“ଏହି ଜାତୀୟ ପ୍ରତିରକ୍ଷା ଓ ବିଶ୍ୱାସର ମାଟିରେ ଆପଣମାନଙ୍କ ସହ ରହିଛି, ମୋତେ ଆଶୀର୍ବାଦ ମିଳିଛି”
“ଉତ୍ତରାଖଣ୍ଡର ପ୍ରଗତି ଓ ଏହାର ନାଗରିକ କଲ୍ୟାଣ ଆମ ସରକାରଙ୍କ ଅଭିଯାନର ମୁଖ୍ୟ ଆଭିମୁଖ୍ୟ”
“ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବାକୁ ଯାଉଛି”
“ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରେ ଦେଶର ରକ୍ଷାକର୍ତ୍ତା ରହିଛନ୍ତି”
“ପ୍ରତ୍ୟେକ ମାଆ-ଭଉଣୀଙ୍କ ସମସ୍ତ ଅଭାବ ଅସୁବିଧା ଦୂର କରିବା ନିମନ୍ତେ ଆମ ସରକାର ବଦ୍ଧ ପରିକର”
“ଉତ୍ତରାଖଣ୍ଡରେ ପର୍ଯ୍ୟଟନ ଓ ତୀର୍ଥଯାତ୍ରା ବିକାଶର ସୁଫଳ ଡବଲ ଇଞ୍ଜିନ ସରକାରଙ୍କ ଯୋଗୁ ଆଜି ସଫଳ ହୋଇଛି”
“ଉତ୍ତରାଖଣ୍ଡର ସଂଯୋଗୀକରଣର ସମ୍ପ୍ରସାରଣ ଏହାର ବିକାଶକୁ ନୂତନ ଦିଗ ପ୍ରଦାନ କରିଛି”
“ଅମୃତ କାଳରେ ଦେଶର ସବୁ ଅଞ୍ଚଳ ଓ ବର୍ଗକୁ ସୁବିଧା, ସମ୍ମାନ ଓ ସମୃଦ୍ଧି ସହ ଯୋଡ଼ିବାର ପ୍ରକୃତ ସମୟ”
ପ୍ରଧାନମନ୍ତ୍ରୀ ଶୌର୍ଯ୍ୟ ଓ ଆଧ୍ୟାତ୍ମିକତାର ମାଟି ଓ ବିଶେଷ କରି ସାହସୀ ମାତୃଶକ୍ତି ପ୍ରତି ନତମସ୍ତକ ହୋଇ ସମ୍ମାନ ଜଣାଇଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨-୧୦-୨୦୨୩) ଉତ୍ତରାଖଣ୍ଡର ପିଥୋରଗଡ଼ ଠାରେ ପ୍ରାୟ ୪୨୦୦ କୋଟି ଟଙ୍କାର ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ବିକାଶ, ସଡ଼କ, ଶକ୍ତି, ଜଳସେଚନ, ପାନୀୟଜଳ, ଉଦ୍ୟାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଅନ୍ତର୍ଭୁକ୍ତ । ବିିଭିନ୍ନ

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡବାସୀଙ୍କ ଅଭୂତପୂର୍ବ ସ୍ନେହ ପ୍ରଦର୍ଶନ ଯୋଗୁ କୃତଜ୍ଞତା ପ୍ରକାଶ କରିବା ସହ ଏ ପ୍ରକାର ଅନାବିଳ ପ୍ରେମ ‘ଗଙ୍ଗାର ସ୍ୱଚ୍ଛ ସଲୀଳ ଧାରା’ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଶୌର୍ଯ୍ୟ ଓ ଆଧ୍ୟାତ୍ମିକତାର ମାଟି ଓ ବିଶେଷ କରି ସାହସୀ ମାତୃଶକ୍ତି ପ୍ରତି ନତମସ୍ତକ ହୋଇ ସମ୍ମାନ ଜଣାଇଥିଲେ । ବଦ୍ରୀନାଥ ଧାମରେ ଜୟ ବଦ୍ରୀ ବିଶାଳ ଧ୍ୱନୀରେ ଗଡ଼ୱାଲ ରାଇଫଲ୍ସର ଉତ୍ସାହୀ ଯବାନମାନଙ୍କ ଧ୍ୱନୀ ପ୍ରକମ୍ପିତ ହେଉଥିବା ବେଳେ, ଗଙ୍ଗେଲୀହାଟ କାଳୀ ମନ୍ଦିରର ଘଣ୍ଟ ଧ୍ୱନୀ କୁମାୟୁଁ ରେଜିମେଣ୍ଟ ଯବାନମାନଙ୍କୁ ଉତ୍ସାହିତ କରୁଛି । ମାନସଖଣ୍ଡରେ ପ୍ରଧାନମନ୍ତ୍ରୀ ବୈଦ୍ୟନାଥ, ନନ୍ଦାଦେବୀ, ପୂର୍ଣ୍ଣଗିରି, କସାରଦେବୀ, କଇଁଚିଧାମ, କତ୍ରାମାଲ, ନାନକମାତା, ରୀତା ସାହିବ ଓ ଅସଂଖ୍ୟ ଧାର୍ମିକସ୍ଥଳୀ ଭୂମିର ସାହସ ଓ ଐତିହ୍ୟର ଉଦାହରଣ ଦେଇଥିଲେ । “ଆପଣମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡରେ ରହି ମୁଁ ଆଶୀର୍ବାଦ ଲାଭ କରିବା ଭଳି ମନେ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ପୂର୍ବରୁ ପ୍ରଧାନନ୍ତ୍ରୀ ପାର୍ବତୀ କୁଣ୍ଡରେ ପୂଜା ଦେବା ସହ ଦର୍ଶନ କରିଥିଲେ । “ମୁଁ ପ୍ରତ୍ୟେକ ଭାରତବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ବିକଶିତ ଭାରତକୁ ଶକ୍ତି ଦେବା ପାଇଁ ପ୍ରାର୍ଥନା କଲି । ଯେପରି ଉତ୍ତରାଖଣ୍ଡବାସୀଙ୍କ ସମସ୍ତ ଆକାଂକ୍ଷା ପୂରଣ ହେବ ସେଥିପାଇଁ ମୁଁ ଆଶୀର୍ବାଦ ଭିକ୍ଷା କଲି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କର ସୈନିକ, କଳାକାର ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଭେଟିବା ବିଷୟ ନେଇ ସେ ସୁରକ୍ଷା, ସମୃଦ୍ଧି ଓ ସଂସ୍କୃତିର ସ୍ତମ୍ଭମାନଙ୍କୁ ଭେଟିଥିବା ପ୍ରକାଶ କରିଥିଲେ । ଏହି ଯୁଗ ଉତ୍ତରାଖଣ୍ଡର ଯୁଗ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । “ଆମ ସରକାର ଉତ୍ତରାଖଣ୍ଡବାସୀଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆଣିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି” ବୋଲି ସେ କହିଥିଲେ । ସେ ତାଙ୍କର ଉତ୍ତରାଖଣ୍ଡ ସହ ଦୀର୍ଘଦିନର ଅନ୍ତରଙ୍ଗତା ନେଇ ମଧ୍ୟ ପ୍ରକାଶ କରିଥିଲେ । ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ରାଜ୍ୟର ସମର୍ଥନ ସମ୍ପର୍କରେ ସେ ଅବତାରଣା କରିଥିଲେ ।

ଭାରତ ଯେପରି ବିକାଶର ଗତି ବୃଦ୍ଧି କରିଚାଲିଛି ସେ ସମ୍ପର୍କରେ ସେ କହିଥିଲେ । “ସମଗ୍ର ବିଶ୍ୱ ଏବେ ଭାରତ ଓ ଭାରତୀୟମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଛି” ବୋଲି ସେ କହିଥିଲେ । ଅତୀତର ଅବସାଦଗ୍ରସ୍ତ ସମୟର ସ୍ମୃତିଚାରଣ ଶ୍ରୀ ମୋଦୀ ବିଶ୍ୱ ମଞ୍ଚରେ ଭାରତର ମଜଭୁତ ଉପସ୍ଥାପନାର ଉଦାହରଣ ଦେବା ସହ ଜି-୨୦ ଶିଖର ସମ୍ମିଳନୀର ପରିଚାଳନା ଯୋଗୁ ଭାରତ ବୈଶ୍ୱିକ ସ୍ତରରେ ପ୍ରଶଂସାଭାଜନ ହୋଇପାରିଛି ବୋଲି କହିଥିଲେ । ଦୀର୍ଘ ଦିନର ବ୍ୟବଧାନ ପରେ ଜନସାଧାରଣ ଏକ ସ୍ଥିର ଓ ମଜଭୁତ ସରକାର ବାଛିଥିବାରୁ ସେ ଜନସାଧାରଣଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିଲେ । ତାଙ୍କର ବୈଶ୍ୱିକ ଉପସ୍ଥିତି ୧୪୦ କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ଉପରେ ପର୍ଯ୍ୟବସିତ ବୋଲି ଶ୍ରୀ ମୋଦୀ କହିଥିଲେ ।

 

ଗତ ପାଞ୍ଚ ବର୍ଷ ମଧ୍ୟରେ ୧୩.୫ କୋଟି ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ବେଳେ, ସେ ସରକାରଙ୍କ ସାମଗ୍ରିକ ଅନ୍ତର୍ଭୁକ୍ତୀକରଣକୁ ଏଥିପାଇଁ ଶ୍ରେୟ ଦେବା ସହ ସମାଜର ସବୁଠାରୁ ଦୂରଦୂରନ୍ତରେ ରହୁଥିବା ବ୍ୟକ୍ତି ମଧ୍ୟ ଯୋଜନାର ସୁଫଳ ପାଉଥିବା ପ୍ରକାଶ କରିଥିଲେ । “ସମଗ୍ର ବିଶ୍ୱ ଚମକ୍ରୃତ ହୋଇଛି” ବୋଲି କହି ୧୩.୫ କୋଟି ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଦୂରଦୂରାନ୍ତ ଓ ପାହାଡ଼ିଆ ଅଞ୍ଚଳର ବୋଲି କହିଥିଲେ । ଭାରତ ନିଜର ସମାର୍ଥ୍ୟକୁ ଆଧାର କରି ଦେଶର ଦାରିଦ୍ର୍ୟ ଉନ୍ମୁଳନ କରାଯାଇପାରିବ ଓ ଏହି ସାଢ଼େ ତେର କୋଟି ବ୍ୟକ୍ତିଙ୍କ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିବା ତାହାର ଉଦାହରଣ ବୋଲି ଶ୍ରୀ ମୋଦୀ କହିଥିଲେ ।

ପୂର୍ବ ସରକାରଗଣ ‘ଗରିବୀ ହଟାଓ’ ଭଳି ସ୍ଳୋଗାନ ମାନ ଦେଇଥିଲେ ମଧ୍ୟ ମୋଦୀ ହିଁ ଦାୟିତ୍ୱ ଓ ଏହି ବୋଝ ମୁଣ୍ଡ ଉପରକୁ ଦେବା ଦ୍ୱାରା ହିଁ ସମ୍ଭବ କହିଥିବା ସେ ପ୍ରକାଶ କରିଥିଲେ । “ମିଳିମିଶି ଆମେ ଦାରିଦ୍ର୍ୟ ଦୂର କରିପାରିବା” ବୋଲି ସେ ଗୁରୁତ୍ୱଆରୋପ କରିଥିଲେ । ଚନ୍ଦ୍ରଯାନ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ସଫଳତାର ସହ ଅବତରଣ କଲା ଓ ଆଗରୁ ବିଶ୍ୱରେ କୌଣସି ଦେଶ ଏପର୍ଯ୍ୟନ୍ତ ଏହା କରିପାରିନାହାନ୍ତି । “ଯେଉଁଠି ଚନ୍ଦ୍ରଯାନ ଅବତରଣ କରିଥିଲା ତାହାର ନାମକରଣ ଶିବଶକ୍ତି ଭାବେ କରାଯାଇଛି ଓ ଉତ୍ତରାଖଣ୍ଡର ବର୍ତ୍ତମାନ ପରିଚୟ ଚନ୍ଦ୍ର ସହିତ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶିବଶକ୍ତି ଯୋଗ ଉତ୍ତରାଖଣ୍ଡର ପ୍ରତ୍ୟେକ ସ୍ଥାନରେ ବିରାଜିତ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର କ୍ରୀଡ଼ା ନୈପୂଣ୍ୟର ପ୍ରଶଂସା କରି ସବୁଥର ତୁଳନାରେ ସର୍ବାଧିକ ପଦକ ହାସଲ କରିଥିବା ପ୍ରକାଶ କରିଥିଲେ । ଉତ୍ତରାଖଣ୍ଡ ମଧ୍ୟ ଆଠଜଣ କ୍ରୀଡ଼ାବିତଙ୍କୁ ଏସୀୟ କ୍ରୀଡ଼ାକୁ ପଠାଇଥିବା ବେଳେ ଲକ୍ଷ୍ୟ ସେନ ଓ ବନ୍ଦନା କଟାରିଆ ପଦକ ବିଜୟୀ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦର୍ଶକ ମଣ୍ଡଳୀ ମୋବାଇଲ ଫୋନର ଲାଇଟ ଜାଳି ସଫଳତାକୁ ସ୍ୱାଗତ ଜଣାଇଥିଲେ । ଖେଳାଳିମାନଙ୍କୁ ତାଲିମ ଓ ଭିତ୍ତିଭୂମି ସହ ସରକାର ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି । ଆଜି ହାଲଦ୍ୱାନୀରେ ହକି ପଡ଼ିଆ ଓ ରୁଦ୍ରପୁର ଠାରେ ସାଇକେଲ ଚାଳନା ଟ୍ରାକର ଶିଳାନ୍ୟାସ ହୋଇଛି । ଜାତୀୟ କ୍ରୀଡ଼ା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 

“ଦେଶର ସୀମା ରକ୍ଷା କରୁଥିବା ଯବାନ ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରୁ ଜନ୍ମ ନେଇଛନ୍ତି” ବୋଲି କହିବା ସହ ଶ୍ରୀ ମୋଦୀ ବର୍ତ୍ତମାନର ସରକାର ଯୁଗ ଯୁଗ ଧରି ପଡ଼ି ରହିଥିବା ‘ୱାନ ର୍ୟାଙ୍କ ୱାନ ପେନସନ’ ସମସ୍ୟାର ସମାଧାନ କରି ପୂର୍ବତନ ସୈନିକମାନଙ୍କ ଦାବି ପୂରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦ ହଜାର କୋଟିରୁ ଅଧିକ ଟଙ୍କା ପୂର୍ବତନ ସୈନିକମାନଙ୍କ ଖାତାକୁ ହସ୍ତାନ୍ତର ହୋଇଛି ଓ ଏହା ଫଳରେ ୭୫ ହଜାର ପୂର୍ବତନ ସୈନିକ ପରିବାର ଉପକୃତ ହୋଇଛନ୍ତି । ସରକାରଙ୍କ ଅଗ୍ରାଧିକାର ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶ ମୁଖ୍ୟ ସ୍ଥାନ ଅଧିକାର କରେ ଓ ସେଥିପାଇଁ ସେସବୁ ଅଞ୍ଚଳ ଦ୍ରୁତ ବିକାଶ ହେଉଛି । ସୀମାବର୍ତ୍ତୀ ଅଞ୍ଚଳର ବିକାଶ ପୂର୍ବ ସରକାରଙ୍କ ଦ୍ୱାରା ଅବହେଳିତ ହୋଇଥିବାରୁ ପଡ଼ୋଶୀ ରାଜ୍ୟ ଭିତ୍ତିଭୂମି ବିକାଶ କରି ସେ ଅଞ୍ଚଳ ଅକ୍ତିଆର କରିବା ସମ୍ଭାବନା ରହିଛି । “ନବ ଭାରତ କାହାରିକୁ ଡରେ ନାହିଁ କି କାହାକୁ ଭୟଭୀତ କରାଏ ନାହିଁ” ବୋଲି କହି ସୀମାନ୍ତରେ ହେଉଥିବା ଭିତ୍ତିଭୂମି ବିକାଶ ସମ୍ପର୍କରେ ଅବତାରଣା କରିଥିଲେ । ଗତ ନଅ ବର୍ଷ ମଧ୍ୟରେ ୪୨୦୦ କିଲୋମିଟରରୁ ଅଧିକ ସଡ଼କ, ୨୫୦ଟି ପୋଲ ଓ ୨୨ଟି ସୁଡ଼ଙ୍ଗ ନିର୍ମାଣ ହୋଇଛି । ବର୍ତ୍ତମାନ ସୀମାବର୍ତ୍ତୀ ଅଞ୍ଚଳରେ ରେଳ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି ବୋଲି ସେ କହିଥିଲେ ।

ମଜଭୁତ ଗ୍ରାମ ଯୋଜନା ଆଜି ଶେଷ ଗ୍ରାମକୁ ମଧ୍ୟ ପ୍ରଥମ ଗ୍ରାମରେ ପରିଣତ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଯେଉଁମାନେ ଗାଁ ଛାଡ଼ିଛନ୍ତି ସେମାନଙ୍କୁ ସେଠାକୁ ଫେରାଇ ଆଣିବା ପାଇଁ ଆମେ ଉଦ୍ୟମ କରୁଛୁ । ଆମେ ଗ୍ରାମାଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଚେଷ୍ଟା କରୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅତୀତରେ ଭୂଲ ନୀତି ପାଇଁ ଜଳ, ଔଷଧ, ସଡ଼କ, ଶିକ୍ଷା ଓ ଡାକ୍ତରୀ ସୁବିଧା ଅଭାବ ଯୋଗୁ ଲୋକମାନେ ସେମାନଙ୍କ ଘର ଛାଡୁଥିଲେ। ଏହି ସବୁ ଅଞ୍ଚଳରେ ଉତ୍ତରାଖଣ୍ଡରେ ନୂତନ ସୁବିଧା ଓ ଭିତ୍ତିଭୂମିର ବିକାଶ ହେଉଛି । ସଡ଼କ ଓ ଜଳସେଚନ ସୁବିଧା ଯୋଗୁ ସେଓ କୃଷିରେ ସୁବିଧା ହେବ ଓ ଆଜି ପଲି ହାଉସ୍ ଯୋଜନା ଆରମ୍ଭ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । “ଆମ ଉତ୍ତରାଖଣ୍ଡର କ୍ଷୁଦ୍ର ଚାଷୀମାନଙ୍କ ଜୀବନମାନର ଉନ୍ନତି ନିମନ୍ତେ ଅନେକ ଖର୍ଚ୍ଚ କରାଯାଉଛି । ପିଏମ କିଶାନ ସମ୍ମାନନିଧି ଯୋଜନା ଅଧୀନରେ ଉତ୍ତରାଖଣ୍ଡକୁ ୨୨ ଶହ କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି” ବୋଲି ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ଅନ୍ନ ସମ୍ପର୍କରେ ଆରମ୍ଭ କରି କହିଥିଲେ ଯେ ଉତ୍ତରାଖଣ୍ଡରେ ଅନେକ ପିଢ଼ି ଧରି ଏହି ସବୁ ଚାଷ ହୋଇଆସୁଛି ଓ ଏହା ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସରକାରଙ୍କ ଉଦ୍ୟମ ଉପରେ ସେ ଆଲୋକପାତ କରିଥିଲେ । ଦେଶରେ ଏ ନେଇ ଏକ ଅଭିଯାନ ଆରମ୍ଭ ହୋଇଛି ଓ ଉତ୍ତରାଖଣ୍ଡର ଚାଷୀକୂଳ ଏହା ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ ବୋଲି ଶ୍ରୀ ମୋଦୀ କହିଥିଲେ । ମହିଳା ନେତୃତ୍ୱାଧୀନ ବିକାଶ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମ ସରକାର ମାଆ ଓ ଭଉଣୀମାନଙ୍କର ପ୍ରତ୍ୟେକ ଅସୁବିଧା ଦୂର କରିବାକୁ ଅଙ୍ଗୀକାରବଦ୍ଧ । ସେଥିପାଇଁ ଆମ ସରକାର ଗରୀବ ଭଉଣୀମାନଙ୍କୁ ସ୍ଥାୟୀ ଆବାସ ଯୋଗାଇ ଦେଇଛନ୍ତି । ଆମେ ଆମ ଭଉଣୀ ଓ କନ୍ୟାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିଛୁ, ସେମାନଙ୍କୁ ଗ୍ୟାସ ସଂଯୋଗ ଦେବା ସହ ବ୍ୟାଙ୍କ ଖାତା ଖୋଲିଛୁ । ମାଗଣା ଚିକିତ୍ସା ଓ ରାସନ ବ୍ୟବସ୍ଥା ମଧ୍ୟ କରିଛୁ । ହର୍ ଘର୍ ଜଳ ଯୋଜନା ଅଧୀନରେ ଉତ୍ତରାଖଣ୍ଡର ଏଗାର ଲକ୍ଷ ପରିବାରର ଭଉଣୀମାନେ ପାଇପ୍ ପାଣି ସୁବିଧା ପାଇଛନ୍ତି ।” ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ଘୋଷଣା କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ଡ୍ରୋନ ଯୋଗାଇବା ଯୋଜନା କହିଛନ୍ତି, ଏହି ଡ୍ରୋନ କୃଷି କ୍ଷେତ୍ରରେ ସାହାଯ୍ୟ କରିବା ସହ ଉତ୍ପାଦିତ ସାମଗ୍ରୀ ପରିବହନ ଦିଗରେ ମଧ୍ୟ ସାହାଯ୍ୟ କରିବ । “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା ଫଳରେ ଉତ୍ତରାଖଣ୍ଡକୁ ଏହା ଆଧୁନିକତାର ନୂତନ ଶିଖରକୁ ନେଇଯିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

“ଉତ୍ତରାଖଣ୍ଡର ପ୍ରତ୍ୟେକ ଗ୍ରାମରେ ଗଙ୍ଗା ଓ ଗଙ୍ଗୋତ୍ରୀ ରହିଛି । ଭଗବାନ ଶିବ ଓ ନନ୍ଦା ଏହାର ତୁଷାର ଶିଖରରେ ବାସ କରନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉତ୍ତରାଖଣ୍ଡର ମେଳା, କୌଟିଗ, ଥାଉଲ, ସଂଗୀତ, ଗୀତ ଓ ଖାଦ୍ୟର ସ୍ୱାତନ୍ତ୍ର୍ୟ ଉପରେ କହିବା ସହ ଏହି ମାଟି ପାଣ୍ଡବ ନୃତ୍ୟ, ଛୋଲିୟା ନୃତ୍ୟ, ମଙ୍ଗଳ ଗୀତ, ଫୁଲ ଦେଇ, ହରେଲା, ବାଗୱାଲ, ରମଣ ପ୍ରଭୃତି ସାଂସ୍କୃତିକ ଐତିହ୍ୟ ସମୃଦ୍ଧ ବୋଲି କହିଥିଲେ । ସେ ମଧ୍ୟ ଅନେକ ସୁସ୍ୱାଦୁ ଖାଦ୍ୟ ଯେପରିକି ଆରିସା, ଝାଙ୍ଗୋର କୀ କ୍ଷୀର, କାଫୁଲି, ପକୋଡ଼ା, ରାଇତା, ଆଲମୋଡ଼ାର ବାଲି ମିଠାଇ ଓ ସିଫୋରୀ କଥା କହିଥିଲେ । ଚମ୍ପାବଟରେ ଥିବା ଅଦ୍ୱୈତ ଆଶ୍ରମ ଓ କାଳିଗଙ୍ଗା ବିଷୟରେ କହିଥିଲେ । ସେ ମଧ୍ୟ ଖୁବଶୀଘ୍ର ଚମ୍ପାବଟ ଆଦ୍ୱୈତ ଆଶ୍ରମରେ ସମୟ କଟାଇବାକୁ ଇଚ୍ଛା ପ୍ରକଟ କରିଥିଲେ ।

ଡବଲ ଇଞ୍ଜିନ ସରକାରଙ୍କ ପର୍ଯ୍ୟଟନ ଓ ତୀର୍ଥଯାତ୍ରା ବିକାଶ ନେଇ କରିଥିବା କାର୍ଯ୍ୟର ସୁଫଳ ଏବେ ମିଳିବାରେ ଲାଗିଛି ବୋଲି ସେ କହିଥିଲେ । ଚଳିତ ବର୍ଷ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରାରେ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୫୦ ଲକ୍ଷ ଛୁଇଁବା ଆଶା କରାଯାଇଛି । ବାବା କେଦାରଙ୍କ କୃପାରୁ କେଦାରନାଥ ଧାମରେ ପୁନର୍ଗଠନ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଶହ ଶହ କୋଟି ଟଙ୍କା ବ୍ୟୟରେ ଶ୍ରୀ ବଦ୍ରୀନାଥ ଧାମର ଅନେକ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । କେଦାରନାଥ ଧାମ ଓ ହେମକୁଣ୍ଡ ସାହିବ ମଧ୍ୟରେ ରୋପ୍ ୱେ କାର୍ଯ୍ୟ ଶେଷ ହେଲେ ଅନେକ ସୁବିଧା ହେବ। କେଦାରନାଥ ଓ ମାନସଖଣ୍ଡ ମଧ୍ୟରେ ସଂଯୋଗ କାର୍ଯ୍ୟ ମାନସଖଣ୍ଡ ମନ୍ଦିରମାଳା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହା ଶେଷ ହେଲେ କୁମାୟୁଁ ଅଞ୍ଚଳରେ ଅଧିକାଂଶ ମନ୍ଦିରକୁ ସଂଯୋଗ ବ୍ୟବସ୍ଥା ହୋଇ ଅନେକ ତୀର୍ଥଯାତ୍ରୀ ସେଠାକୁ ଆସିବେ ।

 

ଉତ୍ତରାଖଣ୍ଡରେ ଯୋଗାଯୋଗର ସମ୍ପ୍ରସାରଣ ଉପରେ ଜୋର ଦେଇ ଏହା ହେଲେ ରାଜ୍ୟର ବିକାଶ ନୂତନ ଶିଖର ଛୁଇଁବ ବୋଲି ସେ କହିଥିଲେ । ସେ ଚାରିଧାମ ବୃହତ ପ୍ରକଳ୍ପ ଓ ସବୁଦିନିଆ ରାସ୍ତା ଓ ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ବିଷୟରେ ମଧ୍ୟ କହିଥିଲେ । ସେ ମଧ୍ୟ ଆଜିର ପ୍ରକଳ୍ପ ଯେପରିକି ବାଗେଶ୍ୱରରୁ କାନାଲୀଚିନା, ଗଙ୍ଗୋଲୀହାଟରୁ ଆଲମୋଡ଼ା ଓ ତନକପୁର ଘାଟରୁ ପିଥୋରଗଡ଼ ଶେଷ ହେଲେ ସାଧାରଣ ଲୋକଙ୍କ ଯୋଗାଯୋଗ ବ୍ୟବସ୍ଥା ସୁଧୁରିବା ସହ ପର୍ଯ୍ୟଟନରୁ ଆୟ ପନ୍ଥା ମଧ୍ୟ ସୁଗମ ହେବ ବୋଲି କହିଥିଲେ । ସରକାର ହୋମ୍ ଷ୍ଟେ’କୁ ପ୍ରୋତ୍ସାହନ ଦେଉଥିବା ନେଇ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ । “ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ର ଅନେକ ସମ୍ପ୍ରସାରିତ ହେବ । କାରଣ ସମଗ୍ର ବିଶ୍ୱ ଭାରତକୁ ଆସିବାକୁ ଚାହୁଁଛି । ଯେ ମଧ୍ୟ ଭାରତକୁ ଦେଖିବାକୁ ଚାହିଁବ, ସେ ନିଶ୍ଚୟ ଉତ୍ତରାଖଣ୍ଡ ଦେଖିବାକୁ ଚାହିଁବ” ବୋଲି ଶ୍ରୀ ମୋଦୀ କହିଥିଲେ ।

ଉତ୍ତରାଖଣ୍ଡର ବିପର୍ଯ୍ୟୟ ପ୍ରବଣତାକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ ଆଗାମୀ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । “ଏହି ପରିଚାଳନାଗତ ସୁବିଧା ଉତ୍ତରାଖଣ୍ଡରେ ହିଁ ରହିବ, ଯାହାଫଳରେ ବିପର୍ଯ୍ୟୟ କାଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ ଏହା ହେଉଛି ଭାରତର ଅମୃତ କାଳ । ଦେଶର ବିଭିନ୍ନ ଅଞ୍ଚଳ ଓ ଗୋଷ୍ଠୀ ସହ ଯୋଗାଯୋଗ ରଖିବା ପାଇଁ ଏହା ହିଁ ପ୍ରକୃଷ୍ଠ ସମୟ । ବାବା କେଦାର ଓ ବିଶାଲଙ୍କ କୃପାରୁ ଦେଶ ଶୀଘ୍ର ଏହାର ସଂକଳ୍ପ ରୂପରେଖ କରିବାରେ ସମର୍ଥ ହେବ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମୀ ଓ ଉତ୍ତରାଖଣ୍ଡ ସରକାରର ଅନ୍ୟାନ୍ୟ ମନ୍ତ୍ରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି-

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଶିଳାନ୍ୟାସ ଓ ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୭୬ଟି ଗ୍ରାମ୍ୟ ସଡ଼କ ଓ ପିଏମଜିଏସୱାଇ ଅଧିନସ୍ତ ନିର୍ମିତ ଗ୍ରାମାଞ୍ଚଳର ୨୫ଟି ସେତୁ, ୯ଟି ଜିଲ୍ଲାରେ ୧୫ଟି ବିଡିଓ କାର୍ଯ୍ୟାଳୟ, ତିନିଟି ସଡ଼କର ଉନ୍ନତୀକରଣ । ଏହା କେନ୍ଦ୍ରୀୟ ସଡ଼କ ପାଣ୍ଠି ଅଧିନରେ ହୋଇଥିବା ବେଳେ, ସେଗୁଡ଼ିକ ହେଲା କୈଶାନୀ ବାଗେଶ୍ୱର ସଡ଼କ, ଧାରୀ, ଦୌବା, ଗିରିଚିନା ରୋଡ ଏବଂ ନାଗଲା କିଚା ରୋଡ । ଜାତୀୟ ରାଜପଥରେ ଉନ୍ନତୀକରଣ ହୋଇଥିବା ଦୁଇଟି ସଡ଼କ ହେଲା ଆଲମୋଡା-ପେଟଶାଲ-ପାନୁୱାନାଉଲା-ଜନ୍ୟା (ଏନଏଚ-୩୦୯ବି) ଓ ତନକପୁର-ଚଳଥି (ଏନଏଚ-୧୨୫) ତିନିଟି ପାନୀୟ ଜଳ ପ୍ରକଳ୍ପ, ପିଥୋରଗଡ଼ରେ ଆରକୋଟି କୃତ୍ରିମ ହ୍ରଦ, ୧୩୨ କେଭି ପିଥୋରଗଡ଼-ଲୋହାଘାଟ (ଚମ୍ପାୱତ) ଶକ୍ତି ସରବରାହ ଲାଇନ, ୩୯ ସେତୁ ଇତ୍ୟାଦି ।

 

୨୧ ହଜାର ୩୯୮ ପଲିହାଉସ ଶିଳାନ୍ୟାସ, ଯାହା ଫୁଲ ଓ ପରିବାପତ୍ର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ସଘନ ସେଓ ବଗିଚା, ୫ଟି ଏନଏଚ ରୋଡ ଉନ୍ନତୀକରଣ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ଡେରାଡୁନରେ ରାଜ୍ୟ ଆପାତକାଳୀନ କେନ୍ଦ୍ର ପ୍ରତିଷ୍ଠା, ବାଲିନଳା ଓ ନୈନିତାଲରେ ମାଟି ଅତଡ଼ା ଖସିବା ରୋକିବା କେନ୍ଦ୍ର, ରାଜ୍ୟରେ ୨୦ଟି ମଡେଲ ସ୍ନାତକ ମହାବିଦ୍ୟାଳୟ, ଆଲମୋଡ଼ାର ସାମେଶ୍ୱର ଠାରେ ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଚମ୍ପାୱତ ଠାରେ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ହାଲୱାନୀରେ ଅଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ, ରୁନ୍ଦ୍ରପୁରରେ ସାଇକେଲ ଚାଳନା ଟ୍ରାକ୍ ଓ ମାନସଖଣ୍ଡ ମନ୍ଦିରମାଳା ଅଭିଯାନ ଯୋଜନା ଇତ୍ୟାଦି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi becomes first world leader to cross 100 million Instagram followers

Media Coverage

PM Modi becomes first world leader to cross 100 million Instagram followers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Pays Tribute to Veer Savarkar Ji on his Punya Tithi
February 26, 2026

Prime Minister Narendra Modi today paid humble tributes to the great revolutionary Veer Savarkar Ji on his Punya tithi.

In a message honoring the freedom fighter, the Prime Minister stated that he dedicated his life to free the country from the chains of slavery. He further remarked that Veer Savarkar Ji’s personality and work will continue to inspire every generation for national service.

The Prime Minister wrote on X;

महान क्रांतिकारी वीर सावरकर जी को उनकी पुण्यतिथि पर सादर नमन। देश को गुलामी की जंजीरों से मुक्त कराने के लिए उन्होंने अपना जीवन समर्पित कर दिया। उनका व्यक्तित्व और कृतित्व हर पीढ़ी को राष्ट्रसेवा के लिए प्रेरित करता रहेगा।