ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୫ତମ ଜନ୍ମ ଦିନ ଅବସରରେ ଶୁଭେଚ୍ଛା ପାଇଁ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “୧୪୦ କୋଟି ଦେଶବାସୀଙ୍କ ସ୍ନେହ ଓ ସହଯୋଗରେ ଦୃଢ଼, ଦକ୍ଷ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆମେ ସର୍ବଦା ଉତ୍ସର୍ଗୀତ ରହିବୁ । ଏହି ଦିଗରେ ଆପଣଙ୍କ ଦୂରଦୃଷ୍ଟି ଓ ଭାବନା ଆମ ପାଇଁ ସର୍ବଦା ପ୍ରେରଣାଦାୟକ ।”
ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମାନନୀୟ ରାଷ୍ଟ୍ରପତିଜୀ @rashtrapatibhvn ଆପଣଙ୍କ ଶୁଭକାମନା ପାଇଁ ବହୁତ ବହୁତ ଧନ୍ୟବାଦ ଏବଂ କୃତଜ୍ଞତା । ୧୪୦ କୋଟି ଦେଶବାସୀଙ୍କ ସ୍ନେହ ଏବଂ ସହଯୋଗରେ ଆମେ ସଶକ୍ତ, ସମର୍ଥ ଏବଂ ସ୍ୱାବଲମ୍ବୀ ଭାରତବର୍ଷର ନିର୍ମାଣ ପାଇଁ ସର୍ବଦା ସମର୍ପିତ ରହିବୁ । ଏହି ଦିଗରେ ଆପଣଙ୍କ ଦୂରଦୃଷ୍ଟି ଏବଂ ବିଚାର ବହୁତ ପ୍ରେରଣାଦାୟୀ ।”
आपकी शुभकामनाओं के लिए बहुत-बहुत धन्यवाद और आभार माननीय @rashtrapatibhvn जी। 140 करोड़ देशवासियों के स्नेह और सहयोग से हम सशक्त, समर्थ और स्वावलंबी भारतवर्ष के निर्माण के लिए सदैव समर्पित रहेंगे। इस दिशा में आपके विजन और विचार हमारे लिए बहुत प्रेरणादायी हैं। https://t.co/xggt5teUg0
— Narendra Modi (@narendramodi) September 17, 2025


