ମଣିପୁରରେ ବିସ୍ତାରିତ ହେଉଛି ରେଳ ସଂଯୋଗ: ପ୍ରଧାନମନ୍ତ୍ରୀ
“ମଣିପୁରରେ ଗରିବ କଲ୍ୟାଣ ବିକାଶକୁ ଆଗକୁ ବଢାଉଛୁ” - ପ୍ରଧାନମନ୍ତ୍ରୀ
ମଣିପୁରରେ ଆଶା ଏବଂ ଆସ୍ଥାର ଏକ ନୂତନ ପ୍ରଭାତ : ପ୍ରଧାନମନ୍ତ୍ରୀ
“ମଣିପୁରକୁ ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପ୍ରତୀକ କରିବାକୁ ପ୍ରୟାସରତ”-ପ୍ରଧାନମନ୍ତ୍ରୀ

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ ! ମଞ୍ଚରେ ଉପସ୍ଥିତ ଥିବା ରାଜ୍ୟପାଳ ଶ୍ରୀମାନ ଅଜୟ ଭଲ୍ଲା ଜୀ, ରାଜ୍ୟ ପ୍ରଶାସନର ଅନ୍ୟ ଅଧିକାରୀମାନେ ଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମଣିପୁରର ମୋର ଭାଇ ଓ ଭଉଣୀମାନେ, ଆପଣ ସମସ୍ତଙ୍କୁ ନମସ୍କାର। …

ମଣିପୁରର ଏହି ମାଟି ହେଉଛି ଉତ୍ସାହ ଓ ସାହସର ମାଟି, ଏହି ପାହାଡ଼ ପର୍ବତ ହେଉଛି ପ୍ରକୃତିର ମୂଲ୍ୟବାନ ଉପହାର ଏବଂ ଏହା ସହିତ ଏହି ସବୁ ପାହାଡ଼ ପର୍ବତ ମଧ୍ୟ ହେଉଛନ୍ତି ଆପଣ ସମସ୍ତ ଲୋକଙ୍କର ଲଗାତର କଠିନ ପରିଶ୍ରମର ପ୍ରତୀକ। ମୁଁ ମଣିପୁରର ଲୋକଙ୍କ ଉତ୍ସାହକୁ ପ୍ରଣାମ କରୁଛି। ଏତେ ଜୋର୍ ବର୍ଷା ସତ୍ତ୍ୱେ ଏତେ ସଂଖ୍ୟାରେ ଆପଣମାନେ ଏଠାକୁ ଆସିଛନ୍ତି, ମୁଁ ଆପଣଙ୍କର ଏହି ସ୍ନେହ ଶ୍ରଦ୍ଧା ପାଇଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଜୋର୍ ବର୍ଷା ହେବାରୁ ମୋର ହେଲିକପ୍‌ଟର ଆସିପାରିଲା ନାହିଁ, ତେଣୁ ମୁଁ ସଡ଼କ ପଥରେ ଆସିବାକୁ ସ୍ଥିର କଲି। ଏବଂ ଆଜି ମୁଁ ସଡ଼କରେ ଯେଉଁ ଦୃଶ୍ୟ ଦେଖିଲି, ତ ମୋର ମନ କହିଲା ପରମାତ୍ମା ଠିକ୍ କରିଛନ୍ତି ମୋର ହେଲିକପ୍‌ଟର ଆଜି ଚାଲିଲା ନାହିଁ। ମୁଁ ସଡ଼କ ପଥରେ ଆସିଲି ଏବଂ ରାସ୍ତା ସାରା ହାତରେ ତ୍ରିରଙ୍ଗା ଧରି ଆବାଳ ବୃଦ୍ଧ ବନିତା ସମସ୍ତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ଯେଉଁ ଆପଣାପଣ ଦେଖାଇଛନ୍ତି, ମୋ ଜୀବନରେ ଏହି ମୁହୂର୍ତ୍ତିକୁ ମୁଁ କେବେ ଭୁଲି ପାରିବି ନାହିଁ। ମୁଁ ନତମସ୍ତକ ହୋଇ ମଣିପୁରବାସୀଙ୍କୁ ପ୍ରଣାମ କରୁଛି।

 

ବନ୍ଧୁଗଣ,

ଏହି ଅଞ୍ଚଳର ସଂସ୍କୃତି ଓ ପରମ୍ପରା, ଏଠାକାର ବିବିଧତା ଓ ସମୃଦ୍ଧି ହେଉଛି ଭାରତର ବହୁତ ବଡ଼ ସାମର୍ଥ୍ୟ। ଏବଂ ମଣିପୁରର ନାଁରେ ତ ହିଁ ମଣି ଅଛି। ଏହା ହେଉଛି ସେହି ମଣି ଯାହାକି ଆଗାମୀ ଦିନରେ ପୁରା ଉତ୍ତର-ପୂର୍ବାଞ୍ଚଳର ଉଜ୍ଜ୍ୱଳତାକୁ ବୃଦ୍ଧି କରିବ। ମଣିପୁରକୁ ବିକାଶର ରାସ୍ତାରେ ଦ୍ରୁତ ଗତିରେ ଆଗେଇ ନେବାକୁ ଭାରତ ସରକାର ଲଗାତର ଭାବେ ପ୍ରୟାସ କରୁଛନ୍ତି। ଏଥିପାଇଁ ମୁଁ ଆଜି ଏଠାକୁ ଆପଣ ସମସ୍ତଙ୍କ ଗହଣକୁ ଆସିଛି। କିଛି ସମୟ ଆଗରୁ ଏହି ମଞ୍ଚରୁ ପ୍ରାୟ ୭ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏହି ପ୍ରକଳ୍ପ ସବୁ ମଣିପୁରର ଲୋକଙ୍କର, ଏଠାରେ ପାହାଡ଼ ଉପରେ ରହୁଥିବା ଆଦିବାସୀ ସମାଜର ଜୀବନକୁ ଆହୁରି ଉନ୍ନତ କରିବ। ଏହା ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷାର ନୂଆ ସୁବିଧା ନିର୍ମାଣ କରିବ। ମୁଁ ମଣିପୁରର ଆପଣ ସମସ୍ତଙ୍କୁ, ଚୁରାଚାନ୍ଦପୁରର ସମସ୍ତ ଲୋକଙ୍କୁ ଏହି ପରିଯୋଜନାଗୁଡ଼ିକ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ମଣିପୁର ହେଉଛି ଏକ ସୀମାନ୍ତ ରାଜ୍ୟ। ଏଠାରେ ଯୋଗାଯୋଗ ସବୁବେଳେ ଏକ ବହୁତ ବଡ଼ ସମସ୍ୟା ହୋଇ ରହିଛି। ଭଲ ସଡ଼କ ନଥିବାରୁ ଆପଣ ସମସ୍ତଙ୍କୁ ଯେଉଁ କଷ୍ଟ ହେଉଛି, ତାହା ମୁଁ ଭଲ ଭାବେ ବୁଝିପାରୁଛି। ଏଥିପାଇଁ ୨୦୧୪ ପରେ ମଣିପୁରର ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ଲଗାତର କାମ କରିବା ଉପରେ ମୁଁ ଗୁରୁତ୍ୱ ଦେଇଛି। ଏବଂ ଏଥିପାଇଁ ଭାରତ ସରକାର ଦୁଇଟି ସ୍ତରରେ କାମ କରିଛନ୍ତି। ପ୍ରଥମେ-ଆମେ ମଣିପୁରରେ ରେଳ ଓ ସଡ଼କର ବଜେଟ ଅନେକ ଗୁଣା ବୃଦ୍ଧି କରିଛୁ ଏବଂ ଦ୍ୱିତୀୟରେ ସହର ସହିତ ଗାଁ ଗାଁ ପର୍ଯ୍ୟନ୍ତ ମଧ୍ୟ ସଡ଼କକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛୁ।

 

ବନ୍ଧୁଗଣ,

ବିଗତ ବର୍ଷରେ ଏଠାରେ ଜାତୀୟ ରାଜପଥ ପାଇଁ ୩୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ୮୭୦୦ କୋଟି ବ୍ୟୟରେ ନୂଆ ରାଜପଥ ପାଇଁ ବହୁତ ଦ୍ରୁତ ଗତିରେ କାମ ଚାଲିଛି। ଆଗରୁ ଏଠାକାର ଗାଁରେ ପହଞ୍ଚିବା କେତେ କଷ୍ଟକର ଥିଲା, ଆପଣ ମଧ୍ୟ ଏହା ଜାଣନ୍ତି। ଏବେ ଶହ ଶହ ଗାଁକୁ ସଡ଼କପଥରେ ସଂଯୋଗ କରାଯାଇଛି। ଏହାର ସର୍ବାଧିକ ଲାଭ ପାହାଡ଼ି ଲୋକଙ୍କୁ, ଆଦିବାସୀ ଗାଁକୁ ମିଳିଛି।

ବନ୍ଧୁଗଣ,

ଆମର ସରକାର ସମୟରେ, ମଣିପୁରରେ ରେଳ ସଂଯୋଗ ବୃଦ୍ଧି ହେଉଛି। ଜୀରୀବାମ-ଇମ୍ଫାଲ ରେଳଓ୍ୱେ ଲାଇନ ବହୁତ ଶୀଘ୍ର ରାଜଧାନୀ ଇମ୍ଫାଲକୁ ନ୍ୟାସନାଲ ରେଳ ନେଟଓ୍ୱର୍କ ସହିତ ଯୋଡ଼ିବ। ଏହା ଉପରେ ସରକାର ୨୨ ହଜାର କୋଟି ଟଙ୍କା ବ୍ୟୟ କରୁଛନ୍ତି। ୪୦୦ କୋଟି ଟଙ୍କା ବଜେଟର ନୂଆ ଇମ୍ଫାଲ ଏୟାରପୋର୍ଟ ଆକାଶମାର୍ଗରେ ଯୋଗାଯୋଗକୁ ନୂଆ ଶିଖର ପ୍ରଦାନ କରୁଛି। ଏହି ଏୟାରପୋର୍ଟରୁ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ହେଲିକପ୍‌ଟର ସେବା ମଧ୍ୟ ଆରମ୍ଭ କରାଯାଇଛି। ବୃଦ୍ଧି ପାଉଥିବା ଏହି ଯୋଗାଯୋଗ ବ୍ୟବସ୍ଥା, ମଣିପୁରର ଆପଣ ସମସ୍ତଙ୍କର ସୁବିଧା ବୃଦ୍ଧି କରୁଛି, ଏଠାକାର ଯୁବବର୍ଗ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରୁଛି।

ବନ୍ଧୁଗଣ,

ଆଜି ଭାରତ ବହୁତ ଦ୍ରୁତ ଗତିରେ ବିକଶିତ ହେଉଛି। ଆମେ ବହୁତ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛୁ। ବିକାଶର ଲାଭ ଦେଶର କୋଣ କୋଣରେ ଯେମିତି ପହଞ୍ଚିବ, ସେଥିପାଇଁ ମୁଁ ପୂରା ଚେଷ୍ଟା କରୁଛି। ଗୋଟିଏ ସମୟ ଥିଲା, ଯେତେବେଳେ ଦିଲ୍ଲୀରେ ଘୋଷଣା ହେଉଥିଲା ଓ ଏଠାରେ ତାହା ପହଞ୍ଚିବାକୁ ଦଶନ୍ଧି ଦଶନ୍ଧି ଲାଗି ଯାଉଥିଲା। ଆଜି ଆମର ଚୁରାଚାନ୍ଦପୁର, ଆମର ମଣିପୁର ଦେଶର ବାକି ଅଞ୍ଚଳ ସହିତ ବିକାଶ କରୁଛି। ଏବେ ଯେପରି ସାରା ଦେଶର ଗରିବମାନଙ୍କ ପାଇଁ ଆମେ ପକ୍କା ଘର ନିର୍ମାଣ କରିବାର ଯୋଜନା ଆରମ୍ଭ କରିଛୁ, ଏହାର ଲାଭ ମଣିପୁରର ହଜାର ହଜାର ପରିବାରକୁ ମଧ୍ୟ ମିଳିଛି। ଏଠାରେ ପ୍ରାୟ ୬୦ ହଜାର ଘର ନିର୍ମାଣ ହୋଇଛି। ସେହିପରି ଏହି ଅଞ୍ଚଳରେ ଆଗରୁ ବିଜୁଳିର କେତେ ସମସ୍ୟା ହେଉଥିଲା, ସେଥିରୁ ମୁକ୍ତି ଦେବାକୁ ଆମର ସରକାର ପ୍ରତିଜ୍ଞା କରିଛି। ଏହାର ଫଳସ୍ୱରୂପ ଆଜି ମଣିପୁରରେ ମଧ୍ୟ ଏକ ଲକ୍ଷରୁ ଅଧିକ ପରିବାରକୁ ମାଗଣାରେ ବିଜୁଳି ସଂଯୋଗ ପ୍ରଦାନ କରାଯାଇଛି।

 

ବନ୍ଧୁଗଣ,

ପାଣି ପାଇଁ ମଧ୍ୟ ଆମର ମାଆ ଭଉଣୀମାନଙ୍କୁ ବହୁତ ସମସ୍ୟା ହେଉଥିଲା। ସେଥିପାଇଁ ଆମେ ହର୍ ଘର୍ ନଳ ଯୋଜନା ଆରମ୍ଭ କରିଛୁ। ବିଗତ ବର୍ଷରେ ୧୫ କୋଟିରୁ ଅଧିକ ଦେଶବାସୀଙ୍କୁ ନଳରେ ପାଣିର ସୁବିଧା ମିଳିଛି। ମଣିପୁରରେ ତ ୭-୮ ବର୍ଷ ଆଗରୁ କେବଳ ୨୫-୩୦ ହଜାର ଘରକୁ ପାଇପରେ ପାଣି ଆସୁଥିଲା। କିନ୍ତୁ ଆଜି ଏଠାରେ ସାଢ଼େ ୩ ଲକ୍ଷରୁ ଅଧିକ ଘରକୁ ନଳ ସେ ଜଳ ର ସୁବିଧା ମିଳୁଛି। ମୋର ବିଶ୍ୱାସ ଅଛି ବହୁତ ଶୀଘ୍ର ମଣିପୁରର ପ୍ରତ୍ୟେକ ପରିବାରର ଘରକୁ ପାଇପରେ ପାଣି ଆସିବ।

ବନ୍ଧୁଗଣ,

ଆଗରୁ ପାହାଡ଼ରେ, ଆଦିବାସୀ ଅଞ୍ଚଳରେ ଭଲ ସ୍କୁଲ କଲେଜ, ଭଲ ଡାକ୍ତରଖାନା ଏକ ସ୍ୱପ୍ନ ଥିଲା। କିଏ ଅସୁସ୍ଥ ହେଲେ, ରୋଗୀକୁ ଡାକ୍ତରଖାନା ନେଉ ନେଉ ବହୁତ ବିଳମ୍ୱ ହୋଇଯାଉଥିଲା। ଆଜି ଭାରତ ସରକାରଙ୍କ ଚେଷ୍ଟାରୁ ସ୍ଥିତି ବଦଳୁଛି। ବର୍ତ୍ତମାନ ଚୁରାଚାନ୍ଦପୁରରେ ହିଁ ମେଡିକାଲ କଲେଜ ପ୍ରସ୍ତୁତ ହୋଇଗଲାଣି, ବର୍ତ୍ତମାନ ଏଠାରେ ନୂଆ ଡାକ୍ତର ବି ହେଉଛନ୍ତି ଏବଂ ସ୍ୱାସ୍ଥ୍ୟସେବା ମଧ୍ୟ ଉନ୍ନତ ହେଉଛି। ଆପଣ ଟିକେ ଭାବନ୍ତୁ, ସ୍ୱାଧୀନତାର ଅନେକ ଦଶନ୍ଧି ଯାଏ ମଣିପୁରର ପାହାଡ଼ି ଅଞ୍ଚଳରେ ମେଡିକାଲ କଲେଜ ନ ଥିଲା, ଏହି କାମ ମଧ୍ୟ ଆମର ସରକାର ହିଁ କରିଛନ୍ତି। ଆମର ସରକାର ପିଏମ୍ ଡିଭାଇନ୍ ଯୋଜନାରେ ୫ଟି ପାହାଡ଼ି ଜିଲ୍ଲାରେ ଆଧୁନିକ ସ୍ୱାସ୍ଥ୍ୟ ସେବା ବିକଶିତ କରୁଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଭାରତ ସରକାର ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛନ୍ତି। ମଣିପୁରର ମଧ୍ୟ ପ୍ରାୟ ଅଢ଼େଇ ଲକ୍ଷ ରୋଗୀ ଏହି ଯୋଜନାରେ ମାଗଣାରେ ନିଜର ଚିକିତ୍ସା କରାଇଛନ୍ତି। ଯଦି ଏହି ମାଗଣା ଚିକିତ୍ସାର ସୁବିଧା ନ ଥାନ୍ତା, ତ ଏଠାରେ ମୋର ଗରିବ ଭାଇ-ଭଉଣୀଙ୍କୁ ନିଜର ଚିକିତ୍ସା ପାଇଁ ୩୫୦ କୋଟି ଟଙ୍କା ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡ଼ିଥାନ୍ତା। କିନ୍ତୁ ଏସବୁ ଖର୍ଚ୍ଚ ଭାରତ ସରକାର କରିଛନ୍ତି। ଏହାର କାରଣ ହେଲା ପ୍ରତ୍ୟେକ ଗରିବ ଲୋକଙ୍କ ଚିନ୍ତା ଦୂର କରିବା ହେଉଛି ଆମର ପ୍ରାଥମିକତା।

ବନ୍ଧୁଗଣ,

ମଣିପୁରର ଏହି ମାଟି, ଏହି ଅଞ୍ଚଳ ହେଉଛି ଆଶାର ମାଟି। କିନ୍ତୁ ଦୁର୍ଭାଗ୍ୟବଶତଃ ହିଂସା ଏହି ଅପୂର୍ବ ଅଞ୍ଚଳକୁ କବଳିତ କରିଥିଲା। କିଛି ସମୟ ଆଗରୁ ମୁଁ ସେହି ହିଂସାକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଭେଟିଥିଲି, ଯେଉଁମାନେ ଶିବିରରେ ରହୁଛନ୍ତି। ସେମାନଙ୍କ ସହିତ କଥା ହେବା ପରେ ମୁଁ କହି ପାରୁଛି ଯେ, ଆଶା ଓ ବିଶ୍ୱାସର ନୂଆ ସକାଳ ମଣିପୁରର କବାଟରେ ଠକ୍ ଠକ୍ କରୁଛି।

 

ବନ୍ଧୁଗଣ,

କୌଣସି ଜାଗାର ବିକାଶ ପାଇଁ ଶାନ୍ତି ପ୍ରତିଷ୍ଠା ବହୁତ ଜରୁରୀ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବାର ଅନେକ ବିବାଦ, ଅନେକ ସଂଘର୍ଷ ଗତ ୧୧ ବର୍ଷରେ ଶେଷ ହୋଇଛି। ଲୋକମାନେ ଶାନ୍ତିର ବାଟ ବାଛିଛନ୍ତି, ବିକାଶକୁ ପ୍ରାଥମିକତା ଦେଉଛନ୍ତି। କିଛି ଦିନ ତଳେ ପାହାଡ଼ ଓ ଉପତ୍ୟକାରେ ଅଲଗା ଅଲଗା ଗୋଷ୍ଠୀ ସହିତ ବୁଝାମଣା ପାଇଁ କଥାବାର୍ତ୍ତା ଆରମ୍ଭ ହେବା ମତେ ସନ୍ତୋଷ ପ୍ରଦାନ କରିଛି। ଏହା ହେଉଛି ଭାରତ ସରକାରଙ୍କ ସେହି ପ୍ରୟାସର ଅଂଶବିଶେଷ ଯେଉଁଠି ଆଲୋଚନା, ସମ୍ମାନ ଓ ପରସ୍ପରର ମନୋଭାବକୁ ଗୁରୁତ୍ୱ ପ୍ରଦାନ କରି ଶାନ୍ତି ପ୍ରତିଷ୍ଠା ପାଇଁ କାମ କରାଯାଉଛି। ଶାନ୍ତିର ରାସ୍ତାରେ ଆଗକୁ ଯାଇ ନିଜର ସ୍ୱପ୍ନ ପୂରଣ କରନ୍ତୁ, ନିଜର ପିଲାମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ମୁଁ ସମସ୍ତ ସଂଗଠନକୁ ଆହ୍ୱାନ କରୁଛି। ଏବଂ ଆଜି ମୁଁ ଆପଣ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି, ମୁଁ ଆପଣଙ୍କ ସହିତ ଅଛି, ଭାରତ ସରକାର ଆପଣଙ୍କ ସହିତ ଅଛନ୍ତି, ମଣିପୁରବାସୀଙ୍କ ସହିତ ଅଛନ୍ତି।

ବନ୍ଧୁଗଣ,

ମଣିପୁରର ଜୀବନକୁ ପୁଣି ଥରେ ରାସ୍ତାକୁ ଆଣିବାପାଇଁ ଭାରତ ସରକାର ଯଥା ସମ୍ଭବ ପ୍ରଚେଷ୍ଟା କରୁଛନ୍ତି। ଯିଏ ବାସହରା ହୋଇଛନ୍ତି, ସେଭଳି ପରିବାର ପାଇଁ ୭ ହଜାର ନୂଆ ଘର ନିର୍ମାଣ କରିବା ପାଇଁ ଆମର ସରକାର ସାହାଯ୍ୟ ପ୍ରଦାନ କରୁଛନ୍ତି। ଏଇ ନିକଟରେ ପ୍ରାୟ ୩ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ଅନୁମୋଦନ କରାଯାଇଛି। ବିସ୍ଥାପିତଙ୍କ ସାହାଯ୍ୟ ପାଇଁ ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

 

ବନ୍ଧୁଗଣ,

ମୁଁ ମଣିପୁରର ଆଦିବାସୀ ଯୁବବର୍ଗଙ୍କ ସ୍ୱପ୍ନ ଓ ସେମାନଙ୍କ ସଂଘର୍ଷ ବିଷୟରେ ଭଲ ଭାବେ ଜାଣିଛି। ଆପଣଙ୍କ ଚିନ୍ତାକୁ ଦୂର କରିବା ପାଇଁ ଅଲଗା ଅଲଗା ସମାଧାନ ଉପରେ କାମ କରାଯାଉଛି, ସରକାରଙ୍କ ପ୍ରୟାସ ହେଉଛି ପ୍ରଶାସନର ଯେଉଁ ସ୍ଥାନୀୟ ସଂସ୍ଥା ଅଛି, ସେଗୁଡ଼ିକୁ ମଧ୍ୟ ମଜଭୁତ କରାଯାଉ, ସେଗୁଡ଼ିକର ବିକାଶ ପାଇଁ ଉଚିତ ପାଣ୍ଠିର ବ୍ୟବସ୍ଥା ମଧ୍ୟ କରାଯାଉଛି।

 

ବନ୍ଧୁଗଣ,

ଆଜି ପ୍ରତ୍ୟେକ ଆଦିବାସୀ ସଂପ୍ରଦାୟର ବିକାଶ ହେଉଛି ଦେଶର ପ୍ରାଥମିକତା। ପ୍ରଥମ ଥର ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଚାଲୁଛି। ଏହାର ଅଧୀନରେ ମଣିପୁରର ୫୦୦ରୁ ଅଧିକ ଗାଁରେ ବିକାଶର କାମ ହେଉଛି। ଆଦିବାସୀ ଅଞ୍ଚଳରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି। ମଣିପୁରରେ ମଧ୍ୟ ୧୮ଟି ଏକଲବ୍ୟ ମଡେଲ ଆବାସିକ ସ୍କୁଲ ତିଆରି ହେଉଛି। ସ୍କୁଲ ଓ କଲେଜର ଆଧୁନିକୀକରଣ ଯୋଗୁଁ ଏଠାକାର ପାହାଡ଼ି ଜିଲ୍ଲାରେ ଶିକ୍ଷାର ସୁବିଧା ବହୁତ ଅଧିକ ବୃଦ୍ଧି ପାଇବ।

ବନ୍ଧୁଗଣ,

ମଣିପୁରର ସଂସ୍କୃତି ହେଉଛି ନାରୀଶକ୍ତିକୁ ପ୍ରୋତ୍ସାହନ ଦେବାର ସଂସ୍କୃତି। ଏବଂ ଆମର ସରକାର ମଧ୍ୟ ନାରୀଶକ୍ତିକୁ ସଶକ୍ତିକରଣ କରିବାରେ ଲାଗି ପଡ଼ିଛି। ମଣିପୁରର ଝିଅମାନଙ୍କର ସାହାଯ୍ୟ ପାଇଁ ସରକାର କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ କରୁଛନ୍ତି।

ବନ୍ଧୁଗଣ,

 

ଆମେ ମଣିପୁରକୁ ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପ୍ରତୀକ କରିବାର ଲକ୍ଷ୍ୟ ନେଇ ଚାଲୁଛୁ। ମୁଁ ଆପଣଙ୍କୁ ଭରସା ଦେଉଛି, ମଣିପୁର ବିକାଶ ପାଇଁ ବିସ୍ଥାପିତଙ୍କୁ ତୁରନ୍ତ ଉଚିତ ଜାଗାରେ ଥଇଥାନ କରିବା ପାଇଁ, ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସରକାର ଏଠାରେ ମଣିପୁର ସରକାରଙ୍କୁ ଏପରି ସହଯୋଗ କରିବା ଜାରି ରଖିବ। ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବିକାଶ ପରିଯୋଜନା ପାଇଁ ବହୁତ ବହୁତ ଅଭିନନ୍ଦନ ଦେଉଛି ଏବଂ ଆପଣମାନେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ଯେଉଁ ସମ୍ମାନ ଦେଇଛନ୍ତି, ସେଥିପାଇଁ ମଣିପୁରବାସୀଙ୍କୁ ହୃଦୟରୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି। ମୋ ସହିତ କୁହନ୍ତୁ-

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Sanand 2.0's swift semicon wave accelerates India's chip ambitions

Media Coverage

Sanand 2.0's swift semicon wave accelerates India's chip ambitions
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates successful candidates of Civil Services Examination, 2025
March 06, 2026

The Prime Minister, Shri Narendra Modi has congratulated all those who have successfully cleared the Civil Services Examination, 2025. He said that their dedication, perseverance and hard work have enabled them to achieve this significant milestone.

The Prime Minister noted that clearing the Civil Services Examination marks the beginning of an important journey of public service. He wished the successful candidates the very best as they embark on the path of serving the nation and fulfilling the aspirations of the people.

The Prime Minister also conveyed his message to those who may not have secured the desired outcome in the examination. He acknowledged that such moments can be difficult, but emphasised that this is only one step in a larger journey.

Highlighting that many opportunities lie ahead, both in future examinations and in the many avenues through in which individuals can contribute to the nation, the Prime Minister extended his best wishes to them for the road ahead.

The Prime Minister wrote on X;

“Congratulations to all those who have successfully cleared the Civil Services Examination, 2025. Their dedication, perseverance and hard work have led to this significant milestone.

Wishing them the very best as they embark on a journey of serving the nation and fulfilling the aspirations of the people.”

“To those who may not have secured the desired outcome in the Civil Services Examination, I understand that such moments can be difficult. However, this is only one step in a larger journey. Many opportunities lie ahead, both in future examinations and in the many avenues through which you can contribute to our nation. My best wishes for the road ahead.”