ଭାରତରେ ବିବିଧତା, ଚାହିଦା ଏବଂ ବ୍ୟାପକତାର ତିନିଗୁଣା ଶକ୍ତି ଅଛି: ପ୍ରଧାନମନ୍ତ୍ରୀ
ଗତ 10 ବର୍ଷ ମଧ୍ୟରେ, ଭାରତରେ 25 କୋଟି ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି: ପ୍ରଧାନମନ୍ତ୍ରୀ
ଆଜି, ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ପାଲଟିଛି; ଖାଦ୍ୟ ଏବଂ କୃଷି କ୍ଷେତ୍ରରେ ଅନେକ ଷ୍ଟାର୍ଟ-ଅପ୍ କାର୍ଯ୍ୟ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଭାରତ ବିଶ୍ୱ ଖାଦ୍ୟ ସୁରକ୍ଷାରେ ନିରନ୍ତର ଯୋଗଦାନ ଦେଉଛି: ପ୍ରଧାନମନ୍ତ୍ରୀ
ଆଜି, ଛୋଟ ଚାଷୀମାନେ ବଜାରରେ ଏକ ପ୍ରମୁଖ ଶକ୍ତି: ପ୍ରଧାନମନ୍ତ୍ରୀ
ଭାରତରେ, ସମବାୟ ସଂସ୍ଥାଗୁଡ଼ିକ ଆମର ଦୁଗ୍ଧ କ୍ଷେତ୍ର ଏବଂ ଆମର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଏକ ନୂତନ ଶକ୍ତି ପ୍ରଦାନ କରୁଛନ୍ତି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2025 ଅବସରରେ ଏକ ସମାରୋହକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି କାର୍ଯ୍ୟକ୍ରମରେ କୃଷକ, ଉଦ୍ୟୋଗୀ, ନିବେଶକ, ଉଦ୍ଭାବକ ଏବଂ ଗ୍ରାହକ ସମସ୍ତେ ଏକତ୍ର ଉପସ୍ଥିତ ହୋଇଛନ୍ତି, ଯାହା ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ସମାରୋହକୁ ନୂତନ ସମ୍ପର୍କ, ନୂତନ ସଂଯୋଗ ଏବଂ ସୃଜନଶୀଳତାର ଏକ ମଞ୍ଚରେ ପରିଣତ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, ସେ କିଛି ସମୟ ପୂର୍ବରୁ ବିଭିନ୍ନ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି ଏବଂ ପୁଷ୍ଟିସାର, ତୈଳ ବ୍ୟବହାର ହ୍ରାସ ଏବଂ ପ୍ୟାକେଜ୍ ହୋଇଥିବା ଉତ୍ପାଦଗୁଡ଼ିକର ସୁସ୍ଥତା ବୃଦ୍ଧି ଉପରେ ମୁଖ୍ୟତଃ ଧ୍ୟାନ ଦିଆଯିବା ଖୁସିର ବିଷୟ। ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଙ୍କର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେ ପ୍ରତ୍ୟେକ ନିବେଶକ ନିବେଶ କରିବା ପୂର୍ବରୁ କୌଣସି ସ୍ଥାନର ପ୍ରାକୃତିକ ଶକ୍ତିର ମୂଲ୍ୟାଙ୍କନ କରନ୍ତି। ଆଜି ବିଶ୍ୱ ନିବେଶକ - ବିଶେଷକରି ଖାଦ୍ୟ କ୍ଷେତ୍ରରେ ଥିବା ଲୋକମାନେ - ବହୁତ ଆଶାବାଦୀ ହୋଇ ଭାରତ ଆଡ଼କୁ ଦେଖୁଛନ୍ତି। ଭାରତରେ ବିବିଧତା, ଚାହିଦା ଏବଂ ପରିମାଣର ତ୍ରିଗୁଣ ଶକ୍ତି ଅଛି । ଶ୍ରୀ ମୋଦୀ ଉଲ୍ଲେଖ କହିଥିଲେ, ଭାରତ ପ୍ରତ୍ୟେକ ପ୍ରକାରର ଶସ୍ୟ, ଫଳ ଏବଂ ପନିପରିବା ଉତ୍ପାଦନ କରେ ଏବଂ ଏହି ବିବିଧତା ଦେଶକୁ ବିଶ୍ୱ ପରିଦୃଶ୍ୟରେ ଅନନ୍ୟ ଭାବରେ ସ୍ଥାନିତ କରିଥାଏ। ପ୍ରତି ଶହେ କିଲୋମିଟରରେ, ଖାଦ୍ୟ ଏବଂ ଏହାର ସ୍ୱାଦ ପରିବର୍ତ୍ତନ ହୁଏ, ଯାହା ଭାରତର ସମୃଦ୍ଧ ରାନ୍ଧଣା ବିବିଧତାକୁ ପ୍ରତିଫଳିତ କରେ। ଏହି ଦୃଢ଼ ଘରୋଇ ଚାହିଦା ଭାରତକୁ ଏକ ପ୍ରତିଯୋଗିତାମୂଳକ ଆଧାର ପ୍ରଦାନ କରେ ଏବଂ ଏହାକୁ ନିବେଶକମାନଙ୍କ ପାଇଁ ଏକ ପସନ୍ଦିତ ଗନ୍ତବ୍ୟସ୍ଥଳ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ।

 

ଶ୍ରୀ ମୋଦୀ କହିଥିଲେ, ଭାରତ ଏକ ଅଭୂତପୂର୍ବ ଏବଂ ଅସାଧାରଣ ସ୍ତରରେ କାର୍ଯ୍ୟ କରୁଛି। ଗତ ଦଶ ବର୍ଷ ମଧ୍ୟରେ, 25 କୋଟି ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ସେମାନେ ବର୍ତ୍ତମାନ ଏକ ନବମଧ୍ୟବିତ୍ତ ବର୍ଗର ଅଂଶ ହୋଇଛନ୍ତି । ଏହି ବର୍ଗ ଭାରତର ସବୁଠାରୁ ଉର୍ଜ୍ଜ୍ୱଳ ଏବଂ ଆକାଂକ୍ଷୀ ବର୍ଗ । ଏହି ବର୍ଗର ଆକାଂକ୍ଷା ଖାଦ୍ୟ ଧାରା ଏବଂ ଚାହିଦାକୁ ଆକାର ଦେଉଛି। ସେ ଆହୁରି କହିଥିଲେ, ଭାରତର ପ୍ରତିଭାଶାଳୀ ଯୁବପିଢ଼ି ବିଭିନ୍ନ କ୍ଷେତ୍ରରେ ନବସୃଜନ କରୁଛନ୍ତି ଏବଂ ଖାଦ୍ୟ କ୍ଷେତ୍ର ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ। ଖାଦ୍ୟ ଏବଂ କୃଷି କ୍ଷେତ୍ରରେ ଅନେକ ଷ୍ଟାର୍ଟ-ଅପ୍ କାର୍ଯ୍ୟ କରୁଛନ୍ତି। ଏଆଇ, ଇ-କମର୍ସ, ଡ୍ରୋନ୍ ଏବଂ ଆପ୍ ଭଳି ପ୍ରଯୁକ୍ତିବିଦ୍ୟାକୁ ଏହି କ୍ଷେତ୍ରରେ ସମନ୍ୱିତ କରାଯାଉଛି, ଯୋଗାଣ ଶୃଙ୍ଖଳ, ଖୁଚୁରା ଏବଂ ପ୍ରକ୍ରିୟାକରଣ ପଦ୍ଧତିକୁ ପରିବର୍ତ୍ତନ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଭାରତ ବିବିଧତା, ଚାହିଦା ଏବଂ ନବସୃଜନ ପ୍ରଦାନ କରିଥାଏ। ଏଗୁଡ଼ିକ ହିଁ ସମସ୍ତ ପ୍ରମୁଖ କାରଣ ଯାହା ଦେଶକୁ ନିବେଶ ପାଇଁ ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ କରିଥାଏ ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଲାଲକିଲ୍ଲାରେ ଦେଇଥିବା ନିଜର ବାର୍ତ୍ତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଭାରତରେ ନିବେଶ ଏବଂ ବିସ୍ତାର କରିବାର ଏହା ହିଁ ସଠିକ୍ ସମୟ।

ପ୍ରଧାନମନ୍ତ୍ରୀ କହିଥିଲେ, ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକ ବିଷୟରେ ସମସ୍ତେ ଜାଣନ୍ତି। ବିଶ୍ୱସ୍ତରରେ ଯେତେବେଳେ ଆହ୍ୱାନ ଦେଖାଦେଇଛି ସେତେବେଳେ ଭାରତ ଏକ ସକାରାତ୍ମକ ଭୂମିକା ଗ୍ରହଣ କରିବାକୁ ନିରନ୍ତର ଆଗକୁ ବଢ଼ିଛି । ଭାରତ ବିଶ୍ୱ ଖାଦ୍ୟ ସୁରକ୍ଷାରେ ସକ୍ରିୟ ଭାବରେ ଯୋଗଦାନ ଦେଇ ଆସୁଛି। ସରକାରଙ୍କ ନୀତି ଦ୍ୱାରା ସମର୍ଥିତ ଚାଷୀ, ପ୍ରାଣୀପାଳକ ଏବଂ ମତ୍ସ୍ୟଜୀବୀଙ୍କ କଠିନ ପରିଶ୍ରମ ଯୋଗୁଁ ଭାରତର କୃଷି କ୍ଷେତ୍ରର ଶକ୍ତି ବୃଦ୍ଧି ପାଇଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଗତ ଏକ ଦଶନ୍ଧି ମଧ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଭାରତ ସବୁଠାରୁ ବଡ଼ କ୍ଷୀର ଉତ୍ପାଦନକାରୀ, ବିଶ୍ୱ କ୍ଷୀର ଯୋଗାଣର 25% ଯୋଗଦାନ କରେ। ମିଲେଟ୍ସ ବା ଶ୍ରୀଅନ୍ନ ଉତ୍ପାଦନରେ ମଧ୍ୟ ଦେଶ ଅଗ୍ରଣୀ। ଭାରତ ଚାଉଳ ଏବଂ ଗହମ ଉତ୍ପାଦନରେ ବିଶ୍ୱ ସ୍ତରରେ ଦ୍ୱିତୀୟ ସ୍ଥାନରେ ଅଛି। ଫଳ, ପନିପରିବା ଏବଂ ମତ୍ସ୍ୟଚାଷରେ ମଧ୍ୟ ଏହାର ଯଥେଷ୍ଟ ଅବଦାନ ଅଛି। ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ, ଯେତେବେଳେ ବିଶ୍ୱରେ ଫସଲ ସଙ୍କଟ କିମ୍ବା ଯୋଗାଣ ଶୃଙ୍ଖଳା ବିଭ୍ରାଟ ହୁଏ, ଭାରତ ଦୃଢ଼ ଭାବରେ ଠିଆ ହୁଏ ଏବଂ ଏହାର ଦାୟିତ୍ୱ ନିର୍ବାହ କରେ।

 

ଭାରତ ବିଶ୍ୱ ସ୍ୱାର୍ଥରେ ଏହାର କ୍ଷମତା ଏବଂ ଅବଦାନକୁ ବିସ୍ତାର କରିବା ପାଇଁ ପ୍ରତିବଦ୍ଧ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ପ୍ରତ୍ୟେକ ଅଂଶୀଦାରଙ୍କୁ ନିୟୋଜିତ କରି ସମଗ୍ର ଖାଦ୍ୟ ଏବଂ ପୁଷ୍ଟିକର ଇକୋସିଷ୍ଟମକୁ ମଜବୁତ କରୁଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରାଯାଉଛି, ବର୍ତ୍ତମାନ 100% ଏଫଡିଆଇ ଅନୁମତି ଦିଆଯାଇଛି। ଏହି କ୍ଷେତ୍ର ପିଏଲଆଇ ଯୋଜନା ଏବଂ ମେଗା ଫୁଡ୍ ପାର୍କର ସମ୍ପ୍ରସାରଣରୁ ମଧ୍ୟ ଲାଭ ପାଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ କହିଥିଲେ, ଭାରତ ବର୍ତ୍ତମାନ ବିଶ୍ୱର ସର୍ବବୃହତ ସଂରକ୍ଷଣ ଭିତ୍ତିଭୂମି ଯୋଜନା ଚଳାଉଛି। ଏହି ସରକାରୀ ପ୍ରୟାସ ଭଲ ପରିଣାମ ପ୍ରଦାନ କରୁଛି । ଗତ ଦଶ ବର୍ଷ ମଧ୍ୟରେ ଭାରତର ପ୍ରକ୍ରିୟାକରଣ କ୍ଷମତା କୋଡ଼ିଏ ଗୁଣ ବୃଦ୍ଧି ପାଇଛି ଏବଂ ପ୍ରକ୍ରିୟାକୃତ ଖାଦ୍ୟର ରପ୍ତାନି ଦ୍ୱିଗୁଣରୁ ଅଧିକ ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଭାରତର ଖାଦ୍ୟ ଯୋଗାଣ ଏବଂ ମୂଲ୍ୟ ଶୃଙ୍ଖଳରେ ଚାଷୀ, ପ୍ରାଣୀପାଳକ, ମତ୍ସ୍ୟଜୀବୀ ଏବଂ କ୍ଷୁଦ୍ର ପ୍ରକ୍ରିୟାକରଣ ୟୁନିଟ୍‌ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, ଗତ ଦଶନ୍ଧି ମଧ୍ୟରେ ସରକାର ଏହି ସବୁ ଅଂଶୀଦାରଙ୍କୁ ମଜବୁତ କରିଛନ୍ତି । ଭାରତରେ 85% ରୁ ଅଧିକ ଚାଷୀ କ୍ଷୁଦ୍ର କିମ୍ବା ନାମମାତ୍ର, ତେଣୁ ସେମାନଙ୍କୁ ସଶକ୍ତ କରିବା ପାଇଁ ନୀତି ଏବଂ ସହାୟତା ବ୍ୟବସ୍ଥା ବିକଶିତ କରାଯାଇଛି। ଆଜି, ଏହି କ୍ଷୁଦ୍ର ଚାଷୀମାନେ ବଜାରରେ ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହେଉଛନ୍ତି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ।

 

ଶ୍ରୀ ମୋଦୀ କହିଥିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପରିଚାଳିତ ହେଉଛି, ଯେଉଁଥିରେ ସାରା ଭାରତରେ କୋଟି କୋଟି ଗ୍ରାମବାସୀ ସାମିଲ ଅଛନ୍ତି।   ସରକାର ଏହି ଗୋଷ୍ଠୀଗୁଡ଼ିକୁ ଋଣ ଆଧାରିତ ସବସିଡି ମାଧ୍ୟମରେ ସମର୍ଥନ କରୁଛନ୍ତି ଏବଂ ଏ ବାବଦରେ 800 କୋଟି ଟଙ୍କା ପୂର୍ବରୁ ହିତାଧିକାରୀଙ୍କ ନିକଟକୁ ସ୍ଥାନାନ୍ତରିତ କରାଯାଇଛି। ସେ ଗୁରୁତ୍ୱାରୋପ କରି କହିଥିଲେ, ସରକାର କୃଷକ ଉତ୍ପାଦକ ସଂଗଠନ (ଏଫପିଓ)ଗୁଡ଼ିକୁ ମଧ୍ୟ ବିସ୍ତାର କରୁଛନ୍ତି । 2014 ପରଠାରୁ 10,000 ଏଫପିଓ ପ୍ରତିଷ୍ଠା ହୋଇଛି, ଯାହା ଲକ୍ଷ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ଯୋଡ଼ୁଛି। ଏହି ଏଫପିଓଗୁଡ଼ିକ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦକୁ ବଜାରରେ ପହଞ୍ଚାଇବାରେ ସାହାଯ୍ୟ କରିବା ସହିତ ବ୍ରାଣ୍ଡେଡ୍ ଉତ୍ପାଦ ବିକଶିତ କରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, ଭାରତର ଏଫପିଓଗୁଡ଼ିକର ସାମର୍ଥ୍ୟ ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ 15,000 ରୁ ଅଧିକ ଉତ୍ପାଦ ଅନଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ। ସେ ଏହି ପରିପ୍ରେକ୍ଷୀରେ କାଶ୍ମୀରର ବାସମତୀ ଚାଉଳ, କେସର ଓ ବାଦାମ; ହିମାଚଳର ଜାମ୍ ଓ ସେଓ ରସ; ରାଜସ୍ଥାନର ବାଜରା କୁକିଜ୍; ମଧ୍ୟପ୍ରଦେଶର ସୋୟା ନଗେଟ୍ସ; ବିହାରର ସୁପରଫୁଡ୍ ମଖାନା; ମହାରାଷ୍ଟ୍ରର ବାଦାମ ତେଲ ଓ ଗୁଡ଼; ଏବଂ କେରଳର କଦଳୀ ଚିପ୍ସ ଓ ନଡ଼ିଆ ତେଲ ଭଳି ଉତ୍ପାଦଗୁଡ଼ିକର ଉଦାହରଣ ଦେଇଥିଲେ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ଏଫପିଓଗୁଡ଼ିକ ଭାରତର କୃଷି ବିବିଧତାକୁ ପ୍ରତ୍ୟେକ ଘରେ ପହଞ୍ଚାଉଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, 1,100 ରୁ ଅଧିକ ଏଫପିଓ କୋଟିପତି ହୋଇଛନ୍ତି, ଯେଉଁମାନଙ୍କର ବାର୍ଷିକ କାରବାର 1 କୋଟି ଟଙ୍କାରୁ ଅଧିକ। ଏସବୁ ସଂଗଠନ କୃଷକଙ୍କ ଆୟ ବୃଦ୍ଧି ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ, ଏଫପିଓଗୁଡ଼ିକୁ ନେଇ ଭାରତରେ ବିପୁଳ ସମବାୟ ଶକ୍ତି ରହିଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ସମବାୟ ବର୍ଷ ଭାବରେ ପାଳନ କରାଯାଉଛି ଏବଂ ଭାରତ ମଧ୍ୟରେ ସମବାୟ ଦୁଗ୍ଧ କ୍ଷେତ୍ର ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସଶକ୍ତ କରୁଛି। ଏଗୁଡ଼ିକର ଗୁରୁତ୍ୱକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ, ସମବାୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ନୀତି ପ୍ରସ୍ତୁତ କରିବା ପାଇଁ ଏକ ଉତ୍ସର୍ଗୀକୃତ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ, ଏହି କ୍ଷେତ୍ର ପାଇଁ ଟିକସ ଏବଂ ସ୍ୱଚ୍ଛତା ସଂସ୍କାର ମଧ୍ୟ କାର୍ଯ୍ୟକାରୀ କରାଯାଇଛି। ଏହି ନୀତିସ୍ତରୀୟ ପରିବର୍ତ୍ତନର ଫଳସ୍ୱରୂପ, ସମବାୟ କ୍ଷେତ୍ର ନୂତନ ଶକ୍ତି ହାସଲ କରିଛି।

 

ସାମୁଦ୍ରିକ ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ଭାରତର ପ୍ରଭାବଶାଳୀ ଅଭିବୃଦ୍ଧିକୁ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, ଗତ ଦଶନ୍ଧି ଧରି ସରକାର ମତ୍ସ୍ୟଚାଷ ସହିତ ଜଡିତ ଭିତ୍ତିଭୂମି ବିସ୍ତାର କରିଛନ୍ତି ଏବଂ ମତ୍ସ୍ୟଚାଷୀଙ୍କୁ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି, ଯେଉଁଥିରେ ଗଭୀର ସମୁଦ୍ର ମାଛ ଧରିବା ଡଙ୍ଗା ପାଇଁ ସହାୟତା ଅନ୍ତର୍ଭୁକ୍ତ। ଫଳସ୍ୱରୂପ, ସାମୁଦ୍ରିକ ଉତ୍ପାଦନ ଏବଂ ରପ୍ତାନି ଉଭୟ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଥିଲେ, ଏହି କ୍ଷେତ୍ର ବର୍ତ୍ତମାନ ପ୍ରାୟ ତିନି କୋଟି ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଛି। ସେ ଆହୁରି କହିଥିଲେ, ଦେଶରେ ସାମୁଦ୍ରିକ ଉତ୍ପାଦ ପ୍ରକ୍ରିୟାକରଣକୁ ବିସ୍ତାର କରିବା ପାଇଁ ପ୍ରୟାସ ଚାଲିଛି । ଆଧୁନିକ ପ୍ରକ୍ରିୟାକରଣ ପ୍ଲାଣ୍ଟ, ଶୀତଳ ଶୃଙ୍ଖଳା ଭିତ୍ତିଭୂମି ଏବଂ ସ୍ମାର୍ଟ ବନ୍ଦରଗୁଡ଼ିକରେ ନିବେଶ କରାଯାଉଛି।

ଫସଲକୁ ସୁରକ୍ଷା ଦେବା ପାଇଁ ସରକାର ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ନିବେଶ କରୁଥିବା କଥା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଚାଷୀମାନଙ୍କୁ ଖାଦ୍ୟ ବିକିରଣ ଜ୍ଞାନକୌଶଳ ସହିତ ଯୋଡାଯାଉଛି, ଯାହା କୃଷି ଉତ୍ପାଦର ସ୍ଥାୟିତ୍ୱ ଅବଧି ବୃଦ୍ଧି କରିଛି ଏବଂ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ ​​କରିଛି। ଏହି କାର୍ଯ୍ୟରେ ନିୟୋଜିତ ୟୁନିଟ୍‌ଗୁଡ଼ିକୁ ସରକାରଙ୍କଠାରୁ ବ୍ୟାପକ ସମର୍ଥନ ମିଳୁଛି ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ ।

‘‘ଭାରତ ନୂତନ ଉଦ୍ଭାବନ ଏବଂ ସଂସ୍କାରର ଏକ ନୂତନ ପଥରେ ଅଗ୍ରସର ହେଉଛି, ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ବିଷୟରେ ବ୍ୟାପକ ଆଲୋଚନା ହେଉଛି’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ସଂସ୍କାରଗୁଡ଼ିକ ଚାଷୀମାନଙ୍କ ପାଇଁ କମ ଖର୍ଚ୍ଚ ଏବଂ ଅଧିକ ଲାଭ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି । ସେ ଉଲ୍ଲେଖ କରିଥିଲେ, ଲହୁଣୀ ଏବଂ ଘିଅ ଉପରେ ବର୍ତ୍ତମାନ ମାତ୍ର 5% ଜିଏସଟି ଲାଗୁ ହେଉଛି । କ୍ଷୀର କ୍ୟାନଗୁଡ଼ିକ ଉପରେ ମଧ୍ୟ ମାତ୍ର 5%ରେ ଟିକସ ଆଦାୟ ହେଉଛି, ଯାହା ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ସହିତ ଚାଷୀ ଏବଂ ଉତ୍ପାଦକମାନଙ୍କ ପାଇଁ ଉତ୍ତମ ମୂଲ୍ୟ ସୁନିଶ୍ଚିତ କରିଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କମ ମୂଲ୍ୟରେ ଅଧିକ ପୁଷ୍ଟିସାର ସୁନିଶ୍ଚିତ କରିବ। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଏହି ସଂସ୍କାରଗୁଡ଼ିକରୁ ଯଥେଷ୍ଟ ଲାଭ ପାଇବାକୁ ଯାଉଛି । ବ୍ୟବହାର ପାଇଁ ପ୍ରସ୍ତୁତ ଏବଂ ସଂରକ୍ଷିତ ଫଳ, ପନିପରିବା ଏବଂ ବାଦାମ ବର୍ତ୍ତମାନ 5% ଜିଏସଟି ସ୍ଲାବ ଅଧୀନରେ ରହିଛି ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ, 90% ରୁ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ଶୂନ କିମ୍ବା 5% ଜିଏସଟି ବର୍ଗରେ ଆସୁଛି। ଜୈବ-କୀଟନାଶକ ଏବଂ ସୂକ୍ଷ୍ମ-ପୁଷ୍ଟିସାର ଉପରେ ଜିଏସଟି ହ୍ରାସ କରାଯାଇଛି, ଯାହା ଜୈବ-ନିବେଶକୁ ଅଧିକ ସୁଲଭ କରିଛି ଏବଂ କ୍ଷୁଦ୍ର ଜୈବ ଚାଷୀ ଏବଂ ଏଫପିଓଗୁଡ଼ିକୁ ସିଧାସଳଖ ଲାଭ ପହଞ୍ଚାଇଛି।

 

ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂ ସମୟର ଚାହିଦା ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଉତ୍ପାଦଗୁଡ଼ିକୁ ସତେଜ ଏବଂ ଉଚ୍ଚମାନର ରଖିବା ଅତ୍ୟନ୍ତ ଜରୁରୀ, କିନ୍ତୁ ପ୍ରକୃତି ପ୍ରତି ଆମର ଦାୟିତ୍ୱ ବହନ କରିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଏହି ମନୋଭାବ ନେଇ, ସରକାର ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂ ଉପରେ ଜିଏସଟି 18% ରୁ 5% କୁ ହ୍ରାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଶିଳ୍ପ ଅଂଶୀଦାରଙ୍କୁ ବାୟୋଡିଗ୍ରେଡେବଲ୍ ପ୍ୟାକେଜିଂ ସମ୍ବନ୍ଧୀୟ ନବସୃଜନରେ ନିବେଶ କରିବାକୁ ଆହ୍ୱାନ କରିଥିଲେ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଥିଲେ ଯେ ଭାରତ ଖୋଲା ମନରେ ବିଶ୍ୱ ପାଇଁ ତାର ଦ୍ୱାର ଖୋଲିଛି ଏବଂ ଖାଦ୍ୟ ଶୃଙ୍ଖଳର ନିବେଶକମାନଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେ ସହଯୋଗ ପାଇଁ ଭାରତର ପ୍ରସ୍ତୁତିକୁ ପୁନର୍ବାର ଦୋହରାଇ ଏହି କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ରୁଷର ଉପପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଦିମିତ୍ରୀ ପତ୍ରୁଶେଭ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚିରାଗ ପାଶୱାନ, ଶ୍ରୀ ରଭନୀତ ସିଂହ, ଶ୍ରୀ ପ୍ରତାପରାଓ ଜାଧବ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

 

ୱାର୍ଲ୍ଡ ଫୁଡ୍‌ ଇଣ୍ଡିଆ 2025 ମସିହାର ସଂସ୍କରଣ 25 ରୁ 28 ସେପ୍ଟେମ୍ବର ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଛି। ଏହା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର, ଖାଦ୍ୟ କ୍ଷେତ୍ରରେ ଦୀର୍ଘସ୍ଥାୟୀତ୍ୱ ଏବଂ ପୁଷ୍ଟିକର ଏବଂ ଜୈବିକ ଖାଦ୍ୟ ଉତ୍ପାଦନରେ ଭାରତର ଶକ୍ତି ପ୍ରଦର୍ଶନ କରିବ।

ୱାର୍ଲ୍ଡ ଫୁଡ୍‌ ଇଣ୍ଡିଆରେ, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଫର୍ମାଲାଇଜେସନ୍ (ପିଏମଏଫଏମଇ) ଯୋଜନା ଅଧୀନରେ 2510 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ କ୍ଷୁଦ୍ର ପ୍ରକଳ୍ପ ପାଇଁ ପ୍ରାୟ 26,000 ହିତାଧିକାରୀଙ୍କୁ 770 କୋଟି ଟଙ୍କାରୁ ଅଧିକ ଋଣ ଆଧାରିତ ସହାୟତା ପ୍ରଦାନ କରାଯିବ।

 

ଏହି କାର୍ଯ୍ୟକ୍ରମରେ ସିଇଓ ଗୋଲଟେବୁଲ, ବୈଷୟିକ ଅଧିବେଶନ, ପ୍ରଦର୍ଶନୀ ଏବଂ ବିଟୁବି(ବ୍ୟବସାୟ-ରୁ-ବ୍ୟବସାୟ), ବିଟୁଜି (ବ୍ୟବସାୟ-ରୁ-ସରକାର), ଏବଂ ଜିଟୁଜି (ସରକାର-ରୁ-ସରକାର) ବୈଠକ ସମେତ ବହୁବିଧ ବ୍ୟବସାୟିକ ଆଲୋଚନା ଅନ୍ତର୍ଭୁକ୍ତ ହେବ। ଏଥିରେ ଫ୍ରାନ୍ସ, ଜର୍ମାନୀ, ଇରାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଡେନମାର୍କ, ଇଟାଲୀ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ତାଇୱାନ, ବେଲଜିୟମ, ତାଞ୍ଜାନିଆ, ଏରିଟ୍ରିଆ, ସାଇପ୍ରସ, ଆଫଗାନିସ୍ତାନ, ଚୀନ ଏବଂ ଆମେରିକା ସମେତ 21ଟି ଦେଶର ପ୍ରଦର୍ଶନୀ ଆୟୋଜନ କରାଯିବ ଯେଉଁଥିରେ 150 ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ସାମିଲ ଅଛନ୍ତି।

 

ୱାର୍ଲ୍ଡ ଫୁଡ୍ ଇଣ୍ଡିଆରେ ଭାରତ ଏକ ବିଶ୍ୱ ଖାଦ୍ୟ ପ୍ରକ୍ରିୟାକରଣ ହବ୍ ଭାବରେ, ଖାଦ୍ୟ ପ୍ରକ୍ରିୟାକରଣରେ ସ୍ଥାୟୀତ୍ୱ ଏବଂ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ, ଖାଦ୍ୟ ପ୍ରକ୍ରିୟାକରଣରେ ସୀମା, ଭାରତର ଗୃହପାଳିତ ପ୍ରାଣୀ ଖାଦ୍ୟ ଶିଳ୍ପ, ପୁଷ୍ଟିସାର ଏବଂ ସ୍ୱାସ୍ଥ୍ୟ ପାଇଁ ପ୍ରକ୍ରିୟାକୃତ ଖାଦ୍ୟ, ଉଦ୍ଭିଦ-ଆଧାରିତ ଖାଦ୍ୟ, ନ୍ୟୁଟ୍ରାସ୍ୟୁଟିକାଲ୍ସ, ସ୍ୱତନ୍ତ୍ର ଖାଦ୍ୟ ଇତ୍ୟାଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ। ଏଥିରେ 14ଟି ପାଭିଲିୟନ ରହିବ, ପ୍ରତ୍ୟେକଟି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ପାଇଁ ଉତ୍ସର୍ଗୀକୃତ ଏବଂ ପ୍ରାୟ 100,000 ପରିଦର୍ଶକଙ୍କୁ ଆକର୍ଷିତ କରିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's pace of economic growth shows that its Viksit Bharat dream is not out of reach

Media Coverage

India's pace of economic growth shows that its Viksit Bharat dream is not out of reach
NM on the go

Nm on the go

Always be the first to hear from the PM. Get the App Now!
...
PM chairs valedictory session of National Departmental Summit on Water
September 02, 2026
This marks the first in a series of Summits envisioned by PM to strengthen spirit of Team India and deepen cooperative federalism
PM stresses adoption of a continuous process of review and follow up to act on actionable and time-bound outcomes
Emphasising Jan Bhagidari, PM calls for promoting Jal Utsav to deepen public awareness on water conservation
PM calls for greater adoption of water-saving technologies and learning from global best practices
PM calls for robust water data governance through effective use of AI
PM suggests structured inter-State Study-visits involving public representatives, officials and farmers on water related issues

Prime Minister Shri Narendra Modi today chaired the valedictory session of the two-day National Departmental Summit on Water, organised by the Ministry of Jal Shakti. The Summit is the first in a series of Departmental Summits envisioned by Prime Minister to strengthen the spirit of Team India, deepen cooperative federalism and foster collective ownership of national priorities through closer collaboration between the Centre and the States. It brought together Ministers and senior officials from States and Union Territories for focused deliberations on various dimensions of India’s water security.

Prime Minister appreciated the intensive two-day deliberations and emphasised that the actionable and time-bound action points emerging from the Summit should be pursued through a continuous process of review and learning. He suggested that the Summit should not remain a one-time exercise and called for a continuous process of review and follow-up.

Prime Minister called for sensitising Urban Local Bodies to the challenges arising from urbanisation, including population growth and future water requirements, and suggested organising similar Chintan Shivirs for Urban Local Bodies. He called for greater adoption of water-saving technologies. He also suggested dedicated exhibitions and workshops, including exposure to global best practices, to enable Indian manufacturers and stakeholders to develop and scale efficient solutions.

Emphasising Jan Bhagidari, Prime Minister suggested promoting “Jal Utsav” to create greater awareness among people. Prime Minister called for making de-silting a regular programme and developing clear criteria and SOPs for de-silting. On dam safety, he stressed rigorous preparedness before every monsoon, adherence to prescribed precautions and creating awareness among school students, including through suitable incorporation in educational curricula.

Prime Minister further called for strengthening knowledge and capacity on water management and governance in universities and higher educational institutions. He suggested structured inter-State study-visits involving public representatives, officials and farmers to facilitate practical learning and replication of successful interventions.

Prime Minister called for robust water data governance, with water-sector data brought together, systematically managed, analysed and effectively utilised. He recommended the use of AI for data collection and analysis through a uniform format. He also stressed anticipatory and integrated planning to address water scarcity through suitable utilisation of treated water for agriculture and industrial purposes.

Drawing upon his experience as Chief Minister of Gujarat, Prime Minister noted that instances of water scarcity could be transformed into opportunities through systematic planning, commitment and deployment of adequate resources and capable officers.

Union Minister for Jal Shakti Shri C. R. Patil highlighted four key outcomes of the summit: accelerated completion of water infrastructure projects; strengthening water conservation as a sustained people’s movement; ensuring long-term sustainability of drinking-water sources; and institutionalising effective operation and maintenance of rural drinking-water schemes.