ସ୍ମାରକୀ ଡାକ ଟିକେଟ ଏବଂ ମୁଦ୍ରା ଉନ୍ମୋଚନ କଲେ
କମ୍ପେଡିୟଅମ୍‌ ଅଫ୍‌ ଇଣ୍ଡିଆନ୍‌ ମିଲେଟ୍ସ (ଶ୍ରୀ ଅନ୍ନ) ଷ୍ଟାର୍ଟଅପ୍‌ ଓ ମିଲେଟ୍‌ (ଶ୍ରୀଅନ୍ନ) ମାନକ ପୁସ୍ତକକୁ ଡିଜିଟାଲ ମାଧ୍ୟମରେ କଲେ ଉନ୍ମୋଚନ
ଆଇସିଏଆର ଭାରତୀୟ ମିଲେଟ୍ସ ଗବେଷଣା ପ୍ରତିଷ୍ଠାନକୁ ଏକ ବିଶ୍ୱ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କଲେ ଶ୍ରୀ ମୋଦୀ
‘‘ବୈଶ୍ୱିକ ମିଲେଟ୍ସ ସମ୍ମିଳନୀ ହେଉଛି ବିଶ୍ୱ କଲ୍ୟାଣ ଦିଗରେ ଭାରତର ଉତ୍ତରଦାୟିତ୍ୱର ଏକ ପ୍ରତୀକ’’
‘‘ଶ୍ରୀ ଅନ୍ନ ଭାରତରେ ସାମଗ୍ରିକ ବିକାଶର ଏକ ମାଧ୍ୟମ ପାଲଟିଛି। ଏହା ଗାଁ ଓ ଗରିବଙ୍କ ସହ ଜଡ଼ିତ’’
‘‘ଘରୋଇ ବ୍ୟବହାର ପାଇଁ ମାସିକ ମିଲେଟ୍‌ସର ଉପଯୋଗ ୩ କିଲୋଗ୍ରାମରୁ ୧୪ରୁ କିଲୋଗ୍ରାମକୁ ବୃଦ୍ଧି ପାଇଛି’’
‘‘ଭାରତର ମିଲେଟ୍‌ ମିଶନ ଦେଶର ୨.୫ କୋଟି ମିଲେଟ୍‌ ଉତ୍ପାଦନକାରୀ ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ’’
‘‘ଭାରତ ସବୁବେଳେ ବିଶ୍ୱ ପ୍ରତି ରହିଥିବା ଉତ୍ତରଦାୟିତ୍ୱ ଏବଂ ମାନବ ସମାଜର ସେବା ପାଇଁ ସଂକଳ୍ପକୁ ପ୍ରାଥମିକତା ଦେଇଛି’’
‘‘ଆମର ଖାଦ୍ୟ ସୁରକ୍ଷା ଏବଂ ଖାଦ୍ୟ ଅଭ୍ୟାସକୁ ନେଇ ସମସ୍ୟା ରହିଛି, ଶ୍ରୀ ଅନ୍ନ ଏଥିପାଇଁ ସମାଧାନ ଯୋଗାଇ ଦେବ’’
‘‘ଭାରତ ନିଜ ଐତିହ୍ୟରୁ ପ୍ରେରଣା ଲାଭ କରିଥାଏ, ସମାଜରେ ପରିବର୍ତ୍ତନ ଆଣିଥାଏ ଏବଂ ଏହାକୁ ବିଶ୍ୱ କଲ୍ୟାଣର ମଞ୍ଚରେ ଉପସ୍ଥାପନ କରିଥାଏ’’
‘‘ମିଲେଟ୍ସଗୁଡ଼ିକ ନିଜ ସହିତ ଅସୀମିତ ସମ୍ଭାବନା ନେଇ ଆସିଛନ୍ତି’’

ଆଜିର ଏହି ସମ୍ମିଳନୀରେ ଉପସ୍ଥିତ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନରେନ୍ଦ୍ର ସିଂ ତୋମର ମହୋଦୟ, ମନସୁଖ ମାଣ୍ଡବ୍ୟ ମହୋଦୟ, ପିୟୁଷ ଗୋୟଲ ମହୋଦୟ, ଶ୍ରୀ କୈଳାଶ ଚୌଧୁରୀ ମହୋଦୟ! ବିଦେଶରୁ ଆସିଥିବା କେତେକ ମନ୍ତ୍ରୀଗଣ, ଗୁୟାନା, ମାଳଦ୍ୱୀପ, ମରିସସ୍‌, ଶ୍ରୀଲଙ୍କା, ସୁଦାନ, ସୁରିନାମ ଏବଂ ଗାମ୍ବିୟାର ସମସ୍ତ ମାନନୀୟ ମନ୍ତ୍ରୀଗଣ, ବିଶ୍ୱର ବିଭିନ୍ନ ଭାଗରୁ କୃଷି, ପୋଷଣ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଓ ବିଶେଷଜ୍ଞ, ବିିଭିନ୍ନ ଏଫପିଓ ଏବଂ ଷ୍ଟାର୍ଟ ଅପଗୁଡିକର ଯୁବା ସାଥୀ, ଦେଶର କୋଣ ଅନୁକୋଣରୁ ଯୋଡି ହୋଇଥିବା ଲକ୍ଷ ଲକ୍ଷ କୃଷକ, ଅନ୍ୟ ମହାନ ବ୍ୟକ୍ତିବିଶେଷ , ଭାଇ ଓ ଭଉଣୀମାନେ,
ଆପଣ ସମସ୍ତଙ୍କୁ ବିଶ୍ୱ ମିଲେଟସ ସମ୍ମିଳନୀର ଆୟୋଜନ ପାଇଁ ହାର୍ଦ୍ଦିକ ଅଭିନନ୍ଦନ । ଏଭଳି ଆୟୋଜନ କେବଳ ବିଶ୍ୱ ମଙ୍ଗଳ ପାଇଁ ଜରୁରୀ ନୁହେଁ, ବରଂ ବିଶ୍ୱ ମଙ୍ଗଳ ପାଇଁ ଭାରତର ବଢି ଚାଲିଥିବା ଦାୟିତ୍ୱର ମଧ୍ୟ ପ୍ରତୀକ ଅଟେ ।

ବନ୍ଧୁଗଣ,
ଆପଣମାନେ ମଧ୍ୟ ଜାଣନ୍ତି ଯେ ଭାରତର ବହୁ ପ୍ରସ୍ତାବ ଏବଂ ପ୍ରୟାସ ପରେ ହିଁ ସଂଯୁକ୍ତ ରାଷ୍ଟ୍ର ୨୦୨୩ ମସିହାକୁ “ଆନ୍ତର୍ଜାତିକ ମିଲେଟ ବର୍ଷ” ଘୋଷଣା କରିଛି । ଯେତେବେଳେ ଆମେ କୌଣସି ସଙ୍କଳ୍ପକୁ ଆଗକୁ ବଢାଇ ଥାଉ, ସେତେବେଳେ ସେହି ସଙ୍କଳ୍ପକୁ ସିଦ୍ଧି ପର୍ଯ୍ୟନ୍ତ ପହଂଚାଇବାର ଦାୟିତ୍ୱ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ମୁଁ ଖୁସି ଯେ, ଆଜି ଯେତେବେଳେ ବିଶ୍ୱ ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ କରୁଛି, ଭାରତ ଏହି ଅଭିଯାନର ନେତୃତ୍ୱ ନେଉଛି । ବୈଶ୍ୱିକ ମିଲେଟ ସମ୍ମିଳନୀ ଏ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଅଟେ । ଏଥିରେ ମିଲେଟର ଚାଷ, ତା ସହ ଯୋଡି ହୋଇଥିବା ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ ଉପରେ ତାର ପ୍ରଭାବ, କୃଷକମାନଙ୍କ ଆୟ, ଏଭଳି ଅନେକ ବିଷୟ ଉପରେ ସମସ୍ତ ବିଦ୍ୱାନ ଏବଂ ଅନୁଭବି ଲୋକମାନଙ୍କର ବିଚାର ଆଲୋଚନା କରିବାର ଅଛି । ଏଥିରେ ଗ୍ରାମ ପଂଚାୟତ, କୃଷି କେନ୍ଦ୍ର, ସ୍କୁଲ, କଲେଜ ଏବଂ କୃଷି ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟ ଆମ ସହ ସାମିଲ ଅଛନ୍ତି । ଭାରତୀୟ ଦୂତାବାସଗୁଡିକଠାରୁ ନେଇ ଅନେକ ଦେଶ ମଧ୍ୟ ଆଜି ଆମ ସହ ଯୋଡି ହୋଇଛନ୍ତି । ଭାରତର ୭୫ ଲକ୍ଷରୁ ଅଧିକ କୃଷକ ଆଜି ଭର୍ଚୁଆଲ ମାଧ୍ୟମରେ ଏହି ସମାରୋହରେ ଆମ ସହ ଉପସ୍ଥିତ ଅଛନ୍ତି । ଏହା ମଧ୍ୟ ଏହାର ମାହାତ୍ମ୍ୟକୁ ଦର୍ଶାଉଛି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ହୃଦୟରୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏବେ ଏଠାରେ ମିଲେଟ ଉପରେ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରାର ମଧ୍ୟ ଉନ୍ମୋଚନ କରାଯାଇଛି । ଏଠାରେ ବୁକ ଅଫ ମିଲେଟ ଷ୍ଟାଣ୍ଡାର୍ଡସ ପୁସ୍ତକର ମଧ୍ୟ ଉନ୍ମୋଚନ ହୋଇଛି । ଏବଂ ଏଥି ସହିତ ହିଁ ଆଇସିଏଆରର “ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମିଲେଟ ରିସର୍ଚ୍ଚ”କୁ ବୈଶ୍ୱିକ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରାଯାଇଛି । ଏବଂ ଏଠି ମଂଚରେ ପହଂଚିବା ପୂର୍ବରୁ ମୁଁ ପ୍ରଦର୍ଶନୀ ଦେଖିବାକୁ ଯାଇଥିଲି, ମୁଁ ଆପଣ ସମସ୍ତଙ୍କୁ ଏବଂ ଏହି ସମୟରେ ଦିଲ୍ଲୀରେ ଯେଉଁ ବ୍ୟକ୍ତିମାନେ ଅଛନ୍ତି କିମ୍ବା ଦିଲ୍ଲୀ ଆସିବାର ଅଛି ସେମାନଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ, ଗୋଟିଏ ସ୍ଥାନରେ ମିଲେଟର ସମ୍ପୁର୍ଣ୍ଣ ଦୁନିଆକୁ ବୁଝିବା, ସେଗୁଡିକର ଉପଯୋଗୀତାକୁ ବୁଝିବା, ପ୍ରକୃତି ପାଇଁ, ପରିବେଶ ପାଇଁ, ସ୍ୱାସ୍ଥ୍ୟ ପାଇଁ, କୃଷକମାନଙ୍କ ଆୟ ପାଇଁ, ସମସ୍ତ ଦିଗ ବିଷୟରେ ଜାଣିବା ସକାଶେ ଏହି ପ୍ରଦର୍ଶନୀକୁ ଦେଖନ୍ତୁ, ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ନିଶ୍ଚୟ ଦେଖନ୍ତୁ । ଆମର ଯୁବା ବନ୍ଧୁଗଣ କେଉଁଭଳି ଭାବରେ ନୂଆ ନୂଆ ଷ୍ଟାର୍ଟ ଅପ୍‌କୁ ନେଇ ଏହି କ୍ଷେତ୍ରକୁ ଆସିଛନ୍ତି, ଏହା ମଧ୍ୟ ଆପଣମାନଙ୍କୁ ବେଶ ପ୍ରଭାବିତ କରିବ । ଏ ସବୁ ଭାରତର କମିଟମେଂଟ, ଭାରତର ପ୍ରତିଶୃତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।
ବନ୍ଧୁଗଣ,
ବୈଶ୍ୱିକ ମିଲେଟ ସମ୍ମିଳନୀରେ ଯୋଡି ହୋଇଥିବା ବିଦେଶୀ ଅତିଥିମାନଙ୍କୁ, ଲକ୍ଷ ଲକ୍ଷ କୃଷକମାନଙ୍କ ସମ୍ମୁଖରେ ମୁଁ ଆଜି ଏକ ସୂଚନା ମଧ୍ୟ ଦୋହରାଇବାକୁ ଚାହୁଁଛି । ମିଲେଟର ଗ୍ଲୋବାଲ ବ୍ରାଣ୍ଡିଂ, କମନ ବ୍ରାଣ୍ଡିଂକୁ ଦୃଷ୍ଟିରେ ରଖି, ଭାରତରେ ମିଲେଟସ ବା ମୋଟା ଖାଦ୍ୟ ଶସ୍ୟକୁ ଶ୍ରୀଅନ୍ନର ପରିଚୟ ପ୍ରଦାନ କରାଯାଇଛି । ଶ୍ରୀଅନ୍ନ କେବଳ ଚାଷ ବା ଖାଦ୍ୟ ପର୍ଯ୍ୟନ୍ତ ସିମୀତ ନାହିଁ । ଯେଉଁ ଲୋକମାନେ ଭାରତର ପରମ୍ପରାଗୁଡିକ ସହ ପରିଚିତ ଅଟନ୍ତି, ସେମାନେ ଏହା ମଧ୍ୟ ଜାଣନ୍ତି ଯେ ଆମର ଏଠାରେ କାହା ଆଗରେ ଶ୍ରୀ ଏମିତି ଯୋଡି ହୋଇ ନ ଥାଏ । ଯେଉଁଠାରେ ଶ୍ରୀ ରହିଥାଏ, ସେଠାରେ ସମୃଦ୍ଧି ମଧ୍ୟ ଥାଏ, ଏବଂ ସମଗ୍ରତା ମଧ୍ୟ ଥାଏ । ଶ୍ରୀଅନ୍ନ ମଧ୍ୟ ଭାରତରେ ପୂର୍ଣ୍ଣ ବିକାଶର ଏକ ମାଧ୍ୟମ ପାଲଟୁଛି । ଏଥିରେ ଗାଁ ମଧ୍ୟ ଯୋଡି ହୋଇଛି, ଗରିବମାନେ ମଧ୍ୟ ଯୋଡି ହୋଇଛନ୍ତି । ଶ୍ରୀଅନ୍ନ ଅର୍ଥାତ୍ ଦେଶର କ୍ଷୁଦ୍ର ଚାଷୀମାନଙ୍କର ସମୃଦ୍ଧିର ଦ୍ୱାର, ଶ୍ରୀଅନ୍ନ ଅର୍ଥାତ୍‌, ଦେଶର କୋଟି କୋଟି ଲୋକଙ୍କ ପୋଷଣର କର୍ଣ୍ଣଧାର, ଶ୍ରୀଅନ୍ନ ଅର୍ଥାତ୍ ଦେଶର ଆଦିବାସୀ ସମାଜର ସତ୍କାର, ଶ୍ରୀଅନ୍ନ ଅର୍ଥାତ୍ ଅଳ୍ପ ଜଳରେ ଅଧିକ ଫସଲ ଅମଳ, ଶ୍ରୀଅନ୍ନ ଅର୍ଥାତ୍ ରସାୟନ ମୁକ୍ତ ଚାଷର ବୃହତ ଆଧାର, ଶ୍ରୀଅନ୍ନ ଅର୍ଥାତ୍ ଜଳବାୟୁ ପରିବର୍ତନ ଆହ୍ୱାନର ମୁକାବିଲାରେ ସହାୟକର ଭୂମିକା ।

ବନ୍ଧୁଗଣ,
ଆମେ ଶ୍ରୀଅନ୍ନକୁ ବୈଶ୍ୱିକ ଆନ୍ଦୋଳନରେ ପରିଣତ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଛୁ । ୨୦୧୮ରେ ଆମେ ମିଲେଟସକୁ ନ୍ୟୁଟ୍ରି- ସିରିଏଲ ଭାବେ ଘୋଷଣା କରିଥିଲୁ । ଏ ଦିଗରେ କୃଷକମାନଙ୍କୁ ସଚେତନ କରିବା ଠାରୁ ନେଇ ବଜାରରେ ଆଗ୍ରହ ସୃଷ୍ଟି କରିବା ପର୍ଯ୍ୟନ୍ତ ସବୁ ସ୍ତରରେ କାର୍ଯ୍ୟ କରାଯାଇଛି । ଆମର ଏଠାରେ ୧୨ – ୧୩ଟି ରାଜ୍ୟରେ ପ୍ରମୁଖ ଭାବରେ ମିଲେଟସ ଚାଷ କରାଯାଉଛି । କିନ୍ତୁ, ଏଥିରେ ବ୍ୟକ୍ତି ପିଛା ଘରୋଇ ଉପଭୋଗ ମାସିକ ୨ – ୩ କିଲୋଗ୍ରାମରୁ ଅଧିକ ନଥିଲା । ଆଜି ଏହା ବୃଦ୍ଧି ପାଇ ମାସିକ ୧୪ କିଲୋଗ୍ରାମରେ ପହଂଚିଛି । ଅର୍ଥାତ୍ ଦୁଇ ତିନି କିଲୋରୁ ବୃଦ୍ଧି ପାଇ ୧୪ କିଲୋଗ୍ରାମ । ମିଲେଟସରୁ ପ୍ରସ୍ତୁତ ଖାଦ୍ୟର ବିକ୍ରୀରେ ମଧ୍ୟ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଏବେ ବହୁ ଜାଗାରେ ମିଲେଟ କାଫେ ମଧ୍ୟ ଦେଖିବାକୁ ମିଳୁଛି, ମିଲେଟସରୁ ପ୍ରସ୍ତୁତ ବ୍ୟଞ୍ଜନକୁ ନେଇ ସୋସିଆଲ ମିଡିଆ ଚାନେଲ ଖୋଲିବାରେ ଲାଗିଛି । ଦେଶର ୧୯ଟି ଜିଲ୍ଲାରେ ମିଲେଟସକୁ “ଏକ ଜିଲ୍ଲା ଏକ ଉତ୍ପାଦ” ବା “ୱାନ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ” ଯୋଜନା ଅଧିନରେ ମଧ୍ୟ ଚୟନ କରାଯାଇଛି ।
ବନ୍ଧୁଗଣ,
ଆମେ ଜାଣିଛୁ ଯେ, ଶ୍ରୀଅନ୍ନ ଉତ୍ପାଦନ କରୁଥିବା ଅଧିକାଂଶ ଚାଷୀ କ୍ଷୁଦ୍ର ଚାଷୀ ଅଟନ୍ତି, ନାମମାତ୍ର ଚାଷୀ ଅଟନ୍ତି । ଏବଂ କିଛି ଲୋକ ଏହା ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ମିଲେଟସ ଉତ୍ପାଦନ ସହ ସିଧାସଳଖ ପ୍ରାୟ ଅଢେଇ କୋଟି କ୍ଷୁଦ୍ର ଚାଷୀ ଯୋଡି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀଙ୍କ ନିକଟରେ ବହୁତ କମ ଜମି ଅଛି, ଏବଂ ସେମାନଙ୍କୁ ଜଳବାୟୁ ପରିବର୍ତନ ଆହ୍ୱାନଗୁଡିକର ସବୁଠାରୁ ଅଧିକ ସମ୍ମୁଖୀନ ହେବାକୁ ପଡୁଛି । ଭାରତର ମିଲେଟ ମିଶନ୍‌, ଶ୍ରୀଅନ୍ନ ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଦେଶର ଅଢେଇ କୋଟି ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ସ୍ୱାଧୀନତା ପରେ ପ୍ରଥମ ଥର, ମିଲେଟସ ଉତ୍ପାଦନ କରୁଥିବା ଅଢେଇ କୋଟି କ୍ଷୁଦ୍ର ଚାଷୀଙ୍କୁ କୌଣସି ସରକାର ଏତେ ଅଧିକ ମାତ୍ରାରେ ପ୍ରୋତ୍ସାହନ ଦେଇଛନ୍ତି । ଯେତେବେଳେ ମିଲେଟସ -  ଶ୍ରୀଅନ୍ନର ବଜାର ବୃଦ୍ଧି ପାଇବ ସେତେବେଳେ ଏହି ଅଢେଇ କୋଟି କ୍ଷୁଦ୍ର ଚାଷୀଙ୍କ ଆୟ ବଢିବ । ଏଥିରୁ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଅନେକ ସୁଫଳ ମିଳିବ । ପ୍ରକ୍ରିୟାକୃତ ଏବଂ ପ୍ୟାକିଂ ଯୁକ୍ତ ଖାଦ୍ୟ ସାମଗ୍ରୀ ମାଧ୍ୟମରେ ମିଲେଟସ ଏବେ ଷ୍ଟୋର ଏବଂ ବଜାର ପର୍ଯ୍ୟନ୍ତ ପହଂଚି ପାରୁଛି । ଗତ କିଛି ବର୍ଷ ମଧ୍ୟରେ ହିଁ ଦେଶରେ ଶ୍ରୀଅନ୍ନ ଉପରେ କାର୍ଯ୍ୟ କରୁଥିବା ୫୦୦ରୁ ଅଧିକ ଷ୍ଟାର୍ଟ ଅପ୍ ମଧ୍ୟ ନିର୍ମିତ ହୋଇଛି । ଅଧିକ ସଂଖ୍ୟାରେ ଏଫପିଓ ଏହି ଦିଗରେ ଆଗେଇ ଆସୁଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଜରିଆରେ ମହିଳାମାନେ ମଧ୍ୟ ମିଲେଟସରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଗାଁରୁ ବାହାରି ଏହି ଉତ୍ପାଦଗୁଡିକ ମଲ୍ ଏବଂ ସୁପର ମାର୍କେଟ ପର୍ଯ୍ୟନ୍ତ ପହଁଚୁଛି । ଅର୍ଥାତ୍‌, ଦେଶରେ ଏକ ସମ୍ପୁର୍ଣ୍ଣ ଯୋଗାଣ ଶୃଙ୍ଖଳ ବିକଶିତ ହେଉଛି । ଏଥିରୁ ଯୁବପିଢୀକୁ ରୋଜଗାର ମଧ୍ୟ ମିଳୁଛି, ଏବଂ କ୍ଷୁଦ୍ର ଚାଷୀମାନଙ୍କୁ ମଧ୍ୟ ବହୁତ ଅଧିକ ସହାୟତା ମିଳି ପାରୁଛି ।
ବନ୍ଧୁଗଣ,
ଏବେ ଭାରତ ଜି-୨୦ର ଅଧ୍ୟକ୍ଷ ମଧ୍ୟ ଅଟେ । ଭାରତର ଆଦର୍ଶ ହେଉଛି – “ୱାନ ଅର୍ଥ, ୱାନ ଫ୍ୟାମିଲି, ୱାନ୍ ଫ୍ୟୁଚର”, ବା “ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ” । ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ବିବେଚନା କରିବାର ଏହି ଭାବନା, ଅନ୍ତର୍ଜାତୀୟ ମିଲେଟ ବର୍ଷରେ ମଧ୍ୟ ପରିଦୃଷ୍ଟ ହେଉଛି । ବିଶ୍ୱ ପ୍ରତି କର୍ତବ୍ୟର ଭାବନା ଏବଂ ମାନବ ଜାତିର ସେବା ପାଇଁ ସଙ୍କଳ୍ପ, ସର୍ବଦା ଭାରତ ମନରେ ରହି ଆସିଛି । ଆପଣମାନେ ଦେଖନ୍ତୁ, ଯେତେବେଳେ ଆମେ ଯୋଗକୁ ନେଇ ଅଗ୍ରସର ହେଲୁ ସେତେବେଳେ ଆମେ ଏହା ମଧ୍ୟ ସୁନିଶ୍ଚିତ କଲୁ ଯେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମାଧ୍ୟମରେ ସମଗ୍ର ବିଶ୍ୱକୁ ତାର ଲାଭ ମିଳୁ । ମୁଁ ଆନନ୍ଦିତ ଯେ ଆଜି ବିଶ୍ୱର ୧୦୦ରୁ ଅଧିକ ଦେଶରେ ଯୋଗକୁ ଆନୁଷ୍ଠାନିକ ଭାବେ ପ୍ରୋତ୍ସାହନ ମିଳୁଛି । ଆଜି ବିଶ୍ୱର ୩୦ରୁ ଅଧିକ ଦେଶ ଆୟୁର୍ବେଦକୁ ମଧ୍ୟ ମାନ୍ୟତା ପ୍ରଦାନ କରି ସାରିଛନ୍ତି । ଅନ୍ତର୍ଜାତୀୟ ସୌର ମେଂଟ ରୂପରେ ଆଜି ଭାରତର ଏହି ପ୍ରୟାସ ଦୀର୍ଘସ୍ଥାୟୀ ଗ୍ରହ ପାଇଁ ଏକ ପ୍ରଭାବଶାଳୀ ମଂଚ ଭାବେ କାର୍ଯ୍ୟ କରୁଛି । ଏବଂ ଏହା ମଧ୍ୟ ଭାରତ ପାଇଁ ଖୁସିର ବିଷୟ ଯେ ଆନ୍ତର୍ଜାତୀୟ ସୌର ମେଂଟ ସହ ମଧ୍ୟ ୧୦୦ରୁ ଅଧିକ େଦେଶ ଯୋଡି ହୋଇ ସାରିଛନ୍ତି । ଆଜି ଲାଇଫ ମିଶନର ନେତୃତ୍ୱ ହେଉ, ଜଳବାୟୁ ପରିବର୍ତନ ସହ ଯୋଡି ହୋଇଥିବା ଲକ୍ଷ୍ୟଗୁଡିକୁ ସମୟ ପୂର୍ବରୁ ହାସଲ କରିବା ହେଉ, ଆମେ ନିଜର ପରମ୍ପରାରୁ ପ୍ରେରଣା ନେଉ, ସମାଜରେ ପରିବର୍ତନକୁ ପ୍ରାରମ୍ଭ କରୁ, ଏବଂ ତାକୁ ବିଶ୍ୱ କଲ୍ୟାଣର ଭାବନା ପର୍ଯ୍ୟନ୍ତ ପହଂଚାଉ । ଏବଂ ଏହା ଆଜି ଭାରତର ମିଲେଟ ଆନ୍ଦୋଳନରେ ମଧ୍ୟ ପରିଦୃଷ୍ଟ ହେଉଛି । ଶ୍ରୀଅନ୍ନ ଯୁଗ ଯୁଗରୁ ଭାରତର ଜୀବନ ଶୈଳୀର ଅଂଶ ହୋଇ ରହିଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ଯଅ, ବାଜରା, ରାଗୀ, ସାମା, କାଂଗନି, ଚିନା, କାନ୍ଦୋ, କୁଟକୀ, କୁଡୁ ଭଳି କେତେ ଯେ ଶ୍ରୀଅନ୍ନ ଭାରତରେ ପ୍ରଚଳିତ ହେଉଛି । ଆମେ ଶ୍ରୀଅନ୍ନ ସହ ସମ୍ପୃକ୍ତ ଆମର କୃଷି ପଦ୍ଧତିଗୁଡିକୁ, ନିଜର ଅନୁଭବଗୁଡିକୁ ବିଶ୍ୱ ସହ ବାଂଟିବାକୁ ଚାହୁଁଛୁ । ବଶ୍ୱ ନିକଟରେ ଯାହା ନୂତନତା ରହିଛି, ଅନ୍ୟ ଦେଶ ନିକଟରେ ଯାହା ସବୁ ବିଶେଷତ୍ୱ ରହିଛି ଆମେ ସେସବୁ ମଧ୍ୟ ଶିଖିବାକୁ ଚାହୁଁଛୁ । ଆମ ପାଖରେ ମଧ୍ୟ ଶିଖିବାର ଇଚ୍ଛା ରହିଛି । ଏଥିପାଇଁ, ଯେଉଁ ମିତ୍ର ରାଷ୍ଟ୍ରଗୁଡିକର କୃଷି ମନ୍ତ୍ରୀମାନେ ଏଠାରେ ଉପସ୍ଥିତ ଅଛନ୍ତି, ମୋର ସେମାନଙ୍କୁ ବିଶେଷ ଭାବେ ଅନୁରୋଧ ଯେ, ଆମେ ଏ ଦିଗରେ କିଭଳି ଏକ ସ୍ଥାୟୀ ତନ୍ତ୍ର ବିକଶିତ କରିପାରିବା । ଏହି ତନ୍ତ୍ରରୁ ଆଗକୁ ବଢି, କୃଷି କ୍ଷେତ୍ରରୁ ବଜାର ପର୍ଯ୍ୟନ୍ତ, ଗୋଟିଏ ଦେଶରୁ ଅନ୍ୟ ଦେଶ ପର୍ଯ୍ୟନ୍ତ, ଏକ ନୂତନ ଯୋଗାଣ ଶୃଙ୍ଖଳ ବିକଶିତ ହେଉ, ଏହା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ଅଟେ ।

ବନ୍ଧୁଗଣ,
ଆଜି ଏହି ମଂଚ ଉପରେ ମୁଁ ମିଲେଟସର ଆଉ ଏକ ସମାର୍ଥ୍ୟ ଉପରେ ଜୋର ଦେବାକୁ ଚାହୁଁଛି । ମିଲେଟର ସାମର୍ଥ୍ୟ ହେଉଛି – ଏହାର ଜଳବାୟୁ ଅଦମ୍ୟତା । ବହୁ ବିପରିତ ଜଳବାୟୁ ଆଧାରିତ ସ୍ଥିତିରେ ମଧ୍ୟ ମିଲେଟ ସହଜରେ ଉତ୍ପାଦିତ ହୋଇଯାଏ । ଏହାର ଉତ୍ପାଦନ ପାଇଁ ମଧ୍ୟ ଅପେକ୍ଷାକୃତ କମ୍ ଜଳ ଆବଶ୍ୟକ ହୋଇଥାଏ, ଯାହାଦ୍ୱାରା ଜଳ ସଙ୍କଟ ଥିବା ସ୍ଥାନଗୁଡିକରେ ମଧ୍ୟ ସନ୍ତୋଷଜନକ ଫସଲ ଉତ୍ପାଦନ ହୋଇ ପାରିଥାଏ । ଆପଣମାନଙ୍କ ଭଳି ବିଜ୍ଞ ଲୋକମାନେ ଜାଣିଥିବେ ଯେ ମିଲେଟର ଏକ ବଡ ବିଶେଷତ୍ୱ ହେଉଛି ଯେ ଏହାକୁ ରାସାୟନିକ ସାର ପ୍ରୟୋଗ ବିନା ମଧ୍ୟ ପ୍ରାକୃତିକ ପଦ୍ଧତିରେ ଚାଷ କରାଯାଇପାରେ । ଅର୍ଥାତ୍‌, ମିଲେଟସ, ମନୁଷ୍ୟ ଏବଂ ମାଟି ଉଭୟଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାର ଗ୍ୟାରେଂଟି ଦେଇଥାଏ ।
ବନ୍ଧୁଗଣ,
ଯେତେବେଳେ ଆମେ ଖାଦ୍ୟ ସୁରକ୍ଷା ବିଷୟରେ କଥା ହେଉ, ସେତେବେଳେ ଆମେ ଜାଣିଥାଉ ଯେ ଆଜି ବିଶ୍ୱ ଦୁଇ ପ୍ରକାର ଆହ୍ୱାନର ମୁକାବିଲା କରୁଛି । ଗୋଟିଏ ପଟେ ବିଶ୍ୱର ଦକ୍ଷିଣ ଭାଗ ରହିଛି, ଯିଏ ନିଜ ଗରିବମାନଙ୍କର ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତିତ । ଅନ୍ୟ ପଟେ ବିଶ୍ୱର ଉତର ଭାଗ ରହିଛି, ଯେଉଁଠାରେ ଖାଦ୍ୟାଭ୍ୟାସ ସହ ଯୋଡି ହୋଇଥିବା ରୋଗ ଏକ ବଡ ସମସ୍ୟା ହେବାରେ ଲାଗିଛି । ଏଠାରେ କୁପୋଷଣ ଏକ ବହୁତ ବଡ ଆହ୍ୱାନ ଅଟେ । ଅର୍ଥାତ୍‌, ଗୋଟିଏ ପଟେ ଖାଦ୍ୟ ସୁରକ୍ଷାର ସମସ୍ୟା, ତ ଅନ୍ୟ ପଟେ ଖାଦ୍ୟାଭ୍ୟାସର ସମସ୍ୟା! ଉଭୟ ସ୍ଥାନରେ, ଏହି କଥାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି ଯେ ଉତ୍ପାଦନ ପାଇଁ ଅଧିକ ମାତ୍ରାରେ ରସାୟନର ବ୍ୟବହାର କରାଯାଉଛି । କିନ୍ତୁ ଶ୍ରୀଅନ୍ନ ଏହିଭଳି ପ୍ରତ୍ୟେକ ସମସ୍ୟାର ମଧ୍ୟ ସମାଧାନ ଯୋଗାଇ ଦିଏ । ଅଧିକାଂଶ ମିଲେଟସକୁ ଅମଳ କରିବା ସହଜ ହୋଇଥାଏ । ଏଥିରେ ଖର୍ଚ୍ଚ ମଧ୍ୟ ବହୁତ କମ ହୋଇଥାଏ, ଏବଂ ଅନ୍ୟ ଫସଲ ତୁଳନାରେ ଏହା ଶୀଘ୍ର ପ୍ରସ୍ତୁତ ମଧ୍ୟ ହୋଇ ଯାଇଥାଏ । ଏଥିରେ ପୋଷକ ତତ୍ୱ ତ ଅଧିକ ଥାଏ, ଏଥି ସହ ସ୍ୱାଦରେ ମଧ୍ୟ ଏହା ସ୍ୱତନ୍ତ୍ର ହୋଇଥାଏ । ବୈଶ୍ୱିକ ଖାଦ୍ୟ ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ବିଶ୍ୱ ପାଇଁ ଶ୍ରୀଅନ୍ନ ବହୁତ ବଡ ଉପହାର ସଦୃଶ । ଏହିଭଳି, ଶ୍ରୀଅନ୍ନ ଦ୍ୱାରା ଖାଦ୍ୟାଭ୍ୟାସର ସମସ୍ୟା ମଧ୍ୟ ସୁଧୁରି ପାରିବ । ଅଧିକ ତନ୍ତୁ ଯୁକ୍ତ ଏହି ଖାଦ୍ୟକୁ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଭାବେ ବିବେଚନା କରାଯାଇଛି । ଏହାଦ୍ୱାରା ଜୀବନ ଶୈଳୀ ସହ ଜଡିତ ରୋଗରୁ ରକ୍ଷା ପାଇବା ପାଇଁ ଖୁବ ସହାୟତା ମିଳେ । ଅର୍ଥାତ୍‌, ବ୍ୟକ୍ତିଗତ ସ୍ୱାସ୍ଥ୍ୟଠାରୁ ନେଇ ବୈଶ୍ୱିକ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ, ଆମର ଅନେକ ସମସ୍ୟାର ସମାଧାନ ପାଇଁ ଆମକୁ ଶ୍ରୀଅନ୍ନ ନିଶ୍ଚିତ ଭାବରେ ମାର୍ଗ ପ୍ରଦର୍ଶନ କରି ପାରିବ ।

ବନ୍ଧୁଗଣ,
ମିଲେଟସ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଆମ ସମ୍ମୁଖରେ ଅନନ୍ତ ସମ୍ଭାବନା ରହିଛି । ଆଜି ଭାରତରେ ଜାତୀୟ ଖାଦ୍ୟ ଝୁଡିରେ ଶ୍ରୀ ଅନ୍ନର ଯୋଗଦାନ କେବଳ ୫ ରୁ ୬ ପ୍ରତିଶତ ଅଟେ । ଭାରତର ବୈଜ୍ଞାନିକମାନଙ୍କୁ, କୃଷି କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ମୋର ଅନୁରୋଧ ଯେ ଆମକୁ ଏହାକୁ ବଢାଇବା ପାଇଁ ଦୃତ ଗତିରେ କାର୍ଯ୍ୟ କରିବାକୁ ପଡିବ । ଆମକୁ ପ୍ରତି ବର୍ଷ ପାଇଁ ହାସଲଯୋଗ୍ୟ ଲକ୍ଷ୍ୟ
ସ୍ଥିର କରିବାକୁ ପଡିବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ବଳ ଦେବା ପାଇଁ ଦେଶ ପିଏଲଆଇ ଯୋଜନା ମଧ୍ୟ ଆରମ୍ଭ କରିଛି । ଏହାର ଅଧିକରୁ ଅଧିକ ଲାଭ ମିଲେଟସ କ୍ଷେତ୍ରକୁ ମିଳୁ, ଅଧିକରୁ ଅଧିକ କମ୍ପାନି ମିଲେଟସ ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଆଗେଇ ଆସନ୍ତୁ, ଏହି ଦିଗକୁ, ଏହି ସ୍ୱପ୍ନକୁ ସାକାର କରିବା ଆମକୁ ସୁନିଶ୍ଚିତ କରିବାକୁ ପଡିବ । କେତେକ ରାଜ୍ୟ ସାଧାରଣ ବଂଟନ ବ୍ୟବସ୍ଥାରେ ଶ୍ରୀଅନ୍ନକୁ ସାମିଲ କରିଛନ୍ତି । ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏହିଭଳି ପ୍ରୟାସ ଆରମ୍ଭ କରାଯାଇ ପାରିବ ।  ମଧ୍ୟାହ୍ନ ଭୋଜନରେ ମଧ୍ୟ ଶ୍ରୀଅନ୍ନକୁ ସାମିଲ କରି ଆମେ ପିଲାମାନଙ୍କୁ ଭଲ ପୋଷଣ ଦେଇପାରିବା, ଖାଦ୍ୟରେ ନୂତନ ସ୍ୱାଦ ଏବଂ ବିବଧତା ଯୋଡି ପାରିବା । ମୋର ବିଶ୍ୱାସ ଯେ, ଏହିସବୁ ବିଷୟଗୁଡିକ ଉପରେ ଏହି ସମ୍ମିଳନୀରେ ବିସ୍ତୃତ ଭାବରେ ଆଲୋଚନା କରାଯିବ, ସେସବୁକୁ କାର୍ଯ୍ୟକାରୀ କରିବା ପାଇଁ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରାଯିବ । ଆମର ଅନ୍ନଦାତାମାନଙ୍କର, ଏବଂ ଆମ ସମସ୍ତଙ୍କର ମିଳିତ ପ୍ରୟାସ ଦ୍ୱାରା ଶ୍ରୀଅନ୍ନ ଭାରତର ଏବଂ ବିଶ୍ୱର ସମୃଦ୍ଧିରେ ନୂଆ ଚମକ ଆଣିବ । ଏହି ଆଶା ସହିତ, ଆପଣ ସମସ୍ତଙ୍କୁ ମୁଁ ହୃଦୟରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି ଏବଂ ଆମର ଦୁଇ ଦେଶର ରାଷ୍ଟ୍ରଧ୍ୟକ୍ଷ ମଧ୍ୟ ସମୟ ବାହାର କରି ଆମକୁ ଯେଉଁ ବାର୍ତା ପଠାଇଛନ୍ତି ସେମାନଙ୍କୁ  ମଧ୍ୟ ହୃଦୟରୁ କୃତଜ୍ଞତା ଜଣାଉଛି । ଅନେକ ଅନେକ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi congratulates people of Assam on commendable environmental feat
June 05, 2026

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

The Prime Minister posted on X:

"Commendable feat. Congratulations to the people of Assam, especially the state’s Nari Shakti for taking the lead in this effort aimed at building a sustainable planet"