For the last four years, efforts are being made to develop Kashi in accordance with the requirements of the 21st century: PM
New Banaras - a blend of spirituality and modernity - is being developed, for a New India: PM Modi
Kashi is emerging as an important international tourist destination, says PM Modi
Work is in full swing for an Integrated Command and Control Centre, that would make Varanasi a Smart City: PM
Smart City Initiative is not just a mission to improve infrastructure in cities, but also a mission to give India a new identity: PM Modi

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, ଏଠାକାର ଶକ୍ତିଶାଳୀ, ତେଜସ୍ୱୀ, ପରିଶ୍ରମୀ, ଯଶସ୍ଵୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ବନ୍ଧୁ ଶ୍ରୀମାନ ମନୋଜ ସିହ୍ନା ମହୋଦୟ, ସଂସଦରେ ମୋର ବନ୍ଧୁ ଏବଂ ମୋର ଅନେକ ପୁରୁଣା ଦିନର ବନ୍ଧୁ ଏବଂ ପ୍ରଦେଶ ଭାରତୀୟ ଜନତା ପାର୍ଟୀ ର ଅଧ୍ୟକ୍ଷ ଶ୍ରୀମାନ ମହେନ୍ଦ୍ର ନାଥ ପାଣ୍ଡେ ମହୋଦୟ, ଜାପାନ ଦୂତାବାସର Charge-de-Affairs ଶ୍ରୀ ହିରିକା ଅସାରୀ ମହୋଦୟ ଏବଂ ବନାରସର ମୋର ଭାଇ ଓ ଭଉଣୀମାନେ ।

ମୁଁ ସର୍ବ ପ୍ରଥମେ ଆମ ଦେଶର ଗୌରବ ବଢାଇଥିବା ଜଣେ ଝିଅର ଗୌରବଗାଥା ଶୁଣାଇବାକୁ ଚାହୁଁଛି । ଆପଣମାନେ ଦେଖିଥିବେ ଯେ ଆସାମ ନବଗାଓଁ ଜିଲା ସ୍ଥିତ ଡିନଗାମ ର ଏକ ଛୋଟ ଝିଅ ହିମା ଦାସ ତାଙ୍କର ଉଚ୍ଚକୋଟୀର କ୍ରୀଡା ପ୍ରଦର୍ଶନ କରି ସମସ୍ତଙ୍କୁ ଗୌରବାନ୍ୱିତ କରିଛନ୍ତି । ଏବଂ ଯେଉଁମାନେ ଟେଲିଭିଜନରେ ଦେଖିଥିବେ … ମୁଁ ଆଜି ସ୍ୱତନ୍ତ୍ର ଭାବେ ଏକ ଟ୍ଵିଟ କରିଥିଲି । ସେହି ଷ୍ଟାଡିୟମରେ ଯେଉଁମାନେ ଭାଷ୍ୟକାର ଥିଲେ, ସେମାନଙ୍କ ପାଇଁ ମଧ୍ୟ ଏହା ଆଶ୍ଚର୍ଯ୍ୟଜନକ ଥିଲା ଯେ ବିଶ୍ୱ ଚାମ୍ପିୟନକମାନଙ୍କୁ ପଛରେ ପକାଇ ଭାରତର ଜଣେ ଝିଅ ପ୍ରତି ସେକେଣ୍ଡରେ ଆଗକୁ ଆଗକୁ ଅଗ୍ରସର ହୋଇପାରୁଛି ଏବଂ ସେ ଭାଷ୍ୟକାର ଯେଉଁଭଳି ଭାବେ ଉତ୍ସାହିତ ହୋଇ ନିଜର ଭାଷ୍ୟ ପ୍ରଦର୍ଶନ କରୁଥିଲେ, ଯେ କୌଣସି ଭାରତୀୟଙ୍କ ଛାତି ଗୌରବରେ ଭରପୂର ହୋଇଯାଉଥିଲା । ଏବଂ ପରେ ଆପଣମାନେ ଦେଖିଥିବେ ଯେ ହିମା ଦାସ ବହୁତ ବଡ କାମ କରିପାରିଥିଲେ, ଭାରତର ନାଁ ଉଜ୍ଜ୍ୱଳ କରିପାରିଥିଲେ ଏବଂ ସେ ବିଜୟ ଲାଭ କରିଛନ୍ତି ବୋଲି ଯେତେବେଳେ ନିଷ୍ପତ୍ତି ହୋଇଥିଲା ସେତେବେଳେ ସେ ତାଙ୍କ ହାତ ଉଠାଇ ତ୍ରିରଙ୍ଗାର ପ୍ରତୀକ୍ଷା କରି ଦୌଡିବାକୁ ଲାଗିଥିଲେ ଏବଂ ତ୍ରିରଙ୍ଗା ପତାକା ପାଇଁ ଅପେକ୍ଷା କରିଥିଲେ । ଏବଂ ସେ ତାଙ୍କ ମନରେ ଦୃଢତା ଥିଲା ଯେ ସେ ନିଶ୍ଚିତ ବିଜୟ ଲାଭ କରିବେ । ବିଜୟର ସହିତ ସେ ତ୍ରିରଙ୍ଗା ପତାକା ହଲାଇବା ସହିତ ତାଙ୍କ ପ୍ରଦେଶ ଆସାମର ଗାମୁଛା ଗଳାରେ ପକାଇବାକୁ ଭୂଲି ନଥିଲେ । ଏବଂ ଯେତେବେଳେ ତାଙ୍କୁ ମେଡାଲ ମିଳିଲା, ଯେତେବେଳେ ସେ ଛିଡା ହୋଇଥିଲେ, ହିନ୍ଦୁସ୍ତାନର ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡୁଥିଲା ଏବଂ ଜନ-ଗଣ-ମନ ଆରମ୍ଭ ହୋଇଥିଲା ଆପଣମାନେ ଦେଖିଥିବେ 18 ବର୍ଷୀୟ ହିମା ଦାସଙ୍କ ଆଖିରୁ ଗଙ୍ଗା-ଯମୁନା ଲୁହ ହୋଇ ବୋହିଯାଉଥିଲେ । ସେ ମା’ ଭାରତୀଙ୍କୁ ସମର୍ପିତ ଥିଲେ । ଏହି ଦୃଶ୍ୟ 125 କୋଟି ହିନ୍ଦୁସ୍ତାନୀଙ୍କୁ ଏକ ନୂତନ ପ୍ରେରଣା ଏବଂ ଉଦ୍ଦୀପନା ପ୍ରଦାନ କରୁଥିଲା । ଛୋଟିଆ ଗାଁ ର ଧାନ ଚାଷୀ ପରିବାରର ଝିଅ 18 ମାସ ପୂର୍ବରୁ ଜିଲାରେ ଖେଳୁଥିଲା, କେବେ ରାଜ୍ୟରେ ମଧ୍ୟ ଖେଳିନ ଥିଲା, ସେ ଆଜି 18 ମାସ ମଧ୍ୟରେ ଦୁନିଆରେ ହିନ୍ଦୁସ୍ତାନର ନାଁ ଉଜ୍ଜ୍ୱଳ କରିପାରିଛି । ମୁଁ ହିମା ଦାସଙ୍କ ଅନେକ ଅନେକ ଶୁଭେଚ୍ଛା ଜଣାଉଛି, ଅଶେଷ ଶୁଭକାମନା ଦେଉଛି । ଏବଂ ଆପଣମାନଙ୍କୁ ମଧ୍ୟ କହୁଛି ଯେ ତାଳି ଦେଇ ହିମା ଦାସଙ୍କୁ ଗୌରବାନ୍ୱିତ କରନ୍ତୁ । ଗୌରବଗାନ କରନ୍ତୁ ଆମର ଏହି ଝିଅ ପାଇଁ, ଆସାମର ଏହି ଝିଅ ପୂରା ଦେଶର ନାଁ ଉଜ୍ଜ୍ୱଳ କରିଛି । ଅନେକ ଅନେକ ଶୁଭକାମନା ।

ଭାଇ ଓ ଭଉଣୀମାନେ, ବାବା ଭୋଳାନାଥଙ୍କ ପ୍ରିୟ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । କିଛି ଦିନରେ କାଶୀରେ ଦେଶ ଏବଂ ଦୁନିଆରୁ ଶିବ ଭକ୍ତମାନଙ୍କର ମେଳା ଆୟୋଜିତ ହେବାକୁ ଯାଉଛି । ଏହି ଉତ୍ସବର ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି । ଭାଇ ଓ ଭଉଣୀମାନେ ଆଜି ଯେତେବେଳେ ଆମେ ଉତ୍ସବର ପ୍ରସ୍ତୁତି କରିବାରେ ନିୟୋଜିତ ସେତେବେଳେ ସର୍ବପ୍ରଥମେ ମୁଁ ସେହି ପରିବାରମାନଙ୍କ କଷ୍ଟ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି, ଯେଉଁମାନେ ବିଗତ ଦିନର ଦୁର୍ଘଟଣାରେ ନିଜ ଲୋକମାନଙ୍କୁ ହରେଇଛନ୍ତି । ବନାରସରେ ଯେଉଁ ଦୁର୍ଘଟଣା ହୋଇଥିଲା, ବହୁ ଅମୂଲ୍ୟ ଜୀବନ ନଷ୍ଟ ହୋଇଥିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ସମସ୍ତ ପ୍ରଭାବିତ ପରିବାରଜନଙ୍କ ପ୍ରତି ମୋର ସଂପୂର୍ଣ୍ଣ ସମବେଦନା ରହିଛି । ଅନ୍ୟମାନଙ୍କ କଷ୍ଟ ବାଣ୍ଟିବା, ସହଯୋଗ କରିବା ଏବଂ ସୌହାର୍ଦ୍ଦ୍ୟର ଭାବନା ହିଁ କାଶୀର ସ୍ୱତନ୍ତ୍ର ପରିଚୟ । ଭୋଳା ବାବାଙ୍କ ଭୋଳାପଣ ସମସ୍ତଙ୍କ ଦୁଃଖ-କଷ୍ଟକୁ ନିଜ ଭିତରେ ସମାହିତ କରିପାରୁଥିବା ମା’ ଗଙ୍ଗାଙ୍କ ସ୍ୱଭାବ ହିଁ ବନାରସର ପରିଚୟ । ଦେଶ ଏବଂ ଦୁନିଆରେ ବନାରସୀମାନେ ଯେଉଁଠାରେ ମଧ୍ୟ ରହିବେ, ସେମାନେ ଏହି ସଂସ୍କାରଗୁଡିକ କେବେ ମଧ୍ୟ ଭୂଲନ୍ତି ନାହିଁ । ବନ୍ଧୁଗଣ ଶହ ଶହ ବର୍ଷରୁ ବନାରସ ଏହିଭଳି ରହିଛି, ପରମ୍ପରା ସହ ଓତଃପ୍ରୋତ ଭାବେ ଜଡିତ ହୋଇ ରହିଛି । ଏହାର ପୌରାଣିକ ପରିଚୟକୁ ନୂତନ ଶିଖରରେ ପହଂଚାଇବାକୁ, କାଶୀକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁଯାୟୀ ବିକଶିତ କରିବାର ପ୍ରଚେଷ୍ଟା ବିଗତ ଚାରି ବର୍ଷରୁ ନିରନ୍ତର ଜାରୀ ରହିଛି । ନିଉ ଇଣ୍ଡିଆ ପାଇଁ ଏକ ନୂତନ ବନାରସର ନିର୍ମାଣ କରାଯାଉଛି, ଯାହାର ଆତ୍ମା ପୂରୁଣା ହୋଇଯାଇଛି, କିନ୍ତୁ କାୟାକଳ୍ପ ନୂତନ ହେବ । ଯାହାର କୋଣ ଅନୁକୋଣରେ ସଂସ୍କୃତି ଏବଂ ସଂସ୍କାର ହେବ, କିନ୍ତୁ ବ୍ୟବସ୍ଥାଗୁଡିକ ସ୍ମାର୍ଟ ବ୍ୟବସ୍ଥାରେ ଭରପୂର ହେବ । ପରିବର୍ତ୍ତିତ ବନାରସର ଏହି ଛବି ଏବେ ଚାରିଆଡେ ପରିଲକ୍ଷିତ ହେଉଛି ।

ଆଜି ଗଣମାଧ୍ୟମରେ, ସାମାଜିକ ଗଣମାଧ୍ୟମରେ କାଶୀ ର ସଡକ, ଗଳି, କନ୍ଦି, ଘାଟ ଏବଂ ପୁଷ୍କରିଣୀର ଛବି ଯିଏ ବି ଦେଖୁଛନ୍ତି ତାଙ୍କର ମନ ପ୍ରଫୁଲ୍ଲିତ ହୋଇଯାଉଛି । ମୁଣ୍ଡ ଉପରେ ଝୁଲୁଥିବା ବିଦ୍ୟୁତ ତାର ଏବେ ଦେଖିବାକୁ ମିଳୁନାହିଁ । ସଡକଗୁଡିକରେ ବିଦ୍ୟୁତ ସଂଯୋଗ କରାଯାଇ ଆଲୋକିତ କରାଯାଇଛି । ରଙ୍ଗ ବିରଙ୍ଗୀ ଆଲୋକ ମଧ୍ୟରେ ସେଚକ (ସ୍ପ୍ରିଙ୍କଲର) ର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ବନ୍ଧୁଗଣ ବିଗତ ଚାରି ବର୍ଷ ମଧ୍ୟରେ ବନାରସରେ ଦଶ ହଜାର କୋଟି ଟଙ୍କାର ପୁଂଜି ନିବେଶ ହୋଇଛି ଏବଂ ଏହା ଲଗାତାର ଜାରି ରହିବ । 2014 ପରେ ଆମ ସମ୍ମୁଖରେ ଅନେକ ଆହ୍ୱାନ ପ୍ରତୀତ ହୋଇଛି । ପୂର୍ବ ସରକାରଙ୍କଠାରୁ କାଶୀର ବିକାଶ ପାଇଁ ଆବଶ୍ୟକତା ଅନୁସାରେ ସହଯୋଗ ମଧ୍ୟ ମିଳିନଥିଲା, ସହଯୋଗ କଥା ଛାଡନ୍ତୁ ସ୍ଥାଣୁ ଥିଲା, କିନ୍ତୁ ଆପଣମାନେ ଯେବେଠାରୁ ଭାରୀ ସଂଖ୍ୟାରେ ଭୋଟ ଦେଇ ବହୁମତ ହାସିଲ କରି ବିଜେପି ସରକାରକୁ ସମର୍ଥନ ଦେଇଛନ୍ତି, ସେତେବେଳେ ସଂପୂର୍ଣ୍ଣ ଉତ୍ତରପ୍ରଦେଶରେ କାଶୀର ବିକାଶ ଦୃତ ଗତିରେ ଚାଲିଛି । ଏହି ବିକାଶ ବ୍ୟବସ୍ଥାକୁ ଜାରୀ ରଖି ଏବେ ଏବେ ମୁଁ ପାଖାପାଖି ଏକ ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡିକର ଲୋକର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ 30ରୁ ଅଧିକ ପ୍ରକଳ୍ପ ଏଠାକାର ସଡକ, ପରିବହନ, ଜଳ ଯୋଗାଣ, ସ୍ୱୀରେଜ, ରୋଷେଇ ଇନ୍ଧନ, ସ୍ୱଚ୍ଛତା ଏବଂ ଏହି ସହରର ସୌନ୍ଦର୍ଯ୍ୟକରଣ ସହିତ ସଂଶ୍ଲିଷ୍ଟ । ଏହା ବ୍ୟତୀତ ଆୟକର ଟ୍ରିବ୍ୟୁନାଲର ସର୍କିଟ ବେଞ୍ଚ ଏବଂ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ CGHS କଲ୍ୟାଣ କେନ୍ଦ୍ର ସୁବିଧା ଯୋଗୁ ଏଠାକାର ଜନସାଧାରଣଙ୍କ ଜୀବନଶୈଳୀ ସୁଖଦ ହେବାକୁ ଯାଉଛି ।

ଭାଇ ଓ ଭଉଣୀମାନେ, ବନାରସରେ ଯେଉଁ ପରିବର୍ତ୍ତନ ହେଉଛି, ତାହା ଦ୍ୱାରା ଆଖପାଖ ଗ୍ରାମାଂଚଳର ଲୋକମାନେ ଉପକୃତ ହୋଇପାରୁଛନ୍ତି । ଏହିସବୁ ଗ୍ରାମାଂଚଳରେ ପାନୀୟ ଜଳ ସଂକ୍ରାନ୍ତ ଅନେକ ଯୋଜନାର ମଧ୍ୟ ଆଜି ଲୋକାର୍ପଣ କରାଯାଇଛି । ଏଠାରେ ଯେଉଁ କୃଷକ ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇଛନ୍ତି, ମୁଁ ଆପଣମାନଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ କରିବାକୁ ଚାହୁଁଛି । ଏହି ସଭାସ୍ଥଳ ପାଖରେ କ୍ଷୟଶୀଳ ସାମଗ୍ରୀ ବୋଝେଇ (Perishable Cargo) କେନ୍ଦ୍ର ରହିଛି, ଯାହାର ଏବେ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଏହା ମୋର ସୌଭାଗ୍ୟ ଥିଲା ଯେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ମୋତେ ସୁଯୋଗ ମିଳିଥିଲା ଏବଂ ଆଜି ଲୋକର୍ପିତ କରିବାର ମଧ୍ୟ ସୁଯୋଗ ମିଳିଲା । ବନ୍ଧୁଗଣ କାର୍ଗୋ କେନ୍ଦ୍ର ଏଠାକାର କୃଷକମାନଙ୍କ ପାଇଁ ବରଦାନ ସଦୃଶ ହେବାକୁ ଯାଉଛି । ଆଳୁ, ମଟର, ଟମାଟ ଭଳି ପରିବାଗୁଡିକ ଯାହା ଅତି କମ ସମୟ ମଧ୍ୟରେ ନଷ୍ଟ ହୋଇଯାଉଥିଲା, ସେସବୁକୁ ସଂରକ୍ଷଣର ସଠିକ ବ୍ୟବସ୍ଥା ଏଠାରେ କରାଯାଇଛି । ଏବେ ଆପଣମାନଙ୍କୁ ଫଳ- ପନିପରିବା ପଚି ସଢି ଯିବାର କ୍ଷତି ସହିବାକୁ ପଡିବ ନାହିଁ । ରେଳ ଷ୍ଟେସନ ମଧ୍ୟ ବେଶୀ ଦୂରରେ ନୁହେଁ । ଏହାଦ୍ୱାରା ପନିପରିବା ଏବଂ ଫଳମୂଳ ଅନ୍ୟ ସହରକୁ ପଠାଇବା ପାଇଁ ସହଜସାଧ୍ୟ ହୋଇପାରିଛି ।

ଭାଇ ଓ ଭଉଣୀମାନେ, ପରିବହନରୁ ପରିବର୍ତ୍ତନର ଧାରାରେ ସରକାର ଦୃତ ଗତିରେ ଅଗ୍ରସର ହେଉଛନ୍ତି । ବିଶେଷରୂପେ ଦେଶର ଏହି ପୂର୍ବ କ୍ଷେତ୍ର ଉପରେ ଆମର ସବୁଠାରୁ ଅଧିକ ଗୁରୁତ୍ୱ ରହିଛି । କିଛି ସମୟ ପୂର୍ବରୁ ଆଜମଗଡରେ ଦେଶର ସବୁଠାରୁ ଦୀର୍ଘତମ ଏକ୍ସପ୍ରେସ ସଡକ ର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଏହି ଲକ୍ଷ୍ୟର ଏକ ଅଂଶବିଶେଷ ।

ବନ୍ଧୁଗଣ, କାଶୀ ନଗର ସର୍ବଦା ମୋକ୍ଷଦାୟିନୀ ଭାବେ ପରିଚିତ ଏବଂ ପୂଣ୍ୟ ଅର୍ଜନ କରିବାକୁ ଏଠାକୁ ଆସୁଥିବା ଜନସଂଖ୍ୟା ମଧ୍ୟ କିଛି କମ ନୁହେଁ । କିନ୍ତୁ ଏବେ ଜୀବନରେ ଆସୁଥିବା ସଙ୍କଟକୁ ମେଡିକାଲ ସାଇନ୍ସ ଜରିଆରେ ହ୍ରାସ କରିବାର କେନ୍ଦ୍ରରେ ମଧ୍ୟ ଏହା ପରିବର୍ତ୍ତିତ ହେଉଛି । ଆପଣଙ୍କ ସହଯୋଗ ଦ୍ୱାରା ବନାରସ ପୂର୍ବ ଭାରତର ଏକ ପ୍ରମୁଖ ଚିକିତ୍ସା କେନ୍ଦ୍ରସ୍ଥଳୀ ଭାବେ ପରିଗଣିତ ହେବାକୁ ଯାଉଛି । ଶିକ୍ଷା କ୍ଷେତ୍ରରେ ଜଣାଶୁଣା ଆମ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଆଜି ଚିକିତ୍ସା କ୍ଷେତ୍ରରେ ମଧ୍ୟ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି । ଆପଣମାନଙ୍କୁ ଜାଣି ଖୁସି ଲାଗିବ ଯେ ଏବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏମ୍ସ ସହିତ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ ଚୁକ୍ତି କରିଛି । ଏହାର ପରିଣାମ ଅତିଶୀଘ୍ର ଆପଣମାନଙ୍କୁ ଉପଲବ୍ଧି ହେବ । ଏଭଳି ସ୍ଥିତିରେ ବନାରସରେ ବସବାସ କରୁଥିବା ଜନସାଧାରଣଙ୍କ ସହିତ ଏଠାକୁ ଯିବାଆସିବା କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ସଂଯୋଗୀକରଣ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସଡକ ହେଉ କିମ୍ବା ରେଳପଥ ଅନେକ ନୂତନ ସୁବିଧା ଆଜି କାଶୀରେ ଉପଲବ୍ଧ । ଏହି ଦିଗରେ ଏଠାରେ କ୍ୟାଣ୍ଟ ରେଳ ଷ୍ଟେସନକୁ ନୂତନ ରୂପ ଦେବାପାଇଁ କାର୍ଯ୍ୟ ଚାଲିଛି । ବାରଣାସୀକୁ ଆଲ୍ଲାହାବାଦ ଏବଂ ଛାପ୍ରା ସହିତ ସଂଯୋଗ କରୁଥିବା ଗୋଟିଏ ଟ୍ରାକକୁ ଦୁଇଟି କରିବା କାର୍ଯ୍ୟ ଦୃତ ଗତିରେ ଚାଲିଛି । ବାରଣାସୀରୁ ଆରମ୍ଭ କରି ବଳିୟା ପର୍ଯ୍ୟନ୍ତ ବିଦ୍ୟୁତିକରଣର କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇସାରିଛି ଏବଂ ଆଜି ଏହି କ୍ଷେତ୍ରରେ ମେମୁ ଟ୍ରେନ ମଧ୍ୟ ଯାଇପାରୁଛି । ଏବେ ମୁଁ ସବୁଜ ପତାକା ଦେଖାଇ ସେହି ଟ୍ରେନକୁ ଯିବାକୁ ଦେଇଥିଲି । ଏବେ ପ୍ରାତଃ ଏହି ଟ୍ରେନ ଜରିଆରେ ବଳିଆ ଏବଂ ଗାଜିପୁରର ଲୋକମାନେ ଏଠାକୁ ଆସିପାରିବେ ଏବଂ ନିଜର କାର୍ଯ୍ୟ ସଂପନ୍ନ କରି ପୁଣି ଥରେ ଟ୍ରେନ ଜରିଆରେ ଫେରିଯାଇପାରିବେ । ଏବେ ଦୀର୍ଘ ପଥ ଯାତ୍ରା କରୁଥିବା ଟ୍ରେନଗୁଡିକର ଭିଡରୁ ଏଠାକାର ଲୋକମାନଙ୍କୁ ଆଶ୍ୱସ୍ତି ମିଳିବ ।

ବନ୍ଧୁଗଣ କାଶୀରେ ଭକ୍ତମାନଙ୍କୁ, ଶ୍ରଦ୍ଧାଳୁମାନଙ୍କୁ ଉତ୍ତମ ସେବା ଓ ସୁବିଧା ପ୍ରଦାନ କରିବାର ପ୍ରଚେଷ୍ଟା ମଧ୍ୟ ଜାରି ରହିଛି । ଦେଶ ଏବଂ ଦୁନିଆରୁ ବାବା ଭୋଳାଙ୍କ ଯେଉଁ ଭକ୍ତ ଅଛନ୍ତି କାଶୀ ଆସିଥାନ୍ତି, ସେମାନଙ୍କ ଯାତାୟତ ପାଇଁ ଯେପରି ଅସୁବିଧା ନ ହୁଏ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ପଂଚକୋଶୀ ମାର୍ଗକୁ ଚଉଡା କରିବା କାର୍ଯ୍ୟ ମଦ୍ୟ ଆଜିଠାରୁ ଆରମ୍ଭ ହୋଇଛି । ଏହାସହିତ କାଶୀରେ ଆସ୍ଥା ଓ ସାଂସ୍କୃତିକ ଗୁରୁତ୍ୱ ଥିବା ସ୍ଥାନଗୁଡିକୁ ସଂଯୋଗ କରୁଥିବା ପୂର୍ବରୁ ଥିବା ସଡକ ପଥଗୁଡିକ ମରାମତି କରାଯାଇଛି ଏବଂ କିଛି ସ୍ଥାନରେ ନୂତନ ଭାବେ ନିର୍ମାଣ କରାଯାଇଛି । ଏହିସବୁ ସଡକଗୁଡିକର ମଧ୍ୟ କିଛି ସମୟ ପୂର୍ବରୁ ଲୋକାର୍ପିତ କରାଯାଇଛି ।

ଭାଇ ଓ ଭଉଣୀମାନେ କାଶୀ, ପର୍ଯ୍ୟଟନର ଅନ୍ତର୍ରାଷ୍ଟ୍ରୀୟ ମାନଚିତ୍ରରେ ପ୍ରମୁଖ ଭାବେ ପରିଲକ୍ଷିତ ହେଉଛି । ଆଜି ଏଠାରେ International Convention Centre – ରୁଦ୍ରାକ୍ଷ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଦୁଇ ବର୍ଷ ପୂର୍ବେ ଜାପାନର ପ୍ରଧାନମନ୍ତ୍ରୀ ଏବଂ ମୋର ପରମ ବନ୍ଧୁ ଶ୍ରୀମାନ ସିଂଜୋ ଆବୋ ମହୋଦୟ ଯେତେବେଳେ ମୋ ସହିତ କାଶୀ ପରିଦର୍ଶନରେ ଆସିଥିଲେ ସେତେବେଳେ ସେ ଏହି ଉପହାର ଭାରତକୁ, କାଶୀବାସୀଙ୍କୁ ଦେଇଥିଲେ । ଆଗାମୀ ଦେଢରୁ ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସଂପନ୍ନ ହେବ । ଆପଣମାନେ ସମସ୍ତେ କାଶୀବାସୀଙ୍କ ତରଫରୁ, ଦେଶବାସୀମାନଙ୍କ ତରଫରୁ ମୁଁ ଏହି ଉପହାର ପାଇଁ ଜାପାନର ପ୍ରଧାନମନ୍ତ୍ରୀ ଶ୍ରୀମାନ ସିଂଜୋ ଆବେଙ୍କୁ ହୃଦୟର ସହିତ ଧନ୍ୟବାଦ ଜ୍ଞାପନ କରୁଛି ।

ବନ୍ଧୁଗଣ ମୁଁ ବେଶ୍ ଖୁସି ଯେ କେବଳ କାଶୀ ନୁହେଁ, ବରଂ ସମଗ୍ର ଉତ୍ତରପ୍ରଦେଶ ରେ ପର୍ଯ୍ୟଟନକୁ ଯୋଗୀ ମହୋଦୟ ଏବଂ ତାଙ୍କ ଟିମ ପ୍ରୋତ୍ସାହିତ କରୁଛନ୍ତି । ଏଥିପାଇଁ ସ୍ୱଚ୍ଛତା ଏବଂ ଐତିହ୍ୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦୃତ ଗତିରେ ଅଗ୍ରଗତି କରୁଛି । ଖାସକରି ସ୍ୱଚ୍ଛତା, ସ୍ୱଚ୍ଛ ଭାର ଅଭିଯାନକୁ ଯେଉଁଭଳି ଭାବେ ଆପଣମାନେ ଉତ୍ତରପ୍ରଦେଶର ଜନସାଧାରଣ ଆଗକୁ ବଢାଇଛନ୍ତି ଏହା ପ୍ରଶଂସନୀୟ । ସ୍ୱଚ୍ଛ, ସୁନ୍ଦର ଏବଂ ସୁସ୍ଥ ଭାରତ ପାଇଁ ଆପଣମାନଙ୍କର ଏହି ଯୋଗଦାନ ପ୍ରଶଂସନୀୟ । ବନ୍ଧୁଗଣ କାଶୀର ମହାନତା, ଏହାର ଐତିହାସିକତା ସୁରକ୍ଷା ଦିଗରେ ଆପଣମାନେ ଯାହା କରୁଛନ୍ତି ତାହା ଅତୁଳନୀୟ ।

କିନ୍ତୁ ଆମକୁ ଚାରି ବର୍ଷ ପୂର୍ବର ସେହି ସମୟକୁ ମଧ୍ୟ ଭୂଲିବା ଉଚିତ୍ ନୁହେଁ, ଯେତେବେଳେ ବାରଣାସୀର ବ୍ୟବସ୍ଥା ସଙ୍କଟପୂର୍ଣ୍ଣ ଥିଲା । ଚାରିଆଡେ ଆବର୍ଜନା, ଅପରିସ୍କାର, ଋଗ୍ଣ ହୋଇପଡିଥିବା ପାର୍କଗୁଡିକ, ଖାଲଖମା ସଡକ, ଆବର୍ଜନା ରେ ପୂର୍ଣ୍ଣ ସ୍ୱୀରେଜରୁ ଓଭରଫ୍ଲୋ ହେଉଥିବା ପାଣି, ଖୁଣ୍ଟରେ ଓହଳିଥିବା ବିଦ୍ୟୁତ ତାର, ଜାମରେ ପରିପୂର୍ଣ୍ଣ ସହର, ବାବଦପୂରା ବିମାନବନ୍ଦରରୁ ସହରକୁ ସଂଯୋଗ କରୁଥିବା ସେହି ରାସ୍ତାକୁ ଆପଣ ନିଶ୍ଚିତ ରୂପେ ମନେରଖିଥିବେ, ଯାହା ଉପରେ ଆପଣ ନିର୍ଭର ଥିଲେ । ଜଣାନାହିଁ କେତେ ଲୋକଙ୍କୁ ଅସୁବିଧା ହୋଇଥିବ, କେତେ ଲୋକଙ୍କୁ ଠିକ ସମୟରେ ନ ପହଂଚିବା ଫଳରେ ନିଜ ବିମାନ ଛାଡିଦେଇଥିବାର ସମସ୍ୟା ହୋଇଥିବ । ସ୍ଥିତି ଏଭଳି ଥିଲା ଯେ ଏହିସବୁ ସ୍ଥିତିଠାରୁ ଦୂରରେ ରହିବା ପାଇଁ ଲୋକମାନେ ବିମାନବନ୍ଦର ପରିବର୍ତ୍ତେ କ୍ୟାଣ୍ଟ ରେଳ ଷ୍ଟେସନ ଯାଉଥିଲେ । ଗଙ୍ଗାର ଘାଟଗୁଡିକର ସ୍ଥିତି ମଧ୍ୟ ଗମ୍ଭୀର ଥିଲା, ଯାହା ସମସ୍ତଙ୍କୁ ଜଣା । ପୂରା ସହରର ଏବଂ ଗ୍ରାମାଂଚଳର ଆବର୍ଜନା ଗଙ୍ଗା ନଦୀରେ ପ୍ରବାହିତ କରାଯାଉଥିଲା ଏବଂ ପୂର୍ବ ସରକାରଙ୍କ ସମସ୍ତ ବ୍ୟବସ୍ଥା ଏହିସବୁ ପ୍ରତି ଆଦୌ ଧ୍ୟାନ ଦେଉନଥିଲେ । ଗଙ୍ଗା ଙ୍କ ନାମରେ କେତେ ଅର୍ଥ ପାଣିରେ ପକାଯାଇଛି ଏହାର କୌଣସି ହିସାବ ନାହିଁ । ଗୋଟିଏ ପଟେ ଗଙ୍ଗା ଙ୍କ ପ୍ରବାହକୁ ସଙ୍କଟ ଥିଲା, ଗଙ୍ଗା ଜଳର ଶୁଦ୍ଧତା ଉପରେ ସଙ୍କଟ ରହିଥିଲା, ଅନ୍ୟପଟରେ ଲୋକମାନଙ୍କ ଟ୍ରେଜେରୀ ଭରପୂର ହେଉଥିଲା । ଏହିଭଳି ସ୍ଥିତିରେ ଗଙ୍ଗାଜୀଙ୍କୁ ସ୍ୱଚ୍ଛ କରିବାର ବୋଝ ଉଠାଯାଇଥିଲା । ଆଜି ମା’ ଗଙ୍ଗାଙ୍କୁ ନିର୍ମଳ କରିବାର ଅଭିଯାନ ଦୃତ ଗତିରେ ଅଗ୍ରସର ହେଉଛି । କେବଳ ବନାରସରେ ନୁହେଁ ବରଂ ଗଙ୍ଗୋତ୍ରୀ ଠାରୁ ଗଙ୍ଗା ସାଗର ପର୍ଯ୍ୟନ୍ତ ଏକାସଙ୍ଗେ ପ୍ରଚେଷ୍ଟା ଜାରି ରହିଛି । କେବଳ ସଫା ସୁତୁରା ନୁହେଁ ବରଂ ସହରର ଆବର୍ଜନା ଗଙ୍ଗାରେ ପ୍ରବାହିତ କିଭଳି ନ ହୁଏ, ଏହାର ମଧ୍ୟ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ପ୍ରାୟ 21 ହଜାର କୋଟିର 200 ରୁ ଅଧିକ ପ୍ରକଳ୍ପକୁ ସ୍ୱୀକୃତି ପ୍ରଦାନ କରାଯାଇଛି । କିଛି ସମୟ ପୂର୍ବରୁ ସ୍ୱୀରେଜ ସଂପର୍କୀତ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରାଯାଇଛି । ବନ୍ଧୁଗଣ ସରକାର ଏହା ମଧ୍ୟ ସୁନିଶ୍ଚିତ କରୁଛନ୍ତି ଯେ ଯେଉଁ ସ୍ୱୀରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ତାହା ସଠିକ ଭାବେ କାର୍ଯ୍ୟକାରୀ କରୁ କାରଣ ପୂର୍ବ ସରକାର ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିଥିଲେ କିନ୍ତୁ ସେହିସବୁ ସଠିକ ଭାବେ କାର୍ଯ୍ୟକାରୀ କରୁନଥିଲା । ଏବେ ଯେ କୌଣସି ପ୍ଲାଣ୍ଟ ନିର୍ମାଣ କରାଯାଉଛି ତାହା ସହିତ ଏହା ମଧ୍ୟ ସୁନିଶ୍ଚିତ କରାଯାଉଛି ଯେ ତାହା ଅତି କମରେ 15 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିବ । ଆମର କେବଳ ନର୍ଦ୍ଦମା ବିଶୋଧନ ପ୍ଲାଣ୍ଟ ନିର୍ମାଣରେ ଗୁରୁତ୍ଵ ଓ ସମୟ ଦିଆଯାଉଛି ତା’ନୁହଁ ବରଂ ସେଗୁଡିକୁ ଦୀର୍ଘକାଳ ଚଳାଇ ରଖିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥିରେ ଅଧିକ ସମୟ ଏବଂ ପରିଶ୍ରମର ଆବଶ୍ୟକତା ହୋଇଥାଏ କିନ୍ତୁ ଏକ ସ୍ଥାୟୀ ବ୍ୟବସ୍ଥା କରାଯାଉଛି । ଆଗାମୀ ଦିନରେ ଏହାର ପରିଣାମ ବନାରସର ଲୋକମାନଙ୍କୁ ପରିଲକ୍ଷିତ ହେବ ।

ଭାଇ ଓ ଭଉଣୀମାନେ ଯେଉଁ କାର୍ଯ୍ୟ ଆଜି ହେଉଛି ତାହା ବନାରସକୁ ‘ସ୍ମାର୍ଟ ସିଟି’ ରେ ପରିବର୍ତ୍ତିତ କରିବାକୁ ଯାଉଛି । ଏଠାରେ ସମନ୍ଵିତ କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ର ଉପରେ ଦୃତ ଗତିରେ କାର୍ଯ୍ୟ ଜାରି ରହିଛି । ପୂରା ଦେଶର ପ୍ରଶାସନ, ପବ୍ଲିକ ସୁବିଧାଗୁଡିକର ନିୟନ୍ତ୍ରଣ ଏଠାରୁ ହେବାକୁ ଯାଉଛି । ଏହିଭଳି ପ୍ରାୟ 10ଟି ପ୍ରକଳ୍ପର କାର୍ଯ୍ୟ ଆଜି କରାଯାଉଛି । ବନ୍ଧୁଗଣ ‘ସ୍ମାର୍ଟ ସିଟି’ କେବଳ ସହରଗୁଡିକର ଭିତ୍ତିଭୂମି ରେ ସଂସ୍କାର ଆଣିବାର ଅଭିଯାନ ନୁହେଁ ବରଂ ଦେଶକୁ ଏକ ନୂତନ ପରିଚୟ ପ୍ରଦାନ କରିବାର ମିଶନ । ଏହା ଯୁବ ଭାରତ ଓ ନବ ଭାରତର ପ୍ରତୀକ । ସେହିଭଳି ମେକ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆ ଅଭିଯାନ ସାଧାରଣ ଜନତାଙ୍କ ଜୀବନକୁ ସୁଗମ ଏବଂ ସରଳ କରିବାର କାର୍ଯ୍ୟ କରୁଛି । ଏଥିରେ ଆମ ଉତ୍ତରପ୍ରଦେଶ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ମୁଁ ଯୋଗୀ ମହୋଦୟ ଏବଂ ତାଙ୍କର ସଂପୂର୍ଣ୍ଣ ଟିମ କୁ ଧନ୍ୟବାଦ ଜଣାଉଛି ଯେ ଆପଣମାନେ ଯେଉଁ ଉଦ୍ୟୋଗ ନୀତି ପ୍ରସ୍ତୁତ କରିଛନ୍ତି, ପୁଂଜି ନିବେଶ ପାଇଁ ଯେଉଁ ପରିବେଶ ସୃଷ୍ଟି କରିଛନ୍ତି, ତାହାର ପରିଣାମ ଆଜି ଲୋକଲୋଚନକୁ ଆସିପାରିଛି । କିଛି ଦିନ ପୂର୍ବେ ନଏଡାରେ ସାମସଙ୍ଗ ର ଫୋନ ପ୍ରସ୍ତୁତ କରିବା କ୍ଷେତ୍ରରେ ଦୁନିଆର ସର୍ବବୃହତ କାରଖାନାର ଲୋକାର୍ପଣ କରିବାର ସୁଯୋଗ ମୋତେ ମିଳିଥିଲା । ଏହାଦ୍ୱାରା ରୋଜଗାରର ହଜାର ହଜାର ସୁଯୋଗ ମିଳିବ । ଆପଣଙ୍କୁ ଏହା ଜାଣି ଗର୍ବ ଅନୁଭବ ହେବ ଯେ ବିଗତ ଚାରି ବର୍ଷରେ ମୋବାଇଲ କାରଖାନାଗୁଡିକ, ମୋବାଇଲ ଫୋନ ପ୍ରସ୍ତୁତ କରୁଥିବା କାରଖାନାଗୁଡିକର ସଂଖ୍ୟା ଦୁଇରୁ ବୃଦ୍ଧି ପାଇ 120 ରେ ପହଂଚି ପାରିଛି, ଯେଉଁଥିରେ 50ରୁ ଅଧିକ କାରଖାନା କେବଳ ଆମ ଉତ୍ତରପ୍ରଦେଶରେ ରହିଛି । ଏହି କାରଖାନାଗୁଡିକ ଚାରି ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଆଜି ରୋଜଗାର ପ୍ରଦାନ କରୁଛି ।

ବନ୍ଧୁଗଣ, ‘ମେକ ଇନ ଇଣ୍ଡିଆ’ ସହିତ ଡିଜିଟାଲ ଇଣ୍ଡିଆ ମଧ୍ୟ ରୋଜଗାରର ପ୍ରମୁଖ ମାଧ୍ୟମ ହୋଇପାରିଛି । ଏହି କ୍ରମରେ ଆଜି ଏଠାରେ Tata Consultancy Services, TCS ର ଏକ BPO କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି କେନ୍ଦ୍ର ବନାରସର ଯୁବଗୋଷ୍ଠୀଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରିବ । ଭାଇ ଓ ଭଉଣୀମାନେ, ରୋଜଗାରର କଥା ଉଠିଲେ, ଏଠାରେ ମଧ୍ୟ ମା’ ଓ ଭଉଣୀମାନଙ୍କ ଉପରେ ସରକାର ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ସ୍ୱରୋଜଗାର ପାଇଁ ମୁଦ୍ରା ଯୋଜନା ଜରିଆରେ ବିନା ଗ୍ୟାରେଣ୍ଟୀରେ ଋଣ କିମ୍ବା ଏଲପିଜିର ବିନାମୂଲ୍ୟରେ ସିଲିଣ୍ଡର ଯୋଗାଣ ହୋଇପାରୁଛି । ଗରିବ ମା’ ଓ ଭଉଣୀମାନଙ୍କ ଜୀବନରେ ପରିବର୍ତ୍ତନ ଆସୁଛି । ସ୍ୱଚ୍ଛ ଇନ୍ଧନ ସମସ୍ତଙ୍କ ପାଖରେ ପହଂଚୁ ଏଥିପାଇଁ କାଶୀରେ ବହୁତ ବଡ ପ୍ରକଳ୍ପ ଚାଲିଛି । ଆଜି ସହରାଞ୍ଚଳ ଗ୍ୟାସ ପରିବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ ଏହାର ଏକ ଅଂଶବିଶେଷ । ଏଥିପାଇଁ ଆହ୍ଲାବାଦ ରୁ ବନାରସ ପର୍ଯ୍ୟନ୍ତ ପାଇପ ଲାଇନ ସଂଯୋଗ କରାଯାଇଛି । ମୋତେ ଖୁସି ଲାଗୁଛି ଯେ ଏ ପର୍ଯ୍ୟନ୍ତ ବନାରସରେ ଆଠ ହଜାର ଘରକୁ ପାଇପ ଲାଇନ ଜରିଆରେ ଗ୍ୟାସ ସଂଯୋଗ କରାଯାଇଛି ଏବଂ ଭବିଷ୍ୟତରେ ଏହାକୁ 40 ହଜାରରୁ ଅଧିକ ଘରେ ପହଂଚାଇବାର କାର୍ଯ୍ୟ ଚାଲିଛି । ବନ୍ଧୁଗଣ ଏହା କେବଳ ଇନ୍ଧନ ସଂପର୍କୀତ ଏକ ବ୍ୟବସ୍ଥା ନୁହେଁ ବରଂ ସଂପୂର୍ଣ୍ଣ ସହରର ପରିବେଶ ଅନୁକୂଳ ପରିବର୍ତ୍ତନ ର ଏକ ଅଭିଯାନ । ପିଏନଜି ହେଉ ଅବା ସିଏନଜି ଏହି ସଂରଚନା କ୍ଷେତ୍ର ସହରର ପ୍ରଦୂଷଣ ମାତ୍ରାକୁ ମଧ୍ୟ ହ୍ରାସ କରିବ । ଆପଣମାନେ ଚିନ୍ତା କରନ୍ତୁ ଯେ ଯେତେବେଳେ ବନାରସର ବସ, କାର ଏବଂ ଅଟୋ ସିଏନଜିରେ ଚାଲିବ ସେତେବେଳେ ଏହା ସହିତ ସଂଶ୍ଲିଷ୍ଟ ଅନେକ ଲୋକଙ୍କୁ ରୋଜଗାର ମିଳିପାରିବ ।

ବନ୍ଧୁଗଣ, ଯେତେବେଳେ ମଧ୍ୟ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରେ କିମ୍ବା କୌଣସି ହିନ୍ଦୁସ୍ତାନୀ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥାନ୍ତି ଏବଂ ଯେଉଁଠାରେ ମଧ୍ୟ ସୁଯୋଗ ମିଳିଥାଏ, ମୁଁ ଲଗାତାର ଦେଖିବାକୁ ପାଉଛି ଯେ ଜାପାନର ପ୍ରଧାନମନ୍ତ୍ରୀ ମୋର ମିତ୍ର, ଯିଏ ମଧ୍ୟ ଦେଖାହେଲେ ତାଙ୍କୁ କାଶୀର ଯେଉଁ ଅନୁଭୂତି, କାଶୀର ଲୋକମାନଙ୍କ ସ୍ୱାଗତ ସମାରୋହ, ସେଗୁଡିକ ବାରମ୍ବାର ଦୋହରାଉଛନ୍ତି । ବିଗତ ଦିନରେ ଫ୍ରାନ୍ସର ରାଷ୍ଟ୍ରପତି ମୋ ସହିତ ଏଠାକୁ ଆସିଥିଲେ ଏବଂ ଏବେ କାଶୀବାସୀ ଯେଉଁଭଳି ଭାବେ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସମ୍ମାନ କରିଥିଲେ, ଗୌରବଗାନ କରିଥିଲେ, ପୂରା ଫ୍ରାନ୍ସ ଆଜି ଗୌରବର ସହିତ ସେହିସବୁ କଥାକୁ ମନେପକାଉଛି । ଫ୍ରାନ୍ସର ରାଷ୍ଟ୍ରପତି ଏହାକୁ ମନେପକାଉଛନ୍ତି । ଏହା କାଶୀ ର ପରମ୍ପରା ରହିଛି, ଏହା କାଶୀର ସ୍ନେହ । କାଶୀ ଦୁନିଆସାରା ନିଜର ସୁଗନ୍ଧ ବିକଶିତ କରିଚାଲିଛି । କାଶୀର ଶ୍ରଦ୍ଧା, ସ୍ନେହ ଅତୁଳନୀୟ । ମୋର କାଶୀର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ପୁନର୍ବାର ଏକ ବହୁତ ବଡ ସୁଯୋଗ, କାଶୀ ର ଶ୍ରଦ୍ଧା, ସ୍ନେହ ଏବଂ ଅତିଥି ଚର୍ଚ୍ଚା ପାଇଁ ଆଉ ଏକ ସୁଯୋଗ ମିଳିବ । ଆପଣମାନେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତି କରିବେ? ଧୂମଧାମ ସ୍ୱାଗତ କରିବେ ? କାଶୀର ନାଁ ଉଜ୍ଜ୍ୱଳ କରିବେ? ପ୍ରତିଟି ଅତିଥିଙ୍କର ଗୌରବଗାନ କରିବେ? ନିଶ୍ଚିତ କରିବେ? ନିଶ୍ଚିତ, ପ୍ରତିଜ୍ଞା କରନ୍ତୁ । ଦେଖନ୍ତୁ ଜାନୁଆରୀ 21 ରୁ 23 ପର୍ଯ୍ୟନ୍ତ କାଶୀରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ । ଦୁନିଆର ବିଭିନ୍ନ ସ୍ଥାନରୁ ଭାରତୀୟ ଏହି ପ୍ରବାସୀ ଭାରତୀୟ ଦିବସରେ ଆସିବେ । ଦୁନିଆରେ ଯେଉଁଠି ଭାରତୀୟ ଉଦ୍ୟୋଗପତି ଅଛନ୍ତି, ରାଜନୀତିରେ ଅଛନ୍ତି, ସରକାରରେ ଅଛନ୍ତି, ସେହିସବୁ ଲୋକମାନେ ଏକାସଙ୍ଗେ 21 ରୁ 23ଜାନୁଆରୀ ମଧ୍ୟରେ କାଶୀ ପହଂଚିବେ । କିଛି ଲୋକ ଏଭଳି ମଧ୍ୟ ଆସିବେ, ଯେଉଁମାନଙ୍କ ପୂର୍ବଜ ତିନି କିମ୍ବା ଚାରି କିମ୍ବା ପାଂଚ ପିଢି ପୂର୍ବରୁ ବିଦେଶ ପଳାଇଥିଲେ, ଏହାପରେ କେବେ ମଧ୍ୟ ଫେରିନଥିଲେ, ସେହିଭଳି ଲୋକମାନଙ୍କ ସନ୍ତାନ ମଧ୍ୟ ପ୍ରଥମ ଥର ପାଇଁ ଏହି ମାଟିର ଦର୍ଶନ କରିବା ପାଇଁ ଆସିବାର ଅଛି । ମୋତେ କୁହନ୍ତୁ ଯେ ଏତେ ବଡ ଘଟଣା କାଶୀ ପାଇଁ ଗୌରବର ବିଷୟ କି ନୁହେଁ ? ଏହି ଲୋକମାନଙ୍କ ସ୍ୱାଗତ କରିବା ପାଇଁ ଆମକୁ ପ୍ରସ୍ତୁତି କରିବାର ଅଛି କି ନାହିଁ । ଏହିସବୁ ଲୋକମାନଙ୍କ ସ୍ୱାଗତ କରିବା ପାଇଁ ଘରେ ଘରେ ଅତିଥି ଚର୍ଚ୍ଚାର ପରିବେଶ ହେବାର ଆବଶ୍ୟକତା ରହିଛି କି ନାହିଁ? ପୂରା ଦୁନିଆରେ କାଶୀର ପ୍ରଶଂସା ହେବାର ଆବଶ୍ୟକତା ରହିଛି କି ନାହିଁ? ଏବେଠାରୁ ପ୍ରସ୍ତୁତିରେ ଲାଗିପଡନ୍ତୁ ଏବଂ 21 ରୁ 23 ଏଠାରେ ରହିବେ ଏବଂ ଦୁନିଆର ସମସ୍ତ ପ୍ରାନ୍ତରୁ ଆସିଥିବା ଅତିଥିମାନେ 24 ତାରିଖରେ ପ୍ରୟାଗରାଜ କୁମ୍ଭ ଦର୍ଶନ ପାଇଁ ଯିବେ ଏବଂ 26 ଜାନୁଆରୀରେ ଦିଲ୍ଲୀ ପହଂଚିବେ । ମୋର, ମୋ କାଶୀବାସୀଙ୍କଠାରୁ ଅତିଥି ଚର୍ଚ୍ଚା ପାଇଁ ବହୁତ ବଡ ଆଶା ରହିଛି । ଏବଂ ମୁଁ ମଧ୍ୟ ଜଣେ କାଶୀବାସୀ ଭାବେ ଆପଣଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଜାନୁୟାରୀ 21 ତାରିଖରେ ଆପଣମାନଙ୍କ ସହିତ ରହିବି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୂରା ବିଶ୍ୱରୁ ଭାରତର ଲୋକମାନେ ଆସୁଛନ୍ତି । ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଘଟଣା ଏବଂ ଏଥିପାଇଁ ଆପଣମାନେ ସମସ୍ତେ ତାଙ୍କ ସ୍ୱାଗତ କରିବାର ପ୍ରସ୍ତୁତି କରିବା ପାଇଁ ନିମନ୍ତ୍ରଣ କରୁଛି ।

ମୋ’ କାଶୀର ଭାଇ ଓ ଭଉଣୀମାନେ ଆଜି ମୋତେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ମିଳିଲା । ଆଜି ଅନେକ ପ୍ରକଳ୍ପ ଲୋକାର୍ପିତ କରିବାର, ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୁଯୋଗ ଆପଣମାନଙ୍କୁ ମିଳିଲା । ଆପଣଙ୍କ ସାଂସଦ ଭାବେ ମୁଁ, ଏହା ମୋର ଦାୟିତ୍ୱ ଯେ ମୁଁ ଆପଣମାନଙ୍କର ଯେତେ କାମରେ ଲାଗିପାରିବି, ଯେତେ ପରିଶ୍ରମ ଆପଣମାନଙ୍କ ପାଇଁ କରିବି, ମୁଁ କରୁଛି, କରିଚାଲିଥିବି । ମୁଁ ପୁଣି ଆଉଥରେ ମୋର କାଶୀବାସୀଙ୍କୁ ହୃଦୟର ସହ ଅଭିନନ୍ଦନ ଜଣାଉଛି । ମୋର ସହିତ ଜୋରରେ କୁହନ୍ତୁ- ହର ହର ମହାଦେବ । ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।