ଦେଓଘରରେ ୧୬,୦୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ପ୍ରକଳ୍ପଗୁଡିକ ଭିତ୍ତିଭୂମି ବିକାଶକୁ ଯଥେଷ୍ଟ ବୃଦ୍ଧି କରିବ, ଯୋଗାଯୋଗ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ସହଜ ଜୀବନ ଯାପନକୁ ପ୍ରେରଣା ଦେବ
ବାବା ବୈଦ୍ୟନାଥ ଧାମକୁ ସିଧାସଳଖ ବିମାନ ସଂଯୋଗ ପାଇଁ ଦେଓଘର ବିମାନବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଦେଓଘର ଏମ୍‍ସରେ ଆନ୍ତଃ ରୋଗୀ ବିଭାଗ ଏବଂ ଅପରେସନ୍ ଥିଏଟର ସେବାକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
​​​​​​​ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଜୁଲାଇ, ୨୦୨୨ ରେ ଦେଓଘର ଏବଂ ପାଟନା ଗସ୍ତ କରିବେ । ଅପରାହ୍ନ ପ୍ରାୟ ୧:୧୫ ସମୟରେ ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ତା'ପରେ ଅପରରାହ୍ନ ପ୍ରାୟ ୨:୪୦ ରେ ସେ ବାର ଜ୍ୟୋର୍ତିଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ବାବା ବୈଦ୍ୟନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ସଂଧ୍ୟା ପ୍ରାୟ ୬ ଟା ସମୟରେ ପ୍ରଧାନମନ୍ତ୍ରୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ ।

ଦେଓଘରରେ ପ୍ରଧାନମନ୍ତ୍ରୀ

ଭିତ୍ତିଭୂମି ବିକାଶକୁ ବୃଦ୍ଧି କରିବା, ଯୋଗାଯୋଗକୁ ବଢାଇବା ଏବଂ ଏହି ଅଞ୍ଚଳରେ ଜୀବନଯାପନକୁ ସହଜ କରିବା ଦିଗରେ ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳର ସାମାଜିକ-ଅର୍ଥନେତିକ ସମୃଦ୍ଧତାକୁ ଯଥେଷ୍ଟ ଉନ୍ନତ କରିବାରେ ସାହାଯ୍ୟ କରିବ ।

ଦେଶର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଗନ୍ତବ୍ୟସ୍ଥଳ ବାବା ବୈଦ୍ୟନାଥ ଧାମଙ୍କୁ ସିଧାସଳଖ ସଂଯୋଗ ଯୋଗାଇବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ପ୍ରଧାନମନ୍ତ୍ରୀ ଦେଓଘର ବିମାନବନ୍ଦରର ଉଦଘାଟନ କରିବେ । ଏହା ଆନୁମାନିକ ପ୍ରାୟ ୪୦୦ କୋଟି ଟଙ୍କା ମୂଲ୍ୟରେ ର୍ନିମାଣ କରାଯାଇଛି । ବିମାନବନ୍ଦରର ଟର୍ମିନାଲ୍ ସୌଧ ବାର୍ଷିକ ପାଞ୍ଚ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ପ୍ରସ୍ତୁତ ।

ଦେଓଘରରେ ଥିବା ଏମସ୍‍ ସମଗ୍ର ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ଏକ ଉତ୍ସାହ । ଏମ୍‍ସ ଦେଓଘରରେ ସେବାଗୁଡିକ ଅଧିକ ବୃଦ୍ଧି ପାଇବ କାରଣ ପ୍ରଧାନମନ୍ତ୍ରୀ ଆନ୍ତଃ ରୋଗୀ ବିଭାଗ (ଆଇପିଡି) ଏବଂ ଦେଓଘରର ଏମ୍‍ସ ଠାରେ ଅପରେସନ୍ ଥିଏଟର ସେବା ଦେଶକୁ ଉତ୍ସର୍ଗ କରିବେ । ଦେଶର ସମସ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ ଏହା ହେଉଛି ।

ସମଗ୍ର ଦେଶରେ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ବିକାଶ ତଥା ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଦୃଢ କରିବା ପାଇଁ ପ୍ରତିବଦ୍ଧତା ଅନୁଯାୟୀ ଦେଓଘର ବୈଦ୍ୟନାଥ ଧାମର ବିକାଶ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନରେ ପ୍ରସାଦ ଯୋଜନାରେ ହୋଇଥିବା ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବ । ଏହି ପ୍ରକଳ୍ପଗୁଡିକରେ ୨୦୦୦ ତୀର୍ଥଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଦୁଇଟି ବୃହତ ତୀର୍ଥଯାତ୍ରା ସ୍ଥଳୀର ବିକାଶ ଅନ୍ତର୍ଭୁକ୍ତ; ଜଲସର ହ୍ରଦ ସମ୍ମୁଖ ବିକାଶ; ଅନ୍ୟମାନଙ୍କ ମଧ୍ୟରେ ଶିବଗଙ୍ଗା ପୋଖରୀ ବିକାଶ ଆଦି ରହିଛି । ଏହି ନୂତନ ସୁବିଧା ବାବା ବୈଦ୍ୟନାଥ ଧାମ ପରିଦର୍ଶନ କରୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ପର୍ଯ୍ୟଟନ ଅଭିଜ୍ଞତାକୁ ଆହୁରି ସମୃଦ୍ଧ କରିବ ।

ପ୍ରଧାନମନ୍ତ୍ରୀ ୧୦,୦୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଉଦଘାଟିତ ହେଉଥିବା ପ୍ରକଳ୍ପଗୁଡିକରେ ଗୋରହରରୁ ବରୱାଡା ସେକ୍ସନ ଏନଏଚ୍‍-୨ ର ୬ ଲେନ୍ ଅନ୍ତର୍ଭୁକ୍ତ; ଅନ୍ୟମାନଙ୍କ ମଧ୍ୟରେ ଏନଏଚ୍‍-୩୨ ର ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ରାଜଗଞ୍ଜ-ଚାସ୍ ସମ୍ପ୍ରସରଣ ଆଦି ରହିଛି ।  ପ୍ରମୁଖ ପ୍ରକଳ୍ପ ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ହେବ, ଏନଏଚ୍‍-୮୦ ର ର୍ମିଜାଚୌକି- ଫରାକ୍କା ସେକ୍ସନର ଚାରି ଲେନ୍ ଅନ୍ତର୍ଭୁକ୍ତ; ହରିହରଗଞ୍ଜରୁ ପରୱା ପର୍ଯ୍ୟନ୍ତ ଏନଏଚ୍‍-୯୮; ଏନଏଚ୍‍-୨୩ ର ପାଲମାରୁ ଗୁମଲା ସେକ୍ସନକୁ ଚାରି ଲେନ୍‌; ଅନ୍ୟମାନଙ୍କ ମଧ୍ୟରେ ଐନଏଚ୍‍-୭୫ ର କୁଚେରୀ ଚୌକ ରୁ ପିସ୍କା ପର୍ଯ୍ୟନ୍ତ ଉଚ୍ଚତର କରିଡର ଆଦି ଅର୍ନ୍ତଭକ୍ତୁ । ଏହି ପ୍ରକଳ୍ପଗୁଡିକ ସ୍ଥରନ୍ରି ଅଞ୍ଚଳରେ ଯୋଗାଯୋଗକୁ ଅଧିକ ବୃଦ୍ଧି କରିବ ଏବଂ ସାଧାରଣ ଲୋକଙ୍କ ପାଇଁ ଚଳପ୍ରଚଳ ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳ ପାଇଁ ପ୍ରାୟ ୩୦୦୦ କୋଟି ଟଙ୍କାର ବିଭିନ୍ନ ଶକ୍ତି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଉଦଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗେଲ୍‍ର ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପଲାଇନର ବୋକରୋ-ଅନୁଗୁଳ ସେକ୍ସନ ଅନ୍ତର୍ଭୁକ୍ତ; ବିପିସିଏଲ୍ ର ବରାହି, ହଜାରିବାଗ ଏବଂ ବୋକାରୋ ଏଲପିଜି ବଟଲିଂ ପ୍ଲାଣ୍ଟ, ଏଚ୍‍ପିସିଏଲ୍‍ର ନୂତନ ଏଲପିଜି ବଟଲିଂ ପ୍ଲାଣ୍ଟ । ଝରିଆ ବ୍ଲକର ପର୍ବତପୁର ଗ୍ୟାସ ସଂଗ୍ରହ ଷ୍ଟେସନ, ଓଏନଜିସିର କୋଇଲା ବେଡ ମିଥେନ (ସିବିଏମ) ଆଦିର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

ପ୍ରଧାନମନ୍ତ୍ରୀ ଦୁଇଟି ରେଳ ପ୍ରକଳ୍ପ ଗୋଡା-ହଂସଡିହା ବିଦ୍ୟୁତ ସେକ୍ସନ ଏବଂ ଗରୱା-ମହୁରିଆ ଦୁଇ ଲାଇନ୍‍ ପ୍ରକଳ୍ପକୁ ଦେଶପାଇଁ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡ଼ିକ ଶିଳ୍ପ ଏବଂ ଶକ୍ତି ପ୍ରକଳ୍ପ ପାଇଁ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ । ଡୁମକା ଠାରୁ ଆସାନସୋଲ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳର ସହଜତା ମଧ୍ୟ ନିଶ୍ଚିତ କରିବ ।  ତିନୋଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ରାଞ୍ଚି ରେଳ ଷ୍ଟେସନର ପୁନଃବିକାଶ; ଜସିଡିହ ବାଇପାସ୍ ଲାଇନ୍ ଏବଂ ଗୋଡା ଠାରେ ଏଲଏଚ୍‍ବି କୋଚ୍ ରକ୍ଷଣାବେକ୍ଷଣ ଡିପୋ ।  ପ୍ରସ୍ତାବିତ ପୁନଃ ବିକଶିତ ରାଞ୍ଚି ଷ୍ଟେସନରେ ଖାଦ୍ୟ ସୁବିଧା, ଯାତ୍ରୀମାନଙ୍କ ଆରାମ ତଥା ଖାଦ୍ୟ ସୁବିଧା, ଫୁଡ୍ କୋର୍ଟ, ଏକଜିକ୍ୟୁଟିଭ୍ ଲାଉଞ୍ଜ, କାଫେଟେରିଆ, ଶୀତତାପ ନିୟନ୍ତ୍ରିତ ପ୍ରତୀକ୍ଷା ଗୃହ ଇତ୍ୟାଦି ସହିତ ବିଶ୍ୱ ସ୍ତରୀୟ ଯାତ୍ରୀ ସୁବିଧା ରହିବ ।

ପାଟନାରେ ପ୍ରଧାନମନ୍ତ୍ରୀ

ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତିର ସ୍ମୃତି ଉଦ୍ଦେଶ୍ୟରେ ର୍ନିମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ବିଧାନସଭା ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ ବିହାରରେ ଗଣତନ୍ତ୍ରର ଇତିହାସ ଏବଂ ସାମ୍ପ୍ରତିକ ନାଗରିକ ଗଠନର ବିବର୍ତ୍ତନ ପ୍ରଦର୍ଶନ କରିବ । ଏଥିରେ ୨୫୦ ରୁ ଅଧିକ ବ୍ୟକ୍ତିଙ୍କ କ୍ଷମତା ବିଶିଷ୍ଟ ଏକ ସମ୍ମିଳନୀ ହଲ୍ ମଧ୍ୟ ରହିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଧାନସଭା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"