“ନିରନ୍ତର ଶକ୍ତି ଉତ୍ସ ଜରିଆରେ ହିଁ ନିରନ୍ତର ଅଭିବୃଦ୍ଧି ସମ୍ଭବ”
“ଭାରତ ନିଜ ପାଇଁ ଯେଉଁ ଲକ୍ଷ୍ୟ ରଖିଛି, ମୁଁ ତାହାକୁ ଆହ୍ୱାନ ପରିବର୍ତ୍ତେ ସୁଯୋଗ ବିବେଚନା କରେ”
“ବଜେଟରେ ୧୯.୫ ହଜାର କୋଟି ଟଙ୍କାର ଉଚ୍ଚ କ୍ଷମତାଯୁକ୍ତ ସୌର ପରିମାପକ ନିର୍ମାଣ ପାଇଁ ବ୍ୟୟବରାଦ ଭାରତକୁ ସୌର ପରିମାପକ ଓ ତାହା ସହ ସଂଶ୍ଳିଷ୍ଟ ସାମଗ୍ରୀ ନିର୍ମାଣ, ଗବେଷଣା ଓ ବିକାଶ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ପେଣ୍ଠଭାବେ ଗଢି ତୋଳିବ”
“ଚଳିତ ବଜେଟରେ ବ୍ୟାଟେରୀ ବିନିମୟ ନୀତି ଓ ଆନ୍ତଃ-ଚଳନକ୍ଷମ ମାନ ପାଇଁ ବ୍ୟବସ୍ଥା କରାଯାଇଛି। ଦେଶରେ ବିଦ୍ୟୁତ ଚାଳିତ ଯାନବାହନ ଚଳାଚଳଗତ ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବ”
“ଶକ୍ତି ଭଣ୍ଡାରଣ ସମସ୍ୟାକୁ ବଜେଟରେ ବିଶେଷଧ୍ୟାନ ଦିଆଯାଇଛି”
“ବିଶ୍ୱରେ ସବୁପ୍ରକାର ପ୍ରାକୃତିକ ସମ୍ପଦ ବିଲୟ ଅଭିମୁଖେ ଆଗେଇଛି । ଏପରି ପରିସ୍ଥିତିରେ ଚକ୍ରୀୟ ଅର୍ଥନୀତି ହିଁ ଏକମାତ୍ର ପନ୍ଥା ଓ ଆମକୁ ଆମ ଜୀବନର ଅଂଶଭାବେ ବିବେଚନା କରିବାକୁ ହେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୩.୨୦୨୨) ନିରନ୍ତର ଅଭିବୃଦ୍ଧି ଶକ୍ତି ଶୀର୍ଷକ ଏକ ୱେବିନାରରେ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବୋଧିତ ବଜେଟ୍ ପରର ଏହା  ହେଉଛି ନବମ  ୱେବିନାର ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ନିରନ୍ତର ଅଭିବୃଦ୍ଧି ନିମନ୍ତେ ଶକ୍ତି’ କେବଳ ଭାରତୀୟ ପରମ୍ପରରରେ ଅନୁରଣିତ ହୁଏ ନାହିଁ, ଏହା ଆମର ଭବିଷ୍ୟତ ଆବଶ୍ୟକତା ଓ ଆକାଂକ୍ଷା ପୂରଣ ପାଇଁ ଏକ ବାଟ । ନିରନ୍ତର ବିକାଶ କେବଳ ନିରନ୍ତର ଶକ୍ତି ଉତ୍ସ ବଳରେ ହିଁ ସମ୍ଭବ ବୋଲି ସେ କହିଥିଲେ । ୨୦୭୦ ମସିହା ସୁଦ୍ଧା ନେଟ ଜିରୋରେ ପହଂଚିବା ପାଇଁ ଗ୍ଲାସଗୋଠାରେ କରିଥିବା ଅଙ୍ଗୀକାରବଦ୍ଧତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ ମଧ୍ୟ ଜୀବନର ଦୃଷ୍ଟିକୋଣ ପରିବେଶ ଦୃଷ୍ଟିରୁ ନିରନ୍ତର ଜୀବନଧାରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି କହିଥିଲେ । ଆନ୍ତର୍ଜାତିକ ସୌରଚୁକ୍ତି ଭଳି ପ୍ରସଙ୍ଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇଛି । ସେ ମଧ୍ୟ ୫୦୦ଜିଗାୱାଟ ଅଣ ଜୀବାଶ୍ମ ଶକ୍ତି ସାମର୍ଥ୍ୟ ପାଇଁ ଲକ୍ଷ୍ୟଥିବା  ତଥା ୨୦୩୦ ମସିହା ସୁଦ୍ଧା ମୋଟ ସାମର୍ଥ୍ୟର ଶତକଡା ୫୦ଭାଗ ଅଣ ଜୀବାଶ୍ମ ଶକ୍ତି ହାସଲ କରିବା ବିଷୟରେ କହିଥିଲେ ।  “ଭାରତ ଯେକୌଣସି ଲକ୍ଷ୍ୟଧାର୍ଯ୍ୟ କରେ, ମୁଁ ତାହାକୁ ଏକ ଆହ୍ୱାନ ନୁହଁ ବରଂ ସୁଯୋଗଭାବେ ବିବେଚନା କରେ” ବୋଲି ସେ  କହିଥିଲେ ।

ଭାରତ ଏହି ଦୃଷ୍ଟିକୋଣ ନେଇ ଗତ କିଛିବର୍ଷ ହେଲା ଚାଲି ଆସୁଛି ଓ ଏହି ନୀତି ଚଳିତବର୍ଷ ବଜେଟରେ ବେଶ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ । ଏହି ବଜେଟରେ ୧୯.୫ ହଜାର କୋଟି ଟଙ୍କାର ଉଚ୍ଚକ୍ଷମତା ସମ୍ପନ୍ନ ସୌର ପରିମାପକ ପାଇଁ ବ୍ୟୟବରାଦ ରହିଛି ଓ ଏହା ଭାରତକୁ ଏକ୍ଷେତ୍ରର ଗବେଷଣା ଓ ବିକାଶ ଦିଗରେ ଏକ ମୁଖ୍ୟ ସ୍ଥାନ ଭାବେ ଗଢି ତୋଳିବ ।

ନିକଟରେ ଘୋଷିତ ଜାତୀୟ ଉଦ୍‌ଯାନ ମିଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଥିବା ଅକ୍ଷୟଶକ୍ତି ଯୋଗୁଁ ଭାରତ ସବୁଜ ଉଦ୍‌ଯାନର ଏକ ପେଣ୍ଠସ୍ଥଳ ହୋଇପାରିବ । ସେ ଏ କ୍ଷେତ୍ରରେ ଘରୋଇ ଭାଗିଦାରିତା ପାଇଁ ଆହ୍ୱାନ ଜଣାଇଥିଲେ ।

ଶ୍ରୀ ମୋଦୀ ମଧ୍ୟ ଶକ୍ତି ଭଣ୍ଡାରଣର ଆହ୍ୱାନ ଉପରେ ଆଲୋକପାତ କରିବା ସହ ବଜେଟ୍‌ରେ ଏହା ଉପରେ ବିଶେଷ ଧ୍ୟାନ ଦିଆ ହୋଇଛି ବୋଲି କହିଥିଲେ । “ଚଳିତ ବଜେଟ୍‌ରେ ବ୍ୟାଟେରୀ ବିନିମୟ ନୀତି ଓ ଆନ୍ତଃ ଚଳନକ୍ଷମ ମାନ ଉପରେ ଧ୍ୟାନ ଦିଆଯାଇଛି । ଦେଶରେ ବୈଦ୍ୟୁତିକ  ଯାନବାହନ ଚଳାଚଳ ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବ” ବୋଲି ସେ କହିଥିଲେ ।

ଶକ୍ତି ଉତ୍ପାଦନ ସାଙ୍ଗକୁ ଶକ୍ତି ସଞ୍ଚୟ ମଧ୍ୟ ସମଭାବରେ ନିରନ୍ତରତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦୀ କହିଥିଲେ ।  କମ୍ ଶକ୍ତି ଚାଳିତ ଏ.ସି., ଦକ୍ଷତାଯୁକ୍ତ ହିଟର, ଗୀଜର ଓ ବିଦ୍ୟୁତ ଚୁଲା ଆମ ଦେଶରେ  ତିଆରି କରିବା ଉପର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ ।

କମ୍ ଶକ୍ତି ଉପଯୋଗ ଉପରେ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀ ବହୁଳଭାବେ ବ୍ୟବହୃତ ଏଲଇଡି ବଲ୍‌ବର ଉଦାହରଣ ଦେଇଥିଲେ ।  ସେ କହିଥିଲେ ଯେ ସରକାର ପ୍ରଥମେ ଏଲଇଡି ବଲ୍‌ବ ଦରହ୍ରାସ କରି ତା’ ପରେ ଉତ୍ପାଦନ ବୃଦ୍ଧି କଲେ । ପରେ ଉଜ୍ଜଳା ଯୋଜନା ଅଧୀନରେ ୩୭କୋଟି ବଲ ବଣ୍ଟାଗଲା । ଏହା ଫଳରେ ଦେଶରେ ୪୮ହଜାର ନିୟୁତ କିଲୋୱାଟ ଘଣ୍ଟା ବିଦୁତ୍ୟଶକ୍ତି ବଞ୍ଚାଯିବା ସହ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଗ୍ରାହକଙ୍କ ୨୦ହଜାର କୋଟି ଟଙ୍କା ବିଦ୍ୟୁତବିଲ ବାବଦକୁ ବଞ୍ଚାଯାଇ ପାରିଲା । ଏହାଛଡା ବାର୍ଷିକ ଚାରିକୋଟି ଟନ୍ ଅଙ୍ଗାରକାମ୍ଳ ଉଦ୍‌ଗୀରଣ ମଧ୍ୟ ହ୍ରାସ ପାଇଲା । ରାସ୍ତା ଆଲୋକ ପାଇଁ ଏଲଇଡି ବଲ୍‌ବ ବ୍ୟବହାର ଯୋଗୁଁ ପୌର ସଂସ୍ଥାମାନେ ମଧ୍ୟ ବାର୍ଷିକ ଛଅହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି ବୋଲି ସେ କହିଥିଲେ ।                ଗ୍ୟାସୀୟ କୋଇଲା କୋଇଲାର ଏକ ସ୍ୱଚ୍ଛ ବିକଳ୍ପ । ଏହି ବର୍ଷ ବଜେଟରେ ଗ୍ୟାସୀୟ କୋଇଲା ନିମନ୍ତେ ଚାରିଟି ବୃହତ ପ୍ରକଳ୍ପ  ଘୋଷଣା କରାଯାଇଛି । ବଜେଟ ବ୍ୟୟ ବରାଦ ଯୋଗୁଁ ଏହାର ଆର୍ଥିକ ଓ ବୈଷୟିକ ଦିଗର କାର୍ଯ୍ୟକାରିତା ନେଇ କୌଣସି ପ୍ରଭାବ ପଡିବ ନାହିଁ । ସେହିପରି ସରକାର ମଧ୍ୟ ନିରବଚ୍ଛିନ୍ନ ଭାବେ ଇଥାନେଲ ମିଶ୍ରଣ ଉପରେ ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ସମବେତ ବ୍ୟକ୍ତିଗଣଙ୍କୁ ମିଶ୍ରଣ ରହିତ ପେଟ୍ରୋଲର ଅତିରିକ୍ତ ଅବକାରୀ ଶୁଳ୍କ ଉପରେ ମଧ୍ୟ ଜଣାଇଥିଲେ । ନିକଟରେ ଇନ୍ଦୋରରେ ଉଦ୍‌ଘାଟିତ ଗୋବର୍ଦ୍ଧନ ପ୍ଳାଣ୍ଟ ସମ୍ପର୍କରେ ସ୍ମରଣ କରି ଆଗାମୀ ଦୁଇବର୍ଷରେ ଦେଶବ୍ୟାପୀ ଘରୋଇ କ୍ଷେତ୍ର ୫୦୦ରୁ ୧୦୦୦ ପର୍ଯ୍ୟନ୍ତ ଏହି ପ୍ଳାଣ୍ଟ ସ୍ଥାପନ କରିପାରିବେ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଭବିଷ୍ୟତରେ ଶକ୍ତିର ଅଧିକ ଆବଶ୍ୟକତା ଉପରେ ଆଲୋକପାତ କରି ଅକ୍ଷୟ ଶକ୍ତିର ବ୍ୟବହାର ଉପରୋ ଗୁରୁତ୍ୱଆରୋପ କରିଥିଲେ । ଏହି ଅବସରରେ ସେ ଦେଶରେ ୨୪-୨୫କୋଟି ଘରେ ସ୍ୱଚ୍ଛ ରୋଷେଇ, କେନାଲ କଡରେ ସୋଲାର ପ୍ୟାନେଲ , ଘରୋଇ ଉଦ୍ୟାନରେ ସୌରବୃକ୍ଷ ଓ ଘର ପାଇଁ ସୌର ବୃକ୍ଷରୁ ଶତକଡା ୧୫ଭାଗ ପର୍ଯ୍ୟନ୍ତ ଶକ୍ତି ମିଳିପାରିବ ବୋଲି ସେ କହିଥିଲେ । ବିଦ୍ୟୁତ ଶକ୍ତି ଉତ୍ପାଦନ ବୃଦ୍ଧି ନିମନ୍ତେ ସେ ମଧ୍ୟ ଅଣୁ ଜଳବିଦ୍ୟୁତ ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ । ବିଶ୍ୱରେ  ପ୍ରତିଟି ପ୍ରାକୃତିକ ସମ୍ପଦ ବିଲୟ ଅଭିମୁଖେ ଆଗଉଛି । ଏପରି ପରିସ୍ଥିତିରେ ଚକ୍ରୀୟ  ଅର୍ଥନୀତି ହିଁ ଏକମାତ୍ର ପନ୍ଥା ଓ ଏହାକୁ ଆମ ଜୀବନର ଅଭିନ୍ନ ଅଂଶଭାବେ ବିଚେଚନା କରିବାକୁ ହେବ ବୋଲି ସେ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in factory explosion in Nagpur, Maharashtra
March 01, 2026
Prime Minister announces ex-gratia from PMNRF

The Prime Minister has expressed deep distress over the explosion at a factory in Nagpur, Maharashtra.

Extending his condolences to the families of the deceased, the Prime Minister also prayed for the speedy recovery of the injured. The Prime Minister further affirmed that the local administration is assisting those affected.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. The injured would be given Rs. 50,000.

The Prime Minister Shared on X;

"The explosion at a factory in Nagpur, Maharashtra, is deeply distressing. My condolences to the families of the deceased. I pray for the speedy recovery of the injured. The local administration is assisting those affected.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000"