ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହର ଘର ତିରଙ୍ଗା ପାଳନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଦେଶବାସୀଙ୍କୁ ନିଜ ସାମାଜିକ ଗଣମାଧ୍ୟମ ଡିପିଗୁଡିକୁ ତ୍ରିରଙ୍ଗାରେ ପରିବର୍ତ୍ତିତ କରିବାକୁ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଜି ସ୍ୱତନ୍ତ୍ର ଅଗଷ୍ଟ ୨! ଆମେ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବା ବେଳେ ଆମ ଦେଶ ତ୍ରିରଙ୍ଗା #HarGharTiranga ଜନ ଆନ୍ଦୋଳନ ଭାବେ ପାଳନ କରିବ । ମୁଁ ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାଗୁଡିକର ଡିପି ବଦଳାଇ ଦେଇଛି ଓ ଆପଣମାନଙ୍କୁ ମଧ୍ୟ ସେପରି କରିବାକୁ ଆହ୍ୱାନ ଦେଉଛି ।”
It is a special 2nd August today! At a time when we are marking Azadi Ka Amrit Mahotsav, our nation is all set for #HarGharTiranga, a collective movement to celebrate our Tricolour. I have changed the DP on my social media pages and urge you all to do the same. pic.twitter.com/y9ljGmtZMk
— Narendra Modi (@narendramodi) August 2, 2022


