ଭାରତ-ମରିସସ ସ୍ୱତନ୍ତ୍ର ଏବଂ ଅସାଧାରଣ ସମ୍ପର୍କକୁ ଗୁରୁତ୍ୱ ଦେଇ, ରଣନୀତିକ ସହଭାଗିତାକୁ ବଢ଼ାଇବା ଲାଗି ଏହାକୁ ଅଧିକ ସୁଦୃଢ଼ କରିବାକୁ ମିଳିତ ପ୍ରତିବଦ୍ଧତା ସ୍ପଷ୍ଟ କରିଥିଲେ
ଦ୍ୱିପାକ୍ଷିକ ବିକାଶମୂଳକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବା ସହ ଅନ୍ୟ କ୍ଷେତ୍ରରେ ସହଯୋଗ ସକାଶେ ଉଭୟ ନେତା ଆଲୋଚନା କରିଥିଲେ
ପ୍ରଧାନମନ୍ତ୍ରୀ ଏକାଦଶତମ ଆନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ରାମଗୁଲାମଙ୍କ ହୃଦୟଖୋଲା ଅଂଶ ଗ୍ରହଣକୁ ପ୍ରଶଂସା କରିଥିଲେ
ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଦୃଷ୍ଟିକୋଣ ଅନୁସାରେ ମରିସସର ବିକାଶକୁ ଅଗ୍ରାଧିକାର ପାଇଁ ଭାରତର ପ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ଭାରତ-ମରିସସ ମଧ୍ୟରେ ଥିବା ସ୍ୱତନ୍ତ୍ର ଏବଂ ଅସାଧାରଣ ସମ୍ପର୍କକୁ ଗୁରୁତ୍ୱ ଦେଇ, ଉଭୟ ନେତା ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ରଣନୀତିକ ସହଭାଗିତାକୁ ବଢ଼ାଇବା ଲାଗି ଏହାକୁ ଅଧିକ ସୁଦୃଢ଼ କରିବାକୁ ମିଳିତ ପ୍ରତିବଦ୍ଧତା ସ୍ପଷ୍ଟ କରିଥିଲେ ।

ବର୍ତ୍ତମାନର ସହଯୋଗ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ । ଏହା ମଧ୍ୟରେ ବିକଶିତ ସହଭାଗିତା, ଦକ୍ଷତା ଗଠନ, ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା, ଡିଜିଟାଲ ମୌଳିକ ଭିତ୍ତିଭୂମି, ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି ସାମିଲ ଥିଲା ।

ପ୍ରଧାନମନ୍ତ୍ରୀ ଏକାଦଶତମ ଆନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ରାମଗୁଲାମଙ୍କ ହୃଦୟଖୋଲା ଅଂଶ ଗ୍ରହଣକୁ ପ୍ରଶଂସା କରିଥିଲେ ।

ଭିଜନ ମହାସାଗର ଏବଂ ଭାରତର ପଡ଼ୋଶୀ ପ୍ରଥମ ନୀତି ଅନୁସାରେ ମରିସରର ବିକାଶକୁ ଅଗ୍ରାଧିକାର ଦେବାକୁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ  ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ଅତିଶୀଘ୍ର ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ରାମଗୁଲାମଙ୍କୁ ନିମନ୍ତ୍ରଣ କରିଥିଲେ । ଉଭୟ ନେତା ନିୟମିତ ସମ୍ପର୍କରେ ରହିବାକୁ ନିଷ୍ପତ୍ତି ନେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi