ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଝାଡଖଣ୍ଡର ପତରାତୁରେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
ଝାଡଖଣ୍ଡର ପତରାତୁରେ ୫୦ କୋଟି ଟଙ୍କା ବିନିଯୋଗରେ ଜଳ ବିଶୋଧନ ପ୍ରକଳ୍ପ ଓ ପାଣି ଟାଙ୍କି ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ହଜାରିବାଗ ସାଂସଦ ଶ୍ରୀ ଜୟନ୍ତ ସିହ୍ନାଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବେଶ ପ୍ରଶଂସନୀୟ ଉଦ୍ୟମ! ଏହି ବିଶୁଦ୍ଧ ଜଳ ସୁବିଧା ଝାଡଖଣ୍ଡ ପତରାତୁର ଆମ ମା ଓ ଭଉଣୀମାନଙ୍କ ଜୀବନକୁ ଖୁବ ସହଜ କରିବ ।”
बहुत ही सराहनीय प्रयास! स्वच्छ पानी की यह सुविधा झारखंड में पतरातू की हमारी माताओं और बहनों के जीवन को बहुत आसान बनाने वाली है। https://t.co/NKZw7Inymi
— Narendra Modi (@narendramodi) May 17, 2023


