ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିକାଶ ସୂଚକାଙ୍କ ପ୍ରଦର୍ଶନ କ୍ଷେତ୍ରରେ ରାଜ୍ୟ ସୂଚୀରେ ଶୀର୍ଷ ସ୍ଥାନ ହାସଲ କରିଥିବା ତିହରିବାସୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ପ୍ରଶଂସା କରିଛନ୍ତି ।
ସାଂସଦ ଶ୍ରୀମତୀ ମାଲା ରାଜ୍ୟ ଲକ୍ଷ୍ମୀ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି;
“ଏହି ଗୌରବପୂର୍ଣ୍ଣ ଉପଲବ୍ଧି ପାଇଁ ତିହରିର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା! ଏହା ବିକାଶ ପ୍ରତି ଆପଣଙ୍କ ନିଷ୍ଠା ଓ ପରିଶ୍ରମର ସୁଫଳ ।”
इस गौरवपूर्ण उपलब्धि के लिए टिहरी के मेरे सभी भाइयों और बहनों को बहुत-बहुत बधाई! यह विकास के प्रति आपकी लगन और परिश्रम का ही सुफल है। https://t.co/7Mae3vfyEx
— Narendra Modi (@narendramodi) April 22, 2023


