ଶ୍ରୀ ସି.ପି. ରାଧାକୃଷ୍ଣନ ଏକ ସାଧାରଣ ଚାଷୀ ପରିବାରରୁ ଆସିଛନ୍ତି ଏବଂ ତାଙ୍କର ସମଗ୍ର ଜୀବନ ଜନସେବା ପାଇଁ ଉତ୍ସର୍ଗ କରିଛନ୍ତି: ପ୍ରଧାନମନ୍ତ୍ରୀ
ସେବା, ସମର୍ପଣ ଏବଂ ସଂଯମତା ଶ୍ରୀ ସି.ପି. ରାଧାକୃଷ୍ଣନଙ୍କ ବ୍ୟକ୍ତିତ୍ୱର ଅବିଚ୍ଛେଦ୍ୟ ଅଂଶ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ପ୍ରଥମ ଅଧ୍ୟକ୍ଷତା ପାଇଁ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରିଥିଲେ  । ପ୍ରଧାନମନ୍ତ୍ରୀ ଏହି ଦିନକୁ ରାଜ୍ୟସଭାର ସମସ୍ତ ମାନ୍ୟବର ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ, "ଏହି ଗୃହ ଏବଂ ମୋ ପକ୍ଷରୁ, ମୁଁ ଆପଣଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ପ୍ରତିଶ୍ରୁତି ଦେଉଛି ଯେ, ଏହି ଉଚ୍ଚ ସଦନର ସମସ୍ତ ମାନ୍ୟବର ସଦସ୍ୟ ସର୍ବଦା ଏହି ମହାନ ଅନୁଷ୍ଠାନର ମର୍ଯ୍ୟାଦାକୁ ବଜାୟ ରଖିବେ ଏବଂ ନିଜର ମର୍ଯ୍ୟାଦାକୁ ବଜାୟ ରଖିବାରେ ସର୍ବଦା ସତର୍କ ରହିବେ। ଏହା ଆପଣଙ୍କ ପ୍ରତି ମୋର ଦୃଢ଼ ପ୍ରତିଶୃତି।"
ଶ୍ରୀ ମୋଦୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏହି ଶୀତକାଳୀନ ଅଧିବେଶନରେ ପ୍ରମୁଖ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାକୁ ପ୍ରସ୍ତୁତ ଥିବାବେଳେ ମାନନୀୟ ଅଧ୍ୟକ୍ଷଙ୍କ ନେତୃତ୍ୱ ରାଜ୍ୟସଭାର କାର୍ଯ୍ୟକୁ ଆହୁରି ସମୃଦ୍ଧ କରିବ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏକ କୃଷକ ପରିବାରରୁ ଆସିଥିବା ଅଧ୍ୟକ୍ଷ ଶ୍ରୀ ରାଧାକୃଷ୍ଣନ ତାଙ୍କ ସମଗ୍ର ଜୀବନ ସମାଜ ସେବା ପାଇଁ ଉତ୍ସର୍ଗ କରିଛନ୍ତି। ସମାଜସେବା ତାଙ୍କର ନିରନ୍ତର ପରିଚୟ ଥିଲା। ରାଜନୀତି କେବଳ ଗୋଟିଏ ଦିଗ ଥିଲା; କିନ୍ତୁ ସେବାର ଭାବନା ତାଙ୍କ ଜୀବନର ମୂଳ ଲକ୍ଷ୍ଯ ଥିଲା। ଜନ କଲ୍ୟାଣ ପ୍ରତି ତାଙ୍କର ଦୀର୍ଘକାଳୀନ ପ୍ରତିବଦ୍ଧତା ସମାଜସେବାକୁ ମୂଲ୍ୟ ଦେଉଥିବା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ରାଜ୍ୟସଭା ଅଧ୍ୟକ୍ଷଙ୍କ ବ୍ୟାପକ ସାର୍ବଜନୀନ ଜୀବନ ଉପରେ ଆଲୋକପାତ କରିବା ସହ କଏର ବୋର୍ଡକୁ ଏକ ଐତିହାସିକ ଉଚ୍ଚ ପ୍ରଦର୍ଶନକାରୀ ପ୍ରତିଷ୍ଠାନରେ ପରିଣତ କରିବାରେ ତାଙ୍କର ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। ସେ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପ-ରାଜ୍ୟପାଳ ଭାବରେ ତାଙ୍କର ଉତ୍ସର୍ଗୀକୃତ ସେବାକୁ ମଧ୍ୟ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଆଦିବାସୀ ସମ୍ପ୍ରଦାୟ ସହିତ ଶ୍ରୀ ରାଧାକୃଷ୍ଣନଙ୍କ ଗଭୀର ସମ୍ପର୍କକୁ ବିଶେଷ ଭାବରେ ପ୍ରଶଂସା କରିଥିଲେ, ଯେଉଁଠାରେ ସେ ପ୍ରାୟତଃ ଦୂରଦୂରାନ୍ତର ଗ୍ରାମଗୁଡ଼ିକୁ ଯାତ୍ରା କରୁଥିଲେ ଏବଂ ଲୋକଙ୍କ ଆବଶ୍ୟକତା ବୁଝିବା ପାଇଁ ଛୋଟ ଛୋଟ ବସ୍ତିରେ ରାତି ବିତାଉଥିଲେ। ସେ କହିଥିଲେ, "ରାଜ୍ୟପାଳ ଭାବରେ ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଆପଣଙ୍କର ସେବା ମନୋଭାବ ଆହୁରି ବୃଦ୍ଧି ପାଇଥିଲା।"
ତାଙ୍କ ସହ ଥିବା ବର୍ଷ ବର୍ଷର ସଂପର୍କରୁ ମିଳିଥିବା ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ରାଧାକୃଷ୍ଣନ ପ୍ରୋଟୋକଲର ସୀମା ଅତିକ୍ରମ କରି ନିଜକୁ ଜଣେ ନିଆରା ବ୍ୟକ୍ତିତ୍ବରେ ପରିଣତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, "ସାର୍ବଜନୀନ ଜୀବନରେ, ପ୍ରୋଟୋକଲ ବାହାରେ ବଞ୍ଚିବାର ଏକ ବିଶେଷ ଶକ୍ତି ଅଛି, ଏବଂ ଆମେ ସର୍ବଦା ଆପଣଙ୍କ ମଧ୍ୟରେ ସେହି ଶକ୍ତି ଦେଖିଛୁ।" ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ଅଧ୍ୟକ୍ଷ ଶ୍ରୀ ରାଧାକୃଷ୍ଣନ "ଡଲାର ସିଟି"ରେ ଜନ୍ମଗ୍ରହଣ କରିଥିଲେ- ଏପରି ଏକ ସହର ଯାହାର ଏକ ନିଜସ୍ବ ପରିଚୟ ରହିଛି, ସେ ଉକ୍ତ ସହରରେ ଥିବା ନିର୍ଯାତିତ, ସୀମାନ୍ତ କିମ୍ବା ପଛୁଆ ସମ୍ପ୍ରଦାୟର ଲୋକଙ୍କ କଲ୍ୟାଣ ଉପରେ କାମ କରିବାକୁ ଗୁରୁତ୍ବ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ପିଲାବେଳେ ଶ୍ରୀ ସି.ପି. ରାଧାକୃଷ୍ଣନ ଅବିନାଶୀ ମନ୍ଦିରର ପୋଖରୀରେ ବୁଡ଼ି ଯାଇଥିଲେ, କିନ୍ତୁ ଅଳ୍ପକେ ମୃତ୍ୟୁମୁଖରୁ ଫେରିଆସିଥିଲେ । ତାଙ୍କ ପରିବାର ଏହି ଘଟଣାକୁ ଏକ  ଈଶ୍ୱରୀୟ କୃପା ବୋଲି କୁହନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ଆଉ ଏକ ବିପଜ୍ଜନକ ଘଟଣା ଉଲ୍ଲେଖ କରିଥିଲେ । ତାହା ହେଉଛି କୋଏମ୍ବାଟୁରରେ ହୋଇଥିବା ଭୟଙ୍କର ବୋମା ବିସ୍ଫୋରଣ, ଯାହା ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନିର୍ଦ୍ଧାରିତ ଗସ୍ତ ପୂର୍ବରୁ ଘଟିଥିଲା। ଏହି ବିସ୍ଫୋରଣରେ ପ୍ରାୟ ୬୦ରୁ ୭୦ ଜଣଙ୍କ ଜୀବନ ଯାଇଥିଲା, କିନ୍ତୁ ଶ୍ରୀ ରାଧାକୃଷ୍ଣନ ଅଳ୍ପକେ ରକ୍ଷା ପାଇଯାଇଥିଲେ।
ଏହି ଘଟଣାଗୁଡ଼ିକୁ ସେ ଦିବ୍ୟ ହସ୍ତକ୍ଷେପର ସଙ୍କେତ ବୋଲି ବିବେଚନା କରନ୍ତି ଓ ଏଗୁଡ଼ିକ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବାର ତାଙ୍କର ସଂକଳ୍ପକୁ ଆହୁରି ଦୃଢ଼ କରିଥିଲା । ଜୀବନର ଅଭିଜ୍ଞତାକୁ ଅଧିକ ସକାରାତ୍ମକତା ଏବଂ ପ୍ରତିବଦ୍ଧତାରେ ପରିଣତ କରିବା ଅଧ୍ୟକ୍ଷଙ୍କ ଉଲ୍ଲେଖନୀୟ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରେ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ରାଧାକୃଷ୍ଣନ କାଶୀକୁ ତାଙ୍କର ପ୍ରଥମ ଗସ୍ତ ସମୟରେ ମାତା ଗଙ୍ଗାଙ୍କ ଆଶୀର୍ବାଦ ଦ୍ବାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ ଏବଂ ନିରାମିଷ ଖାଦ୍ୟ ପରିତ୍ୟାଗ କରିବାକୁ ବ୍ୟକ୍ତିଗତ ପ୍ରତିଜ୍ଞା ନେଇଥିଲେ। ଏହି ନିଷ୍ପତ୍ତି କେବଳ ଏକ ଖାଦ୍ୟପେୟ ସଂପର୍କିତ ନିଷ୍ପତ୍ତି ନୁହେଁ, ଏହା ତାଙ୍କର ଆଧ୍ୟାତ୍ମିକ ସମ୍ବେଦନଶୀଳତା ଏବଂ ଆଭ୍ୟନ୍ତରୀଣ ପ୍ରେରଣାକୁ ପ୍ରତିଫଳିତ କରେ। ଶ୍ରୀ ମୋଦୀ କହିଥିଲେ, "ଆପଣଙ୍କ ନେତୃତ୍ୱ ଗୁଣଗୁଡ଼ିକ ଆପଣଙ୍କ ଛାତ୍ର ଜୀବନରୁ ସ୍ପଷ୍ଟ ହୋଇଛି। ଆଜି, ଆପଣ ଆମ ସମସ୍ତଙ୍କୁ ଜାତୀୟ ନେତୃତ୍ୱ ଆଡ଼କୁ ମାର୍ଗଦର୍ଶନ କରିବାକୁ ଏଠାରେ ଅଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।"
ଶ୍ରୀ ମୋଦୀ  ଜରୁରୀକାଳୀନ ପରିସ୍ଥିତି ସମୟରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ସାହସିକ ମନୋଭାବକୁ ମନେ ପକାଇଥିଲେ, ଯେତେବେଳେ, ସୀମିତ ସମ୍ବଳ ସତ୍ତ୍ୱେ, ସେ ଗଣତନ୍ତ୍ରର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହୋଇଥିଲେ ଏବଂ ଅଟଳ ମନୋଭାବ ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ। ଶ୍ରୀ ମୋଦୀ କହିଥିଲେ "ଗଣତନ୍ତ୍ର ପାଇଁ ଆପଣଙ୍କ ସଂଘର୍ଷରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଆପଣ ଯେଉଁଭଳି ଭାବରେ ଲୋକମାନଙ୍କୁ ପ୍ରେରଣା ଦେଇଥିଲେ ତାହା ସମସ୍ତ ଗଣତନ୍ତ୍ର ପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ଏବଂ ରହିବ" ।
ତାଙ୍କର ସାଂଗଠନିକ ଦକ୍ଷତାକୁ ପ୍ରସଂଶା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କୁ ଦିଆଯାଇଥିବା ପ୍ରତ୍ୟେକ ଦାୟିତ୍ବକୁ ସେ ସଫଳତାର ସହ ନିର୍ବାହ କରିଥିଲେ, ନୂଆ ଚିନ୍ତାଧାରାକୁ ଗ୍ରହଣ କରିଥିଲେ, ଏକତାକୁ ପ୍ରେତ୍ସାହିତ କରିଥିଲେ ଓ ଯୁବ ନେତୃତ୍ବକୁ ସୁଯୋଗ ପ୍ରଦାନ କରିଥିଲେ । ଶ୍ରୀ ମୋଦୀ କହିଥିଲେ, "କୋଏମ୍ବାଟୁରର ଲୋକମାନେ ଆପଣଙ୍କୁ ସେମାନଙ୍କର ସାଂସଦ ଭାବରେ ନିର୍ବାଚିତ କରିଥିଲେ ଏବଂ ଗୃହରେ ମଧ୍ୟ ଆପଣ ନିରନ୍ତର ଭାବରେ ଆପଣଙ୍କ ନିର୍ବାଚନମଣ୍ଡଳୀର ବିକାଶ ଆବଶ୍ୟକତାକୁ ଉଠାଇଥିଲେ ଏବଂ ସେଗୁଡ଼ିକୁ ଉଭୟ ଜନତା ଏବଂ ସଂସଦ ସମ୍ମୁଖରେ ଗୁରୁତ୍ବ ଦେଇଥିଲେ । 
ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଜଣେ ସାଂସଦ ତଥା  ବର୍ତ୍ତମାନ  ରାଜ୍ୟସଭାର ଅଧ୍ୟକ୍ଷ ଓ ଉପରାଷ୍ଟ୍ରପତି ଭାବରେ ଶ୍ରୀ ରାଧାକୃଷ୍ଣନଙ୍କ ବିରାଟ ଅଭିଜ୍ଞତା ସଦନ ଏବଂ ଦେଶ ପାଇଁ ମାର୍ଗଦର୍ଶକ ପ୍ରେରଣା ଭାବରେ କାର୍ଯ୍ୟ କରିବ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India highlights 13 outcomes from SCO summit; Centre for security threats among key decisions

Media Coverage

India highlights 13 outcomes from SCO summit; Centre for security threats among key decisions
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.