ଯେଉଁଠି ବି ସଙ୍କଟ ଆସିଲା, ଆମ ଏନଡିଆରଏଫ-ଏସଡିଆରଏଫ ଯବାନ, ଅନ୍ୟ ସୁରକ୍ଷା ବାହିନୀ, ସମସ୍ତେ ଦିନରାତି ପରିଶ୍ରମ କରି ଲୋକଙ୍କୁ ବଞ୍ଚାଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ଏହି ପରୀକ୍ଷା ସମୟରେ ମାନବତାକୁ ସର୍ବୋପରି ରଖିଥିବା ପ୍ରତ୍ୟେକ ନାଗରିକଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି: ପ୍ରଧାନମନ୍ତ୍ରୀ ମୋଦୀ
ଜମ୍ମୁ-କଶ୍ମୀରର ପୁଲୱାମାର ଏକ ଷ୍ଟାଡିୟମରେ ପ୍ରଥମ ଦିବାରାତ୍ର କ୍ରିକେଟ ମ୍ୟାଚ୍ ଦେଖିବା ପାଇଁ ରେକର୍ଡ ସଂଖ୍ୟକ ଲୋକ ଏକାଠି ହୋଇଥିଲେ: ପ୍ରଧାନମନ୍ତ୍ରୀ ମୋଦୀ
ଦେଶର ବିକାଶ ପାଇଁ 'ଏକ ଭାରତ-ଶ୍ରେଷ୍ଠ ଭାରତ'ର ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ କ୍ରୀଡ଼ାର ବଡ଼ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ ମୋଦୀ
ଆଜି ଦେଶର ଅନେକ ରାଜ୍ୟରେ ଶହ ଶହ ସୌର ରାଇସ୍ ମିଲ୍ ସ୍ଥାପନ କରାଯାଇଛି, ଯାହା କୃଷକଙ୍କ ଆୟ ବୃଦ୍ଧି କରିଛି: ପ୍ରଧାନମନ୍ତ୍ରୀ ମୋଦୀ
ଆମର ବଢ଼େଇ, କମାର, ସୁନାରୀ, କୁମ୍ଭାର, ମୂର୍ତ୍ତିଶିଳ୍ପୀ ସର୍ବଦା ଭାରତର ସମୃଦ୍ଧିର ମୂଳଦୁଆ ହୋଇଆସିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
ସାରା ଦେଶ 'ଗଣେଶ ଉତ୍ସବ'ର ଧୁମଧାମରେ ପାଳନ କରୁଛି। ଆଗାମୀ ଦିନରେ ଅନେକ ପର୍ବପର୍ବାଣୀର ଚମକ ବ୍ୟାପିବ: ପ୍ରଧାନମନ୍ତ୍ରୀ ମୋଦୀ
ଆଜି ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି । ସାରା ବିଶ୍ୱ ଭାରତରେ ଲୁଚି ରହିଥିବା ସମ୍ଭାବନା ଉପରେ ନଜର ରଖିଛି: ପ୍ରଧାନମନ୍ତ୍ରୀ ମୋଦୀ
ଆମକୁ ସ୍ୱଦେଶୀ ଭାବନା ସହିତ ଆଗକୁ ବଢ଼ିବାକୁ ହେବ: ଗୋଟିଏ ମନ୍ତ୍ର - ଭୋକାଲ୍ ଫର୍ ଲୋକାଲ; ଗୋଟିଏ ପଥ – ଆତ୍ମନିର୍ଭର ଭାରତ; ଗୋଟିଏ ଲକ୍ଷ୍ୟ- ବିକଶିତ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ
ରାମାୟଣ ଓ ଭାରତୀୟ ସଂସ୍କୃତି ପ୍ରତି ଭଲପାଇବା ଏବେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚୁଛି: ପ୍ରଧାନମନ୍ତ୍ରୀ ମୋଦୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହି ବର୍ଷାଋତୁରେ ପ୍ରାକୃତିକ ବିପର୍ଯ୍ୟୟମାନ ଦେଶକୁ ପରୀକ୍ଷା କରୁଛି । ବିଗତ କିଛି ସପ୍ତାହରେ ଆମେ ବନ୍ୟା ଏବଂ ଭୂସ୍ଖଳନର କରାଳ ରୂପ ଦେଖିଲୁ । କେଉଁଠି ଘର ଭାସିଗଲା ତ କେଉଁଠି ବିଲ ବୁଡ଼ିଗଲା । କେତେ କେତେ ପରିବାର ଉଜୁଡ଼ିଗଲା । ପାଣିର ପ୍ରଖର ସ୍ରୋତରେ କେଉଁଠି ପୋଲ ଭାସିଗଲା ତ କେଉଁଠି ରାସ୍ତା । ଲୋକଙ୍କ ଜୀବନ ସଙ୍କଟାପନ୍ନ ହୋଇଗଲା । ଏହି ଘଟଣାଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କୁ ଦୁଃଖିତ କରିଛି । ଯେଉଁ ପରିବାର ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି, ସେମାନଙ୍କ ଦୁଃଖ ଆମ ସମସ୍ତଙ୍କ ଦୁଃଖ । ଯେଉଁଠି ବି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲା, ସେଠାକାର ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମ NDRF-SDRFର ଯବାନ, ଅନ୍ୟ ସୁରକ୍ଷା ବାହିନୀ - ପ୍ରତ୍ୟେକ ଦିନରାତି ଲାଗି ରହିଲେ । ଯବାନମାନେ ବୈଷୟିକ ସହାୟତାର ସାହାଯ୍ୟ ମଧ୍ୟ ନେଲେ । ଥର୍ମାଲ କ୍ୟାମେରା, ଲାଇଫ ଡିଟେକ୍ଟର, ସ୍ନିଫର୍ ଡଗ୍ ଏବଂ ଡ୍ରୋନ୍ ସର୍ଭେଲାଂସ୍ – ଏଭଳି ଅନେକ ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଗଲା । ଏହି ସମୟରେ ହେଲିକପ୍ଟର ମାଧ୍ୟମରେ ରିଲିଫ ସାମଗ୍ରୀ ପହଞ୍ଚାଗଲା, ଆହତମାନଙ୍କୁ ଏୟାରଲିଫ୍ଟ କରାଗଲା । ବିପଦର ମୁହୁର୍ତ୍ତରେ ସେନା ସାହାଯ୍ୟକାରୀ ସାଜିଲା । ସ୍ଥାନୀୟ ଲୋକ, ସାମାଜିକ କର୍ମୀ, ଡାକ୍ତର, ପ୍ରଶାସନ, ଏଭଳି ବିପଦ ସମୟରେ ଯଥା ସମ୍ଭବ ପ୍ରଚେଷ୍ଟା କଲେ । ମୁଁ ଏଭଳି ପ୍ରତ୍ୟେକ ନାଗରିକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି, ଯିଏ ଏଭଳି କଠିନ ପରିସ୍ଥିତିରେ ମାନବିକତାକୁ ସର୍ବୋପରି ସ୍ଥାନ ଦେଇଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ବର୍ଷା ଓ ବନ୍ୟାର ଏଭଳି ପ୍ରଳୟଙ୍କରୀ ସ୍ଥିତିରେ ଜମ୍ମୁ-କଶ୍ମୀର ଦୁଇଟି ବିଶେଷ ଉପଲବ୍ଧି ହାସଲ କରିଛି । ସେ ଦିଗକୁ ଅଧିକ ଲୋକଙ୍କ ଦୃଷ୍ଟି ଯାଇ ନାହିଁ । କିନ୍ତୁ, ସେ ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଜାଣିଲେ ଆପଣ ବହୁତ ଖୁସି ଅନୁଭବ କରିବେ । ଜମ୍ମୁ-କଶ୍ମୀରର ପୁଲୱାମାର ଗୋଟିଏ ଷ୍ଟାଡିୟମରେ ରେକର୍ଡ଼ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଏଠାରେ ପୁଲୱାମାର ପ୍ରଥମ Day-Night କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେଲା । ଆଗରୁ ଏହା ହେବା ଅସମ୍ଭବ ଥିଲା, କିନ୍ତୁ ଏବେ ମୋ ଦେଶ ବଦଳୁଛି । ଏହି ମ୍ୟାଚ୍ ରୟାଲ୍ ପ୍ରିମିୟର ଲିଗର ଏକ ଅଂଶ, ଯେଉଁଥିରେ ଜମ୍ମୁ-କଶ୍ମୀରର ଭିନ୍ନ ଭିନ୍ନ ଦଳ ଅଂଶଗ୍ରହଣ କରୁଛନ୍ତି । ଏତେ ସଂଖ୍ୟାରେ ଲୋକ, ବିଶେଷକରି ଯୁବବର୍ଗ, ପୁଲୱାମାରେ ରାତ୍ରି ସମୟରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ଖେଳକୁ ଉପଭୋଗ କରୁଥିବା ଦୃଶ୍ୟ ପ୍ରକୃତରେ ଦର୍ଶନୀୟ ଥିଲା ।

ବନ୍ଧୁଗଣ, ଅନ୍ୟ ଏକ ଆୟୋଜନ, ଯାହା ଦୃଷ୍ଟି ଆକର୍ଷଣ କଲା, ତାହା ହେଉଛି ଦେଶରେ ଆୟୋଜିତ ପ୍ରଥମ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲ୍ । ତାହା ମଧ୍ୟ ଶ୍ରୀନଗରର ଡାଲ୍ ହ୍ରଦରେ ହେଲା । ପ୍ରକୃତରେ, ଏଭଳି ଉତ୍ସବ ଆୟୋଜନ ପାଇଁ ଏହା କେତେ ପ୍ରକୃଷ୍ଟ ସ୍ଥାନ । ଏହାର ଉଦ୍ଦେଶ୍ୟ ହେଉଛି ଜମ୍ମୁ-କଶ୍ମୀରରେ ୱାଟର୍ ସ୍ପୋର୍ଟ୍ସକୁ ଲୋକପ୍ରିୟ କରିବା । ଏଥିରେ ସାରା ଭାରତରୁ ୮୦୦ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କଲେ । ମହିଳା ଖେଳାଳି ମଧ୍ୟ ଏଥିରେ ପଛରେ ନଥିଲେ । ସେମାନଙ୍କ ସଂଖ୍ୟା ମଧ୍ୟ ପୁରୁଷମାନଙ୍କ ସହ ପ୍ରାୟ ସମାନ ଥିଲା । ଯେଉଁ ଖେଳାଳୀମାନେ ଏଥିରେ ଅଂଶଗ୍ରହଣ କଲେ, ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ବିଶେଷକରି ମଧ୍ୟପ୍ରଦେଶକୁ ଅଭିନନ୍ଦନ ଜଣାଉଛି, ଯିଏ ଏଥିରେ ସର୍ବାଧିକ ପଦକ ଜିତିଲେ, ଏହା ତଳକୁ ରହିଲେ ହରିଆନା ଏବଂ ଓଡ଼ିଶା । ଜମ୍ମୁ-କଶ୍ମୀର ସରକାର ଏବଂ ସେଠାକାର ଲୋକଙ୍କ ଆତ୍ମୀୟତା ଭାବ ଏବଂ ଆତିଥ୍ୟକୁ ମୁଁ ବହୁତ ପ୍ରଶଂସା କରୁଛି ।

ବନ୍ଧୁଗଣ, ଏହି ଆୟୋଜନ ସହ ଜଡ଼ିତ ଅନୁଭୁତିକୁ ଆପଣଙ୍କ ନିକଟକୁ ପହଞ୍ଚାଇବା ପାଇଁ ଏଭଳି ଦୁଇଜଣ ଖେଳାଳୀଙ୍କ ସହ କଥା ହେବା ପାଇଁ ମୁଁ ଚିନ୍ତା କରିଛି, ଯିଏ ଏଥିରେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶାର ରଶ୍ମିତା ସାହୁ ଏବଂ ଅନ୍ୟ ଜଣକ ହେଉଛନ୍ତି ଶ୍ରୀନଗରର ମୋହସୀନ୍ ଅଲି । ଆସନ୍ତୁ ଶୁଣିବା, ସେମାନେ କ’ଣ କହୁଛନ୍ତି ।

ପ୍ରଧାନମନ୍ତ୍ରୀ : ରଶ୍ମିତା ଜୀ, ନମସ୍କାର ।

ରଶ୍ମିତା : ନମସ୍କାର ସାର୍ ।

ପ୍ରଧାନମନ୍ତ୍ରୀ : ଜୟ ଜଗନ୍ନାଥ ।

ରଶ୍ମିତା : ଜୟ ଜଗନ୍ନାଥ ସାର୍ ।

ପ୍ରଧାନମନ୍ତ୍ରୀ : ରଶ୍ମିତା ଜୀ, ପ୍ରଥମେ ତ ଆପଣଙ୍କୁ କ୍ରୀଡ଼ା ଜଗତରେ ଆପଣଙ୍କ ସଫଳତା ପାଇଁ ଅନେକ ଅନେକ ଅଭିନନ୍ଦନ ।

ରଶ୍ମିତା : ଥାଙ୍କ୍ ୟୁ, ସାର୍ ।

ପ୍ରଧାନମନ୍ତ୍ରୀ : ରଶ୍ମିତା, ଆମ ଶ୍ରୋତାମାନେ ଆପଣଙ୍କ ଏବଂ ଆପଣଙ୍କ କ୍ରୀଡ଼ା ଯାତ୍ରା ବିଷୟରେ ଜାଣିବା ପାଇଁ ବହୁତ ଉତ୍କଣ୍ଠିତ । ମୁଁ ମଧ୍ୟ ବହୁତ ଆଗ୍ରହୀ । ଏ ବିଷୟରେ କୁହନ୍ତୁ।

ରଶ୍ମିତା : ସାର୍, ମୁଁ ରଶ୍ମିତା ସାହୁ ଓଡ଼ିଶାରୁ । ମୁଁ ଜଣେ କ୍ୟାନୋଇଂ ଖେଳାଳୀ । ମୁଁ ୨୦୧୭ରେ କ୍ରୀଡ଼ାଜଗତରେ ଯୋଗ ଦେଇଥିଲି । କ୍ୟାନୋଇଂ ଆରମ୍ଭ କରିଥିଲି। ମୁଁ ଜାତୀୟ ସ୍ତରରେ, ନ୍ୟାସ୍ନାଲ୍ ଚମ୍ପିୟାନସିପ୍ ଏବଂ ନ୍ୟାସନାଲ୍ ଗେମ୍ସରେ ଅଂଶଗ୍ରହଣ କରିଛି । ମୁଁ ୪୧ଟି ପଦକ ପାଇଛି, ଯେଉଁଥିରେ ୧୩ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଏବଂ ୧୪ଟି ବ୍ରୋଞ୍ଜ ପଦକ ଜିତିଛି ସାର୍ ।

ପ୍ରଧାନମନ୍ତ୍ରୀ : ଏହି ଖେଳ ପ୍ରତି କାହିଁକି ଆଗ୍ରହ ହେଲା ? ସର୍ବପ୍ରଥମେ କିଏ ଆପଣଙ୍କୁ ଏହି ଦିଗରେ ପ୍ରେରଣା ଦେଲେ ? ଆପଣଙ୍କ ପରିବାରରେ କ୍ରୀଡ଼ା ପରିବେଶ ରହିଛି କି?

ରଶ୍ମିତା : ନା ସାର୍ । ଯେଉଁ ଗାଁରୁ ମୁଁ ଆସିଛି, ସେଠାରେ କ୍ରୀଡ଼ା ପ୍ରତି ସେଭଳି କିଛି ନାହିଁ । ମୁଁ ମୋ ସାଙ୍ଗସାଥିଙ୍କ ସହିତ ପହଁରିବାକୁ ଯାଇଥିଲି । ଆମେମାନେ ପହଁରୁଥିବା ବେଳେ ଗୋଟିଏ କ୍ୟାନୋଇଂ-କାୟାକିଂ ବୋଟ୍ ସେହି ପାଖ ଦେଇ ଗଲା । ସେଇ ବିଷୟରେ ମୋର ମୋଟେ ଧାରଣା ନ ଥିଲା । ଏହା କ’ଣ ବୋଲି ମୁଁ ମୋ ସାଙ୍ଗକୁ ପଚାରିଲି । ମୋ ସାଙ୍ଗ ମୋତେ କହିଲା ଯେ, ଜଗତପୁରରେ ସାଇ ସ୍ପୋର୍ଟ୍ସ ସେଣ୍ଟର୍ ରହିଛି, ସେଠି ଏହି ଖେଳ ଖେଳାଯାଇଥାଏ । ମୁଁ ସେଠାକୁ ଯିବି । ଏ କଥାରେ ମୋ ମନରେ ମଧ୍ୟ ଗୋଟିଏ ଆଗ୍ରହ ସୃଷ୍ଟି ହେଲା । ପିଲାମାନେ କିଭଳି ଏହା ଖେଳନ୍ତି, ସେ ବିଷୟରେ ମୋର ମୋଟେ ଧାରଣା ନଥିଲା । ମୁଁ ବି ଯିବାକୁ ଚାହୁଁଛି ବୋଲି ମୁଁ ତାକୁ କହିଲି । କେମିତି ଯିବାକୁ ହେବ ବୋଲି ପଚାରିଲି । ସେଠାକୁ ଯାଇ ଏ ବିଷୟରେ ବୁଝିବାକୁ ସେ ମୋତେ ପରାମର୍ଶ ଦେଲା । ପରେ ମୁଁ ଘରକୁ ଯାଇ ବାପାଙ୍କ ଆଗରେ ମୋ ଆଗ୍ରହ ବିଷୟରେ ପ୍ରକାଶ କଲି । ବାପା ମୋତେ ନେଇ ସେଠାକୁ ଆସିଥିଲେ । ସେ ସମୟରେ ଟାଇମ୍-ଟ୍ରାଏଲ୍ ହେଉନଥିଲା । ପରେ କୋଚମାନେ କହିଲେ ଯେ, ଫେବୃଆରୀ - ମାର୍ଚ୍ଚ ମାସରେ ଟାଇମ୍-ଟ୍ରାଏଲ୍ ହୋଇଥାଏ । ଆପଣ ସେହି ସମୟରେ ଆସନ୍ତୁ। ତା ପରେ ଟ୍ରାଏଲ୍ ସମୟରେ ମୁଁ ଗଲି ।

ପ୍ରଧାନମନ୍ତ୍ରୀ : ଆଚ୍ଛା ରଶ୍ମିତା, କଶ୍ମୀରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲରେ ଆପଣଙ୍କ ନିଜ ଅନୁଭୁତି କିଭଳି ଥିଲା? କଣ ପ୍ରଥମ ଥର ପାଇଁ କାଶ୍ମୀର ଯାଇଥିଲେ ?

ରଶ୍ମିତା : ହଁ ସାର୍ । ମୁଁ ପ୍ରଥମ ଥର କଶ୍ମୀର ଯାଇଥିଲି । ସେଇଠି ପ୍ରଥମ ଖେଲୋ ଇଣ୍ଡିଆ ୱାଟର୍ ସ୍ପୋର୍ଟ୍ସ ଫେଷ୍ଟିଭାଲର ଆୟୋଜନ କରାଯାଇଥିଲା । ସେଥିରେ ମୋର ଦୁଇଟି ଇଭେଣ୍ଟ ଥିଲା । ସିଙ୍ଗିଲ୍ସ ୨୦୦ ମିଟର୍ ଓ ୫୦୦ ମିଟର୍ ଡବଲ୍ସ । ଆଉ ଦୁଇଟି ଯାକରେ ମୁଁ ସ୍ୱର୍ଣ୍ଣ ପଦକ ପାଇଥିଲି ସାର୍ ।

ପ୍ରଧାନମନ୍ତ୍ରୀ : ଆରେ ବାଃ ! ଦୁଇଟିଯାକରେ ପଦକ !

ରଶ୍ମିତା : ହଁ ସାର୍ ।

ପ୍ରଧାନମନ୍ତ୍ରୀ : ବହୁତ ବହୁତ ଅଭିନନ୍ଦନ ।

ରଶ୍ମିତା : ଥାଙ୍କ୍ ୟୁ ସାର୍

ପ୍ରଧାନମନ୍ତ୍ରୀ : ଆଚ୍ଛା ରଶ୍ମିତା, ୱାଟର୍ ସ୍ପୋର୍ଟ୍ସ ବ୍ୟତୀତ ଆଉ କେଉଁ କେଉଁଥିରେ ଆପଣଙ୍କର ରୁଚି ରହିଛି ?

ରଶ୍ମିତା : ସାର୍, ୱାଟର୍ ସ୍ପୋର୍ଟ୍ସକୁ ଛାଡ଼ିଦେଲେ ଦୌଡ଼ ପ୍ରତିଯୋଗିତା ମୋତେ ଭାରି ଭଲ ଲାଗେ । ଯେବେ ବି ମୁଁ ଛୁଟିରେ ଯାଏଁ, ମୁଁ ଦୌଡ଼ିବାକୁ ଯାଇଥାଏ, ମୋ ପୁରୁଣା ମଇଦାନକୁ । ପ୍ରଥମେ ମୁଁ ସେଠି ଫୁଟବଲ୍ ଖେଳିବା ଶିଖିଥିଲି । ତେଣୁ, ସେଠାକୁ ଗଲେ ମୁଁ ବହୁତ ରନିଂ କରେ ଆଉ ଅଳ୍ପ ବହୁତ ଫୁଟବଲ୍ ବି ଖେଳେ ।

ପ୍ରଧାନମନ୍ତ୍ରୀ : ମାନେ, ଖେଳ ଆପଣଙ୍କ ଶିରାପ୍ରଶିରାରେ ପରିବ୍ୟାପ୍ତ ?

ରଶ୍ମିତା : ହଁ ସାର୍ । ସ୍କୁଲରେ ପ୍ରଥମରୁ ଦଶମ ଯାଏଁ ପଢ଼ିବା ସମୟରେ ମୁଁ ଯେତେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଥିଲି, ସବୁଥିରେ ପ୍ରଥମ ସ୍ଥାନ ହାସଲ୍ କରି ଚମ୍ପିଆନ୍ ହେଉଥିଲି ।

ପ୍ରଧାନମନ୍ତ୍ରୀ : ରଶ୍ମିତା, ଯେଉଁମାନେ ଆପଣଙ୍କ ଭଳି କ୍ରୀଡ଼ାଜଗତରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ଯଦି ସେମାନଙ୍କୁ କିଛି ବାର୍ତ୍ତା ଦେବାକୁ ହୁଏ, ଆପଣ କଣ କହିବେ ?

ରଶ୍ମିତା : ସାର୍, ବହୁତ ପିଲାଙ୍କୁ ଘରୁ ବାହାରିବାକୁ ବି ଅନୁମତି ମିଳେନି । ବିଶେଷକରି ଝିଅମାନଙ୍କୁ । କିଛି ପିଲା ଅର୍ଥାଭାବରୁ ଖେଳ ଛାଡ଼ି ଦେଉଛନ୍ତି । କିନ୍ତୁ, ଏହି ଖେଲୋ ଇଣ୍ଡିଆ ଯୋଜନାରେ ବହୁତ ପିଲାଙ୍କୁ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ମିଳୁଛି, ଯାହା ଫଳରେ ଅନେକ ପିଲା ଆଗକୁ ଯାଇପାରୁଛନ୍ତି । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ, ଖେଳକୁ ଛାଡ଼ନ୍ତୁ ନାହିଁ । ଖେଳରେ ବହୁତ ଆଗକୁ ଯାଇପାରିବେ । ଖେଳ କେବଳ ଖେଳ ନୁହେଁ, ଏହା ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିଥାଏ ଏବଂ ଖେଳରେ ଉନ୍ନତି କରି ଭାରତ ପାଇଁ ପଦକ ଜିତିବା ଆମ କର୍ତ୍ତବ୍ୟ ସାର୍ ।

ପ୍ରଧାନମନ୍ତ୍ରୀ : ହଉ ରଶ୍ମିତା, ମୋତେ ବହୁତ ଭଲ ଲାଗିଲା । ଆପଣଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଏବଂ ଆପଣଙ୍କ ବାପାଙ୍କୁ ମୋର ପ୍ରଣାମ ଜଣାଇବେ, କାରଣ ଏତେ ବାଧାବିଘ୍ନ ସତ୍ତ୍ୱେ ଗୋଟିଏ ଝିଅକୁ ଆଗକୁ ବଢ଼ିବା ପାଇଁ ସେ ଏତେ ପ୍ରୋତ୍ସାହନ ଦେଲେ । ମୋର ଅନେକ ଅନେକ ଶୁଭେଚ୍ଛା । ଧନ୍ୟବାଦ ।

ରଶ୍ମିତା : ଥାଙ୍କ୍ ୟୁ ସାର୍ ।

ପ୍ରଧାନମନ୍ତ୍ରୀ : ଜୟ ଜଗନ୍ନାଥ ।

ରଶ୍ମିତା : ଜୟ ଜଗନ୍ନାଥ ସାର୍ ।

ପ୍ରଧାନମନ୍ତ୍ରୀ : ମୋହସିନ ଅଲୀ ନମସ୍କାର !

ମୋହସିନ ଅଲୀ : ନମସ୍କାର ସାର୍‌!

ପ୍ରଧାନମନ୍ତ୍ରୀ : ମୋହସିନ ଜୀ, ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଏବଂ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ।

ମୋହସିନ ଅଲୀ : ଧନ୍ୟବାଦ ସାର୍‌ ।

ପ୍ରଧାନମନ୍ତ୍ରୀ : ମୋହସିନ, ଆପଣ ପ୍ରଥମେ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ୍‌ ଉତ୍ସବରେ ଭାଗ ନେଇ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଆପଣଙ୍କୁ କେମିତି ଲାଗିଲା ?

ମୋହସିନ ଅଲୀ: ସାର୍‌, ମୁଁ ବହୁତ ଖୁସି ଅଛି । ମୁଁ ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣପଦକ ଜିତିଛି, ଯାହା ଏଇଠି କାଶ୍ମୀରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ।

ପ୍ରଧାନମନ୍ତ୍ରୀ : ଲୋକଙ୍କ ମଧ୍ୟରେ କ’ଣ ଚର୍ଚ୍ଚା ହେଉଛି ?

ମୋହସିନ ଅଲୀ : ସାର୍‌, ବହୁତ ଚର୍ଚ୍ଚା ହେଉଛି । ମୋ ପରିବାରର ସମସ୍ତେ ଖୁସି ଅଛନ୍ତି ।

ପ୍ରଧାନମନ୍ତ୍ରୀ : ଆପଣଙ୍କ ସ୍କୁଲର ଲୋକେ?

ମୋହସିନ ଅଲୀ : ସ୍କୁଲର ସମସ୍ତେ ମଧ୍ୟ ଖୁସି ଅଛନ୍ତି । କଶ୍ମୀରରେ ସମସ୍ତେ କହୁଛନ୍ତି ଆପଣ ସ୍ୱର୍ଣ୍ଣ ପଦକଧାରୀ ଖେଳାଳି ।

ପ୍ରଧାନମନ୍ତ୍ରୀ : ତା’ହେଲେ ଆପଣ ତ ଏବେ ବଡ଼ ସେଲିବ୍ରିଟି ହୋଇଗଲେ ।

ମୋହସିନ ଅଲୀ : ହଁ ସାର୍‌!

ପ୍ରଧାନମନ୍ତ୍ରୀ : ଆଚ୍ଛା, ୱାଟର୍‌ ସ୍ପୋର୍ଟସ୍‌ ପ୍ରତି କିଭଳି ଆଗ୍ରହ ସୃଷ୍ଟି ହେଲା ଏବଂ ଆପଣ ଏହାଦ୍ୱାରା କ’ଣ ଲାଭ ହେବା ଦେଖୁଛନ୍ତି ?

ମୋହସିନ ଅଲୀ : ପିଲା ଦିନେ ମୁଁ ଦେଖିଥିଲି ଡାଲ୍‌ ହ୍ରଦରେ ନୌକା ଚାଲୁଛି । ବାପା କହିଥିଲେ, ତୁ କରିବୁ ? ମୋର ବି ଆଗ୍ରହ ଥିଲା । ତା’ପରେ ମୁଁ ସେଣ୍ଟର୍‌କୁ ଗଲି, ମାଡାମ୍‌ଙ୍କ ପାଖକୁ । ବିଲ୍‌କିସ୍‌ ମାଡାମ୍‌ ମୋତେ ଶିଖାଇଲେ ।

ପ୍ରଧାନମନ୍ତ୍ରୀ : ଆଚ୍ଛା ମୋହସିନ, ପ୍ରଥମ ଥରପାଇଁ ୱାଟର୍‌ ସ୍ପୋର୍ଟସ୍‌ କାର୍ଯ୍ୟକ୍ରମ ଶ୍ରୀନଗରରେ, ତାହା ପୁଣି ଡାଲ୍‌ ହ୍ରଦରେ ହେଲା । ଦେଶର ଅନେକ ଲୋକ ଆସିଥିଲେ । ସେଠାକାର ଲୋକଙ୍କୁ କେମିତି ଲାଗିଲା ?

ମୋହସିନ ଅଲୀ: ସାର୍‌, ବହୁତ ଖୁସି ଲାଗିଲା । ସମସ୍ତେ କହୁଛନ୍ତି ଏହା ଏକ ଭଲ ସ୍ଥାନ, ସବୁ ଭଲ ସୁବିଧା ଅଛି । ‘ଖେଲୋ ଇଣ୍ଡିଆ’ରେ ସବୁ କିଛି ଭଲ ଥିଲା ।

ପ୍ରଧାନମନ୍ତ୍ରୀ : ତ ଆପଣ କେବେ କାଶ୍ମୀର ବାହାରକୁ ଖେଳିବାକୁ ଯାଇଛନ୍ତି ?

ମୋହସିନ ଅଲୀ: ହଁ ସାର୍‌, ମୁଁ ଭୋପାଳ, ଗୋଆ, କେରଳ, ହିମାଚଳ ଯାଇଛି ।

ପ୍ରଧାନମନ୍ତ୍ରୀ : ଆଚ୍ଛା, ଆପଣ ତ ତା’ହେଲେ ପୂରା ଭାରତ ଦେଖି ସାରିଛନ୍ତି ।

ମୋହସିନ ଅଲୀ : ହଁ ସାର୍‌ ।

ପ୍ରଧାନମନ୍ତ୍ରୀ : ଆଚ୍ଛା, ସେଠାକୁ ବହୁତ ଖେଳାଳି ଆସିଥିଲେ

ମୋହସିନ ଅଲୀ : ହଁ ସାର୍‌ ।

ପ୍ରଧାନମନ୍ତ୍ରୀ : ଆପଣ ନୂଆ ବନ୍ଧୁ ତିଆରି କଲେ ନା ନାହିଁ ।

ମୋହସିନ ଅଲୀ : ସାର୍‌, ବହୁତ ବନ୍ଧୁ ତିଆରି କଲି । ଏକା ସାଂଗେ ବୁଲାବୁଲି କଲୁ ଡାଲ୍‌ ହ୍ରଦରେ, ଲାଲ୍‌ ଚୌକରେ, ଆମେ ସବୁ ସ୍ଥାନରେ ବୁଲିଲୁ ସାର୍‌, ପହଲଗାମ ବି ଯାଇଥିଲୁ । ହଁ ସାର୍‌, ସବୁ ଜାଗା

ପ୍ରଧାନମନ୍ତ୍ରୀ : ଦେଖନ୍ତୁ ମୁଁ ତ ଦେଖିଛି ଯେ ଜମ୍ମୁ କଶ୍ମୀରରେ Sports Talent ଅଛନ୍ତି ।

ମୋହସିନ ଅଲୀ : ହଁ ସାର୍‌ ।

ପ୍ରଧାନମନ୍ତ୍ରୀ :ଆମ ଜମ୍ମୁକଶ୍ମୀରର ଯୁବକଯୁବତୀ ଦେଶର ନାଁ ଉଜ୍ଜ୍ୱଳ କରିବାର ସାମର୍ଥ୍ୟ ରଖନ୍ତି ଏବଂ ଆପଣ ତାହା କରି ଦେଖାଇଛନ୍ତି ।

ମୋହସିନ ଅଲୀ : ସାର୍‌, ମୋର ସ୍ୱପ୍ନ ହେଉଛି ଅଲିମ୍ପିକ୍‌ରେ ପଦକ ଜିତିବା ।

ପ୍ରଧାନମନ୍ତ୍ରୀ : ବାଃ ସାବାସ୍‌ ।

ମୋହସିନ ଅଲୀ : ତାହା ହିଁ ସ୍ୱପ୍ନ ସାର୍‌ ।

ପ୍ରଧାନମନ୍ତ୍ରୀ : ଦେଖନ୍ତୁ ଆପଣଙ୍କଠାରୁ ଏକଥା ଶୁଣି ମୁଁ କିଭଳି ରୋମାଞ୍ଚ ଅନୁଭବ କରୁଛି।

ମୋହସିନ ଅଲୀ : ସାର୍‌, ମୋର ସ୍ୱପ୍ନ ହେଉଛି ଅଲିମ୍ପିକ୍‌ରେ ପଦକ ଜିତିବା ଆଉ ଦେଶ ପାଇଁ National Anthem ବଜାଇବା, ତାହା ହିଁ ମୋର ସ୍ୱପ୍ନ ।

ପ୍ରଧାନମନ୍ତ୍ରୀ :ମୋ ଦେଶର ଗୋଟିଏ ଶ୍ରମିକ ପରିବାରର ପୁଅ ଏତେ ବଡ଼ ସ୍ୱପ୍ନ ଦେଖୁଛି ମାନେ ଏହି ଦେଶ ନିଶ୍ଚିତ ଭାବେ ବହୁତ ଆଗକୁ ବଢ଼ିବ ।

ମୋହସିନ ଅଲୀ : ସାର୍‌, ବହୁତ ଆଗକୁ ବଢ଼ିବ । ମୁଁ ଭାରତ ସରକାରଙ୍କ ନିକଟରେ କୃତଜ୍ଞ ଯେ ଏଇଠି ଖେଲୋ ଇଣ୍ଡିଆ ଆୟୋଜନ କରିଛନ୍ତି । ଏଇଠି ପ୍ରଥମ ଥରପାଇଁ ହୋଇଛି ସାର୍‌ ।

ପ୍ରଧାନମନ୍ତ୍ରୀ : ତା’ହେଲେ ତ ଆପଣଙ୍କ ସ୍କୁଲରେ ମଧ୍ୟ ଜୟଜୟକାର ହେଉଥିବ ।

ମୋହସିନ ଅଲୀ : ହଁ ସାର୍‌ ।

ପ୍ରଧାନମନ୍ତ୍ରୀ : ହଉ ମୋହସିନ, ଆପଣଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗିଲା ଆଉ ମୋ ତରଫରୁ ଆପଣଙ୍କ ବାପାଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଇଦେବେ । କାହିଁକିନା ସେ ଶ୍ରମିକ ଭାବେ ଜୀବନଯାପନ କରି ମଧ୍ୟ ଆପଣଙ୍କ ଜୀବନକୁ ତିଆରି କରିଛନ୍ତି ଏବଂ ଆପଣ ନିଜ ବାପାଙ୍କ କଥାରେ ଆଦୌ ଆରାମ ନ କରି ଦଶ ବର୍ଷ ପର୍ଯ୍ୟନ୍ତ ସାଧନା କରିଛନ୍ତି । ଏହା ଖେଳାଳିଙ୍କ ପାଇଁ ବହୁତ ବଡ଼ ପ୍ରେରଣା ଅଟେ ଏବଂ ଆପଣଙ୍କ କୋଚଙ୍କୁ ମଧ୍ୟ ମୁଁ ବହୁତ ଶୁଭେଚ୍ଛା ଜଣାଉଛି ଯିଏ ଆପଣଙ୍କ ପାଇଁ ଏତେ ପରିଶ୍ରମ କରିଛନ୍ତି, ମୋ ତରଫରୁ ବହୁତ-ବହୁତ ଶୁଭକାମନା, ବହୁତ-ବହୁତ ଶୁଭେଚ୍ଛା ଭାଇ ।

ମୋହସିନ ଅଲୀ : ଧନ୍ୟବାଦ ସାର୍‌, ନମସ୍କାର ସାର୍‌, ଜୟ ହିନ୍ଦ୍‌!

ବନ୍ଧୁଗଣ, ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବନା ଦେଶର ଏକତା ଓ ପ୍ରଗତି ପାଇଁ ଅତ୍ୟନ୍ତ ଜରୁରୀ। କ୍ରୀଡ଼ା ଏଥିରେ ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସେଇଥିପାଇଁ ମୁଁ କହେ ଯେ ଯିଏ ଖେଳେ, ସେ ପ୍ରସ୍ଫୁଟିତ ହେବ । ଆମ ଦେଶ ମଧ୍ୟ ଯେତିକି ଟୁର୍ଣ୍ଣାମେଣ୍ଟ ଖେଳିବ, ସେତିକି ବିକଶିତ ହେବ । ଆପଣ ଦୁଇ ଖେଳାଳିଙ୍କୁ, ଆପଣମାନଙ୍କ ବନ୍ଧୁମାନଙ୍କୁ ମୋର ବହୁତ ବହୁତ ଶୁଭକାମନା ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ୟୁପିଏସ୍‌ସି ନାଁ ତ ନିଶ୍ଚିତଭାବେ ଶୁଣିଥିବେ । ଏହି ସଂସ୍ଥା ଦେଶର ସବୁଠୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷା ମଧ୍ୟ ଆୟୋଜନ କରିଥାଏ । ଆମେ ସମସ୍ତେ ସିଭିଲ୍‌ ସର୍ଭିସର ଟପ୍ପର୍ସମାନଙ୍କ ପ୍ରେରଣାଦାୟକ କଥା ଅନେକ ଥର ଶୁଣିଛୁ । ଏହି ଯୁବକଯୁବତୀମାନେ କଠିନ ପରିସ୍ଥିତିରେ ପଢ଼ାପଢ଼ି କରିବା ପରେ ନିଜର କଠୋର ପରିଶ୍ରମ ଦ୍ୱାରା ଏହି ସର୍ଭିସରେ ସ୍ଥାନ ପାଇଥାନ୍ତି- କିନ୍ତୁ ବନ୍ଧୁଗଣ, ୟୁପିଏସ୍‌ସି ପରୀକ୍ଷାର ଆଉ ଗୋଟିଏ ବାସ୍ତବତା ମଧ୍ୟ ରହିଛି । ଏଭଳି ହଜାର ହଜାର ପ୍ରାର୍ଥୀ ମଧ୍ୟ ଥାଆନ୍ତି, ଯେଉଁମାନେ ଅତ୍ୟନ୍ତ ଯୋଗ୍ୟ ହୋଇଥିଲେ ମଧ୍ୟ, ସେମାନଙ୍କର ପରିଶ୍ରମ କାହାଠାରୁ କମ୍‌ ନୁହେ, କିନ୍ତୁ ଅଳ୍ପ ପାର୍ଥକ୍ୟରେ ସେମାନେ ଅନ୍ତିମ ତାଲିକା ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ନାହିଁ । ଏହି ପ୍ରାର୍ଥୀମାନଙ୍କୁ ଦ୍ୱିତୀୟ ଥର ପରୀକ୍ଷା ଦେବାପାଇଁ ନୂଆ କରି ପ୍ରସ୍ତୁତି କରିବାକୁ ପଡ଼େ । ସେଥିରେ ସେମାନଙ୍କ ଅର୍ଥ ଓ ସମୟ ଉଭୟ ଖର୍ଚ ହୋଇଥାଏ । ସେଥିପାଇଁ ଏବେ ଏଭଳି ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ତିଆରି କରାଯାଇଛି, ଯାହାର ନାମ ହେଉଛି ‘ପ୍ରତିଭା ସେତୁ’ ।

‘ପ୍ରତିଭା ସେତୁ’ରେ ସେହି ପ୍ରାର୍ଥୀମାନଙ୍କର ଡାଟା ରଖାଯାଇଛି, ଯେଉଁମାନେ ୟୁପିଏସ୍‌ସିର ବିଭିନ୍ନ ପରୀକ୍ଷାର ସବୁ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଛନ୍ତ, କିନ୍ତୁ ଶେଷ merit listରେ ସେମାନଙ୍କର ନାମ ଆସିପାରି ନାହିଁ । ଏହି ପୋର୍ଟାଲରେ ୧୦ ହଜାରରୁ ଅଧିକ ଏପରି ପ୍ରତିଭାବାନ ଯୁବକଯୁବତୀଙ୍କର ଡାଟାବ୍ୟାଙ୍କ ରହିଛି । କେହି Civil Services ପାଇଁ ପ୍ରସ୍ତୁତ କରୁଥିଲେ, କେହି ଇଞ୍ଜିନିୟରିଂ ସର୍ଭିସରେ ଯିବାକୁ ଚାହୁଁଥିଲେ, କିଏ ମେଡିକାଲ୍‌ ସର୍ଭିସରେ ସବୁ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ଶେଷରେ ତାଙ୍କର ସିଲେକ୍ସନ ହୋଇପାରି ନ ଥିଲେ, ଏଭଳି ସବୁ ପ୍ରାର୍ଥୀଙ୍କ ତଥ୍ୟ ଏବେ ‘ପ୍ରତିଭା ସେତୁ’ ପୋର୍ଟାଲରେ ଉପଲବ୍ଧ କରାଯାଇଛି । ଏହି ପୋର୍ଟାଲ୍‌ ମାଧ୍ୟମରେ ପ୍ରାଇଭେଟ କମ୍ପାନୀଗୁଡ଼ିକ ଏହି ପ୍ରତିଭାବାନ ଛାତ୍ରମାନଙ୍କର ତଥ୍ୟ ନେଇ ସେମାନଙ୍କୁ ନିଯୁକ୍ତି ଦେଇପାରିବେ । ବନ୍ଧୁଗଣ, ଏହି ଉଦ୍ୟମର ଫଳାଫଳ ମଧ୍ୟ ଆସିବା ଆରମ୍ଭ ହୋଇଯାଇଛି । ଶହଶହ ପ୍ରାର୍ଥୀ ଏହି ପୋର୍ଟାଲ ସାହାର୍ଯ୍ୟରେ ତୁରନ୍ତ ନିଯୁକ୍ତି ପାଇଛନ୍ତି ଏବଂ ଯେଉଁ ଯୁବକ ଯୁବତୀ ଅଳ୍ପକରେ ରହିଯାଇଛନ୍ତି, ସେମାନେ ଏବେ ନୂଆ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି । ଭାରତରେ ଲୁଚି ରହିଥିବା ସମ୍ଭାବନା ଉପରେ ବିଶ୍ୱର ନଜର ରହିଛି । ଏହି ସହିତ ଜଡ଼ିତ ଏକ ସୁଖଦ ଅଭିଜ୍ଞତା ବିଷୟରେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି । ଆପଣମାନେ ଜାଣିଛନ୍ତି ଯେ ଆଜିକାଲି ପଡ଼କାଷ୍ଟ୍‌ର ବହୁତ ଫ୍ୟାସନ୍ ରହିଛି । ବିଭିନ୍ନ ପ୍ରସଙ୍ଗ ସହିତ ଜଡ଼ିତ ପଡ଼କାଷ୍ଟ୍‌କୁ ବିଭିନ୍ନ ପ୍ରକାରର ଲୋକ ଦେଖନ୍ତି ଓ ଶୁଣନ୍ତି । ବିଗତ ଦିନରେ ମୁଁ ମଧ୍ୟ କେତେକ ପଡ଼କାଷ୍ଟ୍‌ରେ ଭାଗ ନେଇଥିଲି । ଏମିତି ଏକ ପଡ଼କାଷ୍ଟ୍‌ ଦୁନିଆର ବହୁତ ଫେମସ୍ ପଡ଼କାଷ୍ଟର୍‌ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ହୋଇଥିଲା । ସେହି ପଡ଼କାଷ୍ଟ୍‌ରେ ବିଭିନ୍ନ ବିଷୟ ଆଲୋଚନା ହୋଇଥିଲା ଓ ସାରା ପୃଥିବୀର ଲୋକ ମଧ୍ୟ ଶୁଣିଥିଲେ ଏବଂ ଯେତେବେଳେ ପଡ଼କାଷ୍ଟ୍‌ ଉପରେ ଚର୍ଚ୍ଚା ହେଉଛି, ତ କଥାରେ କଥାରେ ମୁଁ ଏଭଳି ଏକ ବିଷୟ ଉଠାଇଥିଲି । ଜର୍ମାନୀର ଜଣେ କ୍ରୀଡ଼ାବିତ୍‌ ସେହି ପଡ଼କାଷ୍ଟ୍‌ ଶୁଣିଥିଲେ ଏବଂ ମୁଁ ସେଥିରେ ଯେଉଁ କଥା କହିଥିଲି ସେଥିରେ ତାଙ୍କ ଧ୍ୟାନ କେନ୍ଦ୍ରୀଭୂତ ହୋଇଗଲା । ସେ ସେହି ବିଷୟ ସହିତ ଏତେ କନେକସନ୍ ହୋଇଗଲେ ଯେ ପ୍ରଥମେ ସେହି ବିଷୟ ଉପରେ ଗବେଷଣା କଲେ ଏବଂ ପୁଣି ଜର୍ମାନୀର ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କଲେ । ସେ ଗୋଟିଏ ଚିଠି ଲେଖି ଜଣାଇଥିଲେ ଯେ ସେ ସେହି ବିଷୟକୁ ନେଇ ଭାରତ ସହିତ ଯୋଡ଼ିହେବାକୁ ଚାହୁଁଛନ୍ତି । ଆପଣମାନେ ଭାବୁଥିବେ ଯେ ମୋଦୀ ଜୀ ପଡ଼କାଷ୍ଟ୍‌ରେ ଏପରି କି କଥା କହିଲେ, ଯାହା ଜର୍ମାନୀର ଜଣେ ଖେଳାଳିଙ୍କୁ ପ୍ରେରଣା ଦେଲା । ଏହା କେଉଁ ବିଷୟ ଥିଲା- ମୁଁ ଆପଣଙ୍କୁ ମନେ ପକାଇ ଦେଉଛି, ମୁଁ ପଡ଼କାଷ୍ଟରେ କଥାରେ କଥାରେ ମଧ୍ୟପ୍ରଦେଶର ଶହଡୋଲ୍‌ର ଫୁଟବଲର Craze ସହିତ ଜଡ଼ିତ ଗୋଟିଏ ଗାଁ କଥା ବର୍ଣ୍ଣନା କରିଥିଲି । ପ୍ରକୃତରେ ଦୁଇ ବର୍ଷ ତଳେ ମୁଁ ଶହଡୋଲ୍‌ ଯାଇଥିଲି, ସେଠାକାର ଫୁଟବଲ ଖେଳାଳୀ.ଙ୍କୁ ଭେଟିଥିଲି । ପଡ଼କାଷ୍ଟରେ ଗୋଟିଏ ପ୍ରଶ୍ନର ଉତ୍ତରରେ ମୁଁ ଶହଡୋଲ୍‌ର ଫୁଟବଲ ଖେଳାଳିଙ୍କ ସମ୍ପର୍କରେ କହିଥିଲି । ଏକଥା ଜର୍ମାନୀର ଫୁଟବଲ ଖେଳାଳି ଓ କୋଚ୍ ଡିଟ୍‌ମାର୍‌ ବାୟରସ୍‌ଡୋର୍‌ଫର୍‌ ମଧ୍ୟ ଶୁଣିଥିଲେ । ଶହଡୋଲ୍‌ର ଯୁବ ଫୁଟବଲ ଖେଳାଳିମାନଙ୍କ ଜୀବନ ଯାତ୍ରା ତାଙ୍କୁ ବହୁତ ପ୍ରଭାବିତ କରିବା ସହ ପ୍ରେରଣା ଦେଇଥିଲା । ସତରେ କେହି କଳ୍ପନା ମଧ୍ୟ କରିନଥିଲେ ଯେ ସେଠାକାର ପ୍ରତିଭାଶାଳୀ ଫୁଟବଲ ଖେଳାଳିମାନେ ମଧ୍ୟ ଅନ୍ୟ ଦେଶର ଦୃଷ୍ଟି ଆକର୍ଷଣ କରିପାରିବେ । ଏବେ ଜର୍ମାନୀର ଏହି ପ୍ରଶିକ୍ଷକ ଶହଡୋଲ୍‌ର କେତେକ ଖେଳାଳିଙ୍କୁ ଜର୍ମାନୀର ଏକ ଏକାଡେମୀରେ ତାଲିମ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାପରେ ମଧ୍ୟପ୍ରଦେଶ ସରକାର ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି । ଖୁବଶୀଘ୍ର ଶହଡୋଲ୍‌ର ଆମର କିଛି ଯୁବ ବନ୍ଧୁ Training Course ପାଇଁ ଜର୍ମାନୀ ଯିବେ । ଏହା ଦେଖି ମୋତେ ବହୁତ ଖୁସି ଲାଗୁଛି ଯେ ଭାରତରେ ଫୁଟବଲର ଲୋକପ୍ରିୟତା ନିରନ୍ତର ବୃଦ୍ଧି ପାଉଛି । ମୁଁ ଫୁଟବଲପ୍ରେମୀଙ୍କୁ ଅନୁରୋଧ କରୁଛି ଯେ ସମୟ ମିଳିଲେ ସେମାନେ ଶହଡୋଲ୍‌ ନିଶ୍ଚୟ ଯାଆନ୍ତୁ ଏବଂ ସେଠାରେ ହେଉଥିବା Sports Revolutionକୁ ନିକଟରୁ ଦେଖନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ସୁରତରେ ରହୁଥିବା ଜିତେନ୍ଦ୍ର ସିଂ ରାଠୋଙ୍କ ସମ୍ପର୍କରେ ଜାଣିଲେ ଆପଣଙ୍କୁ ଗୋଟିଏ ସୁଖଦ ଅନୁଭୂତି ଆସିବ । ଆପଣଙ୍କ ମନ ଗର୍ବରେ ଭରିଉଠିବ । ଜିତେନ୍ଦ୍ର ସିଂ ରାଠୋର୍ ହେଉଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ, ଆଉ ସେ ଏଭଳି ଏକ ଅଦ୍ଭୁତ ପ୍ରୟାସ କରିଛନ୍ତି ଯାହାକି ପ୍ରତ୍ୟେକ ଦେଶଭକ୍ତ ପାଇଁ ଗୋଟିଏ ପ୍ରେରଣାର ଉତ୍ସ । ଗତ କେତେବର୍ଷ ଧରି ସେ ସେହି ଯବାନମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରୁଛନ୍ତି ଯେଉଁମାନେ ଭାରତମାତାର ରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଦେଇଛନ୍ତି । ଆଜି ତାଙ୍କ ପାଖରେ ପ୍ରଥମ ବିଶ୍ୱଯୁଦ୍ଧଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସହିଦ୍ ହୋଇଥିବା ହଜାର ହଜାର ବୀର ସୈନିକମାନଙ୍କ ବିଷୟରେ ସୂଚନା ଗଚ୍ଛିତ ଅଛି । ତାଙ୍କ ପାଖରେ ସହିଦମାନଙ୍କର ହଜାର ହଜାର ଫଟୋ ମଧ୍ୟ ଅଛି । ଥରେ ଜଣେ ସହିଦଙ୍କର ପିତା କହିଥିବା କଥା ତାଙ୍କ ହୃଦୟକୁ ଛୁଇଁଯାଇଥିଲା । ସହିଦଙ୍କ ପିତା କହିଥିଲେ ‘ପୁଅ ଗଲା ତ କ’ଣ ହେଲା, ଦେଶ ତ ସୁରକ୍ଷିତ ଅଛି ନା!’ ଏହି ଗୋଟିଏ କଥା ଜିତେନ୍ଦ୍ର ସିଂ ଜୀଙ୍କ ମନରେ ଦେଶଭକ୍ତିର ଏକ ଅଦ୍ଭୁତ ଉନ୍ମାଦନା ଭରିଦେଲା । ଆଜି ସେ ଅନେକ ସହିଦ୍ ପରିବାରଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସେ ପ୍ରାୟ ଅଢ଼େଇ ହଜାର ସହିଦଙ୍କ ପିତାମାତାଙ୍କର ଚରଣଧୂଳି ମଧ୍ୟ ନିଜ ପାଖରେ ଆଣି ରଖିଛନ୍ତି । ଏହା ସଶସ୍ତ୍ର ସେନା ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଏବଂ ଆକର୍ଷଣର ଜୀବନ୍ତ ଉଦାହରଣ । ଜିତେନ୍ଦ୍ର ଜୀଙ୍କ ଜୀବନ ଆମକୁ ଦେଶଭକ୍ତିର ବାସ୍ତବ ଶିକ୍ଷା ଦେଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆପଣ ଦେଖିଥିବେ, ପ୍ରାୟ ଘରଗୁଡ଼ିକର ଛାତ ଉପରେ, ବଡ଼ ବଡ଼ କୋଠା ଉପରେ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସୋଲାର ପ୍ୟାନେଲ୍ ଚକଚକ୍ କରିବାର ଦେଖାଯାଉଛି । ଏବେ ଲୋକମାନେ ତା’ର ମହତ୍ତ୍ୱକୁ ବୁଝୁଛନ୍ତି ଏବଂ ଖୋଲା ମନରେ ତାକୁ ଆପଣାଉଛନ୍ତି । ଆମ ଦେଶ ଉପରେ ସୂର୍ଯ୍ୟଦେବଙ୍କ ଏତେ କୃପା ଅଛି, ତେବେ ଆମେ କାହିଁକି ତାଙ୍କଦ୍ୱାରା ପ୍ରଦତ୍ତ ଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ ନ କରିବା ।

ବନ୍ଧୁଗଣ, ସୋଲାର ପାୱାର ଦ୍ୱାରା କୃଷକମାନଙ୍କର ଜୀବନ ମଧ୍ୟ ବଦଳୁଛି । ସେହି କ୍ଷେତ, ସେହି ପରିଶ୍ରମ, ସେହି କୃଷକ, କିନ୍ତୁ ଏବେ ପରିଶ୍ରମର ଫଳ ଅନେକ ବେଶୀ । ଏହି ପରିବର୍ତ୍ତନ ସୋଲାର ପମ୍ପ ଦ୍ୱାରା ଏବଂ ସୋଲାର୍ ରାଇସ୍ ମିଲ୍ ଦ୍ୱାରା ହେଇପାରୁଛି । ଆଜି ଦେଶର ଅନେକ ରାଜ୍ୟରେ ଶହ ଶହ ସୋଲାର୍ ରାଇସ୍ ମିଲ୍ ବସିସାରିଲାଣି । ଏହି ସୋଲାର ରାଇସ୍ ମିଲଗୁଡ଼ିକ କୃଷକମାନଙ୍କର ଆୟ ସଙ୍ଗେ ସଙ୍ଗେ ତାଙ୍କ ଚେହେରାର ଚମକ ମଧ୍ୟ ବଢ଼େଇ ଦେଇଛନ୍ତି ।

ବନ୍ଧୁଗଣ, ବିହାରର ଦେବକୀ ଜୀ ସୋଲାର ପମ୍ପ ଦ୍ୱାରା ଗାଁର ଭାଗ୍ୟ ବଦଳାଇ ଦେଇଛନ୍ତି । ମୁଜାଫରପୁରର ରତନପୁରା ଗ୍ରାମର ବାସିନ୍ଦା ଦେବକୀ ଜୀଙ୍କୁ ଲୋକମାନେ ଏବେ ଶ୍ରଦ୍ଧାରେ “ସୋଲାର୍ ଦିଦି” ବୋଲି କହୁଛନ୍ତି । ଦେବକୀ ଜୀଙ୍କ ଜୀବନ ଏତେ ସହଜ ନ ଥିଲା । କମ୍ ବୟସରେ ବିବାହ ହୋଇଯାଇଥିଲା, ଛୋଟିଆ କ୍ଷେତ ଖଣ୍ଡେ, ଚାରିଟି ପିଲାଙ୍କ ଦାୟିତ୍ୱ ଏବଂ ଭବିଷ୍ୟତ ଅନ୍ଧକାର ଭଳି ଥିଲା । କିନ୍ତୁ ତାଙ୍କ ଧୈର୍ଯ୍ୟ କେବେହେଲେ ଭାଙ୍ଗିନାହିଁ । ସେ ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀ ସହିତ ମିଶିଲେ ଏବଂ ସେଇଠି ତାଙ୍କୁ ସୋଲାର ପମ୍ପ ବିଷୟରେ ଜାଣିବାକୁ ମିଳିଲା । ସେ ସୋଲାର ପମ୍ପ ଆଣିବା ପାଇଁ ଚେଷ୍ଟା କଲେ ଏବଂ ସେଥିରେ ସଫଳ ମଧ୍ୟ ହେଲେ । ସୋଲାର ଦିଦିଙ୍କ ସୋଲାର ପମ୍ପ ଏହାପରେ ଗ୍ରାମର ଚିତ୍ର ବଦଳାଇ ଦେଇଥିଲା, ଯେଉଁଠାରେ ପ୍ରଥମେ ମାତ୍ର କିଛି ଏକର ଜମିରେ ଜଳସେଚନ ହୋଇପାରୁଥିଲା, ଏବେ ସୋଲାର ଦିଦିଙ୍କ ସୋଲାର ପମ୍ପ ଦ୍ୱାରା ୪୦ ଏକରରୁ ଅଧିକ ଜମିରେ ପାଣି ପହଞ୍ଚିପାରିଛି । ସୋଲାର ଦିଦିଙ୍କ ଏହି ଅଭିଯାନ ସହିତ ଗାଁର ଅନ୍ୟ କୃଷକମାନେ ଯୋଡ଼ିହୋଇଛନ୍ତି । ତାଙ୍କର ଫସଲ ଶସ୍ୟଶ୍ୟାମଳା ହେଲା ଏବଂ ଆମଦାନୀ ବଢ଼ିବାକୁ ଲାଗିଲା ।

ବନ୍ଧୁଗଣ, ପ୍ରଥମେ ଦେବକୀ ଜୀଙ୍କ ଜୀବନ ଚାରିକାନ୍ଥ ଭିତରେ ସୀମିତ ହୋଇଥିଲା । କିନ୍ତୁ ଆଜି ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ନିଜର କାମ କରୁଛନ୍ତି, ସୋଲାର ଦିଦି ହୋଇ ପଇସା ରୋଜଗାର କରୁଛନ୍ତି ଏବଂ ତା’ଠାରୁ ଆହୁରି ଭଲ କଥା ହେଲା ସେ କୃଷକମାନଙ୍କ ଠାରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ନେଉଛନ୍ତି । ଏବେ ସାରା ଗାଁରେ ତାଙ୍କୁ ବହୁତ ସମ୍ମାନ ମିଳୁଛି । ତାଙ୍କର ପରିଶ୍ରମ ଓ ଦୂରଦୃଷ୍ଟି ଦେଖାଇଦେଲା ଯେ ସୌରଶକ୍ତି ଖାଲି ବିଜୁଳିର ସାଧନ ନୁହେଁ ବରଂ ଏହା ଗାଁ-ଗାଁରେ ନୂତନ ଆଲୋକ ଖେଳାଇଲା ଭଳି ଏକ ନୂତନ ଶକ୍ତି ମଧ୍ୟ ।

ମୋର ପ୍ରିୟ ଦେଶବାସୀଗଣ, ୧୫ ସେପ୍ଟେମ୍ବରକୁ ଭାରତର ମହାନ ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟା ଜୀଙ୍କ ଜନ୍ମଦିନ । ଏହି ଦିନକୁ ଆମେ ଇଞ୍ଜିନିୟର୍ସ ଡେ ଭାବରେ ପାଳନ କରୁଛୁ । ଇଞ୍ଜିନିୟରମାନେ କେବଳ ମେସିନ୍ ବନାନ୍ତି ନାହିଁ, ସେମାନେ ସ୍ୱପ୍ନକୁ ବାସ୍ତବରେ ବଦଳାଇବାର କର୍ମଯୋଗୀ ଅଟନ୍ତି । ମୁଁ ଭାରତର ସମସ୍ତ ଇଞ୍ଜିନିୟରମାନଙ୍କୁ ପ୍ରଶଂସା କରୁଛି । ସେମାନଙ୍କୁ ଶୁଭକାମନା ଜଣାଉଛି ।

ବନ୍ଧୁଗଣ, ସେପ୍ଟେମ୍ବର ମାସରେ ହିଁ ଭଗବାନ ବିଶ୍ୱକର୍ମାଙ୍କ ପୂଜାର ପବିତ୍ର ଅବସର ଆସୁଅଛି । ୧୭ ସେପ୍ଟେମ୍ବରକୁ ବିଶ୍ୱକର୍ମା ଜୟନ୍ତୀ । ଏହିଦିନଟି ଆମର ସେହି ବିଶ୍ୱକର୍ମା ବନ୍ଧୁମାନଙ୍କ ପ୍ରତି ସମର୍ପିତ ହେବ ଯେ ପାରମ୍ପରିକ ଶିଳ୍ପ କୌଶଳ ଏବଂ ଜ୍ଞାନବିଜ୍ଞାନକୁ ସଦାସର୍ବଦା ଗୋଟିଏ ପିଢ଼ିଠାରୁ ଅନ୍ୟ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି । ଆମର ବୁଣାକାର, କମାର, ବଣିଆ, କୁମ୍ଭାର, ମୂର୍ତ୍ତି କାରିଗର, ବଢ଼େଇ ମିସ୍ତ୍ରୀ ସଦାସର୍ବଦା ଭାରତର ସମୃଦ୍ଧିର ମୂଳଦୁଆ ହୋଇରହିଛନ୍ତି । ଆମର ଏହି ବିଶ୍ୱକର୍ମା ବନ୍ଧୁମାନଙ୍କ ସାହାଯ୍ୟ ପାଇଁ ସରକାର ବିଶ୍ୱକର୍ମା ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ।

ବନ୍ଧୁଗଣ, ଏବେ ମୁଁ ଆପଣଙ୍କୁ ଗୋଟିଏ ବଙ୍କୟସକ୍ଟ କ୍ସରମକ୍ଟକ୍ସୟସଦ୍ଭଶ ଶୁଣାଇବାକୁ ଚାହୁଁଛି ।

୰୰୰୰

“ଏ ଯାହା ଆପଣ ମାନପତ୍ରରେ ଲେଖିଛନ୍ତି କି ରାଜ୍ୟମାନଙ୍କ ସମ୍ପର୍କରେ ମୁଁ ଯାହାକିଛି କଲି ବା ହାଇଦ୍ରାବାଦ ବିଷୟରେ ଆମ ସରକାର ଯାହାକିଛି କଲେ, ଠିକ୍ କଲେ, କିନ୍ତୁ ଆପଣ ଜାଣନ୍ତି ଯେ, ହାଇଦ୍ରାବାଦର କଥା କିଛି ଭିନ୍ନ । ଆମେ କଲୁ କିନ୍ତୁ ସେଥିରେ ବହୁତ କଷ୍ଟ ହୋଇଛି । ଅନ୍ୟ ସମସ୍ତ ରାଜ୍ୟ ସହିତ, ସମସ୍ତ ରାଜକୁମାରମାନଙ୍କୁ ଆମେ କଥା ଦେଇଥିଲୁ କି ଭାଇ ଅନ୍ୟ ରାଜକୁମାର ବା ରାଜାଙ୍କ କ୍ଷେତ୍ରରେ ଆମେମାନେ ଭୁଲ୍ ନିଷ୍ପତ୍ତି ନେବୁନାହିଁ । ସମସ୍ତଙ୍କ ବିଷୟରେ ଏକାସାଥିରେ ଯାହା ନିଷ୍ପତ୍ତି ହେଉଛି ତାହା ସେମାନଙ୍କ ପାଇଁ ମଧ୍ୟ ଲାଗୁହେବ । କିନ୍ତୁ ସେମାନଙ୍କ ପାଇଁ ଆମେ ସେଠାରେ ଅଲଗା ବୁଝାମଣା କଲୁ ।”

୰୰୰୰

ବନ୍ଧୁଗଣ, ଏହି ସ୍ୱର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଥିଲା । ହାଇଦ୍ରାବାଦର ଘଟଣା ଉପରେ ତାଙ୍କ ସ୍ୱରରେ ଯେଉଁ କ୍ଷୋଭ ଅଛି, ତାକୁ ଆପଣମାନେ ଅନୁଭବ କରିପାରିବେ । ଆସନ୍ତା ସେପ୍ଟେମ୍ବର ମାସରେ ଆମେମାନେ Hyderabad Liberation Day ମଧ୍ୟ ପାଳନ କରିବା । ଏ ହେଉଛି ସେହି ମାସ ଯେତେବେଳେ ଆମେ ସେ ସମସ୍ତ ବୀରମାନଙ୍କ ସାହସକୁ ସ୍ମରଣ କରୁ । ଯେଉଁମାନେ ‘ଅପରେସନ୍ ପୋଲୋ’ରେ ଅଂଶଗ୍ରହଣ କରିଥିଲେ । ଆପଣମାନେ ଜାଣନ୍ତି ଯେ ଯେତେବେଳେ ଅଗଷ୍ଟ ୧୯୪୭ରେ ଭାରତକୁ ସ୍ୱାଧୀନତା ମିଳିଲା, ସେତେବେଳେ ହାଇଦ୍ରାବାଦ ଏକ ଭିନ୍ନ ସ୍ଥିତିରେ ଥିଲା । ନିଜାମ ଏବଂ ରାଜାରାଜୁଡ଼ାଙ୍କର ଅତ୍ୟାଚାର ଦିନକୁ ଦିନ ବଢ଼ିଚାଲିଥିଲା । ତ୍ରିରଙ୍ଗା ପତାକା ଉଡ଼ାଇଲେ କିମ୍ବା ବନ୍ଦେ ମାତରମ୍ କହିଲେ ମଧ୍ୟ ଲୋକମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା । ମହିଳା ଏବଂ ଗରିବଙ୍କ ଉପରେ ଅତ୍ୟାଚାର କରାଯାଉଥିଲା । ସେହି ସମୟରେ ବାବାସାହେବ ଆମ୍ବେଦକର ମଧ୍ୟ ଚେତାବନୀ ଦେଇଥିଲେ ଯେ ସମସ୍ୟା ବହୁତ ବଢ଼ି ବଢ଼ି ଯାଉଛି । ଶେଷରେ ସର୍ଦ୍ଦାର ପଟେଲ ମାମଲାକୁ ନିଜ ହାତକୁ ନେଲେ ଏବଂ ସେ ସରକାରଙ୍କୁ ‘ଅପରେସନ୍ ପୋଲୋ’ ଆରମ୍ଭ କରିବା ପାଇଁ ପ୍ରସ୍ତୁତ କରାଇଲେ । ରେକର୍ଡ ସମୟ ଭିତରେ ଆମର ସୈନିକମାନେ ହାଇଦ୍ରାବାଦକୁ ନିଜାମଙ୍କ ଏକଛତ୍ରବାଦୀ ଶାସନରୁ ମୁକ୍ତ କରାଇଲେ ଏବଂ ତାକୁ ଭାରତ ସହ ମିଶାଇଦେଲେ । ସାରା ଦେଶ ଏହି ସଫଳତା ଉତ୍ସବ ପାଳନ କଲା ।

ମୋର ପ୍ରିୟ ଦେଶବାସୀଗଣ, ଆପଣ ଦୁନିଆର ଯେକୌଣସି ଜାଗାକୁ ଚାଲିଯାଆନ୍ତୁ ସେଠାରେ ଆପଣଙ୍କୁ ଭାରତୀୟ ସଂସ୍କୃତିର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ଏବଂ ଏ ପ୍ରଭାବ କେବଳ ଦୁନିଆର ବଡ଼ ବଡ଼ ସହର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହାକୁ ଛୋଟ ଛୋଟ ସହରରେ ମଧ୍ୟ ଦେଖାଯାଇପାରିବ । ଇଟାଲୀର ଗୋଟେ ଛୋଟ ସହର ହେଉଛି କେମ୍ପ-ରୋତୋଁଦୋରେ ଏହିଭଳି ଦେଖିବାକୁ ମିଳେ । ଏଠାରେ ମହର୍ଷି ବାଲ୍ମିକୀଙ୍କର ପ୍ରତିମାର ଅନାବରଣ କରାଗଲା । ଏହି କାର୍ଯ୍ୟକ୍ରମରେ ସେଠାକାର ସ୍ଥାନୀୟ ମେୟରଙ୍କ ସହିତ ସେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହେଲେ । କେମ୍ପ-ରୋତୋଁଦୋରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକମାନେ ମହର୍ଷି ବାଲ୍ମିକୀଙ୍କ ପ୍ରତିମା ସ୍ଥାପନ କରାଯାଇଥିବାରୁ ବହୁତ ଖୁସି ହୋଇଛନ୍ତି । ମହର୍ଷି ବାଲ୍ମିକୀଙ୍କ ସନେ୍ଦଶ ଆମ ସମସ୍ତଙ୍କୁ ବହୁତ ପ୍ରେରଣା ଦେଇଥାଏ ।

ବନ୍ଧୁଗଣ, ଏହି ମାସ ଆରମ୍ଭରେ କାନାଡ଼ାର ମିସିସାଗାରେ ପ୍ରଭୁ ଶ୍ରୀରାମଙ୍କ ୫୧ ଫୁଟ ଉଚ୍ଚ ପ୍ରତିମାର ମଧ୍ୟ ଅନାବରଣ କରାଯାଇଛି । ଏହି ଆୟୋଜନକୁ ନେଇ ସେଠାରେ ଲୋକମାନଙ୍କ ଭିତରେ ବହୁତ ଉତ୍ସାହ ଥିଲା । ସୋସିଆଲ୍ ମିଡିଆରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପ୍ରତିମାର ଭିଡ଼ିଓ ଖୁବ୍ ସେୟାର୍ କରାଗଲା ।

ବନ୍ଧୁଗଣ, ରାମାୟଣ ଏବଂ ଭାରତୀୟ ସଂସ୍କୃତି ପ୍ରତି ଏ ପ୍ରେମ ଏବେ ଦୁନିଆର ପ୍ରତ୍ୟେକ କୋଣରେ ପହଞ୍ଚୁଛି । ଋଷର ଗୋଟିଏ ପ୍ରସିଦ୍ଧ ସ୍ଥାନ ହେଲା ଭ୍ଲାଦିଭୋଷ୍ଟୋକ । ବହୁତ ଲୋକ ଏହାକୁ ଏଭଳି ସ୍ଥାନ ଭାବରେ ଜାଣନ୍ତି ଯେଉଁଠାରେ ଶୀତଦିନେ ତାପମାତ୍ରା ମାଇନସ୍ ୨୦ ଡିଗ୍ରୀରୁ ମାଇନସ୍ ୩୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିଆସେ । ଏ ମାସରେ ଭ୍ଲାଦିଭୋଷ୍ଟୋକରେ ଗୋଟିଏ ନିଆରା ପ୍ରଦର୍ଶନୀ ଲାଗିଲା । ଏଥିରେ ଋଷୀୟ ପିଲାମାନଙ୍କ ଦ୍ୱାରା ରାମାୟଣର ଅଲଗା ଅଲଗା ଥିମ ଉପରେ ଅଙ୍କାଯାଇଥିବା ପେଟିଂଗକୁ ମଧ୍ୟ Showcase କରାଗଲା । ଏଠାରେ ଗୋଟିଏ ପ୍ରତିଯୋଗିତାର ମଧ୍ୟ ଆୟୋଜନ ହୋଇଥିଲା । ଦୁନିଆର ଭିନ୍ନ ଭିନ୍ନ ପ୍ରାନ୍ତରେ ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହ ବଢ଼ୁଥିବାର ଦେଖି ବାସ୍ତବରେ ବହୁତ ଖୁସି ଲାଗୁଛି ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଏଥର ପାଇଁ ଏତିକି । ବର୍ତ୍ତମାନ ସାରାଦେଶରେ ଗଣେଶ ଉତ୍ସବର ଧୁମ୍ ଲାଗିଛି । ଆଗାମୀ ଦିନମାନଙ୍କରେ ଅନେକଗୁଡ଼ିଏ ଉତ୍ସବ ପାଳିତ ହେବ । ଏହି ଉତ୍ସବମାନଙ୍କରେ ଆପଣମାନେ ସ୍ୱଦେଶୀ ଜିନିଷକୁ କେବେବି ଭୁଲିବେ ନାହିଁ । ଉପହାର ତାହା ହେଉ, ଯାହା ଭାରତରେ ତିଆରି ହୋଇଥିବ, ପିନ୍ଧିବା ତାହା ଯାହା ଭାରତରେ ବୁଣାଯାଇଛି, ସାଜସଜ୍ଜା ମଧ୍ୟ ସେହିଭଳି କରିବା ଯେଉଁଥିରେ ଭାରତ ତିଆରି ଜିନିଷ ଲାଗୁଥିବ, ଆଲୋକସଜ୍ଜା ମଧ୍ୟ ଭାରତ ତିଆରି ସାମଗ୍ରୀରେ ହେଉ । ଆଉ ଏଭଳି ଅନେକ କିଛି, ଜୀବନର ପ୍ରତ୍ୟେକଟି ଆବଶ୍ୟକତାରେ ସବୁକିଛି ସ୍ୱଦେଶୀ ହେଉ । ଗର୍ବର ସହ କହିବା ଏହା ସ୍ୱଦେଶୀ – ଗର୍ବର ସହ କହିବା ଏହା ସ୍ୱଦେଶୀ – ଗର୍ବର ସହ କହିବା ଏହା ସ୍ୱଦେଶୀ । ଏହି ଭାବନା ନେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଗୋଟିଏ ମନ୍ତ୍ର ‘ଭୋକାଲ ଫର୍ ଲୋକାଲ୍’, ଗୋଟିଏ ରାସ୍ତା ‘ଆତ୍ମନିର୍ଭର ଭାରତ’, ଗୋଟିଏ ଲକ୍ଷ୍ୟ ‘ବିକଶିତ ଭାରତ’ ।

ବନ୍ଧୁଗଣ, ଏହି ଖୁସି ମନେଇବା ଭିତରେ ଆପଣମାନେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ । କାରଣ ଯେଉଁଠାରେ ସ୍ୱଚ୍ଛତା ଥାଏ ସେଠାରେ ଉତ୍ସବର ଆନନ୍ଦ ମଧ୍ୟ ବଢ଼ିଯାଇଥାଏ । ବନ୍ଧୁଗଣ, ‘ମନ୍ କି ବାତ୍’ ପାଇଁ ମୋତେ ଏହିଭଳି ବହୁସଂଖ୍ୟାରେ ନିଜ ନିଜର ବାର୍ତ୍ତା ପଠାଉଥାନ୍ତୁ । ଆପଣଙ୍କର ପ୍ରତ୍ୟେକଟି ପରାମର୍ଶ ଏହି କାର୍ଯ୍ୟକ୍ରମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ । ଆପଣଙ୍କ ଫିଡବ୍ୟାକ୍ ମୋ ପାଖକୁ ନିଶ୍ଚୟ ପଠାନ୍ତୁ । ଆସନ୍ତା ଥର ଯେତେବେଳେ ଭେଟିବା ସେତେବେଳେ ଆହୁରି ନୂଆ ନୂଆ ବିଷୟରେ ଚର୍ଚ୍ଚା ହେବ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s digital economy enters mature phase as video dominates: Nielsen

Media Coverage

India’s digital economy enters mature phase as video dominates: Nielsen
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves increase in the Judge strength of the Supreme Court of India by Four to 37 from 33
May 05, 2026

The Union Cabinet chaired by the Prime Minister Shri Narendra Modi today has approved the proposal for introducing The Supreme Court (Number of Judges) Amendment Bill, 2026 in Parliament to amend The Supreme Court (Number of Judges) Act, 1956 for increasing the number of Judges of the Supreme Court of India by 4 from the present 33 to 37 (excluding the Chief Justice of India).

Point-wise details:

Supreme Court (Number of Judges) Amendment Bill, 2026 provides for increasing the number of Judges of the Supreme Court by 04 i.e. from 33 to 37 (excluding the Chief Justice of India).

Major Impact:

The increase in the number of Judges will allow Supreme Court to function more efficiently and effectively ensuring speedy justice.

Expenditure:

The expenditure on salary of Judges and supporting staff and other facilities will be met from the Consolidated Fund of India.

Background:

Article 124 (1) in Constitution of India inter-alia provided “There shall be a Supreme Court of India consisting of a Chief Justice of India and, until Parliament by law prescribes a larger number, of not more than seven other Judges…”.

An act to increase the Judge strength of the Supreme Court of India was enacted in 1956 vide The Supreme Court (Number of Judges) Act 1956. Section 2 of the Act provided for the maximum number of Judges (excluding the Chief Justice of India) to be 10.

The Judge strength of the Supreme Court of India was increased to 13 by The Supreme Court (Number of Judges) Amendment Act, 1960, and to 17 by The Supreme Court (Number of Judges) Amendment Act, 1977. The working strength of the Supreme Court of India was, however, restricted to 15 Judges by the Cabinet, excluding the Chief Justice of India, till the end of 1979, when the restriction was withdrawn at the request of the Chief Justice of India.

The Supreme Court (Number of Judges) Amendment Act, 1986 further augmented the Judge strength of the Supreme Court of India, excluding the Chief Justice of India, from 17 to 25. Subsequently, The Supreme Court (Number of Judges) Amendment Act, 2008 further augmented the Judge strength of the Supreme Court of India from 25 to 30.

The Judge strength of the Supreme Court of India was last increased from 30 to 33 (excluding the Chief Justice of India) by further amending the original act vide The Supreme Court (Number of Judges) Amendment Act, 2019.