ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଗୁଂଟୁର, ତାମିଲନାଡୁର ତିରୁପ୍ପୁର ଏବଂ କର୍ଣ୍ଣାଟକର ହୁବଲି ଗସ୍ତ କରିବେ । ସେ ଏହି ରାଜ୍ୟମାନଙ୍କରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବେ ।

ଆନ୍ଧ୍ରପଦେଶରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଲକ୍ଷ୍ୟସ୍ଥଳ ରହିବ ଆନ୍ଧ୍ରପ୍ରଦେଶର ଗୁଂଟୁର ଯେଉଁଠାରେ କି ସେ ୟେଟୁକାର ବାଇପାସଠାରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ । ଦେଶରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ (ଆଇଏସପିଆରଏଲ)ର 1.33  ଏମଏମଟି କ୍ଷମତା ସମ୍ପନ୍ନ ବିଶାଖାପାଟଣା ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଆନ୍ଧ୍ରପ୍ରଦେଶର କୃଷ୍ଣା-ଗୋଦାବରୀ (କେଜି) ଅଫସୋର ବେସିନରେ ଅବସ୍ଥିତ ଓଏନଜିସିର ବଶିଷ୍ଟ ଓ ଏସ 1 ଉନ୍ନୟନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ।

ସେ କ୍ରିଷ୍ଣାପାଟନମଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଏକ ନୂତନ ଟର୍ମିନାଲ ପ୍ରତିଷ୍ଠା ହେବା ନେଇ ଆଧାରଶିଳା ରଖିବେ ।

ଆନ୍ଧ୍ରପ୍ରଦେଶ ଏବଂ ଏହାର ପଡୋଶୀ ରାଜ୍ୟମାନଙ୍କରେ ଗ୍ୟାସ ଆଧାରିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ଏହି ପ୍ରକଳ୍ପ ସହାୟକ ହେବ ।

ଏହାପରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଗସ୍ତ କରିବେ ।

ତାମିଲନାଡୁରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ତାମିଲନାଡୁର ପେରୁମାନାଲ୍ଲୁର ଗ୍ରାମରେ ଅନେକ ଉନ୍ନୟନ ପ୍ରକଳ୍ପକୁ ଉଦଘାଟିତ କରିବେ ।

ସେ ତ୍ରିପ୍ପୁରଠାରେ ଇଏସଆଇସି ହସପିଟାଲର ଆଧାରଶିଳା ରଖିବେ । 100 ଶଯ୍ୟା ବିଶିଷ୍ଟ ତଥା ଦେଶୀୟ ଶୈଳୀରେ ନିର୍ମିତ ଏହି ମେଡିକାଲ ଇଏସଆଇ ଆଇନ ଅନ୍ତର୍ଭୁକ୍ତ ତିରୁପ୍ପୁର ତଥା ଏହାର ଆଖପାଖ ଅଂଚଳର 1 ଲକ୍ଷରୁ ଉର୍ଦ୍ଧ୍ଵ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟଗତ ଆବଶ୍ୟକତା ପୂରଣ କରିବ ।

ତ୍ରିଚି ବିମାନବନ୍ଦରରେ ଏକ ନୂତନ ସମନ୍ୱିତ ଅଟ୍ଟାଳିକା ଏବଂ ଚେନ୍ନାଇ ବିମାନବନ୍ଦରର ଅତ୍ୟାଧୁନୀକରଣ ନେଇ ପ୍ରଧାନମନ୍ତ୍ରୀ ଆଧାରଶିଳା ରଖିବେ ।

ସେ ଚେନ୍ନାଇଠାରେ ଇଏସଆଇସି ହସପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଦେଶୀୟ ଶୈଳୀରେ ନିର୍ମିତ ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ବିଶିଷ୍ଟ ଏହି 470 ଶଯ୍ୟା ବିଶିଷ୍ଟ ହସପିଟାଲ ଔଷଧର ସମସ୍ତ ବିଭାଗରେ ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ କରିବ ।

ଏହି ଅବସରରେ ବିପିସିଏଲର ଏନ୍ନୋର କୋଷ୍ଟାଲ ଟର୍ମିନାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ।

ଚେନ୍ନାଇ ବନ୍ଦରରୁ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ସିପିସିଏଲ)ର ମନାଲି ବିଶୋଧନାଗାର ପର୍ଯ୍ୟନ୍ତ ଅଶୋଧିତ ତୈଳ ପାଇପଲାଇନକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟିତ କରିବେ । ଉନ୍ନତ ନିରାପତ୍ତା ବ୍ୟବସ୍ଥା ସହିତ ନିର୍ମିତ ଏହି ପାଇପଲାଇନ ଅଶୋଧିତ ତୈଳର ନିରାପଦ ଏବଂ ବିଶ୍ୱସନୀୟ ଯୋଗାଣକୁ ନିଶ୍ଚିତ କରିବ ଏବଂ ତାମିଲନାଡୁ ତଥା ପଡୋଶୀ ରାଜ୍ୟମାନଙ୍କର ଆବଶ୍ୟକତାକୁ ପୂରଣ କରିବ ।

ଏଜି-ଡିଏମଏସ ମେଟ୍ରୋ ଷ୍ଟେସନରୁ  ୱାସରମେନପେଟ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଚେନ୍ନାଇ ମେଟ୍ରୋର ଏକ ବିଭାଗ ଭାବେ ପାସେଞ୍ଜର ସେବାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । 10 କିଲୋମିଟର ଦୀର୍ଘର ଚେନ୍ନାଇ ମେଟ୍ରୋର ପ୍ରଥମ ଦଫାର ଏହା ଏକ ଅଂଶବିଶେଷ ।

ଏହାପରେ ସେ କର୍ଣ୍ଣାଟକର ହୁବଲି ଗସ୍ତ କରିବେ ।

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଶେଷ ଚରଣ ହେବ କର୍ଣ୍ଣାଟକର ହୁବଲି । ହୁବଲିର ଗବୁରଠାରେ ସେ ଅନେକ ପ୍ରକଳ୍ପର ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି-ଧାରୱାଡ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ-ଧାରୱାଡର ଆଧାରଶିଳା ରଖିବେ ।

ଏହି ଅବସରରେ ଧାରୱାଡରେ ସହର ଗ୍ୟାସ ବଂଟନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯିବ । ନାଗରିକମାନଙ୍କୁ ସ୍ୱଚ୍ଛ ଇନ୍ଧନ ଉପଲବ୍ଧିକୁ ବୃଦ୍ଧି କରାଇବା ନେଇ ଦେଶବ୍ୟାପୀ ସହର ଗ୍ୟାସ ବଂଟନ (ସିଜିଡି) ନେଟୱାର୍କର ପ୍ରସାରଣ ପାଇଁ ସରକାର ବେଶ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଦେଶରେ ଶକ୍ତି ସୁରକ୍ଷା ବୃଦ୍ଧି କରିବା ନେଇ ଅନ୍ୟ ଏକ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଆଇଏସପିଆରଏଲର 1.5 ଏମଏମଟି ମାଙ୍ଗାଲୋର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର) ବ୍ୟବସ୍ଥା ଏବଂ 2.5 ଏମଏମଟି ପାନୁର ଏସପିଆର ବ୍ୟବସ୍ଥାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଆଉ ଏକ ବିଶେଷତା ହେଉଛି 18 କିଲୋମିଟର ଦୀର୍ଘ ଚିକଜାଜୁର-ମାୟାକୋଣ୍ଡା ଅଂଶକୁ ଦ୍ୱିଗୁଣିତ କରିବା । ଏହି ଅଂଶ ହେଉଛି 190 କିଲୋମିଟର ଦୀର୍ଘତା ବିଶିଷ୍ଟ ହୁବଲି-ଚିକଜାଜୁର ଦ୍ୱିଗୁଣିତ ପ୍ରକଳ୍ପର ଅଂଶବିଶେଷ ଏବଂ ଏହା ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ-ହୁବାଲ୍ଲି ରୁଟରେ ଅବସ୍ଥିତ । ଦ୍ୱିଗୁଣିତ କରାଯିବା ଦ୍ୱାରା ବେଙ୍ଗାଲୁରୁରୁ ହୁବାଲ୍ଲି, ବେଲାଗାଭି, ଗୋଆ, ପୁନେ ଏବଂ ମୁମ୍ବାଇକୁ ସଂଯୁକ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ପଥର ଲାଇନ ସାମର୍ଥ୍ୟ ବୃଦ୍ଧି ହେବ ଏବଂ ଏହାଦ୍ୱାରା ଟ୍ରେନମାନଙ୍କ ଗତି ଦ୍ରୂତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ 346 କିଲୋମିଟର ଦୀର୍ଘ ହସପେଟ-ହୁବଲି-ଭାସ୍କୋ-ଡା-ଗାମା ଲାଇନରବିଦ୍ୟୁତକରଣ କାର୍ଯ୍ୟାରମ୍ଭର ଉଦଘାଟନ କରିବେ । ଏହାଫଳରେ ଡିଜେଲ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏହା ରନିଂ ସମୟ ଏବଂ ଜିଏଚଜି (ସବୁଜଘର ଗ୍ୟାସ) ନିର୍ଗମନକୁ ହ୍ରାସ କରିବ ।

ସମସ୍ତଙ୍କୁ ଗୃହ ଯୋଗାଣର ସଂକଳ୍ପବଦ୍ଧତାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଧାରୱାଡଠାରେ ପିଏମଏୱାଇ (ୟୁ) ଅଧୀନରେ ନିର୍ମାଣ କରାଯାଇଥିବା 2384ଟି ଆବାସରେ ଇ-ଗୃହ ପ୍ରବେଶକୁ ପର୍ଯ୍ୟବେକ୍ଷଣ କରିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
For transparent, inclusive public procurement, Government e Marketplace

Media Coverage

For transparent, inclusive public procurement, Government e Marketplace
NM on the go

Nm on the go

Always be the first to hear from the PM. Get the App Now!
...
PM Modi shares a Sanskrit Subhashitam highlighting the eight essential qualities that enhance a person’s life and character
August 11, 2026

Prime Minister Shri Narendra Modi shared a Sanskrit Subhashitam today, highlighting the eight essential qualities that brighten a person's life and build character.

The Prime Minister wrote on X;

"अष्टौ गुणाः पुरुषं दीपयन्ति प्रज्ञा सुशीलत्वदमौ श्रुतं च।
पराक्रमश्च बहुभाषिता च दानं यथाशक्ति कृतज्ञता च।।"

These eight qualities brighten a person's life. Wisdom shows him the right path. Good conduct keeps his character pure, and self-control keeps him disciplined. Knowledge gives him understanding, courage helps him stand firm in difficult situations, and skillful speech earns him respect in society. Giving according to one's ability and being grateful for kindness make a person complete.