତେ ବୁଝିଲେଣି । ଏଣେତେଣେ, ଯେଉଁଠି ଇଚ୍ଛା ସେଇଠି ଛେପ ପକାଇଦେବା ଗୋଟିଏ ବଦଭ୍ୟାସରେ ପରିଣତ ହୋଇଯାଇଥିଲା । ଏହା ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ପ୍ରତି ଗୋଟିଏ ବଡ଼ ଆହ୍ୱାନ ଥିଲା । ଦେଖିବାକୁ ଗଲେ, ଏହି ସମସ୍ୟାକୁ ଆମେ ଆଗରୁ ଜାଣିଛୁ, କିନ୍ତୁ ଏହି ସମସ୍ୟା ସମାଜରୁ ଦୂର ହେବାର ନାଁ ଧରୁ ନ ଥିଲା । ଏବେ ସେ ସମୟ ଆସିଯାଇଛି ଯେ, ଏହି ବଦଭ୍ୟାସକୁ ସବୁଦିନ ପାଇଁ ଶେଷ କରି ଦିଆଯାଉ । କଥାରେ ଅଛି – ବେଟର୍ ଲେଟ୍ ଦାନ୍ ନେଭର୍ । ତେଣୁ ବିଳମ୍ବରେ ହେଉ ପଛେ ଏହି ଛେପ ପକାଇବାର ବଦଭ୍ୟାସକୁ ଏବେ ତ୍ୟାଗ କରିବା ଉଚିତ । ଏକ ପକ୍ଷରେ ଏହା ବେସିକ୍ ହାଇଜିନର ସ୍ତର ବୃଦ୍ଧି କରିବ, ଅପର ପକ୍ଷରେ ଏହାଦ୍ୱାରା କୋରୋନା ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସହାୟତା ମଧ୍ୟ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ଏହା ଗୋଟିଏ ସୁଖଦ ଆକସ୍ମିକ ସଂଯୋଗ ଯେ, ମୁଁ ଆଜି ମନର କଥା କହୁଥିବା ବେଳେ ଆଜି ଅକ୍ଷୟ ତୃତୀୟାର ପବିତ୍ର ପର୍ବ ମଧ୍ୟ ପାଳିତ ହେଉଛି । ବନ୍ଧୁଗଣ, କ୍ଷୟର ଅର୍ଥ ହେଉଛି ବିନାଶ, କିନ୍ତୁ ଯାହା କେବେହେଲେ ନଷ୍ଟ ହୁଏନି ତାହା ହେଉଛି ‘ଅକ୍ଷୟ’ । ଆମ ଘରେ ଆମେ ସମସ୍ତେ ଏହି ପର୍ବ ପ୍ରତି ବର୍ଷ ପାଳନ କରିଥାଉ । କିନ୍ତୁ ଚଳିତ ବର୍ଷ ଆମ ପାଇଁ ଏହି ପର୍ବର ଗୁରୁତ୍ୱ ଖୁବ ବେଶୀ । ଆଜିର କଠିନ ପରିସ୍ଥିତିରେ ଏହା ଏଭଳି ଗୋଟିଏ ଦିନ, ଯାହା ଏ କଥା ଆମକୁ ସ୍ମରଣ କରାଇ ଦେଇଥାଏ ଯେ, ଆମର ଆତ୍ମା, ଆମର ଭାବନା ଅକ୍ଷୟ । ଏହି ଦିନ ଆମକୁ ମନେ ପକାଇ ଦେଇଥାଏ ଯେ, ମାର୍ଗରେ ଯେତେ ବାଧା ବିଘ୍ନ ଆସୁ, ଯେତେ ବିପଦ ଆସୁ, କେତେ କେତେ ରୋଗବ୍ୟାଧିର ସମ୍ମୁଖୀନ ହେବାକୁ ପଡ଼ୁ ପଛେ – ଏସବୁ ସହ ସଂଗ୍ରାମ କରିବାର, ଲଢ଼ିବାର ମାନବୀୟ ଭାବନା ଅକ୍ଷୟ । ବିଶ୍ୱାସ ରହିଛି ଯେ, ଏହା ସେହି ଦିନ ଯେଉଁଦିନ ଭଗବାନ ଶ୍ରୀକୃଷ୍ଣ ଏବଂ ଭଗବାନ ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ପାଣ୍ଡବମାନଙ୍କୁ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲା । ଅକ୍ଷୟ ପାତ୍ର ଅର୍ଥାତ ଏପରି ଏକ ପାତ୍ର ଯେଉଁଥିରୁ ଖାଦ୍ୟ କେବେହେଲେ ସରିନଥାଏ । ଆମର ଅନ୍ନଦାତା କୃଷକ ଭାଇମାନେ ସବୁ ପରିସ୍ଥିତିରେ ଦେଶ ପାଇଁ, ଆମ ସମସ୍ତଙ୍କ ପାଇଁ, ଏହି ଭାବନା ସହ ପରିଶ୍ରମ କରନ୍ତି । ସେମାନଙ୍କ ପରିଶ୍ରମ ଯୋଗୁଁ ଆଜି ଆମ ସମସ୍ତଙ୍କ ପାଇଁ, ଗରିବମାନଙ୍କ ପାଇଁ, ଦେଶରେ ଅକ୍ଷୟ ଅନ୍ନ ଭଣ୍ଡାର ରହିଛି । ଏହି ଅକ୍ଷୟ ତୃତୀୟାରେ ଆମେ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆମର ପରିବେଶ, ଜଙ୍ଗଲ, ନଦୀ ଏବଂ ସମଗ୍ର ଇକୋସିଷ୍ଟମର ସୁରକ୍ଷା ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଉଚିତ । ଯଦି ଆମେ ଅକ୍ଷୟ ରହିବାକୁ ଚାହୁଁ, ତାହେଲେ ଆମକୁ ଏ କଥା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ, ଆମ ଧରିତ୍ରୀ ଅକ୍ଷୟ ରହୁ ।
ଆପଣ ଜାଣନ୍ତି ଯେ – ଅକ୍ଷୟ ତୃତୀୟାର ଏହି ପର୍ବ, ଦାନ ଶକ୍ତି ଅର୍ଥାତ ପାୱାର ଅଫ୍ ଗିଭିଙ୍ଗର ମଧ୍ୟ ଗୋଟିଏ ଅବସର ହୋଇଥାଏ । ଆମେ ହୃଦୟର ଭାବନା ସହ ଯାହା କିଛି ଦାନ କରିଥାଉଁ, ପ୍ରକୃତରେ ତାହାର ହିଁ ମହତ୍ୱ ଅଧିକ । ଏ କଥା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ, ଆମେ କଣ ଦେଉଛୁ, କେତେ ଦେଉଛୁ । ଏହି ସଙ୍କଟ କାଳରେ ଆମର ଛୋଟିଆ ପ୍ରଚେଷ୍ଟା ମଧ୍ୟ ଆମ ଆଖ-ପାଖର ବହୁତ ଲୋକଙ୍କ ପାଇଁ ବହୁତ ବଡ଼ ସମ୍ବଳ ପ୍ରମାଣିତ ହୋଇପାରେ । ବନ୍ଧୁଗଣ, ଜୈନ ପରମ୍ପରାରେ ମଧ୍ୟ ଏହାକୁ ଅତି ପବିତ୍ର ଦିନ ଭାବେ ପରିଗଣିତ କରାଯାଏ, କାରଣ ଏହା ପ୍ରଥମ ତୀର୍ଥଙ୍କର ଭଗବାନ ଋଷଭ ଦେବଙ୍କ ଜୀବନର ଏକ ମହତ୍ୱପୂର୍ଣ୍ଣ ଦିନ । ତେଣୁ, ଜୈନ ସମାଜ ଏହାକୁ ଏକ ପର୍ବ ରୂପେ ପାଳନ କରିଥାନ୍ତି । ଏଥିରୁ ଏ କଥା ସହଜରେ ବୁଝିହୁଏ ଯେ, ଲୋକେ ଏହି ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ କାହିଁକି ପସନ୍ଦ କରନ୍ତି । ଯେହେତୁ, ଆଜି କିଛି ନୂଆ ଆରମ୍ଭ କରିବାର ଦିନ, ତେବେ ଆଜିର ଦିନରେ ଆମେ ସମସ୍ତେ ମିଶି, ନିଜ ପ୍ରୟାସ ମାଧ୍ୟମରେ ନିଜ ପୃଥିବୀକୁ ଅକ୍ଷୟ ଏବଂ ଅବିନାଶୀ କରିବାର ସଂକଳ୍ପ ଗ୍ରହଣ କରିପାରିବା କି? ବନ୍ଧୁଗଣ, ଆଜି ମଧ୍ୟ ହେଉଛି ଭଗବାନ ବସବେଶ୍ୱରଙ୍କ ଜୟନ୍ତୀ । ଭଗବାନ ବସବେଶ୍ୱରଙ୍କ ସ୍ମୃତି, ତାଙ୍କ ବାର୍ତ୍ତା ସହିତ ବାରମ୍ବାର ଜଡ଼ିତ ହେବା, ସେଥିରୁ ଶିକ୍ଷାଲାଭ କରିବାର ସୁଯୋଗ ମୋତେ ମିଳିବା ମୋର ସୌଭାଗ୍ୟ । ଦେଶ ବିଦେଶରେ ଭଗବାନ ବସବେଶ୍ୱରଙ୍କ ସମସ୍ତ ଅନୁଗାମୀମାନଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ।
ବନ୍ଧୁଗଣ, ରମଜାନର ପବିତ୍ର ମାସ ମଧ୍ୟ ଆରମ୍ଭ ହୋଇସାରିଛି । ଗତଥର ରମଜାନ ପାଳନ ସମୟରେ ଏ କଥା କେହି ଚିନ୍ତା ମଧ୍ୟ କରିନଥିବେ ଯେ, ଏଥର ରମଜାନରେ ଏତେ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ, ଏହି ସମସ୍ୟା ଯେତେବେଳେ ସାରା ବିଶ୍ୱକୁ କବଳିତ କରିସାରିଛି, ସେତେବେଳେ ଏହି ରମଜାନକୁ ସଂଯମ, ସଦ୍ଭାବନା, ସମ୍ବେଦନଶୀଳତା ଏବଂ ସେବା ଭାବନାର ପ୍ରତୀକ କରି ପାଳନ କରିବାର ସୁଯୋଗ ଆମ ପାଇଁ ସୃଷ୍ଟି ହୋଇଛି । ଏଥର ଆମେ ପୂର୍ବାପେକ୍ଷା ଅଧିକ ପ୍ରାର୍ଥନା କରିବା ଯେମିତିକି ଇଦ୍ ପାଳନ ପୂର୍ବରୁ ବିଶ୍ୱ କରୋନା ମୁକ୍ତ ହୋଇଯିବ ଆଉ ଆମେ ପୂର୍ବ ଭଳି ଆନନ୍ଦ ଓ ଉଲ୍ଲାସର ସହ ଇଦ୍ ପାଳନ କରିପାରିବା । ରମଜାନ ସମୟରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିୟମଗୁଡ଼ିକୁ ପାଳନ କରିବା ସହ କୋରୋନା ବିରୁଦ୍ଧରେ ଚାଲିଥିବା ଏହି ସଂଗ୍ରାମକୁ ଆମେ ଆହୁରି ସୁଦୃଢ଼ କରିବା ବୋଲି ମୋର ବିଶ୍ୱାସ । ରାସ୍ତାଘାଟରେ, ବଜାରରେ, ସାହିବସ୍ତିରେ ସାମାଜିକ ଦୂରତାର ନିୟମ ପାଳନ ଏବେ ନିହାତି ଜରୁରି । ମୁଁ ଆଜି, ସେହି ସମସ୍ତ ଗୋଷ୍ଠୀ ପ୍ରତିନିଧିମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି ଯେଉଁମାନେ ଦୁଇ ଗଜ ଦୂରତା ଏବଂ ଘରୁ ନ ବାହାରିବାକୁ ନେଇ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ପ୍ରକୃତରେ କରୋନା ଏଥର ଭାରତ ସହିତ ସାରା ବିଶ୍ୱରେ ପର୍ବପର୍ବାଣୀ ପାଳନର ରୂପ ହିଁ ବଦଳାଇ ଦେଇଛି, ରଙ୍ଗଢଙ୍ଗ ବଦଳାଇ ଦେଇଛି । ନିକଟ ଅତୀତରେ ଆମ ଦେଶରେ ମଧ୍ୟ ବିହୁ, ବୈଶାଖୀ, ପୁଥାଣ୍ଡୁ, ବିଶୁ, ଓଡ଼ିଆ ନବବର୍ଷ ଏଭଳି ଅନେକ ପର୍ବ ପଡ଼ିଥିଲା । ଆମେ ଦେଖିଲୁ ଯେ, ଲୋକେ କିଭଳି ଏହି ପର୍ବଗୁଡ଼ିକୁ ଘରେ ରହି ଅତ୍ୟନ୍ତ ନିରାଡମ୍ବର ଭାବେ ଏବଂ ସମାଜ ପାଇଁ ଶୁଭକାମନା ସହ ଏସବୁ ପର୍ବ ପାଳନ କଲେ । ସାଧାରଣତଃ ସେମାନେ ଏହି ପର୍ବପର୍ବାଣୀକୁ ନିଜ ବନ୍ଧୁ ଏବଂ ପରିବାର ସହ ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଥିଲେ । ଘରୁ ବାହାରି ନିଜର ଖୁସି ଅନ୍ୟମାନଙ୍କ ସହ ବାଣ୍ଟୁଥିଲେ । କିନ୍ତୁ ଏଥର, ପ୍ରତ୍ୟେକେ ସଂଯମ ଆଚରଣ କଲେ । ଲକଡାଉନର ନିୟମଗୁଡ଼ିକୁ ପାଳନ କଲେ । ଆମେ ଦେଖିଛୁ ଯେ ଆମର ଖ୍ରୀଷ୍ଟିଆନ ବନ୍ଧୁମାନେ ଇଷ୍ଟର ପର୍ବ ଘରେ ହିଁ ପାଳନ କଲେ । ନିଜ ସମାଜ, ନିଜ ଦେଶ ପ୍ରତି ଏହି କର୍ତ୍ତବ୍ୟ ପାଳନ କରିବା ଆଜିର ବହୁତ ବଡ଼ ଆବଶ୍ୟକତା । ତେବେ ଯାଇ ଆମେ କରୋନା ସଂକ୍ରମଣକୁ ବ୍ୟାପିବାରୁ ଅଟଳାଇବାରେ ସଫଳ ହେବା । କରୋନା ଭଳି ବିଶବ୍ୟାପୀ ମହାମାରୀକୁ ପରାଜିତ କରି ପାରିବା ।
ମୋର ପ୍ରିୟ ଦେଶବାସୀଗଣ, ଏହି ବିଶ୍ୱବ୍ୟାପୀ ମହାମାରୀର ସଙ୍କଟ ସମୟରେ ଆପଣଙ୍କ ପରିବାରର ଗୋଟିଏ ସଭ୍ୟ ଭାବରେ… ଆପଣମାନେ ବି ତ ମୋ ପରିବାରର ସଦସ୍ୟ … ତେଣୁ କିଛି ସଙ୍କେତ ଦେବା, କିଛି ପରାମର୍ଶ ଦେବା ମଧ୍ୟ ମୋର କର୍ତ୍ତବ୍ୟ । ମୁଁ ମୋର ଦେଶବାସୀଙ୍କୁ, ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଆମେ କେବେହେଲେ ଅତି-ଆତ୍ମବିଶ୍ୱାସରେ ଛନ୍ଦି ହେବାନି, ଏଭଳି କେବେ ହେଲେ ଭାବିବାନି ଯେ ଆମ ସହରରେ, ଆମ ଗାଁରେ, ଆମ ସାହିରେ, ଆମ ଅଫିସରେ ଏଯାଏ କରୋନା ପହଂଚିନି, ତେଣୁ ଏବେ ଆଉ ପହଂଚି ପାରିବନି । ଦେଖନ୍ତୁ, ଏଭଳି ଭୁଲ ଧାରଣା କେବେହେଲେ ମୁଣ୍ଡରେ ରଖିବେନି । ବିଶ୍ୱର ଅନ୍ୟଦେଶମାନଙ୍କ ଅନୁଭୁତି ଆମକୁ ଅନେକ କିଛି କହୁଛି । ଆଉ ପୁଣି, ଆମେ ତ ବାରମ୍ବାର କହିଥାଉ – ସତର୍କତା ହଟିଲା, ତ ଦୁର୍ଘଟଣା ଘଟିଲା । ମନେ ରଖନ୍ତୁ, ଆମ ପୂର୍ବପୁରୁଷ ଏସବୁ ବିଷୟରେ ଖୁବ ଭଲ ଭାବେ ଆମ ମାର୍ଗଦର୍ଶନ କରିଛନ୍ତି । ଆମ ପୂର୍ବପୁରୁଷମାନେ କହିଛନ୍ତି –
ଅଗ୍ନି ଶେଷମ୍ ଋଣଃ ଶେଷମ୍,
ବ୍ୟାଧିଃ ଶେଷମ୍ ତଥୈବଚ ।
ପୁନଃ ପୁନଃ ପ୍ରବର୍ଧେତ୍
ତସ୍ମାତ୍ ଶେଷମ୍ ନ କାରୟେତ ।
ଅର୍ଥାତ୍, ଅଳ୍ପରେ ଛାଡ଼ି ଦିଆଯାଇଥିବା ନିଆଁ, ଋଣ ଏବଂ ରୋଗ ସୁଯୋଗ ପାଇବା ମାତ୍ରେ ଆଉ ଥରେ ବୃଦ୍ଧି ପାଇ ବିପଜ୍ଜନକ ହୋଇଯାଏ । ତେଣୁ ଏହାର ସମ୍ପୂର୍ଣ୍ଣ ନିରାକରଣ ନିହାତି ଆବଶ୍ୟକ । ତେଣୁ, ଅତି ଉତ୍ସାହିତ ହୋଇ, ସ୍ଥାନୀୟ ସ୍ତରରେ, କୌଣସି ପ୍ରକାର ଅସାବଧାନତା ନ ହେଉ ଏଥିପ୍ରତି ଆମକୁ ସବୁବେଳେ ଦୃଷ୍ଟି ରଖିବାକୁ ହେବ । ମୁଁ ପୁଣି ଥରେ କହିବି – ଦୁଇ ଗଜ ଦୂରତା ରକ୍ଷା କରନ୍ତୁ , ନିଜକୁ ସୁସ୍ଥ ରଖନ୍ତୁ । ଦୁଇ ଗଜ ଦୂରତା- ଆଜିର ଆବଶ୍ୟକତା । ଆପଣ ସମସ୍ତଙ୍କର ଉତମ ସ୍ୱାସ୍ଥ୍ୟ ପାଇଁ କାମନା କରିବା ସହିତ, ମୁଁ ମୋ କଥା ଶେଷ କରୁଛି । ଆଗାମୀ ‘ମନ କି ବାତ୍’ ପାଇଁ ଭେଟିବା ସମୟରେ ସାରା ବିଶ୍ୱରୁ ଏହି ବିଶ୍ୱବ୍ୟାପୀ ମହାମାରୀ କବଳରୁ ମୁକ୍ତିର ସମ୍ବାଦ ମିଳୁ, ମାନବଜାତି ଏହି ସମସ୍ୟାରୁ ଉଦ୍ଧାର ପାଉ – ଏହି ପ୍ରାର୍ଥନା ସହ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀ,
ସାଧାରଣତଃ ‘ମନ କି ବାତ୍’ରେ ମୁଁ ଅନେକ ପ୍ରସଙ୍ଗ ନେଇ ଆସିଥାଏ । କିନ୍ତୁ ଆଜି, ଦେଶ ଏବଂ ବିଶ୍ୱରେ ସମସ୍ତଙ୍କ ମନରେ ରହିଛି ଗୋଟିଏ ମାତ୍ର କଥା – ତାହାହେଲା – ‘ବିଶ୍ୱ ମହାମାରୀ କରୋନା’ ଦ୍ୱାରା ସୃଷ୍ଟି ହୋଇଥିବା ଭୟଙ୍କର ସଙ୍କଟ । ଏଭଳି ସମୟରେ ମୋର ଅନ୍ୟକିଛି କଥା କହିବା ଉଚିତ ହେବ ନାହିଁ । କିନ୍ତୁ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଆଜି ମୋର ଆତ୍ମା କହୁଛି ଯେ ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ ଏଭଳି କିଛି ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିଛି ଯାହା ଯୋଗୁଁ ଆପଣମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷକରି ମୋର ଗରିବ ଭାଇ–ଭଉଣୀଙ୍କୁ ଦେଖିଲେ ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି! ସେମାନଙ୍କ ଠାରୁ ମଧ୍ୟ ମୁଁ ସ୍ୱତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି । ହୋଇପାରେ, ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ବି ହୋଇଥିବେ ଯେ ମୁଁ ସମସ୍ତଙ୍କୁ ଘର ଭିତରେ ଆବଦ୍ଧ କରିଦେଇଛି! ମୁଁ ସମସ୍ତଙ୍କୁ ଗୃହବନ୍ଦୀ କରିଦେଇଥିବାରୁ ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ମଧ୍ୟ ଥିବେ । ମୁଁ ଆପଣମାନଙ୍କ ଅସୁବିଧା ବୁଝୁଛି, ଆପଣମାନଙ୍କ କଷ୍ଟକୁ ବୁଝିପାରୁଛି, କିନ୍ତୁ ଭାରତ ଭଳି 130 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଏହାଛଡ଼ା ଅନ୍ୟ କୌଣସି ବାଟ ନ ଥିଲା । କରୋନା ବିରୁଦ୍ଧରେ ଯୁଦ୍ଧ ହେଉଛି ଜୀବନ ଆଉ ମୃତ୍ୟୁ ମଧ୍ୟରେ ଯୁଦ୍ଧ । ଏହି ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ ହେବ । ସେଥିପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିଲା । ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କାହାରି ଇଚ୍ଛା ନ ଥାଏ । କିନ୍ତୁ, ବିଶ୍ୱର ପରିସ୍ଥିତି ଦେଖିବା ପରେ ଲାଗୁଛି ଯେ, ଏହି ଏକମାତ୍ର ବିକଳ୍ପ ବାକି ଥିଲା । ଆପଣଙ୍କୁ, ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଯେଉଁ କଷ୍ଟ ହୋଇଛି, ଯେତେସବୁ ଅସୁବିଧା ହୋଇଛି, ସେଥିପାଇଁ ମୁଁ ପୁଣି ଥରେ କ୍ଷମାପ୍ରାର୍ଥନା କରୁଛି ।
ବନ୍ଧୁଗଣ
ଆମ ଶାସ୍ତ୍ରରେ କୁହାଯାଇଛି – “ଏବମେବ ବିକାରଃ ଅପି ତରୁଣଃ ସାଧ୍ୟତେ ସୁଖଂ”– ଅର୍ଥାତ୍, ରୋଗ ଏବଂ ଏହାର ପ୍ରକୋପର ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ ଏହା ହିଁ କରୁଛନ୍ତି । ଭାଇ ଭଉଣୀ, ମା’ ଓ ଗୁରୁଜନମାନେ, କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ଏହା କୌଣସି ଅଞ୍ଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ । ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି । ଆଉ ସେଥିପାଇଁ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ । କିଛି ଲୋକ ଭାବୁଛନ୍ତି ଯେ, ସେମାନେ ଲକଡାଉନକୁ ପାଳନ କରି ସତେ ଯେମିତି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ଆରେ ଭାଇ, ଏମିତି ଭୁଲ ଧାରଣା ମନରେ ରଖିବା ଠିକ୍ ନୁହଁ । ଏହି ଲକଡାଉନ ଆପଣ ନିଜେ ସୁରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ । ଆପଣଙ୍କୁ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଆଗାମୀ କିଛିଦିନ ପାଇଁ ଏଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ । ଲକ୍ଷ୍ମଣରେଖାକୁ ମାନିବାକୁ ହେବ ।
ବନ୍ଧୁଗଣ,
ମୁଁ ଏକଥା ବି ଜାଣିଛି ଯେ, କେହି ଆଇନ ଭଙ୍ଗ କରିବାକୁ ଚାହାନ୍ତିନି, ନିୟମ ଭଙ୍ଗ କରିବାକୁ ଚାହାନ୍ତିନି, କିନ୍ତୁ କିଛି ଲୋକ ଏଭଳି କରୁଛନ୍ତି । କାରଣ ଏବେ ମଧ୍ୟ ସେମାନେ ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରୁନାହାନ୍ତି । ଏଭଳି ଲୋକଙ୍କୁ ଏହା ହିଁ କହିବି ଯେ, ଲକଡାଉନ ନିୟମ ଭାଙ୍ଗିଲେ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼ିବ । ବିଶ୍ୱରେ ଅନେକ ଲୋକଙ୍କ ଏଭଳି ଭ୍ରମ ଧାରଣା ଥିଲା । ଆଜି ସେମାନେ ସମସ୍ତେ ଅନୁତାପ କରୁଛନ୍ତି । ବନ୍ଧୁଗଣ, ଆମ ଶାସ୍ତ୍ରରେ କୁହାଯାଇଛି ଯେ, “ଆରୋଗ୍ୟମ ପରମମ୍ ଭାଗ୍ୟମ୍ ସ୍ୱାସ୍ଥ୍ୟଂ ସର୍ବାର୍ଥ ସାଧନଂ” – ଅର୍ଥାତ୍ ଆରୋଗ୍ୟ ହିଁ ସବୁଠାରୁ ବଡ଼ ଭାଗ୍ୟ । ସ୍ୱାସ୍ଥ୍ୟ ହିଁ ଦୁନିଆର ସବୁ ସୁଖର ସାଧନ । ଏଭଳି ପରିସ୍ଥିତିରେ ନିୟମ ଭଙ୍ଗ କରୁଥିବା ଲୋକେ ନିଜ ଜୀବନ ସହ ବହୁତ ବଡ଼ ଖେଳ ଖେଳୁଛନ୍ତି ।
ବନ୍ଧୁଗଣ,
ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । ସେମାନେ ହେଉଛନ୍ତି ଆମ ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରା–ମେଡିକାଲ୍ ଷ୍ଟାଫ୍ । ଏଭଳି ସାଥୀମାନେ, ଯେଉଁମାନେ କରୋନାକୁ ପରାଜିତ କରିସାରିଛନ୍ତି । ଆଜି ଆମକୁ ସେମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରିବାକୁ ହେବ । ବିଗତ ଦିନରେ ମୁଁ ଏଭଳି କିଛି ଲୋକଙ୍କ ସହିତ ଫୋନରେ କଥା ହୋଇଛି, ସେମାନଙ୍କୁ ପ୍ରୋତ୍ସାହିତ କରିଛି । ସେମାନଙ୍କ ସହିତ କଥା ହୋଇ ମୋର ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ମୁଁ ସେମାନଙ୍କ ଠାରୁ ବହୁତ କିଛି ଶିଖିଛି । ଏଥରର ‘ମନ କି ବାତ୍’ରେ ଏଭଳି କିଛି ବନ୍ଧୁଙ୍କ ଅନୁଭୂତି, ସେମାନଙ୍କ ସହିତ ହୋଇଥିବା ବାର୍ତ୍ତଳାପରୁ କିଛି ଆପଣମାନଙ୍କ ସହିତ ଶେୟାର କରିବାକୁ ମୋର ବହୁତ ଇଚ୍ଛା ଥିଲା । ସର୍ବପ୍ରଥମେ ଆମେ କଥା ହେବା ଶ୍ରୀ ରାମଗମ୍ପା ତେଜା ଜୀଙ୍କ ସହିତ । ସେ ଅବଶ୍ୟ ଜଣେ ଆଇ.ଟି. ପ୍ରଫେସନାଲ୍ । ତେବେ ଆସନ୍ତୁ, ଶୁଣିବା ତାଙ୍କ ଅନୁଭୂତି । ୟେସ୍ ରାମ –
ରାମଗମ୍ପା : ନମସ୍କାର ସାର୍ ।
ମୋଦୀ ଜୀ : ହଁ ରାମ୍, ନମସ୍କାର ।
ରାମଗମ୍ପା : ନମସ୍କାର, ନମସ୍କାର ।
ମୋଦୀ ଜୀ : ମୁଁ ଶୁଣିଛି ଯେ ଆପଣ କରୋନା ଭୂତାଣୁର ଏହି ଗମ୍ଭୀର ସଙ୍କଟରୁ ମୁକ୍ତି ପାଇଛନ୍ତି?
ରାମଗମ୍ପା : ଆଜ୍ଞା ହଁ ।
ମୋଦୀ ଜୀ : ମୁଁ ନିଶ୍ଚୟ ଆପଣଙ୍କ ସହିତ କିଛି କଥା ହେବି । ଆପଣ ଏତେବଡ଼ ସଙ୍କଟରୁ କିଭଳି ମୁକ୍ତି ପାଇଛନ୍ତି, ମୁଁ ଆପଣଙ୍କ ଅନୁଭୂତି ଶୁଣିବାକୁ ଚାହୁଁଛି ।
ରାମଗମ୍ପା : ମୁଁ ଜଣେ ଆଇ.ଟି. କର୍ମଚାରୀ । ଚାକିରି ସଂକ୍ରାନ୍ତ ମିଟିଂରେ ଯୋଗଦେବାକୁ ଦୁବାଇ ଯାଇଥିଲି । ସେଠି ଅଜାଣତରେ ଏସବୁ ଘଟିଗଲା । ଫେରିବା ପରେ ହିଁ ଜ୍ୱର ଆଉ ଅନ୍ୟ ସବୁ ଆରମ୍ଭ ହୋଇଯାଇଥିଲା । ପାଞ୍ଚ ଛଅ ଦିନ ପରେ ଡାକ୍ତରମାନେ କରୋନା ଭୂତାଣୁ ପରୀକ୍ଷା କଲେ, ଆଉ ତାହା ପଜିଟିଭ୍ ବାହାରିଲା । ଏହାପରେ ମୋତେ ହାଇଦ୍ରାବାଦର ସରକାରୀ ଡାକ୍ତରଖାନା ଗାନ୍ଧୀ ହସ୍ପିଟାଲ୍ରେ ଭର୍ତି କରାଗଲା । 14 ଦିନ ପରେ ମୁଁ ଭଲ ହୋଇଗଲି ଆଉ ମୁଁ ଡିସ୍ଚାର୍ଜ ହୋଇଗଲି । ଏସବୁ ଯୋଗୁଁ ଟିକିଏ ଭୟ ଲାଗୁଥିଲା ।
ମୋଦୀ ଜୀ : ମାନେ, ଆପଣଙ୍କୁ ଯେତେବେଳେ ସଂକ୍ରମଣ ସମ୍ପର୍କରେ ଜଣାପଡିଲା! ଆଉ ଆଗରୁ ତ ଜାଣିଥିବେ ଯେ ଏହି ଭୂତାଣୁ କେତେ ଭୟଙ୍କର!!
ରାମଗମ୍ପା : ଆଜ୍ଞା!
ମୋଦୀ ଜୀ : ତାହେଲେ ଆପଣଙ୍କୁ ଯେତେବେଳେ ଜଣାପଡ଼ିଲା, ଆପଣଙ୍କ ତୁରନ୍ତ ପ୍ରତିକ୍ରିୟା କ’ଣ ଥିଲା?
ରାମଗମ୍ପା : ପ୍ରଥମେ ତ ଖୁବ୍ ଡରି ଯାଇଥିଲି । ମୋର ବିଶ୍ୱାସ ହେଲାନି ଯେ ମୋତେ କାହିଁକି ଏମିତି ହେଲା? କାରଣ ସେତେବେଳେ ଭାରତରେ ମାତ୍ର 2–3 ଜଣଙ୍କୁ ହୋଇଥିଲା । ତେଣୁ, ଏହା ବିଷୟରେ ସେତେ କିଛି ଜ୍ଞାନ ବି ନ ଥିଲା । ଡାକ୍ତରଖାନାରେ ମୋତେ ଭର୍ତି କରି କ୍ୱାରେଣ୍ଟାଇନ ବା ସଙ୍ଗରୋଧ କରି ରଖିଥିଲେ । ପ୍ରଥମ 2-3 ଦିନ ତ ଏମିତିରେ ଗଲା । କିନ୍ତୁ ସେଠାକାର ଡାକ୍ତର ଆଉ ନର୍ସ … ସେମାନେ ଖୁବ ଭଲ ଥିଲେ । ପ୍ରତ୍ୟେକ ଦିନ ଫୋନ୍ କରି ମୋ ସହ କଥା ହେଉଥିଲେ ଆଉ ମୋତେ ସାହସ ଦେଇ କହୁଥିଲେ ଯେ – ଆପଣଙ୍କର କିଛି ହେବନି, ଆପଣ ଠିକ୍ ହୋଇଯିବେ । ଡାକ୍ତରମାନେ, ନର୍ସମାନେ ଦିନକୁ ଦୁଇତିନି ଥର କଥା ହେଉଥିଲେ । ଆଗରୁ ଭୟ ଲାଗୁଥିଲା କିନ୍ତୁ ପରେ ଲାଗିଲା ଯେ, ଏତେ ଭଲ ଲୋକଙ୍କ ସାଙ୍ଗରେ ରହିଛି, ଆଉ କ’ଣ କରିବାକୁ ହେବ ସେକଥା ସେମାନେ ଜାଣିଛନ୍ତି । ତେଣୁ ମୁଁ ନିଶ୍ଚୟ ଭଲ ହୋଇଯିବି ।
ମୋଦୀ ଜୀ : ଆପଣଙ୍କ ପରିବାର ଲୋକଙ୍କ ମନର ଅବସ୍ଥା କିଭଳି ଥିଲା?
ରାମଗମ୍ପା : ମୁଁ ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି ସେତେବେଳେ ସେମାନେ ବହୁତ ଷ୍ଟ୍ରେସ୍ରେ ଥିଲେ । ମୋ ଉପରେ ସମସ୍ତଙ୍କ ବେଶୀ ନଜର ଥିଲା । ଆଉ ହଁ, ଆଗ ସେମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ନେଗେଟିଭ୍ ଆସିଲା । ତାହା ମୋ ପାଇଁ, ମୋ ପରିବାର ଏବଂ ଆମ ଆଖପାଖ ଲୋକଙ୍କ ପାଇଁ ଥିଲା ସବୁଠୁ ବଡ଼ ଆଶ୍ୱସ୍ତି । ତା’ପରେ ତ’ ପ୍ରତିଦିନ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଗଲା । ଡାକ୍ତରମାନେ ମୋ ସହିତ କଥା ହେଉଥିଲେ । ମୋ ପରିବାର ଲୋକଙ୍କୁ ବି କହୁଥିଲେ ।
ମୋଦୀ ଜୀ : ଆପଣ ନିଜେ କି କି ସାବଧାନତା ଅବଲମ୍ବନ କଲେ? ନିଜ ପରିବାର ପାଇଁ କି ପ୍ରକାର ସାବଧାନତା ଅବଲମ୍ବନ କଲେ?
ରାମଗମ୍ପା: ପ୍ରଥମେ ଯେତେବେଳେ ଜଣାପଡ଼ିଲା, ମୁଁ କ୍ୱାରେଣ୍ଟାଇନରେ ଥିଲି । କିନ୍ତୁ କ୍ୱାରେଣ୍ଟାଇନ ପରେ ମଧ୍ୟ ଡାକ୍ତରମାନେ ଆହୁରି 14 ଦିନ ନିଜ ଘର ଭିତରେ ହିଁ ରହିବାକୁ ପରାମର୍ଶ ଦେଲେ । ନିଜକୁ ହାଉସ୍ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ତେଣୁ, ସେଠାରୁ ଆସିବା ପରେ ମୁଁ ନିଜ ଘରେ ହିଁ ରହୁଛି । ମୋ ରୁମ୍ରେ ହିଁ ରହୁଛି, ମୁହଁରେ ଦିନସାରା ମାସ୍କ ଲଗାଇ ରଖୁଛି । ଆଉ, ଖାଇବା ଆଗରୁ ହାତ ଧୋଇବା ନିହାତି ଜରୁରୀ ।
ମୋଦୀ ଜୀ : ତେବେ ରାମ, ଆପଣ ସୁସ୍ଥ ହୋଇ ଫେରିଛନ୍ତି । ଆପଣ ଆଉ ଆପଣଙ୍କ ପରିବାରକୁ ମୋର ବହୁତ ଶୁଭେଚ୍ଛା ।
ରାମଗମ୍ପା : ଥାଙ୍କ୍ ୟୁ ।
ମୋଦୀ ଜୀ : ତେବେ ମୁଁ ଚାହୁଁଛି ଯେ, ଆପଣଙ୍କର ଏହି ଅନୁଭୂତି ।
ରାମ୍ଗମ୍ପା : ଆଜ୍ଞା । ମୋଦୀ ଜୀ : ଆପଣ ତ ଆଇ.ଟି. ପ୍ରଫେସନରେ ଅଛନ୍ତି ।
ରାମଗମ୍ପା : ଆଜ୍ଞା!
ମୋଦୀ ଜୀ : ତେଣୁ ନିଜର ଅନୁଭୂତିର ଅଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଏହାକୁ ଶେୟାର କରନ୍ତୁ । ଏହାକୁ ଭାଇରାଲ୍ କରିଦିଅନ୍ତୁ । ଯାହାଫଳରେ ଲୋକ ଏହାକୁ ଭୟ ବି କରିବେନି ଆଉ ତା ସଙ୍ଗେ ସଙ୍ଗେ ସତର୍କ ରହିଲେ କିଭଳି ଏହି ବିପତିରୁ ରକ୍ଷା ମିଳିବ, ସେହି ବାର୍ତା ମଧ୍ୟ ଲୋକଙ୍କ ପାଖରେ ଖୁବ ଆରାମରେ ପହଞ୍ଚିଯିବ । ରାମଗମ୍ପା : ଆଜ୍ଞା ହଁ, କ୍ୱାରେଣ୍ଟାଇନର ଅର୍ଥ ଲୋକ ଜେଲ୍କୁ ଯିବା ଭଳି ଭାବୁଛନ୍ତି । କିନ୍ତୁ ଏହା ସେପରି ନୁହେଁ । ସମସ୍ତେ ଏ କଥା ଜାଣିବା ଉଚିତ ଯେ, ସରକାରୀ କ୍ୱାରେଣ୍ଟାଇନର ସେମାନଙ୍କ ନିଜ ପାଇଁ ଉଦ୍ଦିଷ୍ଟ, ସେମାନଙ୍କ ପରିବାର ପାଇଁ ହିଁ ଉଦ୍ଦିଷ୍ଟ । ତେଣୁ, ମୁଁ ଅଧିକାଂଶ ଲୋକଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ପରୀକ୍ଷା କରାନ୍ତୁ, କ୍ୱାରେଣ୍ଟାଇନ ମାନେ କରୋନାକୁ ଡରନା । କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ପ୍ରତି କୌଣସି ଅପବାଦ କିମ୍ବା ଆକ୍ଷେପ କରାନଯାଉ ।
ମୋଦୀ ଜୀ : ତେବେ ରାମ୍, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ।
ରାମଗମ୍ପା : ଥାଙ୍କ୍ ୟୁ, ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ୍ ୟୁ ଭାଇ, ଥାଙ୍କ୍ସ ଏ ଲଟ୍ ।
ରାମ୍ଗମ୍ପା : ଥାଙ୍କ୍ ୟୁ ।
ବନ୍ଧୁଗଣ,
ଯେମିତିକି ରାମ କହିଲେ ଯେ, ତାଙ୍କର କରୋନାରେ ଆକ୍ରାନ୍ତ ହେବା ଆଶଙ୍କା ପରେ ସେ ଡାକ୍ତରଙ୍କ ସମସ୍ତ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ, ଯାହାଫଳରେ ଆଜି ସେ ସୁସ୍ଥ ହୋଇ ସାଧାରଣ ଜୀବନଯାପନ କରୁଛନ୍ତି । ଆମ ସହିତ ରହିଛନ୍ତି ଆଉ ଜଣେ ସେହିଭଳି ବନ୍ଧୁ, ଯିଏ କରୋନାକୁ ପରାଜିତ କରିଛନ୍ତି । ତାଙ୍କର ତ ପୂରା ପରିବାର ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ଯୁବାବସ୍ଥାରେ ଥିବା ତାଙ୍କ ପୁଅ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ତା’ହେଲେ ଆସନ୍ତୁ, କଥା ହେବା ଆଗ୍ରାର ଶୀଯୁକ୍ତ ଅଶୋକ କପୁରଙ୍କ ସହିତ ।
ମୋଦୀ ଜୀ : ଅଶୋକ ଜୀ, ନମସ୍କାର ।
ଅଶୋକ କପୁର : ସାର ନମସ୍କାର, ମୋର ସୌଭାଗ୍ୟ, ଆପଣଙ୍କ ସହିତ ମୁଁ କଥା ହେଉଛି ।
ମୋଦୀ ଜୀ : ଇଏ ଆମର ମଧ୍ୟ ସୌଭାଗ୍ୟ । ମୁଁ ଏଥିପାଇଁ ଫୋନ କରିଥିଲି କାରଣ ଆପଣଙ୍କ ସାରା ପରିବାର ଏହି ସଙ୍କଟରେ ଫସିଯାଇଥିଲା ।
ଅଶୋକ କପୁର : ଆଜ୍ଞା ଆଜ୍ଞା ।
ମୋଦୀ ଜୀ : ତେବେ, ମୁଁ ଜାଣିବାକୁ ଚାହୁଁଛି ଯେ, ଆପଣଙ୍କୁ ଏହି ସମସ୍ୟା, ଏହି ସଂକ୍ରମଣ ବିଷୟରେ କେମିତି ଜଣାପଡ଼ିଲା? କ’ଣ ହେଲା? ଡାକ୍ତରଖାନାରେ କ’ଣ ହେଲା? ଫଳରେ, ଆପଣଙ୍କ କଥାଶୁଣି ଦେଶବାସୀଙ୍କୁ ଜଣାଇବା ଭଳି ଯଦି କିଛି ଥାଏ ତାହା ମୁଁ ତାଙ୍କୁ ଜଣାଇପାରିବି ।
ଅଶୋକ କପୁର : ଆଜ୍ଞା ନିଶ୍ଚୟ । ମୋର ଆଜ୍ଞା ଦୁଇ ପୁଅ । ସେମାନେ ଇଟାଲୀ ଯାଇଥିଲେ । ସେଠାରେ ଜୋତା ପ୍ରଦର୍ଶନୀ ଚାଲିଥିଲା । ଆମର ଏଠି ଜୋତା ତିଆରି କାରଖାନା ରହିଛି ।
ମୋଦୀ ଜୀ : ହଁ ।
ଅଶୋକ କପୁର : ସେମାନେ ଯେତେବେଳେ ଇଟାଲୀରୁ ଫେରିଲେ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ତା’ପରେ ଆମ ଜ୍ୱାଇଁ ମଧ୍ୟ ଯାଇଥିଲେ । ସେ ଦିଲ୍ଲୀରେ ରହନ୍ତି । ତାଙ୍କର ଟିକିଏ ଅସୁବିଧା ଦେଖାଦେଲା । ତେଣୁ ସେ ରାମ ମନୋହର ଲୋହିଆ ହସ୍ପିଟାଲ ଗଲେ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ଡାକ୍ତରଖାନାରେ ତାଙ୍କୁ ପଜିଟିଭ୍ କହିଲେ ଆଉ ସଫଦର୍ଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଦେଲେ ।
ମୋଦୀ ଜୀ : ହଁ!
ଅଶୋକ କପୁର : ସେଠାରୁ ମୋ ପାଖକୁ ଫୋନ ଆସିଲା ଯେ, ଆପଣ ବି ତାଙ୍କ ସହିତ ଯାଇଥିଲେ, ତେଣୁ ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ତେଣୁ, ଦୁଇ ପୁଅ ଏଠାକାର ଆଗ୍ରା ଜିଲ୍ଲା ଡାକ୍ତରଖାନାରେ ପରୀକ୍ଷା କରାଇବାକୁ ଗଲେ । ସେଠାକାର ଡାକ୍ତର ଓ କର୍ମଚାରୀ କହିଲେ, ନିଜ ପରିବାରର ସମସ୍ତଙ୍କୁ ଡାକି ଦିଅନ୍ତୁ । ପରୀକ୍ଷା କରାଇନେବା ଉଚିତ । ଆଜ୍ଞା, ଶେଷରେ ଆମେ ସମସ୍ତେ ଗଲୁ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ପରଦିନ ସେମାନେ ଆମକୁ ଜଣାଇଲେ ଯେ ଆମ ପରିବାରର ଛଅ ଜଣଯାକ ପଜିଟିଭ୍ । ମୋ ବୟସ 73 ବର୍ଷ । ମୋ ପରିବାରରେ ମୁଁ, ମୋ ସ୍ତ୍ରୀ, ମୋ ଦୁଇ ପୁଅ, ବୋହୂ ଆଉ ନାତି । ନାତିର ବୟସ ଷୋହଳ ବର୍ଷ । ସମସ୍ତଙ୍କୁ ଦିଲ୍ଲୀ ନେଇଯିବାକୁ ସେମାନେ ପରାମର୍ଶ ଦେଲେ।
ମୋଦୀ ଜୀ : ଓଃ ମାଇ ଗଡ୍ !
ଅଶୋକ କପୁର : ଆଜ୍ଞା, ଆମେ ଡରିଲୁନି । ଆମେ ଭାବିଲୁ, ଯାହାହେବ ଦେଖାଯିବ । ଆମେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଗଲୁ । ଆଗ୍ରା ଡାକ୍ତରଖାନା କର୍ତ୍ତୃପକ୍ଷ ଆମକୁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା କରିଦେଲେ । ଆମକୁ କୌଣସି ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଲାନି । ଆଗ୍ରା ଡାକ୍ତରଖାନା ପ୍ରଶାସନ ଏଥିପାଇଁ ଆମକୁ ସବୁ ପ୍ରକାର ସହଯୋଗ କଲେ ।
ମୋଦୀ ଜୀ : ତା’ହେଲେ ଆମ୍ବୁଲାନ୍ସ ଯୋଗେ ଆପଣ ଆସିଲେ?
ଅଶୋକ କପୁର : ଆଜ୍ଞା ହଁ, ଠିକ୍ ଭାବେ ବସି କରି ଆସିଲୁ । ସେମାନେ ଆମକୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେଲେ । ସାଙ୍ଗରେ ଡାକ୍ତର ମଧ୍ୟ ଥିଲେ । ସେମାନେ ଆମକୁ ସଫଦରଜଙ୍ଗ ହସ୍ପିଟାଲରେ ଛାଡ଼ିଦେଲେ । ସଫଦରଜଙ୍ଗ ହସ୍ପିଟାଲରେ ଡାକ୍ତରମାନେ ଫାଟକ ପାଖରେ ହିଁ ଆମକୁ ଅପେକ୍ଷା କରିଥିଲେ । ସେମାନେ ଆମକୁ ୱାର୍ଡ଼କୁ ସ୍ଥାନାନ୍ତରିତ କରିଦେଲେ । ଆମ ଛଅଜଣଙ୍କୁ ସେମାନେ ଅଲଗା ଅଲଗା ରୁମରେ ରଖିଲେ । ରୁମଗୁଡ଼ିକ ଭଲ ଥିଲା । ସବୁ ସୁବିଧା ଥିଲା । ତା ପରେ ସାର, 14 ଦିନ ଧରି ଆମେ ଡାକ୍ତରଖାନାରେ ପୃଥକ ଭାବେ ରହୁଥିଲୁ । ସବୁ ଡାକ୍ତର ଏବଂ କର୍ମଚାରୀ ଆମକୁ ବହୁତ ସହଯୋଗ କଲେ । ସେମାନେ ତ ନିଜ ନିଜ ଡ୍ରେସ୍ ପିନ୍ଧି ଆସୁଥିଲେ! ତେଣୁ କିଏ ଡାକ୍ତର, କିଏ ନର୍ସ, କିଏ ୱାର୍ଡ଼ ବୟ ଜଣା ପଡୁନଥିଲା । ସେମାନେ ଯାହା କହୁଥିଲେ, ଆମେ ତାହା ମାନୁଥିଲୁ । ଆମକୁ ଟିକିଏ ବି ଅସୁବିଧା ହେଇନି ।
ମୋଦୀ ଜୀ : ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଦୃଢ଼ ଜଣାପଡ଼ୁଛି ।
ଅଶୋକ କପୁର : ଆଜ୍ଞା, ମୁଁ ସମ୍ପୂର୍ଣ୍ଣ ଭଲ ଅଛି । ମୁଁ ତ ନିଜର ଆଣ୍ଠୁ ଅପରେସନ୍ ବି କରେଇଛି । ତଥାପି ମୋର କିଛି ଅସୁବିଧା ହେଇନି ।
ମୋଦୀ ଜୀ : ହେଲେ, ଏତେ ବଡ଼ ସଙ୍କଟ ପରିବାରର ସବୁ ସଦସ୍ୟଙ୍କ ଉପରେ ପଡ଼ିଲା, ଏମିତିକି ଷୋହଳ ବର୍ଷର ବାଳକ ବି ଏଥିରୁ ବାଦ ପଡ଼ିଲାନି ।
ଅଶୋକ କପୁର : ତା’ର ପୁଣି ପରୀକ୍ଷା ଚାଲିଥିଲା ସାର୍ । ଆଇ.ସି.ଏସ.ଇ. ପରୀକ୍ଷା ଦେଉଥିଲା ତ’ । ତା’ର ପରୀକ୍ଷା ଥିଲା, କିନ୍ତୁ ସେ ଦେଲାନି । ମୁଁ କହିଲି, ଯାହା ହେବ ପରେ ଦେଖାଯିବ । ଜୀବନ ରହିଲେ ସବୁ ପରୀକ୍ଷା ଦେଇହେବ ।
ମୋଦୀ ଜୀ : ଠିକ୍ କଥା । ଯାହାହେଉ, ଆପଣଙ୍କ ଅଭିଜ୍ଞତା ଏଠି କାମରେ ଲାଗିଲା । ସାରା ପରିବାରକୁ ଆପଣ ଭରସା ଦେଲେ, ସାହସ ବି ଦେଲେ ।
ଅଶୋକ କପୁର : ଆଜ୍ଞା, ଆମେ ସାରା ପରିବାର ସେଠି ଥିଲୁ । ତେଣୁ ସମସ୍ତଙ୍କ ସାହସ ରହିଲା । ପରସ୍ପରକୁ ଭେଟୁ ନ ଥିଲୁ । ଫୋନ୍ରେ କଥା ହୋଇଯାଉଥିଲୁ । ଡାକ୍ତରମାନେ ମଧ୍ୟ ଆମର ଯଥାସମ୍ଭବ ଯତ୍ନ ନେଲେ । ସେମାନେ ଆମ ପାଇଁ ବହୁତ କିଛି କରିଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ଷ୍ଟାଫ୍ ଓ ନର୍ସମାନେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ସାର୍ ।
ମୋଦୀ ଜୀ : ହେଉ, ଆପଣ ଓ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଶୁଭେଚ୍ଛା ।
ଅଶୋକ କପୁର : ଥାଙ୍କ୍ ୟୁ ସାର । ଧନ୍ୟବାଦ । ଆପଣଙ୍କ ସହିତ କଥା ହୋଇଥିବାରୁ ଆମେ ବହୁତ ଖୁସି ।
ମୋଦୀ ଜୀ : ମୁଁ ମଧ୍ୟ ଖୁସି ।
ଅଶୋକ କପୁର : ଏସବୁ ପରେ ବି ସାର୍, ଆମକୁ ଯଦି କୌଣସି ପ୍ରକାର ସଚେତନତା ସୃଷ୍ଟି ପାଇଁ କେଉଁଆଡେ ଯିବାକୁ ହୁଏ, କିଛି କରିବା ଦରକାର ହୁଏ, ସେଥିପାଇଁ ଆମେ ସବୁବେଳେ ପ୍ରସ୍ତୁତ ।
ମୋଦୀ ଜୀ : ନା, ଆପଣ ନିଜ ଅନୁସାରେ ଆଗ୍ରାରେ କିଛି କରନ୍ତୁ । କେହି ଭୋକରେ ଥିଲେ ତାକୁ ଖାଇବାକୁ ଦିଅନ୍ତୁ ।
ଅଶୋକ କପୁର : ଆଜ୍ଞା, ନିଶ୍ଚୟ, ନିଶ୍ଚୟ ।
ମୋଦୀ ଜୀ : ଗରିବ ଲୋକଙ୍କ କଥା ଚିନ୍ତା କରନ୍ତୁ । ଲୋକେ ନିୟମ ପାଳନ କରନ୍ତୁ । ଲୋକଙ୍କୁ ବୁଝାନ୍ତୁ ଯେ, ଆପଣଙ୍କ ପରିବାର ଏହି ବ୍ୟାଧିଗ୍ରସ୍ତ ହୋଇଥିଲା । କିନ୍ତୁ ଆପଣ ନିୟମ ପାଳନ କରି ନିଜ ପରିବାରକୁ ସୁରକ୍ଷିତ କଲେ । ସବୁ ଲୋକ ଯଦି ଏମିତି ନିୟମ ପାଳନ କରନ୍ତି ଦେଶ ରକ୍ଷା ପାଇଯିବ ।
ଅଶୋକ କପୁର : ସାର୍, ଆମେ ଆମ ଭିଡିଓ କରି ଚ୍ୟାନେଲମାନଙ୍କୁ ଦେଇଦେଇଛୁ ।
ମୋଦୀ ଜୀ : ବାଃ, ଭଲ କଥା ।
ଅଶୋକ କପୁର : ଚ୍ୟାନେଲମାନେ ଏହାକୁ ପ୍ରସାରର ବି କରିଛନ୍ତି, ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ । ଆଉ …
ମୋଦୀ ଜୀ : ସୋସିଆଲ ମିଡିଆରେ ଏହାକୁ ବହୁତ ଲୋକପ୍ରିୟ କରାଯିବା ଉଚିତ ।
ଅଶୋକ କପୁର : ଆଜ୍ଞା ଆଜ୍ଞା । ଆଉ, ଆମେ ଯେଉଁ କଲୋନୀରେ ରହୁଛୁ ସେ କଲୋନି ସଫା–ସୁତୁରା । ଆମେ ସମସ୍ତଙ୍କୁ କହିଦେଇଛୁ ଯେ, ଆମେ ଆସିବା ଦ୍ୱାରା କେହି ଭୟ କରିବା ଦରକାର ନାହିଁ । ଯଦି କାହାରି କୌଣସି ଅସୁବିଧା ଥାଏ, ତା’ହେଲେ ସେ ଯାଇ ନିଜର ପରୀକ୍ଷା କରାଇନିଅନ୍ତୁ । ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ବି ନିଜର ପରୀକ୍ଷା କରାନ୍ତୁ । ଭଗବାନଙ୍କ ଦୟାରୁ ସମସ୍ତେ ସୁସ୍ଥ ରହନ୍ତୁ ।
ମୋଦୀ ଜୀ : ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।
ବନ୍ଧୁଗଣ,
ଆମେ ଅଶୋକ ଜୀ ଏବଂ ତାଙ୍କ ପରିବାରର ଦୀର୍ଘାୟୁ କାମନା କରୁଛୁ । ସେ ଯାହା କହିଲେ ଯେ, ଭୟ ନ କରି ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିବା, ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ସାବଧାନତା ଅବଲମ୍ବନ କରିବା ଦ୍ୱାରା ଆମେ ଏହି ମହାମାରୀକୁ ପରାଜିତ କରିପାରିବା ।
ବନ୍ଧୁଗଣ,
ମେଡିକାଲ ସ୍ତରରେ ଆମେ କିଭଳି ଏହି ମହାମାରୀର ମୁକାବିଲା କରୁଛୁ ସେକଥା ଜାଣିବା ପାଇଁ ମୁଁ କେତେଜଣ ଡାକ୍ତରଙ୍କ ସହିତ କଥା ହେଲି, ଯେଉଁମାନେ ଏହି ସଂଗ୍ରାମରେ ଆଗ ଧାଡ଼ିରେ ଠିଆ ହୋଇଛନ୍ତି । ସେମାନଙ୍କ ବୃତି ଯୋଗୁଁ ପ୍ରତିଦିନ ସେମାନେ ଏହି ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଆସନ୍ତୁ ଶୁଣିବା । ଏବେ ଦିଲ୍ଲୀରୁ ଆମ ସହିତ ଯୋଡ଼ି ହୋଇଛନ୍ତି ଡାକ୍ତର ନୀତେଶ ଗୁପ୍ତା
ମୋଦୀ ଜୀ : ନମସ୍କାର ଡକ୍ଟର ।
ଡା. ନୀତେଶ ଗୁପ୍ତା : ନମସ୍କାର ସାର୍ ।
ମୋଦୀ ଜୀ : ନମସ୍କାର ନୀତେଶ ଜୀ । ଆପଣ ତ ସମ୍ପୂର୍ଣ୍ଣ ଭାବେ ରଣକ୍ଷେତ୍ରରେ ଛିଡ଼ା ହୋଇଛନ୍ତି । ମୁଁ ଜାଣିବାକୁ ଚାହୁଁଛି, ଡାକ୍ତରଖାନାଗୁଡ଼ିକରେ ଆପଣଙ୍କ ଅନ୍ୟ ସାଥୀମାନଙ୍କ ମୁଡ୍ କେମିତି ରହିଛି ଟିକିଏ କହିବେ କି?
ଡା. ନୀତେଶ ଗୁପ୍ତା : ସମସ୍ତଙ୍କ ମୁଡ୍ ଅପ୍ବିଟ୍ ରହିଛି । ସମସ୍ତଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ରହିଛି । ଆମର ଯାହା ସବୁ ଆବଶ୍ୟକ ହେଉଛି, ସେସବୁ ଆପଣ ପୂରଣ କରୁଛନ୍ତି । ତେଣୁ ସୀମାରେ ସେନାବାହିନୀ କାର୍ଯ୍ୟରତ ଥିବାପରି ଆମେ ବି ସେମିତି କାମରେ ଲାଗିଛୁ । ଆମର କେବଳ ଗୋଟିଏ ମାତ୍ର କର୍ତବ୍ୟ ଯେ, ରୋଗୀଟି ଠିକ୍ ହୋଇ ଘରକୁ ଯାଉ ।
ମୋଦୀ ଜୀ : ଆପଣ ଠିକ କହୁଛନ୍ତି । ଇଏ ମଧ୍ୟ ଯୁଦ୍ଧ ଭଳିଆ ପରିସ୍ଥିତି । ଆଉ ଆପଣମାନେ ହିଁ ପରିସ୍ଥିତିକୁ ସମ୍ଭାଳି ରଖିଛନ୍ତି ।
ଡା. ନୀତେଶ ଗୁପ୍ତା : ଆଜ୍ଞା ।
ମୋଦୀ ଜୀ : ଚିକିତ୍ସା ସାଙ୍ଗକୁ ଆପଣଙ୍କୁ ରୋଗୀର କାଉନ୍ସେଲିଂ ମଧ୍ୟ କରିବାକୁ ପଡ଼ୁଥିବ?
ଡା. ନୀତେଶ ଗୁପ୍ତା : ଆଜ୍ଞା, ସେଇଟା ନିତାନ୍ତ ଜରୁରୀ । କାରଣ, ରୋଗୀ ପ୍ରଥମେ ସଂକ୍ରମଣ କଥା ଶୁଣି ଡରିଯାଇଥାଏ । ତାକୁ ବୁଝାଇବାକୁ ପଡ଼ିଥାଏ ଯେ – ଆପଣଙ୍କର କିଛି ହୋଇନି, 14 ଦିନରେ ଆପଣ ସମ୍ପୂର୍ଣ୍ଣ ଭଲ ହୋଇ ଘରକୁ ଫେରିବେ । ଏଯାବତ୍ ଆମେ ଏଭଳି 16 ଜଣ ରୋଗୀଙ୍କୁ ଘରକୁ ପଠେଇସାରିଛୁ ।
ମୋଦୀ ଜୀ : ତାହେଲେ ଆପଣ କଥା ହେଲାବେଳେ ମୋଟାମୋଟି କ’ଣ ଅନୁଭବ କରୁଛନ୍ତି? ସେମାନେ କେଉଁ କଥାକୁ ଭୟ କରୁଛନ୍ତି?
ଡା. ନୀତେଶ ଗୁପ୍ତା : ସେମାନେ ଏକଥା ହିଁ ଭାବୁଛନ୍ତି ଯେ, ଆଗକୁ କ’ଣ ହେବ? କ’ଣ ହେବ ଏବେ? ବିଶ୍ୱର ଅନ୍ୟ ଦେଶମାନଙ୍କରେ ଯେମିତି ଏହି ରୋଗରେ ପଡ଼ି ଲୋକ ପ୍ରାଣ ହରାଉଛନ୍ତି, ତାଙ୍କର ମଧ୍ୟ ସେଭଳି ଅବସ୍ଥା ହେବ । ତାଙ୍କର କେଉଁ ଅସୁବିଧା କେବେ ଉପଶମ ହେବ, ସେକଥା ଆମେ ତାଙ୍କୁ ବୁଝାଉଛୁ । ଆପଣଙ୍କ କେସ୍ ତ ପ୍ରାରମ୍ଭିକ ଅବସ୍ଥାରେ ଅଛି । ସାଧାରଣ ଥଣ୍ଡା, କାଶ ଭଳିଆ ହୋଇଛି । ତାହା ଯେମିତି ଠିକ୍ ହୋଇଯାଏ – 5-7 ଦିନରେ ଇଏ ବି ସେମିତି ଠିକ୍ 12 ହୋଇଯିବ । ତାପରେ ଆମେ ଆପଣଙ୍କ ଟେଷ୍ଟ କରିବୁ, ଆଉ ତାହା ନେଗେଟିଭ୍ ହେଲେ ଆପଣଙ୍କୁ ଘରକୁ ପଠେଇଦେବୁ । ଆମେ ଦିନକୁ ତିନି ଚାରି ଥର ସେମାନଙ୍କ ପାଖକୁ ଯାଉଛୁ । ତେଣୁ ସେମାନେ ମଧ୍ୟ ଆଶ୍ୱସ୍ତ ହେଉଛନ୍ତି ।
ମୋଦୀ ଜୀ : ସେମାନଙ୍କ ଆତ୍ମବିଶ୍ୱାସ ଫେରିଆସୁଛି କି? ଆରମ୍ଭରେ ତ ଡରିଯାଉଥିବେ?
ଡା. ନୀତେଶ ଗୁପ୍ତା : ଆରମ୍ଭରେ ତ ଭୟ କରିଯାଆନ୍ତି । କିନ୍ତୁ, ଯେତେବେଳେ ଆମେ ତାଙ୍କୁ ବୁଝାଉ, ସେତେବେଳେ ଦୁଇ ତିନି ଦିନ ପରେ, ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୁଏ, ସେତେବେଳେ ସେମାନେ ମଧ୍ୟ ଅନୁଭବ କରନ୍ତି ଯେ, ସେମାନେ ଭଲ ହୋଇଯିବେ ।
ମୋଦୀ ଜୀ: କିନ୍ତୁ ସବୁ ଡାକ୍ତରମାନଙ୍କୁ ଲାଗୁଛି କି ଯେ, ଜୀବନର ସବୁଠାରୁ ବଡ଼ ସେବାକାର୍ଯ୍ୟ ତାଙ୍କରି ଭାଗ୍ୟରେ ପଡ଼ିଛି ବୋଲି?
ଡା. ନୀତେଶ ଗୁପ୍ତା : ହଁ ଆଜ୍ଞା । ଆମେ ନିଜର ଟିମ୍କୁ ସମ୍ପୂର୍ଣ୍ଣ ଉତ୍ସାହିତ କରି ରଖିଥାଉ । ଏଥିରେ ଭୟ କରିବାର କିଛି ନାହିଁ । ଯଦି ଆମେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରିବା, ରୋଗୀଙ୍କୁ ସବୁ ପ୍ରକାର ସାବଧାନତା ସମ୍ପର୍କରେ ବୁଝାଇବା, ତାହେଲେ ସବୁକିଛି ଠିକ୍ ହେବ ।
ମୋଦୀ ଜୀ : ହେଉ, ଡକ୍ଟର, ଆପଣଙ୍କ ପାଖକୁ ବହୁ ସଂଖ୍ୟାରେ ରୋଗୀ ମଧ୍ୟ ଆସୁଛନ୍ତି । ଆଉ ଆପଣ ମଧ୍ୟ ପ୍ରାଣପଣେ ଲାଗିଛନ୍ତି । ଆପଣଙ୍କ ସହିତ କଥାହୋଇ ଭଲ ଲାଗିଲା । ମୁଁ ଆପଣଙ୍କ ସାଙ୍ଗରେ ରହିଛି । ସଂଗ୍ରାମ ଜାରି ରଖନ୍ତୁ ।
ଡା. ନୀତେଶ ଗୁପ୍ତା : ଆପଣଙ୍କ ଆଶୀର୍ବାଦ ରହିଥାଉ । ଆମର କେବଳ ସେତିକି ଦରକାର ।
ମୋଦୀ ଜୀ : ବହୁତ ବହୁତ ଶୁଭେଚ୍ଛା, ଭାଇ ।
ଡା. ନୀତେଶ ଗୁପ୍ତା : ସାର୍, ଥ୍ୟାଙ୍କ ୟୁ ।
ମୋଦୀ ଜୀ : ଥ୍ୟାଙ୍କ୍ ୟୁ । ନିତିଶ ଜୀ ଆପଣଙ୍କୁ ବହୁତ ବହୁତ ସାଧୁବାଦ ଜଣାଉଛି । ଆପଣଙ୍କ ଭଳି ଲୋକଙ୍କ ପ୍ରଚେଷ୍ଟାରେ ଭାରତ କରୋନା 13 ବିରୁଦ୍ଧରେ ସଂଗ୍ରାମରେ ନିଶ୍ଚୟ ବିଜୟ ଲାଭ କରିବ । ମୋର ଆପଣଙ୍କୁ ଅନୁରୋଧ ଯେ, ଆପଣ ନିଜର ଯତ୍ନ ନିଅନ୍ତୁ । ନିଜ ସାଥୀମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ । ନିଜ ପରିବାରର ଯତ୍ନ ନିଅନ୍ତୁ । ବିଶ୍ୱବାସୀଙ୍କ ଅନୁଭୂତିରୁ ଜଣାପଡ଼େ ଯେ, ଏହି ରୋଗରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଏ । ହଠାତ ହେଉଥିବା ଏହି ବୃଦ୍ଧି ଯୋଗୁଁ ବିଦେଶରେ ଆମେ ଉନ୍ନତରୁ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଭୁଶୁଡ଼ି ପଡ଼ିବା ଦେଖିଛୁ । ଭାରତରେ ଏଭଳି ପରିସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ ହିଁ ଆମକୁ ନିରବଚ୍ଛିନ୍ନ ଭାବରେ ପ୍ରଚେଷ୍ଟା କରିବାକୁ ପଡ଼ିବ ।
ଆଉ ଜଣେ ଡାକ୍ତର ପୁଣେରୁ ଆମ ସହିତ ଯୋଡି ହୋଇଛନ୍ତି । ଡାକ୍ତର ଶ୍ରୀମାନ ୱରସେ …
ଡାକ୍ତର ୱର୍ସେ : ନମସ୍ତେ । ନମସ୍ତେ ।
ମୋଦୀ ଜୀ : ନମସ୍ତେ! ଆପଣ ତ ସମ୍ପୂର୍ଣ୍ଣ ‘ମାନବ ସେବା ହିଁ ମାଧବ ସେବା’ର ମାନସିକତାର କାମରେ ଲାଗିଛନ୍ତି । ତେଣୁ ଆଜି ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହୁଁଛି ଯାହାକି ଦେଶବାସୀଙ୍କ ପାଇଁ ଆପଣଙ୍କ ବାର୍ତା ହେବ । ପ୍ରଥମ କଥା ହେଲା ଅନେକ ଲୋକଙ୍କ ମନରେ ଏ ପ୍ରଶ୍ନ ଥାଏ କି କେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା କଥା । ଆଉ କେବେ କରୋନା ଟେଷ୍ଟ କରାଇବା ଦରକାର? ଜଣେ ଚିକିତ୍ସକ ଭାବରେ ଆପଣ ତ ଆପଣଙ୍କୁ ଏହି କରୋନା ଆକ୍ରାନ୍ତଙ୍କ ପାଇଁ ସମର୍ପିତ କରିଦେଇଛନ୍ତି! ତେଣୁ ଆପଣଙ୍କ କଥାରେ ବେଶ୍ ଦମ୍ ଅଛି, ମୁଁ ସେସବୁ ଶୁଣିବାକୁ ଚାହୁଁଛି ।
ଡାକ୍ତର ୱର୍ସେ : ସାର୍! ଆମର ଏଠି ବି.ଜେ. ମେଡ଼ିକାଲ କଲେଜ, ପୁଣେରେ ଅଛି । ମୁଁ ସେଠି ପ୍ରଫେସର ଅଛି । ଆଉ ଆମର ପୁଣେ ମହାନଗର ନିଗମ ହସପିଟାଲ ରହିଛି, ନାଇଡୁ ହସପିଟାଲ୍ ନାଁରେ । ସେଠାରେ ଜାନୁୟାରୀ 2020ରୁ ଗୋଟିଏ ସ୍କ୍ରନିଂ ସେଣ୍ଟର ଆରମ୍ଭ ହୋଇଛି । ଆଜିପର୍ଯ୍ୟନ୍ତ ସେଠାରେ 16ଟି କୋଭିଡ–19 ପଜିଟିଭ ମାମଲା ବାହାରିଛି । ଆଉ ଯେଉଁ 16ଟି କୋଭିଡ–19 ପଜିଟିଭ କେସ ଜଣାପଡିଛି, ସେମାନଙ୍କୁ ଚିକିତ୍ସା କରି, କ୍ୱାରେଣ୍ଟାଇନ କରି, ଆଇସୋଲେସନରେ ରଖି 7 ଜଣଙ୍କୁ ଡିସଚାର୍ଜ କରିଦିଆଯାଇଛି ସାର୍ । ଆଉ ଯେଉଁ ବାକି 9 ଜଣ ଅଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେମାନେ ଭଲ ଅଛନ୍ତି । ଯଦିଓ ସେମାନଙ୍କ ଦେହରେ ଭୂତାଣୁ ଅଛି, ତଥାପି ସେମାନେ କରୋନା ଭୂତାଣୁ ମୁକ୍ତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି । ଆଉ ଏବେ ସେଠି ଯେଉଁ ନମୁନା ଆକାର ଅଛି ଏମିତିରେ ଛୋଟ ଅଛି ସାର୍ ମାତ୍ର 16ଟି ମାମଲା । କିନ୍ତୁ ଯାହା ଜଣାପଡୁଛି, ଯୁବବର୍ଗ ବି ଆକ୍ରାନ୍ତ ହେଉଛନ୍ତି । ଆଉ ଯୁବବର୍ଗ ଆକ୍ରାନ୍ତ ହେଲେ ବି ଇଏ ଯେଉଁ ପ୍ରକାରର ରୋଗ, ବେଶୀ ସିରିୟସ୍ ରୋଗ ନୁହେଁ ସାର୍ । ଇଏ ସାମାନ୍ୟ ରୋଗ ଆଉ ସେ ରୋଗୀମାନେ ବି ପୂରା ସୁସ୍ଥ ହେଉଛନ୍ତି । ଆଉ ଏବେ ଯେଉଁ 9 ଜଣ ବାକି ରହିଛନ୍ତି ସେଠାରେ ସେମାନେ ବି ଭଲ ହେବେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯେମିତି ଖରାପ ନ ହୁଏ, ତା’ଉପରେ ଆମେ ପ୍ରତିଦିନ ନଜର ରଖୁଛୁ । ସେମାନେ 4/5 ଦିନ ଭିତରେ ଭଲ ହୋଇଯିବେ । ଯେଉଁମାନେ କରୋନା ହୋଇଥିବାର ସନ୍ଦେହ କରି ଚିକିତ୍ସା ପାଇଁ ଏଠିକୁ ଆସୁଛନ୍ତି, ଆନ୍ତର୍ଜାତୀୟ ପର୍ଯ୍ୟଟକ ଆଉ ଯିଏ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଭଳି ଲୋକମାନଙ୍କର ଆମେ ସ୍ୱାବ ନେଉଛୁ ପରୀକ୍ଷା ପାଇଁ । ଓରୋଫାରି ଓରୋଫେରିଞ୍ଜିଆଲ ସ୍ୱାବ ଏବଂ ନାଜାଲ ସ୍ୱାବ ନେଉଛୁ । ନାଜାଲ ସ୍ୱାବ ରିପୋର୍ଟ ଆସିବା ପରେ ଯଦି ପଜିଟିଭ ଜଣାପଡ଼ିଲା ତା’ହେଲେ ଆମେ ତାଙ୍କୁ ପଜିଟିଭ ୱାର୍ଡରେ ଭର୍ତି କରିଦେଉଛୁ । ଆଉ ଯାହାର ନେଗେଟିଭ ବାହାରିଲା, ତାଙ୍କୁ ନିଜ ଘରେ କେମିତି ହୋମ କ୍ୱାରେଣ୍ଟାଇନ ବା ସଙ୍ଗରୋଧରେ ରହିବେ ସେସବୁ ପରାମର୍ଶ ଦେଇ ତାଙ୍କୁ ଘରକୁ ପଠାଇଦେଉଛୁ ।
ମୋଦୀଜୀ : ଆପଣ ସେମାନଙ୍କୁ କ’ଣ ବୁଝାଉଛନ୍ତି? ଘରେ ରହିବା ପାଇଁ କ’ଣ ପରାମର୍ଶ ଦେଉଛନ୍ତି!!
ଡାକ୍ତର ୱର୍ସେ : ସାର୍, ଯଦି ଜଣେ ଘରେ ରହିବେ, ତା’ହେଲେ ଘରେ ବି ନିଜେ ନିଜକୁ କ୍ୱାରୋଣ୍ଟାଇନ କରିବାକୁ ପଡ଼ିବ । ପ୍ରଥମ କଥାହେଲା ଅତି କମ୍ରେ ପରିବାରର ପ୍ରତି ସଦସ୍ୟଙ୍କଠାରୁ ଛଅଫୁଟ୍ ବ୍ୟବଧାନ ରଖିବାକୁ ପଡ଼ିବ । ଦ୍ୱିତୀୟ କଥା ହେଲା, ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ବାରମ୍ବାର ହାତକୁ ସଫା କରିବାକୁ ହେବ । ଯଦି ଆପଣଙ୍କ ପାଖରେ ସାନିଟାଇଜର ନାହିଁ, ତା’ହେଲେ ସାଧାରଣ ସାବୁନ୍ରେ ହାତକୁ ବାରମ୍ବାର ଧୋଇବାକୁ ହେବ । କାଶ–ଛିଙ୍କ ଲାଗିଲେ, ସାଦା ରୁମାଲ୍ ମୁହଁରେ ଦେଇ ତା’ରି ଉପରେ ଛିଙ୍କିବେ କିମ୍ବା କାଶିବେ । ତା’ହେଲେ କାଶ ଛିଙ୍କରୁ ନିର୍ଗତ ହେଉଥିବା ଛେପ ଶିଙ୍ଘାଣି ବେଶୀ ଦୂରକୁ ଯିବନି ପୁଣି ଆଉ ମାଟିରେ ବି ପଡ଼ିବନି ଯାହାଯୋଗୁଁ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିବନି । ଆଉ ଗୋଟିଏ କଥା ହେଲା ସାର୍, ସେମାନଙ୍କୁ ଘରେ ସଂଗରୋଧରେ ରହିବାକୁ ହେବ । ସେମାନେ ଆଦୌ ଘରୁ ବାହାରକୁ ଯିବେନି । ଏବେ ତ ଲକଡାଉନ ହୋଇଯାଇଛି । ଏହି ଅବସ୍ଥାରେ, ସେମାନେ ଘର ଭିତରେ ସଂଗରୋଧ ହୋଇ ଏକାନ୍ତବାସରେ 14 ଦିନ ପାଇଁ ଲକ୍ଡାଉନ୍ ହୋଇ ରହିବା ଆବଶ୍ୟକ । ଏଇସବୁ କଥା ଆମେ ସେମାନଙ୍କୁ ପରାମର୍ଶ ଦେଇଥାଉ ସାର୍ ।
ମୋଦୀଜୀ : ଯାହାହେଉ, ଡକ୍ଟର, ଆପଣ ତ ବହୁତ ଭଲ ସେବା କରୁଛନ୍ତି ଆଉ ସମର୍ପଣ ଭାବରେ କରୁଛନ୍ତି, ଆଉ ଆପଣଙ୍କ ପୂରା ଟିମ ବି କାମରେ ଲାଗିଛି । ମୋର ବିଶ୍ୱାସ, ଆମର ଯେତେ ରୋଗୀ ଆସିଛନ୍ତି, ସମସ୍ତେ ଆରୋଗ୍ୟଲାଭ କରି ନିଜ ନିଜ ଘରକୁ ଯିବେ ଏବଂ ଆପଣ ସମସ୍ତଙ୍କ ସହଯୋଗରେ ଦେଶ ବି ଏ ଯୁଦ୍ଧ ଜିତିବ । ଡାକ୍ତର : ସାର୍ ମୋର ବିଶ୍ୱାସ ଯେ ଆମେ ଜିତିବୁ । ଏହି ଯୁଦ୍ଧ ଜିତିଯିବୁ ।
ମୋଦୀଜୀ : ବହୁତ ବହୁତ ଶୁଭକାମନା ଡାକ୍ତର – ଆପଣଙ୍କୁ ଧନ୍ୟବାଦ ଡକ୍ଟର ।
ଡାକ୍ତର : ଥ୍ୟାଙ୍କ୍ ୟୁ, ଥ୍ୟାଙ୍କ୍ ୟୁ ସାର୍ ।
ବନ୍ଧୁଗଣ!
ଆମର ଏ ସମସ୍ତ ସାଥୀ ପୂରା ଦେଶକୁ ଏଇ ବିପଦରୁ ମୁକୁଳାଇବାକୁ ଲାଗିପଡ଼ିଛନ୍ତି । ଏମାନେ ଯୋଉ କଥା ଆମକୁ କହୁଛନ୍ତି ଏହା କେବଳ ଶୁଣିବା ପାଇଁ ନୁହେଁ ବରଂ ନିଜ ଜୀବନରେ ପ୍ରୟୋଗ କରିବା କଥା । ଆଜି ଯେତେବେଳେ ମୁଁ ଡାକ୍ତରମାନଙ୍କ ତ୍ୟାଗ, ତପସ୍ୟା ଓ ସମର୍ପଣ ଦେଖୁଛି ସେତେବେଳେ ମୋତେ ଆଚାର୍ଯ୍ୟ ଚରକ କହିଥିବା କଥା ମନେପଡ଼ୁଛି । ଆଚାର୍ଯ୍ୟ ଚରକ ଡାକ୍ତରଙ୍କ ପାଇଁ ଉପଯୁକ୍ତ କଥା କହିଛନ୍ତି ଏବଂ ଆଜିବି ଆମେ ଡାକ୍ତରମାନଙ୍କ ଜୀବନରେ ତାହା ଦେଖୁଛେ – ଆଚାର୍ଯ୍ୟ ଚରକ କହିଥିଲେ – ନ ଆତ୍ମାର୍ଥମ୍ ନ ଅପି କାମାର୍ଥମ୍ ଅଦଭୁତ ଦୟାଂ ପ୍ରତି ବର୍ତତେ ୟତ୍ ଚିକିତ୍ସାୟାଂ ସ ସ୍ୱୟମ୍ ଇତି ବର୍ତତେ ….. ମାନେ ଧନ ବା କୌଣସି ବିଶେଷ କାମନାକୁ ନେଇ ନୁହେଁ ବରଂ ରୋଗୀର ସେବା କରି ଦୟାଭାବ ରଖି କାମ କରିବା ହିଁ ଶ୍ରେଷ୍ଠ ଚିକିତ୍ସକ ହୋଇଥାଏ ।
ବନ୍ଧୁଗଣ!
ମାନବତାରେ ପୂର୍ଣ୍ଣ ନର୍ସଙ୍କୁ ମୁଁ ଆଜି ପ୍ରଣାମ କରୁଛି – ଆପଣମାନେ ସମସ୍ତେ ଯେଉଁ ସେବାଭାବ ସହ କାମ କରୁଛନ୍ତି ତାହା ଅତୁଳନୀୟ – ଏଇଟା ବି ଗୋଟେ ସଂଯୋଗର କଥା ଏଇବର୍ଷ ଅର୍ଥାତ୍ 2020 ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ ମିଡୱାଇଭସ ବର୍ଷର ଭାବେ ପାଳନ କରାଯାଉଛି – ଏହାର ସମ୍ବନ୍ଧ 200 ବର୍ଷ ପୂର୍ବେ 1820ରେ ଜନ୍ମ ନେଇଥିବା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ସହ ଯୋଡ଼ି ହୋଇଛି – ଯିଏ ମାନବ ସେବା ଭାବରେ ନର୍ସିଂକୁ ଏକ ନୂଆ ପରିଚୟ ଦେଲେ – ଗୋଟିଏ ନୂଆ ଶିଖରକୁ ପହଁଚାଇଲେ – ଦୁନିଆରେ ପ୍ରତ୍ୟେକ ନର୍ସଙ୍କର ସେବାଭାବ ପ୍ରତି ସମର୍ପିତ ଏଇ ବର୍ଷକୁ ନିଶ୍ଚିତ ଭାବେ ପୁରା ନର୍ସିଂ ସମ୍ପ୍ରଦାୟ ପ୍ରତି ଏକ ବଡ଼ ପରୀକ୍ଷାର ସମୟ ଭାବେ ଉଭାହୋଇଛି – ମୋର ବିଶ୍ୱାସ କି ଆପଣମାନେ ସମସ୍ତେ ଏହି ପରୀକ୍ଷାରେ କେବଳ ସଫଳ ହେବେନି ବରଂ ଅନେକ ଜୀବନ ବି ବଞ୍ଚାଇବେ । ଆପଣମାନଙ୍କ ପରି ସାଥୀମାନଙ୍କର ମନୋବଳ ଓ ଉତ୍ସାହ କାରଣରୁ ହିଁ ଏତେବଡ଼ ଯୁଦ୍ଧ ଆମେ ଲଢ଼ିପାରୁଛୁ । ଆପଣମାନଙ୍କ ଭଳି ସାଥୀ ସିଏ ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ପାରମେଡିକାଲ, ଆଶା, ଏଏନଏମ ବା ସଫେଇ କର୍ମଚାରୀ ଆପଣମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଦେଶ ଚିନ୍ତା କରୁଛି – ଏହାକୁ ଦୃଷ୍ଟିରେ ରଖି ଏଇଭଳି ପ୍ରାୟ 20 ଲକ୍ଷ ସାଥୀଙ୍କ ପାଇଁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମାର ଘୋଷଣା ସରକାର କରିଛନ୍ତି ଯାହାଦ୍ୱାରା ଆପଣମାନେ ଏ ଯୁଦ୍ଧରେ ଅଧିକ ଆତ୍ମବିଶ୍ୱାସର ସହ ଦେଶକୁ ନେତୃତ୍ୱ ଦେଇପାରିବେ।
ମୋର ପ୍ରିୟ ଦେଶବାସୀଗଣ,
କରୋନା ଭୂତାଣୁ ବିରୁଦ୍ଧରେ ଏହି ଯୁଦ୍ଧରେ ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜର ପ୍ରକୃତ ହିରୋ ଏବଂ ଏଇ ପରିସ୍ଥିତିରେ ମଧ୍ୟ ସେମାନେ ଆଗରେ ଠିଆ ହୋଇଛନ୍ତି । ମୋତେ ନରେନ୍ଦ୍ର ମୋଦୀ ଆପ୍ରେ, ନମୋ ଆପରେ ବେଙ୍ଗାଲୁରୁର ନିରଂଜନ ସୁଧାକର ହେବବାଲେ ଲେଖିଛନ୍ତି କି ଏହି ଲୋକମାନେ ହିଁ ଦୈନନ୍ଦିନ ଜୀବନର ହିରୋ । ଏକଥା ସମ୍ପୂର୍ଣ୍ଣ ଠିକ୍ – ଏହି ଲୋକମାନଙ୍କ ଯୋଗୁଁ ଆମର ନିତିଦିନିଆ ଜୀବନ ଆରାମରେ କଟୁଛି – ଆପଣମାନେ ଭାବନ୍ତୁ ତ! ଦିନଟିଏ ଆପଣଙ୍କ ଘର ନଳରେ ଯଦି ପାଣି ବନ୍ଦ ହୋଇଯାଏ ବା ଅଚାନକ ଯଦି ଆପଣଙ୍କ ଘରୁ ବିଜୁଳି କଟିଯାଏ, ତାହେଲେ ସେଠାରେ ଏଇ ଦୈନନ୍ଦିନ ଜୀବନର ହିରୋ ମାନ ହିଁ ଆମର ଏସବୁ ଅସୁବିଧା ଦୂର କରିଥାନ୍ତି । ଆପଣ ଟିକିଏ ଆପଣଙ୍କ ଘର ପାଖରେ ଥିବା ଛୋଟିଆ ତେଜରାତି ଦୋକାନ ସମ୍ପର୍କରେ ଚିନ୍ତା କରନ୍ତୁ ତ! ଆଜିର ଏଇ କଠିନ ସମୟରେ, ସେଇ ଦୋକାନୀ ବି ବିପଦ ମୁଣ୍ଡାଉଛି – କ’ଣ ପାଇଁ ….? ଏଇଥିପାଇଁ ଯେ ଆପଣମାନଙ୍କୁ ଜରୁରୀ ଜିନିଷପତ୍ର ମିଳିବାରେ ଯେମିତି କୌଣସି ପ୍ରକାର ଅସୁବିଧା ନ ହୁଏ । ଠିକ୍ ସେଇପରି, ସେଇ ଚାଳକମାନେ ସେଇ କର୍ମଚାରୀମାନଙ୍କ ସମ୍ପର୍କରେ ଭାବନ୍ତୁ, ଯେଉଁମାନେ ଅନବରତ ନିଜ କାମରେ ନିୟୋଜିତ ରହୁଛନ୍ତି । କାହିଁକିନା ସମ୍ପୂର୍ଣ୍ଣ ଦେଶରେ ଆବଶ୍ୟକ ଜିନିଷପତ୍ରର ଯୋଗାଣ ଶୃଙ୍ଖଳାରେ ଯେଭଳି କୌଣସି ପ୍ରତିବନ୍ଧକ ନ ଆସେ । ଆପଣମାନେ ଦେଖିଥିବେ, ବ୍ୟାଙ୍କିଙ୍ଗ ସେବାକୁ ସରକାର ଚାଲୁରଖିଛନ୍ତି । ଆଉ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆମର ଲୋକେ ପୁରା ନିଷ୍ଠା, ପୂରା ଧ୍ୟାନ ଦେଇ ଏଇ ଯୁଦ୍ଧର ନେତୃତ୍ୱ ନେଇ ବ୍ୟାଙ୍କଗୁଡ଼ିକ ସମ୍ଭାଳୁଛନ୍ତି । ଆପଣଙ୍କ ସେବା କରୁଛନ୍ତି । ଆଜିର ସମୟରେ ସେବା କିଛି ଛୋଟ କଥା ନୁହେଁ । ସେଇ ବ୍ୟାଙ୍କ କର୍ମଚାରୀମାନଙ୍କୁ ଆମେ ଯେତେ ଧନ୍ୟବାଦ ଦେବା ତାହା ବି କମ୍ ହୋଇପାରେ । ଇ–କମର୍ସ ସହିତ ଜଡ଼ିତ କମ୍ପାନୀମାନଙ୍କର ଆମର ଅନେକ ସାଥୀ ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ଏମାନେ ଏଇ କଠିନ ସମୟରେ ମଧ୍ୟ ତେଜରାତି ଜିନିଷ ପ୍ରଦାନ କରିବା କାମରେ ଲାଗିରହିଛନ୍ତି । ଟିକେ ଭାବନ୍ତୁ, ଆପଣମାନେ ଲକଡାଉନ ସମୟରେ ମଧ୍ୟ ଯେଉଁ ଟିଭି ଦେଖିପାରୁଛନ୍ତି; ଘର ଭିତରେ ରହି ଯେଉଁ ଫୋନ ବା ଇଣ୍ଟରନେଟ ବ୍ୟବହାର କରିପାରୁଛନ୍ତି ସେସବୁକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ କେହି ନା କେହି ନିଜ ଜୀବନକୁ ବାଜି ଲଗାଉଛି । ଏ ଭିତରେ ଆପଣମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯେଉଁ ଡିଜିଟାଲ ପେମେଣ୍ଟ ଅତି ସହଜରେ କରିପାରୁଛନ୍ତି ତା’ପଛରେ ମଧ୍ୟ ଅନେକ ଲୋକ କାମ କରୁଛନ୍ତି । ଲକଡାଉନ ସମୟରେ ଏମାନେ ସେହି ଲୋକ ଯିଏ ଏପରି କାମ ସବୁ ସମ୍ଭାଳିଛନ୍ତି । ଆଜି ସମସ୍ତ 18 ଦେଶବାସୀଙ୍କ ତରଫରୁ ମୁଁ ସେଇ ସମସ୍ତ ଲୋକଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି ଏବଂ ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ନିଜ ପାଇଁ ବି ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଅନ୍ତୁ । ନିଜର ଯତ୍ନ ନିଅନ୍ତୁ ଏବଂ ନିଜ ପରିବାରର ମଧ୍ୟ ଯତ୍ନ ନିଅନ୍ତୁ! ମୋର ପ୍ରିୟ ଦେଶବାସୀଗଣ! ମୋତେ ଏମିତି କିଛି ଘଟଣା ସମ୍ପର୍କରେ ସୂଚନା ମିଳୁଛି ଯେ ଯେଉଁମାନେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ବା ଯେଉଁମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି, ସେମାନଙ୍କ ସହିତ କିଛି ଲୋକ ଖରାପ ବ୍ୟବହାର କରୁଛନ୍ତି । ଏଭଳି କଥାଶୁଣି ମୋତେ ଖୁବ୍ ଦୁଃଖ ଲାଗିଲା । ଏହା ଅତିମାତ୍ରାରେ ଦୁର୍ଭାଗ୍ୟପୂର୍ଣ୍ଣ । ଆମକୁ ଏକଥା ବୁଝିବାକୁ ହେବ, ସାମ୍ପ୍ରତିକ ପରିସ୍ଥିତିରେ ଜଣେ ଜଣଙ୍କଠାରୁ ମାତ୍ର ସାମାଜିକ ଦୂରତା ପାଳନ କରିବ, କିନ୍ତୁ ଭାବଗତ ବା ମାନବୀୟ ଦୂରତା ନୁହେଁ । ଏମିତି ଲୋକ ଅପରାଧି ନୁହନ୍ତି, ବରଂ ଭୂତାଣୁ ଦ୍ୱାରା ସମ୍ଭାବିତ ପୀଡ଼ିତ ମାତ୍ର । ଏମାନେ ଏଇ ଭୂତାଣୁ ସଂକ୍ରମଣରୁ ଅନ୍ୟମାନଙ୍କୁ ବଂଚାଇ ରଖିବା ପାଇଁ ନିଜକୁ ଅଲଗା କରି ରଖିଛନ୍ତି ଏବଂ କ୍ୱାରେଣ୍ଟାଇନରେ ରହୁଛନ୍ତି । ଅନେକ ସ୍ଥାନରେ ଲୋକମାନେ ନିଜର ଦାୟିତ୍ୱକୁ ଗଭୀରତାର ସହିତ ନେଇଛନ୍ତି । ଏପରିକି ଭୂତାଣୁର କୌଣସି ଲକ୍ଷଣ ଦେଖାନଯିବା ସତ୍ତ୍ବେ ନିଜେ ନିଜକୁ କ୍ୱାରୋଂଟାଇନ କରିଛନ୍ତି । ଏହା ସେମାନେ ଏଥିପାଇଁ କରୁଛନ୍ତି କାହିଁକି ନା ସେମାନେ ବିଦେଶରୁ ଫେରିଛନ୍ତି ଏବଂ ଦୁଇଗୁଣ ସାବଧାନତା ଆପଣେଇଛନ୍ତି । ସେମାନେ ଏହା ସୁନିଶ୍ଚିତ କରିବାକୁ ଚାହାଁନ୍ତି ଯେ, କୌଣସି ବି ପରିସ୍ଥିତିରେ ଯେମିତି ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତିକୁ ଏଇ ଭୂତାଣୁ ସଂକ୍ରମଣ ନ ହେଉ । ଏଥିପାଇଁ ଲୋକେ ଯେତେବେଳେ ନିଜର ଦାୟିତ୍ୱ ପ୍ରତି ଏତେ ପରିମାଣରେ ସଚେତନ ଅଛନ୍ତି ସେମାନଙ୍କ ପ୍ରତି ଖରାପ ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ବରଂ ସେମାନଙ୍କ ସହିତ ସହାନୁଭୂତି ପୂର୍ବକ ସହଯୋଗ କରିବା ଆବଶ୍ୟକ । କରୋନା ଭୂତାଣୁ ସହ ଲଢ଼ିବାର ସର୍ବୋତମ ମାଧ୍ୟମ ହେଉଛି ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ, କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ, ସୋସିଆଲ ଡିଷ୍ଟାନ୍ସିଂ ମାନେ ସୋସିଆଲ ଇଣ୍ଟରଆକ୍ସନକୁ ସମାପ୍ତ କରିବା ନୁହେଁ, ବରଂ ବାସ୍ତବରେ ଏଇ ସମୟରେ ନିଜର ସମସ୍ତ ପୁରୁଣା ସାମାଜିକ ସମ୍ପର୍କକୁ ନବ–ଜୀବନ ଦେବା । ଏହା ଏକ ପ୍ରକାରର ସେଇ ସମସ୍ତ ସମ୍ପର୍କକୁ ପୁଣିଥରେ ଉଜ୍ଜୀବିତ କରିବାର ସମୟ । ଏ ସମୟ ଏକ ପ୍ରକାର ଆମକୁ ସୂଚାଇଦିଏ ଯେ ସୋସିଆଲ ଡିଷ୍ଟାନ୍ସିଂ ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସ କମ୍ କରନ୍ତୁ । ମୁଁ ପୁଣି କହିରଖେ, ସୋସିଆଲ ଡିଷ୍ଟାନ୍ସିଂ ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସକମାନ୍ତୁ ।
କୋଟାରୁ ୟଶବର୍ଦ୍ଧନ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ଲକଡାଉନ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିଛି । ପିଲାଙ୍କ ସହିତ ବୋର୍ଡ ଗେମ୍ସ ଏବଂ କ୍ରିକେଟ ଖେଳୁଛନ୍ତି । ରୋଷେଇ ଘରେ ନୂଆ ନୂଆ ଖାଇବା ପ୍ରସ୍ତୁତ କରୁଛନ୍ତି । ଜବଲପୁରର ନିରୂପମା ହର୍ଷେୟ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ରେଜେଇ ତିଆରି କରିବାର ନିଜ ରୁଚି ପୂରା କରିବାର ସୁଯୋଗ ମିଳିଲା । ଖାଲି ଏତିକି ନୁହେଁ, ଏହାସହିତ ସେ ବଗିଚା କାମର ରୁଚି ମଧ୍ୟ ପୂରଣ କରିପାରୁଛନ୍ତି । ସେଇପରି ରାୟପୁରର ପରୀକ୍ଷିତ, ଗୁରୁଗ୍ରାମର ଆର୍ଯ୍ୟମନ୍ ଏବଂ ଝାଡ଼ଖଣ୍ଡର ସ୍ୱରଜୀଙ୍କର ପୋଷ୍ଟ ପଢ଼ିବାକୁ ମିଳିଲା ଯେଉଁଠି ସେମାନେ ନିଜର ବିଦ୍ୟାଳୟ ସାଥୀମାନଙ୍କର ଇ–ପୁନର୍ମିଳନ କରିବାର କଥା କହିଛନ୍ତି । ସେମାନଙ୍କର ଏଇ ଉପାୟ ଖୁବ୍ ରୋଚକପୂର୍ଣ୍ଣ । ହୁଏତ ଆପଣମାନଙ୍କୁ ମଧ୍ୟ ଅନେକ ବର୍ଷରୁ ସ୍କୁଲ କଲେଜର ପୁରୁଣା ସାଙ୍ଗସାଥୀଙ୍କ ସହିତ କଥାହେବାର ସୁଯୋଗ ମିଳି ନ ଥାଇପାରେ । ଆପଣମାନେ ବି ଏଇ ଉପାୟକୁ ବ୍ୟବହାର କରିପାରନ୍ତି । ଭୁବନେଶ୍ୱରର ପ୍ରତ୍ୟୁଷ ଏବଂ କଲିକତାର ବସୁଧା କହିଛନ୍ତି ଯେ, ସେମାନେ ସେହି ବହିଗୁଡ଼ିକ ପଢ଼ୁଛନ୍ତି ଯାହାକୁ ପୂର୍ବରୁ ପଢ଼ିପାରିନଥିଲେ । ସୋସିଆଲ ମିଡିଆରେ ମୁଁ ଦେଖିଛି ଯେ କିଛି ଲୋକ ଅନେକ ବର୍ଷରୁ ଘରେ ବନ୍ଦ ପଡ଼ିଥିବା ତବଲା, ବୀଣା ପରି ବାଦ୍ୟ ଯନ୍ତ୍ର ବାହାର କରି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଆପଣ ବି ଏମିତି କରିପାରିବେ । ଏଥିରେ ଆପଣ ସଙ୍ଗୀତର ଆନନ୍ଦ ଉଠାଇବା ସହ ଆପଣଙ୍କର କିଛି ପୁରୁଣା ସ୍ମୃତି ମଧ୍ୟ ସତେଜ ହୋଇଯିବ । ମାନେ ଅସୁବିଧାର ଏଇ କ୍ଷଣରେ ଆପଣଙ୍କୁ ଅସୁବିଧା ଭିତରୁ ଏମିତି କିଛି ମୁହୂର୍ତ ମିଳିଛି, ଯେଉଁଠି ଆପଣଙ୍କୁ ନିଜ ସହିତ ଯୋଡ଼ିହେବାର ସୁଯୋଗ କେବଳ ମିଳିବନି, ବରଂ ଆପଣ ନିଜର ରୁଚି ସହିତ ବି ଯୋଡ଼ି ହୋଇଯିବେ । ଆପଣ ନିଜର ପୁରୁଣା ବନ୍ଧୁ ତଥା ପରିବାର ସହ ମଧ୍ୟ ଯୋଡ଼ି ହେବାର ସୁଯୋଗ ପାଇଯିବେ ।
ନମୋ ଆପ୍ରେ ମତେ ରୁରକୀର ଶଶୀଜୀ ପଚାରିଛନ୍ତି ଯେ ଖକ୍ଟମଳୟକ୍ଟଙ୍ଗଦ୍ଭ ସମୟରେ ମୁଁ ନିଜର ଫିଟନେସ ପାଇଁ କ’ଣ କରୁଛି? ଏଇ ପରିସ୍ଥିତିରେ ମୁଁ ନବରାତ୍ରର ଉପାସ କେମିତି ରଖୁଛି? ମୁଁ ଆଉଥରେ ଆପଣମାନଙ୍କୁ କହୁଛି ଯେ ମୁଁ ଆପଣମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରିଛି କିନ୍ତୁ ଆପଣଙ୍କୁ ନିଜ ଭିତରେ ନିଜକୁ ଦେଖିବାର ସୁଯୋଗ ଦେଇଛି – ଏଇଟା ଗୋଟେ ସୁଯୋଗ । ବାହାରକୁ ବାହାରିବାନି, କିନ୍ତୁ ନିଜ ଭିତରେ ନିଜେ ପ୍ରବେଶ କରିବା, ନିଜକୁ ନିଜେ ଜାଣିବାର ଚେଷ୍ଟା କରିବା । ଆଉ ନବରାତ୍ରୀର ଉପବାସ କଥା, ଏଇଟା ମୋର ଶକ୍ତି ଓ ଭକ୍ତିର କଥା । ଆଉ ଫିଟନେଓ କଥା କହିଲେ ମୋତେ ଲାଗୁଛି କଥା ଲମ୍ବା ହୋଇଯିବ ତେଣୁ ମୁଁ ସୋସିଆଲ ମିଡିଆରେ ଏଇ ବିଷୟରେ କିଛି ଭିଡ଼ିଓ ଅପଲୋଡ କରୁଛି – ନରେନ୍ଦ୍ର ମୋଦୀ ଆପରେ ଆପଣ ନିଶ୍ଚୟ ଏହି ଭିଡ଼ିଓକୁ ଦେଖିବେ – ଯାହା ମୁଁ କରୁଛି ସମ୍ଭବତଃ ଏଥିରୁ କିଛି କଥା ଆପଣଙ୍କ କାମରେ ଆସିବ! କିନ୍ତୁ ଗୋଟେ କଥା ମନରେ ରଖିବେ ଯେ ମୁଁ ଫିଟନେଓ ବିଶେଷଜ୍ଞ ନୁହେଁ କି ମୁଁ ଯୋଗଶିକ୍ଷକ ନୁହେଁ – ମୁଁ କେବଳ ଜଣେ ଅଭ୍ୟାସକାରୀ । ହଁ ଏକଥା ମୁଁ ନିଶ୍ଚୟ ସ୍ୱୀକାର କରିବି ଯେ ଯୋଗର କେତେକ ଆସନରୁ ମୁଁ ବହୁତ ଲାଭ ପାଇଛି – ଲକଡାଉନ ସମୟରେ ହୁଏତ ଏକଥା ଆପଣଙ୍କ କାମରେ ଆସିପାରେ ।
ବନ୍ଧୁଗଣ,
କରୋନା ବିରୁଦ୍ଧରେ ଏଇ ଯୁଦ୍ଧ ଅଭୁତପୂର୍ବ ଏବଂ ଆହ୍ୱାନଭରା ମଧ୍ୟ । ଏଥିପାଇଁ ଏହି ସମୟରେ ଯେଉଁ ନିଷ୍ପତି ନିଆଯାଇଛି ତାହା ଦୁନିଆର ଇତିହାସରେ କେବେ ଦେଖାଯାଇନଥିଲା ବା ଶୁଣାଯାଇନଥିଲା – କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାହାସବୁ ପଦକ୍ଷେପ ଭାରତବାସୀ ନେଇଛନ୍ତି, ଯେଉଁ ଚେଷ୍ଟା ଆମେ କରୁଛେ ତାହା ଭାରତକୁ କରୋନା ମହାମାରୀ ଉପରେ ନିଶ୍ଚୟ ବିଜୟ ଦେବ – ଜଣେ ଜଣେ ଭାରତୀୟଙ୍କ ସଂଯମ ଓ ସଂକଳ୍ପ ମଧ୍ୟ ଆମକୁ ଏଇ ଅସୁବିଧାଜନକ ସ୍ଥିତିରୁ ବାହାରକୁ ବାହାର କରିପାରିବ । ଏଥିସହିତ ଗରିବଙ୍କ ପ୍ରତି ଆମର ସମବେଦନା ଆହୁରି ଅଧିକ ହେବା ଆବଶ୍ୟକ । ଆମ ମାନବିକତାର ସୁଗନ୍ଧ ଏଇ କଥାରେ ଅଛି ଯେ – କୋଉଠି ବି ଯଦି କୌଣସି ଗରିବ, ଦୁଃଖୀ, ଭୋକିଲା ଲୋକ ଦେଖାଯାନ୍ତି, ତା’ହେଲେ ଏଇ ସଂକଟର କ୍ଷଣରେ ସର୍ବପ୍ରଥମେ ଆମେ ସେମାନଙ୍କ ପେଟ ଭରିବା, ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବା ଆଉ ଏକଥା ହିନ୍ଦୁସ୍ତାନ କରିପାରିବ । କାହିଁକି ନା ଏହା ଆମର ସଂସ୍କାର ଏହା ଆମର ସଂସ୍କୃତି । ମୋର ପ୍ରିୟ ଦେଶବାସୀଗଣ! ଆଜି ପ୍ରତ୍ୟେକ ଭାରତୀୟ, ନିଜ ଜୀବନର ରକ୍ଷା ପାଇଁ ଘରେ ଭିତରେ ଆବଦ୍ଧ । କିନ୍ତୁ ଆଗାମୀ ସମୟରେ ଏହି ଭାରତବାସୀ ନିଜ ଦେଶର ବିକାଶ ପାଇଁ ସମସ୍ତ ପ୍ରକାର ଗତିରୋଧକୁ ଭାଙ୍ଗି ଆଗକୁ ବଢ଼ିବେ, ଦେଶକୁ ଆଗକୁ ନେଇଯିବେ । ଆପଣମାନେ ଆପଣମାନଙ୍କ ପରିବାର ସାଥୀରେ ଘରେ ରୁହନ୍ତୁ । ସୁରକ୍ଷିତ ଆଉ ସାବଧାନ ରୁହନ୍ତୁ, ଆମକୁ ଏ ଯୁଦ୍ଧ ଜିତିବାକୁ ପଡ଼ିବ । ନିଶ୍ଚୟ ଜିତିବା । ‘ମନ କି ବାତ୍’ ପାଇଁ ପୁଣି ଆସନ୍ତା ମାସରେ ଭେଟହେବା ଆଉ ସେତେବେଳକୁ ଏଇ ସଂକଟକୁ ଟାଳିବାକୁ ଆମେ ସଫଳ ବି ହୋଇଯିବା – ଏଇ କଳ୍ପନା ସହିତ, ଏହି ଏକମାତ୍ର ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ଏହା ମୋର ସୌଭାଗ୍ୟ ଯେ ‘ମନ୍ କି ବାତ୍’ ମାଧ୍ୟମରେ ମୋତେ କଚ୍ଛରୁ କୋହିମା, କଶ୍ମୀରରୁ କନ୍ୟାକୁମାରୀ ଯାଏ ସାରା ଦେଶର ସମସ୍ତ ନାଗରିକଙ୍କୁ ପୁଣିଥରେ ନମସ୍କାର କରିବାର ସୁଯୋଗ ମିଳିଛି । ଆପଣ ସମସ୍ତଙ୍କୁ ନମସ୍କାର । ଆମ ଦେଶର ବିଶାଳତା ଏବଂ ବିବିଧତାକୁ ସ୍ମରଣ କରିବା, ଏହାକୁ ପ୍ରଣାମ କରିବା – ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ । ଆଉ ଏହି ବିବିଧତାର ଅନୁଭବ ତ ସର୍ବଦା ଅଭିଭୂତ କରିଦେଲାଭଳି, ଆନନ୍ଦରେ ଭରିଦେଲାଭଳି, ଏକ ପ୍ରକାର ପ୍ରେରଣାର ଉତ୍ସ ପାଲଟିଥାଏ । କିଛିଦିନ ପୂର୍ବେ ମୁଁ ଦିଲ୍ଲୀର “ହୁନର୍ ହାଟ”ରେ ଗୋଟିଏ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାଗୁଡ଼ିକର ଦର୍ଶନ କଲି । ପାରମ୍ପାରିକ ବସ୍ତ୍ର, ହସ୍ତଶିଳ୍ପ, ଗାଲିଚା, ବାସନ, ବାଉଁଶ ଆଉ ପିତଳର ସାମଗ୍ରୀ, ପଞ୍ଜାବର ଫୁଲ୍କାରୀ, ଆନ୍ଧ୍ରପ୍ରଦେଶର ସୁନ୍ଦର ଚମଡ଼ା କାମ, ତାମିଲନାଡ଼ୁର ଆକର୍ଷଣୀୟ ଚିତ୍ରକଳା, ଉତ୍ତରପ୍ରଦେଶର ପିତଳ ବସ୍ତୁ, ଭଦୋହିର ଗାଲିଚା, କଚ୍ଛର ତମ୍ବା ତିଆରି ଜିନିଷ, ଅନେକ ପ୍ରକାର ବାଦ୍ୟଯନ୍ତ୍ର, ଆହୁରି ଅନେକ କିଛି; ସମଗ୍ର ଭାରତର କଳା ଓ ସଂସ୍କୃତିର ଝଲକ୍ ବାସ୍ତବରେ ସ୍ୱତନ୍ତ୍ର ଥିଲା । ଆଉ ଏସବୁ ପଛରେ ଶିଳ୍ପୀମାନଙ୍କ ସାଧନା, ନିଷ୍ଠା ଏବଂ ନିଜ କଳାକୁ ଭଲପାଇବାର କାହାଣୀ ମଧ୍ୟ ଖୁବ ପ୍ରେରଣାଦାୟକ । ହୁନର୍ ହାଟରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ କଥାଶୁଣି ଖୁବ ସନ୍ତୋଷ ଅନୁଭବ ହେଲା । ସେ ମୋତେ କହିଲେ ଯେ, ଆଗରୁ ସେ ଫୁଟ୍ପାଥରେ ନିଜର କଳାକୃତି ବିକ୍ରି କରୁଥିଲେ । କିନ୍ତୁ ହୁନର୍ ହାଟ ସହ ଯୋଡ଼ି ହେବାପରେ ତାଙ୍କର ଜୀବନ ବଦଳିଗଲା । ଆଜି ସେ କେବଳ ଆତ୍ମନିର୍ଭରଶୀଳ ହୋଇପାରିନାହାନ୍ତି ବରଂ ନିଜର ଗୋଟିଏ ଘର ମଧ୍ୟ କିଣିପାରିଛନ୍ତି । ହୁନର୍ ହାଟରେ ମୋତେ ଆହୁରି କେତେକ କାରିଗରଙ୍କ ସହ ଭେଟିବା ଏବଂ ସେମାନଙ୍କ ସହ କଥା ହେବାର ସୁଯୋଗ ମିଳିଲା । ମୋତେ ସୂଚନା ଦିଆଯାଇଛି ଯେ, ହୁନର୍ ହାଟରେ ଅଂଶଗ୍ରହଣ କରିଥିବା କାରିଗରମାନଙ୍କ ମଧ୍ୟରୁ ପଚାଶ ପ୍ରତିଶତରୁ ଅଧିକ ମହିଳା ଏବଂ ବିଗତ ତିନିବର୍ଷ ଧରି ହୁନର୍ ହାଟ ମାଧ୍ୟମରେ ପାଖାପାଖି ତିନିଲକ୍ଷ କାରିଗରଙ୍କୁ ରୋଜଗାରର ଅନେକ ସୁଯୋଗ ମିଳିଛି । ହୁନର୍ ହାଟ କଳାର ପ୍ରଦର୍ଶନ ପାଇଁ ତ ଗୋଟିଏ ମଂଚ, ତା’ସହ ଏହା ଲୋକଙ୍କ ସ୍ୱପ୍ନକୁ ମଧ୍ୟ ବାସ୍ତବିକତାରେ ପରିଣତ କରୁଛି । ଏହା ଏପରି ଏକ ଜାଗା ଯେଉଁଠି ଏ ଦେଶର ବିବିଧତାକୁ ଅଣଦେଖା କରିବା ଅସମ୍ଭବ । ଶିଳ୍ପକଳା ତ ରହିଛି, ତା’ ସଙ୍ଗେ ସଙ୍ଗେ ରହିଛି ଆମମାନଙ୍କ ଖାଦ୍ୟପେୟର ବିବିଧତା । ସେଠାରେ ଗୋଟିଏ ଧାଡ଼ିରେ ଇଡଲି-ଦୋସା, ଛୋଲେ-ଭଟୁରେ, ଦାଲ୍-ବାଟି, ଖମଣ୍-ଖାଣ୍ଡୱି କେଜାଣି କେତେ କ’ଣ ଥିଲା । ମୁଁ ନିଜେ ସେଠାରେ ବିହାରର ସୁସ୍ୱାଦୁ ଲିଟି-ଚୋଖା ଖାଇବାର ଭରପୂର ମଜା ନେଲି । ଭାରତର ପ୍ରତ୍ୟେକ ଅଂଚଳରେ ଏଭଳି ମେଳା ତଥା ପ୍ରଦର୍ଶନୀଗୁଡ଼ିକର ଆୟୋଜନ ଚାଲିଥାଏ । ଭାରତକୁ ଜାଣିବା ପାଇଁ, ଭାରତକୁ ଅନୁଭବ କରିବା ପାଇଁ ଯେତେବେଳେ ବି ସୁଯୋଗ ମିଳେ ଏହାର ସଦୁପଯୋଗ କରିବା ଉଚିତ । ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’କୁ ଅନ୍ତରଙ୍ଗ ଭାବେ ଅନୁଭବ କରିବାର ସୁଯୋଗ ପାଲଟିଯାଏ । ଆପଣ ଯେ କେବଳ ଦେଶର କଳା ଓ ସଂସ୍କୃତି ସହ ଯୋଡ଼ିହେବେ ସେ କଥା ନୁହେଁ, ବରଂ ଆପଣ ଦେଶର ପରିଶ୍ରମୀ କାରିଗରମାନଙ୍କର, ବିଶେଷକରି ମହିଳାମାନଙ୍କ ସମୃଦ୍ଧିରେ ମଧ୍ୟ ନିଜର ଯୋଗଦାନ କରିପାରିବେ । ନିଶ୍ଚୟ ଯାଆନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ମହାନ ପରମ୍ପରାମାନ ରହିଛି । ଆମର ପୂର୍ବପୁରୁଷମାନେ ଆମକୁ ଯାହା ଉତ୍ତରାଧିକାର ସୂତ୍ରରେ ଦେଇଯାଇଛନ୍ତି, ଯେଉଁ ଶିକ୍ଷା-ଦୀକ୍ଷା ଆମେ ପାଇଛୁ, ସେଥିରେ ପ୍ରତ୍ୟେକ ଜୀବ ପ୍ରତି ଦୟାଭାବ, ପ୍ରକୃତି ପ୍ରତି ଅସୀମ ଭଲପାଇବା ଭଳି କଥାସବୁ ଆମର ସାଂସ୍କୃତିକ ପରମ୍ପରା । ତେଣୁ, ଭାରତର ଏହି ପରିବେଶର ଆତିଥ୍ୟ ଗ୍ରହଣ କରିବାକୁ ଦେଶ-ବିଦେଶର ବିଭିନ୍ନ ପ୍ରକାରର ପକ୍ଷୀ ପ୍ରତିବର୍ଷ ଭାରତ ଆସିଥାନ୍ତି । ଭାରତ ବର୍ଷସାରା ଅନେକ ବିଦେଶାଗତ ପକ୍ଷୀ-ପ୍ରଜାତିମାନଙ୍କ ଆଶ୍ରୟସ୍ଥଳ ପାଲଟିଥାଏ । ପାଞ୍ଚଶହରୁ ମଧ୍ୟ ଅଧିକ ପ୍ରକାରର ପକ୍ଷୀ ପୃଥିବୀର ବିଭିନ୍ନ ଅଂଚଳରୁ ଆସିଥାନ୍ତି । ବିଗତ ଦିନରେ ଗାନ୍ଧୀନଗରରେ COP-13 ସମ୍ମିଳନୀରେ ଏହି ବିଷୟରେ ବହୁତ ଆଲୋଚନା ହେଲା, ଚିନ୍ତା କରାଗଲା, ଚର୍ଚ୍ଚା ମଧ୍ୟ ହେଲା ଏବଂ ଭାରତର ପ୍ରୟାସଗୁଡ଼ିକର ବହୁତ ପ୍ରଶଂସା ମଧ୍ୟ କରାଗଲା । ବନ୍ଧୁଗଣ, ଏହା ଆମ ପାଇଁ ଗର୍ବର କଥା ଯେ, ଆଗାମୀ ତିନିବର୍ଷ ପାଇଁ ଭାରତ ଭ୍ରମଣଶୀଳ ପ୍ରଜାତିମାନଙ୍କ ଉପରେ ଆୟୋଜିତ ହେବାକୁ ଥିବା COP – ସମ୍ମିଳନୀର ସଭାପତିତ୍ୱ କରିବ । ଏହି ସୁଯୋଗର ସଦୁପଯୋଗ କିପରି କରାଯାଇପାରେ ସେ ସମ୍ପର୍କରେ ନିଜର ମତାମତ ନିଶ୍ଚୟ ପଠାନ୍ତୁ ।
COP-ସମ୍ମିଳନୀରେ ଚାଲିଥିବା ଏହି ଆଲୋଚନା ମଧ୍ୟରେ ମୋ ଦୃଷ୍ଟି ମେଘାଳୟ ସହ ସମ୍ପୃକ୍ତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଡ଼କୁ ଗଲା । ନିକଟ ଅତୀତରେ ପ୍ରାଣୀବିଜ୍ଞାନୀମାନେ ମାଛର ଗୋଟିଏ ନୂତନ ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା କେବଳ ମେଘାଳୟର ଗୁମ୍ଫାଗୁଡ଼ିକରେ ଦେଖାଯାଇଥାନ୍ତି । ଏହି ମାଛ ଗୁମ୍ଫାମାନଙ୍କର ଭୂମି ତଳେ ରହୁଥିବା ଜଳଚର ପ୍ରାଣୀମାନଙ୍କ ପ୍ରଜାତି ମଧ୍ୟରେ ସବୁଠାରୁ ବଡ଼ ବୋଲି ବିଶ୍ୱାସ କରାଯାଏ । ଏହି ମାଛ ଏଭଳି ଗଭୀର ଏବଂ ଅନ୍ଧାରୁଆ ଗୁମ୍ଫାଗୁଡ଼ିକରେ ବାସ କରେ ଯେଉଁଠାରେ ହୁଏତ ଆଲୋକ ମଧ୍ୟ ପହଂଚିପାରୁନଥିବ । ଏତେ ବଡ଼ ମାଛ ଏଭଳି ଗଭୀର ଗୁମ୍ଫାଗୁଡ଼ିକରେ କିଭଳି ବଂଚିପାରୁଛି ଏକଥାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଆମ ଭାରତ ଏବଂ ବିଶେଷକରି ମେଘାଳୟ ଗୋଟିଏ ଦୁର୍ଲ୍ଲଭ ପ୍ରଜାତିର ବାସସ୍ଥାନ ହୋଇଥିବା ଏକ ସୁଖକର ବିଷୟ । ଏହା ଭାରତର ଜୈବ ବିବିଧତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି । ଆମ ଆଖପାଖରେ ଏତେଗୁଡ଼ିଏ ଆଶ୍ଚର୍ଯ୍ୟଜନକ କଥା ରହିଛି ଯାହା, ଏବେ ମଧ୍ୟ ଆମ ପାଇଁ ଅଜଣା । ଏହିସବୁ ଆଶ୍ଚର୍ଯ୍ୟକୁ ଖୋଜି ବାହାର କରିବା ପାଇଁ ଦୃଢ଼ ଅନୁସନ୍ଧିତ୍ସୁ ମନୋଭାବ ଆବଶ୍ୟକ ।
ମହାନ ତାମିଲ କବୟିତ୍ରୀ ଅବୈୟାର୍ ଲେଖିଛନ୍ତି, “କଟରଦୁ କୈମଣ ଅଲୱେ ଆନାଲୁମ୍, କଲ୍ଲାଦଦୁ ଉଲଗଲବୁ ।”
ଏହାର ଅର୍ଥ ହେଲା – ଆମେ ଯାହା ଜାଣିଛୁ, ତାହା ମାତ୍ର ମୁଠାଏ ବାଲି ସଦୃଶ । କିନ୍ତୁ ଯାହା ଆମେ ଜାଣିନୁ, ତାହା ସ୍ୱୟଂ ଏକ ବ୍ରହ୍ମାଣ୍ଡ ସଦୃଶ । ଏହି ଦେଶର ବିବିଧତା ମଧ୍ୟ ଏହିଭଳି ଯେତେ ଜାଣିଲେ ବି ତାହା କମ୍ । ଆମର ଜୈବବିବିଧତା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଜ୍ଞାନର ଗୋଟିଏ ଗନ୍ତାଘର, ଯାହାକୁ ଆମେ ସାଇତି କରି ରଖିବାକୁ ହେବ, ସଂରକ୍ଷିତ କରି ରଖିବାକୁ ହେବ ଆଉ ଏହା ସମ୍ପର୍କରେ ଅଧିକ ଅନୁସନ୍ଧାନ ମଧ୍ୟ କରିବାକୁ ପଡ଼ିବ ।
ମୋର ପ୍ରିୟ ଯୁବ ବନ୍ଧୁଗଣ, ଆଜିକାଲି ଆମ ଦେଶର ପିଲାମାନଙ୍କ ମଧ୍ୟରେ, ଯୁବବର୍ଗଙ୍କ ମନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ନିରନ୍ତର ଭାବେ ବଢ଼ିଚାଲିଛି । ମହାକାଶରେ ରେକର୍ଡ଼ ସଂଖ୍ୟକ ଉପଗ୍ରହ ପ୍ରେରଣ, ନୂଆ ନୂଆ ରେକର୍ଡ଼, ନୂଆ ନୂଆ ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ମନ ଗର୍ବରେ ଭରିଦିଏ । ଚନ୍ଦ୍ରଯାନ-2 ସମୟରେ ଯେତେବେଳେ ମୁଁ ବେଙ୍ଗାଲୁରୁରେ ଥିଲି, ସେତେବେଳେ ପିଲାମାନଙ୍କ ଉତ୍ସାହ ଦେଖିଲା ଭଳି ଥିଲା । ସେମାନଙ୍କ ଆଖିରେ ନିଦ ନ ଥିଲା । ସେମାନେ ସାରା ରାତି ଉଜାଗର ରହିଥିଲେ । ସେଥିରେ ବିଜ୍ଞାନ କାରିଗରୀବିଦ୍ୟା ଓ ନବୋନ୍ମେଷକୁ ନେଇ ଯେଉଁ ଉତ୍ସୁକତା ଥିଲା ତାହା ଆମେ କେବେହେଲେ ଭୁଲିପାରିବା ନାହିଁ । ପିଲା ଏବଂ ଯୁବବର୍ଗଙ୍କ ଏହି ଉତ୍ସାହକୁ ବୃଦ୍ଧି କରିବା ପାଇଁ, ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବା ପାଇଁ ଆଉ ଗୋଟିଏ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏବେ ଆପଣମାନେ ଶ୍ରୀହରିକୋଟାରୁ ହେଉଥିବା ରକେଟ୍ ଲଂଚିଙ୍ଗକୁ ସାମ୍ନାରେ ବସି ଦେଖିପାରିବେ । ନିକଟ ଅତୀତରେ ଏହାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଦିଆଯାଇଛି । ଦର୍ଶନକାରୀଙ୍କ ପାଇଁ ଗ୍ୟାଲେରୀ ନିର୍ମାଣ କରାଯାଇଛି, ଯେଉଁଥିରେ 10 ହଜାର ଲୋକଙ୍କ ବସିବାର ବ୍ୟବସ୍ଥା କରାଯାଇଛି । ଇସ୍ରୋର ୱେବ୍ସାଇଟରେ ଦିଆଯାଇଥିବା ଲିଙ୍କ୍ ଜରିଆରେ ଅନ୍ଲାଇନ୍ ବୁକିଂ ମଧ୍ୟ କରିପାରିବେ । ମୋତେ ସୂଚନା ଦିଆଯାଇଛି ଯେ, ଅନେକ ସ୍କୁଲ ନିଜ ଛାତ୍ରଛାତ୍ରୀଙ୍କୁ ରକେଟ୍ ଲଂଚିଙ୍ଗ୍ ଦେଖାଇବା ପାଇଁ ଏବଂ ସେମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ପରିଭ୍ରମଣରେ ମଧ୍ୟ ସେଠାକୁ ନେଇଯାଉଛନ୍ତି । ଆଗାମୀ ଦିନମାନଙ୍କରେ ଏହି ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ମୁଁ ସମସ୍ତ ସ୍କୁଲର ପ୍ରିନ୍ସିପାଲ୍ ଏବଂ ଶିକ୍ଷକମାନଙ୍କୁ ନିବେଦନ କରୁଛି ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଉ ଗୋଟିଏ ରୋମାଂଚକର ସୂଚନା ଦେବାକୁ ଚାହୁଁଛି । ମୁଁ ନମୋ ଆପ୍ରେ ଝାଡ଼ଖଣ୍ଡର ଧାନବାଦ ବାସିନ୍ଦା ପାରସଙ୍କ ପ୍ରତିକ୍ରିୟା ପଢ଼ିଲି । ଯୁବବନ୍ଧୁଙ୍କୁ ଇସ୍ରୋର ୟୁବିକା (Yuvika) କାର୍ଯ୍ୟକ୍ରମ ସମ୍ପର୍କରେ ମୁଁ ଜଣାଇବା ପାଇଁ ସେ ଚାହୁଁଛନ୍ତି । ଯୁବବର୍ଗଙ୍କୁ ବିଜ୍ଞାନ ସହ ଯୋଡ଼ିବା ପାଇଁ ୟୁବିକା ଇସ୍ରୋର ଗୋଟିଏ ପ୍ରଶଂସନୀୟ ପ୍ରଚେଷ୍ଟା । 2019ରେ ଏହି କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା । ୟୁବିକାର ଅର୍ଥ ହେଲା – ଯୁବା ବିଜ୍ଞାନୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆମର ଭିଜନ୍ – ଜୟ ଯବାନ୍, ଜୟ କିଷାନ୍, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନର ଅନୁରୂପ । ଏହି କାର୍ଯ୍ୟକ୍ରମରେ ନିଜ ପରୀକ୍ଷା ପରେ ଛୁଟିରେ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ରକୁ ଯାଇ ସ୍ପେସ୍ ଟେକ୍ନୋଲୋଜି, ସ୍ପେସ୍ ସାଇନ୍ସ ଏବଂ ସ୍ପେସ୍ ଆପ୍ଲିକେଶନ୍ ବିଷୟରେ ଶିକ୍ଷାଲାଭ କରନ୍ତି । ଆପଣ ଯଦି ଏକଥା ଜାଣିବାକୁ ଚାହୁଁଛନ୍ତି ଯେ, ଏହି ତାଲିମ କିଭଳି, କେଉଁ ପ୍ରକାରର ଏବଂ କେତେ ରୋମାଂଚକର(?) ତେବେ ଯେଉଁମାନେ ଗତଥର ଏଥିରେ ଅଂଶଗ୍ରହଣ କରିଛନ୍ତି, ସେମାନଙ୍କ ଅନୁଭୂତି ନିଶ୍ଚୟ ପଢ଼ନ୍ତୁ । ଯଦି ଆପଣ ନିଜେ ଏଥିରେ ଭାଗନେବାକୁ ଚାହୁଁଛନ୍ତି, ତାହେଲେ ଇସ୍ରୋ ସହ ସଂଲଗ୍ନ ୟୁବିକାର ୱେବସାଇଟକୁ ଯାଇ ନିଜ ନାମ ମଧ୍ୟ ପଞ୍ଜିକୃତ କରାଇପାରନ୍ତି । ମୋର ଯୁବ ବନ୍ଧୁଗଣ, ଆପଣମାନଙ୍କ ପାଇଁ ମୁଁ କହିଦେଉଛି, ୱେବସାଇଟର ନାଁ ଆପଣ ଟିପି ରଖନ୍ତୁ ଆଉ ଆଜି ହିଁ ଏହି ସାଇଟକୁ ଭିଜିଟ୍ କରନ୍ତୁ । ୱେବସାଇଟର ନାଁଟି ହେଉଛି – www.yuvika.isro.gov.in – ଲେଖିନେଲେ ତ?
ମୋର ପ୍ରିୟ ଦେଶବାସୀଗଣ, ଜାନୁଆରୀ 31, 2020 ଦିନ ଲଦ୍ଦାଖର ସୁନ୍ଦର ପାହାଡ଼ିଆ ଅଂଚଳ ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ହୋଇଗଲା । ଲେହର କୁଶୋକ୍ ବାକୁଲା ରିମ୍ପୋଚି ଏୟାରପୋର୍ଟରୁ ଭାରତୀୟ ବାୟୁସେନାର ଇଘ-32 ବିମାନ ଯେତେବେଳେ ଉଡ଼ାଣ ଆରମ୍ଭ କଲା, ସେତେବେଳେ ଗୋଟିଏ ନୂତନ ଇତିହାସ ସୃଷ୍ଟି ହେଲା । ଏହି ଉଡ଼ାଣରେ 10 ପ୍ରତିଶତ ଭାରତୀୟ ବାୟୋ-ଜେଟ୍ ଇନ୍ଧନର ମିଶ୍ରଣ କରାଯାଇଥିଲା । ଦୁଇଟିଯାକ ଇଞ୍ଜିନରେ ଏହି ମିଶ୍ରିତ ଇନ୍ଧନ ବ୍ୟବହାର କରାଯିବାର ଏହା ପ୍ରଥମ ଘଟଣା । କେବଳ ସେତିକି ନୁହେଁ, ଲେହର ଯେଉଁ ବିମାନ ବନ୍ଦର ଉପରେ ଏହି ବିମାନ ଉଡ଼ିଲା ତାହା କେବଳ ଭାରତର ନୁହେଁ ବରଂ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତାରେ ରହିଥିବା ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ଅନ୍ୟତମ । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ, Bio-jet fuelKê non-edible tree borne oilରୁ ପ୍ରସ୍ତୁତ କରାଯାଇଛି । ଏହାକୁ ଭାରତର ବିଭିନ୍ନ ଆଦିବାସୀ ଅଂଚଳରୁ କ୍ରୟ କରାଯାଇଥାଏ । ଏହି ପ୍ରଚେଷ୍ଟା ଫଳରେ କେବଳ ଯେ କାର୍ବନ ନିର୍ଗମନ ହ୍ରାସ ପାଇବ ତାହା ନୁହେଁ, ବରଂ ଅଶୋଧିତ ତୈଳର ଆମଦାନୀ ଉପରେ ମଧ୍ୟ ଭାରତର ନିର୍ଭରତା ହ୍ରାସ ପାଇବ । ଏହି ବିରାଟ କାର୍ଯ୍ୟକ୍ରମ ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବିଶେଷକରି CSIR, Indian Institute of Petroleum, Dehradunର ବୈଜ୍ଞାନିକମାନଙ୍କୁ, ଯେଉଁମାନେ Bio-Fuel ସାହାଯ୍ୟରେ ବିମାନ ଉଡ଼ାଇବାର କୌଶଳକୁ ସମ୍ଭବ କରିଦେଲେ । ତାଙ୍କର ଏହି ପ୍ରଚେଷ୍ଟା Make in India ଗବଳର ସଦ୍ଭ ଓଦ୍ଭୟସବକୁ ମଧ୍ୟ ସଶକ୍ତ କରୁଛି ।
ମୋର ଦେଶବାସୀଗଣ, ଆମର ନୂଆ ଭାରତ ଆଉ ପୁରୁଣା ରାସ୍ତାରେ ଚାଲିବାକୁ ପ୍ରସ୍ତୁତ ନୁହେଁ । ବିଶେଷକରି New Indiaର ଆମର ମା’ ଓ ଭଉଣୀମାନେ ଆଗକୁ ଆସି ସେହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ଆରମ୍ଭ କଲେଣି, ଯାହାଦ୍ୱାରା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବିହାର ପୂର୍ଣ୍ଣିୟାର କଥା ସାରା ଦେଶର ଲୋକଙ୍କ ମନରେ ପ୍ରେରଣା ସୃଷ୍ଟି କଲାଭଳି । ଏହା ଏପରି ଏକ ଅଂଚଳ ଯାହା ଦଶନ୍ଧି-ଦଶନ୍ଧି ଧରି ଭୟଙ୍କର ବନ୍ୟା ପ୍ରପୀଡ଼ିତ ହୋଇଆସିଛି । ଏପରିସ୍ଥଳେ ଏଠାରେ କୃଷି କରିବା କିମ୍ବା ଆୟର ଅନ୍ୟ ପନ୍ଥା ଯୋଗାଡ଼ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ପୂର୍ଣ୍ଣିୟାର କେତେକ ମହିଳା ଏକ ଭିନ୍ନ ରାସ୍ତା ବାଛିନେଲେ । ବନ୍ଧୁଗଣ, ପୂର୍ବରୁ ଏହି ଅଂଚଳର ମହିଳାମାନେ ତୁତ ଗଛ ବା ମଲବରୀ ଗଛରେ ରେଶମ ପୋକ ପାଳନ କରି ଖୋସା ସଂଗ୍ରହ କରୁଥିଲେ ଯୋଉଥିରୁ ସେମାନଙ୍କୁ ମାମୁଲି କିଛି ପଇସା ମିଳୁଥିଲା । କିନ୍ତୁ ସେଇ ଖୋସାକୁ ତାଙ୍କଠାରୁ କିଣୁଥିବା ଲୋକମାନେ ସେଥିରୁ ରେଶମ ସୂତା ତିଆରି କରି ପ୍ରଚୁର ଲାଭ ପାଉଥିଲେ । ଏବେ କିନ୍ତୁ ପୂର୍ଣ୍ଣିୟାର ମହିଳାମାନେ ଏକ ନୂତନ ପ୍ରୟୋଗ ଦ୍ୱାରା ଚିତ୍ରକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଛନ୍ତି । ଏହି ମହିଳାମାନେ ସରକାରଙ୍କ ସହଯୋଗରେ ମଲବରୀ ଉତ୍ପାଦନ ସମିତି ଗଠନ କଲେ । ତା’ପରେ ସେମାନେ ଖୋସାରୁ ରେଶମ ସୂତା ତିଆରି କରିବା ସଙ୍ଗେ ସଙ୍ଗେ ସେହି ସୂତାରୁ ଶାଢ଼ୀ ବୁଣିବା ଆରମ୍ଭ କରିଦେଲେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରଥମେ ଯେଉଁ ଖୋସାକୁ ବିକ୍ରୟ କରି ଖୁବ୍ କମ୍ ପଇସା ମିଳୁଥିଲା ଆଜି ସେଥିରୁ ତିଆରି ଶାଢ଼ୀ ବିକ୍ରିକରି ସେମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । “ଆଦର୍ଶ ଜୀବିକା ମହିଳା ମଲବରୀ ଉତ୍ପାଦନ ସମୂହ”ର ଦିଦିମାନେ ଯେଉଁ କମାଲ କରି ଦେଖାଇଲେ ତା’ର ପ୍ରଭାବ ଏବେ ଆଖପାଖ ଗ୍ରାମମାନଙ୍କରେ ମଧ୍ୟ ଦେଖାଗଲାଣି । ପୂର୍ଣ୍ଣିୟାର ଅନେକ ଗ୍ରାମର କୃଷିଜୀବି ମହିଳାମାନେ ଆଜି ଖାଲି ଶାଢ଼ି ଉତ୍ପାଦନ କରୁନାହାଁନ୍ତି ବରଂ ବିଭିନ୍ନ ମେଳାମାନଙ୍କରେ ଷ୍ଟଲ୍ ଖୋଲି ସେଗୁଡ଼ିକୁ ବିକ୍ରୟ ମଧ୍ୟ କରୁଛନ୍ତି । ଆଜିର ମହିଳା କେମିତି ନୂତନ ଶକ୍ତି ଓ ନୂଆ ଚିନ୍ତାଧାରା ସହିତ ସଫଳତା ପାଇପାରୁଛନ୍ତି ଏହା ତା’ର ଏକ ଉଦାହରଣ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ମହିଳା ଆଉ ଝିଅମାନଙ୍କର ଉଦ୍ୟମ, ସେମାନଙ୍କର ସାହସ ଆମ ସମସ୍ତଙ୍କ ପାଇଁ ଗର୍ବର କଥା । ଆମ ଆଖପାଖରେ ଆମକୁ ଏମିତି ଅନେକ ଉଦାହରଣ ମିଳେ । ଆମର ଝିଅମାନେ ପୁରୁଣା ବନ୍ଧନକୁ ଛିନ୍ନକରି କେମିତି ନୂତନ ଶିଖରକୁ ଛୁଇଁପାରୁଛନ୍ତି ଏହାହିଁ ତା’ର ପ୍ରମାଣ । ଗୋଟିଏ ବାରବର୍ଷର ଝିଅ କାମ୍ୟା କାର୍ତିକେୟନଙ୍କ ଉପଲବ୍ଧି ବିଷୟରେ ମୁଁ ଆପଣମାନଙ୍କ ସହିତ ନିଶ୍ଚୟ ଚର୍ଚ୍ଚା କରିବାକୁ ଚାହିଁବି । ମାତ୍ର ବାରବର୍ଷ ବୟସରେ କାମ୍ୟା Mount Aconcagua ଆରୋହଣ କରିବାର ଅସାଧ୍ୟ ସାଧନ କରିପାରିଛନ୍ତି । ଏହାହେଉଛି ଦକ୍ଷିଣ ଆମେରିକାସ୍ଥିତ Andes ପର୍ବତର ଉଚ୍ଚତମ ଶୃଙ୍ଗ ଯାହାର ଉଚ୍ଚତା ହେଉଛି ସାତହଜାର ମିଟର । ଏକଥା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରିବ ଯେ ଏଇ ମାସର ଆରମ୍ଭରେ କାମ୍ୟା ଏହି ଶୃଙ୍ଗ ଆରୋହଣ କରି ସର୍ବପ୍ରଥମେ ସେଠାରେ ଆମର ତ୍ରିରଙ୍ଗା ପତାକା ଉଡ଼ାଇଲେ । ମୋତେ ସୂଚନା ମିଳିଛି ଯେ ଦେଶପାଇଁ ଗୌରବ ଆଣିଥିବା କାମ୍ୟା ଏବେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ ହେଲା “ମିଶନ ସାହସ” । ଏହି ମିଶନ ମାଧ୍ୟମରେ ସେ ପୃଥିବୀର ସମସ୍ତ ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଆରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଯାନରେ ସେ ଉତ୍ତର ଓ ଦକ୍ଷିଣ ମେରୁରେ Ski ମଧ୍ୟ କରିବେ । ମୁଁ “ମିଶନ ସାହସ” ପାଇଁ କାମ୍ୟାଙ୍କୁ ମୋର ଶୁଭକାମନା ଜଣାଉଛି । କାମ୍ୟାଙ୍କର ଏଇ ସଫଳତା ସମସ୍ତଙ୍କୁ ଫିଟ୍ ରହିବାର ପ୍ରେରଣା ବି ଦିଏ । ଏତେ କମ୍ ବୟସରେ କାମ୍ୟା ଯେଉଁ ସଫଳତାର ଶିଖରକୁ ଛୁଇଁପାରିଛନ୍ତି ସେଥିରେ Fitnessର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ‘A Nation that is fit, will be a nation that is hit’. ଅର୍ଥାତ୍ ଯେଉଁ ଦେଶ Fit ଅଛି ସେ ସବୁବେଳେ hit ବି ରହିବ । ଦେଖିବାକୁ ଗଲେ ଆଗାମୀ ମାସଗୁଡ଼ିକ ତ (Adventure Sports) ଦୁଃସାହସିକ କ୍ରୀଡ଼ା ପାଇଁ ବେଶ୍ ଉପଯୁକ୍ତ । ଭାରତର ଭୌଗୋଳିକ ଅବସ୍ଥିତି ଏପରି ଯେ, ଏଠି ଦୁଃସାହସିକ କ୍ରୀଡ଼ା ପାଇଁ ଅନେକ ସୁଯୋଗ ରହିଛି । ଗୋଟିଏ ଦିଗରେ ଉଚ୍ଚ ଉଚ୍ଚ ପର୍ବତ ଥିବାବେଳେ ଅନ୍ୟପାଖରେ ସୁଦୂର ବିସ୍ତୃତ ମରୁଭୂମି । ଗୋଟିଏ ପାଖ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ତ ଅନ୍ୟ ପାଖରେ ଦିଗନ୍ତ ବିସ୍ତାରୀ ସମୁଦ୍ର । ତେଣୁ ମୁଁ ଆପଣମାନଙ୍କଠାରୁ ଆଶା କରେ ଯେ ଆପଣ ମଧ୍ୟ ନିଜ ପସନ୍ଦର ସ୍ଥାନ ଏବଂ ନିଜ ରୁଚି ଅନୁସାରେ କାର୍ଯ୍ୟ ସ୍ଥିର କରନ୍ତୁ ଆଉ ଜୀବନକୁ ଦୁଃସାହସିକ କ୍ରୀଡ଼ା ସହିତ ନିଶ୍ଚୟ ଯୋଡ଼ନ୍ତୁ । ଜୀବନରେ ଦୁଃସାହସ ରହିବା ବି ଦରକାର ନା! ବନ୍ଧୁଗଣ ବାରବର୍ଷ ବୟସ୍କା କାମ୍ୟାର ସଫଳତା ପରେ ଆପଣ ଯେତେବେଳେ ଶହେ ପାଞ୍ଚ ବର୍ଷ ବୟସ୍କା ଭାଗିରଥି ଆମ୍ମାଙ୍କ ସଫଳତାର କାହାଣୀ ଶୁଣିବେ – ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆମେ ଯଦି ଜୀବନରେ ପ୍ରଗତି କରିବାକୁ ଚାହିଁବା, ବିକାଶ କରିବାକୁ ଚାହିଁବା, କିଛି କରିବାକୁ ଚାହିଁବା ତେବେ ତା’ର ପ୍ରଥମ ସର୍ତ ହେଲା ଆମ ଭିତରର ବିଦ୍ୟାର୍ଥୀକୁ କେବେ ବି ମରିବାକୁ ଦେବାନାହିଁ । ଶହେପାଞ୍ଚ ବର୍ଷ ବୟସ୍କା ଭାଗୀରଥି ଆମ୍ମା ଆମକୁ ଏହି ପ୍ରେରଣା ଦିଅନ୍ତି । ଏବେ ଆପଣମାନେ ଭାବୁଥିବେ ଯେ ଏହି ଭାଗୀରଥି ଆମ୍ମା କିଏ? ଭାଗୀରଥି ଆମ୍ମା କେରଳର କୋଲ୍ଲମରେ ରହନ୍ତି । ଖୁବ ପିଲାଦିନେ ସେ ତାଙ୍କ ମା’ଙ୍କୁ ହରାଇଥିଲେ । ବହୁତ କମ୍ ବୟସରେ ବିବାହ କରି ସ୍ୱାମୀଙ୍କୁ ମଧ୍ୟ ହରାଇଦେଲେ । କିନ୍ତୁ ଭାଗୀରଥି ଆମ୍ମା ତାଙ୍କର ଧୈର୍ଯ୍ୟ ଓ ସାହସ ହରାଇନଥିଲେ । 10 ବର୍ଷରୁ କମ୍ ବୟସରେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ 105 ବର୍ଷ ବୟସରେ ସେ ପୁଣି ସ୍କୁଲରେ ପଢ଼ିବା ଆରମ୍ଭ କଲେ । ଏତେ ଅଧିକ ବୟସ ହୋଇଥିବା ସତ୍ୱେ ଭାଗୀରଥି ଆମ୍ମା Level-4 ପରୀକ୍ଷା ଦେଲେ ଏବଂ ଅତି ଉତ୍ସୁକତାର ସହିତ ପରୀକ୍ଷାଫଳକୁ ଅପେକ୍ଷା କଲେ । ଏଇ ପରୀକ୍ଷାରେ ସେ 75 ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହେଲେ । ଖାଲି ସେତିକି ନୁହେଁ, ଗଣିତରେ ତ ସେ 100ରୁ 100 ନମ୍ବର ରଖିଲେ । ଆମ୍ମା ଏବେ ଆହୁରି ଆଗକୁ ପଢ଼ିବାକୁ ଚାହୁଁଛନ୍ତି । ପରବର୍ତ୍ତୀ ପରୀକ୍ଷାଗୁଡ଼ିକ ଦେବାକୁ ଚାହୁଁଛନ୍ତି । ଏଥିରୁ ପ୍ରମାଣିତ ଯେ ଭାଗିରଥି ଆମ୍ମାଙ୍କ ଭଳି ଲୋକମାନେ ହେଲେ ଏ ଦେଶର ଶକ୍ତି, ଏକ ବହୁତ ବଡ଼ ପ୍ରେରଣାର ଉତ୍ସ । ମୁଁ ଆଜି ଭାଗୀରଥି ଆମ୍ମାଙ୍କୁ ବିଶେଷ ଭାବେ ପ୍ରଣାମ କରୁଛି ।
ବନ୍ଧୁଗଣ, ଜୀବନର ବିପରୀତ ପରିସ୍ଥିତିରେ ଆମର ଧୈର୍ଯ୍ୟ ଆଉ ଆମର ଇଚ୍ଛାଶକ୍ତି ଯେକୌଣସି ସ୍ଥିତିକୁ ବଦଳାଇ ଦେଇଥାଏ । ଏଇ କିଛିଦିନ ତଳେ ମୁଁ ଗଣମାଧ୍ୟମରେ ଏଭଳି ଏକ କଥା ପଢ଼ିଲି ଯାହା ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହେଁ । ଇଏ ହେଲା ମୁରାଦାବାଦର ହମୀରପୁରରେ ରହୁଥିବା ସଲମାନଙ୍କ କଥା । ସଲମାନ ହେଉଛନ୍ତି ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଡ଼ ଦୁଇଟି ଅଚଳ । ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସେ ହାରିଲେନି, ବରଂ ନିଜେ ନିଜର କାମ ଆରମ୍ଭ କରିବାର ସିଦ୍ଧାନ୍ତ ନେଲେ । ତା’ସଙ୍ଗେ ସଙ୍ଗେ ସେ ନିଜଭଳି ଅନ୍ୟ ଦିବ୍ୟାଙ୍ଗ ସାଥିମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସ୍ଥିର କଲେ । ସଲମାନ ନିଜ ଗାଁରେ ଚପଲ ଆଉ ଡିଟରଜେଂଟ ତିଆରି କରିବାର କାମ ଆରମ୍ଭ କଲେ । ଦେଖୁ ଦେଖୁ ତାଙ୍କସହିତ ଆଉ ତିରିଶଜଣ ଦିବ୍ୟାଙ୍ଗ ସାଥି ଯୋଗଦେଲେ । ଆପଣମାନେ ଲକ୍ଷ୍ୟ କରନ୍ତୁ ତ! ସଲମାନ ନିଜେ ଚାଲିବା ପାଇଁ ଅକ୍ଷମ ଥିଲେ କିନ୍ତୁ ସେ ଅନ୍ୟମାନଙ୍କ ଚାଲିବାକୁ ସୁଗମ କରିବା ପାଇଁ ଚପଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଲେ । ବଡ଼କଥା ହେଲା ସଲମାନ ନିଜେ ସାଥୀ ଦିବ୍ୟାଙ୍ଗମାନଙ୍କୁ ପ୍ରଶିକ୍ଷଣ ଦେଲେ । ଏବେ ସେମାନେ ସମସ୍ତେ ମିଶି ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ମାର୍କେଟିଂ ବି କରୁଛନ୍ତି । ନିଜର ପରିଶ୍ରମ ବଳରେ ଏହି ଲୋକମାନେ ନିଜ ରୋଜଗାର ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ତାଙ୍କ କମ୍ପାନୀକୁ ମଧ୍ୟ ଲାଭଜନକ ସ୍ଥିତିରେ ପହଂଚାଇପାରିଛନ୍ତି । ଏବେ ସେମାନେ ମିଳିମିଶି ଦିନକୁ ଶହେପଚାଶ ହଳ ଚପଲ ତିଆରି କରିପାରୁଛନ୍ତି । ଖାଲି ସେତିକି ନୁହେଁ, ସଲମାନ ଏ ବର୍ଷ ଆହୁରି ଶହେ ଦିବ୍ୟାଙ୍ଗଙ୍କୁ ରୋଜଗାର ଯୋଗାଇଦେବାର ସଂକଳ୍ପ ନେଇଛନ୍ତି । ମୁଁ ସେମାନଙ୍କର ଧୈର୍ଯ୍ୟ ଓ ଉଦ୍ୟମକୁ ସାଲ୍ୟୁଟ୍ କରୁଛି । ଗୁଜରାଟ କଚ୍ଛ ଅଂଚଳର ଅଜରକ୍ ଗାଁର ଲୋକମାନେ ମଧ୍ୟ ଠିକ୍ ଏହିଭଳି ସଂକଳ୍ପ ଶକ୍ତି ପ୍ରଦର୍ଶନ କରିଛନ୍ତି । 2001 ମସିହାରେ ଘଟିଥିବା ବିନାଶକାରୀ ଭୂମିକମ୍ପ ପରେ ସବୁ ଲୋକ ଗାଁ ଛାଡୁଥିଲେ, ସେତିକିବେଳେ ଇସ୍ମାଇଲ ଖତ୍ରୀ ନାମକ ଜଣେ ବ୍ୟକ୍ତି ଗାଁରେ ରହି ‘ଅଜରକ୍ ପ୍ରିଣ୍ଟ’ ନାମକ ନିଜର ପାରମ୍ପରିକ କଳାକୁ ସଂରକ୍ଷଣ କରିବାର ନିଷ୍ପତ୍ତି ନେଲେ । ତା’ପରେ ଦେଖୁ ଦେଖୁ ପ୍ରାକୃତିକ ରଙ୍ଗରେ ତିଆରି ‘ଅଜରକ କଳା’ ପ୍ରତ୍ୟେକ ଲୋକଙ୍କୁ ଆକର୍ଷିତ କରିବାକୁ ଲାଗିଲା ଆଉ ପୁରା ଗାଁଟି ନିଜ ପାରମ୍ପରିକ ଶିଳ୍ପକଳାରେ ଲାଗିପଡ଼ିଲା । ଗ୍ରାମବାସୀମାନେ ଖାଲି ଏହି ଶହ ଶହ ବର୍ଷ ପୁରୁଣା କଳାକୁ ବଂଚେଇଲେ ତା’ନୁହେଁ – ବରଂ ତାକୁ ଆଧୁନିକ ଫାସନ ସହିତ ମଧ୍ୟ ସଂଯୁକ୍ତ କରିଦେଲେ । ଏବେ ବଡ଼ ବଡ଼ ଡିଜାଇନର, ବଡ଼ ବଡ଼ ଡିଜାଇନ ସଂସ୍ଥା ‘ଅଜରକ୍ ପ୍ରିଣ୍ଟ’ର ବ୍ୟବହାର କରିବାକୁ ଲାଗିଲେଣି । ଗାଁର ପରିଶ୍ରମୀ ଲୋକଙ୍କ ଯୋଗୁଁ ଆଜି ‘ଅଜରକ୍ ପ୍ରିଣ୍ଟ’ ଏକ ବଡ଼ ବ୍ରାଣ୍ଡରେ ପରିଣତ ହେବାରେ ଲାଗିଛି । ଦୁନିଆର ବଡ଼ ବଡ଼ ବ୍ୟବସାୟୀ ଏହି ପ୍ରିଣ୍ଟ ପ୍ରତି ଆକର୍ଷିତ ହେଉଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଏଇ ନିକଟରେ ସାରା ଦେଶରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଇଛି । ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କର ଆଶୀର୍ବାଦ ଦେଶର ଚେତନାକୁ ଜାଗୃତ କରିଛି । ଭୋଳାନାଥ ଶିବଙ୍କର ଆଶୀର୍ବାଦ ଆପଣମାନଙ୍କ ପ୍ରତି ରହିଥାଉ । ଭଗବାନ ଶିବ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ, ଆପଣମାନେ ଉର୍ଜାବାନ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁଖୀ ହୁଅନ୍ତୁ ଆଉ ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରୁଥାଆନ୍ତୁ ।
ସାଥୀଗଣ, ମହାଶିବରାତ୍ରୀ ସହ ବି ଏବେ ବସନ୍ତ ଋତୁର ଶୋଭା ଦିନକୁ ଦିନ ବଢ଼ିଚାଲିବ । ଆଗାମୀ ଦିନରେ ହୋଲି ଉତ୍ସବ ଆଉ ତା’ପରେ ପରେ ‘ଗୁଡ଼ି ପଡ଼ୱା’ ମଧ୍ୟ ଆସିବ । ନବରାତ୍ରୀ ଉତ୍ସବ ମଧ୍ୟ ଏଗୁଡ଼ିକ ସହ ଯୋଡ଼ି ହୋଇଯିବ । ରାମନବମୀ ଉତ୍ସବ ମଧ୍ୟ ଆସିବ । ପର୍ବପର୍ବାଣୀଗୁଡ଼ିକ ଆମ ଦେଶର ସାମାଜିକ ଜୀବନର ଅଭିନ୍ନ ଅଙ୍ଗ । ପ୍ରତ୍ୟେକ ପର୍ବ ଭିତରେ ଏଭଳି କିଛି ନା କିଛି ସାମାଜିକ ସନ୍ଦେଶ ଲୁଚିରହିଥାଏ ଯାହା ଖାଲି ସମାଜକୁ ନୁହେଁ, ପୁରା ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖିଥାଏ । ହୋଲି ପରେ ପରେ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ଭାରତୀୟ ବିକ୍ରମାଦ୍ଦ ଅନୁସାରେ ନୂତନ ବର୍ଷର ଆରମ୍ଭ ମଧ୍ୟ ହୋଇଥାଏ । ସେଥିପାଇଁ ମଧ୍ୟ ଭାରତୀୟ ନବବର୍ଷ ଉପଲକ୍ଷେ ବି ମୁଁ ଆପଣମାନଙ୍କୁ ଅଗ୍ରୀମ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ମୋତେ ଲାଗୁଛି ଆଗାମୀ ‘ମନ କି ବାତ୍’ ପର୍ଯ୍ୟନ୍ତ ବୋଧହୁଏ ବିଦ୍ୟାର୍ଥୀମାନେ ପରୀକ୍ଷାରେ ବ୍ୟସ୍ତ ରହିବେ । ଯେଉଁମାନଙ୍କର ପରୀକ୍ଷା ସରିଯାଇଥିବ ସେ ଖୁସି ଥିବେ । ଯେଉଁମାନେ ବ୍ୟସ୍ତ ଅଛନ୍ତି ତାଙ୍କୁ ଓ ଯେଉଁମାନେ ମସ୍ତ ଅଛନ୍ତି ତାଙ୍କୁ ବି ଅନେକ ଅନେକ ଶୁଭକାମନା ଜଣାଇ ଆସନ୍ତୁ ଅନେକ ଅନେକ କଥାକୁ ନେଇ ଆଗାମୀ ‘ମନ କୀ ବାତ୍’ରେ ପୁଣି ଭେଟିବା ।
ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀ, ନମସ୍କାର! ଆଜି ଜାନୁଆରୀ 26 ତାରିଖ । ଗଣତନ୍ତ୍ର ପର୍ବର ଅନେକ ଅନେକ ଶୁଭକାମନା । 2020ର ଏହା ପ୍ରଥମ ‘ମନ୍ କି ବାତ୍’ ମିଳନ । ନୂଆ ବର୍ଷର ଏବଂ ନୂଆ ଦଶନ୍ଧିର ମଧ୍ୟ ପ୍ରଥମ କାର୍ଯ୍ୟକ୍ରମ । ବନ୍ଧୁଗଣ, ଗଣତନ୍ତ୍ର ଦିବସ ସମାରୋହ ଯୋଗୁଁ ଆପଣଙ୍କ ସହ ହେବାକୁ ଥିବା ମନର କଥା ସମୟକୁ ପରିବର୍ତ୍ତନ କରିବା ଉଚିତ ମନେ ହେଲା । ତେଣୁ, ଗୋଟିଏ ଭିନ୍ନ ସମୟ ସ୍ଥିର କରି ଆଜି ଆପଣଙ୍କୁ ମନର କଥା କହୁଛି । ବନ୍ଧୁଗଣ! ଦିନ, ସପ୍ତାହ, ମାସ ଓ ବର୍ଷ ବଦଳିଯାଏ । କିନ୍ତୁ ଭାରତର ଲୋକଙ୍କ ଉତ୍ସାହ ଊଣା ହୁଏନି – ଆମେ ବି କିଛି କମ୍ ନୋହୁଁ, ଆମେ ବି କିଛି କରି ଦେଖାଇବା । ଆମେ ପାରିବା । ଏହି ପାରିବା ଭାବନା ସଂକଳ୍ପ ଆକାର ଧାରଣ କରିବାରେ ଲାଗିଛି । ଦେଶ ଏବଂ ସମାଜ ପାଇଁ କିଛି କରିବାର ଭାବନା, ପ୍ରତ୍ୟେକ ଦିନ, ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଚାଲିଛି । ବନ୍ଧୁଗଣ, ‘ମନ୍ କି ବାତ୍’ ମଞ୍ଚରେ ଆମେ ସମସ୍ତେ ପୁଣି ଥରେ ଏକାଠି ହୋଇଛୁ – ନୂଆ ନୂଆ ବିଷୟ ଉପରେ ଆଲୋଚନା କରିବା ପାଇଁ ଏବଂ ଦେଶବାସୀଙ୍କର ନୂଆ ନୂଆ ଉପଲବ୍ଧିଗୁଡ଼ିକୁ ପାଳନ କରିବା ପାଇଁ, ଭାରତକୁ ପାଳନ କରିବା ପାଇଁ । ମନ କି ବାତ୍, ବାଂଟିବା, ଶିଖିବା ଓ ମିଳିତ ଭାବେ ବଢ଼ିବାର ଏକ ଭଲ ଏବଂ ସହଜ ମଞ୍ଚ ପାଲଟିଯାଇଛି । ପ୍ରତି ମାସରେ ହଜାର ହଜାର ଲୋକ ନିଜର ପ୍ରସ୍ତାବ, ନିଜର ପ୍ରୟାସ, ନିଜର ଅନୁଭୁତି ଶେୟାର କରୁଛନ୍ତି । ସେଥିରୁ ସମାଜକୁ ପ୍ରେରଣା ପ୍ରଦାନ କଲାଭଳି କିଛି କଥା, ଲୋକଙ୍କର କିଛି ଅସାଧାରଣ ପ୍ରୟାସ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମକୁ ସୁଯୋଗ ମିଳୁଛି ।
କେହି ଜଣେ କରି ଦେଖାଇଛନ୍ତି – ତା’ହେଲେ କ’ଣ ଆମେ ବି କରିପାରିବା? ଏ କଥାକୁ ସାରା ଦେଶରେ ପ୍ରୟୋଗ କରି ଗୋଟିଏ ବଡ଼ ଧରଣର ପରିବର୍ତ୍ତନ ଆଣିପାରିବା କି? ଏହାକୁ ସମାଜର ଗୋଟିଏ ସହଜ ଅଭ୍ୟାସ ରୂପରେ ବିକଶିତ କରି, ସେହି ପରିବର୍ତ୍ତନକୁ ଚିରସ୍ଥାୟୀ କରିପାରିବା କି? ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ, ପ୍ରତି ମାସରେ ‘ମନ୍ କି ବାତ୍’ରେ କିଛି ଅନୁରୋଧ, କିଛି ଆହ୍ୱାନ, କିଛି କରି ଦେଖାଇବା ସଂକଳ୍ପର ଭାବଧାରା ଆରମ୍ଭ ହୋଇଯାଏ । ବିଗତ କେତୋଟି ବର୍ଷରେ ଆମେ ଅନେକ ଛୋଟ ଛୋଟ ସଂକଳ୍ପ ନେଇଥିବା । ଯେମିତିକି, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବର୍ଜନ, ଖଦି ଏବଂ ସ୍ଥାନୀୟ ଉତ୍ପାଦ କିଣିବା, ସ୍ୱଚ୍ଛତା, ଝିଅଙ୍କୁ ସମ୍ମାନ ଏବଂ ଗୌରବ, କମ ନଗଦ ଅର୍ଥବ୍ୟବସ୍ଥା, ନୂଆ ଦିଗକୁ ଜୋର ଦେବା, ଏମିତି ବହୁତଗୁଡ଼ିଏ ସଂକଳ୍ପର ଜନ୍ମ ଆମର ଏହି ହାଲୁକା-ଫୁଲକା ମନର କଥାରୁ ହିଁ ହୋଇଛି ଆଉ ଆପଣମାନେ ହିଁ ଏ ସବୁକୁ ଶକ୍ତିଶାଳୀ କରିଛନ୍ତି ।
ମୋତେ ଗୋଟିଏ ଖୁବ୍ ସୁନ୍ଦର ଚିଠି ମିଳିଛି ବିହାରର ଶ୍ରୀମାନ ଶୈଳେଶଙ୍କ ନିକଟରୁ । ଅବଶ୍ୟ, ଏବେ ସେ ବିହାରରେ ରହୁନାହାନ୍ତି । ସେ ଜଣାଇଛନ୍ତି ଯେ, ସେ ଦିଲ୍ଲୀରେ ରହି କୌଣସି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି । ଶ୍ରୀମାନ ଶୈଳେଶଜୀ ଲେଖିଛନ୍ତି ଯେ, “ଆପଣ ‘ମନ୍ କି ବାତ୍’ର ପ୍ରତ୍ୟେକ ଅଧ୍ୟାୟରେ କିଛି ନା କିଛି ବିଷୟରେ ଅନୁରୋଧ କରିଥାନ୍ତି । ମୁଁ ସେଥିରୁ ବହୁତ ଜିନିଷ କରିଛି । ଏହି ଶୀତଋତୁରେ ମୁଁ ଲୋକଙ୍କ ଘରୁ ଲୁଗାପଟା ସଂଗ୍ରହ କରି ଅଭାବୀ ଲୋକଙ୍କୁ ବାଂଟିଛି । ‘ମନ୍ କୀ ବାତ୍’ରୁ ଶୁଣି ମୁଁ ଅନେକ କାମ କରିବା ଆରମ୍ଭ କରିଦେଲି । କିନ୍ତୁ, ଧୀରେ ଧୀରେ ମୁଁ ପୁଣି କିଛି ଭୁଲିଗଲି ଆଉ କିଛି କଥା ବି ରହିଗଲା । ମୁଁ କିନ୍ତୁ ଏହି ନୂଆ ବର୍ଷରୁ ‘ମନ୍ କୀ ବାତ୍’ ଉପରେ ଗୋଟିଏ ଚାର୍ଟର ପ୍ରସ୍ତୁତ କରିଛି, ଯେଉଁଥିରେ ଏ ସମସ୍ତ ବିଷୟର ଗୋଟିଏ ତାଲିକା ପ୍ରସ୍ତୁତ କରିଦେଇଛି । ଲୋକେ ଯେମିତି ନୂଆ ବର୍ଷରେ ନୂଆ ସଂକଳ୍ପ ନେଇଥାନ୍ତି, ମୋଦୀଜୀ, ଏହା ସେମିତି ମୋ ପାଇଁ ନୂତନ ବର୍ଷର ସାମାଜିକ ସଂକଳ୍ପ ମୋତେ ଲାଗେ ଯେ, ଏଗୁଡ଼ିକ ଛୋଟ ଛୋଟ କଥା, କିନ୍ତୁ ଏହାଦ୍ୱାରା ବଡ଼ ପରିବର୍ତ୍ତନ ଘଟିବା ସମ୍ଭବ । ଆପଣ ଏହି ଚାର୍ଟର ଉପରେ ଦସ୍ତଖତ କରି ମୋତେ ଫେରାଇପାରିବେ କି?” ଶୈଳେଶଜୀ, ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି । ଆପଣଙ୍କ ନୂଆ ବର୍ଷର ସଂକଳ୍ପ ପାଇଁ ମନ୍ କୀ ବାତ୍ ଚାର୍ଟର ପ୍ରସ୍ତୁତ କରିବା ବଡ଼ ଅଭିନବ କଥା । ମୁଁ ମୋ ତରଫରୁ ଶୁଭେଚ୍ଛା ବାର୍ତ୍ତା ଲେଖି, ଏହାକୁ ନିଶ୍ଚୟ ଆପଣଙ୍କ ପାଖକୁ ପଠାଇଦେବି । ବନ୍ଧୁଗଣ, ଏହି ‘ମନ୍ କୀ ବାତ୍’ ଚାର୍ଟରଟି ଯେତେବେଳେ ମୁଁ ପଢ଼ୁଥିଲି ସେତେବେଳେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଲା ଯେ ଏତେଗୁଡ଼ିଏ କଥା ଏଥିରେ ଅଛି! ଏତେଗୁଡ଼ାଏ ହ୍ୟାଶ୍ଟ୍ୟାଗ୍ ଅଛି! ଆମେ ସମସ୍ତେ ମିଶି ବହୁତ ପ୍ରଚେଷ୍ଟା ମଧ୍ୟ କରିଛେ । କେତେବେଳେ ଆମେ “ସନ୍ଦେଶ ଟୁ ସୋଲ୍ଜର୍ସ” ମାଧ୍ୟମରେ ଆମ ଦେଶର ଯବାନମାନଙ୍କ ସହ ଭାବନାତ୍ମକ ଭାବେ ଏବଂ ସୁଦୃଢ଼ତାର ସହ ଯୋଡ଼ି ହେବା ପାଇଁ ଅଭିଯାନ ଚଳାଇଛୁ, ତ କେତେବେଳେ “ଦେଶ ପାଇଁ ଖଦି ଓ ଫ୍ୟାଶନ ପାଇଁ ଖଦି” ଅଭିଯାନ ଅଧୀନରେ ଖଦି ବିକ୍ରୟକୁ ଏକ ନୂତନ ଶିଖରରେ ପହଂଚାଇଛୁ । ସ୍ଥାନୀୟ ଉତ୍ପାଦ କ୍ରୟ ମନ୍ତ୍ରକୁ ଆପଣେଇଛୁ । “ଆମେ ଫିଟ୍ ତ ଇଣ୍ଡିଆ ଫିଟ୍” ଦ୍ୱାରା ଫିଟ୍ନେସ୍ ପ୍ରତି ସଚତେନତା ବୃଦ୍ଧି କରିଛୁ । “ମାଇଁ କ୍ଲିନ ଇଣ୍ଡିଆ” ବା “ଷ୍ଟାଚ୍ୟୁ କ୍ଲିନିଂ” ପ୍ରଚେଷ୍ଟା ଦ୍ୱାରା ସ୍ୱଚ୍ଛତାକୁ ଗଣ ଆନ୍ଦୋଳନର ରୂପ ଦେଇଛୁ । ହ୍ୟାଶ୍ ଟ୍ୟାଗ୍ ନୋ ଟୁ ଡ୍ରଗ୍ସ, ହ୍ୟାଶ୍ ଟ୍ୟାଗ୍ ଭାରତ୍ କି ଲକ୍ଷ୍ମୀ, ହ୍ୟାଶ୍ ଟ୍ୟାଗ୍ ସେଲ୍ଫ ଫର୍ ସୋସାଇଟି, ହ୍ୟାଶ୍ ଟ୍ୟାଗ୍ ଷ୍ଟ୍ରେସ୍ ଫ୍ରି ଏକ୍ଜାମ୍, ହ୍ୟାଶ୍ ଟ୍ୟାଗ୍ ସୁରକ୍ଷା ବନ୍ଧନ, ହ୍ୟାଶ୍ଟ୍ୟାଗ୍ ଡିଜିଟାଲ ଇକୋନୋମି, ହ୍ୟାଶ୍ ଟ୍ୟାଗ୍ ରୋଡ଼ ସେଫ୍ଟି, ଏମିତି ଅନେକ!
ଶୈଳେଶଜୀ, ଆପଣଙ୍କ ଏହି ‘ମନ୍ କି ବାତ୍’ର ଚାର୍ଟରକୁ ଦେଖି ଲାଗିଲା ଯେ ଏହି ସୂଚୀ ପ୍ରକୃତରେ ବହୁତ ଲମ୍ବା । ଆସନ୍ତୁ, ଏହି ଧାରାକୁ ଜାରି ରଖିବା । ଏହି ‘ମନ୍ କି ବାତ୍ ଚାର୍ଟର’ରୁ ନିଜ ପସନ୍ଦର ଯେକୌଣସି କାମ ସହ ନିଜକୁ ଜଡ଼ିତ କରନ୍ତୁ । ହ୍ୟାଶ୍ ଟ୍ୟାଗ୍ ବ୍ୟବହାର କରି ସମସ୍ତଙ୍କ ସହ ଗର୍ବର ସହ ନିଜର ଯୋଗଦାନକୁ ଶେୟାର କରନ୍ତୁ । ବନ୍ଧୁମାନଙ୍କୁ, ପରିବାରକୁ ଏବଂ ସମସ୍ତଙ୍କୁ ଅନୁପ୍ରାଣିତ କରନ୍ତୁ । ଯେତେବେଳେ ପ୍ରତ୍ୟେକ ଭାରତବାସୀ ଗୋଟିଏ ପାଦ ଆଗକୁ ବଢ଼ାନ୍ତି ସେତେବେଳେ ଆମ ଭାରତବର୍ଷ 130 କୋଟି ପାଦ ଆଗକୁ ବଢ଼ିଯାଏ । ସେଥିପାଇଁ ଚରୈବେତି – ଚରୈବେତି- ଚରୈବେତି, ଚାଲୁ ଥାଅ, ଚାଲୁ ଥାଅ, ଚାଲୁ ଥାଅ – ଏହି ମନ୍ତ୍ରକୁ ଆପଣେଇ ପ୍ରଚେଷ୍ଟା ଜାରିରହୁ ।
ମୋର ପ୍ରିୟ ଦେଶବାସୀ, ଆମେ ମନ୍ କି ବାତ୍ ଚାର୍ଟର ସମ୍ପର୍କରେ କଥା ହେଲେ । ସ୍ୱଚ୍ଛତା ପରେ ଜନ ସହଭାଗିତାର ଭାବନା, ଆଜି ଅନ୍ୟ ଏକ କ୍ଷେତ୍ରରେ ଦ୍ରୁତ ଭାବରେ ବଢ଼ିଚାଲିଛି । ତାହା ହେଉଛି “ଜଳ ସଂରକ୍ଷଣ” । ଜଳ ସଂରକ୍ଷଣ ପାଇଁ ଦେଶର ପ୍ରତ୍ୟେକ କୋଣରେ ଅନେକ ଅଭିନବ ପ୍ରୟାସ ବ୍ୟାପକ ଭାବରେ ଚାଲିଛି । ମୁଁ ଏ କଥା କହିବାରେ ଖୁବ ଆନନ୍ଦ ଅନୁଭବ କରୁଛି ଯେ, ଗତ ବର୍ଷା ଋତୁରେ ଆରମ୍ଭ କରାଯାଇଥିବା ଏହି ‘ଜଳ ଶକ୍ତି ଅଭିଯାନ’ ଜନ ସହଭାଗିତା ଦ୍ୱାରା ଅତ୍ୟଧିକ ସଫଳତା ଦିଗରେ ଅଗ୍ରସର ହେଉଛି । ବହୁ ସଂଖ୍ୟାରେ ପୋଖରୀ ଆଦି ଖୋଳାଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଏହି ଅଭିଯାନରେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକ ନିଜର ଯୋଗଦାନ ଦେଲେ । ରାଜସ୍ଥାନର ଝାଲୋର ଜିଲ୍ଲା କଥା ହିଁ ଦେଖନ୍ତୁ । ଏଠାକାର ଦୁଇଟି ଐତିହାସିକ ସୋପାନ କୂପ ଆବର୍ଜନା ଏବଂ ଦୂଷିତ ଜଳର ଭଣ୍ଡାର ପାଲଟିଯାଇଥିଲା । ଭଦ୍ରାୟୁଁ ଓ ଥାନ୍ୱାଲା ପଂଚାୟତର ଶହ ଶହ ଲୋକେ ଜଳଶକ୍ତି ଅଭିଯାନ ଅନ୍ତର୍ଗତ ଏହାକୁ ପୁନରୁଦ୍ଧାର କରିବା ପାଇଁ ଅଂଟା ଭିଡ଼ିଲେ । ବର୍ଷାଦିନ ପୂର୍ବରୁ ହିଁ ସେମାନେ ଏହି ସୋପାନ କୂପରେ ଜମା ହୋଇଥିବା ଦୂଷିତ ଜଳ, ଆବର୍ଜନା ଓ ପଙ୍କକୁ ସଫା କରିବାରେ ଲାଗିପଡ଼ିଲେ । ଏହି ଅଭିଯାନ ପାଇଁ କିଏ ଶ୍ରମଦାନ କଲେ ତ କିଏ ଧନ ଦାନ କଲେ । ଆଉ ଏହାର ଫଳସ୍ୱରୂପ ଏହି ବାମ୍ଫି ଦୁଇଟି ଆଜି ସେଠାକାର ଜୀବନରେଖା ପାଲଟିଯାଇଛି । ଏହିଭଳି କିଛି କାହାଣୀ ରହିଛି ଉତ୍ତରପ୍ରଦେଶର ବାରାବଙ୍କୀର । 43 ହେକ୍ଟର ପରିମିତ ଅଂଚଳରେ ପରିବ୍ୟାପ୍ତ ସରାହୀ ହ୍ରଦ ମୃତ ହେବାକୁ ବସିଥିଲା । କିନ୍ତୁ ଗ୍ରାମବାସୀ ନିଜର ସଂକଳ୍ପ ଶକ୍ତି ଦ୍ୱାରା ଏହାକୁ ନୂତନ ଜୀବନ୍ୟାସ ଦେଲେ । ଏତେ ବଡ଼ ଅଭିଯାନରେ ସେମାନେ କିଛି ଊଣା ରଖିଲେ ନାହିଁ । ଗୋଟିଏ ପରେ ଗୋଟିଏ କରି ଅନେକ ଗାଁ ପରସ୍ପର ସହ ଯୋଡ଼ି ହୋଇଚାଲିଲା । ଏମାନେ ହ୍ରଦ ଚାରିପଟେ ଏକ ମିଟର ଉଚ୍ଚତା ବିଶିଷ୍ଟ ବନ୍ଧ ତିଆରି କରିଦେଲେ । ଏବେ ହ୍ରଦଟି ଜଳରେ ପରିପୂର୍ଣ୍ଣ ଏବଂ ଏହାର ଆଖପାଖ ଅଂଚଳ ପକ୍ଷୀମାନଙ୍କ କଳରବରେ ଗୁଞ୍ଜରିତ ହେଉଛି ।
ଉତ୍ତରାଖଣ୍ଡର ଆଲ୍ମୋଡ଼ା – ହଲ୍ଡୱାନୀ ହାଇୱେ ସଂଲଗ୍ନ ସୁନିଆକୋଟ ଗାଁରୁ ମଧ୍ୟ ଜନସହଭାଗିତାର ଏଭଳି ଗୋଟିଏ ଉଦାହରଣ ଦୃଷ୍ଟିକୁ ଆସିଛି । ଜଳ ସଙ୍କଟର ମୁକାବିଲା କରିବା ପାଇଁ ଗାଁ ଲୋକେ ନିଜେ ଗାଁ ପର୍ଯ୍ୟନ୍ତ ପାଣିକୁ ଆଣିବା ପାଇଁ ସଂକଳ୍ପ କଲେ । ତାପରେ ସେମାନେ ନିଜ ନିଜ ଭିତରେ ଟଙ୍କା ଏକାଠି କଲେ, ଯୋଜନା ତିଆରି ହେଲା, ଶ୍ରମଦାନ ହେଲା ଆଉ ପ୍ରାୟ ଏକ କିଲୋମିଟର ଦୂରରୁ ଗାଁ ପର୍ଯ୍ୟନ୍ତ ପାଇପ୍ ବିଛା ହେଲା । ପମ୍ପିଂ ଷ୍ଟେସନ ତିଆରି କରାଗଲା – ଆଉ ଦେଖୁ ଦେଖୁ ଦୁଇ ଦଶନ୍ଧିର ପୁରୁଣା ସମସ୍ୟାର ସବୁଦିନ ପାଇଁ ସମାଧାନ ହୋଇଗଲା । ସେହିପରି, ତାମିଲନାଡ଼ୁରେ ନଳକୂପକୁ ବର୍ଷାଜଳ ପରିଚାଳନାର ମାଧ୍ୟମ କରିଦେବାର ଅଭିନବ ଉପାୟ ନଜରକୁ ଆସିଛି । ସାରା ଦେଶରେ ଜଳ ସଂରକ୍ଷଣ ସମ୍ପର୍କୀୟ ଏଭଳି ଅଗଣିତ କାହାଣୀ ରହିଛି, ଯାହା ନ୍ୟୁ ଇଣ୍ଡିଆର ସଂକଳ୍ପକୁ ସୁଦୃଢ଼ କରୁଛି । ଆଜି ଆମ ଜଳଶକ୍ତି ଚାମ୍ପିଆନ୍ସଙ୍କ କାହାଣୀ ଶୁଣିବାକୁ ସାରା ଦେଶ ଉତ୍କଣ୍ଠିତ । ଜଳ ସଂଚୟ ଏବଂ ଜଳ ସଂରକ୍ଷଣ ବିଷୟରେ କରାଯାଇଥିବା ନିଜର କିମ୍ବା ନିଜ ଆଖପାଖରେ ହେଉଥିବା ପ୍ରଚେଷ୍ଟାର କାହାଣୀ, ଫଟୋ ଏବଂ ଭିଡିଓ ହାଶଟ୍ୟାଗ ଜଳଶକ୍ତି ଫର ଇଣ୍ଡିଆରେ ନିଶ୍ଚୟ ଶେୟାର କରିବାକୁ ମୋର ଆପଣମାନଙ୍କୁ ଅନୁରୋଧ ।
ମୋର ପ୍ରିୟ ଦେଶବାସୀଗଣ, ବିଶେଷକରି ମୋର ଯୁବବନ୍ଧୁଗଣ, ଆଜି ‘ମନ୍ କୀ ବାତ୍’ ମାଧ୍ୟମରେ ମୁଁ ଆସାମ ସରକାର ଏବଂ ଆସାମର ଜନସାଧାରଣଙ୍କୁ ‘ଖେଲୋ ଇଣ୍ଡିଆ’ର ସୁନ୍ଦର ଆୟୋଜନ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ଜାନୁଆରୀ 22 ତାରିଖ ଦିନ ହିଁ ଗୁଆହାଟୀରେ ତୃତୀୟ ଖେଲୋ ଇଣ୍ଡିଆ ଗେମ୍ସ ଉଦ୍ୟାପିତ ହୋଇଛି । ଏଥିରେ ବିଭିନ୍ନ ରାଜ୍ୟର ପ୍ରାୟ 6000 ଖେଳାଳି ଭାଗ ନେଇଥିଲେ । ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କ୍ରୀଡ଼ାର ଏହି ମହୋତ୍ସବରେ 80 ଟି ରେକର୍ଡ଼ ଭଙ୍ଗ ହେଲା । ଏଥିରୁ 56 ରେକର୍ଡ଼ ଭାଙ୍ଗିବାର କାମ ଆମ ଝିଅମାନେ କରିଛନ୍ତି । ଏ କୃତିତ୍ୱ ଆମ ଝିଅମାନଙ୍କର । ମୁଁ ସମସ୍ତ ବିଜେତାଙ୍କ ସହ, ଏହାର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଉଛି । ଏହାସହ ଖେଲୋ ଇଣ୍ଡିଆ ଗେମ୍ସର ସଫଳ ଆୟୋଜନ ପାଇଁ ଏହା ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତି, ପ୍ରଶିକ୍ଷକ ଏବଂ ବୈଷୟିକ ଅଧିକାରୀମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ, ପ୍ରତିବର୍ଷ ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ସୂଚାଉଛି ଯେ, ବିଦ୍ୟାଳୟ ସ୍ତରରେ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ କେତେ ବୃଦ୍ଧି ପାଇଲାଣି । ମୁଁ ଆପଣମାନଙ୍କୁ ଜଣାଇଦେବାକୁ ଚାହେଁ ଯେ, 2018ରେ ଯେତେବେଳେ ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ଏଥିରେ 3300 ଖେଳାଳି ଭାଗ ନେଇଥିଲେ । କିନ୍ତୁ ମାତ୍ର ତିନିବର୍ଷରେ ଖେଳାଳିମାନଙ୍କ ସଂଖ୍ୟା 6000ରୁ ଅଧିକ ଅର୍ଥାତ ପ୍ରାୟ ଦୁଇଗୁଣ ହୋଇଯାଇଛି । କେବଳ ସେତିକି ନୁହେଁ, ମାତ୍ର ତିନିବର୍ଷରେ ‘ଖେଲୋ ଇଣ୍ଡିଆ’ ଗେମ୍ସ ମାଧ୍ୟମରେ 3200 ପ୍ରତିଭାଶାଳୀ ପିଲାମାନେ ନଜରକୁ ଆସିଛନ୍ତି । ଏମାନଙ୍କ ମଧରୁ ଅନେକ ଏମିତି, ଯେଉଁମାନେ ଅଭାବ ଓ ଦାରିଦ୍ର୍ୟରେ ବଡ଼ ହୋଇଛନ୍ତି । ‘ଖେଲୋ ଇଣ୍ଡିଆ’ ଗେମ୍ସରେ ସାମିଲ ହୋଇଥିବା ପିଲା ଆଉ ସେମାନଙ୍କ ଅଭିଭାବକଙ୍କ ଧୈର୍ଯ୍ୟ ଓ ଦୃଢ଼ସଙ୍କଳ୍ପର କାହାଣୀ ଏଭଳି ହୋଇଛି, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ । ଗୁଆହାଟୀର ପୂର୍ଣ୍ଣିମା ମଣ୍ଡଳଙ୍କ କଥା ହିଁ ନିଅନ୍ତୁ, ସେ ନିଜେ ଗୁଆହାଟି ନଗର ନିଗମର ଜଣେ ସଫେଇ କର୍ମଚାରୀ, କିନ୍ତୁ ତାଙ୍କ ଝିଅ ମାଳବିକା ଫୁଟବଲରେ ଶକ୍ତି ପ୍ରଦର୍ଶନ କରିଥିଲାବେଳେ ତାଙ୍କର ଜଣେ ପୁଅ ସୁଜିତ ଖୋ-ଖୋରେ, ଆଉ ଦ୍ୱିତୀୟ ପୁଅ ପ୍ରଦୀପ ହକିରେ ଆସାମର ପ୍ରତିନିଧିତ୍ୱ କରିଛନ୍ତି ।
ଗର୍ବରେ ପରିପୂର୍ଣ୍ଣ କରିଦେଉଥିବା, କିଛି ଏହିଭଳି କାହାଣୀ ହିଁ ରହିଛି ତାମିଲନାଡ଼ୁର ୟୋଗାନନ୍ଥନଙ୍କର । ସେ ନିଜେ ତ ତାମିଲନାଡ଼ୁରେ ବିଡ଼ି ତିଆରି କାମ କରନ୍ତି, କିନ୍ତୁ ତାଙ୍କ ଝିଅ ପୂର୍ଣ୍ଣାଶ୍ରୀ ଭାରୋତ୍ତୋଳନରେ ସ୍ୱର୍ଣ୍ଣପଦକ ହାସଲ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଡାଭିଡ ବେକହାମଙ୍କ ନାଁ କହିଲେ ଆପଣ ପ୍ରସିଦ୍ଧ ଆନ୍ତର୍ଜାତିକ ଫୁଟବଲ ଖେଳାଳିଙ୍କ କଥା ଭାବିବେ । କିନ୍ତୁ ଏବେ ଆମ ପାଖରେ ମଧ୍ୟ ଜଣେ ଡାଭିଡ ବେକହାମ ଅଛନ୍ତି, ସେ ଗୁଆହାଟୀର ଯୁବ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ତାହାପୁଣି ସାଇକେଲ ଚାଳନା ପ୍ରତିଯୋଗିତାର 200 ମିଟର ଇଭେଂଟରେ । କିଛିଦିନ ଆଗରୁ ମୁଁ ଆଣ୍ଡାମାନ ନିକୋବାର ଯାଇଥିଲି । କାର୍-ନିକୋବାର ଦ୍ୱୀପର ବାସିନ୍ଦା ଡାଭିଡ ପିଲାଦିନୁ ହିଁ ତାଙ୍କ ପିତା-ମାତାଙ୍କୁ ହରାଇଥିଲେ । ତାଙ୍କ ଦାଦା (କାକା) ଚାହୁଁଥିଲେ ଯେ ସେ ଜଣେ ଫୁଟବଲ ଖେଳାଳି ହୁଅନ୍ତୁ । ସେଥିପାଇଁ ପ୍ରସିଦ୍ଧ ଫୁଟବଲ୍ ଖେଳାଳିଙ୍କ ନାମାନୁସାରେ ତାଙ୍କ ନାଁ ରଖିଦେଲେ । କିନ୍ତୁ, ୟାଙ୍କ ମନ ତ ଥିଲା ସାଇକେଲ ଚାଳନାରେ । ଖେଲୋ ଇଣ୍ଡିଆ ଯୋଜନାରେ ତାଙ୍କର ଚୟନ ମଧ୍ୟ ହୋଇଗଲା । ଆଉ, ଆଜି ଦେଖନ୍ତୁ, ସେ ସାଇକେଲ ଚାଳନାରେ ନୂଆ ରେକର୍ଡ଼ କଲେ ।
ଭୀୱାନୀର ପ୍ରଶାନ୍ତ ସିଂ କହ୍ନୈୟା ପୋଲ୍ ୱାଲ୍ଟ ଇଭେଂଟରେ ନିଜେ ନିଜର ରେକର୍ଡ଼କୁ ଭାଙ୍ଗିଦେଇଛନ୍ତି । 19 ବର୍ଷର ପ୍ରଶାନ୍ତ ଗୋଟିଏ ଚାଷୀ ପରିବାରରୁ ଆସିଛନ୍ତି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରଶାନ୍ତ ମାଟିରେ ପୋଲ ୱାଲ୍ଟର ଅଭ୍ୟାସ କରୁଥିଲେ । ଏକଥା ଜାଣିବା ପରେ କ୍ରୀଡ଼ା ବିଭାଗ ତାଙ୍କ କୋଚଙ୍କୁ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକାଡେମୀ ଚଳାଇବା ପାଇଁ ସହାୟତା କଲା ଆଉ ଆଜି ପ୍ରଶାନ୍ତ ସେଠାରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ।
ମୁମ୍ବାଇର କରୀନା ଶାନ୍ତାଙ୍କ କାହାଣୀରେ ଯେକୌଣସି ପରିସ୍ଥିତିରେ ହାର ନ ମାନିବାର ଗୋଟିଏ ସାହସ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ । କରୀନା ସୁଇମିଂରେ 100 ମିଟର ବ୍ରେଷ୍ଟ-ଷ୍ଟ୍ରୋକ୍ ପ୍ରତିଯୋଗିତାର 17 ବର୍ଷରୁ କମ ବର୍ଗରେ ସ୍ୱର୍ଣ୍ଣପଦକ ଜିଣି ନୂତନ ରେକର୍ଡ଼ ସୃଷ୍ଟି କଲେ । ଦଶମ ଶ୍ରେଣୀରେ ପଢ଼ୁଥିବା କରୀନାଙ୍କ ଜୀବନରେ ଏମିତି ବି ଗୋଟିଏ ସମୟ ଆସିଥିଲା, ଯେତେବେଳେ ଆଣ୍ଠୁରେ ଆଘାତ ଯୋଗୁଁ ତାଙ୍କୁ ତାଲିମ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ କରୀନା ଓ ତାଙ୍କ ମା’ ଧୈର୍ଯ୍ୟ ହରାଇଲେ ନାହିଁ । ଆଉ ଏହାର ପରିଣାମ ଆଜି ଆମ ସମସ୍ତଙ୍କ ସମ୍ମୁଖରେ ରହିଛି । ମୁଁ ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛି । ଏହା ସଙ୍ଗେ ସଙ୍ଗେ ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ଏମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ପ୍ରଣାମ କରୁଛି, ଯେଉଁମାନେ ଦାରିଦ୍ର୍ୟକୁ ତାଙ୍କ ପିଲାଙ୍କ ଭବିଷ୍ୟତର ପ୍ରତିବନ୍ଧକ ହେବାକୁ ଦେଇନାହାନ୍ତି । ଆମେ ସମସ୍ତେ ଜାଣିଛୁ ଯେ, ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମାଧ୍ୟମରେ ଯେଉଁଠି କ୍ରୀଡ଼ାବିତଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳେ, ସେଇଠି ସେ ଅନ୍ୟ ରାଜ୍ୟର ସଂସ୍କୃତି ସମ୍ପର୍କରେ ଜାଣିବାର ସୁଯୋଗ ମଧ୍ୟ ପାଆନ୍ତି । ତେଣୁ, ଆମେ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ ଭଳି ପ୍ରତିବର୍ଷ ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ ଆୟୋଜନ ହେବାପାଇଁ ମଧ୍ୟ ନିଷ୍ପତ୍ତି କରିଛୁ ।
ବନ୍ଧୁଗଣ, ଆସନ୍ତା ମାସ ଫେବୃଆରୀ 22 ତାରିଖରୁ ମାର୍ଚ୍ଚ 1 ତାରିଖ ଯାଏ କଟକ ଏବଂ ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆୟୋଜିତ ହେବାକୁ ଯାଉଛି । ଏଥିରେ ଭାଗ ନେବାପାଇଁ 3000ରୁ ଅଧିକ ଖେଳାଳି ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।
ମୋର ପ୍ରିୟ ଦେଶବାସୀ, ପରୀକ୍ଷା ଋତୁ ଆସିଗଲାଣି । ତେଣୁ ଏହା ସ୍ୱାଭାବିକ ଯେ, ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ପ୍ରସ୍ତୁତିକୁ ଅନ୍ତିମ ସ୍ପର୍ଶ ଦେବାରେ ଲାଗିଥିବେ । ଦେଶର କୋଟି କୋଟି ବିଦ୍ୟାର୍ଥୀ ବନ୍ଧୁଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ର ଅନୁଭୂତି ପରେ ମୁଁ ବିଶ୍ୱାସର ସହ କହିପାରେ ଯେ ଦେଶର ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଭରି ରହିଛି ଏବଂ ସେମାନେ ପ୍ରତ୍ୟେକ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ।
ବନ୍ଧୁଗଣ, ଗୋଟିଏ ପଟେ ପରୀକ୍ଷା ଏବଂ ଅନ୍ୟ ପଟେ ଶୀତଋତୁ । ଏ ଦୁହିଁଙ୍କ ଭିତରେ ନିଜକୁ ଫିଟ୍ ରଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି । ଅଳ୍ପ ବହୁତ ବ୍ୟାୟାମ କରନ୍ତୁ । ଟିକିଏ ଖେଳକୁଦରେ ମଧ୍ୟ ଭାଗ ନିଅନ୍ତୁ । ଖେଳକୁଦ ଫିଟ୍ ରହିବାର ମୂଳମନ୍ତ୍ର । ଆଜିକାଲ ମୁଁ ଦେଖୁଛି ଯେ, ଫିଟ୍ ଇଣ୍ଡିଆକୁ ନେଇ ଅନେକ ଇଭେଂଟର ଆୟୋଜନ ହେଉଛି । ଜାନୁଆରୀ 18 ତାରିଖ ଦିନ ଯୁବବନ୍ଧୁମାନେ ସାରା ଦେଶରେ ସାଇକ୍ଲୋଥୋନର ଆୟୋଜନ କରିଥିଲେ ଯେଉଁଥିରେ ସାମିଲ ହୋଇ ଲକ୍ଷ ଲକ୍ଷ ଦେଶବାସୀ ଫିଟ୍ନେସର ବାର୍ତ୍ତା ପ୍ରଚାର କଲେ । ଆମର ନ୍ୟୁ ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ଫିଟ୍ ରହୁ ଏହା ପାଇଁ ପ୍ରତ୍ୟେକ ସ୍ତରରେ ଯେଉଁ ଉଦ୍ୟମ ପରିଲକ୍ଷିତ ହେଉଛି, ସେଗୁଡ଼ିକ ଉତ୍ସାହରେ ଭରିଦେଉଛି । ଗତବର୍ଷ ନଭେମ୍ବର ମାସରେ ଆରମ୍ଭ ହୋଇଥିବା ଫିଟ୍ ଇଣ୍ଡିଆ ସ୍କୁଲ ଅଭିଯାନର ପ୍ରଭାବ ମଧ୍ୟ ଏବେ ଦେଖାଗଲାଣି । ମୋତେ ସୂଚନା ଦିଆଯାଇଛି ଯେ, ଏ ଯାଏ 65000ରୁ ଅଧିକ ବିଦ୍ୟାଳୟ ଅନଲାଇନ୍ ରେଜିଷ୍ଟ୍ରେସନ କରି ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫିକେଟ ପାଇସାରିଲେଣି । ଦେଶର ବାକି ସ୍କୁଲଗୁଡ଼ିକୁ ମୋର ଅନୁରୋଧ ଯେ, ସେମାନେ ଫିଜିକାଲ୍ ଆକ୍ଟିଭିଟି ଓ ଖେଳକୁ ପାଠପଢ଼ା ସହ ସଂଶ୍ଳିଷ୍ଟ କରି ଫିଟ୍ ସ୍କୁଲ ହୋଇଯାଆନ୍ତୁ । ଏଥିସହ ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ଦୈନନ୍ଦିନ ଜୀବନରେ ଫିଜିକାଲ୍ ଆକ୍ଟିଭିଟିକୁ ଅଧିକରୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପ୍ରତିଦିନ ନିଜକୁ ଏ କଥା ମନେ ପକାଇ ଦିଅନ୍ତୁ ଯେ, ଆମେ ଫିଟ୍ ତ ଇଣ୍ଡିଆ ଫିଟ୍ ।
ମୋର ପ୍ରିୟ ଦେଶବାସୀ, ଦୁଇ ସପ୍ତାହ ପୂର୍ବେ ଭାରତର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ପର୍ବର ଉତ୍ସାହ ଥିଲା । ପଞ୍ଜାବରେ ଲୋହଡ଼ିର ଆନନ୍ଦ ଆଉ ସ୍ଫୁର୍ତି ଉଷ୍ଣତା ଭରି ଦେଇଥିବାବେଳେ, ତାମିଲନାଡ଼ୁର ଭଉଣୀ-ଭାଇମାନେ ପୋଙ୍ଗଲ୍ ପର୍ବ ପାଳନ କରିଥିଲେ । ତିରୁୱଲ୍ଲୁୱରଙ୍କ ଜୟନ୍ତୀ ପାଳନ କରୁଥିଲେ । ଆସାମରେ ବିହୁର ମନଲୋଭା ଛଟା ଦେଖିବାକୁ ମିଳୁଥିଲା । ଗୁଜରାଟରେ ଚାରିଆଡ଼େ ଉତ୍ତରାୟଣର ଉତ୍ସାହ ଏବଂ ଭାସମାନ ଗୁଡ଼ିରେ ପରିପୂର୍ଣ୍ଣ ଆକାଶ ଦେଖାଯାଇଥିଲା । ଏଭଳି ଏକ ସମୟରେ ଦିଲ୍ଲୀ ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ପାଲଟିଯାଇଥିଲା । ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେଲା । ଏଥିସହ ପ୍ରାୟ 25 ବର୍ଷ ପୁରୁଣା ବ୍ରୁ ରିୟାଙ୍ଗ୍ ରିଫ୍ୟୁଜି ସମସ୍ୟାର ପୀଡ଼ାଦାୟକ ଅଧ୍ୟାୟର ଅନ୍ତ ଘଟିଲା । ଏହା ସବୁଦିନ ପାଇଁ ସମାପ୍ତ ହେଲା । ନିଜର ବ୍ୟସ୍ତ କାର୍ଯ୍ୟକ୍ରମ ଏବଂ ପାର୍ବଣ ଋତୁ ଯୋଗୁଁ ହୁଏତ ଆପଣ ଏହି ଐତିହାସିକ ରାଜିନାମା ବିଷୟରେ ବିସ୍ତୃତ ଭାବେ ଜାଣିପାରି ନ ଥିବେ । ତେଣୁ ‘ମନ କୀ ବାତ୍’ରେ ଏ ବିଷୟରେ ଆପଣଙ୍କ ସହ ଆଲୋଚନା କରିବା କଥା ମୁଁ ଅନୁଭବ କଲି । ଏହି ସମସ୍ୟାଟି ନବେ ଦଶକରୁ ଚାଲିଆସିଛି । 1997 ମସିହାରେ ଜାତିଗତ ଉତେଜନା ହେତୁ ବ୍ରୁ ରିୟାଙ୍ଗ୍ ଜନଜାତିର ଲୋକମାନେ ମିଜୋରାମ୍ରୁ ବିତାଡ଼ିତ ହୋଇ ତ୍ରିପୁରାରେ ଆଶ୍ରୟ ନେଇଥିଲେ । ଏଇ ଶରଣାର୍ଥୀମାନଙ୍କୁ ଉତ୍ତର ତ୍ରିପୁରାର କଂଚନପୁରସ୍ଥିତ ଅସ୍ଥାୟୀ ଶିବିରରେ ରଖାଗଲା । ଦୁଃଖର କଥା ଯେ ବ୍ରୁ ରିୟାଙ୍ଗ ଜନଜାତିର ଏହି ଲୋକମାନେ ତାଙ୍କ ଜୀବନର ଏକ ଲମ୍ବା ସମୟ ଶରଣାର୍ଥୀ ଭାବରେ ଅତିବାହିତ କଲେ । ଅସ୍ଥାୟୀ ଶିବିରରେ ଜୀବନ ନିର୍ବାହ କରିବା ଅର୍ଥ – ମୌଳିକ ସୁବିଧାରୁ ବଂଚିତ ହେବା । 23 ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଘର, ଜମି, ପରିବାର ପାଇଁ ଚିକିତ୍ସା ସୁବିଧା କି ପିଲାମାନଙ୍କ ପାଇଁ ଶିକ୍ଷାର ସୁବିଧା, କିଛି ବି ନ ଥିଲା । ଥରେ ଭାବି ଦେଖନ୍ତୁ ତ! ତେଇଶ ବର୍ଷ ଧରି ଶରଣାର୍ଥୀ ଶିବିରରେ ଏଭଳି କଠିନ ପରିସ୍ଥିତି ଭିତରେ ଜୀବନ ବିତେଇବା ସେମାନଙ୍କ ପାଇଁ କେତେ ଦୁଃଖଦାୟକ ହୋଇଥିବ! ଜୀବନର ପ୍ରତି କ୍ଷଣ, ପ୍ରତିଟି ଦିନ ଗୋଟିଏ ଅନିଶ୍ଚିତ ଭବିଷ୍ୟତ ମଧ୍ୟ ଅତିବାହିତ କରିବା କେତେ ପୀଡ଼ାଦାୟକ ହୋଇଥିବ । କେତେ ସରକାର ଆସିଲେ – ଚାଲିଗଲେ । କିନ୍ତୁ ଏମାନଙ୍କର ଏହି ଯନ୍ତ୍ରଣାଦାୟକ ସମସ୍ୟାର କୌଣସି ସମାଧାନ ହୋଇପାରିଲା ନାହିଁ । କିନ୍ତୁ ଏତେ ଦୁଃଖକଷ୍ଟ ସତ୍ୱେ ମଧ୍ୟ ଭାରତୀୟ ସମ୍ବିଧାନ ଏବଂ ସଂସ୍କୃତି ପ୍ରତି ସେମାନଙ୍କ ମନରେ ଅଟଳ ବିଶ୍ୱାସ କମିନଥିଲା । ଆଉ ସେହି ବିଶ୍ୱାସର ଫଳସ୍ୱରୂପ ଆଜି ସେମାନଙ୍କ ଜୀବନରେ ଏକ ନୂଆ ସକାଳ ଆସିଛି । ଏଇ ନିକଟରେ ସ୍ୱାକ୍ଷରିତ ରାଜିନାମା ଯୋଗୁଁ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନଯାପନ କରିବାର ସମ୍ଭାବନା ସୃଷ୍ଟି ହୋଇଛି । 2020ର ଏଇ ନୂତନ ଦଶକ ବ୍ରୁ ରିୟାଙ୍ଗ ଜନଜାତିର ଜୀବନରେ ଗୋଟିଏ ନୂତନ ଆଶା ଆଉ ନୂତନ ବିଶ୍ୱାସ ନେଇଆସିଛି । ପ୍ରାୟ 3400 ବ୍ରୁ ରିୟାଙ୍ଗ ଶରଣାର୍ଥୀଙ୍କୁ ତ୍ରିପୁରାରେ ଥଇଥାନ କରାଯିବ । ଖାଲି ସେତିକି ନୁହେଁ, ସେମାନଙ୍କର ପୁନର୍ବାସ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରାୟ 600 କୋଟି ଟଙ୍କା ସାହାଯ୍ୟ ଦେବେ । ପ୍ରତ୍ୟେକ ବିସ୍ଥାପିତ ପରିବାରଙ୍କୁ ଘରଡିହ ଦିଆଯିବ । ଘର ତିଆରି କରିବାକୁ ସେମାନଙ୍କୁ ସାହାଯ୍ୟ କରାଯିବ । ତା’ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ରାସନର ସୁବିଧା ମଧ୍ୟ କରାଯିବ । ଏବେ ସେମାନେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ମଧ୍ୟ ପାଇପାରିବେ । ଏହି ବୁଝାମଣାଟି ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରେ । ଏହା ସହଯୋଗୀ ସଂଘବାଦର ଏକ ନିଦର୍ଶନ । ଏହି ବୁଝାମଣା ପାଇଁ ମିଜୋରାମ ଏବଂ ତ୍ରିପୁରା ଦୁଇଟିଯାକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଦୁଇ ରାଜ୍ୟର ଜନସାଧାରଣଙ୍କ ସହମତ ଏବଂ ସଦିଚ୍ଛା ଯୋଗୁଁ ଏହା ସମ୍ଭବ ହୋଇପାରିଲା । ଏଥିପାଇଁ ମୁଁ ଦୁଇ ରାଜ୍ୟର ଜନସାଧାରଣ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଉଛି । ଏଇ ବୁଝାମଣା ଭାରତୀୟ ସଂସ୍କୃତିରେ ସମାହିତ ହୋଇଥିବା କରୁଣା ଭାବ ଏବଂ ସହୃଦୟତାର ଏକ ଜ୍ୱଳନ୍ତ ନିଦର୍ଶନ । ସମସ୍ତଙ୍କୁ ଆପଣାର ମନେ କରିବା ଏବଂ ଏକଜୁଟ୍ ହୋଇ ରହିବାର ଭାବନା ଏଇ ପବିତ୍ର ଭୂମିର ସଂସ୍କାରରେ ଭରିରହିଛି । ମୁଁ ପୁଣିଥରେ ଏହି ଦୁଇ ରାଜ୍ୟର ଅଧିବାସୀ ଏବଂ ବ୍ରୁ-ରିୟାଙ୍ଗ୍ ସମାଜକୁ ବିଶେଷ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ‘ଖେଲୋ ଇଣ୍ଡିଆ’ ଭଳି ଏକ ଏତେ ବଡ଼ ଖେଳର ସଫଳ ଆୟୋଜନ କରିଥିବା ଆସାମ ରାଜ୍ୟରେ ଆହୁରି ଗୋଟିଏ ବଡ଼ କାମ ବି ହୋଇଛି । ଆପଣମାନେ ମଧ୍ୟ ଖବର ଦେଖିଥିବେ ଯେ ଆସାମରେ 8ଟି ଭିନ୍ନ ଭିନ୍ନ ସଶସ୍ତ୍ର ଉଗ୍ରବାଦୀ ଗୋଷ୍ଠୀର 644 ଲୋକ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆଗରୁ ଯେଉଁମାନେ ହିଂସାର ରାସ୍ତା ଧରିଥିଲେ ସେମାନେ ଏବେ ଶାନ୍ତି ଉପରେ ବିଶ୍ୱାସ କରି ଦେଶର ବିକାଶରେ ଭାଗୀଦାର ହେବାର ନିଷ୍ପତ୍ତି ନେଇଛନ୍ତି । ପୁଣିଥରେ ମୁଖ୍ୟଧାରାକୁ ଫେରିଆସିଛନ୍ତି । ଗତବର୍ଷ ତ୍ରିପୁରାରେ ମଧ୍ୟ ଅଶୀରୁ ଅଧିକ ଲୋକ ହିଂସାର ରାସ୍ତା ତ୍ୟାଗକରି ମୁଖ୍ୟସ୍ରୋତକୁ ଫେରିଆସିଛନ୍ତି । ଦିନେ ଯେଉଁମାନେ ସମସ୍ୟାର ସମାଧାନ ପାଇଁ ଅସ୍ତ୍ରଶସ୍ତ୍ର ଧରି ହିଂସାର ରାସ୍ତାକୁ ବାଛିନେଇଥିଲେ – ଆଜି ସେମାନଙ୍କର ଦୃଢ଼ବିଶ୍ୱାସ ହୋଇଛି ଯେ ଶାନ୍ତି ଏବଂ ଏକତା ହିଁ ଯେକୌଣସି ସମସ୍ୟାକୁ ସମାଧାନ କରିବାର (ଏକମାତ୍ର) ପ୍ରକୃଷ୍ଟ ମାର୍ଗ । ମୋର ଦେଶବାସୀମାନେ ଜାଣି ଖୁସିହେବେ ଯେ ଉତ୍ତର ପୂର୍ବରେ ହିଂସାତ୍ମକ ଆନ୍ଦୋଳନ ଏବେ ବହୁମାତ୍ରାରେ କମିଯାଇଛି । ତା’ର କାରଣ ହେଲା ଏ ଅଂଚଳରେ ଥିବା ଅନେକ ସମସ୍ୟାକୁ ଶାନ୍ତି ଓ ସଚ୍ଚୋଟତାର ସହିତ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉଛି । ଦେଶର ଯେକୌଣସି ଭାଗରେ ଆଜି ବି ଯେଉଁ ଲୋକମାନେ ସମସ୍ୟାର ସମାଧାନ ପାଇଁ ହିଂସାର ପଥକୁ ଅନୁସରଣ କରିବାକୁ ଯାଉଛନ୍ତି – ଆଜିର ଏଇ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ମୁଁ ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ଫେରିଆସନ୍ତୁ । ସମସ୍ୟାଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ଦିଗରେ ନିଜର ତଥା ଏ ଦେଶର ସରକାରଙ୍କ ଉପରେ ଭରସା ରଖନ୍ତୁ । ଆମେ ଆଜି ଏକବିଂଶ ଶତାବ୍ଦୀରେ ଅଛେ ଯାହା ଜ୍ଞାନ-ବିଜ୍ଞାନ ଓ ଗଣତନ୍ତ୍ରର ଯୁଗ । ଆପଣ ଏଭଳି କୌଣସି ସ୍ଥାନ ବିଷୟରେ ଜାଣନ୍ତି କି ଯେଉଁଠି ହିଂସା ମାଧ୍ୟମରେ ଜୀବନର ଉନ୍ନତି ହୋଇଛି? ଏଭଳି କୌଣସି ସ୍ଥାନକୁ ଜାଣନ୍ତି କି ଯେଉଁଠି ଶାନ୍ତି ଓ ସଦ୍ଭାବ ଯୋଗୁଁ ଜୀବନ ବିପର୍ଯ୍ୟସ୍ତ ହୋଇଛି? ହିଂସା କେବେ କୌଣସି ସମସ୍ୟାର ସମାଧାନ କରିନାହିଁ । ଦୁନିଆର କୌଣସି ସମସ୍ୟାର ସମାଧାନ ଆଉ ଗୋଟିଏ ସମସ୍ୟା ସୃଷ୍ଟି କରିବା ଦ୍ୱାରା ହୋଇନି । ବରଂ ଅଧିକରୁ ଅଧିକ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇପାରିଛି । ଆସନ୍ତୁ, ଏମିତି ଏକ ନୂଆ ଭାରତ ଗଢ଼ିବା ଦିଗରେ ଏକଜୁଟ ହେବା ଯେଉଁଠି ଶାନ୍ତି ହିଁ ପ୍ରତ୍ୟେକ ପ୍ରଶ୍ନର ସମାଧାନର ଆଧାର ହେବ । ସମସ୍ତ ସମସ୍ୟା ସମାଧାନର ପ୍ରୟାସରେ ଏକତା ରହୁ ଓ ଭ୍ରାତୃଭାବ ଦ୍ୱାରା ବିଭାଜନର ସମସ୍ତ ଚେଷ୍ଟା ବିଫଳ ହେଉ ।
ମୋର ପ୍ରିୟ ଦେଶବାସୀ, ଆଜି ଗଣତନ୍ତ୍ର ଦିବସର ଏହି ସୁଅବସରରେ ଆନନ୍ଦର ସହିତ ‘ଗଗନଯାନ’ ସମ୍ବନ୍ଧରେ କହିବାକୁ ଚାହେଁ । ଏ ଦିଗରେ ଦେଶ ଆଉ ଗୋଟିଏ ପାଦ ଆଗେଇଗଲାଣି । 2022ରେ ଆମ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ହେବ । ସେଇ ଅବସରରେ ଆମେ ‘ଗଗନଯାନ ଅଭିଯାନ’ ଦ୍ୱାରା ଜଣେ ଭାରତୀୟକୁ ମହାକାଶକୁ ପ୍ରେରଣ କରିବାର ସଂକଳ୍ପ ପୂରଣ କରିବାର ଅଛି । ‘ଗଗନଯାନ’ ଅଭିଯାନ ଏକବିଂଶ ଶତାବ୍ଦୀରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଐତିହାସିକ ଉପଲବ୍ଧି ହେବ । ‘ନୂଆ ଭାରତ’ ପାଇଁ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।
ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଏହି ଅଭିଯାନ ପାଇଁ ମହାକାଶ ଯାତ୍ରୀ ଭାବେ 4 ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇସାରିଲାଣି । ଏହି ଚାରିଜଣ ଯୁବକ ଭାରତୀୟ ବାୟୁସେନାର ପାଇଲଟ । ଏହି ସାହସୀ ଯୁବକମାନେ ଭାରତର କୌଶଳ, ପ୍ରତିଭା, କ୍ଷମତା, ସାହସ ଏବଂ ସ୍ୱପ୍ନର ପ୍ରତୀକ । ଆମର ଏହି ଚାରିଜଣ ବନ୍ଧୁ ଆଗକୁ ପ୍ରଶିକ୍ଷଣ ପାଇଁ ଋଷ ଯିବେ । ମୋର ବିଶ୍ୱାସ ଏହା ଭାରତ ଓ ଋଷ ମଧ୍ୟରେ ମୈତ୍ରୀ ଏବଂ ସହଯୋଗର ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ । ଏମାନଙ୍କୁ ବର୍ଷକରୁ ଅଧିକ ସମୟ ପ୍ରଶିକ୍ଷଣ ଦିଆଯିବ । ତା’ପରେ ଦେଶର ଆଶା ଓ ଆକାଂକ୍ଷାର ଉଡ଼ାଣକୁ ମହାକାଶ ପର୍ଯ୍ୟନ୍ତ ନେଇଯିବାର ଗୁରୁଦାୟିତ୍ୱ ଏଇ ଚାରିଜଣଙ୍କ ମଧ୍ୟରୁ କୌଣସି ଜଣଙ୍କ ଉପରେ ନ୍ୟସ୍ତ ହେବ । ଆଜି ଗଣତନ୍ତ୍ର ଦିବସର ଏହି ଶୁଭ ଅବସରରେ ଏଇ ଚାରିଜଣ ନବଯୁବକ ଏବଂ ଏହି ଅଭିଯାନ ସହ ଜଡ଼ିତ ଭାରତ ଓ ରୁଷର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀ, ଗତ ମାର୍ଚ୍ଚ ମାସରେ ଗୋଟିଏ ଭିଡ଼ିଓ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିଲା । 107 ବର୍ଷ ବୟସ୍କା ଜଣେ ମା’ କେମିତି ରାଷ୍ଟ୍ରପତି ଭବନରେ ପ୍ରୋଟୋକଲ ଭାଙ୍ଗି ରାଷ୍ଟ୍ରପତି ମହୋଦୟଙ୍କୁ ଆଶୀର୍ବାଦ କରୁଛନ୍ତି ଭିଡିଓର ତାହାହିଁ ଥିଲା । ଏହି ମହିଳା ଜଣକ ଥିଲେ କର୍ଣ୍ଣାଟକର ସାଲୁମର୍ଦା ଥିମକ୍କା ଯିଏ କର୍ଣ୍ଣାଟକରେ ବୃକ୍ଷମାତା ନାମରେ ପ୍ରଖ୍ୟାତ । ସେହି ସମାରୋହଟି ପଦ୍ମ ପୁରସ୍କାର ଅଳଙ୍କରଣ ଉତ୍ସବ ଥିଲା । ଖୁବ୍ ସାଧାରଣ ସ୍ତରରୁ ଆସିଥିବା ଥିମକ୍କାଙ୍କର ଅସାଧାରଣ ଅବଦାନକୁ ଦେଶ ଜାଣିଲା, ବୁଝିଲା ଏବଂ ସମ୍ମାନ ଦେଲା । ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଉଥିଲା ।
ବନ୍ଧୁଗଣ, ଆଜି ଭାରତ ନିଜର ଏହି ମହାପୁରୁଷମାନଙ୍କୁ ନେଇ ଗର୍ବ ଅନୁଭବ କରୁଛି । ମାଟି ସହ ଜଡ଼ିତ ଏଇ ଲୋକମାନଙ୍କୁ ସମ୍ମାନିତ କରି ଗୌରବାନ୍ୱିତ ହେଉଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗତ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ମୋର ଅନୁରୋଧ ଆପଣ ଏଇ ଲୋକମାନଙ୍କ ବିଷୟରେ ନିଶ୍ଚୟ ପଢ଼ନ୍ତୁ । ଏମାନଙ୍କ କୃତିତ୍ୱ ବିଷୟରେ ପରିବାର ଭିତରେ ଆଲୋଚନା କରନ୍ତୁ । 2020ର ପଦ୍ମ ପୁରସ୍କାର ପାଇଁ ଏ ବର୍ଷ ଛୟାଳିଶ ହଜାରରୁ ଅଧିକ ନାମାଙ୍କନ ଆସିଛି । ଏ ସଂଖ୍ୟା 2014 ବର୍ଷ ତୁଳନାରେ 20 ଗୁଣ ଅଧିକ । ଏହି ସଂଖ୍ୟା ଲୋକମାନଙ୍କର ସେହି ବିଶ୍ୱାସର ପରିଚାୟକ ଯେ ପଦ୍ମ ସମ୍ମାନ ଏବେ ଜନସାଧାରଣଙ୍କ ପୁରସ୍କାରରେ ପରିଣତ ହୋଇଛି । ଏବେ ପଦ୍ମ ପୁରସ୍କାରର ସମସ୍ତ ପ୍ରକ୍ରିୟା ଅନଲାଇନ ହୋଇଯାଇଛି । ପୂର୍ବେ ଯେଉଁ ନିଷ୍ପତ୍ତି ସୀମିତ ଲୋକଙ୍କ ଦ୍ୱାରା ହେଉଥିଲା ଆଜି ତାହା ଜନତାଙ୍କ ଦ୍ୱାରା ପରିଚାଳିତ । କହିବାକୁ ଗଲେ ପଦ୍ମ ପୁରସ୍କାରକୁ ନେଇ ଦେଶରେ ଏକ ନୂତନ ବିଶ୍ୱାସ ଏବଂ ସମ୍ମାନ ସୃଷ୍ଟି ହୋଇଛି । ଏବେ ପଦ୍ମ ପୁରସ୍କାର ପାଉଥିବା ଲୋକମାନଙ୍କ ମଧ୍ୟରେ ଅନେକ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଓ ପରାକାଷ୍ଠା ବଳରେ ତୃଣମୂଳ ସ୍ତରରୁ ଉପରକୁ ଉଠିଛନ୍ତି । ସୀମିତ ସମ୍ବଳର ଅସୁବିଧା ତଥା ଚତୁଃପାଶ୍ୱର୍ର ଘୋର ନିରାଶାକୁ ପରାହତ କରି ଆଗକୁ ଆସିଛନ୍ତି । ବାସ୍ତବରେ ସେମାନଙ୍କର ଦୃଢ଼ ଇଚ୍ଛାଶକ୍ତି, ସେବାଭାବ ତଥା ନିଃସ୍ୱାର୍ଥ ଭାବ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ । ମୁଁ ପୁଣିଥରେ ସମସ୍ତ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ସେମାନଙ୍କ ବିଷୟରେ ପଢ଼ିବାକୁ ଓ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଅନୁରୋଧ କରୁଛି । ସେମାନଙ୍କ ଜୀବନର ଅସାଧାରଣ କାହାଣୀଗୁଡ଼ିକ ସମାଜକୁ ବାସ୍ତବରେ ପ୍ରେରଣା ଯୋଗାଇବ ।
ମୋର ପ୍ରିୟ ଦେଶବାସୀ, ଗଣତନ୍ତ୍ର ଦିବସ ପାଇଁ ଆପଣମାନଙ୍କୁ ପୁଣିଥରେ ଅନେକ ଅନେକ ଶୁଭକାମନା ଜଣାଉଛି । ଏହି ସମ୍ପୂର୍ଣ୍ଣ ଦଶକଟି ଆପଣମାନଙ୍କ ଜୀବନରେ, ଭାରତର ଜୀବନରେ ନୂତନ ସଂକଳ୍ପ ଓ ନୂତନ ସିଦ୍ଧିର ସମୟ ହେଉ । ବିଶ୍ୱ ଭାରତଠାରୁ ଯାହା ଚାହେଁ ତାହା ପୂର୍ଣ୍ଣ କରିବାର ସାମର୍ଥ୍ୟ ଭାରତକୁ ମିଳୁ । ଆସନ୍ତୁ – ଏଇ ବିଶ୍ୱାସର ସହ ନୂତନ ଦଶକର ଆରମ୍ଭ କରିବା । ନୂତନ ସଂକଳ୍ପର ସହ ମା’ ଭାରତୀଙ୍କ ପାଇଁ ଏକଜୁଟ ହେବା । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

ମୋର ପ୍ରିୟ ଦେଶବାସୀ, ନମସ୍କାର! 2019ର ବିଦାୟ ମୁହୂର୍ତ୍ତ ଆମ ଆଗରେ ରହିଛି । ଆଉ 3ଦିନ ମଧ୍ୟରେ 2019 ବିଦାୟ ନେବ ଏବଂ ଆମେ କେବଳ ଯେ 2020ରେ ପ୍ରବେଶ କରିବା ତାହା ନୁହେଁ, ନୂଆବର୍ଷରେ ପ୍ରବେଶ କରିବା, ନୂତନ ଦଶନ୍ଧିରେ ପ୍ରବେଶ କରିବା, ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପ୍ରବେଶ କରିବା । ମୁଁ ସମସ୍ତ ଦେଶବାସୀଙ୍କୁ 2020 ପାଇଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଏହି ଦଶନ୍ଧି ସମ୍ପର୍କରେ ଗୋଟିଏ କଥା ସୁନିଶ୍ଚିତ ଯେ, ଏଥିରେ ଦେଶର ବିକାଶକୁ ଗତିଶୀଳ କରିବାରେ ସେହିମାନେ ସକ୍ରିୟ ଭୂମିକା ଗ୍ରହଣ କରିବେ, ଯେଉଁମାନଙ୍କ ଜନ୍ମ ଏକବିଂଶ ଶତାବ୍ଦୀରେ ହୋଇଛି, ଯେଉଁମାନେ ଏହି ଶତାବ୍ଦୀର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ବୁଝି ବଡ଼ ହେଉଛନ୍ତି । ଏଭଳି ଯୁବଗୋଷ୍ଠୀ ଆଜି ଅନେକ ନାମରେ ପରିଚିତ । କେହି ତାଙ୍କୁ ‘ମିଲେନିଆଲ୍ସ’ ରୂପରେ ଜାଣୁଛି, ତ’ କେତେକ ତାଙ୍କୁ ‘ଜେନେରେସନ ଜେଡ୍’ କିମ୍ବା ‘ଜେନ୍ ଜେଡ୍’ ମଧ୍ୟ କହୁଛନ୍ତି । କିନ୍ତୁ ଗୋଟିଏ କଥା ତ’ ଲୋକମାନଙ୍କ ମନରେ ଭଲ ଭାବେ ଫିଟ୍ ହୋଇଯାଇଛି ଯେ, ଇଏ ହେଉଛି ସୋସିଆଲ୍ ମିଡିଆ ଜେନେରେସନ୍ । ଆମେ ସମସ୍ତେ ଅନୁଭବ କରୁଛୁ ଯେ, ଆମର ଏହି ପିଢ଼ି ଅତ୍ୟନ୍ତ ପ୍ରତିଭାଶାଳୀ । ସେମାନେ ସବୁବେଳେ କିଛି ନୂଆ କରିବାର, କିଛି ଭିନ୍ନ କରିବାର ସ୍ୱପ୍ନ ଦେଖନ୍ତି । ସେମାନଙ୍କ ନିଜସ୍ୱ ମତ ବି ରହିଛି ଏବଂ ସବୁଠାରୁ ଖୁସିର କଥା ହେଲା, ମୁଁ ବିଶେଷ କରି ଭାରତ ସମ୍ପର୍କରେ କହିବି ଯେ, ଆଜିର ଯୁବଗୋଷ୍ଠୀକୁ ଆମେ ଦେଖୁଛୁ, ସେମାନେ ବ୍ୟବସ୍ଥାକୁ ପସନ୍ଦ କରୁଛନ୍ତି, ସିଷ୍ଟମ ପସନ୍ଦ କରୁଛନ୍ତି । କେବଳ ସେତିକି ନୁହେଁ, ସେମାନେ ସିଷ୍ଟମ ଅନୁସରଣ କରିବାକୁ ମଧ୍ୟ ପସନ୍ଦ କରୁଛନ୍ତି ଏବଂ କେତେବେଳେ କେମିତି କେଉଁଠି ଯଦି ସିଷ୍ଟମ ଠିକ୍ ଭାବେ କାମ କରୁନାହିଁ, ତାହେଲେ ସେମାନେ ଅତିଷ୍ଠ ହୋଇପଡ଼ୁଛନ୍ତି ଏବଂ ସାହସର ସହିତ ସିଷ୍ଟମ ପ୍ରଶ୍ନ ମଧ୍ୟ କରୁଛନ୍ତି । ମୁଁ ଏହାକୁ ଉଚିତ ମନେ କରୁଛି । ଆମ ଦେଶର ଯୁବଗୋଷ୍ଠୀଙ୍କ ସମ୍ପର୍କରେ ଗୋଟିଏ କଥା ଦୃଢ଼ତାର ସହ କୁହାଯାଇପାରେ ଯେ ସେମାନେ ଅରାଜକତାକୁ ଘୃଣା କରନ୍ତି । ଅବ୍ୟବସ୍ଥା, ଅସ୍ଥିରତା, ଏସବୁକୁ ଏମାନେ ନାପସନ୍ଦ କରନ୍ତି । ପରିବାରବାଦ, ଜାତିଆଣ, ପର-ଆପଣା, ମହିଳା-ପୁରୁଷ, ଏସବୁ ଭେଦଭାବକୁ ସେମାନେ ପସନ୍ଦ କରୁନାହାନ୍ତି । ବେଳେବେଳେ ଆମେ ଦେଖୁଛୁ ଯେ, ବିମାନ ବନ୍ଦର ହେଉ କି ସିନେମା ହଲ୍, ଲୋକ ଧାଡ଼ି ବାନ୍ଧି ଠିଆ ହୋଇଥିବାବେଳେ ଯଦି କେହି ମଝିରେ ପଶିଯାଉଛି ସେତେବେଳେ ସ୍ୱର ଉତ୍ତୋଳନ କରିବାରେ ଆଗରେ ରହୁଛନ୍ତି ଏହି ଯୁବଗୋଷ୍ଠୀ । ଆମେ ଏ କଥା ମଧ୍ୟ ଦେଖୁଛୁ ଯେ, ଏମିତି କିଛି ଘଟିଲେ ଅନ୍ୟ ଯୁବବନ୍ଧୁ ସଙ୍ଗେ ସଙ୍ଗେ ନିଜର ମୋବାଇଲ୍ ଫୋନ୍ ବାହାର କରି ଏହାର ଭିଡିଓ ଉତ୍ତୋଳନ କରିଦେଉଛନ୍ତି ଏବଂ ଦେଖୁ ଦେଖୁ ସେହି ଭିଡିଓଟି ଭାଇରାଲ ମଧ୍ୟ ହୋଇଯାଉଛି ଏବଂ ଭୁଲ କରିଥିବା ଲୋକଟି ଅନୁଭବ କରୁଛି ଯେ, ଇଏ କ’ଣ ହେଇଗଲା! ତେଣୁ, ଏକ ନୂଆ ପ୍ରକାର ବ୍ୟବସ୍ଥା, ନୂଆ ଯୁଗ, ନୂତନ ଢଙ୍ଗର ଚିନ୍ତାଧାରାକୁ ଆମର ଯୁବପିଢ଼ି ପ୍ରତିଫଳିତ କରୁଛି । ଆଜି, ଭାରତ ଏହି ପିଢ଼ିଠାରୁ ଅନେକ କିଛି ଆଶା କରୁଛି । ଏମାନଙ୍କୁ ହିଁ ଦେଶକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ । ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ଯୁବପିଢ଼ି, ଆଧୁନିକ ପିଢ଼ି ଉପରେ ମୋର ବିଶ୍ୱାସ ରହିଛି, ଏମାନଙ୍କ ମଧ୍ୟରୁ ହିଁ ମୋର କାର୍ଯ୍ୟକର୍ତ୍ତା ବାହାରିବେ । ଯୁବବର୍ଗଙ୍କ ସମ୍ପର୍କରେ ସେ କହିଥିଲେ – “ଯୁବାବସ୍ଥାର ମୂଲ୍ୟାଙ୍କନ କିମ୍ବା ବର୍ଣ୍ଣନା କରିହୁଏନା ।” ଏହା ଜୀବନର ସବୁଠାରୁ ମୂଲ୍ୟବାନ କାଳଖଣ୍ଡ । ଆପଣ ଆପଣଙ୍କ ଯୁବାବସ୍ଥାର ଉପଯୋଗ କିଭଳି ଭାବେ କରୁଛନ୍ତି ତାହା ଉପରେ ଆପଣଙ୍କ ଭବିଷ୍ୟତ ଏବଂ ଆପଣଙ୍କ ଜୀବନ ନିର୍ଭର କରେ । ବିବେକାନନ୍ଦଙ୍କ ଅନୁସାରେ, ସିଏ ହେଉଛି ଯୁବବର୍ଗ ଯିଏ ଉତ୍ସାହ ଏବଂ ସକ୍ରିୟତାରେ ପରିପୂର୍ଣ୍ଣ ଏବଂ ପରିବର୍ତ୍ତନର ସାମର୍ଥ୍ୟ ରଖେ । ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଭାରତରେ ଏହି ଦଶନ୍ଧି, ଏହି ଡିକେଡ କେବଳ ଯୁବବର୍ଗଙ୍କ ବିକାଶ ଦଶନ୍ଧି ହେବନି ବରଂ ଯୁବଗୋଷ୍ଠୀର ସାମର୍ଥ୍ୟ ବଳରେ ଦେଶର ଉନ୍ନତି ସାଧକ ଭାବେ ମଧ୍ୟ ପ୍ରମାଣିତ ହେବ । ଭାରତକୁ ଆଧୁନିକ କରି ଗଢ଼ି ତୋଳିବାରେ ଏହି ପିଢ଼ି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ଏହା ମୁଁ ସ୍ପଷ୍ଟ ଭାବେ ଅନୁଭବ କରୁଛି । ଆସନ୍ତା ଜାନୁଆରୀ 12 ତାରିଖରେ ବିବେକାନନ୍ଦଙ୍କ ଜୟନ୍ତୀରେ ଯେତେବେଳେ ସାରା ଦେଶ ଯୁବଦିବସ ପାଳନ କରୁଥିବ, ସେତେବେଳେ ପ୍ରତ୍ୟେକ ଯୁବକ-ଯୁବତୀ, ଏହି ଦଶନ୍ଧିରେ ନିଜର ଦାୟିତ୍ୱ ସମ୍ପର୍କରେ ନିଶ୍ଚୟ ଚିନ୍ତା କରନ୍ତୁ ଏବଂ ଏହି ଦଶନ୍ଧି ପାଇଁ କିଛି ନା କିଛି ସଂକଳ୍ପ ନିଶ୍ଚୟ ଗ୍ରହଣ କରନ୍ତୁ ।
ମୋର ପ୍ରିୟ ଦେଶବାସୀ, ଆପଣମାନଙ୍କ ମଧ୍ୟରୁ ଅନେକେ ଜାଣିଥିବେ ଯେ, କନ୍ୟାକୁମାରୀର ଯେଉଁ ଶିଳା ଉପରେ ସ୍ୱାମୀ ବିବେକାନନ୍ଦ ଧ୍ୟାନମଗ୍ନ ହୋଇଥିଲେ, ସେଠାରେ ବିବେକାନନ୍ଦ ରକ୍ ମେମୋରିଆଲ୍ ନିର୍ମାଣ କରାଯାଇଛି । ଏହି ନିର୍ମାଣର ପଚାଶ ବର୍ଷ ପୂରଣ ହେଉଛି । ଗତ ପଚାଶ ବର୍ଷ ଧରି ଏହି ସ୍ଥାନ ଭାରତର ଗୌରବ ହୋଇରହିଆସିଛି । କନ୍ୟାକୁମାରୀ ଦେଶ ଏବଂ ଦୁନିଆ ପାଇଁ ଗୋଟିଏ ଆକର୍ଷଣର କେନ୍ଦ୍ର ହୋଇରହିଛି । ଦେଶଭକ୍ତିରେ ପରିପୂର୍ଣ୍ଣ, ଆଧ୍ୟାତ୍ମିକ ଚେତନାକୁ ଅନୁଭବ କରିବାକୁ ଚାହୁଁଥିବା ପ୍ରତ୍ୟେକଙ୍କ ପାଇଁ ଏହା ଏକ ଶ୍ରଦ୍ଧାର କେନ୍ଦ୍ର, ଏକ ତୀର୍ଥକ୍ଷେତ୍ର । ସ୍ୱାମୀଜୀଙ୍କ ସ୍ମାରକ ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ ବୟସର, ପ୍ରତ୍ୟେକ ଶ୍ରେଣୀର ଲୋକଙ୍କୁ ଦେଶଭକ୍ତି ପାଇଁ ପ୍ରେରଣା ଯୋଗାଇଛି । “ଦରିଦ୍ର ନାରାୟଣଙ୍କ ସେବା”ର ମନ୍ତ୍ରକୁ ଆପଣେଇବାର ମାର୍ଗ ଦେଖାଇଛି । ଯିଏ ବି ସେଠାକୁ ଯାଇଛି, ତା ମଧ୍ୟରେ ଶକ୍ତିର ସଂଚାର ହେବା, ସକାରାତ୍ମକତାର ଭାବ ଜାଗ୍ରତ ହେବା, ଦେଶ ପାଇଁ କିଛି କରିବାର ଆବେଗ ସୃଷ୍ଟି ହେବା ଖୁବ ସ୍ୱାଭାବିକ ।
ଆମର ମାନନୀୟ ରାଷ୍ଟ୍ରପତି ମହୋଦୟ ମଧ୍ୟ ବିଗତ ଦିନରେ ପଚାଶ ବର୍ଷ ପୂରଣ କରିଥିବା ଏହି ରକ୍ ମେମୋରିଆଲ୍କୁ ପରିଦର୍ଶନ କରିଛନ୍ତି । ଆଉ ଏକଥାକୁ ନେଇ ମୁଁ ମଧ୍ୟ ଖୁସି ଯେ, ଆମର ଉପରାଷ୍ଟ୍ରପତି ବି ଗୁଜରାଟର କଚ୍ଛ ମରୁଭୂମିରେ ଅନୁଷ୍ଠିତ ହେଉଥିବା ଅତି ଉତ୍ତମ ରଣୋତ୍ସବକୁ ଉଦଘାଟନ କରିବା ପାଇଁ ଯାଇଥିଲେ । ଯେତେବେଳେ ଆମ ରାଷ୍ଟ୍ରପତି ମହୋଦୟ, ଉପ-ରାଷ୍ଟ୍ରପତି ମହୋଦୟ ଭାରତର ଏଭଳି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଯାଉଛନ୍ତି, ଦେଶବାସୀଙ୍କୁ ଏଥିରୁ ନିଶ୍ଚିନ୍ତ ପ୍ରେରଣା ମିଳିପାରୁଛି – ଆପଣମାନେ ମଧ୍ୟ ନିଶ୍ଚୟ ଯାଆନ୍ତୁ ।
ମୋର ପ୍ରିୟ ଦେଶବାସୀ, ଆମେ ବିଭିନ୍ନ କଲେଜରେ, ବିଶ୍ୱବିଦ୍ୟାଳୟରେ, ବିଦ୍ୟାଳୟରେ ପଢ଼ିଥାଉ । କିନ୍ତୁ ପାଠପଢ଼ା ଶେଷ ହେବା ପରେ ଆଲୁମ୍ନି ମିଟ୍ (ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ) ଗୋଟିଏ ଖୁବ ସୁନ୍ଦର ସୁଯୋଗ ହୋଇଥାଏ, ଯେଉଁଠି ଏହି ଯୁବକ-ଯୁବତୀମାନେ ମିଶି ପୁରୁଣା ସ୍ମୃତିରେ ହଜିଯାଆନ୍ତି – ଯାହା 10ବର୍ଷ, 20 ବର୍ଷ, 25ବର୍ଷ ପଛକୁ ଚାଲିଯାଏ । କିନ୍ତୁ ବେଳେବେଳେ ଏଭଳି ଆଲୁମ୍ନି ମିଟ୍ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଯାଏ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ ଏବଂ ଦେଶବାସୀଙ୍କ ଧ୍ୟାନ ସେ ଦିଗକୁ ଯିବା ମଧ୍ୟ ନିହାତି ଆବଶ୍ୟକ ହୋଇଥାଏ । ଆଲୁମ୍ନି ମିଟରେ ପ୍ରକୃତରେ ପୁରୁଣା ବନ୍ଧୁମାନଙ୍କ ସହ ଦେଖାହେବା, ପୁରୁଣା ସ୍ମୃତିଗୁଡ଼ିକୁ ଉଜ୍ଜିବିତ କରିବା, ଏହାର ଏକ ନିଜସ୍ୱ ଆନନ୍ଦ ରହିଛି । ଆଉ ଯେତେବେଳେ ଏହାସହିତ କୌଣସି ସାମୂହିକ ଉଦ୍ଦେଶ୍ୟ ଜଡ଼ିତ ହୋଇଯାଏ, କୌଣସି ସଂକଳ୍ପ ଥାଏ, କୌଣସି ଭାବନାତ୍ମକ ସମ୍ପର୍କ ଯୋଡ଼ି ହୋଇଯାଏ, ତେବେ ଏହା ଆହୁରି ବର୍ଣ୍ଣିଳ ହୋଇଉଠେ । ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆଲୁମ୍ନି ଗ୍ରୁପ୍ ବେଳେବେଳେ ନିଜ ବିଦ୍ୟାଳୟ ପାଇଁ କିଛି ନା କିଛି ଯୋଗଦାନ ଦେଇଥାନ୍ତି । କେହି କମ୍ପ୍ୟୁଟର ସଂଯୋଗ କରିବା ପାଇଁ ସୁବିଧା କରିଦେଇଥାଏ ତ କିଏ ଭଲ ଲାଇବ୍ରେରୀ ତିଆରି କରିଦିଏ । କେହି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରଦିଅନ୍ତି ତ କେହି କେହି ନୂଆ ଶ୍ରେଣୀଗୃହ ତିଆରି କରିବାରେ ଯୋଗଦାନ ଦେଇଥାନ୍ତି । କିଛି ଲୋକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ତିଆରି କରିବା ପାଇଁ ସାହାଯ୍ୟ କରିଥାନ୍ତି । କିଛି ନା କିଛି କରିଥାନ୍ତି । ଯେଉଁ ସ୍ଥାନରେ ନିଜର ଭବିଷ୍ୟତ ଗଠନ ହେଲା, ସେଥିପାଇଁ ଜୀବନରେ କିଛି କରିବାକୁ ସେମାନେ ଆନନ୍ଦ ଲାଭ କରନ୍ତି । ଏହା ସମସ୍ତଙ୍କ ମନରେ ରହିଥାଏ ଏବଂ ରହିବା ମଧ୍ୟ ଉଚିତ । ଆଉ, ଏଥିପାଇଁ ଲୋକେ ଆଗେଇ ଆସନ୍ତି । କିନ୍ତୁ, ମୁଁ ଆଜି ଗୋଟିଏ ବିଶେଷ ଅବସରକୁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଚାହୁଁଛି । ବିଗତ ଦିନରେ ଗଣମାଧ୍ୟମରେ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଭୈରୋଗଞ୍ଜ୍ ହେଲ୍ଥ ସେଂଟର କଥା ଯେତେବେଳେ ମୁଁ ଶୁଣିଲି, ମୋତେ ଏତେ ଭଲ ଲାଗିଲା ଯେ, ସେକଥା ମୁଁ ଆପଣମାନଙ୍କୁ ନ କହି ରହିପାରୁନି । ଏହି ଭୈରୋଗଞ୍ଜ ହେଲ୍ଥ ସେଂଟର ବା ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଖପାଖର ଗାଁ ଗୁଡ଼ିକର ହଜାର ହଜାର ଲୋକଙ୍କ ଭିଡ଼ ହେଲା । ଏକଥା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ନ ଥିବ । ଆପଣ ଭାବୁଥିବେ, ଏଥିରେ ନୂଆ କଥା କ’ଣ ଅଛି? ଲୋକ ଆସିଥିବେ । ନାହିଁ ଆଜ୍ଞା, ବହୁତ କିଛି ନୂଆ ରହିଛି । ଏହି କାର୍ଯ୍ୟକ୍ରମ ସରକାରୀ ନ ଥିଲା । ନା କୌଣସି ସରକାରଙ୍କ ପଦକ୍ଷେପ ଥିଲା । ଏହା ସେଠାକାର କେ.ଆର୍. ହାଇସ୍କୁଲର ପୂର୍ବତନ ଛାତ୍ରଛାତ୍ରୀଙ୍କ ଆଲୁମ୍ନି ମିଟ୍ ସମୟରେ ନିଆଯାଇଥିବା ପଦକ୍ଷେପ ଥିଲା । ଏହାକୁ ସଂକଳ୍ପ-95 ନାମରେ ନାମିତ କରାଯାଇଥିଲା । ସଂକଳ୍ପ-95ର ଅର୍ଥ ହେଉଛି, ସେହି ବିଦ୍ୟାଳୟର 1995 ବ୍ୟାଚର ଛାତ୍ରଛାତ୍ରୀ ଆଲୁମ୍ନି ମିଟ ଆୟୋଜନ କରିଥିଲେ ଏବଂ ସେଥିରେ ସେମାନେ କିଛି ଭିନ୍ନ ଧରଣର କାର୍ଯ୍ୟ କରିବାକୁ ଚିନ୍ତା କଲେ । ଏଥିରେ ପୂର୍ବତନ ଛାତ୍ରଛାତ୍ରୀ ସମାଜ ପାଇଁ କିଛି କରିବାକୁ ନିଷ୍ପତି ନେଲେ ଏବଂ ସେମାନେ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଅଂଟା ଭିଡ଼ିଲେ । ସଂକଳ୍ପ–95ର ଏହି ଅଭିଯାନରେ ବେତିଆର ସରକାରୀ ମେଡିକାଲ କଲେଜ ଏବଂ ଅନେକ ଡାକ୍ତରଖାନା ମଧ୍ୟ ଯୋଡ଼ି ହେଲା । ତା’ପରେ ସତେ ଯେମିତି ଜନସ୍ୱାସ୍ଥ୍ୟକୁ ନେଇ ଗୋଟିଏ ଅଭିଯାନ ଆରମ୍ଭ ହୋଇଗଲା । ଦେୟମୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା କଥା ହେଉ, ମାଗଣା ଔଷଧ ଦେବା କଥା ହେଉ କି ସଚେତନତା ସୃଷ୍ଟିକରିବା କଥା ହେଉ, ସଂକଳ୍ପ-95 ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିଛି । ଆମେ ପ୍ରାୟ ଏ କଥା କହିଥାଉ ଯେ, ପ୍ରତ୍ୟେକ ନାଗରିକ ଗୋଟିଏ ପାଦ ଆଗକୁ ବଢା଼ଇଲେ, ଦେଶର 130 କୋଟି ପାଦ ଆଗକୁ ବଢ଼ିଥାଏ । ଏଭଳି କଥା ଯେତେବେଳେ ସମାଜରେ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳେ, ସେତେବେଳେ ସମସ୍ତେ ଆନନ୍ଦ ଅନୁଭବ କରିଥାନ୍ତି, ସନ୍ତୁଷ୍ଟି ଲାଭ କରିଥାନ୍ତି ଏବଂ ଜୀବନରେ କିଛି କରିବାର ପ୍ରେରଣା ମଧ୍ୟ ଲାଭ କରିଥାନ୍ତି । ଗୋଟିଏ ପଟେ ବିହାରର ବେତିଆରେ ଯେଭଳି ପୂର୍ବତନ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଗେଇ ଆସିଲେ, ସେହିଭଳି ଉତ୍ତରପ୍ରଦେଶର ଫୁଲପୁରର କିଛି ମହିଳା ନିଜର ଉତ୍ସାହ ଦ୍ୱାରା ସମ୍ପୂର୍ଣ୍ଣ ଅଂଚଳବାସୀଙ୍କୁ ପ୍ରେରଣା ଯୋଗାଇଛନ୍ତି । ଏହି ମହିଳାମାନେ ପ୍ରମାଣିତ କରିଦେଇଛନ୍ତି ଯେ, ଯଦି ସମସ୍ତେ ମିଶି କୌଣସି ସଂକଳ୍ପ ଗ୍ରହଣ କରନ୍ତି, ତେବେ ପରିସ୍ଥିତିକୁ ବଦଳାଇବାରୁ କେହି ବିରତ କରିପାରିବେନି । କିଛିବର୍ଷ ପୂର୍ବେ ଫୁଲପୁରର ଏହି ମହିଳାମାନେ ଆର୍ଥିକ ଅଭାବଗ୍ରସ୍ତ ଥିଲେ ଆଉ ଦାରିଦ୍ର୍ୟକୁ ନେଇ ଚିନ୍ତିତ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ନିଜ ପରିବାର ଏବଂ ସମାଜ ପାଇଁ କିଛି କରିବାର ତୀବ୍ର ଇଚ୍ଛା ଥିଲା । ଏହି ମହିଳାମାନେ କାଦିପୁରର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଯୋଡ଼ିହୋଇ ଚପଲ ତିଆରି କରିବାର କୌଶଳ ଶିକ୍ଷା କଲେ । ଏହାଦ୍ୱାରା ସେମାନେ କେବଳ ଯେ ନିଜ ପାଦରେ ଫୋଡ଼ି ହେଉଥିବା ଅସହାୟତାର କଂଟାକୁ କାଢ଼ି ଫୋପାଡ଼ି ଦେଲେ, ତାହାନୁହେଁ ବରଂ ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାର ପାଇଁ ସମ୍ବଳ ପାଲଟିଗଲେ । ଗ୍ରାମୀଣ ଜୀବିକା ମିଶନ ସହାୟତାରେ ଏବେ ଏଠି ଜୋତା ତିଆରି କାରଖାନା ସ୍ଥାପିତ ହୋଇଛି, ଯେଉଁଠି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଜୋତା ତିଆରି କରାଯାଉଛି । ସ୍ଥାନୀୟ ପୋଲିସ ଓ ତାଙ୍କ ପରିବାରଗୁଡ଼ିକୁ ମୁଁ ବିଶେଷ ଭାବେ ଧନ୍ୟବାଦ ଦେବାକୁ ଚାହେଁ ଯେ ସେମାନେ ନିଜ ପାଇଁ ତଥା ନିଜ ପରିଜନଙ୍କ ପାଇଁ ଏହି ମହିଳାମାନଙ୍କ ଦ୍ୱାରା ତିଆରି ହୋଇଥିବା ଜୋତାସବୁ କିଣି ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଆଜି ଏହି ମହିଳାମାନଙ୍କର ଦୃଢ଼ସଂକଳ୍ପ ଯୋଗୁଁ କେବଳ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ସୁଧୁରିଯାଇଛି, ସେକଥା ନୁହେଁ, ବରଂ ସେମାନଙ୍କ ଜୀବନଧାରଣ ମାନ ମଧ୍ୟ ବୃଦ୍ଧି ପାଇଛି । ଯେତେବେଳେ ଫୁଲପୁରର ପୋଲିସକର୍ମୀ ଅବା ତାଙ୍କ ପରିଜନମାନଙ୍କର କଥା ଶୁଣେ, ସେତେବେଳେ ଆପଣମାନଙ୍କର ମନେଥିବ ମୁଁ ଅଗଷ୍ଟ 15 ତାରିଖ ଦିନ ଲାଲକିଲାରୁ ଦେଶବାସୀଙ୍କୁ ନିବେଦନ କରିଥିଲି ଯେ ଆମେ ସମସ୍ତେ ସ୍ଥାନୀୟ ଉତ୍ପାଦ କିଣାକିଣି ପ୍ରତି ରୁଚି ରଖିବା ଦରକାର । ଆଜି ପୁଣିଥରେ ମୁଁ ଏକଥା ଆପଣମାନଙ୍କୁ କହିବାକୁ ଚାହେଁ, ଆମେ କ’ଣ ସ୍ଥାନୀୟ ରୂପେ ଉତ୍ପାଦିତ ହେଉଥିବା ଉତ୍ପାଦନଗୁଡ଼ିକୁ ପ୍ରୋତ୍ସାହନ ଦେଇପାରିବା ନାହିଁ? ଆମେ କ’ଣ ନିଜ କିଣାକିଣି ଭିତରେ ଏହି ଉତ୍ପାଦିତ ବସ୍ତୁଗୁଡ଼ିକୁ ପ୍ରାଥମିକତା ଦେଇପାରିବା ନାହିଁ? ଆମେ କ’ଣ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ଆମର ମାନ, ମର୍ଯ୍ୟାଦା ଓ ପ୍ରତିଷ୍ଠା ସହ ଯୋଡ଼ିଦେଇପାରିବା ନାହିଁ? ଆମେ କ’ଣ ଏହି ଭାବଧାରା ସହ ନିଜ ଦେଶବାସୀଙ୍କ ସମୃଦ୍ଧିର ମାଧ୍ୟମ ହୋଇପାରିବା ନାହିଁ? ବନ୍ଧୁଗଣ, ମହାତ୍ମାଗାନ୍ଧୀ ସ୍ୱଦେଶୀର ଏହି ଭାବନାକୁ ଏପରି ଏକ ପ୍ରଦୀପ ରୂପେ ସ୍ଥାପିତ କରିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଆଲୋକିତ କରିଚାଲିଛି । ଗରିବରୁ ଗରିବ ଲୋକର ଜୀବନରେ ସମୃଦ୍ଧି ଭରିଦେଇଛି । ଶହେବର୍ଷ ତଳେ ଗାନ୍ଧୀଜୀ ଏପରି ଏକ ବ୍ୟାପକ ଜନଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାର ଏକମାତ୍ର ଲକ୍ଷ୍ୟ ଥିଲା ଭାରତୀୟ ଉତ୍ପାଦିତ ବସ୍ତୁଗୁଡ଼ିକୁ ପ୍ରୋତ୍ସାହିତ କରିବା । ଆତ୍ମନିର୍ଭରଶୀଳ ହେବାର ଏହି ରାସ୍ତା ଗାନ୍ଧୀଜୀ ଆମମାନଙ୍କୁ ଦେଖାଇଥିଲେ । ଦୁଇ ହଜାର ବାଇଶ ମସିହା (2022)ରେ ଆମେ ଆମ ସ୍ୱାଧୀନତାର 75 ବର୍ଷ ପୂରଣ କରିବା । ଯେଉଁ ସ୍ୱାଧୀନ ଭାରତରେ ଆଜି ଆମେ ବଂଚିରହିଛେ, ସେହି ଭାରତକୁ ସ୍ୱାଧୀନ କରାଇବା ପାଇଁ ଅଗଣିତ ନର-ନାରୀ ତଥା ବରପୁତ୍ରମାନେ ଅକଥନୀୟ ଯାତନା ଭୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆତ୍ମବଳିଦାନ ମଧ୍ୟ ଦେଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କର ତ୍ୟାଗ, ତପସ୍ୟା ଓ ଆତ୍ମବଳିଦାନ ଦ୍ୱାରା ଆମେ ଯେଉଁ ସ୍ୱାଧୀନତା ଲାଭ କରିଛେ, ଆମେ ଯେଉଁ ସ୍ୱାଧୀନତାକୁ ମନଭରି ଉପଭୋଗ କରିଚାଲିଛେ, ସ୍ୱାଧୀନ ଭାବେ ଆମେ ଯେଉଁ ଜୀବନ ଅତିବାହିତ କରିଚାଲିଛେ, ଏ ବାବଦରେ ଦେଶ ପାଇଁ ସଂଘର୍ଷ କରିଥିବା, ଆତ୍ମବଳିଦାନ ଦେଇଥିବା ନିଜ ଜୀବନକୁ ତିଳତିଳ କରି ଜାଳିଥିବା ଅନେକ ନାମକରା ତଥା ଅନାମଧ୍ୟେୟ ଲୋକଙ୍କ ମଧ୍ୟରୁ ବୋଧହୁଏ ଆମେ ଖୁବ୍ କମ୍ ଲୋକଙ୍କ ନାଁ ଜାଣିଛେ । କିନ୍ତୁ ସେହି ସ୍ୱପ୍ନକୁ ନେଇ, ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ତଥା ସୁଖୀ, ସଂପନ୍ନ ଓ ସମୃଦ୍ଧଶାଳୀ ସ୍ୱାଧୀନ ଭାରତର ନିର୍ମାଣ ନିମନ୍ତେ ସେମାନେ ଆତ୍ମବଳିଦାନ ଦେଇଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, 2022 ମସିହାରେ ସ୍ୱାଧୀନତାର 75 ବର୍ଷ ପୂରଣ ହେଉଛି । ଆମେ କ’ଣ ଏହି ସଂକଳ୍ପ କରିପାରିବା ନାହିଁ ଯେ ଅତି କମରେ ଏହି ଦୁଇତିନି ବର୍ଷ ଆମେ ସ୍ଥାନୀୟ ଉତ୍ପାଦଗୁଡ଼ିକର କିଣାକିଣି ପ୍ରତି ଆଗ୍ରହ ରଖିବା । ଆମେ କ’ଣ ଭାରତରେ ତିଆରି, ଆମ ଦେଶବାସୀଙ୍କ ହାତରେ ନିର୍ମିତ ଦେଶବାସୀଙ୍କ ଝାଳର ବାସ୍ନା ଭରିଥିବା ଏହି ବସ୍ତୁଗୁଡ଼ିକୁ କିଣିବା ପାଇଁ ଆଗ୍ରହ ପ୍ରଦର୍ଶନ କରିବା ନାହିଁ? ମୁଁ ଅଧିକ ସମୟ ପାଇଁ ଏକଥା କହୁନାହିଁ, ମାତ୍ର 2022 ମସିହା ପର୍ଯ୍ୟନ୍ତ, ସ୍ୱାଧୀନତାର 75 ବର୍ଷ ପୂରଣ ହେବା ପର୍ଯ୍ୟନ୍ତ । ହଁ, ଏସବୁ କାମ ସରକାରୀ ହେବା ଆବଶ୍ୟକ ନୁହେଁ, ଏଥିପାଇଁ ସବୁ ଜାଗାର ଯୁବବର୍ଗ ଆଗେଇ ଆସନ୍ତୁ, ଛୋଟ-ଛୋଟ ସଂଗଠନ ଗଢ଼ିତୋଳନ୍ତୁ, ଲୋକମାନଙ୍କୁ ବୁଝାନ୍ତୁ, ପ୍ରେରିତ କରନ୍ତୁ ଓ ସ୍ଥିର କରନ୍ତୁ ଯେ ଆସ ଆମେ ସମସ୍ତେ ସ୍ଥାନୀୟ ଜିନିଷ କିଣିବା । ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ପ୍ରୋତ୍ସାହିତ କରିବା । ଯେଉଁ ଜିନିଷର ନିର୍ମାଣରେ ଦେଶବାସୀଙ୍କର ଝାଳର ବାସ୍ନା ଭରିରହିଛି, ସେହିସବୁ ଦ୍ରବ୍ୟକୁ ଉପଯୋଗ କରିବା । ତାହାହିଁ ହେବ ଆମ ସ୍ୱାଧୀନ ଭାରତର ସ୍ୱର୍ଣ୍ଣିମ କ୍ଷଣ । ଏହିସବୁ ସ୍ୱପ୍ନକୁ ସାଉଁଟି ଆମେ ଅଗ୍ରସର ହେବା ।
ମୋର ପ୍ରିୟ ଦେଶବାସୀ, ଦେଶର ନାଗରିକମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ ଓ ସମ୍ମାନର ସହ ଜୀବନ ଅତିବାହିତ କରନ୍ତୁ ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଏପରି ଏକ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା କରିବାକୁ ଚାହେଁ ଯାହା ମୋର ଧ୍ୟାନ ଆକର୍ଷଣ କରିଛି । ଆଉ ସେହି କାର୍ଯ୍ୟକ୍ରମଟି ହେଉଛି ଜମ୍ମୁ-କଶ୍ମୀର ଓ ଲଦାଖର ହିମାୟତ ପ୍ରୋଗ୍ରାମ । ବାସ୍ତବରେ ହିମାୟତ ଦକ୍ଷତା ବିକାଶ ଓ ରୋଜଗାର ସହ ଜଡ଼ିତ । ଏଥିରେ 15 ବର୍ଷରୁ 35 ବର୍ଷ ପର୍ଯ୍ୟନ୍ତ ତରୁଣ ଓ ଯୁବକମାନେ ସାମିଲ ହୋଇଛନ୍ତି । ଏମାନେ ହେଉଛନ୍ତି ଜମ୍ମୁ-କଶ୍ମୀରର ସେହି ଲୋକ, ଯେଉଁମାନଙ୍କର ପାଠପଢ଼ା କୌଣସି କାରଣବଶତଃ ଶେଷ ହୋଇପାରିନାହିଁ । ଅଧାରୁ ହିଁ ଏମାନଙ୍କୁ ସ୍କୁଲ-କଲେଜ ଛାଡ଼ିବାକୁ ପଡ଼ିଛି ।
ମୋର ପ୍ରିୟ ଦେଶବାସୀ, ଆପଣମାନେ ଜାଣି ଖୁବ୍ ଖୁସି ହେବେ ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଗତ ଦୁଇବର୍ଷ ମଧ୍ୟରେ 18 ହଜାର ଯୁବକଙ୍କୁ 77ଟି ଭିନ୍ନ-ଭିନ୍ନ ଟ୍ରେଡରେ ପ୍ରଶିକ୍ଷଣ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ପାଖାପାଖି ପାଞ୍ଚ ହଜାର ଲୋକ କେଉଁଠି ନା କେଉଁଠି ନିଯୁକ୍ତି ପାଇଛନ୍ତି । ଏହାଛଡ଼ା ଅନେକ ଲୋକ ସ୍ୱାବଲମ୍ବୀ ହୋଇପାରିଛନ୍ତି । ହିମାୟତ ପ୍ରୋଗ୍ରାମ ଜରିଆରେ ନିଜ ଜୀବନଧାରଣର ମାନ ବଦଳାଇପାରିଥିବା ଏହି ଲୋକମାନଙ୍କର ଯେଉଁ କାହାଣୀ ଆଜି ଶୁଣିବାକୁ ମିଳିଲା, ସତରେ ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ।
ତାମିଲନାଡୁର ତିରୁପୁରରେ ଏକ ପୋଷାକ ତିଆରି କାରଖାନାରେ କାର୍ଯ୍ୟରତ ପରୱିନ ଫାତିମା ପଦୋନ୍ନତି ପାଇବା ପରେ ସୁପରଭାଇଜର ତଥା କୋଅର୍ଡିନେଟର ହୋଇଛନ୍ତି । ବର୍ଷେ ତଳେ ସେ କାରଗିଲର ଏକ ଛୋଟିଆ ଗାଁରେ ରହୁଥିଲେ । ଆଜି ତାଙ୍କ ଜୀବନରେ ବଡ଼ ଧରଣର ପରିବର୍ତ୍ତନ ଆସିଛି । ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତାଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇପାରିଛି । ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ସେ ତାଙ୍କ ପରିବାର ପାଇଁ ଆର୍ଥିକ ଉନ୍ନତିର ମାର୍ଗ ପ୍ରଶସ୍ତ କରିପାରିଛନ୍ତି । ହିମାୟତ ପ୍ରୋଗ୍ରାମ ଦ୍ୱାରା ପରୱିନ ଫାତିମାଙ୍କ ଭଳି ଲେହ-ଲଦାଖରେ ବସବାସ କରୁଥିବା ଝିଅମାନଙ୍କର ଭାଗ୍ୟ ବି ପରିବର୍ତ୍ତିତ ହୋଇଛି । ଆଜି ଏମାନେ ତାମିଲନାଡୁର ସେହି ଫାର୍ମରେ କାମ କରୁଛନ୍ତି । ସେହିଭଳି ହିମାୟତ, ଡୋଡା ନିବାସୀ ଫିୟାଜ୍ ଅହମଦଙ୍କ ପାଇଁ ବରଦାନ ସଦୃଶ ଉଭାହୋଇଛି । 2012 ମସିହାରେ ଫିୟାଜ୍ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାସ୍ କଲେ, କିନ୍ତୁ ଅସୁସ୍ଥତା ଯୋଗୁଁ ଆଗକୁ ନିଜର ପାଠପଢ଼ା ଜାରି ରଖିପାରିଲେ ନାହିଁ । ଦୁଇବର୍ଷ ପର୍ଯ୍ୟନ୍ତ ଫିୟାଜ ହୃଦରୋଗର ଶୀକାର ହେଲେ । ଏହାଭିତରେ ତାଙ୍କର ଜଣେ ଭାଇ ଓ ଜଣେ ଭଉଣୀ ମଧ୍ୟ ମୃତ୍ୟୁବରଣ କଲେ । କହିବାକୁ ଗଲେ ତାଙ୍କ ପରିବାର ଉପରେ ବିପତ୍ତିର ପାହାଡ଼ ଭାଙ୍ଗିପଡ଼ିଲା । ପରିଶେଷରେ ତାଙ୍କୁ ହିମାୟତରୁ ସହାୟତା ମିଳିଲା । ହିମାୟତ ଜରିଆରେ ତାଙ୍କୁ ଆଇଟିଇଏସ ଅର୍ଥାତ ଇନଫର୍ମେସନ ଟେକନୋଲଜି ଏନେବଲ୍ଡ ସର୍ଭିସେସରେ ପ୍ରଶିକ୍ଷଣ ମିଳିଲା । ସେ ବର୍ତ୍ତମାନ ପଞ୍ଜାବରେ ଚାକିରି କରୁଛନ୍ତି ।
ଏହି ପ୍ରଶିକ୍ଷଣ ସହ ଏକାସଙ୍ଗେ ଫିୟାଜ୍ ଅହମ୍ମଦ ସ୍ନାତକ ମଧ୍ୟ କରୁଥିଲେ ଯାହା ଏବେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏବେ ହିମାୟତର ଏକ କାର୍ଯ୍ୟକ୍ରମରେ ନିଜର ଅନୁଭବ ବ୍ୟକ୍ତ କରିବା ପାଇଁ ତାଙ୍କୁ ଡକାଯାଇଥିଲା । ନିଜର ଅନୁଭବ କହୁ କହୁ ତାଙ୍କ ଆଖିରେ ଲୁହ ଭରିଯାଇଥିଲା । ଏହିପରି ଆର୍ଥିକ ଅନଟନ ଯୋଗୁଁ ଅନନ୍ତନାଗର ରକୀବ-ଉଲ-ରହମାନ ନିଜର ପାଠପଢ଼ା ସାରିପାରିଲେ ନାହିଁ । ଥରେ ନିଜ ବ୍ଲକରେ ଚାଲିଥିବା ସଚେତନତା ଶିବିର ମାଧ୍ୟମରେ ରକୀବ ହିମାୟତ ପ୍ରୋଗ୍ରାମ ବିଷୟରେ ଜାଣିପାରିଲେ । ରକୀବ ସଙ୍ଗେ ସଙ୍ଗେ ରିଟେଲ ଟିମ ଲିଡର କୋର୍ସରେ ନାମ ଲେଖାଇଲା । ଏଠି ଟ୍ରେନିଂ ସରିବା ପରେ ଆଜି ସେ କର୍ପୋରେଟ୍ ହାଉସରେ ଚାକିରି କରୁଛନ୍ତି । ‘ହିମାୟତ ମିଶନ’ ଦ୍ୱାରା ଲାଭାନ୍ୱିତ ପ୍ରତିଭାଶାଳୀ ଯୁବକମାନଙ୍କର ଏପରି ଅନେକ ଉଦାହରଣ ରହିଛି ଯେଉଁମାନେ ଆଜି ଜମ୍ମୁ-କଶ୍ମୀରରେ ପରିବର୍ତ୍ତନର ପ୍ରତୀକ ରୂପେ ଉଭା ହୋଇଛନ୍ତି । ହିମାୟତ କାର୍ଯ୍ୟକ୍ରମ, ସରକାର, ଟ୍ରେନିଙ୍ଗ ପାର୍ଟନର, ଚାକିରି ଦେଉଥିବା କମ୍ପାନୀ ଓ ଜମ୍ମୁ-କଶ୍ମୀର ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍କୃଷ୍ଟ ସହଯୋଗର ଏକ ଆଦର୍ଶ ଉଦାହରଣ । ଏହି କାର୍ଯ୍ୟକ୍ରମ ଜମ୍ମୁ-କଶ୍ମୀରର ଯୁବକମାନଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସଂଚାର କରି ଆଗକୁ ଅଗ୍ରସର ହେବାର ରାସ୍ତା ପ୍ରଶସ୍ତ କରିଛି ।
ମୋର ପ୍ରିୟ ଦେଶବାସୀ, 26 ତାରିଖ ଦିନ ଆମେ ଏହି ଦଶକର ଅନ୍ତିମ ସୂର୍ଯ୍ୟପରାଗ ଦେଖିଲେ । ବୋଧହୁଏ ସୂର୍ଯ୍ୟପରାଗର ଏହି ଘଟଣାକୁ ଦୃଷ୍ଟିରେ ରଖି ମାଇଁ ଗଭରେ ବହୁ ଆଗରୁ ରିପୁନ ଏକ ଆକର୍ଷଣୀୟ କମେଂଟ ଲେଖିଥିଲେ । ସେ ଲେଖିଥିଲେ ….. ‘ନମସ୍କାର ସାର୍, ମୋ ନାଁ ରିପୁନ … ମୁଁ ଉତ୍ତର-ପୂର୍ବାଂଚଳର ଅଧିବାସୀ । କିନ୍ତୁ ଆଜିକାଲି ଦକ୍ଷିଣରେ କାମ କରୁଛି । ମୁଁ ଗୋଟିଏ କଥା ଆପଣଙ୍କ ସହ ଶେୟାର କରିବାକୁ ଚାହେଁ । ମୋର ମନେଅଛି ଆମ ଅଂଚଳରେ ଆକାଶ ନିର୍ମଳ ଥିବା ଯୋଗୁଁ ଆମେ ଘଂଟା ଘଂଟା ଧରି ଆକାଶରେ ଦୃଶ୍ୟମାନ ତାରାମାନଙ୍କୁ ଅପଲକ ନେତ୍ରରେ ଦେଖୁଥିଲୁ । ତାରାମାନଙ୍କୁ ଦେଖିବା ମୋତେ ଖୁବ୍ ଭଲଲାଗେ । ଏବେ ମୁଁ ଜଣେ ପେସାଦାର । ନିଜର ଦୈନନ୍ଦିନ କାର୍ଯ୍ୟ ଯୋଗୁଁ ଏବେ ମୁଁ ଏସବୁ ଜିନିଷ ପାଇଁ ସମୟ ଦେଇପାରୁନି … ଆପଣ କ’ଣ ଏ ବିଷୟରେ କିଛି କହିବେ କି? ବିଶେଷ ଭାବେ ଜ୍ୟୋତିର୍ବିଜ୍ଞାନକୁ ଯୁବକମାନଙ୍କ ମଧ୍ୟରେ କିପରି ଲୋକାଦୃତ କରାଯାଇପାରିବ?’
ମୋର ପ୍ରିୟ ଦେଶବାସୀ, ମୋ ପାଖକୁ ଅନେକ ପରାମର୍ଶ ଆସେ । କିନ୍ତୁ ମୁଁ ଏକଥା କହିପାରିବି ଯେ ଏପରି ପରାମର୍ଶ ବୋଧହୁଏ ମୋ ପାଖକୁ ପ୍ରଥମ ଥର ପାଇଁ ଆସିଛି । ସେମିତି ଦେଖିଲେ ବିଜ୍ଞାନ ସମ୍ପର୍କିତ ଅନେକ ବିଷୟ ଉପରେ ଆଲୋଚନା କରିବାର ସୁଯୋଗ ମିଳିଛି । ବିଶେଷରୂପେ ଯୁବପିଢ଼ିର ଆଗ୍ରହକୁ ଦେଖି ମୋତେ ଏହା ଉପରେ ଆଲୋଚନା କରିବାର ସୁଯୋଗ ମିଳିଛି । କିନ୍ତୁ ଏ ବିଷୟ ତ ଏପର୍ଯ୍ୟନ୍ତ ଅନାଲୋଚିତ ହୋଇରହିଥିଲା । ଏବେ 26 ତାରିଖ ଦିନ ସୂର୍ଯ୍ୟପରାଗ ହେଲା । ସୂର୍ଯ୍ୟପରାଗ ପରେ ଲାଗୁଛି ବୋଧହୁଏ ଏହି ବିଷୟ ଉପରେ ଆପଣମାନଙ୍କର ବି କିଛି ନା କିଛି ଆଗ୍ରହ ରହିଥିବ ।
26 ତାରିଖ ଦିନ ଯେଉଁ ସୂର୍ଯ୍ୟପରାଗ ହେଲା ତାକୁ ଦେଖିବା ପାଇଁ ସମସ୍ତ ଦେଶବାସୀ ଓ ବିଶେଷକରି ମୋର ଯୁବବନ୍ଧୁମାନଙ୍କ ଭଳି ମୋର ମଧ୍ୟ ବହୁତ ଉତ୍ସାହ ଥିଲା ଆଉ ମୁଁ ବି ସୂର୍ଯ୍ୟପରାଗ ଦେଖିବାକୁ ଚାହୁଁଥିଲି । କିନ୍ତୁ ଅବସୋସର ବିଷୟ ସେଦିନ ଦିଲ୍ଲୀ ଆକାଶରେ ବାଦଲ ଢାଙ୍କି ହୋଇରହିଲା, ଫଳରେ ମୁଁ ସେ ଆନନ୍ଦରୁ ବଂଚିତ ହେଲି । କିନ୍ତୁ ଟିଭି ମାଧ୍ୟମରେ କୋଝିକୋଡ୍ ଏବଂ ଭାରତର ଅନ୍ୟ ସ୍ଥାନରେ ଦୃଶ୍ୟମାନ ହୋଇଥିବା ସୂର୍ଯ୍ୟପରାଗର ସୁନ୍ଦର ଛବି ମୋତେ ଦେଖିବାକୁ ମିଳିଥିଲା । ସୂର୍ଯ୍ୟ ଉଜ୍ଜ୍ୱଳ ବଳୟ ଭଳି ଦେଖାଯାଉଥିଲା । ସେଦିନ ଏହି ବିଷୟର କେତେକ ବିଶେଷଜ୍ଞମାନଙ୍କ ସହ କଥା ହେବାର ସୁଯୋଗ ମିଳିଲା । ସେମାନେ କହିଲେ ଯେ ଚନ୍ଦ୍ର ପୃଥିବୀଠାରୁ ବହୁତ ଦୂରରେ ଥିବାରୁ ତା’ର ଆକାର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିଦେବା ସମ୍ଭବ ହୁଏନାହିଁ, ତେଣୁ ଏଭଳି ଗୋଟିଏ ରିଙ୍ଗର ଆକୃତି ଦେଖିବାକୁ ମିଳେ । ଏହି ସୂର୍ଯ୍ୟ ପରାଗଟି ଗୋଟିଏ ବାର୍ଷିକ ସୂର୍ଯ୍ୟପରାଗ ଯାହାକୁ ଆମେ ବଳୟ ସୂର୍ଯ୍ୟପରାଗ ବା କୁଣ୍ଡଳ ପରାଗ ମଧ୍ୟ କହିଥାଉ । ପରାଗ ଆମକୁ ପୃଥିବୀ ଉପରେ ଥାଇ ମହାକାଶରେ ବୁଲିଲା ଭଳି ସ୍ମୃତି ଆଣିଦିଏ । ମହାକାଶରେ ସୂର୍ଯ୍ୟ, ଚନ୍ଦ୍ରଙ୍କ ଭଳି ଆହୁରି ଅନେକ ଖଗୋଳୀୟ ପିଣ୍ଡ ବୁଲୁଛନ୍ତି । ଚନ୍ଦ୍ରର ଛାଇ ଦ୍ୱାରା ହିଁ ଆମକୁ ଗ୍ରହଣର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳେ । ବନ୍ଧୁଗଣ! ଭାରତରେ ଜ୍ୟୋତିର୍ବିଜ୍ଞାନର ବହୁତ ଗୌରବମୟ ଇତିହାସ ରହିଛି । ଆମ ସଭ୍ୟତା ଯେତିକି ପ୍ରାଚୀନ, ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାମାନଙ୍କ ସହିତ ଆମର ସମ୍ପର୍କ ବି ସେତିକି ପ୍ରାଚୀନ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଜାଣିଥିବେ ଯେ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଦେଖିଲା ଭଳି ଅନେକ ଯନ୍ତର-ମନ୍ତର ଅଛି । ଆଉ ଏହି ଯନ୍ତର-ମନ୍ତରଗୁଡ଼ିକର ଖଗୋଳ ଶାସ୍ତ୍ର ବା ଜ୍ୟୋର୍ତିବିଜ୍ଞାନ ସହିତ ଗଭୀର ସମ୍ପର୍କ ରହିଛି । ମହାନ ଆର୍ଯ୍ୟଭଟ୍ଟଙ୍କର ବିଲକ୍ଷଣ ପ୍ରତିଭା ବିଷୟରେ କିଏ ବା ନ ଜାଣେ । ତାଙ୍କ ସମୟରେ ସେ ସୂର୍ଯ୍ୟପରାଗ ସଙ୍ଗେ ସଙ୍ଗେ ଚନ୍ଦ୍ରଗ୍ରହଣ ବିଷୟରେ ମଧ୍ୟ ସୁବିସ୍ତୃତ ବ୍ୟାଖ୍ୟା କରିଥିଲେ । ସେହି ବ୍ୟାଖ୍ୟା ସେ ଦର୍ଶନଶାସ୍ତ୍ର ଏବଂ ଗଣିତ ଉଭୟ ବିଦ୍ୟା ଅନୁସାରେ କରିଛନ୍ତି । ଗଣିତଶାସ୍ତ୍ର ଅନୁସାରେ ପୃଥିବୀର ପ୍ରତିବିମ୍ବ ବା ଛାଇର ଗଣନା ଆମେ କେମିତି କରିପାରିବା ସେ ବିଷୟରେ ସେ ଆମମାନଙ୍କୁ ସଠିକ୍ ସୂଚନା ଦେଇଛନ୍ତି । ଭାସ୍କରଙ୍କ ଭଳି ତାଙ୍କର ଅନେକ ଶିଷ୍ୟ ଏହି ତଥ୍ୟ ଏବଂ ଜ୍ଞାନକୁ ଆଗେଇନେବାକୁ ଅନେକ ପ୍ରୟାସ କରିଥିଲେ । ପରବର୍ତ୍ତୀ କାଳରେ ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀ ବେଳକୁ କେରଳର ସଂଗମ୍ ଗ୍ରାମର ମାଧବ ସୌରଜଗତରେ ଥିବା ଗ୍ରହମାନଙ୍କର ଗଣନା କରିବା ପାଇଁ କାଲକୁଲସର ପ୍ରୟୋଗ କରିଥିଲେ । ରାତିରେ ଦେଖାଯାଉଥିବା ଆକାଶ ଖାଲି ଜିଜ୍ଞାସାର ବିଷୟ ନ ଥିଲା ବରଂ ଗଣିତ ଦୃଷ୍ଟିକୋଣରୁ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଥିଲା ।
କିଛିବର୍ଷ ପୂର୍ବେ ମୁଁ ‘ ପ୍ରିମଡର୍ଣ୍ଣ କଚ୍ଛି ନାଭିଗେସନ ଟେକନିକ ଆଣ୍ଡ ଭୋୟୋଜେସ’ ନାମକ ପୁସ୍ତକର ଉନ୍ମୋଚନ କରିଥିଲି । ଏହି ପୁସ୍ତକଟିକୁ ଗୋଟିଏ ଦୃଷ୍ଟିରୁ ମାଲମଙ୍କ ଡାଇରୀ ବୋଲି କୁହାଯାଇପାରିବ । ମାଲମ୍ ଜଣେ ନାବିକ ଭାବରେ ଯାହା ଅନୁଭବ କରିଥିଲେ ସେଗୁଡ଼ିକୁ ସେ ତାଙ୍କ ଡାଇରୀରେ ନିଜ ହିସାବରେ ଲିପିବଦ୍ଧ କରିଥିଲେ । ଆଧୁନିକ ଯୁଗରେ ସେହି ମାଲମଙ୍କର ପୋଥି ଯାହାକି ଗୁଜରାଟୀ ଭାଷାର ପାଣ୍ଡୁଲିପି ଭାବେ ସଂଗୃହୀତ ହୋଇଛି ସେଥିରେ ନାଭିଗେସନ ନେକନୋଲୋଜି ବା ଦିଗ ନିର୍ଣ୍ଣୟ ପ୍ରଯୁକ୍ତିର ବର୍ଣ୍ଣନା ରହିଛି । ଆଉ ସେହି ‘ମାଲମ୍ ନୀ ପୋଥି’ରେ ଆକାଶର ତାରା …. ତାରାର ଗତି ଆଦି ବିଷୟରେ ବର୍ଣ୍ଣନା କରାଯାଇଛି ତଥା ସ୍ପଷ୍ଟ ଭାବେ କୁହାଯାଇଛି ଯେ ସମୁଦ୍ର ଯାତ୍ରା ସମୟରେ ତାରାମାନଙ୍କ ସାହାଯ୍ୟରେ ଦିଗ ନିର୍ଣ୍ଣୟ କରାଯାଇଥାଏ । ତାରା ହିଁ ଲକ୍ଷ୍ୟସ୍ଥଳରେ ପହଂଚିବାର ରାସ୍ତା ଦେଖାଇଥାଏ ।
ମୋର ପ୍ରିୟ ଦେଶବାସୀଗଣ, ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଭାରତ ବହୁତ ଆଗକୁ ଯାଇସାରିଛି । ଆମର ଉଦ୍ୟମ ମଧ୍ୟ ନୂତନ ରାସ୍ତା ଦେଖାଇଛି । ଆମ ଦେଶର ପୁଣେ ନିକଟରେ ଏକ ବିଶାଳକାୟ ମିଟର ୱେଭ ଟେଲିସ୍କୋପ ରହିଛି । ଖାଲି ସେତିକି ନୁହେଁ କୋଡ଼ାଇକାନାଲ, ଉଦକମଣ୍ଡଳମ୍ ବା ଉଟି, ଗୁରୁଶିଖର ଏବଂ ହାନ୍ଲେ ଲଦାଖରେ ମଧ୍ୟ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଅଛି । 2016 ମସିହାରେ ବେଲଜିୟମର ତତ୍କାଳୀନ ପ୍ରଧାନମନ୍ତ୍ରୀ ଓ ମୁଁ ନୈନିତାଲଠାରେ 3.6 ମିଟର ଦେବସ୍ଥଲ ଅପ୍ଟିକାଲ ଟେଲିସ୍କୋପ ଉଦ୍ଘାଟନ କରିଥିଲୁ । ଏହା ଏସିଆର ସବୁଠାରୁ ବଡ଼ ଟେଲିସ୍କୋପ ଭାବେ ଜଣାଶୁଣା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଷ୍ଟ୍ରୋସାଟ ନାମକ ଗୋଟିଏ ଆଷ୍ଟ୍ରୋନମିକାଲ ସାଟେଲାଇଟ ଅଛି । ସୂର୍ଯ୍ୟ ସମ୍ବନ୍ଧରେ ଗବେଷଣା କରିବା ପାଇଁ ଇସ୍ରୋ ‘ଆଦିତ୍ୟ’ ନାମକ ଗୋଟିଏ ଉପଗ୍ରହ ପ୍ରେରଣ କରିବାକୁ ଯାଉଛି । ସୌରବିଜ୍ଞାନକୁ ନେଇ ଆମର ପ୍ରାଚୀନ ଜ୍ଞାନ ହେଉ ବା ଆଧୁନିକ ଉପଲବ୍ଧି ହେଉ – ତାହା ଆମେମାନେ ବୁଝିବା ଉଚିତ ଏବଂ ସେଗୁଡ଼ିକ ପାଇଁ ଗର୍ବ କରିବା ଦରକାର । ଆଜିକାଲି ଆମ ଯୁବ ବୈଜ୍ଞାନିକଙ୍କ ଭିତରେ କେବଳ ଆମ ବୈଜ୍ଞାନିକ ଇତିହାସକୁ ଜାଣିବାର ଆଗ୍ରହ ନାହିଁ ବରଂ ସେମାନଙ୍କଠାରେ ଆଷ୍ଟ୍ରୋନମୀର ଭବିଷ୍ୟତକୁ ନେଇ ଏକ ଦୃଢ଼ ଇଚ୍ଛାଶକ୍ତି ପରିଲକ୍ଷିତ ହୁଏ ।
ଆମ ଦେଶ ପ୍ଲାନେଟରିୟମଗୁଡ଼ିକ ରାତ୍ରୀର ଆକାଶକୁ ବୁଝିବା ସଙ୍ଗେ ସଙ୍ଗେ ଷ୍ଟାର ଗେଜିଂକୁ ଏକ ସଉକ ଭାବରେ ବିକଶିତ କରିବା ପାଇଁ ପ୍ରେରଣା ଦେଇଚାଲିଛନ୍ତି । ଅନେକ ଲୋକ ସୌଖିନ୍ ଟେଲିସ୍କୋପଗୁଡ଼ିକୁ ଛାତ କିମ୍ବା ବାଲକୋନିରେ ଲଗାଉଛନ୍ତି । ଷ୍ଟାର ଗେଜିଂ ଦ୍ୱାରା ଗ୍ରାମୀଣ କ୍ୟାମ୍ପ ଓ ଗ୍ରାମୀଣ ବଣଭୋଜିକୁ ମଧ୍ୟ ପ୍ରୋତ୍ସାହନ ମିଳିପାରେ । ଆଉ ଅନେକ ସ୍କୁଲକଲେଜ ବି ରହିଛି ଯେଉଁମାନେ ଆଷ୍ଟ୍ରୋନୋମି କ୍ଲବ ଗଠନ କରିଛନ୍ତି । ଏହି ପ୍ରୟୋଗକୁ ଆଗେଇନେବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ଆମର ସଂସଦକୁ ଗଣତନ୍ତ୍ରର ମନ୍ଦିର ଭାବେ ଜାଣିଛୁ । ଗୋଟିଏ କଥା ଆଜି ମୁଁ ଗର୍ବର ସହିତ କହିବାକୁ ଚାହେଁ ଯେ ଆପଣମାନେ ଯେଉଁ ସାଂସଦମାନଙ୍କୁ ନିର୍ବାଚିତ କରି ପଠାଇଛନ୍ତି, ସେମାନେ ଗତ ଷାଠିଏ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଦେଇଛନ୍ତି । ଗତ ଛଅମାସ ମଧ୍ୟରେ ସପ୍ତଦଶ ଲୋକସଭାର ଉଭୟ ସଦନର କାମ ବହୁତ ଗଠନମୂଳକ ଥିଲା । ଲୋକସଭାରେ 114 ପ୍ରତିଶତ କାମ ହୋଇଥିବାବେଳେ ରାଜ୍ୟସଭାରେ 94ପ୍ରତିଶତ କାମ ହୋଇପାରିଥିଲା । ତା’ପୂର୍ବରୁ ବଜେଟ ଅଧିବେଶନରେ ପ୍ରାୟ 145 ପ୍ରତିଶତ କାମ ହୋଇଥିଲା । ବିଳମ୍ବିତ ରାତିଯାଏ ସଂସଦ ଚାଲୁ ରହିଥିଲା । ଏକଥା କହିବାରେ ମୋର ଉଦ୍ଦେଶ୍ୟ ହେଲା ସମସ୍ତ ସାଂସଦ ଏଥିପାଇଁ ବଧେଇ ଓ ଅଭିନନ୍ଦନର ଅଧିକାରୀ । ଆପଣମାନେ ଯେଉଁ ପ୍ରତିନିଧିମାନଙ୍କୁ ପଠାଇଲେ ସେମାନେ ଷାଠିଏ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଦେଲେ । ଏତେ କାମହେବା ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଗଣତନ୍ତ୍ର ପ୍ରତି ଆସ୍ଥାର ପରିଚାୟକ । ମୁଁ ଉଭୟ ସଦନର ପୀଠାସୀନ ଅଧିକାରୀ ତଥା ସମସ୍ତ ରାଜନୈତିକ ଦଳମାନଙ୍କୁ ସେମାନଙ୍କର ଏହି ସକ୍ରିୟ ଭୂମିକା ପାଇଁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀ ସୂର୍ଯ୍ୟ, ପୃଥିବୀ, ଚନ୍ଦ୍ର ଆଦିର ଗତି କେବଳ ଗ୍ରହଣ ନିର୍ଣ୍ଣୟ କରେନି ବରଂ ଅନେକ କିଛି ତା’ସହିତ ସମ୍ପୃକ୍ତ । ଆମେ ସମସ୍ତେ ଜାଣନ୍ତି ଯେ ସୂର୍ଯ୍ୟଙ୍କର ଗତି ଅନୁସାରେ ଜାନୁୟାରୀ ମାସ ମଝିରେ ସାରା ଭାରତରେ ବିଭିନ୍ନ ପ୍ରକାର ଉତ୍ସବ ପାଳନ କରାଯିବ । ପଞ୍ଜାବରୁ ଆରମ୍ଭକରି ତାମିଲନାଡୁ ଓ ଗୁଜରାଟରୁ ଆରମ୍ଭକରି ଆସାମ ପର୍ଯ୍ୟନ୍ତ ଲୋକମାନେ ଅନେକ ଉତ୍ସବ ଉପଭୋଗ କରିବେ । ଜାନୁୟାରୀ ମାସରେ ମକର ସଂକ୍ରାନ୍ତି ଏବଂ ଉତ୍ତରାୟଣ ପର୍ବ ଉତ୍ସାହର ସହିତ ପାଳନ କରାଯାଏ । ଶକ୍ତିର ପ୍ରତୀକ ଭାବରେ ଏଗୁଡ଼ିକର ମାନ୍ୟତା ରହିଛି । ଏହି ସମୟରେ ପଞ୍ଜାବରେ ଲୋହଡ଼ି, ତାମିଲନାଡ଼ୁରେ ପୋଙ୍ଗଲ, ଆସାମରେ ମାଘ-ବିହୁ ମଧ୍ୟ ପାଳନ କରାଯିବ । ଏହି ପର୍ବଗୁଡ଼ିକ କୃଷକର ସମୃଦ୍ଧି ତଥା ଫସଲ ଅମଳ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ପର୍ବଗୁଡ଼ିକ ଆମକୁ ଭାରତର ଏକତା ଓ ବିବିଧତା ବିଷୟରେ ଚେତାଇ ଦେଇଥାଏ । ପୋଙ୍ଗଲର ଶେଷଦିନ ଆମମାନଙ୍କୁ ମହାନ୍ ତିରୁବଲ୍ଲୁବରଙ୍କ ଜୟନ୍ତୀ ପାଳନ କରିବାର ସୌଭାଗ୍ୟ ମିଳେ । ଏହି ଦିନଟି ମହାନ ଲେଖକ, ଚିନ୍ତାନାୟକ ସନ୍ଥ ତିରୁବଲ୍ଲୁବରଜୀଙ୍କ ଜୀବନ ପ୍ରତି ସମର୍ପିତ ହୋଇଥାଏ ।
ମୋର ପ୍ରିୟ ଦେଶବାସୀଗଣ, 2019ର ଏହା ଶେଷ ମନ୍ କି ବାତ୍ । 2020ରେ ଆମେ ପୁଣି ଭେଟିବା । ନୂତନ ବର୍ଷ, ନୂତନ ଦଶକ, ନୂତନ ସଂକଳ୍ପ, ନୂତନ ଶକ୍ତି, ନୂତନ ଉଦ୍ଦୀପନା, ନୂତନ ଉତ୍ସାହ – ଆସନ୍ତୁ ଆଗେଇଚାଲିବା । ସଂକଳ୍ପ ସାକାର କରିବା ଦିଗରେ ସାମର୍ଥ୍ୟ ଯୋଗାଡ଼ କରିବା । ବହୁ ଦୂର ଚାଲିବାକୁ ହେବ, ବହୁତ କିଛି କରିବାକୁ ହେବ । ଦେଶକୁ ଗୋଟିଏ ନୂତନ ଉଚ୍ଚତାରେ ସ୍ଥାପିତ କରିବାକୁ ହେବ । 130 କୋଟି ଦେଶବାସୀଙ୍କର ପୁରୁଷାର୍ଥ, ସାମର୍ଥ୍ୟ ଆଉ ସଂକଳ୍ପ ଉପରେ ଅସୀମ ଆସ୍ଥା ରଖି ଆସନ୍ତୁ ଆଗେଇଯିବା । ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଶୁଭକାମନା ।

ମୋର ପ୍ରିୟ ଦେଶବାସୀ, ‘ମନ୍ କୀ ବାତ୍’ରେ ଆପଣ ସଭିଙ୍କୁ ସ୍ୱାଗତ । ଆଜି ମନ୍ କୀ ବାତ ଆରମ୍ଭ ହେଉ ଯୁବଦେଶର ଯୁବବର୍ଗ, ସେହି ଉଦ୍ଦୀପନା, ସେହି ଦେଶଭକ୍ତି, ସେହି ସେବାର ରଙ୍ଗରେ ରଙ୍ଗାୟିତ ନବଯୁବକଙ୍କଠାରୁ । ଆପଣମାନେ ଜାଣନ୍ତି ନା? ନଭେମ୍ବର ମାସ ଚତୁର୍ଥ ରବିବାରକୁ ପ୍ରତିବର୍ଷ ‘ଏନସିସି ଦିବସ’ ରୂପେ ପାଳନ କରାଯାଇଥାଏ । ସାଧାରଣତଃ ଆମର ଯୁବପିଢ଼ିଙ୍କୁ ‘ଫ୍ରେଣ୍ଡସିପ ଡେ’ ଭଲଭାବେ ମନେଥାଏ, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ‘ଏନସିସି ଦିବସ’ ମଧ୍ୟ ସେତିକି ମନେଥାଏ । ତେବେ ଆସନ୍ତୁ, ଆଜି ‘ଏନସିସି ଦିବସ’ ବିଷୟରେ କିଛି କଥା ହେବା । ମୋତେ ମଧ୍ୟ କିଛି ସ୍ମୃତିକୁ ସତେଜ କରିବାର ସୁଯୋଗ ମିଳିଯିବ । ସର୍ବପ୍ରଥମେ ମୁଁ ଏନସିସିର ସମସ୍ତ ପୂର୍ବତନ ଏବଂ ବର୍ତ୍ତମାନର କ୍ୟାଡେଟମାନଙ୍କୁ ‘ଏନସିସି ଦିବସ’ର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । କାରଣ ମୁଁ ବି ଆପଣମାନଙ୍କ ଭଳି କ୍ୟାଡେଟ୍ ଥିଲି ଏବଂ ମନରେ ଆଜି ବି ନିଜକୁ କ୍ୟାଡେଟ୍ ବୋଲି ଗ୍ରହଣ କରେ । ଏକଥା ତ ଆମେ ସମସ୍ତେ ଜାଣିଛୁ ଯେ ଏନସିସି ଅର୍ଥାତ୍ ନ୍ୟାସନାଲ କ୍ୟାଡେଟ କ୍ରପ୍ସ । ବିଶ୍ୱର ସବୁଠାରୁ ବଡ଼ ସଂଗଠିତ ଯୁବ ସଂଗଠନ ମଧ୍ୟରୁ ଭାରତର ଏନସିସି ଅନ୍ୟତମ । ଏହା ଏକ ତ୍ରିସେବା ସଂଗଠନ ଯେଉଁଥିରେ ପଦାତିକ ବାହିନୀ, ନୌବାହିନୀ ଏବଂ ଆକାଶବାହିନୀ ତିନୋଟିଯାକ ରହିଛି । ନେତୃତ୍ୱ, ଦେଶଭକ୍ତି, ସମର୍ପିତ ସେବା, ଶୃଙ୍ଖଳା, କଠିନ ପରିଶ୍ରମ ଏସବୁଗୁଡ଼ିକୁ ନିଜ ଚରିତ୍ରର ଅଂଶ କରିବା, ନିଜ ଅଭ୍ୟାସରେ ପରିଣତ କରିବାର ଏକ ରୋମାଂଚକର ଯାତ୍ରା ହେଉଛି – ଏନସିସି । ଏହି ଯାତ୍ରା ବିଷୟରେ ଆହୁରି କିଛି ଅଧିକ କଥା ହେବାପାଇଁ ଆଜି ଫୋନକଲ୍ ମାଧ୍ୟମରେ କିଛି ଯୁବକ ଯୁବତୀଙ୍କ ସହ କଥାହେବା ଯେଉଁମାନେ ଏନସିସିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ପ୍ରଧାନମନ୍ତ୍ରୀ : ବନ୍ଧୁଗଣ ଆପଣମାନେ କେମିତି ଅଛନ୍ତି?
ତରନ୍ନୁମ୍ ଖାନ୍ : ଜୟ ହିନ୍ଦ୍ ମାନ୍ୟବର ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ : ଜୟ ହିନ୍ଦ!
ତରନ୍ନୁମ୍ ଖାନ୍ : ସାର୍ ମୋ ନାଁ ଜୁନିୟର ଅଣ୍ଡର ଅଫିସର ତରନ୍ନୁମ୍ ଖାନ୍
ପ୍ରଧାନମନ୍ତ୍ରୀ : ତରନ୍ନୁମ୍! ଆପଣ କେଉଁଠିକାର ବାସିନ୍ଦା?
ତରନ୍ନୁମ୍ ଖାନ୍ : ସାର୍ ମୁଁ ଦିଲ୍ଲୀର ବାସିନ୍ଦା ।
ପ୍ରଧାନମନ୍ତ୍ରୀ : ଆଚ୍ଛା । ତେବେ ଏନସିସିରେ କେତେ ବର୍ଷ ହେଇଗଲାଣି ଆଉ ଆପଣଙ୍କ ଅନୁଭୂତି କ’ଣ?
ତରନ୍ନୁମ୍ ଖାନ୍ : ସାର୍, ମୁଁ 2017ରେ ଏନସିସିରେ ଭର୍ତ୍ତି ହୋଇଥିଲି ଏବଂ ଏହି ତିନିବର୍ଷ ମୋ ଜୀବନର ସବୁଠାରୁ ଶ୍ରେଷ୍ଠ ସମୟ ।
ପ୍ରଧାନମନ୍ତ୍ରୀ : ବାଃ! ଶୁଣି ବହୁତ ଭଲ ଲାଗିଲା ।
ତରନ୍ନୁମ୍ ଖାନ୍ : ସାର୍, ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମୋର ସବୁଠୁ ଭଲ ଅନୁଭୂତି ହୋଇଥିଲା ‘ଏକ ଭାରତ – ଶ୍ରେଷ୍ଠ ଭାରତ’ କ୍ୟାମ୍ପରେ । ଏହି କ୍ୟାମ୍ପ ଅଗଷ୍ଟରେ ଆୟୋଜିତ ହୋଇଥିଲା ଯେଉଁଥିରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ପିଲାମାନେ ମଧ୍ୟ ଯୋଗଦେଇଥିଲେ । ସେହି କ୍ୟାଡେଟମାନଙ୍କ ସାଙ୍ଗରେ ଆମେ 10 ଦିନ ରହିଥିଲୁ । ଆମେ ସେମାନଙ୍କ ଜୀବନଶୈଳୀ ସମ୍ପର୍କରେ ଶିକ୍ଷାଗ୍ରହଣ କଲୁ । ଆମେ ଦେଖିଲୁ ସେମାନଙ୍କ ଭାଷା କିଭଳି । ସେମାନଙ୍କ ପରମ୍ପରା, ସେମାନଙ୍କ ସଂସ୍କୃତି ଏଭଳି ଅନେକ ଜିନିଷ ଆମେ ତାଙ୍କଠାରୁ ଶିଖିଲୁ । ଯେମିତି ‘ଭାଇଜୋମ’ର ଅର୍ଥ ହେଉଛି ‘ହେଲୋ’ । ସେହିଭଳି ଆମର ସାଂସ୍କୃତିକ ରାତ୍ରୀ ଆୟୋଜିତ ହୋଇଥିଲା, ସେଥିରେ ସେ ଆମକୁ ତାଙ୍କର ନୃତ୍ୟ ଶିଖାଇଲେ, ଯାହାକୁ ‘ତେହରା’ କୁହାଯାଏ । ଆଉ ସେ ମୋତେ ‘ମେଖେଲା’ ପିନ୍ଧିବା ମଧ୍ୟ ଶିଖାଇଲେ । ମୁଁ ସତ କହୁଛି, ସେଥିରେ ଆମେ ସମସ୍ତେ, ବହୁତ ସୁନ୍ଦର ଦେଖାଯାଉଥିଲୁ । ଦିଲ୍ଲୀୱାଲା ଏବଂ ନାଗାଲାଣ୍ଡର ବନ୍ଧୁମାନେ ବି ଆମେ ସେମାନଙ୍କୁ ଦିଲ୍ଲୀ ଦର୍ଶନ ପାଇଁ ମଧ୍ୟ ନେଇଯାଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ଏବଂ ଇଣ୍ଡିଆ ଗେଟ୍ ଦେଖାଇଲୁ । ସେଠାରେ ଆମେ ସେମାଙ୍କୁ ଦିଲ୍ଲୀର ଚାଟ୍ ଖୁଆଇଲୁ, ଭେଲପୁରୀ ବି ଖୁଆଇଲୁ, କିନ୍ତୁ ସେମାନଙ୍କୁ ଟିକେ ରାଗ ଲାଗିଲା କାରଣ ସେମାନେ ଯାହା କହିଲେ ଯେ ସେମାନେ ପ୍ରାୟତଃ ସୁପ୍ ପିଇବା ପସନ୍ଦ କରନ୍ତି, ଟିକିଏ ସିଝା ପରିବା ଖାଆନ୍ତି, ତ ସେମାନଙ୍କୁ ଖାଦ୍ୟ ତ ଏତେ ପସନ୍ଦ ହେଲାନାହିଁ । ତା’ଛଡ଼ା ଆମେ ସେମାନଙ୍କ ସାଙ୍ଗରେ ଅନେକ ଫଟୋ ଉଠାଇଲୁ, ଆଉ ଅନେକ ଅନୁଭୂତି ବାଂଟିଲୁ ।
ପ୍ରଧାନମନ୍ତ୍ରୀ : ଆପଣ ସେମାନଙ୍କ ସହ ସମ୍ପର୍କ ରଖିଛନ୍ତି କି?
ତରନ୍ନୁମ୍ ଖାନ୍ : ଆଜ୍ଞା ହଁ, ଆମ ସମ୍ପର୍କ ସେମାନଙ୍କ ସହ ଏବେ ମଧ୍ୟ ରହିଛି ।
ପ୍ରଧାନମନ୍ତ୍ରୀ : ହଉ, ଆପଣ ଭଲ କରିଛନ୍ତି ।
ତରନ୍ନୁମ୍ ଖାନ୍ : ଆଜ୍ଞା ହଁ ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ସହ ଆଉ କେଉଁମାନେ ଅଛନ୍ତି?
ଶ୍ରୀ ହରି ଜି.ବି. : ଜୟ ହିନ୍ଦ୍ ସାର୍ ।
ପ୍ରଧାନମନ୍ତ୍ରୀ : ଜୟ ହିନ୍ଦ୍ ।
ଶ୍ରୀ ହରି ଜି.ବି. : ମୁଁ ସିନିୟର ଅଣ୍ଡର ଅଫିସର ଶ୍ରୀ ହରି ଜି.ଭି. କହୁଛି । ମୁଁ ବେଙ୍ଗାଲୁରୁ, କର୍ଣ୍ଣାଟକର ବାସିନ୍ଦା ।
ପ୍ରଧାନମନ୍ତ୍ରୀ : ଆପଣ କେଉଁଠି ପଢ଼ୁଛନ୍ତି?
ଶ୍ରୀ ହରି ଜି.ବି. : ସାର୍ ବେଙ୍ଗାଲୁରୁର କ୍ରିଷ୍ଟୁଜୟନ୍ତୀ କଲେଜରେ ପଢ଼ୁଛି ।
ପ୍ରଧାନମନ୍ତ୍ରୀ : ମାନେ ବେଙ୍ଗାଲୁରୁରେ ହିଁ ରହୁଛନ୍ତି?
ଶ୍ରୀ ହରି ଜି.ବି. : ହଁ ସାର୍,
ପ୍ରଧାନମନ୍ତ୍ରୀ : କୁହନ୍ତୁ ।
ଶ୍ରୀ ହରି ଜି.ବି. : ସାର୍, ମୁଁ ଗତକାଲି ହିଁ ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଭାଗ ନେଇ ସିଙ୍ଗାପୁରରୁ ଫେରିଛି ।
ପ୍ରଧାନମନ୍ତ୍ରୀ : ଆରେ ବାଃ!
ଶ୍ରୀ ହରି ଜି.ବି. : ଆଜ୍ଞା ସାର୍!
ପ୍ରଧାନମନ୍ତ୍ରୀ : ତା’ମାନେ ଆପଣ ସେଠାକୁ ଯିବାର ସୁଯୋଗ ପାଇଥିଲେ ।
ଶ୍ରୀ ହରି ଜି.ବି. : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ସିଙ୍ଗାପୁରର ଅନୁଭୂତି କିପରି ରହିଲା?
ଶ୍ରୀ ହରି ଜି.ବି. : ସେଠାରେ ଛଅଟି ଦେଶରୁ ପ୍ରତିନିଧି ଆସିଥିଲେ ଯେଉଁଥିରେ ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ସିଙ୍ଗାପୁର, ବ୍ରୁନେଇ, ହଂକଂ ଏବଂ ନେପାଳ ଅନ୍ତର୍ଭୁକ୍ତ । ସେଠାରେ ଆମକୁ ମୁକାବିଲା କୌଶଳ ଏବଂ ଅନ୍ତର୍ଜାତୀୟ ପ୍ରତିରକ୍ଷା ଅଭ୍ୟାସ ସମ୍ପର୍କରେ ଶିକ୍ଷା ଦିଆଗଲା । ସେଠାରେ ଆମର ପ୍ରଦର୍ଶନ ଟିକିଏ ଭିନ୍ନ ଥିଲା ସାର । ସେଠାରେ ଆମକୁ ଜଳ କ୍ରୀଡ଼ା ଏବଂ ଦୁଃସାହସିକ କ୍ରୀଡ଼ା ଶିଖାଗଲା ଆଉ ୱାଟର ପୋଲୋ ଟୁର୍ଣ୍ଣାମେଂଟରେ ଭାରତୀୟ ଦଳ ବିଜୟ ଲାଭ କଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଆମେ ଖୁବ୍ ଭଲ ପ୍ରଦର୍ଶନ କରିଥିଲୁ । ଆମର ଡ୍ରିଲ ଏବଂ ୱର୍ଡ ଅଫ କମାଣ୍ଡ ମଧ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା ସାର୍ ।
ପ୍ରଧାନମନ୍ତ୍ରୀ : ହରି ଆପଣମାନେ କେତେ ଜଣ ଥିଲେ?
ଶ୍ରୀ ହରି ଜି.ବି. : 20 ଜଣ ଥିଲୁ ସାର । ଆମେ 10 ଜଣ ଯୁବକ, 10 ଯୁବତୀ ଥିଲୁ ।
ପ୍ରଧାନମନ୍ତ୍ରୀ : ଆପଣମାନେ କ’ଣ ଭାରତର ଅଲଗା ଅଲଗା ରାଜ୍ୟରୁ ଯାଇଥିଲେ ।
ଶ୍ରୀ ହରି ଜି.ବି. : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ହଉ, ଆପଣଙ୍କର ସମସ୍ତ ବନ୍ଧୁ ଆପଣଙ୍କ ଅନୁଭୂତି ଶୁଣିବା ପାଇଁ ଉତ୍କଣ୍ଠିତ ଥିବେ ଆଉ ମତେ ମଧ୍ୟ ଭଲ ଲାଗିଲା । ଆଉ କିଏ ଅଛି ଆପଣଙ୍କ ସାଙ୍ଗରେ?
ବିନୋଲେ କିସୋ : ଜୟ ହିନ୍ଦ୍ ସାର୍!
ପ୍ରଧାନମନ୍ତ୍ରୀ : ଜୟ ହିନ୍ଦ୍!
ବିନୋଲେ କିସୋ : ମୋ ନାଁ ସିନିୟର ଅଣ୍ଡର ଅଫିସର ବିନୋଲେ କିସୋ । ସାର୍ ମୁଁ ଉତର ପୂର୍ବାଞ୍ଚଳ ରାଜ୍ୟ ନାଗାଲାଣ୍ଡର ବାସିନ୍ଦା ।
ପ୍ରଧାନମନ୍ତ୍ରୀ : ହଁ, ବିନୋଲେ, ଆପଣଙ୍କ ଅନୁଭୂତି ସମ୍ପର୍କରେ କିଛି କୁହନ୍ତୁ?
ବିନୋଲେ କିସୋ : ସାର୍, ମୁଁ ସେଂଟ ଯୋଶେଫ୍ସ କଲେଜ, ଜାଖାମା (ଅଟୋନମସ)ରେ ବି.ଏ. ଇତିହାସ (ଅନର୍ସ)ରେ ପଢ଼ୁଛି । ସାର୍ ମୁଁ 2017ରେ ଏନସିସିରେ ଯୋଗଦେଇଥିଲି ଏବଂ ଏହା ମୋ ଜୀବନର ସବୁଠାରୁ ବଡ଼ ଆଉ ଭଲ ନିଷ୍ପତ୍ତି ଥିଲା ।
ପ୍ରଧାନମନ୍ତ୍ରୀ : ଏନସିସି ଯୋଗୁଁ ଭାରତର କେଉଁ କେଉଁ ସ୍ଥାନ ଭ୍ରମଣ କରିବାର ସୁଯୋଗ ମିଳିଛି?
ବିନୋଲେ କିସୋ : ସାର୍, ମୁଁ ଏନସିସି ଜଏନ୍ କରି ବହୁତ କିଛି ଶିଖିଛି ଆଉ ମୋତେ ଅନେକ ସୁଯୋଗ ବି ମିଳିଛି । ମୋର ଗୋଟିଏ ଅନଭୂତି ସମ୍ପର୍କରେ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି । ଏ ବର୍ଷ 2019 ଜୁନ୍ ମାସରେ ମୁଁ ଗୋଟିଏ କ୍ୟାମ୍ପରେ ଯୋଗ ଦେଇଥିଲି – କମ୍ବାଇନ୍ଡ ଆନୁଆଲ ଟ୍ରେନିଂ କ୍ୟାମ୍ପ ଯାହା କୋହିମାର ସାଜୋଲି କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପରେ 400 ଜଣ କ୍ୟାଡେଟ ଯୋଗଦେଇଥିଲେ ।
ପ୍ରଧାନମନ୍ତ୍ରୀ : ତେବେ ନାଗାଲାଣ୍ଡରେ ଥିବା ଆପଣଙ୍କ ସମସ୍ତ ବନ୍ଧୁ ଜାଣିବାକୁ ଚାହୁଁଥିବେ ଯେ ଭାରତରେ ଆପଣ କେଉଁ କେଉଁ ଜାଗାକୁ ଗଲେ କ’ଣ ସବୁ ଦେଖିଲେ? ଆପଣଙ୍କ ସବୁ ଅନୁଭୂତି ସେମାନଙ୍କୁ ଶୁଣାଉଛନ୍ତି ନା??
ବିନୋଲେ କିସୋ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ଆଉ କିଏ ଅଛି ଆପଣଙ୍କ ସାଙ୍ଗରେ?
ଅଖିଲ : ଜୟ ହିନ୍ଦ୍ ସାର୍, ମୋ ନାଁ ଜୁନିୟର ଅଣ୍ଡର ଅଫିସର ଅଖିଲ ।
ପ୍ରଧାନମନ୍ତ୍ରୀ : ହଁ ଅଖିଲ, କୁହନ୍ତୁ ।
ଅଖିଲ : ସାର୍ ମୁଁ ରୋହତକ, ହରିୟାଣାରେ ରହୁଛି ।
ପ୍ରଧାନମନ୍ତ୍ରୀ : ହଁ ହଁ …
ଅଖିଲ : ମୁଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଦୟାଲ ସିଂହ କଲେଜର ଫିଜିକ୍ସ ଅନର୍ସ ଛାତ୍ର ।
ପ୍ରଧାନମନ୍ତ୍ରୀ : ହଁ ହଁ …
ଅଖିଲ : ସାର୍, ଏନସିସିରେ ମୋତେ ଶୃଙ୍ଖଳା ସବୁଠୁ ଭଲ ଲାଗିଲା ।
ପ୍ରଧାନମନ୍ତ୍ରୀ : ବାଃ …
ଅଖିଲ : ତାହା ମୋତେ ଆହୁରି ଅଧିକ ଦାୟିତ୍ୱସମ୍ପନ୍ନ ନାଗରିକ କରିଛି । ଏନସିସି କ୍ୟାଡେଟଙ୍କ ଡ୍ରିଲ ଆଉ ୟୁନିଫର୍ମ ମୋତେ ବହୁତ ଭଲ ଲାଗେ ।
ପ୍ରଧାନମନ୍ତ୍ରୀ : କେତୋଟି କ୍ୟାମ୍ପରେ ଯୋଗଦେବାକୁ ଆଉ କେଉଁ କେଉଁ ଜାଗାକୁ ଯିବାକୁ ସୁଯୋଗ ମିଳିଛି?
ଅଖିଲ : ସାର, ମୁଁ 3ଟି କ୍ୟାମ୍ପରେ ଯୋଗଦେଇଛି । ନିକଟ ଅତୀତରେ ମୁଁ ଇଣ୍ଡିଆନ ମିଲିଟାରୀ ଏକାଡେମୀ, ଡେରାଡୁନରେ ଆଟାଚମେଂଟ କ୍ୟାମ୍ପରେ ଅଂଶଗ୍ରହଣ କରିଥିଲି ।
ପ୍ରଧାନମନ୍ତ୍ରୀ : କେତେଦିନ ପାଇଁ ଥିଲା କ୍ୟାମ୍ପ?
ଅଖିଲ : ସାର୍, ଏହି କ୍ୟାମ୍ପ 13 ଦିନ ଧରି ଚାଲିଥିଲା ।
ପ୍ରଧାନମନ୍ତ୍ରୀ : ଆଚ୍ଛା ।
ଅଖିଲ : ସାର୍, ଭାରତୀୟ ସେନାରେ ଜଣେ କିଭଳି ଅଫିସର ହୋଇପାରିବ ସେକଥା ମୁଁ ସେଠାରେ ଖୁବ୍ ନିକଟରୁ ଦେଖିଛି ଏବଂ ଏହା ଦେଖିଲା ପରେ ଭାରତୀୟ ସେନାରେ ଜଣେ ଅଫିସର ହେବାପାଇଁ ମୋର ସଂକଳ୍ପ ଆହୁରି ଦୃଢ଼ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ : ବାଃ …
ଅଖିଲ : ଆଉ ସାର୍ ମୁଁ ଗଣତନ୍ତ୍ର ଦିବସ ପ୍ୟାରେଡରେ ମଧ୍ୟ ଅଂଶଗ୍ରହଣ କରିଥିଲି ଆଉ ତାହା ମୋର ଏବଂ ମୋ ପରିବାର ପାଇଁ ବଡ଼ ଗର୍ବର ବିଷୟ ଥିଲା ।
ପ୍ରଧାନମନ୍ତ୍ରୀ : ସାବାସ୍ …
ଅଖିଲ : ମୋଠୁ ମୋ ମା’ ଅଧିକ ଖୁସି ଥିଲେ ସାର୍ । ବଡ଼ିସକାଳ 2ଟାରେ ଉଠି ରାଜପଥରେ ଯେତେବେଳେ ଅଭ୍ୟାସ ପାଇଁ ଯାଉଥିଲୁ ସେତେବେଳେ ଆମର ଉତ୍ସାହ ଦେଖିବା ଭଳି ଥିଲା । ସାର୍ ଅନ୍ୟ ବାହିନୀରର ଲୋକେ ଆମକୁ ଏତେ ପ୍ରୋତ୍ସାହିତ କରୁଥିଲେ ଯେ ରାଜପଥରେ ମାର୍ଚ୍ଚ କରିବା ସମୟରେ ଆମର ଲୋମ ଟାଙ୍କୁରିଉଠୁଥିଲା ।
ପ୍ରଧାନମନ୍ତ୍ରୀ : ଯାହାହେଉ ଆପଣ ଚାରିଜଣଙ୍କ ସହ କଥାହେବାର ସୁଯୋଗ ମିଳିଲା ତାହା ପୁଣି ଏନସିସି ଦିବସ ଦିନ । ଏହା ମୋ ପାଇଁ ବହୁତ ଖୁସି କଥା କାରଣ ପିଲାଦିନେ ମୁଁ ମଧ୍ୟ ମୋ ଗାଁର ସ୍କୁଲରେ ଏନସିସି କ୍ୟାଡେଟ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲି । ତେଣୁ ମୁଁ ଜାଣିଛି ଏଇ ଶୃଙ୍ଖଳା, ଏଇ ୟୁନିଫର୍ମ ଯୋଗୁଁ ଯେଉଁ ଆତ୍ମବିଶ୍ୱାସ ବୃଦ୍ଧି ହୁଏ, ଏ ସମସ୍ତ କଥା ପିଲାଦିନେ ଜଣେ ଏନସିସି କ୍ୟାଡେଟ୍ ରୂପରେ ଅନୁଭବ କରିବାର ସୁଯୋଗ ମୋତେ ମିଳିଥିଲା ।
ବିନୋଲେ : ପ୍ରଧାନମନ୍ତ୍ରୀ ମହୋଦୟ ମୋର ଗୋଟିଏ ପ୍ରଶ୍ନ ରହିଛି ।
ପ୍ରଧାନମନ୍ତ୍ରୀ : ହଁ ପଚାରନ୍ତୁ …
ବିନୋଲେ : ଆପଣ ମଧ୍ୟ ଏନସିସିର ଏକ ଅଂଶ ଥିଲେ?
ପ୍ରଧାନମନ୍ତ୍ରୀ : କିଏ? ବିନୋଲେ କହୁଛନ୍ତି?
ବିନୋଲେ : ହଁ ସାର୍, ହଁ ସାର୍ ।
ପ୍ରଧାନମନ୍ତ୍ରୀ : ହଁ ବିନୋଲେ କୁହନ୍ତୁ
ବିନୋଲେ : କ’ଣ ଆପଣଙ୍କୁ କେବେ ଦଣ୍ଡ ମିଳିଥିଲା?
ପ୍ରଧାନମନ୍ତ୍ରୀ : (ହସିକରି) ୟା’ ମାନେ ଆପଣମାନଙ୍କୁ ଦଣ୍ଡ ମିଳୁଛି ।
ବିନୋଲେ : ହଁ ସାର୍ ।
ପ୍ରଧାନମନ୍ତ୍ରୀ : ନା, ମୋତେ କେବେ ଏମିତି କିଛି ମିଳିନି କାରଣ ମୁଁ ଏକ ପ୍ରକାର ଶୃଙ୍ଖଳାକୁ ମାନି ଚାଲୁଥିଲି । ଅବଶ୍ୟ ଥରେ ଗୋଟିଏ ଭୁଲ ବୁଝାମଣା ହୋଇଥିଲା । ଆମେ ଯେତେବେଳେ କ୍ୟାମ୍ପରେ ଥିଲୁ ସେତେବେଳେ ମୁଁ ଗୋଟିଏ ଗଛ ଉପରେ ଚଢ଼ିଯାଇଥିଲି । ପ୍ରଥମେ ଏମିତି ଲାଗିଲା ଯେ ମୁଁ କିଛି ନିୟମ ଭଙ୍ଗ କରିଛି କିନ୍ତୁ ପରେ ସମସ୍ତେ ଲକ୍ଷ୍ୟ କଲେ ଯେ ଗୁଡ଼ିସୂତାରେ ପକ୍ଷୀଟିଏ ଗୁଡ଼େଇ ହୋଇଯାଇଥିଲା । ତାକୁ ରକ୍ଷା କରିବା ପାଇଁ ମୁଁ ସେଠିକି ଚଢ଼ିଯାଇଥିଲି । ସେ ଯାହାହେଉ, ପ୍ରଥମେ ଭାବିଲି ଯେ ମୋ ଉପରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ କିନ୍ତୁ ପରେ ମୋତେ ଖୁବ୍ ପ୍ରଶଂସା କରାଗଲା । ତେଣୁ ଏଭଳି ଏକ ଭିନ୍ନ ପ୍ରକାର ଅନୁଭୂତି ମୋର ରହିଛି ।
ତରନ୍ନୁମ୍ ଖାନ୍ : ଆଜ୍ଞା ସାର୍, ଏକଥା ଜାଣି ଖୁବ୍ ଭଲ ଲାଗିଲା ।
ପ୍ରଧାନମନ୍ତ୍ରୀ : ଧନ୍ୟବାଦ ।
ତରନ୍ନୁମ୍ ଖାନ୍ : ମୁଁ ତରନ୍ନୁମ୍ କହୁଛି …
ପ୍ରଧାନମନ୍ତ୍ରୀ : ହଁ ତରନ୍ନୁମ୍, କୁହନ୍ତୁ …
ତରନ୍ନୁମ୍ ଖାନ୍ : ଯଦି ଅନୁମତି ଦିଅନ୍ତି ମୁଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ ।
ପ୍ରଧାନମନ୍ତ୍ରୀ : ହଁ … ହଁ … ପଚାରନ୍ତୁ ।
ତରନ୍ନୁମ୍ ଖାନ୍ : ସାର୍, ଆପଣ ନିଜ ବାର୍ତ୍ତାରେ ଆମକୁ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ନାଗରିକ 3 ବର୍ଷ ମଧ୍ୟରେ 15ଟି ସ୍ଥାନକୁ ଭ୍ରମଣ କରିବା ଉଚିତ । ତେବେ ଆମେ କେଉଁ ଜାଗାକୁ ଯିବା ଉଚିତ? ଆଉ ଆପଣଙ୍କୁ କେଉଁଠିକୁ ଯାଇ ସବୁଠାରୁ ଭଲ ଲାଗିଥିଲା??
ପ୍ରଧାନମନ୍ତ୍ରୀ : ଅବଶ୍ୟ ସବୁବେଳେ ମୋତେ ହିମାଳୟ ବହୁତ ଭଲ ଲାଗେ ।
ତରନ୍ନୁମ୍ ଖାନ୍ : ଆଜ୍ଞା …
ପ୍ରଧାନମନ୍ତ୍ରୀ : କିନ୍ତୁ ମୁଁ ଭାରତର ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ଯଦି ଆପଣମାନେ ପ୍ରକୃତିକୁ ଭଲ ପାଉଛନ୍ତି …
ତରନ୍ନୁମ୍ ଖାନ୍ : ଆଜ୍ଞା …
ପ୍ରଧାନମନ୍ତ୍ରୀ : ଘଂଚ ଜଙ୍ଗଲ, ଝରଣା ଭଳି ଯଦି ଗୋଟିଏ ଭିନ୍ନ ପ୍ରକାର ପରିବେଶ ଦେଖିବାକୁ ଚାହୁଁଛନ୍ତି ତାହେଲେ ମୁଁ ସମସ୍ତଙ୍କୁ କହିବି ଯେ ଉତ୍ତର ପୂର୍ବାଂଚଳ ନିଶ୍ଚୟ ଯାଆନ୍ତୁ!
ତରନ୍ନୁମ୍ ଖାନ୍ : ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ : ଏକଥା ମୁଁ ସବୁବେଳେ କହିଆସୁଛି ଆଉ ଏଇ କାରଣରୁ ଉତର ପୂର୍ବାଂଚଳରେ ପର୍ଯ୍ୟଟନ ମଧ୍ୟ ଖୁବ୍ ବୃଦ୍ଧି ପାଇବ, ଅର୍ଥନୀତିକୁ ବି ବହୁତ ଲାଭ ହେବ ଏବଂ ‘ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ ମଧ୍ୟ ସେଠାରେ ସୁଦୃଢ଼ ହେବ ।
ତରନ୍ନୁମ୍ ଖାନ୍ : ଆଜ୍ଞା ସାର୍ ।
ପ୍ରଧାନମନ୍ତ୍ରୀ : କିନ୍ତୁ ଭାରତର ପ୍ରତ୍ୟେକ ଜାଗାରେ ବହୁତ କିଛି ଦେଖିବାକୁ ରହିଛି, ଶିଖିବାକୁ ରହିଛି ଆଉ ଏକ ପ୍ରକାର ଆତ୍ମାକୁ ନିର୍ମଳ କରିବା ଭଳି ରହିଛି ।
ଶ୍ରୀ ହରି ଜି.ବି. : ପ୍ରଧାନମନ୍ତ୍ରୀ ଜୀ, ମୁଁ ଶ୍ରୀ ହରି କହୁଛି ।
ପ୍ରଧାନମନ୍ତ୍ରୀ : ହଁ ହରି କୁହନ୍ତୁ …
ଶ୍ରୀ ହରି ଜି.ବି. : ମୁଁ ଆପଣଙ୍କ ନିକଟରୁ ଜାଣିବାକୁ ଚାହୁଁଛି ଯେ ଯଦି ଆପଣ ଜଣେ ରାଜନୀତିଜ୍ଞ ହୋଇନଥାନ୍ତେ ତାହାଲେ ଆପଣ କ’ଣ ହୋଇଥାନ୍ତେ?
ପ୍ରଧାନମନ୍ତ୍ରୀ : ଇଏ ତ ବଡ଼ କଠିନ ପ୍ରଶ୍ନ କାରଣ ପ୍ରତି ପିଲାର ଜୀବନରେ ଅନେକ ମୋଡ଼ ଆସେ । କେତେବେଳେ ଏକଥା କରିବାକୁ ଇଚ୍ଛା ହୁଏ ତ କେତେବେଳେ ସେକଥା କରିବାକୁ ଇଚ୍ଛା ହୁଏ । କିନ୍ତୁ ଏକଥା ସତ ଯେ ରାଜନୀତି କ୍ଷେତ୍ରକୁ ଯିବାର ଇଚ୍ଛା ମୋ ମନରେ କେବେବି ନ ଥିଲା, ନା କେବେ ଏ ବିଷୟରେ ଭାବିଥିଲି । କିନ୍ତୁ ଏବେ ଯେହେତୁ ପହଂଚିଯାଇଛି ତେଣୁ କେମିତି ମନପ୍ରାଣ ଦେଇ ଦେଶସେବା କରିହେବ, ସେକଥା ଚିନ୍ତା କରୁଛି । ତେଣୁ ଏବେ ‘ଏଠି ନ ଥିଲେ କେଉଁଠି ଥାଆନ୍ତି’ ଏକଥା ମୋର ଭାବିବା ହିଁ ଉଚିତ ନୁହେଁ । ଏବେ ତ ଯେଉଁଠି ଅଛି ସେଠାରେ ମନପ୍ରାଣ ଦେଇ ଜୀବନ ଜୀଇଁବା ଦରକାର, ମନପ୍ରାଣ ଦେଇ କାମରେ ଲାଗିବା ଏବଂ ଖୁବ୍ ଭଲଭାବରେ ଦେଶପାଇଁ କାମ କରିବା ଉଚିତ । ନା ଦିନ ନା ରାତି କେବଳ ଏହି ଗୋଟିଏ ଉଦ୍ଦେଶ୍ୟ ନେଇ ନିଜକୁ ମୁଁ ଏହି କାର୍ଯ୍ୟରେ ନିୟୋଜିତ କରିଛି ।
ଅଖିଲ : ପ୍ରଧାନମନ୍ତ୍ରୀ ମହୋଦୟ …
ପ୍ରଧାନମନ୍ତ୍ରୀ : କୁହନ୍ତୁ
ଅଖିଲ : ଆପଣ ଦିନରେ ଏତେ ବ୍ୟସ୍ତ ରହୁଛନ୍ତି । ମୁଁ ଜାଣିବାକୁ ଚାହୁଁଥିଲି ଯେ ଆପଣଙ୍କୁ ଟିଭି ଦେଖିବା, ଚଳଚ୍ଚିତ୍ର ଦେଖିବା ବା ବହି ପଢ଼ିବାର ସମୟ ମିଳେ କି?
ପ୍ରଧାନମନ୍ତ୍ରୀ : ଅବଶ୍ୟ ବହି ପଢ଼ିବାରେ ମୋର ବହୁତ ଆଗ୍ରହ ରହୁଥିଲା । ଚଳଚ୍ଚିତ୍ର ଦେଖିବାକୁ କେବେ ଇଚ୍ଛା ବି ହୋଇନାହିଁ ସେଥିରେ ସମୟର କୌଣସି ବାଧ୍ୟବାଧକତା ନାହିଁ ଆଉ ସେହିଭଳି ଟିଭି ଦେଖିପାରିବେ । ଖୁବ୍ କମ୍ ସମୟ । ଆଗରୁ ବେଳେବେଳେ ଡିସକଭରି ଚ୍ୟାନେଲ ଦେଖୁଥିଲି କିଛି ନୂଆ କଥା ଜାଣିବା ପାଇଁ । ଆଉ ବହି ପଢ଼ୁଥିଲି କିନ୍ତୁ ଆଜିକାଲି ତ ପଢ଼ିପାରୁନାହିଁ ଆଉ ପୁଣି ଗୁଗଲ ଯୋଗୁଁ ମଧ୍ୟ ଅଭ୍ୟାସ ଖରାପ ହୋଇଗଲାଣି କାରଣ ଯଦି କିଛି ରେଫରେନ୍ସ ଦରକାର ତାହାଲେ ତୁରନ୍ତ ସର୍ଟକଟ ଧରିନେଉଛୁ । ତେଣୁ ଯେମିତି ସମସ୍ତଙ୍କ ଅଭ୍ୟାସ କିଛି ମାତ୍ରାରେ ଖରାପ ହୋଇଛି ସେମିତି ମୋର ବି ହେଇଛି । ହଉ ବନ୍ଧୁଗଣ, ଆପଣମାନଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗିଲା ଆଉ ମୁଁ ଆପଣମାନଙ୍କ ମାଧ୍ୟମରେ ଏନସିସିର ସମସ୍ତ କ୍ୟାଡେଟମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ, ଧନ୍ୟବାଦ!
ସମସ୍ତ ଏନସିସି କ୍ୟାଡେଟ : ବହୁତ ବହୁତ ଧନ୍ୟବାଦ ସାର, ଧନ୍ୟବାଦ!
ପ୍ରଧାନମନ୍ତ୍ରୀ : ଧନ୍ୟବାଦ, ଧନ୍ୟବାଦ ।
ସମସ୍ତ ଏନସିସି କ୍ୟାଡେଟ : ଜୟ ହିନ୍ଦ୍ ସାର୍ ।
ପ୍ରଧାନମନ୍ତ୍ରୀ : ଜୟ ହିନ୍ଦ୍ ।
ସମସ୍ତ ଏନସିସି କ୍ୟାଡେଟ : ଜୟ ହିନ୍ଦ୍ ସାର୍ ।
ପ୍ରଧାନମନ୍ତ୍ରୀ : ଜୟ ହିନ୍ଦ୍, ଜୟ ହିନ୍ଦ୍ ।
ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଏକଥା ଭୁଲିବା ଉଚିତ ନୁହେଁ ଯେ ଡିସେମ୍ବର 7 ତାରିଖ ଦିନ ସଶସ୍ତ୍ର ସେନା ପତାକା ଦିବସ ପାଳନ କରାଯାଇଥାଏ । ଏହା ସେହି ଦିବସ ଯେଉଁଦିନ ଆମେ ଆମର ବୀରସୈନିକମାନଙ୍କୁ, ସେମାନଙ୍କ ପରାକ୍ରମକୁ, ସେମାନଙ୍କ ବଳିଦାନକୁ ମନେପକାଇବା ସହ କିଛି ଯୋଗଦାନ ମଧ୍ୟ ଦେଇଥାଉ । କେବଳ ସମ୍ମାନ ଭାବନାରେ କାମ ଚଳେନାହିଁ । ସହଭାଗିତା ମଧ୍ୟ ଜରୁରୀ ହୋଇଥାଏ । ତେଣୁ ଡିସେମ୍ବର 7 ତାରିଖ ଦିନ ପ୍ରତ୍ୟେକ ନାଗରିକ ଆଗେଇଆସିବା ଉଚିତ୍ । ପ୍ରତ୍ୟେକଙ୍କ ପାଖରେ ସେଦିନ ସଶସ୍ତ୍ର ସେନାର ପତାକା ରହିବା ନିହାତି ଦରକାର ଏବଂ ପ୍ରତ୍ୟେକଙ୍କର ଯୋଗଦାନ ମଧ୍ୟ ରହିବା ଦରକାର । ଆସନ୍ତୁ, ଏହି ଅବସରରେ ଆମେ ଆମ ସଶସ୍ତ୍ର ସେନାର ଅଦମ୍ୟ ସାହସ, ଶୌର୍ଯ୍ୟ ଏବଂ ସମର୍ପଣ ଭାବ ପ୍ରତି କୃତଜ୍ଞତା ପ୍ରକାଶ କରିବା ଏବଂ ବୀର ସୈନିକମାନଙ୍କୁ ସ୍ମରଣ କରିବା ।
ମୋର ପ୍ରିୟ ଦେଶବାସୀଗଣ, ଭାରତରେ ଫିଟ ଇଣ୍ଡିଆ ଅଭିଯାନ ସହ ଆପଣମାନେ ନିଶ୍ଚିତ ଭାବେ ପରିଚିତ ହୋଇସାରିଥିବେ । ଫିଟ ଇଣ୍ଡିଆ ସପ୍ତାହର ଆୟୋଜନ କରି ସିବିଏସଇ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍କୁଲଗୁଡ଼ିକ ଫିଟ ଇଣ୍ଡିଆ ସପ୍ତାହ ଡିସେମ୍ବର ମାସରେ କେବେବି ପାଳନ କରିପାରନ୍ତି । ଏଥିରେ ଫିଟନେସକୁ ନେଇ ଅନେକ ପ୍ରକାରର ଆୟୋଜନ କରାଯିବ । ଏଥିରେ କୁଇଜ୍, ପ୍ରବନ୍ଧ, ଲିଖନ, ଚିତ୍ରାଙ୍କନ, ପାରମ୍ପରିକ ଏବଂ ସ୍ଥାନୀୟ ଖେଳ, ଯୋଗାସନ, ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ସାମିଲ କରାଯାଇଛି । ଫିଟ ଇଣ୍ଡିଆ ସପ୍ତାହରେ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଶିକ୍ଷକ ଏବଂ ପିତାମାତା ମଧ୍ୟ ଭାଗ ନେଇପାରିବେ । କିନ୍ତୁ ଏକଥା ଭୁଲିବେନି ଯେ ଫିଟ ଇଣ୍ଡିଆର ଅର୍ଥ କେବଳ ମାନସିକ ବ୍ୟାୟାମ, କାଗଜ କାମ ବା ଲାପଟପ୍, କମ୍ପ୍ୟୁଟର ବା ମୋବାଇଲ ଫୋନ୍ରେ ଫିଟନେସ ଆପ ଦେଖିବା ନୁହେଁ । ଝାଳ ବୁହାଇବାକୁ ପଡ଼ିବ । ଖାଦ୍ୟପେୟ ଅଭ୍ୟାସ ବଦଳାଇବାକୁ ପଡ଼ିବ । ବ୍ୟାୟାମ ଅଭ୍ୟାସକୁ ବଢ଼ାଇବାକୁ ପଡ଼ିବ । ମୁଁ ଦେଶର ସମସ୍ତ ରାଜ୍ୟର ସ୍କୁଲ ବୋର୍ଡ ଏବଂ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛି ଯେ ପ୍ରତ୍ୟେକ ବିଦ୍ୟାଳୟରେ ଡିସେମ୍ବର ମାସରେ ଫିଟ ଇଣ୍ଡିଆ ସପ୍ତାହ ପାଳନ କରାଯାଉ । ଏହାଦ୍ୱାରା ଫିଟନେସ ଅଭ୍ୟାସ ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ସାମିଲ ହୋଇଯିବ । ଫିଟ ଇଣ୍ଡିଆ ମୁଭମେଂଟରେ ଫିଟନେସ୍କୁ ନେଇ ସ୍କୁଲଗୁଡ଼ିକର ରେଙ୍କିଙ୍ଗର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ର୍ୟାଙ୍କିଙ୍ଗକୁ ହାସଲ କରିଥିବା ସବୁ ସ୍କୁଲ, ଫିଟ ଇଣ୍ଡିଆ ଲୋଗୋ ଏବଂ ପତାକା ମଧ୍ୟ ବ୍ୟବହାର କରିପାରିବେ । ଫିଟ ଇଣ୍ଡିଆ ପୋର୍ଟାଲକୁ ଯାଇ ସ୍କୁଲ ନିଜକୁ ଫିଟ ଘୋଷିତ କରିପାରିବେ । ଫିଟ ଇଣ୍ଡିଆ ଥ୍ରୀ ଷ୍ଟାର ଏବଂ ଫିଟ ଇଣ୍ଡିଆ ଫାଇଭ ଷ୍ଟାର ରେଟିଂ ମଧ୍ୟ ଦିଆଯିବ । ମୁଁ ଅନୁରୋଧ କରୁଛି ଯେ ସମସ୍ତ ସ୍କୁଲ, ଫିଟ ଇଣ୍ଡିଆରେ ସାମିଲ ହୁଅନ୍ତୁ ଏବଂ ଫିଟ ଇଣ୍ଡିଆ ଆମ ସ୍ୱଭାବରେ ପରିଣତ ହେଉ । ଏକ ଜନଆନ୍ଦୋଳନ ହେଉ । ସଚେତନତା ସୃଷ୍ଟି ହେଉ । ଏଥିପାଇଁ ପ୍ରଚେଷ୍ଟା କରାଯିବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶ ଏତେ ବିଶାଳ, ଏତେ ବିବିଧତା-ଭରା ଆଉ ଏତେ ପ୍ରାଚୀନ ଯେ ତା’ର ଅନେକଗୁଡ଼ିଏ କଥା ଆମର ଧ୍ୟାନକୁ ଆସିନଥାଏ । ସେମିତି ହେବା ବି ସ୍ୱାଭାବିକ । ସେଇଭଳି ଗୋଟିଏ କଥା ମୁଁ ଆପଣମାନଙ୍କୁ କହିବାକୁ ଚାହେଁ । କିଛିଦିନ ତଳେ ମାଇଁ ଗଭରେ ଗୋଟିଏ ମନ୍ତବ୍ୟ ମୋ ଦୃଷ୍ଟିକୁ ଆସିଲା । ଆସାମର ନୌଗାଓଁ ନିବାସୀ ଶ୍ରୀମାନ ରମେଶ ଶର୍ମା ଏହି ମନ୍ତବ୍ୟ ଲେଖିଥିଲେ । ସେ ଲେଖିଥିଲେ ଯେ ବ୍ରହ୍ମପୁତ୍ର ନଦୀରେ ଏକ ଉତ୍ସବ ଚାଲିଥିଲା । ତା’ର ନାମ ହେଲା ବ୍ରହ୍ମପୁତ୍ର ପୁଷ୍କର । ନଭେମ୍ବର 4 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜିତ ହୋଇଥିଲା ଏବଂ ଏହି ବ୍ରହ୍ମପୁତ୍ର ପୁଷ୍କରରେ ଭାଗନେବା ପାଇଁ ଦେଶର ବିଭିନ୍ନ ଭାଗରୁ ଲୋକମାନେ ଏକତ୍ରିତ ହୋଇଥିଲେ । ଏକଥା ଶୁଣି ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ହଁ, କଥାଟି ତ ସେଇଭଳି । ଏହା ଏଭଳି ଏକ ମହତ୍ୱପୂର୍ଣ୍ଣ ପର୍ବ ଏବଂ ଆମର ପୂର୍ବଜମାନେ ୟାକୁ ଏଭଳି ଭାବରେ ଗଢ଼ିଛନ୍ତି ଯେ, ଯଦି ପୂରାକଥା ଜାଣିବେ ତେବେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଦୁର୍ଭାଗ୍ୟର କଥା, ଏହି ଉତ୍ସବର ଯେଉଁଭଳି ବ୍ୟାପକ ପ୍ରଚାର ହେବା ଦରକାର, ଦେଶର କୋଣ ଅନୁକୋଣରେ ଏ ବିଷୟରେ ଯେତିକି ସୂଚନା ଥିବା କଥା ସେତିକି ମାତ୍ରାରେ ପ୍ରଚାର ହୋଇନାହିଁ । ଆଉ ଏକଥା ମଧ୍ୟ ସତ୍ୟ ଯେ ଏହି ଉତ୍ସବ ଏକ ଦେଶ – ଏକ ସନ୍ଦେଶ ଆଉ ଆମେସବୁ ଏକ – ଏହି ଭାବକୁ ଜାଗ୍ରତ କରେ ଏବଂ ଶକ୍ତି ପ୍ରଦାନ କରେ ।
ରମେଶ ଜୀ, ଆପଣଙ୍କୁ ସର୍ବପ୍ରଥମେ ଧନ୍ୟବାଦ ଜଣାଉଛି ଯେ ଆପଣ ମନ୍ କି ବାତ୍ ମାଧ୍ୟମରେ ଏହି କଥା ଲୋକମାନଙ୍କ ନିକଟରେ ପହଂଚାଇବାର ପ୍ରୟାସ କରିଛନ୍ତି । ଏତେ ବଡ଼ ଘଟଣାର ପ୍ରଚାର ପ୍ରସାର ବା ଚର୍ଚ୍ଚା ଦେଶରେ ହେଉନଥିବାରୁ ଆପଣ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ଆପଣଙ୍କର ବ୍ୟଥା ମୁଁ ଜାଣିପାରୁଛି । ଦେଶର ଅଧିକାଂଶ ଲୋକ ଏ ବିଷୟରେ ଜାଣନ୍ତି ନାହିଁ । ହଁ, ଯଦି କେହି ଏହାକୁ ଅନ୍ତର୍ଜାତୀୟ ନଦୀ ମହୋତ୍ସବ ବୋଲି କହିଦେଇଥାନ୍ତେ, କିଛି ବଡ଼ ଆକର୍ଷଣୀୟ ଶବ୍ଦ ପ୍ରୟୋଗ କରିଥାନ୍ତେ ତା’ହେଲେ ହୁଏତ ଦେଶର କିଛି ଲୋକ ଏ ବିଷୟରେ କିଛି ନା କିଛି ଆଲୋଚନା କରିଥାନ୍ତେ ଏବଂ ପ୍ରଚାର ବି ହୋଇପାରିଥାନ୍ତା ।
ମୋର ପ୍ରିୟ ଦେଶବାସୀଗଣ, ପୁଷ୍କରମ୍, ପୁଷ୍କରାଲୁ, ପୁଷ୍କରଃ – ଏହି ଶବ୍ଦଗୁଡ଼ିକୁ ଆପଣମାନେ କେବେ ଶୁଣିଛନ୍ତି କି? ଏସବୁ କ’ଣ? ସେ ବିଷୟରେ ଆପଣ କିଛି ଜାଣନ୍ତି କି? ତେବେ ଶୁଣନ୍ତୁ । ଏ ଦେଶର ବାରଟି ଭିନ୍ନ ଭିନ୍ନ ନଦୀକୂଳରେ ଯେଉଁ ଉତ୍ସବ ଆୟୋଜିତ ହୁଏ ସେଗୁଡ଼ିକ ନାମ ମଧ୍ୟ ଭିନ୍ନ । ପ୍ରତ୍ୟେକ ନଦୀକୂଳରେ ପ୍ରତି ବାରବର୍ଷରେ ଥରେ ଏହି ଉତ୍ସବ ପାଳନ କରାଯାଏ । ବାରବର୍ଷ ପରେ ପୁଣି ଥରେ ଉତ୍ସବ ପାଇଁ ସେହି ନଦୀର ପାଳି ପଡ଼ିବ । ଏହିପରି ଦେଶର ବିଭିନ୍ନ କ୍ଷେତ୍ରରେ ବାରଟି ନଦୀକୂଳରେ ପାଳିକରି ଏହି ଉତ୍ସବ ଆୟୋଜନ କରାଯାଏ ଏବଂ ବାରଦିନ ଯାଏ ଏହି ଉତ୍ସବ ଅନୁଷ୍ଠିତ ହୁଏ । କୁମ୍ଭମେଳା ଭଳି ଏ ଉତ୍ସବ ମଧ୍ୟ ରାଷ୍ଟ୍ରୀୟ ଏକତାକୁ ମଜଭୁତ୍ କରେ ଏବଂ ‘ଏକ ଭାରତ – ଶ୍ରେଷ୍ଠ ଭାରତ’ର ସଂଦର୍ଶନ କରାଇଥାଏ । ପୁଷ୍କରମ୍ ଏକ ଏଭଳି ଉତ୍ସବ ଯେଉଁଥିରେ ନଦୀର ମହାତ୍ମ୍ୟ, ନଦୀର ଗୌରବ ଏବଂ ଜୀବନରେ ନଦୀର ମହତ୍ୱକୁ ସହଜ ଭାବରେ ପ୍ରତିପାଦିତ କରେ ।
ଆମର ପୂର୍ବଜମାନେ ପ୍ରକୃତି, ପରିବେଶ, ଜଳ, ଜମି, ଜଙ୍ଗଲ ଆଦିକୁ ବହୁତ ଗୁରୁତ୍ୱ ଦେଇଆସିଛନ୍ତି । ସେମାନେ ନଦୀଗୁଡ଼ିକର ମହତ୍ୱକୁ ବୁଝିଥିଲେ ଏବଂ ନଦୀ ପ୍ରତି ସମାଜର ସକାରାତ୍ମକ ଭାବ କିପରି ସୃଷ୍ଟି ହେବ, ଏକ ସଂସ୍କାର କେମିତି ସୃଷ୍ଟିହେବ ସେ ଦିଗରେ ପ୍ରୟାସ କରିଥିଲେ । ନଦୀ ସହିତ ସଂସ୍କୃତିର ଧାରା, ସଂସ୍କାରର ଧାରା ତଥା ସମାଜକୁ କିଭଳି ଯୋଡ଼ାଯାଇପାରିବ ସେ ଦିଗରେ ନିରନ୍ତର ପ୍ରୟାସ କରାଗଲା ଏବଂ ଆନନ୍ଦର କଥା ହେଲା ସମାଜ ନଦୀ ସହ ଯୋଡ଼ିହେବା ସଙ୍ଗେ ସଙ୍ଗେ ନିଜ ନିଜ ମଧ୍ୟରେ ବି ସଂଯୋଜିତ ହେଲା । ଗତବର୍ଷ ତାମିଲନାଡୁର ‘ତାମୀର ବର୍ନୀ’ ନଦୀରେ ପୁଷ୍କରମ୍ ହୋଇଥିଲା । ଏ ବର୍ଷ ଏହା ବ୍ରହ୍ମପୁତ୍ର ନଦୀରେ ହେଲା ଏବଂ ଆଗାମୀ ବର୍ଷ ତୁଙ୍ଗଭଦ୍ରା ନଦୀକୂଳରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆୟୋଜିତ ହେବ । ଆପଣମାନେ ଏହି ବାରଟି ସ୍ଥାନର ଯାତ୍ରା ଗୋଟିଏ ପର୍ଯ୍ୟଟନ ସର୍କିଟ ଭଳି ମଧ୍ୟ କରିପାରିବେ । ମୁଁ ଆସାମର ଲୋକମାନଙ୍କର ଉତ୍ସାହ ଏବଂ ଆତିଥ୍ୟକୁ ପ୍ରଶଂସା କରିବାକୁ ଚାହେଁ – ସେମାନେ ସାରା ଦେଶରୁ ଆସିଥିବା ତୀର୍ଥଯାତ୍ରୀମାନଙ୍କୁ ଅତି ସୁନ୍ଦର ଭାବେ ସକ୍ରାର କଲେ । ଆୟୋଜକମାନେ ସ୍ୱଚ୍ଛତା ପ୍ରତି ମଧ୍ୟ ଧ୍ୟାନ ଦେଇଥିଲେ । ପ୍ଲାଷ୍ଟିକ ମୁକ୍ତ ଅଂଚଳ ସୁନିଶ୍ଚିତ କଲେ । ବିଭିନ୍ନ ସ୍ଥାନରେ ଜୈବ ଶୌଚାଳୟର ସୁବିଧା ମଧ୍ୟ ରଖିଥିଲେ । ମୋର ଆଶା ଯେ ନଦୀଗୁଡ଼ିକ ପ୍ରତି ଏହି ପ୍ରକାର ଭାବ ଜାଗ୍ରତ କରୁଥିବା ହଜାର ହଜାର ବର୍ଷ ପୁରୁଣା ଆମର ଏହି ଉତ୍ସବ ଆମର ଭବିଷ୍ୟତ ବଂଶଧରମାନଙ୍କୁ ମଧ୍ୟ ଏହାସହ ଯୋଡ଼ିବ । ପ୍ରକୃତି, ପରିବେଶ, ପାଣି ଏସବୁ ଆମ ପର୍ଯ୍ୟଟନର ଅଙ୍ଗ ହେବା ସାଥେ ସାଥେ ଆମ ଜୀବନର ମଧ୍ୟ ଅଙ୍ଗ ପାଲଟନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ମଧ୍ୟପ୍ରଦେଶର ଝିଅ ଶ୍ୱେତା ନମୋ ଆପରେ ଲେଖିଛନ୍ତି । ସେ ଲେଖିଛନ୍ତି “ସାର୍, ମୁଁ ନବମ ଶ୍ରେଣୀରେ ପଢ଼ୁଛି ଏବଂ ମୋର ବୋର୍ଡ ପରୀକ୍ଷା ପାଇଁ ଆଉ ଗୋଟିଏ ବର୍ଷ ସମୟ ଅଛି । କିନ୍ତୁ ମୁଁ ଛାତ୍ରଛାତ୍ରୀ ଓ ଏକଜାମ ୱାରିଅର୍ସମାନଙ୍କ ସହିତ ଆପଣଙ୍କ କଥାବାର୍ତ୍ତା ନିୟମିତ ଶୁଣେ । ମୁଁ ଆପଣଙ୍କୁ ଏଥିପାଇଁ ଲେଖୁଛି ଯେ ଆଗାମୀ ପରୀକ୍ଷା ଉପରେ ଆଲୋଚନା କେବେ ହେବ, ଆପଣ ଆଜିଯାଏ କହିନାହାଁନ୍ତି । ଦୟାକରି ଆପଣ ଯଥାଶୀଘ୍ର ଏହି କାମ କରନ୍ତୁ । ଯଦି ସମ୍ଭବ ହୁଏ ତେବେ ଜାନୁୟାରୀ ମାସରେ ହିଁ ଏହି କାର୍ଯ୍ୟକ୍ରମ ଆୟୋଜନ କରନ୍ତୁ । ବନ୍ଧୁଗଣ, ‘ମନ କୀ ବାତ୍’ ସମ୍ବନ୍ଧରେ ଏହି କଥାଗୁଡ଼ିକ ମୋତେ ବହୁତ ଭଲ ଲାଗେ । ମୋର ଯୁବବନ୍ଧୁମାନେ ଯେମିତି ଅଧିକାର ଆଉ ସ୍ନେହର ସହିତ ମୋ ପାଖରେ ଅଭିଯୋଗ କରନ୍ତି, ଆଦେଶ ଦିଅନ୍ତି, ପରାମର୍ଶ ଦିଅନ୍ତି – ତାହା ଦେଖି ମୋତେ ବହୁତ ଖୁସି ଲାଗେ । ଶ୍ୱେତା ଜୀ, ଆପଣ ଠିକ୍ ସମୟରେ ଏହି ବିଷୟଟି ଉଠାଇଛନ୍ତି । ପରୀକ୍ଷା ଆସୁଛି, ତେଣୁ ପ୍ରତିବର୍ଷ ଭଳି ଆମକୁ ପରୀକ୍ଷା ବିଷୟରେ ଚର୍ଚ୍ଚା କରିବାକୁ ହେବ । ଆପଣ ଠିକ୍ କହିଛନ୍ତି, ଏହି କାର୍ଯ୍ୟକ୍ରମକୁ ଟିକେ ଆଗରୁ ଆୟୋଜନ କରିବାର ଆବଶ୍ୟକତା ଅଛି ।
ଗତ କାର୍ଯ୍ୟକ୍ରମ ପରେ ଅନେକ ଲୋକ ଏହାକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ନିଜର ପରାମର୍ଶ ଦେଇଛନ୍ତି, କେତେକ ଅଭିଯୋଗ ବି କରିଛନ୍ତି ଯେ ଗତଥର ଡେରିରେ ହୋଇଥିଲା, ପରୀକ୍ଷା ଖୁବ୍ ନିକଟ ହୋଇଯାଇଥିଲା । ଶ୍ୱେତା ଠିକ୍ ପରାମର୍ଶ ଦେଇଛନ୍ତି – ମୁଁ ଏହା ଜାନୁୟାରୀ ମାସରେ କରିବା ଉଚିତ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ମାଇଁ ଗଭ ଟିମ୍ ମିଳିମିଶି ଏହି କାମରେ ଲାଗିଛନ୍ତି । କିନ୍ତୁ ମୁଁ ଚେଷ୍ଟା କରିବି ଯେମିତି ଏଥର ପରୀକ୍ଷା ବିଷୟରେ ଚର୍ଚ୍ଚା ଜାନୁୟାରୀ ଆରମ୍ଭ କିମ୍ବା ମଝିରେ ହୁଏ । ସାରାଦେଶର ଛାତ୍ରଛାତ୍ରୀ ବନ୍ଧୁମାନଙ୍କ ପାଇଁ ଦୁଇଟି ସୁବିଧା ଅଛି । ପ୍ରଥମଟି ହେଲା ସେମାନେ ନିଜ ସ୍କୁଲରୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ଆଉ ଦ୍ୱିତୀୟଟି ହେଲା ଦିଲ୍ଲୀ ଆସି ଏଠାକାର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ଦିଲ୍ଲୀ କାର୍ଯ୍ୟକ୍ରମ ପାଇଁ ମାଇଁ ଗଭ ମାଧ୍ୟମରେ ସାରାଦେଶରୁ ଛାତ୍ରଛାତ୍ରୀଙ୍କ ଚୟନ କରାଯିବ ।
ସାଥିଗଣ, ଆମ ସମସ୍ତଙ୍କୁ ମିଶି ପରୀକ୍ଷାର ଭୟକୁ ଦୂର କରିବାକୁ ହେବ । ମୋର ଯୁବବନ୍ଧୁମାନେ ପରୀକ୍ଷା ସମୟରେ ହସ ହସ ଦିଶନ୍ତୁ, ପିତାମାତା ଚାପମୁକ୍ତ ହୁଅନ୍ତୁ, ଶିକ୍ଷକମାନେ ଆଶ୍ୱସ୍ତ ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଗତ କେତେବର୍ଷ ହେଲା ଆମେ ମନ୍ କି ବାତ୍ ମାଧ୍ୟମରେ, ଟାଉନ ହଲ ମାଧ୍ୟମରେ କିମ୍ବା ଏକଜାମ ୱାରିଅର୍ସ ବହି ମାଧ୍ୟମରେ ନିୟମିତ ଭାବେ ପରୀକ୍ଷା ଉପରେ ଆଲୋଚନା କରିଆସୁଛୁ । ଏହି ମିଶନକୁ ସାରାଦେଶର ଛାତ୍ରଛାତ୍ରୀ, ପିତାମାତା ଏବଂ ଶିକ୍ଷକମାନେ ଆଗକୁ ବଢ଼ାଇଛନ୍ତି । ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ ଏବଂ ଆଗାମୀ ପରୀକ୍ଷା ବିଷୟରେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଆମେସବୁ ମିଳିମିଶି ଆୟୋଜନ କରିବା – ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା ।
ବନ୍ଧୁଗଣ, ଗତ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ମୁଁ 2010ରେ ଅଯୋଧ୍ୟା ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ବିଷୟରେ ଚର୍ଚ୍ଚା କରିଥିଲି । ଆଉ ସେ ସମୟରେ ରାୟ ଆସିବା ଆଗରୁ ଏବଂ ରାୟ ଆସିବା ପରେ ବି ସାରା ଦେଶ କେମିତି ଶାନ୍ତି ଏବଂ ଭ୍ରାତୃଭାବ ପ୍ରଦର୍ଶନ କରିଥିଲା ସେ ବିଷୟରେ କହିଥିଲି । ଏଥର ମଧ୍ୟ ନଭେମ୍ବର 9 ତାରିଖରେ ଯେତେବେଳେ ସୁପ୍ରିମକୋର୍ଟର ରାୟ ଆସିଲା ସେତେବେଳେ 130 କୋଟି ଭାରତୀୟ ପୁଣିଥରେ ସାବ୍ୟସ୍ତ କରିଦେଲେ ଯେ ତାଙ୍କପାଇଁ ଦେଶହିତଠୁ ବଳି ବଡ଼ କିଛିନାହିଁ । ଦେଶରେ ଶାନ୍ତି, ଏକତା ଆଉ ସଦ୍ଭାବନାର ମୂଲ୍ୟ ସବୁଠୁ ଉଚ୍ଚରେ । ରାମମନ୍ଦିର ସମ୍ପର୍କରେ ଯେତେବେଳେ ରାୟ ଆସିଲା, ସେତେବେଳେ ସମଗ୍ର ଦେଶ ଖୋଲା ହୃଦୟରେ ତାକୁ ଗ୍ରହଣ କଲା । ସମ୍ପୂର୍ଣ୍ଣ ସହଜ ଭାବରେ ଏବଂ ଶାନ୍ତିର ସହିତ ତାକୁ ସ୍ୱୀକାର କଲା । ଆଜି ‘ମନ କି ବାତ୍’ ମାଧ୍ୟମରେ ମୁଁ ଦେଶବାସୀମାନଙ୍କୁ ସାଧୁବାଦ ଦେଉଛି, ଧନ୍ୟବାଦ ଜଣାଇବାକୁ ଚାହେଁ । ସେମାନେ ଯେଉଁଭଳି ଧୈର୍ଯ୍ୟ, ସଂଯମ ଏବଂ ପରିପକ୍ୱତାର ପରିଚୟ ଦେଲେ ସେଥିପାଇଁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ଏକପକ୍ଷରେ, ଦୀର୍ଘ ସମୟ ଧରି ଚାଲିଆସିଥିବା ଏକ ଆଇନଗତ ସଂଘର୍ଷର ଅବସାନ ହୋଇଛି ଏବଂ ଅନ୍ୟପକ୍ଷରେ ନ୍ୟାୟପାଳିକା ପ୍ରତି ଦେଶର ସମ୍ମାନ ଆହୁରି ବଢ଼ିଛି । ବାସ୍ତବରେ ଏହି ରାୟ ଆମର ନ୍ୟାୟପାଳିକା ପାଇଁ ମଧ୍ୟ ଏକ ମାଇଲଖୁଂଟ ସାବ୍ୟସ୍ତ ହୋଇଛି । ସୁପ୍ରିମକୋର୍ଟଙ୍କର ଏହି ଐତିହାସିକ ରାୟ ପରେ, ଏବେ ଦେଶ, ନୂଆ ଆଶା, ନୂଆ ଆକାଂକ୍ଷାର ସହିତ ଏକ ନୂତନ ପଥରେ ଏକ ନୂତନ ଲକ୍ଷ୍ୟ ସହିତ ଆଗେଇଚାଲିଛି । ନ୍ୟୁ ଇଣ୍ଡିଆ, ଏଇ ଭାବନାକୁ ଆପଣେଇ ଶାନ୍ତି, ଏକତା ଏବଂ ସଦ୍ଭାବନାର ସହିତ ଅଗ୍ରଗତି କରୁ ଏହା ମୋର ଏବଂ ଆମ ସମସ୍ତଙ୍କର କାମନା ।
ମୋର ପ୍ରିୟ ଦେଶବାସୀଗଣ, ଆମର ସଭ୍ୟତା ସଂସ୍କୃତି ଏବଂ ଭାଷାଗୁଡ଼ିକ ସମଗ୍ର ବିଶ୍ୱକୁ ବିବିଧତା ଭିତରେ ଏକତାର ବାର୍ତା ଦେଇଆସିଛି । 130 କୋଟି ଭାରତୀୟଙ୍କର ଏ ଦେଶ ଯେଉଁଠି କୁହାଯାଏ “କୋଷ କୋଷ୍ ପର ପାନି ବଦ୍ଲେ ଚାର୍ କୋଷପର ବାନୀ” ଅର୍ଥାତ୍ ଏକ କୋଶରେ ପାଣି ବଦଳେ ତ ଚାରି କୋଶରେ ଭାଷା ବଦଳିଥାଏ । ଆମ ଭାରତବର୍ଷରେ ଶତାବ୍ଦୀ ଶତାବ୍ଦୀ ଧରି ଶହ ଶହ ଭାଷା ପୁଷ୍ପିତ ଏବଂ ପଲ୍ଲବିତ ହୋଇଛନ୍ତି । ଅବଶ୍ୟ ଆମର ଏଭଳି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାଏ ଯେ କେତେକ ଭାଷା ଆଉ ଉପଭାଷା ନିଶ୍ଚିହ୍ନ ହୋଇଯାଉନି ତ! କିଛିଦିନ ତଳେ ମୁଁ ଉତ୍ତରାଖଣ୍ଡର ଧାରଚୁଲାର କଥା ପଢ଼ିଲି । ମୋତେ ଖୁବ୍ ସନ୍ତୋଷ ଅନୁଭୂତ ହେଲା ଲୋକମାନେ କେମିତି ନିଜ ଭାଷାର ଅଭିବୃଦ୍ଧି ପାଇଁ ଆଗେଇ ଆସନ୍ତି ନୂଆ କିଛି କରନ୍ତି – ଏଇ କଥାରୁ ତା’ର ପ୍ରମାଣ ମିଳେ । ଧାରଚୁଲାର ଖବର ମୋର ଧ୍ୟାନ ଆକର୍ଷଣ କରିବାର କାରଣ ହେଲା କେବେ କେବେ ଯିବା ଆସିବା ବେଳେ ମୁଁ ଧାରଚୁଲାରେ ରହୁଥିଲି । ସେ ପାଖରେ ନେପାଳ ଆଉ ଏ ପାଖରେ କାଲିଗଙ୍ଗା । ତେଣୁ, ଧାରଚୁଲା ଶବ୍ଦ ଶୁଣିବା ମାତ୍ରେ ସେ ଖବର ପ୍ରତି ମୋର ଧ୍ୟାନ ଯିବା ସ୍ୱାଭାବିକ ଥିଲା । ପିଥୌରାଗଡ଼ର ଧାରଚୁଲାରେ ରଙ୍ଗ ସମ୍ପ୍ରଦାୟର ଅନେକ ଲୋକ ରହନ୍ତି । ‘ରଗୋଲୋ’ ହେଉଛି ସେମାନଙ୍କର କଥିତ ଭାଷା । ଏ ଲୋକମାନେ ଏକଥା ଭାବି ଖୁବ୍ ଦୁଃଖୀ ଥିଲେ ଯେ ତାଙ୍କ ଭାଷା କହୁଥିବା ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ କମିଯାଉଛି । ୟା ପରେ ଦିନେ ସେମାନେ ସମସ୍ତେ ତାଙ୍କର ଭାଷାକୁ ବଂଚାଇ ରଖିବାର ସଂକଳ୍ପ ନେଲେ । ଦେଖୁ ଦେଖୁ ରଙ୍ଗ ସମ୍ପ୍ରଦାୟର ଲୋକମାନେ ଏଇ ଅଭିଯାନରେ ଯୋଗଦେବାକୁ ଲାଗିଲେ । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଏହି ସମ୍ପ୍ରଦାୟର ଲୋକମାନଙ୍କର ସଂଖ୍ୟା କିଛି ହାତଗଣତି ମାତ୍ର ହେବେ । ଅନୁମାନ କଲେ ମୋଟାମୋଟି ଦଶ ହଜାର ହେବ କିନ୍ତୁ ରଙ୍ଗ ଭାଷ୍ୟକୁ ଜୀବିତ ରଖିବା ପାଇଁ ସମସ୍ତେ ଏକତ୍ରିତ ହୋଇଗଲେ । ଚୌରାଅଶୀ ବର୍ଷ ବୟସ୍କ ବୃଦ୍ଧ ଦିୱାନ ସିଂହ ହୁଅନ୍ତୁ କି ବାଇଶ ବର୍ଷର ଯୁବତୀ ବୈଶାଳୀ ଗର୍ବ୍ୟାଲ । ପ୍ରଫେସର ହୁଅନ୍ତୁ କି ବ୍ୟବସାୟୀ, ପ୍ରତ୍ୟେକ ଯଥାସମ୍ଭବ ପ୍ରଚେଷ୍ଟାରେ ଲାଗିପଡ଼ିଲେ । ଏହି ଅଭିଯାନରେ ସୋସିଆଲ ମିଡିଆର ମଧ୍ୟ ପୂର୍ଣ୍ଣ ଉପଯୋଗ କରାଗଲା । ଅନେକ ହ୍ୱାଟ୍ସଆପ ଗ୍ରୁପ ଗଢ଼ାହେଲା । ସେଥିରେ ମଧ୍ୟ ଶହ ଶହ ଲୋକଙ୍କୁ ସାମିଲ କରାଗଲା । ଏହି ଭାଷାର କୌଣସି ଲିପି ନାହିଁ । ଖାଲି କଥାବାର୍ତ୍ତାରେ ହିଁ ଏହି ଭାଷା ପ୍ରଚଳିତ ହୁଏ । ଏମିତିରେ ଲୋକମାନେ କାହାଣୀ, କବିତା ଏବଂ ଗୀତ ଇତ୍ୟାଦି ପୋଷ୍ଟ କରିବାକୁ ଲାଗିଲେ । ପରସ୍ପରର ଭାଷାକୁ ଠିକ୍ କରିଚାଲିଲେ । ହ୍ୱାଟ୍ସଆପ ହିଁ ଏକ ପ୍ରକାରର ଶ୍ରେଣୀଗୃହ ହୋଇଗଲା ଯେଉଁଠି ସମସ୍ତେ ଶିକ୍ଷକ ଏବଂ ସମସ୍ତେ ବି ଛାତ୍ର । ରଙ୍ଗ ସମ୍ପ୍ରଦାୟର ଲୋକମାନେ ଭାଷାକୁ ରକ୍ଷା କରିବାର ଏଇଭଳି ଏକ ପ୍ରୟାସ କରିଚାଲିଛନ୍ତି । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି, ପତ୍ରିକା ପ୍ରକାଶନ ହେଉଛି ଏବଂ ଏଥିରେ ସାମାଜିକ ସଂସ୍ଥାମାନଙ୍କର ସହାୟତା ବି ମିଳୁଛି ।
ବନ୍ଧୁଗଣ, ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଲା ମିଳିତ ଜାତିସଂଘ 2019କୁ ଅନ୍ତର୍ଜାତୀୟ ସ୍ୱଦେଶୀ ଭାଷା ବର୍ଷ ଭାବେ ଘୋଷଣା କରିଛି । ଅର୍ଥାତ ଯେଉଁ ଭାଷାଗୁଡ଼ିକ ବିଲୁପ୍ତ ପ୍ରାୟ ଅବସ୍ଥାରେ ଅଛନ୍ତି ସେଗୁଡ଼ିକର ସଂରକ୍ଷଣ ଉପରେ ଜୋର ଦିଆଯାଉଛି । ଦେଢ଼ଶହ ବର୍ଷ ପୂର୍ବେ ଆଧୁନିକ ହିନ୍ଦୀର ଜନକ ଭରତେନ୍ଦୁ ହରିଶ୍ଚନ୍ଦ୍ର ମଧ୍ୟ କହିଥିଲେ ।
“ନିଜ ଭାଷା ଉନ୍ନତି ଅହେ, ସବ୍ ଉନ୍ନତିକୋ ମୂଲ୍,
ବିନ୍ ନିଜ ଭାଷା ଜ୍ଞାନକେ, ମିଟତ୍ ନ, ହିୟ କୋ ସୂଲ୍”
ଅର୍ଥାତ୍ ମାତୃଭାଷାର ଜ୍ଞାନ ବ୍ୟତୀତ ଉନ୍ନତି ଅସମ୍ଭବ । ଏଇଭଳି ସ୍ଥିତିରେ ରଙ୍ଗ ସମ୍ପ୍ରଦାୟର ଏହି ପଦକ୍ଷେପ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିବ । ଯଦି ଆପଣ ମଧ୍ୟ ଏହି କାହାଣୀ ଦ୍ୱାରା ପ୍ରେରିତ ହୋଇଛନ୍ତି ତେବେ ଆଜିଠାରୁ ହିଁ ନିଜେ ନିଜର ମାତୃଭାଷା ବା ଉପଭାଷା ପ୍ରୟୋଗ କରନ୍ତୁ । ପରିବାର ଏବଂ ସମାଜକୁ ମଧ୍ୟ ପ୍ରେରିତ କରନ୍ତୁ ।
ଊନବିଂଶ ଶତାବ୍ଦୀର ଶେଷ ଭାଗରେ ମହାକବି ସୁବ୍ରମଣ୍ୟମ୍ ଭାରତୀ ତାମିଲ ଭାଷାରେ ଯାହା କହିଥିଲେ – ତାହା ଆମମାନଙ୍କ ପାଇଁ ମଧ୍ୟ ଖୁବ୍ ପ୍ରେରଣାଦାୟକ । ସୁବ୍ରମଣ୍ୟମ୍ ଭାରତୀ ତାମିଲ ଭାଷାରେ କହିଥିଲେ –
ମୁପ୍ପଦୁ କୋଡି ମୁଘ୍ ମୁଡୈୟାଳ
ଉୟିର୍ ମୋଇମ୍ବୁର ଓଂଦ୍ରୁଡୈୟାଳ ।
ଇୱଳ ସେପ୍ପୁ ମୋଳି ପଧିନେଟ୍ଟୁଡୈୟାଳ
ଏନିର୍ ସିନ୍ଦନୈ ଓଂନ୍ଦ୍ରୁଡୈୟାଳ ।
ଏହା ଊନବିଂଶ ଶତାବ୍ଦୀର ଉତରାର୍ଦ୍ଧ କଥା । ସେ ସମୟରେ ସେ କହିଥିଲେ ଯେ, ଭାରତମାତାର 30 କୋଟି ମୁଖମଣ୍ଡଳ ରହିଛି କିନ୍ତୁ ଶରୀର ଏକ । ସେ 18ଟି ଭାଷା କହୁଛନ୍ତି କିନ୍ତୁ ଚିନ୍ତାଧାରା ଏକ ।
ମୋର ପ୍ରିୟ ଦେଶବାସୀଗଣ, ବେଳେବେଳେ ଜୀବନରେ ଛୋଟ ଛୋଟ କଥାଗୁଡ଼ିକ ମଧ୍ୟ ଆମକୁ ବହୁତ ବଡ଼ ବାର୍ତ୍ତା ଦେଇଯାଆନ୍ତି । ଦେଖନ୍ତୁ ନା, ମିଡିଆରେ ହିଁ ସ୍କୁବା ଡାଇଭର୍ସଙ୍କ ବିଷୟରେ ଗୋଟିଏ କାହାଣୀ ପଢ଼ୁଥିଲି । ଏହା ଏଭଳି ଗୋଟିଏ କାହାଣୀ ଯାହା ପ୍ରତ୍ୟେକ ଭାରତବାସୀଙ୍କୁ ପ୍ରେରଣା ଯୋଗାଇପାରେ । ବିଶାଖାପଟ୍ଟନମରେ ବୁଡ଼ିବାର ପ୍ରଶିକ୍ଷଣ ଦେଉଥିବା ସ୍କୁବା ଡାଇଭର୍ସ ଦିନେ ମାଙ୍ଗାମାରିପେଟା ଉପକୂଳ ଦେଇ ସମୁଦ୍ରରୁ ଫେରୁଥିବା ବେଳେ ସମୁଦ୍ରରେ ଭାସୁଥିବା କିଛି ପ୍ଲାଷ୍ଟିକ ବୋତଲ ଆଉ ପାଉଚ ସଂସ୍ପର୍ଶରେ ଆସିଥିଲେ । ଏସବୁ ସଫା କରୁ କରୁ ତାଙ୍କୁ ସମସ୍ୟାଟି ଗୁରୁତର ଜଣାଗଲା । ଆମ ସମୁଦ୍ରକୁ କିଭଳି ଆବର୍ଜନାରେ ଭରି ଦିଆଯାଉଛି । ବିଗତ ଅନେକ ଦିନରୁ ଏହି ବୁଡାଳୀମାନେ ସମୁଦ୍ରକୂଳରୁ ପ୍ରାୟ 100 ମିଟର ଯାଏ ସମୁଦ୍ର ଭିତରକୁ ଯାଇ ଗଭୀର ଜଳରେ ବୁଡ଼ି ସେଠାରେ ପଡ଼ିଥିବା ବର୍ଜ୍ୟବସ୍ତୁଗୁଡ଼ିକୁ ବାହାରକୁ ଆଣୁଛନ୍ତି । ମୋତେ ସୂଚନା ଦିଆଯାଇଛି ଯେ, 13 ଦିନ ମଧ୍ୟରେ ହିଁ, ଅର୍ଥାତ୍ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ସେମାନେ ପ୍ରାୟ 4000 କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରରୁ ବାହାର କରିଛନ୍ତି । ଏହି ସ୍କୁବା ଡାଇଭରମାନଙ୍କର ଛୋଟିଆ ଆରମ୍ଭ ଗୋଟିଏ ବଡ଼ ଅଭିଯାନର ରୂପ ନେବାରେ ଲାଗିଛି । ଏମାନଙ୍କୁ ଏବେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ମଧ୍ୟ ମିଳିଲାଣି । ଆଖପାଖର ମତ୍ସ୍ୟଜୀବୀମାନେ ମଧ୍ୟ ଏମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇବାକୁ ଲାଗିଲେଣି । ଟିକିଏ ଚିନ୍ତା କରନ୍ତୁ । ଏହି ସ୍କୁବା ଡାଇଭର୍ସଙ୍କଠାରୁ ପ୍ରେରଣା ନେଇ ଯଦି ଆମେ ବି କେବଳ ଆମ ଆଖପାଖ ଅଂଚଳକୁ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତ କରିବାର ସଂକଳ୍ପ ଗ୍ରହଣ କରିବା ତେବେ “ପ୍ଲାଷ୍ଟିକ ମୁକ୍ତ ଭାରତ” ସାରା ବିଶ୍ୱ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ଦୁଇଦିନ ପରେ ନଭେମ୍ବର 26 ତାରିଖ । ସାରା ଦେଶ ପାଇଁ ଏହା ଏକ ବିଶେଷ ଦିନ । ଆମ ଗଣତନ୍ତ୍ର ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନକୁ ଆମେ ସମ୍ବିଧାନ ଦିବସ ରୂପେ ପାଳନ କରିଥାଉ । ଆଉ ଚଳିତ ବର୍ଷ ସମ୍ବିଧାନ ଦିବସଟି ବିଶେଷ ଗୁରୁତ୍ୱ ବହନ କରୁଛି କାରଣ, ଏ ବର୍ଷ ସମ୍ବିଧାନକୁ ଗ୍ରହଣ କରିବାର 70 ବର୍ଷ ପୂରଣ ହେଉଛି । ଏହି ଅବସରରେ ଏଥର ସଂସଦରେ ବିଶେଷ ଆୟୋଜନ ହେବ ଏବଂ ବର୍ଷତମାମ ସାରା ଦେଶରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଆସନ୍ତୁ, ଏହି ଅବସରରେ ଆମେ ସମ୍ବିଧାନ ସଭାର ସମସ୍ତ ସଭ୍ୟଙ୍କୁ ଆଦର ସହ ପ୍ରଣାମ କରିବା, ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଭାରତର ସମ୍ବିଧାନ ଏଭଳି ଯାହା ପ୍ରତ୍ୟେକ ନାଗରିକର ଅଧିକାର ଏବଂ ସମ୍ମାନକୁ ରକ୍ଷା କରିଥାଏ । ଏହା ଆମ ସମ୍ବିଧାନ ନିର୍ମାତାମାନଙ୍କ ଦୂରଦର୍ଶିତା ଯୋଗୁଁ ସୁନିଶ୍ଚିତ ହୋଇପାରିଛି । “ସମ୍ବିଧାନ ଦିବସ” ଆମ ସମ୍ବିଧାନର ଆଦର୍ଶକୁ ବଜାୟ ରଖୁ ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବାର ଆମର ପ୍ରତିବଦ୍ଧତାକୁ ଶକ୍ତି ପ୍ରଦାନ କରୁ ଏହାହିଁ ମୋର କାମନା । ଏହି ସ୍ୱପ୍ନ ହିଁ ତ ଆମ ସମ୍ବିଧାନ ନିର୍ମାତାମାନେ ଦେଖିଥିଲେ ।
ମୋର ପ୍ରିୟ ଦେଶବାସୀଗଣ, ଶୀତଋତୁ ଆରମ୍ଭ ହେବାକୁ ଯାଉଛି, ଟିକିଏ ଟିକିଏ ଥଣ୍ଡା ଏବେ ଅନୁଭୂତ ହେଲାଣି । ହିମାଳୟର କିଛି ଅଂଶ ବରଫାବୃତ ହେବା ଆରମ୍ଭ ହେଲାଣି । କିନ୍ତୁ ଏହା ଫିଟ ଇଣ୍ଡିଆ ଅଭିଯାନର ଋତୁ । ଆପଣ, ଆପଣଙ୍କ ପରିବାର, ଆପଣଙ୍କ ବନ୍ଧୁବାନ୍ଧବ, ଆପଣଙ୍କ ସାଥି ଏହି ସୁଯୋଗକୁ ହାତଛଡ଼ା କରନ୍ତୁନି । ଫିଟ ଇଣ୍ଡିଆ ଅଭିଯାନକୁ ଆଗେଇନେବା ପାଇଁ ଏହି ଋତୁର ଭରପୁର ଲାଭ ଉଠାନ୍ତୁ । ଅନେକ ଅନେକ ଶୁଭେଚ୍ଛା ।
ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦୀପାବଳିର ପବିତ୍ର ପର୍ବ । ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ ଅନେକ ଶୁଭକାମନା । ଆମର ଶାସ୍ତ୍ରରେ କୁହାଯାଇଛି –
ଶୁଭମ୍ କରୋତି କଲ୍ୟାଣମ୍, ଆରୋଗ୍ୟମ୍ ଧନ ସମ୍ପଦାମ୍ ।
ଶତ୍ରୁବୁଦ୍ଧିବିନାଶାୟ ଦୀପଜ୍ୟୋତିର୍ନମୋସ୍ତୁତେ । ।
କେତେ ଉତ୍ତମ ବାର୍ତ୍ତା । ଏହି ଶ୍ଳୋକରେ କୁହାଯାଇଛି – ଆଲୋକ ଜୀବନରେ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ନେଇ ଆସେ, ଯାହା ବିପରୀତ ବୁଦ୍ଧିର ବିନାଶ କରି ସଦବୁଦ୍ଧିର ମାର୍ଗ ଦର୍ଶାଏ । ଏଭଳି ଦିବ୍ୟଜ୍ୟୋତିକୁ ମୋର ପ୍ରଣାମ । ଏହି ଦୀପାବଳିକୁ ସ୍ମରଣୀୟ କରିବା ପାଇଁ ଏହାଠୁ ବଳି ଭଲ ଚିନ୍ତାଧାରା ଆଉ କ’ଣ ବା ହୋଇପାରେ ଯେ ଆମେ ଆଲୋକକୁ ବିସ୍ତାରିତ କରିବା, ସକାରାତ୍ମକତାର ପ୍ରସାର କରିବା ଏବଂ ଶତ୍ରୁତା ଭାବନାକୁ ହିଁ ନଷ୍ଟ କରିବାର ପ୍ରାର୍ଥନା କରିବା । ଆଜିକାଲି ବିଶ୍ୱର ଅନେକ ଦେଶରେ ଦୀପାବଳି ପାଳନ କରାଯାଉଛି । ବିଶେଷ କଥା ହେଲା, ଏଥିରେ ଯେ କେବଳ ଭାରତୀୟ ଲୋକେ ସାମିଲ ହେଉଛନ୍ତି, ତାହା ନୁହେଁ, ବରଂ ଏବେ ଅନେକ ଦେଶର ସରକାର, ସେଠାକାର ନାଗରିକମାନେ, ସେଠାକାର ସାମାଜିକ ସଂଗଠନ ଦୀପାବଳିକୁ ପୂରା ଉତ୍ସାହ ଉଦ୍ଦୀପନା ସହ ପାଳନ କରୁଛନ୍ତି । ଏକ ପ୍ରକାର ସେଠାରେ ‘ଭାରତ’ ସୃଷ୍ଟି କରିଦେଉଛନ୍ତି ।
ବନ୍ଧୁଗଣ, ବିଶ୍ୱରେ ଫେଷ୍ଟିଭାଲ୍ ଅଫ ଟୁରିଜିମର ସ୍ୱତନ୍ତ୍ର ଏକ ଆକର୍ଷଣ ରହିଛି । ଆମ ଭାରତ ହେଉଛି ପାର୍ବଣର ଦେଶ, ଏଠି ଫେଷ୍ଟିଭାଲ୍-ଟୁରିଜିମ୍ ପାଇଁ ଅସୀମ ସମ୍ଭାବନା ରହିଛି । ଆମର ପ୍ରୟାସ ହେବା ଆବଶ୍ୟକ ଯେ, ହୋଲି ହେଉ, ଦୀପାବଳି ହେଉ, ଓଣମ୍ ହେଉ, ପୋଙ୍ଗଲ୍ ହେଉ, ବିହୁ ହେଉ, ଏଭଳି ପର୍ବପର୍ବାଣୀଗୁଡ଼ିକର ପ୍ରସାର କରିବା ଏବଂ ପର୍ବର ଖୁସିରେ ଅନ୍ୟ ରାଜ୍ୟ, ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ସାମିଲ୍ କରିବା । ଆମର ଏଠି ତ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ କ୍ଷେତ୍ରର ସ୍ୱତନ୍ତ୍ର ଉତ୍ସବ ରହିଛି – ଯାହା ଅନ୍ୟ ଦେଶର ଲୋକଙ୍କ ପାଇଁ ଖୁବ୍ ଆଗ୍ରହ ସୃଷ୍ଟି କରିଥାଏ। ସେଥିପାଇଁ, ଭାରତରେ ଫେଷ୍ଟିଭାଲ୍-ଟୁରିଜିମର ଅଭିବୃଦ୍ଧି ନିମନ୍ତେ ଦେଶ ବାହାରେ ରହୁଥିବା ଭାରତୀୟଙ୍କ ଭୂମିକା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।
ମୋର ପ୍ରିୟ ଦେଶବାସୀ, ଗତ ଥର ‘ମନ କି ବାତ୍’ରେ ଆମେ ସ୍ଥିର କରିଥିଲୁ ଯେ, ଏହି ଦୀପାବଳିରେ କିଛି ଭିନ୍ନ କରିବା । ମୁଁ କହିଥିଲି – ଆସନ୍ତୁ, ଏହି ଦୀପାବଳିରେ ଭାରତର ନାରୀଶକ୍ତି ଏବଂ ସେମାନଙ୍କ ଉପଲବ୍ଧିଗୁଡ଼ିକୁ ପାଳନ କରିବା, ମାନେ ଭାରତର ଲକ୍ଷ୍ମୀକୁ ସମ୍ମାନ ଜଣାଇବା । ଆଉ ଦେଖୁ ଦେଖୁ, ଏହାର ତୁରନ୍ତ ପରେ, ସୋସିଆଲ୍ ମିଡିଆରେ ଅଗଣିତ ପ୍ରେରଣାଦାୟୀ କାହାଣୀ ଗଦା ହୋଇଗଲା । ୱାରଙ୍ଗଲ କୋଡିପକା ରମେଶ୍ ନମୋ ଆପରେ ଲେଖିଛନ୍ତି ଯେ, ମୋ ମା’ ହେଉଛନ୍ତି ମୋ ଶକ୍ତି । 1990ରେ, ଯେତେବେଳେ ମୋ ବାପାଙ୍କ ଦେହାନ୍ତ ହେଲା, ସେତେବେଳେ ମୋ ମା’ ହିଁ ପାଞ୍ଚ ପୁଅଙ୍କ ଦାୟିତ୍ୱ ବହନ କଲେ । ଆଜି ଆମେ ପାଞ୍ଚ ଭାଇ ଭଲ ପେସାରେ ଅଛୁ । ମୋ ମା’ ହିଁ ମୋ ପାଇଁ ଭଗବାନ । ମୋ ପାଇଁ ସବୁକିଛି ଏବଂ ସେ ପ୍ରକୃତ ଅର୍ଥରେ ଭାରତର ଲକ୍ଷ୍ମୀ ।
ରମେଶ ଜୀ, ଆପଣଙ୍କ ମା’ଙ୍କୁ ମୋର ପ୍ରଣାମ । ଟ୍ୱିଟରରେ ସକ୍ରିୟ ରହୁଥିବା ଗୀତିକା ସ୍ୱାମୀ କହନ୍ତି ଯେ, ତାଙ୍କ ପାଇଁ ଆସାମ ରାଇଫଲ୍ସର ଅଲ୍-ୱିମେନ୍ ଦଳର ନେତୃତ୍ୱ ନେଇଥିବା ଜଣେ ବସ୍ କଣ୍ଡକ୍ଟରଙ୍କ ଝିଅ ମେଜର ଖୁସବୁ କୱଁର ହେଉଛନ୍ତି ଭାରତର ଲକ୍ଷ୍ମୀ । କବିତା ତିୱାରୀ ଜୀଙ୍କ ପାଇଁ ତ ଭାରତର ଲକ୍ଷ୍ମୀ ହେଉଛନ୍ତି ତାଙ୍କ ଝିଅ – ଯିଏ ତାଙ୍କର ଶକ୍ତି ମଧ୍ୟ । ତାଙ୍କ ଝିଅ ଭଲ ପେଣ୍ଟିଙ୍ଗ୍ କରନ୍ତି, ଏ କଥାକୁ ନେଇ ସେ ଗର୍ବିତ । ସେ ସିଏଲଏଟି ପରୀକ୍ଷାରେ ଭଲ ରାଙ୍କ ମଧ୍ୟ ହାସଲ କରିଛନ୍ତି । ସେହିପରି ମେଘା ଜୈନ୍ ଜୀ ଗ୍ୱାଲିୟର୍ ରେଳ ଷ୍ଟେସନରେ ଦୀର୍ଘବର୍ଷ ଧରି ଯାତ୍ରୀମାନଙ୍କୁ ମାଗଣାରେ ପିଇବା ପାଣି ଯୋଗାଉଥିବା ଜଣେ 92 ବର୍ଷ ବୟସ୍କା ମହିଳାଙ୍କ ସମ୍ପର୍କରେ ଲେଖିଛନ୍ତି । ମେଘା ଜୀ ଭାରତର ଏହି ଲକ୍ଷ୍ମୀଙ୍କ ବିନମ୍ରତା ଏବଂ କରୁଣାରେ ଖୁବ୍ ପ୍ରଭାବିତ ହୋଇଛନ୍ତି । ଏଭଳି ଅନେକ କାହାଣୀ ଲୋକେ ଶେୟାର କରିଛନ୍ତି । ଆପଣମାନେ ନିଶ୍ଚୟ ପଢ଼ନ୍ତୁ, ପ୍ରେରିତ ହୁଅନ୍ତୁ ଏବଂ ନିଜେ ମଧ୍ୟ ଏଭଳି କିଛି ନିଜ ଆଖ ପାଖରୁ ଶେୟାର କରନ୍ତୁ । ଭାରତର ଏହି ସମସ୍ତ ଲକ୍ଷ୍ମୀଙ୍କୁ ମୋର ସାଦର ପ୍ରଣାମ ।
ମୋର ପ୍ରିୟ ଦେଶବାସୀ, ସପ୍ତଦଶ ଶତାବ୍ଦୀର ସୁବିଖ୍ୟାତ କବୟିତ୍ରୀ ସାଁଚୀ ହୋନମ୍ମା । ସେ ସପ୍ତଦଶ ଶତାବ୍ଦୀରେ କନ୍ନଡ଼ ଭାଷାରେ ଗୋଟିଏ କବିତା ରଚନା କରିଥିଲେ । ସେହି ଭାବନା, ସେହି ଶବ୍ଦ, ଭାରତର ପ୍ରତ୍ୟେକ ଲକ୍ଷ୍ମୀ, ଆମେ ଯାହାଙ୍କ କଥା କହୁଛୁ, ଏମିତି ଲାଗୁଛି ଯେ ଏହାର ମୂଳଦୁଆ ସପ୍ତଦଶ ଶତାବ୍ଦୀରେ ହିଁ ପଡ଼ିଥିଲା । କେତେ ସୁନ୍ଦର ଶବ୍ଦ, କେତେ ସୁନ୍ଦର ଭାବ ଆଉ କେତେ ଉତ୍ତମ ଚିନ୍ତାଧାରା କନ୍ନଡ଼ ଭାଷାର ଏହି କବିତାରେ ରହିଛି ।
ପେଣଣିନ୍ଦା ପେର୍ମେଗୋଣ୍ଡନୁ ହିମୱନ୍ତନୁ
ପେଣଣିନ୍ଦା ଭୃଗୁ ପେର୍ଚିଦନୁ
ପେଣଣିନ୍ଦା ଜନକରାୟନୁ ଜସୱଡ଼େଦନୁ ।
ଯାହାର ଅର୍ଥ, ହିମବନ୍ତ ଅର୍ଥାତ୍ ପର୍ବତରାଜ ନିଜ କନ୍ୟା ପାର୍ବତୀଙ୍କ ଯୋଗୁଁ, ଭୃଗୁ ନିଜ କନ୍ୟା ଲକ୍ଷ୍ମୀଙ୍କ ଯୋଗୁଁ ଏବଂ ରାଜା ଜନକ ନିଜ କନ୍ୟା ସୀତାଙ୍କ ଯୋଗୁଁ ପ୍ରସିଦ୍ଧି ପାଇଥିଲେ । ଆମ ଝିଅମାନେ ଆମ ଗୌରବ । ଏହି ଝିଅମାନଙ୍କ ମହାତ୍ମ୍ୟରୁ ହିଁ, ଆମ ସମାଜର ଗୋଟିଏ ଦୃଢ଼ ପରିଚୟ ରହିଛି ଏବଂ ଏହାର ଉଜ୍ଜ୍ୱଳ ଭବିଷ୍ୟତ ରହିଛି ।
ମୋର ପ୍ରିୟ ଦେଶବାସୀ, 12 ନଭେମ୍ବର, 2019 – ଏହା ସେହିଦିନ, ଯେଉଁଦିନ ସାରା ବିଶ୍ୱରେ ଶ୍ରୀ ଗୁରୁ ନାନକ ଦେବଜୀଙ୍କର 550ତମ ପ୍ରକାଶ ଉତ୍ସବ ପାଳନ କରାଯିବ । ଗୁରୁ ନାନକ ଦେବଜୀଙ୍କ ପ୍ରଭାବ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ରହିଛି । ବିଶ୍ୱର ଅନେକ ଦେଶରେ ଆମର ଶିଖ୍ ଭାଇ-ଭଉଣୀ ବାସ କରୁଛନ୍ତି, ଯେଉଁମାନେ ଗୁରୁ ନାନକ ଦେବଜୀଙ୍କ ଆଦର୍ଶ ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ । ମୁଁ ଭାଙ୍କୋଭର୍ ଏବଂ ତେହେରାନରେ ଗୁରୁଦ୍ୱାରା ଭ୍ରମଣକୁ କେବେହେଲେ ଭୁଲିପାରିବିନି । ଶ୍ରୀ ଗୁରୁନାନକ ଦେବଜୀଙ୍କ ସମ୍ପର୍କରେ ଏମିତି ଅନେକ କିଛି କଥା ରହିଛି ଯାହା ମୁଁ ଆପଣଙ୍କୁ କହିପାରେ, କିନ୍ତୁ ଏଥିପାଇଁ ‘ମନ୍ କି ବାତ୍’ର ଅନେକ ଅଧ୍ୟାୟ ଦରକାର। ସେ ସେବାକୁ ସର୍ବଦା ସବୁଠୁ ଉପରେ ରଖିଥିଲେ । ନିଃସ୍ୱାର୍ଥ ଭାବରେ କରାଯାଇଥିବା ସେବାକାର୍ଯ୍ୟର କୌଣସି ମୂଲ୍ୟାଙ୍କନ କରାଯାଇ ନପାରେ ବୋଲି ଗୁରୁନାନକ ଦେବଜୀ ଚିନ୍ତା କରୁଥିଲେ । ସେ ଅସ୍ପୃଶ୍ୟତା ଭଳି ସାମାଜିକ କୁପ୍ରଥାକୁ ଦୃଢ଼ ବିରୋଧ କରୁଥିଲେ । ଶ୍ରୀ ଗୁରୁନାନକ ଦେବଜୀ ନିଜ ବାର୍ତ୍ତାକୁ ବିଶ୍ୱର କୋଣଅନୁକୋଣରେ ପହଞ୍ଚାଇଥିଲେ । ସେ ତାଙ୍କ ସମୟରେ ସବୁଠାରୁ ଅଧିକ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଥିଲେ । ସେ ଅନେକ ସ୍ଥାନକୁ ଯାତ୍ରା କରିଥିଲେ ଏବଂ ଯେଉଁଠାକୁ ବି ଗଲେ, ସେଠାରେ ନିଜର ସରଳତା, ବିନମ୍ରତା ଆଉ ନିରାଡ଼ମ୍ବର ଆଚରଣ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିପାରିଥିଲେ । ଗୁରୁନାନକ ଦେବଜୀ ଅନେକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଯାତ୍ରା କରିଥିଲେ, ଯାହାକୁ ‘ଉଦାସୀ’ କୁହାଯାଏ । ସଦ୍ଭାବନା ଏବଂ ସମାନତାର ବାର୍ତ୍ତା ନେଇ ସେ ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ – ସମସ୍ତ ଦିଗକୁ ଗଲେ, ସବୁ ଜାଗାରେ ଲୋକଙ୍କୁ, ସାଧୁ-ସନ୍ଥଙ୍କୁ, ମୁନିଋଷିଙ୍କୁ ଭେଟିଲେ । କୁହାଯାଏ ଯେ, ଆସାମର ସୁପ୍ରସିଦ୍ଧ ସନ୍ଥ ଶଙ୍କରଦେବ ମଧ୍ୟ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ସେ ହରିଦ୍ୱାରର ପବିତ୍ର ସ୍ଥାନକୁ ମଧ୍ୟ ଯାତ୍ରା କରିଥିଲେ । କାଶୀରେ ଗୋଟିଏ ପବିତ୍ର ସ୍ଥଳ ‘ଗୁରୁବାଗ୍ ଗୁରୁଦ୍ୱାରା’ ରହିଛି । କୁହାଯାଏ ଯେ, ଶ୍ରୀ ଗୁରୁନାନକ ଦେବଜୀ ସେଠାରେ ରହିଥିଲେ । ସେ ବୌଦ୍ଧଧର୍ମ ସହ ଜଡ଼ିତ ରାଜଗିର୍ ଏବଂ ଗୟା ଭଳି ଧାର୍ମିକ ସ୍ଥାନକୁ ମଧ୍ୟ ଯାତ୍ରା କରିଥିଲେ । ଦକ୍ଷିଣରେ ଗୁରୁ ନାନକ ଦେବଜୀ ଶ୍ରୀଲଙ୍କା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । କର୍ଣ୍ଣାଟକରେ ତାଙ୍କ ବିଦର୍ ଯାତ୍ରା ଅବସରରେ, ଗୁରୁ ନାନକ ଦେବଜୀ ହିଁ ସେଠାରେ ଜଳ ସଙ୍କଟର ସମାଧାନ କରିଥିଲେ । ବିଦରରେ “ଗୁରୁନାନକ ଜୀରା ସାହେବ” ନାମକ ଏକ ପ୍ରସିଦ୍ଧ ସ୍ଥାନ ରହିଛି ଯାହା ଗୁରୁ ନାନକ ଦେବଜୀଙ୍କ ପ୍ରତି ସମର୍ପିତ ଏବଂ ଏହା ତାଙ୍କ କଥା ଆମକୁ ମନେ ପକାଇଦିଏ । ଗୋଟିଏ ଉଦାସୀ ଯାତ୍ରା ସମୟରେ ଗୁରୁନାନକ ଜୀ ଉତରରେ କାଶ୍ମୀର ଏବଂ ଏହାର ଆଖପାଖ ଅଂଚଳକୁ ମଧ୍ୟ ଯାତ୍ରା କରିଥିଲେ । ଏହାଦ୍ୱାରା ଶିଖ୍ ଅନୁଗାମୀ ଏବଂ କାଶ୍ମୀର ମଧ୍ୟରେ ଖୁବ୍ ମଜଭୁତ ସମ୍ପର୍କ ସ୍ଥାପିତ ହେଲା । ଗୁରୁନାନକ ଦେବଜୀ ତିବତ୍ ମଧ୍ୟ ଯାଇଥିଲେ । ଯେଉଁଠି ଲୋକେ ତାଙ୍କୁ ଗୁରୁ ବୋଲି ଗ୍ରହଣ କରିଥିଲେ । ସେ ଉଜବେକିସ୍ତାନରେ ମଧ୍ୟ ପୂଜନୀୟ, ଯେଉଁଠିକୁ ସେ ଯାତ୍ରା କରିଥିଲେ । ନିଜର ଗୋଟିଏ ଉଦାସୀ ଯାତ୍ରା ସମୟରେ ସେ ବହୁଳ ଭାବରେ ଇସ୍ଲାମିକ ଦେଶଗୁଡ଼ିକର ଯାତ୍ରା ମଧ୍ୟ କରିଥିଲେ, ଯେଉଁଥିରେ ସାଉଦି ଆରବ, ଇରାକ୍ ଏବଂ ଆଫଗାନିସ୍ତାନ ମଧ୍ୟ ସାମିଲ ରହିଛି । ସେ ସେହି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରୁଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ଶ୍ରଦ୍ଧା ସହ ତାଙ୍କ ଉପଦେଶଗୁଡ଼ିକର ପାଳନ କରିଆସିଛନ୍ତି ଏବଂ ଆଜି ମଧ୍ୟ କରୁଛନ୍ତି । ଏଇ କିଛିଦିନ ତଳେ, ପ୍ରାୟ 85ଟି ଦେଶର ରାଷ୍ଟ୍ରଦୂତ ଦିଲ୍ଲୀରୁ ଅମୃତସର ଯାତ୍ରା କରିଥିଲେ । ସେଠାରେ ସେମାନେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଦର୍ଶନ କଲେ । ଗୁରୁନାନକ ଦେବଜୀଙ୍କ 550ତମ ପ୍ରକାଶ ପର୍ବ ଉପଲକ୍ଷେ ଏହା ଆୟୋଜିତ ହୋଇଥିଲା । ଏତେ ସଂଖ୍ୟକ ରାଷ୍ଟ୍ରଦୂତ ସେଠାରେ ସ୍ୱର୍ଣ୍ଣ ମନ୍ଦିରର ଦର୍ଶନ ତ କଲେ, ଏହାସାଙ୍ଗକୁ ସେମାନେ ଶିଖ୍ ପରମ୍ପରା ଏବଂ ସଂସ୍କୃତି ସମ୍ପର୍କରେ ଜାଣିବାର ସୁଯୋଗ ମଧ୍ୟ ପାଇଲେ । ଏହାପରେ ରାଷ୍ଟ୍ରଦୂତମାନେ ସୋସିଆଲ ମିଡିଆରେ ଏହାର ବହୁ ଫଟୋ ଶେୟାର କରିଥିଲେ । ଗର୍ବର ସହିତ ନିଜର ଅନୁଭୂତିକୁ ମଧ୍ୟ ସେମାନେ ଲେଖିଥିଲେ । ଗୁରୁ ନାନକଦେବଜୀଙ୍କ 550ତମ ପ୍ରକାଶ ପର୍ବ ଆମକୁ ତାଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ନିଜ ଜୀବନରେ ଆପଣେଇବାର ଅଧିକ ପ୍ରେରଣା ଯୋଗାଉ, ଏହା ମୋର କାମନା । ପୁଣିଥରେ ମୁଁ ମୁଣ୍ଡ ନୁଆଁଇ ଗୁରୁ ନାନକ ଦେବଜୀଙ୍କୁ ପ୍ରଣାମ କରୁଛି ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ବିଶ୍ୱାସ ଯେ, ଅକ୍ଟୋବର ମାସର 31 ତାରିଖ ଆପଣମାନଙ୍କର ନିଶ୍ଚୟ ମନେଥିବ । ଏହିଦିନ ଭାରତର ସେହି ଲୌହମାନବ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ, ଯିଏ ଦେଶକୁ ଏକତାର ସୂତ୍ରରେ ଗୁନ୍ଥିବାର ମହାନାୟକ ଥିଲେ । ସର୍ଦ୍ଦାର ପଟେଲଙ୍କ ଭିତରେ ଗୋଟିଏ ପଟେ ଲୋକଙ୍କୁ ଏକଜୁଟ କରିବାର ଅଦ୍ଭୁତ କ୍ଷମତା ଥିଲା, ଅନ୍ୟପଟେ ସେ ବିଚାରଗତ ମତାନ୍ତର ଥିବା ଲୋକଙ୍କ ସହ ମଧ୍ୟ ତାଳମେଳ ପ୍ରତିଷ୍ଠା କରିପାରୁଥିଲେ । ସର୍ଦ୍ଦାର ପଟେଲ ସୂକ୍ଷ୍ମାତିସୂକ୍ଷ୍ମ କଥାଗୁଡ଼ିକୁ ମଧ୍ୟ ଗୁରୁତ୍ୱର ସହ ଗ୍ରହଣ କରୁଥିଲେ, ପରଖୁଥିଲେ । ପ୍ରକୃତ ଅର୍ଥରେ ସେ ‘ମ୍ୟାନ ଅଫ ଡିଟେଲ’ ଥିଲେ । ତା’ସହିତ ସେ ସଂଗଠନ କୌଶଳରେ ମଧ୍ୟ ନିପୁଣ ଥିଲେ । ଯୋଜନା ପ୍ରସ୍ତୁତ କରିବା ଏବଂ ରଣକୌଶଳ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ ଥିଲେ । ସର୍ଦ୍ଦାର ସାହେବଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ଯେତେବେଳେ ପଢ଼ୁ, ଶୁଣୁ, ସେତେବେଳେ ଜଣାପଡ଼େ ଯେ, ତାଙ୍କର ଯୋଜନା ପ୍ରସ୍ତୁତି କେତେ ସୁଦୃଢ଼ ରହୁଥିଲା । 1921ରେ ଅହମଦାବାଦଠାରେ କଂଗ୍ରେସ ଅଧିବେଶନରେ ଯୋଗ ଦେବାପାଇଁ ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ପ୍ରତିନିଧିଙ୍କର ପହଞ୍ଚିବାର ଥିଲା । ଅଧିବେଶନର ସମସ୍ତ ବ୍ୟବସ୍ଥାର ଦାୟିତ୍ୱ ସର୍ଦ୍ଦାର ପଟେଲଙ୍କ ଉପରେ ନ୍ୟସ୍ତ ଥିଲା । ଏହି ସୁଯୋଗର ଉପଯୋଗ ସେ ସହରରେ ଜଳ ଯୋଗାଣର ନେଟୱର୍କକୁ ସୁଧାରିବା ପାଇଁ ମଧ୍ୟ କରିଥିଲେ । ପାଣି ପାଇଁ କାହାରିକୁ ଅସୁବିଧା ନ ହେଉ, ଏ କଥା ସେ ସୁନିଶ୍ଚିତ କରିଥିଲେ । କେବଳ ସେତିକି ନୁହେଁ, ତାଙ୍କୁ ଏହି ଚିନ୍ତା ମଧ୍ୟ ଘାରିଥିଲା ଯେ, ଅଧିବେଶନ ସ୍ଥଳରେ କୌଣସି ପ୍ରତିନିଧିଙ୍କ ଜିନିଷପତ୍ର କିମ୍ବା ଜୋତା ଚୋରି ନ ହେଉ ଏକଥାକୁ ଦୃଷ୍ଟିରେ ରଖି ସର୍ଦ୍ଦାର ପଟେଲ ଯାହା କରିଥିଲେ ତାହାଜାଣି ଆପଣଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିବ । ସେ ଚାଷୀମାନଙ୍କ ସହ ଯୋଗାଯୋଗ କଲେ ଏବଂ ସେମାନଙ୍କୁ ଖଦିର ବ୍ୟାଗ୍ ତିଆରି କରିବାକୁ ଅନୁରୋଧ କଲେ । ଚାଷୀମାନେ ବ୍ୟାଗ୍ ତିଆରି କଲେ ଏବଂ ସେଗୁଡ଼ିକୁ ପ୍ରତିନିଧିମାନଙ୍କୁ ବିକ୍ରି କଲେ । ଏହି ବ୍ୟାଗରେ ନିଜର ଜୋତା-ଚପଲ ରଖି ନିଜ ସାଙ୍ଗରେ ରଖିପାରିବା ଫଳରେ ସେମାନଙ୍କ ମନରୁ ଜୋତା ଚୋରି ହେବାର ଦୁଶ୍ଚିନ୍ତା ଦୂର ହୋଇଗଲା । ତେଣେ, ଖଦି ବିକ୍ରିରେ ଯଥେଷ୍ଟ ବୃଦ୍ଧି ହେଲା । ସମ୍ବିଧାନ ସଭାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଯୋଗୁଁ ଆମ ଦେଶ ସର୍ଦ୍ଦାର ପଟେଲଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ । ସେ ମୌଳିକ ଅଧିକାରଗୁଡ଼ିକୁ ସୁନିଶ୍ଚିତ କରିବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଲେ, ଯେମିତି କି ଜାତି ଏବଂ ସମ୍ପ୍ରଦାୟ ଆଧାରରେ ହେଉଥିବା କୌଣସି ପ୍ରକାର ଭେଦଭାବର ଅବକାଶ ନ ରହେ ।
ବନ୍ଧୁଗଣ, ଆମେ ସମସ୍ତେ ଜାଣିଛୁ ଯେ, ଭାରତର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ରୂପେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣରେ ବହୁତ ବଡ଼ ଭଗୀରଥ ପ୍ରୟାସ ତଥା ଐତିହାସିକ କାର୍ଯ୍ୟ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇଙ୍କର ବିଶେଷତ୍ୱ ଥିଲା ଯେ, ତାଙ୍କର ନଜର ପ୍ରତ୍ୟେକ ଘଟଣା ଉପରେ ରହୁଥିଲା । ଗୋଟିଏ ପଟେ ତାଙ୍କ ନଜର ହାଇଦ୍ରାବାଦ, ଜୁନାଗଡ଼ ଆଉ ଅନ୍ୟ ରାଜ୍ୟ ଉପରେ କେନ୍ଦ୍ରିତ ଥିଲା ଅନ୍ୟପଟେ ତାଙ୍କ ଦୃଷ୍ଟି ସୁଦୂର ଦକ୍ଷିଣରେ ଲାକ୍ଷାଦ୍ୱୀପ ଉପରେ ମଧ୍ୟ ଥିଲା । ପ୍ରକୃତରେ ଯେତେବେଳେ ଆମେ ସର୍ଦ୍ଦାର ପଟେଲଙ୍କ ପ୍ରଚେଷ୍ଟା ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ଦେଶ ଏକତ୍ରୀକରଣର କିଛି ନିର୍ଦ୍ଦିଷ୍ଟ ପ୍ରାନ୍ତରେ ହିଁ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥାଏ । କିନ୍ତୁ ଲାକ୍ଷାଦ୍ୱୀପ ଭଳି ଛୋଟ ଜାଗା ପାଇଁ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଏକଥାକୁ ଲୋକେ କ୍ୱଚିତ ମନେପକାନ୍ତି । ଆପଣମାନେ ଭଲଭାବେ ଜାଣନ୍ତି ଯେ, ଲାକ୍ଷାଦ୍ୱୀପ କେତେଗୁଡ଼ିଏ ଦ୍ୱୀପର ସମଷ୍ଟି । ଏହା ଭାରତର ସବୁଠୁ ସୁନ୍ଦର ଅଞ୍ଚଳମାନଙ୍କ ମଧ୍ୟରୁ ଅନ୍ୟତମ । 1947ରେ ଭାରତ ବିଭାଜନର ଠିକ୍ ପରେ ପରେ ଆମ ପଡ଼ୋଶୀର ନଜର ଲାକ୍ଷାଦ୍ୱୀପ ଉପରେ ଥିଲା ଏବଂ ଏହା ନିଜ ପତାକା ସହ ଜାହାଜ ପ୍ରେରଣ କରିଥିଲା । ସର୍ଦ୍ଦାର ପଟେଲଙ୍କୁ ଏହି ସୂଚନା ମିଳିବା ସଙ୍ଗେ ସଙ୍ଗେ ସେ ସମୟ ନଷ୍ଟ ନ କରି, ତିଳେହେଲେ କାଳ ବିଳମ୍ବ ନ କରି, ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଲେ । ସେ ମୁଦାଲିୟାର ଭ୍ରାତା, ଆର୍କୋଟ ରାମାସ୍ୱାମୀ ମୁଦାଲିୟାର ଓ ଆର୍କୋଟ ଲକ୍ଷ୍ମଣସ୍ୱାମୀ ମୁଦାଲିୟାରଙ୍କୁ କହିଲେ ତ୍ରାଭାଙ୍କୋର ଲୋକଙ୍କୁ ସାଙ୍ଗରେ ଧରି ତୁରନ୍ତ ବାହାରି ପଡ଼ି ସେଠାରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇବାକୁ। ଲାକ୍ଷାଦ୍ୱୀପରେ ପ୍ରଥମେ ତ୍ରିରଙ୍ଗା ଉଡ଼ିବା ଦରକାର । ତାଙ୍କ ଆଦେଶର ଠିକ୍ ପରେ ପରେ, ସେଠାରେ ତ୍ରିରଙ୍ଗା ଉଡ଼ାଗଲା ଏବଂ ଲାକ୍ଷାଦ୍ୱୀପକୁ କବ୍ଜା କରିବାର ପଡ଼ୋଶୀଙ୍କ ସ୍ୱପ୍ନକୁ ଦେଖୁ ଦେଖୁ ଧୂଳିସାତ୍ କରିଦିଆଗଲା । ଏହି ଘଟଣା ପରେ ସର୍ଦ୍ଦାର ପଟେଲ ମୁଦାଲିୟାର ଭ୍ରାତାଙ୍କୁ କହିଲେ ଯେ ଲାକ୍ଷାଦ୍ୱୀପର ବିକାଶ ପାଇଁ ସମସ୍ତ ଜରୁରି ସାହାଯ୍ୟ ମିଳୁ, ସେକଥା ସେମାନେ ବ୍ୟକ୍ତିଗତ ଭାବେ ସୁନିଶ୍ଚିତ କରନ୍ତୁ, ଆଜି ଲାକ୍ଷାଦ୍ୱୀପ ଭାରତର ପ୍ରଗତିରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି । ଏହା ମଧ୍ୟ ଗୋଟିଏ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ । ଆପଣମାନେ ମଧ୍ୟ ଏହି ସୁନ୍ଦର ଦ୍ୱୀପ ଏବଂ ସମୁଦ୍ର ବେଳାଭୂମିକୁ ଯାତ୍ରା କରିବେ ବୋଲି ମୋର ଆଶା ।
ମୋର ପ୍ରିୟ ଦେଶବାସୀ, 2018 ମସିହା ଅକ୍ଟୋବର ମାସ 31 ତାରିଖ, ଏହିଦିନ ସର୍ଦ୍ଦାର ସାହେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ଦେଶ ଏବଂ ଦୁନିଆକୁ ସମର୍ପିତ କରାଯାଇଥିଲା । ଏ ହେଉଛି ପୃଥିବୀର ସବୁଠାରୁ ବଡ଼ ମୂର୍ତ୍ତି । ଏହା ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ଉଚ୍ଚତାରେ ଦୁଇଗୁଣ ବଡ଼ । ବିଶ୍ୱର ସବୁଠାରୁ ଉଚ୍ଚ ଏହି ପ୍ରତିମା, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ପ୍ରତ୍ୟେକ ଭାରତୀୟର ମଥା ଗର୍ବରେ ଉପରକୁ ଉଠିଯାଏ । ଆପଣମାନେ ଜାଣି ଖୁସିହେବେ ଯେ ଏଇ ଗୋଟିଏ ବର୍ଷ ଭିତରେ ଛବିଶ ଲକ୍ଷରୁ ଅଧିକ ପର୍ଯ୍ୟଟକ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ଆସିଥିଲେ । ଅର୍ଥାତ୍ ଦିନକୁ ହାରାହାରି ସାଢ଼େ ଆଠହଜାର ଲୋକ ଷ୍ଟାଚ୍ୟୁ ଅଫ ୟୁନିଟିର ଭବ୍ୟତାକୁ ଦର୍ଶନ କଲେ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ସେମାନଙ୍କ ହୃଦୟର ଆସ୍ଥା ଓ ଶ୍ରଦ୍ଧା ପ୍ରକଟ କଲେ । ଏବେତ ସେଠି କାକ୍ଟସ୍ ଗାର୍ଡନ୍, ବଟରଫ୍ଲାଏ ଗାର୍ଡନ, ଜଙ୍ଗଲ ସଫାରୀ, ଶିଶୁ ପୋଷଣ ଉଦ୍ୟାନ, ଏକତା ନର୍ସରୀ ଇତ୍ୟାଦି ଏମିତି କେତେ ଆକର୍ଷଣର କେନ୍ଦ୍ର ଲଗାତାର ବିକଶିତ ହେବାରେ ଲାଗିଛି । ଆଉ ଏହାଦ୍ୱାରା ସ୍ଥାନୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହେଉଛି ଏବଂ ଲୋକମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ ସୃଷ୍ଟି ହେଉଛି । ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କର ସୁବିଧା ପାଇଁ ଅନେକ ଗ୍ରାମବାସୀ ନିଜ ନିଜ ଘରେ ରହିବାର ବା ହୋମ ଷ୍ଟେ ସୁବିଧା ଉପଲବ୍ଧ କରାଉଛନ୍ତି । ଘରେ ରହିବା ବ୍ୟବସ୍ଥା କରାଉଥିବା ଲୋକମାନଙ୍କୁ ପେସାଗତ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ସେଠାକାର ଲୋକମାନେ ଏବେ ଡ୍ରାଗନ ଫ୍ରୁଟ ଚାଷ ମଧ୍ୟ ଆରମ୍ଭ କରିଦେଲେଣି, ମୋର ବିଶ୍ୱାସ ଖୁବ୍ଶୀଘ୍ର ଏହା ସେ ଅଞ୍ଚଳର ଲୋକମାନଙ୍କ ପାଇଁ ଜୀବନଧାରଣର ପ୍ରମୁଖ ଉପାୟ ପାଲଟିଯିବ ।
ସାଥୀଗଣ, ଦେଶ ପାଇଁ, ସମସ୍ତ ରାଜ୍ୟ ପାଇଁ ତଥା ପର୍ଯ୍ୟଟନ ଶିଳ୍ପ ପାଇଁ ଏଇ ଷ୍ଟାଚ୍ୟୁ ଅଫ ୟୁନିଟି ଏକ ଅଧ୍ୟୟନର ବିଷୟ ହୋଇପାରିବ । ମାତ୍ର ଗୋଟିଏ ବର୍ଷ ଭିତରେ କିପରି ଗୋଟିଏ ସ୍ଥାନ ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇପାରେ, ଆମେ ସମସ୍ତେ ତା’ର ସାକ୍ଷୀ । ସେଠାକୁ ଦେଶବିଦେଶର ଲୋକ ଆସୁଛନ୍ତି । ପରିବହନ, ରହଣି, ଗାଇଡ୍, ପରିବେଶ ଅନୁକୂଳ ବ୍ୟବସ୍ଥା ଭଳି ଅନେକ ସୁବିଧା ସେଠାରେ ବିକଶିତ ହୋଇଚାଲିଛି । ବହୁତ ବଡ଼ ଆର୍ଥିକ ବିକାଶ ହେଉଛି ଏବଂ ଯାତ୍ରୀମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ଲୋକମାନେ ସେଠାରେ ବିଭିନ୍ନ ସୁବିଧା ସୃଷ୍ଟି କରୁଛନ୍ତି । ସରକାର ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି । ବନ୍ଧୁଗଣ! ଏଇ କିଛିଦିନ ତଳେ ଟାଇମ ମାଗାଜିନ ଦ୍ୱାରା ଘୋଷିତ ବିଶ୍ୱର ଶହେଟି ପ୍ରମୁଖ ପର୍ଯ୍ୟଟନସ୍ଥଳ ମଧ୍ୟରେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ମଧ୍ୟ ସାମିଲ କରାଯାଇଛି । ଏମିତି କେଉଁ ଭାରତୀୟ ଥିବେ ଯିଏ ଏଥିପାଇଁ ଗର୍ବ ଅନୁଭବ ନ କରିବେ ? ମୁଁ ଆଶା କରୁଛି, ଆପଣମାନେ ସମସ୍ତେ ଆପଣମାନଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବାକୁ ତ ଯିବେ, ତା’ସଙ୍ଗେ ସଙ୍ଗେ ମୋର ପୂର୍ବ ଅନୁରୋଧ ଅନୁସାରେ ସମୟ ବାହାର କରି ପରିବାର ସହ ଅତିକମରେ ଭାରତର 15ଟି ପର୍ଯ୍ୟଟନ କ୍ଷେତ୍ର ଭ୍ରମଣ କରିବେ ଏବଂ ସେଠାରେ ରାତ୍ରିଯାପନ କରିବେ ।
ବନ୍ଧୁଗଣ, ଆପଣମାନେ ଜାଣନ୍ତି ଯେ ବର୍ଷ 2014ରୁ ପ୍ରତିବର୍ଷ ଅକ୍ଟୋବର 31 ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଏହି ଦିନଟି ଆମକୁ ଯେକୌଣସି ମତେ ଦେଶର ସୁରକ୍ଷା, ଅଖଣ୍ଡତା ଏବଂ ଏକତା ରକ୍ଷା କରିବାର ବାର୍ତ୍ତା ଦେଇଥାଏ । ପ୍ରତିବର୍ଷ ଭଳି ଏଥର ଅକ୍ଟୋବର 31 ତାରିଖ ଦିନ “ଏକତା ପାଇଁ ଦୌଡ଼” ମଧ୍ୟ ଆୟୋଜିତ ହେବ । ଏଥିରେ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକ ଭାଗନେବେ । ‘ଏ ଦେଶ ହେଉଛି ଏକ’ – ‘ଏକତା ପାଇଁ ଦୌଡ଼’ ଏହାର ପ୍ରତୀକ । ଏହି ଏକତା ଦିଗରେ ଚାଲିଛି ଦେଶ ଏବଂ ଗୋଟିଏ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି । ଗୋଟିଏ ଲକ୍ଷ୍ୟ – ଏକ ଭାରତ, ଶ୍ରେଷ୍ଠ ଭାରତ ।
ଗତ ପାଞ୍ଚ ବର୍ଷରେ ଦେଖାଯାଇଛି – ଖାଲି ଦିଲ୍ଲୀ ନୁହେଁ ବରଂ ହିନ୍ଦୁସ୍ତାନର ଶହ ଶହ ସହରରେ, କେନ୍ଦ୍ରଶାସିତ ଅଞ୍ଚଳରେ, ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ତଥା ଛୋଟ ଛୋଟ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ବି ପୁରୁଷ, ମହିଳା, ବାଳକ, ଯୁବକ, ବୃଦ୍ଧ, ଦିବ୍ୟାଙ୍ଗ, ସହରର ଲୋକ, ଗାଁର ଲୋକ ସମସ୍ତେ ବହୁସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି । ଏମିତି ବି ଆଜିକାଲି ଲୋକମାନଙ୍କ ମଧ୍ୟରେ ମାରାଥନ୍ ପ୍ରତି ଏକ ଆଗ୍ରହ ଆଉ ଉତ୍ସାହ ଦେଖିବାକୁ ମିଳୁଛି । ‘ଏକତା ପାଇଁ ଦୌଡ଼’ ତ ସେହିଭଳି ଏକ ନିଆରା କାର୍ଯ୍ୟକ୍ରମ । ଦୌଡ଼ିବା – ମନ ମସ୍ତିଷ୍କ ଏବଂ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏଠି ତ ଦଉଡ଼ିବା ସହିତ ଫିଟ ଇଣ୍ଡିଆର ଭାବନାକୁ ଚରିତାର୍ଥ କରିବା ସଂଗେ ସଂଗେ ଆମେ ଏକ ଭାରତ – ଶ୍ରେଷ୍ଠ ଭାରତର ଉଦ୍ଦେଶ୍ୟ ନେଇ ମଧ୍ୟ ଯୋଡ଼ି ହୋଇଯାଉଛୁ । ଆଉ ଏଥିପାଇଁ ଖାଲି ଶରୀର ନୁହେଁ ମନ ଏବଂ ସଂସ୍କାର ମଧ୍ୟ ଭାରତର ଏକତା ରକ୍ଷା ତଥା ଭାରତକୁ ଉଚ୍ଚତାର ଏକ ନୂଆ ସ୍ତରକୁ ନେବାକୁ ଅନୁପ୍ରାଣିତ ହେଉଛି । ଆପଣ ଯେଉଁ ସହରରେ ରହୁଛନ୍ତି ତା’ର ଆଖପାଖରେ ‘ଏକତା ପାଇଁ ଦୌଡ଼’ ଆୟୋଜିତ ହେଉଥିବା ସ୍ଥାନ ଖୋଜି ପାଇପାରିବେ । ଏଥିପାଇଁ ଗୋଟିଏ ପୋର୍ଟାଲ ଆରମ୍ଭ କରାଯାଇଛି runforunity.gov.in ଏଇ ପୋର୍ଟାଲରେ ସାରା ଦେଶରେ “ଏକତା ପାଇଁ ଦୌଡ଼” ଆୟୋଜିତ ହେଉଥିବା ସ୍ଥାନର ସୂଚନା ଦିଆଯାଇଛି । ମୋର ବିଶ୍ୱାସ, ଆପଣମାନେ ଅକ୍ଟୋବର 31 ତାରିଖ ଦିନ ଭାରତର ଏକତା ଏବଂ ନିଜ ନିଜର ଫିଟନେସ ପାଇଁ ନିଶ୍ଚୟ ଦୌଡ଼ିବେ ।
ମୋର ପ୍ରିୟ ଦେଶବାସୀ, ସର୍ଦ୍ଦାର ପଟେଲ ଦେଶକୁ ଏକତାର ଡୋରିରେ ବାନ୍ଧିଥିଲେ । ଏକତାର ଏହି ମନ୍ତ୍ର ଆମ ଜୀବନରେ ଏକ ସଂସ୍କାର ସଦୃଶ । ଆଉ ଭାରତ ଭଳି ଏକ ବିବିଧତା ଭରା ଦେଶରେ ପ୍ରତ୍ୟେକଟି ସ୍ତରରେ, ପ୍ରତ୍ୟେକଟି ରାସ୍ତାରେ, ପ୍ରତିଟି ପଡ଼ାରେ, ପ୍ରତିଟି ମୋଡ଼ରେ ଆମେ ଏହି ମନ୍ତ୍ରକୁ ଦୃଢ଼ କରିଚାଲିବା ଆବଶ୍ୟକ । ମୋର ପ୍ରିୟ ଦେଶବାସୀଗଣ, ଦେଶର ଏକତା ଓ ପରସ୍ପର ସଦ୍ଭାବନାକୁ ସୁଦୃଢ଼ କରିବା ଦିଗରେ ଆମ ସମାଜ ସର୍ବଦା ସକ୍ରିୟ ଏବଂ ସତର୍କ ରହିଆସିଛି । ଆମ ଆଖପାଖରେ ଏମିତି ଅନେକ ଉଦାହରଣ ମିଳିବ ଯେଉଁଠି ପାରସ୍ପରିକ ସଦ୍ଭାବ ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ ହେଉଛି । କିନ୍ତୁ ବେଳେବେଳେ ଏମିତି ବି ହୋଇଥାଏ ଯେ ସଦ୍ଭାବନା ପାଇଁ ସମାଜର ଏହି ପ୍ରଚେଷ୍ଟା, ତା’ର ଯୋଗଦାନ ଆମ ସ୍ମୃତିପଟଳରୁ ହଠାତ୍ ଅପସରିଯାଏ ।
ବନ୍ଧୁଗଣ, ମୋର ମନେଅଛି ସେପ୍ଟେମ୍ବର 2010ରେ ଆହ୍ଲାବାଦ ହାଇକୋର୍ଟ ରାମ ଜନ୍ମଭୂମି ମାମଲାରେ ତାଙ୍କର ରାୟ ଶୁଣାଇଥିଲେ – ଟିକେ ସେଇ ଦିନଗୁଡ଼ିକୁ ମନେପକାନ୍ତୁ ତ…. କେମିତି ପରିସ୍ଥିତି ଥିଲା । ବିଭିନ୍ନ ବର୍ଗର କେତେ ଲୋକ ରାଜରାସ୍ତାକୁ ଆସିଯାଇଥିଲେ । କେମିତି କେଉଁ କେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ନିଜ ନିଜର ଫାଇଦା ପାଇଁ ଖେଳ ଖେଳୁଥିଲେ । ଉତେଜନା ସୃଷ୍ଟି କରିବା ପାଇଁ କିଭଳି ଭାଷାର ପ୍ରୟୋଗ କରୁଥିଲେ । କଥାବାର୍ତ୍ତାରେ ଉତେଜନା ବୃଦ୍ଧି କରିବାର ପ୍ରଚେଷ୍ଟା ମଧ୍ୟ ହୋଇଥିଲା । କିଛି କୁହାଳିଆ ଆଉ କିଛି ବଡ଼ପାଟିଆ ଲୋକ ଖାଲି ନିଜର ବଡ଼ିମା ଦେଖାଇବାକୁ କ’ଣ ନାହିଁ କ’ଣ କହିଯାଉଥିଲେ, କିଭଳି ଦାୟିତ୍ୱଶୂନ୍ୟ କଥାବାର୍ତ୍ତା କରୁଥିଲେ ଆମର ମନେଅଛି । କିନ୍ତୁ ଏସବୁ ପାଞ୍ଚଦିନ, ସାତଦିନ, ଦଶଦିନ ପର୍ଯ୍ୟନ୍ତ ଚାଲିଲା କିନ୍ତୁ ଯେତେବେଳେ ରାୟ ଆସିଲା ସେତେବେଳେ ଗୋଟିଏ ଆନନ୍ଦଦାୟକ, ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଶରେ ଅନୁଭୂତ ହେଲା । ଗୋଟିଏ ପଟେ ଦୁଇ ସପ୍ତାହର ଉତେଜନା ପାଇଁ ସବୁକିଛି ହେଲା କିନ୍ତୁ ଯେତେବେଳେ ରାମ ଜନ୍ମଭୂମି ଉପରେ ରାୟ ଆସିଲା ସେତେବେଳେ ସରକାର, ରାଜନୈତିକ ସଂଗଠନ, ସଭ୍ୟ ସମାଜ, ସବୁ ସମ୍ପ୍ରଦାୟର ପ୍ରତିନିଧି, ସାଧୁସନ୍ଥ ଆଦି ସମସ୍ତେ ଖୁବ୍ ଶୃଙ୍ଖଳିତ ଭାବରେ ଏବଂ ସଂଯମତାର ସହିତ ବିବୃତ୍ତି ଦେଲେ । ବାତାବରଣର ଉତେଜନା କମ୍ କରିବାକୁ ପ୍ରୟାସ କଲେ । ଆଜି କିନ୍ତୁ ମୋର ସେଦିନ ଭଲ ଭାବେ ମନେଅଛି । ଯେତେବେଳେ ସେ କଥା ମନେପଡ଼େ ବହୁତ ଖୁସିଲାଗେ । ନ୍ୟାୟପାଳିକାର ଗରିମାକୁ ଯଥେଷ୍ଟ ସମ୍ମାନ ଦିଆଗଲା କୌଣସିଠାରେ ବି ଉତେଜନା ସୃଷ୍ଟି ହେବାକୁ ଦିଆଗଲା ନାହିଁ । ଏକଥାକୁ ସବୁବେଳେ ମନେ ରଖିବାକୁ ହେବ । ଏକଥା ଆମକୁ ବହୁତ ଶକ୍ତିଦିଏ । ସେଦିନ, ସେ ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ ଏକ କର୍ତ୍ତବ୍ୟବୋଧ ଥିଲା । ଏକତାର ସ୍ୱର ଦେଶକୁ କେତେ ଶକ୍ତ କରିଥାଏ ଏହା ତା’ର ଉଦାହରଣ ।
ମୋର ପ୍ରିୟ ଦେଶବାସୀ, 31 ଅକ୍ଟୋବରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଜୀଙ୍କ ହତ୍ୟା ବି ହୋଇଥିଲା । ଦେଶକୁ ଗୋଟିଏ ଦାରୁଣ ଆଘାତ ଲାଗିଥିଲା । ମୁଁ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।
ମୋର ପ୍ରିୟ ଦେଶବାସୀ, ଆଜି ଘରମାନଙ୍କରୁ ଯଦି କିଛି କାହାଣୀ ଶୁଭୁଥାଏ, ପ୍ରତି ଗାଁରୁ ଶୁଣିବାକୁ ମିଳୁଥାଏ – ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ କେବଳ ଗୋଟିଏ କାହାଣୀ ଶୁଣିବାକୁ ମିଳିଥାଏ – ତାହାହେଲା ସ୍ୱଚ୍ଛତାର କାହାଣୀ । ପ୍ରତ୍ୟେକ ବ୍ୟକ୍ତି, ପ୍ରତି ପରିବାର, ପ୍ରତିଟି ଗାଁ ସ୍ୱଚ୍ଛତା ସମ୍ବନ୍ଧରେ ନିଜର ସୁଖଦ ଅନୁଭୂତିକୁ ପ୍ରକାଶ କରିବାକୁ ଚାହେଁ, କାରଣ ସ୍ୱଚ୍ଛତାର ଏହି ପ୍ରୟାସ 125 କୋଟି ଭାରତୀୟଙ୍କର ପ୍ରୟାସ । ସେହି 125 କୋଟି ଭାରତୀୟ ହିଁ ଏ ପରିଣାମର ମାଲିକ । କିନ୍ତୁ ଗୋଟିଏ ସୁଖଦ ଓ ରୁଚିପୂର୍ଣ୍ଣ ଅନୁଭୂତି ମଧ୍ୟ ଅଛି । ମୁଁ ଶୁଣିଛି – ଭାବୁଛି ଆପଣମାନଙ୍କୁ ମଧ୍ୟ ଶୁଣେଇବି । ଆପଣମାନେ କଳ୍ପନା କରନ୍ତୁ ତ, ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ଯେଉଁଠି ତାପମାତ୍ରା ବିଯୁକ୍ତ 50-60 ଡିଗ୍ରୀ ପର୍ଯ୍ୟନ୍ତ ଚାଲିଯାଏ, ବାୟୁମଣ୍ଡଳରେ ନାମକୁ ମାତ୍ର ଅମ୍ଳଜାନ ଥାଏ – ଏଭଳି ପ୍ରତିକୂଳ ପରିସ୍ଥିତିରେ ଏଭଳି ଆହ୍ୱାନ ଭିତରେ ରହିବା ବି କୌଣସି ପରାକ୍ରମଠାରୁ କମ୍ ନୁହେଁ । ଏଭଳି କଠିନ ପରିସ୍ଥିତିରେ ଆମର ସାହସୀ ଯବାନମାନେ କେବଳ ସଦର୍ପେ ସୀମାର ସୁରକ୍ଷା କରୁଛନ୍ତି ତା’ନୁହେଁ ବରଂ ସେଠାରେ ସ୍ୱଚ୍ଛ ସିଆଚୀନ୍ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଭାରତୀୟ ସେନାର ଏହି ଅଦ୍ଭୂତ ପ୍ରତିବଦ୍ଧତା ପାଇଁ ଦେଶବାସୀଙ୍କ ତରଫରୁ ମୁଁ ସେମାନଙ୍କୁ ପ୍ରଶଂସା କରୁଛି । ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସେଠି ଏତେ ଥଣ୍ଡା ଯେକୌଣସି ଜିନିଷ ଡିକମ୍ପୋଜ ହେବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ଅଳିଆ ଆବର୍ଜନାକୁ ଅଲଗା କରିବା ଏବଂ ତା’ର ପରିଚାଳନା କରିବା ଏକ ମହତ୍ୱପୂର୍ଣ୍ଣ କାମ । ଏଭଳି ସ୍ଥିତିରେ ହିମଖଣ୍ଡ ଏବଂ ତା’ର ଆଖପାଖ ଅଞ୍ଚଳରୁ 130 ଟନ୍ ବା ତା’ଠାରୁ ଅଧିକ ଅଳିଆ ଆର୍ବଜନାକୁ ହଟେଇବା ସେ ପୁଣି ସେଠିକାର କ୍ଷଣଭଙ୍ଗୁର ପ୍ରାକୃତିକ ପରିବେଶ ଭିତର, ଏହା ଏକ ବହୁତ ବଡ଼ ସେବା । ସେ ଏକ ଏମିତି ପ୍ରାକୃତିକ ପରିବେଶ ଯେଉଁଠି ବରଫରେ ଥିବା ଚିତାବାଘ ପରି ଦୁର୍ଲଭ ପ୍ରାଣୀମାନଙ୍କର ଘର । ସେଠାରେ ଆଇବେକ୍ସ ଏବଂ ବ୍ରାଉନ ବିୟରଙ୍କ ଭଳି ଦୁର୍ଲଭ ପଶୁମାନେ ମଧ୍ୟ ରହନ୍ତି । ଆମେ ଜାଣୁ ଯେ ସିଆଚୀନ୍ ଏଭଳି ଏକ ହିମଖଣ୍ଡ ଯାହା ନଦୀମାନଙ୍କର ସ୍ୱଚ୍ଛଜଳର ଉତ୍ସ । ତେଣୁ ସେ କ୍ଷେତ୍ରରେ ସ୍ୱଚ୍ଛତା ଅଭିଯାନ ଚଳାଇବାର ଉଦ୍ଦେଶ୍ୟ ହେଲା ନିମ୍ନଭାଗରେ ରହୁଥିବା ଏବଂ ନୁବ୍ରା ଏବଂ ଶ୍ୟୋକ ଭଳି ନଦୀଜଳ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ସ୍ୱଚ୍ଛ ଜଳ ସୁନିଶ୍ଚିତ କରିବା ।
ମୋର ପ୍ରିୟ ଦେଶବାସୀ, ଉତ୍ସବ ଆମମାନଙ୍କ ଜୀବନରେ ଗୋଟିଏ ନୂତନ ଚେତନା ଜାଗ୍ରତ କରିବାର ପର୍ବ । ଆଉ ଦୀପାବଳିରେ ତ ବିଶେଷକରି କିଛି ନା କିଛି ନୂଆ କିଣିବା, ବଜାରରୁ କିଛି ଆଣିବା ପ୍ରାୟ ସବୁ ପରିବାରରେ କମ୍ ବେଶୀ ମାତ୍ରାରେ ହୋଇଥାଏ । ମୁଁ ଥରେ କହିଥିଲି ଯେ ଆମେମାନେ ସ୍ଥାନୀୟ ଜିନିଷ କିଣିବାକୁ ଚେଷ୍ଟା କରିବା ଉଚିତ । ଆମର ଆବଶ୍ୟକ ଜିନିଷଟି ଯଦି ଆମ ଗାଁରେ ମିଳୁଛି ତେବେ ତହସିଲକୁ ଯିବା ଦରକାର ନାହିଁ । ଆମେ ଯେତେ ଅଧିକ ସ୍ଥାନୀୟ ଜିନିଷ କିଣିବାର ପ୍ରୟାସ କରିବା, ‘ଗାନ୍ଧୀ 150’ ଆପଣାଛାଏଁ ଆମ ପାଇଁ ଏକ ସୁଯୋଗରେ ପରିଣତ ହୋଇଯିବ । ମୋର ଅନୁରୋଧ ଆମର ବୁଣାକାରଙ୍କ ହାତ ତିଆରି, ଆମ ଖଦିବାଲାଙ୍କ ଦ୍ୱାରା ହାତ ତିଆରି କିଛି ନା କିଛି ଆମେ କିଣିବା ଉଚିତ ଏଇ ଦୀପାବଳିରେ । ଦୀପାବଳି ଆଗରୁ ତ ଆପଣମାନେ ବହୁତ କିଛି କିଣିସାରିଥିବେ । କିନ୍ତୁ କିଛି ଲୋକ ଭାବନ୍ତି ଯେ ଦୀପାବଳି ପରେ ଗଲେ ହୁଏତ ଟିକେ ଶସ୍ତାରେ ମିଳିବ । ଏଭଳି ବି ବହୁତ ଲୋକ ଥିବେ ଯାହାର କିଣାକିଣି ହୋଇନଥିବ । ଦୀପାବଳିର ଶୁଭକାମନା ସହିତ ମୁଁ ଆପଣମାନଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ଆସନ୍ତୁ ସ୍ଥାନୀୟ ଜିନିଷ କିଣିବାକୁ ଆଗ୍ରହୀ ହେବା, ସ୍ଥାନୀୟ ଜିନିଷ ହିଁ କିଣିବା । ଦେଖନ୍ତୁ, ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାରେ ଆମେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବା । ମୁଁ ପୁଣିଥରେ ଦୀପାବଳିର ଏହି ପବିତ୍ର ଉତ୍ସବ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଦୀପାବଳିରେ ଆମେମାନେ ବିଭିନ୍ନ ପ୍ରକାରର ବାଣ ଫୁଟେଇଥାଉ । କିନ୍ତୁ କେବେ କେବେ ଅସାବଧାନତା ହେତୁ ନିଆଁ ଲାଗିଯାଏ । କେହି କେହି ଆହତ ହୋଇଥାନ୍ତି । ଆପଣମାନଙ୍କୁ ମୋର ଅନୁରୋଧ ଆପଣ ନିଜେ ସାବଧାନ ରୁହନ୍ତୁ ଏବଂ ଉତ୍ସବକୁ ଉତ୍ସାହର ସହିତ ପାଳନ କରନ୍ତୁ । ମୋ ତରଫରୁ ବହୁତ ବହୁତ ଶୁଭକାମନା ।
ବହୁତ ବହୁତ ଧନ୍ୟବାଦ ।

ନବରାତ୍ରିର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ଟର ମାଧ୍ୟମରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସନ୍ତାକାଲିଠାରୁ ଦେଶ ପବିତ୍ର ନବରାତ୍ରି ପାଳନ କରିବ ।
ଦୁର୍ଗାପୂଜା ପାଇଁ ମଧ୍ୟ ପରିବେଶ ଆନନ୍ଦମୁଖର ରହିବ । ଏହି ବିଶେଷ ଅବସରରେ ମୁଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି: ପ୍ରଧାନମନ୍ତ୍ରୀ @ନରେନ୍ଦ୍ରମୋଦୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ ଦୀପାବଳୀ ପର୍ଯ୍ୟନ୍ତ ଚାଲିବ । ହୁଏତ ଆମ ପୂର୍ବପୁରୁଷମାନେ ଋତୁ ଚକ୍ର, ଅର୍ଥ ଚକ୍ର ଏବଂ ସାମାଜିକ ଜୀବନର ବ୍ୟବସ୍ଥାକୁ ଏତେ ସୁନ୍ଦର ଭାବେ ଗଢ଼ିଛନ୍ତି ଯେମିତି, କୌଣସି ପରିସ୍ଥିତିରେ ସମାଜରେ ମାନ୍ଦାପଣ ସୃଷ୍ଟି ନ ହୁଏ । ବିଗତ ଦିନମାନଙ୍କରେ ଆମେ ଅନେକ ପର୍ବପର୍ବାଣି ପାଳନ କଲୁ । ଗତକାଲି ସାରା ଭାରତରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ପାଳନ କରାଗଲା । ଆଜି ହଜାର ହଜାର ବର୍ଷ ପରେ ବି . . . କେହି କଳ୍ପନା କରିପାରିବେ କି – କିଭଳି ବ୍ୟକ୍ତିତ୍ୱ ହୋଇଥିବ ତାଙ୍କର । ପ୍ରତ୍ୟେକ ବର୍ଷ ଏହି ଉତ୍ସବ ନୂତନତା ନେଇ ଆସେ, ନୂତନ ପ୍ରେରଣା ନେଇ ଆସେ, ନୂତନ ଶକ୍ତି ନେଇ ଆସେ । ଆଉ ପୁଣି ସେହି ହଜାର ହଜାର ବର୍ଷ ପୁରାତନ ଜୀବନ ଏହିଭଳି – ଯାହା ଆଜି ମଧ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ – ଉଦାହରଣ ହୋଇପାରେ, ପ୍ରେରଣା ଯୋଗାଇପାରେ । ପ୍ରତ୍ୟେକ ବ୍ୟକ୍ତି ଶ୍ରୀ କୃଷ୍ଣଙ୍କ ଜୀବନରୁ ବର୍ତ୍ତମାନର ସମସ୍ୟାଗୁଡ଼ିକର ସମାଧାନ ଖୋଜି ବାହାର କରିପାରିବ । ନିଜର ଏତେ ସାମର୍ଥ୍ୟ ଥାଇ ମଧ୍ୟ କେତେବେଳେ ସେ ରାସଲୀଳାରେ ମଜ୍ଜିଯାଉଥିଲେ, କେତେବେଳେ ଗାଈମାନଙ୍କୁ ନେଇ ତ ପୁଣି କେତେବେଳେ ଗୋପାଳ ବାଳକଙ୍କ ସହ ଖେଳରେ ମାତୁଥିଲେ, କେତେବେଳେ ବଂଶୀ ବଜାଉଥିଲେ । ଏମିତି କେତେ ଯେ ବିବିଧତା ଭରା ଏହି ବ୍ୟକ୍ତିତ୍ୱ, ଅପ୍ରତିମ ସାମର୍ଥ୍ୟର ଅଧିକାରୀ, ଅଥଚ, ସମାଜ ଶକ୍ତି ପ୍ରତି ସମର୍ପିତ, ଜନ ଶକ୍ତି ପ୍ରତି ସମର୍ପିତ, ଜଣେ ‘ଲୋକ ସଂଗ୍ରାହକ’ ରୂପେ, ନୂତନ କିର୍ତ୍ତୀମାନ ସ୍ଥାପନ କରିଥିଲେ । ବନ୍ଧୁତା କିଭଳି ହେବା ଉଚିତ(?) – ଏ ପ୍ରସଙ୍ଗ ଉଠିଲେ ସୁଦାମାଙ୍କ ସେହି ଘଟଣାକୁ କିଏ ବା ଭୁଲିପାରେ? ଆଉ ପୁଣି, ସବୁ ମହାନତା ସତ୍ୱେ ଯୁଦ୍ଧଭୂମିରେ ଗୋଟିଏ ସାରଥୀର ଭୂମିକାକୁ ଗ୍ରହଣ କରିନେବା, କେତେବେଳେ ପର୍ବତକୁ ଉଠାଇ ଧରିବା ତ କେତେବେଳେ ଭୋଜିରେ ପତ୍ର ଉଠାଇବା କାମ, ଅର୍ଥାତ ତାଙ୍କର ପ୍ରତି କାର୍ଯ୍ୟରେ ଗୋଟିଏ ନୂତନତ୍ୱ ଅନୁଭୁତ ହୁଏ । ତେଣୁ, ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥା ହେଉଛି, ସେତେବେଳେ ଦୁଇଜଣ ମୋହନଙ୍କ ଆଡ଼କୁ ମୋର ଦୃଷ୍ଟି ଆକର୍ଷିତ ହେଉଛି । ଜଣେ – ସୁଦର୍ଶନ ଚକ୍ରଧାରୀ ମୋହନ ତ ଆଉ ଜଣେ ଚରଖାଧାରୀ ମୋହନ । ସୁଦର୍ଶନ ଚକ୍ରଧାରୀ ମୋହନ ଯମୁନା କୁଳକୁ ଛାଡ଼ି ଗୁଜରାଟର ସମୁଦ୍ରକୂଳକୁ ଯାଇ, ଦ୍ୱାରକା ନଗରୀରେ ବାସ କଲେ, ଆଉ, ସମୁଦ୍ରକୂଳ ନିକଟରେ ଜନ୍ମଗ୍ରହଣ କରିଥିବା ମୋହନ ଯମୁନା କୂଳକୁ ଆସି, ଦିଲ୍ଲୀରେ ଜୀବନ ବିତାଇ, ସେଠାରେ ଶେଷନିଃଶ୍ୱାସ ତ୍ୟାଗ କଲେ । ସୁଦର୍ଶନ ଚକ୍ରଧାରୀ ମୋହନ ସେ ସମୟର ପରିସ୍ଥିତିରେ, ଆଜିକୁ ହଜାର ହଜାର ବର୍ଷ ପୂର୍ବେ ମଧ୍ୟ, ଯୁଦ୍ଧକୁ ଏଡାଇବା ପାଇଁ, ନିଜର ବୁଦ୍ଧି, ନିଜ କର୍ତ୍ତବ୍ୟ, ନିଜ ସାମର୍ଥ୍ୟ, ନିଜ ଚିନ୍ତନର ଭରପୁର ପ୍ରୟୋଗ କରିଥିଲେ! ଆଉ ଚରଖାଧାରୀ ମୋହନ ମଧ୍ୟ ସ୍ୱାଧୀନତା ପାଇଁ, ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ, ବ୍ୟକ୍ତିତ୍ୱର ମୂଳତତ୍ୱକୁ ସାମର୍ଥ୍ୟ ଦେବାପାଇଁ ମୁକ୍ତି ସଂଗ୍ରାମକୁ ଏଭଳି ଏକ ରୂପ ଦେଲେ, ଏଭଳି ମୋଡ଼ ଦେଲେ – ଯାହା ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ, ଆଜି ମଧ୍ୟ ଏହା ଏକ ବିସ୍ମୟ । ନିଃସ୍ୱାର୍ଥ ସେବାର ଗୁରୁତ୍ୱ ହେଉ, ଜ୍ଞାନର ମହତ୍ୱ ହେଉ କିମ୍ବା ଜୀବନର ବହୁ ଉତ୍ଥାନ ପତନ ମଧ୍ୟରେ ହସି ହସି ଆଗକୁ ବଢ଼ିବାର ଗୁରୁତ୍ୱ ହେଉ, ଏସବୁ ଆମେ ଭଗବାନ କୃଷ୍ଣଙ୍କ ବାର୍ତ୍ତାରୁ ଶିଖିପାରିବା । ସେଇଥିପାଇଁ ତ ଶ୍ରୀ କୃଷ୍ଣ ଜଗତ୍ ଗୁରୁ ରୂପେ ମଧ୍ୟ ଜଣାଶୁଣା – “କୃଷ୍ଣଂ ବନ୍ଦେ ଜଗଦଗୁରୁମ୍” ।
ଆଜି ଯେତେବେଳେ ଆମେ ପର୍ବପବାଣି ବିଷୟରେ ଆଲୋଚନା କରୁଛୁ, ସେତେବେଳେ ଭାରତ ଆଉ ଗୋଟିଏ ବଡ଼ ଉତ୍ସବର ପ୍ରସ୍ତୁତିରେ ଲାଗିଛି । ଆଉ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏହାର ଆଲୋଚନା ହେଉଛି । ମୋର ପ୍ରିୟ ଦେଶବାସୀଗଣ, ମୁଁ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ କଥା କହୁଛି । 1869 ମସିହା, ଅକ୍ଟୋବର 2 ତାରିଖ । ସମୁଦ୍ର କୂଳିଆ ସହର ପୋରବନ୍ଦରର ଗୋଟିଏ ଛୋଟିଆ ଘର, ଯାହାକୁ ଆଜି ଆମେ କୀର୍ତ୍ତି ମନ୍ଦିର କହୁଛୁ! ସେହି ଛୋଟିଆ ଘରେ, ଜଣେ ବ୍ୟକ୍ତି ନୁହେଁ, ଗୋଟିଏ ଯୁଗର ଜନ୍ମ ହୋଇଥିଲା – ଯିଏ ମାନବ ଇତିହାସକୁ ଗୋଟିଏ ନୂଆ ମୋଡ଼ ଦେଇ ଏକ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କଲା । ମହାତ୍ମା ଗାନ୍ଧୀଙ୍କ ସହ ଗୋଟିଏ କଥା ସବୁବେଳେ ଯୋଡ଼ି ହୋଇ ରହିଲା – ଏକ ପ୍ରକାର, ତାଙ୍କ ଜୀବନର ଅଂଶ ହୋଇ ରହିଲା – ତାହା ଥିଲା ସେବା – ସେବା ଭାବନା ଏବଂ ସେବା ପ୍ରତି ନିଜର କର୍ତ୍ତବ୍ୟପରାୟଣତା । ତାଙ୍କ ସମ୍ପୂର୍ଣ୍ଣ ଜୀବନକୁ ଅନୁଧ୍ୟାନ କଲେ ଆମେ ଦେଖିବା ଯେ, ଦକ୍ଷିଣ ଆଫ୍ରିକାରେ ସେ ସେହି ସମୁଦାୟର ଲୋକଙ୍କ ସେବା କଲେ, ଯେଉଁମାନେ ବର୍ଣ୍ଣ-ବିଦ୍ୱେଷର ଶୀକାର ହେଉଥିଲେ । ଆଉ ସେ ସମୟରେ ତାହା ସାଧାରଣ କଥା ନ ଥିଲା । ସେ ସେହି ଚାଷୀମାନଙ୍କ ସେବା କଲେ, ଯେଉଁମାନଙ୍କ ସହ ଚମ୍ପାରଣରେ ଭେଦଭାବ କରାଯାଉଥିଲା । ସେ ସେହି ମିଲ୍ ଶ୍ରମିକମାନଙ୍କ ସେବା କଲେ, ଯେଉଁମାନଙ୍କୁ ଉଚିତ ପାରିଶ୍ରମିକ ଦିଆଯାଉନଥିଲା । ସେ ଗରିବ, ଅସହାୟ, ଦୁର୍ବଳ ଏବଂ କ୍ଷୁଧାର୍ତମାନଙ୍କ ସେବାକୁ ନିଜ ଜୀବନର ପରମ କର୍ତ୍ତବ୍ୟ ବୋଲି ଗ୍ରହଣ କଲେ । ରକ୍ତ-ପିତ ରୋଗ ସମ୍ପର୍କରେ କେତେଗୁଡ଼ିଏ ଭୁଲ ଧାରଣା ରହିଥିଲା । ସେହି ବିଭ୍ରାନ୍ତିଗୁଡ଼ିକୁ ଦୂର କରିବା ପାଇଁ ସେ ନିଜେ ରକ୍ତ-ପିତ ରୋଗଗ୍ରସ୍ତ ଲୋକଙ୍କର ସେବା କରୁଥିଲେ ଏବଂ ଏହି ସେବା ମାଧ୍ୟମରେ ନିଜେ ଉଦାହରଣ ସୃଷ୍ଟି କରୁଥିଲେ । ସେବାକୁ ସେ ଭାଷାରେ ନୁହେଁ, ନିଜ ଜୀବନରେ ଜିଇଁ କରି ଶିଖାଇଥିଲେ । ସତ୍ୟ ସହିତ ଯେଉଁଭଳି ଗାନ୍ଧୀଙ୍କର ଅତୁଟ ସମ୍ପର୍କ ରହିଥିଲା, ସେବା ସହିତ ମଧ୍ୟ ଗାନ୍ଧୀଙ୍କର ସେହିଭଳି ଅତୁଟ ସମ୍ପର୍କ ରହିଥିଲା । ଯାହାର ଯେତେବେଳେ ଯେଉଁଠି ବି ଦରକାର ପଡ଼ିଲା, ମହାତ୍ମା ଗାନ୍ଧୀ ସର୍ବଦା ସେବା ପାଇଁ ଉପସ୍ଥିତ ରହୁଥିଲେ । ସେ କେବଳ ସେବା ଉପରେ ନୁହେଁ ବରଂ ତା’ସହ ଜଡ଼ିତ ଆତ୍ମସୁଖ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସେବା ଶବ୍ଦର ସାର୍ଥକତା ସେଇଠି ଯେତେବେଳେ ଏହାକୁ ଆନନ୍ଦର ସହ କରାଯାଏ । “ସେବା ପରମୋ ଧର୍ମଃ” । ତା’ସହିତ ଉତ୍କୃଷ୍ଟ ଆନନ୍ଦ ଓ “ସ୍ୱାନ୍ତଃ ସୁଖାୟ”- ଏହି ଭାବନାର ଅନୁଭୂତି ମଧ୍ୟ ସେବାରେ ଅନ୍ତର୍ନିହିତ । ବାପୁଙ୍କ ଜୀବନରୁ ଏ କଥା ଆମେ ଖୁବ ଭଲ ଭାବେ ବୁଝିପାରିବା । ମହାତ୍ମା ଗାନ୍ଧୀ ଅଗଣିତ ଭାରତୀୟଙ୍କ ସ୍ୱର ତ ହେଲେ, କିନ୍ତୁ ମାନବିକ ମୂଲ୍ୟବୋଧ ଏବଂ ମାନବର ଗରିମା ପାଇଁ ସେ ଏକ ପ୍ରକାର ବିଶ୍ୱବାସୀଙ୍କ ସ୍ୱର ପାଲଟି ଯାଇଥିଲେ । ମହାତ୍ମା ଗାନ୍ଧୀଙ୍କ ପାଇଁ ବ୍ୟକ୍ତି ଓ ସମାଜ, ମାନବ ଓ ମାନବିକତା, ଏହାହିଁ ସବୁକିଛି ଥିଲା । ଆଫ୍ରିକାର ଫିନିକ୍ସ ଫାର୍ମ ହେଉ କି ଟଲଷ୍ଟୟ ଫାର୍ମ, ସାବରମତି ଆଶ୍ରମ ହେଉ କି ୱାର୍ଦ୍ଧା, ସବୁ ସ୍ଥାନରେ ସେ ନିଜର ଏକ ସ୍ୱତନ୍ତ୍ର ଶୈଳୀରେ ସମାଜ ସମ୍ବର୍ଦ୍ଧନ – କମ୍ୟୁନିଟି ମୋବିଲାଇଜେସନ୍ ଉପରେ ସର୍ବଦା ଜୋର୍ ଦେଉଥିଲେ । ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାଇ ପ୍ରଣାମ କରିବାର ସୁଯୋଗ ପ୍ରାପ୍ତ କରିବା ମୋର ପରମ ସୌଭାଗ୍ୟ । ମୁଁ କହିପାରେ ଯେ, ଗାନ୍ଧୀ ‘ସେବା ଭାବନା’ ଦ୍ୱାରା ସଂଗଠନ ଭାବନାକୁ ମଧ୍ୟ ଗୁରୁତ୍ୱ ଦେଇ ଆସୁଥିଲେ । ସମାଜସେବା ଓ ସମାଜ ସମ୍ବର୍ଦ୍ଧନ – କମ୍ୟୁନିଟି ସର୍ଭିସ୍ ଓ କମ୍ୟୁନିଟି ମୋବିଲାଇଜେସନର ଭାବନାକୁ ଆମକୁ ନିଜ ବ୍ୟବହାରିକ ଜୀବନରେ ଆଣିବାକୁ ହେବ – ବାସ୍ତବରେ, ଏହାହିଁ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି, ପ୍ରକୃତ କାର୍ଯ୍ୟାଞ୍ଜଳି । ଏଭଳି ସୁଯୋଗ ତ ଅନେକ ଆସେ, ଆମେ ସେଥିରେ ସାମିଲ ବି ହୋଇଥାଉଁ । ହେଲେ, “ଗାନ୍ଧୀ – 150” ? ଇଏ କ’ଣ ଏମିତି ଖାଲି ଆସିବ ଆଉ ଚାଲିଯିବ? – ସେକଥା କ’ଣ ଆମ ପାଇଁ ଗ୍ରହଣୀୟ? ନା – ଦେଶବାସୀଗଣ । ଆମେ ସମସ୍ତେ ନିଜେ ନିଜକୁ ପ୍ରଶ୍ନ କରିବା, ଚିନ୍ତନ କରିବା, ମନ୍ଥନ କରିବା, ସମଷ୍ଟିଗତ ଭାବରେ ଆଲୋଚନା କରିବା । ଆମେ ସମାଜର ଅନ୍ୟ ଲୋକମାନଙ୍କ ସହ ମିଶି, ସବୁ ବର୍ଗର ଲୋକଙ୍କ ସହ ମିଶି, ସବୁ ବୟସର ଲୋକଙ୍କ ସହ ମିଶି – ସେ ଗାଁ ହେଉ କି ସହର ହେଉ, ପୁରୁଷ ହୁଅନ୍ତୁ କି ମହିଳା ହୁଅନ୍ତୁ – ସମସ୍ତେ ମିଳିତ ଭାବରେ ସମାଜ ପାଇଁ କ’ଣ କରିପାରିବା – ଜଣେ ବ୍ୟକ୍ତି ହିସାବରେ ମୁଁ ସେଥିରେ, ସେହି ପ୍ରଚେଷ୍ଟାରେ କିଭଳି ଯୋଗଦାନ ଦେଇପାରିବି (?) ମୋ ତରଫରୁ ଭାଲ୍ୟୁ ଆଡିଶନ୍ କ’ଣ ହୋଇପାରିବ?? ସାମୁହିକତାର ଏକ ନିଜସ୍ୱ ଶକ୍ତି ଥାଏ । ଗାନ୍ଧୀ 150ର ଏ ସମସ୍ତ କାର୍ଯ୍ୟକ୍ରମରେ ସାମୁହିକତା ରହୁ ଆଉ ସେବା ମଧ୍ୟ ରହୁ । ଆମେ ଗାଁ ଯାକ ଏକାଠି କାହିଁକି ବାହାରି ନ ପଡ଼ିବା? ଯଦି ଆମର ଫୁଟବଲ୍ ଟିମ୍ ଟିଏ ଅଛି, ତେବେ ଫୁଟବଲ୍ ତ ନିଶ୍ଚୟ ଖେଳିବା, କିନ୍ତୁ ତା ସାଙ୍ଗକୁ ଗାନ୍ଧୀଙ୍କ ଆଦର୍ଶ ଅନୁଯାୟୀ କିଛି ସେବା କାର୍ଯ୍ୟ ମଧ୍ୟ କରିବା । ଆମର ଲେଡିଜ୍ କ୍ଲବ୍ ରହିଛି । ଆଧୁନିକ ଯୁଗରେ ଲେଡିଜ୍ କ୍ଲବର ଯାହା କାମ ତାହା ତ କରିବା, କିନ୍ତୁ ଲେଡିଜ୍ କ୍ଲବର ସବୁ ବାନ୍ଧବୀମାନେ ମିଶି କିଛି ନା କିଛି ସେବାକାର୍ଯ୍ୟ କରିବା । ବହୁତ କିଛି କରିପାରିବା । ପୁରୁଣା ବହି ସଂଗ୍ରହ କରିବା, ସେଗୁଡ଼ିକୁ ଗରିବ ପିଲାଙ୍କ ମଧ୍ୟରେ ବାଂଟିଦେବା, ଜ୍ଞାନର ପ୍ରଚାର ପ୍ରସାର କରିବା । ମୁଁ ଭାବୁଛି, ହୁଏତ 130 କୋଟି ଦେଶବାସୀଙ୍କ ମନରେ 130 କୋଟି କଳ୍ପନା ରହିଥିବ, 130 କୋଟି କାର୍ଯ୍ୟକ୍ରମ ରହିଥିବ । ଏହାର କୌଣସି ସୀମା ନାହିଁ, ଯାହା ମନକୁ ଆସିବ । କେବଳ ସଦିଚ୍ଛା ଥାଉ, ସତ୍ ଉଦ୍ଦେଶ୍ୟ ଥାଉ, ସଦ୍ଭାବ ଥାଉ ଏବଂ ପୂର୍ଣ୍ଣ ସମର୍ପଣ ଭାବନା ସହ ସେବା ହେଉ ଆଉ ତାହା ବି ‘ସ୍ୱାନ୍ତଃ ସୁଖାୟ’ – ଏକ ଅନନ୍ୟ ଆନନ୍ଦର ଅନୁଭୂତି ପାଇଁ ହେଉ ।
ମୋର ପ୍ରିୟ ଦେଶବାସୀଗଣ, କିଛି ମାସ ପୂର୍ବେ ମୁଁ ଗୁଜରାଟର ଦାଣ୍ଡିକୁ ଯାଇଥିଲି । ସ୍ୱାଧୀନତା ସଂଗ୍ରାମରେ ଦାଣ୍ଡିର ଲବଣ ସତ୍ୟାଗ୍ରହ ଗୋଟିଏ ବଡ଼ ଟର୍ଣ୍ଣିଂ ପଏଣ୍ଟ । ଦାଣ୍ଡିରେ ମୁଁ, ମହାତ୍ମା ଗାନ୍ଧୀଙ୍କୁ ସମର୍ପିତ ଗୋଟିଏ ଅତ୍ୟାଧୁନିକ ମ୍ୟୁଜିଅମର ଉଦ୍ଘାଟନ କରିଥିଲି । ଭବିଷ୍ୟତରେ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ କୌଣସି ନା କୌଣସି ସ୍ଥାନକୁ ଯାତ୍ରା କରିବାକୁ ଆପଣମାନଙ୍କୁ ମୋର ଅନୁରୋଧ । ଏହା ଯେକୌଣସି ସ୍ଥାନ ହୋଇପାରେ – ଯେମିତିକି ପୋରବନ୍ଦର ହେଉ, ସାବରମତି ଆଶ୍ରମ ହେଉ, ଚମ୍ପାରଣ ହେଉ, ୱାର୍ଦ୍ଧାର ଆଶ୍ରମ ହେଉ କିମ୍ବା ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ କୌଣସି ସ୍ଥାନ ହେଉ । ଯଦି ଆପଣ ଏଭଳି କୌଣସି ସ୍ଥାନକୁ ଯାଉଛନ୍ତି ତା’ହେଲେ ନିଜ ଫଟୋ ସୋସିଆଲ୍ ମିଡିଆରେ ନିଶ୍ଚୟ ଶେୟାର କରନ୍ତୁ ଆଉ ତା ସହିତ ନିଜର ଭାବନାକୁ ପ୍ରକାଶ କରୁଥିବା ଦୁଇ-ଚାରିଟି ବାକ୍ୟ ମଧ୍ୟ ଲେଖନ୍ତୁ, ଯାହାଫଳରେ ଅନ୍ୟ ଲୋକେ ମଧ୍ୟ ତା’ଦ୍ୱାରା ପ୍ରେରିତ ହେବେ । ଆପଣଙ୍କ ମନରେ ଉଠିଥିବା ଭାବନା ଯେ କୌଣସି ବଡ଼ ସାହିତ୍ୟ କୃତିଠାରୁ ଅଧିକ ଶକ୍ତିଶାଳୀ ହେବ । ଆଜିର ସମୟରେ, ଆପଣଙ୍କ ଦୃଷ୍ଟିରେ, ଆପଣଙ୍କ କଲମରୁ ଲିଖିତ ଗାନ୍ଧୀଙ୍କ ରୂପ, ହୁଏତ ଅଧିକ ପ୍ରାସଙ୍ଗିକ ମଧ୍ୟ ଲାଗିପାରେ । ଆଗାମୀ ଦିନମାନଙ୍କରେ ଅନେକ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ପ୍ରଦର୍ଶନୀ ଆଦିର ଆୟୋଜନ ହେବାର ଯୋଜନା ମଧ୍ୟ କରାଯାଇଛି । କିନ୍ତୁ ଏହି ପ୍ରସଙ୍ଗରେ ଗୋଟିଏ କଥା ଖୁବ୍ କୌତୁହଳପ୍ରଦ, ଯାହା ମୁଁ ଆପଣମାନଙ୍କ ସହ ବାଂଟିବାକୁ ଚାହୁଁଛି । Venice Biennale ନାମକ ଗୋଟିଏ ପ୍ରସିଦ୍ଧ କଳା ପ୍ରଦର୍ଶନ ରହିଛି । ଯେଉଁଠାରେ ସାରା ବିଶ୍ୱର କଳାକାରମାନେ ଏକାଠି ହୁଅନ୍ତି । ଏଥର Venice Biennaleର India Pavilionରେ ଗାନ୍ଧୀଜୀଙ୍କ ସ୍ମୃତି ସମ୍ବଳିତ ଗୋଟିଏ ଖୁବ ରୋଚକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ ହରିପୁରା ପ୍ୟାନେଲ୍ସ ବିଶେଷ ମନଛୁଆଁ ଥିଲା । ଆପଣମାନଙ୍କର ମନେଥିବ ଯେ, ଗୁଜରାଟର ହରିପୁରାଠାରେ କଂଗ୍ରେସ ଅଧିବେଶନ ହୋଇଥିଲା, ଯେଉଁଠାରେ ସୁଭାଷ ଚନ୍ଦ୍ର ବୋଷ president elect ହୋଇଥିବା ଘଟଣା ଇତିହାସରେ ଲିପିବଦ୍ଧ । ଏହି ଆର୍ଟ ପ୍ୟାନେଲ୍ସର ଗୋଟିଏ ସୁନ୍ଦର ଅତୀତ ରହିଛି । କଂଗ୍ରେସ ହରିପୁରା ସେଶନ୍ ପୂର୍ବରୁ 1937-38ରେ ମହାତ୍ମା ଗାନ୍ଧୀ ଶାନ୍ତି ନିକେତନ କଳା ଭବନର ତତ୍କାଳୀନ ପ୍ରିନ୍ସିପାଲ୍ ନନ୍ଦ ଲାଲ୍ ବୋଷଙ୍କୁ ନିମନ୍ତ୍ରଣ କରିଥିଲେ । ଗାନ୍ଧୀଜୀ ଚାହୁଁଥିଲେ ଯେ, ସେ ଭାରତରେ ବାସ କରୁଥିବା ଲୋକଙ୍କ ଜୀବନଶୈଳୀକୁ କଳା ମାଧ୍ୟମରେ ପ୍ରଦର୍ଶନ କରନ୍ତୁ ଏବଂ ତାଙ୍କ କଳାକୃତ୍ତିର ପ୍ରଦର୍ଶନ ଅଧିବେଶନ ସମୟରେ ହେଉ । ଇଏ ସେହି ନନ୍ଦ ଲାଲ୍ ବୋଷ ଯାହାଙ୍କ କଳାକୃତ୍ତି ଆମ ସମ୍ବିଧାନର ଶୋଭା ବର୍ଦ୍ଧନ କରୁଛି । ସମ୍ବିଧାନକୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରୁଛି । ତାଙ୍କର ସେହି କଳା ସାଧନା, ସମ୍ବିଧାନ ସାଙ୍ଗକୁ ନନ୍ଦ ଲାଲ୍ ବୋଷଙ୍କୁ ମଧ୍ୟ ଅମର କରିଦେଇଛି । ନନ୍ଦ ଲାଲ୍ ବୋଷ ହରିପୁରାର ପାଶ୍ୱର୍ବର୍ତ୍ତୀ ଗାଁଗଣ୍ଡାକୁ ଗଲେ ଏବଂ ଶେଷରେ ଗ୍ରାମୀଣ ଭାରତର ଜୀବନକୁ ଦର୍ଶାଉଥିବା କିଛି ଚିତ୍ର ଆଙ୍କିଲେ । ଏହି ଅମୂଲ୍ୟ କଳାକୃତ୍ତି ସମ୍ପର୍କରେ Veniceରେ ଖୁବ ଚର୍ଚ୍ଚା ହେଲା । ପୁଣି ଥରେ, ଗାନ୍ଧୀଜୀଙ୍କର 150ତମ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ସହ, ପ୍ରତ୍ୟେକ ଭାରତୀୟଙ୍କଠାରୁ ମୁଁ କିଛି ନା କିଛି ସଂକଳ୍ପର ଆଶା କରୁଛି । ଦେଶ ପାଇଁ, ସମାଜ ପାଇଁ, ଅନ୍ୟ କାହାରି ପାଇଁ କିଛି ନା କିଛି କରିବା ଉଚିତ । ଏହା ହିଁ ହେବ ବାପୁଙ୍କ ପ୍ରତି ଉତ୍ତମ, ପ୍ରକୃତ ଏବଂ ପ୍ରାମାଣିକ କାର୍ଯ୍ୟାଞ୍ଜଳୀ ।
ମା ଭାରତୀର ସୁପୁତ୍ରଗଣ, ଆପଣମାନଙ୍କର ମନେଥିବ ଯେ, ଗତ କିଛି ବର୍ଷ ଧରି ଆମେ ଅକ୍ଟୋବର 2 ତାରିଖ ପୂର୍ବରୁ ପ୍ରାୟ ଦୁଇ ସପ୍ତାହ ଯାଏ ସାରା ଦେଶରେ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ଚଳାଉଛୁ । ଏଥର ଏହା ସେପ୍ଟେମ୍ବର 11 ତାରିଖରୁ ଆରମ୍ଭ ହେବ । ଏହି ସମୟରେ ଆମେ ନିଜ ନିଜ ଘରୁ ବାହାରକୁ ବାହାରି ଶ୍ରମଦାନ ମାଧ୍ୟମରେ ଗାନ୍ଧିଜୀଙ୍କୁ କାର୍ଯ୍ୟାଞ୍ଜଳି ପ୍ରଦାନ କରିବା । ଘର ହେଉ କି ସାହି-ବସ୍ତି, ଛକ ହେଉ କି ନାଳ-ନର୍ଦ୍ଦମା, ସ୍କୁଲ କଲେଜଠାରୁ ଆରମ୍ଭ କରି ସମସ୍ତ ସାର୍ବଜନୀନ ସ୍ଥାନମାନଙ୍କରେ ସ୍ୱଚ୍ଛତାର ମହାଅଭିଯାନ ଚଳାଇବା । ଏଥର ପ୍ଲାଷ୍ଟିକ ନିଷେଧ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ହେବ । ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲା ଉପରୁ ମୁଁ କହିଥିଲି ଯେ, ଯେଉଁଭଳି ଉତ୍ସାହ ଓ ଶକ୍ତି ସହ 125 କୋଟି ଦେଶବାସୀ ସ୍ୱଚ୍ଛତା ପାଇଁ ଅଭିଯାନ ଚଳାଇଲେ – ଖୋଲାରେ ଶୌଚରୁ ମୁକ୍ତି ପାଇଁ କାର୍ଯ୍ୟ କଲେ, ସେହିଭଳି, ଆମ ସମସ୍ତଙ୍କୁ ମିଶି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ହେବ । ଏହି ଅଭିଯାନକୁ ନେଇ ସମାଜର ସବୁ ଶ୍ରେଣୀର ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋର ଅନେକ ବ୍ୟବସାୟୀ ଭାଇ-ଭଉଣୀମାନେ ଦୋକାନରେ ଗୋଟିଏ ବୋର୍ଡ଼ ଲଗାଇ ଦେଇଛନ୍ତି, ଗୋଟିଏ placard ଲଗାଇ ଦେଇଛନ୍ତି, ଯେଉଁଥିରେ ଲେଖାହୋଇଛି ଯେ, ଗ୍ରାହକ ନିଜର ବ୍ୟାଗ ସାଙ୍ଗରେ ଧରି ଆସନ୍ତୁ । ଏହାଦ୍ୱାରା ପଇସା ମଧ୍ୟ ସଂଚୟ ହେବ ଏବଂ ପରିବେଶ ସୁରକ୍ଷାରେ ସେମାନେ ନିଜର ଯୋଗଦାନ ମଧ୍ୟ ଦେଇପାରିବେ । ଏଥର ଅକ୍ଟୋବର 2 ତାରିଖରେ ଯେତେବେଳେ ବାପୁଙ୍କର 150ତମ ଜୟନ୍ତୀ ପାଳନ କରିବା, ସେତେବେଳେ ଆମେ ତାଙ୍କୁ କେବଳ ଯେ ଖୋଲାରେ ଶୌଚମୁକ୍ତ ଭାରତ ସମର୍ପଣ କରିବା ତାହା ନୁହେଁ, ବରଂ ସେହିଦିନ ସାରା ଦେଶରେ ପ୍ଲାଷ୍ଟିକ ବିରୁଦ୍ଧରେ ଏକ ନୂଆ ଜନ ଅନ୍ଦୋଳନର ମୂଳଦୁଆ ପକାଇବା । ମୁଁ ସମାଜର ସମସ୍ତ ବର୍ଗଙ୍କୁ, ପ୍ରତ୍ୟେକ ଗ୍ରାମବାସୀ, ସହରବାସୀଙ୍କୁ ଅପିଲ୍ (ଅନୁରୋଧ) କରୁଛି, ହାତ ଯୋଡ଼ି ପ୍ରାର୍ଥନା କରୁଛି ଯେ, ଏ ବର୍ଷ ଗାନ୍ଧୀ ଜୟନ୍ତୀକୁ ଆମେ ଆମ ଭାରତମାତାର ପ୍ଲାଷ୍ଟିକ ଆବର୍ଜନା ମୁକ୍ତି ଦିବସ ଭାବେ ପାଳନ କରିବା । ଅକ୍ଟୋବର 2 ତାରିଖକୁ ଏକ ବିଶେଷ ଦିନ ଭାବେ ପାଳନ କରିବା । ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନଟି ଏକ ବିଶେଷ ଶ୍ରମଦାନର ଉତ୍ସବ ପାଲଟିଯାଉ । ଦେଶର ସମସ୍ତ ପୌରପାଳିକା, ନଗର ନିଗମ, ଜିଲ୍ଲା ପ୍ରଶାସନ, ଗ୍ରାମପଞ୍ଚାୟତ, ସରକାରୀ – ବେସରକାରୀ ସମସ୍ତ ସଂସ୍ଥା, ସମସ୍ତ ସଂଗଠନ, ପ୍ରତ୍ୟେକ ନାଗରିକ – ସମସ୍ତଙ୍କୁ ମୋର ଅନୁରୋଧ ଯେ, ପ୍ଲାଷ୍ଟିକ୍ ଆବର୍ଜନାର ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେଉ । ମୁଁ କର୍ପୋରେଟ ସେକ୍ଟରକୁ ମଧ୍ୟ ଅନୁରୋଧ କରୁଛି ଯେ, ଯେତେବେଳେ ଏହି ସମସ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏକାଠି ହେବ, ସେତେବେଳେ ଏହାର ଉଚିତ ନିସ୍ତାରଣ (decantation) ପାଇଁ ଆଗେଇ ଆସନ୍ତୁ, ଏହାର ଉପଯୁକ୍ତ disposal ପାଇଁ ବ୍ୟବସ୍ଥା ହେଉ । ଏହାକୁ ପୁନଃଚକ୍ରଣ କରାଯାଇପାରେ । ଏଥିରୁ ଇନ୍ଧନ ପ୍ରସ୍ତୁତ କରାଯାଇପାରେ । ଏହି ଉପାୟରେ ଆମେ ଆସନ୍ତା ଦୀପାବଳୀ ସୁଦ୍ଧା ଏହି ପ୍ଲାଷ୍ଟିକ ଆବର୍ଜନାକୁ ସୁରକ୍ଷିତ ଭାବେ ନଷ୍ଟ କରିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିପାରିବା । ବାସ୍, କେବଳ ସଂକଳ୍ପ ଦରକାର । ପ୍ରେରଣା ପାଇଁ ଅନ୍ୟ କେଉଁଠି ଖୋଜିବା ଦରକାର ନାହିଁ, ଗାନ୍ଧିଜୀଙ୍କଠାରୁ ବଡ଼ ପ୍ରେରଣା ଆଉ କ’ଣ ହୋଇପାରେ?
ମୋର ପ୍ରିୟ ଦେଶବାସୀଗଣ, ସଂସ୍କୃତରେ ଥିବା ଆମର ସୂକ୍ତିଗୁଡ଼ିକ ଜ୍ଞାନଭଣ୍ଡାରରେ ରତ୍ନ ସଦୃଶ । ଜୀବନରେ ଆମର ଯାହା ଆବଶ୍ୟକ ସେଥିରୁ ଆମେ ତାହା ପାଇପାରିବା । ଆଜିକାଲି ତ ସେଗୁଡ଼ିକ ସହିତ ମୋର ସମ୍ପର୍କ କମିଯାଇଛି, ଆଗରୁ କିନ୍ତୁ ବହୁତ ସମ୍ପର୍କ ଥିଲା । ଆଜି ସଂସ୍କୃତର ସୂକ୍ତିଗୁଡ଼ିକ ମଧ୍ୟରୁ ଗୋଟିଏ ସୁନ୍ଦର କଥା କହିବାକୁ ଚାହୁଁଛି ଯାହାକି ଶହ ଶହ ବର୍ଷ ପୂର୍ବେ ଲେଖା ହୋଇଥିଲେ ମଧ୍ୟ ଆଜି ବି ତା’ର ପ୍ରାସଙ୍ଗିକତା ରହିଛି । ଗୋଟିଏ ଉତମ ନୀତିବାକ୍ୟ ଅଛି ଯେଉଁଥିରେ କୁହାଯାଇଛି –
ପୃଥିବ୍ୟାଂ ତ୍ରିଣି ରତ୍ନାନି ଜଳମନ୍ନଂ ସୁଭାଷିତମ୍ ।
ମୁଢ଼ୈ ପାଷାଣଖଣ୍ଡେଷୁ ରତ୍ନସଂଜ୍ଞା ପ୍ରଦୀୟତେ ।
ଯାହାର ଅର୍ଥ ହେଲା ଏ ପୃଥିବୀରେ ଜଳ, ଅନ୍ନ ଏବଂ ସୂକ୍ତି ହେଉଛି ତିନୋଟି ରତ୍ନ । କିନ୍ତୁ ମୂର୍ଖ ଲୋକମାନେ ପଥରକୁ ରତ୍ନ ବୋଲି କହିଥାନ୍ତି । ଆମ ସଂସ୍କୃତିରେ ଅନ୍ନର ମହିମା ଖୁବ୍ ଅଧିକ । ଏପରିକି ଆମେମାନେ ଅନ୍ନର ଜ୍ଞାନକୁ ବିଜ୍ଞାନରେ ପରିବର୍ତ୍ତିତ କରିସାରିଲୁଣି । ସୁଷମ ଓ ପୁଷ୍ଟିଯୁକ୍ତ ଭୋଜନ ଆମ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ । ବିଶେଷକରି ମହିଳା ଓ ଶିଶୁମାନଙ୍କ ପାଇଁ ଏହା ଜରୁରୀ କାରଣ ସେଇମାନେ ହିଁ ସମାଜରେ ଆମ ଭବିଷ୍ୟତର ମୂଳଦୁଆ । ‘ପୋଷଣ ଅଭିଯାନ’ ମାଧ୍ୟମରେ ସାରାଦେଶରେ ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ପୋଷଣକୁ ଏକ ଜନଆନ୍ଦୋଳନରେ ପରିଣତ କରାଯାଉଛି । ଲୋକମାନେ ନୂତନ ଏବଂ ଚମତ୍କାର ପ୍ରଣାଳୀରେ କୁପୋଷଣ ବିରୁଦ୍ଧରେ ସଂଘର୍ଷ କରିଚାଲିଛନ୍ତି । ଥରେ ଗୋଟିଏ କଥା ମୋ ଦୃଷ୍ଟିକୁ ଅଣାଯାଇଥିଲା । ନାସିକରେ ‘ମୁଠାଏ ଧାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହା ଆଜି ଗୋଟିଏ ବଡ଼ ଆନ୍ଦୋଳନରେ ପରିଣତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀମାନେ ଫସଲ ଅମଳ ସମୟରେ ଲୋକମାନଙ୍କଠାରୁ ମୁଠାଏ ଶସ୍ୟ ସଂଗ୍ରହ କରୁଛନ୍ତି । ସଂଗୃହୀତ ଶସ୍ୟକୁ ଶିଶୁ ଓ ମହିଳାମାନଙ୍କର ଭୋଜନ ନିମିତ ବ୍ୟବହାର କରାଯାଉଛି । ଏହି କାର୍ଯ୍ୟକ୍ରମରେ ଦାନ ଦେଉଥିବା ବ୍ୟକ୍ତି ଜଣକ ସଚେତନ ନାଗରିକ ଓ ସମାଜସେବକ ଭାବରେ ପରିଚିତ ହେଉଛନ୍ତି । ତା’ପରେ ସେ ଏହି କାମ ପାଇଁ ସମର୍ପିତ ହୋଇଯାଉଛନ୍ତି । ସେ ଏହି ଆନ୍ଦୋଳନରେ ଜଣେ ସୈନିକର ଭୂମିକା ନେଉଛନ୍ତି । ହିନ୍ଦୁସ୍ତାନର ପ୍ରତ୍ୟେକ ଅଂଚଳରେ ପରିବାରମାନଙ୍କରେ ଅନ୍ନପ୍ରାସନ ସଂସ୍କାର କଥା ଆମେ ଶୁଣିଥାଉ । ପରିବାରରେ ପିଲାଟିକୁ ଯେବେ ପ୍ରଥମକରି ଦାନାଯୁକ୍ତ ଖାଦ୍ୟ ଖୁଆଇବା ଆରମ୍ଭ ହୁଏ ସେହିଦିନ ଏ ସଂସ୍କାର ହୋଇଥାଏ । ତରଳ ନୁହେଁ – କଠିନ ଖାଦ୍ୟ । 2010 ମସିହାରେ ଗୁଜରାଟ ଲୋକ ଭାବିଲେ ଯେ ଅନ୍ନପ୍ରାସନ୍ନ ସଂସ୍କାର ଦିନ ଛୋଟ ପିଲାମାନଙ୍କୁ ସୁଷମ ଭୋଜନ ଦିଆଗଲେ କେମିତି ହୁଅନ୍ତା – ଲୋକମାନେ ଏ ଦିଗରେ ସଚେତନ ହୋଇପାରନ୍ତେ । ଏହା ଏକ ବହୁତ ଭଲ ପଦକ୍ଷେପ ଥିଲା ଯାହାକି ସବୁ ଅଂଚଳରେ କରାଯାଇପାରନ୍ତା । କେତେ ରାଜ୍ୟରେ ଲୋକମାନେ ତିଥି ଭୋଜନ ଅଭିଯାନ ମଧ୍ୟ କରୁଛନ୍ତି । ପରିବାରରେ କୌଣସି ଜନ୍ମଦିନ, ଶୁଭଦିନ ବା ସ୍ମୃତି ଦିବସ ଆଦିରେ ପରିବାରର ଲୋକମାନେ ସୁଷମ ଏବଂ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରି ଅଙ୍ଗନବାଡ଼ି, ସ୍କୁଲ ଆଦିକୁ ଯାଆନ୍ତି ଏବଂ ନିଜେ ପିଲାମାନଙ୍କୁ ଭୋଜନ ପରଷି ଦିଅନ୍ତି । ନିଜର ଆନନ୍ଦରେ ଅନ୍ୟମାନଙ୍କୁ ଅଂଶୀଦାର କରିବା ସଙ୍ଗେ ସଙ୍ଗେ ଅଧିକ ଆନନ୍ଦ ଅନୁଭବ କରିଥାନ୍ତି । ଏହାଦ୍ୱାରା ସେବାଭାବ ସହିତ ଆନନ୍ଦର ଏକ ଅଦ୍ଭୂତ ସମନ୍ୱୟ ହୋଇଥାଏ । ବନ୍ଧୁଗଣ, ଏମିତି ଛୋଟ ଛୋଟ ଅନେକ କଥା ଅଛି, ଯାହା ମାଧ୍ୟମରେ ଆମ ଦେଶ କୁପୋଷଣ ବିରୁଦ୍ଧରେ ପ୍ରଭାବଶାଳୀ ଭାବରେ ଲଢ଼ିପାରିବ । ସଚେତନତାର ଅଭାବ ଯୋଗୁଁ ଆଜି ଗରିବ ପରିବାର ଏବଂ ସଂପନ୍ନ ପରିବାର ମଧ୍ୟ ପ୍ରଭାବିତ । ସେପ୍ଟେମ୍ବର ମାସଟି ସାରାଦେଶରେ ‘ପୋଷଣ ଅଭିଯାନ’ ଭାବରେ ପାଳନ କରାଯିବ । ଆପଣ ନିଶ୍ଚିତ ଭାବରେ ଏଥିରେ ଯୋଗଦିଅନ୍ତୁ, ସୂଚନା ସଂଗ୍ରହ କରନ୍ତୁ ଏବଂ ନୂଆ କିଛି କରିବାର ପ୍ରୟାସ କରନ୍ତୁ । ଆପଣ ଯଦି ଜଣେ ଦିଜଣ ଲୋକଙ୍କୁ କୁପୋଷଣ ମୁକ୍ତ କରିପାରିଲେ ତେବେ ଆମେ ଦେଶକୁ କୁପୋଷଣ ମୁକ୍ତ କରିପାରିବା ।
“ହାଲୋ ସାର୍, ମୋ ନାଁ ସୃଷ୍ଟି ବିଦ୍ୟା ଓ ମୁଁ ଜଣେ 2ୟ ବର୍ଷର ଛାତ୍ରୀ । ସାର୍, ଅଗଷ୍ଟ 12 ତାରିଖ ଦିନ ମୁଁ Bear Gryllsଙ୍କ ସାଥିରେ ଆପଣଙ୍କ ଅଧ୍ୟାୟଟି ଦେଖିଥିଲି, ଯେଉଁଥିରେ ଆପଣ ଆସିଥିଲେ । ମୋତେ ସେ ଅଧ୍ୟାୟଟି ବହୁତ ଭଲ ଲାଗିଲା । ପ୍ରଥମତଃ ଏକଥା ଜାଣି ବହୁତ ଭଲ ଲାଗିଲା ଯେ ଆପଣ ଆମ ପ୍ରକୃତି, ବନ୍ୟଜୀବ ଓ ପରିବେଶ ସମ୍ପର୍କରେ କେତେ ଚିନ୍ତା କରୁଛନ୍ତି, କେତେ ଯତ୍ନ ନେଉଛନ୍ତି । ଆପଣଙ୍କର ଏହି ନୂଆ ଆଉ ଦୁଃସାହସିକ ରୂପ ଦେଖି ମୋତେ ବହୁତ ଖୁସି ଲାଗିଲା । ସାର ମୁଁ ଜାଣିବାକୁ ଚାହିଁବି ଯେ ଏହି ଅଧ୍ୟାୟ ଭିତରେ ଆପଣଙ୍କ ଅନୁଭୂତି କିପରି ଥିଲା? ଆଉ ଗୋଟିଏ କଥା ମୁଁ ଯୋଡ଼ିବାକୁ ଚାହେଁ ଯେ ଆପଣଙ୍କ Fitness level ତଥା ଆପଣଙ୍କୁ ଏଭଳି fit and fine ଦେଖି ଆମଭଳି ଯୁବବର୍ଗ ବହୁତ ପ୍ରଭାବିତ ଏବଂ ଉତ୍ସାହିତ ହୋଇଛୁ ।
ସୃଷ୍ଟିଜୀ, ଫୋନ କଲ୍ ପାଇଁ ଆପଣଙ୍କୁ ଧନ୍ୟବାଦ । ଆପଣଙ୍କ ଭଳି ହରିୟାଣାର ସୋହନାରୁ କେ.କେ. ପାଣ୍ଡେୟଜୀ ଏବଂ ସୁରତର ଐଶ୍ୱର୍ଯ୍ୟା ଶର୍ମାଜୀଙ୍କ ସହିତ ଆହୁରି ଅନେକ ଲୋକ ଡିସକଭରି ଚାନେଲରେ ଦେଖାଯାଇଥିବା ‘Man vrs. Wild’ ଅଧ୍ୟାୟ ବିଷୟରେ ଜାଣିବାକୁ ଚାହିଁଛନ୍ତି । ଏଥରର ‘ମନ୍ କି ବାତ୍’ ବିଷୟରେ ମୁଁ ଯେତେବେଳେ ଭାବୁଥିଲି, ମୋର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଏ ବିଷୟରେ ଅନେକ ପ୍ରଶ୍ନ ଆସିବ । ଆଉ ସେଇଆ ବି ହେଲା । ଗତ କେତେ ସପ୍ତାହ ଭିତରେ ମୁଁ ଯୁଆଡ଼େ ବି ଯାଇଛି, ଯେଉଁ ଲୋକଙ୍କୁ ଭେଟିଛି ସେଠି ‘Man vrs. Wild’ ବିଷୟରେ ଚର୍ଚ୍ଚା ନିଶ୍ଚୟ ହୋଇଛି । ଏହି ଗୋଟିଏ ଅଧ୍ୟାୟ ଦ୍ୱାରା ମୁଁ ଖାଲି ଭାରତର ନୁହେଁ ବରଂ ସାରା ଦୁନିଆର ଯୁବବର୍ଗଙ୍କ ସହିତ ଯୋଡ଼ି ହୋଇପାରିଛି । ମୁଁ କେବେବି ଭାବିନଥିଲି ଯେ ଯୁବକମାନଙ୍କ ହୃଦୟରେ ମୁଁ ଏଭଳି ଏକ ସ୍ଥାନ ପାଇପାରିବି । ମୁଁ କେବେ ବି ଭାବିନଥିଲି ଯେ ଆମ ଦେଶ ତଥା ବିଶ୍ୱର ଯୁବବର୍ଗ ଏତେ ବିବିଧତାଭରା ବିଷୟ ପ୍ରତି ଧ୍ୟାନ ଦିଅନ୍ତି । ମୁଁ କଳ୍ପନା ବି କରିନଥିଲି ଯେ ସାରା ଦୁନିଆର ଯୁବବର୍ଗଙ୍କ ହୃଦୟକୁ ଛୁଇଁବାର ସୁଯୋଗ ମତେ ଜୀବନରେ କେବେ ମିଳିବ । ଆଉ କ’ଣ ହୋଇଥାନ୍ତା? ଏଇ ଗତ ସପ୍ତାହରେ ମୁଁ ଭୁଟାନ ଯାଇଥିଲି । ମୁଁ ଦେଖୁଛି – ପ୍ରଧାନମନ୍ତ୍ରୀ ଭାବରେ ମୁଁ ଯେତେବେଳେ ଯୁଆଡ଼େ ବି ଯାଇଛି, ଆନ୍ତର୍ଜାତିକ ଯୋଗଦିବସ ଯୋଗୁଁ ଏଭଳି ସ୍ଥିତି ହୋଇଛି ଯେ – ଯାହା ପାଖକୁ ଗଲେ ଯେଉଁଠି ବସିଲେ ସେଠି ପାଞ୍ଚ ସାତ ମିନିଟ୍ ଯୋଗ ବିଷୟରେ ମୋ ସାଥିରେ କଥାବାର୍ତ୍ତା ନିଶ୍ଚୟ ହେଉଛି । ବୋଧହୁଏ ବିଶ୍ୱରେ ଏମିତି କେହି ବଡ଼ ନେତା ନ ଥିବେ ଯିଏ ମୋ ସହିତ ଯୋଗ ବିଷୟରେ ଆଲୋଚନା କରିନାହାନ୍ତି । ଏ ହେଉଛି ମୋର ଅନୁଭୂତି । କିନ୍ତୁ ଆଜିକାଲି ଗୋଟିଏ ନୂଆ ଅନୁଭୂତି ଆସୁଛି । ଯିଏ ବି ଭେଟ ହେଉଛନ୍ତି, ଯାହା ସହିତ କଥା ହେବାର ସୁଯୋଗ ମିଳୁଛି ସେମାନେ Wild Life ବା ପରିବେଶ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ବାଘ,ସିଂହ ଜୀବ – ସୃଷ୍ଟି ଏମିତି କେତେ କ’ଣ । ଲୋକମାନଙ୍କର ଏତେ ରୁଚି ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ । ଡିସକଭରି ଚାନେଲ ଏହି କାର୍ଯ୍ୟକ୍ରମକୁ ଶହେ ପଞ୍ଚଷଠି ଦେଶରେ ସେମାନଙ୍କ ଭାଷାରେ ପ୍ରଚାର କରିବାର ଯୋଜନା କରିଛି । ଆଜି ଯେତେବେଳେ ପର୍ଯ୍ୟାବରଣ, ବିଶ୍ୱ ତାପାୟନ, ଜଳବାୟୁ ପରିବର୍ତ୍ତନ ବିଷୟରେ ସାରା ବିଶ୍ୱରେ ମନ୍ଥନ ଆରମ୍ଭ ହୋଇଛି, ମୁଁ ଆଶା କରୁଛି ଯେ ଏ ସମୟରେ ଡିସକଭରି ଚାନେଲର ଏ କାର୍ଯ୍ୟକ୍ରମ ସାରା ବିଶ୍ୱକୁ ଭାରତର ବାର୍ତ୍ତା, ଭାରତର ପରମ୍ପରା, ସଂସ୍କାର ଯାତ୍ରା, ପ୍ରକୃତି ପ୍ରତି ସମ୍ବେଦନଶୀଳତା ଆଦି ସମସ୍ତ ବିଷୟରେ ପରିଚିତ କରାଇବାରେ ସହାୟକ ହେବ । ଏହା ମୋର ପୂର୍ଣ୍ଣ ବିଶ୍ୱାସ । ଆମ ଭାରତରେ Climate Justice ଏବଂ ସ୍ୱଚ୍ଛ ପରିବେଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏବେ ଲୋକମାନେ ଜାଣିବାକୁ ଚାହାନ୍ତି । କିନ୍ତୁ ଆଉ ଗୋଟିଏ କୌତୁହଳପ୍ରଦ କଥା ହେଲା କିଛି ଲୋକ ମତେ ଟିକେ ସଂକୋଚର ସହିତ ଗୋଟିଏ କଥା ପଚାରନ୍ତି ଯେ ମୋଦିଜୀ କୁହନ୍ତୁ ତ – ଆପଣ ହିନ୍ଦୀରେ କଥା କହୁଥିଲେ କିନ୍ତୁ Bear Grylls ତ ହିନ୍ଦୀ ଜାଣନ୍ତି ନାହିଁ – ତଥାପି ଦୁହେଁ ଏତେଶୀଘ୍ର ବାର୍ତ୍ତାଳାପ କେମିତି କରିପାରୁଥିଲେ? ଏଇଟା କ’ଣ ପଛରେ Edit କରାହୋଇଥିଲା କି? ଏଇଟା କ’ଣ ବହୁବାର ସୁଟିଂ ହେଇଛି – ପ୍ରକୃତରେ କ’ଣ ହୋଇଥିଲା? ବଡ଼ କୌତୁହଳର ସହ ଏକଥା ପଚାରନ୍ତି । ଦେଖନ୍ତୁ ଏଥିରେ କୌଣସି ରହସ୍ୟ ନାହିଁ । ଅନେକ ଲୋକଙ୍କ ମନରେ ଏ ପ୍ରଶ୍ନ ଉଠୁଛି । ତେଣୁ ମୁଁ ରହସ୍ୟକୁ ଖୋଲି ଦେଉଛି । ସେମିତି ରହସ୍ୟ ବୋଲି ଏଥିରେ କିଛି ନାହିଁ । ବାସ୍ତବତା ହେଲା ଏଇଆ ଯେ Bear Gryllsଙ୍କ ସହ କଥାବାର୍ତ୍ତାରେ Technologyର ସମ୍ପୂର୍ଣ୍ଣ ଉପଯୋଗ ହୋଇଛି । ଯେତେବେଳେ ମୁଁ କିଛି କହୁଥିଲି ଏକା ସମୟରେ ତୁରନ୍ତ ତା’ର ଅନୁବାଦ ଇଂରାଜୀରେ ହୋଇଯାଉଥିଲା । ଏକକାଳୀନ ଭାଷାନ୍ତରଣ ହେଉଥିଲା ଆଉ Bear Gryllsଙ୍କ କାନରେ ଗୋଟିଏ ଛୋଟ Cordless ଉପକରଣ ଲାଗିଥିଲା । ମୁଁ କହୁଥିଲି ହିନ୍ଦୀ ଆଉ ତାଙ୍କୁ ଶୁଭୁଥିଲା ଇଂରାଜୀ । ଫଳରେ ପରସ୍ପର କଥାବାର୍ତ୍ତା ବହୁତ ସହଜରେ ହୋଇପାରୁଥିଲା । ଏଇତ ହେଲା Technologyର କମାଲ । ଏଇ କାର୍ଯ୍ୟକ୍ରମ ପରେ ବହୁତ ଲୋକ ଜିମ୍ କରବେଟ୍ ଜାତୀୟ ଉଦ୍ୟାନ ବିଷୟରେ କଥାବାର୍ତ୍ତା ହେବା ଦେଖିବାକୁ ମିଳୁଛି । ଆପଣମାନେ ମଧ୍ୟ ପ୍ରକୃତି ଏବଂ ବନ୍ୟଜୀବଙ୍କ ସହ ଜଡ଼ିତ ସ୍ଥାନମାନଙ୍କର ଭ୍ରମଣ କରନ୍ତୁ । ମୁଁ ଆଗରୁ ବି ଆପଣମାନଙ୍କୁ କହିଛି ଏବେବି କହୁଛି ଆପଣମାନେ ଜୀବନରେ ଥରେ ଉତ୍ତର ପୂର୍ବ ଭାରତକୁ ନିଶ୍ଚିତ ଭାବେ ଯାଆନ୍ତୁ । କେତେ ଚମତ୍କାର ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ! ଆପଣମାନେ ଦେଖିଲେ ସ୍ତମ୍ଭୀଭୂତ ହୋଇଯିବେ । ଆପଣଙ୍କ ଅନ୍ତର୍ମନ ବିସ୍ତାରିତ ହୋଇଯିବ । ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲାରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି ଯେ ଆଗାମୀ 3 ବର୍ଷ ମଧ୍ୟରେ ଆପଣମାନେ ଅତି କମରେ 15ଟି ସ୍ଥାନକୁ ଯାଆନ୍ତୁ । ଭାରତ ଭିତରେ ସମ୍ପୂର୍ଣ୍ଣ ଶହେ ପ୍ରତିଶତ ପର୍ଯ୍ୟଟନ ଉଦ୍ଦେଶ୍ୟ ନେଇ 15ଟି ସ୍ଥାନ ଭ୍ରମଣ କରନ୍ତୁ, ଦେଖନ୍ତୁ, ଅଧ୍ୟୟନ କରନ୍ତୁ ଆଉ ପୁରା ପରିବାର ସହ ସେଠାରେ କିଛି ସମୟ ରୁହନ୍ତୁ । ଆମର ଏ ଦେଶ ବିବିଧତାରେ ପରିପୂର୍ଣ୍ଣ । ଏଇ ବିବିଧତାଗୁଡ଼ିକ ଏକ ଶିକ୍ଷକ ଭଳି ଆପଣଙ୍କୁ ମଧ୍ୟ ବିବିଧତାରେ ଭରିଦେବ । ଆପଣଙ୍କ ଜୀବନର ବିସ୍ତାର ହେବ । ଆପଣଙ୍କ ଚିନ୍ତାଧାରା ମଧ୍ୟ ପ୍ରସାରିତ ହେବ । ମୋ ଉପରେ ଭରସା ରଖନ୍ତୁ, ଭାରତ ଭିତରେ ଏଭଳି ସ୍ଥାନ ସବୁ ଅଛି ଯେଉଁଠୁ ଆପଣମାନେ ନୂତନ ସ୍ଫୁର୍ତ୍ତି, ନୂତନ ଉତ୍ସାହ, ନୂତନ ଚିନ୍ତାଧାରା ଆଉ ନୂଆ ପ୍ରେରଣା ନେଇକରି ଆସିବେ । ହୋଇପାରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ କେତେକ ସ୍ଥାନକୁ ବାରମ୍ବାର ଯିବାପାଇଁ ଇଚ୍ଛାହେବ ।
ମୋର ପ୍ରିୟ ଦେଶବାସୀଗଣ, ଭାରତରେ ପରିବେଶର ଯତ୍ନ ଆଉ ପରିବେଶ ପାଇଁ ଚିନ୍ତା ସ୍ୱାଭାବିକ ଭାବେ ଦୃଷ୍ଟିଗୋଚର ହେଉଛି । ଗତମାସରେ ମୋତେ ବ୍ୟାଘ୍ର ଗଣନା ରିପୋର୍ଟ ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା । ଭାରତରେ କେତେ ବାଘ ଅଛନ୍ତି ଆପଣ ଜାଣନ୍ତି କି? ଭାରତରେ ଏବେ ବାଘମାନଙ୍କର ସଂଖ୍ୟା ହେଉଛି 2967 । ଦୁଇ ହଜାର ନ ସହ ସତଷଠି । କିଛି ବର୍ଷ ପୂର୍ବେ ଏହି ସଂଖ୍ୟା ବହୁ କଷ୍ଟରେ ଏହାର ଅଧା ଥିଲା । 2010 ମସିହାରେ ଋଷର ସେଂଟ ପିଟର୍ସବର୍ଗଠାରେ ବ୍ୟାଘ୍ର ସମ୍ମେଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱର ବାଘ ସଂଖ୍ୟା ହ୍ରାସକୁ ନେଇ ଉଦବେଗ ପ୍ରକାଶ କରି ଗୋଟିଏ ସଂକଳ୍ପ ପାରିତ ହୋଇଥିଲା । ଏହି ସଂକଳ୍ପରେ କୁହାଯାଇଥିଲା ଯେ 2022 ସୁଦ୍ଧା ବିଶ୍ୱର ବାଘସଂଖ୍ୟା ଦୁଇଗଣ କରିବାକୁ ହେବ । କିନ୍ତୁ ଏ ହେଉଛି ନୂଆ ଭାରତ, ଏଠି ଆମେ ଲକ୍ଷ୍ୟକୁ ଖୁବ୍ ଜଲଦି ପୂରଣ କରିଛୁ । ଆମେ 2019ରେ ହିଁ ଆମ ଦେଶରେ ବାଘ ସଂଖ୍ୟାକୁ ଦୁଇଗୁଣ କରିପାରିଛୁ । ଖାଲି ବାଘ ସଂଖ୍ୟା ନୁହେଁ ଆମ ଦେଶରେ ସୁରକ୍ଷିତ ବନାଞ୍ଚଳ ଏବଂ ଗୋଷ୍ଠୀ ସଂରକ୍ଷିତ ବନାଞ୍ଚଳ ସଂଖ୍ୟା ମଧ୍ୟ ବଢ଼ିଛି । ମୁଁ ଯେତେବେଳେ ବାଘ ସମ୍ପର୍କିତ ତଥ୍ୟ ଉନ୍ମୋଚନ କରୁଥିଲି ସେତେବେଳେ ମୋର ଗୁଜରାଟର ଗୀର୍ ଜଙ୍ଗଲ କଥା ମନେପଡ଼ୁଥିଲା । ମୁଁ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଗୀର ଜଙ୍ଗଲରେ ସିଂହଙ୍କର ବାସସ୍ଥାନ ସଂକୁଚିତ ହେବାରେ ଲାଗିଥିଲା । ସିଂହ ସଂଖ୍ୟା କମ୍ ହେବାରେ ଲାଗିଥିଲା । ସେତେବେଳେ ଗୀରରେ ଆମେ ଗୋଟିଏ ପରେ ଗୋଟିଏ କରି ଅନେକଗୁଡ଼ିଏ ପଦକ୍ଷେପ ନେଲୁ । 2007 ମସିହାରେ ଆମେ ମହିଳା ଗାର୍ଡ଼ ନିଯୁକ୍ତି କରିବାର ନିଷ୍ପତ୍ତି ନେଲୁ । ପର୍ଯ୍ୟଟନକୁ ବଢ଼ାଇବା ପାଇଁ ଭିତ୍ତିଭୂମି ବିକଶିତ କରାଗଲା । ଯେତେବେଳେ ବି ଆମେ ପ୍ରକୃତି ବା ବନ୍ୟଜୀବମାନଙ୍କ କଥା ଚିନ୍ତାକରୁ କେବଳ ସଂରକ୍ଷଣ ବିଷୟରେ ହିଁ ଚର୍ଚ୍ଚା କରିଥାଉ । କିନ୍ତୁ ଏବେ ଆମକୁ ସଂରକ୍ଷଣଠାରୁ ଆଗକୁ ଯାଇ ସମ୍ବେଦନା ସମ୍ବନ୍ଧରେ ଚିନ୍ତା କରିବାକୁ ପଡ଼ିବ । ଆମ ଶାସ୍ତ୍ରରେ ଏ ବିଷୟରେ ମଧ୍ୟ ସୁନ୍ଦର ମାର୍ଗଦର୍ଶନ ମିଳେ । ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଆମ ଶାସ୍ତ୍ରରେ କୁହାଯାଇଛି –
ନିର୍ବନୋ ବଧ୍ୟତେ ବ୍ୟାଘ୍ରୋ, ନିର୍ବ୍ୟାଘ୍ରଂ ଚ୍ଛିଦ୍ୟତେ ବନମ୍ ।
ତସ୍ମାତ୍ ବ୍ୟାଘ୍ରୋ ବନଂ ରକ୍ଷେତ୍, ବନଂ ବ୍ୟାଘ୍ରଂ ନ ପାଳୟେତ୍ ।
ଅର୍ଥାତ୍, ଯଦି ବନ ନ ରହିବ ତେବେ ବାଘ ଜନବସତି ଆଡେ ଆସିବା ପାଇଁ ବାଧ୍ୟ ହେବେ ଏବଂ ମୃତ୍ୟୁମୁଖରେ ପଡ଼ିବେ । ସେଇଭଳି, ଜଙ୍ଗଲରେ ଯଦି ବାଘ ନ ରହିବେ ତେବେ ମଣିଷ ଜଙ୍ଗଲକୁ କାଟି ନଷ୍ଟ କରିଦେବ । ତେଣୁ ବାସ୍ତବରେ, ଦେଖିବାକୁ ଗଲେ ଜଙ୍ଗଲ ବାଘକୁ ରକ୍ଷା କରୁନି ବରଂ ବାଘ ଜଙ୍ଗଲକୁ ରକ୍ଷା କରୁଛି । ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ପୂର୍ବଜମାନେ ଆମକୁ ବୁଝାଇ କହିଛନ୍ତି । ସେଥିପାଇଁ ଆମର ଯେ କେବଳ ବନ, ବନସ୍ପତି ଓ ବନ୍ୟଜୀବମାନଙ୍କର ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ସେକଥା ନୁହେଁ ବରଂ ଏଭଳି ବାତାବରଣ ସୃଷ୍ଟି କରିବା ଉଚିତ ଯାହାଦ୍ୱାରା ସେମାନଙ୍କର ଠିକ୍ ଭାବେ ସଂଖ୍ୟା ବୃଦ୍ଧି ହୋଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, 1893 ମସିହାରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଐତିହାସିକ ଭାଷଣକୁ କିଏ ବା ଭୁଲିପାରିବ! ସମଗ୍ର ବିଶ୍ୱର ମାନବ ଜାତିକୁ ଚମତ୍କୃତ କରିଥିବା ଭାରତର ଏହି ଯୁବ ସନ୍ନ୍ୟାସୀ ଜଣକ ସାରା ଦୁନିଆରେ ଭାରତର ଏକ ବିଶିଷ୍ଟ ପରିଚୟ ସୃଷ୍ଟିକରି ଆସିଲେ । ଯେଉଁ ପରାଧୀନ ଭାରତ ଆଡ଼କୁ ବିଶ୍ୱ ଏକ ବିକୃତ ଦୃଷ୍ଟିଭଙ୍ଗୀରେ ଦେଖୁଥିଲା, 11 ସେପ୍ଟେମ୍ବର 1893ରେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାପୁରୁଷଙ୍କର ସେହି ଭାଷଣ ଭାରତ ପ୍ରତି ସେହି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବାକୁ ସାରା ବିଶ୍ୱକୁ ବାଧ୍ୟ କରିଦେଇଥିଲା । ସ୍ୱାମୀ ବିବେକାନନ୍ଦ ଯେଉଁ ଭାରତକୁ ଦେଖିଥିଲେ, ଭାରତର ଯେଉଁ ସାମର୍ଥ୍ୟକୁ ଚିହ୍ନିଥିଲେ, ଆସନ୍ତୁ ଆମେ ସେହି ଅନୁସାରେ ଜୀବନ ଜୀଇଁବାର ଚେଷ୍ଟା କରିବା । ଆମ ଭିତରେ ସବୁକିଛି ଅଛି, ଆତ୍ମବିଶ୍ୱାସର ସହିତ ଆଗେଇବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କର ମନେଥିବ ଯେ ଅଗଷ୍ଟ 29 ତାରିଖକୁ ‘ଜାତୀୟ କ୍ରୀଡ଼ାଦିବସ’ ଭାବେ ପାଳନ କରାଯାଉଛି । ଏଇ ଅବସରରେ ଆମେ ସାରା ଦେଶରେ ‘Fit India Movement’ ଆରମ୍ଭ କରିବାକୁ ଯାଉଛୁ । ନିଜକୁ ସୁସ୍ଥ ରଖିବା ସହ ଦେଶକୁ ମଧ୍ୟ ସୁସ୍ଥ ରଖିବାକୁ ପଡ଼ିବ । ପିଲା, ବୃଦ୍ଧ, ଯୁବ, ମହିଳା ସମସ୍ତଙ୍କ ପାଇଁ ଏହା ଏକ ଉତ୍ସାହପ୍ରଦ ଅଭିଯାନ ହେବ ଏବଂ ଏହା ଆପଣଙ୍କର ନିଜର ହିଁ ହେବ । କିନ୍ତୁ ତା’ର ନିର୍ଦ୍ଦିଷ୍ଟ ବିବରଣୀ ମୁଁ ଆଜି ଆପଣଙ୍କୁ ଜଣେଇବି ନାହିଁ । ଅଗଷ୍ଟ 29 ଯାଏ ଅପେକ୍ଷା କରନ୍ତୁ । ମୁଁ ସେହିଦିନ ଏ ବିଷୟରେ ବିସ୍ତୃତ ଆଲୋଚନା କରିବି ଏବଂ ଆପଣମାନଙ୍କୁ ଏଥିରେ ସାମିଲ ନ କରି ରହିପାରିବିନି । କାରଣ ମୁଁ ଆପଣମାନଙ୍କୁ ସୁସ୍ଥ ଦେଖିବାକୁ ଚାହେଁ । ଆପଣଙ୍କୁ Fitness ପ୍ରତି ସଚେତନ କରିବାକୁ ଚାହୁଁଛି । ଦେଶ ପାଇଁ ଏବଂ Fit India ପାଇଁ ଆମେ ମିଳିତ ଭାବରେ କିଛି ଲକ୍ଷ୍ୟ ମଧ୍ୟ ନିର୍ଦ୍ଧାରଣ କରିବା ।
ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ 29ର Fit India କାର୍ଯ୍ୟକ୍ରମ ପାଇଁ ସେପ୍ଟେମ୍ବର ମାସର ‘ପୋଷଣ ଅଭିଯାନ’ ପାଇଁ ଏବଂ ବିଶେଷକରି 11 ସେପ୍ଟେମ୍ବରରୁ ଅକ୍ଟୋବର 2 ଯାଏ ସ୍ୱଚ୍ଛତା ଅଭିଯାନ ପାଇଁ ଆପଣମାନଙ୍କୁ ମୋର ଅପେକ୍ଷା ରହିଲା । ଆଉ ହଁ, ଅକ୍ଟୋବର 2 ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ସମର୍ପିତ । ପ୍ଲାଷ୍ଟିକରୁ ମୁକ୍ତି ପାଇବା ପାଇଁ ଆମେ ଘରେ ଏବଂ ବାହାରେ ସମ୍ପୂର୍ଣ୍ଣ ଶକ୍ତି ସହ ଲାଗିପଡ଼ିବା । ମୁଁ ଜାଣେ ଏ ସମସ୍ତ ଅଭିଯାନ ସୋସିଆଲ ମିଡିଆରେ ବି ଚହଳ ପକେଇଦେବ । ଆସନ୍ତୁ, ଗୋଟିଏ ନୂତନ ଉତ୍ସାହ, ନୂତନ ସଂକଳ୍ପ ଆଉ ନୂତନ ଶକ୍ତି ସହିତ ଆଗେଇ ଚାଲିବା ।
ମୋର ପ୍ରିୟ ଦେଶବାସୀଗଣ, “ମନ୍ କି ବାତ୍’’ ଆଜିପାଇଁ ଏତିକି । ପୁଣି କଥାହେବା । ମୁଁ ଆପଣଙ୍କ କଥା ଓ ଆପଣଙ୍କ ମତାମତକୁ ଅପେକ୍ଷା କରିବି । ଆସନ୍ତୁ ଆମେ ସମସ୍ତେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ଗଢ଼ି ତୋଳିବାକୁ, ଗାନ୍ଧିଜୀଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇଯିବା – ‘ସ୍ୱାନ୍ତଃ ସୁଖାୟଃ’ । ଆମ ଭିତରର ଆନନ୍ଦକୁ ସେବା ଭାବରେ ପରିଣତ କରି ଆଗେଇ ଚାଲିବା ।
ବହୁତ ବହୁତ ଧନ୍ୟବାଦ, ନମସ୍କାର ।

My dear countrymen, Namaskar. As usual, you and I eagerly keep waiting for ‘Mann Ki Baat’. This time too, numerous letters, comments & phone calls have poured in – full of stories, suggestions & inspiration – everybody wants to do something or the other; also wanting to say it out. One can feel that sentiment. All this touches upon myriad facets which I wish to sum up, but cannot do so on account of constraints of time duration. It seems I am being put to test. Yet, once again I want to offer you your own precious thoughts, woven together on the singular thread of Mann Ki Baat.
It must be part of your recent memory that in the earlier episode, I had referred to a collection of short stories by Premchand ji, We had decided that on reading any book, some of its facets should be shared with all through the Narendra Modi App. I have seen that people in large numbers have shared a lot of information on a variety of books. It is heartwarming to see them discuss books published on subjects such as Science, Technology, innovation, history, culture, business, life-sketches and so on. Some have advised me to dwell upon many other books. Fine. I shall discuss with you on other books as well. But I must candidly admit here that I am not able to devote much time to reading books these days. But I have gained a lot, in the sense that based on your correspondence here, I got opportunities to know about the themes of many kinds of books. But the experience over the last one month makes me feel that we need to take it forward. Why don’t we create a permanent book corner on the Narendra Modi App, so that, whenever we read a book, we write about it and discuss it on this platform! And you can even suggest an apt name for our book corner. I want this book corner to be an active forum for readers & writers alike. So keep reading & writing; sharing with all friends of Mann Ki Baat alongside.
Friends, I touched upon the subject of water conservation in Mann Ki Baat and today I feel that it was an issue close to your heart even before I referred to it, a matter of universal human interest. I have experienced the fact that this topic has stirred the nation’s heart strings collectively. Many an informed, effective endeavour is afoot across the country. People have shared information on traditional methods. The media has embarked upon quite a few innovative campaigns. Be it the Government or NGOs, something or the other is being carried out on a war footing. Witnessing the might of the collective is in itself heartwarming & satisfying. A case in point is village Aara Keram under the Ormanjhi block, not very far from Ranchi in Jharkhand. The fervour & Zeal displayed by villagers there towards water conservation has turned out to be exemplary for one & all. The rural folk donated sweat, toiling collectively, to change the course of a mountain spring. It was a purely indigenous, home grown method. This has led to not only stopping soil erosion & prevention of crop damage, but also facilitated effective irrigation of fields. And you will be happy to know that the beautiful North Eastern State of Meghalaya has become the first state to have formulated its own water-policy. I congratulate the Government of Meghalaya.
In Haryana, crops that require meagre water are being encouraged. Farmers thus are saved from suffering losses. I specially congratulate the Haryana Government for establishing a connect with the farmers to wean them away from conventional modes of farming towards crops that do not require much water.
It is the season of festivals. Many fairs are held on these occasions. Why don’t we use these fairs to spread the message of water conservation? All sections of society turn up in fairs in large numbers. Here, we can effectively spread awareness on the need to save water through forums such as exhibitions and street plays, thus using the festive fervour to convey the message of water conservation with ease.
Friends, certain turns in life make our hearts swell with joy & zest; especially our children’s achievements, their feats fill us up with energy. And that is why today, I feel like mentioning about a few children. They are Nidhi Baipotu, Monish Joshi, Devanshi Rawat, Tanush Jain, Harsh Devdharkar, Anant Tiwari, Preeti Nag, Atharva Deshmukh, Aronyatesh Ganguli & Hrithik Alaamandaa.
What I tell you about them will fill your hearts with pride & verve as well. All of us know that just the word CANCER is more than enough to scare the world. It conjures images of Death waiting at the doorstep. But each of these Ten children, not only fought against the dreaded disease cancer in their battle of life, but also brought glory & laurels to the country. In sports and games, we often get to see a player becoming a champion after winning a tournament or bagging a medal; this was a rare occasion when the participants were champions BEFORE they entered the contest… they were champions of LIFE, the battle.
Actually, this month, the World Children’s Winners Games were held in Moscow. It is a unique sports tournament meant for young cancer survivors; only they who have emerged fighting cancer, can take part. In this tournament, sports & games such as shooting, chess, swimming, running, football & table-tennis are organized. All Ten champions of our country won medals in this tournament. Out of these, some players even won more than one medal.
My dear countrymen, I firmly believe that you must have felt immensely proud on India’s achievement beyond the skies… in outer space… Chandrayaan II.
People from across the country, such as Sanjiv Haripura from Jodhpur, Rajasthan, Mahendra Kumar Daga from Kolkata, P. Arvind Rao from Telangana, and many others have written to me on Narendra Modi App and mygov, urging me to speak on Chandrayaan II in Mann Ki Baat.
In fact, in the realms of Space, 2019 has been a very fruitful year for India. Our scientists launched the A-Sat in March. After that, amidst the hectic engagements during Elections, an important development such as the A-Sat could not be a prominent part of the discourse. Whereas the fact is, through the A-Sat, we have acquired the capability of destroying a satellite three hundred Kilometres away in a mere three minutes. India became the fourth country in the world, possessing this capacity. And now, on the 22nd of July, the nation watched with pride Chandrayaan II taking strides into space from Sriharikota. Visuals of Chandrayaan II lifting off filled our countrymen’s hearts with glory, zest and joy.
Chandrayaan II is a mission that is special on many counts. It will lead to a better understanding of the Moon on our part. We will be able to gather detailed information & knowledge. But if you ask me what the two greatest lessons I have received from Chandrayaan II, I shall say they are Faith & Fearlessness. We should trust our talents & capacities; we should have faith in them. You will be glad to know that Chandrayaan II is INDIAN to the core. It is thoroughly Indian in heart & spirit. It is completely a swadeshi, home grown mission. This mission has proved beyond doubt, once again, that when it comes to attempting an endeavour in new age, cutting edge areas, with innovative zeal, our scientists are second to none. They are the best… they are world class.
The second important lesson is – never lose hope in the face of stumbling blocks or obstacles. The way our scientists rectified Technical issues in record time, burning the midnight oil, is in itself an exemplary, unparalleled task. The world watched the Tapasya, the awesome perseverance of our scientists. We should also feel proud of the fact that despite hindrances, there is no change in the arrival time… many are amazed at that. We have to face temporary setbacks in life… but always remember- the capacity to overcome them resides within us. I fervently hope that the Chandrayaan II mission will inspire our youth towards Science & Innovation. After all, Science is the path to progress. We are now expectantly waiting for the month of September, when Lander Vikram & Rover Pragyan will land on Lunar surface.
Through Mann Ki Baat today, I wish to share with students, my young friends, information on a very interesting competition … I invite young boys & girls to a Quiz Competition. Your inquisitiveness regarding Space, India’s Space Mission, Science and Technology will be the salient features of this Quiz Competition. For example, How is a rocket launched, how is a satellite placed in orbit, what information do we gather from a satellite, what is A-Sat… and many more of these. The details of this competition will be available on the Mygov website.
I urge my young friends, students to participate in this competition and make it interesting and memorable through their participation. I specially call upon schools, parents, enthusiastic teachers & mentors to strive hard to ensure victory for their respective schools. Encourage all students to join. And the most thrilling part is that students scoring the highest in their respective states will be invited to visit Sriharikota, with expenses borne by the Government. There in September they will get an opportunity to witness the moment when Chandrayaan would be landing on the surface of the Moon. For these winners, it will be a historic event of their life. But for that, you will have to participate in the Quiz competition, score the highest & be a winner.
Friends, I’m sure you must have liked my suggestion… isn’t this an interesting opportunity? So, let us not forget to participate in the Quiz… let us encourage & inspire as many friends & fellow students to do the same.
My dear countrymen, you must have observed one thing. Our chain of Mann Ki Baat has lent pace to the cleanliness campaign from time to time. Similarly, efforts towards ensuring cleanliness have always inspired Mann Ki Baat. A journey that began five years ago gathered momentum with mass participation & is now setting up newer benchmarks in cleanliness & sanitation. It is not that we have reached the ideal yet, but the way we have achieved success in ODF & clean public spaces, it displays the collective will & strength of the resolve of a hundred & thirty crore countrymen. But we are not stopping at that. This movement has now advanced from cleanliness towards beautification. Just a few days ago, I was watching the story of Shriman Yogesh Saini and his team on the media. Yogesh Saini is an engineer who left his job in America and returned to serve Mother India. Recently, he has picked up the gauntlet to not just clean up Delhi, but to beautify it. With his team, he began with the garbage bins of Lodi Garden. Through the medium of street art, he has decorated many localities of Delhi with aesthetically appealing paintings. From over bridges to school walls to hutments he gave a free hand to his talent, garnering huge public support on the way, on the lines of an effective campaign. Remember how, during the Kumbh, Prayagraj was decorated with street paintings! I came to know that Yogesh Saini & his team played a stellar role in it. Colours & lines may be mute, but when they merge to form a picture, the rainbow that emanates speaks louder than a thousand words. We experience this in the beauty, the aesthetics of the Swachchata Abhiyan. It is imperative that the culture of transforming waste to wealth develops in our society. In a way, we have to move ahead on the path of converting garbage to gold.
My dear countrymen, a few days ago, I read a very interesting comment on My gov. This comment came from Brother Muhammad Aslam who stays in Shopian, Jammu & Kashmir.
He wrote, “I like listening to the programme Mann Ki Baat. I am happy to let you know that I played a positive active role in organizing the community mobilisation programme- Back to Village in my state Jammu & Kashmir. This programme was organized in the month of June. I feel such programmes should be organized every quarter. Simultaneously, there should be a provision for online monitoring too. According to me, this was a one of a kind programme where the public directly entered into a dialogue with the Government.
Brother Mohd Aslam ji had sent me a message upon reading which I felt curious to know more about the ‘Back to village’ programme and when I got to knew it at length, I felt that the entire nation should get to know about this programme.
The people of Kashmir are eager to join the national main stream, their enthusiasm is reflected in the mechanism of this programme. For the first time, senior officials reached the villages, directly, even those officials who had never visited a village were available to the villagers at their doorsteps, to judge for themselves to gauge the obstacles in the path of progress and to remove the hurdles. This week long programme encompassing about 4500 panchayats witnessed the govt. officials briefing the villagers about the schemes and programmes implemented by the Government and also inquired whether these facilities were available to them or not.
How to impart more might to the Panchayats? How to increase their income? And how the facilities rendered by panchayats can affect the day to day life, were topics that were discussed and people too interacted in a participatory fashion telling about their problems. Literacy, sex ratio, health, hygiene, water conservation, electricity, water, Girl education, senior citizen’s concerns etc. were some of the topics that were discussed at length.
Friends, this programme was not a mere Government formality that officials roam around the village and return to base, instead of this the officials spent two days and a night at the panchayat, enabling them to spend time in the village and meet almost every denizen of the village and to reach across to every establishment in the village. To make this programme even more interesting many other means were employed. Many sports competitions for kids were organized under the aegis of ‘Khelo India’. Sports Kits, MNREGA job cards and SC/ST certificates were distributed. There were Financial Literacy camps and Agriculture and Horticulture Department set up stalls where knowledge about govt. schemes was disseminated. In this manner, this programme became a festival celebrating development, a festival of people’s participation and a festival of people’s awakening! .
The people of Kashmir open heartedly became equal stakeholders in this festival. The most heartening aspect of ‘Back to village’ programme is the fact, that it was organized in such remote villages, where even officials had to traverse difficult terrain and climb mountains while walking on foot over a period of day or day and a half. These officials also reached the panchayats on the border which live under the shadow of cross-border firing, not only this the officials reached the sensitive villages in the districts of Shopian, Pulwama, Kulgam and Anantnag, without any fear. Some officers were so overwhelmed by the reception they received, that they decided to extend their stay upto two days in these villages. The organizing of Gram Sabhas in these villages, wherein the people participated in large numbers and chalked out schemes for themselves is something that is an extremely pleasant experience. A new resolve, a new fervor and grand results. Programmes like these and people’s participation or stake holding indicates that our brothers and sisters in Kashmir want good Governance and proves the dictum that the power of development is stronger than the might of bullets and bombs. It is clear that those who wish to spread hatred en route to development, pose hurdles will never succeed in their sinister plans.
My dear countrymen, Shriman Dattatraya Ramchandra Bendre, gyanpith laureate and poet has described the significance of the month of Sawan in this manner- in his poem.
होडिगे मडिगे आग्येद लग्ना | अदराग भूमि मग्ना |
Meaning that the relationship between drizzling rain and stream of water is wondrous and earth gets bedazzled by such spectacle! In entire India, people of different cultures and languages, celebrate the onset of rainy season in their own fashion. Whenever we look around us in this season it appears as if earth has draped itself in a sheet of greenery! There is generation of renewed energy all around us. In this pious season many devotees perform the Kanwad Yatra and many proceed on the Amarnath pilgrimage, many observe fasts and eagerly wait for festivals like Janamasthmi and Nag Panchmi. It is during this season that the festival of Raksha Bandhan symbolizing the bond between a brother and sister also falls.
While we are talking of the month of sawan, you will be glad to learn that the number of pilgrims in the Amarnath Yatra this year has been the greatest in the past 4 years. A total of 3 lakh pilgrims have had the darshan of the holy Amarnath shrine from 1st July till now. In 2015, the number of devotees who performed this pilgrimage over 60 days has been crossed over by the number of pilgrims in mere 28 days this year!
I would especially like to thank the hospitality of the people of Jammu- Kashmir while referring to successful organization of Amarnath Yatra. Those who return after performing this pilgrimage become imbued with the feelings of warmth and kinship displayed by the people of the state. These are portents of booming tourism in the future. I have been told that within a span of a month- and- a half of the commencement of Chardham Yatra in Uttarakhand this year, more than 8 lakh devotees have had the darshan of Kedarnath Shrine. This is a record number of pilgrims post the apocalyptic events of 2013.
I appeal to all of you to visit those tourist spots within our country whose scenic beauty is to behold during the monsoon. There are no better ways to witness this nation’s beauty and people’s sentiments and no better teachers than tourism and pilgrimage.
I extend my felicitation to you all, that may this beauteous and lively month of Sawan fill all of us with new energy, new hopes and new expectations. The month of August also brings the memories of ‘Quit India’ movement. I wish that all of us celebrate 15th August with special preparations and find out new ways to observe this festival of freedom with greater participation of masses. You must ponder over the fact how 15th August could be celebrated as a folk-festival and also as a people’s festival? On the other hand, heavy rainfall in many parts of the country has resulted in countrymen suffering due to floods. Floods wreak havoc at various levels. I assure all the citizens affected by floods, that the Centre in tandem with State govts. is working at lightning pace to provide relief and succour. On television, we witness just one aspect of monsoon- floods everywhere, water logging and traffic jam! The other picture of monsoon- the overjoyed farmer, chirping birds, gurgling waterfalls and earth wrapped under a green cover, to witness this you will have to step out along with your family. Rains bring freshness and happiness with them, my heartiest wish is that the monsoon keep on bringing happiness to you and you all enjoy best of health.
My dear countrymen, where to begin ‘Mann Ki Baat’ and where to end it, is a difficult task! But there is a time limit! I’ll be back after a month’s wait and meet you again. You’ll have lots to tell me after a month’s interval and I’ll incorporate the information in the next episode of ‘Mann Ki Baat’ and let me remind my young friends that do not forget to participate in the quiz competition, do not forgo the opportunity to visit Sriharikota at any cost. Many thanks to you all. Namaskar.

• ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ଭୁବନେଶ୍ୱରର ସୀତାଂଶୁ ମୋହନ ପରିଡ଼ାଙ୍କ ବାର୍ତ୍ତା ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
• ଅନ୍ତର୍ଜାତୀୟ ଯୋଗ ଦିବସକୁ ସଫଳ କରିଥିବାରୁ ବିଶ୍ୱବାସୀଙ୍କୁ କୃତଜ୍ଞତା ଜଣାଇଲେ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏକ ଦୀର୍ଘ ମଧ୍ୟାନ୍ତର ପରେ ପୁଣି ଥରେ,ଆପଣମାନଙ୍କ ଗହଣରେ, ଜନଙ୍କ କଥା, ଜନ-ଜନଙ୍କ କଥା, ଜନ-ମନର କଥାର ପର୍ଯ୍ୟାୟ ଆରମ୍ଭ କରୁଛୁ । ନିର୍ବାଚନର ଧାଁ-ଦଉଡ଼ରେ ବ୍ୟସ୍ତତା ତ ବହୁତ ଥିଲା, କିନ୍ତୁ‘ମନ କି ବାତ’ର ମଜା ଉଭେଇ ଯାଇଥିଲା । କିଛି ଊଣା ରହିଗଲା ଭଳି ଅନୁଭବ କରୁଥିଲି । ନିଜ ଲୋକଙ୍କ ଗହଣରେ ବସି, ହାଲୁକା ପରିବେଶରେ 130 କୋଟି ଦେଶବାସୀଙ୍କ ପରିବାରର ଜଣେ ସଦସ୍ୟ ରୂପରେ, ଅନେକ କଥା ଶୁଣୁଥିଲୁ,ବାରମ୍ବାର କହୁଥିଲୁ, ଆଉ ବେଳେବେଳେ ଆମ ନିଜ କଥା ହିଁ ଆମ ନିଜ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟି ଯାଉଥିଲା । ଏହି ମଝି ସମୟଟି କେମିତି କଟିଥିବ,ତାହା ଆପଣ କଳ୍ପନା କରିପାରୁଛନ୍ତି? ରବିବାର, ମାସର ଶେଷ ରବିବାର – ଦିନ 11ଟା ସମୟରେ, ମୋତେ ବି ଲାଗୁଥିଲା ଯେ କିଛି ଗୋଟାଏ ରହିଗଲା,ଆପଣମାନଙ୍କୁ ବି ଲାଗୁଥିଲା ନା? ନିଶ୍ଚୟ ଲାଗୁଥିବ । ବୋଧହୁଏ, ଏହା କୌଣସି ନିର୍ଜୀବ କାର୍ଯ୍ୟକ୍ରମ ନ ଥିଲା । ଏହି କାର୍ଯ୍ୟକ୍ରମ ଜୀବନ୍ତ ଥିଲା, ଏଥିରେ ଆତ୍ମୀୟତା ଥିଲା, ମନର ଘନିଷ୍ଠତା ଥିଲା, ହୃଦୟର ସମ୍ପର୍କ ଥିଲା । ତେଣୁ ଏହି ମଧ୍ୟାନ୍ତର ସମୟଟି ମୋତେ ବହୁତ କଠିନ ଲାଗିଲା । ପ୍ରତିକ୍ଷଣରେ ମୁଁ କିଛି ମିସ୍ କରୁଥିଲି । କାରଣ, ମୁଁ ଯେତେବେଳେ ମନର କଥା କହେ, ସେତେବେଳେ ମୁଁ କହୁଥାଇପାରେ, ହୁଏତ ଭାଷା ମୋର ହୋଇପାରେ, ସ୍ୱର ମୋର ହୋଇପାରେ, ହେଲେ ଏ କଥା ଆପଣମାନଙ୍କର,ପରିଶ୍ରମ ଆପଣମାନଙ୍କର, ପରାକ୍ରମ ଆପଣମାନଙ୍କର । ମୁଁ ତ କେବଳ, ମୋ ଭାଷା,ମୋ ବାଣୀକୁ ବ୍ୟବହାର କରୁଥିଲି ଆଉ ସେଥିପାଇଁ, ମୁଁ ଏହି କାର୍ଯ୍ୟକ୍ରମକୁ ନୁହେଁ,ବରଂ ଆପଣମାନଙ୍କୁ ମିସ୍ କରୁଥିଲି । ଗୋଟିଏ ଶୂନ୍ୟତା ଅନୁଭବ କରୁଥିଲି । ଥରେ ଇଚ୍ଛା ମଧ୍ୟ ହେଲା ଯେ, ନିର୍ବାଚନ ସରିବା କ୍ଷଣି ଆପଣମାନଙ୍କ ଗହଣକୁ ଚାଲିଆସିବି । କିନ୍ତୁ, ପରେ ଭାବିଲି ଯେ, ନା, ସେହି ରବିବାରର ଧାରା ଜାରି ରହିବା ଉଚିତ । କିନ୍ତୁ ଆଜିର ଏହି ରବିବାର ବହୁତ ପ୍ରତୀକ୍ଷା କରାଇଲା । ସେ ଯାହାହେଉ, ସୁଯୋଗ ମିଳି ହିଁ ଗଲା । ଗୋଟିଏ ପାରିବାରିକ ପରିବେଶରେ ମନର କଥା, ଛୋଟ ଛୋଟ କଥା,ହାଲ୍କା-ଫୁଲ୍କା କଥା, ଯାହା ସମାଜ, ଜୀବନରେ ପରିବର୍ତନର କାରଣ ପାଲଟିଛି, ଏକ ପ୍ରକାର ସେଗୁଡ଼ିକର ଶୃଙ୍ଖଳା ହିଁ ଗୋଟିଏ ନୂଆ ଉଦ୍ଦୀପନାକୁ ଜନ୍ମ ଦେଇ ଏକ ନିଉଇଣ୍ଡିଆର ସ୍ପିରିଟକୁ ସାମର୍ଥ୍ୟ ପ୍ରଦାନ କରୁଥିବା ଏ କ୍ରମ – ଆଗକୁ ବଢ଼ିଚାଲୁ ।
ଗତ ମାସଗୁଡ଼ିକରେ ଅନେକ ବାର୍ତା ଆସିଛି, ଯେଉଁଥିରେ ଲୋକେ କହିଛନ୍ତି ଯେ,ସେମାନେ ‘ମନ୍ କି ବାତ୍’କୁ ମିସ୍ କରୁଛନ୍ତି । ମୁଁ ଯେତେବେଳେ ଏସବୁ ପଢ଼ୁଛି, ଶୁଣୁଛି,ମୋତେ ଭଲ ଲାଗୁଛି । ଆପଣମାନଙ୍କ ସହ ଖୁବ୍ ଅନ୍ତରଙ୍ଗତା ଅନୁଭବ କରୁଛି । ବେଳେବେଳେ ମୋତେ ଲାଗେ ଯେ, ଏହା ମୋର “ସ୍ୱ”ରୁ “ସମଷ୍ଟି” ଦିଗକୁ ଯାତ୍ରା । ଏହା ମୋର “ଅହମ୍”ରୁ “ବୟମ୍” ଦିଗକୁ ଯାତ୍ରା । ଆପଣଙ୍କ ସହ ମୋର ଏହି ମୌନ କଥୋପକଥନ ମୋ ପାଇଁ ଏକ ପ୍ରକାର ମୋର ଆଧ୍ୟାତ୍ମିକ ଯାତ୍ରାର ଅଂଶବିଶେଷ ଥିଲା । ନିର୍ବାଚନର ବ୍ୟସ୍ତତା ଭିତରେ ମୁଁ କେଦାରନାଥ କାହିଁକି ଚାଲିଗଲି ବୋଲି ଅନେକ ଲୋକ ମୋତେ ପ୍ରଶ୍ନ କରିଥିଲେ । ଏହା ଆପଣଙ୍କ ଅଧିକାର । ଆପଣମାନଙ୍କ ଜାଣିବାର ଉତ୍କଣ୍ଠାକୁ ବି ମୁଁ ବୁଝିପାରୁଛି । ବେଳେବେଳେ ଭାବେ, ମୋର ସେହି ଭାବନାକୁ ଆପଣମାନଙ୍କ ନିକଟରେ ପହଂଚାଇ ଦିଅନ୍ତି କି ! କିନ୍ତୁ ଆଜି ଭାବୁଛି ଯେ,ଯଦି ସେ ଦିଗକୁ ମାଡ଼ିଯିବି, ତାହେଲେ, ‘ମନ୍ କି ବାତ୍’ର ରୂପ ହିଁ ବଦଳିଯିବ । ତେଣୁ ନିର୍ବାଚନର ଏହି ବ୍ୟସ୍ତତା, ଜୟ-ପରାଜୟର ଅନୁମାନ ଭିତରେ ମତଦାନ ବି ବାକିଥିଲା, ତଥାପି ମୁଁ ବାହାରିପଡ଼ିଲି । ଅଧିକାଂଶ ଲୋକ ଏହାକୁ ଏକ ରାଜନୈତିକ ଦୃଷ୍ଟିରେ ଦେଖିଛନ୍ତି । କିନ୍ତୁ ମୋ ପାଇଁ ଏହା ଥିଲା ନିଜ ସହ ନିଜର ମିଳନର ଏକ ଅବସର । ଏକ ପ୍ରକାର, ମୁଁ ନିଜକୁ ଭେଟିବା ପାଇଁ ସେଠାକୁ ଚାଲିଯାଇଥିଲି । ସେ ବିଷୟରେ ଆଉ ଅଧିକ କିଛି ଆଜି କହିବିନି, କିନ୍ତୁ ଏତିକି କହିବି ଯେ, ‘ମନ୍ କି ବାତ୍’ର ଏହି ସାମାନ୍ୟ ବ୍ୟବଧାନ ଯୋଗୁଁ ଯେଉଁ ଶୂନ୍ୟତା ଥିଲା, କେଦାରନାଥର ସେହି ଘାଟି,ସେହି ନିକାଂଚନ ଗୁମ୍ଫା, ଅବଶ୍ୟ କିଛି ପୂରଣ କରିବା ପାଇଁ ସୁଯୋଗ ଦେଇଥିଲା । ଯଦି ଆପଣଙ୍କର ଆଉ କିଛି ଜିଜ୍ଞାସା ଅଛି, ପୁଣି କେତେବେଳେ ସେ ସମ୍ପର୍କରେ ବି ଚର୍ଚ୍ଚା କରିବି ବୋଲି ଭାବୁଛି । କେବେ କରିବି ତାହା କହିପାରୁନି, ହେଲେ କରିବି ନିଶ୍ଚୟ, କାରଣ ଆପଣମାନଙ୍କର ମୋ ଉପରେ ସେ ଅଧିକାର ରହିଛି । ଯେମିତି କେଦାରନାଥ ସମ୍ପର୍କରେ ଲୋକେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ସେହିପରି ସକାରାତ୍ମକ କଥାଗୁଡ଼ିକ ଉପରେ ଗୁରୁତ୍ୱ ଦେବାର ଆପଣମାନଙ୍କ ପ୍ରଚେଷ୍ଟାକୁ ମୁଁ ଆପଣମାନଙ୍କ କଥାରେ ଅନୁଭବ କରିପାରୁଛି । ‘ମନ୍ କି ବାତ୍’ ପାଇଁ ଯେଉଁ ଚିଠି ସବୁ ଆସୁଛି, ଯେଉଁ ଇନପୁଟ୍ସ ମିଳୁଛି, ସେଗୁଡ଼ିକ ଗତାନୁଗତିକ ସରକାରୀ କାମଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆପଣଙ୍କ ଚିଠି ମଧ୍ୟ କେତେବେଳେ ମୋ’ ପାଇଁ ପ୍ରେରଣାର ସ୍ରୋତ ପାଲଟିଯାଏ ତ କେତେବେଳେ ଶକ୍ତି ଭରିଦିଏ । ବେଳେବେଳେ ଆପଣମାନଙ୍କର କିଛି ଶବ୍ଦ ମୋ ଚିନ୍ତାଧାରାକୁ ଶାଣିତ କରିଦିଅନ୍ତି । ଲୋକେ ଦେଶ ଓ ସମାଜ ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଲେଖୁଛନ୍ତି ଆଉ ପୁଣି ସେଗୁଡ଼ିକର ସମାଧାନ ସମ୍ପର୍କରେ ମଧ୍ୟ ଲେଖୁଛନ୍ତି । ମୁଁ ଲକ୍ଷ୍ୟ କରିଛି ଯେ, ଚିଠିରେ ଲୋକେ ସମସ୍ୟାଗୁଡ଼ିକର ବର୍ଣ୍ଣନା ତ କରୁଛନ୍ତି, କିନ୍ତୁ ବଡ କଥା ହେଲା ତା’ସଙ୍ଗେ ସଙ୍ଗେ ସମାଧାନର ମଧ୍ୟ କିଛି ନା କିଛି ପରାମର୍ଶ, କିଛି ନା କିଛି କଳ୍ପନା, ପ୍ରତ୍ୟକ୍ଷ ରୂପରେ ହେଉ ବା ପରୋକ୍ଷ ରୂପରେ ପ୍ରକାଶ କରିଦେଉଛନ୍ତି । ଯଦିବା କେହି ଜଣେ ସ୍ୱଚ୍ଛତା ସମ୍ପର୍କରେ ଲେଖିବା ବେଳେ ଆବର୍ଜନା ପ୍ରତି ତା’ର ବିରକ୍ତି ଭାବ ପ୍ରକାଶ କରୁଛି ତାହାସହ ସ୍ୱଚ୍ଛତା ପାଇଁ ହେଉଥିବା ପ୍ରଚେଷ୍ଟାର ପ୍ରଶଂସା ମଧ୍ୟ କରୁଛି । କେହି ପରିବେଶ ସମ୍ପର୍କରେ ଆଲୋଚନା କରିବା ସମୟରେ ପରିବେଶ ସୁରକ୍ଷା ପାଇଁ ତା’ମନରେ ଥିବା କଷ୍ଟକୁ ପରିପ୍ରକାଶ କରିଥାଏ, ଆଉ ପୁଣି ଏଥିପାଇଁ ସେ ନିଜେ କରିଥିବା ପ୍ରୟୋଗଗୁଡ଼ିକ ସମ୍ପର୍କରେ ମଧ୍ୟ ଜଣାଇଥାଏ । ଯେଉଁ ପ୍ରୟୋଗ ସେ ଦେଖିଛି – ସେ ସମ୍ପର୍କରେ କହିଥାଏ ଆଉ ଯେଉଁ କଳ୍ପନା ତା ମନ ଭିତରେ ରହିଯାଇଛି, ସେ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥାଏ । ଅର୍ଥାତ୍, ସାରା ସମାଜରେ ସେହି ସମସ୍ୟାଗୁଡ଼ିକର ସମାଧାନ କିପରି ଭାବେ ହୋଇପାରିବ ତାହାର ଗୋଟିଏ ଝଲକ୍ ମୁଁ ଆପଣମାନଙ୍କ କଥାରେ ଅନୁଭବ କରିଥାଏ । ‘ମନ୍ କି ବାତ୍’ ଦେଶ ଏବଂ ସମାଜ ପାଇଁ ଏକ ଦର୍ପଣ ସଦୃଶ । ଇଏ ଦେଖାଇଦିଏ ଯେ ଦେଶବାସୀ ଅନ୍ତରରେ କେତେ ଶକ୍ତିଶାଳୀ, କେତେ ଦୃଢ଼ ଏବଂ ସେମାନଙ୍କ ଭିତରେ ପ୍ରତିଭାର କୌଣସି ଅଭାବ ନାହିଁ । ସେହି ଦୃଢ଼ତା ଆଉ ପ୍ରତିଭାକୁ ସୁଯୋଗ ପ୍ରଦାନ କରିବାର, ସେସବୁକୁ କ୍ରିୟାନ୍ୱିତ କରିବାର ଆବଶ୍ୟକତା ରହିଛି । ‘ମନ୍ କି ବାତ୍’ ଏ କଥା ମଧ୍ୟ କହେ ଯେ, ଦେଶର ଉନ୍ନତି ପଥରେ ସମସ୍ତ ୧୩୦ କୋଟି ଦେଶବାସୀ ଦୃଢ଼ ଏବଂ ସକ୍ରିୟ ଭାବେ ସମ୍ମିଳିତ ହେବାକୁ ଚାହୁଁଛନ୍ତି । ଗୋଟିଏ କଥା ମୁଁ ନିଶ୍ଚୟ କହିବି ଯେ, ‘ମନ୍ କି ବାତ୍’ରେ ମୋ ପାଖକୁ ଏତେ ଚିଠି ଆସୁଛି, ଏତେ ଟେଲିଫୋନ କଲ୍ ଆସୁଛି, ଏତେ ବାର୍ତା ମିଳୁଛି,କିନ୍ତୁ ସେଥିରେ ଅଭିଯୋଗର ମାତ୍ରା ବହୁତ କମ୍ । ଲୋକେ କିଛି ମାଗିଛନ୍ତି, କିନ୍ତୁ ନିଜ ପାଇଁ କେହି କିଛି ମାଗିବା ଏମିତି ଗୋଟିଏ ହେଲେ ବି କଥା ଗତ ପାଂଚବର୍ଷରେ ମୋ ଦୃଷ୍ଟିକୁ ଆସିନି । ଦେଶର ପ୍ରଧାନମନ୍ତ୍ରୀଙ୍କୁ ଜଣେ ଚିଠି ଲେଖୁଛି, ଆଉ ନିଜ ପାଇଁ କିଛି ମାଗୁନି, ଏଥିରୁ ଆପଣ କଳ୍ପନା କରିପାରୁଥିବେ ଯେ, ଏ ଦେଶର କୋଟି କୋଟି ଲୋକଙ୍କର ଭାବନା କେତେ ଉଚ୍ଚ! ମୁଁ ଯେତେବେଳେ ଏ ସବୁର ବିଶ୍ଲେଷଣ କରେ,ସେତେବେଳେ ମୋତେ କେତେ ଖୁସି ଲାଗୁଥିବ, ମୋତେ କେତେ ଶକ୍ତି ମିଳୁଥିବ,ତାହା ଆପଣ କଳ୍ପନା କରିପାରୁଥିବେ । ଆପଣ ଜାଣିନଥିବେ ଯେ, ଆପଣମାନେ ହିଁ ମୋତେ ଚଳାନ୍ତି, ମୋତେ ଦୌଡ଼ାନ୍ତି, ପ୍ରତିକ୍ଷଣ ମୋତେ ପ୍ରାଣବନ୍ତ କରି ରଖନ୍ତି । ଏହି ସମ୍ପର୍କକୁ ହିଁ ମୁଁ ମିସ୍ କରୁଥିଲି । ଆଜି ମୋ ମନ ଆନନ୍ଦରେ ପରିପୂର୍ଣ୍ଣ । ଗତଥର ଯେତେବେଳେ ଶେଷରେ ମୁଁ କହିଥିଲି ଯେ, ଆମେ ତିନି-ଚାରି ମାସ ପରେ ଭେଟିବା,ସେତେବେଳେ ଲୋକେ ଏହାକୁ ରାଜନୈତିକ ଦୃଷ୍ଟିରେ ଦେଖିଥିଲେ ଆଉ କହିଥିଲେ ଯେ, ମୋଦୀଜୀଙ୍କର କେତେ ଆତ୍ମବିଶ୍ୱାସ, କେତେ ଭରସା ! ଏ ଆତ୍ମବିଶ୍ୱାସ ମୋଦୀଙ୍କର ନ ଥିଲା, ଏ ବିଶ୍ୱାସ ଆପଣଙ୍କ ଆସ୍ଥାର ଆଧାର ଥିଲା । ବିଶ୍ୱାସର ରୂପ ଆପଣମାନେ ହିଁ ଥିଲେ, ଆଉ ସେଥିପାଇଁ ଗତଥର ଶେଷ ‘ମନ୍ କି ବାତ୍’ରେ ସହଜ ଢଙ୍ଗରେ ମୁଁ କହି ଦେଇଥିଲି ଯେ, କିଛିମାସ ପରେ ମୁଁ ପୁଣି ଆପଣଙ୍କ ପାଖକୁ ଫେରିବି । ପ୍ରକୃତରେ, ମୁଁ ଆସିନି, ଆପଣମାନେ ମୋତେ ଆଣିଛନ୍ତି, ଆପଣମାନେ ହିଁ ମୋତେ ବସାଇଛନ୍ତି । ଆଉ, ଆପଣମାନେ ହିଁ ମୋତେ ପୁଣି ଥରେ କହିବାର ସୁଯୋଗ ପ୍ରଦାନ କରିଛନ୍ତି । ଏହି ଭାବନା ସହିତ, ଆସନ୍ତୁ, ‘ମନ୍ କି ବାତ୍’ର ଏ ଭାବନା ଆଗକୁ ବଢ଼ାଇବା ।
ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଗଲା, ସେତେବେଳେ ଏହାର ବିରୋଧ କେବଳ ରାଜନୈତିକ କ୍ଷେତ୍ର ମଧ୍ୟରେ ସୀମିତ ନ ଥିଲା,ରାଜନେତାମାନଙ୍କ ଭିତରେ ସୀମିତ ନ ଥିଲା, ବନ୍ଦୀଗୃହ କିମ୍ବା ଆନ୍ଦୋଳନ ଭିତରେ ସୀମିତ ନ ଥିଲା । ଜନ ଗଣଙ୍କ ହୃଦୟରେ ଆକ୍ରୋଶ ରହିଥିଲା । ହରାଇଥିବା ଗଣତନ୍ତ୍ର ପାଇଁ ଏକ ତୀବ୍ର ଇଚ୍ଛା ଥିଲା । ନିତିଦିନ ଠିକ୍ ସମୟରେ ଭୋଜନ ମିଳିଗଲେ,ଭୋକର ଦାଉ ଜାଣିହୁଏନି । ଠିକ୍ ସେହିଭଳି ଗଣତନ୍ତ୍ରରେ ଅଧିକାରର ଆନନ୍ଦ ସେତିକିବେଳେ ଜଣାପଡ଼େ, ଯେତେବେଳେ କେହି ସେଗୁଡ଼ିକୁ ଆମଠାରୁ ଛଡ଼େଇନିଏ । ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶର ପ୍ରତ୍ୟେକ ନାଗରିକ ତା’ଠାରୁ କିଛି ଛଡ଼ାଇ ନିଆଯାଇଥିବା ପରି ଅନୁଭବ କରୁଥିଲା । ଜୀବନରେ ସେ ଥରେ ହେଲେ ବ୍ୟବହାର କରିନଥିବା ଜିନିଷଟିକୁ ଛଡାଇ ନିଆଯିବା ଯୋଗୁଁ ତା’ ମନରେ କଷ୍ଟ ଥିଲା । ଏହା କେବଳ ଏଇଥିପାଇଁ ନୁହେଁ ଯେ, ଭାରତର ସମ୍ବିଧାନରେ ଏଭଳି କିଛି ବ୍ୟବସ୍ଥା ରହିଛି ଯାହାର ଫଳସ୍ୱରୂପ ଗଣତନ୍ତ୍ରର ଅଭିବୃଦ୍ଧି ଘଟିଛି । ସାମାଜିକ ବ୍ୟବସ୍ଥାକୁ ଚଳାଇବା ପାଇଁ ସମ୍ବିଧାନର ଆବଶ୍ୟକ ପଡିଥାଏ, ଆଇନ-କାନୁନ୍, ନିୟମର ମଧ୍ୟ ଆବଶ୍ୟକ ହୋଇଥାଏ । ଅଧିକାର ଏବଂ କର୍ତ୍ତବ୍ୟର କଥା ମଧ୍ୟ ଉଠେ । କିନ୍ତୁ ଭାରତ ଏ କଥା ଗର୍ବର ସହ କହିପାରେ ଯେ, ଆମ ପାଇଁ ଗଣତନ୍ତ୍ର ହେଉଛି ଆମ ସଂସ୍କାର,ଗଣତନ୍ତ୍ର ହେଉଛି ଆମ ସଂସ୍କୃତି, ଗଣତନ୍ତ୍ର ଆମର ଐତିହ୍ୟ ଏବଂ ସେହି ଐତିହ୍ୟକୁ ନେଇ ଆମେ ବଢ଼ିଛୁ, ତେଣୁ ଏହାର ଅଭାବ ଦେଶବାସୀ ଅନୁଭବ କରୁଥିବା କଥା ଜରୁରୀକାଳୀନ ପରିସ୍ଥିତିରେ ଆମେ ଅନୁଭବ କରିଥିଲୁ । ସେଥିପାଇଁ ସାରା ଦେଶ ଗୋଟିଏ ସମଗ୍ର ନିର୍ବାଚନ ନିଜ ହିତ ପାଇଁ ନୁହେଁ, ବରଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସମର୍ପି ଦେଇଥିଲା । ହୁଏତ, ବିଶ୍ୱର ଗୋଟିଏ ଦେଶ, ସେଠାକାର ପ୍ରତ୍ୟେକ ନାଗରିକ,ଗଣତନ୍ତ୍ର ପାଇଁ, ନିଜର ଅବଶିଷ୍ଟ ଅଧିକାରର ଆବଶ୍ୟକତାକୁ ଖାତିର୍ ନ କରି କେବଳ ଗଣତନ୍ତ୍ରର ସୁରକ୍ଷା ପାଇଁ ମତଦାନ କରିଥିବ – ସେହିଭଳି ଏକ ନିର୍ବାଚନ ଏହି ଦେଶ 1977ରେ ଦେଖିଥିଲା । ନିକଟ ଅତୀତରେ ଗଣତନ୍ତ୍ରର ମହାପର୍ବ, ଖୁବ୍ ବଡ଼ ନିର୍ବାଚନୀ ଅଭିଯାନ, ଆମ ଦେଶରେ ସମ୍ପୂର୍ଣ୍ଣ ହେଲା । ଧନୀଠାରୁ ନିର୍ଦ୍ଧନ, ସମସ୍ତେ ଏହି ପର୍ବରେ ଆନନ୍ଦର ସହ ଆମ ଦେଶର ଭବିଷ୍ୟତର ନିଷ୍ପତି ଗ୍ରହଣ କରିବା ପାଇଁ ତତ୍ପର ଥିଲେ ।
ଯେତେବେଳେ କୌଣସି ଜିନିଷ ଆମ ହାତ ପାହାନ୍ତାରେ ଥାଏ, ସେତେବେଳେ ଆମେ ତାହାକୁ ନଗଣ୍ୟ ମନେ କରୁ, ତାହାର ଚମକପ୍ରଦ ତଥ୍ୟ ବି ଉପେକ୍ଷିତ ହୋଇରହିଯାଏ । ଆମକୁ ଯେଉଁ ଅମୂଲ୍ୟ ଗଣତନ୍ତ୍ର ମିଳିଛି, ତାହାକୁ ଆମେ ଖୁବ ସହଜରେ ଆମର ଅଧିକାର ବୋଲି ଭାବି ନେଉଛୁ । କିନ୍ତୁ ଆମକୁ ସର୍ବଦା ମନେ ରଖିବାକୁ ପଡିବ ଯେ,ଆମ ଗଣତନ୍ତ୍ର ଖୁବ୍ ମହାନ୍, ଏହି ଗଣତନ୍ତ୍ର ଆମ ରକ୍ତରେ ପ୍ରବାହିତ – ଶହ ଶହ ବର୍ଷର ସାଧନା ଫଳରେ, ପୁରୁଷାନୁକ୍ରମେ ପ୍ରାପ୍ତ ସଂସ୍କାରରୁ, ଗୋଟିଏ ବିରାଟ ମନର ଅବସ୍ଥାରୁ ଏହା ଆମକୁ ପ୍ରାପ୍ତ ହୋଇଛି । ଭାରତରେ 2019ର ଲୋକସଭା ନିର୍ବାଚନରେ, 61 କୋଟିରୁ ଅଧିକ ଲୋକ ମତଦାନ କଲେ । ଏହି ସଂଖ୍ୟା ଆମକୁ ସାଧାରଣ ଲାଗିପାରେ । କିନ୍ତୁ ବିଶ୍ୱକୁ ଦୃଷ୍ଟିରେ ରଖି ଯଦି ମୁଁ କହିବି, ତେବେ କେବଳ ଚୀନକୁ ଛାଡ଼ିଦେଲେ, ବିଶ୍ୱର ଯେକୌଣସି ଦେଶର ଜନସଂଖ୍ୟାଠାରୁ ଭାରତରେ ଏଥର ଅଧିକ ଲୋକ ମତଦାନ କରିଥିଲେ । ଯେତିକି ଲୋକ 2019ର ଲୋକସଭା ନିର୍ବାଚନରେ ମତଦାନ କଲେ, ତାଙ୍କ ସଂଖ୍ୟା ଆମେରିକାର ମୋଟ ଜନସଂଖ୍ୟାଠାରୁ ମଧ୍ୟ ଅଧିକ, ପ୍ରାୟ ଦୁଇଗୁଣ । ଭାରତରେ ମୋଟ ଭୋଟରଙ୍କ ସଂଖ୍ୟା ଯେତିକି, ତାହା ସମ୍ପୂର୍ଣ୍ଣ ୟୁରୋପର ଜନସଂଖ୍ୟାଠାରୁ ମଧ୍ୟ ଅଧିକ । ଏହା ଆମ ଗଣତନ୍ତ୍ରର ବିଶାଳତାକୁ ପରିଚୟ କରାଇଥାଏ । 2019ର ଲୋକସଭା ନିର୍ବାଚନ ଏ ପର୍ଯ୍ୟନ୍ତ ଇତିହାସରେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ନିର୍ବାଚନ ଥିଲା । ଏଭଳି ନିର୍ବାଚନ କରାଇବାରେ କେତେ ବଡ଼ ସ୍ତରରେ ସମ୍ବଳ ଏବଂ ମାନବ ଶକ୍ତିର ଆବଶ୍ୟକତା ପଡ଼ିଥିବ ତାହା ଆପଣ କଳ୍ପନା କରିପାରନ୍ତି । ଲକ୍ଷ ଲକ୍ଷ ଶିକ୍ଷକ, ଅଧିକାରୀ ଏବଂ କର୍ମଚାରୀମାନଙ୍କ କଠିନ ପରିଶ୍ରମ ଫଳରେ ନିର୍ବାଚନ ସମ୍ଭବ ହେଲା । ଗଣତନ୍ତ୍ରର ଏହି ମହାଯଜ୍ଞକୁ ସଫଳତାର ସହିତ ପୂର୍ଣ୍ଣ କରିବା ପାଇଁ ଅର୍ଦ୍ଧ-ସାମରିକ ବାହିନୀର ପ୍ରାୟ ତିନି ଲକ୍ଷ ସୁରକ୍ଷାକର୍ମୀ ନିଜର ଦାୟିତ୍ୱ ନିର୍ବାହ କରିଥିବାବେଳେ ବିଭିନ୍ନ ରାଜ୍ୟର 20 ଲକ୍ଷ ପୁଲିସ କର୍ମୀମାନେ ମଧ୍ୟ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କଲେ । ଏମାନଙ୍କ କଠିନ ପରିଶ୍ରମ ବଳରେ ହିଁ ଏଥର ଗତଥର ଅପେକ୍ଷା ଅଧିକ ମତଦାନ ହେଲା । ମତଦାନ ପାଇଁ ସମଗ୍ର ଦେଶରେ ପ୍ରାୟ 10 ଲକ୍ଷ ଭୋଟ ଗ୍ରହଣ କେନ୍ଦ୍ର, 40 ଲକ୍ଷରୁ ଅଧିକ ଇ.ଭି.ଏମ୍., 17 ଲକ୍ଷରୁ ଅଧିକ ଭି.ଭି.ପାଟ୍ ମେସିନ – କେତେ ବଡ଼ ଆୟୋଜନ – ଏହାର କଳ୍ପନା ଆପଣ କରିପାରୁଥିବେ । କୌଣସି ମତଦାତା ତା’ର ଅଧିକାରରୁବଞ୍ଚିତ ନ ହେଉ, ସେ କଥା ସୁନିଶ୍ଚିତ କରିବା ପାଇଁ ଏତେସବୁ ଆୟୋଜନ କରାଗଲା । ଅରୁଣାଚଳ ପ୍ରଦେଶର ଏକ ଦୁର୍ଗମ ଅଂଚଳରେ ମାତ୍ର ଜଣେ ମହିଳା ମତଦାତାଙ୍କ ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଖୋଲାଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନିର୍ବାଚନ ଆୟୋଗର କର୍ମଚାରୀମାନଙ୍କୁ ସେଠାକୁ ପହଞ୍ଚିବା ପାଇଁ ଦୁଇ ଦିନ ଯାତ୍ରା କରିବାକୁ ପଡ଼ିଲା । ଏହାହିଁ ତ ଗଣତନ୍ତ୍ରର ପ୍ରକୃତ ଗୌରବ । ବିଶ୍ୱରେ ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟ ଭାରତରେ ହିଁ ରହିଛି । ଏହି କେନ୍ଦ୍ର ହିମାଚଳ ପ୍ରଦେଶର ଲାହୋଲ-ସ୍ଫିତି କ୍ଷେତ୍ରରେ 15,000 ଫୁଟ ଉଚ୍ଚତାରେ ଅବସ୍ଥିତ । ଏହାଛଡ଼ା ଏହି ନିର୍ବାଚନରେ ଆଉ ଏକ ତଥ୍ୟ ରହିଛି ଯାହା ଆମକୁ ଗର୍ବରେ ପରିପୂର୍ଣ୍ଣ କରେ । ହୁଏତ, ଇତିହାସର ଏହା ପ୍ରଥମ ଘଟଣା ଯେ, ମହିଳାମାନେ ମଧ୍ୟ ପୁରୁଷମାନଙ୍କ ଭଳି ଉତ୍ସାହର ସହ ମତଦାନ କଲେ । ଏହି ନିର୍ବାଚନରେ ପୁରୁଷ ଏବଂ ମହିଳାମାନଙ୍କ ମତଦାନ ହାର ପ୍ରାୟ ସମାନ ଥିଲା । ଏହାସହ ଜଡ଼ିତ ଅନ୍ୟ ଏକ ଉତ୍ସାହବର୍ଦ୍ଧକ ତଥ୍ୟ ହେଲା – ଆଜି ସଂସଦରେ ରେକର୍ଡ ସଂଖ୍ୟକ 78 ଜଣ ମହିଳା ସଦସ୍ୟା ଅଛନ୍ତି । ମୁଁ ନିର୍ବାଚନ ଆୟୋଗକୁ ଏବଂ ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଏବଂ ଭାରତର ସଚେତନ ନାଗରିକମାନଙ୍କୁ ପ୍ରଣାମ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନେ ଅନେକ ଥର ମୋ ମୁହଁରୁ ଶୁଣିଥିବେ ଯେ, “ବୁକେ ନୁହେଁ ବୁକ୍” । ମୁଁ ଅନୁରୋଧ କରିବାକୁ ଚାହୁଁଥିଲି ଯେ, ସ୍ୱାଗତ କରିବା ସମୟରେ ଆମେ ଫୁଲତୋଡ଼ା ବଦଳରେ ବହି ଦେଇପାରିବା କି? ସେହିଦିନୁ ଅନେକ ସ୍ଥାନରେ ଲୋକେ ବହି ଦେବା ଆରମ୍ଭ କରିଦେଇଛନ୍ତି । ମୋତେ ନିକଟ ଅତୀତରେ କେହି ଜଣେ “ପ୍ରେମଚନ୍ଦ୍ କି ଲୋକପ୍ରିୟ କାହାନିୟାଁ” ପୁସ୍ତକ ଉପହାର ଦେଲେ । ମୋତେ ଖୁବ୍ ଭଲ ଲାଗିଲା । ଅବଶ୍ୟ ବେଶୀ ସମୟ ତ ମିଳିପାରିଲାନି, କିନ୍ତୁ ଯାତ୍ରା ସମୟରେ ମୋତେ ତାଙ୍କର କିଛି ଗଳ୍ପ ପୁଣିଥରେ ପଢ଼ିବାର ସୁଯୋଗ ମିଳିଗଲା । ପ୍ରେମଚନ୍ଦ ନିଜ କାହାଣୀଗୁଡ଼ିକରେ ସମାଜର ଯେଉଁ ନିଚ୍ଛକ ଛବି ଆଙ୍କିଛନ୍ତି, ପଢ଼ିବା ସମୟରେ ସେଗୁଡ଼ିକର ଚିତ୍ର ଆପେ ଆପେ ଆପଣଙ୍କ ମାନସପଟରେ ଆଙ୍କି ହୋଇଯାଏ । ସେ ଲେଖିଥିବା ପ୍ରତ୍ୟେକ କଥା ଜୀବନ୍ତ ହୋଇଉଠେ । ସରଳ ଭାଷାରେ ମାନବୀୟ ସମ୍ବେଦନାକୁ ପ୍ରକାଶ କରୁଥିବା ତାଙ୍କ କାହାଣୀମାନ ମୋ ମନକୁ ମଧ୍ୟ ଛୁଇଁଗଲା । ତାଙ୍କ କାହାଣୀଗୁଡ଼ିକରେ ସମଗ୍ର ଭାରତର ମନୋଭାବ ସନ୍ନିହିତ ହୋଇ ରହିଛି । ମୁଁ ଯେତେବେଳେ ତାଙ୍କ ଲିଖିତ “ନଶା” ନାମକ କାହାଣୀ ପଢ଼ୁଥିଲି,ସେତେବେଳେ ମୋ ମନ ଆପେ ଆପେ ସମାଜରେ ପରିବ୍ୟାପ୍ତ ଆର୍ଥିକ ବୈଷମ୍ୟ ଆଡ଼କୁ ଚାଲିଗଲା । ମୋତେ ମୋର ଯୁବାବସ୍ଥାର ସେହି ଦିନଗୁଡ଼ିକ ମନେ ପଡ଼ିଗଲା ଯେତେବେଳେ ଏହି ବିଷୟକୁ ନେଇ ରାତିସାରା ଆଲୋଚନା ହେଉଥିଲା । ଜମିଦାରର ପୁଅ ଈଶ୍ୱରୀ ଆଉ ଗରିବ ପରିବାରର ବୀରର ଏହି କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ, ଆମେ ଯଦି ସାବଧାନ ନ ରହିବା, ତା’ହେଲେ କୁସଙ୍ଗତିର ପ୍ରଭାବ କେତେବେଳେ ଆମକୁ କବଳିତ କରିଦେବ ତାହା ଜଣାପଡ଼ିବ ନାହିଁ । ଅନ୍ୟ ଏକ କାହାଣୀ ଯାହା ମୋ ହୃଦୟକୁ ଗଭୀର ଭାବେ ସ୍ପର୍ଶ କଲା ତାହା ଥିଲା “ଈଦ୍ଗାହ” ।ଜଣେ ବାଳକର ସମ୍ବେଦନଶୀଳତା, ନିଜର ବୁଢ଼ୀ ମା’ ପାଇଁ ତାର ନିଚ୍ଛକ ଆଦର,ଏତେ କମ୍ ବୟସରେ ଏତେ ପରିପକ୍ୱ ଭାବନା – 4-5 ବର୍ଷର ହମିଦ୍, ମେଳାରୁ ଚିମୁଟା କିଣି ନିଜ ବୁଢ଼ୀ ମା’ ପାଖରେ ପହଂଚିଛି, ସେତେବେଳେ ବାସ୍ତବରେ ମାନବୀୟ ସମ୍ବେଦନା ଏହାର ଚରମ ସୀମାରେ ପହଂଚିଯାଉଛି । ଏହି କାହାଣୀର ଶେଷ ପଂକ୍ତି ଖୁବ ମନକୁ ଛୁଇଁଲା ପରି ହୋଇଛି, କାରଣ ସେଥିରେ ଜୀବନର ଗୋଟିଏ ବହୁତ ବଡ଼ ସତ୍ୟ ରହିଛି । ଛୋଟ ହମିଦ୍, ବୁଢ଼ା ହମିଦର ଚରିତ୍ର ନିର୍ବାହ କରିଥିବାବେଳେ ବୃଦ୍ଧା ଅମୀନା ବାଳିକା ଅମୀନା ପାଲଟିଯାଇଥିଲା ।
ଏହିଭଳି ଆଉ ଏକ ମାର୍ମିକ କାହାଣୀ ହେଉଛି “ପୁସ୍ କି ରାତ”(ପୌଷର ରାତି) । ଏହି କାହାଣୀରେ ଜଣେ ଗରିବ ଚାଷୀ ଜୀବନର ବିଡ଼ମ୍ବନାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଲା । ନିଜ ଫସଲ ନଷ୍ଟ ହେବାପରେ ମଧ୍ୟ ଚାଷୀ ହଲ୍ଦୁ ଏଥିପାଇଁ ଖୁସି ଯେ,ଏବେ ତାକୁ ପ୍ରବଳ ଶୀତରେ ବିଲରେ ଶୋଇବାକୁ ପଡ଼ିବନି । ଯଦିଓ ଏହି କାହାଣୀଗୁଡ଼ିକ ପ୍ରାୟ ଶହେ ବର୍ଷ ପୂର୍ବର, କିନ୍ତୁ ଏଗୁଡ଼ିକର ପ୍ରାସଙ୍ଗିକତା ଆଜି ମଧ୍ୟ ସେତିକି ହିଁ ଅନୁଭୂତ ହେଉଛି । ଏଗୁଡ଼ିକୁ ପଢ଼ିବା ପରେ ମୋର ଗୋଟିଏ ଭିନ୍ନ ଅନୁଭୂତି ହେଲା ।
ପଠନ କଥା ଯେହେତୁ ଚାଲିଛି, ସେତେବେଳେ କହିବାକୁ ଚାହୁଁଛି ଯେ, କୌଣସି ଏକ ଗଣମାଧ୍ୟମରେ ମୁଁ କେରଳର ଅକ୍ଷରା ଲାଇବ୍ରେରୀ ସମ୍ପର୍କରେ ପଢ଼ୁଥିଲି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଲାଇବ୍ରେରୀ ଇଡୁକ୍କିର ଘନ ଜଙ୍ଗଲ ମଧ୍ୟରେ ରହିଥିବା ଗୋଟିଏ ଗାଁରେ ଅଛି । ଏଠାକାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପି.କେ. ମୁରଲୀଧରନ୍ ଏବଂ ଗୋଟିଏ ଛୋଟ ଚା’ ଦୋକାନ କରିଥିବା ପି.ଭି. ଚିନ୍ନାଥମ୍ପି,ଏମାନେ ଦୁହେଁ ଏହି ଲାଇବ୍ରେରୀ ପାଇଁ ଅଜସ୍ର ପରିଶ୍ରମ କରିଛନ୍ତି । ଥରେ ଏମିତି ବେଳ ପଡ଼ିଲା ଯେ, ବହିଗୁଡ଼ିକୁ ଗଣ୍ଠିଲିରେ ବାନ୍ଧି ପିଠିରେ ବୋହି ଏଠାକୁ ଆଣିବାକୁ ପଡ଼ିଥିଲା । ଆଜି ଏହି ଲାଇବ୍ରେରୀ ଆଦିବାସୀ ପିଲାମାନଙ୍କ ସହିତ ସମସ୍ତଙ୍କୁ ଗୋଟିଏ ନୂଆ ବାଟ ଦେଖାଉଛି ।
ଗୁଜରାଟରେ “ୱାଁଚେ ଗୁଜରାତ” ଅଭିଯାନ ଗୋଟିଏ ସଫଳ ପ୍ରୟୋଗ ଥିଲା । ଲକ୍ଷ ଲକ୍ଷ ସଂଖ୍ୟାରେ ସବୁ ବୟସର ବ୍ୟକ୍ତିମାନେ ପୁସ୍ତକ ପଠନର ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଆଜିର ଡିଜିଟାଲ ଦୁନିଆରେ, ଗୁଗଲ୍ ଗୁରୁଙ୍କ ସମୟରେ,କିଛି ସମୟ ବାହାର କରି ନିଜ ଦୈନଦିନ ଜୀବନରେ ବହିକୁ ନିଶ୍ଚୟ ସ୍ଥାନ ଦେବା ପାଇଁ ମୁଁ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରିବି । ଆପଣ ଏହାକୁ ନିଶ୍ଚୟ ଉପଭୋଗ କରିବେ । ଆଉ ଯେଉଁ ବହି ଆପଣ ପଢ଼ିଲେ, ସେ ସମ୍ପର୍କରେ ନରେନ୍ଦ୍ର ମୋଦୀ ଆପ୍ରେ ନିଶ୍ଚୟ ଲେଖନ୍ତୁ, ଯାହାଫଳରେ ସମସ୍ତ ଶ୍ରୋତା ମଧ୍ୟ ସେ ବିଷୟରେ ଜାଣିପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ଏକଥା ଜାଣି ମୁଁ ଖୁସି ଯେ, ଆମ ଦେଶର ଲୋକେ ସେହି ପ୍ରସଙ୍ଗଗୁଡ଼ିକ ଉପରେ ଚିନ୍ତା କରୁଛନ୍ତି, ଯେଉଁଗୁଡ଼ିକ କେବଳ ବର୍ତମାନ ନୁହେଁ ଭବିଷ୍ୟତରେ ମଧ୍ୟ ଆମ ପାଇଁ ଆହ୍ୱାନ । ମୁଁ ନରେନ୍ଦ୍ର ମୋଦୀ ଆପ୍ ଏବଂ ମାଇଁ ଗଭ୍ରେ ଆପଣମାନେ ଦେଇଥିବା କମେଂଟଗୁଡ଼ିକ ପଢ଼ୁଥିଲି । ଲକ୍ଷ୍ୟକଲି ଯେ ଜଳ ସମସ୍ୟାକୁ ନେଇ ଅନେକ ଲୋକ ବହୁତ କିଛି ଲେଖିଛନ୍ତି । ବେଲ୍ଗାଭିର ପୱନ ଗୌରାଈ, ଭୁବନେଶ୍ୱରର ସୀତାଂଶୁ ମୋହନ ପରିଡ଼ାଙ୍କ ବ୍ୟତୀତ ୟଶ୍ ଶର୍ମା, ଶାହାବ୍ ଅଲତାଫ ଏବଂ ଆହୁରି ଅନେକ ଲୋକ ଜଳ ସହିତ ଜଡ଼ିତ ଆହ୍ୱାନ ସମ୍ପର୍କରେ ଲେଖିଛନ୍ତି । ଜଳ ଆମ ସଂସ୍କୃତିରେ ଖୁବ ଗୁରୁତ୍ୱ ବହନ କରେ । ଋଗ୍ ବେଦରେଆପଃ ସୁକ୍ତମ୍ରେ ଜଳ ସମ୍ପର୍କରେ କୁହାଯାଇଛି ଯେ –
ଆପୋ ହିଷ୍ଠା ମୟୋ ଭୁବଃ, ସ୍ଥା ନ ଉର୍ଜେ ଦଧାତନ, ମହେ ରଣାୟ ଚକ୍ଷସେ,
ୟୋ ବଃ ଶିବତମୋ ରସଃ, ତସ୍ୟ ଭାଜୟତେହ ନଃ, ଉଷତୀରିବ ମାତରଃ ।
ଅର୍ଥାତ୍, ଜଳ ହିଁ ଜୀବନଦାୟିନୀ ଶକ୍ତି, ଜଳ ହିଁ ଶକ୍ତିର ସ୍ରୋତ । ଆପଣ ମା’ ଭଳି ଅର୍ଥାତ ମାତୃବତ୍ ନିଜର ଆଶୀର୍ବାଦ ପ୍ରଦାନ କରନ୍ତୁ । ଆମ ଉପରେ ନିଜର କୃପାବୃଷ୍ଟି କରୁଥାନ୍ତୁ । ଜଳାଭାବରେ ପ୍ରତିବର୍ଷ ଦେଶର ଅନେକ ଅଂଚଳ ପ୍ରଭାବିତ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବର୍ଷଯାକରେ ମିଳୁଥିବା ବୃଷ୍ଟିଜଳର ମାତ୍ର 8 ପ୍ରତିଶତ ଆମ ଦେଶରେ ସଂଚିତ କରାଯାଇଥାଏ । କେବଳ ମାତ୍ର 8 ପ୍ରତିଶତ । ଏବେ ଏହି ସମସ୍ୟାର ସମାଧାନର ବାଟ ବାହାର କରିବାର ବେଳ ଆସିଯାଇଛି । ଅନ୍ୟ ସମସ୍ୟାଗୁଡ଼ିକ ଭଳି ଜନସହଭାଗିତାରେ, ଜନଶକ୍ତି ବଳରେ, ଶହେ ତିରିଶ କୋଟି ଦେଶବାସୀଙ୍କ ସାମର୍ଥ୍ୟ, ସହଯୋଗ ଏବଂ ସଂକଳ୍ପ ମାଧ୍ୟମରେ ଏହି ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ବୋଲି ମୋର ବିଶ୍ୱାସ । ଜଳର ଗୁରୁତ୍ୱକୁ ସର୍ବୋପରି ରଖି ଦେଶରେ ନୂତନ ଜଳଶକ୍ତି ମନ୍ତ୍ରଣାଳୟ ସୃଷ୍ଟି କରାଯାଇଛି । ଯାହାଫଳରେ ଜଳ ସମ୍ପର୍କୀୟ ସମସ୍ତ ବିଷୟ ଉପରେ ଶୀଘ୍ର ନିଷ୍ପତି ଗ୍ରହଣ କରାଯାଇପାରିବ । କିଛିଦିନ ପୂର୍ବେ ମୁଁ ଭିନ୍ନ କିଛି କରିବାକୁ ଚେଷ୍ଟା କଲି । ମୁଁ ସମଗ୍ର ଦେଶର ସରପଞ୍ଚ ଏବଂ ଗ୍ରାମ ପ୍ରଧାନମାନଙ୍କୁ ଚିଠି ଲେଖିଲି । ଗ୍ରାମ ପ୍ରଧାନମାନଙ୍କୁ ଲେଖିଲି ଜଳ ସଞ୍ଚୟ କରିବା ପାଇଁ, ବର୍ଷାଜଳର ପ୍ରତିଟି ବୁନ୍ଦାକୁ ସଂଗ୍ରହ କରିବା ପାଇଁ ସେମାନେ ଗ୍ରାମସଭାର ଆୟୋଜନ କରି, ଗାଁ ଲୋକଙ୍କ ସହିତ ମିଶି ଆଲୋଚନା କରନ୍ତୁ । ସେମାନେ ଏହି କାର୍ଯ୍ୟ ପାଇଁ ଖୁବ୍ ଉତ୍ସାହ ପ୍ରଦର୍ଶନ କରିଥିବାରୁ ମୁଁ ବେଶ୍ ଖୁସି । ଚଳିତ ମାସ 22 ତାରିଖ ଦିନ ହଜାର ହଜାର ପଂଚାୟତରେ କୋଟି କୋଟି ଲୋକ ଶ୍ରମଦାନ କଲେ । ଗାଁ ଗାଁରେ ଲୋକେ ଜଳର ପ୍ରତ୍ୟେକ ବିନ୍ଦୁକୁ ସଂଚୟ କରିବାର ସଂକଳ୍ପ ଗ୍ରହଣ କଲେ ।
ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୁଁ ଆପଣଙ୍କୁ ଜଣେ ସରପଞ୍ଚଙ୍କ କଥା ଶୁଣାଇବାକୁ ଚାହୁଁଛି । ଶୁଣନ୍ତୁ ଝାଡ଼ଖଣ୍ଡର ହଜାରିବାଗ୍ ଜିଲ୍ଲାର କଟକ ମସାଣ୍ଡି ବ୍ଲକ୍ର ଲୁପୁଙ୍ଗ ପଂଚାୟତର ସରପଞ୍ଚ ଆମ ସମସ୍ତଙ୍କୁ କ’ଣ ବାର୍ତା ଦେଇଛନ୍ତି :
“ମୋ ନାଁ ଦିଲିପ କୁମାର ରବିଦାସ । ଜଳ ସଞ୍ଚୟ କରିବା ପାଇଁ ଯେତେବେଳେ ପ୍ରଧାନମନ୍ତ୍ରୀ ଜୀ ଆମକୁ ଚିଠି ଲେଖିଲେ ସେତେବେଳେ ପ୍ରଧାନମନ୍ତ୍ରୀ ଆମକୁ ଚିଠି ଲେଖିଛନ୍ତି ବୋଲି ଆମର ବିଶ୍ୱାସ ହେଲାନି । ଆମେ 22 ତାରିଖ ଦିନ ଗାଁ ଲୋକଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ଚିଠିଟିକୁ ପଢ଼ି ଶୁଣାଇବାରୁ ଗାଁ ଲୋକେ ବହୁତ ଉତ୍ସାହିତ ହେଲେ ଏବଂ ଜଳ ସଂଚୟ ପାଇଁ ପୋଖରୀ ସଫା ଓ ନୂଆ ପୋଖରୀ ଖୋଳିବା ପାଇଁ ଶ୍ରମଦାନ ମାଧ୍ୟମରେ ନିଜର ସହଭାଗିତା ନିର୍ବାହ କରିବା ପାଇଁ ପ୍ରସ୍ତୁତ ହୋଇଗଲେ । ବର୍ଷାଦିନ ପୂର୍ବରୁ ଏହି ଉପାୟ କଲେ ଭବିଷ୍ୟତରେ ଆମର ଜଳାଭାବର ସମସ୍ୟା ରହିବନି । ଭଲ ହେଲା, ଆମ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଆମକୁ ସତର୍କ କରିଦେଲେ ।”
ବିର୍ସା ମୁଣ୍ଡାଙ୍କ ଭୂମି । ପ୍ରକୃତି ସହ ତାଳମେଳ ରକ୍ଷା କରି ବଞ୍ଚିବା ସେଠାକାର ସଂସ୍କୃତିର ଏକ ଅଂଶ । ସେଠାକାର ଲୋକେ ପୁଣିଥରେ ଜଳ ସଂରକ୍ଷଣ ପାଇଁ ନିଜର ସକ୍ରିୟ ଭୂମିକା ନିର୍ବାହ କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ସମସ୍ତ ଗ୍ରାମପ୍ରଧାନଙ୍କୁ, ସମସ୍ତସରପଞ୍ଚମାନଙ୍କୁ ସେମାନଙ୍କ ଏହି ସକ୍ରିୟତା ପାଇଁ ମୋ ତରଫରୁ ଅନେକ ଅନେକ ଶୁଭକାମନା ଜଣାଉଛି । ସମଗ୍ର ଦେଶରେ ଏଭଳି ଅନେକ ସରପଞ୍ଚ ଅଛନ୍ତି,ଯେଉଁମାନେ ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି । ପ୍ରକାରାନ୍ତରେ ଗାଁ ପାଇଁ ଏହା ଏକ ସୁଯୋଗ ପାଲଟିଛି । ଲାଗୁଛି, ଗାଁର ଲୋକେ ଏବେ ନିଜ ଗାଁରେ ସତେ ଯେମିତି ଜଳ ମନ୍ଦିର ନିର୍ମାଣର ପ୍ରତିଯୋଗିତାରେ ଲାଗି ପଡ଼ିଛନ୍ତି । ମୁଁ ଯେମିତି କହିଲି,ସମ୍ମିଳିତ ପ୍ରଚେଷ୍ଟା ଦ୍ୱାରା ବଡ଼ ସକାରାତ୍ମକ ପରିଣାମ ମିଳିପାରେ । ସାରାଦେଶରେ ଜଳ ସମସ୍ୟାର ସମାଧାନ ପାଇଁ ଗୋଟିଏ ଫର୍ମୁଲା ପ୍ରଯୁଜ୍ୟ ନ ହୋଇପାରେ । ଏଥିପାଇଁ ଦେଶର ବିଭିନ୍ନ ଅଂଚଳରେ ଭିନ୍ନ ଭିନ୍ନ ଉପାୟରେ ପ୍ରଚେଷ୍ଟା କରାଯାଉଛି । କିନ୍ତୁ ସମସ୍ତଙ୍କ ଲକ୍ଷ୍ୟ ଏକ, ତାହା ହେଉଛି ପାଣିକୁ ସଞ୍ଚୟ କରିବା, ଜଳ ସଂରକ୍ଷଣ କରିବା ।
ପଞ୍ଜାବରେ ନାଳଗୁଡ଼ିକର ମରାମତି କରାଯାଉଛି । ଏହି ପ୍ରଚେଷ୍ଟା ଦ୍ୱାରା ୱାଟର୍ ଲଗିଂ ସମସ୍ୟାରୁ ମୁକ୍ତି ମିଳୁଛି । ତେଲଙ୍ଗାନାର ଥିମାଇପଲ୍ଲୀରେ ଟାଙ୍କି ନିର୍ମାଣ ଫଳରେ ଲୋକଙ୍କ ଜୀବନରେ ପରିବର୍ତନ ହୋଇଛି । ରାଜସ୍ଥାନର କବୀରଧାମ୍ରେ ଚାଷଜମିରେ ନିର୍ମାଣ କରାଯାଇଥିବା ଛୋଟ ପୋଖରୀଗୁଡ଼ିକ ଦ୍ୱାରା ଏକ ବଡ଼ ଧରଣର ପରିବର୍ତନ ଆସିଛି । ମୁଁ ତାମିଲନାଡ଼ୁର ଭେଲ୍ଲୋରରେ କରାଯାଇଥିବା ଏକ ଗୋଷ୍ଠୀ ଉଦ୍ୟମ ସମ୍ପର୍କରେ ପଢ଼ୁଥିଲି, ଯେଉଁଠି ନାଗ ନଦୀକୁ ପୁନର୍ଜୀବିତ କରିବା ପାଇଁ 20 ହଜାର ମହିଳା ଏକାଠି ହେଲେ । ମୁଁ ଗଢ଼ୱାଲର ସେହି ମହିଳାମାନଙ୍କ ବିଷୟରେ ବି ପଢ଼ିଛି, ଯେଉଁମାନେ ପରସ୍ପର ମିଶି ବର୍ଷାଜଳ ସଂରକ୍ଷଣ ପାଇଁ ଖୁବ ଭଲ କାମ କରୁଛନ୍ତି । ଏଇଭଳି ଅନେକ କାମ କରାଯାଉଛି ବୋଲି ମୋର ବିଶ୍ୱାସ । ଆମେ ଏକାଠି ହୋଇ ଦୃଢ଼ତାର ସହ ଚେଷ୍ଟା କଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବା । ଜଣେ ଜଣେ ଏକାଠି ହେଲେ ଜଳ ସଞ୍ଚୟ ହୋଇପାରିବ । ଆଜିର ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ଦେଶବାସୀଙ୍କୁ ତିନୋଟି ଅନୁରୋଧ କରୁଛି ।
ମୋର ପ୍ରଥମ ଅନୁରୋଧ ହେଉଛି – ଦେଶବାସୀ ଯେମିତି ସ୍ୱଚ୍ଛତାକୁ ଗୋଟିଏ ଜନ ଆନ୍ଦୋଳନର ରୂପ ଦେଇଛନ୍ତି, ଆସନ୍ତୁ, ଠିକ୍ ସେହିଭଳି ଜଳ ସଂରକ୍ଷଣ ପାଇଁ ମଧ୍ୟ ଗୋଟିଏ ଜନ ଆନ୍ଦୋଳନ ଆରମ୍ଭ କରିବା । ଆମେ ସମସ୍ତେ ମିଶି ପାଣିର ପ୍ରତିଟି ବିନ୍ଦୁକୁ ସଂଚୟ କରିବାର ସଂକଳ୍ପ ଗ୍ରହଣ କରିବା । ଜଳ ପରମେଶ୍ୱରଙ୍କ ପ୍ରଦତ୍ତପ୍ରସାଦ, ଜଳ ପରଶମଣିର ରୂପ ବୋଲି ମୋର ବିଶ୍ୱାସ । ପୂର୍ବେ କୁହାଯାଉଥିଲା ଯେ,ପରଶମଣିର ସ୍ପର୍ଶରେ ଲୁହା ସୁନା ପାଲଟିଯାଏ । ମୁଁ କହୁଛି ଯେ, ପାଣି ପରଶମଣି,ପାଣିର ସ୍ପର୍ଶରେ ନବଜୀବନ ସୃଷ୍ଟି ହୋଇଯାଏ । ପାଣିର ପ୍ରତିଟି ବିନ୍ଦୁକୁ ସଞ୍ଚୟ କରିବା ପାଇଁ ଗୋଟିଏ ସଚେତନତା ଅଭିଯାନ ଆରମ୍ଭ କରିବା । ଏଥିରେ ଜଳ ସମ୍ପର୍କିତ ସମସ୍ୟା ବିଷୟରେ ଜଣାଇବା ସହ ଜଳ ସଞ୍ଚୟର ଉପାୟଗୁଡ଼ିକ ସମ୍ପର୍କରେ ପ୍ରଚାର ପ୍ରସାର କରିବା । ମୁଁ ବିଶେଷକରି ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ଜଳ ସଂରକ୍ଷଣ ପାଇଁ ଇନୋଭେଟିଭ୍ କ୍ୟାମ୍ପେନର ନେତୃତ୍ୱ ନେବାପାଇଁ ଅନୁରୋଧ କରୁଛି । ଚଳଚ୍ଚିତ୍ର ଜଗତ ହେଉ, କ୍ରୀଡ଼ା ଜଗତ ହେଉ, ଗଣମାଧ୍ୟମର ଆମର ବନ୍ଧୁମାନେ ହୁଅନ୍ତୁ, ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଲୋକ ହୁଅନ୍ତୁ, ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଲୋକ ହୁଅନ୍ତୁ, ପ୍ରବଚନ-କୀର୍ତନ ଦଳ ହୁଅନ୍ତୁ, ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ଏହି ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ । ସମାଜକୁ ସଚେତନ କରିବା,ସମାଜକୁ ଏକାଠି କରିବା, ସମାଜ ସହ ଲାଗିପଡ଼ିବା । ଆପଣ ଲକ୍ଷ୍ୟ କରିବେ, ନିଜ ଆଖି ସାମ୍ନାରେ ପରିବର୍ତନ ଦେଖାଯିବ ।
ଦେଶବାସୀଙ୍କୁ ମୋର ଦ୍ୱିତୀୟ ଅନୁରୋଧ ହେଲା ଯେ, ଆମ ଦେଶରେ ଜଳ ସଂରକ୍ଷଣ ପାଇଁ ଶହ ଶହ ବର୍ଷ ଧରି ଅନେକ ପାରମ୍ପରିକ ଉପାୟ ଅବଲମ୍ବନ କରାଯାଉଛି । ସେହି ପାରମ୍ପରିକ ଜଳ ସଂରକ୍ଷଣର ଉପାୟଗୁଡ଼ିକୁ ସେୟାର କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଯଦି ଆପଣମାନଙ୍କ ଭିତରୁ କେହି ପୂଜ୍ୟ ବାପୁଙ୍କ ଜନ୍ମସ୍ଥାନ ପୋରବନ୍ଦର ଯିବାର ସୁଯୋଗ ପାଇଥିବେ, ତା’ହେଲେ ଦେଖିଥିବେ ଯେ, ପୂଜ୍ୟ ବାପୁଙ୍କ ଘର ପଛପଟେ ଅନ୍ୟ ଏକ ଘର ରହିଛି । ସେଠାରେ 200 ବର୍ଷ ପୁରୁଣା ପାଣି ଟାଙ୍କି (ୱାଟର୍ ଷ୍ଟୋରେଜ୍ ଟ୍ୟାଙ୍କ୍) ରହିଛି । ଆଜି ମଧ୍ୟ ସେଥିରେ ପାଣି ଅଛି ଏବଂ ବର୍ଷାଜଳକୁ ଅଟକାଇବାର ବ୍ୟବସ୍ଥା ରହିଛି । ତେଣୁ ମୁଁ ସବୁବେଳେ କହିଆସିଛି ଯେ, ଯିଏ ବି ପୋରବନ୍ଦରର କିର୍ତ୍ତୀ ମନ୍ଦିର ଦେଖିବାକୁ ଯାଉଛନ୍ତି, ସେମାନେ ସେହି ପାଣି ଟାଙ୍କିକୁ ନିଶ୍ଚୟ ଦେଖନ୍ତୁ । ଏଭଳି ଅନେକ ପ୍ରୟୋଗ ବହୁତ ଜାଗାରେ ରହିଥିବ ।
ଆପଣ ସମସ୍ତଙ୍କୁ ମୋର ତୃତୀୟ ଅନୁରୋଧ । ଜଳ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କରେ ଯାହା ସୂଚନା ଆପଣଙ୍କ ପାଖରେ ରହିଛି ତାହାକୁ ଶେୟାର କରନ୍ତୁ, ଯାହାଫଳରେ ଏଭଳି ସଂଗଠନ ବା ବ୍ୟକ୍ତିମାନଙ୍କର ଗୋଟିଏ ଡାଟାବେସ୍ ପ୍ରସ୍ତୁତ କରାଯାଇପାରିବ । ଆସନ୍ତୁ, ଆମେ ଜଳ ସଂରକ୍ଷଣ ସମ୍ପର୍କିତ ଅଧିକରୁ ଅଧିକ ଉପାୟର ଗୋଟିଏ ତାଲିକା ପ୍ରସ୍ତୁତ କରି ଲୋକଙ୍କୁ ଜଳ ସଂରକ୍ଷଣ କରିବା ପାଇଁ ପ୍ରେରିତ କରିବା । ଆପଣ ସମସ୍ତେ # JanShakti4JalShakti hashtag ହାଶଟ୍ୟାଗ ବ୍ୟବହାର କରି ନିଜର କଂଟେଂଟ୍ ଶେୟାର କରିପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ଅନ୍ୟ ଗୋଟିଏ କଥା ପାଇଁ ମଧ୍ୟ ମୁଁ ଆପଣମାନଙ୍କ ପ୍ରତି ଏବଂ ବିଶ୍ୱବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି । ଜୁନ 21 ତାରିଖ ଦିନ ପୁଣି ଥରେ ଯୋଗଦିବସରେ ଯେଉଁ ସକ୍ରିୟତା ସହକାରେ, ଉତ୍ସାହର ସହିତ ଗୋଟିଏ ଗୋଟିଏ ପରିବାରର ତିନି ତିନି, ଚାରି ଚାରି ପୀଢ଼ି ଏକାଠି ମିଶି ଯୋଗଦିବସ ପାଳନ କଲେ, ଏହାଦ୍ୱାରା ସଚେତନତା ସୃଷ୍ଟି ହୋଇଛି, ଯୋଗର ମାହାତ୍ମ୍ୟ ବଢ଼ିଚାଲିଛି । ବିଶ୍ୱର କୋଣ ଅନୁକୋଣରେ କେହି ସୂର୍ଯ୍ୟ ଉଦୟ ପୂର୍ବରୁ ଯୋଗ ସହ ଦିନକୁ ସ୍ୱାଗତ ଜଣାଉଛି ତ କେହି ସୂର୍ଯ୍ୟାସ୍ତରେ ଯୋଗ ସହ ଦିନକୁ ସମାପ୍ତ କରୁଛି । ଯୋଗ ଏତେ ପରିବ୍ୟାପ୍ତ ହୋଇଛି ଯେ ଏଭଳି କୌଣସି ସ୍ଥାନ କିମ୍ବା ମଣିଷ ନ ଥିବ ଯିଏ ଯୋଗ ସହିତ ଯୋଡ଼ି ହୋଇନଥିବ । ବିଶ୍ୱରେ ହିମାଳୟଠାରୁ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ,ସିୟାଚିନରୁ ସବମେରାଇନ ପର୍ଯ୍ୟନ୍ତ, ଏୟାରଫୋର୍ସଠାରୁ ଆରମ୍ଭ କରି ଏୟାରକ୍ରାଫ୍ଟକ୍ୟାରିୟର ପର୍ଯ୍ୟନ୍ତ, ଏୟାର କଂଡିସନ ଜିମ ଠାରୁ ଉତ୍ତପ୍ତ ମରୁଭୂମି ପର୍ଯ୍ୟନ୍ତ, ଗାଁଠାରୁ ସହର ଯାଏ – ଯେଉଁଠି ବି ସମ୍ଭବ, ଏଭଳି ସବୁ ସ୍ଥାନରେ କେବଳ ଯୋଗାଭ୍ୟାସ କରାଗଲା ତା’ ନୁହେଁ, ବରଂ ଏହାକୁ ସାମୁହିକ ରୂପରେ ମଧ୍ୟ କରାଗଲା ।
ବିଶ୍ୱର କେତେକ ଦେଶର ରାଷ୍ଟ୍ରପତିଗଣ, ପ୍ରଧାନମନ୍ତ୍ରୀଗଣ, ସୁପ୍ରସିଦ୍ଧ ବ୍ୟକ୍ତିବିଶେଷ ଏବଂ ସାଧାରଣ ନାଗରିକମାନେ କିଭଳି ନିଜ ନିଜ ଦେଶରେ ଯୋଗ ଦିବସ ପାଳନ କଲେ ତାହା ମୋତେ ଟ୍ୱିଟ୍ଟର୍ ମାଧ୍ୟମରେ ଜଣାଇଛନ୍ତି । ସେହିଦିନ ସାରା ବିଶ୍ୱ ଗୋଟିଏ ଗୋଟିଏ ଖୁସି ପରିବାର ଭଳି ଲାଗୁଥିଲା ।
ଆମେ ସମସ୍ତେ ଜାଣୁ ଯେ, ଗୋଟିଏ ସୁସ୍ଥ ସମାଜ ନିର୍ମାଣ ପାଇଁ ସୁସ୍ଥ ଏବଂ ସମ୍ବେଦନଶୀଳ ବ୍ୟକ୍ତିମାନଙ୍କର ଆବଶ୍ୟକତା ହୋଇଥାଏ । ଯୋଗ ଏହାକୁ ସୁନଶ୍ଚିତ କରିଥାଏ । ତେଣୁ ଯୋଗର ପ୍ରଚାର ପ୍ରସାର ସମାଜସେବାର ଏକ ମହତ କାର୍ଯ୍ୟ । ଏଭଳି ସେବାକୁ ମାନ୍ୟତା ପ୍ରଦାନ କରି ଏହାକୁ ସମ୍ମାନିତ କରାଯିବା ଉଚିତ ନୁହେଁ କି?2019ରେ ଯୋଗର ପ୍ରସାର ଏବଂ ବିକାଶ ପାଇଁ ଉତ୍କୃଷ୍ଟ ଯୋଗଦାନ ଦେଇଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନୀତ କରିବା ଲାଗି ପ୍ରାଇମ୍ ମିନିଷ୍ଟର୍ସ ଆୱାର୍ଡର ଘୋଷଣା ମୋ’ ପାଇଁ ସନ୍ତୋଷର କଥା ଥିଲା । ଯାହା ବିଷୟରେ ଆପଣମାନେ କଳ୍ପନା ସୁଦ୍ଧା କରିନଥିବେ ସେମାନେ ଯୋଗର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଏହି ପୁରସ୍କାର ବିଶ୍ୱର ସେହି ସଙ୍ଗଠନମାନଙ୍କୁ ଦିଆଯାଇଛି । ଉଦାହରଣ ସ୍ୱରୂପ ଜାପାନ ଯୋଗ ନିକେତନକୁ ନିଅନ୍ତୁ, ଯିଏ ଯୋଗକୁ ସମଗ୍ର ଜାପାନରେ ଲୋକପ୍ରିୟ କରାଇଛନ୍ତି । ଜାପାନ ଯୋଗ ନିକେତନ ସେଠାରେ ଅନେକପ୍ରଶିକ୍ଷଣ କୋର୍ସ ଚଳାଉଛି । ସେହିଭଳି ଇଟାଲୀର ଆଂଟୋନିଟା ରୋଜିଙ୍କ ଉଦାହରଣ ଦେଖନ୍ତୁ, ଯିଏ ସର୍ବଯୋଗ ଇଂଟରନ୍ୟାସନାଲ୍ ସଂସ୍ଥାର ଶୁଭାରମ୍ଭ କଲେ ଏବଂ ସାରା ୟୁରୋପରେ ଯୋଗର ପ୍ରଚାର ପ୍ରସାର କଲେ । ଏଗୁଡ଼ିକ ସ୍ୱୟଂ ଗୋଟିଏ ଗୋଟିଏ ପ୍ରେରଣାଦାୟୀ ଉଦାହରଣ । ଯୋଗ କ୍ଷେତ୍ରରେ ଭାରତୀୟମାନେ କ’ଣ କେବେ ପଛରେ ରହିପାରିବେ? ମୁଙ୍ଗେରର ବିହାର ଯୋଗ ବିଦ୍ୟାଳୟକୁ ମଧ୍ୟ ସମ୍ମାନିତ କରାଗଲା ଯାହା ବିଗତ କିଛି ଦଶନ୍ଧି ଧରି ଯୋଗ ପାଇଁ ସମର୍ପିତ । ସେହିପରି ସ୍ୱାମୀ ରାଜର୍ଷି ମୁନିଙ୍କୁ ମଧ୍ୟ ସମ୍ମାନିତ କରାଗଲା । ସେ ଲାଇଫ୍ ମିଶନ୍ ଏବଂ ଲାକୁଲିଶ୍ ଯୋଗ ବିଶ୍ୱବିଦ୍ୟାଳୟର ସ୍ଥାପନା କରିଛନ୍ତି । ବ୍ୟାପକ ଭାବେ ଯୋଗ ଦିବସ ପାଳନ ଏବଂ ଘରେ ଘରେ ଯୋଗର ବାର୍ତ୍ତା ପହଂଚାଇଥିବା ଲୋକଙ୍କ ସମ୍ମାନ – ଏହି ଦୁଇଟି ଯୋଗ ଦିବସର ମହତ୍ତ୍ଵକୁ ବଢ଼ାଇଦେଲା ।
ମୋର ପ୍ରିୟ ଦେଶବାସୀଗଣ, ଆମର ଏହି ଯାତ୍ରା ଆଜି ଆରମ୍ଭ ହେଉଛି । ନୂତନ ଭାବନା, ନୂଆ ଅନୁଭୂତି, ନୂତନ ସଂକଳ୍ପ, ନୂତନ ସାମର୍ଥ୍ୟ । କିନ୍ତୁ ହଁ, ମୁଁ ଆପଣମାନଙ୍କ ପରାମର୍ଶକୁ ଅପେକ୍ଷା କରିଥିବି । ଆପଣଙ୍କ ଚିନ୍ତାଧାରା ସହିତ ଜଡ଼ିତ ହେବା ମୋ ପାଇଁ ଗୋଟିଏ ବଡ଼ ମହତ୍ୱପୂର୍ଣ୍ଣ ଯାତ୍ରା । ‘ମନ୍ କି ବାତ୍’ ଏକ ମାଧ୍ୟମ ମାତ୍ର । ଆସନ୍ତୁ,ଆମେ ଏମିତି ଏକାଠି ହେଉଥିବା, କଥା ହେଉଥିବା । ଆପଣଙ୍କ ଭାବନାକୁ ମୁଁ ଏମିତି ଶୁଣୁଥାଏ ଏକାଠି କରୁଥାଏ ଏବଂ ବୁଝୁଥାଏ । ବେଳେବେଳେ ସେହି ଭାବନା ସହବଞ୍ଚିବାର ପ୍ରୟାସ କରୁଥାଏ । ମୋ ପ୍ରତି ଆପଣମାନଙ୍କ ଆଶୀର୍ବାଦ ଏମିତି ରହିଥାଉ । ଆପଣମାନେ ହିଁ ମୋର ପ୍ରେରଣା, ଆପଣମାନେ ହିଁ ମୋର ଶକ୍ତି । ଆସନ୍ତୁ, ମିଳିମିଶି ବସି ‘ମନ୍ କି ବାତ୍’କୁ ଉପଭୋଗ କରି ଜୀବନର ଦାୟିତ୍ୱଗୁଡ଼ିକୁ ମଧ୍ୟ ନିର୍ବାହ କରିଚାଲିବା । ପୁଣି ଥରେ ଆସନ୍ତା ମାସରେ ‘ମନ୍ କି ବାତ୍’ ପାଇଁ ଏକାଠି ହେବା । ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଧନ୍ୟବାଦ ।
ନମସ୍କାର ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । “ମନ କି ବାତ୍” ଆରମ୍ଭ କରିବା ସମୟରେ ଆଜି ମନ ଦୁଃଖରେ ଭରି ରହିଛି । 10 ଦିନ ପୂର୍ବେ ଭାରତମାତା ନିଜର ବୀର ପୁତ୍ରମାନଙ୍କୁ ହରାଇଛି । ଏହି ପରାକ୍ରମୀ ବୀରମାନେ, ଆମ 125 କୋଟି ଭାରତୀୟମାନଙ୍କ ସୁରକ୍ଷା ପାଇଁ ନିଜର ବଳିଦାନ ଦେଇଛନ୍ତି । ଦେଶବାସୀ ଶାନ୍ତିରେ ଶୋଇପାରନ୍ତି, ଏଥିପାଇଁ ଆମର ଏହି ବୀର ସୁପୁତ୍ରମାନେ ଦିନ-ରାତି ଏକ କରିଦେଇଥିଲେ । ପୁଲୱାମାର ଆତଙ୍କବାଦୀ ଆକ୍ରମଣରେ ବୀର ଯବାନମାନଙ୍କ ବଳିଦାନ ପରେ ସମଗ୍ର ଦେଶର ଲୋକଙ୍କ ମନରେ ଆଘାତ ଏବଂ ଆକ୍ରୋଶ ଭାବ ରହିଛି । ଶହିଦ ଏବଂ ସେମାନଙ୍କ ପରିବାର ପ୍ରତି ଚତୁର୍ଦିଗରୁ ସମବେଦନାର ସୁଅ ଛୁଟିଛି । ଏହି ଆତଙ୍କବାଦୀ ହିଂସା ବିରୋଧରେ ଯେଉଁ ଆବେଗ ଆପଣଙ୍କ ଏବଂ ମୋ ମନରେ ରହିଛି ସେହି ଭାବନା ପ୍ରତ୍ୟେକ ଦେଶବାସୀଙ୍କ ଅନ୍ତର୍ମନରେ ରହିଛି ଏବଂ ମାନବିକତାରେ ବିଶ୍ୱାସ କରୁଥିବା ବିଶ୍ୱ ସମୁଦାୟର ମାନବତାବାଦୀଙ୍କ ମଧ୍ୟରେ ବି ରହିଛି । ଭାରତମାତାଙ୍କ ସୁରକ୍ଷା ପାଇଁ ନିଜର ପ୍ରାଣବଳି ଦେଇଥିବା ଦେଶର ସମସ୍ତ ବୀର ସୁପୁତ୍ରମାନଙ୍କୁ ମୁଁ ପ୍ରଣାମ କରୁଛି । ଏହି ବଳିଦାନ ଆତଙ୍କବାଦକୁ ସମୂଳେ ନଷ୍ଟ କରିବା ପାଇଁ ଆମକୁ ଅନବରତ ଭାବେ ପ୍ରେରଣା ଯୋଗାଇବ, ଆମ ସଂକଳ୍ପକୁ ଆହୁରି ସୁଦୃଢ଼ କରିବ । ଦେଶ ସମ୍ମୁଖକୁ ଆସିଥିବା ଏହି ଆହ୍ୱାନର ମୁକାବିଲା ଆମ ସମସ୍ତଙ୍କୁ ଜାତିବାଦ, ସମ୍ପ୍ରଦାୟବାଦ,ଆଂଚଳିକତାବାଦ ଏବଂ ଅନ୍ୟ ସମସ୍ତ ଭେଦଭାବକୁ ଭୁଲି କରିବାକୁ ପଡ଼ିବ । ଆତଙ୍କବାଦ ବିରୁଦ୍ଧରେ ଆମର ପଦକ୍ଷେପ ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ସୁଦୃଢ଼ ହେଉ, ସଶକ୍ତ ହେଉ ଏବଂ ନିର୍ଣ୍ଣାୟକ ହେଉ । ଆମର ସଶସ୍ତ୍ର ବାହିନୀ ସବୁବେଳେ ଅଦ୍ୱିତୀୟ ସାହସ ଏବଂ ପରାକ୍ରମର ପରିଚୟ ଦେଇଆସିଛନ୍ତି । ଏକପକ୍ଷରେ ଶାନ୍ତି ପ୍ରତିଷ୍ଠା ପାଇଁ ସେମାନେ ଚମତ୍କାର କ୍ଷମତା ପ୍ରଦର୍ଶନ କରିଛନ୍ତି । ଅପରପକ୍ଷରେ ଆକ୍ରମଣକାରୀଙ୍କୁ ମଧ୍ୟ ସେମାନେ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି । ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆକ୍ରମଣର ଶହେ ଘଣ୍ଟା ମଧ୍ୟରେ ହିଁ କିଭଳି ପଦକ୍ଷେପମାନ ଗ୍ରହଣ କରାଯାଇଛି । ସେନାବାହିନୀ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ସମୂଳେ ଧ୍ୱଂସ କରିବା ପାଇଁ ସଂକଳ୍ପ ଗ୍ରହଣ କରିସାରିଛନ୍ତି । ବୀର ସୈନିକମାନଙ୍କ ବଳିଦାନ ପରେ ଗଣମାଧ୍ୟମ ଜରିଆରେ ସେମାନଙ୍କ ପରିବାରଜନଙ୍କ ଯେଉଁ ପ୍ରେରଣାଦାୟୀ କଥାସବୁ ସମ୍ମୁଖକୁ ଆସିଛି ତାହା ସାରା ଦେଶକୁ ସାହସ ଏବଂ ଶକ୍ତି ପ୍ରଦାନ କରିଛି । ବିହାର ଭାଗଲପୁରର ଶହୀଦ ରତନ ଠାକୁରଙ୍କ ପିତା ରାମନିରଞ୍ଜନଜୀ ଦୁଃଖର ଏହି ମୁହୂର୍ତ୍ତରେ ମଧ୍ୟ ଯେଉଁ ସାହସର ପରିଚୟ ଦେଇଛନ୍ତି ତାହା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି । ସେ କହିଛନ୍ତି ଯେ, ସେ ନିଜର ଅନ୍ୟ ପୁଅକୁ ମଧ୍ୟ ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ପଠେଇବେ ଏବଂ ଦରକାର ପଡ଼ିଲେ ନିଜେ ମଧ୍ୟ ଲଢ଼ିବାକୁ ଯିବେ । ଓଡ଼ିଶାର ଜଗତସିଂହପୁରର ଶହୀଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଜୀଙ୍କ ଅଦମ୍ୟ ସାହସକୁ ମଧ୍ୟ ସାରା ଦେଶ ସଲାମ କରୁଛି । ସେ,ନିଜର ଏକମାତ୍ର ପୁଅକୁ ମଧ୍ୟ ସିଆରପିଏଫରେ ଭର୍ତ୍ତି କରେଇବା ପାଇଁ ସଂକଳ୍ପ କରିନେଇଛନ୍ତି । ଯେତେବେଳେ ତ୍ରିରଙ୍ଗାରେ ଆଚ୍ଛାଦିତ ଶହୀଦ ବିଜୟ ସୋରେନଙ୍କ ମରଶରୀର ଝାଡ଼ଖଣ୍ଡର ଗୁମ୍ଲା ପହଂଚିଲା ସେତେବେଳେ ତାଙ୍କ ବାଳୁତ ପୁଅ ଏକଥା ହିଁ କହିଲା ଯେ, ସେ ମଧ୍ୟ ସେନାବାହିନୀରେ ଯୋଗଦେବ । ଏହି କୋମଳମତି ବାଳକର ସାହସ ଆଜି ଭାରତବର୍ଷର ପ୍ରତ୍ୟେକ ବାଳକର ଭାବନାକୁ ପ୍ରକାଶ କରୁଛି । ଏହିଭଳି ଭାବନା ଆମର ବୀର, ପରାକ୍ରମୀ ଶହୀଦମାନଙ୍କ ଘରେ ଘରେ ଦେଖିବାକୁ ମିଳୁଛି । ଆମର ଜଣେ ହେଲେ ବୀର ଶହୀଦ ଏହାର ବ୍ୟତିକ୍ରମ ନୁହଁନ୍ତି କିମ୍ବା ତାଙ୍କର ପରିବାର ଏଥିରୁ ବାଦ ପଡ଼ିନି । ଦେୱରିୟାର ଶହୀଦ ବିଜୟ ମୌର୍ଯ୍ୟଙ୍କ ପରିବାର ହେଉ, କାଙ୍ଗଡ଼ାର ଶହିଦ ତିଲକରାଜଙ୍କ ପିତା-ମାତା ହୁଅନ୍ତୁ କିମ୍ବା କୋଟାର ଶହିଦ ହେମରାଜଙ୍କ ଛଅବର୍ଷର ପୁଅ ହେଉ,ଶହୀଦଙ୍କ ପ୍ରତ୍ୟେକ ପରିବାରର କାହାଣୀ ପ୍ରେରଣାରେ ଭରିରହିଛି । ମୁଁ ଯୁବପିଢ଼ିଙ୍କୁ ଅନୁରୋଧ କରୁଛି, ଏହି ପରିବାରଗୁଡ଼ିକ ଯେଉଁ ସାହସ ଦେଖାଇଛନ୍ତି, ଯେଉଁ ଭାବନା ପ୍ରକାଶ କରିଛନ୍ତି ତାହାକୁ ଜାଣନ୍ତୁ, ବୁଝିବାର ପ୍ରୟାସ କରନ୍ତୁ । ଦେଶଭକ୍ତି କ’ଣ, ତ୍ୟାଗ-ତପସ୍ୟା କ’ଣ – ଏହା ବୁଝିବା ପାଇଁ ଆମକୁ ଇତିହାସର ପୁରୁଣା ଘଟଣାଗୁଡ଼ିକ ଆଡ଼କୁ ଯିବାର ଆବଶ୍ୟକତା ପଡ଼ିବନି । ଆମରି ଆଖି ଆଗରେ ଏମାନେ ଜୀବନ୍ତ ଉଦାହରଣ ଏବଂ ଏମାନେ ହିଁ ଉଜ୍ଜ୍ୱଳ ଭାରତର ଭବିଷ୍ୟତ ପାଇଁ ପ୍ରେରଣାର କାରଣ ।
ମୋର ପ୍ରିୟ ଦେଶବାସୀଗଣ, ସ୍ୱାଧୀନତା ପ୍ରାପ୍ତି ପରେ ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଯେଉଁ ଯୁଦ୍ଧ ସ୍ମାରକୀର ପ୍ରତୀକ୍ଷା ଥିଲା ତାହାର ଏବେ ଅନ୍ତ ହେବାକୁ ଯାଉଛି । ଏହା ବିଷୟରେ ଦେଶବାସୀଙ୍କ ଜିଜ୍ଞାସା, ଉତ୍ସୁକତା ଖୁବ୍ ସ୍ୱାଭାବିକ । NarendraModiAppରେ ଉଡୁପି, କର୍ଣ୍ଣାଟକର ଶ୍ରୀ ଓଁକାର ଶେଟ୍ଟିଜୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ତିଆରି ହେବାକୁ ନେଇ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତରେ କୌଣସି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନ ଥିବା ଯୋଗୁଁ ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ଏବଂ କଷ୍ଟ ମଧ୍ୟ ହେଉଥିଲା । ଏଭଳି ଏକ ସ୍ମାରକୀ, ଯେଉଁଠି ଦେଶର ସୁରକ୍ଷା ପାଇଁ ନିଜର ପ୍ରାଣବଳି ଦେଉଥିବା ବୀର ଯବାନମାନଙ୍କ ବୀରତ୍ୱର କାହାଣୀକୁ ସାଇତି କରି ରଖାଯାଇପାରିବ, ସେଭଳି ଗୋଟିଏ ସ୍ମାରକୀ ଦେଶରେ ନିହାତି ରହିବା ଆବଶ୍ୟକ ବୋଲି ମୁଁ ନିଷ୍ପତ୍ତି ଗ୍ରହଣ କରିଛି ।
ଆମେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କଲୁ ଏବଂ ମୋତେ ଖୁସି ଲାଗୁଛି ଯେ, ଏହି ସ୍ମାରକୀ ଏତେ କମ୍ ସମୟ ମଧ୍ୟରେ ତିଆରି ହୋଇସାରିଛି । ଆସନ୍ତାକାଲି, ଅର୍ଥାତ ଫେବୃଆରୀ 25 ତାରିଖ ଦିନ ଆମେ କୋଟି କୋଟି ଦେଶବାସୀ ଏହି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ କୁ ଆମ ସୈନ୍ୟବାହିନୀକୁ ସମର୍ପିତ କରିବାକୁ ଯାଉଛୁ । ଦେଶ ନିଜ ଋଣ ଶୁଝିବାର ଗୋଟିଏ ଛୋଟ ପ୍ରୟାସ କରିବ ।
ଦିଲ୍ଲୀର କେନ୍ଦ୍ରସ୍ଥଳ ଅର୍ଥାତ୍ ସେହି ସ୍ଥାନ ଯେଉଁଠି ଇଣ୍ଡିଆ ଗେଟ୍ ଏବଂ ଅମର ଯବାନ ଜ୍ୟୋତି ରହିଛି ଠିକ୍ ଏହାରି ପାଖରେ ଏହି ନୂତନ ସ୍ମାରକୀର ନିର୍ମାଣ କରାଯାଇଛି । ଦେଶବାସୀଙ୍କ ପାଇଁ ଜାତୀୟ ସୈନିକ ସ୍ମାରକୀକୁ ଯିବା କୌଣସି ତୀର୍ଥସ୍ଥାନକୁ ଯିବା ସହ ସମାନ ହେବ ବୋଲି ମୋର ବିଶ୍ୱାସ । ଜାତୀୟ ସୈନିକ ସ୍ମାରକୀ ସ୍ୱାଧୀନତା ପରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କ ପ୍ରତି ରାଷ୍ଟ୍ରର କୃତଜ୍ଞତାର ପ୍ରତୀକ । ସ୍ମାରକୀର ଡିଜାଇନ ଆମର ଅମର ସୈନିକମାନଙ୍କ ଅଦମ୍ୟ ସାହସକୁ ପ୍ରଦର୍ଶିତ କରୁଛି । ଜାତୀୟ ସୈନିକ ସ୍ମାରକୀର ରୂପରେଖ Four Concentric Circle, ଅର୍ଥାତ୍ ଚାରୋଟି ଚକ୍ର ଉପରେ କେନ୍ଦ୍ରିତ । ଯେଉଁଠି ଜଣେ ସୈନିକର ଜନ୍ମଠାରୁ ଆତ୍ମବଳିଦାନ ପର୍ଯ୍ୟନ୍ତର ଯାତ୍ରାର ଚିତ୍ରଣ ରହିଛି । ଅମରଚକ୍ରର ଶିଖା-ଶହିଦ୍ ସୈନିକର ଅମରତ୍ୱର ପ୍ରତୀକ । ଦ୍ୱିତୀୟ ଚକ୍ରଟି ବୀରତ୍ୱର ଚକ୍ର । ଯାହା ସୈନିକମାନଙ୍କ ବୀରତ୍ୱ ଏବଂ ସାହସିକତାକୁ ପ୍ରଦର୍ଶିତ କରୁଛି । ଏହା ଏପରି ଏକ ଗ୍ୟାଲେରୀ ଯେଉଁଠି କାନ୍ଥ ଉପରେ ସୈନିକମାନଙ୍କ ବୀରତ୍ୱର କାହାଣୀଗୁଡ଼ିକ ବର୍ଣ୍ଣନା କରାଯାଇଛି । ଏହାପରେ ରହିଛି ତ୍ୟାଗଚକ୍ର । ଏହି ଚକ୍ର ସୈନିକମାନଙ୍କ ବଳିଦାନକୁ ପ୍ରଦର୍ଶିତ କରୁଛି । ଏଥିରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଯାଇଛି । ଏହାପରେ ରହିଛି ରକ୍ଷକ ଚକ୍ର ଯାହା ସୁରକ୍ଷାକୁ ପ୍ରଦର୍ଶିତ କରୁଛି । ଏହି ଚକ୍ରରେ ଘନ ବୃକ୍ଷଲତାର ପଂକ୍ତି ରହିଛି । ଏହି ବୃକ୍ଷଗୁଡ଼ିକ ସୈନିକମାନଙ୍କ ପ୍ରତୀକ ଏବଂ ଦେଶର ନାଗରିକମାନଙ୍କୁ ଭରସା ଦେଇ ଏହି ବାର୍ତ୍ତା ଦେଉଛନ୍ତି ଯେ, ପ୍ରତି ମୁହୂର୍ତ୍ତରେ ସୈନିକମାନେ ସୀମାରେ କର୍ତ୍ତବ୍ୟରତ ଏବଂ ଦେଶବାସୀ ସୁରକ୍ଷିତ । ମୋଟ ଉପରେ ଦେଖିବାକୁ ଗଲେ ରାଷ୍ଟ୍ରୀୟ ସୈନିକ ସ୍ମାରକୀର ପରିଚୟ ଗୋଟିଏ ଏଭଳି ସ୍ଥାନ ରୂପେ ହେବ ଯେଉଁଠି ଲୋକେ ଦେଶର ମହାନ ଶହୀଦମାନଙ୍କ ବିଷୟରେ ସୂଚନା ପ୍ରାପ୍ତ କରିବାକୁ, ନିଜର କୃତଜ୍ଞତା ଜଣାଇବାକୁ, ସେମାନଙ୍କ ଉପରେ ଗବେଷଣା କରିବାକୁ ଏଠାକୁ ଆସିବେ । ଏଠାରେ ସେହି ବଳିଦାନୀମାନଙ୍କ କାହାଣୀ ରହିଛି ଯେଉଁମାନେ ଦେଶ ପାଇଁ ନିଜ ପ୍ରାଣବଳି ଦେଇଛନ୍ତି ଯାହାଦ୍ୱାରା ଆମେ ଜୀବିତ ରହିପାରିବା, ଦେଶ ସୁରକ୍ଷିତ ରହିପାରିବ ଏବଂ ପ୍ରଗତି କରିପାରିବ । ଦେଶର ପ୍ରଗତିରେ ଆମ ସଶସ୍ତ୍ର ବାହିନୀ, ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ମହାନ ଅବଦାନକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ । ଗତବର୍ଷ ଅକ୍ଟୋବରରେ ମୋତେ ଜାତୀୟ ପୁଲିସ ମେମୋରିଆଲକୁ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିବାର ସୌଭାଗ୍ୟ ମିଳିଥିଲା । ଏହା ମଧ୍ୟ ଆମର ସେହି ଚିନ୍ତାଧାରାର ପ୍ରତିବିମ୍ବ ଯେଉଁଥିରେ ଆମେ ବିଶ୍ୱାସ କରୁ ଯେ, ଦେଶ ସେହି ପୁରୁଷ ଏବଂ ମହିଳା ପୁଲିସକର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ ଯେଉଁମାନେ ଅନବରତ ଭାବେ ଆମ ସୁରକ୍ଷା କାର୍ଯ୍ୟରେ ଲାଗିଥାନ୍ତି । ଆପଣ ଜାତୀୟ ସୈନିକ ସ୍ମାରକୀ ଏବଂ ଜାତୀୟ ପୁଲିସସ୍ମାରକୀ ନିଶ୍ଚୟ ଦେଖିବାକୁ ଯିବେ ବୋଲି ମୁଁ ଆଶା କରୁଛି । ଆପଣ ସେଠାକୁ ଗଲେ, ସେଠାରେ ଉଠାଇଥିବା ନିଜର ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ବାଣ୍ଟିବେ, ଯାହାଫଳରେ ଅନ୍ୟମାନେ ମଧ୍ୟ ଏଥିରୁ ପ୍ରେରଣା ପାଇପାରିବେ ଏବଂ ସେମାନେ ମଧ୍ୟ ଏହି ପବିତ୍ର ସ୍ଥଳ, ଏହି ସ୍ମାରକୀଦେଖିବାକୁ ଉତ୍କଣ୍ଠିତ ହେବେ ।
ମୋର ପ୍ରିୟ ଦେଶବାସୀଗଣ, ମନ କି ବାତ୍ ପାଇଁ ଆପଣମାନଙ୍କ ହଜାର ହଜାର ଚିଠି ଏବଂ ମତାମତ ମୋତେ ବିଭିନ୍ନ ମାଧ୍ୟମରୁ ପଢ଼ିବାକୁ ମିଳିଥାଏ । ଏଥର ଯେତେବେଳେ ମୁଁ ଆପଣମାନଙ୍କ ମତାମତ ପଢ଼ୁଥିଲି ସେତେବେଳେ ଆତୀଶ ମୁଖୋପାଧ୍ୟାୟ ଜୀଙ୍କର ଗୋଟିଏ ଖୁବ୍ ରୋଚକ ମତାମତ ମୋ ଦୃଷ୍ଟିକୁ ଆସିଲା । ସେ ଲେଖିଛନ୍ତି ଯେ, 1900 ମସିହା ମାର୍ଚ୍ଚ 3 ତାରିଖରେ ଇଂରେଜମାନେ ବିର୍ସା ମୁଣ୍ଡାଙ୍କୁ ଗିରଫ କରିଥିଲେ । ସେତେବେଳେ ତାଙ୍କ ବୟସ ମାତ୍ର 25 ବର୍ଷ ଥିଲା । ସେହି ମାର୍ଚ୍ଚ 3 ତାରିଖ ଜାମଶେଦଜୀ ଟାଟାଙ୍କ ଜୟନ୍ତୀ ହୋଇଥିବା ଏକ ସଂଯୋଗ । ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି ଦୁଇ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଭାବେ ଭିନ୍ନ ପାରିବାରିକ ପୃଷ୍ଠଭୂମିରୁ ଆସିଛନ୍ତି, ଯିଏ ଝାଡ଼ଖଣ୍ଡର ଇତିହାସ ଓ ପରମ୍ପରାକୁ ସମୃଦ୍ଧ କରିଯାଇଛନ୍ତି । ମନ କି ବାତରେ ବିର୍ସା ମୁଣ୍ଡା ଏବଂ ଜାମଶେଦଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଏକ ପ୍ରକାର ଝାଡ଼ଖଣ୍ଡର ଗୌରବପୂର୍ଣ୍ଣ ଇତିହାସ ଏବଂ ପରମ୍ପରାକୁ ପ୍ରଣାମ କରିବା ସଦୃଶ । ଆତୀଶଜୀ, ମୁଁ ଆପଣଙ୍କ ସହ ଏକମତ । ଏହି ଦୁଇ ମହାନ ବ୍ୟକ୍ତି କେବଳ ଝାଡ଼ଖଣ୍ଡ ନୁହେଁ ସମଗ୍ର ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି । ସାରା ଦେଶ ସେମାନଙ୍କ ଅବଦାନ ପାଇଁ ତାଙ୍କଠାରେ କୃତଜ୍ଞ । ଆଜି ଯଦି ଆମର ଯୁବବର୍ଗଙ୍କୁ ମାର୍ଗଦର୍ଶନ ପାଇଁ କୌଣସି ପ୍ରେରଣାଦାୟୀ ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି ତା’ହେଲେ ସେ ହେଉଛନ୍ତି ଭଗବାନ ବିର୍ସା ମୁଣ୍ଡା । ସେ ନିଦ୍ରାରତ ଥିବା ସମୟରେ ଇଂରେଜମାନେ ଲୁଚିରହି କୌଶଳକ୍ରମେ ତାଙ୍କୁ ଗିରଫ କରିଥିଲେ । ସେମାନେ ଏଭଳି କାପୁରୁଷତାପୂର୍ଣ୍ଣ ଉପାୟ କାହିଁକି ଅବଲମ୍ବନ କଲେ ତାହା ଆପଣ ଜାଣନ୍ତି କି? କାରଣ ଏତେ ବଡ଼ ସାମ୍ରାଜ୍ୟ ସୃଷ୍ଟି କରିଥିବା ଇଂରେଜମାନେ ମଧ୍ୟ ତାଙ୍କୁ ଭୟ କରୁଥିଲେ । ଭଗବାନ “ବିର୍ସା ମୁଣ୍ଡା”କେବଳ ନିଜର ପାରମ୍ପରିକ ଧନୁଶର ସାହାଯ୍ୟରେ ହିଁ ବନ୍ଧୁକ କମାଣ ଆଦି ରଖିଥିବା ଇଂରେଜ ପ୍ରଶାସନଙ୍କୁ ଦୋହଲାଇ ଦେଇଥିଲେ । ବାସ୍ତବରେ ଲୋକଙ୍କୁ ଯେତେବେଳେ ଏକ ପ୍ରେରଣାଦାୟୀ ନେତୃତ୍ୱ ମିଳେ ସେତେବେଳେ ଅସ୍ତ୍ରଶସ୍ତ୍ରର ଶକ୍ତି ଲୋକମାନଙ୍କ ସାମୁହିକ ଇଚ୍ଛାଶକ୍ତି ଆଗରେ ହାରମାନେ । ଭଗବାନ “ବିର୍ସା ମୁଣ୍ଡା” କେବଳ ରାଜନୈତିକ ସ୍ୱାଧୀନତା ପାଇଁ ଇଂରେଜମାନଙ୍କ ସହ ଲଢ଼ିନଥିଲେ ବରଂ ଆଦିବାସୀମାନଙ୍କ ସାମାଜିକ ଏବଂ ଆର୍ଥିକ ଅଧିକାର ପାଇଁ ମଧ୍ୟ ସଂଗ୍ରାମ କରିଥିଲେ । ନିଜର ଅଳ୍ପାୟୁ ଜୀବନରେ ସେ ଏହା ସବୁକିଛି କରି ଦେଖାଇଲେ । ବଂଚିତ ଏବଂ ଶୋଷିତମାନଙ୍କ ଅନ୍ଧକାରପୂର୍ଣ୍ଣ ଜୀବନକୁ ସୂର୍ଯ୍ୟସମ ଆଲୋକିତ କଲେ । ଭଗବାନ ବିର୍ସାମୁଣ୍ଡା 25 ବର୍ଷର ଅଳ୍ପ ଆୟୁରେ ହିଁ ନିଜର ବଳିଦାନ ଦେଲେ । ବିର୍ସା ମୁଣ୍ଡାଙ୍କ ଭଳି ଭାରତମାତାଙ୍କ ସୁପୁତ୍ର ଦେଶର ପ୍ରତ୍ୟେକ ଭାଗରେ ଜନ୍ମଗ୍ରହଣ କରିଛନ୍ତି । ଭାରତର ଏଭଳି କୌଣସି ଅଂଚଳ ନ ଥିବ ଯେଉଁଠାରୁ ଶହ ଶହ ବର୍ଷ ଧରି ଚାଲିଆସିଥିବା ସ୍ୱାଧୀନତାର ଏହି ସଂଗ୍ରାମରେ କେହି ଯୋଗ ଦେଇନଥିବେ । କିନ୍ତୁ ଏମାନଙ୍କ ତ୍ୟାଗ, ଶୌର୍ଯ୍ୟ ଏବଂ ବଳିଦାନର କାହାଣୀ ନୂତନ ପିଢ଼ି ପର୍ଯ୍ୟନ୍ତ ପହଂଚି ନ ପାରିଥିବା ଦୁର୍ଭାଗ୍ୟର ବିଷୟ । ଯେମିତି ଭଗବାନ “ବିର୍ସା ମୁଣ୍ଡା”ଙ୍କ ଭଳି ବ୍ୟକ୍ତିତ୍ୱ ଆମକୁ ନିଜର ଅସ୍ତିତ୍ୱର ଅନୁଭବ କରାଇଲେ । ସେହିଭଳି ଜାମଶେଦ୍ ଜୀ ଟାଟାଙ୍କ ଭଳି ବ୍ୟକ୍ତି ଦେଶକୁ ବଡ଼ ବଡ଼ ସଂସ୍ଥାନ ଦେଲେ । ଜାମଶେଦଜୀ ଟାଟା ପ୍ରକୃତ ଅର୍ଥରେ ଜଣେ ଦୂରଦ୍ରଷ୍ଟା ଥିଲେ ଯିଏ କେବଳ ଭାରତର ଭବିଷ୍ୟତକୁ ଦେଖିନଥିଲେ ବରଂ ଏହାର ମଜଭୁତ ମୂଳଦୁଆ ପକାଇଥିଲେ । ଭାରତକୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପର କେନ୍ଦ୍ରକରି ଗଢ଼ିତୋଳିବା ଭବିଷ୍ୟତ ପାଇଁ ଏକ ଆବଶ୍ୟକତା ବୋଲି ସେ ଭଲଭାବେ ଜାଣିଥିଲେ । ଏହା ତାଙ୍କରି ଦୂରଦୃଷ୍ଟି ଥିଲା ଯାହାର ଫଳସ୍ୱରୂପ Tata Institute of Scienceପ୍ରତିଷ୍ଠିତ ହୋଇଥିଲା ଯାହା ଏବେ Indian Institute of Science ନାମରେ ପରିଚିତ । କେବଳ ଏତିକି ନୁହେଁ, ସେ Tata Steel ଭଳି ଅନେକ ବିଶ୍ୱସ୍ତରୀୟ ସଂସ୍ଥା ଏବଂ ଶିଳ୍ପ ସେ ପ୍ରତିଷ୍ଠା କରିଥିଲେ । ଜାମଶେଦଜୀ ଟାଟା ଏବଂ ସ୍ୱାମୀ ବିବେକାନନ୍ଦଜୀଙ୍କ ସାକ୍ଷାତ ସେମାନଙ୍କ ଆମେରିକା ଯାତ୍ରା ସମୟରେ ଜଳଜାହାଜରେ ହୋଇଥିଲା । ସେତେବେଳେ ସେମାନଙ୍କ ଆଲୋଚନାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ- ଭାରତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଚାର ଓ ପ୍ରସାର ସହ ଜଡ଼ିତ ଥିଲା । କୁହାଯାଏ ଯେ ଏହି ଆଲୋଚନା ଫଳରେ Indian Institute of Scienceର ମୂଳଦୁଆ ପଡ଼ିଥିଲା ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଭାଇ ଦେଶାଇଙ୍କ ଜନ୍ମ ଫେବୃଆରୀ 29 ତାରିଖରେ ହୋଇଥିଲା । ଆପଣମାନେ ଜାଣନ୍ତି ଯେ ଏହି ଦିନଟି ଚାରିବର୍ଷରେ ଥରେ ପଡ଼େ । ସରଳ, ଶାନ୍ତିପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ମୋରାରଜୀ ଭାଇ ଦେଶର ସବୁଠାରୁ ଅନୁଶାସିତ ନେତାମାନଙ୍କ ମଧ୍ୟରେ ଅନ୍ୟତମ । ସ୍ୱାଧୀନ ଭାରତରେ ସଂସଦରେ ସର୍ବାଧିକ ଥର ବଜେଟ ଉପସ୍ଥାପନ କରିବାର ରେକର୍ଡ ମୋରାରଜୀ ଭାଇ ଦେଶାଇଙ୍କ ନାମରେ ହିଁ ରହିଛି । ମୋରାରଜୀ ଦେଶାଇ ସେହି କଠିନ ସମୟରେ ଦକ୍ଷତାର ସହ ଭାରତକୁ ନେତୃତ୍ୱ ପ୍ରଦାନ କରିଥିଲେ ଯେତେବେଳେ ଦେଶର ଗଣତନ୍ତ୍ର ପ୍ରତି ବିପଦ ରହିଥିଲା । ଏଥିପାଇଁ ଆମର ଆଗାମୀ ପିଢ଼ି ମଧ୍ୟ ତାଙ୍କଠାରେ କୃତଜ୍ଞ ରହିବ । ମୋରାରଜୀ ଭାଇ ଦେଶାଇ ଗଣତନ୍ତ୍ରର ସୁରକ୍ଷା ପାଇଁ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ଆନ୍ଦୋଳନରେ ନିଜକୁ ସର୍ମପିତ କରିଦେଲେ । ସେଥିପାଇଁ ତାଙ୍କୁ ବାର୍ଦ୍ଧକ୍ୟ ସମୟରେ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ତତ୍କାଳୀନ ସରକାର ତାଙ୍କୁ ଗିରଫ କରି କାରାଗାରରେ ବନ୍ଦୀ କରିଦେଲେ । କିନ୍ତୁ 1977ରେ ଯେତେବେଳେ ଜନତା ଦଳ ନିର୍ବାଚନରେ ବିଜୟ ଲାଭ କଲା ସେତେବେଳେ ସେ ଦେଶର ପ୍ରଧାନମନ୍ତ୍ରୀ ହେଲେ । ତାଙ୍କରି କାର୍ଯ୍ୟକାଳରେ ସମ୍ବିଧାନର 44ତମ ସଂଶୋଧନ କରାଗଲା । ଏହା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା 42ତମ ସମ୍ବିଧାନ ସଂଶୋଧନ ଯେଉଁଥିରେ ସର୍ବୋଚ୍ଚ ନ୍ୟାୟାଳୟର କ୍ଷମତା ହ୍ରାସ କରିବା ସହ ଅନ୍ୟ ଏଭଳି ବ୍ୟବସ୍ଥା ଥିଲା ଯାହା ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରୁଥିଲା । ସେଗୁଡ଼ିକୁ ପୁନଃସ୍ଥାପିତ କରାଗଲା । ଯେମିତିକି 44ତମ ସଂଶୋଧନ ମାଧ୍ୟମରେ ସଂସଦ ଏବଂ ବିଧାନସଭାର କାର୍ଯ୍ୟଧାରା ସମ୍ପର୍କରେ ସମ୍ବାଦପତ୍ରରେ ପ୍ରକାଶନର ବ୍ୟବସ୍ଥା କରାଗଲା । ଏହାରି ବଳରେ ସର୍ବୋଚ୍ଚ ନ୍ୟାୟାଳୟର କିଛି କ୍ଷମତାକୁ ପୁନଃସ୍ଥାପିତ କରାଗଲା । ଏହି ସଂଶୋଧନରେ ଏ ବ୍ୟବସ୍ଥା ମଧ୍ୟ କରାଗଲା ଯେ, ସମ୍ବିଧାନର ଅନୁଚ୍ଛେଦ 20 ଏବଂ 21 ଦ୍ୱାରା ପ୍ରାପ୍ତ ମୌଳିକ ଅଧିକାରଗୁଡ଼ିକୁ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ । ପ୍ରଥମଥର ପାଇଁ ଏଭଳି ବ୍ୟବସ୍ଥା କରାଗଲା ଯେ, ମନ୍ତ୍ରିମଣ୍ଡଳର ଲିଖିତ ସୁପାରିଶ ଆଧାରରେ ହିଁ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ । ଏଥିସଙ୍ଗେ ଏହା ମଧ୍ୟ ସ୍ଥିର କରାଗଲା ଯେ,ଜରୁରୀକାଳୀନ ପରିସ୍ଥିତି ଅବଧିକୁ ଥରକେ ଛଅମାସରୁ ଅଧିକ ବୃଦ୍ଧି କରାଯାଇପାରିବ ନାହିଁ । ଜରୁରୀକାଳୀନ ପରିସ୍ଥିତି ଜାରି ମାଧ୍ୟମରେ 1975ରେ ଯେଉଁଭଳି ଗଣତନ୍ତ୍ରର ହତ୍ୟା କରାଯାଇଥିଲା,ଭବିଷ୍ୟତରେ ଯେପରି ଏହାର ପୁନରାବୃତି ନ ହୁଏ ଏହି କଥାକୁ ମୋରାରଜୀଭାଇ ସୁନିଶ୍ଚିତ କରିଥିଲେ । ଭାରତୀୟ ଗଣତନ୍ତ୍ରର ମହାତ୍ମ୍ୟକୁ ବଜାୟ ରଖିବାରେ ତାଙ୍କର ଅମୂଲ୍ୟ ଅବଦାନକୁ ଆଗାମୀ ପିଢ଼ି ସର୍ବଦା ମନେରଖିବ । ପୁଣିଥରେ ଏଭଳି ମହାନ ନେତାଙ୍କୁ ମୁଁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପଦ୍ମ ପୁରସ୍କାରକୁ ନେଇ ଲୋକମାନଙ୍କ ମଧ୍ୟରେ ଖୁବ୍ ଉତ୍ସୁକତା ଥିଲା । ଆଜି ଆମେମାନେ ଗୋଟିଏ ନୂତନ ଭାରତ ଦିଗରେ ଅଗ୍ରସର । ଏଥିରେ ଆମେ ସେଇ ଲୋକମାନଙ୍କୁ ସମ୍ମାନିତ କରିବାକୁ ଚାହୁଁ ଯେଉଁମାନେ ତୃଣମୂଳ ସ୍ତରରେ ନିଜର କାମ ଅତି ନିଷ୍କାମ ଭାବରେ କରିଛନ୍ତି । ବିଭିନ୍ନ ଭାବରେ ନିଜର ପରିଶ୍ରମ ଦ୍ୱାରା ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରୁଛନ୍ତି । ଜନସେବା, ସମାଜସେବା ଓ ସର୍ବୋପରି ରାଷ୍ଟ୍ରସେବାରେ ସେମାନେ ନିଃସ୍ୱାର୍ଥପର ଭାବେ ଲାଗି ରହିଛନ୍ତି । ସେମାନେ ବାସ୍ତବରେ କର୍ମଯୋଗୀ । ଆପଣମାନେ ଦେଖିଥିବେ, ଯେତେବେଳେ ପଦ୍ମ ପୁରସ୍କାର ଘୋଷଣା ହୁଏ ସେତେବେଳେ ଲୋକେ ପଚାରନ୍ତି ଇଏ କିଏ ବୋଲି । ମୁଁ ଏହାକୁ ଏକ ବଡ଼ ସଫଳତା ଭାବରେ ମନେକରେ । କାରଣ ଏହି ଲୋକମାନେ ଟିଭି, ପତ୍ରପତ୍ରିକା କିମ୍ବା ଖବରକାଗଜର ମୁଖପୃଷ୍ଠାରେ ନ ଥାନ୍ତି । ଏମାନେ ଦୁନିଆର ଚାକଚକ୍ୟଠାରୁ ବହୁଦୂରରେ ରହିଥାନ୍ତି । କିନ୍ତୁ ଏମାନେ ଏଭଳି ଲୋକ ଯେଉଁମାନେ ନାଁ କମେଇବା ଆଶା ନ ରଖି ତୃଣମୂଳ ସ୍ତରରେ କାମ କରିବାରେ ବିଶ୍ୱାସ କରନ୍ତି । ‘ଯୋଗଃ କର୍ମସୁ କୌଶଳମ୍’ଗୀତାର ଏହି ଉକ୍ତିକୁ ସେମାନେ ନିଜ ଜୀବନରେ ସାକାର କରିପାରିଛନ୍ତି । ମୁଁ ଆପଣମାନଙ୍କୁ ଏହିଭଳି କିଛି ଲୋକଙ୍କ ବିଷୟରେ କହିବାକୁ ଚାହେଁ । ଓଡ଼ିଶାର ଦୈତାରୀ ନାୟକଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ତାଙ୍କୁ ‘The Canal Man of Odisha’ ବୋଲି ବିନା କାରଣରେ କୁହାଯାଇନି । ଦୈତାରୀ ନାୟକ ନିଜ ହାତରେ ପାହାଡ଼କୁ କାଟି ତାଙ୍କ ଗାଁରେ ତିନି କିଲୋମିଟର ଲମ୍ବ ଗୋଟିଏ କେନାଲ ଖୋଳିପାରିଛନ୍ତି । ନିଜ ପରିଶ୍ରମ ବଳରେ ସେ ପାଣି ଓ ଜଳସେଚନର ସମସ୍ୟାର ଏକ ସ୍ଥାୟୀ ସମାଧାନ କରିପାରିଛନ୍ତି । ଗୁଜରାଟର ଅବଦୁଲ ଗଫୁର ଖତ୍ରୀଙ୍କୁ ଦେଖନ୍ତୁ । ସେ କଚ୍ଛ ଅଂଚଳର ପାରମ୍ପରିକ‘ରୋଗନ୍ ଚିତ୍ରକଳା’କୁ ପୁନର୍ଜୀବିତ କରିବାର ଅଦ୍ଭୂତ କାମ କରିଦେଖାଇଛନ୍ତି । ସେ ଏହି ଦୁର୍ଲ୍ଲଭ ଚିତ୍ରକଳାକୁ ଆଧୁନିକ ଯୁବପିଢ଼ି ସହିତ ସଂଯୁକ୍ତ କରି ଏକ ବଡ଼ କାମ କରିଛନ୍ତି । ଅବଦୁଲ ଗଫୁର ଅଙ୍କନ କରିଥିବା Tree of Life ନାମକ କଳାକୃତିଟିକୁ ମୁଁ ଆମେରିକାର ପୂର୍ବ ରାଷ୍ଟ୍ରପତି ବରାକ୍ ଓବାମାଙ୍କୁ ଉପହାର ସ୍ୱରୂପ ଦେଇଥିଲି । ପଦ୍ମ ପୁରସ୍କାର ପାଇଥିବା ଆଉ ଜଣେ ହେଲେ ମରାଠୱାଡ଼ାର ସବୀର ସୈୟଦ୍ । ସେ ଜଣେ ବିଶିଷ୍ଟ ଗୋ-ସେବକ ଭାବରେ ଜଣାଶୁଣା । ସେ ସାରାଜୀବନ ଗୋମାତାଙ୍କ ସେବାରେ ସମର୍ପିତ କରି ଏକ ଅନୁପମ ଉଦାହରଣ ସୃଷ୍ଟି କରିପାରିଛନ୍ତି । ମଦୁରାଇ ଚିନ୍ନାପିଲ୍ଲୈ ଜଣେ ଏଭଳି ବ୍ୟକ୍ତିତ୍ୱ ଯିଏ କଲଂଜିୟମ ଆନ୍ଦୋଳନ ଦ୍ୱାରା ତାମିଲନାଡ଼ୁରେ ପୀଡ଼ିତ ଓ ଶୋଷିତମାନଙ୍କର ସଶକ୍ତିକରଣ ପାଇଁ ପ୍ରୟାସ କରିଥିଲେ । ତା’ ସଙ୍ଗେ ସଙ୍ଗେ ସମବାୟ ଆଧାରିତ ଲଘୁ ଅର୍ଥବ୍ୟବସ୍ଥାର ଆରମ୍ଭ ମଧ୍ୟ କରିଥିଲେ । ଆମେରିକାର Tao Porchon-Lynch ବିଷୟରେ ଜାଣିଲେ ଆପଣଙ୍କୁ ସୁଖଦ ଆଶ୍ଚର୍ଯ୍ୟ ଅନୁଭୂତ ହେବ । Lynch ଆଜି ଯୋଗର ଏକ ସଜୀବ ଅନୁଷ୍ଠାନ ଭାବରେ ପରିଚିତ । ଶହେବର୍ଷ ବୟସରେ ଆଜି ମଧ୍ୟ ସେ ବିଶ୍ୱର ଲୋକମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଉଛନ୍ତି ଏବଂ ଏପର୍ଯ୍ୟନ୍ତ ପ୍ରାୟ ଦେଢ଼ ହଜାର ଲୋକଙ୍କୁ ଯୋଗ ଶିକ୍ଷକ ଭାବରେ ଗଢ଼ି ତୋଳିଛନ୍ତି । ଝାଡ଼ଖଣ୍ଡରେLady Tarjan ଭାବରେ ବିଖ୍ୟାତ ଯମୁନା ଟୁଡୁ କାଠ ମାଫିଆ ଓ ନକ୍ସଲମାନଙ୍କୁ ଦୃଢ଼ ମୁକାବିଲା କରିବାର ସାହସିକ କାମ କରିଛନ୍ତି । ସେ ପ୍ରାୟ 50 ହେକ୍ଟର ଜଙ୍ଗଲକୁ ଉଜୁଡ଼ିଯିବାରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରାୟ 10 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଏକତ୍ରିତ କରି ବୃକ୍ଷ ଏବଂ ବନ୍ୟଜୀବମାନଙ୍କର ସୁରକ୍ଷା ଦିଗରେ ପ୍ରେରଣା ଦେଇଛନ୍ତି । ଆଜି ଗ୍ରାମବାସୀମାନେ ପ୍ରତ୍ୟେକ ପିଲାର ଜନ୍ମ ଉପଲକ୍ଷେ 18ଟି ଗଛ ଲଗାଉଥିବା ବେଳେ ପ୍ରତି ଝିଅର ବିଭାଘର ଉପଲକ୍ଷେ 10ଟି ଗଛ ଲଗାଉଛନ୍ତି । ଏହା ଯମୁନାଜୀଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ । ଗୁଜରାଟର ମୁକ୍ତାବେନ୍ ଫଙ୍କଜକୁମାର ଦଗଲିଙ୍କ କଥା ଆପଣଙ୍କୁ ଭରପୁର ପ୍ରେରଣା ଯୋଗାଇବ । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଦିବ୍ୟାଙ୍ଗ ମହିଳାମାନଙ୍କର ଉତ୍ଥାନ ପାଇଁ ସେ ଯେଭଳି କାମ କରିଯାଇଛନ୍ତି ସେଭଳି ଉଦାହରଣ ମିଳିବା ବିରଳ । ଚକ୍ଷୁ ମହିଳା ସେବାକୁଞ୍ଜ ନାମକ ସଂସ୍ଥା ଗଠନ କରି ସେ ଦୃଷ୍ଟିହୀନ ପିଲାମାନଙ୍କୁ ଆତ୍ମନିର୍ଭର କରିବାର ପୂଣ୍ୟ କାମରେ ବ୍ରତୀ ହୋଇଛନ୍ତି । ବିହାର ମୁଜାଫରପୁର ଅଂଚଳର ‘କିସାନ ଚାଚି’ ଭାବେ ଜଣାଶୁଣା, ରାଜକୁମାରୀ ଦେବୀଙ୍କ କଥା ମଧ୍ୟ ବହୁତ ପ୍ରେରଣାଦାୟକ । ମହିଳା ସଶକ୍ତିକରଣ ତଥା କୃଷିକୁ ଲାଭଜନକ କରିବା ଦିଗରେ ସେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । କିସାନ ଚାଚି ନିଜ ଅଂଚଳର ତିନିଶହ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାର ପ୍ରେରଣା ଦେଇଛନ୍ତି । ସେ ଗ୍ରାମୀଣ ମହିଳାମାନଙ୍କୁ କୃଷିକର୍ମ ସହିତ ରୋଜଗାରର ଅନ୍ୟ ଉପାୟଗୁଡ଼ିକ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଛନ୍ତି । ବଡ଼କଥା ହେଲା ସେ କୃଷି ସହିତ ପ୍ରଯୁକ୍ତିକୁ ବି ଯୋଡ଼ିବାର ବିଶେଷ ପ୍ରୟାସ କରିଛନ୍ତି । ମୋର ଦେଶବାସୀଗଣ, ଏ ବର୍ଷ ଯେଉଁ ପଦ୍ମ ପୁରସ୍କାର ଦିଆଗଲା ସେମାନଙ୍କ ମଧ୍ୟରେ 12 ଜଣ କୃଷକଙ୍କୁ ପଦ୍ମ ପୁରସ୍କାର ମିଳିଛି, ବୋଧହୁଏ ପ୍ରଥମଥର ପାଇଁ ଏଭଳି ହୋଇଛି । ସାଧାରଣତଃ କୃଷିଜଗତ ସହ ଜଡ଼ିତ ବା ସିଧାସଳଖ କୃଷିକର୍ମ କରୁଥିବା ବହୁତ କମ୍ ଲୋକ ପଦ୍ମଶ୍ରୀ ତାଲିକାକୁ ଆସିଥାନ୍ତି । ସ୍ୱୟଂକ୍ରିୟ ଭାବେ ପରିବର୍ତ୍ତିତ ହେଉଥିବା ଭାରତର ଏହା ଏକ ଜୀବନ୍ତ ଚିତ୍ର ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆଜି ଆପଣମାନଙ୍କ ମନକୁ ଛୁଇଁଲା ଭଳି ଏଭଳି ଏକ କଥା କହିବାକୁ ଚାହେଁ ଯାହା ମୁଁ ଗତ କିଛିଦିନ ହେବ ଅନୁଭବ କରିଆସୁଛି । ମୁଁ ଆଜିକାଲି ଦେଶରେ ଯେଉଁଠିକି ବି ଯାଉଛି, ସେଠାରେ ମୁଁ ଆୟୁଷ୍ମାନ ଭାରତ ଯୋଜନା PM-JAY ଅର୍ଥାତ୍ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର କିଛି ହିତାଧିକାରୀଙ୍କ ସହିତ ଭେଟିବାକୁ ଚେଷ୍ଟା କରିଛି । କିଛି ଲୋକଙ୍କ ସହିତ କଥାବାର୍ତ୍ତାହେବାର ସୁଯୋଗ ମଧ୍ୟ ମିଳିଛି । ମା’ଟିଏ ତା’ର ଛୋଟ ଛୋଟ ପିଲାମାନଙ୍କ ବ୍ୟତୀତ କେହି ନାହାନ୍ତି …. ପଇସା ଅଭାବରୁ ନିଜର ଚିକିତ୍ସା କରାଇପାରୁ ନ ଥିଲା । ଏଇ ଯୋଜନା ସହାୟତାରେ ତା’ର ଚିକିତ୍ସା ହେଲା ଏବଂ ସେ ସୁସ୍ଥ ହୋଇପାରିଲା । ସେହିଭଳି ମଜୁରୀ ଖଟି ନିଜ ପରିବାର ପାଳୁଥିବା ଗୋଟିଏ ଘରର ମୁଖିଆ ଦୁର୍ଘଟଣାର ଶୀକାର ହୋଇ କାମ କରିପାରୁନଥିଲା – ଏହି ଯୋଜନାର ଲାଭ ତାକୁ ମିଳିଲା ଏବଂ ସେ ପୁଣି ସୁସ୍ଥ ହୋଇ ଏକ ନୂଆ ଜୀବନ ପାଇଲା ।
ଭାଇ ଓ ଭଉଣୀମାନେ ଗତ ପାଞ୍ଚମାସ ମଧ୍ୟରେ ପ୍ରାୟ ବାରଲକ୍ଷ ପରିବାର ଏହି ଯୋଜନା ଦ୍ୱାରା ଉପକୃତ ହୋଇସାରିଛନ୍ତି । ମୁଁ ଅନୁଭବ କଲି ଯେ ଗରିବ ଲୋକଟିର ଜୀବନରେ ଏହି ଯୋଜନା ଦ୍ୱାରା କେତେବଡ଼ ପରିବର୍ତ୍ତନ ଆସିପାରୁଛି । ଆପଣମାନେ ମଧ୍ୟ ଯଦି ଏଭଳି କୌଣସି ଗରିବ ଲୋକଙ୍କୁ ଜାଣନ୍ତି ଯିଏ ପଇସା ଅଭାବରେ ଚିକିତ୍ସା ପାଇପାରୁନି ତାକୁ ଏଇ ଯୋଜନା ସମ୍ବନ୍ଧରେ ନିଶ୍ଚିତ ଭାବେ ଜଣାନ୍ତୁ । ଏଇ ଯୋଜନାଟି ଏଇଭଳି ଗରିବମାନଙ୍କ ପାଇଁ ହିଁ ଉଦ୍ଦିଷ୍ଟ ।
ମୋର ପ୍ରିୟ ଦେଶବାସୀଗଣ, ସ୍କୁଲରେ ପରୀକ୍ଷାର ସମୟ ଆସୁଛି । ସାରା ଦେଶରେ ବିଭିନ୍ନ ଶିକ୍ଷାବୋର୍ଡ଼ ଆଗାମୀ କିଛିଦିନ ମଧ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଆରମ୍ଭ କରିବେ । ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କର ଅଭିଭାବକ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭକାମନା ।
କିଛିଦିନ ପୂର୍ବେ ଦିଲ୍ଲୀରେ “ପରୀକ୍ଷା ପେ ଚର୍ଚ୍ଚା” ନାମରେ Town Hallର Formatରେ ଗୋଟିଏ ବହୁତ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହେଲା । ଏହି Town Hall କାର୍ଯ୍ୟକ୍ରମରେ Technologyମାଧ୍ୟମରେ ମୋତେ ଦେଶ ବିଦେଶର କୋଟି କୋଟି ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ମିଳିଲା ।
“ପରୀକ୍ଷା ପେ ଚର୍ଚ୍ଚା” – କାର୍ଯ୍ୟକ୍ରମର ଗୋଟିଏ ବଡ଼ ବିଶେଷତ୍ୱ ଥିଲା ଯେ ଏଥିରେ ପରୀକ୍ଷା ସମ୍ବନ୍ଧିତ ବିଭିନ୍ନ ଦିଗ ଉପରେ ମନଖୋଲି କଥାବାର୍ତ୍ତା ହେଲା । ଏମିତି କିଛି ବିଷୟ ନଜରକୁ ଆସିଲା ଯାହା ବିଦ୍ୟାର୍ଥୀମାନଙ୍କ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ । ସମସ୍ତ ଛାତ୍ରଛାତ୍ରୀ, ତାଙ୍କର ପିତାମାତା ତଥା ଶିକ୍ଷକଗଣ Youtubeରେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ରେକର୍ଡିଂ ଦେଖିପାରିବେ । ଆଗାମୀ ପରୀକ୍ଷା ପାଇଁ ସମସ୍ତ Exam Warriorମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଭାରତ ସମ୍ପର୍କରେ କଥା ହେଉଥିବ ଆଉ ପର୍ବପର୍ବାଣୀର କଥା ନ ଆସିବ ଏକଥା କେବେ ବି ହୋଇନପାରେ । ଆମ ଦେଶରେ ବୋଧହୁଏ ଏମିତି କୌଣସି ଦିନ ନାହିଁ ଯାହାର କିଛି ବିଶେଷତ୍ୱ ନ ଥିବ କିମ୍ବା କୌଣସି ପର୍ବପର୍ବାଣୀ ନ ଥିବ । କାରଣ ଆମ ପାଖରେ ହଜାର ହଜାର ବର୍ଷ ପୁରାତନ ସାଂସ୍କୃତିକ ପରମ୍ପରା ରହିଛି । କିଛିଦିନ ପରେ ମହାଶିବରାତ୍ରୀ ଆସିବ । ଏ ବର୍ଷ ଶିବରାତ୍ରୀ ସୋମବାର ଦିନ ପଡ଼ୁଛି । ଆଉ ଯଦି ଶିବରାତ୍ରୀ ସୋମବାର ଦିନ ପଡ଼େ ତେବେ ଆମ ମନରେ ତା’ପାଇଁ ଏକ ବିଶେଷ ମହତ୍ୱ ଛାଇ ହୋଇଯାଏ । ଶିବରାତ୍ରୀର ଏହି ପବିତ୍ର ଉତ୍ସବ ପାଇଁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପୂର୍ବେ ମୁଁ କାଶୀ ଯାଇଥିଲି । ସେଠାରେ ମୋତେ ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କ ସହିତ କିଛି ସମୟ ବିତେଇବାର ସୁଯୋଗ ମିଳିଥିଲା । ସେମାନଙ୍କ ସାଥିରେ ଅନେକ ବିଷୟରେ ଆଲୋଚନା ହେଲା । ସେମାନଙ୍କର ଆତ୍ମବିଶ୍ୱାସ ବାସ୍ତବରେ ପ୍ରଭାବଶାଳୀ ଓ ପ୍ରେରଣାଦାୟୀ ଥିଲା । କଥାବାର୍ତ୍ତା ଭିତରେ ସେମାନଙ୍କ ମଧ୍ୟରୁ ଜଣେ ପ୍ରଜ୍ଞାଚକ୍ଷୁ ଯୁବକ ସହିତ ବାର୍ତ୍ତାଳାପ ଭିତରେ ସେ କହିଲେ ମୁଁ ଜଣେ ମଂଚ କଳାକାର । ମୁଁ ମନୋରଞ୍ଜନ କାର୍ଯ୍ୟକ୍ରମରେMimicry ବା ନକଲ କରୁଛି । ମୁଁ ହାଲୁକା ଭାବରେ ପଚାରିଦେଲି ତୁମେ କାହାର ନକଲ କରୁଛ –ସେ ଜବାବ ଦେଲେ ମୁଁ ପ୍ରଧାନମନ୍ତ୍ରୀଙ୍କର ନକଲ କରୁଛି । ମୁଁ ତାଙ୍କୁ କହିଲି ଆଚ୍ଛା ଟିକେ କରି ଦେଖାଅ ତ! ମୋ ପାଇଁ ଆନନ୍ଦ ଓ ଆଶ୍ଚର୍ଯ୍ୟର ବିଷୟ ଥିଲା ଯେ ମନ କି ବାତରେ ମୁଁ ଯେମିତି କଥା କହେ ସେ ଠିକ୍ ସେହିଭଳି କହିଲେ ଏବଂ ମନ୍ କି ବାତର ନକଲ ହିଁ କଲେ । ଶୁଣିବା ପରେ ମୋତେ ବହୁତ ଖୁସି ଲାଗିଲା ମୋତେ ବହୁତ ଭଲ ଲାଗିଲା ଯେ ଲୋକ ମନ୍ କି ବାତ୍ ଖାଲି ଶୁଣିନାହାଁନ୍ତି …. ବରଂ କେତେକ କ୍ଷେତ୍ରରେ ତାଙ୍କୁ ମନେ ବି ପକାଉଛନ୍ତି । ମୁଁ ସେହି ଦିବ୍ୟାଙ୍ଗ ଯୁବକ ଜଣଙ୍କର ଶକ୍ତି ଦ୍ୱାରା ସତରେ ପ୍ରଭାବିତ ହୋଇଛି ।
ମୋର ପ୍ରିୟ ଦେଶବାସୀଗଣ, ମନ କି ବାତ୍ କାର୍ଯ୍ୟକ୍ରମ ଦ୍ୱାରା ଆପଣମାନଙ୍କ ସହିତ ଯୋଡ଼ିହେବା ମୋ ପାଇଁ ଏକ ଅଭିନବ ଅନୁଭୂତି ଆଣିଦେଇଛି । ରେଡ଼ିଓ ମାଧ୍ୟମରେ ପ୍ରତି ମାସରେ କୋଟି କୋଟି ପରିବାର ସହିତ ମୁଁ ଏକ ପ୍ରକାର ସାମ୍ନାସାମ୍ନି କରୁଛି । ଆପଣଙ୍କ ସହିତ କଥାହୋଇ, ଆପଣମାନଙ୍କର ଚିଠିପଢ଼ି, ଆପଣମାନେ ଫୋନ ମାଧ୍ୟମରେ ବ୍ୟକ୍ତ କରିଥିବା ମତାମତକୁ ଶୁଣି ମୋତେ ଅନେକ ସମୟରେ ଲାଗେ ଆପଣମାନେ ମୋତେ ଆପଣଙ୍କର ପରିବାରର ଏକ ଅଙ୍ଗଭଳି ମାନିନେଇଛନ୍ତି । ମୋ ପାଇଁ ଏହା ଏକ ଅତ୍ୟନ୍ତ ସୁଖଦ ଅନୁଭୂତି ।
ବନ୍ଧୁଗଣ, ନିର୍ବାଚନ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଉତ୍ସବ । ଆଗାମୀ ଦୁଇମାସ ଆମେମାନେ ନିର୍ବାଚନର ଗହଳ ଚହଳ ଭିତରେ ରହିବା । ମୁଁ ନିଜେ ମଧ୍ୟ ଏହି ନିର୍ବାଚନରେ ଜଣେ ପ୍ରାର୍ଥୀ ରହିବି । ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଜଣାଇ ଆଗାମୀ ମନ୍ କି ବାତ୍ ମେ’ ମାସର ଶେଷ ରବିବାର ଦିନଅନୁଷ୍ଠିତ ହେବ । ଅର୍ଥାତ୍ ମାର୍ଚ୍ଚ ମାସ, ଅପ୍ରେଲ ମାସ ଓ ମେ’ ମାସ ଏ ତିନିମାସର ସମସ୍ତ ଭାବନାକୁ ନେଇ ନିର୍ବାଚନ ପରେ ଗୋଟିଏ ନୂତନ ବିଶ୍ୱାସର ସହିତ ଆପଣମାନଙ୍କର ଆଶୀର୍ବାଦର ଶକ୍ତି ନେଇ ମୁଁ ପୁଣି ମନ କି ବାତ୍ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବି ଏବଂ ବର୍ଷ ବର୍ଷ ଧରି ଆପଣମାନଙ୍କୁ ମନର କଥା କହିବି । ଆପଣମାନଙ୍କୁ ପୁଣିଥରେ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଚଳିତ ମାସ 21 ତାରିଖ ଦିନ ଆମ ଦେଶକୁ ଗୋଟିଏ ଗଭୀର ଶୋକ ସମ୍ବାଦ ମିଳିଲା । କର୍ଣ୍ଣାଟକର ଟୁମକୁର୍ ଜିଲ୍ଲାର ଶ୍ରୀ ସିଦ୍ଧଗଙ୍ଗା ମଠର ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀ ଆମଠାରୁ ଚିର ବିଦାୟ ନେଲେ । ଶିବକୁମାର ସ୍ୱାମୀଜୀ ନିଜର ସମ୍ପୂର୍ଣ୍ଣ ଜୀବନ ସମାଜ ସେବାରେ ସମର୍ପିତ କରିଦେଲେ । ଭଗବାନ ବାସବେଶ୍ୱର ଆମକୁ ଶିଖାଇଛନ୍ତି – “କାୟକୱେ କୈଲାସ୍’’ – ଅର୍ଥାତ୍ କଠିନ ପରିଶ୍ରମ ସହ ନିଜର ଦାୟିତ୍ୱ ନିର୍ବାହ କରି ଚାଲିବା, ଭଗବାନ ଶିବଙ୍କ ନିବାସ ସ୍ଥାନ କୈଳାସ ଧାମରେ ରହିବା ସହ ସମାନ । ଶିବକୁମାର ସ୍ୱାମୀଜୀ ଏହି ଦର୍ଶନର ଅନୁଗାମୀ ଥିଲେ । ସେ ନିଜର 111 ବର୍ଷର ଜୀବନ କାଳରେ ହଜାର ହଜାର ଲୋକଙ୍କ ସାମାଜିକ,ଶୈକ୍ଷିକ ଏବଂ ଆର୍ଥିକ ଉତ୍ଥାନ ପାଇଁ କାର୍ଯ୍ୟ କରିଛନ୍ତି । ସେ ଜଣେ ଏଭଳି ବିଦ୍ୱାନ ରୂପେ ପ୍ରସିଦ୍ଧ ଥିଲେ,ଯିଏ ଇଂରାଜୀ, ସଂସ୍କୃତ ଓ କନ୍ନଡ଼ ଭାଷାରେ ଖୁବ୍ ପାରଙ୍ଗମ ଥିଲେ । ସେ ଜଣେ ସମାଜ ସଂସ୍କାରକ ଥିଲେ । ଲୋକମାନଙ୍କୁ କିଭଳି ଭୋଜନ, ଆଶ୍ରୟ, ଶିକ୍ଷା ଏବଂ ଆଧ୍ୟାତ୍ମିକ ଜ୍ଞାନ ମିଳିପାରିବ, ସେଥିପାଇଁ ସେ ନିଜର ସଂପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଦେଇଥିଲେ । କୃଷକମାନଙ୍କ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହେଉ ଏହାକୁ ସେ ପ୍ରାଥମିକତା ଦେଉଥିଲେ । ସିଦ୍ଧଗଙ୍ଗା ମଠ ପକ୍ଷରୁ ନିୟମିତ ଭାବେ ପ୍ରାଣୀ ଏବଂ କୃଷିମେଳାର ଆୟୋଜନ କରାଯାଉଥିଲା । ଅନେକ ଥର ପରମ ପୂଜ୍ୟ ସ୍ୱାମୀଜୀଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମୋତେ ମିଳିଛି । 2007ରେ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ଶତାବ୍ଦୀ ବର୍ଷ ଉତ୍ସବ ସମାରୋହ ଅବସରରେ ଆମର ପୂର୍ବତନ ରାଷ୍ଟ୍ରପତି ଡ.ଏ.ପି.ଜେ. ଅବ୍ଦୁଲ୍ କଲାମ ଟୁମକୁର୍ ଯାଇଥିଲେ । ଏହି ଅବସରରେ କଲାମ୍ ସାହେବ ପୂଜ୍ୟ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଗୋଟିଏ କବିତା ଶୁଣାଇଥିଲେ । ସେ କହିଥିଲେ –
“O my Fellow Citizens – In giving, you receive happiness,
In Body and Soul- You have everything to give,
If you have knowledge – share it,
If you have resources – share them with the needy,
You, your mind and heart.
To remove the pain and suffering, and cheer the sad hearts.
In giving, you receive happiness Almighty will bless, all your actions”
ଡ. କଲାମ୍ ସାହେବଙ୍କ ଏହି କବିତା ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ଜୀବନ ଏବଂ ସିଦ୍ଧଗଙ୍ଗା ମଠର ମିଶନକୁ ସୁନ୍ଦର ଭାବରେ ଉପସ୍ଥାପିତ କରୁଛି । ମୁଁ ପୁଣି ଥରେ ଏଭଳି ମହାପୁରୁଷଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ ! 1950 ମସିହା ଜାନୁୟାରୀ 2 0 ତାରିଖ ଦିନ ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସେହି ଦିନ ଆମ ଦେଶ ଏକ ଗଣତନ୍ତ୍ରରେ ପରିଣତ ହେଲା ଏବଂ ଗତକାଲି ହିଁ ଆମେ ଖୁବ୍ ଆଡ଼ମ୍ବର ସହ ଆମର ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳନ କଲୁ । ହେଲେ ଆଜି ମୁଁ କିଛି ଭିନ୍ନ ବିଷୟ ଉପରେ କଥା ହେବାକୁ ଚାହୁଁଛି । ଆମ ଦେଶରେ ଗୋଟିଏ ବଡ଼ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରହିଛି, ଯାହା ନିଶ୍ଚିତ ଭାବେ ଆମ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ, ତା’ଛଡ଼ା ଏହା ଆମ ଗଣତନ୍ତ୍ର ଠାରୁ ମଧ୍ୟ ପ୍ରାଚୀନ । ମୁଁ ଭାରତର ନିର୍ବାଚନ ଆୟୋଗ ସଂପର୍କରେ କହୁଛି । ଜାନୁୟାରୀ 2 5 ତାରିଖ ଦିନ ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସ ଥିଲା, ଯାହାକୁ “ଜାତୀୟ ମତଦାତା ଦିବସ’’ ବା “NationalVoters’ Day” ଭାବରେ ପାଳନ କରାଯାଇଥାଏ । ଭାରତରେ ଯେଉଁ ବିଶାଳ ଆକାରରେ ନିର୍ବାଚନ ଆୟୋଜିତ ହୋଇଥାଏ, ତାହା ଦେଖି ବିଶ୍ୱବାସୀ ଆଶ୍ଚର୍ଯ୍ୟ ଚକିତ ହୋଇଥାନ୍ତି ଏବଂ ଆମ ନିର୍ବାଚନ ଆୟୋଗ ଯେଭଳି ଉତମ ରୂପେ ଏହାର ଆୟୋଜନ କରିଥାଏ, ତାହାକୁ ଦେଖି ପ୍ରତ୍ୟେକ ଦେଶବାସୀ ନିର୍ବାଚନ ଆୟୋଗକୁ ନେଇ ଗର୍ବ ଅନୁଭବ କରିବା ସ୍ୱାଭାବିକ । ଭାରତର ପ୍ରତ୍ୟେକ ନାଗରିକ ଯିଏ ଜଣେ ପଞ୍ଜୀକୃତ ମତଦାତା – ସେ ମତଦାନ କରିବାର ସୁଯୋଗ ପାଆନ୍ତୁ, ଏ କଥା ସୁନିଶ୍ଚିତ କରିବାରେ କୌଣସି ଅବହେଳା କରାଯାଏ ନାହିଁ ।
ଯେତେବେଳେ ଆମେ ଶୁଣୁ ଯେ, ହିମାଚଳ ପ୍ରଦେଶରେ ସମୁଦ୍ର ପତନ ଠାରୁ 15,000 ଫୁଟ ଉଚ୍ଚତା ବିଶିଷ୍ଟ କ୍ଷେତ୍ରରେ ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥାଏ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା ଦୂରଦୂରାନ୍ତ ଦ୍ୱୀପରେ ମଧ୍ୟ ଭୋଟ ଗ୍ରହଣ ବ୍ୟବସ୍ଥା କରାଯାଇଥାଏ । ଆଉ ପୁଣି ଆପଣମାନେ ଗୁଜରାଟ ସଂପର୍କରେ ତ ନିଶ୍ଚୟ ଶୁଣିଥିବେ ଯେ ଗୀର ଜଙ୍ଗଲର ଗୋଟିଏ ସୁଦୂର କ୍ଷେତ୍ରରେ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ର ଯାହା ମାତ୍ର ଜଣେ ମତଦାତାଙ୍କ ପାଇଁ କରାଯାଇଥାଏ । କଳ୍ପନା କରନ୍ତୁ – ମାତ୍ର ଜଣେ ଭୋଟର ପାଇଁ ! ଏସବୁ କଥା ଶୁଣିଲେ ଆମ ନିର୍ବାଚନ ଆୟୋଗକୁ ନେଇ ଗର୍ବ କରିବା ସ୍ୱାଭାବିକ । ସେହି ଜଣେ ମତଦାତାଙ୍କୁ ଦୃଷ୍ଟିରେ ରଖି, ସେହି ମତଦାତାଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପୁରା ଟିମ୍ ଦୂର-ଦୂରାନ୍ତ ସ୍ଥାନକୁ ଯାଇ ଭୋଟ ଗ୍ରହଣ ବ୍ୟବସ୍ଥା କରିଥାଏ । ଏହାହିଁ ତ ଆମ ଗଣତନ୍ତ୍ରର ବିଶେଷତ୍ୱ ।
ଆମର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଅନବରତ ପ୍ରଚେଷ୍ଟା କରୁଥିବାରୁ ମୁଁ ଆମ ନିର୍ବାଚନ ଆୟୋଗର ପ୍ରଶଂସା କରୁଛି । ମୁଁ ସମସ୍ତ ରାଜ୍ୟର ନିର୍ବାଚନ ଆୟୋଗ, ସମସ୍ତ ସୁରକ୍ଷା କର୍ମୀ ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସାଧୁବାଦ ଦେଉଛି, ଯେଉଁମାନେ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି ଏବଂ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରନ୍ତି ।
ଚଳିତ ବର୍ଷ ଆମ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏକବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଯୁବବର୍ଗ ଚଳିତବର୍ଷ ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନେ ଦେଶର ଦାୟିତ୍ୱ ବହନ କରିବାର ସମୟ ଆସିଛି । ଏବେ ସେମାନେ ଦେଶର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶୀଦାର ହେବାକୁ ଯାଉଛନ୍ତି । ନିଜର ସ୍ୱପ୍ନକୁ ଦେଶର ସ୍ୱପ୍ନ ସହ ଯୋଡ଼ିବାର ସମୟ ଆସିଯାଇଛି । ଯୁବପିଢ଼ିକୁ ମୋର ଅନୁରୋଧ, ଯଦି ସେମାନେ ମତଦାନ କରିବାର ଯୋଗ୍ୟତା ହାସଲ କରିସାରିଛନ୍ତି, ତେବେ ନିଜକୁ ଜଣେ ଭୋଟର ଭାବରେ ନିଶ୍ଚୟ ପଞ୍ଜୀକୃତ କରାନ୍ତୁ । ଦେଶର ଜଣେ ଭୋଟର ହେବା, ଭୋଟଦାନ ଅଧିକାର ପ୍ରାପ୍ତ କରିବା ଜୀବନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଆମେ ସମସ୍ତେ ଉପଲବ୍ଧି କରିବା ଉଚିତ । ଏହା ସଙ୍ଗେ ସଙ୍ଗେ ମତଦାନ କରିବା ମୋର କର୍ତ୍ତବ୍ୟ – ଏହି ଭାବନା ଆମ ମଧ୍ୟରେ ସୃଷ୍ଟି ହେବା ଉଚିତ । ଜୀବନରେ କୌଣସି କାରଣବଶତଃ ମତଦାନ କରି ନ ପାରିଲେ ମନ କଷ୍ଟ କରିବା ଆବଶ୍ୟକ । ଦେଶରେ କେଉଁଠି କିଛି ଭୁଲ୍ କାମ ହେଉଥିବା ଦେଖିଲେ ମନ ଦୁଃଖ ହେବା ଆବଶ୍ୟକ । ହଁ, ସେଦିନ ମୁଁ ଭୋଟ ଦେଇ ନଥିଲି,ସେଦିନ ମୁଁ ଭୋଟ ଦେବାକୁ ଯାଇ ନଥିଲି, ତାହାରି ପରିଣତି ଆଜି ଦେଶ ଭୋଗ କରୁଛି । ଆମର ଏହି ଦାୟିତ୍ୱବୋଧ ରହିବା ଦରକାର । ଏହା ଆମର ପ୍ରବୃତିରେ ପରିଣତ ହେବା ଆବଶ୍ୟକ । ଏହା ଆମର ସଂସ୍କାର ହେବା ଉଚିତ । ମୁଁ ଦେଶର ଜଣାଶୁଣା ବ୍ୟକ୍ତିମାନଙ୍କୁ ଅନୁରୋଧ କରୁଛି ଯେ, ଆମେ ସମସ୍ତେ ମିଶି ଭୋଟର ପଞ୍ଜୀକରଣ ହେଉ କିମ୍ବା ଭୋଟଗ୍ରହଣ ଦିନ ଭୋଟ ଦେବା ପାଇଁ ଲୋକମାନଙ୍କୁ ସଚେତନ କରିବା ଦିଗରେ ଗୋଟିଏ ଅଭିଯାନ ଆରମ୍ଭ କରିବା । ଯୁବ ମତଦାତା ବହୁ ସଂଖ୍ୟାରେ ପଞ୍ଜୀକୃତ ହେବେ ଏବଂ ନିଜର ସହଭାଗିତା ମାଧ୍ୟମରେ ଆମର ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବେ ବୋଲି ମୋର ଆଶା ।
ମୋର ପ୍ରିୟ ଦେଶବାସୀଗଣ ! ଭାରତର ଏହି ମହାନ୍ ଭୂମି ଅନେକ ମହାପୁରୁଷଙ୍କୁ ଜନ୍ମ ଦେଇଛି ଏବଂ ସେହି ମହାପୁରୁଷମାନେ ମାନବ ଜାତି ପାଇଁ କିଛି ଚମକ୍ରାର ଏବଂ ଅବିସ୍ମରଣୀୟ କାର୍ଯ୍ୟ କରିଛନ୍ତି । ଆମ ଦେଶ ହେଉଛି “ବହୁରତ୍ନା ବସୁନ୍ଧରା’’ । ଏଭଳି ମହାପୁରୁଷମାନଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ୟତମ । ଜାନୁୟାରୀ 23 ତାରିଖ ଦିନ ସାରା ଦେଶରେ ଗୋଟିଏ ନିଆରା ଢଙ୍ଗରେ ତାଙ୍କ ଜୟନ୍ତୀ ପାଳନ କରାଗଲା । ନେତାଜୀଙ୍କ ଜୟନ୍ତୀ ଅବସରରେ ମୋତେ ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଯୋଗଦାନ ଦେଇଥିବା ବୀରମାନଙ୍କୁ ସମର୍ପିତ ଗୋଟିଏ ସଂଗ୍ରହାଳୟର ଉଦ୍ଘାଟନ କରିବାର ସୌଭାଗ୍ୟ ମିଳିଲା । ଆପଣମାନେ ଜାଣିଛନ୍ତି ଯେ ଲାଲକିଲ୍ଲା ଭିତରେ ସ୍ୱାଧୀନତା ପ୍ରାପ୍ତି ଠାରୁ ଆଜି ପର୍ଯ୍ୟନ୍ତ ଅନେକ କୋଠରୀ ବନ୍ଦ ପଡ଼ି ରହିଥିଲା । ଲାଲକିଲ୍ଲାର ସେହି ବନ୍ଦ ପଡ଼ି ରହିଥିବା କୋଠରୀଗୁଡ଼ିକୁ ଗୋଟିଏ ଗୋଟିଏ ସୁନ୍ଦର ସଂଗ୍ରହାଳୟରେ ପରିବର୍ତ୍ତିତ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ Indian National Army କୁ ସମର୍ପିତ “ସଂଗ୍ରହାଳୟ ୟାଦ୍-ଏ-ଜଲିୟାଁ’’ଏବଂ 1857, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ସମର୍ପିତ ସଂଗ୍ରହାଳୟ ଏବଂ ଏହି ସମଗ୍ର ପରିସରକୁ “କ୍ରାନ୍ତି ମନ୍ଦିର’’ ରୂପରେ ଦେଶକୁ ସମର୍ପିତ କରାଯାଇଛି । ଏହି ସଂଗ୍ରହାଳୟର ପ୍ରତିଟି ଇଟାରେ ଆମର ଗୌରବପୂର୍ଣ୍ଣ ଇତିହାସର ମହକ ଭରି ରହିଛି । ସଂଗ୍ରହାଳୟର କୋଣ-ଅନୁକୋଣରେ ଆମର ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କ ଗାଥାକୁ ବର୍ଣ୍ଣନା କରୁଥିବା କଥା ଆମକୁ ଇତିହାସର ଅନୁଶାସନ ପାଇଁ ପ୍ରେରଣା ଯୋଗାଉଛି । ଏହି ସ୍ଥାନରେ ଭାରତମାତାର ବୀର ସନ୍ତାନ – କର୍ଣ୍ଣେଲ ପ୍ରେମ୍ ସେହଗଲ୍, କର୍ଣ୍ଣେଲ ଗୁରବକ୍ସ ସିଂହ ଧିଲ୍ଲୋଁ ଏବଂ ମେଜର ଜେନେରାଲ ଶାହ ନୱାଜ୍ ଖାନଙ୍କ ଉପରେ ଇଂରେଜ ସରକାର ମୋକଦ୍ଦମା ଚଳାଇଥିଲେ ।
ମୁଁ ଯେତେବେଳେ ଲାଲକିଲ୍ଲାରେ କ୍ରାନ୍ତି ମନ୍ଦିରରେ ନେତାଜୀଙ୍କ ସଂପର୍କରେ ସ୍ମୃତିଚାରଣ କରୁଥିଲି ସେତେବେଳେ ମୋତେ ନେତାଜୀଙ୍କ ପରିବାରର ସଦସ୍ୟମାନେ ଗୋଟିଏ ବିଶେଷ ଟୋପି ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।
ଦିନେ ନେତାଜୀ ସେହି ଟୋପି ପରିଧାନ କରୁଥିଲେ । ମୁଁ ସେହି ଟୋପିକୁ ସେହି ସଂଗ୍ରହାଳୟରେ ହିଁ ସ୍ଥାନିତ କରିବା ପାଇଁ ନିର୍ଦ୍ଦେଶ ଦେଲି ଯାହାଫଳରେ ସେଠାକୁ ଆସୁଥିବା ଦର୍ଶକ ସେ ଟୋପିକୁ ଦେଖନ୍ତୁ ଏବଂ ସେଥିରୁ ଦେଶଭକ୍ତି ପାଇଁ ପ୍ରେରଣା ଗ୍ରହଣ କରନ୍ତୁ । ପ୍ରକୃତରେ ଆମର ନାୟକମାନଙ୍କ ଦେଶଭକ୍ତି ଏବଂ ବୀରତ୍ୱର ଗାଥାକୁ ନୂତନ ପିଢ଼ିକୁ ବାରମ୍ବାର ଭିନ୍ନ ଭିନ୍ନ ରୂପରେ ନିରନ୍ତର ଭାବେ ଜଣାଇବାର ଆବଶ୍ୟକତା ରହିଛି । ଏଇ ମାସକ ତଳେ ଡିସେମ୍ବର 30 ତାରିଖ ଦିନ ମୁଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପକୁ ଯାଇଥିଲି । ଗୋଟିଏ କାର୍ଯ୍ୟକ୍ରମରେ ଠିକ୍ ସେହି ସ୍ଥାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଗଲା, ଯେଉଁଠାରେ ନେତାଜୀ ସୁଭାଷ ବୋଷ 75 ବର୍ଷ ତଳେ ପତାକା ଉତ୍ତୋଳନ କରିଥିଲେ । ଠିକ୍ ସେହିପରି ଅକ୍ଟୋବର 2018 ରେ ଲାଲକିଲ୍ଲା ଉପରେ ଯେତେବେଳେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଗଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଲେ । କାରଣ ସେଠାରେ କେବଳ ଅଗଷ୍ଟ 15 ତାରିଖ ଦିନ ହିଁ ଏହି ପରମ୍ପରା ପାଳନ କରାଯାଇଥାଏ । କିନ୍ତୁ ଏହା ଆଜାଦ ହିନ୍ଦ ସରକାର ଗଠନର 75 ବର୍ଷ ପୂର୍ତ୍ତିର ସମୟ ଥିଲା ।
ସୁଭାଷ ବାବୁଙ୍କୁ ସବୁବେଳେ ଜଣେ ବୀର ସୈନିକ ଏବଂ ଜଣେ ଦକ୍ଷ ସଂଗଠକ ରୂପେ ସ୍ମରଣ କରାଯିବ । ଜଣେ ଏଭଳି ବୀର ସୈନିକ ଯିଏ ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । “ଦିଲ୍ଲୀ ଚଲୋ’’, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’’ ଭଳି ଆଜାଦୀ ସ୍ଲୋଗାନ୍ ମାଧ୍ୟମରେ ନେତାଜୀ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଥିଲେ । ନେତାଜୀଙ୍କ ସମ୍ପର୍କିତ ନଥିପତ୍ରଗୁଡ଼ିକୁ ସାର୍ବଜନୀନ କରାଯିବା ପାଇଁ ଅନେକ ବର୍ଷ ଧରି ଦାବି ହୋଇଆସୁଥିଲା ଏବଂ ଆମେ ଏହି କାର୍ଯ୍ୟ କରିପାରିଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି । ସେଦିନ କଥା ମୋର ମନେ ଅଛି ଯେଉଁଦିନ ନେତାଜୀଙ୍କ ସାରା ପରିବାର ପ୍ରଧାନମନ୍ତ୍ରୀ ନିବାସକୁ ଆସିଥିଲେ । ଆମେ ସମସ୍ତେ ମିଶି ନେତାଜୀଙ୍କ ସଂପର୍କରେ ଅନେକ ସ୍ମୃତି ଚାରଣ କରିଥିଲୁ ଏବଂ ନେତାଜୀ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲୁ ।
ମୁଁ ଆନନ୍ଦିତ ଯେ, ଦିଲ୍ଲୀରେ ଭାରତର ମହାନ ନାୟକମାନଙ୍କ ସହ ଜଡ଼ିତ ଅନେକ ସ୍ଥାନର ବିକାଶ ପାଇଁ ପ୍ରୟାସ ହୋଇଛି । ସେସବୁ ବାବା ସାହେବ ଆମ୍ବେଦକରଙ୍କ ସହ ଜଡ଼ିତ 26, ଆଲିପୁର ରୋଡ୍ ହେଉ କିମ୍ବା ସର୍ଦ୍ଦାର ପଟେଲ ସଂଗ୍ରହାଳୟ ହେଉ କିମ୍ବା କ୍ରାନ୍ତି ମନ୍ଦିର ହେଉ, ଆପଣ ଦିଲ୍ଲୀ ଆସିଲେ ଏହି ସ୍ଥାନଗୁଡ଼ିକୁ ନିଶ୍ଚୟ ଦେଖିବାକୁ ଯାଆନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ ! ଆଜି ଯେତେବେଳେ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଆଲୋଚନା କରୁଛୁଁ, ଏବଂ ତାହା ପୁଣି “ମନ୍ କି ବାତ୍’’ରେ ସେତେବେଳେ ମୁଁ ନେତାଜୀଙ୍କ ଜୀବନ ସହ ଜଡ଼ିତ ଗୋଟିଏ ଘଟଣା ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି । ମୁଁ ସର୍ବଦା ରେଡ଼ିଓକୁ ଜନସାଧାରଣଙ୍କ ସହ ଯୋଡ଼ି ହେବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ଧରି ଆସିଛି । ସେହିପରି ନେତାଜୀଙ୍କର ମଧ୍ୟ ରେଡ଼ିଓ ସହ ଗଭୀର ସଂପର୍କ ଥିଲା ଏବଂ ସେ ମଧ୍ୟ ଦେଶବାସୀଙ୍କ ନିକଟରେ ନିଜର ବାର୍ତ୍ତା ପହଂଚାଇବା ପାଇଁ ରେଡ଼ିଓକୁ ବାଛିଥିଲେ ।
1942 ରେ ସୁଭାଷ ବାବୁ ଆଜାଦ୍ ହିନ୍ଦ୍ ରେଡ଼ିଓର ଶୁଭାରମ୍ଭ କରିଥିଲେ ଏବଂ ରେଡ଼ିଓ ମାଧ୍ୟମରେ ସେ“ଆଜାଦ୍ ହିନ୍ଦ୍ ଫୌଜ’’ର ସୈନିକମାନଙ୍କୁ ଏବଂ ଦେଶର ଜନସାଧାରଣଙ୍କୁ ଉଦ୍ବୋଧନ ଦେଉଥିଲେ । ସୁଭାଷ ବାବୁଙ୍କର ରେଡ଼ିଓରେ କଥାବାର୍ତ୍ତା ଆରମ୍ଭ କରିବାର ଢଙ୍ଗ ନିଆରା ଥିଲା । କଥାବାର୍ତ୍ତାଆରମ୍ଭରେ ସେ କହୁଥିଲେ – “This is Subhash Chandra Bose speaking to you over the Azad Hind Radio” ଏବଂ ଏତିକି ଶୁଣିବା ମାତ୍ରେ ଶ୍ରୋତାମାନଙ୍କ ମଧ୍ୟରେ ଗୋଟିଏ ନୂତନ ଉତ୍ସାହ ନୂତନ ଶକ୍ତିର ସଂଚାର ହୋଇଉଠୁଥିଲା ।
ମୋତେ ସୂଚନା ଦିଆଯାଇଛି ଯେ, ଏହି ନେତାଜିଙ୍କ ରେଡ଼ିଓ ଷ୍ଟେସନ ମାଧ୍ୟମରେ ସାପ୍ତାହିକ ସମ୍ବାଦ ବୁଲେଟିନ ମଧ୍ୟ ପ୍ରଚାର କରାଯାଉଥିଲା, ଯାହା ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ,ଅସ୍ତୋ ଏବଂ ଉର୍ଦ୍ଦୁ ଆଦି ଭାଷାରେ ପ୍ରଚାରିତ ହେଉଥିଲା । ଏହି ରେଡ଼ିଓ ଷ୍ଟେସନ ପରିଚାଳନାରେ ଗୁଜରାଟର ବାସିନ୍ଦା ଏମ୍.ଆର୍. ବ୍ୟାସ୍ଜୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଜାଦ ହିନ୍ଦ ରେଡ଼ିଓରେ ପ୍ରଚାରିତ ହେଉଥିବା କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଥିଲା ଏବଂ ତାଙ୍କ କାର୍ଯ୍ୟକ୍ରମ ଦ୍ୱାରା ଆମର ସ୍ୱାଧୀନତା ସଂଗ୍ରାମର ଯୋଦ୍ଧାମାନଙ୍କୁ ମଧ୍ୟ ବହୁତ ଶକ୍ତି ମିଳିଥିଲା ।
ଲାଲକିଲ୍ଲାର କ୍ରାନ୍ତି ମନ୍ଦିରରେ ଗୋଟିଏ ଦୃଶ୍ୟକଳା ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି । ଏଥିରେ ଭାରତୀୟ କଳା ଓ ସଂସ୍କୃତିକୁ ଖୁବ୍ ଆକର୍ଷକ ଢଙ୍ଗରେ ଦର୍ଶାଇବାର ପ୍ରଚେଷ୍ଟା କରାଯାଇଛି । ସଂଗ୍ରହାଳୟରେ ଚାରୋଟି ଇତିହାସ ସଂପର୍କୀୟ ପ୍ରଦର୍ଶନୀ ରହିଛି ଏବଂ ସେଠାରେ ପ୍ରାୟ ତିନିଶହ ବର୍ଷ ପୁରୁଣା 450 ରୁ ଅଧିକ ଚିତ୍ରକଳା ଏବଂ କଳାକୃତି ରହିଛି । ସଂଗ୍ରହାଳୟରେ ଅମ୍ରିତା ଶେରଗିଲ୍,ରାଜା ରବି ବର୍ମା, ଅବନିନ୍ଦ୍ରନାଥ ଟାଗୋର, ଗଗନେନ୍ଦ୍ର ନାଥ ଟାଗୋର, ନନ୍ଦଲାଲ୍ ବୋଷ, ଯାମିନୀ ରାୟ, ସୈଲୋଜ୍ ମୁଖାର୍ଜୀ ଭଳି ମହାନ୍ କଳାକାରମାନଙ୍କ ଉତ୍କୃଷ୍ଟ କୃତିଗୁଡ଼ିକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଆଉ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ସେଠାକୁ ଗଲେ ନିଶ୍ଚିତ ଭାବେ ରବୀନ୍ଦ୍ରନାଥ ଠାକୁରଙ୍କ କୃତିଗୁଡ଼ିକ ଦେଖିବେ ।
ଏବେ ଆପଣମାନେ ଭାବୁଥିବେ ଯେ, କଳାକୃତି ବିଷୟରେ କଥା ଚାଲିଥିବା ବେଳେ ମୁଁ ଆପଣମାନଙ୍କୁ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଉତ୍କୃଷ୍ଟ କଳାକୃତିଗୁଡ଼ିକୁ ଦେଖିବା ପାଇଁ କହୁଛି । ଆପଣମାନେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କୁ କେବଳ ଜଣେ ଲେଖକ ଏବଂ ସଙ୍ଗୀତକାର ରୂପରେ ଜାଣିଥିବେ । କିନ୍ତୁ ମୁଁ କହିବାକୁ ଚାହେଁ ଯେ, ଗୁରୁଦେବ ଜଣେ ଚିତ୍ରକର ମଧ୍ୟ ଥିଲେ । ସେ ଅନେକ ବିଷୟକୁ ନେଇ ଚିତ୍ର ଆଙ୍କିଛନ୍ତି । ସେ ପଶୁପକ୍ଷୀମାନଙ୍କ ଚିତ୍ର ମଧ୍ୟ ଆଙ୍କିଛନ୍ତି ।
ସେ ଅନେକ ସୁନ୍ଦର ଦୃଶ୍ୟଗୁଡିକର ଚିତ୍ର ମଧ୍ୟ ଆଙ୍କିଛନ୍ତି । କେବଳ ସେତିକି ନୁହେଁ, ସେ ମଣିଷର ବ୍ୟକ୍ତିତ୍ୱକୁ ମଧ୍ୟ ତୈଳଚିତ୍ର ମାଧ୍ୟମରେ କାନଭାସ୍ ରେ ପ୍ରତିଫଳିତ କରି ଧରିବାର କାର୍ଯ୍ୟ ମଧ୍ୟ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗୁରୁଦେବ ଠାକୁର ନିଜର ଅଧିକାଂଶ କୃତିର କୌଣସି ନାମକରଣ କରି ନାହାନ୍ତି । ତାଙ୍କର ଉଦ୍ଦେଶ୍ୟ ଥିଲା ଦର୍ଶକ ନିଜେ କଳାକୃତିକୁ ଦେଖି ତା’ର ଅନ୍ତର୍ନିହିତ ମର୍ମକୁ ବୁଝନ୍ତୁ ଏବଂ ଚିତ୍ରକଳା ମାଧ୍ୟମରେ ସେ ଦେବାକୁ ଚାହୁଁଥିବା ବାର୍ତ୍ତାକୁ ନିଜ ଦୃଷ୍ଟିକୋଣରୁ ଗ୍ରହଣ କରନ୍ତୁ । ତାଙ୍କ କଳାକୃତିଗୁଡ଼ିକ ୟୁରୋପୀୟ ଦେଶ, ରୁଷ୍ ଏବଂ ଆମେରିକାରେ ମଧ୍ୟ ପ୍ରଦର୍ଶିତ ହୋଇଛି । ଆପଣ କ୍ରାନ୍ତି ମନ୍ଦିରରେ ତାଙ୍କ କଳାକୃତିଗୁଡ଼ିକ ନିଶ୍ଚୟ ଦେଖିବାକୁ ଯିବେ ବୋଲି ମୋର ଆଶା ।
ମୋର ପ୍ରିୟ ଦେଶବାସୀଗଣ ! ଭାରତ ସନ୍ଥ ମହାତ୍ମାଙ୍କ ଭୂମି । ଆମର ସନ୍ଥ ମହାତ୍ମାମାନେ ନିଜର ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ମାଧ୍ୟମରେ ସଦ୍ଭାବନା, ସମାନତା ଏବଂ ସାମାଜିକ ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି । ଏହିଭଳି ଜଣେ ମହାତ୍ମା ଥିଲେ ସନ୍ଥ ରବିଦାସ । ଫେବୃୟାରୀ 19 ତାରିଖ ହେଉଛି ରବିଦାସ ଜୟନ୍ତୀ । ସନ୍ଥ ରବିଦାସଙ୍କ ଦୋହାଗୁଡ଼ିକ ଖୁବ୍ ପ୍ରସିଦ୍ଧ । ସନ୍ଥ ରବିଦାସଜୀ ଅଳ୍ପ କିଛି ପଂକ୍ତିମାଧ୍ୟମରେ ଅନେକ କିଛି କହି ଦେଉଥିଲେ । ସେ କହିଥିଲେ :-
“ଜାତି ଜାତି ମେଁ ଜାତି ହୈ,
ଯୋ କେତନ୍ କେ ପାତ୍
ରୈଦାସ ମନୁଷ ନା ଯୁଡ୍ ସକେ
ଜବ୍ ତକ୍ ଜାତି ନ ଜାତ୍ ।’’
ଯେମିତି କଦଳୀ ଗଛର ପଟୁଙ୍ଗା ଛଡ଼ାଇଲେ ପଟୁଙ୍ଗା ପରେ ପଟୁଙ୍ଗା ବାହାରି ଚାଲେ ଏବଂ ଶେଷରେ କିଛି ମିଳିନଥାଏ, କିନ୍ତୁ ସଂପୂର୍ଣ୍ଣ ବୃକ୍ଷଟି ନିଃଶେଷ ହୋଇଯାଏ । ଠିକ୍ ସେହିପରି ମନୁଷ୍ୟକୁ ମଧ୍ୟ ଜାତି ଦ୍ୱାରା ବିଭାଜିତ କରି ଦିଆଯାଇଛି ଏବଂ ମାନବତା ନିଶ୍ଚିହ୍ନ ହୋଇଯାଇଛି । ସେ କହୁଥିଲେ – ଯଦି ପ୍ରତ୍ୟେକ ମଣିଷ ଭିତରେ ପ୍ରକୃତରେ ଭଗବାନ ରହିଛନ୍ତି, ତେବେ ସେମାନଙ୍କୁ ଜାତି, ମତବାଦ ଏବଂ ଅନ୍ୟ ସାମାଜିକ ଆଧାରରେ ବିଭାଜିତ କରିବା ଅନୁଚିତ ।
ଗୁରୁ ରବିଦାସ ବାରାଣସୀର ପବିତ୍ର ଭୂମିରେ ଜନ୍ମଗ୍ରହଣ କରିଥିଲେ । ସନ୍ଥ ରବିଦାସ ନିଜର ବାର୍ତ୍ତା ମାଧ୍ୟମରେ ନିଜର ସଂପୂର୍ଣ୍ଣ ଜୀବନକାଳରେ ଶ୍ରମ ଏବଂ ଶ୍ରମିକର ଗୁରୁତ୍ୱକୁ ପ୍ରତିପାଦିତ କରିବାର ପ୍ରଚେଷ୍ଟା କରିଛନ୍ତି । ଏ କଥା କହିଲେ ଅତ୍ୟୁକ୍ତି ହେବନି ଯେ ସେ ବିଶ୍ୱବାସୀଙ୍କୁ ଶ୍ରମର ମର୍ଯ୍ୟାଦାର ପ୍ରକୃତ ଅର୍ଥ ବୁଝାଇଛନ୍ତି । ସେ କହୁଥିଲେ –
“ମନ୍ ଚଙ୍ଗା ତୋ କଠୌତି ମେଁ ଗଙ୍ଗା’’
ଅର୍ଥାତ୍ ଆପଣଙ୍କ ମନ ଏବଂ ହୃଦୟ ଯଦି ପବିତ୍ର, ତା’ହେଲେ ସ୍ୱୟଂ ଈଶ୍ୱର ମଧ୍ୟ ଆପଣଙ୍କ ହୃଦୟରେ ବାସ କରୁଛନ୍ତି । ସନ୍ଥ ରବିଦାସଙ୍କ ବାର୍ତ୍ତା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି । ଚିତୋରର ମହାରାଜା ଓ ରାଣୀ ହୋଇଥାନ୍ତୁ କିମ୍ବା ମୀରାବାଈ ହୁଅନ୍ତୁ, ସମସ୍ତେ ତାଙ୍କର ଅନୁଗାମୀ ଥିଲେ । ମୁଁ ପୁଣିଥରେ ସନ୍ଥ ରବିଦାସଙ୍କୁ ପ୍ରଣାମ କରୁଛି ।
ମୋର ପ୍ରିୟ ଦେଶବାସୀଗଣ ! କିରଣ ସିଦରଜୀ My Gov ରେ ଲେଖିଛନ୍ତି ଯେ ମୁଁ ଭାରତର ମହାକାଶ କାର୍ଯ୍ୟକ୍ରମ ଏବଂ ସେ ସଂପର୍କୀୟ ଅନ୍ୟ ବିଷୟଗୁଡ଼ିକ ଉପରେ ଆଲୋକପାତ କରିବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ପିଲାମାନଙ୍କୁ ମହାକାଶ କାର୍ଯ୍ୟକ୍ରମରେ ଆଗ୍ରହ ପ୍ରକାଶ କରିବା ତଥା ଆକାଶ ଠାରୁ ଆହୁରି ଆଗକୁ ଭାବିବା ଦିଗରେ ପ୍ରେରିତ କରିବା ଉଚିତ । କିରଣଜୀ,ଆପଣଙ୍କର ଏହି ମତାମତ ବିଶେଷ କରି ପିଲାମାନଙ୍କ ପାଇଁ ଆପଣଙ୍କର ଏହି ବାର୍ତ୍ତା ପ୍ରଶଂସନୀୟ ।
କିଛିଦିନ ଆଗରୁ ମୁଁ ଅହମଦାବାଦ ଯାଇଥିଲି ଯେଉଁଠି ମତେ ଡଃ ବିକ୍ରମ ସରାଭାଇଙ୍କର ପ୍ରତିକୃତି ଉନ୍ମୋଚନ କରିବାର ଗବେଷଣା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ଥିଲା । ଆମ ମହାକାଶ କାର୍ଯ୍ୟକ୍ରମରେ ଅନେକ ଯୁବ ବୈଜ୍ଞାନିକଙ୍କର ଭୂମିକା ରହିଛି । ଆମ ପାଇଁ ଗର୍ବର କଥା ଯେ ଆମର ଛାତ୍ରମାନଙ୍କ ଦ୍ୱାରା ବିକଶିତ ଉପଗ୍ରହ ତଥା Sounding Rockets ମହାକାଶରେ ପହଁଚିଲାଣି । ଏହି ଜାନୁୟାରୀ ଚବିଶ ତାରିଖ ଦିନ ଆମ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ “କଲାମ ସେଟ’’ ପ୍ରକ୍ଷେପଣକରାଗଲା । ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତିଆରି କରିଥିବା Sounding Rockets ମଧ୍ୟ ଅନେକ ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଦେଶ ସ୍ୱାଧୀନ ହେବା ଦିନଠାରୁ 2014 ପର୍ଯ୍ୟନ୍ତ ଯେତିକି ମହାକାଶ ଅଭିଯାନ ହୋଇଥିଲା, ଗତ 4 ବର୍ଷ ମଧ୍ୟରେ ପ୍ରାୟ ସେତିକି ସଂଖ୍ୟକ ମହାକାଶ ଅଭିଯାନ ଆରମ୍ଭ କରାଯାଇଛି । ଗୋଟିଏ ମହାକାଶ ଯାନ ସାହାଯ୍ୟରେ 114ଟି ଉପଗ୍ରହ ପ୍ରେରଣ କରିବାର ବିଶ୍ୱ ରେକର୍ଡ଼ ଆମେ ହିଁ ସ୍ଥାପନ କରିଛୁ । ଚନ୍ଦ୍ରଯାନ-2 ମାଧ୍ୟମରେ ଖୁବ୍ ଶୀଘ୍ର ଆମେ ଚନ୍ଦ୍ରରେ ଭାରତର ଉପସ୍ଥିତି ଜାହିର କରିବାକୁ ସକ୍ଷମ ହେବୁ ।
ଆମ ଦେଶ ଧନଜୀବନର ସୁରକ୍ଷା ଦିଗରେ ମଧ୍ୟ ମହାକାଶ ବିଜ୍ଞାନର ଉପଯୋଗ ଭଲଭାବେ କରୁଛି । ବାତ୍ୟା ହେଉ ବା ରେଳ ଓ ସଡ଼କ ସୁରକ୍ଷା ହେଉ – ଏ ସମସ୍ତ କ୍ଷେତ୍ରରେ ମହାକାଶ ଟେକ୍ନୋଲଜି ଯଥେଷ୍ଟ ସହାୟକ ହୋଇପାରୁଛି । ଆମ ମତ୍ସ୍ୟଜୀବୀ ଭାଇମାନଙ୍କୁ ମଧ୍ୟ ନାଭିକ (NAVIC) ଉପକରଣ ବଂଟନ କରାଯାଇଛି ଯାହା ସେମାନଙ୍କ ସୁରକ୍ଷା ସଙ୍ଗେ ସଙ୍ଗେ ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରୁଛି । ସରକାରୀ ସେବାଗୁଡ଼ିକର ବିତରଣ ଏବଂ ଦାୟିତ୍ୱବୋଧକୁ ଆହୁରି ଉତ୍କୃଷ୍ଟ କରିବା ପାଇଁ ଆମେ ମହାକାଶ ଟେକ୍ନୋଲଜିର ବ୍ୟବହାର କରୁଛୁ । “ସମସ୍ତଙ୍କ ପାଇଁ ଘର’’ – ଏହି ଯୋଜନାରେ 23ଟି ରାଜ୍ୟର 40 ଲକ୍ଷ ଘରକୁ ଜିଓ ଟ୍ୟାଗ୍ କରାଯାଇଛି । ତା ସଙ୍ଗେ ସଙ୍ଗେ ମନରେଗା ମାଧ୍ୟମରେ ପ୍ରାୟ ସାଢ଼େ ତିନିକୋଟି ସମ୍ପତ୍ତିକୁ ମଧ୍ୟ ଜିଓ ଟ୍ୟାଗ୍ କରାଯାଇଛି । ଆମର ଉପଗ୍ରହ ଗୁଡ଼ିକ ଆଜି ଦେଶର କ୍ରମବର୍ଦ୍ଧିଷ୍ଣୁ ଶକ୍ତିର ପରିଚାୟକ । ଦୁନିଆର ଅନେକ ଦେଶ ସହିତ ଭଲ ସଂପର୍କ ସ୍ଥାପନରେ ଏହାର ବହୁତ ବଡ଼ ଅବଦାନ ରହିଛି । ଦକ୍ଷିଣ ଏସିଆ ଉପଗ୍ରହ ତ ଆମର ଗୋଟିଏ ଅଭିନବ ପ୍ରୟାସ ଯାହାକି ଆମ ପଡ଼ୋଶୀ ମିତ୍ର ରାଷ୍ଟ୍ରମାନଙ୍କୁ ମଧ୍ୟ ବିକାଶର ଉପହାର ଦେଇପାରିଛି । ନିଜର ଉତ୍ତମ ପ୍ରତିଯୋଗିତାମୂଳକ ଉତକ୍ଷେପଣ ଯାନ ମାଧ୍ୟମରେ ଆଜି ଭାରତ ଖାଲି ବିକାଶଶୀଳ ଦେଶ ନୁହେଁ ବରଂ ବିକଶିତ ଦେଶମାନଙ୍କର ଉପଗ୍ରହଗୁଡ଼ିକୁ ମଧ୍ୟ ପ୍ରେରଣ କରୁଛି । ଆକାଶ ଆଉ ତାରକାଗଣ ସବୁବେଳେ ପିଲାମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଥାନ୍ତି । ଆମର ମହାକାଶ କାର୍ଯ୍ୟକ୍ରମ ଆଜି ପିଲାମାନଙ୍କୁ କିଛି ବଡ଼କଥା ଭାବିବା ଏବଂ ସେ ଦିଗରେ ଅଗ୍ରସର ହେବାର ସୁଯୋଗ ପ୍ରଦାନ କରୁଛି ଯାହା ଆଜିଯାଏ ଅସମ୍ଭବ ମନେ ହେଉଥିଲା । ଏହା ଆମର ପିଲାଙ୍କୁ ତାରାମାନଙ୍କୁ ନିରୀକ୍ଷଣ କରିବା ସଙ୍ଗେ ସଙ୍ଗେ ନୂତନ ତାରକାମାନଙ୍କୁ ଖୋଜିବା ଦିଗରେ ଦୂରଦୃଷ୍ଟି ପ୍ରଦାନ କରିଥାଏ ।
ମୋର ପ୍ରିୟ ଦେଶବାସୀଗଣ ! ମୁଁ ସବୁବେଳେ କହିଆସିଛି, ଯିଏ ଖେଳେ, ସେ ବିକଶିତ ହୁଏ । ଏଥରର “ଖେଲୋ ଇଣ୍ଡିଆ’’ରେ ଅନେକ ଯୁବ ଖେଳାଳି ସାମ୍ନାକୁ ଆସିଛନ୍ତି । ଜାନୁୟାରୀ ମାସରେ ପୁଣେରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପ୍ରାୟ 18ଟି ଖେଳରେ 6000 ଖେଳାଳି ଭାଗନେଲେ । ଯେତେବେଳେ ଆମ ଖେଳକୁଦର ଆଂଚଳିକ ବ୍ୟବସ୍ଥା ମଜବୁତ୍ ହେବ ଅର୍ଥାତ୍ ଯେତେବେଳେ ଆମର ମୂଳଦୁଆ ମଜବୁତ୍ ହେବ ସେତେବେଳେ ଯାଇ ଆମର ଯୁବବର୍ଗ ବିଶ୍ୱରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ । ଯେତେବେଳେ ଆଂଚଳିକ ସ୍ତରରେ ଖେଳାଳୀ ସର୍ବୋତମ ପ୍ରଦର୍ଶନ କରିପାରିବ ସେତେବେଳେ ହିଁ ସେ ବିଶ୍ୱ ସ୍ତରରେ ସର୍ବୋତ୍ତମ ପ୍ରଦର୍ଶନ କରିବ । ଏଥର“ଖେଲୋ ଇଣ୍ଡିଆ’’ରେ ପ୍ରତ୍ୟେକ ରାଜ୍ୟର ଖେଳାଳିମାନେ ନିଜ ନିଜ ସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି । ପଦକ ଜିତିଥିବା ଅନେକ ଖେଳାଳିମାନଙ୍କର ଜୀବନ ଖୁବ୍ ପ୍ରେରଣା ଦାୟକ ।
ମୁଷ୍ଟିଯୁଦ୍ଧରେ ଆକାଶ ଗୋର୍ଖା ରୌପ୍ୟପଦକ ହାସଲ କଲେ । ମୁଁ ପଢୁଥିଲି – ଆକାଶଙ୍କ ପିତା ରମେଶଜୀ ପୁଣେର ଗୋଟିଏ ଉଦ୍ୟୋଗରେ ପହରାଦାର(Watchman) ଭାବରେ କାମ କରନ୍ତି । ସେ ନିଜର ପରିବାର ସହିତ ଗୋଟିଏ ପାର୍କିଂ ଜାଗାରେ ରହନ୍ତି । ସେହିଭଳି ମହାରାଷ୍ଟ୍ରର 21 ବର୍ଷରୁ କମ୍ ମହିଳା କବାଡ଼ି ଟିମ୍ କ୍ୟାପ୍ଟେନ ସୋନାଲି ହେଲ୍ବୀ ସତାରା ନିବାସୀ । ସେ ବହୁତ କମ୍ ବୟସରେ ନିଜର ପିତାଙ୍କୁ ହରାଇଥିଲେ । ତାଙ୍କର ମା ଓ ଭାଇ ତାଙ୍କୁ ଉତ୍ସାହିତ କରିଥିଲେ । ପ୍ରାୟ ଦେଖାଯାଏ କବାଡ଼ି ଭଳି ଖେଳମାନଙ୍କରେ ଝିଅମାନଙ୍କୁ ସେତେଟା ଉତ୍ସାହିତ କରାଯାଇନଥାଏ । ତା ସତ୍ତ୍ୱେସୋନାଲି କବାଡ଼ି ଖେଳକୁ ଆପଣେଇଲେ ଏବଂ ଉତ୍କୃଷ୍ଟ ପ୍ରଦର୍ଶନ କରି ଦେଖାଇଲେ । ଆସାନସୋଲର 10 ବର୍ଷୀୟ ଅଭିନବ ସା’ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ସବୁଠାରୁ କମ୍ ବୟସର ପଦକ ବିଜେତା । କର୍ଣ୍ଣାଟକର ଜଣେ କୃଷକଙ୍କ ଝିଅ ଅକ୍ଷତା ବାସୱାନୀ କମ୍ତି ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ । ସେ ତାଙ୍କର ବିଜୟର ଶ୍ରେୟ ତାଙ୍କ ପିତାଙ୍କୁ ଦେଲେ । ତାଙ୍କର ପିତା ବେଲଗାଓଁର ଜଣେ କୃଷକ । ଆମେ ଯେତେବେଳେ ଇଣ୍ଡିଆର ନିର୍ମାଣ କଥା କହୁଛେ – ଯୁବଶକ୍ତିର ସଂକଳ୍ପ ହିଁ ନିଉ ଇଣ୍ଡିଆ । ଖେଲୋ ଇଣ୍ଡିଆର ଏ କାହାଣୀ ପ୍ରମାଣ କରୁଛି ଯେ, ନିଉ ଇଣ୍ଡିଆର ନିର୍ମାଣରେ ଖାଲି ଯେ ସହରରେ ରହୁଥିବା ଲୋକମାନଙ୍କର ଯୋଗଦାନ ରହିଛି, ସେ କଥା ନୁହେଁ, ବରଂ ଛୋଟ ସହର, ଗାଁ,ପଡ଼ା ଆଦିରୁ ଆସୁଥିବା ପିଲା, ଯୁବକ ଏବଂ ଯୁବ କ୍ରୀଡ଼ା ପ୍ରତିଭାମାନଙ୍କର ବହୁତ ବଡ଼ ଯୋଗଦାନ ଅଛି ।
ମୋର ପ୍ରିୟ ଦେଶବାସୀଗଣ ! ଆପଣ ଅନେକ ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବିଷୟରେ ଶୁଣିଥିବେ । କିନ୍ତୁ ଆପଣ କେବେ ସୁନ୍ଦର ଶୌଚାଳୟ ପ୍ରତିଯୋଗିତା ବିଷୟରେ ଶୁଣିଛନ୍ତି କି ? ଗତ ପ୍ରାୟ ଏକ ମାସ ଧରି ଚାଲି ଆସିଥିବା ଏହି ପ୍ରତିଯୋଗୀତାରେ ଅତି କମରେ 50 ଲକ୍ଷରୁ ଅଧିକ ଶୌଚାଳୟ ଭାଗ ନେଇ ସାରିଲେଣି । ଏହି ଅଭିନବ ପ୍ରତିଯୋଗିତାର ନାଁ ହେଲା “ସ୍ୱଚ୍ଛ ସୁନ୍ଦର ଶୌଚାଳୟ’’ । ଲୋକମାନେ ନିଜ ନିଜର ଶୌଚାଳୟକୁ ସ୍ୱଚ୍ଛ ରଖିବା ସଙ୍ଗେ ସଙ୍ଗେ ସେଥିରେ ରଙ୍ଗ ବେରଙ୍ଗର କିଛି ଚିତ୍ର ଆଙ୍କି ତାକୁ ସୁନ୍ଦର କରିବାକୁ ଚେଷ୍ଟା କରୁଛନ୍ତି । ଆପଣମାନେ କାଶ୍ମୀର ଠାରୁ କନ୍ୟାକୁମାରୀ ତଥା କଚ୍ଛ ଠାରୁ କାମରୂପ ପର୍ଯ୍ୟନ୍ତ ସ୍ୱଚ୍ଛ ସୁନ୍ଦର ଶୌଚାଳୟର ଅନେକ ଗୁଡ଼ିଏ ଫଟୋ ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳିବ ।
ମୁଁ ସମସ୍ତ ସରପଞ୍ଚ ଓ ଗାଁମୁଖିଆମାନଙ୍କୁ ଅନୁରୋଧ କରୁଛି, ସେମାନେ ନିଜ ନିଜର ପଂଚାୟତରେ ଏହି ଅଭିଯାନର ନେତୃତ୍ୱ ନିଅନ୍ତୁ । ନିଜର ସ୍ୱଚ୍ଛ ସୁନ୍ଦର ଶୌଚାଳୟର ଫଟୋକୁ # My Izzat Gharଜରିଆରେ ସୋସିଆଲ୍ ମିଡ଼ିଆରେ ନିଶ୍ଚିତ ଭାବେ ଶେୟାର କରନ୍ତୁ ।
ସାଥୀଗଣ ! 2 ଅକ୍ଟୋବର 2 014ରେ ଦେଶକୁ ସ୍ୱଚ୍ଛ ରଖିବା ଏବଂ ଖୋଲାଶୌଚ ମୁକ୍ତ କରିବା ପାଇଁ ଆମେମାନେ ମିଳିମିଶି ଏକ ଚିର ସ୍ମରଣୀୟ ଯାତ୍ରା ଆରମ୍ଭ କରିଥିଲେ । ଭାରତର ଜନସାଧାରଣଙ୍କ ସହଯୋଗରେ 2 ଅକ୍ଟୋବର 2 019 ର ଯଥେଷ୍ଟ ପୂର୍ବରୁ ଆଜି ଆମେ ଖୋଲାଶୌଚ ମୁକ୍ତ ହେବା ଆଡ଼କୁ ଅଗ୍ରସର ହୋଇଛୁ – ଯାହା ଫଳରେ ବାପୁଜୀଙ୍କୁ ତାଙ୍କର 150ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ପାରିବ ।
ସ୍ୱଚ୍ଛ ଭାରତର ଏହି ଚିରସ୍ମରଣୀୟ ଯାତ୍ରାରେ “ମନ୍ କୀ ବାତ୍’’ ଶ୍ରୋତାମାନଙ୍କର ମଧ୍ୟ ବହୁତ ବଡ଼ ଅବଦାନ ରହିଛି । ସେଥିପାଇଁ ତ ଏହି କଥାଟିକୁ ଆପଣମାନଙ୍କୁ କହିଲାବେଳେ ମୋତେ ଅପାର ଆନନ୍ଦ ଅନୁଭୂତ ହେଉଛି ଯେ 5ଲକ୍ଷ ପଚାଶ ହଜାରରୁ ଅଧିକ ଗାଁ ତଥା ଛଅ ଶହ ଜିଲ୍ଲା ଖୋଲାଶୌଚ ମୁକ୍ତ ଘୋଷିତ ହୋଇସାରିଛନ୍ତି । ଗ୍ରାମୀଣ ଭାରତରେ ସ୍ୱଚ୍ଛତାର ବ୍ୟାପ୍ତି ଅଠାନବେ ଶତାଂଶକୁ ପାର କରିଗଲାଣି ଏବଂ ପ୍ରାୟ 9 କୋଟି ପରିବାରକୁ ଶୌଚାଳୟର ସୁବିଧା ଉପଲବ୍ଧ କରାଯାଇଛି ।
ମୋର କୁନି କୁନି ସାଥୀମାନେ ! ପରୀକ୍ଷା ସମୟ ଆସୁଛି । ହିମାଚଳ ପ୍ରଦେଶର ଅଂଶୁଳ ଶର୍ମାMyGovରେ ଲେଖିଛନ୍ତି ଯେ ପରୀକ୍ଷା ଓ Exam Warrior ସଂପର୍କରେ ମୁଁ କଥା ହେବା ଉଚିତ । ଅଂଶୁଳଜୀ ଏଇ କଥାଟିକୁ ଉଦ୍ରେକ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ହଁ, ଅନେକ ପରିବାର ପାଇଁ ବର୍ଷର ପ୍ରଥମ ଭାଗ ପରୀକ୍ଷାର ଋତୁ ହୋଇଥାଏ । ଛାତ୍ରଛାତ୍ରୀ, ତାଙ୍କର ମାତାପିତାଙ୍କ ଠାରୁ ଆରମ୍ଭ କରି ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ପରୀକ୍ଷା ସମ୍ପର୍କୀୟ କାର୍ଯ୍ୟରେ ବ୍ୟସ୍ତ ରହନ୍ତି ।
ମୁଁ ସମସ୍ତ ଛାତ୍ରଛାତ୍ରୀ, ତାଙ୍କର ମାତାପିତା ତଥା ଶିକ୍ଷକମାନଙ୍କୁ ଶୁଭକାମନା ଜଣାଉଛି । ଏ ବିଷୟରେ ଆଜିର “ମନ୍ କି ବାତ୍’’ରେ ମୁଁ ନିଶ୍ଚୟ ଆଲୋଚନା କରିଥାନ୍ତି । କିନ୍ତୁ ଆପଣ ଜାଣି ଖୁସି ହେବେ ଯେ,ଦୁଇ ଦିନ ପରେ ଜାନୁୟାରୀ 29 ତାରିଖ ଦିନ 11ଟା ସମୟରେ ମୁଁ ସାରା ଦେଶର ଛାତ୍ରଛାତ୍ରୀମାନଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ ଆଲୋଚନା କରିବି । ଏଥର ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ପିତାମାତା ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।ଏଥର ଅନ୍ୟ କେତେକ ଦେଶର ଛାତ୍ରଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି“ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ ପରୀକ୍ଷା ସମ୍ପର୍କିତ ସମସ୍ତ ଦିଗ ବିଶେଷ କରି ଚାପମୁକ୍ତ ପରୀକ୍ଷା ସଂପର୍କରେ ମୋର ଯୁବବନ୍ଧୁମାନଙ୍କ ସହ ସବିସ୍ତାର ଆଲୋଚନା କରିବି । ଏଥିପାଇଁ ନିଜ ନିଜର ଅଭିମତ ଓ ପ୍ରସ୍ତାବ ପଠାଇବା ପାଇଁ ମୁଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲି ଏବଂ ଖୁସିର କଥା ଯେMyGov ମାଧ୍ୟମରେ ଅନେକ ଲୋକ ସେମାନଙ୍କ ମତାମତ ଜଣାଇଛନ୍ତି । ଏଗୁଡ଼ିକ ମଧ୍ୟରୁ କିଛି ମତାମତକୁ ମୁଁ ନିଶ୍ଚିତ ଭାବରେ ଟାଉନହଲ କାର୍ଯ୍ୟକ୍ରମରେ ସ୍ଥାନୀତ କରିବି । ଆପଣ ନିଶ୍ଚିତ ଭାବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ । ସୋସିଆଲ ମିଡିଆ ଏବଂ Namo App ମାଧ୍ୟମରେ ଆପଣ ଏହାର ସିଧା ପ୍ରସାରଣ ମଧ୍ୟ ଦେଖି ପାରିବେ ।
ମୋର ପ୍ରିୟ ଦେଶବାସୀଗଣ ! ଜାନୁୟାରୀ 30 ତାରିଖ ପୂଜ୍ୟ ବାପୁଙ୍କ ପୁଣ୍ୟ ତିଥି । ସେଦିନ ପୂର୍ବାହ୍ନ 11ଟା ସମୟରେ ସମଗ୍ର ଦେଶ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାଏ । ଆମେମାନେ ଯେଉଁଠି ଥିଲେ ବି ଦୁଇ ମିନିଟ୍ ପାଇଁ ଶହୀଦମାନଙ୍କୁ ନିଶ୍ଚିତ ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ପୂଜ୍ୟ ବାପୁଙ୍କ ପୁଣ୍ୟ ସ୍ମତିଚାରଣ କରିବା ଏବଂ ପୂଜ୍ୟ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ, ନୂତନ ଭାରତର ନିର୍ମାଣ ପାଇଁ, ଜଣେ ନାଗରିକ ହିସାବରେ ନିଜର କର୍ତ୍ତବ୍ୟ ନିର୍ବାହ କରିବା ପାଇଁ ସଂକଳ୍ପବଦ୍ଧ ହେବା ।
ଆସନ୍ତୁ, ଏହି ସଂକଳ୍ପ ସହ ଆମେ ଆଗେଇଯିବା । 2019ର ଏହି ଯାତ୍ରାକୁ ସଫଳତା ପୂର୍ବକ ଆଗେଇନେବା । ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା, ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 2018 ମସିହା ଶେଷ ହେବାକୁ ଯାଉଛି । ଆମେ 2019ରେ ପ୍ରବେଶ କରିବାକୁ ଯାଉଛୁ । ଏଭଳି ସମୟରେ ବିତିଯାଉଥିବା ବର୍ଷ ସମ୍ପର୍କରେ ଆଲୋଚନା ହେବା ସାଙ୍ଗକୁ ଆଗାମୀ ବର୍ଷର ସଂକଳ୍ପର ଚର୍ଚ୍ଚା ହେବା ସ୍ୱାଭାବିକ । ବ୍ୟକ୍ତିଗତ ଜୀବନ ହେଉ, ସାମାଜିକ ଜୀବନ ହେଉ, ରାଷ୍ଟ୍ରର ଜୀବନ ହେଉ – ପ୍ରତ୍ୟେକଙ୍କୁ ପଛକୁ ଫେରି ଦେଖିବାକୁ ହୁଏ । ଆଗକୁ ଯେତେ ଦୂର ଦୃଶ୍ୟମାନ, ତାହା ଦେଖିବାକୁ ଚେଷ୍ଟା ମଧ୍ୟ କରିବାକୁ ହୋଇଥାଏ । ଆଉ ସେତେବେଳେ ଅନୁଭୂତିରୁ ଲାଭ ମଧ୍ୟ ମିଳିଥାଏ ଏବଂ ନୂଆ କରିବାର ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି ହୋଇଥାଏ । ଆମେ ଏଭଳି କ’ଣ କରିବା ଯାହାଦ୍ୱାରା ନିଜ ଜୀବନରେ ପରିବର୍ତ୍ତନ ଆଣିପାରିବା ଆଉ ତା’ ସଙ୍ଗେ ସଙ୍ଗେ ଦେଶ ଏବଂ ସମାଜକୁ ଆଗକୁ ବଢ଼ାଇବାରେ ନିଜର ଯୋଗଦାନ ଦେଇପାରିବା । ଆପଣ ସମସ୍ତଙ୍କୁ 2019 ପାଇଁ ଅନେକ ଅନେକ ଶୁଭେଚ୍ଛା । ଆପଣମାନେ ସମସ୍ତେ ଚିନ୍ତା କରିଥିବେ ଯେ, 2018କୁ କିଭଳି ମନେ ରଖାଯାଇପାରିବ । 2018କୁ ଭାରତ ଗୋଟିଏ ଦେଶ ଭାବରେ ନିଜର ଶହେ ତିରିଶ କୋଟି ଜନତାର ସାମର୍ଥ୍ୟ ରୂପରେ କିଭଳି ମନେରଖିବ ଏହା ସ୍ମରଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହା ଆମକୁ ଗୌରବର ଅନୁଭୂତିରେ ପରିପୂର୍ଣ୍ଣ କରିଦେବ ।
2018ରେ, ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା “ଆୟୁଷ୍ମାନ ଭାରତ”ର ଶୁଭାରମ୍ଭ ହେଲା । ଦେଶର ପ୍ରତ୍ୟେକ ଗ୍ରାମକୁ ବିଜୁଳି ପହଂଚିଗଲା । ବିଶ୍ୱର ମାନ୍ୟଗଣ୍ୟ ସଂସ୍ଥା ଏହାକୁ ସ୍ୱୀକାର କରିଛନ୍ତି ଯେ, ଭାରତ ରେକର୍ଡ ଗତିରେ ଦାରିଦ୍ର୍ୟରୁ ମୁକ୍ତିଲାଭ କରୁଛି । ଦେଶବାସୀଙ୍କ ଦୃଢ଼ସଂକଳ୍ପ ଯୋଗୁଁ ସ୍ୱଚ୍ଛତା ଉକ୍ଟଙ୍ଖରକ୍ସବଶର 95 ପ୍ରତିଶତକୁ ପାର କରିବା ଦିଗରେ ଅଗ୍ରସର ହେଉଛି ।
ସ୍ୱାଧୀନତା ପରେ ଲାଲକିଲ୍ଲାରେ ପ୍ରଥମ ଥର, ଆଜାଦ ହିନ୍ଦ ସରକାରର 75ତମ ବାର୍ଷିକୀରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରାଗଲା । ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମ୍ମାନରେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା “Statue of Unity” ଦେଶକୁ ମିଳିଲା । ସାରା ବିଶ୍ୱରେ ଦେଶର ସୁନାମ ବୃଦ୍ଧି ପାଇଲା । ଦେଶକୁ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମିଳିତ ଜାତିସଂଘର ସର୍ବୋଚ୍ଚ ପୁରସ୍କାର “Champions of the Earth”ରେ ସମ୍ମାନିତ କରାଗଲା । ସୌରଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ଦିଗରେ ଭାରତର ପ୍ରଚେଷ୍ଟାକୁ ବିଶ୍ୱରେ ସ୍ଥାନ ମିଳିଲା । ଭାରତରେ ଆନ୍ତର୍ଜାତିକ ସୌର ସଂଗଠନର ପ୍ରଥମ ମହାସଭା “International Solar Alliance”ର ଆୟୋଜନ ହେଲା । ଆମର ସାମୁହିକ ପ୍ରଚେଷ୍ଟାର ପରିଣାମ ସ୍ୱରୂପ ଆମ ଦେଶର Ease Of Doing Business ବା ବ୍ୟବସାୟିକ ସୁଗମତା ରେ ଅଭୂତପୂର୍ବ ଉନ୍ନତି ହୋଇଛି । ଦେଶର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇଛି । ଚଳିତ ବର୍ଷ ଆମ ଦେଶ ସଫଳତାର ସହ Nuclear Triad ବା ତ୍ରିମୁଖୀ ପରମାଣୁ ପ୍ରତିରୋଧି ସାମରିକ କ୍ଷମତାକୁ ସମ୍ପୂର୍ଣ୍ଣ କରିଛି । ଅର୍ଥାତ ଏବେ ଆମେ ଜଳ, ସ୍ଥଳ ଏବଂ ଆକାଶ –ତିନୋଟି ଯାକରେ ପରମାଣୁ ଶକ୍ତିସମ୍ପନ୍ନ ହୋଇଯାଇଛୁ । ଦେଶର ଝିଅମାନେ ନାବିକା ସାଗର ପରିକ୍ରମା ମାଧ୍ୟମରେ ସମଗ୍ର ବିଶ୍ୱଭ୍ରମଣ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି । ବାରାଣସୀରେ ଭାରତର ପ୍ରଥମ ଜଳମାର୍ଗ ଆରମ୍ଭ ହୋଇଛି । ଏହାଦ୍ୱାରା ଜଳପଥ କ୍ଷେତ୍ରରେ ଗୋଟିଏ ନୂତନ କ୍ରାନ୍ତିର ସୂତ୍ରପାତ ହୋଇଛି । ଦେଶର ଦୀର୍ଘତମ ରେଳ-ସଡ଼କ ପୋଲ ବୋଗିବିଲ ସେତୁର ଲୋକାର୍ପଣ ହେଲା । ସିକ୍କିମର ପ୍ରଥମ ଏବଂ ଦେଶର ଶହେତମ ଏୟାରପୋର୍ଟ ପେକ୍ୟୋଙ୍ଗ କାର୍ଯ୍ୟକ୍ଷମ ହେଲା ।ଅଣ୍ଡର-19 କ୍ରିକେଟ ବିଶ୍ୱକପ ଏବଂ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପରେ ଭାରତ ବିଜୟଲାଭ କଲା । ଏଥର ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ବହୁସଂଖ୍ୟାରେ ପଦକ ଜିତିଲା । ପରା ଏସିଆନ ଗେମ୍ସରେ ମଧ୍ୟ ଭାରତ ଖୁବ ଭଲ ପ୍ରଦର୍ଶନ କରିଛି । ସେହିପରି ପ୍ରତ୍ୟେକ ଭାରତୀୟଙ୍କ ପୁରୁଷାର୍ଥ,ଆମର ସାମୁହିକ ପ୍ରଚେଷ୍ଟା କଥା ଯଦି କହିବି ତା’ହେଲେ ଆମ “ମନ କି ବାତ୍” ଏତେ ଦୀର୍ଘ ସମୟ ଧରି ଚାଲିବ ଯେ, ହୁଏତ 2019 ଆସିଯିବ । ଏସବୁ 130 କୋଟି ଦେଶବାସୀଙ୍କ ନିରନ୍ତର ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହୋଇପାରିଛି । ମୁଁ ଆଶା କରୁଛି ଯେ, 2019ରେ ମଧ୍ୟ ଭାରତର ଉନ୍ନତି ଏବଂ ପ୍ରଗତିର ଏହି ଯାତ୍ରା ଏହିଭଳି ଜାରି ରହିବ ଏବଂ ଆମ ଦେଶ ଆହୁରି ଦୃଢ଼ତାର ସହ ନୂତନ ଶିଖରକୁ ସ୍ପର୍ଶ କରିବ ।
ମୋର ପ୍ରିୟ ଦେଶବାସୀଗଣ, ଏହି ଡିସେମ୍ବରରେ ଆମେ କିଛି ଅସାଧାରଣ ବ୍ୟକ୍ତିତ୍ୱଙ୍କୁ ହରାଇଛୁ । ଡିସେମ୍ବର 19 ତାରିଖ ଦିନ ଚେନ୍ନାଇର ଡକ୍ଟର ଜୟାଚନ୍ଦ୍ରନଙ୍କ ପରଲୋକ ହୋଇଗଲା । ଡକ୍ଟର ଜୟାଚନ୍ଦ୍ରନଙ୍କୁ ଆଦରରେ ଲୋକେ “ମକ୍କଲ ମାରୁଥୁୱର” କହୁଥିଲେ କାରଣ ସେ ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିପାରିଥିଲେ । ଡକ୍ଟର ଜୟାଚନ୍ଦ୍ରନ ଗରିବ ଲୋକଙ୍କୁ ଅତିକମ୍ ଖର୍ଚ୍ଚରେ ଚିକିତ୍ସା ଉପଲବ୍ଧ କରାଇବା ଯୋଗୁଁ ବେଶ୍ ଜଣାଶୁଣା ଥିଲେ । ଲୋକେ କହନ୍ତି ଯେ ସେ ରୋଗୀମାନଙ୍କ ଚିକିତ୍ସା ପାଇଁ ସବୁବେଳେ ତତ୍ପର ରହୁଥିଲେ । ଏପରିକି ତାଙ୍କ ପାଖକୁ ଚିକିତ୍ସା ପାଇଁ ସବୁବେଳେ ତତ୍ପର ରହୁଥିଲେ । ଏପରିକି ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ବୟୋଜ୍ୟେଷ୍ଠ ରୋଗୀଙ୍କୁ ସେ ଯିବା ଆସିବା ଖର୍ଚ୍ଚ ମଧ୍ୟ ଦେଉଥିଲେ । ମୁଁ thebetterindia.com ୱେବସାଇଟରେ ସମାଜକୁ ପ୍ରେରଣା ଦେଉଥିବା ତାଙ୍କର ଏଭଳି ଅନେକ କାର୍ଯ୍ୟ ସମ୍ପର୍କରେ ପଢ଼ିଛି ।
ସେହିପରି ଡିସେମ୍ବର 25 ତାରିଖ ଦିନ କର୍ଣ୍ଣାଟକର ସୁଲାଗିଟ୍ଟି ନର୍ସମ୍ମାଙ୍କ ପରଲୋକ ଖବର ମିଳିଲା । ସୁଲାଗିଟ୍ଟି ନରସମ୍ମା ଗର୍ଭବତୀ ମା-ଭଉଣୀମାନଙ୍କୁ ପ୍ରସବ ସମୟରେ ସାହାଯ୍ୟ କରୁଥିବା ସହାୟିକା ଥିଲେ । ସେ କର୍ଣ୍ଣାଟକରେ ବିଶେଷକରି ସେଠାକାର ଦୁର୍ଗମ ଅଂଚଳରେ ହଜାର ହଜାର ମା-ଭଉଣୀଙ୍କୁ ନିଜର ସେବା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ତାଙ୍କୁ “ପଦ୍ମଶ୍ରୀ”ରେ ସମ୍ମାନିତ କରାଯାଇଥିଲା । ଡକ୍ଟର ଜୟାଚନ୍ଦ୍ରନ ଏବଂ ସୁଲାଗିଟ୍ଟି ନର୍ସମ୍ମାଙ୍କ ଭଳି ଅନେକ ପ୍ରେରଣାଦାୟୀ ବ୍ୟକ୍ତି ରହିଛନ୍ତି,ଯେଉଁମାନେ ସମାଜରେ ସମସ୍ତଙ୍କ ମଙ୍ଗଳ ପାଇଁ ନିଜ ଜୀବନକୁ ସମର୍ପି ଦେଇଛନ୍ତି । ଆମେ ଯେତେବେଳେ ସ୍ୱାସ୍ଥ୍ୟରକ୍ଷା କଥା କହୁଛୁ, ସେତେବେଳେ ମୁଁ ଉତ୍ତରପ୍ରଦେଶର ବିଜନୌରରେ ଡାକ୍ତରମାନଙ୍କ ସାମାଜିକ ପ୍ରଚେଷ୍ଟା ସମ୍ପର୍କରେ ମଧ୍ୟ କହିବାକୁ ଚାହୁଁଛି । ବିଗତ ଦିନରେ ଆମ ଦଳର କିଛି କର୍ମକର୍ତାମାନେ ମୋତେ ସୂଚାଇ ଦେଲେ ଯେ, ସହରର କିଛି ଡାକ୍ତର ଶିବିର ଆୟୋଜନ କରି ଗରିବମାନଙ୍କ ମାଗଣା ଚିକିତ୍ସା କରୁଛନ୍ତି । ଏଠାକାର Heart Lungs Critical Centre ତରଫରୁ ପ୍ରତି ମାସରେ ଏଭଳି ମେଡିକାଲ କ୍ୟାମ୍ପ୍ସର ଆୟୋଜନ କରାଯାଉଛି । ଯେଉଁଠାରେ ଅନେକ ରୋଗର ମାଗଣା ପରୀକ୍ଷା ଏବଂ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ପ୍ରତିମାସରେ ଶହ ଶହ ଗରିବ ରୋଗୀ ଏହି କ୍ୟାମ୍ପ ଦ୍ୱାରା ଲାଭାନ୍ୱିତ ହେଉଛନ୍ତି । ନିଃସ୍ୱାର୍ଥ ଭାବେ ସେବାରେ ଲାଗିଥିବା ଏହି ଡାକ୍ତର ବନ୍ଧୁଙ୍କର ଉତ୍ସାହ ପ୍ରକୃତରେ ପ୍ରଶଂସନୀୟ । ଆଜି ମୁଁ ଏକଥା ବହୁତ ଗର୍ବର ସହ ଜଣାଉଛି ଯେ,ସାମୁହିକ ପ୍ରଚେଷ୍ଟା ଦ୍ୱାରା “ସ୍ୱଚ୍ଛ ଭାରତ ମିଶନ” ଗୋଟିଏ ସଫଳ ଅଭିଯାନ ପାଲଟିଯାଇଛି । କିଛି ଲୋକ ମୋତେ ସୂଚନା ଦେଲେ ଯେ, କିଛିଦିନ ପୂର୍ବେ ମଧ୍ୟପ୍ରଦେଶର ଜବଲପୁରରେ ଏକ ସଙ୍ଗେ ତିନି ଲକ୍ଷରୁ ଅଧିକ ଲୋକ ସଫେଇ ଅଭିଯାନରେ ଯୋଗଦେଲେ । ସ୍ୱଚ୍ଛତାର ଏହି ମହାଯଜ୍ଞରେ ନଗର ନିଗମ, ସ୍ୱେଚ୍ଛାସେବୀ ସଂଗଠନ, ସ୍କୁଲ କଲେଜର ଛାତ୍ରଛାତ୍ରୀ, ଜବଲପୁରର ଜନସାଧାରଣ, ସମସ୍ତେ ଉତ୍ସାହର ସହ ଅଂଶଗ୍ରହଣ କଲେ । ଏହି କିଛିକ୍ଷଣ ଆଗରୁ ମୁଁ thebetterindia.com ସମ୍ପର୍କରେ କହୁଥିଲି, ଯେଉଁଥିରେ ମୁଁ ଡକ୍ଟର ଜୟାଚନ୍ଦ୍ରନଙ୍କ ସମ୍ପର୍କରେ ପଢ଼ିବାକୁ ପାଇଲି । ଆଉ ଯେତେବେଳେ ମୋତେ ସୁଯୋଗ ମିଳେ ସେତେବେଳେ ମୁଁ ନିଶ୍ଚୟ thebetterindia.com ୱେବସାଇଟକୁ ଯାଇ ଏଭଳି ପ୍ରେରଣାଦାୟୀ ବିଷୟଗୁଡ଼ିକ ଜାଣିବାକୁ ଚେଷ୍ଟା କରିଥାଏ ।
ଏକଥା ଜାଣି ମୋତେ ଖୁସି ଲାଗୁଛି ଯେ, ଆଜିକାଲି ଏଭଳି ଅନେକ ୱେବସାଇଟ ରହିଛି ଯାହା ଏଭଳି ଅସାଧାରଣ ଲୋକଙ୍କ ଜୀବନରୁ ଅନେକ ପ୍ରେରଣାଦାୟୀ କାହାଣୀ ସହିତ ଆମକୁ ପରିଚିତ କରାଉଛନ୍ତି । ଯେମିତିକି, thepositiveindia.com ୱେବସାଇଟ ସମାଜରେ ସକାରାତ୍ମକତାର ପ୍ରଚାର କରିବା ଏବଂ ସମାଜକୁ ଅଧିକ ସମ୍ବେଦନଶୀଳ କରିବାର କାର୍ଯ୍ୟ କରୁଛି ସେହିପରି yourstory.com ରେ ଯୁବ ନବସୃଜନକାରୀ ଏବଂ ଉଦ୍ୟମୀମାନଙ୍କ ସଫଳତାର କାହାଣୀ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଥାଏ । ସେହିପରି samskritabharati.in ମାଧ୍ୟମରେ ଆପଣ ଘରେ ବସି ସରଳ ଢଙ୍ଗରେ ସଂସ୍କୃତ ଭାଷା ଶିଖିପାରିବେ । ଆମେ ଗୋଟିଏ କାମ କରିପାରିବା କି? ଏଭଳିୱେବସାଇଟଗୁଡ଼ିକ ବିଷୟରେ ପରସ୍ପର ମଧ୍ୟରେ ଆଦାନ-ପ୍ରଦାନ କରିବା । ସମସ୍ତେ ମିଶି ସକାରାତ୍ମକ ଭାବନାକୁ ସଂକ୍ରମିତ (Viral) କରିବା । ଏହାଦ୍ୱାରା ଅଧିକରୁ ଅଧିକ ଲୋକ ସମାଜରେ ପରିବର୍ତ୍ତନ ଆଣୁଥିବା ଆମ ନାୟକମାନଙ୍କ ସମ୍ପର୍କରେ ଜାଣିପାରିବେ ବୋଲି ମୋର ବିଶ୍ୱାସ । ନକାରାତ୍ମକତାର ପ୍ରଚାର କରିବା ଖୁବ୍ ସହଜ ହୋଇଥାଏ କିନ୍ତୁ ଆମ ସମାଜରେ ଆମ ଆଖପାଖରେ ଅନେକ ଭଲକାମ ହେଉଛି ଆଉ ଏସବୁ 130 କୋଟି ଭାରତବାସୀଙ୍କ ସାମୁହିକ ପ୍ରଚେଷ୍ଟା ଦ୍ୱାରା ହେଉଛି ।
ପ୍ରତ୍ୟେକ ସମାଜରେ କ୍ରୀଡ଼ାର ନିଜସ୍ୱ ଗୁରୁତ୍ୱ ରହିଛି । ଯେତେବେଳେ ଖେଳଟି ଖେଳାଯାଉଥାଏ ସେତେବେଳେ ଦର୍ଶକମାନଙ୍କ ମନ ମଧ୍ୟ ଶକ୍ତିରେ ଭରିଯାଏ । ଖେଳାଳିମାନଙ୍କ ନାଁ, ପରିଚୟ, ସମ୍ମାନ,ଏମିତି ଅନେକ କିଛି ଆମେ ଅନୁଭବ କରିଥାଉଁ । କିନ୍ତୁ ଏହା ପଛରେ ଏଭଳି ଅନେକ କଥା ରହିଥାଏ,ଯାହା କ୍ରୀଡ଼ାଜଗତଠାରୁ ବହୁ ଉର୍ଦ୍ଧ୍ଵରେ । ମୁଁ କାଶ୍ମୀରର ଗୋଟିଏ ଝିଅ ହାନାୟା ନିସାର ସମ୍ପର୍କରେ କହିବାକୁ ଚାହୁଁଛି । ଯିଏ କୋରିଆର କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ହାସଲ କରିଛି । ହାନାୟାର ବୟସ ମାତ୍ର 12 ବର୍ଷ । ସେ କାଶ୍ମୀରର ଅନନ୍ତନାଗରେ ରହୁଛି । ହାନାୟା ପରିଶ୍ରମ ଓ ନିଷ୍ଠାର ସହ କରାଟି ଅଭ୍ୟାସ କଲା, ସୂକ୍ଷ୍ମତା ସହ ଏହାକୁ ଅନୁଧ୍ୟାନ କଲା ଏବଂ ନିଜକୁ ପ୍ରମାଣିତ କରି ଦେଖାଇଲା । ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ହାନାୟାକୁ ଅନେକ ଶୁଭେଚ୍ଛା ଏବଂ ଆଶୀର୍ବାଦ । ସେହିପରି 16 ବର୍ଷର ଝିଅ ରଜନୀ ସମ୍ପର୍କରେ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ହେଲା । ଆପଣମାନେ ମଧ୍ୟ ନିଶ୍ଚୟ ପଢ଼ିଥିବେ । ରଜନୀ ଜୁନିୟର ମୁଷ୍ଟିଯୁଦ୍ଧ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ରଜନୀ ପଦକ ଜିତିବା ମାତ୍ରେ ନିକଟସ୍ଥ ଗୋଟିଏ କ୍ଷୀର ଷ୍ଟଲକୁ ଯାଇ ଗିଲାସେ କ୍ଷୀର ପିଇଥିଲା । ତା’ପରେ ରଜନୀ ନିଜ ପଦକକୁ ଗୋଟିଏ କନାରେ ଗୁଡ଼ାଇ ନିଜ ବ୍ୟାଗରେ ରଖିଦେଇଥିଲା । ଆପଣମାନେ ଭାବୁଥିବେ ଯେ, ରଜନୀ ଗିଲାସେ କ୍ଷୀର କାହିଁକି ପିଇଲା? ଏହା ସେ ନିଜ ପିତା ଜସମେର୍ ସିଂହଙ୍କ ସମ୍ମାନରେ କଲା, ଯିଏ ପାନିପତର ଗୋଟିଏ ଷ୍ଟଲରେ ଲସୀ ବିକ୍ରି କରନ୍ତି । ରଜନୀ କହିଲା ଯେ, ତା’ର ବାପା ତାକୁ ସେ ଯାଏ ପହଂଚାଇବା ପାଇଁ ବହୁତ ତ୍ୟାଗ କରିଛନ୍ତି । ଅନେକ କଷ୍ଟ ସହିଛନ୍ତି । ଜସମେର୍ ସିଂ ସବୁଦିନ ସକାଳେ ରଜନୀ ଓ ତା’ର ଭାଇଭଉଣୀମାନଙ୍କ ଉଠିବା ଆଗରୁ ହିଁ କାମକୁ ଚାଲିଯାଆନ୍ତି । ନିଜର ବକ୍ସିଂ ଶିଖିବାର ଇଚ୍ଛା ଯେତେବେଳେ ସେ ନିଜ ପିତାଙ୍କ ଆଗରେ ପ୍ରକାଶ କଲା ସେତେବେଳେ ତା’ର ପିତା ଏହାପାଇଁ ଯଥାସମ୍ଭବ ଉପାୟ କରି ତା’ର ଉତ୍ସାହ ବର୍ଦ୍ଧନ କରିଥିଲେ । ରଜନୀକୁ ମୁଷ୍ଟିଯୁଦ୍ଧର ଅଭ୍ୟାସ ପୁରୁଣା ଗ୍ଲୋଭ୍ସ ସହ ଆରମ୍ଭ କରିବାକୁ ପଡ଼ିଥିଲା କାରଣ ସେ ସମୟରେ ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ସେତେ ସ୍ୱଚ୍ଛଳ ନ ଥିଲା । ଏତେସବୁ ବାଧାବିଘ୍ନ ସତ୍ତ୍ୱେ ରଜନୀ ଧୈର୍ଯ୍ୟ ନ ହରାଇ ମୁଷ୍ଟିଯୁଦ୍ଧ ଶିଖିଚାଲିଲା । ସେ ସର୍ବିୟାରେ ମଧ୍ୟ ଗୋଟିଏ ପଦକ ଜିତିଛି । ମୁଁ ରଜନୀକୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ କରୁଛି ଏବଂ ରଜନୀକୁ ସହଯୋଗ କରିବା ଓ ପ୍ରୋତ୍ସାହିତ କରିଥିବା ଯୋଗୁଁ ତା’ର ପିତାମାତା ଜସମେର ସିଂ ଏବଂ ଉଷାରାଣୀଙ୍କୁ ଅଭିନନ୍ଦନ ଜଣାଉଛି । ଏହି ମାସରେ ହିଁ ପୁଣେର ଜଣେ 20 ବର୍ଷ ବୟସ୍କ ଝିଅ ବେଦାଙ୍ଗୀ କୁଲକର୍ଣ୍ଣୀ ସାଇକେଲରେ ବିଶ୍ୱପରିକ୍ରମା କରିଥିବା ଏସିଆର ସବୁଠାରୁ ଦ୍ରୁତ ସାଇକେଲଚାଳକ ହୋଇପାରିଛି । ସେ 159 ଦିନ ଧରି ପ୍ରତିଦିନ ପ୍ରାୟ 300 କିଲୋମିଟର ସାଇକେଲ ଚଳାଉଥିଲା । ଆପଣ କଳ୍ପନା କରିପାରୁଥିବେ ଦିନକୁ 300 କିଲୋମିଟର ସାଇକେଲ ଚାଳନା ପ୍ରତି ତାଙ୍କର ଆବେଗ ପ୍ରକୃତରେ ପ୍ରଶଂସନୀୟ । ଏଭଳି ଉପଲବ୍ଧି ବିଷୟରେ ଶୁଣିଲେ ଆମକୁ ପ୍ରେରଣା ମିଳୁନି କି? ବିଶେଷ କରି ମୋର ଯୁବବନ୍ଧୁଗଣ, ଏଭଳି ଘଟଣା ସମ୍ପର୍କରେ ଶୁଣିଲେ ଆମକୁ ବାଧାବିଘ୍ନ ସତ୍ୱେ କିଛି କରିବାର ପ୍ରେରଣା ମିଳିଥାଏ । ଯଦି ସଂକଳ୍ପରେ ସାମର୍ଥ୍ୟ ରହିଛି, ଦୃଢ଼ ମନୋବଳ ରହିଛି ତେବେ ବିଘ୍ନ ସ୍ୱୟଂ ଅଟକିଯିବ । ଅସୁବିଧା କେବେହେଲେ ପ୍ରତିବନ୍ଧକ ସାଜେନି । ଏଭଳି ଉଦାହରଣ ଶୁଣିଲେ ଆମକୁ ମଧ୍ୟ ନିଜ ଜୀବନର ପ୍ରତି ମୁହୂର୍ତ୍ତରେ ଗୋଟିଏ ନୂତନ ପ୍ରେରଣା ମିଳେ ।
ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀରେ ଉତ୍ସାହ ଏବଂ ଉଦ୍ଦୀପନାଭରା ଅନେକ ପର୍ବପର୍ବାଣୀ ଆସୁଛି ଯଥା – ଲୋହଡ଼ି, ପୋଙ୍ଗଲ, ମକର ସଂକ୍ରାନ୍ତି, ଉତ୍ତରାୟଣ, ମାଘ ବିହୁ, ମାଘୀ ଇତ୍ୟାଦି । ଏହି ପର୍ବମାନଙ୍କରେ ସାରା ଭାରତରେ କେଉଁଠି ପାରମ୍ପରିକ ନୃତ୍ୟର ରଙ୍ଗରେ ରଙ୍ଗୀନ ହେବ ତ କେଉଁଠି ଫସଲ ଆମଦାନୀର ଖୁସିରେ ଲୋହଡ଼ୀ ପ୍ରଜ୍ଜ୍ୱଳିତ କରାଯିବ । କେଉଁଠି ଆକାଶରେ ଗୁଡ଼ି ଉଡୁଥିବାର ଦେଖିବାକୁ ମିଳିବ ତ କେଉଁଠି କେଉଁଠି ମେଳାର ଆଲୋକମାଳା ବିଚ୍ଛୁରିତ ହେବ । କେଉଁଠି ଖେଳରେ ଜନସମାଗମ ହେବ ତ କେଉଁଠି ପରସ୍ପର ମଧ୍ୟରେ ତିଳ-ଗୁଡ଼ ଖୁଆଖୋଇ ହୋଇ ପରସ୍ପର କୁହାକୁହି ହେବେ – “ତିଲ୍ ଗୁଡ୍ ଘ୍ୟା – ଆଣି ଗୋଡ଼ – ଗୋଡ଼ ବୋଲା” – ଏହି ଉତ୍ସବଗୁଡ଼ିକର ନାମ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ତା’ପଛରେ ନିହିତ ଭାବନା କିନ୍ତୁ ଗୋଟିଏ । ଏହି ଉତ୍ସବଗୁଡ଼ିକ କେଉଁଠି ନାଁ କେଉଁଠି ଚାଷବାସ ସହିତ ସମ୍ପୃକ୍ତ, କୃଷକ ସହିତ ଜଡ଼ିତ, ଗାଁ ଏବଂ କୃଷିକ୍ଷେତ୍ର ସହିତ ଜଡ଼ିତ । ଏହି ସମୟରେ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିରେ ପ୍ରବେଶ କରନ୍ତି । ଏହିଦିନ ପରେ ଦିନ ଧୀରେ ଧୀରେ ବଡ଼ ହେବାକୁ ଆରମ୍ଭ କରେ ଏବଂ ଶୀତଦିନିଆ ଫସଲ ଅମଳ ଆରମ୍ଭ ହୋଇଯାଏ । ଆମର ଅନ୍ନଦାତା କୃଷକ ଭାଇଭଉଣୀମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି । ଆମ ପର୍ବପର୍ବାଣୀଗୁଡ଼ିକରେ ମଧ୍ୟ ବିବିଧତାରେ ଏକତା ତଥା ଏକ୍ ଭାରତ ଶ୍ରେଷ୍ଠ ଭାରତର ଭାବ ନିହିତ ହୋଇ ରହିଛି । ଆମର ପର୍ବପର୍ବାଣୀଗୁଡ଼ିକ ପ୍ରକୃତି ସହିତ କେତେ ମାତ୍ରାରେ ଯୋଡ଼ି ହୋଇ ରହିଛନ୍ତି ତାହା ଆମେ ଜାଣିପାରିବା । ଭାରତୀୟ ସଂସ୍କୃତିରେ ସମାଜ ଏବଂ ପ୍ରକୃତିକୁ ଅଲଗା କରି ଦେଖାଯାଇ ନଥାଏ । ଏଠାରେ ବ୍ୟକ୍ତି ଏବଂ ସମଷ୍ଟି ପରସ୍ପର ଅଭିନ୍ନ । ଉତ୍ସବଗୁଡ଼ିକ ଆଧାରିତ କ୍ୟାଲେଣ୍ଡର ହେଉଛି ପ୍ରକୃତି ସହିତ ଆମର ନିକଟ ସମ୍ବନ୍ଧର ଏକ ଭଲ ଉଦାହରଣ । ଏଥିରେ ସାରାବର୍ଷର ପର୍ବପର୍ବାଣୀ ସହିତ ଗ୍ରହନକ୍ଷତ୍ରଙ୍କ ସମ୍ବନ୍ଧିତ ତଥ୍ୟ ମଧ୍ୟ ସନ୍ନିବେଶିତ ହୋଇଥାଏ । ପ୍ରାକୃତିକ ଏବଂ ଜ୍ୟୋତିର୍ବିଜ୍ଞାନ ସହିତ ଆମର ସମ୍ପର୍କ କେତେ ପ୍ରାଚୀନ ତାହା ଏହି ପାରମ୍ପରିକ କ୍ୟାଲେଣ୍ଡରରୁ ଆମେ ଜାଣିପାରିବା । ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କର ଗତି ଉପରେ ଆଧରିତ ଚନ୍ଦ୍ର ଏବଂ ସୌର କ୍ୟାଲେଣ୍ଡର ଅନୁସାରେ ଆମର ପର୍ବ ଓ ଉତ୍ସବମାନଙ୍କର ଦିନ ନିର୍ଦ୍ଧାରିତ ହୋଇଥାଏ । ଯିଏ ଯେଉଁ କ୍ୟାଲେଣ୍ଡରକୁ ମାନୁଛି ସେଇ ଅନୁସାରେ ପର୍ବର ତିଥି ନିର୍ଭର କରେ । କେତେକ କ୍ଷେତ୍ରରେ ଗ୍ରହ ନକ୍ଷତ୍ରର ସ୍ଥିତି ଅନୁସାରେ ମଧ୍ୟ ପର୍ବପର୍ବାଣୀ ପାଳନ କରାଯାଏ । ଗୁଡ଼ି ପଡ଼ୱା, ଚେଟିଚାନ୍ଦ୍, ଉଗାଦି ଆଦି ପର୍ବଗୁଡ଼ିକ ଚନ୍ଦ୍ର କ୍ୟାଲେଣ୍ଡର ଅନୁସାରେ ପାଳନ କରାଯାଏ । ସେହିଭଳି ତମିଲ୍ ପୁଥାଣ୍ଡୁ, ବିଶୁ, ବୈଶାଖ୍,ବୈଶାଖୀ, ପୋଇଲା ବୈଶାଖ, ବିହୁ ଆଦି ସୌର କ୍ୟାଲେଣ୍ଡର ଅନୁସାରେ ପାଳିତ ହୋଇଥାଏ । ଆମର ଅନେକ ପର୍ବ ମଧ୍ୟରେ ନଦୀ ଓ ପାଣିକୁ ସଂରକ୍ଷିତ କରିବାର ବାର୍ତା ସମାହିତ ହୋଇଥାଏ । ଛଟ୍ ପୂଜା ଉତ୍ସବଟି ନଦୀ ଓ ପୁଷ୍କରିଣୀର ସୂର୍ଯ୍ୟପୂଜା ସହ ଜଡ଼ିତ । ମକର ସଂକ୍ରାନ୍ତିରେ ମଧ୍ୟ ଲକ୍ଷ ଲକ୍ଷ,କୋଟି କୋଟି ଲୋକ ପବିତ୍ର ନଦୀଗୁଡ଼ିକରେ ବୁଡ଼ ପକାଇଥାନ୍ତି । ଆମର ପର୍ବପର୍ବାଣୀଗୁଡ଼ିକ ଆମମାନଙ୍କୁ ମାନବୀୟ ମୂଲ୍ୟବୋଧର ଶିକ୍ଷା ଦେଇଥାଏ । ଏକପକ୍ଷରେ ଏଗୁଡ଼ିକର ପୌରାଣିକ ମହତ୍ୱ ଥିଲାବେଳେ ଅନ୍ୟପକ୍ଷରେ ଏଥିରୁ ଭ୍ରାତୃଭାବ ଏବଂ ପରସ୍ପର ମିଳିମିଶି ରହିବାର ଜୀବନଶିକ୍ଷା ମଧ୍ୟ ଲାଭ ହୋଇଥାଏ । ମୁଁ ଆପଣମାନଙ୍କୁ 2019 ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି ଏବଂ କାମନା କରୁଛି କି ଆଗାମୀ ପର୍ବପର୍ବାଣୀଗୁଡ଼ିକରୁ ଆପଣମାନେ ଭରପୁର ଆନନ୍ଦପ୍ରାପ୍ତ କରନ୍ତୁ । ଏହି ଉତ୍ସବରେ ଉଠେଇଥିବା ଫଟୋଗୁଡ଼ିକୁ ଆପଣମାନେ ସମସ୍ତଙ୍କ ସହ ସେୟାର କରନ୍ତୁ । ଫଳରେ ଭାରତର ବିବିଧତା ଏବଂ ଭାରତୀୟ ସଂସ୍କୃତିର ସୁନ୍ଦରତାକୁ ସମସ୍ତେ ଦେଖିପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ଆମ ସଂସ୍କୃତିରେ ଏଭଳି ଜିନିଷ ଭରପୁର ହୋଇ ରହିଛି ଯେଉଁଥିପାଇଁ ଆମେ ଗର୍ବ କରିପାରିବା ଏବଂ ସ୍ୱାଭିମାନର ସହିତ ଅନ୍ୟମାନଙ୍କୁ ମଧ୍ୟ ଦେଖାଇପାରିବା । ଆଉ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା କୁମ୍ଭମେଳା । ଆପଣମାନେ କୁମ୍ଭ ବିଷୟରେ ବହୁତ କିଛି ଶୁଣିଥିବେ । ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ତା’ର ଭବ୍ୟତା ଏବଂ ବିଶାଳତାକୁ ଆପଣମାନେ ଦେଖିଥିବେ ଏବଂ ତାହା ମଧ୍ୟ ସତ୍ୟ । କୁମ୍ଭମେଳାର ସ୍ୱରୂପ ଅତି ବିରାଟ ହୋଇଥାଏ – ଯେତିକି ଦିବ୍ୟ ସେତିକି ଭବ୍ୟ ମଧ୍ୟ । ଦେଶ ତଥା ସାରା ଦୁନିଆର ଲୋକ ଆସନ୍ତି ଏବଂ କୁମ୍ଭମେଳାରେ ସମ୍ମିଳିତ ହୋଇଯାନ୍ତି । କୁମ୍ଭମେଳାରେ ଆସ୍ଥା ଏବଂ ଶ୍ରଦ୍ଧାର ଜନସମୁଦ୍ର ମାଡ଼ିଆସେ । ଏକାସାଥିରେ ଗୋଟିଏ ସ୍ଥାନରେ ଦେଶବିଦେଶର ଲକ୍ଷ ଲକ୍ଷ, କୋଟି କୋଟି ଲୋକ ଏକତ୍ରିତ ହୁଅନ୍ତି । କୁମ୍ଭର ସଂସ୍କୃତି ଆମର ମହାନ ସାଂସ୍କୃତିକ ପରମ୍ପରାରୁ ପଲ୍ଲବିତ ଏବଂ ପୁଷ୍ପିତ ହୋଇଛି । ଏ ବର୍ଷ ଜାନୁୟାରୀ 15 ତାରିଖରୁ ପ୍ରୟାଗରାଜରେ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା ଆୟୋଜିତ ହେବାକୁ ଯାଉଛି । ହୁଏତ ଆପଣ ବି ଖୁବ୍ ଉତ୍ସୁକତାର ସହିତ ଏହି ମେଳାକୁ ଅପେକ୍ଷା କରିଥିବେ । କୁମ୍ଭମେଳା ପାଇଁ ଏବେଠାରୁ ସନ୍ଥ ମହାତ୍ମାମାନଙ୍କର ଆଗମନ ଆରମ୍ଭ ହୋଇଗଲାଣି । ବିଶ୍ୱରେ ଏହାର ମହତ୍ୱକୁ ଆପଣ ଏଇଥିରୁ ଅନୁମାନ କରିପାରିବେ ଯେ ଗତବର୍ଷ ୟୁନେସ୍କୋ ଦ୍ୱାରା କୁମ୍ଭମେଳାକୁ “ମାନବ ସଭ୍ୟତାର ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ” (Intangible Cultural Heritage of Humanity) ସୂଚୀରେ ଚିହ୍ନିତ କରାଯାଇଛି । କିଛିଦିନ ତଳେ ଅନେକ ଦେଶର ରାଷ୍ଟ୍ରଦୂତମାନେ କୁମ୍ଭର ପ୍ରସ୍ତୁତିର ଅନୁଧ୍ୟାନ କଲେ । ସେଠାରେ ଏକସାଥେ ଅନେକ ଦେଶର ଜାତୀୟ ପତାକା ଉତୋଳନ କରାଗଲା । ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଥିବା ଏହି କୁମ୍ଭ ମେଳାକୁ ଶହେପଚାଶରୁ ଅଧିକ ଦେଶରୁ ଲୋକମାନେ ଆସିବାର ସମ୍ଭାବନା ରହିଛି । କୁମ୍ଭର ଦିବ୍ୟତାଠାରୁ ଭାରତର ଭବ୍ୟତା ସାରା ବିଶ୍ୱରେ ନିଜର ରଙ୍ଗୀନ ଆଭା ପ୍ରଦର୍ଶନ କରିବ । କୁମ୍ଭମେଳା ଆତ୍ମ ଅନ୍ୱେଷଣର ଏକ ବଡ଼ ମାଧ୍ୟମ ଯେଉଁଠି ପ୍ରତ୍ୟେକ ଆଗନ୍ତୁକକୁ ଭିନ୍ନ ଭିନ୍ନ ଅନୁଭୂତି ମିଳେ । ସାଂସାରିକ ବସ୍ତୁଗୁଡ଼ିକ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବୁଝିବାର ଅବସର ମିଳେ । ବିଶେଷକରି ଯୁବବର୍ଗ ପାଇଁ ଏହା ଏକ ବହୁତ ବଡ଼ ଶିକ୍ଷଣୀୟ ଅନୁଭୂତି ହୋଇପାରେ । ମୁଁ ନିଜେ କିଛିଦିନ ପୂର୍ବେ ପ୍ରୟାଗରାଜ ଯାଇଥିଲି । ମୁଁ ଦେଖିଲି ଯେ କୁମ୍ଭମେଳା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ପ୍ରୟାଗରାଜର ଲୋକମାନେ କୁମ୍ଭ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି । ମୁଁ ସେଠାରେ ସମନ୍ୱିତ କମାଣ୍ଡ ଓ କଂଟ୍ରୋଲ ସେଂଟରକୁ ଲୋକାର୍ପଣ କଲି । ଶ୍ରଦ୍ଧାଳୁମାନଙ୍କୁ ଏଥିରୁ ଖୁବ୍ ସାହାଯ୍ୟ ମିଳିବ । ଏ ବର୍ଷ କୁମ୍ଭରେ ସ୍ୱଚ୍ଛତା ଉପରେ ବି ବିଶେଷ ଜୋର ଦିଆଯାଇଛି । ଆୟୋଜନରେ ଶ୍ରଦ୍ଧା ସଙ୍ଗେ ସଙ୍ଗେ ସ୍ୱଚ୍ଛତା ମଧ୍ୟ ରହିବ । ଯାହା ଦୁନିଆର ଦୂରଦୂରାନ୍ତକୁ ଏକ ସୁସନ୍ଦେଶ ଦେବ ।
ଏଥର ଶ୍ରଦ୍ଧାଳୁମାନେ ସଙ୍ଗମରେ ସ୍ନାନ କରିବା ପରେ ଅକ୍ଷୟବଟ ମଧ୍ୟ ଦର୍ଶନ କରି ପୂଣ୍ୟ ଅର୍ଜନ କରିପାରିବେ । ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଏହି ଅକ୍ଷୟବଟ ଶହ ଶହ ବର୍ଷ ଧରି ଦୁର୍ଗ ଭିତରେ ବନ୍ଦ ହୋଇ ରହିଥିଲା । ଫଳରେ ଶ୍ରଦ୍ଧାଳୁମାନେ ଇଚ୍ଛାଥାଇ ମଧ୍ୟ ଏହାର ଦର୍ଶନ କରିପାରୁ ନ ଥିଲେ । ଏବେ ଅକ୍ଷୟବଟର ଦ୍ୱାର ସମସ୍ତଙ୍କ ପାଇଁ ଖୋଲି ଦିଆଯାଇଛି । ମୋର ଆପଣମାନଙ୍କୁ ଅନୁରୋଧ ଯେ, ଯଦି ଆପଣ କୁମ୍ଭମେଳାକୁ ଯାଆନ୍ତି ତେବେ କୁମ୍ଭମେଳାର ଭିନ୍ନ ଭିନ୍ନ ବିଷୟ ଓ ଦୃଶ୍ୟସବୁକୁ ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ଭାବେ ଆଦାନ-ପ୍ରଦାନ କରନ୍ତୁ । ଫଳରେ ଅଧିକରୁ ଅଧିକ ଲୋକଙ୍କୁ କୁମ୍ଭମେଳା ଯିବାର ପ୍ରେରଣା ମିଳିବ ।
ଆଧ୍ୟାତ୍ମର ଏ କୁମ୍ଭ ଭାରତୀୟ ଦର୍ଶନର ମହାକୁମ୍ଭ ହେଉ ।
ଆସ୍ଥାର ଏ କୁମ୍ଭ ରାଷ୍ଟ୍ରୀୟତାର ମହାକୁମ୍ଭ ହେଉ ।
ଜାତୀୟ ଏକତାର ମହାକୁମ୍ଭ ବି ହେଉ ।
ଶ୍ରଦ୍ଧାଳୁମାନଙ୍କର ଏ କୁମ୍ଭ ବିଶ୍ୱପର୍ଯ୍ୟଟନର ମହାକୁମ୍ଭ ହେଉ ।
କଳାତ୍ମକତାର ଏ କୁମ୍ଭ ସୃଜନଶକ୍ତିର ମଧ୍ୟ ମହାକୁମ୍ଭ ହେଉ ।
ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀ 26 ତାରିଖ ଗଣତନ୍ତ୍ର ଦିବସକୁ ନେଇ ଆମେ ଦେଶବାସୀମାନଙ୍କ ମନରେ ବହୁତ ଉତ୍ସୁକତା ରହିଥାଏ । ସେଦିନ ଆମେ ଆମର ସେହି ମହାନ ବିଭୂତିମାନଙ୍କୁ ସ୍ମରଣ କରିଥାଉ ଯେଉଁମାନେ ଆମକୁ ଆମର ସମ୍ବିଧାନ ଦେଇଛନ୍ତି ।
ଏ ବର୍ଷ ଆମେ ଆମର ପୂଜ୍ୟ ବାପୁଜୀଙ୍କର ଶହେ ପଚାଶତମ ଜୟନ୍ତୀ ବର୍ଷ ପାଳନ କରୁଛୁ । ଆମପାଇଁ ସୌଭାଗ୍ୟର କଥା ଯେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ୍ ରାମାଫୋସ୍ ଗଣତନ୍ତ୍ର ଦିବସର ମୁଖ୍ୟଅତିଥି ଭାବରେ ଯୋଗଦାନ କରୁଛନ୍ତି । ପୂଜ୍ୟବାପୁ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅବିଚ୍ଛିନ୍ନ ସମ୍ପର୍କ ଥିଲା । ସେ ଦକ୍ଷିଣ ଆଫ୍ରିକା ହିଁ ଥିଲା ଯେଉଁଠି ମୋହନ ମହାତ୍ମାରେ ପରିଣତ ହେଲେ । ଦକ୍ଷିଣ ଆଫ୍ରିକାରେ ହିଁ ମହାତ୍ମା ଗାନ୍ଧୀ ପ୍ରଥମ ସତ୍ୟାଗ୍ରହ ଆରମ୍ଭ କରିଥିଲେ ଏବଂ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଦୃଢ଼ଭାବରେ ସ୍ୱର ଉତୋଳନ କରିଥିଲେ । ସେ ଫିନିକ୍ସ ଏବଂ ଟଲଷ୍ଟୟ ଫାର୍ମର ସ୍ଥାପନା କରିଥିଲେ ଯେଉଁଠାରୁ ସାରାବିଶ୍ୱରେ ଶାନ୍ତି ପାଇଁ ଏବଂ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ ହୋଇଥିଲା ।
2018 ବର୍ଷଟିକୁ ନେଲସନ୍ ମଣ୍ଡେଲାଙ୍କ ଜନ୍ମଶତାବ୍ଦୀ ବର୍ଷଭାବରେ ମଧ୍ୟ ପାଳନ କରାଯାଉଛି । ସେ‘ମାଦିବା’ ନାମରେ ମଧ୍ୟ ପରିଚିତ । ଆମେ ସମସ୍ତେ ଜାଣୁ ଯେ ନେଲସନ୍ ମଣ୍ଡେଲା ସମଗ୍ର ବିଶ୍ୱରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ସଂଗ୍ରାମର ଏକ ଉଦାହରଣ ଥିଲେ । ମଣ୍ଡେଲାଙ୍କ ପାଇଁ ପ୍ରେରଣା ସ୍ରୋତ କିଏ ଥିଲେ ତାହା ମଧ୍ୟ ଆମେ ଜାଣୁ । ତାଙ୍କୁ ଏତେବର୍ଷ ଜେଲରେ କାଟିବାର ସହନଶକ୍ତି ଏବଂ ପ୍ରେରଣା ପୂଜ୍ୟ ବାପୁଙ୍କଠାରୁ ହିଁ ମିଳିଥିଲା । ମଣ୍ଡେଲା ଥରେ ବାପୁଜୀଙ୍କ ବିଷୟରେ କହିଥିଲେ – “ମହାତ୍ମା ଆମ ଇତିହାସର ଅଭିନ୍ନ ଅଙ୍ଗ, କାରଣ ଏହିଠାରେ ସେ ସତ୍ୟକୁ ନେଇ ନିଜର ପ୍ରଥମ ପ୍ରୟୋଗ କରିଥିଲେ;ଏହିଠାରେ ସେ ନ୍ୟାୟପ୍ରତି ନିଜର ଦୃଢ଼ତାର ବିଲକ୍ଷଣ ପ୍ରଦର୍ଶନ କରିଥିଲେ; ଏହିଠାରେ ସେ ନିଜର ସତ୍ୟାଗ୍ରହର ଦର୍ଶନ ଏବଂ ସଂଘର୍ଷର କୌଶଳକୁ ବିକଶିତ କରିଥିଲେ ।” ସେ ବାପୁଙ୍କୁ ତାଙ୍କ ଆଦର୍ଶ ମାନୁଥିଲେ । ବାପୁ ଏବଂ ମଣ୍ଡେଲା ଉଭୟ ସମଗ୍ର ବିଶ୍ୱ ପାଇଁ ଖାଲି ପ୍ରେରଣାର ସ୍ରୋତ ଥିଲେ ତା’ନୁହେଁ,ବରଂ ତାଙ୍କ ଆଦର୍ଶ ଆମକୁ ସର୍ବଦା ପ୍ରେମ ଓ କରୁଣା ଭରା ସମାଜ ଗଠନ ଦିଗରେ ପ୍ରୋତ୍ସାହିତ କରିଆସିଛି ।
ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପୂର୍ବେ ଗୁଜରାଟର ନର୍ମଦା ନଦୀକୂଳରେ କେବଡ଼ିଆଠାରେ ପୁଲିସ ମହାନିର୍ଦେଶକମାନଙ୍କର ସମ୍ମେଳନ ହେଲା, ଯେଉଁଠାରେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅଛି,ସେଠି ଶୀର୍ଷସ୍ଥ ପୁଲିସ ଅଧିକାରୀମାନଙ୍କ ସହିତ ସାର୍ଥକ ଆଲୋଚନା ହୋଇଥିଲା । ଦେଶ ତଥା ଦେଶବାସୀମାନଙ୍କର ସୁରକ୍ଷାକୁ ଆହୁରି ମଜବୁତ୍ କରିବା ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ ସେ ବିଷୟରେ ସବିସ୍ତାର ଆଲୋଚନା ହେଲା । ସେହି ସମ୍ମେଳନରେ ମୁଁ ଜାତୀୟ ଏକତା ପାଇଁ ସର୍ଦ୍ଦାର ପଟେଲ ପୁରସ୍କାର ଆରମ୍ଭ କରିବାର ଘୋଷଣା କଲି । ଯିଏ କୌଣସି ଭାବରେ ଜାତୀୟ ଏକତା ପାଇଁ ଉଲ୍ଲେଖନୀୟ କାମ କରିଥିବ ଏ ପୁରସ୍କାର ତାଙ୍କୁ ଦିଆଯିବ । ସର୍ଦ୍ଦାର ପଟେଲ ତାଙ୍କର ସମଗ୍ର ଜୀବନ ଦେଶର ଏକତା ପାଇଁ ସମର୍ପିତ କରିଦେଇଥିଲେ । ସେ ଭାରତର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ସର୍ବଦା ଲାଗିରହିଥିଲେ । ସର୍ଦ୍ଦାର ସାହେବଙ୍କ ମତରେ ଭାରତର ଶକ୍ତି ତାର ବିବିଧତା ମଧ୍ୟରେ ହିଁ ନିହିତ ଅଛି । ସର୍ଦ୍ଦାର ପଟେଲଙ୍କର ସେହି ଭାବନାକୁ ସମ୍ମାନ ଜଣାଇ ଏହି ପୁରସ୍କାର ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରୁଛୁ ।
ମୋର ପ୍ରିୟ ଦେଶବାସୀଗଣ, ଜାନୁୟାରୀ 13 ତାରିଖ ଗୁରୁ ଗୋବିନ୍ଦ ସିଂହଙ୍କ ପବିତ୍ର ଜୟନ୍ତୀର ପର୍ବ । ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମ ପାଟନାରେ ହେଇଥିଲା । ଜୀବନର ଅଧିକାଂଶ ସମୟ ଧରି ଉତ୍ତର ଭାରତ ତାଙ୍କର କର୍ମଭୂମି ଥିଲା । ମହାରାଷ୍ଟ୍ରର ନାନ୍ଡ଼େଡ଼ଠାରେ ସେ ପ୍ରାଣତ୍ୟାଗ କରିଥିଲେ । ଜନ୍ମଭୂମି ପାଟନା, କର୍ମଭୂମି ଉତ୍ତର ଭାରତ ଏବଂ ଜୀବନର ଶେଷ ମୁହୂର୍ତ୍ତ ନାନ୍ଡ଼େଡ଼ରେ । କହିବାକୁ ଗଲେ, ସାରା ଭାରତବର୍ଷ ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିଥିଲା । ତାଙ୍କର ଜୀବନ କାଳକୁ ଦେଖିଲେ ସେଥିରେ ସମ୍ପୂର୍ଣ୍ଣ ଭାରତର ଝଲକ ଦେଖିବାକୁ ମିଳେ । ନିଜ ପିତା ଶ୍ରୀ ଗୁରୁ ତେଗ୍ ବାହାଦୂରଜୀ ଶହୀଦ ହେବାପରେ ଗୁରୁ ଗୋବିନ୍ଦ ସିଂହଜୀ ମାତ୍ର 9 ବର୍ଷ ବୟସରେ ଗୁରୁ ପଦପ୍ରାପ୍ତ କରିଥିଲେ । ଗୁରୁ ଗୋବିନ୍ଦ ସିଂଙ୍କୁ ନ୍ୟାୟ ସପକ୍ଷରେ ସଂଗ୍ରାମ କରିବାର ସାହସ ଶିଖ ଗୁରୁମାନଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ତାଙ୍କ ବ୍ୟକ୍ତିତ୍ୱ ଶାନ୍ତ ଏବଂ ସରଳ ଥିଲା । କିନ୍ତୁ ଯେତେବେଳେ ବି ଗରିବ ଓ ଦୁର୍ବଳମାନଙ୍କ ସ୍ୱରକୁ ଚାପିଦେବାର ଚେଷ୍ଟା କରାଗଲା, ସେମାନଙ୍କ ପ୍ରତି ଅନ୍ୟାୟ କରାଗଲା,ସେତେବେଳେ ଗୁରୁ ଗୋବିନ୍ଦ ସିଂ ଗରିବ ଓ ଦୁର୍ବଳମାନଙ୍କ ପାଇଁ ଦୃଢ଼ଭାବେ ସ୍ୱର ଉତୋଳନ କରିଥିଲେ । ସେଥିପାଇଁ ତ କୁହାଯାଏ –
ସୱା ଲାଖ୍ ସେ ଏକ୍ ଲଡ଼ାଉଁ
ଚିଡ଼ିୟୋଁ ସୋଁ ମେଁ ବାଜ୍ ତୁଡ଼ାଉଁ,
ତବେ ଗୋବିନ୍ଦ ସିଂ ନାମ କହାଉଁ ।
ସେ କହୁଥିଲେ ଯେ, ଦୁର୍ବଳ ଶ୍ରେଣୀର ଲୋକଙ୍କ ସାଙ୍ଗରେ ଲଢ଼ି ଶକ୍ତି ପ୍ରଦର୍ଶନ କରାଯାଏନି । ମାନବୀୟ ଦୁଃଖକୁ ଦୂର କରିବା ହିଁ ସବୁଠାରୁ ବଡ଼ ସେବା ବୋଲି ଗୁରୁ ଗୋବିନ୍ଦ ସିଂ ବିଶ୍ୱାସ କରୁଥିଲେ । ସେ ବୀରତ୍ୱ, ଶୌର୍ଯ୍ୟ, ତ୍ୟାଗ ଏବଂ ଧର୍ମପରାୟଣତାରେ ପରିପୂର୍ଣ୍ଣ ଦିବ୍ୟପୁରୁଷ ଥିଲେ ଯାହାଙ୍କର ଶସ୍ତ୍ର ଏବଂ ଶାସ୍ତ୍ର ଉଭୟ ସମ୍ପର୍କରେ ଅଲୌକିକ ଜ୍ଞାନ ଥିଲା । ସେ ଜଣେ ତୀରଚାଳକ ତ ଥିଲେ, ତା’ସଙ୍ଗେ ସଙ୍ଗେ ଗୁରୁମୁଖି, ବ୍ରଜଭାଷା, ସଂସ୍କୃତ, ପାର୍ସି, ହିନ୍ଦୀ ଏବଂ ଉର୍ଦ୍ଦୁ ସହ ଅନେକ ଭାଷା ଜାଣିଥିଲେ । ମୁଁ ପୁଣିଥରେ ଗୁରୁ ଗୋବିନ୍ଦ ସିଂଙ୍କୁ ପ୍ରଣାମ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଦେଶରେ ଏମିତି ଅନେକ ଭଲ କାମ ହେଉଛି, ଯାହା ସମ୍ପର୍କରେ ବିଶେଷ ଆଲୋଚନା ହୋଇନଥାଏ । ଏଭଳି ଗୋଟିଏ ନିଆରା ପ୍ରଚେଷ୍ଟା FSSAI ବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୀକରଣ ଦ୍ୱାରା ହେଉଛି । ମହାତ୍ମାଗାନ୍ଧୀଙ୍କର 150 ତମ ଜୟନ୍ତୀ ବର୍ଷ ଉପଲକ୍ଷେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଶୃଙ୍ଖଳାରେ FSSAIସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ଲାଗିଛି । “Eat Right India”ଅଭିଯାନ ଅନ୍ତର୍ଗତ ସାରା ଦେଶରେ ସୁସ୍ଥ ଭାରତ ଯାତ୍ରାମାନ ଆୟୋଜିତ କରାଯାଉଛି । ଏହି ଅଭିଯାନ ଜାନୁୟାରୀ 27 ତାରିଖ ପର୍ଯ୍ୟନ୍ତ ଚାଲିବ । ବେଳେବେଳେ ସରକାରୀ ସଂସ୍ଥାମାନଙ୍କ ପରିଚୟ ଗୋଟିଏ ନିୟନ୍ତ୍ରକ ଭଳି ହୋଇଥାଏ, କିନ୍ତୁ FSSAI ପାଦେ ଆଗେଇଯାଇ ଜନସଚେତନତା ଏବଂ ଲୋକଶିକ୍ଷାର କାର୍ଯ୍ୟ କରିବା ପ୍ରଶଂସନୀୟ, ଭାରତ ସ୍ୱଚ୍ଛ ସୁସ୍ଥ ହେଲେ ସମୃଦ୍ଧ ହେବ । ଉତମ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଆବଶ୍ୟକ ହେଲା ପୁଷ୍ଟିକର ଖାଦ୍ୟ । ଏହି ପ୍ରସଙ୍ଗରେ ଏହି କାର୍ଯ୍ୟକ୍ରମ ପାଇଁ ମୁଁ FSSAIକୁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ଏହି ଅଭିଯାନରେ ସାମିଲ ହେବାକୁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଆପଣ ମଧ୍ୟ ଏଥିରେ ଅଂଶଗ୍ରହଣ କରନ୍ତୁ ଏବଂ ବିଶେଷକରି ପିଲାମାନଙ୍କୁ ଏହା ନିଶ୍ଚୟ ଦେଖାନ୍ତୁ । ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଶିକ୍ଷା ପିଲାଦିନରୁ ମିଳିବା ଆବଶ୍ୟକ ।
ମୋର ପ୍ରିୟ ଦେଶବାସୀଗଣ, ଏହା 2018ର ଶେଷ କାର୍ଯ୍ୟକ୍ରମ । 2019ରେ ଆମେ ପୁଣି ଏକାଠି ହେବା । ପୁଣି ମନର କଥା ହେବା । ବ୍ୟକ୍ତିର ଜୀବନ ହେଉ, ରାଷ୍ଟ୍ରର ଜୀବନ ହେଉ, ସମାଜର ଜୀବନ ହେଉ, ପ୍ରେରଣା ଉନ୍ନତିର ଆଧାର ହୋଇଥାଏ । ଆସନ୍ତୁ ନୂଆ ପ୍ରେରଣା, ନୂତନ ଉତ୍ସାହ, ନୂଆ ସଂକଳ୍ପ,ନୂତନ ସିଦ୍ଧି, ନୂତନ ଶିଖର ଆଗକୁ ଯିବା, ବଢ଼ିଚାଲିବା, ନିଜେ ବଦଳିବା, ଦେଶକୁ ମଧ୍ୟ ବଦଳାଇବା । ଅନେକ ଅନେକ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 2014 ଅକ୍ଟୋବର 3 ତାରିଖ ବିଜୟା ଦଶମୀର ପବିତ୍ର ପର୍ବ । ସେହିଦିନ “ମନ କି ବାତ୍” ମାଧ୍ୟମରେ ଆମେ ସମସ୍ତେ ଏକସଙ୍ଗରେ ଗୋଟିଏ ଯାତ୍ରା ଆରମ୍ଭ କରିଥିଲୁ । “ମନ କି ବାତ୍”ର ଏହି ଯାତ୍ରା ଆଜି 50ଟି ଅଧ୍ୟାୟ ସମ୍ପୂର୍ଣ୍ଣ ହୋଇଛି । ତେଣୁ ଆଜିର ଏହି ଅଧ୍ୟାୟ ସ୍ୱର୍ଣ୍ଣିମ ଅଧ୍ୟାୟ । ଏଥର ଆସିଥିବା ଆପଣମାନଙ୍କ ଚିଠି ଓ ଫୋନକଲ୍ ମଧ୍ୟରୁ ଅଧିକାଂଶ ଏହି 50ତମ ଅଧ୍ୟାୟ ସମ୍ପର୍କରେ ରହିଛି । MyGov ରେ ଦିଲ୍ଲୀର ଅଂଶୁକୁମାର, ଅମରକୁମାର ଏବଂ ପାଟନାରୁ ବିକାଶ ଯାଦବ ସେହିପରି NarendraModi App ରେ ଦିଲ୍ଲୀର ମୋନିକା ଜୈନ, ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ପ୍ରସେନଜିତ ସରକାର ଏବଂ ନାଗପୁରରୁ ସଙ୍ଗୀତା ଶାସ୍ତ୍ରୀ ଏମାନେ ସମସ୍ତେ ପ୍ରାୟ ଏକା ପ୍ରକାର ପ୍ରଶ୍ନ ପଚାରିଛନ୍ତି । ଏମାନେ କହିଛନ୍ତି ଯେ, ଲୋକେ ପ୍ରାୟତଃ ଆପଣଙ୍କୁ ସର୍ବାଧୁନିକ ପ୍ରଯୁକ୍ତି, ସାମାଜିକ ଗଣମାଧ୍ୟମ ଓ ମୋବାଇଲ ଆପ୍ ସହ ଜଡ଼ିତ କରିଥାନ୍ତି । ହେଲେ ଲୋକମାନଙ୍କ ସହ ଯୋଡ଼ିହେବା ପାଇଁ ଆପଣ ରେଡ଼ିଓକୁ କାହିଁକି ବାଛିଲେ? ଆପଣମାନଙ୍କ ଏହି ଜିଜ୍ଞାସା ଖୁବ ସ୍ୱାଭାବିକ ଯେ, ବର୍ତ୍ତମାନ ଯୁଗରେ ଯେତେବେଳେ ରେଡ଼ିଓକୁ ପ୍ରାୟ ଲୋକେ ଭୁଲିଗଲେଣି । ଏଭଳି ସମୟରେ ମୋଦୀ ରେଡ଼ିଓକୁ କାହିଁକି ଆଣିଲେ?
ଭାଇ ଓ ଭଉଣୀମାନେ, ମୁଁ ଆପଣଙ୍କୁ ଗୋଟିଏ କାହାଣୀ ଶୁଣାଇବାକୁ ଚାହୁଁଛି । 1998 ମସିହାର କଥା । ମୁଁ ଭାରତୀୟ ଜନତା ପାର୍ଟି ସଂଗଠନର ଜଣେ କର୍ମକର୍ତ୍ତା ଭାବେ ହିମାଚଳ ପ୍ରଦେଶରେ କାର୍ଯ୍ୟ କରୁଥିଲି । ମେ’ ମାସ ଥିଲା । ସନ୍ଧ୍ୟା ସମୟରେ ମୁଁ ଗୋଟିଏ ଜାଗାକୁ ଯାଉଥିଲି । ହିମାଚଳ ପ୍ରଦେଶରେ ସନ୍ଧ୍ୟା ସମୟରେ ଶୀତର ମାତ୍ରା ବଢ଼ିଯାଏ । ବାଟରେ ଚା’ ପିଇବା ପାଇଁ ମୁଁ ଗୋଟିଏ ଢାବାରେ ଅଟକିଲି । ଆଉ ଚା’ ପାଇଁ ଅର୍ଡର ଦେଲି । ତାହା ଗୋଟିଏ ଖୁବ୍ ଛୋଟ ଢାବା ଥିଲା ସେହି ଲୋକଟି ନିଜେ ହିଁ ଚା’ ତିଆରି କରୁଥିଲା ଆଉ ବିକ୍ରି କରୁଥିଲା । ପିନ୍ଧିଥିବା ଲୁଗାରେ ଦେହ ସମ୍ପୂର୍ଣ୍ଣ ଆଚ୍ଛାଦିତ ହେଉନଥିଲା । ରାସ୍ତାକଡ଼ରେ ଛୋଟ ଠେଲାଗାଡ଼ିଟିଏ ଧରି ଠିଆ ହୋଇଥିଲା । ସେ ତା’ ଠେଲାଗାଡ଼ି ଉପରେ ଥିବା କାଚ ଜାରରୁ ଗୋଟିଏ ଲଡ଼ୁ ବାହାର କରି ମୋତେ ବଢ଼େଇ କହିଲା – ଆଜ୍ଞା ଚା’ ପରେ ପିଇବେ, ଆଗ ଲଡୁ ଖାଆନ୍ତୁ । ମୁହଁ ମିଠା କରନ୍ତୁ । ମୁଁ ଆଶ୍ଚର୍ଯ୍ୟରେ ପଚାରିଲି – ତୁମ ଘରେ କ’ଣ ବାହାଘର କି ଆଉ କିଛି ଉତ୍ସବାନୁଷ୍ଠାନ ଆୟୋଜନ ହେଉଛି କି? ସେ କହିଲା – ନାଇ ଆଜ୍ଞା, ଆପଣ ଜାଣିନାହାନ୍ତି କି? ଆଜ୍ଞା ବହୁତ ବଡ଼ ଖୁସିର କଥା । ତା’ର ଆନନ୍ଦ ଉତ୍ସାହକୁ ଦେଖି ମୁଁ ଏହାର କାରଣ ପଚାରିଲି । ସେ ଖୁସିରେ କହିଲା – ଭାରତ ଆଜି ବୋମା ଫୁଟାଇ ଦେଇଛି । ମୁଁ କିଛି ବୁଝିପାରିଲିନି । ସେ କହିଲା – ଏଇ ରେଡ଼ିଓ ଶୁଣନ୍ତୁ । ରେଡ଼ିଓରେ ମଧ୍ୟ ସେହି ସମୟରେ ସେହି ପ୍ରସଙ୍ଗ ଉପରେ ହିଁ ଆଲୋଚନା ଚାଲିଥାଏ । ସେତେବେଳେ ଅଟଳ ବିହାରୀ ବାଜପେୟୀ ଆମ ପ୍ରଧାନମନ୍ତ୍ରୀ ଥିଲେ । ସେଦିନ ପରମାଣୁ ପରୀକ୍ଷା ହୋଇଥିଲା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ସେଦିନ ଗଣମାଧ୍ୟମ ଆଗରେ ଏକଥା ଘୋଷଣା କରିଥିଲେ ଆଉ ଏହି ଲୋକଟି ରେଡ଼ିଓ ମାଧ୍ୟମରେ ଏକଥା ଶୁଣି ଖୁସିରେ ନାଚୁଥିଲା । ଏକଥାକୁ ନେଇ ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେ ଜଙ୍ଗଲର ଏଭଳି ନିଛାଟିଆ ଅଂଚଳରେ ବରଫାବୃତ ପାହାଡ଼ ଘେରରେ ଜଣେ ସାଧାରଣ ଲୋକ ଯିଏ ଗୋଟିଏ ଠେଲାଗାଡ଼ି ଧରି ଚା’ ବିକ୍ରି କରୁଛି ସେ ଦିନସାରା ରେଡ଼ିଓ ଶୁଣୁଥିବ । ରେଡ଼ିଓର ଖବର ତା’ ମନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେହିଦିନଠାରୁ ମୁଁ ଅନୁଭବ କଲି ଯେ ରେଡ଼ିଓ, ପ୍ରତି ଲୋକ ସହ ଯୋଡ଼ିହୋଇ ରହିଛି ଏବଂ ଏହା ଖୁବ ଶକ୍ତିଶାଳୀ । ଯୋଗାଯୋଗ, ପହଂଚ ଏବଂ ଏହାର ପ୍ରଭାବ କ୍ଷେତ୍ରରେ ହୁଏତ ରେଡ଼ିଓ ସହିତ କେହି ସମକକ୍ଷ ହୋଇପାରିବନି ଏକଥାକୁ ନେଇ ସେତେବେଳେ ମୋ ମନରେ ଦୃଢ଼ବିଶ୍ୱାସ ଜାତ ହୋଇଥିଲା ଏବଂ ଏହାର ଶକ୍ତି ସମ୍ପର୍କରେ ମୁଁ ଅନୁମାନ କରିଥିଲି । ତେଣୁ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେଲି ସେତେବେଳେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ଆଡ଼କୁ ମୋ ଦୃଷ୍ଟି ପଡ଼ିବା ଖୁବ ସ୍ୱାଭାବିକ ଥିଲା । ମେ’ 2014ରେ ଯେତେବେଳେ ମୁଁ ଜଣେ “ପ୍ରଧାନ-ସେବକ” ରୂପେ ଦାୟିତ୍ୱ ଗ୍ରହଣ କଲି ସେତେବେଳେ ମୋ ମନରେ ଗୋଟିଏ ଇଚ୍ଛା ଥିଲା ଯେ, ଆମ ଦେଶର ଏକତା, ଆମର ବିଶାଳ ଇତିହାସ, ଆମର ବୀରତ୍ୱ, ଭାରତର ବିବିଧତା, ଆମର ସାଂସ୍କୃତିକ ବିବିଧତା, ଆମ ସମାଜର ଶିରା-ପ୍ରଶିରାରେ ପରିବ୍ୟାପ୍ତ ଭଲ ଗୁଣ, ଲୋକଙ୍କ ପରିଶ୍ରମ, ଉତ୍ସାହ, ତ୍ୟାଗ, ତପସ୍ୟା ଏହି ସମସ୍ତ କଥା ଭାରତର ଏହି କାହାଣୀ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚିବା ଆବଶ୍ୟକ । ଦେଶର ସୁଦୂର ଗ୍ରାମାଂଚଳଠାରୁ ଆରମ୍ଭ କରି ମେଟ୍ରୋ ନଗରୀ ପର୍ଯ୍ୟନ୍ତ, ଚାଷୀମାନଙ୍କଠାରୁ ଆରମ୍ଭ କରି ଯୁବ ପେଶାଦାରମାନଙ୍କ ପର୍ଯ୍ୟନ୍ତ । ଆଉ ଏହି କଥାକୁ ନେଇ ଏହି “ମନ କି ବାତ୍”ର ଯାତ୍ରା ଆରମ୍ଭ ହୋଇଗଲା । ପ୍ରତିମାସରେ ଲକ୍ଷ ଲକ୍ଷ ସଂଖ୍ୟାରେ ଚିଠି ପଢ଼ୁ ପଢ଼ୁ, ଫୋନ କଲ୍ ଶୁଣୁ ଶୁଣୁ App ଏବଂ MyGov ରେ ଅଭିମତ ଦେଖୁ ଦେଖୁ ଆଉ ଏସବୁକୁ ଏକ ସୂତ୍ରରେ ଗୁନ୍ଥି ହାଲ୍କା-ଫୁଲ୍କା କଥା କହୁ କହୁ ଆମେ ସମସ୍ତେ 50ଟି ଅଧ୍ୟାୟର ଏହି ଯାତ୍ରା ସମାପ୍ତ କରିସାରିଛେ । ନିକଟରେ ଆକାଶବାଣୀ ଦ୍ୱାରା “ମନ କି ବାତ୍”କୁ ନେଇ ଏକ ସର୍ଭେ ମଧ୍ୟ କରାଯାଇଛି । ସେଥିରେ ମୁଁ କିଛି ଏଭଳି ମତାମତ ଦେଖିଲି ଯାହା ଖୁବ ଋଚିପୂର୍ଣ୍ଣ । ଯେଉଁମାନଙ୍କୁ ନେଇ ଏହି ସର୍ଭେ କରାଯାଇଛି ସେମାନଙ୍କ ମଧ୍ୟରୁ ହାରାହାରି 70 ପ୍ରତିଶତ ହେଉଛନ୍ତି ନିୟମିତ ଭାବେ “ମନ କି ବାତ୍” ଶୁଣୁଥିବା ଲୋକ । ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ “ମନ କି ବାତ୍”ର ସବୁଠାରୁ ବଡ଼ ଅବଦାନ ହେଲା ଯେ ଏହା ସମାଜରେ ସକାରାତ୍ମକ ଭାବନାକୁ ବୃଦ୍ଧି କରିଛି । ମନ କି ବାତ୍ ମାଧ୍ୟମରେ ଜନଆନ୍ଦୋଳନଗୁଡ଼ିକୁ ପ୍ରୋତ୍ସାହନ ମିଳିଛି । #indiapositive କୁ ନେଇ ବ୍ୟାପକ ଆଲୋଚନା ମଧ୍ୟ ହୋଇଛି । ଏହା ଆମ ଦେଶବାସୀଙ୍କ ମନରେ ରହିଥିବା ସକାରାତ୍ମକ ଭାବନାର ଗୋଟିଏ ଝଲକ । ଲୋକମାନେ ଏହି ଅନୁଭୂତିକୁ ମଧ୍ୟ ବାଣ୍ଟିଛନ୍ତି ଯେ “ମନ କି ବାତ୍” ଯୋଗୁଁ ସ୍ୱ-ଇଚ୍ଛାରେ କିଛି କରିବାର ଭାବନା ବୃଦ୍ଧି ପାଇଛି । ଗୋଟିଏ ଏଭଳି ପରିବର୍ତ୍ତନ ଆସିଛି ଯେଉଁଥିରେ ସମାଜସେବା ପାଇଁ ଲୋକେ ଆଗ୍ରହର ସହ ଆଗେଇ ଆସୁଛନ୍ତି । “ମନ କି ବାତ୍” ଯୋଗୁଁ ରେଡ଼ିଓ ଅଧିକ ଲୋକପ୍ରିୟ ହୋଇପାରିଛି ଏହାଦେଖି ମୋତେ ଖୁସି ଲାଗିଲା । ହେଲେ ଲୋକେ କେବଳ ରେଡ଼ିଓ ମାଧ୍ୟମରେ ନୁହେଁ ଟେଲିଭିଜନ, ଏଫ୍ଏମ୍ ରେଡ଼ିଓ, ମୋବାଇଲ, ଇଣ୍ଟରନେଟ୍, ଫେସବୁକ୍ ଲାଇଭ ଆଉ ପେରିସ୍କୋପ ସଙ୍ଗେ ସଙ୍ଗେ NarendraModi App ମାଧ୍ୟମରେ ମଧ୍ୟ “ମନ କି ବାତ୍” ସହ ନିଜର ସହଭାଗିତା ସୁନିଶ୍ଚିତ କରୁଛନ୍ତି । ମନ କି ବାତ୍ ପରିବାରର ଆପଣ ସମସ୍ତ ସଭ୍ୟମାନଙ୍କୁ ଏହାପ୍ରତି ବିଶ୍ୱାସ ପ୍ରକାଶ କରିବା ଓ ଏଥିରେ ଅଂଶଗ୍ରହଣ କରିଥିବା ହେତୁ ମୁଁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରୁଛି ।
(ଫୋନ କଲ-1)
“ଆଦରଣୀୟ ପ୍ରଧାନମନ୍ତ୍ରୀ, ନମସ୍କାର । ମୋ ନାଁ ଶାଲିନୀ । ମୁଁ ହାଇଦ୍ରାବାଦରୁ କହୁଛି । “ମନ କି ବାତ୍” ଗୋଟିଏ ବହୁତ ଲୋକପ୍ରିୟ କାର୍ଯ୍ୟକ୍ରମ । ଆରମ୍ଭରେ ଲୋକେ ଭାବିଲେ ଯେ, ଏହି କାର୍ଯ୍ୟକ୍ରମ ମଧ୍ୟ ଗୋଟିଏ ରାଜନୈତିକ ମଞ୍ଚ ହୋଇ ରହିଯିବ ଏହା ଚର୍ଚ୍ଚାର ବିଷୟ ମଧ୍ୟ ହେଲା । କିନ୍ତୁ କାର୍ଯ୍ୟକ୍ରମର ଅଗ୍ରଗତି ସାଙ୍ଗକୁ ଆମେ ଦେଖିଲୁ ଯେ ରାଜନୀତି ବଦଳରେ ଏହା ସାମାଜିକ ସମସ୍ୟା ଓ ଆହ୍ୱାନଗୁଡ଼ିକ ଉପରେ ହିଁ କେନ୍ଦ୍ରିତ ହୋଇରହିଲା ଏବଂ ଏମିତି ମୋ ଭଳି ସାଧାରଣ ଲୋକ ଏହାସହ ଜଡ଼ିତ ହୋଇଚାଲିଲେ । ଧିରେ ଧିରେ ଏହାର ସମାଲୋଚନା ମଧ୍ୟ ବନ୍ଦ ହୋଇଗଲା । ତେବେ ମୋର ପ୍ରଶ୍ନ ହେଲା ଯେ, ଏହି କାର୍ଯ୍ୟକ୍ରମକୁ ଆପଣ କେମିତି ରାଜନୀତିଠାରୁ ଦୂରରେ ରଖିବାରେ ସଫଳ ହେଲେ? ଏହି କାର୍ଯ୍ୟକ୍ରମକୁ ରାଜନୀତି ପାଇଁ ଉପଯୋଗ କରିବା କିମ୍ବା ଏହି ମଞ୍ଚରେ ସରକାରଙ୍କ ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ପାଇଁ କେବେ ଆପଣଙ୍କ ଇଚ୍ଛା ହୋଇନି? ଧନ୍ୟବାଦ ।” (ଫୋନକଲ୍ ଶେଷ)
ଆପଣଙ୍କ ଫୋନକଲ୍ ପାଇଁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କ ଆଶଙ୍କା ଯଥାର୍ଥ । ପ୍ରକୃତରେ ନେତାଙ୍କୁ ଯଦି ମାଇକ ମିଳିଯାଏ ଆଉ କୋଟି କୋଟି ସଂଖ୍ୟାରେ ଶ୍ରୋତା ମିଳିଯାଆନ୍ତି, ତା’ହେଲେ ଆଉ କ’ଣ ଦରକାର? କିଛି ଯୁବବନ୍ଧୁ “ମନ କି ବାତ୍”ରେ ଅନ୍ତର୍ଭୁକ୍ତ ସବୁ ବିଷୟ ଉପରେ ଅଧ୍ୟୟନ କଲେ । ସେମାନେ ସମସ୍ତ ଅଧ୍ୟାୟର ଆଭିଧାନିକ ବିଶ୍ଳେଷଣ କଲେ । ଏଥିରେ କେଉଁ ଶବ୍ଦ କେତେଥର ଉଚ୍ଚାରିତ ହୋଇଛି ସେ ସମ୍ପର୍କରେ ସେମାନେ ଅଧ୍ୟୟନ କଲେ । କେଉଁ ଶବ୍ଦ ଏଥିରେ ବାରମ୍ବାର ଉଚ୍ଚାରିତ ହୋଇଛି । ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ “ମନ କି ବାତ୍” କାର୍ଯ୍ୟକ୍ରମ ଆରମ୍ଭ କରିବା ସମୟରେ ମୁଁ ସ୍ଥିର କରିଥିଲି ଯେ, ଏଥିରେ ଯେମିତି ରାଜନୀତି ପ୍ରବେଶ ନ କରୁ, ନା ଏଥିରେ ସରକାରଙ୍କ ପ୍ରଶଂସା ହେଉ, ନା ଏଥିରେ ମୋଦୀ ରହୁ । ମୋର ଏହି ସଂକଳ୍ପକୁ ନିର୍ବାହ କରିବା ପଛରେ ସବୁଠାରୁ ବଡ଼ ସମ୍ବଳ, ସବୁଠାରୁ ଅଧିକ ପ୍ରେରଣା ଆପଣମାନଙ୍କଠାରୁ ମିଳିଲା । ମନ କି ବାତ୍ ର ପ୍ରତ୍ୟେକ ଅଧ୍ୟାୟ ପୂର୍ବରୁ ଆସୁଥିବା ଚିଠି, ଅନଲାଇନ୍ ଅଭିମତ ଓ ଫୋନକଲ ଗୁଡ଼ିକରେ ଶ୍ରୋତାମାନଙ୍କ ଆଗ୍ରହ ସ୍ପଷ୍ଟ ଦେଖିହୁଏ । ମୋଦୀ ଆସିବ ଆଉ ଚାଲିଯିବ, କିନ୍ତୁ ଏହି ଦେଶ ଅଟଳ ହୋଇରହିବ, ଆମର ସଂସ୍କୃତି ଅମର ହୋଇ ରହିବ ।
130 କୋଟି ଦେଶବାସୀଙ୍କର ଏହି ଛୋଟ ଛୋଟ କଥାଗୁଡ଼ିକ ସର୍ବଦା ଜୀବନ୍ତ ହୋଇରହିବ ତଥା ଏ ଦେଶକୁ ନୂତନ ପ୍ରେରଣା ଓ ଉତ୍ସାହ ପ୍ରଦାନ କରି ନୂଆ ଶିଖରକୁ ନେଇଯିବ । ମୁଁ ବି କେବେ କେବେ ପଛକୁ ବୁଲି ଦେଖେ ତ ବଡ଼ ଆଶ୍ଚର୍ଯ୍ୟ ଲାଗେ । କେହି କେହି ଚିଠି ଲେଖି କହେ ଯେ ଆମମାନଙ୍କର ଛୋଟ ଦୋକାନୀ, ଅଟୋ ଚାଳକ, ପରିବା ବିକ୍ରେତାଙ୍କ ସହ ବେଶୀ ମାତ୍ରାରେ ମୂଲଚାଲ କରିବା ଅନୁଚିତ । ମୁଁ ଚିଠି ପଢ଼େ ତଥା ଏପରି କଥା ଯଦି ଅନ୍ୟ କୌଣସି ଚିଠିରେ ଆସିଥାଏ, ତେବେ ତାକୁ ନିଜ ପାଖରେ ସାଇତି ରଖେ । ନିଜ ଅନୁଭବର କିଛି କଥା ମୁଁ ଆପଣମାନଙ୍କ ସହ ବାଣ୍ଟିଥାଏ । ପୁଣି ଏକଥା କେତେବେଳେ ଘର ପରିବାରରେ ପହଂଚିଯାଏ, ସାମାଜିକ ଗଣମାଧ୍ୟମ ଓ WhatsApp ରେ ଘୂରିବୁଲେ ଏବଂ ତା’ପରେ ଗୋଟିଏ ପରିବର୍ତ୍ତନ ଆଡ଼କୁ ମାଡ଼ିଚାଲେ । ଆପଣ ପଠାଇଥିବା ସ୍ୱଚ୍ଛତା ଅଭିଯାନର କାହାଣୀଗୁଡ଼ିକ, ସାଧାରଣ ଜନତାଙ୍କର ଅନେକ ଦୃଷ୍ଟାନ୍ତ ଜାଣିହୁଏନି, କେତେବେଳେ ଘରେ ଘରେ ଏକ ଛୋଟିଆ ସ୍ୱଚ୍ଛତାର ବ୍ରାଣ୍ଡ ଆମ୍ବାସଡରକୁ ଛିଡ଼ା କରାଇଦିଏ, ଯିଏକି ଘରର ସଦସ୍ୟମାନଙ୍କୁ ବାରଣ କରେ ତଥା କେବେ କେବେ ଫୋନ କଲ୍ କରି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଆଦେଶ ଦିଏ । କେବେ କୌଣସି ସରକାରର ଏତେ କ୍ଷମତା ହେବ ଯେ “ଝିଅ ସହ ସେଲଫି” (Selfie with Daughter)ର ଅଭିଯାନ ହରିୟାଣାର ଏକ ଛୋଟିଆ ଗାଁରୁ ଆରମ୍ଭ ହୋଇ ସମଗ୍ର ଦେଶରେ ହିଁ ନୁହେଁ, ବିଦେଶରେ ମଧ୍ୟ ପ୍ରଚାରିତ ହେବ । ଏଥିରେ ସମାଜର ପ୍ରତ୍ୟେକ ସମ୍ପ୍ରଦାୟ ଓ ଖ୍ୟାତନାମା ବ୍ୟକ୍ତିବିଶେଷ ସମସ୍ତେ ସମ୍ପୃକ୍ତ ହୋଇଯାଆନ୍ତୁ ଏବଂ ସମାଜର ବିଚାରାଧାରରେ ପରିବର୍ତ୍ତନର ଏକ ନୂଆ ପରିଭାଷାରେ ଯାହାକୁ ଆଜିର ବଂଶଧରମାନେ ବୁଝିପାରୁଛନ୍ତି, ଏପରି ଏକ ଜ୍ୟୋତି ପ୍ରଜ୍ୱଳିତ କରିଯାଉ । କେବେ କେବେ “ମନ କି ବାତ୍”ର ପରିହାସ ବି କରାଯାଏ, କିନ୍ତୁ ମୋ’ ମନରେ ସର୍ବଦା 130 କୋଟି ଦେଶବାସୀ ରହିଥାନ୍ତି । ସେମାନଙ୍କର ମନ ହିଁ ମୋର ମନ । ‘ମନ୍ କି ବାତ୍’ ସରକାରଙ୍କ କଥା ନୁହେଁ – ଏହା ସମାଜର କଥା ‘ମନ କି ବାତ୍’ ଗୋଟିଏ “ଅଭିଳାଷୀ ଭାରତ” (Aspirational India), ମହତ୍ୱାକାଂକ୍ଷୀ ଭାରତର କଥା, ଭାରତର ମୂଳପ୍ରାଣ ରାଜନୀତି ନୁହେଁ, ଭାରତର ମୂଳପ୍ରାଣ ରାଜଶକ୍ତି ମଧ୍ୟ ନୁହେଁ । ଭାରତର ମୂଳପ୍ରାଣ ହେଉଛି ସମାଜନୀତି ଓ ସମାଜଶକ୍ତି । ସାମାଜିକ ଜୀବନର ହଜାର ହଜାର ଦିଗ ଅଛି ତନ୍ମଧ୍ୟରୁ ରାଜନୀତି ମଧ୍ୟ ଏକ ଦିଗ । ରାଜନୀତି ହିଁ ସବୁକିଛି ହୋଇଯାଉ, ଏହା ସୁସ୍ଥ ସମାଜ ପାଇଁ ଏକ ସୁବ୍ୟବସ୍ଥା ନୁହେଁ । କେବେ କେବେ ରାଜନୈତିକ ଘଟଣାଗୁଡ଼ିକ ଓ ରାଜନେତାମାନେ ଏତେ ମାତ୍ରାରେ ପ୍ରଭାବଶାଳୀ ହୋଇଯାଆନ୍ତି ଯେ ସମାଜର ଅନ୍ୟ ପ୍ରତିଭାଗୁଡ଼ିକ ଓ ଅନ୍ୟ ପୁରୁଷାର୍ଥ ସବୁ ଦୁର୍ବଳ ହୋଇଯାଆନ୍ତି । ଭାରତ ଭଳି ଦେଶର ଉଜ୍ୱଳ ଭବିଷ୍ୟତ ନିମନ୍ତେ ସାଧାରଣ ଜନତାର ପ୍ରତିଭା ଓ ପୁରୁଷାର୍ଥଗୁଡ଼ିକୁ ସମୁଚିତ ସ୍ଥାନ ପ୍ରାପ୍ତ ହେଉ, ଏହା ଆମ ସମସ୍ତଙ୍କର ଏକ ସାମୁହିକ ଦାୟିତ୍ୱ । ‘ମନ କି ବାତ୍’ ଏ ଦିଗରେ ଏକ ବିନମ୍ର ଓ କ୍ଷୁଦ୍ର ପ୍ରୟାସ ।
(ଫୋନକଲ୍-2)
“ନମସ୍କାର ପ୍ରଧାନମନ୍ତ୍ରୀ! ମୁଁ ପ୍ରୋମିତା ମୁଖାର୍ଜୀ, ମୁମ୍ବାଇରୁ କହୁଛି । ସାର୍, ‘ମନ କି ବାତ୍’ର ପ୍ରତିଟି ଅଧ୍ୟାୟ ଗଭୀର ଅନ୍ତର୍ଦୃଷ୍ଟି, ଜ୍ଞାନ, ସୂଚନା, ସକାରାତ୍ମକ କାହାଣୀ ଆଉ ସାଧାରଣ ଲୋକମାନଙ୍କର ଉତ୍ତମ କାର୍ଯ୍ୟାବଳୀ ଦ୍ୱାରା ପରିପୂର୍ଣ୍ଣ । ମୁଁ ଆପଣଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି ଯେ ପ୍ରତିଟି କାର୍ଯ୍ୟକ୍ରମ ପୂର୍ବରୁ ଆପଣ ଏଥିନିମନ୍ତେ କେତେ ମାତ୍ରାରେ ପ୍ରସ୍ତୁତି କରନ୍ତି?” (ଫୋନକଲ୍ ସମାପ୍ତ)
ଫୋନକଲ୍ ନିମନ୍ତେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କର ପ୍ରଶ୍ନ ହିଁ ଏକପ୍ରକାରେ ଆତ୍ମୀୟତା ସହକାରେ ପଚରାଯାଇଥିବା ପ୍ରଶ୍ନ । ମୁଁ ଜାଣେ, ‘ମନ କି ବାତ୍’ର 50 ଗୋଟି ଅଧ୍ୟାୟର ସବୁଠାରୁ ବଡ଼ ସିଦ୍ଧି ଏହା ଯେ ଆପଣ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ, ସତେଯେମିତି ନିଜର କୌଣସି ଏକ ନିକଟତମ ବନ୍ଧୁଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଏହାହିଁ ତ ଲୋକତନ୍ତ୍ର । ଆପଣ ଯେଉଁ ପ୍ରଶ୍ନ ପଚାରିଛନ୍ତି, ଯଦି ମୁଁ ସ୍ପଷ୍ଟଭାବେ ଉତ୍ତର ଦେବାକୁ ଚାହିଁବି, ତା’ହେଲେ କହିବି – କିଛି ବି ନୁହେଁ । ପ୍ରକୃତରେ ‘ମନ କି ବାତ୍’, ମୋ’ ପାଇଁ ବହୁତ ସହଜ କାମ । ପ୍ରତିଟି ଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପୂର୍ବରୁ ଲୋକମାନଙ୍କର ଚିଠିଗୁଡ଼ିକ ପହଂଚେ । MyGov ଓ NarendraModi ମୋବାଇଲ Appରେ ଲୋକମାନେ ନିଜ ନିଜର ଚିନ୍ତାଧାରାକୁ ବାଂଟନ୍ତି । ଗୋଟିଏ ନିଃଶୁଳ୍କ ଫୋନ ନମ୍ବର ବି ରହିଛି – 1800117800 । ଏ ନମ୍ବରରେ କଲ୍ କରି ଲୋକମାନେ ନିଜ ନିଜର ସନ୍ଦେଶ ନିଜ ସ୍ୱରରେ ରେକର୍ଡ ବି କରାନ୍ତି । ‘ମନ କି ବାତ୍’ ପୂର୍ବରୁ ଅଧିକରୁ ଅଧିକ ଚିଠି ଓ ମତାମତଗୁଡ଼ିକୁ ନିଜେ ହିଁ ପଢ଼ିବାର ମୋର ପ୍ରୟାସ ରହେ । ମୁଁ ବହୁତଗୁଡ଼ିଏ ଫୋନକଲ୍ ମଧ୍ୟ ଶୁଣେ । ‘ମନ କି ବାତ୍’ର ଅଧ୍ୟାୟ ଯେତେ ଯେତେ ନିକଟତର ହୁଏ, ମୁଁ ନିଜର ଭ୍ରମଣ ସମୟରେ ମଧ୍ୟ ଆପଣମାନଙ୍କ ଦ୍ୱାରା ପ୍ରେରିତ ପରିକଳ୍ପନା ଓ ପ୍ରସ୍ତାବଗୁଡିକୁ ଭଲଭାବରେ ପଢ଼େ ।
ପ୍ରତିଟି ମୁହୂର୍ତ୍ତରେ ମୋ ମନ ମଧ୍ୟରେ ହିଁ ମୋ ଦେଶବାସୀ ରହିଥାନ୍ତି । ଏଥିପାଇଁ ଯେତେବେଳେ ବି ମୁଁ କୌଣସି ଚିଠି ପଢ଼େ, ଚିଠି ଲେଖକର ପରିସ୍ଥିତି ଓ ଭାବନା ମୋ ବିଚାରର ଅଂଶବିଶେଷ ହୋଇଯାଏ । ସେ ଚିଠି ମୋ’ ପାଇଁ କେବଳ ଏକ କାଗଜ ଖଣ୍ଡ ହୋଇନଥାଏ । ମୁଁ ପ୍ରାୟ 40-45 ବର୍ଷ ନିରବଚ୍ଛିନ୍ନ ଭାବରେ ଜଣେ ପରିବ୍ରାଜକର ଜୀବନ ଅତିବାହିତ କରିଛି ଏବଂ ଦେଶର ଅଧିକାଂଶ ଜିଲ୍ଲାକୁ ଯାତ୍ରା କରିଛି ତଥା ଦେଶର ଦୂର-ଦୂରାନ୍ତ ଜିଲ୍ଲାଗୁଡ଼ିକରେ ମୁଁ ବହୁତ ସମୟ ଅତିବାହିତ କରିଛି । ଏଥିପାଇଁ ଯେତେବେଳେ ମୁଁ ଚିଠି ପଢ଼େ, ମୁଁ ସେ ସ୍ଥାନ ଓ ପରିବେଶ ସହ ସହଜରେ ନିଜକୁ ସମ୍ପୃକ୍ତ କରିପାରିଥାଏ ପୁଣି ମୁଁ କେତେକ ତଥ୍ୟଭିତ୍ତିକ ପ୍ରସଙ୍ଗକୁ ଯେପରିକି ଗ୍ରାମ ଓ ବ୍ୟକ୍ତିର ନାମ ଆଦିକୁ ଟିପି ରଖେ । ସତ କହିବାକୁ ଗଲେ ‘ମନ କି ବାତ୍’ରେ ସ୍ୱର ମୋର ଅଟେ, କିନ୍ତୁ ଉଜ୍ଜ୍ଵଳ ଦୃଷ୍ଟାନ୍ତ, ଭାବନା ଓ ଉତ୍ସାହ ସବୁ ମୋ ଦେଶବାସୀଙ୍କର । ‘ମନ କି ବାତ୍’ରେ ଯୋଗଦାନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି । ଏପରି ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯେଉଁମାନଙ୍କର ନାମ ମୁଁ ଆଜିଯାଏ ‘ମନ କି ବାତ୍’ରେ ଉଚ୍ଚାରଣ କରିପାରିନାହିଁ, କିନ୍ତୁ ସେମାନେ ନିରାଶ ନ ହୋଇ ନିଜ ନିଜର ଚିଠି ଓ ମତାମତ ପ୍ରଦାନ କରିଆସିଛନ୍ତି – ଆପଣଙ୍କର ଚିନ୍ତାଧାରା ଆପଣଙ୍କର ଭାବନା ସବୁ ମୋ ଜୀବନରେ ବହୁତ ମହତ୍ୱ ରଖେ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣ ସମସ୍ତଙ୍କର କଥାଗୁଡ଼ିକ ପୂର୍ବାପେକ୍ଷା ଅଧିକ ମାତ୍ରାରେ ମୋତେ ପ୍ରାପ୍ତ ହେବ ତଥା ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଆହୁରି ରୋଚକ, ପ୍ରଭାବଶାଳୀ ତଥା ଉପଯୋଗୀ କରିବ । ଏହା ମଧ୍ୟ ପ୍ରୟାସ କରାଯାଉଛି ଯେ ଯେଉଁ ଚିଠି ସବୁ ‘ମନ କି ବାତ୍’ରେ ସାମିଲ ହୋଇପାରିନାହିଁ, ସେହି ଚିଠି ଓ ମତାମତଗୁଡ଼ିକ ଉପରେ ସମ୍ପୃକ୍ତ ବିଭାଗ ମଧ୍ୟ ଧ୍ୟାନ ଦେଉ । ମୁଁ ଆକାଶବାଣୀ, ଏଫ୍-ଏମ୍ ରେଡ଼ିଓ, ଦୂରଦର୍ଶନ, ଅନ୍ୟାନ୍ୟ ଟିଭି ଚାନେଲ, ସାମାଜିକ ଗଣମାଧ୍ୟମର ମୋର ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି । ସେମାନଙ୍କର ପରିଶ୍ରମ ଦ୍ୱାରା ହିଁ ‘ମନ୍ କି ବାତ୍’ ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ପହଂଚିପାରିଛି । ଆକାଶବାଣୀର ଟିମ୍ ପ୍ରତିଟି ଅଧ୍ୟାୟକୁ ଅନେକ ଭାଷାରେ ପ୍ରସାରଣ ନିମନ୍ତେ ପ୍ରସ୍ତୁତ କରିଥାନ୍ତି । କେତେକ ଲୋକ ଆଂଚଳିକ ଭାଷାଗୁଡ଼ିକରେ ମୋଦୀଙ୍କର ସ୍ୱର ସହ ମେଳ ଖାଉଥିବା ସ୍ୱରରେ ଓ ସେହି ଢଙ୍ଗରେ ‘ମନ କି ବାତ୍’କୁ ଶୁଣାଇଥାନ୍ତି । ଏହିପରି ସେମାନେ 30 ମିନିଟ୍ ପାଇଁ ନରେନ୍ଦ୍ର ମୋଦୀ ହୋଇଯାନ୍ତି । ମୁଁ ସେମାନଙ୍କୁ ମଧ୍ୟ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପାଇଁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି । ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ନିବେଦନ କରୁଛି ଯେ ଆପଣମାନେ ଏ କାର୍ଯ୍ୟକ୍ରମକୁ ନିଜ ନିଜର ଆଂଚଳିକ ଭାଷାଗୁଡ଼ିକରେ ଅବଶ୍ୟ ଶୁଣନ୍ତୁ । ମୁଁ ଗଣମାଧ୍ୟମର ସେହି ବନ୍ଧୁମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ନିଜର ଚାନେଲରେ ‘ମନ କି ବାତ୍’ର ପ୍ରସାରଣ ନିୟମିତ ଭାବେ କରୁଛନ୍ତି । କୌଣସି ରାଜନୈତିକ ବ୍ୟକ୍ତି ଗଣମାଧ୍ୟମ ଉପରେ କେବେ ବି ପ୍ରସନ୍ନ ହୋଇନଥାଏ । ତାକୁ ଲାଗେ ଯେ ତାକୁ ବହୁତ କମ୍ କଭରେଜ ମିଳୁଛି କିମ୍ବା ଯେଉଁ କଭରେଜ ମିଳୁଛି, ତାହା ନକାରାତ୍ମକ । କିନ୍ତୁ ‘ମନ୍ କି ବାତ୍’ରେ ଉତ୍ଥାପିତ କେତେକ ପ୍ରସଙ୍ଗକୁ ଗଣମାଧ୍ୟମ ନିଜର କରିନେଇଛି । ସ୍ୱଚ୍ଛତା, ସଡ଼କ ସୁରକ୍ଷା, ନିଶାମୁକ୍ତ ଭାରତ, ଝିଅ ସହ ସେଲଫି ଆଦି କେତେକ ପ୍ରସଙ୍ଗ ଅଛି, ଯେଉଁଗୁଡ଼ିକୁ ଗଣମାଧ୍ୟମ ସୃଜନାତ୍ମକ ଢଙ୍ଗରେ ଗୋଟିଏ ଅଭିଯାନର ସ୍ୱରୂପ ପ୍ରଦାନ କରି ଆଗକୁ ବଢ଼ାଇବାର କାମ କରିଛି । ଟିଭି ଚାନେଲଗୁଡ଼ିକ ଏହାକୁ ସର୍ବାଧିକ ଦର୍ଶନୀୟ ରେଡିଓ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି । ମୁଁ ଗଣମାଧ୍ୟମକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କର ସହଯୋଗ ବିନା ‘ମନ କି ବାତ୍’ର ଏ ଯାତ୍ରା ଅସମ୍ପୂର୍ଣ୍ଣ ହୋଇ ରହିଥାନ୍ତା ।
(ଫୋନ୍ କଲ୍-3)
“ନମସ୍କାର ମୋଦୀ ମହାଶୟ ! ମୁଁ ନିଧି ବହୁଗୁଣା, ଉତ୍ତରାଖଣ୍ଡର ମସୁରୀରୁ କହୁଛି । ମୁଁ ଦୁଇଟି ଯୁବା ବୟସର ପିଲାଙ୍କର ମା । ମୁଁ ଏହା ପ୍ରାୟ ଦେଖିଛି ଯେ ଏ ବୟସର ପିଲାମାନେ ଏହା ପସନ୍ଦ କରନ୍ତି ନାହିଁ ଯେ ସେମାନଙ୍କୁ କେହି କହନ୍ତୁ ଯେ ସେମାନଙ୍କୁ କ’ଣ କରିବା ଦରକାର? ସେମାନେ ଶିକ୍ଷକ ହୁଅନ୍ତୁ କି ନିଜର ପିତା-ମାତା, କିନ୍ତୁ ଯେତେବେଳେ ଆପଣଙ୍କର ‘ମନ କି ବାତ୍’ କାର୍ଯ୍ୟକ୍ରମ ହୁଏ ଏବଂ ଆପଣ ପିଲାମାନଙ୍କୁ କିଛି କହନ୍ତି; ସେମାନେ ମନ ଦେଇ ଶୁଣି ବୁଝନ୍ତି ଓ ସେକଥାକୁ ପାଳନ ବି କରନ୍ତି – ଆପଣ ମୋ’ ସହ ଏହାର ରହସ୍ୟ ସମସ୍ତଙ୍କୁ ବାଣ୍ଟି ପାରିବେ କି? ଆପଣ ଯେଉଁଭଳି ଭାବରେ କହନ୍ତି କିମ୍ବା ଆପଣ ଯେଉଁସବୁ ପ୍ରସଙ୍ଗ ସବୁ ଉଠାନ୍ତି, ସେ ପିଲାମାନେ ଭଲଭାବରେ ବୁଝି ପ୍ରୟୋଗ କରନ୍ତି? ଧନ୍ୟବାଦ ।’ (ଫୋନକଲ୍ ସମାପ୍ତ)
ନିଧି ମହଶୟା, ଆପଣଙ୍କର ଫୋନକଲ୍ ପାଇଁ ବହୁତ ବହୁତ ଧନ୍ୟବାଦ । ସତକଥା ଏହା ଯେ ମୋ ପାଖରେ କୌଣସି ରହସ୍ୟ ସୂତ୍ର ନାହିଁ । ମୁଁ ଯାହା କିଛି କରୁଛି, ତାହା ସବୁ ପରିବାରରେ ମଧ୍ୟ ହେଉଥିବ । ସରଳ ଭାଷାରେ କହିବାକୁ ଗଲେ, ମୁଁ ନିଜକୁ ସେ ଯୁବକ ଭିତରେ ହଜାଇଦେବାକୁ ଚେଷ୍ଟା କରେ; ନିଜକୁ ସେହି ପରିସ୍ଥିତିଗୁଡ଼ିକରେ ରଖି ତାର ଚିନ୍ତାଧାରା ସହ ସାମଞ୍ଜସ୍ୟ ସ୍ଥାପିତ କରିବାର ଏକ ମାନସିକ ଅନ୍ତରଙ୍ଗତା ପ୍ରତିଷ୍ଠା କରିବାର ପ୍ରୟାସ କରେ । ଆମମାନଙ୍କର ନିଜ ଜୀବନର ସେ ପୁରୁଣା ବୋଝ ଯେତେବେଳେ କି ସେଗୁଡ଼ିକ ଆମମାନଙ୍କ ମଧ୍ୟରେ ଆସନ୍ତି ନାହିଁ, ସେତେବେଳେ କାହାକୁ ବୁଝିପାରିବା ସହଜ ହୋଇଯାଏ । କେବେକେବେ ଆମମାନଙ୍କର ପୂର୍ବାଗ୍ରହ ମଧ୍ୟ ବାର୍ତ୍ତାଳାପ ପାଇଁ ସବୁଠାରୁ ବଡ଼ ସଂକଟ ହୋଇଯାଏ । ସ୍ୱୀକାର, ଅସ୍ୱୀକାର ଓ ପ୍ରତିକ୍ରିୟାଗୁଡ଼ିକ ଅପେକ୍ଷା କୌଣସି କଥାକୁ ବୁଝିବା ହିଁ ମୋର ପ୍ରାଥମିକତା । ମୋର ଅନୁଭୂତି ରହିଛି ଯେ, ଏପରି ସ୍ଥିତିରେ ଆମ ସମ୍ମୁଖରେ ଥିବା ବ୍ୟକ୍ତି ମଧ୍ୟ ଆମକୁ ବୁଝେଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଯୁକ୍ତି କରିବା କିମ୍ବା ପ୍ରଭାବ ବିସ୍ତାର କରିବା ବଦଳରେ ଆମର ମାନସିକ ଅନ୍ତରଙ୍ଗତା ସ୍ଥାପିତ କରିବାକୁ ଚେଷ୍ଟା କରେ । ଏଥିପାଇଁ ସଂଯୋଗ ବ୍ୟବଧାନ ସମାପ୍ତ ହୋଇଯାଏ । ପୁଣି ଏକପ୍ରକାରେ ସେହି ଚିନ୍ତାଧାରା ସହିତ ଆମେ ଦୁହେଁ ସହଯାତ୍ରୀ ହୋଇଯାଉ । ଦୁଇଜଣଙ୍କୁ ଜଣା’ବି ପଡ଼େନାହିଁ କି କେତେବେଳେ ଓ କିପରି ଭାବରେ ଜଣେ ନିଜର ଚିନ୍ତାଧାରା ତ୍ୟାଗକରି ଅନ୍ୟର ଚିନ୍ତାଧାରାକୁ ସ୍ୱୀକାର କରିନେଇଛି ଏବଂ ନିଜର ଭାବେ ଗ୍ରହଣ କରିନେଇଛି । ଆଜିର ଯୁବକମାନଙ୍କର ଏହି ବିଶେଷତ୍ୱ ଯେ ସେମାନେ ଏପରି କିଛି ବି କରିବେ ନାହିଁ ଯାହା ଉପରେ ନିଜର ବିଶ୍ୱାସ ନାହିଁ । କିନ୍ତୁ ଯେତେବେଳେ କୌଣସି ଜିନିଷ ଉପରେ ବିଶ୍ୱାସ କରନ୍ତି, ସେମାନେ ସେଥିପାଇଁ ସବୁକିଛି ତ୍ୟାଗ କରି ତା’ପଛରେ ଲାଗିଯାନ୍ତି ।
ଅଧିକାଂଶ ସମୟରେ ଲୋକମାନେ ପରିବାର ଭିତରେ କିଶୋର, କିଶୋରୀ ଏବଂ ବଡ଼ମାନଙ୍କ ମଧ୍ୟରେ ସଂଯୋଗଗତ ବ୍ୟବଧାନ(Communication Gap) ବିଷୟରେ ଆଲୋଚନା କରିଥାନ୍ତି । ପ୍ରକୃତରେ ଅଧିକାଂଶ ପରିବାରରେ କିଶୋର, କିଶୋରୀମାନଙ୍କ ସହିତ କଥାବାର୍ତ୍ତାର କ୍ଷେତ୍ର ବହୁତ ସୀମିତ ହୋଇଥାଏ । ପ୍ରାୟତଃ ପଢ଼ାପଢ଼ି କଥା, ଅଭ୍ୟାସ ଓ ଜୀବନଶୈଳୀକୁ ନେଇ ‘ଏମିତି କର ସେମିତି କରନା’ ଏହିଭଳି କଥାବାର୍ତ୍ତା ହୁଏ । କୌଣସି ଆଶା ନ ରଖି ପରିବାର ଭିତରେ ସାଧାରଣ କଥାବାର୍ତ୍ତା ଧୀରେ ଧୀରେ ବହୁତ କମ୍ ହୋଇଗଲାଣି । ଏଇଟା ମଧ୍ୟ ଗୋଟିଏ ଚିନ୍ତାର ବିଷୟ ।
“ଆଶା” ବଦଳରେ “ଗ୍ରହଣୀୟତା” ଏବଂ “ଅଗ୍ରାହ୍ୟ” ବଦଳରେ “ଆଲୋଚନା” କଲେ ଏଭଳି କଥାବାର୍ତ୍ତା ବହୁତ ପ୍ରଭାବଶାଳୀ ହୁଏ । ମୁଁ ବିଭିନ୍ନ କାର୍ଯ୍ୟକ୍ରମ ଅଥବା ସାମାଜିକ ଗଣମାଧ୍ୟମ ଜରିଆରେ ଯୁବବର୍ଗ ସହିତ ନିୟମିତ କଥାବାର୍ତ୍ତା ହେବାର ଚେଷ୍ଟା କରିଆସିଛି । ସେମାନେ ଯାହା କରୁଛନ୍ତି ବା ଯାହା ଭାବୁଛନ୍ତି, ସଦାବେଳେ ସେଥିରୁ ମୁଁ କିଛି ଶିଖିବାର ପ୍ରୟାସ କରିଛି । ସେମାନଙ୍କ ପାଖରେ ସର୍ବଦା ସୂନେଲୀ ପରିକଳ୍ପନାର ଭଣ୍ଡାର ରହିଥାଏ । ସେମାନେ ଅତ୍ୟଧିକ ଶକ୍ତିମାନ, ସୃଜନଶୀଳ ଏବଂ ଏକାଗ୍ରଚିତ ଅଟନ୍ତି । ମନ କି ବାତ୍ ମାଧ୍ୟମରେ ମୁଁ ଯୁବକମାନଙ୍କର ପ୍ରୟାସ, ସେମାନଙ୍କର କଥା ଆଦିକୁ ଅଧିକ ମାତ୍ରାରେ ଚର୍ଚ୍ଚାର କରିବାର ଚେଷ୍ଟା କରିଥାଏ । ଅନେକ ସମୟରେ ଅଭିଯୋଗ ହୁଏ ଯେ ଯୁବକମାନେ ବହୁତ ଅଧିକ ପ୍ରଶ୍ନ ପଚାରିଥାନ୍ତି । ମୋ ବିଚାରରେ ଯୁବକମାନେ ଅଧିକ ପ୍ରଶ୍ନ ପଚାରିବା ଗୋଟିଏ ଭଲ କଥା । ଏହା ଏଇଥିପାଇଁ ଭଲ ଯେ ସେମାନେ ପ୍ରତ୍ୟେକ କଥାର ମୂଳତତ୍ୱକୁ ଜାଣିବାକୁ ଚାହାଁନ୍ତି । ଲୋକେ କହନ୍ତି ଯୁବବର୍ଗ ପାଖରେ ଧୈର୍ଯ୍ୟ ନାହିଁ, କିନ୍ତୁ ମୋ ହିସାବରେ ସେମାନଙ୍କ ପାଖରେ ନଷ୍ଟ କରିବାର ସମୟ ନ ଥାଏ । ଏହି କଥାଟି ଆଜିର ଯୁବବର୍ଗକୁ ଅଧିକ ସୃଜନଶୀଳ ହେବାରେ ସାହାଯ୍ୟ କରେ, ସେମାନେ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବାକୁ ଚାହାଁନ୍ତି । ମୋ ବିଚାରରେ ଆଜିର ଯୁବବର୍ଗ ବହୁତ ମହତ୍ୱାକାଂକ୍ଷୀ ଏବଂ ବହୁତ ବଡ଼ ବଡ଼ କଥା ଭାବନ୍ତି । ଭଲକଥା, ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ, ଆଉ ବଡ଼ ବଡ଼ ସଫଳତା ହାସଲ କରନ୍ତୁ । ଏହାହିଁ ତ ନିଉ ଇଣ୍ଡିଆ । କିଛି ଲୋକ କହନ୍ତି ଯେ ଯୁବବର୍ଗ ଗୋଟିଏ ସମୟରେ କେତେଗୁଡ଼ିଏ କାମ କରିବାକୁ ଚାହାଁନ୍ତି । ମୋର କହିବା କଥା ହେଲା – ଏଥିରେ ଖରାପ କ’ଣ? ସେମାନେ ବହୁମୂଖୀ କାର୍ଯ୍ୟରେ ପାରଙ୍ଗମ ହୋଇଥିବାରୁ ଏପରି କରିପାରନ୍ତି । ଯଦି ଆମେ ଆମ ଚତୁଃପାଶ୍ୱର୍ରେ ଦୃଷ୍ଟିନିକ୍ଷେପ କରିବା ତେବେ ପାଇବା ଯେ ସାମାଜିକ ଉଦ୍ୟମଶୀଳତା ହେଉ କିମ୍ବା ଷ୍ଟାର୍ଟ ଅପ ବା କ୍ରୀଡା ହେଉ ସବୁ କ୍ଷେତ୍ରରେ ଯୁବକମାନେ ହିଁ ପରିବର୍ତ୍ତନ ଆଣିପାରିଛନ୍ତି – ସେହି ଯୁବବର୍ଗ ଯେଉଁମାନେ ପ୍ରଶ୍ନ ପଚାରିବା ଆଉ ବଡ଼ ବଡ଼ ସ୍ୱପ୍ନ ଦେଖିବାର ସାହାସ ଦେଖେଇଛନ୍ତି । ଯଦି ଆମେ ଯୁବକମାନଙ୍କର ବିଚାରକୁ ବାସ୍ତବ ଧରାତଳକୁ ନେଇ ଆସିବା ଏବଂ ସେମାନଙ୍କୁ ଅଭିବ୍ୟକ୍ତିର ମୁକ୍ତ ବାତାବରଣ ଉପଲବ୍ଧ କରାଇବା, ତା’ହେଲେ ସେମାନେ ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ । ସେମାନେ ଏହା କରୁଛନ୍ତି ମଧ୍ୟ ।
ମୋର ପ୍ରିୟ ଦେଶବାସୀଗଣ, ଗୁରୁଗ୍ରାମରୁ ବିନୀତାଜୀ MyGov ରେ ଲେଖିଛନ୍ତି ଯେ ମନ କି ବାତ୍ ରେ ମୋତେ କାଲି ଅର୍ଥାତ୍ 26 ନଭେମ୍ବରରେ ପଡୁଥିବା ସମ୍ବିଧାନ ଦିବସ ଉପରେ କିଛି ଆଲୋଚନା କରିବା ଦରକାର । ତାଙ୍କ ବିଚାରରେ ଏହା ଏକ ବିଶିଷ୍ଟ ଦିନ କାରଣ ଏହିଦିନ ଆମ୍ଭେମାନେ ସମ୍ବିଧାନ ପ୍ରାପ୍ତିର 70ତମ ବର୍ଷରେ ପଦାର୍ପଣ କରୁଛେ ।
ବିନୀତା ମହାଶୟା ଆପଣଙ୍କ ପରାମର୍ଶ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
ହଁ, କାଲି ହେଉଛି ସମ୍ବିଧାନ ଦିବସ । ଆମ ସମ୍ବିଧାନ ନିର୍ମାଣ କରିଥିବା ସେହି ମହାନ ବିଭୂତିମାନଙ୍କର ସ୍ମୃତିଚାରଣର ଦିବସ । 1949 ମସିହା ନଭେମ୍ବର 26 ତାରିଖ ଦିନ ଆମେ ଆମର ସମ୍ବିଧାନକୁ ଗ୍ରହଣ କରିଥିଲୁ । ସମ୍ବିଧାନ ଲିଖନର ଏହି ଐତିହାସିକ କାର୍ଯ୍ୟକୁ ପୁରା କରିବା ପାଇଁ ସମ୍ବିଧାନ ସଭାକୁ ଦୁଇବର୍ଷ ଏଗାରମାସ ସତରଦିନ ସମୟ ଲାଗିଥିଲା । କଳ୍ପନା କରନ୍ତୁ ତ, 3 ବର୍ଷ ସମୟାବଧି ଭିତରେ ଆମର ସେହି ମହାନ ବିଭୂତିମାନେ ଆମକୁ ଏତେ ବ୍ୟାପକ ଏବଂ ବିସ୍ତୃତ ସମ୍ବିଧାନ ପ୍ରଦାନ କଲେ । ସେମାନେ ଯେଉଁ ଅସାଧାରଣ ଗତିରେ ସମ୍ବିଧାନ ନିର୍ମାଣ କଲେ ତାହା ଆଜି ମଧ୍ୟ ସମୟ ପରିଚାଳନା ଏବଂ ଉତ୍ପାଦକତା କ୍ଷେତ୍ରରେ ଏକ ଉଦାହରଣ ହୋଇରହିଛି । ଏହା ଆମକୁ ମଧ୍ୟ ନିଜର ଦାୟିତ୍ୱକୁ ରେକର୍ଡ ସମୟ ମଧ୍ୟରେ ପୂର୍ଣ୍ଣ କରିବାର ପ୍ରେରଣା ଦେଇଥାଏ । ସମ୍ବିଧାନ ସଭା ଦେଶର ମହାନ୍ ପ୍ରତିଭାମାନଙ୍କର ସଂଗମ ଥିଲା । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଭାରତକୁ ଏଭଳି ଏକ ସମ୍ବିଧାନ ଦେବାପାଇଁ ପ୍ରତିବଦ୍ଧ ଥିଲେ ଯାହାଦ୍ୱାରା ଭାରତର ଲୋକମାନେ ସଶକ୍ତ ହେବେ ଏବଂ ଗରିବରୁ ଗରିବ ଲୋକଟିଏ ମଧ୍ୟ ସାମର୍ଥ୍ୟବାନ ହୋଇପାରିବେ ।
ଆମ ସମ୍ବିଧାନର ଗୋଟିଏ ମହତ୍ୱପୂର୍ଣ୍ଣ କଥାହେଲା ଯେ ଏଥିରୁ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସବିସ୍ତାର ବର୍ଣ୍ଣନା କରାଯାଇଛି । ନାଗରିକମାନଙ୍କ ଜୀବନରେ ଏହି ଦୁଇଟିରେ ତାଳମେଳ ରହିଲେ ଦେଶ ଆଗକୁ ଯାଇପାରିବ । ଯଦି ଆମେ ଅନ୍ୟମାନଙ୍କର ଅଧିକାରକୁ ସମ୍ମାନ ଦେବା ତେବେ ଆମ ଅଧିକାରର ରକ୍ଷା ସ୍ୱତଃ ହୋଇଯିବ । ସେହିଭଳି ଯଦି ଆମେ ସମ୍ବିଧାନରେ ଦିଆଯାଇଥିବା କର୍ତ୍ତବ୍ୟଗୁଡ଼ିକର ଅନୁପାଳନ କରିବା ତା’ହେଲେ ମଧ୍ୟ ଆମ ଅଧିକାରର ସୁରକ୍ଷା ସ୍ୱାଭାବିକ ଭାବେ ହୋଇପାରିବ । ମୋର ଆଜି ବି ମନେଅଛି, 2010ରେ ଯେତେବେଳେ ଭାରତୀୟ ଗଣତନ୍ତ୍ରକୁ 60 ବର୍ଷ ହୋଇଥିଲା ସେତେବେଳେ ଗୁଜରାଟରେ ଆମେ ସମ୍ବିଧାନକୁ ହାତୀ ଉପରେ ରଖି ଶୋଭାଯାତ୍ରା କରିଥିଲୁ । ଯୁବକମାନଙ୍କ ମଧ୍ୟରେ ସମ୍ବିଧାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଏବଂ ସେମାନଙ୍କୁ ସମ୍ବିଧାନର ବିଭିନ୍ନ ପକ୍ଷ ସହ ସଂଯୁକ୍ତ କରିବା ପାଇଁ ଏହା ଏକ ସ୍ମରଣୀୟ ପ୍ରସଙ୍ଗ ଥିଲା । 2020 ମସିହାରେ ଆମେ ଏକ ଗଣତନ୍ତ୍ର ଭାବରେ 70 ବର୍ଷ ପୂର୍ଣ୍ଣ କରିବା ଏବଂ 2022ରେ ଆମ ସ୍ୱାଧୀନତାର 75 ବର୍ଷ ପୂର୍ଣ୍ଣ ହେବ ।
ଆସନ୍ତୁ, ଆମେ ସମସ୍ତେ ଆମ ସମ୍ବିଧାନର ମୂଲ୍ୟବୋଧକୁ ଆଗକୁ ବଢ଼ାଇବା ଏବଂ ଆମ ଦେଶରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ।
ମୋର ପ୍ରିୟ ଦେଶବାସୀଗଣ, ସମ୍ବିଧାନ ସଭା ବିଷୟରେ ଚର୍ଚ୍ଚା କଲାବେଳେ ସେ ମହାପୁରୁଷଙ୍କ ଅବଦାନକୁ କେବେବି ଭୁଲିହେବନି ଯିଏକି ସର୍ବଦା ସମ୍ବିଧାନ ସଭାର କେନ୍ଦ୍ରରେ ଥିଲେ । ସେ ହେଉଛନ୍ତି ପୂଜ୍ୟ ବାବାସାହେବ ଡଃ ଆମ୍ବେଦକର । ଡିସେମ୍ବର 6 ତାରିଖ ତାଙ୍କର ମହାପରିନିର୍ବାଣ ଦିବସ । ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ବାବାସାହେବଙ୍କୁ ପ୍ରଣାମ ଜଣାଉଛି ଯିଏକି କୋଟି କୋଟି ଭାରତୀୟଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ଦେଇଛନ୍ତି । ଗଣତନ୍ତ୍ର ବାବାସାହେବଙ୍କ ସ୍ୱଭାବର ଅବିଚ୍ଛିନ୍ନ ଅଙ୍ଗ ଥିଲା ଏବଂ ସେ କହୁଥିଲେ ଯେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ କୌଣସି ବାହାର ଦେଶରୁ ଆସିନି । ଗଣତନ୍ତ୍ର କ’ଣ, ସଂସଦୀୟ ବ୍ୟବସ୍ଥା କ’ଣ – ଏସବୁ ଭାରତ ପାଇଁ କିଛି ନୂଆ କଥାନୁହେଁ । ସମ୍ବିଧାନ ସଭାରେ ଅତ୍ୟନ୍ତ ଭାବପ୍ରବଣ ହୋଇ ଏକଦା ସେ ନିବେଦନ କରିଥିଲେ । ସେ କହିଥିଲେ ଏତେ ସଂଘର୍ଷ ପରେ ମିଳିଥିବା ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଆମେ ଆମର ଶେଷ ରକ୍ତବିନ୍ଦୁ ଥିବାଯାଏ ଚେଷ୍ଟା କରିବା । ସେ ଆହୁରି ମଧ୍ୟ କହିଥିଲେ ଯେ ହୋଇପାରେ ଆମେ ଭାରତୀୟମାନଙ୍କର ଭିନ୍ନ ଭିନ୍ନ ପୃଷ୍ଠଭୂମି ହୋଇପାରେ କିନ୍ତୁ ଦେଶ ହିତକୁ ସବୁଠାରୁ ଉର୍ଦ୍ଧ୍ଵରେ ରଖିବାକୁ ପଡ଼ିବ । “ଭାରତ ପ୍ରଥମ” – ଡଃ ବାବାସାହେବ ଆମ୍ବେଦକରଙ୍କର ଏହାହିଁ ମୂଳମନ୍ତ୍ର ଥିଲା । ପୂଜ୍ୟ ବାବାସାହେବଙ୍କୁ ପୁନଶ୍ଚ ଶ୍ରଦ୍ଧାଞ୍ଜଳି ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଦୁଇଦିନ ପୂର୍ବେ ନଭେମ୍ବର 23 ତାରିଖ ଦିନ ଆମେ ସମସ୍ତେ ଶ୍ରୀ ଗୁରୁନାନାକ ଦେବଙ୍କ ଜୟନ୍ତୀ ପାଳନ କଲୁ । ଆସନ୍ତା ବର୍ଷ ଅର୍ଥାତ୍ 2019ରେ ଆମେ ତାଙ୍କର 550ତମ ପ୍ରକାଶ ପର୍ବ ପାଳନ କରିବାକୁ ଯାଉଛୁ ଗୁରୁନାନାକ ଦେବ ସର୍ବଦା ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଚିନ୍ତା କରିଛନ୍ତି । ସେ ସମାଜକୁ ସର୍ବଦା ସତ୍ୟ, କର୍ମ, ସେବା, କରୁଣା ଓ ସୌହାର୍ଦ୍ଦ୍ୟର ମାର୍ଗ ଦେଖାଇଛନ୍ତି । ସାରା ଦେଶ ଆସନ୍ତା ବର୍ଷ ଗୁରୁ ନାନକ ଦେବଙ୍କ 550ତମ ଜୟନ୍ତୀ ସମାରୋହ ଭବ୍ୟରୂପରେ ପାଳନ କରିବ । ଏହାର ରଙ୍ଗ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ବିଚ୍ଛୁରିତ ହେବ । ଏହି ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ଅନୁରୋଧ କରାଯାଇଛି । ସେହିଭଳି ଗୁରୁନାନକ ଦେବଙ୍କ 550ତମ ପ୍ରକାଶ ପର୍ବ ବିଶ୍ୱର ସମସ୍ତ ଦେଶରେ ମଧ୍ୟ ପାଳନ କରାଯିବ । ଏହା ସଙ୍ଗେ ସଙ୍ଗେ ଗୁରୁ ନାନକଙ୍କ ସହ ସମ୍ପୃକ୍ତ ପବିତ୍ର ସ୍ଥଳଗୁଡ଼ିକର ମାର୍ଗରେ ଗୋଟିଏ ଟ୍ରେନ ମଧ୍ୟ ଚଳାଚଳ କରିବ । ନିକଟ ଅତୀତରେ ଯେତେବେଳେ ମୁଁ ଏହି ପ୍ରସଙ୍ଗରେ ଗୋଟିଏ ବୈଠକ କରୁଥିଲି ସେତେବେଳେ ଲଖପତ୍ ସାହେବ ଗୁରୁଦ୍ୱାରା କଥା ମୋର ମନେପଡ଼ିଲା । 2001ରେ ଗୁଜରାଟରେ ହୋଇଥିବା ଭୂମିକମ୍ପରେ ଏହି ଗୁରୁଦ୍ୱାରା ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା କିନ୍ତୁ ସ୍ଥାନୀୟ ଲୋକମାନଙ୍କ ସହ ମିଶି ରାଜ୍ୟ ସରକାର ଯେଭଳି ଭାବେ ଏହାର ପୁନନିର୍ମାଣ କାର୍ଯ୍ୟ କଲେ ତାହା ଆଜି ମଧ୍ୟ ଗୋଟିଏ ଉଦାହରଣ ।
କର୍ତ୍ତାରପୁର କରିଡର ନିର୍ମାଣ ପାଇଁ ଭାରତ ସରକାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯାହାଫଳରେ ଆମ ଦେଶର ଯାତ୍ରୀମାନେ ସହଜରେ ପାକିସ୍ତାନର କର୍ତ୍ତାରପୁରରେ ଥିବା ଗୁରୁନାନକ ଦେବଙ୍କ ସେହି ପବିତ୍ର ସ୍ଥଳକୁ ଦର୍ଶନ କରିପାରିବେ ।
ମୋର ପ୍ରିୟ ଦେଶବାସୀଗଣ, 50ତମ ଅଧ୍ୟାୟ ପରେ ଆମେ ପୁଣିଥରେ ଏକାଠି ହେବା “ମନ କି ବାତ୍’ର ପରବର୍ତ୍ତୀ ଅଧ୍ୟାୟରେ ଏବଂ ମୋର ବିଶ୍ୱାସ ଯେ, ଆଜି “ମନ୍ କି ବାତ୍” କାର୍ଯ୍ୟକ୍ରମ ପଛରେ ରହିଥିବା ଭାବନା ସମ୍ପର୍କରେ ମୋତେ ପ୍ରଥମ ଥର ଆପଣଙ୍କ ଆଗରେ କହିବାର ସୁଯୋଗ ମିଳିଲା କାରଣ ଆପଣମାନଙ୍କ ପ୍ରଶ୍ନ ହିଁ ସେହିଭଳି ଥିଲା । ଆମର ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ । ଆପଣମାନଙ୍କ ସହଯୋଗ ଯେତେ ଅଧିକ ମିଳିବ ଆମର ଯାତ୍ରା ସେତେ ସୁଗମ ହେବ ଏବଂ ସମସ୍ତଙ୍କ ପାଇଁ ସନ୍ତୋଷପ୍ରଦ ହେବ । ବେଳେବେଳେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, “ମନ କି ବାତ୍”ରୁ ମୋତେ କ’ଣ ମିଳିଲା? ଆଜି ମୁଁ କହିବାକୁ ଚାହୁଁଛି ଯେ, “ମନ କି ବାତ୍” ପାଇଁ ଆସୁଥିବା ଅଭିମତରେ ଗୋଟିଏ କଥା ମୋ ମନକୁ ଛୁଇଁଯାଏ । ଅଧିକାଂଶ ଲୋକ ଯେତେବେଳେ ଏକଥା କହନ୍ତି ଯେ, ଆମେ ପରିବାରର ସବୁ ଲୋକଙ୍କ ସାଙ୍ଗରେ ଏକାଠି ବସି ମନ୍ କି ବାତ୍ ଶୁଣୁ, ସେତେବେଳେ ଲାଗେ ସତେ ଯେମିତି ଆମ ପରିବାରର ମୁଖିଆ ଆମ ଗହଣରେ ବସି ଆମରି ନିଜ କଥାଗୁଡ଼ିକୁ ଆମ ସହ ଅନୁଭୂତି ବାଣ୍ଟୁଛନ୍ତି । ଏକଥା ବ୍ୟାପକ ଭାବେ ଶୁଣି ମୁଁ ବହୁତ ସନ୍ତୋଷ ଲାଭ କଲି । ମୋତେ ଲାଗିଲା ଯେ, ମୁଁ ଆପଣଙ୍କର, ଆପଣମାନଙ୍କ ମଧ୍ୟରୁ ଜଣେ, ଆପଣଙ୍କ ଗହଣରେ ରହିଛି, ଆପଣମାନେ ହିଁ ମୋତେ ବଡ଼ କରିଛନ୍ତି । ଏକ ପ୍ରକାର ମୁଁ ମଧ୍ୟ ଆପଣଙ୍କ ପରିବାରର ସଦସ୍ୟ ରୂପେ “ମନ୍ କି ବାତ୍” ମାଧ୍ୟମରେ ବାରମ୍ବାର ଆସୁଥିବି । ଆପଣମାନଙ୍କ ସହିତ ଯୋଡ଼ି ହୋଇ ରହୁଥିବି । ଆପଣଙ୍କ ସୁଖ-ଦୁଃଖ ମୋ ସୁଖ-ଦୁଃଖ । ଆପଣଙ୍କ ଆକାଂକ୍ଷା ମୋ ଆକାଂକ୍ଷା । ଆପଣଙ୍କ ମହତ୍ୱାକାଂକ୍ଷା ମୋ ମହାତ୍ୱାକାଂକ୍ଷା ।
ଆସନ୍ତୁ ଏହି ଯାତ୍ରାକୁ ଆମେ ଆହୁରି ଆଗକୁ ନେବା ।
ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର । ଅକ୍ଟୋବର 31 ତାରିଖ ଆମ ସମସ୍ତଙ୍କ ପ୍ରିୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଏବଂ ପ୍ରତିବର୍ଷ ପରି “ଏକତା ପାଇଁ ଦୌଡ଼” “Run For Unity”ରେ ଦେଶର ଯୁବବର୍ଗ ଏକତା ପାଇଁ ଦୌଡ଼ିବାକୁ ପ୍ରସ୍ତୁତ ହୋଇସାରିଲାଣି । ଏବେ ତ ପାଗ ଖୁବ୍ ଭଲ । ଏହାଯୋଗୁଁ “ଏକତା ପାଇଁ ଦୌଡ଼”ର ଉତ୍ସାହ ମଧ୍ୟ ବୃଦ୍ଧି ପାଇବ । ଏକତାର ଏହି ଦୌଡ଼ “Run For Unity” ରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ସ୍ୱାଧୀନତାର ପ୍ରାୟ ସାଢ଼େ ଛଅ ମାସ ପୂର୍ବେ 27 ଜାନୁଆରୀ 1947ରେ ପ୍ରକାଶିତ ବିଶ୍ୱପ୍ରସିଦ୍ଧ ଆନ୍ତର୍ଜାତିକ ପତ୍ରିକାTime Magazineର ମୁଖପୃଷ୍ଠାରେ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ର ସ୍ଥାନ ପାଇଥିଲା । ଏହାର ମୁଖ୍ୟ ପ୍ରସଙ୍ଗରେ ସେମାନେ ଭାରତର ଗୋଟିଏ ନକ୍ସା ପ୍ରକାଶ କରିଥିଲେ ତାହା ସେଭଳି ନକ୍ସା ନ ଥିଲା ଯାହା ଆମେ ଆଜି ଦେଖୁଛୁ । ଏହା ଏଭଳି ଭାରତର ନକ୍ସା ଥିଲା ଯାହା ଅନେକ ଭାଗରେ ବିଭକ୍ତ ଥିଲା । ସେତେବେଳେ 550ରୁ ଅଧିକ ଦେଶୀୟ ରାଜ୍ୟ ଥିଲା । ଭାରତ ପ୍ରତି ଇଂରେଜମାନଙ୍କ ମୋହ ଭାଙ୍ଗିଯାଇଥିଲା, କିନ୍ତୁ ସେମାନେ ଏହି ଦେଶକୁ ଖଣ୍ଡ-ବିଖଣ୍ଡିତ କରି ଛାଡ଼ିବାକୁ ଚାହୁଁଥିଲେ । Time Magazineର ରିପୋର୍ଟ ଅନୁସାରେ ସେତେବେଳେ ଭାରତ ପ୍ରତି ବିଭାଜନ, ହିଂସା, ଖାଦ୍ୟଶସ୍ୟ ସଂକଟ, ଦରବୃଦ୍ଧି ଏବଂ କ୍ଷମତା ରାଜନୀତି ଭଳି ବିପଦ ଥିଲା । Time Magazine ଆଗକୁ ଲେଖିଥିଲା ଯେ,ଏଭଳି ପରିସ୍ଥିତିରେ ଦେଶକୁ ଏକତା ସୂତ୍ରରେ ବାନ୍ଧିବା ଏବଂ କ୍ଷତଗୁଡ଼ିକୁ ଭଲ କରିବାର କ୍ଷମତା ଯଦି କାହାରି ଥାଏ, ତେବେ ସେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ । TimeMagazineର ସେହି ଲେଖାଟି ଏହି ଲୌହମାନବଙ୍କ ଜୀବନର ଅନ୍ୟାନ୍ୟ ଦିଗକୁ ମଧ୍ୟ ଉଜାଗର କରେ । କିଭଳି ସେ 1920 ଦଶନ୍ଧିରେ ଅହମଦାବାଦରେ ହୋଇଥିବା ବନ୍ୟା ସମୟରେ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ପରିଚାଳନା କରିଥିଲେ, କିଭଳି ସେ ବରଡୋଲି(ବର୍ଦ୍ଦୋଳି)ସତ୍ୟାଗ୍ରହର ଦିଗଦର୍ଶନ କରିଥିଲେ । ଦେଶ ପ୍ରତି ତାଙ୍କର ସଚ୍ଚୋଟତା ଏବଂ ସମର୍ପଣ ଭାବ ଏଭଳି ଥିଲା ଯେ, ଚାଷୀ-ମୂଲିଆଠାରୁ ଆରମ୍ଭ କରି ଶିଳ୍ପପତି ଯାଏ, ସମସ୍ତେ ତାଙ୍କ ଉପରେ ଭରସା କରୁଥିଲେ । ଗାନ୍ଧିଜୀ ସର୍ଦ୍ଦାର ପଟେଲଙ୍କୁ କହିଲେ ଯେ, ରାଜ୍ୟଗୁଡ଼ିକର ସମସ୍ୟା ଏତେ ଜଟିଳ ଯେ, କେବଳ ଆପଣ ହିଁ ଏହାକୁ ସମାଧାନ କରିପାରିବେ । ସର୍ଦ୍ଦାର ପଟେଲ ଗୋଟି ଗୋଟି କରି ସମସ୍ୟାଗୁଡ଼ିକର ସମାଧାନ କଲେ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧିବାର ଅସମ୍ଭବ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଦେଖାଇଲେ । ସେ ସମସ୍ତ ଦେଶୀୟ ରାଜ୍ୟକୁ ଭାରତରେ ମିଶାଇଲେ । ଜୁନାଗଡ଼ ହେଉ ବା ହାଇଦ୍ରାବାଦ, ଟ୍ରାଭାଙ୍କୋର ହେଉ ବା ରାଜସ୍ଥାନର ଦେଶୀୟ ରାଜ୍ୟ – କେବଳ ସର୍ଦ୍ଦାର ପଟେଲଙ୍କ ବୁଦ୍ଧିମତା ଓ ରଣକୌଶଳ ଯୋଗୁଁ ଆଜି ଆମେ ଭାରତକୁ ଏକୀକୃତ ରୂପେ ଦେଖିପାରୁଛୁ । ଏକତାର ବନ୍ଧନରେ ବନ୍ଧା ଏହି ରାଷ୍ଟ୍ରକୁ, ଆମର ଭାରତମାତାଙ୍କୁ ଦେଖିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୂଣ୍ୟସ୍ମୃତି ଆପେ ଆପେ ଆମ ମନକୁ ଚାଲିଆସେ । ଏଥର ଅକ୍ଟୋବର 31 ତାରିଖ ଦିନ ଥିବା ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ତ ଖାସ୍ ହେବ କାରଣ, ସେହିଦିନ ସର୍ଦ୍ଦାର ପଟେଲଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇ ଆମେ ଏକତାର ପ୍ରତିମୂର୍ତ୍ତି ବା Statue of Unityକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବୁ । ଗୁଜରାଟର ନର୍ମଦା ନଦୀକୂଳରେ ସ୍ଥାପିତ ଏହି ମୂର୍ତ୍ତିର ଉଚ୍ଚତା ଆମେରିକାର Statue of Libertyର ଦୁଇଗୁଣ । ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମା । ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି ଭାରତ ଭୂମିରେ ରହିଛି । ଏକଥାକୁ ନେଇ ଏବେ ପ୍ରତ୍ୟେକ ଭାରତବାସୀ ଗର୍ବ ଅନୁଭବ କରିପାରିବ । ଯେଉଁ ସର୍ଦ୍ଦାର ପଟେଲ ଭୂମି ସହ ଜଡ଼ିତ ଥିଲେ, ଏବେ ଆକାଶର ମଧ୍ୟ ଶୋଭାବର୍ଦ୍ଧନ କରିବେ । ଦେଶର ପ୍ରତ୍ୟେକ ନାଗରିକ “ମାତା ଭାରତୀ”ଙ୍କ ଏହି ଉପଲବ୍ଧିକୁ ନେଇ ବିଶ୍ୱବାସୀଙ୍କ ଆଗରେ ଗର୍ବରେ ଛାତି ଫୁଲାଇ, ମୁଣ୍ଡଟେକି ଏହାର ଗୌରବଗାନ କରିବ ବୋଲି ମୁଁ ଆଶା କରୁଛି ।
ଏହା ମଧ୍ୟ ସ୍ୱାଭାବିକ ଯେ, Statue of Unity ଦେଖିବାକୁ ପ୍ରତ୍ୟେକ ଭାରତୀୟଙ୍କ ଇଚ୍ଛା ହେବ । ଭାରତର କୋଣ-ଅନୁକୋଣର ଲୋକେ ଏବେ ଏହାକୁ ମଧ୍ୟ ନିଜର ଗୋଟିଏ ଅତି ପ୍ରିୟ ଲକ୍ଷ୍ୟସ୍ଥଳ ରୂପେ ପସନ୍ଦ କରିବେ ବୋଲି ମୋର ବିଶ୍ୱାସ ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଗତକାଲି ଆମେ ଦେଶବାସୀ Infantry Day ବା ପଦାତିକ ବାହିନୀ ଦିବସ ପାଳନ କରିଛୁ । ଭାରତୀୟ ସେନାରେ ଥିବା ସମସ୍ତଙ୍କୁ ମୁଁ ପ୍ରଣାମ କରୁଛି । ମୁଁ ଆମ ସୈନିକମାନଙ୍କ ପରିବାରକୁ ମଧ୍ୟ, ସେମାନଙ୍କ ସାହସ ପାଇଁ ଅଭିବାଦନ କରୁଛି । ହେଲେ, ଏହି ପଦାତିକ ବାହିନୀ ଦିବସ ଆମେ କାହିଁକି ପାଳନ କରୁ – ସେକଥା ଆପଣ ଜାଣିଛନ୍ତି କି? ଏହା ହେଉଛି ସେହିଦିନ, ଯେଉଁଦିନ ଭାରତୀୟ ସେନାର ଜବାନମାନେ କାଶ୍ମୀରର ଭୂମି ଉପରେ ଅବତରଣ କରିଥିଲେ ଏବଂ ଅନୁପ୍ରବେଶକାରୀଙ୍କ କବଳରୁ ଘାଟିକୁ ରକ୍ଷା କରିଥିଲେ । ଏହି ଐତିହାସିକ ଘଟଣାର ସିଧାସଳଖ ସମ୍ପର୍କ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତ ରହିଛି । ମୁଁ ଭାରତର ପୂର୍ବତନ ସେନା ଅଧିକାରୀ ସାମ୍ ମାନେକ୍ସାଙ୍କର ଗୋଟିଏ ପୁରୁଣା ସାକ୍ଷାତକାର ପଢ଼ୁଥିଲି । ସେହି ସାକ୍ଷାତକାରରେ ଫିଲ୍ଡ ମାର୍ଶାଲ ସାମ୍ ମାନେକ୍ସା ସେଦିନ କଥା ମନେପକାଉଥିଲେ ଯେତେବେଳେ ସେ କର୍ଣ୍ଣେଲ ଥିଲେ । ସେହି ସମୟରେ ଅକ୍ଟୋବର 1947ରେ କାଶ୍ମୀରରେ ସୈନ୍ୟ ଅଭିଯାନ ଆରମ୍ଭ ହୋଇଥିଲା । ଗୋଟିଏ ବୈଠକ ସମୟରେ କାଶ୍ମୀରକୁ ସେନା ପଠାଇବାରେ ହେଉଥିବା ବିଳମ୍ବକୁ ନେଇ ସର୍ଦ୍ଦାର ପଟେଲ କିଭଳି ରାଗିଯାଇଥିଲେ ସେକଥା ଫିଲ୍ଡ ମାର୍ଶାଲ ମାନେକ୍ସା କହିଥିଲେ । ବୈଠକ ସମୟରେ ସର୍ଦ୍ଦାର ପଟେଲ ନିଜର ଚିରାଚରିତ ଶୈଳୀରେ ତାଙ୍କ ଆଡ଼କୁ ଚାହିଁ କହିଥିଲେ ଯେ, କାଶ୍ମୀରରେ ସୈନ୍ୟ ଅଭିଯାନରେ ଯେମିତି ଆଦୌ ବିଳମ୍ବ ନ ହୁଏ ତାହାର ତୁରନ୍ତ ସମାଧାନ କରାଯାଉ । ଠିକ୍ ଏହାପରେ ସେନାର ଜବାନମାନେ ଉଡ଼ାଜାହାଜରେ କାଶ୍ମୀର ଯିବାପାଇଁ ବାହାରିପଡ଼ିଲେ ଏବଂ ସେମାନେ କିଭଳି ସଫଳତା ଲାଭକଲେ ତାହା ଆମେ ଜାଣୁ । ଅକ୍ଟୋବର 31 ତାରିଖ ହେଉଛି ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ । ଇନ୍ଦିରାଜୀଙ୍କୁ ମଧ୍ୟ ସାଦର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଖେଳକୁ କିଏ ବା ଭଲ ନ ପାଏ? କ୍ରୀଡ଼ା ଜଗତରେ ଉତ୍ସାହ,ଶକ୍ତି, କୌଶଳ, ସହନଶକ୍ତି – ଏସବୁର ଖୁବ୍ ଗୁରୁତ୍ୱ ରହିଛି । ଏହା କୌଣସି ଖେଳାଳୀର ସଫଳତାର ପରୀକ୍ଷା । ଏହି ଚାରୋଟି ଗୁଣ ଦେଶ ନିର୍ମାଣ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କୌଣସି ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ଯଦି ଏହି ଗୁଣଗୁଡ଼ିକ ଥାଏ, ତା’ହେଲେ ସେହି ଦେଶ କେବଳ ଯେ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଉନ୍ନତି କରିବ ତାହାନୁହେଁ ବରଂ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ସେହି ଦେଶ ବେଶ୍ ସୁନାମ ଅର୍ଜନ କରିବ । ନିକଟ ଅତୀତରେ ହୋଇଥିବା ଦୁଇଟି ସାକ୍ଷାତକାର ମୋର ବେଶ୍ ସ୍ମରଣୀୟ ହୋଇରହିବ । ପ୍ରଥମେ ଜାକର୍ତ୍ତାରେ ହୋଇଥିବା ଏସୀୟ ପାରା ଗେମ୍ସ 2018ରେ ଅଂଶଗ୍ରହଣ କରିଥିବା ଆମ ପାରା ଆଥଲେଟମାନଙ୍କ ସହ ସାକ୍ଷାତର ସୁଯୋଗ ମିଳିଲା । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ମୋଟ 72ଟି ପଦକ ଜିଣି ନୂତନ ରେକର୍ଡ ସୃଷ୍ଟି କରିବା ସହ ଦେଶର ଗୌରବ ବୃଦ୍ଧି ହେଲା । ଏହି ସମସ୍ତ ପାରା ଆଥଲେଟଙ୍କ ସହ ମୋତେ ବ୍ୟକ୍ତିଗତ ଭାବେ ଭେଟିବାର ସୌଭାଗ୍ୟ ମିଳିଲା ଏବଂ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଇଲି । ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାର ସାହାସ ସମସ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇପାରିବ । ସେହିପରି ଆର୍ଜେଣ୍ଟିନାରେ ଅନୁଷ୍ଠିତ ଗ୍ରୀଷ୍ମ ଯୁବ ଅଲିମ୍ପିକ୍ସ 2018ର ବିଜେତାମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା । ଆପଣମାନେ ଜାଣି ଖୁସି ହେବେ ଯେ, ଯୁବ ଅଲିମ୍ପିକ୍ସ 2018ରେ ଆମ ଖେଳାଳିମାନେ ଆଜି ପର୍ଯ୍ୟନ୍ତ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହି ପ୍ରତିଯୋଗିତାରେ ଆମେ 13ଟି ପଦକ ବ୍ୟତୀତ ମିଶ୍ର ବିଭାଗରେ ଆଉ ତିନୋଟି ପଦକ ହାସଲ କରିପାରିଛୁ ।
ଆପଣମାନଙ୍କ ମନେଥିବ ଯେ, ଏଥର ଏସୀୟ କ୍ରୀଡାରେ ମଧ୍ୟ ଭାରତର ପ୍ରଦର୍ଶନ ଖୁବ୍ ଭଲ ଥିଲା । ଦେଖନ୍ତୁ, ବିଗତ କିଛି ମିନିଟରେ “ଆଜି ପର୍ଯ୍ୟନ୍ତର ଶ୍ରେଷ୍ଠ ପ୍ରଦର୍ଶନ”, “ସର୍ବଶ୍ରେଷ୍ଠ ପ୍ରଦର୍ଶନ” ଭଳି ଶବ୍ଦ ମୁଁ କେତେଥର ପ୍ରୟୋଗ କଲି । ଏହାହିଁ ହେଉଛି ଆଜିର ଭାରତୀୟ କ୍ରୀଡ଼ାର କାହାଣୀ ଯାହା ଦିନକୁ ଦିନ ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରୁଛି । ଭାରତ କେବଳ ଖେଳରେ ନୁହେଁ ବରଂ ସେ ସମସ୍ତ କ୍ଷେତ୍ରରେ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି, ଯାହା ଆଗରୁ କେହି କେବେ ଚିନ୍ତା କରିନଥିଲେ । ଉଦାହରଣ ସ୍ୱରୂପ, ମୁଁ ଆପଣମାନଙ୍କୁ ପାରା ଆଥଲେଟ ନାରାୟଣ ଠାକୁରଙ୍କ ବିଷୟରେ କହିବାକୁ ଚାହୁଁଛି । ଯିଏ 2018ର ଏସୀୟ ପାରା ଆଥଲେଟିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜନ୍ମରୁ ହିଁ ଦିବ୍ୟାଙ୍ଗ । 8 ବର୍ଷ ବୟସରେ ସେ ନିଜର ପିତାଙ୍କୁ ହରାଇଥିଲେ । ପରବର୍ତ୍ତୀ 8 ବର୍ଷ ସେ ଗୋଟିଏ ଅନାଥାଶ୍ରମରେ କଟାଇଲେ । ଅନାଥାଶ୍ରମ ଛାଡ଼ିବା ପରେ ନିଜର ଜୀବିକା ଅର୍ଜନ ପାଇଁ ଦିଲ୍ଲୀ ପରିବହନ ନିଗମର ବସଗୁଡ଼ିକୁ ସଫା କରିବା, ଆଉ ଦିଲ୍ଲୀରେ ରାସ୍ତାକଡ଼ରେ ଥିବା ଢ଼ାବାଗୁଡ଼ିକରେ ୱେଟର ଭାବେ କାମ କଲେ । ଆଜି ସେହି ନାରାୟଣ ଆର୍ନ୍ତଜାତିକ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି । କେବଳ ସେତିକି ନୁହେଁ, କ୍ରୀଡ଼ା କ୍ଷେତ୍ରରେ ଭାରତର ଉତ୍କର୍ଷର କ୍ରମବର୍ଦ୍ଧିଷ୍ଣୁ ପରିସୀମାକୁ ଦେଖନ୍ତୁ । ଭାରତ ସିନିୟର କିମ୍ବା ଜୁନିୟର ବର୍ଗରେ ଜୁଡ଼ୋରେ କେବେହେଲେ ଅଲିମ୍ପିକ ପଦକ ଜିତିପାରିନି । ହେଲେ, ତବାବୀ ଦେବୀ ଜୁବ ଅଲିମ୍ପିକ୍ସରେ ଜୁଡ଼ୋରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କଲେ । 16 ବର୍ଷ ବୟସ୍କ ଯୁବ କ୍ରୀଡ଼ାବିତ୍ ତବାବୀ ଦେବୀ ମଣିପୁରର ଗୋଟିଏ ଛୋଟ ଗାଁର ବାସିନ୍ଦା । ତାଙ୍କ ପିତା ଜଣେ ଶ୍ରମିକ ଆଉ ମା ମାଛ ବିକ୍ରି କରନ୍ତି । ଅନେକ ସମୟରେ ତାଙ୍କ ପରିବାର ପାଖରେ ଖାଇବା ପାଇଁ ମଧ୍ୟ ପଇସା ରହୁନଥିଲା । ଏଭଳି ପରିସ୍ଥିତି ମଧ୍ୟ ତବାବୀ ଦେବୀଙ୍କ ସାହସ ଭଙ୍ଗ କରିପାରିନଥିଲା ଏବଂ ସେ ଦେଶ ପାଇଁ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏଭଳି ଅନେକ କଥା ରହିଛି । ପ୍ରତ୍ୟେକଟି ଜୀବନ ପ୍ରେରଣାର ସ୍ରୋତ । ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ସାହାସ ନିଉ ଇଣ୍ଡିଆର ପରିଚୟ ।
ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କର ମନେଥିବ 2017ରେ ଆମେ ଫିଫା ଅଣ୍ଡର-17 ବିଶ୍ୱ କପର ସଫଳ ଆୟୋଜନ କରିଥିଲୁ । ସମ୍ପୂର୍ଣ୍ଣ ସଫଳ ଟୁର୍ଣ୍ଣାମେଣ୍ଟ ଭାବେ ବିଶ୍ୱବାସୀ ଏହାର ପ୍ରଶଂସା ମଧ୍ୟ କରିଥିଲେ । ଫିଫା ଅଣ୍ଡର-17 ବିଶ୍ୱ କପରେ ଦର୍ଶକମାନଙ୍କ ସଂଖ୍ୟା କ୍ଷେତ୍ରରେ ମଧ୍ୟ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଦେଶର ଭିନ୍ନ-ଭିନ୍ନ ଷ୍ଟାଡ଼ିୟମରେ 12 ଲକ୍ଷରୁ ଅଧିକ ଲୋକ ଫୁଟବଲ ଖେଳକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଚଳିତ ବର୍ଷ ଭାରତକୁ ପୁରୁଷ ହକି ବିଶ୍ୱକପ 2018 ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜନ କରିବାର ସୌଭାଗ୍ୟ ମିଳିଛି । ହକି ବିଶ୍ୱକପ ନଭେମ୍ବର 28 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 16 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ଭାରତୀୟ – ସେ ଯେକୌଣସି ଖେଳ ଖେଳୁଥାନ୍ତୁ ନା କାହିଁକି କିମ୍ବା ଯେକୌଣସି ଖେଳ ପ୍ରତି ତାଙ୍କର ରୁଚି ଥାଉ, ହକି ସହ ସମସ୍ତଙ୍କ ମନରେ ଗୋଟିଏ ସମ୍ପର୍କ ନିଶ୍ଚୟ ରହିଥାଏ । ହକିରେ ଭାରତର ସ୍ୱର୍ଣ୍ଣିମ ଇତିହାସ ରହିଛି । ଅତୀତରେ ଭାରତକୁ ଅନେକ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ମିଳିଛି ଏବଂ ଥରେ ବିଶ୍ୱକପ ବିଜେତା ମଧ୍ୟ ହୋଇପାରିଛି । ଭାରତ ଅନେକ ମହାନ ହକି ଖେଳାଳି ସୃଷ୍ଟି କରିଛି । ବିଶ୍ୱରେ ହକିର ଚର୍ଚ୍ଚା ହେବାବେଳେ ଭାରତର ଏହି ମହାନ ଖେଳାଳିମାନଙ୍କ କଥା ବିନା କାହାଣୀ ଅସମ୍ପୂର୍ଣ୍ଣ ରହେ । ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ନାମ ସହ ସାରା ବିଶ୍ୱ ପରିଚିତ । ତାଙ୍କ ପରେ ବଲୱିନ୍ଦର ସିଂ ସିନିୟର, ଲେସ୍ଲି କ୍ଲାଉଡିୟସ୍, ମହମ୍ମଦ ଶାହିଦ୍, ଉଦ୍ଦାମ ସିଂଙ୍କଠାରୁ ଆରମ୍ଭ କରି ଧନରାଜ ପିଲ୍ଲାଇ ପର୍ଯ୍ୟନ୍ତ ଏମାନେ ହକିରେ ଗୋଟିଏ ଦୀର୍ଘ ପଥ ଅତିକ୍ରମ କରିଛନ୍ତି । ଆଜି ମଧ୍ୟ ଭାରତୀୟ ଦଳର ଖେଳାଳି ନିଜ ପରିଶ୍ରମ ଏବଂ ନିଷ୍ଠା ବଳରେ ମିଳୁଥିବା ସଫଳତା ଦ୍ୱାରା ହକିର ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛନ୍ତି । କ୍ରୀଡ଼ାପ୍ରେମୀଙ୍କ ପାଇଁରୋମାଞ୍ଚକର ମ୍ୟାଚ ଦେଖିବାର ଏହା ଗୋଟିଏ ଭଲ ସୁଯୋଗ । ଭୁବନେଶ୍ୱର ଯାଆନ୍ତୁ ଏବଂ କେବଳ ଭାରତୀୟ ଦଳ ନୁହେଁ ସବୁ ଦଳକୁ ଉତ୍ସାହିତ କରନ୍ତୁ । ଓଡ଼ିଶା ଏଭଳି ଏକ ରାଜ୍ୟ, ଯାହାର ନିଜସ୍ୱ ଗୌରବପୂର୍ଣ୍ଣ ଇତିହାସ ତଥା ସମୃଦ୍ଧ ସାଂସ୍କୃତିକ ପରମ୍ପରା ରହିଛି ସେଠାକାର ଲୋକେ ମଧ୍ୟ ଖୁବ୍ ଉତ୍ସାହୀ । କ୍ରୀଡ଼ାପ୍ରେମୀମାନଙ୍କ ପାଇଁ ଓଡ଼ିଶା ଦର୍ଶନର ମଧ୍ୟ ଏହା ଅପୂର୍ବ ସୁଯୋଗ । ଏହି ସମୟରେ ଖେଳକୁ ଉପଭୋଗ କରିବା ସହିତ ଆପଣ କୋଣାର୍କର ସୂର୍ଯ୍ୟମନ୍ଦିର, ପୁରୀରେ ଭଗବାନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ଚିଲିକା ହ୍ରଦ ସମେତ ଅନେକ ବିଶ୍ୱପ୍ରସିଦ୍ଧ ଦର୍ଶନୀୟ ଓ ପବିତ୍ର ସ୍ଥଳ ମଧ୍ୟ ଦେଖିପାରିବେ । ଏହି ପ୍ରତିଯୋଗିତା ପାଇଁ ମୁଁ ଭାରତୀୟ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଉଛି ଏବଂ ସେମାନଙ୍କୁ ବିଶ୍ୱାସ ଦେଉଛି ଯେ, 125 କୋଟି ଭାରତୀୟ ସେମାନଙ୍କ ସହିତ ସେମାନଙ୍କ ସମର୍ଥନରେ ଠିଆ ହୋଇଛନ୍ତି । ଏହା ସଙ୍ଗେସଙ୍ଗେ ଭାରତକୁ ଆସୁଥିବା ବିଶ୍ୱର ସମସ୍ତ ଦଳଗୁଡ଼ିକୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ମୋ ପ୍ରିୟ ଦେଶବାସୀଗଣ, ସାମାଜିକ କାର୍ଯ୍ୟ ପାଇଁ ଯେପରି ଭାବରେ ଲୋକମାନେ ଆସୁଛନ୍ତି, ସ୍ୱଇଚ୍ଛାରେ ସେବା କରୁଅଛନ୍ତି, ତାହା ସମଗ୍ର ଦେଶବାସୀଙ୍କ ପାଇଁ ପ୍ରେରଣାଦାୟୀ ଓ ଉତ୍ସାହବର୍ଦ୍ଧକ । ‘ସେବା ହିଁ ପରମ ଧର୍ମ’ – ଏହା ଭାରତୀୟ ସଂସ୍କୃତିର ଆଦର୍ଶ ପରମ୍ପରା । ଏହି ପରମ୍ପରା ଶହ ଶହ ବର୍ଷର, ଯାହାକୁ ଆଜି ମଧ୍ୟ ଆମେ ସମାଜର ପ୍ରତିଟି କ୍ଷେତ୍ରରେ ତଥା କୋଣ-ଅନୁକୋଣରେ ଅନୁଭବ କରୁଛୁ । କିନ୍ତୁ ଆଜିର ନୂତନ ଯୁଗରେ ନୂତନ ବଂଶଧରମାନେ ନୂଆ ଢଙ୍ଗରେ, ନୂଆ ଉତ୍ସାହ ଓ ଉଦ୍ଦୀପନା ସହ ନୂଆ ସ୍ୱପ୍ନନେଇ ଏ କାମଗୁଡ଼ିକୁ କରିବା ପାଇଁ ଆଗଭର । ବିଗତ ଦିନରେ ମୁଁ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲି, ଯେଉଁଠାରେ ଗୋଟିଏ ପୋର୍ଟାଲ ଶୁଭାରମ୍ଭ କରାଯାଇଛି, ଯାହାର ନାମ– ‘ସେଲ୍ଫ 4 ସୋସାଇଟି’, ମାଇଗଭ ଏବଂ ଦେଶର ଆଇଟି ଓ ଇଲେକ୍ଟ୍ରୋନିକ ଶିଳ୍ପ ନିଜର କର୍ମଚାରୀମାନଙ୍କୁ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ଉତ୍ସାହିତ କରିବା ପାଇଁ ତଥା ସେମାନଙ୍କୁ ଏହାର ସୁଯୋଗ ପ୍ରଦାନ ପାଇଁ ଏହି ପୋର୍ଟାଲକୁ ଶୁଭାରମ୍ଭ କରିଛି । ଏହି କାର୍ଯ୍ୟ ନିମନ୍ତେ ସେମାନଙ୍କର ଉତ୍ସାହ ଓ କର୍ମନିଷ୍ଠା ଦେଖି ପ୍ରତ୍ୟେକ ଭାରତୀୟକୁ ଗର୍ବ ଅନୁଭବ ହେବ ।ଆଇଟି ଟୁ ସୋସାଇଟି, ମୁଁ ନୁହେଁ ଆମେ, ଅହମ୍ ନୁହେଁ ବୟମ୍, ‘ସ୍ୱ’ରୁ ସମୂହ ପର୍ଯ୍ୟନ୍ତ ଯାତ୍ରାର ସୁଗନ୍ଧ ଏଥିରେ ସନ୍ନିହିତ । କେହି ପିଲାମାନଙ୍କୁ ପଢ଼ାଉଛି ତ ଆଉ କେହି ବୟସ୍କମାନଙ୍କୁ ପଢ଼ାଉଛି; କେହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମ୍ପୃକ୍ତ ତ ଆଉ କେହି କୃଷକମାନଙ୍କୁ ସାହାଯ୍ୟ କରୁଛି ଏବଂ ଏସବୁ କରିବା ପଛରେ କୌଣସି ପ୍ରକାରର ଲାଳସା ନାହିଁ, ବରଂ ଏଥିରେ ସମର୍ପଣ ଓ ସଂକଳ୍ପର ନିଃସ୍ୱାର୍ଥ ଭାବ ଭରିରହିଛି । ଜଣେ ଯୁବକ ତ ଦିବ୍ୟାଙ୍ଗମାନଙ୍କର Wheelchair Basketball Team ସହାୟତା ନିମନ୍ତେ ନିଜେWheelchair Basketball ଖେଳ ଶିଖିଲା । ଏ ପ୍ରକାରର ଭାବନା ଓ ସମର୍ପଣକୁ ହିଁ ମିଶନ ଭାବନା କୁହାଯାଏ । କ’ଣ କୌଣସି ହିନ୍ଦୁସ୍ଥାନୀକୁ ଏ ପ୍ରକାର କାର୍ଯ୍ୟ ଦ୍ୱାରା ଗର୍ବ ଅନୁଭବ ହେବନାହିଁ? ନିଶ୍ଚୟ ହେବ । ‘ମୁଁ ନୁହେଁ ଆମେ’ର ଏ ଭାବନା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ।
ମୋ ପ୍ରିୟ ଭାଇ-ଭଉଣୀମାନେ, ଏଥର ଯେତେବେଳେ ମୁଁ ‘ମନ୍ କି ବାତ୍’ ସମ୍ପର୍କରେ ଆପଣମାନଙ୍କର ମତାମତ ଦେଖୁଥିଲି, ମୋତେ ପୁଡୁଚେରୀର ଶ୍ରୀ ମନିଷ ମହାପାତ୍ରଙ୍କର ଏକ ରୁଚିକର ମନ୍ତବ୍ୟ ପ୍ରାପ୍ତ ହେଲା । ସେ MyGov ରେ ଲେଖିଛନ୍ତି ଯେ, ଭାରତର ଆଦିବାସୀମାନଙ୍କର ଚାଲିଚଳଣୀ ଓ ପରମ୍ପରାଗୁଡ଼ିକ କିପରି ଭାବେ ଆମ ପ୍ରକୃତି ଓ ପରିବେଶ ସଙ୍ଗେ ସହ-ଅସ୍ତିତ୍ୱର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହୋଇପାରିବ ପୋଷଣୀୟ ବା ନିରନ୍ତର ବିକାଶ ନିମନ୍ତେ କିପରି ସେମାନଙ୍କର ପରମ୍ପରାକୁ ଆମେ ନିଜ ଜୀବନରେ ଗ୍ରହଣ କରିବାର ଆବଶ୍ୟକତା ଅଛି ତଥା ସେମାନଙ୍କଠାରୁ କିଛି ଶିଖିବାର ଆବଶ୍ୟକତା ରହିଛି ସେ ବିଷୟରେ ମନ୍ କି ବାତରେ ଚର୍ଚ୍ଚା କରନ୍ତୁ । ମନୀଷ ମହାଶୟ, ଏହି ପ୍ରସଙ୍ଗକୁ ‘ମନ୍ କି ବାତ୍’ର ଶ୍ରୋତାମାନଙ୍କ ପାଖରେ ଉପସ୍ଥାପିତ କରିବା ପାଇଁ ମୁଁ ଆପଣଙ୍କ ପ୍ରଶଂସା କରୁଛି । ଏହା ଏପରି ଏକ ପ୍ରସଙ୍ଗ, ଯାହା ଆମମାନଙ୍କୁ ନିଜର ଗୌରବମୟ ଅତୀତ ଓ ସଂସ୍କୃତିକୁ ଦେଖିବା ପାଇଁ ପ୍ରେରଣା ଦେଇଥାଏ । ଆଜି ସମଗ୍ର ବିଶ୍ୱ, ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକ ପରିବେଶ ସୁରକ୍ଷା ଉପରେ ଆଲୋଚନା କରୁଛନ୍ତି ତଥା ସନ୍ତୁଳିତ ଜୀବନଶୈଳୀ ନିମନ୍ତେ ନୂଆ ନୂଆ ମାର୍ଗ ଅନ୍ୱେଷଣ କରୁଛନ୍ତି । ଏପରିକି ଆଜି ଆମ ଭାରତବର୍ଷ ମଧ୍ୟ ଉକ୍ତ ସମସ୍ୟା ସହିତ ଅପରିଚିତ ନୁହେଁ । କିନ୍ତୁ ଏହାର ସମାଧାନ ପାଇଁ ଆମମାନଙ୍କୁ ନିଜ ଭିତରେ ପ୍ରବେଶ କରିବାର ଅଛି, ନିଜର ସମୃଦ୍ଧ ଇତିହାସ ଓ ପରମ୍ପରାକୁ ଅନୁଧ୍ୟାନ କରିବାର ଅଛି ତଥା ବିଶେଷକରି ନିଜର ଆଦିବାସୀ ସମ୍ପ୍ରଦାୟଗୁଡ଼ିକର ଜୀବନଶୈଳୀକୁ ବୁଝିବାର ଅଛି । ପ୍ରକୃତି ସହିତ ସାମଞ୍ଜସ୍ୟ ସ୍ଥାପିତ କରି ଜୀବନଯାପନ କରିବା ଆମ ଆଦିବାସୀ ସମ୍ପ୍ରଦାୟମାନଙ୍କର ସଂସ୍କୃତିରେ ନିହିତ । ଆମ ଆଦିବାସୀ ଭାଇ-ଭଉଣୀମାନେ ବୃକ୍ଷଲତା ଓ ଫୁଲଗୁଡ଼ିକର ପୂଜା ଦେବୀ-ଦେବତାମାନଙ୍କର ପୂଜା ଭଳି କରନ୍ତି । ମଧ୍ୟଭାରତର ଭୀଲ୍ ଆଦିବାସୀମାନେ ବିଶେଷକରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଲୋକମାନେ ଅଶ୍ୱଥ୍ (ଉସ୍ତ ଗଛ) ଓ ଅର୍ଜୁନ ଆଦି ବୃକ୍ଷଗୁଡ଼ିକର ପୂଜା ଶ୍ରଦ୍ଧାପୂର୍ବକ କରନ୍ତି । ରାଜସ୍ଥାନ ଭଳି ମରୁଭୂମିରେ ବିଶ୍ନୋଇ ସମାଜ ପରିବେଶ ସୁରକ୍ଷାର ମାର୍ଗ ଆମମାନଙ୍କୁ ଦେଖାଇଅଛି । ବିଶେଷକରି ବୃକ୍ଷଗୁଡ଼ିକରେ ସୁରକ୍ଷା ଦିଗରେ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରିବା ପାଇଁ ବରଂ ପ୍ରସ୍ତୁତ, କିନ୍ତୁ ଗୋଟିଏ ବି ବୃକ୍ଷର କ୍ଷତି କରିବା ସେମାନଙ୍କୁ ସ୍ୱୀକାର୍ଯ୍ୟ ନୁହେଁ । ଅରୁଣାଚଳର ମିଶମୀମାନେ ବାଘମାନଙ୍କ ସହ ନିଜର ସମ୍ପର୍କ ଥିବା କଥା ଦାବି କରନ୍ତି । ସେମାନେ ବାଘମାନଙ୍କୁ ନିଜର ଭାଇ-ଭଉଣୀ ଭଳି ମାନନ୍ତି । ନାଗାଲେଣ୍ଡରେ ମଧ୍ୟ ବାଘମାନଙ୍କୁ ଜଙ୍ଗଲଗୁଡ଼ିକର ରକ୍ଷକ ଭାବେ ବିବେଚନା କରାଯାଏ । ମହାରାଷ୍ଟ୍ରର ବାଲି ସମ୍ପ୍ରଦାୟର ଲୋକମାନେ ବାଘକୁ ଅତିଥି ମାନନ୍ତି ତଥା ସେମାନଙ୍କ ପାଇଁ ବାଘମାନଙ୍କର ଉପସ୍ଥିତି ସମୃଦ୍ଧି ଆଣିବାରେ ସହାୟକ ବୋଲି ବିଶ୍ୱାସ କରିଥାନ୍ତି । ମଧ୍ୟ-ଭାରତର କୋଲ୍ ସମ୍ପ୍ରଦାୟ ମଧ୍ୟରେ ଏହା ବିଶ୍ୱାସ କରାଯାଏ ଯେ ସେମାନଙ୍କର ନିଜର ଭାଗ୍ୟ ବାଘମାନଙ୍କ ସହ ସମ୍ପୃକ୍ତ । ଯଦି ବାଘମାନଙ୍କୁ ଭୋଜନ ନ ମିଳେ, ତାହେଲେ ଗ୍ରାମବାସୀମାନଙ୍କୁ ମଧ୍ୟ ଉପବାସରେ ରହିବାକୁ ପଡ଼ିବ ବୋଲି ସେମାନଙ୍କର ବିଶ୍ୱାସ । ମଧ୍ୟଭାରତର ଗୋଣ୍ଡ ସମ୍ପ୍ରଦାୟର ଲୋକମାନେ ପ୍ରଜନନ ଋତୁରେ କେଥନ୍ ନଦୀର କେତେ ଭାଗରେ ମାଛ ଧରିବା ବନ୍ଦ କରିଦିଅନ୍ତି । ଏହି କ୍ଷେତ୍ରକୁ ସେମାନେ ମାଛମାନଙ୍କର ଆଶ୍ରୟସ୍ଥଳ ମାନନ୍ତି । ଏହି ପ୍ରଥା ଅନୁସାରେ ସେମାନଙ୍କୁ ସୁସ୍ଥ ଜୀବନଯାପନ ସହିତ ପ୍ରଚୁର ମାତ୍ରାରେ ମାଛ ମିଳିଥାନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ନିଜ ଘରଗୁଡ଼ିକୁ ପ୍ରାକୃତିକ ଉପାଦାନରେ ନିର୍ମାଣ କରନ୍ତି, ଯାହାକି ମଜଭୁତ ହେବା ସହିତ ପରିବେଶ ଅନୁକୂଳ ମଧ୍ୟ । ଦକ୍ଷିଣ ଭାରତର ନୀଳଗିରି ପାଦଦେଶ ସ୍ଥିତ ଜନଶୂନ୍ୟ ସ୍ଥାନମାନଙ୍କରେ ଗୋଟିଏ କ୍ଷୁଦ୍ର ଯାଯାବର ସମ୍ପ୍ରଦାୟ ହେଉଛି ତୋଡା ଯାହାଙ୍କର ବସ୍ତିଅଂଚଳ ପାରମ୍ପରିକ ଭାବେ ସ୍ଥାନୀୟ ଅଂଚଳରେ ମିଳୁଥିବା ଉପାଦାନରେ ନିର୍ମିତ ।
ମୋ ପ୍ରିୟ ଭାଇ ଓ ଭଉଣୀମାନେ! ଏହା ସତ୍ୟ ଯେ ଆଦିବାସୀ ସମୁଦାୟ ବହୁତ ଶାନ୍ତିପୂର୍ଣ୍ଣ ଓ ପାରସ୍ପରିକ ସୌହାର୍ଦ୍ଦ୍ୟ ସହିତ ନିବାସ କରିବାରେ ବିଶ୍ୱାସ କରେ । କିନ୍ତୁ ଯେତେବେଳେ କୌଣସି ବ୍ୟକ୍ତି ସେମାନଙ୍କର ପ୍ରାକୃତିକ ସମ୍ପଦକୁ କ୍ଷତି କରୁଛି,ସେତେବେଳେ ସେମାନେ ନିଜ ଅଧିକାରର ସୁରକ୍ଷା ପାଇଁ ଲଢ଼ିବାକୁ ମଧ୍ୟ ଡରନ୍ତି ନାହିଁ । ଏହା ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଆମର ସର୍ବପ୍ରଥମ ସ୍ୱତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ହିଁ ଥିଲେ । ଭଗବାନ ବିରସା ମୁଣ୍ଡାଙ୍କୁ କିଏ ବା ଭୁଲିପାରେ ଯିଏ ନିଜର ବନ୍ୟଭୂମିର ସୁରକ୍ଷା ନିମନ୍ତେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ନିର୍ଭୀକ ସଂଗ୍ରାମ କରିଥିଲେ । ମୁଁ ଯେଉଁ କଥାଗୁଡ଼ିକୁ କହୁଛି, ତା’ର ତାଲିକା ଦୀର୍ଘ । ଆଦିବାସୀ ସମୁଦାୟରେ ଏପରି ଅନେକ ଦୃଷ୍ଟାନ୍ତ ରହିଛି, ଯାହା ଆମମାନଙ୍କୁ ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷାକରି କିପରି ରହିବାକୁ ହୁଏ, ଶିଖାଇଥାଏ । ଆଜି ଆମ ନିକଟରେ ଯେଉଁ ଜଙ୍ଗଲ ସମ୍ପଦ ସୁରକ୍ଷିତ ରହିଛି, ଏଥିପାଇଁ ଆମ ଦେଶ ଆଦିବାସୀମାନଙ୍କ ପାଖରେ ଋଣୀ । ଆସନ୍ତୁ, ଆମେ ସେମାନଙ୍କ ଉଦ୍ଦେଶ୍ୟରେ ଆଦର ଭାବ ସମର୍ପିତ କରିବା ।
ମୋ ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଆମେ ସେହି ବ୍ୟକ୍ତିମାନଙ୍କ ବିଷୟରେ ଓ ସେହି ଅନୁଷ୍ଠାନ ସମ୍ପର୍କରେ ଚର୍ଚ୍ଚା କରନ୍ତି, ଯେଉଁମାନେ ସମାଜ ପାଇଁ କିଛି ଅସାଧାରଣ କାର୍ଯ୍ୟ କରୁଛନ୍ତି । ଏପରି କାର୍ଯ୍ୟଗୁଡ଼ିକ ଯାହା ଦେଖିବାକୁ ତ ସାଧାରଣ ଲାଗେ,କିନ୍ତୁ ବାସ୍ତବରେ ସେଗୁଡ଼ିକର ପ୍ରଭାବ ବଡ଼ ଗମ୍ଭୀର । ଆମମାନଙ୍କର ବିଚାରଧାରାକୁ ବଦଳାଇବାରେ ତଥା ସମାଜର ଗତିପଥ ପରିବର୍ତ୍ତନରେ ଏମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ । କିଛିଦିନ ପୂର୍ବେ ମୁଁ ପଞ୍ଜାବର କୃଷକ ଭାଇ ଗୁରୁବଚନ ସିଂହ ଜୀଙ୍କ ସମ୍ପର୍କରେ ପଢ଼ୁଥିଲି । ଜଣେ ସାଧାରଣ ଓ ପରିଶ୍ରମୀ କୃଷକ ଗୁରବଚନ ସିଂହ ମହାଶୟଙ୍କ ପୁଅର ବାହାଘର ଥିଲା । ଏହି ବାହାଘର ପୂର୍ବରୁ ଗୁରବଚନ ସିଂହ ମହାଶୟ କନ୍ୟାର ପିତା-ମାତାଙ୍କୁ କହିଥିଲେ ଯେ ଆମେମାନେ ନିରାଡ଼ମ୍ବର ଭାବେ ବାହାଘର କରିବା । ବରଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ହେଉ କି ଜିନିଷପତ୍ର ବାବଦରେ ହେଉ, ଅଧିକ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ଆମମାନଙ୍କୁ ଏହି ବାହାଘରକୁ ସିଧାସାଧା ଢଙ୍ଗରେ କରିବାର ଅଛି । ପୁଣି ହଠାତ୍ ସେ କହିଲେ ଯେ ମୋର କିନ୍ତୁ ଗୋଟିଏ ସର୍ତ୍ତ ରହିଛି । ଆଜିକାଲି ଯେତେବେଳେ ବାହାଘର ଆଦି କଥାରେ ସର୍ତ୍ତ କଥା ଉଠେ, ସାଧାରଣତଃ ଏକଥା ମନକୁ ଆସେ ଯେ ବରପିତା କୌଣସି ଏକ ବଡ଼ ଦାବି ରଖିବାକୁ ଯାଉଛନ୍ତି । ଏପରି କିଛି ମାଗିବେ ଯାହାକୁ ପ୍ରଦାନ କରିବା ବୋଧହୁଏ କନ୍ୟାପକ୍ଷ ଲୋକମାନଙ୍କ ପାଇଁ ଅସମ୍ଭବ ହୋଇପାରେ । କିନ୍ତୁ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଭାଇ ଗୁରବଚନ ସିଂହ ଯିଏକି ଜଣେ ସିଧା-ସାଧା କୃଷକ ଥିଲେ, ସେ କନ୍ୟା ପିତାଙ୍କ ସମ୍ମୁଖରେ ଯେଉଁ ସର୍ତ୍ତ ଉପସ୍ଥାପିତ କଲେ,ତାହାହିଁ ଆମ ସମାଜର ପ୍ରକୃତ ଶକ୍ତି । ଗୁରବଚନ ସିଂହ ମହାଶୟ କହିଲେ ଯେ ଆପଣ ମୋତେ କଥା ଦିଅନ୍ତୁ ଏବେ ଆପଣ ଚାଷଜମିରେ ନଡ଼ାର ଅବଶିଷ୍ଟାଂଶ ଜଳାଇବେ ନାହିଁ । ଆପଣ କଳ୍ପନା କରିପାରୁଛନ୍ତି ଯେ ଏଥିରେ କେତେବଡ଼ ସାମାଜିକ ଶକ୍ତି ସନ୍ନିହିତ । ଗୁରବଚନ ସିଂହ ମହାଶୟଙ୍କର ଏକଥା ବହୁତ ସାଧାରଣ ଲାଗିପାରେ, କିନ୍ତୁ ଏଥିରୁ ପ୍ରମାଣିତ ଯେ ତାଙ୍କର ବ୍ୟକ୍ତିତ୍ୱ କେତେ ବିଶାଳ । ଆମେ ଦେଖିଛୁ ଯେ ଆମ ସମାଜରେ ଏପରି ଅନେକ ପରିବାର ଅଛନ୍ତି, ଯେଉଁମାନେ ନିଜର ବ୍ୟକ୍ତିଗତ ପ୍ରସଙ୍ଗକୁ ସମାଜର ହିତ ଉଦ୍ଦେଶ୍ୟରେ ପରିବର୍ତ୍ତିତ କରିଥାନ୍ତି । ଶ୍ରୀମାନ ଗୁରବଚନ ସିଂହ ମହାଶୟଙ୍କ ପରିବାର ମଧ୍ୟ ଆମମାନଙ୍କ ସମ୍ମୁଖରେ ଏପରି ଏକ ଦୃଷ୍ଟାନ୍ତ ରଖିଛନ୍ତି । ମୁଁ ପଞ୍ଜାବର ନାଭା ନିକଟରେ ଥିବା ଅନ୍ୟ ଗୋଟିଏ ଗ୍ରାମ ‘କଲ୍ଲର ମାଜରା’ ସମ୍ପର୍କରେ ପଢ଼ିଛି । କଲ୍ଲର ମାଜରା ଏଥିପାଇଁ ଚର୍ଚ୍ଚିତ, କାହିଁକି ନା ସେଠାକାର ଲୋକମାନେ ଧାନ ଅମଳ ପରେ ନଡ଼ାର ଅବଶିଷ୍ଟାଂଶକୁ ଜଳାଇବା ପରିବର୍ତ୍ତେ ସେଗୁଡ଼ିକୁ ହଳ ଦ୍ୱାରା ମାଟିରେ ମିଶାଇଦିଅନ୍ତି । ଏଥିପାଇଁ ଯେଉଁ ପ୍ରଯୁକ୍ତି ବା ଟେକ୍ନୋଲଜିର ଆବଶ୍ୟକତା ରହିଛି, ତା’ର ଉପଯୋଗ ଅବଶ୍ୟ କରନ୍ତି । ଭାଇ ଗୁରବଚନ ସିଂହ ମହାଶୟଙ୍କୁ ଅଭିନନ୍ଦନ । କଲ୍ଲର ମାଜରା ଓ ସେସବୁ ସ୍ଥାନମାନଙ୍କର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ପରିବେଶକୁ ପରିଷ୍କାର ରଖିବା ନିମନ୍ତେ ନିଜର ଉନ୍ନତ ପ୍ରଚେଷ୍ଟା କରୁଛନ୍ତି । ଆପଣ ସମସ୍ତେ ସୁସ୍ଥ ଜୀବନଶୈଳୀର ଭାରତୀୟ ଐତିହ୍ୟକୁ ଯଥାର୍ଥ ଉତ୍ତରାଧିକାରୀ ଭାବେ ଆଗକୁ ବଢ଼ାଉଛନ୍ତି । ଯେପରି ବିନ୍ଦୁ-ବିନ୍ଦୁ ଦ୍ୱାରା ସାଗରର ସୃଷ୍ଟି, ସେହିପରି ଛୋଟ-ଛୋଟ ସଜାଗ, ସକ୍ରିୟ ଓ ସକାରାତ୍ମକ କାର୍ଯ୍ୟଗୁଡ଼ିକ ସର୍ବଦା ସକାରାତ୍ମକ ବାତାବରଣ ସୃଷ୍ଟି କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଥାନ୍ତି ।
ମୋ ପ୍ରିୟ ଦେଶବାସୀଗଣ, ଆମ ଗ୍ରନ୍ଥଗୁଡ଼ିକରେ କୁହାଯାଇଛି –
“ଓଁ ଦ୍ୟୋଃ ଶାନ୍ତିଃ,
ଅନ୍ତରୀକ୍ଷଂ ଶାନ୍ତିଃ,
ପୃଥିବୀ ଶାନ୍ତିଃ ଆପଃ ଶାନ୍ତିଃ ଔଷଧୟଃ ଶାନ୍ତିଃ ।
ବନସ୍ପତୟଃ ଶାନ୍ତିଃ ବିଶ୍ୱେଦେବାଃ ଶାନ୍ତିଃ ବ୍ରହ୍ମ ଶାନ୍ତିଃ,
ସର୍ବଂ ଶାନ୍ତିଃ ଶାନ୍ତିରେବ ଶାନ୍ତିଃ ସାମା ଶାନ୍ତିରେଧି ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।”
ଏହାର ଅର୍ଥ ହେଲା, ହେ ଈଶ୍ୱର, ତିନିଲୋକରେ ସବୁଆଡ଼େ ଶାନ୍ତିର ପ୍ରତିଷ୍ଠା ହେଉ । ଜଳରେ, ପୃଥିବୀରେ, ଆକାଶରେ, ଅନ୍ତରୀକ୍ଷରେ, ଅଗ୍ନିରେ, ବାୟୁରେ, ଔଷଧିରେ,ବନସ୍ପତିରେ, ଉପବନରେ, ଅବଚେତନରେ, ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ଶାନ୍ତିପ୍ରତିଷ୍ଠା କରନ୍ତୁ । ସମଗ୍ର ଜୀବଜଗତରେ, ହୃଦୟରେ, ମୋ ମଧ୍ୟରେ, ତୁମ ମଧ୍ୟରେ, ଜଗତର ପ୍ରତିଟି କଣିକାରେ, ପ୍ରତିଟି ସ୍ଥାନରେ ଶାନ୍ତି ପ୍ରତିଷ୍ଠା କରନ୍ତୁ ।”
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।
ଯେତେବେଳେ ବି ବିଶ୍ୱଶାନ୍ତିର ଚର୍ଚ୍ଚାହୁଏ, ଏଥିପାଇଁ ଭାରତର ନାମ ଓ ଯୋଗଦାନ ସ୍ୱର୍ଣ୍ଣାକ୍ଷରରେ ଅଙ୍କିତ ହେବା ଦେଖିବାକୁ ମିଳିବ । ଭାରତ ପାଇଁ ଚଳିତ ବର୍ଷର ନଭେମ୍ବର 11 ତାରିଖ ବିଶେଷ ମହତ୍ୱପୂର୍ଣ୍ଣ, କାହିଁକି ନା ନଭେମ୍ବର 11 ତାରିଖରେ ଆଜିଠାରୁ 100 ବର୍ଷ ପୂର୍ବେ ସଂଘଟିତ ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତିର 100 ବର୍ଷ ପୂରଣ ହେଉଛି । ଅର୍ଥାତ୍ ସେହି ଯୁଦ୍ଧ ସମୟରେ ହୋଇଥିବା ମହାବିନାଶ ଓ ଜନହାନି ସମାପ୍ତିର ଗୋଟିଏ ଶତାବ୍ଦୀ ପୂର୍ଣ୍ଣ ହୋଇଯିବ । ଭାରତ ପାଇଁ ପ୍ରଥମ ବିଶ୍ୱଯୁଦ୍ଧ ଏକ ମହତ୍ୱପୂର୍ଣ୍ଣ ଘଟଣା । ପ୍ରକୃତପକ୍ଷେ କହିବାକୁ ଗଲେ ଆମର ସେ ଯୁଦ୍ଧ ସହ କୌଣସି ପ୍ରକାରର ପ୍ରତ୍ୟକ୍ଷ ସମ୍ବନ୍ଧ ନ ଥିଲା । ଏହାସତ୍ୱେ ଆମର ସୈନିକମାନେ ସାହସିକତା ସହିତ ଯୁଦ୍ଧକଲେ ତଥା ବହୁତ ବଡ଼ ଯୋଗଦାନ ପୂର୍ବକ ମହାନ ବଳିଦାନ ଦେଲେ । ଭାରତୀୟ ସୈନିକମାନେ ସଂସାରକୁ ଦେଖାଇଦେଲେ ଯେ ଯେତେବେଳେ ଯୁଦ୍ଧର କଥା ଉଠେ, ସେମାନେ କାହାରିଠାରୁ ବି ପଛରେ ନୁହଁନ୍ତି । ଆମ ସୈନିକମାନେ ଦୁର୍ଗମ ଅଂଚଳଗୁଡ଼ିକରେ, ଜଟିଳ ପରିସ୍ଥିତିରେ ମଧ୍ୟ ନିଜର ପରାକ୍ରମ ଦେଖାଇଛନ୍ତି । ଏସବୁ ପଛରେ ଗୋଟିଏ ଉଦ୍ଦେଶ୍ୟ ହେଲା – ଶାନ୍ତିର ପୁନଃପ୍ରତିଷ୍ଠା । ପ୍ରଥମ ବିଶ୍ୱଯୁଦ୍ଧରେ ବିଶ୍ୱବାସୀ ଯୁଦ୍ଧର ବିଭୀଷିକା ଦେଖିଲେ । ଅନୁମାନ ଅନୁସାରେ ପ୍ରାୟଃ ଏକ କୋଟି ସୈନିକ ଓ ଏତିକି ସଂଖ୍ୟାରେ ନାଗରିକ ନିଜର ପ୍ରାଣ ବିସର୍ଜନ କରିଥିଲେ । ଏହାଦ୍ୱାରା ସମଗ୍ର ବିଶ୍ୱ ହୃଦୟଙ୍ଗମ କଲା ଯେ ଶାନ୍ତିର ମହତ୍ୱ କ’ଣ?ବିଗତ 100 ବର୍ଷ ମଧ୍ୟରେ ଶାନ୍ତିର ସଂଜ୍ଞା ବଦଳିଯାଇଛି । ଆଜି ଶାନ୍ତି ଓ ସୌହାର୍ଦ୍ଦ୍ୟର ଅର୍ଥ କେବଳ ଯୁଦ୍ଧ ନ ହେବା ନୁହେଁ । ଆତଙ୍କବାଦରୁ ଆରମ୍ଭ କରି ଜଳବାୟୁ ପରିବର୍ତ୍ତନ, ଆର୍ଥିକ ବିକାଶରୁ ଆରମ୍ଭ କରି ସାମାଜିକ ନ୍ୟାୟ, ଏ ସମସ୍ତ ପାଇଁ ବୈଶ୍ୱିକ ସହଯୋଗ ଓ ସମନ୍ୱୟ ଭିତ୍ତିରେ କାମ କରିବାର ଆବଶ୍ୟକତା ରହିଛି । ଦେଖିବାକୁ ଗଲେ, ଗରିବରୁ ଗରିବ ବ୍ୟକ୍ତିର ବିକାଶ ହିଁ ଶାନ୍ତିର ପ୍ରକୃତ ପ୍ରତୀକ ।
ମୋ ପ୍ରିୟ ଦେଶବାସୀଗଣ, ଆମର ଉତ୍ତର-ପୂର୍ବାଞ୍ଚଳ କଥା କିଛି ଭିନ୍ନ । ପୂର୍ବୋତ୍ତର ଅଂଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ବଡ଼ ଅନୁପମ ଏବଂ ଏଠାକାର ଲୋକମାନେ ବହୁତ ପ୍ରତିଭାଶାଳୀ । ଆମର ଉତ୍ତର-ପୂର୍ବାଞ୍ଚଳ ଆଜି ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ମଧ୍ୟ ସୁପରିଚିତ । ଉତ୍ତର-ପୂର୍ବାଞ୍ଚଳ ଏପରି ଏକ ସ୍ଥାନ, ଯେଉଁ ଅଂଚଳ ଜୈବିକ କୃଷିରେ ମଧ୍ୟ ବିଶେଷ ଉନ୍ନତି କରିଛି । କିଛିଦିନ ପୂର୍ବେ ସିକ୍କିମ ରାଜ୍ୟ ପୋଷଣୀୟ ଖାଦ୍ୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରତିଷ୍ଠିତ Future Policy Gold Award-2018 ହାସଲ କରିଛି । ଏହି ପୁରସ୍କାର ସଂଯୁକ୍ତ ରାଷ୍ଟ୍ର ସହ ସମ୍ପୃକ୍ତ ଖାଦ୍ୟ ଓ କୃଷି ସଂଗଠନ ଅର୍ଥାତ୍ Food and Agriculture Organisation ଦ୍ୱାରା ପ୍ରଦାନ କରାଯାଇଥାଏ । ଆପଣମାନଙ୍କୁ ଏହାଜାଣି ଖୁସି ଲାଗିବ ଯେ ଏ କ୍ଷେତ୍ରରେ ଶ୍ରେଷ୍ଠ ନୀତି ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସେହି କ୍ଷେତ୍ରରେ ଓସ୍କାର ସହ ସମକକ୍ଷ । କେବଳ ସେତିକି ନୁହେଁ, ଆମ ସିକ୍କିମ ରାଜ୍ୟ 25 ଦେଶର 51ଟି ମନୋନୀତ ନୀତିକୁ ପଛରେ ପକାଇ ଏ ପୁରସ୍କାର ପ୍ରାପ୍ତ କଲା । ଏଥିପାଇଁ ମୁଁ ସିକ୍କିମର ଜନତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ଶେଷ ହେବାକୁ ଯାଉଛି । ପାଣିପାଗରେ ମଧ୍ୟ ବହୁତ ପରିବର୍ତ୍ତନ ଅନୁଭୂତ ହେଉଛି । ଏବେ ଶୀତଦିନ ଆରମ୍ଭ ହୋଇଯାଇଛି । ପାଣିପାଗର ପରିବର୍ତନ ସହ ପର୍ବପର୍ବାଣୀର ଋତୁ ମଧ୍ୟ ଆସିଯାଇଛି । ଧନତେରସ୍,ଦୀପାବଳି, ଭୈୟାଦୂଜ୍, ଛଠ୍ – ଏକ ପ୍ରକାରେ ଯଦି କୁହାଯିବ, ନଭେମ୍ବର ମାସ ପର୍ବଗୁଡ଼ିକର ମାସ । ଆପଣ ସମସ୍ତଙ୍କୁ ଏହି ପର୍ବଗୁଡ଼ିକ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ।
ମୁଁ ଆପଣ ସମସ୍ତଙ୍କୁ ନିବେଦନ କରିବି ଯେ ଏହି ପର୍ବଗୁଡ଼ିକ ପାଳନ ସମୟରେ ନିଜର ଯତ୍ନ ନିଅନ୍ତୁ, ନିଜ ସ୍ୱାସ୍ଥ୍ୟର ବି ଯତ୍ନ ନିଅନ୍ତୁ ଓ ସମାଜର ହିତ ପ୍ରତି ବି ଯତ୍ନବାନ ହୁଅନ୍ତୁ । ମୋର ବିଶ୍ୱାସ ଯେ ଏହି ପର୍ବ ହିଁ ନୂତନ ସଂକଳ୍ପର ସୁଯୋଗ । ଏହି ପର୍ବ ନୂତନ ନିଷ୍ପତିର ସୁଯୋଗ । ଏହି ପର୍ବ ଆପଣଙ୍କ ଜୀବନରେ ଅଭିଯାନ ଭାବରେ ଆଗକୁ ଯିବାର, ଦୃଢ଼ସଂକଳ୍ପ ନେବାର ସୁଯୋଗ ସୃଷ୍ଟି କରୁ । ଆପଣଙ୍କ ଉନ୍ନତି ଦେଶର ବିକାଶର ଏକ ମହତ୍ୱପୂର୍ଣ୍ଣ ଅଂଶ । ଆପଣଙ୍କ ଯେତେ ଅଧିକ ଉନ୍ନତି ହେବ, ସେତେମାତ୍ରାରେ ଦେଶର ଉନ୍ନତି ହେବ । ଆପଣ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ବହୁତ ବହୁତ ଧନ୍ୟବାଦ ।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏମିତି କୌଣସି ଭାରତୀୟ ନ ଥିବ, ଯିଏ ଆମ ସେନାବାହିନୀ, ଆମ ସେନାର ଯବାନମାନଙ୍କୁ ନେଇ ଗର୍ବ କରୁନଥିବ । ପ୍ରତ୍ୟେକ ଭାରତୀୟ –ସେ ଯେକୌଣସି ଅଂଚଳ, ଜାତି, ଧର୍ମ, ସମ୍ପ୍ରଦାୟ ବା ଭାଷାର ହୋଇଥାଉ ନା କାହିଁକି – ଆମ ସୈନିକମାନଙ୍କ ପ୍ରତି ନିଜର ଆନନ୍ଦର ପରିପ୍ରକାଶ ଏବଂ ସମର୍ଥନ ଦର୍ଶାଇବା ପାଇଁ ସର୍ବଦା ତତ୍ପର ହୋଇରହିଥାଏ । ଗତକାଲି ଭାରତର ଶହେ ପଚିଶ କୋଟି ଦେଶବାସୀ ପରାକ୍ରମ ପର୍ବପାଳନ କଲେ । ଆମେ 2016ରେ ହୋଇଥିବା ସେହି ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ମରଣ କଲୁ ଯେଉଁଥିରେ ଆମ ସୈନିକମାନେ ଆମ ଦେଶ ଉପରେ ଆତଙ୍କବାଦ ଆଢୁଆଳରେ ଛାୟା ଯୁଦ୍ଧ (Proxy War)ର ଦୁଃସାହସ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଥିଲେ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆମର ସେନାବାହିନୀ ଦ୍ୱାରା ପ୍ରଦର୍ଶନୀମାନ ଆୟୋଜିତ ହେଲା, ଯାହାଫଳରେ ଦେଶର ଅଧିକରୁ ଅଧିକ ନାଗରିକ ବିଶେଷକରି ଯୁବପିଢ଼ି ଆମର ଶକ୍ତି ସହ ପରିଚିତ ହୋଇପାରିବେ । ଆମେ କେତେ ସକ୍ଷମ ଆଉ ଆମ ସୈନିକମାନେ କିଭଳି ନିଜ ଜୀବନକୁ ବିପଦରେ ପକାଇ ଆମ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ପରାକ୍ରମ ପର୍ବ ଭଳି ଦିବସ ଯୁବବର୍ଗଙ୍କୁ ଆମର ସଶସ୍ତ୍ର ସେନାବାହିନୀର ଗୌରବପୂର୍ଣ୍ଣ ପରମ୍ପରାକୁ ସ୍ମରଣ କରାଇ ଦେଇଥାଏ ଆଉ ଦେଶର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଆମକୁ ପ୍ରେରଣା ମଧ୍ୟ ଯୋଗାଇଥାଏ । ମୁଁ ମଧ୍ୟ ବୀରମାନଙ୍କ ଭୂମି ରାଜସ୍ଥାନର ଯୋଧପୁରରେ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି । ତେବେ ଏକଥା ଏବେ ନିଶ୍ଚିତ ଯେ, ଯିଏ ଆମ ଦେଶର ଶାନ୍ତି ଏବଂ ଉନ୍ନତିର ବାତାବରଣକୁ ନଷ୍ଟ କରିବାର ପ୍ରଚେଷ୍ଟା କରିବେ, ଆମ ସୈନ୍ୟମାନେ ତାଙ୍କୁ ଉଚିତ ଜବାବ ଦେବେ । ଆମେ ଶାନ୍ତିରେ ବିଶ୍ୱାସ କରୁ ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ସମ୍ମାନ ସହ ସାଲିସ୍ ଏବଂ ଦେଶର ସାର୍ବଭୌମତ୍ୱ ବଦଳରେ ଏହା କଦାପି ସମ୍ଭବ ନୁହେଁ । ଭାରତ ସର୍ବଦା ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ ହୋଇ ରହିଆସିଛି । ବିଂଶ ଶତାବ୍ଦୀରେ ଦୁଇଟି ବିଶ୍ୱଯୁଦ୍ଧ ସହ ଆମର କୌଣସି ସମ୍ପର୍କ ନ ଥିବା ସତ୍ତ୍ୱେ ଆମର ଏକ ଲକ୍ଷରୁ ଅଧିକ ସୈନ୍ୟ ପ୍ରାଣବଳି ଦେଇଥିଲେ । ଅନ୍ୟ କାହାରି ଭୂମି ଉପରେ ଆମର ଦୃଷ୍ଟି କେବେହେଲେ ନ ଥିଲା । ଏହା କେବଳ ଥିଲା ଶାନ୍ତି ପ୍ରତି ଆମ ପ୍ରତିବଦ୍ଧତା । ମାତ୍ର କିଛିଦିନ ତଳେ ସେପ୍ଟେମ୍ବର 23 ତାରିଖ ଦିନ ଆମେ ଇସ୍ରାଏଲରେ ହାଇଫା (Haifa) ଯୁଦ୍ଧର ଶହେ ବର୍ଷ ପୂର୍ତ୍ତି ଅବସରରେ ମହୀଶୂର, ହାଇଦ୍ରାବାଦ ଓ ଯୋଧପୁର ଲାନ୍ସର୍ସ’ର ବୀର ସୈନିକମାନଙ୍କୁ ସ୍ମରଣ କଲୁ ଯେଉଁମାନେ ଆକ୍ରମଣକାରୀଙ୍କ କବଳରୁ ହାଇଫାକୁ ମୁକ୍ତ କରିଥିଲେ । ଏହା ମଧ୍ୟ ଶାନ୍ତି ପାଇଁ ଆମ ସୈନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ଗୋଟିଏ ପରାକ୍ରମ ଥିଲା । ଆଜି ମଧ୍ୟ ମିଳିତ ଜାତିସଂଘର ବିଭିନ୍ନ ଶାନ୍ତିରକ୍ଷା ସେନାବାହିନୀରେ ସର୍ବାଧିକ ସୈନ୍ୟ ପଠାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଅନେକ ଦଶନ୍ଧି ଧରି ଆମ ବୀର ସୈନିକଗଣ ନୀଳ ହେଲମେଟ୍ ପିନ୍ଧି ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଆକାଶର କଥା ତ ସବୁବେଳେ ନିଆରା । ଆକାଶରେ ନିଜର ଶକ୍ତିର ପରିଚୟ ଦେଇ ଭାରତୀୟ ବାୟୁସେନା ପ୍ରତ୍ୟେକ ଦେଶବାସୀଙ୍କ ଧ୍ୟାନ ନିଜ ଆଡ଼କୁ ଆକୃଷ୍ଟ କରିପାରିଛନ୍ତି ଏଥିରେ କୌଣସି ଆଶ୍ଚର୍ଯ୍ୟର କଥା ନାହିଁ । ସେମାନେ ଆମକୁ ସୁରକ୍ଷାର ଅନୁଭୂତି ପ୍ରଦାନ କରିଛନ୍ତି । ଗଣତନ୍ତ୍ର ଦିବସ ସମାରୋହ ପରେଡରେ ଲୋକେ ଯେଉଁ ଅଂଶ ପାଇଁ ଉକ୍ରଣ୍ଠାର ସହ ପ୍ରତୀକ୍ଷା କରିଥାନ୍ତି ସେଥିରୁ ଗୋଟିଏ ହେଉଛି ଫ୍ଲାଇ-ପାଷ୍ଟ, ଯେଉଁଥିରେ ଆମ ବାୟୁସେନା ଲୋମହର୍ଷଣକାରୀ କୌଶଳ ସହ ନିଜର ଶକ୍ତି ପ୍ରଦର୍ଶନ କରିଥାନ୍ତି । ଅକ୍ଟୋବର 8 ତାରିଖ ଦିନ ଆମେ ବାୟୁସେନା ଦିବସ ପାଳନ କରିଥାଉଁ । 1932ରେ 6 ଜଣ ପାଇଲଟ ଏବଂ 19 ଜଣ ବାୟୁସୈନିକଙ୍କୁ ନେଇ ଛୋଟ ଆକାରରେ ଆରମ୍ଭ ହୋଇଥିବା ଆମର ବାୟୁସେନା ଆଜି ଏକବିଂଶ ଶତାବ୍ଦୀରେ ଏହାର ଆକାର ବୃଦ୍ଧିହୋଇ ସବୁଠାରୁ ସାହସୀ ଏବଂ ଶକ୍ତିଶାଳୀ ବାୟୁସେନାଗୁଡ଼ିକ ମଧ୍ୟରେ ସାମିଲ ହୋଇସାରିଲାଣି । ଏହା ଏକ ସ୍ମରଣୀୟ ଯାତ୍ରା । ଦେଶକୁ ନିଜର ସେବା ପ୍ରଦାନ କରୁଥିବା ସମସ୍ତ ବାୟୁସୈନିକ ଏବଂ ସେମାନଙ୍କ ପରିବାରକୁ ଅନ୍ତରର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ ଜଣାଉଛି । 1947ରେ ଯେତେବେଳେ ପାକିସ୍ତାନର ଆକ୍ରମଣକାରୀମାନେ ଅତର୍କିତ ଭାବରେ ଆକ୍ରମଣ ଆରମ୍ଭ କରିଦେଲେ ସେତେବେଳେ ଶ୍ରୀନଗରକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧଭୂମିକୁ ଉଚିତ ସମୟରେ ସୈନ୍ୟ ଏବଂ ଉପକରଣ ଆମ ବାୟୁସେନା ହିଁ ପହଂଚାଇଥିଲା । ବାୟୁସେନା 1965ରେ ମଧ୍ୟ ଶତ୍ରୁଙ୍କୁ କଡ଼ା ଜବାବ ଦେଇଥିଲା । 1971ର ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ କଥା କିଏ ବା ନ ଜାଣେ? 1999ରେ କାରଗିଲକୁ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରାଇବାରେ ମଧ୍ୟ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଟାଇଗର ହିଲ୍ସରେ ଶତ୍ରୁପକ୍ଷର ଶିବିର ଉପରେ ଦିନରାତି ବୋମାବର୍ଷଣ କରି ବାୟୁସେନା ସେମାନଙ୍କୁ ପରାଜୟର ସ୍ୱାଦ ଚଖାଇଥିଲା । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା, ଆମ ବାୟୁସେନାର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ଝଡ଼ବାତ୍ୟା, ବନ୍ୟାଠାରୁ ଆରମ୍ଭ କରି ଜଙ୍ଗଲରେ ଲାଗିଥିବା ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଦେଶବାସୀଙ୍କୁ ସାହାଯ୍ୟ କରିବାରେ ସେମାନଙ୍କ ଭାବନା ବାସ୍ତବିକ ଚମତ୍କାର । ଦେଶରେ ଲିଙ୍ଗଗତ ସମାନତା ଅର୍ଥାତ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମାନତା ସୁନିଶ୍ଚିତ କରିବାରେ ବାୟୁସେନା ଗୋଟିଏ ଉଦାହରଣ ସୃଷ୍ଟି କରିଛି ଏବଂ ଏହାର ପ୍ରତ୍ୟେକ ବିଭାଗର ଦ୍ୱାରଦେଶ ଝିଅମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇଛି । ଏବେ ତ ବାୟୁସେନା ମହିଳାମାନଙ୍କୁ ସର୍ଟ ସର୍ଭିସେସ କମିଶନ ସହ ସ୍ଥାୟୀ କମିଶନ’ର ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯାହାର ଘୋଷଣା ଚଳିତ ବର୍ଷ ଅଗଷ୍ଟ 15 ତାରିଖରେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କରିଥିଲି । ଭାରତୀୟ ସେନାରେ, ସଶସ୍ତ୍ର ବାହିନୀରେ କେବଳ ପୁରୁଷ ଶକ୍ତି ନୁହେଁ, ସ୍ତ୍ରୀ ଶକ୍ତିର ମଧ୍ୟ ସେତିକି ଯୋଗଦାନ ରହିଛି । ନାରୀ ସଶକ୍ତ, କିନ୍ତୁ ଏବେ ସେ ସଶସ୍ତ୍ର ମଧ୍ୟ ହେବାକୁ ଯାଉଛି ।
ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ଆମ ନୌବାହିନୀର ଜଣେ ଅଧିକାରୀ ଅଭିଳାଷ ଟମି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ତାଙ୍କ ଜୀବନରକ୍ଷା ପାଇଁ ସାରା ଦେଶ ବ୍ୟସ୍ତ ଥିଲା । ଆପଣ ଜାଣିଛନ୍ତି? ଅଭିଳାଷ ଟମି ଜଣେ ଖୁବ୍ ସାହସୀ – ବୀର ନୌବାହିନୀ ଅଧିକାରୀ । କୌଣସି ଆଧୁନିକ ଜ୍ଞାନକୌଶଳ ବିନା, ଗୋଟିଏ ଛୋଟିଆ ନୌକାରେ ବିଶ୍ୱ ଭ୍ରମଣ କରିବାରେ ସେ ପ୍ରଥମ ଭାରତୀୟ ଥିଲେ । ବିଗତ 80 ଦିନ ଧରି ସେ ଦକ୍ଷିଣ ହିନ୍ଦ ମହାସାଗରରେ ଗୋଲ୍ଡେନ ଗ୍ଲୋବ ପ୍ରତିଯୋଗିତା(Race)ରେ ଅଂଶଗ୍ରହଣ କରିବା ପାଇଁ ସମୁଦ୍ରରେ ନିଜ ଗତିକୁ ସ୍ଥିର ରଖି ଆଗକୁ ମାଡ଼ିଚାଲିଥିଲେ । କିନ୍ତୁ ଭୟଙ୍କର ସାମୁଦ୍ରିକ ଝଡ଼ ତାଙ୍କପାଇଁ ବାଧା ସୃଷ୍ଟି କଲା । ହେଲେ ଭାରତୀୟ ନୌବାହିନୀର ଏହି ବୀର ସମୁଦ୍ର ମଧ୍ୟରେ ଅନେକ ଦିନ ଧରି ବଂଚିବା ପାଇଁ ସଂଗ୍ରାମ କରିଚାଲିଥିଲେ । ବିଶାଳ ଜଳରାଶି ମଧ୍ୟରେ ନ ଖାଇ – ନ ପିଇ ସେ ମୃତ୍ୟୁ ସହ ସଂଗ୍ରାମ କରିଚାଲିଲେ । ମୃତ୍ୟୁ ଆଗରେ ପରାଜୟ ସ୍ୱୀକାର କଲେନାହିଁ । ସାହସ, ସଂକଳ୍ପଶକ୍ତି,ପରାକ୍ରମର ଗୋଟିଏ ଅଦ୍ଭୁତ ଉଦାହରଣ ।