ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଉତ୍ପାଦନ କ୍ଷେତ୍ର ପାଇଁ ବିଭିନ୍ନ ସହାୟତା ପଦକ୍ଷେପ ଯୋଗୁଁ ଭାରତୀୟ ଅର୍ଥନନୈତିକ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇଛି : ଜାପାନ ପ୍ରଧାନମନ୍ତ୍ରୀ କିଶିଦା
“ମାରୁତି-ସୁଜୁକିର ସଫଳତା ଭାରତ-ଜାପାନ ସହଭାଗିତାର ଦୃଢତାକୁ ସୂଚୀତ କରେ”
“ଗତ ଆଠ ବର୍ଷ ମଧ୍ୟରେ ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କ ନୂଆ ଶିଖରରେ ପହଞ୍ଚିଛି”
“ଯେତେବେଳେ ଏହି ବନ୍ଧୁତା କଥା ଆସେ, ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଭାବରେ ଆମର ବନ୍ଧୁ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମନେ ପକାନ୍ତି”
“ଆମର ପ୍ରୟାସ ସର୍ବଦା ଜାପାନ ପ୍ରତି ଗମ୍ଭୀରତା ଏବଂ ସମ୍ମାନ ବହନ କରୁଥିଲା, ସେଥିପାଇଁ ଗୁଜୁରାଟରେ ଜାପାନର ପ୍ରାୟ ୧୨୫ କମ୍ପାନୀ କାର୍ଯ୍ୟ କରୁଛନ୍ତି”
“ଯୋଗାଣ, ଚାହିଦା ଏବଂ ଇକୋସିଷ୍ଟମ ମଜବୁତ ହେବା ସହିତ ଇଭି ସେକ୍ଟର ନିଶ୍ଚିତ ଭାବରେ ଅଗ୍ରଗତି କରିବାକୁ ଯାଉଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧିନଗରର ମହାତ୍ମା ମନ୍ଦିରରେ ଆୟୋଜିତ ଭାରତରେ ସୁଜୁକିର ୪୦ ବର୍ଷ ପୂର୍ତ୍ତିର ସ୍ମୃତି ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଭାରତରେ ଜାପାନର ରାଷ୍ଟ୍ରଦୂତ ମାନ୍ୟବର ଶ୍ରୀ ସାତୋସି ସୁଜୁକି, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ, ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜଗଦୀଶ ପଞ୍ଚଲ, ସୁଜୁକି ମୋଟର ନିଗମର ପୂର୍ବତନ ସଭାପତି ଶ୍ରୀ ଓ ସୁଜୁକି, ସୁଜୁକି ମୋଟର ନିଗମର ସଭାପତି ଶ୍ରୀ ଟି ସୁଜୁକି ଏବଂ ମାରୁତି-ସୁଜୁକିର ଅଧ୍ୟକ୍ଷ ଶ୍ରୀ ଆର ସି ଭାର୍ଗବ ଏହି ଉତ୍ସବରେ ଉପସ୍ଥିତ ଥିଲେ । ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‍ବୋଧନ ଦେଇଥିଲେ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଫୁମିଓ କିଶିଡାଙ୍କ ଭିଡିଓ ବାର୍ତ୍ତା ଉପସ୍ଥାପିତ ହୋଇଥିଲା ।

ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଏହି ଅବସରରେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ୪ ଦଶନ୍ଧି ମଧ୍ୟରେ ମାରୁତି ସୁଜୁକିର ଅଭିବୃଦ୍ଧି ଭାରତ ଏବଂ ଜାପାନ ମଧ୍ୟରେ ଦୃଢ ଅର୍ଥନୈତିକ ସମ୍ପର୍କକୁ ଦର୍ଶାଉଛି । ଭାରତୀୟ ବଜାରର ସମ୍ଭାବନାକୁ ସ୍ୱୀକୃତି ଦେଇ ସେ ସୁଜୁକିର ପରିଚାଳନାକୁ ପ୍ରଶଂସା କରିଥିଲେ । “ମୁଁ ଭାବୁଛି ଯେ ଭାରତର ଲୋକ ତଥା ସରକାରଙ୍କ ବୁଝାମଣା ଏବଂ ସମର୍ଥନ ପାଇଁ ଆମର ଏହି ସଫଳତା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ଦ୍ୱାରା ଉତ୍ପାଦନ କ୍ଷେତ୍ର ପାଇଁ ବିଭିନ୍ନ ସହାୟତା ପଦକ୍ଷେପ ଯୋଗୁଁ ନିକଟରେ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇଛି ବୋଲି ସେ କହିଛନ୍ତି ।” ସେ ସୂଚନା ଦେଇଛନ୍ତି ଯେ ଜାପାନର ଅନ୍ୟ ଅନେକ କମ୍ପାନୀ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଭାରତ ଏବଂ ଜାପାନ ସେମାନଙ୍କ ସମ୍ପର୍କର ୭୦ ବର୍ଷ ପୂରଣ କରୁଥିବାରୁ ସେ ଚଳିତ ବର୍ଷର ଗୁରୁତ୍ୱକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି ମୁଁ ଜାପାନ-ଭାରତ ରଣନୀତିକ ତଥା ଆର୍ନ୍ତଜାତିକ ସହଯୋଗିତାକୁ ଆହୁରି ବିକଶିତ କରିବା ଏବଂ ଏକ ମୁକ୍ତ ଏବଂ ଖୋଲା ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କାର୍ଯ୍ୟ ପାଇଁ ଉଦ୍ୟମ କରିବାକୁ ସଂକଳ୍ପବଦ୍ଧ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସୁଜୁକି ନିଗମ ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଭାରତର ପରିବାର ସହିତ ସୁଜୁକିର ଘନିଷ୍ଠତା ବର୍ତ୍ତମାନ ୪୦ ବର୍ଷ ମଜବୁତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ମାରୁତି-ସୁଜୁକିର ସଫଳତା ମଧ୍ୟ ଭାରତ-ଜାପାନ ସହଭାଗିତାକୁ ସୂଚୀତ କରେ । ଗତ ଆଠ ବର୍ଷ ମଧ୍ୟରେ ଆମର ଦୁଇ ଦେଶ ମଧ୍ୟରେ ଏହି ସମ୍ପର୍କ ନୂଆ ଶିଖରରେ ପହଞ୍ଚିଛି । ଆଜି ଗୁଜୁରାଟ-ମହାରାଷ୍ଟ୍ରର ବୁଲେଟ୍ ଟ୍ରେନ୍ ଠାରୁ ଆରମ୍ଭ କରି ୟୁପିର ବନାରସର ରୁଦ୍ରାକ୍ଷ କେନ୍ଦ୍ର ପର୍ଯ୍ୟନ୍ତ ଅନେକ ବିକାଶମୂଳକ ପ୍ରକଳ୍ପ ଭାରତ-ଜାପାନ ବନ୍ଧୁତ୍ୱର ଉଦାହରଣ ଅଟେ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଜାରି ରଖି କହିଥିଲେ ଯେ ଯେତେବେଳେ ଏହି ବନ୍ଧୁତା କଥା ଆସେ, ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଭାବରେ ଆମର ବନ୍ଧୁ, ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମନେ ପକାନ୍ତି । ଯେତେବେଳେ ଆବେ ସାନ୍ ଗୁଜରାଟକୁ ଆସି ଏଠାରେ ସମୟ ଅତିବାହିତ କରିଥିଲେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାହାକୁ ଗୁଜୁରାଟର ଲୋକମାନେ ଏହାକୁ ଭଲଭାବେ ମନେ ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଦୁଇ ଦେଶକୁ ନିକଟତର କରିବା ପାଇଁ ପ୍ରଧାନମନ୍ତ୍ରୀ କିଶିଦା ଉଦ୍ୟମ ଜାରି ରଖିଛନ୍ତି ।

୧୩ ବର୍ଷ ପୂର୍ବେ ଗୁଜୁରାଟରେ ସୁଜୁକିର ଆଗମନକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଏବଂ ଏକ ଭଲ ଶାସନ ମଡେଲ ଭାବରେ ଏହାକୁ ଉପସ୍ଥାପନ କରିବାକୁ ଗୁଜୁରାଟର ଆତ୍ମବିଶ୍ୱାସକୁ ମନେ ରଖିଥିଲେ । ମୁଁ ଖୁସି ଯେ ଗୁଜୁରାଟ ସୁଜୁକିକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ଏବଂ ସୁଜୁକି ମଧ୍ୟ ଗୁଜୁରାଟର ଇଚ୍ଛାକୁ ସମାନ ସମ୍ମାନର ସହ ରଖିଛି । ଗୁଜୁରାଟ ବିଶ୍ୱର ଏକ ଅଟୋମୋବାଇଲ୍ ଉତ୍ପାଦନ ହବ୍ ଭାବରେ ଉଭା ହୋଇଛି ବୋଲି ସେ କହିଛନ୍ତି । ଗୁଜୁରାଟ ଏବଂ ଜାପାନ ମଧ୍ୟରେ ରହିଥିବା ସମ୍ପର୍କ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କୂଟନୈତିକ ସମ୍ପର୍କ ଠାରୁ ଅଧିକ ଅଟେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋର ମନେ ଅଛି ଯେତେବେଳେ ୨୦୦୯ ରେ ଭାଇବ୍ରାଣ୍ଟ ଗୁଜୁରାଟ ସମ୍ମିଳନୀ ଆରମ୍ଭ ହୋଇଥିଲା, ସେହି ଦିନଠାରୁ ଜାପାନ ଏକ ସହଭାଗୀ ଦେଶ ଭାବରେ ସାମିଲ ଥିଲା । ଜାପାନ ନିବେଶକ ମାନେ ଯେଭଳି ଗୁଜରାଟରେ ନିଜ ଘରେ ନିବେଶ କରିବାର ଅନୁଭୂତି ପାଇବେ ସେଥିପାଇଁ ଗୁଜରାଟରେ ଏକ ମିନି ଜାପାନ ତିଆରି କରିବାର ସଂକଳ୍ପ ସେ ମନେ ରଖିଥିଲେ । ଏହାକୁ ହୃଦୟଙ୍ଗମ କରିବା ପାଇଁ ଅନେକ ଛୋଟ ପଦକ୍ଷେପ ନିଆଯାଇଥିଲା । ଜାପାନିଜ ରୋଷେଇ ସହିତ ବିଶ୍ୱ ସ୍ତରୀୟ ଗଲ୍ଫ ଖେଳ ଏବଂ ରେଷ୍ଟୁରାଣ୍ଟଣ୍ଟନିର୍ମାଣ ଏବଂ ଜାପାନୀ ଭାଷାର ପ୍ରୋତ୍ସାହନ ଏହିପରି କିଛି ଉଦାହରଣ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପ୍ରୟାସ ସର୍ବଦା ଜାପାନ ପ୍ରତି ଗମ୍ଭୀରତା ଏବଂ ସମ୍ମାନ ବହନ କରୁଥିଲା, ସେଥିପାଇଁ ଗୁଜୁରାଟରେ ସୁଜୁକି ସହିତ ଜାପାନର ପ୍ରାୟ ୧୨୫ ଟି କମ୍ପାନୀ କାର୍ଯ୍ୟ କରୁଛନ୍ତି । ଅହମ୍ମଦାବାଦରେ ଜେଟ୍ରୋ ରନ୍ ସପୋର୍ଟ ସେଣ୍ଟର ଅନେକ କମ୍ପାନୀକୁ ଶିଳ୍ପ ପ୍ରତିଷ୍ଠା ପାଇଁ ତତ୍କାଳ ସୁବିଧା ଯୋଗାଉଛି । ଜାପାନ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଫର ମାନ୍ୟୁଫାକ୍‍ଚରିଂ ଅନେକ ଲୋକଙ୍କୁ ତାଲିମ ଦେଉଛି । ଗୁଜୁରାଟର ବିକାଶ ଯାତ୍ରାରେ "କାଇଜେନ” ର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପିଏମଓ ଏବଂ ଅନ୍ୟାନ୍ୟ ବିଭାଗରେ ମଧ୍ୟ କାଇଜେନର ଦୃଷ୍ଟିକୋଣକୁ ପ୍ରୟୋଗ କରାଯାଇଥିଲା ।

ବୈଦ୍ୟୁତିକ ଯାନଗୁଡିକର ଏକ ମହତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ନୀରବ ଅଟନ୍ତି । ଦୁଇ ଚକିଆ କିମ୍ବା ଚାରି ଚକିଆ ହେଉ, ସେମାନେ କୌଣସି ଶବ୍ଦ କରନ୍ତି ନାହିଁ । ସେ କହିଛନ୍ତି ଯେ ଏହି ନିରବତା କେବଳ ଏହାର ଇଞ୍ଜିନିୟରିଂ ବିଷୟରେ ନୁହେଁ, ଏହା ଦେଶରେ ନିରବ ବିପ୍ଳବର ଆରମ୍ଭ ମଧ୍ୟ ଅଟେ । ଇଭି ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଯାନ କ୍ରେତାଙ୍କୁ ବିଭିନ୍ନ ପ୍ରୋତ୍ସାହନ ଦିଆଯାଉଛି । ଆୟକର ରିହାତି ଏବଂ ଋଣ ପ୍ରକ୍ରିୟାକୁ ସରଳ କରିବା ଭଳି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯୋଗାଣକୁ ବଢାଇବା ପାଇଁ ଅଟୋମୋବାଇଲ ଏବଂ ଅଟୋମୋବାଇଲ ଉପାଦାନ ଉତ୍ପାଦନରେ ପିଏଲଆଇ ଯୋଜନା ପ୍ରବର୍ତ୍ତନ ପାଇଁ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏକ ଦୃଢ ବୈଦ୍ୟୁତିକ ଯାନ ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ମଧ୍ୟ ଅନେକ ନୀତିଗତ ନିଷ୍ପତ୍ତି ନିଆଯାଇଛି । ୨୦୨୨ ଆର୍ଥିକ ବଜେଟରେ ଏକ ବ୍ୟାଟେରୀ ଅଦଳବଦଳ ନୀତି ମଧ୍ୟ ପ୍ରଣୟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ନିଶ୍ଚିତ ଯେ ଯୋଗାଣ, ଚାହିଦା ଏବଂ ଇକୋସିଷ୍ଟମକୁ ଦୃଢ କରିବା ସହିତ ଇଭି କ୍ଷେତ୍ର ଅଗ୍ରଗତି କରିବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସିଓପି-୨୬ ରେ ଭାରତ ଘୋଷଣା କରିଛି ଯେ ଏହା ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମ ଉତ୍ସରୁ ଏହାର ସ୍ଥାପିତ ବୈଦ୍ୟୁତିକ କ୍ଷମତାର ୫୦% ହାସଲ କରିବ । ୨୦୭୦ ପାଇଁ ଆମେ 'ନେଟ୍ ଜିରୋ' ଲକ୍ଷ୍ୟ ସ୍ଥିର କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଯେ ମାରୁତି ସୁଜୁକି ମଧ୍ୟ ଜୈବ ଇନ୍ଧନ, ଇଥାନଲ ମିଶ୍ରଣ ଏବଂ ହାଇବ୍ରିଡ ଇଭି ଭଳି ପ୍ରକଳ୍ପ ଉପରେ କାମ କରୁଛନ୍ତି । ସୁଜୁକି କମ୍ପ୍ରେସଡ୍‍ ବାୟୋମିଥେନ୍ ଗ୍ୟାସ୍ ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ଉପରେ କାମ ଆରମ୍ଭ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୁସ୍ଥ ପ୍ରତିଯୋଗିତା ଏବଂ ପାରସ୍ପରିକ ଶିକ୍ଷା ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଚାହୁଁଛନ୍ତି । ଏହା ଉଭୟ ଦେଶ ତଥା ବ୍ୟବସାୟ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି । ଆମର ଲକ୍ଷ୍ୟ ହେଉଛି ଅମୃତ କାଳର ଆଗାମୀ ୨୫ ବର୍ଷ ମଧ୍ୟରେ ଶକ୍ତି ଆବଶ୍ୟକତା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବା । ପରିବହନ କ୍ଷେତ୍ରରେ ଶକ୍ତି ବ୍ୟବହାରର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହି କ୍ଷେତ୍ରରେ ନବସୃଜନ ଏବଂ ପ୍ରୟାସ ଆମର ପ୍ରାଥମିକତା ହେବା ଉଚିତ୍‍ । ମୁଁ ନିଶ୍ଚିତ ଯେ ଆମେ ଏହା ହାସଲ କରିପାରିବା ବୋଲି ସେ କହିଛନ୍ତି ।

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତର ସୁଜୁକି ଗୋଷ୍ଠୀର ଦୁଇଟି ପ୍ରମୁଖ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି - ଗୁଜୁରାଟର ହାନସାଲପୁରରେ ସୁଜୁକି ମୋଟର ଗୁଜୁରାଟ ଇଲେକ୍ଟ୍ରିକ୍ ଯାନ ବ୍ୟାଟେରୀ ଉତ୍ପାଦନ ସୁବିଧା ଏବଂ ହରିୟାନାର ଖାରଖୋଡା ଠାରେ ମାରୁତି ସୁଜୁକିର ଆଗାମୀ ଯାନ ଉତ୍ପାଦନ ସୁବିଧା ରହିଛି ।

 

ଗୁଜୁରାଟର ହାନସାଲପୁରରେ ୭୩୦୦ କୋଟି ଟଙ୍କା ବିନିଯୋଗରେ ଇଲେକ୍ଟ୍ରିକ୍ ଯାନ ପାଇଁ ସୁଜୁକି ମୋଟର ଗୁଜୁରାଟ ଇଲେକ୍ଟ୍ରିକ୍ ଭେଇକିଲ୍ ବ୍ୟାଟେରୀ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ହରିୟାଣାର ଖାରଖୋଡା ଠାରେ ବର୍ଷକୁ ୧୦ ଲକ୍ଷ ଯାତ୍ରୀବାହୀ ଯାନ ଉତ୍ପାଦନ କରିବାର ସୁବିଧା ଥିବା କ୍ଷମତା ପାଇବ ଏବଂ ଏହାକୁ ବିଶ୍ୱର ଗୋଟିଏ ସ୍ଥାନରେ ସର୍ବ ବୃହତ ଯାତ୍ରୀବାହୀ ଯାନ ଉତ୍ପାଦନ ସୁବିଧା ଭାବରେ ପରିଣତ କରିବ । ୧୧,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହିତ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ସ୍ଥାପନ କରାଯିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win