ସ୍ମାରକୀ ଡାକ ଟିକେଟ ଏବଂ ମୁଦ୍ରା ଉନ୍ମୋଚନ କଲେ
କମ୍ପେଡିୟଅମ୍‌ ଅଫ୍‌ ଇଣ୍ଡିଆନ୍‌ ମିଲେଟ୍ସ (ଶ୍ରୀ ଅନ୍ନ) ଷ୍ଟାର୍ଟଅପ୍‌ ଓ ମିଲେଟ୍‌ (ଶ୍ରୀଅନ୍ନ) ମାନକ ପୁସ୍ତକକୁ ଡିଜିଟାଲ ମାଧ୍ୟମରେ କଲେ ଉନ୍ମୋଚନ
ଆଇସିଏଆର ଭାରତୀୟ ମିଲେଟ୍ସ ଗବେଷଣା ପ୍ରତିଷ୍ଠାନକୁ ଏକ ବିଶ୍ୱ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କଲେ ଶ୍ରୀ ମୋଦୀ
‘‘ବୈଶ୍ୱିକ ମିଲେଟ୍ସ ସମ୍ମିଳନୀ ହେଉଛି ବିଶ୍ୱ କଲ୍ୟାଣ ଦିଗରେ ଭାରତର ଉତ୍ତରଦାୟିତ୍ୱର ଏକ ପ୍ରତୀକ’’
‘‘ଶ୍ରୀ ଅନ୍ନ ଭାରତରେ ସାମଗ୍ରିକ ବିକାଶର ଏକ ମାଧ୍ୟମ ପାଲଟିଛି। ଏହା ଗାଁ ଓ ଗରିବଙ୍କ ସହ ଜଡ଼ିତ’’
‘‘ଘରୋଇ ବ୍ୟବହାର ପାଇଁ ମାସିକ ମିଲେଟ୍‌ସର ଉପଯୋଗ ୩ କିଲୋଗ୍ରାମରୁ ୧୪ରୁ କିଲୋଗ୍ରାମକୁ ବୃଦ୍ଧି ପାଇଛି’’
‘‘ଭାରତର ମିଲେଟ୍‌ ମିଶନ ଦେଶର ୨.୫ କୋଟି ମିଲେଟ୍‌ ଉତ୍ପାଦନକାରୀ ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ’’
‘‘ଭାରତ ସବୁବେଳେ ବିଶ୍ୱ ପ୍ରତି ରହିଥିବା ଉତ୍ତରଦାୟିତ୍ୱ ଏବଂ ମାନବ ସମାଜର ସେବା ପାଇଁ ସଂକଳ୍ପକୁ ପ୍ରାଥମିକତା ଦେଇଛି’’
‘‘ଆମର ଖାଦ୍ୟ ସୁରକ୍ଷା ଏବଂ ଖାଦ୍ୟ ଅଭ୍ୟାସକୁ ନେଇ ସମସ୍ୟା ରହିଛି, ଶ୍ରୀ ଅନ୍ନ ଏଥିପାଇଁ ସମାଧାନ ଯୋଗାଇ ଦେବ’’
‘‘ଭାରତ ନିଜ ଐତିହ୍ୟରୁ ପ୍ରେରଣା ଲାଭ କରିଥାଏ, ସମାଜରେ ପରିବର୍ତ୍ତନ ଆଣିଥାଏ ଏବଂ ଏହାକୁ ବିଶ୍ୱ କଲ୍ୟାଣର ମଞ୍ଚରେ ଉପସ୍ଥାପନ କରିଥାଏ’’
‘‘ମିଲେଟ୍ସଗୁଡ଼ିକ ନିଜ ସହିତ ଅସୀମିତ ସମ୍ଭାବନା ନେଇ ଆସିଛନ୍ତି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସା ସ୍ଥିତ ଆଇଏଆରଆଇ କ୍ୟାମ୍ପସର ଏନଏଏସସି କମ୍ପ୍ଲେକ୍ସ ସୁବ୍ରମଣ୍ୟମ ହଲଠାରେ ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀଅନ୍ନ) ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ମିଲେଟ୍ସ (ଶ୍ରୀଅନ୍ନ) ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଧିକ ଅଧିବେଶନମାନ ଆୟୋଜନ କରାଯିବ । ଚାଷୀ, ଗ୍ରାହକ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ସୃଷ୍ଟି କରିବା ଓ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବା; ଶ୍ରୀ ଅନ୍ନ ମୂଲ୍ୟଶୃଙ୍ଖଳର ବିକାଶ; ଶ୍ରୀ ଅନ୍ନର ସ୍ୱାସ୍ଥ୍ୟ ଓ ପୋଷଣ ଦିଗ; ବଜାର ସୁବିଧା; ଗବେଷଣା ଓ ବିକାଶ ଆଦି ବିଷୟବସ୍ତୁ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯିବ ।

କାର୍ଯ୍ୟକ୍ରମ ପରିସରରେ ଆୟୋଜନ କରାଯାଇଥିବା ପ୍ରଦର୍ଶନୀ ତଥା କ୍ରେତାବିକ୍ରେତା ସାକ୍ଷାତ ପାଭିଲିୟନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ। ସେ ଏହି ଅବସରରେ ସ୍ମାରକୀ ଡାକ ଟିକେଟ ଓ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଡିଜିଟାଲ ରୂପରେ ଭାରତୀୟ ମିଲେଟ (ଶ୍ରୀ ଅନ୍ନ)ର କମ୍ପେଡିୟମ ଷ୍ଟାର୍ଟଅପ୍ସ ଏବଂ ମିଲେଟ୍‌ (ଶ୍ରୀ ଅନ୍ନ) ମାନକ ଉପରେ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ବହୁ ଅନ୍ତର୍ଜାତୀୟ ନେତୃବର୍ଗ ସେମାନଙ୍କର ବାର୍ତ୍ତା ପ୍ରଦାନ କରିଥିଲେ। ଇଥିଓପିଆର ରାଷ୍ଟ୍ରପତି ମହାମହିମ ସେଲ-ୱର୍କ ଜେୱଦେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଲୋକମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ମିଲେଟ୍ସ ଏକ ଶସ୍ତା ଓ ପୋଷକ ବିକଳ୍ପ ଯୋଗାଇ ଦେଇଥାଏ। ଉପ-ସାହାରା ଆଫ୍ରିକାରେ ଇଥିଓପିଆ ଏକ ପ୍ରମୁଖ ମିଲେଟ୍ସ ଉତ୍ପାଦନକାରୀ ରାଷ୍ଟ୍ର । ମିଲେଟ୍ସର ପ୍ରଚାର ପାଇଁ ଆବଶ୍ୟକ ନୀତିଗତ ଧ୍ୟାନ ଆକର୍ଷଣ ଏବଂ ନିଜର ଇକୋସିଷ୍ଟମ ଅନୁଯାୟୀ ଫସଲର ସ୍ଥାୟିତ୍ୱ ଅନୁଧ୍ୟାନ ନିମନ୍ତେ କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯିବାର ଉପଯୋଗିତା ଉପରେ ସେ ଆଲୋକପାତ କରିଥିଲେ।

ଗୟାନାର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ଇରଫାନ ଅଲ୍ଲୀ କହିଥିଲେ ଯେ, ମିଲେଟ୍ସର ପ୍ରଚାର ନିମନ୍ତେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେଉଛି ଏବଂ ଅବଶିଷ୍ଟ ବିଶ୍ୱର ବ୍ୟବହାର ପାଇଁ ନିଜର ବିଶେଷଜ୍ଞତାକୁ ଯୋଗାଇ ଦେଇଛି । ସେ କହିଥିଲେ ଯେ, ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷର ସଫଳତା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ବିଶେଷ ସହାୟକ ହୋଇପାରିବ । ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ମିଲେଟ୍ସକୁ ଏକ ପ୍ରମୁଖ କାରକ ଭାବେ ଗୟାନା ଗ୍ରହଣ କରିଥିବା ସେ ସୂଚନା ଦେଇଥିଲେ । ମିଲେଟ୍ସ ଉତ୍ପାଦନ ପାଇଁ ଗୟାନା ଓ ଭାରତ ମଧ୍ୟରେ ସହଭାଗିତା ପ୍ରତିଷ୍ଠା ହୋଇଛି । ଗୟାନାରେ କେବଳ ୨୦୦ ଏକର ଜମିରେ ମିଲେଟ୍ସ ଚାଷ କରାଯିବ ଏବଂ ଏଥିପାଇଁ ଭାରତ ପ୍ରଯୁକ୍ତି ସହାୟତାରେ ବୈଷୟିକ ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଦେବ।

ସମାରୋହକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଥମେ ବୈଶ୍ୱିକ ମିଲେଟ୍ସ ସମ୍ମିଳନୀ ଆୟୋଜନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ କେବଳ ବିଶ୍ୱ କଲ୍ୟାଣ ଲାଗି ଜରୁରି ନୁହେଁ ବରଂ ଏହା ଜଗତ କଲ୍ୟାଣ ପାଇଁ ଭାରତର ଉତ୍ତରଦାୟିତ୍ୱକୁ ମଧ୍ୟ ପ୍ରଦର୍ଶିତ କରିଥାଏ। ଏକ ସଂକଳ୍ପକୁ ବାଞ୍ଛିତ ପରିଣାମରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଭାରତର ନିରନ୍ତର ପ୍ରୟାସ ଯୋଗୁ ମିଳିତ ଜାତିସଂଘ ପକ୍ଷରୁ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ପାଳନ କରୁଥିବା ସମୟରେ ଏହି ଦିଗରେ ଭାରତର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମିଲେଟ୍ସ ଚାଷ, ମିଲେଟ୍ସ ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ ଲାଭ ଏବଂ ଚାଷୀଙ୍କ ଆୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ସମ୍ମିଳନୀର ଅଧିବେଶନଗୁଡ଼ିକରେ ବ୍ୟାପକ ବିଚାରବିମର୍ଶ କରାଯିବ । ଏଥିରେ ଗ୍ରାମ ପଞ୍ଚାୟତ, କୃଷି କେନ୍ଦ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ ଓ କୃଷି ବିଶ୍ୱବିଦ୍ୟାଳୟ ସହିତ ଭାରତୀୟ ଦୂତାବାସ ଓ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି । ସେ ଆହୁରି ସୂଚନା ଦେଇଥିଲେ ଯେ, ଆଜିର ଏହି କାର୍ଯ୍ୟକ୍ରମ ସହିତ ୭୫ ଲକ୍ଷରୁ ଅଧିକ ଚାଷୀ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେଉଛନ୍ତି । ସମ୍ମିଳନୀ ଅବସରରେ ସ୍ମାରକୀ ମୁଦ୍ରା ଓ ଡାକ ଟିକେଟ ଉନ୍ମୋଚନ, ମିଲେଟ୍ସ ମାନକ ଉପରେ ପୁସ୍ତକ ଉନ୍ମୋଚନ ଏବଂ ଆଇସିଏଆରର ଭାରତୀୟ ମିଲେଟ୍ସ ଗବେଷଣା ପ୍ରତିଷ୍ଠାନକୁ ଏକ ବିଶ୍ୱ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରାଯିବା ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ପରିସରରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିବା ଏବଂ ଗୋଟିଏ ଛାତ ତଳେ ମିଲେଟ୍ସ ଚାଷ ସଂକ୍ରାନ୍ତ ସବୁ ଦିଗକୁ ବୁଝିବା ନିମନ୍ତେ ପରାମର୍ଶ ଦେଇଥିଲେ। ମିଲେଟ୍‌ ସଂକ୍ରାନ୍ତ ଉଦ୍ୟୋଗ ଓ ଚାଷ ପାଇଁ ଷ୍ଟାର୍ଟଅପ୍ସ ନେଇ ଆସିଥିବାରୁ ଯୁବକମାନଙ୍କର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ‘‘ମିଲେଟ୍ସ ପ୍ରତି ଭାରତର ପ୍ରତିବଦ୍ଧତାର ଏହା ହେଉଛି ଏକ ପ୍ରମାଣ,’’ ସେ କହିଥିଲେ ।

ଭାରତର ମିଲେଟ୍ସ ବ୍ରାଣ୍ଡିଂ ବା ନାମକରଣ ସମ୍ପର୍କରେ ବିଦେଶୀ ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ଏବେ ମିଲେଟ୍ସକୁ ‘ଶ୍ରୀ ଅନ୍ନ’ ନାମ ଦେଇଛି । ସେ ଆହୁରି କହିଥିଲେ ଯେ ଶ୍ରୀ ଅନ୍ନ କେବଳ ଖାଦ୍ୟ କିମ୍ବା ଚାଷ ମଧ୍ୟରେ ସୀମିତ ହୋଇ ରହି ନାହିଁ । ଭାରତୀୟ ପରମ୍ପରା ସହିତ ପରିଚିତ ଲୋକମାନେ କିଛି ଜିନିଷ ପୂର୍ବରୁ ‘ଶ୍ରୀ’ ଉପସର୍ଗ ସହିତ ଖୁବ ଭଲ ଭାବେ ଜାଣିଥିବେ । ‘‘ଶ୍ରୀ ଅନ୍ନ ଭାରତରେ ସାମଗ୍ରିକ ବିକାଶର ଏକ ମାଧ୍ୟମ ପାଲଟୁଛି। ଏହା ଗାଁ ଓ ଗରିବଙ୍କ ସହ ଜଡ଼ିତ,’’ ପ୍ରଧାନମନ୍ତ୍ରୀ କହିଥିଲେ। ‘‘ଶ୍ରୀ ଅନ୍ନ – ଦେଶର କ୍ଷୁଦ୍ର ଚାଷୀଙ୍କ ପାଇଁ ସମୃଦ୍ଧିର ଏକ ଦ୍ୱାର, ଶ୍ରୀ ଅନ୍ନ – କୋଟି କୋଟି ଦେଶବାସୀଙ୍କ ପୁଷ୍ଟିସାଧନର ଆଧାର ସ୍ତମ୍ଭ, ଶ୍ରୀ ଅନ୍ନ – ଆଦିବାସୀ ସମୁଦାୟ ପ୍ରତି ସମ୍ମାନ, ଶ୍ରୀ ଅନ୍ନ – କମ ପାଣିରେ ଅଧିକ ଫସଲ ଅମଳ, ଶ୍ରୀ ଅନ୍ନ – ରାସାୟନିକ ମୁକ୍ତ ଚାଷ ପାଇଁ ଏକ ବଡ଼ ମୂଳଦୁଆ, ଶ୍ରୀ ଅନ୍ନ – ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଏକ ବଡ଼ ସହାୟତା,’’ ସେ ଆହୁରି କହିଥିଲେ।

ଶ୍ରୀ ଅନ୍ନକୁ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ କରିବା ଲାଗି ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ମିଲେଟ୍ସକୁ ୨୦୧୮ରେ ପୋଷକ ଶସ୍ୟ ଭାବେ ଘୋଷଣା କରାଯାଇଥିଲା ଏବଂ ଏହାର ଲାଭ ବିଷୟରେ ଚାଷୀଙ୍କୁ ଅବଗତ କରାଇବା ସହିତ ବଜାରରେ ଆଗ୍ରହ ବୃଦ୍ଧି ପାଇଁ ସବୁସ୍ତରରେ କାମ ଆରମ୍ଭ କରାଗଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ୧୨-୧୩ଟି ଭିନ୍ନ ଭିନ୍ନ ରାଜ୍ୟରେ ମୁଖ୍ୟତଃ ମିଲେଟ୍ସ ଚାଷ କରାଯାଇଥାଏ। ପୂର୍ବରୁ ମାସିକ ମୁଣ୍ଡ ପିଛା ମିଲେଟ୍ସ ସେବନ ହାର ୩ କିଲୋଗ୍ରାମରୁ ଅଧିକ ନଥିଲା। କିନ୍ତୁ ଆଜି ମୁଣ୍ଡପିଛା ମିଲେଟ୍ସ ଉପଯୋଗ ପରିମାଣ ୧୪ କିଲୋଗ୍ରାମକୁ ବୃଦ୍ଧି ପାଇଛି । ସେ ଆହୁରି କହିଥିଲେ ଯେ, ମିଲେଟରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବିକ୍ରି ମଧ୍ୟ ପ୍ରାୟ ୩୦% ବଢ଼ିଛି। ମିଲେଟ୍‌ ବ୍ୟଞ୍ଜନ ପ୍ରସ୍ତୁତିକୁ ନେଇ ସାମାଜିକ ଗଣମାଧ୍ୟମରେ ଚାନେଲ ଖୋଲିବା ସହିତ ମିଲେଟ୍‌ କାଫେ ଆରମ୍ଭ ହୋଇଛି । ‘ଏକ ଜିଲ୍ଲା, ଏକ ଉତ୍ପାଦ’ ଯୋଜନା ଅଧୀନରେ ଦେଶର ୧୯ଟି ଜିଲ୍ଲାରୁ ମିଲେଟ୍‌ମାନ ଚୟନ କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ଯେ ଭାରତରେ ପ୍ରାୟ ୨.୫ କୋଟି କ୍ଷୁଦ୍ର ଚାଷୀ ସିଧାସଳଖ ମିଲେଟ୍‌ ଉତ୍ପାଦନରେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ପାଖରେ ଅତି ଛୋଟ ଜମି ଥିଲେ ମଧ୍ୟ ସେମାନେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ‘‘ଭାରତର ମିଲେଟ୍‌ ମିଶନ – ଶ୍ରୀ ଅନ୍ନ ପାଇଁ ଅଭିଯାନ ଦେଶର ୨.୫ କୋଟି ମିଲେଟ୍‌ ଉତ୍ପାଦନକାରୀ ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ’’, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସରକାର ମିଲେଟ୍‌ ଚାଷ କରୁଥିବା ୨.୫ କୋଟି ଚାଷୀଙ୍କ ପ୍ରତି ଧ୍ୟାନ ଦେଉଛନ୍ତି। ପ୍ରକ୍ରିୟାକୃତ ଓ ପ୍ୟାକେଟ୍‌ ହୋଇଥିବା ଖାଦ୍ୟ ସାମଗ୍ରୀ ଜରିଆରେ ମିଲେଟ୍ ଏବେ ଦୋକାନ ବଜାରରେ ଉପଲବ୍ଧ ହେଉଛି । ଶ୍ରୀ ଅନ୍ନ ବଜାର ବଢ଼ିଲେ ଅଢ଼େଇ କୋଟି କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ପାଇବ ଏବଂ ଏହାଦ୍ୱାରା ଗ୍ରାମୀଣ ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଶ୍ରୀ ଅନ୍ନ କ୍ଷେତ୍ରରେ ୫୦୦ରୁ ଅଧିକ ଷ୍ଟାର୍ଟଅପ୍‌ କାର୍ଯ୍ୟ କରୁଛନ୍ତି ଏବଂ ବହୁ ସଂଖ୍ୟାରେ କୃଷକ ଉତ୍ପାଦକ ସଂଗଠନ ଗତ କିଛି ବର୍ଷ ମଧ୍ୟରେ ଏହି କ୍ଷେତ୍ରକୁ ଆସିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ ଏକ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳ ବିକଶିତ କରାଯାଉଛି ଯେଉଁଠି ଛୋଟ ଛୋଟ ଗାଁରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମିଲେଟ୍‌ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ଏବଂ ଏହି ସବୁ ଉତ୍ପାଦ ମଲ୍‌ ଠାରୁ ଆରମ୍ଭ କରି ସୁପରମାର୍କେଟରେ ବିକ୍ରି ହେଉଛି ।

ଜି-୨୦ ଅଧ୍ୟକ୍ଷତା ପାଇଁ ଭାରତର ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ପୃଥିବୀକୁ ଗୋଟିଏ ପରିବାର ବୋଲି ବିବେଚନା କରିବା ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷରେ ମଧ୍ୟ ପ୍ରତିଫଳିତ ହୋଇଛି । ବିଶ୍ୱ ପ୍ରତି ରହିଥିବା କର୍ତ୍ତବ୍ୟକୁ ପାଳନ କରିବା ଏବଂ ମାନବ ସମାଜର ସେବା ପାଇଁ ନେଇଥିବା ସଂକଳ୍ପକୁ ପୂରଣ କରିବା ଲାଗି ଭାରତ ସବୁବେଳେ ପ୍ରାଥମିକତା ଦେଇ ଆସିଛି ବୋଲି ଶ୍ରୀ ମୋଦୀ କହିଥିଲେ । ଯୋଗର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଯୋଗ ଦିବସ ମାଧ୍ୟମରେ ସାରା ବିଶ୍ୱରେ ଯୋଗର ଲାଭ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ଭାରତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ବିଶ୍ୱର ୧୦୦ରୁ ଅଧିକ ଦେଶରେ ଯୋଗର ପ୍ରଚାରପ୍ରସାର କରାଯିବା ଏବଂ ୩୦ରୁ ଅଧିକ ଦେଶରେ ଆୟୁର୍ବେଦକୁ ମଧ୍ୟ ମାନ୍ୟତା ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ସେ ମଧ୍ୟ ଅନ୍ତର୍ଜାତୀୟ ସୌର ମେଣ୍ଟ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ, ଏହା ଏବେ ଏକ ଦୀର୍ଘସ୍ଥାୟୀ ପୃଥିବୀ ନିର୍ମାଣ ଲାଗି ପ୍ରଭାବୀ ମଞ୍ଚ ରୂପରେ କାମ କରୁଛି ଯେଉଁଥିରେ ୧୦୦ରୁ ଅଧିକ ଦେଶ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ‘‘ଲାଇଫ ମିଶନକୁ ଗ୍ରହଣ କରିବା ହେଉ କିମ୍ବା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ କରିବା, ଭାରତ ନିଜର ଐତିହ୍ୟରୁ ପ୍ରେରଣା ହାସଲ କରିଛି, ସମାଜରେ ପରିବର୍ତ୍ତନ ଆଣୁଛି ଏବଂ ଏହାକୁ ବିଶ୍ୱ କଲ୍ୟାଣର ମଞ୍ଚରେ ଉପସ୍ଥାପନ କରିଛି’’, ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଆଜିର ମିଲେଟ୍‌ ଆନ୍ଦୋଳନରୁ ସମାନ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ । ଭାରତର ବିଭିନ୍ନ ପ୍ରାନ୍ତରେ ଚାଷ ହେଉଥିବା ଯଅ, ବାଜରା, ମାଣ୍ଡିଆ, ସମା, କାଙ୍ଗନି, ଚୀନା, କୋଡୋନ, କୁଟକି ଓ କୁଟ୍ଟୁ ଭଳି ଶ୍ରୀ ଅନ୍ନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଶହ ଶହ ବର୍ଷ ଧରି ଏସବୁ ଫସଲ ଆମ ଦେଶର ଜୀବନଶୈଳୀ ସହିତ ଜଡ଼ିତ ହୋଇ ରହିଆସିଛି । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭାରତ ଶ୍ରୀ ଅନ୍ନ ସହ ଜଡ଼ିତ ନିଜର ଚାଷ ପଦ୍ଧତି ଏବଂ ଅଭିଜ୍ଞତାକୁ ସାରା ବିଶ୍ୱକୁ ବାଣ୍ଟିବା ଲାଗି ଚାହୁଁଛି ଏବଂ ଏହା ଅନ୍ୟ ଦେଶ ଠାରୁ ମଧ୍ୟ ଶିକ୍ଷା ହାସଲ କରିବାକୁ ଚାହୁଁଛି । ଏ ଦିଗରେ ଏକ ସ୍ଥିର ବ୍ୟବସ୍ଥା ବିକଶିତ କରିବା ଲାଗି ସମ୍ମିଳନୀରେ ଉପସ୍ଥିତ ବନ୍ଧୁ ରାଷ୍ଟ୍ରର କୃଷି ମନ୍ତ୍ରୀମାନଙ୍କୁ ସେ ବିଶେଷ ଭାବେ ଅନୁରୋଧ କରିଥିଲେ । କ୍ଷେତରୁ ବଜାର ଏବଂ ଗୋଟିଏ ଦେଶରୁ ଅନ୍ୟ ଦେଶ ପର୍ଯ୍ୟନ୍ତ ସହଭାଗୀ ଉତ୍ତରଦାୟିତ୍ୱ ସହିତ ଏକ ନୂଆ ଯୋଗାଣ ଶୃଙ୍ଖଳ ବିକଶିତ କରିବା ଉପରେ ସେ ଜୋର ଦେଇଥିଲେ ।

ମିଲେଟର ଜଳବାୟୁ ସହନଶୀଳତା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏସବୁ ଫସଲ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ମଧ୍ୟ ସହଜରେ ଉତ୍ପାଦନ କରାଯାଇପାରିବ ବୋଲି ସେ ସୂଚନା ଦେଇଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ମିଲେଟ ଉତ୍ପାଦନ ପାଇଁ କମ୍‌ ପାଣି ଆବଶ୍ୟକ ପଡ଼ୁଥିବାରୁ ଜଳକ୍ଳିଷ୍ଟ ଅଞ୍ଚଳ ପାଇଁ ଏହା ଏକ ଅନୁକୂଳ ଫସଲ ହୋଇପାରିବ । ଆହୁରି ମିଲେଟକୁ ବିନା ରାସାୟନିକରେ ପ୍ରାକୃତିକ ପଦ୍ଧତିରେ ଚାଷ କରାଯାଇପାରିବ ଏବଂ ଏହା ଉଭୟ ମଣିଷ ଓ ମାଟିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବ ବୋଲି ସେ କହିଥିଲେ । ସାମ୍ପ୍ରତିକ ସମୟରେ ବିଶ୍ୱ ସମ୍ମୁଖିନ ହେଉଥିବା ଖାଦ୍ୟ ସୁରକ୍ଷା ଆହ୍ୱାନ ବିଷୟରେ ଦୃଷ୍ଟିପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗ୍ଲୋବାଲ ସାଉଥ ବା ତୃତୀୟ ବିଶ୍ୱ ରାଷ୍ଟ୍ରରେ ଦେଖା ଦେଇଥିବା ଖାଦ୍ୟ ସୁରକ୍ଷା ଜନିତ ସଂକଟ ଏବଂ ଗ୍ଲୋବାଲ ନର୍ଥ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ ଅଭ୍ୟାସ ସହ ଜଡ଼ିତ ରୋଗ ବିଶେଷ ସମସ୍ୟା ସୃଷ୍ଟି କରିଛି । ‘‘ଗୋଟିଏ ପଟେ ଆମର ଖାଦ୍ୟ ସୁରକ୍ଷା ସମସ୍ୟା ରହିଛି ଏବଂ ଅନ୍ୟପଟେ ଖାଦ୍ୟ ଅଭ୍ୟାସ ଜନିତ ସମସ୍ୟା ରହିଛି’’, ସେ କହିଥିଲେ। ଖାଦ୍ୟ ଉତ୍ପାଦନରେ ବ୍ୟାପକ ରାସାୟନିକ ଉପଯୋଗକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶ୍ରୀ ଅନ୍ନ ଏସବୁ ସମସ୍ୟା ପାଇଁ ଏକ ଉପଯୁକ୍ତ ସମାଧାନ କାରଣ ଏହା ସହଜରେ ବଢ଼ିଥାଏ, ଏହାର ଖର୍ଚ୍ଚ ମଧ୍ୟ କମ ଏବଂ ଅନ୍ୟ ଫସଲ ତୁଳନାରେ ଏହା ଶୀଘ୍ର ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ଶ୍ରୀ ଅନ୍ନର ଲାଭ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏଥିରେ ପ୍ରଚୁର ପରିମାଣ ପୋଷକ ତତ୍ତ୍ୱ, ବିଶେଷ ସ୍ୱାଦ, ଅଧିକ ଫାଇବର ଉପାଦାନ ମହଜୁଦ ରହିଛି ଏବଂ ଏହା ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଜନକ। ଏହା ଜୀବନଶୈଳୀ ସଂକ୍ରାନ୍ତ ରୋଗ ନିରାକରଣରେ ସହାୟକ ହୋଇଥାଏ।

‘‘ମିଲେଟ ସହିତ ଅସୀମିତ ସମ୍ଭାବନା ଆସିଥାଏ’’, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଭାରତର ଖାଦ୍ୟ ପ୍ରଣାଳୀରେ ମିଲେଟର ଯୋଗଦାନ ମାତ୍ର ୫-୬ ପ୍ରତିଶତ ରହିଥିବା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରର ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କୁ ଏହି ଯୋଗଦାନ ବଢ଼ାଇବା ଏବଂ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଦିଗରେ ସରକାର ଏକ ପିଏଲଆଇ ଯୋଜନା ଆରମ୍ଭ କରିଛନ୍ତି । ମିଲେଟ୍‌ କ୍ଷେତ୍ର ଏଥିରୁ ସର୍ବାଧିକ ଲାଭ ପାଇବା ଉଚିତ୍‌ ଏବଂ ଅଧିକ କମ୍ପାନୀ ମିଲେଟ୍‌ ଉତ୍ପାଦ ପ୍ରସ୍ତୁତ କରିବା ଲାଗି ଆଗେଇ ଆସିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, କିଛି ରାଜ୍ୟ ଶ୍ରୀ ଅନ୍ନକୁ ସେମାନଙ୍କର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିଛନ୍ତି ଏବଂ ଅନ୍ୟ ରାଜ୍ୟମାନେ ମଧ୍ୟ ଏହାକୁ ଅନୁସରଣ କରିବା ଉଚିତ୍‌ । ମଧ୍ୟାହ୍ନ ଭୋଜନରେ ଶ୍ରୀ ଅନ୍ନକୁ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ ଯାହାଫଳରେ ପିଲାମାନଙ୍କୁ ଉପଯୁକ୍ତ ପୋଷଣ ମିଳିବା ସହିତ ଖାଦ୍ୟର ସ୍ୱାଦ ଓ କିସମରେ ଏକ ନୂଆ ପରିବର୍ତ୍ତନ ଅଣାଯାଇପାରିବ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏସବୁ ପ୍ରସଙ୍ଗ ବିସ୍ତୃତ ଭାବେ ଆଲୋଚନା ହେବ ଏବଂ କାର୍ଯ୍ୟକାରିତା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ ହେବ ବୋଲି ତାଙ୍କର ବିଶ୍ୱାସ ରହିଛି । ‘‘ଚାଷୀ ଏବଂ ସବୁ ଅଂଶୀଦାରମାନଙ୍କ ମିଳିତ ପ୍ରୟାସ ସହିତ, ଭାରତ ଓ ବିଶ୍ୱର ସମୃଦ୍ଧିରେ ଭାରତ ଏକ ନୂଆ ପ୍ରଗତିର ମାଧ୍ୟମ ପାଲଟିବ’’, ପ୍ରଧାନମନ୍ତ୍ରୀ କହିଥିଲେ ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ ଏବଂ ଶ୍ରୀମତୀ ଶୋଭା କରନ୍ଦଲାଜେ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଭାରତର ପ୍ରସ୍ତାବକୁ ଆଧାର କରି ୨୦୨୩ ବର୍ଷକୁ ମିଳିତ ଜାତିସଂଘ ମହାସଭା (ୟୁଏନଜିଏ) ଦ୍ୱାରା ଅନ୍ତର୍ଜାତୀୟ ମିଲେଟ ବର୍ଷ (ଆଇୱାଇଏମ୍‍) ଭାବରେ ଘୋଷଣା କରାଯାଇଥିଲା । ଆଇୱାଇଏମ୍‍ ୨୦୨୩ର ସମାରୋହକୁ ଏକ ‘ଜନ ଆନ୍ଦୋଳନ'ରେ ପରିଣତ କରିବା ଏବଂ ଭାରତକୁ ‘ମିଲେଟର ଗ୍ଲୋବାଲ୍ ହବ୍‌' ବା ଜାଗତିକ କେନ୍ଦ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁରୂପ, ଚାଷୀ, ଉପଭୋକ୍ତା ଏବଂ ଜଳବାୟୁ ପାଇଁ ମିଲେଟ (ଶ୍ରୀ ଅନ୍ନ)ର ଲାଭ ବିଷୟରେ ସଚେତନତା ଏବଂ ପ୍ରୋତ୍ସାହନର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ / ବିଭାଗ, ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସରକାର, କୃଷକ, ଷ୍ଟାର୍ଟଅପ୍‌, ରପ୍ତାନିକାରୀ, ଖୁଚୁରା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ନିୟୋଜିତ ଅଛନ୍ତି । ଭାରତରେ ଗ୍ଲୋବାଲ୍ ମିଲେଟ୍ସ (ଶ୍ରୀ ଅନ୍ନ) ସମ୍ମିଳନୀର ଆୟୋଜନ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।

ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ଚାଷୀ, ଗ୍ରାହକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟର ପ୍ରସାର ଏବଂ ସଚେତନତା ଭଳି ମିଲେଟ (ଶ୍ରୀ ଅନ୍ନ) ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଧିବେଶନମାନ ଆୟୋଜିତ ହେବ । ଏଥିରେ ମିଲେଟଗୁଡିକର ମୂଲ୍ୟ ଶୃଙ୍ଖଳା ବିକାଶ; ମିଲେଟର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଦିଗ; ବଜାର ସଂଯୋଗ; ଗବେଷଣା ଏବଂ ବିକାଶ ଇତ୍ୟାଦି ଦିଗ ସ୍ଥାନ ପାଇବ । ଏହି ସମ୍ମିଳନୀରେ ବିଭିନ୍ନ ଦେଶର କୃଷି ମନ୍ତ୍ରୀ, ଅନ୍ତର୍ଜାତୀୟ ବୈଜ୍ଞାନିକ, ପୋଷଣ ବିଶେଷଜ୍ଞ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ଷ୍ଟାର୍ଟଅପ୍ ମୁଖ୍ୟ ଏବଂ ଅନ୍ୟାନ୍ୟ ହିତାଧିକାରୀ ଯୋଗଦେବେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Central schemes bring in electricity, infra and jobs at Kondagaon in Bastar

Media Coverage

Central schemes bring in electricity, infra and jobs at Kondagaon in Bastar
NM on the go

Nm on the go

Always be the first to hear from the PM. Get the App Now!
...
This year’s Union Budget reinforces our commitment to sustaining and strengthening economic growth: PM Modi
March 03, 2026
This year’s Union Budget reinforces our commitment to sustaining and strengthening economic growth: PM
Our direction is clear, our resolve is clear,Build more, produce more, connect more, export more: PM
The world is looking for reliable and resilient manufacturing partners, and today India has the opportunity to firmly fulfill this role: PM
India has signed Free Trade Agreements with many countries, a very large door of opportunities has opened for us, and in such a situation, it is our responsibility to never compromise on quality: PM
The Carbon Capture, Utilisation and Storage Mission is an important initiative, integrating sustainability in core business strategy will be essential: PM
The industries that invest in clean technology in time will be able to build better access to new markets in the coming years: PM
A major transformation is happening in the world economy today, as markets now look not only at cost but also at sustainability: PM

नमस्कार !

गत् सप्ताह, बजट वेबिनार सीरीज के पहले वेबिनार का आयोजन हुआ, और मुझे ऐसा बताया गया कि वो बहुत सफल रहा, और बजट प्रावधानों के Implementation को लेकर हर किसी ने काफी उत्तम सुझाव दिए, सबकी सक्रिय भागीदारी का मैं स्वागत करता हूं और आज इस सीरीज के दूसरे वेबिनार का आयोजन हो रहा है। और मुझे बताया गया कि आज हजारों की तादाद में, ढेर सारे विषयों पर अनगिनत लोग अपने सुझाव देने वाले हैं। विषय के जो एक्सपर्ट्स हैं, वे भी हमसे जुड़ने वाले हैं। इतनी बड़ी तादाद में बजट पर चर्चा, ये अपने आप में एक बहुत सफल प्रयोग है। आप सब समय निकाल करके इस वेबिनार में जुड़े। मैं आप सभी का अभिनंदन करता हूं, आपका स्वागत करता हूं। इस वेबिनार की थीम देश की Economic Growth को निरंतर मजबूती देने से जुड़ी हुई है। आज जब भारत अपनी मजबूत economy से पूरे विश्व की उम्मीद बना हुआ है, आज जब ग्लोबल सप्लाई चैन re-shape हो रही है, तब अर्थव्यवस्था की तेज प्रगति विकसित भारत का भी बहुत बड़ा आधार है। हमारी दिशा स्पष्ट है, हमारा संकल्प स्पष्ट है, Build more, produce more, connect more और अब जरूरत है Export more, और निश्चित तौर पर इसमें आज आपके बीच जो मंथन होगा, इस मंथन से जो सुझाव निकलेंगे, उनकी बड़ी भूमिका होगी।

साथियों,

आप सब जानते हैं, मैन्युफैक्चरिंग, लॉजिस्टिक्स, हमारे MSME's, लघु उद्योग, कुटीर उद्योग, इतना ही नहीं, हमारे छोटे-बड़े शहर, ये अर्थव्यवस्था के पिलर्स के तौर पर दिखने में तो अलग-अलग लगते हैं, लेकिन वे सभी interconnected हैं। जैसे, मजबूत मैन्युफैक्चरिंग नए अवसर तैयार करती है, और इससे निर्यात में बढ़ोतरी होती है। Competitive MSMEs से flexibility और इनोवेशन को बढ़ावा मिलता है। बेहतर लॉजिस्टिक्स से लागत कम होती है। Well-planned शहर investment और talent दोनों को अपनी ओर खींचते हैं। इन सभी पिलर्स को इस साल के बजट ने बहुत मजबूती दी है।

लेकिन साथियों,

कोई भी दिशा अपने आप परिणाम नहीं बन जाती, जमीन पर बदलाव तब आता है, जब industry, financial institutions, राज्य सरकारें, मिलकर उसे वास्तविकता बनाते हैं। मेरी अपेक्षा है, इस वेबिनार में आप सभी अपने मंथन में कुछ विषयों को जरूर प्राथमिकता दें, जैसे मैन्युफैक्चरिंग और प्रॉडक्शन, ये कैसे बढ़े, Cost structure को कैसे कंपटीटिव बनाया जा सकता है, निवेश का प्रवाह कैसे तेज हो, और विकास कैसे देश के कोने-कोने तक पहुंचे। इस दिशा में आपके सुझाव बहुत अहम साबित होंगे।

साथियों,

मैन्युफैक्चरिंग के क्षेत्र में आज देश कोर इंडस्ट्रियल क्षमताओं को मजबूत कर रहा है। और इस मार्ग में जो चुनौतियां हैं, उन्हें भी दूर किया जा रहा है। Dedicated Rare Earth Corridors, कंटेनर मैन्युफैक्चरिंग, ऐसे सेक्टर्स पर फोकस करके हम अपने ट्रेड इकोसिस्टम को मजबूत करने का प्रयास कर रहे हैं। बजट में बायोफार्मा शक्ति मिशन की घोषणा भी की गई है। इस मिशन का उद्देश्य है, भारत को biologics और next-generation थेरेपीज के क्षेत्र में ग्लोबल हब बनाना। हम Advanced Biopharma Research और मैन्युफैक्चरिंग में लीडरशिप की ओर बढ़ना चाहते हैं।

साथियों,

आज दुनिया विश्वसनीय और resilient manufacturing partners की तलाश में है। भारत के पास यह अवसर है कि वह इस भूमिका को मजबूती से निभाए। इसके लिए आप सभी स्टेकहोल्डर्स को बहुत आत्मविश्वास के साथ निवेश करना होगा, नई टेक्नोलॉजी अपनानी होगी और रिसर्च में जो कंजूसी करते हैं ना, वो जमाना चला गया, अब हमें रिसर्च में बड़ा इनवेस्टमेंट करना होगा, और ग्लोबल स्टैंडर्ड के अनुरूप क्वालिटी भी सुनिश्चित करनी होगी, और मैं बार-बार कहता हूं कि अब हमें आगे बढ़ने के जब अवसर आए हैं, तो हमारा एक ही मंत्र होना चाहिए, क्वालिटी-क्वालिटी-क्वालिटी।

साथियों,

भारत ने बहुत सारे देशों के साथ फ्री ट्रेड एग्रीमेंट किए हैं। हमारे लिए अवसरों का, यानि अवसरों का बहुत बड़ा द्वार खुला है। ऐसे में हमारी ज़िम्मेदारी है कि हम क्वालिटी पर कभी भी समझौता ना करें, अगर किसी एक चीज पर सबसे ज्यादा ताकत, बुद्धि, शक्ति, समझ लगानी है, तो हमें क्वालिटी पर बहुत ज्यादा जोर देना चाहिए। हमारे प्रोडक्ट्स की क्वालिटी ग्लोबल स्टैंडर्ड, इतना ही नहीं, उससे भी बेहतर हो। और इसके लिए हमें दूसरे देशों की जरूरतों को, वहां के लोगों की अपेक्षाओं को भी, उसका अध्ययन करना पड़ेगा, रिसर्च करनी पड़ेगी, उसे समझना होगा। हमें दूसरे देशों के लोगों की पसंद और उनके कंफर्ट को स्टडी करना, ये सबसे बड़ी आवश्यकता है, और रिसर्च करनी चाहिए। मान लीजिए कोई छोटा पुर्जा मांगता है, और वो बहुत बड़ा जहाज बना रहा है, लेकिन हम पुर्जे में चलो भेज दो, क्या है? तो कौन लेगा आपका पुर्जा? भले आपके लिए वह छोटा पुर्जा है, लेकिन उसकी एक बहुत बड़ी जो मैन्युफैक्चरिंग की यूनिट है, उसमें बहुत बड़ा महत्व रखता है। और इसलिए आज दुनिया में हमारे लिए क्वालिटी ही इस कंपिटिटिव वर्ल्ड के अंदर सुनहरा अवसर बना देती है। हमें उनके हिसाब से यूजर फ्रेंडली प्रोडक्ट बनाने होंगे। तभी हम उन अवसरों का लाभ उठा पाएंगे, और जो फ्री ट्रेड एग्रीमेंट तैयार हो चुका है, अब ये विकास का महामार्ग आपके लिए तैयार है। मैं उम्मीद करता हूं कि इस वेबिनार में इस विषय पर फोकस करते हुए भी आप सब जरूर चर्चा करेंगे।

 

साथियों,

हमने MSME classification में जो Reforms किए, उसका व्यापक प्रभाव दिख रहा है। इससे enterprises का ये डर खत्म हुआ है कि वो अपना विस्तार करेंगे, तो उन्हें सरकार की ओर से मिलने वाले फायदे बंद हो जाएंगे। क्रेडिट तक MSME's की आसान पहुंच बनाने, टेक्नोलॉजी अपग्रेडेशन को बढ़ावा देने और कपैसिटी बिल्डिंग की दिशा में लगातार प्रयास हुए हैं।

लेकिन साथियों,

इन प्रयासों का असर तभी दिखाई देगा, जब MSMEs ज्यादा से ज्यादा कंपटीशन में उतरेंगे, और विजयी होने का लक्ष्य लेकर उतरेंगे। अब समय है कि MSMEs अपनी प्रोडक्टिविटी और बढ़ाएं, क्वालिटी स्टैंडर्ड्स को ऊंचा करें, डिजिटल प्रोसेस और मजबूत वैल्यू चैन से जुड़ें। इस दिशा में, इस वेबिनार में आपके सुझाव बहुत अहम होंगे।

साथियों,

इंफ्रास्ट्रक्चर और लॉजिस्टिक्स हमारी growth strategy के कोर पिलर्स हैं। इस वर्ष के बजट में रिकॉर्ड कैपिटल एक्सपेंडिचर का प्रस्ताव है। High-capacity transport systems का निर्माण, रेलवे, हाइवे, पोर्ट, एयरपोर्ट, वाटरवे के बीच बेहतर तालमेल, अलग-अलग फ्रेट कॉरिडोर और मल्टी-मोडल कनेक्टिविटी का विस्तार, ये सभी कदम खर्च कम करने और efficiency improve करने के लिए आवश्यक है। इसलिए, नए वाटरवेज, शिप रिपेयर फैसिलिटी और Regional Centres of Excellence हमारे लॉजिस्टिक इकोसिस्टम को मजबूत करेंगे। सात नए हाई-स्पीड रेल कॉरिडोर विकास के ग्रोथ कनेक्टर बनने वाले हैं। लेकिन आप भी जानते हैं, इस इंफ्रास्ट्रक्चर का वास्तविक लाभ तभी मिलेगा, जब उद्योग और निवेशक अपनी रणनीतियों को इस विजन के अनुरूप में ढालेंगे। ये रणनीतियां क्या होगी, इस पर भी आपको विस्तार से चर्चा करनी चाहिए, और मुझे पूरा विश्वास है कि आप जरूर इन बातों पर ध्यान देंगे।

 

साथियों,

भारत की विकास यात्रा में अर्बनाइजेशन, शहरीकरण का भी बहुत अहम रोल है। भारत की future growth इस बात पर निर्भर करेगी कि हम अपने शहरों को कितना effectively plan और manage करते हैं। हमारे Tier-II और Tier-III शहर, नए growth anchors कैसे बनें, इसके लिए भी इस बजट वेबिनार में आपके सुझाव बहुत अहम होंगे।

साथियों,

आज दुनिया की अर्थव्यवस्था में एक बड़ा परिवर्तन चल रहा है। बाजार अब केवल लागत नहीं देखते हैं, वे sustainability भी देखते हैं। इस दिशा में Carbon Capture, Utilisation and Storage Mission एक महत्वपूर्ण पहल है। अब sustainability उसको आपको core business strategy का हिस्सा बनाना ही होगा। जो उद्योग समय रहते क्लीन टेक्नोलॉजी में निवेश करेंगे, वे आने वाले वर्षों में नए-नए बाजारों तक बेहतर पहुंच बना पाएंगे। इस साल बजट ने नई दिशा दी है। मेरा आग्रह है कि उद्योग, निवेशक और विभिन्न संस्थान मिलकर इस पर आगे बढ़ें।

साथियों,

विकसित भारत का लक्ष्य collective ownership से ही हासिल किया जा सकता है। ये बजट वेबिनार भी सिर्फ discussion का प्लेटफॉर्म ना बने, सिर्फ अपने ज्ञान को हम बटोरते रहे, ऐसा नहीं होना चाहिए, बल्कि इसमें collective ownership दिखे, ये बहुत जरूरी है। बजट ने framework दिया है, अब आपको मिलकर momentum पैदा करना है। आपको हमारे प्रयासों में सहभागी बनना है। आपका हर सुझाव, हर अनुभव जमीन पर बेहतरीन नतीजें लाने की क्षमता रखता है। आपके सुझाव देश की प्रगति में माइलस्टोन बनें, इसी विश्वास के साथ आपका बहुत-बहुत धन्यवाद।

नमस्कार !