ବନ୍ଧୁଗଣ,

 

ବିଶ୍ୱ ଶାନ୍ତି ଏବଂ ସୁରକ୍ଷା କେବଳ ଏକ ଆଦର୍ଶ ନୁହେଁ, ବରଂ ଏହା ଆମର ସାଧାରଣ ସ୍ୱାର୍ଥ ଏବଂ ଭବିଷ୍ୟତର ମୂଳଦୁଆ ଅଟେ । ମାନବତାର ବିକାଶ କେବଳ ଏକ ଶାନ୍ତିପୂର୍ଣ୍ଣ ଏବଂ ସୁରକ୍ଷିତ ପରିବେଶରେ ହିଁ  ସମ୍ଭବ ହୋଇପାରିବ । ଏହି ଉଦ୍ଦେଶ୍ୟ ପୂରଣ କରିବାରେ  ବ୍ରିକ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମକୁ ଏକତ୍ରିତ ହେବାକୁ ପଡିବ ଏବଂ ଆମର ସାଧାରଣ ସମସ୍ୟାର ସମ୍ମୁଖୀନ ହେବା ପାଇଁ ଆମକୁ  ସାମୂହିକ ପ୍ରୟାସ କରିବାକୁ ପଡିବ। ଆମକୁ ଆଗକୁ ଏକାଠି ହୋଇ ବଢ଼ିବାକୁ ପଡିବ।

 

ବନ୍ଧୁଗଣ,

 

ଆଜି ମାନବତା ପାଇଁ ଆତଙ୍କବାଦ ସବୁଠାରୁ ଗମ୍ଭୀର ଆହ୍ୱାନ ଭାବରେ ଉଭା ହୋଇଛି। ସମ୍ପ୍ରତି ଭାରତ ନିକଟରେ ଏକ ଅମାନବୀୟ ଏବଂ କାପୁରୁଷ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇଛି। ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଭାରତର ଆତ୍ମା, ପରିଚୟ ଏବଂ ମର୍ଯ୍ୟାଦା ଉପରେ ଏକ ସିଧାସଳଖ ଆକ୍ରମଣ ଥିଲା। ଏହି ଆକ୍ରମଣ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ମାନବଜାତି ପାଇଁ ଏକ ଆଘାତ ଥିଲା। ଏହି ଦୁଖଃଦ ମୁହୂର୍ତ୍ତରେ, ମୁଁ ଆମ ସହିତ ଠିଆ ହୋଇଥିବା ଏବଂ ସମର୍ଥନ ଓ ସମବେଦନା ପ୍ରକାଶ କରିଥିବା ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ହୃଦୟରୁ କୃତଜ୍ଞତା ଜଣାଉଛି।

 

ଆତଙ୍କବାଦକୁ ନିନ୍ଦା କରିବା ଆମର ନୀତିଗତ ବିଷୟ ହେବା ଉଚିତ,ଏହା କେବଳ ଏକ ସୁବିଧାର ବିଷୟ ନୁହେଁ। ଯଦି ଆମେ ପ୍ରଥମେ ଦେଖିବା ଯେ ଆକ୍ରମଣ କେଉଁ ଦେଶରେ ହୋଇଥିଲା, କାହା ବିରୁଦ୍ଧରେ କରାଯାଇଥିଲା, ତେବେ ଏହା ମାନବତା ବିରୁଦ୍ଧରେ ବିଶ୍ୱାସଘାତକତା ହେବ।

 

ବନ୍ଧୁଗଣ,

 

ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାରେ କୌଣସି ସଂକୋଚ ରହିବା ଉଚିତ୍ ନୁହେଁ। ଆତଙ୍କବାଦର ପୀଡିତ ଏବଂ ସମର୍ଥକଙ୍କୁ ସମାନ ଦୃଷ୍ଟିରେ ବ୍ୟବହାର କରାଯାଇପାରିବ ନାହିଁ। ବ୍ୟକ୍ତିଗତ କିମ୍ବା ରାଜନୈତିକ ଲାଭ ପାଇଁ, ଆତଙ୍କବାଦକୁ ନୀରବ ସମ୍ମତି ଦେବା କିମ୍ବା ଆତଙ୍କବାଦୀ କିମ୍ବା ଆତଙ୍କବାଦକୁ ସମର୍ଥନ କରିବା, କୌଣସି ପରିସ୍ଥିତିରେ ଗ୍ରହଣୀୟ ହେବା ଉଚିତ୍ ନୁହେଁ। ଆତଙ୍କବାଦ ବିଷୟରେ ଆମର କଥା ଏବଂ କାର୍ଯ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ରହିବା ଉଚିତ୍ ନୁହେଁ। ଯଦି ଆମେ ଏହା କରିପାରିବୁ ନାହିଁ, ତେବେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ ଯେ ଆମେ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରତିବଦ୍ଧ କି ନାହିଁ?

 

ବନ୍ଧୁଗଣ,

 

ପଶ୍ଚିମ ଏସିଆରୁ ୟୁରୋପ ପର୍ଯ୍ୟନ୍ତ, ଆଜି ବିଶ୍ୱ ବିବାଦ ଏବଂ ଉତ୍ତେଜନା ମଧ୍ୟରେ ଘେରି ରହିଛି। ଗାଜାର ମାନବିକ ପରିସ୍ଥିତି ଏକ ବଡ଼ ଚିନ୍ତାର ବିଷୟ। ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ପରିସ୍ଥିତି ଯେତେ କଷ୍ଟକର ହେଉ, ମାନବତାର କଲ୍ୟାଣ ପାଇଁ ଶାନ୍ତିର ମାର୍ଗ ହିଁ ଏକମାତ୍ର ବିକଳ୍ପ ମାର୍ଗ ।

 

ଭାରତ ଭଗବାନ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମି। ଆମ ପାଇଁ ଯୁଦ୍ଧ ଏବଂ ହିଂସାର କୌଣସି ସ୍ଥାନ ନାହିଁ। ଭାରତ ପ୍ରତ୍ୟେକ ପ୍ରୟାସକୁ ସମର୍ଥନ କରେ ଯାହା ବିଶ୍ୱକୁ ବିଭାଜନ ଏବଂ ସଂଘର୍ଷରୁ ବାହାର କରି ଆଲୋଚନା, ସହଯୋଗ ଏବଂ ସମନ୍ୱୟର ଚିନ୍ତାଧାରା ଆଡକୁ ନେଇଯାଏ । ଏକତା ଏବଂ ବିଶ୍ୱାସ ବୃଦ୍ଧି କରେ। ଏହି ଦିଗରେ, ଆମେ ସମସ୍ତ ବନ୍ଧୁ ଦେଶ ସହିତ ସହଯୋଗ ଏବଂ ସହଭାଗୀତା ପାଇଁ ପ୍ରତିବଦ୍ଧ ଅଟୁ । ଧନ୍ୟବାଦ।

 

ବନ୍ଧୁଗଣ,

 

ଶେଷରେ, ମୁଁ ଆପଣମାନଙ୍କୁ ଆସନ୍ତା ବର୍ଷ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଭାରତ ଆସିବାକୁ ନିମନ୍ତ୍ରଣ କରୁଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi