ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ଲୋକମାନେ ସେମାନଙ୍କ ଦୃଢ଼ ସଂକଳ୍ପ ମାଧ୍ୟମରେ ସବୁଠାରୁ କଠିନ କାର୍ଯ୍ୟକୁ ମଧ୍ୟ ସମ୍ଭବ କରନ୍ତି। ସେ ଉଲ୍ଲେଖ କରିଥିଲେ ଯେ ସଠିକ ଦିଗରେ ଅକ୍ଳାନ୍ତ ପ୍ରୟାସ ଦ୍ୱାରା ସେମାନେ ସବୁଠାରୁ ବଡ଼ ଲକ୍ଷ୍ୟ ମଧ୍ୟ ହାସଲ କରିଥାନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି –
‘‘ ୟଦ୍ ଦୂରଂ ଦୂରାରାଧ୍ୟଂ ସଚ୍ଚ ଦୂରେ ବ୍ୟବସ୍ଥିତମ୍ ।
ତତ୍ ସର୍ବ ତପସା ସାଧ୍ୟଂ ତପୋ ହି ଦୂରାତିକ୍ରମତମ୍ ।।’’
ସୁଭାଷିତମ୍ ସୂଚିତ କରେ ଯେ କୌଣସି ଲକ୍ଷ୍ୟ ଯେତେ ଦୂର, କଠିନ କିମ୍ବା ପହଞ୍ଚ ବାହାରେ ଲାଗୁଥିଲେ ମଧ୍ୟ, ଦୃଢ଼ ସଂକଳ୍ପ ଏବଂ ନିରନ୍ତର କଠିନ ପରିଶ୍ରମ ଦ୍ୱାରା ଏହାକୁ ହାସଲ କରାଯାଇପାରିବ। ଦୃଢ଼ ସଂକଳ୍ପ ଏବଂ ଧୈର୍ଯ୍ୟ ହେଉଛି ସେହି ଶକ୍ତି ଯାହା ଅସମ୍ଭବକୁ ସମ୍ଭବ କରିଥାଏ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
ଭାରତର ଲୋକମାନେ ନିଜ ସଂକଳ୍ପ ଦ୍ୱାରା କିଛି ବି ସମ୍ଭବ କରିଥାନ୍ତି। ସଠିକ ଦିଗରେ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ସହିତ, ସେମାନେ ସବୁଠାରୁ ବଡ଼ ଲକ୍ଷ୍ୟ ମଧ୍ୟ ହାସଲ କରନ୍ତି।
‘‘ ୟଦ୍ ଦୂରଂ ଦୂରାରାଧ୍ୟଂ ସଚ୍ଚ ଦୂରେ ବ୍ୟବସ୍ଥିତମ୍ ।
ତତ୍ ସର୍ବ ତପସା ସାଧ୍ୟଂ ତପୋ ହି ଦୂରାତିକ୍ରମତମ୍ ।।’’
भारत के लोग अपने दृढ़ निश्चय से किसी भी कार्य को संभव बना देते हैं। सही दिशा में अपनी अथक मेहनत से वे बड़े से बड़े लक्ष्य को भी हासिल कर दिखाते हैं।
— Narendra Modi (@narendramodi) March 6, 2026
यद् दूरं यद् दुराराध्यं यच्च दूरे व्यवस्थितम्।
तत् सर्वं तपसा साध्यं तपो हि दुरतिक्रमम्॥ pic.twitter.com/iZuBKJ4Ywr


