ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବିଶ୍ବବ୍ୟାପୀ ସରକାରମାନଙ୍କ ପାଇଁ କୋଭିଡ-19 ମହାମାରୀ ସମ୍ପୂର୍ଣ୍ଣ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଦୀର୍ଘସ୍ଥାୟିତ୍ବ ବଜାୟ ରଖି ଜନକଲ୍ୟାଣ ପାଇଁ ଯଥେଷ୍ଟ ସମ୍ବଳ ଯୋଗାଡ଼ କରିବା ସବୁଠୁ ବଡ଼ ଆହ୍ବାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ସାରା ବିଶ୍ବରେ ବର୍ତ୍ତମାନ ଅର୍ଥର ଅଭାବ ଦେଖା ଦେଇଥିବା ସମୟରେ, ଆପଣ ଜାଣନ୍ତି କି ବିଭିନ୍ନ ଭାରତୀୟ ରାଜ୍ୟଗୁଡ଼ିକ 2020-21 ତୁଳନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି? ଏହା ଜାଣି ଆପଣ ଚକିତ ତଥା ଆନନ୍ଦିତ ହେବେ ଯେ ଭାରତୀୟ ରାଜ୍ୟଗୁଡ଼ିକ 2020-21ରେ ଅତିରିକ୍ତ 1.06 ଲକ୍ଷ କୋଟି ପୁଞ୍ଜି ସଂଗ୍ରହ କରିପାରିଛନ୍ତି। କେନ୍ଦ୍ର-ରାଜ୍ୟ ଭାଗିଦାରୀ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଯୋଗୁ ସମ୍ବଳ ଉପଲବ୍ଧତାରେ ଏହି ଗୁରୁତ୍ବପୂର୍ଣ୍ଣ ବୃଦ୍ଧି ସମ୍ଭବ ହୋଇପାରିଛି।

ଆମେ ଯେତେବେଳେ କୋଭିଡ-19ର ମୁକାବିଲା କରିବା ଲାଗି ଆମର ଆର୍ଥିକ ସମାଧାନର ଯୋଜନା ପ୍ରସ୍ତୁତ କଲୁ, ସେତେବେଳେ ଆମେ ଚାହିଁଥିଲୁ ଯେ ଆମର ସମାଧାନ “ସମସ୍ତଙ୍କ ପାଇଁ ଗୋଟିଏ ଢାଞ୍ଚା” ମଡେଲ ଆଧାରିତ ହେବା ଉଚିତ୍ ନୁହେଁ। ମହାଦେଶୀୟ ଆକାରର ଏକ ସଂଘୀୟ ରାଷ୍ଟ୍ର ପାଇଁ, ରାଜ୍ୟ ସରକାରଙ୍କ ଦ୍ବାରା ସଂସ୍କାରର ପ୍ରୋତ୍ସାହନ ଲାଗି ଜାତୀୟ ସ୍ତରରେ ନୀତିଗତ ଉପାଦାନ ସନ୍ଧାନ କରିବା ବାସ୍ତବରେ ଏକ ଜଟିଳ କାର୍ଯ୍ୟ। କିନ୍ତୁ, ଆମ ସଂଘୀୟ ରାଜନୀତି ଉପରେ ଆମର ଯଥେଷ୍ଟ ବିଶ୍ବାସ ରହିଥିଲା ଏବଂ ଆମେ କେନ୍ଦ୍ର-ରାଜ୍ୟ ଭାଗିଦାରୀ ଭାବନା ନେଇ ଆଗକୁ ବଢ଼ିଥିଲୁ।

ମେ 2020ରେ, ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶବିଶେଷ ସ୍ବରୂପ, ଭାରତ ସରକାର ଘୋଷଣା କରିଥିଲେ ଯେ ରାଜ୍ୟ ସରକାରଙ୍କୁ 2020-21ରେ ଋଣ ଜରିଆରେ ବର୍ଦ୍ଧିତ ପୁଞ୍ଜି ସଂଗ୍ରହ ସୁବିଧା ମିଳିବ। ଜିଏସଡିପିର ଏକ ଅତିରିକ୍ତ 2% ପରିମାଣର ଋଣସଂଗ୍ରହକୁ ମଞ୍ଜୁରି ଦିଆଯାଇଥିଲା, ଏଥିମଧ୍ୟରୁ 1% କେତେକ ଆର୍ଥିକ ସଂସ୍କାରର କାର୍ଯ୍ୟକାରିତା ପାଇଁ ସର୍ତ୍ତମୂଳକ ଭାବେ ଦେବାର ବ୍ୟବସ୍ଥା କରାଯାଇଥିଲା। ଭାରତୀୟ ସରକାରୀ ଅର୍ଥଲଗାଣ କ୍ଷେତ୍ରରେ ଏପରି ସଂସ୍କାର ଦେଖିବାକୁ ମିଳିବା ବିରଳ। ଅତିରିକ୍ତ ପୁଞ୍ଜି ପାଇବା ଲାଗି ପ୍ରଗତିଶୀଳ ନୀତି ଅବଲମ୍ବନ କରିବା ଲାଗି ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା। ଏହି ପଦକ୍ଷେପର ପରିଣାମ କେବଳ ଉତ୍ସାହଜନକ ନଥିଲା ବରଂ ଏହି ଧାରଣାର ବିପରୀତ ଥିଲା ଯେ ଭଲ ଆର୍ଥିକ ନୀତିକୁ ଗ୍ରହଣ କରିବା ଲାଗି ସୀମିତ ସଂଖ୍ୟକ ଗ୍ରହୀତା ଥାଆନ୍ତି।

ଯେଉଁ ଚାରିଟି ସଂସ୍କାର ସହିତ ଅତିରିକ୍ତ ଋଣ ସଂଗ୍ରହ ସହ ଜଡ଼ିତ (ଜିଡିପିର 0.25% ପ୍ରତ୍ୟେକ ସହିତ ଜଡ଼ିତ)ର ଦୁଇଟି ବିଶେଷତ୍ବ ରହିଥିଲା। ପ୍ରଥମତଃ, ପ୍ରତ୍ୟେକ ସଂସ୍କାର ଜନସାଧାରଣ ବିଶେଷ କରି ଗରିବ, ଦୁର୍ବଳ ଓ ମଧ୍ୟମବର୍ଗଙ୍କ ଜୀବନରେ ସୁଧାର ଆଣିବା ସହ ଜଡ଼ିତ ଥିଲା। ଦ୍ବିତୀତଃ, ଏହା ମଧ୍ୟ ବିତ୍ତୀୟ ସ୍ଥାୟିତ୍ବକୁ ପ୍ରୋତ୍ସାହିତ କରିଥିଲା।

‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ନୀତି ଅନ୍ତର୍ଗତ ପ୍ରଥମ ସଂସ୍କାର ପାଇଁ ରହିଥିବା ଆବଶ୍ୟକତା ଥିଲା- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟରେ ରହିଥିବା ସମସ୍ତ ରାସନ କାର୍ଡକୁ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ସହିତ ସିଡିଂ କରାଯିବ ଏବଂ ସମସ୍ତ ସରକାରୀ ରାସନ ବିତରଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ ପଏଣ୍ଟ ଅଫ ସେଲ ଡିଭାଇସ୍ ରହିବ। ଏହାର ସବୁଠୁ ପ୍ରମୁଖ ଲାଭ ହେଉଛି, ଦେଶର ଯେକୌଣସି ସ୍ଥାନରୁ ପ୍ରବାସୀ ଶ୍ରମିକମାନେ ସେମାନଙ୍କର ଖାଦ୍ୟ ସାମଗ୍ରୀ ପାଇପାରିବେ। ନାଗରିକମାନଙ୍କୁ ଏସବୁ ଲାଭ ଦେବା ବ୍ୟତୀତ, ଜାଲ କାର୍ଡ ଓ ନକଲି ପରିବାର ସଦସ୍ୟଙ୍କୁ ବାଦ୍ ଦେଇ ଏଥିରୁ ଆର୍ଥିକ ଲାଭ ମଧ୍ୟ ମିଳିଲା। 17ଟି ରାଜ୍ୟ ଏହି ସଂସ୍କାରକୁ ପୂରଣ କରିଛନ୍ତି ଏବଂ ସେମାନଙ୍କୁ ଅତିରିକ୍ତ 37,600 କୋଟି ଟଙ୍କା ଋଣ ଉଠାଣ ଲାଗି ଅନୁମତି ମିଳିଛି।

ଦ୍ବିତୀୟ ସଂସ୍କାରର ଉଦ୍ଦେଶ୍ୟ ଥିଲା ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା। ଏଥିପାଇଁ ରାଜ୍ୟଗୁଡ଼ିକ 7ଟି ଆଇନ ଅଧୀନରେ ସାଧାରଣ ଶୁଳ୍କ ସହିତ ବ୍ୟବସାୟ ସଂକ୍ରାନ୍ତ ଲାଇସେନ୍ସ ପ୍ରଦାନକୁ ସ୍ବୟଂକ୍ରିୟ, ଅନଲାଇନ ଏବଂ ଭେଦଭାବ ମୁକ୍ତ କରିବା ଆବଶ୍ୟକ ଥିଲା। ଆଉ ଏକ ଆବଶ୍ୟକତା ଥିଲା, 12ଟି ଆଇନ ଅଧୀନରେ ଶୋଷଣ ଓ ଦୁର୍ନୀତି ଦୂର କରିବା ଲାଗି କମ୍ପ୍ୟୁଟର ଆଧାରିତ ରାଣ୍ଡମ୍ ନିରୀକ୍ଷଣ ବ୍ୟବସ୍ଥା ଓ ନିରୀକ୍ଷଣ ପାଇଁ ଆଗୁଆ ସୂଚନା ଦେବା। ଏହି ସଂସ୍କାର (19ଟି ଆଇନ ଅନ୍ତର୍ଗତ) ବିଶେଷ କରି ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସହାୟକ ହୋଇଥିଲା, ଯେଉଁମାନେ ‘ଇନ୍ସେପେକ୍ଟର ରାଜ୍’ର ସର୍ବାଧିକ ଶିକାର ହୋଇଥାନ୍ତି। ଏହା ମଧ୍ୟ ନିବେଶ ପରିବେଶରେ ସୁଧାର, ଅଧିକ ନିବେଶ ଓ ଦ୍ରୁତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ। 20ଟି ରାଜ୍ୟ ଏହି ସଂସ୍କାରକୁ ସମ୍ପୂର୍ଣ୍ଣ କରିଥିଲେ ଏବଂ ଅତିରିକ୍ତ 39,521 କୋଟି ଟଙ୍କା ପୁଞ୍ଜି ଉଠାଣ ପାଇଁ ଅନୁମତି ପାଇଥିଲେ।

ପଞ୍ଚଦଶ ଅର୍ଥ ଆୟୋଗ ଏବଂ ଆହୁରି କେତେକ ଶିକ୍ଷାସଂସ୍ଥାନ ଏକ ଭଲ ସମ୍ପତ୍ତି ଟିକସ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ତୃତୀୟ ସଂସ୍କାର ପାଇଁ ରାଜ୍ୟଗୁଡ଼ିକ ସହରାଞ୍ଚଳରେ ଯଥାକ୍ରମେ ସମ୍ପତ୍ତି କାରବାର ଏବଂ ବର୍ତ୍ତମାନର ଦର ଲାଗି ଷ୍ଟାମ୍ପ ଡ୍ୟୁଟି ଗାଇଡଲାଇନ ଅନୁରୂପ ସମ୍ପତ୍ତି ଟିକସ ଓ ଜଳ ଓ ସ୍ବେରେଜ ଶୁଳ୍କ ପାଇଁ ଫ୍ଲୋର ଦର ବିଜ୍ଞପିତ କରିବାର ଆବଶ୍ୟକତା ରହିଥିଲା। ଏହା ସହରାଞ୍ଚଳ ଗରିବ ଏବଂ ମଧ୍ୟମବର୍ଗଙ୍କ ପାଇଁ ଉନ୍ନତ ଗୁଣବତ୍ତାଯୁକ୍ତ ସେବା ଯୋଗାଇ ଦେବା ସହିତ ଭଲ ଭିତ୍ତିଭୂମିକୁ ସହାୟତା କରିବ ଏବଂ ଅଭିବୃଦ୍ଧିକୁ ଆଗେଇ ନେବ। ସମ୍ପତ୍ତି ଟିକସର ଢାଞ୍ଚା ପ୍ରଗତିଶୀଳ, ତେଣୁ ଏହାଦ୍ବାରା ସହରାଞ୍ଚଳରେ ଥିବା ଗରିବ ଲୋକମାନେ ବିଶେଷ ଭାବେ ଲାଭବାନ ହେବେ। ଏହି ସଂସ୍କାର ମଧ୍ୟ ନଗର ନିଗମ କର୍ମଚାରୀମାନଙ୍କୁ ଲାଭାନ୍ବିତ କରିବ କାରଣ ସେମାନେ ଅଧିକାଂଶ ସମୟରେ ଦରମା ପାଇବାରେ ବିଳମ୍ବ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। 11ଟି ରାଜ୍ୟ ଏସବୁ ସଂସ୍କାରକୁ ପୂରଣ କରିଥିବାରୁ ଅତିରିକ୍ତ 15,957 କୋଟି ଟଙ୍କାର ଋଣ ସଂଗ୍ରହ କରିବାର ଅନୁମତି ଲାଭ କରିଥିଲେ।

ଚତୁର୍ଥ ସଂସ୍କାର ହେଉଛି ଚାଷୀମାନଙ୍କୁ ମାଗଣା ବିଦ୍ୟୁତ ଯୋଗାଣ ପରିବର୍ତ୍ତେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ସୁବିଧାର ପ୍ରଚଳନ। ରାଜ୍ୟବ୍ୟାପୀ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ବର୍ଷ ଶେଷ ସୁଦ୍ଧା ପାଇଲଟ ଆଧାରରେ ଗୋଟିଏ ଜିଲ୍ଲାରେ ଏହାର ବାସ୍ତବ କାର୍ଯ୍ୟକାରିତା ପାଇଁ ଆବଶ୍ୟକତା ରହିଥିଲା। ଏହା ସହିତ ଜିଏସଡିପିର ଅତିରିକ୍ତ 0.15% ଯୋଡ଼ି ହୋଇ ରହିଥିଲା। ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ପାଇଁ ଏକ ଉପାଦାନ ଏବଂ ରାଜସ୍ବ ଓ ବ୍ୟୟ ମଧ୍ୟରେ ରହୁଥିବା ବ୍ୟବଧାନ ପାଇଁ ଆଉ ଏକ ଉପାଦାନ (ପ୍ରତ୍ୟେକ ପାଇଁ ଜିଏସଡିପିର 0.05%)ର ବ୍ୟବସ୍ଥା କରାଯାଇଥିଲା। ଏହା ବିତରଣ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିରେ ଏହା ସୁଧାର ଆଣିବା ସହିତ ଜଳ ଓ ଇନ୍ଧନ ସଂରକ୍ଷଣକୁ ପ୍ରୋତ୍ସାହିତ କଲା ଏବଂ ଭଲ ଆର୍ଥିକ ଓ ବୈଷୟିକ ପ୍ରଦର୍ଶନ ଜରିଆରେ ସେବାର ଗୁଣବତ୍ତାରେ ସୁଧାର ଆଣିଲା। 13ଟି ରାଜ୍ୟ ଅତିକମରେ ଗୋଟିଏ ଉପାଦାନ କାର୍ଯ୍ୟକାରୀ କରିବା ସହିତ, 6ଟି ରାଜ୍ୟ ଡିବିଟି ଉପାଦାନକୁ କାର୍ଯ୍ୟକାରୀ କଲେ। ଯାହାର ଫଳସ୍ବରୂପ 13201 କୋଟି ଟଙ୍କାର ଅତିରିକ୍ତ ଋଣ ସଂଗ୍ରହ କରିବାର ଅନୁମତି ପାଇଥିଲେ। ମୋଟାମୋଟି ଭାବେ 23ଟି ରାଜ୍ୟ 2.14 ଲକ୍ଷ କୋଟି ଟଙ୍କା ମଧ୍ୟରୁ 1.06 ଲକ୍ଷ କୋଟି ଅତିରିକ୍ତ ଋଣ ସଂଗ୍ରହ ସୁବିଧା ନେଇଥିଲେ। ଯାହାଫଳରେ 2020-21 ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ମିଳିଥିବା ସକଳ ଋଣ ସଂଗ୍ରହ ଅନୁମତି (ସର୍ତ୍ତମୂଳକ ଓ ଅଣସର୍ତ୍ତମୂଳକ) ଜିଏସଡିପିର ପ୍ରାରମ୍ଭିକ ଆକଳନର 4.5% ରହିଥିଲା।

ବିବିଧ ଆହ୍ବାନ ପରିପୂର୍ଣ୍ଣ ଆମ ଭଳି ଏକ ବଡ଼ ରାଷ୍ଟ୍ର ପାଇଁ, ଏହା ଏକ ବିରଳ ଅନୁଭୂତି ଥିଲା। ଆମେ ଦେଖିଛୁ ଯେ ବିଭିନ୍ନ କାରଣ ପାଇଁ ଯୋଜନା ଓ ସଂସ୍କାରଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନପାରି ପଡ଼ି ରହିଥାଏ। ତେଣୁ ମହାମାରୀ ସମୟରେ ଜନଅନୁକୂଳ ସଂସ୍କାରକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଆଗେଇ ଆସିବା ଅତୀତରେ କେବେ ଦେଖାଦେଇନଥିବା ବେଳେ ବର୍ତ୍ତମାନ ତାହା ଦେଖିବାକୁ ମିଳିବା ଅତି ଆନନ୍ଦର ବିଷୟ। ଆମର ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସ ମନୋଭାବ କାରଣରୁ ଏହା ସମ୍ଭବ ହୋଇପାରିଲା। ଏସବୁ ସଂସ୍କାର ଉପରେ କାର୍ଯ୍ୟ କରୁଥିବା ଅଧିକାରୀମାନେ କହିଥିଲେ ଯେ ଅତିରିକ୍ତ ପାଣ୍ଠିର ପ୍ରୋତ୍ସାହନ ବିନା ଏସବୁ ନୀତି କାର୍ଯ୍ୟକାରୀ କରିବା ଲାଗି ବର୍ଷ ବର୍ଷ ଲାଗିଯାଇଥାନ୍ତା। ପୂର୍ବରୁ ଭାରତରେ ‘ଲୁଚାଛପା ଏବଂ ବାଧ୍ୟବାଧକତାରେ ସଂସ୍କାର’ ମଡେଲ କାର୍ଯ୍ୟକାରୀ ହେଉଥିଲା। ଏବେ କିନ୍ତୁ ‘ଇଚ୍ଛାଶକ୍ତି ଏବଂ ପ୍ରୋତ୍ସାହନ ମାର୍ଗରେ ସଂସ୍କାର’ର ଏକ ନୂଆ ମଡେଲ କାର୍ଯ୍ୟକାରୀ ହେଉଛି। ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ନିଜ ନାଗରିକମାନଙ୍କର କଲ୍ୟାଣ ପାଇଁ ଏସବୁ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବାରୁ ରାଜ୍ୟଗୁଡ଼ିକ ପ୍ରତି ମୁଁ କୃତଜ୍ଞ। 130 କୋଟି ଭାରତୀୟଙ୍କ ଦ୍ରୁତ ବିକାଶ ଲାଗି ଆମେ ନିଶ୍ଚିତ ଭାବେ ଆଗକୁ ମଧ୍ୟ ମିଳିମିଶି ଏପରି କାର୍ଯ୍ୟ କରିବା ଜାରି ରଖିବୁ।

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Devendra Fadnavis writes: Remembering the leaders who fought the Emergency

Media Coverage

Devendra Fadnavis writes: Remembering the leaders who fought the Emergency
NM on the go

Nm on the go

Always be the first to hear from the PM. Get the App Now!
...
ଏକତାର ମହାକୁମ୍ଭ - ନୂଆ ଯୁଗର ଆରମ୍ଭ
February 27, 2025

ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ

ପବିତ୍ର ସହର ପ୍ରୟାଗରାଜରେ ମହାକୁମ୍ଭ ସଫଳତାର ସହ ସମାପନ ହୋଇଛି। ଏକତାର ଏକ ବିଶାଳ ମହାଯଜ୍ଞ ସମ୍ପନ୍ନ ହୋଇଛି। ଗୋଟିଏ ରାଷ୍ଟ୍ରର ଚେତନା ଜାଗ୍ରତ ହେଲେ, ଶହ ଶହ ବର୍ଷ ପୁରୁଣା ପରାଧୀନତାର ମାନସିକତାରୁ ମୁକ୍ତ ହେଲେ, ଦେଶରେ ନୂତନ ଶକ୍ତିର ସଂଚାର ହୋଇଥାଏ । ଏହାର ପରିଣାମ ଜାନୁଆରୀ 13ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ‘ଏକତା କା ମହାକୁମ୍ଭ’ (ଏକତାର ମହାକୁମ୍ଭ) ରେ ଦେଖିବାକୁ ମିଳିଥିଲା।

|

On January 22, 2024, during the Pran Pratishtha of the Ram Mandir in Ayodhya, I spoke about Devbhakti and Deshbhakti - devotion to the divine and to the nation. During the Mahakumbh in 22 ଜାନୁଆରୀ 2024ରେ, ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟରେ, ମୁଁ ଦେବ ଭକ୍ତି ଏବଂ ଦେଶ ଭକ୍ତି ବିଷୟରେ କହିଥିଲି। ପ୍ରୟାଗରାଜରେ ମହାକୁମ୍ଭ ସମୟରେ, ସାଧୁ, ସନ୍ଥ, ମହିଳା, ଶିଶୁ, ଯୁବକ, ବରିଷ୍ଠ ନାଗରିକ ଏବଂ ସମାଜର ସମସ୍ତ ବର୍ଗର ଲୋକମାନେ ଏକାଠି ହୋଇଥିଲେ। ମହାକୁମ୍ଭରେ ଆମେ ରାଷ୍ଟ୍ରର ଜାଗ୍ରତ ଚେତନାକୁ ଦେଖିଛୁ। ଏହା ଥିଲା ଏକତାର ମହାକୁମ୍ଭ, ଯେଉଁଠି 140 କୋଟି ଭାରତୀୟଙ୍କ ଆସ୍ଥା ଏହି ପବିତ୍ର ଅବସର ପାଇଁ ଏକ ସମୟରେ, ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲା।

ପ୍ରୟାଗରାଜର ଏହି ପବିତ୍ର ଅଞ୍ଚଳ ହେଉଛି ଶୃଙ୍ଗବେରପୁର । ଏହା ଏକତା, ସୌହାର୍ଦ୍ଦ୍ୟ ଏବଂ ପ୍ରେମର ଏକ ପବିତ୍ର ଭୂମି, ଯେଉଁଠାରେ ପ୍ରଭୁ ଶ୍ରୀରାମ ଓ ନିଶାଦରାଜଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ସେମାନଙ୍କର ଏହି ସାକ୍ଷାତ ଭକ୍ତି ଓ ସଦ୍‌ଭାବନାର ସଙ୍ଗମ ଥିଲା। ଆଜି ମଧ୍ୟ ପ୍ରୟାଗରାଜ ଆମକୁ ସେହି ଭାବନା ସହ ପ୍ରେରଣା ଦେଉଛି।

|

45 ଦିନ ଧରି ମୁଁ ଦେଶର କୋଣ ଅନୁକୋଣରୁ କୋଟି କୋଟି ଲୋକଙ୍କୁ ସଙ୍ଗମକୁ ଯିବାଆସିବା କରୁଥିବାର ଦେଖିଲି। ସଙ୍ଗମସ୍ଥଳରେ ଭାବପ୍ରବଣତାର ତରଙ୍ଗ ବୃଦ୍ଧି ପାଇବାରେ ଲାଗିଥିଲା। ପ୍ରତ୍ୟେକ ଭକ୍ତ ସଙ୍ଗମରେ ବୁଡ଼ ପକାଇବାର ଆକାଂକ୍ଷା ନେଇ ଆସିଥିଲେ । ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ପବିତ୍ର ସଙ୍ଗମ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ଉତ୍ସାହ, ଶକ୍ତି ଏବଂ ଆତ୍ମବିଶ୍ୱାସରେ ଭରିଦେଇଥିଲା।

|

ପ୍ରୟାଗରାଜର ଏହି ମହାକୁମ୍ଭ ଆଧୁନିକ ପ୍ରବନ୍ଧନ ବା ମ୍ୟାନେଜମେଣ୍ଟ ପେସାଦାର, ଯୋଜନା ଏବଂ ନୀତି ବିଶେଷଜ୍ଞଙ୍କ ପାଇଁ ଏକ ଅଧ୍ୟୟନର ବିଷୟ। ବିଶ୍ୱର କୌଣସି ସ୍ଥାନରେ ଏହି ବ୍ୟାପକତାର କୌଣସି ସମାନ୍ତରାଳ ଉଦାହରଣ ନାହିଁ।

ପ୍ରୟାଗରାଜରେ ନଦୀ ସଙ୍ଗମ କୂଳରେ କୋଟି କୋଟି ଲୋକ କିପରି ଏକାଠି ହେଲେ, ତାହା ବିଶ୍ୱ ଆଶ୍ଚର୍ଯ୍ୟର ସହ ଦେଖିଲା। ଏହି ଲୋକମାନଙ୍କ ପାଖରେ କୌଣସି ଆନୁଷ୍ଠାନିକ ନିମନ୍ତ୍ରଣ ନଥିଲା, କେତେବେଳେ ଯିବେ ସେ ବିଷୟରେ କୌଣସି ପୂର୍ବ ସୂଚନା ନଥିଲା। ତଥାପି କୋଟି କୋଟି ଲୋକ ନିଜ ଇଚ୍ଛାରେ ମହାକୁମ୍ଭ ଅଭିମୁଖେ ବାହାରିଥିଲେ ଏବଂ ପବିତ୍ର ଜଳରାଶିରେ ବୁଡ଼ ପକାଇବାର ଆନନ୍ଦ ଅନୁଭବ କରିଥିଲେ।

|

ପବିତ୍ର ସ୍ନାନ ପରେ ଅପାର ଆନନ୍ଦ ଏବଂ ସନ୍ତୋଷ ପ୍ରଦାନ କରୁଥିବା ସେହି ମୁହଁ ଗୁଡ଼ିକୁ ମୁଁ ଭୁଲି ପାରିବି ନାହିଁ। ମହିଳା, ବୟସ୍କ, ଦିବ୍ୟାଙ୍ଗ ଭାଇ ଓ ଭଉଣୀ-ସମସ୍ତେ ସଙ୍ଗମରେ ପହଞ୍ଚିବାର ରାସ୍ତା ଖୋଜି ବାହାର କଲେ।

|

ଭାରତର ଯୁବକମାନଙ୍କ ବିପୁଳ ଅଂଶଗ୍ରହଣକୁ ଦେଖିବା ମୋ ପାଇଁ ବିଶେଷ ଭାବରେ ହୃଦୟସ୍ପର୍ଶୀ ଥିଲା। ମହାକୁମ୍ଭରେ ଯୁବପିଢ଼ିର ଉପସ୍ଥିତି ଏକ ଗଭୀର ବାର୍ତ୍ତା ଦେଉଛି ଯେ ଭାରତର ଯୁବବର୍ଗ ଆମର ଗୌରବମୟ ସଂସ୍କୃତି ଏବଂ ଐତିହ୍ୟର ପଥପ୍ରଦର୍ଶକ ହେବେ। ସେମାନେ ଏହାର ସଂରକ୍ଷଣ ଦିଗରେ ସେମାନଙ୍କର ଦାୟିତ୍ୱକୁ ବୁଝନ୍ତି ଏବଂ ଏହାକୁ ଆଗକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ।

ଏହି ମହାକୁମ୍ଭ ପାଇଁ ପ୍ରୟାଗରାଜରେ ପହଞ୍ଚୁଥିବା ଲୋକଙ୍କ ସଂଖ୍ୟା ନିଃସନ୍ଦେହରେ ନୂତନ ରେକର୍ଡ ସୃଷ୍ଟି କରିଛି। କିନ୍ତୁ ଶାରୀରିକ ଭାବେ ଉପସ୍ଥିତ ଥିବା ଲୋକମାନଙ୍କ ବ୍ୟତୀତ, ପ୍ରୟାଗରାଜରେ ପହଞ୍ଚି ପାରୁନଥିବା କୋଟି କୋଟି ଲୋକ ମଧ୍ୟ ଏହି ଅବସରରେ ଭାବପ୍ରବଣତାର ସହ ଗଭୀର ଭାବେ ଜଡ଼ିତ ଥିଲେ। ତୀର୍ଥଯାତ୍ରୀମାନେ ନେଇ ଆସୁଥିବା ପବିତ୍ର ଜଳ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଧ୍ୟାତ୍ମିକ ଆନନ୍ଦର ଉତ୍ସ ପାଲଟିଥିଲା। ମହାକୁମ୍ଭରୁ ଫେରୁଥିବା ଅନେକଙ୍କୁ ସେମାନଙ୍କ ଗ୍ରାମରେ ସମ୍ମାନର ସହ ସ୍ୱାଗତ କରାଯାଇଥିଲା, ସମାଜ ଦ୍ୱାରା ସମ୍ମାନିତ କରାଯାଇଥିଲା।

|

ଗତ କିଛି ସପ୍ତାହ ମଧ୍ୟରେ ଯାହା ଘଟିଛି ତାହା ଅଭୂତପୂର୍ବ ଏବଂ ଆଗାମୀ ଶତାବ୍ଦୀ ପାଇଁ ଏକ ମୂଳଦୁଆ ପକାଇଛି।

ସମସ୍ତଙ୍କ କଳ୍ପନା ଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଭକ୍ତ ପ୍ରୟାଗରାଜରେ ପହଞ୍ଚିଥିଲେ। କୁମ୍ଭର ପୂର୍ବ ଅଭିଜ୍ଞତାକୁ ଆଧାର କରି ପ୍ରଶାସନ ଉପସ୍ଥାନର ଆକଳନ କରିଥିଲା।

ଆମେରିକାର ପ୍ରାୟ ଦୁଇଗୁଣ ଜନସଂଖ୍ୟା ଏହି ଏକତାର ମହାକୁମ୍ଭରେ ଅଂଶଗ୍ରହଣ କରିଥିଲେ।

ଆଧ୍ୟାତ୍ମିକ ବିଦ୍ୱାନମାନେ ଯଦି କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣକୁ ବିଶ୍ଳେଷଣ କରନ୍ତି, ତେବେ ସେମାନେ ଦେଖିବେ ଯେ ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ବର୍ତ୍ତମାନ ଦେଶ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ଏହା ଏକ ନୂତନ ଯୁଗର ପ୍ରାରମ୍ଭ ଏବଂ ଏହି ମହାକୁମ୍ଭ ନୂତନ ଭାରତର ଭବିଷ୍ୟତ ଲେଖିବ ବୋଲି ମୋର ବିଶ୍ୱାସ ରହିଛି ।

|

For thousands of years, the Mahakumbh has strengthened India's national consciousness. Every Purnakumbh used to witness a gathering of saints, scholars and thinkers deliberating upon the state of ହଜାର ହଜାର ବର୍ଷ ଧରି, ମହାକୁମ୍ଭ ଭାରତର ଜାତୀୟ ଚେତନାକୁ ସୁଦୃଢ଼ କରିଛି। ଅତୀତରେ ପ୍ରତ୍ୟେକ ପୂର୍ଣ୍ଣ କୁମ୍ଭରେ ସନ୍ଥ, ବିଦ୍ୱାନ ଏବଂ ଚିନ୍ତାନାୟକମାନେ ନିଜ ସମୟର ସମାଜର ସ୍ଥିତି ଉପରେ ବିଚାରବିମର୍ଶ କରୁଥିବା ଦେଖିବାକୁ ମିଳୁଥିଲା। ସେମାନଙ୍କ ବିଚାରର ପ୍ରତିଫଳନ ଦେଶ ଏବଂ ସମାଜକୁ ଏକ ନୂତନ ଦିଗ ପ୍ରଦାନ କରୁଥିଲା। ପ୍ରତି ଛଅ ବର୍ଷରେ, ଅର୍ଦ୍ଧକୁମ୍ଭ ସମୟରେ, ଏହି ବିଚାରଗୁଡ଼ିକର ସମୀକ୍ଷା କରାଯାଇଥିଲା। 144 ବର୍ଷ ଧରି ଚାଲିଥିବା 12ଟି ପୂର୍ଣ୍ଣ କୁମ୍ଭ ଘଟଣା ପରେ, ପୁରୁଣା ପରମ୍ପରାକୁ ପରିତ୍ୟାଗ କରାଯାଉଥିଲା, ନୂତନ ଚିନ୍ତାଧାରାକୁ ଗ୍ରହଣ କରାଯାଇଥିଲା ଏବଂ ସମୟ ସହିତ ଆଗକୁ ବଢ଼ିବା ପାଇଁ ନୂତନ ପରମ୍ପରା ସୃଷ୍ଟି କରାଯାଇଥିଲା।

144 ବର୍ଷ ପରେ, ଏହି ମହାକୁମ୍ଭରେ, ଆମର ସନ୍ଥମାନେ ପୁନର୍ବାର ଭାରତର ବିକାଶ ପାଇଁ ଏକ ନୂତନ ବାର୍ତ୍ତା ଦେଇଛନ୍ତି । ସେହି ବାର୍ତ୍ତା ହେଉଛି - ବିକଶିତ ଭାରତ ।

ଏହି ଏକତାର ମହାକୁମ୍ଭରେ ପ୍ରତ୍ୟେକ ତୀର୍ଥଯାତ୍ରୀ, ଧନୀ ହୁଅନ୍ତୁ ଅବା ଗରିବ, ଯୁବ ହୁଅନ୍ତୁ ଅବା ବୃଦ୍ଧ, ଗାଁ ଅବା ସହରରୁ, ଭାରତ ହେଉ କି ବିଦେଶ, ପୂର୍ବ ହେଉ କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ, ଜାତି, ଧର୍ମ ଏବଂ ବିଚାର ନିର୍ବିଶେଷରେ ଏକାଠି ହୋଇଥିଲେ। ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପରିକଳ୍ପନାର ପ୍ରତିମୂର୍ତ୍ତି ଥିଲା, ଯାହା କୋଟି କୋଟି ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଥିଲା। ଏବେ ଆମକୁ ଏକ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ପାଇଁ ସମାନ ଭାବନା ନେଇ ଏକାଠି ହେବାକୁ ପଡ଼ିବ।

|

ମୋର ଗୋଟିଏ କଥା ମନେ ପଡ଼ୁଛି । ଭଗବାନ ଶ୍ରୀକୃଷ୍ଣ ଛୋଟ ଥିବା ସମୟରେ ନିଜ ପାଟିରେ ମା’ ଯଶୋଦାଙ୍କୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଚିତ୍ର ଦେଖାଇଥିଲେ। ସେହିପରି, ଏହି ମହାକୁମ୍ଭରେ ଭାରତ ଓ ବିଶ୍ୱର ଲୋକମାନେ ଭାରତର ସାମୂହିକ ଶକ୍ତିର ବ୍ୟାପକ ସମ୍ଭାବନାକୁ ଦେଖିଛନ୍ତି । ଏବେ ଆମକୁ ଏହି ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବାକୁ ହେବ ଏବଂ ଏକ ବିକଶିତ ଭାରତ ଗଠନ ଦିଗରେ ନିଜକୁ ସମର୍ପିତ କରିବାକୁ ହେବ।

ଏହାପୂର୍ବରୁ ଭକ୍ତି ଆନ୍ଦୋଳନର ସନ୍ଥମାନେ ସମଗ୍ର ଭାରତରେ ଆମର ସାମୂହିକ ସଂକଳ୍ପର ଶକ୍ତିକୁ ଚିହ୍ନଟ କରିଥିଲେ ଏବଂ ପ୍ରୋତ୍ସାହିତ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ମହାନ ଚିନ୍ତାନାୟକ ଆମକୁ ଆମ ସାମୂହିକ ସଂକଳ୍ପର ଶକ୍ତି ବିଷୟରେ ସ୍ମରଣ କରାଇ ଦେଇଥିଲେ। ଏପରିକି ମହାତ୍ମା ଗାନ୍ଧୀ ମଧ୍ୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହା ଅନୁଭବ କରିଥିଲେ। ସ୍ୱାଧୀନତା ପରେ, ଯଦି ଏହି ସାମୂହିକ ଶକ୍ତିକୁ ସଠିକ୍ ଭାବରେ ସ୍ୱୀକୃତି ଦିଆଯାଇଥାନ୍ତା ଏବଂ ସମସ୍ତଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ଦିଗରେ ଏହାର ଉପଯୋଗ କରାଯାଇଥା’ନ୍ତା, ତେବେ ଏହା ଗୋଟିଏ ନୂତନ ଭାବେ ସ୍ୱାଧୀନ ରାଷ୍ଟ୍ର ପାଇଁ ଏକ ମହାଶକ୍ତି ହୋଇପାରିଥାନ୍ତା। ଦୁର୍ଭାଗ୍ୟବଶତଃ, ପୂର୍ବରୁ ଏହା କରାଯାଇ ନଥିଲା। କିନ୍ତୁ ବର୍ତ୍ତମାନ, ଏକ ବିକଶିତ ଭାରତ ପାଇଁ ଲୋକମାନଙ୍କର ଏହି ସାମୂହିକ ଶକ୍ତି ଯେପରି ଭାବେ ଏକାଠି ହେଉଛି, ତାହା ଦେଖି ମୁଁ ଆନନ୍ଦିତ ।

|

ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦଙ୍କ ପର୍ଯ୍ୟନ୍ତ, ପ୍ରାଚୀନ ଶାସ୍ତ୍ରଠାରୁ ଆରମ୍ଭ କରି ଆଧୁନିକ ଉପଗ୍ରହ ପର୍ଯ୍ୟନ୍ତ, ଭାରତର ମହାନ ପରମ୍ପରା ଏହି ରାଷ୍ଟ୍ରକୁ ରୂପ ଦେଇଛି । ଜଣେ ନାଗରିକ ଭାବେ ମୁଁ ପ୍ରାର୍ଥନା କରୁଛି ଯେ ଆମେ ଆମର ପୂର୍ବପୁରୁଷ ଏବଂ ସନ୍ଥମାନଙ୍କ ସ୍ମୃତିରୁ ନୂତନ ପ୍ରେରଣା ପାଇବା। ଏହି ଏକତାର ମହାକୁମ୍ଭ ଆମକୁ ନୂତନ ସଂକଳ୍ପ ସହିତ ଆଗକୁ ବଢିବାରେ ସାହାଯ୍ୟ କରୁ। ଆସନ୍ତୁ ଏକତାକୁ ଆମର ମାର୍ଗଦର୍ଶକ ନୀତି କରିବା । ‘‘ରାଷ୍ଟ୍ରର ସେବା ହେଉଛି ଈଶ୍ୱରଙ୍କ ସେବା’’, ଆସନ୍ତୁ ଆମେ ଏହି ବୁଝାମଣା ସହିତ କାର୍ଯ୍ୟ କରିବା ।

କାଶୀରେ ମୋର ନିର୍ବାଚନ ପ୍ରଚାର ସମୟରେ, ମୁଁ କହିଥିଲି, ‘‘ମା’ ଗଙ୍ଗା ମୋତେ ଡାକିଛନ୍ତି ।’’ ଏହା କେବଳ ଏକ ଭାବପ୍ରବଣତା ନଥିଲା, ବରଂ ଆମର ପବିତ୍ର ନଦୀଗୁଡ଼ିକର ସ୍ୱଚ୍ଛତା ପ୍ରତି ଦାୟିତ୍ୱର ଏକ ଆହ୍ୱାନ ମଧ୍ୟ ଥିଲା। ପ୍ରୟାଗରାଜରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ସଙ୍ଗମ ସ୍ଥଳରେ ଠିଆ ହୋଇ ମୋର ସଂକଳ୍ପ ଆହୁରି ଦୃଢ଼ ହୋଇଗଲା। ଆମ ନଦୀଗୁଡ଼ିକର ସ୍ୱଚ୍ଛତା ଆମ ନିଜ ଜୀବନ ସହିତ ଗଭୀର ଭାବେ ଜଡ଼ିତ। ବଡ଼ ହେଉ କିମ୍ବା ଛୋଟ, ଆମ ନଦୀଗୁଡ଼ିକୁ ଜୀବନଦାୟିନୀ ମା’ ଭାବେ ସମ୍ମାନ କରିବା ଆମର ଦାୟିତ୍ୱ। ଏହି ମହାକୁମ୍ଭ ଆମକୁ ଆମ ନଦୀଗୁଡ଼ିକର ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଛି।

|

ମୁଁ ଜାଣେ ଯେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବା ସହଜ କାମ ନଥିଲା। ଯଦି ଆମର ଭକ୍ତିରେ କୌଣସି ତ୍ରୁଟି ଥାଏ ତେବେ ଆମକୁ କ୍ଷମା କରନ୍ତୁ ବୋଲି ମୁଁ ମା’ ଗଙ୍ଗା, ମା’ ଯମୁନା ଏବଂ ମା’ ସରସ୍ୱତୀଙ୍କୁ ପ୍ରାର୍ଥନା କରୁଛି । ମୁଁ ଜନତା ଜନାର୍ଦ୍ଦନ, ଜନସାଧାରଣଙ୍କୁ ଦେବତ୍ୱର ପ୍ରତିମୂର୍ତ୍ତି ଭାବେ ଦେଖୁଛି। ଯଦି ସେମାନଙ୍କ ସେବା କରିବା ପାଇଁ ଆମ ପ୍ରୟାସରେ କୌଣସି ତ୍ରୁଟି ରହିଛି, ତେବେ ମୁଁ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରୁଛି।

ଭକ୍ତି ଭାବନା ନେଇ କୋଟି କୋଟି ଲୋକ ମହାକୁମ୍ଭକୁ ଆସିଥିଲେ। ସେମାନଙ୍କର ସେବା କରିବା ମଧ୍ୟ ଏକ ଦାୟିତ୍ୱ ଥିଲା ଯାହା ସମାନ ଭକ୍ତିର ଭାବନା ସହିତ କାର୍ଯ୍ୟକାରୀ ହୋଇଥିଲା। ଉତ୍ତର ପ୍ରଦେଶର ଜଣେ ସାଂସଦ ଭାବେ ମୁଁ ଗର୍ବର ସହ କହିପାରିବି ଯେ ଯୋଗୀ ଜୀଙ୍କ ନେତୃତ୍ୱରେ ପ୍ରଶାସନ ଏବଂ ଲୋକମାନେ ମିଳିତ ଭାବେ ଏହି ଏକତାର ମହାକୁମ୍ଭକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିଲେ। ରାଜ୍ୟ ହେଉ କିମ୍ବା କେନ୍ଦ୍ର, ସେଠାରେ କୌଣସି ଶାସକ କିମ୍ବା ପ୍ରଶାସକ ନଥିଲେ। ଏହା ପରିବର୍ତ୍ତେ ସମସ୍ତେ ଜଣେ ଉତ୍ସର୍ଗୀକୃତ ସେବକ ଥିଲେ। ସଫେଇ କର୍ମଚାରୀ, ପୁଲିସ, ଡଙ୍ଗାଚାଳକ, ଡ୍ରାଇଭର, ଖାଦ୍ୟ ପରିବେଷଣ କରୁଥିବା ଲୋକ-ସମସ୍ତେ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଅନେକ ଅସୁବିଧାର ସମ୍ମୁଖୀନ ହେବା ସତ୍ତ୍ୱେ ପ୍ରୟାଗରାଜର ଲୋକମାନେ ଯେଭଳି ଭାବେ ତୀର୍ଥଯାତ୍ରୀମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଥିଲେ, ତାହା ବିଶେଷ ଭାବେ ପ୍ରେରଣାଦାୟୀ ଥିଲା। ମୁଁ ସେମାନଙ୍କୁ ଏବଂ ଉତ୍ତର ପ୍ରଦେଶର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରୁଛି।

|

ଆମ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଉପରେ ମୋର ସର୍ବଦା ଅତୁଟ ବିଶ୍ୱାସ ରହିଛି। ଏହି ମହାକୁମ୍ଭକୁ ଦେଖିବା ଦ୍ୱାରା ମୋର ବିଶ୍ୱାସ ଅନେକ ଗୁଣ ବୃଦ୍ଧି ପାଇଛି।

140 କୋଟି ଭାରତୀୟ ଯେଉଁଭଳି ଭାବେ ଏକତାର ମହାକୁମ୍ଭକୁ ଏକ ବିଶ୍ୱସ୍ତରୀୟ ସମାରୋହରେ ପରିଣତ କରିଛନ୍ତି, ତାହା ବାସ୍ତବରେ ଚମତ୍କାର। ଆମ ଲୋକମାନଙ୍କ ସମର୍ପଣ, ଭକ୍ତି ଏବଂ ପ୍ରୟାସ ଦ୍ୱାରା ଅନୁପ୍ରାଣିତ ହୋଇ, ମୁଁ ଖୁବଶୀଘ୍ର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବି । ତାଙ୍କୁ ଏହି ଶ୍ରଦ୍ଧାରୂପୀ ସଂକଳ୍ପ ପୁଷ୍ପ ସମର୍ପଣ କରି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିବି। ଦେଶବାସୀଙ୍କ ମଧ୍ୟରେ ଏକତାର ଏହି ଅବିରତ ଧାରା ପ୍ରବାହିତ ହୋଇ ଚାଲିବା ପାଇଁ କାମନା କରିବି ।

ମହାକୁମ୍ଭର ଭୌତିକ ସ୍ୱରୂପ ମହାଶିବରାତ୍ରୀ ଉପଲକ୍ଷେ ସଫଳତାର ସହ ସମାପ୍ତ ହୋଇଥାଇପାରେ, କିନ୍ତୁ ଗଙ୍ଗାର ଶାଶ୍ୱତ ପ୍ରବାହ ପରି ମହାକୁମ୍ଭ ଜାଗ୍ରତ କରିଥିବା ଆଧ୍ୟାତ୍ମିକ ଶକ୍ତି, ଜାତୀୟ ଚେତନା ଏବଂ ଏକତା ଆମକୁ ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ପ୍ରେରଣା ଯୋଗାଇବ ।