ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୫୦୦୦ ମିଟର ଟି୧୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଙ୍କୁର ଧାମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ପୁରୁଷ ୫୦୦୦ ମିଟର ଟି୧୧ ପ୍ରତିଯୋଗିତାରେ ଅବିଶ୍ୱସନୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଙ୍କୁର ଧାମଙ୍କୁ ଅଭିନନ୍ଦନ । ତାଙ୍କ ଚମତ୍କାର ପ୍ରଦର୍ଶନ ଆମ ଦେଶକୁ ଗର୍ବିତ କରିଛି । ସେ ଏପରି ନୂଆ ଉଚ୍ଚତାକୁ ଛୁଇଁବା ଜାରି ରଖନ୍ତୁ ।’
Heartiest congratulations to @AnkurAthlete on the exceptional Gold Medal win in Men's 5000m T11. His remarkable performance was awe-inspiring and has made our nation proud. May he continue to chase new horizons! pic.twitter.com/HSEgjVXito
— Narendra Modi (@narendramodi) October 23, 2023


