ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରୋନ୍ଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି ।
ଫ୍ରାନ୍ସରେ ଦେଖା ଦେଇଥିବା ମରୁଡ଼ି ଏବଂ ଜଙ୍ଗଲରେ ଘଟିଥିବା ଅଗ୍ନିକାଣ୍ଡ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନଙ୍କ ନିକଟରେ ନିଜର ଏକତା ଜଣାଇଛନ୍ତି ।
ନେତାମାନେ ପ୍ରତିରକ୍ଷା ସହଯୋଗ ପ୍ରକଳ୍ପ ଏବଂ ବେସାମରିକ ଆଣବିକ ଶକ୍ତି କ୍ଷେତ୍ରରେ ସହଯୋଗର ସହିତ ଚାଲିଥିବା ଦ୍ୱିପାକ୍ଷିକ ପଦକ୍ଷେପଗୁଡିକର ସମୀକ୍ଷା କରିଛନ୍ତି ।
ବିଶ୍ୱର ଖାଦ୍ୟ ନିରାପତ୍ତା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଭୌଗୋଳିକ ଆହ୍ୱାନ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ ।
ଦୁଇ ବର୍ଷ ମଧ୍ୟରେ ଭାରତ-ଫ୍ରାନ୍ସ ରଣନନୀତିକ ସହଯୋଗ ହାସଲ କରିଥିବା ଗଭୀରତା ଏବଂ ଶକ୍ତି ଉପରେ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ସହଯୋଗର ନୂତନ କ୍ଷେତ୍ର ସହ ସମ୍ପର୍କକୁ ବିସ୍ତାର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ସହମତ ହୋଇଛନ୍ତି ।


