कलियुगात, केवळ देवाच्या नामाच्या जपानेच मानवाला संसार-सागरातून मोक्षप्राप्ती होते: पंतप्रधान
गीतेतील शब्द केवळ व्यक्तींनाच मार्गदर्शन करत नाहीत, तर ते राष्ट्राच्या धोरणांनाही दिशा देतात: पंतप्रधान
भग्वदगीता शिकवते की, शांतता आणि सत्य टिकवून ठेवण्यासाठी अन्यायकारक शक्तींसोबत संघर्ष करावा लागतो आणि त्यांचा अंत करावा लागतो आणि हेच तत्त्व राष्ट्राच्या सुरक्षा दृष्टिकोनाच्या केंद्रस्थानी आहे: पंतप्रधान
जलसंधारण, वृक्षारोपण, गरिबांचा उद्धार, स्वदेशीचा अंगिकार, नैसर्गिक शेतीला प्रोत्साहन, निरोगी जीवनशैलीचा अवलंब , योगसाधना, हस्तलिखितांचे जतन आणि किमान 25 वारसा स्थळांना भेट या नऊ संकल्पांचा आपण स्वीकार करूया: पंतप्रधान

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଉଡ଼ୁପୀସ୍ଥିତ ଶ୍ରୀକୃଷ୍ଣ ମଠରେ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଦର୍ଶନରୁ ମିଳିଥିବା ସନ୍ତୋଷ, ଶ୍ରୀମଦ୍‌ ଭଗବଦ୍‌ ଗୀତାର ମନ୍ତ୍ରୋଚାରଣରୁ ମିଳିଥିବା ଆଧ୍ୟାତ୍ମିକ ଅନୁଭୂତି ଏବଂ ଏତେ ସଂଖ୍ୟକ ପୂଜ୍ୟ ସନ୍ଥ ଓ ଗୁରୁମାନଙ୍କର ଉପସ୍ଥିତି ତାଙ୍କ ପାଇଁ ପରମ ସୌଭାଗ୍ୟ। ତାଙ୍କ ପାଇଁ ଏହା ଅଗଣିତ ଆଶୀର୍ବାଦ ପାଇବା ସହିତ ସମାନ ବୋଲି ସେ ଆଲୋକପାତ କରି କହିଥିଲେ।

ତିନି ଦିନ ପୂର୍ବେ ଶ୍ରୀ ମୋଦୀ ଗୀତା ଭୂମି କୁରୁକ୍ଷେତ୍ରରେ ଥିବା କଥା ମନେ ପକାଇ କହିଥିଲେ, ଆଜି ଭଗବାନ ଶ୍ରୀକୃଷ୍ଣଙ୍କ କୃପା ଏବଂ ଜଗଦଗୁରୁ ଶ୍ରୀ ମାଧବାଚାର୍ଯ୍ୟ ଜୀଙ୍କ ସାନ୍ନିଧ୍ୟପ୍ରାପ୍ତ ଏହି ଭୂମିକୁ ଆସିବା ତାଙ୍କ ପାଇଁ ପରମ ସନ୍ତୋଷର ଅବସର। ଏହି ଅବସରରେ, ଏକ ଲକ୍ଷ ଲୋକ ଏକତ୍ର ଭଗବଦ୍ ଗୀତାର ଶ୍ଲୋକ ପାଠ କରିବା ସମୟରେ ବିଶ୍ୱବାସୀ ଭାରତର ହଜାର ହଜାର ବର୍ଷ ପୁରୁଣା ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ଦିବ୍ୟତାକୁ ଦେଖିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, କର୍ଣ୍ଣାଟକର ମାଟିକୁ ଆସିବା ଏବଂ ଏଠାକାର ସ୍ନେହୀ ଲୋକମାନଙ୍କୁ ଭେଟିବା ତାଙ୍କୁ ସବୁବେଳେ ଅଭିନବ ଅନୁଭୂତି ପ୍ରଦାନ କରିଥାଏ। ଉଡ଼ୁପୀର ପବିତ୍ର ଭୂମିକୁ ଆସିବା ସବୁବେଳେ ଅସାଧାରଣ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯଦିଓ ସେ ଗଜୁରାଟରେ ଜନ୍ମ ନେଇଛନ୍ତି, ସବୁବେଳେ ଗୁଜରାଟ ଏବଂ ଉଡ଼ୁପୀ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ସେ ଅନୁଭବ କରିଛନ୍ତି । ସେ କହିଥିଲେ, ମାତା ରୁକ୍ମିଣୀ ଏକଦା ଦ୍ୱାରିକାରେ ପୂଜା କରୁଥିବା ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ପରବର୍ତ୍ତୀ କାଳରେ ଜଗଦଗୁରୁ ଶ୍ରୀ ମାଧବାଚାର୍ଯ୍ୟଙ୍କ ଦ୍ୱାରା ଉଡ଼ୁପୀ ଅଣାଯାଇଥିଲା ଏବଂ ଏଠାରେ ପ୍ରତିଷ୍ଠା କରି ପୂଜା କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ଗତବର୍ଷ ସମୁଦ୍ର ଗର୍ଭରେ ଥିବା ଶ୍ରୀ ଦ୍ୱାରକା ଜୀଙ୍କ ଦିବ୍ୟ ଦର୍ଶନ କରିବାର ଦିବ୍ୟ ଅନୁଭବ ତାଙ୍କୁ ପ୍ରାପ୍ତ ହୋଇଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ବର୍ତ୍ତମାନ ଏହି ମୂର୍ତ୍ତିଙ୍କ ଦର୍ଶନରୁ ତାଙ୍କୁ ମିଳିଥିବା ଦିବ୍ୟ ଅନୁଭୂତି ବିଷୟରେ ଯେକେହି ଅନୁମାନ କରିପାରିବ। ଏହି ଦର୍ଶନ ତାଙ୍କୁ ଗଭୀର ଆଧ୍ୟାତ୍ମିକ ଆନନ୍ଦ ଦେଇଥିବା ପ୍ରଧାନମନ୍ତ୍ରୀ କହିଥିଲେ।

 

ଆଉ ଗୋଟିଏ କାରଣ ପାଇଁ ଉଡ଼ୁପୀ ଆସିବା ତାଙ୍କ ପାଇଁ ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଜନସଂଘ ଏବଂ ଭାରତୀୟ ଜନତା ପାର୍ଟି ପ୍ରଶାସନିକ ମଡେଲର କର୍ମଭୂମି ରୂପରେ ଉଡ଼ୁପୀର ପରିଚୟ ରହିଛି। 1968ରେ ଉଡ଼ୁପୀର ଲୋକମାନେ ଜନସଂଘର ଭି.ଏସ. ଆଚାର୍ଯ୍ୟଙ୍କୁ ପୌରପରିଷଦକୁ ନିର୍ବାଚିତ କରିଥିଲେ ଏବଂ ଏହା ସହିତ ଉଡ଼ୁପୀ ଏକ ନୂତନ ପ୍ରଶାସନିକ ମଡେଲ ପ୍ରତିଷ୍ଠା କରିଥିଲା। ଆଜି ଜାତୀୟ ସ୍ତରରେ ଯେଉଁ ସ୍ୱଚ୍ଛତା ଅଭିଯାନ ଦେଖିବାକୁ ମିଳୁଛି ଉଡ଼ୁପୀ ତାହାକୁ ପାଞ୍ଚ ଦଶନ୍ଧି ପୂର୍ବେ ଗ୍ରହଣ କରିଥିଲା। ଜଳ ଯୋଗାଣର ନୂତନ ମଡେଲ ହେଉ କିମ୍ବା ଡ୍ରେନେଜ୍‌ ବ୍ୟବସ୍ଥା 1970 ମସିହାରେ ଉଡ଼ୁପୀ ଏସବୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଆଜି ଏସବୁ ଅଭିଯାନ ରାଷ୍ଟ୍ରୀୟ ବିକାଶ ଏବଂ ଜାତୀୟ ପ୍ରାଥମିକତାର ଅଂଶବିଶେଷ ପାଲଟିଛି ଓ ଦେଶକୁ ଆଗେଇ ନେଉଛି ।

ଶ୍ରୀରାମଚରିତମାନସର ବାଣୀକୁ ଉଦ୍ଧୃତ କରି ଶ୍ରୀ ମୋଦୀ କହିଥିଲେ, କଳିଯୁଗରେ କେବଳ ଭଗବାନଙ୍କ ନାମ ଜପ ଦ୍ୱାରା ମଣିଷ ଭବ ସାଗରରୁ ପାରି ହୋଇପାରିବ। ଶହ ଶହ ବର୍ଷ ଧରି ସମାଜରେ ମନ୍ତ୍ରୋଚ୍ଚାରଣ ଏବଂ ଶ୍ରୀମଦ୍‌ ଭଗବଦ୍‌ ଗୀତାର ଶ୍ଳୋକ ପାଠ ହୋଇ ଆସୁଛି, କିନ୍ତୁ ଯେତେବେଳେ ଏକ ଲକ୍ଷ ସ୍ୱର ସମବେତ ଭାବେ ଶ୍ଳୋକ ଆବୃତ୍ତି କରିଥା’ନ୍ତି ଏହା ଏକ ଅଭିନବ ଅନୁଭୂତି ପ୍ରଦାନ କରିଥାଏ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଯେତେବେଳେ ବହୁସଂଖ୍ୟାରେ ଲୋକ ଗୀତା ଭଳି ଏକ ପବିତ୍ର ଗ୍ରନ୍ଥର ଆବୃତ୍ତି କରିଥା’ନ୍ତି, ଯେତେବେଳେ ଏଭଳି ଦୈବିକ ଶବ୍ଦଗୁଡ଼ିକ ଗୋଟିଏ ସ୍ଥାନରେ ଏକାଠି ଗୁଞ୍ଜରିତ ହୁଏ, ସେତେବେଳେ ମନ ଓ ମସ୍ତିଷ୍କରେ ଏକ ସ୍ୱତନ୍ତ୍ର ଶକ୍ତି ଉତ୍ପନ୍ନ ହୋଇଥାଏ ଯାହା ଏକ ନୂତନ କମ୍ପନ ଏବଂ ସାମର୍ଥ୍ୟ ସୃଷ୍ଟି କରିଥାଏ। ଏହା ହେଉଛି ଆଧ୍ୟାତ୍ମିକତା ଏବଂ ସାମାଜିକ ଏକତାର ଶକ୍ତି। ଆଜିର ସମାରୋହରେ ଏକ ଲକ୍ଷ ସ୍ୱର ଗୀତା ଆବୃତ୍ତି କରିବା ଦ୍ୱାରା ଏକ ମହାନ ଊର୍ଜାକୁ ଅନୁଭବ କରିବାର ସୁଯୋଗ ଆଣି ଦେଇଥିଲା। ଏହା ମଧ୍ୟ ସମଗ୍ର ବିଶ୍ୱକୁ ସାମୂହିକ ଚେତନାର ଶକ୍ତି ଦେଖାଇଥିଲା।

 

ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ଦିନରେ ସେ ବିଶେଷ କରି ପରମ ପୂଜ୍ୟ ଶ୍ରୀ ଶ୍ରୀ ସୁଗୁଣେନ୍ଦ୍ର ତୀର୍ଥ ସ୍ୱାମୀଜୀଙ୍କୁ ପ୍ରଣାମ କରୁଛନ୍ତି, ଯିଏକି ଲକ୍ଷ କଣ୍ଠ ଗୀତାର ବିଚାରକୁ ଦିବ୍ୟ ରୂପେ ପ୍ରକଟ କରିଛନ୍ତି। ସାରା ବିଶ୍ୱର ଲୋକଙ୍କୁ ନିଜ ହାତରେ ଗୀତା ଲେଖିବା ପାଇଁ ପ୍ରେରଣା ଦେଇ ସ୍ୱାମୀଜୀ କୋଟି ଗୀତା ଲେଖନ ଯଜ୍ଞ ଆରମ୍ଭ କରିଛନ୍ତି, ଯାହା ସନାତନ ପରମ୍ପରାର ଏକ ବିଶ୍ୱସ୍ତରୀୟ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଶ୍ରୀ ମୋଦୀ କହିଥିଲେ, ଭଗବଦ୍ ଗୀତାର ଭାବନା ଏବଂ ଶିକ୍ଷା ସହିତ ଭାରତର ଯୁବପିଢ଼ି ଯେଉଁଭଳି ଭାବେ ଯୋଡ଼ି ହେଉଛନ୍ତି, ତାହା ନିଜ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ। ଭାରତରେ ଶହ ଶହ ବର୍ଷ ଧରି ବେଦ, ଉପନିଷଦ ଏବଂ ଶାସ୍ତ୍ରର ଜ୍ଞାନକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ପରମ୍ପରା ରହିଛି ବୋଲି ସେ ସ୍ମରଣ କରିଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟ ଆଗାମୀ ପିଢ଼ିକୁ ଭଗବଦ୍ ଗୀତା ସହିତ ଯୋଡ଼ିବା ପାଇଁ ଏକ ସାର୍ଥକ ପ୍ରୟାସରେ ପରିଣତ ହୋଇଛି ବୋଲି ସେ କହିଥିଲେ।

ଏଠାକୁ ଆସିବାର ତିନି ଦିନ ପୂର୍ବରୁ ସେ ଅଯୋଧ୍ୟା ଗସ୍ତ କରିଥିଲେ ବୋଲି ସୂଚନା ଦେଇ ଶ୍ରୀ ମୋଦୀ କହିଥିଲେ, 25 ନଭେମ୍ବର, ବିବାହ ପଞ୍ଚମୀର ପବିତ୍ର ଦିନରେ ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଧର୍ମଧ୍ୱଜ ପ୍ରତିଷ୍ଠା କରାଯାଇଥିଲା। ଅଯୋଧ୍ୟାରୁ ଉଡୁପୀ ପର୍ଯ୍ୟନ୍ତ, ଭଗବାନ ରାମଙ୍କ ଅଗଣିତ ଭକ୍ତ ଏହି ସର୍ବୋତ୍ତମ ଦିବ୍ୟ ଏବଂ ମହାନ ଉତ୍ସବର ସାକ୍ଷୀ ହୋଇଛନ୍ତି। ରାମ ମନ୍ଦିର ଆନ୍ଦୋଳନରେ ଉଡୁପୀ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହା ସମଗ୍ର ଦେଶ ଜାଣିଛି । କିଛି ଦଶନ୍ଧି ପୂର୍ବରୁ, ପରମ ପୂଜ୍ୟ ସ୍ୱର୍ଗତ ବିଶ୍ୱେଶ ତୀର୍ଥ ସ୍ୱାମୀଜୀ ସମଗ୍ର ଆନ୍ଦୋଳନକୁ ଦିଗଦର୍ଶନ ଦେଇଥିଲେ ବୋଲି ସେ ମନେ ପକାଇଥିଲେ। ଅଯୋଧ୍ୟାର ଧ୍ୱଜାରୋହଣ ସମାରୋହ ସେହି ଅବଦାନର ଫଳ ସ୍ୱରୂପ ଏକ ଉତ୍ସବ ପାଲଟିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ରାମ ମନ୍ଦିର ନିର୍ମାଣ ଉଡ଼ୁପୀ ପାଇଁ ଅନ୍ୟ ଏକ କାରଣରୁ ସ୍ୱତନ୍ତ୍ର, ଏହି କାରଣ ହେଉଛି, ନୂତନ ମନ୍ଦିରରେ ଜଗଦଗୁରୁ ମାଧବାଚାର୍ଯ୍ୟ ଜୀଙ୍କ ନାମରେ ଏକ ଭବ୍ୟ ଦ୍ୱାର ନିର୍ମାଣ କରାଯାଇଛି। ପ୍ରଭୁ ରାମଙ୍କ ଜଣେ ପରମ ଭକ୍ତ ଜଗଦଗୁରୁ ମାଧବାଚାର୍ଯ୍ୟ ଜୀ ଏକ ଶ୍ଳୋକ ଲେଖିଥିଲେ ଯାହାର ଅର୍ଥ ହେଉଛି ପ୍ରଭୁ ଶ୍ରୀରାମ ଛଅଟି ଦିବ୍ୟ ଗୁଣରେ ସଜ୍ଜିତ। ସେ ପରମ ଭଗବାନ ଏବଂ ଅପାର ଶକ୍ତି ଓ ସାହସର ଏକ ସାଗର। ତେଣୁ, ରାମ ମନ୍ଦିର ପରିସରରେ ତାଙ୍କ ନାମରେ ନାମିତ ଏକ ଦ୍ୱାର ରହିବା କର୍ଣ୍ଣାଟକର ଉଡୁପୀ ଏବଂ ସମଗ୍ର ଦେଶ ପାଇଁ ଏକ ବଡ଼ ଗର୍ବର ବିଷୟ।

 

ଜଗଦଗୁରୁ ଶ୍ରୀ ମାଧବାଚାର୍ଯ୍ୟ ଭାରତର ଦ୍ୱୈତ ଦର୍ଶନର ପ୍ରବର୍ତ୍ତକ ଏବଂ ବେଦାନ୍ତର ଉଜ୍ଜ୍ୱଳ ଆଲୋକ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଉଡୁପୀର ଅଷ୍ଟ ମଠ ବ୍ୟବସ୍ଥା ଅନୁଷ୍ଠାନ ନିର୍ମାଣ ଏବଂ ନୂତନ ପରମ୍ପରା ସୃଷ୍ଟିର ଏକ ଜୀବନ୍ତ ଉଦାହରଣ। ଏଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି, ବେଦାନ୍ତର ଜ୍ଞାନ ଏବଂ ହଜାର ହଜାର ଲୋକଙ୍କୁ ଖାଦ୍ୟ ପରିବେଷଣ କରିବାର ସଂକଳ୍ପ ରହିଛି। ଏକ ପ୍ରକାରରେ ଏହି ସ୍ଥାନ ଜ୍ଞାନ, ଭକ୍ତି ଏବଂ ସେବାର ଏକ ପବିତ୍ର ସଙ୍ଗମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ ସ୍ମରଣ କରାଇଥିଲେ ଯେ, ଜଗଦଗୁରୁ ମାଧବାଚାର୍ଯ୍ୟଙ୍କ ଜନ୍ମ ସମୟରେ ଭାରତ ଅନେକ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲା। ସେହି ସମୟରେ ସେ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବିଶ୍ୱାସକୁ ଯୋଡ଼ି ପାରିବା ଭଳି ଭକ୍ତିର ପଥ ଦେଖାଇଥିଲେ। ଏହି ମାର୍ଗଦର୍ଶନ ଯୋଗୁଁ, ଶହ ଶହ ବର୍ଷ ପରେ ମଧ୍ୟ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମଠଗୁଡ଼ିକ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସେବା କରିଆସୁଛନ୍ତି।  ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦ୍ୱୈତ ପରମ୍ପରାରେ ଅନେକ ମହାନ ବ୍ୟକ୍ତିତ୍ୱ ଆବିର୍ଭୂତ ହୋଇଥିଲେ ଯେଉଁମାନେ ସର୍ବଦା ଧର୍ମ, ସେବା ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟକୁ ଆଗକୁ ବଢାଇଥିଲେ। ଜନସେବାର ଏହି ଚିରନ୍ତନ ପରମ୍ପରା ଉଡ଼ୁପୀର ସର୍ବଶ୍ରେଷ୍ଠ ଐତିହ୍ୟ ବୋଲି ସେ କହିଥିଲେ।

ଜଗଦଗୁରୁ ମାଧବାଚାର୍ଯ୍ୟଙ୍କ ପରମ୍ପରା ହରିଦାସ ପରମ୍ପରାକୁ ଶକ୍ତି ପ୍ରଦାନ କରିଥିଲା ​​ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୁରନ୍ଦର ଦାସ ଏବଂ କନକ ଦାସଙ୍କ ଭଳି ମହାନ ସନ୍ଥମାନେ ସରଳ, ସୁମଧୁର ଏବଂ ସୁଗମ କନ୍ନଡ ଭାଷାରେ ଜନସାଧାରଣଙ୍କ ନିକଟରେ ଭକ୍ତିକୁ ପହଞ୍ଚାଇଥିଲେ। ସେମାନଙ୍କର ରଚନା ପ୍ରତ୍ୟେକ ହୃଦୟରେ ପହଞ୍ଚିଥିଲା। ସମାଜର ସବୁଠାରୁ ଗରିବ ବର୍ଗକୁ ମଧ୍ୟ ପ୍ରଭାବିତ କରିଥିଲା। ସେମାନଙ୍କୁ ଧର୍ମ ଏବଂ ସନାତନ ମୂଲ୍ୟବୋଧ ସହିତ ଯୋଡ଼ିଥିଲା। ଏହି ରଚନାଗୁଡ଼ିକ ଆଜିର ପିଢ଼ି ପାଇଁ ସମାନ ଭାବରେ ପ୍ରାସଙ୍ଗିକ। ଏବେ ବି ଯେତେବେଳେ ଯୁବପିଢ଼ି ସୋସିଆଲ ମିଡିଆ ରିଲ୍‌ରେ ପୁରନ୍ଦର ଦାସଙ୍କ ରଚନା "ଚନ୍ଦ୍ରଚୂଡ଼ ଶିବ ଶଙ୍କର ପାର୍ବତୀ" ଶୁଣନ୍ତି, ସେମାନେ ଏକ ଭିନ୍ନ ଆଧ୍ୟାତ୍ମିକ ଭାବନାରେ ମଜ୍ଜି ଯାଆନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ମଧ୍ୟ, ଉଡ଼ୁପୀରେ ତାଙ୍କ ପରି ଜଣେ ଭକ୍ତ ଗୋଟିଏ ଛୋଟ ଝରକା ଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କଲେ କନକ ଦାସଙ୍କ ଭକ୍ତି ସହିତ ଯୋଡ଼ି ହେବାର ସୁଯୋଗ ପାଇଥାଏ। ଆଜି ଏବଂ ପୂର୍ବରୁ କନକ ଦାସଙ୍କୁ ପ୍ରଣାମ କରିବାର ସୌଭାଗ୍ୟ ପାଇ ସେ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି ବୋଲି ସେ କହିଥିଲେ।

 

ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷା ପ୍ରତ୍ୟେକ ଯୁଗରେ ପ୍ରାସଙ୍ଗିକ ଏବଂ ଗୀତାର ବାଣୀ କେବଳ ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ଦେଶର ନୀତିକୁ ମଧ୍ୟ ମାର୍ଗଦର୍ଶନ କରେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ଆମକୁ ସମସ୍ତଙ୍କ କଲ୍ୟାଣ ପାଇଁ କିପରି କାମ କରିବା ଉଚିତ ସେ ବିଷୟରେ କହିଥିଲେ। ଆଜୀବନ ଜଗଦଗୁରୁ ମାଧବାଚାର୍ଯ୍ୟ ଏହି ଶିକ୍ଷାଗୁଡ଼ିକୁ ବହନ କରିଥିଲେ ଏବଂ ଭାରତର ଏକତାକୁ ସୁଦୃଢ଼ ​​କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସବକା ସାଥ, ସବକା ବିକାଶ, ସର୍ବଜନ ହିତାୟ, ସର୍ବଜନ ସୁଖାୟ ନୀତି ପଛରେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ଲୋକର ପ୍ରେରଣା ରହିଛି ବୋଲି ଶ୍ରୀ ମୋଦୀ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ, ଭଗବାନ ଶ୍ରୀକୃଷ୍ଣ ଗରିବମାନଙ୍କୁ ସାହାଯ୍ୟ କରିବାର ମନ୍ତ୍ର ଦିଅନ୍ତି, ଏବଂ ଏହି ପ୍ରେରଣା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଆବାସ ଭଳି ଯୋଜନାର ମୂଳଦୁଆ। ଭଗବାନ ଶ୍ରୀକୃଷ୍ଣ ମହିଳା ସୁରକ୍ଷା ଏବଂ ସଶକ୍ତିକରଣର ଜ୍ଞାନ ପ୍ରଦାନ କରିଛନ୍ତି । ଏହି ଜ୍ଞାନ ହିଁ ଦେଶକୁ ନାରୀ ଶକ୍ତି ବନ୍ଦନ ଅଧିନିୟମର ଐତିହାସିକ ନିଷ୍ପତ୍ତି ନେବାକୁ ପ୍ରେରଣା ଦେଇଥିଲା। ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କ ପାଇଁ କଲ୍ୟାଣର ନୀତି ଶିକ୍ଷା ଦେଇଛନ୍ତି ଏବଂ ଏହି ନୀତିକୁ ଆଧାର କରି ଭାରତର ଭେକ୍ସିନ୍‌ ମୈତ୍ରୀ, ସୌର ମେଣ୍ଟ ଏବଂ ବସୁଧୈବ କୁଟୁମ୍ବକମ୍ ଭଳି ନୀତି କାର୍ଯ୍ୟକାରୀ ହୋଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧଭୂମିରେ ଗୀତାର ବାର୍ତ୍ତା ଦେଇଥିଲେ। ଭଗବଦ୍ ଗୀତା ଆମକୁ ଶାନ୍ତି ଓ ସତ୍ୟର ପ୍ରତିଷ୍ଠା କରିବାକୁ ହେଲେ ଅଧର୍ମୀ ଶକ୍ତିର ମୁକାବିଲା ଓ ସମାପ୍ତ କରିବା ଆବଶ୍ୟକ ବୋଲି ଭଗବଦ୍ ଗୀତା ଶିକ୍ଷା ଦେଇଥାଏ । ଏହା ଦେଶର ସୁରକ୍ଷା ନୀତିର ମୂଳ ଭାବନା ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ଭାରତ ବସୁଧୈବ କୁଟୁମ୍ବକମ୍ କଥା କହେ ଏବଂ ‘ଧର୍ମୋ ରକ୍ଷତି ରକ୍ଷିତଃ’ ମନ୍ତ୍ରକୁ ମଧ୍ୟ ପୁନରାବୃତ୍ତି କରିଥାଏ। ଲାଲକିଲ୍ଲାରୁ ଶ୍ରୀକୃଷ୍ଣଙ୍କ କରୁଣାର ବାର୍ତ୍ତା ଦିଆଯାଏ ଏବଂ ସେହି ପ୍ରାଚୀରରୁ ମିଶନ ସୁଦର୍ଶନ ଚକ୍ରର ଘୋଷଣା ମଧ୍ୟ କରାଯାଏ। ମିଶନ ସୁଦର୍ଶନ ଚକ୍ର ଅର୍ଥ ହେଉଛି ଦେଶର ପ୍ରମୁଖ ସ୍ଥାନ, ଏହାର ଶିଳ୍ପ ଏବଂ ସାର୍ବଜନୀନ କ୍ଷେତ୍ର ଚାରିପାଖରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ କରିବା, ଯାହାକୁ ଶତ୍ରୁ ଭାଙ୍ଗି ପାରିବ ନାହିଁ। ଯଦି ଶତ୍ରୁ ଏପରି ଦୁଃସାହସ କରେ, ତେବେ ଭାରତର ସୁଦର୍ଶନ ଚକ୍ର ସେମାନଙ୍କୁ ଧ୍ୱଂସ କରିବ।

 

ଅପରେସନ ସିନ୍ଦୂରର କାର୍ଯ୍ୟରେ ଦେଶ ଏହି ସଂକଳ୍ପର ସାକ୍ଷୀ ହୋଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣାଟକର ଲୋକଙ୍କ ସମେତ ଅନେକ ଦେଶବାସୀ ପ୍ରାଣ ହରାଇଥିଲେ। ପୂର୍ବରୁ ଯେତେବେଳେ ଏପରି ଆତଙ୍କବାଦୀ ଆକ୍ରମଣ ହେଉଥିଲା, ସରକାରଗୁଡ଼ିକ ଚୁପ୍ ବସି ରହୁଥିଲେ, କିନ୍ତୁ ନୂତନ ଭାରତ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ କିମ୍ବା ନାଗରିକମାନଙ୍କୁ ସୁରକ୍ଷା ଦେବାର କର୍ତ୍ତବ୍ୟରୁ ପଛକୁ ହଟି ନାହିଁ। ଭାରତ ଶାନ୍ତି ସ୍ଥାପନ କରିବା ଏବଂ ଶାନ୍ତି ରକ୍ଷା କରିବା ଜାଣେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ଭଗବଦ୍ ଗୀତା ଆମକୁ ଆମର କର୍ତ୍ତବ୍ୟ ଏବଂ ଜୀବନ ପ୍ରତିବଦ୍ଧତା ବିଷୟରେ ସଚେତନ କରାଏ ଏବଂ ଏଥିରୁ ପ୍ରେରଣା ପାଇ ସେ ସମସ୍ତଙ୍କୁ କିଛି ସଂକଳ୍ପ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଏହି ଆହ୍ବାନ ନଅଟି ସଂକଳ୍ପ ଭଳି ଯାହା ଆମର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ। ସେ ଆହୁରି ମଧ୍ୟ କହିଥିଲେ ଯେ ଥରେ ସନ୍ଥ ସମାଜ ଏହି ଆହ୍ବାନଗୁଡ଼ିକୁ ଆଶୀର୍ବାଦ କରିଦିଏ, ତେବେ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିବା ପାଇଁ କୌଣସି ବାଧା ରହିବ ନାହିଁ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମର ପ୍ରଥମ ସଂକଳ୍ପ ଜଳ ସଂରକ୍ଷଣ, ଜଳ ସଞ୍ଚୟ ଏବଂ ନଦୀଗୁଡ଼ିକର ସୁରକ୍ଷା ହେବା ଉଚିତ। ଆମର ଦ୍ୱିତୀୟ ସଂକଳ୍ପ ବୃକ୍ଷ ରୋପଣ ହେବା ଉଚିତ। ଏକ ପେଡ୍‌ ମା କେ ନାମର ଦେଶବ୍ୟାପୀ ଅଭିଯାନ ଗତିଶୀଳ ହେଉଛି ଏବଂ ଯଦି ସମସ୍ତ ମଠର ଶକ୍ତି ଏହି ଅଭିଯାନରେ ସାମିଲ ହୁଏ, ତେବେ ଏହାର ପ୍ରଭାବ ଆହୁରି ବ୍ୟାପକ ହେବ। ତୃତୀୟ ସଂକଳ୍ପ ହେଉଛି ଦେଶର ଅତି କମରେ ଜଣେ ଗରିବ ବ୍ୟକ୍ତିଙ୍କ ଜୀବନକୁ ଉନ୍ନତ କରିବା ପାଇଁ ପ୍ରୟାସ କରିବା। ଚତୁର୍ଥ ସଂକଳ୍ପ ସ୍ୱଦେଶୀର ଚିନ୍ତାଧାରା ହେବା ଉଚିତ, ଏବଂ ଦାୟିତ୍ୱବାନ ନାଗରିକ ଭାବରେ ଆମକୁ ସମସ୍ତେ ସ୍ୱଦେଶୀ ଗ୍ରହଣ କରିବାକୁ ପଡିବ। ଆଜିର ଭାରତ ଆତ୍ମନିର୍ଭର ଭାରତ ଏବଂ ସ୍ୱଦେଶୀର ମନ୍ତ୍ର ସହିତ ଆଗକୁ ବଢ଼ୁଛି, ଆମର ଅର୍ଥବ୍ୟବସ୍ଥା, ଆମର ଶିଳ୍ପ ଏବଂ ଆମର ପ୍ରଯୁକ୍ତିବିଦ୍ୟା ନିଜ ଗୋଡ଼ରେ ଦୃଢ଼ ଭାବରେ ଠିଆ ହୋଇଛି। ତେଣୁ ଆମକୁ ପୂର୍ଣ୍ଣ ଶକ୍ତି ସହ କହିବାକୁ ପଡିବ - ‘ଲୋକାଲ ପାଇଁ ଭୋକାଲ’।

 

ପଞ୍ଚମ ସଂକଳ୍ପ ବିଷୟରେ କହି ଶ୍ରୀ ମୋଦୀ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ। ଷଷ୍ଠ ସଂକଳ୍ପ ହେଉଛି ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବା। ଖାଦ୍ୟରେ ମିଲେଟ୍ସ ବା ଶ୍ରୀଅନ୍ନକୁ ଅନ୍ତର୍ଭୁକ୍ତ କରିବା ଏବଂ ତେଲର ସେବନ ହ୍ରାସ କରିବା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସପ୍ତମ ସଂକଳ୍ପ ହେଉଛି ଯୋଗକୁ ଗ୍ରହଣ କରିବା ଏବଂ ଏହାକୁ ଜୀବନର ଏକ ଅଂଶ କରିବା। ଅଷ୍ଟମ ସଂକଳ୍ପ ହେଉଛି ପାଣ୍ଡୁଲିପି ସଂରକ୍ଷଣକୁ ସମର୍ଥନ କରିବା। ଭାରତର ପ୍ରାଚୀନ ଜ୍ଞାନର ଏକ ବଡ଼ ଅଂଶ ଏହି ପାଣ୍ଡୁଲିପିରେ ଲୁଚି ରହିଛି। ଭାରତ ସରକାର ଏହି ଜ୍ଞାନକୁ ସଂରକ୍ଷଣ କରିବା ପାଇଁ ଜ୍ଞାନ ଭାରତମ୍ ମିଶନ କାର୍ଯ୍ୟକାରୀ କରିଛନ୍ତି ଏବଂ ଲୋକଙ୍କ ସହଯୋଗ ଏହି ଅମୂଲ୍ୟ ଐତିହ୍ୟକୁ ରକ୍ଷା କରିବାରେ ସାହାଯ୍ୟ କରିବ।

ନବମ ସଂକଳ୍ପ ହେଉଛି ଦେଶର ଐତିହ୍ୟ ସହିତ ଜଡିତ ଅତି କମରେ 25ଟି ସ୍ଥାନ ପରିଦର୍ଶନ କରିବା ଉଚିତ ବୋଲି ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ। ମାତ୍ର ତିନିରୁ ଚାରି ଦିନ ପୂର୍ବରୁ ହରିୟାଣାର କୁରୁକ୍ଷେତ୍ରରେ ମହାଭାରତ ଅଭିଜ୍ଞତା କେନ୍ଦ୍ର ଉଦଘାଟିତ ହୋଇଥିଲା। ସେ ଲୋକମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଦର୍ଶନ ଦେଖିବା ପାଇଁ ଏହି କେନ୍ଦ୍ର ପରିଦର୍ଶନ କରିବାକୁ ନିବେଦନ କରିଥିଲେ। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗୁଜରାଟରେ ପ୍ରତିବର୍ଷ ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ରୁକ୍ମିଣୀଙ୍କ ବିବାହ ପାଇଁ ଉତ୍ସର୍ଗୀକୃତ ମାଧବପୁର ମେଳା ଆୟୋଜନ କରାଯାଏ, ଯାହା ଦେଶ ବିଭିନ୍ନ ସ୍ଥାନରୁ ବିଶେଷକରି ଉତ୍ତର-ପୂର୍ବାଞ୍ଚଳର ଲୋକଙ୍କୁ ଆକର୍ଷିତ କରେ ଏବଂ ଆଗାମୀ ବର୍ଷ ଏଥିରେ ଯୋଗଦେବା ପାଇଁ ସମସ୍ତଙ୍କୁ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କ ସମଗ୍ର ଜୀବନ ଏବଂ ଗୀତାର ପ୍ରତ୍ୟେକ ଅଧ୍ୟାୟ କର୍ମ, କର୍ତ୍ତବ୍ୟ ଏବଂ କଲ୍ୟାଣର ବାର୍ତ୍ତା ପ୍ରଦାନ କରେ। ଭାରତୀୟମାନଙ୍କ ପାଇଁ 2047 ମସିହା ପର୍ଯ୍ୟନ୍ତ ଯାତ୍ରା କେବଳ ଅମୃତ କାଳ ନୁହେଁ ବରଂ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକ କର୍ତ୍ତବ୍ୟବଦ୍ଧ ହେବାର ଯୁଗ। ଶ୍ରୀ ମୋଦୀ କହିଥିଲେ, ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଭାରତୀୟଙ୍କର ଏକ ଦାୟିତ୍ୱ ଅଛି ଏବଂ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନର ନିଜସ୍ୱ କର୍ତ୍ତବ୍ୟ ରହିଛି। ଏହି କର୍ତ୍ତବ୍ୟ ପାଳନରେ, କର୍ଣ୍ଣାଟକର ପରିଶ୍ରମୀ ଲୋକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ପ୍ରୟାସ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ହେବା ଆବଶ୍ୟକ ଏବଂ ଏହି କର୍ତ୍ତବ୍ୟର ଭାବନାକୁ ଅନୁସରଣ କରି ଏକ ବିକଶିତ କର୍ଣ୍ଣାଟକ ଏବଂ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ଶ୍ରୀ ମୋଦୀ ଉଡ଼ୁପୀର ମାଟିରୁ ଉତ୍ପନ୍ନ ଊର୍ଜା ଏକ ବିକଶିତ ଭାରତର ସଂକଳ୍ପକୁ ମାର୍ଗଦର୍ଶନ କରିବା ଜାରି ରଖୁ ବୋଲି ପ୍ରଧାନମନ୍ତ୍ରୀ ଶେଷରେ ଇଚ୍ଛା ପ୍ରକଟ କରିଥିଲେ। ଏହି ପବିତ୍ର ଅବସରରେ ଜଡିତ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ସେ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

 

ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକ ରାଜ୍ୟପାଳ ଥୱରଚାନ୍ଦ ଗେହଲଟ୍, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଉଡୁପୀର ଶ୍ରୀକୃଷ୍ଣ ମଠ ପରିଦର୍ଶନ କରିଥିଲେ ଏବଂ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ଛାତ୍ରଛାତ୍ରୀ, ସନ୍ୟାସୀ, ବିଦ୍ୱାନ ଏବଂ ବିଭିନ୍ନ କ୍ଷେତ୍ରର ନାଗରିକଙ୍କ ସମେତ 100,000 ଅଂଶଗ୍ରହଣକାରୀ ଏକ ଭକ୍ତିପୂର୍ଣ୍ଣ ସମାବେଶରେ ଏକ ସ୍ୱରରେ ଶ୍ରୀମଦ୍ ଭଗବଦ୍ ଗୀତା ପାଠ କରିଥିଲେ।

ପ୍ରଧାନମନ୍ତ୍ରୀ କୃଷ୍ଣ ଗର୍ଭଗୃହ ସମ୍ମୁଖରେ ଅବସ୍ଥିତ ସୁବର୍ଣ୍ଣ ତୀର୍ଥ ମଣ୍ତପକୁ ମଧ୍ୟ ଉଦଘାଟନ କରିଥିଲେ ଏବଂ ପବିତ୍ର କନକନା କିନ୍ଦି ପାଇଁ କନକ କବଚ (ସୁବର୍ଣ୍ଣ ଆବରଣ) ଉତ୍ସର୍ଗ କରିଥିଲେ। ଏହା ହେଉଛି ଏକ ପବିତ୍ର ଝରକା ଯେଉଁ ବାଟ ଦେଇ ସନ୍ଥ କନକଦାସ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଦର୍ଶନ ପାଇଥିଲେ ବୋଲି ବିଶ୍ୱାସ କରାଯାଏ। ଉଡୁପୀର ଶ୍ରୀକୃଷ୍ଣ ମଠ 800 ବର୍ଷ ପୂର୍ବେ ବେଦାନ୍ତର ଦ୍ୱୈତ ଦର୍ଶନର ପ୍ରତିଷ୍ଠାତା ଶ୍ରୀ ମାଧବାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
NTA terminates 47 officials amid major exam reform drive, more action ahead

Media Coverage

NTA terminates 47 officials amid major exam reform drive, more action ahead
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets everyone on the occasion of Ashadhi Ekadashi
July 25, 2026

Prime Minister Shri Narendra Modi today conveyed his greetings on the sacred occasion of Ashadhi Ekadashi. He noted that this auspicious day is about the eternal message of devotion and compassion.

Shri Modi prayed that Bhagwan Vitthal’s blessings bring joy, harmony and prosperity, and guide everyone towards a better society. The Prime Minister also wished that He may strengthen our resolve to serve and work tirelessly for the welfare and dignity of every person.

In a series of posts on X, the Prime Minister shared: 

"Greetings on the sacred occasion of Ashadhi Ekadashi. This auspicious day is about the eternal message of devotion and compassion. May Bhagwan Vitthal’s blessings bring joy, harmony and prosperity and guide us towards a better society. May He strengthen our resolve to serve and work tirelessly for the welfare and dignity of every person."

"आषाढी एकादशीच्या पवित्र पर्वानिमित्त हार्दिक शुभेच्छा. हा मंगलमय दिवस भक्ती, करुणा आणि सामाजिक सलोख्याचा चिरंतन संदेश देणारा आहे. भगवान विठ्ठलाचे आशीर्वाद आपल्या सर्वांच्या आयुष्यात आनंद, सलोखा आणि समृद्धी घेऊन येवो, हीच कामना. समाजातील प्रत्येक व्यक्तीच्या कल्याणासाठी आणि सन्मानासाठी अविरत कार्य करण्याचा आपला संकल्प अधिक दृढ होवो, हीच विठ्ठल चरणी प्रार्थना."