ଦେଶର ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ କଲ୍ୟାଣ ପାଇଁ ଦୁଇଟି ନୂତନ ଯୋଜନା- ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଆତ୍ମନିର୍ଭରଶୀଳତା ମିଶନ ଆରମ୍ଭ କରାଯାଇଛି : ପ୍ରଧାନମନ୍ତ୍ରୀ
ଆମେ ଚାଷୀଙ୍କ ସ୍ୱାର୍ଥ ପାଇଁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସଂସ୍କାର ଆଣିଛୁ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ ଯୋଜନା ପାଇଁ ୧୦୦ ଜିଲ୍ଲାର ଚୟନ ତିନୋଟି ମାନଦଣ୍ଡ ଉପରେ ଆଧାରିତ: ପ୍ରଧାନମନ୍ତ୍ରୀ
ଡାଲି ଆତ୍ମନିର୍ଭରଶୀଳତା ମିଶନ କେବଳ ଡାଲି ଉତ୍ପାଦନ ବୃଦ୍ଧି କରିବା ପାଇଁ ଏକ ମିଶନ ନୁହେଁ, ବରଂ ଆମର ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ପାଇଁ ଏକ ଅଭିଯାନ: ପ୍ରଧାନମନ୍ତ୍ରୀ
ଗତ ୧୧ ବର୍ଷ ଧରି, ଚାଷୀମାନଙ୍କୁ ସଶକ୍ତ କରିବା ଏବଂ କୃଷିରେ ନିବେଶ ବୃଦ୍ଧି କରିବା ଲାଗି ସରକାର ନିରନ୍ତର ଉଦ୍ୟମ କରିଚାଲିଛନ୍ତି : ପ୍ରଧାନମନ୍ତ୍ରୀ
ପଶୁପାଳନ, ମାଛଚାଷ ଏବଂ ମହୁମାଛି ପାଳନ କ୍ଷୁଦ୍ରଚାଷୀ ଏବଂ ଭୂମିହୀନ ପରିବାରକୁ ସଶକ୍ତ କରିଛି: ପ୍ରଧାନମନ୍ତ୍ରୀ
ଆଜି, ଗାଁଗୁଡ଼ିକରେ, ନମୋ ଡ୍ରୋନ୍ ଦିଦିମାନେ ସାର ଏବଂ କୀଟନାଶକ ସିଞ୍ଚନର ଆଧୁନିକ ପଦ୍ଧତିକୁ ଗ୍ରହଣ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଗୋଟିଏ ପଟେ, ଆମକୁ ସ୍ୱାବଲମ୍ବନ ହେବାକୁ ପଡିବ, ଏବଂ ଅନ୍ୟପଟେ, ଆମକୁ ବିଶ୍ବ ବଜାର ପାଇଁ ବି ଉତ୍ପାଦନ କରିବାକୁ ହେବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଏକ ସ୍ୱତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ କୃଷକମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ୩୫,୪୪୦ କୋଟି ଟଙ୍କା ବ୍ୟୟ ଅଟକଳରେ କୃଷି କ୍ଷେତ୍ରରେ ଦୁଇଟି ପ୍ରମୁଖ ଯୋଜନାର ଶୁଭାରମ୍ଭ କରିଥିଲେ । ସେ ୨୪,୦୦୦ କୋଟି ଟଙ୍କା ବ୍ୟୟରେ ପିଏମ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିଥିଲେ । ସେ ମଧ୍ଯ ୧୧,୪୪୦ କୋଟି ଟଙ୍କା ବ୍ୟୟରେ ଡାଲି ଆତ୍ମନିର୍ଭରଶୀଳତା ମିସନର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କୃଷି, ପଶୁପାଳନ, ମାଛଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ୫୪୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହା ସହିତ ସେ ଅତିରିକ୍ତ ୮୧୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। 

 

ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହେଉଛି ଭାରତ ମାତାର ଦୁଇ ମହାନ ସୁପୁତ୍ରଙ୍କ ଜୟନ୍ତୀ । ଏହି ଦୁଇଜଣ ଭାରତର ଗଣତାନ୍ତ୍ରିକ ଢାଞ୍ଚା ଏବଂ ଗ୍ରାମୀଣ ବିକାଶକୁ ପୁନଃପରିଭାଷିତ କରିଥିଲେ। ଜୟପ୍ରକାଶ ନାରାୟଣଜୀ ଏବଂ ନାନାଜୀ ଦେଶମୁଖଜୀ ଗ୍ରାମୀଣ ଭାରତର ସ୍ୱର ଥିଲେ ଏବଂ କୃଷକ ଏବଂ ଅବହେଳିତଙ୍କ ସଶକ୍ତିକରଣ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ"।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଆତ୍ମନିର୍ଭରତା ମିଶନ, ଆତ୍ମନିର୍ଭରଶୀଳତା, ଗ୍ରାମୀଣ ସଶକ୍ତିକରଣ ଏବଂ କୃଷି ନବସୃଜନର ଏକ ନୂତନ ଯୁଗ ଆରମ୍ଭ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଦେଶର କୋଟି କୋଟି ଚାଷୀଙ୍କୁ ସିଧାସଳଖ ଲାଭ ଦେବ। "ଭାରତ ସରକାର ଏହି ଯୋଜନାଗୁଡ଼ିକରେ ୩୫,୦୦୦ କୋଟିରୁ ଅଧିକ ନିବେଶ କରିବେ, ଯାହାକି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ଦେଶ ପାଇଁ ଖାଦ୍ୟ ଏବଂ ପୁଷ୍ଟି ସୁରକ୍ଷା ହାସଲ କରିବା ଦିଗରେ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ", ଶ୍ରୀ ମୋଦୀ କହିଛନ୍ତି।

ଭାରତର ବିକାଶ ଯାତ୍ରାରେ କୃଷି ଏବଂ କୃଷିକ୍ଷେତ୍ର ନିର୍ବାହ କରୁଥିବା କେନ୍ଦ୍ରୀୟ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପୂର୍ବ ସରକାରମାନଙ୍କ ସମୟରେ କୃଷି କ୍ଷେତ୍ର ପ୍ରତି ବର୍ଷ ବର୍ଷ ଧରି ହେଉଥିବା ଅବହେଳା କଥା କହିଥିଲେ ଏବଂ ଭାରତର କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏକବିଂଶ ଶତାବ୍ଦୀର ଦ୍ରୁତ ବିକାଶଶୀଳ ଭାରତ ପାଇଁ ଏକ ସୁଦୃଢ଼ ଏବଂ ସଂସ୍କାରଯୁକ୍ତ କୃଷି ବ୍ୟବସ୍ଥା ଆବଶ୍ୟକ ଥିଲା ଏବଂ ଏହି ପରିବର୍ତ୍ତନ ୨୦୧୪ ମସିହାରୁ ତାଙ୍କ ସରକାରଙ୍କ ଅଧୀନରେ ଆରମ୍ଭ ହୋଇଛି। "ଆମେ ଅତୀତର ଉଦାସୀନତାକୁ ଦୂରେଇ ବିହନରୁ ବଜାର ପର୍ଯ୍ୟନ୍ତ, ଆମେ ଆମର କୃଷକମାନଙ୍କ ସ୍ୱାର୍ଥସାଧନ ପାଇଁ ବ୍ୟାପକ ସଂସ୍କାର ପ୍ରଚଳନ କରିଛୁ। ଏହି ସଂସ୍କାର କେବଳ ନୀତିଗତ ପରିବର୍ତ୍ତନ ନଥିଲା, ଏହା ଭାରତୀୟ କୃଷିକୁ ଆଧୁନିକ, ସ୍ଥାୟୀ ଏବଂ ସ୍ଥିର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଏକ ଢାଞ୍ଚାଗତ ହସ୍ତକ୍ଷେପ ଥିଲା," ଶ୍ରୀ ମୋଦୀ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଏଗାର ବର୍ଷ ମଧ୍ୟରେ ଭାରତର କୃଷି ରପ୍ତାନି ପ୍ରାୟ ଦ୍ୱିଗୁଣିତ ହୋଇଛି। ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ ୯୦ ନିୟୁତ ମେଟ୍ରିକ୍ ଟନ୍ ବୃଦ୍ଧି ପାଇଛି। ଫଳ ଏବଂ ପନିପରିବା ଉତ୍ପାଦନ ୬୪ ନିୟୁତ ମେଟ୍ରିକ୍ ଟନରୁ ଅଧିକ ବୃଦ୍ଧି ପାଇଛି। ଭାରତ ଆଜି କ୍ଷୀର ଉତ୍ପାଦନରେ ବିଶ୍ୱରେ ପ୍ରଥମ ଏବଂ ମାଛ ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି। ୨୦୧୪ ତୁଳନାରେ ମହୁ ଉତ୍ପାଦନ ଦ୍ୱିଗୁଣିତ ହୋଇଛି ଏବଂ ସେହି ସମୟ ମଧ୍ୟରେ ଅଣ୍ଡା ଉତ୍ପାଦନ ମଧ୍ୟ ଦ୍ୱିଗୁଣିତ ହୋଇଛି।

ସେ ଆହୁରି କହିଛନ୍ତି ଯେ ଏହି ସମୟ ମଧ୍ୟରେ ଦେଶରେ ଛଅଟି ବୃହତ ସାର କାରଖାନା ସ୍ଥାପନ କରାଯାଇଛି। ଚାଷୀମାନଙ୍କୁ ୨୫ କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ୧୦୦ ଲକ୍ଷ ହେକ୍ଟର ଚାଷ ଜମିରେ ଲଘୁ ଜଳସେଚନ ସୁବିଧା ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ, ଚାଷୀମାନଙ୍କୁ ୨ ଲକ୍ଷ କୋଟି ଟଙ୍କାର ବୀମା ଦାବି ବଣ୍ଟନ କରାଯାଇଛି।

କୃଷକ ସହଯୋଗ ଓ ବଜାର ସଂଯୋଗ ବୃଦ୍ଧି ଲାଗି ଗତ ଏଗାର ବର୍ଷ ହେଲା ୧୦,୦୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଗଠନ କରାଯାଇଛି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ କୃଷି କ୍ଷେତ୍ରରେ କାମ କରୁଥିବା କୃଷକ, ମାଛଚାଷୀ ଓ ମହିଳାମାନଙ୍କ ସହ ଆଲୋଚନାରେ କିଛି ସମୟ ବିତାଇଥିଲେ। ସେ ସେମାନଙ୍କ ଅଭିଜ୍ଞତା ଓ ମତାମତ ଶୁଣିଥିଲେ ଓ ଉଲ୍ଲେଖ କରିଥିଲେ ଯେ ଭାରତୀୟ କୃଷି କ୍ଷେତ୍ରରେ ହେଉଥିବା ପ୍ରକୃତ ରୂପାନ୍ତରଣକୁ ଏହା ପ୍ରତିଫଳିତ କରୁଛି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ଦେଶ ଆଉ ସୀମିତ ସଫଳତାକୁ ନେଇ ସନ୍ତୁଷ୍ଟ ରହୁନାହିଁ । ଭାରତକୁ ଏକ ବିକଶିତ ଦେଶ ହେବା ପାଇଁ ପ୍ରତ୍ୟେକ କ୍ଷେତ୍ରରେ ନିରନ୍ତର ଉନ୍ନତି ଏବଂ ପ୍ରଗତି ଆବଶ୍ୟକ। ଏହି ଦୃଷ୍ଟିକୋଣ ସହିତ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଆରମ୍ଭ କରାଯାଇଛି।

 

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏସବୁ ନୂତନ କୃଷି ପଦକ୍ଷେପ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତାରୁ ପ୍ରେରଣା ନେଇ ଆରମ୍ଭ ହୋଇଛି। ସେ ମନେ ପକାଇଥିଲେ ଯେ ପୂର୍ବ ସରକାରମାନେ ଦେଶର ଶହେରୁ ଅଧିକ ଜିଲ୍ଲାକୁ "ପଛୁଆ" ଘୋଷଣା କରିଥିଲେ ଏବଂ ପରେ ସେଗୁଡ଼ିକୁ ମୁଖ୍ୟତଃ ଅଣଦେଖା କରିଥିଲେ। ଏହାର ବିପରୀତ ତାଙ୍କ ସରକାର ଏକ ଲକ୍ଷ୍ୟପୂର୍ଣ୍ଣ ଏବଂ ଗତିଶୀଳ ଆଭିମୁଖ୍ୟ ସହିତ ଏହି ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ ଦେବାକୁ ଚୟନ କରିଛନ୍ତି, ସେଗୁଡ଼ିକୁ "ଆକାଂକ୍ଷୀ ଜିଲ୍ଲା" ଭାବରେ ରୂପାୟିତ କରିଛନ୍ତି।

 

ସେ ଏହି ଜିଲ୍ଲାଗୁଡ଼ିକର ରୂପାନ୍ତରଣ ପାଇଁ ସମନ୍ୱୟ, ସହଯୋଗ ଏବଂ ପ୍ରତିଯୋଗିତା ବିଶିଷ୍ଟ ଏକ ରଣନୀତିର ରୂପରେଖ ପ୍ରଦାନ କରିଥିଲେ। ଏସବୁ ଉଦ୍ୟମଗୁଡ଼ିକୁ ‘ସବକା ପ୍ରୟାସ’ ଭାବନା ଅଧିନରେ ଏକାଠି କରାଯାଇଛି ଓ ଦ୍ରୁତ ଅଭିବୃଦ୍ଧି ପାଇଁ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରେତ୍ସାହିତ କରାଯାଉଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ୧୦୦ରୁ ଅଧିକ ଜିଲ୍ଲାରେ, ସ୍ୱାଧୀନତା ପରଠାରୁ ପ୍ରାୟ ୨୦ ପ୍ରତିଶତ ଗାଁ କେବେ ରାସ୍ତା ଦେଖିନଥିଲେ। ଆଜି, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଯୋଗୁଁ, ଏହି ଗ୍ରାମଗୁଡ଼ିକ ମଧ୍ୟରୁ ଅଧିକାଂଶ ପକ୍କା ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ସେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ଏସବୁ କାର୍ଯ୍ୟକ୍ରମ ପୂର୍ବରୁ ଏହି ଜିଲ୍ଲାଗୁଡ଼ିକରେ ୧୭ ପ୍ରତିଶତ ପିଲା ମୌଳିକ ଟୀକାକରଣ ସୁବିଧା ପାଇପାରୁନଥିଲେ । ବର୍ତ୍ତମାନ, ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ପୂର୍ଣ୍ଣ ଟୀକାକରଣ କଭରେଜ ମଧ୍ୟକୁ ଅଣାଯାଇଛି। "ଏହି ଜିଲ୍ଲାଗୁଡ଼ିକରେ ୧୫ ପ୍ରତିଶତରୁ ଅଧିକ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିଲା। ଆଜି, ପ୍ରାୟ ପ୍ରତ୍ୟେକ ସ୍କୁଲକୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି, ଯାହା ପିଲାମାନଙ୍କ ପାଇଁ ଅଧିକ ଅନୁକୂଳ ଶିକ୍ଷା ପରିବେଶ ସୁନିଶ୍ଚିତ କରୁଛି", ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

ସେ କହିଛନ୍ତି ଯେ ଏସବୁ ସଫଳତା ସମନ୍ୱୟ, ସହଯୋଗ ଏବଂ ପ୍ରତିଯୋଗିତା ଉପରେ ନିର୍ମିତ ଏକ ବିକାଶ ମଡେଲର ସୁଫଳ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବିତ ଉଦ୍ୟମ ଓ ନାଗରିକମାନଙ୍କ ସକ୍ରିୟ ଅଂଶଗ୍ରହଣ ଉତ୍ତମ ଫଳାଫଳ ଆଣିଦେଇଛି । 

 

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ପଛରେ ପ୍ରେରଣା ସିଧାସଳଖ ଆକାଂକ୍ଷୀ ଜିଲ୍ଲା ମଡେଲର ସଫଳତାରୁ ଆସିଛି। "ଏହି ୧୦୦ ଜିଲ୍ଲାଗୁଡ଼ିକୁ ତିନୋଟି ପ୍ରମୁଖ ମାନକରେ ଯତ୍ନର ସହିତ ବିଚାର କରିବା ପରେ ଚୟନ କରାଯାଇଛି, ପ୍ରଥମତଃ, ପ୍ରତି ୟୁନିଟ୍ ଜମିରୁ ମିଳୁଥିବା ଉତ୍ପାଦନ । ଦ୍ୱିତୀୟତଃ, ଗୋଟିଏ ବର୍ଷରେ ସମାନ ଜମିରେ କେତେ ଥର ଫସଲ ଚାଷ କରାଯାଏ। ତୃତୀୟତଃ, କୃଷକମାନଙ୍କ ପାଇଁ ସଂସ୍ଥାଗତ ଋଣ କିମ୍ବା ନିବେଶ ସୁବିଧାର ଉପଲବ୍ଧତା ଏବଂ ପରିମାଣ" ସେ କହିଥିଲେ।

“ଆମ ‘୩୬ କା ଆଙ୍କଡ଼ା’ କଥା ଶୁଣିଥିବା । ଦୁଇ ପକ୍ଷ ମଧ୍ୟରେ ଥିବା ଶତ୍ରୁତାକୁ ଦର୍ଶାଇବାକୁ ଏହି ପଙକ୍ତିର ବ୍ୟବହାର କରାଯାଏ । ଆମେ ଏବେ ଏହାକୁ ଚ୍ୟାଲେଞ୍ଜ କରୁଛୁ ଓ ତାହାକୁ ବଦଳାଇବାକୁ ଚେଷ୍ଟା କରୁଛୁ” ଶ୍ରୀ ମୋଦୀ କହିଥିଲେ । ପିଏମ ଧନ-ଧାନ୍ୟ କୃଷି ଯୋଜନାରେ ୩୬ଟି ସରକାରୀ ସ୍କିମକୁ ଏକ ସମନ୍ବିତ ପ୍ରଣାଳୀରେ ଏକାଠି କରାଯାଉଛି । ତାହା ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନ ହେଉ, ଦକ୍ଷ ଜଳସେଚନ ପାଇଁ 'ପ୍ରତି ବୁନ୍ଦା ଅଧିକ ଫସଲ' ଅଭିଯାନ ହେଉ, କିମ୍ବା ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇଁ ତୈଳବୀଜ ମିଶନ ହେଉ, ଅନେକ ପଦକ୍ଷେପକୁ ଗୋଟିଏ ଛତା ତଳେ ସମନ୍ୱିତ କରାଯାଉଛି। "ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଅଧୀନରେ, ତୃଣମୂଳ ସ୍ତରରେ ନିରନ୍ତର ଯତ୍ନ ଏବଂ ରୋଗ ନିବାରଣ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପ୍ରାଣୀ ସ୍ୱାସ୍ଥ୍ୟ ଅଭିଯାନ ମଧ୍ୟ ଆରମ୍ଭ କରାଯିବ," ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ପୁନର୍ବାର କହିଥିଲେ ଯେ, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ପରି, ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କେବଳ ଚାଷୀମାନଙ୍କ ଉପରେ ନୁହେଁ ବରଂ ସ୍ଥାନୀୟ ସରକାରୀ ଅଧିକାରୀମାନଙ୍କ ଉପରେ, ବିଶେଷକରି ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ କିମ୍ବା କଲେକ୍ଟରଙ୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥାଏ। ଏହି ଯୋଜନାର ଡିଜାଇନ୍ ଏହାକୁ ନମନୀୟତା ପ୍ରଦାନ କରେ ଯାହା ଦ୍ୱାରା ଏହାକୁ ପ୍ରତ୍ୟେକ ଜିଲ୍ଲାର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ କରାଯାଇପାରିବ। "ତେଣୁ, ମୁଁ ଚାଷୀ ଏବଂ ଜିଲ୍ଲାପାଳମାନଙ୍କୁ ସ୍ଥାନୀୟ ମାଟି ଏବଂ ଜଳବାୟୁ ପରିସ୍ଥିତି ପାଇଁ ଉପଯୁକ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରୁଛି," ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଡାଲି ଆତ୍ମନିର୍ଭରଶୀଳତା ମିଶନର ଉଦ୍ଦେଶ୍ୟ କେବଳ ଡାଲି ଉତ୍ପାଦନ ବୃଦ୍ଧି କରିବା ନୁହେଁ ବରଂ ଦେଶର ଭବିଷ୍ୟତ ପିଢ଼ିକୁ ମଜବୁତ କରିବା। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଭାରତର ଚାଷୀମାନେ ଏବେ ଗହମ ଏବଂ ଚାଉଳ ଭଳି ଖାଦ୍ୟ ଶସ୍ୟର ରେକର୍ଡ ଉତ୍ପାଦନ ହାସଲ କରିଛନ୍ତି, ଯାହା ଭାରତକୁ ଏସବୁ ସାମଗ୍ରୀର ବିଶ୍ୱର ଆଗଧାଡ଼ିର ଉତ୍ପାଦକମାନଙ୍କ ମଧ୍ୟରୁ ଗୋଟିଏ କରିଛି। ଶ୍ରୀ ମୋଦୀ କହିଥିଲେ, "ତଥାପି ଆମକୁ ଅଟା, ଚାଉଳଠାରୁ ଆଗକୁ ଦେଖିବାକୁ ପଡ଼ିବ। ଏହି ମୁଖ୍ୟ ଖାଦ୍ୟଗୁଡ଼ିକ କ୍ଷୁଧା ମେଣ୍ଟାଇପାରେ, କିନ୍ତୁ ଉପଯୁକ୍ତ ପୁଷ୍ଟିସାଧନ ପାଇଁ ଖାଦ୍ୟରେ ବିବିଧତା ଆବଶ୍ୟକ। ବିଶେଷକରି ଶାକାହାରୀ ବହୁଳ ଭାରତୀୟ ଜନସଂଖ୍ୟା ପାଇଁ ପ୍ରୋଟିନ୍ ଶାରୀରିକ ଏବଂ ମାନସିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଡାଲି ଉଦ୍ଭିଦ-ଭିତ୍ତିକ ପ୍ରୋଟିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ରହିଛି।"

 

ଶ୍ରୀ ମୋଦୀ କହିଥିଲେ “ଡାଲି ଆତ୍ମନିର୍ଭରଶୀଳତା ମିଶନ ଏହି ଚ୍ୟାଲେଞ୍ଜର ମୁକାବିଲା କରି ଦେଶକୁ ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବ ଓ ପୁଷ୍ଟି-ସୁରକ୍ଷା ପ୍ରଦାନ କରିବ । ୧୧,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ, ଡାଲି ଆତ୍ମନିର୍ଭରଶୀଳତା ମିଶନ ଚାଷୀମାନଙ୍କୁ ଯଥେଷ୍ଟ ସହାୟତା ପ୍ରଦାନ କରିବ।" ସେ କହିଥିଲେ ଯେ ଡାଲି ଚାଷ ହେଉଥିବା ଅଞ୍ଚଳକୁ ୩.୫ନିୟୁତ ହେକ୍ଟରକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଏହି ମିଶନ ଅଧୀନରେ, ହରଡ଼, ବିରି ଓ ମସୁର ଡାଲିର ଉତ୍ପାଦନ ବୃଦ୍ଧି କରାଯିବ ଏବଂ ଉପଯୁକ୍ତ କ୍ରୟ ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ଏହା ଦେଶ ସାରା ପ୍ରାୟ ୨୦ ନିୟୁତ ଡାଲି ଉତ୍ପାଦନକାରୀ ଚାଷୀଙ୍କୁ ସିଧାସଳଖ ଲାଭ ଦେବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ ଓ ସେମାନଙ୍କୁ ବିକଶିତ ଭାରତର ଚାରିଟି ମୌଳିକ ସ୍ତମ୍ଭ ମଧ୍ୟରୁ ଗୋଟିଏ ବୋଲି କହିଥିଲେ, ଯାହାକି ପୂର୍ବରୁ ସେ ନିଜ ଲାଲକିଲ୍ଲା ଭାଷଣରେ କହିଥିଲେ। ସେ କହିଥିଲେ ଯେ ଗତ ଏଗାର ବର୍ଷ ମଧ୍ୟରେ ସରକାର ଚାଷୀମାନଙ୍କୁ ସଶକ୍ତ କରିବା ଏବଂ କୃଷିରେ ନିବେଶ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି। କୃଷି ବଜେଟରେ ହୋଇଥିବା ଛଅଗୁଣ ବୃଦ୍ଧି ଏହି ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସଂପ୍ରସାରିତ ବଜେଟ ଭାରତୀୟ କୃଷିର ମେରୁଦଣ୍ଡ କୁହାଯାଉଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ଲାଭ ପହଞ୍ଚାଇଥାଏ । ଏକ ଉଦାହରଣ ଦେଇ ସେ କହିଥିଲେ ଯେ ଭାରତ ଏହାର ଚାଷୀମାନଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କର ନିବେଶ ଖର୍ଚ୍ଚ ହ୍ରାସ କରିବା ପାଇଁ ଯଥେଷ୍ଟ ସାର ସବସିଡି ପ୍ରଦାନ କରେ। ଏହି ନୀତି କୃଷିକୁ ସମସ୍ତଙ୍କ ପାଇଁ ସ୍ଥାୟୀ, ଉତ୍ପାଦନକ୍ଷମ ଏବଂ ଲାଭଦାୟକ ରଖିବା ନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ପ୍ରୟାସର ଅଂଶ।

ପାରମ୍ପରିକ କୃଷି ବାହାରେ ସୁଯୋଗ ବିସ୍ତାର କରି କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଅତିରିକ୍ତ ଆୟଉତ୍ସ ସୃଷ୍ଟି ପାଇଁ ପଶୁପାଳନ, ମତ୍ସ୍ୟପାଳନ ଏବଂ ମହୁମାଛିପାଳନ ଭଳି କ୍ଷେତ୍ରଗୁଡ଼ିକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରାଯାଉଛି । ବିଶେଷକରି ଏ କ୍ଷେତ୍ରରେ ସକ୍ରିୟ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଉପରେ ଅଧିକ ଫୋକସ କରାଯାଉଛି।

ପ୍ରଧାନମନ୍ତ୍ରୀ ମହୁ ଉତ୍ପାଦନ କ୍ଷେତ୍ରକୁ ଏକ ସଫଳତାର କାହାଣୀ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ଗତ ଏଗାର ବର୍ଷ ମଧ୍ୟରେ ଭାରତର ମହୁ ଉତ୍ପାଦନ ପ୍ରାୟ ଦ୍ୱିଗୁଣିତ ହୋଇଛି। ସେ ଦର୍ଶାଇଛନ୍ତି ଯେ ଛଅ ରୁ ସାତ ବର୍ଷ ପୂର୍ବେ ମହୁ ରପ୍ତାନି ପ୍ରାୟ ୪୫୦ କୋଟି ଟଙ୍କା ଥିଲା, କିନ୍ତୁ ଏବେ ଏହା ବୃଦ୍ଧି ପାଇ ୧୫୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ସେ କହିଛନ୍ତି ଯେ ରପ୍ତାନିରେ ଏହି ଉଲ୍ଲେଖନୀୟ ବୃଦ୍ଧି କୃଷକମାନଙ୍କ ପ୍ରତ୍ୟକ୍ଷ ଆୟକୁ ତିନିଗୁଣ ବଢାଇଦେଇଛି, ଯାହା କୃଷି ବିବିଧତା ଏବଂ ମୂଲ୍ୟ ବୃଦ୍ଧିର ସ୍ପଷ୍ଟ ଲାଭକୁ ଦର୍ଶାଉଛି।

ପ୍ରଧାନମନ୍ତ୍ରୀ ନବସୃଜନ, ନିବେଶ ଏବଂ ବଜାର ପ୍ରବେଶ ମାଧ୍ୟମରେ ଚାଷୀମାନଙ୍କୁ ସଶକ୍ତ କରିବା ଉପରେ ସରକାରଙ୍କ ଫୋକସ ବିଷୟରେ କହିଥିଲେ, ଯାହାକି ସେମାନଙ୍କୁ ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତର ପ୍ରମୁଖ ବାହକ କରିଥାଏ।

ଭାରତରେ କୃଷିର ରୂପାନ୍ତରଣ ଓ ଗ୍ରାମୀଣ ସମୃଦ୍ଧି କ୍ଷେତ୍ରରେ ମହିଳାଙ୍କ ବଢୁଥିବା ଭୂମିକାକୁ ଶ୍ରୀମୋଦୀ ପ୍ରସଂଶା କରିଥିଲେ । ଫସଲ ଚାଷ ହେଉ ଅଥବା ପଶୁପାଳନ ବା ପ୍ରାକୃତିକ କୃଷି, ମହିଳାମାନେ ଗ୍ରାମୀଣ ଅର୍ଥନୀତିର ନେତୃତ୍ବ ନେଉଛନ୍ତି । ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି ଲାଗି ସରକାରଙ୍କ ଅଭିଯାନ କଥା ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଏକ ପ୍ରଭାବୀ ପଦକ୍ଷେପ ଓ ଏହା କୃଷିକ୍ଷେତ୍ରକୁ ବି ସହାୟତା କରୁଛି । "ଭାରତର ଗ୍ରାମାଞ୍ଚଳରେ ନମୋ ଡ୍ରୋନ୍ ଦିଦିଙ୍କ ଆବିର୍ଭାବ ଏକ ଉଲ୍ଲେଖନୀୟ ଉଦାହରଣ, ଯେଉଁମାନେ ବର୍ତ୍ତମାନ ସାର ଏବଂ କୀଟନାଶକ ସିଞ୍ଚନ ପାଇଁ ଆଧୁନିକ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତି। ଏହି ଉଦ୍ଭାବନ କେବଳ କୃଷି ଦକ୍ଷତାରେ ଉନ୍ନତି ଆଣିନାହିଁ ବରଂ ଗ୍ରାମାଞ୍ଚଳ ମହିଳାମାନଙ୍କ ପାଇଁ ଆୟର ଗୁରୁତ୍ୱପୂର୍ଣ୍ଣ ନୂତନ ଉତ୍ସ ମଧ୍ୟ ପ୍ରଦାନ କରିଛି” ଶ୍ରୀ ମୋଦୀ କହିଥିଲେ।

 

ପ୍ରଧାନମନ୍ତ୍ରୀ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବାରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, "ଏହି ସ୍ଥାୟୀ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ୧୭,୦୦୦ରୁ ଅଧିକ ସମର୍ପିତ କ୍ଲଷ୍ଟର ପ୍ରତିଷ୍ଠା କରାଯାଇଛି। ଏହା ସହିତ, ପ୍ରାୟ ୭୦,୦୦୦ ପ୍ରଶିକ୍ଷିତ 'କୃଷି ସଖୀ' ପ୍ରାକୃତିକ ଏବଂ ପରିବେଶ ଅନୁକୂଳ କୃଷି ପ୍ରଣାଳୀ ଗ୍ରହଣ କରିବାକୁ ଚାଷୀମାନଙ୍କୁ ସକ୍ରିୟ ଭାବରେ ମାର୍ଗଦର୍ଶନ କରୁଛନ୍ତି।"

ସେ ଗୁରୁତ୍ବଆରୋପ କରିଥିଲେ ଯେ କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା କେବଳ ସାମାଜିକ ନ୍ୟାୟର ବିଷୟ ନୁହେଁ, ବରଂ ଏକ ଆଧୁନିକ, ସ୍ୱାବଲମ୍ବୀ ଏବଂ ସମୃଦ୍ଧ ଗ୍ରାମୀଣ ଭାରତ ଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

 

ଶ୍ରୀ ମୋଦୀ କହିଥିଲେ ଯେ ନିକଟରେ ହୋଇଥିବା ଦ୍ରବ୍ୟ ଓ ସେବା ଟିକସ ବା ଜିଏସଟି ସଂସ୍କାର କୃଷି ଉପକରଣ ଏବଂ ଅତ୍ୟାବଶ୍ୟକ ସାମଗ୍ରୀକୁ ଅଧିକ ସୁଲଭ କରି ଭାରତର ଚାଷୀ ଏବଂ ଗ୍ରାମୀଣ ପରିବାରକୁ ସିଧାସଳଖ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିଛି। ସେ କହିଛନ୍ତି ଯେ ନୂତନ ଜିଏସଟି ବ୍ୟବସ୍ଥା ଅଧୀନରେ ଟ୍ରାକ୍ଟରଗୁଡ଼ିକ ଏବେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି ଓ ଏହି ପାର୍ବଣ ଋତୁରେ ଚାଷୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ପ୍ରଦାନ କରୁଛି । ଏହା ସହିତ ଡ୍ରିପ୍ ଜଳସେଚନ ବ୍ୟବସ୍ଥା, ସିଞ୍ଚନକାରୀ ଉପକରଣ ଏବଂ ଅମଳ ଉପକରଣ ଉପରେ ଅତିରିକ୍ତ ମୂଲ୍ୟ ହ୍ରାସ ପାଇଛି। ସେ ଏହା ମଧ୍ୟ ସୂଚାଇଥିଲେ ଯେ ପ୍ରାକୃତିକ କୃଷିରେ ବ୍ୟବହୃତ ଜୈବ ସାର ଏବଂ ଜୈବ-କୀଟନାଶକର ମୂଲ୍ୟ ହ୍ରାସ ପାଇଛି ଯାହା ସ୍ଥାୟୀ କୃଷିକୁ ଆହୁରି ପ୍ରୋତ୍ସାହିତ କରୁଛି।

 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ସଂସ୍କାରଗୁଡ଼ିକ ଗ୍ରାମୀଣ ପରିବାରର ସଂଚୟକୁ ଦ୍ବିଗୁଣିତ କରିଛି ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଏବଂ କୃଷି ଉପକରଣ ଉଭୟର ମୂଲ୍ୟ ହ୍ରାସ କରିଛି।

 

ଭାରତରେ କୃଷିର ରୂପାନ୍ତରଣ ଓ ଗ୍ରାମୀଣ ସମୃଦ୍ଧି କ୍ଷେତ୍ରରେ ମହିଳାଙ୍କ ବଢୁଥିବା ଭୂମିକାକୁ ଶ୍ରୀମୋଦୀ ପ୍ରସଂଶା କରିଥିଲେ । ଫସଲ ଚାଷ ହେଉ ଅଥବା ପଶୁପାଳନ ବା ପ୍ରାକୃତିକ କୃଷି, ମହିଳାମାନେ ଗ୍ରାମୀଣ ଅର୍ଥନୀତିର ନେତୃତ୍ବ ନେଉଛନ୍ତି । ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି ଲାଗି ସରକାରଙ୍କ ଅଭିଯାନ କଥା ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଏକ ପ୍ରଭାବୀ ପଦକ୍ଷେପ ଓ ଏହା କୃଷିକ୍ଷେତ୍ରକୁ ବି ସହାୟତା କରୁଛି । "ଭାରତର ଗ୍ରାମାଞ୍ଚଳରେ ନମୋ ଡ୍ରୋନ୍ ଦିଦିଙ୍କ ଆବିର୍ଭାବ ଏକ ଉଲ୍ଲେଖନୀୟ ଉଦାହରଣ, ଯେଉଁମାନେ ବର୍ତ୍ତମାନ ସାର ଏବଂ କୀଟନାଶକ ସିଞ୍ଚନ ପାଇଁ ଆଧୁନିକ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତି। ଏହି ଉଦ୍ଭାବନ କେବଳ କୃଷି ଦକ୍ଷତାରେ ଉନ୍ନତି ଆଣିନାହିଁ ବରଂ ଗ୍ରାମାଞ୍ଚଳ ମହିଳାମାନଙ୍କ ପାଇଁ ଆୟର ଗୁରୁତ୍ୱପୂର୍ଣ୍ଣ ନୂତନ ଉତ୍ସ ମଧ୍ୟ ପ୍ରଦାନ କରିଛି” ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ପ୍ରାକୃତିକ କୃଷିକୁ ପ୍ରୋତ୍ସାହିତ କରିବାରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, "ଏହି ସ୍ଥାୟୀ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ୧୭,୦୦୦ରୁ ଅଧିକ ସମର୍ପିତ କ୍ଲଷ୍ଟର ପ୍ରତିଷ୍ଠା କରାଯାଇଛି। ଏହା ସହିତ, ପ୍ରାୟ ୭୦,୦୦୦ ପ୍ରଶିକ୍ଷିତ 'କୃଷି ସଖୀ' ପ୍ରାକୃତିକ ଏବଂ ପରିବେଶ ଅନୁକୂଳ କୃଷି ପ୍ରଣାଳୀ ଗ୍ରହଣ କରିବାକୁ ଚାଷୀମାନଙ୍କୁ ସକ୍ରିୟ ଭାବରେ ମାର୍ଗଦର୍ଶନ କରୁଛନ୍ତି।"

 

ସେ ଗୁରୁତ୍ବଆରୋପ କରିଥିଲେ ଯେ କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା କେବଳ ସାମାଜିକ ନ୍ୟାୟର ବିଷୟ ନୁହେଁ, ବରଂ ଏକ ଆଧୁନିକ, ସ୍ୱାବଲମ୍ବୀ ଏବଂ ସମୃଦ୍ଧ ଗ୍ରାମୀଣ ଭାରତ ଗଠନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

 

ଶ୍ରୀ ମୋଦୀ କହିଥିଲେ ଯେ ନିକଟରେ ହୋଇଥିବା ଦ୍ରବ୍ୟ ଓ ସେବା ଟିକସ ବା ଜିଏସଟି ସଂସ୍କାର କୃଷି ଉପକରଣ ଏବଂ ଅତ୍ୟାବଶ୍ୟକ ସାମଗ୍ରୀକୁ ଅଧିକ ସୁଲଭ କରି ଭାରତର ଚାଷୀ ଏବଂ ଗ୍ରାମୀଣ ପରିବାରକୁ ସିଧାସଳଖ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିଛି। ସେ କହିଛନ୍ତି ଯେ ନୂତନ ଜିଏସଟି ବ୍ୟବସ୍ଥା ଅଧୀନରେ ଟ୍ରାକ୍ଟରଗୁଡ଼ିକ ଏବେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି ଓ ଏହି ପାର୍ବଣ ଋତୁରେ ଚାଷୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ପ୍ରଦାନ କରୁଛି । ଏହା ସହିତ ଡ୍ରିପ୍ ଜଳସେଚନ ବ୍ୟବସ୍ଥା, ସିଞ୍ଚନକାରୀ ଉପକରଣ ଏବଂ ଅମଳ ଉପକରଣ ଉପରେ ଅତିରିକ୍ତ ମୂଲ୍ୟ ହ୍ରାସ ପାଇଛି। ସେ ଏହା ମଧ୍ୟ ସୂଚାଇଥିଲେ ଯେ ପ୍ରାକୃତିକ କୃଷିରେ ବ୍ୟବହୃତ ଜୈବ ସାର ଏବଂ ଜୈବ-କୀଟନାଶକର ମୂଲ୍ୟ ହ୍ରାସ ପାଇଛି ଯାହା ସ୍ଥାୟୀ କୃଷିକୁ ଆହୁରି ପ୍ରୋତ୍ସାହିତ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ସଂସ୍କାରଗୁଡ଼ିକ ଗ୍ରାମୀଣ ପରିବାରର ସଂଚୟକୁ ଦ୍ବିଗୁଣିତ କରିଛି ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଏବଂ କୃଷି ଉପକରଣ ଉଭୟର ମୂଲ୍ୟ ହ୍ରାସ କରିଛି।

ଖାଦ୍ୟ ଶସ୍ୟ ଉତ୍ପାଦନରେ ଦେଶକୁ ସ୍ୱାବଲମ୍ବୀ କରିବାରେ ଭାରତୀୟ କୃଷକଙ୍କ ଐତିହାସିକ ଅବଦାନକୁ ଦୋହରାଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଏକ ବିକଶିତ ଭାରତ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ତାଙ୍କ ଅଭିଭାଷଣ ଶେଷ କରି, ଶ୍ରୀ ମୋଦୀ ଚାଷୀମାନଙ୍କୁ କେବଳ ଆତ୍ମନିର୍ଭରଶୀଳତା ପାଇଁ କାମ କରିବାକୁ ନୁହେଁ ବରଂ ବିଶ୍ବ ବଜାର ପାଇଁ ରପ୍ତାନି ଯୋଗ୍ୟ ଫସଲ ଚାଷ କରିବାକୁ ଆହ୍ୱାନ କରିଥିଲେ, ଯାହା ଆମଦାନୀ ହ୍ରାସ କରିବ ଏବଂ ଭାରତର କୃଷି ରପ୍ତାନିକୁ ବୃଦ୍ଧି କରିବ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି ଆତ୍ମନିର୍ଭରଶୀଳତା ମିଶନ ଏହି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ଦେଶର ଚାଷୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi to disburse ₹2,400 crore to 1.5 million first-time employees under PMVBRY on Friday

Media Coverage

PM Modi to disburse ₹2,400 crore to 1.5 million first-time employees under PMVBRY on Friday
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights growing global engagement and investment in India
June 19, 2026

The Prime Minister, Shri Narendra Modi today highlighted India’s readiness to contribute towards a better planet and noted that the world is engaging with and investing in India with hope and enthusiasm.

The Prime Minister stated that thanks to the 140 crore people of India, the world looks at India with hope and enthusiasm. He added that this is also why the world is engaging with India and investing in India.

The Prime Minister highlighted these observations under #12YearsOfIndiaFirst.

The Prime Minister wrote on X;

“India is always ready to do whatever is possible to contribute towards a better planet. At the same time, thanks to the 140 crore people of India, the world looks at India with hope and enthusiasm. That is also why the world is engaging with India and investing in India.

#12YearsOfIndiaFirst”