ମହାମହିମ

ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବା ଜୀ

ଲବ୍‌ଧ ପ୍ରତିଷ୍ଠ ପ୍ରତିନିଧିଗଣ

ଗଣମାଧ୍ୟମ ବନ୍ଧୁଗଣ

ନମସ୍କାର

ପ୍ରଧାନମନ୍ତ୍ରୀ ଦେଓବା ଜୀଙ୍କୁ  ଭାରତ ସ୍ୱାଗତ ଜଣାଇ ମୁଁ ଖୁବ୍ ଖୁସୀ ଅନୁଭବ କରୁଛି । ଭାରତୀୟ ନବବର୍ଷ ଓ ନବରାତ୍ରୀର ପବିତ୍ର ଅବସରରେ ଆଜି ଦେଓବା ଜୀ ପହଞ୍ôଚଛନ୍ତି । ମୁଁ ଭାରତ ଓ ନେପାଳର ସମସ୍ତ ନାଗରିକଙ୍କୁ ଶୁଭ ନବରାତ୍ରୀ ଜଣାଉଛି ।

ଦେଓବା ଜୀ ଭାରତର ଜଣେ ପୁରୁଣା ବନ୍ଧୁ । ପ୍ରଧାନମନ୍ତ୍ରୀ ହିସାବରେ ଏହା ତାଙ୍କର ପଂଚମ ପରିଦର୍ଶନ । ଭାରତ-ନେପାଳ ସମ୍ପର୍କର ବିକାଶରେ ଦେଓବା ଜୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ବନ୍ଧୁଗଣ,

ଭାରତ ଓ ନେପାଳର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏପରି ଦୃଷ୍ଟାନ୍ତମୂଳକ ଯେ ଏହା ଆଉ ବିଶ୍ୱରେ କେଉଁଠାରେ ଦେଖିବାକୁ ମିଳେ ନାହିଁ ।ଆମର ସଭ୍ୟତା, ଆମର ସଂସ୍କୃତି ଆମର ପରସ୍ପର ଆଦାନପ୍ରଦାନ  ରଜ୍ଜୁ ପ୍ରାଚୀନ କାଳରୁ ରହି ଆସିଛି । ଅନାଦି କାଳରୁ ଆମେ ପରସ୍ପର ଦୁଃଖସୁଖରେ ବନ୍ଧୁ ହୋଇ ରହିଆସିଛୁ । ଆମ ବନ୍ଧୁତ୍ୱର ଭିତ୍ତି ହେଉଚି ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ମଧ୍ୟରେ ଭାବ ବିନିମୟ । ଆମକୁ ଏହା ରକ୍ଷା କରିବାରେ ଶକ୍ତି ପ୍ରଦାନ କରିଥାଏ ।

ନେପାଳ ପରିପ୍ରେକ୍ଷୀରେ ଭାରତର ନୀତି ଓ ଉଦ୍ୟମ ଦ୍ୱାରା ଏହା ଉତ୍ସାହିତ । ଭାରତ ଶାନ୍ତି, ପ୍ରଗତି ଓ ନେପାଳର ବିକାଶରେ ଏକ ସୁଦୃଢ ଭାଗିଦାର ହୋଇ ରହିଆସିଛି ଓ ରହିବ ମଧ୍ୟ ।

ବନ୍ଧୁଗଣ,

ଆଜି ମୁଁ ଓ ଦେଓବାଜୀ ଏକ ଫଳପ୍ରଦ ଆଲୋଚନା ବିଭିନ୍ନ ଗୁୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କରିଛୁ । ଆମେ ଆମ ସହଯୋଗର ବିଭିନ୍ନ ଦିଗ, ପ୍ରଗତିର ସମୀକ୍ଷା ଓ ବିଭିନ୍ନ ପ୍ରକଳ୍ପ ତଥା ଭବିଷ୍ୟତ ରଣନୀତି ନେଇ ମଧ୍ୟ ଆଲୋଚନା କରିଛୁ ।

 ଶକ୍ତିକ୍ଷେତ୍ରରେ ସହଯୋଗ ନେଇ ଯେଉଁ ସୁଯୋଗ ରହିଛି ତାହାର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ନେଇ ଆମେ ସହମତ ହୋଇଛୁ । ଶକ୍ତି  ନିଗମ ନେଇ ଆମର ଯୁଗ୍ମ ଦୃଶ୍ୟପତ୍ର ଭବିଷ୍ୟତ ବୁଝାମଣାର ଏକ ନକ୍‌ସା ଭାବେ କାର୍ଯ୍ୟ କରିବ । ପଞ୍ଚେଶ୍ୱର ପ୍ରକଳ୍ପ ନେଇ ତ୍ୱରିତ ଅଗ୍ରଗତି ଉପରେ ଆମେ ଗୁରୁତ୍ୱଆରୋପ କରିଛୁ । ଏହି ପ୍ରକଳ୍ପ ଅଞ୍ଚଳର ବିକାଶ ନେଇ  ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ନେପାଳର ଜଳବିଦ୍ୟୁତ ପ୍ରକଳ୍ପରେ ଭାରତୀୟ କମ୍ପାନୀମାନଙ୍କ ସହଯୋଗ ନେଇ ଆମେ ସହମତ ହୋଇଛୁ । ଖୁସିର ବିଷୟ ଯେ ନେପାଳ ତାହା ବଳକା ବିଦ୍ୟୁତ ଶକ୍ତି ଭାରତକୁ ରପ୍ତାନୀ କରୁଛି । ଏହା ନେପାଳର ଆର୍ଥିକ ପ୍ରଗତିରେ ବେଶ୍ ସହାୟକ ହେବ । ମୁଁ ଖୁସିର ସହ କହିବାକୁ ଚାହେଁ ଯେ ନେପାଳରୁ ବିଦ୍ୟୁତ ଆମଦାନୀ କରିବା ପାଇଁ ଆମର ଅନେକ ପ୍ରସ୍ତାବ ଅନୁମୋଦିତ ହୋଇଛି ।

ମୁଁ ଖୁସି ଯେ ନେପାଳ ଆନ୍ତର୍ଜାତିକ ସୌରମେଂଟରେ ଏକ  ସଦସ୍ୟ ହୋଇପାରିଛି । ଏହା ଆମ ଅଞ୍ଚଳରେ ନିରନ୍ତର ,କମ୍ ବ୍ୟୟ ସାପେକ୍ଷ ଓ ସ୍ୱଚ୍ଛ ଶକ୍ତି ଉପଲବ୍ଧରେ ସହାୟକ ହେବ ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଦେଓବା ଜୀ ଓ ମୁଁ ବାଣିଜ୍ୟ ସୀମାପାରି ସଂଯୋଗ ନେଇ ପଦକ୍ଷେପ ନେବାକୁ ରାଜି ହୋଇଛୁ । ଜୟନଗର-କୁର୍ଥା ରେଳଲାଇନ ଏହାର ଅଂଶବିଶେଷ । ଏହିଭଳି ଯୋଜନା ସୁସ୍ଥ ଓ ବିନା ହଇରାଣ ହରକତ ଦୁଇ ଦେଶ ଜନସାଧାରଣଙ୍କ ସହଯୋଗରେ ବିଶେଷ ସହାୟତା  ହେବ ।

ନେପାଳରେ ରୂପେ କାର୍ଡର ପ୍ରଚଳନ ଆମର ଆର୍ଥିକ ସହଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡିବ । ନେପାଳ ପୁଲିସ ଏକାଡେମୀ, ନେପାଳଗଞ୍ଜ ଓ ରାମାୟଣ ମଣ୍ଡଳରେ ସମନ୍ୱିତ ତନଖି ଫାଟକ ଭଳି ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ଦୁଇଦେଶ ସମ୍ପର୍କକୁ ଅଧିକ ନିବିଡ କରିବ ।

ବନ୍ଧୁଗଣ,

ଭାରତ ନେପାଳ ଉନ୍ମୁକ୍ତ ସୀମାରେଖା କ୍ଷେତ୍ର କିପରି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଅପବ୍ୟବହାର କରାଯାଉଛି, ତାହା ନେଇ ମଧ୍ୟ ଆମେ ଆଲୋଚନା କରିଛୁ । ଆମେ ମଧ୍ୟ ଆମର ପ୍ରତିରକ୍ଷା ଓ ସୁରକ୍ଷା ପରିସ୍ଥିତି ନେଇ ସହଯୋଗ ରକ୍ଷା କରିବା ଉପରେ ଗୁରୁତ୍ୱଆରୋପ କରିଛୁ । ମୋ ଆଶା ଆଜି ଆମର ଏହି ଆଲୋଚନା ଭାରତ-ନେପାଳ ସମ୍ପର୍କରେ ଏକ ଆକାଂକ୍ଷିତ ଲକ୍ଷ୍ୟ ହାସଲର ସହାୟକ ହେବ ।

ଦେଓବା ଜୀ

ଆପଣ ଆସନ୍ତାକାଲି କାଶୀ ଯିବେ । ନେପାଳ ଏବଂ ବନାରସ ମଧ୍ୟରେ ଶହ ଶହ ବର୍ଷର ପ୍ରାଚୀନ ସମ୍ପର୍କ ରହିଛି। ମୁଁ ନିଶ୍ଚିତ ଯେ ଆପଣ କାଶୀର ନବକଳେବର ଦେଖି ଖୁବ୍ ପ୍ରଭାବିତ ହେବେ । ପୁଣି ଥରେ ମୁଁ  ଆପଣ ଓ ଆପଣଙ୍କ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour