“ଅମୃତ କାଳ ବଜେଟ୍ ‘ସବୁଜ ଅଭିବୃଦ୍ଧି’ର ଗତିକୁ ତ୍ୱରାନ୍ୱିତ କରିଛି”
“ଏହି ସରକାରଙ୍କ ପ୍ରତ୍ୟେକ ବଜେଟ୍ ନୂଆ ଯୁଗର ସଂସ୍କାରକୁ ଆଗକୁ ବଢାଇଛି ଏବଂ ସାଂପ୍ରତିକ ସମସ୍ୟାର ସମାଧାନ ସୂତ୍ର ବାହାର କରିବାକୁ ଉଦ୍ୟମ କରିଛି”
“ବଜେଟ୍‌ରେ ଘୋଷଣା କରାଯାଇଥିବା ସବୁଜ ଊର୍ଜା ଭବିଷ୍ୟତ ବଂଶଧରଙ୍କ ପାଇଁ ବିକାଶର ନୂଆ ମୂଳଦୁଆ ପକାଇଛି”
“ ବିଶ୍ୱ ସବୁଜ ଊର୍ଜା ମାର୍କେଟରେ ଭାରତକୁ ନେତୃତ୍ୱର ସ୍ଥିତି ଦେବାରେ ବଜେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ”
“୨୦୧୪ଠାରୁ ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡିକ ମଧ୍ୟରେ ଭାରତ ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା ବୃଦ୍ଧିରେ ସବୁଠୁ ଅଧିକ ବେଗରେ କାର୍ଯ୍ୟ କରୁଛି”
“ଭାରତର ସୌର, ପବନ ଓ ବାୟୋଗ୍ୟାସ କ୍ଷେତ୍ରରେ ଯେଉଁ ସମ୍ଭାବନା ଓ ସୁଯୋଗ ଅଛି ତାହା ଘରୋଇ ଉଦ୍ୟୋଗ ପାଇଁ ସୁନାଖଣିଠାରୁ କୌଣସି ଗୁଣରେ କମ୍ ନୁହେଁ”
“ଭାରତର ପୁରୁଣା ଯାନ ସ୍କ୍ରାପ କରିବା ନୀତି ସବୁଜ ଅଭିବୃଦ୍ଧି ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ”
“ସବୁଜ ଊର୍ଜା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାକୁ ଭାରତର ପ୍ରଚୁର ସାମର୍ଥ୍ୟ ରହିଛି; ଏହା ପ୍ରଦୂଷଣମୁକ୍ତ ନିଯୁକ୍ତି ସୃଷ୍ଟି ସହିତ ବିଶ୍ୱର ମଙ୍ଗଳ ଦିଗରେ କାମ କରିବ”
“ଏହି ବଜେଟ୍ କେବଳ ଏକ ସୁଯୋଗ ନୁହେଁ, ଏହା ଆମ ଭବିଷ୍ୟତ ନିରାପତ୍ତାର ଗ୍ୟାରେଣ୍ଟି ବହନ କରେ”

ନମସ୍କାର

୨୦୧୪ ମସିହା ପରଠାରୁ ଭାରତର ସମସ୍ତ ବଜେଟରେ ଗୋଟିଏ ଲେଖାଏଁ ଢାଞ୍ଚା ରହିଛି । ସେବେଠାରୁ ଆମ ସରକାରଙ୍କ ପ୍ରତ୍ୟକ ବଜେଟରେ ନୂତନ ବର୍ଷର ସଂସ୍କାର ସହ ବର୍ତ୍ତମାନର ଆହ୍ୱାନଗୁଡ଼ିକର ମୁକାବିଲା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ଭାରତୀୟ ସବୁଜ ଅଭିବୃଦ୍ଧି ଓ ଶକ୍ତିର ଅବସ୍ଥାନ୍ତର ଦେଇ ତିନିଟି ମୁଖ୍ୟ ସ୍ତମ୍ଭ ରହିଛି । ପ୍ରଥମ ହେଲା ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି, ଦ୍ୱିତୀୟରେ ଆମ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ଓ ତୃତୀୟତରେ ଦେଶ ମଧ୍ୟରେ ଦ୍ରୁତ ଗତିରେ ଗ୍ୟାସଭିତ୍ତିକ ଅର୍ଥନୀତି ସହ ଆଗକୁ ବଢ଼ିବା । ସେ ଇଥାନଲ ମିଶ୍ରଣ ହେଉ ବା ପିଏମ କୁସୁମ ଯୋଜନା, ସୌର ଶକ୍ତି ପାଇଁ ପ୍ରୋତ୍ସାହନ, ଛାତ ଉପରେ ସୌର ଶକ୍ତି ଯୋଜନା, କୋଇଲା ବାଷ୍ପୀକରଣ ବା ବ୍ୟାଟେରୀ ଭଣ୍ଡାରଣ ଏହି ରଣନୀତି ସ୍ୱରୂପ ପରସ୍ପର ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମାନ ହୋଇଛି । ଚଳିତ ବର୍ଷର ବଜେଟରେ ମଧ୍ୟ ଶିଳ୍ପ ପାଇଁ ସବୁଜ ଋଣ ଓ ଚାଷୀମାନଙ୍କ ନିମନ୍ତେ ପିଏମ ପ୍ରଣାମ ଯୋଜନାର ପରିକଳ୍ପନା କରାଯାଇଛି । ଗ୍ରାମାଞ୍ଚଳ ନିମନ୍ତେ ଗୋବର୍ଦ୍ଧନ ଯୋଜନା କରାଯାଇଥିବା ବେଳେ ସହରାଞ୍ଚଳ ନିମନ୍ତେ ରଦି ଯାନବାହନ ନୀତି ଘୋଷଣା କରାଯାଇଛି । ସବୁଜ ଉଦଜାନ ଓ ଆର୍ଦ୍ରଭୂମି ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଚଳିତ ବର୍ଷ ବଜେଟରେ ସବୁଜ ଅଭିବୃଦ୍ଧି ପାଇଁ ବ୍ୟବସ୍ଥା ଗୋଟିଏ ପକ୍ଷରେ କହିବାକୁ ଗଲେ ଆମ ଭାବୀ ବଂଶଧରମାନଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତର ଭିତ୍ତିଭୂମି ରଖିବ ।

ବନ୍ଧୁଗଣ

ଅକ୍ଷୟ ଶକ୍ତି ସମ୍ବଳରେ ଏକ ନେତୃତ୍ୱକାରୀ ସ୍ଥାନ ରଖିପାରିଲେ ଭାରତ ସମଗ୍ର ବିଶ୍ୱରେ ଏକ ପରିବର୍ତ୍ତନ ଆଣିପାରିବ । ଏହି ବଜେଟ ବୈଶ୍ୱିକ ଶକ୍ତି ବଜାରର ଭାରତକୁ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ସେଥିପାଇଁ ଶକ୍ତି କ୍ଷେତ୍ରରେ ରହିଥିବା ବିଶ୍ୱର ସମସ୍ତ ଅଂଶୀଦାରଙ୍କୁ ମୁଁ ଭାରତରେ ନିବେଶ କରିବା ପାଇଁ ନିମନ୍ତ୍ରଣ ଦେଉଛି । ଆଜି ବିଶ୍ୱ ଏହାର ଅକ୍ଷୟ ଶକ୍ତି ଯୋଗାଣ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ପାଇଁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ବଜେଟରେ ପ୍ରତ୍ୟକ ସବୁଜ ଶକ୍ତି ନିବେଶକାରୀଙ୍କ ନିମନ୍ତେ ସର୍ବୋତ୍ତମ ସୁଯୋଗ ପ୍ରଦାନ କରିଛି। ଏହି କ୍ଷେତ୍ର ଷ୍ଟାର୍ଟଅପଗୁଡ଼ିକ ନିମନ୍ତେ ମଧ୍ୟ ବେଶ ସୁବିଧାଜନକ ହେବ ।

ବନ୍ଧୁଗଣ

୨୦୧୪ ମସିହା ଠାରୁ ଅନ୍ୟାନ୍ୟ ଅର୍ଥନୀତି ତୁଳନାରେ ଭାରତର ଅକ୍ଷୟ ଶକ୍ତି କ୍ଷମତାରେ ଦ୍ରୁତ ଅଭିବୃଦ୍ଧି ଘଟିଛି । ଆମ ପୂର୍ବ ରେକର୍ଡ ଅନୁସାରେ ଭାରତ ଅକ୍ଷୟ ଶକ୍ତି ଲକ୍ଷ୍ୟ ପୂରଣ କ୍ଷେତ୍ରରେ ସବୁବେଳେ ଆଗରେ ରହିଛି । ଅଣ ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଆମର ଶତକଡ଼ା ୪୦ ଭାଗ ଲକ୍ଷ ବିଦୁ୍ୟତ ଦ୍ୱାରା ନିର୍ଦ୍ଧାରିତ ସମୟର ନଅ ବର୍ଷ ପୂର୍ବରୁ ଲକ୍ଷ୍ୟ ହାସଲ ହୋଇପାରିଛି । ଭାରତ ମଧ୍ୟ ଇଥାନଲ ମିଶ୍ରଣ ଲକ୍ଷ୍ୟ ଶତକଡ଼ା ୧୦ ଭାଗକୁ ପାଞ୍ଚ ମାସ ଆଗରୁ ହାସଲ କରିସାରିଛି । ଭାରତ ମଧ୍ୟ ପେଟ୍ରୋଲରେ ଇଥାନଲର ଶତକଡ଼ା ୨୦ ଭାଗ ମିଶ୍ରଣ ଲକ୍ଷ୍ୟ ସୀମା ୨୦୩୦ ପରିବର୍ତ୍ତେ ୨୦୨୫-୨୬କୁ ଧାର୍ଯ୍ୟ କରିଛି । ଯେଉଁଭଳି ଆମ ସରକାର ଜୈବ ଇନ୍ଧନ ଉପରେ ଗୁରୁତ୍ୱ ଆରୋପ କରୁଛି ଏହା ସମସ୍ତ ନିବେଶକଙ୍କ ନିମନ୍ତେ ବିରାଟ ସୁବିଧା ଆଣି ଦେଇଛି । ନିକଟରେ ମୁଁ ମଧ୍ୟ ଇ-୨୦ ଇନ୍ଧନର ଶୁଭାରମ୍ଭ କରିଛି । ସେ ଦୃଷ୍ଟିରୁ ନିବେଶକମାନେ ଦେଶର ବିଭିନ୍ନ ସ୍ଥାନରେ ଇଥାନଲ କାରଖାନା ପ୍ରତିଷ୍ଠା ପାଇଁ ସୁଯୋଗକୁ ହାତଛଡ଼ା କରିବା ଅନୁଚିତ । ସୌର, ପବନ ଓ ଜୈବ ଗ୍ୟାସର ଭାରତରେ ଥିବା ସାମର୍ଥ୍ୟ ଆମର ଘରୋଇ କ୍ଷେତ୍ର ପାଇଁ କୌଣସି ସୁନା ଖଣି ବା ତୈଳ ଭଣ୍ଡାର ଠାରୁ କମ ନୁହେଁ ।

ବନ୍ଧୁଗଣ

ଜାତୀୟ ସବୁଜ ଉଦଜାନ ମିଶନ ଅଧୀନରେ ଭାରତ ପ୍ରତିବର୍ଷ ୫ଏମଏମଟି ସବୁଜ ଉଦଜାନ ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ରଖିଛି । ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ୧୯ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରାଯାଇଛି । ସବୁଜ ଉଦଜାନକୁ ଛାଡ଼ି ଆପଣମାନଙ୍କ ନିମନ୍ତେ ଆହୁରି ଅନେକ ବିକଳ୍ପ ରହିଛି । ଉଦାହରଣସ୍ୱରୂପ ଇଲେକଟ୍ରୋ ଲେଜର ଉତ୍ପାଦନ, ସବୁଜ ଇସ୍ପାତ ନିର୍ମାଣ ଓ ଦୂରବର୍ତ୍ତୀ ପରିବହନ ନିମନ୍ତେ ଇନ୍ଧନ ସେଲ ଇତ୍ୟାଦି କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଅନେକ ସୁଯୋଗମାନ ରହିଛି ।

ବନ୍ଧୁଗଣ

ଭାରତରେ ୧୦ ହଜାର ନିୟୁତ ଘନ ମିଟର ବାୟୋଗ୍ୟାସ ଓ ୧.୫ ଲକ୍ଷ ନିୟୁତ ଘନ ମିଟର କୃଷି ଅବଶେଷ ଗ୍ୟାସ ଉତ୍ପାଦନ କ୍ଷମତା ରହିଛି । ଏହା ଦେଶରେ ଶତକଡ଼ା ଆଠ ଗୁଣ ପର୍ଯ୍ୟନ୍ତ ଗ୍ୟାସ ସହରାଞ୍ଚଳକୁ ଯୋଗାଇ ପାରିବ । ଏହି ସବୁ ସମ୍ଭାବନା ମଧ୍ୟରେ ଆଜି ଗୋବର୍ଦ୍ଧନ ଯୋଜନା ଭାରତର ଜୈବ ଇନ୍ଧନ ରଣନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଉଠିଛି । ଚଳିତ ବର୍ଷ ବଜେଟରେ ସରକାର ଗୋବର୍ଦ୍ଧନ ଯୋଜନା ଅଧୀନରେ ୫୦୦ ନୂତନ ଗୋବର ଗ୍ୟାସ କାରଖାନା ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସରକାର ଏହିସବୁ ଆଧୁନିକ କାରଖାନା ପ୍ରତିଷ୍ଠା ପାଇଁ ଦଶ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ସରକାର ‘ବର୍ଜ୍ୟରୁ ଶକ୍ତି’ କାର୍ଯ୍ୟକ୍ରମ ଦେଶର ଏମଏସଏମଇ ଓ ଘରୋଇ କ୍ଷେତ୍ର ନିମନ୍ତେ ନୂତନ ବଜାର ସୃଷ୍ଟି କରୁଛି । ଗ୍ରାମରେ କୃଷି ବର୍ଜ୍ୟ ଓ ସହରାଞ୍ଚଳରେ ପୌରାଞ୍ଚଳ କଠିନ ବର୍ଜ୍ୟ ବସ୍ତୁ ସେମାନଙ୍କ ନିମନ୍ତେ ଏକ ବିରାଟ ସୁଯୋଗ ଆଣି ଦେଇଛି । ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଟିକସ ରିହାତି ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି ।

ବନ୍ଧୁଗଣ

ଭାରତର ରଦି ଯାନବାହନ ନୀତି ସବୁଜ ଶକ୍ତି ଅଭିବୃଦ୍ଧିର ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ରଦି ଗାଡ଼ିଗୁଡ଼ିକ ବିକଳ୍ପ ବ୍ୟବସ୍ଥା ନିମନ୍ତେ ସରକାର ଚଳିତ ବଜେଟରେ ୩୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଆଗାମୀ କିଛି ମାସ ମଧ୍ୟରେ ଉଭୟ କେନ୍ଦ୍ର ଓ ର ରାଜ୍ୟ ସରକାରମାନେ ପ୍ରାୟ ତିନି ଲକ୍ଷ ଯାନବାହନକୁ ରଦି ଘୋଷଣା କରିବେ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ବିଶେଷ କରି ପୁଲିସ, ହସ୍ପିଟାଲ ଆମ୍ବୁଲାନ୍ସ ଗାଡ଼ି ଓ ଯାତ୍ରୀ ପରିବହନକାରୀ ବସଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ । ରଦି ଯାନବାହନ ଆପଣମାନଙ୍କ ନିମନ୍ତେ ଏକ ବିରାଟ ବଜାର ଆପଣମାନଙ୍କୁ ଯୋଗାଇବା ପୁନଃବ୍ୟବହାର, ପୁନଃ ପ୍ରକ୍ରିୟାକରଣ ଇ ପୁନରୁଦ୍ଧାର ନୀତିକୁ ଅନୁସରଣ କରି ଏହା ଚକ୍ରୀୟ ଅର୍ଥନୀତିକୁ ଏକ ନୂତନ ଦିଗ ଦେବ । ମୁଁ ମଧ୍ୟ ଆମର ଯୁବ ଗୋଷ୍ଠୀ ଓ ଷ୍ଟାର୍ଟଅପମାନଙ୍କୁ ଚକ୍ରୀୟ ଅର୍ଥନୀତିରେ ବିଭିନ୍ନ ଉପାୟରେ ସାମିଲ ହେବାକୁ ନିବେଦନ କରୁଛି ।

ବନ୍ଧୁଗଣ

ଜଳଭିତ୍ତିକ ପରିବହନ ଭାରତର ଏକ ବିରାଟ କ୍ଷେତ୍ର ଯାହାକି ନିକଟ ଭବିଷ୍ୟତରେ ଅଧିକ ଗତିଶୀଳ ହେବାକୁ ଯାଉଛି। ଆଜି ଭାରତ ପରିବହନର ମାତ୍ର ଶତକଡ଼ା ୫ ଭାଗ ପଣ୍ୟ କାରବାର ସାମୁଦ୍ରିକ ପଥରେ ହେଉଛି । ସେହିପରି ଶତକଡ଼ା ଦୁଇ ଭାଗ ପଣ୍ୟ କାରବାର ଆଭ୍ୟନ୍ତରୀଣ ଜଳପଥ ଜରିଆରେ ହେଉଛି । ଦେଶରେ ଜଳପଥର ଯେଉଁ ବିକାଶ ହେଉଛି ତାହା ଏ କ୍ଷେତ୍ରରେ ଆପଣମାନଙ୍କ ନିମନ୍ତେ ଅନେକ ସୁଯୋଗ ଆଣିଦେବ ।

ବନ୍ଧୁଗଣ

ଭାରତ ସବୁଜ ଶକ୍ତି ବୈଷୟିକ ଜ୍ଞାନରେ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ । ଭାରତରେ ସବୁଜ କର୍ମସଂସ୍ଥାନ ସୃଷ୍ଟି ସହ ଏହା ବିଶ୍ୱ ହିତରେ ମଧ୍ୟ ସହାୟକ ହେବ । ଏହି ବଜେଟ ବେଳେ ଆପଣମାନଙ୍କ ନିମନ୍ତେ ଏକ ସୁଯୋଗ ନୁହଁ ବରଂ ଆପଣମାନଙ୍କ ଭବିଷ୍ୟତର ମଧ୍ୟ ଗ୍ୟାରେଣ୍ଟି ଦେବ ।

ବଜେଟର ସମସ୍ତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଆମକୁ ମିଳିମିଶି ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡ଼ିବ । ଆଜିର ୱେବିନାରରେ ବିସ୍ତୃତ ଭାବେ ସମସ୍ତ ଆଲୋଚନା ଆପଣମାନେ କରିବେ । ବଜେଟରେ କ’ଣ ଅଛି ବା କ’ଣ ନ ରହିବା ଉଚିତ ଆଲୋଚନା ସେହି ପରିପ୍ରେକ୍ଷୀରେ ହେବ ନାହିଁ । ବଜେଟ ତିଆରି ହୋଇ ସଂସଦରେ ଉପସ୍ଥାପିତ ମଧ୍ୟ ହୋଇସାରିଛି । ବର୍ତ୍ତମାନ ସରକାର ଓ ଦେଶବାସୀଙ୍କ ଦାୟିତ୍ୱ ହେଉଛି ଏହାର ପ୍ରତି ବ୍ୟବସ୍ଥାକୁ ପ୍ରଭାବୀ ଢଙ୍ଗରେ ତ୍ୱରାନ୍ୱିତ କରି ଦେଶରେ ସବୁଜ ଶକ୍ତି ଦିଗରେ ନୂତନ ନବୋନ୍ମେଷ ଆଣି ଏହାକୁ ସୁନିଶ୍ଚିତ କରିବା, ବଜେଟ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ଆପଣମାନଙ୍କ ସହ ସହଯୋଗ କରିବାକୁ ପ୍ରସ୍ତୁତ । ପୁଣିଥରେ ମୁଁ ନିବେଶକ, ଷ୍ଟାର୍ଟଅପ, କୃଷି କ୍ଷେତ୍ରରେ ଅଂଶ ଗ୍ରହଣ କରିଥିବାରୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ଓ ଏହି ୱେବିନାରର ସଫଳତା କାମନା କରୁଛି ।

ଅଶେଷ ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi