୨୯୬ କିମି ଦୈର୍ଘ୍ୟ ୪ଲେନ୍ ବିଶିଷ୍ଟ ଏକ୍ସପ୍ରେସ ସଡକ ୧୪,୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ
ବୁନ୍ଦେଲଖଣ୍ଡ ଅଞ୍ଚଳରେ ଯୋଗାଯୋଗ ଓ ଶିଳ୍ପ ବିକାଶରେ ଏହି ଏକ୍ସପ୍ରେସ ସଡକ ବିଶେଷ ସହାୟକ ହେବ
“ଉତ୍ତରପ୍ରଦେଶ ଏକ୍ସପ୍ରେସରେ ପ୍ରୋଜେକ୍ଟ ସମୂହ ରାଜ୍ୟର ଅନେକ ଅବହେଳିତ ଅଞ୍ଚଳକୁ ସଂଯୋଗ ସୁବିଧା ଯୋଗାଉଛି”
“ଉତ୍ତରପ୍ରଦେଶର ପ୍ରତ୍ୟେକ କୋଣ ଅନୁକୋଣ ନୂଆ ସ୍ୱପ୍ନ ଓ ନୂତନ ସଂକଳ୍ପ ନେଇ ଆଗେଇବାକୁ ଏବେ ପ୍ରସ୍ତୁତ”
“ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହିତ ଆସନ୍ତା ଏକମାସ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ
ଆୟୋଜନ କରି ନୂଆ ସଂକଳ୍ପ ନେବାର ଏକ ପରିବେଶ ସୃଷ୍ଟି ହେବା ଆବଶ୍ୟକ”
“ଦେଶର କ୍ଷତି ଓ ବିକାଶକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ କାର୍ଯ୍ୟଠାରୁ ଆମକୁ ଦୂରେଇ ରହିବାକୁ ପଡିବ”
“ଡବଲ ଇଞ୍ଜିନ ସରକାର ମାଗଣା ଯୋଜନା ଓ ‘ରେୟୁଡି’ ସଂସ୍କୃତିର ସହଜ ମାର୍ଗରେ ବିଶ୍ୱାସ କରେ ନାହିଁ: ଏହା କଠିନ
ପରିଶ୍ରମ ମାଧ୍ୟମରେ ଲୋକଙ୍କୁ ସୁଖ ସୁବିଧା ପ୍ରଦାନ କରିବାରେ ବିଶ୍ୱାସ କରେ”
“ଦେଶ ଓ ରାଜନୀତିରୁ ‘ମାଗଣା’ ସଂସ୍କୃତିକୁ ଦୂର କରନ୍ତୁ”
“ସମତୁଲ ବିକାଶ ସାମାଜିକ ନ୍ୟାୟ ପ୍ରତିଷ୍ଠା ସହିତ ସମାନ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ (ଏକ୍ସପ୍ରେସ ସଡକ)କୁ ଉଦ୍‌ଘାଟନ କପରିଛନ୍ତି । ଏହି ଉପଲକ୍ଷେ ଜଲାଉଁ ଜିଲ୍ଲାର ଓରାଇ ତହସିଲ ଅନ୍ତର୍ଗତ କୈଠେରୀ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟର ମନ୍ତ୍ରୀଗଣ ଓ ଲୋକ ପ୍ରତିନିଧିମାନେ ଯୋଗଦେଇଥିଲେ । ୨୯୬କି.ମି. ଦୈର୍ଘ୍ୟ ଚାରିଲେନ ବିଶିଷ୍ଟି ଏହି ଏକ୍ସପ୍ରେସ ସଡକ ୧୪ହଜାର ୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ । 

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ଅଞ୍ଚଳରେ କଠିନ ପରିଶ୍ରମ ଓ ସାହସର ଏକ ଗୌରବମୟ ପରମ୍ପରା ରହିଛି । ଏହି ଅଞ୍ଚଳର ସଂସ୍କୃତି ସମୃଦ୍ଧ । ଏହି ଅଞ୍ଚଳ ଅସଂଖ୍ୟ ଯୋଦ୍ଧାଙ୍କୁ ଜନ୍ମ ଦେଇଛି ଏବଂ ଏଠା ଲୋକଙ୍କ ରକ୍ତରେ ଦେଶପ୍ରେମ ପ୍ରବାହିତ । ଏହି ଅଞ୍ଚଳବାସୀଙ୍କ ସାମାର୍ଥ୍ୟ, ଶକ୍ତି ଓ କଠିନ ପରିଶ୍ରମ ସର୍ବଦା ଦେଶର ନାମକୁ ଉଜ୍ଜ୍ୱଳ କରି ଆସିଛି । 

ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡକ ଏବେ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ହେବା ଫଳରେ ଏହି ଅଞ୍ଚଳ ବିଶେଷ ଉପକୃତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଏହା ଫଳରେ ଚିତ୍ରକୂଟ ଓ ଦିଲ୍ଲୀ ମଧ୍ୟରେ ଯାତ୍ରା ସମୟ ୩ରୁ ୪ଘଣ୍ଟା ହ୍ରାସ ପାଇବ । ଏହି ସଡକପଥ ସମଗ୍ର ବୁନ୍ଦେଲଖଣ୍ଡ ଅଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ପୂର୍ବରୁ ଉତ୍ତମ ସଡକ ଓ ଯୋଗାଯୋଗ ସୁବିଧା କେବଳ ଦେଶର ସହାରାଞ୍ଚଳଗୁଡିକ ମଧ୍ୟରେ ସୀମିତ ଥିଲା । ଏବେ ସେ ସ୍ଥିତି ବଦଳିଯାଇଛି । ସବ୍‌କା ସାଥ୍‌, ସବ୍‌କା ବିକାଶର ପ୍ରେରଣା ଓ ଉଚ୍ଛ୍ୱାସରେ ହେଉଥିବା କାମ ଫଳରେ ଦେଶର କୋଣଅନୁକୋଣର ସବୁଠୁ ଅନଗ୍ରସର ଇଲାକାରେ ସଂଯୋଗ ବ୍ୟବସ୍ଥାରେ ଅଭୂତପୂର୍ବ ଉନ୍ନତି ଘଟିଛି । 

ସେ ଆହୁରି କହିଥିଲେ ଯେ ଏହି ଏକ୍ସପ୍ରେସ ୱେ ଯୋଗୁଁ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଅନେକ ନୂଆ ସୁଯୋଗ ଓ ସୁବିଧା ସୃଷ୍ଟି ହେବ । ଏହି ଅଞ୍ଚଳରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବା ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ମିଳିବ । ଅତୀତରେ ସଡକ ସଂଯୋଗ କ୍ଷେତ୍ରରେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳକୁ ଉପେକ୍ଷା କରାଯାଇଥିଲା । ନୂଆ ସଡକ ସଂଯୋଗ ବ୍ୟବସ୍ଥାରେ ଏସବୁ ଅବହେଳିତ ଅଞ୍ଚଳକୁ ସମ୍ପୃକ୍ତ କରାଯାଉଛି । ଉଦାହରଣ ଛଳରେ ସେ କହିଥିଲେ ଯେ ନୂଆ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ସଡକ, ରାଜ୍ୟର ସାତଟି ଜିଲ୍ଲା-ଚିତ୍ରକୂଟ, ବାନ୍ଦା, ମହୋବା, ହମିରପୁର, ଜଲାଉଁ, ଅଓରେୟା ଓ ଇଟାୱାକୁ ସଂଯୋଗ କରୁଛି । ସେହିଭଳି ଅନ୍ୟାନ୍ୟ ଏକ୍ସପ୍ରେସ ସଡକ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣକୁ ଛୁଇଁଛି । ଏହାଫଳରେ ଉତ୍ତରପ୍ରଦେଶ ଏକ ନୂଆ ସ୍ୱପ୍ନ ଓ ନୂଆ ସଂକଳ୍ପ ନେଇ ଆଗକୁ ବଢିବାକୁ ପ୍ରସ୍ତୁତ ହୋଇଛି । ସେ କହିଛନ୍ତି ଯେ “ଡବଲ ଇଞ୍ଜିନ” ସରକାର ନୂଆ ଶକ୍ତି ଓ ସାମର୍ଥ୍ୟ ନେଇ ଏ ଦିଗରେ କାମ କରୁଛି । 

ଉତ୍ତରପ୍ରଦେଶର ନୂତନ ଯୋଗାଯୋଗ ବ୍ୟବସ୍ଥା ଓ ସୁବିଧା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରୟାଗରାଜ ଓ କୁଶିନଗରରେ ନୂଆ ବିମାନ ବନ୍ଦର ତିଆରି ହୋଇଛି । ରାଜ୍ୟର ଆହୁରି ଅନେକ ସହରକୁ ବିମାନ ସେବା ଯୋଗାଣ କାର୍ଯ୍ୟ ଚାଲିଛି । ଏହା ଫଳରେ ରାଜ୍ୟର ପର୍ଯ୍ୟଟନ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ଉତ୍ତର ପ୍ରଦେଶରେ ସରଯୁ କେନାଲ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ୪୦ବର୍ଷ ସମୟ ଲାଗିଥିଲା । ସେହିଭଳି ଅର୍ଜୁନ ଡ୍ୟାମ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ୧୨ବର୍ଷ ଲାଗିଥିବାବେଳେ ରାଜ୍ୟର ଗୋରଖପୁର ସାର କାରଖାନା ୩୦ବର୍ଷ ଧରି ବନ୍ଦ ହୋଇପଡିଥିଲା । ଏହାଛଡା ଆମେଠି ରାଇଫଲ ଫ୍ୟାକ୍ଟ୍ରି ଏବେ କେବଳ ସାଇନବୋର୍ଡରେ ବଞ୍ଚି ରହିଥିବାବେଳେ ରାଏବରେଲି ରେଲକୋଚ ଫ୍ୟାକ୍ଟ୍ରିରେ କେବଳ ରେଳକୋଚଗୁଡିକକୁ ରଙ୍ଗ ଦିଆଯାଉଛି । ବର୍ତ୍ତମାନର ସରକାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନୂଆ ଦୃଷ୍ଟିକୋଣ ଆଣି କାମ କରୁଛନ୍ତି । ଭିତ୍ତିଭୂମି ବିକାଶ କାମକୁ ଗୁରୁତ୍ୱ ପ୍ରଦାନ କରି ଶୀଘ୍ର ସାରିବାକୁ ଉଦ୍ୟମ କରାଯାଉଛି । ଏବେ ଉତ୍ତରପ୍ରଦେଶରେ ବିକାଶ ପ୍ରକ୍ରିୟା ଯେଉଁ ଢଙ୍ଗରେ ଚାଲିଛି ତାହା ରାଜ୍ୟର ପରିଚୟ ବଦଳାଇ ଦେଇଛି ଏବଂ ଅନ୍ୟ ବିକଶିତ ରାଜ୍ୟଠାରୁ ଏହାର କାମ ଓ ସଫଳତା ଭଲ ରହିଛି ।

 ସେ ଆହୁରି କହିଛନ୍ତି ଯେ ଆଗରୁ ରେଲଲାଇନ ଦୋହରାକାମ ବର୍ଷକୁ ହାରାହାରି ୫୦କି.ମି. ହେଉଥିଲା । ଏବେ ତାହା ୨୦୦ କି.ମି.ରେ ପହଞ୍ôଚିଛି । ୨୦୧୪ରେ ଉତ୍ତରପ୍ରଦେଶରେ କମନ ସର୍ଭିସ ସେଣ୍ଟର ସଂଖ୍ୟା ୧୧ହଜାର ଥିବାବେଳେ ଏବେ ଏହା ୧. ୩୦ଲକ୍ଷରେ ପହଂଚିଛି । ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ୧୨ରୁ ୩୫କୁ ବୃଦ୍ଧି ପାଇଛି ଏବଂ ଆଉ ୧୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି । ‘ଡବଲ ଇଞ୍ଜିନ’ ସରକାର କାମର ବେଗକୁ ଏହା ପ୍ରମାଣିତ କରୁଛି ।

 ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିକାଶ ପ୍ରକ୍ରିୟା ଦୁଇଟି ପ୍ରମୁଖ ଲକ୍ଷ୍ୟ ଉପରେ ଆଧାରିତ ହୋଇ କାର୍ଯ୍ୟକାରୀ ହେଉଛି । ସେ ଦୁଇଟି ହେଲା ଇରାଦା (ଉଦ୍ଦେଶ୍ୟ) ଓ ମର୍ଯ୍ୟାଦା । ଉତ୍ତରପ୍ରଦେଶର ବାବା ବିଶ୍ୱନାଥ ଧାମ, ଗୋରଖପୁର ଏମ୍ସ, ଦିଲ୍ଲୀ-ମିରଟ ଏକ୍ସପ୍ରେସ ୱେ ଓ ବୁନ୍ଦେଲଖଣ୍ଡ ଏକ୍ସପ୍ରେସସେ୍‌ବ ଆଦି ପ୍ରକଳ୍ପ ଏହି ଲକ୍ଷ୍ୟରେ କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନର ସରକାର ଏସବୁ ପ୍ରକଳ୍ପର ଶୁଭାରମ୍ଭ କରି ଏହାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିଛନ୍ତି । ଏହା ଫଳରେ ଜନାଦେଶ ଓ ଜନବିଶ୍ୱାସକୁ ସରକାର ସମ୍ମାନ ଦେଇଛନ୍ତି । ଆସନ୍ତା ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଏକ ମାସ ଧରି ଆୟୋଜନ କରି ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇବା ସହିତ ନୂଆ ସଂକଳ୍ପ ନେବାର ବାତାବରଣ ସୃଷ୍ଟି କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଦେଶର କ୍ଷତି ପହଞ୍ଚାଇବା ଓ ବିକାଶ ପ୍ରକ୍ରିୟାକୁ ବ୍ୟାହତ କରିବା ଭଳି କୌଣସି କାର୍ଯ୍ୟଠାରୁ ଜନସାଧାରଣ ଦୂରେଇ ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ‘ଅମୃତକାଳ’ ଭଳି ବିରଳ କ୍ଷଣର ସମ୍ପୂର୍ଣ୍ଣ ବିନିଯୋଗ କରି ଦେଶର ବିକାଶ ପ୍ରକ୍ରିୟାକୁ ଆଗେଇ ନେବାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଭୋଟ ପାଇଁ ମାଗଣା ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ ଏଭଳି ସଂସ୍କୃତି ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ । ଦେଶର ଜନତା ଏହି ମାଗଣା (ରେୟୁଡି) ସଂସ୍କୃତି ପ୍ରତି ସଚେତନ ଓ ସାବଧାନ ରହିବା ଉଚିତ । ଏହି ସଂସ୍କୃତି ନୂଆ ଏକ୍ସପ୍ରେସୱେ, ବିମାନବନ୍ଦର, ପ୍ରତିରକ୍ଷା କରିଡର ଭଳି ପ୍ରକଳ୍ପ ଜନତାଙ୍କ ପାଇଁ ତିଆରି କରି ପାରିବ ନାହିଁ । ମାଗଣାଖିଆ ସଂସ୍କୃତି ପ୍ରବର୍ତ୍ତନ ଦ୍ୱାରା ଲୋକଙ୍କ ଭୋଟକୁ ଯେ କିଣାଯାଇପାରେ ଜନତା ବିଷୟରେ ସଚେତନ ରହିବା ଆବଶ୍ୟକ । ଲୋକେ ସମ୍ମିଳିତଭାବେ ଏ ବିଷୟରେ ଗଭୀର ଭାବେ ଚିନ୍ତାକରି ଏହି ‘ମାଗଣାଖିଆ’ ଯୋଜନା ସଂସ୍କୃତିର ଅବସାନ ଘଟାଇବା ଦିଗରେ କାମ କରିବା ଉଚିତ । ବର୍ତ୍ତମାନର ‘ଡବଲ ଇଞ୍ଜିନ” ସରକାର ମାହାଳିଆ ଯୋଜନାର ସହଜ ଓ ସ୍ୱଳ୍ପମିଆଦି ଲାଭର ରାସ୍ତା ପରିହାର କରି କଠିନ ପରିଶ୍ରମ ମାଧ୍ୟମରେ ଦେଶ ଓ ଦଶର ଉନ୍ନତି କଳ୍ପେ କାର୍ଯ୍ୟ କରୁଛି । ଏଥିରେ ଲୋକଙ୍କୁ ପକ୍କାଘର, ରେଳପଥ, ସଡକ ପଥ, ଜଳସେଚନ, ବିଜୁଳି ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ସୁବିଧାମାନ ଯୋଗାଇ ଦିଆଯାଉଛି ।

ସମତୁଲ ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅବହେଳିତ ସହର ଓ ଗ୍ରାମାଞ୍ଚଳର ବିକାଶ ଦ୍ୱାରା ସାମାଜିକ ନ୍ୟାୟର ପ୍ରକୃତ ପ୍ରତିଷ୍ଠା ହୋଇପାରିବ । ବହୁ ବିଳମ୍ବରେ ଅବହେଳିତ ବୁନ୍ଦେଲଖଣ୍ଡ ଓ ପୂର୍ବ ଭାରତକୁ ଆଧୁନିକ ଭିତ୍ତିଭୂମି ପ୍ରବେଶ କରିଛି । ଅବହେଳିତ ଅଞ୍ଚଳର ବିକାଶ ହିଁ ବାସ୍ତବ ସାମାଜିକ ନ୍ୟାୟ । ଅନୁନ୍ନତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ଶୌଚାଳୟ, ଟ୍ୟାପ୍ ପାଣି, ସଡକ, ବିଜୁଳି ଓ ଅନ୍ୟାନ୍ୟ ସୁବିଧା ପହଞ୍ଚାଇବା ହିଁ ସାମାଜିକ ନ୍ୟାୟ ଓ ସମତୁଲ ବିକାଶ ସେ ବୋଲି କହିଛନ୍ତି । 

ଦେଶର କ୍ରୀଡା କ୍ଷେତ୍ରକୁ ବୁନ୍ଦେଲଖଣ୍ଡ ଅଞ୍ଚଳର ଅବଦାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ପ୍ରଖ୍ୟାତ ହକି ଖେଳାଳି ମେଜର ଧ୍ୟାନଚାନ୍ଦ, ଆନ୍ତର୍ଜାତିକ ଆଥଲେଟ ଶୈଳୀ ସିଂହଙ୍କ ଭଳି କ୍ରୀଡାବିତଙ୍କୁ ଜନ୍ମ ଦେଇ ଏହି ଅଞ୍ଚଳ ଧନ୍ୟ ହୋଇଛି ।

 ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ 

 ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ ୨୦୨୦ ଫେବୃୟାରୀ ୨୯ର ପ୍ରଧାନମନ୍ତ୍ରୀଙ୍କା ଦ୍ୱାରା ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ୨୮ମାସ ମଧ୍ୟରେ ଶେଷ ହୋଇଛି । ମୋଟ ୨୯୬କି.ମି. ଲମ୍ବ ଚାରିଲେନ ବିଶିଷ୍ଟଏହି ଏକ୍ସପ୍ରେସ ସଡକ ୧୪, ୮୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ । ଉତ୍ତରପ୍ରଦେଶ ଏକ୍ସପ୍ରେସ ୱେ ଶିଳ୍ପ ଓ ଉନ୍ନୟନ ପ୍ରାଧିକରଣ ଏହାକୁ ତିଆରି କରିଛି । ଏହି ସଡକ ଚିତ୍ରକୁଟ ଜିଲ୍ଲାର ଗୋଣ୍ଡା ଗାଁ ନିକଟରୁ ଜାତୀୟ ରାଜପଥ ୩୫ରୁ ବାହାରି ଇଟାୱା ଜିଲ୍ଲାର କୁଦ୍ରେଲ ନିକଟରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ସଡକ ସହିତ ମିଶିଛି । ଏହି ସଡକ ଚିତ୍ରକୂଟ, ବାନ୍ଦା, ମହୋବା, ହମିରପୁର, ଜଲାଓଁ, ଅଉରିଆ ଓ ଇଟାୱା ଜିଲ୍ଲା ଦେଇ ଯାଇଛି । ଏହାଫଳରେ ଅବହେଳିତ ବୁନ୍ଦେଲଖଣ୍ଡ ଅଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

 ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ ୨୦୨୦ ଫେବୃୟାରୀ ୨୯ର ପ୍ରଧାନମନ୍ତ୍ରୀଙ୍କା ଦ୍ୱାରା ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ୨୮ମାସ ମଧ୍ୟରେ ଶେଷ ହୋଇଛି । ମୋଟ ୨୯୬କି.ମି. ଲମ୍ବ ଚାରିଲେନ ବିଶିଷ୍ଟଏହି ଏକ୍ସପ୍ରେସ ସଡକ ୧୪, ୮୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ । ଉତ୍ତରପ୍ରଦେଶ ଏକ୍ସପ୍ରେସ ୱେ ଶିଳ୍ପ ଓ ଉନ୍ନୟନ ପ୍ରାଧିକରଣ ଏହାକୁ ତିଆରି କରିଛି । ଏହି ସଡକ ଚିତ୍ରକୁଟ ଜିଲ୍ଲାର ଗୋଣ୍ଡା ଗାଁ ନିକଟରୁ ଜାତୀୟ ରାଜପଥ ୩୫ରୁ ବାହାରି ଇଟାୱା ଜିଲ୍ଲାର କୁଦ୍ରେଲ ନିକଟରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ସଡକ ସହିତ ମିଶିଛି । ଏହି ସଡକ ଚିତ୍ରକୂଟ, ବାନ୍ଦା, ମହୋବା, ହମିରପୁର, ଜଲାଓଁ, ଅଉରିଆ ଓ ଇଟାୱା ଜିଲ୍ଲା ଦେଇ ଯାଇଛି । ଏହାଫଳରେ ଅବହେଳିତ ବୁନ୍ଦେଲଖଣ୍ଡ ଅଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”