ମୋର ପ୍ରିୟ ଦେଶବାସୀଗଣ, ନମସ୍କାର!
ଏଥର ଯେତେବେଳେ ମୁଁ ‘ମନ୍ କି ବାତ୍’ ପାଇଁ ଆସୁଥିବା ଚିଠି, ମତାମତ, ଇନ୍ପୁଟ୍ସ ଯାହାସବୁ ଆସିଥାଏ ସେସବୁ ଉପରେ ଦୃଷ୍ଟିନିକ୍ଷେପ କରୁଥିଲି, ଦେଖିଲି, ଅନେକ ଲୋକ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେ ପକାଇଛନ୍ତି । My Govରେ ବେଙ୍ଗାଲୁରୁରୁ ଆରିୟନ ଶ୍ରୀ-ଅନୁପ ରାଓ, ନୋଏଡାରୁ ଦେବେଶ, ଠାଣେରୁ ସୁଜିତ – ଏମାନେ ସମସ୍ତେ କହିଛନ୍ତି ଯେ, ମୋଦି ଜୀ ଏହା ହେଉଛି ‘ମନ କି ବାତ୍’ର ୭୫ତମ ଅଧ୍ୟାୟ, ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ । ମୁଁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି କାରଣ, ଆପଣ ଏତେ ମନ ଦେଇ ‘ମନ୍ କି ବାତ୍’କୁ follow କରିଆସିଛନ୍ତି ଏବଂ ଏହା ସହିତ ଯୋଡ଼ିହୋଇ ରହିଛନ୍ତି । ଏହା ମୋ ପାଇଁ ଖୁବ୍ ଗୌରବର କଥା ଓ ଆନନ୍ଦର କଥା । ମୋ ତରଫରୁ ଆପଣମାନଙ୍କୁ ତ ଧନ୍ୟବାଦ ଜଣାଉଛି, ତା’ସହିତ ‘ମନ୍ କି ବାତ୍’ର ସମସ୍ତ ଶ୍ରୋତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି, କାରଣ ଆପଣମାନଙ୍କ ସାହଚର୍ଯ୍ୟ ବିନା ଏ ଯାତ୍ରା କଦାପି ସମ୍ଭବ ନ ଥିଲା । ଲାଗୁଛି, ସତେ ଯେମିତି ଏହା କାଲିର କଥା, ଯେତେବେଳେ ଆମେ ସମସ୍ତେ ଏକାଠି ମିଶି ଏହି ବୈଚାରିକ ଯାତ୍ରା ଆରମ୍ଭ କରିଥିଲୁ । ସେଦିନ ଥିଲା ୨୦୧୪, ଅକ୍ଟୋବର ୩ ତାରିଖ ବିଜୟାଦଶମୀର ପବିତ୍ର ପର୍ବ ଏବଂ ଯୋଗକୁ ଆଜି ହୋଲିକା ଦହନ (ଦୋଳ ପୂର୍ଣ୍ଣିମା) । “ଏକ ଦୀପେ ଜଳୁ ଆଉ ଏକ, ଆଲୋକିତ ହେଉ ଦେଶଯାକ” – ଏହି ଚିନ୍ତାଧାରାରେ ପରିଚାଳିତ ହୋଇ ଆମେ ଏତେ ବାଟ ଆସିଛୁ । ଆମେ ଦେଶର କୋଣ-ଅନୁକୋଣରେ ଥିବା ଲୋକଙ୍କ ସହିତ କଥା ହେଲୁ ଏବଂ ସେମାନଙ୍କ ଅସାଧାରଣ କାର୍ଯ୍ୟ ସମ୍ପର୍କରେ ଅବଗତ ହେଲୁ । ଆପଣମାନେ ମଧ୍ୟ ଅନୁଭବ କରିଥିବେ ଯେ, ଆମ ଦେଶର ସୁଦୂର କୋଣ-ଅନୁକୋଣରେ ବି, କିଭଳି ଅଭୂତପୂର୍ବ କ୍ଷମତା ଭରିରହିଛି । ଭାରତମାତାର କୋଳରେ କିଭଳି ରତ୍ନମାନ ରହିଛନ୍ତି । ଏହା ସ୍ୱୟଂ ଗୋଟିଏ ସମାଜକୁ ଦେଖିବାର, ସମାଜକୁ ଜାଣିବାର, ସମାଜର ସାମର୍ଥ୍ୟକୁ ଚିହ୍ନିବାର ବିଶେଷ କରି ମୋ ପାଇଁ ଗୋଟିଏ ଅଦ୍ଭୁତ ଅନୁଭୂତି ଥିଲା । ଏହି ୭୫ଟି ଅଧ୍ୟାୟ ସମୟରେ କେତେ ଯେ ବିଷୟ ଦେଇ ଗତି କରିବାକୁ ହେଲା । କେତେବେଳେ ନଦୀର କଥା ତ କେତେବେଳେ ହିମାଳୟର ଶିଖରର କଥା, କେତେବେଳେ ମରୁଭୂମିର କଥା ତ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟର କଥା, କେତେବେଳେ ମାନବ ସେବାର ଅଗଣିତ କାହାଣୀର ଅନୁଭୂତି ତ ଆଉ କେତେବେଳେ ଟେକ୍ନୋଲୋଜିର ଆବିଷ୍କାର, ପୁଣି କେତେବେଳେ କୌଣସି ଅଜଣା ଇଲାକାରେ କିଛି ନୂଆ କରି ଦେଖାଇଥିବା ବ୍ୟକ୍ତିର ଅନୁଭବର କଥା । ଆପଣ ନିଜେ ଦେଖନ୍ତୁ, ସ୍ୱଚ୍ଛତା କଥା ହେଉ କିମ୍ବା ଆମ ଐତିହ୍ୟର ସୁରକ୍ଷା କଥା ହେଉ ଅବା ଖେଳନା ତିଆରି କରିବା କଥା ହେଉ, କ’ଣ କ’ଣ ନ ଥିଲା? ହୁଏତ ଏତେ ବିଷୟକୁ ଆମେ ଛୁଇଁଛୁ ଯାହାର ସଂଖ୍ୟା ଅଗଣନ । ଇତିମଧ୍ୟରେ ସମୟ ସମୟରେ ଆମେ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛୁ, ସେମାନଙ୍କ ବିଷୟରେ ଜ୍ଞାନ ଆହରଣ କରିଛୁ, ଯେଉଁମାନେ କି ଭାରତ ନିର୍ମାଣରେ ସେମାନଙ୍କର ଅତୁଳନୀୟ ଅବଦାନ ରଖିଯାଇଛନ୍ତି । ଆମେ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ, ସେଥିରୁ ପ୍ରେରଣା ଗ୍ରହଣ କରିବାକୁ ଚେଷ୍ଟା କରିଛୁ । ଆପଣମାନେ ଅନେକ କଥା ମୋତେ କହିଛନ୍ତି, ଅନେକ ଆଇଡିଆ ଦେଇଛନ୍ତି । ଏହି ବିଚାରଯାତ୍ରାରେ ଆପଣ ଏକ ପ୍ରକାର ସହଯାତ୍ରୀ ପାଲଟିଛନ୍ତି, ଏହାସହ ଯୋଡ଼ିହୋଇ ରହି କିଛି ନା କିଛି ନୂଆ ପ୍ରସ୍ତାବ ବି ଦେଇଛନ୍ତି । ମୁଁ ଆଜି ଏହି ୭୫ତମ ଅଧ୍ୟାୟ ସମୟରେ ସର୍ବପ୍ରଥମେ, ‘ମନ୍ କି ବାତ୍’କୁ ସାଫଲ୍ୟମଣ୍ଡିତ କରିବା ପାଇଁ, ସମୃଦ୍ଧ କରିବା ପାଇଁ ଏବଂ ଏହାସହିତ ଯୋଡ଼ି ହୋଇ ରହିଥିବା ଯୋଗୁଁ ପ୍ରତ୍ୟେକ ଶ୍ରୋତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।
ମୋର ପ୍ରିୟ ଦେଶବାସୀଗଣ,
ଦେଖନ୍ତୁ, ଏହା କେତେ ବଡ଼ ଏବଂ ସୁଖଦ ସଂଯୋଗ ଯେ, ଆଜି ମୋତେ ‘ମନ୍ କି ବାତ୍’ର ୭୫ତମ ଅଧ୍ୟାୟରେ ମନକଥା କହିବାର ସୁଯୋଗ ମିଳିଛି ଏବଂ ଏହି ମାସ ପୁଣି ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୁର୍ତି ଉପଲକ୍ଷେ ଆୟୋଜିତ ହେଉଥବା ‘ଅମୃତ ମହୋତ୍ସବ’ ଆରମ୍ଭର ମାସ । ‘ଅମୃତ ମହୋତ୍ସବ’ ଦାଣ୍ଡିଯାତ୍ରା ଦିନଠାରୁ ଆରମ୍ଭ ହୋଇଛି ଏବଂ ଏହା ଅଗଷ୍ଟ ୧୫, ୨୦୨୩ ପର୍ଯ୍ୟନ୍ତ ଚାଲିବ । ‘ଅମୃତ ମହୋତ୍ସବ’ ସଂଲଗ୍ନ କାର୍ଯ୍ୟକ୍ରମ ସାରା ଦେଶରେ ଅନବରତ ଭାବେ ଆୟୋଜିତ ହେଉଛି । ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମର ଫଟୋଚିତ୍ର, ସୂଚନା ଆଦି ଲୋକେ ଶେୟାର କରୁଛନ୍ତି । ନମୋ ଆପ୍ରେ ଏଭଳି କିଛି ଫଟୋ ସହିତ ଝାଡ଼ଖଣ୍ଡର ନବୀନ ମୋତେ ଗୋଟିଏ ବାର୍ତା ପଠେଇଛନ୍ତି । ସେ ଲେଖିଛନ୍ତି ଯେ, ସେ ‘ଅମୃତ ମହୋତ୍ସବ’ର କାର୍ଯ୍ୟକ୍ରମ ଦେଖିଲେ ଏବଂ ସ୍ଥିର କଲେ ଯେ, ସେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଅତି କମ୍ରେ ଦଶଟି ଜାଗାକୁ ଯିବେ । ତାଙ୍କ ତାଲିକାରେ ପ୍ରଥମ ନାମ ହେଉଛି ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ । ନବୀନ ଲେଖିଛନ୍ତି ଯେ, ଝାଡ଼ଖଣ୍ଡର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ କାହାଣୀଗୁଡ଼ିକୁ ସେ ଦେଶର ଅନ୍ୟ ଅଞ୍ଚଳରେ ପହଞ୍ଚାଇବେ । ଭାଇ ନବୀନ, ଆପଣଙ୍କ ଏହି ଚିନ୍ତାଧାରା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ହେଉ, କୌଣସି ସ୍ଥାନର ଇତିହାସ ହେଉ, ଦେଶର କୌଣସି ସାଂସ୍କୃତିକ କାହାଣୀ ହେଉ, ‘ଅମୃତ ମହୋତ୍ସବ’ ସମୟରେ ଆପଣ ଏହାକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରନ୍ତି । ଦେଶବାସୀଙ୍କୁ ତା’ ସହିତ ଯୋଡ଼ିବାର ମାଧ୍ୟମ ହୋଇପାରନ୍ତି । ଆପଣ ଲକ୍ଷ୍ୟ କରିବେ, ଦେଖୁ ଦେଖୁ ଅମୃତ ମହୋତ୍ସବ ଏଭଳି ଅନେକ ପ୍ରେରଣାଦାୟୀ ଅମୃତ ବିନ୍ଦୁରେ ଭରିଯିବ । ପରେ ଏଭଳି ଏକ ଅମୃତଧାରା ପ୍ରବାହିତ ହେବ, ଯାହା ଆମକୁ ଭାରତର ସ୍ୱାଧୀନତା ପ୍ରାପ୍ତିର ଏକ ଶତ ବର୍ଷ ଯାଏ ପ୍ରେରଣା ଯୋଗାଇବ । ଦେଶକୁ ଉନ୍ନତିର ନୂତନ ଶିଖରକୁ ନେଇଯିବ, କିଛି ନା କିଛି କରିବାର ଉତ୍ସାହ ସୃଷ୍ଟି କରିବ । ସ୍ୱାଧୀନତା ସଂଗ୍ରାମରେ ଆମ ସଂଗ୍ରାମୀମାନେ ଏତେ କଷ୍ଟ ଏଥିପାଇଁ ସହିଲେ କାରଣ, ସେମାନେ ଦେଶ ପାଇଁ ତ୍ୟାଗ ଏବଂ ବଳିଦାନକୁ ନିଜ କର୍ତବ୍ୟ ମନେ କରୁଥିଲେ । ସେମାନଙ୍କ ତ୍ୟାଗ ଓ ବଳିଦାନର ଅମର କାହାଣୀମାନ ଆମକୁ ନିରନ୍ତର ଭାବେ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଉ । ଯେମିତି ଭଗବାନ କୃଷ୍ଣ ଗୀତାରେ କହିଛନ୍ତି –
ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ
ଏହି ଭାବ ବହନ କରି, ଆମେ ସମସ୍ତେ, ଆମର କର୍ତବ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରିବା । ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅର୍ଥ ହେଉଛି ଆମେ କିଛି ନୂଆ ସଂକଳ୍ପ ନେବା । ସେହି ସଂକଳ୍ପକୁ ସାକାର କରିବା ପାଇଁ ମନ-ପ୍ରାଣ ଦେଇ ଲାଗି ପଡ଼ିବା । ଆଉ ସେ ସଂକଳ୍ପ ହେଉ ସମାଜ କଲ୍ୟାଣର, ଦେଶ ହିତର ଅବା ଭାରତର ଉଜ୍ଜ୍ୱଳ ଭବିଷ୍ୟତର । ସେହି ସଂକଳ୍ପରେ ମୋ ନିଜର କିଛି ନା କିଛି ଦାୟିତ୍ୱ ରହୁ, ମୋର କିଛି କର୍ତ୍ତବ୍ୟ ଯୋଡ଼ିହୋଇ ରହୁ । ଭଗବତ୍ ଗୀତାକୁ ଅନୁସରଣ କରି ଜୀଇଁବାର ଏହି ସୁବର୍ଣ୍ଣ ସୁଯୋଗ ଆମ ପାଖରେ ରହିଛି, ବୋଲି ମୋର ବିଶ୍ୱାସ ।
ମୋର ପ୍ରିୟ ଦେଶବାସୀଗଣ,
ଗତବର୍ଷ ଏହି ମାର୍ଚ୍ଚ ମାସରେ ଦେଶବାସୀ ପ୍ରଥମ ଥର ପାଇଁ ଜନତା କର୍ଫ୍ୟୁ ଶବ୍ଦଟି ଶୁଣିଥିଲେ । ହେଲେ, ଏହି ମହାନ ଦେଶର ମହାନ ଜନତାଙ୍କ ମହାଶକ୍ତିର ଅନୁଭବକୁ ଦେଖନ୍ତୁ, ଯାହା ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ ପାଲଟିଯାଇଥିଲା । ଅନୁଶାସନର ଏହା ଏକ ଅଭୂତପୂର୍ବ ଉଦାହରଣ ଥିଲା । ଆଗାମୀ ପିଢ଼ିମାନେ ଏହି କଥାକୁ ନେଇ ନିଶ୍ଚିତ ଗର୍ବ ଅନୁଭବ କରିବେ । ସେହିଭଳି କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଏବଂ ଆଦର ପ୍ରଦର୍ଶନରେ ଥାଳି ବଜାଇବା, ତାଳି ବଜାଇବା ଆଉ ଦୀପ ଜଳାଇବା । କରୋନା ଯୋଦ୍ଧାଙ୍କ ହୃଦୟକୁ ତାହା କିଭଳି ସ୍ପର୍ଶ କରିଯାଇଥିଲା, ସେକଥା ଆପଣ ଅନୁମାନ ମଧ୍ୟ କରି ନ ଥିବେ । ସେଇଥିପାଇଁ ତ ସେମାନେ ବର୍ଷ ତମାମ ଅକ୍ଳାନ୍ତ ଆଉ ଅବିରତ ଭାବେ କରୋନା ମୁକାବିଲାରେ ଲାଗି ରହିଥିଲେ । ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କଲେ । ଗତବର୍ଷ ଏହି ସମୟରେ ପ୍ରଶ୍ନ ଥିଲା ଯେ କରୋନା ଟିକା କେବେ ବାହାରିବ? ବନ୍ଧୁଗଣ, ଏହା ଆମମାନଙ୍କ ପାଇଁ ଗର୍ବର ବିଷୟ ଯେ, ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଟିକାକରଣ କାର୍ଯ୍ୟକ୍ରମର ଫଟୋଚିତ୍ର ସମ୍ପର୍କରେ ମୋତେ ଭୁବନେଶ୍ୱରର ପୁଷ୍ପା ଶୁକ୍ଳା ଲେଖିଛନ୍ତି । ଘରର ବୟସ୍କମାନଙ୍କ ମଧ୍ୟରେ ଟିକାକୁ ନେଇ ଯେଉଁଭଳି ଉତ୍ସାହ ପରିଲକ୍ଷିତ ହେଉଛି ସେ ସମ୍ପର୍କରେ ମୁଁ ‘ମନ୍ କି ବାତ୍’ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ବନ୍ଧୁଗଣ ଏହା ଠିକ କଥା । ଦେଶର କୋଣ-ଅନୁକୋଣରୁ ଆମେ ଏଭଳି ଚିତ୍ରମାନ ଦେଖୁଛୁ, ଏଭଳି ଖବରମାନ ଶୁଣୁଛୁ, ଯାହା ଆମ ହୃଦୟକୁ ଛୁଇଁଯାଉଛି । ୟୁ.ପି.ର ଜୌନ୍ପୁରରେ ୧୦୯ ବର୍ଷ ବୟସ୍କ ବୃଦ୍ଧ ମା’ ରାମଦୁଲୈୟା ଟିକା ନେଇଛନ୍ତି । ସେହିଭଳି ଦିଲ୍ଲୀରେ ବି ୧୦୭ ବର୍ଷ ବୟସ୍କ କେୱଲ୍ କୃଷ୍ଣ ମଧ୍ୟ ଟିକା ନେଇଛନ୍ତି । ହାଇଦ୍ରାବାଦରେ ୧୦୦ ବର୍ଷ ବୟସ୍କ ଜୟ ଚୌଧୁରୀ ଟିକା ଗ୍ରହଣ କରିବା ସହ ସମସ୍ତଙ୍କୁ ଏହି ଟିକା ନେବାପାଇଁ ଅନୁରୋଧ କରିଛନ୍ତି । ମୁଁ ଟ୍ୱିଟର୍-ଫେସବୁକରେ ଏକଥା ମଧ୍ୟ ଦେଖୁଛି ଯେ, ଲୋକେ କିଭଳି ତାଙ୍କ ପରିବାରର ବୟସ୍କ ବ୍ୟକ୍ତିମାନଙ୍କ ଟିକା ନେବା ପରର ଫଟୋ ଅପ୍ଲୋଡ କରୁଛନ୍ତି । କେରଳର ଜଣେ ଯୁବକ ଆନନ୍ଦନ ନାୟର ତ ଏହାର ଗୋଟିଏ ନୂତନ ନାମକରଣ କରିଦେଇଛନ୍ତି – ଭାକ୍ସିନ୍ ସେବା । ସେହିଭଳି ବାର୍ତା ଦିଲ୍ଲୀରୁ ଶିବାନୀ, ହିମାଚଳରୁ ହିମାଂଶୁ ଏବଂ ଆହୁରି ଅନେକ ଯୁବବନ୍ଧୁଗଣ ପଠେଇଛନ୍ତି । ମୁଁ ଆପଣ ସମସ୍ତ ଶ୍ରୋତାମାନଙ୍କ ଏଭଳି ଚିନ୍ତାଧାରାକୁ ପ୍ରଶଂସା କରୁଛି । ଏସବୁ ଭିତରେ କରୋନା ସହ ସଂଗ୍ରାମର ମନ୍ତ୍ର ମଧ୍ୟ ମନେ ରଖନ୍ତୁ – ଔଷଧ ବି, ସାବଧାନତା ବି । ଖାଲି କଥାରେ ନୁହେଁ, ଆମକୁ ବଞ୍ଚିବାକୁ ହେବ, ବତାଇବାକୁ ହେବ, ‘ଔଷଧ ବି ସାବଧାନତା ବି’ ଏବଂ ଏ ନିୟମ ପାଳନ ସମ୍ପର୍କରେ ବି ପ୍ରତିଜ୍ଞାବଦ୍ଧ କରିବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ,
ମୁଁ ଆଜି ଇନ୍ଦୋରର ସୌମ୍ୟାଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି । ସେ ଗୋଟିଏ ବିଷୟ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରି ‘ମନ୍ କି ବାତ୍’ରେ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋତେ ଅନୁରୋଧ କରିଛନ୍ତି । ଏହି ବିଷୟଟି ହେଉଛି ଭାରତର କ୍ରିକେଟର ମିତାଲି ରାଜଙ୍କ ନୂତନ ରେକର୍ଡ଼ । ମିତାଲି ନିକଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ । ଆହୁରି ମଧ୍ୟ, ସେ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ ଖେଳରେ ୭୦୦୦ ରନ୍ ସଂଗ୍ରହ କରିଥିବା, ବିଶ୍ୱର ଏକମାତ୍ର ମହିଳା କ୍ରୀଡ଼ାବିତ୍ । ମହିଳା କ୍ରିକେଟ କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ । ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ରିକେଟ କ୍ୟାରିୟରରେ ମିତାଲି ରାଜ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛନ୍ତି । ତାଙ୍କର କଠିନ ପରିଶ୍ରମ ଏବଂ ସଫଳତାର କାହାଣୀ କେବଳ ମହିଳା କ୍ରିକେଟର ନୁହନ୍ତି ବରଂ ପୁରୁଷ କ୍ରିକେଟର୍ମାନଙ୍କ ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ।
ବନ୍ଧୁଗଣ,
ଏହା ଗୋଟିଏ ମଜାଦାର କଥା ଯେ, ମାର୍ଚ୍ଚ ମାସରେ ଆମେ ମହିଳା ଦିବସ ପାଳନ କରୁଥିବା ସମୟରେ ଅନେକ ମହିଳା କ୍ରୀଡ଼ାବିତ୍ ପଦକ ଏବଂ ରେକର୍ଡ଼ ନିଜ ନାମରେ କରିଛନ୍ତି । ଦିଲ୍ଲୀଠାରେ ଆୟୋଜିତ ହୋଇଥିବା ବନ୍ଧୁକଚାଳନା ପ୍ରତିଯୋଗିତା ଆଇ.ଏସ.ଏସ.ଏଫ୍. ୱାର୍ଲ୍ଡକପରେ ଭାରତ ସର୍ବୋଚ୍ଚ ସ୍ଥାନ ହାସଲ କଲା । ସ୍ୱର୍ଣ୍ଣପଦକ ସଂଖ୍ୟାରେ ମଧ୍ୟ ଭାରତ ଅଗ୍ରଣୀ ରହିଲା । ଏହା ଭାରତର ମହିଳା ଏବଂ ପୁରୁଷ ଶୁଟର୍ମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ହିଁ ସମ୍ଭବ ହୋଇପାରିଲା । ଇତିମଧ୍ୟରେ ପି.ଭି. ସିନ୍ଧୁ BWF Swiss Open Super 300 ଟୁର୍ଣ୍ଣାମେଣ୍ଟରେ ରୌପ୍ୟପଦକ ଲାଭ କରିଛନ୍ତି । ଆଜି ଶିକ୍ଷାଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ, ସଶସ୍ତ୍ର ବାହିନୀଠାରୁ ଆରମ୍ଭ କରି ବିଜ୍ଞାନ ଏବଂ କାରିଗରି କୌଶଳ ଯାଏ, ପ୍ରତ୍ୟେକ କ୍ଷେତ୍ରରେ ଦେଶର ଝିଅମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଚାଲିଛନ୍ତି । ଝିଅମାନେ କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାରୁ ମୋତେ ଖୁସି ଲାଗୁଛି । କ୍ରୀଡ଼ାକୁ ନିଜର ବୃତି ଭାବେ ପସନ୍ଦ କରିବାର ଧାରା ବଢ଼ିବାରେ ଲାଗିଛି ।
ମୋର ପ୍ରିୟ ଦେଶବାସୀଗଣ,
କିଛିଦିନ ପୂର୍ବର ମାରିଟାଇମ୍ ଇଣ୍ଡିଆ ସମିଟ୍ କଥା ଆପଣମାନଙ୍କର ମନେଅଛି ତ? ଏହି ଶିଖର ସମ୍ମିଳନୀରେ ମୁଁ କ’ଣ କହିଥିଲି – ଆପଣଙ୍କର ମନେଅଛି କି? ଏକଥା ସ୍ୱାଭାବିକ ଯେ, ଏତେଗୁଡ଼ିଏ କାର୍ଯ୍ୟକ୍ରମ ହେଉଛି, ଏତେ କଥା କୁହାଯାଉଛି, ସବୁ କଥା କ’ଣ ମନେ ରହିବ ନା ସେସବୁ ଉପରେ ଦୃଷ୍ଟିଯିବ? କିନ୍ତୁ ମୋର ଗୋଟିଏ ଅନୁରୋଧକୁ ଗୁରୁପ୍ରସାଦ ଖୁବ ଆଗ୍ରହର ସହିତ ଆଗେଇ ନେଇଥିବାରୁ ମୋତେ ଭଲ ଲାଗିଲା । ସେହି ଶିଖର ସମ୍ମିଳନୀରେ ମୁଁ ଦେଶରେ ଥିବା ବତୀଘର ନିକଟବର୍ତ୍ତୀ ଇଲାକାରେ ପର୍ଯ୍ୟଟନ ସୁବିଧା ବିକଶିତ କରିବା କଥା କହିଥିଲି । ଗୁରୁପ୍ରସାଦ ତାମିଲନାଡ଼ୁର ଦୁଇଟି ବତୀଘର – ଚେନ୍ନାଇ ଲାଇଟ୍ ହାଉସ୍ ଏବଂ ମହାବଲିପୁରମ୍ ଲାଇଟ୍ ହାଉସ୍କୁ ୨୦୧୯ରେ ନିଜ ଯାତ୍ରାର ଅନୁଭୂତି ଶେୟାର କରିଛନ୍ତି । ସେ ଖୁବ ଚିତାକର୍ଷକ ତଥ୍ୟମାନ ଶେୟାର କରିଛନ୍ତି ଯାହା, ‘ମନ୍ କି ବାତ୍’ ଶୁଣୁଥିବା ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିବ । ଯେମିତିକି ଚେନ୍ନାଇ ଲାଇଟ୍ ହାଉସ୍ ବିଶ୍ୱର କିଛି ହାତଗଣତି ଲାଇଟ୍ ହାଉସ୍ଗୁଡ଼ିକରୁ ଅନ୍ୟତମ, ଯେଉଁଠି ଏଲିଭେଟର୍ ରହିଛି । କେବଳ ଏତିକି ନୁହେଁ, ଭାରତର ଏହା ଏକମାତ୍ର ଲାଇଟ୍ ହାଉସ୍ ଯାହା ସହରର ସୀମା ମଧ୍ୟରେ ଅବସ୍ଥିତ । ଏଥିରେ ବିଦ୍ୟୁତ ଯୋଗାଣ ପାଇଁ ସୋଲାର୍ ପ୍ୟାନେଲ୍ ମଧ୍ୟ ଲାଗିଛି । ଗୁରୁପ୍ରସାଦ ଲାଇଟ୍ ହାଉସ୍ର ହେରିଟେଜ ମ୍ୟୁଜିୟମ୍ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ଯାହା ମେରାଇନ୍ ନାଭିଗେସନ୍ର ଇତିହାସକୁ ପ୍ରଦର୍ଶିତ କରୁଛି। ମ୍ୟୁଜିୟମ୍ରେ ତେଲରେ ଜଳୁଥିବା ବଡ଼ ବଡ଼ ବତୀ, କିରୋସିନ ଲାଇଟ୍, ପେଟ୍ରୋଲିୟମ ଭେପର୍ ଏବଂ ପୁରାତନ ସମୟରେ ପ୍ରୟୋଗ କରାଯାଉଥିବା ବିଜୁଳିବତୀକୁ ପ୍ରଦର୍ଶିତ କରାଯାଇଛି । ଭାରତର ସର୍ବପୁରାତନ ବତୀଘର – ମହାବଳୀପୁରମ୍ ଲାଇଟ୍ ହାଉସ୍ ସମ୍ପର୍କରେ ଗୁରୁ ପ୍ରସାଦ ବିସ୍ତୃତ ଭାବେ ଲେଖିଛନ୍ତି । ତାଙ୍କ ମତରେ – ଏହି ଲାଇଟ୍ ହାଉସ୍ ପାଖରେ ଶହ ଶହ ବର୍ଷ ପୂର୍ବେ ପଲ୍ଲବ ରାଜା ମହେନ୍ଦ୍ରବର୍ମନ ପ୍ରଥମ ଦ୍ୱାରା ନିର୍ମିତ ୱଲ୍କେନଶ୍ୱର ମନ୍ଦିର ରହିଛି ।
ବନ୍ଧୁଗଣ,
‘ମନ୍ କି ବାତ୍’ ସମୟରେ ମୁଁ ପର୍ଯ୍ୟଟନର ବିଭିନ୍ନ ଦିଗ ଉପରେ ଅନେକ ଥର ଆଲୋଚନା କରିଛି । କିନ୍ତୁ ଏହି ବତୀଘର ପର୍ଯ୍ୟଟନ ଦୃଷିରୁ ନିଆରା ହୋଇଥାଏ । ନିଜର ଭବ୍ୟ ନିର୍ମାଣ ଯୋଗୁଁ ବତୀଘରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଆସିଛନ୍ତି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତରେ ବି ୭୧ ବତୀଘର ଚିହ୍ନଟ କରାଯାଇଛି । ଏସବୁରେ ସେମାନଙ୍କ କ୍ଷମତା ଅନୁଯାୟୀ ମ୍ୟୁଜିୟମ୍, ଏମ୍ଫି-ଥିଏଟର, ଓପନ ଏୟାର୍ ଥିଏଟର, କାଫେଟେରିଆ, ଚିଲ୍ଡ୍ରେନ୍ସ ପାର୍କ ଇକୋଫ୍ରେଣ୍ଡଲି କଟେଜ ଏବଂ ଲ୍ୟାଣ୍ଡସ୍କେପିଂ ତିଆରି କରାଯିବ । ଯେତେବେଳେ ବତୀଘର କଥା ପଡ଼ିଛି, ସେତେବେଳେ ମୁଁ ଗୋଟିଏ ନିଆରା ବତୀଘର ବିଷୟରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି । ଏହି ବତୀଘର ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ଜିଂଜୁୱାଡ଼ା ନାମକ ଗୋଟିଏ ସ୍ଥାନରେ ରହିଛି । ଜାଣିଛନ୍ତି, ଏହି ବତୀଘର କାହିଁକି ନିଆରା? ଏହା ଏଥିପାଇଁ ନିଆରା ଯେ, ଯେଉଁଠାରେ ଏହି ବତୀଘର ରହିଛି, ସେଠାରୁ ସମୁଦ୍ର ଏବେ ଶହେ କିଲୋମିଟରରୁ ମଧ୍ୟ ଅଧିକ ଦୂରରେ ରହିଛି। ଏହି ଗାଁରେ ଆପଣଙ୍କୁ ଏଭଳି ପଥର ମଧ୍ୟ ମିଳିବ ଯାହା ପ୍ରମାଣ କରିଥାଏ ଯେ ଏକଦା ଏଠି ଏକ ବ୍ୟସ୍ତବହୁଳ ବନ୍ଦର ଥିଲା । ଏହାର ଅର୍ଥ ହେଲା ଯେ, ସେ ସମୟରେ ସମୁଦ୍ରତଟ ଜିଂଜୁୱାଡ଼ାରେ ଥିଲା । ସମୁଦ୍ରର ବୃଦ୍ଧି, କ୍ଷୟ, ପଛକୁ ଘୁଞ୍ଚିଯିବା, ଏତେ ଦୂରକୁ ଚାଲିଯିବା, ଏସବୁ ଏହାର ଗୋଟିଏ ଗୋଟିଏ ସ୍ୱରୂପ । ଏହି ମାସରେ ଜାପାନରେ ଆସିଥିବା ଭୟଙ୍କର ସୁନାମୀକୁ ଦଶବର୍ଷ ପୂରଣ ହେବାକୁ ଯାଉଛି । ଏହି ସୁନାମୀରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଏହିଭଳି ଗୋଟିଏ ସୁନାମୀ ଭାରତରେ ୨୦୦୪ ମସିହାରେ ଆସିଥିଲା । ସୁନାମୀ ସମୟରେ ଆମେ ଏହି ଲାଇଟ୍ ହାଉସ୍ରେ କାର୍ଯ୍ୟ କରୁଥିବା ଆମର ୧୪ ଜଣ କର୍ମଚାରୀଙ୍କୁ ହରାଇଥିଲୁ । ଆଣ୍ଡାମାନ ନିକୋବର ଏବଂ ତାମିଲନାଡ଼ୁର ବତୀଘରରେ ସେମାନେ କର୍ତବ୍ୟରତ ଥିଲେ । କଠିନ ପରିଶ୍ରମ କରୁଥିବା ଆମର ଏହି ଲାଇଟ୍ କିପର୍ସମାନଙ୍କୁ ମୁଁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ କାର୍ଯ୍ୟକୁ ବହୁତ ବହୁତ ପ୍ରଶଂସା କରୁଛି ।
ପ୍ରିୟ ଦେଶବାସୀଗଣ,
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନୂଆପଣ, ଆଧୁନିକତା ଅନିବାର୍ଯ୍ୟ; ନଚେତ୍ ତାହା ବେଳେବେଳେ ଆମ ପାଇଁ ବୋଝ ପାଲଟିଯାଏ । ଭାରତର କୃଷିକ୍ଷେତ୍ରରେ ଆଧୁନିକୀକରଣ ବର୍ତମାନ ସମୟର ଆବଶ୍ୟକତା । ବହୁତ ବିଳମ୍ବ ହୋଇଯାଇଛି । ଆମେ ବହୁତ ସମୟ ନଷ୍ଟ କରିସାରିଛୁ । କୃଷିକ୍ଷେତ୍ରରେ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ପାଇଁ, ଚାଷୀଙ୍କ ଆୟ ଦୁଇଗୁଣ ବଢ଼ାଇବା ପାଇଁ, ପରମ୍ପରାଗତ କୃଷି ସହ ନୂଆ ବିକଳ୍ପଗୁଡ଼ିକୁ, ନୂଆନୂଆ innovationsକୁ ଆପଣାଇବା ମଧ୍ୟ ସେତିକି ଜରୁରୀ । ଶ୍ୱେତ ବିପ୍ଳବ ବେଳେ ଦେଶ ଏହା ଅନୁଭବ କରିଥିଲା । ଏବେ ମହୁମାଛି ପାଳନ ମଧ୍ୟ ଏପରି ଏକ ବିକଳ୍ପ ଭାବେ ଉଦୟ ହୋଇଛି । ମହୁମାଛି ପାଳନ ଦେଶରେ ମଧୁ ବିପ୍ଳବ ବା sweet revolutionର ଆଧାର ହେଉଛି । ବହୁ ସଂଖ୍ୟାରେ ଚାଷୀ ଏଥିସହ ଯୋଡ଼ି ହେଉଛନ୍ତି, innovation କରୁଛନ୍ତି । ଯେପରିକି ପଶ୍ଚିମବଙ୍ଗର ଦାର୍ଜିଲିଂରେ ଗୋଟିଏ ଗାଁ ଅଛି ଗୁର୍ଦୁମ୍ । ସେଠାରେ ସୁଉଚ୍ଚ ପାହାଡ଼ ସହ ଭୌଗୋଳିକ ସମସ୍ୟା ବି ରହିଛି, କିନ୍ତୁ ଏଠାକାର ଲୋକେ ମହୁଚାଷ ଆରମ୍ଭ କରିଛନ୍ତି ଏବଂ ଆଜି ଏହି ସ୍ଥାନରେ ମହୁର ଭଲ ଚାହିଦା ରହିଛି । ଏଥିରୁ ଚାଷୀମାନଙ୍କର ଆୟ ମଧ୍ୟ ବଢ଼ୁଛି । ସେଇ ପଶ୍ଚିମବଙ୍ଗର ସୁନ୍ଦରବନ ଅଂଚଳର ପ୍ରାକୃତିକ ଅର୍ଗାନିକ୍ ମହୁକୁ ତ ଦେଶବିଦେଶରେ ପସନ୍ଦ କରାଯାଏ । ଗୁଜରାଟରେ ମଧ୍ୟ ମୋର ଏପରି ଏକ ବ୍ୟକ୍ତିଗତ ଅଭିଜ୍ଞତା ରହିଛି । ଗୁଜରାଟର ବନାସକାଣ୍ଠାରେ ୨୦୧୬ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ ମୁଁ ଲୋକଙ୍କୁ କହିଥିଲି ଯେ ଏଇଠି ଏତେ ସମ୍ଭାବନା ରହିଛି, କାହିଁକି ବନାସକାଣ୍ଠା ଓ ଆମର ଏଠିକାର ଚାଷୀମାନେ ମଧୁ ବିପ୍ଳବର ନୂଆ ଅଧ୍ୟାୟ ସୃଷ୍ଟି ନ କରିବେ? ଆପଣ ଜାଣି ଖୁସିହେବେ ଯେ ବହୁତ କମ୍ ସମୟରେ ବନାସକାଣ୍ଠା ମହୁ ଉତ୍ପାଦନର କେନ୍ଦ୍ର ପାଲଟିଯାଇଛି । ଆଜି ବନାସକାଣ୍ଠାର ମହୁଚାଷୀ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏପରି ଏକ ଉଦାହରଣ ହେଉଛି ହରିୟାଣାର ଯମୁନାନଗର । ଯମୁନାନଗରରେ ଚାଷୀମାନେ ମହୁମାଛି ପାଳନ କରି ବାର୍ଷିକ ଶହ ଶହ ଟନ୍ ମହୁ ଉତ୍ପାଦନ କରୁଛନ୍ତି ଓ ସେମାନଙ୍କ ଆୟ ବୃଦ୍ଧି କରୁଛନ୍ତି । କୃଷକମାନଙ୍କ ଏହି ପରିଶ୍ରମର ପରିଣାମ ସ୍ୱରୂପ ଦେଶରେ ମହୁ ଉତ୍ପାଦନ ଲଗାତାର ବୃଦ୍ଧି ପାଉଛି ଏବଂ ବାର୍ଷିକ ପାଖାପାଖି ଏକଲକ୍ଷ ପଚିଶ ହଜାର ଟନ୍ ମହୁ ଉତ୍ପାଦିତ ହେଉଛି; ଯାହାର ବହୁଳାଂଶ ବିଦେଶକୁ ରପ୍ତାନୀ ହୋଇପାରୁଛି ।
ବନ୍ଧୁଗଣ,
ମହୁମାଛି ପାଳନ ଯୋଗୁଁ କେବଳ ଯେ ମହୁରୁ ଆୟ ହେଉଛି ସେକଥା ନୁହେଁ ବରଂ ମହୁଫେଣାର ମହମ ବା bee wax ମଧ୍ୟ ଆୟବୃଦ୍ଧିର ଆଉ ଏକ ବଡ଼ ମାଧ୍ୟମ ପାଲଟିଛି । ଆଜି ଔଷଧ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବୟନଶିଳ୍ପ ଏବଂ ପ୍ରସାଧନ ଶିଳ୍ପ ପ୍ରତ୍ୟେକ କ୍ଷେତ୍ର୍ରରେ bee wax ର ବେଶ୍ ଚାହିଦା ରହିଛି । ଏବେ ଆମ bee wax ଆମଦାନୀ କରୁଛି, କିନ୍ତୁ ଆମର ଚାଷୀଭାଇ ଏବେ ଏହି ସ୍ଥିତିକୁ ଦ୍ରୁତ ପରିବର୍ତନ କରିବାରେ ଲାଗିଛନ୍ତି । ଅର୍ଥାତ ଏକପ୍ରକାର ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ସାହାଯ୍ୟ କରୁଛନ୍ତି । ଏବେ ତ ସମଗ୍ର ପୃଥିବୀ ଆୟୁର୍ବେଦ ଓ ପ୍ରାକୃତିକ ସ୍ୱାସ୍ଥ୍ୟ ସାମଗ୍ରୀ ଆଡ଼କୁ ଅନାଇରହିଛି । ଏପରି ସ୍ଥିତିରେ ମହୁର ଚାହିଦା ଆହୁରି ବେଶି ବଢ଼ୁଛି । ମୁଁ ଚାହେଁ ଯେ ଦେଶର ଅଧିକରୁ ଅଧିକ ଚାଷୀ ନିଜର କୃଷି ସହ ମହୁଚାଷ ସହ ମଧ୍ୟ ଯୋଡ଼ି ହୁଅନ୍ତୁ । ଏହା ଚାଷୀମାନଙ୍କର ଆୟ ବଢ଼ାଇବ ଏବଂ ସେମାନଙ୍କ ଜୀବନକୁ ମଧ୍ୟ ମଧୁର କରିଦେବ ।
ମୋର ପ୍ରିୟ ଦେଶବାସୀଗଣ,
ଏଇ କିଛିଦିନ ପୂର୍ବରୁ World Sparrow Day ପାଳିତ ହୋଇଥିଲା । Sparrow ଅର୍ଥାତ ଘରଚଟିଆ । କେଉଁଠି ଏହାକୁ ଚକ୍ଲି କହନ୍ତି ତ ଆଉ କେଉଁଠି ଚିମ୍ନି, କେଉଁଠି ଘାନ ଚିରିକା କୁହାଯାଏ । ପୂର୍ବେ ଆମ ଘରର କାନ୍ଥମାନଙ୍କରେ, ଆଖପାଖର ଗଛ ଉପରେ ଘରଚଟିଆ ଉଡ଼ି ବୁଲୁଥିଲେ । ଏବେ କିନ୍ତୁ ଲୋକେ ବହୁବର୍ଷ ତଳେ ଘରଚଟିଆକୁ ଦେଖିଥିଲେ ବୋଲି କହି ତାକୁ ମନେପକାନ୍ତି । ଆଜି ସେମାନଙ୍କୁ ବଞ୍ଚାଇବା ପାଇଁ ଆମକୁ ପ୍ରୟାସ କରିବାକୁ ପଡ଼ୁଛି । ବନାରସର ମୋର ଜଣେ ସାଥୀ ଇନ୍ଦ୍ରପାଲ ସିଂହ ବତ୍ରା ଏପରି କାମ କରିଛନ୍ତି, ଯାହାକୁ ମୁଁ "ମନ୍ କୀ ବାତ୍”ର ଶ୍ରୋତାଙ୍କୁ ନିଶ୍ଚିତ କହିବାକୁ ଚାହୁଁଛି । ବତ୍ରା ନିଜ ଘରକୁ ହିଁ ଘରଚଟିଆଙ୍କ ବାସସ୍ଥାନରେ ପରିଣତ କରିଦେଇଛନ୍ତି । ସେ ନିଜ ଘରେ କାଠର ଏପରି ବସାମାନ ତିଆରି କରିଛନ୍ତି, ଯେଉଁଠି ଘରଚଟିଆଗୁଡ଼ିକ ଆରାମରେ ରହିପାରିବେ । ଆଜି ବନାରସର ଅନେକ ଘର ଏହି ଅଭିଯାନ ସହ ଯୋଡ଼ି ହେଉଛନ୍ତି । ଏଥିରେ ଘରଗୁଡ଼ିକରେ ଏକ ଅଦ୍ଭୁତ ପ୍ରାକୃତିକ ବାତାବରଣ ମଧ୍ୟ ସୃଷ୍ଟି ହେଉଛି । ମୁଁ ଚାହିଁବି ଯେ ପ୍ରକୃତି, ପରିବେଶ, ପ୍ରାଣୀ, ପକ୍ଷୀ ଯାହାପାଇଁ ଯେତିକି ହୋଇପାରିବ, ଅଳ୍ପବହୁତେ ପ୍ରୟାସ ଆମେ ମଧ୍ୟ କରିବା ଉଚିତ । ଯେପରିକି ଜଣେ ବନ୍ଧୁ ଅଛନ୍ତି ବିଜୟ କୁମାର କବି । ବିଜୟ ଓଡ଼ିଶାର କେନ୍ଦ୍ରାପଡ଼ା ବାସିନ୍ଦା । କେନ୍ଦ୍ରାପଡ଼ା ସମୁଦ୍ରକୂଳରେ ଅବସ୍ଥିତ । ସେଥିପାଇଁ ଏହି ଜିଲାରେ ଅନେକ ଗାଁ ଏପରି ଅଛି, ଯାହା ଉପରେ ସମୁଦ୍ରର ଉଚ୍ଚ ଲହଡ଼ି ଓ ବାତ୍ୟାର ବିପଦ ରହିଥାଏ । ଏହାଦ୍ୱାରା ବହୁତ କ୍ଷତି ମଧ୍ୟ ହୁଏ । ବିଜୟ ଅନୁଭବ କଲେ ଯେ ଯଦି ଏହି ପ୍ରାକୃତିକ ବିପତ୍ତିକୁ ଯଦି କେହି ରୋକିପାରିବ, ତାହାହିଁ ପ୍ରକୃତି । ତେଣୁ ବିଜୟ ବଡ଼କୋଟ ଗାଁରୁ ନିଜର ଅଭିଯାନ ଆରମ୍ଭ କଲେ । ତାଙ୍କର ଏହି ଅଭିଯାନକୁ ବାରବର୍ଷ ହୋଇଗଲାଣି । ବନ୍ଧୁଗଣ ଦୀର୍ଘ ବାରବର୍ଷ ପରିଶ୍ରମ କରି ଗାଁର ପରିସୀମାରେ ସମୁଦ୍ରକୁ ଲାଗି ପଚିଶ ଏକର ବିଶିଷ୍ଟ ଏକ ବୃହତ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି । ଆଜି ଏ ଜଙ୍ଗଲ ଗାଁକୁ ଲୁଣା ପବନ ଏବଂ ବାତ୍ୟା ଦାଉରୁ ସୁରକ୍ଷା ଦେଉଛି । ଏହିଭଳି କାମ ଓଡ଼ିଶାର ପାରାଦ୍ୱୀପ ନିକଟବର୍ତ୍ତୀ ଜଣେ ଇଞ୍ଜିନିୟର ଅମରେଶ ସାମନ୍ତ ବି କରିଛନ୍ତି । ଅମରେଶ କେତେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି ଯାହାକି କେତେକ ଗାଁକୁ ସୁରକ୍ଷା ପ୍ରଦାନ କରୁଛି । ବନ୍ଧୁଗଣ! ଏଭଳି କାମରେ ଆମେ ଯଦି ସମାଜକୁ ସମ୍ପୃକ୍ତ କରିବା ତାହେଲେ ତା’ର ପରିଣାମ ବିଶାଳ ପାଲଟିଥାଏ; ଯେମିତିକି ତାମିଲନାଡ଼ୁର କୋଏମ୍ବାଟୁରରେ ରହୁଥିବା ବସ୍ କଣ୍ଡକ୍ଟର ମରିମୁଥୁ ଯୋଗନାଥନ । ଯୋଗନାଥନ ନିଜ ବସ୍ର ଯାତ୍ରୀଙ୍କୁ ଟିକଟ ତ ଦିଅନ୍ତି, ତା'ସହ ବିନା ପଇସାରେ ଗୋଟିଏ ଚାରା ମଧ୍ୟ ଦେଇଥାନ୍ତି । ଏହିପରି ଭାବେ ଯୋଗନାଥନ ବହୁତ ଗଛ ଲଗାଇସାରିଛନ୍ତି । ଯୋଗନାଥନ ନିଜ ବେତନର ଏକ ବଡ଼ ଅଂଶ ଏହି କାମରେ ଖର୍ଚ୍ଚ କରୁଛନ୍ତି । ଏବେ ଏହାକୁ ଶୁଣିବା ପରେ ଏମିତି କୌଣସି ବ୍ୟକ୍ତି ନ ଥିବେ, ଯିଏକି ମରିମୁଥୁ ଯୋଗନାଥନଙ୍କ କାମକୁ ପ୍ରଶଂସା ନ କରିବେ । ତାଙ୍କର ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ, ମୁଁ ହୃଦୟରୁ ତାଙ୍କୁ ଅନେକ ବଧେଇ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ,
Wasteରୁ Wealth, ଅର୍ଥାତ ଆବର୍ଜନାରୁ ଅଳଙ୍କାର ତିଆରି ସଂପର୍କରେ ଆମେ ସମସ୍ତେ ଦେଖିଛୁ ଆଉ ଶୁଣିଛୁ ମଧ୍ୟ ଏବଂ ଆମେ ଅନେକଙ୍କୁ ଏ ବିଷୟରେ କହିଆସିଛୁ । ଏହିପରି ଭାବେ Wasteକୁ Valueଙ୍କରେ ପରିବର୍ତ୍ତନ କରିବାର କାମ କରାଯାଉଛି । ଏପରି ଏକ ଉଦାହରଣ ହେଉଛି କେରଳର କୋଚ୍ଚିସ୍ଥିତ ସେଂଟ୍ ତେରେସା କଲେଜ । ମୋର ମନେଅଛି ଯେ ୨୦୧୭ରେ ମୁଁ ଏହି କଲେଜର କ୍ୟାମ୍ପସ୍ରେ ଏକ Book Reading ଉପରେ ଆଧାରିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲି । ଏହି କଲେଜର ଛାତ୍ରଛାତ୍ରୀମାନେ Reusable Toys ତିଆରି କରୁଥିଲେ, ତାହା ବି ବହୁତ creative ଢଙ୍ଗରେ । ଏହି ଛାତ୍ରଛାତ୍ରୀମାନେ ଖେଳଣା ତିଆରି କରିବା ପାଇଁ ପୁରୁଣା କପଡ଼ା, ଫିଙ୍ଗାଯାଇଥିବା କାଠଖଣ୍ଡ, ବ୍ୟାଗ୍ ଓ ବାକ୍ସ ବ୍ୟବହାର କରୁଥିଲେ । କେଉଁ ବିଦ୍ୟାର୍ଥୀ Puzzle ତିଆରି କରୁଥିଲା ତ ଆଉ କିଏ କାର୍ ଓ ଟ୍ରେନ୍ ତିଆରି କରୁଥିଲା । ସେଠାରେ ଏହାର ବିଶେଷ ଧ୍ୟାନ ଦିଆଯାଉଥିଲା ଯେ ଖେଳଣା Safe ହେବା ସହ Child Friendly ମଧ୍ୟ ହେବ । ଏହି ସମଗ୍ର ପ୍ରୟାସର ଗୋଟିଏ ଭଲ କଥା ହେଉଛି ଯେ ଏହି ଖେଳଣା ଅଙ୍ଗନୱାଡ଼ି ପିଲାମାନଙ୍କୁ ଖେଳିବା ପାଇଁ ଦିଆଯାଉଥିଲା । ଆଜି ଯେତେବେଳେ ଭାରତ ଖେଳଣା ନିର୍ମାଣ କ୍ଷେତ୍ରରେ ବହୁତ ଉନ୍ନତି କରିଚାଲିଛି, ସେତେବେଳେ Wasteରୁ Valueର ଏହି ଅଭିଯାନ, ଏହି ଅଭିନବ ପ୍ରୟୋଗ ବହୁତ ଗୁରୁତ୍ୱ ରଖିଥାଏ ।
ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଅଛନ୍ତି ଜଣେ ପ୍ରଫେସର ଶ୍ରୀନିବାସ ପଦକାଣ୍ଡଲା । ସେ ବହୁତ ରୋଚକ କାର୍ଯ୍ୟ କରୁଛନ୍ତି । ସେ Automobile Metal Scrapeê ସ୍ଥାପତ୍ୟ ତିଆରି କରୁଛନ୍ତି । ତାଙ୍କଦ୍ୱାରା ତିଆରି ବିଶାଳ ସ୍ଥାପତ୍ୟଗୁଡ଼ିକୁ ସାର୍ବଜନୀକ ଉଦ୍ୟାନଗୁଡ଼ିକରେ ଲଗାଯାଇଛି ଏବଂ ଲୋକେ ସେଗୁଡ଼ିକୁ ବହୁତ ଉତ୍ସାହର ସହ ଦେଖୁଛନ୍ତି । Electronic ଏବଂ Automobileର ବର୍ଜ୍ୟର ପୁନଃଚକ୍ରଣ ବା Recycling କରି ସେ ଏହି ଅଭିନବ ପ୍ରୟୋଗ କରୁଛନ୍ତି । ମୁଁ ପୁଣିଥରେ କୋଚ୍ଚି ଏବଂ ବିଜୟୱାଡ଼ା ଏହି ପ୍ରୟାସଗୁଡ଼ିକୁ ଖୁବ୍ ପ୍ରଶଂସା କରିବା ସହ ଆଶା କରୁଛି ଯେ ଆହୁରି ଅନେକ ବ୍ୟକ୍ତି ଏହିଭଳି ପ୍ରୟାସ କରିବା ପାଇଁ ଆଗେଇଆସିବେ ।
ମୋର ପ୍ରିୟ ଦେଶବାସୀଗଣ,
ଭାରତର ଲୋକ ପୃଥିବୀର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ସେମାନେ ଗର୍ବର ସହ ନିଜକୁ ଭାରତୀୟ ବୋଲି ପରିଚୟ ଦେଇଥାନ୍ତି । ଆମେ ଆମର ଯୋଗ, ଆୟୁର୍ବେଦ, ଦର୍ଶନ ଏବଂ କେତେ କ’ଣ ଉପଲବ୍ଧି ପାଇଁ ଗର୍ବ କରିବା ସଙ୍ଗେସଙ୍ଗେ ନିଜର ସ୍ଥାନୀୟ ଭାଷା, ପରିଚୟ, ପରିଧାନ, ଖାଦ୍ୟପାନୀୟକୁ ନେଇ ମଧ୍ୟ ଗର୍ବ କରିଥାଉ । ଆମକୁ ନୂଆ ତ ପାଇବାର ଅଛି ଏବଂ ତାହାହିଁ ତ ଜୀବନ; କିନ୍ତୁ ତା'ସହିତ ପୁରାତନକୁ ମଧ୍ୟ ଛାଡ଼ିବା ନାହିଁ । ଆମେ ବହୁତ ପରିଶ୍ରମ କରି ନିଜ ଆଖପାଖରେ ରହିଥିବା ଅସାଧାରଣ ସାଂସ୍କୃତିକ ଐତିହ୍ୟଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ହେବ, ନୂଆ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ । ଏହି କାମ ଏବେ ଆସାମରେ ରହୁଥିବା ସିକାରୀ ଟିସୌ ବହୁତ ମନଧ୍ୟାନ ଦେଇ କରୁଛନ୍ତି । Karbi Anglong ଜିଲାର ସିକାରୀ ଟିସୌ ବିଗତ ୨୦ ବର୍ଷ ଧରି Karbi ଭାଷାର documentation କରୁଛନ୍ତି । ଏକଦା କାର୍ବି ଆଦିବାସୀ ଭାଇଭଉଣୀଙ୍କ ଭାଷା କାର୍ବି ଆଜି ମୁଖଧାରାରୁ ଉଭାନ ହେବାକୁ ବସିଛି । ଶ୍ରୀମାନ ସିକାରୀ ଟିସୌ ସ୍ଥିର କରିଛନ୍ତି ଯେ ସେ ନିଜର ଏହି ପରିଚୟକୁ ବଂଚାଇ ରଖିବେ ଏବଂ ଆଜି ତାଙ୍କ ପ୍ରୟାସରେ କାର୍ବି ଭାଷାର ବହୁତ ତଥ୍ୟ documented ହୋଇସାରିଛି । ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ଅନେକ ସ୍ଥାନରୁ ପ୍ରଶଂସା ଏବଂ ପୁରସ୍କାର ମଧ୍ୟ ମିଳିଛି । "ମନ୍ କୀ ବାତ୍' ଜରିଆରେ ଶ୍ରୀମାନ ସିକାରୀ ଟିସୌଙ୍କୁ ମୁଁ ଅଭିନନ୍ଦନ ଜଣାଉଛି; କିନ୍ତୁ ମୁଁ ଦେଶର କୋଣଅନୁକୋଣରେ ଥିବା ଏପରି ସାଧକମାନଙ୍କୁ ମଧ୍ୟ ବଧେଇ ଜଣାଉଛି, ଯେଉଁମାନେ ଏପରି କାମରେ ଦିନରାତି ଲାଗିରହିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ,
ଯେକୌଣସି ନୂଆ ଆରମ୍ଭ ଅର୍ଥାତ New Beginning ସବୁବେଳେ ସ୍ୱତନ୍ତ୍ର ହୋଇଥାଏ । New Beginningଅର୍ଥ New Possibilities – ନୂଆ ପ୍ରୟାସ । ଏବଂ ନୂଆ ପ୍ରୟାସର ଅର୍ଥ ନୂଆ ଶକ୍ତି ଓ ନୂଆ ଉଦ୍ଦୀପନା । ଏହି କାରଣରୁ ଭିନ୍ନ ଭିନ୍ନ ରାଜ୍ୟ ଏବଂ ଅଂଚଳର ଏବଂ ବିବିଧତାରେ ଭରା ଆମ ସଂସ୍କୃତିରେ ପ୍ରତ୍ୟେକ ଆରମ୍ଭକୁ ଉତ୍ସବ ଭାବେ ପାଳନ କରିବାର ପରମ୍ପରା ରହିଛି । ଆଉ ଏହି ସମୟ ନୂଆ ଆରମ୍ଭ ଓ ନୂଆ ଉତ୍ସବ ଆଗମନର ସମୟ । ହୋଲି ମଧ୍ୟ ବସନ୍ତକୁ ଉତ୍ସବ ଭାବେ ପାଳନ କରିବାର ଏକ ପରମ୍ପରା । ଯେତେବେଳେ ଆମେ ରଂଗ ସହ ହୋଲି ପାଳନ କରିଥାଉ, ସେହି ସମୟ ବସନ୍ତ ମଧ୍ୟ ଆମ ଚତୁର୍ଦିଗରେ ନୂତନ ରଙ୍ଗ ବୁଣିଦେଇଥାଏ । ଏହି ସମୟରେ ଫୁଲ ଫୁଟି ବାସ ଚହଟିବା ଆରମ୍ଭ ହୁଏ ଏବଂ ପ୍ରକୃତି ଜୀବନ୍ତ ହୋଇଉଠେ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଖୁବ୍ଶୀଘ୍ର ନୂଆବର୍ଷ ମଧ୍ୟ ପାଳନ କରାଯିବ । ସେ ଉଗାଦି ହେଉ ବା ପୁଥଣ୍ଡୁ, ଗୁଡ଼ିପଡ଼ୱା ହେଉ ଅବା ବିହୁ, ନବରହେ ହେଉ ବା ପୋଇଲା ବା ପୁଣି ବୋଇଶାଖ ହେଉ ବା ବୈଶାଖୀ – ପୁରା ଦେଶ ଆନନ୍ଦ ଉତ୍ସାହ ଏବଂ ନୂତନ ଆଶାର ରଙ୍ଗରେ ଉଚ୍ଛୁଳୁଥାଏ । ଏହି ସମୟରେ କେରଳରେ ବି ଖୁବ୍ ସୁନ୍ଦର ପର୍ବ ବିଶୁ ପାଳନ କରାଯାଏ । ଏହାପରେ ଖୁବ୍ଶୀଘ୍ର ଚୈତ୍ର ନବରାତ୍ରିର ପବିତ୍ର ଅବସର ଆସିଯିବ । ଚୈତ୍ରମାସର ନବମ ଦିନରେ ଆମର ଏଠି ରାମନବମୀ ପର୍ବ ଅନୁଷ୍ଠିତ ହୋଇଥାଏ । ଏହାକୁ ଭଗବାନ ରାମଙ୍କ ଜନ୍ମ ଉତ୍ସବ ସହ ନ୍ୟାୟ ଏବଂ ପରାକ୍ରମର ଏକ ନୂତନ ଯୁଗର ପ୍ରାରମ୍ଭ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ସର୍ବତ୍ର ଖୁବ୍ ଧୁମ୍ଧାମ୍ରେ ଭକ୍ତିଭାବପୂର୍ଣ୍ଣ ପବିତ୍ର ପରିବେଶ ସୃଷ୍ଟି ହୋଇଥାଏ । ଯାହାକି ଲୋକମାନଙ୍କୁ ଆହୁରି ନିକଟତର କରିଥାଏ, ପରିବାର ଏବଂ ସମାଜକୁ ସଂଯୁକ୍ତ କରିଥାଏ, ପରସ୍ପରର ସମ୍ପର୍କକୁ ମଜବୁତ କରେ । ଏହି ଉତ୍ସବଗୁଡ଼ିକ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି ।
ବନ୍ଧୁଗଣ,
୪ ଏପ୍ରିଲରେ ଦେଶ ଇଷ୍ଟର୍ ମଧ୍ୟ ପାଳନ କରିବ । ଯୀଶୁଖ୍ରୀଷ୍ଟଙ୍କ ପୁନର୍ଜୀବନ ଉତ୍ସବ ରୂପେ ଇଷ୍ଟର ପର୍ବ ପାଳନ କରାଯାଏ । ପ୍ରତୀକାତ୍ମକ ଭାବେ କହିଲେ ଇଷ୍ଟର ଜୀବନର ନୂତନ ଆରମ୍ଭ ସହ ଜଡ଼ିତ । ଇଷ୍ଟର ଆଶାର ପୁନର୍ଜୀବିତ ହେବାର ପ୍ରତୀକ ଅଟେ । On this holy and auspicious occasion, I greet not only the Christian Community in India, but also Christians globally.
ମୋର ପ୍ରିୟ ଦେଶବାସୀଗଣ,
ଆଜି "ମନ୍ କୀ ବାତ୍'ରେ ଆମେ ‘ଅମୃତ ମହୋତ୍ସବ’ ଓ ଦେଶ ପାଇଁ ନିଜ କର୍ତ୍ତବ୍ୟ ସମ୍ପର୍କରେ କଥା ହେଲେ । ଆମେ ଅନ୍ୟ ପର୍ବପର୍ବାଣୀ ଓ ଉତ୍ସବ ସମ୍ପର୍କରେ ମଧ୍ୟ ଆଲୋଚନା କଲେ । ଏହାରି ମଧ୍ୟରେ ଆଉ ଏକ ପର୍ବ ଆସିବାର ଅଛି, ଯାହା ଆମ ସାମ୍ବିଧାନିକ ଅଧିକାର ଓ କର୍ତବ୍ୟକୁ ସ୍ମରଣ କରାଇ ଦେଇଥାଏ । ତାହା ହେଉଛି ୧୪ ଏପ୍ରିଲ – ଡକ୍ଟର ବାବାସାହେବ ଅମ୍ବେଦକରଙ୍କ ଜନ୍ମଜୟନ୍ତୀ । ଏଥର ‘ଅମୃତ ମହୋତ୍ସବ’ରେ ତ ଏହା ଆହୁରି ସ୍ୱତନ୍ତ୍ର ହୋଇଯାଇଛି । ମୋର ବିଶ୍ୱାସ ଯେ ବାବାସାହେବଙ୍କ ଏହି ଜୟନ୍ତୀକୁ ଆମେ ନିଶ୍ଚିତ ରୂପେ ସ୍ମରଣୀୟ କରିବା, ନିଜ କର୍ତ୍ତବ୍ୟ ପାଳନ କରିବାର ସଙ୍କଳ୍ପ ନେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଏହି ବିଶ୍ୱାସ ସହ, ଆପଣ ସମସ୍ତଙ୍କୁ ପର୍ବ ଉତ୍ସବ ପାଇଁ ପୁଣିଥରେ ଶୁଭକାମନା ଜଣାଉଛି । ଆପଣ ସମସ୍ତେ ଖୁସି ରୁହନ୍ତୁ, ସୁସ୍ଥ ରହନ୍ତୁ ଓ ପର୍ବଗୁଡ଼ିକର ଖୁବ୍ ମଜା ନିଅନ୍ତୁ । ଏହି କାମନା ସହ ପୁଣିଥରେ ମନେ ପକାଇ ଦେଉଛି "ଦବାଇ ଭି – କଡ଼ାଇ ଭି' । ବହୁତ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର!
ଏଥର ଯେତେବେଳେ ମୁଁ ‘ମନ୍ କି ବାତ୍’ ପାଇଁ ଆସୁଥିବା ଚିଠି, ମତାମତ, ଇନ୍ପୁଟ୍ସ ଯାହାସବୁ ଆସିଥାଏ ସେସବୁ ଉପରେ ଦୃଷ୍ଟିନିକ୍ଷେପ କରୁଥିଲି, ଦେଖିଲି, ଅନେକ ଲୋକ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେ ପକାଇଛନ୍ତି । My Govରେ ବେଙ୍ଗାଲୁରୁରୁ ଆରିୟନ ଶ୍ରୀ-ଅନୁପ ରାଓ, ନୋଏଡାରୁ ଦେବେଶ, ଠାଣେରୁ ସୁଜିତ – ଏମାନେ ସମସ୍ତେ କହିଛନ୍ତି ଯେ, ମୋଦି ଜୀ ଏହା ହେଉଛି ‘ମନ କି ବାତ୍’ର ୭୫ତମ ଅଧ୍ୟାୟ, ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ । ମୁଁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି କାରଣ, ଆପଣ ଏତେ ମନ ଦେଇ ‘ମନ୍ କି ବାତ୍’କୁ follow କରିଆସିଛନ୍ତି ଏବଂ ଏହା ସହିତ ଯୋଡ଼ିହୋଇ ରହିଛନ୍ତି । ଏହା ମୋ ପାଇଁ ଖୁବ୍ ଗୌରବର କଥା ଓ ଆନନ୍ଦର କଥା । ମୋ ତରଫରୁ ଆପଣମାନଙ୍କୁ ତ ଧନ୍ୟବାଦ ଜଣାଉଛି, ତା’ସହିତ ‘ମନ୍ କି ବାତ୍’ର ସମସ୍ତ ଶ୍ରୋତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି, କାରଣ ଆପଣମାନଙ୍କ ସାହଚର୍ଯ୍ୟ ବିନା ଏ ଯାତ୍ରା କଦାପି ସମ୍ଭବ ନ ଥିଲା । ଲାଗୁଛି, ସତେ ଯେମିତି ଏହା କାଲିର କଥା, ଯେତେବେଳେ ଆମେ ସମସ୍ତେ ଏକାଠି ମିଶି ଏହି ବୈଚାରିକ ଯାତ୍ରା ଆରମ୍ଭ କରିଥିଲୁ । ସେଦିନ ଥିଲା ୨୦୧୪, ଅକ୍ଟୋବର ୩ ତାରିଖ ବିଜୟାଦଶମୀର ପବିତ୍ର ପର୍ବ ଏବଂ ଯୋଗକୁ ଆଜି ହୋଲିକା ଦହନ (ଦୋଳ ପୂର୍ଣ୍ଣିମା) । “ଏକ ଦୀପେ ଜଳୁ ଆଉ ଏକ, ଆଲୋକିତ ହେଉ ଦେଶଯାକ” – ଏହି ଚିନ୍ତାଧାରାରେ ପରିଚାଳିତ ହୋଇ ଆମେ ଏତେ ବାଟ ଆସିଛୁ । ଆମେ ଦେଶର କୋଣ-ଅନୁକୋଣରେ ଥିବା ଲୋକଙ୍କ ସହିତ କଥା ହେଲୁ ଏବଂ ସେମାନଙ୍କ ଅସାଧାରଣ କାର୍ଯ୍ୟ ସମ୍ପର୍କରେ ଅବଗତ ହେଲୁ । ଆପଣମାନେ ମଧ୍ୟ ଅନୁଭବ କରିଥିବେ ଯେ, ଆମ ଦେଶର ସୁଦୂର କୋଣ-ଅନୁକୋଣରେ ବି, କିଭଳି ଅଭୂତପୂର୍ବ କ୍ଷମତା ଭରିରହିଛି । ଭାରତମାତାର କୋଳରେ କିଭଳି ରତ୍ନମାନ ରହିଛନ୍ତି । ଏହା ସ୍ୱୟଂ ଗୋଟିଏ ସମାଜକୁ ଦେଖିବାର, ସମାଜକୁ ଜାଣିବାର, ସମାଜର ସାମର୍ଥ୍ୟକୁ ଚିହ୍ନିବାର ବିଶେଷ କରି ମୋ ପାଇଁ ଗୋଟିଏ ଅଦ୍ଭୁତ ଅନୁଭୂତି ଥିଲା । ଏହି ୭୫ଟି ଅଧ୍ୟାୟ ସମୟରେ କେତେ ଯେ ବିଷୟ ଦେଇ ଗତି କରିବାକୁ ହେଲା । କେତେବେଳେ ନଦୀର କଥା ତ କେତେବେଳେ ହିମାଳୟର ଶିଖରର କଥା, କେତେବେଳେ ମରୁଭୂମିର କଥା ତ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟର କଥା, କେତେବେଳେ ମାନବ ସେବାର ଅଗଣିତ କାହାଣୀର ଅନୁଭୂତି ତ ଆଉ କେତେବେଳେ ଟେକ୍ନୋଲୋଜିର ଆବିଷ୍କାର, ପୁଣି କେତେବେଳେ କୌଣସି ଅଜଣା ଇଲାକାରେ କିଛି ନୂଆ କରି ଦେଖାଇଥିବା ବ୍ୟକ୍ତିର ଅନୁଭବର କଥା । ଆପଣ ନିଜେ ଦେଖନ୍ତୁ, ସ୍ୱଚ୍ଛତା କଥା ହେଉ କିମ୍ବା ଆମ ଐତିହ୍ୟର ସୁରକ୍ଷା କଥା ହେଉ ଅବା ଖେଳନା ତିଆରି କରିବା କଥା ହେଉ, କ’ଣ କ’ଣ ନ ଥିଲା? ହୁଏତ ଏତେ ବିଷୟକୁ ଆମେ ଛୁଇଁଛୁ ଯାହାର ସଂଖ୍ୟା ଅଗଣନ । ଇତିମଧ୍ୟରେ ସମୟ ସମୟରେ ଆମେ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛୁ, ସେମାନଙ୍କ ବିଷୟରେ ଜ୍ଞାନ ଆହରଣ କରିଛୁ, ଯେଉଁମାନେ କି ଭାରତ ନିର୍ମାଣରେ ସେମାନଙ୍କର ଅତୁଳନୀୟ ଅବଦାନ ରଖିଯାଇଛନ୍ତି । ଆମେ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ, ସେଥିରୁ ପ୍ରେରଣା ଗ୍ରହଣ କରିବାକୁ ଚେଷ୍ଟା କରିଛୁ । ଆପଣମାନେ ଅନେକ କଥା ମୋତେ କହିଛନ୍ତି, ଅନେକ ଆଇଡିଆ ଦେଇଛନ୍ତି । ଏହି ବିଚାରଯାତ୍ରାରେ ଆପଣ ଏକ ପ୍ରକାର ସହଯାତ୍ରୀ ପାଲଟିଛନ୍ତି, ଏହାସହ ଯୋଡ଼ିହୋଇ ରହି କିଛି ନା କିଛି ନୂଆ ପ୍ରସ୍ତାବ ବି ଦେଇଛନ୍ତି । ମୁଁ ଆଜି ଏହି ୭୫ତମ ଅଧ୍ୟାୟ ସମୟରେ ସର୍ବପ୍ରଥମେ, ‘ମନ୍ କି ବାତ୍’କୁ ସାଫଲ୍ୟମଣ୍ଡିତ କରିବା ପାଇଁ, ସମୃଦ୍ଧ କରିବା ପାଇଁ ଏବଂ ଏହାସହିତ ଯୋଡ଼ି ହୋଇ ରହିଥିବା ଯୋଗୁଁ ପ୍ରତ୍ୟେକ ଶ୍ରୋତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।
ମୋର ପ୍ରିୟ ଦେଶବାସୀଗଣ,
ଦେଖନ୍ତୁ, ଏହା କେତେ ବଡ଼ ଏବଂ ସୁଖଦ ସଂଯୋଗ ଯେ, ଆଜି ମୋତେ ‘ମନ୍ କି ବାତ୍’ର ୭୫ତମ ଅଧ୍ୟାୟରେ ମନକଥା କହିବାର ସୁଯୋଗ ମିଳିଛି ଏବଂ ଏହି ମାସ ପୁଣି ଭାରତର ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୁର୍ତି ଉପଲକ୍ଷେ ଆୟୋଜିତ ହେଉଥବା ‘ଅମୃତ ମହୋତ୍ସବ’ ଆରମ୍ଭର ମାସ । ‘ଅମୃତ ମହୋତ୍ସବ’ ଦାଣ୍ଡିଯାତ୍ରା ଦିନଠାରୁ ଆରମ୍ଭ ହୋଇଛି ଏବଂ ଏହା ଅଗଷ୍ଟ ୧୫, ୨୦୨୩ ପର୍ଯ୍ୟନ୍ତ ଚାଲିବ । ‘ଅମୃତ ମହୋତ୍ସବ’ ସଂଲଗ୍ନ କାର୍ଯ୍ୟକ୍ରମ ସାରା ଦେଶରେ ଅନବରତ ଭାବେ ଆୟୋଜିତ ହେଉଛି । ବିଭିନ୍ନ ସ୍ଥାନରୁ ଏହି କାର୍ଯ୍ୟକ୍ରମର ଫଟୋଚିତ୍ର, ସୂଚନା ଆଦି ଲୋକେ ଶେୟାର କରୁଛନ୍ତି । ନମୋ ଆପ୍ରେ ଏଭଳି କିଛି ଫଟୋ ସହିତ ଝାଡ଼ଖଣ୍ଡର ନବୀନ ମୋତେ ଗୋଟିଏ ବାର୍ତା ପଠେଇଛନ୍ତି । ସେ ଲେଖିଛନ୍ତି ଯେ, ସେ ‘ଅମୃତ ମହୋତ୍ସବ’ର କାର୍ଯ୍ୟକ୍ରମ ଦେଖିଲେ ଏବଂ ସ୍ଥିର କଲେ ଯେ, ସେ ମଧ୍ୟ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ଅତି କମ୍ରେ ଦଶଟି ଜାଗାକୁ ଯିବେ । ତାଙ୍କ ତାଲିକାରେ ପ୍ରଥମ ନାମ ହେଉଛି ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ । ନବୀନ ଲେଖିଛନ୍ତି ଯେ, ଝାଡ଼ଖଣ୍ଡର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ କାହାଣୀଗୁଡ଼ିକୁ ସେ ଦେଶର ଅନ୍ୟ ଅଞ୍ଚଳରେ ପହଞ୍ଚାଇବେ । ଭାଇ ନବୀନ, ଆପଣଙ୍କ ଏହି ଚିନ୍ତାଧାରା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ହେଉ, କୌଣସି ସ୍ଥାନର ଇତିହାସ ହେଉ, ଦେଶର କୌଣସି ସାଂସ୍କୃତିକ କାହାଣୀ ହେଉ, ‘ଅମୃତ ମହୋତ୍ସବ’ ସମୟରେ ଆପଣ ଏହାକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିପାରନ୍ତି । ଦେଶବାସୀଙ୍କୁ ତା’ ସହିତ ଯୋଡ଼ିବାର ମାଧ୍ୟମ ହୋଇପାରନ୍ତି । ଆପଣ ଲକ୍ଷ୍ୟ କରିବେ, ଦେଖୁ ଦେଖୁ ଅମୃତ ମହୋତ୍ସବ ଏଭଳି ଅନେକ ପ୍ରେରଣାଦାୟୀ ଅମୃତ ବିନ୍ଦୁରେ ଭରିଯିବ । ପରେ ଏଭଳି ଏକ ଅମୃତଧାରା ପ୍ରବାହିତ ହେବ, ଯାହା ଆମକୁ ଭାରତର ସ୍ୱାଧୀନତା ପ୍ରାପ୍ତିର ଏକ ଶତ ବର୍ଷ ଯାଏ ପ୍ରେରଣା ଯୋଗାଇବ । ଦେଶକୁ ଉନ୍ନତିର ନୂତନ ଶିଖରକୁ ନେଇଯିବ, କିଛି ନା କିଛି କରିବାର ଉତ୍ସାହ ସୃଷ୍ଟି କରିବ । ସ୍ୱାଧୀନତା ସଂଗ୍ରାମରେ ଆମ ସଂଗ୍ରାମୀମାନେ ଏତେ କଷ୍ଟ ଏଥିପାଇଁ ସହିଲେ କାରଣ, ସେମାନେ ଦେଶ ପାଇଁ ତ୍ୟାଗ ଏବଂ ବଳିଦାନକୁ ନିଜ କର୍ତବ୍ୟ ମନେ କରୁଥିଲେ । ସେମାନଙ୍କ ତ୍ୟାଗ ଓ ବଳିଦାନର ଅମର କାହାଣୀମାନ ଆମକୁ ନିରନ୍ତର ଭାବେ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଉ । ଯେମିତି ଭଗବାନ କୃଷ୍ଣ ଗୀତାରେ କହିଛନ୍ତି –
ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ
ଏହି ଭାବ ବହନ କରି, ଆମେ ସମସ୍ତେ, ଆମର କର୍ତବ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରିବା । ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅର୍ଥ ହେଉଛି ଆମେ କିଛି ନୂଆ ସଂକଳ୍ପ ନେବା । ସେହି ସଂକଳ୍ପକୁ ସାକାର କରିବା ପାଇଁ ମନ-ପ୍ରାଣ ଦେଇ ଲାଗି ପଡ଼ିବା । ଆଉ ସେ ସଂକଳ୍ପ ହେଉ ସମାଜ କଲ୍ୟାଣର, ଦେଶ ହିତର ଅବା ଭାରତର ଉଜ୍ଜ୍ୱଳ ଭବିଷ୍ୟତର । ସେହି ସଂକଳ୍ପରେ ମୋ ନିଜର କିଛି ନା କିଛି ଦାୟିତ୍ୱ ରହୁ, ମୋର କିଛି କର୍ତ୍ତବ୍ୟ ଯୋଡ଼ିହୋଇ ରହୁ । ଭଗବତ୍ ଗୀତାକୁ ଅନୁସରଣ କରି ଜୀଇଁବାର ଏହି ସୁବର୍ଣ୍ଣ ସୁଯୋଗ ଆମ ପାଖରେ ରହିଛି, ବୋଲି ମୋର ବିଶ୍ୱାସ ।
ମୋର ପ୍ରିୟ ଦେଶବାସୀଗଣ,
ଗତବର୍ଷ ଏହି ମାର୍ଚ୍ଚ ମାସରେ ଦେଶବାସୀ ପ୍ରଥମ ଥର ପାଇଁ ଜନତା କର୍ଫ୍ୟୁ ଶବ୍ଦଟି ଶୁଣିଥିଲେ । ହେଲେ, ଏହି ମହାନ ଦେଶର ମହାନ ଜନତାଙ୍କ ମହାଶକ୍ତିର ଅନୁଭବକୁ ଦେଖନ୍ତୁ, ଯାହା ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ ପାଲଟିଯାଇଥିଲା । ଅନୁଶାସନର ଏହା ଏକ ଅଭୂତପୂର୍ବ ଉଦାହରଣ ଥିଲା । ଆଗାମୀ ପିଢ଼ିମାନେ ଏହି କଥାକୁ ନେଇ ନିଶ୍ଚିତ ଗର୍ବ ଅନୁଭବ କରିବେ । ସେହିଭଳି କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଏବଂ ଆଦର ପ୍ରଦର୍ଶନରେ ଥାଳି ବଜାଇବା, ତାଳି ବଜାଇବା ଆଉ ଦୀପ ଜଳାଇବା । କରୋନା ଯୋଦ୍ଧାଙ୍କ ହୃଦୟକୁ ତାହା କିଭଳି ସ୍ପର୍ଶ କରିଯାଇଥିଲା, ସେକଥା ଆପଣ ଅନୁମାନ ମଧ୍ୟ କରି ନ ଥିବେ । ସେଇଥିପାଇଁ ତ ସେମାନେ ବର୍ଷ ତମାମ ଅକ୍ଳାନ୍ତ ଆଉ ଅବିରତ ଭାବେ କରୋନା ମୁକାବିଲାରେ ଲାଗି ରହିଥିଲେ । ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କଲେ । ଗତବର୍ଷ ଏହି ସମୟରେ ପ୍ରଶ୍ନ ଥିଲା ଯେ କରୋନା ଟିକା କେବେ ବାହାରିବ? ବନ୍ଧୁଗଣ, ଏହା ଆମମାନଙ୍କ ପାଇଁ ଗର୍ବର ବିଷୟ ଯେ, ଭାରତ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଟିକାକରଣ କାର୍ଯ୍ୟକ୍ରମର ଫଟୋଚିତ୍ର ସମ୍ପର୍କରେ ମୋତେ ଭୁବନେଶ୍ୱରର ପୁଷ୍ପା ଶୁକ୍ଳା ଲେଖିଛନ୍ତି । ଘରର ବୟସ୍କମାନଙ୍କ ମଧ୍ୟରେ ଟିକାକୁ ନେଇ ଯେଉଁଭଳି ଉତ୍ସାହ ପରିଲକ୍ଷିତ ହେଉଛି ସେ ସମ୍ପର୍କରେ ମୁଁ ‘ମନ୍ କି ବାତ୍’ରେ ଆଲୋଚନା କରିବା ପାଇଁ ଅନୁରୋଧ କରିଛନ୍ତି । ବନ୍ଧୁଗଣ ଏହା ଠିକ କଥା । ଦେଶର କୋଣ-ଅନୁକୋଣରୁ ଆମେ ଏଭଳି ଚିତ୍ରମାନ ଦେଖୁଛୁ, ଏଭଳି ଖବରମାନ ଶୁଣୁଛୁ, ଯାହା ଆମ ହୃଦୟକୁ ଛୁଇଁଯାଉଛି । ୟୁ.ପି.ର ଜୌନ୍ପୁରରେ ୧୦୯ ବର୍ଷ ବୟସ୍କ ବୃଦ୍ଧ ମା’ ରାମଦୁଲୈୟା ଟିକା ନେଇଛନ୍ତି । ସେହିଭଳି ଦିଲ୍ଲୀରେ ବି ୧୦୭ ବର୍ଷ ବୟସ୍କ କେୱଲ୍ କୃଷ୍ଣ ମଧ୍ୟ ଟିକା ନେଇଛନ୍ତି । ହାଇଦ୍ରାବାଦରେ ୧୦୦ ବର୍ଷ ବୟସ୍କ ଜୟ ଚୌଧୁରୀ ଟିକା ଗ୍ରହଣ କରିବା ସହ ସମସ୍ତଙ୍କୁ ଏହି ଟିକା ନେବାପାଇଁ ଅନୁରୋଧ କରିଛନ୍ତି । ମୁଁ ଟ୍ୱିଟର୍-ଫେସବୁକରେ ଏକଥା ମଧ୍ୟ ଦେଖୁଛି ଯେ, ଲୋକେ କିଭଳି ତାଙ୍କ ପରିବାରର ବୟସ୍କ ବ୍ୟକ୍ତିମାନଙ୍କ ଟିକା ନେବା ପରର ଫଟୋ ଅପ୍ଲୋଡ କରୁଛନ୍ତି । କେରଳର ଜଣେ ଯୁବକ ଆନନ୍ଦନ ନାୟର ତ ଏହାର ଗୋଟିଏ ନୂତନ ନାମକରଣ କରିଦେଇଛନ୍ତି – ଭାକ୍ସିନ୍ ସେବା । ସେହିଭଳି ବାର୍ତା ଦିଲ୍ଲୀରୁ ଶିବାନୀ, ହିମାଚଳରୁ ହିମାଂଶୁ ଏବଂ ଆହୁରି ଅନେକ ଯୁବବନ୍ଧୁଗଣ ପଠେଇଛନ୍ତି । ମୁଁ ଆପଣ ସମସ୍ତ ଶ୍ରୋତାମାନଙ୍କ ଏଭଳି ଚିନ୍ତାଧାରାକୁ ପ୍ରଶଂସା କରୁଛି । ଏସବୁ ଭିତରେ କରୋନା ସହ ସଂଗ୍ରାମର ମନ୍ତ୍ର ମଧ୍ୟ ମନେ ରଖନ୍ତୁ – ଔଷଧ ବି, ସାବଧାନତା ବି । ଖାଲି କଥାରେ ନୁହେଁ, ଆମକୁ ବଞ୍ଚିବାକୁ ହେବ, ବତାଇବାକୁ ହେବ, ‘ଔଷଧ ବି ସାବଧାନତା ବି’ ଏବଂ ଏ ନିୟମ ପାଳନ ସମ୍ପର୍କରେ ବି ପ୍ରତିଜ୍ଞାବଦ୍ଧ କରିବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ,
ମୁଁ ଆଜି ଇନ୍ଦୋରର ସୌମ୍ୟାଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି । ସେ ଗୋଟିଏ ବିଷୟ ପ୍ରତି ମୋର ଦୃଷ୍ଟି ଆକର୍ଷଣ କରି ‘ମନ୍ କି ବାତ୍’ରେ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋତେ ଅନୁରୋଧ କରିଛନ୍ତି । ଏହି ବିଷୟଟି ହେଉଛି ଭାରତର କ୍ରିକେଟର ମିତାଲି ରାଜଙ୍କ ନୂତନ ରେକର୍ଡ଼ । ମିତାଲି ନିକଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଅନେକ ଅନେକ ଅଭିନନ୍ଦନ । ଆହୁରି ମଧ୍ୟ, ସେ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ ଖେଳରେ ୭୦୦୦ ରନ୍ ସଂଗ୍ରହ କରିଥିବା, ବିଶ୍ୱର ଏକମାତ୍ର ମହିଳା କ୍ରୀଡ଼ାବିତ୍ । ମହିଳା କ୍ରିକେଟ କ୍ଷେତ୍ରରେ ତାଙ୍କର ଯୋଗଦାନ ଅତୁଳନୀୟ । ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ରିକେଟ କ୍ୟାରିୟରରେ ମିତାଲି ରାଜ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛନ୍ତି । ତାଙ୍କର କଠିନ ପରିଶ୍ରମ ଏବଂ ସଫଳତାର କାହାଣୀ କେବଳ ମହିଳା କ୍ରିକେଟର ନୁହନ୍ତି ବରଂ ପୁରୁଷ କ୍ରିକେଟର୍ମାନଙ୍କ ପାଇଁ ମଧ୍ୟ ପ୍ରେରଣାର ସ୍ରୋତ ।
ବନ୍ଧୁଗଣ,
ଏହା ଗୋଟିଏ ମଜାଦାର କଥା ଯେ, ମାର୍ଚ୍ଚ ମାସରେ ଆମେ ମହିଳା ଦିବସ ପାଳନ କରୁଥିବା ସମୟରେ ଅନେକ ମହିଳା କ୍ରୀଡ଼ାବିତ୍ ପଦକ ଏବଂ ରେକର୍ଡ଼ ନିଜ ନାମରେ କରିଛନ୍ତି । ଦିଲ୍ଲୀଠାରେ ଆୟୋଜିତ ହୋଇଥିବା ବନ୍ଧୁକଚାଳନା ପ୍ରତିଯୋଗିତା ଆଇ.ଏସ.ଏସ.ଏଫ୍. ୱାର୍ଲ୍ଡକପରେ ଭାରତ ସର୍ବୋଚ୍ଚ ସ୍ଥାନ ହାସଲ କଲା । ସ୍ୱର୍ଣ୍ଣପଦକ ସଂଖ୍ୟାରେ ମଧ୍ୟ ଭାରତ ଅଗ୍ରଣୀ ରହିଲା । ଏହା ଭାରତର ମହିଳା ଏବଂ ପୁରୁଷ ଶୁଟର୍ମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ହିଁ ସମ୍ଭବ ହୋଇପାରିଲା । ଇତିମଧ୍ୟରେ ପି.ଭି. ସିନ୍ଧୁ BWF Swiss Open Super 300 ଟୁର୍ଣ୍ଣାମେଣ୍ଟରେ ରୌପ୍ୟପଦକ ଲାଭ କରିଛନ୍ତି । ଆଜି ଶିକ୍ଷାଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ, ସଶସ୍ତ୍ର ବାହିନୀଠାରୁ ଆରମ୍ଭ କରି ବିଜ୍ଞାନ ଏବଂ କାରିଗରି କୌଶଳ ଯାଏ, ପ୍ରତ୍ୟେକ କ୍ଷେତ୍ରରେ ଦେଶର ଝିଅମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଚାଲିଛନ୍ତି । ଝିଅମାନେ କ୍ରୀଡ଼ା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାରୁ ମୋତେ ଖୁସି ଲାଗୁଛି । କ୍ରୀଡ଼ାକୁ ନିଜର ବୃତି ଭାବେ ପସନ୍ଦ କରିବାର ଧାରା ବଢ଼ିବାରେ ଲାଗିଛି ।
ମୋର ପ୍ରିୟ ଦେଶବାସୀଗଣ,
କିଛିଦିନ ପୂର୍ବର ମାରିଟାଇମ୍ ଇଣ୍ଡିଆ ସମିଟ୍ କଥା ଆପଣମାନଙ୍କର ମନେଅଛି ତ? ଏହି ଶିଖର ସମ୍ମିଳନୀରେ ମୁଁ କ’ଣ କହିଥିଲି – ଆପଣଙ୍କର ମନେଅଛି କି? ଏକଥା ସ୍ୱାଭାବିକ ଯେ, ଏତେଗୁଡ଼ିଏ କାର୍ଯ୍ୟକ୍ରମ ହେଉଛି, ଏତେ କଥା କୁହାଯାଉଛି, ସବୁ କଥା କ’ଣ ମନେ ରହିବ ନା ସେସବୁ ଉପରେ ଦୃଷ୍ଟିଯିବ? କିନ୍ତୁ ମୋର ଗୋଟିଏ ଅନୁରୋଧକୁ ଗୁରୁପ୍ରସାଦ ଖୁବ ଆଗ୍ରହର ସହିତ ଆଗେଇ ନେଇଥିବାରୁ ମୋତେ ଭଲ ଲାଗିଲା । ସେହି ଶିଖର ସମ୍ମିଳନୀରେ ମୁଁ ଦେଶରେ ଥିବା ବତୀଘର ନିକଟବର୍ତ୍ତୀ ଇଲାକାରେ ପର୍ଯ୍ୟଟନ ସୁବିଧା ବିକଶିତ କରିବା କଥା କହିଥିଲି । ଗୁରୁପ୍ରସାଦ ତାମିଲନାଡ଼ୁର ଦୁଇଟି ବତୀଘର – ଚେନ୍ନାଇ ଲାଇଟ୍ ହାଉସ୍ ଏବଂ ମହାବଲିପୁରମ୍ ଲାଇଟ୍ ହାଉସ୍କୁ ୨୦୧୯ରେ ନିଜ ଯାତ୍ରାର ଅନୁଭୂତି ଶେୟାର କରିଛନ୍ତି । ସେ ଖୁବ ଚିତାକର୍ଷକ ତଥ୍ୟମାନ ଶେୟାର କରିଛନ୍ତି ଯାହା, ‘ମନ୍ କି ବାତ୍’ ଶୁଣୁଥିବା ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିବ । ଯେମିତିକି ଚେନ୍ନାଇ ଲାଇଟ୍ ହାଉସ୍ ବିଶ୍ୱର କିଛି ହାତଗଣତି ଲାଇଟ୍ ହାଉସ୍ଗୁଡ଼ିକରୁ ଅନ୍ୟତମ, ଯେଉଁଠି ଏଲିଭେଟର୍ ରହିଛି । କେବଳ ଏତିକି ନୁହେଁ, ଭାରତର ଏହା ଏକମାତ୍ର ଲାଇଟ୍ ହାଉସ୍ ଯାହା ସହରର ସୀମା ମଧ୍ୟରେ ଅବସ୍ଥିତ । ଏଥିରେ ବିଦ୍ୟୁତ ଯୋଗାଣ ପାଇଁ ସୋଲାର୍ ପ୍ୟାନେଲ୍ ମଧ୍ୟ ଲାଗିଛି । ଗୁରୁପ୍ରସାଦ ଲାଇଟ୍ ହାଉସ୍ର ହେରିଟେଜ ମ୍ୟୁଜିୟମ୍ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ଯାହା ମେରାଇନ୍ ନାଭିଗେସନ୍ର ଇତିହାସକୁ ପ୍ରଦର୍ଶିତ କରୁଛି। ମ୍ୟୁଜିୟମ୍ରେ ତେଲରେ ଜଳୁଥିବା ବଡ଼ ବଡ଼ ବତୀ, କିରୋସିନ ଲାଇଟ୍, ପେଟ୍ରୋଲିୟମ ଭେପର୍ ଏବଂ ପୁରାତନ ସମୟରେ ପ୍ରୟୋଗ କରାଯାଉଥିବା ବିଜୁଳିବତୀକୁ ପ୍ରଦର୍ଶିତ କରାଯାଇଛି । ଭାରତର ସର୍ବପୁରାତନ ବତୀଘର – ମହାବଳୀପୁରମ୍ ଲାଇଟ୍ ହାଉସ୍ ସମ୍ପର୍କରେ ଗୁରୁ ପ୍ରସାଦ ବିସ୍ତୃତ ଭାବେ ଲେଖିଛନ୍ତି । ତାଙ୍କ ମତରେ – ଏହି ଲାଇଟ୍ ହାଉସ୍ ପାଖରେ ଶହ ଶହ ବର୍ଷ ପୂର୍ବେ ପଲ୍ଲବ ରାଜା ମହେନ୍ଦ୍ରବର୍ମନ ପ୍ରଥମ ଦ୍ୱାରା ନିର୍ମିତ ୱଲ୍କେନଶ୍ୱର ମନ୍ଦିର ରହିଛି ।
ବନ୍ଧୁଗଣ,
‘ମନ୍ କି ବାତ୍’ ସମୟରେ ମୁଁ ପର୍ଯ୍ୟଟନର ବିଭିନ୍ନ ଦିଗ ଉପରେ ଅନେକ ଥର ଆଲୋଚନା କରିଛି । କିନ୍ତୁ ଏହି ବତୀଘର ପର୍ଯ୍ୟଟନ ଦୃଷିରୁ ନିଆରା ହୋଇଥାଏ । ନିଜର ଭବ୍ୟ ନିର୍ମାଣ ଯୋଗୁଁ ବତୀଘରଗୁଡ଼ିକ ସବୁବେଳେ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଆସିଛନ୍ତି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତରେ ବି ୭୧ ବତୀଘର ଚିହ୍ନଟ କରାଯାଇଛି । ଏସବୁରେ ସେମାନଙ୍କ କ୍ଷମତା ଅନୁଯାୟୀ ମ୍ୟୁଜିୟମ୍, ଏମ୍ଫି-ଥିଏଟର, ଓପନ ଏୟାର୍ ଥିଏଟର, କାଫେଟେରିଆ, ଚିଲ୍ଡ୍ରେନ୍ସ ପାର୍କ ଇକୋଫ୍ରେଣ୍ଡଲି କଟେଜ ଏବଂ ଲ୍ୟାଣ୍ଡସ୍କେପିଂ ତିଆରି କରାଯିବ । ଯେତେବେଳେ ବତୀଘର କଥା ପଡ଼ିଛି, ସେତେବେଳେ ମୁଁ ଗୋଟିଏ ନିଆରା ବତୀଘର ବିଷୟରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି । ଏହି ବତୀଘର ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ଜିଂଜୁୱାଡ଼ା ନାମକ ଗୋଟିଏ ସ୍ଥାନରେ ରହିଛି । ଜାଣିଛନ୍ତି, ଏହି ବତୀଘର କାହିଁକି ନିଆରା? ଏହା ଏଥିପାଇଁ ନିଆରା ଯେ, ଯେଉଁଠାରେ ଏହି ବତୀଘର ରହିଛି, ସେଠାରୁ ସମୁଦ୍ର ଏବେ ଶହେ କିଲୋମିଟରରୁ ମଧ୍ୟ ଅଧିକ ଦୂରରେ ରହିଛି। ଏହି ଗାଁରେ ଆପଣଙ୍କୁ ଏଭଳି ପଥର ମଧ୍ୟ ମିଳିବ ଯାହା ପ୍ରମାଣ କରିଥାଏ ଯେ ଏକଦା ଏଠି ଏକ ବ୍ୟସ୍ତବହୁଳ ବନ୍ଦର ଥିଲା । ଏହାର ଅର୍ଥ ହେଲା ଯେ, ସେ ସମୟରେ ସମୁଦ୍ରତଟ ଜିଂଜୁୱାଡ଼ାରେ ଥିଲା । ସମୁଦ୍ରର ବୃଦ୍ଧି, କ୍ଷୟ, ପଛକୁ ଘୁଞ୍ଚିଯିବା, ଏତେ ଦୂରକୁ ଚାଲିଯିବା, ଏସବୁ ଏହାର ଗୋଟିଏ ଗୋଟିଏ ସ୍ୱରୂପ । ଏହି ମାସରେ ଜାପାନରେ ଆସିଥିବା ଭୟଙ୍କର ସୁନାମୀକୁ ଦଶବର୍ଷ ପୂରଣ ହେବାକୁ ଯାଉଛି । ଏହି ସୁନାମୀରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଏହିଭଳି ଗୋଟିଏ ସୁନାମୀ ଭାରତରେ ୨୦୦୪ ମସିହାରେ ଆସିଥିଲା । ସୁନାମୀ ସମୟରେ ଆମେ ଏହି ଲାଇଟ୍ ହାଉସ୍ରେ କାର୍ଯ୍ୟ କରୁଥିବା ଆମର ୧୪ ଜଣ କର୍ମଚାରୀଙ୍କୁ ହରାଇଥିଲୁ । ଆଣ୍ଡାମାନ ନିକୋବର ଏବଂ ତାମିଲନାଡ଼ୁର ବତୀଘରରେ ସେମାନେ କର୍ତବ୍ୟରତ ଥିଲେ । କଠିନ ପରିଶ୍ରମ କରୁଥିବା ଆମର ଏହି ଲାଇଟ୍ କିପର୍ସମାନଙ୍କୁ ମୁଁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ କାର୍ଯ୍ୟକୁ ବହୁତ ବହୁତ ପ୍ରଶଂସା କରୁଛି ।
ପ୍ରିୟ ଦେଶବାସୀଗଣ,
ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନୂଆପଣ, ଆଧୁନିକତା ଅନିବାର୍ଯ୍ୟ; ନଚେତ୍ ତାହା ବେଳେବେଳେ ଆମ ପାଇଁ ବୋଝ ପାଲଟିଯାଏ । ଭାରତର କୃଷିକ୍ଷେତ୍ରରେ ଆଧୁନିକୀକରଣ ବର୍ତମାନ ସମୟର ଆବଶ୍ୟକତା । ବହୁତ ବିଳମ୍ବ ହୋଇଯାଇଛି । ଆମେ ବହୁତ ସମୟ ନଷ୍ଟ କରିସାରିଛୁ । କୃଷିକ୍ଷେତ୍ରରେ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ପାଇଁ, ଚାଷୀଙ୍କ ଆୟ ଦୁଇଗୁଣ ବଢ଼ାଇବା ପାଇଁ, ପରମ୍ପରାଗତ କୃଷି ସହ ନୂଆ ବିକଳ୍ପଗୁଡ଼ିକୁ, ନୂଆନୂଆ innovationsକୁ ଆପଣାଇବା ମଧ୍ୟ ସେତିକି ଜରୁରୀ । ଶ୍ୱେତ ବିପ୍ଳବ ବେଳେ ଦେଶ ଏହା ଅନୁଭବ କରିଥିଲା । ଏବେ ମହୁମାଛି ପାଳନ ମଧ୍ୟ ଏପରି ଏକ ବିକଳ୍ପ ଭାବେ ଉଦୟ ହୋଇଛି । ମହୁମାଛି ପାଳନ ଦେଶରେ ମଧୁ ବିପ୍ଳବ ବା sweet revolutionର ଆଧାର ହେଉଛି । ବହୁ ସଂଖ୍ୟାରେ ଚାଷୀ ଏଥିସହ ଯୋଡ଼ି ହେଉଛନ୍ତି, innovation କରୁଛନ୍ତି । ଯେପରିକି ପଶ୍ଚିମବଙ୍ଗର ଦାର୍ଜିଲିଂରେ ଗୋଟିଏ ଗାଁ ଅଛି ଗୁର୍ଦୁମ୍ । ସେଠାରେ ସୁଉଚ୍ଚ ପାହାଡ଼ ସହ ଭୌଗୋଳିକ ସମସ୍ୟା ବି ରହିଛି, କିନ୍ତୁ ଏଠାକାର ଲୋକେ ମହୁଚାଷ ଆରମ୍ଭ କରିଛନ୍ତି ଏବଂ ଆଜି ଏହି ସ୍ଥାନରେ ମହୁର ଭଲ ଚାହିଦା ରହିଛି । ଏଥିରୁ ଚାଷୀମାନଙ୍କର ଆୟ ମଧ୍ୟ ବଢ଼ୁଛି । ସେଇ ପଶ୍ଚିମବଙ୍ଗର ସୁନ୍ଦରବନ ଅଂଚଳର ପ୍ରାକୃତିକ ଅର୍ଗାନିକ୍ ମହୁକୁ ତ ଦେଶବିଦେଶରେ ପସନ୍ଦ କରାଯାଏ । ଗୁଜରାଟରେ ମଧ୍ୟ ମୋର ଏପରି ଏକ ବ୍ୟକ୍ତିଗତ ଅଭିଜ୍ଞତା ରହିଛି । ଗୁଜରାଟର ବନାସକାଣ୍ଠାରେ ୨୦୧୬ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ ମୁଁ ଲୋକଙ୍କୁ କହିଥିଲି ଯେ ଏଇଠି ଏତେ ସମ୍ଭାବନା ରହିଛି, କାହିଁକି ବନାସକାଣ୍ଠା ଓ ଆମର ଏଠିକାର ଚାଷୀମାନେ ମଧୁ ବିପ୍ଳବର ନୂଆ ଅଧ୍ୟାୟ ସୃଷ୍ଟି ନ କରିବେ? ଆପଣ ଜାଣି ଖୁସିହେବେ ଯେ ବହୁତ କମ୍ ସମୟରେ ବନାସକାଣ୍ଠା ମହୁ ଉତ୍ପାଦନର କେନ୍ଦ୍ର ପାଲଟିଯାଇଛି । ଆଜି ବନାସକାଣ୍ଠାର ମହୁଚାଷୀ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏପରି ଏକ ଉଦାହରଣ ହେଉଛି ହରିୟାଣାର ଯମୁନାନଗର । ଯମୁନାନଗରରେ ଚାଷୀମାନେ ମହୁମାଛି ପାଳନ କରି ବାର୍ଷିକ ଶହ ଶହ ଟନ୍ ମହୁ ଉତ୍ପାଦନ କରୁଛନ୍ତି ଓ ସେମାନଙ୍କ ଆୟ ବୃଦ୍ଧି କରୁଛନ୍ତି । କୃଷକମାନଙ୍କ ଏହି ପରିଶ୍ରମର ପରିଣାମ ସ୍ୱରୂପ ଦେଶରେ ମହୁ ଉତ୍ପାଦନ ଲଗାତାର ବୃଦ୍ଧି ପାଉଛି ଏବଂ ବାର୍ଷିକ ପାଖାପାଖି ଏକଲକ୍ଷ ପଚିଶ ହଜାର ଟନ୍ ମହୁ ଉତ୍ପାଦିତ ହେଉଛି; ଯାହାର ବହୁଳାଂଶ ବିଦେଶକୁ ରପ୍ତାନୀ ହୋଇପାରୁଛି ।
ବନ୍ଧୁଗଣ,
ମହୁମାଛି ପାଳନ ଯୋଗୁଁ କେବଳ ଯେ ମହୁରୁ ଆୟ ହେଉଛି ସେକଥା ନୁହେଁ ବରଂ ମହୁଫେଣାର ମହମ ବା bee wax ମଧ୍ୟ ଆୟବୃଦ୍ଧିର ଆଉ ଏକ ବଡ଼ ମାଧ୍ୟମ ପାଲଟିଛି । ଆଜି ଔଷଧ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ବୟନଶିଳ୍ପ ଏବଂ ପ୍ରସାଧନ ଶିଳ୍ପ ପ୍ରତ୍ୟେକ କ୍ଷେତ୍ର୍ରରେ bee wax ର ବେଶ୍ ଚାହିଦା ରହିଛି । ଏବେ ଆମ bee wax ଆମଦାନୀ କରୁଛି, କିନ୍ତୁ ଆମର ଚାଷୀଭାଇ ଏବେ ଏହି ସ୍ଥିତିକୁ ଦ୍ରୁତ ପରିବର୍ତନ କରିବାରେ ଲାଗିଛନ୍ତି । ଅର୍ଥାତ ଏକପ୍ରକାର ଆତ୍ମନିର୍ଭର ଭାରତ ଅଭିଯାନରେ ସେମାନେ ସାହାଯ୍ୟ କରୁଛନ୍ତି । ଏବେ ତ ସମଗ୍ର ପୃଥିବୀ ଆୟୁର୍ବେଦ ଓ ପ୍ରାକୃତିକ ସ୍ୱାସ୍ଥ୍ୟ ସାମଗ୍ରୀ ଆଡ଼କୁ ଅନାଇରହିଛି । ଏପରି ସ୍ଥିତିରେ ମହୁର ଚାହିଦା ଆହୁରି ବେଶି ବଢ଼ୁଛି । ମୁଁ ଚାହେଁ ଯେ ଦେଶର ଅଧିକରୁ ଅଧିକ ଚାଷୀ ନିଜର କୃଷି ସହ ମହୁଚାଷ ସହ ମଧ୍ୟ ଯୋଡ଼ି ହୁଅନ୍ତୁ । ଏହା ଚାଷୀମାନଙ୍କର ଆୟ ବଢ଼ାଇବ ଏବଂ ସେମାନଙ୍କ ଜୀବନକୁ ମଧ୍ୟ ମଧୁର କରିଦେବ ।
ମୋର ପ୍ରିୟ ଦେଶବାସୀଗଣ,
ଏଇ କିଛିଦିନ ପୂର୍ବରୁ World Sparrow Day ପାଳିତ ହୋଇଥିଲା । Sparrow ଅର୍ଥାତ ଘରଚଟିଆ । କେଉଁଠି ଏହାକୁ ଚକ୍ଲି କହନ୍ତି ତ ଆଉ କେଉଁଠି ଚିମ୍ନି, କେଉଁଠି ଘାନ ଚିରିକା କୁହାଯାଏ । ପୂର୍ବେ ଆମ ଘରର କାନ୍ଥମାନଙ୍କରେ, ଆଖପାଖର ଗଛ ଉପରେ ଘରଚଟିଆ ଉଡ଼ି ବୁଲୁଥିଲେ । ଏବେ କିନ୍ତୁ ଲୋକେ ବହୁବର୍ଷ ତଳେ ଘରଚଟିଆକୁ ଦେଖିଥିଲେ ବୋଲି କହି ତାକୁ ମନେପକାନ୍ତି । ଆଜି ସେମାନଙ୍କୁ ବଞ୍ଚାଇବା ପାଇଁ ଆମକୁ ପ୍ରୟାସ କରିବାକୁ ପଡ଼ୁଛି । ବନାରସର ମୋର ଜଣେ ସାଥୀ ଇନ୍ଦ୍ରପାଲ ସିଂହ ବତ୍ରା ଏପରି କାମ କରିଛନ୍ତି, ଯାହାକୁ ମୁଁ "ମନ୍ କୀ ବାତ୍”ର ଶ୍ରୋତାଙ୍କୁ ନିଶ୍ଚିତ କହିବାକୁ ଚାହୁଁଛି । ବତ୍ରା ନିଜ ଘରକୁ ହିଁ ଘରଚଟିଆଙ୍କ ବାସସ୍ଥାନରେ ପରିଣତ କରିଦେଇଛନ୍ତି । ସେ ନିଜ ଘରେ କାଠର ଏପରି ବସାମାନ ତିଆରି କରିଛନ୍ତି, ଯେଉଁଠି ଘରଚଟିଆଗୁଡ଼ିକ ଆରାମରେ ରହିପାରିବେ । ଆଜି ବନାରସର ଅନେକ ଘର ଏହି ଅଭିଯାନ ସହ ଯୋଡ଼ି ହେଉଛନ୍ତି । ଏଥିରେ ଘରଗୁଡ଼ିକରେ ଏକ ଅଦ୍ଭୁତ ପ୍ରାକୃତିକ ବାତାବରଣ ମଧ୍ୟ ସୃଷ୍ଟି ହେଉଛି । ମୁଁ ଚାହିଁବି ଯେ ପ୍ରକୃତି, ପରିବେଶ, ପ୍ରାଣୀ, ପକ୍ଷୀ ଯାହାପାଇଁ ଯେତିକି ହୋଇପାରିବ, ଅଳ୍ପବହୁତେ ପ୍ରୟାସ ଆମେ ମଧ୍ୟ କରିବା ଉଚିତ । ଯେପରିକି ଜଣେ ବନ୍ଧୁ ଅଛନ୍ତି ବିଜୟ କୁମାର କବି । ବିଜୟ ଓଡ଼ିଶାର କେନ୍ଦ୍ରାପଡ଼ା ବାସିନ୍ଦା । କେନ୍ଦ୍ରାପଡ଼ା ସମୁଦ୍ରକୂଳରେ ଅବସ୍ଥିତ । ସେଥିପାଇଁ ଏହି ଜିଲାରେ ଅନେକ ଗାଁ ଏପରି ଅଛି, ଯାହା ଉପରେ ସମୁଦ୍ରର ଉଚ୍ଚ ଲହଡ଼ି ଓ ବାତ୍ୟାର ବିପଦ ରହିଥାଏ । ଏହାଦ୍ୱାରା ବହୁତ କ୍ଷତି ମଧ୍ୟ ହୁଏ । ବିଜୟ ଅନୁଭବ କଲେ ଯେ ଯଦି ଏହି ପ୍ରାକୃତିକ ବିପତ୍ତିକୁ ଯଦି କେହି ରୋକିପାରିବ, ତାହାହିଁ ପ୍ରକୃତି । ତେଣୁ ବିଜୟ ବଡ଼କୋଟ ଗାଁରୁ ନିଜର ଅଭିଯାନ ଆରମ୍ଭ କଲେ । ତାଙ୍କର ଏହି ଅଭିଯାନକୁ ବାରବର୍ଷ ହୋଇଗଲାଣି । ବନ୍ଧୁଗଣ ଦୀର୍ଘ ବାରବର୍ଷ ପରିଶ୍ରମ କରି ଗାଁର ପରିସୀମାରେ ସମୁଦ୍ରକୁ ଲାଗି ପଚିଶ ଏକର ବିଶିଷ୍ଟ ଏକ ବୃହତ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି । ଆଜି ଏ ଜଙ୍ଗଲ ଗାଁକୁ ଲୁଣା ପବନ ଏବଂ ବାତ୍ୟା ଦାଉରୁ ସୁରକ୍ଷା ଦେଉଛି । ଏହିଭଳି କାମ ଓଡ଼ିଶାର ପାରାଦ୍ୱୀପ ନିକଟବର୍ତ୍ତୀ ଜଣେ ଇଞ୍ଜିନିୟର ଅମରେଶ ସାମନ୍ତ ବି କରିଛନ୍ତି । ଅମରେଶ କେତେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି ଯାହାକି କେତେକ ଗାଁକୁ ସୁରକ୍ଷା ପ୍ରଦାନ କରୁଛି । ବନ୍ଧୁଗଣ! ଏଭଳି କାମରେ ଆମେ ଯଦି ସମାଜକୁ ସମ୍ପୃକ୍ତ କରିବା ତାହେଲେ ତା’ର ପରିଣାମ ବିଶାଳ ପାଲଟିଥାଏ; ଯେମିତିକି ତାମିଲନାଡ଼ୁର କୋଏମ୍ବାଟୁରରେ ରହୁଥିବା ବସ୍ କଣ୍ଡକ୍ଟର ମରିମୁଥୁ ଯୋଗନାଥନ । ଯୋଗନାଥନ ନିଜ ବସ୍ର ଯାତ୍ରୀଙ୍କୁ ଟିକଟ ତ ଦିଅନ୍ତି, ତା'ସହ ବିନା ପଇସାରେ ଗୋଟିଏ ଚାରା ମଧ୍ୟ ଦେଇଥାନ୍ତି । ଏହିପରି ଭାବେ ଯୋଗନାଥନ ବହୁତ ଗଛ ଲଗାଇସାରିଛନ୍ତି । ଯୋଗନାଥନ ନିଜ ବେତନର ଏକ ବଡ଼ ଅଂଶ ଏହି କାମରେ ଖର୍ଚ୍ଚ କରୁଛନ୍ତି । ଏବେ ଏହାକୁ ଶୁଣିବା ପରେ ଏମିତି କୌଣସି ବ୍ୟକ୍ତି ନ ଥିବେ, ଯିଏକି ମରିମୁଥୁ ଯୋଗନାଥନଙ୍କ କାମକୁ ପ୍ରଶଂସା ନ କରିବେ । ତାଙ୍କର ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ, ମୁଁ ହୃଦୟରୁ ତାଙ୍କୁ ଅନେକ ବଧେଇ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ,
Wasteରୁ Wealth, ଅର୍ଥାତ ଆବର୍ଜନାରୁ ଅଳଙ୍କାର ତିଆରି ସଂପର୍କରେ ଆମେ ସମସ୍ତେ ଦେଖିଛୁ ଆଉ ଶୁଣିଛୁ ମଧ୍ୟ ଏବଂ ଆମେ ଅନେକଙ୍କୁ ଏ ବିଷୟରେ କହିଆସିଛୁ । ଏହିପରି ଭାବେ Wasteକୁ Valueଙ୍କରେ ପରିବର୍ତ୍ତନ କରିବାର କାମ କରାଯାଉଛି । ଏପରି ଏକ ଉଦାହରଣ ହେଉଛି କେରଳର କୋଚ୍ଚିସ୍ଥିତ ସେଂଟ୍ ତେରେସା କଲେଜ । ମୋର ମନେଅଛି ଯେ ୨୦୧୭ରେ ମୁଁ ଏହି କଲେଜର କ୍ୟାମ୍ପସ୍ରେ ଏକ Book Reading ଉପରେ ଆଧାରିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲି । ଏହି କଲେଜର ଛାତ୍ରଛାତ୍ରୀମାନେ Reusable Toys ତିଆରି କରୁଥିଲେ, ତାହା ବି ବହୁତ creative ଢଙ୍ଗରେ । ଏହି ଛାତ୍ରଛାତ୍ରୀମାନେ ଖେଳଣା ତିଆରି କରିବା ପାଇଁ ପୁରୁଣା କପଡ଼ା, ଫିଙ୍ଗାଯାଇଥିବା କାଠଖଣ୍ଡ, ବ୍ୟାଗ୍ ଓ ବାକ୍ସ ବ୍ୟବହାର କରୁଥିଲେ । କେଉଁ ବିଦ୍ୟାର୍ଥୀ Puzzle ତିଆରି କରୁଥିଲା ତ ଆଉ କିଏ କାର୍ ଓ ଟ୍ରେନ୍ ତିଆରି କରୁଥିଲା । ସେଠାରେ ଏହାର ବିଶେଷ ଧ୍ୟାନ ଦିଆଯାଉଥିଲା ଯେ ଖେଳଣା Safe ହେବା ସହ Child Friendly ମଧ୍ୟ ହେବ । ଏହି ସମଗ୍ର ପ୍ରୟାସର ଗୋଟିଏ ଭଲ କଥା ହେଉଛି ଯେ ଏହି ଖେଳଣା ଅଙ୍ଗନୱାଡ଼ି ପିଲାମାନଙ୍କୁ ଖେଳିବା ପାଇଁ ଦିଆଯାଉଥିଲା । ଆଜି ଯେତେବେଳେ ଭାରତ ଖେଳଣା ନିର୍ମାଣ କ୍ଷେତ୍ରରେ ବହୁତ ଉନ୍ନତି କରିଚାଲିଛି, ସେତେବେଳେ Wasteରୁ Valueର ଏହି ଅଭିଯାନ, ଏହି ଅଭିନବ ପ୍ରୟୋଗ ବହୁତ ଗୁରୁତ୍ୱ ରଖିଥାଏ ।
ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଅଛନ୍ତି ଜଣେ ପ୍ରଫେସର ଶ୍ରୀନିବାସ ପଦକାଣ୍ଡଲା । ସେ ବହୁତ ରୋଚକ କାର୍ଯ୍ୟ କରୁଛନ୍ତି । ସେ Automobile Metal Scrapeê ସ୍ଥାପତ୍ୟ ତିଆରି କରୁଛନ୍ତି । ତାଙ୍କଦ୍ୱାରା ତିଆରି ବିଶାଳ ସ୍ଥାପତ୍ୟଗୁଡ଼ିକୁ ସାର୍ବଜନୀକ ଉଦ୍ୟାନଗୁଡ଼ିକରେ ଲଗାଯାଇଛି ଏବଂ ଲୋକେ ସେଗୁଡ଼ିକୁ ବହୁତ ଉତ୍ସାହର ସହ ଦେଖୁଛନ୍ତି । Electronic ଏବଂ Automobileର ବର୍ଜ୍ୟର ପୁନଃଚକ୍ରଣ ବା Recycling କରି ସେ ଏହି ଅଭିନବ ପ୍ରୟୋଗ କରୁଛନ୍ତି । ମୁଁ ପୁଣିଥରେ କୋଚ୍ଚି ଏବଂ ବିଜୟୱାଡ଼ା ଏହି ପ୍ରୟାସଗୁଡ଼ିକୁ ଖୁବ୍ ପ୍ରଶଂସା କରିବା ସହ ଆଶା କରୁଛି ଯେ ଆହୁରି ଅନେକ ବ୍ୟକ୍ତି ଏହିଭଳି ପ୍ରୟାସ କରିବା ପାଇଁ ଆଗେଇଆସିବେ ।
ମୋର ପ୍ରିୟ ଦେଶବାସୀଗଣ,
ଭାରତର ଲୋକ ପୃଥିବୀର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ସେମାନେ ଗର୍ବର ସହ ନିଜକୁ ଭାରତୀୟ ବୋଲି ପରିଚୟ ଦେଇଥାନ୍ତି । ଆମେ ଆମର ଯୋଗ, ଆୟୁର୍ବେଦ, ଦର୍ଶନ ଏବଂ କେତେ କ’ଣ ଉପଲବ୍ଧି ପାଇଁ ଗର୍ବ କରିବା ସଙ୍ଗେସଙ୍ଗେ ନିଜର ସ୍ଥାନୀୟ ଭାଷା, ପରିଚୟ, ପରିଧାନ, ଖାଦ୍ୟପାନୀୟକୁ ନେଇ ମଧ୍ୟ ଗର୍ବ କରିଥାଉ । ଆମକୁ ନୂଆ ତ ପାଇବାର ଅଛି ଏବଂ ତାହାହିଁ ତ ଜୀବନ; କିନ୍ତୁ ତା'ସହିତ ପୁରାତନକୁ ମଧ୍ୟ ଛାଡ଼ିବା ନାହିଁ । ଆମେ ବହୁତ ପରିଶ୍ରମ କରି ନିଜ ଆଖପାଖରେ ରହିଥିବା ଅସାଧାରଣ ସାଂସ୍କୃତିକ ଐତିହ୍ୟଗୁଡ଼ିକର ରକ୍ଷଣାବେକ୍ଷଣ କରିବାକୁ ହେବ, ନୂଆ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ । ଏହି କାମ ଏବେ ଆସାମରେ ରହୁଥିବା ସିକାରୀ ଟିସୌ ବହୁତ ମନଧ୍ୟାନ ଦେଇ କରୁଛନ୍ତି । Karbi Anglong ଜିଲାର ସିକାରୀ ଟିସୌ ବିଗତ ୨୦ ବର୍ଷ ଧରି Karbi ଭାଷାର documentation କରୁଛନ୍ତି । ଏକଦା କାର୍ବି ଆଦିବାସୀ ଭାଇଭଉଣୀଙ୍କ ଭାଷା କାର୍ବି ଆଜି ମୁଖଧାରାରୁ ଉଭାନ ହେବାକୁ ବସିଛି । ଶ୍ରୀମାନ ସିକାରୀ ଟିସୌ ସ୍ଥିର କରିଛନ୍ତି ଯେ ସେ ନିଜର ଏହି ପରିଚୟକୁ ବଂଚାଇ ରଖିବେ ଏବଂ ଆଜି ତାଙ୍କ ପ୍ରୟାସରେ କାର୍ବି ଭାଷାର ବହୁତ ତଥ୍ୟ documented ହୋଇସାରିଛି । ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ଅନେକ ସ୍ଥାନରୁ ପ୍ରଶଂସା ଏବଂ ପୁରସ୍କାର ମଧ୍ୟ ମିଳିଛି । "ମନ୍ କୀ ବାତ୍' ଜରିଆରେ ଶ୍ରୀମାନ ସିକାରୀ ଟିସୌଙ୍କୁ ମୁଁ ଅଭିନନ୍ଦନ ଜଣାଉଛି; କିନ୍ତୁ ମୁଁ ଦେଶର କୋଣଅନୁକୋଣରେ ଥିବା ଏପରି ସାଧକମାନଙ୍କୁ ମଧ୍ୟ ବଧେଇ ଜଣାଉଛି, ଯେଉଁମାନେ ଏପରି କାମରେ ଦିନରାତି ଲାଗିରହିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ,
ଯେକୌଣସି ନୂଆ ଆରମ୍ଭ ଅର୍ଥାତ New Beginning ସବୁବେଳେ ସ୍ୱତନ୍ତ୍ର ହୋଇଥାଏ । New Beginningଅର୍ଥ New Possibilities – ନୂଆ ପ୍ରୟାସ । ଏବଂ ନୂଆ ପ୍ରୟାସର ଅର୍ଥ ନୂଆ ଶକ୍ତି ଓ ନୂଆ ଉଦ୍ଦୀପନା । ଏହି କାରଣରୁ ଭିନ୍ନ ଭିନ୍ନ ରାଜ୍ୟ ଏବଂ ଅଂଚଳର ଏବଂ ବିବିଧତାରେ ଭରା ଆମ ସଂସ୍କୃତିରେ ପ୍ରତ୍ୟେକ ଆରମ୍ଭକୁ ଉତ୍ସବ ଭାବେ ପାଳନ କରିବାର ପରମ୍ପରା ରହିଛି । ଆଉ ଏହି ସମୟ ନୂଆ ଆରମ୍ଭ ଓ ନୂଆ ଉତ୍ସବ ଆଗମନର ସମୟ । ହୋଲି ମଧ୍ୟ ବସନ୍ତକୁ ଉତ୍ସବ ଭାବେ ପାଳନ କରିବାର ଏକ ପରମ୍ପରା । ଯେତେବେଳେ ଆମେ ରଂଗ ସହ ହୋଲି ପାଳନ କରିଥାଉ, ସେହି ସମୟ ବସନ୍ତ ମଧ୍ୟ ଆମ ଚତୁର୍ଦିଗରେ ନୂତନ ରଙ୍ଗ ବୁଣିଦେଇଥାଏ । ଏହି ସମୟରେ ଫୁଲ ଫୁଟି ବାସ ଚହଟିବା ଆରମ୍ଭ ହୁଏ ଏବଂ ପ୍ରକୃତି ଜୀବନ୍ତ ହୋଇଉଠେ । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଖୁବ୍ଶୀଘ୍ର ନୂଆବର୍ଷ ମଧ୍ୟ ପାଳନ କରାଯିବ । ସେ ଉଗାଦି ହେଉ ବା ପୁଥଣ୍ଡୁ, ଗୁଡ଼ିପଡ଼ୱା ହେଉ ଅବା ବିହୁ, ନବରହେ ହେଉ ବା ପୋଇଲା ବା ପୁଣି ବୋଇଶାଖ ହେଉ ବା ବୈଶାଖୀ – ପୁରା ଦେଶ ଆନନ୍ଦ ଉତ୍ସାହ ଏବଂ ନୂତନ ଆଶାର ରଙ୍ଗରେ ଉଚ୍ଛୁଳୁଥାଏ । ଏହି ସମୟରେ କେରଳରେ ବି ଖୁବ୍ ସୁନ୍ଦର ପର୍ବ ବିଶୁ ପାଳନ କରାଯାଏ । ଏହାପରେ ଖୁବ୍ଶୀଘ୍ର ଚୈତ୍ର ନବରାତ୍ରିର ପବିତ୍ର ଅବସର ଆସିଯିବ । ଚୈତ୍ରମାସର ନବମ ଦିନରେ ଆମର ଏଠି ରାମନବମୀ ପର୍ବ ଅନୁଷ୍ଠିତ ହୋଇଥାଏ । ଏହାକୁ ଭଗବାନ ରାମଙ୍କ ଜନ୍ମ ଉତ୍ସବ ସହ ନ୍ୟାୟ ଏବଂ ପରାକ୍ରମର ଏକ ନୂତନ ଯୁଗର ପ୍ରାରମ୍ଭ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ସର୍ବତ୍ର ଖୁବ୍ ଧୁମ୍ଧାମ୍ରେ ଭକ୍ତିଭାବପୂର୍ଣ୍ଣ ପବିତ୍ର ପରିବେଶ ସୃଷ୍ଟି ହୋଇଥାଏ । ଯାହାକି ଲୋକମାନଙ୍କୁ ଆହୁରି ନିକଟତର କରିଥାଏ, ପରିବାର ଏବଂ ସମାଜକୁ ସଂଯୁକ୍ତ କରିଥାଏ, ପରସ୍ପରର ସମ୍ପର୍କକୁ ମଜବୁତ କରେ । ଏହି ଉତ୍ସବଗୁଡ଼ିକ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି ।
ବନ୍ଧୁଗଣ,
୪ ଏପ୍ରିଲରେ ଦେଶ ଇଷ୍ଟର୍ ମଧ୍ୟ ପାଳନ କରିବ । ଯୀଶୁଖ୍ରୀଷ୍ଟଙ୍କ ପୁନର୍ଜୀବନ ଉତ୍ସବ ରୂପେ ଇଷ୍ଟର ପର୍ବ ପାଳନ କରାଯାଏ । ପ୍ରତୀକାତ୍ମକ ଭାବେ କହିଲେ ଇଷ୍ଟର ଜୀବନର ନୂତନ ଆରମ୍ଭ ସହ ଜଡ଼ିତ । ଇଷ୍ଟର ଆଶାର ପୁନର୍ଜୀବିତ ହେବାର ପ୍ରତୀକ ଅଟେ । On this holy and auspicious occasion, I greet not only the Christian Community in India, but also Christians globally.
ମୋର ପ୍ରିୟ ଦେଶବାସୀଗଣ,
ଆଜି "ମନ୍ କୀ ବାତ୍'ରେ ଆମେ ‘ଅମୃତ ମହୋତ୍ସବ’ ଓ ଦେଶ ପାଇଁ ନିଜ କର୍ତ୍ତବ୍ୟ ସମ୍ପର୍କରେ କଥା ହେଲେ । ଆମେ ଅନ୍ୟ ପର୍ବପର୍ବାଣୀ ଓ ଉତ୍ସବ ସମ୍ପର୍କରେ ମଧ୍ୟ ଆଲୋଚନା କଲେ । ଏହାରି ମଧ୍ୟରେ ଆଉ ଏକ ପର୍ବ ଆସିବାର ଅଛି, ଯାହା ଆମ ସାମ୍ବିଧାନିକ ଅଧିକାର ଓ କର୍ତବ୍ୟକୁ ସ୍ମରଣ କରାଇ ଦେଇଥାଏ । ତାହା ହେଉଛି ୧୪ ଏପ୍ରିଲ – ଡକ୍ଟର ବାବାସାହେବ ଅମ୍ବେଦକରଙ୍କ ଜନ୍ମଜୟନ୍ତୀ । ଏଥର ‘ଅମୃତ ମହୋତ୍ସବ’ରେ ତ ଏହା ଆହୁରି ସ୍ୱତନ୍ତ୍ର ହୋଇଯାଇଛି । ମୋର ବିଶ୍ୱାସ ଯେ ବାବାସାହେବଙ୍କ ଏହି ଜୟନ୍ତୀକୁ ଆମେ ନିଶ୍ଚିତ ରୂପେ ସ୍ମରଣୀୟ କରିବା, ନିଜ କର୍ତ୍ତବ୍ୟ ପାଳନ କରିବାର ସଙ୍କଳ୍ପ ନେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଏହି ବିଶ୍ୱାସ ସହ, ଆପଣ ସମସ୍ତଙ୍କୁ ପର୍ବ ଉତ୍ସବ ପାଇଁ ପୁଣିଥରେ ଶୁଭକାମନା ଜଣାଉଛି । ଆପଣ ସମସ୍ତେ ଖୁସି ରୁହନ୍ତୁ, ସୁସ୍ଥ ରହନ୍ତୁ ଓ ପର୍ବଗୁଡ଼ିକର ଖୁବ୍ ମଜା ନିଅନ୍ତୁ । ଏହି କାମନା ସହ ପୁଣିଥରେ ମନେ ପକାଇ ଦେଉଛି "ଦବାଇ ଭି – କଡ଼ାଇ ଭି' । ବହୁତ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କାଲି ମାଘ ପୂର୍ଣ୍ଣିମାର ପର୍ବ ଥିଲା । ମାଘ ମାସ ବିଶେଷ ରୂପେ ନଦୀ, ପୁଷ୍କରିଣୀ ଓ ଜଳସ୍ରୋତଗୁଡ଼ିକ ସହ ସଂପୃକ୍ତ ବୋଲି ଧରାଯାଏ । ଆମ ଶାସ୍ତ୍ରରେ କୁହାଯାଇଛି :
“ମାଘେ ନିମଗ୍ନାଃ ସଲିଳେ ସୁଶୀତେ, ବିମୁକ୍ତପାପାଃ ତ୍ରିଦିବମ୍ ପ୍ରୟାନ୍ତି ।’’
ଅର୍ଥାତ୍, ମାଘ ମାସରେ ଯେ କୌଣସି ପବିତ୍ର ଜଳାଶୟରେ ସ୍ନାନକୁ ପୂଣ୍ୟ ବୋଲି ଧରାଯାଏ । ପୃଥିବୀର ପ୍ରତ୍ୟେକ ସମାଜରେ ନଦୀ ସହିତ ଜଡ଼ିତ କୌଣସି ନା କୌଣସି ପରମ୍ପରା ରହିଛି । ନଦୀତଟରେ ଅନେକ ସଭ୍ୟତାର ମଧ୍ୟ ବିକାଶ ଘଟିଛି । ଆମ ସଂସ୍କୃତି ହଜାର ହଜାର ବର୍ଷ ପୁରାତନ ହୋଇଥିବାରୁ ଏହାର ବିସ୍ତୃତି ଆମ ଏଠି ଅଧିକ ମିଳିଥାଏ । ଭାରତରେ ଏପରି କୌଣସି ଦିନ ନଥିବ, ଯେଉଁ ଦିନ ଜଳ ସହ ଜଡ଼ିତ ଉତ୍ସବଟିଏ ପାଳନ କରାଯାଉନଥିବ । ମାଘ ମାସରେ ତ ଲୋକେ ନିଜ ଘର ପରିବାର, ସୁଖସୁବିଧା ତ୍ୟାଗକରି ପୁରା ମାସଟି ନଦୀକଳୂରେ କଳ୍ପବାସ କରିବା ପାଇଁ ଯାଆନ୍ତି । ଏଥର ହରିଦ୍ୱାରରେ କୁମ୍ଭମେଳା ମଧ୍ୟ ହେଉଛି । ଜଳ ଆମ ପାଇଁ କେବଳ ଜୀବନ ନୁହେଁ, ଆସ୍ଥା ଆଉ ବିକାଶର ଧାରା ମଧ୍ୟ । ପାଣି ଏକ ପ୍ରକାର କଷଟି ପଥରଠୁ ବି ବେଶି ମହତ୍ୱପୂର୍ଣ୍ଣ । କୁହାଯାଏ ଯେ କଷଟିପଥର ସ୍ପର୍ଶରେ ଲୁହା ସୁନାରେ ପରିବର୍ତିତ ହୋଇଯାଏ । ସେହିପରି ଜଳର ସ୍ପର୍ଶ ଜୀବନ ପାଇଁ ଯେତିକି ଜରୁରୀ, ବିକାଶ ପାଇଁ ମଧ୍ୟ ସେତିକି ଜରୁରୀ ।
ବନ୍ଧୁଗଣ,
ମାଘ ମାସକୁ ଜଳ ସହ ଯୋଡ଼ିବାର ସମ୍ଭବତଃ ଆଉ ଏକ କାରଣ ମଧ୍ୟ ରହିଛି ଯେ ଏହା ପରଠାରୁ ଶୀତ ଶେଷ ହୁଏ ଆଉ ଗରମ ଆରମ୍ଭ ହୁଏ; ତେଣୁ ପାଣିର ସଂରକ୍ଷଣ କରିବା ପାଇଁ ଆମକୁ ଏବେଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଦରକାର । କିଛିଦିନ ପରେ ମାର୍ଚ ୨୨ ତାରିଖରେ ‘ବିଶ୍ୱ ଜଳ ଦିବସ’ ବି ପାଳନ କରାଯିବ ।
ମୋତେ ୟୁପିର ଆରାଧ୍ୟା ଜୀ ଲେଖିଛନ୍ତି ଯେ ବିଶ୍ୱର କୋଟିକୋଟି ଲୋକ ନିଜ ଜୀବନର ବହୁଳାଂଶ ପାଣିର ଅଭାବକୁ ପୂରା କରିବାରେ ହିଁ ଲଗାଇଥାନ୍ତି । ‘ବିନ୍ ପାନି ସବ୍ ସୁନ୍’ କେବଳ ସେମିତି କୁହାଯାଇନାହିଁ । ଜଳ ସଙ୍କଟର ସମାଧାନ ପାଇଁ ପଶ୍ଚିମବଙ୍ଗର ‘ଉତର ଦୀନାଜ୍ପୁର’ରୁ ସୁଜିତ୍ ଜୀ ବହୁତ ସୁନ୍ଦର ବାର୍ତା ମୋ ପାଖକୁ ପଠାଇଛନ୍ତି । ସୁଜିତ୍ ଜୀ ଲେଖିଛନ୍ତି ଯେ ପ୍ରକୃତି ଜଳ ରୂପରେ ଆମକୁ ଏକ ସାମୂହିକ ଉପହାର ଦେଇଛି, ତେଣୁ ଏହାକୁ ସଂରକ୍ଷଣ କରିବାର ଦାୟିତ୍ୱ ମଧ୍ୟ ସାମୂହିକ । ଏହା ଠିକ୍ କଥା । ଯେପରି ସାମୂହିକ ଉପହାର, ସେହିପରି ସାମୂହିକ ଉତରଦାୟିତ୍ୱ ମଧ୍ୟ । ସୁଜୀତ୍ ଜୀଙ୍କ କଥା ବିଲକୁଲ ଠିକ୍ । ନଦୀ, ପୋଖରୀ, ହ୍ରଦ, ବର୍ଷା ବା ଭୂତଳ ଜଳ, ଏସବୁ – ସମସ୍ତଙ୍କ ପାଇଁ ।
ବନ୍ଧୁଗଣ,
ଦିନ ଥିଲା ଯେତେବେଳେ ଗାଁରେ କୂଅ, ପୋଖରୀର ସମସ୍ତେ ମିଳିମିଶି ଯତ୍ନ ନେଉଥିଲେ । ଏବେ ତାମିଲନାଡୁର ତିରୁୱନ୍ନାମଲାଇରେ ଏପରି ଏକ ପ୍ର୍ରୟାସ ହେଉଛି । ଏଠାରେ ସ୍ଥାନୀୟ ଲୋକ ନିଜ ନିଜର କୂଅକୁ ସଂରକ୍ଷିତ କରି ରଖିବା ପାଇଁ ଅଭିଯାନ ଚଳାଇଛନ୍ତି । ଏହି ଲୋକ ନିଜ ଅଂଚଳର ବର୍ଷବର୍ଷ ଧରି ବ୍ୟବହାର ହେଉନଥିବା ସାର୍ବଜନୀନ କୂଅଗୁଡ଼ିକୁ ପୁଣିଥରେ ଜୀବନ୍ତ କରୁଛନ୍ତି ।
ମଧ୍ୟପ୍ରଦେଶର ଅଗରୋଥା ଗାଁର ବବିତା ରାଜପୁତ ଜୀ ମଧ୍ୟ ଯାହା କରୁଛନ୍ତି, ସେଥିରୁ ଆପଣ ସମସ୍ତଙ୍କୁ ପ୍ରେରଣା ମିଳିବ । ବବିତା ଜୀ’ଙ୍କ ଗାଁ ବୁନ୍ଦେଲଖଣ୍ଡରେ ଅଛି । ତାଙ୍କ ଗାଁ ପାଖରେ ଏକଦା ଗୋଟିଏ ବହୁତ ବଡ଼ ହ୍ରଦ ଥିଲା, ଯାହା ଶୁଖିଯାଇଥିଲା । ସେ ଗାଁର ଅନ୍ୟ ମହିଳାମାନଙ୍କୁ ସାଥୀ କଲେ ଏବଂ ହ୍ରଦ ପର୍ଯ୍ୟନ୍ତ ପାଣି ଯିବା ପାଇଁ ଏକ ନାଳ ତିଆରି କରିଦେଲେ । ଏହି ନାଳଯୋଗେ ବର୍ଷାଜଳ ସିଧା ହ୍ରଦକୁ ଯିବାକୁ ଲାଗିଲା । ଏବେ ଏହି ହ୍ରଦରେ ପାଣି ଭର୍ତି ହୋଇରହିଛି ।
ବନ୍ଧୁଗଣ, ଉତରାଖଣ୍ଡର ବାଗେଶ୍ୱରରେ ରହୁଥିବା ଜଗଦୀଶ କୁନିୟାଲ ଜୀ’ଙ୍କ କାମ ମଧ୍ୟ ବହୁତ କିଛି ଶିକ୍ଷା ଦେଇଥାଏ । ଜଗଦୀଶ ଜୀ’ଙ୍କ ଗାଁ ଆଉ ଆଖପାଖ ଅଂଚଳ ଜଳ ପାଇଁ ଏକ ପ୍ରାକୃତିକ ଉତ୍ସ ଉପରେ ନିର୍ଭରଶୀଳ ଥିଲା; କିନ୍ତୁ କିଛିବର୍ଷ ପୂର୍ବରୁ ସେହି ଜଳସ୍ରୋତ ଶୁଖିଗଲା । ଏହାଦ୍ୱାରା ସମଗ୍ର ଅଂଚଳରେ ଜଳସଂକଟ ବଢ଼ିବଢ଼ି ଚାଲିଲା । ଜଗଦୀଶ ଜୀ ଏହି ସଙ୍କଟର ସମାଧାନ ପାଇଁ ବୃକ୍ଷରୋପଣ କରିବାକୁ ସଂକଳ୍ପ ନେଲେ । ସେ ଗାଁ ଲୋକଙ୍କ ସହ ମିଶି ସମଗ୍ର ଅଂଚଳରେ ହଜାର ହଜାର ଗଛ ଲଗାଇଲେ ଓ ଆଜି ସେହି ଅଂଚଳର ଶୁଷ୍କ ଜଳଉତ୍ସ ପୁଣିଥରେ ଭରିଯାଇଛି ।
ବନ୍ଧୁଗଣ,
ପାଣିକୁ ନେଇ ଆମେ ଏହିଭଳି ନିଜର ସାମୂହିକ ଦାୟିତ୍ୱକୁ ବୁଝିବାକୁ ପଡ଼ିବ । ଭାରତର ଅଧିକାଂଶ ଅଂଚଳରେ ମଇ-ଜୁନ୍ ମାସରେ ବର୍ଷା ଆରମ୍ଭ ହୁଏ । ଆମେ ଏବେଠାରୁ ନିଜ ଆଖପାଖର ଜଳାଶୟଗୁଡ଼ିକର ସଫା କରିବା ପାଇଁ, ବର୍ଷାଜଳ ସଂରକ୍ଷଣ ପାଇଁ ୧୦୦ ଦିନିଆ କୌଣସି ଅଭିଯାନ ଆରମ୍ଭ କରିପାରିବା କି? ଏହି ଭାବନାକୁ ନେଇ କିଛିଦିନ ପରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଜଳଶକ୍ତି ଅଭିଯାନ Catch the rain ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ଅଭିଯାନର ମୂଳମନ୍ତ୍ର ହେଉଛି – – ‘Catch the rain, where it falls, when it falls.’। ଆମେ ଏବେଠୁ ଏକାଠି ହେବା, ଆମେ ଆଗରୁ ଥିବା ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ମରାମତି କରିଦେବା, ଗାଁର ଗାଡ଼ିଆ ପୋଖରୀକୁ ସଫା କରିଦେବା, ଜଳାଶୟ ପର୍ଯ୍ୟନ୍ତ ପାଣି ଯାଇପାରିବା ଭଳି ରାସ୍ତାରୁ ପ୍ରତିବନ୍ଧକ ହଟାଇଦେବା, ତେବେ ଅଧିକରୁ ଅଧିକ ବର୍ଷାଜଳ ସଂରକ୍ଷଣ କରିପାରିବା ।
ମୋର ପ୍ରିୟ ଦେଶବାସୀଗଣ,
ଯେତେବେଳେ ମାଘ ମାସ ଏବଂ ତା’ର ଆଧ୍ୟାତ୍ମିକ ସାମାଜିକ ମହତ୍ୱ ସଂପର୍କରେ ଚର୍ଚ୍ଚା ହୁଏ, ସେତେବେଳେ ଗୋଟିଏ ନାମ ବିନା ଏହା ସଂପୂର୍ଣ୍ଣ ହୁଏ ନାହିଁ । ଏହି ନାମ ସନ୍ଥ ରବିଦାସ ଜୀ’ଙ୍କର । ମାଘ ପୂର୍ଣ୍ଣିମା ଦିନ ହିଁ ସନ୍ଥ ରବିଦାସଙ୍କ ଜୟନ୍ତୀ । ଆଜି ମଧ୍ୟ ସନ୍ଥ ରବିଦାସ ଜୀଙ୍କ ଶବ୍ଦ, ତାଙ୍କର ଜ୍ଞାନ ଆମକୁ ପଥପ୍ରଦର୍ଶନ କରିଥାଏ । ସେ କହିଥିଲେ-
ଏକୈ ମାତି କେ ସଭ୍ ଭାଂଡେ,
ସଭ୍ କା ଏକୌ ସିରଜନହାର ।
ରବିଦାସ ବ୍ୟାପୈ ଏକୈ ଘଟ ଭିତର୍,
ସଭ୍ କୌ ଏକୈ ଘଡୈ କୁମ୍ହାର୍ ।
ଆମେ ସମସ୍ତେ ମାଟିଭାଣ୍ଡ, ଜଣେ ମୂର୍ତିକାର ଆମ ସମସ୍ତଙ୍କୁ ହିଁ ଗଢ଼ିଛନ୍ତି । ସନ୍ଥ ରବିଦାସ ଜୀ ସମାଜରେ ବ୍ୟାପ୍ତ ବିକୃତିକୁ ନେଇ ସବୁବେଳେ ଖୋଲାଖୋଲି କହୁଥିଲେ । ସେ ଏହି ବିକୃତି ସବୁକୁ ସମାଜ ସାମ୍ନାରେ ଉପସ୍ଥାପିତ କରିଥିଲେ, ତାକୁ ସୁଧାରିବାର ବାଟ ଦେଖାଇଥିଲେ; ଆଉ ସେଥିପାଇଁ ତ ମୀରା ଜୀ କହିଥିଲେ- ‘ଗୁରୁ ମିଲିୟା ରୈଦାସ, ଦିନ୍ହି ଜ୍ଞାନ କୀ ଗୁଟ୍କୀ’ । ଅର୍ଥାତ୍, ଗୁରୁ ରୂପରେ ରୈଦାସ ମିଳିଛନ୍ତି ଆଉ ସେ ସତ୍ଜ୍ଞାନର ଅମୃତ ପିଆଇଛନ୍ତି ।
ମୋର ସୌଭାଗ୍ୟ ଯେ ମୁଁ ସନ୍ଥ ରବିଦାସ ଜୀଙ୍କ ଜନ୍ମସ୍ଥଳୀ ବାରାଣସୀ ସହ ସଂପୃକ୍ତ ହୋଇଛି । ସନ୍ଥ ରବିଦାସ ଜୀ’ଙ୍କ ଜୀବନର ଆଧ୍ୟାତ୍ମିକ ଉଚ୍ଚତାକୁ ଏବଂ ତାଙ୍କର ଶକ୍ତିକୁ ମୁଁ ସେହି ତୀର୍ଥସ୍ଥଳରେ ଅନୁଭବ କରିଛି । ବନ୍ଧୁଗଣ, ରବିଦାସ ଜୀ କହୁଥିଲେ-
କରମ ବନ୍ଧନ ମେଁ ବନ୍ଧ ରହିୟୋ, ଫଲ୍ କୀ ନା ତଜ୍ଜିୟୋ ଆସ୍ ।
କର୍ମ ମାନୁଷ କା ଧର୍ମ ହୈ, ସତ୍ ଭାଖୈ ରବିଦାସ ।ା
ଅର୍ଥାତ ଆମେ ନିରନ୍ତର ଆପଣା କର୍ମ କରିଚାଲିବା ଉଚିତ, ଫଳ ତ ମିଳିବ ହିଁ ମିଳିବ, ମାନେ କର୍ମରୁ ସିଦ୍ଧି ତ ହେବ ହିଁ ହେବ । ଆମ ଯୁବାମାନଙ୍କୁ ସନ୍ଥ ରବିଦାସଙ୍କଠାରୁ ଆଉ ଗୋଟିଏ କଥା ନିଶ୍ଚିତ ଭାବେ ଶିଖିବା ଆବଶ୍ୟକ । ଯୁବପିଢ଼ିକୁ କୌଣସି କାମ କରିବା ପାଇଁ, ନିଜକୁ ପୁରୁଣା ରୀତିନୀତିରେ ବାନ୍ଧିହୋଇ ରହିବା ଅନୁଚିତ । ଆପଣମାନେ ନିଜ ଜୀବନକୁ ନିଜେ ହିଁ ସ୍ଥିର କରନ୍ତୁ । ନିଜର ରୀତିନୀତି ମଧ୍ୟ ନିଜେ ତିଆରି କରନ୍ତୁ ଏବଂ ନିଜ ଲକ୍ଷ୍ୟ ମଧ୍ୟ ନିଜେ ସ୍ଥିର କରନ୍ତୁ । ଯଦି ଆପଣଙ୍କ ବିବେକ, ଆପଣଙ୍କ ଆତ୍ମବିଶ୍ୱାସ ଦୃଢ଼ ଅଛି, ତେବେ ଆପଣଙ୍କୁ ପୃଥିବୀର କୌଣସି ଜିନିଷକୁ ଡରିବାର ଆବଶ୍ୟକତା ନାହିଁ । ମୁଁ ଏହା ଏଇଥିପାଇଁ କହୁଛି ଯେ ଅନେକ ସମୟରେ ଆମର ଯୁବପିଢ଼ି ପୁରୁଣା ରୀତିନୀତିର ଚାପରେ ସେହି କାମ କରିପାରନ୍ତି ନାହିଁ, ଯାହାକୁ ସେମାନେ ପ୍ରକୃତରେ ପସନ୍ଦ କରନ୍ତି । ଏଥିପାଇଁ ଆପଣମାନଙ୍କୁ କେବେ ମଧ୍ୟ ନୂଆ ଚିନ୍ତା କରିବାକୁ, ନୂଆ କାମ କରିବାକୁ ଦ୍ୱିଧାବୋଧ କରିବା ଉଚିତ ନୁହେଁ । ସେହିପରି, ସନ୍ଥ ରବିଦାସ ଜୀ ଆଉ ଏକ ମହତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି । ଏହି ସନ୍ଦେଶ ହେଉଛି, “ନିଜ ଗୋଡ଼ରେ ନିଜେ ଠିଆ ହେବା” । ଆମେ ନିଜର ସ୍ୱପ୍ନ ପୂରଣ ପାଇଁ ଅନ୍ୟ ଉପରେ ନିର୍ଭର କରିବା, ଏହା ଆଦୌ ଠିକ୍ ନୁହେଁ । ଯୋଉଟା ଯେପରି ତାହା ସେପରି ଚାଲୁ, ରବିଦାସ ଜୀ କେବେ ମଧ୍ୟ ଏହାରି ସପକ୍ଷରେ ନ ଥିଲେ ଏବଂ ଆଜି ଆମେ ଦେଖୁଛୁ ଯେ ଦେଶର ଯୁବା ମଧ୍ୟ ଏହି ଭାବନା ସପକ୍ଷରେ ଆଦୌ ନାହାନ୍ତି । ଆଜି ଯେତେବେଳେ ଦେଶର ଯୁବପିଢ଼ିଙ୍କ ଭିତରେ innovative spirit ଦେଖେ, ମୋତେ ଲାଗେ ଯେ ଆମର ଯୁବପିଢ଼ିକୁ ନେଇ ସନ୍ଥ ରବିଦାସ ଜୀଙ୍କୁ ନିଶ୍ଚିତ ଗର୍ବ ଅନୁଭବ ହୋଇଥାନ୍ତା ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ଜାତୀୟ ବିଜ୍ଞାନ ଦିବସ’ । ଆଜିର ଦିନ ଭାରତର ମହାନ ବୈଜ୍ଞାନିକ ଡକ୍ଟର ସି.ଭି. ରମଣଙ୍କ ଦ୍ୱାରା ଆବିଷ୍କୃତ ‘ରମଣ୍ ଏଫେକ୍ଟ’ ପାଇଁ ସମର୍ପିତ । କେରଳରୁ ୟୋଗେଶ୍ୱରନ୍ ଜୀ ନମୋଆପ୍ରେ ଲେଖିଛନ୍ତି ଯେ ରମଣ୍ ଏଫେକ୍ଟର ଆବିଷ୍କାର ସମଗ୍ର ବିଜ୍ଞାନର ଦିଗକୁ ବଦଳାଇ ଦେଇଥିଲା । ଏଥିସହ ଜଡ଼ିତ ଏକ ବହୁତ ସୁନ୍ଦର ସନ୍ଦେଶ ମୋତେ ନାସିକର ସ୍ନେହିଲ୍ ଜୀ ପଠାଇଛନ୍ତି । ସ୍ନେହିଲ୍ ଜୀ ଲେଖିଛନ୍ତି ଯେ ଆମ ଦେଶର ଅଗଣିତ ବୈଜ୍ଞାନିକ ଅଛନ୍ତି, ଯାହାଙ୍କ ଯୋଗଦାନ ବିନା ବିଜ୍ଞାନ ଏପରି ପ୍ରଗତି କରିପାରିଥା’ନ୍ତା । ଆମେ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ଯେମିତି ଜାଣୁ, ସେହିପରି ଭାରତର ବୈଜ୍ଞାନିକମାନଙ୍କ ସମ୍ପର୍କରେ ମଧ୍ୟ ଜାଣିବା ଉଚିତ । ମୁଁ ମଧ୍ୟ ‘ମନ୍ କୀ ବାତ’ର ଏହି ଶ୍ରୋତାଙ୍କ ସହ ଏକମତ । ମୁଁ ନିଶ୍ଚିତ ଚାହିଁବି ଯେ ଆମର ଯୁବପୀଢ଼ୀ ଭାରତର ବୈଜ୍ଞାନିକ-ଇତିହାସକୁ, ଆମର ବୈଜ୍ଞାନିକମାନଙ୍କୁ ଜାଣନ୍ତୁ, ବୁଝନ୍ତୁ ଓ ବହୁତ ପଢ଼ନ୍ତୁ ।
ବନ୍ଧୁଗଣ, ଯେତେବେଳେ ଆମେ ବିଜ୍ଞାନ ବିଷୟରେ ଆଲୋଚନା କରୁ, ଅନେକ ସମୟରେ ଏହାକୁ ଲୋକେ physics-chemistry କିମ୍ବା ପରୀକ୍ଷାଗାର ପର୍ଯ୍ୟନ୍ତ ହିଁ ସୀମିତ କରିଦିଅନ୍ତି, କିନ୍ତୁ ବିଜ୍ଞାନର ବିସ୍ତୃତି ଏହାଠାରୁ ବହୁତ ଅଧିକ ଏବଂ ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ବିଜ୍ଞାନର ଶକ୍ତିର ବହୁତ ଯୋଗଦାନ ଅଛି । ଆମେ ବିଜ୍ଞାନକୁ Lab to Land ମନ୍ତ୍ର ସହ ଆଗକୁ ବଢ଼ାଇବାକୁ ପଡ଼ିବ ।
ଉଦାହରଣ ସ୍ୱରୂପ ହାଇଦରାବାଦର ଚିନ୍ତଲା ଭେଙ୍କଟ ରେଡ୍ଡୀ ଜୀ’ଙ୍କୁ ନିଆଯାଉ । ରେଡ୍ଡୀ ଜୀଙ୍କ ଜଣେ ଡାକ୍ତରବନ୍ଧୁ ତାଙ୍କୁ ଥରେ ‘ଭିଟାମିନ୍ ଡି’ ଅଭାବରୁ ହେଉଥିବା ରୋଗ ଏବଂ ତା’ର ଅସୁବିଧା ବିଷୟରେ କହିଲେ । ରେଡ୍ଡୀ ଜୀ ଜଣେ ଚାଷୀ; ସେ ଏହି ସମସ୍ୟାର ସମାଧାନ ପାଇଁ କ’ଣ କରିପାରିବେ? ଏହାପରେ ସେ ପରିଶ୍ରମ କଲେ ଓ ଗହମ ଧାନର ଏପରି ପ୍ରଜାତି ବିକଶିତ କଲେ, ଯାହା ବିଶେଷଭାବେ ‘ଭିଟାମନ୍ ଡି’ଯୁକ୍ତ । ଏହି ମାସରେ ତାଙ୍କୁ World Intellectual Property Organization, Genevaରୁ patent ବି ମିଳିଛି । ଆମ ସରକାରର ସୌଭାଗ୍ୟ ଯେ ଭେଙ୍କଟ ରେଡ୍ଡୀ ଜୀଙ୍କୁ ଗତବର୍ଷ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।
ଏପରି ବହୁତ Innovative ଉପାୟରେ ଲଦ୍ଦାଖର ଓରଗେନ ଫୁତ୍ସୌଗ୍ ମଧ୍ୟ କାମ କରୁଛନ୍ତି । ଓରଗେନ ଜୀ ଏତେ ଉଚ୍ଚଜାଗାରେ ଜୈବିକ ଚାଷ କରି ପ୍ରାୟ ୨୦ ପ୍ରକାରର ଫସଲ କରୁଛନ୍ତି, ଯାହାକୁ ମଧ୍ୟ cyclic ଶୈଳୀରେ, ଅର୍ଥାତ ଗୋଟିଏ ଫସଲର ବର୍ଜ୍ୟକୁ ଦ୍ୱିତୀୟ ଫସଲରେ ସାର ଭାବେ ବ୍ୟବହାର କରୁଛନ୍ତି । ସତରେ ଚମତ୍କାର କଥା ନୁହେଁ କି!
ସେହିପରି ଗୁଜରାତର ପାଟନ ଜିଲାରେ କାମରାଜ ଭାଇ ଚୌଧୁରୀ ଘରେ ହିଁ ସଜନାର ଉନ୍ନତ ବିହନ ବିକଶିତ କରିଛନ୍ତି । ଏହାକୁ କେତେକ ଲୋକ ସର୍ଗୱା କହନ୍ତି ତ ଆଉ କେଉଁ କେଉଁଠି ମୋରିଙ୍ଗା ବା drum stick ମଧ୍ୟ କୁହାଯାଏ । ଉନ୍ନତ କିସମର ବିହନରେ ଯେଉଁ ସଜନା ଫଳେ, ତା’ର quality ବହୁତ ଭଲ ହୋଇଥାଏ । ନିଜ ଉତ୍ପାଦକୁ ସେ ଏବେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପଠାଇ ନିଜର ଆୟ ମଧ୍ୟ ବଢ଼ାଉଛନ୍ତି ।
ବନ୍ଧୁଗଣ, ଆଜିକାଲି Chia seeds (ଚିଆ ମଞ୍ଜି)ର ନାମ ଆପଣମାନଙ୍କ ଭିତରୁ ବହୁତ ଲୋକ ଶୁଣିଥିବେ । ସ୍ୱାସ୍ଥ୍ୟ ସଚେତନତା ସହିତ ସଂପୃକ୍ତ ଲୋକେ ଏହାକୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ ପୃଥିବୀରେ ଏହାର ଚାହିଦା ମଧ୍ୟ ଅଧିକ । ଭାରତର ଲୋକେ ଏହାକୁ ବେଶି ବାହାରୁ ହିଁ ମଗାନ୍ତି, କିନ୍ତୁ ଏବେ Chia seedsରେ ଆତ୍ମନିର୍ଭରତାର ବୋଝ ମଧ୍ୟ ଲୋକେ ଉଠାଉଛନ୍ତି । ଏହିପରି ଭାବେ ୟୁପିର ବାରାବଙ୍କିର ହରିଶ୍ଚନ୍ଦ୍ର ଜୀ Chia seedsର ଚାଷ ଆରମ୍ଭ କରିଛନ୍ତି । Chia seeds ର ଚାଷ ତାଙ୍କ ଆୟକୁ ମଧ୍ୟ ବଢ଼ାଇବ ଏବଂ ଆତ୍ମନିର୍ଭର ଭାରତ ଅଭିଯାନରେ ମଧ୍ୟ ସାହାଯ୍ୟ କରିବ ।
ବନ୍ଧୁଗଣ, ସମଗ୍ର ଦେଶରେ କୃଷି ବର୍ଜ୍ୟରୁ ଟଙ୍କା ରୋଜଗାର କରିବାର ଅନେକ ପରୀକ୍ଷାନିରୀକ୍ଷା ସଫଳତାର ସହ ଚାଲିଛି । ଯେପରିକି, ମଦୁରାଇର ମୁରୁଗେସନ ଜୀ କଦଳୀର ବର୍ଜ୍ୟରୁ ଦଉଡ଼ି ତିଆରି କରିବାର ଏକ ମେସିନ ନିର୍ମାଣ କରିଛନ୍ତି । ମୁରୁଗେସନ ଜୀଙ୍କ ଏହି innovationରୁ ପରିବେଶ ଓ ଆବର୍ଜନାର ସମାଧାନ ହେବ ଏବଂ ଚାଷୀଙ୍କ ପାଇଁ ଅତିରିକ୍ତ ଆୟର ବାଟ ମଧ୍ୟ ମିଳିବ ।
ବନ୍ଧୁଗଣ,
‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କୁ ଏତେ ଲୋକଙ୍କ ସମ୍ପର୍କରେ କହିବାର ମୋର ଉଦ୍ଦେଶ୍ୟ ହେଉଛି ଯେ ଆମେ ସମସ୍ତେ ଏମାନଙ୍କଠାରୁ ପ୍ରେରଣା ନେବା । ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ନିଜ ଜୀବନରେ ବିଜ୍ଞାନର ବିସ୍ତାର କରିବ, ସବୁ କ୍ଷେତ୍ରରେ କରିବ, ତା’ହେଲେ ପ୍ରଗତିର ରାସ୍ତା ମଧ୍ୟ ଖୋଲିବ ଏବଂ ଦେଶ ଆତ୍ମନିର୍ଭର ମଧ୍ୟ ହେବ । ଆଉ ମୋର ବିଶ୍ୱାସ ଅଛି ଯେ ଦେଶର ପ୍ରତ୍ୟେକ ନାଗରିକ ଏହା କରିପାରିବେ ।
ମୋର ପ୍ରିୟ ବନ୍ଧୁଗଣ,
କୋଲକାତାର ରଂଜନ ଜୀ ନିଜ ଚିଠିରେ ବହୁତ ରୋଚକ ଓ ମୌଳିକ ପ୍ରଶ୍ନ ପଚାରିଛନ୍ତି ଏବଂ ତା’ସହ ସୁନ୍ଦର ଭାବେ ତା’ର ଉତର ଦେବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ସେ ଲେଖିଛନ୍ତି ଯେ ଯେତେବେଳେ ଆମେ ଆତ୍ମନିର୍ଭର ହେବାର କଥା କହୁ, ସେତେବେଳେ ଆମ ପାଇଁ ଏହାର ଅର୍ଥ କ’ଣ? ଏହି ପ୍ରଶ୍ନର ଉତର ସେ ନିଜେ ହିଁ ଲେଖିଛନ୍ତି ଯେ “ଆତ୍ମନିର୍ଭର ଭାରତ ଅଭିଯାନ” କେବଳ ଏକ Government policy ନୁହେଁ, ବରଂ ଏକ National spirit। ସେ କହନ୍ତି ଯେ ଆତ୍ମନିର୍ଭର ହେବାର ଅର୍ଥ ନିଜର ଭାଗ୍ୟର ଫଇସଲା ନିଜେ କରିବା ଅର୍ଥାତ ସ୍ୱୟଂ ନିଜ ଭାଗ୍ୟର ନିୟନ୍ତା ହେବା । ରଂଜନ ବାବୁଙ୍କ କଥା ଶହେ ପ୍ରତିଶତ ଠିକ୍ । ତାଙ୍କ କଥାକୁ ଆଗକୁ ବଢ଼ାଇ ମୁଁ ଏହା ମଧ୍ୟ କହିବି ଯେ ଆତ୍ମନିର୍ଭରତାର ପ୍ରଥମ ସର୍ତ ହେଲା- ନିଜ ଦେଶର ଜିନିଷ ପାଇଁ ଗର୍ବ କରିବା, ନିଜ ଦେଶର ଲୋକଙ୍କ ଦ୍ୱାରା ନିର୍ମିତ ଜିନିଷକୁ ନେଇ ଗର୍ବିତ ହେବା । ଯେତେବେଳେ ପ୍ରତ୍ୟେକ ଦେଶବାସୀ ଗର୍ବ କରେ, ପ୍ରତ୍ୟେକ ଦେଶବାସୀ ଯୋଡ଼ି ହୁଏ, ତେବେ ଆତ୍ମନିର୍ଭର ଭାରତ କେବଳ ଏକ ଆର୍ଥିକ ଅଭିଯାନ ହୋଇ ନରହି ଏକ National spirit ପାଲଟିଯାଏ । ଯେତେବେଳେ ଆକାଶରେ ଆମ ଦେଶ ନିର୍ମିତ ଯୁଦ୍ଧ ବିମାନ ତେଜସ୍କୁ କଳାକୌଶଳ ପ୍ରଦର୍ଶନ କରିବା ଆମେ ଦେଖୁ, ଯେତେବେଳେ ଭାରତରେ ନିର୍ମିତ ଟ୍ୟାଙ୍କ୍, ଭାରତରେ ତିଆରି ମିସାଇଲ୍, ଆମର ଗୌରବ ବଢ଼ାନ୍ତି, ଯେତେବେଳେ ସମୃଦ୍ଧ ଦେଶରେ ଆମେ ମେଟ୍ରୋ ଟ୍ରେନ୍ରେ Made in India coaches ଦେଖୁ, ଯେତେବେଳେ ଡଜନେ ଦେଶ ପର୍ଯ୍ୟନ୍ତ ଗବୟର ସଦ୍ଭ ଓଦ୍ଭୟସବ କରୋନା ଟିକା ପହଂଚିବା ଦେଖୁ, ସେତେବେଳେ ଆମ ମୁଣ୍ଡ ଆହୁରି ଉଚ୍ଚ ହୋଇଯାଏ ଏବଂ ଏହା ମଧ୍ୟ ନୁହେଁ ଯେ କେବଳ ବଡ଼ବଡ଼ ଜିନିଷ ହିଁ ଭାରତକୁ ଆତ୍ମନିର୍ଭର କରିବ । ଭାରତରେ ତିଆରି କପଡ଼ା, ଭାରତର ଦକ୍ଷ କାରିଗରଙ୍କ ଦ୍ୱାରା ତିଆରି ହସ୍ତଶିଳ୍ପ ଜିନିଷ, ଭାରତର Electronic ଉପକରଣ, ଭାରତରେ ନିର୍ମିତ ମୋବାଇଲ, ପ୍ରତି କ୍ଷେତ୍ରରେ ଆମକୁ ଏହି ଗୌରବର ସମ୍ବର୍ଦ୍ଧନ କରିବାକୁ ହେବ। ଯେତେବେଳେ ଆମେ ଏହି ଭାବନା ସହ ଅଗ୍ରସର ହେବା, ସେତେବେଳେ ହିଁ ପ୍ରକୃତ ଅର୍ଥରେ ଆତ୍ମନିର୍ଭର ହୋଇପାରିବା । ଆଉ ବନ୍ଧୁଗଣ, ଆତ୍ମନିର୍ଭର ଭାରତର ଏହି ମନ୍ତ୍ର ଦେଶର ପ୍ରତିଟି ଗାଁକୁ ପହଞ୍ଚୁଥିବାରୁ ମୁଁ ଖୁସି । ବିହାରର ବେତିଆରେ ତାହାହିଁ ଘଟିଛି, ଯାହା ମୋତେ ଗଣମାଧ୍ୟମରେ ପଢ଼ିବାକୁ ମିଳିଲା ।
ବେତିଆର ବାସିନ୍ଦା ପ୍ରମୋଦ ଜୀ ଦିଲ୍ଲୀରେ ଗୋଟିଏ ଏଲ.ଇ.ଡି. ବଲ୍ବ ତିଆରି କାରଖାନାରେ ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ । ଏଠାରେ କାମ କରିବା ସମୟରେ ସେ ଏହାର ନିର୍ମାଣ ପ୍ରକ୍ରିୟାକୁ ଖୁବ ଭଲ ଭାବେ ବୁଝିଲେ । କିନ୍ତୁ କରୋନା ସମୟରେ ପ୍ରମୋଦ ଜୀ ଙ୍କୁ ନିଜ ଘରକୁ ଫେରିବାକୁ ପଡ଼ିଲା । ଫେରିବା ପରେ ପ୍ରମୋଦ ଜୀ କ’ଣ କଲେ ଆପଣ ଜାଣନ୍ତି କି? ସେ ନିଜେ ଏଲ.ଇ.ଡି. ବଲ୍ବ ତିଆରି କରିବାର ଗୋଟିଏ ଛୋଟ ୟୁନିଟ ଆରମ୍ଭ କରିଦେଲେ । ସେ ସେହି ଅଂଚଳର କିଛି ଯୁବବର୍ଗଙ୍କୁ ସାଥିରେ ଧରି ମାତ୍ର କିଛି ମାସ ମଧ୍ୟରେ କାରଖାନା ଶ୍ରମିକରୁ କାରଖାନା ମାଲିକ ହେବାର ଏକ ଯାତ୍ରା ପୂରଣ କଲେ । ତାହା ପୁଣି ନିଜ ଘରେ ରହି ।
ଆଉ ଗୋଟିଏ ଉଦାହରଣ ହେଉଛି ଉତରପ୍ରଦେଶ ଗଡ଼ମୁକ୍ତେଶ୍ୱରର । ଗଡ଼଼ମୁକ୍ତେଶ୍ୱରରୁ ଶ୍ରୀମାନ ସନ୍ତୋଷ ଲେଖିଛନ୍ତି ଯେ କରୋନା ସମୟରେ ସେ କିଭଳି ଭାବେ ଦୁର୍ଯୋଗକୁ ସୁଯୋଗରେ ପରିଣତ କରିଦେଲେ । ସନ୍ତୋଷ ଜୀ ଙ୍କ ପୂର୍ବପୁରୁଷ ଖୁବ ଭଲ କାରିଗର ଥିଲେ । ସେମାନେ ମଶିଣା ବୁଣିବା କାମ କରୁଥିଲେ । କରୋନା ସମୟରେ ଯେତେବେଳେ ଅନ୍ୟାନ୍ୟ କାମ ଅଟକିଗଲା, ସେମାନେ ପୁରା ଦମରେ ମଶିଣା ତିଆରି କରିବା ଆରମ୍ଭ କରିଦେଲେ । ବହୁତ କମ ଦିନ ମଧ୍ୟରେ ସେମାନଙ୍କୁ କେବଳ ଯେ ଉତରପ୍ରଦେଶ ତା’ ନୁହେଁ ବରଂ ଅନ୍ୟ ରାଜ୍ୟମାନଙ୍କରୁ ମଧ୍ୟ ମଶିଣା ଯୋଗାଇବାର ଅର୍ଡ଼ର ମିଳିବା ଆରମ୍ଭ ହୋଇଗଲା । ସନ୍ତୋଷ ଜୀ ଏ କଥା ମଧ୍ୟ କହିଛନ୍ତି ଯେ, ଏହାଦ୍ୱାରା ଏ ଅଂଚଳର ଶହ ଶହ ବର୍ଷ ପୁରାତନ କଳା ମଧ୍ୟ ନୂତନ ଶକ୍ତି ଲାଭ କଲା ।
`ବନ୍ଧୁଗଣ,
ଦେଶଯାକରେ ଏଭଳି ଅନେକ ଉଦାହରଣ ରହିଛି, ଯେଉଁଠି ଲୋକେ ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ଏହିଭଳି ଭାବରେ ନିଜର ଯୋଗଦାନ ଦେଉଛନ୍ତି । ଆଜି ଏହା ଏକ ଭାବନାରେ ପରିଣତ ହୋଇଛି ଯାହା ସାଧାରଣ ଲୋକଙ୍କ ହୃଦୟରେ ପ୍ରବାହିତ ହେଉଛି ।
ମୋର ପ୍ରିୟ ଦେଶବାସୀଗଣ,
ନମୋ ଆପ୍ରେ ମୁଁ ଗୁଡ଼ଗାଁଓ ନିବାସୀ ମୟୂରଙ୍କର ଗୋଟିଏ ରୋଚକ ପୋଷ୍ଟ ଦେଖିଲି । ସେ ଜଣେ ଉତ୍ସାହୀ ପକ୍ଷୀ ନିରୀକ୍ଷଣକାରୀ ଏବଂ ପ୍ରକୃତିପ୍ରେମୀ । ମୟୂରଜୀ ଲେଖିଛନ୍ତି ଯେ, ମୁଁ ତ ହରିୟାଣାରେ ରହୁଛି, କିନ୍ତୁ ମୁଁ ଚାହୁଁଛି ଯେ ଆପଣ ଆସାମର ଲୋକ, ବିଶେଷ କରି କାଜିରଙ୍ଗାର ଲୋକଙ୍କ ସମ୍ପର୍କରେ କିଛି ଆଲୋଚନା କରନ୍ତୁ । ମୁଁ ଭାବୁଥିଲି ଯେ, ମୟୂରଜୀ ଗଣ୍ଡା କଥା କହୁଥିବେ, ଯାହାକୁ ସେଠାରେ ନିଜ ଗାଁର ଗୌରବ ଭାବେ ବିବେଚନା କରାଯାଏ । କିନ୍ତୁ ମୟୂର ଜୀ କାଜିରଙ୍ଗାଠାରେ ରହିଥିବା ୱାଟରଫାଉଲ୍ସ ସଂଖ୍ୟାରେ ହୋଇଥିବା ଅଭିବୃଦ୍ଧି ଯୋଗୁଁ ଆସାମର ଲୋକଙ୍କ ପ୍ରଶଂସା କରିବା ପାଇଁ ଅନୁରୋଧ କରିଛନ୍ତି । ୱାଟରଫାଉଲ୍ସକୁ ସାଧାରଣ ଭାଷାରେ କ’ଣ କୁହାଯାଇପାରେ ସେ ସମ୍ପର୍କରେ ମୁଁ ଅନୁସନ୍ଧାନ କରୁ କରୁ ମୋତେ ଗୋଟିଏ ଶବ୍ଦ ମିଳିଲା – ଜଳପକ୍ଷୀ । ଏଭଳି ପକ୍ଷୀ ଯେଉଁମାନଙ୍କ ବାସସ୍ଥାନ କୌଣସି ଗଛ ଉପରେ ନ ଥାଏ ବରଂ ଏମାନେ ପାଣି ଉପରେ ହିଁ ବାସ କରିଥାନ୍ତି – ଯେମିତିକି ବତକ ଇତ୍ୟାଦି ପକ୍ଷୀ । କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଗତ କିଛି ବର୍ଷ ଧରି ବାର୍ଷିକ ୱାଟରଫାଉଲ୍ସ ଗଣନା କରିଆସୁଛି । ଏହି ଗଣନା ଦ୍ୱାରା ପକ୍ଷୀମାନଙ୍କ ସଂଖ୍ୟା ଜଣାପଡ଼ୁଛି ଏବଂ ସେମାନଙ୍କ ପସନ୍ଦର ବାସସ୍ଥାନ ସମ୍ପର୍କରେ ମଧ୍ୟ ସୂଚନା ମିଳୁଛି । ମାତ୍ର ଦୁଇ-ତିନି ସପ୍ତାହ ପୂର୍ବେ ହିଁ ପୁଣିଥରେ ସର୍ଭେ କରାଯାଇଛି । ଆପଣମାନେ ମଧ୍ୟ ଏ କଥା ଜାଣି ଖୁସି ହେବେ ଯେ ଏଥର ଏହି ଜଳପକ୍ଷୀମାନଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ପାଖାପାଖି ୧୭୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ଗଣନା ସମୟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପକ୍ଷୀମାନଙ୍କର ୧୧୨ଟି ପ୍ରଜାତି ଦେଖିବାକୁ ମିଳିଥିଲା । ଏଥିରୁ ୫୮ ପ୍ରଜାତି ୟୁରୋପ, କେନ୍ଦ୍ରୀୟ ଏବଂ ପୂର୍ବ ଏସିଆ ସହିତ ବିଶ୍ୱର ବିଭିନ୍ନ ଅଂଶରୁ ଶୀତକାଳୀନ ଭ୍ରମଣକାରୀ ପକ୍ଷୀ ରୂପେ ଆସିଛନ୍ତି । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଲା ଯେ ଏଠାରେ ଉତମ ଜଳ ସଂରକ୍ଷଣ ସହିତ ମାନବ ହସ୍ତକ୍ଷେପ ବହୁତ କମ୍ ରହିଛି । ଏଭଳି କିଛି କ୍ଷେତ୍ରରେ ସକାରାତ୍ମକ ମାନବ ହସ୍ତକ୍ଷେପ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ ।
ଆସାମର ଶ୍ରୀ ଯାଦବ ପାୟେଙ୍ଗଙ୍କୁ ହିଁ ଦେଖନ୍ତୁ । ଆପଣମାନଙ୍କ ମଧ୍ୟରୁ କିଛି ଲୋକ ତାଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ନିଜର କାର୍ଯ୍ୟ ପାଇଁ ତାଙ୍କୁ ପଦ୍ମ ସମ୍ମାନ ମିଳିଛି । ଶ୍ରୀ ଯାଦବ ପାୟେଙ୍ଗ ସେହି ମଣିଷ ଯିଏ ଆସାମର ମାଜୁଲି ଦ୍ୱୀପରେ ପ୍ରାୟ ୩୦୦ ହେକ୍ଟରରେ ବୃକ୍ଷରୋପଣ କାର୍ଯ୍ୟରେ ନିଜର ସକ୍ରିୟ ଯୋଗଦାନ ଦେଇଛନ୍ତି । ସେ ବନ ସଂରକ୍ଷଣ ପାଇଁ କାର୍ଯ୍ୟ କରିଆସିଛନ୍ତି ଏବଂ ଲୋକଙ୍କୁ ବୃକ୍ଷରୋପଣ ଓ ଜୈବ-ବିବିଧତାର ସଂରକ୍ଷଣ ପାଇଁ ପ୍ରେରିତ କରିବାରେ ମଧ୍ୟ ଲାଗିଛନ୍ତି ।
ବନ୍ଧୁଗଣ,
ଆସାମରେ ରହିଥିବା ଆମ ମନ୍ଦିରଗୁଡ଼ିକ ମଧ୍ୟ ପ୍ରକୃତିର ସଂରକ୍ଷଣରେ ନିଜର ସ୍ୱତନ୍ତ୍ର ଭୂମିକା ନିର୍ବାହ କରୁଛନ୍ତି । ଆମ ମନ୍ଦିରଗୁଡ଼ିକୁ ଲକ୍ଷ୍ୟ କଲେ ଆପଣମାନେ ଦେଖିବେ ଯେ, ପ୍ରତି ମନ୍ଦିର ପାଖରେ ପୁଷ୍କରିଣୀଟିଏ ରହୁଛି । ହଜୋଠାରେ ଥିବା ହୟଗ୍ରୀବ ମଧେବ ମନ୍ଦିର, ଶୋଣିତପୁରଠାରେ ଥିବା ନାଗଶଙ୍କର ମନ୍ଦିର ଏବଂ ଗୌହାଟିଠାରେ ରହିଥିବା ଉଗ୍ରତାରା ମନ୍ଦିର ନିକଟରେ ଏଭଳି ଅନେକ ପୁଷ୍କରିଣୀ ରହିଛି । ଏହାର ବ୍ୟବହାର ବିଲୁପ୍ତ ହୋଇଯାଉଥିବା କଇଁଛମାନଙ୍କର ପ୍ରଜାତିଗୁଡ଼ିକର ସୁରକ୍ଷା ନିମନ୍ତେ କରାଯାଉଛି । ଆସାମରେ କଇଁଛମାନଙ୍କର ସବୁଠାରୁ ଅଧିକ ପ୍ରଜାତି ଦେଖିବାକୁ ମିଳେ । ମନ୍ଦିରମାନଙ୍କରେ ଥିବା ଏହି ପୁଷ୍କରିଣୀଗୁଡ଼ିକ କଇଁଛମାନଙ୍କର ସଂରକ୍ଷଣ, ପ୍ରଜନନ ଏବଂ ସେମାନଙ୍କ ବିଷୟରେ ପ୍ରଶିକ୍ଷଣ ପାଇଁ ଉତମ ସ୍ଥାନ ରୂପେ ପରିଗଣିତ ହୋଇପାରନ୍ତି ।
ମୋର ପ୍ରିୟ ଦେଶବାସୀଗଣ,
କିଛି ଲୋକ ଭାବନ୍ତି ଯେ ଇନ୍ନୋଭେଶନ୍ ପାଇଁ ଆପଣ ଜଣେ ବୈଜ୍ଞାନିକ ହୋଇଥିବା ଆବଶ୍ୟକ । କିଛି ଲୋକ ଭାବନ୍ତି ଯେ, ଅନ୍ୟମାନଙ୍କୁ କିଛି ଶିଖାଇବାକୁ ହେଲେ ଆପଣ ଜଣେ ଶିକ୍ଷକ ହେବା ଆବଶ୍ୟକ । ଏଭଳି ଚିନ୍ତାଧାରାକୁ ଆହ୍ୱାନ ରୂପେ ଗ୍ରହଣ କରୁଥିବା ଲୋକେ ସର୍ବଦା ପ୍ରଶଂସାର ପାତ୍ର । ଏଇ ଯେମିତିକି କେହି ଜଣେ ଅନ୍ୟମାନଙ୍କୁ ସୈନିକ ହେବା ପାଇଁ ପ୍ରଶିକ୍ଷିତ କରୁଥାଏ, ତେବେ ସେ ନିଜେ କ’ଣ ଜଣେ ସୈନିକ ହୋଇଥିବା ଜରୁରୀ କି? ଆପଣମାନେ ଭାବୁଥିବେ ଯେ, ହଁ ଏହା ଜରୁରୀ । କିନ୍ତୁ ଏଇଠି ଘଟଣାରେ ରହିଛି ଟିକିଏ ମୋଡ଼ ।
ମାଇଁ-ଗଭ୍ରେ ଶ୍ରୀଯୁକ୍ତ କମଲ୍କାନ୍ତ ଗୋଟିଏ ରିପୋର୍ଟ ଶେୟାର କରିଛନ୍ତି, ଯାହା ଗୋଟିଏ ଭିନ୍ନ କାହାଣୀ କହୁଛି । ଓଡ଼ିଶାର ଅରାଖୁଡ଼ାରେ ଜଣେ ଭଦ୍ରବ୍ୟକ୍ତି ରହୁଛନ୍ତି – ନାଏକ ସାର୍ । ଅବଶ୍ୟ ତାଙ୍କ ପୁରା ନାଁ ସିଲୁ ନାଏକ, କିନ୍ତୁ ସମସ୍ତେ ତାଙ୍କୁ ନାଏକ ସାର୍ ନାଁରେ ହିଁ ଡାକନ୍ତି । ବାସ୍ତବରେ ସେ ଜଣେ ମ୍ୟାନ ଅନ୍ ଏ ମିଶନ୍ । ସେ ସେହି ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ଯେଉଁମାନେ ସୈନ୍ୟବାହିନୀରେ ଯୋଗ ଦେବା ପାଇଁ ଆଗ୍ରହୀ । ନାଏକ ସାର୍ଙ୍କ ଅନୁଷ୍ଠାନର ନାମ ହେଉଛି ମହାଗୁରୁ ବାଟାଲିଅନ୍ । ଏଥିରେ ଫିଜିକାଲ୍ ଫିଟ୍ନେସ୍ଠାରୁ ଆରମ୍ଭ କରି ସାକ୍ଷାତକାର ପର୍ଯ୍ୟନ୍ତ ଏବଂ ଲେଖାଲେଖିଠାରୁ ଆରମ୍ଭ କରି ତାଲିମ ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ ଶିକ୍ଷା ଦିଆଯାଉଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ଯେଉଁମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ସେମାନେ ସ୍ଥଳସେନା, ନୌସେନା, ବାୟୁସେନା, ସିଆର୍ପିଏଫ୍, ବିଏସ୍ଏଫ୍ ଭଳି ସୁରକ୍ଷା ବାହିନୀରେ ନିଜର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଆହୁରି ମଧ୍ୟ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସିଲୁ ନାଏକ ନିଜେ ଓଡ଼ିଶା ପୋଲିସ ଚାକିରିରେ ଯୋଗ ଦେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳି ନ ଥିଲା । ଏହା ସତ୍ୱେ, ସେ ନିଜ ପ୍ରଶିକ୍ଷଣ ଦ୍ୱାରା ଅନେକ ଯୁବକଙ୍କୁ ଦେଶସେବା ପାଇଁ ଯୋଗ୍ୟ କରିପାରିଛନ୍ତି । ଆସନ୍ତୁ, ଆମେ ସମସ୍ତେ ମିଶି ନାଏକ ସାରଙ୍କୁ ଶୁଭେଚ୍ଛା ଜଣାଇବା ଯାହାଫଳରେ ସେ ଆମ ଦେଶ ପାଇଁ ଆହୁରି ଅନେକ ନାୟକ ଗଢ଼ିପାରିବେ ।
ବନ୍ଧୁଗଣ,
ବେଳେବେଳେ ଖୁବ ଛୋଟ ଆଉ ସାମାନ୍ୟ ପ୍ରଶ୍ନଟିଏ ବି ମନକୁ ଆନ୍ଦୋଳିତ କରିଦିଏ । ଏହି ପ୍ରଶ୍ନଗୁଡ଼ିକ ବଡ଼ ହୋଇ ନ ଥାନ୍ତି, ଖୁବ ସହଜ ହୋଇଥାନ୍ତି, ତଥାପି ଏ ସବୁ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଦିଅନ୍ତି । କିଛିଦିନ ଆଗରୁ ହାଇଦ୍ରାବାଦର ଅପର୍ଣା ରେଡ୍ଡି ମୋତେ ଏହିଭଳି ଗୋଟିଏ ପ୍ରଶ୍ନ ପଚାରିଲେ । ସେ ପଚାରିଲେ ଯେ – ଆପଣ ଏତେ ବର୍ଷ ହେଲା ପ୍ରଧାନମନ୍ତ୍ରୀ ହୋଇରହିଛନ୍ତି, ଅନେକ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ରହିଥିଲେ। କିଛି ଅସମ୍ପୂର୍ଣ୍ଣ ରହିଗଲା ଭଳି ଆପଣଙ୍କୁ କେବେ ଲାଗେ କି? ଅପର୍ଣ୍ଣାଙ୍କ ପ୍ରଶ୍ନଟି ଖୁବ୍ ସହଜ ମନେହେଉଥିଲେ ହେଁ ସେତିକି କଠିନ । ଏହି ପ୍ରଶ୍ନ ଉପରେ ମୁଁ ଚିନ୍ତା କଲି ଏବଂ ନିଜକୁ କହିଲି ଯେ ଏହି କଥା ଅସମ୍ପୂର୍ଣ୍ଣ ରହିଲା ଯେ ବିଶ୍ୱର ସବୁଠାରୁ ପ୍ରାଚୀନ ଭାଷା ତାମିଲ ଶିଖିବା ପାଇଁ ମୁଁ ଅଧିକ ପ୍ରୟାସ କରିପାରିଲିନି । ମୁଁ ତାମିଲ ଶିଖିପାରିଲିନି । ଏହା ଏଭଳି ଏକ ସୁନ୍ଦର ଭାଷା, ଯାହା ସାରା ବିଶ୍ୱରେ ଲୋକପ୍ରିୟ । ଅନେକ ଲୋକେ ମୋତେ ତାମିଲ ସାହିତ୍ୟର ମାନ ଏବଂ ଏଥିରେ ରଚିତ କବିତାଗୁଡ଼ିକର ଗଭୀରତା ସମ୍ପର୍କରେ ବହୁତ କିଛି କହିଛନ୍ତି । ଭାରତ ଏହିଭଳି ଅନେକ ଭାଷାର ଭୂମି, ଯାହା ଆମ ସଂସ୍କୃତି ଏବଂ ଗୌରବର ପ୍ରତୀକ । ଭାଷା ସମ୍ପର୍କରେ କହିବା ବେଳେ ମୁଁ ଗୋଟିଏ ଛୋଟ ରୁଚିପୂର୍ଣ୍ଣ କ୍ଲିପ୍ ଆପଣମାନଙ୍କ ସହିତ ଶେୟାର କରିବାକୁ ଚାହୁଁଛି । (ସାଉଣ୍ଡ କ୍ଲିପ୍ ଅନ୍ ଷ୍ଟାଚ୍ୟୁ ଅଫ ୟୁନିଟି)
ଏବେ ଆପଣମାନେ ଯେଉଁ ସ୍ୱର ଶୁଣୁଥିଲେ, ପ୍ରକୃତରେ ତାହା ଥିଲା ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଜଣେ ଗାଇଡ୍ ପର୍ଯ୍ୟଟକମାନଙ୍କୁ ସଂସ୍କୃତ ଭାଷାରେ ସରଦାର ପଟେଲ୍ଙ୍କ ବିଶ୍ୱର ସର୍ବୋଚ୍ଚ ମୂର୍ତି ସମ୍ପର୍କରେ କହୁଥିବାର ସ୍ୱର । ଆପଣମାନେ ଜାଣି ଖୁସି ହେବେ ଯେ କେୱଡ଼ିଆଠାରେ ୧୫ ଜଣରୁ ଅଧିକ ଗାଇଡ୍ ଅନର୍ଗଳ ଭାବେ ସଂସ୍କୃତ ଭାଷାରେ ଲୋକଙ୍କୁ ସେ ସ୍ଥାନ ସମ୍ପର୍କରେ ବୁଝାଉଛନ୍ତି । ଏଥର ମୁଁ ଆପଣମାନଙ୍କୁ ଆଉ ଗୋଟିଏ ସ୍ୱର ଶୁଣାଉଛି । (ସାଉଣ୍ଡ କ୍ଲିପ୍ ଅଫ୍ କ୍ରିକେଟ କମେନ୍ଟାରୀ)
ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟରେ ପଡ଼ିଥିବେ । ପ୍ରକୃତରେ ଏହା ହେଉଛି ସଂସ୍କୃତ ଭାଷାରେ ପ୍ରଦାନ କରାଯାଉଥିବା କ୍ରିକେଟ ଖେଳର ଧାରା ବିବରଣୀ । ବାରାଣସୀଠାରେ ସଂସ୍କୃତ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରେ ଗୋଟିଏ କ୍ରିକେଟ ଟୁର୍ଣ୍ଣାମେଂଟର ଆୟୋଜନ ହୋଇଥାଏ । ଏହି ମହାବିଦ୍ୟାଳୟଗୁଡ଼ିକ ହେଲା – ଶାସ୍ତ୍ରାର୍ଥ ମହାବିଦ୍ୟାଳୟ, ସ୍ୱାମୀ ବେଦାନ୍ତି ବେଦ ବିଦ୍ୟାପୀଠ, ଶ୍ରୀ ବ୍ରହ୍ମ ବେଦ ବିଦ୍ୟାଳୟ ଏବଂ ଇଂଟରନ୍ୟାସନାଲ ଚନ୍ଦ୍ରମୌଳୀ ଚାରିଟେବୁଲ ଟ୍ରଷ୍ଟ । ଏହି ଟୁର୍ଣ୍ଣାମେଂଟର ମ୍ୟାଚଗୁଡ଼ିକ ଅନୁଷ୍ଠିତ ହେଉଥିବା ସମୟରେ ଧାରାବିବରଣୀ ସଂସ୍କୃତ ଭାଷାରେ ମଧ୍ୟ ପ୍ରଦାନ କରାଯାଇଥାଏ । ମୁଁ ଏବେ ଆପଣମାନଙ୍କୁ ସେହି ଧାରାବିବରଣୀର ଗୋଟିଏ ଛୋଟ ଅଂଶ ଶୁଣାଇଲି । କେବଳ ସେତିକି ନୁହେଁ, ଏହି ଟୁର୍ଣ୍ଣାମେଂଟରେ ଖେଳାଳି ଏବଂ ଧାରାବିବରଣୀ ପ୍ରଦାନକାରୀମାନେ ପାରମ୍ପରିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥାଏ । ଆପଣମାନେ ଯଦି ଏନର୍ଜି, ଏକ୍ସାଇଟମେଂଟ ଓ ସସ୍ପେନ୍ସ ସବୁ କିଛି ଏକାଠି ଚାହାନ୍ତି, ତାହେଲେ ଆପଣମାନେ ଖେଳର ଧାରାବିବରଣୀ ଶୁଣିବା ଉଚିତ । ଟେଲିଭିଜନ ଆସିବା ବହୁ ପୂର୍ବରୁ ଏହି ସ୍ପୋର୍ଟ୍ସ କମେଣ୍ଟରୀ ଜରିଆରେ ହିଁ ସାରା ଦେଶର ଲୋକେ କ୍ରିକେଟ ଓ ହକି ଭଳି ଖେଳର ରୋମାଂଚକୁ ଅନୁଭବ କରୁଥିଲେ । ଟେନିସ ଏବଂ ଫୁଟବଲ ମ୍ୟାଚଗୁଡ଼ିକର ଧାରାବିବରଣୀ ମଧ୍ୟ ଖୁବ ଭଲ ଭାବେ ପରିବେଷଣ କରାଯାଉଥିଲା । ଆମେ ଲକ୍ଷ୍ୟ କରିଛୁ ଯେ, ଯେଉଁ ଖେଳଗୁଡ଼ିକର ଧାରା-ବିବରଣୀ ଯେତେ ସମୃଦ୍ଧ, ସେ ଖେଳର ପ୍ରଚାର ପ୍ରସାର ମଧ୍ୟ ସେତିକି ଦୃତ ଗତିରେ ହୋଇଥାଏ । ଭାରତରେ ଅନେକଗୁଡ଼ିଏ ଖେଳ ରହିଛି, କିନ୍ତୁ ସେଥିରେ କମେଂଟ୍ରି କଲ୍ଚର ପ୍ରବେଶ କରିନି, ଯାହାଫଳରେ ଏସବୁ ବିଲୁପ୍ତ ହେବାକୁ ବସିଲାଣି । ମୋ ମନକୁ ଗୋଟିଏ କଥା ଆସୁଛି – ଆମ ଭାରତୀୟ ଖେଳଗୁଡ଼ିକର ଧାରା ବିବରଣୀ ବିଭିନ୍ନ ଭାଷାରେ ଭଲ ଭାବରେ କରାଗଲେ କେମିତି ହୁଅନ୍ତା? ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ନିଶ୍ଚୟ ଚେଷ୍ଟା କରିବା ଉଚିତ । ମୁଁ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଘରୋଇ ସଂସ୍ଥାର ସହଯୋଗୀମାନଙ୍କୁ ଏ ସମ୍ପର୍କରେ ଚିନ୍ତା କରିବା ପାଇଁ ଅନୁରୋଧ କରୁଛି ।
ମୋର ପ୍ରିୟ ଯୁବବନ୍ଧୁଗଣ,
ଆସନ୍ତା କିଛିମାସ ଆପଣମାନଙ୍କ ଜୀବନରେ ବିଶେଷ ଗୁରୁତ୍ୱ ବହନ କରିବାକୁ ଯାଉଛି । ଅଧିକାଂଶ ଯୁବବନ୍ଧୁମାନଙ୍କର ପରୀକ୍ଷା ଥିବ । ଆପଣମାନଙ୍କର ମନେ ଅଛି ତ? ୱାରିୟର ହେବାକୁ ହେବ ଓରିୟର୍ ନୁହେଁ । ହସି ହସି ପରୀକ୍ଷା ଦେବାକୁ ଯିବେ ଏବଂ ହସ ହସ ମୁହଁରେ ଫେରିବେ । ଆଉ କାହା ସହିତ ନୁହେଁ, ବରଂ ନିଜ ସହ ପ୍ରତିଯୋଗିତା କରିବାକୁ ହେବ । ଯଥେଷ୍ଟ ନିଦ୍ରା ଉପଭୋଗ କରିବେ, ଆଉ ଟାଇମ ମ୍ୟାନେଜମେଂଟ ବି କରିବାକୁ ପଡ଼ିବ । ଖେଳିବା ବି ଛାଡ଼ିବେନି କାରଣ ଯିଏ ଖେଳିବ ସେ ଆଗକୁ ବଢ଼ିବ । ରିଭିଜନ ଏବଂ ମନେ ରଖିବାର ସ୍ମାର୍ଟ ଉପାୟ ବି ଅବଲମ୍ବନ କରିବାକୁ ହେବ । ଅର୍ଥାତ, ମୋଟ ଉପରେ କହିବାକୁ ଗଲେ ପରୀକ୍ଷାରେ ନିଜର ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିବାକୁ ପଡ଼ିବ । ଆପଣମାନେ ଭାବୁଥିବେ ଯେ ଏତେ ସବୁ ହେବ କେମିତି? ଆମେ ସମସ୍ତେ ମିଶି ଏହାକୁ ସମ୍ଭବ କରିବା । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆମେ କରିବା ପରୀକ୍ଷା ପେ ଚର୍ଚ୍ଚା । କିନ୍ତୁ ମାର୍ଚ୍ଚ ମାସରେ ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା ପୂର୍ବରୁ ସମସ୍ତ ଏକ୍ଜାମ ୱାରିୟର, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ସେମାନଙ୍କ ଅନୁଭୁତି ଏବଂ ଟିପ୍ସ ମୋ ସହିତ ନିଶ୍ଚୟ ଶେୟାର କରିବାକୁ ଅନୁରୋଧ କରୁଛି । ମାଇଁ-ଗଭ୍ରେ ଆପଣ ଏହା ଶେୟାର କରିପାରିବେ । ନରେନ୍ଦ୍ର ମୋଦି ଆପ୍ରେ ମଧ୍ୟ ଶେୟାର କରିପାରିବେ । ଏଥର ପରୀକ୍ଷା ପେ ଚର୍ଚ୍ଚାରେ ଯୁବବନ୍ଧୁମାନଙ୍କ ସହିତ ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ନିମନ୍ତ୍ରିତ ହେବେ । କିଭଳି ଏଥିରେ ଅଂଶଗ୍ରହଣ କରିପାରିବେ, କିଭଳି ପୁରସ୍କାର ଜିତିପାରିବେ, କିଭଳି ମୋ ସହିତ ଆଲୋଚନା କରିବାର ସୁଯୋଗ ପାଇପାରିବେ ଏସବୁ ବିଷୟରେ ସୂଚନା ଆପଣ ମାଇଁ-ଗଭ୍ରେ ପାଇପାରିବେ । ଏଯାଏ ଏକଲକ୍ଷରୁ ଅଧିକ ବିଦ୍ୟାର୍ଥୀ, ପ୍ରାୟ ୪୦ ହଜାର ଅଭିଭାବକ ଏବଂ ପ୍ରାୟ ୧୦ ହଜାର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏଥିରେ ଅଂଶଗ୍ରହଣ କରିସାରିଛନ୍ତି । ଆପଣ ମଧ୍ୟ ଆଜି ହିଁ ଅଂଶଗ୍ରହଣ କରନ୍ତୁ । ଏହି କରୋନା ସମୟରେ କିଛି ସମୟ ବାହାର କରି ମୁଁ ଏକ୍ଜାମ୍ ୱାରିୟର ବହିରେ କିଛି ନୂଆ ମନ୍ତ୍ର ଯୋଡ଼ି ଦେଇଛି । ଏବେ ଏଥିରେ ଅଭିଭାବକମାନଙ୍କ ପାଇଁ ମଧ୍ୟ କିଛି ମନ୍ତ୍ର ଯୋଡ଼ାଯାଇଛି । ଏହି ମନ୍ତ୍ରଗୁଡ଼ିକ ସହିତ ଜଡ଼ିତ ଅନେକଗୁଡ଼ିଏ ରୋଚକ ଗତିବିଧି ନରେନ୍ଦ୍ର ମୋଦି ଆପ୍ରେ ଦିଆଯାଇଛି, ଯାହା ଆପଣଙ୍କ ଭିତରେ ଜଣେ ଏକ୍ଜାମ୍ ୱାରିୟରକୁ ଉଜାଗର କରିବାରେ ସହାୟକ ହେବ । ଆପଣ ଏସବୁକୁ ଥରେ ପରୀକ୍ଷା କରିଦେଖନ୍ତୁ । ସମସ୍ତ ଯୁବବନ୍ଧୁମାନଙ୍କୁ ଆଗାମୀ ପରୀକ୍ଷାଗୁଡ଼ିକ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ,
ମାର୍ଚ୍ଚ ମାସଟି ଆମର ଆର୍ଥିକ ବର୍ଷର ଶେଷ ମାସ ହୋଇଥାଏ । ତେଣୁ ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ କିଛି ଅଧିକ ବ୍ୟସ୍ତ ରହିବେ । ଦେଶରେ ଆର୍ଥିକ ଗତିବିଧି ଯେଉଁଭଳି ଭାବରେ ଗତିଶୀଳ ହେଉଛି, ତାହାଦ୍ୱାରା ଆମର ବ୍ୟବସାୟୀ ଏବଂ ଉଦ୍ୟମୀ ବନ୍ଧୁମାନଙ୍କ ବ୍ୟସ୍ତତା ବଢ଼ିଚାଲିଛି । ଏସବୁ ଭିତରେ କରୋନା ପ୍ରତି ଆମର ସଚେତନତା ମଧ୍ୟ ଯେମିତି ଊଣା ନ ହୁଏ । ଆପଣମାନେ ସୁସ୍ଥ ରହିବେ, ଖୁସିରେ ରହିବେ, କର୍ତବ୍ୟ ପଥରେ ଅଟଳ ରହିବେ, ତା ହେଲେ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ ।
ଆପଣ ସମସ୍ତଙ୍କୁ ବିଭିନ୍ନ ପର୍ବପର୍ବାଣୀ ଉପଲକ୍ଷେ ଆଗୁଆ ଶୁଭକାମନା । ତା’ସହିତ କରୋନା ସମ୍ପର୍କୀୟ ଯେଉଁ ନିୟମଗୁଡ଼ିକୁ ପାଳନ କରିବାକୁ ଅଛି, ସେଥିରେ ଯେମିତି କିଛି ଊଣା ନ ହୁଏ । ବହୁତ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଯେତେବେଳେ ମୁଁ ମନର କଥା କାର୍ଯ୍ୟକ୍ରମଟି କରେ, ସେତେବେଳେ ମୋତେ ଲାଗେ, ଯେମିତି ମୁଁ ଆପଣମାନଙ୍କ ଗହଣରେ, ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ଉପସ୍ଥିତ । ଆମର ଛୋଟ ଛୋଟ କଥା, ଯାହା ପରସ୍ପରଙ୍କୁ, କିଛି ଶିଖାଇଯାଏ, ଜୀବନର ତିକ୍ତ–ମଧୁର ଅନୁଭୂତି ଯାହା, ଜୀବନକୁ ମନଭରି ଉପଭୋଗ କରିବାର ପ୍ରେରଣା ଯୋଗାଇଦିଏ – ତାହା ହିଁ ତ ହେଉଛି – ମନର କଥା । ଆଜି 2021 ମସିହା ଜାନୁଆରୀ ମାସର ଅନ୍ତିମ ଦିନ । ମୋ ଭଳି କ’ଣ ଆପଣମାନେ ବି ଭାବୁଛନ୍ତି ଯେ, ଏଇ ମାତ୍ର କିଛିଦିନ ଆଗରୁ ତ 2021 ଆରମ୍ଭ ହୋଇଥିଲା!! ଏମିତି ଲାଗୁନି ଯେ, ଜାନୁଆରୀ ମାସଟି ସରିଗଲା! ଏହା ହିଁ ତ ସମୟର ଗତି । ଲାଗୁଛି, ଏଇ ଯେମିତି ମାତ୍ର କିଛି ଦିନ ତଳ କଥା – ଯେତେବେଳେ ଆମେମାନେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଉଥିଲେ । ତାପରେ ଆମେ ପାଳନ କଲେ ଲୋହଡ଼ି, ମକର ସଂକ୍ରାନ୍ତି, ପୋଙ୍ଗଲ ଆଉ ବିହୁ । ଦେଶର ବିଭିନ୍ନ ଭାଗରେ ଉତ୍ସବର ଆନନ୍ଦ ଉଲ୍ଲାସ ଥିଲା । ଜାନୁଆରୀ 23 ତାରିଖ ଦିନ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କଲୁ ଏବଂ ଜାନୁଆରୀ 26 ତାରିଖ ଦିନ ଗଣତନ୍ତ୍ର ଦିବସର ସୁନ୍ଦର ପରେଡକୁ ମଧ୍ୟ ଉପଭୋଗ କଲୁ । ରାଷ୍ଟ୍ରପତି ମହୋଦୟଙ୍କ ଦ୍ୱାରା ସଂସଦର ମିଳିତ ଅଧିବେଶନରେ ଉଦ୍ବୋଧନ ସହ ବଜେଟ ଅଧିବେଶନ ବି ଆରମ୍ଭ ହୋଇଯାଇଛି । ଏସବୁ ମଧ୍ୟରେ ଆଉ ଗୋଟିଏ କାର୍ଯ୍ୟ ମଧ୍ୟ ହେଲା, ଯାହାକୁ ଆମେ ସମସ୍ତେ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଉ । ତାହା ହେଉଛି – ପଦ୍ମ ପୁରସ୍କାରର ଘୋଷଣା । ଅସାଧାରଣ କାର୍ଯ୍ୟ କରୁଥିବା ଲୋକଙ୍କୁ ସେମାନଙ୍କ ଉପଲବ୍ଧି ଓ ମାନବଜାତି ପ୍ରତି ସେମାନଙ୍କ ଅବଦାନ ପାଇଁ ଦେଶ ସମ୍ମାନିତ କଲା । ଚଳିତ ବର୍ଷ ମଧ୍ୟ ପୁରସ୍କାର ଲାଭ କରିଥିବା ଲୋକଙ୍କ ମଧ୍ୟରେ ସେହିମାନେ ରହିଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଖୁବ ଭଲ କାମ କରିଛନ୍ତି, ନିଜ କାର୍ଯ୍ୟ ଦ୍ୱାରା କାହାରି ଜୀବନକୁ ବଦଳାଇଛନ୍ତି, ଦେଶକୁ ଆଗକୁ ବଢ଼ାଇଛନ୍ତି । ଅର୍ଥାତ, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା 'ଅନସଙ୍ଗ ହିରୋ' ମାନଙ୍କୁ ପଦ୍ମ ସମ୍ମାନ ଦେବାର ଯେଉଁ ପରମ୍ପରା ଦେଶ କିଛି ବର୍ଷ ପୂର୍ବେ ଆରମ୍ଭ କରିଛି, ତାହାକୁ ଏ ବର୍ଷ ମଧ୍ୟ ବଜାୟ ରଖାଗଲା । ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଲୋକମାନଙ୍କ ବିଷୟରେ, ସେମାନଙ୍କ ଅବଦାନ ବିଷୟରେ ନିଶ୍ଚୟ ଜାଣନ୍ତୁ । ପରିବାରରେ ସେମାନଙ୍କ ବିଷୟରେ ଆଲୋଚନା କରନ୍ତୁ । ଦେଖିବେ, ସମସ୍ତଙ୍କୁ ଏଥିରୁ କେତେ ପ୍ରେରଣା ମିଳୁଛି !
ଏହି ମାସରେ କ୍ରିକେଟ ପିଚ୍ରୁ ବି ଖୁବ ଭଲ ଖବର ମିଳିଲା । ପ୍ରାରମ୍ଭିକ ଅସୁବିଧା ପରେ ଆମ କ୍ରିକେଟ ଟିମ୍ ପୁଣିଥରେ ଖୁବ ସୁନ୍ଦର ପ୍ରଦର୍ଶନ ସହ ଅଷ୍ଟ୍ରେଲିଆରେ ସିରିଜ ଜିତିଲା । ଆମ ଖେଳାଳିମାନଙ୍କ କଠିନ ପରିଶ୍ରମ ଏବଂ ଟିମ୍ୱାର୍କ ପ୍ରେରଣାଦାୟୀ । ଏଇସବୁ ଭିତରେ ଦିଲ୍ଲୀରେ ଜାନୁଆରୀ 26 ଦିନ ତ୍ରିରଙ୍ଗାର ଅପମାନ ଦେଖି ଦେଶ ବହୁତ ଦୁଃଖ ମଧ୍ୟ ଅନୁଭବ କଲା । ଆଗାମୀ ସମୟକୁ ଆମକୁ ନୂତନ ଆଶା ଏବଂ ଉଦ୍ଦୀପନା ସହ ପୂରଣ କରିବାକୁ ହେବ । ଗତବର୍ଷ ଆମେ ଅସାଧାରଣ ସଂଯମ ଓ ସାହସର ପରିଚୟ ଦେଇଥିଲୁ । ଏ ବର୍ଷ ମଧ୍ୟ ଆମକୁ କଠିନ ପରିଶ୍ରମ କରି ଆମର ସଂକଳ୍ପଗୁଡ଼ିକୁ ସାକାର କରିବାକୁ ହେବ । ଆମ ଦେଶକୁ ଆହୁରି ତୀବ୍ର ଗତିରେ ଆଗେଇ ନେବାକୁ ହେବ ।
ମୋର ପ୍ରିୟ ଦେଶବାସୀଗଣ, ଏହି ବର୍ଷ ଆରମ୍ଭରେ କରୋନା ସହ ଆମ ସଂଗ୍ରାମକୁ ପ୍ରାୟ ବର୍ଷେ ପୁରିଲା । କରୋନା ବିରୁଦ୍ଧରେ ଭାରତର ସଂଗ୍ରାମ ଯେମିତି ଗୋଟିଏ ଉଦାହରଣ ସୃଷ୍ଟି କରିଛି, ସେହିଭଳି ଆମର ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ସାରା ବିଶ୍ୱରେ ଗୋଟିଏ ଉଦାହରଣ ହେବାକୁ ଯାଉଛି । ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ପରିଚାଳିତ କରୁଛି । ଆଉ ଗୋଟିଏ ଗର୍ବର କଥା କ’ଣ, ଜାଣନ୍ତି କି? ଆମେ ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ସହ ବିଶ୍ୱରେ ସବୁଠାରୁ କ୍ଷିପ୍ର ଗତିରେ ଆମର ନାଗରିକମାନଙ୍କୁ ଟିକା ପ୍ରଦାନ କରିଚାଲିଛୁ । ଆମେରିକା ଭଳି ସମୃଦ୍ଧ ଦେଶରେ ଟିକାକରଣ କାର୍ଯ୍ୟ ପାଇଁ 18 ଦିନ ଏବଂ ବ୍ରିଟେନକୁ ଏଥିପାଇଁ 36 ଦିନ ସମୟ ଲାଗିଥିବା ବେଳେ ଭାରତ ମାତ୍ର 15 ଦିନରେ ଏହାର 30 ଲକ୍ଷରୁ ଅଧିକ କରୋନା ଯୋଦ୍ଧାମାନଙ୍କ ଟିକାକରଣ କରିସାରିଛି ।
ବନ୍ଧୁଗଣ, ମେଡ–ଇନ୍–ଇଣ୍ଡିଆ ଟିକା ଏକ ପକ୍ଷରେ ଭାରତର ଆତ୍ମନିର୍ଭରତାର ପ୍ରତୀକ ହୋଇଥିବାବେଳେ ଅପରପକ୍ଷରେ ଏହା ଭାରତର ଆତ୍ମଗୌରବର ମଧ୍ୟ ପ୍ରତୀକ ପାଲଟିଛି । ନମୋ ଆପ୍ରେ ୟୁ.ପି.ରୁ ଭାଇ ହିମାଂଶୁ ଯାଦବ ଲେଖିଛନ୍ତି ଯେ, ମେଡ–ଇନ୍–ଇଣ୍ଡିଆ ଟିକା ଯୋଗୁଁ ମନରେ ଗୋଟିଏ ନୂତନ ଆତ୍ମବିଶ୍ୱାସ ଜାଗ୍ରତ ହୋଇଛି । ମଦୁରାଇରୁ କିର୍ତୀ ଲେଖିଛନ୍ତି ଯେ, ତାଙ୍କର ଅନେକ ବିଦେଶୀ ବନ୍ଧୁ ତାଙ୍କୁ ମେସେଜ ପଠାଇ ଭାରତକୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି । କିର୍ତୀଙ୍କ ବନ୍ଧୁମାନେ ତାଙ୍କୁ ଲେଖିଛନ୍ତି ଯେ, କରୋନା ସହ ସଂଗ୍ରାମରେ ଭାରତ ଯେଉଁଭଳି ଭାବରେ ବିଶ୍ୱକୁ ସାହାଯ୍ୟ କରିଛି, ଏହାଦ୍ୱାରା ଭାରତ ପାଇଁ ତାଙ୍କ ମନରେ ସମ୍ମାନ ଆହୁରି ବୃଦ୍ଧି ପାଇଛି । କିର୍ତୀ, ଦେଶର ଏହି ଗୌରବଗାନ ଶୁଣି, ‘ମନ କି ବାତ୍’ର ଶ୍ରୋତାମାନଙ୍କୁ ବି ଗର୍ବ ଅନୁଭବ ହେବ । ଆଜିକାଲି ମୋତେ ମଧ୍ୟ ବିଭିନ୍ନ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମାନଙ୍କ ତରଫରୁ ଏଭଳି ବାର୍ତ୍ତାମାନ ମିଳୁଛି । ଆପଣମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଯେ, ନିକଟରେ ବ୍ରାଜିଲର ରାଷ୍ଟ୍ରପତି ମଧ୍ୟ ତାଙ୍କର ଟ୍ୱିଟ୍ ବାର୍ତ୍ତା ମାଧ୍ୟମରେ ଯେଉଁଭଳି ଭାରତକୁ ଧନ୍ୟବାଦ ଦେଇଛନ୍ତି, ତାହାଦେଖି ପ୍ରତ୍ୟେକ ଭାରତୀୟଙ୍କୁ କେତେ ଭଲ ଲାଗିଲା । ହଜାର ହଜାର କିଲୋମିଟର ଦୂର ବିଶ୍ୱର କୋଣ–ଅନୁକୋଣରେ ବାସ କରୁଥିବା ଲୋକେ ରାମାୟଣର ସେହି ପ୍ରସଙ୍ଗକୁ ବ୍ରାଜିଲ ରାଷ୍ଟ୍ରପତିଙ୍କ ଟ୍ୱିଟ୍ରେ ଦେଖି ଭଲ ଭାବରେ ଅନୁମାନ କରିପାରୁଥିବେ, ତାଙ୍କ ମନରେ ରାମାୟଣର କେତେ ପ୍ରଭାବ ରହିଛି! ଏହାହିଁ ଆମ ସଂସ୍କୃତିର ବୈଶିଷ୍ଟ୍ୟ ।
ବନ୍ଧୁଗଣ, ଏହି ଟିକାକରଣ କାର୍ଯ୍ୟକ୍ରମରେ ଆଉ ଗୋଟିଏ କଥା ଲକ୍ଷ୍ୟ କରିଥିବେ । ବିପଦ ସମୟରେ ଭାରତ ବିଶ୍ୱକୁ ଏଥିପାଇଁ ସେବା ଯୋଗାଇପାରୁଛି, କାରଣ ଭାରତ ଆଜି ଔଷଧ ଏବଂ ଟିକାକୁ ନେଇ ସକ୍ଷମ, ଆତ୍ମନିର୍ଭର । ଆତ୍ମନିର୍ଭର ଭାରତ ଅଭିଯାନର ଚିନ୍ତାଧାରା ମଧ୍ୟ ଏହିଭଳି । ଭାରତ ଯେତେ ସକ୍ଷମ ହେବ, ସେତିକି ଅଧିକ ମାନବଜାତିର ସେବା କରିବ, ବିଶ୍ୱ ସେତେ ଅଧିକ ଲାଭବାନ ହେବ ।
ମୋର ପ୍ରିୟ ଦେଶବାସୀଗଣ, ପ୍ରତି ଥର ଆପଣମାନଙ୍କର ବହୁତଗୁଡ଼ିଏ ଚିଠି ମିଳିଥାଏ । ନମୋ ଆପ୍ ଏବଂ ମାଇଗଭ୍ରେ ଆପଣମାନଙ୍କ ମେସେଜ ଓ ଫୋନ କଲ୍ ମାଧ୍ୟମରେ ଆପଣମାନଙ୍କ କଥା ଜାଣିବାର ସୁଯୋଗ ମିଳେ । ଏହି ବାର୍ତ୍ତାଗୁଡ଼ିକ ମଧ୍ୟରୁ ଗୋଟିଏ ମୋ ଦୃଷ୍ଟି ଆକର୍ଷଣ କଲା । ତାହା ହେଉଛି ଭଉଣୀ ପ୍ରିୟଙ୍କା ପାଣ୍ଡେଙ୍କ ବାର୍ତ୍ତା । 23 ବର୍ଷ ବୟସ୍କ ପ୍ରିୟଙ୍କା ହିନ୍ଦୀ ସାହିତ୍ୟର ଛାତ୍ରୀ ଏବଂ ବିହାରର ସିୱାନ୍ର ବାସିନ୍ଦା । ପ୍ରିୟଙ୍କା ନମୋ ଆପ୍ରେ ଲେଖିଛନ୍ତି ଯେ, ଦେଶର 15ଟି ଦେଶୀୟ ପର୍ଯ୍ୟଟନ ସ୍ଥଳକୁ ବୁଲିଯିବାର ମୋ ପରାମର୍ଶରେ ସେ ଖୁବ ପ୍ରେରିତ ହୋଇଥିଲେ । ତେଣୁ, ଜାନୁଆରୀ 1 ତାରିଖ ଦିନ ସେ ଗୋଟିଏ ସ୍ଥାନ ପାଇଁ ବାହାରିଲେ, ଯାହା ଗୋଟିଏ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ସେ ସ୍ଥାନଟି ଥିଲା ତାଙ୍କ ଘରଠାରୁ 15 କିଲୋମିଟର ଦୂରରେ ଅବସ୍ଥିତ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ପୈତୃକ ନିବାସ ସ୍ଥାନ । ପ୍ରିୟଙ୍କା ଗୋଟିଏ ସୁନ୍ଦର କଥା ଲେଖିଛନ୍ତି ଯେ, ଆମ ଦେଶର ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିବାର ଏହା ଥିଲା ତାଙ୍କର ପ୍ରଥମ ପଦକ୍ଷେପ । ପ୍ରିୟଙ୍କା ସେଠାରେ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ରଚିତ ଅନେକ ବହି ଦେଖିବାକୁ ପାଇଲେ, ଅନେକ ଐତିହାସିକ ଫଟୋ ଦେଖିବାକୁ ପାଇଲେ । ପ୍ରିୟଙ୍କା ଜୀ, ବାସ୍ତବରେ ଆପଣଙ୍କ ଏହି ଅନୁଭୂତି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ।
ବନ୍ଧୁଗଣ, ଚଳିତ ବର୍ଷ ଭାରତ ଏହାର ସ୍ୱାଧୀନତା ପ୍ରାପ୍ତିର 75 ବର୍ଷ ପୂର୍ତି ଉତ୍ସବ – ଅମୃତ ମହୋତ୍ସବ ଆରମ୍ଭ କରିବାକୁ ଯାଉଛି । ଯେଉଁ ମହାନାୟକମାନଙ୍କ ଯୋଗୁଁ ଆମକୁ ସ୍ୱାଧୀନତା ମିଳିଛି ସେମାନଙ୍କ ସହ ଜଡିତ ଅଂଚଳଗୁଡିକ ସମ୍ପର୍କରେ ସୂଚନା ସଂଗ୍ରହ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ ।
ବନ୍ଧୁଗଣ, ଯେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମ ଓ ବିହାର ବିଷୟରେ କଥା ହେଉଛୁ, ସେତେବେଳେ ନମୋ ଆପ୍ରେ ଦିଆଯାଇଥିବା ଆଉ ଗୋଟିଏ ମନ୍ତବ୍ୟ ସମ୍ପର୍କରେ ମଧ୍ୟ ମୁଁ ଆଲୋଚନା କରିବାକୁ ଚାହୁଁଛି । ମୁଙ୍ଗେରରେ ରହୁଥିବା ଜୟରାମ ବିପ୍ଳବ ମୋତେ ତାରାପୁର ଶହୀଦ ଦିବସ ବିଷୟରେ ଲେଖିଛନ୍ତି । 1932 ମସିହା, ଫେବୃଆରୀ 15 ତାରିଖ । ଇଂରେଜମାନେ ଦେଶଭକ୍ତମାନଙ୍କର ଗୋଟିଏ ଦଳର ଅନେକ ବୀର ଯୁବକମାନଙ୍କୁ ଖୁବ ନୃଶଂସ ଭାବେ ହତ୍ୟା କରିଦେଲେ । ସେମାନଙ୍କ ଅପରାଧ ଏତିକି ମାତ୍ର ଥିଲା ଯେ, ସେମାନେ ବନ୍ଦେ ମାତରମ୍ ଓ ଭାରତମାତା କି ଜୟ ବୋଲି ସ୍ଲୋଗାନ ଦେଉଥିଲେ । ମୁଁ ସେହି ଶହୀଦମାନଙ୍କୁ ପ୍ରଣାମ କରୁଛି ଏବଂ ସେମାନଙ୍କ ସାହସକୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି । ମୁଁ ଜୟରାମ ବିପ୍ଳବଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସେ ଏଭଳି ଗୋଟିଏ ଘଟଣା ଦେଶର ଲୋକଙ୍କ ଦୃଷ୍ଟିକୁ ଆଣିଲେ, ଯାହା ଉପରେ ସେତେ ଆଲୋଚନା କରାଯାଇନାହିଁ,
ମୋର ପ୍ରିୟ ଦେଶବାସୀଗଣ, ଭାରତର ପ୍ରତ୍ୟେକ ଅଂଶରେ, ପ୍ରତ୍ୟେକ ସହରରେ, ଗାଁ–ଗହଳିରେ ସ୍ୱାଧୀନତା ପାଇଁ ପୁରା ଦମ୍ରେ ସଂଗ୍ରାମ ଚାଲିଥିଲା । ଭାରତ ଭୂମିର ପ୍ରତ୍ୟେକ କୋଣରେ ଏଭଳି ବୀରପୁତ୍ର ଏବଂ ବୀରାଙ୍ଗନାମାନେ ଜନ୍ମଗ୍ରହଣ କରିଥିଲେ, ଯେଉଁମାନେ ଦେଶ ପାଇଁ ନିଜର ପ୍ରାଣବଳି ଦେଲେ । ଏଭଳି ପରିସ୍ଥିତିରେ ଆମ ପାଇଁ ସେମାନେ କରିଥିବା ସଂଘର୍ଷ ଏବଂ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିରଖିବା ଆମ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ସମ୍ପର୍କରେ ଲେଖି ଆମେ ସେମାନଙ୍କ ସ୍ମୃତିକୁ ଆମର ଆଗାମୀ ପିଢ଼ି ପାଇଁ ଜୀବିତ ରଖିପାରିବା । ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷକରି ଆମର ଯୁବବନ୍ଧୁମାନଙ୍କୁ ଆହ୍ୱାନ କରୁଛି, ସେମାନେ ଦେଶର ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ କଥାମାନ ଲେଖନ୍ତୁ । ନିଜ ଅଂଚଳରେ ସ୍ୱାଧୀନତା ସଂଗ୍ରାମ ସମୟର ବୀରତ୍ୱର କାହାଣୀଗୁଡ଼ିକ ସମ୍ପର୍କରେ ପୁସ୍ତକ ରଚନା କରନ୍ତୁ । ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରୁଥିବା ସମୟରେ ଆପଣଙ୍କ ଲେଖା ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ଯୁବ ଲେଖକ–ଲେଖିକାଙ୍କ ପାଇଁ ଇଣ୍ଡିଆ ସେଭେଂଟିଫାଇଭ୍ ଉଦ୍ଦେଶ୍ୟରେ ଗୋଟିଏ ନୂତନ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିରେ ସମସ୍ତ ରାଜ୍ୟ ଓ ଭାଷାର ଯୁବ ଲେଖକ–ଲେଖିକାଙ୍କୁ ପ୍ରୋତ୍ସାହନ ମିଳିବ । ଦେଶରେ ବହୁ ସଂଖ୍ୟାରେ ଏଭଳି ବିଷୟଗୁଡ଼ିକ ଉପରେ ଲେଖିବା ପାଇଁ ଲେଖକ–ଲେଖିକା ବାହାରିବେ, ଯେଉଁମାନଙ୍କର ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଗଭୀର ଜ୍ଞାନ ଥିବ । ସେହିଭଳି ଉଦୀୟମାନ ପ୍ରତିଭାଙ୍କୁ ଆମକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ହେବ । ଏହାଦ୍ୱାରା ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରୁଥିବା ବୁଦ୍ଧିଜୀବି ମାନଙ୍କର ଗୋଟିଏ ଶ୍ରେଣୀ ମଧ୍ୟ ସୃଷ୍ଟି ହେବ । ମୁଁ ଆମର ଯୁବସାଥୀମାନଙ୍କୁ ଏହି ଉଦ୍ୟମର ଅଂଶ ହେବା ସହ ନିଜର ସାହିତ୍ୟିକ କଳାର ଅଧିକରୁ ଅଧିକ ଉପଯୋଗ କରିବା ପାଇଁ ନିମନ୍ତ୍ରଣ ଜଣାଉଛି । ଏ ସମ୍ପର୍କରେ ଅଧିକ ବିବରଣୀ ଶିକ୍ଷା ମନ୍ତ୍ରଣାଳୟର ୱେବ୍ସାଇଟ୍ରୁ ପାଇପାରିବେ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଶ୍ରୋତାମାନଙ୍କୁ କ’ଣ ଅଧିକ ଭଲ ଲାଗେ ତାହା ଆପଣମାନେ ହିଁ ଭଲକରି ଜାଣନ୍ତି । କିନ୍ତୁ ମୋତେ ‘ମନ୍ କି ବାତ୍’ରେ ସବୁଠାରୁ ଏ ଥା ଭଲ ଲାଗେ ଯେ, ଏଥିରୁ ବହୁତ କଥା ଜାଣିବାକୁ, ଶିଖିବାକୁ ଓ ପଢ଼ିବାକୁ ମିଳେ । ଏକ ପ୍ରକାର ପରୋକ୍ଷ ଭାବେ ଆପଣ ସମସ୍ତଙ୍କ ସହ ଯୋଡ଼ିହେବାର ସୁଯୋଗ ମିଳେ । କାହାରି ପ୍ରଚେଷ୍ଟା, କାହାର ଉତ୍ସାହ, ଦେଶ ପାଇଁ କିଛି କରିଯିବାର କାହାର ଉଦ୍ୟମ – ଏସବୁ ମୋତେ ବହୁତ ପ୍ରେରଣା ଯୋଗାଏ, ଶକ୍ତିରେ ଭରିଦିଏ ।
ହାଇଦ୍ରାବାଦର ବୋୟିନପଲ୍ଲୀରେ ଗୋଟିଏ ପରିବା ବଜାର ରହିଛି । ଏହା କିଭଳି ନିଜର ଦାୟିତ୍ୱ ତୁଲାଉଛି, ସେକଥା ପଢ଼ି ମୋତେ ବହୁତ ଭଲ ଲାଗିଲା । ଆମେ ସମସ୍ତେ ଦେଖିଛୁ ଯେ, ପରିବା ବଜାରମାନଙ୍କରେ ଅନେକ କାରଣରୁ ବହୁତ ପରିବା ନଷ୍ଟ ହୋଇଥାଏ । ନଷ୍ଟ ହୋଇଯାଇଥିବା ସେହି ପରିବା ଆବର୍ଜନା ସୃଷ୍ଟି କରେ । କିନ୍ତୁ ବୋୟିନପଲ୍ଲୀ ପରିବା ବଜାରର ଲୋକେ ଏହା ସ୍ଥିର କଲେ ଯେ, ପ୍ରତିଦିନ ଏମିତି ନଷ୍ଟ ହେଉଥିବା ପରିବାକୁ ଫୋପଡ଼ା ଯିବ ନାହିଁ । ପରିବା ବଜାର ସହ ଜଡ଼ିତ ଲୋକେ ଏଥିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ପାଇଁ ସ୍ଥିର କଲେ । ପଚି–ସଢ଼ି ଯାଇଥିବା ପରିବାରୁ ବିଜୁଳି ଶକ୍ତି ଉତ୍ପାଦନ କଥା ହୁଏତ ଆପଣମାନେ ଶୁଣି ନ ଥିବେ । ଏହାହିଁ ତ ନବୋନ୍ମେଷର ଶକ୍ତି । ଆଗରୁ ବୋୟିନପଲ୍ଲୀ ପରିବା ବଜାରରେ ଯାହା ବର୍ଜ୍ୟବସ୍ତୁ ଥିଲା, ଆଜି ସେଥିରୁ ୱେଲ୍ଥ କ୍ରିଏଟ୍ ହେଉଛି । ଏହାହିଁ ତ ଆବର୍ଜନାରୁ ଅମୂଲ୍ୟ ସମ୍ପଦ ତିଆରିର ଯାତ୍ରା । ପ୍ରତିଦିନ ସେଠାରୁ 10 ଟନ୍ ବର୍ଜ୍ୟ ପଦାର୍ଥ ବାହାରୁଛି । ଏହାକୁ ଗୋଟିଏ ପ୍ଲାଂଟରେ ସଂଗୃହିତ କରାଯାଉଛି । ସେହି ପ୍ଲାଂଟରେ ଏଥିରୁ ପ୍ରତିଦିନ 500 ୟୁନିଟ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି ଆଉ ପ୍ରାୟ 30 କିଲୋଗ୍ରାମ ବାୟୋ–ଫୁଏଲ୍ ମଧ୍ୟ ଉତ୍ପାଦିତ ହେଉଛି । ସେଥିରେ ବଜାରର କ୍ୟାଣ୍ଟିନରେ ରୋଷେଇ କରାଯାଉଛି । ଏହା ଗୋଟିଏ ପ୍ରଶଂସନୀୟ ଉଦ୍ୟମ ନୁହେଁ କି?
ଏହିଭଳି ଆଉ ଗୋଟିଏ ଚମତ୍କାର କରି ଦେଖାଇଛନ୍ତି – ହରିୟାଣା ପଂଚକୁଲାର ବଡ଼ୌତ୍ ଗ୍ରାମପଂଚାୟତ । ଏହି ପଂଚାୟତ ଅଂଚଳରେ ଜଳ ନିଷ୍କାସନ ଏକ ସମସ୍ୟା ଥିଲା । ଏହା ଫଳରେ ଦୂଷିତ ପାଣି ଏଣେ ତେଣେ ମାଡ଼ୁଥିଲା, ରୋଗ ସୃଷ୍ଟି କରୁଥିଲା । କିନ୍ତୁ ବଡ଼ୌତ୍ର ଲୋକେ ଏହି ୱେଷ୍ଟ ୱାଟର୍ରୁ ୱେଲ୍ଥ କ୍ରିଏଟ୍ କରିବାକୁ ସ୍ଥିର କଲେ । ସାରା ଗାଁରୁ ବାହାରୁଥିବା ଦୂଷିତ ପାଣିକୁ ଗ୍ରାମପଂଚାୟତ କାର୍ଯ୍ୟାଳୟ ଗୋଟିଏ ଜାଗାରେ ଏକତ୍ରିତ କରି ଫିଲ୍ଟର କରିବା ଆରମ୍ଭ କଲା । ଫିଲ୍ଟର ହୋଇଥିବା ଏହି ପାଣି, ଏବେ ଗାଁର ଚାଷୀମାନେ ସେମାନଙ୍କ କ୍ଷେତରେ ଜଳସେଚନ ପାଇଁ ବ୍ୟବହାର କରୁଛନ୍ତି । ମାନେ, ପ୍ରଦୂଷଣ, ଆବର୍ଜନା ଏବଂ ରୋଗରୁ ମୁକ୍ତି ସାଙ୍ଗକୁ କ୍ଷେତରେ ଜଳସେଚନ ସମସ୍ୟାର ମଧ୍ୟ ସମାଧାନ ହୋଇପାରିଛି ।
ବନ୍ଧୁଗଣ, ପରିବେଶ ସୁରକ୍ଷା ସହ ରୋଜଗାରର ବାଟ ମଧ୍ୟ କେମିତି ଫିଟିଥାଏ, ଏହାର ଗୋଟିଏ ଉଦାହରଣ ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ମଧ୍ୟ ଦେଖିବାକୁ ମିଳିଲା । ଅରୁଣାଚଳ ପ୍ରଦେଶର ଏହି ପାର୍ବତ୍ୟ ଅଂଚଳରେ ଶହ ଶହ ବର୍ଷ ଧରି ମୋନ୍ ଶୁଗୁ ନାମକ ଗୋଟିଏ କାଗଜ ତିଆରି କରାଯାଇଥାଏ । ଏହି କାଗଜ ଏଠାକାର ଶୁଗୁ ଶେଙ୍ଗ ନାମକ ଗୋଟିଏ ବୃକ୍ଷର ବକ୍କଳରୁ ତିଆରି କରାଯାଏ, ତେଣୁ ଏହି କାଗଜ ତିଆରି କରିବା ପାଇଁ ଗଛ କାଟିବାକୁ ପଡ଼ି ନ ଥାଏ । ତାଛଡ଼ା ଏହାକୁ ତିଆରି କରିବା ପାଇଁ କୌଣସି କେମିକାଲ୍ ମଧ୍ୟ ପ୍ରୟୋଗ କରାଯାଏ ନାହିଁ । ଅର୍ଥାତ, ଏହି କାଗଜ ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ । ଦିନ ଥିଲା, ଏହି କାଗଜ ରପ୍ତାନୀ ହେଉଥିଲା । କିନ୍ତୁ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଯେତେବେଳେ ବହୁ ପରିମାଣରେ କାଗଜ ତିଆରି ହେବାକୁ ଲାଗିଲା, ସେତେବେଳେ ଏହି ସ୍ଥାନୀୟ କଳା ବିଲୁପ୍ତ ହେବାକୁ ବସିଲା । ଏବେ ଜଣେ ସ୍ଥାନୀୟ ସାମାଜିକ କର୍ମକର୍ତ୍ତା ଗୋମ୍ବୁ ଏହି କଳାକୁ ପୁନର୍ଜୀବିତ କରିବାର ପ୍ରଚେଷ୍ଟା କରିଛନ୍ତି । ଯାହା ଫଳରେ ଏଠାକାର ଆଦିବାସୀ ଭାଇ–ଭଉଣୀମାନଙ୍କୁ ରୋଜଗାର ମଧ୍ୟ ମିଳିପାରୁଛି ।
ମୁଁ କେରଳର ଆଉ ଗୋଟିଏ ଖବର ଦେଖିଛି, ଯାହା ଆମ ସମସ୍ତଙ୍କୁ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ କରୁଛି । କେରଳର କୋଟ୍ଟାୟାମ୍ଠାରେ ଜଣେ ଦିବ୍ୟାଙ୍ଗ ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି – ଏନ.ଏସ. ରାଜପ୍ପନ ସାହେବ । ପାରାଲିସିସ୍ ଯୋଗୁଁ ରାଜପ୍ପନ ଚାଲିବାରେ ଅକ୍ଷମ, କିନ୍ତୁ ଏହାଦ୍ୱାରା ସ୍ୱଚ୍ଛତା ପ୍ରତି ତାଙ୍କ ସମର୍ପଣ ଭାବ ତିଳେହେଲେ ଊଣା ହୋଇନାହିଁ । ସେ ବିଗତ ଅନେକ ବର୍ଷ ଧରି ନାଆରେ ୱେମ୍ବନାଡ଼ ହ୍ରଦକୁ ଯାଉଛନ୍ତି ଏବଂ ହ୍ରଦରେ ଫୋପଡ଼ାଯାଇଥିବା ପ୍ଲାଷ୍ଟିକ ବୋତଲଗୁଡ଼ିକୁ ବାହାର କରି ନେଇ ଆସୁଛନ୍ତି । ଚିନ୍ତା କରନ୍ତୁ, ରାଜପ୍ପନଙ୍କର ଚିନ୍ତାଧାରା କେତେ ଉଚ୍ଚକୋଟୀର । ଆମେ ମଧ୍ୟ ରାଜପ୍ପନଙ୍କଠାରୁ ପ୍ରେରଣା ଗ୍ରହଣ କରି ସ୍ୱଚ୍ଛତା ପାଇଁ ଯେଉଁଠି ସମ୍ଭବ ନିଜର ଯୋଗଦାନ ଦେବା ଆବଶ୍ୟକ ।
ମୋର ପ୍ରିୟ ଦେଶବାସୀଗଣ, କିଛି ଦିନ ଆଗରୁ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆମେରିକାର ସାନଫ୍ରାନ୍ସିସ୍କୋଠାରୁ ବେଙ୍ଗାଲୁରୁ ପାଇଁ ଗୋଟିଏ ନନ୍–ଷ୍ଟପ୍ ଫ୍ଲାଇଟ୍ର ନେତୃତ୍ୱ ଭାରତର ଚାରିଜଣ ମହିଳା ପାଇଲଟ୍ ନେଇଥିଲେ । ଦଶ ହଜାର କିଲୋମିଟରଠାରୁ ମଧ୍ୟ ଅଧିକ ଦୀର୍ଘ ଯାତ୍ରା ସମ୍ପୂର୍ଣ୍ଣ କରି ଏହି ଫ୍ଲାଇଟ୍ 225ରୁ ଅଧିକ ଯାତ୍ରୀଙ୍କୁ ନେଇ ଭାରତକୁ ଆସିଲା । ଏଥର ଜାନୁଆରୀ 26 ତାରିଖର ପରେଡ୍ରେ ମଧ୍ୟ ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଭାରତୀୟ ବାୟୁସେନାର ଦୁଇ ମହିଳା ଅଧିକାରୀ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଯେକୌଣସି କ୍ଷେତ୍ର ହେଉ, ମହିଳାମାନଙ୍କ ଭାଗିଦାରୀ ନିରନ୍ତର ଭାବେ ବୃଦ୍ଧି ପାଉଛି । କିନ୍ତୁ ଅଧିକାଂଶ ସମୟରେ ଆମେ ଦେଖୁ ଯେ, ଦେଶର ଗାଁମାନଙ୍କରେ ହେଉଥିବା ଏଭଳି ପରିବର୍ତ୍ତନ ବିଶେଷ ଭାବେ ଲୋକଲୋଚନକୁ ଆସିପାରେ ନାହିଁ । ତେଣୁ, ଯେତେବେଳେ ମୁଁ ମଧ୍ୟପ୍ରଦେଶର ଗୋଟିଏ ଖବର ଦେଖିଲି, ମୋତେ ଲାଗିଲା ଯେ ଏ ବିଷୟରେ ‘ମନ୍ କି ବାତ୍’ରେ ମୋର ନିଶ୍ଚୟ ଆଲୋଚନା କରିବା ଦରକାର । ଏହି ଖବର ଖୁବ ପ୍ରେରଣାଦାୟୀ । ଜବଲପୁରର ଚିଚ୍ଗାଓଁଠାରେ କେତେକ ଆଦିବାସୀ ସ୍ତ୍ରୀ ଲୋକ ଗୋଟିଏ ଧାନକଳରେ ଦିନ ମଜୁରିଆ ଭାବେ କାମ କରୁଥିଲେ । କରୋନା ମହାମାରୀ ଯେଉଁଭଳି ଭାବେ ସାରା ଦୁନିଆର ପ୍ରତ୍ୟେକ ଲୋକକୁ ପ୍ରଭାବିତ କଲା, ଏମାନେ ମଧ୍ୟ ସେଥିରେ ପ୍ରଭାବିତ ହେଲେ । ସେମାନଙ୍କ ଧାନକଳରେ କାମ ବନ୍ଦ ହୋଇଗଲା । ଏହାଦ୍ୱାରା ଆୟରେ ମଧ୍ୟ ଅସୁବିଧା ହେଲା । କିନ୍ତୁ ସେମାନେ ହତାଶ ହେଲେ ନାହିଁ । ସେମାନେ ହାର୍ ମାନିଲେ ନାହିଁ । ସେମାନେ ସମସ୍ତେ ମିଶି ନିଜର ଧାନକଳ ଆରମ୍ଭ କରିବାକୁ ସ୍ଥିର କଲେ । ଯେଉଁ କଳରେ ଏମାନେ କାମ କରୁଥିଲେ, ସେ ନିଜର ଯନ୍ତ୍ରପାତି ବିକ୍ରି କରିବାକୁ ଚାହୁଁଥିଲେ । ଏମାନଙ୍କ ମଧ୍ୟରୁ ମୀନା ରାହାଙ୍ଗଡାଲେ ସବୁ ମହିଳାମାନଙ୍କୁ ଏକାଠି କରି ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ । ସମସ୍ତେ ନିଜର ଜମା ଟଙ୍କା ଏଥିରେ ବିନିଯୋଗ କଲେ । ଯେତିକି ଟଙ୍କା ନିଅଂଟ ହେଲା ସେତିକି ପାଇଁ ଆଜୀବିକା ମିଶନ ଯୋଜନାରେ ବ୍ୟାଙ୍କରୁ ଋଣ କଲେ । ଏବେ ଦେଖନ୍ତୁ, ସେହି ଆଦିବାସୀ ମହିଳାମାନେ ସେ ଧାନକଳକୁ କିଣିଦେଇଛନ୍ତି, ଯେଉଁଠି ଦିନେ ସେମାନେ କାମ କରୁଥିଲେ । ଆଜି ସେମାନେ ନିଜର ଧାନକଳ ଚଳାଉଛନ୍ତି । ଏତିକି ଦିନରେ ଏହି ମିଲ୍ ପ୍ରାୟ ତିନି ଲକ୍ଷ ଟଙ୍କା ଲାଭ କରିସାରିଲାଣି । ଏହି ଲାଭରୁ ମୀନା ଏବଂ ତାଙ୍କ ସାଥୀମାନେ ସବୁଠୁ ଆଗ ବ୍ୟାଙ୍କ ଋଣ ପରିଶୋଧ ଓ ପରେ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । କରୋନା ଯେଉଁ ପରିସ୍ଥିତି ସୃଷ୍ଟି କଲା, ତାହାର ମୁକାବିଲା କରିବା ପାଇଁ ଦେଶର କୋଣ ଅନୁକୋଣରେ ଏଭଳି ଚମତ୍କାର କାର୍ଯ୍ୟମାନ ହୋଇଛି ।
ମୋର ପ୍ରିୟ ଦେଶବାସୀଗଣ, ଯଦି ମୁଁ ଆପଣଙ୍କୁ ବୁନ୍ଦେଲ୍ଖଣ୍ଡ କଥା କହିବି ତେବେ ଆପଣଙ୍କ ମନ ଭିତରେ କେଉଁ କେଉଁ ଜିନିଷ ପ୍ରଥମେ ଆସିବ? ଇତିହାସରେ ରୁଚି ରଖୁଥିବା ଲୋକେ ଏହି ଅଂଚଳକୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ସହ ଯୋଡ଼ିବେ । ସେହିପରି କିଛିଲୋକ ସୁନ୍ଦର ଓ ଶାନ୍ତ ‘ଓର୍ଛା’ ସମ୍ପର୍କରେ ଭାବିବେ । କିଛି ଲୋକ ଏହି ଅଂଚଳରେ ଅନୁଭୂତ ହେଉଥିବା ଅତ୍ୟଧିକ ଗରମ ବିଷୟ ମନେପକାଇବେ; କିନ୍ତୁ ଆଜିକାଲି ସେଇଠି କିଛି ଅଲଗା ହେଉଛି, ଯାହା ବହୁତ ଉତ୍ସାହବର୍ଦ୍ଧକ; ଏବଂ ଯାହା ସମ୍ପର୍କରେ ଆମେ ନିହାତି ଜାଣିବା ଆବଶ୍ୟକ । କିଛିଦିନ ତଳେ ଝାନ୍ସୀରେ ମାସେ ଧରି ଚାଲିବାକୁ ଥିବା ‘Strawberry festival’ ଆରମ୍ଭ ହୋଇଛି । ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ Strawberry ଆଉ ବୁନ୍ଦେଲ୍ଖଣ୍ଡ! କିନ୍ତୁ ଏହା ସତ । ଏବେ ବୁନ୍ଦେଲଖଣ୍ଡରେ Strawberry ଚାଷକୁ ନେଇ ଉତ୍ସାହ ବଢ଼ୁଛି ଏବଂ ଏଥିରେ ବଡ଼ ଭୂମିକା ତୁଲାଇଛନ୍ତି ଝାନ୍ସୀର ଜଣେ ଝିଅ ଗୁର୍ଲୀନ ଚାୱଲା । ଆଇନ ଛାତ୍ରୀ ଗୁରଲୀନ ପ୍ରଥମେ ନିଜ ଘରେ ଓ ପରେ ନିଜ କ୍ଷେତରେ ସଫଳ ଭାବେ Strawberry ଚାଷ କରି ବିଶ୍ୱାସ ସୃଷ୍ଟି କରିଛନ୍ତି ଯେ ଝାନ୍ସୀରେ ମଧ୍ୟ ଏହା ସମ୍ଭବ ହୋଇପାରିବ । ଝାନ୍ସୀର ‘Strawberry festival’ Stay At Home concept ଉପରେ ଗୁରୁତ୍ୱ ଦେଇଥାଏ । ଏହି ମହୋତ୍ସବ ମାଧ୍ୟମରେ ଚାଷୀ ଓ ଯୁବକ ଯୁବତୀମାନଙ୍କୁ ନିଜ ଘର ପଛପଟେ ଥିବା ଖାଲିସ୍ଥାନରେ ବା ଛାତ ଉପର Terrace Gardenରେ ବଗିଚା କରିବା ଏବଂ Strawberry ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି । ନୂଆ ପ୍ରଯୁକ୍ତି ସାହାଯ୍ୟରେ ଏପରି ପ୍ରୟାସ ଦେଶର ଅନ୍ୟ ଅଂଳରେ ମଧ୍ୟ ହେଉଛି । ଯେଉଁ Strawberry କେବେ ପାହାଡ଼ରେ ହେଉଥିଲା, ତାହା ଏବେ କଚ୍ଛର ବାଲିଆ ମାଟିରେ ହେବାକୁ ଆରମ୍ଭ କରିଛି, ଚାଷୀଙ୍କ ଆୟ ବଢ଼ୁଛି ।
ବନ୍ଧୁଗଣ, Strawberry Festival ଭଳି ପ୍ରୟୋଗ ନବୋନ୍ମେଷକୁ ତ ପ୍ରଦର୍ଶିତ କରୁଛି, ତା’ସହ ଏହା ବି ଦର୍ଶାଉଛି ଯେ ଆମ ଦେଶର କୃଷିକ୍ଷେତ୍ର କିପରି ନୂଆ ପ୍ରଯୁକ୍ତିବିଦ୍ୟାକୁ ମଧ୍ୟ ଆପଣାଉଛି ।
ବନ୍ଧୁଗଣ, କୃଷିକୁ ଆଧୁନିକ କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ ଏବଂ ସେଥିପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଏହି ପ୍ରୟାସ ଭବିଷ୍ୟତରେ ମଧ୍ୟ ଜାରି ରହିବ ।
ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ତଳେ ମୁଁ ଏକ ଭିଡିଓ ଦେଖିଲି । ସେହି ଭିଡିଓଟି ଥିଲା ପଶ୍ଚିମବଙ୍ଗର ୱେଷ୍ଟ୍ ମିଦନାପୁର ସ୍ଥିତ ‘ନୟା ପିଙ୍ଗ୍ଲା’ ଗାଁର ଜଣେ ଚିତ୍ରକର ସରମୁଦ୍ଦିନଙ୍କର । ରାମାୟଣ ଉପରେ ସେ ଆଙ୍କିଥିବା paintingଟି ଦୁଇ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାରୁ ସେ ଖୁସି ବ୍ୟକ୍ତ କରୁଥିଲେ । ଏଥିରେ ତାଙ୍କ ଗାଁର ଲୋକେ ମଧ୍ୟ ବହୁତ ଖୁସି । ଏହି ଭିଡିଓକୁ ଦେଖିବା ପରେ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଉତ୍ସୁକତା ବଢ଼ିଲା । ଏହି କ୍ରମରେ ମୋତେ ପଶ୍ଚିମବଙ୍ଗ ସହ ସଂପୃକ୍ତ ଏକ ବହୁତ ସୁନ୍ଦର କାମ ବିଷୟରେ ଜାଣିବାକୁ ମିଳିଲା, ଯାହାକୁ ମୁଁ ଆପଣମାନଙ୍କ ସହ ନିଶ୍ଚୟ କହିବାକୁ ଚାହିଁବି । ପର୍ଯ୍ୟଟନ ମନ୍ତ୍ରଣାଳୟର ଆଂଳିକ କାର୍ଯ୍ୟାଳୟ ମାସ ଆରମ୍ଭରେ ହିଁ ପଶ୍ଚିମବଙ୍ଗର ଗାଁଗୁଡ଼ିକରେ ଏକ Incredible India Weekend Getaway ଆରମ୍ଭ କରିଥିଲା । ଏଥିରେ ପଶ୍ଚିମ ମିଦନାପୁର, ବାଂକୁଡା, ବୀରଭୂମ, ପୁରୁଲିୟା, ପୂର୍ବ ବର୍ଦ୍ଧମାନର କଳାକାରମାନେ ପରିଦର୍ଶକଙ୍କ ପାଇଁ Handicraft Workshop ଆୟୋଜିତ କରିଥିଲେ । ମୋତେ ଏହା କୁହାଯାଇଛି ଯେ Incredible India Weekend Getaways ଅବସରରେ ଯେତିକି ହସ୍ତଶିଳ୍ପ ବିକ୍ରି ହୋଇଛି, ତାହା ହସ୍ତଶିଳ୍ପକାରଙ୍କ ପାଇଁ ଖୁବ୍ ପ୍ରୋତ୍ସାହନକାରୀ । ସାରା ଦେଶର ଲୋକେ ମଧ୍ୟ ନୂଆ ନୂଆ ଶୈଳୀରେ ଆମର କଳାକୁ ଲୋକପ୍ରିୟ କରୁଛନ୍ତି । ଓଡ଼ିଶାର ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କୁ ଦେଖନ୍ତୁ । ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ, କିନ୍ତୁ ଗତ କେଇ ମାସ ଭିତରେ ସେ ପଟ୍ଟଚିତ୍ରକଳା ଶିଖିବା ଆରମ୍ଭ କରିଥିଲେ ଓ ସେଥିରେ ନିପୁଣତା ମଧ୍ୟ ହାସଲ କରିସାରିଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସେ କେଉଁଥିରେ ଚିତ୍ର କରିଛନ୍ତି – Soft Stones! Soft Stones ଉପରେ । କଲେଜ ଯିବା ରାସ୍ତାରେ ଭାଗ୍ୟଶ୍ରୀଙ୍କୁ ଏହି Soft Stones ମିଳିଲା । ତାକୁ ସେ ଏକାଠି କଲେ ଓ ସଫା କଲେ । ପରେ ପ୍ରତିଦିନ ଦୁଇଘଂଟା ସେହି ପଥରଗୁଡ଼ିକ ଉପରେ ପଟ୍ଟଚିତ୍ର ଶୈଳୀରେ painting କଲେ । ସେ ଏହି ପଥରଗୁଡ଼ିକୁ paint କରି ତାକୁ ନିଜର ବନ୍ଧୁମାନଙ୍କୁ ଉପହାର ଦେଲେ । ଲକ୍ଡାଉନ ସମୟରେ ସେ ବୋତଲ ଉପରେ ମଧ୍ୟ ଚିତ୍ର କରିବା ଆରମ୍ଭ କରିଦେଲେ । ଏବେ ତ ସେ ଏହି କଳା ଉପରେ କର୍ମଶାଳା ମଧ୍ୟ ଆୟୋଜିତ କରୁଛନ୍ତି । କିଛିଦିନ ତଳେ ସୁଭାଷ ବୋଷଙ୍କ ଜୟନ୍ତୀରେ ଭାଗ୍ୟଶ୍ରୀ ପଥର ଉପରେ ହିଁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ । ମୁଁ ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଉଛି । ଚିତ୍ର ଏବଂ ରଙ୍ଗ ମାଧ୍ୟମରେ ବହୁତ କିଛି ନୂଆ ଶିଖାଯାଇପାରେ, କରାଯାଇପାରେ । ଝାଡ଼ଖଣ୍ଡର ଦୁମ୍କାରେ କରାଯାଇଥିବା ଏପରି ଏକ ପ୍ରୟାସ ବିଷୟରେ ମୋତେ କୁହାଯାଇଛି । ଏଠାରେ ସ୍କୁଲ ର ଜଣେ ପ୍ରିନ୍ସିପାଲ୍ ପିଲାଙ୍କୁ ପଢ଼ାଇବା ଓ ଶିଖାଇବା ପାଇଁ ଗାଁର କାନ୍ଥଗୁଡ଼ିକରେ ହିଁ ଇଂରାଜୀ ଓ ହିନ୍ଦୀର ଅକ୍ଷରଗୁଡ଼ିକୁ ଆଙ୍କିଦେଲେ । ତା’ସହ ସେଥିରେ ଭିନ୍ନ ଭିନ୍ନ ଚିତ୍ର ମଧ୍ୟ ଅଙ୍କାଇଲେ, ଯେଉଁଥିରେ ଗାଁର ପିଲାମାନଙ୍କୁ ବହୁତ ସହାୟତା ମିଳିଲା । ମୁଁ ଏପରି ସବୁ ଲୋକଙ୍କର ଅଭିନନ୍ଦନ କରୁଛି, ଯେଉଁମାନେ ଏପରି ପ୍ରୟାସରେ ଲାଗିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଭାରତଠାରୁ ହଜାର ହଜାର କିଲୋମିଟର ଦୂର, କେତେ ମହାସାଗର, ମହାଦ୍ୱୀପ ସେପଟେ ରହିଛି ଗୋଟିଏ ଦେଶ, ଯାହାର ନାଁ ଚିଲି । ଭାରତରୁ ଚିଲିରେ ପହଂଚିବା ପାଇଁ ବହୁତ ସମୟ ଲାଗିଥାଏ, କିନ୍ତୁ ସେଠାରେ ବହୁଦିନ ତଳୁ ହିଁ ଭାରତୀୟ ସଂସ୍କୃତିର ବାସ୍ନା ଚହଟିଛି । ଆଉ ଗୋଟିଏ ସ୍ୱତନ୍ତ୍ର କଥା ହେଉଛି ସେଠାରେ ଯୋଗ ବହୁତ ଲୋକପ୍ରିୟ । ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ ଚିଲିର ରାଜଧାନୀ ସାଂଟିଆଗୋରେ 30ରୁ ଅଧିକ ଯୋଗ ବିଦ୍ୟାଳୟ ରହିଛି । ଚିଲିରେ ଆନ୍ତର୍ଜାତିକ ଯୋଗ ଦିବସକୁ ମଧ୍ୟ ବହୁତ ଉତ୍ସାହରେ ପାଳନ କରାଯାଏ । ମୋତେ କୁହାଯାଇଛି ଯେ House of Deputiesରେ ଯୋଗ ଦିବସକୁ ନେଇ ବହୁତ ଉତ୍ସାହ ଉଦ୍ଦୀପନାର ପରିବେଶ ରହିଥାଏ । ଏହି କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଯୋଗର ଶକ୍ତିକୁ ଦେଖି, ଏବେ ସେଠାକାର ଲୋକେ ଯୋଗକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦେଉଛନ୍ତି । ଚିଲିର କଂଗ୍ରେସ, ଅର୍ଥାତ ସେଠାକାର ପାର୍ଲାମେଂଟ ଏକ ପ୍ରସ୍ତାବ ଗୃହୀତ କରିଛି । ସେଠାରେ 4 ନଭେମ୍ବରକୁ ଜାତୀୟ ଯୋଗ ଦିବସ ଘୋଷଣା କରାଯାଇଛି । ଏବେ ଆପଣ ଭାବୁଥିବେ ଯେ 4 ନଭେମ୍ବର କାହିଁକି? 4 ନଭେମ୍ବର 1962 ରେ ହିଁ ଚିଲିର ପ୍ରଥମ ଯୋଗ ଅନୁଷ୍ଠାନ ହୋଜେ ରାଫାଲ୍ ଏଷ୍ଟ୍ରାଡାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଏହି ଦିନକୁ ଜାତୀୟ ଯୋଗ ଦିବସ ଘୋଷିତ କରି ଏଷ୍ଟ୍ରାଡାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଚିଲିର ପାର୍ଲାମେଂଟ ଦ୍ୱାରା ଏହା ଏକ ବିଶେଷ ସମ୍ମାନ, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ । ହଁ, ଚିଲିର ସଂସଦ ସହ ଜଡ଼ିତ ଆଉ ଗୋଟିଏ କଥା ଆପଣଙ୍କୁ ବେଶ୍ ମଜାଦାର ଲାଗିବ । ଚିଲି ସିନେଟ୍ର ଉପାଧ୍ୟକ୍ଷଙ୍କ ନାମ ରବୀନ୍ଦ୍ରନାଥ କ୍ୱିଟେରାସ୍ । ତାଙ୍କର ଏହି ନାମ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଅନୁପ୍ରେରଣାରେ ରଖାଯାଇଛି ।
ମୋର ପ୍ରିୟ ଦେଶବାସୀଗଣ, ମହାରାଷ୍ଟ୍ର ଜାଲ୍ନାର ଡା. ସ୍ୱପ୍ନିଲ୍ ମନ୍ତ୍ରୀ ଏବଂ କେରଳ ପଲକ୍କଡ଼ର ପ୍ରହଲାଦ ରାଜଗୋପାଲନ ଅନୁରୋଧ କରିଛନ୍ତି ଯେ ମୁଁ ‘ମନ୍ କୀ ବାତ୍’ରେ ସଡ଼କ ସୁରକ୍ଷା ଉପରେ ମଧ୍ୟ ଆପଣଙ୍କ ସହ ଆଲୋଚନା କରେ । ଏହି ମାସ 18 ଜାନୁଆରୀରୁ 17 ଫେବୃଆରୀ ପର୍ଯ୍ୟନ୍ତ ଆମ ଦେଶ ‘ସଡ଼କ ସୁରକ୍ଷା ମାସ’ ବା ‘Road Safety Month’ ପାଳନ କରୁଛି । କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସଡ଼କ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି । ଆଜି ଭାରତରେ ରାସ୍ତା ସୁରକ୍ଷା ପାଇଁ ସରକାରଙ୍କ ସହ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଅନେକ ପ୍ରକାରର ପ୍ରୟାସ କରାଯାଉଛି । ଜୀବନ ବଂଚାଇବା ପାଇଁ ଏହି ପ୍ରୟାସଗୁଡ଼ିକରେ ଆମେ ସମସ୍ତେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ ।
ବନ୍ଧୁଗଣ, ଆପଣ ଧ୍ୟାନ ଦେଇଥିଲେ ଯେ Border Road Organisation ଯେଉଁ ରାସ୍ତା ତିଆରି କରିଥାଏ, ସେପଟେ ଯିବାବେଳେ ଆପଣଙ୍କୁ ବହୁତ innovative slogans ଦେଖିବାକୁ ମିଳିବ । ‘This is highway not runway’ ବା ‘Be Mr. Late than Late Mr.’ । ଏସବୁ ସ୍ଲୋଗାନ ସଡ଼କରେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନ କରିବା ନିମନ୍ତେ ବହୁତ ପ୍ରଭାବଶାଳୀ ହୋଇଥାଏ । ଏବେ ଆପଣ ମଧ୍ୟ ଏପରି innovative slogans ବା catchy phrases, MyGov ପଠାଇପାରିବେ । ଆପଣଙ୍କ ସର୍ବୋତମ ସ୍ଲୋଗାନ୍କୁ ଏହି ଅଭିଯାନରେ ଉପଯୋଗ କରାଯିବ ।
ବନ୍ଧୁଗଣ, ସଡ଼କ ସୁରକ୍ଷା ସମ୍ପର୍କରେ କହିବାବେଳେ ମୁଁ NaMo appରେ କୋଲକାତାର ଅପର୍ଣ୍ଣା ଦାସ କରିଥିବା ଏକ ପୋଷ୍ଟ୍ ବିଷୟରେ ଚର୍ଚ୍ଚା କରିବାକୁ ଚାହୁଁଛି । ଅପର୍ଣ୍ଣା ମୋତେ ‘‘FASTag programme’ ଉପରେ ଚର୍ଚ୍ଚା କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କର କହିବା କଥା ହେଲା 'FASTag' ଦ୍ୱାରା ଯାତ୍ରାର ଅନୁଭବ ହିଁ ବଦଳିଯାଇଛି । ଏହାଦ୍ୱାରା ସମୟ ତ ବଂଚିଯାଏ, Toll Plazaରେ ଅଟକିବା, cash paymentର ଚିନ୍ତା କରିବା ଭଳି ସମସ୍ୟାଗୁଡ଼ିକର ମଧ୍ୟ ଅନ୍ତ ଘଟିଛି । ଅପର୍ଣ୍ଣାଙ୍କ କଥା ଠିକ୍ ମଧ୍ୟ । ଆଗରୁ Toll Plazaରେ ଗୋଟିଏ ଗାଡ଼ିକୁ ହାରାହାରି 7 ରୁ 8 ମିନିଟ୍ ଲାଗିଯାଉଥିଲା, କିନ୍ତୁ ‘FASTag’ ଆସିବା ପରେ, ଏହି ସମୟ, ହାରାହାରି କେବଳ, ଦେଢ଼–ଦୁଇ ମିନିଟ୍ ଲାଗୁଛି । Toll Plaza ରେ waiting time କମିବା ଦ୍ୱାରା ଗାଡ଼ିର ଇନ୍ଧନ ମଧ୍ୟ ସଂଚୟ ହେଉଛି । ଏହାଦ୍ୱାରା ଦେଶବାସୀଙ୍କର ପ୍ରାୟ 21 ହଜାର କୋଟି ଟଙ୍କା ବଂଚିଯିବାର ଅନୁମାନ କରାଯାଇଛି, ଅର୍ଥାତ ଟଙ୍କା ରହିଗଲା ଆଉ ସମୟ ବି ନଷ୍ଟ ହେଲାନାହିଁ । ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନୁରୋଧ ଯେ ସମସ୍ତ ନିୟମକାନୁନ ପାଳନ କରି ନିଜର ଧ୍ୟାନ ରଖନ୍ତୁ ଓ ଅନ୍ୟର ଜୀବନକୁ ମଧ୍ୟ ବଂଚାନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆମର ଏଇଠି କୁହାଯାଏ– “ଜଳବିନ୍ଦୁ ନିପାତେନ କ୍ରମଶଃ ପୂର୍ଜତେ ଘଟଃ’’ । ଅର୍ଥାତ ଗୋଟିଏ ଗୋଟିଏ ବୁନ୍ଦାରେ ମାଠିଆ ପୂର୍ଣ୍ଣ ହୁଏ । ଆମର ଗୋଟିଏ ଗୋଟିଏ ପ୍ରୟାସରେ ହିଁ ଆମର ସଂକଳ୍ପ ସିଦ୍ଧ ହୋଇଥାଏ । ତେଣୁ, 2021 ଆରମ୍ଭରେ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ଆମେ ସମସ୍ତେ ମିଶି ଯଦି ତାକୁ ପୂରଣ କରିବା ତେବେ ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏହି ବର୍ଷଟିକୁ ସଫଳ କରିବା ପାଇଁ ନିଜ ନିଜ ପାଦ ବଢ଼ାଇବା । ଆପଣ ନିଜ ସନ୍ଦେଶ, ନିଜର ଅନୁଭୂତି ନିଶ୍ଚିତ ଭାବେ ପଠାନ୍ତୁ । ଆସନ୍ତା ମାସରେ ଆମେ ପୁଣି ଭେଟିବା ।
ଇତି–ବିଦା ପୁନର୍ମିଳନାୟ!
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଡିସେମ୍ବର 27 ତାରିଖ । ଚାରିଦିନ ପରେ 2021 ଆରମ୍ଭ ହେବାକୁ ଯାଉଛି । ଆଜିର ‘ମନ୍ କି ବାତ୍’ ଏକ ପ୍ରକାର 2020ର ଶେଷ ‘ମନ୍ କି ବାତ୍’ ଅଟେ । ପରବର୍ତ୍ତୀ ‘ମନ୍ କି ବାତ୍’ 2021ରେ ଆରମ୍ଭ ହେବ । ବନ୍ଧୁଗଣ, ମୋ ଆଗରେ ଆପଣମାନଙ୍କର ଅନେକଗୁଡ଼ିଏ ଚିଠି ରହିଛି । Mygovରେ ଆପଣ ପଠାଉଥିବା ପରାମର୍ଶଗୁଡ଼ିକ ମଧ୍ୟ ମୋ ସାମ୍ନାରେ ରହିଛି । କେତେ ଲୋକ ଫୋନ୍କରି ନିଜ ବିଷୟରେ କହିଛନ୍ତି । ଅଧିକାଂଶ ବାର୍ତ୍ତାଗୁଡ଼ିକରେ ଗତବର୍ଷର ଅନୁଭୂତି ଏବଂ 2021 ସହିତ ଜଡ଼ିତ ସଂକଳ୍ପ ରହିଛି । ଅଞ୍ଜଳିଜୀ କୋହ୍ଲାପୁରରୁ ଲେଖିଛନ୍ତି ଯେ ନୂଆବର୍ଷରେ ଆମେ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛୁ, ଶୁଭେଚ୍ଛା ଦେଉଛୁ, ତେବେ ଏଥର ଆମେ ଗୋଟିଏ ନୂଆ କାମ କରିବା । ଏଥର କାହିଁକି ଆମେ ଆମ ନିଜ ଦେଶକୁ ଅଭିନନ୍ଦନ ନ ଜଣେଇବା ଏବଂ ଦେଶକୁ ଶୁଭେଚ୍ଛା ନ ଦେବା? ଅଞ୍ଜଳିଜୀ, ପ୍ରକୃତରେ ଏହା ଗୋଟିଏ ବହୁତ ଭଲ ବିଚାର । ଆମ ଦେଶ, 2021 ମସିହାରେ ସଫଳତାର ନୂତନ ଉଚ୍ଚତାକୁ ସ୍ପର୍ଶ କରୁ, ଯାହା ବିଶ୍ୱରେ ଭାରତର ପରିଚୟକୁ ଆହୁରି ସଶକ୍ତ କରିବ ଏବଂ ଏହାଠାରୁ ବଡ଼ ଶୁଭେଚ୍ଛା ଆଉ କ’ଣ ହୋଇପାରେ?
ବନ୍ଧୁଗଣ, ମୁମ୍ବାଇର ଅଭିଷେକଜୀ NamoAppରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ 2020 ଯାହା ଦେଖାଇଲା, ଯାହାସବୁ ଶିଖାଇଲା, ତାହା ସେ କେବେ ଭାବିନଥିଲେ । ସେ କରୋନା ସମ୍ବନ୍ଧୀୟ ଅନେକ କଥା ଲେଖିଛନ୍ତି । ଏହି ଚିଠିଗୁଡ଼ିକରେ, ଏହି ବାର୍ତ୍ତାଗୁଡ଼ିକରେ, ମୋତେ ଯେଉଁ ଗୋଟିଏ କଥା ସାଧାରଣ ମନେ ହେଉଛି, ଯାହା ବିଶେଷଭାବେ ଦେଖାଯାଉଛି, ତାହା ମୁଁ ଆଜି ଆପଣମାନଙ୍କ ସହ ଶେୟାର ବାଣ୍ଟିବାକୁ ଚାହୁଁଛି, ଅଧିକାଂଶ ଚିଠିରେ ଲୋକେ ଦେଶର ସାମର୍ଥ୍ୟ, ଦେଶବାସୀଙ୍କ ସାମୂହିକ ଶକ୍ତିର ଢେର ପ୍ରଶଂସା କରିଛନ୍ତି । ଯେତେବେଳେ ଜନତା କର୍ଫ୍ୟୁ ପରି ଅଭିନବ ପ୍ରୟୋଗ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ପାଲଟିଗଲା, ଯେତେବେଳେ କରତାଳି ଦେଇ, ଥାଳି ବଜାଇ ଦେଶ ଆମର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା, ଏକତା ପ୍ରଦର୍ଶିତ କଲା, ତାହା ମଧ୍ୟ ଅନେକ ଲୋକ ମନେ ପକାଇଛନ୍ତି ।
ବନ୍ଧୁଗଣ, ଦେଶର ସାଧାରଣ ଲୋକ ଏହି ପରିବର୍ତ୍ତନକୁ ଅନୁଭବ କରିଛନ୍ତି । ମୁଁ ଦେଶରେ ଆଶାର ଏକ ଆଶ୍ଚର୍ଯ୍ୟଜନକ ପ୍ରବାହ ମଧ୍ୟ ଦେଖିଛି । ଅନେକ ଆହ୍ୱାନ ସାମନାକୁ ଆସିଲା । ଅନେକ ସମସ୍ୟା ମଧ୍ୟ ଦେଖାଦେଲା । କରୋନାକୁ ନେଇ ଦୁନିଆରେ ଯୋଗାଣ-ଶୃଙ୍ଖଳ ସମ୍ପର୍କିତ ଅନେକ ବାଧାବିଘ୍ନ ମଧ୍ୟ ଆସିଲା, କିନ୍ତୁ, ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କଲୁ । ଦେଶରେ ଏକ ନୂତନ ଦକ୍ଷତା ମଧ୍ୟ ଜନ୍ମନେଲା । ଯଦି ଏହାକୁ ଶବ୍ଦରେ ପ୍ରକାଶ କରାଯାଏ, ତେବେ ଏହି ସାମର୍ଥ୍ୟର ନାମ ହେଉଛି ‘ଆତ୍ମନିର୍ଭରଶୀଳତା’ ।
ବନ୍ଧୁଗଣ, ଦିଲ୍ଲୀରେ ରହୁଥିବା ଅଭିନବ ବାନାର୍ଜୀ ତାଙ୍କର ଯେଉଁ ଅନୁଭୂତି ମୋତେ ଲେଖି ପଠାଇଛନ୍ତି, ତାହା ମଧ୍ୟ ଅତ୍ୟନ୍ତ କୌତୂହଳପୂର୍ଣ୍ଣ । ନିଜ ସମ୍ପର୍କୀୟଙ୍କ ପିଲାମାନଙ୍କୁ ଉପହାର ଦେବାପାଇଁ ଅଭିନବଜୀଙ୍କୁ କିଛି ଖେଳନା କିଣିବାର ଥିଲା । ତେଣୁ ସେ ଦିଲ୍ଲୀର ଝଣ୍ଡେୱାଲାନ୍ ମାର୍କେଟକୁ ଯାଇଥିଲେ । ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ, ଦିଲ୍ଲୀର ଏହି ବଜାର ସାଇକେଲ ଏବଂ ଖେଳନା ପାଇଁ ଜଣାଶୁଣା । ଆଗରୁ ଏଠାରେ ଦାମୀ ଖେଳନା କହିଲେ ଆମଦାନୀ ହୋଇଥିବା ଖେଳଣାକୁ ବୁଝାଉଥିଲା ଆଉ ଶସ୍ତା ଖେଳନା ମଧ୍ୟ ବାହାରୁ ଆସୁଥିଲା । କିନ୍ତୁ, ଅଭିନବଜୀ ଚିଠିରେ ଲେଖିଛନ୍ତି ଯେ ଏବେ ସେଠାରେ ଥିବା ଅନେକ ଦୋକାନୀ ଗ୍ରାହକଙ୍କୁ ଏକଥା କହି ଖେଳନା ବିକ୍ରି କରୁଛନ୍ତି ଯେ ଇଏ ହେଉଛି ଭଲ ଖେଳଣା, କାରଣ ଏହା ଭାରତରେ ନିର୍ମିତ ‘ମେଡ୍ ଇନ୍ ଇଣ୍ଡିଆ’ । ଗ୍ରାହକମାନେ ମଧ୍ୟ ଭାରତ ତିଆରି ଖେଳନା ମାଗୁଛନ୍ତି । ଏହାହିଁ ତ ଲକ୍ଷ୍ୟ କରିବାର କଥା, ଚିନ୍ତାଧାରାରେ କେତେ ବଡ଼ ପରିବର୍ତ୍ତନ ହେଉଛି ତାହାର ଏହା ଏକ ଜୀବନ୍ତ ପ୍ରମାଣ । ଦେଶବାସୀଙ୍କ ମାନସିକତାରେ କେତେ ବଡ଼ ପରିବର୍ତ୍ତନ ହେଉଛି, ଆଉ ତାହା ମଧ୍ୟ ବର୍ଷକ ମଧ୍ୟରେ । ଏହି ପରିବର୍ତ୍ତନକୁ ଆକଳନ କରିବା ସହଜ ନୁହେଁ । ଅର୍ଥନୀତିଜ୍ଞମାନେ ମଧ୍ୟ ଏହାକୁ ନିଜ ମାନଦଣ୍ଡରେ ମାପିପାରିବେ ନାହିଁ ।
ବନ୍ଧୁଗଣ, ବିଶାଖାପଟନମ୍ରୁ ଭେଙ୍କଟ ମୁରଲିପ୍ରସାଦଜୀ ଯାହା ଲେଖିଛନ୍ତି, ସେଥିରେ ମଧ୍ୟ ଗୋଟିଏ ଭିନ୍ନ ଚିନ୍ତାଧାରା ରହିଛି । ଭେଙ୍କଟଜୀ ଲେଖିଛନ୍ତି, ମୁଁ 2021 ପାଇଁ ନିଜର ABC ସଂଲଗ୍ନ କରୁଛି । ଏବିସିର ଅର୍ଥ କ’ଣ ତାହା ମୁଁ ବି ବୁଝିପାରିଲିନି । ତାପରେ ମୁଁ ଦେଖିଲି ଯେ ଭେଙ୍କଟଜୀ ଚିଠି ସହିତ ଗୋଟିଏ ଚାର୍ଟ ସଂଲଗ୍ନ କରିଛନ୍ତି । ମୁଁ ସେହି ଚାର୍ଟକୁ ଦେଖିଲି, ଆଉ ତା’ପରେ ବୁଝିଲି ABCର ଅର୍ଥ – ଆତ୍ମନିର୍ଭର ଭାରତ ଚାର୍ଟ – ABC । ଏହା ଅତ୍ୟନ୍ତ କୌତୂହଳପୂର୍ଣ୍ଣ । ଭେଙ୍କଟଜୀ ଦୈନନ୍ଦିନ ବ୍ୟବହାର କରୁଥିବା ସମସ୍ତ ଜିନିଷର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ଇଲେକ୍ଟ୍ରୋନିକ୍ସ, ଷ୍ଟେସନାରୀ, ସେଲ୍ଫ କେୟାର ଆଇଟମ୍ ଏବଂ ଆହୁରି ଅନେକ ଜିନିଷ ଅନ୍ତର୍ଭୁକ୍ତ । ଭେଙ୍କଟଜୀ କହିଛନ୍ତି ଯେ, ଆମେ ଅଜାଣତରେ ସେହି ବିଦେଶୀ ଉତ୍ପାଦ ବ୍ୟବହାର କରୁଛୁ, ଯାହାର ବିକଳ୍ପ ଭାରତରେ ସହଜରେ ଉପଲବ୍ଧ । ଏବେ ସେ ଶପଥ କରିଛନ୍ତି ଯେ ମୁଁ କେବଳ ସେହି ଜିନିଷଗୁଡ଼ିକ ବ୍ୟବହାର କରିବି ଯେଉଁଥିରେ ଆମ ଦେଶବାସୀଙ୍କ ପରିଶ୍ରମ ଏବଂ ଝାଳ ରହିଛି ।
ବନ୍ଧୁଗଣ, କିନ୍ତୁ ଏହାସହିତ ସେ ଆଉ କିଛି କହିଛନ୍ତି ଯାହାକୁ ମୋତେ ବହୁତ କୌତୂହଳଜନକ ମନେହେଲା । ସେ ଲେଖିଛନ୍ତି ଯେ ଆମେ ଏକ ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ କରୁଛୁ, କିନ୍ତୁ ଆମର ଉତ୍ପାଦକମାନଙ୍କ ପାଇଁ ମଧ୍ୟ ଏକ ସ୍ପଷ୍ଟ ବାର୍ତ୍ତା ରହିବା ଉଚିତ ଯେ ସେମାନେ ଉତ୍ପାଦର ଗୁଣବତ୍ତାରେ କୌଣସି ପ୍ରକାର ସାଲିସ ନ କରନ୍ତୁ । କଥାଟା ତ ଠିକ୍ । ଜିରୋ ଇଫେକ୍ଟ ଜିରୋ ଡିଫେକ୍ଟର ଧାରଣା ସହିତ କାମ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ମୁଁ ଦେଶର ଉତ୍ପାଦକ ଏବଂ ଶିଳ୍ପପତିମାନଙ୍କୁ ଅନୁରୋଧ କରୁଛି : ଦେଶର ଲୋକମାନେ ଦୃଢ଼ ପଦକ୍ଷେପ ନେଇଛନ୍ତି, ସେମାନେ ମଜଭୁତ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୋକାଲ୍ ଫର୍ ଲୋକାଲ ଆଜି ଘରେ ଘରେ ଶୁଣାଯାଉଛି । ଏଭଳି ପରିସ୍ଥିତିରେ, ଆମର ଉତ୍ପାଦଗୁଡ଼ିକ ବିଶ୍ୱସ୍ତରୀୟ ହେଉ ସେକଥା ସୁନିଶ୍ଚିତ କରିବାର ସମୟ ଆସିଛି । ଯାହା ବିଶ୍ୱରେ ସର୍ବଶ୍ରେଷ୍ଠ ଆମେ ଏହାକୁ ଭାରତରେ ତିଆରି କରି ଦେଖାଇଦେବାକୁ ହେବ । ଆମର ଉଦ୍ୟୋଗୀ ବନ୍ଧୁମାନଙ୍କୁ ଏଥିପାଇଁ ଆଗେଇ ଆସିବାକୁ ପଡ଼ିବ । ଷ୍ଟାର୍ଟଅପ୍ଗୁଡ଼ିକୁ ମଧ୍ୟ ଆଗକୁ ଆସିବାକୁ ପଡ଼ିବ । ପୁଣିଥରେ, ମୁଁ ଭେଙ୍କଟଜୀଙ୍କୁ ତାଙ୍କର ସର୍ବୋତମ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, ଆମକୁ ଏହି ଭାବନାକୁ ବଂଚାଇ ରଖିବାକୁ ଏବଂ ଏହାକୁ ଆଗକୁ ବଢ଼ାଇବା ଜାରି ରଖିବାକୁ ପଡ଼ିବ । ମୁଁ ଏହା ପୂର୍ବରୁ କହିଛି ଏବଂ ଏବେ ମଧ୍ୟ ମୁଁ ଦେଶବାସୀଙ୍କୁ ଅନୁରୋଧ କରିବି, ଆପଣମାନେ ମଧ୍ୟ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଆମେ ଦିନସାରା ବ୍ୟବହାର କରୁଥିବା ସମସ୍ତ ଜିନିଷ ବିଷୟରେ ଆଲୋଚନା କରନ୍ତୁ ଏବଂ ଦେଖନ୍ତୁ, ଅଜାଣତରେ ବିଦେଶରେ ତିଆରି କେଉଁ ଜିନିଷ ଆମ ଜୀବନରେ ପ୍ରବେଶ କରିଛି ଯାହା ଏକ ପ୍ରକାର ଆମକୁ ବନ୍ଦୀ କରିଦେଇଛି । ଭାରତରେ ପ୍ରସ୍ତୁତ ଏହାର ବିକଳ୍ପଗୁଡ଼ିକ ଖୋଜନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ଯେ ଭବିଷ୍ୟତରେ ଭାରତରେ ତିଆରି ଭାରତର ପରିଶ୍ରମୀ ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବ୍ୟବହାର କରିବା । ଆପଣ ପ୍ରତିବର୍ଷ ନୂଆବର୍ଷର ସଂକଳ୍ପ ନିଅନ୍ତି, ଏଥର ଆପଣ ଦେଶ ପାଇଁ ଏକ ସଂକଳ୍ପ ନିଶ୍ଚୟ ଗ୍ରହଣ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆତତାୟୀଙ୍କଠାରୁ ଆରମ୍ଭ କରି ଅତ୍ୟାଚାରୀଙ୍କଠାରୁ ଆରମ୍ଭ କରି ଆମ ଦେଶର ହଜାର ହଜାର ବର୍ଷ ପୁରୁଣା ସଂସ୍କୃତି, ସଭ୍ୟତା, ଆମର ରୀତିନୀତିର ସୁରକ୍ଷା ପାଇଁ ଦିଆଯାଇଥିବା ବଳିଦାନକୁ ମନେ ପକାଇବାର ଦିନ । ଏହି ଦିନ ଗୁରୁ ଗୋବିନ୍ଦଜୀଙ୍କ ପୁଅ ସାହିବଜାଦେ ଜୋରାବର ସିଂ ଏବଂ ଫତେହ ସିଂଙ୍କୁ କାନ୍ଥରେ ଜୀବନ୍ତ ପୋତି ଦିଆଯାଇଥିଲା । ଅତ୍ୟାଚାରୀମାନେ ଚାହୁଁଥିଲେ ସାହିବଜାଦେ ତାଙ୍କ ବିଶ୍ୱାସ ତ୍ୟାଗ କରନ୍ତୁ, ମହାନ ଗୁରୁ ପରମ୍ପରା ଛାଡ଼ି ଦିଅନ୍ତୁ । କିନ୍ତୁ ଆମର ସାହିବଜାଦା ଏତେ କମ ବୟସରେ ମଧ୍ୟ ବହୁତ ସାହସ, ଇଚ୍ଛାଶକ୍ତି ପ୍ରଦର୍ଶନ କରିଥିଲେ । କାନ୍ଥରେ ପୋତାଯିବା ସମୟରେ ପଥର ଯୋଡ଼ା ଆରମ୍ଭ ହେଲା, କାନ୍ଥ ଉଠିବାକୁ ଲାଗିଲା, ମୃତ୍ୟୁ ସାମ୍ନାରେ ଘୁରି ବୁଲୁଥିଲା, ତଥାପି ସେମାନେ ବିଚଳିତ ହୋଇନଥିଲେ । ଏହିଦିନ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ମା’ – ମାତା ଗୁଜ୍ରି ମଧ୍ୟ ଶହୀଦ ହୋଇଥିଲେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ଶ୍ରୀ ଗୁରୁ ତେଗବାହାଦୂର ଜୀଙ୍କର ମଧ୍ୟ ଶହୀଦ ଦିବସ ଥିଲା । ମୁଁ ନିକଟରେ ଗୁରୁ ତେଗବାହାଦୂର ଜୀଙ୍କୁ, ଦିଲ୍ଲୀରେ ଗୁରୁଦ୍ୱାର ରକାବଗଞ୍ଜରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ପ୍ରଣାମ କରିବାର ସୁଯୋଗ ପାଇଲି । ଏହି ମାସରେ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଦ୍ୱାରା ଅନୁପ୍ରାଣିତ ଅନେକ ଲୋକ ଭୂମିରେ ଶୁଅନ୍ତି । ଲୋକମାନେ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ପରିବାରବର୍ଗଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ଅତ୍ୟନ୍ତ ଭାବପ୍ରବଣ ହୋଇ ମନେପକାନ୍ତି । ଏହି ବଳିଦାନ ସମଗ୍ର ମାନବ ଜାତିକୁ, ଦେଶକୁ ନୂତନ ଶିକ୍ଷା ପ୍ରଦାନ କଲା । ଆମର ସଭ୍ୟତାକୁ ସୁରକ୍ଷିତ ରଖିବା ପାଇଁ ଏହି ବଳିଦାନ ଏକ ମହତ୍ କାର୍ଯ୍ୟ କଲା । ଏହି ବଳିଦାନ ପାଇଁ ଆମେ ସମସ୍ତେ ଋଣୀ । ମୁଁ ପୁଣିଥରେ ଶ୍ରୀ ଗୁରୁ ତେଗବାହାଦୂର ଜୀ, ମାତା ଗୁଜ୍ରି ଜୀ, ଗୁରୁ ଗୋବିନ୍ଦ ସିଂ ଜୀ ଏବଂ ଚାରି ସାହିବଜାଦାଙ୍କ ବଳିଦାନକୁ ପ୍ରଣାମ କରୁଛି । ଏହିଭଳି ଅନେକ ବଳିଦାନ ଭାରତର ବର୍ତ୍ତମାନର ସ୍ୱରୂପକୁ ସଂରକ୍ଷିତ କରି ରଖିଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣଙ୍କୁ ଏପରି ଏକ କଥା କହିବାକୁ ଯାଉଛି, ଯାହା ଆପଣଙ୍କୁ ଉଭୟ ଖୁସି ଏବଂ ଗର୍ବିତ କରିବ । 2014ରୁ 2018 ମଧ୍ୟରେ ଭାରତରେ କଲରାପତରିଆ ବାଘ ସଂଖ୍ୟା 60 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । 2014ରେ ଦେଶରେ ଏହି ବାଘର ସଂଖ୍ୟା ପ୍ରାୟ 7,900 ଥିବାବେଳେ 2019ରେ ସେମାନଙ୍କ ସଂଖ୍ୟା 12,852କୁ ବୃଦ୍ଧି ପାଇଛି । ଏମାନେ ସେହି କଲରାପତରିଆ ବାଘ ଯେଉଁମାନଙ୍କ ବିଷୟରେ ଜିମ୍ କରବେଟ୍ କହିଥିଲେ : “ଯେଉଁମାନେ କଲରାପତରିଆ ବାଘ, ପ୍ରକୃତିରେ ମୁକ୍ତ ଭାବରେ ବୁଲୁଥିବାର ଦେଖିନାହାଁନ୍ତି, ସେମାନେ ଏହାର ସୌନ୍ଦର୍ଯ୍ୟର କଳ୍ପନା ମଧ୍ୟ କରିପାରିବେ ନାହିଁ । ତାଙ୍କ ରଙ୍ଗର ସୌନ୍ଦର୍ଯ୍ୟ ଏବଂ ତାଙ୍କ ଚାଲିର ଆକର୍ଷଣର କଳ୍ପନା କରିପାରିବେ ନାହିଁ ।” ଦେଶର ଅଧିକାଂଶ ରାଜ୍ୟରେ, ବିଶେଷ କରି କେନ୍ଦ୍ରୀୟ ଭାରତରେ କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ପାଇଛି । କଲରାପତରିଆ ବାଘର, ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଶୀର୍ଷରେ ଅଛନ୍ତି । ଏହା ଏକ ବଡ଼ ସଫଳତା । କଲରାପତରିଆ ବାଘ ବର୍ଷ ବର୍ଷ ଧରି ସମଗ୍ର ବିଶ୍ୱରେ ବିପଦର ସମ୍ମୁଖୀନ ହୋଇଆସୁଛି, ସେମାନଙ୍କର ବାସସ୍ଥାନ ସାରା ବିଶ୍ୱରେ ହ୍ରାସ ପାଇଛି । ଏପରି ସମୟରେ ଭାରତ ଏହି ବାଘ ସଂଖ୍ୟାକୁ କ୍ରମାଗତ ଭାବରେ ବୃଦ୍ଧିକରି ସମଗ୍ର ବିଶ୍ୱକୁ ଏକ ମାର୍ଗ ଦେଖାଇଛି । ଆପଣ ଏହା ମଧ୍ୟ ଜାଣିଥିବେ ଯେ ଗତ କିଛିବର୍ଷ ମଧ୍ୟରେ ଭାରତରେ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଇଛି, ବାଘ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବା ସହିତ ଭାରତୀୟ ଜଙ୍ଗଲ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି । ଏହାର କାରଣ ହେଉଛି କେବଳ ସରକାର ନୁହେଁ ଅନେକ ଲୋକ, ନାଗରିକ ସମାଜ ଏବଂ ଅନେକ ଅନୁଷ୍ଠାନ ମଧ୍ୟ ଆମ ଗଛଲତା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଜଡ଼ିତ ଅଛନ୍ତି । ସେମାନେ ସମସ୍ତେ ଅଭିନନ୍ଦନ ପାଇବାକୁ ଯୋଗ୍ୟ ।
ବନ୍ଧୁଗଣ, ମୁଁ ତାମିଲନାଡୁର କୋଏମ୍ବାଟୁରରେ ଏକ ହୃଦୟସ୍ପର୍ଶୀ ପ୍ରୟାସ ବିଷୟରେ ପଢ଼ିଲି । ସୋସିଆଲ ମିଡିଆରେ ଆପଣମାନେ ମଧ୍ୟ ଏହାର ଭିଜୁଆଲ ଦେଖିଥିବେ । ଆମେ ସମସ୍ତେ ମଣିଷର ହ୍ୱିଲ୍ ଚେୟାର ଦେଖିଛୁ, କିନ୍ତୁ କୋଏମ୍ବାଟୁରର ଝିଅ ଗାୟତ୍ରୀ ତାଙ୍କ ପିତାଙ୍କ ସହ ଗୋଟିଏ ପୀଡ଼ିତ କୁକୁର ପାଇଁ ହ୍ୱିଲ ଚେୟାର ତିଆରି କରିଛନ୍ତି । ଏହି ସମ୍ବେଦନଶୀଳତା ପ୍ରେରଣାଦାୟକ ଅଟେ, ଏବଂ ଏହା ସେତେବେଳେ ହିଁ ସମ୍ଭବ ଯେତେବେଳେ ବ୍ୟକ୍ତି ପ୍ରତ୍ୟେକ ଜୀବ ପ୍ରତି ଦୟା ଏବଂ କରୁଣାରେ ପରିପୂର୍ଣ୍ଣ ହେବ । ଦିଲ୍ଲୀ ଏନ୍ସିଆର ଏବଂ ଦେଶର ଅନ୍ୟାନ୍ୟ ସହରରେ ଭୀଷଣ ଥଣ୍ଡା ମଧ୍ୟରେ ନିରାଶ୍ରିତ ପଶୁମାନଙ୍କର ଯତ୍ନ ନେବା ପାଇଁ ଅନେକ ଲୋକ ବହୁତ କିଛି କରୁଛନ୍ତି । ସେମାନେ ସେହି ପଶୁମାନଙ୍କର ଖାଇବା ପିଇବା ପାଇଁ ବ୍ୟବସ୍ଥା କରନ୍ତି, ଏପରିକି ସ୍ୱେଟର ଏବଂ ସେମାନଙ୍କ ପାଇଁ ଶଯ୍ୟା ମଧ୍ୟ ତିଆରି କରିଥାନ୍ତି । କିଛି ଲୋକ ଅଛନ୍ତି, ଯେଉଁମାନେ ପ୍ରତିଦିନ ଶହ ଶହ ଏହିପରି ପଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି । ଏହିପରି ପ୍ରୟାସକୁ ପ୍ରଶଂସା କରାଯିବା ଉଚିତ । ଉତ୍ତରପ୍ରଦେଶର କୌଶାମ୍ବୀରେ ମଧ୍ୟ ଏହିପରି କିଛି ମହତ ଉଦ୍ୟମ କରାଯାଉଛି । ସେଠାରେ ଜେଲର କଏଦୀମାନେ ଗାଈମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ପୁରୁଣା ଏବଂ ଚିରା କମ୍ବଳରେ ସେମାନଙ୍କୁ ଘୋଡାଉଛନ୍ତି । ଏହି କମ୍ବଳ କୌଶାମ୍ବୀ ସମେତ ଅନ୍ୟାନ୍ୟ ଜିଲ୍ଲାର ଜେଲରୁ ସଂଗ୍ରହ କରାଯାଇଥାଏ ଏବଂ ତା’ପରେ ସେଗୁଡ଼ିକ ସିଲେଇ କରି ଗୋଶାଳାଗୁଡ଼ିକୁ ପଠାଯାଇଥାଏ । କୌଶାମ୍ବୀ ଜେଲର ଅନ୍ତେବାସୀମାନେ ପ୍ରତି ସପ୍ତାହରେ ଏଭଳି ଅନେକ କଭର ପ୍ରସ୍ତୁତ କରୁଛନ୍ତି । ଆସନ୍ତୁ, ଅନ୍ୟମାନଙ୍କ ଯତ୍ନ ନେବାପାଇଁ ସେବାରେ ପରିପୂର୍ଣ୍ଣ ଏହି ପ୍ରୟାସକୁ ଉତ୍ସାହିତ କରିବା । ଏହା ବାସ୍ତବରେ ଏକ ସତ୍କାର୍ଯ୍ୟ ଯାହା ସମାଜର ସମ୍ବେଦନଶୀଳତାକୁ ଦୃଢ଼ କରିଥାଏ ।
ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ମୋ ସାମ୍ନାରେ ଥିବା ଚିଠିରେ ଦୁଇଟି ବଡ଼ ଫଟୋ ଅଛି । ଏହି ଫଟୋଗୁଡ଼ିକ ଏକ ମନ୍ଦିରର ପୂର୍ବର ଓ ପରବର୍ତ୍ତୀ ସମୟର । ଏହି ଫଟୋଗୁଡ଼ିକ ସହିତ ଚିଠିରେ ଯୁବକମାନଙ୍କର ଗୋଟିଏ ଦଳ ବିଷୟରେ କୁହାଯାଇଛି ଯେଉଁମାନେ ନିଜକୁ ଯୁବ ବ୍ରିଗେଡ୍ ବୋଲି କୁହନ୍ତି । ବାସ୍ତବରେ, ଏହି ଯୁବ ବ୍ରିଗେଡ୍ କର୍ଣ୍ଣାଟକର ଶ୍ରୀରଙ୍ଗପାଟଣା ନିକଟରେ ଅବସ୍ଥିତ ବୀରଭଦ୍ର ସ୍ୱାମୀ ନାମକ ଏକ ପ୍ରାଚୀନ ଶିବ ମନ୍ଦିରର ରୂପ ବଦଳାଇ ଦେଇଛନ୍ତି । ମନ୍ଦିରଟି ଚତୁଃପାଶ୍ୱର୍ରେ ଘାସ ଏବଂ ବୁଦାରେ ପରିପୂର୍ଣ୍ଣ ଥିଲା, ଏପରିକି ଯାତ୍ରୀମାନେ ମଧ୍ୟ କହିପାରିବେ ନାହିଁ ଯେ ଏଠାରେ ଏକ ମନ୍ଦିର ଅଛି । ଦିନେ କିଛି ପର୍ଯ୍ୟଟକ ଏହି ବିସ୍ମୃତ ମନ୍ଦିରର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯୁବ ବ୍ରିଗେଡ୍ ଯେତେବେଳେ ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ଦେଖିଲେ ସେମାନେ ରହିପାରିଲେ ନାହିଁ ଆଉ ତା’ପରେ ଏହି ଟିମ୍ ମିଳିମିଶି ତା’ର ଜୀର୍ଣ୍ଣୋଦ୍ଧାର କରିବା ପାଇଁ ନିଷ୍ପତ୍ତି ନେଲେ । ସେମାନେ ମନ୍ଦିର ପରିସରରେ ବଢ଼ିଥିବା କଂଟାବୁଦା, ଘାସ ଆଦିକୁ ହଟାଇଦେଲେ । ଯେଉଁଠି ମରାମତି ଓ ନିର୍ମାଣର ଆବଶ୍ୟକତା ରହିଥିଲା, ତାହା କରିଦେଲେ । ସେମାନଙ୍କର ସେହି ଭଲ କାମକୁ ଦେଖି ସ୍ଥାନୀୟ ଲୋକ ମଧ୍ୟ ସହାୟତାର ହାତ ବଢ଼ାଇଲେ । କିଏ ସିମେଂଟ ଦେଲା ତ କିଏ ରଂଗ ଦେଲା, ଏମିତି ଅନ୍ୟ ଜିନିଷଗୁଡ଼ିକ ମଧ୍ୟ ଲୋକେ ଯୋଗାଇଦେଲେ । ଏ ସମସ୍ତ ଯୁବକ ବିଭିନ୍ନ ପ୍ରକାରର ପେସା ସହିତ ଜଡ଼ିତ । ତେଣୁ ସେମାନେ ସପ୍ତାହ ଶେଷରେ ସମୟ ବାହାର କଲେ ଓ ମନ୍ଦିର ପାଇଁ କାମ କଲେ । ସେମାନେ ମନ୍ଦିରରେ କବାଟ ଲଗାଇବା ସହ ବିଦ୍ୟୁତ୍ ସଂଯୋଗ ମଧ୍ୟ କରିଦେଲେ । ଏହିପରି ଭାବେ ସେମାନେ ମନ୍ଦିରର ପୁରାତନ ବୈଭବକୁ ପୁନର୍ବାର ସ୍ଥାପିତ କରିବାର କାର୍ଯ୍ୟ କଲେ । ନିଷ୍ଠା ଓ ଦୃଢ଼ବିଶ୍ୱାସ ଏପରି ଦୁଇଟି ଜିନିଷ ଯାହାଦ୍ୱାରା ବ୍ୟକ୍ତି ପ୍ରତ୍ୟେକ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ । ଯେତେବେଳେ ମୁଁ ଭାରତର ଯୁବକଯୁବତୀଙ୍କୁ ଦେଖେ, ନିଜକୁ ଆନନ୍ଦିତ ଓ ଆଶ୍ୱସ୍ତ ଅନୁଭବ କରେ । ଆନନ୍ଦିତ ଓ ଆଶ୍ୱସ୍ତ ଏଇଥିପାଇଁ ଯେ ମୋ ଦେଶର ଯୁବପିଢ଼ି ଭିତରେ ‘Can Do’ର Approach ଅଛି ଓ ‘Will Do’ର Spirit ଅଛି । ସେମାନଙ୍କ ପାଇଁ କୌଣସି ଆହ୍ୱାନ ବଡ଼ ନୁହେଁ । ସେମାନଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ମୁଁ ତାମିଲନାଡୁର ଜଣେ ଶିକ୍ଷକଙ୍କ ବିଷୟରେ ପଢ଼ିଲି । ତାଙ୍କ ନାମ ହେମଲତା ଏନ୍ କେ, ଯିଏ ବିଡ୍ଡୁପୁରମ୍ର ଗୋଟିଏ ସ୍କୁଲ୍ରେ ପୃଥିବୀର ସବୁଠୁ ପୁରୁଣା ଭାଷା ତାମିଲ ପଢ଼ାନ୍ତି । କୋଭିଡ 19 ମହାମାରୀ ମଧ୍ୟ ତାଙ୍କ ଅଧ୍ୟାପନାରେ ପ୍ରତିବନ୍ଧକ ସୃଷ୍ଟି କରିପାରିନାହିଁ । ହଁ! ତାଙ୍କ ସମ୍ମୁଖରେ ଆହ୍ୱାନ ତ ନିଶ୍ଚୟ ରହିଥିଲା, କିନ୍ତୁ ସେ ଗୋଟିଏ ଅଭିନବ ରାସ୍ତା ବାହାର କଲେ । ସେ, ପାଠ୍ୟକ୍ରମର ସମସ୍ତ 53ଟି ଅଧ୍ୟାୟକୁ ରେକର୍ଡ କଲେ, ଏବଂ ଆନିମେଟେଡ ଭିଡିଓ ପ୍ରସ୍ତୁତ କଲେ ଏବଂ ତାକୁ ଏକ ପେନ୍ଡ୍ରାଇଭ ମାଧ୍ୟମରେ ନେଇ ଛାତ୍ରଛାତ୍ରୀଙ୍କୁ ବାଂଟିଦେଲେ । ଏହା ତାଙ୍କ ଛାତ୍ରଛାତ୍ରୀଙ୍କୁ ବହୁତ ସାହାଯ୍ୟ କଲା, ସେ ଅଧ୍ୟାୟଗୁଡ଼ିକୁ ଚିତ୍ର ମାଧ୍ୟମରେ ମଧ୍ୟ ବୁଝିପାରିଲେ । ତା’ସହ ସେ ନିଜ ଛାତ୍ରଛାତ୍ରୀଙ୍କ ସହ ଟେଲିଫୋନରେ ମଧ୍ୟ ଆଲୋଚନା କଲେ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ପାଠପଢ଼ା ବେଶ୍ ରୋଚକ ହୋଇଗଲା । ଦେଶସାରା କରୋନାର ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେଉଁ ଅଭିନବ ଶୈଳୀ ଆପଣାଇଛନ୍ତି, ଯେଉଁ ପାଠ୍ୟ ବିଷୟ ସୃଜନାତ୍ମକ ଭାବେ ପ୍ରସ୍ତୁତ କରିଛନ୍ତି, ତାହା ଅନଲାଇନ ପଢ଼ାର ଏହି ସମୟରେ ଅମୂଲ୍ୟ ଅଟେ । ମୋର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅନୁରୋଧ ଯେ ସେମାନେ ଏହି ପାଠ୍ୟବିଷୟକୁ ଶିକ୍ଷା ମନ୍ତ୍ରାଳୟର ଦୀକ୍ଷା ପୋର୍ଟାଲ୍ରେ ନିଶ୍ଚିତଭାବେ ଅପଲୋଡ କରନ୍ତୁ । ଏହାଦ୍ୱାରା ଦେଶର ଦୂରଦୂରାନ୍ତ ଅଂଚଳରେ ରହୁଥିବା ଛାତ୍ରଛାତ୍ରୀମାନେ ବିଶେଷ ଲାଭବାନ ହେବେ ।
ବନ୍ଧୁଗଣ, ଆସନ୍ତୁ ଏବେ କଥା ହେବା ଝାଡ଼ଖଣ୍ଡର କୋର୍ବା ଜନଜାତିର ହୀରାମନ ଜୀଙ୍କ ବିଷୟରେ । ହୀରାମନ ଜୀ ଗଢ଼ୱା ଜିଲାର ସିଂଜୋ ଗାଁରେ ରହନ୍ତି । ଏହାଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ କୋରବା ଜନଜାତିର ଲୋକସଂଖ୍ୟା ମାତ୍ର 6,000, ଯେଉଁମାନେ ପାହାଡ଼ ଓ ଜଙ୍ଗଲରେ ବାସ କରନ୍ତି । ନିଜ ସମ୍ପ୍ରଦାୟର ସଂସ୍କୃତି ଓ ପରିଚୟକୁ ବଂଚାଇବା ପାଇଁ ହୀରାମନ ଜୀ ଗୋଟିଏ ବୋଝ ଉଠାଇଛନ୍ତି । ସେ 12 ବର୍ଷ ନିରନ୍ତର ପରିଶ୍ରମ କରି ବିଲୁପ୍ତ ହେଉଥିବା କୋରବା ଭାଷ।ର ଶବ୍ଦକୋଷ ପ୍ରସ୍ତୁତ କରିଛନ୍ତି । ସେ ଏହି ଶବ୍ଦକୋଷରେ ଘରେ ପ୍ରୟୋଗ ହେଉଥିବା ଶବ୍ଦଠାରୁ ଆରମ୍ଭ କରି ଦୈନିକ ବ୍ୟବହାର ହେଉଥିବା କୋରବା ଭାଷାର ବହୁତ ଶବ୍ଦକୁ ଅର୍ଥ ସହ ଲେଖିଛନ୍ତି । କୋରବା ସମ୍ପ୍ରଦାୟ ପାଇଁ ହୀରାମନ ଜୀ ଯାହା କରିଦେଖାଇଛନ୍ତି, ତାହା ଦେଶ ପାଇଁ ଏକ ଦୃଷ୍ଟାନ୍ତ ।
ମୋର ପ୍ରିୟ ଦେଶବାସୀଗଣ, କୁହାଯାଏ ଯେ ଆକବରଙ୍କ ଦରବାରରେ ଜଣେ ପ୍ରମୁଖ ସଦସ୍ୟ ଥିଲେ ଆବୁଲ ଫଜଲ । ସେ ଥରେ କଶ୍ମୀର ଯାତ୍ରା ପରେ କହିଥିଲେ ଯେ କଶ୍ମୀରରେ ଏପରି ଏକ ଦୃଶ୍ୟ ରହିଛି, ଯାହାକୁ ଦେଖି ଚିଡ଼ିଚିଡ଼ା ଓ କ୍ରୋଧୀ ଲୋକ ମଧ୍ୟ ଖୁସିରେ ଆତ୍ମହରା ହୋଇଉଠିବ । ପ୍ରକୃତରେ ସେ କଶ୍ମୀରର କେଶର ଖେତ କଥା କହୁଥିଲେ । କେଶର ଯୁଗଯୁଗ ଧରି କଶ୍ମୀର ସହ ଯୋଡ଼ି ହୋଇରହିଛି । କଶ୍ମୀରୀ କେଶର ମୁଖ୍ୟତଃ ପୁଲୱାମା, ବଡ଼ଗାମ ଓ କିସ୍ତୱାଡ଼ା ଭଳି ଅଂଚଳରେ ଚାଷ କରାଯାଏ । ଚଳିତବର୍ଷ ମେ ମାସରେ କଶ୍ମୀରୀ କେଶରକୁ Geographical Indication Tag ଅର୍ଥାତ GI Tag ଦିଆଗଲା । ଏହାରି ଜରିଆରେ ଆମେ କଶ୍ମୀରି କେଶରକୁ ଗୋଟିଏ ବିଶ୍ୱର ଲୋକପ୍ରିୟ ବ୍ରାଣ୍ଡ କରିବାକୁ ଚାହୁଁଛୁ । କଶ୍ମୀରି କେଶର ବିଶ୍ୱସ୍ତରରେ ଗୋଟିଏ ଏପରି ମସଲା ଭାବେ ପ୍ରସିଦ୍ଧ, ଯାହାର ବହୁ ପ୍ରକାରର ଔଷଧୀୟ ଗୁଣ ରହିଛି । ଏହା ଅତ୍ୟନ୍ତ ସୁବାସିତ, ଏହାର ରଂଗ ଗାଢ଼ ଏବଂ ଏହାର ସୂତା ଲମ୍ବା ଓ ମୋଟା ହୋଇଥାଏ, ଯାହା ଏହାର ଔଷଧୀୟ ଗୁଣକୁ ବଢ଼ାଇଥାଏ । ଏହା ଜମ୍ମୁ-କଶ୍ମୀରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ କରିଥାଏ । ଗୁଣବତ୍ତା କଥା ଯଦି କହିବା, ତେବେ କଶ୍ମୀର କେଶର ବହୁତ ନିଆରା ଏବଂ ଅନ୍ୟ ଦେଶର କେଶରଠାରୁ ସମ୍ପୂର୍ଣ୍ଣ ଅଲଗା । କଶ୍ମୀରର କେଶରକୁ GI Tag ଦ୍ୱାରା ଏକ ଭିନ୍ନ ପରିଚୟ ମିଳିଛି । ଆପଣଙ୍କୁ ଏହା ଜାଣି ଖୁସି ଲାଗିବ ଯେ କଶ୍ମୀରି କେଶରକୁ GI Tag ପ୍ରମାଣପତ୍ର ମିଳିବା ପରେ ଦୁବାଇର ଏକ ସୁପର୍ମାର୍କେଟରେ ଏହାକୁ Launch କରାଗଲା । ଏବେ ଏହାର ରପ୍ତାନୀ ବଢ଼ିବାକୁ ଲାଗିବ । ଏହା ଆତ୍ମନିର୍ଭର ଭାରତ ନିର୍ମାଣର ଆମ ପ୍ରୟାସକୁ ଆହୁରି ମଜଭୁତ କରିବ । କେଶର ଚାଷୀମାନଙ୍କୁ ଏହାଦ୍ୱାରା ବିଶେଷ ଲାଭ ମିଳିବ । ପୁଲୱାମାରେ ତ୍ରାଲ୍ର ଶାର୍ ଅଂଚଳରେ ରହୁଥିବା ଅବଦୁଲ ମଜିଦ୍ ୱାନିଙ୍କୁ ହିଁ ଦେଖନ୍ତୁ । ସେ ନିଜର GI Tag କେଶରକୁ ଜାତୀୟ କେଶର ଅଭିଯାନ ମାଧ୍ୟମରେ ପମ୍ପୋରର ବ୍ୟବସାୟ କେନ୍ଦ୍ରରେ ଇ-ଟ୍ରେଡିଙ୍ଗ ଜରିଆରେ ବିକୁଛନ୍ତି । ତାଙ୍କପରି ଅନେକ ଲୋକ କଶ୍ମୀରରେ ଏହି କାମ କରୁଛନ୍ତି । ଆସନ୍ତାଥର ଯେତେବେଳେ ଆପଣ କେଶର କିଣିବାକୁ ଇଚ୍ଛା କରିବେ, ତେବେ କଶ୍ମୀରର କେଶର କିଣିବା କଥା ହିଁ ଭାବିବେ । କଶ୍ମୀରର ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ଏପରି ଯେ ସେଠାକାର କେଶରର ସ୍ୱାଦ ହିଁ ଅଲଗା ।
ମୋର ପ୍ରିୟ ଦେଶବାସୀଗଣ, ଏଇ ଦୁଇଦିନ ପୂର୍ବରୁ ହିଁ ଗୀତା ଜୟନ୍ତୀ ଥିଲା । ଗୀତା ଆମକୁ ଆମ ଜୀବନର ପ୍ରତ୍ୟେକ ବିଷୟରେ ପ୍ରେରଣା ଦେଇଥାଏ । କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ଯେ ଗୀତା କାହିଁକି ଏତେ ଅଦ୍ଭୁତ ଗ୍ରନ୍ଥ? ଏହା ଏଇଥିପାଇଁ ଯେ ଏହା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ହିଁ ବାଣୀ । କିନ୍ତୁ ଗୀତାର ଆଉ ଏକ ବୈଶିଷ୍ଟ୍ୟ ହେଲା ଏହା ଜାଣିବାର ଜିଜ୍ଞାସାରୁ ହିଁ ଆରମ୍ଭ ହୋଇଥାଏ । ପ୍ରଶ୍ନରୁ ଆରମ୍ଭ ହୋଇଥାଏ । ଅର୍ଜୁନ ଭଗବାନଙ୍କୁ ପ୍ରଶ୍ନ କରିଛନ୍ତି, ଜିଜ୍ଞାସା କରିଛନ୍ତି, ସେହି କାରଣରୁ ଗୀତାର ଜ୍ଞାନ ସଂସାରକୁ ମିଳିଲା । ଗୀତା ଭଳି ଆମର ସଂସ୍କୃତିରେ ଯେତେ ଜ୍ଞାନ ରହିଛି, ସବୁ ଜିଜ୍ଞାସାରୁ ହିଁ ଆରମ୍ଭ ହୋଇଥାଏ । ବେଦାନ୍ତର ତ ପ୍ରଥମ ମନ୍ତ୍ର ହେଉଛି- ‘ଅଥାତୋ ବ୍ରହ୍ମ ଜିଜ୍ଞାସା’ ଅର୍ଥାତ, ଆସନ୍ତୁ ଆମେ ବ୍ରହ୍ମର ଜିଜ୍ଞାସା କରିବା । ଏହି କାରଣରୁ ଆମ ଏଠାରେ ବ୍ରହ୍ମର ଅନ୍ୱେଷଣ କରିବା କଥା କୁହାଯାଏ । ଜିଜ୍ଞାସାର ଶକ୍ତି ହିଁ ଏମିତି । ଜିଜ୍ଞାସା ଆପଣଙ୍କୁ କ୍ରମାଗତ ନୂତନତା ପାଇଁ ପ୍ରେରିତ କରିଥାଏ । ଛୋଟ ଥିବାବେଳେ ଆମେ ଏଇଥିପାଇଁ ଶିଖୁ, କାରଣ ଆମ ଭିତରେ ଜିଜ୍ଞାସା ଥାଏ; ଅର୍ଥାତ ଯେତେବେଳ ପର୍ଯ୍ୟନ୍ତ ଜିଜ୍ଞାସା ଅଛି, ସେ ପର୍ଯ୍ୟନ୍ତ ଜୀବନ ଅଛି । ଯେ ପର୍ଯ୍ୟନ୍ତ ଜିଜ୍ଞାସା ଅଛି, ସେ ପର୍ଯ୍ୟନ୍ତ ନୂଆ ଶିଖିବାର କ୍ରମ ଜାରି ରହିଛି । ଏଥିରେ କୌଣସି ବୟସ, କୌଣସି ପରିସ୍ଥିତି ଗୁରୁତ୍ୱ ରଖେ ନାହିଁ । ଜିଜ୍ଞାସାର ଏପରି ଶକ୍ତିର ଏକ ଉଦାହରଣ ମୋତେ ଜାଣିବାକୁ ମିଳିଛି ତାମିଲନାଡୁର ବୟୋବୃଦ୍ଧ ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀଙ୍କ ସମ୍ପର୍କରେ । ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀ 92 ବର୍ଷର । Ninety Two Years । ସେ ଏହି ବୟସରେ ମଧ୍ୟ କଂପ୍ୟୁଟରରେ ନିଜର ବହି ଲେଖୁଛନ୍ତି, ତା’ ବି ନିଜେ ଟାଇପ୍ କରିକି । ଆପଣ ଭାବୁଥିବେ ବହି ଲେଖିବା ତ ଠିକ୍ ଅଛି, କିନ୍ତୁ ଶ୍ରୀନିବାସାଚାର୍ଯ୍ୟ ଜୀଙ୍କ ସମୟରେ ତ କଂପ୍ୟୁଟର ହିଁ ନଥିବ; ପୁଣି ସେ କଂପ୍ୟୁଟର ଶିଖିଲେ କେବେ? ଏହା ଠିକ୍ ଯେ ତାଙ୍କ କଲେଜ ସମୟରେ କଂପ୍ୟୁଟର ନ ଥିଲା; କିନ୍ତୁ ତାଙ୍କ ମନରେ ଜିଜ୍ଞାସା ଓ ଆତ୍ମବିଶ୍ୱାସ ଏବେ ମଧ୍ୟ ସେତିକି ଅଛି, ଯେତିକି ତାଙ୍କର ଯୁବାବସ୍ଥାରେ ଥିଲା । ପ୍ରକୃତ କଥା ହେଲା ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀ ସଂସ୍କୃତ ଓ ତାମିଲରେ ବିଦ୍ୱାନ ଅଟନ୍ତି । ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ 16 ଖଣ୍ଡ ଆଧ୍ୟାତ୍ମିକ ଗ୍ରନ୍ଥ ଲେଖିସାରିଛନ୍ତି । କିନ୍ତୁ କଂପ୍ୟୁଟର ଆସିବାପରେ ତାଙ୍କୁ ଯେତେବେଳେ ଲାଗିଲା ଯେ ବହି ଲେଖିବା ଓ ପ୍ରିଂଟ ହେବାର ଶୈଳୀ ବଦଳିଯାଇଛି, ସେ 86 ବର୍ଷ ବୟସରେ କଂପ୍ୟୁଟର ଶିଖିଲେ । ନିଜ ପାଇଁ ଜରୁରୀ Software ଶିଖିଲେ । ଏବେ ସେ ନିଜ ବହି ନିଜେ ଲେଖିପାରୁଛନ୍ତି ।
ବନ୍ଧୁଗଣ, ଶ୍ରୀ ଟି ଶ୍ରୀନିବାସାଚାର୍ଯ୍ୟ ସ୍ୱାମୀଜୀଙ୍କ ଜୀବନ ଏକଥାର ପ୍ରତ୍ୟକ୍ଷ ପ୍ରମାଣ ଯେ ଜୀବନରେ ଯେପର୍ଯ୍ୟନ୍ତ ଜିଜ୍ଞାସା ମରିନାହିଁ, ଶିଖିବାର ଆଗ୍ରହ ମରିନାହିଁ, ସେପର୍ଯ୍ୟନ୍ତ ଜୀବନ ଶକ୍ତିରେ ଭରିରହିଥାଏ । ତେଣୁ ଆମେ କେବେ ଭାବିବା ଉଚିତ ନୁହେଁ ଯେ ଆମେ ପଛରେ ପଡ଼ିଗଲୁ, ଆମେ ସୁଯୋଗ ହାତଛଡ଼ା କଲୁ । ଆମେ ବି ଏହା କାହିଁକି ଶିଖିଲୁନି! ଆମେ ଏହା ମଧ୍ୟ ଭାବିବା ଅନୁଚିତ ଯେ ଆମେ ଶିଖିପାରିବା ନାହିଁ ବା ଆଗକୁ ବଢ଼ିପାରିବା ନାହିଁ ।
ମୋର ପ୍ରିୟ ଦେଶବାସୀଗଣ, ଏବେ ଆମେ ଜିଜ୍ଞାସା ଦ୍ୱାରା କିଛି ନୂଆ ଶିଖିବା ଓ କରିବା କଥା ହେଉଥିଲୁ । ନୂଆବର୍ଷରେ ନୂଆ ସଂକଳ୍ପର କଥା ମଧ୍ୟ ହେଲେ । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ସବୁବେଳେ କିଛି ନା କିଛି ନୂଆ କରିଚାଲିଥାନ୍ତି, ନୂଆ ନୂଆ ସଂକଳ୍ପକୁ ସିଦ୍ଧ କରୁଥାନ୍ତି । ଆପଣ ମଧ୍ୟ ନିଜ ଜୀବନରେ ଅନୁଭବ କରିଥିବେ, ଯେତେବେଳେ ଆମ ସମାଜ ପାଇଁ କିଛି କରୁ ସେତେବେଳେ ସମାଜ ହିଁ ନିଜେ ଆମକୁ ବହୁତ କିଛି ଶକ୍ତି ପ୍ରଦାନ କରେ । ସାଧାରଣ ମନେହେଉଥିବା ପ୍ରେରଣାରୁ ବହୁତ ବଡ଼ କାମ ମଧ୍ୟ ହୋଇଯାଏ । ଏପରି ଜଣେ ଯୁବକ ହେଲେ ଶ୍ରୀମାନ ପ୍ରଦୀପ ସାଂଗୱାନ । ଗୁରୁଗ୍ରାମର ପ୍ରଦୀପ ସାଂଗୱାନ 2016ରୁ Healing Himalayas ନାମକ ଅଭିଯାନ ଚଳାଉଛନ୍ତି । ସେ ନିଜ ଟିମ ଓ ସ୍ୱେଚ୍ଛାସେବୀଙ୍କ ସହ ହିମାଳୟର ଭିନ୍ନଭିନ୍ନ ଅଂଚଳକୁ ଯାଆନ୍ତି ଏବଂ ପର୍ଯ୍ୟଟକମାନେ ଯେଉଁ ପ୍ଲାଷ୍ଟିକ୍ ଆବର୍ଜନାସବୁ ପକାଇଦେଇ ଯାଇଥାନ୍ତି ସେଗୁଡ଼ିକୁ ସଫା କରନ୍ତି । ପ୍ରଦୀପ ଜୀ ଏ ପର୍ଯ୍ୟନ୍ତ ହିମାଳୟର ଭିନ୍ନ ଭିନ୍ନ ପର୍ଯ୍ୟଟନସ୍ଥଳରୁ ବହୁ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସଫା କରିସାରିଲେଣି । ସେହିପରି, କର୍ଣ୍ଣାଟକର ଏକ ଯୁବା ଦମ୍ପତି ହେଉଛନ୍ତି ଅନୁଦୀପ ଓ ମିନୁଷା । ଅନୁଦୀପ ଓ ମିନୁଷା ନିକଟରେ ଗତ ନଭେମ୍ବର ମାସରେ ହିଁ ବିବାହ କରିଛନ୍ତି । ବିବାହ ପରେ ବହୁତ ଯୁବକ ଯୁବତୀ ବୁଲିବା ପାଇଁ ଯାଆନ୍ତି, କିନ୍ତୁ ଏହି ଦୁଇଜଣ ଅଲଗା କିଛି କଲେ । ଏମାନେ ସବୁବେଳେ ଦେଖୁଥିଲେ ଯେ ଲୋକେ ନିଜ ଘରଠାରୁ ବାହାରକୁ ବୁଲିବା ପାଇଁ ଯାଆନ୍ତି, କିନ୍ତୁ ଯେଉଁଠିକି ଯାଆନ୍ତି ସେଇଠି ବହୁତଗୁଡ଼ାଏ ଆବର୍ଜନା ପକାଇ ପଳାନ୍ତି । କର୍ଣ୍ଣାଟକର ସୋମେଶ୍ୱର ସମୁଦ୍ରତଟରେ ମଧ୍ୟ ଏପରି ସ୍ଥିତି ଥିଲା । ଅନୁଦୀପ ଓ ମିନୁଷା ସ୍ଥିର କଲେ ଯେ ସୋମେଶ୍ୱର ତଟରେ ଲୋକେ ଯେଉଁ ଆବର୍ଜନା ପକାଇଛନ୍ତି, ତାକୁ ସଫା କରିବେ । ଉଭୟ ପତିପତ୍ନୀ ବିବାହ ପରେ ଏହାକୁ ନିଜର ପ୍ରଥମ ସଂକଳ୍ପ କଲେ । ଦୁଇଜଣ ମିଶି ସମୁଦ୍ରତଟରୁ ବହୁତ ଆବର୍ଜନା ସଫା କରିଦେଲେ । ଅନୁଦୀପ ନିଜର ହି ସଂକଳ୍ପ ସଂପର୍କରେ ସୋସାଲ ମିଡିଆରେ ମଧ୍ୟ Share କଲେ । ତା’ପରେ ତାଙ୍କର ଏହି ଚମତ୍କାର ଚିନ୍ତା ଦ୍ୱାରା ପ୍ରଭାବିତ ହୋଇ ବହୁତ ଯୁବକଯୁବତୀ ତାଙ୍କ ସହ ଯୋଡ଼ିହେଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମାନେ ମିଶି ସୋମେଶ୍ୱର ସମୁଦ୍ରତଟରୁ 800 କିଲୋରୁ ଅଧିକ ଆବର୍ଜନା ସଫା କରିଛନ୍ତି ।
ବନ୍ଧୁଗଣ, ଏସବୁ ପ୍ରୟାସ ମଧ୍ୟରେ ଆମକୁ ଏହା ମଧ୍ୟ ଭାବିବାକୁ ପଡ଼ିବ ଯେ ସମୁଦ୍ରତଟମାନଙ୍କରେ, ପାହାଡ଼ ଉପରେ ଏ ଆବର୍ଜନା ପହଂଚେ କେମିତି? ଅନ୍ତତଃ ଆମ ଭିତରୁ କିଛି ଲୋକ ହିଁ ଏସବୁ ଆବର୍ଜନାକୁ ସେଇଠି ପକାଇଦେଇ ଚାଲିଆସନ୍ତି । ପ୍ରଦୀପ ଓ ଅନୁଦୀପ-ମିନୁଷାଙ୍କ ପରି ଆମେ ମଧ୍ୟ ଏପରି ସଫେଇ ଅଭିଯାନ ଚଳାଇବା ଦରକାର; କିନ୍ତୁ ତା’ ପୂର୍ବରୁ ଆମକୁ ମଧ୍ୟ ସଂକଳ୍ପ ନେବା ଉଚିତ ଯେ ଆମେ ଅଳିଆ ଆବର୍ଜନା ପକାଇବା ନାହିଁ । ସ୍ୱଚ୍ଛ ଭାରତ ଅଭିଯାନର ମଧ୍ୟ ଏହା ହିଁ ତ ପ୍ରଥମ ସଂକଳ୍ପ । ହଁ, ଆଉ ଗୋଟିଏ କଥା ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହେଁ, କରୋନା କାରଣରୁ ଏ ବର୍ଷ ଏ ସମ୍ପର୍କରେ ସେତେ ଆଲୋଚନା ହୋଇପାରିନାହିଁ । ଆମେ ଦେଶକୁ ଏକକ ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତ କରିବାକୁ ହିଁ ହେବ । ଏହା ମଧ୍ୟ 2021ର ସଂକଳ୍ପ ଭିତରୁ ଗୋଟିଏ । ଶେଷରେ ମୁଁ ଆପଣଙ୍କୁ ନୂଆବର୍ଷର ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ ନିଜେ ସୁସ୍ଥ ରହନ୍ତୁ, ନିଜ ପରିବାରକୁ ସୁସ୍ଥ ରଖନ୍ତୁ । ଆସନ୍ତାବର୍ଷ ଜାନୁଆରିରେ ନୂଆ ବିଷୟକୁ ନେଇ ‘ମନ୍ କୀ ବାତ୍’ ହେବ ।
ବହୁତ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ ଆରମ୍ଭରେ, ଆଜି ମୁଁ ଆପଣଙ୍କ ସହ ଏକ ଖୁସି ଖବର ବାଂଟିବାକୁ ଚାହେଁ । ପ୍ରତ୍ୟେକ ଭାରତୀୟ ଏହା ଜାଣି ଗର୍ବିତ ହେବେ ଯେ, ଦେବୀ ଅନ୍ନପୂର୍ଣ୍ଣାଙ୍କର ଏକ ବହୁ ପୁରାତନ ମୂର୍ତ୍ତି କାନାଡାରୁ ଭାରତକୁ ଫେରିଆସୁଛି । ଏହି ମୂର୍ତ୍ତି ପ୍ରାୟ 100 ବର୍ଷ ପୂର୍ବେ ସମ୍ଭବତଃ 1913 ମସିହାରେ ବାରାଣାସୀର ଏକ ମନ୍ଦିରରୁ ଚୋରିହୋଇ ଦେଶ ବାହାରକୁ ପଠାଯାଇଥିଲା । କାନାଡା ସରକାର ଏବଂ ଯେଉଁମାନେ ଏହି ପବିତ୍ର କାର୍ଯ୍ୟ ସମ୍ଭବ କରିଛନ୍ତି, ମୁଁ ସେମାନଙ୍କୁ ସହୃଦୟ କୃତଜ୍ଞତା ଜଣାଉଛି । କାଶୀ ସହିତ ମାତା ଅନ୍ନପୂର୍ଣ୍ଣାଙ୍କର ଏକ ବିଶେଷ ସମ୍ପର୍କ ରହିଛି । ଏବେ ତାଙ୍କ ମୂର୍ତ୍ତି ଫେରିଆସିବା ଆମ ସମସ୍ତଙ୍କ ପାଇଁ ଆନନ୍ଦଦାୟକ କଥା । ମାତା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଭଳି ଆମର ଐତିହ୍ୟର ବହୁ ମୂଲ୍ୟବାନ ସମ୍ପଦ ଅନ୍ତରାଷ୍ଟ୍ରୀୟ ମୂର୍ତ୍ତିଚୋରୀ ଦଳର ଶୀକାର ହୋଇଆସିଛି । ଏହି ଦଳଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ଏସବୁକୁ ଅତି ଉଚ୍ଚ ମୂଲ୍ୟରେ ବିକ୍ରି କରନ୍ତି । ଏବେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି, ତାଛଡ଼ା ସେଗୁଡ଼ିକୁ ଫେରାଇ ଆଣିବାକୁ ମଧ୍ୟ ଭାରତ ନିଜର ଉଦ୍ୟମ ବୃଦ୍ଧି କରିଛି । ଏହିପରି ଉଦ୍ୟମ ହେତୁ ଗତ କିଛିବର୍ଷ ମଧ୍ୟରେ ଭାରତ ଅନେକ ପ୍ରତିମା ଏବଂ କଳାକୃତି ଫେରାଇ ଆଣିବାରେ ସଫଳ ହୋଇଛି । ମାତା ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଫେରିବା ସହ କିଛିଦିନ ପୂର୍ବରୁ ବିଶ୍ୱ ଐତିହ୍ୟ ସପ୍ତାହ ପାଳନର ଏକ ସଂଯୋଗ ମଧ୍ୟ ରହିଛି । ବିଶ୍ୱ ଐତିହ୍ୟ ସପ୍ତାହ ସଂସ୍କୃତିପ୍ରେମୀଙ୍କ ପାଇଁ ପୁରୁଣା ସମୟକୁ ଫେରିବା, ସେଗୁଡ଼ିକର ଇତିହାସ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଏକ ଉତମ ସୁଯୋଗ ପ୍ରଦାନ କରେ । କରୋନା କାଳ ସତ୍ୱେ, ଏଥର ଲୋକମାନେ ଏହି ହେରିଟେଜ୍ ସପ୍ତାହକୁ ଏକ ଅଭିନବ ଉପାୟରେ ପାଳନ କରୁଥିବାର ଆମେ ଦେଖିବାକୁ ପାଇଲୁ । ସଙ୍କଟ ସମୟରେ ସଂସ୍କୃତି ଅତ୍ୟନ୍ତ ଉପଯୋଗୀ, ସଙ୍କଟର ମୁକାବିଲା କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ସଂସ୍କୃତି ଏକ ଭାବପ୍ରବଣ ପରିପୂର୍ତ୍ତି (ଇମୋଶନାଲ୍ ରିଚାର୍ଜ) ଭାବରେ କାମ କରେ । ଆଜି ଦେଶର ଅନେକ ସଂଗ୍ରହାଳୟ ଏବଂ ଲାଇବ୍ରେରୀଗୁଡ଼ିକ ସେମାନଙ୍କର ସଂଗ୍ରହକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀରେ ଆମର ଜାତୀୟ ସଂଗ୍ରହାଳୟ ଏ ଦିଗରେ କିଛି ପ୍ରଶଂସନୀୟ ଉଦ୍ୟମ କରିଛି । ଜାତୀୟ ସଂଗ୍ରହାଳୟ ଦ୍ୱାରା ପ୍ରାୟ ଦଶଟି ଭର୍ଚୁଆଲ ଗ୍ୟାଲେରୀ ଉପସ୍ଥାପନ କରିବା ପାଇଁ କାର୍ଯ୍ୟ ଚାଲିଛି – ଏହା ମଜା କଥା ନୁହେଁ କି! ଏବେ, ଆପଣମାନେ ଘରେ ବସି ଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଗ୍ୟାଲେରୀ ପରିଦର୍ଶନ କରିବାକୁ ସକ୍ଷମ ହେବେ । ଟେକ୍ନୋଲୋଜି ମାଧ୍ୟମରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ନିକଟରେ ସାଂସ୍କୃତିକ ଐତିହ୍ୟ ପହଂଚାଇବା ଜରୁରି ହୋଇଥିବାବେଳେ ଏହି ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ପାଇଁ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସମ୍ପ୍ରତି, ମୁଁ ଏକ ଆକର୍ଷଣୀୟ ପ୍ରୋଜେକ୍ଟ ବିଷୟରେ ପଢ଼ୁଥିଲି । ନରୱେର ଉତରରେ ସ୍ୱାଲବାର୍ଡ ନାମକ ଏକ ଦ୍ୱୀପ ଅଛି । ଏହି ଦ୍ୱୀପରେ ଏକ ପ୍ରୋଜେକ୍ଟ, ଆର୍କଟିକ୍ ବିଶ୍ୱ ଅଭିଲେଖାଗାର ନିର୍ମାଣ କରାଯାଇଛି । ଏହି ଅଭିଲେଖାଗାରରେ ବହୁମୂଲ୍ୟ ଐତିହ୍ୟ ତଥ୍ୟକୁ ଏପରି ଭାବରେ ରଖାଯାଇଛି ଯେ, ଯେକୌଣସି ପ୍ରକାରର ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ଦ୍ୱାରା ଏହା ପ୍ରଭାବିତ ହୋଇପାରିବ ନାହିଁ । ସମ୍ପ୍ରତି ସୂଚନା ମଧ୍ୟ ମିଳିଛି ଯେ, ଅଜନ୍ତା ଗୁମ୍ଫାର ଐତିହ୍ୟକୁ ଏହି ପ୍ରକଳ୍ପରେ ଡିଜିଟାଇଜେସନ୍ କରାଯାଇ ସୁରକ୍ଷିତ କରାଯାଉଛି । ଏଥିରେ, ଆପଣ ଅଜନ୍ତା ଗୁମ୍ଫାର ସମ୍ପୂର୍ଣ୍ଣ ଝଲକ ଦେଖିବାକୁ ପାଇବେ । ଏଥିରେ ଡିଜିଟାଲାଇଜଡ୍ ଏବଂ ପୁନଃସ୍ଥାପିତ ପେଣ୍ଟିଙ୍ଗ ସହିତ, ଏହାସହ ଜଡିତ ଡକ୍ୟୁମେଣ୍ଟ ଏବଂ କୋଟ୍ସ ଅନ୍ତର୍ଭୁକ୍ତ ହେବ । ବନ୍ଧୁଗଣ, ଏକପକ୍ଷରେ ମହାମାରୀ ଆମର କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇ ଦେଇଛି, ଅନ୍ୟପକ୍ଷରେ ପ୍ରକୃତିକୁ ଏକ ନୂତନ ଢଙ୍ଗରେ ଅନୁଭବ କରିବାର ସୁଯୋଗ ଦେଇଛି । ପ୍ରକୃତି ପ୍ରତି ଆମର ଦୃଷ୍ଟିକୋଣ ମଧ୍ୟ ବଦଳିଯାଇଛି । ବର୍ତ୍ତମାନ ଆମେ ଶୀତଋତୁରେ ପ୍ରବେଶ କରୁଛୁ । ଆମେ ପ୍ରକୃତିର ଭିନ୍ନ ଭିନ୍ନ ରଙ୍ଗ ଦେଖିବାକୁ ପାଇବା । ଗତ କିଛିଦିନ ହେବ, ଇଂଟରନେଟ୍ ଚେରି ଫୁଲର ଭାଇରାଲ୍ ଚିତ୍ରରେ ପରିପୂର୍ଣ୍ଣ । ଆପଣମାନେ ନିଶ୍ଚୟ ଭାବୁଥିବେ, ଯେତେବେଳେ ମୁଁ ଚେରି ଫୁଲ ବିଷୟରେ କହୁଛି, ମୁଁ ଜାପାନର ଏହି ପ୍ରସିଦ୍ଧ ପରିଚୟ ବିଷୟରେ କହୁଛି – କିନ୍ତୁ କଥାଟି ତାହା ନୁହେଁ । ଏଗୁଡ଼ିକ ଜାପାନର ଫଟୋ ନୁହେଁ । ଏଗୁଡ଼ିକ ହେଉଛି ମେଘାଳୟର ଶିଲଂର ଫଟୋଚିତ୍ର । ଏହି ଚେରି ଫୁଲ ମେଘାଳୟର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି ।
ବନ୍ଧୁଗଣ, ଏହି ମାସରେ ନଭେମ୍ବର 12 ତାରିଖରୁ ଡକ୍ଟର ସଲିମ ଅଲି ଜୀଙ୍କର 125ତମ ଜୟନ୍ତୀ ସମାରୋହ ପାଳନ ଆରମ୍ଭ ହୋଇଛି । ପକ୍ଷୀମାନଙ୍କ ଦୁନିଆରେ (ପକ୍ଷୀ ପର୍ଯ୍ୟବେକ୍ଷଣରେ) ଡାକ୍ତର ସଲିମ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଦୁନିଆର ପକ୍ଷୀ ପର୍ଯ୍ୟବେକ୍ଷକମାନଙ୍କୁ ଭାରତ ପ୍ରତି ଆକର୍ଷିତ ମଧ୍ୟ କରିଛନ୍ତି । ମୁଁ ସବୁବେଳେ ପକ୍ଷୀ ପର୍ଯ୍ୟବେକ୍ଷକମାନଙ୍କ ପ୍ରଶଂସକ ହୋଇ ରହିଆସିଛି । ବହୁତ ଧୈର୍ଯ୍ୟ ସହିତ, ସେମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପକ୍ଷୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ନିରୀକ୍ଷଣ କରୁଥାନ୍ତି, ପ୍ରକୃତିର ଅନନ୍ୟ ଦୃଶ୍ୟକୁ ଉପଭୋଗ କରୁଥାନ୍ତି ଏବଂ ନିଜର ଜ୍ଞାନକୁ ଆମମାନଙ୍କ ନିକଟକୁ ମଧ୍ୟ ପହଂଚାଇଥାନ୍ତି । ଭାରତରେ ମଧ୍ୟ ଅନେକ ପକ୍ଷୀ ପର୍ଯ୍ୟବେକ୍ଷଣ କରୁଥିବା ସୋସାଇଟି ସକ୍ରିୟ ରହିଛନ୍ତି । ଆପଣ ମଧ୍ୟ, ନିଶ୍ଚିତ ଭାବରେ, ଏହି ବିଷୟ ସହିତ ଜଡିତ ହୁଅନ୍ତୁ । ମୋର ବ୍ୟସ୍ତ ଜୀବନରେ, ମୋତେ ମଧ୍ୟ ବିଗତ ଦିନରେ କେୱଡିଆରେ ପକ୍ଷୀମାନଙ୍କ ସହିତ ସମୟ ଅତିବାହିତ କରିବାର ଏକ ସ୍ମରଣୀୟ ସୁଯୋଗ ମିଳିଥିଲା । ପକ୍ଷୀମାନଙ୍କ ସହିତ ବିତାଇଥିବା ସମୟ ଆପଣଙ୍କୁ ପ୍ରକୃତି ସହିତ ମଧ୍ୟ ଯୋଡିବ ଏବଂ ପରିବେଶ ସୁରକ୍ଷା ପାଇଁ ମଧ୍ୟ ପ୍ରେରଣା ଦେବ ।
ମୋର ପ୍ରିୟ ଦେଶବାସୀଗଣ, ଭାରତର ସଂସ୍କୃତି ଏବଂ ଶାସ୍ତ୍ର ସବୁବେଳେ ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଆସିଛି । ଅନେକ ଲୋକ ଏସବୁର ସନ୍ଧାନରେ ଭାରତ ଆସିଥିଲେ ଏବଂ ଏଠାରେ ସବୁଦିନ ପାଇଁ ରହିଗଲେ, ଅପରପକ୍ଷରେ ଅନେକ ଲୋକ ନିଜ ଦେଶକୁ ଫେରି ଏହି ସଂସ୍କୃତିର ବାହକ ହୋଇଗଲେ । ମୁଁ ଜୋନାସ୍ ମାସେତୀଙ୍କ କାର୍ଯ୍ୟ ବିଷୟରେ ଜାଣିବାକୁ ପାଇଲି, ଯିଏ ‘ବିଶ୍ୱନାଥ’ ନାମରେ ମଧ୍ୟ ପରିଚିତ । ଜୋନାସ୍ ବ୍ରାଜିଲର ଲୋକଙ୍କୁ ବେଦାନ୍ତ ଏବଂ ଗୀତା ଶିଖାନ୍ତି । ରିଓ ଡି ଜେନେରୋଠାରୁ ଏକଘଣ୍ଟା ଦୂରତାରେ ପେଟ୍ରୋପୋଲିସ୍ ପର୍ବତରେ ଅବସ୍ଥିତ ବିଶ୍ୱବିଦ୍ୟା ନାମକ ଏକ ଅନୁଷ୍ଠାନ ସେ ଚଳାନ୍ତି । ମେକାନିକାଲ ଇଞ୍ଜିନିୟରିଂ ପଢ଼ିବା ପରେ ଜୋନାସ୍ ଷ୍ଟକ ମାର୍କେଟରେ ନିଜ କମ୍ପାନୀ ପାଇଁ କାର୍ଯ୍ୟ କଲେ, ପରେ ସେ ଭାରତୀୟ ସଂସ୍କୃତି ଏବଂ ବିଶେଷ ଭାବରେ ବେଦାନ୍ତ ଆଡକୁ ଆକର୍ଷିତ ହେଲେ । ଷ୍ଟକ୍ଠାରୁ ଆଧ୍ୟାତ୍ମିକତା ପର୍ଯ୍ୟନ୍ତ, ବାସ୍ତବରେ ତାଙ୍କର ଏହା ଏକ ସୁଦୀର୍ଘ ଯାତ୍ରା । ଜୋନାସ୍ ଭାରତରେ ବେଦାନ୍ତ ଦର୍ଶନ ଅଧ୍ୟୟନ କରିଥିଲେ ଏବଂ ଚାରିବର୍ଷ ଧରି ସେ କୋଏମ୍ବାଟୁରର ଆର୍ଷବିଦ୍ୟା ଗୁରୁକୁଳମରେ ରହିଥିଲେ । ଜୋନାସଙ୍କର ଆଉ ଏକ ବିଶେଷତା ଅଛି, ସେ ତାଙ୍କ ବାର୍ତ୍ତା ପଠାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରନ୍ତି । ସେ ନିୟମିତ ଭାବରେ ଅନଲାଇନ ପ୍ରୋଗ୍ରାମ୍ କରନ୍ତି । ସେମାନେ ପ୍ରତିଦିନ ପଡକାଷ୍ଟ କରନ୍ତି । ଗତ ସାତବର୍ଷ ମଧ୍ୟରେ ଜୋନାସ୍ ବେଦାନ୍ତ ଉପରେ ତାଙ୍କର ନିଃଶୁଳ୍କ ଓପନ୍ ପାଠ୍ୟକ୍ରମ ମାଧ୍ୟମରେ ଦେଢ଼ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି । ଜୋନାସ୍ କେବଳ ଏକ ବଡ଼ କାମ କରୁନାହାନ୍ତି, ବରଂ ସେ ଏଭଳି ଏକ ଭାଷାରେ ଏହାକୁ ବ୍ୟାଖ୍ୟା କରୁଛନ୍ତି ଯାହାଫଳରେ ଅଧିକ ଲୋକ ବୁଝିପାରିବେ । କରୋନା ଏବଂ କ୍ୱାରେଂଟାଇନ୍ରେ ଏହି ସମୟରେ ବେଦାନ୍ତ କିପରି ସାହାଯ୍ୟ କରିପାରିବ ଏହା ଜାଣିବାକୁ ଲୋକମାନେ ବହୁତ ଆଗ୍ରହୀ । ‘ମନ୍ କି ବାତ୍’ ମାଧ୍ୟମରେ ମୁଁ ଜୋନାସଙ୍କୁ ତାଙ୍କର ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ, ଏହିପରି, ଏବେ ଗୋଟିଏ ଖବର ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବ । ନ୍ୟୁଜିଲାଣ୍ଡରେ ନୂତନ ଭାବେ ନିର୍ବାଚିତ ଏମ୍ପି ଡକ୍ଟର ଗୌରବ ଶର୍ମା ପୃଥିବୀର ଅନ୍ୟତମ ପ୍ରାଚୀନ ଭାଷା ସଂସ୍କୃତରେ ଶପଥ ଗ୍ରହଣ କରିଛନ୍ତି । ଜଣେ ଭାରତୀୟ ଭାବରେ ଭାରତୀୟ ସଂସ୍କୃତିର ଏହି ବିସ୍ତାର ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରେ । ମୁଁ ‘ମନ୍ କି ବାତ୍’ ମାଧ୍ୟମରେ ଗୌରବ ଶର୍ମାଙ୍କୁ ଶୁଭେଚ୍ଛା ଜଣାଉଛି । ନ୍ୟୁଜିଲାଣ୍ଡର ଲୋକଙ୍କ ସେବାରେ ସେ ନୂତନ ସଫଳତା ଲାଭ କରନ୍ତୁ, ସେଥିପାଇଁ ଆମେ ସମସ୍ତେ କାମନା କରୁଛୁ ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତାକାଲି ନଭେମ୍ବର 30 ତାରିଖରେ, ଆମେ ଶ୍ରୀ ଗୁରୁନାନକ ଦେବଙ୍କର 551ତମ ପ୍ରକାଶ ପର୍ବ ପାଳନ କରିବା । ଗୁରୁ ନାନକ ଦେବଙ୍କର ପ୍ରଭାବ ସମଗ୍ର ବିଶ୍ୱରେ ସ୍ପଷ୍ଟ ଦେଖାଯାଉଛି ।
ଭାନକୋଭରଠାରୁ ୱେଲିଙ୍ଗଟନ୍, ସିଙ୍ଗାପୁରଠାରୁ ଦକ୍ଷିଣ ଆଫ୍ରିକା ପର୍ଯ୍ୟନ୍ତ ତାଙ୍କର ବାର୍ତା ସବୁଠାରେ ଶୁଣାଯାଏ । ଗୁରୁଗ୍ରନ୍ଥ ସାହେବରେ କୁହାଯାଇଛି, “ସେବକ କୋ ସେବା ବନ୍ ଆଇ” ଅର୍ଥାତ୍ ସେବକର କାମ ହେଉଛି ସେବା କରିବା । ଗତ କିଛିବର୍ଷ ମଧ୍ୟରେ, ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଆସିଛି ଏବଂ ଜଣେ ସେବକ ଭାବରେ ମୋତେ ବହୁତ କିଛି କରିବାର ସୁଯୋଗ ମିଳିଛି । ଗୁରୁସାହେବ ମୋର ସେବା ଗ୍ରହଣ କରିଥିଲେ । ଗୁରୁ ନାନକ ଦେବଙ୍କର 550ତମ ପ୍ରକାଶପର୍ବ, ଶ୍ରୀଗୁରୁଗୋବିନ୍ଦ ସିଂଙ୍କର 350ତମ ପ୍ରକାଶପର୍ବ ଏବଂ ଆସନ୍ତାବର୍ଷ ଶ୍ରୀ ଗୁରୁ ତେଗ ବାହାଦୂରଙ୍କର 400ତମ ପ୍ରକାଶପର୍ବ ପାଳନ କରାଯିବ । ମୁଁ ଅନୁଭବ କରୁଛି, ଗୁରୁସାହେବଙ୍କର ମୋ ଉପରେ ବିଶେଷ କୃପା ରହିଛି, ଯାହାଫଳରେ ସେ ମୋତେ ସବୁବେଳେ ତାଙ୍କ କାର୍ଯ୍ୟରେ ଅତି ଘନିଷ୍ଠ ଭାବେ ଯୋଡ଼ିଆସୁଛନ୍ତି ।
ବନ୍ଧୁଗଣ, ଆପଣ ଜାଣନ୍ତି କି, କଚ୍ଛରେ ଗୋଟିଏ ଗୁରୁଦ୍ୱାରା ରହିଛି, ଲଖପତ୍ ଗୁରୁଦ୍ୱାରା ସାହିବ । ଶ୍ରୀ ଗୁରୁନାନକ ତାଙ୍କ ଉଦାସୀ ସମୟରେ ଏହି ଲଖପତ୍ ଗୁରୁଦ୍ୱାରା ସାହିବରେ ରହୁଥିଲେ । 2001ରେ ହୋଇଥିବା ଭୂମିକମ୍ପରେ ଏହି ଗୁରୁଦ୍ୱାରା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଗୁରୁସାହେବଙ୍କର କୃପା ଯୋଗୁଁ ମୁଁ ଏହାର ପୁନରୁଦ୍ଧାର କାର୍ଯ୍ୟକୁ ସୁନିଶ୍ଚିତ କରିବାକୁ ସକ୍ଷମ ହେଲି । କେବଳ ଗୁରୁଦ୍ୱାରା ମରାମତି ହୋଇନଥିଲା ବରଂ ଏହାର ଗୌରବ ଏବଂ ମହାନତା ମଧ୍ୟ ପୁନଃସ୍ଥାପିତ କରାଗଲା । ଆମେ ସମସ୍ତେ ଗୁରୁ ସାହେବଙ୍କଠାରୁ ଅନେକ ଆଶୀର୍ବାଦ ପାଇଲୁ । 2004 ମସିହାରେ ୟୁନେସ୍କୋ ଏସିଆ ପାସିଫିକ୍ ହେରିଟେଜ୍ ଆୱାର୍ଡରେ ଲଖପଥ୍ ଗୁରୁଦ୍ୱାରା ସଂରକ୍ଷଣର ପ୍ରୟାସକୁ ଆୱାର୍ଡ ଅଫ ଡିଷ୍ଟିଙ୍ଗସନ୍ ପ୍ରଦାନ କରାଯାଇଥିଲା । ପୁରସ୍କାର ପ୍ରଦାନ କରୁଥିବା ଜୁରି ଜାଣିବାକୁ ପାଇଲେ ଯେ ମରାମତି ସମୟରେ ହସ୍ତଶିଳ୍ପ ସହିତ ଜଡିତ ସୂକ୍ଷ୍ମ କାରୁକାର୍ଯ୍ୟର ମଧ୍ୟ ଏଠାରେ ବିଶେଷ ଧ୍ୟାନ ଦିଆଯାଇଥିଲା । ଜୁରି ଏହା ମଧ୍ୟ ଲକ୍ଷ୍ୟକଲେ ଯେ ଶିଖ ସମ୍ପ୍ରଦାୟ କେବଳ ଗୁରୁଦ୍ୱାରର ପୁନଃନିର୍ମାଣ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିନାହାଁନ୍ତି, ବରଂ ତାଙ୍କ ନିର୍ଦ୍ଦେଶନାରେ ମଧ୍ୟ ଏହି କାର୍ଯ୍ୟ ସମ୍ପାଦିତ ହୋଇଛି । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ବି ନ ଥିଲି ସେତେବେଳେ ମଧ୍ୟ ଲଖପତ ଗୁରୁଦ୍ୱାରା ପରିଦର୍ଶନ କରିବାର ସୌଭାଗ୍ୟ ମୋତେ ମିଳିଥିଲା । ସେଠାକୁ ଯାଇ ମୁଁ ଅସୀମ ଶକ୍ତି ପାଇଥିଲି । ଏହି ଗୁରୁଦ୍ୱାରା ପରିଦର୍ଶନ କରି ସମସ୍ତେ ନିଜକୁ ଧନ୍ୟ ମନେ କରନ୍ତି । ମୁଁ ବହୁତ କୃତଜ୍ଞ ଯେ ଗୁରୁ ସାହିବ ମୋଠାରୁ ନିରନ୍ତର ସେବା ଗ୍ରହଣ କରିଛନ୍ତି । ଗତବର୍ଷ ନଭେମ୍ବରରେ କରତାରପୁର ସାହିବ କରିଡର ଖୋଲିବା ଅତ୍ୟନ୍ତ ଐତିହାସିକ ଥିଲା । ଏହା ମୋ ହୃଦୟରେ ଜୀବନସାରା ରହିଥିବ । ଏହା ଆମ ସମସ୍ତଙ୍କ ସୌଭାଗ୍ୟ ଯେ ଶ୍ରୀ ଦରବାର ସାହେବଙ୍କ ସେବା କରିବାର ଆମକୁ ଆଉ ଗୋଟିଏ ସୁଯୋଗ ମିଳିଛି । ବିଦେଶରେ ରହୁଥିବା ଆମର ଶିଖ ଭାଇ ଓ ଭଉଣୀମାନଙ୍କ ପାଇଁ, ଦରବାର ସାହେବଙ୍କ ସେବା ପାଇଁ ପାଣ୍ଠି ପଠାଇବା ଏବେ ଆହୁରି ସହଜ ହୋଇଛି । ଏହି ପଦକ୍ଷେପ ଯୋଗୁଁ ସମଗ୍ର ବିଶ୍ୱର ସଙ୍ଗତ ଦରବାର ସାହିବଙ୍କ ଆହୁରି ନିକଟତର ହୋଇପାରିଛି ।
ବନ୍ଧୁଗଣ, ଗୁରୁନାନକ ଦେବ ହିଁ ଲଙ୍ଗର ପରମ୍ପରା ଆରମ୍ଭ କରିଥିଲେ ଏବଂ ଆଜି ଆମେ ଦେଖିଲୁ ଯେ ସମଗ୍ର ବିଶ୍ୱରେ ଶିଖ ସମ୍ପ୍ରଦାୟ କିପରି କରୋନା ସମୟରେ ଲୋକଙ୍କୁ ଖାଇବାକୁ ଦେବାର ପରମ୍ପରା ଜାରି ରଖିଛନ୍ତି, ମାନବତାର ସେବା କରୁଛନ୍ତି – ଏହି ପରମ୍ପରା ଆମ ସମସ୍ତଙ୍କ ପାଇଁ ନିରନ୍ତର ପ୍ରେରଣା ଭାବରେ କାର୍ଯ୍ୟ କରେ । ମୋର ଇଚ୍ଛା, ଯେ ଆମେ ସମସ୍ତେ ସେବକ ଭାବରେ କାର୍ଯ୍ୟ ଜାରି ରଖିବା । ଗୁରୁ ସାହେବ ଏହିଭଳି ମୋଠାରୁ ଏବଂ ଦେଶବାସୀଙ୍କଠାରୁ ସେବା ଗ୍ରହଣ କରୁଥାନ୍ତୁ । ପୁଣିଥରେ, ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ମୋର ବହୁତ ବହୁତ ଶୁଭକାମନା ।
ମୋର ପ୍ରିୟ ଦେଶବାସୀଗଣ, ଅତୀତରେ ମୁଁ ଦେଶର ଅନେକ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ କଥା ହେବାର, ସେମାନଙ୍କ ଶିକ୍ଷାଯାତ୍ରାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛି । ଟେକ୍ନୋଲୋଜି ମାଧ୍ୟମରେ ମୁଁ ଆଇଆଇଟି-ଗୌହାଟି, ଆଇଆଇଟି-ଦିଲ୍ଲୀ, ଗାନ୍ଧୀନଗରସ୍ଥିତ ଦୀନଦୟାଲ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଜେଏନୟୁ, ମହୀଶୂର ବିଶ୍ୱବିଦ୍ୟାଳୟ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହେଲି । ଦେଶର ଯୁବକମାନଙ୍କ ଗହଣରେ ରହିବା ନିଜକୁ ଅତ୍ୟନ୍ତ ସତେଜ ଏବଂ ଶକ୍ତିରେ ପରିପୂର୍ଣ୍ଣ କରିଥାଏ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକ ଏକପ୍ରକାର ମିନି ଇଣ୍ଡିଆ ଭଳି । ଗୋଟିଏ ପଟେ, ଯେଉଁଠାରେ ଏହି କ୍ୟାମ୍ପସରେ ଭାରତର ବିବିଧତା ଦେଖିବାକୁ ମିଳେ, ଅନ୍ୟପଟରେ ନବଭାରତର ନିର୍ମାଣ ପାଇଁ ବଡ଼ ବଡ଼ ପରିବର୍ତ୍ତନର ମଧ୍ୟ ଏକ ଆବେଗ ଦେଖିବାକୁ ମିଳେ । କରୋନା ପୂର୍ବରୁ, ଯେତେବେଳେ ମୁଁ କୌଣସି ଏକ ଅନୁଷ୍ଠାନର ଇଭେଂଟକୁ ଯାଉଥିଲି, ସେତେବେଳେ ମୁଁ ନିକଟସ୍ଥ ବିଦ୍ୟାଳୟର ଗରିବ ପିଲାମାନଙ୍କୁ ମଧ୍ୟ ସେହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିବା ଉପରେ ଜୋର ଦେଉଥିଲି । ଏହି ପିଲାମାନେ ମୋର ବିଶେଷ ଅତିଥି ଭାବରେ ସେହି କାର୍ଯ୍ୟକ୍ରମକୁ ଆସିଛନ୍ତି । ସେଭଳି ଭବ୍ୟ ସମାରୋହରେ ଗୋଟିଏ ଛୋଟ ପିଲା ଯଦି କୌଣସି ଯୁବ ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକଙ୍କୁ ପଦକ ନେଉଥିବାର ଦେଖନ୍ତି, ତା’ ଭିତରେ ନୂତନ ସ୍ୱପ୍ନ ସୃଷ୍ଟି ହୁଏ – ମୁଁ ମଧ୍ୟ ଏହା କରିପାରେ, ଏହି ଆତ୍ମବିଶ୍ୱାସ ସୃଷ୍ଟି ହୁଏ । ସଂକଳ୍ପ ପାଇଁ ପ୍ରେରଣା ମିଳେ ।
ବନ୍ଧୁଗଣ, ଏହାବ୍ୟତୀତ, ମୁଁ ସର୍ବଦା ଆଉ ଏକ ଜିନିଷ ଜାଣିବାକୁ ଆଗ୍ରହୀ ଯେ ସେହି ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ (ଆଲୁମିନି) କେଉଁମାନେ, ସେହି ଅନୁଷ୍ଠାନର ଏହାର ଆଲୁମିନି ସହିତ ନିୟମିତ ଯୋଗାଯୋଗର ବ୍ୟବସ୍ଥା ରହିଛି କି? ତାଙ୍କର ଆଲୁମିନି ନେଟୱାର୍କ କେତେ ଜୀବନ୍ତ?
ମୋର ଯୁବବନ୍ଧୁଗଣ, ଆପଣ ସେହିପର୍ଯ୍ୟନ୍ତ କୌଣସି ଏକ ଅନୁଷ୍ଠାନର ବିଦ୍ୟାର୍ଥୀ ଯେଉଁପର୍ଯ୍ୟନ୍ତ ଆପଣ ସେଠି ପଢ଼ୁଛନ୍ତି କିନ୍ତୁ ସେଠାକାର ପୁରାତନ ଛାତ୍ରଛାତ୍ରୀ ଏବଂ ଆପଣ ସାରାଜୀବନ ଅନୁଷ୍ଠାନ ସହ ଯୋଡ଼ିହୋଇ ରହୁଛନ୍ତି । ସ୍କୁଲ କଲେଜରୁ ବାହାରିବା ପରେ ଦୁଇଟି କଥା କେବେ ଶେଷ ହୁଏନାହିଁ; ପ୍ରଥମ: ଆପଣଙ୍କ ଶିକ୍ଷାର ପ୍ରଭାବ, ଦ୍ୱିତୀୟ: ଆପଣଙ୍କ ନିଜର ସ୍କୁଲକଲେଜ ସହ ଭାବଗତ ସମ୍ପର୍କ । ଯେତେବେଳେ ବି ସହପାଠୀମାନେ ନିଜ ଭିତରେ କଥାବାର୍ତା କରନ୍ତି, ସେତେବେଳେ ସ୍କୁଲ କଲେଜର ସ୍ମୃତିରେ, ବହି ଓ ପାଠପଢ଼ା ଅପେକ୍ଷା କ୍ୟାମ୍ପସ୍ରେ ବିତାଇଥିବା ସମୟ ଓ ସାଙ୍ଗସାଥୀଙ୍କ ଗହଣରେ କାଟିଥିବା ମୂହୂର୍ତ୍ତ ବେଶୀ ସ୍ଥାନ ପାଏ । ଆଉ ଏହି ସ୍ମୃତି ଭିତରୁ ଜନ୍ମନିଏ ଅନୁଷ୍ଠାନ ପାଇଁ କିଛି କରିବାର ଭାବନା । ଯେଉଁଠି ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ହୋଇଛି, ସେଠାକାର ବିକାଶ ପାଇଁ ଆପଣ କିଛି କରିବେ ତା’ଠୁ ବଡ଼ ଖୁସି ଆଉ କ’ଣ ହୋଇପାରେ? ମୁଁ ଏପରି କେତେକ ପ୍ରୟାସ ସମ୍ପର୍କରେ ପଢ଼ିଛି, ଯେଉଁଠି ପୂର୍ବତନ ଛାତ୍ରଛାତ୍ରୀ ନିଜର ପୁରାତନ ଅନୁଷ୍ଠାନକୁ ବହୁତ କିଛି ଦେଇଛନ୍ତି । ଆଜିକାଲି ପୁରାତନ ଛାତ୍ରଛାତ୍ରୀମାନେ ଏହାକୁ ନେଇ ବହୁତ ସକ୍ରିୟ ଅଛନ୍ତି । ଆଇଆଇଟିଆନ୍ ନିଜ ଅନୁଷ୍ଠାନକୁ Conference Centres, Management Centres, Incubation Centres ଭଳି ଭିନ୍ନ ଭିନ୍ନ ବ୍ୟବସ୍ଥା ନିଜେ ତିଆରି କରି ଦେଇଛନ୍ତି । ଏସବୁ ପ୍ରୟାସ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଭିଜ୍ଞତାକୁ ଅଧିକ ବଢ଼ାଉଛି । ଆଇଆଇଟି ଦିଲ୍ଲୀ ଏକ endowment fund ବା ବୃତିଦାନ ପାଣ୍ଠି ଆରମ୍ଭ କରିଛି, ଯାହା ଏକ ଚମତ୍କାର ଆଇଡିଆ । ବିଶ୍ୱର ଜଣାଶୁଣା ବିଶ୍ୱବିଦ୍ୟାଳୟରେ ଏପରି endowments ତିଆରି କରିବାର ସଂସ୍କୃତି ରହିଛି, ଯାହା ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିଥାଏ । ମୋତେ ଲାଗୁଛି ଯେ ଭାରତର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏପରି ସଂସ୍କୃତିକୁ ସାଂଗଠନିକ ଭାବେ ଆପଣାଇବାରେ ସକ୍ଷମ ଅଟନ୍ତି ।
ଯେତେବେଳେ କିଛି ଫେରାଇବା କଥା ଆସେ, ସେତେବେଳେ କିଛି ବି ଛୋଟ ବା ବଡ଼ ହୋଇନଥାଏ । ଅତି ଛୋଟିଆ ସାହାଯ୍ୟର ମଧ୍ୟ ଗୁରୁତ୍ୱ ରହିଛି । ପ୍ରତ୍ୟେକ ପ୍ରୟାସ ମହତ୍ୱପୂର୍ଣ୍ଣ । ପ୍ରାୟତଃ ପୂର୍ବତନ ଛାତ୍ରଛାତ୍ରୀମାନେ ନିଜ ଅନୁଷ୍ଠାନର technology upgradationରେ, ବିଲ୍ଡିଂ ନିର୍ମାଣରେ, ପୁରସ୍କାର ଓ ସ୍କଲାର୍ସିପ୍ ଆରମ୍ଭ କରିବାରେ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିବାରେ ଖୁବ୍ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । କେତେକ ସ୍କୁଲର ପୁରାତନ ଛାତ୍ରସଂଘ mentorship programmes ଆରମ୍ଭ କରିଛନ୍ତି । ଏଥିରେ ସେମାନେ ଅଲଗା ଅଲଗା ବ୍ୟାଚ୍ର ଛାତ୍ରଛାତ୍ରୀଙ୍କୁ guide କରନ୍ତି । ଏଥିସହ education prospect ଉପରେ ଆଲୋଚନା କରନ୍ତି । କେତେ ସ୍କୁଲରେ, ବିଶେଷକରି boarding ସ୍କୁଲର ପୁରାତନ ଛାତ୍ରସଂଘ ବହୁତ ଶକ୍ତିଶାଳୀ, ଯାହା କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ଓ community service ଭଳି କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି । ମୁଁ ପୂର୍ବତନ ଛାତ୍ରଛାତ୍ରୀଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ଯେଉଁଠି ପାଠ ପଢ଼ିଛନ୍ତି, ସେହି ଅନୁଷ୍ଠାନ ସହ ନିଜର ସମ୍ପର୍କକୁ ଅଧିକ ମଜଭୁତ କରନ୍ତୁ, ତାହା ସ୍କୁଲ ହେଉ, କଲେଜ ହେଉ ବା ବିଶ୍ୱବିଦ୍ୟାଳୟ ହେଉ । ଅନୁଷ୍ଠାନଗୁଡ଼ିକୁ ମଧ୍ୟ ମୁଁ କହିବାକୁ ଚାହୁଁଛି ଯେ ପୁରାତନ ଛାତ୍ରଛାତ୍ରୀଙ୍କ ମିଳାମିଶାର ନୂଆ ଓ ସୃଜନାତ୍ମକ ମାଧ୍ୟମ ଉପରେ ଚିନ୍ତା କରନ୍ତୁ । ଏପରି ସୃଜନାତ୍ମକ ମଞ୍ଚ ତିଆରି କରନ୍ତୁ, ଯେପରିକି ପୁରାତନ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିପାରିବେ । କେବଳ ବଡ଼ କଲେଜ ବା ବିଶ୍ୱବିଦ୍ୟାଳୟ ନୁହେଁ, ଆମ ଗାଁଗହଳିରେ ଥିବା ସ୍କୁଲଗୁଡ଼ିକରେ ମଧ୍ୟ ଶକ୍ତିଶାଳୀ ସକ୍ରିୟ ପୁରାତନ ବିଦ୍ୟାର୍ଥୀ ଗୋଷ୍ଠୀସଂଘ ତିଆରି ହେଉ ।
ମୋର ପ୍ରିୟ ଦେଶବାସୀଗଣ, 5 ଡିସେମ୍ବରରେ ଶ୍ରୀଅରବିନ୍ଦଙ୍କ ପୂଣ୍ୟ ତିରୋଧାନ ଦିବସ । ଶ୍ରୀଅରବିନ୍ଦଙ୍କୁ ଆମେ ଯେତେ ଯେତେ ପଢ଼ୁ, ସେତିକି ସେତିକି ତାଙ୍କ ଗଭୀରତାକୁ ବୁଝିପାରୁ । ମୋର ଯୁବସାଥୀ ଶ୍ରୀଅରବିନ୍ଦଙ୍କୁ ଯେତିକି ଜାଣିବେ, ସେତିକି ନିଜେ ନିଜକୁ ଜାଣିପାରିବେ, ନିଜକୁ ସମୃଦ୍ଧ କରିପାରିବେ । ଜୀବନର ଯେଉଁ ଭାବ ଅବସ୍ଥାରେ ଆପଣ ଅଛନ୍ତି, ଯେଉଁ ସଂକଳ୍ପକୁ ସିଦ୍ଧ କରିବା ପାଇଁ ଆପଣ ପ୍ରୟାସରତ, ତା’ରି ଭିତରେ ଶ୍ରୀଅରବିନ୍ଦ ଆପଣଙ୍କୁ ସର୍ବଦା ଏକ ନୂଆ ପ୍ରେରଣା ଦେଉଥିବେ, ଏକ ନୂଆ ରାସ୍ତା ଦେଖାଉଥିବେ । ଯେପରିକି, ଆଜି ଯେତେବେଳେ ଆମେ “ଲୋକାଲ ପାଇଁ ଭୋକାଲ୍” ଅଭିଯାନ ସହ ଆଗେଇ ଚାଲିଛୁ, ଶ୍ରୀଅରବିନ୍ଦଙ୍କ ସ୍ୱଦେଶୀ ଦର୍ଶନ ଆମକୁ ବାଟ ଦେଖାଉଛି । ବଙ୍ଗଳା ଭାଷାରେ ଏକ ପ୍ରଭାବଶାଳୀ କବିତା ରହିଛି ।
“ଛୁଇ ଶୁତୋ ପାୟ-ମାନ୍ତୋ ଆଶେ ତୁଂଗ ହୋତେ ।
ଦିୟ-ଶଲାଇ କାଠି, ତାଉ ଆସେ ପୋତେ ।
ପ୍ରୋ-ଦୀପ୍ତି ଜାଲିତେ ଖେତେ, ଶୁତେ, ଯେତେ ।
କିଛୁତେ ଲୋକ ନଁୟ ସ୍ୱାଧୀନ ।
ଅର୍ଥାତ, ଆମର ଏଠି ଛୁଞ୍ଚି ଓ ଦିଆସିଲି ପର୍ଯ୍ୟନ୍ତ ବିଲାତରୁ ଜାହାଜରେ ଆସେ । ଖାଇବା ପିଇବାଠାରୁ ଶୋଇବା ପର୍ଯ୍ୟନ୍ତ କେଉଁଥିରେ ବି ଲୋକେ ସ୍ୱତନ୍ତ୍ର ନୁହନ୍ତି ।
ସେ କହୁଥିଲେ ଯେ ସ୍ୱଦେଶୀର ଅର୍ଥ ଆମେ ଆପଣା ଭାରତୀୟ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟଗୁଡ଼ିକୁ ପ୍ରାଧାନ୍ୟ ଦେବା । ଏପରି ନୁହେଁ ଯେ ଶ୍ରୀଅରବିନ୍ଦ ବିଦେଶରୁ କିଛି ଶିଖିବାକୁ କେବେ ବିରୋଧ କରିଥିଲେ । ଯେଉଁଠି ଯାହା ନୂଆ ହୋଇଛି, ସେଠାରୁ ଆମେ ଶିଖିବା । ଯାହା ଆମ ଦେଶରେ ଭଲ ହୋଇପାରିବ, ସେଥିରେ ଆମେ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇବା, ଏହାହିଁ ତ ଆତ୍ମନିର୍ଭର ଭାରତ ଅଭିଯାନରେ “ଭୋକାଲ୍ ଫର୍ ଲୋକାଲ୍” ମନ୍ତ୍ରର ଭାବନା । ବିଶେଷ କରି ସ୍ୱଦେଶୀ ଆପଣାଇବା ପାଇଁ ସେ ଯାହା କିଛି କହିଛନ୍ତି, ତାକୁ ଆଜି ପ୍ରତ୍ୟେକ ଦେଶବାସୀ ପଢ଼ିବା ଉଚିତ । ବନ୍ଧୁଗଣ, ସେହିପରି ଶିକ୍ଷାକୁ ନେଇ ମଧ୍ୟ ଶ୍ରୀଅରବିନ୍ଦଙ୍କ ବିଚାର ବହୁତ ସ୍ପଷ୍ଟ ଥିଲା । ସେ ଶିକ୍ଷାକୁ କେବଳ ପୁସ୍ତକଗତ ଜ୍ଞାନ, ଡିଗ୍ରୀ ଆଉ ଚାକିରି ଭିତରେ ସୀମିତ ବୋଲି ଭାବୁନଥିଲେ । ଶ୍ରୀଅରବିନ୍ଦ କହୁଥିଲେ ଆମର ଜାତୀୟ ଶିକ୍ଷା, ଆମର ଯୁବପିଢ଼ିର ମନ ଓ ମସ୍ତିଷ୍କର ତାଲିମ ହେବା ଆବଶ୍ୟକ, ଅର୍ଥାତ ମସ୍ତିଷ୍କର ବୈଜ୍ଞାନିକ ବିକାଶ ହେବ ଏବଂ ହୃଦୟରେ ଭାରତୀୟ ଭାବନା ହେବ, ସେତେବେଳେ ହିଁ ଜଣେ ଯୁବା ଦେଶର ଉତମ ନାଗରିକ ହୋଇପାରିବ । ଶ୍ରୀଅରବିନ୍ଦ ଜାତୀୟ ଶିକ୍ଷାକୁ ନେଇ ଯେଉଁ କଥାଟି କହିଥିଲେ, ଯେଉଁ ଆଶା କରିଥିଲେ ଆଜି ଦେଶ ତାକୁ ନୂତନ ଜାତୀୟ ଶିକ୍ଷାନୀତି ଜରିଆରେ ପୂରଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଭାରତରେ ଚାଷ ଓ ତା’ସହ ସଂପୃକ୍ତ ଜିନିଷଗୁଡ଼ିକ ସହ ନୂଆ କଥା ଯୋଡ଼ି ହୋଇଯାଉଛି । ନିକଟ ଅତୀତରେ ହୋଇଥିବା କୃଷି ସଂସ୍କାର ଚାଷୀଙ୍କ ପାଇଁ ନୂଆ ସଂଭାବନାର ଦ୍ୱାର ଖୋଲିଛି । ବର୍ଷବର୍ଷ ଧରି ଚାଷୀଙ୍କର ଯେଉଁ ଦାବି ରହିଥିଲା, ଯେଉଁ ଦାବିର ପୂରଣ ପାଇଁ ମଝିମଝିରେ ପ୍ରତ୍ୟେକ ରାଜନୀତିକ ଦଳ ସେମାନଙ୍କୁ ପ୍ରତିଶ୍ରୁତି ଦେଉଥିଲେ, ସେହି ଦାବି ପୂରଣ ହୋଇଛି । ବହୁ ବିଚାରବିମର୍ଶ ପରେ ଭାରତୀୟ ସଂସଦ କୃଷି ସଂସ୍କାରକୁ ଆଇନର ରୂପ ଦେଇଛି । ଏହି ସଂସ୍କାର ଦ୍ୱାରା ନା କେବଳ ଚାଷୀଙ୍କର ଅନେକ ବାଧାର ଅନ୍ତ ଘଟିଛି, ବରଂ ସେମାନଙ୍କୁ ନୂଆ ଅଧିକାର ମଧ୍ୟ ମିଳିଛି, ନୂଆ ସୁଯୋଗ ମଧ୍ୟ ମିଳିଛି । ଏହି ଅଧିକାରଗୁଡ଼ିକ ବହୁତ କମ ସମୟ ଭିତରେ, ଚାଷୀଙ୍କର ସମସ୍ୟାଗୁଡ଼ିକୁ କମ୍ କରିବାକୁ ଆରମ୍ଭ କରିଦେଇଛି । ମହାରାଷ୍ଟ୍ରର ଧୁଲେ ଜିଲାର ଚାଷୀ ଜିତେନ୍ଦ୍ର ଭୋଇ ନୂଆ କୃଷି ଆଇନର ପ୍ରୟୋଗ କିପରି କରିଛନ୍ତି, ସେ ବିଷୟରେ ଆପଣ ଜାଣିବା ଆବଶ୍ୟକ । ଜିତେନ୍ଦ୍ର ଭୋଇ ମକା ଚାଷ କରିଥିଲେ ଓ ଉଚିତ ଦାମ ପାଇବା ପାଇଁ ସେ ବେପାରୀଙ୍କୁ ବିକିବାକୁ ସ୍ଥିର କଲେ । ଫସଲର ମୋଟ ମୂଲ୍ୟ ସ୍ଥିର ହେଲା ପ୍ରାୟ ତିନି ଲକ୍ଷ ବତିଶ ହଜାର ଟଙ୍କା । ଜିତେନ୍ଦ୍ର ଭୋଇଙ୍କୁ ପଚିଶ ହଜାର ଟଙ୍କା ଆଗତୁରା ମିଳିଗଲା । ସ୍ଥିର ହୋଇଥିଲା ଯେ ବାକି ଟଙ୍କା ତାଙ୍କୁ ପନ୍ଦର ଦିନ ଭିତରେ ଦିଆଯିବ । ମାତ୍ର ପରେ ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ବାକି ଟଙ୍କା ମିଳିଲା ନାହିଁ । ଚାଷୀଙ୍କଠାରୁ ଫସଲ କିଣିନିଅ, ମାସମାସ ଧରି ପେମେଣ୍ଟ କରନି, ସମ୍ଭବତଃ ମକା କ୍ରେତାମାନେ ବର୍ଷବର୍ଷ ଧରି ଚାଲିଆସିଥିବା ସେହି ପରମ୍ପରାକୁ ହିଁ ଅନୁସରଣ କରୁଥିଲେ । ଏହିପରି ଭାବେ ଚାରି ମାସ ପର୍ଯ୍ୟନ୍ତ ଜିତେନ୍ଦ୍ରଙ୍କ ଟଙ୍କା ମିଳିଲା ନାହିଁ । ଏହି ସ୍ଥିତିରେ ତାଙ୍କୁ ସାହାଯ୍ୟ କଲା ସେପ୍ଟେମ୍ବର ମାସରେ ପାସ୍ ହୋଇଥିବା ନୂଆ କୃଷି ଆଇନ । ତାହା ତାଙ୍କର କାମରେ ଆସିଲା । ଏହି ଆଇନରେ ଏହା ଦର୍ଶାଯାଇଛି ଯେ ଫସଲ କିଣିବାର ତିନିଦିନ ଭିତରେ ହିଁ ଚାଷୀଙ୍କୁ ତାଙ୍କର ସମସ୍ତ ପ୍ରାପ୍ୟ ଦେବାକୁ ପଡିବ ଓ ଯଦି ଟଙ୍କା ନ ମିଳିଲା, ତେବେ ଚାଷୀ ଅଭିଯୋଗ କରିପାରିବେ । ଆଇନରେ ଆଉ ଗୋଟିଏ ବଡ଼ କଥା ଅଛି । ଏହି ଆଇନରେ ବ୍ୟବସ୍ଥା କରାଯାଇଛି ଯେ ଅଂଚଳର ଏସଡିଏମଡିକୁ ମାସେ ଭିତରେ ହିଁ ଚାଷୀଙ୍କ ଅଭିଯୋଗର ଶୁଣାଣି କରିବାକୁ ହେବ । ଏବେ ଯେତେବେଳେ ଏହିପରି ଆଇନର ଶକ୍ତି ଆମ ଚାଷୀଭାଇଙ୍କ ପାଖରେ ଥିଲା, ତ ତାଙ୍କ ସମସ୍ୟାର ସମାଧାନ ହେବା ନିଶ୍ଚିତ ଥିଲା । ସେ ଅଭିଯୋଗ କଲେ ଓ ଅଳ୍ପଦିନ ଭିତରେ ହିଁ ତାଙ୍କ ବକେୟା ଟଙ୍କା ମିଳିଗଲା । ଅର୍ଥାତ ଆଇନ ବିଷୟରେ ଠିକ୍ ଓ ସଂପୂର୍ଣ୍ଣ ଜ୍ଞାନ ହିଁ ଜିତେନ୍ଦ୍ରଙ୍କ ଶକ୍ତି ପାଲଟିଲା । ଯେଉଁ ଅଂଚଳ ହେଉନା କାହିଁକି, ସବୁ ପ୍ରକାରର ଭ୍ରମ ଓ ଗୁଜବଠୁ ଦୂରରେ ରହି ଠିକ୍ ସୂଚନା ପ୍ରତ୍ୟେକ ବ୍ୟକ୍ତି ପାଇଁ ବଡ଼ ସମ୍ବଳ ହୋଇଥାଏ । ଚାଷୀଙ୍କ ଭିତରେ ଏପରି ସଚେତନତା ବଢ଼ାଇବାର କାମ କରୁଛନ୍ତି ରାଜସ୍ଥାନର ବାରାଂ ଜିଲାରେ ରହୁଥିବା ମହମ୍ମଦ ଅସଲମ । ସେ ଜଣେ କୃଷକ ଉତ୍ପାଦକ ସଂଘର ସିଇଓ ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି, କୃଷକ ଉତ୍ପାଦକ ସଂଘର ସିଇଓ । ଆଶା ଯେ, ବଡ଼ ବଡ଼ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ଏହା ଶୁଣି ଭଲ ଲାଗିବ ଯେ ଏବେ ଦେଶର ଉପାନ୍ତ ଅଂଚଳଗୁଡ଼ିକରେ କାମ କରୁଥିବା କୃଷକ ସଂଗଠନଗୁଡ଼ିକରେ ମଧ୍ୟ ସିଇଓ କାର୍ଯ୍ୟ କଲେଣି । ତ ବନ୍ଧୁଗଣ, ମହମ୍ମଦ ଅସଲମ ନିଜ ଅଂଚଳର ଅନେକ ଚାଷୀଙ୍କୁ ନେଇ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରିଛନ୍ତି । ଏହି ଗ୍ରୁପରେ ସେ ପ୍ରତିଦିନ ଆଖପାଖ ବଜାରରେ କି ଦର ରହିଛି, ତା’ର ସୂଚନା ଚାଷୀଙ୍କୁ ଦେଇଥାନ୍ତି । ତାଙ୍କ ନିଜର FPO ମଧ୍ୟ ଚାଷୀଙ୍କଠାରୁ ଫସଲ କିଣେ; ତେଣୁ ଏହି ପ୍ରୟାସ ଦ୍ୱାରା ଚାଷୀମାନଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ ମିଳିଥାଏ ।
ବନ୍ଧୁଗଣ, ସଚେତନତା ହିଁ ତ ଜୀବନ୍ତତା । ନିଜ ସଚେତନତାରୁ ହଜାର ହଜାର ଲୋକଙ୍କ ଜୀବନକୁ ପ୍ରଭାବିତ କରିପାରିଥିବା ଜଣେ କୃଷିଉଦ୍ୟୋଗୀ ହେଉଛନ୍ତି ଶ୍ରୀ ବୀରେନ୍ଦ୍ର ଯାଦବ । ବୀରେନ୍ଦ୍ର ଯାଦବ ଏକଦା ଅଷ୍ଟ୍ରେଲିଆରେ ରହୁଥିଲେ । ଦୁଇବର୍ଷ ତଳେ ହିଁ ସେ ଭାରତ ଆସିଲେ ଏବଂ ଏବେ ହରିଆଣାର କୈଥଲରେ ରହୁଛନ୍ତି । ଅନ୍ୟମାନଙ୍କ ଭଳି ତାଙ୍କପାଇଁ ମଧ୍ୟ ଚାଷ ପରେ ବାହାରୁଥିବା ନଡ଼ା ତାଙ୍କର ଏକ ବଡ଼ ସମସ୍ୟା ପାଲଟିଥିଲା । ଏହାର ସମାଧାନ ପାଇଁ ବହୁ ସ୍ତରରେ ବ୍ୟାପକ କାମ ଚାଲିଛି, କିନ୍ତୁ ଆଜି ‘ମନ୍ କୀ ବାତ୍’ରେ ମୁଁ ବୀରେନ୍ଦ୍ରଙ୍କ କଥା ସ୍ୱତନ୍ତ୍ର ଭାବେ କହୁଛି, କାରଣ ତାଙ୍କର ପ୍ରୟାସ ଏକ ଭିନ୍ନ ଧରଣର, ଯାହାକି ଏକ ନୂତନ ଦିଗ ଦେଖାଇଥାଏ । ନଡ଼ାର ସମାଧାନ କରିବା ପାଇଁ ବୀରେନ୍ଦ୍ର ପାଳର ଗଣ୍ଠି ତିଆରି କରୁଥିବା straw baler ମେସିନ୍ କିଣିଲେ । ଏଥିପାଇଁ ତାଙ୍କୁ କୃଷି ବିଭାଗରୁ ଆର୍ଥିକ ସାହାଯ୍ୟ ମିଳିଲା । ଏହି ମେସିନରେ ସେ ନଡ଼ାର ଗଣ୍ଠିଲି ତିଆରି କରିବା ଆରମ୍ଭ କଲେ । ଏହାପରେ ସେହି ନଡ଼ାକୁ Agro Energy Plant ଓ Paper Millକୁ ବିକିଦେଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୀରେନ୍ଦ୍ର କେବଳ ନଡ଼ାରୁ ହିଁ ଦୁଇବର୍ଷ ଭିତରେ ଦେଢ଼ କୋଟି ଟଙ୍କାରୁ ଅଧିକ କାରବାର କରିଛନ୍ତି ଆଉ ସେଥିରୁ ପ୍ରାୟ 50 ଲକ୍ଷ ଟଙ୍କାର ଲାଭ ପାଇଛନ୍ତି । ବୀରେନ୍ଦ୍ର ଯେଉଁ ଚାଷୀଙ୍କ ଖେତରୁ ନଡ଼ା ନିଅନ୍ତି, ସେହି ଚାଷୀମାନେ ମଧ୍ୟ ଏଥିରୁ ଲାଭବାନ ହେଉଛନ୍ତି । ଆମେ ‘ଆବର୍ଜନାରୁ ସୁନା’ କଥା ବହୁତ ଶୁଣିଛୁ, କିନ୍ତୁ ନଡ଼ାବିକି ଟଙ୍କା ଆଉ ପୂଣ୍ୟ ଅର୍ଜନ କରିବାର ଏହା ଏକ ନିଆରା ଉଦାହରଣ । ମୋର ଯୁବବନ୍ଧୁଗଣ, ବିଶେଷତଃ କୃଷିବିଜ୍ଞାନ ପଢ଼ୁଥିବା ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କୁ ମୁଁ କହିବାକୁ ଚାହେଁ ଯେ ସେମାନେ ନିଜ ଆଖପାଖ ଗାଁକୁ ଯାଇ ଚାଷୀଙ୍କୁ ଆଧୁନିକ କୃଷି ସମ୍ପର୍କରେ, ନିକଟରେ ହୋଇଥିବା କୃଷି ସଂସ୍କାର ବିଷୟରେ ସଚେତନ କରାନ୍ତୁ । ଏପରି କରି ଆପଣ ଦେଶରେ ହେଉଥିବା ବଡ଼ ପରିବର୍ତ୍ତନର ସହଭାଗୀ ହେବେ ।
ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ ଆମେ ଭିନ୍ନ ଭିନ୍ନ ଅଲଗା ଅଲଗା ଅନେକ ବିଷୟ ଉପରେ କଥା ହେଉ; କିନ୍ତୁ ଏପରି ଗୋଟିଏ କଥାକୁ ବି ଏକବର୍ଷ ହେବାକୁ ଯାଉଛି ଯାହାକୁ ଆମେ କେବେ ଖୁସିରେ ମନେ ପକାଇବାକୁ ଚାହିଁବା ନାହିଁ । ପ୍ରାୟ ପ୍ରାୟ ବର୍ଷେ ହୋଇଯିବ, ଯେତେବେଳେ ଦୁନିଆରେ କରୋନାର ପ୍ରଥମ ମାମଲା ସମ୍ପର୍କରେ ଜାଣିବାକୁ ମିଳିଥିଲା ସେହିଦିନଠାରୁ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଅନେକ ଉତ୍ଥାନ-ପତନ ଦେଖିଛି । ଲକଡାଉନ କାଳରୁ ବାହାରିଆସି ଏବେ ଟିକା ଉପରେ ଆଲୋଚନା ହେଉଛି । କିନ୍ତୁ କରୋନାକୁ ନେଇ କୌଣସି ପ୍ରକାରର ଅସାବଧାନତା ଏବେ ମଧ୍ୟ ଖୁବ୍ ଘାତକ ହୋଇପାରେ । ଆମକୁ କରୋନା ବିରୋଧରେ ନିଜ ଲଢ଼େଇକୁ ଆହୁରି ଜୋରଦାର କରି ଜାରି ରଖିବାକୁ ପଡିବ ।
ବନ୍ଧୁଗଣ, କିଛିଦିନ ପରେ ହିଁ 6 ଡିସେମ୍ବରରେ ବାବା ସାହେବ ଆମ୍ବେଦକରଙ୍କ ପୂଣ୍ୟ ତିରୋଧାନ ଦିବସ ପାଳନ କରାଯିବ । ଏହି ଦିନ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଦେଶ ପ୍ରତି ନିଜର ସଂକଳ୍ପକୁ ପୁନଃସ୍ମରଣ କରିବା ଏବଂ ଆମକୁ ସମ୍ବିଧାନ ଜଣେ ନାଗରିକ ଭାବେ ନିଜର କର୍ତ୍ତବ୍ୟ ତୁଲାଇବାର ଯେଉଁ ଶିକ୍ଷା ଦେଇଛନ୍ତି, ତାକୁ ଦୋହରାଇବାର ଦିନ । ଦେଶର ଅଧିକାଂଶ ଭାଗରେ ଶୀତ ଜୋର୍ରେ ପଡିଲାଣି । କେତେକ ସ୍ଥାନରେ ବରଫପାତ ହେଉଛି । ଏହି ଋତୁରେ ଆମେ ପରିବାରର ଶିଶୁ ଓ ବୃଦ୍ଧବୃଦ୍ଧା, ରୋଗୀମାନଙ୍କର ସ୍ୱତନ୍ତ୍ର ଧ୍ୟାନ ରଖିବା ଆବଶ୍ୟକ; ନିଜେ ମଧ୍ୟ ସତର୍କ ରହିବାର ଅଛି । ଲୋକେ ନିଜ ଆଖପାଖରେ ରହୁଥିବା ଅଭାବୀ ଲୋକଙ୍କର ଚିନ୍ତା କରୁଥିବା ଦେଖିଲେ ମୋତେ ଖୁବ୍ ଖୁସି ଲାଗେ । ଗରମ ପୋଷାକ ଦେଇ ସେମାନଙ୍କୁ ସାହାଯ୍ୟ କରନ୍ତି । ବେସାହାରା ପଶୁଙ୍କ ପାଇଁ ମଧ୍ୟ ଥଣ୍ଡାଦିନ ବହୁତ କଷ୍ଟଦାୟକ ହୋଇଥାଏ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ବହୁତ ଲୋକ ଆଗେଇ ଆସନ୍ତି । ଆମର ଯୁବପିଢ଼ି ଏପରି କାମରେ ବେଶ୍ ସକ୍ରିୟ ହୋଇଥାନ୍ତି । ବନ୍ଧୁଗଣ, ଆସନ୍ତା ଥର ଯେତେବେଳେ ଆମେ ‘ମନ୍ କୀ ବାତ୍’ରେ ଭେଟିବା, ସେତେବେଳେ 2020ର ବର୍ଷ ଶେଷ ହେବାକୁ ଯାଉଥିବ । ନୂଆ ଆଶା, ନୂଆ ବିଶ୍ୱାସ ସହ ଆମେ ଅଗ୍ରସର ହେବା । ଏବେ ଯାହା ବି ପରାମର୍ଶ ଅଛି, ideas ଅଛି, ତାକୁ ମୋ ସହ ନିଶ୍ଚୟ ବାଂଟନ୍ତୁ । ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା । ଆପଣ ସମସ୍ତେ ସୁସ୍ଥ ରହନ୍ତୁ, ଦେଶ ପାଇଁ ସକ୍ରିୟ ରହନ୍ତୁ । ବହୁତ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ବିଜୟାଦଶମୀ ଅର୍ଥାତ୍ ଦଶହରା ପର୍ବ । ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ଦଶହରାର ଏହି ପର୍ବ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ । କିନ୍ତୁ ତା’ ସଙ୍ଗେ ସଙ୍ଗେ, ଏହା ଏକ ପ୍ରକାର ସଙ୍କଟ ଉପରେ ଧୈର୍ଯ୍ୟର ମଧ୍ୟ ବିଜୟ ପର୍ବ । ଆଜି ଆପଣ ସମସ୍ତେ ଅତ୍ୟଧିକ ସଂଯମତା ସହିତ ଜୀବନଯାପନ କରୁଛନ୍ତି, ମର୍ଯ୍ୟାଦାର ସୀମାରେ ରହି ପର୍ବ-ପର୍ବାଣୀ ପାଳନ କରୁଛନ୍ତି, ତେଣୁ ଆମେ ଚଳାଇଥିବା ସଂଗ୍ରାମରେ ବିଜୟ ସୁନିଶ୍ଚିତ । ପୂର୍ବରୁ, ଦୁର୍ଗା ମଣ୍ଡପଗୁଡ଼ିକରେ ମା’ଙ୍କ ଦର୍ଶନ ପାଇଁ ଏତେ ଭିଡ଼ ହେଉଥିଲା, ଯାହା ଗୋଟିଏ ମେଳା ଭଳି ପରିବେଶ ସୃଷ୍ଟି କରୁଥିଲା । କିନ୍ତୁ ଏଥର ତାହା ହୋଇପାରିଲାନି । ଆଗରୁ, ଦଶହରା ସମୟରେ ବି ବଡ଼ ବଡ଼ ମେଳାର ଆୟୋଜନ ହେଉଥିଲା, କିନ୍ତୁ ଏଥର ସେଗୁଡ଼ିକର ରୂପ ମଧ୍ୟ ଭିନ୍ନ । ରାମଲୀଳା ପର୍ବର ମଧ୍ୟ ଖୁବ ଆକର୍ଷଣ ରହୁଥିଲା । କିନ୍ତୁ ଏଥର ତାହା ଉପରେ ମଧ୍ୟ ଅନେକ କଟକଣା ଲାଗିଛି । ପୂର୍ବେ ନବରାତ୍ର ଅବସରରେ ଗୁଜରାଟର ଗର୍ବା ର ଗୁଞ୍ଜନ ସବୁଆଡ଼େ ଶୁଣିବାକୁ ମିଳୁଥିଲା, ଏଥର ସମସ୍ତ ବଡ଼ ଆୟୋଜନ ବନ୍ଦ ରହିଛି । ଆଗକୁ ଆହୁରି ଅନେକ ପର୍ବପର୍ବାଣୀ ଆସୁଛି । ଇଦ୍, କୁମାର ପୂର୍ଣ୍ଣିମା, ବାଲ୍ମିକି ଜୟନ୍ତୀ, ଧନତେରସ୍, ଦୀପାବଳୀ, ଭାତୃ-ଦ୍ୱିତୀୟା, ଛଠ୍ ପୂଜା, ଗୁରୁ ନାନକ ଦେବଙ୍କ ଜୟନ୍ତୀ ମଧ୍ୟ ରହିଛି । କରୋନାର ଏହି ସଙ୍କଟ ସମୟରେ ଆମକୁ ସଂଯମ ଆଚରଣ କରିବାକୁ ହେବ, ମର୍ଯ୍ୟାଦାର ସୀମା ମଧ୍ୟରେ ହିଁ ରହିବାକୁ ହେବ ।
ବନ୍ଧୁଗଣ, ଆମେ ଯେତେବେଳେ ପର୍ବପର୍ବାଣୀ କଥା କହୁଁ, ସେଗୁଡ଼ିକ ପାଇଁ ପ୍ରସ୍ତୁତି କରୁଁ, ସେତେବେଳେ ପ୍ରଥମେ ମନରେ ପ୍ରଶ୍ନ ଆସେ ବଜାରକୁ କେବେ ଯିବା? କ’ଣ କ’ଣ ସବୁ କିଣିବା? ବିଶେଷକରି ପିଲାମାନଙ୍କ ମଧ୍ୟରେ ଏସବୁକୁ ନେଇ ବିଶେଷ ଉତ୍ସାହ ରହିଥାଏ । ଏଥର ପର୍ବପର୍ବାଣୀରେ ନୂଆ କ’ଣ ମିଳିବ? ପର୍ବପର୍ବାଣୀର ଏହି ଉତ୍ସାହ ଓ ବଜାରର ଆକର୍ଷଣ ପରସ୍ପର ସହିତ ଜଡ଼ିତ । କିନ୍ତୁ ଏଥର ବଜାରକୁ ଯିବାବେଳେ ଆପଣମାନେ ‘ଭୋକାଲ ଫର ଲୋକାଲ’ର ନିଜର ସଂକଳ୍ପ ନିଶ୍ଚୟ ମନେରଖିବେ । ବଜାରରୁ ଜିନିଷ କିଣିବା ସମୟରେ ଆମକୁ ସ୍ଥାନୀୟ ସାମଗ୍ରୀଗୁଡ଼ିକୁ ଅଗ୍ରାଧିକାର ଦେବାକୁ ହେବ ।
ବନ୍ଧୁଗଣ, ପର୍ବପର୍ବାଣୀର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଲକଡାଉନର ସେହି ସମୟକୁ ମଧ୍ୟ ମନେ ପକାଇବା ଉଚିତ । ଲକଡାଉନରେ ଆମେ ସମାଜର ସେହି ବନ୍ଧୁମାନଙ୍କୁ ଆହୁରି ନିକଟରୁ ଜାଣିପାରିଲୁ, ଯେଉଁମାନଙ୍କ ବିନା ଆମ ଜୀବନ ଖୁବ୍ ଦୁଃସହ ହୋଇପଡ଼ିଥାନ୍ତା । ସଫେଇ କର୍ମଚାରୀ, ଘରେ କାମ କରୁଥିବା ଭାଇ-ଭଉଣୀ, ସ୍ଥାନୀୟ ପରିବା ବିକାଳୀ, କ୍ଷୀରବାଲା, ସୁରକ୍ଷାକର୍ମୀ, ଏ ସମସ୍ତଙ୍କର ଆମ ଜୀବନରେ କ’ଣ ଭୂମିକା ରହିଛି, ତାହା ଆମେ ଭଲ ଭାବେ ହୃଦୟଙ୍ଗମ କରିପାରିଲୁ । କଠିନ ସମୟରେ ଏମାନେ ଆପଣଙ୍କ ସହ ଥିଲେ, ଆମ ସମସ୍ତଙ୍କ ସହ ଥିଲେ । ଏବେ, ନିଜ ପର୍ବପର୍ବାଣୀ ସମୟରେ, ନିଜର ଖୁସି ସମୟରେ ମଧ୍ୟ ଏମାନଙ୍କୁ ଆମ ସହିତ ରଖିବାକୁ ହେବ । ମୋର ଅନୁରୋଧ, ଯଥାସମ୍ଭବ ଏମାନଙ୍କୁ ନିଜ ଖୁସିରେ ନିଶ୍ଚୟ ସାମିଲ କରନ୍ତୁ । ପରିବାରର ସଭ୍ୟ ଭାବେ କରନ୍ତୁ । ଦେଖିବେ, ଆପଣଙ୍କ ଖୁସି ମଧ୍ୟ କେତେ ବଢ଼ିଯିବ ।
ବନ୍ଧୁଗଣ, ଆମକୁ ଆମର ସେହି ବୀର ସୈନିକମାନଙ୍କୁ ମଧ୍ୟ ମନେରଖିବାକୁ ହେବ, ଯେଉଁମାନେ ଏହି ପାର୍ବଣ ସମୟରେ ସୀମା ଉପରେ ଜଗି ରହିଛନ୍ତି । ଭାରତମାତାକୁ ସେବା ଓ ସୁରକ୍ଷା ପ୍ରଦାନ କରୁଛନ୍ତି । ସେମାନଙ୍କୁ ସ୍ମରଣ କରିବା ପରେ ହିଁ ଆମେ ନିଜ ପର୍ବ ପାଳନ କରିବା । ନିଜ ଘରେ ଗୋଟିଏ ଦୀପ, ଭାରତମାତାଙ୍କ ଏହି ବୀର ସନ୍ତାନମାନଙ୍କ ସମ୍ମାନରେ ଜଳାଇବା । ମୁଁ ଆମର ବୀର ଯବାନମାନଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ, ଆପଣମାନେ ସୀମାରେ ରହିଥିଲେ ବି, ସାରା ଦେଶ ଆପଣଙ୍କ ସାଥିରେ ରହିଛି, ଆପଣମାନଙ୍କ ପାଇଁ ଶୁଭକାମନା କରୁଛି । ମୁଁ ସେହି ପରିବାରଗୁଡ଼ିକର ତ୍ୟାଗକୁ ମଧ୍ୟ ପ୍ରଣାମ କରୁଛି, ଯାହାର ପୁଅ-ଝିଅମାନେ ଆଜି ଦେଶର ସୀମାରେ ରହିଛନ୍ତି । ସେହି ପ୍ରତ୍ୟେକ ବ୍ୟକ୍ତି, ଯିଏ ଦେଶ ପାଇଁ କୌଣସି ନା କୌଣସି କର୍ତ୍ତବ୍ୟ ପାଳନ କାରଣରୁ ନିଜ ପରିବାରଠାରୁ ଦୂରରେ ରହିଛି – ମୁଁ ସେମାନଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଯେତେବେଳେ ଆମେ ଲୋକାଲ ପାଇଁ ଭୋକାଲ ହେଉଛୁ, ତା’ ଯୋଗୁଁ ବିଶ୍ୱବାସୀ ମଧ୍ୟ ଆମର ସ୍ଥାନୀୟ ଉତ୍ପାଦଗୁଡ଼ିକୁ ଭଲ ପାଇଲେଣି । ଆମର ଅନେକ ସ୍ଥାନୀୟ ଉତ୍ପାଦ ଅନ୍ତର୍ଜାତୀୟ ମାନର ଖ୍ୟାତିଲାଭ କରିବାର କ୍ଷମତା ରଖିଛନ୍ତି । ଯେମିତିକି, ଗୋଟିଏ ଉଦାହରଣ ହେଲା ଖଦି । ଦୀର୍ଘ ସମୟ ଧରି ଖଦି ସରଳତାର ପରିଚୟ ହୋଇରହିଛି । କିନ୍ତୁ, ଆମର ଏହି ଖଦି ଆଜି Eco-friendly fabric ରୂପେ ଗ୍ରହଣୀୟ ହୋଇପାରିଛି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା body friendly fabric, ଏହା all weather fabric, ଆଉ ଖଦି ଆଜିକାଲି fashion statement ହୋଇଗଲାଣି । ଖଦିର ଲୋକପ୍ରିୟତା ତ ବଢ଼ିଚାଲିଛି, ତା ସଙ୍ଗେ ସଙ୍ଗେ ବିଶ୍ୱର ଅନେକ ସ୍ଥାନରେ ଖଦି ବୁଣା ମଧ୍ୟ ଚାଲିଛି । ମେକ୍ସିକୋର ଗୋଟିଏ ସ୍ଥାନ ହେଉଛି ଓହାକା । ଏହି ଅଂଚଳରେ ଏଭଳି ଅନେକ ଗାଁ ରହିଛି, ଯେଉଁଠି ସ୍ଥାନୀୟ ଗ୍ରାମାଂଚଳର ଲୋକେ ଖଦି ବୁଣା କାମ କରୁଛନ୍ତି । ଆଜି, ଏହି ଅଂଚଳର ଖଦି ଓହାକା ଖଦି ନାମରେ ପ୍ରସିଦ୍ଧି ଲାଭ କରିସାରିଲାଣି । ଖଦି ଓହାକାକୁ କେମିତି ପହଂଚିଲା, ସେ କଥା ମଧ୍ୟ କିଛି କମ ମଜାଦାର ନୁହଁ । ପ୍ରକୃତରେ, ମେକ୍ସିକୋର ଜଣେ ଯୁବକ ମାର୍କ ବ୍ରାଉନ୍ ଥରେ ଗାନ୍ଧୀଜୀଙ୍କ ଉପରେ ଆଧାରିତ ଗୋଟିଏ ଚଳଚ୍ଚିତ୍ର ଦେଖିଲେ । ଏହି ଚଳଚ୍ଚିତ୍ର ଦେଖି ବ୍ରାଉନ୍ ଏତେ ପ୍ରଭାବିତ ହେଲେ ଯେ, ସେ ଭାରତକୁ ଗାନ୍ଧିଜୀଙ୍କ ଆଶ୍ରମ ପରିଦର୍ଶନ କରବାକୁ ଆସିଲେ ଏବଂ ବାପୁଙ୍କ ବିଷୟରେ ବହୁତ କିଛି ଜାଣିଲେ । ସେତେବେଳେ ବ୍ରାଉନ୍ ଅନୁଭବ କଲେ ଯେ, ଖଦୀ କେବଳ ବସ୍ତ୍ର ନୁହେଁ, ଏହା ତ ଗୋଟିଏ ଜୀବନ ପଦ୍ଧତି । ଗ୍ରାମାଂଚଳର ଆର୍ଥିକ ବ୍ୟବସ୍ଥା ଏବଂ ଆତ୍ମନିର୍ଭରତାର ଦର୍ଶନର କିଭଳି ଏହା ସହିତ ଘନିଷ୍ଠ ସମ୍ପର୍କ ରହିଛି, ତାହାଜାଣି ବ୍ରାଉନ୍ ଖୁବ ପ୍ରଭାବିତ ହେଲେ । ଏଇଠି ହିଁ ସେ ସ୍ଥିର କଲେ ଯେ, ମେକ୍ସିକୋ ଫେରି ସେ ଖଦୀ ତିଆରି କାମ ଆରମ୍ଭ କରିବେ । ସେ ମେକ୍ସିକୋର ଓହାକାରେ ଗାଁ ଲୋକଙ୍କୁ ଖଦୀ ତିଆରି କରିବା ଶିଖାଇଲେ, ସେମାନଙ୍କୁ ପ୍ରଶିକ୍ଷିତ କଲେ ଆଉ ଆଜି ‘ଓହାକା ଖଦୀ’ ଗୋଟିଏ ବ୍ରାଣ୍ଡ ପାଲଟିସାରିଛି । ଏହି ପ୍ରକଳ୍ପର ୱେବସାଇଟରେ ଲେଖାହୋଇଛି – The Symbol of Dharma in Motion. ଏହି ୱେବସାଇଟରେ ମାର୍କ ବ୍ରାଉନଙ୍କର ଗୋଟିଏ ମଜାଦାର ସାକ୍ଷାତକାର ମଧ୍ୟ ରହିଛି । ସେ କହୁଛନ୍ତି ଯେ, ଆରମ୍ଭରେ ଲୋକେ ଖଦୀକୁ ନେଇ ସନ୍ଦିହାନ ଥିଲେ, କିନ୍ତୁ ଶେଷରେ ଖଦୀ ପ୍ରତି ସେମାନଙ୍କ ଆଗ୍ରହ ବୃଦ୍ଧି ପାଇଲା ଓ ଏହାର ଗୋଟିଏ ବଜାର ସୃଷ୍ଟି ହୋଇଗଲା । ତାଙ୍କ ମତରେ, ଏହା ରାମ-ରାଜ୍ୟ ଭଳି କଥା – ଆପଣ ଯେତେବେଳେ ଲୋକଙ୍କ ଆବଶ୍ୟକତା ପୂରଣ କରନ୍ତି, ସେତେବେଳେ ଲୋକେ ମଧ୍ୟ ଆପଣଙ୍କ ସହିତ ଯୋଡ଼ି ହେବା ପାଇଁ ଆଗଭର ହୁଅନ୍ତି ।
ବନ୍ଧୁଗଣ, ଦିଲ୍ଲୀର କନ୍ନଟ୍ ପ୍ଲେସରେ ଏଥର ଗାନ୍ଧୀ ଜୟନ୍ତୀ ଦିନ, ଗୋଟିଏ ଦିନରେ ହିଁ ଏକ କୋଟି ଟଙ୍କାର ଖଦି ସାମଗ୍ରୀ ବିକ୍ରୟ ହେଲା । ସେହିପରି, କରୋନା ସମୟରେ ଖଦି ତିଆରି ମାସ୍କ ମଧ୍ୟ ଖୁବ ଲୋକପ୍ରିୟ ହେଉଛି । ଦେଶରେ ଅନେକ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସଂସ୍ଥାଗୁଡ଼ିକ ଖଦୀ ମାସ୍କ ତିଆରି କରୁଛନ୍ତି । ଉତରପ୍ରଦେଶର ବାରାବଙ୍କିର ଜଣେ ମହିଳା ହେଉଛନ୍ତି ସୁମନ ଦେବୀ । ସୁମନ ଦେବୀ ନିଜ ସାଥୀ ମହିଳାମାନଙ୍କୁ ସାଙ୍ଗରେ ନେଇ ଖଦୀ ମାସ୍କ ତିଆରି କରିବା ଆରମ୍ଭ କଲେ । ଧୀରେ ଧୀରେ ତାଙ୍କ ସହିତ ଅନ୍ୟ ମହିଳାମାନେ ମଧ୍ୟ ମିଶିବାରେ ଲାଗିଲେ । ଏବେ ସେମାନେ ମିଶି ହଜାର ହଜାର ଖଦୀ ମାସ୍କ ତିଆରି କରୁଛନ୍ତି । ଆମ ସ୍ଥାନୀୟ ଉତ୍ପାଦଗୁଡ଼ିକର ବିଶେଷତ୍ୱ ହେଲା ଯେ, ତା’ସହିତ ଗୋଟିଏ ଦର୍ଶନ ଯୋଡ଼ି ହୋଇ ରହିଥାଏ ।
ମୋର ପ୍ରିୟ ଦେଶବାସୀଗଣ, ଆମେ ଯେତେବେଳେ ନିଜ ସାମଗ୍ରୀଗୁଡ଼ିକୁ ନେଇ ଗର୍ବ କରୁ, ସେତେବେଳେ ବିଶ୍ୱବାସୀଙ୍କ ଜିଜ୍ଞାସା ମଧ୍ୟ ଏ ଦିଗରେ ବୃଦ୍ଧିପାଏ । ଯେମିତିକି ଆମର ଆଧ୍ୟାତ୍ମିକତା, ଯୋଗ, ଆୟୁର୍ବେଦ ସମଗ୍ର ବିଶ୍ୱକୁ ଆକର୍ଷିତ କରିପାରିଛି, ସେହିଭଳି ଆମର କେତେକ ଖେଳ ମଧ୍ୟ ଦୁନିଆକୁ ଆକର୍ଷିତ କରୁଛି । ଆଜିକାଲି, ଆମର ମାଲଖମ୍ବ ମଧ୍ୟ ଅନେକ ଦେଶରେ ପ୍ରଚଳିତ ହେବାରେ ଲାଗିଛି । ଆମେରିକାରେ ଚିନ୍ମୟ ପାଟନକର ଏବଂ ପ୍ରଜ୍ଞା ପାଟନକର ଯେତେବେଳେ ନିଜ ଘରୁ ହିଁ ମାଲଖମ୍ବ ଶିଖାଇବା ଆରମ୍ଭ କରିଥିଲେ, ସେତେବେଳେ ସେମାନେ ଏଥିରେ ଏତେ ସଫଳତା ଲାଭ କରିବେ ବୋଲି ନିଜେ ମଧ୍ୟ କଳ୍ପନା କରି ନ ଥିଲେ । ଆମେରିକାରେ ଆଜି ଅନେକ ଜାଗାରେ ମାଲଖମ୍ବ ତାଲିମ କେନ୍ଦ୍ରମାନ ଚାଲିଛି । ଆମେରିକାର ଯୁବବର୍ଗ ବହୁ ସଂଖ୍ୟାରେ ଏଥିରେ ଯୋଗ ଦେଉଛନ୍ତି, ମାଲଖମ୍ବ ଶିଖୁଛନ୍ତି । ଆଜି ଜର୍ମାନୀ ହେଉ, ପୋଲାଣ୍ଡ ହେଉ, ମାଲେସିଆ ହେଉ, ଏଭଳି ପ୍ରାୟ 20ଟି ଅନ୍ୟ ଦେଶମାନଙ୍କରେ ମଧ୍ୟ ମାଲଖମ୍ବ ଖୁବ ଲୋକପ୍ରିୟ ହେବାରେ ଲାଗିଛି । ଏବେ ତ ଏହାର ବିଶ୍ୱ ଚମ୍ପିଆନ୍ସିପ୍ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯେଉଁଥିରେ ଅନେକ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଭାରତରେ ତ ପ୍ରାଚୀନ କାଳରୁ ଏମିତି ଅନେକ ଖେଳ ରହିଛି, ଯାହା ଆମର ଅସାଧାରଣ ବିକାଶ ଘଟାଇଥାଏ । ଆମର ମନ ଓ ଶରୀରକୁ ସନ୍ତୁଳନର ଏକ ନୂତନ ସ୍ତରକୁ ନେଇଯାଇଥାଏ । କିନ୍ତୁ, ବୋଧହୁଏ, ନୂତନ ପିଢ଼ିର ଆମର ଯୁବବନ୍ଧୁଗଣ ମାଲଖମ୍ବ ସହ ସେତେଟା ପରିଚିତ ନ ଥିବେ । ଏ ସମ୍ପର୍କରେ ଆପଣ ଇଂଟରନେଟ୍ରେ ଅନୁସନ୍ଧାନ କରନ୍ତୁ ଏବଂ ନିଶ୍ଚୟ ଏହାକୁ ଦେଖନ୍ତୁ ।
ବନ୍ଧୁଗଣ, ଆମ ଦେଶରେ ଅନେକ Martial Arts ରହିଛି । ମୁଁ ଚାହୁଁଛି ଯେ, ଆମର ଯୁବବନ୍ଧୁଗଣ ଏଗୁଡ଼ିକ ସମ୍ପର୍କରେ ଜାଣନ୍ତୁ, ଏସବୁ ଶିଖନ୍ତୁ, ଏବଂ ସମୟ ସହ ତାଳ ଦେଇ ଏଗୁଡ଼ିକୁ Innovate ମଧ୍ୟ କରନ୍ତୁ । ଜୀବନରେ ଯେତେବେଳେ ବଡ଼ ଆହ୍ୱାନ ନ ଥାଏ, ତେବେ ବ୍ୟକ୍ତିତ୍ୱର ସର୍ବଶ୍ରେଷ୍ଠ ଗୁଣ ମଧ୍ୟ ପଦାକୁ ଆସେନି । ତେଣୁ, ନିଜେ ନିଜକୁ ସବୁବେଳେ ଚ୍ୟାଲେଞ୍ଜ କରିବା ଉଚିତ ।
ମୋର ପ୍ରିୟ ଦେଶବାସୀଗଣ, କଥାରେ ଅଛି – Learning is Growing. ଆଜି ‘ମନ୍ କି ବାତ୍’ରେ ମୁଁ ଏମିତି ଜଣେ ବ୍ୟକ୍ତିଙ୍କ ସହ ଆପଣଙ୍କ ପରିଚୟ କରାଇବି, ଯାହାଙ୍କ ରହିଛି ଗୋଟିଏ ନିଆରା ସଉକ । ଏହି ସଉକଟି ହେଲା – ରିଡିଙ୍ଗ୍ ଓ ଲର୍ଣ୍ଣିଂର ଖୁସିକୁ ଅନ୍ୟମାନଙ୍କ ସହ ବାଂଟିବା । ସେ ହେଉଛନ୍ତି ପନ୍ ମରିୟପ୍ପନ୍ । ପନ୍ ମରିୟପ୍ପନ୍ ତାମିଲନାଡ଼ୁର ତୁତୁକୁଡ଼ିରେ ବାସ କରନ୍ତି । ତୁତୁକୁଡ଼ି ପର୍ଲ ସିଟି ବା ମୋତିର ସହର ଭାବରେ ମଧ୍ୟ ପ୍ରସିଦ୍ଧ । ଏହା ଦିନେ ପାଣ୍ଡିଆନ୍ ସାମ୍ରାଜ୍ୟର ଗୋଟିଏ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା । ଏଠାରେ ରହୁଥିବା ମୋର ବନ୍ଧୁ ପନ୍ ମରିୟପ୍ପନଙ୍କ ପେଶା ଚୁଟି କାଟିବା । ଏଠାରେ ତାଙ୍କର ଗୋଟିଏ ସେଲୁନ୍ ମଧ୍ୟ ରହିଛି । ବହୁତ ଛୋଟ ସେଲୁନଟିଏ । ସେ ଗୋଟିଏ ନିଆରା ଏବଂ ପ୍ରେରଣାଦାୟକ କାମ କରିଛନ୍ତି । ନିଜର ସେଲୁନ୍ର ଗୋଟିଏ ଅଂଶକୁ ହିଁ ସେ ଗୋଟିଏ ପୁସ୍ତକାଳୟ କରିଦେଇଛନ୍ତି । ସେଲୁନରେ ନିଜ ପାଳିକୁ ପ୍ରତୀକ୍ଷା କରୁଥିବା ଲୋକ ଯଦି ସେହି ସମୟରେ ସେଥିରୁ କିଛି ପଢ଼ି ସେ ବିଷୟରେ କିଛି ଲେଖେ, ତେବେ ପନ୍ ମରିୟପ୍ପନଜୀ ସେହି ଗ୍ରାହକଙ୍କୁ ରିହାତି ଦିଅନ୍ତି । ମଜାକଥା ନୁହେଁ କି? ତେବେ ଚାଲନ୍ତୁ ତୁତୁକୁଡ଼ି, ପନ୍ ମରିୟପ୍ପନଜୀଙ୍କ ସହ କଥାହେବା –
ପ୍ରଧାନମନ୍ତ୍ରୀ : ପନ୍ ମରିୟପାନାଜୀ, ୱଣକ୍କମ୍ … ନଲ୍ଲା ଇର କିଙ୍ଗଡା?
(ପ୍ରଧାନମନ୍ତ୍ରୀ : ପନ୍ ମରିୟପାନାଜୀ, ୱଣକ୍କମ୍ … ଆପଣ କେମିତି ଅଛନ୍ତି?)
ପନ୍ ମରିୟପ୍ପନ୍ : (ତାମିଲରେ ଉତ୍ତର) …
(ପନ୍ ମରିୟପ୍ପନ୍ : ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ, ୱଣକ୍କମ୍ (ନମସ୍କାର) ।)
ପ୍ରଧାନମନ୍ତ୍ରୀ : ୱଣକ୍କମ୍, ୱଣକ୍କମ୍ … ଉଙ୍ଗଲକ୍କେ ଇନ୍ଦ ଲାଇବ୍ରେରୀ ଆଇଡିଆ ୟେପ୍ପଡ଼ି ୱନ୍ଦଦା?
(ପ୍ରଧାନମନ୍ତ୍ରୀ : ୱଣକ୍କମ୍, ୱଣକ୍କମ୍ … ଏହି ପାଠାଗାର କରିବାର ଆଇଡିଆ ଆପଣଙ୍କ ମୁଣ୍ଡକୁ କେମିତି ଆସିଲା?)
ପନ୍ ମରିୟପ୍ପନ୍ : ମୁଁ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢ଼ିଛି । ମୋର ପାରିବାରିକ ପରିସ୍ଥିତି ଯୋଗୁଁ ଆଗକୁ ପଢ଼ିପାରିଲିନି ।
ଶିକ୍ଷିତ ଲୋକଙ୍କୁ ଦେଖିଲେ ମୋତେ ନିଜ ଭିତରେ କିଛି ଊଣା ଅନୁଭବ ହେଉଥିଲା । ତେଣୁ, ମୋ ମନକୁ ଏ କଥା ଆସିଲା ଯେ, ଯଦି ଗୋଟିଏ ପାଠାଗାର
ପ୍ରତିଷ୍ଠା କରନ୍ତି ତାହେଲେ ଏହାଦ୍ୱାରା ଅନେକ ଲୋକଙ୍କ ଉପକାର ହେବ। ସେହି କଥା ମୋ ପାଇଁ ପ୍ରେରଣା ସାଜିଲା ।
ପ୍ରଧାନମନ୍ତ୍ରୀ : ଉଙ୍ଗଲ୍କେ ୟେନ୍ଦ୍ ପୁତହମ୍ ପିଡ଼ିକ୍କୁମ୍?
(ପ୍ରଧାନମନ୍ତ୍ରୀ : ଆପଣଙ୍କୁ କେଉଁ ବହି ବେଶୀ ଭଲ ଲାଗେ?)
ପନ୍ ମରିୟପ୍ପନ୍ : ମୋର ତିରୁକୁରୁଲ୍ ବହୁତ ପ୍ରିୟ ।
ପ୍ରଧାନମନ୍ତ୍ରୀ : ଉଙ୍ଗକିଟ୍ଟ ପେସିୟଦିଲ୍ ୟେନକ୍କ । ରୋମ୍ବା ମଗିଲଚି । ନଲ ୱାଡ଼ ତୁକ୍କଲ୍ …
(ପ୍ରଧାନମନ୍ତ୍ରୀ : ଆପଣଙ୍କ ସହ କଥା ହୋଇ ବହୁତ ଖୁସି ଲାଗିଲା । ଆପଣଙ୍କୁ ଅନେକ ଅନେକ ଶୁଭକାମନା ।)
ପନ୍ ମରିୟପ୍ପନ୍ : ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେଇ ମୁଁ ବି ବହୁତ ଖୁସି ଅନୁଭବ କରୁଛି ।
ପ୍ରଧାନମନ୍ତ୍ରୀ : ନଲ ୱାଡ଼ ତୁକ୍କଲ୍ (ଅନେକ ଶୁଭକାମନା)
ପନ୍ ମରିୟପ୍ପନ୍ : ଧନ୍ୟବାଦ ପ୍ରଧାନମନ୍ତ୍ରୀ ମହୋଦୟ ।
ପ୍ରଧାନମନ୍ତ୍ରୀ : Thank You
ବର୍ତ୍ତମାନ ଆମେ ପନ୍ ମରିୟପାନାଜୀଙ୍କ ସହ କଥା ହେଲେ । ଦେଖନ୍ତୁ, ଲୋକଙ୍କ ଚୁଟି କାଟିବା ସହ ସେ କେମିତି ସେମାନଙ୍କୁ ନିଜ ଜୀବନକୁ ସରସ ସୁନ୍ଦର କରିବା ପାଇଁ ମଧ୍ୟ ସୁଯୋଗ ଦେଉଛନ୍ତି । ତିରୁକୁରଲର ଲୋକପ୍ରିୟତା ବିଷୟରେ ଶୁଣି ମଧ୍ୟ ଖୁବ ଭଲ ଲାଗିଲା । ତିରୁକୁରଲ୍ର ଲୋକପ୍ରିୟତା ବିଷୟରେ ଆପଣମାନେ ମଧ୍ୟ ଶୁଣିଲେ । ଏହା ଆଜି ଭାରତର ସମସ୍ତ ଭାଷାରେ ଉପଲବ୍ଧ । ସୁଯୋଗ ପାଇଲେ ନିଶ୍ଚୟ ଏହା ପଢ଼ିବା ଉଚିତ । ଜୀବନ ପାଇଁ ଏହା ଏକ ପ୍ରକାର ମାର୍ଗଦର୍ଶକ ।
ବନ୍ଧୁଗଣ, ଏ କଥା ଜାଣି ଆପଣମାନେ ଖୁସି ହେବେ ଯେ, ସାରା ଭାରତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଜ୍ଞାନର ପ୍ରଚାର ପ୍ରସାର ଦ୍ୱାରା ଖୁବ ଖୁସି ଅନୁଭବ କରିଥାନ୍ତି । ଏମାନେ ସେହି ଲୋକ, ଯେଉଁମାନେ ଏ କଥାକୁ ନେଇ ସର୍ବଦା ତତ୍ପର ଥାଆନ୍ତି ଯେ, ସବୁ ଲୋକ ପଠନ ପାଇଁ ପ୍ରେରିତ ହୁଅନ୍ତୁ । ମଧ୍ୟପ୍ରଦେଶର ସିଙ୍ଗ୍ରୋଲିର ଶିକ୍ଷୟିତ୍ରୀ ଉଷା ଦୁବେ ଜୀ ତ ନିଜ ସ୍କୁଟିକୁ ହିଁ ମୋବାଇଲ୍ ଲାଇବ୍ରେରୀରେ ପରିଣତ କରିଦେଇଛନ୍ତି । ସେ ପ୍ରତିଦିନ ନିଜର ଏହି ଭ୍ରାମ୍ୟମାଣ ପୁସ୍ତକାଳୟ ସହ କୌଣସି ନା କୌଣସି ଗାଁ କୁ ପହଂଚିଯାଆନ୍ତି ଆଉ ସେଠାରେ ପିଲାମାନଙ୍କୁ ପାଠ ପଢ଼ାନ୍ତି । ପିଲାମାନେ ତାଙ୍କୁ ସ୍ନେହରେ ବହିବାଲି ଦିଦି ବୋଲି ଡାକନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ଅରୁଣାଚଳ ପ୍ରଦେଶର ନିରଜୁଲିର ରାୟୋ ଗାଁରେ ଗୋଟିଏ ସ୍ୱୟଂ ସହାୟକ ଲାଇବ୍ରେରୀ ନିର୍ମାଣ କରାଯାଇଛି । ଏଠାକାର ମିନା ଗୁରୁଙ୍ଗ ଏବଂ ଦିୱାଙ୍ଗ୍ ହୋସାଇ ଯେତେବେଳେ ଜାଣିଲେ ଯେ, ସେହି ଅଂଚଳରେ କୌଣସି ପାଠାଗାର ନାହିଁ ସେତେବେଳେ ସେମାନେ ଏଥିପାଇଁ ଅର୍ଥ ଯୋଗାଇବା ପାଇଁ ଆଗେଇ ଆସିଲେ । ଏକଥା ଜାଣି ଆପଣମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ଏହି ଲାଇବ୍ରେରୀ ପାଇଁ କୌଣସି ମେମ୍ବରଶିପ୍ ନାହିଁ । ଯେକୌଣସି ବ୍ୟକ୍ତି ଦୁଇ ସପ୍ତାହ ପାଇଁ ଏଠାରୁ ବହି ନେଇଯାଇପାରେ । ପଢ଼ିସାରିବା ପରେ ବହି ଫେରାଇବାକୁ ହୁଏ । ଏହି ପାଠାଗାର ସପ୍ତାହକୁ ସାତଦିନ ଦିନରାତି ଖୋଲା ରହେ । ଆଖପାଖର ଅଭିଭାବକମାନେ ଏହା ଦେଖି ଖୁସି ଯେ, ସେମାନଙ୍କ ପିଲାମାନେ ବହି ପଢ଼ିବାରେ ଲାଗଛନ୍ତି, ବିଶେଷକରି ସେହି ସମୟରେ ଯେତେବେଳେ କି ସ୍କୁଲଗୁଡ଼ିକ ଅନ୍ଲାଇନ୍ କ୍ଲାସ୍ ଆରମ୍ଭ କରିଛନ୍ତି । ସେହିପରି, ଚଣ୍ଡିଗଡ଼ରେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଚଳାଉଥିବା ସନ୍ଦିପ କୁମାର ଗୋଟିଏ ମିନି ଭ୍ୟାନରେ ଭ୍ରାମ୍ୟମାଣ ପାଠାଗାରଟିଏ ତିଆରି କରିଛନ୍ତି । ଏହା ମାଧ୍ୟମରେ ଗରିବ ପିଲାମାନଙ୍କୁ ପଢ଼ିବା ପାଇଁ ବହି ମାଗଣାରେ ଦିଆଯାଉଛି । ତା’ସହିତ ଗୁଜରାଟର ଭାବନଗରର ମଧ୍ୟ ଦୁଇଟି ସଂସ୍ଥା ସମ୍ପର୍କରେ ମୁଁ ଜାଣିଛି, ଯେଉଁମାନେ ଏ ଦିଗରେ ଭଲ କାର୍ଯ୍ୟ କରୁଛନ୍ତି । ସେଥିରୁ ଗୋଟିକର ନାଁ ହେଲା ବିକାଶ ବର୍ତୁଳ ଟ୍ରଷ୍ଟ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂସ୍ଥା ଖୁବ ସହାୟକ ହେଉଛି । ଏହି ଟ୍ରଷ୍ଟ 1975 ମସିହାରୁ କାର୍ଯ୍ୟ କରୁଛି । ଏହା 5000 ବହି ସାଙ୍ଗକୁ 140ଟିରୁ ଅଧିକ ମ୍ୟାଗାଜିନ୍ ଉପଲବ୍ଧ କରାଉଛି । ଏଭଳି ଆଉ ଗୋଟିଏ ସଂସ୍ଥା ହେଉଛି ପୁସ୍ତକ ପରବ୍ । ଏହା ଗୋଟିଏ innovative project ଯାହା ସାହିତ୍ୟ ପୁସ୍ତକ ସାଙ୍ଗକୁ ଅନ୍ୟ ବହିଗୁଡ଼ିକ ମଧ୍ୟ ମାଗଣାରେ ଉପଲବ୍ଧ କରାଉଛି । ଏହି ଲାଇବ୍ରେରୀରେ ଅଧ୍ୟାତ୍ମିକ, ଆୟୁର୍ବେଦୀୟ ଚିକିତ୍ସା ଏବଂ ଅନ୍ୟ ଅନେକ ବିଷୟ ସମ୍ବନ୍ଧିତ ପୁସ୍ତକ ରହିଛି । ଯଦି ଆପଣ ଏଭଳି କୌଣସି ପ୍ରଚେଷ୍ଟା ସମ୍ପର୍କରେ ଜାଣିଛନ୍ତି ତେବେ ସାମାଜିକ ଗଣମାଧ୍ୟମରେ ତାହାକୁ ଶେୟାର କରିବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏହି ଉଦାହରଣ ବହି ପଢ଼ିବା କିମ୍ବା ପାଠାଗାର ଖୋଲିବା ଯାଏ କେବଳ ସୀମିତ ନୁହେଁ, ବରଂ ଏହା ସେହି ନୂତନ ଭାରତର ଭାବନାର ମଧ୍ୟ ପ୍ରତୀକ, ଯେଉଁଥିରେ ସମାଜର ଉନ୍ନତି ପାଇଁ ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତ୍ୟେକ ଶ୍ରେଣୀର ଲୋକେ ନୂଆ ନୂଆ ଏବଂ innovative ଉପାୟ ଅବଲମ୍ବନ କରୁଛନ୍ତି । ଭଗବଦ୍ ଗୀତାରେ କୁହାଯାଇଛି –
ନ ହି ଜ୍ଞାନେନ ସଦୃଶଂ ପବିତ୍ର ମିହ ବିଦ୍ୟତେ ।
ଅର୍ଥାତ ଜ୍ଞାନ ସମ ସଂସାରରେ କିଛି ମଧ୍ୟ ପବିତ୍ର ନୁହେଁ । ମୁଁ ଜ୍ଞାନର ପ୍ରସାର କରୁଥିବା, ଏପରି ମହତ୍ ପ୍ରୟାସ କରୁଥିବା ସମସ୍ତ ମହୋଦୟଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଜୀଙ୍କ ଜୟନ୍ତୀ 31 ଅକ୍ଟୋବରରେ ଆମେ ସମସ୍ତ ‘ଜାତୀୟ ଏକତା ଦିବସ’ ଭାବେ ପାଳନ କରିବା । ‘ମନ କୀ ବାତ୍’ରେ ପୂର୍ବରୁ ମଧ୍ୟ ମୁଁ ସର୍ଦ୍ଦାର ପଟେଲଙ୍କ ଉପରେ ବିସ୍ତୃତ ଭାବେ କହିଥିଲି । ତାଙ୍କର ବିରାଟ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ମୁଁ ଆଲୋଚନା କରିଥିଲି । ବହୁତ କମ୍ ଲୋକ ଅଛନ୍ତି, ଯାହାଙ୍କ ବ୍ୟକ୍ତିତ୍ୱରେ ଏକସଙ୍ଗେ ବହୁତ ତତ୍ୱ ମିଳିପାରିବ – ଯେପରିକି ବୈଚାରିକ ଗଭୀରତା, ନୈତିକ ସାହସ, ରାଜନୀତିକ ବିଲକ୍ଷଣତା, କୃଷିକ୍ଷେତ୍ର ସମ୍ପର୍କରେ ଗଭୀର ଜ୍ଞାନ ଏବଂ ଜାତୀୟ ଏକତା ପ୍ରତି ସମର୍ପଣ ଭାବ । ଆପଣ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଗୋଟିଏ କଥା କ’ଣ ଜାଣନ୍ତି ଯାହା ତାଙ୍କର sense of humourକୁ ଦର୍ଶାଏ । ଟିକିଏ ସେହି ଲୌହ-ପୁରୁଷଙ୍କ ଛବି କଳ୍ପନା କରନ୍ତୁ ଯିଏ ରାଜାରାଜୁଡ଼ାଙ୍କ ସହ ଆଲୋଚନା କରୁଥିଲେ, ପୂଜ୍ୟ ବାପୁଙ୍କ ଜନଆନେ୍ଦାଳନର ପରିଚାଳନା କରୁଥିଲେ, ତା’ସହ ଇଂରେଜଙ୍କ ସଂଗେ ମଧ୍ୟ ଲଢ଼େଇ କରୁଥିଲେ; ଏବଂ ଏସବୁ ମଧ୍ୟରେ ତାଙ୍କର sense of humour ଦେଖିବା ଭଳି ଥିଲା । ବାପୁ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ କହିଥିଲେ – ତାଙ୍କର ବିନୋଦପୂର୍ଣ୍ଣ କଥା ମୋତେ ଏତେ ହସାଉଥିଲା ଯେ ହସିହସି ପେଟ ଦରଜ ହୋଇଯାଉଥିଲା; ଏପରି ଦିନକ ଭିତରେ ଥରେ ନୁହେଁ, ଅନେକ ଥର ହେଉଥିଲା । ଏଥିରେ ଆମ ପାଇଁ ମଧ୍ୟ ଶିକ୍ଷା ଥିଲା, ପରିସ୍ଥିତି ଯେତେ ବିଷମ ହେଉନା କାହିଁକି ନିଜର sense of humourକୁ ବଂଚାଇ ରଖନ୍ତୁ । ଏହା ଆମକୁ ସହଜ ତ ରଖିବ, ଆମେ ଆମ ସମସ୍ୟାର ସମାଧାନ ମଧ୍ୟ ବାହାର କରିପାରିବା । ସର୍ଦ୍ଦାର ସାହେବ ଏହା ହିଁ ତ କରୁଥିଲେ!
ମୋର ପ୍ରିୟ ଦେଶବାସୀଗଣ, ସର୍ଦ୍ଦାର ପଟେଲ ନିଜର ସମଗ୍ର ଜୀବନ ଦେଶର ଏକତା ପାଇଁ ସମର୍ପିତ କରିଦେଇଥିଲେ । ସେ ଭାରତୀୟ ଜନମାନସକୁ ସ୍ୱାଧୀନତା ଆନେ୍ଦାଳନ ସହ ଯୋଡ଼ିଥିଲେ । ସେ ସ୍ୱାଧୀନତା ସହ ଚାଷୀଙ୍କ ପ୍ରସଙ୍ଗକୁ ଯୋଡ଼ିବାର କାର୍ଯ୍ୟ କରିଥିଲେ । ସେ ରାଜାରାଜୁଡ଼ାଙ୍କୁ ଆମ ରାଷ୍ଟ୍ର ସହ ଏକାଠି କରିଥିଲେ । ସେ ବିବିଧତା ମଧ୍ୟରେ ଏକତାର ମନ୍ତ୍ର ପ୍ରତ୍ୟେକ ଭାରତୀୟଙ୍କ ମନରେ ଜାଗ୍ରତ କରିଥିଲେ ।
ବନ୍ଧୁଗଣ, ଆଜି ଆମେ ନିଜର କଥା, ନିଜର ବ୍ୟବହାର, ନିଜର କର୍ମ ଦ୍ୱାରା ପ୍ରତିକ୍ଷଣ ସେହିସବୁ କଥାକୁ ଆଗକୁ ବଢ଼ାଇବା ଆବଶ୍ୟକ, ଯାହା ଆମକୁ ଏକାଠି କରିଥାଏ, ଯାହା ଦେଶର ଗୋଟିଏ ଭାଗରେ ରହୁଥିବା ନାଗରିକଙ୍କ ମନରେ ଅନ୍ୟ କୋଣରେ ରହୁଥିବା ନାଗରିକଙ୍କ ପାଇଁ ସହଜତା ଓ ଆପଣାପଣର ଭାବ ସଷ୍ଟି କରିବ । ଆମର ପୂର୍ବପୁରୁଷ ନିରନ୍ତର ଏପରି ପ୍ରୟାସ କରିଛନ୍ତି । ଏବେ ଦେଖନ୍ତୁ, କେରଳରେ ଜନ୍ମ ହୋଇଥିବା ପୂଜ୍ୟ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରୋଟି ଦିଗରେ ଚାରିଟି ମହତ୍ୱପୂର୍ଣ୍ଣ ମଠ ସ୍ଥାପନ କରିଥିଲେ – ଉତ୍ତରରେ ବଦ୍ରିକାଶ୍ରମ, ପୂର୍ବରେ ପୁରୀ, ଦକ୍ଷିଣରେ ଶୃଙ୍ଗେରୀ ଏବଂ ପଶ୍ଚିମରେ ଦ୍ୱାରକା । ସେ ଶ୍ରୀନଗରକୁ ମଧ୍ୟ ଯାଇଥିଲେ; ଏହି କାରଣରୁ ସେଠାରେ ଏକ “sankaracharya hill” ରହିଛି । ତୀର୍ଥାଟନ ସ୍ୱୟଂ ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାଏ । ଜ୍ୟୋର୍ତିଲିଙ୍ଗଗୁଡ଼ିକ ଏବଂ ଶକ୍ତିପୀଠଗୁଡ଼ିକର ସମାହାର ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ । ତ୍ରିପୁରାଠାରୁ ଆରମ୍ଭ କରି ଗୁଜରାଟ ଯାଏ, ଜମ୍ମୁ-କଶ୍ମୀରଠୁ ତାମିଲନାଡୁ ପର୍ଯ୍ୟନ୍ତ ସ୍ଥାପିତ ଆମର ଆସ୍ଥାର କେନ୍ଦ୍ର ଆମକୁ ଏକାଠି କରିଥାଏ । ସମଗ୍ର ଭାରତରେ ଭକ୍ତି ଆନ୍ଦୋଳନ ଏକ ବଡ଼ ଜନଆନ୍ଦୋଳନ ହୋଇଯାଇଥିଲା, ଯାହା ଆମକୁ ଭକ୍ତି ମାଧ୍ୟମରେ ଏକଜୁଟ କଲା । ଆମର ଦୈନନ୍ଦିନ ଜୀବନରେ ମଧ୍ୟ ଏକଥା ମିଶିଯାଇଛି, ଯେଉଁଥିରେ ଏକତାର ଶକ୍ତି ରହିଛି । ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ବିଭିନ୍ନ ନଦୀକୁ ଆହ୍ୱାନ କରାଯାଏ – ଏଥିରେ ସୂଦୁର ଉତରରେ ଥିବା ସିନ୍ଧୁ ନଦୀରୁ ନେଇ ଦକ୍ଷିଣ ଭାରତର ଜୀବନଦାୟିନୀ କାବେରୀ ନଦୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ । ସ୍ନାନ କରିବା ସମୟରେ ଆମର ଏଠି ଲୋକେ ପ୍ରାୟ ପବିତ୍ର ଭାବ ନେଇ ଏକତାର ମନ୍ତ୍ର ଗାଆନ୍ତି- ଗଙ୍ଗେ ଚ ୟମୁନେ ଚୈବ ଗୋଦାବରୀ ସରସ୍ୱତୀ, ନର୍ମଦେ ସିନ୍ଧୁ କାବେରୀ ଜଳେସ୍ମିନ୍ ସନ୍ନିଧିଂ କୁରୁ ।
ଏହିପରି ଶିଖଙ୍କର ପବିତ୍ର ସ୍ଥଳ ମଧ୍ୟରେ ‘ନାନ୍ଦେଡ଼ ସାହିବ’ ଏବଂ ‘ପଟନା ସାହିବ’ ଗୁରୁଦ୍ୱାରା ଅନ୍ତର୍ଭୁକ୍ତ । ଆମର ଶିଖ୍ ଗୁରୁମାନେ ମଧ୍ୟ ନିଜ ଜୀବନ ଓ ସତ୍କାର୍ଯ୍ୟ ମାଧ୍ୟମରେ ଏକତାର ଭାବନାକୁ ଦୃଢ଼ କରିଛନ୍ତି । ଗତ ଶତାବ୍ଦୀରେ ଆମ ଦେଶରେ ଡ. ବାବାସାହେବ ଆମ୍ବେଦକରଙ୍କ ଭଳି ମହାପୁରୁଷ ଥିଲେ, ଯିଏ ଆମ ସମସ୍ତଙ୍କୁ ସମ୍ବିଧାନ ମାଧ୍ୟମରେ ଏକଜୁଟ କରିଥିଲେ ।
ବନ୍ଧୁଗଣ,
Unity is Power, Unity is strength,
Unity is Progress, Unity is Empowerment,
United we will scale new heights
ତେବେ ଏପରି ମଧ୍ୟ ଶକ୍ତି ରହିଛନ୍ତି ଯେଉଁମାନେ ସର୍ବଦା ଆମ ମନରେ ସନେ୍ଦହର ବୀଜ ବୁଣିବାର ପ୍ରୟାସ କରୁଥାନ୍ତି; ଦେଶକୁ ଭାଗଭାଗ କରିବାର ଚେଷ୍ଟା କରନ୍ତି । ଦେଶ ସବୁବେଳେ ଏପରି ଦୁରଭିସନ୍ଧିକାରୀଙ୍କୁ ମୁହଁତୋଡ଼ ଜବାବ ଦେଇଛି । ଆମେ ସର୍ବଦା ନିଜର ସୃଜନଶୀଳତା ଦ୍ୱାରା, ପ୍ରେମ ଦ୍ୱାରା ପ୍ରତି ମୁହୂର୍ତ୍ତରେ ପ୍ରୟାସ କରି ନିଜର କ୍ଷୁଦ୍ରାତିକ୍ଷୁଦ୍ର କାମରେ ମଧ୍ୟ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ସୁନ୍ଦରତାକୁ ସାମ୍ନାକୁ ଆଣିବାକୁ ହେବ, ଏକତାର ନୂଆ ରଂଗ ଭରିବାକୁ ହେବ ଏବଂ ଏକଥା ପ୍ରତ୍ୟେକ ନାଗରିକଙ୍କୁ ଭରିବାକୁ ହେବ । ଏହି ପ୍ରସଙ୍ଗରେ ମୁଁ ଆପଣ ସମସ୍ତଙ୍କୁ ଗୋଟିଏ ୱେବସାଇଟ୍ ଦେଖିବାକୁ ଅନୁରୋଧ କରୁଛି – ekbharat.gov.in (ଏକ୍ ଭାରତ ଡଟ୍ ଗଭ୍ ଡଟ୍ ଇନ୍) । ଏଥିରେ ଜାତୀୟ ସଂହତି ପାଇଁ ଆମର ଅଭିଯାନକୁ ଆଗକୁ ବଢ଼ାଇବାର ଅନେକ ପ୍ରୟାସ ଦେଖିପାରିବେ । ଏଥିରେ ଏକ ମଜାଦାର ବିଭାଗ ରହିଛି – ଆଜିର ବାକ୍ୟ । ଏଥିରେ ଆମେ ପ୍ରତିଦିନ ଗୋଟିଏ ବାକ୍ୟକୁ ଭିନ୍ନ ଭିନ୍ନ ଭାଷାରେ କିପରି କୁହାଯାଏ ତାହା ଶିଖିପାରିବା । ଆପଣ ଏହି ୱେବସାଇଟ୍ ପାଇଁ contribute ମଧ୍ୟ କରନ୍ତୁ, ଯେପରିକି ପ୍ରତ୍ୟେକ ରାଜ୍ୟ ଓ ସଂସ୍କୃତିରେ ଭିନ୍ନ ଭିନ୍ନ ଖାଦ୍ୟପାନୀୟ ରହିଥାଏ । ଏହି ବ୍ୟଞ୍ଜନ ସ୍ଥାନୀୟ ସ୍ତରର ସ୍ୱତନ୍ତ୍ର ingredients, ଅର୍ଥାତ ଖାଦ୍ୟାନ୍ନ ଓ ମସଲାରେ ତିଆରି କରାଯାଇଥାଏ । ଆମେ କ’ଣ ଏସବୁ ସ୍ଥାନୀୟ ଖାଦ୍ୟକୁ local ingredientsର ନାମ ସହିତ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ୱେବସାଇଟରେ share କରିପାରିବାନି? Unity ଏବଂ Immunityକୁ ବଢ଼ାଇବା ପାଇଁ ଏହାଠୁ ଭଲ ମାଧ୍ୟମ ଆଉ କ’ଣ ହୋଇପାରେ!
ବନ୍ଧୁଗଣ, ଏଇ ମାସ 31 ତାରିଖରେ ମୋତେ କେୱଡିଆରେ ଐତିହାସିକ Statue of Unity ଉପରେ ହେଉଥିବା କେତେକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିବ । ଆପଣମାନେ ନିଶ୍ଚିତ ଯୋଗଦେବେ ।
ମୋର ପ୍ରିୟ ଦେଶବାସୀଗଣ, 31 ଅକ୍ଟୋବରରେ ଆମେ ‘ବାଲ୍ମୀକି ଜୟନ୍ତୀ’ ମଧ୍ୟ ପାଳନ କରିବା । ମୁଁ ମହର୍ଷି ବାଲ୍ମୀକିଙ୍କୁ ପ୍ରଣିପାତ କରୁଛି ଏବଂ ଏହି ସ୍ୱତନ୍ତ୍ର ଦିନ ପାଇଁ ଦେଶବାସୀଙ୍କୁ ହାର୍ଦିକ ଶୁଭେଚ୍ଛା ଜଣାଉଛି । ମହର୍ଷି ବାଲ୍ମୀକିଙ୍କ ମହାନ ବିଚାର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଥାଏ, ଶକ୍ତି ପ୍ରଦାନ କରିଥାଏ । ସେ ଲକ୍ଷଲକ୍ଷ-କୋଟିକୋଟି ଗରିବ ଓ ଦଳିତଙ୍କ ପାଇଁ ବହୁତ ବଡ଼ ଆଶା । ସେମାନଙ୍କ ଭିତରେ ସେ ଆଶା ଓ ବିଶ୍ୱାସ ସଂଚାର କରିଥାନ୍ତି । ସେ କହୁଥିଲେ – କୌଣସି ମନୁଷ୍ୟର ଇଚ୍ଛାଶକ୍ତି ଯଦି ତା’ ସହ ଅଛି, ତେବେ ସେ ଯେତେ ବଡ଼ କାର୍ଯ୍ୟ ହେଲେ ହେଁ ସହଜରେ କରିପାରିବ । ଇଚ୍ଛାଶକ୍ତି ଏମିତି ଯେ ଯାହା ଯୁବବର୍ଗଙ୍କୁ ଅସାଧାରଣ କାର୍ଯ୍ୟ କରିବାର ଶକ୍ତି ପ୍ରଦାନ କରେ । ମହର୍ଷି ବାଲ୍ମୀକି ସକାରାତ୍ମକ ଭାବନା ଉପରେ ଜୋର୍ ଦେଇଥିଲେ – ତାଙ୍କ ପାଇଁ ସେବା ଓ ମାନବୀୟ ଗରିମାର ସ୍ଥାନ ସର୍ବୋପରି ଥିଲା । ମହର୍ଷି ବାଲ୍ମୀକିଙ୍କ ଆଚାର, ବିଚାର ଓ ଆଦର୍ଶ ଆଜି New Indiaର ଆମର ସଙ୍କଳ୍ପ ନିମନ୍ତେ ପ୍ରେରଣା ଏବଂ ଦିଗ୍ଦର୍ଶନ ମଧ୍ୟ । ଆମେ ମହର୍ଷି ବାଲ୍ମୀକିଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବା ଯେ ସେ ଆଗାମୀ ପିଢ଼ିର ମାର୍ଗଦର୍ଶନ ପାଇଁ ରାମାୟଣ ଭଳି ମହାଗ୍ରନ୍ଥର ରଚନା କରିଛନ୍ତି ।
31 ଅକ୍ଟୋବରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ଆମେ ହରାଇଥିଲୁ । ମୁଁ ସମ୍ମାନର ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି, କାଶ୍ମୀରର ପୁଲୱାମା ସମଗ୍ର ଦେଶକୁ ପଢ଼ାଇବାର ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଆଜି ସାରା ଦେଶର ପିଲାମାନେ ନିଜର Home Work କରୁଛନ୍ତି, Notes ପ୍ରସ୍ତୁତ କରୁଛନ୍ତି, ତେବେ କେଉଁଠି ନା କେଉଁଠି ଏହା ପଛରେ ପୁଲୱାମାର ଲୋକଙ୍କ କଠିନ ପରିଶ୍ରମ ରହିଛି । କାଶ୍ମୀର ଘାଟି, ସମଗ୍ର ଦେଶର ପ୍ରାୟ 90 ପ୍ରତିଶତ Pencil Slate, କାଠପଟିର ଚାହିଦା ପୂରଣ କରିଥାଏ ଏବଂ ଏଥିରେ ବହୁତ ବଡ଼ ଭାଗ ପୁଲୱାମାର ରହିଛି । ଦିନ ଥିଲା ଆମେ ବିଦେଶରୁ ପେନସିଲ୍ ପାଇଁ କାଠ ମଗାଉଥିଲୁ, କିନ୍ତୁ ଏବେ ଆମର ପୁଲୱାମା, ଏ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରୁଛି । ବାସ୍ତବରେ ପୁଲୱାମାର ଏହି Pencil Slate ରାଜ୍ୟଗୁଡ଼ିକ ଭିତରେ ପାର୍ଥକ୍ୟକୁ କମ୍ କରୁଛି । ଘାଟିର ଚିନାର୍ କାଠରେ ଅଧିକ ଆର୍ଦ୍ରତା ଥାଏ ଏବଂ ଏହା କୋମଳ ହୋଇଥିବାରୁ ପେନସିଲ୍ ନିର୍ମାଣ ପାଇଁ ସର୍ବୋକ୍ରୃଷ୍ଟ ବିବେଚନା କରାଯାଏ । ପୁଲୱାମାରେ, ‘ଉଖୁ’ Pencil Village ଭାବେ ଜଣାଶୁଣା । ଏଠାରେ Pencil Slate ନିର୍ମାଣ ପାଇଁ ଅନେକ କାରଖାନା ଅଛି, ଯାହା ରୋଜଗାର ଦେଉଛି ଏବଂ ସେଠାରେ ବହୁତ ସଂଖ୍ୟାରେ ମହିଳାମାନେ କାମ କରନ୍ତି ।
ବନ୍ଧୁଗଣ, ପୁଲୱାମାର ଏହି ନିଜର ପରିଚୟ ସେତେବେଳେ ସ୍ଥାପିତ ହେଲା, ଯେତେବେଳେ ସେଠାକାର ଲୋକ କିଛି ନୂଆ କରିବାର ସଂକଳ୍ପ କଲେ; କାମ ପାଇଁ Risk ନେଲେ ଏବଂ ନିଜକୁ ସେଥିପ୍ରତି ସମର୍ପିତ କରିଦେଲେ । ଏପରି କର୍ମଠ ଲୋକଙ୍କ ଭିତରୁ ଜଣେ ହେଉଛନ୍ତି – ମଂଜୁର୍ ଅହମଦ ଅଲାଇ । ଆଗରୁ ମଂଜୁର୍ ଭାଇ କାଠ କାଟୁଥିବା ଜଣେ ସାଧାରଣ ଶ୍ରମିକ ଥିଲେ । ମଂଜୁର ଭାଇ ନୂଆକିଛି କରିବାକୁ ଚାହୁଁଥିଲେ, ଯେପରି ତାଙ୍କର ଆଗାମୀ ପିଢ଼ି ଦାରିଦ୍ର୍ୟ ଭିତରେ ରହିବେ ନାହିଁ । ସେ ନିଜର ପୁରୁଣା ଜମିକୁ ବିକିଦେଲେ ଓ Apple Wooden Box, ଅର୍ଥାତ ସେଓ ରଖାଯାଉଥିବା କାଠବାକ୍ସ ତିଆରି କରିବାର କାରଖାନା ଆରମ୍ଭ କଲେ । ନିଜର ଛୋଟିଆ ବ୍ୟବସାୟ କରୁଥିଲାବେଳେ ମଂଜୁର ଭାଇଙ୍କୁ କେଉଁଠୁ ଖବର ମିଳିଲା ଯେ ପେନସିଲ୍ ନିର୍ମାଣରେ ପପ୍ଲାର୍ କାଠର ଉପଯୋଗ କରାଯାଉଛି । ଏହି ସୂଚନା ମିଳିବା ପରେ ମଂଜୁର ଭାଇ ନିଜ ଉଦ୍ଯୋଗପଣର ପରିଚୟ ଦେଇ କେତେକ ବିଖ୍ୟାତ ପେନ୍ସିଲ ତିଆରି କାରଖାନାକୁ ପପ୍ଲାର୍ କାଠବକ୍ସ ଯୋଗାଇବା ଆରମ୍ଭ କଲେ । ମଂଜୁର ଜୀଙ୍କୁ ଏହା ବହୁତ ଲାଭଜନକ ମନେହେଲା ଓ ତାଙ୍କର ଆୟ ମଧ୍ୟ ବଢ଼ିବାକୁ ଲାଗିଲା । ସମୟକ୍ରମେ ସେ Pencil Slate Manufacturing Machinery ଆଣିଲେ ଓ ତା’ପରେ ସେ ଦେଶର ବଡ଼ ବଡ଼ କମ୍ପାନୀକୁ Pencil Slateଯୋଗାଇବା ଆରମ୍ଭ କଲେ । ଆଜି ମଂଜୁର ଭାଇଙ୍କ ଏହି ବ୍ୟବସାୟର Turnover କୋଟିକୋଟି ଟଙ୍କାର ଏବଂ ସେ ପ୍ରାୟ ଦୁଇ ଶହ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ଆଜି ‘ମନ କୀ ବାତ୍’ ମାଧ୍ୟମରେ ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ମଂଜୁର ଭାଇଙ୍କ ସମେତ ପୁଲୱାମାର ପରିଶ୍ରମୀ ଭାଇଭଉଣୀଙ୍କୁ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ପ୍ରଶଂସା କରୁଛି- ଆପଣମାନେ ଦେଶର ଯୁବପିଢ଼ିକୁ ଶିକ୍ଷିତ କରିବା ପାଇଁ ନିଜର ବହୁମୂଲ୍ୟ ଅବଦାନ ଦେଉଛନ୍ତି ।
ମୋର ପ୍ରି୍ରୟ ଦେଶବାସୀଗଣ, ଲକ୍ଡାଉନ ସମୟରେ Technology-Bases Service delivery ଅନେକ ପ୍ରୟୋଗ ଆମ ଦେଶରେ ହୋଇଛି ଓ ଏବେ ଆଉ ସେକଥା ନାହିଁ ଯେ ବହୁତ ବଡ଼ technology ଏବଂ logistics companies ହିଁ ଏହା କରିପାରିବେ । ଝାଡ଼ଖଣ୍ଡର ଏହି କାମ ମହିଳାମାନଙ୍କ ସ୍ୱୟଂସହାୟିକା ଗୋଷ୍ଠୀ କରିକି ଦେଖାଇଛନ୍ତି । ଏହି ମହିଳାମାନେ ଚାଷୀଙ୍କ କ୍ଷେତରୁ ପନିପରିବା ଓ ଫଳ ଆଣି ସିଧାସଳଖ ଘରମାନଙ୍କରେ ପହଂଚାଇ ଦେଉଛନ୍ତି । ଏହି ମହିଳାମାନେ ‘ଆଜୀବିକା farm fresh’ ନାମକ ଏକ app ତିଆରି କରିଛନ୍ତି, ଯାହା ଜରିଆରେ ଲୋକେ ସହଜରେ ପନିପରିବା ମଗାଇପାରିବେ । ଏହି ସମଗ୍ର ପ୍ରଚେଷ୍ଟାରେ ଚାଷୀଙ୍କୁ ନିଜର ପନିପରିବା ଓ ଫଳର ଉଚିତ ମୂଲ୍ୟ ମିଳିଲା ଏବଂ ଲୋକଙ୍କୁ ମଧ୍ୟ ତାଜା ପନିପରିବା ଖାଇବାକୁ ମିଳିଲା । ସେଠାରେ ‘ଆଜୀବିକା farm fresh’ app ବହୁତ ଲୋକପ୍ରିୟ ହେବାରେ ଲାଗିଛି । ଲକ୍ଡାଉନ ସମୟରେ ଏମାନେ 50 ଲକ୍ଷରୁ ବି ଅଧିକ ଟଙ୍କାର ଫଳ-ପନିପରିବା ଲୋକଙ୍କ ପାଖରେ ପହଂଚାଇଥିଲେ । ବନ୍ଧୁଗଣ, କୃଷିକ୍ଷେତ୍ରରେ ନୂତନ ସମ୍ଭାବନା ତିଆରି ହେବା ଦେଖି ଆମର ବହୁସଂଖ୍ୟକ ଯୁବକଯୁବତୀ ମଧ୍ୟ ଏଥିସହ ଯୋଡ଼ି ହେବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର ବଡ଼ୱାନୀରେ ଅତୁଲ ପାଟୀଦାର ନିଜ ଅଂଚଳର 4 ହଜାର ଚାଷୀଙ୍କୁ digital ମାଧ୍ୟମରେ ଯୋଡ଼ିସାରିଛନ୍ତି । ଏହି ଚାଷୀମାନେ ଅତୁଲ ପାଟୀଦାରଙ୍କ E-platform farm card ମାଧ୍ୟମରେ ସାର, ବିହନ, କୀଟନାଶକ, ଫିମ୍ପିନାଶକ ଆଦି କୃଷି ସାମଗ୍ରୀର home delivery ପାଉଛନ୍ତି, ଅର୍ଥାତ ଚାଷୀଙ୍କ ଘରପର୍ଯ୍ୟନ୍ତ ସେମାନଙ୍କ ଜରୁରୀ ଜିନିଷଗୁଡ଼ିକ ପହଂଚିଯାଉଛି । ଏହି digital platformରେ ଆଧୁନିକ କୃଷି ଉପକରଣ ମଧ୍ୟ ଭଡ଼ାରେ ମିଳୁଛି । ଲକ୍ଡାଉନ ସମୟରେ ମଧ୍ୟ ଏହି digital platform ଜରିଆରେ ଚାଷୀଙ୍କୁ ହଜାର ହଜାର pocket delivery କରାଯାଇଛି, ଯେଉଁଥିରେ କପା ଓ ପନିପରିବା ମଞ୍ଜି ମଧ୍ୟ ଥିଲା । ଅତୁଲ ଜୀ ଏବଂ ତାଙ୍କର team ଚାଷୀମାନଙ୍କୁ ପ୍ରଯୁକ୍ତିଗତ ଭାବେ ସଚେତନ କରୁଛନ୍ତି; on line payment ଓ ବିକ୍ରିବଟା ଶିଖାଉଛନ୍ତି ।
ବନ୍ଧୁଗଣ, ଏବେ ମହାରାଷ୍ଟ୍ରର ଗୋଟିଏ ଘଟଣା ମୋ ଦୃଷ୍ଟିକୁ ଆସିଛି । ସେଠାରେ ଏକ farmer producer କମ୍ପାନୀ ମକା ଚାଷୀଙ୍କଠାରୁ ମକା କିଣିଛି । କମ୍ପାନୀ ଚାଷୀଙ୍କୁ ଏଥର ଦାମ୍ ବ୍ୟତୀତ bonus ମଧ୍ୟ ଦେଇଛି । ଚାଷୀଙ୍କ ପାଇଁ ମଧ୍ୟ ଏହା ଏକ ସୁଖଦ ଆଶ୍ଚର୍ଯ୍ୟ । ଯେତେବେଳେ ସେହି କମ୍ପାନୀକୁ ପଚରାଗଲା, ସେ କହିଲା ଯେ ଭାରତ ସରକାର ଯେଉଁ ନୂଆ କୃଷି ଆଇନ ଆଣିଛନ୍ତି ଏବେ ତା’ ବଳରେ ଚାଷୀ ଭାରତର ଯେକୌଣସି ଜାଗାରେ ଫସଲ ବିକିପାରୁଛି ଏବଂ ତାକୁ ଭଲ ଦାମ୍ ମିଳୁଛି, ସେଥିପାଇଁ ସେ ଭାବିଲେ ଯେ ଅତିରିକ୍ତ ଲାଭକୁ ଚାଷୀଙ୍କ ଭିତରେ ବାଂଟିବା ଉଚିତ । ସେଥିରେ ତାଙ୍କର ମଧ୍ୟ ଅଧିକାର ଅଛି ଏବଂ ସେ ଚାଷୀଙ୍କୁ bonus ଦେଇଛନ୍ତି । ବନ୍ଧୁଗଣ, bonus ଏବେ ହୁଏତ ଛୋଟ କଥା ହୋଇପାରେ, କିନ୍ତୁ ଏହି ଆରମ୍ଭ ବହୁତ ବଡ଼ । ଏଥିରୁ ଜଣାପଡ଼ୁଛି ଯେ ନୂତନ କୃଷି-ଆଇନ ଦ୍ୱାରା ତୃଣମୂଳ ସ୍ତରରେ ଚାଷୀଙ୍କର କେଉଁଭଳି ପରିବର୍ତ୍ତନ ଆସିବାର ସମ୍ଭାବନା ଭରି ରହିଛି ।
ମୋର ପ୍ରିୟ ଦେଶବାସୀଗଣ, ଆଜି ‘ମନ କୀ ବାତ୍’ରେ ଦେଶବାସୀଙ୍କର ଅସାଧାରଣ କାର୍ଯ୍ୟ ଆମ ଦେଶ, ଆମ ସଂସ୍କୃତିର ଭିନ୍ନ ଭିନ୍ନ ଦିଗ ଉପରେ ଆପଣମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଆଣିଦେଲା । ଆମ ଦେଶରେ ପ୍ରତିଭାବାନ ଲୋକଙ୍କର ଅଭାବ ନାହିଁ । ଯଦି ଆପଣ ମଧ୍ୟ ଏପରି ଲୋକଙ୍କୁ ଜାଣନ୍ତି, ତେବେ ସେମାନଙ୍କ ବିଷୟରେ ଆଲୋଚନା କରନ୍ତୁ, ଲେଖନ୍ତୁ ଏବଂ ସେମାନଙ୍କ ସଫଳତାକୁ share କରନ୍ତୁ । ଆଗାମୀ ପର୍ବଗୁଡ଼ିକ ପାଇଁ ଆପଣଙ୍କୁ ଓ ଆପଣଙ୍କ ପୂରା ପରିବାରକୁ ବହୁତ ବହୁତ ଅଭିନନ୍ଦନ । କିନ୍ତୁ ଗୋଟିଏ କଥା ମନେରଖନ୍ତୁ ଏବଂ ପର୍ବପର୍ବାଣୀ ସମୟରେ ବିଶେଷଭାବେ ମନେରଖନ୍ତୁ – ମାସ୍କ ପିନ୍ଧିବା, ହାତ ସାବୁନରେ ଧୋଇବା, ଦୁଇ ଗଜର ଦୂରତା ରଖିବା ।
ବନ୍ଧୁଗଣ, ଆସନ୍ତା ମାସରେ ପୁଣି ଆପଣଙ୍କ ସହ ‘ମନ୍ କୀ ବାତ୍’ ହେବ । ବହୁତ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କରୋନାର ଏହି କାଳଖଣ୍ଡରେ ସମଗ୍ର ବିଶ୍ୱ ଅନେକ ପରିବର୍ତ୍ତନ ଦେଇ ଗତି କରୁଛି । ଆଜି ଯେତେବେଳେ 2 ଗଜ ଦୂରତା ଗୋଟିଏ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି, ସେତେବେଳେ ଏହି ସଙ୍କଟ ସମୟ ପରିବାରର ସଦସ୍ୟମାନଙ୍କୁ ଏକାଠି ଯୋଡ଼ିବା, ପରସ୍ପରର ନିକଟବର୍ତ୍ତୀ କରିବାର କାମ ବି କରିଛି । କିନ୍ତୁ ଏତେ ଦୀର୍ଘଦିନ ଧରି ଏକାଠି ରହିବା, କେମିତି ରହିବା, ସମୟ କେମିତି କାଟିବା, ପ୍ରତିଟି ମୁହୂର୍ତ୍ତକୁ କେମିତି ଖୁସିରେ କାଟିବା? ଏ ସବୁକୁ ନେଇ ଅନେକ ପରିବାର କିଛିଟା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଲେ । ଏହାର କାରଣ ଥିଲା – ଆମର ଯେଉଁ ପରମ୍ପରା ଚାଲିଆସିଥିଲା, ଯାହା ପରିବାରରେ ଏକ ପ୍ରକାର ସଂସ୍କାରର ସ୍ରୋତ ରୂପେ ପ୍ରବାହିତ ହେଉଥିଲା, ତା’ର ଅଭାବ ପରିଲକ୍ଷିତ ହେଉଛି । ଲାଗୁଛି ଯେମିତି ଅନେକ ପରିବାରରେ ତ ଏହାର ଅନ୍ତ ଘଟିଛି ଆଉ ଏହାର ଅଭାବ ଯୋଗୁଁ ଏହି ସଙ୍କଟ ସମୟକୁ ଅତିବାହିତ କରିବା ପରିବାରଗୁଡ଼ିକ ପାଇଁ ଟିକିଏ କଷ୍ଟକର ହୋଇପଡ଼ିଲା । ତେବେ, ଏଥିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କ’ଣ ଥିଲା? ପ୍ରତ୍ୟେକ ପରିବାରର କେହି ନା କେହି ଗୁରୁଜନ ଅବା ବୟୋଜ୍ୟେଷ୍ଠ ବ୍ୟକ୍ତି କାହାଣୀ ଶୁଣାଉଥିଲେ ଏବଂ ଘର ଭିତରେ ନୂଆ ପ୍ରେରଣା, ନୂତନ ଶକ୍ତି ଭରିଦେଉଥିଲେ । ଆମେ ଏକଥା ନିଶ୍ଚିତ ଭାବେ ଅନୁଭବ କରିଥିବା ଯେ, ଆମ ପୂର୍ବପୁରୁଷମାନେ ଯେଉଁ ପରମ୍ପରା ସୃଷ୍ଟି କରିଯାଇଛନ୍ତି ସେସବୁ କେତେ ଗୁରୁତ୍ୱପୂର୍ଣ୍ଣ । ଆଉ ଏ ସବୁ ନ ଥିଲେ କିଭଳି ଏହାର ଅଭାବ ଅନୁଭୂତ ହୁଏ । ଏହିଭଳି ଗୋଟିଏ ପରମ୍ପରା ହେଲା କାହାଣୀ କହିବାର କଳା ବା Story Telling । ବନ୍ଧୁଗଣ, କାହାଣୀର ଇତିହାସ ସେତେ ପୁରାତନ, ଯେତିକି ପୁରାତନ ଏ ମାନବ ସଭ୍ୟତା । ‘where there is a soul, there is a story.’
କାହାଣୀ, ଲୋକଙ୍କ ଭିତରେ ଥିବା ସୃଜନଶୀଳ ଏବଂ ସମ୍ବେଦନଶୀଳ ବିଭବକୁ ସାମନାକୁ ଆଣେ, ଏହାର ପରିସ୍ଫୁଟନ କରାଏ । କାହାଣୀର ଶକ୍ତିକୁ ଅନୁଭବ କରିବାକୁ ହେଲେ ଜଣେ ମାଆ ତାର ଛୁଆକୁ ଶୁଆଇବା ପାଇଁ ବା ଖୁଆଇବା ପାଇଁ କାହାଣୀ ଶୁଣାଉଥିବା ସମୟରେ ଲକ୍ଷ୍ୟ କରନ୍ତୁ । ମୁଁ ନିଜ ଜୀବନର ଏକ ସୁଦୀର୍ଘ ସମୟ ଜଣେ ପରିବ୍ରାଜକ ଭାବରେ ଅତିବାହିତ କରିଛି । ବୁଲିବା ହିଁ ଥିଲା ମୋର ଜୀବନ । ପ୍ରତ୍ୟେକ ଦିନ ଗୋଟିଏ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର, କିନ୍ତୁ ମୁଁ ଯେତେବେଳେ ଲୋକଙ୍କ ଘରକୁ ଯାଉଥିଲି, ସେତେବେଳେ ତାଙ୍କ ପରିବାରର ଛୋଟ ଛୋଟ ପିଲାମାନଙ୍କ ସହିତ ନିଶ୍ଚୟ କଥା ହେଉଥିଲି । ବେଳେବେଳେ ସେମାନଙ୍କୁ କହୁଥିଲି – ଚାଲ, ଆଜି ମୋତେ ଗୋଟିଏ ଗପ ଶୁଣାଅ । କିନ୍ତୁ ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା, ଯେତେବେଳେ ପିଲାଏ କହୁଥିଲେ, – ନା ଅଙ୍କଲ୍, କାହାଣୀ ନୁହେଁ, ଆମେ ଆପଣଙ୍କୁ ହସକଥା ଶୁଣେଇବୁ । ଆଉ, ମୋତେ ବି ସେମାନେ ହସକଥା ଶୁଣେଇବାକୁ ଅନୁରୋଧ କରୁଥିଲେ । ଏହାର ଅର୍ଥ – କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ନ ଥିଲା । ପ୍ରାୟତଃ, ସେମାନଙ୍କର ଜୀବନ ହସକଥା ଭିତରେ ହିଁ ସୀମିତ ହୋଇଯାଇଥିଲା ।
ବନ୍ଧୁଗଣ, ଭାରତରେ କାହାଣୀ କହିବାର ଏବଂ କାହାଣୀ ଶୁଣିବାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି । ବିବେକ ଏବଂ ବୁଦ୍ଧିମତାର କଥାଗୁଡ଼ିକୁ ସହଜ ଭାବରେ ବୁଝାଇବା ଉଦ୍ଦେଶ୍ୟରେ ଯେଉଁଠି ହିତୋପଦେଶ ଓ ପଂଚତନ୍ତ୍ରର ପରମ୍ପରା ରହିଛି, ଯେଉଁଠି କାହାଣୀରେ ପଶୁ-ପକ୍ଷୀ ଏବଂ କାଳ୍ପନିକ ପରୀ-ରାଇଜ ଗଢ଼ିଉଠିଛି – ସେହି ଦେଶର ଅଧିବାସୀ ହୋଇଥିବାରୁ ଆମେ ଗର୍ବ ଅନୁଭବ କରୁ । ଆମର କଥା-ଶ୍ରବଣର ପରମ୍ପରା ରହିଛି । ଏହା ଧାର୍ମିକ କାହାଣୀ କହିବାର ପ୍ରାଚୀନ ପଦ୍ଧତି । ଏଥିରେ କଥାକାଳକ୍ଷେୱମ୍ ମଧ୍ୟ ଅନ୍ତର୍ଭୁକ୍ତ । ଆମ ଦେଶରେ ବିଭିନ୍ନ ପ୍ରକାର ଲୋକକଥାମାନ ରହିଛି । ତାମିଲନାଡ଼ୁ ଓ କେରଳରେ କାହାଣୀ କହିବାର ଗୋଟିଏ ଆକର୍ଷଣୀୟ ପ୍ରଣାଳୀ ରହିଛି । ଏହାକୁ ୱିଲ୍ଲୁ ପାଟ୍ କୁହାଯାଏ । ଏଥିରେ କାହାଣୀ ଓ ସଙ୍ଗୀତର ଖୁବ ଆକର୍ଷଣୀୟ ସାମଞ୍ଜସ୍ୟ ଥାଏ । ଭାରତରେ କଣ୍ଢେଇ ନାଚର ମଧ୍ୟ ଗୋଟିଏ ଜୀବନ୍ତ ପରମ୍ପରା ରହିଛି । ଆଜିକାଲି ବିଜ୍ଞାନ ଏବଂ ସାଇନ୍ସ ଫିକ୍ସନ୍ ସମ୍ପର୍କୀୟ କାହାଣୀମାନ କହିବାର ପ୍ରଥା ଲୋକପ୍ରିୟ ହେଲାଣି । ମୁଁ ଲକ୍ଷ୍ୟ କରୁଛି ଯେ, କିଛି ଲୋକ ଗପ କହିବାର କଳାକୁ ଆଗେଇ ନେବାକୁ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୋତେ gaathastory.in ଭଳି ୱେବ୍ସାଇଟ୍ ସମ୍ପର୍କରେ ସୂଚନା ମିଳିଲା, ଯାହା ଅମର ବ୍ୟାସ୍ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି । ଅମର ବ୍ୟାସ୍ ଆଇ.ଆଇ.ଏମ୍. ଅହମଦାବାଦରୁ ଏମ.ବି.ଏ. କରିବା ପରେ ବିଦେଶକୁ ଚାଲିଗଲେ । ପୁଣି ଫେରିଲେ । ଏବେ ସେ ବାଙ୍ଗାଲୁରୁରେ ରହୁଛନ୍ତି ଏବଂ ସମୟ ବାହାର କରି କାହାଣୀ ସହ ଜଡ଼ିତ ଏଭଳି ରୁଚିକର କାର୍ଯ୍ୟ କରୁଛନ୍ତି । ଏଭଳି ମଧ୍ୟ ଅନେକ ପ୍ରଚେଷ୍ଟା କରାଯାଇଛି ଯାହା ଭାରତର ଗ୍ରାମାଞ୍ଚଳର କାହାଣୀଗୁଡ଼ିକର ବହୁଳ ପ୍ରଚାର କରୁଛି । ବୈଶାଳୀ ବ୍ୟବହାରେ ଦେଶପାଣ୍ଡେଙ୍କ ଭଳି ଅନେକ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଏହାକୁ ମରାଠୀ ଭାଷାରେ ମଧ୍ୟ ଲୋକପ୍ରିୟ କରୁଛନ୍ତି ।
ଚେନ୍ନାଇର ଶ୍ରୀବିଦ୍ୟା ବୀର ରାଘବନ୍ ମଧ୍ୟ ଆମ ସଂସ୍କୃତି ସହ ଜଡ଼ିତ କାହାଣୀଗୁଡ଼ିକର ପ୍ରଚାର ପ୍ରସାରରେ ଲାଗିଛନ୍ତି । ସେହିପରି, କଥାଳୟ ଓ The Indian story telling network ନାମକ ଦୁଇଟି ୱେବସାଇଟ୍ ମଧ୍ୟ ଏହି କ୍ଷେତ୍ରରେ ଖୁବ ଭଲ କାମ କରୁଛନ୍ତି । ଗୀତା ରାମାନୁଜନ kathalaya.orgରେ କାହାଣୀଗୁଡ଼ିକୁ ଏକାଠି କରିଛନ୍ତି ଆଉ The Indian story telling network ମାଧ୍ୟମରେ ଭିନ୍ନ ଭିନ୍ନ ସହରର କାହାଣୀ କହୁଥିବା ଲୋକଙ୍କ ଗୋଟିଏ ନେଟୱାର୍କ ସୃଷ୍ଟି କରାଯାଉଛି । ବେଙ୍ଗାଲୁରୁରେ ରହୁଥିବା ବିକ୍ରମ ଶ୍ରୀଧର ମହାତ୍ମା ଗାନ୍ଧୀଙ୍କ କାହାଣୀଗୁଡ଼ିକୁ ନେଇ ବେଶ୍ ଉତ୍ସାହିତ । ଆହୁରି ଅନେକ ଲୋକ ଏହି କ୍ଷେତ୍ରରେ କାମ କରୁଥିବେ । ଆପଣମାନେ ସେମାନଙ୍କ ବିଷୟରେ ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ତଥ୍ୟ ଶେୟାର କରନ୍ତୁ ।
ଆଜି ଆମ ସହିତ ବେଙ୍ଗାଲୁରୁ story telling societyର ଭଉଣୀ ଅପର୍ଣ୍ଣା ଆତ୍ରେୟା ଏବଂ ଅନ୍ୟ ସଦସ୍ୟମାନେ ରହିଛନ୍ତି । ଆସନ୍ତୁ, ସେମାନଙ୍କ ସହ କଥା ହୋଇ ସେମାନଙ୍କ ଅନୁଭବ ସମ୍ପର୍କରେ ଜାଣିବା ।
ପ୍ରଧାନମନ୍ତ୍ରୀ : ହେଲୋ ।
ଅପର୍ଣ୍ଣା : ନମସ୍କାର ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ । ଆପଣ କେମିତି ଅଛନ୍ତି ?
ପ୍ରଧାନମନ୍ତ୍ରୀ : ମୁଁ ଭଲ ଅଛି । ଆପଣ କେମିତି ଅଛନ୍ତି ଅପର୍ଣ୍ଣାଜୀ?
ଅପର୍ଣ୍ଣା : ଖୁବ ଭଲ ଅଛି ସାର୍ । ସର୍ବପ୍ରଥମେ ବେଙ୍ଗାଲୁରୁ story telling society ତରଫରୁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, କାରଣ ଆପଣ ଆମଭଳି କଳାକାରମାନଙ୍କୁ ଏହି ମଂଚକୁ ନିମନ୍ତ୍ରଣ କରି ଆମ ସହ କଥା ହେଉଛନ୍ତି ।
ପ୍ରଧାନମନ୍ତ୍ରୀ : ମୁଁ ଶୁଣିଛି, ଆଜି ଆପଣଙ୍କ ପୁରା ଟିମ୍ ଆପଣଙ୍କ ସହିତ ଉପସ୍ଥିତ?
ଅପର୍ଣ୍ଣା : ହଁ ଆଜ୍ଞା, ଠିକ କଥା ।
ପ୍ରଧାନମନ୍ତ୍ରୀ : ତାହେଲେ ଆପଣଙ୍କ ସାଥୀମାନଙ୍କ ପରିଚୟ ଦିଅନ୍ତୁ, ଯାହାଫଳରେ ‘ମନ କି ବାତ୍’ର ଶ୍ରୋତାମାନେ ଜାଣିପାରିବେ ଯେ, ଆପଣମାନେ କେତେ ବଡ଼ ଅଭିଯାନଟିଏ ଚଳାଇଛନ୍ତି ।
ଅପର୍ଣ୍ଣା : ସାର୍ ମୋ ନାଁ ଅପର୍ଣ୍ଣା ଆତ୍ରେୟା । ମୁଁ ଦୁଇଟି ପିଲାର ମା, ଜଣେ ଭାରତୀୟ ବାୟୁସେନା ଅଧିକାରୀଙ୍କ ପତ୍ନୀ, ଆଉ କାହାଣୀ କହିବାକୁ ଖୁବ୍ ଭଲ ପାଉଥିବା ଜଣେ story teller । ଗପ କହିବାଟା 15 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯେତେବେଳେ ମୁଁ ସଫ୍ଟୱେୟାର ଇଣ୍ଡଷ୍ଟ୍ରିରେ କାମ କରୁଥିଲି । ସେଠାରେ ସିଏସଆର ପ୍ରକଳ୍ପ ଗୁଡ଼ିକରେ ସ୍ୱେଚ୍ଛାକୃତ ଭାବେ କାମ କରିବାକୁ ଯେତେବେଳେ ଗଲି ସେତେବେଳେ ହଜାର ହଜାର ପିଲାଙ୍କୁ କାହାଣୀ ମାଧ୍ୟମରେ ପାଠ ପଢ଼େଇବାର ସୁଯୋଗ ମିଳିଲା । ମୁଁ ମୋ ଜେଜେମାଙ୍କଠୁ ଶୁଣିଥିବା ଗପଗୁଡ଼ିକ ସେଠାରେ କହୁଥିଲି । କିନ୍ତୁ ଗପ ଶୁଣିବାବେଳେ ସେହି ପିଲାଙ୍କ ମୁହଁରେ ମୁଁ ଯେଉଁ ଖୁସି ଦେଖିଲି, ଯେଉଁ ହସ ଦେଖିଲି, ଯେଉଁ ଆନନ୍ଦ ଦେଖିଲି, ତାକୁ ଦେଖିକରି ମୁଁ ମନେମନେ ସ୍ଥିର କରିନେଇଥିଲି ଯେ ଗପ କହିବା ମୋ ଜୀବନର ଗୋଟିଏ ଲକ୍ଷ୍ୟ ହେବ ।
ପ୍ରଧାନମନ୍ତ୍ରୀ : ଆପଣଙ୍କ ଟିମ୍ରେ ସେଠି ଆଉ କିଏ ଅଛନ୍ତି ?
ଅପର୍ଣ୍ଣା : ଆଜ୍ଞା, ମୋ ସହିତ ଅଛନ୍ତି ଶୈଳଜା ସମ୍ପତ୍ ।
ଶୈଳଜା : ସାର୍ ନମସ୍କାର ।
ପ୍ରଧାନମନ୍ତ୍ରୀ : ଆଜ୍ଞା ନମସ୍କାର ।
ଶୈଳଜା : ମୁଁ ଶୈଳଜା ସମ୍ପତ୍ କହୁଛି । ପ୍ରଥମେ ମୁଁ ଜଣେ ଶିକ୍ଷୟିତ୍ରୀ ଥିଲି । ମୋ ପିଲାମାନେ ବଡ଼ ହେବାପରେ ମୁଁ ଥିଏଟରରେ କାମ କରିବା ଆରମ୍ଭ କଲି । କିନ୍ତୁ ଶେଷରେ କାହାଣୀ କହିବାରେ ହିଁ ସବୁଠୁ ବେଶୀ ଆତ୍ମତୃପ୍ତି ମିଳିଲା ।
ପ୍ରଧାନମନ୍ତ୍ରୀ : ଧନ୍ୟବାଦ ।
ଶୈଳଜା : ମୋ ସହିତ ସୌମ୍ୟା ଅଛନ୍ତି ।
ସୌମ୍ୟା : ସାର୍ ନମସ୍କାର ।
ପ୍ରଧାନମନ୍ତ୍ରୀ : ଆଜ୍ଞା ନମସ୍କାର ।
ସୌମ୍ୟା : ମୁଁ ସୌମ୍ୟା ଶ୍ରୀନିବାସନ୍ । ମୁଁ ଜଣେ ମନସ୍ତତ୍ୱବିତ୍ । ମୁଁ ଯେତେବେଳେ ପିଲା ଏବଂ ବଡ଼ମାନଙ୍କ ସହିତ କାମ କରେ ସେତେବେଳେ ମୁଁ ଗପ ମାଧ୍ୟମରେ ମଣିଷ ମନରେ ନବରସର ସୃଷ୍ଟି ପାଇଁ ଉଦ୍ୟମ କରେ ଆଉ, ସେମାନଙ୍କ ସହ ଆଲୋଚନା ମଧ୍ୟ କରେ । Healing and transformative storytelling ହେଉଛି ମୋର ଲକ୍ଷ୍ୟ ।
ଅପର୍ଣ୍ଣା : ସାର୍ ନମସ୍କାର ।
ପ୍ରଧାନମନ୍ତ୍ରୀ : ଆଜ୍ଞା ନମସ୍କାର ।
ଅପର୍ଣ୍ଣା : ମୋ ନାଁ ଅପର୍ଣ୍ଣା ଜୟଶଙ୍କର । ମୋର ସୌଭାଗ୍ୟ ମୁଁ ମୋ ଜେଜେମା’ ଏବଂ ଅଜା ଆଈଙ୍କ ସହିତ ଏହି ଦେଶର ବିଭିନ୍ନ ଅଂଚଳରେ ବଢ଼ିଛି । ତେଣୁ ରାମାୟଣ, ପୁରାଣ ଆଉ ଗୀତାର କାହାଣୀମାନ ମୋତେ ସବୁଦିନ ରାତିରେ ଶୁଣିବାକୁ ମିଳୁଥିଲା । ଆଉ Bangalore Story telling society ଭଳି ସଂସ୍ଥା ଯେହେତୁ ରହିଛି, ତେଣୁ ମୁଁ ଜଣେ ଷ୍ଟୋରି ଟେଲର ହେବା ଏକ ପ୍ରକାର ସୁନିଶ୍ଚିତ ଥିଲା । ମୋ ସହିତ ମୋ ସହକର୍ମୀ ଲାବଣ୍ୟା ପ୍ରସାଦ ଅଛନ୍ତି ।
ପ୍ରଧାନମନ୍ତ୍ରୀ : ଲାବଣ୍ୟାଜୀ ନମସ୍କାର ।
ଲାବଣ୍ୟା : ଆଜ୍ଞା ନମସ୍କାର । ମୁଁ ଇଲେକ୍ଟ୍ରିକାଲ୍ ଇଂଜିନିୟରରୁ ଜଣେ ପେଶାଦାର ଷ୍ଟୋରି ଟେଲର ପାଲଟିଯାଇଛି । ମୁଁ ମୋ ଜେଜେବାପାଙ୍କଠୁ ଗପ ଶୁଣି ଶୁଣି ବଡ଼ ହେଇଛି । ମୁଁ ବରିଷ୍ଠ ନାଗରିକମାନଙ୍କ ସହିତ କାମ କରୁଛି । ରୁଟ୍ସ ନାମକ ମୋର ଗୋଟିଏ ବିଶେଷ ପ୍ରକଳ୍ପ ଜରିଆରେ ମୁଁ ସେମାନଙ୍କୁ ତାଙ୍କ ପରିବାର ପାଇଁ ନିଜ ନିଜର କାହାଣୀ ସବୁକୁ ଲିପିବଦ୍ଧ କରିବା ନିମନ୍ତେ ସାହାଯ୍ୟ କରୁଛି ।
ପ୍ରଧାନମନ୍ତ୍ରୀ : ଲାବଣ୍ୟାଜୀ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ । ଆପଣ ଯାହା କହିଲେ, ମୁଁ ମଧ୍ୟ ଆଗରୁ ଥରେ ‘ମନ କି ବାତ୍’ରେ ସମସ୍ତଙ୍କୁ କହିଥିଲି ଯେ, ଯଦି ଆପଣଙ୍କ ପରିବାରରେ ନିଜର ଜେଜେବାପା, ଜେଜେମା, ଅଜା ଆଈ ଅଛନ୍ତି ତାହାଲେ ସେମାନଙ୍କୁ ତାଙ୍କ ପିଲାଦିନ କଥା ପଚାରନ୍ତୁ ଆଉ ତାକୁ ରେକର୍ଡ଼ କରିନିଅନ୍ତୁ । ତାହା ଆପଣଙ୍କ ବହୁତ କାମରେ ଲାଗିବ – ଏ କଥା ମୁଁ କହିଥିଲି । ଆପଣମାନେ ନିଜର ପରିଚୟ ପ୍ରଦାନ କରିଥିବାରୁ, ନିଜ କଳା, ନିଜର ଉପସ୍ଥାପନା ଶୈଳୀ ଆଉ ଖୁବ କମ ଶବ୍ଦରେ ଉତମ ଭାବେ ଆପଣମାନେ ନିଜର ପରିଚୟ ପ୍ରଦାନ କରିଥିବାରୁ ମୁଁ ମଧ୍ୟ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି ।
ଲାବଣ୍ୟା : ଧନ୍ୟବାଦ ସାର
ପ୍ରଧାନମନ୍ତ୍ରୀ : ତେବେ ଏଥର ଆମର ‘ମନ କି ବାତ’ର ଶ୍ରୋତାମାନଙ୍କର ମଧ୍ୟ ଇଚ୍ଛା ହେଉଥିବ ଗପ ଶୁଣିବାକୁ । ଆପଣମାନଙ୍କୁ ଗୋଟିଏ ଦୁଇଟି ଗପ ଶୁଣାଇବାକୁ ଅନୁରୋଧ କରିପାରେ କି ?
ସମବେତ ସ୍ୱରରେ : ଆଜ୍ଞା ନିଶ୍ଚିତ ରୂପେ । ଇଏ ତ ଆମ ସୌଭାଗ୍ୟ । ଆସନ୍ତୁ ଏଥର ଶୁଣିବା ଜଣେ ରାଜାଙ୍କ କାହାଣୀ । ରାଜାଙ୍କ ନାମ ଥିଲା କୃଷ୍ଣଦେବ ରାୟ ଓ ରାଜ୍ୟର ନାମ ଥିଲା ବିଜୟନଗର । ରାଜା ଥିଲେ ଖୁବ୍ ଗୁଣବାନ । ତାଙ୍କର ଦୁର୍ବଳତା ଭିତରେ ଥିଲା କେବଳ ଦୁଇଟି କଥା – ପ୍ରଥମଟି ନିଜ ମନ୍ତ୍ରୀ ତେନାଲୀ ରାମାକୁ ବେଶୀ ଭଲ ପାଇବା ଓ ଦ୍ୱିତୀୟରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା । ରାଜା ପ୍ରତିଦିନ ଦ୍ୱିପହରରେ ସ୍ୱାଦିଷ୍ଟ ବ୍ୟଞ୍ଜନ ଆଶାରେ ଭୋଜନ ପାଇଁ ବସୁଥିଲେ । କିନ୍ତୁ ପ୍ରତିଦିନ ତାଙ୍କ ରୋଷେଇୟା ତାଙ୍କୁ ସେହି ସ୍ୱାଦହୀନ ତରକାରୀ ଖୁଆଉଥିଲେ । ଜହ୍ନି, ଲାଉ, କଖାରୁ – ଓଃ… । ଦିନେ ରାଗିଯାଇ ରାଜା ନିଜର ଥାଳିକୁ ଫୋପାଡ଼ିଦେଲେ । ରାଗରେ ସେ ତାଙ୍କ ରୋଷେଇୟାକୁ କହିଲେ – କାଲି କିଛି ସୁସ୍ୱାଦୁ ତରକାରି ରାନ୍ଧିବ ନ ହେଲେ ତୁମକୁ ଶୁଳିରେ ଚଢ଼େଇଦେବି । ବିଚରା ରୋଷେଇୟା ଡରିଗଲା । ସେ ନୂଆ ପରିବା ଆଣିବ ବା କେଉଁଠୁ? ରୋଷେଇୟା ସିଧା ଦଉଡ଼ିଗଲା ତେନାଲୀ ରାମାଙ୍କ ପାଖକୁ ଆଉ ତାଙ୍କୁ ସବୁ କଥା କହିଲା । ତା କଥା ଶୁଣି ତେନାଲି ରାମା ରୋଷେଇୟାକୁ ଗୋଟିଏ ଉପାୟ ବତାଇଲେ । ପରଦିନ ରାଜା ଭୋଜନ ସମୟରେ ଆସି ପହଂଚିଲେ ଓ ରୋଷେଇୟାକୁ ଡାକ ପକାଇଲେ । ପଚାରିଲେ – ଆଜି କିଛି ଭଲ ରାନ୍ଧିଛ ନା ତମ ପାଇଁ ଶୁଳି ପ୍ରସ୍ତୁତ କରିବି? ଭୟଭୀତ ରୋଷେଇୟା ସଙ୍ଗେ ସଙ୍ଗେ ଥାଳିରେ ଖାଦ୍ୟ ପରଷିଦେଲା । ଥାଳିରେ ନୂଆ ପ୍ରକାର ତରକାରୀ ଥିଲା । ରାଜା ଉତ୍ସାହିତ ହେଲେ ଆଉ ଟିକିଏ ତରକାରୀ ଚାଖିଲେ । ଆରେ ବାଃ .. କି ବଢ଼ିଆ ହେଇଛି! ନା ଜହ୍ନି ଭଳିଆ ଫିକା ନା କଖାରୁ ଭଳି ମିଠା । ରୋଷେଇୟା ପକାଇଥିବା ସବୁ ପ୍ରକାର ମସଲା ଖୁବ ଭଲଭାବେ ମିଶିଯାଇଥିଲା । ଆଙ୍ଗୁଠି ଚାଟୁ ଚାଟୁ ସନ୍ତୁଷ୍ଟ ରାଜା ରୋଷେଇୟାକୁ ଡାକି ପଚାରିଲେ – ସେଇଟା କି ତରକାରି ଥିଲା? ସେ ତରକାରୀର ନାଁ କ’ଣ? ଶିଖାଯାଇଥିବା ଅନୁସାରେ ରୋଷେଇୟା ଉତର ଦେଲା – ମହାରାଜ, ଇଏ ମୁକୁଟଧାରୀ ବାଇଗଣ । ପ୍ରଭୁ, ଠିକ ଆପଣଙ୍କ ଭଳି ଇଏ ବି ପରିବା ଭିତରେ ରାଜା । ସେଇଥିପାଇଁ ଅନ୍ୟ ପରିବାମାନେ ବାଇଗଣକୁ ମୁକୁଟ ପିନ୍ଧାଇଛନ୍ତି । ଖୁସି ହୋଇ ରାଜା କହିଲେ – ଆଜିଠୁ ଆମେ ମୁକୁଟଧାରୀ ବାଇଗଣ ଖାଇବୁ । ଆଉ କେବଳ ଆମେ ନୁହେଁ, ଆମ ରାଜ୍ୟର ସମସ୍ତେ ଏହା ଖାଇବେ । ଆମ ରାଜ୍ୟରେ ଏହି ବାଇଗଣ ଛଡ଼ା ଆଉ କୌଣସି ତରକାରୀ ରନ୍ଧା ହେବନି । ରାଜା ଓ ପ୍ରଜା ଉଭୟେ ଖୁସି ଥିଲେ । ପ୍ରଥମେ ସେମାନେ ଖୁସି ଥିଲେ କାରଣ ସେମାନେ ଗୋଟିଏ ନୂଆ ପରିବା ପାଇଥିଲେ । କିନ୍ତୁ ଦିନ ବିତିବା ସାଙ୍ଗକୁ ସେଥିରେ ବ୍ୟତିକ୍ରମ ଦେଖାଗଲା । ଗୋଟିଏ ଘରେ ବାଇଗଣ ଭର୍ତା ତ ଆଉ ଗୋଟିଏ ଘରେ ବାଇଗଣ ଭଜା । ଜଣକ ଘରେ କତା ସମ୍ବର ତ ଅନ୍ୟ ଜଣକ ଘରେ ୱାଂଗି ଭାତ । ବିଚରା ବାଇଗଣଟି କେତେ ରୂପ ଧାରଣ କରିଥାନ୍ତା? ଧିରେ ଧିରେ ରାଜା ମଧ୍ୟ ବିରକ୍ତ ହୋଇଗଲେ । ସବୁଦିନ ସେଇ ଏକା ବାଇଗଣ! ଏମିତି ଦିନ ଆସିଲା ଯେ ରାଜା ରୋଷେଇୟାକୁ ଡାକି ଖୁବ ବିରକ୍ତି ପ୍ରକାଶ କଲେ । ପଚାରିଲେ – ବାଇଗଣ ମୁଣ୍ଡରେ ମୁକୁଟ ଅଛି ବୋଲି ତୁମକୁ କିଏ କହିଲା? ଆମ ରାଜ୍ୟରେ ଆଜିଠୁ କେହି ବାଇଗଣ ଖାଇବେ ନାହିଁ । କାଲିଠୁ ଆଉ ଯାହାକିଛି ତରକାରୀ କରିବ କିନ୍ତୁ ବାଇଗଣ ତରକାରି କରିବନି । ଯଥାଜ୍ଞା ମହାରାଜ କହି ରୋଷେଇୟା ସିଧା ତେନାଲୀ ରାମା ପାଖକୁ ଗଲା । ତାଙ୍କ ଗୋଡ଼ ଧରି କହିଲା – ମନ୍ତ୍ରୀ ମହୋଦୟ, ଧନ୍ୟବାଦ । ଆପଣ ମୋ ଜୀବନ ବଞ୍ଚାଇଦେଲେ । ଆପଣଙ୍କ ପରାମର୍ଶ ଅନୁସାରେ ଏଥର ମୁଁ ଅନ୍ୟ ତରକାରୀ ମଧ୍ୟ ରାନ୍ଧି ରାଜାଙ୍କୁ ଖୁଆଇପାରେ । ତେନାଲୀ ରାମା ହସି ହସି କହିଲେ –ଯିଏ ରାଜାଙ୍କୁ ଖୁସି ନ ରଖିପାରେ ସିଏ କି ମନ୍ତ୍ରୀ? ଏହିଭଳି କୃଷ୍ଣଦେବ ରାୟ ଓ ତେନାଲୀ ରାମାଙ୍କ ନୂଆ ନୂଆ ଗପ ସୃଷ୍ଟି ହେଇ ଚାଲିଲା ଓ ଲୋକ ଶୁଣି ଚାଲିଲେ … ଧନ୍ୟବାଦ ।
ପ୍ରଧାନମନ୍ତ୍ରୀ : ଆପଣଙ୍କ କଥାରେ ଏତେ ସରଳତା ଥିଲା, ଏତେ ନିଖୁଣତା ଥିଲା ଯେ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ଯିଏ ବି ତାକୁ ଶୁଣିବେ, ନିଶ୍ଚୟ ମନେ ରଖିବେ । ଆପଣ ଖୁବ ଭଲ ଢଙ୍ଗରେ ଏହାକୁ ପରିବେଷଣ କଲେ ଆଉ ବିଶେଷ ସଂଯୋଗ ଯେ ଦେଶରେ ଏବେ ପୋଷଣ ମାସ ଚାଲିଛି । ଆଉ ଆପଣଙ୍କ କାହାଣୀଟି ମଧ୍ୟ ଭୋଜନ ସହ ସର୍ମ୍ପକିତ ।
ଆପଣମାନେ ଯେଉଁମାନେ ଏହି କାହାଣୀ କହିବାର କାର୍ଯ୍ୟ କରୁଛନ୍ତି, ଆପଣଙ୍କୁ ଦେଖିବାକୁ ପଡ଼ିବ କିଭଳି ଆମେ ଆମର ନୂତନ ପିଢ଼ିକୁ ଆମର ମହାପୁରୁଷ, ମହୀୟସୀ ମହିଳାମାନଙ୍କ କଥା କାହାଣୀ ଆକାରରେ କହିପାରିବା! ଆମେ କଥାଶାସ୍ତ୍ରର କିଭଳି ଅଧିକ ପ୍ରଚାର କରିବା, ଏହାକୁ ଜନପ୍ରିୟ କରିବା ଏବଂ ପ୍ରତ୍ୟେକ ଘରେ ପିଲାଙ୍କୁ ଭଲ କାହାଣୀ କହିବା ଓ ଶୁଣାଇବା ତାହା ମଧ୍ୟ ଗୋଟିଏ ବହୁତ ବଡ଼ କାମ ହେବ । ଏଭଳି ପରିବେଶ ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ ମିଶି କାମ କରିବା ଉଚିତ । ଆପଣମାନଙ୍କ ସହିତ କଥା ହୋଇ ମୋତେ ଖୁବ ଭଲ ଲାଗିଲା । ମୁଁ ଆପଣମାନଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି । ଧନ୍ୟବାଦ ।
ସମବେତ ସ୍ୱର : ଧନ୍ୟବାଦ ସାର୍ ।
କାହାଣୀ ମାଧ୍ୟମରେ ସଂସ୍କାର-ସରିତାକୁ ଆଗେଇ ନେଉଥିବା ଏହି ଭଉଣୀମାନଙ୍କ କଥା ଆମେ ଶୁଣିଲୁ । ମୁଁ ଯେତେବେଳେ ଫୋନରେ ସେମାନଙ୍କ ସହ କଥା ହେଉଥିଲି, ତାହା ଏତେ ଲମ୍ବା ସମୟ ଧରି ହୋଇଥିଲା ଯାହା ‘ମନ କି ବାତ୍’ର ସମୟ ସୀମାକୁ ଟପିଯାଇପାରେ ବୋଲି ମୁଁ ଅନୁଭବ କଲି । ତେଣୁ ତାଙ୍କ ସହ ହୋଇଥିଲା ମୋର ସମ୍ପୂର୍ଣ୍ଣ ବାର୍ତାଳାପକୁ ମୁଁ ମୋର ନରେନ୍ଦ୍ର ମୋଦୀ ଆପ୍ ରେ ଅପ୍ଲୋଡ କରିବି । ସମ୍ପୂର୍ଣ୍ଣ ବାର୍ତ୍ତାଳାପକୁ ଆପଣ ନିଶ୍ଚୟ ଶୁଣିବେ । ଏଇ ‘ମନ କି ବାତ୍’ରେ ମୁଁ କେବଳ ଏହାର ଗୋଟିଏ ଛୋଟ ଅଂଶ ହିଁ ଆପଣମାନଙ୍କୁ ଶୁଣାଇଛି । ପରିବାରରେ ପ୍ରତି ସପ୍ତାହରେ କାହାଣୀ ପାଇଁ କିଛି ସମୟ ବାହାର କରିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ଏ କଥା ମଧ୍ୟ କରିପାରନ୍ତି ଯେ, ପରିବାରର ପ୍ରତ୍ୟେକ ସଭ୍ୟଙ୍କୁ ପ୍ରତି ସପ୍ତାହରେ ଗୋଟିଏ ବିଷୟ ଦେଇ, ଯେମିତିକି କରୁଣା, ସମ୍ବେଦନଶୀଳତା, ପରାକ୍ରମ, ତ୍ୟାଗ, ଶୌର୍ଯ୍ୟ – କୌଣସି ଗୋଟିଏ ବିଷୟକୁ ନେଇ ପରିବାରର ସମସ୍ତ ସଦସ୍ୟ ସେହି ସପ୍ତାହରେ ସେହି ବିଷୟ ଉପରେ କାହାଣୀ ଖୋଜି ପ୍ରତ୍ୟେକେ ଗୋଟିଏ ଗୋଟିଏ କାହାଣୀ କହିବେ ।
ଆପଣ ଦେଖନ୍ତୁ, ପରିବାରରେ କେତେବଡ଼ ଭଣ୍ଡାର ହୋଇଯିବ, ଗବେଷଣାର କେତେ ବଢ଼ିଆ କାମ ହୋଇଯିବ, ସମସ୍ତଙ୍କୁ କେତେ ଆନନ୍ଦ ଲାଗିବ ଏବଂ ପରିବାରରେ ଗୋଟିଏ ନୂଆ ପ୍ରାଣ, ନୂଆ ଶକ୍ତି ଆସିବ- ସେହିଭଳି ଆମେ ଆଉ ଗୋଟିଏ କାମ ମଧ୍ୟ କରିପାରିବା । ମୁଁ ଗଳ୍ପ ଶୁଣାଉଥିବା ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରିବାକୁ ଯାଉଛୁ; ଆମେ କ’ଣ ଆମ ଗପମାନଙ୍କରେ ପରାଧୀନ ସମୟର ଯେତେ ପ୍ରେରଣାଦାୟକ କାହାଣୀ ଅଛି, ସେଗୁଡ଼ିକୁ ଗପ ଆକାରରେ ପ୍ରଚାର କରିପାରିବା! ବିଶେଷକରି 1857ରୁ 1947 ପର୍ଯ୍ୟନ୍ତ, ପ୍ରତ୍ୟେକ ଛୋଟମୋଟ ଘଟଣାକୁ ଏବେ ଆମର ନୂଆପିଢ଼ିକୁ କାହାଣୀ ମାଧ୍ୟମରେ ପରିଚିତ କରାଇପାରିବା । ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚିତ ଭାବେ ଏହି କାମ କରିବେ । କାହାଣୀ କହିବାର ଏହି କଳା ଦେଶରେ ଆହୁରି ଅଧିକ ମଜଭୁତ ହେଉ ଓ ଅଧିକ ପ୍ରଚାରପ୍ରସାର ହେଉ ଏବଂ ସହଜ ହେଉ, ସେଥିପାଇଁ ଆସନ୍ତୁ ଆମେ ସମସ୍ତେ ଚେଷ୍ଟା କରିବା ।
ମୋର ପ୍ରିୟ ଦେଶବାସୀଗଣ, ଆସନ୍ତୁ କାହାଣୀର ଦୁନିଆରୁ ଆମେ ଏବେ ସାତ ସମୁଦ୍ର ପାରହୋଇ ସେପଟର ଏକ ସ୍ୱର ଶୁଣିବା!
“ନମସ୍ତେ, ଭାଇ ଓ ଭଉଣୀମାନେ, ମୋର ନାଁ ସେଦୁ ଦେମବେଲେ । ପଶ୍ଚିମ ଆଫ୍ରିକାର ଏକ ଦେଶ ମାଲିରେ ମୋର ଘର । ମୋତେ ଫେବୃଆରୀ ମାସରେ ଭାରତ ଭ୍ରମଣବେଳେ ସବୁଠୁ ବଡ଼ ଉତ୍ସବ କୁମ୍ଭମେଳାକୁ ଯିବାର ସୁଯୋଗ ମିଳିଥିଲା । ମୋ ପାଇଁ ଏହା ବହୁତ ଗର୍ବର କଥା । କୁମ୍ଭମେଳାକୁ ଯାଇ ମୋତେ ବହୁତ ଭଲ ଲାଗିଲା ଓ ଭାରତର ସଂସ୍କୃତିକୁ ଦେଖି ବହୁତ କିଛି ଶିଖିବାକୁ ମିଳିଲା । ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ଆମକୁ ଆଉଥରେ ଭାରତ ଭ୍ରମଣରେ ଯିବାକୁ ସୁଯୋଗ ଦିଆଯାଉ, ଯେପରିକି ଆମେ ଭାରତ ସମ୍ପର୍କରେ ଆହୁରି ଅଧିକ କିଛି ଶିଖିପାରିବୁ । ନମସ୍ତେ ।’’
ପ୍ରଧାନମନ୍ତ୍ରୀ : ଖୁବ୍ ମଜାଦାର ନା! ଇଏ ଥିଲେ ମାଲିର ସେଦୁ ଦେମବେଲେ । ମାଲି ଭାରତରୁ ଅନେକ ଦୂର ପଶ୍ଚିମ ଆଫ୍ରିକାର ଏକ ବଡ଼ ଏବଂ Land locked ଦେଶ । ସେଦୁ ଦେମବେଲେ ମାଲିର ଗୋଟିଏ ସହର କିଟାରେ ଏକ ଘରୋଇ ସ୍କୁଲରେ ଶିକ୍ଷକ ଅଛନ୍ତି । ସେ ପିଲାଙ୍କୁ ଇଂରେଜୀ, ସଂଗୀତ, ଚିତ୍ରକଳା ପଢ଼ାନ୍ତି, ଶିଖାନ୍ତି; କିନ୍ତୁ ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି- ଲୋକେ ତାଙ୍କୁ ମାଲିର ‘ହିନ୍ଦୁସ୍ତାନ କା ବାବୁ’ କହନ୍ତି ଏବଂ ଏପରି କୁହାଯିବାରେ ବହୁତ ଗର୍ବ ଅନୁଭବ କରନ୍ତି । ପ୍ରତ୍ୟେକ ରବିବାର ଅପରାହ୍ଣରେ ସେ ମାଲିରେ ଏକ ଘଂଟାର ରେଡିଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି । ଏହି କାର୍ଯ୍ୟକ୍ରମର ନାଁ Indian Frequency on Bollywood Songs । ଏହାକୁ ସେ ଗତ 23 ବର୍ଷ ଧରି ପ୍ରସ୍ତୁତ କରିଆସୁଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଫରାସୀ ସହିତ ମାଲିର ଲୋକଭାଷା ‘ବମବାରା’ରେ ବି ଖୁବ୍ ନାଟକୀୟ ଢଙ୍ଗରେ ଉପସ୍ଥାପନା କରନ୍ତି । ଭାରତ ପ୍ରତି ତାଙ୍କ ମନରେ ଅଗାଧ ପ୍ରେମ ରହିଛି । ଭାରତ ସହ ତାଙ୍କର ଗଭୀର ସମ୍ପର୍କର ଆଉ ଏକ କାରଣ ହେଉଛି ତାଙ୍କ ଜନ୍ମ 15 ଅଗଷ୍ଟରେ ହୋଇଥିଲା । ସେଦୁ ଜୀ ଆଉ ଏକ ଦୁଇ ଘଣ୍ଟିଆ କାର୍ଯ୍ୟକ୍ରମ ଏବେ ପ୍ରତ୍ୟେକ ରବିବାର ରାତି 9ଟାରେ ଆରମ୍ଭ କରିଛନ୍ତି; ଏଥିରେ ସେ ଗୋଟିଏ ବଲିଉଡ଼ ଚଳଚ୍ଚିତ୍ରର ସଂପୂର୍ଣ୍ଣ କାହାଣୀ ଫରାସୀ ଓ ବମବାରା ଭାଷାରେ ଶୁଣାଇଥାନ୍ତି । ବେଳେବେଳେ ସେ କୌଣସି ଭାବପ୍ରବଣ ଦୃଶ୍ୟ ସମ୍ପର୍କରେ କହୁଥିବା ସମୟରେ ନିଜେ ମଧ୍ୟ ଏବଂ ତାଙ୍କର ଶ୍ରୋତା ମଧ୍ୟ ଏକାସାଂଗେ କାନ୍ଦିପକାନ୍ତି । ସେଦୁ ଜୀଙ୍କ ବାପା ହିଁ ତାଙ୍କୁ ଭାରତୀୟ ସଂସ୍କୃତି ସହ ତାଙ୍କର ପରିଚୟ କରାଇଥିଲେ । ତାଙ୍କ ବାପା ଚଳଚ୍ଚିତ୍ର ଏବଂ ମଂଚନାଟକରେ କାମ କରୁଥିଲେ ଓ ସେଠାରେ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେଉଥିଲା । ଏ ବର୍ଷ 15 ଅଗଷ୍ଟରେ ସେ ହିନ୍ଦୀରେ ଗୋଟିଏ ଭିଡିଓ ମାଧ୍ୟମରେ ଭାରତର ଲୋକଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଥିଲେ । ଆଜି ତାଙ୍କର ପିଲାମାନେ ଭାରତର ଜାତୀୟ ସଂଗୀତକୁ ସହଜରେ ଗାଆନ୍ତି । ଆପଣ ଏହି ଦୁଇଟି ଭିଡିଓ ନିଶ୍ଚିତ ଦେଖନ୍ତୁ ଏବଂ ତାଙ୍କର ଭାରତପ୍ରେମକୁ ଅନୁଭବ କରନ୍ତୁ । ସେଦୁ ଜୀ ଯେତେବେଳେ କୁମ୍ଭମେଳାକୁ ଆସିଥିଲେ ସେତେବେଳେ ସେ ସେହି ପ୍ରତିନିଧିଦଳର ଜଣେ ଥିଲେ, ଯାହାଙ୍କୁ ମୁଁ ଭେଟିଥିଲି । ଭାରତ ପାଇଁ ତାଙ୍କର ଏହିଭଳି ଆବେଗ, ସ୍ନେହ ଓ ଭଲ ପାଇବା ପ୍ରକୃତରେ ଆମପାଇଁ ଗର୍ବର ବିଷୟ ।
ମୋର ପ୍ରିୟ ଦେଶବାସୀଗଣ, ଆମର ଏଠି କୁହାଯାଏ ଯେ ମାଟି ସହ ଯିଏ ଯେତିକି ଜଡ଼ିତ ହୋଇ ରହିଥାଏ ସେ ବଡ଼ବଡ଼ ଝଡ଼ରେ ମଧ୍ୟ ଅଟଳ ରହିଥାଏ । କରୋନାର ଏହି କଠିନ ସମୟରେ ଆମର କୃଷିକ୍ଷେତ୍ର, ଆମର କୃଷକ ଏହାର ଜୀବନ୍ତ ଉଦାହରଣ । ଏହି ସଂକଟକାଳରେ ମଧ୍ୟ ଆମ ଦେଶର କୃଷିକ୍ଷେତ୍ର ନିଜର ଶକ୍ତି ଦେଖାଇଛି । ବନ୍ଧୁଗଣ, ଦେଶର କୃଷିକ୍ଷେତ୍ର, ଆମର କୃଷକ, ଆମର ଗାଁ, ଆତ୍ମନିର୍ଭର ଭାରତର ଆଧାର । ଏହା ମଜଭୁତ ହେଲେ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ମଜଭୁତ ହେବ । ବିଗତ କିଛି ଦିନରେ ଏହି କ୍ଷେତ୍ରଟି ନିଜକୁ ଅନେକ ବନ୍ଧନରୁ ମୁକ୍ତ କରିଛି, ଅନେକ କଥନକୁ ଭାଂଗିବାର ପ୍ରୟାସ କରିଛି । ମୋତେ ଅନେକ ଚାଷୀଙ୍କର ଚିଠି ମିଳେ, ଚାଷୀ ସଂଗଠନ ସହ ମୋର ଆଲୋଚନା ହୁଏ, ଯେଉଁମାନେ କହନ୍ତି କିପରି ଚାଷ ସହ ନୂଆନୂଆ କଥା ଯୋଡ଼ି ହେଉଛି, କିପରି କୃଷିରେ ପରିବର୍ତ୍ତନ ଆସୁଛି । ଯାହା ମୁଁ ତାଙ୍କଠାରୁ ଶୁଣିଛି, ଯାହା ଅନ୍ୟମାନଙ୍କଠାରୁ ଶୁଣିଛି, ଆଜି ‘ମନ କୀ ବାତ୍’ରେ ସେହି କୃଷକମାନଙ୍କର କିଛି କଥା ନିଶ୍ଚୟ ଆପଣମାନଙ୍କୁ ଶୁଣାଉଛି । ହରିୟାଣାର ସୋନିପତ ଜିଲ୍ଲାରେ ଆମର ଜଣେ ଚାଷୀଭାଇ ରହନ୍ତି ଯାହାଙ୍କ ନାମ ଶ୍ରୀ କଁୱର୍ ଚୌହାନ । ସେ କହିଥିଲେ ଯେ ଦିନ ଥିଲା କେମିତି ତାଙ୍କୁ ମଣ୍ଡି ବାହାରେ ନିଜର ଫଳ ଓ ପନିପରିବା ବିକିବା ପାଇଁ ବହୁତ ଅସୁବିଧା ହେଉଥିଲା । ଯଦି ସେ ମଣ୍ଡି ବାହାରେ ନିଜର ଫଳ ଓ ପନିପରିବା ବିକୁଥିଲେ, ଅନେକ ଥର ତାଙ୍କର ଫଳ, ପନିପରିବା, ଗାଡ଼ି ପର୍ଯ୍ୟନ୍ତ ଜବତ ହେଉଥିଲା । କିନ୍ତୁ 2014ରେ ଫଳ ଓ ପନିପରିବାକୁ ଏପିଏମସି ବିଧେୟକରୁ ବାହାର କରିଦିଆଗଲା । ଏହାଦ୍ୱାରା ତାଙ୍କୁ ଓ ତାଙ୍କର ଚାଷୀବନ୍ଧୁମାନଙ୍କୁ ବହୁତ ଲାଭ ହେଲା । ଚାରିବର୍ଷ ପୂର୍ବରୁ ସେ ନିଜ ଗାଁର ଚାଷୀ ବନ୍ଧୁମାନଙ୍କ ସହ ମିଶି ଏକ କୃଷକ ଉତ୍ପାଦକ ଗୋଷ୍ଠୀ ଗଢ଼ିଲେ । ଆଜି ଗାଁର ଚାଷୀମାନେ ମିଠା ମକା ଏବଂ ବେବି କର୍ନ ଚାଷ କରୁଛନ୍ତି । ତାଙ୍କ ଉତ୍ପାଦ ଆଜି ଦିଲ୍ଲୀର ଆଜାଦପୁର ମଣ୍ଡି, ବଡ଼ବଡ଼ ବ୍ୟବସାୟ ଚେନ ତଥା ପଞ୍ଚତାରକା ହୋଟେଲଗୁଡ଼ିକୁ ସିଧାସଳଖ ଯୋଗାଣ ହେଉଛି । ଆଜି ଗାଁର ଚାଷୀମାନେ ମିଠା ମକା ଓ ବେବି କର୍ନ ଚାଷରୁ ପ୍ରତିବର୍ଷ ଏକର ପିଛା ଅଢ଼େଇରୁ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । କେବଳ ଏତିକି ନୁହେଁ, ଏହି ଗାଁର 60ରୁ ଅଧିକ ଚାଷୀ Net House ତିଆରି କରି, Poly House ତିଆରି କରି ଟମାଟୋ, କାକୁଡ଼ି, କ୍ୟାପ୍ସିକମ୍, ଏସବୁର ଭିନ୍ନ ଭିନ୍ନ କିସମ ଉତ୍ପାଦନ କରି ପ୍ରତିବର୍ଷ ଏକର ପିଛା 10ରୁ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି । ଜାଣନ୍ତି, ଏହି ଚାଷୀଙ୍କ ପାଖରେ ଅଲଗା କ’ଣ ଅଛି! ନିଜ ଫଳ-ପନିପରିବାକୁ କେଉଁଠି ମଧ୍ୟ, କାହାକୁ ମଧ୍ୟ ବିକିବାର ଶକ୍ତି ଅଛି ଏବଂ ଏହି ଶକ୍ତି ହିଁ ସେମାନଙ୍କ ପ୍ରଗତିର ଆଧାର । ଏବେ ଏହି ଶକ୍ତିର ଦେଶର ଅନ୍ୟ କୃଷକମାନଙ୍କୁ ମଧ୍ୟ ମିଳିଛି । କେବଳ ଫଳ-ପନିପରିବା ପାଇଁ ନୁହେଁ, ନିଜ ଖେତରେ ସେମାନେ ଯାହା ଉତ୍ପାଦନ କରୁଛନ୍ତି- ଧାନ, ଗହମ, ସୋରିଷ, ଆଖୁ ଯାହା ବି କରୁଛନ୍ତି ତାକୁ ସେମାନେ ନିଜ ଇଚ୍ଛା ଅନୁସାରେ ଯେଉଁଠି ଅଧିକ ଦାମ୍ ମିଳିବ ସେଇଠି ଏବେ ସେମାନଙ୍କୁ ବିକିବାର ସ୍ୱାଧୀନତା ମିଳିଯାଇଛି ।
ବନ୍ଧୁଗଣ, ତିନି ଚାରି ବର୍ଷ ପୂର୍ବେ ମହାରାଷ୍ଟ୍ରରେ ଫଳ-ପନିପରିବାକୁ ଏପିଏମସି ଅଧୀନରୁ ବାହାରକୁ ଅଣାଯାଇଥିଲା । ଏହି ପରିବର୍ତ୍ତନ କିପରି ମହାରାଷ୍ଟ୍ରରେ ଫଳ ଓ ପନିପରିବା ଚାଷ କରୁଥିବା ଚାଷୀଙ୍କର ସ୍ଥିତିକୁ ବଦଳାଇ ଦେଇଛି, ଏହାର ଉଦାହରଣ ହେଉଚି Sri Swami Samarth Farmer’s Producer Company Limited– ଏହା ଚାଷୀମାନଙ୍କର ଏକ ଗୋଷ୍ଠୀ । ପୁଣେ ଓ ମୁମ୍ବାଇରେ ଚାଷୀ ସାପ୍ତାହିକ ବଜାର ନିଜେ ଚଳାଉଛନ୍ତି । ଏହି ବଜାରଗୁଡ଼ିକରେ ପ୍ରାୟ 70 ଗାଁର ସାଢ଼େ ଚାରି ହଜାର ଚାଷୀଙ୍କ ଉତ୍ପାଦ ସିଧାସଳଖ ବିକ୍ରି ହୋଇଥାଏ- କୌଣସି ମଧ୍ୟସ୍ଥ ନଥାନ୍ତି । ଗ୍ରାମ ଯୁବକମାନେ ସିଧା ବଜାରରେ ଚାଷ ଓ ଉତ୍ପାଦ ବିକ୍ରି ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି- ଏହାର ସିଧା ଲାଭ ଚାଷୀଙ୍କୁ ହିଁ ହୋଇଥାଏ; ଗାଁର ଯୁବପିଢ଼ିକୁ ରୋଜଗାର ଦେଇଥାଏ ।
ଆଉ ଗୋଟିଏ ଉଦାହରଣ, ତାମିଲନାଡୁର ଥେନି ଜିଲ୍ଲାର । ଏଇଠି ତାମିଲନାଡୁ କଦଳୀ ଉତ୍ପାଦକ କୃଷକ କମ୍ପାନୀ । ଏହି କୃଷକ କମ୍ପାନୀ କହିବାକୁ ସିନା କମ୍ପାନୀ, ପ୍ରକୃତରେ ଚାଷୀମାନେ ମିଳିମିଶି ନିଜେ ଏହି ଗୋଷ୍ଠୀ ଗଠନ କରିଛନ୍ତି । ଖୁବ୍ ନମନୀୟ ବ୍ୟବସ୍ଥା, ଏବଂ ତାହା ମଧ୍ୟ ପାଞ୍ଚ-ଛଅ ବର୍ଷ ପୂର୍ବେ ସେମାନେ ଗଢ଼ିଛନ୍ତି । ଏହି କୃଷକଗୋଷ୍ଠୀ ଲକ୍ଡାଉନ ସମୟରେ ଆଖପାଖ ଗାଁରୁ ଶହଶହ ମେଟ୍ରିକ୍ ଟନ ପନିପରିବା, ଫଳ ଓ କଦଳୀ କିଣିଥିଲେ ଏବଂ ଚେନ୍ନଇ ସହରକୁ ପନିପରିବା ଏବଂ ଫଳର Combo Kit ଯୋଗାଇଥିଲେ । ଆପଣ ଚିନ୍ତା କରନ୍ତୁ, ସେମାନେ କେତେ ଯୁବକଯୁବତୀଙ୍କୁ ରୋଜଗାର ଦେଇଥିବେ, ଆଉ ମଜାକଥା ହେଲା ଯେ ମଧ୍ୟସ୍ଥ ନଥିବା ଯୋଗୁ ଚାଷୀମାନଙ୍କର ବହୁତ ଲାଭ ହେଲା ଓ ଉପଭୋକ୍ତାଙ୍କୁ ମଧ୍ୟ ଲାଭ ମିଳିଲା । ସେହିପରି ଲକ୍ଷ୍ନୌରେ ମଧ୍ୟ ଏକ କୃଷକ ଗୋଷ୍ଠୀ ରହିଛି । ସେମାନେ ନାଁ ରଖିଛନ୍ତି “ଇରାଦା ଫାର୍ମର ପ୍ରୋଡ୍ୟୁସର୍” । ଏମାନେ ମଧ୍ୟ ଲକଡାଉନ ସମୟରେ ଚାଷୀମାନଙ୍କର ଖେତରୁ ସିଧାସଳଖ ଫଳ ଓ ପନିପରିବା ନେଇଥିଲେ ଓ ସିଧାଯାଇ ଲକ୍ଷ୍ନୌ ବଜାରରେ ବିକିଲେ- ମଧ୍ୟସ୍ଥଙ୍କଠାରୁ ମୁକ୍ତି ମିଳିଲା ଏବଂ ନିଜ ମନ ମୁତାବକ ଦାମ୍ ମଧ୍ୟ ସେମାନେ ପାଇଲେ । ବନ୍ଧୁଗଣ, ଗୁଜରାଟ ବନାସକାଣ୍ଠାର ରାମପୁରା ଗାଁରେ ଇସ୍ମାଇଲ୍ ଭାଇ ନାମକ ଜଣେ ଚାଷୀ ରହନ୍ତି । ତାଙ୍କ କାହାଣୀ ବି ବହୁତ ମଜାଦାର । ଇସ୍ମାଇଲ୍ ଭାଇ ଚାଷ କରିବାକୁ ଚାହୁଁଥିଲେ, କିନ୍ତୁ ଏବେ, ଯେମିତି ଅନ୍ୟମାନେ ଭାବୁଛନ୍ତି ତାଙ୍କ ପରିବାରକୁ ବି ଲାଗୁଥିଲା ଯେ ଇସ୍ମାଇଲ୍ ଭାଇ ଏ କି କଥା କହୁଛନ୍ତି! ଇସ୍ମାଇଲ୍ ଭାଇଙ୍କ ବାପା ଚାଷ କରୁଥିଲେ, କିନ୍ତୁ ସେଥିରେ ତାଙ୍କର ପ୍ରାୟ କ୍ଷତି ହେଉଥିଲା । ତେଣୁ ବାପା ମନା ମଧ୍ୟ କରିଥିଲେ, କିନ୍ତୁ ପରିବାର ଲୋକଙ୍କ ମନା କରିବା ସତ୍ୱେ ଇସ୍ମାଇଲ୍ ଭାଇ ସ୍ଥିର କଲେ ଯେ ସେ ଚାଷ ହିଁ କରିବେ । ଇସ୍ମାଇଲ୍ ଭାଇ ନିଷ୍ପତ୍ତି କରିସାରିଥିଲେ ଯେ ଯଦି ଚାଷ କ୍ଷତିର ବେଉସା, ତେବେ ସେ ଏହି ଭାବନା ଓ ସ୍ଥିତି, ଦୁଇଟିକୁ ପରିବର୍ତ୍ତନ କରି ଦେଖାଇବେ । ସେ ଚାଷ ଆରମ୍ଭ କଲେ, କିନ୍ତୁ ନୂଆ ପଦ୍ଧତିରେ, ଅଭିନବ ଉପାୟରେ । ସେ ବୁନ୍ଦା ଜଳସେଚନ କରି ଆଳୁଚାଷ ଆରମ୍ଭ କଲେ ଏବଂ ଆଜି ତାଙ୍କର ଆଳୁ ଏକ ପରିଚୟ ସୃଷ୍ଟି କରିଛି । ସେ ଏପରି ଆଳୁ ଉତ୍ପାଦନ କରୁଛନ୍ତି, ଯାହାର ମାନ ବହୁତ ଭଲ । ଇସ୍ମାଇଲ୍ ଭାଇ ଏହି ଆଳୁକୁ ସିଧା ବଡ଼ବଡ଼ କମ୍ପାନୀକୁ ବିକିଥାନ୍ତି, ମଧ୍ୟସ୍ଥଙ୍କର ନାଁ ଗନ୍ଧ ନଥାଏ ଆଉ ପରିଣାମରେ ବହୁତ ଭଲ ଲାଭ କରୁଛନ୍ତି । ଏବେ ତ ସେ ବାପାଙ୍କର ଋଣ ମଧ୍ୟ ପରିଶୋଧ କରିସାରିଛନ୍ତି ଏବଂ ସବୁଠୁ ବଡ଼ କଥା କ’ଣ ଜାଣନ୍ତି, ଇସ୍ମାଇଲ୍ ଭାଇ ଆଜି ନିଜ ଅଂଚଳର ଶହଶହ ଅନ୍ୟ ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି । ସେମାନଙ୍କର ମଧ୍ୟ ଜୀବନ ପରିବର୍ତ୍ତନ ହେଉଛି ।
ବନ୍ଧୁଗଣ, ଆଜିର ଦିନରେ ଆମେ ଚାଷକୁ ଯେତେ ଆଧୁନିକ ବିକଳ୍ପ ଦେବା, ତାହା ସେତିକି ଆଗକୁ ବଢ଼ିବ, ସେଥିରେ ନୂଆନୂଆ ପଦ୍ଧତି ଆସିବ, ଅଭିନବ ଉପାୟମାନ ଯୋଡ଼ିହେବ । ମଣିପୁରରେ ରହୁଥିବା ବିଜୟଶାନ୍ତି ଏକ ନୂଆ ନବୋନ୍ମେଷ ପାଇଁ ବେଶ୍ ଚର୍ଚାରେ ଅଛନ୍ତି । ସେ ପଦ୍ମନାଡ଼ରୁ ସୂତା ତିଆରି କରିବାର ଷ୍ଟାର୍ଟ ଅପ ଆରମ୍ଭ କରିଛନ୍ତି । ଆଜି ତାଙ୍କର ନବୋନ୍ମେଷ ଯୋଗୁଁ ପଦ୍ମଫୁଲ ଚାଷ ଏବଂ ଟେକ୍ସଟାଇଲରେ ଏକ ନୂତନ ବାଟ ତିଆରି ହୋଇଛି ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ଅତୀତର ଗୋଟିଏ ଘଟଣା ଭିତରକୁ ନେଇଯିବାକୁ ଚାହୁଁଛି । ଶହେ ଏକ ବର୍ଷର ପୁରୁଣା କଥା । 1919 ମସିହା । ଇଂରେଜ ଶାସକ ଜାଲିଆନାୱାଲାବାଗରେ ନିର୍ଦ୍ଦୋଷ ଲୋକଙ୍କର ଗଣସଂହାର କରିଥିଲେ । ଏହି ନରସଂହାର ପରେ ଜଣେ ବାରବର୍ଷର ପିଲା ସେହି ଘଟଣାସ୍ଥଳକୁ ଯାଇଥିଲା । ସେହି ଖୁସମିଜାଜ୍ ଓ ଚପଳ ବାଳକ କିନ୍ତୁ ଜାଲିଆନାୱାଲାବାଗରେ ଯାହା ଦେଖିଲା, ତାହା ତା’ପାଇଁ ଥିଲା ଅଚିନ୍ତନୀୟ । ଏକଥା ଭାବି ସେ ସ୍ତବ୍ଧ ହୋଇଯାଇଥିଲା ଯେ କେହି କ’ଣ ଏତେ ନିର୍ଦ୍ଦୟ ହୋଇପାରେ! ସେହି କୋମଳମତି ବାଳକ କ୍ରୋଧଜର୍ଜରିତ ହୋଇପଡ଼ିଲା । ସେହି ଜାଲିଆନାୱାଲାବାଗରେ ସେ ଇଂରେଜ ଶାସନ ବିରୋଧରେ ଲଢ଼ିବା ପାଇଁ ପ୍ରତିଜ୍ଞା କଲା । ଆପଣ କ’ଣ ଜାଣିପାରିଲେଣି ଯେ ମୁଁ କାହା କଥା କହୁଛି? ହଁ, ମୁଁ ଶହୀଦ ବୀର ଭଗତ ସିଂହଙ୍କ କଥା କହୁଛି । ଆସନ୍ତାକାଲି 28 ସେପ୍ଟେମ୍ବରରେ ଆମେ ଶହୀଦ ବୀର ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବା । ମୁଁ ସମସ୍ତ ଦେଶବାସୀଙ୍କ ସହ ସାହସ ଓ ବୀରତାର ପ୍ରତୀକ ଶହୀଦ ବୀର ଭଗତ ସିଂହଙ୍କୁ ପ୍ରଣିପାତ କରୁଛି । ଆପଣ କ’ଣ କଳ୍ପନା କରିପାରିବେ ଯେ ପୃଥିବୀର ଏତେ ବଡ଼ ଅଂଶରେ ରାଜୁତି କରୁଥିବା ଶାସକ, ଯାହାଙ୍କ ସମ୍ପର୍କରେ କୁହାଯାଉଥିଲା ଯେ ତାଙ୍କ ଶାସନରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ- ଏତେ ଶକ୍ତିଶାଳୀ ଶାସକ ଜଣେ 23 ବର୍ଷର ଯୁବକ ପାଇଁ ଭୟଭୀତ ହୋଇଯାଇଥିଲା । ଶହୀଦ ଭଗତ ସିଂହ ପରାକ୍ରମୀ ହେବା ସହ ବିଦ୍ୱାନ ମଧ୍ୟ ଥିଲେ, ଚିନ୍ତକ ଥିଲେ । ନିଜ ଜୀବନର ଚିନ୍ତା ନକରି ଭଗତ ସିଂହ ଓ ତାଙ୍କ କ୍ରାନ୍ତିବୀର ସାଥୀଗଣ ଏପରି ସାହସିକ କାର୍ଯ୍ୟ କରଥିଲେ, ଯାହାର ଦେଶ ସ୍ୱାଧୀନତାରେ ବହୁତ ବଡ଼ ଯୋଗଦାନ ଥିଲା ।
ବୀର ଭଗତ ସିଂହଙ୍କ ଜୀବନର ଆଉ ଏକ ସୁନ୍ଦର ଦିଗ ହେଉଛି ଯେ ସେ ଏକତା ଶକ୍ତିର ମହତ୍ୱକୁ ଖୁବ୍ ଭଲଭାବେ ବୁଝିଥିଲେ । ଲାଲା ଲାଜପତ ରାୟଙ୍କ ପ୍ରତି ତାଙ୍କର ସମର୍ପଣ ହେଉ ବା ଚନ୍ଦ୍ରଶେଖର ଆଜାଦ, ସୁଖଦେବ, ରାଜଗୁରୁ ସମେତ କ୍ରାନ୍ତିକାରୀମାନଙ୍କ ସହ ତାଙ୍କର ସମ୍ପର୍କ ଅତୁଟ ଥିଲା, ତାଙ୍କ ପାଇଁ କେବେ ବ୍ୟକ୍ତିଗତ ଗୌରବ ମହତ୍ୱପୂର୍ଣ୍ଣ ନଥିଲା । ସେ ଯେପର୍ଯ୍ୟନ୍ତ ଜୀବିତ ଥିଲେ, କେବଳ ଗୋଟିଏ ଲକ୍ଷ୍ୟକୁ ନେଇ ବଂଚିଥିଲେ । ଆଉ ସେଇଥିପାଇଁ ନିଜକୁ ବି ବଳିଦାନ ଦେଇଥିଲେ- ସେହି ଲକ୍ଷ୍ୟ ଥିଲା ଭାରତକୁ ଅନ୍ୟାୟ ଓ ଇଂରେଜ ଶାସନରୁ ମୁକ୍ତ କରିବା । ମୁଁ NaMo Appରେ ହାଇଦ୍ରାରାବାଦର ଅଜୟ ଏସ୍. ଜୀଙ୍କ ଏକ ମନ୍ତବ୍ୟ ପଢ଼ୁଥିଲି । ଅଜୟ ଜୀ ଲେଖିଛନ୍ତି- ଆଜିର ଯୁବପିଢ଼ି କିଭଳି ଭଗତ ସିଂହଙ୍କ ଭଳି ହୋଇପାରିବେ? ଦେଖନ୍ତୁ! ଆମେ ଭଗତ ସିଂହ ହୋଇପାରୁ କି ନହୋଇପାରୁ, କିନ୍ତୁ ଭଗତ ସିଂହଙ୍କ ଭଳି ଦେଶପ୍ରେମ, ଦେଶ ପାଇଁ କିଛି କରିବାର ଆବେଗ, ନିଶ୍ଚିତ ଭାବେ ଆମ ସମସ୍ତଙ୍କ ଭିତରେ ରହୁ । ଏହା ସହିଦ ଭଗତ ସିଂହଙ୍କ ପ୍ରତି ଆମର ସବୁଠୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ । ଚାରିବର୍ଷ ପୂର୍ବେ ପ୍ରାୟ ଏହି ସମୟ ଥିଲା, ଯେତେବେଳେ surgical strike ସମୟରେ ବିଶ୍ୱ ଆମ ଯବାନଙ୍କ ସାହାସ, ଶୌର୍ଯ୍ୟ ଓ ନିର୍ଭୀକତା ଦେଖିଥିଲା । ଆମ ବାହାଦୂର ସୈନିକଙ୍କର ଗୋଟିଏ ହିଁ ଲକ୍ଷ୍ୟ ଓ ଗୋଟିଏ ହିଁ ଉଦ୍ଦେଶ୍ୟ ଥିଲା କୌଣସି ମୂଲ୍ୟ ବିନିମୟରେ ଭାରତମାଆର ଗୌରବ ଓ ସମ୍ମାନ ରକ୍ଷା କରିବା । ସେମାନେ ନିଜ ଜୀବନ ପାଇଁ ସାମାନ୍ୟତମ ଭ୍ରୂକ୍ଷେପ କରିନଥିଲେ । ସେମାନେ ନିଜ କର୍ତ୍ତବ୍ୟପଥରେ ଆଗେଇ ଚାଲିଲେ ଓ ଆମେ ସମସ୍ତେ ଦେଖିଲେ ଯେ ସେମାନେ କିପରି ବିଜୟୀ ହୋଇ ଆମ ସାମ୍ନାକୁ ଆସିଲେ । ଭାରତମାତାର ଗୌରବ ବଢ଼ାଇଲେ ।
ମୋର ପ୍ରିୟ ଦେଶବାସୀଗଣ, ଆଗାମୀ ଦିନଗୁଡ଼ିକରେ ଆମେ ଦେଶବାସୀ, ଅନେକ ମହାନ ବ୍ୟକ୍ତିଙ୍କୁ ମନେ ପକାଇବା, ଯାହାଙ୍କର ଭାରତ ନିର୍ମାଣରେ ଅବିସ୍ମରଣୀୟ ଯୋଗଦାନ ରହିଛି । 2 ଅକ୍ଟୋବର ଆମ ସମସ୍ତଙ୍କ ପାଇଁ ପବିତ୍ର ଓ ପ୍ରେରଣାଦାୟକ ଦିବସ ହୋଇଥାଏ । ଏହି ଦିନ ଭାରତମାଆର ଦୁଇ ସୁପୁତ୍ର ମହାତ୍ମା ଗାନ୍ଧୀ ଓ ଲାଲାବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇବାର ଦିନ । ପୂଜ୍ୟ ବାପୁଙ୍କର ବିଚାର ଓ ଆଦର୍ଶ ଆଜି ପୂର୍ବାପେକ୍ଷା ବହୁତ ଅଧିକ ପ୍ରାସଙ୍ଗିକ । ମହାତ୍ମା ଗାନ୍ଧୀଙ୍କର ଯେଉଁ ଆର୍ଥିକ ଚିନ୍ତନ ଥିଲା, ଯଦି ତାହା ଅନୁସରଣ କରାଯାଇଥାନ୍ତା, ବୁଝାଯାଇଥାନ୍ତା, ତା’ର ଅନୁଗମନ କରାଯାଇଥାନ୍ତା, ତେବେ ଆଜି ଆତ୍ମନିର୍ଭର ଭାରତ ଅଭିଯାନର ଆବଶ୍ୟକତା ପଡ଼ିନଥାନ୍ତା । ଗାନ୍ଧିଜୀଙ୍କ ଆର୍ଥିକ ଚିନ୍ତନରେ ଭାରତର କୋଣଅନୁକୋଣର ଚିନ୍ତନ ରହିଥିଲା, ଭାରତର ବାସ୍ନା ରହିଥିଲା । ପୂଜ୍ୟ ବାପୁଙ୍କର ଜୀବନ ଆମକୁ ମନେ ପକାଇଦିଏ ଯେ ଆମର ପ୍ରତ୍ୟେକ କାର୍ଯ୍ୟ ଏପରି ହେବ, ଯାହାଦ୍ୱାରା ଗରିବରୁ ଗରିବ ବ୍ୟକ୍ତିର ମଙ୍ଗଳ ହେବ, ଆମେ ତାହା ସୁନିଶ୍ଚିତ କରିବା । ସେହିପରି ଶାସ୍ତ୍ରୀଜୀଙ୍କ ଜୀବନ ଆମକୁ ବିନମ୍ରତା ଓ ସରଳତାର ସନ୍ଦେଶ ଦିଏ । 11 ଅକ୍ଟୋବର ମଧ୍ୟ ଆମପାଇଁ ବିଶେଷ ଦିନ । ଏହି ଦିନ ଆମର ଭାରତରତ୍ନ ଲୋକନାୟକ ଜୟପ୍ରକାଶ ଜୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରିଥାଉ । ଜେ.ପି. ଆମର ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷାରେ ଅଗ୍ରଣୀ ଭୂମିକା ତୁଲାଇଥିଲେ । ଆମେ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ମଧ୍ୟ ମନେ ପକାଉ, ଯାହାଙ୍କ ଜୟନ୍ତୀ ମଧ୍ୟ ସେହି 11 ତାରିଖରେ । ନାନାଜୀ ଦେଶମୁଖ ଜୟପ୍ରକାଶ ନାରାୟଣ ଜୀଙ୍କ ବହୁତ ଘନିଷ୍ଠ ବନ୍ଧୁ ଥିଲେ । ଯେତେବେଳେ ଜେ.ପି. ଦୁର୍ନୀତି ବିରୋଧରେ ଲଢ଼େଇ କରୁଥିଲେ, ଯେତେବେଳେ ପାଟନାରେ ତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ହୋଇଥିଲା । ସେହି ସମୟରେ ନାନାଜୀ ଦେଶମୁଖ ସେହି ଆକ୍ରମଣକୁ ନିଜ ଉପରକୁ ନେଇଯାଇଥିଲେ । ଏହି ଆକ୍ରମଣରେ ନାନାଜୀଙ୍କୁ ବହୁତ ଆଘାତ ଲାଗିଥିଲା, କିନ୍ତୁ ଜେ.ପି.ଙ୍କ ଜୀବନ ବଞ୍ଚାଇବାରେ ସେ ସଫଳ ହୋଇଥିଲେ । ଏହି 12 ଅକ୍ଟୋବରରେ ରାଜମାତା ବିଜୟରାଜେ ସିନ୍ଧିଆ ଜୀଙ୍କ ମଧ୍ୟ ଜୟନ୍ତୀ । ସେ ତାଙ୍କର ସମଗ୍ର ଜୀବନ ଲୋକଙ୍କ ସେବାରେ ସମର୍ପି ଦେଇଥିଲେ । ସେ ଏକ ରାଜପରିବାରର ଥିଲେ, ତାଙ୍କ ପାଖରେ ସଂପତି, ଶକ୍ତି ଓ ଅନ୍ୟ ସଂସାଧନର କୌଣସି ଅଭାବ ନ ଥିଲା । ତଥାପି ମାଆଟିଏ ଭଳି ବାତ୍ସଲ୍ୟ ଭାବନେଇ ଜନସେବାରେ ନିଜ ଜୀବନକୁ ଲଗାଇଦେଇଥିଲେ । ତାଙ୍କ ହୃଦୟ ବହୁତ ଉଦାର ଥିଲା । ଏହି 12 ଅକ୍ଟୋବରରେ ତାଙ୍କ ଜନ୍ମଶତାବ୍ଦୀ ବର୍ଷ ସମାରୋହର ସମାପନ ଦିବସ ହେବ ଏବଂ ଆଜି ଯେତେବେଳେ ମୁଁ ରାଜମାତା ଜୀଙ୍କ କଥା କହୁଛି, ମୋର ମଧ୍ୟ ଗୋଟିଏ ଭାବପ୍ରବଣ କରିଦେବା ଭଳି ଘଟଣା ମନେପଡ଼ୁଛି । ଏମିତିରେ ତ ତାଙ୍କ ସହ ବହୁ ବର୍ଷ କାମ କରିବାର ମୋତେ ସୁଯୋଗ ମିଳିଥିଲା, ବହୁତ ଘଟଣା ଘଟିଛି ଅଛି; କିନ୍ତୁ ଆଜି ଗୋଟିଏ ଘଟଣା ବିଷୟରେ କହିବାକୁ ଇଚ୍ଛା କରୁଛି । କନ୍ୟାକୁମାରୀରୁ କାଶ୍ମୀର, ଆମେ ଏକତା ଯାତ୍ରାରେ ବାହାରିଥିଲୁ । ଡା. ମୁରଲୀ ମନୋହର ଜୋଶୀ ଜୀଙ୍କ ନେତୃତ୍ୱରେ ଏହି ଯାତ୍ରା ଚାଲିଥିଲା । ଡିସେମ୍ବର ଜାନୁଆରୀର ପ୍ରବଳ ଥଣ୍ଡାଦିନ ଥିଲା । ଆମେ ରାତି ବାରଟା-ଗୋଟାଏରେ ମଧ୍ୟପ୍ରଦେଶ, ଗ୍ୱାଲିୟର ନିକଟସ୍ଥ ଶିବପୁରୀରେ ପହଂଚିଲୁ । ରହଣୀସ୍ଥଳରେ ପହଂଚିଲା ପରେ ଦିନସାରାର କ୍ଳାନ୍ତି ପରେ ଗାଧୋଇ ପାଧୋଇ ଶୋଉଥିଲୁ ଆଉ ସକାଳୁ ପୁଣି ପ୍ରସ୍ତୁତ ହୋଇଯାଉଥିଲୁ । ପ୍ରାୟ 2ଟା ହେବ, ମୁଁ ଗାଧୋଇପାଧୋଇ ଶୋଇବା ପାଇଁ ପ୍ରସ୍ତୁତ ହେଉଛି, ସେତେବେଳେ କିଏ ଜଣେ କବାଟ ଠକ୍ ଠକ୍ କଲେ । ମୁଁ କବାଟ ଖୋଲିଲାପରେ ଦେଖିଲି ଯେ ରାଜମାତା ଜୀ ମୋ ସାମ୍ନାରେ ଛିଡ଼ା ହୋଇଛନ୍ତି । ପ୍ରବଳ ଥଣ୍ଡାରେ ରାଜମାତାଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ମାଆଙ୍କୁ ପ୍ରଣାମ କଲି । ମୁଁ କହିଲି ମାଆ ଆପଣ ରାତି ଅଧରେ! ସେ କହିଲେ, ମୋଦୀଜୀ, ଏଇ ନିଅ ଗରମ କ୍ଷୀର ପିଇ ଶୋଇଯାଅ । ହଳଦୀମିଶା କ୍ଷୀର ସେ ନିଜେ ଆଣି ଆସିଥିଲେ । ହଁ, କିନ୍ତୁ ପରଦିନ ମୁଁ ଯେତେବେଳେ ଦେଖିଲି, ସେ କେବଳ ମୋତେ ନୁହଁ, ଆମର ଯାତ୍ରା ବ୍ୟବସ୍ଥାରେ ଯେଉଁ 30-40 ଜଣ ଲୋକ ଥିଲେ, ଯେଉଁଥିରେ ଡ୍ରାଇଭର୍ ଆଉ କର୍ମକର୍ତ୍ତା ଥିଲେ, ପ୍ରତ୍ୟେକଙ୍କ କୋଠରିକୁ ଯାଇ ନିଜେ ରାତି 2ଟାରେ କ୍ଷୀର ପିଇବାକୁ ଦେଇଥିଲେ । ମାଆର ମମତା କ’ଣ, ବାତ୍ସଲ୍ୟ କ’ଣ, ସେହି ଘଟଣାକୁ ମୁଁ କେବେ ଭୁଲିପାରିବି ନାହିଁ । ମୋର ସୌଭାଗ୍ୟ ଯେ ଏପରି ମହାନ ବ୍ୟକ୍ତିମାନେ ଆମର ଏହି ମାଟିକୁ ନିଜ ତ୍ୟାଗ ଓ ତପସ୍ୟାରେ ଧନ୍ୟ କରିଛନ୍ତି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଏପରି ଏକ ଭାରତ ନିର୍ମାଣ କରିବା, ଯେଉଁଥିପାଇଁ ଆମ ମହାପୁରୁଷଙ୍କୁ ଗର୍ବ ଅନୁଭବ ହେବ । ସେମାନଙ୍କ ସ୍ୱପ୍ନକୁ ନିଜର ସଂକଳ୍ପ କରିବା ।
ମୋର ପ୍ରିୟ ଦେଶବାସୀଗଣ, ଏହି କରୋନା କାଳଖଣ୍ଡରେ ମୁଁ ପୁଣିଥରେ ଆପଣମାନଙ୍କୁ ମନେ ପକାଇଦେଉଛି ଯେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ, ମୁହଁ ନ ଢାଙ୍କି ବାହାରକୁ ଯାଆନ୍ତୁ ନାହିଁ । ଦୁଇ ମିଟର ଦୂରତାର ନିୟମ ଆପଣଙ୍କ ଜୀବନ ବଞ୍ଚାଇପାରେ, ଆପଣଙ୍କ ପରିବାରକୁ ମଧ୍ୟ ବଞ୍ଚାଇପାରେ । ଏହି କେତୋଟି ନିୟମ, ଏଇ କରୋନା ବିରୋଧରେ ଲଢ଼େଇର ଅସ୍ତ୍ର; ପ୍ରତ୍ୟେକ ନାଗରିକର ଜୀବନକୁ ବଞ୍ଚାଇବା ପାଇଁ ଶକ୍ତିଶାଳୀ ମାଧ୍ୟମ ଏବଂ ଆଉ ଆମେ ଭୁଲିଯିବାନି ଯେପର୍ଯ୍ୟନ୍ତ ଔଷଧ ବାହାରି ନାହିଁ ସେପର୍ଯ୍ୟନ୍ତ ଆମେ ଢିଲା ହେବାନାହିଁ । ଆପଣ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାର ସୁସ୍ଥ ରହୁ, ଏହି ଶୁଭକାମନା ସହ ବହୁତ ବହୁତ ଧନ୍ୟବାଦ । ନମସ୍କାର ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ସାଧାରଣତଃ ଏହି ସମୟରେ ପାର୍ବଣ ଋତୁ ଚାଲିଥାଏ । ସ୍ଥାନେ ସ୍ଥାନେ ମେଳା-ମହୋତ୍ସବ ଚାଲିଥାଏ, ଧାର୍ମିକ ପୂଜା ଆରାଧନା ହେଉଥାଏ । କରୋନାର ଏହି ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ତ ରହିଛି, କିନ୍ତୁ ଆମ ସମସ୍ତଙ୍କ ମନକୁ ଛୁଇଁଗଲା ଭଳି ଶୃଙ୍ଖଳା ଭାବ ମଧ୍ୟ ରହିଛି । ଏକ ପ୍ରକାର କହିବାକୁ ଗଲେ, ନାଗରିକମାନଙ୍କ ମଧ୍ୟରେ ଦାୟିତ୍ୱବୋଧ ମଧ୍ୟ ରହିଛି । ଲୋକେ ନିଜର ଯତ୍ନ ନେବା ସହ ଅନ୍ୟମାନଙ୍କ ପ୍ରତି ମଧ୍ୟ ଯତ୍ନବାନ ହୋଇ ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରୁଛନ୍ତି । ଦେଶରେ ହେଉଥିବା ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତା ଏବଂ ଆଡମ୍ବରଶୂନ୍ୟତା ଏଥର ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ । ଗଣେଶୋତ୍ସବ ମଧ୍ୟ କେଉଁଠି ଅନଲାଇନ ପାଳନ କରାଯାଇଛି, ତ କେଉଁଠି ପରିବେଶ ଅନୁକୂଳ (ଇକୋ ଫ୍ରେଣ୍ଡଲି) ଗଣେଶ ମୂର୍ତ୍ତି ସ୍ଥାପନ କରାଯାଇଛି । ବନ୍ଧୁଗଣ, ସୂକ୍ଷ୍ମତାର ସହ ଅନୁଧ୍ୟାନ କଲେ ଗୋଟିଏ କଥା ଆମ ଦୃଷ୍ଟିକୁ ନିଶ୍ଚୟ ଆସିବ – ତାହାହେଲା ଆମ ପର୍ବପର୍ବାଣୀ ଓ ପରିବେଶ । ଏଇ ଦୁଇଟି ମଧ୍ୟରେ ଖୁବ ଗଭୀର ସମ୍ପର୍କ ରହିଛି । ଏକପକ୍ଷରେ ଆମ ପର୍ବପର୍ବାଣୀ ପଛରେ ପରିବେଶ ଏବଂ ପ୍ରକୃତି ସହିତ ସହାବସ୍ଥାନର ବାର୍ତ୍ତା ରହୁଛି, ଅପରପକ୍ଷରେ ଅନେକ ପର୍ବ ପ୍ରକୃତିର ସୁରକ୍ଷା ଉଦ୍ଦେଶ୍ୟରେ ହିଁ ପାଳନ କରାଯାଉଛି । ଯେମିତିକି, ବିହାରର ପଶ୍ଚିମ ଚମ୍ପାରଣରେ ଶହ ଶହ ବର୍ଷଧରି ଥାରୁ ଆଦିବାସୀ ସମାଜର ଲୋକମାନେ 60 ଘଣ୍ଟାର ଲକଡାଉନ ବା ସେମାନଙ୍କ ଭାଷାରେ କହିଲେ 60 ଘଣ୍ଟାର ବର୍ନା ପାଳନ କରିଥାନ୍ତି । ପ୍ରକୃତିର ସୁରକ୍ଷା ପାଇଁ ବର୍ନାକୁ ଥାରୁ ସମାଜ ନିଜ ପରମ୍ପରାର ଅଂଶ କରିଦେଇଛନ୍ତି । ଏହି ସମୟରେ ନା କେହି ଗାଁକୁ ଆସନ୍ତି, ଆଉ ନା କେହି ନିଜ ଘରୁ ବାହାରନ୍ତି । ଏହି ସମୟରେ ଲୋକଙ୍କ ଯିବା ଆସିବା ହେଲେ କିମ୍ବା ସେମାନେ ଘରୁ ବାହାରିଲେ ନୂଆ ଗଛଲତାର କ୍ଷତି ହୋଇପାରେ ବୋଲି ସେମାନଙ୍କ ଧାରଣା ରହିଛି । ବର୍ନା ଆରମ୍ଭରେ ଆମର ଏହି ଆଦିବାସୀ ଭାଇ-ଭଉଣୀମାନେ ପୂଜା-ଅର୍ଚ୍ଚନା କରନ୍ତି ଏବଂ ଏହାର ସମାପ୍ତିରେ ଆନନ୍ଦ ଉଲ୍ଲାସ ସହ ଆଦିବାସୀ ପରମ୍ପରାରେ ନାଚ-ଗୀତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ ।
ବନ୍ଧୁଗଣ, ଏହି ସମୟରେ ଓଣମ୍ ପର୍ବ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି । ଚିଙ୍ଗମ୍ ମାସରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲୋକେ କିଛି ନୂଆ ଜିନିଷ କିଣନ୍ତି, ନିଜ ଘର ସଜାନ୍ତି, ପୁକ୍କଲମ୍ ତିଆରି କରନ୍ତି । ଓଣମ୍-ସଦିୟାର ମଧ୍ୟ ମଜା ନିଅନ୍ତି, ବିଭିନ୍ନ ପ୍ରକାରର ଖେଳ ଓ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥାଏ । ଓଣମର ଆନନ୍ଦ-ଉଲ୍ଲାସ ତ ଏବେ ସୁଦୂର ଦେଶ-ବିଦେଶକୁ ମଧ୍ୟ ବ୍ୟାପିସାରିଲାଣି । ଆମେରିକା ହେଉ, ୟୁରୋପ ହେଉ ବା ଉପସାଗରୀୟ ଦେଶଗୁଡ଼ିକ ହେଉ – ଓଣମର ଆନନ୍ଦ ଆପଣ ସବୁଠି ଦେଖିବାକୁ ପାଇବେ । ଓଣମ୍ ଗୋଟିଏ ଆନ୍ତର୍ଜାତିକ ଉତ୍ସବ ହେବାକୁ ବସିଲାଣି ।
ବନ୍ଧୁଗଣ, ଓଣମ୍ ଏକ କୃଷିଭିତ୍ତିକ ପର୍ବ । ଏହା ଆମ ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଆରମ୍ଭର ସମୟ ହୋଇଥାଏ । ଚାଷୀମାନଙ୍କ ଶକ୍ତିରେ ହିଁ ଆମ ଜୀବନ ଓ ଆମ ସମାଜ ଚାଲିଥାଏ । ଆମ ପର୍ବପର୍ବାଣି ଚାଷୀମାନଙ୍କ ପରିଶ୍ରମ ଯୋଗୁଁ ହିଁ ରଙ୍ଗୀନ ହୋଇଥାଏ । ଆମର ଅନ୍ନଦାତା, ଚାଷୀମାନଙ୍କ ଜୀବନଦାୟିନୀ ଶକ୍ତିକୁ ବେଦରେ ମଧ୍ୟ ଅତି ଗୁରୁତ୍ୱର ସହ ପ୍ରଣାମ କରାଯାଇଛି । ଋଗବେଦରେ ମନ୍ତ୍ର ରହିଛି –
ଅନ୍ନାନାଂ ପତୟେ ନମଃ, କ୍ଷେତ୍ରାଣାମ୍ ପତୟେ ନମଃ ।
ଅର୍ଥାତ୍, ଅନ୍ନଦାତାଙ୍କୁ ପ୍ରଣାମ, ଚାଷୀଙ୍କୁ ପ୍ରଣାମ । ଆମର ଚାଷୀମାନେ କରୋନାର ଏହି କଠିନ ପରିସ୍ଥିତିରେ ମଧ୍ୟ ନିଜ ଶକ୍ତିକୁ ପ୍ରମାଣିତ କରିଛନ୍ତି । ଆମ ଦେଶରେ ଏଥର ଖରିଫ ଫସଲ ବୁଣା ଗତବର୍ଷ ତୁଳନାରେ ସାତ ପ୍ରତିଶତ ଅଧିକ ହୋଇଛି । ଧାନର ତଳିରୁଆ ଏଥର ପ୍ରାୟ ଦଶ ପ୍ରତିଶତ, ଡାଲିଜାତୀୟ ଫସଲ ପ୍ରାୟ ପାଞ୍ଚ ପ୍ରତିଶତ, ମକା-ବାଜରା- ମାଣ୍ଡିଆ ଆଦି ପ୍ରାୟ ତିନି ପ୍ରତିଶତ, ତୈଳବୀଜ ଜାତୀୟ ଫସଲ ପ୍ରାୟ ତେର ପ୍ରତିଶତ, କପା ପ୍ରାୟ ତିନି ପ୍ରତିଶତ ଅଧିକ ଚାଷ କରାଯାଇଛି । ଏଥିପାଇଁ ମୁଁ ଦେଶର ଚାଷୀମାନଙ୍କୁ ଅଭିନନ୍ଦନ ଜଣାଉଛି । ସେମାନଙ୍କ ପରିଶ୍ରମକୁ ପ୍ରଣାମ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, କରୋନାର ଏହି ସମୟରେ ଦେଶ ଅନେକ କ୍ଷେତ୍ରରେ ଏକା ସମୟରେ ସଂଗ୍ରାମ ଚଳାଇଛି । କିନ୍ତୁ ଏଥିସହ, ଅନେକ ଥର ମନରେ ଏହି ପ୍ରଶ୍ନ ମଧ୍ୟ ଉଙ୍କି ମାରିଛି ଯେ, ଦୀର୍ଘଦିନ ଧରି ଘରେ ରହିବା ଯୋଗୁଁ, ମୋର କୁନି କୁନି ବନ୍ଧୁମାନଙ୍କ ସମୟ କେମିତି କଟୁଥିବ? ତେଣୁ, ମୁଁ ଗାନ୍ଧୀନଗରର ଶିଶୁ ବିଶ୍ୱବିଦ୍ୟାଳୟ (ଚିଲ୍ଡ୍ରେନ ୟୁନିଭରସିଟି), ଯାହା ସମଗ୍ର ବିଶ୍ୱରେ ଏକ ଅଭିନବ ପ୍ରୟୋଗ, ଏହାକୁ ନେଇ ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସୂକ୍ଷ୍ମ-ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହ ମିଶି – ପିଲାମାନଙ୍କ ପାଇଁ କ’ଣ କରାଯାଇପାରିବ, ସେ ସମ୍ପର୍କରେ ଚିନ୍ତା ଏବଂ ବିଚାର-ଆଲୋଚନା କଲି । ଏହା ମୋ ପାଇଁ ଖୁବ ଆନନ୍ଦଦାୟକ ଥିଲା, ଲାଭଦାୟକ ଥିଲା – କାରଣ ଏହା ମୋତେ କିଛି ନୂଆ କଥା ଜାଣିବା ପାଇଁ, ଶିଖିବା ପାଇଁ ସୁଯୋଗ ପ୍ରଦାନ କଲା ।
ବନ୍ଧୁଗଣ, ଆମର ଆଲୋଚନାର ବିଷୟ ଥିଲା – ଖେଳଣା, ବିଶେଷକରି ଭାରତୀୟ ଖେଳଣା । ଭାରତର ପିଲାମାନଙ୍କୁ ନୂଆ ନୂଆ ଖେଳଣା କେମିତି ମିଳିପାରିବ ସେକଥା ଉପରେ ଆମେ ଆଲୋଚନା କଲୁ । ଭାରତ ଖେଳଣା ପ୍ରସ୍ତୁତିର ଏକ ପ୍ରମୁଖ କେନ୍ଦ୍ର କିଭଳି ହୋଇପାରିବ? ମନର କଥା ଶୁଣୁଥିବା ପିଲାମାନଙ୍କ ପିତାମାତାଙ୍କ ନିକଟରେ ମୁଁ କ୍ଷମାପ୍ରାର୍ଥନା କରୁଛି, କାରଣ, ଏହି ମନର କଥା ଶୁଣିବା ପରେ ଏଥର ନୂଆ ନୂଆ ଖେଳଣା ଆଣିବା ପାଇଁ ବରାଦ ମିଳିବ ।
ବନ୍ଧୁଗଣ, ଖେଳଣା ଏକପ୍ରକାର ଚଂଚଳତା ବୃଦ୍ଧି କରିଥାଏ, ଅପରପକ୍ଷରେ ଏହା ଆମ ଆକାଂକ୍ଷାକୁ ମଧ୍ୟ ନୂତନ ଦିଗ ପ୍ରଦାନ କରିଥାଏ । ଖେଳଣା କେବଳ ମନୋରଞ୍ଜନ କରିନଥାଏ, ଏସବୁ ମନକୁ ସୃଜନଶୀଳ କରିଥାଏ ଆଉ ମନକୁ ନୂତନ ଲକ୍ଷ୍ୟ ବି ପ୍ରଦାନ କରିଥାଏ । ମୁଁ କେଉଁଠି ପଢ଼ିଥିଲି ଯେ – ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଖେଳଣା ସମ୍ପର୍କରେ କହିଥିଲେ ଯେ, ଅଧାଗଢ଼ା ଖେଳଣା ହିଁ ସର୍ବୋକ୍ରୁଷ୍ଟ ଖେଳଣା । ଏମିତି ଖେଳଣା, ଯାହା ଅଧାଗଢ଼ା ହୋଇଥିବ, ଆଉ ପିଲାମାନେ ମିଶି ଖେଳୁଖେଳୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗଢ଼ିଦେବେ । ଗୁରୁଦେବ ଠାକୁର କହିଥିଲେ ଯେ, ସେ ଯେତେବେଳେ ଛୋଟ ଥିଲେ, ସେତେବେଳେ ଘରେ ଉପଲବ୍ଧ ଜିନିଷଗୁଡ଼ିକରେ ହିଁ ନିଜ କଳ୍ପନା ଶକ୍ତିରେ ସାଙ୍ଗମାନଙ୍କ ସହ ମିଶି ନିଜ ଖେଳଣା ଓ ଖେଳ ତିଆରି କରୁଥିଲେ । କିନ୍ତୁ ଦିନେ ଶୈଶବର ସେହି ଆନନ୍ଦଦାୟକ ମୁହୂର୍ତ୍ତରେ ବଡ଼ ଲୋକଙ୍କ ହସ୍ତକ୍ଷେପ ଘଟିଲା । ଘଟଣା ଏହାଥିଲା ଯେ, ତାଙ୍କର ଜଣେ ସାଙ୍ଗ ଗୋଟିଏ ବଡ଼ ଓ ସୁନ୍ଦର ଦେଖାଯାଉଥିବା ବିଦେଶୀ ଖେଳଣା ନେଇଆସିଲା । ଖେଳଣାର ଆକର୍ଷଣ ଯୋଗୁଁ ସବୁ ପିଲାଙ୍କ ମନ ଖେଳ ଉପରୁ ହଟିଯାଇ ସେହି ଖେଳଣା ଉପରକୁ ଗଲା । ଖେଳ ଅପେକ୍ଷା ଖେଳଣାଟି ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା । କାଲି ଯାଏଁ ଯେଉଁ ସାଙ୍ଗଟି ସମସ୍ତଙ୍କ ସାଙ୍ଗରେ ମିଶି ଖେଳୁଥିଲା, ସମସ୍ତଙ୍କ ସାଙ୍ଗରେ ମିଶୁଥିଲା, ଏବେ ସେ ସମସ୍ତଙ୍କଠାରୁ ଦୂରେଇଗଲା । କହିବାକୁ ଗଲେ ଅନ୍ୟ ସାଙ୍ଗମାନଙ୍କ ପ୍ରତି ତା’ ମନରେ ଭେଦଭାବର ଭାବନା ସୃଷ୍ଟି ହେଲା । ସେହି ଦାମିକା ଖେଳନାରେ ନା କିଛି କରିବାକୁ ଥିଲା, ନା କିଛି ସେଥିରେ ଶିଖିବାର ଥିଲା । ଅର୍ଥାତ, ଗୋଟିଏ ଆକର୍ଷଣୀୟ ଖେଳଣା ଗୋଟିଏ ଉତ୍କୃଷ୍ଟ ପିଲାଟିର ପ୍ରତିଭାକୁ ଦମନ କଲା, ଲୁଚାଇ ଦେଲା, ପ୍ରତିହତ କରିଦେଲା । ଏହି ଖେଳଣାଟି ଅବଶ୍ୟ ଧନ, ସମ୍ପତ୍ତି, ବଡ଼ପଣିଆ ଦେଖାଇପାରିଲା, କିନ୍ତୁ ସେହି ପିଲାଟିର ସୃଜନଶୀଳତାର ବୃଦ୍ଧି ପାଇଁ ଏହା ପ୍ରତିବନ୍ଧକ ସାଜିଲା । ଖେଳଣାଟି ଆସିଲା ସିନା, କିନ୍ତୁ ଖେଳ ସରିଗଲା ଏବଂ ପିଲାର ଉନ୍ନତି ମଧ୍ୟ କେଉଁଠି ହଜିଗଲା । ତେଣୁ, ଗୁରୁଦେବ କହୁଥିଲେ ଯେ, ଖେଳଣା ଏମିତି ହେବା ଦରକାର, ଯାହା ପିଲାଙ୍କ ଶୈଶବକୁ ବାହାରକୁ ଆଣିପାରିବ, ସେମାନଙ୍କ ସୃଜନଶୀଳତାର ବିକାଶ ଘଟାଇପାରିବ । ପିଲାମାନଙ୍କ ଜୀବନର ଭିନ୍ନ ଭିନ୍ନ ଦିଗ ଉପରେ ଖେଳଣାଗୁଡ଼ିକର ଯେଉଁ ପ୍ରଭାବ ପଡ଼ିଥାଏ, ତାହା ଉପରେ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଦୃଷ୍ଟି ଦିଆଯାଇଛି । ଖେଳୁ ଖେଳୁ ଶିଖିବା, ଖେଳଣା ଗଢ଼ା ଶିଖିବା, ଖେଳଣା ତିଆରି ହେଉଥିବା ଜାଗା ପରିଦର୍ଶନ କରିବା, ଏ ସବୁକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି ।
ବନ୍ଧୁଗଣ, ଆମ ଦେଶରେ ସ୍ଥାନୀୟ ଖେଳଣାର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି । ଅନେକ ପ୍ରତିଭାଶାଳୀ ଏବଂ ଦକ୍ଷ କାରିଗର ଅଛନ୍ତି, ଯେଉଁମାନେ ଭଲ ଖେଳଣା ତିଆରି କରିବାରେ ସିଦ୍ଧହସ୍ତ । ଭାରତର କିଛି କ୍ଷେତ୍ର ଟୟ୍ କ୍ଲଷ୍ଟର ଅର୍ଥାତ ଖେଳଣା ତିଆରି କେନ୍ଦ୍ର ରୂପେ ବିକଶିତ ହେବାରେ ଲାଗିଛନ୍ତି । ଯେମିତିକି, କର୍ଣ୍ଣାଟକ ରାମନଗରମର ଚନ୍ନାପାଟଣା, ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାର କୋଣ୍ଡାପଲ୍ଲୀ, ତାମିଲନାଡ଼ୁର ତାଂଜୋର, ଆସାମର ଧୁବ୍ରୀ, ଉତ୍ତରପ୍ରଦେଶର ବାରାଣସୀ । ଏମିତି ଅନେକ ଜାଗା ରହିଛି । ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟାନ୍ୱିତ ହେବେ ଯେ, ବିଶ୍ୱର ଖେଳଣା ବଜାରରେ 7 ଲକ୍ଷ କୋଟି ଟଙ୍କାରୁ ଅଧିକର କାରବାର ହୁଏ । 7 ଲକ୍ଷ କୋଟିର ଏତେ ବଡ଼ କାରବାର, ଅଥଚ ଭାରତର ଅଂଶ ଏଥିରେ ବହୁତ କମ ରହିଛି । ଏବେ ଆପଣ ଚିନ୍ତା କରନ୍ତୁ ତ, ଯେଉଁ ଦେଶର ଗୋଟିଏ ସମୃଦ୍ଧ ପରମ୍ପରା ରହିଛି, ଯେଉଁଠି ଏତେ ସବୁ ବିବିଧତା ଭରି ରହିଛି, ଯୁବଶକ୍ତି ରହିଛି, ଖେଳଣା ବଜାରରେ ତାର ଅଂଶ ଏତେ କମ ହେବା କ’ଣ ଆମକୁ ଶୋଭା ପାଇବ? ନାହିଁ ଆଜ୍ଞା, ଏକଥା ଶୁଣି ଆପଣଙ୍କୁ ମଧ୍ୟ ଭଲ ଲାଗିବନି । ଦେଖନ୍ତୁ ବନ୍ଧୁଗଣ, ଖେଳଣା ଉଦ୍ୟୋଗର ଏକ ବିଶାଳ କ୍ଷେତ୍ର ରହିଛି । ଗୃହ ଉଦ୍ୟୋଗ ହେଉ, କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ହେଉ, ଏମ.ଏସ.ଏମ.ଇ ହେଉ, ଏହାସହିତ ବଡ଼ ଉଦ୍ୟୋଗ ଏବଂ ବ୍ୟକ୍ତିଗତ ଉଦ୍ୟମୀ ମଧ୍ୟ ଏହାର ପରିସରଭୁକ୍ତ । ଏହାର ଉନ୍ନତି ପାଇଁ ସାରା ଦେଶକୁ ମିଶି ପରିଶ୍ରମ କରିବାକୁ ହେବ । ଏଇ ଯେମିତି, ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମର ଶ୍ରୀମାନ ସି.ବି. ରାଜୁ । ଏକଦା ତାଙ୍କ ଗାଁର ଏତି-କୋପକ୍କା ଖେଳଣା ଖୁବ ଚାଲୁଥିଲା । ଏହାର ବିଶେଷତ୍ୱ ଏହାଥିଲା ଯେ, ଏହା କାଠରେ ତିଆରି ହେଉଥିଲା । ଆଉ ଅନ୍ୟ ଏକ ବିଶେଷତ୍ୱ ଥିଲା ଯେ ଏଥିରେ କୌଣସି ପ୍ରକାର କୋଣ ବା ଧାର ରହୁ ନଥିଲା । ସବୁଆଡ଼ୁ ଏହା ଗୋଲାକାର ଥିଲା । ତେଣୁ ଛୋଟ ପିଲାଙ୍କୁ ଏହାଦ୍ୱାରା କୌଣସି ପ୍ରକାର ଶାରୀରିକ କ୍ଷତି ହେବାର ସମ୍ଭାବନା ରହୁ ନ ଥିଲା । ସି.ବି. ରାଜୁ ଏତି-କୋପ୍ପକା ଖେଳଣା ପାଇଁ ନିଜ ଗାଁର କାରିଗରମାନଙ୍କ ସହ ମିଶି ଗୋଟିଏ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଉନ୍ନତ ମାନର ଏତି-କୋପ୍ପକା ଖେଳଣା ତିଆରି କରି ସି.ବି. ରାଜୁ ନିଜ ଅଂଚଳର ବିଲୁପ୍ତ ଗୌରବକୁ ଫେରାଇ ଆଣିଛନ୍ତି । ଖେଳଣା ଦ୍ୱାରା ଆମେ ଦୁଇଟି କାମ କରିପାରିବା – ଆମ ଗୌରବପୂର୍ଣ୍ଣ ଅତୀତକୁ ନିଜ ଜୀବନକୁ ଫେରାଇ ଆଣିପାରିବା ଏବଂ ନିଜ ପାଇଁ ସୁନେଲି ଭବିଷ୍ୟତଟିଏ ମଧ୍ୟ ଗଢ଼ିପାରିବା । ମୁଁ ଆମର ଷ୍ଟାର୍ଟ-ଅପ୍ ବନ୍ଧୁମାନଙ୍କୁ, ଆମର ନୂଆ ଉଦ୍ୟୋଗୀମାନଙ୍କୁ କହିବାକୁ ଚାହୁଁଛି – ଟିମ୍ ଅପ୍ ଫର୍ ଟଏଜ୍ … ଆସନ୍ତୁ ମିଳିମିଶି ଖେଳଣା ତିଆରି କରିବା । ଏବେ ଆମେ ସମସ୍ତେ ଲୋକାଲ୍ ଖେଳଣା ପାଇଁ ଭୋକାଲ୍ ହେବାର ସମୟ ଆସିଛି । ଆସନ୍ତୁ, ଆମେ ଆମର ଯୁବବନ୍ଧୁମାନଙ୍କ ପାଇଁ କିଛି ନୂତନ ଧରଣର, ଉନ୍ନତ ମାନର ଖେଳଣା ତିଆରି କରିବା । ଖେଳଣା ଏମିତି ହେଉ ଯାହାଦ୍ୱାରା ଶୈଶବ ଫୁଟିଉଠୁ, ହସିଉଠୁ । ଆମେ ଏଭଳି ଖେଳଣା ତିଆରି କରିବା ଯାହା ପରିବେଶ ଅନୁକୂଳ ମଧ୍ୟ ହୋଇଥିବ ।
ବନ୍ଧୁଗଣ, ବର୍ତ୍ତମାନ କମ୍ପ୍ୟୁଟର ଓ ସ୍ମାର୍ଟଫୋନ ଯୁଗରେ କମ୍ପ୍ୟୁଟର ଗେମ୍ସ ମଧ୍ୟ ବହୁଳ ଭାବେ ପ୍ରଚଳିତ ହେଉଛି । ଏଗୁଡ଼ିକ ପିଲାମାନେ ଓ ବଡ଼ମାନେ ମଧ୍ୟ ଖେଳୁଛନ୍ତି । କିନ୍ତୁ, ଏସବୁ ପଛରେ ଯାହା ଥିମ୍ ରହୁଛି, ସେସବୁ ଅଧିକାଂଶ ବିଦେଶୀ । ଆମ ଦେଶରେ ଏତେ ନୂଆ ନୂଆ ଚିନ୍ତାଧାରା ରହିଛି, (ଏତେ ଆଇଡିଆ ରହିଛି, ଏତେ କନସେପ୍ଟ ରହିଛି) ଆମ ଦେଶର ଇତିହାସ ମଧ୍ୟ ଖୁବ ସମୃଦ୍ଧ । ସେସବୁକୁ ନେଇ ଆମେ ଖେଳ ପ୍ରସ୍ତୁତ କରିପାରିବା କି? ଦେଶର ଯୁବ ପ୍ରତିଭାଶାଳୀମାନଙ୍କୁ ମୁଁ ଆମ ଦେଶରେ ଏବଂ ଆମ ଦେଶକୁ ନେଇ ଖେଳ ପ୍ରସ୍ତୁତ କରିବାକୁ ଆହ୍ୱାନ ଜଣାଉଛି । କଥାରେ ମଧ୍ୟ ଅଛି – ଲେଟ୍ ଦି ଗେମ୍ ବିଗିନ୍ – ତାହେଲେ ଆସନ୍ତୁ, ଖେଳ ଆରମ୍ଭ କରିବା !!
ବନ୍ଧୁଗଣ, ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚୁଆଲ୍ ଗେମ୍ସ ହେଉ, ଖେଳଣା କ୍ଷେତ୍ର ହେଉ, ଏସବୁର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, ଏବଂ ଏବେ ଏହା ଗୋଟିଏ ସୁଯୋଗ । ଶହେ ବର୍ଷ ତଳେ ଯେତେବେଳେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେତେବେଳେ ଗାନ୍ଧିଜୀ ଲେଖିଥିଲେ – ଅସହଯୋଗ ଆନ୍ଦୋଳନ, ଦେଶବାସୀଙ୍କ ମଧ୍ୟରେ ଆତ୍ମସମ୍ମାନ ଏବଂ ନିଜର ଶକ୍ତିର ଅନୁଭୂତି କରାଇବାର ଏକ ପ୍ରୟାସ ।
ଆଜି ଯେତେବେଳେ ଆମେ ଦେଶକୁ ଆତ୍ମନିର୍ଭର କରିବାକୁ ଚେଷ୍ଟା କରୁଛୁ, ସେତେବେଳେ ଆମକୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ହେବ, ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବାକୁ ହେବ । ଅସହଯୋଗ ଆନ୍ଦୋଳନ ରୂପେ ଯେଉଁ ବୀଜବପନ ହୋଇଥିଲା, ତାହାକୁ ଏବେ ଆତ୍ମନିର୍ଭର ଭାରତର ବଟବୃକ୍ଷରେ ପରିଣତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ।
ମୋର ପ୍ରିୟ ଦେଶବାସୀଗଣ, ଭାରତୀୟମାନଙ୍କ ନବସୃଜନ ଏବଂ ସମାଧାନ ପ୍ରଦାନ କରିବାର କ୍ଷମତା ଆଗରେ ସମସ୍ତେ ହାର ମାନିଥାନ୍ତି । ଯେତେବେଳେ ସମର୍ପଣ ଭାବ ରହିଥାଏ, ସମବେଦନା ଥାଏ ସେତେବେଳେ ଏହି ଶକ୍ତି ଅସୀମ ହୋଇଯାଏ । ଏହି ମାସ ଆରମ୍ଭରେ ଦେଶର ଯୁବବର୍ଗଙ୍କ ପାଇଁ ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜ ନାମରେ ଗୋଟିଏ ପ୍ରତିଯୋଗିତା ରଖାଯାଇଥିଲା । ଏହି ଆତ୍ମନିର୍ଭର ଭାରତ ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜରେ ଆମ ଯୁବବନ୍ଧୁମାନେ ଅତି ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରାୟଃ 7 ହଜାର ପ୍ରତିଯୋଗୀ ଅଂଶଗ୍ରହଣ କଲେ । ସେଥିରୁ ପାଖାପାଖି ଦୁଇ ତୃତୀୟାଂଶ ଆପ୍ ଟାୟାର ଟୁ ଏବଂ ଟାୟାର ଥ୍ରୀ ସହରର ଯୁବବନ୍ଧୁମାନେ ବିକଶିତ କରିଛନ୍ତି । ଆତ୍ମନିର୍ଭର ଭାରତ ପାଇଁ, ଦେଶର ଭବିଷ୍ୟତ ପାଇଁ ଏହା ଅତି ଶୁଭ ସଙ୍କେତ । ଆତ୍ମନିର୍ଭର ଆପ୍ ଇନ୍ନୋଭେସନ୍ ଚ୍ୟାଲେଞ୍ଜର ଫଳାଫଳ ଦେଖି ଆପଣମାନେ ନିଶ୍ଚୟ ପ୍ରଭାବିତ ହେବେ । ବହୁତ ପରୀକ୍ଷାନିରୀକ୍ଷା ପରେ, ବିଭିନ୍ନ ବର୍ଗରେ ପ୍ରାୟ 24ଟି ଆପକୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଆପଣମାନେ ଏସବୁ ଆପ୍ ସମ୍ପର୍କରେ ଜାଣନ୍ତୁ ଏବଂ ଏହା ସହ ସଂଶ୍ଲିଷ୍ଟ ମଧ୍ୟ ହୁଅନ୍ତୁ । ହୁଏତ ଆପଣ ମଧ୍ୟ ଏଭଳି କିଛି ତିଆରି କରିବା ପାଇଁ ପ୍ରେରଣା ପାଇବେ । ଏଥିରୁ ଗୋଟିଏ ଆପ୍ ହେଉଛି – କୁଟୁକୀ କିଡ୍ସ ଲର୍ଣ୍ଣିଂ ଆପ୍ । ଏହା ଛୋଟ ପିଲାଙ୍କ ପାଇଁ ଏଭଳି ଗୋଟିଏ ଇଂଟରଆକ୍ଟିଭ୍ ଆପ୍ ଯେଉଁଥିରେ ଗୀତ ଓ କାହାଣୀ ମାଧ୍ୟମରେ କଥା କଥାରେ ପିଲାମାନେ ଗଣିତ ଓ ବିଜ୍ଞାନର ଅନେକ କଥା ଶିଖିପାରିବେ । ଏଥିରେ କିଛି ଗତିବିଧି ରହିଛି, ଆଉ ଖେଳକୌତୁକ ମଧ୍ୟ ରହିଛି । ସେହିଭଳି ଗୋଟିଏ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ଆପ୍ ମଧ୍ୟ ରହିଛି । ଏହାର ନାମ କୂ – କ ଙଙ – କୂ । ଏଥିରେ ଆମେ ଆମ ମାତୃଭାଷାରେ ଟେକ୍ସ୍ଟ, ଅଡିଓ ଏବଂ ଭିଡିଓ ମାଧ୍ୟମରେ ନିଜ କଥା ରଖିପାରିବା, ଭାବ ବିନିମୟ ମଧ୍ୟ କରିପାରିବା । ସେହିଭଳି ଚିଙ୍ଗାରୀ ଆପ୍ ମଧ୍ୟ ଯୁବଗୋଷ୍ଠୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଛି । ସେଥିରୁ ଗୋଟିଏ ଆପ୍ ହେଉଛି – ଆସ୍କ ସରକାର । ଏଥିରେ ଚ୍ୟାଟ୍ ବୋଟ୍ ମାଧ୍ୟମରେ ଆପଣ ଭାବ ବିନିମୟ କରିବା ସହ ଯେକୌଣସି ସରକାରୀ ଯୋଜନା ସମ୍ପର୍କରେ ସଠିକ ସୂଚନା ମଧ୍ୟ ପାଇପାରିବେ – ତାହା ପୁଣି ଟେକ୍ସ୍ଟ, ଅଡିଓ ଏବଂ ଭିଡିଓ ଭଳି ତିନୋଟି ମାଧ୍ୟମରେ । ଏହା ଆପଣଙ୍କ ପାଇଁ ଖୁବ ସହାୟକ ହୋଇପାରିବ । ଆଉ ଗୋଟିଏ ଆପ୍ ହେଉଛି – ଷ୍ଟେପ୍ ସେଟ୍ ଗୋ । ଏହା ଫିଟନେସ୍ ଆପ୍ । ଆପଣ କେତେ ବାଟ ଚାଲିଲେ, କେତେ କ୍ୟାଲୋରୀ ଖର୍ଚ୍ଚ କଲେ, ଏହାର ସମ୍ପୂର୍ଣ୍ଣ ହିସାବ ଏହି ଆପ୍ ରଖିପାରୁଛି ଏବଂ ଆପଣଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ମଧ୍ୟ ଦେଉଛି । ମୁଁ ମାତ୍ର ଅଳ୍ପ କିଛି ଉଦାହରଣ ଦେଇଛି । ଆହୁରି ଅନେକ ଆପ୍ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ବିଜନେସ୍ ଆପ୍, ଗେମ୍ସ ଆପ୍, ଯେମିତିକି ‘Is Equal To’, ‘Books & Expense’, ‘Zoho Workplace’, ‘FTC Talent’ । ଏଗୁଡ଼ିକ ବିଷୟରେ ଆପଣ ଇଂଟରନେଟରେ ସର୍ଚ୍ଚ କରନ୍ତୁ, ଆପଣଙ୍କୁ ଅନେକ ସୂଚନା ମିଳିବ । ଆପଣ ମଧ୍ୟ ଆଗେଇ ଆସନ୍ତୁ, କିଛି ନୂଆ କଥା ଚିନ୍ତା କରନ୍ତୁ, କିଛି ନୂଆ କାର୍ଯ୍ୟକାରୀ କରନ୍ତୁ । ଆପଣଙ୍କ ପ୍ରଚେଷ୍ଟାରେ ଆଜିର ଛୋଟ ଛୋଟ ଷ୍ଟାର୍ଟ ଅପ୍ କାଲିକୁ ବଡ଼ ବଡ଼ କମ୍ପାନୀରେ ପରିବର୍ତ୍ତିତ ହେବ ଏବଂ ବିଶ୍ୱ ଦରବାରରେ ଭାରତର ପରିଚୟ ସୃଷ୍ଟି କରିବ । ଆପଣ ଏ କଥା କେବେହେଲେ ଭୁଲନ୍ତୁ ନାହିଁ ଯେ, ଆଜି ଦୁନିଆରେ ଯେଉଁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଦେଖାଯାଉଛି, ସେଗୁଡ଼ିକ ଦିନେ ଷ୍ଟାର୍ଟ ଅପ୍ ଆକାରରେ ଆରମ୍ଭ ହୋଇଥିଲା ।
ମୋର ପ୍ରିୟ ଦେଶବାସୀଗଣ, ଆମର ଏଠାକାର ଶିଶୁ, ଆମର ଛାତ୍ରଛାତ୍ରୀ, ନିଜର ସଂପୂର୍ଣ୍ଣ କ୍ଷମତା ଦେଖାଇବା ନିମନ୍ତେ ପୁଷ୍ଟି ଓ ପୋଷଣର ଏକ ବଡ଼ ଭୂମିକା ରହିଛି । ସାରା ଦେଶରେ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବରେ ପାଳନ କରାଯିବ । ଦେଶର ବିକାଶ ଓ ପୋଷଣ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଆମର ଏଠି ପ୍ରବାଦ ରହିଛି : “ଯଥା ଅନ୍ନମ୍ ତଥା ମନ୍ନମ୍” ଅର୍ଥାତ ଅନ୍ନ ଯେପରି ହୋଇଥାଏ ଆମର ମାନସିକ ଓ ବୌଦ୍ଧିକ ବିକାଶ ମଧ୍ୟ ସେହିପରି ହୁଏ । ବିଶେଷଜ୍ଞ କହନ୍ତି ଯେ ଶିଶୁ ଗର୍ଭରେ ଥିବାବେଳେ ଓ ଶୈଶବାବସ୍ଥାରେ ଯେତେ ଭଲ ପୁଷ୍ଟି ମିଳିଥାଏ ତା’ର ସେତିକି ମାନସିକ ବିକାଶ ହୁଏ ଓ ସେ ସୁସ୍ଥ ରହେ । ପିଲାଙ୍କର ପୁଷ୍ଟିସାଧନ ପାଇଁ ମାଆକୁ ମଧ୍ୟ ସଂପୂର୍ଣ୍ଣ ପୁଷ୍ଟି ମିଳିବା ଜରୁରୀ । ପୋଷଣର ଅର୍ଥ କେବଳ ଏଇଆ ନୁହେଁ ଯେ ଆପଣ କ’ଣ ଖାଉଛନ୍ତି, କେତେ ଖାଉଛନ୍ତି, କେତେଥର ଖାଉଛନ୍ତି । ଏହାର ଅର୍ଥ ହେଲା ଆପଣଙ୍କ ଶରୀରକୁ କେତେ ପୁଷ୍ଟିକର ତତ୍ୱ ମିଳୁଛି । ଆପଣଙ୍କୁ ଆଇରନ୍, କ୍ୟାଲ୍ସିଅମ୍ ମିଳୁଛି ନା ନାହିଁ, ସୋଡିଅମ୍ ମିଳୁଛି ନା ନାହିଁ, ଭିଟାମିନ୍ ମିଳୁଛି ନା ନାହିଁ, ଏସବୁ ପୋଷଣର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଦିଗ । ଏହି ପୋଷଣ ଆନ୍ଦୋଳନରେ ଜନ-ସହଭାଗିତା ବେଶୀ ଜରୁରୀ । ଜନ-ସହଭାଗିତା ହିଁ ଏହାକୁ ସଫଳ କରିବ । ବିଗତ କିଛି ବର୍ଷ ଭିତରେ ଏ କ୍ଷେତ୍ରରେ ଦେଶରେ ବହୁ ପ୍ରୟାସ କରାଯାଇଛି । ବିଶେଷକରି ଆମର ଗାଁଗୁଡ଼ିକରେ ଏହି ଜନ-ସହଭାଗିତାକୁ ଜନ ଆନ୍ଦୋଳନର ରୂପ ଦିଆଯାଉଛି । ପୁଷ୍ଟି ସପ୍ତାହ ହେଉ ବା ପୋଷଣ ମାସ ହେଉ, ଏସବୁ ମାଧ୍ୟମରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯାଉଛି । ଏହାସହ ସ୍କୁଲଗୁଡ଼ିକୁ ଯୋଡ଼ାଯାଉଛି । ପିଲାଙ୍କ ଭିତରେ ସଚେତନତା ବଢ଼ାଇବା ନିମନ୍ତେ ପ୍ରତିଯୋଗିତା ଆଦିର ଆୟୋଜନ କରାଯିବା ପାଇଁ କ୍ରମାଗତ ଚେଷ୍ଟା ଜାରି ରହିଛି । ଶ୍ରେଣୀରେ ଯେପରି ଜଣେ କ୍ଲାସ୍ ମନିଟର୍ ଥାଏ, ସେହିପରି Nutrition monitor ମଧ୍ୟ ରହୁ, report card ଭଳିò Nutrition card ମଧ୍ୟ ତିଆରି ହେଉ, ଏହିପରି ଆରମ୍ଭ କରାଯାଉଛି । ପୋଷଣ ମାସ ଅବସରରେ ମାଇଗଭରେ ଏକ ଖାଦ୍ୟ ଓ ପୋଷଣ କୁଇଜ ମଧ୍ୟ ଆୟୋଜନ କରାଯିବ ଆଉ ତା’ସହ ଏକ ମିମ୍ ପ୍ରତିଯୋଗିତା ମଧ୍ୟ ହେବ । ଆପଣ ନିଜେ ଏଥିରେ ଭାଗ ନିଅନ୍ତୁ ଓ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରବର୍ତ୍ତାନ୍ତୁ ।
ବନ୍ଧୁଗଣ, ଯଦି ଆପଣ ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ statue of unity ଯିବାକୁ ସୁଯୋଗ ମିଳିଛି ଓ କୋଭିଡ ପରେ ଯେତେବେଳେ ଏହା ଖୋଲିବ ଓ ଆପଣଙ୍କୁ ଯିବାର ଅବସର ମିଳିବ, ତେବେ ସେଠାରେ ଦେଖିବେ ଏକ ନିଆରା ପୋଷଣ ପାର୍କ ଗଢ଼ାଯାଇଛି । ଖେଳଖେଳରେ ହିଁ ପୋଷଣର ଶିକ୍ଷା ସେଠାରେ ଦେଖିହେବ ।
ବନ୍ଧୁଗଣ, ଭାରତ ଏକ ବିଶାଳ ଦେଶ, ଯେଉଁଠି ଖାଦ୍ୟପାନୀୟର ବହୁତ ବିବିଧତା ରହିଛି । ଆମ ଦେଶରେ ଛଅଟି ଅଲଗା ଅଲଗା ଋତୁ ଆସେ; ସେହି ଅନୁସାରେ ବିଭିନ୍ନ ଅଂଚଳରେ ଅଲଗା ଅଲଗା ଜିନିଷ ମଧ୍ୟ ସୃଷ୍ଟି ହୁଏ । ସେଥିପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ଅଂଚଳର ସ୍ଥାନୀୟ ଭୋଜନ ଓ ସେଠାରେ ଉତ୍ପନ୍ନ ହେଉଥିବା ଋତୁକାଳୀନ ଅନ୍ନ, ଫଳ, ପନିପରିବା ଆଦି ଅନୁସାରେ ଏକ ପୁଷ୍ଟିକର ଖାଦ୍ୟ ତାଲିକା ତିଆରି ହେଉ । ଏଇ ଯେମିତି ମାଣ୍ଡିଆ- ଏହା ଏକ ବହୁତ ଉପଯୋଗୀ ପୁଷ୍ଟିକର ଆହାର । ଏକ “ଭାରତୀୟ କୃଷି କୋଷ’’ ପ୍ରସ୍ତୁତ କରାଯାଉଛି । ଏଥିରେ ପ୍ରତ୍ୟେକ ଜିଲାରେ କି କି ଫସଲ ହେଉଛି, ତା’ର ପୁଷ୍ଟିକାରକ ମୂଲ୍ୟ କେତେ, ତା’ର ସମ୍ପୂର୍ଣ୍ଣ ସୂଚନା ରହିବ । ଏହା ଆପଣମାନଙ୍କୁ ବହୁତ କାମ ଦେବ । ଆସନ୍ତୁ, ଏହି ପୋଷଣ ମାସରେ ପୁଷ୍ଟିକର ଖାଦ୍ୟ ଖାଇବାକୁ ଓ ସୁସ୍ଥ ରହିବାକୁ ଆମେ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ।
ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ଯେତେବେଳେ ଆମେ ସ୍ୱାଧୀନତା ଦିବସ ପାଳନ କରୁଥିଲୁ, ସେତେବେଳେ ଏକ ରୋଚକ ଖବର ଉପରେ ମୋର ଦୃଷ୍ଟି ପଡ଼ିଲା । ଖବରଟି ଆମର ସୁରକ୍ଷାବଳ ଭିତରେ ଥିବା ଦୁଇଜଣ ବାହାଦୂର ଚରିତ୍ରଙ୍କର । ଜଣେ ହେଉଛନ୍ତି ସୋଫି ଓ ଅନ୍ୟ ଜଣକ ୱିଦା । ସୋଫି ଓ ୱିଦା ଭାରତୀୟ ସେନାର ଶ୍ୱାନ ଓ ସେମାନଙ୍କୁ Chief of Army Staff ‘Commendation Cards’ରେ ସମ୍ମାନିତ କରାଯାଇଛି । ସୋଫି ଓ ୱିଦାଙ୍କୁ ଏହି ସମ୍ମାନ ଏଥିପାଇଁ ମିଳିଛି ଯେ ସେମାନେ ଦେଶର ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟକୁ ଖୁବ୍ ସୁନ୍ଦର ଭାବେ ପାଳନ କରିଛନ୍ତି । ଆମର ସେନାରେ, ଆମର ସୁରକ୍ଷାବଳ ପାଖରେ ଏପରି ବହୁତ ବାହାଦୂର ଶ୍ୱାନ ଅଛନ୍ତି ଯେଉଁମାନେ ଦେଶପାଇଁ ବଂଚନ୍ତି ଓ ଦେଶପାଇଁ ନିଜର ବଳିଦାନ ମଧ୍ୟ ଦିଅନ୍ତି । ଅନେକ ବୋମା ବିସ୍ଫୋରଣକୁ, ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ରୋକିବାରେ ଏପରି ଶ୍ୱାନଗୁଡ଼ିକ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି । କିଛିଦିନ ପୂର୍ବରୁ ଦେଶର ସୁରକ୍ଷା ପାଇଁ ଏହି ଶ୍ୱାନମାନଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ମିଳିଲା । ଅନେକ କାହାଣୀ ବି ଶୁଣିଲି । ଗୋଟିଏ ଶ୍ୱାନ ବଳରାମ 2006ରେ ଅମରନାଥ ଯାତ୍ରା ରାସ୍ତାରେ ବହୁ ପରିମାଣର ଗୋଳାବାରୁଦ ଖୋଜି ବାହାର କରିଥିଲା । 2002ରେ ଶ୍ୱାନ ‘ଭାବନା’ ଆଇଇଡି ଖୋଜି ବାହାର କରିଥିଲେ । ଆଇଇଡି ଖୋଜିବା ସମୟରେ ଆତଙ୍କବାଦୀମାନେ ବିସ୍ଫୋରଣ କରିଦେଲେ ଓ ‘ଭାବନା’ ଶହୀଦ ହୋଇଗଲା । ଦୁଇତିନି ବର୍ଷ ପୂର୍ବରୁ ଛତିଶଗଡ଼ର ବିଜାପୁରରେ ସିଆର୍ପିଏଫ୍ ସ୍ନିଫର କୁକୁର ମଧ୍ୟ ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିଲା । କିଛିଦିନ ପୂର୍ବରୁ ହିଁ ଆପଣ ଟିଭିରେ ଏକ ବଡ଼ ଭାବୁକ କରିଦେଲା ଭଳି ଦୃଶ୍ୟ ଦେଖିଥିବେ, ଯେଉଁଥିରେ ବିଡ ପୁଲିସ୍ ନିଜର ସାଥୀ ଶ୍ୱାନ ରକିକୁ ସମ୍ପୂର୍ଣ୍ଣ ସମ୍ମାନର ସହ ଅନ୍ତିମ ବିଦାୟ ଦେଇଥିଲେ । ରକି 300ରୁ ଅଧିକ ସମସ୍ୟାର ସମାଧାନରେ ପୁଲିସକୁ ସାହାଯ୍ୟ କରିଥିଲା । ଶ୍ୱାନଙ୍କର ବିପର୍ଯ୍ୟୟ ପରିଚାଳନା ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବହୁତ ବଡ଼ ଭୂମିକା ରହିଥାଏ । ଏନଡିଆରଏଫ ଭାରତରେ ଏପରି ବହୁତ ଶ୍ୱାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଇଛି । କେଉଁଠି ଭୂମିକମ୍ପ ଆସିଲେ, ଘର ଭୁଷୁଡ଼ିପଡ଼ିଲେ ତା’ ଭିତରୁ ଜୀବିତ ଲୋକଙ୍କୁ ଖୋଜି ବାହାର କରିବାରେ ଏହି ଶ୍ୱାନଗୁଡ଼ିକ ଖୁବ୍ କୁଶଳୀ ହୋଇଥାନ୍ତି ।
ବନ୍ଧୁଗଣ, ମୋତେ କୁହାଯାଇଛି ଯେ ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକ ମଧ୍ୟ ବହୁତ ଭଲ, ବହୁତ ସକ୍ଷମ । ଭାରତୀୟ ପ୍ରଜାତିରେ ମୁଧୋଲ ହାଉଣ୍ଡ୍, ହିମାଚଳି ହାଉଣ୍ଡ୍ ବି ବହୁତ ଭଲ ପ୍ରଜାତି । ରାଜାପଲାୟମ୍, କନ୍ନି, ଚିପ୍ପିପରାଇ ଓ କୋମ୍ବାଇ ମଧ୍ୟ ବହୁତ ଭଲ ଭାରତୀୟ ପ୍ରଜାତିର ଶ୍ୱାନ । ଏଗୁଡ଼ିକର ଲାଳନପାଳନ ଖର୍ଚ୍ଚ ମଧ୍ୟ ବହୁତ କମ୍ ଓ ଏଗୁଡ଼ିକ ଭାରତୀୟ ପରିବେଶରେ ବଢ଼ିଥାନ୍ତି । ଏବେ ଆମର ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟ ଏହି ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକୁ ନିଜର ସୁରକ୍ଷା ଦଳରେ ସାମିଲ୍ କରୁଛନ୍ତି । ବିଗତ ଦିନରେ ସେନା, ସିଆଇଏସ୍ଏଫ୍, ଏନ୍ଏସ୍ଜି ମୁଧୋଲ୍ ହାଉଣ୍ଡ୍ ଶ୍ୱାନଙ୍କୁ ତାଲିମ ଦେଇ dog squadରେ ସାମିଲ୍ କରିଛନ୍ତି, ସିଆର୍ପିଏଫ୍ କୋମ୍ବାଇ ଶ୍ୱାନଙ୍କୁ ସାମିଲ୍ କରିଛି । ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟ ଭାରତୀୟ ପ୍ରଜାତିର ଶ୍ୱାନଗୁଡ଼ିକ ଉପରେ ଗବେଷଣା କରୁଛି । ଭାରତୀୟ ପ୍ରଜାତିର ଶ୍ୱାନଙ୍କୁ ଆହୁରି ଭଲ କରାଯିବା ଓ ଉପଯୋଗୀ କରାଯାଇପାରିବା ଏହାର ଉଦ୍ଦେଶ୍ୟ । ଆପଣ ଇଂଟରନେଟରେ ଏଗୁଡ଼ିକର ନାମ ସନ୍ଧାନ କରନ୍ତୁ, ସେମାନଙ୍କ ବିଷୟରେ ଜାଣନ୍ତୁ, ଆପଣ ସେମାନଙ୍କର ସୌନ୍ଦର୍ଯ୍ୟ, ସେମାନଙ୍କର ସ୍ୱଭାବ ଦେଖି ଚକିତ ହୋଇଯିବେ । ଆପଣ ଭବିଷ୍ୟତରେ ଯେତେବେଳେ ବି ଶ୍ୱାନ ପାଳିବା କଥା ଭାବିବେ, ତେବେ ଆପଣ ନିଶ୍ଚିତ ଏସବୁଥିରୁ କୌଣସି ଭାରତୀୟ ଶ୍ୱାନକୁ ଘରକୁ ଆଣିବେ । ଆତ୍ମନିର୍ଭର ଭାରତ ଯେତେବେଳେ ଜନ-ମନର ମନ୍ତ୍ର ହେଉଛି ସେତେବେଳେ କୌଣସି କ୍ଷେତ୍ର ମଧ୍ୟ ସେଥିରୁ କିପରି ପଛରେ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, କିଛିଦିନ ପରେ ପାଞ୍ଚ ସେପ୍ଟେମ୍ବରରେ ଆମେ ଶିକ୍ଷକ ଦିବସ ପାଳନ କରିବା । ଆମେମାନେ ଯେତେବେଳେ ନିଜ ଜୀବନର ସଫଳତାକୁ ଦେଖୁ, ନିଜ ଜୀବନଯାତ୍ରାକୁ ଦେଖୁ ସେତେବେଳେ ଆମର କୌଣସି ନା କୌଣସି ଶିକ୍ଷକଙ୍କ ସ୍ମୃତି ମନକୁ ଆସେ । ଦ୍ରୁତ ପରିବର୍ତ୍ତନଶୀଳ ସମୟ ଓ କରୋନା ସଂକଟ କାଳରେ ଆମର ଶିକ୍ଷକମାନଙ୍କ ସାମ୍ନାରେ ମଧ୍ୟ ସମୟ ସହ ବଦଳିବାର ଏକ ଆହ୍ୱାନ ରହିଛି । ମୁଁ ଖୁସି ଯେ ଆମର ଶିକ୍ଷକମାନେ ଏହି ଆହ୍ୱାନକୁ କେବଳ ସ୍ୱୀକାର କରିନାହାନ୍ତି, ବରଂ ସେମାନେ ଏହାକୁ ସୁଯୋଗରେ ପରିଣତ କରିଛନ୍ତି । ପାଠପଢ଼ାରେ କିପରି ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ହୋଇପାରିବ, ନୂଆ ମାଧ୍ୟମକୁ କିପରି ଆପଣାଇହେବ, ଛାତ୍ରଛାତ୍ରୀଙ୍କୁ କିପରି ସାହାଯ୍ୟ କରିହେବ ଏହାକୁ ଆମର ଶିକ୍ଷକମାନେ ସହଜଭାବେ ଆପଣାଇଛନ୍ତି ଓ ସେମାନେ ଛାତଛାତ୍ରୀଙ୍କୁ ମଧ୍ୟ ଶିଖାଇଛନ୍ତି । ଆଜି ଦେଶରେ ସବୁ ସ୍ଥାନରେ କିଛି ନା କିଛି ଉଦ୍ଭାବନ ହେଉଛି । ଶିକ୍ଷକ ଓ ଛାତ୍ର ମିଳିମିଶି କିଛି ନୂଆ କରୁଛନ୍ତି । ମୋର ବିଶ୍ୱାସ ଯେ ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ଜରିଆରେ ଯେପରି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ଆମର ଶିକ୍ଷକମାନେ ଏହାର ଲାଭ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।
ବନ୍ଧୁଗଣ, ବିଶେଷକରି ମୋର ଶିକ୍ଷକବନ୍ଧୁମାନେ, 2022 ବର୍ଷରେ ଆମର ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରିବ । ସ୍ୱାଧୀନତା ପୂର୍ବରୁ ଅନେକ ବର୍ଷ ପର୍ଯ୍ୟନ୍ତ ଆମ ଦେଶରେ ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଇତିହାସ ରହିଛି । ସେହି ସମୟରେ ଦେଶର ଏପରି କୌଣସି ଅଂଚଳ ନ ଥିଲା ଯେଉଁଠି ସ୍ୱାଧୀନତାପ୍ରେମୀମାନେ ନିଜର ପ୍ରାଣ ଉତ୍ସର୍ଗ କରିନଥିଲେ, ନିଜର ସର୍ବସ୍ୱ ତ୍ୟାଗ କରିନଥିଲେ । ଆମର ଆଜିର ପିଢ଼ି, ଆମର ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମର ସେହି ନାୟକମାନଙ୍କ ସହ ପରିଚିତ ହେବା ଅତି ଆବଶ୍ୟକ; ସେମାନେ ସେହିପରି ହିଁ ଅନୁଭବ କରିବା ଜରୁରୀ । ନିଜ ଜିଲାରେ, ନିଜ ଅଂଚଳରେ ସ୍ୱାଧୀନତା ଆନ୍ଦୋଳନ ସମୟରେ କ’ଣ ହୋଇଥିଲା, କିପରି ହୋଇଥିଲା, କିଏ ଶହୀଦ ହୋଇଥିଲା, କିଏ କେତେଦିନ ଦେଶପାଇଁ ଜେଲ୍ରେ ରହିଥିଲା – ଏସବୁ କଥା ଆମ ଛାତ୍ରଛାତ୍ରୀ ଜାଣିଲେ ସେମାନଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ତା’ର ପ୍ରଭାବ ଦେଖିବାକୁ ମିଳିବ । ଏଥିପାଇଁ ଅନେକ କାମ କରାଯାଇପାରିବ, ଯେଉଁଥିରେ ଆମ ଶିକ୍ଷକମାନଙ୍କର ବଡ଼ ଦାୟିତ୍ୱ ରହିଛି । ଯେପରିକି, ଆପଣ ଯେଉଁ ଜିଲାରେ ରହୁଛନ୍ତି ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା ସେହି ସ୍ୱାଧୀନତା ସଂଗ୍ରାମବେଳେ କିଛି ଘଟଣା ଘଟିଥିଲା କି? ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗବେଷଣା କରାଯାଇପାରିବ । ତାକୁ ବିଦ୍ୟାଳୟର ହସ୍ତଲିଖିତ ପତ୍ରିକାରେ ଛପାଯାଇପାରିବ । ଆପଣଙ୍କ ସହରରେ ଯଦି ସ୍ୱାଧୀନତା ଆନ୍ଦୋଳନ ସହ ଜଡ଼ିତ କୌଣସି ସ୍ଥାନ ରହିଛି, ତେବେ ଛାତ୍ରଛାତ୍ରୀଙ୍କୁ ସେହି ସ୍ଥାନକୁ ନେଇଯାଇପାରିବେ । କୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇପାରିବେ ଯେ ସ୍ୱାଧୀନତାର 75 ବର୍ଷରେ ନିଜ ଅଂଚଳର 75 ଜଣ ସ୍ୱାଧୀନତା ସଂଗ୍ରାମର ନାୟକଙ୍କ ଉପରେ କବିତା ଲେଖିବେ, ନାଟକ ଲେଖିବେ । ଆପଣଙ୍କ ପ୍ରୟାସ ଦେଶର ହଜାର ହଜାର, ଲକ୍ଷ ଲକ୍ଷ ଅନାଲୋଚିତ ନାୟକମାନଙ୍କ ବିଷୟରେ ଆଲୋକପାତ କରିପାରିବ, ଯେଉଁମାନେ ଦେଶପାଇଁ ବଂଚୁଥିଲେ, ଦେଶପାଇଁ ଜୀବନ ଦେଇଥିଲେ, ଯେଉଁମାନଙ୍କ ନାମ ସମୟ ସହ ବିସ୍ମୃତ ହୋଇଯାଇଛି, ସେହି ମହାନ ବ୍ୟକ୍ତିତ୍ୱଙ୍କୁ ଯଦି ଆମେ ସାମ୍ନାକୁ ଆଣିବା, ସ୍ୱାଧୀନତାର 75 ବର୍ଷରେ ସେମାନଙ୍କୁ ମନେପକାଇବା ତେବେ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ଏବଂ ଯେତେବେଳେ 5 ସେପ୍ଟେମ୍ବରରେ ଶିକ୍ଷକ ଦିବସ ପାଳନ କରାଯିବ ସେତେବେଳେ ମୁଁ ମୋର ଶିକ୍ଷକ ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ଏଥିପାଇଁ ଏକ ପରିବେଶ ତିଆରି କରନ୍ତୁ, ସମସ୍ତଙ୍କୁ ସେଥିରେ ସାମିଲ୍ କରନ୍ତୁ ଏବଂ ସମସ୍ତେ ମିଳିମିଶି ଏକାଠି କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଦେଶ ଆଜି ଯେଉଁ ବିକାଶ ଯାତ୍ରାରେ ଅଗ୍ରସର ହେଉଛି ତା’ର ସଫଳତା ସେତେବେଳେ ହିଁ ସୁଖଦ ହେବ, ଯେତେବେଳେ ପ୍ରତ୍ୟେକ ଦେଶବାସୀ ଏଥିରେ ସାମିଲ୍ ହେବେ, ଏହି ଯାତ୍ରାର ଯାତ୍ରୀ ହେବେ, ଏହି ପଥର ପଥିକ ହେବେ । ସେଥିପାଇଁ ଏହା ଜରୁରୀ ଯେ ପ୍ରତ୍ୟେକ ଦେଶବାସୀ ସୁସ୍ଥ ରହନ୍ତୁ, ସୁଖୀ ରହନ୍ତୁ ଏବଂ ଆମେ ମିଳିମିଶି କରୋନାକୁ ସଂପୂର୍ଣ୍ଣ ଭାବେ ପରାଜିତ କରିବା । କରୋନା ସେତେବେଳେ ହାରିବ, ଯେତେବେଳେ ଆପଣ ସୁରକ୍ଷିତ ରହିବେ, ଯେତେବେଳେ ଆପଣ “ଦୁଇ ଗଜ ଦୂରତା, ମାସ୍କ ଜରୁରୀ’’, ଏହି ସଂକଳ୍ପକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବେ । ଆପଣ ସମସ୍ତେ ସୁସ୍ଥ ରହନ୍ତୁ, ସୁଖୀ ରହନ୍ତୁ, ଏହି ଶୁଭକାମନା ସହ ଆଗାମୀ ‘ମନ କୀ ବାତ୍’ରେ ପୁଣି ଭେଟିବା ।
ବହୁତ ବହୁତ ଧନ୍ୟବାଦ । ନମସ୍କାର ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଜୁଲାଇ 26 ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ । ଆଜି “କାରଗିଲ ବିଜୟ ଦିବସ” । 21 ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ ଭାରତର ବିଜୟ ପତାକା ଉଡାଇଥିଲା । ବନ୍ଧୁଗଣ, କାରଗିଲ ଯୁଦ୍ଧ ଯେଉଁ ପରିସ୍ଥିତିରେ ହେଲା, ତାହା ଭାରତ କେବେହେଲେ ଭୁଲିପାରିବନି । ପାକିସ୍ତାନ ବଡ଼ ବଡ଼ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବା ଏବଂ ନିଜ ଦେଶ ଭିତରେ ଚାଲିଥିବା କଳହ ଦିଗରୁ ଧ୍ୟାନ ଭଙ୍ଗ କରିବା ପାଇଁ ଏଭଳି ଦୁଃସାହସ କରିଥିଲା । ଭାରତ ସେତେବେଳେ ପାକିସ୍ତାନ ସହ ସମ୍ପର୍କ ଉନ୍ନତ କରିବାକୁ ପ୍ରଚେଷ୍ଟାରତ ଥିଲା । କିନ୍ତୁ ଯେମିତି କହନ୍ତିନି –
“ବୟରୁ ଅକାରଣ ସବ୍ କାହୁ ସୋଁ, ଯୋ କର ହିତ ଅନହିତ ତାହୁ ସୋଁ ।” ଅର୍ଥାତ୍, ଦୁଷ୍ଟର ସ୍ୱଭାବ ହେଲା ବିନା କାରଣରେ ଅନ୍ୟ ସହ ଶତ୍ରୁତା କରିବା । ଏଭଳି ପ୍ରକୃତିର ଲୋକ ତାଙ୍କର ହିତସାଧନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ଅନିଷ୍ଟ କରିବା ପାଇଁ ଚିନ୍ତା କରନ୍ତି । ତେଣୁ ଭାରତର ମିତ୍ରତା ପ୍ରସ୍ତାବ ପ୍ରତ୍ୟୁତରରେ ପାକିସ୍ତାନ ଦ୍ୱାରା ପିଠିରେ ଛୁରୀ ମାରିବାର ପ୍ରଚେଷ୍ଟା ହୋଇଥିଲା କିନ୍ତୁ ତା’ପରେ ଭାରତର ବୀର ସେନାବାହିନୀ ଯେଉଁ ପରାକ୍ରମ ଦେଖାଇଲେ, ଭାରତ ନିଜର ଯେଉଁ ଶକ୍ତି ପ୍ରଦର୍ଶନ କଲା, ତାହା ସାରା ବିଶ୍ୱ ଦେଖିଲା । ଆପଣ କଳ୍ପନା କରିପାରୁଥିବେ – ଉଚ୍ଚ ପାହାଡ଼ଗୁଡ଼ିକ ଉପରେ ବସିଥିବା ଶତ୍ରୁ, ଆଉ ପାହାଡ଼ର ପାଦଦେଶରୁ ଯୁଦ୍ଧ କରୁଥିବା ଆମ ସେନାବାହିନୀ, କିନ୍ତୁ ପର୍ବତ ଶିଖରର ବିଜୟ ନୁହେଁ, ବରଂ ଭାରତୀୟ ସେନାବାହିନୀର ସାହସ ଏବଂ ପ୍ରକୃତ ବୀରତ୍ୱର ବିଜୟ ହେଲା । ବନ୍ଧୁଗଣ, ସେ ସମୟରେ ମୋତେ ମଧ୍ୟ କାରଗିଲ୍ ଯିବାର ଏବଂ ଆମ ଯବାନମାନଙ୍କ ବୀରତ୍ୱ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା । ସେ ମୁହୂର୍ତ୍ତ ମୋ ଜୀବନର ସବୁଠାରୁ ଅମୂଲ୍ୟ ମୁହୂର୍ତ୍ତଗୁଡ଼ିକ ମଧ୍ୟରୁ ଅନ୍ୟତମ । ମୁଁ ଲକ୍ଷ୍ୟ କରୁଛି ଯେ, ଆଜି ସାରା ଦେଶରେ ଲୋକେ କାରଗିଲ ବିଜୟକୁ ମନେ ପକାଉଛନ୍ତି । Social Media ରେ hashtag#courage-in-Kargil ମାଧ୍ୟମରେ ଲୋକେ ସେହି ବୀରମାନଙ୍କୁ ପ୍ରଣାମ କରୁଛନ୍ତି । ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ମୁଁ ଆଜି, ସମସ୍ତ ଦେଶବାସୀଙ୍କ ତରଫରୁ ଆମର ସେହି ବୀର ଯବାନମାନଙ୍କ ସହିତ ସେମାନଙ୍କ ବୀର ମାତାମାନଙ୍କୁ ମଧ୍ୟ ପ୍ରଣାମ କରୁଛି – ଯିଏ ଭାରତମାତାର ଏହି ସୁପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି । ଆଜିର ଦିନରେ କାରଗିଲ ବିଜୟ ସମ୍ପର୍କୀୟ ଆମ ଯବାନମାନଙ୍କ କାହାଣୀ, ବୀର ମା’ମାନଙ୍କ ତ୍ୟାଗ ସମ୍ପର୍କରେ ପରସ୍ପରଙ୍କୁ ଜଣାଇବା ଏବଂ Share କରିବା ପାଇଁ ମୁଁ ଦେଶର ଯୁବବର୍ଗଙ୍କୁ ଅନୁରୋଧ କରୁଛି ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଜି ଗୋଟିଏ ଅନୁରୋଧ କରୁଛି www.gallantryawards.gov.in ନାମରେ ଗୋଟିଏ ୱେବସାଇଟ୍ ରହିଛି । ଆପଣ ତାହାକୁ ନିଶ୍ଚୟ Visit କରନ୍ତୁ । ସେଠାରେ ଆପଣମାନଙ୍କୁ ଆମର ବୀର ପରାକ୍ରମୀ ଯୋଦ୍ଧାମାନଙ୍କ ସମ୍ପର୍କରେ, ସେମାନଙ୍କ ପରାକ୍ରମ ବିଷୟରେ ଅନେକ ତଥ୍ୟ ମିଳିବ ଆଉ ସେହି ସୂଚନାଗୁଡ଼ିକୁ ନେଇ ଆପଣ ଯେତେବେଳେ ନିଜ ସାଙ୍ଗସାଥୀଙ୍କ ସହିତ ଆଲୋଚନା କରିବେ ସେସବୁ ତାଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ । ଆପଣ ନିଶ୍ଚିତ ଭାବେ ଏହି ୱେବସାଇଟକୁ ଯାଆନ୍ତୁ, ଆଉ ଏହାକୁ ବାରମ୍ବାର ଦେଖିବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ବନ୍ଧୁଗଣ, କାରଗିଲ ଯୁଦ୍ଧ ସମୟରେ ଅଟଳଜୀ ଲାଲକିଲ୍ଲା ଉପରୁ ଯାହା କହିଥିଲେ ତାହା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ବହୁତ ପ୍ରାସଙ୍ଗିକ । ଅଟଳଜୀ ସେତେବେଳେ ଦେଶକୁ ଗାନ୍ଧିଜୀଙ୍କର ଗୋଟିଏ ମନ୍ତ୍ର ସ୍ମରଣ କରାଇଥିଲେ । ମହାତ୍ମା ଗାନ୍ଧୀଙ୍କର ସେହି ମନ୍ତ୍ରଟି ଥିଲା ଯେ କ’ଣ କରିବା, କ’ଣ ନ କରିବାକୁ ନେଇ ଯଦି କାହାରି ମନରେ କୌଣସି ଦ୍ୱିଧା ଥାଏ, ତେବେ ସେ, ଭାରତର ସବୁଠାରୁ ଗରିବ ଓ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରିବା ଉଚିତ । ସେ ଏକଥା ଭାବିବା ଉଚିତ ଯେ, ସେ ଯାହା କରିବାକୁ ଯାଉଛି ତା’ଦ୍ୱାରା ସେହି ବ୍ୟକ୍ତିର କୌଣସି ଉପକାର ହେବ କି ନାହିଁ । ଗାନ୍ଧୀଜୀଙ୍କର ଏହି ଚିନ୍ତାଧାରାର ଟିକିଏ ଆଗକୁଯାଇ ଅଟଳଜୀ କହିଥିଲେ ଯେ, କାରଗିଲ ଯୁଦ୍ଧ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି । ସେ ମନ୍ତ୍ରଟି ହେଉଛି – “କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଉଚିତ ଯେ ଆମର ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ ତ, ଯିଏ ଦୁର୍ଗମ ପାର୍ବତ୍ୟାଂଚଳରେ ନିଜର ପ୍ରାଣବଳି ଦେଇଛି । ଆସନ୍ତୁ ଅଟଳଜୀଙ୍କ ସ୍ୱରରେ ହିଁ ତାଙ୍କର ଏହି ଭାବନାକୁ ଆମେ ଶୁଣିବା, ବୁଝିବା ଏବଂ ସମୟର ଏହି ଆବଶ୍ୟକତାକୁ ସ୍ୱୀକାର କରିବା ।
Sound byte of Shri Atalji
“ଆମ ସମସ୍ତଙ୍କର ମନେଅଛି ଯେ ଗାନ୍ଧିଜୀ ଆମକୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ, ଆପଣ କ’ଣ କରିବେ ତାକୁ ନେଇ ଯଦି କୌଣସି ଦ୍ୱିଧା ଉତ୍ପନ୍ନ ହୁଏ ତାହେଲେ ଆପଣ ଭାରତର ସେହି ସବୁଠାରୁ ଅସହାୟ ବ୍ୟକ୍ତି ବିଷୟରେ ଚିନ୍ତା କରନ୍ତୁ ଏବଂ ନିଜକୁ ପ୍ରଶ୍ନ କରନ୍ତୁ ଯେ, ଆପଣ ଯାହା କରିବାକୁ ଯାଉଛନ୍ତି ତାଦ୍ୱାରା ସେହି ବ୍ୟକ୍ତି ଉପକୃତ ହେବ କି ନାହିଁ । କାରଗିଲ ଆମକୁ ଆଉ ଗୋଟିଏ ମନ୍ତ୍ର ଦେଇଛି – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଆମେ ଏକଥା ଚିନ୍ତା କରିବା ଯେ, ଆମର ସେହି ପଦକ୍ଷେପ ସେହି ସୈନିକର ସମ୍ମାନର ଅନୁରୂପ କି ନୁହେଁ, ଯିଏ ସେହି ଦୁର୍ଗମ ପାହାଡ଼ିଆ ଅଂଚଳରେ ନିଜର ପ୍ରାଣବଳି ଦେଇଛି ।”
ବନ୍ଧୁଗଣ, ଯୁଦ୍ଧ ପରିସ୍ଥିତିରେ ଆମେ ଯାହା କହିଥାଉ, ଯାହା କରିଥାଉଁ ସେସବୁର ସୀମାରେ କର୍ତ୍ତବ୍ୟରତ ସୈନିକର ମନୋବଳ ଉପରେ, ତାଙ୍କ ପରିବାରର ମନୋବଳ ଉପରେ ଗଭୀର ପ୍ରଭାବ ପକାଇଥାଏ । ଆମେ ଏକଥା କେବେହେଲେ ଭୁଲିବା ଉଚିତ ନୁହେଁ ଆଉ ଏଥିପାଇଁ ଆମ ଆଚାର-ବ୍ୟବହାର, ଆମ କଥା, ଆମ ବକ୍ତବ୍ୟ, ଆମ ମର୍ଯ୍ୟାଦା, ଆମର ଲକ୍ଷ୍ୟ, ଏସବୁ ନିୟନ୍ତ୍ରଣରେ ରହିବା ଜରୁରୀ କାରଣ ଏହା ଆମ ସୈନିକମାନଙ୍କ ମନୋବଳ ବୃଦ୍ଧିକାରୀ, ସମ୍ମାନ ବୃଦ୍ଧିକାରୀ ହେବା ଆବଶ୍ୟକ । “ରାଷ୍ଟ୍ର ସର୍ବୋପରି” ଏହି ମନ୍ତ୍ରକୁ ମନରେ ଧରି, ଏକତାର ସୂତ୍ରରେ ବନ୍ଧା ଦେଶବାସୀ, ଆମ ସୈନିକମାନଙ୍କ ଶକ୍ତି ସହସ୍ରଗୁଣ ବୃଦ୍ଧି କରିଦେଇଥାନ୍ତି । ଆମର ପରା କୁହାଯାଇଛି – “ସଂଘେ ଶକ୍ତି କଲୌ ଯୁଗେ” ।
ବେଳେବେଳେ ଆମେ ଏକଥାକୁ ନ ବୁଝି Social Mediaରେ ଏଭଳି କଥାଗୁଡ଼ିକୁ ପ୍ରୋତ୍ସାହିତ କରିଥାଉ ଯାହା ଆମ ଦେଶର ଅନେକ କ୍ଷତି ଘଟାଇଥାଏ । ବେଳେବେଳେ କୌତୁହଳବଶତଃ ଆମେ ଏଗୁଡ଼ିକୁ Forward କରିଦେଇଥାଉଁ । ଏପରି କରିବା ଅନୁଚିତ – ଏକଥା ଜାଣି ମଧ୍ୟ କରିଦେଉଥାଉଁ । ଆଜିକାଲି, ଯୁଦ୍ଧ କେବଳ ସୀମାରେ ନୁହେଁ, ଦେଶରେ ମଧ୍ୟ ଅନେକ କ୍ଷେତ୍ରରେ ଏକସଙ୍ଗେ ଲଢ଼ିବାକୁ ପଡ଼ିଥାଏ ଏବଂ ପ୍ରତ୍ୟେକ ଦେଶବାସୀକୁ ଏଥିରେ ନିଜର ଭୂମିକା ନିର୍ଣ୍ଣୟ କରିବାକୁ ହୋଇଥାଏ । ଦେଶର ସୀମାରେ ଦୁର୍ଗମ ପରିସ୍ଥିତିରେ ସଂଗ୍ରାମରତ ଆମ ସୈନିକମାନଙ୍କୁ ସ୍ମରଣ କରି ଆମକୁ ମଧ୍ୟ ନିଜ ଭୂମିକା ସ୍ଥିର କରିବାକୁ ପଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ, ଗତ କିଛିମାସ ଧରି ସାରା ଦେଶ ଏକ ହୋଇ ଯେଉଁଭଳି କରୋନା ସହ ସଂଗ୍ରାମ କରିଛି ତାହା ଅନେକ ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି । ଆଜି ଆମ ଦେଶରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ରହିଛି । ତା’ସଙ୍ଗେ ସଙ୍ଗେ ଆମ ଦେଶରେ କରୋନା ମୃତ୍ୟୁହାର ମଧ୍ୟ ବିଶ୍ୱର ଅଧିକାଂଶ ଦେଶଠାରୁ ଯଥେଷ୍ଟ କମ୍ ରହିଛି । ଜଣେ ବ୍ୟକ୍ତିକୁ ହରାଇବା ନିଶ୍ଚିତ ଭାବେ ଦୁଃଖଦାୟକ, ହେଲେ, ଭାରତ ଏହାର ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନରକ୍ଷା କରିବାରେ ସଫଳ ମଧ୍ୟ ହୋଇଛି । କିନ୍ତୁ ବନ୍ଧୁଗଣ, କରୋନା ବିପତ୍ତି ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି । ଆମକୁ ବହୁ ସତର୍କ ରହିବାର ଆବଶ୍ୟକତା ରହିଛି । ଏକଥା ଆମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଆରମ୍ଭରେ ଥିଲା । ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ମୁହଁରେ ମାସ୍କ ପିନ୍ଧିବା କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା – କରୋନାଠାରୁ ରକ୍ଷା ପାଇବା ପାଇଁ ଏସବୁ ହିଁ ଆମର ଅସ୍ତ୍ର । ବେଳେବେଳେ ମାସ୍କ ଆମକୁ ଅଡୁଆ ଲାଗେ । ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ । କଥାବାର୍ତ୍ତା କରିବା ସମୟରେ ଯେତେବେଳେ କି ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ସେତେବେଳେ ଆମେ ମାସ୍କ କାଢ଼ିଦେଇଥାଉ । ଏଭଳି ସମୟରେ ମୋର ଆପଣମାନଙ୍କୁ ଅନୁରୋଧ – ଯେତେବେଳେ ମାସ୍କକୁ ନେଇ ଆପଣ ଅସୁବିଧା ଅନୁଭବ କରନ୍ତି, ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ, ସେତେବେଳେ ମୁହୂର୍ତ୍ତକ ପାଇଁ ସେହି ଡାକ୍ତରମାନଙ୍କ କଥା ମନେ ପକାନ୍ତୁ, ସେହି ନର୍ସମାନଙ୍କ କଥା ମନେପକାନ୍ତୁ, ଆମର ସେହି କରୋନା ଯୋଦ୍ଧାମାନଙ୍କ କଥା ମନେପକାନ୍ତୁ । ଆପଣମାନେ ଲକ୍ଷ୍ୟ କରିବେ ଯେ, ସେମାନେ ଘଣ୍ଟା ଘଣ୍ଟାଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଆମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିରହୁଛନ୍ତି । ଆଠ-ଦଶ ଘଣ୍ଟା ଧରି ମାସ୍କ ପିନ୍ଧିରଖୁଛନ୍ତି । ସେମାନଙ୍କୁ କ’ଣ ଅସୁବିଧା ହେଉନଥିବ? ତାଙ୍କ କଥା ଟିକିଏ ମନେ ପକାଇଦେଲେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଜଣେ ନାଗରିକ ହିସାବରେ ଆମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ । ଏକପକ୍ଷରେ ଆମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ଅଛି । ଅପରପକ୍ଷରେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ, ଯାହାକି ଆମର କର୍ତ୍ତବ୍ୟ ତାହାକୁ ଗତିଶୀଳ କରିବାକୁ ହେବ । ତାହାକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ । ବନ୍ଧୁଗଣ, କରୋନା କାଳରେ ତ ଆମର ଗ୍ରାମାଂଚଳ ସମଗ୍ର ଦେଶକୁ ଗୋଟିଏ ନୂତନ ଦିଗ ପ୍ରଦର୍ଶିତ କରିଛି । ଗାଁରୁ ସ୍ଥାନୀୟ ନାଗରିକମାନଙ୍କର, ଗ୍ରାମପଞ୍ଚାୟତ ମାନଙ୍କର ଭଲକାମ ସବୁ ଅନବରତ ଭାବେ ସାମ୍ନାକୁ ଆସୁଛି । ଜମ୍ମୁରେ ତ୍ରେବା ନାମକ ଗୋଟିଏ ଗ୍ରାମପଞ୍ଚାୟତ ରହିଛି । ସେଠାକାର ସରପଞ୍ଚ ହେଉଛନ୍ତି ବଲବୀର କୌର ଜୀ । ମୋତେ ସୂଚନା ଦିଆଯାଇଛି ଯେ, ବଲବୀର କୌରଜୀ ନିଜ ପଞ୍ଚାୟତରେ 30 ଶଯ୍ୟାବିଶିଷ୍ଟ ଗୋଟିଏ କ୍ଵାରେଣ୍ଟାଇନ ସେଣ୍ଟର ନିର୍ମାଣ କରିଛନ୍ତି । ପଞ୍ଚାୟତକୁ ଆସୁଥିବା ରାସ୍ତାମାନଙ୍କରେ ପାଣିର ସୁବିଧା ମଧ୍ୟ କରାଯାଇଛି । ଲୋକଙ୍କର ହାତ ଧୋଇବାରେ ଯେମିତି କୌଣସି ଅସୁବିଧା ନ ହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି । କେବଳ ସେତିକି ନୁହେଁ, ବଲବୀର କୌରଜୀ ନିଜେ ନିଜ କାନ୍ଧ ଉପରେ ସ୍ପ୍ରେ ପମ୍ପ ଟାଙ୍ଗି ସ୍ୱେଚ୍ଛାସେବୀମାନଙ୍କ ସହ ମିଶି ସାରା ପଞ୍ଚାୟତରେ, ଆଖାପାଖ ଅଂଚଳରେ Sanitaization କାମ ମଧ୍ୟ କରୁଛନ୍ତି । ସେଇଭଳି ଆଉ ଜଣେ କଶ୍ମୀରୀ ମହିଳା ସରପଞ୍ଚ ରହିଛନ୍ତି । ସେ ହେଉଛନ୍ତି ଗାଁନ୍ଦରବଲ ଚୌଟଲିବାରର ଜୈତୁନା ବେଗମ୍ । ଜୈତୁନା ବେଗମ୍ ଜୀ ସ୍ଥିର କରିଛନ୍ତି ଯେ ତାଙ୍କ ପଞ୍ଚାୟତ କରୋନା ବିରୁଦ୍ଧରେ ସଂଗ୍ରାମ କରିବ ଏବଂ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରିବ । ସେ ସମ୍ପୂର୍ଣ୍ଣ ଅଂଚଳରେ ମାଗଣା ମାସ୍କ ବଂଟନ କରିଛନ୍ତି, ମାଗଣା ଖାଦ୍ୟସାମଗ୍ରୀ ବଂଟନ କରିଛନ୍ତି, ତାସଙ୍ଗେ ସଙ୍ଗେ ସେ ଲୋକମାନଙ୍କୁ ଶସ୍ୟବୀଜ ଏବଂ ସେଓର ଚାରା ମଧ୍ୟ ଦେଇଛନ୍ତି ଯାହାଫଳରେ ଲୋକଙ୍କୁ କୃଷିକାର୍ଯ୍ୟରେ, ବଗିଚା କାମରେ ଅସୁବିଧା ନ ହେବ । ବନ୍ଧୁଗଣ, କଶ୍ମୀରରୁ ଅନ୍ୟ ଏକ ପ୍ରେରଣାଦାୟୀ ଘଟଣା ଜାଣିବାକୁ ମିଳିଛି, ଏଠାରେ ଅନନ୍ତନାଗର ମ୍ୟୁନିସିପାଲ ପ୍ରେସିଡେଂଟ ହେଉଛନ୍ତି ଶ୍ରୀମାନ ମହମ୍ମଦ ଇକବାଲ, ନିଜ ଅଂଚଳର ସାନିଟାଇଜେସନ୍ ପାଇଁ ତାଙ୍କୁ ସ୍ପ୍ରେୟାରର ଆବଶ୍ୟକତା ଥିଲା । ପଚାରିବାରୁ ଜଣାପଡ଼ିଲା ଯେ ଏହି ମେସିନ୍ ଅନ୍ୟ ସହରରୁ ଆଣିବାକୁ ପଡ଼ିବ ଏବଂ ଏହାର ମୂଲ୍ୟ 6 ଲକ୍ଷ ଟଙ୍କା ହେବ । ଏକଥା ଜାଣି ଶ୍ରୀମାନ ଇକବାଲ ଜୀ ନିଜ ଚେଷ୍ଟାରେ ଗୋଟିଏ ସ୍ପ୍ରେୟାର ମେସିନ୍ ତିଆରି କରିଦେଲେ ଏବଂ ସେଥିପାଇଁ ମାତ୍ର ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଲା । ଏଇଭଳି ଅନେକ ଉଦାହରଣ ରହିଛି । ସାରା ଦେଶର କୋଣ ଅନୁକୋଣରୁ ଏଭଳି ଅନେକ ପ୍ରେରଣାଦାୟୀ ଘଟଣା ପ୍ରତିଦିନ ନଜରକୁ ଆସୁଛି, ଏମାନେ ସମସ୍ତେ ଅଭିନନ୍ଦନର ପାତ୍ର । ସମସ୍ୟା ଆସିଲା, କିନ୍ତୁ ଲୋକେ ମଧ୍ୟ ସେତିକି ଶକ୍ତିର ସହିତ ଏହାର ମୁକାବିଲା ମଧ୍ୟ କଲେ ।
ମୋର ପ୍ରିୟ ଦେଶବାସୀଗଣ, ସଠିକ ପଦକ୍ଷେପ, ସକାରାତ୍ମକ ପଦକ୍ଷେପ ଦ୍ୱାରା ସର୍ବଦା ବିପଦ ସମୟରେ ବିପତ୍ତିକୁ ପ୍ରଗତିରେ ପରିବର୍ତ୍ତିତ କରିବା ପାଇଁ ଅନେକ ସାହାଯ୍ୟ ମିଳିଥାଏ । ବର୍ତ୍ତମାନ ଆମେ କରୋନା ସମୟରେ ମଧ୍ୟ ଦେଖୁଛୁ ଯେ କିଭଳି ଆମ ଦେଶର ଯୁବବର୍ଗ, ମହିଳାମାନେ ନିଜର ପ୍ରତିଭା ଏବଂ ଦକ୍ଷତା ବଳରେ କିଛି ନୂଆ ପ୍ରୟୋଗ ଆରମ୍ଭ କରିଛନ୍ତି । ବିହାରରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧୁବନୀ ଚିତ୍ରକଳା ରହିଥିବା ମାସ୍କ ତିଆରି କରିବା ଆରମ୍ଭ କଲେ, ଏବଂ ଦେଖୁଦେଖୁ ଏସବୁ ଖୁବ୍ ଲୋକପ୍ରିୟ ହୋଇଗଲା । ମଧୁବନୀ ଚିତ୍ରକଳା ରହିଥିବା ଏହି ମାସ୍କ ଏକପକ୍ଷରେ ସେଠାକାର ପରମ୍ପରାର ପ୍ରଚାର କରୁଛି, ଅପରପକ୍ଷରେ ଏସବୁ ଲୋକମାନଙ୍କୁ ସୁସ୍ଥ ରଖିବା ସହ ଉପାର୍ଜନର ମାର୍ଗ ମଧ୍ୟ ପ୍ରଦାନ କରୁଛି । ଆପଣମାନେ ତ ଜାଣିଛନ୍ତି ଉତ୍ତର ପୂର୍ବାଂଚଳରେ ବାଉଁଶର ପ୍ରଚୁର ଉତ୍ପାଦନ ହୋଇଥାଏ, ଏବେ ସେହି ବାଉଁଶରେ ତ୍ରିପୁରା, ମଣିପୁର, ଆସାମର କାରିଗରମାନେ ଉଚ୍ଚ ଗୁଣସମ୍ପନ୍ନ ପାଣି ବୋତଲ ଏବଂ ଟିଫିନ ବକ୍ସ ତିଆରି କରିବା ଆରମ୍ଭ କରିଛନ୍ତି । ଏହାର କ୍ୱାଲିଟି ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ ବାଉଁଶରେ ଏତେ ସୁନ୍ଦର ବୋତଲ ତିଆରି ହୋଇପାରିବ । ଆଉପୁଣି ସେଗୁଡ଼ିକ eco-friendly । ଏହାକୁ ତିଆରି କରିବା ପୂର୍ବରୁ ବାଉଁଶକୁ ଅନ୍ୟ ଔଷଧୀୟ ବୃକ୍ଷ ସହ ସିଝାଯାଇଥାଏ । ଏହାଦ୍ୱାରା ବାଉଁଶ ଔଷଧଗୁଣଯୁକ୍ତ ହୋଇଯାଇଥାଏ । ଛୋଟ ଛୋଟ ସ୍ଥାନୀୟ ଉତ୍ପାଦନ ଦ୍ୱାରା କିଭଳି ବଡ଼ ସଫଳତା ମିଳିପାରିବ ଏହାର ଆଉ ଗୋଟିଏ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ବିଶୁନପୁରରେ ଆଜିକାଲି 30ରୁ ଅଧିକ ଗୋଷ୍ଠୀ ମିଶି ଲେମନ ଗ୍ରାସ୍ ଚାଷ କରୁଛନ୍ତି । ଲେମନ ଗ୍ରାସ୍ ଫସଲକୁ ଚାରିମାସ ସମୟ ଲାଗେ । ଏହାର ତେଲ ବଜାରରେ ଭଲ ଦରରେ ବିକ୍ରି ହୋଇଥାଏ । ଆଜିକାଲି ଏହାର ଭଲ ଚାହିଦା ମଧ୍ୟ ରହିଛି । ମୁଁ ଦେଶର ଦୁଇଟି ଅଂଚଳ ବିଷୟରେ କଥା ହେବାକୁ ଚାହୁଁଛି ଏ ଦୁଇଟି ପରସ୍ପରଠାରୁ ଶହ ଶହ କିଲୋମିଟର ଦୂରରେ ଅବସ୍ଥିତ । କିନ୍ତୁ ନିଜ ନିଜ ଢଙ୍ଗରେ ଏମାନେ ଭାରତକୁ ଆତ୍ମନିର୍ଭର କରି ଗଢ଼ି ତୋଳିବାରେ କିଛି ନିଆରା ପ୍ରୟାସ କରୁଛନ୍ତି । ଗୋଟିଏ ହେଉଛି ଲଦ୍ଦାଖ ଅନ୍ୟଟି ହେଉଛି କଚ୍ଛ । ଲେହ ଏବଂ ଲଦ୍ଦାଖର ନାଁ ମନକୁ ଆସିବାମାତ୍ରେ ସୁଉଚ୍ଚ ପାହାଡ଼ ଏବଂ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଆମ ଆଖି ଆଗରେ ନାଚିଯାଏ ତାଜା ପବନ ଦେହରେ ବାଜିବାଭଳି ଅନୁଭୂତି ହୁଏ । ଅପରପକ୍ଷରେ କଚ୍ଛ କଥା ପଡ଼ିଲା ବେଳକୁ ମନକୁ ଆସେ ବୃକ୍ଷଲତା ବିହୀନ ବିସ୍ତୀର୍ଣ୍ଣ ମରୁଭୂମିର ଦୃଶ୍ୟ । ଲଦ୍ଦାଖରେ ଗୋଟିଏ ବିଶେଷ ଫଳ ଫଳିଥାଏ ଯାହାର ନାଁ ଚୁଲୀ ବା ଖୁବାନୀ ଯାହାକୁ ଇଂରାଜୀରେ apricot କୁହାଯାଏ । ଏ ଫସଲ, ଏହି ଅଂଚଳର ଅର୍ଥନୀତିକୁ ବଦଳାଇବାର କ୍ଷମତା ରଖିଛି । କିନ୍ତୁ ଦୁଃଖର କଥା ଯେ ଏହା ଯୋଗାଣ ଅସୁବିଧା, ପାଣିପାଗର ଅନିୟମିତତା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଏଗୁଡ଼ିକ ନଷ୍ଟ ହେବାର ମାତ୍ରା ନ୍ୟୁନତମ ହେଉ ସେଥିପାଇଁ ଆଜିକାଲି ଏକ ନୂଆ ଉପାୟ ଆରମ୍ଭ ହୋଇଛି । ଗୋଟିଏ ପ୍ରକ୍ରିୟା ରହିଛି, ଯାହାର ନାମ ହେଉଛି solar apricot dryer and space heater । ଏହା ଖୁବାନୀ ଏବଂ ଅନ୍ୟ ଫଳ ଓ ପନିପରିବାକୁ ଆବଶ୍ୟକତା ଅନୁସାରେ ଶୁଖାଇପାରୁଛି, ତାହା ପୁଣି ପୁଷ୍ଟିକର ଉପାୟରେ । ଆଗରୁ ଖୁବାନୀକୁ ବିଲ ପାଖରେ ଶୁଖାଇବା ସମୟରେ ଏହା ବହୁମାତ୍ରାରେ ନଷ୍ଟ ହେଉଥିଲା ତାହା ସଙ୍ଗେ ସଙ୍ଗେ ଧୂଳି ଏବଂ ବର୍ଷାପାଣି ଯୋଗୁଁ ଫଳର ଗୁଣବତ୍ତା ମଧ୍ୟ ପ୍ରଭାବିତ ହେଉଥିଲା । ଅନ୍ୟପକ୍ଷରେ ଆଜିକାଲି କଚ୍ଛରେ ଚାଷୀମାନେ Dragon Fruits ଚାଷ ପାଇଁ ପ୍ରଶଂସନୀୟ ଉଦ୍ୟମ କରୁଛନ୍ତି । କଚ୍ଛରେ ପୁଣି Dragon Fruits ଏକଥା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି । କିନ୍ତୁ, ଆଜିକାଲି ସେଠାରେ ଅନେକ ଚାଷୀ ଏହି କାମରେ ଲାଗିଛନ୍ତି । ଫଳର ଗୁଣବତ୍ତା ଏବଂ କମ୍ ଜମିରେ ଅଧିକ ଉତ୍ପାଦନକୁ ନେଇ ଅନେକ ନୂତନ ପ୍ରୟାସ କରାଯାଉଛି । ମତେ ସୂଚନା ଦିଆଯାଇଛି ଯେ Dragon Fruitsର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷ ଭାବେ, ଜଳଖିଆରେ ଏହାକୁ ଅଧିକ ଭାବେ ଗ୍ରହଣ କରାଯାଉଛି । Dragon Fruits ଆମଦାନୀ ଯେମିତି କରିବାକୁ ନ ପଡ଼େ ସେଥିପାଇଁ କଚ୍ଛର ଚାଷୀମାନେ ସଂକଳ୍ପ ଗ୍ରହଣ କରିଛନ୍ତି । ଏହାହିଁ ତ ଆତ୍ମନିର୍ଭରତା ।
ବନ୍ଧୁଗଣ, ଆମେ ଯେତେବେଳେ କିଛି ନୂଆ କରିବାର ଚିନ୍ତା କରୁ, ନବୋନ୍ମେଷ କଥା ଚିନ୍ତାକରୁ, ସେତେବେଳେ ଏଇଭଳି କଥା ସମ୍ଭବ ହୁଏ ଯାହା ବିଷୟରେ ସାଧାରଣତଃ କେହି କଳ୍ପନା କରିନଥାନ୍ତି, ଯେମିତିକି ବିହାରର କିଛି ଯୁବ ଛାତ୍ରମାନଙ୍କ କଥା ନିଅନ୍ତୁ । ପ୍ରଥମେ ଏମାନେ ସାଧାରଣ ଚାକିରି କରୁଥିଲେ । ଦିନେ ସେମାନେ ମୁକ୍ତାଚାଷ କରିବା ପାଇଁ ସ୍ଥିର କଲେ । ତାଙ୍କ ଅଂଚଳରେ ଲୋକେ ଏ ବିଷୟରେ ବେଶୀ କିଛି ଜାଣିନଥିଲେ କିନ୍ତୁ ଏମାନେ ପ୍ରଥମେ ସବୁ ପ୍ରକାର ସୂଚନା ଏକତ୍ରିତ କଲେ । ଜୟପୁର ଏବଂ ଭୁବନେଶ୍ୱର ଯାଇ ତାଲିମ ଗ୍ରହଣ କଲେ ଆଉ ନିଜ ଗାଁରେ ହିଁ ମୁକ୍ତାଚାଷ ଆରମ୍ଭ କରିଦେଲେ । ଆଜି ଏମାନେ ନିଜେ ଏଥିରୁ ଯଥେଷ୍ଟ ରୋଜଗାର କରିପାରିବା ସହ ମୁଜାଫରପୁର, ବେଗୁସରାଇ ଏବଂ ପାଟନାକୁ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏ ବିଷୟରେ ତାଲିମ ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାଦ୍ୱାରା ଅନେକ ଲୋକଙ୍କ ପାଇଁ ଆତ୍ମନିର୍ଭର ହେବାର ବାଟ ଖୋଲିଯାଇଛି ।
ବନ୍ଧୁଗଣ, କିଛିଦିନ ପରେ ଆସୁଛି ରକ୍ଷାବନ୍ଧନ ପର୍ବ । ମୁଁ ଏବେ ଦେଖୁଛି ଯେ ଅନେକ ଲୋକ ଏବଂ ସଂସ୍ଥା ଏଥର ରକ୍ଷାବନ୍ଧନ ପର୍ବକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଅଭିଯାନ ଚଳାଇଛନ୍ତି । କିଛି ଲୋକ ଏହାକୁ ‘ଭୋକାଲ ଫର ଲୋକାଲ’ ସହିତ ଯୋଡ଼ୁଛନ୍ତି, ଆଉ ତାହା ଠିକ୍ ମଧ୍ୟ । ଆମର ପର୍ବପର୍ବାଣୀ ଦ୍ୱାରା ଆମ ସମାଜର, ଆମ ଘର ଆଖପାଖର କୌଣସି ବ୍ୟକ୍ତିର ବ୍ୟବସାୟ ଯଦି ବୃଦ୍ଧିପାଏ ତେବେ ସେହି ପର୍ବ ତା’ପାଇଁ ମଧ୍ୟ ଖୁସି ଆଣିଦିଏ, ଆନନ୍ଦର ମୁହୂର୍ତ୍ତ ପାଲଟିଯାଏ । ସମସ୍ତ ଦେଶବାସୀଙ୍କୁ ରକ୍ଷାବନ୍ଧନର ବହୁତ ବହୁତ ଶୁଭକାମନା ।
ବନ୍ଧୁଗଣ! ଅଗଷ୍ଟ 7 ତାରିଖ ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଭାରତର ହସ୍ତତନ୍ତ, ଆଉ ହସ୍ତଶିଳ୍ପ ଭିତରେ ଶହଶହ ବର୍ଷର ଏକ ଗୌରବମୟ ଇତିହାସ ପ୍ରତିଭାତ ହୋଇଥାଏ । ଆମ ସମସ୍ତଙ୍କର ପ୍ରୟାସ ହେବା ଦରକାର ଯେ ନା କେବଳ ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପର ଅଧିକରୁ ଅଧିକ ଉପଯୋଗ ହେଉ, ବରଂ, ଏ ସମ୍ପର୍କରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ବି ଦରକାର । ଭାରତର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କେତେ ମହିମାମଣ୍ଡିତ, କେତେ ବିବିଧତାପୂର୍ଣ୍ଣ, ଏ ସମ୍ପର୍କରେ ବିଶ୍ୱ ଯେତେ ଅଧିକ ଜାଣିବ, ଆମର ସ୍ଥାନୀୟ କାରିଗର ଏବଂ ବୁଣାକାରଙ୍କୁ ସେତିକି ଅଧିକ ଲାଭ ମିଳିବ ।
ବନ୍ଧୁଗଣ! ବିଶେଷକରି ମୋର ଯୁବବନ୍ଧୁଗଣ, ଆମ ଦେଶ ବଦଳିବାରେ ଲାଗିଛି । ଇଏ କେମିତି ବଦଳୁଛି? କେତେ ଜୋରରେ ବଦଳୁଛି? କୋଉ କୋଉ କ୍ଷେତ୍ରରେ ବଦଳୁଛି? ଏକ ସକାରାତ୍ମକ ବିଚାର ସହିତ ଯଦି ଏସବୁ ଉପରେ ଦୃଷ୍ଟିନିକ୍ଷେପ କରାଯାଏ ତାହାଲେ ଆମକୁ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ । ଗୋଟିଏ ସମୟ ଥିଲା, ଯେତେବେଳେ ଖେଳକୁଦଠାରୁ ଆରମ୍ଭକରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଅଧିକତର ଲୋକ ବଡ଼ ବଡ଼ ସହରରୁ କିମ୍ବା ବଡ଼ ବଡ଼ ପରିବାରରୁ ଅଥବା ନାମୀଦାମୀ ସ୍କୁଲ କଲେଜରୁ ଆସୁଥିଲେ । ଏବେ କିନ୍ତୁ ଚିତ୍ର ବଦଳିବାରେ ଲାଗିଛି । ଗାଁରୁ, ଛୋଟ ସହରରୁ, ସାଧାରଣ ପରିବାରରୁ, ଆମର ଯୁବବର୍ଗ ଏବେ ଆଗକୁ ଆସିବାରେ ଲାଗିଛନ୍ତି । ସଫଳତାର ନୂତନ ଶିଖର ସ୍ପର୍ଶ କରୁଛନ୍ତି । ଏମାନେ ସଙ୍କଟ ମଧ୍ୟରେ ଗତିକରି ବି ନୂଆ ନୂଆ ସ୍ୱପ୍ନକୁ ଗୁନ୍ଥି ଆଗକୁ ବଢ଼ିବାରେ ଲାଗିଛନ୍ତି । ଏଇଭଳି କିଛି ଦେଖିବାକୁ ମିଳିଛି ଏଇ ନିକଟରେ ପ୍ରକାଶ ପାଇଥିବା ବୋର୍ଡ ପରୀକ୍ଷା ଫଳ ପରିଣାମରେ । ଆଜିର ‘ମନ୍ କି ବାତ୍’ରେ ଆମେ ଏଇଭଳି କିଛି ପ୍ରତିଭାଶାଳୀ ପୁଅ ଝିଅଙ୍କ ସହ କଥାହେବା । ଏଭଳି ଜଣେ ପ୍ରତିଭାଶାଳୀ କନ୍ୟା ହେଉଛନ୍ତି କୃତିକା ନାନ୍ଦଲ । କୃତିକା ହରିୟାଣା ପାନିପଥର ବାସିନ୍ଦା ।
ମୋଦି ଜୀ – ହେଲୋ କୃତିକା, ନମସ୍ତେ ।
କୃତିକା – ନମସ୍ତେ ସାର୍ ।
ମୋଦି ଜୀ – ପରୀକ୍ଷାରେ ଖୁବ୍ ଭଲ କରିଥିବା ହେତୁ ତୁମକୁ ବହୁତ ବହୁତ ଅଭିନନ୍ଦନ
କୃତିକା – ଧନ୍ୟବାଦ ସାର୍ ।
ମୋଦି ଜୀ – ଏବେ ତ ତୁମକୁ ବହୁତ ଲୋକଙ୍କ ପାଖରୁ ଟେଲିଫୋନ ଆସୁଥିବ । ଆଉ ତମେ ସେସବୁ ଟେଲିଫୋନକୁ ରିସିଭ କରିକରି ଥକିଯାଉଥିବ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଯେଉଁ ଲୋକମାନେ ତୁମକୁ ବଧାଇ ଜଣାଉଥିବେ ସେମାନେ ବି ତୁମକୁ ଜାଣିଛନ୍ତି ବୋଲି ଗର୍ବ ଅନୁଭବ କରୁଥିବେ । ତୁମକୁ କେମିତି ଲାଗୁଛି ।
କୃତିକା – ସାର୍, ବହୁତ ଖୁସି ଲାଗୁଛି । ମୋ ସଫଳତା ବାପାମାଆଙ୍କ ମନରେ ପ୍ରଚୁର ଖୁସି ଆଣିଥିବାରୁ ମୁଁ ଖୁବ୍ ଗର୍ବ ଅନୁଭବ କରୁଛି ।
ମୋଦି ଜୀ – ଆଚ୍ଛା ତୁମର ସବୁଠୁ ବଡ଼ ପ୍ରେରଣା କିଏ ଥିଲେ?
କୃତିକା – ସାର୍, ମୋର ମାଆ ହେଉଛନ୍ତି ମୋ ପାଇଁ ସବୁଠୁ ବଡ଼ ପ୍ରେରଣା ।
ମୋଦି ଜୀ – ବାଃ । ଆଚ୍ଛା ତମେ ମାଁଙ୍କଠାରୁ କେଉଁ କଥାସବୁ ଶିଖୁଛ?
କୃତିକା – ସାର୍, ସେ ତାଙ୍କ ଜୀବନରେ ଏତେସବୁ ଅସୁବିଧାର ସାମ୍ନା କରି ବି ସେ ବହୁତ ସାହସୀ ଆଉ ଦୃଢ । ତାଙ୍କୁ ଦେଖିକି ଏତେ ପ୍ରେରଣା ମିଳେ ଯେ ମୁଁ ମନେ ମନେ ଭାବେ ଯେ ମୁଁ ତାଙ୍କରି ଭଳି ହୋଇପାରନ୍ତି କି?
ମୋଦି ଜୀ – ମାଆ କୋଉ ଯାଏଁ ପଢ଼ିଛନ୍ତି?
କୃତିକା – ସାର୍, ସେ ବିଏ ପାସ୍ କରିଛନ୍ତି ।
ମୋଦି ଜୀ – ଓଃ ବିଏ ପଢ଼ିଛନ୍ତି!
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଚ୍ଛା । ତାହେଲେ ମାଆ ତ ତୁମକୁ ଅନେକ କିଛି ଶିଖାଉଥିବେ ।
କୃତିକା – ଆଜ୍ଞା ସାର୍, ଶିଖାନ୍ତି । ଦୁନିଆରେ କେମିତି ଚଳିବାକୁ ପଡ଼ିବ ସେ ସମ୍ପର୍କରେ ମାଆ ମୋତେ ଟିକିନିଖି କହନ୍ତି ।
ମୋଦି ଜୀ – ସେ ତ ତୁମକୁ ଆକଟ କରୁଥିବେ!
କୃତିକା – ଆଜ୍ଞା ସାର୍ । ଆକଟ ବି କରନ୍ତି ।
ମୋଦି ଜୀ – ଆଚ୍ଛା ଝିଅ, ତମେ ଆଗକୁ କ’ଣ କରିବାକୁ ଚାହୁଁଛ?
କୃତିକା – ସାର୍ ମୁଁ ଡାକ୍ତର ହେବାକୁ ଚାହୁଁଛି ।
ମୋଦି ଜୀ – ଆରେ ବାଃ!
କୃତିକା – ଏମବିବିଏସ୍
ମୋଦି ଜୀ – ଡାକ୍ତର ହେବା କିଛି ସହଜ କାମ ନୁହେଁ!
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ତମେ ମେଧାବୀ ଥିବାରୁ ଡିଗ୍ରୀ ତ ପାଇଯିବ ଝିଅ, କିନ୍ତୁ ଜଣେ ଡାକ୍ତରର ଜୀବନ ସମାଜ ପ୍ରତି ଖୁବ୍ ସମର୍ପିତ ହୋଇଥାଏ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଡାକ୍ତର ବି କେବେ କେବେ ରାତିରେ ଶାନ୍ତିରେ ଶୋଇ ପାରନ୍ତିନି । କେତେବେଳେ ରୋଗୀଙ୍କର ଫୋନ୍ ଆସିଯାଏ, କେତେବେଳେ ଡାକ୍ତରଖାନାରୁ ଫୋନ ଆସିଯାଏ ଆଉ ତତକ୍ଷଣାତ୍ ଯିବାକୁ ପଡ଼ିଥାଏ । ମାନେ ଏକ ପ୍ରକାର 24 x 7, 365 ଦିନ ଡାକ୍ତରଙ୍କ ଜୀବନ ଲୋକଙ୍କ ସେବାରେ ଲାଗିରହିବାକୁ ପଡ଼େ ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଉ ବିପଦ ବି ଥାଏ, କାହିଁକିନା ଆଜିକାଲି ଯେଉଁଭଳି ରୋଗ ବ୍ୟାପୁଛି ଡାକ୍ତରଙ୍କ ପାଇଁ ବହୁତ ବଡ଼ ସଙ୍କଟ ରହୁଛି ।
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ଆଚ୍ଛା କୃତିକା, ତମେ ଜାଣିଥିବ! ଖେଳକୁଦ କ୍ଷେତ୍ରରେ ସାରା ଭାରତକୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଉଥିବା ରାଜ୍ୟ ହେଉଛି ହରିୟାଣାବୋଲି
କୃତିକା – ଆଜ୍ଞା ସାର୍ ।
ମୋଦି ଜୀ – ତମେ କିଛି ଖେଳକୁଦରେ ଭାଗନିଅ କି? କେଉଁ ଖେଳ ତୁମର ପସନ୍ଦ?
କୃତିକା – ସାର୍ ସ୍କୁଲରେ ବାସ୍କେଟବେଲ ଖେଳୁଥିଲି ।
ମୋଦି ଜୀ – ଆଚ୍ଛା, ତୁମର ଉଚ୍ଚତା କେତେ, ଅଧିକ ଉଚ୍ଚତା?
କୃତିକା – ନା ସାର୍, ପାଞ୍ଚ ଫୁଟ୍ ଦୁଇ ଇଞ୍ଚ ।
ମୋଦି ଜୀ – ଆଚ୍ଛା, ତ ତମର ଖେଳ ପସନ୍ଦ?
କୃତିକା – ସାର୍ ସେଇଟା ତ ଆଗ୍ରହ , ଏମିତି ଖେଳାଖେଳି କରେ
ମୋଦି ଜୀ – ଆଚ୍ଛା ଆଚ୍ଛା । କୃତିକା ଜୀ, ଆପଣଙ୍କ ମାଆଙ୍କୁ ମୋ ତରଫରୁ ପ୍ରଣାମ ଜଣାଇବେ । ସେ ଆପଣଙ୍କୁ ଏହିପରି ଯୋଗ୍ୟ କରିଛନ୍ତି । ଆପଣଙ୍କ ଜୀବନକୁ ତିଆରିଛନ୍ତି । ଆପଣଙ୍କ ମାଆଙ୍କୁ ପ୍ରଣାମ ଓ ଆପଣଙ୍କୁ ବହୁତ ବହୁତ ବଧେଇ, ବହୁତ ବହୁତ ଶୁଭକାମନା ।
କୃତିକା – ଧନ୍ୟବାଦ୍ ସାର
ଆସନ୍ତୁ ଆମେ ଏବେ ଯିବା କେରଳର ଏର୍ନାକୁଲମ୍ । କେରଳର ଜଣେ ଯୁବକଙ୍କ ସହ କଥା ହେବା ।
ମୋଦି ଜୀ – ହେଲୋ
ବିନାୟକ – ହେଲୋ ସାର୍ ନମସ୍କାର ।
ମୋଦି ଜୀ – ବିନାୟକ, ଅଭିନନ୍ଦନ
ବିନାୟକ – ହଁ, ଧନ୍ୟବାଦ ସାର୍ ।
ମୋଦି ଜୀ – ସାବାସ୍ ବିନାୟକ, ସାବାସ୍
ବିନାୟକ – ହଁ, ଧନ୍ୟବାଦ ସାର୍
ମୋଦି ଜୀ – ଉତ୍ସାହ କେମିତି ଅଛି?
ବିନାୟକ – ବହୁତ ଅଛି ସାର୍
ମୋଦି ଜୀ – ତମେ କିଛି ଖେଳ ଖେଳକି?
ବିନାୟକ – ବ୍ୟାଡ଼ମିଂଟନ
ମୋଦି ଜୀ – ବ୍ୟାଡମିଂଟନ
ବିନାୟକ – ହଁ
ମୋଦି ଜୀ – ସ୍କୁଲରେ ନା ତାଲିମ ନେବାର ସୁଯୋଗ ମିଳିଛି?
ବିନାୟକ – ନା, ସ୍କୁଲରେ କିଛି ତାଲିମ ନେବାର ସୁଯୋଗ ମିଳିଛି ।
ମୋଦି ଜୀ – ହୁଁ ହୁଁ ।
ବିନାୟକ – ଆମ ଶିକ୍ଷକମାନଙ୍କଠାରୁ
ମୋଦି ଜୀ – ହଁ ହଁ ।
ବିନାୟକ – ଯେମିତି ଆମେ ବାହାରକୁ ଯାଇ ଭାଗନେବାର ସୁଯୋଗ ପାଇବୁ ।
ମୋଦି ଜୀ – ବାଃ ।
ବିନାୟକ – ସ୍କୁଲରୁ ହିଁ ।
ମୋଦି ଜୀ – କେତୋଟି ରାଜ୍ୟକୁ ଯାଇଛ?
ବିନାୟକ – ମୁଁ କେବଳ କେରଳ ଓ ତାମିଲନାଡୁ ଯାଇଛି ।
ମୋଦି ଜୀ – କେବଳ କେରଳ ଓ ତାମିଲନାଡୁ
ବିନାୟକ – ଆଜ୍ଞା ହଁ ।
ମୋଦି ଜୀ – ଆଚ୍ଛା ତୁମେ ଦିଲ୍ଲୀ ଆସିବାକୁ ଚାହିଁବ?
ବିନାୟକ – ହଁ ସାର୍, ମୁଁ ମୋର ଉଚ୍ଚଶିକ୍ଷା ପାଇଁ ଏବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦରଖାସ୍ତ କରିଛି ।
ମୋଦି ଜୀ – ବାଃ, ତମେ ତା’ହେଲେ ଦିଲ୍ଲୀ ଆସୁଛ ।
ବିନାୟକ – ହଁ ସାର୍ ।
ମୋଦି ଜୀ – ଯେଉଁ ଛାତ୍ରଛାତ୍ରୀ ଭବିଷ୍ୟତରେ ବୋର୍ଡ ପରୀକ୍ଷା ଦେବେ, ସେମାନଙ୍କ ପାଇଁ ତମେ କିଛି କହିବ କି?
ବିନାୟକ – କଠିନ ପରିଶ୍ରମ ଓ ସମୟର ଠିକ୍ ଉପଯୋଗ ।
ମୋଦି ଜୀ – ସମୟର ସଠିକ୍ ପରିଚାଳନା ।
ବିନାୟକ – ହଁ ସାର୍ ।
ମୋଦି ଜୀ – ବିନାୟକ, ମୁଁ ତମର ସଉକ ସମ୍ପର୍କରେ ଜାଣିବାକୁ ଚାହୁଁଛି ।
ବିନାୟକ – … ବ୍ୟାଡମିଂଟନ ଆଉ ତା’ପରେ ରୋଇଂ ।
ମୋଦି ଜୀ – ତ, ତମେ ସୋସିଆଲ ମିଡିଆରେ ସକ୍ରିୟ ଅଛ ।
ବିନାୟକ – ନା, ଆମକୁ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ସ୍କୁଲକୁ ନେବାକୁ ଅନୁମତି ମିଳେନାହିଁ ।
ମୋଦି ଜୀ – ତା’ହେଲେ ତମେ ଭାଗ୍ୟବାନ ।
ବିନାୟକ – ହଁ ସାର୍ ।
ମୋଦି ଜୀ – ବହୁତ ବଢ଼ିଆ, ବିନାୟକ, ପୁଣିଥରେ ଅଭିନନ୍ଦନ ଆଉ ଶୁଭକାମନା ।
ବିନାୟକ – ଧନ୍ୟବାଦ ସାର୍ ।
ଆସନ୍ତୁ, ଆମେ ଉତ୍ତରପ୍ରଦେଶ ଯିବା । ଉତ୍ତରପ୍ରଦେଶ ଅମରୋହାର ଶ୍ରୀମାନ ଉସମାନ ସୈଫିଙ୍କ ସହ କଥାହେବା ।
ମୋଦି ଜୀ – ହ୍ୟାଲୋ ଉସମାନ, ବହୁତ ବହୁତ ଅଭିନନ୍ଦନ, ତମକୁ ବହୁତ ଅଭିନନ୍ଦନ
ଉସମାନ – ଧନ୍ୟବାଦ ସାର୍ ।
ମୋଦି ଜୀ – ଆଚ୍ଛା ଉସମାନ କହ ଯେ ତମେ ଯେଉଁ ଫଳ ଆଶା କରୁଥିଲ, ତାହା ମିଳିଲା ନା କିଛି କମ୍ ଆସିଲା ।
ଉସମାନ – ନା, ଯାହା ଆଶା କରିଥିଲି ତାହା ପାଇଛି । ମୋ ବାପାମାଆ ବି ବହୁତ ଖୁସି ।
ମୋଦି ଜୀ – ବାଃ, ଆଚ୍ଛା ପରିବାରରେ ଆଉ ଭାଇ କଣ ଏତେ ପ୍ରତିଭାବାନ ନା ଘରେ ତମେ ଜଣେ ହିଁ ପ୍ରତିଭାବାନ ?
ଉସମାନ – କେବଳ ମୁଁ ଅଛି, ମୋ ଭାଇ ଟିକିଏ ଦୁଷ୍ଟ ।
ମୋଦି ଜୀ – ହଁ ହଁ ।
ଉସମାନ – କିନ୍ତୁ ମୋ ସାଙ୍ଗରେ ବହୁତ ଖୁସିରେ ରହେ ।
ମୋଦି ଜୀ – ଆଚ୍ଛା ତମେ ଯେତେବେଳେ ପଢ଼ୁଥିଲ, ତମ ପସନ୍ଦର ବିଷୟ କ’ଣ ଥିଲା?
ଉସମାନ – ଗଣିତ
ମୋଦି ଜୀ – ଆରେ ବାଃ ତ ଗଣିତରେ କ’ଣ ରୁଚି ଥିଲା? କିପରି ହେଲା? କୋଉ ଶିକ୍ଷକ ତମକୁ ପ୍ରେରଣା ଦେଇଥିଲେ?
ଉସମାନ – ଜୀ, ଆମର ଜଣେ ସବଜେକ୍ଟ ଟିଚର ରଜତ ସାର୍ । ସେ ମୋତେ ପ୍ରେରଣା ଦେଇଥିଲେ ଆଉ ସେ ବହୁତ ଭଲ ପଢ଼ାନ୍ତି ଆଉ ଆରମ୍ଭରୁ ହିଁ ମୋର ଗଣିତ ଭଲ ହୁଏ ଆଉ ସେଇଟା ବହୁତ ମଜାଦାର ବିଷୟ ବି
ମୋଦି ଜୀ – ହୁଁ ହୁଁ
ଉସମାନ – ଏହାକୁ ଯେତେ ଅଧିକ କଷିବେ, ସେତିକି ଅଧିକ ଆଗ୍ରହ ଆସିବ, ତ ସେଥିପାଇଁ ମୋର ପ୍ରିୟ ବିଷୟ ।
ମୋଦି ଜୀ – ହୁଁ ହୁଁ । ତମକୁ କ’ଣ ଜଣାଅଛି ଯେ ଅନଲାଇନରେ ବୈଦିକ ଗଣିତର କ୍ଲାସ୍ ହୁଏ ।
ଉସମାନ – ହଁ ସାର୍ ।
ମୋଦି ଜୀ – ହଁ, କେବେ ଚେଷ୍ଟା କରିଛ କରିବାକୁ?
ଉସମାନ – ନା ସାର୍ ଏଯାଏଁ କରିନି ।
ମୋଦି ଜୀ – ତମେ ଦେଖ, ତମର ବହୁତ ସାଙ୍ଗମାନଙ୍କୁ ଲାଗିବ ସତେଯେମିତି ତମେ ଜଣେ ଯାଦୁକର, କାରଣ କମ୍ପ୍ୟୁଟର ଗତିରେ ତମେ ଗଣନା କରିପାରିବ ବୈଦିକ ଗଣିତରେ । ବହୁତ ସରଳ techniques ଆଉ ଆଜିକାଲି ସେଇଟା ଅନଲାଇନରେ ମଧ୍ୟ ଉପଲବ୍ଧ ।
ଉସମାନ – ଜୀ ସାର୍ ।
ମୋଦି ଜୀ – ତମର ଗଣିତରେ ଯେହେତୁ ଆଗ୍ରହ ଅଛି, ତେଣୁ ବହୁତ ନୂଆ ନୂଆ କଥା ବି ତମେ ଦେଇପାରିବ ।
ଉସମାନ – ହଁ ସାର୍ ।
ମୋଦି ଜୀ – ଆଚ୍ଛା ଉସମାନ, ତମେ ଖାଲି ସମୟରେ କ’ଣ କର?
ଉସମାନ – ଖାଲି ସମୟରେ ସାର୍ ମୁଁ କିଛି ନା କିଛି ଲେଖେ । ମତେ ଲେଖାଲେଖି କରିବାରେ ବହୁତ ଆଗ୍ରହ ।
ମୋଦି ଜୀ – ଆରେ ବାଃ ମାନେ ତମେ ଗଣିତରେ ବି ରୁଚି ରଖ ଆଉ ସାହିତ୍ୟରେ ବି
ଉସମାନ – ହଁ ସାର୍ ।
ମୋଦି ଜୀ – କ’ଣ ଲେଖ? କବିତା ଲେଖ ନା ଶାୟରି ଲେଖ ।
ଉସମାନ – କିଛି ବି ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ଲେଖାଲେଖି କରେ ।
ମୋଦି ଜୀ – ହଁ ହଁ ।
ଉସମାନ – ନୂଆ ନୂଆ ତଥ୍ୟ ମିଳିଥାଏ ଯେପରିକି ଜିଏସଟି ଆଉ ଆମର ନୋଟବନ୍ଦୀ … ସବୁ କଥା
ମୋଦି ଜୀ – ଆରେ ବାଃ ! ତମେ କଲେଜରେ ପଢ଼ିବା ପାଇଁ ଆଗକୁ କ’ଣ ଯୋଜନା କରୁଛ?
ଉସମାନ – କଲେଜର ପଢ଼ା, ସାର୍ ମୋର JEE Mainsରେ ପ୍ରଥମ ଚେଷ୍ଟାରେ ହିଁ ସଫଳ ହୋଇଛି ଆଉ ସେପ୍ଟେମ୍ବର ପାଇଁ second attemptରେ ଏବେ ବସିବି । ମୋର ମୁଖ୍ୟ ଲକ୍ଷ୍ୟ ହେଉଛି ମୁଁ ପ୍ରଥମେ ଆଇଆଇଟିରୁ ବ୍ୟାଚଲର ଡିଗ୍ରୀ ହାସଲ କରିବି ଆଉ ତା’ପରେ ସିଭିଲ ସର୍ଭିସ୍ ଯିବି ଓ ଜଣେ ଆଇଏଏସ୍ ହେବି ।
ମୋଦି ଜୀ – ଆରେ ବାଃ ଆଚ୍ଛା ତମେ technologyରେ ରୁଚି ରଖ?
ଉସମାନ – ହଁ ସାର୍, ସେଥିପାଇଁ ମୁଁ first time best IITର opt କରିଛି ।
ମୋଦି ଜୀ – ଆଚ୍ଛା ଉସମାନ, ମୋ ତରଫରୁ ବହୁତ ଶୁଭକାମନା ଆଉ ତମ ଭାଇ ଦୁଷ୍ଟ ତ, ତେଣୁ ତମ ସମୟ ବି ବହୁତ ଭଲରେ କଟୁଥିବ ଆଉ ତମ ମାଆବାପାଙ୍କୁ ମୋ ତରଫରୁ ପ୍ରଣାମ ଜଣାଇଦେବ । ସେମାନେ ତମକୁ ଏପରି ସୁଯୋଗ ଦେଇଛନ୍ତି, ତମ ମନୋବଳ ବଢ଼ାଇଛନ୍ତି, ଆଉ ମୋତେ ବହୁତ ଭଲ ଲାଗିଲା ଯେ ତମେ ପାଠପଢ଼ା ସହ ସାମ୍ପ୍ରତିକ ପ୍ରସଙ୍ଗରେ ବି ଅଧ୍ୟୟନ କର ଓ ଲେଖାଲେଖି ମଧ୍ୟ କର । ଦେଖ, ଲେଖାଲେଖି କରିବାର ଲାଭ ହେଉଛି ଯେ ତମ ଚିନ୍ତାରେ ସ୍ପଷ୍ଟତା ଆସିବ । ଲେଖିବା ଦ୍ୱାରା ବହୁତ ଭଲ ଲାଭ ମିଳିଥାଏ । ମୋ ତରଫରୁ ବହୁତ ବହୁତ ଶୁଭକାମନା ।
ଉସମାନ – ଧନ୍ୟବାଦ ସାର୍ ।
ଆସନ୍ତୁ ଏଥର ପୁରା ଦକ୍ଷିଣକୁ ଯିବା । ତାମିଲନାଡୁର ନାମାକ୍କଲର ଝିଅ କନିଗ୍ଗା ସହ କଥା ହେବା ଆଉ କନିଗ୍ଗାର କଥା ବହୁତ ପ୍ରେରଣାଦାୟକ ।
ମୋଦି ଜୀ – କନିଗ୍ଗା ଜୀ, ୱଡ଼କ୍କମ୍ ।
କନିଗ୍ଗା – ୱଡ଼କ୍କମ୍ ସାର୍ ।
ମୋଦି ଜୀ – କେମିତି ଅଛ ?
କନିଗ୍ଗା – ଭଲ ସାର୍ ।
ମୋଦି ଜୀ – ସର୍ବପ୍ରଥମେ ମୁଁ ତମର ବଡ଼ ସଫଳତା ପାଇଁ ଅଭିନନ୍ଦନ ଜଣାଉଛି ।
କନିଗ୍ଗା – ଧନ୍ୟବାଦ ସାର୍ ।
ମୋଦି ଜୀ – ମୁଁ ଯେତେବେଳେ ନାମାକ୍କଲ୍ କଥା ଶୁଣେ ସେତେବେଳେ ଅଞ୍ଜନେୟର୍ ମନ୍ଦିର କଥା ଭାବେ ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ତାହେଲେ ଏଥର ମୁଁ ତମ ସହ ବାର୍ତ୍ତାଳାପକୁ ବି ମନେ ପକାଇବି ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ଆଉଥରେ ଅଭିନନ୍ଦନ ।
କନିଗ୍ଗା – ଧନ୍ୟବାଦ ସାର୍ ।
ମୋଦି ଜୀ – ତମେ ପରୀକ୍ଷା ପାଇଁ ନିଶ୍ଚୟ କଠିନ ପରିଶ୍ରମ କରିଥିବ, ପ୍ରସ୍ତୁତି କରିବାର ଅଭିଜ୍ଞତା କିପରି ଥିଲା?
କନିଗ୍ଗା – ସାର୍, ଆରମ୍ଭରୁ ହିଁ ଆମେ ବହୁତ ପରିଶ୍ରମ କରୁଥିଲୁ । ମୁଁ ଅବଶ୍ୟ ଏପରି ଫଳାଫଳ ଆଶା କରିନଥିଲି, କିନ୍ତୁ ମୁଁ ଭଲ ଲେଖିଥିଲି; ତେଣୁ ଭଲ ଫଳ ପାଇଲି ।
ମୋଦି ଜୀ – ତମ ଆଶା କ’ଣ ଥିଲା?
କନିଗ୍ଗା – 485 ବା 486 ପାଖାପାଖି ପାଇବି ବୋଲି ଭାବୁଥିଲି ।
ମୋଦି ଜୀ – ଆଉ ଏବେ
କନିଗ୍ଗା – 490
ମୋଦି ଜୀ – ତମ ପରିବାର ଲୋକ ଆଉ ଶିକ୍ଷକମାନଙ୍କର ପ୍ରତିକ୍ରିୟା କ’ଣ?
କନିଗ୍ଗା – ସେମାନେ ବହୁତ ଖୁସି ଆଉ ସେମାନେ ବହୁତ ଗର୍ବିତ ସାର୍ ।
ମୋଦି ଜୀ – ତମ ପ୍ରିୟ ବିଷୟ କ’ଣ?
କନିଗ୍ଗା – ଗଣିତ ।
ମୋଦି ଜୀ – ଓଃ, ଆଉ ତମ ଭବିଷ୍ୟତ ଯୋଜନା କ’ଣ?
କନିଗ୍ଗା – ଯଦି ଏଏଫ୍ଏମସି ସମ୍ଭବ ହୁଏ, ତେବେ ମୁଁ ଜଣେ ଡାକ୍ତର ହେବାକୁ ଚାହିଁବି ସାର୍ ।
ମୋଦି ଜୀ – ଆଉ ତମ ପରିବାରର କେହି ଡାକ୍ତରୀ ବୃତିରେ ଅଛନ୍ତି ନା ଅନ୍ୟ କିଛି କରନ୍ତି ।
କନିଗ୍ଗା – ନା ସାର୍, ମୋ ବାପା ଜଣେ ଗାଡ଼ିଚାଳକ, କିନ୍ତୁ ମୋ ଭଉଣୀ ଏମ୍ବିବିଏସ୍ ପଢ଼ୁଛି ସାର୍ ।
ମୋଦି ଜୀ – ଆରେ ବାଃ ତ ମୁଁ ପ୍ରଥମେ ତମ ବାପାଙ୍କୁ ପ୍ରଣାମ ଜଣାଉଛି ଯିଏ ତମର ଆଉ ତମ ଭଉଣୀର ଏତେ ଯତ୍ନ ନେଉଛନ୍ତି । ସେ ଯାହା କରୁଛନ୍ତି, ତାହା ବହୁତ ବଡ଼ କାମ ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ଆଉ ସେ ସମସ୍ତଙ୍କ ପାଇଁ ପ୍ରେରଣା ।
କନିଗ୍ଗା – ହଁ ସାର୍ ।
ମୋଦି ଜୀ – ତମକୁ, ତମ ଭଉଣୀଙ୍କୁ ଆଉ ବାପା ଓ ଅନ୍ୟ ପରିବାର ଲୋକଙ୍କୁ ମୋର ଅଭିନନ୍ଦନ ।
କନିଗ୍ଗା – ଧନ୍ୟବାଦ ସାର୍ ।
ବନ୍ଧୁଗଣ, ଏପରି ଆହୁରି ଅନେକ ଯୁବବନ୍ଧୁ ଅଛନ୍ତି, କଠିନ ପରିସ୍ଥିତିରେ ମଧ୍ୟ ଯାହାଙ୍କର ମନୋବଳର, ଯାହାଙ୍କ ସଫଳତାର କାହାଣୀ ଆମକୁ ପ୍ରେରଣା ଯୋଗାଇଥାଏ । ଅଧିକରୁ ଅଧିକ ଯୁବସାଥୀଙ୍କ ସହ କଥା ହେବାକୁ ମୋର ଇଚ୍ଛା ଥିଲା, କିନ୍ତୁ ସମୟର ମଧ୍ୟ କିଛି ସୀମା ଥାଏ । ମୁଁ ସମସ୍ତ ଯୁବସାଥୀମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ନିଜ ନିଜର ପ୍ରେରଣାଦାୟକ କଥା ଓ କାହାଣୀଗୁଡ଼ିକୁ ଆମ ସମସ୍ତଙ୍କ ସହ ନିଶ୍ଚୟ ବାଂଟନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ସାତ ସମୁଦ୍ର ସେପାରି ଭାରତ ଠାରୁ ହଜାର ହଜାର ମାଇଲ୍ ଦୂରରେ ଗୋଟିଏ ଛୋଟିଆ ଦେଶ ଅଛି ଯାହାର ନାଁ ସୁରିନାମ । ଭାରତର ସୁରିନାମ ସହ ବହୁତ ଘନିଷ୍ଠ ସମ୍ପର୍କ ରହିଛି । ଶତାଧିକ ବର୍ଷ ଆଗରୁ ଭାରତରୁ ଲୋକ ସେଠାକୁ ଯାଇଥିଲେ ଓ ତାକୁ ହିଁ ନିଜର ଘର କରିଦେଲେ । ଆଜି ଚତୁର୍ଥ-ପଞ୍ଚମ ପିଢ଼ି ସେଠାରେ ଅଛନ୍ତି । ଆଜି ସୁରିନାମର ଏକ ଚତୁର୍ଥାଂଶରୁ ଅଧିକ ଲୋକ ଭାରତୀୟ ବଂଶୋଦ୍ଭବ । କ’ଣ ଆପଣ ଜାଣନ୍ତି ଯେ ସେଠାକାର ସାଧାରଣ ଭାଷା ମଧ୍ୟରୁ ଗୋଟିଏ ହେଉଛି ‘ସରନାମୀ’, ଯାହା ଭୋଜପୁରୀର ଏକ କଥିତ ଭାଷା । ଏହି ସାଂସ୍କୃତିକ ସମ୍ବନ୍ଧକୁ ନେଇ ଆମେ ଭାରତୀୟମାନେ ଖୁବ୍ ଗର୍ବ ଅନୁଭବ କରୁ ।
ନିକଟରେ, ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖି ‘ସୁରିନାମ’ର ନୂଆ ରାଷ୍ଟ୍ରପତି ହୋଇଛନ୍ତି । ସେ ଭାରତର ବନ୍ଧୁ ଏବଂ ସେ 2018ରେ ଆୟୋଜିତ person of Indian Origin (PIO) Parliamentary Conferenceରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖି ଜୀ ବେଦମନ୍ତ୍ର ସହ ଶପଥ ନେବା ଆରମ୍ଭ କରିଥିଲେ ଓ ସଂସ୍କୃତରେ କହିଥିଲେ । ସେ ବେଦର ଉଲ୍ଲେଖ କରିଥିଲେ ଏବଂ ‘ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ’ ସହ ନିଜର ଶପଥ ସମ୍ପୂର୍ଣ୍ଣ କରିଥିଲେ । ସେ ନିଜ ହାତରେ ବେଦଧରି କହିଥିଲେ – ମୁଁ ଚନ୍ଦ୍ରିକା ପ୍ରସାଦ ସଂତୋଖି ଏବଂ ଆଗକୁ ସେ ଶପଥରେ କ’ଣ କହିଲେ? ସେ ବେଦର ହିଁ ଗୋଟିଏ ମନ୍ତ୍ର ଉଚ୍ଚାରଣ କଲେ । ସେ କହିଥିଲେ – ଓଁ ଅଗ୍ନେ ବ୍ରତପତେ ବ୍ରତଂ ଚରିଷ୍ୟାମି ତଚ୍ଛକେୟମ୍ ତନ୍ମେ ରାଧ୍ୟତାମ୍ । ଇଦମହମନୃତାତ୍ ସତ୍ୟମୁପ୍ୟେମି ।
ଅର୍ଥାତ୍ ହେ ଅଗ୍ନି, ସଂକଳ୍ପର ଦେବତା, ମୁଁ ଗୋଟିଏ ପ୍ରତିଜ୍ଞା କରୁଛି । ମୋତେ ଏଥିପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କର । ମୋତେ ଅସତ୍ୟରୁ ଦୂରରେ ରହିବାକୁ ଓ ସତ୍ୟ ଆଡ଼କୁ ଯିବାପାଇଁ ଆଶୀର୍ବାଦ ପ୍ରଦାନ କର । ବାସ୍ତବରେ ଏହା ଆମ ସମସ୍ତଙ୍କ ପାଇଁ ଗୌରବର କଥା ।
ମୁଁ ଶ୍ରୀ ଚନ୍ଦ୍ରିକା ପ୍ରସାଦ ସଂତୋଖିଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ନିଜ ରାଷ୍ଟ୍ରର ସେବା କରିବା ପାଇଁ 130 କୋଟି ଭାରତୀୟଙ୍କ ପକ୍ଷରୁ ତାଙ୍କୁ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ବର୍ତ୍ତମାନ ବର୍ଷାଋତୁ ମଧ୍ୟ ଚାଲିଛି । ଗତଥର ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି ଯେ ବର୍ଷାଦିନେ ଆବର୍ଜନା ଓ ସେଥିରୁ ହେଉଥିବା ବିଭିନ୍ନ ରୋଗର ବିପଦ ବଢ଼ିଯାଏ, ଡାକ୍ତରଖାନାଗୁଡ଼ିକରେ ଭିଡ଼ ବଢ଼ିଯାଏ । ତେଣୁ ଆପଣ ପରିଷ୍କାର ପରିଚ୍ଛନ୍ନତା ଉପରେ ବେଶୀ ଦୃଷ୍ଟି ଦିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଭଳି ଜିନିଷ, ଆୟୁର୍ବେଦିକ କାଢ଼ା ଇତ୍ୟାଦି ବ୍ୟବହାର କରୁଥାନ୍ତୁ । କରୋନା ସଂକ୍ରମଣ ସମୟରେ ଆମେ ଅନ୍ୟ ରୋଗଠାରୁ ଦୂରେଇ ରହିବା । ଆମକୁ ବାରମ୍ବାର ଯେମିତି ଡାକ୍ତରଖାନା ଯିବାକୁ ନ ପଡ଼େ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ ।
ବନ୍ଧୁଗଣ, ବର୍ଷାଋତୁରେ, ଦେଶର ଗୋଟିଏ ବଡ଼ ଭାଗ ବନ୍ୟା ସହ ଲଢ଼େଇ କରୁଛି । ବିହାର, ଆସାମ ଭଳି ରାଜ୍ୟର ଅନେକ ଅଂଚଳରେ ବନ୍ୟା ଦ୍ୱାରା ବହୁତ ସମସ୍ୟା ସୃଷ୍ଟି ହୋଇଛି; ଅର୍ଥାତ ଗୋଟିଏ ପଟେ କରୋନା ତ ଆଉ ଗୋଟିଏ ପଟେ ବନ୍ୟା ମଧ୍ୟ ବଡ଼ ଆହ୍ୱାନ ପାଲଟିଛି । ଏପରି ଅବସ୍ଥାରେ ସମସ୍ତ ସରକାର, ଏନଡିଆରଏଫ ଟିମ୍, ରାଜ୍ୟର ବିପର୍ଯ୍ୟୟ ନିୟନ୍ତ୍ରଣକାରୀ ଟିମ୍, ସ୍ୱେଚ୍ଛାସେବୀ ସଂଗଠନ, ସମସ୍ତେ ଏକଜୁଟ୍ ହୋଇ ସବୁ ଦିଗରୁ ରିଲିଫ୍ ଓ ଉଦ୍ଧାର କାମ ଚଳାଇଛନ୍ତି । ଏହି ବିପର୍ଯ୍ୟୟରେ ପ୍ରଭାବିତ ସବୁ ଲୋକଙ୍କ ସହ ସମଗ୍ର ଦେଶ ରହିଛି ।
ବନ୍ଧୁଗଣ, ଆସନ୍ତା ଥର ଯେତେବେଳେ ଆମେ ‘ମନ କି ବାତ୍’ରେ ଭେଟ ହେବା, ତା’ପୂର୍ବରୁ ହିଁ 15 ଅଗଷ୍ଟ ଆସିଯିବ । ଏଥର 15 ଅଗଷ୍ଟ ମଧ୍ୟ ଭିନ୍ନ ପରିସ୍ଥିତିରେ ହେବ – କରୋନା ମହାମାରୀର ଏହି ବିପର୍ଯ୍ୟୟ ସମୟ ଭିତରେ ହେବ ।
ମୋର, ନିଜ ଯୁବବନ୍ଧୁମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଆମେ ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ପାଇଁ ସଂକଳ୍ପ ନେବା, ଆତ୍ମନିର୍ଭର ଭାରତର ସଂକଳ୍ପ ନେବା, କିଛି ନୂଆ ଶିଖିବା ଓ ଶିଖାଇବାର ସଂକଳ୍ପ ନେବା, ନିଜ କର୍ତ୍ତବ୍ୟ ପାଳନ କରିବାର ସଂକଳ୍ପ ନେବା । ଆମ ଦେଶ ଏବେ ଯେଉଁ ଉଚ୍ଚତାରେ ପହଂଚିଛି, ତାହା ଏପରି କେତେକ ମହାପୁରୁଷଙ୍କ ତପସ୍ୟା କାରଣରୁ ସମ୍ଭବ ହୋଇଛି, ଯେଉଁମାନେ ରାଷ୍ଟ୍ରନିର୍ମାଣ ପାଇଁ ନିଜର ଜୀବନକୁ ସମର୍ପି ଦେଇଥିଲେ । ସେମାନଙ୍କ ମଧ୍ୟରୁ ଲୋକମାନ୍ୟ ତିଳକ ଅନ୍ୟତମ । 1 ଅଗଷ୍ଟ 2020ରେ ଲୋକମାନ୍ୟ ତିଳକ ଜୀଙ୍କ 100 ତମ ପୁଣ୍ୟତିଥି । ଲୋକମାନ୍ୟ ତିଳକ ଜୀଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା । ତାହା ଆମକୁ ବହୁତ କିଛି ଶିକ୍ଷା ଦେଇଥାଏ ।
ଆସନ୍ତା ଥର ଯେତେବେଳେ ଆମେ ଭେଟିବା, ପୁଣିଥରେ ବହୁତ କଥା ହେବା, ମିଶିକି କିଛି ନୂଆ ଶିଖିବା ଆଉ ସମସ୍ତଙ୍କ ସହ ବାଂଟିବା । ଆପଣମାନେ ସମସ୍ତେ ନିଜର ଯତ୍ନ ନିଅନ୍ତୁ, ନିଜ ପରିବାରର ଯତ୍ନ ନିଅନ୍ତୁ ଏବଂ ସୁସ୍ଥ ରହନ୍ତୁ । ସମସ୍ତ ଦେଶବାସୀଙ୍କୁ ଆଗାମୀ ପର୍ବପର୍ବାଣୀର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 2020 ମସିହାରେ “ମନ କି ବାତ” ଏହାର ଅଧା ପଥ ଅତିକ୍ରମ କରିସାରିଛି । ଏହି ସମୟ ମଧ୍ୟରେ ଆମେ ଅନେକ ବିଷୟ ଉପରେ ଆଲୋଚନା କରିଛୁ । ଏବେ ଯେଉଁ ବିଶ୍ୱବ୍ୟାପୀ ମହାମାରୀ ଆସିଛି, ମାନବ ଜାତି ପାଇଁ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ତା’ଉପରେ କିଛି ଅଧିକ ଆଲୋଚନା ହୋଇଥିବା ସ୍ୱାଭାବିକ । କିନ୍ତୁ ଆଜିକାଲି ମୁଁ ଦେଖୁଛି ଗୋଟିଏ କଥାକୁ ନେଇ ଲୋକଙ୍କ ମଧ୍ୟରେ ନିରନ୍ତର ଚର୍ଚ୍ଚା ହେଉଛି ଯେ ଏ ବର୍ଷଟି କେବେ ସରିବ!! କେହି କାହାକୁ ଫୋନ କଲେ ମଧ୍ୟ କଥାବାର୍ତ୍ତା ଏଇଥିରୁ ହିଁ ଆରମ୍ଭ ହେଉଛି ଯେ, ଏ ବର୍ଷଟା ଜଲଦି ବିତୁନି କାହିଁକି? କେହି ଲେଖୁଛି, ବନ୍ଧୁମାନଙ୍କ ସହ କଥା ହେଉଛି, ତ କହୁଛି, ଏ ବର୍ଷଟି ଭଲ ନୁହେଁ, କିଏ କହୁଛି 2020 ବର୍ଷଟି ଶୁଭ ନୁହେଁ । ବାସ୍, ଲୋକ କେବଳ ଏତିକି ଚାହୁଁଛନ୍ତି ଯେ ଏ ବର୍ଷଟି ଯେମିତି ହେଉ ଶୀଘ୍ର ସରିଯାଉ ।
ବନ୍ଧୁଗଣ, ବେଳେବେଳେ ମୁଁ ଭାବେ ଯେ, ଏମିତି କାହିଁକି ହେଉଛି । ହୁଏତ ଏଭଳି କଥାବାର୍ତ୍ତାର କିଛି କାରଣ ମଧ୍ୟ ଥାଇପାରେ । 6-7 ମାସ ଆଗରୁ ଆମେ ବି କ’ଣ ଜାଣିଥିଲୁ ଯେ, କରୋନା ଭଳି ବିପତ୍ତି ଆସିବ ଆଉ ତା’ ବିରୁଦ୍ଧରେ ଏ ସଂଗ୍ରାମ ଏତେ ଦୀର୍ଘଦିନ ଧରି ଚାଲିବ? ଏହି ବିପତ୍ତି ତ ଚାଲିଛି । ତା’ଉପରେ ପୁଣି ଦିନକୁ ଦିନ ଦେଶ ଆଗରେ ନୂଆ ନୂଆ ସମସ୍ୟା ସୃଷ୍ଟି ହୋଇଚାଲିଛି । ଏହି କିଛିଦିନ ତଳେ, ଦେଶର ପୂର୍ବ ଉପକୂଳରେ ଅମ୍ଫନ ବାତ୍ୟା ଆସିଲା । ସେପଟେ ପଶ୍ଚିମ ଉପକୂଳରେ ନିଃସର୍ଗ ବାତ୍ୟା ଆସିଲା । ଅନେକ ରାଜ୍ୟରେ ଆମର ଚାଷୀ ଭାଇଭଉଣୀମାନେ ପଙ୍ଗପାଳ ଦଳର ଆକ୍ରମଣକୁ ନେଇ ବିବ୍ରତ ଅଛନ୍ତି । ଆଉ ପୁଣି ଦେଶର ଅନେକ ଅଂଚଳରେ ଛୋଟ ଛୋଟ ଭୂମିକମ୍ପ ଥମିବାର ନାଁ ଧରୁନି । ଆଉ ଏସବୁ ଭିତରେ ଆମର କିଛି ପଡ଼ୋଶୀଙ୍କ ଦ୍ୱାରା ଯାହା ଚାଲିଛି, ଦେଶ ସେସବୁ ସମସ୍ୟାକୁ ମଧ୍ୟ ସାମନା କରୁଛି । ବାସ୍ତବରେ, ଏକାଥରକେ ଏତେ ଗୁଡ଼ିଏ ସମସ୍ୟା! ଏଭଳି ସଂକଟ କ୍ୱଚିତ ଦେଖିବାକୁ ମିଳେ । ପରିସ୍ଥିତି ଏଭଳି ହୋଇଛି ଯେ, କିଛି ଛୋଟ ଛୋଟ ଘଟଣା ଘଟିଲେ ମଧ୍ୟ ଲୋକେ ସେଗୁଡ଼ିକୁ ଏହାସହିତ ଯୋଡ଼ି କରି ଦେଖୁଛନ୍ତି ।
ବନ୍ଧୁଗଣ, କଠିନ ପରିସ୍ଥିତି ଆସେ, ବିପତ୍ତି ଆସେ, କିନ୍ତୁ ପ୍ରଶ୍ନ ହେଲା ଯେ, କ’ଣ ଏଇ ବିପତ୍ତିଗୁଡ଼ିକ କାରଣରୁ ଆମେ 2020 ବର୍ଷଟିକୁ ଅଶୁଭ ବୋଲି ଧରିନେବା? ପ୍ରଥମ 6 ମାସ ଯେମିତି କଟିଲା ତା’ଯୋଗୁଁ କ’ଣ ମାନିନେବା ଯେ, ଏ ସମ୍ପୂର୍ଣ୍ଣ ବର୍ଷଟି ଏମିତି ଖରାପ, ଏଭଳି ଭାବିବା କ’ଣ ଉଚିତ ହେବ? ନା – ମୋର ପ୍ରିୟ ଦେଶବାସୀଗଣ, ମୋଟେ ନୁହେଁ କୌଣସି ବର୍ଷ ମଧ୍ୟରେ ଗୋଟିଏ ସମସ୍ୟା ଆସୁ କିମ୍ବା ପଚାଶଟି ସମସ୍ୟା ଆସୁ ସଂଖ୍ୟା କମ୍-ବେଶୀ ହେଲେ ସେ ବର୍ଷଟି ଅଶୁଭ ହୋଇଯାଏନି । ଭାରତର ଇତିହାସ ହିଁ ଏଭଳି ବିପତ୍ତି ଏବଂ ଆହ୍ୱାନଗୁଡ଼ିକ ଉପରେ ବିଜୟଲାଭ କରି ଆହୁରି ଶକ୍ତିଶାଳୀ ହେବାର ରହିଛି । ଶହ ଶହ ବର୍ଷଧରି ବିଭିନ୍ନ ଆକ୍ରମଣକାରୀମାନେ ଭାରତ ଉପରେ ଆକ୍ରମଣ କରିଛନ୍ତି, ଦେଶକୁ ବିପଦରେ ପକାଇଛନ୍ତି, ଲୋକେ ଭାବୁଥିଲେ ଯେ, ଭାରତର ମୂଳଭିତ୍ତି ନଷ୍ଟ ହୋଇଯିବ । ଭାରତର ସଂସ୍କୃତି ହିଁ ଲୋପ ପାଇଯିବ । କିନ୍ତୁ ଏସବୁ ବିପତ୍ତି ଯୋଗୁଁ ଭାରତ ଆହୁରି ଭବ୍ୟ ହୋଇ ପ୍ରଗତିଶୀଳ ହୋଇଛି ।
ବନ୍ଧୁଗଣ, ଆମର ଏଠି କୁହାଯାଇଛି ଯେ – ସୃଜନ ଶାଶ୍ୱତ, ସୃଜନ ନିରନ୍ତର । ଗୋଟିଏ ଗୀତର କିଛି ଧାଡ଼ି ମୋର ମନେପଡ଼ୁଛି ।
କଳ କଳ ହୋଇ ଯାଉଛି ବହି, କହୁଛି କ’ଣ ଏ ଗଙ୍ଗାର ଧାରା?
ଯୁଗ ଯୁଗ ଧରି ଆସିଛି ବହି, ଆମରି ଏ ପୂଣ୍ୟପ୍ରବାହ ପରା ।
ସେହି ଗୀତରେ ଆଗକୁ ଅଛି –
ପାରିବାକି ରୋକି ତାକୁ, ଯିବା ଲୋକ ତ ଚାଲିଯିବେ
ଗୋଡ଼ିପଥର ଅସ୍ତିତ୍ୱ କ’ଣ ଯେ, ସେମାନେ ପୁଣି ବାଧା ଦେବେ?
ଏକ ପକ୍ଷରେ ଯେଉଁଠି ଭାରତ ଆଗରେ ବଡ଼ ବଡ଼ ସମସ୍ୟାମାନ ଦେଖାଦେଇଛି, ଅପରପକ୍ଷରେ ସେ ବାଧାଗୁଡ଼ିକୁ ଦୂରକରି ଅନେକ ନୂତନ କାର୍ଯ୍ୟ ବି ହୋଇଛି । ନୂତନ ସାହିତ୍ୟ ସୃଷ୍ଟି ହୋଇଛି । ନୂତନ ଗବେଷଣା, ନୂଆ ସିଦ୍ଧାନ୍ତ ସୃଷ୍ଟି ହୋଇଛି । ସଙ୍କଟଜନକ ପରିସ୍ଥିତି ମଧ୍ୟରେ ବି ପ୍ରତ୍ୟେକ କ୍ଷେତ୍ରରେ ସୃଜନ ପ୍ରକ୍ରିୟା ଅବ୍ୟାହତ ରହିଛି ଏବଂ ଆମ ସଂସ୍କୃତି ପୁଷ୍ପିତ-ପଲ୍ଲବିତ ହୋଇଚାଲିଛି । ଦେଶ ଆଗକୁ ଆଗକୁ ବଢ଼ିଚାଲିଛି । ଭାରତ ସର୍ବଦା ସମସ୍ୟାକୁ ସଫଳତାର ସୋପାନରେ ପରିବର୍ତ୍ତିତ କରିଛି । ଏହି ଚିନ୍ତାଧାରା ସହ, ଆମକୁ ଆଜି ମଧ୍ୟ ସମସ୍ୟା ମଧ୍ୟରେ ଆଗକୁ ବଢ଼ିବାର ଅଛି । ଆପଣମାନେ ମଧ୍ୟ ଏହି ଚିନ୍ତାଧାରାକୁ ନେଇ ଆଗକୁ ବଢ଼ିବେ । 130 କୋଟି ଦେଶବାସୀ ଆଗକୁ ବଢ଼ିବେ । ତା’ହେଲେ ଏହି ବର୍ଷ ହିଁ ଦେଶ ପାଇଁ ଉତ୍କର୍ଷ ସ୍ଥାପନ କରିବାର ବର୍ଷ ଭାବରେ ପ୍ରମାଣିତ ହେବ । ଏହି ବର୍ଷରେ ହିଁ ଦେଶ ନୂତନ ଲକ୍ଷ୍ୟପ୍ରାପ୍ତ କରିବ, ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରିବ । 130 କୋଟି ଦେଶବାସୀଙ୍କ ଶକ୍ତି ଉପରେ, ଆପଣ ସମସ୍ତଙ୍କ ଉପରେ, ଏହି ଦେଶର ମହାନ ପରମ୍ପରା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।
ମୋର ପ୍ରିୟ ଦେଶବାସୀଗଣ, ସମସ୍ୟା ଯେତେ ବଡ଼ ହେଉ ପଛେ ଭାରତର ସଂସ୍କାର, ନିଃସ୍ୱାର୍ଥ ସେବା ପାଇଁ ପ୍ରେରଣା ଯୋଗାଇଥାଏ । କଠିନ ପରିସ୍ଥିତିରେ ଭାରତ ଯେଉଁଭଳି ବିଶ୍ୱବାସୀଙ୍କୁ ସହାୟତା ଯୋଗାଇଲା ତାହା ଆଜି ଶାନ୍ତି ଏବଂ ପ୍ରଗତିରେ ଭାରତର ଭୂମିକାକୁ ଆହୁରି ସୁଦୃଢ଼ କରିଛି । ଏଭଳି ସମୟରେ ସାରା ପୃଥିବୀ ଭାରତର ବିଶ୍ୱ-ବନ୍ଧୁତ୍ୱ ଭାବକୁ ମଧ୍ୟ ଅନୁଭବ କଲା । ତା’ସହିତ ନିଜର ସାର୍ବଭୌମତ୍ୱ ଏବଂ ସୀମା ସୁରକ୍ଷା କରିବାରେ ଭାରତର ଶକ୍ତି ଏବଂ ସଂକଳ୍ପବଦ୍ଧତାକୁ ମଧ୍ୟ ବିଶ୍ୱ ଦେଖିଲା । ଲଦ୍ଦାଖରେ ଭାରତର ଭୂମି ଉପରେ କୁଦୃଷ୍ଟି ନିକ୍ଷେପକାରୀଙ୍କୁ କଡ଼ା ଜବାବ ମିଳିଲା । ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ ଆଖି ମିଶେଇ ଉଚିତ ଜବାବ ଦେବା ବି ଜାଣେ । ଆମର ବୀର ସୈନିକମାନେ ଦେଖାଇ ଦେଇଛନ୍ତି ଯେ ସେମାନେ ଭାରତମାତାର ଗୌରବକୁ କଦାପି କ୍ଷୁର୍ଣ୍ଣ ହେବାକୁ ଦେବେନାହିଁ ।
ବନ୍ଧୁଗଣ, ଲଦ୍ଦାଖରେ ଆମର ଯେଉଁ ବୀର ଯବାନମାନେ ଶହୀଦ ହୋଇଛନ୍ତି ସେମାନଙ୍କ ବୀରତ୍ୱକୁ ସାରା ଦେଶ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସମସ୍ତ ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ସେମାନଙ୍କ ଆଗରେ ନତମସ୍ତକ । ଏହି ବନ୍ଧୁମାନଙ୍କ ପରିବାର ଭଳି ପ୍ରତ୍ୟେକ ଭାରତୀୟ ଏମାନଙ୍କୁ ହରାଇବାର ପୀଡ଼ାକୁ ମଧ୍ୟ ଅନୁଭବ କରୁଛି । ନିଜର ବୀର-ସୁପୁତ୍ରଙ୍କ ବଳିଦାନକୁ ନେଇ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଯେଉଁ ଗୌରବ ଭାବନା ରହିଛି, ଦେଶ ପାଇଁ ଯେଉଁ ଉତ୍ସାହ ରହିଛି – ତାହାହିଁ ତ ଦେଶର ଶକ୍ତି । ଆପଣମାନେ ଲକ୍ଷ୍ୟ କରିଥିବେ ଯେଉଁମାନଙ୍କ ପୁତ୍ର ଶହୀଦ ହୋଇଛନ୍ତି, ସେହି ପିତା-ମାତା, ନିଜର ଅନ୍ୟ ପୁଅମାନଙ୍କୁ ଘରର ଅନ୍ୟ ପିଲାମାନଙ୍କୁ ମଧ୍ୟ ସେନାବାହିନୀକୁ ପଠାଇବା ପାଇଁ ଇଚ୍ଛାପ୍ରକାଶ କରୁଛନ୍ତି । ବିହାରର ବାସିନ୍ଦା ଶହୀଦ କୁନ୍ଦନ କୁମାରଙ୍କ ପିତାଙ୍କ କଥା ତ କାନରେ ପ୍ରତିଧ୍ୱନିତ ହେଉଛି । ସେ କହୁଥିଲେ, ନିଜର ନାତିକୁ ବି ଦେଶର ସୁରକ୍ଷା ପାଇଁ ସେନାବାହିନୀକୁ ପଠାଇବେ । ସମସ୍ତ ଶହୀଦ ପରିବାରରେ ଏଭଳି ସାହସ ଭରିରହିଛି । ବାସ୍ତବରେ, ଏହି ପରିବାରଗୁଡ଼ିକର ତ୍ୟାଗ ପୂଜନୀୟ । ଭାରତମାତାର ସୁରକ୍ଷାର ଯେଉଁ ସଂକଳ୍ପକୁ ନେଇ ଆମର ଯବାନମାନେ ବଳିଦାନ ଦେଇଛନ୍ତି, ସେହି ସଂକଳ୍ପକୁ ଆମକୁ ମଧ୍ୟ ଜୀବନର ଲକ୍ଷ୍ୟ ରୂପେ ଗ୍ରହଣ କରିବାକୁ ହେବ । ପ୍ରତ୍ୟେକ ଦେଶବାସୀକୁ ଗ୍ରହଣ କରିବାକୁ ହେବ । ଆମର ସମସ୍ତ ପ୍ରଚେଷ୍ଟା ଏହି ଦିଗରେ ହେବା ଦରକାର । ଯାହାଦ୍ୱାରା ନିଜର ସୀମାକୁ ସୁରକ୍ଷିତ କରିବାରେ ଦେଶର ଶକ୍ତି ବୃଦ୍ଧିହେବ, ଦେଶ ଆହୁରି ଅଧିକ ସକ୍ଷମ ହେବ, ଆତ୍ମନିର୍ଭର ହେବ । ତାହାହେବ ଆମ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆସାମରୁ ରଜନୀ ଜୀ ମୋତେ ଲେଖିଛନ୍ତି ଲଦ୍ଦାଖର ପୂର୍ବଭାଗରେ ଯାହାକିଛି ଘଟିଲା ତାକୁଦେଖି ସେ ଗୋଟିଏ ସଂକଳ୍ପ ଗ୍ରହଣ କରିଛନ୍ତି – ସେ ସଂକଳ୍ପଟି ହେଲା ଯେ, ସେ କେବଳ ସ୍ଥାନୀୟ ଜିନିଷ ହିଁ କିଣିବେ । କେବଳ ସେତିକି ନୁହେଁ ଲୋକାଲ ପାଇଁ ଭୋକାଲ ମଧ୍ୟ ହେବେ । ଦେଶର କୋଣ-ଅନୁକୋଣରୁ ଏହିଭଳି ବାର୍ତ୍ତାମାନ ମୋ ପାଖକୁ ଆସିବାରେ ଲାଗିଛି । ବହୁତ ଲୋକ ମୋତେ ଚିଠିଲେଖି ଜଣାଉଛନ୍ତି ଯେ, ସେମାନେ ଏହି କାମ ଆରମ୍ଭ କରିଦେଲେଣି । ସେହିଭଳି ତାମିଲନାଡୁର ମଦୁରାଇରୁ ମୋହନ ରାମମୂର୍ତ୍ତିଜୀ ଲେଖିଛନ୍ତି ଯେ, ସେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଦେଖିବାକୁ ଚାହୁଁଛନ୍ତି ।
ବନ୍ଧୁଗଣ, ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର କେତେକ ଦେଶଠାରୁ ଅଗ୍ରଣୀ ଥିଲା । ଆମ ଦେଶରେ ଅନେକ ଗୋଳାବାରୁଦ କାରଖାନା ଥିଲା । ସେତେବେଳେ ଆମଠାରୁ ପଛରେ ଥିବା ଅନେକ ଦେଶ ଆଜି ଆମଠାରୁ ବହୁ ଆଗରେ । ସ୍ୱାଧୀନତା ପ୍ରାପ୍ତି ପରେ ପ୍ରତିରକ୍ଷା କ୍ଷେତ୍ରରେ ଆମର ଯାହା ପ୍ରୟାସ କରିବା ଉଚିତ ଥିଲା, ଆମର ପୂର୍ବ ଅନୁଭୂତିରୁ ଯାହା ଲାଭ ଉଠାଇବାର ଥିଲା, ଆମେ ସେ ଲାଭ ଉଠାଇପାରିନାହୁଁ । କିନ୍ତୁ ଆଜି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତ ଅନବରତ ପ୍ରଚେଷ୍ଟା ଜାରି ରଖିଛି । ଭାରତ ଆତ୍ମନିର୍ଭରତା ଦିଗକୁ ପାଦ ବଢ଼ାଉଛି ।
ବନ୍ଧୁଗଣ, କୌଣସି ଅଭିଯାନ, ଜନଭାଗିଦାରିତା ବିନା ସମ୍ପୂର୍ଣ୍ଣ ହୋଇପାରେନା, ସଫଳ ହୋଇପାରେନା । ତେଣୁ ଆତ୍ମନିର୍ଭର ଭାରତ ଦିଗରେ ଜଣେ ନାଗରିକ ହିସାବରେ ଆମ ସମସ୍ତଙ୍କ ସଂକଳ୍ପ, ସମର୍ପଣ ଏବଂ ସହଯୋଗ ନିହାତି ଆବଶ୍ୟକ ଏବଂ ଅନିବାର୍ଯ୍ୟ । ଆପଣ ଯଦି ଲୋକାଲ ଜିନିଷ କିଣିବେ, ଲୋକାଲ ପାଇଁ ଭୋକାଲ ହେବେ ତେବେ ଜାଣନ୍ତୁ ଯେ, ଆପଣ ଦେଶକୁ ମଜବୁତ କରିବାରେ ନିଜର ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ଏକ ପ୍ରକାର ଦେଶସେବା । ଆପଣ ଯେକୌଣସି ବୃତ୍ତିରେ ଥାଆନ୍ତୁ ନା କାହିଁକି, ପ୍ରତ୍ୟେକ ଜାଗାରେ ଦେଶସେବା ପାଇଁ ବହୁତ ସୁଯୋଗ ରହିଥାଏ । ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାହାକିଛି କରାଯାଏ ତାହାହିଁ ଦେଶସେବା । ଆପଣଙ୍କର ଏହି ସେବା, ଦେଶକୁ କୌଣସି ନା କୌଣସି ଭାବରେ ସୁଦୃଢ଼ ମଧ୍ୟ କରେ, ଆଉ ଏକଥା ମଧ୍ୟ ଆମକୁ ମନେରଖିବାକୁ ହେବ ଯେ, ଆମ ଦେଶ ଯେତେ ସୁଦୃଢ଼ ହେବ, ବିଶ୍ୱରେ ଶାନ୍ତିର ସମ୍ଭାବନା ମଧ୍ୟ ସେତେ ବହୁତ ହେବ । ଆମର ଏଠି କୁହାଯାଇଛି –
ବିଦ୍ୟା ବିବାଦାୟ ଧନଂ ମଦାୟ, ଶକ୍ତିଃ ପରେଷାଂ ପରିପୀଡ଼ନାୟ ।
ଖଳସ୍ୟ ସାଧୋଃ ବିପରୀତମ୍ ଏତତ୍, ଜ୍ଞାନାୟ ଦାନାୟ ଚ ରକ୍ଷଣାୟ ।
ଅର୍ଥାତ୍ ମନୁଷ୍ୟର ସ୍ୱଭାବ ଯଦି ଖଳ ହୋଇଥିବ, ତା’ହେଲେ ସେ ବିଦ୍ୟାର ପ୍ରୟୋଗ ବିବାଦ ପାଇଁ, ଧନର ପ୍ରୟୋଗ ଅହଙ୍କାର ପାଇଁ ଏବଂ ଶକ୍ତିର ପ୍ରୟୋଗ ଅନ୍ୟମାନଙ୍କୁ କଷ୍ଟ ଦେବାପାଇଁ କରିବ । କିନ୍ତୁ ସଜ୍ଜନର ବିଦ୍ୟା – ଜ୍ଞାନ ପାଇଁ, ଧନ – ସହାୟତା ପାଇଁ ଏବଂ ଶକ୍ତି – ରକ୍ଷାକରିବା ପାଇଁ ପ୍ରୟୋଗ ହୋଇଥାଏ । ଭାରତ ସର୍ବଦା ନିଜ ଶକ୍ତିକୁ ଏହି ଚିନ୍ତାଧାରା ସହ ପ୍ରୟୋଗ କରିଛି । ଭାରତର ସ୍ୱାଭିମାନ ଏବଂ ସାର୍ବଭୌମତ୍ୱର ରକ୍ଷା ହେଉଛି ଭାରତର ସଂକଳ୍ପ । ଭାରତର ଲକ୍ଷ୍ୟ ହେଉଛି ଆତ୍ମ-ନିର୍ଭର ଭାରତ । ଭାରତର ପରମ୍ପରା ହେଉଛି ବିଶ୍ୱାସ ଏବଂ ମିତ୍ରତା । ଭାରତର ଭାବନା ହେଉଛି ବନ୍ଧୁତା । ଏହି ଆଦର୍ଶଗୁଡ଼ିକ ସହ ଆମେ ଆଗକୁ ବଢ଼ିଚାଲିବା ।
ମୋର ପ୍ରିୟ ଦେଶବାସୀଗଣ, କରୋନାର ଏହି ସଙ୍କଟ ସମୟରେ ଦେଶ ଲକଡାଉନରୁ ବାହାରି ଆସିଛି । ଆମେ ଏବେ ଅନଲକ ପର୍ଯ୍ୟାୟରେ, ଏହି ସମୟରେ ଦୁଇଟି କଥା ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିବ – କରୋନାକୁ ପରାଜିତ କରିବା ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା, ଏହାକୁ ଶକ୍ତିଶାଳୀ କରିବା । ବନ୍ଧୁଗଣ, ଲକଡାଉନ ଅପେକ୍ଷା ଅନଲକ ସମୟରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ଦାଉରୁ ରକ୍ଷା କରିବ । ଏକଥା ସବୁବେଳେ ମନେରଖନ୍ତୁ ଯେ, ଆପଣ ଯଦି ମାସ୍କ ନ ପିନ୍ଧୁଛନ୍ତି, ଦୁଇଗଜ ଦୂରତାର ନିୟମ ପାଳନ କରୁନାହାନ୍ତି, କିମ୍ବା ଅନ୍ୟାନ୍ୟ ଆବଶ୍ୟକ ସାବଧାନତା ଅବଲମ୍ବନ କରୁନାହାଁନ୍ତି ତାହେଲେ ଆପଣ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି । ବିଶେଷକରି ଘରର ପିଲାଛୁଆ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ । ତେଣୁ ସମସ୍ତ ଦେଶବାସୀଙ୍କୁ ମୋର ନିବେଦନ ଆଉ ବାରମ୍ବାର ନିବେଦନ ଯେ ଆପଣ ବେପରୁଆ ମନୋଭାବ ପୋଷଣ କରନ୍ତୁନି । ନିଜର ଯତ୍ନ ନିଅନ୍ତୁ ଏବଂ ଅନ୍ୟମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ ।
ବନ୍ଧୁଗଣ, ଅନଲକର ଏହି ସମୟରେ ଏଭଳି ବହୁତ କଥା ମଧ୍ୟ ଅନଲକ ହେଉଛି, ଯେଉଁଥିରେ ଭାରତ ଅନେକ ଦଶନ୍ଧି ଧରି ବାନ୍ଧି ହୋଇରହିଥିଲା । ବର୍ଷ ବର୍ଷ ଧରି ଆମର ଖଣିକ୍ଷେତ୍ର ଲକଡାଉନ ହୋଇରହିଥିଲା । ବାଣିଜ୍ୟିକ ନିଲାମକୁ ମଞ୍ଜୁରି ଦେବାର ମାତ୍ର ଗୋଟିଏ ନିଷ୍ପତ୍ତି ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି । କିଛିଦିନ ତଳେ ମହାକାଶ କ୍ଷେତ୍ରରେ ମଧ୍ୟ ଐତିହାସିକ ସୁଧାର ଅଣାଯାଇଛି । ସେହି ସଂସ୍କାର ଫଳରେ ବହୁବର୍ଷ ଧରି ଲକଡାଉନରେ ବନ୍ଧା ହୋଇପଡ଼ିଥିବା ଏହି କ୍ଷେତ୍ରକୁ ସ୍ୱାଧୀନତା ମିଳିଲା । ଏହାଦ୍ୱାରା ଆତ୍ମନିର୍ଭର ଭାରତର ଅଭିଯାନ କେବଳ ଯେ ଗତିଶୀଳ ହେବ ତାହାନୁହେଁ, ବରଂ ଦେଶ, କାରିଗରୀ କୌଶଳ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେବ । ଆମ କୃଷିକ୍ଷେତ୍ର ଉପରେ ଦୃଷ୍ଟିନିକ୍ଷେପ କଲେ ଜାଣିପାରିବା ଯେ, ଏହି କ୍ଷେତ୍ରରେ ମଧ୍ୟ ଅନେକ ଜିନିଷ ଦଶନ୍ଧି ଦଶନ୍ଧି ଧରି ଲକଡାଉନରେ ଫସିରହିଥିଲା । ଏହି କ୍ଷେତ୍ରକୁ ମଧ୍ୟ ଏବେ ଅନଲକ କରିଦିଆଯାଇଛି । ଏହାଦ୍ୱାରା ଗୋଟିଏ ପଟେ ଚାଷୀମାନଙ୍କୁ ନିଜର ଫସଲ ଯେକୌଣସି ସ୍ଥାନରେ, ଯେକୌଣସି ବ୍ୟକ୍ତିକୁ ବିକ୍ରି କରିବାର ସ୍ୱାଧୀନତା ମିଳିଛି । ଅନ୍ୟପଟେ ସେମାନଙ୍କୁ ଅଧିକ ଋଣ ମିଳିବା ମଧ୍ୟ ସୁନିଶ୍ଚିତ ହୋଇଛି । ଏଭଳି ଅନେକ କ୍ଷେତ୍ର ରହିଛି, ଯେଉଁଠି ଆମ ଦେଶ ଏହିସବୁ ସଙ୍କଟ ମଧ୍ୟରେ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ପ୍ରଗତିର ନୂତନ ମାର୍ଗ ଉନ୍ମୁକ୍ତ କରୁଛି ।
ମୋର ପ୍ରିୟ ଦେଶବାସୀଗଣ ପ୍ରତି ମାସରେ ଆମେ ଏଭଳି ଖବର ପଢ଼ୁଛୁଁ ଆଉ ଦେଖୁଛୁଁ ଯାହାକି ଆମକୁ ଖୁବ୍ ଭାବପ୍ରବଣ କରିଦେଉଛି । ଇଏ ଆମକୁ ଏକଥା ମନେପକାଇ ଦେଉଛି ଯେ, କେମିତି ପ୍ରତ୍ୟେକ ଭାରତୀୟ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତତ୍ପର! ଯିଏ ଯେତିକି ପାରିଲା ସେତିକି କରିବା ପାଇଁ ବ୍ୟଗ୍ର ।
ଅରୁଣାଚଳ ପ୍ରଦେଶର ଗୋଟିଏ ଏଇଭଳି ପ୍ରେରଣାଦାୟୀ କଥା ମୋତେ ଗଣମାଧ୍ୟମରୁ ପଢ଼ିବାର ସୁଯୋଗ ମିଳିଲା । ଏଠାକାର, ସିୟାଙ୍ଗ ଜିଲ୍ଲା ମିରେମ୍ ଗାଁ ଏଭଳି ଏକ ଅନନ୍ୟ କାମ କରି ଦେଖାଇଲା ଯାହାକି ସାରା ଭାରତବର୍ଷ ପାଇଁ ଏକ ଉଦାହରଣ ପାଲଟିଛି । ଏହି ଗାଁର କେତେକ ଲୋକ ବାହାରେ ରହି ଚାକିରି କରନ୍ତି । ଗ୍ରାମବାସୀମାନେ ଦେଖିଲେ ଯେ କରୋନା ମହାମାରୀ ସମୟରେ ଏହି ପ୍ରବାସୀ ଚାକିରିଆମାନେ ଗାଁକୁ ଫେରୁଛନ୍ତି । ଏମିତିରେ, ଗ୍ରାମବାସୀମାନେ ପ୍ରଥମରୁ ଗାଁ ବାହାରେ କ୍ୱାରେଂଟାଇନର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି କରିଥିଲେ । ତେଣୁ ସେମାନେ ସମସ୍ତେ ମିଳିମିଶି ଗାଁଠୁ କିଛି ଦୂରରେ, ଚଉଦଟି ଛୋଟ ଛୋଟ କୁଡ଼ିଆଘର ତିଆରି କରିଦେଲେ, ଆଉ ସ୍ଥିର କଲେ ଯେ ପ୍ରବାସରେ ଚାକିରି କରୁଥିବା ଗାଁ ଲୋକେ ଯେତେବେଳେ ଫେରିବେ ତା’ହେଲେ ସେମାନଙ୍କୁ ସେହି କୁଡ଼ିଆ ଘରଗୁଡ଼ିକରେ କିଛିଦିନ ପାଇଁ କ୍ୱାରେଂଟାଇନରେ ରହିବାକୁ ହେବ । ସେସବୁ କୁଡ଼ିଆଗୁଡ଼ିକରେ ଶୌଚାଳୟ, ବିଜୁଳି-ପାଣି ସମେତ, ପ୍ରତିଦିନର ଆବଶ୍ୟକତା ମୁତାବକ ସବୁ ସୁବିଧା ଉପଲବ୍ଧ କରାଯାଇଥିଲା । ଏଥିରୁ ପ୍ରମାଣିତ ଯେ, ମିରେମ୍ ଗ୍ରାମବାସୀଙ୍କ ଏହି ସାମୁହିକ ପ୍ରୟାସ ଆଉ ସଚେତନତା ସମସ୍ତଙ୍କର ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ କରିପାରିଛି ।
ବନ୍ଧୁଗଣ, ଆମର ଏଠି କୁହାଯାଏ –
“ସ୍ୱଭାବଂ ନ ଯହାତି ଏବ, ସାଧୁଃ ଆପଦ୍ରତୋପୀସନ ।
କର୍ପୂରଃ ପାବକ ସ୍ପୃଷ୍ଟଃ ସୌରଭଂ ଲଭତେତରାମ ।
ଅର୍ଥାତ୍, କର୍ପୂର ଯେଭଳି ନିଅଁରେ ଜଳିବା ସତ୍ୱେ ବି ନିଜର ସୁଗନ୍ଧ ହରାଏନି, ସେହିଭଳି ଉତ୍ତମ ବ୍ୟକ୍ତି ବିପଦରେ ପଡ଼ିଲେ ବି ଆପଣା ଗୁଣ, ଆପଣା ସ୍ୱଭାବ ଛାଡ଼ନ୍ତି ନାହିଁ । ଆଜି ଆମ ଦେଶରେ ଯେଉଁ ଶ୍ରମଶକ୍ତି ରହିଛନ୍ତି, ଯେଉଁ ଶ୍ରମିକ ସାଥୀ ରହିଛନ୍ତି, ସେମାନେ ହିଁ ଏହି କଥାର ଜୀବନ୍ତ ଉଦାହରଣ । ଆପଣ ଦେଖୁଥିବେ, ଏବେ ଆମର ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ କେତେ କଥା ନଜରକୁ ଆସୁଛି ଯାହାକି ପୁରା ଦେଶକୁ ପ୍ରେରଣା ଯୋଗାଉଛି । ଉତ୍ତରପ୍ରଦେଶର ବାରାବାଙ୍କୀ ଗାଁକୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ କଲ୍ୟାଣୀ ନଦୀର ପ୍ରାକୃତିକ ସ୍ୱରୂପ ଫେରାଇଆଣିବା ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ନଦୀର ପୁନରୁଦ୍ଧାର ହେବାଦେଖି ଆଖପାଖର ଚାଷୀ ଏବଂ ଲୋକେ ବେଶ୍ ଉତ୍ସାହିତ ହୋଇଛନ୍ତି । ଗାଁକୁ ଫେରିବା ପରେ କ୍ୱାରେଂଟାଇନ୍ ସେଂଟର କିମ୍ବା ଆଇସୋଲେସନ୍ ସେଂଟରରେ ରହିବା ସତ୍ୱେ ବି ଆମର ଶ୍ରମଜୀବି ସାଥୀମାନେ ଯେଉଁଭଳି ନିଜ ନିଜର କୌଶଳକୁ ଉପଯୋଗ କରି ନିଜ ଆଖପାଖର ସ୍ଥିତିରେ ପରିବର୍ତ୍ତନ ଆଣିପାରିଛନ୍ତି, ଇଏ ଅଦ୍ଭୁତ, ଅନନ୍ୟ । ହେଲେ ବନ୍ଧୁଗଣ! ଏହିଭଳି କେତେ କେତେ ଘଟଣା ଦେଶର ଲକ୍ଷ ଲକ୍ଷ ଗାଁରେ ଘଟୁଛି, ଅଥଚ ଆମ ନିକଟରେ ପହଂଚିପାରୁନି । ଆମ ଦେଶର ସ୍ୱଭାବ ଯେପରି, ମୋର ବିଶ୍ୱାସ ବନ୍ଧୁଗଣ! ଆପଣଙ୍କ ଗାଁରେ ବି, ଆପଣଙ୍କ ଆଖପାଖରେ ବି, ଏଭଳି ଅନେକ ଘଟଣା ଘଟିଥିବ । ଯଦି ଏଭଳି କିଛି କଥା ଆପଣଙ୍କ ନଜରକୁ ଆସିଥିବ, ତା’ହେଲେ ଆପଣ ଏଭଳି ପ୍ରସଙ୍ଗ ସମ୍ପର୍କରେ ମୋତେ ନିଶ୍ଚୟ ଲେଖିବେ । ସଂକଟର ଏଇ ମୁହୂର୍ତ୍ତରେ, ଏ ସକାରାତ୍ମକ ଘଟଣାଗୁଡ଼ିକ, ଏସବୁ କଥାଗୁଡ଼ିକ ଅନ୍ୟମାନଙ୍କୁ ବି ପ୍ରେରଣାଦୀପ୍ତ କରିବ ।
ମୋର ପ୍ରିୟ ଦେଶବାସୀଗଣ, କରୋନା ଭୂତାଣୁ ନିଶ୍ଚିତ ଭାବେ ଆମ ଜୀବନ ଜୀଇଁବାର ଶୈଳୀରେ ପରିବର୍ତ୍ତନ ଆଣିଦେଇଛି । ମୁଁ ଲଣ୍ଡନରୁ ପ୍ରକାଶିତ ଫାଇନାନ୍ସିଆଲ୍ ଟାଇମ୍ସରେ ଗୋଟିଏ ହୃଦୟସ୍ପର୍ଶୀ ଲେଖା ପଢ଼ୁଥିଲି । ସେଥିରେ ଲେଖାଯାଇଥିଲା ଯେ କରୋନା ସମୟରେ ଅଦା, ହଳଦୀ ସମେତ ଅନ୍ୟ ମସଲାଗୁଡ଼ିକର ଚାହିଦା ଏସିଆ ବ୍ୟତୀତ ଆମେରିକାରେ ମଧ୍ୟ ବଢ଼ିଯାଇଛି । ସମଗ୍ର ପୃଥିବୀର ଧ୍ୟାନ ଏବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଛି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏସବୁ ଦ୍ରବ୍ୟର ସମ୍ପର୍କ ଆମ ଦେଶ ସହିତ ରହିଛି । ଆମକୁ ଏହାର ବିଶେଷତ୍ୱ ପୃଥିବୀର ଲୋକଙ୍କୁ ଏପରି ସହଜ ଓ ସରଳ ଭାଷାରେ ବତାଇବା ଦରକାର, ଯେପରିକି ସେମାନେ ସହଜରେ ବୁଝିପାରିବେ ଓ ଆମେ ଏକ ସୁସ୍ଥ ପୃଥିବୀ ନିର୍ମାଣରେ ନିଜର ଯୋଗଦାନ ଦେଇପାରିବା ।
ମୋର ପ୍ରିୟ ଦେଶବାସୀଗଣ, କରୋନା ଭଳି ସଂକଟ ଯଦି ଆସିନଥା’ନ୍ତା, ତେବେ ବୋଧେ ଜୀବନ କ’ଣ, ଜୀବନ କାହିଁକି ଅଛି, ଜୀବନ କେମିତି, ବୋଧହୁଏ ଏହା ଆମର ମନେ ପଡ଼ିନଥା’ନ୍ତା । ଅନେକ ଲୋକ ଏହି କାରଣରୁ ମାନସିକ ଚାପରେ ରହୁଛନ୍ତି ତ ଅନ୍ୟପଟେ ଲୋକେ ମୋତେ ଏହା ବି ଜଣାଇଛନ୍ତି ଯେ ଲକଡାଉନ ସମୟରେ ସେମାନେ କିପରି ନିଜ ଜୀବନରେ ଛୋଟଛୋଟ ଖୁସିକୁ ଆବିଷ୍କାର କରିପାରିଛନ୍ତି । ଅନେକ ଲୋକ ନିଜର ପରିବାର ସହ ପାରମ୍ପରିକ ଇନଡୋର୍ ଗେମ୍ ଖେଳି ଆନନ୍ଦ ଉଠାଇବାର ଅନୁଭୂତି ମୋତେ କହିଛନ୍ତି ।
ବନ୍ଧୁଗଣ, ଆମ ଦେଶରେ ପାରମ୍ପରିକ ଖେଳର ଏକ ସମୃଦ୍ଧ ଇତିହାସ ରହିଛି । ଯେପରିକି, ଆପଣ ଗୋଟିଏ ଖେଳର ନାଁ ଶୁଣିଥିବେ- ପଚିଶି । ଏହି ଖେଳ ତାମିଲନାଡୁରେ ‘ପଲ୍ଲାଂଗୁଲି’, କର୍ଣ୍ଣାଟକରେ ‘ଅଲି ଗୁଲି ମଣେ’ ଓ ଆନ୍ଧ୍ରପ୍ରଦେଶରେ ‘ବାମନ ଗୁଂଟୁଲୁ’ ନାମରେ ଖେଳାଯାଏ । ଏହା ଏକ ପ୍ରକାରର ଷ୍ଟ୍ରାଟେଜି ଗେମ୍ ବା କୌଶଳର ଖେଳ, ଯେଉଁଥିରେ ଏକ ବୋର୍ଡ ବ୍ୟବହାର କରାଯାଏ । ସେଥିରେ କେତେକ ଖୋପ ଥାଏ, ଯେଉଁଠି ଥିବା ଗୁଳା ବା ମଞ୍ଜିକୁ ଖେଳାଳିକୁ ଧରିବାକୁ ହୋଇଥାଏ । କୁହାଯାଏ ଯେ ଏହି ଖେଳ ଦକ୍ଷିଣ ଭାରତରୁ ଦକ୍ଷିଣ-ପୂର୍ବ ଏସିଆ ଓ ତା’ପରେ ସାରା ପୃଥିବୀକୁ ବ୍ୟାପିଛି ।
ବନ୍ଧୁଗଣ, ଆଜି ପ୍ରତ୍ୟେକ ଶିଶୁ ସାପ-ଶିଡ଼ି ଖେଳ ସମ୍ପର୍କରେ ଜାଣିଛି; କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଏହା ମଧ୍ୟ ଭାରତୀୟ ପାରମ୍ପରିକ ଖେଳର ଏକ ରୂପ, ଯାହାକୁ ମୋକ୍ଷପାଟମ୍ ବା ପରମପଦମ୍ କୁହାଯାଏ । ଆମର ଏଠାକାର ଆଉ ଏକ ପାରମ୍ପରିକ ଖେଳ ହେଉଛି – ଗୁଟ୍ଟା । ବଡ଼ମାନେ ବି ଏହାକୁ ଖେଳନ୍ତି ଓ ସାନମାନେ ବି ଖେଳନ୍ତି । କେବଳ ଗୋଟିଏ ଆକାରର ପାଞ୍ଚଟି ଛୋଟ ପଥର ଉଠାନ୍ତୁ ଆଉ ଗୁଟ୍ଟା ଖେଳିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଗୋଟିଏ ପଥର ଉପରକୁ ଫିଙ୍ଗନ୍ତୁ ଆଉ ଯେପର୍ଯ୍ୟନ୍ତ ପଥରଟି ଶୂନ୍ୟରେ ରହିଛି ଆପଣଙ୍କୁ ତଳେ ଥିବା ବାକି ପଥରକୁ ଉଠାଇବାକୁ ପଡ଼ିବ । ସାଧାରଣତଃ ଆମ ଏଠାକାର ଇନଡୋର୍ ଖେଳଗୁଡ଼ିକରେ କୌଣସି ବଡ଼ ଜିନିଷର ଆବଶ୍ୟକତା ପଡ଼େ ନାହିଁ । କିଏ ଗୋଟିଏ ଚକ୍ ବା ପଥର ନେଇଆସେ, ତାକୁ ଧରି ମାଟିରେ ଗାର ଟାଣିଦିଏ ଆଉ ଖେଳ ଆରମ୍ଭ ହୋଇଯାଏ । ଯେଉଁ ଖେଳରେ ‘ଡାଇସ୍’ର ଆବଶ୍ୟକତା ରହିଥାଏ, ସେଠାରେ କଉଡ଼ି ବା ତେନ୍ତୁଳି ମଞ୍ଜିରେ ମଧ୍ୟ କାମ ଚଳିଯାଏ ।
ବନ୍ଧୁଗଣ, ମୁଁ ଜାଣିପାରୁଛି, ଆଜି ଯେତେବେଳେ ମୁଁ ଏହି କଥା କହୁଛି, ସେତେବେଳେ ଅନେକ ଲୋକ ନିଜର ଶୈଶବକୁ ଫେରିଯାଇଥିବେ; ଅନେକଙ୍କୁ ନିଜ ପିଲାଦିନର ସ୍ମୃତି ମନେପଡିଯାଇଥିବ । ମୁଁ ଏକଥା କହିବାକୁ ଚାହୁଁଛି ଯେ ଆପଣ ସେସବୁ ଦିନକୁ କାହିଁକି ଭୁଲିଯାଇଛନ୍ତି? ସେହି ଖେଳଗୁଡ଼ିକୁ ଆପଣ କାହିଁକି ଭୁଲିଯାଇଛନ୍ତି? ଘରର ଅଜା-ଆଈ, ଦାଦା-ଦାଦି, ଘରର ବୟୋଜ୍ୟେଷ୍ଠଙ୍କୁ ମୁଁ କହିବାକୁ ଚାହୁଛି ଯେ ଯଦି ନୂଆପିଢ଼ିକୁ ଏ ଖେଳ ଶିଖାଇବେ ନାହିଁ, ତେବେ କିଏ କରିବ! ଯେତେବେଳେ ଅନଲାଇନ୍ ପାଠପଢ଼ା କଥା ଆସୁଛି, ସେତେବେଳେ ଭାରସାମ୍ୟ ରକ୍ଷାପାଇଁ, ଅନଲାଇନ୍ ଖେଳରୁ ମୁକ୍ତି ପାଇବାପାଇଁ ମଧ୍ୟ ଆମକୁ ଏପରି କରିବାକୁ ହିଁ ପଡ଼ିବ । ଆମର ଯୁବପିଢ଼ି ପାଇଁ ମଧ୍ୟ, ଆମର ଷ୍ଟାର୍ଟଅପ୍ସ ପାଇଁ ମଧ୍ୟ, ଏହା ଏକ ନୂଆ ମାଧ୍ୟମ, ମଜଭୁତ ମାଧ୍ୟମ । ଆମେ ଭାରତର ପାରମ୍ପରିକ ଇନଡୋର୍ ଗେମଗୁଡ଼ିକୁ ନୂଆ ଓ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିପାରିବା । ସେଥିସହିତ ସଂପୃକ୍ତ ଜିନିଷ ପ୍ରସ୍ତୁତକାରୀ, ଯୋଗାଣକାରୀ ଷ୍ଟାର୍ଟଅପଗୁଡ଼ିକ ବହୁତ ଲୋକପ୍ରିୟ ହୋଇଯିବ; ଏବଂ ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଆମର ଭାରତୀୟ ଖେଳ ବି ତ ଲୋକାଲ୍, ଆଉ ଆମେ ଲୋକାଲ୍ ପାଇଁ ଭୋକାଲ୍ ହେବାକୁ ପୂର୍ବରୁ ପ୍ରତିଜ୍ଞା କରିସାରିଛୁ; ଏବଂ ମୋର ଶିଶୁସଖା ସାଥୀ, ପ୍ରତ୍ୟେକ ଘରର ପିଲାମାନଙ୍କୁ, ମୋର କୁନିକୁନି ସାଥିମାନଙ୍କୁ ମଧ୍ୟ ଆଜି ଏକ ବିଶେଷ କଥା କହିବାର ଅଛି । ପିଲାମାନେ, ତୁମେମାନେ ମୋର ଏ କଥାକୁ ମାନିବ ନା? ଦେଖ, ମୁଁ ଚାହଁଛି ଯେ ମୁଁ ଯାହା କହୁଛି ତୁମେ ନିଶ୍ଚିତ ଭାବେ କର । ଗୋଟିଏ କଥା କର- ଯେତେବେଳେ ଟିକିଏ ବି ସମୟ ମିଳୁଛି, ବାପାମାଆଙ୍କୁ ପଚାରି ମୋବାଇଲ୍ ଉଠାଅ ଆଉ ନିଜର ଜେଜେବାପା-ଜେଜେମା’, ଅଜାଆଈ ବା ଘରେ ଯେଉଁ ବୟୋଜ୍ୟେଷ୍ଠମାନେ ଅଛନ୍ତି ସେମାନଙ୍କର ସାକ୍ଷାତକାର ରେକର୍ଡ କର; ନିଜ ମୋବାଇଲ୍ ଫୋନରେ ରେକର୍ଡ କର । ତୁମେମାନେ ଟିଭିରେ ଦେଖିଥିବ ସାମ୍ବାଦିକମାନେ କେମିତି ସାକ୍ଷାତକାର ନିଅନ୍ତି, ଠିକ୍ ସେହିପରି ତୁମେ ସାକ୍ଷାତକାର ନିଅ; ଆଉ ତୁମେ ସେମାନଙ୍କୁ କି ପ୍ରଶ୍ନ ପଚାରିବ ସେ ସମ୍ପର୍କରେ ମୁଁ ତୁମମାନଙ୍କୁ କିଛି ପରାମର୍ଶ ଦେଉଛି । ତୁମେ ତାଙ୍କୁ ନିଶ୍ଚିତ ଭାବେ ପଚାରିବ ଯେ ସେମାନଙ୍କର ବାଲ୍ୟଜୀବନ କିପରି କଟିଥିଲା, ସେମାନେ କି କି ଖେଳ ଖେଳୁଥିଲେ, କେବେ ନାଟକ ଦେଖିବାକୁ ଯାଉଥିଲେ, ସିନେମା ଦେଖିବାକୁ ଯାଉଥିଲେ, କେବେ ଛୁଟିରେ ମାମୁଘରକୁ ଯାଉଥିଲେ, କେବେ ଖେତବାଡ଼ିକୁ ଯାଉଥିଲେ, ପର୍ବପର୍ବାଣି କିପରି ପାଳୁଥିଲେ, ବହୁତ କଥା ପଚାରିପାରିବ । ସେମାନଙ୍କୁ ମଧ୍ୟ, 40-50 ବର୍ଷ, 60 ବର୍ଷ ପୁରୁଣା ନିଜ ଅତୀତ ଜୀବନକୁ ଫେରିବା ବହୁତ ଆନନ୍ଦ ଦେବ, ଏବଂ ତୁମମାନଙ୍କୁ 40-50 ବର୍ଷ ତଳେ ଭାରତ କିପରି ଥିଲା, ତୁମେ ଯେଉଁଠି ରହୁଛ, ସେହି ଅଂଚଳ କିପରି ଥିଲା, ସେଠିକାର ପରିବେଶ କିପରି ଥିଲା, ଲୋକଙ୍କ ଜୀବନଶୈଳୀ କିପରି ଥିଲା- ସବୁକିଛି ବହୁତ ସହଜରେ ଶିଖିବାକୁ ମିଳିବ, ଜାଣିବାକୁ ମିଳିବ, ଏବଂ ତୁମେ ଦେଖିବ, ତୁମକୁ ବହୁତ ମଜା ଲାଗିବ ଆଉ ପରିବାର ପାଇଁ ଇଏ ହେବ ଏକ ବହୁତ ବଡ଼ ଅମୂଲ୍ୟ ସମ୍ପଦ, ଗୋଟିଏ ଭଲ ଭିଡିଓ ଆଲବମ୍ ମଧ୍ୟ ତିଆରି ହୋଇଯିବ ।
ବନ୍ଧୁଗଣ, ଏହା ସତ ଯେ ଆତ୍ମକଥା ବା ଜୀବନୀ, ଅଟୋବାଇଓଗ୍ରାଫି ବା ବାଇଓଗ୍ରାଫି, ଇତିହାସର ସତ୍ୟ ନିକଟରେ ପହଂଚିବା ପାଇଁ ଏକ ସୁନ୍ଦର ଉପଯୋଗୀ ମାଧ୍ୟମ । ଆପଣ ବି, ନିଜର ବୟସ୍କ ଗୁରୁଜନଙ୍କ ସହ କଥା ହେଲେ ସେମାନଙ୍କ ସମୟର କଥା, ସେମାନଙ୍କ ପିଲାଦିନ, ସେମାନଙ୍କ ଯୁବାବେଳର କଥାକୁ ଆହୁରି ସହଜରେ ବୁଝିପାରିବେ । ବୟୋଜ୍ୟେଷ୍ଠମାନେ ମଧ୍ୟ ନିଜର ପିଲାଦିନ କଥା, ସେହି ସମୟର କଥା ନିଜ ଘରର ଛୋଟପିଲାମାନଙ୍କୁ କହିବାର ଏହା ଏକ ସୁନ୍ଦର ଅବସର ।
ବନ୍ଧୁଗଣ, ଦେଶର ଅଧିକାଂଶ ଅଂଚଳରେ ଏବେ ମୌସୁମି ପହଂଚିସାରିଛି । ଏଥର ବର୍ଷାକୁ ନେଇ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି, ବହୁତ ଆଶା ଦେଖାଇଛନ୍ତି । ବର୍ଷା ଯଦି ଭଲ ହେବ, ତେବେ ଆମର ଚାଷୀଙ୍କ ଫସଲ ଭଲ ହେବ, ପରିବେଶ ମଧ୍ୟ ହସିଉଠିବ । ବର୍ଷାଋତୁରେ ପ୍ରକୃତି ମଧ୍ୟ ସତେଯେପରି ନିଜକୁ ପୁନର୍ଜୀବିତ କରିଦିଏ । ମଣିଷ ପ୍ରାକୃତିକ ସମ୍ପଦକୁ ଯେପରି ଦୋହନ କରିଥାଏ, ପ୍ରକୃତି, ବର୍ଷାଦିନେ ଏକ ପ୍ରକାର ତାହା ଫେରିପାଇଥାଏ, ରିଫିଲିଂ କରିଥାଏ । କିନ୍ତୁ ଏହି ରିଫିଲିଂ ସେତେବେଳେ ହୋଇପାରିବ, ଯେତେବେଳେ ଆମେ ମଧ୍ୟ ଧରିତ୍ରୀ ମାତାକୁ ସହଯୋଗ କରିବା, ନିଜର ଦାୟିତ୍ୱ ତୁଲାଇବା । ଆମଦ୍ୱାରା କରାଯାଇଥିବା କ୍ଷୁଦ୍ର ପ୍ରୟାସ, ପ୍ରକୃତିକୁ, ପରିବେଶକୁ ବହୁ ସାହାଯ୍ୟ କରିଥାଏ । ଆମର ଅନେକ ଦେଶବାସୀ ଏ ନେଇ ବହୁତ ବଡ଼ କାମ କରୁଛନ୍ତି ।
କର୍ଣ୍ଣାଟକର ମଣ୍ଡାବଲିରେ ଜଣେ 80-85 ବର୍ଷର ବୃଦ୍ଧ ରହନ୍ତି, କାମେଗୌଡ଼ା । କାମେଗୌଡ଼ା ଜୀ ଜଣେ ସାଧାରଣ ଚାଷୀ, କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ବହୁତ ଅସାଧାରଣ । ସେ ଏଭଳି ଏକ କାମ କରିଛନ୍ତି ଯେ ସେକଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । 80-85 ବର୍ଷର କାମେଗୌଡ଼ା ଜୀ ନିଜର ଗୃହପାଳିତ ପଶୁଙ୍କୁ ଚରାନ୍ତି, କିନ୍ତୁ ତା’ସହିତ ନିଜ ଅଂଚଳରେ ନୂଆ ନୂଆ ପୋଖରୀ ଖୋଳିବା ପାଇଁ ଅଣ୍ଟା ଭିଡିଛନ୍ତି । ସେ ନିଜ ଅଂଚଳରେ ଜଳସଙ୍କଟ ଦୂର କରିବାକୁ ଚାହାନ୍ତି, ସେଥିପାଇଁ ଜଳ-ସଂରକ୍ଷଣ କାମ ପାଇଁ ଛୋଟଛୋଟ ପୋଖରୀ ତିଆରି କାମରେ ଲାଗିପଡ଼ିଛନ୍ତି । ଆପଣ ଆଶ୍ଚର୍ଯ୍ୟ ହେବେ ଯେ 80-85 ବର୍ଷର କାମେଗୌଡ଼ା ଜୀ, ଏ ପର୍ଯ୍ୟନ୍ତ ନିଜ ଚେଷ୍ଟାରେ, ନିଜର ପରିଶ୍ରମରେ 16ଟି ପୋଖରୀ ଖୋଳିସାରିଛନ୍ତି । ସେ ଯେଉଁ ପୋଖରୀ ଖୋଳିଛନ୍ତି, ତାହା ବହୁତ ବଡ଼ ହୋଇନପାରେ, କିନ୍ତୁ ତାଙ୍କ ପ୍ରୟାସ ବହୁତ ବଡ଼ । ଆଜି ସମଗ୍ର ଅଂଚଳରେ ଏହି ପୋଖରୀଗୁଡ଼ିକ ଯୋଗୁଁ ନୂଆ ଜୀବନ ମିଳିଛି ।
ବନ୍ଧୁଗଣ, ଗୁଜରାଟ ବଦୋଦରାର ଗୋଟିଏ ଉଦାହରଣ ମଧ୍ୟ ବହୁତ ପ୍ରେରଣାଦାୟକ । ଏଠାରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ ମିଶି ଏକ ସୁନ୍ଦର ଆନେ୍ଦାଳନ ଚଳାଇଛନ୍ତି । ଏହି ଆନେ୍ଦାଳନ ଯୋଗୁଁ ଆଜି ବଦୋଦରାର ହଜାରେ ସ୍କୁଲରେ ବର୍ଷାଜଳ ସଂରକ୍ଷଣ କରାଯାଇପାରିଛି । ଏହି କାରଣରୁ ଆନୁମାନିକ ବାର୍ଷିକ ପ୍ରାୟ ନଷ୍ଟ ହୋଇଯାଉଥିବା 10 କୋଟି ଲିଟର ପାଣି ସଂରକ୍ଷିତ ହୋଇପାରୁଛି ।
ବନ୍ଧୁଗଣ, ଏହି ବର୍ଷାଋତୁରେ ପ୍ରକୃତିର ସୁରକ୍ଷା ପାଇଁ, ପରିବେଶର ସୁରକ୍ଷା ପାଇଁ ଆମକୁ ମଧ୍ୟ ଏପରି କିଛି ଭାବିବାକୁ, କିଛି କରିବାକୁ ଚେଷ୍ଟା କରିବାକୁ ପଡ଼ିବ । ଯେପରିକି କେତେକ ସ୍ଥାନରେ ଗଣେଶ ଚତୁର୍ଥୀ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ଆମେ କ’ଣ ଏଥର ଏଭଳି ପ୍ରୟାସ ଆରମ୍ଭ କରିପାରିବା, ପରିବେଶ-ଅନୁକୂଳ ଗଣେଶ ମୂର୍ତ୍ତି ତିଆରି କରି ପୂଜା କରିବା! ଆମେ ଏପରି ପ୍ରତିମା ପୂଜାରୁ ବିରତ ହୋଇପାରିବାନି, ଯାହାକୁ ନଦୀପୋଖରୀରେ ବିସର୍ଜନ କଲାପରେ ପାଣି ପାଇଁ, ପାଣିରେ ରହୁଥିବା ଜୀବଜନ୍ତୁଙ୍କ ପାଇଁ ଏହା ସଙ୍କଟ ପାଲଟିଥାଏ । ମୋର ବିଶ୍ୱାସ ଯେ ଆପଣମାନେ ନିଶ୍ଚିତଭାବେ ଏପରି କରିବେ ଏବଂ ଏସବୁ କଥା ମଧ୍ୟରେ ଆମକୁ ଏହା ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ ଯେ ବର୍ଷାଋତୁରେ ଅନେକ ରୋଗ ଆସିଥାଏ । କରୋନା କାଳରେ ଆମକୁ ସେଥିରୁ ମଧ୍ୟ ରକ୍ଷା ପାଇବାକୁ ହେବ । ଆୟୁର୍ବେଦିକ ଔଷଧ, କାଢ଼ା, ଗରମ ପାଣି, ଏସବୁକୁ ବ୍ୟବହାର କରୁଥାନ୍ତୁ, ସୁସ୍ଥ ରହନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆଜି 28 ଜୁନରେ ଭାରତ ନିଜର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ଏକ ସମ୍ବେଦନଶୀଳ ସମୟରେ ଦେଶର ନେତୃତ୍ୱ ନେଇଥିଲେ । ଆମର ଏଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି ଭି ନରସିଂହରାଓ ଜୀଙ୍କର ଆଜି ଜନ୍ମ-ଶତାବ୍ଦୀର ପ୍ରାରମ୍ଭିକ ଦିବସ । ଯେତେବେଳେ ଆମେ ପି ଭି ନରସିଂହରାଓ ଜୀଙ୍କ ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ସ୍ୱାଭାବିକ ଭାବେ ରାଜନେତା ରୂପରେ ତାଙ୍କର ଛବି ଆମ ମନରେ ଉଦ୍ଭାସିତ ହୁଏ, କିନ୍ତୁ ଏହା ମଧ୍ୟ ସତ ଯେ ସେ ବହୁତ ଭାଷା ଜାଣିଥିଲେ । ଅନେକ ଭାରତୀୟ ଏବଂ ବିଦେଶୀ ଭାଷା କହିପାରୁଥିଲେ । ସେ ଗୋଟିଏ ପଟେ ଭାରତୀୟ ମୂଲ୍ୟବୋଧର ଉପାସକ ଥିଲେ ତ ଅନ୍ୟପଟେ ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ଓ ବିଜ୍ଞାନରେ ମଧ୍ୟ ଜ୍ଞାନ ରହିଥିଲା । ସେ ଭାରତର ସବୁଠୁ ବେଶି ଅନୁଭୂତିସଂପନ୍ନ ନେତାଙ୍କ ଭିତରୁ ଜଣେ ଥିଲେ । କିନ୍ତୁ ତାଙ୍କ ଜୀବନର ଅନ୍ୟ ଏକ ଦିଗ ମଧ୍ୟ ରହିଛି, ଏବଂ ତାହା ଉଲ୍ଲେଖନୀୟ । ଆମେ ତାହା ଜାଣିବା ଉଚିତ । ବନ୍ଧୁଗଣ, ନରସିଂହ ରାଓ ଜୀ ନିଜର କିଶୋରାବସ୍ଥାରେ ହିଁ ସ୍ୱାଧୀନତା ଆନେ୍ଦାଳନରେ ଯୋଗ ଦେଇଥିଲେ । ଯେତେବେଳେ ହାଇଦ୍ରାବାଦର ନିଜାମ ବନେ୍ଦ ମାତରମ୍ ଗାଇବା ପାଇଁ ଅନୁମତି ଦେବାକୁ ମନା କରିଦେଲେ, ତା’ ବିରୋଧରେ ହୋଇଥିବା ଆନେ୍ଦାଳନରେ ମଧ୍ୟ ସେ ସକ୍ରିୟ ଭାଗ ନେଇଥିଲେ, ଆଉ ତାଙ୍କୁ ସେତେବେଳେ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । କମ୍ ବୟସରୁ ହିଁ ଶ୍ରୀମାନ ନରସିଂହ ରାଓ ଅନ୍ୟାୟ ବିରୋଧରେ ସ୍ୱର ଉତୋଳନ କରିବାରେ ଆଗୁଆ ଥିଲେ । ନିଜର ସ୍ୱର ଉଠାଇବାକୁ ସେ ସବୁ ପ୍ରକାରର ଉଦ୍ୟମ କରୁଥିଲେ । ନରସିଂହ ରାଓ ଜୀ ଇତିହାସକୁ ମଧ୍ୟ ଭଲଭାବେ ବୁଝିଥିଲେ । ଏକ ଅତି ସାଧାରଣ ପୃଷ୍ଠଭୂମିରୁ ଉଠି ନିଜକୁ ଆଗକୁ ବଢ଼ାଇବା, ଶିକ୍ଷା ଉପରେ ତାଙ୍କର ଗୁରୁତ୍ୱ, ଶିଖିବାର ତାଙ୍କର ପ୍ରବୃତି, ଏବଂ ଏଥିସହ ତାଙ୍କର ନେତୃତ୍ୱ ନେବା କ୍ଷମତା- ସବୁକିଛି ସ୍ମରଣୀୟ । ମୁଁ ଚାହୁଁଛି ଯେ ନରସିଂହ ରାଓ ଜୀଙ୍କ ଜନ୍ମ-ଶତାବ୍ଦୀ ବର୍ଷରେ ଆପଣମାନେ ସମସ୍ତେ ତାଙ୍କ ଜୀବନ ଓ ବିଚାର ସମ୍ପର୍କରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ । ମୁଁ ପୁଣିଥରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଏଥର ‘ମନ କି ବାତ’ରେ ଅନେକ ବିଷୟ ଆଲୋଚନା ହେଲା । ଆସନ୍ତା ଥର ଯେତେବେଳେ ଆମେ ଭେଟିବା, ଆହୁରି କିଛି ନୂଆ ବିଷୟ ନେଇ କଥା ହେବା । ଆପଣମାନେ ନିଜର ସନେ୍ଦଶ, ନିଜର ସୃଜନଶୀଳ ବିଚାର ମୋ ପାଖକୁ ନିଶ୍ଚିତ ଭାବେ ପଠାନ୍ତୁ । ଆମେ ସମସ୍ତେ ମିଶି ଆଗକୁ ବଢ଼ିବା ଓ ଆଗାମୀ ଦିନ ଆହୁରି ଅଧିକ ସକାରାତ୍ମକ ହେବ, ଯେପରିକି ଆଜି ମୁଁ ଆରମ୍ଭରୁ କହିଥିଲି, ଏବର୍ଷ ଅର୍ଥାତ 2020ରେ ହିଁ ଭଲ କରିବା, ଆଗକୁ ବଢ଼ିବା ଓ ଦେଶ ମଧ୍ୟ ନୂଆ ଶିଖରକୁ ଛୁଇଁବ । ମୋର ବିଶ୍ୱାସ ଯେ 2020 ଭାରତକୁ ଏହି ଦଶକରେ ଏକ ନୂତନ ଦିଶା ଦେବାର ବର୍ଷ ପ୍ରମାଣିତ ହେବ । ଏହି ବିଶ୍ୱାସକୁ ନେଇ ଆପଣ ମଧ୍ୟ ଆଗକୁ ବଢ଼ନ୍ତୁ, ସୁସ୍ଥ ରହନ୍ତୁ, ସକାରାତ୍ମକ ରହନ୍ତୁ । ଏହି ଶୁଭକାମନା ସହ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ନମସ୍କାର ।
ମନ କି ବାତ-2.0 ଦ୍ଵାଦଶ ଭାଗର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଏକଜୁଟ ହୋଇ କରୋନାର ମୁକାବିଲା କରୁଥିବା ପ୍ରକାଶ କରିଛନ୍ତି । ଏଥର ଅଧିକାଂଶ ଆର୍ଥିକ କ୍ଷେତ୍ର କରୋନା ବୈଶ୍ଵିକ ମହାମାରୀ ମଧ୍ୟରେ ସକ୍ରିୟ ହୋଇଥିଲେ ମଧ୍ୟ ଜନସାଧାରଣ ଅଧିକ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କରିଛନ୍ତି ଯେ, ଶ୍ରମିକ ଓ ଅନ୍ୟାନ୍ୟ ସ୍ପେଶାଲ ଟ୍ରେନ ସହ ଆଉ କେତେକ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବିମାନ ସେବା ମଧ୍ୟ ଆରମ୍ଭ ହେବା ସହ ଅନେକ କଳକାରଖାନାରେ ସ୍ୱାଭାବିକତା ଫେରିଛି । ତେବେ କୌଣସି କୋହଳତା ଅବଲମ୍ବନ ନକରି ଦୁଇ ଗଜର ଦୂରତା (ସାମାଜିକ ଦୂରତ୍ଵ), ମାସ୍କ ପରିଧାନ ସହ ଯଥାସମ୍ଭବ ଅଧିକ ସମୟ ଘରେ କଟାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅଶେଷ ଦୁଃଖ କଷ୍ଟ ଓ ମାର୍ଗଦର୍ଶିକା ଅନୁପାଳନ ଯୋଗୁଁ ଯେଉଁ ସଫଳତା ମିଳିଛି ତାହା ଯେପରି ବୃଥା ନଯାଏ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି ।
ଜନସାଧାରଣ ଯେପରି ସେବା ମନୋଭାବ ପୋଷଣ କରିଛନ୍ତି ତାହାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏହା ଆମର ବଡ ଶକ୍ତି ବୋଲି କହିଛନ୍ତି । ସେବା ହିଁ ପରମ ଧର୍ମ, ସେବାରେ ହିଁ ଶାନ୍ତି ଓ ଏହା ଆମର ପରମ୍ପରା ବୋଲି ସେ କହିଛନ୍ତି । ଦେଶବ୍ୟାପୀ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇ ଡାକ୍ତର, ନର୍ସ,ସଫେଇକର୍ମଚାରୀ, ସୁରକ୍ଷା କର୍ମଚାରୀ, ପୁଲିସ ବଳ ଓ ଗଣମାଧ୍ୟମ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କ ସେବା ଭାବର ଭୂୟସୀ ପ୍ରଶଂସା କରିଛନ୍ତି । ଜଟିଳ ପରିସ୍ଥିତିରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଉଲ୍ଲେଖନୀୟ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।
ତାମିଲନାଡ଼ୁର କେ.ସି. ମୋହନ, ଅଗରତାଲାର ଗୌତମ ଦାସ, ପଠାଣକୋଟର ଜଣେ ଦିବ୍ୟାଙ୍ଗ ରାଜୁ ଇତ୍ୟାଦି ସାଧାରଣ ବ୍ୟକ୍ତିଙ୍କ ଉଦାହରଣ ଦେଇ ସେମାନେ ନିଜର ସୀମିତ ସମ୍ବଳ ମଧ୍ୟରେ ବିପଦ ସମୟରେ ଲୋକମାନଙ୍କୁ କିପରି ସାହାଯ୍ୟ କରିଛନ୍ତି ତାହାର ବର୍ଣ୍ଣନା ସେ କରିଥିଲେ । ସେ କହିଥିଲେ ଯେ, ଦେଶର କୋଣ ଅନୁକୋଣରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଅଧ୍ୟବ୍ୟସାୟ ଯୋଗୁଁ ବିଭିନ୍ନ ସଫଳତାର କାହାଣୀ ଲୋକଲୋଚନାକୁ ଆସିବାରେ ଲାଗିଛି ।
ବୈଶ୍ଵିକ ମହାମାରୀକୁ ମୁକାବିଲା କରିବାରେ କେତେକ ବ୍ୟକ୍ତିଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଟ୍ରାକ୍ଟର ସହିତ ଲାଗିଥିବା ଏକ ସାନିଟାଇଜର ମେସିନକୁ ନାସିକର ରାଜେନ୍ଦ୍ର ଯାଦବ କିପରି ଉଦ୍ଭାବନ କରିଛନ୍ତି ତାହାର ଦୃଷ୍ଟାନ୍ତ ସେ ପ୍ରଦାନ କରିଥିଲେ । ସାମାଜିକ ଦୂରତ୍ଵ ରକ୍ଷା କରିବା ପାଇଁ ଅନେକ ଦୋକାନୀ କିଭଳି ପାଇପର ଉପଯୋଗ କରି ଲୋକଙ୍କୁ ସାମଗ୍ରୀ ପହଞ୍ଚାଇଛନ୍ତି ତାହାର ବର୍ଣ୍ଣନା ମଧ୍ୟ ସେ କରିଥିଲେ ।
ବୈଶ୍ଵିକ ମହାମାରୀ ଯୋଗୁଁ ଦୁଃଖ କଷ୍ଟ ଭୋଗୁଥିବା ଲୋକମାନଙ୍କ ଯନ୍ତ୍ରଣାରେ ସହଭାଗୀ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ଭୂତାଣୁ ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲେ ମଧ୍ୟ ଅବହେଳିତ ଶ୍ରମିକ ଓ ଦିନ ମଜୁରିଆ ଏଥିଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ପ୍ରତିଷ୍ଠାନ କାନ୍ଧକୁ କାନ୍ଧ ମିଳାଇ ପୁରା ଦମରେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି । କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ଯେପରି ରିଲିଫ କାର୍ଯ୍ୟରେ ଅହୋରାତ୍ର ନିଜକୁ ନିୟୋଜିତ କରିଛନ୍ତି ସେ ନେଇ ସମଗ୍ର ଦେଶ ଅବଗତ ଅଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିରାପଦରେ ସେମାନଙ୍କ ଘରେ ପହଞ୍ଚାଇବା ସହ ସେମାନଙ୍କ ଜିଲ୍ଲାସଙ୍ଗରୋଧରେ ରଖାଇବାର ବ୍ୟବସ୍ଥା କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ନୂତନ ସମାଧାନର ପନ୍ଥା ବର୍ତ୍ତମାନ ପାଇଁ ଏକ ଆହ୍ଵାନ ସଦୃଶ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସରକାର ଏଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ନିକଟରେ ସରକାର ନେଇଥିବା କେତେକ ନିଷ୍ପତ୍ତି ଗ୍ରାମାଞ୍ଚଳରେ ରୋଜଗାର, ଆତ୍ମନିଯୁକ୍ତି ଏବଂ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି । ଆତ୍ମନିର୍ଭର ଭାରତ ଅଭିଯାନ ଚଳିତ ଦଶନ୍ଧିରେ ଦେଶ ପାଇଁ ଅନେକ ସଫଳତା ଆଣିଦେବ ବୋଲି ସେ ଆଶା ପୋଷଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ବର୍ତ୍ତମାନର କରୋନା ବୈଶ୍ଵିକ ମହାମାରୀ କାଳରେ ସବୁଆଡେ ଲୋକମାନେ ଯୋଗ ଏବଂ ଆୟୁର୍ବେଦ ବିଷୟରେ ଅଧିକରୁ ଅଧିକ ଶୁଣିବାକୁ ଏବଂ ଜାଣିବାକୁ ଇଚ୍ଛା ପ୍ରକଟ କରୁଛନ୍ତି । ଯୋଗ,ରୋଗ ପ୍ରତିରୋଧକ ଶକ୍ତି ଓ ଏକତାର ପରିଚାୟକ ବୋଲି ସେ କହିଛନ୍ତି । କରୋନା ଭୂତାଣୁ ଶ୍ଵାସକ୍ରିୟା ପଦ୍ଧତିକୁ ବିଶେଷ କ୍ଷତିଗ୍ରସ୍ତ କରୁଥିବାରୁ ଯୋଗ ଏଦିଗରେ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି । ଯୋଗରେଥିବା ବିଭିନ୍ନ କିସମର ପ୍ରାଣାୟମ ଯୋଗୁଁ ଶ୍ଵାସ ଯନ୍ତ୍ର ମଜବୁତ ହେବା ସହ ଏହା ଦୀର୍ଘସ୍ଥାୟୀ ହେବାରେ ସହାୟକ ହୋଇଥାଏ ।
ପ୍ରଧାନମନ୍ତ୍ରୀ ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ହେବାକୁ ଥିବା ‘ମାଇ ଲାଇଫ, ମାଇ ଯୋଗ’ ଆନ୍ତର୍ଜାତିକ ଭିଡିଓ ବ୍ଲଗ ପ୍ରତିଯୋଗୀତା ନିମନ୍ତେ ଭିଡିଓ ଚିତ୍ର ପଠାଇବା ପାଇଁ ଜନସାଧାରଙ୍କୁ ନିବେଦନ କରିଛନ୍ତି । ଆଗକୁ ଆସୁଥିବା ଆନ୍ତର୍ଜାତିକ ଯୋଗ ଦିବସରେ ସଂଶ୍ଳିଷ୍ଟ ହେବା ପାଇଁ ସମସ୍ତଙ୍କୁ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
କରୋନା ବୈଶ୍ଵିକ ମହାମାରୀର ମୁକାବିଲା ଦିଗରେ ସରକାରଙ୍କ ଉଦ୍ୟମର ପ୍ରଶଂସା କରି ଆୟୁଷ୍ମାନ ଭାରତ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିରୁ ଊର୍ଦ୍ଧ୍ଵ ହୋଇପାରିଥିବା ସେ କହିଛନ୍ତି । ସେ ମଧ୍ୟ ଏହାର ହିତାଧିକାରୀଙ୍କ ସମତେ ମହାମାରୀ କାଳରେ ରୋଗୀମାନଙ୍କୁ ସେବା ପ୍ରଦାନ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଗୋଟିଏ ପଟରେ କରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମ କରୁଥିବା ବେଳେ ଅନ୍ୟ ପଟେ ଅମ୍ଫନ ମହାବାତ୍ୟାର ମଧ୍ୟ ସାମନା କରୁଛୁ । ମହାବାତ୍ୟା ଅମ୍ଫନର ମୁକାବିଲା ଲାଗି ଅଦମ୍ୟ ସାହସିକତା ପ୍ରଦର୍ଶନ କରିଥିବା ଓଡିଶା ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ପ୍ରଶଂସା କରିଛନ୍ତି । ଏହି ଦୁଇ ରାଜ୍ୟର ଚାଷୀମାନଙ୍କ ପ୍ରଭୂତ କ୍ଷତି ପାଇଁ ସମବେଦନା ପ୍ରକାଶ କରିବା ସହ ଏଭଳି ପରିସ୍ଥିତିକୁ ସାମନା କରିବାରେ ସେମାନଙ୍କ ଦୃଢ ସଂକଳ୍ପ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ,ମହାବାତ୍ୟା ବ୍ୟତୀତ ଦେଶର କେତେକ ଭାଗ ପଙ୍ଗପାଳ ଆକ୍ରମଣର ଶିକାର ହୋଇଛି । ଏହାର ମୁକାବିଲା ପାଇଁ ସରକାର ଆହୋରାହ ଉଦ୍ୟମ ଜାରି ରଖିଛନ୍ତି ଓ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି । ଅଧିକ ଶସ୍ୟ ହାନି ନହେବା ଲାଗି କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର, କୃଷି ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଅତ୍ୟାଧୁନିକ ପଦ୍ଧତିରେ ଏହାର ନିରାକରଣ ଦିଗରେ ଲାଗିପଡିଛନ୍ତି ।
ବର୍ତ୍ତମାନ ପିଢିର ଲୋକମାନେ ପାଣିକୁ କିପରି ବଞ୍ଚାଇବେ ସେ ଦିଗରେ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ବର୍ଷା ଜଳ ସଂରକ୍ଷଣକୁ ଗୁରୁତ୍ଵ ଦେବା ସହ ଜଳ ସଂରକ୍ଷଣ ଉପରେ ସମସ୍ତେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ଦେଶବାସୀଙ୍କୁ ପ୍ରକୃତିର ରକ୍ଷା କରିବା ସହ ପରିବେଶ ଦିବସରେ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ସଂକଳ୍ପ ନେବାକୁ ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ଜୀବନର ଗତିକୁ ସାମାନ୍ୟ ଶିଥିଳ କରିଥିଲେ ମଧ୍ୟ ପ୍ରକୃତି ଓ ଜୀବଜନ୍ତୁଙ୍କ ରକ୍ଷା ପାଇଁ ଏକ ସୁଯୋଗ ଆଣିଦେଇଛି । ପରିଶେଷରେ ସେ କହିଛନ୍ତି ଯେ, ଅସାବଧାନତା ଓ ଖାମଖିଆଲ ମନୋଭାଗ ଜୀବନର କୌଣସି ବିକଳ୍ପ ହୋଇ ନପାରେ । କରୋନା ବିରୁଦ୍ଧରେ ସଂଗ୍ରାମ ଏବେ ମଧ୍ୟ ଜାରି ରହିଛି ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆପଣମାନେ ଲକଡାଉନରେ ଏହି ‘ମନ୍ କି ବାତ୍’ ଶୁଣୁଛନ୍ତି । ଏହି ‘ମନ୍ କି ବାତ୍’ ପାଇଁ ଆସିଥିବା ପରାମର୍ଶ, ଫୋନକଲ ସଂଖ୍ୟା ଅନ୍ୟ ଥର ଠାରୁ ବହୁଗୁଣ ଅଧିକ । ଅନେକ ବିଷୟକୁ ଏକାଠି କରି ଆପଣମାନଙ୍କର ଏହି ମନର କଥା ମୋ ପାଖରେ ପହଂଚିଛି । ଏସବୁକୁ ଅଧିକରୁ ଅଧିକ ଯେମିତି ପଢ଼ିପାରିବି, ଶୁଣିପାରିବି ସେଥିପାଇଁ ମୁଁ ଚେଷ୍ଟା କରିଛି । ଆପଣଙ୍କ କଥାରୁ ଏମିତି କେତେକ ଦିଗ ବିଷୟରେ ଜାଣିବାକୁ ମିଳିଛି, ଏପରି କଠିନ ସମୟରେ ଯାହାପ୍ରତି ଧ୍ୟାନ ହିଁ ଯାଇପାରେ ନାହିଁ । ମୋର ଇଚ୍ଛା ହେଉଛି ଯେ ଯୁଦ୍ଧ ଭିତରେ ହେଉଥିବା ଏହି ‘ମନ୍ କି ବାତ୍’ରେ ସେପରି କିଛି ବିଷୟକୁ ଆପଣମାନଙ୍କ ସହ ବାଂଟିବି ।
ବନ୍ଧୁଗଣ । କରୋନା ବିରୋଧରେ ଭାରତର ଲଢ଼େଇ ପ୍ରକୃତରେ ଲୋକଙ୍କ ଦ୍ୱାରା ହିଁ ହେଉଛି । ଭାରତରେ କରୋନା ବିରୋଧରେ ଲଢ଼େଇ ଜନତା ଲଢ଼ୁଛନ୍ତି, ଆପଣ ଲଢ଼ୁଛନ୍ତି, ଜନତା ସହ ମିଶି ଶାସନ, ପ୍ରଶାସନ ଲଢ଼ୁଛି । ଭାରତ ଭଳି ବିଶାଳ ଦେଶ, ଯିଏ ବିକାଶ ପାଇଁ ସବୁବେଳେ ଉଦ୍ୟମଶୀଳ, ସିଏ ଦାରିଦ୍ର୍ୟ ସହ ନିର୍ଣ୍ଣାୟକ ଲଢ଼େଇ ଲଢ଼ୁଛି । ତା’ପାଇଁ କରୋନା ସହ ଲଢ଼ିବା ଓ ଜିତିବାର ଏହାହିଁ ଏକ ବାଟ । ଆଉ, ଆମେ ଭାଗ୍ୟବାନ ଯେ, ଆଜି ସମଗ୍ର ଦେଶ, ଦେଶର ପ୍ରତ୍ୟେକ ନାଗରିକ, ଏହି ଲଢ଼େଇର ସୈନିକ ସାଜିଛନ୍ତି, ଲଢ଼େଇର ନେତୃତ୍ୱ ନେଉଛନ୍ତି । ଆପଣ ଯେଉଁଠି ବି ନଜର ପକାନ୍ତୁ, ଆପଣ ଅନୁଭବ କରିପାରିବେ ଯେ ଭାରତର ଲଢ଼େଇ ଲୋକଙ୍କ ଦ୍ୱାରା ହିଁ ଲଢ଼ାଯାଉଛି । ଯେତେବେଳେ ସମଗ୍ର ବିଶ୍ୱ ଏହି ମହାମାରୀ ସଙ୍କଟ ସହ ଲଢ଼େଇ କରୁଛି । ଭବିଷ୍ୟତରେ ଯେତେବେଳେ ଏ ସମ୍ପର୍କରେ ଆଲୋଚନା ହେବ, ଏହା କିପରି ଲଢ଼ାଯାଇଥିଲା ତା’ର ଚର୍ଚ୍ଚା ହେବ, ମୋର ବିଶ୍ୱାସ ଯେ ଭାରତର ଲୋକଙ୍କ ଦ୍ୱାରା ହେଉଥିବା ଏହି ଲଢ଼େଇର ନିଶ୍ଚୟ ଚର୍ଚ୍ଚା ହେବ । ପୁରା ଦେଶରେ, ଗଳିକନ୍ଦିରେ, ଜାଗା-ଜାଗାରେ ସବୁ ସ୍ଥାନରେ ଆଜି ଲୋକେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଗରିବ ଲୋକଙ୍କ ପାଇଁ ଖାଦ୍ୟପେୟଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀର ବ୍ୟବସ୍ଥା ହେଉ, ଲକଡାଉନ୍ ପାଳନ ହେଉ, ଡାକ୍ତରଖାନା ବ୍ୟବସ୍ଥା ହେଉ ବା ଦେଶରେ ଡାକ୍ତରୀ ସରଞ୍ଜାମ ତିଆରି ହେଉ- ଆଜି ପୁରା ଦେଶ ଗୋଟିଏ ଲକ୍ଷ୍ୟରେ, ଗୋଟିଏ ଦିଗରେ ଏକା ସାଙ୍ଗରେ ଚାଲିଛି । ତାଳି, ଥାଳି, ଦୀପ, ମହମବତି, ଏ ସମସ୍ତ କଥା ଯେଉଁ ଭାବନାକୁ ଜନ୍ମ ଦେଇଛି; ଯେଉଁ ଉତ୍ସାହରେ ଦେଶବାସୀ କିଛି ନା କିଛି କରିବାପାଇଁ ପଣ କରିଛନ୍ତି, ପ୍ରତ୍ୟେକଙ୍କୁ ଏ କଥା ପ୍ରେରିତ କରିଛି । ସହର ହେଉ ବା ଗାଁ, ଏମିତି ଲାଗୁଛି, ଯେମିତି ଦେଶରେ ଗୋଟିଏ ବହୁତ ବଡ଼ ମହାଯଜ୍ଞ ଚାଲୁଛି, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ଯୋଗଦାନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଆମର କୃଷକ ଭାଇଭଉଣୀମାନଙ୍କୁ ହିଁ ଦେଖନ୍ତୁ- ଗୋଟିଏ ପଟେ ସେମାନେ ଏହି ମହାମାରୀ ଭିତରେ ନିଜ କ୍ଷେତରେ ଦିନରାତି ପରିଶ୍ରମ କରୁଛନ୍ତି ଆଉ ଏକଥା ବି ଚିନ୍ତା କରିଛନ୍ତି ଯେମିତି ଦେଶରେ କେହି ଭୋକରେ ନ ଶୁଅନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଏହି ଲଢ଼େଇ ଲଢ଼ୁଛନ୍ତି । କେହି ଘରଭଡ଼ା ଛାଡ଼ିଦେଉଛନ୍ତି ତ ଆଉ କେହି ନିଜର ସବୁ ପେନସନ ବା ପୁରସ୍କାର ଟଙ୍କାକୁ ପିଏମ୍ କେୟାର୍ସରେ ଜମା କରିଦେଉଛନ୍ତି । କିଏ କ୍ଷେତର ସବୁ ପନିପରିବାକୁ ଦାନ କରିଦେଉଛି ତ ଆଉ କିଏ ପ୍ରତିଦିନ ଶହଶହ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଖୁଆଉଛି । କିଏ ମାସ୍କ ତିଆରି କରୁଛି ତ କେଉଁଠି ଆମର ଶ୍ରମିକ ଭାଇ-ଭଉଣୀ କ୍ୱାରେନଟାଇନରେ ଯେଉଁ ସ୍କୁଲରେ ରହୁଛନ୍ତି ସେହି ସ୍କୁଲର କାନ୍ଥକୁ ରଂଗ କରୁଛନ୍ତି ।
ବନ୍ଧୁଗଣ, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣଙ୍କ ଭିତରେ, ହୃଦୟର କେଉଁ କୋଣରେ, ଏଇ ଯେଉଁ ଭାବ ସୃଷ୍ଟି ହୋଇଛି, ତାହା ହିଁ କରୋନା ବିରୋଧରେ ଭାରତର ଏହି ଲଢ଼େଇକୁ ଶକ୍ତି ଦେଉଛି; ତାହାହିଁ ଏହି ଲଢ଼େଇକୁ ପ୍ରକୃତ ଅର୍ଥରେ ଲୋକଙ୍କ ଦ୍ୱାରା ହେଉଥିବା ଜଣାଇଦେଉଛି । ଆମେ ଦେଖିଛୁ ଗତ କିଛିବର୍ଷ ଭିତରେ ଆମ ଦେଶରେ ଏପରି ସାମୂହିକ ମାନସିକତା ନିରନ୍ତର ଦୃଢ଼ ହୋଇଚାଲିଛି । କୋଟିକୋଟି ଲୋକ ଗ୍ୟାସ୍ ସବସିଡି ଛାଡ଼ିବା ହେଉ, ଲକ୍ଷଲକ୍ଷ ବରିଷ୍ଠ ନାଗରିକ ରେଳବାଇ ସବସିଡ଼ି ଛାଡ଼ିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନର ନେତୃତ୍ୱ ନେବା ହେଉ, ପାଇଖାନା ତିଆରି କରିବା ହେଉ- ଏପରି ଅଗଣନ କଥା ଅଛି । ଏସବୁ କଥାରୁ ଜାଣିହେଉଛି- ଆମ ସମସ୍ତଙ୍କୁ- ଏକ ମନ- ଏକ ମଜଭୁତ ଡୋରି ବାନ୍ଧିଦେଇଛି । ଏକାଠି ହୋଇ ଦେଶପାଇଁ କିଛି କରିବାର ପ୍ରେରଣା ଦେଇଛି ।
ମୋର ପ୍ରିୟ ଦେଶବାସୀଗଣ, ମୁଁ ଖୁବ୍ ନମ୍ରତା ଓ ସମ୍ମାନର ସହ, ଆଜି, 130 କୋଟି ଦେଶବାସୀଙ୍କ ଏହି ଭାବନାକୁ ମୁଣ୍ଡ ନୁଆଁଇ ପ୍ରଣିପାତ କରୁଛି । ଆପଣ ନିଜ ଭାବନା ଅନୁସାରେ, ଦେଶପାଇଁ ନିଜ ରୁଚି ହିସାବରେ, ନିଜର ସମୟ ଅନୁସାରେ କିଛି କରିପାରିବେ, ସେଥିପାଇଁ ସରକାର ଏକ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହି ପ୍ଲାଟଫର୍ମ ହେଉଛି – covidwarriors.gov.in । ମୁଁ ପୁଣିଥରେ କହୁଛି- covidwarriors.gov.in । ସରକାର ଏହି ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ସାମାଜିକ ସଂଗଠନର ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି ଆଉ ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ ଯୋଡ଼ିଦେଇଛନ୍ତି । ବହୁତ କମ୍ ସମୟରେ ଏହି ପୋର୍ଟାଲରେ ଏକ କୋଟି ପଚିଶ ଲକ୍ଷ ଲୋକ ଯୋଡ଼ି ହୋଇସାରିଛନ୍ତି । ଏମାନଙ୍କ ଭିତରେ ଡାକ୍ତର, ନର୍ସଙ୍କଠାରୁ ଆରମ୍ଭକରି ଆମର ଆଶାକର୍ମୀ, ଏଏନଏମ୍ ଭଉଣୀ, ଆମର ଏନସିସି, ଏନଏସଏସର ସାଥୀ, ଭିନ୍ନ ଭିନ୍ନ କ୍ଷେତ୍ରର ପେସାଦାର, ସେମାନେ ସମସ୍ତେ ଏହାକୁ ନିଜର ପ୍ଲାଟଫର୍ମ କରିସାରିଛନ୍ତି । ଏମାନେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ତିଆରି ଓ ତା’କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି । ଆପଣ ମଧ୍ୟ covidwarriors.gov.in ସହିତ ଯୋଡ଼ିହୋଇ ଦେଶର ସେବା କରିପାରିବେ, କୋଭିଡ ଯୋଦ୍ଧା ହୋଇପାରିବେ ।
ବନ୍ଧୁଗଣ, ପ୍ରତ୍ୟେକ କଠିନ ପରିସ୍ଥିତି, ପ୍ରତ୍ୟେକ ଲଢ଼େଇ, କିଛି ନା କିଛି ଶିକ୍ଷା ଦିଏ; କିଛି ନା କିଛି ଶିଖାଇଯାଏ । କିଛି ସମ୍ଭାବନାର ବାଟ ତିଆରି କରେ ଆଉ କିଛି ନୂଆ ଲକ୍ଷ୍ୟ ପାଇଁ ଦିଗ ଦେଖାଏ । ଏହି ପରିସ୍ଥିତିରେ ଆପଣ ସମସ୍ତ ଦେଶବାସୀ ଯେଭଳି ସଙ୍କଳ୍ପ ଶକ୍ତି ଦେଖାଇଛନ୍ତି, ସେଥିରୁ ଭାରତରେ ଏକ ନୂଆ ପରିବର୍ତ୍ତନର ଆରମ୍ଭ ବି ହୋଇଛି । ଆମର ବ୍ୟବସାୟ, ଆମର କାର୍ଯ୍ୟାଳୟ, ଆମର ଶିକ୍ଷାନୁଷ୍ଠାନ, ଆମର ଚିକିତ୍ସା କ୍ଷେତ୍ର, ପ୍ରତ୍ୟେକ ଦ୍ରୁତଗତିରେ ନୂଆ ପ୍ରଯୁକ୍ତିଗତ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଛନ୍ତି । ପ୍ରଯୁକ୍ତି କଥା ଯଦି ଦେଖିବା, ସତକୁ ସତ ଏପରି ଲାଗୁଛି ଯେ ଦେଶର ପ୍ରତ୍ୟେକ ଉଦ୍ଭାବକ ନୂଆ ପରିସ୍ଥିତି ଅନୁସାରେ କିଛି ନା କିଛି ନୂଆ ତିଆରି କରୁଛି ।
ବନ୍ଧୁଗଣ, ଦେଶ ଯେତେବେଳେ ଗୋଟିଏ ଟିମ୍ ଭାବେ କାମ କରେ, ସେତେବେଳେ କ’ଣ ହୁଏ- ସେକଥା ଆମେ ଅନୁଭବ କରୁଛୁ । ଆଜି କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ଏମାନଙ୍କର ପ୍ରତ୍ୟେକ ବିଭାଗ ଓ ସଂସ୍ଥା ଲୋକଙ୍କ ମଙ୍ଗଳ ପାଇଁ ମିଳିମିଶି ପୂରାଦମରେ କାମ କରୁଛନ୍ତି । ଆମର ବିମାନ ଚଳାଚଳ କ୍ଷେତ୍ରରେ କାମ କରୁଥିବା ଲୋକ ହୁଅନ୍ତୁ, ରେଳବାଇ କର୍ମଚାରୀ ହୁଅନ୍ତୁ, ଏମାନେ ଦିନରାତି ପରିଶ୍ରମ କରୁଛନ୍ତି, ଯେପରିକି ଦେଶବାସୀଙ୍କ ସମସ୍ୟା କମ୍ ହେବ । ଆପଣମାନଙ୍କ ଭିତରୁ ହୁଏତ ଅନେକ ଲୋକ ଜାଣିଥିବେ ଯେ ଦେଶର କୋଣଅନୁକୋଣରେ ଔଷଧ ପହଂଚାଇବା ପାଇଁ ‘ଲାଇଫଲାଇନ୍ ଉଡ଼ାନ’ ନାମରେ ଏକ ବିଶେଷ ଅଭିଯାନ ଚାଲିଛି । ଆମର ଏଇ ବନ୍ଧୁମାନେ, ଏତେ କମ୍ ସମୟ ମଧ୍ୟରେ, ଦେଶ ଭିତରେ ହିଁ ଆକାଶପଥରେ ତିନିଲକ୍ଷ କିଲୋମିଟର ଯାତ୍ରାକରିଛନ୍ତି ଓ 500 ଟନରୁ ଅଧିକ ଡାକ୍ତରୀ ସାମଗ୍ରୀ, ଦେଶର କୋଣଅନୁକୋଣରେ ପହଂଚାଇଛନ୍ତି । ସେହିପରି, ରେଳବାଇର ବନ୍ଧୁମାନେ, ଲକଡାଉନରେ ମଧ୍ୟ ଲଗାତର ପରିଶ୍ରମ କରୁଛନ୍ତି, ଯେପରିକି ଦେଶର ସାଧାରଣ ଲୋକଙ୍କୁ ଜରୁରୀ ଜିନିଷପତ୍ରର ଅଭାବ ରହିବ ନାହିଁ । ଏହି କାମ ପାଇଁ ଭାରତୀୟ ରେଳବାଇ 60ରୁ ଅଧିକ ରେଳମାର୍ଗରେ 100ରୁ ବି ବେଶି ପାର୍ସଲ୍ ଟ୍ରେନ୍ ଚଳାଉଛି । ସେହିପରି ଔଷଧ ଯୋଗାଇବାରେ ଆମ ଡାକ ବିଭାଗର ଲୋକେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଆମର ଏହି ସମସ୍ତ ବନ୍ଧୁ ହିଁ ପ୍ରକୃତ ଅର୍ଥରେ, କରୋନା ଯୋଦ୍ଧା ।
ବନ୍ଧୁଗଣ, ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍’ ମାଧ୍ୟମରେ ଗରିବଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରିଦିଆଯାଉଛି । ‘ବାର୍ଦ୍ଧକ୍ୟ ଭତା’ ଦିଆଯାଇଛି । ଗରିବ ଲୋକଙ୍କୁ ତିନି ମାସର ମାଗଣା ଗ୍ୟାସ୍ ସିଲିଣ୍ଡର୍, ରାସନ ଭଳି ସୁବିଧା ଯୋଗାଇ ଦିଆଯାଉଛି । ଏସବୁ କାମରେ, ସରକାରଙ୍କ ଅଲଗା ଅଲଗା ବିଭାଗର ଲୋକ, ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକ, ଗୋଟିଏ ଟିମ୍ ଭଳି ଦିନରାତି ଲାଗିଛନ୍ତି । ଆଉ ମୁଁ, ଆମ ଦେଶର ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏଥିପାଇଁ ପ୍ରଶଂସା କରିବି ଯେ ସେମାନେ ଏହି ମହାମାରୀକୁ ହରାଇବା ପାଇଁ ଖୁବ ସକ୍ରିୟ ଭୂମିକା ତୁଲାଉଛନ୍ତି । ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଯେଉଁ ଦାୟିତ୍ୱ ତୁଲାଉଛନ୍ତି, କରୋନା ବିରୋଧୀ ଲଢ଼େଇରେ ତା’ର ବହୁତ ବଡ଼ ଭୂମିକା ରହିଛି । ସେମାନଙ୍କର ଏହି ପରିଶ୍ରମ ଖୁବ୍ ପ୍ରଶଂସନୀୟ ।
ମୋର ପ୍ରିୟ ଦେଶବାସୀଗଣ, ସାରାଦେଶର ସ୍ୱାସ୍ଥ୍ୟସେବା ସହିତ ଯୋଡ଼ିହୋଇଥିବା ଲୋକେ ଏଇ ନିକଟରେ ଅଣାଯାଇଥିବା ଅଧ୍ୟାଦେଶ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅଧ୍ୟାଦେଶରେ, କରୋନା ଯୋଦ୍ଧାଙ୍କ ସହିତ ହିଂସା, ଉତ୍ପୀଡ଼ନ ଆଉ ସେମାନଙ୍କୁ କୌଣସି ରୂପରେ କ୍ଷତି ପହଂଚାଉଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି । ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ୍, କମ୍ୟୁନିଟି ହେଲ୍ଥ ୱାର୍କର, ଆଉ ଏହି ଶ୍ରେଣୀର ସବୁଲୋକ, ଯେଉଁମାନେ ଦେଶକୁ କରୋନାମୁକ୍ତ କରିବାପାଇଁ ଦିନରାତି ଲାଗିଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାପାଇଁ ଏହି ପଦକ୍ଷେପ ବହୁତ ଜରୁରି ଥିଲା ।
ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଅନୁଭବ କରୁଛେ ଯେ, କରୋନା ମହାମାରୀ ଲଢ଼େଇ ପରିପ୍ରେକ୍ଷୀରେ ଆମେ ଆମ ଜୀବନକୁ, ସମାଜକୁ, ଆମ ଚାରିପାଖରେ ଘଟିଚାଲିଥିବା ଘଟଣା ଓ ପରିସ୍ଥିତିକୁ ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ ଦେଖିବା ଓ ଅନୁଭବ କରିବାର ସୁଯୋଗ ପାଇଛେ । ସମାଜର ଦୃଷ୍ଟିଭଙ୍ଗୀରେ ବି ବ୍ୟାପକ ପରିବର୍ତ୍ତନ ଆସିଛି । ଆମ ଜୀବନ ସହିତ ଯୋଡ଼ିହୋଇଥିବା ବ୍ୟକ୍ତିମାନଙ୍କ ଗୁରୁତ୍ୱର ମଧ୍ୟ ଆଭାସ ମିଳିଛି । ଆମ ଘରେ କାମଦାମ କରୁଥିବା ଲୋକ ହୁଅନ୍ତୁ କି ଆମ ଜରୁରି କାମକୁ ପୂରା କରିବାର ଲୋକ ହୁଅନ୍ତୁ ବା ପଡ଼ୋଶୀ ଦୋକାନରେ କାମ କରୁଥିବା ଲୋକ ହୁଅନ୍ତୁ – ଏମାନଙ୍କର କେତେ ଯେ ବଡ଼ ଭୂମିକା ଏସବୁ ଆମର ଅନୁଭବ ହେଲାଣି । ଏହିଭଳି ଜରୁରି ସେବା ପ୍ରଦାନକାରୀ ଲୋକ, ହାଟବଜାରରେ କାମ କରୁଥିବା ଆମ ଶ୍ରମିକ ଭାଇଭଉଣୀ, ପଡ଼ୋଶୀ ଅଟୋଚାଳକ, ରିକ୍ସାଚାଳକଙ୍କ ସେବା ଓ ସାହାଯ୍ୟ ବିନା ଆମ ଜୀବନ କେତେ କଠିନ ହୋଇଥାଆନ୍ତା ତାହା ଆମେ ଅନୁଭବ କରୁଛୁ ।
ଆଜିକାଲି ସାମାଜିକ ଗଣମାଧ୍ୟମ (Social Media)ରେ ଆମେ ଲଗାତର ଦେଖୁଛୁ ଯେ ଲକଡାଉନ୍ (Lockdown) ଚାଲିଥିବା ସମୟରେ ଲୋକେ ଏହି ସାହାଯ୍ୟକାରୀ ସାଥୀମାନଙ୍କୁ କେବଳ ମନେ ପକାଉନାହାନ୍ତି ବରଂ ସେମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଉଛନ୍ତି, ପୁଣି ସେମାନଙ୍କ ସମ୍ପର୍କରେ ସମ୍ମାନର ସହ ଲେଖୁଛନ୍ତି । ଆଜି ଦେଶର କୋଣ ଅନୁକୋଣରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯେ ସଫେଇ-କର୍ମଚାରୀଙ୍କ ଉପରେ ଲୋକେ ପୁଷ୍ପବୃଷ୍ଟି କରୁଛନ୍ତି । ପ୍ରଥମେ ଏମାନଙ୍କ କାମ ଆମ ନଜର ଏଡେଇ ଯାଉଥିଲା । ସମ୍ଭବତଃ ଆପଣ ମଧ୍ୟ ଏସବୁ ପ୍ରତି ଦୃଷ୍ଟି ଦେଉନଥିଲେ । ଡାକ୍ତର ହୁଅନ୍ତୁ କି ସଫେଇ କର୍ମଚାରୀ ହୁଅନ୍ତୁ, କିମ୍ବା ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତି ହୁଅନ୍ତୁ – କେବଳ ଏତିକି ନୁହେଁ ଆମର ପୁଲିସ ବ୍ୟବସ୍ଥାକୁ ନେଇ ସାଧାରଣ ଜନତାଙ୍କ ଭାବନାରେ ଅନେକ ପରିବର୍ତ୍ତନ ଆସିଛି । ପ୍ରଥମେ ପୁଲିସ୍ ପ୍ରସଙ୍ଗ ଉଠିଲେ ଆମ ମନକୁ ନକାରାତ୍ମକ ଭାବନା ବ୍ୟତୀତ ଅନ୍ୟ କିଛି କଥା ଆସୁନଥିଲା । ଆଜି ଆମ ପୁଲିସ କର୍ମଚାରୀ ଗରିବ, ଅସହାୟ ଓ ଭୋକିଲା ଲୋକଙ୍କ ନିକଟରେ ଖାଦ୍ୟ ପହଂଚାଇ ଦେଉଛନ୍ତି, ଔଷଧ ପହଂଚାଇ ଦେଉଛନ୍ତି । ଏବେ ପୁଲିସ କଥା ଭାବିବା ବେଳକୁ ମୋ ଆଗରେ ଯେଉଁଭଳି ଭାବେ ପ୍ରତିଟି ସହାୟତା ପାଇଁ ପୁଲିସ ଆଗେଇ ଆସୁଛନ୍ତି ତାହା POLICING ବା ପୁଲିସ ସେବାର ମାନବୀୟ ଓ ସମ୍ବେଦନଶୀଳ ଗୁଣକୁ ଉଜ୍ଜୀବିତ କରୁଛି, ଆମ ମନକୁ ଆନ୍ଦୋଳିତ କରିଛି, ଆମ ହୃଦୟକୁ ସେମାନଙ୍କର ଏହି ମହନୀୟତା ଛୁଇଁଯାଇଛି । ଏହା ଏପରି ଏକ ସମୟ ଯେଉଁଥିରେ ସାଧାରଣ ଲୋକେ ପୁଲିସ ସହିତ ଭାବାତ୍ମକ ରୂପରେ ଯୋଡ଼ି ହୋଇଯାଉଛନ୍ତି । ଆମ ପୁଲିସ କର୍ମଚାରୀମାନେ ମଧ୍ୟ ଏହାକୁ ଜନସାଧାରଣଙ୍କ ସେବାର ଏକ ସୁଯୋଗ ରୂପେ ଗ୍ରହଣ କରିଛନ୍ତି ଏବଂ ମୋର ଦୃଢ଼ ବିଶ୍ୱାସ ଯେ ଏହିସବୁ ଘଟଣା ଯୋଗୁଁ ଭବିଷ୍ୟତରେ ପ୍ରକୃତରେ ବହୁତ ସକାରାତ୍ମକ ପରିବର୍ତ୍ତନ ହୋଇପାରେ ଏବଂ ଆମେ ସମସ୍ତେ ଏହି ସକାରାତ୍ମକତାକୁ କେବେହେଲେ ନକାରାତ୍ମକତାର ରଙ୍ଗରେ ରଙ୍ଗାୟିତ କରିବା ନାହିଁ ।
ବନ୍ଧୁଗଣ, ଆମେ ସବୁବେଳେ ଶୁଣୁ – ପ୍ରକୃତି, ବିକୃତି ଓ ସଂସ୍କୃତି । ଏହି ଶବ୍ଦଗୁଡ଼ିକୁ ଏକସଙ୍ଗରେ ଦେଖିଲେ ଏବଂ ଏହାପଛରେ ଥିବା ଭାବକୁ ଅନୁଭବ କଲେ ଜୀବନକୁ ବୁଝିବାର ଏକ ନୂଆ ଦ୍ୱାର ଉନ୍ମୁକ୍ତ ହେବାର ଦେଖିପାରିବେ । ମଣିଷ-ପ୍ରକୃତି କଥା ଚର୍ଚ୍ଚା କଲାବେଳେ ‘ଇଏ ମୋର’, ‘ମୁଁ ଏହାର ଉପଯୋଗ କରୁଛି’ ଏକଥାକୁ ଏବଂ ଏ ଭାବନାକୁ ଅତି ସ୍ୱାଭାବିକ ଭାବେ ଗ୍ରହଣ କରାଯାଏ । ଏଥିରେ କାହାରି କୌଣସି ଆପତି ନ ଥାଏ । ଏହାକୁ ଆମେ ପ୍ରକୃତି କହିପାରିବା । କିନ୍ତୁ ‘ଯାହା ମୋର ନୁହେଁ’, ‘ଯାହା ଉପରେ ମୋର ହକ୍ ନାହିଁ’, ତାହାକୁ ମୁଁ ଯଦି ଅନ୍ୟଠାରୁ ଛଡ଼ାଇନେଇ ଉପଯୋଗ କରୁଛି, ତାହାକୁ ଆମେ ବିକୃତି କହିବା । ଏହି ଦୁଇ ଶବ୍ଦ ଊଦ୍ଧ୍ୱର୍ରେ ପ୍ରକୃତି ଓ ବିକୃତି ଉପରେ ଯଦି କେଉଁ ସଂସ୍କାରିତ-ମନ ଚିନ୍ତା କରେ ବା ବ୍ୟବହାର କରେ ତେବେ ସେଠାରେ ଆମକୁ ସଂସ୍କୃତି ଦୃଷ୍ଟିଗୋଚର ହୁଏ । ଯେତେବେଳେ ନିଜ ହକ୍ର ବସ୍ତୁ, ନିଜ ପରିଶ୍ରମରେ ଅର୍ଜିତ ବସ୍ତୁ, ନିଜ ପାଇଁ ଦରକାରୀ ଜିନିଷ, କମ୍ ହେଉ ବା ବେଶୀ ଅନ୍ୟ ଲୋକ ପାଇଁ ନିଜର ଆବଶ୍ୟକତାକୁ ଖାତିର ନକରି, ନିଜ ଚିନ୍ତା ଛାଡି ନିଜ ହକରୁ କିଛିଟା ଦେଇ ଅନ୍ୟର ଆବଶ୍ୟକତା ମେଣ୍ଟାଇପାରିଲେ ତାହାହିଁ ସଂସ୍କୃତି । ବନ୍ଧୁଗଣ, ଘଡ଼ିସନ୍ଧି ମୁହୂର୍ତ୍ତରେ ଏସବୁ ଗୁଣର ପରୀକ୍ଷା ନିରୀକ୍ଷା ହୋଇଥାଏ ।
ଆପଣମାନେ ବିଗତ ଦିନରେ ଦେଖିଥିବେ, ଭାରତ ନିଜର ସଂସ୍କାର ଅନୁରୂପ, ଆମ ବିଚାର ଅନୁରୂପ, ଆମ ସଂସ୍କୃତିକୁ ଅନୁସରଣ କରି କେତେକ ନିଷ୍ପତ୍ତି ଗ୍ରହଣ କରିଛି । ଏହି ସଙ୍କଟ ବେଳରେ, ସାରା ବିଶ୍ୱ ପାଇଁ, ସମୃଦ୍ଧିଶାଳୀ ଦେଶଗୁଡ଼ିକ ପାଇଁ ମଧ୍ୟ ଔଷଧର ଅଭାବ ଦେଖାଦେଇଛି । ଏପରି ସମୟ ଆସି ଉଭାହୋଇଛି, ଯଦି ଭାରତ ଅନ୍ୟ ଦେଶଗୁଡ଼ିକୁ ଔଷଧ ନ ଦିଏ, କେହି ଭାରତକୁ ଦୋଷୀ କହିପାରିବେ ନାହିଁ । ପ୍ରତ୍ୟେକ ଦେଶ ବୁଝୁଛି ଯେ ଭାରତ ପାଇଁ ପ୍ରାଥମିକତା ହେଉଛି ତା’ ନାଗରିକଙ୍କ ନିରାପଦ ଜୀବନ ଓ ତା’ର ସୁରକ୍ଷା । କିନ୍ତୁ ବନ୍ଧୁଗଣ! ଭାରତ, ପ୍ରକୃତି, ବିକୃତିର ଊର୍ଦ୍ଧ୍ଵକୁ ଯାଇ ନିଷ୍ପତ୍ତି ନେଇଛି । ଭାରତ ନିଜ ସଂସ୍କୃତି ମୁତାବକ ଫଇସଲା ନେଲା । ଭାରତର ଆବଶ୍ୟକତା ପାଇଁ ଯାହା କରିବାର ଥିଲା, ସେ ପ୍ରୟାସକୁ ବୃଦ୍ଧି କରିବା ସହ, ସାରା ବିଶ୍ୱରେ ମାନବିକତାର ରକ୍ଷା ପାଇଁ ହେଉଥିବା ଆକୁଳ ନିବେଦନ ପ୍ରତି ଧ୍ୟାନ ଦେଇଛି ଭାରତ । ଆମେ ବିଶ୍ୱର ପ୍ରତିଟି ଆଶାୟୀଙ୍କ ନିକଟରେ ଔଷଧ ପହଂଚାଇବା ପାଇଁ ଅଣ୍ଟା ଭିଡ଼ିଛୁ ଏବଂ ମାନବିକତାର ଏହି କାର୍ଯ୍ୟ କରି ଦେଖାଇପାରିଛୁ । ଆଜି ଯେତେବେଳେ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥାବାର୍ତା ହୁଏ, ସେତେବେଳେ ସେମାନେ ଭାରତର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରନ୍ତି । ଯେତେବେଳେ ସେମାନେ କହନ୍ତି – ‘Thank you India, Thank you People of India’ ସେତେବେଳେ ଦେଶର ଗୌରବ ଆହୁରି ବଢ଼ିଯାଏ । ସେହିପରି ଏବେ ସାରା ଦୁନିଆରେ ଭାରତର ଆୟୁର୍ବେଦ ଓ ଯୋଗର ମହତ୍ୱକୁ ମଧ୍ୟ ଲୋକ ବହୁତ ଗୁରୁତ୍ୱ ଦେଉଛନ୍ତି । ସୋସିଆଲ ମିଡିଆରେ ଦେଖନ୍ତୁ, ସବୁଆଡ଼େ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କିପରି ଭାରତର ଆୟୁର୍ବେଦ ଓ ଯୋଗର ଚର୍ଚ୍ଚା ମଧ୍ୟ ହେଉଛି । କରୋନା ଦୃଷ୍ଟିକୋଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଯେଉଁ ପ୍ରୋଟୋକଲ ଦେଇଥିଲା, ମୋର ବିଶ୍ୱାସ ଆପଣମାନେ ନିଶ୍ଚିତ ଭାବେ ତାର ପ୍ରୟୋଗ କରୁଥିବେ । ଉଷୁମ ପାଣି, କାଢ଼ା ଏବଂ ଅନ୍ୟ ଯେଉଁ ପରାମର୍ଶ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି, ତାହାକୁ ଆପଣ ନିଜ ଦିନଚର୍ଯ୍ୟାରେ ଅଭ୍ୟାସ କଲେ ବହୁତ ଲାଭହେବ ।
ବନ୍ଧୁଗଣ, ଏହା ଏକ ଦୁର୍ଭାଗ୍ୟର କଥା ଯେ ଅନେକ ସମୟରେ ଆମେ ନିଜର ଶକ୍ତି ଓ ସମୃଦ୍ଧ ପରମ୍ପରାକୁ ଚିହ୍ନିବାକୁ ନାରାଜ । କିନ୍ତୁ, ଯେତେବେଳେ ବିଶ୍ୱର ଅନ୍ୟ ଦେଶ ପ୍ରାମାଣିକ ଗବେଷଣା ଆଧାରରେ ସେହି କଥା କହେ, ଆମ ସୂତ୍ର ଆମକୁ ଶିଖାଏ, ଆମେ ତାକୁ ସଙ୍ଗେ ସଙ୍ଗେ ଗ୍ରହଣ କରୁ । ସମ୍ଭବତଃ, ଶହ ଶହ ବର୍ଷ ଧରି ଆମ ଦାସତ୍ୱ ହିଁ ଏହାପଛର ବଡ଼ କାରଣ । ଏହି କାରଣରୁ ବେଳେବେଳେ ନିଜ ଶକ୍ତି ଉପରେ ବିଶ୍ୱାସ ଆସେନାହିଁ । ଆମର ଆତ୍ମବିଶ୍ୱାସ କମ୍ ମନେହୁଏ । ସେଥିପାଇଁ ଆମେ ନିଜ ଦେଶର ଭଲ କଥାକୁ, ଆମର ପାରମ୍ପରିକ ସିଦ୍ଧାନ୍ତକୁ, ପ୍ରାମାଣିକ ଗବେଷଣା ଆଧାରରେ ଆଗକୁ ବଢ଼ାଇବା ପରିବର୍ତ୍ତେ, ତାକୁ ଅବହେଳା କରୁ, ତାକୁ ହୀନ ଭାବୁ । ଭାରତର ଯୁବପିଢ଼ିକୁ ଏହି ଆହ୍ୱାନକୁ ସ୍ୱୀକାର କରିବାକୁ ହେବ । ଯେପରିକି ବିଶ୍ୱ, ଯୋଗକୁ ଖୁସିରେ ସ୍ୱୀକାର କରିଛି, ସେହିପରି ହଜାର ହଜାର ବର୍ଷର ଆମର ଆୟୁର୍ବେଦ ସିଦ୍ଧାନ୍ତକୁ ମଧ୍ୟ ବିଶ୍ୱ ନିଶ୍ଚୟ ସ୍ୱୀକାର କରିବ । ହଁ, ଏଇଥିପାଇଁ ଯୁବପିଢ଼ିକୁ ସଂକଳ୍ପ ନେବାକୁ ପଡ଼ିବ । ବିଶ୍ୱ ଯେଉଁ ଭାଷାରେ ବୁଝେ, ସେହି ବୈଜ୍ଞାନିକ ଭାଷାରେ ଆମକୁ ବୁଝାଇବାକୁ ହେବ, କିଛିକରି ଦେଖାଇବାକୁ ପଡ଼ିବ ।
ବନ୍ଧୁଗଣ, ଏମିତି ଦେଖିଲେ କୋଭିଡ-19 ଯୋଗୁଁ କେତେକ ସକାରାତ୍ମକ ପରିବର୍ତ୍ତନ ଆମ କାମ କରିବାର ଶୈଳୀ ଆମ ଜୀବନଶୈଳୀ ତଥା ଆମ ଅଭ୍ୟାସରେ ସ୍ୱାଭାବିକ ରୂପେ କେତେକ ସକାରାତ୍ମକ ପରିବର୍ତ୍ତନ ଆଣିଛି । ଆପଣମାନେ ମଧ୍ୟ ଅନୁଭବ କରିଥିବେ ଏହି ସଂକଟ କିଭଳି ଭିନ୍ନ ଭିନ୍ନ ବିଷୟରେ ଆମ ବିଚାର ଓ ଚେତନାକୁ ଜାଗ୍ରତ କରିଛି! ଆମ ଆଖପାଖରେ ଏହାର ଯେଉଁ ପ୍ରଭାବ ଦେଖିବାକୁ ମିଳୁଛି ସେଥିରୁ ପ୍ରଥମ ହେଲା-ମାସ୍କ ପିନ୍ଧିବା ଏବଂ ନିଜ ମୁହଁକୁ ଢାଙ୍କି ରଖିବା । କରୋନା କାରଣରୁ ପରିବର୍ତ୍ତିତ ପରିସ୍ଥିତିରେ ମାସ୍କ ମଧ୍ୟ ଆମ ଜୀବନର ଏକ ଅଂଶ ହୋଇଯାଇଛି । କହିବାକୁ ଗଲେ ଆମ ଆଖପାଖରେ ମାସ୍କପିନ୍ଧା ବହୁ ଲୋକଙ୍କୁ ଦେଖିବାରେ ଆମେ ଅଭ୍ୟସ୍ତ ନୁହଁ । ହଁ, ଏହାର ଅର୍ଥ ନୁହେଁ, ଯିଏ ମାସ୍କ ପିନ୍ଧିଲା, ସିଏ ରୋଗୀ । ଆଉ ଯେତେବେଳେ ମୁଁ ‘ମାସ୍କ’ କଥା କହେ, ସେତେବେଳେ ମୋର ପୁରୁଣା ଦିନର କଥା ମନେପଡ଼େ । ଆପଣଙ୍କର ବି ମନେଥିବ । ଦିନ ଥିଲା, ଆମ ଦେଶର ଅନେକ ସ୍ଥାନରେ କେହି ଫଳ କିଣିବାକୁ ଗଲେ, ଆଖପାଖ ଲୋକ ପଚାରୁଥିଲେ, ଘରେ କ’ଣ କିଏ ରୋଗରେ ପଡ଼ିଛି କି? ଅର୍ଥାତ୍ ରୋଗ ହେଲେ ହିଁ ଫଳ ଖିଆଯାଏ, ଏଭଳି ଏକ ଧାରଣା ଜନମାନସରେ ଥିଲା । ତେବେ ସମୟ ବଦଳିଛି ଏବଂ ଏହି ଧାରଣା ମଧ୍ୟ ବଦଳିଛି । ଠିକ୍ ସେହିପରି ମାସ୍କକୁ ନେଇ ଧାରଣା ଏବେ ବଦଳିବାକୁ ଯାଉଛି । ଆପଣମାନେ ଦେଖିବେ, ମାସ୍କ ଏଣିକି ସଭ୍ୟ ସମାଜର ପ୍ରତୀକ ହୋଇଯିବ । ଯଦି ରୋଗଠାରୁ ନିଜକୁ ଓ ଅନ୍ୟକୁ ରକ୍ଷା କରିବାର ଅଛି, ତାହାହେଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ମୋର ଅତି ସରଳ ପରାମର୍ଶ ଗାମୁଛାରେ ମୁହଁ ଢାଙ୍କନ୍ତୁ ।
ବନ୍ଧୁଗଣ, ଆମ ସମାଜରେ ଆଉ ଗୋଟିଏ ବଡ଼ ସଚେତନତା ସୃଷ୍ଟି ହୋଇଛି । ସାର୍ବଜନୀନ ସ୍ଥାନଗୁଡ଼ିକରେ ଛେପ ପକାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ତାହା ଏବେ ସମସ୍ତେ ବୁଝିଲେଣି । ଏଣେତେଣେ, ଯେଉଁଠି ଇଚ୍ଛା ସେଇଠି ଛେପ ପକାଇଦେବା ଗୋଟିଏ ବଦଭ୍ୟାସରେ ପରିଣତ ହୋଇଯାଇଥିଲା । ଏହା ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ପ୍ରତି ଗୋଟିଏ ବଡ଼ ଆହ୍ୱାନ ଥିଲା । ଦେଖିବାକୁ ଗଲେ, ଏହି ସମସ୍ୟାକୁ ଆମେ ଆଗରୁ ଜାଣିଛୁ, କିନ୍ତୁ ଏହି ସମସ୍ୟା ସମାଜରୁ ଦୂର ହେବାର ନାଁ ଧରୁ ନ ଥିଲା । ଏବେ ସେ ସମୟ ଆସିଯାଇଛି ଯେ, ଏହି ବଦଭ୍ୟାସକୁ ସବୁଦିନ ପାଇଁ ଶେଷ କରି ଦିଆଯାଉ । କଥାରେ ଅଛି – ବେଟର୍ ଲେଟ୍ ଦାନ୍ ନେଭର୍ । ତେଣୁ ବିଳମ୍ବରେ ହେଉ ପଛେ ଏହି ଛେପ ପକାଇବାର ବଦଭ୍ୟାସକୁ ଏବେ ତ୍ୟାଗ କରିବା ଉଚିତ । ଏକ ପକ୍ଷରେ ଏହା ବେସିକ୍ ହାଇଜିନର ସ୍ତର ବୃଦ୍ଧି କରିବ, ଅପର ପକ୍ଷରେ ଏହାଦ୍ୱାରା କୋରୋନା ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସହାୟତା ମଧ୍ୟ ମିଳିବ ।
ମୋର ପ୍ରିୟ ଦେଶବାସୀଗଣ, ଏହା ଗୋଟିଏ ସୁଖଦ ଆକସ୍ମିକ ସଂଯୋଗ ଯେ, ମୁଁ ଆଜି ମନର କଥା କହୁଥିବା ବେଳେ ଆଜି ଅକ୍ଷୟ ତୃତୀୟାର ପବିତ୍ର ପର୍ବ ମଧ୍ୟ ପାଳିତ ହେଉଛି । ବନ୍ଧୁଗଣ, କ୍ଷୟର ଅର୍ଥ ହେଉଛି ବିନାଶ, କିନ୍ତୁ ଯାହା କେବେହେଲେ ନଷ୍ଟ ହୁଏନି ତାହା ହେଉଛି ‘ଅକ୍ଷୟ’ । ଆମ ଘରେ ଆମେ ସମସ୍ତେ ଏହି ପର୍ବ ପ୍ରତି ବର୍ଷ ପାଳନ କରିଥାଉ । କିନ୍ତୁ ଚଳିତ ବର୍ଷ ଆମ ପାଇଁ ଏହି ପର୍ବର ଗୁରୁତ୍ୱ ଖୁବ ବେଶୀ । ଆଜିର କଠିନ ପରିସ୍ଥିତିରେ ଏହା ଏଭଳି ଗୋଟିଏ ଦିନ, ଯାହା ଏ କଥା ଆମକୁ ସ୍ମରଣ କରାଇ ଦେଇଥାଏ ଯେ, ଆମର ଆତ୍ମା, ଆମର ଭାବନା ଅକ୍ଷୟ । ଏହି ଦିନ ଆମକୁ ମନେ ପକାଇ ଦେଇଥାଏ ଯେ, ମାର୍ଗରେ ଯେତେ ବାଧା ବିଘ୍ନ ଆସୁ, ଯେତେ ବିପଦ ଆସୁ, କେତେ କେତେ ରୋଗବ୍ୟାଧିର ସମ୍ମୁଖୀନ ହେବାକୁ ପଡ଼ୁ ପଛେ – ଏସବୁ ସହ ସଂଗ୍ରାମ କରିବାର, ଲଢ଼ିବାର ମାନବୀୟ ଭାବନା ଅକ୍ଷୟ । ବିଶ୍ୱାସ ରହିଛି ଯେ, ଏହା ସେହି ଦିନ ଯେଉଁଦିନ ଭଗବାନ ଶ୍ରୀକୃଷ୍ଣ ଏବଂ ଭଗବାନ ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ପାଣ୍ଡବମାନଙ୍କୁ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲା । ଅକ୍ଷୟ ପାତ୍ର ଅର୍ଥାତ ଏପରି ଏକ ପାତ୍ର ଯେଉଁଥିରୁ ଖାଦ୍ୟ କେବେହେଲେ ସରିନଥାଏ । ଆମର ଅନ୍ନଦାତା କୃଷକ ଭାଇମାନେ ସବୁ ପରିସ୍ଥିତିରେ ଦେଶ ପାଇଁ, ଆମ ସମସ୍ତଙ୍କ ପାଇଁ, ଏହି ଭାବନା ସହ ପରିଶ୍ରମ କରନ୍ତି । ସେମାନଙ୍କ ପରିଶ୍ରମ ଯୋଗୁଁ ଆଜି ଆମ ସମସ୍ତଙ୍କ ପାଇଁ, ଗରିବମାନଙ୍କ ପାଇଁ, ଦେଶରେ ଅକ୍ଷୟ ଅନ୍ନ ଭଣ୍ଡାର ରହିଛି । ଏହି ଅକ୍ଷୟ ତୃତୀୟାରେ ଆମେ ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆମର ପରିବେଶ, ଜଙ୍ଗଲ, ନଦୀ ଏବଂ ସମଗ୍ର ଇକୋସିଷ୍ଟମର ସୁରକ୍ଷା ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଉଚିତ । ଯଦି ଆମେ ଅକ୍ଷୟ ରହିବାକୁ ଚାହୁଁ, ତାହେଲେ ଆମକୁ ଏ କଥା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ, ଆମ ଧରିତ୍ରୀ ଅକ୍ଷୟ ରହୁ ।
ଆପଣ ଜାଣନ୍ତି ଯେ – ଅକ୍ଷୟ ତୃତୀୟାର ଏହି ପର୍ବ, ଦାନ ଶକ୍ତି ଅର୍ଥାତ ପାୱାର ଅଫ୍ ଗିଭିଙ୍ଗର ମଧ୍ୟ ଗୋଟିଏ ଅବସର ହୋଇଥାଏ । ଆମେ ହୃଦୟର ଭାବନା ସହ ଯାହା କିଛି ଦାନ କରିଥାଉଁ, ପ୍ରକୃତରେ ତାହାର ହିଁ ମହତ୍ୱ ଅଧିକ । ଏ କଥା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ, ଆମେ କଣ ଦେଉଛୁ, କେତେ ଦେଉଛୁ । ଏହି ସଙ୍କଟ କାଳରେ ଆମର ଛୋଟିଆ ପ୍ରଚେଷ୍ଟା ମଧ୍ୟ ଆମ ଆଖ-ପାଖର ବହୁତ ଲୋକଙ୍କ ପାଇଁ ବହୁତ ବଡ଼ ସମ୍ବଳ ପ୍ରମାଣିତ ହୋଇପାରେ । ବନ୍ଧୁଗଣ, ଜୈନ ପରମ୍ପରାରେ ମଧ୍ୟ ଏହାକୁ ଅତି ପବିତ୍ର ଦିନ ଭାବେ ପରିଗଣିତ କରାଯାଏ, କାରଣ ଏହା ପ୍ରଥମ ତୀର୍ଥଙ୍କର ଭଗବାନ ଋଷଭ ଦେବଙ୍କ ଜୀବନର ଏକ ମହତ୍ୱପୂର୍ଣ୍ଣ ଦିନ । ତେଣୁ, ଜୈନ ସମାଜ ଏହାକୁ ଏକ ପର୍ବ ରୂପେ ପାଳନ କରିଥାନ୍ତି । ଏଥିରୁ ଏ କଥା ସହଜରେ ବୁଝିହୁଏ ଯେ, ଲୋକେ ଏହି ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ କାହିଁକି ପସନ୍ଦ କରନ୍ତି । ଯେହେତୁ, ଆଜି କିଛି ନୂଆ ଆରମ୍ଭ କରିବାର ଦିନ, ତେବେ ଆଜିର ଦିନରେ ଆମେ ସମସ୍ତେ ମିଶି, ନିଜ ପ୍ରୟାସ ମାଧ୍ୟମରେ ନିଜ ପୃଥିବୀକୁ ଅକ୍ଷୟ ଏବଂ ଅବିନାଶୀ କରିବାର ସଂକଳ୍ପ ଗ୍ରହଣ କରିପାରିବା କି? ବନ୍ଧୁଗଣ, ଆଜି ମଧ୍ୟ ହେଉଛି ଭଗବାନ ବସବେଶ୍ୱରଙ୍କ ଜୟନ୍ତୀ । ଭଗବାନ ବସବେଶ୍ୱରଙ୍କ ସ୍ମୃତି, ତାଙ୍କ ବାର୍ତ୍ତା ସହିତ ବାରମ୍ବାର ଜଡ଼ିତ ହେବା, ସେଥିରୁ ଶିକ୍ଷାଲାଭ କରିବାର ସୁଯୋଗ ମୋତେ ମିଳିବା ମୋର ସୌଭାଗ୍ୟ । ଦେଶ ବିଦେଶରେ ଭଗବାନ ବସବେଶ୍ୱରଙ୍କ ସମସ୍ତ ଅନୁଗାମୀମାନଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ।
ବନ୍ଧୁଗଣ, ରମଜାନର ପବିତ୍ର ମାସ ମଧ୍ୟ ଆରମ୍ଭ ହୋଇସାରିଛି । ଗତଥର ରମଜାନ ପାଳନ ସମୟରେ ଏ କଥା କେହି ଚିନ୍ତା ମଧ୍ୟ କରିନଥିବେ ଯେ, ଏଥର ରମଜାନରେ ଏତେ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ, ଏହି ସମସ୍ୟା ଯେତେବେଳେ ସାରା ବିଶ୍ୱକୁ କବଳିତ କରିସାରିଛି, ସେତେବେଳେ ଏହି ରମଜାନକୁ ସଂଯମ, ସଦ୍ଭାବନା, ସମ୍ବେଦନଶୀଳତା ଏବଂ ସେବା ଭାବନାର ପ୍ରତୀକ କରି ପାଳନ କରିବାର ସୁଯୋଗ ଆମ ପାଇଁ ସୃଷ୍ଟି ହୋଇଛି । ଏଥର ଆମେ ପୂର୍ବାପେକ୍ଷା ଅଧିକ ପ୍ରାର୍ଥନା କରିବା ଯେମିତିକି ଇଦ୍ ପାଳନ ପୂର୍ବରୁ ବିଶ୍ୱ କରୋନା ମୁକ୍ତ ହୋଇଯିବ ଆଉ ଆମେ ପୂର୍ବ ଭଳି ଆନନ୍ଦ ଓ ଉଲ୍ଲାସର ସହ ଇଦ୍ ପାଳନ କରିପାରିବା । ରମଜାନ ସମୟରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିୟମଗୁଡ଼ିକୁ ପାଳନ କରିବା ସହ କୋରୋନା ବିରୁଦ୍ଧରେ ଚାଲିଥିବା ଏହି ସଂଗ୍ରାମକୁ ଆମେ ଆହୁରି ସୁଦୃଢ଼ କରିବା ବୋଲି ମୋର ବିଶ୍ୱାସ । ରାସ୍ତାଘାଟରେ, ବଜାରରେ, ସାହିବସ୍ତିରେ ସାମାଜିକ ଦୂରତାର ନିୟମ ପାଳନ ଏବେ ନିହାତି ଜରୁରି । ମୁଁ ଆଜି, ସେହି ସମସ୍ତ ଗୋଷ୍ଠୀ ପ୍ରତିନିଧିମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି ଯେଉଁମାନେ ଦୁଇ ଗଜ ଦୂରତା ଏବଂ ଘରୁ ନ ବାହାରିବାକୁ ନେଇ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ପ୍ରକୃତରେ କରୋନା ଏଥର ଭାରତ ସହିତ ସାରା ବିଶ୍ୱରେ ପର୍ବପର୍ବାଣୀ ପାଳନର ରୂପ ହିଁ ବଦଳାଇ ଦେଇଛି, ରଙ୍ଗଢଙ୍ଗ ବଦଳାଇ ଦେଇଛି । ନିକଟ ଅତୀତରେ ଆମ ଦେଶରେ ମଧ୍ୟ ବିହୁ, ବୈଶାଖୀ, ପୁଥାଣ୍ଡୁ, ବିଶୁ, ଓଡ଼ିଆ ନବବର୍ଷ ଏଭଳି ଅନେକ ପର୍ବ ପଡ଼ିଥିଲା । ଆମେ ଦେଖିଲୁ ଯେ, ଲୋକେ କିଭଳି ଏହି ପର୍ବଗୁଡ଼ିକୁ ଘରେ ରହି ଅତ୍ୟନ୍ତ ନିରାଡମ୍ବର ଭାବେ ଏବଂ ସମାଜ ପାଇଁ ଶୁଭକାମନା ସହ ଏସବୁ ପର୍ବ ପାଳନ କଲେ । ସାଧାରଣତଃ ସେମାନେ ଏହି ପର୍ବପର୍ବାଣୀକୁ ନିଜ ବନ୍ଧୁ ଏବଂ ପରିବାର ସହ ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଥିଲେ । ଘରୁ ବାହାରି ନିଜର ଖୁସି ଅନ୍ୟମାନଙ୍କ ସହ ବାଣ୍ଟୁଥିଲେ । କିନ୍ତୁ ଏଥର, ପ୍ରତ୍ୟେକେ ସଂଯମ ଆଚରଣ କଲେ । ଲକଡାଉନର ନିୟମଗୁଡ଼ିକୁ ପାଳନ କଲେ । ଆମେ ଦେଖିଛୁ ଯେ ଆମର ଖ୍ରୀଷ୍ଟିଆନ ବନ୍ଧୁମାନେ ଇଷ୍ଟର ପର୍ବ ଘରେ ହିଁ ପାଳନ କଲେ । ନିଜ ସମାଜ, ନିଜ ଦେଶ ପ୍ରତି ଏହି କର୍ତ୍ତବ୍ୟ ପାଳନ କରିବା ଆଜିର ବହୁତ ବଡ଼ ଆବଶ୍ୟକତା । ତେବେ ଯାଇ ଆମେ କରୋନା ସଂକ୍ରମଣକୁ ବ୍ୟାପିବାରୁ ଅଟଳାଇବାରେ ସଫଳ ହେବା । କରୋନା ଭଳି ବିଶବ୍ୟାପୀ ମହାମାରୀକୁ ପରାଜିତ କରି ପାରିବା ।
ମୋର ପ୍ରିୟ ଦେଶବାସୀଗଣ, ଏହି ବିଶ୍ୱବ୍ୟାପୀ ମହାମାରୀର ସଙ୍କଟ ସମୟରେ ଆପଣଙ୍କ ପରିବାରର ଗୋଟିଏ ସଭ୍ୟ ଭାବରେ… ଆପଣମାନେ ବି ତ ମୋ ପରିବାରର ସଦସ୍ୟ … ତେଣୁ କିଛି ସଙ୍କେତ ଦେବା, କିଛି ପରାମର୍ଶ ଦେବା ମଧ୍ୟ ମୋର କର୍ତ୍ତବ୍ୟ । ମୁଁ ମୋର ଦେଶବାସୀଙ୍କୁ, ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଆମେ କେବେହେଲେ ଅତି-ଆତ୍ମବିଶ୍ୱାସରେ ଛନ୍ଦି ହେବାନି, ଏଭଳି କେବେ ହେଲେ ଭାବିବାନି ଯେ ଆମ ସହରରେ, ଆମ ଗାଁରେ, ଆମ ସାହିରେ, ଆମ ଅଫିସରେ ଏଯାଏ କରୋନା ପହଂଚିନି, ତେଣୁ ଏବେ ଆଉ ପହଂଚି ପାରିବନି । ଦେଖନ୍ତୁ, ଏଭଳି ଭୁଲ ଧାରଣା କେବେହେଲେ ମୁଣ୍ଡରେ ରଖିବେନି । ବିଶ୍ୱର ଅନ୍ୟଦେଶମାନଙ୍କ ଅନୁଭୁତି ଆମକୁ ଅନେକ କିଛି କହୁଛି । ଆଉ ପୁଣି, ଆମେ ତ ବାରମ୍ବାର କହିଥାଉ – ସତର୍କତା ହଟିଲା, ତ ଦୁର୍ଘଟଣା ଘଟିଲା । ମନେ ରଖନ୍ତୁ, ଆମ ପୂର୍ବପୁରୁଷ ଏସବୁ ବିଷୟରେ ଖୁବ ଭଲ ଭାବେ ଆମ ମାର୍ଗଦର୍ଶନ କରିଛନ୍ତି । ଆମ ପୂର୍ବପୁରୁଷମାନେ କହିଛନ୍ତି –
ଅଗ୍ନି ଶେଷମ୍ ଋଣଃ ଶେଷମ୍,
ବ୍ୟାଧିଃ ଶେଷମ୍ ତଥୈବଚ ।
ପୁନଃ ପୁନଃ ପ୍ରବର୍ଧେତ୍
ତସ୍ମାତ୍ ଶେଷମ୍ ନ କାରୟେତ ।
ଅର୍ଥାତ୍, ଅଳ୍ପରେ ଛାଡ଼ି ଦିଆଯାଇଥିବା ନିଆଁ, ଋଣ ଏବଂ ରୋଗ ସୁଯୋଗ ପାଇବା ମାତ୍ରେ ଆଉ ଥରେ ବୃଦ୍ଧି ପାଇ ବିପଜ୍ଜନକ ହୋଇଯାଏ । ତେଣୁ ଏହାର ସମ୍ପୂର୍ଣ୍ଣ ନିରାକରଣ ନିହାତି ଆବଶ୍ୟକ । ତେଣୁ, ଅତି ଉତ୍ସାହିତ ହୋଇ, ସ୍ଥାନୀୟ ସ୍ତରରେ, କୌଣସି ପ୍ରକାର ଅସାବଧାନତା ନ ହେଉ ଏଥିପ୍ରତି ଆମକୁ ସବୁବେଳେ ଦୃଷ୍ଟି ରଖିବାକୁ ହେବ । ମୁଁ ପୁଣି ଥରେ କହିବି – ଦୁଇ ଗଜ ଦୂରତା ରକ୍ଷା କରନ୍ତୁ , ନିଜକୁ ସୁସ୍ଥ ରଖନ୍ତୁ । ଦୁଇ ଗଜ ଦୂରତା- ଆଜିର ଆବଶ୍ୟକତା । ଆପଣ ସମସ୍ତଙ୍କର ଉତମ ସ୍ୱାସ୍ଥ୍ୟ ପାଇଁ କାମନା କରିବା ସହିତ, ମୁଁ ମୋ କଥା ଶେଷ କରୁଛି । ଆଗାମୀ ‘ମନ କି ବାତ୍’ ପାଇଁ ଭେଟିବା ସମୟରେ ସାରା ବିଶ୍ୱରୁ ଏହି ବିଶ୍ୱବ୍ୟାପୀ ମହାମାରୀ କବଳରୁ ମୁକ୍ତିର ସମ୍ବାଦ ମିଳୁ, ମାନବଜାତି ଏହି ସମସ୍ୟାରୁ ଉଦ୍ଧାର ପାଉ – ଏହି ପ୍ରାର୍ଥନା ସହ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀ,
ସାଧାରଣତଃ ‘ମନ କି ବାତ୍’ରେ ମୁଁ ଅନେକ ପ୍ରସଙ୍ଗ ନେଇ ଆସିଥାଏ । କିନ୍ତୁ ଆଜି, ଦେଶ ଏବଂ ବିଶ୍ୱରେ ସମସ୍ତଙ୍କ ମନରେ ରହିଛି ଗୋଟିଏ ମାତ୍ର କଥା – ତାହାହେଲା – ‘ବିଶ୍ୱ ମହାମାରୀ କରୋନା’ ଦ୍ୱାରା ସୃଷ୍ଟି ହୋଇଥିବା ଭୟଙ୍କର ସଙ୍କଟ । ଏଭଳି ସମୟରେ ମୋର ଅନ୍ୟକିଛି କଥା କହିବା ଉଚିତ ହେବ ନାହିଁ । କିନ୍ତୁ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଆଜି ମୋର ଆତ୍ମା କହୁଛି ଯେ ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ ଏଭଳି କିଛି ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିଛି ଯାହା ଯୋଗୁଁ ଆପଣମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷକରି ମୋର ଗରିବ ଭାଇ–ଭଉଣୀଙ୍କୁ ଦେଖିଲେ ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି! ସେମାନଙ୍କ ଠାରୁ ମଧ୍ୟ ମୁଁ ସ୍ୱତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି । ହୋଇପାରେ, ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ବି ହୋଇଥିବେ ଯେ ମୁଁ ସମସ୍ତଙ୍କୁ ଘର ଭିତରେ ଆବଦ୍ଧ କରିଦେଇଛି! ମୁଁ ସମସ୍ତଙ୍କୁ ଗୃହବନ୍ଦୀ କରିଦେଇଥିବାରୁ ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ମଧ୍ୟ ଥିବେ । ମୁଁ ଆପଣମାନଙ୍କ ଅସୁବିଧା ବୁଝୁଛି, ଆପଣମାନଙ୍କ କଷ୍ଟକୁ ବୁଝିପାରୁଛି, କିନ୍ତୁ ଭାରତ ଭଳି 130 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଏହାଛଡ଼ା ଅନ୍ୟ କୌଣସି ବାଟ ନ ଥିଲା । କରୋନା ବିରୁଦ୍ଧରେ ଯୁଦ୍ଧ ହେଉଛି ଜୀବନ ଆଉ ମୃତ୍ୟୁ ମଧ୍ୟରେ ଯୁଦ୍ଧ । ଏହି ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ ହେବ । ସେଥିପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିଲା । ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କାହାରି ଇଚ୍ଛା ନ ଥାଏ । କିନ୍ତୁ, ବିଶ୍ୱର ପରିସ୍ଥିତି ଦେଖିବା ପରେ ଲାଗୁଛି ଯେ, ଏହି ଏକମାତ୍ର ବିକଳ୍ପ ବାକି ଥିଲା । ଆପଣଙ୍କୁ, ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଯେଉଁ କଷ୍ଟ ହୋଇଛି, ଯେତେସବୁ ଅସୁବିଧା ହୋଇଛି, ସେଥିପାଇଁ ମୁଁ ପୁଣି ଥରେ କ୍ଷମାପ୍ରାର୍ଥନା କରୁଛି ।
ବନ୍ଧୁଗଣ
ଆମ ଶାସ୍ତ୍ରରେ କୁହାଯାଇଛି – “ଏବମେବ ବିକାରଃ ଅପି ତରୁଣଃ ସାଧ୍ୟତେ ସୁଖଂ”– ଅର୍ଥାତ୍, ରୋଗ ଏବଂ ଏହାର ପ୍ରକୋପର ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ ଏହା ହିଁ କରୁଛନ୍ତି । ଭାଇ ଭଉଣୀ, ମା’ ଓ ଗୁରୁଜନମାନେ, କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ଏହା କୌଣସି ଅଞ୍ଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ । ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି । ଆଉ ସେଥିପାଇଁ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ । କିଛି ଲୋକ ଭାବୁଛନ୍ତି ଯେ, ସେମାନେ ଲକଡାଉନକୁ ପାଳନ କରି ସତେ ଯେମିତି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ଆରେ ଭାଇ, ଏମିତି ଭୁଲ ଧାରଣା ମନରେ ରଖିବା ଠିକ୍ ନୁହଁ । ଏହି ଲକଡାଉନ ଆପଣ ନିଜେ ସୁରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ । ଆପଣଙ୍କୁ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଆଗାମୀ କିଛିଦିନ ପାଇଁ ଏଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ । ଲକ୍ଷ୍ମଣରେଖାକୁ ମାନିବାକୁ ହେବ ।
ବନ୍ଧୁଗଣ,
ମୁଁ ଏକଥା ବି ଜାଣିଛି ଯେ, କେହି ଆଇନ ଭଙ୍ଗ କରିବାକୁ ଚାହାନ୍ତିନି, ନିୟମ ଭଙ୍ଗ କରିବାକୁ ଚାହାନ୍ତିନି, କିନ୍ତୁ କିଛି ଲୋକ ଏଭଳି କରୁଛନ୍ତି । କାରଣ ଏବେ ମଧ୍ୟ ସେମାନେ ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରୁନାହାନ୍ତି । ଏଭଳି ଲୋକଙ୍କୁ ଏହା ହିଁ କହିବି ଯେ, ଲକଡାଉନ ନିୟମ ଭାଙ୍ଗିଲେ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼ିବ । ବିଶ୍ୱରେ ଅନେକ ଲୋକଙ୍କ ଏଭଳି ଭ୍ରମ ଧାରଣା ଥିଲା । ଆଜି ସେମାନେ ସମସ୍ତେ ଅନୁତାପ କରୁଛନ୍ତି । ବନ୍ଧୁଗଣ, ଆମ ଶାସ୍ତ୍ରରେ କୁହାଯାଇଛି ଯେ, “ଆରୋଗ୍ୟମ ପରମମ୍ ଭାଗ୍ୟମ୍ ସ୍ୱାସ୍ଥ୍ୟଂ ସର୍ବାର୍ଥ ସାଧନଂ” – ଅର୍ଥାତ୍ ଆରୋଗ୍ୟ ହିଁ ସବୁଠାରୁ ବଡ଼ ଭାଗ୍ୟ । ସ୍ୱାସ୍ଥ୍ୟ ହିଁ ଦୁନିଆର ସବୁ ସୁଖର ସାଧନ । ଏଭଳି ପରିସ୍ଥିତିରେ ନିୟମ ଭଙ୍ଗ କରୁଥିବା ଲୋକେ ନିଜ ଜୀବନ ସହ ବହୁତ ବଡ଼ ଖେଳ ଖେଳୁଛନ୍ତି ।
ବନ୍ଧୁଗଣ,
ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । ସେମାନେ ହେଉଛନ୍ତି ଆମ ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରା–ମେଡିକାଲ୍ ଷ୍ଟାଫ୍ । ଏଭଳି ସାଥୀମାନେ, ଯେଉଁମାନେ କରୋନାକୁ ପରାଜିତ କରିସାରିଛନ୍ତି । ଆଜି ଆମକୁ ସେମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରିବାକୁ ହେବ । ବିଗତ ଦିନରେ ମୁଁ ଏଭଳି କିଛି ଲୋକଙ୍କ ସହିତ ଫୋନରେ କଥା ହୋଇଛି, ସେମାନଙ୍କୁ ପ୍ରୋତ୍ସାହିତ କରିଛି । ସେମାନଙ୍କ ସହିତ କଥା ହୋଇ ମୋର ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ମୁଁ ସେମାନଙ୍କ ଠାରୁ ବହୁତ କିଛି ଶିଖିଛି । ଏଥରର ‘ମନ କି ବାତ୍’ରେ ଏଭଳି କିଛି ବନ୍ଧୁଙ୍କ ଅନୁଭୂତି, ସେମାନଙ୍କ ସହିତ ହୋଇଥିବା ବାର୍ତ୍ତଳାପରୁ କିଛି ଆପଣମାନଙ୍କ ସହିତ ଶେୟାର କରିବାକୁ ମୋର ବହୁତ ଇଚ୍ଛା ଥିଲା । ସର୍ବପ୍ରଥମେ ଆମେ କଥା ହେବା ଶ୍ରୀ ରାମଗମ୍ପା ତେଜା ଜୀଙ୍କ ସହିତ । ସେ ଅବଶ୍ୟ ଜଣେ ଆଇ.ଟି. ପ୍ରଫେସନାଲ୍ । ତେବେ ଆସନ୍ତୁ, ଶୁଣିବା ତାଙ୍କ ଅନୁଭୂତି । ୟେସ୍ ରାମ –
ରାମଗମ୍ପା : ନମସ୍କାର ସାର୍ ।
ମୋଦୀ ଜୀ : ହଁ ରାମ୍, ନମସ୍କାର ।
ରାମଗମ୍ପା : ନମସ୍କାର, ନମସ୍କାର ।
ମୋଦୀ ଜୀ : ମୁଁ ଶୁଣିଛି ଯେ ଆପଣ କରୋନା ଭୂତାଣୁର ଏହି ଗମ୍ଭୀର ସଙ୍କଟରୁ ମୁକ୍ତି ପାଇଛନ୍ତି?
ରାମଗମ୍ପା : ଆଜ୍ଞା ହଁ ।
ମୋଦୀ ଜୀ : ମୁଁ ନିଶ୍ଚୟ ଆପଣଙ୍କ ସହିତ କିଛି କଥା ହେବି । ଆପଣ ଏତେବଡ଼ ସଙ୍କଟରୁ କିଭଳି ମୁକ୍ତି ପାଇଛନ୍ତି, ମୁଁ ଆପଣଙ୍କ ଅନୁଭୂତି ଶୁଣିବାକୁ ଚାହୁଁଛି ।
ରାମଗମ୍ପା : ମୁଁ ଜଣେ ଆଇ.ଟି. କର୍ମଚାରୀ । ଚାକିରି ସଂକ୍ରାନ୍ତ ମିଟିଂରେ ଯୋଗଦେବାକୁ ଦୁବାଇ ଯାଇଥିଲି । ସେଠି ଅଜାଣତରେ ଏସବୁ ଘଟିଗଲା । ଫେରିବା ପରେ ହିଁ ଜ୍ୱର ଆଉ ଅନ୍ୟ ସବୁ ଆରମ୍ଭ ହୋଇଯାଇଥିଲା । ପାଞ୍ଚ ଛଅ ଦିନ ପରେ ଡାକ୍ତରମାନେ କରୋନା ଭୂତାଣୁ ପରୀକ୍ଷା କଲେ, ଆଉ ତାହା ପଜିଟିଭ୍ ବାହାରିଲା । ଏହାପରେ ମୋତେ ହାଇଦ୍ରାବାଦର ସରକାରୀ ଡାକ୍ତରଖାନା ଗାନ୍ଧୀ ହସ୍ପିଟାଲ୍ରେ ଭର୍ତି କରାଗଲା । 14 ଦିନ ପରେ ମୁଁ ଭଲ ହୋଇଗଲି ଆଉ ମୁଁ ଡିସ୍ଚାର୍ଜ ହୋଇଗଲି । ଏସବୁ ଯୋଗୁଁ ଟିକିଏ ଭୟ ଲାଗୁଥିଲା ।
ମୋଦୀ ଜୀ : ମାନେ, ଆପଣଙ୍କୁ ଯେତେବେଳେ ସଂକ୍ରମଣ ସମ୍ପର୍କରେ ଜଣାପଡିଲା! ଆଉ ଆଗରୁ ତ ଜାଣିଥିବେ ଯେ ଏହି ଭୂତାଣୁ କେତେ ଭୟଙ୍କର!!
ରାମଗମ୍ପା : ଆଜ୍ଞା!
ମୋଦୀ ଜୀ : ତାହେଲେ ଆପଣଙ୍କୁ ଯେତେବେଳେ ଜଣାପଡ଼ିଲା, ଆପଣଙ୍କ ତୁରନ୍ତ ପ୍ରତିକ୍ରିୟା କ’ଣ ଥିଲା?
ରାମଗମ୍ପା : ପ୍ରଥମେ ତ ଖୁବ୍ ଡରି ଯାଇଥିଲି । ମୋର ବିଶ୍ୱାସ ହେଲାନି ଯେ ମୋତେ କାହିଁକି ଏମିତି ହେଲା? କାରଣ ସେତେବେଳେ ଭାରତରେ ମାତ୍ର 2–3 ଜଣଙ୍କୁ ହୋଇଥିଲା । ତେଣୁ, ଏହା ବିଷୟରେ ସେତେ କିଛି ଜ୍ଞାନ ବି ନ ଥିଲା । ଡାକ୍ତରଖାନାରେ ମୋତେ ଭର୍ତି କରି କ୍ୱାରେଣ୍ଟାଇନ ବା ସଙ୍ଗରୋଧ କରି ରଖିଥିଲେ । ପ୍ରଥମ 2-3 ଦିନ ତ ଏମିତିରେ ଗଲା । କିନ୍ତୁ ସେଠାକାର ଡାକ୍ତର ଆଉ ନର୍ସ … ସେମାନେ ଖୁବ ଭଲ ଥିଲେ । ପ୍ରତ୍ୟେକ ଦିନ ଫୋନ୍ କରି ମୋ ସହ କଥା ହେଉଥିଲେ ଆଉ ମୋତେ ସାହସ ଦେଇ କହୁଥିଲେ ଯେ – ଆପଣଙ୍କର କିଛି ହେବନି, ଆପଣ ଠିକ୍ ହୋଇଯିବେ । ଡାକ୍ତରମାନେ, ନର୍ସମାନେ ଦିନକୁ ଦୁଇତିନି ଥର କଥା ହେଉଥିଲେ । ଆଗରୁ ଭୟ ଲାଗୁଥିଲା କିନ୍ତୁ ପରେ ଲାଗିଲା ଯେ, ଏତେ ଭଲ ଲୋକଙ୍କ ସାଙ୍ଗରେ ରହିଛି, ଆଉ କ’ଣ କରିବାକୁ ହେବ ସେକଥା ସେମାନେ ଜାଣିଛନ୍ତି । ତେଣୁ ମୁଁ ନିଶ୍ଚୟ ଭଲ ହୋଇଯିବି ।
ମୋଦୀ ଜୀ : ଆପଣଙ୍କ ପରିବାର ଲୋକଙ୍କ ମନର ଅବସ୍ଥା କିଭଳି ଥିଲା?
ରାମଗମ୍ପା : ମୁଁ ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି ସେତେବେଳେ ସେମାନେ ବହୁତ ଷ୍ଟ୍ରେସ୍ରେ ଥିଲେ । ମୋ ଉପରେ ସମସ୍ତଙ୍କ ବେଶୀ ନଜର ଥିଲା । ଆଉ ହଁ, ଆଗ ସେମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ନେଗେଟିଭ୍ ଆସିଲା । ତାହା ମୋ ପାଇଁ, ମୋ ପରିବାର ଏବଂ ଆମ ଆଖପାଖ ଲୋକଙ୍କ ପାଇଁ ଥିଲା ସବୁଠୁ ବଡ଼ ଆଶ୍ୱସ୍ତି । ତା’ପରେ ତ’ ପ୍ରତିଦିନ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଗଲା । ଡାକ୍ତରମାନେ ମୋ ସହିତ କଥା ହେଉଥିଲେ । ମୋ ପରିବାର ଲୋକଙ୍କୁ ବି କହୁଥିଲେ ।
ମୋଦୀ ଜୀ : ଆପଣ ନିଜେ କି କି ସାବଧାନତା ଅବଲମ୍ବନ କଲେ? ନିଜ ପରିବାର ପାଇଁ କି ପ୍ରକାର ସାବଧାନତା ଅବଲମ୍ବନ କଲେ?
ରାମଗମ୍ପା: ପ୍ରଥମେ ଯେତେବେଳେ ଜଣାପଡ଼ିଲା, ମୁଁ କ୍ୱାରେଣ୍ଟାଇନରେ ଥିଲି । କିନ୍ତୁ କ୍ୱାରେଣ୍ଟାଇନ ପରେ ମଧ୍ୟ ଡାକ୍ତରମାନେ ଆହୁରି 14 ଦିନ ନିଜ ଘର ଭିତରେ ହିଁ ରହିବାକୁ ପରାମର୍ଶ ଦେଲେ । ନିଜକୁ ହାଉସ୍ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ତେଣୁ, ସେଠାରୁ ଆସିବା ପରେ ମୁଁ ନିଜ ଘରେ ହିଁ ରହୁଛି । ମୋ ରୁମ୍ରେ ହିଁ ରହୁଛି, ମୁହଁରେ ଦିନସାରା ମାସ୍କ ଲଗାଇ ରଖୁଛି । ଆଉ, ଖାଇବା ଆଗରୁ ହାତ ଧୋଇବା ନିହାତି ଜରୁରୀ ।
ମୋଦୀ ଜୀ : ତେବେ ରାମ, ଆପଣ ସୁସ୍ଥ ହୋଇ ଫେରିଛନ୍ତି । ଆପଣ ଆଉ ଆପଣଙ୍କ ପରିବାରକୁ ମୋର ବହୁତ ଶୁଭେଚ୍ଛା ।
ରାମଗମ୍ପା : ଥାଙ୍କ୍ ୟୁ ।
ମୋଦୀ ଜୀ : ତେବେ ମୁଁ ଚାହୁଁଛି ଯେ, ଆପଣଙ୍କର ଏହି ଅନୁଭୂତି ।
ରାମ୍ଗମ୍ପା : ଆଜ୍ଞା । ମୋଦୀ ଜୀ : ଆପଣ ତ ଆଇ.ଟି. ପ୍ରଫେସନରେ ଅଛନ୍ତି ।
ରାମଗମ୍ପା : ଆଜ୍ଞା!
ମୋଦୀ ଜୀ : ତେଣୁ ନିଜର ଅନୁଭୂତିର ଅଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଏହାକୁ ଶେୟାର କରନ୍ତୁ । ଏହାକୁ ଭାଇରାଲ୍ କରିଦିଅନ୍ତୁ । ଯାହାଫଳରେ ଲୋକ ଏହାକୁ ଭୟ ବି କରିବେନି ଆଉ ତା ସଙ୍ଗେ ସଙ୍ଗେ ସତର୍କ ରହିଲେ କିଭଳି ଏହି ବିପତିରୁ ରକ୍ଷା ମିଳିବ, ସେହି ବାର୍ତା ମଧ୍ୟ ଲୋକଙ୍କ ପାଖରେ ଖୁବ ଆରାମରେ ପହଞ୍ଚିଯିବ । ରାମଗମ୍ପା : ଆଜ୍ଞା ହଁ, କ୍ୱାରେଣ୍ଟାଇନର ଅର୍ଥ ଲୋକ ଜେଲ୍କୁ ଯିବା ଭଳି ଭାବୁଛନ୍ତି । କିନ୍ତୁ ଏହା ସେପରି ନୁହେଁ । ସମସ୍ତେ ଏ କଥା ଜାଣିବା ଉଚିତ ଯେ, ସରକାରୀ କ୍ୱାରେଣ୍ଟାଇନର ସେମାନଙ୍କ ନିଜ ପାଇଁ ଉଦ୍ଦିଷ୍ଟ, ସେମାନଙ୍କ ପରିବାର ପାଇଁ ହିଁ ଉଦ୍ଦିଷ୍ଟ । ତେଣୁ, ମୁଁ ଅଧିକାଂଶ ଲୋକଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ପରୀକ୍ଷା କରାନ୍ତୁ, କ୍ୱାରେଣ୍ଟାଇନ ମାନେ କରୋନାକୁ ଡରନା । କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ପ୍ରତି କୌଣସି ଅପବାଦ କିମ୍ବା ଆକ୍ଷେପ କରାନଯାଉ ।
ମୋଦୀ ଜୀ : ତେବେ ରାମ୍, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ।
ରାମଗମ୍ପା : ଥାଙ୍କ୍ ୟୁ, ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ୍ ୟୁ ଭାଇ, ଥାଙ୍କ୍ସ ଏ ଲଟ୍ ।
ରାମ୍ଗମ୍ପା : ଥାଙ୍କ୍ ୟୁ ।
ବନ୍ଧୁଗଣ,
ଯେମିତିକି ରାମ କହିଲେ ଯେ, ତାଙ୍କର କରୋନାରେ ଆକ୍ରାନ୍ତ ହେବା ଆଶଙ୍କା ପରେ ସେ ଡାକ୍ତରଙ୍କ ସମସ୍ତ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ, ଯାହାଫଳରେ ଆଜି ସେ ସୁସ୍ଥ ହୋଇ ସାଧାରଣ ଜୀବନଯାପନ କରୁଛନ୍ତି । ଆମ ସହିତ ରହିଛନ୍ତି ଆଉ ଜଣେ ସେହିଭଳି ବନ୍ଧୁ, ଯିଏ କରୋନାକୁ ପରାଜିତ କରିଛନ୍ତି । ତାଙ୍କର ତ ପୂରା ପରିବାର ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ଯୁବାବସ୍ଥାରେ ଥିବା ତାଙ୍କ ପୁଅ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ତା’ହେଲେ ଆସନ୍ତୁ, କଥା ହେବା ଆଗ୍ରାର ଶୀଯୁକ୍ତ ଅଶୋକ କପୁରଙ୍କ ସହିତ ।
ମୋଦୀ ଜୀ : ଅଶୋକ ଜୀ, ନମସ୍କାର ।
ଅଶୋକ କପୁର : ସାର ନମସ୍କାର, ମୋର ସୌଭାଗ୍ୟ, ଆପଣଙ୍କ ସହିତ ମୁଁ କଥା ହେଉଛି ।
ମୋଦୀ ଜୀ : ଇଏ ଆମର ମଧ୍ୟ ସୌଭାଗ୍ୟ । ମୁଁ ଏଥିପାଇଁ ଫୋନ କରିଥିଲି କାରଣ ଆପଣଙ୍କ ସାରା ପରିବାର ଏହି ସଙ୍କଟରେ ଫସିଯାଇଥିଲା ।
ଅଶୋକ କପୁର : ଆଜ୍ଞା ଆଜ୍ଞା ।
ମୋଦୀ ଜୀ : ତେବେ, ମୁଁ ଜାଣିବାକୁ ଚାହୁଁଛି ଯେ, ଆପଣଙ୍କୁ ଏହି ସମସ୍ୟା, ଏହି ସଂକ୍ରମଣ ବିଷୟରେ କେମିତି ଜଣାପଡ଼ିଲା? କ’ଣ ହେଲା? ଡାକ୍ତରଖାନାରେ କ’ଣ ହେଲା? ଫଳରେ, ଆପଣଙ୍କ କଥାଶୁଣି ଦେଶବାସୀଙ୍କୁ ଜଣାଇବା ଭଳି ଯଦି କିଛି ଥାଏ ତାହା ମୁଁ ତାଙ୍କୁ ଜଣାଇପାରିବି ।
ଅଶୋକ କପୁର : ଆଜ୍ଞା ନିଶ୍ଚୟ । ମୋର ଆଜ୍ଞା ଦୁଇ ପୁଅ । ସେମାନେ ଇଟାଲୀ ଯାଇଥିଲେ । ସେଠାରେ ଜୋତା ପ୍ରଦର୍ଶନୀ ଚାଲିଥିଲା । ଆମର ଏଠି ଜୋତା ତିଆରି କାରଖାନା ରହିଛି ।
ମୋଦୀ ଜୀ : ହଁ ।
ଅଶୋକ କପୁର : ସେମାନେ ଯେତେବେଳେ ଇଟାଲୀରୁ ଫେରିଲେ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ତା’ପରେ ଆମ ଜ୍ୱାଇଁ ମଧ୍ୟ ଯାଇଥିଲେ । ସେ ଦିଲ୍ଲୀରେ ରହନ୍ତି । ତାଙ୍କର ଟିକିଏ ଅସୁବିଧା ଦେଖାଦେଲା । ତେଣୁ ସେ ରାମ ମନୋହର ଲୋହିଆ ହସ୍ପିଟାଲ ଗଲେ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ଡାକ୍ତରଖାନାରେ ତାଙ୍କୁ ପଜିଟିଭ୍ କହିଲେ ଆଉ ସଫଦର୍ଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଦେଲେ ।
ମୋଦୀ ଜୀ : ହଁ!
ଅଶୋକ କପୁର : ସେଠାରୁ ମୋ ପାଖକୁ ଫୋନ ଆସିଲା ଯେ, ଆପଣ ବି ତାଙ୍କ ସହିତ ଯାଇଥିଲେ, ତେଣୁ ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ତେଣୁ, ଦୁଇ ପୁଅ ଏଠାକାର ଆଗ୍ରା ଜିଲ୍ଲା ଡାକ୍ତରଖାନାରେ ପରୀକ୍ଷା କରାଇବାକୁ ଗଲେ । ସେଠାକାର ଡାକ୍ତର ଓ କର୍ମଚାରୀ କହିଲେ, ନିଜ ପରିବାରର ସମସ୍ତଙ୍କୁ ଡାକି ଦିଅନ୍ତୁ । ପରୀକ୍ଷା କରାଇନେବା ଉଚିତ । ଆଜ୍ଞା, ଶେଷରେ ଆମେ ସମସ୍ତେ ଗଲୁ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ପରଦିନ ସେମାନେ ଆମକୁ ଜଣାଇଲେ ଯେ ଆମ ପରିବାରର ଛଅ ଜଣଯାକ ପଜିଟିଭ୍ । ମୋ ବୟସ 73 ବର୍ଷ । ମୋ ପରିବାରରେ ମୁଁ, ମୋ ସ୍ତ୍ରୀ, ମୋ ଦୁଇ ପୁଅ, ବୋହୂ ଆଉ ନାତି । ନାତିର ବୟସ ଷୋହଳ ବର୍ଷ । ସମସ୍ତଙ୍କୁ ଦିଲ୍ଲୀ ନେଇଯିବାକୁ ସେମାନେ ପରାମର୍ଶ ଦେଲେ।
ମୋଦୀ ଜୀ : ଓଃ ମାଇ ଗଡ୍ !
ଅଶୋକ କପୁର : ଆଜ୍ଞା, ଆମେ ଡରିଲୁନି । ଆମେ ଭାବିଲୁ, ଯାହାହେବ ଦେଖାଯିବ । ଆମେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଗଲୁ । ଆଗ୍ରା ଡାକ୍ତରଖାନା କର୍ତ୍ତୃପକ୍ଷ ଆମକୁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା କରିଦେଲେ । ଆମକୁ କୌଣସି ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଲାନି । ଆଗ୍ରା ଡାକ୍ତରଖାନା ପ୍ରଶାସନ ଏଥିପାଇଁ ଆମକୁ ସବୁ ପ୍ରକାର ସହଯୋଗ କଲେ ।
ମୋଦୀ ଜୀ : ତା’ହେଲେ ଆମ୍ବୁଲାନ୍ସ ଯୋଗେ ଆପଣ ଆସିଲେ?
ଅଶୋକ କପୁର : ଆଜ୍ଞା ହଁ, ଠିକ୍ ଭାବେ ବସି କରି ଆସିଲୁ । ସେମାନେ ଆମକୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେଲେ । ସାଙ୍ଗରେ ଡାକ୍ତର ମଧ୍ୟ ଥିଲେ । ସେମାନେ ଆମକୁ ସଫଦରଜଙ୍ଗ ହସ୍ପିଟାଲରେ ଛାଡ଼ିଦେଲେ । ସଫଦରଜଙ୍ଗ ହସ୍ପିଟାଲରେ ଡାକ୍ତରମାନେ ଫାଟକ ପାଖରେ ହିଁ ଆମକୁ ଅପେକ୍ଷା କରିଥିଲେ । ସେମାନେ ଆମକୁ ୱାର୍ଡ଼କୁ ସ୍ଥାନାନ୍ତରିତ କରିଦେଲେ । ଆମ ଛଅଜଣଙ୍କୁ ସେମାନେ ଅଲଗା ଅଲଗା ରୁମରେ ରଖିଲେ । ରୁମଗୁଡ଼ିକ ଭଲ ଥିଲା । ସବୁ ସୁବିଧା ଥିଲା । ତା ପରେ ସାର, 14 ଦିନ ଧରି ଆମେ ଡାକ୍ତରଖାନାରେ ପୃଥକ ଭାବେ ରହୁଥିଲୁ । ସବୁ ଡାକ୍ତର ଏବଂ କର୍ମଚାରୀ ଆମକୁ ବହୁତ ସହଯୋଗ କଲେ । ସେମାନେ ତ ନିଜ ନିଜ ଡ୍ରେସ୍ ପିନ୍ଧି ଆସୁଥିଲେ! ତେଣୁ କିଏ ଡାକ୍ତର, କିଏ ନର୍ସ, କିଏ ୱାର୍ଡ଼ ବୟ ଜଣା ପଡୁନଥିଲା । ସେମାନେ ଯାହା କହୁଥିଲେ, ଆମେ ତାହା ମାନୁଥିଲୁ । ଆମକୁ ଟିକିଏ ବି ଅସୁବିଧା ହେଇନି ।
ମୋଦୀ ଜୀ : ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଦୃଢ଼ ଜଣାପଡ଼ୁଛି ।
ଅଶୋକ କପୁର : ଆଜ୍ଞା, ମୁଁ ସମ୍ପୂର୍ଣ୍ଣ ଭଲ ଅଛି । ମୁଁ ତ ନିଜର ଆଣ୍ଠୁ ଅପରେସନ୍ ବି କରେଇଛି । ତଥାପି ମୋର କିଛି ଅସୁବିଧା ହେଇନି ।
ମୋଦୀ ଜୀ : ହେଲେ, ଏତେ ବଡ଼ ସଙ୍କଟ ପରିବାରର ସବୁ ସଦସ୍ୟଙ୍କ ଉପରେ ପଡ଼ିଲା, ଏମିତିକି ଷୋହଳ ବର୍ଷର ବାଳକ ବି ଏଥିରୁ ବାଦ ପଡ଼ିଲାନି ।
ଅଶୋକ କପୁର : ତା’ର ପୁଣି ପରୀକ୍ଷା ଚାଲିଥିଲା ସାର୍ । ଆଇ.ସି.ଏସ.ଇ. ପରୀକ୍ଷା ଦେଉଥିଲା ତ’ । ତା’ର ପରୀକ୍ଷା ଥିଲା, କିନ୍ତୁ ସେ ଦେଲାନି । ମୁଁ କହିଲି, ଯାହା ହେବ ପରେ ଦେଖାଯିବ । ଜୀବନ ରହିଲେ ସବୁ ପରୀକ୍ଷା ଦେଇହେବ ।
ମୋଦୀ ଜୀ : ଠିକ୍ କଥା । ଯାହାହେଉ, ଆପଣଙ୍କ ଅଭିଜ୍ଞତା ଏଠି କାମରେ ଲାଗିଲା । ସାରା ପରିବାରକୁ ଆପଣ ଭରସା ଦେଲେ, ସାହସ ବି ଦେଲେ ।
ଅଶୋକ କପୁର : ଆଜ୍ଞା, ଆମେ ସାରା ପରିବାର ସେଠି ଥିଲୁ । ତେଣୁ ସମସ୍ତଙ୍କ ସାହସ ରହିଲା । ପରସ୍ପରକୁ ଭେଟୁ ନ ଥିଲୁ । ଫୋନ୍ରେ କଥା ହୋଇଯାଉଥିଲୁ । ଡାକ୍ତରମାନେ ମଧ୍ୟ ଆମର ଯଥାସମ୍ଭବ ଯତ୍ନ ନେଲେ । ସେମାନେ ଆମ ପାଇଁ ବହୁତ କିଛି କରିଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ଷ୍ଟାଫ୍ ଓ ନର୍ସମାନେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ସାର୍ ।
ମୋଦୀ ଜୀ : ହେଉ, ଆପଣ ଓ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଶୁଭେଚ୍ଛା ।
ଅଶୋକ କପୁର : ଥାଙ୍କ୍ ୟୁ ସାର । ଧନ୍ୟବାଦ । ଆପଣଙ୍କ ସହିତ କଥା ହୋଇଥିବାରୁ ଆମେ ବହୁତ ଖୁସି ।
ମୋଦୀ ଜୀ : ମୁଁ ମଧ୍ୟ ଖୁସି ।
ଅଶୋକ କପୁର : ଏସବୁ ପରେ ବି ସାର୍, ଆମକୁ ଯଦି କୌଣସି ପ୍ରକାର ସଚେତନତା ସୃଷ୍ଟି ପାଇଁ କେଉଁଆଡେ ଯିବାକୁ ହୁଏ, କିଛି କରିବା ଦରକାର ହୁଏ, ସେଥିପାଇଁ ଆମେ ସବୁବେଳେ ପ୍ରସ୍ତୁତ ।
ମୋଦୀ ଜୀ : ନା, ଆପଣ ନିଜ ଅନୁସାରେ ଆଗ୍ରାରେ କିଛି କରନ୍ତୁ । କେହି ଭୋକରେ ଥିଲେ ତାକୁ ଖାଇବାକୁ ଦିଅନ୍ତୁ ।
ଅଶୋକ କପୁର : ଆଜ୍ଞା, ନିଶ୍ଚୟ, ନିଶ୍ଚୟ ।
ମୋଦୀ ଜୀ : ଗରିବ ଲୋକଙ୍କ କଥା ଚିନ୍ତା କରନ୍ତୁ । ଲୋକେ ନିୟମ ପାଳନ କରନ୍ତୁ । ଲୋକଙ୍କୁ ବୁଝାନ୍ତୁ ଯେ, ଆପଣଙ୍କ ପରିବାର ଏହି ବ୍ୟାଧିଗ୍ରସ୍ତ ହୋଇଥିଲା । କିନ୍ତୁ ଆପଣ ନିୟମ ପାଳନ କରି ନିଜ ପରିବାରକୁ ସୁରକ୍ଷିତ କଲେ । ସବୁ ଲୋକ ଯଦି ଏମିତି ନିୟମ ପାଳନ କରନ୍ତି ଦେଶ ରକ୍ଷା ପାଇଯିବ ।
ଅଶୋକ କପୁର : ସାର୍, ଆମେ ଆମ ଭିଡିଓ କରି ଚ୍ୟାନେଲମାନଙ୍କୁ ଦେଇଦେଇଛୁ ।
ମୋଦୀ ଜୀ : ବାଃ, ଭଲ କଥା ।
ଅଶୋକ କପୁର : ଚ୍ୟାନେଲମାନେ ଏହାକୁ ପ୍ରସାରର ବି କରିଛନ୍ତି, ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ । ଆଉ …
ମୋଦୀ ଜୀ : ସୋସିଆଲ ମିଡିଆରେ ଏହାକୁ ବହୁତ ଲୋକପ୍ରିୟ କରାଯିବା ଉଚିତ ।
ଅଶୋକ କପୁର : ଆଜ୍ଞା ଆଜ୍ଞା । ଆଉ, ଆମେ ଯେଉଁ କଲୋନୀରେ ରହୁଛୁ ସେ କଲୋନି ସଫା–ସୁତୁରା । ଆମେ ସମସ୍ତଙ୍କୁ କହିଦେଇଛୁ ଯେ, ଆମେ ଆସିବା ଦ୍ୱାରା କେହି ଭୟ କରିବା ଦରକାର ନାହିଁ । ଯଦି କାହାରି କୌଣସି ଅସୁବିଧା ଥାଏ, ତା’ହେଲେ ସେ ଯାଇ ନିଜର ପରୀକ୍ଷା କରାଇନିଅନ୍ତୁ । ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ବି ନିଜର ପରୀକ୍ଷା କରାନ୍ତୁ । ଭଗବାନଙ୍କ ଦୟାରୁ ସମସ୍ତେ ସୁସ୍ଥ ରହନ୍ତୁ ।
ମୋଦୀ ଜୀ : ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।
ବନ୍ଧୁଗଣ,
ଆମେ ଅଶୋକ ଜୀ ଏବଂ ତାଙ୍କ ପରିବାରର ଦୀର୍ଘାୟୁ କାମନା କରୁଛୁ । ସେ ଯାହା କହିଲେ ଯେ, ଭୟ ନ କରି ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିବା, ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ସାବଧାନତା ଅବଲମ୍ବନ କରିବା ଦ୍ୱାରା ଆମେ ଏହି ମହାମାରୀକୁ ପରାଜିତ କରିପାରିବା ।
ବନ୍ଧୁଗଣ,
ମେଡିକାଲ ସ୍ତରରେ ଆମେ କିଭଳି ଏହି ମହାମାରୀର ମୁକାବିଲା କରୁଛୁ ସେକଥା ଜାଣିବା ପାଇଁ ମୁଁ କେତେଜଣ ଡାକ୍ତରଙ୍କ ସହିତ କଥା ହେଲି, ଯେଉଁମାନେ ଏହି ସଂଗ୍ରାମରେ ଆଗ ଧାଡ଼ିରେ ଠିଆ ହୋଇଛନ୍ତି । ସେମାନଙ୍କ ବୃତି ଯୋଗୁଁ ପ୍ରତିଦିନ ସେମାନେ ଏହି ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଆସନ୍ତୁ ଶୁଣିବା । ଏବେ ଦିଲ୍ଲୀରୁ ଆମ ସହିତ ଯୋଡ଼ି ହୋଇଛନ୍ତି ଡାକ୍ତର ନୀତେଶ ଗୁପ୍ତା
ମୋଦୀ ଜୀ : ନମସ୍କାର ଡକ୍ଟର ।
ଡା. ନୀତେଶ ଗୁପ୍ତା : ନମସ୍କାର ସାର୍ ।
ମୋଦୀ ଜୀ : ନମସ୍କାର ନୀତେଶ ଜୀ । ଆପଣ ତ ସମ୍ପୂର୍ଣ୍ଣ ଭାବେ ରଣକ୍ଷେତ୍ରରେ ଛିଡ଼ା ହୋଇଛନ୍ତି । ମୁଁ ଜାଣିବାକୁ ଚାହୁଁଛି, ଡାକ୍ତରଖାନାଗୁଡ଼ିକରେ ଆପଣଙ୍କ ଅନ୍ୟ ସାଥୀମାନଙ୍କ ମୁଡ୍ କେମିତି ରହିଛି ଟିକିଏ କହିବେ କି?
ଡା. ନୀତେଶ ଗୁପ୍ତା : ସମସ୍ତଙ୍କ ମୁଡ୍ ଅପ୍ବିଟ୍ ରହିଛି । ସମସ୍ତଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ରହିଛି । ଆମର ଯାହା ସବୁ ଆବଶ୍ୟକ ହେଉଛି, ସେସବୁ ଆପଣ ପୂରଣ କରୁଛନ୍ତି । ତେଣୁ ସୀମାରେ ସେନାବାହିନୀ କାର୍ଯ୍ୟରତ ଥିବାପରି ଆମେ ବି ସେମିତି କାମରେ ଲାଗିଛୁ । ଆମର କେବଳ ଗୋଟିଏ ମାତ୍ର କର୍ତବ୍ୟ ଯେ, ରୋଗୀଟି ଠିକ୍ ହୋଇ ଘରକୁ ଯାଉ ।
ମୋଦୀ ଜୀ : ଆପଣ ଠିକ କହୁଛନ୍ତି । ଇଏ ମଧ୍ୟ ଯୁଦ୍ଧ ଭଳିଆ ପରିସ୍ଥିତି । ଆଉ ଆପଣମାନେ ହିଁ ପରିସ୍ଥିତିକୁ ସମ୍ଭାଳି ରଖିଛନ୍ତି ।
ଡା. ନୀତେଶ ଗୁପ୍ତା : ଆଜ୍ଞା ।
ମୋଦୀ ଜୀ : ଚିକିତ୍ସା ସାଙ୍ଗକୁ ଆପଣଙ୍କୁ ରୋଗୀର କାଉନ୍ସେଲିଂ ମଧ୍ୟ କରିବାକୁ ପଡ଼ୁଥିବ?
ଡା. ନୀତେଶ ଗୁପ୍ତା : ଆଜ୍ଞା, ସେଇଟା ନିତାନ୍ତ ଜରୁରୀ । କାରଣ, ରୋଗୀ ପ୍ରଥମେ ସଂକ୍ରମଣ କଥା ଶୁଣି ଡରିଯାଇଥାଏ । ତାକୁ ବୁଝାଇବାକୁ ପଡ଼ିଥାଏ ଯେ – ଆପଣଙ୍କର କିଛି ହୋଇନି, 14 ଦିନରେ ଆପଣ ସମ୍ପୂର୍ଣ୍ଣ ଭଲ ହୋଇ ଘରକୁ ଫେରିବେ । ଏଯାବତ୍ ଆମେ ଏଭଳି 16 ଜଣ ରୋଗୀଙ୍କୁ ଘରକୁ ପଠେଇସାରିଛୁ ।
ମୋଦୀ ଜୀ : ତାହେଲେ ଆପଣ କଥା ହେଲାବେଳେ ମୋଟାମୋଟି କ’ଣ ଅନୁଭବ କରୁଛନ୍ତି? ସେମାନେ କେଉଁ କଥାକୁ ଭୟ କରୁଛନ୍ତି?
ଡା. ନୀତେଶ ଗୁପ୍ତା : ସେମାନେ ଏକଥା ହିଁ ଭାବୁଛନ୍ତି ଯେ, ଆଗକୁ କ’ଣ ହେବ? କ’ଣ ହେବ ଏବେ? ବିଶ୍ୱର ଅନ୍ୟ ଦେଶମାନଙ୍କରେ ଯେମିତି ଏହି ରୋଗରେ ପଡ଼ି ଲୋକ ପ୍ରାଣ ହରାଉଛନ୍ତି, ତାଙ୍କର ମଧ୍ୟ ସେଭଳି ଅବସ୍ଥା ହେବ । ତାଙ୍କର କେଉଁ ଅସୁବିଧା କେବେ ଉପଶମ ହେବ, ସେକଥା ଆମେ ତାଙ୍କୁ ବୁଝାଉଛୁ । ଆପଣଙ୍କ କେସ୍ ତ ପ୍ରାରମ୍ଭିକ ଅବସ୍ଥାରେ ଅଛି । ସାଧାରଣ ଥଣ୍ଡା, କାଶ ଭଳିଆ ହୋଇଛି । ତାହା ଯେମିତି ଠିକ୍ ହୋଇଯାଏ – 5-7 ଦିନରେ ଇଏ ବି ସେମିତି ଠିକ୍ 12 ହୋଇଯିବ । ତାପରେ ଆମେ ଆପଣଙ୍କ ଟେଷ୍ଟ କରିବୁ, ଆଉ ତାହା ନେଗେଟିଭ୍ ହେଲେ ଆପଣଙ୍କୁ ଘରକୁ ପଠେଇଦେବୁ । ଆମେ ଦିନକୁ ତିନି ଚାରି ଥର ସେମାନଙ୍କ ପାଖକୁ ଯାଉଛୁ । ତେଣୁ ସେମାନେ ମଧ୍ୟ ଆଶ୍ୱସ୍ତ ହେଉଛନ୍ତି ।
ମୋଦୀ ଜୀ : ସେମାନଙ୍କ ଆତ୍ମବିଶ୍ୱାସ ଫେରିଆସୁଛି କି? ଆରମ୍ଭରେ ତ ଡରିଯାଉଥିବେ?
ଡା. ନୀତେଶ ଗୁପ୍ତା : ଆରମ୍ଭରେ ତ ଭୟ କରିଯାଆନ୍ତି । କିନ୍ତୁ, ଯେତେବେଳେ ଆମେ ତାଙ୍କୁ ବୁଝାଉ, ସେତେବେଳେ ଦୁଇ ତିନି ଦିନ ପରେ, ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୁଏ, ସେତେବେଳେ ସେମାନେ ମଧ୍ୟ ଅନୁଭବ କରନ୍ତି ଯେ, ସେମାନେ ଭଲ ହୋଇଯିବେ ।
ମୋଦୀ ଜୀ: କିନ୍ତୁ ସବୁ ଡାକ୍ତରମାନଙ୍କୁ ଲାଗୁଛି କି ଯେ, ଜୀବନର ସବୁଠାରୁ ବଡ଼ ସେବାକାର୍ଯ୍ୟ ତାଙ୍କରି ଭାଗ୍ୟରେ ପଡ଼ିଛି ବୋଲି?
ଡା. ନୀତେଶ ଗୁପ୍ତା : ହଁ ଆଜ୍ଞା । ଆମେ ନିଜର ଟିମ୍କୁ ସମ୍ପୂର୍ଣ୍ଣ ଉତ୍ସାହିତ କରି ରଖିଥାଉ । ଏଥିରେ ଭୟ କରିବାର କିଛି ନାହିଁ । ଯଦି ଆମେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରିବା, ରୋଗୀଙ୍କୁ ସବୁ ପ୍ରକାର ସାବଧାନତା ସମ୍ପର୍କରେ ବୁଝାଇବା, ତାହେଲେ ସବୁକିଛି ଠିକ୍ ହେବ ।
ମୋଦୀ ଜୀ : ହେଉ, ଡକ୍ଟର, ଆପଣଙ୍କ ପାଖକୁ ବହୁ ସଂଖ୍ୟାରେ ରୋଗୀ ମଧ୍ୟ ଆସୁଛନ୍ତି । ଆଉ ଆପଣ ମଧ୍ୟ ପ୍ରାଣପଣେ ଲାଗିଛନ୍ତି । ଆପଣଙ୍କ ସହିତ କଥାହୋଇ ଭଲ ଲାଗିଲା । ମୁଁ ଆପଣଙ୍କ ସାଙ୍ଗରେ ରହିଛି । ସଂଗ୍ରାମ ଜାରି ରଖନ୍ତୁ ।
ଡା. ନୀତେଶ ଗୁପ୍ତା : ଆପଣଙ୍କ ଆଶୀର୍ବାଦ ରହିଥାଉ । ଆମର କେବଳ ସେତିକି ଦରକାର ।
ମୋଦୀ ଜୀ : ବହୁତ ବହୁତ ଶୁଭେଚ୍ଛା, ଭାଇ ।
ଡା. ନୀତେଶ ଗୁପ୍ତା : ସାର୍, ଥ୍ୟାଙ୍କ ୟୁ ।
ମୋଦୀ ଜୀ : ଥ୍ୟାଙ୍କ୍ ୟୁ । ନିତିଶ ଜୀ ଆପଣଙ୍କୁ ବହୁତ ବହୁତ ସାଧୁବାଦ ଜଣାଉଛି । ଆପଣଙ୍କ ଭଳି ଲୋକଙ୍କ ପ୍ରଚେଷ୍ଟାରେ ଭାରତ କରୋନା 13 ବିରୁଦ୍ଧରେ ସଂଗ୍ରାମରେ ନିଶ୍ଚୟ ବିଜୟ ଲାଭ କରିବ । ମୋର ଆପଣଙ୍କୁ ଅନୁରୋଧ ଯେ, ଆପଣ ନିଜର ଯତ୍ନ ନିଅନ୍ତୁ । ନିଜ ସାଥୀମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ । ନିଜ ପରିବାରର ଯତ୍ନ ନିଅନ୍ତୁ । ବିଶ୍ୱବାସୀଙ୍କ ଅନୁଭୂତିରୁ ଜଣାପଡ଼େ ଯେ, ଏହି ରୋଗରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଏ । ହଠାତ ହେଉଥିବା ଏହି ବୃଦ୍ଧି ଯୋଗୁଁ ବିଦେଶରେ ଆମେ ଉନ୍ନତରୁ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଭୁଶୁଡ଼ି ପଡ଼ିବା ଦେଖିଛୁ । ଭାରତରେ ଏଭଳି ପରିସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ ହିଁ ଆମକୁ ନିରବଚ୍ଛିନ୍ନ ଭାବରେ ପ୍ରଚେଷ୍ଟା କରିବାକୁ ପଡ଼ିବ ।
ଆଉ ଜଣେ ଡାକ୍ତର ପୁଣେରୁ ଆମ ସହିତ ଯୋଡି ହୋଇଛନ୍ତି । ଡାକ୍ତର ଶ୍ରୀମାନ ୱରସେ …
ଡାକ୍ତର ୱର୍ସେ : ନମସ୍ତେ । ନମସ୍ତେ ।
ମୋଦୀ ଜୀ : ନମସ୍ତେ! ଆପଣ ତ ସମ୍ପୂର୍ଣ୍ଣ ‘ମାନବ ସେବା ହିଁ ମାଧବ ସେବା’ର ମାନସିକତାର କାମରେ ଲାଗିଛନ୍ତି । ତେଣୁ ଆଜି ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହୁଁଛି ଯାହାକି ଦେଶବାସୀଙ୍କ ପାଇଁ ଆପଣଙ୍କ ବାର୍ତା ହେବ । ପ୍ରଥମ କଥା ହେଲା ଅନେକ ଲୋକଙ୍କ ମନରେ ଏ ପ୍ରଶ୍ନ ଥାଏ କି କେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା କଥା । ଆଉ କେବେ କରୋନା ଟେଷ୍ଟ କରାଇବା ଦରକାର? ଜଣେ ଚିକିତ୍ସକ ଭାବରେ ଆପଣ ତ ଆପଣଙ୍କୁ ଏହି କରୋନା ଆକ୍ରାନ୍ତଙ୍କ ପାଇଁ ସମର୍ପିତ କରିଦେଇଛନ୍ତି! ତେଣୁ ଆପଣଙ୍କ କଥାରେ ବେଶ୍ ଦମ୍ ଅଛି, ମୁଁ ସେସବୁ ଶୁଣିବାକୁ ଚାହୁଁଛି ।
ଡାକ୍ତର ୱର୍ସେ : ସାର୍! ଆମର ଏଠି ବି.ଜେ. ମେଡ଼ିକାଲ କଲେଜ, ପୁଣେରେ ଅଛି । ମୁଁ ସେଠି ପ୍ରଫେସର ଅଛି । ଆଉ ଆମର ପୁଣେ ମହାନଗର ନିଗମ ହସପିଟାଲ ରହିଛି, ନାଇଡୁ ହସପିଟାଲ୍ ନାଁରେ । ସେଠାରେ ଜାନୁୟାରୀ 2020ରୁ ଗୋଟିଏ ସ୍କ୍ରନିଂ ସେଣ୍ଟର ଆରମ୍ଭ ହୋଇଛି । ଆଜିପର୍ଯ୍ୟନ୍ତ ସେଠାରେ 16ଟି କୋଭିଡ–19 ପଜିଟିଭ ମାମଲା ବାହାରିଛି । ଆଉ ଯେଉଁ 16ଟି କୋଭିଡ–19 ପଜିଟିଭ କେସ ଜଣାପଡିଛି, ସେମାନଙ୍କୁ ଚିକିତ୍ସା କରି, କ୍ୱାରେଣ୍ଟାଇନ କରି, ଆଇସୋଲେସନରେ ରଖି 7 ଜଣଙ୍କୁ ଡିସଚାର୍ଜ କରିଦିଆଯାଇଛି ସାର୍ । ଆଉ ଯେଉଁ ବାକି 9 ଜଣ ଅଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେମାନେ ଭଲ ଅଛନ୍ତି । ଯଦିଓ ସେମାନଙ୍କ ଦେହରେ ଭୂତାଣୁ ଅଛି, ତଥାପି ସେମାନେ କରୋନା ଭୂତାଣୁ ମୁକ୍ତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି । ଆଉ ଏବେ ସେଠି ଯେଉଁ ନମୁନା ଆକାର ଅଛି ଏମିତିରେ ଛୋଟ ଅଛି ସାର୍ ମାତ୍ର 16ଟି ମାମଲା । କିନ୍ତୁ ଯାହା ଜଣାପଡୁଛି, ଯୁବବର୍ଗ ବି ଆକ୍ରାନ୍ତ ହେଉଛନ୍ତି । ଆଉ ଯୁବବର୍ଗ ଆକ୍ରାନ୍ତ ହେଲେ ବି ଇଏ ଯେଉଁ ପ୍ରକାରର ରୋଗ, ବେଶୀ ସିରିୟସ୍ ରୋଗ ନୁହେଁ ସାର୍ । ଇଏ ସାମାନ୍ୟ ରୋଗ ଆଉ ସେ ରୋଗୀମାନେ ବି ପୂରା ସୁସ୍ଥ ହେଉଛନ୍ତି । ଆଉ ଏବେ ଯେଉଁ 9 ଜଣ ବାକି ରହିଛନ୍ତି ସେଠାରେ ସେମାନେ ବି ଭଲ ହେବେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯେମିତି ଖରାପ ନ ହୁଏ, ତା’ଉପରେ ଆମେ ପ୍ରତିଦିନ ନଜର ରଖୁଛୁ । ସେମାନେ 4/5 ଦିନ ଭିତରେ ଭଲ ହୋଇଯିବେ । ଯେଉଁମାନେ କରୋନା ହୋଇଥିବାର ସନ୍ଦେହ କରି ଚିକିତ୍ସା ପାଇଁ ଏଠିକୁ ଆସୁଛନ୍ତି, ଆନ୍ତର୍ଜାତୀୟ ପର୍ଯ୍ୟଟକ ଆଉ ଯିଏ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଭଳି ଲୋକମାନଙ୍କର ଆମେ ସ୍ୱାବ ନେଉଛୁ ପରୀକ୍ଷା ପାଇଁ । ଓରୋଫାରି ଓରୋଫେରିଞ୍ଜିଆଲ ସ୍ୱାବ ଏବଂ ନାଜାଲ ସ୍ୱାବ ନେଉଛୁ । ନାଜାଲ ସ୍ୱାବ ରିପୋର୍ଟ ଆସିବା ପରେ ଯଦି ପଜିଟିଭ ଜଣାପଡ଼ିଲା ତା’ହେଲେ ଆମେ ତାଙ୍କୁ ପଜିଟିଭ ୱାର୍ଡରେ ଭର୍ତି କରିଦେଉଛୁ । ଆଉ ଯାହାର ନେଗେଟିଭ ବାହାରିଲା, ତାଙ୍କୁ ନିଜ ଘରେ କେମିତି ହୋମ କ୍ୱାରେଣ୍ଟାଇନ ବା ସଙ୍ଗରୋଧରେ ରହିବେ ସେସବୁ ପରାମର୍ଶ ଦେଇ ତାଙ୍କୁ ଘରକୁ ପଠାଇଦେଉଛୁ ।
ମୋଦୀଜୀ : ଆପଣ ସେମାନଙ୍କୁ କ’ଣ ବୁଝାଉଛନ୍ତି? ଘରେ ରହିବା ପାଇଁ କ’ଣ ପରାମର୍ଶ ଦେଉଛନ୍ତି!!
ଡାକ୍ତର ୱର୍ସେ : ସାର୍, ଯଦି ଜଣେ ଘରେ ରହିବେ, ତା’ହେଲେ ଘରେ ବି ନିଜେ ନିଜକୁ କ୍ୱାରୋଣ୍ଟାଇନ କରିବାକୁ ପଡ଼ିବ । ପ୍ରଥମ କଥାହେଲା ଅତି କମ୍ରେ ପରିବାରର ପ୍ରତି ସଦସ୍ୟଙ୍କଠାରୁ ଛଅଫୁଟ୍ ବ୍ୟବଧାନ ରଖିବାକୁ ପଡ଼ିବ । ଦ୍ୱିତୀୟ କଥା ହେଲା, ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ବାରମ୍ବାର ହାତକୁ ସଫା କରିବାକୁ ହେବ । ଯଦି ଆପଣଙ୍କ ପାଖରେ ସାନିଟାଇଜର ନାହିଁ, ତା’ହେଲେ ସାଧାରଣ ସାବୁନ୍ରେ ହାତକୁ ବାରମ୍ବାର ଧୋଇବାକୁ ହେବ । କାଶ–ଛିଙ୍କ ଲାଗିଲେ, ସାଦା ରୁମାଲ୍ ମୁହଁରେ ଦେଇ ତା’ରି ଉପରେ ଛିଙ୍କିବେ କିମ୍ବା କାଶିବେ । ତା’ହେଲେ କାଶ ଛିଙ୍କରୁ ନିର୍ଗତ ହେଉଥିବା ଛେପ ଶିଙ୍ଘାଣି ବେଶୀ ଦୂରକୁ ଯିବନି ପୁଣି ଆଉ ମାଟିରେ ବି ପଡ଼ିବନି ଯାହାଯୋଗୁଁ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିବନି । ଆଉ ଗୋଟିଏ କଥା ହେଲା ସାର୍, ସେମାନଙ୍କୁ ଘରେ ସଂଗରୋଧରେ ରହିବାକୁ ହେବ । ସେମାନେ ଆଦୌ ଘରୁ ବାହାରକୁ ଯିବେନି । ଏବେ ତ ଲକଡାଉନ ହୋଇଯାଇଛି । ଏହି ଅବସ୍ଥାରେ, ସେମାନେ ଘର ଭିତରେ ସଂଗରୋଧ ହୋଇ ଏକାନ୍ତବାସରେ 14 ଦିନ ପାଇଁ ଲକ୍ଡାଉନ୍ ହୋଇ ରହିବା ଆବଶ୍ୟକ । ଏଇସବୁ କଥା ଆମେ ସେମାନଙ୍କୁ ପରାମର୍ଶ ଦେଇଥାଉ ସାର୍ ।
ମୋଦୀଜୀ : ଯାହାହେଉ, ଡକ୍ଟର, ଆପଣ ତ ବହୁତ ଭଲ ସେବା କରୁଛନ୍ତି ଆଉ ସମର୍ପଣ ଭାବରେ କରୁଛନ୍ତି, ଆଉ ଆପଣଙ୍କ ପୂରା ଟିମ ବି କାମରେ ଲାଗିଛି । ମୋର ବିଶ୍ୱାସ, ଆମର ଯେତେ ରୋଗୀ ଆସିଛନ୍ତି, ସମସ୍ତେ ଆରୋଗ୍ୟଲାଭ କରି ନିଜ ନିଜ ଘରକୁ ଯିବେ ଏବଂ ଆପଣ ସମସ୍ତଙ୍କ ସହଯୋଗରେ ଦେଶ ବି ଏ ଯୁଦ୍ଧ ଜିତିବ । ଡାକ୍ତର : ସାର୍ ମୋର ବିଶ୍ୱାସ ଯେ ଆମେ ଜିତିବୁ । ଏହି ଯୁଦ୍ଧ ଜିତିଯିବୁ ।
ମୋଦୀଜୀ : ବହୁତ ବହୁତ ଶୁଭକାମନା ଡାକ୍ତର – ଆପଣଙ୍କୁ ଧନ୍ୟବାଦ ଡକ୍ଟର ।
ଡାକ୍ତର : ଥ୍ୟାଙ୍କ୍ ୟୁ, ଥ୍ୟାଙ୍କ୍ ୟୁ ସାର୍ ।
ବନ୍ଧୁଗଣ!
ଆମର ଏ ସମସ୍ତ ସାଥୀ ପୂରା ଦେଶକୁ ଏଇ ବିପଦରୁ ମୁକୁଳାଇବାକୁ ଲାଗିପଡ଼ିଛନ୍ତି । ଏମାନେ ଯୋଉ କଥା ଆମକୁ କହୁଛନ୍ତି ଏହା କେବଳ ଶୁଣିବା ପାଇଁ ନୁହେଁ ବରଂ ନିଜ ଜୀବନରେ ପ୍ରୟୋଗ କରିବା କଥା । ଆଜି ଯେତେବେଳେ ମୁଁ ଡାକ୍ତରମାନଙ୍କ ତ୍ୟାଗ, ତପସ୍ୟା ଓ ସମର୍ପଣ ଦେଖୁଛି ସେତେବେଳେ ମୋତେ ଆଚାର୍ଯ୍ୟ ଚରକ କହିଥିବା କଥା ମନେପଡ଼ୁଛି । ଆଚାର୍ଯ୍ୟ ଚରକ ଡାକ୍ତରଙ୍କ ପାଇଁ ଉପଯୁକ୍ତ କଥା କହିଛନ୍ତି ଏବଂ ଆଜିବି ଆମେ ଡାକ୍ତରମାନଙ୍କ ଜୀବନରେ ତାହା ଦେଖୁଛେ – ଆଚାର୍ଯ୍ୟ ଚରକ କହିଥିଲେ – ନ ଆତ୍ମାର୍ଥମ୍ ନ ଅପି କାମାର୍ଥମ୍ ଅଦଭୁତ ଦୟାଂ ପ୍ରତି ବର୍ତତେ ୟତ୍ ଚିକିତ୍ସାୟାଂ ସ ସ୍ୱୟମ୍ ଇତି ବର୍ତତେ ….. ମାନେ ଧନ ବା କୌଣସି ବିଶେଷ କାମନାକୁ ନେଇ ନୁହେଁ ବରଂ ରୋଗୀର ସେବା କରି ଦୟାଭାବ ରଖି କାମ କରିବା ହିଁ ଶ୍ରେଷ୍ଠ ଚିକିତ୍ସକ ହୋଇଥାଏ ।
ବନ୍ଧୁଗଣ!
ମାନବତାରେ ପୂର୍ଣ୍ଣ ନର୍ସଙ୍କୁ ମୁଁ ଆଜି ପ୍ରଣାମ କରୁଛି – ଆପଣମାନେ ସମସ୍ତେ ଯେଉଁ ସେବାଭାବ ସହ କାମ କରୁଛନ୍ତି ତାହା ଅତୁଳନୀୟ – ଏଇଟା ବି ଗୋଟେ ସଂଯୋଗର କଥା ଏଇବର୍ଷ ଅର୍ଥାତ୍ 2020 ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ ମିଡୱାଇଭସ ବର୍ଷର ଭାବେ ପାଳନ କରାଯାଉଛି – ଏହାର ସମ୍ବନ୍ଧ 200 ବର୍ଷ ପୂର୍ବେ 1820ରେ ଜନ୍ମ ନେଇଥିବା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ସହ ଯୋଡ଼ି ହୋଇଛି – ଯିଏ ମାନବ ସେବା ଭାବରେ ନର୍ସିଂକୁ ଏକ ନୂଆ ପରିଚୟ ଦେଲେ – ଗୋଟିଏ ନୂଆ ଶିଖରକୁ ପହଁଚାଇଲେ – ଦୁନିଆରେ ପ୍ରତ୍ୟେକ ନର୍ସଙ୍କର ସେବାଭାବ ପ୍ରତି ସମର୍ପିତ ଏଇ ବର୍ଷକୁ ନିଶ୍ଚିତ ଭାବେ ପୁରା ନର୍ସିଂ ସମ୍ପ୍ରଦାୟ ପ୍ରତି ଏକ ବଡ଼ ପରୀକ୍ଷାର ସମୟ ଭାବେ ଉଭାହୋଇଛି – ମୋର ବିଶ୍ୱାସ କି ଆପଣମାନେ ସମସ୍ତେ ଏହି ପରୀକ୍ଷାରେ କେବଳ ସଫଳ ହେବେନି ବରଂ ଅନେକ ଜୀବନ ବି ବଞ୍ଚାଇବେ । ଆପଣମାନଙ୍କ ପରି ସାଥୀମାନଙ୍କର ମନୋବଳ ଓ ଉତ୍ସାହ କାରଣରୁ ହିଁ ଏତେବଡ଼ ଯୁଦ୍ଧ ଆମେ ଲଢ଼ିପାରୁଛୁ । ଆପଣମାନଙ୍କ ଭଳି ସାଥୀ ସିଏ ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ପାରମେଡିକାଲ, ଆଶା, ଏଏନଏମ ବା ସଫେଇ କର୍ମଚାରୀ ଆପଣମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଦେଶ ଚିନ୍ତା କରୁଛି – ଏହାକୁ ଦୃଷ୍ଟିରେ ରଖି ଏଇଭଳି ପ୍ରାୟ 20 ଲକ୍ଷ ସାଥୀଙ୍କ ପାଇଁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମାର ଘୋଷଣା ସରକାର କରିଛନ୍ତି ଯାହାଦ୍ୱାରା ଆପଣମାନେ ଏ ଯୁଦ୍ଧରେ ଅଧିକ ଆତ୍ମବିଶ୍ୱାସର ସହ ଦେଶକୁ ନେତୃତ୍ୱ ଦେଇପାରିବେ।
ମୋର ପ୍ରିୟ ଦେଶବାସୀଗଣ,
କରୋନା ଭୂତାଣୁ ବିରୁଦ୍ଧରେ ଏହି ଯୁଦ୍ଧରେ ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜର ପ୍ରକୃତ ହିରୋ ଏବଂ ଏଇ ପରିସ୍ଥିତିରେ ମଧ୍ୟ ସେମାନେ ଆଗରେ ଠିଆ ହୋଇଛନ୍ତି । ମୋତେ ନରେନ୍ଦ୍ର ମୋଦୀ ଆପ୍ରେ, ନମୋ ଆପରେ ବେଙ୍ଗାଲୁରୁର ନିରଂଜନ ସୁଧାକର ହେବବାଲେ ଲେଖିଛନ୍ତି କି ଏହି ଲୋକମାନେ ହିଁ ଦୈନନ୍ଦିନ ଜୀବନର ହିରୋ । ଏକଥା ସମ୍ପୂର୍ଣ୍ଣ ଠିକ୍ – ଏହି ଲୋକମାନଙ୍କ ଯୋଗୁଁ ଆମର ନିତିଦିନିଆ ଜୀବନ ଆରାମରେ କଟୁଛି – ଆପଣମାନେ ଭାବନ୍ତୁ ତ! ଦିନଟିଏ ଆପଣଙ୍କ ଘର ନଳରେ ଯଦି ପାଣି ବନ୍ଦ ହୋଇଯାଏ ବା ଅଚାନକ ଯଦି ଆପଣଙ୍କ ଘରୁ ବିଜୁଳି କଟିଯାଏ, ତାହେଲେ ସେଠାରେ ଏଇ ଦୈନନ୍ଦିନ ଜୀବନର ହିରୋ ମାନ ହିଁ ଆମର ଏସବୁ ଅସୁବିଧା ଦୂର କରିଥାନ୍ତି । ଆପଣ ଟିକିଏ ଆପଣଙ୍କ ଘର ପାଖରେ ଥିବା ଛୋଟିଆ ତେଜରାତି ଦୋକାନ ସମ୍ପର୍କରେ ଚିନ୍ତା କରନ୍ତୁ ତ! ଆଜିର ଏଇ କଠିନ ସମୟରେ, ସେଇ ଦୋକାନୀ ବି ବିପଦ ମୁଣ୍ଡାଉଛି – କ’ଣ ପାଇଁ ….? ଏଇଥିପାଇଁ ଯେ ଆପଣମାନଙ୍କୁ ଜରୁରୀ ଜିନିଷପତ୍ର ମିଳିବାରେ ଯେମିତି କୌଣସି ପ୍ରକାର ଅସୁବିଧା ନ ହୁଏ । ଠିକ୍ ସେଇପରି, ସେଇ ଚାଳକମାନେ ସେଇ କର୍ମଚାରୀମାନଙ୍କ ସମ୍ପର୍କରେ ଭାବନ୍ତୁ, ଯେଉଁମାନେ ଅନବରତ ନିଜ କାମରେ ନିୟୋଜିତ ରହୁଛନ୍ତି । କାହିଁକିନା ସମ୍ପୂର୍ଣ୍ଣ ଦେଶରେ ଆବଶ୍ୟକ ଜିନିଷପତ୍ରର ଯୋଗାଣ ଶୃଙ୍ଖଳାରେ ଯେଭଳି କୌଣସି ପ୍ରତିବନ୍ଧକ ନ ଆସେ । ଆପଣମାନେ ଦେଖିଥିବେ, ବ୍ୟାଙ୍କିଙ୍ଗ ସେବାକୁ ସରକାର ଚାଲୁରଖିଛନ୍ତି । ଆଉ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆମର ଲୋକେ ପୁରା ନିଷ୍ଠା, ପୂରା ଧ୍ୟାନ ଦେଇ ଏଇ ଯୁଦ୍ଧର ନେତୃତ୍ୱ ନେଇ ବ୍ୟାଙ୍କଗୁଡ଼ିକ ସମ୍ଭାଳୁଛନ୍ତି । ଆପଣଙ୍କ ସେବା କରୁଛନ୍ତି । ଆଜିର ସମୟରେ ସେବା କିଛି ଛୋଟ କଥା ନୁହେଁ । ସେଇ ବ୍ୟାଙ୍କ କର୍ମଚାରୀମାନଙ୍କୁ ଆମେ ଯେତେ ଧନ୍ୟବାଦ ଦେବା ତାହା ବି କମ୍ ହୋଇପାରେ । ଇ–କମର୍ସ ସହିତ ଜଡ଼ିତ କମ୍ପାନୀମାନଙ୍କର ଆମର ଅନେକ ସାଥୀ ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ଏମାନେ ଏଇ କଠିନ ସମୟରେ ମଧ୍ୟ ତେଜରାତି ଜିନିଷ ପ୍ରଦାନ କରିବା କାମରେ ଲାଗିରହିଛନ୍ତି । ଟିକେ ଭାବନ୍ତୁ, ଆପଣମାନେ ଲକଡାଉନ ସମୟରେ ମଧ୍ୟ ଯେଉଁ ଟିଭି ଦେଖିପାରୁଛନ୍ତି; ଘର ଭିତରେ ରହି ଯେଉଁ ଫୋନ ବା ଇଣ୍ଟରନେଟ ବ୍ୟବହାର କରିପାରୁଛନ୍ତି ସେସବୁକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ କେହି ନା କେହି ନିଜ ଜୀବନକୁ ବାଜି ଲଗାଉଛି । ଏ ଭିତରେ ଆପଣମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯେଉଁ ଡିଜିଟାଲ ପେମେଣ୍ଟ ଅତି ସହଜରେ କରିପାରୁଛନ୍ତି ତା’ପଛରେ ମଧ୍ୟ ଅନେକ ଲୋକ କାମ କରୁଛନ୍ତି । ଲକଡାଉନ ସମୟରେ ଏମାନେ ସେହି ଲୋକ ଯିଏ ଏପରି କାମ ସବୁ ସମ୍ଭାଳିଛନ୍ତି । ଆଜି ସମସ୍ତ 18 ଦେଶବାସୀଙ୍କ ତରଫରୁ ମୁଁ ସେଇ ସମସ୍ତ ଲୋକଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି ଏବଂ ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ନିଜ ପାଇଁ ବି ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଅନ୍ତୁ । ନିଜର ଯତ୍ନ ନିଅନ୍ତୁ ଏବଂ ନିଜ ପରିବାରର ମଧ୍ୟ ଯତ୍ନ ନିଅନ୍ତୁ! ମୋର ପ୍ରିୟ ଦେଶବାସୀଗଣ! ମୋତେ ଏମିତି କିଛି ଘଟଣା ସମ୍ପର୍କରେ ସୂଚନା ମିଳୁଛି ଯେ ଯେଉଁମାନେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ବା ଯେଉଁମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି, ସେମାନଙ୍କ ସହିତ କିଛି ଲୋକ ଖରାପ ବ୍ୟବହାର କରୁଛନ୍ତି । ଏଭଳି କଥାଶୁଣି ମୋତେ ଖୁବ୍ ଦୁଃଖ ଲାଗିଲା । ଏହା ଅତିମାତ୍ରାରେ ଦୁର୍ଭାଗ୍ୟପୂର୍ଣ୍ଣ । ଆମକୁ ଏକଥା ବୁଝିବାକୁ ହେବ, ସାମ୍ପ୍ରତିକ ପରିସ୍ଥିତିରେ ଜଣେ ଜଣଙ୍କଠାରୁ ମାତ୍ର ସାମାଜିକ ଦୂରତା ପାଳନ କରିବ, କିନ୍ତୁ ଭାବଗତ ବା ମାନବୀୟ ଦୂରତା ନୁହେଁ । ଏମିତି ଲୋକ ଅପରାଧି ନୁହନ୍ତି, ବରଂ ଭୂତାଣୁ ଦ୍ୱାରା ସମ୍ଭାବିତ ପୀଡ଼ିତ ମାତ୍ର । ଏମାନେ ଏଇ ଭୂତାଣୁ ସଂକ୍ରମଣରୁ ଅନ୍ୟମାନଙ୍କୁ ବଂଚାଇ ରଖିବା ପାଇଁ ନିଜକୁ ଅଲଗା କରି ରଖିଛନ୍ତି ଏବଂ କ୍ୱାରେଣ୍ଟାଇନରେ ରହୁଛନ୍ତି । ଅନେକ ସ୍ଥାନରେ ଲୋକମାନେ ନିଜର ଦାୟିତ୍ୱକୁ ଗଭୀରତାର ସହିତ ନେଇଛନ୍ତି । ଏପରିକି ଭୂତାଣୁର କୌଣସି ଲକ୍ଷଣ ଦେଖାନଯିବା ସତ୍ତ୍ବେ ନିଜେ ନିଜକୁ କ୍ୱାରୋଂଟାଇନ କରିଛନ୍ତି । ଏହା ସେମାନେ ଏଥିପାଇଁ କରୁଛନ୍ତି କାହିଁକି ନା ସେମାନେ ବିଦେଶରୁ ଫେରିଛନ୍ତି ଏବଂ ଦୁଇଗୁଣ ସାବଧାନତା ଆପଣେଇଛନ୍ତି । ସେମାନେ ଏହା ସୁନିଶ୍ଚିତ କରିବାକୁ ଚାହାଁନ୍ତି ଯେ, କୌଣସି ବି ପରିସ୍ଥିତିରେ ଯେମିତି ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତିକୁ ଏଇ ଭୂତାଣୁ ସଂକ୍ରମଣ ନ ହେଉ । ଏଥିପାଇଁ ଲୋକେ ଯେତେବେଳେ ନିଜର ଦାୟିତ୍ୱ ପ୍ରତି ଏତେ ପରିମାଣରେ ସଚେତନ ଅଛନ୍ତି ସେମାନଙ୍କ ପ୍ରତି ଖରାପ ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ବରଂ ସେମାନଙ୍କ ସହିତ ସହାନୁଭୂତି ପୂର୍ବକ ସହଯୋଗ କରିବା ଆବଶ୍ୟକ । କରୋନା ଭୂତାଣୁ ସହ ଲଢ଼ିବାର ସର୍ବୋତମ ମାଧ୍ୟମ ହେଉଛି ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ, କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ, ସୋସିଆଲ ଡିଷ୍ଟାନ୍ସିଂ ମାନେ ସୋସିଆଲ ଇଣ୍ଟରଆକ୍ସନକୁ ସମାପ୍ତ କରିବା ନୁହେଁ, ବରଂ ବାସ୍ତବରେ ଏଇ ସମୟରେ ନିଜର ସମସ୍ତ ପୁରୁଣା ସାମାଜିକ ସମ୍ପର୍କକୁ ନବ–ଜୀବନ ଦେବା । ଏହା ଏକ ପ୍ରକାରର ସେଇ ସମସ୍ତ ସମ୍ପର୍କକୁ ପୁଣିଥରେ ଉଜ୍ଜୀବିତ କରିବାର ସମୟ । ଏ ସମୟ ଏକ ପ୍ରକାର ଆମକୁ ସୂଚାଇଦିଏ ଯେ ସୋସିଆଲ ଡିଷ୍ଟାନ୍ସିଂ ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସ କମ୍ କରନ୍ତୁ । ମୁଁ ପୁଣି କହିରଖେ, ସୋସିଆଲ ଡିଷ୍ଟାନ୍ସିଂ ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସକମାନ୍ତୁ ।
କୋଟାରୁ ୟଶବର୍ଦ୍ଧନ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ଲକଡାଉନ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିଛି । ପିଲାଙ୍କ ସହିତ ବୋର୍ଡ ଗେମ୍ସ ଏବଂ କ୍ରିକେଟ ଖେଳୁଛନ୍ତି । ରୋଷେଇ ଘରେ ନୂଆ ନୂଆ ଖାଇବା ପ୍ରସ୍ତୁତ କରୁଛନ୍ତି । ଜବଲପୁରର ନିରୂପମା ହର୍ଷେୟ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ରେଜେଇ ତିଆରି କରିବାର ନିଜ ରୁଚି ପୂରା କରିବାର ସୁଯୋଗ ମିଳିଲା । ଖାଲି ଏତିକି ନୁହେଁ, ଏହାସହିତ ସେ ବଗିଚା କାମର ରୁଚି ମଧ୍ୟ ପୂରଣ କରିପାରୁଛନ୍ତି । ସେଇପରି ରାୟପୁରର ପରୀକ୍ଷିତ, ଗୁରୁଗ୍ରାମର ଆର୍ଯ୍ୟମନ୍ ଏବଂ ଝାଡ଼ଖଣ୍ଡର ସ୍ୱରଜୀଙ୍କର ପୋଷ୍ଟ ପଢ଼ିବାକୁ ମିଳିଲା ଯେଉଁଠି ସେମାନେ ନିଜର ବିଦ୍ୟାଳୟ ସାଥୀମାନଙ୍କର ଇ–ପୁନର୍ମିଳନ କରିବାର କଥା କହିଛନ୍ତି । ସେମାନଙ୍କର ଏଇ ଉପାୟ ଖୁବ୍ ରୋଚକପୂର୍ଣ୍ଣ । ହୁଏତ ଆପଣମାନଙ୍କୁ ମଧ୍ୟ ଅନେକ ବର୍ଷରୁ ସ୍କୁଲ କଲେଜର ପୁରୁଣା ସାଙ୍ଗସାଥୀଙ୍କ ସହିତ କଥାହେବାର ସୁଯୋଗ ମିଳି ନ ଥାଇପାରେ । ଆପଣମାନେ ବି ଏଇ ଉପାୟକୁ ବ୍ୟବହାର କରିପାରନ୍ତି । ଭୁବନେଶ୍ୱରର ପ୍ରତ୍ୟୁଷ ଏବଂ କଲିକତାର ବସୁଧା କହିଛନ୍ତି ଯେ, ସେମାନେ ସେହି ବହିଗୁଡ଼ିକ ପଢ଼ୁଛନ୍ତି ଯାହାକୁ ପୂର୍ବରୁ ପଢ଼ିପାରିନଥିଲେ । ସୋସିଆଲ ମିଡିଆରେ ମୁଁ ଦେଖିଛି ଯେ କିଛି ଲୋକ ଅନେକ ବର୍ଷରୁ ଘରେ ବନ୍ଦ ପଡ଼ିଥିବା ତବଲା, ବୀଣା ପରି ବାଦ୍ୟ ଯନ୍ତ୍ର ବାହାର କରି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଆପଣ ବି ଏମିତି କରିପାରିବେ । ଏଥିରେ ଆପଣ ସଙ୍ଗୀତର ଆନନ୍ଦ ଉଠାଇବା ସହ ଆପଣଙ୍କର କିଛି ପୁରୁଣା ସ୍ମୃତି ମଧ୍ୟ ସତେଜ ହୋଇଯିବ । ମାନେ ଅସୁବିଧାର ଏଇ କ୍ଷଣରେ ଆପଣଙ୍କୁ ଅସୁବିଧା ଭିତରୁ ଏମିତି କିଛି ମୁହୂର୍ତ ମିଳିଛି, ଯେଉଁଠି ଆପଣଙ୍କୁ ନିଜ ସହିତ ଯୋଡ଼ିହେବାର ସୁଯୋଗ କେବଳ ମିଳିବନି, ବରଂ ଆପଣ ନିଜର ରୁଚି ସହିତ ବି ଯୋଡ଼ି ହୋଇଯିବେ । ଆପଣ ନିଜର ପୁରୁଣା ବନ୍ଧୁ ତଥା ପରିବାର ସହ ମଧ୍ୟ ଯୋଡ଼ି ହେବାର ସୁଯୋଗ ପାଇଯିବେ ।
ନମୋ ଆପ୍ରେ ମତେ ରୁରକୀର ଶଶୀଜୀ ପଚାରିଛନ୍ତି ଯେ ଖକ୍ଟମଳୟକ୍ଟଙ୍ଗଦ୍ଭ ସମୟରେ ମୁଁ ନିଜର ଫିଟନେସ ପାଇଁ କ’ଣ କରୁଛି? ଏଇ ପରିସ୍ଥିତିରେ ମୁଁ ନବରାତ୍ରର ଉପାସ କେମିତି ରଖୁଛି? ମୁଁ ଆଉଥରେ ଆପଣମାନଙ୍କୁ କହୁଛି ଯେ ମୁଁ ଆପଣମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରିଛି କିନ୍ତୁ ଆପଣଙ୍କୁ ନିଜ ଭିତରେ ନିଜକୁ ଦେଖିବାର ସୁଯୋଗ ଦେଇଛି – ଏଇଟା ଗୋଟେ ସୁଯୋଗ । ବାହାରକୁ ବାହାରିବାନି, କିନ୍ତୁ ନିଜ ଭିତରେ ନିଜେ ପ୍ରବେଶ କରିବା, ନିଜକୁ ନିଜେ ଜାଣିବାର ଚେଷ୍ଟା କରିବା । ଆଉ ନବରାତ୍ରୀର ଉପବାସ କଥା, ଏଇଟା ମୋର ଶକ୍ତି ଓ ଭକ୍ତିର କଥା । ଆଉ ଫିଟନେଓ କଥା କହିଲେ ମୋତେ ଲାଗୁଛି କଥା ଲମ୍ବା ହୋଇଯିବ ତେଣୁ ମୁଁ ସୋସିଆଲ ମିଡିଆରେ ଏଇ ବିଷୟରେ କିଛି ଭିଡ଼ିଓ ଅପଲୋଡ କରୁଛି – ନରେନ୍ଦ୍ର ମୋଦୀ ଆପରେ ଆପଣ ନିଶ୍ଚୟ ଏହି ଭିଡ଼ିଓକୁ ଦେଖିବେ – ଯାହା ମୁଁ କରୁଛି ସମ୍ଭବତଃ ଏଥିରୁ କିଛି କଥା ଆପଣଙ୍କ କାମରେ ଆସିବ! କିନ୍ତୁ ଗୋଟେ କଥା ମନରେ ରଖିବେ ଯେ ମୁଁ ଫିଟନେଓ ବିଶେଷଜ୍ଞ ନୁହେଁ କି ମୁଁ ଯୋଗଶିକ୍ଷକ ନୁହେଁ – ମୁଁ କେବଳ ଜଣେ ଅଭ୍ୟାସକାରୀ । ହଁ ଏକଥା ମୁଁ ନିଶ୍ଚୟ ସ୍ୱୀକାର କରିବି ଯେ ଯୋଗର କେତେକ ଆସନରୁ ମୁଁ ବହୁତ ଲାଭ ପାଇଛି – ଲକଡାଉନ ସମୟରେ ହୁଏତ ଏକଥା ଆପଣଙ୍କ କାମରେ ଆସିପାରେ ।
ବନ୍ଧୁଗଣ,
କରୋନା ବିରୁଦ୍ଧରେ ଏଇ ଯୁଦ୍ଧ ଅଭୁତପୂର୍ବ ଏବଂ ଆହ୍ୱାନଭରା ମଧ୍ୟ । ଏଥିପାଇଁ ଏହି ସମୟରେ ଯେଉଁ ନିଷ୍ପତି ନିଆଯାଇଛି ତାହା ଦୁନିଆର ଇତିହାସରେ କେବେ ଦେଖାଯାଇନଥିଲା ବା ଶୁଣାଯାଇନଥିଲା – କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାହାସବୁ ପଦକ୍ଷେପ ଭାରତବାସୀ ନେଇଛନ୍ତି, ଯେଉଁ ଚେଷ୍ଟା ଆମେ କରୁଛେ ତାହା ଭାରତକୁ କରୋନା ମହାମାରୀ ଉପରେ ନିଶ୍ଚୟ ବିଜୟ ଦେବ – ଜଣେ ଜଣେ ଭାରତୀୟଙ୍କ ସଂଯମ ଓ ସଂକଳ୍ପ ମଧ୍ୟ ଆମକୁ ଏଇ ଅସୁବିଧାଜନକ ସ୍ଥିତିରୁ ବାହାରକୁ ବାହାର କରିପାରିବ । ଏଥିସହିତ ଗରିବଙ୍କ ପ୍ରତି ଆମର ସମବେଦନା ଆହୁରି ଅଧିକ ହେବା ଆବଶ୍ୟକ । ଆମ ମାନବିକତାର ସୁଗନ୍ଧ ଏଇ କଥାରେ ଅଛି ଯେ – କୋଉଠି ବି ଯଦି କୌଣସି ଗରିବ, ଦୁଃଖୀ, ଭୋକିଲା ଲୋକ ଦେଖାଯାନ୍ତି, ତା’ହେଲେ ଏଇ ସଂକଟର କ୍ଷଣରେ ସର୍ବପ୍ରଥମେ ଆମେ ସେମାନଙ୍କ ପେଟ ଭରିବା, ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବା ଆଉ ଏକଥା ହିନ୍ଦୁସ୍ତାନ କରିପାରିବ । କାହିଁକି ନା ଏହା ଆମର ସଂସ୍କାର ଏହା ଆମର ସଂସ୍କୃତି । ମୋର ପ୍ରିୟ ଦେଶବାସୀଗଣ! ଆଜି ପ୍ରତ୍ୟେକ ଭାରତୀୟ, ନିଜ ଜୀବନର ରକ୍ଷା ପାଇଁ ଘରେ ଭିତରେ ଆବଦ୍ଧ । କିନ୍ତୁ ଆଗାମୀ ସମୟରେ ଏହି ଭାରତବାସୀ ନିଜ ଦେଶର ବିକାଶ ପାଇଁ ସମସ୍ତ ପ୍ରକାର ଗତିରୋଧକୁ ଭାଙ୍ଗି ଆଗକୁ ବଢ଼ିବେ, ଦେଶକୁ ଆଗକୁ ନେଇଯିବେ । ଆପଣମାନେ ଆପଣମାନଙ୍କ ପରିବାର ସାଥୀରେ ଘରେ ରୁହନ୍ତୁ । ସୁରକ୍ଷିତ ଆଉ ସାବଧାନ ରୁହନ୍ତୁ, ଆମକୁ ଏ ଯୁଦ୍ଧ ଜିତିବାକୁ ପଡ଼ିବ । ନିଶ୍ଚୟ ଜିତିବା । ‘ମନ କି ବାତ୍’ ପାଇଁ ପୁଣି ଆସନ୍ତା ମାସରେ ଭେଟହେବା ଆଉ ସେତେବେଳକୁ ଏଇ ସଂକଟକୁ ଟାଳିବାକୁ ଆମେ ସଫଳ ବି ହୋଇଯିବା – ଏଇ କଳ୍ପନା ସହିତ, ଏହି ଏକମାତ୍ର ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ମୋର ପ୍ରିୟ ଦେଶବାସୀଗଣ, ଏହା ମୋର ସୌଭାଗ୍ୟ ଯେ ‘ମନ୍ କି ବାତ୍’ ମାଧ୍ୟମରେ ମୋତେ କଚ୍ଛରୁ କୋହିମା, କଶ୍ମୀରରୁ କନ୍ୟାକୁମାରୀ ଯାଏ ସାରା ଦେଶର ସମସ୍ତ ନାଗରିକଙ୍କୁ ପୁଣିଥରେ ନମସ୍କାର କରିବାର ସୁଯୋଗ ମିଳିଛି । ଆପଣ ସମସ୍ତଙ୍କୁ ନମସ୍କାର । ଆମ ଦେଶର ବିଶାଳତା ଏବଂ ବିବିଧତାକୁ ସ୍ମରଣ କରିବା, ଏହାକୁ ପ୍ରଣାମ କରିବା – ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ । ଆଉ ଏହି ବିବିଧତାର ଅନୁଭବ ତ ସର୍ବଦା ଅଭିଭୂତ କରିଦେଲାଭଳି, ଆନନ୍ଦରେ ଭରିଦେଲାଭଳି, ଏକ ପ୍ରକାର ପ୍ରେରଣାର ଉତ୍ସ ପାଲଟିଥାଏ । କିଛିଦିନ ପୂର୍ବେ ମୁଁ ଦିଲ୍ଲୀର “ହୁନର୍ ହାଟ”ରେ ଗୋଟିଏ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାଗୁଡ଼ିକର ଦର୍ଶନ କଲି । ପାରମ୍ପାରିକ ବସ୍ତ୍ର, ହସ୍ତଶିଳ୍ପ, ଗାଲିଚା, ବାସନ, ବାଉଁଶ ଆଉ ପିତଳର ସାମଗ୍ରୀ, ପଞ୍ଜାବର ଫୁଲ୍କାରୀ, ଆନ୍ଧ୍ରପ୍ରଦେଶର ସୁନ୍ଦର ଚମଡ଼ା କାମ, ତାମିଲନାଡ଼ୁର ଆକର୍ଷଣୀୟ ଚିତ୍ରକଳା, ଉତ୍ତରପ୍ରଦେଶର ପିତଳ ବସ୍ତୁ, ଭଦୋହିର ଗାଲିଚା, କଚ୍ଛର ତମ୍ବା ତିଆରି ଜିନିଷ, ଅନେକ ପ୍ରକାର ବାଦ୍ୟଯନ୍ତ୍ର, ଆହୁରି ଅନେକ କିଛି; ସମଗ୍ର ଭାରତର କଳା ଓ ସଂସ୍କୃତିର ଝଲକ୍ ବାସ୍ତବରେ ସ୍ୱତନ୍ତ୍ର ଥିଲା । ଆଉ ଏସବୁ ପଛରେ ଶିଳ୍ପୀମାନଙ୍କ ସାଧନା, ନିଷ୍ଠା ଏବଂ ନିଜ କଳାକୁ ଭଲପାଇବାର କାହାଣୀ ମଧ୍ୟ ଖୁବ ପ୍ରେରଣାଦାୟକ । ହୁନର୍ ହାଟରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ କଥାଶୁଣି ଖୁବ ସନ୍ତୋଷ ଅନୁଭବ ହେଲା । ସେ ମୋତେ କହିଲେ ଯେ, ଆଗରୁ ସେ ଫୁଟ୍ପାଥରେ ନିଜର କଳାକୃତି ବିକ୍ରି କରୁଥିଲେ । କିନ୍ତୁ ହୁନର୍ ହାଟ ସହ ଯୋଡ଼ି ହେବାପରେ ତାଙ୍କର ଜୀବନ ବଦଳିଗଲା । ଆଜି ସେ କେବଳ ଆତ୍ମନିର୍ଭରଶୀଳ ହୋଇପାରିନାହାନ୍ତି ବରଂ ନିଜର ଗୋଟିଏ ଘର ମଧ୍ୟ କିଣିପାରିଛନ୍ତି । ହୁନର୍ ହାଟରେ ମୋତେ ଆହୁରି କେତେକ କାରିଗରଙ୍କ ସହ ଭେଟିବା ଏବଂ ସେମାନଙ୍କ ସହ କଥା ହେବାର ସୁଯୋଗ ମିଳିଲା । ମୋତେ ସୂଚନା ଦିଆଯାଇଛି ଯେ, ହୁନର୍ ହାଟରେ ଅଂଶଗ୍ରହଣ କରିଥିବା କାରିଗରମାନଙ୍କ ମଧ୍ୟରୁ ପଚାଶ ପ୍ରତିଶତରୁ ଅଧିକ ମହିଳା ଏବଂ ବିଗତ ତିନିବର୍ଷ ଧରି ହୁନର୍ ହାଟ ମାଧ୍ୟମରେ ପାଖାପାଖି ତିନିଲକ୍ଷ କାରିଗରଙ୍କୁ ରୋଜଗାରର ଅନେକ ସୁଯୋଗ ମିଳିଛି । ହୁନର୍ ହାଟ କଳାର ପ୍ରଦର୍ଶନ ପାଇଁ ତ ଗୋଟିଏ ମଂଚ, ତା’ସହ ଏହା ଲୋକଙ୍କ ସ୍ୱପ୍ନକୁ ମଧ୍ୟ ବାସ୍ତବିକତାରେ ପରିଣତ କରୁଛି । ଏହା ଏପରି ଏକ ଜାଗା ଯେଉଁଠି ଏ ଦେଶର ବିବିଧତାକୁ ଅଣଦେଖା କରିବା ଅସମ୍ଭବ । ଶିଳ୍ପକଳା ତ ରହିଛି, ତା’ ସଙ୍ଗେ ସଙ୍ଗେ ରହିଛି ଆମମାନଙ୍କ ଖାଦ୍ୟପେୟର ବିବିଧତା । ସେଠାରେ ଗୋଟିଏ ଧାଡ଼ିରେ ଇଡଲି-ଦୋସା, ଛୋଲେ-ଭଟୁରେ, ଦାଲ୍-ବାଟି, ଖମଣ୍-ଖାଣ୍ଡୱି କେଜାଣି କେତେ କ’ଣ ଥିଲା । ମୁଁ ନିଜେ ସେଠାରେ ବିହାରର ସୁସ୍ୱାଦୁ ଲିଟି-ଚୋଖା ଖାଇବାର ଭରପୂର ମଜା ନେଲି । ଭାରତର ପ୍ରତ୍ୟେକ ଅଂଚଳରେ ଏଭଳି ମେଳା ତଥା ପ୍ରଦର୍ଶନୀଗୁଡ଼ିକର ଆୟୋଜନ ଚାଲିଥାଏ । ଭାରତକୁ ଜାଣିବା ପାଇଁ, ଭାରତକୁ ଅନୁଭବ କରିବା ପାଇଁ ଯେତେବେଳେ ବି ସୁଯୋଗ ମିଳେ ଏହାର ସଦୁପଯୋଗ କରିବା ଉଚିତ । ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’କୁ ଅନ୍ତରଙ୍ଗ ଭାବେ ଅନୁଭବ କରିବାର ସୁଯୋଗ ପାଲଟିଯାଏ । ଆପଣ ଯେ କେବଳ ଦେଶର କଳା ଓ ସଂସ୍କୃତି ସହ ଯୋଡ଼ିହେବେ ସେ କଥା ନୁହେଁ, ବରଂ ଆପଣ ଦେଶର ପରିଶ୍ରମୀ କାରିଗରମାନଙ୍କର, ବିଶେଷକରି ମହିଳାମାନଙ୍କ ସମୃଦ୍ଧିରେ ମଧ୍ୟ ନିଜର ଯୋଗଦାନ କରିପାରିବେ । ନିଶ୍ଚୟ ଯାଆନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ମହାନ ପରମ୍ପରାମାନ ରହିଛି । ଆମର ପୂର୍ବପୁରୁଷମାନେ ଆମକୁ ଯାହା ଉତ୍ତରାଧିକାର ସୂତ୍ରରେ ଦେଇଯାଇଛନ୍ତି, ଯେଉଁ ଶିକ୍ଷା-ଦୀକ୍ଷା ଆମେ ପାଇଛୁ, ସେଥିରେ ପ୍ରତ୍ୟେକ ଜୀବ ପ୍ରତି ଦୟାଭାବ, ପ୍ରକୃତି ପ୍ରତି ଅସୀମ ଭଲପାଇବା ଭଳି କଥାସବୁ ଆମର ସାଂସ୍କୃତିକ ପରମ୍ପରା । ତେଣୁ, ଭାରତର ଏହି ପରିବେଶର ଆତିଥ୍ୟ ଗ୍ରହଣ କରିବାକୁ ଦେଶ-ବିଦେଶର ବିଭିନ୍ନ ପ୍ରକାରର ପକ୍ଷୀ ପ୍ରତିବର୍ଷ ଭାରତ ଆସିଥାନ୍ତି । ଭାରତ ବର୍ଷସାରା ଅନେକ ବିଦେଶାଗତ ପକ୍ଷୀ-ପ୍ରଜାତିମାନଙ୍କ ଆଶ୍ରୟସ୍ଥଳ ପାଲଟିଥାଏ । ପାଞ୍ଚଶହରୁ ମଧ୍ୟ ଅଧିକ ପ୍ରକାରର ପକ୍ଷୀ ପୃଥିବୀର ବିଭିନ୍ନ ଅଂଚଳରୁ ଆସିଥାନ୍ତି । ବିଗତ ଦିନରେ ଗାନ୍ଧୀନଗରରେ COP-13 ସମ୍ମିଳନୀରେ ଏହି ବିଷୟରେ ବହୁତ ଆଲୋଚନା ହେଲା, ଚିନ୍ତା କରାଗଲା, ଚର୍ଚ୍ଚା ମଧ୍ୟ ହେଲା ଏବଂ ଭାରତର ପ୍ରୟାସଗୁଡ଼ିକର ବହୁତ ପ୍ରଶଂସା ମଧ୍ୟ କରାଗଲା । ବନ୍ଧୁଗଣ, ଏହା ଆମ ପାଇଁ ଗର୍ବର କଥା ଯେ, ଆଗାମୀ ତିନିବର୍ଷ ପାଇଁ ଭାରତ ଭ୍ରମଣଶୀଳ ପ୍ରଜାତିମାନଙ୍କ ଉପରେ ଆୟୋଜିତ ହେବାକୁ ଥିବା COP – ସମ୍ମିଳନୀର ସଭାପତିତ୍ୱ କରିବ । ଏହି ସୁଯୋଗର ସଦୁପଯୋଗ କିପରି କରାଯାଇପାରେ ସେ ସମ୍ପର୍କରେ ନିଜର ମତାମତ ନିଶ୍ଚୟ ପଠାନ୍ତୁ ।
COP-ସମ୍ମିଳନୀରେ ଚାଲିଥିବା ଏହି ଆଲୋଚନା ମଧ୍ୟରେ ମୋ ଦୃଷ୍ଟି ମେଘାଳୟ ସହ ସମ୍ପୃକ୍ତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଡ଼କୁ ଗଲା । ନିକଟ ଅତୀତରେ ପ୍ରାଣୀବିଜ୍ଞାନୀମାନେ ମାଛର ଗୋଟିଏ ନୂତନ ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା କେବଳ ମେଘାଳୟର ଗୁମ୍ଫାଗୁଡ଼ିକରେ ଦେଖାଯାଇଥାନ୍ତି । ଏହି ମାଛ ଗୁମ୍ଫାମାନଙ୍କର ଭୂମି ତଳେ ରହୁଥିବା ଜଳଚର ପ୍ରାଣୀମାନଙ୍କ ପ୍ରଜାତି ମଧ୍ୟରେ ସବୁଠାରୁ ବଡ଼ ବୋଲି ବିଶ୍ୱାସ କରାଯାଏ । ଏହି ମାଛ ଏଭଳି ଗଭୀର ଏବଂ ଅନ୍ଧାରୁଆ ଗୁମ୍ଫାଗୁଡ଼ିକରେ ବାସ କରେ ଯେଉଁଠାରେ ହୁଏତ ଆଲୋକ ମଧ୍ୟ ପହଂଚିପାରୁନଥିବ । ଏତେ ବଡ଼ ମାଛ ଏଭଳି ଗଭୀର ଗୁମ୍ଫାଗୁଡ଼ିକରେ କିଭଳି ବଂଚିପାରୁଛି ଏକଥାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଆମ ଭାରତ ଏବଂ ବିଶେଷକରି ମେଘାଳୟ ଗୋଟିଏ ଦୁର୍ଲ୍ଲଭ ପ୍ରଜାତିର ବାସସ୍ଥାନ ହୋଇଥିବା ଏକ ସୁଖକର ବିଷୟ । ଏହା ଭାରତର ଜୈବ ବିବିଧତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି । ଆମ ଆଖପାଖରେ ଏତେଗୁଡ଼ିଏ ଆଶ୍ଚର୍ଯ୍ୟଜନକ କଥା ରହିଛି ଯାହା, ଏବେ ମଧ୍ୟ ଆମ ପାଇଁ ଅଜଣା । ଏହିସବୁ ଆଶ୍ଚର୍ଯ୍ୟକୁ ଖୋଜି ବାହାର କରିବା ପାଇଁ ଦୃଢ଼ ଅନୁସନ୍ଧିତ୍ସୁ ମନୋଭାବ ଆବଶ୍ୟକ ।
ମହାନ ତାମିଲ କବୟିତ୍ରୀ ଅବୈୟାର୍ ଲେଖିଛନ୍ତି, “କଟରଦୁ କୈମଣ ଅଲୱେ ଆନାଲୁମ୍, କଲ୍ଲାଦଦୁ ଉଲଗଲବୁ ।”
ଏହାର ଅର୍ଥ ହେଲା – ଆମେ ଯାହା ଜାଣିଛୁ, ତାହା ମାତ୍ର ମୁଠାଏ ବାଲି ସଦୃଶ । କିନ୍ତୁ ଯାହା ଆମେ ଜାଣିନୁ, ତାହା ସ୍ୱୟଂ ଏକ ବ୍ରହ୍ମାଣ୍ଡ ସଦୃଶ । ଏହି ଦେଶର ବିବିଧତା ମଧ୍ୟ ଏହିଭଳି ଯେତେ ଜାଣିଲେ ବି ତାହା କମ୍ । ଆମର ଜୈବବିବିଧତା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଜ୍ଞାନର ଗୋଟିଏ ଗନ୍ତାଘର, ଯାହାକୁ ଆମେ ସାଇତି କରି ରଖିବାକୁ ହେବ, ସଂରକ୍ଷିତ କରି ରଖିବାକୁ ହେବ ଆଉ ଏହା ସମ୍ପର୍କରେ ଅଧିକ ଅନୁସନ୍ଧାନ ମଧ୍ୟ କରିବାକୁ ପଡ଼ିବ ।
ମୋର ପ୍ରିୟ ଯୁବ ବନ୍ଧୁଗଣ, ଆଜିକାଲି ଆମ ଦେଶର ପିଲାମାନଙ୍କ ମଧ୍ୟରେ, ଯୁବବର୍ଗଙ୍କ ମନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ନିରନ୍ତର ଭାବେ ବଢ଼ିଚାଲିଛି । ମହାକାଶରେ ରେକର୍ଡ଼ ସଂଖ୍ୟକ ଉପଗ୍ରହ ପ୍ରେରଣ, ନୂଆ ନୂଆ ରେକର୍ଡ଼, ନୂଆ ନୂଆ ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ମନ ଗର୍ବରେ ଭରିଦିଏ । ଚନ୍ଦ୍ରଯାନ-2 ସମୟରେ ଯେତେବେଳେ ମୁଁ ବେଙ୍ଗାଲୁରୁରେ ଥିଲି, ସେତେବେଳେ ପିଲାମାନଙ୍କ ଉତ୍ସାହ ଦେଖିଲା ଭଳି ଥିଲା । ସେମାନଙ୍କ ଆଖିରେ ନିଦ ନ ଥିଲା । ସେମାନେ ସାରା ରାତି ଉଜାଗର ରହିଥିଲେ । ସେଥିରେ ବିଜ୍ଞାନ କାରିଗରୀବିଦ୍ୟା ଓ ନବୋନ୍ମେଷକୁ ନେଇ ଯେଉଁ ଉତ୍ସୁକତା ଥିଲା ତାହା ଆମେ କେବେହେଲେ ଭୁଲିପାରିବା ନାହିଁ । ପିଲା ଏବଂ ଯୁବବର୍ଗଙ୍କ ଏହି ଉତ୍ସାହକୁ ବୃଦ୍ଧି କରିବା ପାଇଁ, ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବା ପାଇଁ ଆଉ ଗୋଟିଏ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏବେ ଆପଣମାନେ ଶ୍ରୀହରିକୋଟାରୁ ହେଉଥିବା ରକେଟ୍ ଲଂଚିଙ୍ଗକୁ ସାମ୍ନାରେ ବସି ଦେଖିପାରିବେ । ନିକଟ ଅତୀତରେ ଏହାକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କରିଦିଆଯାଇଛି । ଦର୍ଶନକାରୀଙ୍କ ପାଇଁ ଗ୍ୟାଲେରୀ ନିର୍ମାଣ କରାଯାଇଛି, ଯେଉଁଥିରେ 10 ହଜାର ଲୋକଙ୍କ ବସିବାର ବ୍ୟବସ୍ଥା କରାଯାଇଛି । ଇସ୍ରୋର ୱେବ୍ସାଇଟରେ ଦିଆଯାଇଥିବା ଲିଙ୍କ୍ ଜରିଆରେ ଅନ୍ଲାଇନ୍ ବୁକିଂ ମଧ୍ୟ କରିପାରିବେ । ମୋତେ ସୂଚନା ଦିଆଯାଇଛି ଯେ, ଅନେକ ସ୍କୁଲ ନିଜ ଛାତ୍ରଛାତ୍ରୀଙ୍କୁ ରକେଟ୍ ଲଂଚିଙ୍ଗ୍ ଦେଖାଇବା ପାଇଁ ଏବଂ ସେମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ପରିଭ୍ରମଣରେ ମଧ୍ୟ ସେଠାକୁ ନେଇଯାଉଛନ୍ତି । ଆଗାମୀ ଦିନମାନଙ୍କରେ ଏହି ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ମୁଁ ସମସ୍ତ ସ୍କୁଲର ପ୍ରିନ୍ସିପାଲ୍ ଏବଂ ଶିକ୍ଷକମାନଙ୍କୁ ନିବେଦନ କରୁଛି ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଉ ଗୋଟିଏ ରୋମାଂଚକର ସୂଚନା ଦେବାକୁ ଚାହୁଁଛି । ମୁଁ ନମୋ ଆପ୍ରେ ଝାଡ଼ଖଣ୍ଡର ଧାନବାଦ ବାସିନ୍ଦା ପାରସଙ୍କ ପ୍ରତିକ୍ରିୟା ପଢ଼ିଲି । ଯୁବବନ୍ଧୁଙ୍କୁ ଇସ୍ରୋର ୟୁବିକା (Yuvika) କାର୍ଯ୍ୟକ୍ରମ ସମ୍ପର୍କରେ ମୁଁ ଜଣାଇବା ପାଇଁ ସେ ଚାହୁଁଛନ୍ତି । ଯୁବବର୍ଗଙ୍କୁ ବିଜ୍ଞାନ ସହ ଯୋଡ଼ିବା ପାଇଁ ୟୁବିକା ଇସ୍ରୋର ଗୋଟିଏ ପ୍ରଶଂସନୀୟ ପ୍ରଚେଷ୍ଟା । 2019ରେ ଏହି କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିଲା । ୟୁବିକାର ଅର୍ଥ ହେଲା – ଯୁବା ବିଜ୍ଞାନୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆମର ଭିଜନ୍ – ଜୟ ଯବାନ୍, ଜୟ କିଷାନ୍, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନର ଅନୁରୂପ । ଏହି କାର୍ଯ୍ୟକ୍ରମରେ ନିଜ ପରୀକ୍ଷା ପରେ ଛୁଟିରେ ଛାତ୍ରଛାତ୍ରୀମାନେ ଇସ୍ରୋର ବିଭିନ୍ନ କେନ୍ଦ୍ରକୁ ଯାଇ ସ୍ପେସ୍ ଟେକ୍ନୋଲୋଜି, ସ୍ପେସ୍ ସାଇନ୍ସ ଏବଂ ସ୍ପେସ୍ ଆପ୍ଲିକେଶନ୍ ବିଷୟରେ ଶିକ୍ଷାଲାଭ କରନ୍ତି । ଆପଣ ଯଦି ଏକଥା ଜାଣିବାକୁ ଚାହୁଁଛନ୍ତି ଯେ, ଏହି ତାଲିମ କିଭଳି, କେଉଁ ପ୍ରକାରର ଏବଂ କେତେ ରୋମାଂଚକର(?) ତେବେ ଯେଉଁମାନେ ଗତଥର ଏଥିରେ ଅଂଶଗ୍ରହଣ କରିଛନ୍ତି, ସେମାନଙ୍କ ଅନୁଭୂତି ନିଶ୍ଚୟ ପଢ଼ନ୍ତୁ । ଯଦି ଆପଣ ନିଜେ ଏଥିରେ ଭାଗନେବାକୁ ଚାହୁଁଛନ୍ତି, ତାହେଲେ ଇସ୍ରୋ ସହ ସଂଲଗ୍ନ ୟୁବିକାର ୱେବସାଇଟକୁ ଯାଇ ନିଜ ନାମ ମଧ୍ୟ ପଞ୍ଜିକୃତ କରାଇପାରନ୍ତି । ମୋର ଯୁବ ବନ୍ଧୁଗଣ, ଆପଣମାନଙ୍କ ପାଇଁ ମୁଁ କହିଦେଉଛି, ୱେବସାଇଟର ନାଁ ଆପଣ ଟିପି ରଖନ୍ତୁ ଆଉ ଆଜି ହିଁ ଏହି ସାଇଟକୁ ଭିଜିଟ୍ କରନ୍ତୁ । ୱେବସାଇଟର ନାଁଟି ହେଉଛି – www.yuvika.isro.gov.in – ଲେଖିନେଲେ ତ?
ମୋର ପ୍ରିୟ ଦେଶବାସୀଗଣ, ଜାନୁଆରୀ 31, 2020 ଦିନ ଲଦ୍ଦାଖର ସୁନ୍ଦର ପାହାଡ଼ିଆ ଅଂଚଳ ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ହୋଇଗଲା । ଲେହର କୁଶୋକ୍ ବାକୁଲା ରିମ୍ପୋଚି ଏୟାରପୋର୍ଟରୁ ଭାରତୀୟ ବାୟୁସେନାର ଇଘ-32 ବିମାନ ଯେତେବେଳେ ଉଡ଼ାଣ ଆରମ୍ଭ କଲା, ସେତେବେଳେ ଗୋଟିଏ ନୂତନ ଇତିହାସ ସୃଷ୍ଟି ହେଲା । ଏହି ଉଡ଼ାଣରେ 10 ପ୍ରତିଶତ ଭାରତୀୟ ବାୟୋ-ଜେଟ୍ ଇନ୍ଧନର ମିଶ୍ରଣ କରାଯାଇଥିଲା । ଦୁଇଟିଯାକ ଇଞ୍ଜିନରେ ଏହି ମିଶ୍ରିତ ଇନ୍ଧନ ବ୍ୟବହାର କରାଯିବାର ଏହା ପ୍ରଥମ ଘଟଣା । କେବଳ ସେତିକି ନୁହେଁ, ଲେହର ଯେଉଁ ବିମାନ ବନ୍ଦର ଉପରେ ଏହି ବିମାନ ଉଡ଼ିଲା ତାହା କେବଳ ଭାରତର ନୁହେଁ ବରଂ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତାରେ ରହିଥିବା ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ଅନ୍ୟତମ । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ, Bio-jet fuelKê non-edible tree borne oilରୁ ପ୍ରସ୍ତୁତ କରାଯାଇଛି । ଏହାକୁ ଭାରତର ବିଭିନ୍ନ ଆଦିବାସୀ ଅଂଚଳରୁ କ୍ରୟ କରାଯାଇଥାଏ । ଏହି ପ୍ରଚେଷ୍ଟା ଫଳରେ କେବଳ ଯେ କାର୍ବନ ନିର୍ଗମନ ହ୍ରାସ ପାଇବ ତାହା ନୁହେଁ, ବରଂ ଅଶୋଧିତ ତୈଳର ଆମଦାନୀ ଉପରେ ମଧ୍ୟ ଭାରତର ନିର୍ଭରତା ହ୍ରାସ ପାଇବ । ଏହି ବିରାଟ କାର୍ଯ୍ୟକ୍ରମ ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବିଶେଷକରି CSIR, Indian Institute of Petroleum, Dehradunର ବୈଜ୍ଞାନିକମାନଙ୍କୁ, ଯେଉଁମାନେ Bio-Fuel ସାହାଯ୍ୟରେ ବିମାନ ଉଡ଼ାଇବାର କୌଶଳକୁ ସମ୍ଭବ କରିଦେଲେ । ତାଙ୍କର ଏହି ପ୍ରଚେଷ୍ଟା Make in India ଗବଳର ସଦ୍ଭ ଓଦ୍ଭୟସବକୁ ମଧ୍ୟ ସଶକ୍ତ କରୁଛି ।
ମୋର ଦେଶବାସୀଗଣ, ଆମର ନୂଆ ଭାରତ ଆଉ ପୁରୁଣା ରାସ୍ତାରେ ଚାଲିବାକୁ ପ୍ରସ୍ତୁତ ନୁହେଁ । ବିଶେଷକରି New Indiaର ଆମର ମା’ ଓ ଭଉଣୀମାନେ ଆଗକୁ ଆସି ସେହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ଆରମ୍ଭ କଲେଣି, ଯାହାଦ୍ୱାରା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବିହାର ପୂର୍ଣ୍ଣିୟାର କଥା ସାରା ଦେଶର ଲୋକଙ୍କ ମନରେ ପ୍ରେରଣା ସୃଷ୍ଟି କଲାଭଳି । ଏହା ଏପରି ଏକ ଅଂଚଳ ଯାହା ଦଶନ୍ଧି-ଦଶନ୍ଧି ଧରି ଭୟଙ୍କର ବନ୍ୟା ପ୍ରପୀଡ଼ିତ ହୋଇଆସିଛି । ଏପରିସ୍ଥଳେ ଏଠାରେ କୃଷି କରିବା କିମ୍ବା ଆୟର ଅନ୍ୟ ପନ୍ଥା ଯୋଗାଡ଼ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ପୂର୍ଣ୍ଣିୟାର କେତେକ ମହିଳା ଏକ ଭିନ୍ନ ରାସ୍ତା ବାଛିନେଲେ । ବନ୍ଧୁଗଣ, ପୂର୍ବରୁ ଏହି ଅଂଚଳର ମହିଳାମାନେ ତୁତ ଗଛ ବା ମଲବରୀ ଗଛରେ ରେଶମ ପୋକ ପାଳନ କରି ଖୋସା ସଂଗ୍ରହ କରୁଥିଲେ ଯୋଉଥିରୁ ସେମାନଙ୍କୁ ମାମୁଲି କିଛି ପଇସା ମିଳୁଥିଲା । କିନ୍ତୁ ସେଇ ଖୋସାକୁ ତାଙ୍କଠାରୁ କିଣୁଥିବା ଲୋକମାନେ ସେଥିରୁ ରେଶମ ସୂତା ତିଆରି କରି ପ୍ରଚୁର ଲାଭ ପାଉଥିଲେ । ଏବେ କିନ୍ତୁ ପୂର୍ଣ୍ଣିୟାର ମହିଳାମାନେ ଏକ ନୂତନ ପ୍ରୟୋଗ ଦ୍ୱାରା ଚିତ୍ରକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଛନ୍ତି । ଏହି ମହିଳାମାନେ ସରକାରଙ୍କ ସହଯୋଗରେ ମଲବରୀ ଉତ୍ପାଦନ ସମିତି ଗଠନ କଲେ । ତା’ପରେ ସେମାନେ ଖୋସାରୁ ରେଶମ ସୂତା ତିଆରି କରିବା ସଙ୍ଗେ ସଙ୍ଗେ ସେହି ସୂତାରୁ ଶାଢ଼ୀ ବୁଣିବା ଆରମ୍ଭ କରିଦେଲେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରଥମେ ଯେଉଁ ଖୋସାକୁ ବିକ୍ରୟ କରି ଖୁବ୍ କମ୍ ପଇସା ମିଳୁଥିଲା ଆଜି ସେଥିରୁ ତିଆରି ଶାଢ଼ୀ ବିକ୍ରିକରି ସେମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । “ଆଦର୍ଶ ଜୀବିକା ମହିଳା ମଲବରୀ ଉତ୍ପାଦନ ସମୂହ”ର ଦିଦିମାନେ ଯେଉଁ କମାଲ କରି ଦେଖାଇଲେ ତା’ର ପ୍ରଭାବ ଏବେ ଆଖପାଖ ଗ୍ରାମମାନଙ୍କରେ ମଧ୍ୟ ଦେଖାଗଲାଣି । ପୂର୍ଣ୍ଣିୟାର ଅନେକ ଗ୍ରାମର କୃଷିଜୀବି ମହିଳାମାନେ ଆଜି ଖାଲି ଶାଢ଼ି ଉତ୍ପାଦନ କରୁନାହାଁନ୍ତି ବରଂ ବିଭିନ୍ନ ମେଳାମାନଙ୍କରେ ଷ୍ଟଲ୍ ଖୋଲି ସେଗୁଡ଼ିକୁ ବିକ୍ରୟ ମଧ୍ୟ କରୁଛନ୍ତି । ଆଜିର ମହିଳା କେମିତି ନୂତନ ଶକ୍ତି ଓ ନୂଆ ଚିନ୍ତାଧାରା ସହିତ ସଫଳତା ପାଇପାରୁଛନ୍ତି ଏହା ତା’ର ଏକ ଉଦାହରଣ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ମହିଳା ଆଉ ଝିଅମାନଙ୍କର ଉଦ୍ୟମ, ସେମାନଙ୍କର ସାହସ ଆମ ସମସ୍ତଙ୍କ ପାଇଁ ଗର୍ବର କଥା । ଆମ ଆଖପାଖରେ ଆମକୁ ଏମିତି ଅନେକ ଉଦାହରଣ ମିଳେ । ଆମର ଝିଅମାନେ ପୁରୁଣା ବନ୍ଧନକୁ ଛିନ୍ନକରି କେମିତି ନୂତନ ଶିଖରକୁ ଛୁଇଁପାରୁଛନ୍ତି ଏହାହିଁ ତା’ର ପ୍ରମାଣ । ଗୋଟିଏ ବାରବର୍ଷର ଝିଅ କାମ୍ୟା କାର୍ତିକେୟନଙ୍କ ଉପଲବ୍ଧି ବିଷୟରେ ମୁଁ ଆପଣମାନଙ୍କ ସହିତ ନିଶ୍ଚୟ ଚର୍ଚ୍ଚା କରିବାକୁ ଚାହିଁବି । ମାତ୍ର ବାରବର୍ଷ ବୟସରେ କାମ୍ୟା Mount Aconcagua ଆରୋହଣ କରିବାର ଅସାଧ୍ୟ ସାଧନ କରିପାରିଛନ୍ତି । ଏହାହେଉଛି ଦକ୍ଷିଣ ଆମେରିକାସ୍ଥିତ Andes ପର୍ବତର ଉଚ୍ଚତମ ଶୃଙ୍ଗ ଯାହାର ଉଚ୍ଚତା ହେଉଛି ସାତହଜାର ମିଟର । ଏକଥା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରିବ ଯେ ଏଇ ମାସର ଆରମ୍ଭରେ କାମ୍ୟା ଏହି ଶୃଙ୍ଗ ଆରୋହଣ କରି ସର୍ବପ୍ରଥମେ ସେଠାରେ ଆମର ତ୍ରିରଙ୍ଗା ପତାକା ଉଡ଼ାଇଲେ । ମୋତେ ସୂଚନା ମିଳିଛି ଯେ ଦେଶପାଇଁ ଗୌରବ ଆଣିଥିବା କାମ୍ୟା ଏବେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ ହେଲା “ମିଶନ ସାହସ” । ଏହି ମିଶନ ମାଧ୍ୟମରେ ସେ ପୃଥିବୀର ସମସ୍ତ ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଆରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଯାନରେ ସେ ଉତ୍ତର ଓ ଦକ୍ଷିଣ ମେରୁରେ Ski ମଧ୍ୟ କରିବେ । ମୁଁ “ମିଶନ ସାହସ” ପାଇଁ କାମ୍ୟାଙ୍କୁ ମୋର ଶୁଭକାମନା ଜଣାଉଛି । କାମ୍ୟାଙ୍କର ଏଇ ସଫଳତା ସମସ୍ତଙ୍କୁ ଫିଟ୍ ରହିବାର ପ୍ରେରଣା ବି ଦିଏ । ଏତେ କମ୍ ବୟସରେ କାମ୍ୟା ଯେଉଁ ସଫଳତାର ଶିଖରକୁ ଛୁଇଁପାରିଛନ୍ତି ସେଥିରେ Fitnessର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ‘A Nation that is fit, will be a nation that is hit’. ଅର୍ଥାତ୍ ଯେଉଁ ଦେଶ Fit ଅଛି ସେ ସବୁବେଳେ hit ବି ରହିବ । ଦେଖିବାକୁ ଗଲେ ଆଗାମୀ ମାସଗୁଡ଼ିକ ତ (Adventure Sports) ଦୁଃସାହସିକ କ୍ରୀଡ଼ା ପାଇଁ ବେଶ୍ ଉପଯୁକ୍ତ । ଭାରତର ଭୌଗୋଳିକ ଅବସ୍ଥିତି ଏପରି ଯେ, ଏଠି ଦୁଃସାହସିକ କ୍ରୀଡ଼ା ପାଇଁ ଅନେକ ସୁଯୋଗ ରହିଛି । ଗୋଟିଏ ଦିଗରେ ଉଚ୍ଚ ଉଚ୍ଚ ପର୍ବତ ଥିବାବେଳେ ଅନ୍ୟପାଖରେ ସୁଦୂର ବିସ୍ତୃତ ମରୁଭୂମି । ଗୋଟିଏ ପାଖ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ତ ଅନ୍ୟ ପାଖରେ ଦିଗନ୍ତ ବିସ୍ତାରୀ ସମୁଦ୍ର । ତେଣୁ ମୁଁ ଆପଣମାନଙ୍କଠାରୁ ଆଶା କରେ ଯେ ଆପଣ ମଧ୍ୟ ନିଜ ପସନ୍ଦର ସ୍ଥାନ ଏବଂ ନିଜ ରୁଚି ଅନୁସାରେ କାର୍ଯ୍ୟ ସ୍ଥିର କରନ୍ତୁ ଆଉ ଜୀବନକୁ ଦୁଃସାହସିକ କ୍ରୀଡ଼ା ସହିତ ନିଶ୍ଚୟ ଯୋଡ଼ନ୍ତୁ । ଜୀବନରେ ଦୁଃସାହସ ରହିବା ବି ଦରକାର ନା! ବନ୍ଧୁଗଣ ବାରବର୍ଷ ବୟସ୍କା କାମ୍ୟାର ସଫଳତା ପରେ ଆପଣ ଯେତେବେଳେ ଶହେ ପାଞ୍ଚ ବର୍ଷ ବୟସ୍କା ଭାଗିରଥି ଆମ୍ମାଙ୍କ ସଫଳତାର କାହାଣୀ ଶୁଣିବେ – ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆମେ ଯଦି ଜୀବନରେ ପ୍ରଗତି କରିବାକୁ ଚାହିଁବା, ବିକାଶ କରିବାକୁ ଚାହିଁବା, କିଛି କରିବାକୁ ଚାହିଁବା ତେବେ ତା’ର ପ୍ରଥମ ସର୍ତ ହେଲା ଆମ ଭିତରର ବିଦ୍ୟାର୍ଥୀକୁ କେବେ ବି ମରିବାକୁ ଦେବାନାହିଁ । ଶହେପାଞ୍ଚ ବର୍ଷ ବୟସ୍କା ଭାଗୀରଥି ଆମ୍ମା ଆମକୁ ଏହି ପ୍ରେରଣା ଦିଅନ୍ତି । ଏବେ ଆପଣମାନେ ଭାବୁଥିବେ ଯେ ଏହି ଭାଗୀରଥି ଆମ୍ମା କିଏ? ଭାଗୀରଥି ଆମ୍ମା କେରଳର କୋଲ୍ଲମରେ ରହନ୍ତି । ଖୁବ ପିଲାଦିନେ ସେ ତାଙ୍କ ମା’ଙ୍କୁ ହରାଇଥିଲେ । ବହୁତ କମ୍ ବୟସରେ ବିବାହ କରି ସ୍ୱାମୀଙ୍କୁ ମଧ୍ୟ ହରାଇଦେଲେ । କିନ୍ତୁ ଭାଗୀରଥି ଆମ୍ମା ତାଙ୍କର ଧୈର୍ଯ୍ୟ ଓ ସାହସ ହରାଇନଥିଲେ । 10 ବର୍ଷରୁ କମ୍ ବୟସରେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ 105 ବର୍ଷ ବୟସରେ ସେ ପୁଣି ସ୍କୁଲରେ ପଢ଼ିବା ଆରମ୍ଭ କଲେ । ଏତେ ଅଧିକ ବୟସ ହୋଇଥିବା ସତ୍ୱେ ଭାଗୀରଥି ଆମ୍ମା Level-4 ପରୀକ୍ଷା ଦେଲେ ଏବଂ ଅତି ଉତ୍ସୁକତାର ସହିତ ପରୀକ୍ଷାଫଳକୁ ଅପେକ୍ଷା କଲେ । ଏଇ ପରୀକ୍ଷାରେ ସେ 75 ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହେଲେ । ଖାଲି ସେତିକି ନୁହେଁ, ଗଣିତରେ ତ ସେ 100ରୁ 100 ନମ୍ବର ରଖିଲେ । ଆମ୍ମା ଏବେ ଆହୁରି ଆଗକୁ ପଢ଼ିବାକୁ ଚାହୁଁଛନ୍ତି । ପରବର୍ତ୍ତୀ ପରୀକ୍ଷାଗୁଡ଼ିକ ଦେବାକୁ ଚାହୁଁଛନ୍ତି । ଏଥିରୁ ପ୍ରମାଣିତ ଯେ ଭାଗିରଥି ଆମ୍ମାଙ୍କ ଭଳି ଲୋକମାନେ ହେଲେ ଏ ଦେଶର ଶକ୍ତି, ଏକ ବହୁତ ବଡ଼ ପ୍ରେରଣାର ଉତ୍ସ । ମୁଁ ଆଜି ଭାଗୀରଥି ଆମ୍ମାଙ୍କୁ ବିଶେଷ ଭାବେ ପ୍ରଣାମ କରୁଛି ।
ବନ୍ଧୁଗଣ, ଜୀବନର ବିପରୀତ ପରିସ୍ଥିତିରେ ଆମର ଧୈର୍ଯ୍ୟ ଆଉ ଆମର ଇଚ୍ଛାଶକ୍ତି ଯେକୌଣସି ସ୍ଥିତିକୁ ବଦଳାଇ ଦେଇଥାଏ । ଏଇ କିଛିଦିନ ତଳେ ମୁଁ ଗଣମାଧ୍ୟମରେ ଏଭଳି ଏକ କଥା ପଢ଼ିଲି ଯାହା ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହେଁ । ଇଏ ହେଲା ମୁରାଦାବାଦର ହମୀରପୁରରେ ରହୁଥିବା ସଲମାନଙ୍କ କଥା । ସଲମାନ ହେଉଛନ୍ତି ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଡ଼ ଦୁଇଟି ଅଚଳ । ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସେ ହାରିଲେନି, ବରଂ ନିଜେ ନିଜର କାମ ଆରମ୍ଭ କରିବାର ସିଦ୍ଧାନ୍ତ ନେଲେ । ତା’ସଙ୍ଗେ ସଙ୍ଗେ ସେ ନିଜଭଳି ଅନ୍ୟ ଦିବ୍ୟାଙ୍ଗ ସାଥିମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସ୍ଥିର କଲେ । ସଲମାନ ନିଜ ଗାଁରେ ଚପଲ ଆଉ ଡିଟରଜେଂଟ ତିଆରି କରିବାର କାମ ଆରମ୍ଭ କଲେ । ଦେଖୁ ଦେଖୁ ତାଙ୍କସହିତ ଆଉ ତିରିଶଜଣ ଦିବ୍ୟାଙ୍ଗ ସାଥି ଯୋଗଦେଲେ । ଆପଣମାନେ ଲକ୍ଷ୍ୟ କରନ୍ତୁ ତ! ସଲମାନ ନିଜେ ଚାଲିବା ପାଇଁ ଅକ୍ଷମ ଥିଲେ କିନ୍ତୁ ସେ ଅନ୍ୟମାନଙ୍କ ଚାଲିବାକୁ ସୁଗମ କରିବା ପାଇଁ ଚପଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଲେ । ବଡ଼କଥା ହେଲା ସଲମାନ ନିଜେ ସାଥୀ ଦିବ୍ୟାଙ୍ଗମାନଙ୍କୁ ପ୍ରଶିକ୍ଷଣ ଦେଲେ । ଏବେ ସେମାନେ ସମସ୍ତେ ମିଶି ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ମାର୍କେଟିଂ ବି କରୁଛନ୍ତି । ନିଜର ପରିଶ୍ରମ ବଳରେ ଏହି ଲୋକମାନେ ନିଜ ରୋଜଗାର ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ତାଙ୍କ କମ୍ପାନୀକୁ ମଧ୍ୟ ଲାଭଜନକ ସ୍ଥିତିରେ ପହଂଚାଇପାରିଛନ୍ତି । ଏବେ ସେମାନେ ମିଳିମିଶି ଦିନକୁ ଶହେପଚାଶ ହଳ ଚପଲ ତିଆରି କରିପାରୁଛନ୍ତି । ଖାଲି ସେତିକି ନୁହେଁ, ସଲମାନ ଏ ବର୍ଷ ଆହୁରି ଶହେ ଦିବ୍ୟାଙ୍ଗଙ୍କୁ ରୋଜଗାର ଯୋଗାଇଦେବାର ସଂକଳ୍ପ ନେଇଛନ୍ତି । ମୁଁ ସେମାନଙ୍କର ଧୈର୍ଯ୍ୟ ଓ ଉଦ୍ୟମକୁ ସାଲ୍ୟୁଟ୍ କରୁଛି । ଗୁଜରାଟ କଚ୍ଛ ଅଂଚଳର ଅଜରକ୍ ଗାଁର ଲୋକମାନେ ମଧ୍ୟ ଠିକ୍ ଏହିଭଳି ସଂକଳ୍ପ ଶକ୍ତି ପ୍ରଦର୍ଶନ କରିଛନ୍ତି । 2001 ମସିହାରେ ଘଟିଥିବା ବିନାଶକାରୀ ଭୂମିକମ୍ପ ପରେ ସବୁ ଲୋକ ଗାଁ ଛାଡୁଥିଲେ, ସେତିକିବେଳେ ଇସ୍ମାଇଲ ଖତ୍ରୀ ନାମକ ଜଣେ ବ୍ୟକ୍ତି ଗାଁରେ ରହି ‘ଅଜରକ୍ ପ୍ରିଣ୍ଟ’ ନାମକ ନିଜର ପାରମ୍ପରିକ କଳାକୁ ସଂରକ୍ଷଣ କରିବାର ନିଷ୍ପତ୍ତି ନେଲେ । ତା’ପରେ ଦେଖୁ ଦେଖୁ ପ୍ରାକୃତିକ ରଙ୍ଗରେ ତିଆରି ‘ଅଜରକ କଳା’ ପ୍ରତ୍ୟେକ ଲୋକଙ୍କୁ ଆକର୍ଷିତ କରିବାକୁ ଲାଗିଲା ଆଉ ପୁରା ଗାଁଟି ନିଜ ପାରମ୍ପରିକ ଶିଳ୍ପକଳାରେ ଲାଗିପଡ଼ିଲା । ଗ୍ରାମବାସୀମାନେ ଖାଲି ଏହି ଶହ ଶହ ବର୍ଷ ପୁରୁଣା କଳାକୁ ବଂଚେଇଲେ ତା’ନୁହେଁ – ବରଂ ତାକୁ ଆଧୁନିକ ଫାସନ ସହିତ ମଧ୍ୟ ସଂଯୁକ୍ତ କରିଦେଲେ । ଏବେ ବଡ଼ ବଡ଼ ଡିଜାଇନର, ବଡ଼ ବଡ଼ ଡିଜାଇନ ସଂସ୍ଥା ‘ଅଜରକ୍ ପ୍ରିଣ୍ଟ’ର ବ୍ୟବହାର କରିବାକୁ ଲାଗିଲେଣି । ଗାଁର ପରିଶ୍ରମୀ ଲୋକଙ୍କ ଯୋଗୁଁ ଆଜି ‘ଅଜରକ୍ ପ୍ରିଣ୍ଟ’ ଏକ ବଡ଼ ବ୍ରାଣ୍ଡରେ ପରିଣତ ହେବାରେ ଲାଗିଛି । ଦୁନିଆର ବଡ଼ ବଡ଼ ବ୍ୟବସାୟୀ ଏହି ପ୍ରିଣ୍ଟ ପ୍ରତି ଆକର୍ଷିତ ହେଉଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଏଇ ନିକଟରେ ସାରା ଦେଶରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଇଛି । ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କର ଆଶୀର୍ବାଦ ଦେଶର ଚେତନାକୁ ଜାଗୃତ କରିଛି । ଭୋଳାନାଥ ଶିବଙ୍କର ଆଶୀର୍ବାଦ ଆପଣମାନଙ୍କ ପ୍ରତି ରହିଥାଉ । ଭଗବାନ ଶିବ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ, ଆପଣମାନେ ଉର୍ଜାବାନ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁଖୀ ହୁଅନ୍ତୁ ଆଉ ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରୁଥାଆନ୍ତୁ ।
ସାଥୀଗଣ, ମହାଶିବରାତ୍ରୀ ସହ ବି ଏବେ ବସନ୍ତ ଋତୁର ଶୋଭା ଦିନକୁ ଦିନ ବଢ଼ିଚାଲିବ । ଆଗାମୀ ଦିନରେ ହୋଲି ଉତ୍ସବ ଆଉ ତା’ପରେ ପରେ ‘ଗୁଡ଼ି ପଡ଼ୱା’ ମଧ୍ୟ ଆସିବ । ନବରାତ୍ରୀ ଉତ୍ସବ ମଧ୍ୟ ଏଗୁଡ଼ିକ ସହ ଯୋଡ଼ି ହୋଇଯିବ । ରାମନବମୀ ଉତ୍ସବ ମଧ୍ୟ ଆସିବ । ପର୍ବପର୍ବାଣୀଗୁଡ଼ିକ ଆମ ଦେଶର ସାମାଜିକ ଜୀବନର ଅଭିନ୍ନ ଅଙ୍ଗ । ପ୍ରତ୍ୟେକ ପର୍ବ ଭିତରେ ଏଭଳି କିଛି ନା କିଛି ସାମାଜିକ ସନ୍ଦେଶ ଲୁଚିରହିଥାଏ ଯାହା ଖାଲି ସମାଜକୁ ନୁହେଁ, ପୁରା ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖିଥାଏ । ହୋଲି ପରେ ପରେ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ଭାରତୀୟ ବିକ୍ରମାଦ୍ଦ ଅନୁସାରେ ନୂତନ ବର୍ଷର ଆରମ୍ଭ ମଧ୍ୟ ହୋଇଥାଏ । ସେଥିପାଇଁ ମଧ୍ୟ ଭାରତୀୟ ନବବର୍ଷ ଉପଲକ୍ଷେ ବି ମୁଁ ଆପଣମାନଙ୍କୁ ଅଗ୍ରୀମ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ମୋତେ ଲାଗୁଛି ଆଗାମୀ ‘ମନ କି ବାତ୍’ ପର୍ଯ୍ୟନ୍ତ ବୋଧହୁଏ ବିଦ୍ୟାର୍ଥୀମାନେ ପରୀକ୍ଷାରେ ବ୍ୟସ୍ତ ରହିବେ । ଯେଉଁମାନଙ୍କର ପରୀକ୍ଷା ସରିଯାଇଥିବ ସେ ଖୁସି ଥିବେ । ଯେଉଁମାନେ ବ୍ୟସ୍ତ ଅଛନ୍ତି ତାଙ୍କୁ ଓ ଯେଉଁମାନେ ମସ୍ତ ଅଛନ୍ତି ତାଙ୍କୁ ବି ଅନେକ ଅନେକ ଶୁଭକାମନା ଜଣାଇ ଆସନ୍ତୁ ଅନେକ ଅନେକ କଥାକୁ ନେଇ ଆଗାମୀ ‘ମନ କୀ ବାତ୍’ରେ ପୁଣି ଭେଟିବା ।
ବହୁତ ବହୁତ ଧନ୍ୟବାଦ । ନମସ୍କାର ।
ମୋର ପ୍ରିୟ ଦେଶବାସୀ, ନମସ୍କାର! ଆଜି ଜାନୁଆରୀ 26 ତାରିଖ । ଗଣତନ୍ତ୍ର ପର୍ବର ଅନେକ ଅନେକ ଶୁଭକାମନା । 2020ର ଏହା ପ୍ରଥମ ‘ମନ୍ କି ବାତ୍’ ମିଳନ । ନୂଆ ବର୍ଷର ଏବଂ ନୂଆ ଦଶନ୍ଧିର ମଧ୍ୟ ପ୍ରଥମ କାର୍ଯ୍ୟକ୍ରମ । ବନ୍ଧୁଗଣ, ଗଣତନ୍ତ୍ର ଦିବସ ସମାରୋହ ଯୋଗୁଁ ଆପଣଙ୍କ ସହ ହେବାକୁ ଥିବା ମନର କଥା ସମୟକୁ ପରିବର୍ତ୍ତନ କରିବା ଉଚିତ ମନେ ହେଲା । ତେଣୁ, ଗୋଟିଏ ଭିନ୍ନ ସମୟ ସ୍ଥିର କରି ଆଜି ଆପଣଙ୍କୁ ମନର କଥା କହୁଛି । ବନ୍ଧୁଗଣ! ଦିନ, ସପ୍ତାହ, ମାସ ଓ ବର୍ଷ ବଦଳିଯାଏ । କିନ୍ତୁ ଭାରତର ଲୋକଙ୍କ ଉତ୍ସାହ ଊଣା ହୁଏନି – ଆମେ ବି କିଛି କମ୍ ନୋହୁଁ, ଆମେ ବି କିଛି କରି ଦେଖାଇବା । ଆମେ ପାରିବା । ଏହି ପାରିବା ଭାବନା ସଂକଳ୍ପ ଆକାର ଧାରଣ କରିବାରେ ଲାଗିଛି । ଦେଶ ଏବଂ ସମାଜ ପାଇଁ କିଛି କରିବାର ଭାବନା, ପ୍ରତ୍ୟେକ ଦିନ, ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଚାଲିଛି । ବନ୍ଧୁଗଣ, ‘ମନ୍ କି ବାତ୍’ ମଞ୍ଚରେ ଆମେ ସମସ୍ତେ ପୁଣି ଥରେ ଏକାଠି ହୋଇଛୁ – ନୂଆ ନୂଆ ବିଷୟ ଉପରେ ଆଲୋଚନା କରିବା ପାଇଁ ଏବଂ ଦେଶବାସୀଙ୍କର ନୂଆ ନୂଆ ଉପଲବ୍ଧିଗୁଡ଼ିକୁ ପାଳନ କରିବା ପାଇଁ, ଭାରତକୁ ପାଳନ କରିବା ପାଇଁ । ମନ କି ବାତ୍, ବାଂଟିବା, ଶିଖିବା ଓ ମିଳିତ ଭାବେ ବଢ଼ିବାର ଏକ ଭଲ ଏବଂ ସହଜ ମଞ୍ଚ ପାଲଟିଯାଇଛି । ପ୍ରତି ମାସରେ ହଜାର ହଜାର ଲୋକ ନିଜର ପ୍ରସ୍ତାବ, ନିଜର ପ୍ରୟାସ, ନିଜର ଅନୁଭୁତି ଶେୟାର କରୁଛନ୍ତି । ସେଥିରୁ ସମାଜକୁ ପ୍ରେରଣା ପ୍ରଦାନ କଲାଭଳି କିଛି କଥା, ଲୋକଙ୍କର କିଛି ଅସାଧାରଣ ପ୍ରୟାସ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମକୁ ସୁଯୋଗ ମିଳୁଛି ।
କେହି ଜଣେ କରି ଦେଖାଇଛନ୍ତି – ତା’ହେଲେ କ’ଣ ଆମେ ବି କରିପାରିବା? ଏ କଥାକୁ ସାରା ଦେଶରେ ପ୍ରୟୋଗ କରି ଗୋଟିଏ ବଡ଼ ଧରଣର ପରିବର୍ତ୍ତନ ଆଣିପାରିବା କି? ଏହାକୁ ସମାଜର ଗୋଟିଏ ସହଜ ଅଭ୍ୟାସ ରୂପରେ ବିକଶିତ କରି, ସେହି ପରିବର୍ତ୍ତନକୁ ଚିରସ୍ଥାୟୀ କରିପାରିବା କି? ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ, ପ୍ରତି ମାସରେ ‘ମନ୍ କି ବାତ୍’ରେ କିଛି ଅନୁରୋଧ, କିଛି ଆହ୍ୱାନ, କିଛି କରି ଦେଖାଇବା ସଂକଳ୍ପର ଭାବଧାରା ଆରମ୍ଭ ହୋଇଯାଏ । ବିଗତ କେତୋଟି ବର୍ଷରେ ଆମେ ଅନେକ ଛୋଟ ଛୋଟ ସଂକଳ୍ପ ନେଇଥିବା । ଯେମିତିକି, ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବର୍ଜନ, ଖଦି ଏବଂ ସ୍ଥାନୀୟ ଉତ୍ପାଦ କିଣିବା, ସ୍ୱଚ୍ଛତା, ଝିଅଙ୍କୁ ସମ୍ମାନ ଏବଂ ଗୌରବ, କମ ନଗଦ ଅର୍ଥବ୍ୟବସ୍ଥା, ନୂଆ ଦିଗକୁ ଜୋର ଦେବା, ଏମିତି ବହୁତଗୁଡ଼ିଏ ସଂକଳ୍ପର ଜନ୍ମ ଆମର ଏହି ହାଲୁକା-ଫୁଲକା ମନର କଥାରୁ ହିଁ ହୋଇଛି ଆଉ ଆପଣମାନେ ହିଁ ଏ ସବୁକୁ ଶକ୍ତିଶାଳୀ କରିଛନ୍ତି ।
ମୋତେ ଗୋଟିଏ ଖୁବ୍ ସୁନ୍ଦର ଚିଠି ମିଳିଛି ବିହାରର ଶ୍ରୀମାନ ଶୈଳେଶଙ୍କ ନିକଟରୁ । ଅବଶ୍ୟ, ଏବେ ସେ ବିହାରରେ ରହୁନାହାନ୍ତି । ସେ ଜଣାଇଛନ୍ତି ଯେ, ସେ ଦିଲ୍ଲୀରେ ରହି କୌଣସି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି । ଶ୍ରୀମାନ ଶୈଳେଶଜୀ ଲେଖିଛନ୍ତି ଯେ, “ଆପଣ ‘ମନ୍ କି ବାତ୍’ର ପ୍ରତ୍ୟେକ ଅଧ୍ୟାୟରେ କିଛି ନା କିଛି ବିଷୟରେ ଅନୁରୋଧ କରିଥାନ୍ତି । ମୁଁ ସେଥିରୁ ବହୁତ ଜିନିଷ କରିଛି । ଏହି ଶୀତଋତୁରେ ମୁଁ ଲୋକଙ୍କ ଘରୁ ଲୁଗାପଟା ସଂଗ୍ରହ କରି ଅଭାବୀ ଲୋକଙ୍କୁ ବାଂଟିଛି । ‘ମନ୍ କୀ ବାତ୍’ରୁ ଶୁଣି ମୁଁ ଅନେକ କାମ କରିବା ଆରମ୍ଭ କରିଦେଲି । କିନ୍ତୁ, ଧୀରେ ଧୀରେ ମୁଁ ପୁଣି କିଛି ଭୁଲିଗଲି ଆଉ କିଛି କଥା ବି ରହିଗଲା । ମୁଁ କିନ୍ତୁ ଏହି ନୂଆ ବର୍ଷରୁ ‘ମନ୍ କୀ ବାତ୍’ ଉପରେ ଗୋଟିଏ ଚାର୍ଟର ପ୍ରସ୍ତୁତ କରିଛି, ଯେଉଁଥିରେ ଏ ସମସ୍ତ ବିଷୟର ଗୋଟିଏ ତାଲିକା ପ୍ରସ୍ତୁତ କରିଦେଇଛି । ଲୋକେ ଯେମିତି ନୂଆ ବର୍ଷରେ ନୂଆ ସଂକଳ୍ପ ନେଇଥାନ୍ତି, ମୋଦୀଜୀ, ଏହା ସେମିତି ମୋ ପାଇଁ ନୂତନ ବର୍ଷର ସାମାଜିକ ସଂକଳ୍ପ ମୋତେ ଲାଗେ ଯେ, ଏଗୁଡ଼ିକ ଛୋଟ ଛୋଟ କଥା, କିନ୍ତୁ ଏହାଦ୍ୱାରା ବଡ଼ ପରିବର୍ତ୍ତନ ଘଟିବା ସମ୍ଭବ । ଆପଣ ଏହି ଚାର୍ଟର ଉପରେ ଦସ୍ତଖତ କରି ମୋତେ ଫେରାଇପାରିବେ କି?” ଶୈଳେଶଜୀ, ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି । ଆପଣଙ୍କ ନୂଆ ବର୍ଷର ସଂକଳ୍ପ ପାଇଁ ମନ୍ କୀ ବାତ୍ ଚାର୍ଟର ପ୍ରସ୍ତୁତ କରିବା ବଡ଼ ଅଭିନବ କଥା । ମୁଁ ମୋ ତରଫରୁ ଶୁଭେଚ୍ଛା ବାର୍ତ୍ତା ଲେଖି, ଏହାକୁ ନିଶ୍ଚୟ ଆପଣଙ୍କ ପାଖକୁ ପଠାଇଦେବି । ବନ୍ଧୁଗଣ, ଏହି ‘ମନ୍ କୀ ବାତ୍’ ଚାର୍ଟରଟି ଯେତେବେଳେ ମୁଁ ପଢ଼ୁଥିଲି ସେତେବେଳେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଲା ଯେ ଏତେଗୁଡ଼ିଏ କଥା ଏଥିରେ ଅଛି! ଏତେଗୁଡ଼ାଏ ହ୍ୟାଶ୍ଟ୍ୟାଗ୍ ଅଛି! ଆମେ ସମସ୍ତେ ମିଶି ବହୁତ ପ୍ରଚେଷ୍ଟା ମଧ୍ୟ କରିଛେ । କେତେବେଳେ ଆମେ “ସନ୍ଦେଶ ଟୁ ସୋଲ୍ଜର୍ସ” ମାଧ୍ୟମରେ ଆମ ଦେଶର ଯବାନମାନଙ୍କ ସହ ଭାବନାତ୍ମକ ଭାବେ ଏବଂ ସୁଦୃଢ଼ତାର ସହ ଯୋଡ଼ି ହେବା ପାଇଁ ଅଭିଯାନ ଚଳାଇଛୁ, ତ କେତେବେଳେ “ଦେଶ ପାଇଁ ଖଦି ଓ ଫ୍ୟାଶନ ପାଇଁ ଖଦି” ଅଭିଯାନ ଅଧୀନରେ ଖଦି ବିକ୍ରୟକୁ ଏକ ନୂତନ ଶିଖରରେ ପହଂଚାଇଛୁ । ସ୍ଥାନୀୟ ଉତ୍ପାଦ କ୍ରୟ ମନ୍ତ୍ରକୁ ଆପଣେଇଛୁ । “ଆମେ ଫିଟ୍ ତ ଇଣ୍ଡିଆ ଫିଟ୍” ଦ୍ୱାରା ଫିଟ୍ନେସ୍ ପ୍ରତି ସଚତେନତା ବୃଦ୍ଧି କରିଛୁ । “ମାଇଁ କ୍ଲିନ ଇଣ୍ଡିଆ” ବା “ଷ୍ଟାଚ୍ୟୁ କ୍ଲିନିଂ” ପ୍ରଚେଷ୍ଟା ଦ୍ୱାରା ସ୍ୱଚ୍ଛତାକୁ ଗଣ ଆନ୍ଦୋଳନର ରୂପ ଦେଇଛୁ । ହ୍ୟାଶ୍ ଟ୍ୟାଗ୍ ନୋ ଟୁ ଡ୍ରଗ୍ସ, ହ୍ୟାଶ୍ ଟ୍ୟାଗ୍ ଭାରତ୍ କି ଲକ୍ଷ୍ମୀ, ହ୍ୟାଶ୍ ଟ୍ୟାଗ୍ ସେଲ୍ଫ ଫର୍ ସୋସାଇଟି, ହ୍ୟାଶ୍ ଟ୍ୟାଗ୍ ଷ୍ଟ୍ରେସ୍ ଫ୍ରି ଏକ୍ଜାମ୍, ହ୍ୟାଶ୍ ଟ୍ୟାଗ୍ ସୁରକ୍ଷା ବନ୍ଧନ, ହ୍ୟାଶ୍ଟ୍ୟାଗ୍ ଡିଜିଟାଲ ଇକୋନୋମି, ହ୍ୟାଶ୍ ଟ୍ୟାଗ୍ ରୋଡ଼ ସେଫ୍ଟି, ଏମିତି ଅନେକ!
ଶୈଳେଶଜୀ, ଆପଣଙ୍କ ଏହି ‘ମନ୍ କି ବାତ୍’ର ଚାର୍ଟରକୁ ଦେଖି ଲାଗିଲା ଯେ ଏହି ସୂଚୀ ପ୍ରକୃତରେ ବହୁତ ଲମ୍ବା । ଆସନ୍ତୁ, ଏହି ଧାରାକୁ ଜାରି ରଖିବା । ଏହି ‘ମନ୍ କି ବାତ୍ ଚାର୍ଟର’ରୁ ନିଜ ପସନ୍ଦର ଯେକୌଣସି କାମ ସହ ନିଜକୁ ଜଡ଼ିତ କରନ୍ତୁ । ହ୍ୟାଶ୍ ଟ୍ୟାଗ୍ ବ୍ୟବହାର କରି ସମସ୍ତଙ୍କ ସହ ଗର୍ବର ସହ ନିଜର ଯୋଗଦାନକୁ ଶେୟାର କରନ୍ତୁ । ବନ୍ଧୁମାନଙ୍କୁ, ପରିବାରକୁ ଏବଂ ସମସ୍ତଙ୍କୁ ଅନୁପ୍ରାଣିତ କରନ୍ତୁ । ଯେତେବେଳେ ପ୍ରତ୍ୟେକ ଭାରତବାସୀ ଗୋଟିଏ ପାଦ ଆଗକୁ ବଢ଼ାନ୍ତି ସେତେବେଳେ ଆମ ଭାରତବର୍ଷ 130 କୋଟି ପାଦ ଆଗକୁ ବଢ଼ିଯାଏ । ସେଥିପାଇଁ ଚରୈବେତି – ଚରୈବେତି- ଚରୈବେତି, ଚାଲୁ ଥାଅ, ଚାଲୁ ଥାଅ, ଚାଲୁ ଥାଅ – ଏହି ମନ୍ତ୍ରକୁ ଆପଣେଇ ପ୍ରଚେଷ୍ଟା ଜାରିରହୁ ।
ମୋର ପ୍ରିୟ ଦେଶବାସୀ, ଆମେ ମନ୍ କି ବାତ୍ ଚାର୍ଟର ସମ୍ପର୍କରେ କଥା ହେଲେ । ସ୍ୱଚ୍ଛତା ପରେ ଜନ ସହଭାଗିତାର ଭାବନା, ଆଜି ଅନ୍ୟ ଏକ କ୍ଷେତ୍ରରେ ଦ୍ରୁତ ଭାବରେ ବଢ଼ିଚାଲିଛି । ତାହା ହେଉଛି “ଜଳ ସଂରକ୍ଷଣ” । ଜଳ ସଂରକ୍ଷଣ ପାଇଁ ଦେଶର ପ୍ରତ୍ୟେକ କୋଣରେ ଅନେକ ଅଭିନବ ପ୍ରୟାସ ବ୍ୟାପକ ଭାବରେ ଚାଲିଛି । ମୁଁ ଏ କଥା କହିବାରେ ଖୁବ ଆନନ୍ଦ ଅନୁଭବ କରୁଛି ଯେ, ଗତ ବର୍ଷା ଋତୁରେ ଆରମ୍ଭ କରାଯାଇଥିବା ଏହି ‘ଜଳ ଶକ୍ତି ଅଭିଯାନ’ ଜନ ସହଭାଗିତା ଦ୍ୱାରା ଅତ୍ୟଧିକ ସଫଳତା ଦିଗରେ ଅଗ୍ରସର ହେଉଛି । ବହୁ ସଂଖ୍ୟାରେ ପୋଖରୀ ଆଦି ଖୋଳାଯାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ଏହି ଅଭିଯାନରେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକ ନିଜର ଯୋଗଦାନ ଦେଲେ । ରାଜସ୍ଥାନର ଝାଲୋର ଜିଲ୍ଲା କଥା ହିଁ ଦେଖନ୍ତୁ । ଏଠାକାର ଦୁଇଟି ଐତିହାସିକ ସୋପାନ କୂପ ଆବର୍ଜନା ଏବଂ ଦୂଷିତ ଜଳର ଭଣ୍ଡାର ପାଲଟିଯାଇଥିଲା । ଭଦ୍ରାୟୁଁ ଓ ଥାନ୍ୱାଲା ପଂଚାୟତର ଶହ ଶହ ଲୋକେ ଜଳଶକ୍ତି ଅଭିଯାନ ଅନ୍ତର୍ଗତ ଏହାକୁ ପୁନରୁଦ୍ଧାର କରିବା ପାଇଁ ଅଂଟା ଭିଡ଼ିଲେ । ବର୍ଷାଦିନ ପୂର୍ବରୁ ହିଁ ସେମାନେ ଏହି ସୋପାନ କୂପରେ ଜମା ହୋଇଥିବା ଦୂଷିତ ଜଳ, ଆବର୍ଜନା ଓ ପଙ୍କକୁ ସଫା କରିବାରେ ଲାଗିପଡ଼ିଲେ । ଏହି ଅଭିଯାନ ପାଇଁ କିଏ ଶ୍ରମଦାନ କଲେ ତ କିଏ ଧନ ଦାନ କଲେ । ଆଉ ଏହାର ଫଳସ୍ୱରୂପ ଏହି ବାମ୍ଫି ଦୁଇଟି ଆଜି ସେଠାକାର ଜୀବନରେଖା ପାଲଟିଯାଇଛି । ଏହିଭଳି କିଛି କାହାଣୀ ରହିଛି ଉତ୍ତରପ୍ରଦେଶର ବାରାବଙ୍କୀର । 43 ହେକ୍ଟର ପରିମିତ ଅଂଚଳରେ ପରିବ୍ୟାପ୍ତ ସରାହୀ ହ୍ରଦ ମୃତ ହେବାକୁ ବସିଥିଲା । କିନ୍ତୁ ଗ୍ରାମବାସୀ ନିଜର ସଂକଳ୍ପ ଶକ୍ତି ଦ୍ୱାରା ଏହାକୁ ନୂତନ ଜୀବନ୍ୟାସ ଦେଲେ । ଏତେ ବଡ଼ ଅଭିଯାନରେ ସେମାନେ କିଛି ଊଣା ରଖିଲେ ନାହିଁ । ଗୋଟିଏ ପରେ ଗୋଟିଏ କରି ଅନେକ ଗାଁ ପରସ୍ପର ସହ ଯୋଡ଼ି ହୋଇଚାଲିଲା । ଏମାନେ ହ୍ରଦ ଚାରିପଟେ ଏକ ମିଟର ଉଚ୍ଚତା ବିଶିଷ୍ଟ ବନ୍ଧ ତିଆରି କରିଦେଲେ । ଏବେ ହ୍ରଦଟି ଜଳରେ ପରିପୂର୍ଣ୍ଣ ଏବଂ ଏହାର ଆଖପାଖ ଅଂଚଳ ପକ୍ଷୀମାନଙ୍କ କଳରବରେ ଗୁଞ୍ଜରିତ ହେଉଛି ।
ଉତ୍ତରାଖଣ୍ଡର ଆଲ୍ମୋଡ଼ା – ହଲ୍ଡୱାନୀ ହାଇୱେ ସଂଲଗ୍ନ ସୁନିଆକୋଟ ଗାଁରୁ ମଧ୍ୟ ଜନସହଭାଗିତାର ଏଭଳି ଗୋଟିଏ ଉଦାହରଣ ଦୃଷ୍ଟିକୁ ଆସିଛି । ଜଳ ସଙ୍କଟର ମୁକାବିଲା କରିବା ପାଇଁ ଗାଁ ଲୋକେ ନିଜେ ଗାଁ ପର୍ଯ୍ୟନ୍ତ ପାଣିକୁ ଆଣିବା ପାଇଁ ସଂକଳ୍ପ କଲେ । ତାପରେ ସେମାନେ ନିଜ ନିଜ ଭିତରେ ଟଙ୍କା ଏକାଠି କଲେ, ଯୋଜନା ତିଆରି ହେଲା, ଶ୍ରମଦାନ ହେଲା ଆଉ ପ୍ରାୟ ଏକ କିଲୋମିଟର ଦୂରରୁ ଗାଁ ପର୍ଯ୍ୟନ୍ତ ପାଇପ୍ ବିଛା ହେଲା । ପମ୍ପିଂ ଷ୍ଟେସନ ତିଆରି କରାଗଲା – ଆଉ ଦେଖୁ ଦେଖୁ ଦୁଇ ଦଶନ୍ଧିର ପୁରୁଣା ସମସ୍ୟାର ସବୁଦିନ ପାଇଁ ସମାଧାନ ହୋଇଗଲା । ସେହିପରି, ତାମିଲନାଡ଼ୁରେ ନଳକୂପକୁ ବର୍ଷାଜଳ ପରିଚାଳନାର ମାଧ୍ୟମ କରିଦେବାର ଅଭିନବ ଉପାୟ ନଜରକୁ ଆସିଛି । ସାରା ଦେଶରେ ଜଳ ସଂରକ୍ଷଣ ସମ୍ପର୍କୀୟ ଏଭଳି ଅଗଣିତ କାହାଣୀ ରହିଛି, ଯାହା ନ୍ୟୁ ଇଣ୍ଡିଆର ସଂକଳ୍ପକୁ ସୁଦୃଢ଼ କରୁଛି । ଆଜି ଆମ ଜଳଶକ୍ତି ଚାମ୍ପିଆନ୍ସଙ୍କ କାହାଣୀ ଶୁଣିବାକୁ ସାରା ଦେଶ ଉତ୍କଣ୍ଠିତ । ଜଳ ସଂଚୟ ଏବଂ ଜଳ ସଂରକ୍ଷଣ ବିଷୟରେ କରାଯାଇଥିବା ନିଜର କିମ୍ବା ନିଜ ଆଖପାଖରେ ହେଉଥିବା ପ୍ରଚେଷ୍ଟାର କାହାଣୀ, ଫଟୋ ଏବଂ ଭିଡିଓ ହାଶଟ୍ୟାଗ ଜଳଶକ୍ତି ଫର ଇଣ୍ଡିଆରେ ନିଶ୍ଚୟ ଶେୟାର କରିବାକୁ ମୋର ଆପଣମାନଙ୍କୁ ଅନୁରୋଧ ।
ମୋର ପ୍ରିୟ ଦେଶବାସୀଗଣ, ବିଶେଷକରି ମୋର ଯୁବବନ୍ଧୁଗଣ, ଆଜି ‘ମନ୍ କୀ ବାତ୍’ ମାଧ୍ୟମରେ ମୁଁ ଆସାମ ସରକାର ଏବଂ ଆସାମର ଜନସାଧାରଣଙ୍କୁ ‘ଖେଲୋ ଇଣ୍ଡିଆ’ର ସୁନ୍ଦର ଆୟୋଜନ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ଜାନୁଆରୀ 22 ତାରିଖ ଦିନ ହିଁ ଗୁଆହାଟୀରେ ତୃତୀୟ ଖେଲୋ ଇଣ୍ଡିଆ ଗେମ୍ସ ଉଦ୍ୟାପିତ ହୋଇଛି । ଏଥିରେ ବିଭିନ୍ନ ରାଜ୍ୟର ପ୍ରାୟ 6000 ଖେଳାଳି ଭାଗ ନେଇଥିଲେ । ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କ୍ରୀଡ଼ାର ଏହି ମହୋତ୍ସବରେ 80 ଟି ରେକର୍ଡ଼ ଭଙ୍ଗ ହେଲା । ଏଥିରୁ 56 ରେକର୍ଡ଼ ଭାଙ୍ଗିବାର କାମ ଆମ ଝିଅମାନେ କରିଛନ୍ତି । ଏ କୃତିତ୍ୱ ଆମ ଝିଅମାନଙ୍କର । ମୁଁ ସମସ୍ତ ବିଜେତାଙ୍କ ସହ, ଏହାର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଉଛି । ଏହାସହ ଖେଲୋ ଇଣ୍ଡିଆ ଗେମ୍ସର ସଫଳ ଆୟୋଜନ ପାଇଁ ଏହା ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତି, ପ୍ରଶିକ୍ଷକ ଏବଂ ବୈଷୟିକ ଅଧିକାରୀମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ, ପ୍ରତିବର୍ଷ ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ସୂଚାଉଛି ଯେ, ବିଦ୍ୟାଳୟ ସ୍ତରରେ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ କେତେ ବୃଦ୍ଧି ପାଇଲାଣି । ମୁଁ ଆପଣମାନଙ୍କୁ ଜଣାଇଦେବାକୁ ଚାହେଁ ଯେ, 2018ରେ ଯେତେବେଳେ ‘ଖେଲୋ ଇଣ୍ଡିଆ’ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ଏଥିରେ 3300 ଖେଳାଳି ଭାଗ ନେଇଥିଲେ । କିନ୍ତୁ ମାତ୍ର ତିନିବର୍ଷରେ ଖେଳାଳିମାନଙ୍କ ସଂଖ୍ୟା 6000ରୁ ଅଧିକ ଅର୍ଥାତ ପ୍ରାୟ ଦୁଇଗୁଣ ହୋଇଯାଇଛି । କେବଳ ସେତିକି ନୁହେଁ, ମାତ୍ର ତିନିବର୍ଷରେ ‘ଖେଲୋ ଇଣ୍ଡିଆ’ ଗେମ୍ସ ମାଧ୍ୟମରେ 3200 ପ୍ରତିଭାଶାଳୀ ପିଲାମାନେ ନଜରକୁ ଆସିଛନ୍ତି । ଏମାନଙ୍କ ମଧରୁ ଅନେକ ଏମିତି, ଯେଉଁମାନେ ଅଭାବ ଓ ଦାରିଦ୍ର୍ୟରେ ବଡ଼ ହୋଇଛନ୍ତି । ‘ଖେଲୋ ଇଣ୍ଡିଆ’ ଗେମ୍ସରେ ସାମିଲ ହୋଇଥିବା ପିଲା ଆଉ ସେମାନଙ୍କ ଅଭିଭାବକଙ୍କ ଧୈର୍ଯ୍ୟ ଓ ଦୃଢ଼ସଙ୍କଳ୍ପର କାହାଣୀ ଏଭଳି ହୋଇଛି, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ । ଗୁଆହାଟୀର ପୂର୍ଣ୍ଣିମା ମଣ୍ଡଳଙ୍କ କଥା ହିଁ ନିଅନ୍ତୁ, ସେ ନିଜେ ଗୁଆହାଟି ନଗର ନିଗମର ଜଣେ ସଫେଇ କର୍ମଚାରୀ, କିନ୍ତୁ ତାଙ୍କ ଝିଅ ମାଳବିକା ଫୁଟବଲରେ ଶକ୍ତି ପ୍ରଦର୍ଶନ କରିଥିଲାବେଳେ ତାଙ୍କର ଜଣେ ପୁଅ ସୁଜିତ ଖୋ-ଖୋରେ, ଆଉ ଦ୍ୱିତୀୟ ପୁଅ ପ୍ରଦୀପ ହକିରେ ଆସାମର ପ୍ରତିନିଧିତ୍ୱ କରିଛନ୍ତି ।
ଗର୍ବରେ ପରିପୂର୍ଣ୍ଣ କରିଦେଉଥିବା, କିଛି ଏହିଭଳି କାହାଣୀ ହିଁ ରହିଛି ତାମିଲନାଡ଼ୁର ୟୋଗାନନ୍ଥନଙ୍କର । ସେ ନିଜେ ତ ତାମିଲନାଡ଼ୁରେ ବିଡ଼ି ତିଆରି କାମ କରନ୍ତି, କିନ୍ତୁ ତାଙ୍କ ଝିଅ ପୂର୍ଣ୍ଣାଶ୍ରୀ ଭାରୋତ୍ତୋଳନରେ ସ୍ୱର୍ଣ୍ଣପଦକ ହାସଲ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଡାଭିଡ ବେକହାମଙ୍କ ନାଁ କହିଲେ ଆପଣ ପ୍ରସିଦ୍ଧ ଆନ୍ତର୍ଜାତିକ ଫୁଟବଲ ଖେଳାଳିଙ୍କ କଥା ଭାବିବେ । କିନ୍ତୁ ଏବେ ଆମ ପାଖରେ ମଧ୍ୟ ଜଣେ ଡାଭିଡ ବେକହାମ ଅଛନ୍ତି, ସେ ଗୁଆହାଟୀର ଯୁବ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ତାହାପୁଣି ସାଇକେଲ ଚାଳନା ପ୍ରତିଯୋଗିତାର 200 ମିଟର ଇଭେଂଟରେ । କିଛିଦିନ ଆଗରୁ ମୁଁ ଆଣ୍ଡାମାନ ନିକୋବାର ଯାଇଥିଲି । କାର୍-ନିକୋବାର ଦ୍ୱୀପର ବାସିନ୍ଦା ଡାଭିଡ ପିଲାଦିନୁ ହିଁ ତାଙ୍କ ପିତା-ମାତାଙ୍କୁ ହରାଇଥିଲେ । ତାଙ୍କ ଦାଦା (କାକା) ଚାହୁଁଥିଲେ ଯେ ସେ ଜଣେ ଫୁଟବଲ ଖେଳାଳି ହୁଅନ୍ତୁ । ସେଥିପାଇଁ ପ୍ରସିଦ୍ଧ ଫୁଟବଲ୍ ଖେଳାଳିଙ୍କ ନାମାନୁସାରେ ତାଙ୍କ ନାଁ ରଖିଦେଲେ । କିନ୍ତୁ, ୟାଙ୍କ ମନ ତ ଥିଲା ସାଇକେଲ ଚାଳନାରେ । ଖେଲୋ ଇଣ୍ଡିଆ ଯୋଜନାରେ ତାଙ୍କର ଚୟନ ମଧ୍ୟ ହୋଇଗଲା । ଆଉ, ଆଜି ଦେଖନ୍ତୁ, ସେ ସାଇକେଲ ଚାଳନାରେ ନୂଆ ରେକର୍ଡ଼ କଲେ ।
ଭୀୱାନୀର ପ୍ରଶାନ୍ତ ସିଂ କହ୍ନୈୟା ପୋଲ୍ ୱାଲ୍ଟ ଇଭେଂଟରେ ନିଜେ ନିଜର ରେକର୍ଡ଼କୁ ଭାଙ୍ଗିଦେଇଛନ୍ତି । 19 ବର୍ଷର ପ୍ରଶାନ୍ତ ଗୋଟିଏ ଚାଷୀ ପରିବାରରୁ ଆସିଛନ୍ତି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରଶାନ୍ତ ମାଟିରେ ପୋଲ ୱାଲ୍ଟର ଅଭ୍ୟାସ କରୁଥିଲେ । ଏକଥା ଜାଣିବା ପରେ କ୍ରୀଡ଼ା ବିଭାଗ ତାଙ୍କ କୋଚଙ୍କୁ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକାଡେମୀ ଚଳାଇବା ପାଇଁ ସହାୟତା କଲା ଆଉ ଆଜି ପ୍ରଶାନ୍ତ ସେଠାରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ।
ମୁମ୍ବାଇର କରୀନା ଶାନ୍ତାଙ୍କ କାହାଣୀରେ ଯେକୌଣସି ପରିସ୍ଥିତିରେ ହାର ନ ମାନିବାର ଗୋଟିଏ ସାହସ ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟୀ । କରୀନା ସୁଇମିଂରେ 100 ମିଟର ବ୍ରେଷ୍ଟ-ଷ୍ଟ୍ରୋକ୍ ପ୍ରତିଯୋଗିତାର 17 ବର୍ଷରୁ କମ ବର୍ଗରେ ସ୍ୱର୍ଣ୍ଣପଦକ ଜିଣି ନୂତନ ରେକର୍ଡ଼ ସୃଷ୍ଟି କଲେ । ଦଶମ ଶ୍ରେଣୀରେ ପଢ଼ୁଥିବା କରୀନାଙ୍କ ଜୀବନରେ ଏମିତି ବି ଗୋଟିଏ ସମୟ ଆସିଥିଲା, ଯେତେବେଳେ ଆଣ୍ଠୁରେ ଆଘାତ ଯୋଗୁଁ ତାଙ୍କୁ ତାଲିମ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ କରୀନା ଓ ତାଙ୍କ ମା’ ଧୈର୍ଯ୍ୟ ହରାଇଲେ ନାହିଁ । ଆଉ ଏହାର ପରିଣାମ ଆଜି ଆମ ସମସ୍ତଙ୍କ ସମ୍ମୁଖରେ ରହିଛି । ମୁଁ ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛି । ଏହା ସଙ୍ଗେ ସଙ୍ଗେ ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ଏମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ପ୍ରଣାମ କରୁଛି, ଯେଉଁମାନେ ଦାରିଦ୍ର୍ୟକୁ ତାଙ୍କ ପିଲାଙ୍କ ଭବିଷ୍ୟତର ପ୍ରତିବନ୍ଧକ ହେବାକୁ ଦେଇନାହାନ୍ତି । ଆମେ ସମସ୍ତେ ଜାଣିଛୁ ଯେ, ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମାଧ୍ୟମରେ ଯେଉଁଠି କ୍ରୀଡ଼ାବିତଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳେ, ସେଇଠି ସେ ଅନ୍ୟ ରାଜ୍ୟର ସଂସ୍କୃତି ସମ୍ପର୍କରେ ଜାଣିବାର ସୁଯୋଗ ମଧ୍ୟ ପାଆନ୍ତି । ତେଣୁ, ଆମେ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ ଭଳି ପ୍ରତିବର୍ଷ ‘ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ’ ଆୟୋଜନ ହେବାପାଇଁ ମଧ୍ୟ ନିଷ୍ପତ୍ତି କରିଛୁ ।
ବନ୍ଧୁଗଣ, ଆସନ୍ତା ମାସ ଫେବୃଆରୀ 22 ତାରିଖରୁ ମାର୍ଚ୍ଚ 1 ତାରିଖ ଯାଏ କଟକ ଏବଂ ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଆୟୋଜିତ ହେବାକୁ ଯାଉଛି । ଏଥିରେ ଭାଗ ନେବାପାଇଁ 3000ରୁ ଅଧିକ ଖେଳାଳି ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।
ମୋର ପ୍ରିୟ ଦେଶବାସୀ, ପରୀକ୍ଷା ଋତୁ ଆସିଗଲାଣି । ତେଣୁ ଏହା ସ୍ୱାଭାବିକ ଯେ, ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ପ୍ରସ୍ତୁତିକୁ ଅନ୍ତିମ ସ୍ପର୍ଶ ଦେବାରେ ଲାଗିଥିବେ । ଦେଶର କୋଟି କୋଟି ବିଦ୍ୟାର୍ଥୀ ବନ୍ଧୁଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ର ଅନୁଭୂତି ପରେ ମୁଁ ବିଶ୍ୱାସର ସହ କହିପାରେ ଯେ ଦେଶର ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଭରି ରହିଛି ଏବଂ ସେମାନେ ପ୍ରତ୍ୟେକ ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ।
ବନ୍ଧୁଗଣ, ଗୋଟିଏ ପଟେ ପରୀକ୍ଷା ଏବଂ ଅନ୍ୟ ପଟେ ଶୀତଋତୁ । ଏ ଦୁହିଁଙ୍କ ଭିତରେ ନିଜକୁ ଫିଟ୍ ରଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି । ଅଳ୍ପ ବହୁତ ବ୍ୟାୟାମ କରନ୍ତୁ । ଟିକିଏ ଖେଳକୁଦରେ ମଧ୍ୟ ଭାଗ ନିଅନ୍ତୁ । ଖେଳକୁଦ ଫିଟ୍ ରହିବାର ମୂଳମନ୍ତ୍ର । ଆଜିକାଲ ମୁଁ ଦେଖୁଛି ଯେ, ଫିଟ୍ ଇଣ୍ଡିଆକୁ ନେଇ ଅନେକ ଇଭେଂଟର ଆୟୋଜନ ହେଉଛି । ଜାନୁଆରୀ 18 ତାରିଖ ଦିନ ଯୁବବନ୍ଧୁମାନେ ସାରା ଦେଶରେ ସାଇକ୍ଲୋଥୋନର ଆୟୋଜନ କରିଥିଲେ ଯେଉଁଥିରେ ସାମିଲ ହୋଇ ଲକ୍ଷ ଲକ୍ଷ ଦେଶବାସୀ ଫିଟ୍ନେସର ବାର୍ତ୍ତା ପ୍ରଚାର କଲେ । ଆମର ନ୍ୟୁ ଇଣ୍ଡିଆ ସମ୍ପୂର୍ଣ୍ଣ ଭାବେ ଫିଟ୍ ରହୁ ଏହା ପାଇଁ ପ୍ରତ୍ୟେକ ସ୍ତରରେ ଯେଉଁ ଉଦ୍ୟମ ପରିଲକ୍ଷିତ ହେଉଛି, ସେଗୁଡ଼ିକ ଉତ୍ସାହରେ ଭରିଦେଉଛି । ଗତବର୍ଷ ନଭେମ୍ବର ମାସରେ ଆରମ୍ଭ ହୋଇଥିବା ଫିଟ୍ ଇଣ୍ଡିଆ ସ୍କୁଲ ଅଭିଯାନର ପ୍ରଭାବ ମଧ୍ୟ ଏବେ ଦେଖାଗଲାଣି । ମୋତେ ସୂଚନା ଦିଆଯାଇଛି ଯେ, ଏ ଯାଏ 65000ରୁ ଅଧିକ ବିଦ୍ୟାଳୟ ଅନଲାଇନ୍ ରେଜିଷ୍ଟ୍ରେସନ କରି ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫିକେଟ ପାଇସାରିଲେଣି । ଦେଶର ବାକି ସ୍କୁଲଗୁଡ଼ିକୁ ମୋର ଅନୁରୋଧ ଯେ, ସେମାନେ ଫିଜିକାଲ୍ ଆକ୍ଟିଭିଟି ଓ ଖେଳକୁ ପାଠପଢ଼ା ସହ ସଂଶ୍ଳିଷ୍ଟ କରି ଫିଟ୍ ସ୍କୁଲ ହୋଇଯାଆନ୍ତୁ । ଏଥିସହ ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ଦୈନନ୍ଦିନ ଜୀବନରେ ଫିଜିକାଲ୍ ଆକ୍ଟିଭିଟିକୁ ଅଧିକରୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ପ୍ରତିଦିନ ନିଜକୁ ଏ କଥା ମନେ ପକାଇ ଦିଅନ୍ତୁ ଯେ, ଆମେ ଫିଟ୍ ତ ଇଣ୍ଡିଆ ଫିଟ୍ ।
ମୋର ପ୍ରିୟ ଦେଶବାସୀ, ଦୁଇ ସପ୍ତାହ ପୂର୍ବେ ଭାରତର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ପର୍ବର ଉତ୍ସାହ ଥିଲା । ପଞ୍ଜାବରେ ଲୋହଡ଼ିର ଆନନ୍ଦ ଆଉ ସ୍ଫୁର୍ତି ଉଷ୍ଣତା ଭରି ଦେଇଥିବାବେଳେ, ତାମିଲନାଡ଼ୁର ଭଉଣୀ-ଭାଇମାନେ ପୋଙ୍ଗଲ୍ ପର୍ବ ପାଳନ କରିଥିଲେ । ତିରୁୱଲ୍ଲୁୱରଙ୍କ ଜୟନ୍ତୀ ପାଳନ କରୁଥିଲେ । ଆସାମରେ ବିହୁର ମନଲୋଭା ଛଟା ଦେଖିବାକୁ ମିଳୁଥିଲା । ଗୁଜରାଟରେ ଚାରିଆଡ଼େ ଉତ୍ତରାୟଣର ଉତ୍ସାହ ଏବଂ ଭାସମାନ ଗୁଡ଼ିରେ ପରିପୂର୍ଣ୍ଣ ଆକାଶ ଦେଖାଯାଇଥିଲା । ଏଭଳି ଏକ ସମୟରେ ଦିଲ୍ଲୀ ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ପାଲଟିଯାଇଥିଲା । ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେଲା । ଏଥିସହ ପ୍ରାୟ 25 ବର୍ଷ ପୁରୁଣା ବ୍ରୁ ରିୟାଙ୍ଗ୍ ରିଫ୍ୟୁଜି ସମସ୍ୟାର ପୀଡ଼ାଦାୟକ ଅଧ୍ୟାୟର ଅନ୍ତ ଘଟିଲା । ଏହା ସବୁଦିନ ପାଇଁ ସମାପ୍ତ ହେଲା । ନିଜର ବ୍ୟସ୍ତ କାର୍ଯ୍ୟକ୍ରମ ଏବଂ ପାର୍ବଣ ଋତୁ ଯୋଗୁଁ ହୁଏତ ଆପଣ ଏହି ଐତିହାସିକ ରାଜିନାମା ବିଷୟରେ ବିସ୍ତୃତ ଭାବେ ଜାଣିପାରି ନ ଥିବେ । ତେଣୁ ‘ମନ କୀ ବାତ୍’ରେ ଏ ବିଷୟରେ ଆପଣଙ୍କ ସହ ଆଲୋଚନା କରିବା କଥା ମୁଁ ଅନୁଭବ କଲି । ଏହି ସମସ୍ୟାଟି ନବେ ଦଶକରୁ ଚାଲିଆସିଛି । 1997 ମସିହାରେ ଜାତିଗତ ଉତେଜନା ହେତୁ ବ୍ରୁ ରିୟାଙ୍ଗ୍ ଜନଜାତିର ଲୋକମାନେ ମିଜୋରାମ୍ରୁ ବିତାଡ଼ିତ ହୋଇ ତ୍ରିପୁରାରେ ଆଶ୍ରୟ ନେଇଥିଲେ । ଏଇ ଶରଣାର୍ଥୀମାନଙ୍କୁ ଉତ୍ତର ତ୍ରିପୁରାର କଂଚନପୁରସ୍ଥିତ ଅସ୍ଥାୟୀ ଶିବିରରେ ରଖାଗଲା । ଦୁଃଖର କଥା ଯେ ବ୍ରୁ ରିୟାଙ୍ଗ ଜନଜାତିର ଏହି ଲୋକମାନେ ତାଙ୍କ ଜୀବନର ଏକ ଲମ୍ବା ସମୟ ଶରଣାର୍ଥୀ ଭାବରେ ଅତିବାହିତ କଲେ । ଅସ୍ଥାୟୀ ଶିବିରରେ ଜୀବନ ନିର୍ବାହ କରିବା ଅର୍ଥ – ମୌଳିକ ସୁବିଧାରୁ ବଂଚିତ ହେବା । 23 ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଘର, ଜମି, ପରିବାର ପାଇଁ ଚିକିତ୍ସା ସୁବିଧା କି ପିଲାମାନଙ୍କ ପାଇଁ ଶିକ୍ଷାର ସୁବିଧା, କିଛି ବି ନ ଥିଲା । ଥରେ ଭାବି ଦେଖନ୍ତୁ ତ! ତେଇଶ ବର୍ଷ ଧରି ଶରଣାର୍ଥୀ ଶିବିରରେ ଏଭଳି କଠିନ ପରିସ୍ଥିତି ଭିତରେ ଜୀବନ ବିତେଇବା ସେମାନଙ୍କ ପାଇଁ କେତେ ଦୁଃଖଦାୟକ ହୋଇଥିବ! ଜୀବନର ପ୍ରତି କ୍ଷଣ, ପ୍ରତିଟି ଦିନ ଗୋଟିଏ ଅନିଶ୍ଚିତ ଭବିଷ୍ୟତ ମଧ୍ୟ ଅତିବାହିତ କରିବା କେତେ ପୀଡ଼ାଦାୟକ ହୋଇଥିବ । କେତେ ସରକାର ଆସିଲେ – ଚାଲିଗଲେ । କିନ୍ତୁ ଏମାନଙ୍କର ଏହି ଯନ୍ତ୍ରଣାଦାୟକ ସମସ୍ୟାର କୌଣସି ସମାଧାନ ହୋଇପାରିଲା ନାହିଁ । କିନ୍ତୁ ଏତେ ଦୁଃଖକଷ୍ଟ ସତ୍ୱେ ମଧ୍ୟ ଭାରତୀୟ ସମ୍ବିଧାନ ଏବଂ ସଂସ୍କୃତି ପ୍ରତି ସେମାନଙ୍କ ମନରେ ଅଟଳ ବିଶ୍ୱାସ କମିନଥିଲା । ଆଉ ସେହି ବିଶ୍ୱାସର ଫଳସ୍ୱରୂପ ଆଜି ସେମାନଙ୍କ ଜୀବନରେ ଏକ ନୂଆ ସକାଳ ଆସିଛି । ଏଇ ନିକଟରେ ସ୍ୱାକ୍ଷରିତ ରାଜିନାମା ଯୋଗୁଁ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନଯାପନ କରିବାର ସମ୍ଭାବନା ସୃଷ୍ଟି ହୋଇଛି । 2020ର ଏଇ ନୂତନ ଦଶକ ବ୍ରୁ ରିୟାଙ୍ଗ ଜନଜାତିର ଜୀବନରେ ଗୋଟିଏ ନୂତନ ଆଶା ଆଉ ନୂତନ ବିଶ୍ୱାସ ନେଇଆସିଛି । ପ୍ରାୟ 3400 ବ୍ରୁ ରିୟାଙ୍ଗ ଶରଣାର୍ଥୀଙ୍କୁ ତ୍ରିପୁରାରେ ଥଇଥାନ କରାଯିବ । ଖାଲି ସେତିକି ନୁହେଁ, ସେମାନଙ୍କର ପୁନର୍ବାସ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ପ୍ରାୟ 600 କୋଟି ଟଙ୍କା ସାହାଯ୍ୟ ଦେବେ । ପ୍ରତ୍ୟେକ ବିସ୍ଥାପିତ ପରିବାରଙ୍କୁ ଘରଡିହ ଦିଆଯିବ । ଘର ତିଆରି କରିବାକୁ ସେମାନଙ୍କୁ ସାହାଯ୍ୟ କରାଯିବ । ତା’ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ରାସନର ସୁବିଧା ମଧ୍ୟ କରାଯିବ । ଏବେ ସେମାନେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ମଧ୍ୟ ପାଇପାରିବେ । ଏହି ବୁଝାମଣାଟି ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରେ । ଏହା ସହଯୋଗୀ ସଂଘବାଦର ଏକ ନିଦର୍ଶନ । ଏହି ବୁଝାମଣା ପାଇଁ ମିଜୋରାମ ଏବଂ ତ୍ରିପୁରା ଦୁଇଟିଯାକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଦୁଇ ରାଜ୍ୟର ଜନସାଧାରଣଙ୍କ ସହମତ ଏବଂ ସଦିଚ୍ଛା ଯୋଗୁଁ ଏହା ସମ୍ଭବ ହୋଇପାରିଲା । ଏଥିପାଇଁ ମୁଁ ଦୁଇ ରାଜ୍ୟର ଜନସାଧାରଣ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଉଛି । ଏଇ ବୁଝାମଣା ଭାରତୀୟ ସଂସ୍କୃତିରେ ସମାହିତ ହୋଇଥିବା କରୁଣା ଭାବ ଏବଂ ସହୃଦୟତାର ଏକ ଜ୍ୱଳନ୍ତ ନିଦର୍ଶନ । ସମସ୍ତଙ୍କୁ ଆପଣାର ମନେ କରିବା ଏବଂ ଏକଜୁଟ୍ ହୋଇ ରହିବାର ଭାବନା ଏଇ ପବିତ୍ର ଭୂମିର ସଂସ୍କାରରେ ଭରିରହିଛି । ମୁଁ ପୁଣିଥରେ ଏହି ଦୁଇ ରାଜ୍ୟର ଅଧିବାସୀ ଏବଂ ବ୍ରୁ-ରିୟାଙ୍ଗ୍ ସମାଜକୁ ବିଶେଷ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ‘ଖେଲୋ ଇଣ୍ଡିଆ’ ଭଳି ଏକ ଏତେ ବଡ଼ ଖେଳର ସଫଳ ଆୟୋଜନ କରିଥିବା ଆସାମ ରାଜ୍ୟରେ ଆହୁରି ଗୋଟିଏ ବଡ଼ କାମ ବି ହୋଇଛି । ଆପଣମାନେ ମଧ୍ୟ ଖବର ଦେଖିଥିବେ ଯେ ଆସାମରେ 8ଟି ଭିନ୍ନ ଭିନ୍ନ ସଶସ୍ତ୍ର ଉଗ୍ରବାଦୀ ଗୋଷ୍ଠୀର 644 ଲୋକ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆଗରୁ ଯେଉଁମାନେ ହିଂସାର ରାସ୍ତା ଧରିଥିଲେ ସେମାନେ ଏବେ ଶାନ୍ତି ଉପରେ ବିଶ୍ୱାସ କରି ଦେଶର ବିକାଶରେ ଭାଗୀଦାର ହେବାର ନିଷ୍ପତ୍ତି ନେଇଛନ୍ତି । ପୁଣିଥରେ ମୁଖ୍ୟଧାରାକୁ ଫେରିଆସିଛନ୍ତି । ଗତବର୍ଷ ତ୍ରିପୁରାରେ ମଧ୍ୟ ଅଶୀରୁ ଅଧିକ ଲୋକ ହିଂସାର ରାସ୍ତା ତ୍ୟାଗକରି ମୁଖ୍ୟସ୍ରୋତକୁ ଫେରିଆସିଛନ୍ତି । ଦିନେ ଯେଉଁମାନେ ସମସ୍ୟାର ସମାଧାନ ପାଇଁ ଅସ୍ତ୍ରଶସ୍ତ୍ର ଧରି ହିଂସାର ରାସ୍ତାକୁ ବାଛିନେଇଥିଲେ – ଆଜି ସେମାନଙ୍କର ଦୃଢ଼ବିଶ୍ୱାସ ହୋଇଛି ଯେ ଶାନ୍ତି ଏବଂ ଏକତା ହିଁ ଯେକୌଣସି ସମସ୍ୟାକୁ ସମାଧାନ କରିବାର (ଏକମାତ୍ର) ପ୍ରକୃଷ୍ଟ ମାର୍ଗ । ମୋର ଦେଶବାସୀମାନେ ଜାଣି ଖୁସିହେବେ ଯେ ଉତ୍ତର ପୂର୍ବରେ ହିଂସାତ୍ମକ ଆନ୍ଦୋଳନ ଏବେ ବହୁମାତ୍ରାରେ କମିଯାଇଛି । ତା’ର କାରଣ ହେଲା ଏ ଅଂଚଳରେ ଥିବା ଅନେକ ସମସ୍ୟାକୁ ଶାନ୍ତି ଓ ସଚ୍ଚୋଟତାର ସହିତ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉଛି । ଦେଶର ଯେକୌଣସି ଭାଗରେ ଆଜି ବି ଯେଉଁ ଲୋକମାନେ ସମସ୍ୟାର ସମାଧାନ ପାଇଁ ହିଂସାର ପଥକୁ ଅନୁସରଣ କରିବାକୁ ଯାଉଛନ୍ତି – ଆଜିର ଏଇ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ମୁଁ ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ଫେରିଆସନ୍ତୁ । ସମସ୍ୟାଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ଦିଗରେ ନିଜର ତଥା ଏ ଦେଶର ସରକାରଙ୍କ ଉପରେ ଭରସା ରଖନ୍ତୁ । ଆମେ ଆଜି ଏକବିଂଶ ଶତାବ୍ଦୀରେ ଅଛେ ଯାହା ଜ୍ଞାନ-ବିଜ୍ଞାନ ଓ ଗଣତନ୍ତ୍ରର ଯୁଗ । ଆପଣ ଏଭଳି କୌଣସି ସ୍ଥାନ ବିଷୟରେ ଜାଣନ୍ତି କି ଯେଉଁଠି ହିଂସା ମାଧ୍ୟମରେ ଜୀବନର ଉନ୍ନତି ହୋଇଛି? ଏଭଳି କୌଣସି ସ୍ଥାନକୁ ଜାଣନ୍ତି କି ଯେଉଁଠି ଶାନ୍ତି ଓ ସଦ୍ଭାବ ଯୋଗୁଁ ଜୀବନ ବିପର୍ଯ୍ୟସ୍ତ ହୋଇଛି? ହିଂସା କେବେ କୌଣସି ସମସ୍ୟାର ସମାଧାନ କରିନାହିଁ । ଦୁନିଆର କୌଣସି ସମସ୍ୟାର ସମାଧାନ ଆଉ ଗୋଟିଏ ସମସ୍ୟା ସୃଷ୍ଟି କରିବା ଦ୍ୱାରା ହୋଇନି । ବରଂ ଅଧିକରୁ ଅଧିକ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ ହୋଇପାରିଛି । ଆସନ୍ତୁ, ଏମିତି ଏକ ନୂଆ ଭାରତ ଗଢ଼ିବା ଦିଗରେ ଏକଜୁଟ ହେବା ଯେଉଁଠି ଶାନ୍ତି ହିଁ ପ୍ରତ୍ୟେକ ପ୍ରଶ୍ନର ସମାଧାନର ଆଧାର ହେବ । ସମସ୍ତ ସମସ୍ୟା ସମାଧାନର ପ୍ରୟାସରେ ଏକତା ରହୁ ଓ ଭ୍ରାତୃଭାବ ଦ୍ୱାରା ବିଭାଜନର ସମସ୍ତ ଚେଷ୍ଟା ବିଫଳ ହେଉ ।
ମୋର ପ୍ରିୟ ଦେଶବାସୀ, ଆଜି ଗଣତନ୍ତ୍ର ଦିବସର ଏହି ସୁଅବସରରେ ଆନନ୍ଦର ସହିତ ‘ଗଗନଯାନ’ ସମ୍ବନ୍ଧରେ କହିବାକୁ ଚାହେଁ । ଏ ଦିଗରେ ଦେଶ ଆଉ ଗୋଟିଏ ପାଦ ଆଗେଇଗଲାଣି । 2022ରେ ଆମ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ହେବ । ସେଇ ଅବସରରେ ଆମେ ‘ଗଗନଯାନ ଅଭିଯାନ’ ଦ୍ୱାରା ଜଣେ ଭାରତୀୟକୁ ମହାକାଶକୁ ପ୍ରେରଣ କରିବାର ସଂକଳ୍ପ ପୂରଣ କରିବାର ଅଛି । ‘ଗଗନଯାନ’ ଅଭିଯାନ ଏକବିଂଶ ଶତାବ୍ଦୀରେ ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଐତିହାସିକ ଉପଲବ୍ଧି ହେବ । ‘ନୂଆ ଭାରତ’ ପାଇଁ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।
ବନ୍ଧୁଗଣ ଆପଣମାନେ ଜାଣିଥିବେ ଯେ ଏହି ଅଭିଯାନ ପାଇଁ ମହାକାଶ ଯାତ୍ରୀ ଭାବେ 4 ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇସାରିଲାଣି । ଏହି ଚାରିଜଣ ଯୁବକ ଭାରତୀୟ ବାୟୁସେନାର ପାଇଲଟ । ଏହି ସାହସୀ ଯୁବକମାନେ ଭାରତର କୌଶଳ, ପ୍ରତିଭା, କ୍ଷମତା, ସାହସ ଏବଂ ସ୍ୱପ୍ନର ପ୍ରତୀକ । ଆମର ଏହି ଚାରିଜଣ ବନ୍ଧୁ ଆଗକୁ ପ୍ରଶିକ୍ଷଣ ପାଇଁ ଋଷ ଯିବେ । ମୋର ବିଶ୍ୱାସ ଏହା ଭାରତ ଓ ଋଷ ମଧ୍ୟରେ ମୈତ୍ରୀ ଏବଂ ସହଯୋଗର ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ । ଏମାନଙ୍କୁ ବର୍ଷକରୁ ଅଧିକ ସମୟ ପ୍ରଶିକ୍ଷଣ ଦିଆଯିବ । ତା’ପରେ ଦେଶର ଆଶା ଓ ଆକାଂକ୍ଷାର ଉଡ଼ାଣକୁ ମହାକାଶ ପର୍ଯ୍ୟନ୍ତ ନେଇଯିବାର ଗୁରୁଦାୟିତ୍ୱ ଏଇ ଚାରିଜଣଙ୍କ ମଧ୍ୟରୁ କୌଣସି ଜଣଙ୍କ ଉପରେ ନ୍ୟସ୍ତ ହେବ । ଆଜି ଗଣତନ୍ତ୍ର ଦିବସର ଏହି ଶୁଭ ଅବସରରେ ଏଇ ଚାରିଜଣ ନବଯୁବକ ଏବଂ ଏହି ଅଭିଯାନ ସହ ଜଡ଼ିତ ଭାରତ ଓ ରୁଷର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।
ମୋର ପ୍ରିୟ ଦେଶବାସୀ, ଗତ ମାର୍ଚ୍ଚ ମାସରେ ଗୋଟିଏ ଭିଡ଼ିଓ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥିଲା । 107 ବର୍ଷ ବୟସ୍କା ଜଣେ ମା’ କେମିତି ରାଷ୍ଟ୍ରପତି ଭବନରେ ପ୍ରୋଟୋକଲ ଭାଙ୍ଗି ରାଷ୍ଟ୍ରପତି ମହୋଦୟଙ୍କୁ ଆଶୀର୍ବାଦ କରୁଛନ୍ତି ଭିଡିଓର ତାହାହିଁ ଥିଲା । ଏହି ମହିଳା ଜଣକ ଥିଲେ କର୍ଣ୍ଣାଟକର ସାଲୁମର୍ଦା ଥିମକ୍କା ଯିଏ କର୍ଣ୍ଣାଟକରେ ବୃକ୍ଷମାତା ନାମରେ ପ୍ରଖ୍ୟାତ । ସେହି ସମାରୋହଟି ପଦ୍ମ ପୁରସ୍କାର ଅଳଙ୍କରଣ ଉତ୍ସବ ଥିଲା । ଖୁବ୍ ସାଧାରଣ ସ୍ତରରୁ ଆସିଥିବା ଥିମକ୍କାଙ୍କର ଅସାଧାରଣ ଅବଦାନକୁ ଦେଶ ଜାଣିଲା, ବୁଝିଲା ଏବଂ ସମ୍ମାନ ଦେଲା । ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଉଥିଲା ।
ବନ୍ଧୁଗଣ, ଆଜି ଭାରତ ନିଜର ଏହି ମହାପୁରୁଷମାନଙ୍କୁ ନେଇ ଗର୍ବ ଅନୁଭବ କରୁଛି । ମାଟି ସହ ଜଡ଼ିତ ଏଇ ଲୋକମାନଙ୍କୁ ସମ୍ମାନିତ କରି ଗୌରବାନ୍ୱିତ ହେଉଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗତ ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ମୋର ଅନୁରୋଧ ଆପଣ ଏଇ ଲୋକମାନଙ୍କ ବିଷୟରେ ନିଶ୍ଚୟ ପଢ଼ନ୍ତୁ । ଏମାନଙ୍କ କୃତିତ୍ୱ ବିଷୟରେ ପରିବାର ଭିତରେ ଆଲୋଚନା କରନ୍ତୁ । 2020ର ପଦ୍ମ ପୁରସ୍କାର ପାଇଁ ଏ ବର୍ଷ ଛୟାଳିଶ ହଜାରରୁ ଅଧିକ ନାମାଙ୍କନ ଆସିଛି । ଏ ସଂଖ୍ୟା 2014 ବର୍ଷ ତୁଳନାରେ 20 ଗୁଣ ଅଧିକ । ଏହି ସଂଖ୍ୟା ଲୋକମାନଙ୍କର ସେହି ବିଶ୍ୱାସର ପରିଚାୟକ ଯେ ପଦ୍ମ ସମ୍ମାନ ଏବେ ଜନସାଧାରଣଙ୍କ ପୁରସ୍କାରରେ ପରିଣତ ହୋଇଛି । ଏବେ ପଦ୍ମ ପୁରସ୍କାରର ସମସ୍ତ ପ୍ରକ୍ରିୟା ଅନଲାଇନ ହୋଇଯାଇଛି । ପୂର୍ବେ ଯେଉଁ ନିଷ୍ପତ୍ତି ସୀମିତ ଲୋକଙ୍କ ଦ୍ୱାରା ହେଉଥିଲା ଆଜି ତାହା ଜନତାଙ୍କ ଦ୍ୱାରା ପରିଚାଳିତ । କହିବାକୁ ଗଲେ ପଦ୍ମ ପୁରସ୍କାରକୁ ନେଇ ଦେଶରେ ଏକ ନୂତନ ବିଶ୍ୱାସ ଏବଂ ସମ୍ମାନ ସୃଷ୍ଟି ହୋଇଛି । ଏବେ ପଦ୍ମ ପୁରସ୍କାର ପାଉଥିବା ଲୋକମାନଙ୍କ ମଧ୍ୟରେ ଅନେକ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଓ ପରାକାଷ୍ଠା ବଳରେ ତୃଣମୂଳ ସ୍ତରରୁ ଉପରକୁ ଉଠିଛନ୍ତି । ସୀମିତ ସମ୍ବଳର ଅସୁବିଧା ତଥା ଚତୁଃପାଶ୍ୱର୍ର ଘୋର ନି