ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇର ଜୁହୁ ବେଳାଭୂମିରେ ଆୟୋଜିତ କ୍ଲିନାଥନ୍ ଉପରେ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ଏକ ଟୁଇଟ୍କୁ ସେୟାର କରି ଏହାର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି । କ୍ଲିନାଥନ୍ରେ ସାମିଲ ସମସ୍ତ ଲୋକଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଆମର ଉପକୂଳକୁ ସଫା ରଖିବା ଉପରେ ଧ୍ୟାନ ଦେବା ଜରୁରୀ ଅଟେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ପ୍ରଶଂସନୀୟ ... ଏହି ପ୍ରୟାସରେ ଜଡିତ ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି ।
ଏକ ଦୀର୍ଘ ଏବଂ ସୁନ୍ଦର ଉପକୂଳ ସହିତ ଭାରତ ଆଶୀର୍ବାଦ ପ୍ରାପ୍ତ ହୋଇଛି ଏବଂ ଆମର ଉପକୂଳକୁ ସଫା ରଖିବା ଉପରେ ଧ୍ୟାନ ଦେବା ଜରୁରୀ ଅଟେ ।”
Commendable...I appreciate all those involved in this effort.
— Narendra Modi (@narendramodi) September 12, 2022
India is blessed with a long and beautiful coastline and it is important we focus on keeping our coasts clean. https://t.co/mxMTUNLYNC


