Government committed to ensuring a house to the homeless by 2022: PM Modi
Perpetrators of Pulwama attack will be made to pay heavy price: PM Modi
Projects launched in Yavatmal will help generate new jobs as well as empower the poor: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୟବତମାଳ ଗସ୍ତ କରିଥିଲେ । ସେ ରାଜ୍ୟରେ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ରେ ଚୟନ ହୋଇଥିବା ହିତାଧିକାରୀମାନଙ୍କ ନୂଆ ଆବାସର ଚାବି ବାଂଟିଥିଲେ । ସେ କହିଥିଲେ ଯେ ପିଏମଏୱାଇ ଅନ୍ତର୍ଗତ ୟବତମାଳରେ ପାଖାପାଖି 14,500 ନୂତନ ବାସଗୃହ ନିର୍ମାଣ କରାଯାଇଛି । ଆମେ 2022 ସୁଦ୍ଧା ସମସ୍ତଙ୍କ ପାଇଁ ଆବାସ ଲକ୍ଷ୍ୟ ହାସଲ କରିବୁ । କଂକ୍ରିଟ ନିର୍ମିତ ବାସଗୃହ ସୁଦୃଢ଼ ସ୍ୱପ୍ନର ମାର୍ଗ ପ୍ରଶସ୍ତ କରିବ ।
ସେ ମହାରାଷ୍ଟ୍ର ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ପ୍ରମାଣପତ୍ର/ଚେକ ବିତରଣ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟବତମାଳରେ ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ବିକାଶର ପଂଚଧାରା-ପିଲାଙ୍କ ପାଇଁ ଶିକ୍ଷା, ଯୁବକମାନଙ୍କ ପାଇଁ ଜୀବିକା, ବରିଷ୍ଠ ନାଗରିକଙ୍କ ପାଇଁ ଚିକିତ୍ସା, କୃଷକମାନଙ୍କ ପାଇଁ ଜଳସେଚନ ଏବଂ ସାଧାରଣ ଅଭିଯୋଗର ସମାଧାନ ଉପଲବ୍ଧ କରାଇବା ଲାଗି ଆମ ପ୍ରୟାସର ସମ୍ପ୍ରସାରଣ ।

ପ୍ରଧାନମନ୍ତ୍ରୀ ସୁଇଚ ଟିପି 500 କୋଟି ଟଙ୍କା ମୂଲ୍ୟର ଏକ ସଡ଼କ ପ୍ରକଳ୍ପର ଆଧାରଶୀଳା ରଖିଥିଲେ । ସେ ଭିଡିଓ ଲିଙ୍କ ଜରିଆରେ ହମସଫର ଅଜନୀ (ନାଗପୁର)-ପୁଣେ ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ ଯୋଗାଯୋଗ ବିକାଶର ଆଧାର । ସଡ଼କ ଏବଂ ରେଳବାଇ ପ୍ରକଳ୍ପ ଦ୍ୱାରା ୟବତମାଳ ଏବଂ ପାଶ୍ୱର୍ବର୍ତ୍ତୀ ଅଂଚଳରେ ସାମଗ୍ରୀକ ବିକାଶ ନିମନ୍ତେ ସହାୟତା ମିଳିପାରିବ ।

ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ପୁଲୱାମା ଆକ୍ରମଣ ଘଟଣା ପରେ ଗଭୀର ଦୁଃଖ ଏବଂ ଯନ୍ତ୍ରଣା ଦେଇ ଗତିକରୁଛୁ । ମହାରାଷ୍ଟ୍ରର ଦୁଇ ଜଣ ସାହସୀ ପୁତ୍ର ମଧ୍ୟ ରାଷ୍ଟ୍ର ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି । ଆମର ସମବେଦନା ଶୋକସନ୍ତପ୍ତ ପରିବାର ସହିତ ରହିଛି । ସେମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଆମେ ସୁରକ୍ଷାବାହିନୀକୁ କାର୍ଯ୍ୟାନୁଷ୍ଠାନର ସମୟ, ସ୍ଥାନ ଏବଂ ପଦ୍ଧତି ନିର୍ଦ୍ଧାରଣ କରିବା ଲାଗି ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛୁ । ଯଦି ଆମେ ଦେଖିଥିବା ସ୍ୱପ୍ନକୁ ପୂରଣ କରିବାରେ ସକ୍ଷମ ହୋଇପାରୁଛୁ କିମ୍ବା ରାଷ୍ଟ୍ରର ବିକାଶ କରିପାରୁଛୁ, ତା’ହେଲେ ଏହା ଆମ ସାହସୀ ସୈନିକମାନଙ୍କ ବଳିଦାନ କାରଣରୁ ସମ୍ଭବ ହୋଇପାରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିକଲ ସେଲ ରୋଗ ଉପରେ ଗବେଷଣା ପାଇଁ ଚନ୍ଦ୍ରପୁରରେ ଏକ ଗବେଷଣା କେନ୍ଦ୍ର ନିର୍ମାଣ କରାଯାଉଛି ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ସହସ୍ରକୁଣ୍ଡ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ କରିଥିଲେ । ସ୍କୁଲ ପରିସର 15 ଏକର ଜମିରେ ବ୍ୟାପି ରହିଛି ଏବଂ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି । ସେ ଆଶା ବ୍ୟକ୍ତ କରିଥିଲେ ଯେ ଏହି ବିଦ୍ୟାଳୟ ଜନଜାତି ପିଲାମାନଙ୍କ ଆକାଂକ୍ଷାକୁ ପୂରଣ କରିବ । ଜନଜାତି କ୍ଷେତ୍ରରେ ଏକ ହଜାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ଲକ୍ଷ୍ୟର ଏହା ଏକ ଅଂଶବିଶେଷ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଆମେ ଜନଧନଠାରୁ ଆରମ୍ଭ କରି ବନଧନ ପର୍ଯ୍ୟନ୍ତ ଜନଜାତିଙ୍କ ସାମଗ୍ରୀକ ବିକାଶ ଲାଗି ବିଶେଷ ଭାବେ ପ୍ରତିବଦ୍ଧ । ଗୋଟିଏ ପଟେ ଜନଧନ ଗରିବମାନଙ୍କ ଆର୍ଥିକ ଅନ୍ତର୍ଭୂକ୍ତିକରଣରେ ସହାୟତା କରିଛି, ଅନ୍ୟପଟେ ବନଧନ ଲଘୁ ବନଜାତ ଉତ୍ପାଦନ ଜରିଆରେ ଗରିବମାନଙ୍କୁ ଅତିରିକ୍ତ ଆୟ ଦେବାରେ ସହାୟତା କରୁଛି । ଆମେ ଲଘୁ ବନ ଉତ୍ପାଦନର ମୂଲ୍ୟ ବୃଦ୍ଧି ଲାଗି ବନଧନ କେନ୍ଦ୍ର ପ୍ରତିଷ୍ଠା କରୁଛୁ, ଯାହାଦ୍ୱାରା ଜନଜାତିମାନଙ୍କୁ ସେମାନଙ୍କ ଉତ୍ପାଦର ଉନ୍ନତ ମୂଲ୍ୟ ମିଳିପାରିବ । ଆମେ ବାଉଁଶକୁ ଗଛ ମାନ୍ୟତାରୁ ମଧ୍ୟ ମୁକ୍ତ କରିଛୁ, ଯାହାଦ୍ୱାରା ଜନଜାତିର ଲୋକମାନେ ବାଉଁଶ ଏବଂ ଏହାର ଉତ୍ପାଦନରୁ ନିଜ ଆୟରେ ବିବିଧତା ଆଣିପାରିବେ ।

 

ଆମ ସ୍ୱାଧୀନତା ସଂଗ୍ରାମରେ ଜନଜାତି ନାୟକଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସାରା ଦେଶର ସଂଗ୍ରହାଳୟ ଏବଂ ସ୍ମାରକୀରେ ସେମାନଙ୍କ ସ୍ମୃତିକୁ ସଂରକ୍ଷିତ କରି ରଖୁଛୁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PM Modi Turned India's Ordnance Factories Into Atmanirbhar Powerhouse

Media Coverage

How PM Modi Turned India's Ordnance Factories Into Atmanirbhar Powerhouse
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Speaks with President of France
March 19, 2026
PM discusses West Asia Situation and Emphasizes Need for De-escalation

Prime Minister Shri Narendra Modi held a conversation with President Emmanuel Macron of France to discuss the situation in West Asia and urgent need for de-escalation and return to dialogue and diplomacy. Shri Modi and President Macron looked forward to continuing their close coordination to advance peace and stability in the region and beyond.

The Prime Minister wrote on X:

"Spoke with my dear friend, President Emmanuel Macron, on the situation in West Asia and the urgent need for de-escalation, as well as a return to dialogue and diplomacy.

We look forward to continuing our close coordination to advance peace and stability in the region and beyond."