ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଉତ୍ପାଦନ କ୍ଷେତ୍ର ପାଇଁ ବିଭିନ୍ନ ସହାୟତା ପଦକ୍ଷେପ ଯୋଗୁଁ ଭାରତୀୟ ଅର୍ଥନନୈତିକ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହୋଇଛି : ଜାପାନ ପ୍ରଧାନମନ୍ତ୍ରୀ କିଶିଦା
“ମାରୁତି-ସୁଜୁକିର ସଫଳତା ଭାରତ-ଜାପାନ ସହଭାଗିତାର ଦୃଢତାକୁ ସୂଚୀତ କରେ”
“ଗତ ଆଠ ବର୍ଷ ମଧ୍ୟରେ ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କ ନୂଆ ଶିଖରରେ ପହଞ୍ଚିଛି”
“ଯେତେବେଳେ ଏହି ବନ୍ଧୁତା କଥା ଆସେ, ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଭାବରେ ଆମର ବନ୍ଧୁ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମନେ ପକାନ୍ତି”
“ଆମର ପ୍ରୟାସ ସର୍ବଦା ଜାପାନ ପ୍ରତି ଗମ୍ଭୀରତା ଏବଂ ସମ୍ମାନ ବହନ କରୁଥିଲା, ସେଥିପାଇଁ ଗୁଜୁରାଟରେ ଜାପାନର ପ୍ରାୟ ୧୨୫ କମ୍ପାନୀ କାର୍ଯ୍ୟ କରୁଛନ୍ତି”
“ଯୋଗାଣ, ଚାହିଦା ଏବଂ ଇକୋସିଷ୍ଟମ ମଜବୁତ ହେବା ସହିତ ଇଭି ସେକ୍ଟର ନିଶ୍ଚିତ ଭାବରେ ଅଗ୍ରଗତି କରିବାକୁ ଯାଉଛି”

ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, ଉପ ମୁଖ୍ୟମନ୍ତ୍ରୀ ଭାଇ ଶ୍ରୀକୃଷ୍ଣ ଚୌତାଲା ମହାଶୟ, ସଂସଦରେ ମୋର ସାଥୀ ଶ୍ରୀମାନ ସି.ଆର ପାଟିଲ, ସୁଜୁକି ମୋଟର୍ସ କର୍ପୋରେସନର ବରିଷ୍ଠ ପଦାଧିକାରୀଗଣ, ଭାରତରେ ଜାପାନର ରାଷ୍ଟ୍ରଦୂତ, ମାରୁତି- ସୁଜୁକିର ବରିଷ୍ଠ ଅଧିକାରୀଗଣ, ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିଗଣ!

ସର୍ବପ୍ରଥମେ ମୁଁ ସୁଜୁକି ଏବଂ ସୁଜୁକି ପରିବାର ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି।

ଭାରତ ଏବଂ ଭାରତର ଲୋକମାନଙ୍କ ସହିତ ସୁଜୁକିର ପାରିବାରିକ ସମ୍ପର୍କକୁ ଏବେ 40 ବର୍ଷ ହୋଇ ଗଲା। ଆଜି ଗୋଟିଏ ପଟେ ଗୁଜରାଟରେ ବିଦ୍ୟୁତଚାଳିତ ଯାନ ବ୍ୟାଟେରୀର ଉତ୍ପାଦନ ପାଇଁ ମହତ୍ୱାକାଂକ୍ଷୀ ପ୍ଲାଂଟର ଶିଳାନ୍ୟାସ ହେଉଛି ତେବେ ଏହା ସହିତ ହରିୟାଣାରେ ନୂତନ କାର୍ ଉତ୍ପାଦନକାରୀ ସୁବିଧାର ଶୁଭାରମ୍ଭ ହେଉଛି।

ମୁଁ ମାନୁଛି ଯେ ଏହି ସଂପ୍ରସାରଣ ସୁଜୁକି ପାଇଁ ଭବିଷ୍ୟତରେ ଅପାର ସମ୍ଭାବନାର ଆଧାର ହେବ। ମୁଁ ଏଥିପାଇଁ ସୁଜୁକି ମୋଟର୍ସକୁ, ଏହି ବିଶାଳ ପରିବାରର ସମସ୍ତ ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ମଧ୍ୟ ଜଣାଉଛି। ବିଶେଷ ଭାବେ, ମୁଁ ଶ୍ରୀମାନ ଓସାମୁ ସୁଜୁକି ଏବଂ ଶ୍ରୀମାନ ତୋଷୀ- ରିହୀରୋ ସୁଜୁକି, ଏହି ଦୁଇଜଣଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି। ଆପଣମାନେ ଯେତେବେଳେ ମଧ୍ୟ ମୋ ସହିତ ସାକ୍ଷାତ କରନ୍ତି, ଭାରତରେ ସୁଜୁକିର ନୂତନ ଭିଜନ ସଂପର୍କରେ ଉପସ୍ଥାପିତ କରନ୍ତି। ଏବେ ଚଳିତ ବର୍ଷ ମେ’ ମାସରେ ଯେତେବେଳେ ମୋ ସହିତ ସାକ୍ଷାତ ହୋଇଥିଲା, ଓସାମୁ ସୁଜୁକି ମହାଶୟ 40 ବର୍ଷର ଏହି କାର୍ଯ୍ୟକ୍ରମକୁ ଆସିବା ପାଇଁ ଅନୁରୋଧ କରିଥିଲେ। ତେଣୁ ଏହିଭଳି ଭବିଷ୍ୟତର ସମ୍ଭାବନା ଥିବା ପଦକ୍ଷେପର ସାକ୍ଷୀ ରହିବା ହେଉଛି ମୋ ପାଇଁ ଏକ ସୁଖଦ ଅନୁଭବ।

ସାଥୀଗଣ,

ମାରୁତି- ସୁଜୁକିର ସଫଳତା ଭାରତ- ଜାପାନର ସୁଦୃଢ଼ ସହଭାଗୀତାର ମଧ୍ୟ ହେଉଛି ଏକ ପ୍ରତୀକ। ବିଗତ ଆଠ ବର୍ଷରେ ତ ଆମ ଦୁଇ ଦେଶଙ୍କ ଭିତରେ ଏହି ସମ୍ପର୍କ ନୂତନ ଶୀଖର ପର୍ଯ୍ୟନ୍ତ ପହଂଚି ପାରିଛି। ଆଜି ଗୁଜରାଟ- ମହାରାଷ୍ଟ୍ରରେ ବୁଲେଟ ଟ୍ରେନରୁ ନେଇ ଉତର ପ୍ରଦେଶର ବନାରସରେ ଥିବା ରୁଦ୍ରାକ୍ଷ କେନ୍ଦ୍ର ପର୍ଯ୍ୟନ୍ତ, ବିକାଶର କେତେଗୁଡ଼ିଏ ପ୍ରକଳ୍ପ ହିଁ ଭାରତ- ଜାପାନ ବନ୍ଧୁତ୍ୱର ହେଉଛି ଉଦାହରଣ, ଆଉ ଏହି ବନ୍ଧୁତ୍ୱର କଥା ଯେତେବେଳେ ହୋଇଥାଏ, ତେବେ ପ୍ରତ୍ୟେକ ଭାରତବାସୀଙ୍କୁ ଆମର ମିତ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ସିଞ୍ଜୋ ଆବେ ମହାଶୟ ତାଙ୍କ କଥା ନିଶ୍ଚିତ ଭାବେ ସ୍ମରଣ ହୋଇଥାଏ। ଆବେ ଶାନ ଯେତେବେଳେ ଗୁଜରାଟ ଆସିଥିଲେ, ସେ ଏଠାରେ ଯେଉଁ ସମୟ ଅତିବାହିତ କରିଥିଲେ, ତାହାକୁ ଗୁଜରାଟର ଲୋକମାନେ ଖୁବ୍ ଆତ୍ମୀୟତାର ସହିତ ମନେ ପକାଉଛନ୍ତି। ଆମ ଦେଶ ଆହୁରି ନିକଟତର କରିବା ପାଇଁ ସେ ଯେଉଁ ପ୍ରୟାସ କରିଥିଲେ, ଆଜି ପିଏମ କିଶିଦା ତାହାକୁ ଆଗକୁ ବଢ଼ାଉଛନ୍ତି। ଏବେ ଆମେ ପ୍ରଧାନମନ୍ତ୍ରୀ କିଶିଦାଙ୍କର ଭିଡ଼ିଓ ସନ୍ଦେଶ ମଧ୍ୟ ଶୁଣିଲେ। ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀ କିଶିଦା ଏବଂ ଜାପାନର ସମସ୍ତ ନାଗରିକମାନଙ୍କୁ ମଧ୍ୟ ଭାରତ ତରଫରୁ ଅଭିନନ୍ଦନ ଜଣାଉଛି।

ସାଥୀଗଣ,

ମୁଁ ଏହି ଅବସରରେ ଗୁଜରାଟ ଏବଂ ହରିୟାଣାର ଲୋକମାନଙ୍କୁ ମଧ୍ୟ ଅନେକ- ଅନେକ ଶୁଭକାମନା ଜଣାଉଛି, ଯେଉଁମାନେ ଦେଶର ଔଦ୍ୟୋଗିକ ବିକାଶ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ କ୍ରମାଗତ ଭାବେ ଗତି ପ୍ରଦାନ କରୁଛନ୍ତି। ଏହି ଦୁଇ ରାଜ୍ୟର ସରକାରମାନଙ୍କର ଯେଉଁ ବିକାଶଶୀଳ, ଉଦ୍ୟୋଗ- ଅଭିମୁଖୀ ନିତୀମାନ ରହିଛି, ‘ବ୍ୟବସାୟ ସୁଗମତା’ ଦିଗରେ ଯେଉଁ ପ୍ରୟାସ ରହିଛି, ସେଗୁଡ଼ିକର ଲାଭ କୋଟି- କୋଟି ଦେଶବାସୀଙ୍କୁ ଆଉ ବିଶେଷ ରୂପେ ଯୁବକମାନଙ୍କୁ ମିଳୁଛି।

ସାଥୀଗଣ,

ଏହି ବିଶେଷ ଆୟୋଜନରେ, ଆଜି ମୋତେ ବହୁତ କିଛି ପୁରୁଣା କଥା ସ୍ମରଣ ଆସୁଛି, ଏହା ହେଉଛି ସ୍ୱାଭାବିକ ମଧ୍ୟ। ମୋର ସ୍ମରଣ ଅଛି, 13 ବର୍ଷ ପୂର୍ବେ ଯେତେବେଳେ ସୁଜୁକି କମ୍ପାନୀ ନିଜର ଉତ୍ପାଦନର ଏକ ୟୁନିଟ ପ୍ରତିଷ୍ଠା ପାଇଁ ଗୁଜରାଟ ଆସିଥିଲେ। ସେତେବେଳେ ମୁଁ କହିଥିଲି ଯେ- ‘ଯେମିତି- ଯେଭଳି ଆମ ମାରୁତିର ମିତ୍ର ଗୁଜରାଟର ପାଣି ପିଇବେ, ସେତେବେଳେ ସେମାନଙ୍କୁ ଭଲଭାବେ ଜଣା ପଡ଼ିଯିବ ଯେ ବିକାଶର ଉପଯୁକ୍ତ ମଡେଲ କେଉଁଠାରେ ରହିଛି? ଆଜି ମୋତେ ଖୁସୀ ଅନୁଭବ ହେଉଛି ଯେ ଗୁଜରାଟ ସୁଜୁକିକୁ ଦେଇଥିବା ପ୍ରତିଶୃତି ଖୁବ୍ ଭଲ ଭାବେ ତୁଲାଇଛି, ଆଉ ସୁଜୁକି ଗୁଜରାଟର କଥାକୁ ମଧ୍ୟ ସେହି ସମ୍ମାନର ସହିତ ରଖିଛି। ଆଜି ଗୁଜରାଟ କେବଳ ଦେଶରେ ହିଁ ନୁହେଁ ବରଂ ସମ୍ପୂର୍ଣ୍ଣ ବିଶ୍ୱରେ ଶୀର୍ଷ ଅଟୋମୋଟିଭ୍ ମ୍ୟାନୁଫ୍ୟାକଚରିଂ ହବ୍ ଭାବେ ବିକଶିତ ହୋଇ ବାହାରିଛି।

ସାଥୀଗଣ,

ଆଜିକାର ଏହି ଅବସର ହେଉଛି ଏଭଳି, ଯେଉଁଥିରେ ଗୁଜରାଟ ଏବଂ ଜାପାନର ଆତ୍ମୀୟ ସମ୍ପର୍କ ନେଇ ଯେତିକି ଚର୍ଚ୍ଚା କରିବି, ତାହା କମ୍ ହେବ। ଗୁଜରାଟ ଏବଂ ଜାପାନ ମଧ୍ୟରେ ଯେଉଁ ସମ୍ପର୍କ ରହିଛି, ତାହା କୁଟନୈତିକ ପରିସରରୁ ମଧ୍ୟ ବହୁତ ଉପରେ ରହଛି।

ମୋତେ ସ୍ମରଣ ଅଛି ଯେତେବେଳେ 2009ରେ ଭାଇବ୍ରେଂଟ ଗୁଜରାଟ ସମ୍ମିଳନୀର ଆୟୋଜନ ଆରମ୍ଭ ହୋଇଥିଲା, ସେତେବେଳ ଠାରୁ ଜାପାନ ଏହା ସହିତ ଏକ ଭାଗିଦାରୀ ଦେଶ ଭାବେ ସବୁବେଳେ ଯୋଡ଼ି ହୋଇ ରହିଛି। ଆଉ ଏହା ହେଉଛି ବହୁତ ବଡ଼ କଥା, ଗୋଟିଏ ରାଜ୍ୟ ଆଉ ଅନ୍ୟ ପଟେ ଏକ ବିକଶିତ ଦେଶ, ଏହି ଦୁଇ ଜଣ ଏକା ସହିତ ଚାଲିବା, ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ କଥା। ଆଜି ମଧ୍ୟ ଭାଇବ୍ରେଂଟ ଗୁଜରାଟ ସମ୍ମିଳନୀରେ ଜାପାନର ଭାଗିଦାରୀ ସବୁଠାରୁ ଅଧିକ ହୋଇଥାଏ।

ନିଜେ ମୁଖ୍ୟମନ୍ତ୍ରୀ ଥିବା ସମୟରେ, ମୁଁ ଅଧିକାଂଶ ସମୟ ଗୋଟିଏ କଥା କହୁଥିଲି- ମୁଁ ଗୁଜରାଟକୁ ଏକ ମିନି ଜାପାନ ଭାବେ ଗଢ଼ିବାକୁ ଚାହୁଁଥିଲି। ଏହା ପଛରେ ଏହି ଭାବନା ରହିଥିଲା ଯେ ଜାପାନର ଆମର ଅତିଥିମାନଙ୍କୁ, ଆମର ଗୁଜରାଟରେ ମଧ୍ୟ ଜାପାନର ଅନୁଭୂତି ହେଉ, ତାଙ୍କୁ ଏହି ଅନୁଭବ ହେଉ। ଆମେ ପ୍ରୟାସ କଲୁ ଯେ ଜାପାନର ଲୋକମାନଙ୍କୁ, ଜାପାନର କମ୍ପାନୀଗୁଡ଼ିକୁ ଏଠାରେ କୌଣସି ପ୍ରକାରର ଅସୁବିଧା ନ ହେଉ।

ଆପଣ ଅନୁମାନ କରି ପାରୁଥିବେ କେତେ ଛୋଟ- ଛୋଟ ଜିନିଷ ଉପରେ ମଧ୍ୟ ଆମେ ଧ୍ୟାନ ଦେଉଥିଲେ। ବହୁତ ଲୋକଙ୍କୁ ଏହା ଶୁଣି ବୋଧହୁଏ ଆଶ୍ଚର୍ଯ୍ୟ ଲାଗିବ, ଏବେ ଆମ ସମସ୍ତଙ୍କୁ ଜଣାଅଛି ଜାପାନର ଲୋକ ହୋଇଥିବେ ଆଉ ଗଲ୍ଫ ଖେଳିବା ନ ହେବ ତେବେ କଥା ଅଧୁରା ହୋଇ ରହିଯିବ। ଗଲ୍ଫ ବିନା ଆପଣ ଜାପାନୀ ଲୋକଙ୍କ କଳ୍ପନା କରି ପାରିବେ ନାହିଁ। ଏବେ ଆମର ଗୁଜରାଟ, ସେଠାରେ ଗଲ୍ଫ୍ ଦୁନିଆ ସହ କୌଣସି ଦେଶନେଣ ନଥିଲା। ତେବେ ମୋତେ ଯଦି ଜାପାନକୁ ଏଠାକୁ ଆଣିବାକୁ ଅଛି ତେବେ ମୋତେ ଗଲ୍ଫ କୋର୍ସ ମଧ୍ୟ ଶୁଭାରମ୍ଭ କରିବା ଦରକାର, ଆଉ ମୁଁ ଖୁସି ଯେ ଆଜି ଗୁଜରାଟରେ ଅନେକ ଗଲ୍ଫର ପଡ଼ିଆ ହୋଇ ପାରିଛି, ଯେଉଁଠାରେ ଆମର ଜାପାନର ଲୋକମାନେ ଏଠାରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ସପ୍ତାହନ୍ତ ଅତିବାହିତ କରିବା ପାଇଁ ସୁଯୋଗ ମିଳି ଯାଇଥାଏ। କେତେକ ଏଭଳି ରେଷ୍ଟୁରାଂଟ୍ସ ମଧ୍ୟ ଏଭଳି ଅଛି, ଯାହାଙ୍କର ବିଶେଷତା ହେଉଛି ଜାପାନିଜ କୁଜିନ, ଜାପାନିଜ ଖାଦ୍ୟ, ତାହାର ମଧ୍ୟ ଚିନ୍ତା କରିଥିଲି।

ଜାପାନରୁ ଆସିଥିବା ସାଥୀମାନଙ୍କୁ କୌଣସି ଅସୁବିଧା ନ ହେଉ, ଏଥିପାଇଁ ବହୁତ ଗୁଜରାଟୀ ଜାପାନୀ ଭାଷା ମଧ୍ୟ ଶିଖିଛନ୍ତି ଆଉ ଏହି ଦିନମାନଙ୍କରେ ମଧ୍ୟ ଜାପାନୀ ଭାଷାର ପାଠପଢା ଚାଲୁ ରହିଛି।

ସାଥୀଗଣ,

ଆମର ପ୍ରୟାସରେ ସଦା ସର୍ବଦା ଗମ୍ଭୀରତା ମଧ୍ୟ ରହିଛି ଆଉ ଜାପାନ ପାଇଁ ସ୍ନେହ ମଧ୍ୟ ରହିଛି। ଆଜି ଏହାର ପରିଣାମ ହୋଇଛି ଯେ ସୁଜୁକି ସମେତ ଜାପାନର ଶହେ ପଚିଶିରୁ ଅଧିକ କଂପାନୀ ଗୁଜରାଟରେ କାର୍ଯ୍ୟ କରୁଛନ୍ତି। ଅଟୋ ମୋବାଇଲ ଠାରୁ ନେଇ ଜୈବ ଇନ୍ଧନ କ୍ଷେତ୍ରରେ ଏଠାରେ ଜାପାନୀ କମ୍ପାନୀମାନେ ନିଜର ସମ୍ପ୍ରସାରଣ କରୁଛନ୍ତି। ଜେଇଟିଆରଓ(ଜେଟରୋ) ଦ୍ୱାରା ପ୍ରତିଷ୍ଠିତ ଅହମ୍ମଦାବାଦ ବ୍ୟବସାୟିକ ସହାୟତା କେନ୍ଦ୍ରରେ ଏକ ସମୟରେ ଅନେକ ଗୁଡ଼ିଏ କମ୍ପାନୀଗୁଡ଼ିକୁ ପ୍ଲଗ ଆଣ୍ଡ୍ ପ୍ଲେ (ଆସ କାର୍ଯ୍ୟ ଆରମ୍ଭ କର) ପାଇଁ କାର୍ଯ୍ୟ କରିବାର ସ୍ଥାନ ଯୋଗାଇ ଦେବାର ସୁବିଧା ରହିଛି। ଆଜି ଗୁଜରାଟରେ ଦୁଇଟି, ଜାପାନ ଭାରତ ବିନିର୍ମାଣ ପ୍ରତିଷ୍ଠାନ, ପ୍ରତ୍ୟେକ ବର୍ଷ ଶହ- ଶହ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

ଅନେକ କମ୍ପାନୀ ଗୁଜରାଟର ବୈଷୟିକ ବିଶ୍ୱ ବିଦ୍ୟାଳୟ ଏବଂ ଆଇଟିଆଇରୁ ମଧ୍ୟ ଷ୍ଟାଟ ଅପ୍ ରହିଛନ୍ତି। ଅହମ୍ମଦାବାଦର ଜେନ୍ ଗାର୍ଡେନ ଏବଂ କାଇଜେନ ଏକାଡେମୀର ପ୍ରତିଷ୍ଠାରେ ମଧ୍ୟ ଯେଉଁଭଳି ହାଇଗୋ ଇଂଟରନ୍ୟାସନାଲ ଆସୋସିଏସନ୍ ବହୁମୂଲ୍ୟ ଯୋଗଦାନ ରହିଛି, ତାହା ଗୁଜରାଟ କେବେ ଭୁଲି ପାରିବ ନାହିଁ। ଏବେ ଏଭଳି ଇକୋ ଫ୍ରେଣ୍ଡଲି ଗାର୍ଡେନ ଏକତାର ପ୍ରତିମୂର୍ତି ନିକଟରେ ବିକଶିତ କରିବାର ପ୍ରୟାସ କରାଯାଉଛି। କାଇଜେନକୁ ନେଇ 18-19 ବର୍ଷ ପୂର୍ବେ ଯେଉଁ ପ୍ରୟାସ ଗୁଜରାଟ କରିଥିଲା, ଯେତିକି ଗମ୍ଭୀରତାର ସହିତ ଏହାକୁ ଲାଗୁ କରାଗଲା, ତାହାଦ୍ୱାରା ଗୁଜରାଟକୁ ବହୁତ ଲାଭ ମିଳିଛି। ଗୁଜରାଟ ଆଜି ବିକାଶର ଯେଉଁ ଶୀଖରରେ ରହିଛି, ସେଥିରେ ନିଶ୍ଚିତ ଭାବେ କାଇଜେନର ମଧ୍ୟ ଏକ ବଡ଼ ଭୂମିକା ରହିଛି।

ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ଦିଲ୍ଲୀ ଗଲି, ସେତେବେଳେ କାଇଜେନର ଅନୁଭବକୁ ପିଏମଓ ଏବଂ କେନ୍ଦ୍ର ସରକାରଙ୍କର ଅନ୍ୟ ବିଭାଗଗୁଡ଼ିକରେ ମଧ୍ୟ ଲାଗୁ କଲି। ଏବେ କାଇଜେନର ଲାଭ ଦେଶକୁ ଆହୁରି ଅଧିକ ମିଳୁଛି। ସରକାରରେ ଆମେ ଜାପାନ- ପ୍ଲସର ଏକ ବିଶେଷ ବ୍ୟବସ୍ଥା ମଧ୍ୟ କରିଛୁ। ଗୁଜରାଟ ଏବଂ ଜାପାନର ଏହି ସହଭାଗୀ ଯାତ୍ରାକୁ ସ୍ମରଣୀୟ କରିବାରେ ଜାପାନର ବହୁତ ବନ୍ଧୁ, ଅନେକ ପୁରୁଣା ସାଥୀ ଆଜି ଏଠାରେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଅଛନ୍ତି। ପୁଣିଥରେ ଆପଣ ସମସ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।

ସାଥୀଗଣ,

ଆଜି ଭାରତରେ ବିଦ୍ୟୁତ (ଇଲେକ୍ଟ୍ରିକ୍) ଯାନର ବଜାର ଯେତେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କିଛି ବର୍ଷ ପୂର୍ବେ ଏହାର କଳ୍ପନା ମଧ୍ୟ କରାଯାଇ ନ ଥିଲା। ଇଲେକ୍ଟ୍ରିକ ବାହନର ଏକ ବଡ଼ ସ୍ୱତନ୍ତ୍ରତା ଏହା ହେଉଛି ଯେ ସେମାନେ ବହୁତ କମ୍ ଧ୍ୱନୀରେ ବା ନିରବତାର ସହ ଗତି କରି ଥାଆନ୍ତି। ଦୁଇ ଚକିଆ ହେଉ ଅବା ଚାରି ଚକିଆ, ସେମାନେ କୌଣସି ଅଧିକ ଶବ୍ଦ କରି ନ ଥାନ୍ତି। ଏହି ନିରବତା କେବଳ ଏହାର ଇଂଜିନିୟରିଂର ନୁହେଁ ବରଂ ଏହା ଦେଶରେ ଏକ ନିରବ ବିପ୍ଳବ ଆଣିବାର ଶୁଭାରମ୍ଭ। ଆଜି ଲୋକ ଇଭିକୁ ଏକ ଅତିରିକ୍ତ ଯାନ ଭାବେ ଗଣନା କରୁ ନାହାଁନ୍ତି, ସେମାନେ ଏହାକୁ ପ୍ରମୁଖ ସାଧନ ଭାବେ ଗ୍ରହଣ କରିବାରେ ଲାଗିଛନ୍ତି।

ଦେଶ ମଧ୍ୟ ବିଗତ 8 ବର୍ଷରେ ଏହି ପରିବର୍ତନ ପାଇଁ ଭିତିଭୂମି ପ୍ରସ୍ତୁତ କରି ଚାଲିଥିଲା। ଆଜି ଆମେ ବିଦ୍ୟୁତ ଯାନ ଇକୋ ସିଷ୍ଟମରେ ଯୋଗାଣ ଏବଂ ଚାହିଦା, ଉଭୟ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ। ସରକାର ବିଦ୍ୟୁତ ଯାନ କ୍ରେତାଙ୍କୁ ଅନେକ ପ୍ରକାରର ପ୍ରୋତ୍ସାହନ ଦେଉଛନ୍ତି, ଫଳରେ ଦ୍ରୁତ ଗତିରେ ଚାହିଦା ବୃଦ୍ଧି ପାଉ। ଆୟକରରେ ଛାଡ଼ ଠାରୁ ନେଇ ସହଜରେ ଋଣ ପ୍ରଦାନ ଭଳି ଅନେକ ପଦକ୍ଷେପ ହାତକୁ ନିଆ ଯାଇଛି, ଯାହାଦ୍ୱାରା ବିଦ୍ୟୁତ ଯାନର ଚାହିଦା ବୃଦ୍ଧି ପାଇଛି।

ସେହିଭଳି ଅଟୋ ମୋବାଇଲ ଏବଂ ଅଟୋ ଯନ୍ତ୍ରାଂଶରେ ପିଏଲଆଇ ଯୋଜନା ଜରିଆରେ ଯୋଗାଣ ବୃଦ୍ଧି ଦିଗରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରାଯାଉଛି। ସରକାର ବିଦ୍ୟୁତ ଯାନର ସମ୍ପୂର୍ଣ୍ଣ ଇକୋ ସିଷ୍ଟମକୁ ଗତି ଦେବା ପାଇଁ ଅନେକ ପଦକ୍ଷେପ ଉଠାଇଛନ୍ତି। ପିଏଲଆଇ ଯୋଜନା ଜରିଆରେ ବ୍ୟାଟେରୀ ଉତ୍ପାଦନକୁ, ତାକୁ ମଧ୍ୟ ଅଧିକ ପ୍ରୋତ୍ସାହନ ମିଳୁଛି।

ଇଲେକ୍ଟ୍ରିକ ଯାନର ଚାର୍ଜିଂ ଭିତିଭୂମିକୁ ପ୍ରସ୍ତୁତ କରିବା ପାଇଁ ଦେଶ ଅନେକ ନୀତିଗତ ନିଷ୍ପତି ନେଇଛି। 2022 ବଜେଟରେ ବ୍ୟାଟେରୀ ସ୍ୱାପିଙ୍ଗ ନୀତି ଉପସ୍ଥାପନ କରାଯାଇଛି। ଟେକ୍ନୋଲୋଜି ଆଦାନ- ପ୍ରଦାନ ଭଳି ନୀତିଗୁଡ଼ିକ ଉପରେ ମଧ୍ୟ ନୂତନ ଶୁଭାରମ୍ଭ ହୋଇଛି। ଯୋଗାଣ, ଚାହିଦା ଏବଂ ଇକୋ ସିଷ୍ଟମକୁ ଦୃଢ଼ତାର ସହିତ ଇଭି ସେକ୍ଟରକୁ ଆକୁ ବଢ଼ାଇବା ପାଇଁ ସ୍ଥିର ହୋଇଛି। ଅର୍ଥାତ ଏହି ନୀରବ ବିପ୍ଳବ ଆଗାମୀ ଦିନରେ ବଡ଼ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ହୋଇଛି।

ସାଥୀଗଣ,

ଆଜି ଯେତେବେଳେ ଆମେ ଇଭି ଭଳି କ୍ଷେତ୍ରର କଥା ହେଉଛେ, ସେତେବେଳେ ଆମକୁ ନିଜ ଦେଶରେ ଜଳବାୟୁ ପ୍ରତିବଦ୍ଧତାର ଅଧିକ ଲକ୍ଷ୍ୟ ହାସଲ ପାଇଁ ମଧ୍ୟ ସାମ୍ନାରେ ରଖିବା ବହୁତ ଆବଶ୍ୟକତା ଅଛି। ଭାରତ କୋପ୍- 26ରେ ଏହି ଘୋଷଣା କରିଛି ଯେ ସେ 2030 ପର୍ଯ୍ୟନ୍ତ ନିଜର ସ୍ଥାପିତ ବିଦ୍ୟୁତ କ୍ଷମତାର 50 ପ୍ରତିଶତ ଅଣ ଫସିଲ୍ ଉତ୍ସରୁ ହାସଲ କରିବ। ଆମେ 2070 ପାଇଁ ‘ନେଟ୍- ଜିରୋ’ ଲକ୍ଷ୍ୟ ସ୍ଥିର କରିଛୁ। ଏଥିପାଇଁ ଆମେ ଇଭି ଚାର୍ଜିଂ ଭିତିଭୂମି ଏବଂ ଗ୍ରୀଡ଼ ସ୍କେଲ ବ୍ୟାଟେରୀ ବ୍ୟବସ୍ଥା ଭଳି ଶକ୍ତି ସଂରକ୍ଷଣ ବ୍ୟବସ୍ଥାକୁ ଭିତିଭୂମିର ସୁସଂଗଠିତ ବ୍ୟବସ୍ଥାର ତାଲିକାରେ ସାମିଲ କରିବାର ପ୍ରସ୍ତୁତି କରୁଛି। ଏହା ସହିତ ଆମକୁ ଜୈବ ଇନ୍ଧନ ଫ୍ଲେକ୍ସ ଫୁଏଲ ଭଳି ବିକଳ୍ପ ଉପରେ ମଧ୍ୟ ପ୍ରୋତ୍ସାହନ ଦେବାକୁ ହେବ।

ମୁଁ ଖୁସୀ ଯେ ମାରୁତି- ସୁଜୁକି ଏହି ଦିଗରେ ଜୈବ ଇନ୍ଧନ, ଇଥେନଲ ମିଶ୍ରଣ, ହାଇବ୍ରିଡ଼୍ ଇଭି ଭଳି ସମସ୍ତ ବିକଳ୍ପ ଉପରେ ମଧ୍ୟ କାର୍ଯ୍ୟ କରୁଛି। ମୋର ଏହା ମତାମତ ହେଉଛି ଯେ, ଏହା ସହିତ ସୁଜୁକି କଂପ୍ରେସଡ଼୍ ବାୟୋ ମିଥେନ୍ ଗ୍ୟାସ ଅର୍ଥାତ ସିବିଜି ଭଳି ସମ୍ଭାବନା ସହିତ ଜଡ଼ିତ ପ୍ରକଳ୍ପ ମଧ୍ୟ ଆରମ୍ଭ କରି ପାରିବ। ମୁଁ ଚାହିଁବି ଯେ ଆମର ଏଠାରେ ଏକ ସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦିତା ସହିତ ପାରସ୍ପରିକ ଶିକ୍ଷାର ମଧ୍ୟ ଆହୁରି ଉନ୍ନତ ବାତାବରଣ ସୃଷ୍ଟି ହେଉ। ଏହାର ଲାଭ ଦେଶ ଏବଂ ବ୍ୟବସାୟ ଉଭୟକୁ ମିଳିବ।

ସାଥୀଗଣ,

ଆଗାମୀ 25 ବର୍ଷର ଅମୃତକାଳରେ ଆମର ଲକ୍ଷ୍ୟ ରହିଛି ଯେ ଭାରତ ନିଜର ଉର୍ଜ୍ଜା ଆବଶ୍ୟକତା ପାଇଁ ଆତ୍ମନିର୍ଭର ହେଉ। ଆମେ ଜାଣିଛେ ଯେ ଆଜି ଉର୍ଜ୍ଜା ଆମଦାନୀର ଏକ ବଡ଼ ଅଂଶ ପରିବହନ ସହିତ ଜଡ଼ିତ ଅଛି। ଏଥିପାଇଁ, ଏହି ଦିଗରେ ନବସୃଜନ ଏବଂ ପ୍ରୟାସ ଆମର ପ୍ରାଥମିକତା ହେବା ଉଚିତ।

ମୋର ଭରସା ରହିଛି ଯେ ଆପଣଙ୍କର ଏବଂ ଅଟୋ ସେକ୍ଟରର ସମସ୍ତ ସାଥୀମାନଙ୍କର ସହଯୋଗରେ ଦେଶ ନିଜର ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ଆମେ ବିକାଶ ଏବଂ ସମୃଦ୍ଧିର ଲକ୍ଷ୍ୟରେ ସେହି ଗତିରେ ପହଂଚିବା, ଯେଉଁ ଗତି ଆଜି ଆମର ଏକ୍ସପ୍ରେସ ୱେରେ ଦେଖିବାକୁ ମିଳୁଛି।

ଏହି ଭାବନାର ସହିତ ମୁଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି ଏବଂ ସୁଜୁକି ପରିବାରକୁ ହୃଦୟର ସହିତ ବହୁତ- ବହୁତ ଶୁଭକାମନା ଜଣାଉଛି ଏବଂ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଯେ ଆପଣ ସମ୍ପ୍ରସାରଣର ଯାହା ମଧ୍ୟ ସ୍ୱପ୍ନ ନେଇକରି ଚାଲିବେ, ତାହାକୁ ଗତି ଦେବାରେ ସେ ରାଜ୍ୟ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର, ଆମେ କୌଣସି ଠାରେ ପଛରେ ରହିବୁ ନାହିଁ।

ଏହି ଭାବନା ସହିତ ଆପଣ ସମସ୍ତଙ୍କୁ ବହୁତ- ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New train services to boost Purvanchal connectivity from June 19

Media Coverage

New train services to boost Purvanchal connectivity from June 19
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value of respect and appreciation
June 17, 2026

The Prime Minister, Shri Narendra Modi, said that affectionate respect and acceptance make an individual feel valued, proud and satisfied. He noted that such recognition not only enhances self-confidence but also infuses a person with renewed energy and enthusiasm.

The Prime Minister shared a Sanskrit Subhashitam-

“त्वत्सम्भावितमात्मानं बहु मन्यामहे वयम्‌ ।

प्रायः प्रत्ययमाधत्ते स्वगुणेषूत्तमादरः।। ”

The Subhashitam conveys that we feel extremely proud and blessed to be accepted with respect by any person, because it is absolutely true that respect given by great men strongly awakens self-confidence in a person about his own qualities.

The Prime Minister wrote on X;

“स्नेहपूर्ण सम्मान और स्वीकार्यता व्यक्ति को गर्व और संतोष का अनुभव कराती है। इससे जहां आत्मविश्वास बढ़ता है, वहीं एक नई ऊर्जा और उत्साह का भी संचार होता है।

त्वत्सम्भावितमात्मानं बहु मन्यामहे वयम्‌ ।

प्रायः प्रत्ययमाधत्ते स्वगुणेषूत्तमादरः।।”