ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଭାରତ-ମରିସସ ମଧ୍ୟରେ ଥିବା ସ୍ୱତନ୍ତ୍ର ଏବଂ ଅସାଧାରଣ ସମ୍ପର୍କକୁ ଗୁରୁତ୍ୱ ଦେଇ, ଉଭୟ ନେତା ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ରଣନୀତିକ ସହଭାଗିତାକୁ ବଢ଼ାଇବା ଲାଗି ଏହାକୁ ଅଧିକ ସୁଦୃଢ଼ କରିବାକୁ ମିଳିତ ପ୍ରତିବଦ୍ଧତା ସ୍ପଷ୍ଟ କରିଥିଲେ ।
ବର୍ତ୍ତମାନର ସହଯୋଗ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଏହା ମଧ୍ୟରେ ବିକଶିତ ସହଭାଗିତା, ଦକ୍ଷତା ଗଠନ, ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା, ଡିଜିଟାଲ ମୌଳିକ ଭିତ୍ତିଭୂମି, ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି ସାମିଲ ଥିଲା ।
ପ୍ରଧାନମନ୍ତ୍ରୀ ଏକାଦଶତମ ଆନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ରାମଗୁଲାମଙ୍କ ହୃଦୟଖୋଲା ଅଂଶ ଗ୍ରହଣକୁ ପ୍ରଶଂସା କରିଥିଲେ ।
ଭିଜନ ମହାସାଗର ଏବଂ ଭାରତର ପଡ଼ୋଶୀ ପ୍ରଥମ ନୀତି ଅନୁସାରେ ମରିସରର ବିକାଶକୁ ଅଗ୍ରାଧିକାର ଦେବାକୁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ଅତିଶୀଘ୍ର ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ରାମଗୁଲାମଙ୍କୁ ନିମନ୍ତ୍ରଣ କରିଥିଲେ । ଉଭୟ ନେତା ନିୟମିତ ସମ୍ପର୍କରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।
Pleased to speak with my friend, Prime Minister Dr. Navinchandra Ramgoolam. We exchanged views on further strengthening India-Mauritius Enhanced Strategic Partnership and regional developments. Mauritius remains a key partner in India’s Vision MAHASAGAR and our Neighbourhood…
— Narendra Modi (@narendramodi) June 24, 2025


