ମହାମହିମ ରାଷ୍ଟ୍ରପତି ଜୀ,

 

ଦୁଇଦେଶର ପ୍ରତିନିଧିଗଣ,

 

ଗଣମାଧ୍ୟମର ବନ୍ଧୁଗଣ,

 

ନମସ୍କାର!

 

ମାବୁ-ହାୟ!

 

ସର୍ବପ୍ରଥମେ, ମୁଁ ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଏହି ବର୍ଷ ଭାରତ ଏବଂ ଫିଲିପାଇନ୍ସ ସେମାନଙ୍କର କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି। ଏବଂ ଏହି ପରିପ୍ରେକ୍ଷୀରେ, ତାଙ୍କର ଗସ୍ତର ବିଶେଷ ଗୁରୁତ୍ୱ ରହିଛି। ଆମର କୂଟନୈତିକ ସମ୍ପର୍କ ନୂତନ ହୋଇପାରେ, କିନ୍ତୁ ଆମର ସଭ୍ୟତାଗତ ସମ୍ପର୍କ ପ୍ରାଚୀନ ସମୟରୁ ରହିଆସିଛି। ଫିଲିପାଇନ୍ସର ରାମାୟଣ - "ମହାରାଦିଆ ଲୱାନା" - ଆମର ଶତାବ୍ଦୀ ପୁରୁଣା ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ସାକ୍ଷ୍ୟ। ଉଭୟ ଦେଶର ଜାତୀୟ ଫୁଲକୁ ନେଇ ସଦ୍ୟ ଉନ୍ମୋଚିତ ଡାକଟିକଟ, ଆମ ବନ୍ଧୁତାର ସୁଗନ୍ଧକୁ ଦର୍ଶାଏ।

ବନ୍ଧୁଗଣ,

ପ୍ରତ୍ୟେକ ସ୍ତରରେ ଆଲୋଚନା, ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ, ଦୀର୍ଘ ଦିନ ଧରି ଆମ ସମ୍ପର୍କର ପ୍ରମୁଖ ପରିଚୟ ହୋଇଆସିଛି। ଆଜି, ରାଷ୍ଟ୍ରପତି ଏବଂ ମୁଁ ପାରସ୍ପରିକ ସହଯୋଗ, ଆଞ୍ଚଳିକ ପ୍ରସଙ୍ଗ ଏବଂ ଅନ୍ତର୍ଜାତୀୟ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଛୁ। ଏହା ଖୁସିର ବିଷୟ ଯେ ଆଜି ଆମେ ଆମର ସମ୍ପର୍କକୁ ରଣନୈତିକ ସହଭାଗୀତାର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛୁ। ଏହି ସହଭାଗୀତାର ସମ୍ଭାବନାକୁ ଫଳାଫଳରେ ପରିଣତ କରିବା ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।

ଆମର ଦ୍ୱିପାକ୍ଷିକ ବାଣିଜ୍ୟ ନିରନ୍ତର ବୃଦ୍ଧି ପାଉଛି ଏବଂ ଏହା ୩ ବିଲିୟନ ଡଲାର ଅତିକ୍ରମ କରିଛି। ଏହାକୁ ଆହୁରି ମଜବୁତ କରିବା ପାଇଁ, ଭାରତ-ଆସିଆନ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସମୀକ୍ଷା ଯଥାଶୀଘ୍ର ସମାପ୍ତ କରିବା ଆମର ପ୍ରାଥମିକତା। ଏହା ସହିତ, ଆମେ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ କାର୍ଯ୍ୟ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ।

ଆମର କମ୍ପାନୀଗୁଡ଼ିକ ପ୍ରତ୍ୟେକ କ୍ଷେତ୍ରରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି - ସୂଚନା ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଅଟୋମୋବାଇଲ୍, ଭିତ୍ତିଭୂମି, ଖଣିଜ ପଦାର୍ଥ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ, ଭାଇରୋଲୋଜି ଠାରୁ ଆରମ୍ଭ କରି ଏଆଇ ଏବଂ ଆଡିଟିଭ୍ ମାନୁଫାକଚରିଂ ପର୍ଯ୍ୟନ୍ତ ମିଳିତ ଗବେଷଣା ଚାଲିଛି। ଆଜି ସମାପ୍ତ ହୋଇଥିବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ଯୋଜନା ଏହାକୁ ଆହୁରି ତ୍ବରାନ୍ବିତ କରିବ।

ବାରାଣସୀର ଅନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର ଅଲଟ୍ରା ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ସହିତ ଚାଉଳର ବିକାଶ ଉପରେ କାମ କରୁଛି। ଅର୍ଥାତ୍, ଆମେ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ଉଭୟ ଉପରେ ଏକାଠି କାମ କରୁଛୁ! ମୁଁ ଖୁସି ଯେ ବିକାଶ ସହଭାଗୀତା ଅଧୀନରେ, ଆମେ ଫିଲିପାଇନ୍ସରେ କ୍ୱିକ୍ ଇମ୍ପାକ୍ଟ ପ୍ରୋଜେକ୍ଟ ସଂଖ୍ୟା ବୃଦ୍ଧି କରିବୁ। ଏବଂ, ଆମେ ଫିଲିପାଇନ୍ସରେ ସାର୍ବଭୌମ ଡାଟା କ୍ଲାଉଡ୍ ଭିତ୍ତିଭୂମି ବିକାଶରେ ମଧ୍ୟ ସହାୟତା କରିବୁ।

ଆମର ସହଭାଗୀତା ଭୂପୃଷ୍ଠରେ ତ ଦୃଢ ଏବଂ ଏବେ ଆମେ ମହାକାଶ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛୁ। ଏଥିପାଇଁ ଆଜି ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି।

ବନ୍ଧୁଗଣ,

ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ଗଭୀର ପାରସ୍ପରିକ ବିଶ୍ୱାସର ପ୍ରତୀକ। ସାମୁଦ୍ରିକ ରାଷ୍ଟ୍ର ଭାବରେ, ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସହଯୋଗ ସ୍ୱାଭାବିକ ଅଟେ ଏବଂ ଆବଶ୍ୟକ ମଧ୍ୟ। ଆମେ ମାନବୀୟ ସହାୟତା, ବିପର୍ଯ୍ୟୟ ସହାୟତା ଏବଂ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ଏକାଠି କାମ କରିଆସୁଛୁ। ଆଜି, ଯେତେବେଳେ ରାଷ୍ଟ୍ରପତିଜୀ ଭାରତରେ ଅଛନ୍ତି, ଭାରତୀୟ ନୌସେନାର ତିନୋଟି ଜାହାଜ ପ୍ରଥମ ଥର ପାଇଁ ଫିଲିପାଇନ୍ସରେ ଏକ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି। ଭାରତର ହାଇଡ୍ରୋଗ୍ରାଫି ଜାହାଜ ମଧ୍ୟ ଏଥିରେ ସାମିଲ ହୋଇଛି।

 

ଭାରତରେ ପ୍ରତିଷ୍ଠିତ ଭାରତ ମହାସାଗର କ୍ଷେତ୍ର ପାଇଁ ଇଣ୍ଟରନ୍ୟାସନାଲ ଫ୍ୟୁଜନ୍ ସେଣ୍ଟରରେ ଯୋଗଦାନ ପାଇଁ ଆମେ ଫିଲିପାଇନ୍ସକୁ ସ୍ୱାଗତ କରୁଛୁ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ଏବଂ ଆତଙ୍କବାଦ ବିରୋଧରେ ଆମର ଲଢ଼େଇରେ ଆମ ସହିତ ଠିଆ ହେବା ପାଇଁ ଆମେ ଫିଲିପାଇନ୍ସ ସରକାର ଏବଂ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଉଛୁ।

ଆଜି ପାରସ୍ପରିକ ଆଇନଗତ ସହାୟତା ଏବଂ ଦଣ୍ଡିତ ବ୍ୟକ୍ତିମାନଙ୍କୁ ହସ୍ତାନ୍ତର କରିବା ପାଇଁ ସ୍ୱାକ୍ଷରିତ ଚୁକ୍ତିନାମା ଆମର ସୁରକ୍ଷା ସହଭାଗୀତାକୁ ଆହୁରି ମଜବୁତ କରିବ ।

ବନ୍ଧୁଗଣ,

ଭାରତୀୟ ପର୍ଯ୍ୟଟକଙ୍କୁ ଭିସା-ମୁକ୍ତ ପ୍ରବେଶ ପ୍ରଦାନ କରିବା ପାଇଁ ଫିଲିପାଇନ୍ସର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ଭାରତ ମଧ୍ୟ ଫିଲିପାଇନ୍ସର ପର୍ଯ୍ୟଟକମାନଙ୍କୁ ମାଗଣା ଇ-ଭିସା ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହି ବର୍ଷ, ଦିଲ୍ଲୀ ଏବଂ ମାନିଲା ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଦିଗରେ ମଧ୍ୟ କାର୍ଯ୍ୟ କରାଯିବ।

 

ଆଜି ସମାପ୍ତ ହୋଇଥିବା ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଆମର ଐତିହାସିକ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବ।

ବନ୍ଧୁଗଣ,

ଫିଲିପାଇନ୍ସ ଆମର ଆକ୍ଟ-ଇଷ୍ଟ ନୀତି ଏବଂ "ମହାସାଗର" ଦୃଷ୍ଟିକୋଣରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଆମେ ଇଣ୍ଡୋ-ପାସିଫିକ କ୍ଷେତ୍ରରେ ଶାନ୍ତି, ସୁରକ୍ଷା, ସମୃଦ୍ଧି ଏବଂ ଆଇନ ଆଧାରିତ ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧ। ଆମେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସାମୁଦ୍ରିକ ଚଳାଚଳରେ ସ୍ୱାଧୀନତାକୁ ସମର୍ଥନ କରୁଛୁ।

ଆଗାମୀ ବର୍ଷ, ଫିଲିପାଇନ୍ସ ଆସିଆନର ଅଧ୍ୟକ୍ଷତା କରିବ। ଆମେ ଏହାର ସଫଳତା ପାଇଁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବୁ।

ମହାମହିମ,

ଭାରତ ଏବଂ ଫିଲିପାଇନ୍ସ ପସନ୍ଦ ଅନୁସାରେ ବନ୍ଧୁ ଏବଂ ଭାଗ୍ୟ ଅନୁସାରେ ଅଂଶୀଦାର। ଭାରତ ମହାସାଗରଠାରୁ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଅଂଚଳରେ ଆମେ ସମାନ ମୂଲ୍ୟବୋଧକୁ ନେଇ ଏକଜୁଟ। ଏହା କେବଳ ଆମର ଅତୀତର ବନ୍ଧୁତା ନୁହେଁ, ଭବିଷ୍ୟତ ପାଇଁ ଏକ ପ୍ରତିଶ୍ରୁତି।

 

ମାରାମିଂ ସଲାମତ ପୋ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt approves ₹23,437 crore railway expansion across 6 states

Media Coverage

Govt approves ₹23,437 crore railway expansion across 6 states
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the spirit of selfless service and compassion
May 06, 2026

The Prime Minister, Shri Narendra Modi, said that work done with a selfless spirit is the truest form of humanity. He noted that such actions not only bring inner happiness but also contribute to the welfare of society.

The Prime Minister shared a Sanskrit Subhashitam-

“अद्रोहः सर्वभूतेषु कर्मणा मनसा गिरा।
अनुग्रहश्च दानं च शीलमेतत्प्रशस्यते॥”

The Subhashitam conveys that to hold no hatred towards any living being-in thought, word, or deed, to act with compassion towards all, and to give generously-this is regarded as the highest form of conduct.

The Prime Minister wrote on X;

“निस्वार्थ भाव से किया गया कर्म ही सच्ची मानवता है। इससे आत्मिक खुशी तो मिलती ही है, समाज का भी कल्याण होता है।

अद्रोहः सर्वभूतेषु कर्मणा मनसा गिरा।

अनुग्रहश्च दानं च शीलमेतत्प्रशस्यते॥”