ଆଜିର ଦିନରେ ସର୍ଦ୍ଦାର ପଟେଲଙ୍କ ଲୌହ ଇଚ୍ଛାଶକ୍ତି ଅନୁରୂପ ଭାରତୀୟ ସେନା ହାଇଦ୍ରାବାଦକୁ ନିଷ୍ଠୁର ଅତ୍ୟାଚାରରୁ ମୁକ୍ତ କରିଥିଲା: ପ୍ରଧାନମନ୍ତ୍ରୀ
‘ମା ଭାରତୀ’ଙ୍କର ସମ୍ମାନ, ଗର୍ବ ଏବଂ ମହିମାର କୌଣସି ସୀମା ନାହିଁ: ପ୍ରଧାନମନ୍ତ୍ରୀ
‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ଆମର ମା’ ଏବଂ ଭଉଣୀମାନଙ୍କ ପାଇଁ ସମର୍ପିତ: ପ୍ରଧାନମନ୍ତ୍ରୀ
ଗରୀବଙ୍କ ସେବା ମୋ ଜୀବନର ସର୍ବୋଚ୍ଚ ଉଦ୍ଦେଶ୍ୟ: ପ୍ରଧାନମନ୍ତ୍ରୀ
ଆମେ ବୟନ ଶିଳ୍ପ ପାଇଁ 5F ଭିଜନ ଅଧୀନରେ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରୁଛୁ - ଫାର୍ମରୁ ଫାଇବର, ଫାଇବରରୁ କାରଖାନା, କାରଖାନାରୁ ଫ୍ୟାଶନ ଏବଂ ଫ୍ୟାଶନରୁ ବିଦେଶ: ପ୍ରଧାନମନ୍ତ୍ରୀ
ବିଶ୍ୱକର୍ମା ଭାଇ ଏବଂ ଭଉଣୀମାନେ ମେକ୍ ଇନ୍ ଇଣ୍ଡିଆ ପଛର ଏକ ପ୍ରମୁଖ ଶକ୍ତି: ପ୍ରଧାନମନ୍ତ୍ରୀ
ଯେଉଁମାନେ ପଛରେ ପଡ଼ିଯାଇଛନ୍ତି ସେମାନେ ଆମର ସର୍ବୋଚ୍ଚ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ!

ନର୍ମଦା ମୟା କୀ ଜୟ! ନର୍ମଦା ମୟା କୀ ଜୟ! ନର୍ମଦା ମୟା କୀ ଜୟ!

ମଧ୍ୟ ପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଯାଦବ ଜୀ, କେନ୍ଦ୍ରରେ ମୋର ସହଯୋଗୀ ଭଉଣୀ ସାବିତ୍ରୀ ଠାକୁର ଜୀ, ଦେଶର କୋଣ ଅନୁକୋଣରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବା ସମସ୍ତ କେନ୍ଦ୍ର ମନ୍ତ୍ରୀଗଣ, ରାଜ୍ୟମାନଙ୍କର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଗଣ, ମଞ୍ଚ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ଦେଶର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ଜ୍ଞାନର ଦେବୀ ଏବଂ ଧାର ଭୋଜଶାଳାର ମାତା ବାଗଦେବୀଙ୍କ ଚରଣରେ ମୁଁ ସର୍ବପ୍ରଥମେ ପ୍ରଣାମ କରୁଛି  । ଆଜି କୌଶଳ ଏବଂ ସୃଜନର ଦେବତା ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ଜୟନ୍ତୀ  । ମୁଁ ଭଗବାନ ବିଶ୍ୱକର୍ମାଙ୍କୁ ପ୍ରଥମେ ପ୍ରଣାମ କରୁଛି  । ମୁଁ ଆଜି ବିଶ୍ୱକର୍ମା ଜୟନ୍ତୀ ଅବସରରେ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିଥିବା କୋଟି କୋଟି ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ଆଦରପୂର୍ବକ ପ୍ରଣାମ କରୁଛି  ।

ସାଥୀଗଣ,

ଧାରର ଏହି ଭୂମି ସର୍ବଦା ଶୌର୍ଯ୍ୟ ଏବଂ ପ୍ରେରଣାର ଭୂମି ଭାବରେ ପରିଚିତ ରହି ଆସିଛି  । ମହାରାଜା ଭୋଜଙ୍କ ବୀରତ୍ୱ ଆମର... ବୋଧହୁଏ ମୋ କଥା ଅନ୍ୟମାନଙ୍କୁ ଶୁଣାଯାଉ ନାହିଁ କିମ୍ବା ମୁଁ ଦୃଶ୍ୟମାନ ହେଉନାହିଁ । ଆପଣମାନେ ଯେତେ ଦୂରରେ ଥାଆନ୍ତୁ ନା କାହିଁକି, ଆପଣଙ୍କ ହୃଦୟରେ କ'ଣ ଅଛି ତାହା ମୁଁ ଉତ୍ତମ ରୂପେ ବୁଝିପାରୁଛି  । ଏଠାକାର ଟେକ୍ନିସିଆନମାନେ ଯଦି ପାରିବେ ତେବେ ସେମାନଙ୍କୁ ସାହାଯ୍ୟ କରିପାରିବେ । ନଚେତ୍ ମଧ୍ୟ ପ୍ରଦେଶର ଏହି ଲୋକମାନେ ଖୁବ୍  ଶୃଙ୍ଖଳିତ ଅଟନ୍ତି  । ମଧ୍ୟ ପ୍ରଦେଶରେ ଅସୁବିଧା ସହ୍ୟ କରିବାର ପ୍ରବୃତ୍ତି ରହିଛି, ମୁଁ ଏଠାରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିପାରୁଛି  ।

 

ସାଥୀଗଣ,

ମହାରାଜା ଭାଜଙ୍କ ଶୌର୍ଯ୍ୟ ଆମକୁ ରାଷ୍ଟ୍ରର ଗୌରବ ରକ୍ଷା କରିବା ନିମନ୍ତେ ଅଟଳ ଭାବରେ ଠିଆ ହେବାକୁ ଶିଖାଇଥାଏ  । ମହର୍ଷି ଦଧିଚୀଙ୍କ ବଳିଦାନ ଆମକୁ ମାନବତାର ସେବା କରିବାର ସଂକଳ୍ପ ଦେଇଥାଏ  । ଏହି ପରମ୍ପରାରୁ ପ୍ରେରଣା ଲାଭ କରି ଆଜି ଦେଶ ଭାରତ ମାତାର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଚାଲିଛି  । ପାକିସ୍ତାନରୁ ଆସିଥିବା ଆତଙ୍କବାଦୀମାନେ ଆମର ଭଉଣୀ- ଝିଅମାନଙ୍କର ସିନ୍ଦୂରକୁ ଉଜାଡ଼ିଦେଲେ  । ଆମେ ସେମାନଙ୍କ ବିରୁଦ୍ଧରେ ଅପରେସନ୍ ସିନ୍ଦୂର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆତଙ୍କବାଦୀମାନଙ୍କ ଆକାଂକ୍ଷାକୁ ଧ୍ୱଂସ କରିଦେଇଛୁ । ଆମର ବୀର ଯବାନମାନେ ଆଖି ପିଛୁଳାକେ ପାକିସ୍ତାନର ଅଣ୍ଟାକୁ ଭାଙ୍ଗି ସେମାନଙ୍କୁ ଆଣ୍ଠେଇବା ଭଳି ପରିସ୍ଥିତି ସୃଷ୍ଟି କରିଥିଲେ । ନିକଟରେ  ହିଁ ଦେଶ ଏବଂ ବିଶ୍ୱ ଦେଖିଛି ଯେ ପାକିସ୍ତାନର ଜଣେ ଆତଙ୍କବାଦୀ କାନ୍ଦି କାନ୍ଦି ନିଜର ଦୟନୀୟ ସ୍ଥିତି ପ୍ରକାଶ କରିଛି  ।

ସାଥୀଗଣ,

ଏହା ହେଉଛି ନୂତନ ଭାରତ । ଏହା କାହାର ପରମାଣୁ ଧମକକୁ  ଭୟ କରେ ନାହିଁ । ଏହା ହେଉଛି ନୂତନ ଭାରତ । ଆମେ ଘରେ ପଶି ଆମର ଶତ୍ରୁମାନଙ୍କୁ ନିପାତ କରିବାର ସାମର୍ଥ୍ୟ ରଖିଛୁ ।

ସାଥୀଗଣ,

ଆଜି ୧୭ ସେପ୍ଟେମ୍ବରର ଏହି ଦିନଟି ହେଉଛି ଆଉ ଏକ ଐତିହାସିକ ଅବସର  । ଆଜିର ଦିନରେ ଦେଶ ସର୍ଦ୍ଦାର ପଟେଲଙ୍କ ଇଚ୍ଛାଶକ୍ତିର ଉଦାହରଣ ଦେଖିଲା  । ଭାରତୀୟ ସେନା ହାଇଦ୍ରାବାଦକୁ ଅସୁମାରି ଅତ୍ୟାଚାରରୁ ମୁକ୍ତ କରି, ନିଜର ଅଧିକାରର ସୁରକ୍ଷା କରି ଭାରତର ଗୌରବକୁ ପୁନଃସ୍ଥାପିତ କରିଥିଲା  । ଦୀର୍ଘ ଦଶନ୍ଧି ପରେ ଦେଶର ଏତେ ବିରାଟ ଉପଲବ୍ଧି, ସେନାର ଏତେ ବଡ଼ ଉପଲବ୍ଧି, ସେନାର ଏତେ ବଡ଼ ବୀରତ୍ୱକୁ କେହି ସ୍ମରଣ ରଖି ପାରିଲେ ନାହିଁ, କିନ୍ତୁ ଆପଣମାନେ ମୋତେ ସୁଯୋଗ ଦେଲେ  । ସେପ୍ଟେମ୍ବର୧୭ ତାରିଖ ଦିନ ସର୍ଦ୍ଦାର ପଟେଲ ଏବଂ ହାଇଦ୍ରାବାଦର ଘଟଣାକୁ ଆମ ସରକାର ଅମର କରି ଦେଇଛନ୍ତି  । ଆମେ ଏହି ଦିନଟିକୁ ଭାରତର ଏକତାର ପ୍ରତୀକ ହାଇଦ୍ରାବାଦ ମୁକ୍ତି ଦିବସ ଭାବରେ ପାଳନ କରିବା ଆରମ୍ଭ କରିଛୁ  । ଏବଂ ଆଜି ହାଇଦ୍ରାବାଦରେ ମୁକ୍ତି ଦିବସର କାର୍ଯ୍ୟକ୍ରମ ମଧ୍ୟ ବହୁତ ଗର୍ବର ସହିତ ଆୟୋଜିତ ହେଉଛି  । ହାଇଦ୍ରାବାଦ ମୁକ୍ତି ଦିବସ ଆମକୁ ପ୍ରେରଣା ଦେଇଥାଏ, ମା' ଭାରତୀର ଗୌରବଠାରୁ ବଳି ଆଉ କିଛି ବଡ଼  ନାହିଁ, ଯଦି ଆମେ ବଞ୍ଚିଥାଉ ତେବେ ପ୍ରତ୍ୟେକ ମୁହୂର୍ତ୍ତକୁ ଦେଶ ପାଇଁ ସମର୍ପିତ କରିବା ଉଚିତ  ।

 

ସାଥୀଗଣ,

ଦେଶର ସୁରକ୍ଷା ନିମନ୍ତେ ପ୍ରାଣବଳି ଦେବାର ଶପଥ ନେଇ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ ସବୁକିଛି ଉତ୍ସର୍ଗ କରିଥିଲେ  । ସେମାନଙ୍କର ସମସ୍ତଙ୍କ ମନରେ 'ବିକଶିତ ଭାରତ'ର ସ୍ୱପ୍ନ ଥିଲା, ସେମାନେ ଚାହୁଁଥିଲେ ଯେ ଭାରତ ଦାସତ୍ୱର ଶୃଙ୍ଖଳକୁ ତୁଟାଇ ଦ୍ରୁତ ଗତିରେ ଆଗକୁ ବଢୁ  । ଆଜି ଏହି ପ୍ରେରଣା ଦ୍ୱାରା ଉଦବୁଦ୍ଧ ହୋଇ ଆମେ ଭାରତର ୧୪୦ କୋଟି ଲୋକ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସଂକଳ୍ପ ନେଇଛୁ ଏବଂ ବିକଶିତ ଭାରତର ଏହି ଯାତ୍ରାର ଚାରାଗୋଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି- ଭାରତର ନାରୀ ଶକ୍ତି, ଯୁବଶକ୍ତି, ଗରିବ ଏବଂ କୃଷକ  । ଆଜି ଏହି କାର୍ଯ୍ୟକ୍ରମରେ ବିକଶିତ ଭାରତର ଏହି ଚାରାଟି ସ୍ତମ୍ଭକୁ ନୂତନ ଶକ୍ତି ଦେବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି  । ବହୁ ସଂଖ୍ୟାରେ ମୋର ମାଆ, ଭଉଣୀ ଏବଂ ଝିଅମାନେ ଏଠାକୁ ଆସିଛନ୍ତି  । ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ଶକ୍ତି ଉପରେ ବହୁତ ଧ୍ୟାନ ଦିଆଯାଇଛି  । ଏହି କାର୍ଯ୍ୟକ୍ରମ ଧାରଠାରେ ଆୟୋଜିତ ହେଉଛି ସତ, କିନ୍ତୁ ଏହି କାର୍ଯ୍ୟକ୍ରମ ସମଗ୍ର ଦେଶ ପାଇଁ ଉଦ୍ଦିଷ୍ଟ, ସମଗ୍ର ଦେଶର ମାଆ ଏବଂ ଭଉଣୀମାନଙ୍କ  ନିମନ୍ତେ  ଆୟୋଜିତ ହେଉଛି  । ଏଠାରୁ 'ସୁସ୍ଥ ନାରୀ-ସଶକ୍ତ ପରିବାର' ଏକ ବହୁତ ବଡ଼ ଅଭିଯାନ ଆରମ୍ଭ ହେଉଛି  । ଦେବୀ ବାଗଦେବୀଙ୍କ ଆଶୀର୍ବାଦରେ ଏହାଠାରୁ ଆଉ ବଡ଼ କାର୍ଯ୍ୟ କ'ଣ ହୋଇପାରେ  ।

ସାଥୀଗଣ,

ଆଦି ସେବା ପର୍ବର ଧ୍ୱନି ସାରା ଦେଶରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଶୁଣିବାକୁ ମିଳୁଛି  । ଏହାର ମଧ୍ୟ ପ୍ରଦେଶ ସଂସ୍କରଣ କାର୍ଯ୍ୟକ୍ରମ ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି  । ଏହି ଅଭିଯାନ ଧାର ସମେତ ମଧ୍ୟ ପ୍ରଦେଶର ଆମର ଆଦିବାସୀ ସମାଜକୁ ବିଭିନ୍ନ ଯୋଜନା ସହିତ ଯୋଡ଼ିବାର ସେତୁ ଭାବରେ କାର୍ଯ୍ୟ କରିବ ।

ସାଥୀଗଣ,

ଆଜି ବିଶ୍ୱକର୍ମା ଜୟନ୍ତୀ ଦିନ ଏକ ବଡ଼ ଔଦ୍ୟୋଗିକ ଶୁଭାରମ୍ଭ ମଧ୍ୟ ହେବାକୁ ଯାଉଛି  । ଏଠାରେ ଦେଶର ସର୍ବବୃହତ ସମନ୍ୱିତ ବୟନ ପାର୍କର ଶିଳାନ୍ୟାସ ହୋଇଛି  । ଏହି ପାର୍କ ଭାରତର ବୟନ ଶିଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ  । କୃଷକମାନଙ୍କୁ ନିଜ ଉତ୍ପାଦର ଉଚିତ ମୂଲ୍ୟ ମିଳିବ ଏବଂ ଏହା ମୋ ପାଇଁ ଖୁସିର କଥା ଯେ କେବଳ ଧାରରେ ନୁହେଁ, ବରଂ ସାରା ଦେଶର ଲକ୍ଷ ଲକ୍ଷ କୃଷକ ଏବେ ଏହି କାର୍ଯ୍ୟକ୍ରମ ସହିତ, ଆମ ସହିତ ଯୋଡ଼ି ହୋଇଛନ୍ତି  ।

 

ସାଥୀଗଣ,

ଏହି ପି.ଏମ. ମିତ୍ର ପାର୍କରୁ ଆମର ଯୁବକମାନଙ୍କୁ, ଯୁବତୀମାନଙ୍କୁ ବିପୁଳ ସଂଖ୍ୟାରେ ରାଜେଗାର ମିଳିବ, ଏହି ଟେକ୍ସଟାଇଲ ପାର୍କକୁ ସବୁଠାରୁ ଅଧିକ ଲାଭ ମିଳିବ  । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ପ୍ରକଳ୍ପ ପାଇଁ, ଏହି ଅଭିଯାନ ନିମନ୍ତେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି  । ମଧ୍ୟ ପ୍ରଦେଶକୁ ଏଥି ଲାଗି ବିଶେଷ ଅଭିନନ୍ଦନ  ।

ସାଥୀଗଣ,

ଆମର ମାଆ ଓ ଭଉଣୀମାନେ, ଆମର ମହିଳା ଶକ୍ତି, ରାଷ୍ଟ୍ରର ପ୍ରଗତିର ମୁଖ୍ୟ ଆଧାର ଅଟନ୍ତି  । ଆମେ ସମସ୍ତେ ଲକ୍ଷ୍ୟ କରୁଛୁ ଯେ ଯଦି ମାଆ ଘରେ ଭଲ ଅଛନ୍ତି ତେବେ ସମଗ୍ର ପରିବାର ଭଲ ଅଛି  ।

କିନ୍ତୁ ସାଥୀଗଣ,

ଯଦି ମାଆ ରୋଗଗ୍ରସ୍ତ ହୁଏ ତେବେ ପରିବାରର ସମସ୍ତ ବ୍ୟବସ୍ଥା ନଷ୍ଟ ହୋଇଯାଏ  । ସେଥିପାଇଁ ଏହି ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ମାଆ ଓ ଭଉଣୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ସମ୍ପୂର୍ଣ୍ଣ ରୂପେ ସମର୍ପିତ  । ଆମର ଲକ୍ଷ୍ୟ ହେଉଛି ସୂଚନା କିମ୍ବା ସମ୍ବଳ ଅଭାବରୁ ସମାଜର ଜଣେ ବି ମହିଳା ଗୁରୁତର ରୋଗର ଶିକାର ନ ହୁଅନ୍ତୁ କିମ୍ବା ଅନେକ ରୋଗ ଏପରି ଅଛି ଯାହା ଚୁପଚାପ୍ ଆସେ ଏବଂ ଅଜଣା ହେତୁ ଧୀରେ ଧୀରେ ବହୁତ ବଡ ଆକାର ଧାରଣ କରେ । ଜୀବନ ଏବଂ ମୃତ୍ୟୁର ଖେଳ ଆରମ୍ଭ ହୁଏ  । ପ୍ରାରମ୍ଭିକ ଅବସ୍ଥାରେ ଏଭଳି ରୋଗ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ମହିଳାମାନଙ୍କଠାରେ ସବୁଠାରୁ ଅଧିକ ବପଦ ସୃଷ୍ଟି କରିଥାଏ  । ତେଣୁ, ଏହି ଅଭିଯାନ ଅଧିନରେ ରକ୍ତଚାପ, ମଧୁମେହ, ରକ୍ତହୀନତା-ଯକ୍ଷ୍ମା କିମ୍ବା କର୍କଟ ଭଳି ଭୟଙ୍କର ରୋଗର ସମ୍ଭାବନା, ଏହି ସମସ୍ତ ପରୀକ୍ଷା କରାଯିବ  । ଏବଂ ସାରା ଦେଶର ମୋର ମାଆ ଏବଂ ଭଉଣୀମାନେ, ମୋର ମା' ଏବଂ ଭଉଣୀମାନେ, ଆପଣ ମୋତେ ସର୍ବଦା ବହୁତ କିଛି ଦେଇଛନ୍ତି  । ଆପଣମାନଙ୍କ ଆଶୀର୍ବାଦ ହେଉଛି ମୋର ସବୁଠାରୁ ବଡ଼ ସୁରକ୍ଷା କବଚ  । ଦେଶର କୋଟି କୋଟି ମାଆ ଏବଂ ଭଉଣୀମାନେ ମୋତେ ଆଶୀର୍ବାଦ ଦେଉଛନ୍ତି । କିନ୍ତୁ ମାଆ ଏବଂ ଭଉଣୀମାନେ, ଆଜି ୧୭ ସେପ୍ଟେମ୍ବରରେ ବିଶ୍ୱକର୍ମା ଜୟନ୍ତୀରେ ମୁଁ ଆପଣମାନଙ୍କଠାରୁ କିଛି ମାଗିବାକୁ ଆସିଛି, ମୁଁ ସାରା ଦେଶର ମାଆ ଏବଂ ଭଉଣୀମାନଙ୍କୁ ମାଗିବାକୁ ଆସିଛି  । ମାଆ ଓ ଭଉଣୀମାନେ ମୋତେ କୁହନ୍ତୁ ? ଦେବେ ନା ଦେବେ ନାହିଁ ? ଟିକେ ହାତ ଉପରକୁ ଉଠାଇ କୁହନ୍ତୁ, ସମସ୍ତଙ୍କ ହାତ ଉପରକୁ ଉଠୁଛି  । ମୁଁ ଆପଣଙ୍କୁ ବିନା ଦ୍ୱିଧାରେ ଏହି ଶିବିରକୁ ଯାଇ ଏହାର ଯାଞ୍ଚ କରିବାକୁ କହୁଛି  । ଜଣେ ପୁଅ ଭାବରେ, ଜଣେ ଭାଇ ଭାବରେ, ମୁଁ ଆପଣଙ୍କୁ ବହୁତ କିଛି ପଚାରିପାରେ, ନୁହେଁ କି ? ଆପଣମାନଙ୍କୁ ମୋର କହିବାର କଥା ହେଉଛି ଯେ ଏହି ସ୍ୱାସ୍ଥ୍ୟ ଶିବିରରେ ଏହି ସମସ୍ତ ପରୀକ୍ଷା ପାଇଁ ଆପଣଙ୍କୁ ଗୋଟିଏ ପଇସା ସୁଦ୍ଧା ନିଜ ହାତରୁ ଦେବାକୁ ପଡ଼ିବ ନାହିଁ, ସେ ଚିକିତ୍ସା ଓ ପରୀକ୍ଷା ଯେତେ ମହଙ୍ଗା ହେଉ ନା କାହିଁକି  । କୌଣସି ଶୁଳ୍କ ଲାଗୁ ହେବ ନାହିଁ । ପରୀକ୍ଷା ମଧ୍ୟ ମାଗଣା ହେବ ଏବଂ କେବଳ ସେତିକି ନୁହେଁ, ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ । ସରକାରୀ କୋଷାଗାର, ଆପଣଙ୍କ ସ୍ୱାସ୍ଥ୍ୟ ଠାରୁ ଅଧିକ ମୂଲ୍ୟବାନ ନୁହେଁ, ଏହି ରାଜକୋଷ ଆପଣଙ୍କ ପାଇଁ, ମାଆ ଏବଂ ଭଉଣୀମାନଙ୍କ ପାଇଁ  ଏବଂ ଆୟୁଷ୍ମାନ କାର୍ଡର ସୁରକ୍ଷା କବଚ ଆପଣଙ୍କୁ ପରବର୍ତ୍ତୀ ଚିକିତ୍ସାରେ ବହୁତ ସାହାଯ୍ୟ କରିବ  ।

 

ଏହି ଅଭିଯାନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ୨ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏବଂ ଜିତିବାର ସଂକଳ୍ପ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ  । ମୁଁ ପୁଣିଥରେ ଦେଶର ମାଆ-ଭଉଣୀ ଏବଂ ଝିଅମାନଙ୍କୁ ଅନୁରୋଧ କରିବି ଯେ ଆପଣ ସର୍ବଦା ନିଜ ଘର ଏବଂ ପରିବାରର ଚିନ୍ତା କରନ୍ତି  । ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କିଛି ସମୟ ନିଅନ୍ତୁ  । ଆପଣ ଅଧିକରୁ ଅଧିକ ସଂଖ୍ୟାରେ ଏହି ଶିବିରକୁ ଯିବା ଉଚିତ, ଏଥିପାଇଁ ଲକ୍ଷ ଲକ୍ଷ ଶିବିର ପ୍ରତିଷ୍ଠା ହେବାକୁ ଯାଉଛି  । ଆଜି ମଧ୍ୟ, ଲୋକମାନେ ଗୋଟିଏ କିମ୍ବା ଦୁଇଟି କ୍ୟାମ୍ପ ମଧ୍ୟରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆରମ୍ଭ କରିଦେଇଛନ୍ତି  । ଆପଣ ନିଶ୍ଚିତ ଭାବରେ ଏହି ସୂଚନା ଆପଣଙ୍କ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ ମଧ୍ୟ ଜଣାଇବେ ଏବଂ ପ୍ରତ୍ୟେକ ମାଆ ଏବଂ ଭଉଣୀଙ୍କୁ କୁହନ୍ତୁ ଯେ ମୋଦୀ ଜୀ ଧାରକୁ ଆସିଥିଲେ, ତାଙ୍କ ପୁଅ ଧାରକୁ ଆସିଥିଲେ, ତାଙ୍କ ଭାଇ ଧାର ଆସିଥିଲେ ଏବଂ ସେ ଆସି ଆମକୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କହିଥିଲେ । ସମସ୍ତଙ୍କୁ ନିଶ୍ଚିତ ଭାବରେ କହିବା ନିଶ୍ଚିତ କରନ୍ତୁ । ଆମକୁ ଏହି ସଂକଳ୍ପ ନେବାକୁ ପଡ଼ିବ ଯେ କୌଣସି ମାଆ ପଛରେ ରହି ନ ଯାଆନ୍ତୁ, କୌଣସି ଝିଅ ପଛରେ ପଡ଼ି ନ ଯାଆନ୍ତୁ ।

ସାଥୀମାନେ

ମାଆ-ଭଉଣୀ, ଝିଅମାନଙ୍କର ସ୍ୱାସ୍ଥ୍ୟ ହେଉଛି ଆମର ପ୍ରାଥମିକତା । ଗର୍ଭବତୀ ମହିଳା ଏବଂ ଝିଅମାନଙ୍କର ସଠିକ ପାଷଣ ପାଇଁ ମଧ୍ୟ ଆମ ସରକାର ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି  । ଆଜିଠାରୁ ଆମେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ଆରମ୍ଭ କରୁଛୁ । ବିକାଶଶୀଳ ଭାରତରେ ଆମକୁ ମାତୃ ମୃତ୍ୟୁ ହାର ଏବଂ ଶିଶୁ ମୃତ୍ୟୁ ହାରକୁ ଯେତେ କମ୍ କରାଯାଇ ପାରିବ, ସେତିକି ହ୍ରାସ କରିବାକୁ ପଡ଼ିବ । ଏହି ଉଦ୍ଦେଶ୍ୟ ସହିତ ଆମେ ୨୦୧୭ରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଆରମ୍ଭ କରିଥିଲୁ  । ଏହି ଯୋଜନା ଅଧୀନରେ ପ୍ରଥମ ସନ୍ତାନ ଜନ୍ମ ହେବା ପରେ ପାଞ୍ଚ ହଜାର ଟଙ୍କା ଏବଂ ଦ୍ୱିତୀୟ ଝିଅ ଜନ୍ମ ହେବା ସମୟରେ ଛଅ ହଜାର ଟଙ୍କା ସିଧାସଳଖ ପ୍ରୋତ୍ସାହନ ରାଶି  ମାଆମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଗାଇ ଦିଆଯାଉଛି  । ଏ ପର୍ଯ୍ୟନ୍ତ ସାଢ଼େ ଚାରି କୋଟି ଗର୍ଭବତୀ ମାଆଙ୍କୁ ମାତୃ ବନ୍ଦନା ଯୋଜନାର ଲାଭ ମିଳି ସାରିଛି  । ଆଉ ଏ ପର୍ଯ୍ୟନ୍ତ ୧୯ ହଜାର କୋଟିରୁ ଅଧିକ ଟଙ୍କା, କିଛି ଲୋକ ହୁଏତ ବୁଝି ପାରୁ ନ ଥିବେ ଯେ ଏହି ସଂଖ୍ୟା କ'ଣ ? ମୋ ମାଆ ଓ ଭଉଣୀମାନଙ୍କ ବ୍ୟାଙ୍କ ଖାତାରେ ୧୯ ହଜାର କୋଟିରୁ ଅଧିକ ଟଙ୍କା ପହଞ୍ଚିଛି  । ଆଜି ମଧ୍ୟ ଗୋଟିଏ କ୍ଲିକରେ ୧୫ ଲକ୍ଷରୁ ଅଧିକ ଗର୍ଭବତୀ ମା'ଙ୍କ ଜମାଖାତାକୁ ସହାୟତା ପହଞ୍ଚାଯାଇଛି । ଏହି ମାଟିରୁ ଆଜି ସେମାନଙ୍କ ଜମା ଖାତାରେ ୪୫୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି  ।

ସାଥୀଗଣ,

ଆଜି ମୁଁ ମଧ୍ୟ ପ୍ରଦେଶର ମାଟିରୁ ଆଉ ଏକ ଅଭିଯାନ ବିଷୟରେ ଆଲୋଚନା କରିବାକୁ ଚାହୁଁଛି  । ଆପଣମାନେ ଜାଣିଛନ୍ତି ଯେ ଆମର ଆଦିବାସୀ ଅଞ୍ଚଳରେ ସିକଲ ସେଲ ଆନିମିଆ ଏକ ବହୁତ ବଡ଼ ସମସ୍ୟା ହୋଇ ରହିଆସିଛି  । ଆମ ସରକାର ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ଏକ ଜାତୀୟ ମିଶନ ଚଳାଇ ଆସୁଛନ୍ତି  । ୨୦୨୩ରେ ମଧ୍ୟ ପ୍ରଦେଶର ଶାହଡୋଲଠାରୁ ଆମେ ଏହି ମିଶନର ଶୁଭାରମ୍ଭ କରିଥିଲୁ ଏବଂ ଶାହଡୋଲରେ ହିଁ ଆମେ ସିକଲ ସେଲ ସ୍କ୍ରିନିଂର ପ୍ରଥମ କାର୍ଡ ପ୍ରଦାନ କରିଥିଲୁ  । ଆଜି ମଧ୍ୟ ପ୍ରଦେଶରେ ହିଁ ୧ କ୍ରିଜ୍ ଏବଂ ଡେସିଷ୍ଟ ସିକଲ ସେଲ ସ୍କ୍ରିନିଂ କାର୍ଡ ବଣ୍ଟନ କରାଯାଇଛି  । ଯେଉଁ ଝିଅ ଏବେ ମଞ୍ଚ ଉପରକୁ ଆସିଥିଲା, ତାଙ୍କୁ ଯେଉଁ କାର୍ଡ ମିଳିଥିଲା, ତାହା ଏକ କୋଟିତମ କାର୍ଡ ଥିଲା ଏବଂ ମୁଁ ମଧ୍ୟ ପ୍ରଦେଶର କଥା କହୁଛି  । ଏହି ଅଭିଯାନ ମାଧ୍ୟମରେ ଏ ପର୍ଯ୍ୟନ୍ତ ସାରା ଦେଶରେ ୫ କୋଟିରୁ ଅଧିକ ଲୋକଙ୍କର ସ୍କ୍ରିନିଂ କରାଯାଇ ସାରିଛି  । ସିକଲ ସେଲ ସ୍କ୍ରିନିଂ ଆମର ଆଦିବାସୀ ସମାଜର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି ଏବଂ ଅନେକ ଲୋକଙ୍କୁ ଏହା ଜଣା ନଥିବ  ।

 

ସାଥୀଗଣ,

ଆମେ ଯେଉଁ କାର୍ଯ୍ୟ କରୁଛୁ, ତାହା ଆଗାମୀ ପିଢ଼ୀ ପାଇଁ ବହୁତ ବଡ଼ ଆଶୀର୍ବାଦ ହେବାକୁ ଯାଉଛି । ଯେଉଁମାନଙ୍କର ଏପର୍ଯ୍ୟନ୍ତ ଜନ୍ମ ମଧ୍ୟ ହୋଇନାହିଁ, ଆଜି ଆମେ ସେମାନଙ୍କ ପାଇଁ ମଧ୍ୟ କାର୍ଯ୍ୟ କରୁଛୁ, କାରଣ ଯଦି ବର୍ତ୍ତମାନର ପିଢ଼ି ସୁସ୍ଥ ହୁଅନ୍ତି, ତେବେ ଭବିଷ୍ୟତରେ ସେମାନଙ୍କ ପିଲାମାନେ ସୁସ୍ଥ ରହିବାର ଗ୍ୟାରେଣ୍ଟି ପାଇବେ । ମୁଁ ବିଶେଷ ଭାବରେ ଆମର ଆଦିବାସୀ ମାଆ ଏବଂ ଭଉଣୀମାନଙ୍କୁ ଅନୁରୋଧ କରିବି ଯେ ସିକଲ ସେଲ ଆନିମିଆ ପାଇଁ ସେମାନଙ୍କର ଚେକ ଅପ୍ ନିଶ୍ଚିତ ଭାବରେ କରନ୍ତୁ  ।

ସାଥୀଗଣ,

ମୋର ସଦା ସର୍ବଦା ଏହି ପ୍ରୟାସ ରହି ଆସିଛି ଯେ ମାଆ ଏବଂ ଭଉଣୀମାନଙ୍କ ଜୀବନ ସହଜ ହେଉ, ସେମାନଙ୍କର ଅସୁବିଧା କମ୍ ହେଉ । ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ନିର୍ମାଣ କରାଯାଇଥିବା କୋଟି କୋଟି ଶୌଚାଳୟ, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଦିଆଯାଇଥିବା କୋଟି କୋଟି ମାଗଣା ଗ୍ୟାସ ସଂଯୋଗ, ପ୍ରତ୍ୟେକ ଘରକୁ ଜଳ ପହଞ୍ଚାଇବା ପାଇଁ ଜଳ ଜୀବନ ମିଶନ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ଆୟୁଷ୍ମାନ ଯୋଜନା, ଏସବୁ ମାଆ ଏବଂ ଭଉଣୀମାନଙ୍କ ଜୀବନର ଅସୁବିଧା ହ୍ରାସ କରିଛି ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ କରିଛି  । ଆଉ ଏଠାରେ ଏତେ ବିପୁଳ ସଂଖ୍ୟାରେ ଭାଇମାନେ ଅଛନ୍ତି, କିନ୍ତୁ ଆପଣଙ୍କ ପରିବାରରେ ମଧ୍ୟ ମାଆ, ଭଉଣୀ ଏବଂ ଝିଅମାନେ ମଧ୍ୟ ଅଛନ୍ତି  । ମୁଁ ମୋର ଭାଇମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସେମାନେ ମୋ ସହିତ ଯୋଡ଼ି ହୁଅନ୍ତୁ ଏବଂ ମାଆ, ଭଉଣୀ ଏବଂ ଝିଅମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କରନ୍ତୁ  ।

ସାଥୀଗଣ,

ଯେତେବେଳେ ବିଶ୍ୱର ଲୋକମାନେ ପି.ଏମ. ଗରିବ କଲ୍ୟାଣ ଅନ୍ନ ଯୋଜନା ସହିତ ଜଡ଼ିତ ପରିସଂଖ୍ୟାନ କଥା ଶୁଣିଥାନ୍ତି, ସେତେବେଳେ ସେମାନଙ୍କ ଆଖିରେ ଲୁହ ଆସି ଯାଇଥାଏ  । କରୋନାର କଠିନ ସମୟରେ ମାଗଣା ରାସନର ଯୋଜନା ଗରିବ ମାଆଙ୍କ ଘରର ଚୁଲି ଜଳିବାରେ ସହାୟକ ହୋଇଥିଲା ଏବଂ ସେମାନଙ୍କୁ ବାହାରକୁ ଯିବାକୁ ଦେଇ ନଥିଲା  । ଆଜି ମଧ୍ୟ ଏହି ଯୋଜନା ଅଧୀନରେ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି  । ପି.ଏମ. ଆବାସ ଯୋଜନା ଅଧୀନରେ ଯୋଗାଇ ଦିଆଯାଇଥିବା କୋଟି କୋଟି ଘର ମଧ୍ୟରୁ ଅଧିକାଂଶ ମହିଳାଙ୍କ ନାମରେ ଅଛି  ।

 

ସାଥୀଗଣ, 

ଭଉଣୀ- ଝିଅମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଉପରେ ମଧ୍ୟ ଆମ ସରକାର ବହୁତ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ମୁଦ୍ରା ଯୋଜନାରୁ ଋଣ ନେଇ ଆମର କୋଟି କୋଟି ଭଉଣୀ ନୂତନ ବ୍ୟବସାୟ କରୁଛନ୍ତି, ନୂତନ ଉଦ୍ୟୋଗ ପ୍ରତିଷ୍ଠା କରୁଛନ୍ତି  ।

ସାଥୀଗଣ,

ଆମ ସରକାର ଗାଁରେ ରହୁଥିବା ୩ କୋଟି ଗ୍ରାମୀଣ ଭଉଣୀ, ମାଆ- ଭଉଣୀମାନଙ୍କୁ, ୩ କୋଟି ଭଉଣୀମାନଙ୍କୁ ଲକ୍ଷପତି ଦିଦି କରିବାର ଅଭିଯାନରେ ଲାଗି ପଡ଼ିଛନ୍ତି  । ଏବଂ ମୁଁ ଗର୍ବର ସହିତ କହିପାରିବି ଯେ ଏହି ଅଭିଯାନରେ ଯେଉଁ ସଫଳତା ମିଳିଛି, ଏତେ କମ୍ ସମୟ ମଧ୍ୟରେ ପ୍ରାୟ ଦୁଇ କୋଟି ଭଉଣୀ ଲକ୍ଷପତି ଦିଦି ହୋଇ ସାରିଛନ୍ତି  । ଆମେ ମହିଳାମାନଙ୍କୁ ବ୍ୟାଙ୍କ ସଖୀ, ଡ୍ରୋନ ଦିଦି କରି ଗ୍ରାମୀଣ ଅର୍ଥ ବ୍ୟବସ୍ଥାର କେନ୍ଦ୍ରକୁ ଆଣିଛୁ  । ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ଏକ ନୂତନ ବିପ୍ଳବରେ ସହଯୋଗ କରୁଛନ୍ତି  ।

ଭାଇ ଓ ଭଉଣୀମାନେ,

ବିଗତ ୧୧ ବର୍ଷ ମଧ୍ୟରେ ଗରିବଙ୍କ କଲ୍ୟାଣ, ଗରିବଙ୍କ ସେବା ଏବଂ ସେମାନଙ୍କ ଜୀବନର ଉନ୍ନତି ଆମ ସରକାରଙ୍କର ସବୁଠାରୁ ବଡ଼ ପ୍ରାଥମିକତା ହୋଇ ରହି ଆସିଛି  । ଆମର ବିଶ୍ୱାସ ଯେ ଦେଶର ଗରିବ ଯେତେବେଳେ ଦାରିଦ୍ର୍ୟ କବଳରୁ ମୁକ୍ତିଲାଭ କରିବ, ଦ୍ରୁତ ଗତିରେ ଆଗକୁ ବଢ଼ିବ, ସେତେବେଳେ ଦେଶ ଆଗକୁ ବଢ଼ିବ  । ଆମେ ଦେଖିଛୁ ଯେ ଗରିବଙ୍କ ସେବା କେବେ ବ୍ୟର୍ଥ ହୋଇଯାଇ ନଥାଏ  । ଯଦି ଗରିବଙ୍କୁ ସାମାନ୍ୟ ସହାୟତା, ସାମାନ୍ୟ ସାହାଯ୍ୟ ମିଳିଯାଏ, ତେବେ ସେମାନେ ମଧ୍ୟ ନିଜର ପରିଶ୍ରମ ଦ୍ୱାରା ସମୁଦ୍ର ପାର ହେବାର ସାହସ ସୃଷ୍ଟି କରିଥାନ୍ତି  । ଗରିବଙ୍କ ଏହି ଭାବନାକୁ, ଗରିବଙ୍କ ଭାବନାକୁ ମୁଁ ନିଜେ ବଞ୍ଚିଛି  । ତେଣୁ ଗରିବଙ୍କ ଦୁଃଖ ମୋର ନିଜର କଷ୍ଟ  । ଗରିବଙ୍କ ସେବା କରିବା ମୋ ଜୀବନର ସବୁଠାରୁ ବଡ଼ ଉଦ୍ଦେଶ୍ୟ  । ଏଥିପାଇଁ ଆମ ସରକାର ଗରିବଙ୍କୁ କେନ୍ଦ୍ରରେ ରଖି ନିରନ୍ତର ଯୋଜନା ପ୍ରସ୍ତୁତ କରୁଛନ୍ତି, ସେଗୁଡ଼ିକ ଉପରେ କାର୍ଯ୍ୟ କରୁଛନ୍ତି  ।

 

ସାଥୀଗଣ,

ଆମର ସମର୍ପଣ ଭାବରେ, ନିର୍ମଳ ହୃଦୟ ସହିତ ଆମର ନୀତିଗୁଡ଼ିକର ଫଳାଫଳ ଆଜି ବିଶ୍ୱ  ସାମ୍ନାରେ ଜଳଜଳ ହୋଇ ଦୃଶ୍ୟମାନ ହେଉଛି  । ଏଠାରେ ବସିଥିବା ପ୍ରତ୍ୟେକ ବ୍ୟକ୍ତି ଗର୍ବ କରିବେ ଯେ ଗତ ୧୧ ବର୍ଷର ନିରନ୍ତର ପରିଶ୍ରମ ଯୋଗୁଁ ଆଜି ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟ ଜୀବନରୁ ମୁକ୍ତିଲାଭ କରିବାରେ ସଫଳ ହୋଇଛନ୍ତି  । ଆମର ସମଗ୍ର ସମାଜ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି  ।

ସାଥୀଗଣ,

ଆମ ସରକାରଙ୍କର ଏହି ସମସ୍ତ ପ୍ରୟାସ କେବଳ ଯୋଜନା ନୁହେଁ ବରଂ ଏହା ଗରିବ ମାଆ- ଭଉଣୀ- ଝିଅମାନଙ୍କ ଜୀବନରେ ପରିବର୍ତ୍ତନର ହେଉଛି ମୋଦୀର ଗ୍ୟାରେଣ୍ଟି  । ଗରିବଙ୍କ ମୁହଁରେ ହସ ଫୁଟାଇବା, ମାଆ ଓ ଭଉଣୀମାନଙ୍କ ସମ୍ମାନର ରକ୍ଷା କରିବା, ଏହା ହିଁ ମୋର ପୂଜା, ଏହା ହେଉଛି ମୋର ପ୍ରତିଜ୍ଞା  ।

ସାଥୀଗଣ,

ମଧ୍ୟ ପ୍ରଦେଶରେ ମାହେଶ୍ୱରୀ ବସ୍ତ୍ରର ଏକ ପୁରାତନ ପରମ୍ପରା ଦୀର୍ଘ ଦିନରୁ ରହିଆସିଛି  । ଦେବୀ ଅହଲ୍ୟାବାଈ ହୋଲକର ମାହେଶ୍ୱରୀ ଶାଢ଼ିକୁ ଏକ ନୂତନ ଦିଗ ଦେଇଥିଲେ  । କିଛି ସମୟ ପୂର୍ବରୁ ଆମେ ଅହଲ୍ୟାବାଈ ହୋଲକର ମହାଶୟାଙ୍କର ୩୦୦ତମ ଜନ୍ମ ବାର୍ଷିକୀ ପାଳନ କଲୁ  । ଏବେ ଧାରରେ ପି.ଏମ. ମିତ୍ର ପାର୍କ ମାଧ୍ୟମରେ ଏକ ପ୍ରକାରରେ ଦେବୀ ଅହଲ୍ୟାବାଈଙ୍କ ପରମ୍ପରାକୁ ଆମେ ଆଗକୁ ବଢ଼ାଉଛୁ  । ପି.ଏମ. ମିତ୍ର ପାର୍କରେ ସୂତା, ରେଶମ ଭଳି ବୁଣା ସାମଗ୍ରୀ ସହଜରେ ଉପଲବ୍ଧ ହେବ  । ଗୁଣବତ୍ତା ଯାଞ୍ଚ ମଧ୍ୟ ସହଜ ହେବ । ବଜାରରେ ପ୍ରବେଶ ବୃଦ୍ଧି ପାଇବ । ଏଠାରେ ସୂତା କଟାଯିବ, ଏଠାରେ ଡିଜାଇନିଂ ହେବ, ପ୍ରକ୍ରିୟାକରଣ ଏହିଠାରୁ ହେବ, ରପ୍ତାନି ଏହିଠାରୁ ହେବ । ଅର୍ଥାତ୍ ବିଶ୍ୱ ବଜାରରେ ମଧ୍ୟ ଆମର ଚମକ ଦୃଶ୍ୟମାନ ହେବାକୁ ଯାଉଛି  । ଅର୍ଥାତ ବର୍ତ୍ତମାନ ବୟନ ଶିଳ୍ପର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳ ଗୋଟିଏ ସ୍ଥାନରେ ଉପଲବ୍ଧ ହେବ  । ବୟନ ଶିଳ୍ପ ପାଇଁ ଆମ ସରକାର ଯେଉଁ ୫ଏଫ ଭିଜନ ଉପରେ କାର୍ଯ୍ୟ କରୁଛନ୍ତି ତାହା ହେଉଛି ୫ଏଫ.  । ପ୍ରଥମଟି ହେଉଛି ଫାର୍ମ, ଦ୍ୱିତୀୟ ଫାଇବର, ତୃତୀୟଟି ଫ୍ୟାକ୍ଟ୍ରି, ଚତୁର୍ଥ ଫ୍ୟାଶନ ଏବଂ ଏଥିପାଇଁ ଫାର୍ମରୁ ଫାଇବର, ଫାଇବରରୁ ଫ୍ୟାକ୍ଟ୍ରି, ଫ୍ୟାକ୍ଟ୍ରିରୁ ଫ୍ୟାଶନ ଏବଂ ଫ୍ୟାଶନରୁ ବିଦେଶ ପର୍ଯ୍ୟନ୍ତ ଏହି ଯାତ୍ରା ଶୀଘ୍ର ଏବଂ ସହଜରେ ପୂରଣ ହେବ  ।

 

ସାଥୀଗଣ,

ମୋତେ ସୂଚୀତ କରାଯାଇଛି ଯେ ଧାରର ଏହି ପି.ଏମ, ମିତ୍ର ପାର୍କରେ ୮୦ରୁ ଅଧିକ ୟୁନିଟକୁ ପ୍ରାୟ ୧,୩୦୦ ଏକର ଜମି ଆବଣ୍ଟନ କରାଯାଇଛି  । ଅର୍ଥାତ ଜରୁରୀ ଭିତ୍ତିଭୂମିର କାର୍ଯ୍ୟ ଏବଂ କାରଖାନା ନିର୍ମାଣର କାର୍ଯ୍ୟ ଉଭୟ ଏକା ସହିତ ଚାଲିବ  । ଏହି ପାର୍କରେ ୩ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ  । ଏବଂ ଏହାର ବହୁତ ବଡ଼ ପ୍ରଭାବ ଲଜିଷ୍ଟିକ୍ ଖର୍ଚ୍ଚ ଉପରେ ପଡ଼ିବ, ପି.ଏମ. ମିତ୍ର ପାର୍କରୁ ସାମଗ୍ରୀ ପରିବହନ ଖର୍ଚ୍ଚ ହ୍ରାସ ପାଇବ, ଉତ୍ପାଦନର ଖର୍ଚ୍ଚ ହ୍ରାସ ପାଇବ, ଆମର ଉତ୍ପାଦ ଶସ୍ତା ହେବ ଏବଂ ବିଶ୍ୱରେ ଅଧିକ ପ୍ରତିଦ୍ୱନ୍ଦ୍ୱୀତାମୂଳକ ହେବ  । ଏଥିପାଇଁ ମୁଁ ପି. ଏମ. ମିତ୍ର ପାର୍କ ପାଇଁ ମଧ୍ୟ ପ୍ରଦେଶର ଲୋକମାନଙ୍କୁ, ବିଶେଷ କରି ମୋର କୃଷକ ଭାଇ- ଭଉଣୀମାନଙ୍କୁ, ମୋର ଯୁବଗାଷ୍ଠୀଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି  । ଆମ ସରକାର ଦେଶରେ ଆହୁରି ୬ଟି ପି.ଏମ.  ମିତ୍ର ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି  ।

ସାଥୀଗଣ, 

ଆଜି ସାରା ଦେଶରେ ବିଶ୍ୱକର୍ମା ପୂଜା ମଧ୍ୟ ପାଳନ କରାଯାଉଛି । ଏଥି ସହିତ ଏହା ମଧ୍ୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ସଫଳତାକୁ ପାଳନ କରିବାର ଏକ ଅବସର  । ମୁଁ ଦେଶର କୋଣ ଅନୁକୋଣରେ ମୋର ବିଶ୍ୱକର୍ମା ଭାଇ- ଭଉଣୀମାନଙ୍କୁ, ବଢ଼େଇ, କମାର, ବଣିଆ, କୁମ୍ଭାର, କାଷ୍ଠଶିଳ୍ପୀ, ରାଜମିସ୍ତ୍ରୀ ଭାଇ- ଭଉଣୀ, ଏମିତି ଅନେକ ଲୋକମାନଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଇବାକୁ ଚାହୁଁଛି  । ଆପଣମାନେ ହିଁ ମେକ୍ ଇନ୍ ଇଣ୍ଡିଆର ସବୁଠାରୁ ବଡ଼ ଶକ୍ତି  । ଗାଁ ହେଉ ଅବା ସହର, ଲୋକମାନଙ୍କର ଦୈନନ୍ଦିନ ଆବଶ୍ୟକତା ଆପଣମାନଙ୍କର ଉତ୍ପାଦ ଏବଂ କଳା ଦ୍ୱାରା ହିଁ ପୂରଣ ହୋଇଥାଏ  । ମୁଁ ଖୁସି ଯେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏତେ କମ୍ ସମୟ ମଧ୍ୟରେ ୩୦ ଲକ୍ଷରୁ ଅଧିକ କାରିଗର ଏବଂ ଶିଳ୍ପୀଙ୍କୁ ସାହାଯ୍ୟ କରିଛି  । ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ଦକ୍ଷତା ତାଲିମ ମିଳିଛି, ସେମାନଙ୍କୁ ଡିଜିଟାଲ ମାର୍କେଟିଂ ଏବଂ ଆଧୁନିକ ଉପକରଣ ସହିତ ଯୋଡ଼ା ଯାଇଛି । ୬ ଲକ୍ଷରୁ ଅଧିକ ବିଶ୍ୱକର୍ମା ସାଥୀଙ୍କୁ ନୂତନ ଉପକରଣ ଯୋଗାଇ ଦିଆଯାଇଛି  । ବିଶ୍ୱକର୍ମା ଭାଇ- ଭଉଣୀମାନଙ୍କ ପାଖରେ ଏପର୍ଯ୍ୟନ୍ତ ୪ ହଜାର କୋଟି ଟଙ୍କାରୁ ଅଧିକ ଋଣ ପହଞ୍ଚି ସାରିଛି  ।

 

ସାଥୀଗଣ,

ପି. ଏମ. ବିଶ୍ୱକର୍ମା ଯୋଜନାର ସବୁଠାରୁ ବଡ଼ ହିତାଧିକାରୀ ସମାଜର ସେହି ବର୍ଗଙ୍କୁ ମିଳିଛି ଯାହାକୁ ଦଶନ୍ଧି ଦଶନ୍ଧି ଧରି ଅବହେଳା କରାଯାଇଥିଲା । ଆମର ଗରିବ ବିଶ୍ୱକର୍ମା ଭାଇ ଓ ଭଉଣୀମାନଙ୍କ ପାଖରେ ଦକ୍ଷତା ଥିଲା, କିନ୍ତୁ ପୂର୍ବ ସରକାରଙ୍କ ପାଖରେ ସେମାନଙ୍କ ଦକ୍ଷତାକୁ ଆଗକୁ ଆଗେଇ ନେବା ପାଇଁ କୌଣସି ଯୋଜନା ନଥିଲା । ସେମାନଙ୍କ ଜୀବନକୁ ଉନ୍ନତ କରିବା ନିମନ୍ତେ କୌଣସି ଯୋଜନା ନଥିଲା  । ଆମେ ସେମାନଙ୍କ ପ୍ରତିଭାକୁ ସେମାନଙ୍କ ପ୍ରଗତିର ମାଧ୍ୟମ କରିବା ପାଇଁ ପଥ ଖୋଲିଲୁ । ଏଥିପାଇଁ ମୁଁ କହୁଛି- ଯେଉଁମାନେ ପଛୁଆ ଅଛନ୍ତି, ସେମାନେ ହେଉଛନ୍ତି ଆମର ପ୍ରାଥମିକତା  ।

ସାଥୀଗଣ,

ଆମର ଧାର ପୂଜ୍ୟ କୁଶାଭାଉ ଠାକରେଙ୍କ ଜନ୍ମଭୂମି ମଧ୍ୟ ଅଟେ  । ରାଷ୍ଟ୍ର ପ୍ରଥମର ଭାବନାରେ ସେ ନିଜର ସମ୍ପୂର୍ଣ୍ଣ ଜୀବନ ସମାଜ ପାଇଁ ସମର୍ପିତ କରିଥିଲେ  । ମୁଁ ଆଜି ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପର୍ଣ କରୁଛି  । ରାଷ୍ଟ୍ର ପ୍ରଥମର ଏହି ଭାବନା ଦେଶକୁ ନୂତନ ଶିଖରକୁ ନେଇଯିବାର ପ୍ରେରଣା ଅଟେ  ।

ସାଥୀଗଣ,

ଏହା ହେଉଛି ପର୍ବପର୍ବାଣୀର ସମୟ ଏବଂ ଏହି ସମୟରେ ଆପଣଙ୍କୁ ନିଜ ଜୀବନରେ ସ୍ୱଦେଶୀର ମନ୍ତ୍ରକୁ କ୍ରମାଗତ ଭାବରେ ପୁନରାବୃତ୍ତି କରିବାକୁ ପଡ଼ିବ  । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି, ୧୪୦ କୋଟି ଦେଶବାସୀଙ୍କୁ ପ୍ରାର୍ଥନା କରୁଛି ଯେ ଆପଣମାନେ ଯାହା ମଧ୍ୟ କିଣିବେ, ତାହା ଦେଶରେ ହିଁ ତିଆରି ହୋଇଥିବା ଉଚିତ  । ଆପଣ ଯାହା କିଣନ୍ତୁ, କୌଣସି ଭାରତୀୟର ଝାଳ ସେଥିରେ ବିନିଯୋଗ ହୋଇଥିବା ବାଞ୍ଛନୀୟ । ଆପଣ ଯାହା ମଧ୍ୟ କିଣନ୍ତୁ, ସେଥିରେ ମାଟିର ବାସ୍ନା ରହିବା ଉଚିତ, ଭାରତର ମାଟିର ବାସ୍ନା ରହିବା ଉଚିତ  । ଏବଂ ମୁଁ ଆଜି ମାର ବ୍ୟବସାୟୀ ଭାଇମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଆପଣ ମଧ୍ୟ ଦେଶ ପାଇଁ ମୋତେ ସାହାଯ୍ୟ କରନ୍ତୁ, ଦେଶ ପାଇଁ ମୋତେ ସମର୍ଥନ କରନ୍ତୁ ଏବଂ ମୁଁ ଦେଶ ପାଇଁ ଆପଣଙ୍କର ସାହାଯ୍ୟ ଚାହୁଁଛି, କାରଣ ମୋତେ ୨୦୪୭ ପର୍ଯ୍ୟନ୍ତ ଏକ ବିକଶିତ ଭାରତ ନିର୍ମାଣ କରିବାକୁ ହେବ ଏବଂ ଏହାର ମାର୍ଗ ଆତ୍ମନିର୍ଭର ଭାରତ ଦେଇ ଯାଇଥାଏ ଏବଂ ଏଥିପାଇଁ ମୋର ସମସ୍ତ କ୍ଷୁଦ୍ର ବ୍ୟବସାୟୀମାନେ ଯାହା କିଛି ବିକ୍ରି କରିବେ, ତାହା ଆମ ଦେଶରେ ହିଁ ତିଆରି କରିବା ଉଚିତ  । ମହାତ୍ମାଗାନ୍ଧୀ ସ୍ୱଦେଶୀକୁ ସ୍ୱାଧୀନତାର ମାଧ୍ୟମ କରିଥିଲେ  । ବର୍ତ୍ତମାନ ଆମକୁ ସ୍ୱଦେଶୀକୁ ବିକଶିତ ଭାରତର ମୂଳଦୁଆ କରିବାକୁ ପଡ଼ିବ । ଏହା କିପରି କାର୍ଯ୍ୟ କରିବ ? ଏହା ସେତେବେଳେ ହେବ ଯେତେବେଳେ ଆମ ଦେଶରେ ତିଆରି ହେଉଥିବା ପ୍ରତ୍ୟେକ ଜିନିଷ ଉପରେ ଆମେ ଗର୍ବ କରିବା  । ଆମେ ଛୋଟରୁ ଛୋଟ ଜିନିଷ କିଣିବା, ପିଲାମାନଙ୍କ ପାଇଁ ଖେଳନା କିଣିବା, ଦୀପାବଳିର ମୂର୍ତ୍ତି କିଣିବା, ଘରକୁ ସଜାଇବା ପାଇଁ ଜିନିଷ କିଣିବା, ମୋବାଇଲ, ଟିଭି, ଫ୍ରିଜ୍ ଭଳି କୌଣସି ବଡ଼ ଜିନିଷ କିଣିବା, ଆମକୁ ପ୍ରଥମେ ଦେଖିବା ଉଚିତ ଯେ ତାହା ଆମ ଦେଶରେ ତିଆରି ହେଉଛି କି ? ଏଥିରେ ମୋର ଦେଶବାସୀଙ୍କ ଝାଳର ବାସ୍ନା ଥାଉ କି ନ ହେଉ, କାରଣ ଯେତେବେଳେ ଆମେ ସ୍ୱଦେଶୀ ଦ୍ରବ୍ୟ କିଣୁ, ସେତେବେଳେ ଆମର ଅର୍ଥ ଦେଶରେ ରହିଥାଏ  । ଆମର ଟଙ୍କା ବିଦେଶ ଯିବାରୁ ଦୂରେଇ ରହୁଛି  । ସେହି ଅର୍ଥ ପୁଣି ଦେଶର ବିକାଶ ପାଇଁ ଆସିଥାଏ  । ସେହି ଟଙ୍କା ସଡ଼କ ନିର୍ମାଣ ପାଇଁ କାମରେ ଆସୁଛି, ଗାଁର ସ୍କୁଲ ନିର୍ମାଣ କରାଯାଉଛି, ଗରିବ ବିଧବାମାନଙ୍କ ପାଇଁ ସହାୟତା କରାଯାଉଛି, ପ୍ରାଥମିକ ଡାକ୍ତରଖାନା ନିର୍ମାଣ କରାଯାଉଛି, ସେହି ଅର୍ଥ ଆପଣଙ୍କ ପାଖକୁ ଯାଇ ଗରିବଙ୍କ କଲ୍ୟାଣ ପାଇଁ ଯାଉଛି  । ମୋର ମଧ୍ୟବିତ୍ତ ଭାଇ ଓ ଭଉଣୀମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ, ମୋର ମଧ୍ୟବିତ୍ତ ଯୁବକମାନଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ବହୁତ ଅର୍ଥର ଆବଶ୍ୟକତା ପଡ଼ିଥାଏ ଏବଂ ଏହି ଛୋଟ ଛୋଟ କାର୍ଯ୍ୟ  କରି ଆମେ ଏହାକୁ ପୂରଣ କରିପାରିବା  । ଯେତେବେଳେ ଆମର ଆବଶ୍ୟକୀୟ ଜିନିଷ ଦେଶରେ ନିର୍ମାଣ ହୋଇଥାଏ, ସେତେବେଳେ ସେଥିରୁ ସୃଷ୍ଟି ହେଉଥିବା ରୋଜଗାର ମଧ୍ୟ ଦେଶବାସୀଙ୍କ ନିକଟରେ ପହଞ୍ଚେ  ।

ଏଥିପାଇଁ ଏବେ ଯେତେବେଳେ ସେପ୍ଟେମ୍ବର ୨୨ ତାରିଖରୁ ନବରାତ୍ରୀର ପ୍ରଥମ ଦନରୁ ବସ୍ତୁ ଓ ସେବା କର (ଜି.ଏସ.ଟି.)ର କମ୍ ଦର ଲାଗୁ ହେବାକୁ ଯାଉଛି, ସେତେବେଳେ ଆମକୁ ସ୍ୱଦେଶୀ ଜିନିଷ କିଣି ଏହାର ଲାଭ ଉଠାଇବାକୁ ପଡ଼ିବ  । ଆମକୁ ଗୋଟିଏ ମନ୍ତ୍ର ମନେ ରଖିବାକୁ ହେବ, ଏବଂ ମୁଁ ଚାହୁଁଛି ଯେ ପ୍ରତ୍ୟେକ ଦୋକାନ ଉପରେ ଏକ ବୋର୍ଡ ଲାଗିବ ଏବଂ ମୁଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରିବି ଯେ ଆପଣମାନେ ଏହି ଅଭିଯାନ ଆରମ୍ଭ କରନ୍ତୁ, ପ୍ରତ୍ୟେକ ଦୋକାନରେ ବୋର୍ଡ ଲଗାନ୍ତୁ । ଗର୍ବର ସହିତ କୁହନ୍ତୁ ଯେ ଏହା ହେଉଛି ସ୍ୱଦେଶୀ! ଆପଣ ମୋ ସହିତ କଥା ହେବେ କି ? ଆପଣ ସମସ୍ତେ ମୋ ସହିତ କଥା ହେବେ କି? ମୁଁ ଗର୍ବର ସହିତ କହିବି, ଆପଣ କହିବେ ଯେ ଏଗୁଡ଼ିକ ସ୍ୱଦେଶୀ  । ଗର୍ବର ସହିତ କୁହନ୍ତୁ- ଏହା ସ୍ୱଦେଶୀ, ଗର୍ବର ସହିତ କୁହନ୍ତୁ- ଏହା ସ୍ୱଦେଶୀ ଅଟେ, ଗର୍ବର ସହିତ କୁହନ୍ତୁ- ଏହା ସ୍ୱଦେଶୀ ଅଟେ, ଗର୍ବର ସହିତ କୁହନ୍ତୁ- ଏହା ହେଉଛି ସ୍ୱଦେଶୀ  ।

ସାଥୀଗଣ,

ଏହି ଭାବନାର ସହିତ, ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ଏବଂ ମୁଁ ମୋର ଭାଷଣକୁ ବିରାମ ଦେଉଛି  । କୁହନ୍ତୁ- ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ!

ଆପଣଙ୍କୁ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Wed in India’ Initiative Fuels The Rise Of NRI And Expat Destination Weddings In India

Media Coverage

'Wed in India’ Initiative Fuels The Rise Of NRI And Expat Destination Weddings In India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Congratulates Indian Squash Team on World Cup Victory
December 15, 2025

Prime Minister Shri Narendra Modi today congratulated the Indian Squash Team for creating history by winning their first‑ever World Cup title at the SDAT Squash World Cup 2025.

Shri Modi lauded the exceptional performance of Joshna Chinnappa, Abhay Singh, Velavan Senthil Kumar and Anahat Singh, noting that their dedication, discipline and determination have brought immense pride to the nation. He said that this landmark achievement reflects the growing strength of Indian sports on the global stage.

The Prime Minister added that this victory will inspire countless young athletes across the country and further boost the popularity of squash among India’s youth.

Shri Modi in a post on X said:

“Congratulations to the Indian Squash Team for creating history and winning their first-ever World Cup title at SDAT Squash World Cup 2025!

Joshna Chinnappa, Abhay Singh, Velavan Senthil Kumar and Anahat Singh have displayed tremendous dedication and determination. Their success has made the entire nation proud. This win will also boost the popularity of squash among our youth.

@joshnachinappa

@abhaysinghk98

@Anahat_Singh13”