“ଭାରତ ଛାଡ଼ ଆନ୍ଦୋଳନ” ଭାରତୀୟ ସ୍ୱାଧୀନତା ସଂଗ୍ରାମର ଗୋଟିଏ ମହତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା । ଏହି ଆନ୍ଦୋଳନ ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ସାରା ଦେଶକୁ ସଂକଳ୍ପବଦ୍ଧ କରିଦେଇଥିଲା । ଏ ସେହି ସମୟ ଥିଲା ଯେତେବେଳେ ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତୀୟ ଜନମାନସରେ ହିନ୍ଦୁସ୍ଥାନର କୋଣ ଅନୁକୋଣରେ ଗାଁ, ସହର ସବୁଠାରେ ଏକ ଉଦ୍ବେଳନ ଖେଳାଇଥିଲା – ସମସ୍ତେ କାନ୍ଧରେ କାନ୍ଧ ମିଶାଇ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।
- -'ମନ କି ବାତ' ସମୟରେ ନରେନ୍ଦ୍ର ମୋଦୀ ,ଜୁଲାଇ 30,2017
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ମହାନ ଲୋକଙ୍କୁ ସ୍ମରଣ କରିଥିଲେ ଯେଉଁମାନେ ଭାରତଛାଡ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇଥିଲେ । ଭାରତଛାଡ ଆନ୍ଦୋଳନର 5 ବର୍ଷରେ ,ଭାରତ ସ୍ୱାଧୀନତା ଲାଭ କରିଥିଲା । ଏବେଠାରୁ 5 ବର୍ଷ ପରେ ଭାରତରେ ସ୍ୱାଧୀନତାର 75ତମ ବାର୍ଷିକୀ ପାଳନ କରାଯିବ । ଏହି ଅଗଷ୍ଟ ମାସରେ ସଂକଳ୍ପ ସହ ଆମକୁ ନିଜକୁ ଜଡ଼ିତ କରିବାକୁ ପଡ଼ିବ । ଅସ୍ୱଚ୍ଛତା-ଭାରତଛାଡ଼, ଦାରିଦ୍ର୍ୟ-ଭାରତଛାଡ଼, ଦୁର୍ନୀତି-ଭାରତଛାଡ଼, ଆତଙ୍କବାଦ-ଭାରତଛାଡ଼, ଜାତିବାଦ-ଭାରତଛାଡ଼, ସାମ୍ପ୍ରଦାୟିକତା-ଭାରତଛାଡ଼ । ଯେବେ ଆମେ ଅତୀତ ସହିତ ଜଡିତ ହେବା ତେବେ ଯାଏଁ ଏକ ଯଶସ୍ୱୀ ଭବିଷ୍ୟତର ଲିପି ପ୍ରସ୍ତୁତ କରିପାରିବା ।
ପ୍ରଧାନମନ୍ତ୍ରୀ କହିଲେ ଯେ ,ସମାଜ ନିଜର ଇତିହାସରୁ ଅଲଗା ହୋଇସାରିଛି ,ପ୍ରଗତିର ନୂଆ ଉଚ୍ଚତାକୁ ପହଞ୍ଚିବାକୁ ପଡିବ । ଏ ବର୍ଷ ଆମ୍ଭେ 'ଭାରତଛାଡ଼ ଆନ୍ଦୋଳନ'ର 75ତମ ବାର୍ଷିକୀ ପାଳନ କରିବାକୁ ଯାଉଛୁ,ଏହି କୁଇଜ ଆପଣଙ୍କୁ 1942 ସ୍ୱାଧୀନତା ସଂଗ୍ରାମର ସେହି ବୀରପୁରୁଷମାନଙ୍କ ସହ ପରିଚିତ କରାଇବ ,ଯାହାଙ୍କ ଦ୍ଵାରା ଆମେ ସ୍ୱାଧୀନତାର ବାସ୍ନା ଶୁଙ୍ଘି ପାରିଛନ୍ତି । ଏହି କୁଇଜରେ ଭାଗ ନିଅନ୍ତୁ , ଇତିହାସକୁ ତାଜା କରନ୍ତୁ ,ଭବିଷ୍ୟ ବିଷୟରେ ଚିନ୍ତା କରନ୍ତୁ ।
ଏହି କୁଇଜରେ ଭାଗ ନିଅନ୍ତୁ,ଇତିହାସକୁ ସ୍ମରଣ କରନ୍ତୁ ,ଭବିଷ୍ୟ ବିଷୟରେ ଚିନ୍ତା କରନ୍ତୁ । ଏବଂ ହଁ -ଆକର୍ଷକ ପୁରସ୍କାର ମଧ୍ୟ ଜିତନ୍ତୁ ! ଦିନର ଶୀର୍ଷ 10 ଜଣ ବିଜେତା ଏକ ସ୍ୱତନ୍ତ୍ର ସେର୍ଟିଫିକେଟ ପାଇପାରିବେ ଏବଂ ଟପ ସ୍କୋର କରିଥିବା ଶୀର୍ଷ 20 ଜଣ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିବ ।
ଅଗଷ୍ଟ 8,2017 ରେ କୁଇଜ ଆରମ୍ଭ ହେବ ।


