ସେୟାର
 
Comments
ଭାରତ ହେଉଛି ଶହେ ପଚିଶ କୋଟି ଭାରତୀୟଙ୍କ ଆକାଂକ୍ଷାର ଦେଶ ।  ଏକ ମଜବୁତ ଅର୍ଥବ୍ୟବସ୍ଥା ସହିତ ,ଦେଶ ପ୍ରଥମ-ଯୁକ୍ତ କୂଟନୀତି ,ବହାଦୁର ପ୍ରତିରକ୍ଷା ବଳ ଏବଂ ଅଭିବୃଦ୍ଧିଶୀଳ ଶକ୍ତି ସହିତ ବିଶ୍ୱ ବର୍ତ୍ତମାନ ଭାରତକୁ ଏକ ନୂଆ ଶକ୍ତି ରୂପେ ଦେଖୁଛି ।
 
ଭାରତ ବିଶ୍ୱର ସବୁଠୁ ତୀବ୍ର ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ ଭାବେ ଆର୍ଥିକ ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରୁଛି । ସରକାରଙ୍କ ଦ୍ୱାରା କରାଯାଇଥିବା ସୁଧାରରୁ ଭାରତର ଆର୍ଥିକ ସ୍ଥିତିକୁ ଦୃଢ଼ତା ମିଳିଛି । ଆଜି ଭାରତ ନିବେଶ ପାଇଁ ସବୁଠୁ ଆକର୍ଷକ ସ୍ଥଳ ମାନଙ୍କଠାରୁ ଗୋଟିଏ ହୋଇଛି ।  2013 ରୁ 2017 ମଧ୍ୟରେ ଜିଡିପି (ସମ୍ପ୍ରତି ମୂଲ୍ୟରେ) 31 ପ୍ରତିଶତ ବୃଦ୍ଧି ହୋଇଛି ,ଯାହାକି ବୈଶ୍ଵିକ ଜିଡିପିରେ 4 ପ୍ରତିଶତ ବୃଦ୍ଧି ହୋଇଛି ।
 
ଭାରତର ଅଭିବୃଦ୍ଧିଶୀଳ ଆର୍ଥିକ ଶକ୍ତି ତୋ ବଢୁଛି ,ତା ସହିତ ଅନ୍ୟ ଦେଶମାନଙ୍କ ସହିତ ସମ୍ପର୍କରେ ମଧ୍ୟ ସୁଧାର ଆସୁଛି । ଏହା ସରକାରଙ୍କ କୂଟନୀତିଜ୍ଞ ପ୍ରୟାସର ଫଳାଫଳ ଯେ ପ୍ରଥମ ଥର ପାଇଁ ଗୋଟିଏ ନାହିଁ ,ଦୁଇଟି ନାହିଁ ବରଂ ତିନୋଟି ବଡ଼ ସମୂହର ସଦସ୍ୟତା ହାସଲ କରିଛି ଯେଉଁଥିରେ କ୍ଷେପଣାସ୍ତ୍ର କୌଶଳ ନିୟନ୍ତ୍ରଣ ବ୍ୟବସ୍ଥା (ଏମଟିସିଆର),ୱାସେନାର ବ୍ୟବସ୍ଥା(ଡବ୍ଲ୍ୟୁଏ) ଏବଂ ଅଷ୍ଟ୍ରେଲିଆ ସମୂହ(ଏଜି) ସାମିଲ ଅଛି । ଏହି ସମୂହମାନଙ୍କରେ ପ୍ରବେଶରୁ ଭାରତକୁ ନିଜର ସ୍ୱଦେଶୀ ନିର୍ମିତ୍ତ ଅସ୍ତ୍ରଶସ୍ତ୍ର ଏବଂ ମହାକାଶ କାର୍ଯ୍ୟକ୍ରମ ପାଇଁ ଉଚ୍ଚ ସ୍ତରୀୟ ଟେକ୍ନୋଲୋଜିର ଆଦାନପ୍ରଦାନରେ ସାହାଯ୍ୟ ମିଳିବ ।
 
ଭାରତ ଆନ୍ତର୍ଜାତିକ ସାମୁଦ୍ରିକ ବିବାଦର ସମାଧାନ ପାଇଁ ସାମୁଦ୍ରିକ ଆଇନ ପାଇଁ ଆନ୍ତର୍ଜାତିକ ଟ୍ରିବୁନାଲ (ଆଇଟିଏଲଓଏସ) ରେ ସଫଳତାର ସହ ଜିନର ଜାଗା ସୃଷ୍ଟି କରିଛି ।  ଏହି ଜାଗା ଏପରି ସମୟରେ ମିଳିଛି ଯେତେବେଳେ ଯେକୌଣସି ଦେଶ ସମୁଦ୍ର କ୍ଷେତ୍ର ଉପରେ ଅଯୁକ୍ତିଯୁକ୍ତ ଦାବି କରିବାରେ ପ୍ରୟାସ କରୁଥିବା ଦେଶମାନଙ୍କର ପ୍ରୟାସକୁ ବିଫଳ କରିବାରେ ସାହାଯ୍ୟ ପାଇଁ ଭାରତ ଆଡ଼କୁ ଦେଖୁଛନ୍ତି । 
 
ରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ସରକାରଙ୍କ ଦ୍ୱାରା ପ୍ରଦର୍ଶିତ ସାହସରୁ ଏହି ଧାରଣାର କାଏମ ହେଉଛି ଯେ ଭାରତର ସୁରକ୍ଷା ବଳ ଶତ୍ରୁମାନଙ୍କୁ ନିଜ ଭାଷାରେ ଜବାବ ଦେବାରେ ସକ୍ଷମ ଅଛନ୍ତି । ସୀମାରେ ଆତଙ୍କବାଦୀଙ୍କ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ କରି ସେନା ନିଜର ପରାକ୍ରମ ,ନିଜର ସାହାସ ଏବଂ ଦେଶର ସୈନ୍ୟ ଶକ୍ତିର ପ୍ରଦର୍ଶନ କରିଛନ୍ତି । ସରକାର ଦୀର୍ଘ ସମୟରୁ ଚାଲିଆସୁଥିବା 'ୱାନ ରେଙ୍କ,ୱାନ ପେନସନ' ର ଦାବି ପୁରା କରି ଏହା ଦର୍ଶାଇଛନ୍ତି ଯେ ସରକାର ସମ୍ପୂର୍ଣ୍ଣ ଭାବେ ଦେଶର ସୁରକ୍ଷା ବଳର ସମର୍ଥନ କରୁଛନ୍ତି ।
 
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସଶସ୍ତ୍ର ବଳର ଆଧୁନୀକରଣ ସହିତ ପ୍ରତିରକ୍ଷା କ୍ରୟ ରାଜିନାମା ଏବଂ ପ୍ରତିରକ୍ଷା କ୍ଷେତ୍ରର ମୌଳିକ ଢାଞ୍ଚାରେ ସୁଧାରାର କାମରେ ତୀବ୍ରତା ଆସିଛି ।
କଳା ଏବଂ ସଂସ୍କୃତି କ୍ଷେତ୍ର ଉପରେ କୁହାଯାଏ ତୋ ଭାରତ 'ବସୁଧୈବ କୁଟୁମ୍ବକମ' ର ସିଦ୍ଧାନ୍ତରେ ଭରସା କରେ । ଭାରତ ପୁରା ବିଶ୍ୱକୁ ଏକ ପରିବାର ବୋଲି ବିଚାର କରେ । ଭାରତ ବିଚାର କରେ ଯେ ବିଶ୍ୱର ସମସ୍ୟାଗୁଡ଼ିକର ସମାଧାନ ସଦ୍ଭାବ ଏବଂ ସାମୂହିକ ଭାଗିଦାରିରେ ରହିଛି ଏବଂ ଏବେ ସବୁଠୁ ବଡ଼ ସଂଘର୍ଷ ହେଉଛି ଜଳବାୟୁ ପରିବର୍ତ୍ତନ ଯାହା ସମ୍ପୂର୍ଣ୍ଣ ଭାବେ ମାନବତା ପାଇଁ ଏକ ବଡ଼ ବିପଦ ଅଟେ । ପ୍ୟାରିସ COP21 ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ବ୍ୟତୀତ ଭାରତ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନର ନେତୃତ୍ୱ ନେଇଛି । ଅଦ୍ୱିତୀୟ ସନ୍ଧି ସୌର ଶକ୍ତିର ଉପଯୋଗ କରିବା ଏବଂ ଗ୍ରହକୁ କ୍ଷତି ନପହଂଚାଇ ଭବିଷ୍ୟର ଉର୍ଜା ସଚେତନତାକୁ ପୁରା କରିବା ପାଇଁ 100 ରୁ ଅଧିକ ଦେଶମାନଙ୍କ ଏକ ସମୂହ ଅଟେ ।
 
ଭାରତର କଳା ଏବଂ ସଂସ୍କୃତି କ୍ଷେତ୍ରରେ ଆହୁରି ଏକ ଉପଲବ୍ଧି ଅଛି ଏବଂ ତାହା ହେଉଛି ଯୋଗକୁ ବିଶ୍ୱ ମାନ୍ୟତା ମିଳିବା । ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ପାଇଁ କହିଛନ୍ତି : 
 
''ଯୋଗ ମନର ଶାନ୍ତି ସୁନିଶ୍ଚିତ କରେ ।  ବ୍ୟକ୍ତିଙ୍କୁ ପରିବାର ଏବଂ ସମାଜ ସହିତ ଯୋଡ଼େ ,ପାରସ୍ପରିକ ସ୍ନେହ ଏବଂ ପ୍ରେମ ମନଭାବ ସୃଷ୍ଟି କରେ । ଏଭଳି ଶାନ୍ତି ସମାଜ ଶାନ୍ତିପ୍ରିୟ ରାଷ୍ଟ୍ର ନିର୍ମାଣ କରେ । ଏଭଳି ରାଷ୍ଟ୍ରରେ ହିଁ ଏକ ସୌହାର୍ଦ୍ୟ ଏବଂ ସଦ୍ଭାବନାରେ ପୂର୍ଣ୍ଣ ସୁନ୍ଦର ବିଶ୍ୱର ନିର୍ମାଣ ହୁଏ ।''
 
ଯୋଗ ପ୍ରାଚୀନ ଭାରତୀୟ ସନ୍ଥମାନଙ୍କ ପକ୍ଷରୁ ମାନବତାକୁ ଦିଆଯାଇଥିବା ବହୁମୂଲ୍ୟ ଉପହାର ଏବଂ 21 ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ଘୋଷିତ କରାଯିବା ଯୋଗୁ ସେହି ଉପହାର ଆଡ଼କୁ ଦୁନିଆର ପୁଣିଥରେ ଧ୍ୟାନ ଆକର୍ଷିତ ହୋଇଛି । ଯୁଏନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରସ୍ତାବିତ ସେହି ପ୍ରସ୍ତାବକୁ 173 ଦେଶମାନଙ୍କ ସମର୍ଥନ ଥିଲା ,ଯାହା ଯୁଏନ ଇତିହାସରେ ଅଭୂତପୂର୍ବ ସ୍ତରର ସମର୍ଥନ ଥିଲା । ୟୁନେସ୍କୋ ଯୋଗକୁ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟର ସୂଚୀରେ ସାମିଲ କରିଛି । ବିଶ୍ଵବ୍ୟାପୀ ଲୋକେ ନିଜର ସ୍ୱାସ୍ଥ୍ୟ ଏବଂ ଆଧ୍ୟାତ୍ମିକ ଲାଭ ପାଇଁ ଯୋଗକୁ ପ୍ରତିଦିନ ଅଭ୍ୟାସ କରୁଛନ୍ତି  ।  ଏକ ସୁସଂଗତ ସମର୍ଥନର ସହିତ ଯୋଗ ବୈଶ୍ଵିକ ହୋଇଯାଇଛି  ।
 
ଏକ ଅନ୍ୟ କ୍ଷେତ୍ରରେ ,ଯେଉଁଠି ଭାରତ ଦୃଢ଼ତାର ସହ ଏକ ପ୍ରଯୁକ୍ତିବିଦ୍ୟାର ଶକ୍ତି କେନ୍ଦ୍ର ହେଉଛି ,ତାହା ହେଉଛି ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମ । ବିଶ୍ୱ ସ୍ତରୀୟ ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କ ଟିମ ସହିତ ଭାରତ ଅନ୍ତରୀକ୍ଷ ଜଗତରେ ଅଗ୍ରଣୀ ହୋଇଛି ।  ଇସ୍ରୋ ଏକା ସହିତ 104ଟି ଉପଗ୍ରହ ଉତକ୍ଷେପଣ କରିଛି ଯେଉଁଥିରେ 101 ସହ-ଯାତ୍ରୀ ଉପଗ୍ରହ ଆମେରିକା ,ନୈଦରଲାଣ୍ଡ ,ସ୍ୱିଜରଲାଣ୍ଡ ,କାଜାକିସ୍ତାନ ଏବଂ ସଂଯୁକ୍ତ ଆରବ ଅମିରତନ୍ତ୍ରର ଅନ୍ତରାଷ୍ଟ୍ରୀୟ ଗ୍ରାହକ ଉପଗ୍ରହ ଥିଲା ,ଯାହାକୁ ସଫଳତାର ସହ ଉତକ୍ଷେପଣ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । IRNSS-1G ର ସଫଳ ଉତକ୍ଷେପଣ ସହିତ ଭାରତ ସ୍ୱଦେଶୀ ବୈଶ୍ଵିକ ନେଭିଗେସନ ସିଷ୍ଟମ ସ୍ଥାପିତ ହୋଇଯାଇଛି । ଏଥିରୁ ଭାରତ ସେହି ଦେଶମାନଙ୍କ ତାଲିକାରେ ସାମିଲ ହୋଇଛି ଯାହାଙ୍କ ପାଖରେ ନିଜର ଉପଗ୍ରହ ନେଭିଗେସନ ପ୍ରଣାଳୀ ଅଛି  ।
 
ଭିଭିନ୍ନ କ୍ଷେତ୍ରରେ ଭାରତୀୟଙ୍କ ଦ୍ୱାରା କରାଯାଇଥିବା ବଡ଼ କାର୍ଯ୍ୟଗୁଡ଼ିକରୁ ସମସ୍ତ ପାଇଁ ଏକ ଉତ୍ତମ ଭବିଷ୍ୟ ନିର୍ମାଣରେ ସାହାଯ୍ୟ ମିଳୁଛି । ବିଜ୍ଞାନ ,ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ବିକାଶରେ ହେଉଥିବା ଏଭଳି ମାଧ୍ୟମରେ ଆମେ ନା କେବଳ ସ୍ୱଦେଶରେ ହିଁ ସମସ୍ୟାର ସମାଧାନ କରୁଛନ୍ତି ବରଂ ସଫଳତାର ଏଭଳି ନୂଆ କାହାଣୀ ଲେଖୁଛନ୍ତି ଯାହାକୁ ମାନବତା କଲ୍ୟାଣ ପାଇଁ ବିଶ୍ୱର ଅନ୍ୟ ଭାଗରେ ମଧ୍ୟ ଦୋହରାଯାଇପାରିବ ।
donation
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
GST led to 'household savings' as tax rates came down

Media Coverage

GST led to 'household savings' as tax rates came down
...

Nm on the go

Always be the first to hear from the PM. Get the App Now!
...
ସେୟାର
 
Comments
କୌଣସି ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣ ଦେଶର ବିକାଶ ପାଇଁ ଧମନୀ ଭଳି ହୋଇଥାଏ । ଏହା ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି । ନୂଆ ଭାରତର ସ୍ୱପ୍ନକୁ ପୁରା କରିବା ପାଇଁ ଏନଡିଏ ସରକାର ରେଳପଥ ,ସଡ଼କପଥ ,ଜଳପଥ ,ବିମାନଚଳାଚଳ ଏବଂ ଶସ୍ତା ଆବାସକୁ ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । 
ରେଳପଥ 
 
ଭାରତୀୟ ରେଳ ନେଟୱର୍କ ବିଶ୍ୱର ବଡ଼ ନେଟୱର୍କରୁ ଗୋଟିଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ କାର୍ଯ୍ୟକାଳ ଟ୍ରାକ ନବୀକରଣର ଗତି ,ମାନବବିହୀନ ଲେବେଲ କ୍ରସିଂ ହଟାଇବା ଏବଂ ବ୍ରୋଡ ଗେଜ ଲାଇନକୁ ଆରମ୍ଭ କରିବା ଦିଗରେ ଅଧିକ ସୁଧାର ହୋଇଛି ।
 
ଭାରତୀୟ ରେଳପଥ ବର୍ଷ 2017-18 ରେ 100 ରୁ ମଧ୍ୟ କମ ଦୁର୍ଘଟଣାର ସହିତ ନିଜର ସର୍ବଶ୍ରେଷ୍ଠ ସୁରକ୍ଷା ରେକର୍ଡ ଦାଖଲ କରିଛି । ପରିସଂଖ୍ୟାନ ଅନୁସାରେ ,ବର୍ଷ 2013-14 ରେ 118 ରେଳ ଦୁର୍ଘଟଣା ଦାଖଲ କରାଯାଇଥିଲା ,ଯାହା ବର୍ଷ 2017-18 ରେ ହ୍ରାସ ଘଟି 73 ପର୍ଯ୍ୟନ୍ତ ହୋଇଯାଇଛି । ବର୍ଷ 2009-14 ର ତୁଳନାରେ 20% ଅଧିକ ହାରାହାରି ଗତି ସହିତ ବର୍ଷ 2017-18 ରେ 5,469 ମାନବବିହୀନ ଲେବେଲ କ୍ରସିଂ ହଟାଇ ଦିଆଯାଇଛି । ବ୍ରୋଡ ଗେଜ ରାସ୍ତାରେ ସମସ୍ତ ମାନବବିହୀନ କ୍ରସିଂକୁ ଉତ୍ତମ ସୁରକ୍ଷା ପାଇଁ ବର୍ଷ 2020 ସୁଦ୍ଧା ସମାପ୍ତ କରିଦିଆଯିବା  । 
ରେଳପଥର ବିକାଶକୁ ନୂଆ ଗତି ଦେଇ ବର୍ଷ  2017-18 ଅବସରରେ ଟ୍ରାକ ନବୀକରଣ କାର୍ଯ୍ୟରେ 50% ବୃଦ୍ଧି ଦାଖଲ ହୋଇଛି ,ଯାହା ବର୍ଷ 2013-14 ର 2,926 କିଲୋମିଟରର ତୁଳନାରେ ଏବେ  4,405 କିଲୋମିଟର ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ 4 ବର୍ଷ କାଳରେ ଆରମ୍ଭ କରାଯାଇଥିବା ବ୍ରୋଡ଼ ଗେଜ  (9,528 କିଲୋମିଟର) ବର୍ଷ 2009-14 ସମୟରେ  ଆରମ୍ଭ କରାଯାଇଥିବା ବ୍ରୋଡ଼ ଗେଜ (7,600 କିଲୋମିଟର) ରୁ ବହୁ ଅଧିକ ଅଛି ।
 
ଏଭଳି ପ୍ରଥମଥର ପାଇଁ ହୋଇଛି ଯେ ଦେଶର ପୂର୍ବୋତ୍ତର ବାକି ରାଜ୍ୟ ସହିତ ସମ୍ପୂର୍ଣ୍ଣ ଭାବେ ଏକୀକୃତ ,କାରଣ ସେଠାରେ ସମ୍ପୂର୍ଣ୍ଣ ରେଳପଥ ବ୍ରୋଡ଼ ଗେଜରେ ପରିବର୍ତ୍ତନ କରାଯାଇଛି । ସ୍ୱାଧୀନତାର 70 ବର୍ଷ ପରେ ମେଘାଳୟ ,ତ୍ରିପୁରା ଏବଂ ମିଜୋରାମ ରାଜ୍ୟକୁ ଭାରତୀୟ ରେଳର ଅନ୍ତର୍ଗତ ଅଣାଯାଇଛି !
 
ନୂଆ ଭାରତର ବିକାଶ ପାଇଁ ଆମକୁ ଉଚ୍ଚ ଟେକ୍ନୋଲୋଜିର ମଧ୍ୟ ଆବଶ୍ୟକତା ରହିଛି । ବୁଲେଟ ଟ୍ରେନ ,ଯେଉଁଥିରୁ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲୁ କରିବାର ଯୋଜନା ରହିଛି ,ଏହା ଏହି ମାର୍ଗରେ ଲାଗୁଥିବା ବର୍ତ୍ତମାନର 8 ଘଣ୍ଟା ସମୟକୁ ପାଖାପାଖି 2 ଘଣ୍ଟା ପର୍ଯ୍ୟନ୍ତରେ କମ କରିବ ।
 
ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ତୀବ୍ର ପ୍ରଗତି ହେଉଛି । UDAN (Ude Desh ka Aam Nagrik) ଭଳି ଶସ୍ତାରେ ବିମାନ ଯାତ୍ରାର ପ୍ରତିଶୃତି ଦେବା ପରେ, ଆହୁରି ଗୋଟିଏ ଯେଉଁଠି ସ୍ୱାଧୀନତା ପରଠାରୁ 2014 ମଧ୍ୟରେ 75 ବିମାନବନ୍ଦରକୁ ଆରମ୍ଭ କରାଯାଇଛି, ସେଠାରେ ଆମେ କେବଳ 4 ବର୍ଷରେ 25ଟି ବିମାନବନ୍ଦରକୁ ପରିଚାଳିତ କରିଛନ୍ତି । ଯେଉଁ ଆଞ୍ଚଳିକ ବିମାନବନ୍ଦରରେ ତାହାର କ୍ଷମତାରୁ କମ ଯାତ୍ରୀ ଆସୁଥିଲେ ଅବା ଯେଉଁଠି ଯାତ୍ରୀ ଆସୁ ମଧ୍ୟ ନଥିଲେ, ସେସବୁକୁ 2,500 ଟଙ୍କା ପ୍ରତି ଘଣ୍ଟାର ସବସିଡି ଯୁକ୍ତ ଭଡ଼ା ଅନେକ ଭାରତୀୟଙ୍କୁ ବିମାନଯାତ୍ରା କରିବାର ସ୍ୱପ୍ନକୁ ପୁରା କରିବାରେ ସାହାଯ୍ୟ କରିଛି । ଏହାର ପରିଣାମସ୍ୱରୂପ ପ୍ରଥମଥର ଏଭଳି ଏସି ଟ୍ରେନର ତୁଳନାରେ ଅଧିକ ଲୋକେ ବିମାନ ଯୋଗେ ଯାତ୍ରା କରୁଛନ୍ତି ।
 
ଗତ 3 ବର୍ଷରେ ଯାତ୍ରୀ ଯାତାୟତ ହାରରେ 18-20% ବୃଦ୍ଧିର ସହିତ ,ଭାରତ ବିଶ୍ୱର ତୃତୀୟ ସବୁଠୁ ବଡ଼ ବିମାନ ଚଳାଚଳ ବଜାର ହୋଇ ଆବିର୍ଭୁତ ହୋଇଛି । ବର୍ଷ 2017 ରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା 10 କୋଟି ପାର ହୋଇଛି ।
 
ପରିବହନ  
 
ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଅଧୀନରେ ପୋତ ପରିବହନ କ୍ଷେତ୍ରରେ ମଧ୍ୟ ତୀବ୍ରତାର ସହ ନିଜ ପାଦ ଆଗକୁ ବଢ଼ାଉଛି । ବନ୍ଦର-କେନ୍ଦ୍ରିତ ବିକାଶରେ ତୀବ୍ରତା ଆଣି ,ପ୍ରମୁଖ ବନ୍ଦରଗୁଡିକର ଟର୍ଣ୍ଣ ଆରାଉଣ୍ଡ ଟାଇମ ଯାହା ବର୍ଷ  2013-14 ରେ 94 ଘଣ୍ଟା ଥିଲା ,ତାହା ଏବେ ଏକ ତୃତୀଆଂଶ ହ୍ରାସ ଘଟି ବର୍ଷ 2017-18 ରେ 64 ଘଣ୍ଟା ପର୍ଯ୍ୟନ୍ତ ହୋଇଛି ।
 
ପ୍ରମୁଖ ବନ୍ଦରଗୁଡ଼ିକରେ ମାଲଗାଡ଼ିର ଯାତାୟାତରେ ଦୃଷ୍ଟି ଦିଆଯାଏ ତ ବର୍ଷ  2010-11 ରେ ଏହା  570.32 ମେଟ୍ରିକ ଟନରୁ ହ୍ରାସ ଘଟି ବର୍ଷ 2012-13 ରେ 545.79 ମେଟ୍ରିକ ଟନ ହୋଇଯାଇଥିଲା । କିନ୍ତୁ ଏନଡିଏ ସରକାରଙ୍କ ଅନ୍ତର୍ଗତ ବର୍ଷ 2017-18 ରେ ଏହା 679.367  ମେଟ୍ରିକ ଟନ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି ,ଯାହା 100 ମେଟ୍ରିକ ଟନରୁ ମଧ୍ୟ ଅଧିକ ବୃଦ୍ଧି ଘଟିଛି  !
 
ଅନ୍ତର୍ଦେଶୀୟ ଜଳମାର୍ଗ ପରିବହନ ଖର୍ଚକୁ ଅଧିକ କମ କରୁଛି ଏବଂ କାର୍ବନ ଫୁଟ ପ୍ରିଣ୍ଟ କମ କରିବା ସହିତ ଅର୍ଥବ୍ୟବସ୍ଥାକୁ ମଧ୍ୟ ବଢ଼ାଉଛି । ଗତ 30 ବର୍ଷରେ 5ଟି ରାଷ୍ଟ୍ରୀୟ ଜଳମାର୍ଗର ତୁଳନାରେ ଗତ 4 ବର୍ଷରେ 106 ରାଷ୍ଟ୍ରୀୟ ଜଳମାର୍ଗ ଯୋଡ଼ାଯାଇଛି ।
ସଡ଼କ ବିକାଶ 
 
ମଲ୍ଟି-ମୋଡେଲ ଏକୀକରଣ ସହିତ ରାଜମାର୍ଗଗୁଡ଼ିକର ବିସ୍ତାର ଭାରତମାଳା ପରିଯୋଜନା ଅଧୀନରେ କରାଯାଉଛି । ବର୍ଷ 2013-14 ର ରାଷ୍ଟ୍ରୀୟ ରାଜମାର୍ଗର 92,851 କିଲୋମିଟର ନେଟୱର୍କକୁ ବର୍ଷ 2017-18 ବଢ଼ାଇ 1,20,543 କିଲୋମିଟର କରିଦିଆଯାଇଛି ।
 
ସୁରକ୍ଷିତ ସଡ଼କ ପାଇଁ ,ସେତୁ ଭାରତମ ପ୍ରକଳ୍ପରେ 20,800 କୋଟି ଟଙ୍କାର ମୋଟ ବଜେଟ ସହିତ ସମସ୍ତ ରାଷ୍ଟ୍ରୀୟ ରାଜମାର୍ଗକୁ ରେଳ କ୍ରସିଂରୁ ମୁକ୍ତ କରିବା ପାଇଁ ରେଳପଥ ଓଭରବ୍ରିଜ ନିର୍ମାଣ ପାଇଁ ଲାଗୁ କରାଯାଇଛି ।
 
ସଡ଼କ ନିର୍ମାଣର ଗତି ପାଖାପାଖି ଦ୍ଵିଗୁଣ ହୋଇଯାଇଛି । ଯେଉଁଠି ବର୍ଷ  2013-14 ସମୟରେ ରାଜମାର୍ଗ ନିର୍ମାଣର ଗତି ପ୍ରତିଦିନ 12 କିଲୋମିଟର ଥିଲା ,ତାହା ବର୍ଷ 2017-18 ରେ 27 କିଲୋମିଟର ପ୍ରତିଦିନ ହୋଇଯାଇଛି । 

 

 

ଅରୁଣାଚଳ ପ୍ରଦେଶର ବୃଦ୍ଧି ସଂଯୋଗୀକରଣ ପାଇଁ ଭାରତର ସବୁଠୁ ଲମ୍ବା ସୁଡ଼ଙ୍ଗ ,ଚେନାନୀ-ନାଶ୍ରୀ,ଜମ୍ମୁରେ ଭାରତର ସବୁଠୁ ଲମ୍ବା ସୁଡ଼ଙ୍ଗ କରିବା ,ଢୋଲା-ସାଦିୟା ସେତୁ ରୂପେ ଅରୁଣାଚଳ ପ୍ରଦେଶରୁ ସଂଯୋଗୀକରଣ ବଢ଼ାଇବା ପାଇଁ ଭାରତର ସବୁଠୁ ଲମ୍ବା ପୋଲ ନିର୍ମାଣ ,ଏପର୍ଯ୍ୟନ୍ତ ଅନୁପଯୁକ୍ତ କ୍ଷେତ୍ର ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାର ପ୍ରତିବଦ୍ଧତାର ନିଦର୍ଶନ । ଭରୁଚରେ ନର୍ମଦାରେ ଏବଂ କୋଟାରେ ଚମ୍ବଲରେ ସେତୁ ନିର୍ମାଣାରୁ ମଧ୍ୟ ସେହି କ୍ଷେତ୍ରମାନଙ୍କରେ ସଡ଼କ ସଂଯୋଗୀକରଣରେ ସୁଧାର ଆସିଛି ।
 
ସଡ଼କ ଗ୍ରାମୀଣ ବିକାଶର ଗତିକୁ ବଢ଼ାଉଛି । ଏହାର ଗୁରୁତ୍ୱକୁ ଧ୍ୟାନରେ ରଖି ପାଖାପାଖି 1.69 ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କଗୁଡ଼ିକର ନିର୍ମାଣ ଗତ 4 ବର୍ଷରେ କରାଯାଇଛି । ସଡକ ନିର୍ମାଣର ହାରାହାରି ଗତି ଯାହା ବର୍ଷ 2013-14 ରେ ପ୍ରତିଦିନ 69 କିଲୋମିଟର ଥିଲା ତାହା ବର୍ଷ 2017-18 ରେ ବୃଦ୍ଧି ଘଟି 134 କିଲୋମିଟର ପ୍ରତିଦିନ ହୋଇଯାଇଛି । ସମ୍ପ୍ରତି ,ବର୍ଷ 2014 ର 56% ର ତୁଳନାରେ ଗ୍ରାମୀଣ ସଡ଼କ ସଂଯୋଗୀକରଣ 82% ରୁ ଅଧିକ ,ଯେଉଁଥିରୁ ଗ୍ରାମୀଣ ଭାରତର ବିକାଶ ଗାଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି ।
ରୋଜଗାର ସୃଷ୍ଟିରେ ପର୍ଯ୍ୟଟନ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ସହିତ ତୀର୍ଥଯାତ୍ରାର ଅନୁଭବକୁ ସୁଧାର କରିବା ପାଇଁ ,ଚାରିଧାମ ମହାମାର୍ଗ ବିକାଶ ପ୍ରକଳ୍ପର ଆରମ୍ଭ କରାଯାଇଛି । ଏହା ଯାତ୍ରାକୁ ଆହୁରି ଅଧିକ ସୁରକ୍ଷିତ ,ତୀବ୍ର ଏବଂ ସୁବିଧାଜନକ କରିବାର କାମ କରିବ । ଏହା ମାଧ୍ୟମରେ 12,000 କୋଟି ଟଙ୍କାର ବ୍ୟୟ ଅଟକଳରେ 900 କିଲୋମିଟରର ରାଷ୍ଟ୍ରୀୟ ରାଜମାର୍ଗର ନିର୍ମାଣର ଯୋଜନା ରହିଛି ।
 
ଭିତ୍ତିଭୂମିକୁ ପ୍ରୋତ୍ସାହନ ମିଳିବାରେ ,ମାଲ ପରିବହନ ତୀବ୍ରରେ ହେଉଛି ,ଯାହାଫଳରେ ଅର୍ଥବ୍ୟବସ୍ଥାକୁ ଶକ୍ତି ମିଳୁଛି । ଏନଡିଏ ସରକାରଙ୍କ ପ୍ରୟାସ ଫଳରେ ,ବର୍ଷ 2017-18 ରେ ସବୁଠୁ ଅଧିକ ମାଲ ପରିବହନ (1,160 ମେଟ୍ରିକ ଟନ ) ଦର୍ଜ କରାଯାଇଛି ।
 
ସହରୀ ରୂପାନ୍ତରଣ 
 
ସ୍ମାର୍ଟ ସିଟି ମାଧ୍ୟମରେ ସହରୀ ରୂପାନ୍ତରଣ ପାଇଁ ପାଖାପାଖି 100 ସହରୀ କ୍ଷେତ୍ରଗୁଡ଼ିକୁ ଚୟନ କରାଯାଇଛି ଯେଉଁଠୁ ବଂଚିବାର ଗୁଣବତ୍ତା ,ସହରୀ ନିୟୋଜନ ଏବଂ ବିକାଶ ପ୍ରକ୍ରିୟାରେ ସୁଧାର ହେବ । ଏହି ସହରମାନଙ୍କରେ ବିଭିନ୍ନ ବିକାଶ ପ୍ରକଳ୍ପଗୁଡ଼ିକରୁ ପାଖାପାଖି 10 କୋଟି ଭାରତୀୟଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିବ । ଏହି ପ୍ରକଳ୍ପଗୁଡ଼ିକର ଖର୍ଚ୍ଚ 2,01,979 କୋଟି ଟଙ୍କା ରହିଛି ।
 
ଗ୍ରାମୀଣ ଏବଂ ସହରୀ ଉଭୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପାଖାପାଖି 1 କୋଟି ଶସ୍ତା ଆବାସ ନିର୍ମାଣ କରାଯାଇଛି । ମଧ୍ୟବିତ୍ତ ଏବଂ ନବ୍ୟମଧ୍ୟବିତ୍ତ ବର୍ଗମାନଙ୍କ ଲାଭପ୍ରଦ ପାଇଁ 9 ଲକ୍ଷ ଟଙ୍କା ଏବଂ 12 ଲକ୍ଷ ଟଙ୍କାର ଆବାସ ଋଣ 4% ଏବଂ 3% ର ସୁଧହାର ଅନୁଦାନ ପାଇଁ ଯୋଗ୍ୟ ଅଟନ୍ତି ।