ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଏଗଜାମ ୱାରିୟର୍ସ'ର ନୂତନ ଏବଂ ଅପଡେଟ୍ ସଂସ୍କରଣ ଏଠାରେ ଅଛି, ଯେପରି କି ନିକଟରେ ହୋଇଥିବା ମନ୍ କୀ ବାତ୍' ଅଭିଭାଷଣରେ ତାଙ୍କ ଦ୍ୱାରା ପ୍ରତିଶୃତି ଦିଆଯାଇଥିଲା । ଏହା ବିଭିନ୍ନ ପ୍ଲାଟଫର୍ମରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ । ଆପଣ ଏହାକୁ ଏଠାରେ (https://amzn.to/3eaYOHH) କିମ୍ୱା ଏଠାରେ (https://bit.ly/3eeUVl8) ପ୍ରିଅର୍ଡର କରିପାରିବେ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା 2018 ରେ ଲିଖିତ ପୁସ୍ତକ 'ଏଗଜାମ ୱାରିୟର୍ସ'ର ପ୍ରଥମ ସଂସ୍କରଣ ଜୀବନ, ପରୀକ୍ଷା ଏବଂ ଅନ୍ୟାନ୍ୟ ବିଷୟ ଉପରେ ତାଙ୍କର ପ୍ରେରଣାଦାୟକ ଚିନ୍ତାଧାରାର ପରିଣତି ଥିଲା । ଏହା ଏକ ଏଭଳି ପରିବେଶ ସୃଷ୍ଟି କରିବାର ପ୍ରୟାସ ଥିଲା, ଯେଉଁଠାରେ ଜ୍ଞାନକୁ ସେଲେବ୍ରେଟ କରାଯାଏ ଏବଂ ଶିକ୍ଷା ,ସ୍କୋରକାର୍ଡ ପରିବର୍ତ୍ତେ ଶିକ୍ଷାର କେନ୍ଦ୍ରବିନ୍ଦୁ ହୋଇଯାଏ ।
 
ଏହା ଏକ ବ୍ରେଲ୍ ସଂସ୍କରଣ ସହିତ ଅନେକ ଭାଷାରେ ମଧ୍ୟ ପ୍ରକାଶିତ ହୋଇଥିଲା । ଛାତ୍ରଛାତ୍ରୀ, ପିତାମାତା ଏବଂ ଶିକ୍ଷକମାନଙ୍କ ଦ୍ୱାରା ଜୋରଦାର ସ୍ୱାଗତ କରାଯାଇଥିଲା ଏବଂ ପ୍ରଥମ ସଂସ୍କରଣ ବେଷ୍ଟସେଲର ହୋଇଗଲା ।
 
ଗତ ତିନି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶିକ୍ଷା କ୍ଷେତ୍ର ସହିତ ଜଡ଼ିତ ଅନେକ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ  ଏବଂ ସେମାନେ ଅନେକ ସୂଚନା, ଦୃଷ୍ଟିକୋଣ ଏବଂ ପରାମର୍ଶ ପ୍ରଦାନ କରିଥିଲେ ।
 
ବିଶେଷ କରି ମହାମାରୀ ପରେ ଏବଂ ଶିକ୍ଷା କ୍ଷେତ୍ର ସମେତ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଏଗଜାମ ୱାରିୟର୍ସ'ର ଏକ ନୂତନ ସଂସ୍କରଣ ଲେଖିବାର ଆବଶ୍ୟକତା ଅନୁଭବ କରିଥିଲେ ।
 
'ଏଗଜାମ ୱାରିୟର୍ସ'ର ନୂତନ ସଂସ୍କରଣ ମାନସିକ ସ୍ୱାସ୍ଥ୍ୟ, ଲକ୍ଷ୍ୟ ସେଟିଂସ୍, ଶ୍ରେଣୀଗୃହରୁ ଆଗକୁ ଯିବା ସମେତ ଏଭଳି ଅନେକ ବିଷୟକୁ ସ୍ପର୍ଶ କରେ ।
 
ପିତାମାତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିବାର ମଧ୍ୟରେ ଟେକ୍ନୋଲୋଜିର ଭୂମିକା, ପ୍ରୋତ୍ସାହନ, ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ସହିତ ଅନେକ କିଛି ଲେଖିଛନ୍ତି ।
 
'ଏଗଜାମ ୱାରିୟର୍ସ'ର ପ୍ରଥମ ସଂସ୍କରଣକୁ ବିଶେଷ ଭାବରେ ପ୍ରତ୍ୟେକ ବିଷୟ ସହିତ ଜଡିତ ଏହାର ପାରସ୍ପରିକ କାର୍ଯ୍ୟକଳାପ ପାଇଁ  ପ୍ରଶଂସା କରାଯାଇଥିଲା । ନୂତନ ସଂସ୍କରଣ ଏହିପରି ଇଣ୍ଟରଆକ୍ଟିଭ ଆକ୍ଟିଭିଟିଜ୍ ସହିତ ପୁଣିଥରେ ଆସିଛି ଏବଂ ନରେନ୍ଦ୍ର ମୋଦୀ ମୋବାଇଲ୍ ଆପ୍ ର ଏଗଜାମ ୱାରିୟର୍ସ ମଡ୍ୟୁଲ୍ ସହିତ ମଧ୍ୟ ସମନ୍ୱିତ ।
 
ଆପରେ ଏଗଜାମ ୱାରିୟର୍ସ ମଡ୍ୟୁଲ୍ ,ପୁସ୍ତକକୁ ଏକ ବୈଷୟିକ-ସାମାଜିକ ଦିଗ ପ୍ରଦାନ କରେ ।
 
'ଏଗଜାମ ୱାରିୟର୍ସ'ର ନୂତନ ଏବଂ ଅପଡେଟ୍ ସଂସ୍କରଣ ବିଭିନ୍ନ ପ୍ଲାଟଫର୍ମରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ ଅଛି । ଆପଣ ଏହାକୁ ଏଠାରେ (https://amzn.to/3eaYOHH) କିମ୍ୱା ଏଠାରେ (https://bit.ly/3eeUVl8) ପ୍ରିଅର୍ଡର କରିପାରିବେ।
 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Odisha’s Dhenkanal farmers export 3 tonne of mango to London

Media Coverage

Odisha’s Dhenkanal farmers export 3 tonne of mango to London
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India