୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଭାରତ ଦିଗରେ ଆମ ଯାତ୍ରାର ମୂଳଦୁଆ ହେଉଛି ଏହି ବଜେଟ୍: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟ୍ ଭାରତର ସଂସ୍କାର ଏକ୍ସପ୍ରେସକୁ ନୂତନ ଶକ୍ତି ଏବଂ ଗତି ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ
ଭାରତ କେବଳ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇ ସନ୍ତୁଷ୍ଟ ନୁହେଁ; ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥା ହେବାକୁ ଚାହୁଁଛି: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟ୍ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ନୂତନ ଗତି ଦେବା ପାଇଁ ଏକ ଉଚ୍ଚାଭିଳାଷୀ ରୋଡମ୍ୟାପ୍ ଉପସ୍ଥାପନ କରିଛି: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟରେ ଏମ୍. ଏସ୍. ଏମ୍. ଇ. ଗୁଡ଼ିକୁ ଯେଉଁ ସମର୍ଥନ ମିଳିଛି, ତାହା ସେମାନଙ୍କୁ ସ୍ଥାନୀୟରୁ ବିଶ୍ୱସ୍ତରୀୟ ହେବା ଦିଗରେ ନୂତନ ଶକ୍ତି ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟରେ ଯୁବ ଶକ୍ତିଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ, ଉଦ୍ଭାବକ ଏବଂ ସୃଷ୍ଟିକର୍ତ୍ତାଙ୍କୁ ପ୍ରୋତ୍ସାହିତ କରିବ: ପ୍ରଧାନମନ୍ତ୍ରୀ
ଚଳିତ ବର୍ଷର ବଜେଟରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଏକ ଆଧୁନିକ ଇକୋସିଷ୍ଟମକୁ ପ୍ରାଥମିକତା ଦିଆଯାଇଛି, ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଘରେ ସମୃଦ୍ଧି ପହଞ୍ଚିବା ସୁନିଶ୍ଚିତ କରିବା: ପ୍ରଧାନମନ୍ତ୍ରୀ
ଏହି ବଜେଟ୍ ମହତ୍ୱାକାଂକ୍ଷୀ ଏବଂ ଦେଶର ଆକାଂକ୍ଷାକୁ ପୂରଣ କରୁଛି: ପ୍ରଧାନମନ୍ତ୍ରୀ

ମୋ ପ୍ରିୟ ଦେଶବାସୀ, ନମସ୍କାର ।

ଆଜିର ବଜେଟ ଐତିହାସିକ । ଦେଶର ନାରୀ ଶକ୍ତିର ଏହା ଏକ ପରିଚାୟକ । ଜଣେ ମହିଳା ଅର୍ଥମନ୍ତ୍ରୀ ହିସାବରେ ନିର୍ମଳାଜୀ ସଂସଦରେ ଲଗାତର ଭାବେ ନବମଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବଜେଟ ଅନେକ ସମ୍ଭାବନାର ଏକ ହାଇୱେ । ବର୍ତମାନର ସ୍ୱପ୍ନସବୁକୁ ଅନୁଭବ କରି ଭାରତର ଉଜ୍ୱଳ ଭବିଷ୍ୟତର ମୂଳଦୁଆକୁ ଏହି ବଜେଟ ସୁଦୃଢ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣର ସ୍ୱପ୍ନକୁ ଏହି ବଜେଟ ପକ୍କା କରିଛି ।

ବନ୍ଧୁଗଣ, 

ଭାରତର ଏବେକାର ସଂସ୍କାରମୂଳକ ଯାତ୍ରାକୁ ଏହି ବଜେଟ ଦ୍ୱାରା ଊର୍ଜ୍ଜା ଓ ଗତି ମିଳିବ । ଆକାଂକ୍ଷାମୟୀ ଭାରତବର୍ଷର ସାହାସୀ ଓ ବୁଦ୍ଧିଦୀପ୍ତ ଯୁବକମାନେ ଏହି ବଜେଟର ସଂସ୍କାରମୂଳକ ଯୋଜନା ଦ୍ୱାରା ସଫଳତା ଆଣିବା ପାଇଁ ସୁଯୋଗ ପାଇବେ । ବିଶ୍ୱାସଭାଜକ ସୁଶାସନ ଓ ମାନବ କୈନ୍ଦ୍ରିକ ଅର୍ଥନୀତିର ରୂପରେଖକୁ ଏହି ବଜେଟ ପ୍ରତିପାଦିତ କରୁଛି । ଏହି ଅନନ୍ୟ ବଜେଟରେ ବିତୀୟ ନିଅଣ୍ଟ ହ୍ରାସ ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ଫୋକସ ଦିଆଯାଇଛି । ଉଚ୍ଚ ପୁଞ୍ଜି ବିନିଯୋଗ ଓ ବଜେଟର ଉଚ୍ଚ ବିକାଶହାର ଭିତରେ ଏହା ଅପୂର୍ବ ସମନ୍ୱୟ ଆଣିଛି ।

ବନ୍ଧୁଗଣ,

ଭାରତର ବୈଶ୍ୱିକ ଭୂମିକାକୁ ଏହି ବଜେଟ ସଶକ୍ତ କରୁଛି । ଦ୍ରୁତ ବିକଶିତ ଅର୍ଥନୀତି କାରଣରୁ ୧୪୦ କୋଟି ଭାରତୀୟ କେବଳ ଆନନ୍ଦିତ ନୁହନ୍ତି । ସାରା ବିଶ୍ୱର ତୃତୀୟ ଅର୍ଥନୀତି ହିସାବରେ ଆମେ ପରିଗଣିତ ହେବାକୁ ଯାଉଛୁ । କୋଟି କୋଟି ଦେଶବାସୀଙ୍କ ପାଇଁ ଏହା ଏକ ସଂକଳ୍ପ । ଏକ ବିଶ୍ୱାସୀ ଗଣତାନ୍ତ୍ରିକ ଅଂଶୀଦାର ଓ ଏକ ଆସ୍ଥାଭାଜକ ଯୋଗାଣକାରୀ ହିସାବରେ ସାରା ବିଶ୍ୱରେ ଭାରତର ପ୍ରସିଦ୍ଧି ବଢୁଛି । ନିକଟରେ ଭାରତ କରିଥିବା ବାଣିଜ୍ୟିକ ଚୁକ୍ତିର ସର୍ବାଧିକ ଶ୍ରେୟ ଭାରତର ଯୁବକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇବା ପାଇଁ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଛି ।

 

ବନ୍ଧୁଗଣ,  

ମେକ ଇନ ଇଣ୍ଡିଆ ଓ ଆତ୍ମନର୍ଭର ଭାରତ ଅଭିଯାନକୁ ସଫଳ କରିବା ଲାଗି ଚଳିତ ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବଜେଟରେ ସନରାଇଜ ସେକ୍ଟର ପରି ଉଦୀୟମାନ ଶିଳ୍ପକୁ ପ୍ରାଧାନ୍ୟ ଦିଆଯିବା ବାସ୍ତବିକ ଅଭୂତପୂର୍ବ । ବାୟୋ ଫାର୍ମା ଶକ୍ତି ମିଶନ, ସେମିକଣ୍ଡକ୍ଟର ମିଶନ ୨.୦, ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ମାନୁଫାକଚରିଂ ଯୋଜନା, ଦୁର୍ଲଭ ଆର୍ଥ କରିଡର ପ୍ରତିଷ୍ଠା, ବିରଳ ଖଣିଜ ପଦାର୍ଥ ଉପରେ ଗୁରୁତ୍ୱ, ବୟନଶିଳ୍ପ କ୍ଷେତ୍ରରେ ନୂଆ ଯୋଜନା, ହାଇଟେକ ଟୁଲ ମାନୁଫାକଚରିଂକୁ ପ୍ରୋତ୍ସାହନ, ଚାମ୍ପିୟାନ ଏମଏସଏମଇ ସୃଷ୍ଟି ପରି ବିଭିନ୍ନ ପ୍ରସଙ୍ଗ ଚଳନ୍ତି ଓ ଆଗାମୀ ଭାରତବର୍ଷର ଆବଶ୍ୟକତା । ଚଳିତ ବଜେଟରେ ଏମଏସଏମଇ ଓ କ୍ଷୁଦ୍ର କୁଟୀର ଶିଳ୍ପକୁ ପ୍ରୋତ୍ସାହିତ କରିବା ଦ୍ୱାରା ସେମାନେ ଆଂଚଳିକସ୍ତରରୁ ବୈଶ୍ୱିକ ହୋଇପାରିବେ ।

ବନ୍ଧୁଗଣ,

ଭିତିଭୂମି ସୁଦୃଢ କରିବା ଲାଗି ଚଳିତ ବଜେଟରେ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

-       ଉତ୍ସର୍ଗୀକୃତ ଫ୍ରାଇଟ କରିଡର

-       ସାରା ଦେଶରେ ଜଳପଥର ବିସ୍ତାରଣ

-       ହାଇସ୍ପିଡ ରେଳବାଇ କରିଡର

-       ଟାୟର-୨ ଓ ଟାୟର-୩ ସହରର ବିକାଶ ସହ ପୌରସଂସ୍ଥାଗୁଡିକୁ ମଜଭୂତ କରିବାକୁ ବିଶେଷ ଧ୍ୟାନ ଦିଆଯାଇଛି ।

ଏସବୁ ପଦକ୍ଷେପ ବିକଶିତ ଭାରତର ଜୟଯାତ୍ରାକୁ ଆହୁରି ସଶକ୍ତ କରିପାରିବ ।

ବନ୍ଧୁଗଣ,

ଯେକୌଣସି ଦେଶର ସବୁଠାରୁ ବଡ ପୁଞ୍ଜି ହେଉଛି ଏହାର ନାଗରିକ । ନାଗରିକମାନଙ୍କ ଦକ୍ଷତା ବୃଦ୍ଧି ନେଇ ଆମ ସରକାର ଅତୀତରେ ବହୁ ପୁଞ୍ଜି ବିନିଯୋଗ କରିଛି । ଦକ୍ଷତା, ସ୍କେଲ, ସ୍ଥାୟିତ୍ୱକୁ ଆମ ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛି । ଆଜି ସଂସଦରେ ନିର୍ମଳାଜୀ କହିବା ପରି ଯୁବକମାନଙ୍କୁ ସଶକ୍ତ କରିବା ଲାଗି ଏହି ବଜେଟ ଅଭିପ୍ରେତ । ଚଳିତ ବଜେଟରେ ଯୁବକମାନଙ୍କର ଚିନ୍ତା, ସ୍ୱପ୍ନ, ସଂକଳ୍ପ ନିହିତ ରହିଛି । ବଜେଟର ପ୍ରାବଧାନ ଅନୁସାରେ ବିଭିନ୍ନ କ୍ଷେତ୍ରରେ ନେତା, ସୃଷ୍ଟିକାରୀ ବାହାରିବେ । ମେଡିକାଲ ହବ ପ୍ରତିଷ୍ଠା, ସ୍ୱାସ୍ଥ୍ୟକର୍ମୀ ସୃଷ୍ଟି, ଅରେଞ୍ଜ ଅର୍ଥନୀତି, ପର୍ଯ୍ୟଟନ ପ୍ରୋତ୍ସାହନ, ଖେଲୋ ଇଣ୍ଡିଆ ମିଶନ ଦ୍ୱାରା ଯୁବକମାନଙ୍କ ଲାଗି ନୂଆ ନବୀନ ସୁଯୋଗ ସୃଷ୍ଟି ହେବ । ସାରା ବିଶ୍ୱରେ ଭାରତକୁ ଏକ ପ୍ରମୁଖ ଡାଟା ହବରେ ପରିଣତ କରିବାକୁ ପ୍ରମୁଖ କର ରିହାତି ବ୍ୟବସ୍ଥା କରାଯାଇଛି । ଚଲିତ ବଜେଟ ନିଯୁକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିବ । ବିଶେଷ ଭାବରେ ଉତର-ପୂର୍ବରେ ପର୍ଯ୍ୟଟନର ବିକାଶ ଲାଗି ଏହି ବଜେଟରେ ଗୁରୁତ୍ୱ ଦିଆଯାଇଛି । ଦେଶର ବିଭିନ୍ନ ରାଜ୍ୟକୁ ସଶକ୍ତ କରାଯାଇ ସାମ୍ୟ ବିକାଶର ମୂଳଦୁଆ ପକାଯାଇଛି ।

ବନ୍ଧୁଗଣ,

ସ୍ୱୟଂ ସହାୟକ ଗୋଷ୍ଠୀ ସହ ଦେଶର ପ୍ରାୟ ୧୦ କୋଟିରୁ ଊର୍ଦ୍ଧ୍ୱ ମହିଳା ଯୋଡି ହୋଇ ରହିଛନ୍ତି । ଏହା ଏକ ସଫଳ ଅଭିଯାନରେ ପରିଣତ ହୋଇପାରିଛି । ମହିଳାମାନଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଆଧୁନିକ ଇକୋ ସିଷ୍ଟମ ଲାଗି ପ୍ରାଧାନ୍ୟ ଦିଆଯାଇଛି । ପ୍ରତି ଘରକୁ ଦେବୀ ମା ଲକ୍ଷ୍ମୀ ଆସିବା ପାଇଁ ଉଦ୍ୟମ କରାଯାଇଛି । ପ୍ରତି ଜିଲ୍ଲାରେ ମହିଳାଙ୍କ ଲାଗି ଛାତ୍ରୀ ନିବାସ ସ୍ଥାପନା ଶିକ୍ଷାକୁ ଆହୁରି ଆଗକୁ ନେବ ।

 

ବନ୍ଧୁଗଣ,

ଭାରତର କୃଷି, ଦୁଗ୍ଧଜାତ ଦ୍ରବ୍ୟ, ମତ୍ସ୍ୟ ଚାଷ ପ୍ରତି ଆମ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛି । ଚଳିତ ବଜେଟରେ ବି ଆମ ସରକାର ନଡିଆ, କାଜୁ, ଚନ୍ଦନକାଠ ସହ ଯୋଡି ହୋଇ ରହିଥିବା ବ୍ୟକ୍ତିଙ୍କ ଲାଗି ପ୍ରମୁଖ ପଦକ୍ଷେପ ନେଇଛି । ନିଜ ନିଜ ଭାଷାରେ ସୂଚନା ଦେଉଥିବା ଭାରତ ବିସ୍ତାର ଟୁଲ ବି ଏ ଦିଗରେ ଅନେକ କାମ ଦେବ । ମତ୍ସ୍ୟ, ପଶୁପାଳନ ଚାଷରେ ଉଦ୍ୟମିତା ପାଇଁ ଗାଁ ଗହଳିରେ ନିଯୁକ୍ତି, ଆତ୍ମ ନିଯୁକ୍ତି ସୃଷ୍ଟି ହେବ ।

ବନ୍ଧୁଗଣ,

ଏହି ଆକାଂକ୍ଷୀପୂର୍ଣ୍ଣ ବଜେଟ ସାରା ଦେଶର ଆଶା ଓ ଆକାଂକ୍ଷାକୁ ପୂରଣ କରୁଛି । ଗାଁ, ଗରିବ ଓ କୃଷକଙ୍କ କଲ୍ୟାଣ ଲାଗି ବଜେଟ ଉପସ୍ଥାପନ କରିଥିବାରୁ ଅର୍ଥମନ୍ତ୍ରୀ ନିର୍ମଳାଜୀ ଓ ତାଙ୍କ ଟିମକୁ ମୁଁ ସାଧୁବାଦ ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-Japan action plan targets exchange of 5 lakh people in five years, including 50,000 skilled Indians: Gov

Media Coverage

India-Japan action plan targets exchange of 5 lakh people in five years, including 50,000 skilled Indians: Gov
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 31, 2026
July 31, 2026

Building Trust & Capability Under PM Modi : Fair Exams, Homegrown Space Tech & India’s First Telecom Manufacturing Zone