ଅପରେସନ ସିନ୍ଦୂରର ସଫଳତା , ସୀମାପାର ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବାର ଶକ୍ତି ଏବଂ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ପାକିସ୍ତାନକୁ କିଛି ଘଣ୍ଟା ମଧ୍ୟରେ ଆଣ୍ଠେଇ ଦେବାର କ୍ଷମତା- ସମଗ୍ର ବିଶ୍ୱ ଦେଖୁଛି ଭାରତର ଏହି ନୂତନ ଚେହେରା : ପ୍ରଧାନମନ୍ତ୍ରୀ
ଆଜି, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥ ବ୍ୟବସ୍ଥା : ପ୍ରଧାନମନ୍ତ୍ରୀ
ଗତ ୧୧ ବର୍ଷ ମଧ୍ୟରେ, ଆମର ଅର୍ଥନୀତି ୧୦ମ ସ୍ଥାନରୁ ଶୀର୍ଷ ପାଞ୍ଚ ସ୍ଥାନ ମଧ୍ୟକୁ ଉଠିଛି। ଆମେ ଏବେ ଶୀର୍ଷ ତିନୋଟି ଅର୍ଥ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ : ପ୍ରଧାନମନ୍ତ୍ରୀ
ବିକଶିତ ଭାରତର ଯାତ୍ରା ଡିଜିଟାଲ୍ ଇଣ୍ଡିଆ ସହିତ ଆଗକୁ ବଢ଼ିବ : ପ୍ରଧାନମନ୍ତ୍ରୀ
ଟେକ୍ନୋଲୋଜିରେ ଆତ୍ମନିର୍ଭରଶୀଳ ହେବା ଆମର ପରବର୍ତ୍ତୀ ବଡ଼ ପ୍ରାଥମିକତା ଉଚିତ : ପ୍ରଧାନମନ୍ତ୍ରୀ

ନମସ୍କାର !

ମୋର ପ୍ରିୟ ବେଙ୍ଗଲୁରୁବାସୀ, ବନ୍ଧୁଗଣ, ଭାଇ ଓ ଭଉଣୀମାନେ, ସମସ୍ତଙ୍କୁ ମୋର ପ୍ରଣାମ !

 

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାଓ୍ୱରଚନ୍ଦ ଗହଲୋଟ ଜୀ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜୀ, କେନ୍ଦ୍ରରେ ମୋର ସହଯୋଗୀ ମନୋହରଲାଲ ଖଟ୍ଟର ଜୀ, ଏଚ୍‌ ଡି କୁମାରସ୍ୱାମୀ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ବି. ସୋମନ୍ନା ଜୀ, ସୁଶ୍ରୀ ଶୋଭା ଜୀ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଜୀ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ବି.ସୁରେଶ ଜୀ, ବିରୋଧୀ ଦଳ ନେତା ଆର୍. ଅଶୋକ ଜୀ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ଜୀ, ଡାକ୍ତର ମଂଜୁନାଥ ଜୀ, ଏମଏଲଏ ବିଜୟେନ୍ଦ୍ର ୟେଡିୟୁରପ୍ପା ଜୀ ଓ କର୍ଣ୍ଣାଟକର ମୋର ଭାଇ ଓ ଭଉଣୀମାନେ,

 

କର୍ଣ୍ଣାଟକ ମାଟିରେ ପାଦ ରଖିବା ମାତ୍ରେ ଆପଣାପଣ ଅନୁଭବ ହୋଇଥାଏ। ଏଠାକାର ସଂସ୍କୃତି, ଏଠାକାର ଲୋକଙ୍କ ଭଲ ପାଇବା ଓ କନ୍ନଡ଼ ଭାଷାର ମଧୁରତା ହୃଦୟକୁ ଛୁଇଁ ଥାଏ। ସର୍ବପ୍ରଥମେ ମୁଁ ବେଙ୍ଗଲୁରୁ ସହରର ଅଧିଷ୍ଠାତ୍ରୀ ଦେବୀ ଅନ୍ନମ୍ମା ବଡ଼ମାଙ୍କ ପାଦ ତଳେ ପ୍ରଣାମ କରୁଛି। ଶହ ଶହ ବର୍ଷ ତଳେ ନାଡ୍–ପ୍ରଭୁ କେମ୍ପେଗୌଡ଼ା ଜୀ ବେଙ୍ଗଳୁରୁ ସହରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ ଏପରି ଏକ ସହର ପରିକଳ୍ପନା କରିଥିଲେ ଯାହା କି ନିଜ ପରମ୍ପରାରେ ଯୋଡ଼ି ହୋଇ ରହିବ, ତା ସହିତ ବିକାଶର ନୂଆ ଶିଖରକୁ ବି ଛୁଇଁଥିବ। ବେଙ୍ଗଲୁରୁ ନିଜର ସେହି ମନୋଭାବକୁ ସବୁବେଳେ ବଜାୟ ରଖିଛି, ସବୁବେଳେ ତାକୁ ସାଇତି ରଖିଛି । ଏବଂ ଆଜି ବେଙ୍ଗଳୁରୁ ସେହି ସ୍ୱପ୍ନକୁ ସାକାର କରୁଛି।

ବନ୍ଧୁଗଣ, ବେଙ୍ଗଲୁରୁକୁ ଆମେ ଏପରି ଏକ ସହର ଭାବେ ଉତଥାନ ହେବାର ଦେଖୁଛୁ ଯାହାକି ନୂତନ ଭାରତର ଉତଥାନର ସଂକେତ ହୋଇଛି। ଏପରି ଏକ ସହର, ଯାହାର ଆତ୍ମାରେ ତତ୍ତ୍ୱ-ଜ୍ଞାନ ଅଛି ଏବଂ ଯାହାର କାମରେ ଟେକ୍-ଜ୍ଞାନ ଅଛି। ଏପରି ଏକ ସହର, ଯାହା ବିଶ୍ୱର ଆଇଟି ମାନଚିତ୍ରରେ ଭାରତର ଗୌରବର ବାନା ଉଡ଼ାଉଛି। ବେଙ୍ଗଳୁରୁର ଏହି ସଫଳତାର କାହାଣୀ ପଛରେ ଯଦି କିଏ ଅଛି, ସେମାନେ ହେଲେ ଏଠାକାର ବାସିନ୍ଦା, ଆପଣ ସମସ୍ତଙ୍କ ପରିଶ୍ରମ ଓ ଆପଣ ସମସ୍ତଙ୍କ ପ୍ରତିଭା ଅଛି।

 

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀରେ ସହରାଞ୍ଚଳ ଯୋଜନା ଓ ସହରାଞ୍ଚଳ ଭିତ୍ତିଭୂମି, ଆମର ସହରର ବହୁତ ବଡ଼ ଆବଶ୍ୟକତା ଅଟେ। ବେଙ୍ଗଲୁରୁ ପରି ସହରକୁ ଆମେ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ପଡ଼ିବ। ବିଗତ ବର୍ଷରେ ବେଙ୍ଗଳୁରୁ ପାଇଁ ଭାରତ ସରକାରଙ୍କ ତରଫରୁ ହଜାର ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା ଆରମ୍ଭ କରାଯାଇଥିଲା। ଆଜି ସେଇ ଅଭିଯାନକୁ ନୂଆ ଗତି ମିଳିଛି।  ଆଜି ବେଙ୍ଗଲୁରୁ ମେଟ୍ରୋ ୟେଲୋ ଲାଇନର ଶୁଭାରମ୍ଭ ହୋଇଛି । ମେଟ୍ରୋ ଫେଜ୍-୩ ର ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି। ଏହା ସହିତ ଦେଶର ଅଲଗା ଅଲଗା ଅଞ୍ଚଳ ପାଇଁ ୩ଟି ବନ୍ଦେ ଭାରତ ଏକ୍‌ସପ୍ରେସ୍ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି। ବେଙ୍ଗଳୁରୁରୁ ବେଚ୍ଛଗାବି ମଧ୍ୟରେ ବନ୍ଦେ ଭାରତର ସେବା ଆରମ୍ଭ ହୋଇଛି। ଏହା ଦ୍ୱାରା ବେଚ୍ଛଗାବିର ବାଣିଜ୍ୟ ବ୍ୟବସାୟ ଓ ପର୍ଯ୍ୟଟନ ବୃଦ୍ଧି ହେବ। ଏହା ସହିତ, ନାଗପୁରରୁ ପୁଣେ ଓ ଶ୍ରୀମାତା ବୈଷ୍ଣୋ ଦେବୀ କଟାରାରୁ ଅମୃତସର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଆରମ୍ଭ ହୋଇଛି। ଏହା ଦ୍ୱାରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉପକୃତ ହେବେ, ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ। ମୁଁ ଏହି ସବୁ ପ୍ରକଳ୍ପ ପାଇଁ, ବନ୍ଦେ ଭାରତ ଟ୍ରେନ ପାଇଁ ବେଙ୍ଗଲୁରୁ, କର୍ଣ୍ଣାଟକ ଓ ଦେଶବାସୀଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।  …  

 

ବନ୍ଧୁଗଣ,

ଅପରେସନ ସିନ୍ଦୂର ପରେ ଆଜି ପ୍ରଥମ ଥର ମୁଁ ବେଙ୍ଗଳୁରୁ ଆସିଛି। ଅପରେସନ ସିନ୍ଦୂରରେ ଭାରତୀୟ ସେନାର ସଫଳତା, ସୀମା ସେପଟେ କେତେ କେତେ କିଲୋମିଟର ଭିତରେ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିବାର ଶକ୍ତି ଓ ଆତଙ୍କବାଦୀଙ୍କୁ ରକ୍ଷା କରିବା ପାଇଁ ଓହ୍ଲାଇଥିବା ପାକିସ୍ତାନକୁ କିଛି ଘଣ୍ଟା ଭିତରେ ହିଁ ଆତ୍ମସମର୍ପଣ କରିବାର ସ୍ଥିତିକୁ ଆଣିବାର ଆମର ଶକ୍ତି ପୂରା ଦୁନିଆ ନୂତନ ଭାରତର ଏହି ସ୍ୱରୂପକୁ ଦେଖିଲା। ଅପରେସନ ସିନ୍ଦୂରର ଏହି ସଫଳତା ପଛରେ ବହୁତ ବଡ଼ କାରଣ ହେଲା ଆମର ଟେକ୍ନୋଲଜି ଓ ପ୍ରତିରକ୍ଷାରେ ମେକ୍ ଇନ୍ ଇଣ୍ଡିଆର ଶକ୍ତି । ଏବଂ ଏଥିରେ ବେଙ୍ଗଳୁରୁ ଓ କର୍ଣ୍ଣାଟକର ଯୁବପୀଢ଼ିର ବହୁତ ବଡ଼ ଯୋଗଦାନ ଅଛି। ମୁଁ ଏଥିପାଇଁ ମଧ୍ୟ ଆଜି ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ବିଶ୍ୱର ବଡ଼ ବଡ଼ ସହର ମଧ୍ୟରେ ଆଜି ବେଙ୍ଗଳୁରୁର ପରିଚୟ ଅଛି। ଆମକୁ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାର ଅଛି, କେବଳ ଏତିକି ନୁହେଁ, ନେତୃତ୍ୱ ବି ନେବାର ଅଛି। ଆମେ ସେତେବେଳେ ଆଗକୁ ବଢ଼ି ପାରିବା, ଯେତେବେଳେ ଆମର ସହର ସ୍ମାର୍ଟ ହେବ, ଦ୍ରୁତ ଗତିରେ ଆଗକୁ ବଢ଼ିବ, ଦକ୍ଷତାପୂର୍ଣ୍ଣ ହେବ। ଏଥିପାଇଁ ଆଜି ଅତ୍ୟାଧୁନିକ ଭିତ୍ତିଭୂମି ଲାଗି ପ୍ରକଳ୍ପ ପୂରା କରିବା ପାଇଁ ମୁଁ ଏତେ ଗୁରୁତ୍ୱ ଦେଉଛି। ଆଜି ଆର୍‌ଭି ରୋଡ୍‌ରୁ ବୋମ୍ମସନ୍ଦ୍ରା ପର୍ଯ୍ୟନ୍ତ ୟେଲୋ ଲାଇନ୍ ଆରମ୍ଭ ହୋଇଛି। ଏହା ବେଙ୍ଗଳୁରୁର ଅନେକ ମହତ୍ତ୍ୱପୂର୍ଣ୍ଣ ଅଞ୍ଚଳକୁ ପରସ୍ପର ସହିତ ସଂଯୋଗ କରିବ। ବସବନ-ଗୁଡ଼ିରୁ ଇଲେକଟ୍ରୋନିକ ସିଟି ଯାଏ, ଏହି ଯାତ୍ରାରେ ମଧ୍ୟ ଏବେ କମ୍ ସମୟ ଲାଗିବ। ଏହା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଇଜ୍ ଅଫ୍ ଲିଭିଂ ବଢ଼ିବ, ଇଜ୍ ଅଫ୍ ଓ୍ୱର୍କିଂ ବଢ଼ିବ।

ବନ୍ଧୁଗଣ

ଆଜି ୟେଲୋ ଲାଇନ୍‌ର ଲୋକାର୍ପଣ ସହିତ ଆମେ ଫେଜ୍ -୩ ଅର୍ଥାତ ଅରେଞ୍ଜ ଲାଇନ୍‌ର ମଧ୍ୟ ଶିଳାନ୍ୟାସ କରିଛୁ। ଯେତେବେଳେ ଏହି ଲାଇନ୍ ଆରମ୍ଭ ହେବ, ସେତେବେଳେ ଏହା ୟେଲୋ ଲାଇନ୍ ସହିତ ମିଶି ପ୍ରତିଦିନ ୨୫ ଲକ୍ଷ ଯାତ୍ରୀଙ୍କୁ ନେବା ଆଣିବା କରିବ, ୨୫ ଲକ୍ଷ ଯାତ୍ରୀଙ୍କୁ। ଏହା ବେଙ୍ଗଳୁରୁର ପରିବହନ ବ୍ୟବସ୍ଥାକୁ ଏକ ନୂଆ ଶକ୍ତି ପ୍ରଦାନ କରିବ, ଏକ ନୂଆ ଶିଖର ପ୍ରଦାନ କରିବ।

 

ବନ୍ଧୁଗଣ,

ବେଙ୍ଗଳୁରୁ ମେଟ୍ରୋ ଦେଶର ସାର୍ବଜନୀନ ଭିତ୍ତିଭୂମି ବିକାଶକୁ ଏକ ନୂଆ ମଡେଲ ମଧ୍ୟ ପ୍ରଦାନ କରିଛି। ବେଙ୍ଗଳୁରୁ ମେଟ୍ରୋର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ପାଇଁ ଇନଫୋସିସ୍ ଫାଉଣ୍ଡେସନ, ବାୟୋକନ ଓ ଡେଲ୍‌ଟା ଇଲେକ୍‌ଟ୍ରୋନିକ୍ସ ପରି କମ୍ପାନୀ ପାର୍ଟ ଫଣ୍ଡିଂ କରିଛନ୍ତି। ସିଏସ୍‌ଆର୍ ର ଉପଯୋଗର ଏହି ମଡେଲ ହେଉଛି ଏକ ବହୁତ ବଡ଼ ପ୍ରେରଣା। ମୁଁ ଏହି ଅଭିନବ ପ୍ରୟାସ ପାଇଁ କର୍ପୋରେଟ ସେକ୍ଟରକୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି। 

ବନ୍ଧୁଗଣ,

ଆଜି ଭାରତ ହେଉଛି ସବୁଠୁ ଅଧିକ ଅଭିବୃଦ୍ଧି ହାର ହାସଲ କରୁଥିବା ବିଶ୍ୱର ପ୍ରମୁଖ ଅର୍ଥନୀତି। ଗତ ୧୧ ବର୍ଷରେ ଆମର ଅର୍ଥନୀତି ଦଶମ ସ୍ଥାନରୁ ଶୀର୍ଷ ୫ ମଧ୍ୟରେ ପହଞ୍ଚି ଗଲାଣି। ଶୀର୍ଷ-୩ ଅର୍ଥନୀତିରେ ପହଞ୍ଚିବାକୁ ଆମେ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛୁ। ଏହି ଗତି ଆମକୁ କେମିତି ମିଳିଛି ? ଏହି ଗତି ଆମକୁ ମିଳିଛି ରିଫର୍ମ (ସଂସ୍କାର)-ପରଫର୍ମ(ପ୍ରଦର୍ଶନ)-ଟ୍ରାନ୍ସଫର୍ମ(ପରିବର୍ତ୍ତନ)ର ମନୋଭାବରୁ । ଏହି ଗତି ମିଳିଛି ସ୍ୱଚ୍ଛ ମନୋଭାବରୁ ଓ ସଚ୍ଚୋଟ ପ୍ରଚେଷ୍ଟାରୁ। ଆପଣ ମନେ ପକାନ୍ତୁ, ୨୦୧୪ରେ ମାତ୍ର ୫ଟି ସହରରେ ମେଟ୍ରୋ ସୀମିତ ଥିଲା, ମାତ୍ର ୫ଟି ସହରରେ। ଏବେ ୨୪ଟି ସହରରେ ହଜାରେ କିଲୋମିଟରରୁ ଅଧିକ ମେଟ୍ରୋ ନେଟଓ୍ୱର୍କ ଅଛି। ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ନେଟଓ୍ୱର୍କର ଦେଶ ହୋଇଯାଇଛି। ୨୦୧୪ ଆଗରୁ ପ୍ରାୟ ୨୦ ହଜାର କିଲୋମିଟରର ରେଳରୁଟ୍ ବିଦ୍ୟୁତକରଣ ହୋଇଥିଲା, ଅର୍ଥାତ ଦେଶ ସ୍ୱାଧୀନତା ପାଇବାଠାରୁ ୨୦୧୪ ଯାଏ ୨୦ ହଜାର କିଲୋମିଟର ରେଳ ରୁଟ୍ ବିଦ୍ୟୁତକରଣ ହୋଇଥିଲା। ଆମେ ଗତ ୧୧ ବର୍ଷରେ ହିଁ ୪୦ କିଲୋମିଟରରୁ ଅଧିକ ରେଳରୁଟକୁ ବୈଦ୍ୟୁତିକୀକରଣ କରିଛୁ।  

ବନ୍ଧୁଗଣ,

ଜଳ,ସ୍ଥଳ, ଆକାଶ କିଛି ବି ଛାଡ଼ିନୁ। ବନ୍ଧୁଗଣ, କେବଳ ମାଟିରେ ନୁହେଁ, ଦେଶର ସଫଳତାର ବାନା ଆକାଶରେ ମଧ୍ୟ ଫର ଫର ହୋଇ ଉଡୁଛି। ୨୦୧୪ ଯାଏ ଭାରତରେ କେବଳ ୭୪ଟି ଏୟାରପୋର୍ଟ ଥିଲା। ବର୍ତ୍ତମାନ ଏହାର ସଂଖ୍ୟା ବଢ଼ି ୧୬୦ରୁ ଅଧିକ ହୋଇଛି। ଆକାଶର ସିଦ୍ଧି, ସ୍ଥଳଭାଗର ସିଦ୍ଧି ଓ ଜଳର ମୋଟର ଓ୍ୱେଜ୍ ର ପରିସଂଖ୍ୟାନ ମଧ୍ୟ ସେମିତି ବହୁତ ବଢ଼ିଆ। ୨୦୧୪ ରେ ମାତ୍ର ୩ଟି ଜାତୀୟ ମୋଟର ଓ୍ୱେଜ କାର୍ଯ୍ୟକ୍ଷମ ଥିଲା । ବର୍ତ୍ତମାନ ଏହାର ସଂଖ୍ୟା ବୃଦ୍ଧି ପାଇ ୩୦ରେ ପହଞ୍ଚିଲାଣି। 

 

ବନ୍ଧୁଗଣ,

ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଦେଶ ଏକ ବହୁତ ବଡ଼ ଡିଆଁ ମାରିଛି। ୨୦୧୪ ଯାଏ ଆମ ଦେଶରେ ମାତ୍ର ୭ଟି ଏମ୍‌ସ ଓ ୩୮୭ଟି ମେଡିକାଲ କଲେଜ ଥିଲା। ଏବେ ୨୨ଟି ଏମ୍‌ସ ଓ ୭୦୪ଟି ମେଡିକାଲ କଲେଜ ଲୋକଙ୍କ ସେବା କରୁଛନ୍ତି। ଗତ ୧୧ ବର୍ଷରେ ଦେଶରେ ୧ ଲକ୍ଷରୁ ଅଧିକ ମେଡିକାଲ ସିଟ୍ ଯୋଡ଼ି ହୋଇଛି। ଆପଣ କଳ୍ପନା କରନ୍ତୁ, ଏହା ଦ୍ୱାରା ଆମର ମଧ୍ୟବିତ୍ତ ଲୋକଙ୍କୁ କେତେ ଫାଇଦା ମିଳିବ। ଏହି ୧୧ ବର୍ଷରେ ଆଇଆଇଟି ସଂଖ୍ୟା ୧୬ରୁ ବୃଦ୍ଧି ହୋଇ ୨୩ରେ ପହଞ୍ଚିଛି, ଆଇଆଇଆଇଟି ସଂଖ୍ୟା ୯ରୁ ବଢ଼ି ୨୫ରେ ପହଞ୍ଚିଛି ଓ ଆଇଆଇଏମ୍ ସଂଖ୍ୟା ୧୩ରୁ ବୃଦ୍ଧି ପାଇ ୨୧ରେ ପହଞ୍ଚିଛି। ଅର୍ଥାତ ଆଜି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ଅଧିକରୁ ଅଧିକ ସୁଯୋଗ ମିଳୁଛି।  

ବନ୍ଧୁଗଣ,

ଆଜି ଦେଶ ଯେଉଁ ଗତିରେ ଆଗକୁ ବଢୁଛି, ସେହି ଗତିରେ ଗରିବ ଓ ବଞ୍ଚିତ ଲୋକଙ୍କ ଜୀବନ ମଧ୍ୟ ବଦଳୁଛି। ଆମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ କୋଟିରୁ ଅଧିକ ପକ୍କା ଘର ଦେଇଛୁ। ଏବେ ଆମର ସରକାର ଆହୁରି ୩ କୋଟି ଘର ନିର୍ମାଣ କରିବାକୁ ଯାଉଛି। ଆମେ କେବଳ ୧୧ ବର୍ଷରେ ୧୨ କୋଟିରୁ ଅଧିକ ପାଇଖାନା ନିର୍ମାଣ କରିଛୁ। ଏହା ଦ୍ୱାରା ଦେଶର କୋଟି କୋଟି ମାଆ ଭଉଣୀଙ୍କୁ ଗରିମା, ସ୍ୱଚ୍ଛତା ଓ ସୁରକ୍ଷାର ଅଧିକାର ମିଳିଛି।  

ବନ୍ଧୁଗଣ,

ଦେଶ ଆଜି ଯେଉଁ ଗତିରେ ବିକାଶ କରୁଛି, ଏହା ପଛରେ ଆମର ଆର୍ଥିକ ଅଭିବୃଦ୍ଧି ହେଉଛି ଏକ ବହୁତ ବଡ଼ କାରଣ। ଆପଣ ଦେଖନ୍ତୁ, ୨୦୧୪ ପୂର୍ବରୁ ଭାରତର ସର୍ବମୋଟ ରପ୍ତାନୀ ୪୬୮ ବିଲିୟନ ଡଲାର ଥିଲା। ଏହା ବର୍ତ୍ତମାନ ୮୨୪ ବିଲିୟନ ଡଲାର ହେଲାଣି। ଆଗରୁ ଆମେ ମୋବାଇଲ ଆମଦାନୀ କରୁଥିଲୁ, ବର୍ତ୍ତମାନ ଆମେ ମୋବାଇଲ ହ୍ୟାଣ୍ଡସେଟ୍ ରପ୍ତାନୀ କରିବାର ଶୀର୍ଷ ୫ଟି ଦେଶ ମଧ୍ୟରେ ରହିଛୁ। ଏଥିରେ ବେଙ୍ଗଳୁରୁର ବହୁତ ବଡ଼ ହାତ ଅଛି। ୨୦୧୪ ଆଗରୁ ଆମର ଇଲେକଟ୍ରୋନିକ୍ସ ରପ୍ତାନୀ ପ୍ରାୟ ୬ ବିଲିୟନ ଡଲାର ଥିଲା। ଏହା ବର୍ତ୍ତମାନ ପ୍ରାୟ ୩୮ ବିଲିୟନ ଡଲାରରେ ପହଞ୍ଚିଲାଣି।

 

ବନ୍ଧୁଗଣ,

୧୧ ବର୍ଷ ଆଗରୁ ଭାରତର ଅଟୋ ମୋବାଇଲ ରପ୍ତାନୀ ପ୍ରାୟ ୧୬ ବିଲିୟନ ଡଲାର ଥିଲା। ଆଜି ଏହା ଦୁଇ ଗୁଣରୁ ଅଧିକ ହୋଇଗଲାଣି। ଏବଂ ଭାରତ ଅଟୋମୋବାଇଲର ଚତୁର୍ଥ ସବୁଠୁ ବଡ଼ ରପ୍ତାନୀକାରୀ ଦେଶ ହୋଇଗଲାଣି। ଏହି ସଫଳତା ଆତ୍ମନିର୍ଭର ଭାରତର ଆମ ସଂକଳ୍ପକୁ ଶକ୍ତି ପ୍ରଦାନ କରିଥାଏ। ଆମେ ମିଳିମିଶି ଆଗକୁ ବଢ଼ିବା ଓ ଦେଶକୁ ବିକଶିତ କରିବା।

 

ବନ୍ଧୁଗଣ,

ବିକଶିତ ଭାରତ, ନୂତନ ଭାରତର ଏହି ଯାତ୍ରା, ଡିଜିଟାଲ ଇଣ୍ଡିଆ ସହିତ ପାଦରେ ପାଦ ମିଶାଇ ସଂପୂର୍ଣ୍ଣ ହେବ। ଆଜି ଆମେ ଦେଖୁଛୁ, ଭାରତ ଏଆଇ ମିଶନ ପରି ଯୋଜନାରେ ଭାରତ ବିଶ୍ୱର ଏଆଇ ନେୃତୃତ୍ୱ ଦିଗରେ ଆଗକୁ ବଢୁଛି। ସେମିକଣ୍ଡକ୍ଟର ମିଶନ ମଧ୍ୟ ଏବେ ଗତି ଧରିଲାଣି। ଭାରତକୁ ଖୁବ ଶୀଘ୍ର ମେକ୍ ଇନ୍ ଇଣ୍ଡିଆ ଚିପ୍ ମିଳିବାକୁ ଯାଉଛି। ଆଜି ଭାରତ କମ୍ ଖର୍ଚ୍ଚ-ଉଚ୍ଚ ଟେକ୍ ମହାକାଶ ଗବେଷଣାର ବିଶ୍ୱସ୍ତରୀୟ ଉଦାହରଣ ହୋଇଗଲାଣି। ଅର୍ଥାତ ଭବିଷ୍ୟତର ଟେକ୍ନୋଲଜି ସଂପର୍କିତ ଯାହା ବି ସମ୍ଭାବନା ଅଛି, ସେହି ସବୁ କ୍ଷେତ୍ରରେ ଭାରତ ଆଗରୁ ବଢୁଛି। ଏବଂ ଭାରତରଏହି ପ୍ରଗତିର ସବୁଠୁ ବଡ଼ କଥା ହେଲା ଗରିବଙ୍କ ସଶକ୍ତିକରଣ। ଆପଣ ଦେଖନ୍ତୁ, ଆଜି ଦେଶରେ ଡିଜିଟାଇଜେସନ ଗାଁ ଗାଁରେ ପହଞ୍ଚି ଗଲାଣି। ୟୁପିଆଇ ଜରିଆରେ ବିଶ୍ୱର ୫୦ ପ୍ରତିଶତରୁ ଅଧିକ ରିୟଲ୍ ଟାଇମ୍ କାରବାର ଭାରତରେ ହେଉଛି, ଦୁନିଆର ୫୦ ପ୍ରତିଶତ। ଟେକ୍ନୋଲଜିର ସାହାଯ୍ୟରେ ଆମେ ସରକାର ଓ ନାଗରିକଙ୍କ ମଧ୍ୟରେ ଦୂରତା ହ୍ରାସ କରିଛୁ। ଆଜି ଦେଶରେ ୨୨୦୦ରୁ ଅଧିକ ସରକାରୀ ସେବା ମୋବାଇଲରେ ମିଳୁଛି। ଉମଙ୍ଗ ଆପ୍‌ ରେ ସାଧାରଣ ନାଗରିକ ଘରେ ବସି ସରକାରୀ କାମ କରିପାରୁଛି। ଡିଜି ଲକର୍ ଜରିଆରେ ସରକାରୀ ପ୍ରମାଣପତ୍ରର ଜଞ୍ଜାଳ ଶେଷ ହୋଇଛି। ଏବେ ଆମେ ଏଆଇ ଶକ୍ତିସମ୍ପନ୍ନ ବିପଦ ଚିହ୍ନଟ ପରି ଟେକ୍ନୋଲଜିରେ ମଧ୍ୟ ନିବେଶ କରୁଛୁ। ଆମର ପ୍ରଚେଷ୍ଟା ହେଲା, ଦେଶର ଡିଜିଟାଲ ବିପ୍ଲବର ଫାଇଦା ସମାଜର ସବୁଠୁ ଗରିବ, ବଞ୍ଚିତ ଲୋକଙ୍କୁ ମିଳୁ। ଏବଂ ଏହି ପ୍ରଚେଷ୍ଟାରେ ବେଙ୍ଗଳୁରୁ ସକ୍ରିୟ ଭାବେ କାମ କରୁଛି।

ବନ୍ଧୁଗଣ,

ବର୍ତ୍ତମାନ ସଫଳତା ମଧ୍ୟରେ ଆମର ଆଗାମୀ ବଡ଼ ପ୍ରାଥମିକତା ଦେବା ଦରକାର-ଟେକ୍ ଆତ୍ମନିର୍ଭର ଭାରତ ! ଭାରତୀୟ ଟେକ୍ କମ୍ପାନୀଗୁଡ଼ିକ ସାରା ବିଶ୍ୱରେ ନିଜର ଛାପ ଛାଡ଼ିଛନ୍ତି। ଆମେ ପୂରା ବିଶ୍ୱ ପାଇଁ ସଫ୍‌ଟଓ୍ୱେର ଓ ପ୍ରଡକ୍ଟ ତିଆରି କରୁଛୁ। ଏବେ ସମୟ ଆସିଲାଣି, ଆମେ ଭାରତର ଆବଶ୍ୟକତାକୁ ଅଧିକ ପ୍ରାଥମିକତା ଦେବା। ଆମକୁ ନୂଆ ଉତ୍ପାଦ ବିକଶିତ କରିବାରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ପଡ଼ିବ। ଆଜି ପ୍ରତ୍ୟେକ କ୍ଷେତ୍ରରେ ସପ୍‌ଟଓ୍ୱେର ଓ ଆପ୍ ବ୍ୟବହାର ହେଉଛି। ଏଥିରେ ଭାରତ ନୂଆ ଶିଖରରେ ପହଞ୍ଚୁ, ଏହା ବହୁତ ଜରୁରୀ। ଆଗକୁ ଯେଉଁ ସବୁ ନୂଆ ନୂଆ କ୍ଷେତ୍ରରେ ବିକାଶ ହେବାର ଅଛି, ସେଥିରେ ମଧ୍ୟ ଆମେ କେମିତି ଆଗରେ ରହିବା, ସେଥିପାଇଁ କାମ କରିବାକୁ ପଡ଼ିବ।  ଆମକୁ ମେକ୍ ଇନ୍ ଇଣ୍ଡିଆରେ, ମ୍ୟାନୁଫ୍ୟାକଚରିଂ ସେକ୍ଟରରେ ବେଙ୍ଗଳୁରୁ ଓ କର୍ଣ୍ଣାଟକର ଯୋଗଦାନକୁ ଆହୁରି ବଢ଼ାଇବାକୁ ପଡ଼ିବ। ଏବଂ ମୋର ଇଚ୍ଛା ହେଲା ଆମର ଉତ୍ପାଦ ଶୂନ୍ୟ ତ୍ରୁଟି, ଶୂନ୍ୟ ପ୍ରଭାବର ମାନ ସହିତ ଉତ୍ତମ ଗୁଣବତ୍ତାର ହେବା ଉଚିତ। ଅର୍ଥାତ ବିନା କୌଣସି ତ୍ରୁଟିର ଉତ୍ପାଦ ହେବ ଏବଂ ସେସବୁ ନିର୍ମାଣରେ ପରିବେଶ ଉପରେ ନକରାତ୍ମକ ପ୍ରଭାବ ମଧ୍ୟ ନ ପଡୁ। ମୋର ଇଚ୍ଛା ହେଲା, କର୍ଣ୍ଣାଟକର ପ୍ରତିଭା ଆତ୍ମନିର୍ଭର ଭାରତର ଏହି ଲକ୍ଷ୍ୟର ନେତୃତ୍ୱ ନେଉ। 

ବନ୍ଧୁଗଣ,

କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର, ଆମେ ସମସ୍ତେ ଜନତାଙ୍କ ସେବା ପାଇଁ ଅଛୁ । ଆମେ ଦେଶବାସୀଙ୍କ ଉନ୍ନତି ପାଇଁ ଏକାଠି ହୋଇ କାମ କରିବାକୁ ପଡ଼ିବ। ଏହି ଦିଗରେ ସବୁଟାରୁ ବଡ଼ ଦାୟିତ୍ୱ ହେଲା ନୂଆ ସଂସ୍କାର । ଗତ ଏକ ଦଶନ୍ଧିରେ ଆମେ ଲଗାତର ଭାବେ ଅନେକ ସଂସ୍କାରକୁ ଆଗକୁ ନେଇଛୁ। ଉଦାହରଣସ୍ୱରୂପ- ଭାରତ ସରକାର ଅନେକ ଆଇନକୁ ଅପରାଧମୁକ୍ତ କରିବା ପାଇଁ ଜନ-ବିଶ୍ୱାସ ବିଲ୍ ଅନୁମୋଦନ କରାଇଛନ୍ତି। ଏବଂ ଏବେ ତାର ଜନ ବିଶ୍ୱାସ ୨.୦ ମଧ୍ୟ ପାରିତ କରାଇବାକୁ ଯାଉଛୁ। ରାଜ୍ୟ ସରକାର ମଧ୍ୟ ଏପରି ଆଇନକୁ ଚିହ୍ନଟ କରିପାରବେ, ଯେଉଁଥିରେ ଅନାବଶ୍ୟକ ଭାବେ ଅପରାଧ ପ୍ରାବଧାନ ଅଛି। ସେସବକୁ ବନ୍ଦ କରିବାକୁ କରିବାକୁ ପଡ଼ିବ। ଆମେ ମିଶନ କର୍ମଯୋଗୀ ଚଳାଇଛୁ, ଯାହା ଦ୍ୱାରା ସରକାରୀ କର୍ମଚାରୀଙ୍କୁ ଦକ୍ଷତା ଆଧାରିତ ପ୍ରଶିକ୍ଷଣ ଦିଆଯାଇପାରିବ। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ନିଜ ଅଧିକାରୀଙ୍କ ପାଇଁ ଏହି ଶିକ୍ଷଣ ଫ୍ରେମଓ୍ୱର୍କ ଆପଣେଇ ପାରନ୍ତି। ଆମେ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଓ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଉପରେ ବହୁତ ଗୁରୁତ୍ୱ ଦେଇଛୁ। ରାଜ୍ୟଗୁଡ଼ିକ ମଧ୍ୟ ନିଜେ ଏପରି କ୍ଷେତ୍ରର ଚିହ୍ନଟ କରନ୍ତୁ ଯାହା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଅଛି।  ରାଜ୍ୟ ସରକାରଙ୍କ ସ୍ତରରେ ମଧ୍ୟ ଆମକୁ ଲଗାତର ଭାବେ ନୂଆ ସଂସ୍କାର କରିବାକୁ ପଡ଼ିବ। ମୋର ବିଶ୍ୱାସ ଅଛି, ଆମର ଏହି ମିଳିତ ପ୍ରୟାସ କର୍ଣ୍ଣାଟକକୁ ବିକାଶର ନୂଆ ଶିଖରକୁ  ନେଇଯିବ। ଆମେ ଏକାଠି ହୋଇ ବିକଶିତ ଭାରତର ସଂକଳ୍ପକୁ ସଂପୂର୍ଣ୍ଣ କରିବା। ଏହି ଭାବନା ସହିତ ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Vajpayee to Modi: India’s growing influence at the G-7 Summit

Media Coverage

From Vajpayee to Modi: India’s growing influence at the G-7 Summit
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights youth-led development and India's thriving innovation ecosystem
June 13, 2026
PM emphasizes the remarkable contributions of Yuva Shakti across diverse sectors and their growing impact on the global stage

Prime Minister Shri Narendra Modi today stated that the Government is strongly working towards youth-led development. He noted that one of the defining features of the last 12 years has been the confidence with which India’s youth have pursued their aspirations.

Shri Modi highlighted that through initiatives such as Startup India, Digital India, Skill India, and Atal Innovation Mission, an ecosystem has emerged that encourages innovation, entrepreneurship, and enterprise. The Prime Minister pointed out that today, India is among the world’s leading StartUp destinations and many of these success stories are being scripted by our Yuva Shakti, and that too from smaller towns and villages.

The Prime Minister observed that India’s youth are making their mark across various sectors, from science and technology to manufacturing, space, semiconductors, and drones. He expressed that it is heartening to see young Indians contributing to areas that will shape the future of the nation and the world.
Shri Modi emphasized that our youth have also brought immense glory to the nation in the field of sports, consistently enhancing national pride in numerous international competitions. He further stated that a stronger sporting ecosystem, better infrastructure, and greater support for athletes are creating new opportunities for young talent and encouraging them to pursue sports.

In a series of posts on X, the Prime Minister shared:

"The NDA Government is one that is strongly working towards youth-led development. One of the defining features of the last 12 years has been the confidence with which India’s youth have pursued their aspirations.

Through initiatives such as Startup India, Digital India, Skill India and Atal Innovation Mission, an ecosystem has emerged that encourages innovation, entrepreneurship and enterprise.

Today, India is among the world’s leading StartUp destinations and many of these success stories are being scripted by our Yuva Shakti and that too from smaller towns and villages.

#12YearsOfYuvaShakti”

“India’s youth are making their mark across various sectors, from science and technology to manufacturing, space, semiconductors and drones. It is heartening to see young Indians contributing to areas that will shape the future of our nation and the world.

Our youth have also brought immense glory to the nation in the field of sports. In numerous international competitions, young Indian athletes have consistently enhanced national pride.
At the same time, a stronger sporting ecosystem, better infrastructure and greater support for athletes are creating new opportunities for young talent and encouraging them to pursue sports.

#12YearsOfYuvaShakti"