ଅପରେସନ ସିନ୍ଦୂରର ସଫଳତା , ସୀମାପାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବାର ଶକ୍ତି ଏବଂ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ପାକିସ୍ତାନକୁ କିଛି ଘଣ୍ଟା ମଧ୍ୟରେ ଆଣ୍ଠେଇ ଦେବାର କ୍ଷମତା- ସମଗ୍ର ବିଶ୍ୱ ଦେଖୁଛି ଭାରତର ଏହି ନୂତନ ଚେହେରା : ପ୍ରଧାନମନ୍ତ୍ରୀ
ଆଜି, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥ ବ୍ୟବସ୍ଥା : ପ୍ରଧାନମନ୍ତ୍ରୀ
ଗତ ୧୧ ବର୍ଷ ମଧ୍ୟରେ, ଆମର ଅର୍ଥନୀତି ୧୦ମ ସ୍ଥାନରୁ ଶୀର୍ଷ ପାଞ୍ଚ ସ୍ଥାନ ମଧ୍ୟକୁ ଉଠିଛି। ଆମେ ଏବେ ଶୀର୍ଷ ତିନୋଟି ଅର୍ଥ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ : ପ୍ରଧାନମନ୍ତ୍ରୀ
ବିକଶିତ ଭାରତର ଯାତ୍ରା ଡିଜିଟାଲ୍ ଇଣ୍ଡିଆ ସହିତ ଆଗକୁ ବଢ଼ିବ : ପ୍ରଧାନମନ୍ତ୍ରୀ
ଟେକ୍ନୋଲୋଜିରେ ଆତ୍ମନିର୍ଭରଶୀଳ ହେବା ଆମର ପରବର୍ତ୍ତୀ ବଡ଼ ପ୍ରାଥମିକତା ଉଚିତ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୭,୧୬୦ କୋଟି ଟଙ୍କା ମୂଲ୍ୟର ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନର ଉଦଘାଟନ କରିଛନ୍ତି ଏବଂ ୧୫୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ - ୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, , କର୍ଣ୍ଣାଟକର ଭୂମିରେ ପାଦ ଦେବା ପରେ ଏହି ସ୍ଥାନରେ ସେ ଆପଣାର ଭାବନାକୁ ଅନୁଭବ କରିଥିଲେ। କର୍ଣ୍ଣାଟକ ସଂସ୍କୃତିର ସମୃଦ୍ଧି, ଏହାର ଲୋକଙ୍କ ସ୍ନେହ ଏବଂ କନ୍ନଡ ଭାଷାର ମଧୁରତା, ଯାହା ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରେ, ସେସବୁ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଆନ୍ନାମ୍ମା ଥାଇଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଶହ ଶହ ବର୍ଷ ପୂର୍ବେ ନାଦପ୍ରଭୁ କେମ୍ପେଗୌଡ଼ା ବେଙ୍ଗାଲୁରୁ ସହରର ମୂଳଦୁଆ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେମ୍ପେଗୌଡ଼ା ପରମ୍ପରାକୁ ମୂଳରେ ରଖି ଏକ ସହରର କଳ୍ପନା କରିଥିଲେ ଏବଂ ପ୍ରଗତିର ନୂତନ ଶିଖରରେ ପହଞ୍ଚିଥିଲେ। "ବେଙ୍ଗାଲୁରୁ ସର୍ବଦା ସେହି ଭାବନାକୁ ବଞ୍ଚାଇ ରଖିଛି ଏବଂ ଏହାକୁ ସଂରକ୍ଷଣ କରିଆସିଛି ଏବଂ ଆଜି, ବେଙ୍ଗାଲୁରୁ ସେହି ସ୍ୱପ୍ନକୁ ସାକାର କରୁଛି",ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

"ଆଜି, ବେଙ୍ଗାଲୁରୁ ଏକ ନୂତନ ଭାରତ ଉତ୍ଥାନର ପ୍ରତୀକ ପାଲଟିଥିବା ସହର ଭାବରେ ଉଭା ହେଉଛି", ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଏହାକୁ ଏକ ଏପରି ସହର, ଯାହାର ଭାବନା ଦାର୍ଶନିକ ଜ୍ଞାନକୁ ମୂର୍ତ୍ତିମନ୍ତ କରେ ଏବଂ ଯାହାର କାର୍ଯ୍ୟ ପ୍ରଯୁକ୍ତି ବିଶେଷଜ୍ଞତାକୁ ପ୍ରତିଫଳିତ କରେ ବୋଲି ବର୍ଣ୍ଣନା କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ବେଙ୍ଗାଲୁରୁ ହେଉଛି ଏକ ଏପରି ସହର ଯାହା ଭାରତକୁ ବିଶ୍ୱ ସୂଚନା ପ୍ରଯୁକ୍ତିର ମାନଚିତ୍ରରେ ଗର୍ବର ସହିତ ସ୍ଥାନିତ କରିଛି । ବେଙ୍ଗାଲୁରୁର ସଫଳତାର କାହାଣୀ ଏହାର ଲୋକଙ୍କ କଠିନ ପରିଶ୍ରମ ଏବଂ ପ୍ରତିଭାକୁ ଶ୍ରେୟ ଦେଇଥାଏ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ "ଏକବିଂଶ ଶତାବ୍ଦୀରେ, ସହରାଞ୍ଚଳ ଯୋଜନା ଏବଂ ସହରାଞ୍ଚଳ ଭିତ୍ତିଭୂମି ହେଉଛି ଆମ ସହରଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା" ଏବଂ ବେଙ୍ଗାଲୁରୁ ଭଳି ସହରଗୁଡ଼ିକ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ସେ ଉଲ୍ଲେଖ କରିଥିଲେ ଯେ , ସାମ୍ପ୍ରତିକ ବର୍ଷ ଗୁଡ଼ିକରେ, ଭାରତ ସରକାର ବେଙ୍ଗାଲୁରୁ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିଛନ୍ତି ଏବଂ ଆଜି, ଏହି ଅଭିଯାନ ନୂତନ ଗତି ହାସଲ କରୁଛି।

ଶ୍ରୀ ମୋଦୀ ବାଙ୍ଗାଲୋର ମେଟ୍ରୋ ୟେଲୋ ଲାଇନର ଉଦଘାଟନ କରିଥିଲେ ଏବଂ ମେଟ୍ରୋ ପର୍ଯ୍ୟାୟ - ୩ ପାଇଁ ଶିଳାନ୍ୟାସ କରିଥିଲେ। ସେ ଦେଶର ବିଭିନ୍ନ ଅଂଶକୁ ସଂଯୋଗ କରୁଥିବା ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ​, ବେଙ୍ଗାଲୁରୁ ଏବଂ ବେଲଗାଭି ମଧ୍ୟରେ ବନ୍ଦେ ଭାରତ ସେବା ଆରମ୍ଭ ହେବା ଦ୍ୱାରା ବେଲଗାଭିରେ ବାଣିଜ୍ୟ ଏବଂ ପର୍ଯ୍ୟଟନ ବୃଦ୍ଧି ପାଇବ। ଏହା ସହିତ, ନାଗପୁର ଏବଂ ପୁନେ ମଧ୍ୟରେ ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କଟରା ଏବଂ ଅମୃତସର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହି ସେବାଗୁଡ଼ିକ ଲକ୍ଷ ଲକ୍ଷ ଭକ୍ତଙ୍କୁ ଲାଭ ପହଞ୍ଚାଇବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ସେ ବେଙ୍ଗାଲୁରୁ, କର୍ଣ୍ଣାଟକ ଏବଂ ସମଗ୍ର ଦେଶର ଲୋକମାନଙ୍କୁ ଏହି ପ୍ରକଳ୍ପ ଏବଂ ନୂତନ ବନ୍ଦେ ଭାରତ ଟ୍ରେନ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଅପରେସନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ବେଙ୍ଗାଲୁରୁ ଗସ୍ତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଏହି ଅପରେସନରେ ଭାରତୀୟ ବାହିନୀର ସଫଳତା ଉପରେ ଆଲୋକପାତ କରିଥିଲେ । ସୀମାପାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର କ୍ଷମତା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଆତଙ୍କବାଦୀଙ୍କୁ ରକ୍ଷା କରିବାକୁ ଆସିଥିବା ପାକିସ୍ତାନକୁ କିଛି ଘଣ୍ଟା ମଧ୍ୟରେ ଆଣ୍ଠେଇବାକୁ ବାଧ୍ୟ କରିବାରେ ଭାରତର ଶକ୍ତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। "ସମଗ୍ର ବିଶ୍ୱ ନୂତନ ଭାରତର ଏହି ନୂତନ ଚେହେରା ଦେଖିଛି" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ, ଅପରେସନ ସିନ୍ଦୂରର ସଫଳତା ପାଇଁ ସେ ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆର ସାମର୍ଥ୍ୟକୁ ଶ୍ରେୟ ଦେଇଥିଲେ। ଏହି ସଫଳତାରେ ସେ ବେଙ୍ଗାଲୁରୁ ଏବଂ କର୍ଣ୍ଣାଟକର ଯୁବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିଥିଲେ ଏବଂ ସଫଳତାରେ ସେମାନଙ୍କ ଭୂମିକା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

ବେଙ୍ଗାଲୁରୁ ଏବେ ପ୍ରମୁଖ ବିଶ୍ୱ ସହରଗୁଡ଼ିକ ସହିତ ସ୍ୱୀକୃତିପ୍ରାପ୍ତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ , ଭାରତକୁ କେବଳ ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିବା ଉଚିତ୍ ନୁହେଁ , ବରଂ ନେତୃତ୍ୱ ନେବା ଉଚିତ୍। ସେ ମନ୍ତବ୍ୟ ଦେଇଥିଲେ ଯେ , ପ୍ରଗତି ସେତେବେଳେ ଆସିବ ଯେତେବେଳେ ଆମର ସହରଗୁଡ଼ିକ ସ୍ମାର୍ଟ, ଦ୍ରୁତ ଏବଂ ଦକ୍ଷ ହେ​‌ବେ.  ଯାହା ଆଧୁନିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ସମାପ୍ତ କରିବା ଉପରେ ସରକାରଙ୍କ ଦୃଢ଼ ଧ୍ୟାନକୁ ସ୍ପଷ୍ଟ କରିଥାଏ। ଶ୍ରୀ ମୋଦୀ ଆରଭି ରୋଡରୁ ବୋମାସାନ୍ଦ୍ରା ପର୍ଯ୍ୟନ୍ତ ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନ ଆରମ୍ଭ ସମ୍ପର୍କରେ ଘୋଷଣା କରିଥିଲେ, ଯାହା ବେଙ୍ଗାଲୁରୁର ଅନେକ ପ୍ରମୁଖ ଅଞ୍ଚଳକୁ ସଂଯୋଗ କରିବ। ସେ ଉଲ୍ଲେଖ କରିଥିଲେ ଯେ, ବାସବନଗୁଡ଼ି ଏବଂ ଇଲେକ୍ଟ୍ରୋନିକ୍ ସିଟି ମଧ୍ୟରେ ଯାତ୍ରା ସମୟ ଏବେ ଯଥେଷ୍ଟ ହ୍ରାସ ପାଇବ। ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନଯାପନ ଏବଂ କାମ କରିବାର ସହଜତାକୁ ବୃଦ୍ଧି କରିବ।

ୟେଲୋ ଲାଇନର ଉଦଘାଟନ ସହିତ, ବାଙ୍ଗାଲୋର ମେଟ୍ରୋର ତୃତୀୟ ପର୍ଯ୍ୟାୟ - ଅର୍ଥାତ୍ ଅରେଞ୍ଜ ଲାଇନ - ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ସେ କହିଥିଲେ ଯେ, କାର୍ଯ୍ୟକ୍ଷମ ହେବା ପରେ, ଅରେଞ୍ଜ ଲାଇନ, ୟେଲୋ ଲାଇନ ସହିତ ମିଶି, ୨୫ ଲକ୍ଷ ଯାତ୍ରୀଙ୍କ ପାଇଁ ଦୈନିକ ଯାତ୍ରାକୁ ସୁବିଧାଜନକ କରିବ। ଏହା ଉପରେ ସେ ମତ ଦେଇ କହିଛନ୍ତି ଯେ, ଏହା ବେଙ୍ଗାଲୁରୁର ପରିବହନ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଏହାକୁ ନୂତନ ଉଚ୍ଚତାରେ ପହଞ୍ଚାଇବ। ଶ୍ରୀ ମୋଦୀ ତାଙ୍କ ମନ୍ତବ୍ୟରେ ଆହୁରି ମଧ୍ୟ ଯୋଡିଥିଲେ ଯେ ବାଙ୍ଗାଲୋର ମେଟ୍ରୋ ଦେଶରେ ସାର୍ବଜନୀନ ଭିତ୍ତିଭୂମି ବିକାଶ ପାଇଁ ଏକ ନୂତନ ମଡେଲ ପ୍ରଚଳନ କରିଛି। ସେ ଆଲୋକପାତ କରିଥିଲେ ଯେ, ଇନଫୋସିସ୍ ଫାଉଣ୍ଡେସନ, ବାୟୋକନ ଏବଂ ଡେଲ୍ଟା ଇଲେକ୍ଟ୍ରୋନିକ୍ସ ଭଳି କମ୍ପାନୀଗୁଡ଼ିକ ଅନେକ ପ୍ରମୁଖ ମେଟ୍ରୋ ଷ୍ଟେସନ ପାଇଁ ଆଂଶିକ – ପାଣ୍ଠି ଯୋଗାଇଛନ୍ତି। ସେ ପ୍ରେରଣାର ଉତ୍ସ ଭାବରେ ସିଏସଆରର ଏହି ଅଭିନବ ବ୍ୟବହାରକୁ ପ୍ରଶଂସା କରିଥିଲେ ଏବଂ କର୍ପୋରେଟ୍ କ୍ଷେତ୍ରକୁ ସେମାନଙ୍କର ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ।

"ଭାରତ ବର୍ତ୍ତମାନ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥ ବ୍ୟବସ୍ଥା । ଗତ ଏଗାର ବର୍ଷ ମଧ୍ୟରେ, ଭାରତର ଅର୍ଥ ବ୍ୟବସ୍ଥା ବିଶ୍ୱ ସ୍ତରରେ ଦଶମ ସ୍ଥାନରୁ ଶ୍ରେଷ୍ଠ ପାଞ୍ଚକୁ ଉଠିଛି ଏବଂ ଦ୍ରୁତ ଗତିରେ ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଗୋଟିଏ ହେବା ଦିଗରେ ଅଗ୍ରସର ହେଉଛି" ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଏହି ଗତି ପାଇଁ "ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ରୂପାନ୍ତର"ର ଦୃଷ୍ଟିକୋଣକୁ ଶ୍ରେୟ ଦେଇଥିଲେ, ଯାହା ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ସଚ୍ଚୋଟ ପ୍ରୟାସ ଦ୍ୱାରା ପରିଚାଳିତ। ଭିତ୍ତିଭୂମି ଅଭିବୃଦ୍ଧି ଉପରେ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, ୨୦୧୪ ରେ ମେଟ୍ରୋ ସେବା କେବଳ ପାଞ୍ଚଟି ସହରରେ ସୀମିତ ଥିଲା। ଆଜି, ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେଟ୍ରୋ ନେଟୱାର୍କ ୨୪ ଟି ସହରରେ ୧୦୦୦ କିଲୋମିଟରରୁ ଅଧିକ ବ୍ୟାପ୍ତ , ଯାହା ଭାରତକୁ ବିଶ୍ୱର ତୃତୀୟ ବୃହତ ମେଟ୍ରୋ ନେଟୱାର୍କ କରିଛି। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୨୦୧୪ ପୂର୍ବରୁ, କେବଳ ୨୦୦୦୦ କିଲୋମିଟର ରେଳ ରୁଟକୁ ବିଦ୍ୟୁତିକରଣ କରାଯାଇଥିଲା। କେବଳ ଗତ ଏଗାର ବର୍ଷ ମଧ୍ୟରେ, ୪୦୦୦୦ କିଲୋମିଟରରୁ ଅଧିକ ରେଳ ରୁଟକୁ ବିଦ୍ୟୁତିକରଣ କରାଯାଇଛି, ଯାହା ସ୍ଥାୟୀ ପରିବହନ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

 

ଭାରତର ସଫଳତା କେବଳ ସ୍ଥଳଭାଗରେ ନୁହେଁ , ବରଂ ଆକାଶରେ ମଧ୍ୟ ଉଜ୍ଜ୍ୱଳ ହେଉଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ମସିହାରେ ଭାରତରେ କେବଳ ୭୪ ଟି ବିମାନବନ୍ଦର ଥିଲା ଏବଂ ଆଜି ଏହି ସଂଖ୍ୟା ୧୬୦ ରୁ ଅଧିକ ହୋଇଛି। ସେ ଜଳପଥ ଭିତ୍ତିଭୂମିରେ ଉଲ୍ଲେଖନୀୟ ପ୍ରଗତି ବିଷୟରେ ମଧ୍ୟ ଉଲ୍ଲେଖ କରି କହିଥିଲେ ଯେ ୨୦୧୪  ମସିହାରେ କେବଳ ତିନୋଟି ଜାତୀୟ ଜଳପଥ କାର୍ଯ୍ୟକ୍ଷମ ଥିଲା; ଏହି ସଂଖ୍ୟା ବର୍ତ୍ତମାନ ତିରିଶକୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଭାରତ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପଦକ୍ଷେପ ବିଷୟରେ ଆଲୋଚନା କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ , ୨୦୧୪ ପର୍ଯ୍ୟନ୍ତ ଦେଶରେ କେବଳ ୭ ଟି ଏମ୍ସ ଏବଂ ୩୮୭ ଟି ମେଡିକାଲ କଲେଜ ଥିଲା, ଯେତେବେଳେ କି ଆଜି ୨୨ ଟି ଏମ୍ସ ଏବଂ ୭୦୪ ଟି ମେଡିକାଲ କଲେଜ ଲୋକଙ୍କୁ ସେବା ଯୋଗାଇ ଦେଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୧ ବର୍ଷ ମଧ୍ୟରେ ସାରା ଦେଶରେ ଏକ ଲକ୍ଷରୁ ଅଧିକ ନୂତନ ମେଡିକାଲ ସିଟ୍ ଯୋଡା ଯାଇଛି। ସେ ଏହି ସମ୍ପ୍ରସାରଣର ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ, କିପରି ମଧ୍ୟବିତ୍ତ ଶ୍ରେଣୀର ପିଲାମାନେ ବର୍ଦ୍ଧିତ ସୁଯୋଗରୁ ବହୁଳ ଭାବରେ ଉପକୃତ ହୋଇଛନ୍ତି ତାହା ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ ଆଲୋକପାତ କରିଥିଲେ ଯେ , ଗତ ୧୧ ବର୍ଷ ମଧ୍ୟରେ, ଆଇଆଇଟି ସଂଖ୍ୟା ୧୬ ରୁ ୨୩, ଆଇଆଇଆଇଟି ୯ ରୁ ୨୫ ଏବଂ ଆଇଆଇଏମ୍ ୧୩ ରୁ ୨୧ କୁ ବୃଦ୍ଧି ପାଇଛି। ସେ କହିଥିଲେ ଯେ ଆଜି ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଅଧିକ ସୁଯୋଗ ପାଇପାରିବେ।

ଆଜି ଦେଶ ଦ୍ରୁତ ଗତିରେ ପ୍ରଗତି କରୁଥିବା ବେଳେ ଗରିବ ଏବଂ ଅବହେଳିତ ଲୋକଙ୍କ ଜୀବନରେ ସମାନ ଗତିରେ ପରିବର୍ତ୍ତନ ହେଉଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୪ କୋଟିରୁ ଅଧିକ ପକ୍କା ଘର ଯୋଗାଇ ଦିଆଯାଇଛି। ସରକାର ଏବେ ୩ କୋଟିରୁ ଅଧିକ ଘର ନିର୍ମାଣ କରିବାକୁ ପ୍ରସ୍ତୁତ ବୋଲି ସେ ଘୋଷଣା କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ମାତ୍ର ୧୧ ବର୍ଷ ମଧ୍ୟରେ ସାରା ଦେଶରେ ୧୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ପଦକ୍ଷେପ କୋଟି କୋଟି ମା' ଏବଂ ଭଉଣୀମାନଙ୍କୁ ମର୍ଯ୍ୟାଦା, ସ୍ୱଚ୍ଛତା ଏବଂ ସୁରକ୍ଷା ପ୍ରଦାନ କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

"ଦେଶର ଦ୍ରୁତ ବିକାଶ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ପ୍ରେରିତ" ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରି କହିଥିଲେ ଯେ, ୨୦୧୪ ପୂର୍ବରୁ ଭାରତର ମୋଟ ରପ୍ତାନୀ ମାତ୍ର ୪୬୮ ବିଲିୟନ ଡଲାରରେ ପହଞ୍ଚିଥିଲା , ଯେତେବେଳେ କି ଆଜି ଏହାର ପରିମାଣ ୮୨୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଭାରତ ମୋବାଇଲ୍ ଫୋନ୍ ଆମଦାନୀ କରୁଥିଲା, କିନ୍ତୁ ବର୍ତ୍ତମାନ, ଦେଶ ମୋବାଇଲ୍ ହ୍ୟାଣ୍ଡସେଟ୍ ରପ୍ତାନିକାରୀଙ୍କ ମଧ୍ୟରେ ସ୍ଥାନ ପାଇଛି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ପରିବର୍ତ୍ତନରେ ବେଙ୍ଗାଲୁରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୨୦୧୪ ପୂର୍ବରୁ ଭାରତର ଇଲେକ୍ଟ୍ରୋନିକ୍ସ ରପ୍ତାନୀ ପ୍ରାୟ ୬ ବିଲିୟନ ଡଲାର ଥିଲା, ଯାହା ବର୍ତ୍ତମାନ ପ୍ରାୟ ୩୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

 

ଏଗାର ବର୍ଷ ପୂର୍ବେ ଭାରତର ଅଟୋମୋବାଇଲ ରପ୍ତାନୀ ପ୍ରାୟ ୧୬ ବିଲିୟନ ଡଲାର ଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏହି ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି, ଯାହା ଭାରତକୁ ବିଶ୍ୱ ସ୍ତରରେ ଚତୁର୍ଥ ସର୍ବବୃହତ ଅଟୋମୋବାଇଲ ରପ୍ତାନିକାରୀ କରିଛି। ସେ କହିଥିଲେ ଯେ ଏହି ସଫଳତାଗୁଡ଼ିକ ଆତ୍ମନିର୍ଭର ଭାରତର ସଂକଳ୍ପକୁ ସୁଦୃଢ଼ କରିଥାଏ ଏବଂ ମିଳିତ ଭାବରେ ଦେଶ ଆଗକୁ ବଢ଼ିବ ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବ ବୋଲି ସେ ଦୃଢ଼ ଭାବରେ କହିଥିଲେ।

"ଡିଜିଟାଲ୍ ଇଣ୍ଡିଆ ସହିତ ଏକ ବିକଶିତ ଭାରତର ଯାତ୍ରା ଆଗକୁ ବଢ଼ିବ", ଶ୍ରୀ ମୋଦୀ ଉଲ୍ଲେଖ କରି କହିଥିଲେ ଯେ, ଭାରତ ଏଆଇ ମିଶନ ଭଳି ପଦକ୍ଷେପ ମାଧ୍ୟମରେ ଭାରତ ବିଶ୍ୱ ଏଆଇ ନେତୃତ୍ୱ ଆଡ଼କୁ ଆଗକୁ ବଢ଼ୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମିକଣ୍ଡକ୍ଟର ମିଶନ ମଧ୍ୟ ଗତି ପାଉଛି, ଏବଂ ଭାରତ ଖୁବ୍ ଶୀଘ୍ର ନିଜର ମେଡ୍-ଇନ୍-ଇଣ୍ଡିଆ ଚିପ୍ ପାଇବ। ଭାରତ କମ୍ ମୂଲ୍ୟର, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ମହାକାଶ ମିଶନର ଏକ ବିଶ୍ୱ ଉଦାହରଣ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ ଭବିଷ୍ୟତ ପ୍ରଯୁକ୍ତିର ସମସ୍ତ କ୍ଷେତ୍ରରେ ଅଗ୍ରଗତି କରୁଛି, ଏବଂ ଏହି ପ୍ରଗତିର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଗରିବଙ୍କ ସଶକ୍ତୀକରଣ। ଡିଜିଟାଲୀକରଣ ଏବେ ଦେଶର ପ୍ରତ୍ୟେକ ଗାଁରେ ପହଞ୍ଚିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୟୁପିଆଇ ମାଧ୍ୟମରେ ଭାରତ ବିଶ୍ୱର ୫୦% ରୁ ଅଧିକ ବାସ୍ତବ-ସମୟ କାରବାର ପାଇଁ ଦାୟୀ। ସେ ଉଲ୍ଲେଖ କରିଥିଲେ ଯେ, ପ୍ରଯୁକ୍ତି ବିଦ୍ୟା ସରକାର ଏବଂ ନାଗରିକଙ୍କ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରୁଛି, ଆଜି ମୋବାଇଲ୍ ପ୍ଲାଟଫର୍ମରେ ୨୨୦୦ ରୁ ଅଧିକ ସରକାରୀ ସେବା ଉପଲବ୍ଧ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉମଙ୍ଗ ଆପ୍ ମାଧ୍ୟମରେ ନାଗରିକମାନେ ଘରୁ ସରକାରୀ କାର୍ଯ୍ୟ ସମ୍ପୂର୍ଣ କରିପାରିବେ, ଡିଜିଲକର ସହିତ ସରକାରୀ ପ୍ରମାଣପତ୍ର ପରିଚାଳନାର ଅସୁବିଧା ଦୂର ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଏବେ ଏଆଇ - ଚାଳିତ ବିପଦ ଚିହ୍ନଟ ଭଳି ପ୍ରଯୁକ୍ତିବିଦ୍ୟାରେ ନିବେଶ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଡିଜିଟାଲ କ୍ରାନ୍ତିର ଲାଭ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ନିଶ୍ଚିତ କରିବା ଲକ୍ଷ୍ୟ ରହିଛି। ସେ ସ୍ୱୀକାର କରିଛନ୍ତି ଯେ, ବେଙ୍ଗାଲୁରୁ ଏହି ଜାତୀୟ ପ୍ରୟାସରେ ସକ୍ରିୟ ଭାବରେ ଯୋଗଦାନ ଦେଉଛି।

 

"ପ୍ରଯୁକ୍ତି ବିଦ୍ୟାରେ ଆତ୍ମନିର୍ଭରଶୀଳ ହେବା ଆମର ପରବର୍ତ୍ତୀ ବଡ଼ ପ୍ରାଥମିକତା ହେବା ଉଚିତ" ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ଭାରତୀୟ ଟେକ୍ କମ୍ପାନୀଗୁଡ଼ିକ ସମଗ୍ର ବିଶ୍ୱ ପାଇଁ ସଫ୍ଟୱେର୍ ଏବଂ ଉତ୍ପାଦ ବିକାଶ କରି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ବର୍ତ୍ତମାନ ଭାରତର ନିଜସ୍ୱ ଆବଶ୍ୟକତାକୁ ଅଧିକ ଦୃଢ଼ ଭାବରେ ପ୍ରାଥମିକତା ଦେବାର ସମୟ ଆସିଛି ଏବଂ ନୂତନ ଉତ୍ପାଦ ବିକାଶକୁ ତ୍ୱରାନ୍ୱିତ କରିବା ଉଚିତ, ବିଶେଷ କରି ସଫ୍ଟୱେର୍ ଏବଂ ଆପ୍ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହି କ୍ଷେତ୍ରରେ ଭାରତ ପାଇଁ ନୂତନ ଉଚ୍ଚତାରେ ପହଞ୍ଚିବା ଅତ୍ୟନ୍ତ ଜରୁରୀ। ଉଦୀୟମାନ କ୍ଷେତ୍ରଗୁଡ଼ିକରେ ନେତୃତ୍ୱ ନେବା ପାଇଁ କେନ୍ଦ୍ରିତ ପ୍ରୟାସ ପାଇଁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଇଣ୍ଡିଆ ଏବଂ ଉତ୍ପାଦନ କ୍ଷେତ୍ରରେ ବେଙ୍ଗାଲୁରୁ ଏବଂ କର୍ଣ୍ଣାଟକର ଉପସ୍ଥିତିକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଭାରତର ଉତ୍ପାଦଗୁଡ଼ିକୁ ଶୂନ୍ୟ ତ୍ରୁଟି, ଶୂନ୍ୟ ପ୍ରଭାବ ମାନଦଣ୍ଡ ପାଳନ କରିବାକୁ ଆହ୍ୱାନ କରିଥିଲେ, ଅର୍ଥାତ୍ ଗୁଣବତ୍ତା କ୍ଷେତ୍ରରେ ତ୍ରୁଟି ନରହିବା ଉଚିତ ଏବଂ ପରିବେଶ ଉପରେ କୌଣସି ନକାରାତ୍ମକ ପ୍ରଭାବ ଯେପରି ନପଡେ, ତାହା ପ୍ରତି ଯତ୍ନଶୀଳ ହେବା ଉଚିତ୍। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, କର୍ଣ୍ଣାଟକର ପ୍ରତିଭା ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗେଇ ନେବେ।

ଶ୍ରୀ ମୋଦୀ କହିଥିଲେ ଯେ , କେନ୍ଦ୍ର ସରକାର ହୁଅନ୍ତୁ କିମ୍ବା ରାଜ୍ୟ ସରକାର, ସମସ୍ତେ ନାଗରିକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସହଯୋଗମୂଳକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଲୋକଙ୍କ ସେବା କରିବାକୁ ପ୍ରତିବଦ୍ଧ। ସେ ଉଲ୍ଲେଖ କରିଥିଲେ ଯେ , ଏହି ଦିଗରେ ଏକ ପ୍ରମୁଖ ଦାୟିତ୍ୱ ହେଉଛି ନୂତନ ସଂସ୍କାରକୁ କାର୍ଯ୍ୟକାରୀ କରିବା। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ,  ଗତ ଦଶନ୍ଧି ଧରି କେନ୍ଦ୍ର ସରକାର ନିରନ୍ତର ସଂସ୍କାରକୁ ଆଗକୁ ବଢାଇଛନ୍ତି। ଉଦାହରଣ ସ୍ୱରୂପ, ସେ ଆଇନକୁ ଅପରାଧମୁକ୍ତ କରିବା ପାଇଁ ଜନ ବିଶ୍ୱାସ ବିଲ୍ ପାସ୍ ହେବାର ଉଦାହରଣ ଦେଇଥିଲେ ଏବଂ ଘୋଷଣା କରିଥିଲେ ଯେ, ଜନ ବିଶ୍ୱାସ ୨.୦ ମଧ୍ୟ ପ୍ରଚଳନ କରାଯାଉଛି। ସେ ରାଜ୍ୟ ସରକାରଙ୍କୁ ଅନାବଶ୍ୟକ ଅପରାଧିକ ବ୍ୟବସ୍ଥା ଥିବା ଆଇନଗୁଡ଼ିକୁ ଚିହ୍ନଟ କରିବାକୁ ଏବଂ ସେଗୁଡ଼ିକୁ ଦୂର କରିବା ପାଇଁ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ଶ୍ରୀ ମୋଦୀ ସରକାରୀ କର୍ମଚାରୀମାନଙ୍କୁ ଦକ୍ଷତା - ଭିତ୍ତିକ ତାଲିମ୍ ପ୍ରଦାନ କରିବା ପାଇଁ ମିଶନ କର୍ମଯୋଗୀ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ପରାମର୍ଶ ଦେଇଥିଲେ ଯେ, ରାଜ୍ୟଗୁଡ଼ିକ ସେମାନଙ୍କ ଅଧିକାରୀଙ୍କ ପାଇଁ ମଧ୍ୟ ଏହି ଶିକ୍ଷଣ ଢାଞ୍ଚା ଗ୍ରହଣ କରିପାରିବେ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ଏପରି ଭାବରେ ବିଶେଷ ଧ୍ୟାନ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବାକୁ ଅନୁରୋଧ କରିଥିଲେ। ସେ ରାଜ୍ୟ ସ୍ତରରେ ନିରନ୍ତର ସଂସ୍କାର ପ୍ରୟାସ ପାଇଁ ଆହ୍ୱାନ ଦେଇ ଶେଷରେ କହିଥିଲେ, ଏହି ମିଳିତ ପଦକ୍ଷେପଗୁଡ଼ିକ କର୍ଣ୍ଣାଟକକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବ ବୋଲି ତାଙ୍କର ବିଶ୍ୱାସ ରହିଛି ଏବଂ ସେ ଦୃଢ଼ତାର ସହିତ ଉଲ୍ଲେଖ କରିଥିଲେ ଯେ ଏକାଠି ହୋଇ ଆମେ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବାକ।

 

ଏହି ଅବସରରେ କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱରଚାନ୍ଦ ଗେହଲଟ୍, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ସିଦ୍ଧର​‌ମେୟା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ, ଶ୍ରୀ ଏଚ୍.ଡି. କୁମାରସ୍ୱାମୀ, ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଶ୍ରୀ ଭି ସୋମାନ୍ନା , ସୁଶ୍ରୀ ଶୋଭା କରନ୍ଦଲାଜେ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ - ୨ ପ୍ରକଳ୍ପର ଆରଭି ରୋଡ ( ରାଗିଗୁଡ୍ଡା) ରୁ ବୋମ୍ମାସାନ୍ଦ୍ରା ପର୍ଯ୍ୟନ୍ତ ​‌​‌ୟେଲୋ ଲାଇନ୍ କୁ ଉଦଘାଟନ କରିଛନ୍ତି, ଯାହାର ରୁଟ୍ ଲମ୍ବ ୧୯ କିଲୋମିଟରରୁ ଅଧିକ ଏବଂ ଏଥିରେ ୧୬ଟି ଷ୍ଟେସନ୍ ରହିଛି,  ଯାହାର ମୂଲ୍ୟ ପ୍ରାୟ ୭,୧୬୦ କୋଟି ଟଙ୍କା। ଏହି ୟେଲୋ ଲାଇନ ଖୋଲିବା ସହିତ, ବେଙ୍ଗାଲୁରୁରେ କାର୍ଯ୍ୟକ୍ଷମ ମେଟ୍ରୋ ନେଟୱାର୍କ ୯୬ କିଲୋମିଟରରୁ ଅଧିକ ହେବ, ଯାହା ଏହି ଅଞ୍ଚଳର ଏକ ବୃହତ ଜନସଂଖ୍ୟାକୁ ସେବା ଯୋଗାଇବ।

 

ପ୍ରଧାନମନ୍ତ୍ରୀ ୧୫,୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ - ୩ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ। ପ୍ରକଳ୍ପର ମୋଟ ରୁଟ୍ ଲମ୍ବ ୪୪ କିଲୋମିଟରରୁ ଅଧିକ ହେବ ଏବଂ ଏଥିରେ ୩୧ଟି ଉଚ୍ଚ ଷ୍ଟେସନ ରହିବ। ଏହି ଭିତ୍ତିଭୂମି ପ୍ରକଳ୍ପ ସହରର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବ ଏବଂ ଆବାସିକ, ଶିଳ୍ପ, ବାଣିଜ୍ୟିକ ଏବଂ ଶିକ୍ଷାଗତ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବ ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ବେଙ୍ଗାଲୁରୁ ବେଲଗାଭି, ଅମୃତସରରୁ ଶ୍ରୀ ମାତା ବୈଷ୍ଣୋଦେବୀ କଟରା ଏବଂ ନାଗପୁର (ଅଜନି)ରୁ ପୁଣେ ପର୍ଯ୍ୟନ୍ତ ଟ୍ରେନ ଅନ୍ତର୍ଭୁକ୍ତ। ଏହି ଦ୍ରୁତଗତିସମ୍ପନ୍ନ ଟ୍ରେନଗୁଡ଼ିକ ଆଞ୍ଚଳିକ ସଂଯୋଗୀକରଣକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves increase in the Judge strength of the Supreme Court of India by Four to 37 from 33
May 05, 2026

The Union Cabinet chaired by the Prime Minister Shri Narendra Modi today has approved the proposal for introducing The Supreme Court (Number of Judges) Amendment Bill, 2026 in Parliament to amend The Supreme Court (Number of Judges) Act, 1956 for increasing the number of Judges of the Supreme Court of India by 4 from the present 33 to 37 (excluding the Chief Justice of India).

Point-wise details:

Supreme Court (Number of Judges) Amendment Bill, 2026 provides for increasing the number of Judges of the Supreme Court by 04 i.e. from 33 to 37 (excluding the Chief Justice of India).

Major Impact:

The increase in the number of Judges will allow Supreme Court to function more efficiently and effectively ensuring speedy justice.

Expenditure:

The expenditure on salary of Judges and supporting staff and other facilities will be met from the Consolidated Fund of India.

Background:

Article 124 (1) in Constitution of India inter-alia provided “There shall be a Supreme Court of India consisting of a Chief Justice of India and, until Parliament by law prescribes a larger number, of not more than seven other Judges…”.

An act to increase the Judge strength of the Supreme Court of India was enacted in 1956 vide The Supreme Court (Number of Judges) Act 1956. Section 2 of the Act provided for the maximum number of Judges (excluding the Chief Justice of India) to be 10.

The Judge strength of the Supreme Court of India was increased to 13 by The Supreme Court (Number of Judges) Amendment Act, 1960, and to 17 by The Supreme Court (Number of Judges) Amendment Act, 1977. The working strength of the Supreme Court of India was, however, restricted to 15 Judges by the Cabinet, excluding the Chief Justice of India, till the end of 1979, when the restriction was withdrawn at the request of the Chief Justice of India.

The Supreme Court (Number of Judges) Amendment Act, 1986 further augmented the Judge strength of the Supreme Court of India, excluding the Chief Justice of India, from 17 to 25. Subsequently, The Supreme Court (Number of Judges) Amendment Act, 2008 further augmented the Judge strength of the Supreme Court of India from 25 to 30.

The Judge strength of the Supreme Court of India was last increased from 30 to 33 (excluding the Chief Justice of India) by further amending the original act vide The Supreme Court (Number of Judges) Amendment Act, 2019.