“ନିରନ୍ତର ଶକ୍ତି ଉତ୍ସ ଜରିଆରେ ହିଁ ନିରନ୍ତର ଅଭିବୃଦ୍ଧି ସମ୍ଭବ”
“ଭାରତ ନିଜ ପାଇଁ ଯେଉଁ ଲକ୍ଷ୍ୟ ରଖିଛି, ମୁଁ ତାହାକୁ ଆହ୍ୱାନ ପରିବର୍ତ୍ତେ ସୁଯୋଗ ବିବେଚନା କରେ”
“ବଜେଟରେ ୧୯.୫ ହଜାର କୋଟି ଟଙ୍କାର ଉଚ୍ଚ କ୍ଷମତାଯୁକ୍ତ ସୌର ପରିମାପକ ନିର୍ମାଣ ପାଇଁ ବ୍ୟୟବରାଦ ଭାରତକୁ ସୌର ପରିମାପକ ଓ ତାହା ସହ ସଂଶ୍ଳିଷ୍ଟ ସାମଗ୍ରୀ ନିର୍ମାଣ, ଗବେଷଣା ଓ ବିକାଶ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ପେଣ୍ଠଭାବେ ଗଢି ତୋଳିବ”
“ଚଳିତ ବଜେଟରେ ବ୍ୟାଟେରୀ ବିନିମୟ ନୀତି ଓ ଆନ୍ତଃ-ଚଳନକ୍ଷମ ମାନ ପାଇଁ ବ୍ୟବସ୍ଥା କରାଯାଇଛି। ଦେଶରେ ବିଦ୍ୟୁତ ଚାଳିତ ଯାନବାହନ ଚଳାଚଳଗତ ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବ”
“ଶକ୍ତି ଭଣ୍ଡାରଣ ସମସ୍ୟାକୁ ବଜେଟରେ ବିଶେଷଧ୍ୟାନ ଦିଆଯାଇଛି”
“ବିଶ୍ୱରେ ସବୁପ୍ରକାର ପ୍ରାକୃତିକ ସମ୍ପଦ ବିଲୟ ଅଭିମୁଖେ ଆଗେଇଛି । ଏପରି ପରିସ୍ଥିତିରେ ଚକ୍ରୀୟ ଅର୍ଥନୀତି ହିଁ ଏକମାତ୍ର ପନ୍ଥା ଓ ଆମକୁ ଆମ ଜୀବନର ଅଂଶଭାବେ ବିବେଚନା କରିବାକୁ ହେବ”

ନମସ୍କାର!

‘ନିରନ୍ତର ବିକାଶ ପାଇଁ ଶକ୍ତି’, ଏହା ଆମର ପ୍ରାଚୀନ ପରମ୍ପରା ଦ୍ୱାରା ମଧ୍ୟ ଅନୁପ୍ରାଣିତ ଏବଂ ଭବିଷ୍ୟତର ଆବଶ୍ୟକତାକୁ- ଆକାଂକ୍ଷାଗୁଡ଼ିକୁ ପୂରଣ କରିବାର ମାର୍ଗ ମଧ୍ୟ ଅଟେ । ଭାରତର ଏକ ସ୍ୱଚ୍ଛ ଦୃଷ୍ଟି ହେଉଛି ଯେ ସ୍ଥାୟୀ ଅଭିବୃଦ୍ଧି, ସ୍ଥାୟୀ ଶକ୍ତିର ଉତ୍ସ ମାଧ୍ୟମରେ ହିଁ ସମ୍ଭବ ଅଟେ । ଗ୍ଲାସଗୋରେ ଆମେ ୨ଠ୭ଠ ସୁଦ୍ଧା ନେଟ - ଠ ପର୍ଯ୍ୟନ୍ତ ପହଂଚିବାକୁ ପ୍ରତିଶ୍ରୁତି ଦେଇଛୁ ।

ମୁଁ କପ-୨୬ରେ ସ୍ଥାୟୀ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଲାଇଫ ମିଶନ ବିଷୟରେ ମଧ୍ୟ କଥା କହିଥିଲି, ଅର୍ଥାତ ପରିବେଶ ପାଇଁ ଜୀବନଶୈଳୀର ଦୃଷ୍ଟିକୁ ଆଗକୁ ରଖିଥିଲି । ଆମେ ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ ପରି ବିଶ୍ୱସ୍ତରୀୟ ସହଯୋଗକୁ ମଧ୍ୟ ନେତୃତ୍ୱ ନେଉଛୁ । ଅଣଜୀବାଶ୍ମ ଶକ୍ତି କ୍ଷମତା ପାଇଁ ଆମର ଲକ୍ଷ୍ୟ ଆମ ପାଇଁ ୫ଠଠ ଗିଗାୱାଟ ଅଟେ । ୨ଠ୩ଠ ସୁଦ୍ଧା ଆମକୁ ଜୀବାଶ୍ମ ନ ଥିବା ଶକ୍ତିରୁ ଆମର ସ୍ଥାପିତ ଶକ୍ତି କ୍ଷମତାର ୫ଠ ପ୍ରତିଶତ ହାସଲ କରିବାକୁ ପଡ଼ିବ । ଭାରତ ନିଜ ପାଇଁ ଯାହା କିଛି ସ୍ଥିର କରିଛି, ତାହାକୁ ମୁଁ ଏକ ଚାଲେଞ୍ଜ ଭାବରେ ନୁହେଁ ବରଂ ଏକ ସୁଯୋଗ ଭାବରେ ଦେଖୁଛି । ଏହି ଭାରତ ଉପରେ ଭାରତ ବହୁ ବର୍ଷ ଧରି ଚାଲି ଆସୁଛି ଏବଂ ବଜେଟରେ ଏହାର ନୀତି ସ୍ତରରେ ଆଗକୁ ବଢ଼ାଇ ଦିଆଯାଇଛି ।

ସାଥୀମାନେ,

ଏହି ବଜେଟରେ ସୋଲା ଶକ୍ତି ଦିଗର ଉଚ୍ଚ-ଦକ୍ଷତା ବିଶିଷ୍ଟ ସୋଲାର ମଡୁଲ ଉତ୍ପାଦନ ପାଇଁ ସାଢ଼େ ୧୯ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି । ଏହାଦ୍ୱାରା ସୋଲାର ମଡୁଲ ଏବଂ ଏହା ସହିତ ଜଡ଼ିତ ଉତ୍ପାଦର ଉତ୍ପାଦନ ଏବଂ ଆର ଆଣ୍ଡ ଡିରେ ଭାରତକୁ ଗ୍ଲୋବାଲ ହବ କରିବାରେ ସାହାଯ୍ୟ ମିଳିବ ।

ସାଥୀମାନେ,

ଆମେ ଜାତୀୟ ହାଇଡ୍ରୋଜେନ ମିଶନର ମଧ୍ୟ ଘୋଷଣା କରିଛୁ । ଭାରତ ନିକଟରେ ପ୍ରଚୁର ମାତ୍ରାରେ ନବୀକରଣ ଯୋଗ୍ୟ ଶକ୍ତି ଭାବରେ ଏକ ଅନ୍ତର୍ନିହିତ ସୁବିଧା ଉପଲବ୍ଧ ହେଉଛି । ଏହାଦ୍ୱାରା ଭାରତ ବିଶ୍ୱର ସବୁଜ ହାଇଡ୍ରୋଜେନର ହବ ନିର୍ମାଣ କରିପାରିବ । ହାଇଡ୍ରୋଜେନ ଇକୋ-ସିଷ୍ଟମର ସାର, ରିଫାଇନାରୀ ଏବଂ ପରିବହନ କ୍ଷେତ୍ର ସହିତ ଆନ୍ତଃ ସଂଯୁକ୍ତ ଅଛି । ଏହା ଏପରି ଏକ କ୍ଷେତ୍ର ଅଟେ, ଯେଉଁଥିରେ ଘରୋଇ କ୍ଷେତ୍ର ଦ୍ୱାରା ନୂତନତ୍ୱକୁ ପ୍ରୋତ୍ସାହିତ କରାଯିବା ଉଚିତ, ଯାହାଦ୍ୱାରା ଭାରତର ପୂର୍ଣ୍ଣ ସମ୍ଭାବନାର ଉପଯୋଗ କରାଯାଇପାରିବ ।

ସାଥୀମାନେ,

ଅକ୍ଷୟ ଶକ୍ତି ସହିତ ଏକ ବଡ଼ ଆହ୍ୱାନ ଶକ୍ତି ସଂରକ୍ଷଣକୁ ନେଇ ମଧ୍ୟ ରହିଛି । ଏଥିପାଇଁ ମଧ୍ୟ ସମାଧାନ ଖୋଜିବା ପାଇଁ ବଜେଟରେ ସଂରକ୍ଷଣ କ୍ଷମତାର ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ବଡ଼ ପ୍ରାଥମିକତା ଦିଆଯାଇଛି । ବ୍ୟାଟେରୀ ଅଦଳବଦଳ ନୀତି ଏବଂ ଆନ୍ତଃ କାର୍ଯ୍ୟକ୍ଷମତା ମାନକ ସମ୍ବନ୍ଧରେ ଚଳିତ ବର୍ଷର ବଜେଟରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ଭାରତରେ ବୈଦୁ୍ତିକ ଯାନ ବ୍ୟବହାରରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବ । ପ୍ଲଗ-ଇନ ଚାର୍ଜିଂ ପାଇଁ ଅଧିକ ସମୟ ଏବଂ ଅଧିକ ଖର୍ଚ୍ଚ ହୋଇଥାଏ । କାରଣ ବୈଦୁ୍ୟତିକ ଯାନର ମୂଲ୍ୟରେ ୪ଠ-୫ଠ ଶତକଡ଼ା ବ୍ୟାଟେରୀର ମୂଲ୍ୟ ହୋଇଥାଏ । ଏଥିପାଇଁ ସ୍ୱାପିଂରୁ ବୈଦୁତିକ ଯାନବାହାନର ଉପର ମୂଲ୍ୟ କମ ହୋଇଯିବ । ଏମିତି ଏହା ମୋବାଇଲ ବ୍ୟାଟେରୀ ହେଉ କିମ୍ବା ସୋଲାର ଶକ୍ତି ସଂରକ୍ଷଣ ହେଉ, ଏହି କ୍ଷେତ୍ରରେ ମଧ୍ୟ ଅନେକ ସମ୍ଭାବନା ଅଛି । ଏହା ଉପରେ ମୁଁ ମଧ୍ୟ କହୁଛି ଯେ ଆମେ ସମସ୍ତେ ଏକାଠି ହୋଇ କାମ କରିପାରିବା ।

ସାଥୀମାନେ,

ସ୍ଥିରତା ପାଇଁ ଶକ୍ତି ଉତ୍ପାଦନ ସହିତ ଶକ୍ତି ସଂଚୟର ମଧ୍ୟ ସେତିକି ଆବଶ୍ୟକତା ରହିଛି । ମୁଁ ଭାବୁଛି ଆମ ଦେଶରେ କିପରି ଆହୁରି ଅଧିକ ଏନର୍ଜି ଏଫିସିଏଣ୍ଟ ଏସି କିପରି ହୋଇପାରିବ ଏବଂ କିପରି ଅଧିକ ଏନର୍ଜି ଏଫିସିଏଣ୍ଟ ହିଟର, ଗିଜର, ଓଭେନ ହୋଇପାରିବ ସେ ବିଷୟରେ ଅନେକ କିଛି କରିବାର ଆବଶ୍ୟକତା ରହିଛି ବୋଲି ମୋତେ ଲାଗୁଛି । ଯେଉଁଠାରେ ବିଦୁତ ବ୍ୟବହାର ଅଧିକ ହୋଇଥାଏ, ସେଠାରେ ଶକ୍ତି ଦକ୍ଷତାପୂର୍ଣ୍ଣ ଉତ୍ପାଦର ଉତ୍ପାଦନ ଆମ ସମସ୍ତଙ୍କର ପ୍ରାଥମିକତା ହେବା ଉଚିତ ।

ମୁଁ ଆପଣମାନଙ୍କୁ ଏକ ଉଦାହରଣ ଦେଉଛି । ଯେତେବେଳେ ୨ଠ୧୪ରେ ଆମ ସରକାର ଆସିଲା, ସେତେବେଳେ ଦେଶରେ ଏଲଇଡି ବଲଗୁଡ଼ିକର ମୂଲ୍ୟ ୩ଠଠ-୪ଠଠ ଟଙ୍କା ଥିଲା । ଆମ ସରକାର ଏଲଇଡି ବଲର ଉତ୍ପାଦନ ବୃଦ୍ଧି କରିଥିଲେ ଏବଂ ଉତ୍ପାଦନ ବୃଦ୍ଧି କରିବା ପରେ ଏହାର ମୂଲ୍ୟ ୭ଠ-୮ଠ ଟଙ୍କାକୁ ଖସିଯିବା ସ୍ୱାଭାବିକ ଥିଲା । ଉଜ୍ଜାଲା ଯୋଜନା ଅନ୍ତର୍ଗତ ଆମେ ଦେଶରେ ପ୍ରାୟ ୩୭ କୋଟି ଏଲଇଡି ବଲ ବାଣ୍ଟିଥିଲୁ । ଏଥିରେ ପ୍ରାୟ ୪୮ ହଜାର ମିଲିୟନ କିଲୋ ୱାଟ ସମୟର ବିଦୁତ ସଂଚୟ ହୋଇପାରିଛି । ଆମର ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ବାର୍ଷିକ ପ୍ରାୟ ୨ଠ ହଜାର କୋଟି ଟଙ୍କାର ଏକ ବିଦୁ୍ୟତ ବିଲ ମଧ୍ୟ ସଂଚୟ ହୋଇପାରିଛି । ଏବଂ ପ୍ରତି ବର୍ଷ ପ୍ରାୟ ୪ କୋଟି ଟନ କାର୍ବନ ନିର୍ଗମନ ହ୍ରାସ ପାଇଛି । ଆମେ ପାରମ୍ପରିକ ଷ୍ଟ୍ରିଟ ଲାଇଟକୁ ମଧ୍ୟ ୧୨୫ କୋଟି ସ୍ମାର୍ଟ ଏଲଇଡି ବଲ ସହିତ ବଦଳାଇଛୁ, ସେଥିରେ ମଧ୍ୟ ଆମର ଯେଉଁ ସ୍ଥାନୀୟ ସଂସ୍ଥା ଅଛି, ନଗରପାଳିକା, ମହାନଗରପାଳିକା ସଂସ୍ଥାଗୁଡ଼ିକ, ଯେଉଁଠାରେ ପଞ୍ଚାୟତରେ ଏପରି ଷ୍ଟ୍ରିଟ ଲାଇଟ ଅଛି, ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି କାର୍ଯ୍ୟ ହୋଇଛି ସେଥିରେ ବର୍ଷକୁ ୬ ହଜାର କୋଟି ଟଙ୍କାର ବିଜୁଳି ବିଲରେ ସଂଚୟ ହୋଇପାରିଛି । ଏଥିରେ ମଧ୍ୟ ବିଦୁତ ସଂଚୟ ହୋଇଛି ଏବଂ ପ୍ରାୟ ୫ଠ ଲକ୍ଷ ଟନ କାର୍ବନ ନିର୍ଗମନ ମଧ୍ୟ ହ୍ରାସ ପାଇଛି । ଆପଣ କଳ୍ପନା କରିପାରିବେ ଯେ ଏହି ଗୋଟିଏ ଯୋଜନା ପରିବେଶକୁ କେତେବଡ଼ ସୁରକ୍ଷା ଦେଉଛି ।

ସାଥୀମାନେ,

ଆମେ କୋଇଲା ଗ୍ୟାସିଫିକେସନକୁ କୋଇଲାର ବିକଳ୍ପ ଭାବେ ଚିନ୍ତା କରିପାରିବା । ଚଳିତ ବର୍ଷର ବଜେଟରେ କୋଇଲା ଗ୍ୟାସିଫିକେସନ ପାଇଁ ଚାରୋଟି ପାଇଲଟ ପ୍ରକଳ୍ପ ରଖାଯାଇଛି, ଯେଉଁଥିରେ ବୈଷୟିକ ଏବଂ ଆର୍ଥିକ କାର୍ଯ୍ୟକ୍ଷମତା ପ୍ରାପ୍ତ କରିବାରେ ଶକ୍ତି ମିଳିବ । ଏବଂ ଏଥିରେ ନୂତନତ୍ୱର ଆବଶ୍ୟକତା ରହିଛି। ଏବଂ ମୁଁ ଚାହୁଁଛି ଯେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନେ କୋଇଲା ଗ୍ୟାସିଫିକେସନକୁ କିପରି ଭାରତର ଆବଶ୍ୟକତା ଅନୁଯାୟୀ ଏଥିରେ ନୂତନତ୍ୱ ଆଣିପାରିବେ । ଏଥିପାଇଁ ଆମେ ସେହି ପ୍ରୟାସ କରିବା ଉଚିତ ।

ସେହିଭଳି, ଆପଣ ଦେଖୁଛନ୍ତି ଯେ, ଏକ ବଡ଼ ମିଶନ ମୋଡରେ, ସରକାର ମଧ୍ୟ କ୍ରମାଗତ ଭାବରେ ଇଥାନଲ ମିଶ୍ରଣକୁ ପ୍ରୋତ୍ସାହିତ କରୁଛନ୍ତି । ଏହି ବଜେଟରେ ଅବିଭାଜିତ ଇନ୍ଧନ ଉପରେ ଅତିରକ୍ତ ଡିଫରେନ୍ସିଆଲ ଏକ୍ସାଇଜ ଡିଉଟିର ପ୍ରାବଧାନ କରାଯାଇଛି । ଆମକୁ ଆମର ଚିନିକଳ ଏବଂ ଡିଷ୍ଟିଲେରିକୁ ଆହୁରି ଅଧିକ ଆଧୁନିକୀକରଣ କରିବାର ଆବଶ୍ୟକତା ରହିଛି । ଏଥିରେ ମଧ୍ୟ ଟେକ୍ନୋଲୋଜୀ ଅପଗ୍ରେଡେସନର ମଧ୍ୟ ଆବଶ୍ୟକତା ରହିଛି । ଏଥିପାଇଁ ଆମକୁ ଏପରି ଡିଷ୍ଟ୍ରିଲିଙ୍କ ପ୍ରକ୍ରିୟା ଉପରେ କାମ କରିବାକୁ ପଡ଼ିବ, ଯେଉଁଥିରୁ ଆମେ ପଟାସ ଏବଂ ସଂକୁଚିତ ବାୟୋ ଗ୍ୟାସ ପରି ଅତିରିକ୍ତ ଉପ-ଦ୍ରବ୍ୟ ମଧ୍ୟ ପାଇଥାଉ । 

କିଛି ସପ୍ତାହ ପୂର୍ବରୁ ମୁଁ ବାରଣାସୀରେ ଗୋବର-ଧନ ପ୍ଲାଣ୍ଟର ଉଦଘାଟନ କରିଛି ଏବଂ ଇଂଦୋରରେ କିଛିଦିନ ପୂର୍ବରୁ ମଧ୍ୟ ଗୋବର-ଧନ ପ୍ଲାଣ୍ଟର ଉଦଘାଟନ କରିଛି । ଆଗାମୀ ଦୁଇବର୍ଷ ମଧ୍ୟରେ ଦେଶର ଘରୋଇ କ୍ଷେତ୍ର ଦ୍ୱାରା ୫ଠଠ କିମ୍ବା ୧ଠଠଠ ଏପରି ଗୋବର-ଧନ ପ୍ଲାଣ୍ଟ ପ୍ରତିଷ୍ଠା ହୋଇପାରିବ କି? ଶିଳ୍ପକୁ ଏଭଳି ଭାବରେ ଏହି ସମ୍ଭାବନାର ସହିତ ବ୍ୟବହାର କରିବା ପାଇଁ ଅଭିନବ ନିବେଶ କରିବାର ଆବଶ୍ୟକତା ରହିଛି ବୋଲି ମୋତେ ଲାଗୁଛି । 

ସାଥୀମାନେ,

ଆମର ଶକ୍ତିର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଇବାକୁ ଯାଉଛି । ସେଥିପାଇଁ ନବୀକରଣଯୋଗ୍ୟ ଶକ୍ତି ଆଡ଼କୁ ପରିବର୍ତ୍ତନ ଭାରତ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଭାରତରେ ୨୪-୨୫ କୋଟି ଘର ଅଛି ବୋଲି ଆକଳନ କରାଯାଇଛି। ଆମେ କିପରି କ୍ଲିନ କୁକିଂକୁ କେମିତି ଆଗକୁ ବଢ଼ାଇ ପାରିବା । ମୁଁ ବୁଝିପାରୁଛି ଆମର ଷ୍ଟାଟସ ଲୋକମାନେ ମଧ୍ୟ ଏହି କାର୍ଯ୍ୟକୁ ଅତି ସହଜରେ ଆଗକୁ ନେଇପାରିବେ । ସୋଲାର ଷ୍ଟୋଭ କ୍ଷେତ୍ରରେ ଆପଣଙ୍କ ପାଇଁ ଏକ ବିରାଟ ବଜାର ମଧ୍ୟ ଅଛି ଯାହା ସ୍ୱଚ୍ଛ ରନ୍ଧନ ଗତିବିଧି ପାଇଁ ଆବଶ୍ୟକ ଅଟେ । ଆପଣ ନିଶ୍ଚୟ ଦେଖିଥିବେ, ଗୁଜୁରାଟରେ ଏକ ସଫଳ ପରୀକ୍ଷଣ କରାଯାଇଥିଲା, ପାଣିର ଯେଉଁ କେନାଲ ଅଛି, କୃତି୍ରମ ଜଳମାର୍ଗ ଅଛି, ତା’ ଉପରେ ଆମେ ପ୍ୟାନେଲ ସ୍ଥାପନ କରିଥିଲୁ, ଜମିର ମୂଲ୍ୟ ସଂଚୟ ହୋଇଯାଇଥିଲା । ପାଣିର ସଂଚୟ ହେଲା, ବିଦୁତ ମଧ୍ୟ ଉତ୍ପନ୍ନ ହେଲା, ଅର୍ଥାତ ଏକାଧିକ ଲାଭ ହେଲା । ଏହିପରି ପରୀକ୍ଷଣ ଏବେ ଦେଶର ଅନ୍ୟ ସ୍ଥାନରେ ନଦୀରେ ଏବଂ ହ୍ରଦରେ ମଧ୍ୟ କରାଯାଉଛି । ଆମେ ଏହାକୁ ମଧ୍ୟ ଆହୁରି ଅଧିକ ବୃଦ୍ଧି କରିବା ଉଚିତ ।

ଆଉ ଗୋଟିଏ କାମ ଘରେ କରାଯାଇପାରିବ । ଯେଉଁ ଘରେ ଗୋଟିଏ ବଗିଚା ରହିଛି କିମ୍ବା ବାଲକୋନୀ ଅଛି, ସେଠାରେ ବଗିଚା କରିବାର ଧାରଣା ମଧ୍ୟ ରହିଛି। ସେଥିରେ ଏକ ସୋଲାର ଟ୍ରି ଅଛି । ପ୍ରତ୍ୟେକ ପରିବାରର ନିଜର ସୋଲାର ଟ୍ରି ଥାଉ, ଏହି ସେହି ଧାରଣା ଏକ ନୂତନ ବିକାଶ କରିପାରିବ ଯାହା ଘରର ୧ଠ-୧୫ ପ୍ରତିଶତ, ୨ଠ ପ୍ରତିଶତ ବିଦୁତରେ ସେହି ସୋଲାର ଟ୍ରି ସାହାଯ୍ୟ କରିପାରିବ ଏବଂ ଘରର ପରିଚୟ ମଧ୍ୟ ଏହା ହେବ ଯେ ଭାଇ ଏହା ସୋଲାର ଟ୍ରି ଥିବା ଏକ ଘର ଅର୍ଥାତ ପରିବେଶ ପ୍ରତି ସଚେତନ ନାଗରିକଙ୍କର ଘର । ସମାଜରେ ସ୍ୱତନ୍ତ୍ର ବିଶ୍ୱସନୀୟ ଭାବରେ ଆମେ ବିକଶିତ ହୋଇପାରିବା ଏବଂ ଏହାକୁ ଅତି ସହଜରେ ଏବଂ ସୁନ୍ଦର ଭାବରେ ମଧ୍ୟ କରାଯାଇପାରିବ । ତେଣୁ ସୋଲାର ଟ୍ରି’ର ପଦ୍ଧତିକୁ ମୁଁ ଆମର ନିର୍ମାଣ ଜଗତରେ ଯେଉଁ ଲୋକମାନେ ଅଛନ୍ତି, ବିଲ୍ଡର ଅଛନ୍ତି ଏବଂ ସ୍ଥପତିମାନେ ଅଛନ୍ତି, ସେମାନଙ୍କୁ ମଧ୍ୟ କହିବି ଯେ ଘର ନିର୍ମାଣରେ ଆମେ ଏକ ନୂତନ ପଦ୍ଧତି ଯୋଡ଼ିପାରିବା କି?

ଆମ ଦେଶରେ ମାଇକ୍ରୋ-ହାଇଡଲ ଉତ୍ପାଦ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଉତ୍ତରାଖଣ୍ଡ- ହିମାଚଳରେ ମୁଁ ଦେଖିଛି ଘରାଟ ନାମକ ଅନେକ ପାଣି ଚକି ଦେଖିବାକୁ ମିଳିଥାଏ । ମାଇକ୍ରୋ ହାଇଡଲ ଉତ୍ପାଦ ଉପରେ ଅଧିକ ଗବେଷଣା କରି ସେଗୁଡ଼ିକର ବ୍ୟବହାର କରି ଆମେ କିପରି ବିଦୁତ ଉତ୍ପାଦନ ବୃଦ୍ଧି କରିପାରିବା ତା’ ଉପରେ କାର୍ଯ୍ୟ ମଧ୍ୟ କରାଯିବା ଉଚିତ । ଦୁନିଆରେ ସମସ୍ତ ପ୍ରକାରର ପ୍ରାକୃତିକ ସମ୍ପଦର ପ୍ରାକୃତିକ ସାଧନର ଅଭାବ ଘଟୁଛି । ଏଭଳି ପରିସ୍ଥିତିରେ ସର୍କୁଲାର ଅର୍ଥନୀତି ହେଉଛି ସମୟର ଆବଶ୍ୟକତା । ଏବଂ ଏହାକୁ ଜୀବନର ଏକ ଅତ୍ୟାବଶ୍ୟକୀୟ ଅଂଶ ଭାବରେ ପରିଣତ କରିବାକୁ ପଡ଼ିବ । ଆମ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଅଭିନବତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୂତନ ଉତ୍ପାଦଗୁଡ଼ିକର ଆବଶ୍ୟକତା ରହିଛି ଏବଂ ମୋ ଦେଶର ବେସରକାରୀ କ୍ଷେତ୍ରକୁ ନିଶ୍ଚିତ ଭାବେ ଭରସା ଦେଉଛି ଯେ ସରକାର ଆପଣଙ୍କ ପ୍ରଚେଷ୍ଟାରେ ଏବଂ ଉଦ୍ୟମରେ ଆପଣଙ୍କ ସହିତ ଛିଡ଼ା ହୋଇଛନ୍ତି ।

ଆମେ ମିଳିତ ପ୍ରୟାସରେ ଆମେ କେବଳ ଏହି ଦିଗରେ ଆମର ଲକ୍ଷ୍ୟ ହାସଲ କରିବୁ ନାହିଁ, ବରଂ ସମଗ୍ର ମାନବିକତାକୁ ମଧ୍ୟ ପଥ ପ୍ରଦର୍ଶନ କରିବୁ ।

ସାଥୀମାନେ,

ମୁଁ ଏହା ମଧ୍ୟ କହିବାକୁ ଚାହିଁବି ଯେ ବିଶେଷ ଭାବେ ବଜେଟ ପ୍ରସ୍ତୁତ ହେବା ପୂର୍ବରୁ ଅନେକ ଆଲୋଚନା ହୋଇଥାଏ । ଆମର ଟିଭି ଚ୍ୟାନେଲ ଇତ୍ୟାଦି ଏଥିରେ ସମସ୍ତେ ବ୍ୟସ୍ତ ହୋଇପଡ଼ିଥାନ୍ତି, ସେଠାରେ ଏକ ଭଲ ମନ୍ଥନ ହୋଇଥାଏ ଏବଂ ସେଥିରେ ମଧ୍ୟ ବଜେଟକୁ ସାମାନ୍ୟ ଲାଭ ମିଳିଥାଏ । ବଜେଟ ପ୍ରସ୍ତୁତ କରିବାରେ ଅନେକ ଭଲ ଭଲ ଧାରଣା ଆସିଥାଏ । କିନ୍ତୁ ବର୍ତ୍ତମାନ ଆମେ ଧ୍ୟାନ ଦେଉଛୁ ଯେ, ଚାଲନ୍ତୁ ବଜେଟ ପ୍ରସ୍ତୁତ ହୋଇଗଲା, ବର୍ତ୍ତମାନ ବଜେଟରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହା ସଂସଦର ଅମାନତ ହୋଇଥାଏ, ସଂସଦ ନିଷ୍ପତ୍ତି ନେଇଥାଏ । ଆମ ପାଖରେ ଦୁଇ ମାସ ସମୟ ଅଛି । ଏପ୍ରିଲ ୧ରୁ ବଜେଟ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ଦୁଇ ମାସର ଉପଯୋଗ ଆମେ କାର୍ଯ୍ୟକାରିତାର ରୋଡମ୍ୟାପ ଉପରେ କିଭଳି ଧ୍ୟାନ ଦେବା ଏବଂ ଯୋଜନା କିପରି ସବୁଠାରୁ ଭଲ ହେବ ଏବଂ ଭଲ ଭାବରେ ଆମେ ଲାଗୁ କରିପାରିବା । ବଜେଟକୁ କେମିତି ଭଲ ଭାବରେ ଉପଯୋଗ କରିବା ।

ସରକାରଙ୍କ ଚିନ୍ତାଧାରା ଏବଂ ବ୍ୟବସାହ କ୍ଷେତ୍ରରେ କାର୍ଯ୍ୟ କରିବା ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛି । ଏହି ସେମିନାର ସହିତ ସେହି ବ୍ୟବଧାନକୁ ଦୂର କରିବା ପାଇଁ ପ୍ରୟାସ କରାଯିବା ଉଚିତ । ଯେଉଁ ଷ୍ଟେକ ହୋଲ୍ଡର୍ସ ଅଛନ୍ତି ସେମାନଙ୍କ ଚିନ୍ତାଧାରା ଏବଂ ସରକାରଙ୍କ ନିଷ୍ପତ୍ତି ପ୍ରକ୍ରିୟାରେ କୌଣସି ପ୍ରତିବାଦ ହେବା ଉଚିତ ନୁହେଁ । ଏଥିରେ କୌଣସି ବ୍ୟବଧାନ ରହିବା ଉଚିତ ନୁହେଁ । ଯଦି ଏହା ଘଟେ ତେବେ ଜିନିଷଗୁଡ଼ିକ ବହୁତ ଶୀଘ୍ର କାର୍ଯ୍ୟକାରୀ ହୋଇଥାଏ । ବେଳେବେଳେ ଫାଇଲରେ ଗୋଟିଏ ବାକ୍ୟ ଆସେ ଯାହା ପରେ ଏହାକୁ ସଂଶୋଧନ କରିବାକୁ ୬-୬, ୮-୮ ମାସ ଲାଗି ଯାଇଥାଏ । ବଜେଟର ସମୟ ସୀମା ମଧ୍ୟ ଶେଷ ହୋଇ ଯାଇଥାଏ ।

ଆମେ ଏହି ଭୁଲ ଗୁଡ଼ିକରୁ ବଂଚିବାକୁ ଚାହୁଁଛୁ ଏବଂ ସେଥିପାଇଁ ଏହି ୱେବିନାର ଆମେ କରୁଛୁ, ସେଥିରେ ଆମେ ସରକାରଙ୍କ ତରଫରୁ ଆପଣଙ୍କୁ ଜ୍ଞାନ ବାଣ୍ଟିବା ପାଇଁ ତାହା କରୁନାହୁଁ । ବଜେଟ କ’ଣ ସାହା ବୁଝାଇବା ପାଇଁ ଆମେ ଏହା କରୁନାହୁଁ, ଆପଣ ଆମ ଠାରୁ ଅଧିକ ବୁଝି ପାରିଛନ୍ତି । ଆମେ ଆପଣଙ୍କ କଥା ଶୁଣିବା ପାଇଁ ୱେବିନାର କରିଥାଉ ଏବଂ ବଜେଟ ପାଇଁ ପରାମର୍ଶ ମଧ୍ୟ ଶୁଣୁନାହୁଁ, ଏହି ଯେଉଁ ବଜେଟ ପ୍ରସ୍ତୁତ ହୋଇସାରିଛି ତାହାକୁ ଏହି କ୍ଷେତ୍ରରେ ଆମେ କାର୍ଯ୍ୟକାରୀ କରିବୁ । ଯଥାଶୀଘ୍ର ଏହାକୁ କିପରି କାର୍ଯ୍ୟକାରୀ କରିବୁ, ସର୍ବାଧିକ ଫଳାଫଳ ସହିତ କିପରି ଆଗକୁ ବଢ଼ିବୁ । ଆମର ଏପରି କୌଣସି ଚକ୍ରାନ୍ତ ସୃଷ୍ଟି ହେବା ଉଚିତ ନୁହେଁ, ଯାହା ବିନା କାରଣରେ ସମୟ ନଷ୍ଟ କରିବ ଏବଂ ଦ୍ରୁତ ଗତି ଆଣିବା ପାଇଁ ମୁଁ ଚାହିଁବି ଯେ ଆପଣମାନେ ଏହି ଠୋସ ବ୍ୟବହାରିକ ଉଦାହରଣ ଏବଂ ପରାମର୍ଶ ସହ ଏହି ୱେବିନାରକୁ ସଫଳ କରନ୍ତୁ ।

ମୋର ଆପଣଙ୍କୁ ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi becomes first world leader to cross 100 million Instagram followers

Media Coverage

PM Modi becomes first world leader to cross 100 million Instagram followers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Condoles the Passing of Shri Maroof Raza Ji
February 26, 2026

Prime Minister Narendra Modi has expressed grief over the passing of Shri Maroof Raza Ji, honoring his legacy in the fields of journalism.

The Prime Minister stated that Shri Maroof Raza Ji made a rich contribution to the world of journalism. He noted that Shri Raza enriched public discourse through his nuanced understanding of defence, national security, and strategic affairs.

Expressing his sorrow, the Prime Minister said he is pained by his passing and extended his condolences to his family and friends.
The Prime Minister shared on X:

“Shri Maroof Raza Ji made a rich contribution to the world of journalism. He enriched public discourse with his nuanced understanding of defence, national security as well as strategic affairs. Pained by his passing. Condolences to his family and friends”