୨୯୬ କିମି ଦୈର୍ଘ୍ୟ ୪ଲେନ୍ ବିଶିଷ୍ଟ ଏକ୍ସପ୍ରେସ ସଡକ ୧୪,୮୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ
ବୁନ୍ଦେଲଖଣ୍ଡ ଅଞ୍ଚଳରେ ଯୋଗାଯୋଗ ଓ ଶିଳ୍ପ ବିକାଶରେ ଏହି ଏକ୍ସପ୍ରେସ ସଡକ ବିଶେଷ ସହାୟକ ହେବ
“ଉତ୍ତରପ୍ରଦେଶ ଏକ୍ସପ୍ରେସରେ ପ୍ରୋଜେକ୍ଟ ସମୂହ ରାଜ୍ୟର ଅନେକ ଅବହେଳିତ ଅଞ୍ଚଳକୁ ସଂଯୋଗ ସୁବିଧା ଯୋଗାଉଛି”
“ଉତ୍ତରପ୍ରଦେଶର ପ୍ରତ୍ୟେକ କୋଣ ଅନୁକୋଣ ନୂଆ ସ୍ୱପ୍ନ ଓ ନୂତନ ସଂକଳ୍ପ ନେଇ ଆଗେଇବାକୁ ଏବେ ପ୍ରସ୍ତୁତ”
“ଆମେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହିତ ଆସନ୍ତା ଏକମାସ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ
ଆୟୋଜନ କରି ନୂଆ ସଂକଳ୍ପ ନେବାର ଏକ ପରିବେଶ ସୃଷ୍ଟି ହେବା ଆବଶ୍ୟକ”
“ଦେଶର କ୍ଷତି ଓ ବିକାଶକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ କାର୍ଯ୍ୟଠାରୁ ଆମକୁ ଦୂରେଇ ରହିବାକୁ ପଡିବ”
“ଡବଲ ଇଞ୍ଜିନ ସରକାର ମାଗଣା ଯୋଜନା ଓ ‘ରେୟୁଡି’ ସଂସ୍କୃତିର ସହଜ ମାର୍ଗରେ ବିଶ୍ୱାସ କରେ ନାହିଁ: ଏହା କଠିନ
ପରିଶ୍ରମ ମାଧ୍ୟମରେ ଲୋକଙ୍କୁ ସୁଖ ସୁବିଧା ପ୍ରଦାନ କରିବାରେ ବିଶ୍ୱାସ କରେ”
“ଦେଶ ଓ ରାଜନୀତିରୁ ‘ମାଗଣା’ ସଂସ୍କୃତିକୁ ଦୂର କରନ୍ତୁ”
“ସମତୁଲ ବିକାଶ ସାମାଜିକ ନ୍ୟାୟ ପ୍ରତିଷ୍ଠା ସହିତ ସମାନ”

ଭାରତ ମାତା କି - ଜୟ, ଭାରତ ମାତା କି - ଜୟ, ଭାରତ ମାତା କି - ଜୟ, ବୁଂଦେଲଖଣ୍ଡ ଯେଉଁ ସ୍ଥାନ ହେଉଛି ବେଦବାସଙ୍କ ଜନ୍ମସ୍ଥଳୀ ଏବଂ ଆମର ମହାନ ‘ବାଇସା’ମହାରାଣୀ ଲକ୍ଷ୍ମୀବାଈଙ୍କର ଜନ୍ମସ୍ଥଳୀ, ମୋତେ ଏଠାକୁ ବାରମ୍ବାର ଆସିବାର ସୁଯୋଗ ମିଳୁଛି । ମୋତେ ବହୁତ ଖୁସି ଲାଗୁଛି! ନମସ୍କାର ।

ଉତ୍ତର ପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ୟୁପିର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଏବଂ ଏହି କ୍ଷେତ୍ରର ବାସିନ୍ଦା ଶ୍ରୀ ଭାନୁପ୍ରତାପ ସିଂହ ଜୀ, ୟୁପି ସରକାରଙ୍କ ମନ୍ତ୍ରୀଗଣ, ସଂସଦଗଣ, ବିଧାୟକଗଣ, ଅନ୍ୟ ଜନପ୍ରତିନିଧି ଏବଂ ବୁଂଦେଲଖଣ୍ଡର ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ,

ୟୁପିର ଲୋକମାନଙ୍କୁ, ବୁଂଦେଲଖଣ୍ଡର ସମସ୍ତ ଭଉଣୀ-ଭାଇମାନଙ୍କୁ ଆଧୁନିକ ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ ଅବସରରେ ବହୁତ ବହୁତ ଶୁଭେଚ୍ଛା । ବହୁତ ବହୁତ ଶୁଭକାମନା । ଏହି ଏକ୍ସପ୍ରେସ ୱେ ବୁଂଦେଲଖଣ୍ଡର ଗୌରବଶାଳୀ ପରମ୍ପରାକୁ ସମର୍ପିତ ହୋଇଛି । ଯେଉଁ ଜନ୍ମଭୂମି ଅଗଣିତ ବୀର ଯୋଦ୍ଧାମାନଙ୍କୁ ଜନ୍ମ ଦେଇଛି । ଯେଉଁମାନଙ୍କ ରକ୍ତରେ ଭାରତ ଭକ୍ତି ପ୍ରବାହିତ ହେଉଛି, ଯେଉଁଠିକାର ପୁଅ- ଝିଅମାନଙ୍କ ପରାକ୍ରମ ଏବଂ ପରିଶ୍ରମ ସବୁବେଳେ ଦେଶର ନାମକୁ ଉଜ୍ୱଳ କରିଛି, ସେହି ବୁଂଦେଲଖଣ୍ଡର ଧରିତ୍ରୀକୁ ଆଜି ଏକ୍ସପ୍ରେସ-ୱେର ଏହି ଉପହାର ଦେବାକୁ ଯାଇ ଉତ୍ତର ପ୍ରଦେଶର ସାଂସଦ ଭାବରେ, ଉତ୍ତର ପ୍ରଦେଶର ଜନପ୍ରତିନିଧି ଭାବରେ ମୋତେ ବିଶେଷ ଖୁସି ଲାଗୁଛି ।

ଭାଇ ଏବଂ ଭଉଣୀମାନେ,

ମୁଁ ଦଶ ବର୍ଷ ଧରି ଉତ୍ତର ପ୍ରଦେଶ ଯିବା ଆସିବା କରୁଛି । ୟୁପିର ଆଶୀର୍ବାଦରେ ଗତ ଆଠ ବର୍ଷରୁ ଦେଶର ପ୍ରଧାନସେବକ ଭାବରେ କାର୍ଯ୍ୟ କରିବାକୁ ଆପଣ ସମସ୍ତେ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ମୁଁ ସବୁବେଳେ ଦେଖିଥିଲି, ଯଦି ଉତ୍ତର ପ୍ରଦେଶରେ ଦୁଇଟି ମହତ୍ୱପୂର୍ଣ୍ଣ ଜିନିଷ ଯୋଡ଼ି ଦିଆଯିବ, ତାହାର ଅଭାବକୁ ଯଦି ପୂରଣ କରି ଦିଆଯିବ ତାହାହେଲେ ଉତ୍ତର ପ୍ରଦେଶର ଆହ୍ୱାନକୁ ପରିଣାମ ଦେବା ପାଇଁ ବହୁତ ବଡ଼ ଶକ୍ତିର ସହିତ ଦଣ୍ଡାୟମାନ ହୋଇପାରିବ । ପ୍ରଥମ ବିଷୟ ଥିଲା ଏଠିକାର ଖରାପ ଆଇନ ବ୍ୟବସ୍ଥା । ଯାହାକି ମୁଁ ପୂର୍ବ କଥା କହୁଛି, ପ୍ରତ୍ୟେକ ପ୍ରକାରରେ ଖରାପ ସଂଯୋଗୀକରଣ । ଆଜି ଉତ୍ତର ପ୍ରଦେଶର ଲୋକମାନେ ମିଳିମିଶି ଯୋଗୀ ଆଦିତ୍ୟନାଥ ଜୀଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶର ପୁରା ଚିତ୍ର ବଦଳାଇ ଦେଇଛନ୍ତି । ଯୋଗୀ ଜୀଙ୍କ ନେତୃତ୍ୱ ଥିବା ସରକାରରେ ଆଇନ ବ୍ୟବସ୍ଥା ମଧ୍ୟ ସୁଧୁରିଯାଇଛି ଏବଂ ସଂଯୋଗୀକରଣ ମଧ୍ୟ ଦ୍ରୁତଗତିରେ ସୁଧାରିବାରେ ଲାଗିଛି । ସ୍ୱାଧୀନତା ପରେ ସାତ ଦଶକରେ ୟୁପିରରେ ଯାତାୟତର ଆଧୁନିକ ସାଧନାରେ ଯେତିକି କାର୍ଯ୍ୟ ହୋଇଛି, ସେଥିରୁ ଅଧିକ କାମ ଆଜି ହେଉଛି । ମୁଁ ଆପଣଙ୍କୁ ପଚାରୁଛି କି ହେଉନାହିଁ? ହେଉଛି ନା ହେନାହିଁ? ଆଖି ସମ୍ମୁଖରେ ଦେଖାଯାଉଛି ନା ଦେଖାଯାଉ ନାହିଁ? ବୁଂଦେଲଖଣ୍ଡ ଏକ୍ସପ୍ରେସ-ୱେ ଚିତ୍ରକୂଟରୁ ଦିଲ୍ଲୀର ଦୂରତାକୁ ପାଖାପାଖି ୩-୪ ଘଣ୍ଟା କମ ହୋଇଛି । କିନ୍ତୁ ଏହାର ଲାଭ ଏହାକୁ ମଧ୍ୟ ବହୁଗୁଣ ଅଧିକ ହୋଇଛି । ଏହି ଏକ୍ସପ୍ରେସ ୱେ କେବଳ ବାହନଗୁଡ଼ିକୁକ ଗତି ଦେବ ସେତିକି ନୁହେଁ, ବରଂ ଏହା ପୁରା ବୁଂଦେଲଖଣ୍ଡର ଔଦ୍ୟୋଗିକ ପ୍ରଗତିକୁ ମଧ୍ୟ ଗତି ଦେବ । ଏହାର ଉଭୟ ପାଶ୍ୱର୍ରେ, ଏହି ଏକ୍ସପ୍ରେସ ୱେ ଉଭୟ ପକ୍ଷରେ ଉଦ୍ୟୋଗ ସ୍ଥାପନ ହେବାକୁ ଯାଉଛି, ଏଠାରେ ଭଣ୍ଡାରଣର ସୁବିଧା, ଶୀତଳ ଭଣ୍ଡାରର ସୁବିଧାମାନ ହେବାକୁ ଯାଉଛି, ବୁଂଦେଲଖଣ୍ଡ ଏକ୍ସପ୍ରେସ ୱେ କାରଣରୁ ଏହି କ୍ଷେତ୍ରରେ କୃଷି ଆଧାରିତ ଉଦ୍ୟୋଗମାନ ଲାଗିବାକୁ ବହୁତ ସୁବିଧା ହୋଇଯିବ, କ୍ଷେତରେ ଉତ୍ପାଦିତ ହେଉଥିବା ଉତ୍ପାଦନଗୁଡ଼ିକୁ ନୂତନ ବଜାରମାନଙ୍କରେ ପହଞ୍ଚାଇବାରେ ସୁବିଧା ହେବ । ବୁଂଦେଲଖଣ୍ଡରେ ହେଉଥିବା ପ୍ରତିରକ୍ଷା କରିଡରକୁ ମଧ୍ୟ ଏହାଠାରୁ ବହୁତ ସାହାଯ୍ୟ ମଳିବ । ଅର୍ଥାତ ଏହି ଏକ୍ସପ୍ରେସ ୱେ ବୁଂଦେଲଖଣ୍ଡର କୋଣ ଅନୁକୋଣର ବିକାଶ ସ୍ୱରରୋଜଗାର ଏବଂ ନୂଆ ସୁଯୋଗ ସହିତ ମଧ୍ୟ ଯୋଡ଼ିହେବ ।

ସାଥୀମାନେ,

ଗୋଟିଏ ସମୟ ଥିଲା ଯେତେବେଳେ ମନାଯାଉଥିଲା ଯେ ଯାତାୟତର ଆଧୁନିକ ସାଧନ ଉପରେ ପ୍ରଥମ ଅଧିକାର କେବଳ ବଡ଼ ବଡ଼ ସହରର ହଁ ଅଛି । ମୁମ୍ବାଇ ହେଉ, ଚେନ୍ନାଇ ହେଉ, କଲିକତା ହେଉ, ବେଙ୍ଗାଲୁରୁ ହେଉ, ହାଇଦ୍ରାବାଦ ହେଉ, ଦିଲ୍ଲୀ ହେଉ ସବୁକିଛି ସେମାନଙ୍କୁ ହିଁ ମିଳିବ । କିନ୍ତୁ ବର୍ତ୍ତମାନ ସରକାର ବଦଳିଯାଇଛନ୍ତି, ମାନସିକତା ମଧ୍ୟ ବଦଳି ଯାଇଛି ଏବଂ ଇଏ ମୋଦୀ ଅଟନ୍ତି, ଇଏ ଯୋଗୀ ଅଟନ୍ତି, ବର୍ତ୍ତମାନ ସେହି ପୁରୁଣା ଚିନ୍ତାଧାରାକୁ ଛାଡ଼ି ତାହାକୁ ପଛରେ ରଖି ଆମେ ଏକ ନୂଆ ଭାବରେ ଆଗକୁ ବଢୁଛୁ । ୨୦୧୭ ମସିହା ପରେ ଉତ୍ତର ପ୍ରଦେଶରେ ସଂଯୋଗୀକରଣର ଯେଉଁ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେଥିରେ ବଡ଼ ସହରଗୁଡ଼ିକ ସହିତ ଛୋଟ ସହରଗୁଡ଼ିକୁ ମଧ୍ୟ ସେତିକି ହିଁ ପ୍ରାଥମିକତା ଦିଆଯାଇଛି । ଏହି ବୁଂଦେଲଖଣ୍ଡ ଏକ୍ସପ୍ରେସ ୱେ ଚିତ୍ରକୂଟ, ବାଂଦ୍ରା, ହମିରପୁର, ମହେବା, ଜାଲୋନ, ଔରୈୟା ଏବଂ ଇଟାୱା ବାଟ ଦେଇ ଯାଉଛି । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ, ଲକ୍ଷ୍ନୌ ସହିତ ବାରାବଙ୍କୀ, ଅମେଠୀ, ସୁଲତାନପୁର, ଅଯୋଧ୍ୟା, ଆମ୍ବେଦକରନଗର, ଆଜମଗଡ଼, ମଉ ଏବଂ ଗାଜିପୁର ଦେଇ ଯାଉଛି । ଗୋରଖପୁର ଲିଙ୍କ ଏକ୍ସପ୍ରେସ ୱେ, ଆମ୍ବେଦକର ନଗର, ସନ୍ଥ କବୀର ନଗର ଏବଂ ଆଜମଗଡ଼କୁ ସଂଯୋଗ କରୁଛି । ଗଙ୍ଗା ଏକ୍ସପ୍ରେସ ୱେ- ମେରଂ, ହାପୁଡ଼, ବୁଲଂଦସହର, ଅମରୋହା, ସମ୍ଭଲ, ବଦାୟୁଁ, ଶାହଜହାଁପୁର, ହରଦୋଇ, ଅନ୍ନାଓ, ରାୟବରେଲୀ, ପ୍ରତାପଗଡ଼ ଏବଂ ପ୍ରୟାଗରାଜକୁ ଯୋଡ଼ିବାର କାର୍ଯ୍ୟ କରିବ । ଦେଖାଯାଉଛି ଯେ କେତେବଡ଼ ଶକ୍ତି ଜନ୍ମ ନେଉଛି । ଉତ୍ତର ପ୍ରଦେଶର ପ୍ରତ୍ୟେକ କୋଣ ନୂତନ ସ୍ୱପ୍ନକୁ ନେଇ, ନୂତନ ସଂକଳ୍ପକୁ ନେଇ ବର୍ତ୍ତମାନ ଦୃଢ଼ ଗତିରେ ଦୌଡ଼ିବାକୁ ପ୍ରସ୍ତୁତ ହୋଇସାରିଛି, ଏବଂ ଏହା ହିଁ ସବକା ସାଥ ଅଟେ, ସବକା ବିକାଶ ଅଟେ । ନା କେହି ପଛରେ ରହିଯାଆନ୍ତୁ, ସମସ୍ତେ ମିଳିମିଶି ଆଗକୁ ବଢ଼ନ୍ତୁ, ଏହି ଦିଗରେ ଡବଲ ଇଞ୍ଜିନ ସରକାର ଲଗାତାର କାର୍ଯ୍ୟ କରୁଛି । ୟୁପିର ଛୋଟ ଛୋଟ ଜିଲ୍ଲା ବିମାନ ସେବା ସହିତ ଜଡ଼ିତ ଏଥିପାଇଁ ମଧ୍ୟ କାର୍ଯ୍ୟ କାଯାଉଛି । ଗତ କିଛି ସମୟ ମଧ୍ୟରେ ପ୍ରୟାଗରାଜ, ଗାଜିୟାବାଦରେ ନୂତନ ଏୟାରପୋର୍ଟ ନର୍ମିନାଲ ବନାଯାଇଛି, କୁଶୀନଗରରେ ନୂତନ ଏୟାରପୋର୍ଟ ସହିତ ନୋଏଡା ମଧ୍ୟରେ ଆଉ ଏକ ଇଣ୍ଟରନାସନାଲ ଏୟାରପୋର୍ଟ ଉପରେ କାର୍ଯ୍ୟ ଚାଲୁଛି । ଭବିଷ୍ୟତରେ ୟୁପିର ଆହୁରି ଅନେକ ସହରକୁ, ସେଠାରେ ମଧ୍ୟ ଆକାଶ ପଥ ସହିତ ଯୋଡ଼ିବାର ପ୍ରୟାସ କରାଯାଉଛି । ଏଭଳି ସୁବିଧାଗୁଡ଼ିକ ଦ୍ୱାରା ପର୍ଯ୍ୟଟନ ଉଦ୍ୟୋଗକୁ ମଧ୍ୟ ବହୁତ ଶକ୍ତି ମିଳିଥାଏ ଏବଂ ମୁଁ ଯେତେବେଳେ ଆଜି ଏଠାରେ ଉପରକୁ ଆସୁଥିଲି ସେତେବେଳେ ତାହା ପୂର୍ବରୁ ମୁଁ ଏହି ବୁଂଦେଲଖଣ୍ଡ ଏକ୍ସପ୍ରେସ ୱେର ପସ୍ତୁତିକରଣ ଦେଖୁଥିଲି, ଏକ ମଡୁଲ ଲଗାଗଲା ତାହାକୁ ଦେଖୁଥିଲି, ଏବଂ ମୁଁ ଦେଖୁଥିଲି ଯେ ଏହି ଏକ୍ସପ୍ରେସ ୱେ ପାଖରେ ମୁଁ ଯେଉଁ ଯେଉଁ ସ୍ଥାନ ରହିଛି ସେଠାରେ ଅନେକଗୁଡ଼ିଏ କିଲା ଅଛି, କେବଳ ଝାନସୀର ଗୋଟିଏ କିଲା ଅଛି ଏଭଳି ନୁହେଁ, ଅନେକ କିଲା ଅଛି । ଆପଣଙ୍କ ମଧ୍ୟରେ ଯିଏ ମଧ୍ୟ ବିଦେଶ ସମ୍ପର୍କରେ ଜାଣିଛନ୍ତି ସେମାନଙ୍କୁ ଜଣାଥିବ, ୟୁରୋପର କେତେକ ଦେଶ ଏପରି ଅଛି ଯେଉଁଠାରେ କିଲା ଦେଖିବାର ଏକ ବହୁତ ବଡ଼ ପର୍ଯ୍ୟଟନ ଉଦ୍ୟୋଗ ଚାଲିଥାଏ ଏବଂ ଦୁନିଆର ଲୋକମାନେ ପୁରାତନ କିଲା ଦେଖିବାକୁ ଆସିଥାନ୍ତି । ଆଜି ବୁଂଦେଲଖଣ୍ଡ ଏକ୍ସପ୍ରେସ ୱେ ହେବା ପରେ ମୁଁ ଯୋଗୀ ଜୀଙ୍କ ସରକାରକୁ କହିବି ଯେ ଆପଣ ମଧ୍ୟ ଏହି କିଲାଗୁଡ଼ିକୁ ଦେଖିବା ପାଇଁ ଗୋଟିଏ ସୁନ୍ଦର ସର୍କିଟ ପର୍ଯ୍ୟଟନ ତିଆରି କରନ୍ତୁ, ସାରା ଦେଶରୁ ପର୍ଯ୍ୟଟକ ଏଠାକୁ ଆସିବେ ଏବଂ ମୋର ବୁଂଦେଲଖଣ୍ଡର ଏହି ଶକ୍ତିକୁ ଦେଖିବେ । ଏତିକି ନୁହେଁ ମୁଁ ଆଜି ଯୋଗୀ ଜୀଙ୍କୁ ଆଉ ଗୋଟିଏ ଅନୁରୋଧ କରିବି, ଆପଣ ଉତ୍ତର ପ୍ରଦେଶର ଯୁବଗୋଷ୍ଠୀମାନଙ୍କ ପାଇଁ ଏଥର ଯେତେବେଳେ ଶୀତଋତୁ ଆରମ୍ଭ ହୋଇଯିବ, ମୌସମ ଥଣ୍ଡାର ଆରମ୍ଭ ହୋଇଯିବ ସେତେବେଳେ କିଲା ଚଢ଼ିବାର ପ୍ରତିଦ୍ୱନ୍ଦ୍ୱିତା ଆୟୋଜିତ କରନ୍ତୁ ଏବଂ ପରମ୍ପରାଗତ ପଥରେ ନୁହେଁ କଠିନରୁ କଠିନ ରାସ୍ତା ନିର୍ଦ୍ଧାରଣ କରନ୍ତୁ ଏବଂ ଯୁବଗୋଷ୍ଠୀଙ୍କୁ ବୁଲାନ୍ତୁ କିଏ ଶୀଘ୍ର ଶୀଘ୍ର ଚଢ଼ିପାରୁଛି, କିଏ କିଲା ଉପରେ ରହିପାରୁଛି । ଆପଣ ଦେଖିବେ ଉତ୍ତର ପ୍ରଦେଶର ହଜାର ହଜାର ଯୁବଗୋଷ୍ଠୀ ଏହି ପ୍ରତିଦ୍ୱନ୍ଦ୍ୱିତା ସହିତ ଯୋଡ଼ିହେବା ପାଇଁ ଆସିବେ ଏବଂ ସେଇ କାରଣରୁ ବୁଂଦେଲଖଣ୍ଡକୁ ଲୋକମାନେ ଆସିବେ, ରାତ୍ରିଯାପନ କରିବେ, କିଛି ଆଲୋଚନା କରିବେ, ରୋଜଗାର ପାଇଁ ବହୁତ ବଡ଼ ଶକ୍ତି ଦଣ୍ଡାୟମାନ ହୋଇଯିବ । ସାଥୀମାନେ, ଗୋଟିଏ ଏକ୍ସପ୍ରେସ ୱେ ଅନେକ ପ୍ରକାରର କାର୍ଯ୍ୟକୁ ଅବସରକୁ ଜନ୍ମ ଦେଇଥାଏ ।

ସାଥୀମାନେ,

ଡବଲ ଇଞ୍ଜିନର ସରକାର ଆଜି ୟୁପି, ଯେଭଳି ଭାବରେ ଆଧୁନିକ ହେଉଛି, ଏହା ସତରେ ଅଦ୍ଭୁତପୂର୍ବ ଅଟେ । ଯେଉଁ ୟୁପିରେ ଟିକିଏ ମନେ ରଖିବେ ସାଥୀମାନେ ମୁଁ ଯାହା କହୁଛି । ମନେ ରଖିବେ? ମନେ ରଖିବେ? ଟିକିଏ ହାତ ଉପରକୁ କରି କୁହନ୍ତୁ ମନେ ରଖିବେ? ନିଶ୍ଚିତ ମନେ ରଖିବେ? ବାରମ୍ବାର ଲୋକମାନଙ୍କୁ କହିବେ? ତେବେ ମନେ ରଖନ୍ତୁ ଯେଉଁ ୟୁପିରେ ସରଜୁ ନଦୀର ପରିଯୋଜନାକୁ ପୁରା ହେବାକୁ ୪ଠ ବର୍ଷ ଲାଗିଲା, ଯେଉଁ ୟୁପିରେ ଗୋରଖପୁର ଫର୍ଟିଲାଇଜର ପ୍ଲାଣ୍ଟ ୩ଠ ବର୍ଷରୁ ବନ୍ଦ ପଡ଼ିଥିଲା, ଯେଉଁ ୟୁପିରେ ଅର୍ଜୁନ ଡ୍ୟାମ ପରିଯୋଜନାକୁ ପୁରା ହେବାରେ ୧୨ ବର୍ଷ ଲାଗିଲା, ଯେଉଁ ୟୁପିରେ ଅମେଠି ରାୟଫଳ କାରଖାନା କେବଳ ଏକ ବୋର୍ଡ ଲଗାଇ ପଡ଼ିଥିଲା, ଯେଉଁ ୟୁପିରେ ରାୟବରେଲି ରେଳ କୋଚ ଫାକ୍ଟ୍ରିର ଡବା ତିଆରି ହେଉ ନ ଥିଲା, କେବଳ ଡବାର ରଙ୍ଗ ବିରଙ୍ଗ କରି କାମ ଚଳାଯାଉଥିଲା, ସେହି ୟୁପିରେ ବର୍ତ୍ତମାନ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଏତେ ଗମ୍ଭୀରତା ପୂର୍ବକ କାର୍ଯ୍ୟ ହେଉଛି ଯେ ସେଥିରେ ଭଲ ଭଲ ରାଜ୍ୟଗୁଡ଼ିକୁ ମଧ୍ୟ ପଛରେ ପକେଇ ଦେଇଛି ସାଙ୍ଗମାନେ । ପୁରା ଦେଶରେ ଏବେ ୟୁପିର ପରିଚୟ ବଦଳିବାରେ ଲାଗିଛି । ଆପଣଙ୍କୁ ଗର୍ବ ହେଉଛି ନା ହେଉନାହିଁ? ଆଜି ୟୁପିର ନାମ ଉଜ୍ଜ୍ୱଳ ହେଉଛି ଆପଣଙ୍କୁ ଗର୍ବ ହେଉଛି ନା ହେଉନାହିଁ? ବର୍ତ୍ତମାନ ପୁରା ହିନ୍ଦୁସ୍ଥାନ ୟୁପିକୁ ବହୁତ ଭଲ ଭାବନା ସହିତ ଦେଖୁଛି, ଆପଣଙ୍କୁ ଆନନ୍ଦ ଲାଗୁଛି ନା ଲାଗୁନାହିଁ?

ଏବଂ ସାଥୀମାନେ,

କଥା କେବଳ ରାଜପଥ କିମ୍ବା ବାୟୁ ମାର୍ଗର ନୁହେଁ । ଶିକ୍ଷାର କଥା ହେଉ, ଉତ୍ପାଦନର କ୍ଷେତ୍ର ହେଉ, କୃଷି କାର୍ଯ୍ୟ ହେଉ, ୟୁପି ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛି । ପୂର୍ବ ସରକାରଙ୍କ ସମୟରେ ୟୁପିରେ ପ୍ରତ୍ୟେକ ବର୍ଷ ଏହା ମଧ୍ୟ ମନେ ରଖିବାକୁ ହେବ, ରଖିବେ? ରଖିବେ? ଟିକେ ହାତ ଉପରକୁ ଉଠାଇ କୁହନ୍ତୁ ରଖିବେ? ପୂର୍ବର ସରକାରଙ୍କ ସମୟରେ ୟୁପିରେ ପ୍ରତ୍ୟେକ ବର୍ଷ ପାଖାପାଖି ୫ଠ କିଲୋମିଟର ରେଳ ଲାଇନର ଦୋହରୀକରଣ ହେଉଥିଲା । କେତେ? କେତେ କିଲୋମିଟର? କେତେ କିଲୋମିଟର?- ପଚାଶ । ପ୍ରଥମେ ଆମର ଆସିବା ପୂର୍ବରୁ ରେଲୱେର ଦୋହରୀକରଣ ୫ଠ କିଲୋମିଟର । ମୋର ଉତ୍ତର ପ୍ରଦେଶର ଯୁବଗୋଷ୍ଠୀଙ୍କ ଭବିଷ୍ୟତ କିପରି ଗଢ଼ିଥାଏ ଦେଖନ୍ତୁ, ଆଜି ପାଖାପାଖି ୨ଠଠ କିଲୋମିଟରର କାର୍ଯ୍ୟ ହେଉଛି, ୨ଠଠ କିଲୋମିଟର ରେଳ ଲାଇନର ଦୋହରୀକରଣ ହେଉଛି । ୨ଠ୧୪ ପୂର୍ବରୁ ୟୁପିରେ କେବଳ ୧୧ ହଜାର ସାଧାରଣ ସେବାକେନ୍ଦ୍ର ଥିଲା । ଟିକିଏ ସଂଖ୍ୟାକୁ ମନେ ରଖନ୍ତୁ କେତେ? କେତେ? ୧୧ ହଜାର । ଆଜି ୟୁପିରେ ଏକ ଲକ୍ଷ ୩ଠ ହଜାରରୁ ଅଧିକ ସାଧାରଣ ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଏହି ସଂଖ୍ୟାକୁ ମନେ ରଖିବେ? ଗୋଟିଏ ସମୟରେ ୟୁପିରେ କେବଳ ୧୨ ମେଡିକାଲ କଲେଜ ରହିଥିଲା । ସଂଖ୍ୟା ମନେ ରହିଲା କେତେ ମେଡିକାଲ କଲେଜ? ଟିକେ ଜୋରରେ କୁହନ୍ତୁ କେତେ? ୧୨ ମେଡ଼ିକାଲ କଲେଜ । ଆଜି ୟୁପିରେ ୩୫ରୁ ଅଧିକ ମେଡିକାଲ କଲେଜ ଅଛି ଏବଂ ୧୪ ନୂଆ ମେଡିକାଲ କଲେଜ ଉପରେ କାର୍ଯ୍ୟ ଚାଲୁଛି । ଅର୍ଥାତ କେଉଁଠି ୧୪ ଏବଂ କେଉଁଠି ୫ଠ ।

ଭାଇ ଏବଂ ଭଉଣୀମାନେ,

ବିକାଶର ଯେଉଁ ଧାରାରେ ଆଜି ଦେଶ ଚାଲୁଛି, ତାହାର ମୂଳରେ ଦୁଇଟି ପ୍ରମୁଖ କାରଣ ରହିଛି । ପ୍ରଥମରେ ଆପଣଙ୍କ ବିଚାରଧାରା ଏବଂ ଦ୍ୱିତୀୟରେ ପ୍ରତିଷ୍ଠା । ଆମେ ଦେଶର ବର୍ତ୍ତମାନ ପାଇଁ ନୂଆ ସୁବିଧାମାନ ତିଆରି କରୁନାହୁଁ ବରଂ ଦେଶର ଭବିଷ୍ୟତକୁ ମଧ୍ୟ ଗଢ଼ୁଛୁ । ପିଏମ ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନ ମାଧ୍ୟମରେ, ଆମେ ଏକବିଂଶ ଶତାବ୍ଦୀର ଭିତ୍ତିଭୂମିର ନିର୍ମାଣରେ ଲାଗିପଡୁଛି ।

ଏବଂ ସାଥୀମାନେ,

ବିକାଶ ପାଇଁ ଆମର ସେବାଭାବ ଏପରି ଅଟେ ଯେ ଆମେ ସମୟର ମର୍ଯ୍ୟାଦାକୁ ଭାଙ୍ଗିବାକୁ ଦେଇ ନଥାନ୍ତୁ । ଆମେ ସମୟର ମର୍ଯ୍ୟାଦାର ପାଳନ କିପରି କରିଥାଉ, ଏହାର ଅଗଣିତ ଉଦାହରଣ ଆମର ଏହି ଉତ୍ତର ପ୍ରଦେଶରେ ଅଛି । କାଶୀରେ ବିଶ୍ୱନାଥ ଧାମର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆମ ସରକାର ଆରମ୍ଭ କରିଥିଲେ ଏବଂ ଆମର ସରକାର ହିଁ ଏହାକୁ ପୂରଣ କରି ଦେଖାଇଲେ । ଗୋରଖପୁର ଏମ୍ସର ଶିଳାନ୍ୟାସ ମଧ୍ୟ ଆମର ସରକାର କରିଥିଲେ ଏବଂ ଏହାର ଲୋକାର୍ପଣ ମଧ୍ୟ ଏହି ସରକାରଙ୍କ ସମୟରେ ହେଲା । ଦିଲ୍ଲୀ-ମେରଠ ଏକ୍ସପ୍ରେସ ୱେର ଶିଳାନ୍ୟାସ ମଧ୍ୟ ଆମର ସରକାର କରିଥିଲେ ଏବଂ ଏହାର ଲୋକାର୍ପଣ ମଧ୍ୟ ଆମ ସରକାରଙ୍କ ସମୟରେ ହେଲା । ବୁଂଦେଲଖଣ୍ଡ ଏକ୍ସପ୍ରେସ ୱେ ମଧ୍ୟ ଏହାର ଏକ ଉଦାହରଣ ଅଟେ । ଏହାର କାର୍ଯ୍ୟ ଆଗାମୀ ବର୍ଷ ଫେବ୍ରୁଆରୀରେ ପୁରା ହେବାର ଥିଲା କିନ୍ତୁ ଏହି ୭/୮ ମାସ ପୂର୍ବରୁ ସେବା ପାଇଁ ପ୍ରସ୍ତୁତ ଅଛି ମୋର ସାଥୀମାନେ । ଏବଂ କରୋନାର ପରିସ୍ଥିତି ଥିବା ସତ୍ତ୍ୱେ ମଧ୍ୟ କେତେ ସଙ୍କଟ ଥିଲା ତାହା ପ୍ରତ୍ୟେକ ପରିବାର ଜାଣିଛି । ଏହି ସଂକଟ କାଳରେ ଆମେ କାର୍ଯ୍ୟକୁ ସମୟର ପୂର୍ବରୁ କରିଛୁ । ଏଭଳି କାମରେ ପ୍ରତ୍ୟେକ ଦେଶବାସୀଙ୍କୁ ଅନୁଭବ ହୋଇଥାଏ ଯେ ଯେଉଁ ଭାବନା ଦ୍ୱାରା ସେମାନେ ନିଜର ଭୋଟ୍ ଦେଇଥିଲେ, ତାହାର ପ୍ରକୃତ ଅର୍ଥରେ ସମ୍ମାନ ହେଉଛି, ସଦୁପଯୋଗ ହେଉଛି । ମୁଁ ଏଥିପାଇଁ ଯୋଗୀ ଜୀ ଏବଂ ତାଙ୍କର ଦଳକୁ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଯେତେବେଳେ ମୁଁ କୌଣସି ରାସ୍ତାର ଉଦଘାଟନ କରିଥାଏ, କୌଣସି ଚିକିତ୍ସାଳୟର ଉଦଘାଟନ କରିଥାଏ, କୌଣସି ଚିପକିତ୍ସାଳୟର ଉଦଘାଟନ କରିଥାଏ, କୌଣସି କାରଖାନାର ଉଦଘାଟନ କରିଥାଏ ସେତେବେଳେ ମୋ ମନରେ ଗୋଟିଏ ହିଁ ଭାବନା ହୋଇଥାଏ ଯେ ଯେଉଁ ମତଦାତାମାନେ ଏହି ସରକାର ଗଢ଼ିଛନ୍ତି ମୁଁ ତାଙ୍କୁ ସମ୍ମାନ ଦେଉଛି ଏବଂ ଦେଶର ସମସ୍ତ ମତଦାତାମାନଙ୍କୁ ସୁବିଧା ଦେଉଛି ।

ସାଥୀମାନେ,

ଆଜି ବିଶ୍ୱ ଭାରତକୁ ବୁହୁତ ଆଶାର ସହିତ ଦେଖୁଛି । ଆମେ ଆମର ସ୍ୱାଧୀନତାର ୭୫ ବର୍ଷର ପର୍ବ ପାଳନ କରୁଛି, ଆଗାମୀ ୨୫ ବର୍ଷରେ ଭାରତ ଯେଉଁ ଶିଖରରେ ଥିବ ତାହାର ରୋଡମ୍ୟାପ ତିଆରି କରୁଛି, ଏବଂ ଆଜି ଯେତେବେଳେ ମୁଁ ବୁଂଦେଲଖଣ୍ଡର ଏହି ସ୍ଥାନକୁ ଆସିଛି, ଝାନସୀର ରାଣୀ ଲକ୍ଷ୍ମୀବାଈଙ୍କ ଇଲାକାକୁ ଆସିଛି, ଏଠାରୁ ଏହି ବୀରଭୂମିରୁ ମୁଁ ହିନ୍ଦୁସ୍ଥାନର ଛଅ ଲକ୍ଷରୁ ମଧ୍ୟ ଅଧିକ ଗ୍ରାମର ଲୋକମାନଙ୍କୁ ହାତଯୋଡ଼ି ପ୍ରାର୍ଥନା କରୁଛି ଯେ ଆଜି ଯେଉଁ ଆମେ ସ୍ୱାଧୀନତାର ପର୍ବ ପାଳନ କରୁଛୁ, ଏଥିପାଇଁ ଶହ ଶହ ବର୍ଷ ପର୍ଯ୍ୟନ୍ତ ଆମର ପୂର୍ବପୁରୁଷମାନେ ଲଢ଼ାଇ ଲଢ଼ିଥିଲେ, ବଳିଦାନ ଦେଇଛନ୍ତି, ନିର୍ଯାତନା ସହିଛନ୍ତି । ଯେତେବେଳେ ୫ ବର୍ଷ ହୋଇଥାଏ, ଆମର ଦାୟିତ୍ୱ ହୋଇଥାଏ ଯେ ବର୍ତ୍ତମାନ ଠାରୁ ଯୋଜନା କରିବା, ଆଗାମୀ ଏକ ମାସ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ଅନେକ କାର୍ଯ୍ୟକ୍ରମ ହେଉ, ଗାଁଗୁଡ଼ିକ ମିଳିମିଶି କାର୍ଯ୍ୟକ୍ରମ କରନ୍ତୁ, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାର ଯୋଜନ କରନ୍ତୁ । ବୀରମାନଙ୍କୁ ମନେ ପକାନ୍ତୁ, ବଳିଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ମନେ ପକାନ୍ତୁ, ସ୍ୱତନ୍ତ୍ର ସେନାନୀମାନଙ୍କୁ ମନେ ପକାନ୍ତୁ, ପ୍ରତ୍ୟେକ ଗାଁରେ ନୂଆ ସଂକଳ୍ପ ନେବାର ଏକ ବାତାବରଣ ହେଉ, ଏହା ମୁଁ ସମସ୍ତ ଦେଶବାସୀଙ୍କୁ ଆଜି ଏହି ବୀରମାନଙ୍କର ଭୂମିରୁ ପ୍ରାର୍ଥନା କରୁଛି ।

ସାଥୀମାନେ

ଆଜି ଭାରତରେ ଏପରି କୌଣସି ମଧ୍ୟ କାର୍ଯ୍ୟ ହେବା କଥା ନୁହେଁ, ଯାହାର ଆଧାର ବର୍ତ୍ତମାନର ଆକାଂକ୍ଷା ଏବଂ ଭାରତର ଉନ୍ନତି ଭବିଷ୍ୟତ ସହିତ ଯୋଡ଼ି ହୋଇ ନ ଥିବ । ଆମେ କୌଣସି ମଧ୍ୟ ନିଷ୍ପତ୍ତି ନେବା, କୌଣସି ମଧ୍ୟ ନିର୍ଣ୍ଣୟ କରିବା, କୌଣସି ମଧ୍ୟ ନିତି ତିଆରି କରିବା, ଏହା ପଛରେ ସବୁଠାରୁ ବଡ଼ ଭାବନା ଏହା ହେବା ଆବଶ୍ୟକ ଯେ ଏହାଦ୍ୱାରା ଦେଶର ବିକାଶ ଆହୁରି ଦୃଢ଼ ହେବ । ପ୍ରତ୍ୟେକ ସେହି କଥା, ଯାହାଦ୍ୱାରା ଦେଶକୁ କ୍ଷତି ହେଉଥିବ । ଦେଶର ବିକାଶ ପ୍ରଭାବିତ ହେଉଥିବ, ତାହାଠାରୁ ଆମକୁ ସବୁବେଳେ ଦୂରରେ ରଖିବାକୁ ହେବା ସ୍ୱାଧୀନତାର ୭୫ ବର୍ଷ ପରେ ଭାରତକୁ ବିକାଶର ଏହା ସବୁଠାରୁ ଭଲ ସୁଯୋଗ ମିଳିଛି । ଆମେ ଏହି ସୁଯୋଗକୁ ଛାଡ଼ିବାକୁ ହେବ ନାହିଁ । ଆମକୁ ଏହି ଅବଧିରେ ଦେଶର ଅଧିକରୁ ଅଧିକ ବିକାଶ କରି ତାହାକୁ ନୂତନ ଶିଖରରେ ପହଞ୍ଚାଇବାକୁ ହେବ, ନୂଆ ଭାରତ କରିବାକୁ ହେବ ।

ସାଥୀମାନେ,

ନୂତନ ଭାରତ ସମ୍ମୁଖରେ ଏକ ଏଭଳି ଆହ୍ୱାନ ମଧ୍ୟ ଅଛି, ଯେଉଁଠି ଯଦି ବର୍ତ୍ତମାନ ଧ୍ୟାନ ହେବା ନାହିଁ, ତେବେ ଭାରତର ଯୁବଗୋଷ୍ଠୀଙ୍କର, ଆଜିର ପିଢ଼ିର ବହୁତ କ୍ଷତି ହୋଇପାରେ । ଆପଣଙ୍କର ଆଜି ହଜିଯିବ ଏବଂ ଆପଣଙ୍କ ଆଗାମୀ କାଲି ଅନ୍ଧାର ଭିତରେ ମିଶିଯିବ ସାଙ୍ଗମାନେ, ଏଥିପାଇଁ ବର୍ତ୍ତମାନ ଠାରୁ ଜାଗ୍ରତ ରହିବା ବହୁତ ଜରୁରୀ ଅଟେ । ଆଜିକାଲି ଆମ ଦେଶରେ ମାଗଣାରେ ରାବିଡି ବାଣ୍ଟି ଭୋଟ ଏକାଠି କରିବାର ସଂସ୍କୃତି ଆଣିବାରେ ବହୁତ ଚେଷ୍ଟା କରାଯାଉଛି । ଏହି ରାବିଡି ସଂସ୍କୃତି ଦେଶର ବିକାଶ ପାଇଁ ବହୁତ ଘାତକ ଅଟେ । ଏହି ରାବିଡି ସଂସ୍କୃତିରୁ ଦେଶର ଲୋକମାନଙ୍କୁ ଏବଂ ବିଶେଷ କରି ମୋର ଯୁବଗୋଷ୍ଠୀଙ୍କୁ ବହୁତ ସାବଧାନ ରହିବାର ଆବଶ୍ୟକତା ରହିଛି । ରାବିଡି ସଂସ୍କୃତି ଥିବା କେବେ ଆପଣ ପାଇଁ ନୂଆ ଏକ୍ସପ୍ରେସ ୱେ କରିବେ ନାହିଁ, ନୂଆ ଏୟାରପୋର୍ଟ କିମ୍ବା ପ୍ରତିରକ୍ଷା କରିଡର ତିଆରି କରିବେ ନାହିଁ । ରାବିଡି ସଂସ୍କୃତିର ଲୋକମାନଙ୍କୁ ଲାଗିଥାଏ ଯେ ଜନତା ଜନାର୍ଦ୍ଦନଙ୍କୁ ମାଗଣାରେ ରାବିଡି ବାଣ୍ଟି, ତାଙ୍କୁ କିଣିନେବେ । ଆମେ ମିଳିମିଶି ତାଙ୍କର ଏହି ଚିନ୍ତାଧାରାକୁ ହରାଇବା, ରାବିଡି ସଂସ୍କୃତିକୁ ଦେଶର ରାଜନୀତିରୁ ହଟାଇବାକୁ ହେବ ।

ସାଥୀମାନେ,

ରାବିଡି ସଂସ୍କୃତିର ଅଲଗା, ଆମେ ଦେଶରେ ରାସ୍ତା ତିଆରି କରି, ନୂତନ ରେଳ ରୁଟ୍ କରି, ଲୋକମାନଙ୍କର ଆକାଂକ୍ଷାକୁ ପୂରଣ କରିବାର କାର୍ଯ୍ୟ କରୁଛୁ । ଆମେ ଗରିବମାନଙ୍କ ପାଇଁ କୋଟି କୋଟି ପକ୍କା ଘର ତିଆରି କରୁଛୁ । ଦଶବର୍ଷ ଧରି ଅଧୁରା ଥିବା ସିଞ୍ଚାଇ ପରିଯୋଜନାମାନ ପୁରା କରୁଛୁ, ଛୋଟ ବଡ଼ ଅନେକ ଡ୍ୟାମ ତିଆରି କରୁଛୁ, ନୂଆ ନୂଆ ବିଜୁଳିର କାରଖାନା ଲଗାଉଛୁ । ଯାହାଦ୍ୱାରା ଗରିବର, ଚାଷୀର ଜୀବନ ସହଜ ହେବ ଏବଂ ମୋର ଦେଶର ଯୁବଗୋଷ୍ଠୀଙ୍କର ଆଗାମୀ ଭବିଷ୍ୟତ ଅନ୍ଧକାରରେ ବୁଡ଼ି ନ ଯାଉ ।

ସାଥୀମାନେ,

ଏହି କାମରେ ପରିଶ୍ରମ ଲାଗିଥାଏ, ଦିନରାତି ଖଟିବାକୁ ପଡ଼ିଥାଏ, ନିଜକୁ ଜନତାଙ୍କର ସେବା ପାଇଁ ସମର୍ପିତ କରିବାକୁ ପଡ଼ିଥାଏ । ମୋତେ ଖୁସି ଲାଗୁଛି ଯେ ଦେଶରେ ଯେଉଁଠି ମଧ୍ୟ ଆମର ଡବଲ ଇଞ୍ଜିନର ସରକାର ଅଛି, ସେ ବିକାଶ ପାଇଁ ଏତେ କଷ୍ଟ କରୁଛି । ଡବଲ ଇଞ୍ଜିନର ସରକାର ମାଗଣାରେ ରାବିଡି ବାଣ୍ଟେିବାର ଛୋଟ ରାସ୍ତା ଆପଣାଉ ନାହିଁ, ଡବଲ ଇଞ୍ଜିନର ସରକାର, ପରିଶ୍ରମ କରି ରାଜ୍ୟର ଭବିଷ୍ୟତକୁ ଉନ୍ନତ କରିବାରେ ଲାଗିପଡ଼ିଛି ।

ଏବଂ ସାଥୀମାନେ,

ଆଜି ମୁଁ ଆପଣଙ୍କୁ ଆଉ ଗୋଟିଏ କଥା ମଧ୍ୟ କହିବି । ଦେଶର ସନ୍ତୁଳିତ ବିକାଶ, ଛୋଟ ଛୋଟ ସହର ଏବଂ ଗାଁରେ ମଧ୍ୟ ଆଧୁନିକ ସୁବିଧାଗୁଡ଼ିକୁ ପହଂଚାଇବା, ଏହି କାମ ମଧ୍ୟ ଏକ ପ୍ରକାରରେ ପ୍ରକୃତ ଅର୍ଥରେ ସାମାଜିକ ନ୍ୟାୟର କାର୍ଯ୍ୟ ଅଟେ । ଯେଉଁ ପୂର୍ବ ଭାରତର ଲୋକମାନଙ୍କୁ, ଯେଉଁ ବୁଂଦେଲଖଣ୍ଡର ଲୋକମାନଙ୍କୁ ଦଶନ୍ଧି ପର୍ଯ୍ୟନ୍ତ ସୁବିଧାଗୁଡ଼ିକରୁ ବଂଚିତ ରଖାଗଲା, ଆଜି ଯେତେବେଳେ ଏଠାରେ ଆଧୁନିକ ଭିତ୍ତିଭୂମି ତିଆରି ହେଉଛି, ତେବେ ସାମାଜିକ ନ୍ୟାୟ ମଧ୍ୟ ହେଉଛି, ୟୁପିର ଯେଉଁ ଜିଲ୍ଲାଗୁଡ଼ିକ ପଛୁଆ ମାନି ତାଙ୍କୁ ନିଜ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା, ସେଠାରେ ଯେତେବେଳେ ବିକାଶ ହେଉଛି, ତେବେ ଏହା ମଧ୍ୟ ଏକ ପ୍ରକାରରେ ସାମାଜିକ ନ୍ୟାୟ ଅଟେ । ଗାଁ-ଗାଁକୁ ସଡ଼କ ସହିତ ଯୋଡ଼ିବା ପାଇଁ ଦୃତ ଗତିରେ କାମ କରିବା, ଘର ଘର ପର୍ଯ୍ୟନ୍ତ ରନ୍ଧନ ଗ୍ୟାସର ସଂଯୋଗୀକରଣକୁ ପହଞ୍ଚାଇବା, ଗରିବଙ୍କୁ ପକ୍କା ଘରର ସୁବିଧା ଦେବା, ଘରେ ଘରେ ଶୌଚାଳୟ ତିଆରି କରିବା, ଏହି ସମସ୍ତ କାମ ମଧ୍ୟ ସାମାଜିକ ନ୍ୟାୟକୁ ମଜବୁତ କରିବାବାଲା ପଦକ୍ଷେପ ଅଟେ । ବୁଂଦେଲଖଣ୍ଡର ଲୋକମାନଙ୍କୁ ମଧ୍ୟ ଆମର ସରକାରଙ୍କର ସାମାଜିକ ନ୍ୟାୟ ଥିବା କାର୍ଯ୍ୟଗୁଡ଼ିକରୁ ବହୁତ ଲାଭ ମିଳିପାରୁଛି ।

ଭାଇ ଏବଂ ଭଉଣୀମାନେ,

ବୁଂଦେଲଖଣ୍ଡର ଆହୁରି ଗୋଟିଏ ଆହ୍ୱାନକୁ କମ କରିବା ପାଇଁ ଆମର ସରକାର ନିରନ୍ତର କାର୍ଯ୍ୟ କରୁଛି, ପ୍ରତ୍ୟେକଙ୍କ ଘର ପର୍ଯ୍ୟନ୍ତ ପାଇପ ଦ୍ୱାରା ପାଣି ପହଞ୍ଚାଇବା ପାଇଁ ଆମେ ଜଳ ଜୀବନ ମିଶନ ଉପରେ କାର୍ଯ୍ୟ କରୁଛୁ। ଏହି ମିଶନ ଅନ୍ତର୍ଗତ ବୁଂଦେଲଖଣ୍ଡର ଲକ୍ଷ ଲକ୍ଷ ପରିବାରକୁ ପାଣିର ସଂଯୋଗ ଦିଆଯାଇ ସାରିଛି । ଏହାର ବହୁତ ବଡ଼ ଲାଭ ଆମର ମା’ମାନଙ୍କୁ, ଆମର ଭଉଣୀମାନଙ୍କୁ ହୋଇଛି, ତାଙ୍କ ଜୀବନରୁ କଷ୍ଟ କମ ହୋଇଛି । ଆମେ ବୁଂଦେଲଖଣ୍ଡରେ ନଦୀର ପାଣିକୁ ଅଧିକରୁ ଅଧିକ ଲୋକମାନଙ୍କ ନିକଟରେ ପହଂଚାଇବା ପାଇଁ ଲଗାତାର ପ୍ରୟାସ କରୁଛୁ । ରତୋଲି ବନ୍ଧ ପରିଯୋଜନା, ଭାୱନୀ ବନ୍ଧ ପରିଯୋଜନା ଏବଂ ମଝାଗାଓଁ - ଚିଲ୍ଲୀ ସ୍ପ୍ରିଂକଲର ସିଞ୍ଚାଇ ପରିଯୋଜନା, ଏହିଭଳି ପ୍ରୟାସର ପରିମାଣ ଅଟେ । କେନ-ବେତବା ଲିଙ୍କ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଟଙ୍କା ସ୍ୱୀକୃତି କରାଯାଇସାରିଛି । ଏହାଦ୍ୱାରା ବୁଂଦେଲଖଣ୍ଡର ବହୁତ ବଡ଼ ଭାଗର ଜୀବନ ବଦଳିବାକୁ ଯାଉଛି।

ସାଥୀମାନେ,

ମୋର ବୁଂଦେଲଖଣ୍ଡର ସାଥିମାନଙ୍କ ଠାରୁ ଆହୁରି ଗୋଟିଏ ଅନୁରୋଧ ମଧ୍ୟ କରିବି । ସ୍ୱାଧୀନତାର ୭୫ ବର୍ଷର ଅବସରରେ ଦେଶ ଅମୃତ ସରୋବରର ନିର୍ମାଣ ସଂକଳ୍ପ ନେଇଛି । ବୁଂଦେଲଖଣ୍ଡର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ୭୫ ଅମୃତ ସରୋବର ନିର୍ମାଣ କରାଯିବ । ଏହି ଜଳ ସୁରକ୍ଷା ପାଇଁ, ଆଗାମୀ ପିଢ଼ି ପାଇଁ ବହୁତ ବଡ଼ କାର୍ଯ୍ୟ ହେଉଛି, ମୁଁ ଆଜି ଆପଣ ସମସ୍ତଙ୍କୁ କହୁଛି ଯେ ଏହି ଭଲ କାମରେ ସାହାଯ୍ୟ କରିବା ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ଆଗକୁ ଆସନ୍ତୁ । ଅମୃତ ସରୋବର ପାଇଁ ଗାଁ-ଗାଁରେ ତାର ସେବାର ଅଭିଯାନ ଚାଲିବା ଆବଶ୍ୟକ ।

ଭାଇ ଏବଂ ଭଉଣୀମାନେ,

ବୁଂଦେଲଖଣ୍ଡର ବିକାଶରେ ବହୁତ ବଡ଼ ଶକ୍ତି ଏଠିକାର କୁଟୀର ଶିଳ୍ପର ମଧ୍ୟ ଅଛି । ଆତ୍ମନିର୍ଭର ଭାରତ ପାଇଁ ଆମର ସରକାରଙ୍କ ଦ୍ୱାରା ଏହି କୁଟୀର ପରମ୍ପରା ଉପରେ ମଧ୍ୟ ଜୋର ଦିଆଯାଉଛି । ମେକ ଇନ ଇଣ୍ଡିଆ, ଭାରତର ଏହି କୁଟୀର ପରମ୍ପରା ଦ୍ୱାରା ସଶକ୍ତ ହେବ । ଛୋଟ ପ୍ରୟାସରୁ କିପରି ବଡ଼ ପ୍ରଭାବ ପଡୁଛି, ଏହାର ଏକ ଉଦାହରଣ ମୁଁ ଆପଣଙ୍କୁ ଏବଂ ଦେଶବାସୀଙ୍କୁ ମଧ୍ୟ ଦେବାକୁ ଚାହୁଁଛି ।

ସାଥୀମାନେ,

ଭାରତ, ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ଖେଳନା ବିଶ୍ୱର ଅନ୍ୟ ଦେଶରୁ ଆଣୁଛି । ଏବେ କୁହନ୍ତୁ ଛୋଟ ଛୋଟ ଛୁଆମାନଙ୍କ ପାଇଁ ଛୋଟ ଛୋଟ ଖେଳନା ମଧ୍ୟ ବାହାରୁ ଅଣାଯାଉଥିଲା । ଯାହାକି ଭାରତରେ ଖେଳନା ତିଆରି କରିବା ପାରିବାରିକ ଏବଂ ପାରମ୍ପରିକ ଉଦ୍ୟୋଗ ରହିଛି, ପାରିବାରିକ ବ୍ୟବସାୟ ରହିଛି । ତାହାକୁ ଦେଖି ମୁଁ ଭାରତରେ ଖେଳନା ଉଦ୍ୟୋଗର ନୂତନ ପଦ୍ଧତିରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲି । ଲୋକମାନଙ୍କୁ ମଧ୍ୟ ଭାରତୀୟ ଖେଳନାକୁ କିଣିବାକୁ ଅପିଲ କରିଥିଲି । ଏତେ କମ ସମୟରେ ସରକାରୀ ସ୍ତରରେ ଯେଉଁ କାମ କରିବା ଜରୁରୀ ଥିଲା । ତାହା ମଧ୍ୟ ଆମେ କରିଥିଲୁ । ଏହି ସବୁର ଫଳାଫଳ ଏହା ବାହାରିଲା ଯେ ଆଜି ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କର ଗର୍ବ ହେବ, ମୋ ଦେଶର ଲୋକମାନେ ପ୍ରକୃତ କଥାକୁ କିଭଳି ହୃଦୟର ସହିତ ଗ୍ରହଣ କରିଥାନ୍ତି ଏହାର ଏହା ହେଉଛି ଉଦାହରଣ । ଏସବୁ ଥିବ ଫଳାଫଳ ଏହାର ବାହାରିଲା ଯେ ଆଜି ବିଦେଶରୁ ଆସିବାକୁ ଥିବା ଖେଳନାଗୁଡ଼ିକର ସଂଖ୍ୟା ବହୁତ ବଡ଼ ମାତ୍ରାରେ କମ ହୋଇ ଆସିଲାଣି । ମୁଁ ଦେଶବାସୀଙ୍କୁ କୃତଜ୍ଞତା ଜଣାଉଛି, କେବଳ ଏତିକି ନୁହେଁ, ଭାରତରୁ ଏବେ ବଡ଼ ସଂଖ୍ୟାରେ ଖେଳନା, ବିଦେଶକୁ ଯିବାକୁ ଲାଗିଲାଣି । ଏହାର ଲାଭ କାହାକୁ ମିଳିଛି? ଖେଳନା ତିଆରି କରୁଥିବା ଆମର ଅଧିକ ସାଥୀ ଗରିବ ପରିବାରର ଅଟନ୍ତି, ଦଳିତ ପରିବାରର ଅଟନ୍ତି, ପଛୁଆ ପରିବାରର ଅଟନ୍ତି, ଆଦିବାସୀ ପରିବାରର ଅଟନ୍ତି । ଆମର ମହିଳାମାନେ ଖେଳନା ତିଆରି କରିବା କାର୍ଯ୍ୟରେ ଯୋଡ଼ି ହୋଇ ରହିଥାନ୍ତି । ଏହି ଉଦ୍ୟୋଗରୁ ଆମର ଏହିସବୁ ଲୋକମାନଙ୍କୁ ବିଶେଷ ଲାଭ ହୋଇଛି । ଝାନସୀ, ଚିତ୍ରକୂଟ, ବୁଂଦେଲଖଣ୍ଡରେ ଖେଳନାର ବଡ଼ ସମୃଦ୍ଧ ପରମ୍ପରା ରହିଛି । ଏହାକୁ ମଧ୍ୟ ଡବଲ ଇଞ୍ଜିନର ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି ।

ସାଥୀମାନେ,

ବୀର ଯୋଦ୍ଧାଙ୍କର ଜନ୍ମଭୂମି ବୁଂଦେଲଖଣ୍ଡର ବୀରମାନେ ଖେଳ ପଡ଼ିଆରେ ମଧ୍ୟ ବିଜୟ ପତାକା ଉଡ଼ାଇଛନ୍ତି । ଦେଶର ସବୁଠାରୁ ବଡ଼ ଖେଳ ସମ୍ମାନର ନାମ ଏବେ ବୁଂଦେଲଖଣ୍ଡର ସୁପୁତ୍ର ମେଜର ଧ୍ୟାନଚାନ୍ଦଙ୍କ ନାମରେ ହିଁ ହୋଇଛି । ଧ୍ୟାନଚାନ୍ଦ ଜୀ ଯେଉଁ ମେରଠରେ ବହୁ ସମୟ ଅତିବାହିତ କରିଥିଲେ, ସେଠାରେ ତାଙ୍କର ନାମରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଉଛି । କିଛି ସମୟ ପୂର୍ବରୁ ଆମର ଝାନସୀର ଗୋଟିଏ ଝିଅ, ଶୈଳୀ ସିଂହ ମଧ୍ୟ କମାଲ କରି ଦେଖାଇଛନ୍ତି । ଆମର ବୁଂଦେଲଖଣ୍ଡର ଝିଅ ଶୈଳୀ ସିଂହ ଲମ୍ବା ଡିଅଁରେ ନୂଆ ନୂଆ ରେକର୍ଡ କରିଥିବା ଶୈଳୀ ସିଂହ ଗତ ବର୍ଷ ଅଣ୍ଡର-ଟ୍ୱେଣ୍ଟି ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ସିଲଭର ମଡେଲ ମଧ୍ୟ ଜିତିଥିଲା । ବୁଂଦେଲଖଣ୍ଡ ଏଭଳି ଯୁବ ପ୍ରତିଭାମାନଙ୍କ ଦ୍ୱାରା ଭରି ହୋଇ ରହିଛି । ଏଠିକାର ଯୁବଗୋଷ୍ଠୀଙ୍କୁ ଆଗକୁ ବଢ଼ାଇବାକୁ ବହୁତ ସୁଯୋଗ ମିଳୁ, ଏଠାରୁ ପଳାୟନକୁ ରୋକାଯାଉ, ଏଠାରେ ଆଧୁନିକ ଭିତ୍ତିଭୂମିର ନିର୍ମାଣ ହେଉ, ଏହି ଦିଗରେ ଆମର ସରକାର କାର୍ଯ୍ୟ କରୁଛି । ୟୁପି ଏମିତି ଭାବରେ ସୁଶାସନକୁ ନୂତନ ପରିଚୟକୁ ମଜବୁତ କରୁଥାଉ, ଏହି କାମନା ସହିତ ଆପଣ ସମସ୍ତଙ୍କୁ ବୁଂଦେଲଖଣ୍ଡ ଏକ୍ସପ୍ରେସ ୱେ ପାଇଁ ପୁଣିଥରେ ବହୁତ ବହୁତ ଶୁଭେଚ୍ଛା । ଏବଂ ପୁଣିଥରେ ମନେ ପକାଇ ଦେଉଛି ୧୫ ଅଗଷ୍ଟ ପର୍ଯ୍ୟନ୍ତ ପୁରା ମାସ ହିନ୍ଦୁସ୍ଥାନର ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗାଁରେ ସ୍ୱାଧୀନତାର ମହୋତ୍ସବ ପାଳନ ହେବା ଦରକାର । ଭଲ ଭାବରେ ପାଳନ କରିବା ଦରକାର, ଆପଣ ସମସ୍ତଙ୍କୁ ବହୁତ ଶୁଭକାମନା, ବହୁତ ବହୁତ ଧନ୍ୟବାଦ । ପୁରା ଶକ୍ତିର ସହିତ କୁହନ୍ତୁ ଭାରତ ମାତ କି - ଜୟ, ଭାରତ ମାତା କି - ଜୟ, ଭାରତ ମାତା କି - ଜୟ, ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From AI to Semiconductors: Modi Courts Europe Inc. for India’s Next Growth Phase

Media Coverage

From AI to Semiconductors: Modi Courts Europe Inc. for India’s Next Growth Phase
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the demise of former Uttarakhand Chief Minister Major General Bhuwan Chandra Khanduri (Retd.)
May 19, 2026

Prime Minister Shri Narendra Modi today expressed deep grief over the passing of the former Chief Minister of Uttarakhand, Major General Bhuwan Chandra Khanduri (Retd.).

The Prime Minister noted that Major General Khanduri made invaluable contributions spanning from the armed forces to the political sphere, for which he will always be remembered. Shri Modi highlighted his unwavering dedication to the development of Uttarakhand during his tenure as Chief Minister, and described his stint as a Union Minister as truly inspiring. He further lauded his tireless efforts toward significantly improving connectivity across the nation.

The Prime Minister extended his heartfelt condolences to the family and supporters of the departed leader in this hour of grief.

The Prime Minister posted on X:

"उत्तराखंड के पूर्व मुख्यमंत्री मेजर जनरल भुवन चंद्र खण्डूडी (सेवानिवृत्त) जी के निधन से अत्यंत दुख हुआ है। सशस्त्र बलों से लेकर राजनीतिक जगत में उन्होंने बहुमूल्य योगदान दिया, जिसके लिए उन्हें सदैव याद किया जाएगा। उत्तराखंड के विकास के लिए वे हमेशा समर्पित रहे, जो मुख्यमंत्री के रूप में उनके कार्यकाल में भी साफ तौर पर दिखा। केंद्रीय मंत्री के रूप में भी उनका कार्यकाल हर किसी को प्रेरित करने वाला है। देशभर में कनेक्टिविटी की बेहतरी के लिए उन्होंने निरंतर अथक प्रयास किए। शोक की इस घड़ी में मेरी संवेदनाएं उनके परिजनों और समर्थकों के साथ हैं। ओम शांति!"