କୌଣସି ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣ ଦେଶର ବିକାଶ ପାଇଁ ଧମନୀ ଭଳି ହୋଇଥାଏ । ଏହା ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି । ନୂଆ ଭାରତର ସ୍ୱପ୍ନକୁ ପୁରା କରିବା ପାଇଁ ଏନଡିଏ ସରକାର ରେଳପଥ ,ସଡ଼କପଥ ,ଜଳପଥ ,ବିମାନଚଳାଚଳ ଏବଂ ଶସ୍ତା ଆବାସକୁ ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ।
ରେଳପଥ
ଭାରତୀୟ ରେଳ ନେଟୱର୍କ ବିଶ୍ୱର ବଡ଼ ନେଟୱର୍କରୁ ଗୋଟିଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ କାର୍ଯ୍ୟକାଳ ଟ୍ରାକ ନବୀକରଣର ଗତି ,ମାନବବିହୀନ ଲେବେଲ କ୍ରସିଂ ହଟାଇବା ଏବଂ ବ୍ରୋଡ ଗେଜ ଲାଇନକୁ ଆରମ୍ଭ କରିବା ଦିଗରେ ଅଧିକ ସୁଧାର ହୋଇଛି ।
ଭାରତୀୟ ରେଳପଥ ବର୍ଷ 2017-18 ରେ 100 ରୁ ମଧ୍ୟ କମ ଦୁର୍ଘଟଣାର ସହିତ ନିଜର ସର୍ବଶ୍ରେଷ୍ଠ ସୁରକ୍ଷା ରେକର୍ଡ ଦାଖଲ କରିଛି । ପରିସଂଖ୍ୟାନ ଅନୁସାରେ ,ବର୍ଷ 2013-14 ରେ 118 ରେଳ ଦୁର୍ଘଟଣା ଦାଖଲ କରାଯାଇଥିଲା ,ଯାହା ବର୍ଷ 2017-18 ରେ ହ୍ରାସ ଘଟି 73 ପର୍ଯ୍ୟନ୍ତ ହୋଇଯାଇଛି । ବର୍ଷ 2009-14 ର ତୁଳନାରେ 20% ଅଧିକ ହାରାହାରି ଗତି ସହିତ ବର୍ଷ 2017-18 ରେ 5,469 ମାନବବିହୀନ ଲେବେଲ କ୍ରସିଂ ହଟାଇ ଦିଆଯାଇଛି । ବ୍ରୋଡ ଗେଜ ରାସ୍ତାରେ ସମସ୍ତ ମାନବବିହୀନ କ୍ରସିଂକୁ ଉତ୍ତମ ସୁରକ୍ଷା ପାଇଁ ବର୍ଷ 2020 ସୁଦ୍ଧା ସମାପ୍ତ କରିଦିଆଯିବା ।

ରେଳପଥର ବିକାଶକୁ ନୂଆ ଗତି ଦେଇ ବର୍ଷ 2017-18 ଅବସରରେ ଟ୍ରାକ ନବୀକରଣ କାର୍ଯ୍ୟରେ 50% ବୃଦ୍ଧି ଦାଖଲ ହୋଇଛି ,ଯାହା ବର୍ଷ 2013-14 ର 2,926 କିଲୋମିଟରର ତୁଳନାରେ ଏବେ 4,405 କିଲୋମିଟର ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ 4 ବର୍ଷ କାଳରେ ଆରମ୍ଭ କରାଯାଇଥିବା ବ୍ରୋଡ଼ ଗେଜ (9,528 କିଲୋମିଟର) ବର୍ଷ 2009-14 ସମୟରେ ଆରମ୍ଭ କରାଯାଇଥିବା ବ୍ରୋଡ଼ ଗେଜ (7,600 କିଲୋମିଟର) ରୁ ବହୁ ଅଧିକ ଅଛି ।
ଏଭଳି ପ୍ରଥମଥର ପାଇଁ ହୋଇଛି ଯେ ଦେଶର ପୂର୍ବୋତ୍ତର ବାକି ରାଜ୍ୟ ସହିତ ସମ୍ପୂର୍ଣ୍ଣ ଭାବେ ଏକୀକୃତ ,କାରଣ ସେଠାରେ ସମ୍ପୂର୍ଣ୍ଣ ରେଳପଥ ବ୍ରୋଡ଼ ଗେଜରେ ପରିବର୍ତ୍ତନ କରାଯାଇଛି । ସ୍ୱାଧୀନତାର 70 ବର୍ଷ ପରେ ମେଘାଳୟ ,ତ୍ରିପୁରା ଏବଂ ମିଜୋରାମ ରାଜ୍ୟକୁ ଭାରତୀୟ ରେଳର ଅନ୍ତର୍ଗତ ଅଣାଯାଇଛି !
ନୂଆ ଭାରତର ବିକାଶ ପାଇଁ ଆମକୁ ଉଚ୍ଚ ଟେକ୍ନୋଲୋଜିର ମଧ୍ୟ ଆବଶ୍ୟକତା ରହିଛି । ବୁଲେଟ ଟ୍ରେନ ,ଯେଉଁଥିରୁ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲୁ କରିବାର ଯୋଜନା ରହିଛି ,ଏହା ଏହି ମାର୍ଗରେ ଲାଗୁଥିବା ବର୍ତ୍ତମାନର 8 ଘଣ୍ଟା ସମୟକୁ ପାଖାପାଖି 2 ଘଣ୍ଟା ପର୍ଯ୍ୟନ୍ତରେ କମ କରିବ ।
ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ତୀବ୍ର ପ୍ରଗତି ହେଉଛି । UDAN (Ude Desh ka Aam Nagrik) ଭଳି ଶସ୍ତାରେ ବିମାନ ଯାତ୍ରାର ପ୍ରତିଶୃତି ଦେବା ପରେ, ଆହୁରି ଗୋଟିଏ ଯେଉଁଠି ସ୍ୱାଧୀନତା ପରଠାରୁ 2014 ମଧ୍ୟରେ 75 ବିମାନବନ୍ଦରକୁ ଆରମ୍ଭ କରାଯାଇଛି, ସେଠାରେ ଆମେ କେବଳ 4 ବର୍ଷରେ 25ଟି ବିମାନବନ୍ଦରକୁ ପରିଚାଳିତ କରିଛନ୍ତି । ଯେଉଁ ଆଞ୍ଚଳିକ ବିମାନବନ୍ଦରରେ ତାହାର କ୍ଷମତାରୁ କମ ଯାତ୍ରୀ ଆସୁଥିଲେ ଅବା ଯେଉଁଠି ଯାତ୍ରୀ ଆସୁ ମଧ୍ୟ ନଥିଲେ, ସେସବୁକୁ 2,500 ଟଙ୍କା ପ୍ରତି ଘଣ୍ଟାର ସବସିଡି ଯୁକ୍ତ ଭଡ଼ା ଅନେକ ଭାରତୀୟଙ୍କୁ ବିମାନଯାତ୍ରା କରିବାର ସ୍ୱପ୍ନକୁ ପୁରା କରିବାରେ ସାହାଯ୍ୟ କରିଛି । ଏହାର ପରିଣାମସ୍ୱରୂପ ପ୍ରଥମଥର ଏଭଳି ଏସି ଟ୍ରେନର ତୁଳନାରେ ଅଧିକ ଲୋକେ ବିମାନ ଯୋଗେ ଯାତ୍ରା କରୁଛନ୍ତି ।
ଗତ 3 ବର୍ଷରେ ଯାତ୍ରୀ ଯାତାୟତ ହାରରେ 18-20% ବୃଦ୍ଧିର ସହିତ ,ଭାରତ ବିଶ୍ୱର ତୃତୀୟ ସବୁଠୁ ବଡ଼ ବିମାନ ଚଳାଚଳ ବଜାର ହୋଇ ଆବିର୍ଭୁତ ହୋଇଛି । ବର୍ଷ 2017 ରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା 10 କୋଟି ପାର ହୋଇଛି ।
ପରିବହନ
ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଅଧୀନରେ ପୋତ ପରିବହନ କ୍ଷେତ୍ରରେ ମଧ୍ୟ ତୀବ୍ରତାର ସହ ନିଜ ପାଦ ଆଗକୁ ବଢ଼ାଉଛି । ବନ୍ଦର-କେନ୍ଦ୍ରିତ ବିକାଶରେ ତୀବ୍ରତା ଆଣି ,ପ୍ରମୁଖ ବନ୍ଦରଗୁଡିକର ଟର୍ଣ୍ଣ ଆରାଉଣ୍ଡ ଟାଇମ ଯାହା ବର୍ଷ 2013-14 ରେ 94 ଘଣ୍ଟା ଥିଲା ,ତାହା ଏବେ ଏକ ତୃତୀଆଂଶ ହ୍ରାସ ଘଟି ବର୍ଷ 2017-18 ରେ 64 ଘଣ୍ଟା ପର୍ଯ୍ୟନ୍ତ ହୋଇଛି ।
ପ୍ରମୁଖ ବନ୍ଦରଗୁଡ଼ିକରେ ମାଲଗାଡ଼ିର ଯାତାୟାତରେ ଦୃଷ୍ଟି ଦିଆଯାଏ ତ ବର୍ଷ 2010-11 ରେ ଏହା 570.32 ମେଟ୍ରିକ ଟନରୁ ହ୍ରାସ ଘଟି ବର୍ଷ 2012-13 ରେ 545.79 ମେଟ୍ରିକ ଟନ ହୋଇଯାଇଥିଲା । କିନ୍ତୁ ଏନଡିଏ ସରକାରଙ୍କ ଅନ୍ତର୍ଗତ ବର୍ଷ 2017-18 ରେ ଏହା 679.367 ମେଟ୍ରିକ ଟନ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ,ଯାହା 100 ମେଟ୍ରିକ ଟନରୁ ମଧ୍ୟ ଅଧିକ ବୃଦ୍ଧି ଘଟିଛି !
ଅନ୍ତର୍ଦେଶୀୟ ଜଳମାର୍ଗ ପରିବହନ ଖର୍ଚକୁ ଅଧିକ କମ କରୁଛି ଏବଂ କାର୍ବନ ଫୁଟ ପ୍ରିଣ୍ଟ କମ କରିବା ସହିତ ଅର୍ଥବ୍ୟବସ୍ଥାକୁ ମଧ୍ୟ ବଢ଼ାଉଛି । ଗତ 30 ବର୍ଷରେ 5ଟି ରାଷ୍ଟ୍ରୀୟ ଜଳମାର୍ଗର ତୁଳନାରେ ଗତ 4 ବର୍ଷରେ 106 ରାଷ୍ଟ୍ରୀୟ ଜଳମାର୍ଗ ଯୋଡ଼ାଯାଇଛି ।
ସଡ଼କ ବିକାଶ
ମଲ୍ଟି-ମୋଡେଲ ଏକୀକରଣ ସହିତ ରାଜମାର୍ଗଗୁଡ଼ିକର ବିସ୍ତାର ଭାରତମାଳା ପରିଯୋଜନା ଅଧୀନରେ କରାଯାଉଛି । ବର୍ଷ 2013-14 ର ରାଷ୍ଟ୍ରୀୟ ରାଜମାର୍ଗର 92,851 କିଲୋମିଟର ନେଟୱର୍କକୁ ବର୍ଷ 2017-18 ବଢ଼ାଇ 1,20,543 କିଲୋମିଟର କରିଦିଆଯାଇଛି ।
ସୁରକ୍ଷିତ ସଡ଼କ ପାଇଁ ,ସେତୁ ଭାରତମ ପ୍ରକଳ୍ପରେ 20,800 କୋଟି ଟଙ୍କାର ମୋଟ ବଜେଟ ସହିତ ସମସ୍ତ ରାଷ୍ଟ୍ରୀୟ ରାଜମାର୍ଗକୁ ରେଳ କ୍ରସିଂରୁ ମୁକ୍ତ କରିବା ପାଇଁ ରେଳପଥ ଓଭରବ୍ରିଜ ନିର୍ମାଣ ପାଇଁ ଲାଗୁ କରାଯାଇଛି ।
ସଡ଼କ ନିର୍ମାଣର ଗତି ପାଖାପାଖି ଦ୍ଵିଗୁଣ ହୋଇଯାଇଛି । ଯେଉଁଠି ବର୍ଷ 2013-14 ସମୟରେ ରାଜମାର୍ଗ ନିର୍ମାଣର ଗତି ପ୍ରତିଦିନ 12 କିଲୋମିଟର ଥିଲା ,ତାହା ବର୍ଷ 2017-18 ରେ 27 କିଲୋମିଟର ପ୍ରତିଦିନ ହୋଇଯାଇଛି ।

ଅରୁଣାଚଳ ପ୍ରଦେଶର ବୃଦ୍ଧି ସଂଯୋଗୀକରଣ ପାଇଁ ଭାରତର ସବୁଠୁ ଲମ୍ବା ସୁଡ଼ଙ୍ଗ ,ଚେନାନୀ-ନାଶ୍ରୀ,ଜମ୍ମୁରେ ଭାରତର ସବୁଠୁ ଲମ୍ବା ସୁଡ଼ଙ୍ଗ କରିବା ,ଢୋଲା-ସାଦିୟା ସେତୁ ରୂପେ ଅରୁଣାଚଳ ପ୍ରଦେଶରୁ ସଂଯୋଗୀକରଣ ବଢ଼ାଇବା ପାଇଁ ଭାରତର ସବୁଠୁ ଲମ୍ବା ପୋଲ ନିର୍ମାଣ ,ଏପର୍ଯ୍ୟନ୍ତ ଅନୁପଯୁକ୍ତ କ୍ଷେତ୍ର ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାର ପ୍ରତିବଦ୍ଧତାର ନିଦର୍ଶନ । ଭରୁଚରେ ନର୍ମଦାରେ ଏବଂ କୋଟାରେ ଚମ୍ବଲରେ ସେତୁ ନିର୍ମାଣାରୁ ମଧ୍ୟ ସେହି କ୍ଷେତ୍ରମାନଙ୍କରେ ସଡ଼କ ସଂଯୋଗୀକରଣରେ ସୁଧାର ଆସିଛି ।
ସଡ଼କ ଗ୍ରାମୀଣ ବିକାଶର ଗତିକୁ ବଢ଼ାଉଛି । ଏହାର ଗୁରୁତ୍ୱକୁ ଧ୍ୟାନରେ ରଖି ପାଖାପାଖି 1.69 ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କଗୁଡ଼ିକର ନିର୍ମାଣ ଗତ 4 ବର୍ଷରେ କରାଯାଇଛି । ସଡକ ନିର୍ମାଣର ହାରାହାରି ଗତି ଯାହା ବର୍ଷ 2013-14 ରେ ପ୍ରତିଦିନ 69 କିଲୋମିଟର ଥିଲା ତାହା ବର୍ଷ 2017-18 ରେ ବୃଦ୍ଧି ଘଟି 134 କିଲୋମିଟର ପ୍ରତିଦିନ ହୋଇଯାଇଛି । ସମ୍ପ୍ରତି ,ବର୍ଷ 2014 ର 56% ର ତୁଳନାରେ ଗ୍ରାମୀଣ ସଡ଼କ ସଂଯୋଗୀକରଣ 82% ରୁ ଅଧିକ ,ଯେଉଁଥିରୁ ଗ୍ରାମୀଣ ଭାରତର ବିକାଶ ଗାଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି ।
ରୋଜଗାର ସୃଷ୍ଟିରେ ପର୍ଯ୍ୟଟନ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସହିତ ତୀର୍ଥଯାତ୍ରାର ଅନୁଭବକୁ ସୁଧାର କରିବା ପାଇଁ ,ଚାରିଧାମ ମହାମାର୍ଗ ବିକାଶ ପ୍ରକଳ୍ପର ଆରମ୍ଭ କରାଯାଇଛି । ଏହା ଯାତ୍ରାକୁ ଆହୁରି ଅଧିକ ସୁରକ୍ଷିତ ,ତୀବ୍ର ଏବଂ ସୁବିଧାଜନକ କରିବାର କାମ କରିବ । ଏହା ମାଧ୍ୟମରେ 12,000 କୋଟି ଟଙ୍କାର ବ୍ୟୟ ଅଟକଳରେ 900 କିଲୋମିଟରର ରାଷ୍ଟ୍ରୀୟ ରାଜମାର୍ଗର ନିର୍ମାଣର ଯୋଜନା ରହିଛି ।
ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିବାରେ ,ମାଲ ପରିବହନ ତୀବ୍ରରେ ହେଉଛି ,ଯାହାଫଳରେ ଅର୍ଥବ୍ୟବସ୍ଥାକୁ ଶକ୍ତି ମିଳୁଛି । ଏନଡିଏ ସରକାରଙ୍କ ପ୍ରୟାସ ଫଳରେ ,ବର୍ଷ 2017-18 ରେ ସବୁଠୁ ଅଧିକ ମାଲ ପରିବହନ (1,160 ମେଟ୍ରିକ ଟନ ) ଦର୍ଜ କରାଯାଇଛି ।
ସହରୀ ରୂପାନ୍ତରଣ
ସ୍ମାର୍ଟ ସିଟି ମାଧ୍ୟମରେ ସହରୀ ରୂପାନ୍ତରଣ ପାଇଁ ପାଖାପାଖି 100 ସହରୀ କ୍ଷେତ୍ରଗୁଡ଼ିକୁ ଚୟନ କରାଯାଇଛି ଯେଉଁଠୁ ବଂଚିବାର ଗୁଣବତ୍ତା ,ସହରୀ ନିୟୋଜନ ଏବଂ ବିକାଶ ପ୍ରକ୍ରିୟାରେ ସୁଧାର ହେବ । ଏହି ସହରମାନଙ୍କରେ ବିଭିନ୍ନ ବିକାଶ ପ୍ରକଳ୍ପଗୁଡ଼ିକରୁ ପାଖାପାଖି 10 କୋଟି ଭାରତୀୟଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିବ । ଏହି ପ୍ରକଳ୍ପଗୁଡ଼ିକର ଖର୍ଚ୍ଚ 2,01,979 କୋଟି ଟଙ୍କା ରହିଛି ।
ଗ୍ରାମୀଣ ଏବଂ ସହରୀ ଉଭୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପାଖାପାଖି 1 କୋଟି ଶସ୍ତା ଆବାସ ନିର୍ମାଣ କରାଯାଇଛି । ମଧ୍ୟବିତ୍ତ ଏବଂ ନବ୍ୟମଧ୍ୟବିତ୍ତ ବର୍ଗମାନଙ୍କ ଲାଭପ୍ରଦ ପାଇଁ 9 ଲକ୍ଷ ଟଙ୍କା ଏବଂ 12 ଲକ୍ଷ ଟଙ୍କାର ଆବାସ ଋଣ 4% ଏବଂ 3% ର ସୁଧହାର ଅନୁଦାନ ପାଇଁ ଯୋଗ୍ୟ ଅଟନ୍ତି ।