ସେୟାର
 
Comments
''ଆମେ ସୁଧାର ସହିତ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କରିଛନ୍ତି ଏବଂ ସରକାର ଏଭଳି କରିବା ଜାରି ରଖିବେ । ଦେଶର ଆର୍ଥିକ ସ୍ଥିରତା ବଜାୟୀ ରଖିବା ,ନିବେଶରେ ବୃଦ୍ଧି କରିବା ଏବଂ ଆର୍ଥିକ ବିକାଶରେ ତୀବ୍ରତା ଆଣିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି''-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ପ୍ରାଥମିକତାର ବଳ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ଅନେକ ସୁଧାରର ମାଧ୍ୟମରେ ବିକାଶରେ ତୀବ୍ରତା ଆଣିବା ଉପରେ ରହିଛି । ଏହି ସୁଧାର ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେଉଛି ଏବଂ ଦେଶର ବିକାଶ ଗାଥାକୁ ଆହୁରି ମଜବୁତ କରୁଛି ।
 
ବୀନିର୍ମାଣ କ୍ଷେତ୍ର -ଆର୍ଥିକ ବିକାଶର ପ୍ରମୁଖ ଉତ୍ସ
 
'ମେକ ଇନ ଇଣ୍ଡିଆ ' ଭାରତକୁ 25 ବୀନିର୍ମାଣ କ୍ଷେତ୍ରକୁ କଭର କରୁଥିବା ଏକ ବୀନିର୍ମାଣ କେନ୍ଦ୍ର ଭାବେ ପରିବର୍ତ୍ତନ କରୁଛି ।
 
'ମେକ ଇନ ଇଣ୍ଡିଆ' ର ପରିଣାମସ୍ୱରୂପ ଭାରତ ଆଜି ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ମୋବାଇଲ ଫୋନ ନିର୍ମାତା ହୋଇଯାଇଛି । ଏହି ଅସାଧାରଣ ଅଭିବୃଦ୍ଧିକୁ ବୁଝିବା ପାଇଁ ଏହି ତଥ୍ୟ ଯଥେଷ୍ଟ ଯେ, ବର୍ଷ 2014 ରେ ଭାରତରେ କେବଳ 2ଟି ମୋବାଇଲ ଫୋନ ନିର୍ମାଣର ୟୁନିଟ ଥିଲା ,ଯାହା ବର୍ଷ 2018 ସୁଦ୍ଧା 120 ମୋବାଇଲ ଫୋନ ୟୁନିଟ ପର୍ଯ୍ୟନ୍ତ ବଢ଼ିଯାଇଛି । ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନୋଏଡ଼ାରେ ଉଦଘାଟନ କରାଯାଇଥିବା ବିଶ୍ୱର ସବୁଠୁ ବଡ଼ ମୋବାଇଲ ଫ୍ୟାକ୍ଟ୍ରି ,ଯେଉଁଠି ଏକ ବଡ଼ କାର୍ଯ୍ୟବଳକୁ ନିୟୋଜିତ କରିବାର କ୍ଷମତା ଅଛି ।
ଯଦି ଉତ୍ପାଦିତ ମୋବାଇଲ ହ୍ୟାଣ୍ଡସେଟର ସଂଖ୍ୟା ଦେଖାଯାଏ ତ ବର୍ଷ 2014 ରେ ଯେଉଁଠି ଭାରତରେ ନିର୍ମିତ 6 କୋଟି ମୋବାଇଲର ନିର୍ମାଣ ହୋଇଥିଲା ,ସେଇଠି ବର୍ଷ 2017-18 ରେ ଏହି ସଂଖ୍ୟା 22.5 କୋଟି ମୋବାଇଲ ପର୍ଯ୍ୟନ୍ତ ପହଁଚିଯାଇଛି ,ଯାହା ବୀନିର୍ମାଣ କ୍ଷେତ୍ରରେ ହେଉଥିବା ବୃଦ୍ଧି ଦର୍ଶାଉଛି । ଭାରତ ବର୍ଷ  2017-18 ରେ 1.32 ଲକ୍ଷ କୋଟି ଟଙ୍କାର ମୋବାଇଲ ଫୋନ ନିର୍ମିତ କରିଛି ଯାହା ବର୍ଷ 2014 ର 18,992 କୋଟି ଟଙ୍କାର ସଂଖ୍ୟାରୁ ବହୁ ଅଧିକ ।
 
'ମେକ ଇନ ଇଣ୍ଡିଆ' ଭାରତରେ ରୋଜଗାରର ସୁଯୋଗ ସୃଷ୍ଟି କରୁଛି ଏବଂ ରେକର୍ଡ ବିଦେଶୀ ନିବେଶ ଏଫଡିଆଇକୁ ଆକର୍ଷିତ କରୁଛି । ବର୍ଷ 2017-18 ରେ ଏଫଡିଆଇ 61.96 ବିଲିୟନ ଆମେରିକୀୟ ଡଲାରର ରେକର୍ଡ ସ୍ତର ପର୍ଯ୍ୟନ୍ତ ବଢ଼ିଛି  ।  ବଢୁଥିବା ନିବେଶର ଅର୍ଥ ନିଯୁକ୍ତି ଏବଂ ଆର୍ଥିକ ବିକାଶର ଅଭିବୃଦ୍ଧି ।
ଏମଏସଏମଇକୁ ପ୍ରୋତ୍ସାହନ 
 
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଏମଏସଏମଇ କ୍ଷେତ୍ରକୁ ,ଯାହା ଲକ୍ଷ ଲକ୍ଷ ଭାରତୀୟଙ୍କୁ ରୋଜଗାର ଦେଉଛି ଏବଂ ଯେଉଁଠି ଆହୁରି ଅଧିକ ଲୋକଙ୍କୁ ରୋଜଗାର ଦେବାର କ୍ଷମତା ଅଛି ।
 
ପ୍ରଧାନମନ୍ତ୍ରୀ ମୋଦୀ ଏମଏସଏମଇ ର ଗୁରୁତ୍ୱ ଏବଂ କିଭଳି ମୁଦ୍ରା ଯୋଜନା ଏହି କ୍ଷେତ୍ରକୁ ଲାଭାନ୍ଵିତ କରିଛି ,ଯାହା ଉପରେ ଚର୍ଚ୍ଚା କରି କହିଛନ୍ତି -
 
''ମୁଦ୍ରା ଯୋଜନା ମାଧ୍ୟମରେ ,ଏମଏସଏମଇ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ମିଳୁଛି । ଏମଏସଏମଇ  ଏକ ଏଭଳି କ୍ଷେତ୍ର ଯାହା ଭାରତର ପରିବର୍ତ୍ତନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମ ସରକାର ଏହି କ୍ଷେତ୍ରକୁ ଆହୁରି ଅଧିକ ବିକାଶ କରିବା ପାଇଁ ଅନେକ ପ୍ରକାର ସୁଧାର କରୁଛନ୍ତି ।''
 
ବର୍ଷ 2015 ରେ ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ) କୁ ଉଦ୍ୟୋଗୀ (ଅଧିକ ଭାବେ ଏମଏସଏମଇ) କୁ ବନ୍ଧକ ମୁକ୍ତ ଋଣ ପ୍ରଦାନ କରିବା ପାଇଁ ଆରମ୍ଭ କରାଯାଇଥିଲା ।
 
ଏପର୍ଯ୍ୟନ୍ତ 13 କୋଟିରୁ ଅଧିକ ଲଘୁ ମୁଦ୍ରା ଉଦ୍ୟୋଗୀଙ୍କୁ ଏହି ଯୋଜନା ଅଧୀନରେ 6.2 ଲକ୍ଷ କୋଟି ଟଙ୍କାର ପୁଞ୍ଜି ଦିଆଯାଇସାରିଛି । ଏତିକି ହିଁ ନାହିଁ ଏହି ଯୋଜନାରୁ ପାଖାପାଖି  3.49 କୋଟି ନୂଆ ଉଦ୍ୟୋଗକୁ ଗତ 3 ବର୍ଷରେ ଲାଭ ହୋଇଛି ।  ଏହା ବ୍ୟତୀତ ,ମୁଦ୍ରା ହିତାଧିକାରୀଙ୍କ ମଧ୍ୟରୁ 70 ପ୍ରତିଶତରୁ ଅଧିକ ହିତାଧିକାରୀ ହେଉଛନ୍ତି ମହିଳା । ପଛୁଆ ବର୍ଗର ଲୋକମାନଙ୍କ ସାମାଜିକ-ଆର୍ଥିକ ସଶକ୍ତିକରଣକୁ ଶକ୍ତି ଦେଇ ,50 ପ୍ରତିଶତରୁ ଅଧିକ ମୁଦ୍ରା ଯୋଜନାର ହିତାଧିକାରୀ ହେଉଛନ୍ତି ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଓବିସି ବର୍ଗର  ।
 
ମଧ୍ୟମ ସ୍ତରର ଉଦ୍ୟୋଗର ବିକାଶକୁ ପ୍ରୋତ୍ସାହନ ଦେବାର ଉଦ୍ଦେଶ୍ୟରେ ଯେଉଁ କମ୍ପାନୀଗୁଡ଼ିକର ବାର୍ଷିକ କାରବାର 50 କୋଟି ଟଙ୍କାରୁ 250 କୋଟି ମଧ୍ୟରେ ରହିଛି ,ସେସବୁ ପାଇଁ କର୍ପୋରେଟ ଟିକସ  ହାର 30 ପ୍ରତିଶତରୁ ହ୍ରାସ ଘଟି 25 ପ୍ରତିଶତ କରିଦିଆଯାଇଛି ।
ଏନଡିଏ ସରକାର ଦ୍ୱାରା କରାଯାଇଥିବା ଆର୍ଥିକ ସୁଧାର 
 
ଏନଡିଏ ସରକାରଙ୍କ ସୁଧାର-କେନ୍ଦ୍ରିତ କାର୍ଯ୍ୟଶୈଳୀ ଦେଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ କରିଛି । ଗତ 4 ବର୍ଷରେ କରାଯାଇଥିବା ବିଭିନ୍ନ ସୁଧାରରେ ବ୍ୟାଙ୍କିଙ୍ଗ ସୁଧାର ,ଟିକସ ସୁଧାର ,ବିଶିଷ୍ଟ କ୍ଷେତ୍ର ସୁଧାର ଏବଂ ସାଧାରଣ ନାଗରିକଙ୍କ ପାଇଁ ଇଜ ଅଫ ଲିଭିଂ ସୁନିଶ୍ଚିତ କରିବାର ସୁଧାର ସାମିଲ ।
 
ବ୍ୟାଙ୍କିଙ୍ଗ ସୁଧାର 
 
ଏନଡିଏ ସରକାର ବୃଦ୍ଧି ଏନପିଏ ଭଳି ଐତିହ୍ୟରେ ମିଳିଥିବା ସମସ୍ୟାର ନିବାରଣ କରିବା ପାଇଁ ଇନସଲଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍ସି କୋଡ୍‌ (ଆଇବିସି) ଲାଗୁ କରିଛନ୍ତି । ଆଇବିସି ଋଣ ନିବାରଣର ରାସ୍ତା ପ୍ରସ୍ତୁତ କରୁଛି ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନପିଏରୁ ମୁକ୍ତ କରୁଛି ,ଯାହାଫଳରେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ହେଉଛି ।
 
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ କରିବା ପାଇଁ ସେଥିରେ 2,11,000 କୋଟି ଟଙ୍କାର ନିବେଶ ମାଧ୍ୟମରେ ଋଣକୁ ପ୍ରୋତ୍ସାହନ ଦେବା ଏବଂ ରୋଜଗାର ସୃଷ୍ଟି କରିବା ଏହି ଏନଡିଏ ସରକାରର ଅନ୍ତର୍ଗତ ହୋଇଥିବା ଆଉ ଏକ ପ୍ରମୁଖ ବ୍ୟାଙ୍କିଙ୍ଗ ସୁଧାର  ।
 
ଏହା ବ୍ୟତୀତ ,ଏନଡିଏ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ବିଭିନ୍ନ ୟୁନିଟକୁ ଏକ ୟୁନିଟ ଭାବେ ସମ୍ମିଳିତ କରିବାର ପ୍ରକ୍ରିୟାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ।
ଟିକସ ସୁଧାର 
 
ବସ୍ତୁ ଏବଂ ସେବା ଟିକସ ଅଧିନିୟମ(ଜିଏସଟି) ପାସ କରିବା ଏନଡିଏ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଟିକସ ସୁଧାରମାନଙ୍କ ମଧ୍ୟରୁ ଗୋଟିଏ । ସରକାର ଜିଏସଟି ପାଇଁ ପରସ୍ପର ସର୍ବସହମତି କରିଛନ୍ତି ,ରାଜ୍ୟମାନଙ୍କୁ ବିଶ୍ୱାସ ଦେଇଛନ୍ତି ଏବଂ ଜିଏସଟି ଅଧିନିୟମକୁ ବର୍ଷ 2017 ରେ ପାରିତ କରାଯାଇଛି । ଏଥିରୁ ସାରା ଦେଶରେ ସଫଳତାପୂର୍ବକ କାର୍ଯ୍ୟାନ୍ୱୟନ କରାଯାଉଛି 
 
ଜିଏସଟି ଲାଗୁ ହେବା ପରେ -
 
ଟିକସର ସଂଖ୍ୟାରେ ହ୍ରାସରୁ ଲଘୁ ବ୍ୟବସାୟୀ ଏବଂ ଉପଭୋକ୍ତାମାନଙ୍କୁ ଲାଭ ହେବ । କୌଣସି ବ୍ୟାପକ ପ୍ରଭାବର ଅଭାବ ଏବଂ ପରିବହନର ମୂଲ୍ୟର ହ୍ରାସରୁ ,କମ ମୂଲ୍ୟର ଲାଭ ଉପଭୋକ୍ତାମାନଙ୍କଙ୍କୁ ହିଁ ହେବ । 
 
ଏନଡିଏ ସରକାର ଟିକସ ଅନୁପାଳନ ଏବଂ ଆଧାରକୁ ବଢ଼ାଇବା ଉପରେ ଅଧିକ ବଳ ଦେଇଛନ୍ତି । ଗତ 4 ବର୍ଷରେ ଦାଖଲ ହୋଇଥିବା ଆୟକର ରିଟର୍ନର ସଂଖ୍ୟା ବର୍ଷ  2013-14 ରେ ଦାଖଲ ରିଟର୍ନ 3.79  କୋଟିରୁ  80.5 ପ୍ରତିଶତ ବୃଦ୍ଧି ଘଟି ବର୍ଷ 2017-18 ରେ 6.84 କୋଟି ପର୍ଯ୍ୟନ୍ତ ପହଁଚିଯାଇଛି । 
 
ନିର୍ଦ୍ଧିଷ୍ଟ କ୍ଷେତ୍ର ସୁଧାର 
 
ବ୍ୟାଙ୍କିଙ୍ଗ ଏବଂ ଟିକସ ସୁଧାର ଛଡ଼ା ମଧ୍ୟ ଏଭଳି ସୁଧାର କରାଯାଇଛି ଯାହା ନିର୍ଦ୍ଧିଷ୍ଟ କ୍ଷେତ୍ରମାନଙ୍କ ଉପରେ ପ୍ରଭାବ ପକାଇବ ପରନ୍ତୁ ସେଥିରୁ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର ଲାଭାନ୍ଵିତ ହେବ । 
 
ବାଣିଜ୍ୟକ କୋଇଲା ଖନନକୁ ଘରୋଇ କ୍ଷେତ୍ର ପାଇଁ ଖୋଲା ଦିଆଯାଇଛି  ।  ପାରଦର୍ଶୀ ସମ୍ବଳ ଆବଣ୍ଟନ ପ୍ରକ୍ରିୟା ମାଧ୍ୟମରେ ଘରୋଇ ୟୁନିଟକୁ ପାଖାପାଖି 89 କୋଇଲା ଖଣି ଆବଣ୍ଟିତ କରାଯାଇଛି । ଏହି 89 କୋଇଲା ଖଣି ମଧ୍ୟରୁ 31ଟି କୁ ଇ-ଅକ୍ସନ ମାଧ୍ୟମରେ ଆବଣ୍ଟିତ କରାଯାଇଛି ଏବଂ 58 ସରକାରୀ କମ୍ପାନୀମାନଙ୍କୁ ଆବଣ୍ଟିତ କରାଯାଇଛି । 
 
ରେରା -ରିଅଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ) ଆକ୍ଟର କାର୍ଯ୍ୟାନ୍ୱୟନ ସହିତ ଘର କ୍ରୟ ଏବେ ଡେଭଲପର୍ସର ଇଚ୍ଛାରେ ହେବ ନାହିଁ ଏବଂ ଗୃହ କ୍ରେତାମାନଙ୍କ ଅଧିକାରକୁ ଏବେ ମଜବୁତ ଏବଂ ସଂରକ୍ଷିତ କରାଯାଇଛି ।
 
ଶ୍ରମ ସୁଧାର 
 
ଏନଡିଏ ସରକାରଙ୍କ ଗତ 4 ବର୍ଷରେ ବିଭିନ୍ନ ଶ୍ରମ ସୁଧାର ହୋଇଛି ଯାହା ସାରା ଭାରତରେ କର୍ମଚାରୀମାନଙ୍କ ଜୀବନକୁ ସମସ୍ୟାରୁ ମୁକ୍ତ ଏବଂ ସରଳ କରୁଛି ।
 
କର୍ମଚାରୀମାନଙ୍କୁ ଆବଣ୍ଟିତ କରାଯାଉଥିବା ସ୍ୱତନ୍ତ୍ର ୟୁଏଏନ(ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ସେମାନଙ୍କୁ ପିଏଫ ପାଇଁ ସରକାରୀ କାର୍ଯ୍ୟଳୟମାନଙ୍କରେ ଘୁରି ବୁଲିବାର ସମସ୍ୟାରୁ ମୁକ୍ତ କରିଛି ଏବଂ ଯଦି ସେମାନେ କମ୍ପାନୀ ପରିବର୍ତ୍ତନ କରୁଛନ୍ତି ତୋ ସେମାନଙ୍କର ପୋର୍ଟେବିଲିଟି ମଧ୍ୟ ସୁନିଶ୍ଚିତ କରୁଛି ।
 
 
ଶ୍ରମ ସୁବିଧା ପୋର୍ଟାଲ ଏବଂ ମଜୁରି ପ୍ରଦାନ (ସଂଶୋଧନ) ଅଧିନିୟମ ,2017 କ୍ରମଶଃ ଶ୍ରମିକ ବର୍ଗଙ୍କୁ ଔପଚାରିକତା ପ୍ରଦାନ କରିଛି ଏବଂ ସର୍ବନିମ୍ନ ବେତନରେ ବୃଦ୍ଧି ମଧ୍ୟ କରିଛି ।
 
ମଜବୁତ ଆର୍ଥିକ ମୌଳିକ ଏବଂ ଆନ୍ତର୍ଜାତିକ ମାନ୍ୟତା 
 
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଅଧୀନରେ ଗତ 4 ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ମଜବୁତ ବିକାଶ ଏବଂ ବିଭିନ୍ନ ଆନ୍ତର୍ଜାତିକ ରେଂକିଙ୍ଗରେ ସୁଧାର ଦେଖିଛି ।
 
ବର୍ଷ 2005 ରେ ବିଶ୍ୱର ସକଳ ଘରୋଇ ଉତ୍ପାଦ(ଜିଡିପି) ରେ ଭାରତର ଅଂଶ 1.75 ପ୍ରତିଶତ ଥିଲା ଯାହା 8 ବର୍ଷ ପରେ 2013 ରେ 2.43 ପ୍ରତିଶତ ହୋଇଥିଲା । କିନ୍ତୁ ବିଶ୍ୱର ଜିଡିପି ରେ ଭାରତର ଅଂଶ କେବଳ 4 ବର୍ଷରେ ହିଁ ସମାନ ଅନୁପାତରୁ ବୃଦ୍ଧି ଘଟି  3.08 ପ୍ରତିଶତ ହୋଇଯାଇଛି ।
 
ଆର୍ଥିକ ବର୍ଷ 2018-19 ର ପ୍ରଥମ ତିନିମାସରେ ଭାରତର ଜିଡିପି 8.2% ହାରରେ ବଢ଼ିଛି ।  ଏହାର ତାତ୍ପର୍ଯ୍ୟ ଏହା ଯେ ଭାରତ ଚୀନଠାରୁ ମଧ୍ୟ ତୀବ୍ର ବିକାଶ କରୁଛି ।
 
ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ତୀବ୍ରରେ ବଢୁଛି । ମଜବୁତ ଆର୍ଥିକ ମୂଲ୍ୟ ଛଡ଼ା ,ଭାରତ ଗତ 4 ବର୍ଷରେ ଅନେକ ଉପଲବ୍ଧି ପ୍ରାପ୍ତ କରିଛି । ମୁଡିସ 14 ବର୍ଷରେ ପ୍ରଥମ ଥର ଭାରତର ରେଂକିଙ୍ଗକୁ Baa2 ରୁ  Baa3 ରେ ଅପଗ୍ରେଡ କରିଛନ୍ତି । ଭାରତର ଇଜ ଅଫ ଡୁଇଙ୍ଗ ବିଜନେସ ଇଣ୍ଡେକ୍ସ ,2014 ରେ 142 ରେଙ୍କ ଥିଲା ଯାହା ବର୍ଷ 2017 ର ରେଂକିଙ୍ଗରେ 100ତମ ରେଙ୍କରେ ପହଁଚିଯାଇଛି । ସରକାର ନିରନ୍ତର ସୁଧାରରୁ ଅଭିବୃଦ୍ଧିଶୀଳ ବିକାଶ ମାଧ୍ୟମରେ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ନିଜର ଉଜ୍ଜ୍ଵଳ ସ୍ଥାନ ଅବ୍ୟାହତ ରଖିଛି  । 
donation
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
GST led to 'household savings' as tax rates came down

Media Coverage

GST led to 'household savings' as tax rates came down
...

Nm on the go

Always be the first to hear from the PM. Get the App Now!
...
ସେୟାର
 
Comments
କୌଣସି ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣ ଦେଶର ବିକାଶ ପାଇଁ ଧମନୀ ଭଳି ହୋଇଥାଏ । ଏହା ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି । ନୂଆ ଭାରତର ସ୍ୱପ୍ନକୁ ପୁରା କରିବା ପାଇଁ ଏନଡିଏ ସରକାର ରେଳପଥ ,ସଡ଼କପଥ ,ଜଳପଥ ,ବିମାନଚଳାଚଳ ଏବଂ ଶସ୍ତା ଆବାସକୁ ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । 
ରେଳପଥ 
 
ଭାରତୀୟ ରେଳ ନେଟୱର୍କ ବିଶ୍ୱର ବଡ଼ ନେଟୱର୍କରୁ ଗୋଟିଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ କାର୍ଯ୍ୟକାଳ ଟ୍ରାକ ନବୀକରଣର ଗତି ,ମାନବବିହୀନ ଲେବେଲ କ୍ରସିଂ ହଟାଇବା ଏବଂ ବ୍ରୋଡ ଗେଜ ଲାଇନକୁ ଆରମ୍ଭ କରିବା ଦିଗରେ ଅଧିକ ସୁଧାର ହୋଇଛି ।
 
ଭାରତୀୟ ରେଳପଥ ବର୍ଷ 2017-18 ରେ 100 ରୁ ମଧ୍ୟ କମ ଦୁର୍ଘଟଣାର ସହିତ ନିଜର ସର୍ବଶ୍ରେଷ୍ଠ ସୁରକ୍ଷା ରେକର୍ଡ ଦାଖଲ କରିଛି । ପରିସଂଖ୍ୟାନ ଅନୁସାରେ ,ବର୍ଷ 2013-14 ରେ 118 ରେଳ ଦୁର୍ଘଟଣା ଦାଖଲ କରାଯାଇଥିଲା ,ଯାହା ବର୍ଷ 2017-18 ରେ ହ୍ରାସ ଘଟି 73 ପର୍ଯ୍ୟନ୍ତ ହୋଇଯାଇଛି । ବର୍ଷ 2009-14 ର ତୁଳନାରେ 20% ଅଧିକ ହାରାହାରି ଗତି ସହିତ ବର୍ଷ 2017-18 ରେ 5,469 ମାନବବିହୀନ ଲେବେଲ କ୍ରସିଂ ହଟାଇ ଦିଆଯାଇଛି । ବ୍ରୋଡ ଗେଜ ରାସ୍ତାରେ ସମସ୍ତ ମାନବବିହୀନ କ୍ରସିଂକୁ ଉତ୍ତମ ସୁରକ୍ଷା ପାଇଁ ବର୍ଷ 2020 ସୁଦ୍ଧା ସମାପ୍ତ କରିଦିଆଯିବା  । 
ରେଳପଥର ବିକାଶକୁ ନୂଆ ଗତି ଦେଇ ବର୍ଷ  2017-18 ଅବସରରେ ଟ୍ରାକ ନବୀକରଣ କାର୍ଯ୍ୟରେ 50% ବୃଦ୍ଧି ଦାଖଲ ହୋଇଛି ,ଯାହା ବର୍ଷ 2013-14 ର 2,926 କିଲୋମିଟରର ତୁଳନାରେ ଏବେ  4,405 କିଲୋମିଟର ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ 4 ବର୍ଷ କାଳରେ ଆରମ୍ଭ କରାଯାଇଥିବା ବ୍ରୋଡ଼ ଗେଜ  (9,528 କିଲୋମିଟର) ବର୍ଷ 2009-14 ସମୟରେ  ଆରମ୍ଭ କରାଯାଇଥିବା ବ୍ରୋଡ଼ ଗେଜ (7,600 କିଲୋମିଟର) ରୁ ବହୁ ଅଧିକ ଅଛି ।
 
ଏଭଳି ପ୍ରଥମଥର ପାଇଁ ହୋଇଛି ଯେ ଦେଶର ପୂର୍ବୋତ୍ତର ବାକି ରାଜ୍ୟ ସହିତ ସମ୍ପୂର୍ଣ୍ଣ ଭାବେ ଏକୀକୃତ ,କାରଣ ସେଠାରେ ସମ୍ପୂର୍ଣ୍ଣ ରେଳପଥ ବ୍ରୋଡ଼ ଗେଜରେ ପରିବର୍ତ୍ତନ କରାଯାଇଛି । ସ୍ୱାଧୀନତାର 70 ବର୍ଷ ପରେ ମେଘାଳୟ ,ତ୍ରିପୁରା ଏବଂ ମିଜୋରାମ ରାଜ୍ୟକୁ ଭାରତୀୟ ରେଳର ଅନ୍ତର୍ଗତ ଅଣାଯାଇଛି !
 
ନୂଆ ଭାରତର ବିକାଶ ପାଇଁ ଆମକୁ ଉଚ୍ଚ ଟେକ୍ନୋଲୋଜିର ମଧ୍ୟ ଆବଶ୍ୟକତା ରହିଛି । ବୁଲେଟ ଟ୍ରେନ ,ଯେଉଁଥିରୁ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲୁ କରିବାର ଯୋଜନା ରହିଛି ,ଏହା ଏହି ମାର୍ଗରେ ଲାଗୁଥିବା ବର୍ତ୍ତମାନର 8 ଘଣ୍ଟା ସମୟକୁ ପାଖାପାଖି 2 ଘଣ୍ଟା ପର୍ଯ୍ୟନ୍ତରେ କମ କରିବ ।
 
ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ତୀବ୍ର ପ୍ରଗତି ହେଉଛି । UDAN (Ude Desh ka Aam Nagrik) ଭଳି ଶସ୍ତାରେ ବିମାନ ଯାତ୍ରାର ପ୍ରତିଶୃତି ଦେବା ପରେ, ଆହୁରି ଗୋଟିଏ ଯେଉଁଠି ସ୍ୱାଧୀନତା ପରଠାରୁ 2014 ମଧ୍ୟରେ 75 ବିମାନବନ୍ଦରକୁ ଆରମ୍ଭ କରାଯାଇଛି, ସେଠାରେ ଆମେ କେବଳ 4 ବର୍ଷରେ 25ଟି ବିମାନବନ୍ଦରକୁ ପରିଚାଳିତ କରିଛନ୍ତି । ଯେଉଁ ଆଞ୍ଚଳିକ ବିମାନବନ୍ଦରରେ ତାହାର କ୍ଷମତାରୁ କମ ଯାତ୍ରୀ ଆସୁଥିଲେ ଅବା ଯେଉଁଠି ଯାତ୍ରୀ ଆସୁ ମଧ୍ୟ ନଥିଲେ, ସେସବୁକୁ 2,500 ଟଙ୍କା ପ୍ରତି ଘଣ୍ଟାର ସବସିଡି ଯୁକ୍ତ ଭଡ଼ା ଅନେକ ଭାରତୀୟଙ୍କୁ ବିମାନଯାତ୍ରା କରିବାର ସ୍ୱପ୍ନକୁ ପୁରା କରିବାରେ ସାହାଯ୍ୟ କରିଛି । ଏହାର ପରିଣାମସ୍ୱରୂପ ପ୍ରଥମଥର ଏଭଳି ଏସି ଟ୍ରେନର ତୁଳନାରେ ଅଧିକ ଲୋକେ ବିମାନ ଯୋଗେ ଯାତ୍ରା କରୁଛନ୍ତି ।
 
ଗତ 3 ବର୍ଷରେ ଯାତ୍ରୀ ଯାତାୟତ ହାରରେ 18-20% ବୃଦ୍ଧିର ସହିତ ,ଭାରତ ବିଶ୍ୱର ତୃତୀୟ ସବୁଠୁ ବଡ଼ ବିମାନ ଚଳାଚଳ ବଜାର ହୋଇ ଆବିର୍ଭୁତ ହୋଇଛି । ବର୍ଷ 2017 ରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା 10 କୋଟି ପାର ହୋଇଛି ।
 
ପରିବହନ  
 
ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଅଧୀନରେ ପୋତ ପରିବହନ କ୍ଷେତ୍ରରେ ମଧ୍ୟ ତୀବ୍ରତାର ସହ ନିଜ ପାଦ ଆଗକୁ ବଢ଼ାଉଛି । ବନ୍ଦର-କେନ୍ଦ୍ରିତ ବିକାଶରେ ତୀବ୍ରତା ଆଣି ,ପ୍ରମୁଖ ବନ୍ଦରଗୁଡିକର ଟର୍ଣ୍ଣ ଆରାଉଣ୍ଡ ଟାଇମ ଯାହା ବର୍ଷ  2013-14 ରେ 94 ଘଣ୍ଟା ଥିଲା ,ତାହା ଏବେ ଏକ ତୃତୀଆଂଶ ହ୍ରାସ ଘଟି ବର୍ଷ 2017-18 ରେ 64 ଘଣ୍ଟା ପର୍ଯ୍ୟନ୍ତ ହୋଇଛି ।
 
ପ୍ରମୁଖ ବନ୍ଦରଗୁଡ଼ିକରେ ମାଲଗାଡ଼ିର ଯାତାୟାତରେ ଦୃଷ୍ଟି ଦିଆଯାଏ ତ ବର୍ଷ  2010-11 ରେ ଏହା  570.32 ମେଟ୍ରିକ ଟନରୁ ହ୍ରାସ ଘଟି ବର୍ଷ 2012-13 ରେ 545.79 ମେଟ୍ରିକ ଟନ ହୋଇଯାଇଥିଲା । କିନ୍ତୁ ଏନଡିଏ ସରକାରଙ୍କ ଅନ୍ତର୍ଗତ ବର୍ଷ 2017-18 ରେ ଏହା 679.367  ମେଟ୍ରିକ ଟନ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ,ଯାହା 100 ମେଟ୍ରିକ ଟନରୁ ମଧ୍ୟ ଅଧିକ ବୃଦ୍ଧି ଘଟିଛି  !
 
ଅନ୍ତର୍ଦେଶୀୟ ଜଳମାର୍ଗ ପରିବହନ ଖର୍ଚକୁ ଅଧିକ କମ କରୁଛି ଏବଂ କାର୍ବନ ଫୁଟ ପ୍ରିଣ୍ଟ କମ କରିବା ସହିତ ଅର୍ଥବ୍ୟବସ୍ଥାକୁ ମଧ୍ୟ ବଢ଼ାଉଛି । ଗତ 30 ବର୍ଷରେ 5ଟି ରାଷ୍ଟ୍ରୀୟ ଜଳମାର୍ଗର ତୁଳନାରେ ଗତ 4 ବର୍ଷରେ 106 ରାଷ୍ଟ୍ରୀୟ ଜଳମାର୍ଗ ଯୋଡ଼ାଯାଇଛି ।
ସଡ଼କ ବିକାଶ 
 
ମଲ୍ଟି-ମୋଡେଲ ଏକୀକରଣ ସହିତ ରାଜମାର୍ଗଗୁଡ଼ିକର ବିସ୍ତାର ଭାରତମାଳା ପରିଯୋଜନା ଅଧୀନରେ କରାଯାଉଛି । ବର୍ଷ 2013-14 ର ରାଷ୍ଟ୍ରୀୟ ରାଜମାର୍ଗର 92,851 କିଲୋମିଟର ନେଟୱର୍କକୁ ବର୍ଷ 2017-18 ବଢ଼ାଇ 1,20,543 କିଲୋମିଟର କରିଦିଆଯାଇଛି ।
 
ସୁରକ୍ଷିତ ସଡ଼କ ପାଇଁ ,ସେତୁ ଭାରତମ ପ୍ରକଳ୍ପରେ 20,800 କୋଟି ଟଙ୍କାର ମୋଟ ବଜେଟ ସହିତ ସମସ୍ତ ରାଷ୍ଟ୍ରୀୟ ରାଜମାର୍ଗକୁ ରେଳ କ୍ରସିଂରୁ ମୁକ୍ତ କରିବା ପାଇଁ ରେଳପଥ ଓଭରବ୍ରିଜ ନିର୍ମାଣ ପାଇଁ ଲାଗୁ କରାଯାଇଛି ।
 
ସଡ଼କ ନିର୍ମାଣର ଗତି ପାଖାପାଖି ଦ୍ଵିଗୁଣ ହୋଇଯାଇଛି । ଯେଉଁଠି ବର୍ଷ  2013-14 ସମୟରେ ରାଜମାର୍ଗ ନିର୍ମାଣର ଗତି ପ୍ରତିଦିନ 12 କିଲୋମିଟର ଥିଲା ,ତାହା ବର୍ଷ 2017-18 ରେ 27 କିଲୋମିଟର ପ୍ରତିଦିନ ହୋଇଯାଇଛି । 

 

 

ଅରୁଣାଚଳ ପ୍ରଦେଶର ବୃଦ୍ଧି ସଂଯୋଗୀକରଣ ପାଇଁ ଭାରତର ସବୁଠୁ ଲମ୍ବା ସୁଡ଼ଙ୍ଗ ,ଚେନାନୀ-ନାଶ୍ରୀ,ଜମ୍ମୁରେ ଭାରତର ସବୁଠୁ ଲମ୍ବା ସୁଡ଼ଙ୍ଗ କରିବା ,ଢୋଲା-ସାଦିୟା ସେତୁ ରୂପେ ଅରୁଣାଚଳ ପ୍ରଦେଶରୁ ସଂଯୋଗୀକରଣ ବଢ଼ାଇବା ପାଇଁ ଭାରତର ସବୁଠୁ ଲମ୍ବା ପୋଲ ନିର୍ମାଣ ,ଏପର୍ଯ୍ୟନ୍ତ ଅନୁପଯୁକ୍ତ କ୍ଷେତ୍ର ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାର ପ୍ରତିବଦ୍ଧତାର ନିଦର୍ଶନ । ଭରୁଚରେ ନର୍ମଦାରେ ଏବଂ କୋଟାରେ ଚମ୍ବଲରେ ସେତୁ ନିର୍ମାଣାରୁ ମଧ୍ୟ ସେହି କ୍ଷେତ୍ରମାନଙ୍କରେ ସଡ଼କ ସଂଯୋଗୀକରଣରେ ସୁଧାର ଆସିଛି ।
 
ସଡ଼କ ଗ୍ରାମୀଣ ବିକାଶର ଗତିକୁ ବଢ଼ାଉଛି । ଏହାର ଗୁରୁତ୍ୱକୁ ଧ୍ୟାନରେ ରଖି ପାଖାପାଖି 1.69 ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କଗୁଡ଼ିକର ନିର୍ମାଣ ଗତ 4 ବର୍ଷରେ କରାଯାଇଛି । ସଡକ ନିର୍ମାଣର ହାରାହାରି ଗତି ଯାହା ବର୍ଷ 2013-14 ରେ ପ୍ରତିଦିନ 69 କିଲୋମିଟର ଥିଲା ତାହା ବର୍ଷ 2017-18 ରେ ବୃଦ୍ଧି ଘଟି 134 କିଲୋମିଟର ପ୍ରତିଦିନ ହୋଇଯାଇଛି । ସମ୍ପ୍ରତି ,ବର୍ଷ 2014 ର 56% ର ତୁଳନାରେ ଗ୍ରାମୀଣ ସଡ଼କ ସଂଯୋଗୀକରଣ 82% ରୁ ଅଧିକ ,ଯେଉଁଥିରୁ ଗ୍ରାମୀଣ ଭାରତର ବିକାଶ ଗାଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି ।
ରୋଜଗାର ସୃଷ୍ଟିରେ ପର୍ଯ୍ୟଟନ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସହିତ ତୀର୍ଥଯାତ୍ରାର ଅନୁଭବକୁ ସୁଧାର କରିବା ପାଇଁ ,ଚାରିଧାମ ମହାମାର୍ଗ ବିକାଶ ପ୍ରକଳ୍ପର ଆରମ୍ଭ କରାଯାଇଛି । ଏହା ଯାତ୍ରାକୁ ଆହୁରି ଅଧିକ ସୁରକ୍ଷିତ ,ତୀବ୍ର ଏବଂ ସୁବିଧାଜନକ କରିବାର କାମ କରିବ । ଏହା ମାଧ୍ୟମରେ 12,000 କୋଟି ଟଙ୍କାର ବ୍ୟୟ ଅଟକଳରେ 900 କିଲୋମିଟରର ରାଷ୍ଟ୍ରୀୟ ରାଜମାର୍ଗର ନିର୍ମାଣର ଯୋଜନା ରହିଛି ।
 
ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିବାରେ ,ମାଲ ପରିବହନ ତୀବ୍ରରେ ହେଉଛି ,ଯାହାଫଳରେ ଅର୍ଥବ୍ୟବସ୍ଥାକୁ ଶକ୍ତି ମିଳୁଛି । ଏନଡିଏ ସରକାରଙ୍କ ପ୍ରୟାସ ଫଳରେ ,ବର୍ଷ 2017-18 ରେ ସବୁଠୁ ଅଧିକ ମାଲ ପରିବହନ (1,160 ମେଟ୍ରିକ ଟନ ) ଦର୍ଜ କରାଯାଇଛି ।
 
ସହରୀ ରୂପାନ୍ତରଣ 
 
ସ୍ମାର୍ଟ ସିଟି ମାଧ୍ୟମରେ ସହରୀ ରୂପାନ୍ତରଣ ପାଇଁ ପାଖାପାଖି 100 ସହରୀ କ୍ଷେତ୍ରଗୁଡ଼ିକୁ ଚୟନ କରାଯାଇଛି ଯେଉଁଠୁ ବଂଚିବାର ଗୁଣବତ୍ତା ,ସହରୀ ନିୟୋଜନ ଏବଂ ବିକାଶ ପ୍ରକ୍ରିୟାରେ ସୁଧାର ହେବ । ଏହି ସହରମାନଙ୍କରେ ବିଭିନ୍ନ ବିକାଶ ପ୍ରକଳ୍ପଗୁଡ଼ିକରୁ ପାଖାପାଖି 10 କୋଟି ଭାରତୀୟଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିବ । ଏହି ପ୍ରକଳ୍ପଗୁଡ଼ିକର ଖର୍ଚ୍ଚ 2,01,979 କୋଟି ଟଙ୍କା ରହିଛି ।
 
ଗ୍ରାମୀଣ ଏବଂ ସହରୀ ଉଭୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପାଖାପାଖି 1 କୋଟି ଶସ୍ତା ଆବାସ ନିର୍ମାଣ କରାଯାଇଛି । ମଧ୍ୟବିତ୍ତ ଏବଂ ନବ୍ୟମଧ୍ୟବିତ୍ତ ବର୍ଗମାନଙ୍କ ଲାଭପ୍ରଦ ପାଇଁ 9 ଲକ୍ଷ ଟଙ୍କା ଏବଂ 12 ଲକ୍ଷ ଟଙ୍କାର ଆବାସ ଋଣ 4% ଏବଂ 3% ର ସୁଧହାର ଅନୁଦାନ ପାଇଁ ଯୋଗ୍ୟ ଅଟନ୍ତି ।