ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ନବସୃଜନ, ସ୍ଥିରତା, ପ୍ରତିରକ୍ଷା, ସୁରକ୍ଷା ଏବଂ ଯୋଗାଣ ଶୃଙ୍ଖଳାର ନମନୀୟତା ଭଳି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ନେତୃବୃନ୍ଦ ସ୍ୱାଗତ କରିଛନ୍ତି
ଭାରତ-ଇୟୁ ଏଫଟିଏ ର ଶୀଘ୍ର ସମାପ୍ତି ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲେ ଉଭୟ ନେତା
ୟୁକ୍ରେନ ସଂଘର୍ଷର ଅନ୍ତ ଘଟାଇବାର ପ୍ରୟାସ ଉପରେ ମତ ବିନିମୟ
ଉଭୟ ନେତାଙ୍କୁ ଆଗାମୀ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ପାଇଁ ଭାରତ ଆସିବାକୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମାନ୍ୟବର ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ମାନ୍ୟବର ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ସହ ଏକ ମିଳିତ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି।

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଶକ୍ତି ଭାବେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବିଶ୍ୱାସ, ସହଭାଗୀ ମୂଲ୍ୟବୋଧ ଏବଂ ଭବିଷ୍ୟତ ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଆଧାରରେ ଏକ ସୁଦୃଢ଼ ଏବଂ ଘନିଷ୍ଠ ସମ୍ପର୍କ ରହିଛି। ବୈଶ୍ୱିକ ପ୍ରସଙ୍ଗଗୁଡ଼ିକର ମିଳିତ ସମାଧାନ, ସ୍ଥିରତା ବୃଦ୍ଧି ଏବଂ ପାରସ୍ପରିକ ସମୃଦ୍ଧି ପାଇଁ ନିୟମ ଆଧାରିତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାରେ ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀର ଭୂମିକା ଉପରେ ନେତାମାନେ ରେଖାଙ୍କିତ କରିଥିଲେ।

ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ନବସୃଜନ, ସ୍ଥିରତା, ପ୍ରତିରକ୍ଷା, ସୁରକ୍ଷା ଏବଂ ଯୋଗାଣ ଶୃଙ୍ଖଳାର ନମନୀୟତା ଭଳି ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିକୁ ମଧ୍ୟ ନେତାମାନେ ସ୍ୱାଗତ କରିଥିଲେ ଏବଂ ଭାରତ-ୟୁରୋପୀୟ ସଂଘ ଏଫଟିଏ ଆଲୋଚନାର ଶୀଘ୍ର ସମାପ୍ତି ତଥା ଆଇଏମଇଇସି କରିଡରର କାର୍ଯ୍ୟକାରିତା ପାଇଁ ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଫେବୃଆରୀରେ ୟୁରୋପୀୟ ସଂଘ କଲେଜ ଅଫ୍ କମିଶନରଙ୍କ ଐତିହାସିକ ଭାରତ ଗସ୍ତକୁ ଆଧାର କରି, ନେତାମାନେ ପାରସ୍ପରିକ ସୁବିଧା ତାରିଖରେ ଶୀଘ୍ର ଭାରତରେ ପରବର୍ତ୍ତୀ ଭାରତ ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଆୟୋଜନ କରିବା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ନେତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ।

ୟୁକ୍ରେନରେ ସଂଘର୍ଷର ଅବସାନ ପାଇଁ ପ୍ରୟାସ ସମେତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ନେତାମାନେ ମଧ୍ୟ ମତ ବିନିମୟ କରିଥିଲେ। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଲାଗି ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ନେତାମାନେ ପରସ୍ପରର ଯୋଗାଯୋଗରେ ରହିବାକୁ ସମ୍ମତି ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI goes live at Eiffel Tower and French airports as India-France digital ties strengthen

Media Coverage

UPI goes live at Eiffel Tower and French airports as India-France digital ties strengthen
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 15, 2026
June 15, 2026

Citizens Celebrate 12 Years of Modi: Building a Saksham Middle Class at Home While Earning Global Respect Abroad