ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସିଦ୍ଧିରେ ଏକ ବସ୍ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ଲାଗି ଶୋକ ପ୍ରକାଶ କରିଛନ୍ତି । ଏଥିସହ ସେ ପିଏମଏନଆରଏଫ୍ରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି;
“ମଧ୍ୟପ୍ରଦେଶର ସିଦ୍ଧିରେ ବସ୍ ଦୁର୍ଘଟଣା ଦୁଃଖ ଦାୟକ । ଏହି ଦୁଃଖଦ ଘଟଣାରେ, ମୋର ଚିନ୍ତାଧାରା ସେହିମାନଙ୍କ ସହିତ ଅଛି ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ପ୍ରଭାବିତ ସମସ୍ତଙ୍କୁ ମଧ୍ୟପ୍ରଦେଶ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି ।
“ମଧ୍ୟପ୍ରଦେଶ ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏଆରଏଫ୍ରୁ ୨ ଲକ୍ଷ ଟଙ୍କା କରି ଦିଆଯିବ । ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ପ୍ରଦାନ କରାଯିବ ।”
The bus accident in Sidhi, MP is anguishing. In this sad hour, my thoughts are with those who have lost their loved ones. I wish the injured a quick recovery. The MP Government is providing all possible assistance to all those affected: PM @narendramodi
— PMO India (@PMOIndia) February 25, 2023


