“ଭାରତୀୟ ଇତିହାସରେ ମିରଟ କେବଳ ଏକ ମାମୁଲି ସହର ନୁହେଁ ବରଂ ସଂସ୍କୃତି ଓ ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର”
“ଦେଶରେ କ୍ରୀଡା ବଞ୍ଚି ରହିବା ପାଇଁ ଯୁବଶକ୍ତିର କ୍ରୀଡା ପ୍ରତି ବିଶ୍ୱାସ ଓ ସେମାନେ କ୍ରୀଡାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହନ ଦେବା ଉଚିତ । ଏହା ମୋର ସଂକଳ୍ପ, ମୋର ସ୍ୱପ୍ନ”
“ଗ୍ରାମ ଓ ଛୋଟ ଛୋଟ ସହରଗୁଡିକରେ କ୍ରୀଡା ଭିତ୍ତିଭୂମି ସୁଦୃଢ଼ ହେବା ଯୋଗୁଁ ଏହି ସବୁ ସ୍ଥାନରୁ କ୍ରୀଡାବିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି”
“କ୍ରୀଡା ବାତାବରଣ ସୁଗମ ଓ ନୂତନ ଖେଳଗୁଡିକ ସହ ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି । ଏଥିପାଇଁ ସମାଜରେ ବିଶ୍ୱାସ ଜନ୍ମିବା ସହ କ୍ରୀଡା ମଧ୍ୟ ସଠିକ ଦିଗରେ ଗତି କରୁଛି”
“ମିରଟ କେବଳ ଭୋକାଲ ଫର ଲୋକାଲ ନୁହେଁ, ଏହା ଲୋକାଲକୁ ଗ୍ଲୋବାଲରେ ପରିଣତ କରୁଛି”
“ଆମର ଲକ୍ଷ୍ୟ ସ୍ପଷ୍ଟ, ଯୁବଶକ୍ତି କେବଳ ରୋଲ ମଡେଲ ହେବେ ନାହିଁ ସେମାନେ ରୋଡ ମଡେଲଙ୍କୁ ଚିହ୍ନିବେ ମଧ୍ୟ”


ଭାରତ ମାତା କି, ଜୟ ।

ଭାରତ ମାତା କି, ଜୟ ।

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ ପଟେଲ ଜୀ, ଏଠିକାର ଲୋକପ୍ରିୟ ତଥା ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରତାପ ମୌର୍ଯ୍ୟ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଶ୍ରୀ ସଞ୍ଜୀବ ବାଲ୍ୟାନ ଜୀ, ଭି.କେ. ସିଂହ ଜୀ, ମନ୍ତ୍ରୀ ଶ୍ରୀ ଦିନେଶ ଖଟିକ ଜୀ, ଶ୍ରୀ ଉପେନ୍ଦ୍ର ତିୱାରୀ ଜୀ, ଶ୍ରୀ କପିଲ ଦେବ ଅଗ୍ରୱାଲ ଜୀ, ସଂସଦରେ ମୋର ସହକର୍ମୀ ଶ୍ରୀ ସତ୍ୟପାଲ ସିଂହ ଜୀ, ରାଜେନ୍ଦ୍ର ଅଗ୍ରୱାଲ ଜୀ, ବିଜୟ ପାଲ ସିଂହ ତୋମାର ଜୀ, ଶ୍ରୀମତି କାନ୍ତା କର୍ଦମ ଜୀ, ବିଧାୟକ ଭାଇ ସୌମେନ୍ଦ୍ର ତୋମର ଜୀ, ସଂଗୀତ ସୋମ ଜୀ, ଜିତେନ୍ଦ୍ର ସତୱାଲ ଜୀ, ସତ୍ୟପ୍ରକାଶ ଅଗୱାଲ ଜୀ, ମିରଟର ଜିଲ୍ଲା ପରିଷଦ ସଭାପତି ଗୌରବ ଚୌଧୁରୀ ଜୀ, ମୁଜାଫର ନଗର ଜିଲ୍ଲା ପରିଷଦ ଅଧ୍ୟକ୍ଷ ବୀରପାଲ ଜୀ, ଅନ୍ୟ ସମସ୍ତ ଜନ ପ୍ରତିନିଧି ଗଣ ଏବଂ ମିରଟର ଦୂର ଦୂରାନ୍ତରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ, ବର୍ଷ ୨ଠ୨୨ର ବହୁତ ବହୁତ ଶୁଭକାମନା ।

ବର୍ଷର ଆରମ୍ଭରେ ମିରଟକୁ ଆସିବା, ମୋ ନିଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଇତିହାସରେ ମିରଟର ସ୍ଥାନ କେବଳ ଏକ ସହରର ସ୍ଥାନ ନୁହେଁ, ବରଂ ମିରଟ ଆମର ସଂସ୍କୃତି ଏବଂ ଆମର ଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇପାରିଛି । ରାମାୟଣ ଏବଂ ମହାଭାରତ କାଳରୁ ଆରମ୍ଭ କରି ଜୈନ ତୀର୍ଥଙ୍କର ପର୍ଯ୍ୟନ୍ତ ଏବଂ ‘ପଞ୍ଚ-ପ୍ୟାରୋ’ଙ୍କ ମଧ୍ୟରୁ ଅନ୍ୟତମ ଭାଇ ଧରମ ସିଂହଙ୍କ ଦ୍ୱାରା ମିରଟ ଦେଶ ଆସ୍ଥାକୁ ଶକ୍ତିଶାଳୀ କରିଆସିଛି ।

ସିନ୍ଧୁର ଉପତ୍ୟକାର ସଭ୍ୟତା ଠାରୁ ଆରମ୍ଭ କରି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପଯ୍ୟନ୍ତ, ଏହି ଅଞ୍ଚଳ ବିଶ୍ୱକୁ ଭାରତର ସାମର୍ଥ୍ୟ କ’ଣ ଦେଖାଇଛି । ୧୮୫୭ ମସିହାରେ, ବାବା ଅଘଡ଼ନାଥ ମନ୍ଦିରରୁ ସ୍ୱାଧୀନତା ପାଇଁ ଯେଉଁ ଆହ୍ୱାନ ବାହାରିଥିଲା, ଦିଲ୍ଲୀ ଅଭିମୁଖେ ଯାତ୍ରା ପାଇଁ ଯେଉଁ ଯେଉଁ ଆହ୍ୱାନ ହେଲା ତାହା ଦାସତ୍ୱର ଅନ୍ଧକାରରୁ ଦେଶକୁ ଏକ ନୂତନ ଆଲୋକ ଦେଖାଇଲା । ବିପ୍ଳବର ଏହି ପ୍ରେରଣା ସହିତ ଆଗକୁ ବଢ଼ିବା ସହ ଆମେ ସ୍ୱାଧୀନ ହୋଇଗଲୁ ଏବଂ ଆଜି ଆମେ ଗର୍ବର ସହିତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ମୁଁ ଭାଗ୍ୟବାନ ଯେ ଏଠାକୁ ଆସିବା ପୂର୍ବରୁ ମୋତେ ଔଘରଡ଼ନାଥ ମନ୍ଦିର ଦର୍ଶନ କରିବାର ଅବସର ମିଳିଲା । ମୁଁ ଅମର ଯୱାନ ଜ୍ୟୋତି ନିକଟକୁ ମଧ୍ୟ ଯାଇଥିଲି, ସ୍ୱତନ୍ତ୍ରତା ସଂଗ୍ରାମୀ ସଂଗ୍ରାହାଳୟରେ ମୁଁ ସେହି ଅନୁଭୂତିକୁ ଅନୁଭବ କଲି, ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ କିଛି କରିଥିଲେ, ସେମାନଙ୍କ ପାଇଁ ହୃଦୟ ଆନେ୍ଦାଳିତ ହେଉଥିବ ଅନୁଭବ କଲି ।

ଭାଇ ଭଉଣୀମାନେ,

ସ୍ୱାଧୀନ ଭାରତକୁ ଏକ ନୂତନ ଦିଗ ଦେବାରେ ମିରଟ ଏବଂ ଏହାର ଆଖ-ପାଖ ଅଞ୍ଚଳ ମଧ୍ୟ ବିଶେଷ ଅବଦାନ ଦେଇଛି । ଜାତିର ସୁରକ୍ଷା ପାଇଁ ସୀମାରେ ବଳିଦାନ ହେଉ କିମ୍ବା ଖେଳ ପଡ଼ିଆରେ ରାଷ୍ଟ୍ରପତି ସମ୍ମାନ ହେଉ, ଦେଶ ଭକ୍ତି ପ୍ରତି ଏହି କ୍ଷେତ୍ର ସଦାସର୍ବଦା ଦେଶ ପ୍ରେମକୁ ପ୍ରଜ୍ୱଳିତ କରି ରଖିଛି । ଚୌଧୁରୀ ଚରଣ ସିଂହ ଜୀଙ୍କ ରୂପରେ ନୂରପୁର ମାଡେୟା ମଧ୍ୟ ଦେଶକୁ ଏକ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଦେଇଥିଲେ । ମୁଁ ଏହି ପ୍ରେରଣାସ୍ଥଳୀକୁ ବନ୍ଦନା କରୁଛି, ମୁଁ ମିରଟ ଏବଂ ଏହି ଅଞ୍ଚଳର ଲୋକଙ୍କୁ ଅଭିନନ୍ଦନ ଜଣାଉଛି ।

ଭାଇ ଓ ଭଉଣୀମାନେ,

ମିରଟ ଦେଶର ଅନ୍ୟ ଏକ ମହାନ ସନ୍ତାନ, ମେଜର ଧ୍ୟାନଚାନ୍ଦ ଜୀଙ୍କର ମଧ୍ୟ ଏହା କର୍ମସ୍ଥଳୀ ଥିଲା । କିଛି ମାସ ପୂର୍ବେ କେନ୍ଦ୍ର ସରକାର ଦେଶର ସବୁଠାରୁ ବଡ଼ କ୍ରୀଡ଼ା ପୁରସ୍କାରକୁ ଦାଦାଙ୍କ ନାମରେ ନାମିତ କରିଥିଲେ । ଆଜି ମିରଟର ସ୍ପୋର୍ଟ୍ସ ୟୁନିଭରର୍ସିଟି ମେଜର ଧ୍ୟାନଚାନ୍ଦ ଜୀଙ୍କୁ ସମର୍ପିତ କରାଯାଇଛି ଏବଂ ଯେତେବେଳେ ଏହି ବିଶ୍ୱବିଦ୍ୟାଳୟର ନାମ ମେଜର ଧ୍ୟାନଚାନ୍ଦ ଜୀଙ୍କ ସହିତ ଯୋଡ଼ି ହୋଇଯିବ, ସେତେବେଳେ ତାଙ୍କର ବୀରତ୍ୱ ଆମକୁ କେବଳ ପ୍ରେରଣା ଦେଇ ନ ଥାଏ ବରଂ ତାଙ୍କ ନାମରେ ଏକ ବାର୍ତ୍ତା ମଧ୍ୟ ଦେଇଥାଏ । ତାଙ୍କ ନାମରେ ଥିବା ଯେଉଁ ଶବ୍ଦ ହେଉଛି ଧ୍ୟାନ, ଧ୍ୟାନ ନ ଦେଇ, ଧ୍ୟାନ ଦେଇ କୌଣସି କାର୍ଯ୍ୟକଳାପ ନ କରି, କେବେ ମଧ୍ୟ କୌଣସି ସଫଳତା ମିଳିବ ନାହିଁ । ଏବଂ ସେଥିପାଇଁ ଯେଉଁ ବିଶ୍ୱବିଦ୍ୟାଳୟର ନାମ ଧ୍ୟାନଚାନ୍ଦଙ୍କ ସହ ଯୋଡ଼ି ହୋଇଛି ସେଠାରେ ପୂର୍ଣ୍ଣମାତ୍ରାରେ ଧ୍ୟାନ ଦେଇ କାର୍ଯ୍ୟ କରୁଥିବା ଯୁବଗୋଷ୍ଠୀମାନେ ଦେଶର ନାମ ରଖିବେ, ଏହା ମୋତେ ପୂର୍ଣ୍ଣ ବିଶ୍ୱାସ ରହିଛି ।

ଉତ୍ତର ପ୍ରଦେଶରେ ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ହୋଇଥିବାରୁ ମୁଁ ଉତ୍ତର ପ୍ରଦେଶର ଯୁବଗୋଷ୍ଠୀଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ୭ଠଠ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଆଧୁନିକ ବିଶ୍ୱବିଦ୍ୟାଳୟ ବିଶ୍ୱର ସର୍ବୋତ୍ତମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମଧ୍ୟରେ ଅନ୍ୟତମ । ଏଠାରେ ଯୁବଗୋଷ୍ଠୀ ମାନଙ୍କୁ କ୍ରୀଡ଼ା ସମ୍ବନ୍ଧୀୟ ଆନ୍ତର୍ଜାତିକ ସୁବିଧା ମାନ ତ ମିଳିପାରିବ, କିନ୍ତୁ ଏହା କ୍ରୀଡ଼ାକୁ କ୍ୟାରିଅର ଭାବରେ ଗ୍ରହଣ କରିବାରେ ଆବଶ୍ୟକୀୟ ଦକ୍ଷତା ମଧ୍ୟ ଗଠନ କରିବ । ପ୍ରତି ବର୍ଷ ୧ ହଜାରରୁ ଅଧିକ ପୁଅ-ଝିଅ ସର୍ବୋତ୍ତମ ଖେଳାଳି ଭାବରେ ଏଠାରୁ ବାହାରିବେ । ତାହା ହେଉଛି, ବିପ୍ଳବୀମାନଙ୍କ ସହର, କ୍ରୀଡ଼ା ହିରୋମାନଙ୍କର ସହର ଭାବରେ ମଧ୍ୟ ନିଜର ପରିଚୟକୁ ଆହୁରି ସଶକ୍ତ କରିବ।

ସାଥୀମାନେ,

ପୂର୍ବ ସରକାରରେ, ଅପରାଧୀମାନେ ୟୁପିରେ ଖେଳ ଖେଳୁଥିଲେ, ମାଫିଆମାନେ ସେମାନଙ୍କ ଖେଳ ଖେଳୁଥିଲେ । ପୂର୍ବରୁ ଏଠାରେ ବେଆଇନ ଅଧିକାରର ଟୁର୍ଣ୍ଣାମେଣ୍ଟ ହେଉଥିଲା, ଯେଉଁମାନେ ଝିଅମାନଙ୍କ ଉପରେ ମନ୍ତବ୍ୟ ଦେଉଥିଲେ ସେମାନେ ମୁକ୍ତ ଭାବରେ ବୁଲୁଥିଲେ । ଆମର ମିରଟ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ କଦାପି ଭୁଲିପାରିବେ ନାହିଁ ଯେ ଲୋକଙ୍କ ଘର ଜାଳି ଦିଆଯାଉଥିଲା ଏବଂ ପୂର୍ବ ସରକାର ନିଜ ଖେଳରେ ବ୍ୟସ୍ତ ରହୁଥିଲେ । ପୂର୍ବ ସରକାରଗୁଡ଼ିକର ଖେଳର ଫଳାଫଳ ହେଲା ଯେ ଲୋକମାନେ ସେମାନଙ୍କର ପୈତୃକ ସମ୍ପତ୍ତି ଛାଡ଼ି ଚାଲିଯିବାକୁ ବାଧ୍ୟ ହେବାକୁ ପଡିଥିଲା ।

ପୂର୍ବରୁ କେଉଁ କେଉଁ ଖେଳ ଖେଳାଯାଇଥିଲା, ବର୍ତ୍ତମାନ ଯୋଗୀଙ୍କ ସରକାର ଏପରି ଅପରାଧୀମାନଙ୍କ ସହ ଜେଲ-ଜେଲ ଖେଳୁଛନ୍ତି । ଗତ ୫ ବର୍ଷ ପୂର୍ବରୁ ମିରଟର ଝଅମାନେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଭୟ କରୁଥିଲେ । ଆଜି ମିରଟର ଝିଅମାନେ ସମଗ୍ର ଦେଶର ନାମ ଉଜ୍ୱଳ କରୁଛନ୍ତି । ଏଠାରେ ମିରଟର ସୋତିଗଂଜ ବଜାରରେ, ଯାନ ସହିତ ଖେଳର ମଧ୍ୟ ଶେଷ ହେବାକୁ ଯାଉଛି । ବର୍ତ୍ତମାନ ୟୁପିରେ ପ୍ରକୃତ କ୍ରୀଡ଼ାକୁ ପ୍ରୋତ୍ସାହିତ କରାଯାଉଛି । ଉତ୍ତର ପ୍ରଦେଶର ଯୁବଗୋଷ୍ଠୀଙ୍କୁ କ୍ରୀଡ଼ା ଜଗତରେ ନିଜକୁ ପ୍ରତିଷ୍ଠା କରିବାକୁ ସୁଯୋଗ ମିଳିପାରୁଛି ।

ସାଥୀମାନେ,

ଆମର ଏଠାରେ କୁହାଯାଇଥାଏ- ମହାଜନୋ ୟନ ଗତ: ସ ପନ୍ଥା:

ଅର୍ଥାତ୍, ଯେଉଁ ପଥରେ ମହାନ ଲୋକ, ମହାନ ବ୍ୟକ୍ତିତ୍ୱମାନେ ଚାଲନ୍ତି, ତାହା ହେଉଛି ଆମର ପଥ । କିନ୍ତୁ ବର୍ତ୍ତମାନ ଭାରତ ବଦଳିଛି । ବର୍ତ୍ତମାନ ଆନେ ଏକବିଂଶ ଶତାବ୍ଦୀରେ ଅଛୁ । ଏବଂ ଏହି ଏକବିଂଶ ଶତାବ୍ଦୀର ନୂତନ ଭାରତରେ ସବୁଠାରୁ ବଡ଼ ଦାୟିତ୍ୱ ଆମର ଯୁବଗୋଷ୍ଠୀମାନଙ୍କ ଉପରେ ରହିଛି । ଏବଂ ଏଥିପାଇଁ, ବର୍ତ୍ତମାନ ମନ୍ତ୍ର ବଦଳିଛି- ଏକବିଂଶ ଶତାବ୍ଦୀର ମନ୍ତ୍ର ହେଉଛି: ୟୁବା ଜନୋ ୟନ ଗତା: ସ ପନ୍ଥା:

ଯେଉଁ ପଥରେ ଯୁବଗୋଷ୍ଠୀ ଚାଲିବେ, ସେହି ପଥ ହେଉଛି ଦେଶର ପଥ । ଯେଉଁ ଦିଗକୁ ଯୁବକମାନଙ୍କର ପାଦ ବଢ଼ିବ ସେଠାରେ ଲକ୍ଷ୍ୟସ୍ଥଳ ନିଜେ ନିଜେ ପାଦକୁ ଚୁମ୍ବନ ଦେବା ଆରମ୍ଭ କରିବ । ଯୁବକମାନେ ମଧ୍ୟ ନୂତନ ଭାରତର କର୍ଣ୍ଣଧାର ଅଟନ୍ତି, ଯୁବକମାନେ ନୂତନ ଭାରତର ବିସ୍ତାର ମଧ୍ୟ ଅଟନ୍ତି । ଯୁବକମାନେ ନୂଆ ଭାରତର ନିୟନ୍ତା ମଧ୍ୟ ଅଟନ୍ତି ଏବଂ ଯୁବକମାନେ ମଧ୍ୟ ନୂତନ ଭାରତର ନେତୃତ୍ୱ କର୍ତ୍ତା ଅଟନ୍ତି । ଆମର ଆଜି ଯୁବଗୋଷ୍ଠୀଙ୍କ ପାଖରେ ପ୍ରାଚୀନତାର ଐତିହ୍ୟ ରହିଛି, ସେମାନଙ୍କ ପାଖରେ ଆଧୁନିକତାର ଭାବନା ମଧ୍ୟ ଅଛି । ଏବଂ ସେଥିପାଇଁ, ଯେଉଁଠାରେ ଯୁବକମାନେ ଚାଲିବେ ସେଠାରେ ଭାରତ ଚାଲିବ । ଏବଂ ଯେଉଁଠାରେ ଭାରତ ଚାଲିବ, ବିଶ୍ୱ ସେଠାରେ ଚାଲିବାକୁ ଯାଉଛି । ଆଜି ଆମେ ଦେଖିବା ଯେ, ବିଜ୍ଞାନ ଠାରୁ ଆରମ୍ଭ କରି ସାହିତ୍ୟ ପର୍ଯ୍ୟନ୍ତ, ଷ୍ଟାର୍ଟଅପ ଠାରୁ ଆରମ୍ଭ କରି କ୍ରୀଡ଼ା ପର୍ଯ୍ୟନ୍ତ, ସବୁ କ୍ଷେତ୍ରରେ ଭାରତର ଯୁବକମାନେ ପ୍ରତିଷ୍ଠିତ ହୋଇପାରିଛନ୍ତି ।

ଭାଇ ଓ ଭଉଣୀମାନେ,

କ୍ରୀଡ଼ା ଜଗତକୁ ଆସିଥିବା ଆମର ଯୁବକମାନେ ମଧ୍ୟ ପୂର୍ବରୁ ସକ୍ଷମ ଥିଲେ । ସେମାନଙ୍କ ଠାରେ କଠିନ ପରିଶ୍ରମର ଅଭାବ ମଧ୍ୟ ନ ଥିଲା । ଆମ ଦେଶରେ କ୍ରୀଡ଼ା ସଂସ୍କୃତି ମଧ୍ୟ ବହୁତ ସମୃଦ୍ଧ ରହିଛି । ଆମ ଗାଁରେ ପ୍ରତ୍ୟେକ ଉତ୍ସବ, ପ୍ରତ୍ୟେକ ପର୍ବରେ କ୍ରୀଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପୁରସ୍କାର ଆକାରରେ ମିଳିଥିବା ଝିଅ ପାତ୍ର ଓ ଲଡୁର ସ୍ୱାଦ ଚାଖିବା ପାଇଁ ମିରଟରେ ଆୟୋଜିତ କୁସ୍ତି ପ୍ରତିଯୋଗିତାରେ ସାମିଲ ହେବାକୁ କିଏ ବା ନ ଚାଂହିବ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ପୂର୍ବ ସରକାରଙ୍କ ନୀତି ଯୋଗୁଁ ଖେଳ ଏବଂ ସେମାନଙ୍କ ପ୍ରତି ଖେଳାଳିଙ୍କ ମନୋଭାବ ଅତ୍ୟନ୍ତ ଭିନ୍ନ ଥିଲା । ପୂର୍ବେ ସହରରେ, ଯଦି କୌଣସି ଯୁବକ ନିଜକୁ ଖେଳାଳି ଭାବରେ ପରିଚୟ ସୃଷ୍ଟି କରୁଥିଲା, ଯଦି ସେ କହୁଥିଲା ଯେ ମୁଁ ଜଣେ ଖେଳାଳି, ମୁଁ ଏପରି ଖେଳ ଖେଳେ, ମୁଁ ସେହି ଖେଳରେ ଆଗରେ ଅଛି, ତା’ହେଲେ ଆଗରେ ଥିବା ଲୋକମାନେ କ’ଣ ପଚାରୁଥିଲେ, ଜାଣିଛନ୍ତି କି? ସାମ୍ନାରେ ଥିବା ବ୍ୟକ୍ତି ପଚାରୁଥିଲେ- ଆରେ ପୁଅ, ଯଦି ତୁମେ ଖେଳିଛ ତ ଭଲ, କିନ୍ତୁ କାମ କ’ଣ କରୁଛ? ତାହା ହେଉଛି, ଖେଳ ପ୍ରତି କୌଣସି ସମ୍ମାନ ନ ଥିଲା ।

ଯଦି ଗାଁର କେହି ଜଣେ ନିଜକୁ ଖେଳାଳି ବୋଲି କହିଥାନ୍ତି- ଲୋକମାନେ କହୁଥିଲେ ଯେ ସେ ସେନା କିମ୍ବା ପୋଲିସରେ ଚାକିରି କରିବା ପାଇଁ ଖେଳୁଥିବ । ଅର୍ଥାତ କ୍ରୀଡ଼ା ପ୍ରତି ସେମାନଙ୍କର ଭାବନା ଏବଂ ବୁଝିବାର ପରିସର ବହୁତ ସୀମିତ ହୋଇଯାଇଥିଲା । ପୂର୍ବ ସରକାରମାନେ ଯୁବକମାନଙ୍କର ଏହି ସମ୍ଭାବନାକୁ ଗୁରୁତ୍ୱ ଦେଇ ନ ଥିଲେ । ଏହା ସରକାରଙ୍କ ଦାୟିତ୍ୱ ଥିଲା ଯେ ସମାଜରେ ଖେଳ ପ୍ରତି ଥିବା ଚିନ୍ତାଧାରାକୁ ପରିବର୍ତ୍ତନ କରି, ଖେଳ ପ୍ରତି ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ ଥିଲା । କିନ୍ତୁ ଏହା ବିପରୀତ, ଦେଶରେ ଖେଳ ପ୍ରତି ଉଦାସୀନତା ଅଧିକାଂଶ କ୍ଷେତ୍ରରେ ବଢ଼ିବାକୁ ଲାଗିଲା । ଏହାର ପରିଣାମ ହେଲା ଯେ ଦାସତ୍ୱ କାଳରେ ମଧ୍ୟ ମେଜର ଧ୍ୟାନଚାନ୍ଦ ଜୀଙ୍କ ଭଳି ପ୍ରତିଭା ଦେଶ ପାଇଁ ଗୌରବ ଆଣି ଦେଇଥିଲେ, ସେଥିରେ ମଧ୍ୟ ଆମକୁ ପଦକ ପାଇଁ ଦଶନ୍ଧି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା।

ବିଶ୍ୱ ହକି ପ୍ରାକୃତିକ ପଡ଼ିଆରୁ ଆଷ୍ଟ୍ରୋ ଟର୍ଫକୁ ଚାଲିଗଲା, କିନ୍ତୁ ଆମେ ସେହି ଠାରେ ରହିଗଲୁ । ଆମେ ଉଠିବା ବେଳକୁ ବହୁତ ଡେରି ହୋଇଯାଇଥିଲା । ତା’ ଉପରେ ପୁଣି ପ୍ରଶିକ୍ଷଣ ଠାରୁ ଆରମ୍ଭ କରି ଦଳ ଚୟନ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପରେ ଆତ୍ମୀୟତା, ଭାତୃତ୍ୱ ଖେଳ, ଦୁର୍ନୀତି ଖେଳ, ଲଗାତାର ଭାବେ ଭେଦ-ଭାବ ଏବଂ ସ୍ୱଚ୍ଛତାର କୌଣସି ଚିହ୍ନ ବର୍ଣ୍ଣ ନ ଥିଲା । ବନ୍ଧୁଗଣ, ହକି ଏକ ଉଦାହରଣ, ଏହା ପ୍ରତ୍ୟେକ ଖେଳାର କାହାଣୀ ଥିଲା । ବଦଳୁଥିବା ଟେକ୍ନୋଲୋଜୀ, ବଦଳୁଥିବା ଚାହିଦା, ବଦଳୁଥିବା ଦକ୍ଷତା ପାଇଁ ଦେଶର ପୂର୍ବ ସରକାର ସର୍ବୋତ୍ତମ ଇକୋ ସିଷ୍ଟମ ସୃଷ୍ଟି କରିପାରିଲେ ନାହିଁ ।

ସାଥୀମାନେ,

ଦେଶର ଯୁବଗୋଷ୍ଠୀଙ୍କ ନିକଟରେ ଯେଉଁ ଅସୀମ ଟ୍ୟାଲେଣ୍ଟ ଥିଲା ତାହା ସରକାରଙ୍କ ଉଦାସୀନତା ଯୋଗୁଁ ପ୍ରତିବନ୍ଧକରେ ବାନ୍ଧି ହୋଇ ରହିଥିଲା । ୨ଠ୧୪ ପରେ, ଆମେ ତାଙ୍କୁ ସେହି କବଳରୁ ମୁକ୍ତ କରିବା ପାଇଁ ପ୍ରତ୍ୟେକ ସ୍ତରରେ ସଂସ୍କାରଣ ଆଣିଥିଲୁ । ଖେଳାଳିଙ୍କ ଦକ୍ଷତା ବୃଦ୍ଧି ପାଇଁ ଆମ ସରକାର ଆମର ଖେଳାଳିଙ୍କୁ ୪ଟି ଅସ୍ତ୍ର ଦେଇଛନ୍ତି । ଖେଳାଳିମାନଙ୍କୁ ଆବଶ୍ୟକ ହେଉଛି- ଖେଳାଳିମାନେ ଆଧୁନିକ ତାଲିମ ସୁବିଧା ଆବଶ୍ୟକ କରନ୍ତି, ଖେଳାଳିମାନେ ଅନ୍ତର୍ଜାତୀୟ ଏକ୍ସପୋଜର ଆବଶ୍ୟକ କରନ୍ତି, ଖେଳାଳିମାନେ ଚୟନରେ ସ୍ୱଚ୍ଛତା ଆବଶ୍ୟକତା କରନ୍ତି। ବିଗତ ବର୍ଷଗୁଡ଼ିକରେ, ଏହି ୪ଟି ଅସ୍ତ୍ର ନିଶ୍ଚିତ ରୂପେ ମିଳିଛି । ଆମ ସରକାର ଭାରତର ଖେଳାଳିଙ୍କୁ ପ୍ରାଥମିକତା ଦେଇଛନ୍ତି । ଆମେ କ୍ରୀଡ଼ାକୁ ଯୁବକମାନଙ୍କ ଫିଟନେସ ଏବଂ ଯୁବକମାନଙ୍କ ରୋଜଗାର, ଆତ୍ମନିର୍ଭରଶୀଳତା, ସେମାନଙ୍କ କ୍ୟାରିଅର ସହିତ ସଂଯୁକ୍ତ କରିଛୁ । ଟାର୍ଗେଟ ଅଲିମ୍ପିକ୍ସ ପୋଡିୟମ ସ୍କିମ୍ ଅର୍ଥାତ୍ (ଟପ୍ସ) ଏହିପରି ଏକ ପ୍ରୟାସ ଅଟେ ।

ଆଜି ସରକାର ଖାଦ୍ୟ ଏବଂ ପାନୀୟ ଜଳ ଠାରୁ ଆରମ୍ଭ କରି ତାଲିମ ପର୍ଯ୍ୟନ୍ତ ଦେଶର ପ୍ରମୁଖ ଖେଳାଳିଙ୍କୁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ସହାୟତା ଦେଉଛନ୍ତି । ଆଜି, ଖେଲୋ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ପ୍ରତିଭାଙ୍କୁ ଖୁବ କମ ବୟସରେ ଚିହ୍ନଟ କରାଯାଉଛି । ସେମାନଙ୍କୁ ଆନ୍ତର୍ଜାତୀୟ ସ୍ତରର ଆଥଲେଟ କରିବା ପାଇଁ ଏହିପରି ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି । ଏହି ପ୍ରୟାସ ହେତୁ, ଯେତେବେଳେ ଭାରତର ଖେଳାଳି ଆଜି ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରବେଶ କରୁଛି, ସେତେବେଳେ ବିଶ୍ୱ ମଧ୍ୟ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରୁଛି ଏବଂ ଦେଖୁଛି । ଗତ ବର୍ଷ ଆମେ ଅଲିମ୍ପିକ୍ସରେ ଦେଖିଥିଲୁ, ଆମେ ପାରା-ଅଲିମ୍ପିକ୍ସରେ ଦେଖିଥିଲୁ । ଯାହା ଇତିହାସରେ କେବେ ହୋଇ ନ ଥିଲା, ଯାହା ମୋ ଦେଶର ସାହସୀ ପୁଅ ଓ ଝିଅମାନେ ଗତ ଅଲିମ୍ପିକ୍ସରେ ତାହା କରି ଦେଖାଇଥିଲେ । ପଦକ ଏତେ ବଡ଼ ଖ୍ୟାତି ଆଣି ଦେଇଥିଲା ଯେ ସମଗ୍ର ଦେଶ ଗୋଟିଏ ସ୍ୱରରେ କହିଲା- କ୍ରୀଡ଼ା କ୍ଷେତ୍ରରେ ଭାରତର ଉଦୟ ହେଲା ।

ଭାଇ ଓ ଭଉଣୀମାନେ,

ଆଜି ଆମେ ଦେଖୁଛୁ ଯେ, ଉତ୍ତର ପ୍ରଦେଶର ଅନେକ ଛୋଟ ଛୋଟ ଗାଁ ଏବଂ ସହରର ଉତ୍ତର ପ୍ରଦେଶର ସାଧାରଣ ପରିବାରର ପୁଅ ଏବଂ ଝିଅମାନେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି । ଆମର ପୁଅ ଏବଂ ଝିଅମାନେ ମଧ୍ୟ ଏହିପରି ଖେଳଗୁଡ଼ିକରେ ଆଗକୁ ଆସୁଛନ୍ତି । ଯେଉଁଥିରେ ପୂର୍ବରୁ କେବଳ ସମ୍ବଳ ସମୃଦ୍ଧ ପରିବାରର ଯୁବକମାନେ ଅଂଶଗ୍ରହଣ କରି ପାରୁଥିଲେ । ଏହି ଅଞ୍ଚଳର ଅନେକ ଖେଳାଳି ଅଲିମ୍ପିକ୍ସ ଏବଂ ପାରା-ଅଲିମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି । ପ୍ରତ୍ୟେକ ଗ୍ରାମରେ ସରକାର ନିର୍ମାଣ କରୁଥିବା ଆଧୁନିକ କ୍ରୀଡ଼ା ଭିତ୍ତିଭୂମିର ଏହା ହେଉଛି ପରିଣାମ । ପୂର୍ବରୁ ବଡ଼ ବଡ଼ ସହରରେ କେବଳ ବଡ଼ ବଡ଼ ଷ୍ଟାଡିୟମ ଉପଲବ୍ଧ ଥିଲା, ଆଜି ଗାଁ ନିକଟରେ ଖେଳାଳିଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି ।

ସାଥୀମାନେ,

ଯେତେବେଳେ ବି ଆମେ ଏକ ନୂତନ କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଯେଉଁ ଚେଷ୍ଟା କରୁଛୁ, ଏଥିପାଇଁ ତିନୋଟି ଜିନିଷ ଜରୁରୀ- ସାନ୍ନିଧ୍ୟ, ଚିନ୍ତା ଏବଂ ସଂସାଧନ! କ୍ରୀଡ଼ା ସହିତ ଆମର ସମ୍ପର୍କ ବହୁ ପୁରାତନ । କିନ୍ତୁ କେବଳ କ୍ରୀଡ଼ା ସହିତ ଆମର ପୁରୁଣା ସମ୍ପର୍କ କ୍ରୀଡ଼ାର ସଂସ୍କୃତି ସୃଷ୍ଟି କରିବା ପାଇଁ କାମ କରିବ ନାହିଁ, ଏଥିପାଇଁ ଆମକୁ ଏକ ନୂତନ ଆଭିମୁଖ୍ୟ ମଧ୍ୟ ଆବଶ୍ୟକ । ଦେଶରେ କ୍ରୀଡ଼ା ପାଇଁ, ଏହା ଆବଶ୍ୟକ ଯେ ଆମର ଯୁବକମାନେ କ୍ରୀଡ଼ା ଉପରେ ବିଶ୍ୱାସ କରିବା ଉଚିତ ଏବଂ କ୍ରୀଡ଼ାକୁ ସେମାନଙ୍କର ବୃତ୍ତି ଭାବେ ଗ୍ରହଣ କରିବାକୁ ଉତ୍ସାହିତ ହେବା ଆବଶ୍ୟକ। ଏବଂ ଏହା ମୋର ସଂକଳ୍ପ, ଏବଂ ଏହା ମଧ୍ୟ ମୋର ସ୍ୱପ୍ନ ଅଟେ! ମୁଁ ଚାହୁଁଛି ଯେ ଆମର ଯୁବକମାନେ ଅନ୍ୟ ବୃତ୍ତି ପରି କ୍ରୀଡ଼ାକୁ ମଧ୍ୟ ଦେଖନ୍ତୁ । ଆମକୁ ଏହା ମଧ୍ୟ ବୁଝିବାକୁ ହେବ ଯେ ଯିଏ କ୍ରୀଡ଼ାକୁ ଯାଏ, ସେ ବିଶ୍ୱରେ ନମ୍ବର ୱାନ ହେବ, ଏହା ଆବଶ୍ୟକ ନୁହେଁ । ଏବଂ ଯେତେବେଳେ ସ୍ପୋର୍ଟ୍ସ ଇକୋ ସିଷ୍ଟମ ପ୍ରସ୍ତୁତ ହୁଏ, ତା’ପରେ କ୍ରୀଡ଼ା ପରିଚାଳନା ଠାରୁ ଆରମ୍ଭ କରି କ୍ରୀଡ଼ା ଲେଖା ଏବଂ କ୍ରୀଡ଼ା ମନୋବିଜ୍ଞାନ ପର୍ଯ୍ୟନ୍ତ, କ୍ରୀଡ଼ା ସହିତ ଜଡ଼ିତ ବହୁ ପ୍ରକାରର ସମ୍ଭାବନା ସୃଷ୍ଟି ହୋଇଥାଏ । କ୍ରମଶଃ, ସମାଜରେ ଏକ ବିଶ୍ୱାସ ସୃଷ୍ଟି ହୋଇଥାଏ ଯେ ଯୁବକମାନେ କ୍ରୀଡ଼ା ଦିଗକୁ ଅଗ୍ରସର ହେବା ଏକ ସଠିକ ନିଷ୍ପତ୍ତି । ଏହି ପରି ଏକ ଇକୋ ସିଷ୍ଟମ ସୃଷ୍ଟି କରିବା ପାଇଁ ସଂସାଧନର ଆବଶ୍ୟକତା ହୋଇଥାଏ । ଯେତେବେଳେ ଆବଶ୍ୟକ ସମ୍ବଳ, ଆବଶ୍ୟକ ଭିତ୍ତିଭୂମି ବିକାଶ କରୁ, ସେତେବେଳେ କ୍ରୀଡ଼ାର ସଂସ୍କୃତି ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଥାଏ । ଯଦି କ୍ରୀଡ଼ା ପାଇଁ ଆବଶ୍ୟକ ସମ୍ବଳ ଅଛି, ତେବେ ଦେଶରେ କ୍ରୀଡ଼ାର ସଂସ୍କୃତି ମଧ୍ୟ ରୂପ ଧାରଣ କରିବ ଏବଂ ବିସ୍ତୃତ ହେବ ।

ସେଥିପାଇଁ ଆଜି ଏହିଭଳି କ୍ରୀଡ଼ା ବିଶ୍ୱବିଦ୍ୟାଳୟଗୁଡ଼ିକ ଏତିକି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି କ୍ରୀଡ଼ା ବିଶ୍ୱବିଦ୍ୟାଳୟଗୁଡ଼ିକ କ୍ରୀଡ଼ାର ସଂସ୍କୃତିର ବିକାଶ ପାଇଁ ନର୍ସରୀ ପରି କାର୍ଯ୍ୟ କରନ୍ତି । ସେଥିପାଇଁ ସ୍ୱାଧୀନତାର ସାତ ଦଶନ୍ଧିରେ, ୨ଠ୧୮ରେ ଆମ ସରକାର ମଣିପୁରରେ ପ୍ରଥମ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କଲେ। ଗତ ୭ ବର୍ଷ ମଧ୍ୟରେ କ୍ରୀଡ଼ା, ଶିକ୍ଷା ଏବଂ ଦକ୍ଷତା ସହ ଜଡ଼ିତ ଅନେକ ଅନୁଷ୍ଠାନ ସମଗ୍ର ଦେଶରେ ଆଧୁନିକୀକରଣ କରାଯାଇଛି । ଏବଂ ଆଜି ମେଜର ଧ୍ୟାନଚାନ୍ଦ ସ୍ପୋର୍ଟ୍ସ ୟୁନିଭର୍ସିଟି ଦେଶରେ, କ୍ରୀଡ଼ା କ୍ଷେତ୍ରରେ ଉଚ୍ଚଶିକ୍ଷାର ଆଉ ଏକ ଶ୍ରେଷ୍ଠ ଅନୁଷ୍ଠାନ ଦେଶକୁ ମିଳିଛି ।

ସାଥୀମାନେ,

ଆମକୁ କ୍ରୀଡ଼ା ଜଗତ ସହ ଜଡ଼ିତ ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ । ଏବଂ ମିରଟର ଲୋକମାନେ ଏହାକୁ ଭଲ ଭାବରେ ଜାଣିଛନ୍ତି । କ୍ରୀଡ଼ା ସହିତ ଜଡ଼ିତ ସେବା ଏବଂ ସାମଗ୍ରୀ ପାଇଁ ବିଶ୍ୱରେ ବଜାର ମୂଲ୍ୟ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ଅଛି । କ୍ରୀଡ଼ା ସାମଗ୍ରୀ ମିରଟରୁ ୧ଠଠରୁ ଅଧିକ ଦେଶକୁ ରପ୍ତାନି ହୋଇଥାଏ । ମିରଟ ପାଇଁ ଏହା ଲୋକାଲ ଫର ଭୋକାଲ ଅଟେ, ଏହା ଲୋକାଲକୁ ଗ୍ଲୋବାଲ ମଧ୍ୟ କରୁଛି । ଏହିପରି ଅନେକ କ୍ରୀଡ଼ା କ୍ଲଷ୍ଟର ମଧ୍ୟ ଆଜି ଦେଶରେ ବିକଶିତ କରାଯାଉଛି । ଉଦେ୍ଦଶ୍ୟ ହେଉଛି ଯେ କ୍ରୀଡ଼ା ସାମଗ୍ରୀ ଏବଂ ଯନ୍ତ୍ରପାତି ଉତ୍ପାଦନରେ ଦେଶ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିବ ।

ବର୍ତ୍ତମାନ ଯେଉଁ ନୂତନ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହେଉଛି ସେଥିରେ କ୍ରୀଡ଼ାକୁ ପ୍ରାଥମିକତା ଦିଆଯାଇଛି । କ୍ରୀଡ଼ାକୁ ମଧ୍ୟ ସମାନ ଭାବେ ରଖାଯାଇଛି । ଯେମିତିକି ବିଜ୍ଞାନ, ବାଣିଜ୍ୟ, ଗଣିତ, ଭୂଗୋଳ କିମ୍ବା ଅନ୍ୟାନ୍ୟ ଅଧ୍ୟୟନ। ପୂର୍ବରୁ କ୍ରୀଡ଼ାକୁ ଅତିରକ୍ତ କାର୍ଯ୍ୟକଳାପ ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ କ୍ରୀଡ଼ା ବିଦ୍ୟାଳୟରେ ଏକ ବିଷୟ ହେବ । ଅନ୍ୟ ବିଷୟଗୁଡ଼ିକ ପରି ତାହାର ମଧ୍ୟ ମହତ୍ୱ ରହିବ ।

ସାଥୀମାନେ,

ୟୁପିର ଯୁବଗୋଷ୍ଠୀଙ୍କ ମଧ୍ୟରେ ଏତେ ପ୍ରତିଭା ଅଛି, ଆମର ୟୁପିର ଯୁବଗୋଷ୍ଠୀ ଏତେ ଦକ୍ଷ ଯେ ଆକାଶ ଛୋଟ ପଡ଼ିଯାଉଛି । ତେଣୁ ୟୁପିରେ ଡବଲ ଇଞ୍ଜିନ ସରକାର ଅନେକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି । ଗୋରଖପୁରରେ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ୱବିଦ୍ୟାଳୟ, ପ୍ରୟାଗରାଜରେ ରାଜେନ୍ଦ୍ର ପ୍ରସାଦ ଆଇନ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୌରେ ରାଜ୍ୟ ଫନେନସିକ ସାଇନ୍ସ ଇନ୍ଷ୍ଟିଚୁଟ, ଆଲିଗଡ଼ରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ, ତହାରନପୁରର ମା ଶକୁମ୍ବରୀ ବିଶ୍ୱବିଦ୍ୟାଳୟ ଏବଂ ଏହି ମିରଟରେ ମେଜର ଧ୍ୟାନଚାନ୍ଦ ସ୍ପୋର୍ଟ୍ସ ୟୁନିଭର୍ସିଟି । ଆମର ଉଦେଶ୍ୟ ସ୍ପଷ୍ଟ ଅଟେ । ଆମର ଯୁବକମାନେ କେବଳ ଆଦର୍ଶ ହୁଅନ୍ତୁ ନାହିଁ, ସେମାନେ ସେମାନଙ୍କର ଆଦର୍ଶକୁ ମଧ୍ୟ ଚିହ୍ନନ୍ତୁ ।

ସାଥୀମାନେ,

ସରକାରଙ୍କ ଭୂମିକା ଜଣେ ଅଭିଭାବକଙ୍କ ଭଳି ହୋଇଥାଏ । ଯଦିଓ ଆପଣଙ୍କର ସାମର୍ଥ୍ୟ ଅଛି ତେବେ ପ୍ରୋତ୍ସାହନ ଦିଅନ୍ତୁ ଏବଂ ଭୁଲ ହେବା ମାତ୍ରେ ପୁଅମାନେ ଭୁଲ କରନ୍ତି ବୋଲି ଆଡ଼େଇ ଦିଅନ୍ତୁ ନାହଁ । ଆଜି ଯୋଗୀ ଜୀଙ୍କ ସରକାର ଯୁବପିଢ଼ିଙ୍କୁ ରେକର୍ଡ ସଂଖ୍ୟାରେ ସରକାରୀ ନିଯୁକ୍ତି ପ୍ରଦାନ କରୁଛନ୍ତି । ଆଇଟିଆଇରୁ ତାଲିମ ପାଇଥିବା ହଜାର ହଜାର ଯୁବକଙ୍କୁ ବଡ଼ ବଡ଼ କମ୍ପାନୀରେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରୀୟ ଆପ୍ରେଣ୍ଟିସ ସ୍କିମ ହେଉ କିମ୍ବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ହେଉ, ଲକ୍ଷ ଲକ୍ଷ ଯୁବକଙ୍କୁ ଏହାର ସୁବିଧା ଦିଆଯାଇଛି । ଅଟଳ ଜୀଙ୍କ ଜନ୍ମ ବାର୍ଷିକୀରେ ୟୁପି ସରକାର ଛାତ୍ରଛାତ୍ରୀଙ୍କୁ ଟାବଲେଟ ଏବଂ ସ୍ମାର୍ଟ ଫୋନ ଦେବା ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି ।

 

ସାଥୀମାନେ,

ୟୁପିର ଯୁବକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଯୋଜନା ବିଷୟରେ ଜାଣିବା ଆବଶ୍ୟକ । ଏହି ଯୋଜନା ହେଉଛି ମାଲିକାନା ଯୋଜନା । ଏହି ଯୋଜନା ଅଧିନରେ କେନ୍ଦ୍ର ସରକାର ଗ୍ରାମରେ ରହୁଥିବା ଲୋକମାନଙ୍କୁ ସେମାନଙ୍କ ସମ୍ପତ୍ତିର ମାଲିକାନା ସମ୍ବନ୍ଧୀୟ କାଗଜପତ୍ର ପ୍ରଦାନ କରୁଛନ୍ତି । ଘରକୁ ଆସିବା ପରେ ଗାଁର ଯୁବକମାନେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବା ପାଇଁ ବ୍ୟାଙ୍କରୁ ସହଜରେ ସାହାଯ୍ୟ ପାଇପାରିବେ । ଏହା ସହ ଘରର ମାଲିକ, ଗରିବ, ଅଧିବାସୀ, ବଞ୍ଚôତ, ଦଳିତ, ପଛୁଆ ସମାଜର ପ୍ରତ୍ୟେକ ବିଭାଗକୁ ସେମାନଙ୍କ ଘରର ବେଆଇନ ଦଖଲର ଚିନ୍ତାରୁ ମୁକ୍ତ କରିବ । ମୁଁ ଖୁସି ଯେ ଯୋଗୀ ସରକାର ସ୍ୱାମୀତ୍ୱ ଯୋଜନାକୁ ଖୁବଶୀଘ୍ର ଆଗକୁ ନେଉଛନ୍ତି । ୟୁପିର ୭୫ଟି ଜିଲ୍ଲାରେ ୨୩ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଦିଆଯାଇଛି । ନିର୍ବାଚନ ପରେ ଯୋଗୀ ଜୀଙ୍କ ସରକାର ଏହି ଅଭିଯାନକୁ ଆହୁରି ଜୋରଦାର କରିବେ ।

ଭାଇ ଓ ଭଉଣୀମାନେ,

ଏହି ଅଞ୍ଚଳର ଅଧିକାଂଶ ଯୁବକ ଗ୍ରାମାଞ୍ଚଳରେ ରୁହନ୍ତି, ଆମ ସରକାର ମଧ୍ୟ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । କେବଳ ଗତକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ ୟୁପିର ଲକ୍ଷ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହାର ବିପୁଳ ଲାଭ ଏହି ଅଞ୍ଚଳର କ୍ଷୁଦ୍ର ଚାଷୀଙ୍କୁ ମଧ୍ୟ ଦିଆଯାଉଛି ।

ସାଥୀମାନେ,

ଯେଉଁମାନେ ପୂର୍ବରୁ କ୍ଷମତାରେ ଥିଲେ, ସେମାନେ କିସ୍ତିରେ ଆଖୁ ମୂଲ୍ୟକୁ ବହୁ କଷ୍ଟରେ ଦେଇଛନ୍ତି । କିନ୍ତୁ ଯୋଗୀ ଜୀ ସରକାରରେ ଆଖୁ ଚାଷୀଙ୍କୁ ଯେଉଁ ରାଶି ପ୍ରଦାନ କରାଯାଇଛି, ତାହା ପୂର୍ବ ଦୁଇ ସରକାରଙ୍କ ସମୟରେ କୃଷକମାନଙ୍କୁ ମିଳି ନ ଥିଲା । ପୂର୍ବ ସରକାରଗୁଡ଼ିକରେ ଚିନି ମିଲଗୁଡ଼ିକ ଏକ ପଇସା ମୂଲ୍ୟରେ ବିକ୍ରି ହେଉଥିଲା, ଆପଣ ମୋ ଠାରୁ ଅଧିକ ଜାଣନ୍ତି, ଆପଣ ଜାଣନ୍ତି ନାହିଁ? ଚିନି ମିଲ ବିକ୍ରି ହେଉଛି କି ନାହିଁ? ଦୁର୍ନୀତି ଘଟିଛି କି ନା ନାହି? ଯୋଗୀ ସରକାରଙ୍କ ଅଧିନରେ ମିଲ ବନ୍ଦ ହୋଇନାହିଁ, ଏଠାରେ ସେମାନେ ମିଲର ବିସ୍ତାର କରିଛନ୍ତି, ନୂତନ ମିଲ ଖୋଲାଯାଇଛି । ବର୍ତ୍ତମାନ ୟୁପି, ଆଖୁରୁ ତିଆରି ହେଉଥିବା ଇଥାନଲ ଉତ୍ପାଦନରେ ମଧ୍ୟ ଖୁବଶୀଘ୍ର ଆଗେଇ ଚାଲିଛି। ଗତ ସାଢ଼େ ଚାରିବର୍ଷ ମଧ୍ୟରେ ୟୁପିରୁ ପ୍ରାୟ ୧୨ ହଜାର କୋଟି ଟଙ୍କାର ଇଥାନଲ କ୍ରୟ କରାଯାଇଛି । ସରକାର କୃଷି ଭିତ୍ତିଭୂମି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ଶିଳ୍ପଗୁଡ଼ିକୁ ମଧ୍ୟ ଦ୍ରୁତ ଗତିରେ ବିସ୍ତାର କରୁଛନ୍ତି । ଆଜି ଗ୍ରାମାଞ୍ଚଳର ଭିତ୍ତିଭୂମି, ଷ୍ଟୋରେଜ ବ୍ୟବସ୍ଥା, ଶୀତଳ ଭଣ୍ଡାର ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ଭାଇ ଓ ଭଉଣୀମାନେ,

ଡବଲ ଇଞ୍ଜିନ ସରକାର ଯୁବପିଢ଼ିଙ୍କ ସାମର୍ଥ୍ୟ ସହିତ ଏହି କ୍ଷେତ୍ରର ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟ କରୁଛି । ମିରଟର ରେୱଡି-ଗଜକ, ହ୍ୟାଣ୍ଡଲୁମ, ବ୍ରାସବ୍ୟାଣ୍ଡ, ଆଭୂଷଣ, ଏଭଳି କାରବାର ଏହି ସ୍ଥାନର ପରିଚୟ ଅଟେ । ମିରଟ - ମୁଜାଫର ନଗରରେ ଛୋଟ ଏବଂ ଲଘୁ ଉଦ୍ୟୋଗର ବିସ୍ତାର ହେଉ, ଏଠାରେ ବଡ଼ ଉଦ୍ୟୋଗର ମଜବୁତ ଆଧାର ହେଉ, କୃଷିଜାତ ଦ୍ରବ୍ୟ ପାଇଁ ନୂତନ ବଜାର ଯୋଗାଇବା ଏବଂ ଏଠାରେ ଉତ୍ପାଦନ ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି। ତେଣୁ ଏହି ଅଞ୍ଚଳକୁ ଦେଶର ସବୁଠାରୁ ଆଧୁନିକ ଏବଂ ସଂଯୁକ୍ତ ଅଞ୍ଚଳ ଭାବେ ପରିଣତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଦିଲ୍ଲୀ-ମିରଟ ଏକ୍ସପ୍ରେସ ୱେ ଯୋଗୁଁ ଦିଲ୍ଲୀ ବର୍ତ୍ତମାନ ଏକ ଘଣ୍ଟା ଦୂରରେ ରହିଛି । କିଛିଦିନ ପୂର୍ବରୁ ଆରମ୍ଭ ହୋଇଥିବା ଗଙ୍ଗା ଏକ୍ସପ୍ରେସ ୱେ’ର କାମ ମଧ୍ୟ ମିରଟରୁ ଆରମ୍ଭ ହେବ । ୟୁପିର ଅନ୍ୟାନ୍ୟ ସହର ସହିତ ମିରଟ ଏହି ସଂଯୋଗ ଏବଂ ସମ୍ପର୍କ, କାରବାରର ସୁଗମତା ପାଇଁ କାର୍ଯ୍ୟ କରିବ । ଦେଶର ପ୍ରଥମ ଆଞ୍ଚଳିକ ଦ୍ରୁତ ରେଳ ଗମାନଗମନ ବ୍ୟବସ୍ଥା ମଧ୍ୟ ମିରଟକୁ ରାଜଧାନୀ ସହିତ ସଂଯୋଗ କରୁଛି । ମିରଟ ଦେଶର ପ୍ରଥମ ସହର ହେବ, ଯେଉଁଠାରେ ମେଟ୍ରୋ ଏବଂ ହାଇସ୍ପିଡ ରାପିଡ ରେଳ ଏକତ୍ର ଚାଲିବ । ପୂର୍ବ ସରକାର ଆଇଟି ପାର୍କକୁ ଘୋଷଣା କରି ଛାଡ଼ି ଦେଇଥିଲେ, ତାକୁ ମଧ୍ୟ ଲୋକାର୍ପଣ କରାଯାଇଛି ।

ସାଥୀମାନେ,

ଏହା ହେଉଛି ଡବଲ ଲାଭ, ଡବଲ ସ୍ପିଡ, ଡବଲ ଇଞ୍ଜିନ ସରକାରଙ୍କ ପରିଚୟ । ଏହି ପରିଚୟକୁ ଆହୁରି ମଜବୁତ କରିବାକୁ ପଡ଼ିବ । ମୋର ପଶ୍ଚିମ ଉତ୍ତର ପ୍ରଦେଶ ପ୍ରଦେଶର ଲୋକମାନେ ଜାଣିଛନ୍ତି ଯେ ଯଦି ତୁମେ ସେଠାରେ ହାତ ବଢ଼ାଇବ, ଲକ୍ଷ୍ନୌରେ ଯୋଗୀ, ଏବଂ ଯଦି ତୁମେ ଏଠାରେ ହାତ ବଢ଼ାଇବ, ମୁଁ ତୁମ ପାଇଁ ଦିଲ୍ଲୀରେ ଅଛି । ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବା । ନୂତନ ବର୍ଷରେ ଆମେ ନୂତନ ଶକ୍ତି ସହିତ ଆଗକୁ ବଢ଼ିବା । ମୋର ଯୁବ ବନ୍ଧୁଗଣ, ଆଜି ସମଗ୍ର ଭାରତ ମିରଟର ଶକ୍ତି, ପଶ୍ଚିମ ଉତ୍ତର ପ୍ରଦେଶର ଶକ୍ତି, ଯୁବପିଢ଼ିଙ୍କର ଶକ୍ତି ଦେଖୁଛି । ଏହି ଶକ୍ତି ହେଉଛି ଦେଶର ଶକ୍ତି ଏବଂ ଏହି ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ, ପୁଣି ଥରେ ଏକ ନୂତନ ବିଶ୍ୱାସ ସହିତ ଆପଣଙ୍କୁ ପୁଣିଥରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳ ପାଇଁ ଅନେକ ଅନେକ ଅଭିନନ୍ଦନ! ଭାରତ ମାତା କି ଜୟ! ଭାରତ ମାତା କି ଜୟ!

ବଂଦେ ମା ତରମ!

ବଂଦେ ମା ତରମ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.