- ବାଂସୱାଡାରେ ୧,୨୨,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
-ଶକ୍ତି କ୍ଷେତ୍ର ପ୍ରକଳ୍ପଗୁଡ଼ିକରେ ୯୧,୭୭୦ କୋଟି ଟଙ୍କାର ସ୍ୱଚ୍ଛ ଶକ୍ତି ଓ ସରବରାହ ପ୍ରକଳ୍ପ ରହିଛି
-ପରମାଣୁ ଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ମାହୀ ବାଂସୱାଡା ରାଜସ୍ଥାନ ପରମାଣୁ ଶକ୍ତି ପ୍ରକଳ୍ପର ଶିଳାନ୍ୟାସ କରିବେ
-ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ପାଇଁ ୧୬,୦୫୦ କୋଟି ଟଙ୍କାର ପିଏମ କୁସୁମ ପ୍ରକଳ୍ପର ଉଦଘାଟନ କରିବେ
-ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ତିନୋଟି ଟ୍ରେନର ଶୁଭାରମ୍ଭ କରିବେ, ଏହାଦ୍ୱାରା ରାଜ୍ୟ ଓ ଉତ୍ତର ଭାରତ ମଧ୍ୟରେ ସମ୍ପର୍କରେ ଉଲ୍ଲେଖନୀୟ ସୁଧାର ହେବ
-ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ସରକାରୀ ବିଭାଗ ଓ ବିଭିନ୍ନ ସଂସ୍ଥାନରେ ନବନିଯୁକ୍ତ ଯୁବାଙ୍କୁ ୧୫ ହଜାରରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ
-ପ୍ରଧାନମନ୍ତ୍ରୀ ଗ୍ରେଟର ନୋଏଡ଼ାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ ଶୋ - ୨୦୨୫କୁ ଉଦଘାଟନ କରିବେ
-ବାଣିଜ୍ୟ ଶୋ: ଅଲଟିମେଟ ସୋର୍ସିଙ୍ଗ ବିଗିନସ୍ ହିୟର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ରେ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିବେ। ସକାଳ ପ୍ରାୟ ୯ଟା ୩୦ରେ ସେ ଗ୍ରେଟର ନୋଏଡ଼ାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ-ଶୋ ୨୦୨୫କୁ ଉଦଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ଏହାପରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଗସ୍ତରେ ଯିବେ ଏବଂ ୧,୨୨,୧୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ଦ୍ୱିପ୍ରହ ପ୍ରାୟ ୧ଟା ୪୫ରେ ବାଂସୱାଡ଼ାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ସେ ପ୍ରଧାନମନ୍ତ୍ରୀ କୁସୁମ ହିତାଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିବେ।

ଉତ୍ତର ପ୍ରଦେଶରେ ପ୍ରଧାନମନ୍ତ୍ରୀ

ମେକ୍ ଇନ୍ ଇଣ୍ଡିଆ, ଭୋକାଲ ଫର ଲୋକାଲ ଏବଂ ଆତ୍ମନିର୍ଭର ଭାରତ ପ୍ରତି ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଗୌତମବୁଦ୍ଧ ନଗର ଜିଲ୍ଲାର ଗ୍ରେଟର ନୋଏଡ଼ାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ ଶୋ-୨୦୨୫ (ୟୁପିଆଇଟିଏସ୍-୨୦୨୫)କୁ ଉଦଘାଟନ କରିବେ । 

‘ପରମ ସ୍ରୋତ ଏହିଠାରୁ ଆରମ୍ଭ’ ଶୀର୍ଷକ ଏହି ବାଣିଜ୍ୟ ମେଳା ସେପ୍ଟେମ୍ବର ୨୫ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ରହିବ: ନବସୃଜନ, ସମନ୍ୱୟ ଏବଂ ଅନ୍ତର୍ଜାତୀୟକରଣ । ଏକ ତ୍ରିମୁଖୀ କ୍ରେତା ରଣନୀତି ଆନ୍ତର୍ଜାତିକ କ୍ରେତା, ଘରୋଇ ବ୍ୟବସାୟ ରୁ ବ୍ୟବସାୟ (B2B) କ୍ରେତା ଏବଂ ଘରୋଇ ବ୍ୟବସାୟ ରୁ ଉପଭୋକ୍ତା (B2C) କ୍ରେତାଙ୍କୁ ଟାର୍ଗେଟ କରିବ, ଯାହାକି ରପ୍ତାନିକାରୀ, କ୍ଷୁଦ୍ର ବ୍ୟବସାୟ ଏବଂ ଗ୍ରାହକଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବ।

ୟୁପିଆଇଟିଏସ୍-୨୦୨୫ ରାଜ୍ୟର ବିବିଧ ଶିଳ୍ପ ପରମ୍ପରା, ଆଧୁନିକ ଉଦ୍ୟୋଗ, ସଶକ୍ତ ଏମଏସଏମଇ ଏବଂ ଅଭୁ୍ୟତଥିତ ଉଦ୍ୟୋଗୀଙ୍କୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରିବ । ଏଥିରେ ହସ୍ତଶିଳ୍ପ, ପୋଷାକ, ଚମଡ଼ା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଇଲେକ୍ଟ୍ରୋନିକ୍ସ, ଆୟୁଷ ଆଦି ପ୍ରମୁଖ କ୍ଷେତ୍ରର ପ୍ରତିନିଧିତ୍ୱ ଶୋଭା ପାଇବ । ଏଥିରେ ଉତ୍ତର ପ୍ରଦେଶର ସମୃଦ୍ଧ କଳା, ସଂସ୍କୃତି ଏବଂ ଖାଦ୍ୟକୁ ମଧ୍ୟ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଯିବ ।

ରୁଷ ଏକ ଭାଗିଦାରୀ ଦେଶ ଭାବେ ଅଂଶଗ୍ରହଣ କରିବ । ଯେଉଁଥିରେ ଦ୍ୱିପାକ୍ଷିକ ବ୍ୟାପାର, ପ୍ରଯୁକ୍ତିବିଦ୍ୟା ବିନିମୟ ଏବଂ ଦୀର୍ଘକାଳୀନ ସହଯୋଗ ପାଇଁ ନୂତନ ପଥ ଖୋଲିବ ଏବଂ ରଣନୀତିକ ମହତ୍ତ୍ୱ ବୃଦ୍ଧି ପାଇବ । ଏହି ବାଣିଜ୍ୟ ମେଳାରେ ୨,୪୦୦ ରୁ ଅଧିକ ପ୍ରଦର୍ଶକ, ୧,୨୫,୦୦୦ B2B ପରିଦର୍ଶକ ଏବଂ ୪,୫୦୦୦ B2C ପରିଦର୍ଶକ ଅଂଶ ଗ୍ରହଣ କରିବେ ।

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ବାଂସୱାଡାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧,୨୨,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂକଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ସମସ୍ତଙ୍କ ପାଇଁ ଶସ୍ତା, ବିଶ୍ୱସନୀୟ ଏବଂ ସ୍ଥିର ବିଜୁଳି ଯୋଗାଣ ନିଶ୍ଚିତ କରିବାକୁ ଭାରତରେ ବିଜୁଳି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଅଣୁଶକ୍ତି ବିଦୁ୍ୟତ ନିଗମ ଲିମିଟେଡ (ଅଶ୍ୱିନୀ) ମାହୀ ବାଂଶୱାଡା ରାଜସ୍ଥାନ ପରମାଣୁ ଶକ୍ତି ପ୍ରକଳ୍ପ (4X700 MW)ର ଶିଳାନ୍ୟାସ କରିବେ । ପ୍ରାୟ ୪୨ ହଜାର କୋଟି ଟଙ୍କା ଖର୍ଚ୍ଚରେ ଏହା ନିର୍ମାଣ ହେବ । ଏହା ଦେଶର ସବୁଠାରୁ ବଡ଼ ପରମାଣୁ ପ୍ଲାଣ୍ଟ ମଧ୍ୟରୁ ଅନ୍ୟତମ ହେବ, ଯାହାକି ବିଶ୍ୱସନୀୟତା ଆଧାରରେ ଶକ୍ତି ଯୋଗାଣ କରିବ  ଏବଂ ପର୍ଯ୍ୟାବରଣ ସଂରକ୍ଷଣ ଏବଂ ବିକଶିତ ପରମାଣୁ ଶକ୍ତି ପରିଦୃଶ୍ୟରେ ଭାରତର ସ୍ଥିତିକୁ ମଜବୁତ୍ କରିବ । ଆତ୍ମନିର୍ଭର ଭାରତର ଭାବନାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମାହୀ ବାଂଶୱାଡା ରାଜସ୍ଥାନ ପରମାଣୁ ପ୍ରକଳ୍ପରେ ଏନପିସିଆଇଏଲ ଦ୍ୱାରା ଡିଜାଇନ ଏବଂ ବିକଶିତ ଉନ୍ନତ ସୁରକ୍ଷା ସୁବିଧା ସହିତ ୪ଟି ସ୍ୱଦେଶୀ ୭୦୦ ମେଗାୱାଟ ପ୍ରେସରଯୁକ୍ତ ଭାରୀଜଳ ରିଆକ୍ଟର ସାମିଲ ରହିଛି । ଏହା ଭାରତର ବ୍ୟାପକ ‘ଫ୍ଲିଟ ମୋଡ’ ପଦକ୍ଷେପର ଅଂଶବିଶେଷ, ଯେଉଁଥିରେ ସମାନ ଡିଜାଇନ ଏବଂ ଅଧିଗ୍ରହଣ ଯୋଜନାରେ ୧୦ଟି ସମାନ ଧରଣର ୭୦୦ ମେଗାୱାଟ ରିଆକ୍ଟର ଦେଶବ୍ୟାପୀ ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ କମ୍ ଖର୍ଚ୍ଚ, ଶୀଘ୍ର ମୁତୟନ ଏବଂ ଏକତ୍ରିତ କାର୍ଯ୍ୟାନ୍ୱୟନ କୌଶଳ ଆଣିବ ।

ଭାରତର ସ୍ୱଚ୍ଛ ଶକ୍ତି ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ପ୍ରାୟ ୧୯,୨୧୦ କୋଟି ଟଙ୍କାର ସବୁଜ ଶକ୍ତି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ସେ ଫାଲୋଡି, ଜୟସାଲମେର, ଜାଲୋର, ସିକର ଆଦି ସ୍ଥାନରେ ସୌର ପ୍ରକଳ୍ପର ଉଦଘାଟନ କରିବେ । ଏଥିସହ ସେ ବିକାନିରରେ ମଧ୍ୟ ସୌର ପ୍ରକଳ୍ପର ଶିଳାନ୍ୟାସ କରିବେ । ଆନ୍ଧ୍ରପ୍ରଦେଶର ରାମଗିରିରେ ଏକ ସୌର ପାର୍କ ନିର୍ମାଣ ପାଇଁ ମଧ୍ୟ ସେ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡ଼ିକ ଭାରତର ସ୍ୱଚ୍ଛ ଶକ୍ତି କ୍ଷମତାରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବ, ଯାହାଦ୍ୱାରା ଲକ୍ଷାଧିକ ଟନ କାର୍ବନ ଡାଇଅକ୍ସାଇଡ ନିର୍ଗମନ ରୋକାଯିବା ସହ ପର୍ଯ୍ୟାପ୍ତ ମାତ୍ରାରେ ସବୁଜ ଶକ୍ତି ଉତ୍ପାଦନ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ନବୀକରଣୀୟ ଶକ୍ତି କ୍ଷେତ୍ର (ଆରଇଜେଡ୍) ପଦକ୍ଷେପ ସ୍ୱରୂପ ୧୩,୧୮୦ କୋଟିରୁ ଅଧିକ ଖର୍ଚ୍ଚରେ ହେବାକୁ ଥିବା ତିନୋଟି ବିଦୁ୍ୟତ ସରବରାହ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ୨୦୩୦ ମସିହା ସୁଦ୍ଧା ୮ଟି ରାଜ୍ୟରେ ୧୮୧.୫ ଗିଗାୱାଟ ନବୀକରଣୀୟ ଶକ୍ତି କ୍ଷମତାର ବିକଶିତ କରିବା । ଏହି ନବୀକରଣୀୟ ଶକ୍ତିକୁ ଲୋଡ ସେଣ୍ଟର ପର୍ଯ୍ୟନ୍ତ ସୁରକ୍ଷିତ ବିତରଣ ସୁନିଶ୍ଚିତ କରିବା ସହ ଗ୍ରୀଡର ସ୍ଥିରତା ବଢ଼ାଇବା ପାଇଁ ପାୱାର ଗ୍ରୀଡ ରାଜସ୍ଥାନ ଆରଇଜେଡ ପାଇଁ ପ୍ରମୁଖ ସରବରାହ ବ୍ୟବସ୍ଥା ଲାଗୁ କରୁଛି ।

ଏଥିରେ ରାଜସ୍ଥାନର ବେୱାର ଠାରୁ ମଧ୍ୟପ୍ରଦେଶର ମଣ୍ଡସୁର ପର୍ଯ୍ୟନ୍ତ ୭୬୫ କେଭି ସରବରାହ ଲାଇନ ଏବଂ ଏହା ସମ୍ବନ୍ଧିତ ସବଷ୍ଟେସନର ବିସ୍ତାର , ରାଜସ୍ତାନର ସିରୋହୀରୁ ମଣ୍ଡସୁର ଏବଂ ମଧ୍ୟପ୍ରଦେଶର ଖଣ୍ଡୱା ପର୍ଯ୍ୟନ୍ତ, ସିରୋହୀ ସବଷ୍ଟେସନର ରୂପାନ୍ତରଣ କ୍ଷମତା ବୃଦ୍ଧି ଏବଂ ମଣ୍ଡସୁର ଓ ଖଣ୍ଡୱା ସବଷ୍ଟେସନର ବିସ୍ତାର, ଏବଂ ରାଜସ୍ଥାନର ବିକାନେରରୁ ହରିଆନାର ସିୱାନୀ ଏବଂ ଫତେହାବାଦ ଏବଂ ଆଗକୁ ପଞ୍ଜାବର ପଟରାନ ପର୍ଯ୍ୟନ୍ତ ୭୬୫ କେଭି ଓ ୪୦୦ କେଭି ସରବରାହ ଲାଇନ, ଏଥିସହ ବିକାନେରରେ ସବଷ୍ଟେସନର ପ୍ରତିଷ୍ଠା ଏବଂ ସିୱାନୀ ସବଷ୍ଟେସନର ବିସ୍ତାର ସାମିଲ ରହିଛି । ମୋଟ ଉପରେ ଏହି ପ୍ରକଳ୍ପ ଗୁଡ଼ିକ ୧୫.୫ ଗିଗାୱାଟ ସବୁଜ ଶକ୍ତି ରାଜସ୍ଥାନର ଉତ୍ପାଦନ କେନ୍ଦ୍ରରୁ ବିନାବାଧାରେ ଦେଶବ୍ୟାପୀ ହିତାଧିକାରୀ ରାଜ୍ୟ ଗୁଡ଼ିକର ଡିମାଣ୍ଡ ସେଣ୍ଟର ପର୍ଯ୍ୟନ୍ତ ପହଞ୍ଚାଇପାରିବ ।

ପ୍ରଧାନମନ୍ତ୍ରୀ ଜୟସାଲମେର ଓ ବିକାନେରରେ ତିନୋଟି ଗ୍ରୀଡ଼ ସବଷ୍ଟେସନ (ଜିଏସଏସ)ର ଶିଳାନ୍ୟାସ କରିବେ ଯେଉଁଥିରେ ୨୨୦ କେଭି ଏବଂ ଏଥିସହ ଜଡ଼ିତ ଲାଇନ ଗୁଡ଼ିକ ସାମିଲ ଅଛି । ସେ ମଧ୍ୟ ବାଡ଼ମେର ଜିଲ୍ଲାର ଶିବରେ ୨୨୦ କେଭି ଜିଏସଏସର ଉଦଘାଟନ କରିବେ । ୪୯୦ କୋଟିରୁ ଅଧିକ ମୂଲ୍ୟର ଏହି ପ୍ରକଳ୍ପ ଅଞ୍ଚଳରେ ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

କୃଷକଙ୍କୁ ସଶକ୍ତି କରିବା ଦିଗରେ ପ୍ରତିବଦ୍ଧତା ସ୍ୱରୂପ ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ପିଏମ-କୁସୁମ (ପ୍ରଧାନମନ୍ତ୍ରୀ କୃଷକ ଶକ୍ତି ସୁରକ୍ଷା ଏବଂ ଉତଥାନ ମହାଭିଯାନ) ଯୋଜନା (Component C) ଅନ୍ତର୍ଗତ ୧୬,୦୫୦ କୋଟିରୁ ଅଧିକ ଟଙ୍କାର ୩୫୧୭ ମୋଗୱାଟର ଫିଡରସ୍ତରୀୟ ସୌରୀକରଣ ପ୍ରକଳ୍ପର ଉଦଘାଟନ କରିବେ । କୃଷି ଫିଡର ଗୁଡ଼ିକର ସୌରୀକରଣ ଶସ୍ତା, ବିଶ୍ୱସନୀୟ ଏବଂ ସ୍ଥିର ଜଳସେଚନ ବିଜୁଳି ସୁନିଶ୍ଚିତ କରିବାକୁ କରାଯାଉଛି । ଏହା ଲକ୍ଷଲକ୍ଷ କୃଷକଙ୍କ ବିଜୁଳି ଖର୍ଚ୍ଚ କମାଇବା, ଜଳସେଚନ ଖର୍ଚ୍ଚ ହ୍ରାସ କରିବା ଏବଂ ଗ୍ରାମୀଣ ଶକ୍ତି ଆତ୍ମନିର୍ଭରତାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ ।

ରାମଜଳ ସେତୁ ଲିଙ୍କ ପ୍ରକଳ୍ପ ଏବଂ ଜଳସୁରକ୍ଷା ଦିଗରେ ନିଜ ଦୃଷ୍ଟିକୋଣକୁ ଆଗେଇ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନରେ ୨୦,୮୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଜଳ ସଂସାଧନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ସେ ଇସର୍ଦାରେ ବିଭିନ୍ନ ଫିଡରର ନିର୍ମାଣ, ଆଜମେର ଜିଲ୍ଲାରେ ମୋର ସାଗର କୃତ୍ରିମ ଜଳାଶୟ ଚିତୋରଗଡ଼ରୁ ଏହାର ଫିଡର ନିର୍ମାଣର ଶିଳାନ୍ୟାସ କରିବେ । ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ବିସଲପୁର ଡ୍ୟାମରେ ଇନଟେକ ପମ୍ପ ହାଉସ, ଖାରୀ ଫିଡରର ପୁନରୁଦ୍ଧାର ଏବଂ ଅନ୍ୟାନ୍ୟ ବିଭିନ୍ନ ଫିଡରର କେନାଲ କାମ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଇସର୍ଦା ଡ୍ୟାମ, ଧୌଲପୁର ଲିଫ୍ଟ ପ୍ରକଳ୍ପ, ଡାକଲୀ ପ୍ରକଳ୍ପ ଆଦିର ମଧ୍ୟ ଉଦଘାଟନ କରିବେ ।

ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ସ୍ୱଚ୍ଛ ପାନୀୟ ଜଳର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଅଟଳ କାୟାକଳ୍ପ ଏବଂ ସହରୀ ପରିବର୍ତ୍ତନ ମିଶନ (ଅମୃତ) ୨.୦ ଅନ୍ତର୍ଗତ ବାଂଶୱାଡା, ଡୁଙ୍ଗରପୁର, ଉଦୟପୁର, ସୱାଇ ମାଧୋପୁର, ଚୁରୁ, ଆଜମେର, ଭିଲୱାଡା ଜିଲ୍ଲାରେ ୫,୮୮୦ କୋଟିରୁ ଅଧିକ ଟଙ୍କାର ପ୍ରମୁଖ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଭରତପୁର ସହରରେ ଫ୍ଲାଇଓଭର, ବନାସ ନଦୀରେ ଏକ ପୋଲ ୧୧୬ ଅଟଳ ପ୍ରଗତି ପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ବାଡ଼ମେର, ଆଜମେର, ଡୁଙ୍ଗରପୁର ଜିଲ୍ଲା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ରାଷ୍ଟ୍ରୀୟ ଏବଂ ରାଜ୍ୟ ରାଜମାର୍ଗ ସମ୍ବନ୍ଧିତ ଅନେକ ସଡ଼କ ପ୍ରକଳ୍ପର ଉଦଘାଟନ ଏବଂ ରାଷ୍ଟ୍ରକୁ ସମର୍ପିତ କରିବେ । ୨,୬୩୦ କୋଟିରୁ ଅଧିକ ଟଙ୍କାର ଏହି ପ୍ରକଳ୍ପ ଗୁଡ଼ିକ କ୍ଷେତ୍ରୀୟ ସଡ଼କ ଯୋଗାଯୋଗରେ ସୁଧାର ଆଣିବ, ସୁଗମ ଯାତାୟାତ ସୁନିଶ୍ଚିତ କରିବ ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବ ।

ପ୍ରଧାନମନ୍ତ୍ରୀ ଭରତପୁରରେ ୨୫୦ ଶଯ୍ୟା ବିଶିଷ୍ଟ ଆରବିଏମ ହସପିଟାଲ, ଜୟପୁରରେ ଆଇଟି ବିକାଶ ଏବଂ ଇ-ଗଭର୍ଣ୍ଣାନ୍ସ କେନ୍ଦ୍ର, ମକରାନା ସହରରେ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ପମ୍ପିଙ୍ଗ ଷ୍ଟେସନ ସହିତ ସ୍ୱେରେଜ ପ୍ରଣାଳୀ ଏବଂ ମଣ୍ଡାୱା ଓ ଝୁନଝୁନ ଜିଲ୍ଲାରେ ସ୍ୱେରେଜ ଏବଂ ଜଳଯୋଗାଣ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ ।

ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ତିନୋଟି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ବିକାନେର ଓ ଦିଲ୍ଲୀ କେଣ୍ଟ ମଧ୍ୟରେ ବନେ୍ଦ ଭାରତ ଏକ୍ସପ୍ରେସ ଟ୍ରେନ, ଯୋଧପୁର ଏବଂ ଦିଲ୍ଲୀ କେଣ୍ଟ ମଧ୍ୟରେ ବନେ୍ଦ ଭାରତ ଏକ୍ସପ୍ରେସ ଟ୍ରେନ ଏବଂ ଉଦୟପୁର ସିଟି - ଚଣ୍ଡିଗଡ଼ ଏକ୍ସପ୍ରେସ । ଏହି ଟ୍ରେନଗୁଡ଼ିକ ରାଜସ୍ଥାନ ଏବଂ ଉତ୍ତର ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ମଧ୍ୟରେ ସମ୍ପର୍କକୁ ମହତ୍ୱପୂର୍ଣ୍ଣ ଭାବେ ସୁଦୃଢ଼ କରିବ ।

ସମସ୍ତଙ୍କ ପାଇଁ ନିଯୁକ୍ତିର ଦୃଷ୍ଟିକୋଣକୁ ଆଗକୁ ବଢାଇବା ପାଇଁ, ରାଜସ୍ଥାନର ସରକାରୀ ବିଭାଗ ଏବଂ ସଂଗଠନରେ ନୂତନ ଭାବରେ ନିଯୁକ୍ତି ପାଇଥିବା ୧୫,୦୦୦ ରୁ ଅଧିକ ଯୁବାଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। ଏଥିରେ ୫,୭୭୦ ରୁ ଅଧିକ ପଶୁପାଳନ କର୍ମଚାରୀ, ୪,୧୯୦ କନିଷ୍ଠ ସହାୟକ, ୧୮୦୦ କନିଷ୍ଠ ପ୍ରଶିକ୍ଷକ, ୧୪୬୦ କନିଷ୍ଠ ଯନ୍ତ୍ରୀ ଏବଂ ୧୨୦୦ ତୃତୀୟ ଶ୍ରେଣୀ ସ୍ତର-୨ ଶିକ୍ଷକ ଅନ୍ତର୍ଭୁକ୍ତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"