"ପ୍ରଧାନମନ୍ତ୍ରୀ ସୁଜୁକିର ପ୍ରଥମ ଭାରତ ନିର୍ମିତ ବିଶ୍ୱସ୍ତରୀୟ ବ୍ୟାଟେରୀଚାଳିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଉଦ୍ଘାଟନ କରିଛନ୍ତି
ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ, ଭାରତରେ ନିର୍ମିତ ଇଲେକ୍ଟ୍ରିକ୍ ଯାନ ଆଜିଠାରୁ ୧୦୦ଟି ଦେଶକୁ ରପ୍ତାନି କରାଯିବ, ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି : ପ୍ରଧାନମନ୍ତ୍ରୀ
ଭାରତ ପାଖରେ ଗଣତନ୍ତ୍ରର ଶକ୍ତି, ଅଧିକ ଜନସଂଖ୍ୟାର ଲାଭ ଏବଂ କୁଶଳୀ କର୍ମଶକ୍ତିର ବିଶାଳ ଭଣ୍ଡାର ଅଛି, ଯାହା ପ୍ରତ୍ୟେକ ଭାଗୀଦାର ପାଇଁ ଏକ ଲାଭଦାୟକ ପରିସ୍ଥିତି ସୃଷ୍ଟି କରେ : ପ୍ରଧାନମନ୍ତ୍ରୀ
ବିଶ୍ୱ ଇଲେକ୍ଟିକ୍ ଯାନ ଚଲାଇବ ଯାହା ଉପରେ ଲେଖାଯିବ, ‘ମେଡ୍ ଇନ୍ ଇଣ୍ଡିଆ’! : ପ୍ରଧାନମନ୍ତ୍ରୀ
ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ବିଶ୍ୱ ଏବଂ ଘରୋଇ ନିର୍ମାତା ଉଭୟଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛି : ପ୍ରଧାନମନ୍ତ୍ରୀ
ଆଗାମୀ ସମୟରେ, ଭବିଷ୍ୟତ ଶିଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ : ପ୍ରଧାନମନ୍ତ୍ରୀ
ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଆଗକୁ ବଢୁଛି, ଦେଶରେ ୬ଟି ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି : ପ୍ରଧାନମନ୍ତ୍ରୀ

ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏକ ପ୍ରମୁଖ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ହଂସଲପୁରରେ ‘ସବୁଜ ଗତିଶୀଳତା ପଦକ୍ଷେପ’ର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣେଷ ଉତ୍ସବର ଉତ୍ସାହ ମଧ୍ୟରେ, ଭାରତର 'ମେକ୍ ଇନ୍ ଇଣ୍ଡିଆ' ଯାତ୍ରା ଏକ ନୂତନ ଅଧ୍ୟାୟ ସୃଷ୍ଟି କରୁଛି। ସେ କହିଛନ୍ତି ଯେ ଏହା "ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ"ର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଆଜିଠାରୁ ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ ୧୦୦ ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବାର ମଧ୍ୟ ଘୋଷଣା କରିଥିଲେ। ଆଜିର ଏହି ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଯୋଡିଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତ, ଜାପାନ ଏବଂ ସୁଜୁକି ମୋଟର କର୍ପୋରେସନର ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଏକ ବଡ଼ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ହଂସଲପୁର ଠାରେ ସବୁଜ ଗତିଶୀଳତା ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗଣେଶ ଉତ୍ସବର ଆନନ୍ଦମୟ ପରିବେଶ ମଧ୍ୟରେ , ଭାରତର 'ମେକ୍ ଇନ୍ ଇଣ୍ଡିଆ' ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡା ହେଉଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ଏହା "ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ" ର ମିଳିତ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ଆଜି ଠାରୁ, ଭାରତରେ ନିର୍ମିତ ବୈଦ୍ୟୁତିକ ଯାନଗୁଡ଼ିକ 100ଟି ଦେଶକୁ ରପ୍ତାନି କରାଯିବ। ସେ ଦେଶରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ ଉତ୍ପାଦନ ଆରମ୍ଭ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲେ। ଆଜିର ଦିନଟି ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତାରେ ଏକ ନୂତନ ପରିମାଣ ଆଣିଥାଏ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଭାରତର ସମସ୍ତ ନାଗରିକ, ଜାପାନ ଏବଂ ସୁଜୁକି ମୋଟର କର୍ପୋରେସନକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।

 

୧୨ - ୧୩ ବର୍ଷ ପୂର୍ବେ ଭାରତର ସଫଳତାର ବୀଜ ବୁଣାଯାଇଥିଲା ବୋଲି ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ୨୦୧୨ ମସିହାରେ, ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ହଂସଲପୁରରେ ମାରୁତି ସୁଜୁକିକୁ ଜମି ଆବଣ୍ଟନ କରାଯାଇଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ, ସେତେବେଳର ଦୃଷ୍ଟିକୋଣ ମଧ୍ୟ ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଥିଲା। ସେହି ପ୍ରାରମ୍ଭିକ ପ୍ରୟାସଗୁଡ଼ିକ ଏବେ ଦେଶର ବର୍ତ୍ତମାନର ସଂକଳ୍ପ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ମନ୍ତବ୍ୟ ଦେଇଥିଲେ।

ସ୍ୱର୍ଗତଃ ଓସାମୁ ସୁଜୁକିଙ୍କ ପ୍ରତି ତାଙ୍କର ରହିଥିବା ସମ୍ମାନର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରିବାର ଗୌରବ ହାସଲ କରିଛନ୍ତି। ସେ କହିଥିଲେ ଯେ, ଶ୍ରୀ ଓସାମୁ ସୁଜୁକି ମାରୁତି ସୁଜୁକି ଇଣ୍ଡିଆ ପାଇଁ ଯେଉଁ ଦୃଷ୍ଟିକୋଣ ଦେଖିଥିଲେ ତାହାର ବ୍ୟାପକ ପ୍ରସାର ଦେଖି ସେ ଖୁସି।

"ଭାରତରେ ଗଣତନ୍ତ୍ରର ଶକ୍ତି ଏବଂ ଅଧିକ ଜନସଂଖ୍ୟାର ଲାଭ ରହିଛି ; ଭାରତରେ ମଧ୍ୟ ଏକ ବିସ୍ତୃତ କୁଶଳୀ କର୍ମଚାରୀଙ୍କ ଭଣ୍ଡାର ଅଛି, ଯାହା ପ୍ରତ୍ୟେକ ଅଂଶୀଦାର ପାଇଁ ଏକ ଲାଭପ୍ରଦ ପରିସ୍ଥିତି ସୃଷ୍ଟି କରୁଛି" ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ। ସେ ସୂଚାଇଥିଲେ ଯେ, ସୁଜୁକି ଜାପାନ ଭାରତରେ ଉତ୍ପାଦନ କରୁଛି, ଏବଂ ଏଠାରେ ଉତ୍ପାଦିତ ଯାନବାହନଗୁଡ଼ିକୁ ଜାପାନକୁ ରପ୍ତାନି କରାଯାଉଛି। ଏହା କେବଳ ଭାରତ - ଜାପାନ ସମ୍ପର୍କର ଶକ୍ତି ନୁହେଁ ବରଂ ଭାରତ ପ୍ରତି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ବଢ଼ୁଥିବା ବିଶ୍ୱାସକୁ ମଧ୍ୟ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ମାରୁତି ସୁଜୁକି ଭଳି କମ୍ପାନୀଗୁଡ଼ିକ ପ୍ରଭାବଶାଳୀ ଭାବରେ ମେକ୍ ଇନ୍ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି। ଲଗାତାର ଚାରି ବର୍ଷ ଧରି ମାରୁତି ସୁଜୁକି ଭାରତର ସବୁଠାରୁ ବଡ଼ କାର୍ ରପ୍ତାନିକାରୀ ହୋଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ଆଜିଠାରୁ ଇଭି ରପ୍ତାନି ମଧ୍ୟ ସମାନ ସ୍ତରରେ ଆରମ୍ଭ ହେବ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ବିଶ୍ୱର ଅନେକ ଦେଶରେ, ଯେଉଁ ଇଭି ଚାଲିବ ସେଗୁଡ଼ିକ ଗର୍ବର ସହିତ - ମେଡ୍ ଇନ୍ ଇଣ୍ଡିଆ (ଭାରତରେ ପ୍ରସ୍ତୁତ) ଲେବଲ୍ ବହନ କରିବ ।

 

ଇଭି ଇକୋସିଷ୍ଟମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ବ୍ୟାଟେରୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଭାରତ ସମ୍ପୂର୍ଣ୍ଣ ଭାବରେ ବ୍ୟାଟେରୀ ଆମଦାନୀ କରୁଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇଭି ଉତ୍ପାଦନକୁ ସୁଦୃଢ଼ କରିବା ପାଇଁ, ଭାରତ ନିମନ୍ତେ ଘରୋଇ ବ୍ୟାଟେରୀ ଉତ୍ପାଦନ ଆରମ୍ଭ କରିବା ଜରୁରୀ ଥିଲା। ଶ୍ରୀ ମୋଦୀ ମନେ ପକାଇଥିଲେ ଯେ ୨୦୧୭ ରେ, ଏହି ଦୃଷ୍ଟିକୋଣ ସହିତ ଟିଡିଏସଜି ବ୍ୟାଟେରୀ ପ୍ଲାଣ୍ଟର ଭିତ୍ତିଭୂମି ସ୍ଥାପନ କରାଯାଇଥିଲା। ସେ ଘୋଷଣା କରିଥିଲେ ଯେ, ଟିଡିଏସଜି ଦ୍ୱାରା ଏକ ନୂତନ ପଦକ୍ଷେପ ଅଧୀନରେ, ତିନୋଟି ଜାପାନୀ କମ୍ପାନୀ ମିଳିତ ଭାବରେ ପ୍ରଥମ ଥର ପାଇଁ ଭାରତରେ ବ୍ୟାଟେରୀ ସେଲ୍ ନିର୍ମାଣ କରିବେ। ସେ ଆହୁରି କହିଛନ୍ତି ଯେ, ଭାରତ ମଧ୍ୟରେ ବ୍ୟାଟେରୀ ସେଲ୍ ଇଲେକ୍ଟ୍ରୋଡ୍ ମଧ୍ୟ ସ୍ଥାନୀୟ ଭାବରେ ଉତ୍ପାଦନ କରାଯିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ସ୍ଥାନୀୟକରଣ ଭାରତର ଆତ୍ମନିର୍ଭରଶୀଳତାକୁ ସଶକ୍ତ କରିବ। ଏହା ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଏହି ଐତିହାସିକ ଆରମ୍ଭ ପାଇଁ ସେ ଶୁଭକାମନା ଜଣାଇଥିଲେ।

କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ଇଭିଗୁଡ଼ିକୁ କେବଳ ଏକ ବିକଳ୍ପ ଭାବରେ ଦେଖାଯାଉଥିଲା ବୋଲି ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ତାଙ୍କ ବିଶ୍ୱାସ ଉପରେ ଜୋର ଦେଇଥିଲେ ଯେ ଇଭିଗୁଡ଼ିକ ବହୁବିଧ ଆହ୍ଵାନ ଗୁଡିକର ସ୍ଥାୟୀ ସମାଧାନ ପ୍ରଦାନ କରେ। ସେ ମନେ ପକାଇଥିଲେ ଯେ, ଗତ ବର୍ଷ ସିଙ୍ଗାପୁର ଗସ୍ତ ସମୟରେ ସେ ପୁରୁଣା ଯାନ ଏବଂ ଆମ୍ବୁଲାନ୍ସକୁ ହାଇବ୍ରିଡ୍ ଇଭିରେ ପରିଣତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ଏବଂ ମାତ୍ର ଛଅ ମାସ ମଧ୍ୟରେ ଏକ କାର୍ଯ୍ୟକାରୀ ପ୍ରୋଟୋଟାଇପ୍ ବିକଶିତ କରିବା ପାଇଁ ମାରୁତି ସୁଜୁକିକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ହାଇବ୍ରିଡ୍ ଆମ୍ବୁଲାନ୍ସର ପ୍ରୋଟୋଟାଇପ୍ ମଡେଲ ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ କହିଥିଲେ ଯେ ଏହି ହାଇବ୍ରିଡ୍ ଆମ୍ବୁଲାନ୍ସଗୁଡ଼ିକ ପ୍ରଧାନମନ୍ତ୍ରୀ ଇ - ଡ୍ରାଇଭ୍ ଯୋଜନା ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏହି ୧୧,୦୦୦ କୋଟି ଟଙ୍କାର ଯୋଜନା ଅଧୀନରେ, ଇ - ଆମ୍ବୁଲାନ୍ସ ପାଇଁ ଏକ ସମର୍ପିତ ବଜେଟ୍ ଆବଣ୍ଟନ କରାଯାଇଛି। ସେ ଆଲୋକପାତ କରିଥିଲେ ଯେ, ହାଇବ୍ରିଡ୍ ଇଭିଗୁଡ଼ିକ ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରିବ ଏବଂ ପୁରୁଣା ଯାନଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଏକ କାର୍ଯ୍ୟକାରୀ ବିକଳ୍ପ ପ୍ରଦାନ କରିବ।

 

ସ୍ୱଚ୍ଛ ଶକ୍ତି ଏବଂ ସ୍ୱଚ୍ଛ ଗତିଶୀଳତା ଭାରତର ଭବିଷ୍ୟତକୁ ପ୍ରତିନିଧିତ୍ୱ କରେ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ପ୍ରୟାସ ମାଧ୍ୟମରେ ଭାରତ ଦ୍ରୁତ ଗତିରେ ସ୍ୱଚ୍ଛ ଶକ୍ତି ଏବଂ ସ୍ୱଚ୍ଛ ଗତିଶୀଳତାର ଏକ ନିର୍ଭରଯୋଗ୍ୟ କେନ୍ଦ୍ର ଭାବରେ ଉଭା ହେଉଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳ ବିଭ୍ରାଟ ସହିତ ସଂଘର୍ଷ କରୁଛି, ସେତେବେଳେ ଗତ ଦଶନ୍ଧିରେ ଭାରତର ନୀତିଗତ ନିଷ୍ପତ୍ତି ଅତ୍ୟନ୍ତ ପ୍ରଭାବଶାଳୀ ପ୍ରମାଣିତ ହେଉଛି। ୨୦୧୪ ମସିହାରେ ଦେଶ ସେବା କରିବାର ସୁଯୋଗ ପାଇବା ପରେ, ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ବୋଲି ମନେ ପକାଇ ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ ଏବଂ ବିଶ୍ୱ ଏବଂ ଘରୋଇ ନିର୍ମାତା ଉଭୟଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଭାରତ ଏହାର ଉତ୍ପାଦନ କ୍ଷେତ୍ରକୁ ଦକ୍ଷ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କରିବା ପାଇଁ କାର୍ଯ୍ୟ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦୃଷ୍ଟିକୋଣକୁ ସମର୍ଥନ କରିବା ପାଇଁ ଶିଳ୍ପ କରିଡର ବିକଶିତ କରାଯାଉଛି ଏବଂ ଦେଶସାରା ପ୍ଲଗ୍ – ଏଣ୍ଡ -ପ୍ଲେ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ପାର୍କ ପ୍ରତିଷ୍ଠା କରାଯାଉଛି। ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ ଉତ୍ପାଦନ ସଂଯୋଗ ପ୍ରୋତ୍ସାହନ ଯୋଜନା ଅଧୀନରେ ବିଭିନ୍ନ କ୍ଷେତ୍ରରେ ନିର୍ମାତାମାନଙ୍କୁ ଲାଭ ପ୍ରଦାନ କରାଯାଉଛି।

ପ୍ରମୁଖ ସଂସ୍କାର ମାଧ୍ୟମରେ ନିବେଶକମାନେ ସାମନା କରୁଥିବା ଦୀର୍ଘକାଳୀନ ଆହ୍ଵାନଗୁଡ଼ିକର ସମାଧାନ ହୋଇଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ସଂସ୍କାରଗୁଡ଼ିକ ନିବେଶକମାନଙ୍କ ପାଇଁ ଭାରତୀୟ ଉତ୍ପାଦନ କ୍ଷେତ୍ରରେ ନିବେଶ କରିବା ସହଜ କରିଛି। ସେ ଏହି ପ୍ରୟାସର ସ୍ପଷ୍ଟ ଫଳାଫଳ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, କେବଳ ଏହି ଦଶନ୍ଧିରେ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପ୍ରାୟ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୪ ତୁଳନାରେ ମୋବାଇଲ୍ ଫୋନ୍ ଉତ୍ପାଦନ ୨,୭୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଦଶନ୍ଧିରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ୨୦୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଘଟିଛି। ସେ କହିଛନ୍ତି ଯେ ଏହି ସଫଳତା ଭାରତର ସମସ୍ତ ରାଜ୍ୟକୁ ପ୍ରେରଣା ଦେଉଛି ଏବଂ ସଂସ୍କାର ଏବଂ ନିବେଶ ସମ୍ପର୍କରେ ରାଜ୍ୟଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ଦେଖାଦେଇଛି, ଯାହା ସମଗ୍ର ଦେଶକୁ ଲାଭ ପହଞ୍ଚାଇଛି। ବିଶ୍ୱ ନିବେଶକମାନଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବସାୟିକ ସହଜତା ସହିତ ବିକାଶ - ସମର୍ଥକ ନୀତି ଏବଂ ସଂସ୍କାର ଆଣିବାକୁ ଶ୍ରୀ ମୋଦୀ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଛନ୍ତି।

 

"ଭାରତ ଏଠାରେ ଅଟକିବ ନାହିଁ; ଯେଉଁ କ୍ଷେତ୍ରଗୁଡ଼ିକରେ ଭାରତ ଭଲ ପ୍ରଦର୍ଶନ କରିଛି, ସେଠାରେ ଲକ୍ଷ୍ୟ ଆହୁରି ଅଧିକ ଉତ୍କର୍ଷତା ହାସଲ କରିବ" ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଏହି ପ୍ରଗତିକୁ ଆଗେଇ ନେବା ପାଇଁ ସରକାର ମିଶନ୍ ମ୍ୟାନୁଫ୍ୟାକଚରିଂକୁ ପ୍ରାଥମିକତା ଦେଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ଭାରତର ଧ୍ୟାନ ଏବେ ଭବିଷ୍ୟତ ଶିଳ୍ପ ଆଡକୁ ସ୍ଥାନାନ୍ତରିତ ହେବ। ଦେଶବ୍ୟାପୀ ଛଅଟି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ସହିତ ସେମିକଣ୍ଡକ୍ଟର କ୍ଷେତ୍ର କିପରି ଆଗକୁ ବଢ଼ୁଛି ସେ ବିଷୟରେ ଆଲୋଚନା କରି ଶ୍ରୀ ମୋଦୀ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନକୁ ଆହୁରି ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧତାକୁ ଦୃଢ଼ କରିଥିଲେ।

ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସରକାର ବିରଳ ଭୁ ଚୁମ୍ବକର ଅଭାବ ଯୋଗୁଁ ଅଟୋ ଶିଳ୍ପ ଯେଉଁ ଆହ୍ଵାନଗୁଡିକୁ ସାମନା କରନ୍ତି, ତାହା ପ୍ରତି ମଧ୍ୟ ସଚେତନ। ଏହି କ୍ଷେତ୍ରରେ ଜାତୀୟ କ୍ଷମତାକୁ ସୁଦୃଢ଼ କରିବା ପାଇଁ, ସେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ । ଏହି ମିଶନ ଅଧୀନରେ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଚିହ୍ନଟ କରିବା ପାଇଁ ଭାରତର ବିଭିନ୍ନ ସ୍ଥାନରେ ୧,୨୦୦ ରୁ ଅଧିକ ଅନୁସନ୍ଧାନ ଅଭିଯାନ କରାଯିବ।

ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ଜାପାନ ଗସ୍ତ କରିବେ ବୋଲି ଘୋଷଣା କରି କହିଛନ୍ତି ଯେ, ସେ ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କ କୂଟନୈତିକ ସମ୍ପର୍କଠାରୁ ବହୁତ ଆଗକୁ ବଢ଼ିଛି - ଏହା ସଂସ୍କୃତି ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ସେ ମନ୍ତବ୍ୟ ଦେଇଥିଲେ ଯେ ଉଭୟ ରାଷ୍ଟ୍ର ପରସ୍ପରର ବିକାଶରେ ନିଜର ପ୍ରଗତି ଦେଖନ୍ତି। ମାରୁତି ସୁଜୁକି ସହିତ ଆରମ୍ଭ ହୋଇଥିବା ଯାତ୍ରା ଏବେ ବୁଲେଟ୍ ଟ୍ରେନ୍‌ର ଗତିରେ ପହଞ୍ଚିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଭାରତ - ଜାପାନ ସହଭାଗୀ ଶିଳ୍ପ ସମ୍ଭାବନାକୁ ସାକାର କରିବାର ପ୍ରମୁଖ ପଦକ୍ଷେପ ଗୁଜରାଟରେ ଆରମ୍ଭ ହୋଇଥିଲା। ଅତୀତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ୨୦ ବର୍ଷ ପୂର୍ବେ ଯେତେବେଳେ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ଆରମ୍ଭ ହୋଇଥିଲା, ସେତେବେଳେ ଜାପାନ ଏକ ପ୍ରମୁଖ ଅଂଶୀଦାର ଥିଲା। ଗୁଜରାଟର ଲୋକମାନେ ସେମାନଙ୍କ ଜାପାନୀ ପ୍ରତିପକ୍ଷଙ୍କ ପ୍ରତି ଯେଉଁ ଶ୍ରଦ୍ଧାର ସହିତ ଯତ୍ନ ନେଉଥିଲେ ତାହା ସେ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସହଜ ବୁଝାମଣା ପାଇଁ ଶିଳ୍ପ - ସମ୍ବନ୍ଧୀୟ ନିୟମ ଏବଂ ନିୟମାବଳୀ ଜାପାନୀ ଭାଷାରେ ମୁଦ୍ରିତ ହୋଇଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ, ଜାପାନୀ ଅତିଥିମାନଙ୍କ ପାଇଁ ଆରାମ ସୁନିଶ୍ଚିତ କରିବା ଲାଗି ଜାପାନୀ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ସେ ଗଲ୍ଫ ପ୍ରତି ଜାପାନୀ ମାନଙ୍କର ଆଗ୍ରହ ରହିଥିବା ସ୍ୱୀକାର କରି କହିଥିଲେ ଯେ​‌, ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ୭ – ୮ ଟି ନୂତନ ଗଲ୍ଫ କୋର୍ସ ବିକଶିତ କରାଯାଇଥିଲା। ଭାରତରେ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଏବେ ଜାପାନୀ ଭାଷା ଶିକ୍ଷାକୁ ପ୍ରାଥମିକତା ଦେଉଛନ୍ତି ବୋଲି ଶ୍ରୀ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ।

 

"ଭାରତର ନିରନ୍ତର ପ୍ରୟାସ ଭାରତ ଏବଂ ଜାପାନ ମଧ୍ୟରେ ଲୋକମାନଙ୍କ ସମ୍ପର୍କକୁ ମଜବୁତ କରୁଛି। ଉଭୟ ରାଷ୍ଟ୍ର ଏବେ ଦକ୍ଷତା ବିକାଶ ଏବଂ ମାନବ ସମ୍ବଳ କ୍ଷେତ୍ରରେ ପରସ୍ପରର ଆବଶ୍ୟକତା ପୂରଣ କରିପାରିବେ", ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ ମାରୁତି ସୁଜୁକି ଭଳି କମ୍ପାନୀଗୁଡ଼ିକୁ ଏପରି ପଦକ୍ଷେପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଯୁବ ବିନିମୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲେ।

ଆଗାମୀ ବର୍ଷଗୁଡ଼ିକରେ ସମସ୍ତ ପ୍ରମୁଖ କ୍ଷେତ୍ରରେ ଅଗ୍ରଗତି ଜାରି ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଆଜିର ପ୍ରୟାସ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ମୂଳଦୁଆକୁ ଦୃଢ କରିବ। ଏହି ଲକ୍ଷ୍ୟ ହାସଲରେ ଜାପାନ ଏକ ବିଶ୍ୱସ୍ତ ସହଯୋଗୀ ହୋଇ ରହିବ ବୋଲି ସେ ନିଜର ବିଶ୍ୱାସକୁ ଦୃଢ଼ କରି ବକ୍ତବ୍ୟ ସମାପ୍ତ କରିଥିଲେ।

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଭାରତରେ ଜାପାନର ରାଷ୍ଟ୍ରଦୂତ ମହାମହିମ ଶ୍ରୀ ଓନୋ କେଇଚି, ସୁଜୁକି ମୋଟର କର୍ପୋରେସନର ଅଧିକାରୀମାନେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହଂସଲପୁରରେ ସୁଜୁକି ମୋଟର ପ୍ଲାଣ୍ଟରେ ଦୁଇଟି ଐତିହାସିକ ମାଇଲଖୁଣ୍ଟର ଉଦଘାଟନ କରିଥିଲେ । ଏହି ଐତିହାସିକ ପଦକ୍ଷେପଗୁଡ଼ିକ ମିଶି ସବୁଜ ଗତିଶୀଳତାର ଏକ ବିଶ୍ୱ କେନ୍ଦ୍ର ଭାବରେ ଭାରତର ଉଦୟକୁ ଗୁରୁତ୍ୱାରୋପ କରନ୍ତି, ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପ୍ରତି ପ୍ରତିବଦ୍ଧତାକୁ ଆଗକୁ ବଢାଇବେ।

 

ମେକ୍ ଇନ୍ ଇଣ୍ଡିଆର ସଫଳତାର ଏକ ପ୍ରମୁଖ ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ ସୁଜୁକିର ପ୍ରଥମ ବିଶ୍ୱସ୍ତରୀୟ ରଣନୈତିକ ବ୍ୟାଟେରୀ ଇଲେକ୍ଟ୍ରିକ୍ ଭେହିକଲ୍ (ବିଇଭି) "ଇ - ଭିଟାରା"କୁ ଉଦଘାଟନ କରିଥିଲେ ଏବଂ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭାରତରେ ନିର୍ମିତ ବିଇଭି ଗୁଡ଼ିକୁ ୟୁରୋପ ଏବଂ ଜାପାନ ଭଳି ଉନ୍ନତ ବଜାର ସମେତ ଶହେରୁ ଅଧିକ ଦେଶକୁ ରପ୍ତାନି କରାଯିବ। ଏହି ମାଇଲଖୁଣ୍ଟ ସହିତ, ଭାରତ ଏବେ ସୁଜୁକିର ବୈଦ୍ୟୁତିକ ଯାନ ପାଇଁ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ଗୁଜରାଟର ଟିଡିଏସ୍ ଲିଥିୟମ - ଆୟନ ବ୍ୟାଟେରୀ ପ୍ଲାଣ୍ଟରେ ହାଇବ୍ରିଡ ବ୍ୟାଟେରୀ ଇଲେକ୍ଟ୍ରୋଡର ସ୍ଥାନୀୟ ଉତ୍ପାଦନ ଆରମ୍ଭ ସହିତ ଭାରତର ବ୍ୟାଟେରୀ ଇକୋସିଷ୍ଟମର ପରବର୍ତ୍ତୀ ପର୍ଯ୍ୟାୟର ଉଦଘାଟନ ମଧ୍ୟ କରିଥିଲେ। ତୋଶିବା, ଡେନସୋ ଏବଂ ସୁଜୁକିର ମିଳିତ ଉଦ୍ୟମରେ ନିର୍ମିତ ଏହି ପ୍ଲାଣ୍ଟ ଘରୋଇ ଉତ୍ପାଦନ ଏବଂ ସ୍ୱଚ୍ଛ ଶକ୍ତି ନବସୃଜନକୁ ପ୍ରୋତ୍ସାହିତ କରିବ। ଏହି ବିକାଶ ନିଶ୍ଚିତ କରେ ଯେ ବ୍ୟାଟେରୀ ମୂଲ୍ୟର ୮୦ ପ୍ରତିଶତରୁ ଅଧିକ ଏବେ ଭାରତ ଭିତରେ ନିର୍ମିତ ହେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Defence Exports Explode: ₹40,000 Crore Milestone Signals a New Manufacturing Era

Media Coverage

India’s Defence Exports Explode: ₹40,000 Crore Milestone Signals a New Manufacturing Era
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s remarks during inauguration of Swaminarayan Hindu Temple in Paris
September 06, 2026

पूज्य महंत स्वामी, फ्रांस सरकार के सम्मानित प्रतिनिधिगण, उपस्थित अतिथिगण, इंडियन कम्युनिटी के मेरे साथी, देश दुनिया से जुड़े सभी हरि भक्त, देवियों और सज्जनों, जय स्वामीनारायण!

आज फ्रांस की राजधानी पेरिस में भव्य स्वामीनारायण मंदिर का लोकार्पण हो रहा है। यह लोकार्पण भारत और फ्रांस के सांस्कृतिक संबंधों का नया युग स्तंभ है। पूज्य संत जनों और सनातन परंपरा के श्रेष्ठ जनों के आशीर्वाद के साथ आज इस लोकार्पण का मंच ‘वसुधैव कुटुम्बकम’ के भाव का मंच बन गया है। भगवान स्वामीनारायण की कृपा और हमारे संतों का स्नेह, संतों का आशीर्वाद, मेरा सौभाग्य है कि मुझे ऐसे पुण्य अवसरों से जुड़ने का अवसर हमेशा मिलता रहता है। आज भी मैं भले ही पेरिस में आप सबके बीच उपस्थित नहीं हूं, लेकिन मन से और हृदय से, मैं स्वयं को आपके बीच ही अनुभव कर रहा हूं।

साथियों,

आज इस अवसर पर मैं परम पूज्य प्रमुख स्वामी जी महाराज का भी श्रद्धापूर्वक स्मरण करता हूं। प्राचीन काल में भारत का जो सांस्कृतिक आध्यात्मिक वैभव था, उन्होंने उसके पुनर्जागरण का एक अभियान शुरू किया था। आज उसका प्रकाश यूरोप समेत पूरी दुनिया में फैल रहा है। 2024 में अबू धाबी में भव्य मंदिर का लोकार्पण हुआ था। आज वहां हजारों लोग दर्शन करने जाते हैं और अब यहां पेरिस में स्वामीनारायण मंदिर का निर्माण सृजन की यह निरंतरता, यह संतों की संकल्प शक्ति का ही प्रमाण है। मैं पुनीत कार्य के लिए पूज्य महंत स्वामी का आभार प्रकट करता हूं, मैं उनके चरणों में प्रणाम करता हूं। मैं BAPS स्वामीनारायण संस्था को और करोड़ों हरि भक्तों को इस अवसर पर हृदय की गहराई से बधाई देता हूं।

साथियों,

BAPS के माध्यम से जब अलग-अलग देश में मंदिरों की प्राण प्रतिष्ठा होती है, तो वहां भारत के प्राचीन विचार और मानवीय मूल्य भी साथ-साथ ही जाते हैं और भारत का विचार कहता है ‘समानं मनः सह चित्तमेषाम्’ अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, यह फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।

साथियों,

बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र, प्रेसिडेंट मैक्रों के साथ मिलकर दोनों देश एक Special Global Strategic Partnership बना रहे हैं। Technology, AI और Defence से लेकर Space और Climate Action तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को India-France Year of Innovation के रूप में भी सेलिब्रेट कर रहे हैं। भारत-फ्रांस की ये Strategic Partnership इसलिए भी खास है, क्योंकि ये हमारे पुराने सांस्कृतिक-राजनैतिक सम्बन्धों की मजबूत बुनियाद पर टिकी है। इतिहास गवाह है, फ्रांस में भारतीय सैनिकों के बलिदान का इतिहास आज भी मन-मंदिर में जीवित है। भाषा से जुड़े विषयों में रुचि रखने वाले लोग यह भी जानते हैं कि फ्रेंच स्कॉलर्स ने संस्कृत को लोकप्रिय बनाने में कितनी अहम भूमिका निभाई है। रामकृष्ण परमहंस और स्वामी विवेकानंद पर रोमाँ रोलाँ की की लेखनी हमारी सोसाइटीज़ को और करीब लाई है। पेरिस से पुडुचेरी के अरबिंदो आश्रम तक 'The mother' की spiritual journey, उसने कितने ही भारतीय और फ्रेंच साधकों को inspire किया है।

साथियों,

दशकों पहले श्रील प्रभुपाद स्वामी भी फ्रांस आए थे। इस्कॉन के जरिए भारत फ्रांस के बीच आध्यात्मिक सम्बन्धों का नया अध्याय उन्होंने शुरू किया था। आज योग भी भारत-फ्रांस के people to people कनेक्ट का एक माध्यम बन चुका है। 'इंटरनेशनल योगा डे' पर एफिल टॉवर के सामने से आने वाली तस्वीरें फ्रांस में योग की लोकप्रियता का उदाहरण बनती हैं और अब BAPS के इस भव्य मंदिर के जरिए, हमारे उन सांस्कृतिक सम्बन्धों में एक नया अध्याय जुड़ रहा है।

साथियों,

इन दिनों, भारत फ्रांस Joint Ventures की संभावनाओं पर बातें होती हैं। स्वामीनारायण मंदिर ने इस संभावना में भी एक नया आयाम जोड़ा है। यह मंदिर 'मेड इन इंडिया' है और 'बिल्ट इन फ्रांस' है। इसके काफी पत्थरों को भारत में तराशा गया है। भारत की प्राचीन प्रतिभा यहाँ फ्रांस में आधुनिक इंजीनियरिंग से आकर जुड़ चुकी है। पेरिस में इस भव्य मंदिर ने आकार लिया है। इसलिए, मैं आशा करता हूँ, यह मंदिर सदियों तक भारत और फ्रांस के बीच सहयोग और संभावनाओं का भी प्रतीक बनकर उभरेगा।

साथियों,

स्वामीनारायण मंदिर हमेशा से भक्ति के साथ-साथ सेवा का माध्यम भी रहे हैं। मुझे बताया गया है, यह मंदिर भी सेवा प्रकल्पों का वैसा ही केंद्र बनेगा। मुझे विश्वास है कि यहाँ से भारतीय संस्कृति के जो स्वर निकलेंगे, उनका लाभ पूरे यूरोप में लोगों को मिलेगा। भविष्य में मुझे जब भी समय मिलेगा, मैं इस मंदिर में दर्शन करने का प्रयास अवश्य करूंगा। इन्हीं शब्दों के साथ, एक बार फिर आज के इस लोकार्पण समारोह में सम्मिलित सभी अतिथिगणों को, सभी परिवारों को, सभी हरि भक्तों को और पूरी Indian Diaspora को मेरी ओर से इस शुभारंभ पर्व की ढेरों शुभकामनाएं!

बहुत-बहुत धन्यवाद!

मर्सी बोकू!

जय स्वामीनारायण!