୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ଦିଗରେ ଆମ ଯାତ୍ରାର ମୂଳଦୁଆ ହେଉଛି ଏହି ବଜେଟ୍: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟ୍ ଭାରତର ସଂସ୍କାର ଏକ୍ସପ୍ରେସକୁ ନୂତନ ଶକ୍ତି ଏବଂ ଗତି ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ
ଭାରତ କେବଳ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇ ସନ୍ତୁଷ୍ଟ ନୁହେଁ; ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା ହେବାକୁ ଚାହୁଁଛି: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟ୍ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ନୂତନ ଗତି ଦେବା ପାଇଁ ଏକ ଉଚ୍ଚାଭିଳାଷୀ ରୋଡମ୍ୟାପ୍ ଉପସ୍ଥାପନ କରିଛି: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟରେ ଏମ୍. ଏସ୍. ଏମ୍. ଇ. ଗୁଡ଼ିକୁ ଯେଉଁ ସମର୍ଥନ ମିଳିଛି, ତାହା ସେମାନଙ୍କୁ ସ୍ଥାନୀୟରୁ ବିଶ୍ୱସ୍ତରୀୟ ହେବା ଦିଗରେ ନୂତନ ଶକ୍ତି ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟରେ ଯୁବ ଶକ୍ତିଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ, ଉଦ୍ଭାବକ ଏବଂ ସୃଷ୍ଟିକର୍ତ୍ତାଙ୍କୁ ପ୍ରୋତ୍ସାହିତ କରିବ: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଏକ ଆଧୁନିକ ଇକୋସିଷ୍ଟମକୁ ପ୍ରାଥମିକତା ଦିଆଯାଇଛି, ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଘରେ ସମୃଦ୍ଧି ପହଞ୍ଚିବା ସୁନିଶ୍ଚିତ କରିବା: ପ୍ରଧାନମନ୍ତ୍ରୀ
ଏହି ବଜେଟ୍ ମହତ୍ୱାକାଂକ୍ଷୀ ଏବଂ ଦେଶର ଆକାଂକ୍ଷାକୁ ପୂରଣ କରୁଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବଜେଟ୍ ଐତିହାସିକ ଏବଂ ଏହା ଦେଶର ମହିଳାମାନଙ୍କ ସଶକ୍ତ ମନୋବଳକୁ ପ୍ରତିଫଳିତ କରୁଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ନବମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ଅପାର ସୁଯୋଗର ଏକ ପ୍ରଶସ୍ତ ପଥ ଯାହା ବର୍ତ୍ତମାନର ସ୍ୱପ୍ନକୁ ପୂରଣ କରିବ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆକୁ ସୁଦୃଢ଼ କରିବ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତର ଉଚ୍ଚ ଉଡାଣର ଆଧାର ଭାବେ ଏହି ବଜେଟ୍ କାର୍ଯ୍ୟ କରୁଛି।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଯେଉଁ ସଂସ୍କାର ଏକ୍ସପ୍ରେସରେ ଭାରତ ଯାତ୍ରା କରୁଛି, ତାହା ଏହି ବଜେଟ୍ ମାଧ୍ୟମରେ ନୂତନ ଶକ୍ତି ଏବଂ ନୂତନ ଗତି ହାସଲ କରିବ। ସେ ରେଖାଙ୍କିତ କରିଥିଲେ ଯେ ଗ୍ରହଣ କରାଯାଇଥିବା ପଥପ୍ରଦର୍ଶକ ସଂସ୍କାର ଭାରତର ଆକାଂକ୍ଷୀ, ସାହସୀ ଏବଂ ପ୍ରତିଭାବାନ ଯୁବକମାନଙ୍କୁ ଉଡ଼ାଣ ପାଇଁ ଏକ ଖୋଲା ଆକାଶ ପ୍ରଦାନ କରିଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବଜେଟ ବିଶ୍ୱାସ ଆଧାରିତ ଶାସନ ଏବଂ ମାନବ କୈନ୍ଦ୍ରିକ ଆର୍ଥିକ ଢାଞ୍ଚାକୁ ସାକାର କରିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ଏକ ଅନନ୍ୟ ବଜେଟ୍, ଯାହା ବିତ୍ତୀୟ ନିଅଣ୍ଟ ହ୍ରାସ କରିବା ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ଉଚ୍ଚ ପୁଞ୍ଜି ବ୍ୟୟ ଏବଂ ଉଚ୍ଚ ଅଭିବୃଦ୍ଧି ସୁନିଶ୍ଚିତ କରୁଛି।

 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ବଜେଟ୍ ଭାରତର ବୈଶ୍ୱିକ ଭୂମିକାକୁ ପୁଣିଥରେ ସୁଦୃଢ଼ କରିଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତର ୧୪୦ କୋଟି ନାଗରିକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇଥିବାରୁ ସନ୍ତୁଷ୍ଟ ନୁହଁନ୍ତି ଏବଂ ଦେଶ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା ହେବାକୁ ସଂକଳ୍ପବଦ୍ଧ। ଏହା ଲକ୍ଷ ଲକ୍ଷ ଭାରତୀୟଙ୍କ ସାମୂହିକ ସଂକଳ୍ପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ବିଶ୍ୱସ୍ତ ଗଣତାନ୍ତ୍ରିକ ଅଂଶୀଦାର ଏବଂ ବିଶ୍ୱସ୍ତ ଗୁଣବତ୍ତା ଯୋଗାଣକାରୀ ଭାବେ ଭାରତର ଭୂମିକା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେ ରେଖାଙ୍କିତ କରିଥିଲେ ଯେ ନିକଟରେ ଭାରତ ଦ୍ୱାରା କରାଯାଇଥିବା ପ୍ରମୁଖ ବାଣିଜ୍ୟ ଚୁକ୍ତିଗୁଡ଼ିକ ଦେଶର ଯୁବକମାନଙ୍କ ପାଇଁ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ସର୍ବାଧିକ ଲାଭ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କରାଯାଇଛି ଏବଂ ଏହି ଦିଗରେ ଆଗକୁ ବଢ଼ିବା ପାଇଁ ବଜେଟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

'ମେକ୍ ଇନ୍ ଇଣ୍ଡିଆ ’ ଏବଂ ' ଆତ୍ମନିର୍ଭର ଭାରତ’ ଅଭିଯାନକୁ ତ୍ୱରାନ୍ୱିତ କରିବା ଲାଗି ବଜେଟରେ ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପ୍ ଉପସ୍ଥାପିତ ହୋଇଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ 'ବାୟୋଫାର୍ମା ଶକ୍ତି ମିଶନ ’, 'ସେମିକଣ୍ଡକ୍ଟର ମିଶନ ୨.୦’, 'ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟସ୍ ମାନୁଫାକ୍ଚରିଂ ସ୍କିମ୍ ’, 'ରେୟାର ଆର୍ଥ କରିଡର’ ନିର୍ମାଣ, ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରକୁ ସୁଦୃଢ଼ କରିବା, ବୟନ ଶିଳ୍ପ କ୍ଷେତ୍ରରେ ନୂତନ ଯୋଜନା, ଉଚ୍ଚ-ବୈଷୟିକ ଉପକରଣ ଉତ୍ପାଦନକୁ ପ୍ରୋତ୍ସାହନ, ଏବଂ ଚାମ୍ପିଅନ୍ ଏମ୍.ଏସ୍.ଏମ୍.ଇ. ଗୁଡ଼ିକର ପ୍ରସ୍ତୁତି ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଅଭୂତପୂର୍ବ ସହାୟତା ପ୍ରଦାନ କରାଯାଇଛି, ଯାହା ଦେଶର ଉଭୟ ବର୍ତ୍ତମାନର ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ଷୁଦ୍ର ଏବଂ କୁଟୀର ଶିଳ୍ପ ସମେତ ଏମ୍.ଏସ୍.ଏମ୍.ଇ. ଗୁଡ଼ିକୁ ଦିଆଯାଇଥିବା ସହାୟତା ସେମାନଙ୍କୁ ସ୍ଥାନୀୟରୁ ବୈଶ୍ୱିକ ସ୍ତରକୁ ଯିବାରେ ସଶକ୍ତ କରିବ।

ଶ୍ରୀ ମୋଦୀ ଆହୁରି ଉଲ୍ଲେଖ କରିଥିଲେ ଯେ ବଜେଟେରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି, ଯେଉଁଥିରେ ଏକ ଉତ୍ସର୍ଗୀକୃତ ମାଲ ପରିବହନ କରିଡର, ସାରା ଦେଶରେ ଜଳପଥ ସମ୍ପ୍ରସାରଣ, ଏକ ଦ୍ରୁତଗାମୀ ରେଳ କରିଡର, ୨ୟ ବର୍ଗ ଏବଂ ୩ୟ ବର୍ଗର ସହରଗୁଡ଼ିକର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ, ଏବଂ ସହରଗୁଡ଼ିକୁ ସୁଦୃଢ଼ ଆର୍ଥିକ ମୂଳଦୁଆ ପ୍ରଦାନ କରିବା ଲାଗି ମ୍ୟୁନିସିପାଲ ବଣ୍ଡକୁ ପ୍ରୋତ୍ସାହନ ସାମିଲ ରହିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସମସ୍ତ ପଦକ୍ଷେପ ଏକ ବିକଶିତ ଭାରତ ଦିଗରେ ଯାତ୍ରାକୁ ତ୍ୱରାନ୍ୱିତ କରିବ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେକୌଣସି ରାଷ୍ଟ୍ରର ସବୁଠାରୁ ବଡ଼ ପୁଞ୍ଜି ହେଉଛି ଏହାର ନାଗରିକ, ଏବଂ ବିଗତ ବର୍ଷଗୁଡ଼ିକରେ ସରକାର ତାଙ୍କର ସାମର୍ଥ୍ୟ ବୃଦ୍ଧି ପାଇଁ ଅଭୂତପୂର୍ବ ନିବେଶ କରିଛି । ସେ ଉଲ୍ଲେଖ କରିଥିଲେ ଯେ ଦକ୍ଷତା, ପରିମାଣ ଏବଂ ସ୍ଥାୟୀତ୍ୱକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସ ଜାରି ରହିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଏହା ଏକ ଯୁବ ଶକ୍ତି ବଜେଟ ବୋଲି ଦେଇଥିବା ବିବୃତ୍ତି ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ବଜେଟରେ କରାଯାଇଥିବା ବ୍ୟବସ୍ଥା ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ, ଉଦ୍ଭାବକ ଏବଂ ସ୍ରଷ୍ଟାମାନଙ୍କୁ ପ୍ରସ୍ତୁତ କରିବ। ସେ ଉଲ୍ଲେଖ କରିଥିଲେ ଯେ ମେଡ଼ିକାଲ ହବ୍, ଆନୁସଙ୍ଗିକ ସ୍ୱାସ୍ଥ୍ୟ ପେସାଦାରଙ୍କ ପ୍ରତିଷ୍ଠା, ଅଡିଓ-ଭିଜୁଆଲ୍ ସମେତ ଅରେଞ୍ଜ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ, ଖେଳ, ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ଖେଲୋ ଇଣ୍ଡିଆ ମିଶନ ଜରିଆରେ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ। ସେ କହିଥିଲେ ଯେ ଭାରତକୁ ବିଶ୍ୱର ଡାଟା ସେଣ୍ଟର ହବ୍ ରେ ପରିଣତ କରିବା ପାଇଁ ଏକ ପ୍ରମୁଖ ଟିକସ ରିହାତି ଘୋଷଣା କରାଯାଇଛି। ଯୁବକମାନଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ ଏହି ବଜେଟ୍ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୋତ୍ସାହନ ପ୍ରଦାନ କରିବ। ବିଶେଷ କରି ଉତ୍ତର-ପୂର୍ବାଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଇଥିବାରୁ ଏବଂ ବିଭିନ୍ନ ରାଜ୍ୟକୁ ସଶକ୍ତ କରି ସନ୍ତୁଳିତ ବିକାଶର ମୂଳଦୁଆକୁ ସୁଦୃଢ଼ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

 

୧୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ବଜେଟରେ ମହିଳା ଆଧାରିତ ଏବଂ ମହିଳା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଏକ ଆଧୁନିକ ଇକୋସିଷ୍ଟମ ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପରିବାର ସମୃଦ୍ଧିକୁ ସ୍ୱାଗତ କରିବା। ସେ ଉଲ୍ଲେଖ କରିଥିଲେ ଯେ ପ୍ରତ୍ୟେକ ଜିଲ୍ଲାରେ ଛାତ୍ରୀମାନଙ୍କ ପାଇଁ ନୂତନ ହଷ୍ଟେଲ ନିର୍ମାଣ ଅଭିଯାନ ଶିକ୍ଷାକୁ ଅଧିକ ସୁଲଭ କରିବ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ କୃଷି, ଦୁଗ୍ଧ ଏବଂ ମତ୍ସ୍ୟଚାଷକୁ ସରକାର ସର୍ବଦା ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଏହି ବଜେଟରେ ନଡ଼ିଆ, କାଜୁ, କୋକଆ ଏବଂ ଚନ୍ଦନ କାଠ ଉତ୍ପାଦନରେ ନିୟୋଜିତ କୃଷକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସେ କହିଥିଲେ ଯେ ଭାରତ ଵିସ୍ତାର ଏଆଇ ଉପକରଣ କୃଷକମାନଙ୍କୁ ସେମାନଙ୍କ ନିଜ ଭାଷାରେ ସୂଚନା ପ୍ରଦାନ କରିବାରେ ବହୁତ ସାହାଯ୍ୟ କରିବ। ସେ ଆହୁରି କହିଥିଲେ ଯେ ମତ୍ସ୍ୟଚାଷ ଏବଂ ପଶୁପାଳନ କ୍ଷେତ୍ରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦ୍ୱାରା ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ ଏହି ବଜେଟ୍ ମହତ୍ୱାକାଂକ୍ଷୀ ଏବଂ ଦେଶର ଆକାଂକ୍ଷାକୁ ପୂରଣ କରୁଛି। ସେ ପୁଣି ଥରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍‍କୁ ଏକ ଭବିଷ୍ୟାମୁଖୀ, ସମ୍ବେଦନଶୀଳ ଏବଂ ଗ୍ରାମ, ଗରିବ ଏବଂ କୃଷକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ବଜେଟ୍ ଉପସ୍ଥାପନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”