The human face of 'Khaki' uniform has been engraved in the public memory due to the good work done by police especially during this COVID-19 pandemic: PM
Women officers can be more helpful in making the youth understand the outcome of joining the terror groups and stop them from doing so: PM
Never lose the respect for the 'Khaki' uniform: PM Modi to IPS Probationers

ନମସ୍ତେ!

କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗ ଶ୍ରୀ ଅମିତ ଶାହ ଜୀ, ଡକ୍ଟର ଜୀତେନ୍ଦ୍ର ସିଂହ ଜୀ, ଜି କ୍ରିଷ୍ଣା ରେଡ୍ଡୀ ଜୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡ଼େମୀର ଅଧିକାରୀଗଣ ଯେଉଁମାନେ ଆଜି ଏହି ଦୀକ୍ଷାନ୍ତ ପରେଡ଼ରେ ଏଠାରେ ଉପସ୍ଥିତ ଅଛନ୍ତି ଏବଂ 71 ଆରଆରର ମୋର ଯୁବ ବନ୍ଧୁଗଣ ଯେଉଁମାନେ ଯୁବ ମାନସିକତା ନେଇ ଭାରତୀୟ ପୁଲିସ ସେବାର ନେତୃତ୍ୱ ନେବାକୁ ଯାଉଛନ୍ତି ।

ସାଧାରଣତଃ ମୁଁ ମୋର ଏହିସବୁ ବନ୍ଧୁମାନେ ଯେଉଁମାନେ ଏହି ଏକାଡ଼େମୀରୁ ତାଲିମ ପ୍ରାପ୍ତ ହୋଇ ବାହାରିଥାନ୍ତି ସେମାନଙ୍କୁ ଦିଲ୍ଲୀଠାରେ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଥାଏ । ଏହା ମୋର ଏକ ସୌଭାଗ୍ୟ ହୋଇସାରିଥିଲା ଯେ ମୁଁ ସେମାନଙ୍କୁ ମୋର ବାସଭବନକୁ ଆମନ୍ତ୍ରଣ କରେ ଏବଂ ସେମାନଙ୍କ ସହ ଭାବ ବିନିମୟ କରେ । କିନ୍ତୁ ବର୍ତ୍ତମାନର କରୋନା ପରିସ୍ଥିତି କାରଣରୁ ଚଳିତ ବର୍ଷ ମୁଁ ସେ ସୁଯୋଗ ଲାଭରୁ ବଞ୍ଚିତ ହୋଇଛି । କିନ୍ତୁ ମୋର ବିଶ୍ୱାସ ଯେ କେବେ ନା କେବେ ମୁଁ କ୍ଷମତାରେ ରହିଥିବା ଅବଧିରେ ଆପଣମାନଙ୍କୁ ଆମନ୍ତ୍ରଣ କରି ନିଶ୍ଚୟ ଭାବ ବିନିମୟ କରିବି ।

ବନ୍ଧୁଗଣ,

ଗୋଟିଏ କଥା ସୁନିଶ୍ଚିତ ଯେ ଯେତେବେଳ ପର୍ଯ୍ୟନ୍ତ ଆପଣମାନେ ଏଠାରେ ତାଲିମ ଗ୍ରହଣକାରୀ ଭାବେ କାର୍ଯ୍ୟ କରୁଥିଲେ ଆପଣମାନେ ଏକ ସୁରକ୍ଷିତ ପରିବେଶ ମଧ୍ୟରେ ରହିଥିଲେ । ଆପଣମାନଙ୍କୁ ଜଣାଥିଲା ଯେ ଯଦି କେବେ ଆପଣମାନେ କିଛି ଦୋଷତ୍ରୁଟି କରନ୍ତି, ତେବେ ଆପଣମାନଙ୍କ କେହି ସହକର୍ମୀ କିମ୍ବା ଅନ୍ୟ କେହି ବ୍ୟକ୍ତି ବିଶେଷ ଭାବେ ଯେଉଁମାନେ ଆପଣମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି ସେମାନେ ଆପଣମାନଙ୍କୁ ସମ୍ଭାଳିନେବେ । କିନ୍ତୁ ତାଲିମ ଶେଷ ହୋଇଯିବା ପରେ ରାତାରାତି ଏ ପରିସ୍ଥିତି ବଦଳିଯିବ । ଯେଉଁ ମୁହୂର୍ତ୍ତରେ ଆପଣମାନେ ଏହି ଏକାଡ଼େମୀର ଫାଟକରୁ ପଦାକୁ ବାହାରିବେ, ଆପଣମାନେ ଆଉ ସେଭଳି ସୁରକ୍ଷିତ ବାତାବରଣ ମଧ୍ୟରେ ରହିବେ ନାହିଁ । ଜଣେ ସାଧାରଣ ଲୋକ ଆପଣମାନଙ୍କ ସଂପର୍କରେ କେବେ ଚିନ୍ତା କରିବନାହିଁ ଆପଣମାନେ ନୂଆ ଏବଂ ଆପଣମାନଙ୍କର କୌଣସି ଅନୁଭୂତି ନାହିଁ ।  ସେ ସଦାବେଳେ ଚିନ୍ତା କରିବ ଯେ ଆପଣ ଜଣେ ସାହେବ ଏବଂ ବର୍ଦ୍ଦିରେ ଅଛନ୍ତି । ତା’ହେଲେ ମୋ କାମ କାହିଁକ ହେଉନାହିଁ ବୋଲି ସେ ଆପଣମାନଙ୍କୁ ପ୍ରଶ୍ନ ପଚାରିବ । ଆପଣ ତ ସାହେବ, ଆପଣ କେମିତି ଏମିତି କଥା କରିପାରିବେ? ଆପଣମାନଙ୍କ ପ୍ରତି ତା’ର ଭାବନା ସଂପୂର୍ଣ୍ଣ ରୂପେ ବଦଳିଯିବ ।

ଆପଣମାନଙ୍କର ପ୍ରତିଟି ମୁହୂର୍ତ୍ତର କାର୍ଯ୍ୟକୁ ମନିଟର କରାଯିବ, ଆପଣମାନେ କେମିତି ଆଚରଣ କରୁଛନ୍ତି, କେମିତି କାର୍ଯ୍ୟ କରୁଛନ୍ତି ।

ମୁଁ ମୋର କର୍ମମୟ ଜୀବନର ପ୍ରାରମ୍ଭିକ ଅବସ୍ଥାରେ ଅଧିକ ମାତ୍ରାରେ ଆତ୍ମସଚେତନ ଥିଲି । କାରଣ ପ୍ରଥମ ଧାରଣା ହିଁ ଶେଷ ପର୍ଯ୍ୟନ୍ତ ମନରେ ରହିଥାଏ । ଥରେ ଜଣେ ଅଧିକାରୀଙ୍କ ପ୍ରତି ମନରେ ଗୋଟିଏ ଧାରଣା କରିନେଲେ ସେହି ଧାରଣା ହିଁ ଅନେକ ଦିନ ପର୍ଯ୍ୟନ୍ତ ରହିଯାଇଥାଏ । ଆପଣମାନଙ୍କ ଇମେଜ୍‌ ଆପଣଙ୍କ ସହିତ ଆପଣମାନେ ଯେଉଁ ଆଡ଼େ ବଦଳି ହୋଇ ଯାଆନ୍ତି ପଶ୍ଚାତ୍‌ ଧାବନ କରିଥାଏ । ସେଭଳି ଧାରଣାରୁ ମୁକୁଳିବା ସକାଶେ ଆପଣଙ୍କୁ ଅନେକ ସମୟ ଲାଗି ଯାଇଥାଏ । ତେଣୁ, ଆପଣମାନଙ୍କୁ ଏଭଳି ପରିସ୍ଥିତିରୁ ମୁକୁଳିବା ସକାଶେ ବେଶ୍‌ ସତର୍କତାର ସହ ପ୍ରୟାସ କରିବାକୁ ହେବ ।

ଦ୍ୱିତୀୟରେ, ସମାଜରେ ଗୋଟିଏ ଖୋଇ ରହିଛି । ତାହାକୁ ଆମେ ତ୍ରୁଟି ବୋଲି କହିପାରିବା, ଯେତେବେଳେ ଆମେ ନିର୍ବାଚିତ ହୋଇ ଦିଲ୍ଲୀ ଆସୁ, ଦି’ଚାରି ଜଣ ଲୋକ ଆମ ଚାରିକଡ଼େ ସଦାବେଳେ ଅଠାଭଳି ଘୂରି ବୁଲୁଥାନ୍ତି । ଆମେ କିନ୍ତୁ ଜାଣୁନା ସେମାନେ ବାସ୍ତବରେ କିଏ । ଖୁବ୍‌ ଶୀଘ୍ର ସେମାନେ ଆପଣଙ୍କୁ କିଛି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କହିବେ । ସାହେବ, ଆପଣଙ୍କର ଯଦି କାର୍‌ ଦରକାର କି ପାଣି ଦରକାର, ମୁଁ ଆପଣଙ୍କ ସକାଶେ ସେସବୁ ଯୋଗାଡ଼ କରିଦେବେ । ମୁଁ ଭାବୁଛି ଆପଣ ଏପର୍ଯ୍ୟନ୍ତ ଖାଇନାହାନ୍ତି । ଏ ଭବନର ଖାନା ଏତେ ଭଲ ନୁହେଁ ସାବ୍‌, ମୁଁ ଆପଣଙ୍କ ପାଇଁ ଅନ୍ୟ କୌଣସି ଭବନରୁ କିଛି ମଗେଇ ଆଣିବି କି? ଆମେ ଜାଣୁନା ଏଭଳି ସେବା ଯୋଗାଣକାରୀମାନେ ପ୍ରକୃତରେ କିଏ? ଆପଣମାନେ ଯେଉଁ ଯେଉଁ ସ୍ଥାନକୁ ଯିବେ, ଆପଣମାନେ ଏଭଳି କିଛି ଲୋକଙ୍କୁ ଅବଶ୍ୟ ଭେଟିବେ । କାରଣ ଆପଣ ସେ ସ୍ଥାନରେ ନୂଆ ଏବଂ ଆପଣମାନଙ୍କର ଅନେକ ଜିନିଷ ନିଶ୍ଚୟ ଦରକାର ପଡ଼ିବ । କିନ୍ତୁ ଆପଣମାନେ ଯଦି ସେହିଭଳି ଲୋକଙ୍କ ହାବୁଡ଼ରେ ପଡ଼ିଲେ ଏବଂ ସେମାନଙ୍କ ଫନ୍ଦିରେ ଧରାଦେଲେ, ତା’ହେଲେ ସେଭଳି ଖଳ ଲୋକଙ୍କ ହାବୁଡ଼ରୁ ମୁକୁଳିବା ଆପଣମାନଙ୍କ ପାଇଁ ମୁସ୍କିଲ ବ୍ୟାପାର ହୋଇଯିବ । ପ୍ରଥମେ ପ୍ରଥମେ ଆପଣମାନଙ୍କୁ କିଛି ମାତ୍ରାରେ ସମସ୍ୟା ହେବ । କାରଣ ସେ ଜାଗା ନୂଆ ହୋଇଥିବ । କିନ୍ତୁ ନିଜେ ନିଜ ଦୃଷ୍ଟିରେ ଏବଂ କାନରେ ସେ ସ୍ଥାନଟି ସଂପର୍କରେ ଆପଣଙ୍କ ଧାରଣା ସୃଷ୍ଟି କରନ୍ତୁ । ଯେତେ ଦୂର ସମ୍ଭବ, ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ନିଜ କାନରେ ଫିଲଟର ଲଗାଇ ସେଭଳି କାନକୁହାଙ୍କ କଥାକୁ ଶୁଣନ୍ତୁନାହିଁ ।

ଯଦି ବାସ୍ତବରେ ଆପଣମାନେ ଜଣେ ନେତୃତ୍ୱ ନେବାରେ ସଫଳ ହେବାକୁ ଚାହାନ୍ତି, ତେବେ ଆପଣମାନଙ୍କ କାନକୁ ବନ୍ଦ ରଖିବାକୁ ପଡ଼ିବ । ମୁଁ କହିବାକୁ ଚାହୁଁନାହିଁ ଯେ ସଂପୂଣ୍ଣ ରୂପେ ଆପଣ କାନ ବନ୍ଦ କରିନିଅନ୍ତୁ । ମୁଁ କେବଳ ଆପଣମାନଙ୍କ କହୁଛି ଯେ କାନରେ ଫିଲଟର ଲଗାଇବାକୁ । ଆପଣମାନଙ୍କ କ୍ୟାରିଅର ପାଇଁ ଏହା ଯଥେଷ୍ଟ ମାତ୍ରାରେ ଉପକାରସିଦ୍ଧ ହେବ ବୋଲି ମୁଁ କହିବାକୁ ଚାହେଁ । ନିଜ କର୍ତ୍ତବ୍ୟ ସଂପାଦନରେ ମଧ୍ୟ ଏହା ସହାୟକ ହେବ । ଜଣେ ବ୍ୟକ୍ତି ଭାବେ ଆପଣ ଯେତେବେଳେ ଏଭଳି ଫିଲ୍ଟର ଲଗା କାନରେ ଅନ୍ୟମାନଙ୍କ କଥା ଶୁଣିବେ ସେତେବେଳେ ଆପଣ ଅସଲ କଥା ବୁଝିପାରିବେ । ଯେତେବେଳେ କେହି ଜଣେ ବ୍ୟକ୍ତି କୌଣସି ପୋଷ୍ଟିଂ ପାଇଁ ଯାଇଥାନ୍ତି, ଲୋକମାନେ ତାଙ୍କୁ ଗୋଟିଏ ଡଷ୍ଟବିନ୍‌ ବୋଲି ଭାବିଥାନ୍ତି । ଯେଉଁ ବ୍ୟକ୍ତି ଯେତେ କ୍ଷମତାର ଅଧିକାରୀ, ତାଙ୍କୁ ସେତେ ବଡ଼ ଡଷ୍ଟବିନ୍‌ ବୋଲି ବିବେଚନା କରାଯାଇଥାଏ । ଲୋକେ ଆପଣମାନଙ୍କ ଉପରେ ଅଳିଆ ଗଦା କରିଚାଲନ୍ତି । ଏବଂ ଆମେ ମଧ୍ୟ ସେଭଳି ଅଳିଆକୁ ସୌଭାଗ୍ୟ ବୋଲି ବିବେଚନା କରିଥାଉ । ଯଦି ଆମର ବୁଦ୍ଧି ବିବେକକୁ ଆମେ ସ୍ୱଚ୍ଛ ରଖିପାରିବା, ତାହା ଆମମାନଙ୍କ ପାଇଁ ବେଶ୍‌ ଉପକାରସିଦ୍ଧ ହେବ ।

ଦ୍ୱିତୀୟ ପ୍ରସଙ୍ଗଟି ହେଲା- ଆମ ଦେଶର ପୁଲିସ ଥାନାଗୁଡ଼ିକର ସଂସ୍କୃତି ସଂପର୍କରେ ଆପଣମାନେ କେବେ ଚିନ୍ତା କରିଛନ୍ତି କି? ଆମର ଥାନାଗୁଡ଼ିକ କିଭଳି ଭାବେ ସାମାଜିକ ଆସ୍ଥାର କେନ୍ଦ୍ରରେ ପରିଣତ ହୋଇପାରିବ? ଆଜି, ଯେତେବେଳେ ଆମେ କୌଣସି ଥାନାକୁ ଯାଉ, ସେଠାକାର ପରିବେଶ ସ୍ୱଚ୍ଛ ଓ ବାତାବରଣ ଉତ୍ତମ ବୋଲି ପ୍ରତୀୟମାନ ହୋଇଥାଏ । ଏପରି କେତେକ ଥାନା  କିଛି ଅଞ୍ଚଳରେ ଅଛି , ଯାହା ଅତି ପୁରୁଣା ଏବଂ ତାହା ଅତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ମୁଁ ଜାଣେ  କିନ୍ତୁ ଏହାକୁ ସ୍ୱଚ୍ଛ ରଖିବାରେ ତ କୌଣସି ଅସୁବିଧା ନାହିଁ ।

ଆମେ ଯେଉଁ ସ୍ଥାନକୁ ବି ଯିବା, ସେକଥା ପ୍ରତି ସଦାବେଳେ ଧ୍ୟାନ ଦେବାକୁ ପଡ଼ିବ । ସେକଥା ପ୍ରତି ସଦାବେଳେ ଧ୍ୟାନ ଦେଇଦେବା । ଆମେ 12-15ଟି କଥା ପ୍ରତି ସଦାବେଳେ ଧ୍ୟାନ ଦେବା ଉଚିତ ଏବଂ ସେକଥା ଘଟୁ ବୋଲି ସୁନିଶ୍ଚିତ କରିବା ଆବଶ୍ୟକ । ସେସବୁ କଥାଗୁଡ଼ିକୁ ଖଣ୍ଡିଏ କାଗଜରେ ଟିପି ରଖିବା ଦରକାର ଏବଂ ତାହାକୁ ଉପଯୁକ୍ତ ଭାବେ ପ୍ରବର୍ତ୍ତନ ମଧ୍ୟ କରିବା ଉଚିତ । ପ୍ରତ୍ୟେକ  ଥାନା ଯାହାକି ଆପଣମାନଙ୍କ ଅଧୀନରେ ଥିବ, ସେଗୁଡ଼ିକର ସଂଖ୍ୟା 50 ହୋଇଥାଉ କିମ୍ବା 100 ବା 200 ହୋଇଥାଉ, ତାହା ପ୍ରବର୍ତ୍ତନ କରାଯିବା ଉଚିତ । ଜଣେ ବ୍ୟକ୍ତିଙ୍କୁ ବଦଳାଇବା କଠିନ କାର୍ଯ୍ୟ । କିନ୍ତୁ ବ୍ୟବସ୍ଥାକୁ ବଦଳାଇ ଦେଇ ହେବ । ପରିବେଶକୁ ବଦଳାଇ ଦେଇ ହେବ । ଏହା ଆପଣମାନଙ୍କ ପ୍ରାୟରିଟି ତାଲିକାରେ ରହିବା ଉଚିତ ନୁହେଁ କି? ଆଉ ଫାଇଲଗୁଡ଼ିକୁ କିଭଳି ଉପଯୁକ୍ତ ଭାବେ ରଖାଯିବ, ଥାନାକୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ଖଣ୍ଡିଏ ଚୌକିରେ ବସିବାକୁ କୁହାଯିବ ତାହା ମଧ୍ୟ ସୁନିଶ୍ଚିତ କରାଯିବା ବାଂଛନୀୟ । ଏହା ଅତି ଛୋଟ ଛୋଟ କଥା, କିନ୍ତୁ ଏହାର ବେଶ୍‌ ବଡ଼ ମହତ୍ତ୍ୱ ରହିଛି ଯାହାକି ଆପଣମାନେ ଅନୁସରଣ କରିବା ଉଚିତ ବୋଲି ମୁଁ ବିବେଚନା କରେ ।

କିଛି ପୁଲିସ କର୍ମଚାରୀ ଯେତେବେଳେ ପ୍ରଥମେ ସେମାନଙ୍କର କାର୍ଯ୍ୟରେ ଯୋଗ ଦିଅନ୍ତି ସେମାନେ ଭାବନ୍ତି ଯେ ସେମାନେ ନିଜର କ୍ଷମତା ପ୍ରଦର୍ଶନ କରିବା ଦରକାର, ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିବା ଦରକାର ଏବଂ ସେମାନଙ୍କୁ ସନ୍ତ୍ରସ୍ତ କରି ରଖିବା ଉଚିତ । ତା’ହେଲେ ଗୁଣ୍ଡା ବଦମାସମାନେ ତାଙ୍କର ନାଁ ଶୁଣି ଭୟରେ ଥରିବେ  । ଯେଉଁ ଲୋକମାନେ ସିଂହମ୍‌ ଚଳଚ୍ଚିତ୍ର ଦେଖିଥିବେ ସେମାନଙ୍କ ମନରେ ଏଭଳି ଧାରଣା ଅବଶ୍ୟ ସୃଷ୍ଟି ହୋଇଥିବ । ଫଳ ହେବ ଏଇଆ ଯେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାକି ପଡ଼ିଯିବ । ଆପଣମାନେ କାର୍ଯ୍ୟରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ସକାଶେ ଚେଷ୍ଟ କରିବା ଦରକାର । କିଛି ନହେଲେ 100-200-500 ଲୋକ ଯେଉଁମାନେ କି ଆପଣଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଉତ୍ତମ ଭାବେ କାର୍ଯ୍ୟ କରିବାର ଧାରାରେ ପକାଇବା ଉଚିତ । ଆପଣମାନେ ଦେଖନ୍ତୁ, ଲୋକମାନଙ୍କ ମନୋଭାବ ଆପଣମାନଙ୍କ ପ୍ରତି କେମିତି ବଦଳି ଯାଉଛି ।

ଆପଣମାନେ ସିଦ୍ଧାନ୍ତ ନେବା ଦରକାର ଆପଣମାନେ ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ଭଳି କାର୍ଯ୍ୟ କରିବା ଦରକାର ନା ନାହିଁ । ସେମାନଙ୍କ ମନରେ ଆପଣମାନଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ, ଆସ୍ଥା ସୃଷ୍ଟି ହେବା ଦରକାର ନା ନାହିଁ । ଯଦି ଆପଣମାନେ ସେମାନଙ୍କ ମନରେ ଭୟ ଭଳି ଧାରଣା ସୃଷ୍ଟି କରିବାକୁ ପ୍ରୟାସ କରନ୍ତି, ତେବେ ତାହା କ୍ଷଣିକ ପାଇଁ ହେବ । କିନ୍ତୁ ଯଦି ଆପଣମାନେ ପୁଲିସ ଏବଂ ଜନତାଙ୍କ ଭିତରେ ଏକ ସେତୁ ନିର୍ମାଣ କରିପାରନ୍ତି, ତା’ହେଲେ ଆପଣ ଚାକିରିରୁ ଅବସର ନେବା ପର୍ଯ୍ୟନ୍ତ ସେମାନେ ଆପଣମାନଙ୍କୁ ସ୍ମରଣ ରଖିବେ । ସେହି ଅଞ୍ଚଳର ଲୋକ, ଯେଉଁଠାରେ ଦିନେ ଆପଣ ପ୍ରଥମେ କାର୍ଯ୍ୟରେ ଯୋଗ ଦେଇ ସେବା କରିଥିଲେ ସେମାନେ ଆପଣଙ୍କୁ 20 ବର୍ଷ ପରେ ସୁଦ୍ଧା ମନେ ରଖିବେ । ଆପଣ ଯୁଆଡ଼େ ଯାଆନ୍ତୁ, ସ୍ଥାନୀୟ ଭାଷା ଜାଣିଥାନ୍ତୁ କି ନାହିଁ, ଆପଣମାନେ କିନ୍ତୁ ଲୋକମାନଙ୍କ ହୃଦୟ ଜିଣିବାକୁ ଚେଷ୍ଟା କରନ୍ତୁ । ଏବଂ ତାହା ଆପଣମାନଙ୍କ ଆଚରଣ ଓ ବ୍ୟବହାର ଦ୍ୱାରା ହିଁ ସମ୍ଭବପର ହୋଇପାରିବ । ଥରେ ଆପଣମାନେ ସାଧାରଣ ଜନତାଙ୍କ ହୃଦୟ ଜିଣିଗଲେ, ସବୁ କିଛି ଆପେ ଆପେ ଠିକ୍‌ ହୋଇଯିବ ।

ପୁଲିସ୍‌ ବ୍ୟବସ୍ଥା ସଂପର୍କରେ ସାଧାରଣରେ ଗୋଟିଏ କଥା ଓ ବିଶ୍ୱାସ ରହିଛି । ମୁଁ ଯେତେବେଳେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେଲି ସେତିକି ବେଳ କଥା କହୁଛି. . .  ଦୀପାବଳୀ ପରେ ଗୁଜୁରାଟରେ ନୂଆ ବର୍ଷ ପାଳନ କରାଯାଇଥାଏ । ସେହିଭଳି ଗୋଟିଏ ଛୋଟ ଉତ୍ସବର ଆୟୋଜନ କରାଯାଇଥାଏ ଏବଂ ପୁଲିସ ଅଧିକାରୀମାନେ ଦିୱାଲୀ ମିଲନ୍‌ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ପ୍ରଚଳିତ ଧାରା ଅନୁସାରେ ମୁଖ୍ୟମନ୍ତ୍ରୀ ସେ ଉତ୍ସବକୁ ଯାଆନ୍ତି । ମୁଁ ବି ସେ କାର୍ଯ୍ୟକ୍ରମକୁ ଯାଇଥିଲି । ମୋର ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରମାନେ ମଧ୍ୟ ସେଠାକୁ ଯାଉଥିଲେ, ମଞ୍ଚ ଉପରେ ବସୁଥିଲେ, ସେମାନଙ୍କ ସହ କିଛି କିଛି କଥାବାର୍ତ୍ତା କରୁଥିଲେ, ସେମାନଙ୍କୁ ଶୁଭ କାମନା ଜଣାଉଥିଲେ ଏବଂ ଫେରି ଆସୁଥିଲେ । ମୁଁ ଯେତେବେଳେ ସେହି ଉତ୍ସବକୁ ପ୍ରଥମ ଥର ପାଇଁ ଗଲି, ମୁଁ ସବୁ ଲୋକଙ୍କୁ ଭେଟିଲି । ସେତିକିବେଳେ ଜଣେ ପୁଲିସ ଅଧିକାରୀ ମୋତେ ବାରଣ କଲେ । ସେ ମୋତେ କହିଲେ ଯେ ମୁଁ କାହିଁକି ସବୁ ଲୋକଙ୍କ ସହ ହାତ ମିଳାଉଛି । ଆପଣ ସେପରି କରନ୍ତୁନାହିଁ- ବୋଲି ସେ ମୋତେ କହିଲେ । ସେହିସବୁ ଲୋକମାନଙ୍କ ମଧ୍ୟରେ କନେଷ୍ଟବଳ ଥିଲେ ଏବଂ ଅନ୍ୟ ବିଭିନ୍ନ ବର୍ଗର ଲୋକମାନେ ଥିଲେ । ସେଠାରେ ପାଖା ପାଖି 100ରୁ 150 ପର୍ଯ୍ୟନ୍ତ ଲୋକ ଥିଲେ । ମୁଁ ତାଙ୍କୁ ପଚାରିଲି କାହିଁକି ମୁଁ ହାତ ମିଳାଇବି ନାହିଁ? ସେ ମୋତେ କହିଲେ ଯେ ହାତ ମିଳାଇ ମିଳାଇ ସନ୍ଧ୍ୟାସୁଦ୍ଧା ମୋ ହାତ ଫୁଲିଯିବ ଏବଂ ମୋର ଚିକିତ୍ସା ଦରକାର ପଡ଼ିବ । ମୁଁ ତାଙ୍କୁ କହିଲି, ସେ ଏପରି କଥା କାହିଁକି ଚିନ୍ତା କରୁଛନ୍ତି? ପୁଲିସ ବିଭାଗରେ ଏଭଳି ଧାରଣା ରହିଥାଇ ପାରେ । ପୁଲିସବାଲା ଅତି ଖରାପ ଭାଷା ବ୍ୟବହାର କରନ୍ତି, ଏପରି ଭାବିବା ଭୁଲ ।

ବର୍ଦ୍ଦି ପିନ୍ଧିଥିବା ପୁଲିସ କର୍ମଚାରାମାନେ ଏଭଳି କୃତ୍ରିମ ସ୍ୱଭାବ ପ୍ରଦର୍ଶନ କରନ୍ତୁ ନାହିଁ । କାରଣ ତାହା ସେମାନଙ୍କର ଅସଲ ସ୍ୱରୂପ ନୁହେଁ । କରୋନା ମହାମାରୀ ସମୟରେ ଦେଶର ପୁଲିସ ଅଧିକାରୀମାନେ ସେମାନଙ୍କର ସେବାକାର୍ଯ୍ୟ ବଳରେ ଏଭଳି ଧାରଣାକୁ ବଦଳାଇ ଦେଇପାରିଛନ୍ତି । ସେମାନେ ମଧ୍ୟ ମଣିଷ । ଜଣେ ପୁଲିସ କର୍ମଚାରୀ ମଧ୍ୟ ନିଜର କର୍ତ୍ତବ୍ୟ ସଂପାଦନ କରୁଛି ଯାହା ମାନବ ସମାଜର କଲ୍ୟାଣ ପାଇଁ ଅଭିପ୍ରେତ । ସମାଜରେ ଏଭଳି ଧାରଣାକୁ ହିଁ ବଦ୍ଧମୂଳ କରାରିବା ଆବଶ୍ୟକ । ଏବଂ ତାହା କେବଳ ସେମାନଙ୍କ ଆଚରଣ ଦ୍ୱାରା ହିଁ ସମ୍ଭବପର ହୋଇପାରିବ । ଆମେ କିଭଳି ଭାବେ ପୁଲିସ ବିଭାଗ ପ୍ରତି ଲୋକମାନଙ୍କ ମନରେ ଥିବା ଧାରଣାକୁ ଆମର ଆଚରଣ ମାଧ୍ୟମରେ ବଦଳାଇ ଦେଇପାରିବା ?

ସେହିଭଳି, ମୁଁ ଦେଖିଛି ଯେ ରାଜନୈତିକ ନେତାମାନେ ପୁଲିସ ଅଧିକାରୀମାନଙ୍କ ସହ କେବିତି କଥାବାର୍ତ୍ତା କରନ୍ତି । ଯେଉଁମାନେ ବର୍ଦ୍ଦିରେ ଅଛନ୍ତି ସେମାନେ ରାଜନେତାମାନଙ୍କୁ ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି । ଏବଂ ଆପଣମାନେ ଦେଖିବେ ସେମାନଙ୍କ ମଧ୍ୟରୁ ଏମିତିକିଆ 5-50 ଲୋକ ଅଛନ୍ତି ଯେଉଁମାନେ ରାଜନେତାଙ୍କୁ ଖୁସି କରିବା ପାଇଁ ଅଯଥା ତାଳି ବଜାଉଥିବେ ।

ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେମାନେ ହେଉଛେ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅଂଶ । ଗଣତନ୍ତ୍ରରେ ଯେକୌଣସି ରାଜନୈତିକ ଦଳ କ୍ଷମତାକୁ ଆସୁନା କାହିଁକି, ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ସମ୍ମାନ ଜଣାଇବା ଅର୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ମାନ ଜଣାଇବା ସଙ୍ଗେ ସମାନ । ଏହି ଦୁଇଟି ବ୍ୟବସ୍ଥା ମଧ୍ୟରେ ପାର୍ଥକ୍ୟ ଥାଇପାରେ, କିନ୍ତୁ ସଦାବେଳେ ଆମକୁ ଏହାକୁ ଅତି ସତର୍କତାର ସହିତ ତାହା ସଂପାଦନ କରିବାକୁ ପଡ଼ିବ । ଆମେ ଏଭଳି ତାଳିବଜା ପଦ୍ଧତି ଅବଲମ୍ବନ କରିବା ଆଦୌ ଉଚିତ ନୁହେଁ । ମୁଁ କେବଳ ମୋର ନିଜ ଅନୁଭୂତି ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛି । ମୁଁ ଯେତେବେଳେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେଲି, ଅତୁଲ, ଯିଏ ଆପଣମାନଙ୍କୁ ଏବେ ତାଲିମ ପ୍ରଦାନ କରୁଛି, ସେ ମୋତେ ତାଲିମ ଦେଉଥିଲେ ଏବଂ ମୁଁ ତାଙ୍କ ଠାରୁ ହିଁ ତାଲିମ ପାଇଛି । କାରଣ ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ମୋର ସିକ୍ୟୁରିଟି ଇନ୍‌ ଚାର୍ଜ ଥିଲେ ।

ଦିନେ ଏମିତି ହେଲା ଯେ ସବୁ ପ୍ରକାର  ବନ୍ଦୋବସ୍ତ ଓ ପୁଲିସ ବ୍ୟବସ୍ଥା ସହିତ ମୁଁ ମାନସିକ ସ୍ତରରେ ନିଜକୁ ସହଜ ମଣୁନଥିଲି । ମୋତେ କେମିତି ସେସବୁ ଅତି ରୁନ୍ଧି ହୋଇ ପଡ଼ିଲା ପରି ଲାଗୁଥିଲା । କିନ୍ତୁ ସେହିସବୁ ବ୍ୟବସ୍ଥା ଭିତରେ ମୋତେ ରହିବାକୁ ପଡ଼ିଥିଲା । କିନ୍ତୁ, ବେଳେବେଳେ ମୁଁ ନିୟମ ଭାଙ୍ଗି ପକାଉଥିଲି, କାରରୁ ବାହାରି ଲୋକମାନଙ୍କ ସହିତ ହାତ ମିଳାଉଥିଲି, ଜନଗହଳି ଭିତରେ ମିଶି ଯାଉଥିଲି । ଦିନେ ଅତୁଲ କରୱାଲ ମୋତେ ସାକ୍ଷାତ କରିବା ଲାଗି ସମୟ ମାଗିଲେ ଓ ମୋ ଚାମ୍ବରକୁ ଆସିଲେ । ମୁଁ ଜାଣେନା, ସେ କଥା ଆଜି ତାଙ୍କର ମନେଅଛି କି ନାହିଁ । କିନ୍ତୁ ସେ ମୋ ଚାମ୍ବରକୁ ଆସି ତାଙ୍କର ଅସନ୍ତୋଷ ଅତି ସ୍ପଷ୍ଟ ଭାବେ ପ୍ରକଟ କଲେ । ସେତେବେଳେ ସେ ଖୁବ୍‌ ଜୁନିଅର୍‌ ଥିଲେ । ମୁଁ ଆଜି ଯେଉଁ କଥା କହୁଛି ତାହା ପ୍ରାୟ 20 ବର୍ଷ ତଳର କଥା ।

ଭାବନ୍ତୁ, ସେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ  ଆଡ଼କୁ ଆଖିକୁ ଆଖି ମିଳାଇ ଚାହିଁଲେ ଏବଂ ନିଜର ଅସନ୍ତୋଷ ବ୍ୟକ୍ତ କଲେ । ସେ ମୋତେ କହିଲେ ଯେ ମୁଁ ସେପରି କରିପାରିବି ନାହିଁ । ମୁଁ କାରରୁ ବାହାରି ନିଜ ଇଚ୍ଛାରେ ଜନଗହଳି ଭିତରେ ଲୋକମାନଙ୍କ ମିଶି ପାରିବିନାହିଁ । ମୁଁ ତାଙ୍କୁ ପଚାରିଥିଲି ଯେ ସେ କ’ଣ ମୋ ଜୀବନର ମାଷ୍ଟର ଯେ ସେ ମୋତେ ଏମିତି ନିର୍ଦ୍ଦେଶ ଦେବେ? ସେ କିନ୍ତୁ ତାଙ୍କ କଥାରେ ଅଟଳ ରହିଥିଲେ । ମୁଁ ଆଜି ତାଙ୍କ ସାମ୍ନାରେ ଏକଥା କହୁଛି । ସେ ସେମିତି ଦୃଢ଼ ସ୍ୱରରେ ମୋତେ ଉତ୍ତର ଦେଇଥିଲେ ଯେ ମୁଁ କେବଳ ଜଣେ ବ୍ୟକ୍ତି ନୁହେଁ, ବରଂ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତେଣୁ ତାଙ୍କ ଦାୟିତ୍ୱ ହେଲା ମୋତେ ରକ୍ଷା କରିବା । ସବୁ ପ୍ରକାର ସୁରକ୍ଷା ପ୍ରଦାନ କରିବା । ପ୍ରଚଳିତ ନିୟମକୁ ମାନିବା ଲାଗି ସେ ମୋତେ ଅନୁରୋଧ କରିଥିଲେ । ଅନ୍ୟଥା, ସେ ନିୟମକୁ କେମିତି ପାଳନ କରାଯିବ ତାହାର ବ୍ୟବସ୍ଥା କରିବେ ବୋଲି ମୋତେ ଶୁଣାଇଥିଲେ ।

ତାଙ୍କ କଥା ଶୁଣି ମୁଁ ଉଁ ଚୁଁ କିଛି କହିନଥିଲି । ଏହା ହେଉଛି ଗଣତନ୍ତ୍ରକୁ ସମ୍ମାନ ଜଣାଇବାର ତରିକା । ନିର୍ବାଚିତ ଜନପ୍ରତିନିଧିଙ୍କୁ ସମ୍ମାନ ଜଣାଇବାର ଉପାୟ । କିନ୍ତୁ ଅତି ନମ୍ର ଭାବେ ସବୁ କଥା କହିବା ମଧ୍ୟ ଜଣେ ଅଧିକାରୀଙ୍କ କର୍ତ୍ତବ୍ୟ । ମୋର ମୁଖ୍ୟମନ୍ତ୍ରିତ୍ୱର ପ୍ରାରମ୍ଭିକ ସମୟର କଥା ମୁଁ ଆପଣମାନଙ୍କ ଆଗରେ ବଖାଣୁଛି । ମୋ ମନକୁ କାହିଁକି ଆଜି ଏ କଥା ଆସିଲା, ତା’ର କାରଣ ହେଲା ଜଣେ ପୁଲିସ ଅଧିକାରୀ କେମିତି ଢ଼ଙ୍ଗରେ ତାଙ୍କର ମତ ଉପସ୍ଥାପନ କରିଥିଲେ ଯାହା ଉଚିତ ଓ ଏକାନ୍ତ ଜରୁରି ବୋଲି ସେ ବିବେଚନା କରୁଥିଲେ । ତାଙ୍କ ମନରେ ଯେଉଁ ଦୃଢ଼ତା ଥିଲା ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସେ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ତାଙ୍କର ମନର ଭାବ ଜଣାଉଥିଲେ । ମୁଁ ଭାବୁଛି ପ୍ରତ୍ୟେକ ପୁଲିସ ଜବାନ ଏକଥା କରିପାରିବେ, ଯେକେହି ଏହା କରିପାରିବେ । ଆମେ ଏକଥାର ମହତ୍ତ୍ୱକୁ ଭଲ ଭାବେ ବୁଝିବା ଦରକାର ।

ଏଠାରେ ଆଉ ଗୋଟିଏ ପ୍ରସଙ୍ଗର ଅବତାରଣା କରିବାକୁ ମୁଁ ଚାହିଁବି । ଆପଣମାନେ ଲକ୍ଷ୍ୟ କରନ୍ତୁ, ଆଜିକାଲି ପ୍ରଯୁକ୍ତି ଆମମାନଙ୍କ ପାଇଁ ବେଶ୍‌ ଉପକାରସିଦ୍ଧ ହୋଇପାରିଛି ଏବଂ ତାହା ପ୍ରମାଣିତ ମଧ୍ୟ ହୋଇଛି । ପୂର୍ବରୁ ପୁଲିସ ବିଭାଗର ସବୁ କାର୍ଯ୍ୟ ସୂଚନା ଓ ଗୁଇନ୍ଦା ତଥ୍ୟ ସଂଗ୍ରହ ଜରିଆରେ ସଂପାଦନ କରାଯାଉଥିଲା ଯାହାକି କନଷ୍ଟାବୁଲାରୀ ସ୍ତରରେ ଠୂଳ କରାଯାଉଥିଲ ଏବଂ ସେହି ଧାରା ସୁରୁଖୁରୁରେ ଚାଲିଥିଲା । କିନ୍ତୁ ପରିତାପର ବିଷୟ, ଏଭଳି ବ୍ୟବସ୍ଥାର ଅଧୋପତନ ଘଟିବାରେ ଲାଗିଛି । ଏଥିରେ ଆପଣମାନେ କଦାପି ସାଲିସ କରିବା ଉଚିତ ନୁହେଁ । କାରଣ ଥାନା ସ୍ତରରେ ଗୁଇନ୍ଦା ସୂଚନା ସଂଗ୍ରହ ଅତି ଜରୁରି ଏବଂ ତାହା ପୁଲିସକୁ ସତର୍କ ରହିବାରେ ସବୁଠାରୁ ବିଶେଷ ମହତ୍ତ୍ୱ ରଖିଥାଏ । ଆପଣମାନେ ସେଥିପାଇଁ ନିଜର ସାଧନକୁ ବଢ଼ାଇବାକୁ ହେବ ଏବଂ ନିଜର ସୂଚନାର ଉତ୍ସକୁ ମଧ୍ୟ ବଢ଼ାଇବାକୁ ପଡ଼ିବ । ତାହା ଯେତେ ଅଧିକ ହେବ ସେତେ ଭଲ । ତେବେ ଆପଣମାନେ ଏକଥା ମଧ୍ୟ ସ୍ମରଣ ରଖିବାକୁ ହେବଯେ ଥାନାରେ କେତେ କର୍ମଚାରୀ ଅଛନ୍ତି ଏବଂ ସେମାନଙ୍କୁ କିଭଳି ଭାବେ ଉତ୍ସାହିତି କରାଯାଇପାରିବ । କିନ୍ତୁ ଆଜିକାଲି, ପ୍ରଯୁକ୍ତି ଅତି ସହଜରେ ଉପଲବ୍ଧ । ଆଜିକାଲି ପ୍ରଯୁକ୍ତି  ଅତି ସହଜରେ ଅପରାଧକୁ ଠାବ କରିପାରୁଛି । ତାହା ସିସିଟିଭି ମାଧ୍ୟମରେ କ୍ୟାମେରା ଜରିଆରେ ହୋଇଥାଉ କିମ୍ବା ମୋବାଇଲ୍‌ ଫୋନ୍‌ ଟ୍ରାକିଂ ଜରିଆରେ ହୋଇଥାଉ । ଏହା ଅତି ଉତ୍ତମ ଉପାୟ । କିନ୍ତୁ ଆଜିକାଲି ଯେତିକି ପୁଲିସ କର୍ମଚାରୀ ସସପେଣ୍ଡ ହେଉଛନ୍ତି ତାହା ମଧ୍ୟ ପ୍ରଯୁକ୍ତି ଯୋଗୁ । ବେଳେବେଳେ ସେମାନେ ଲୋକମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି, ସେମାନଙ୍କ ଉପରେ ରାଗୁଛନ୍ତି, ସେମାନଙ୍କ ଧୈର୍ଯ୍ୟ ହରାଇବସି ମରାମରି କରୁଛନ୍ତି ଏବଂ କେହି ଜଣେ ଲୋକ ଏହାର ଭିଡ଼ିଓ ସୁଟ୍‌ କରିନେଉଛି, ତାହା ପୁଣି ଅନ୍ୟମାନଙ୍କ ଅଜାଣତରେ । ତା’ପରେ ସେହି ଭିଡ଼ିଓ ଭାଇରାଲ୍‌ ହୋଇ ବୁଲୁଛି । ଗଣମାଧ୍ୟମ ତରଫରୁ ପର୍ଯ୍ୟାପ୍ତ ଚାପ ପଡ଼ୁଛି । ଏବଂ ପୁଲିସ ବିରୋଧରେ ତୁଣ୍ଡ ଖୋଲିବାକୁ ଆପଣମାନେ ଢ଼େର୍‌ ସଂଖ୍ୟକ ଲୋକ ପାଇଯିବେ । ପରିଶେଷରେ, ପୁଲିସ ବ୍ୟବସ୍ଥା ଦ୍ୱାରା ସେହି କର୍ମଚାରୀଙ୍କୁ କିଛି ସମୟ ପାଇଁ ସସପେଣ୍ଡ କରିବାକୁ ପଡ଼ୁଛି । ସେହି କାର୍ଯ୍ୟ ତାଙ୍କ କ୍ୟାରିଅରରେ କଳାଦାଗ ହୋଇ ରହିଯାଉଛି ।

ପ୍ରଯୁ୍‌କ୍ତି ଆମ ପ୍ରତି ଦୁଇ ଆଡ଼ୁ ଆଶୀର୍ବାଦ ଏବଂ ଅଭିଶାପ ଭଳି କାର୍ଯ୍ୟ କରୁଛି । ପୁଲିସ ବଳ ଏହା ଦ୍ୱାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଆପଣମାନନଙ୍କୁ ଲୋକମାନଙ୍କୁ ମଧ୍ୟ ତାଲିମ ଦେବାକୁ ପଡ଼ିବ । ଆପଣମାନେ ସେମାନଙ୍କୁ ବୁଝାଇଦେବାକୁ ପଡ଼ିବ ଯେ ଗଠନମୂଳକ ଭାବେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ କରାଯିବା ଦରକାର । ଏବଂ ମୁଁ ଲକ୍ଷ୍ୟ କରିଛି ଯେ ଏ ବ୍ୟାଚ୍‌ରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ପ୍ରଯୁକ୍ତି ପୃଷ୍ଠଭୂମିରୁ ଆସିଛନ୍ତି । ଆଜିକାଲି ସୂଚନା ପ୍ରଯୁକ୍ତିର କୌଣସି ଅଭାବ ନାହିଁ । ବିଗ୍‌ ଡାଟା, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ସୋସିଆଲ୍‌ ମିଡ଼ିଆ, ଇତ୍ୟାଦି ଭଳି ପ୍ରଯୁକ୍ତିର ଅନେକ ସାଧନ ରହିଛି ଯାହାକୁ ଆମେ ଉପଯୋଗ କରି ସର୍ବଶ୍ରେଷ୍ଠ ସୂଚନା ବିଶ୍ଳେଷଣ କରିପାରିବା । ତେଣୁ ଆପଣମାନେ ଗୋଟିଏ ଟିମ୍‌ ଗଠନ କରନ୍ତୁ ଏବଂ ଯେଉଁ ଲୋକମାନେ ଆପଣମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସେଥିରେ ସାମିଲ କରନ୍ତୁ । ଏକଥା ମଧ୍ୟ ନୁହେଁ ଯେ ସମସ୍ତେ ପ୍ରଯୁକ୍ତିରେ ଜଣେ ଜଣେ ବିଶେଷଜ୍ଞ ପାଲଟିବା ଏକାନ୍ତ ଜରୁରି ।

ଉୁଁ କେବଳ ଆପଣମାନଙ୍କୁ ଗୋଟିଏ ଛୋଟ ଉଦାହରଣ ଦେଉଛି । ମୁଁ ମୁଖ୍ୟମନ୍ତ୍ରୀ ଥିବାବେଳେ ଜଣେ କନେଷ୍ଟବଳ ମୋର ନିରାପତ୍ତା ଡ୍ୟୁଟିରେ ଥିଲେ । ତାଙ୍କର ପ୍ରକୃତ ପଦପଦବୀ ବିଷୟରେ ମୋର କିଛି ମନେନାହିଁ । ସେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥାଏ । କୌଣସି ଗୋଟିଏ ଇମେଲକୁ ନେଇ କିଛି ବାଦବିବାଦ ସୃଷ୍ଟି ହୋଇଥିଲା ଯାହା ସମାଧାନ ହୋଇ ପାରୁନଥିଲା । ଏବଂ ତାହା ସରକାରଙ୍କ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ସମ୍ବାଦପତ୍ରରେ ବଡ଼ ବଡ଼ ଶିରୋନାମାରେ ବିସ୍ତାରିତ ଭାବେ ସେ ଖବର ପ୍ରକାଶ ପାଉଥିାଏ । ଜଣେ ଦ୍ୱାଦଶ ଶ୍ରେଣୀ ପଢ଼ୁଆ ତରୁଣଟିଏ  ମୋ ଟିମ୍‌ରେ ଥିଲେ ଯିଏ ଏହି ଘଟଣାରେ ବିଶେଷ ଋଚି ରଖୁଥିଲେ । ଏବଂ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ସେ ସେହି ସମସ୍ୟାଟିକୁ ସମାଧାନ କରିଦେଇଥିଲେ । ମୁଁ ଭାବୁଛି ସେତେବେଳେ ଚିଦାମ୍ବରମ୍‌ଜୀ ସେତେବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଥିଲେ । ସେ ସେହି ବାଳକକୁ ଡାକିଲେ ଏବଂ ତାଙ୍କୁ ଏକ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଠାରେ ଏଭଳି ପ୍ରଜ୍ଞା ରହିଛି ।

ଆମକୁ କେବଳ ସେଭଳି ବ୍ୟକ୍ତିମାନଙ୍କୁ ଠାବ କରିବାକୁ ପଡ଼ିବ ଏବଂ ସେମାନଙ୍କୁ ଉପଯୁକ୍ତ ଭାବେ ଉପଯୋଗ କରିବା ଦରକାର । ଯଦି ଆପଣମାନେ ତାହା କରନ୍ତି, ଦେଖିବେ ଆପଣମାନଙ୍କୁ ଏକ ନୂଆ ଅସ୍ତ୍ର ମିଳିଯିବ । ସେମାନେ ଆପଣମାନଙ୍କର ସାମର୍ଥ୍ୟ ପାଲଟିଯିବେ । ଯଦି ଆପଣମାନଙ୍କ ନିକଟରେ 100 ଜଣ ପୁଲି ବଳ ଅଛନ୍ତି ଏବଂ ଯଦି ଆପଣ ସେମାନଙ୍କୁ ନିଜର ସାମର୍ଥ୍ୟ ରୂପେ ଉପଯୋଗ କରନ୍ତି, ପ୍ରଯୁକ୍ତିର ବ୍ୟବହାର କରନ୍ତି ଏବଂ ପ୍ରାପ୍ତ ସୂଚନାକୁ ବିଶ୍ଳେଷଣ କରନ୍ତି, ସେହି 100 ଆପଣଙ୍କ ନିକଟରେ ହଜାରେ ପାଲଟିଯିବ । ଆପଣଙ୍କର ଶକ୍ତି ଏତେ ବଢ଼ିଯିବଯେ ଆପଣ କଳ୍ପନା କରିପାରିବେ ନାହିଁ । ଏହା ଉପରେ ଆପଣମାନେ ଗୁରୁତ୍ୱ ଆରୋପ କରନ୍ତୁ ।

ଦ୍ୱିତୀୟରେ, ଆପଣମାନେ ସମସ୍ତେ ଏକଥା ନିଶ୍ଚୟ ଲକ୍ଷ୍ୟ କରିଥିବେ । ପୂର୍ବରୁ ସେନା କର୍ମଚାରୀମାନଙ୍କୁ ଯେଉଁଠାରେ କିଛି ପ୍ରାକୃତିକ ବିପର୍ଯ୍ୟୟ ଘଟିଲା, ବନ୍ୟା ହେଲା, ଭୂମିକମ୍ପ ହେଲା କିମ୍ବା ବଡ଼ ଧରଣର ଦୁର୍ଘଟଣା କି ଝଡ଼ବାତ୍ୟା ହେଲା, ସେମାନଙ୍କୁ ସେଠାକୁ ତୁରନ୍ତ ପ୍ରେରଣ କରାଯାଉଥିଲା । ସେନା କର୍ମଚାରୀମାନଙ୍କୁ ଦେଖିଲେ ଲୋକମାନେ ଆଶ୍ୱସ୍ତିର ନିଶ୍ୱାସ ମାରୁଥିଲେ । କାରଣ ସେମାନେ ଦୁର୍ଗତ ଲୋକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ନିକଟରେ ରିଲିଫ ପହଞ୍ଚାଉଥିଲେ ଏବଂ ସେମାନଙ୍କୁ ବିପଦରୁ ମୁକୁଳାଉଥିଲେ । ବିଗତ କିଛି ବର୍ଷ ମଧ୍ୟରେ ଏସଡ଼ିଆରଏଫ ଏବଂ ଏନଡ଼ିଆରଏଫ ବାହିନୀ ସେହି କାର୍ଯ୍ୟ ଅତି ସଫଳତାର ସହ ସଂପାଦନ କରି ଆସୁଛନ୍ତି ଏବଂ ସେମାନଙ୍କୁ ପୁଲିସ ବାହିନୀରୁ ହିଁ ଚୟନ କରାଯାଇଛି । ସେମାନେ ଏତେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ଯେ ଟେଲିଭିଜନ ଠାରୁ ନେଇ ଅନ୍ୟାନ୍ୟ ଗଣମାଧ୍ୟମରେ ସେମାନଙ୍କର ଭୂରି ଭୂରି ପ୍ରଶଂସା କରାଯାଉଛି । ସେମାନେ ଜଳରେ ଧାଉଁଛନ୍ତି, ଧୂଳିରେ ଧାଉଁଛନ୍ତି, ରାସ୍ତା ଅବରୋଧ କରିଥିବା ବଡ଼ ବଡ଼ ପଥରଖଣ୍ଡ ଗୁଡ଼ିକୁ ଉଠାଇ ରାସ୍ତା ପରିଷ୍କାର କରୁଛନ୍ତି ।ପୁଲିସ ବିଭାଗ ପାଇଁ ଏହା ଏକ ନୂତନ ମର୍ଯ୍ୟାଦା ସୃଷ୍ଟି କରିଛି ।

ମୁଁ  ଆପଣମାନଙ୍କୁ ସମସ୍ତଙ୍କୁ ଗୋଟିଏ ଅନୁରୋଧ କରିବି ଯେ  ଆପଣମାନେ ନିଜ ନିଜ କ୍ଷେତ୍ରରେ ଏସଡ଼ିଆରଏଫ ଏବଂ ଏନଡ଼ିଆରଏଫର ଯେତେ ଅଧିକ ଟିମ୍‌ ଗଠନ କରିପାରିବେ ସେତେ ଭଲ । ଉପୟ ପୁଲିସ ବଳ ଏବଂ ଜନସାଧାରଣଙ୍କୁ ନେଇ ସେଭଳି ଟିମ୍‌ ଗଠନ କରାଯାଇପାରିବ ।

ଯଦି ଆପଣମାନଙ୍କର ଲୋକମାନଙ୍କୁ  ଅପଦା ପରିସ୍ଥିତି ବେଳେ ସହାୟତା ପ୍ରଦାନ କରିବାର ବିଶେଷତା ରହିଛି ଯାହାକି ଆପଣମାନଙ୍କର ଏକ କର୍ତ୍ତବ୍ୟ ମଧ୍ୟ, ତାହାକୁ ଆପଣମାନେ ଅତି ସଫଳତାର ସହ କାର୍ଯ୍ୟକାରୀ କରିପାରିବେ । ଆଜିକାଲି ଏଭଳି ଅନେକ କାର୍ଯ୍ୟର ଆବଶ୍ୟକତା ପଡ଼ୁଛି । ଆଜି କେବଳ ଏନଡ଼ିଆରଏଫ ଏବଂ ଏସଡ଼ିଆରଏଫ ଯୋଗୁ ହିଁ ଦେଶରେ ପୁଲିସ ବଳଙ୍କ ପ୍ରତି ଲୋକମାନଙ୍କ ମନରେ ଏକ ନୂତନ ଧାରଣା ସୃଷ୍ଟି ହୋଇପାରିଛି ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India, France target doubling trade to $32 billion in 5 years; boost nuclear and defence ties

Media Coverage

India, France target doubling trade to $32 billion in 5 years; boost nuclear and defence ties
NM on the go

Nm on the go

Always be the first to hear from the PM. Get the App Now!
...
Prime Minister welcomes understanding between the United States and Iran on ending conflict in West Asia
June 15, 2026

The Prime Minister, Shri Narendra Modi has welcomed the understanding reached between the United States and Iran on ending the conflict in West Asia.

The Prime Minister noted that the conflict has caused serious economic disruption across the world and led to loss of life in many countries.

The Prime Minister expressed hope that the implementation of this understanding will help restore peace and stability in the region and ensure the freedom of navigation and commerce.

Shri Modi also said that India looks forward to deliberations on the remaining issues reaching a sustainable final agreement.

In a post on X, Shri Modi said;

“I welcome the understanding reached between the United States and Iran on ending the conflict in West Asia, which has caused serious economic disruption across the world and led to loss of life in many countries.

India hopes that the implementation of this understanding will help restore peace and stability in the region and ensure the freedom of navigation and commerce.

We look forward to deliberations on the remaining issues reaching a sustainable final agreement.”